କଳା – Odisha Reporter https://odishareporter.in Thu, 25 Feb 2021 07:21:07 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png କଳା – Odisha Reporter https://odishareporter.in 32 32 ‘ପ୍ରକୃତି ଓ ମହିଳା’ https://odishareporter.in/literature-culture/art/prakriti-celebrating-womans-day-through-art-622445 Thu, 25 Feb 2021 07:21:07 +0000 https://odishareporter.in/?p=622445

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲେକ୍ଷ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ତରଫରୁ କଳା ମାଧ୍ୟମରେ ଏହି ମହିଳା ଦିବସକୁ ପାଳନ କରାଯିବ। ଏଥିପାଇଁ IPCA ପକ୍ଷରୁ ଏକ ଅନଲାଇନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି, ଯାହାର ନାଁ ରହିଛି ‘ପ୍ରକୃତି’। ପ୍ରକୃତି ଓ ମହିଳାକୁ ନେଇ ଥିମ୍ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ କଳାକୃତିକୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ […]

The post ‘ପ୍ରକୃତି ଓ ମହିଳା’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲେକ୍ଷ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ତରଫରୁ କଳା ମାଧ୍ୟମରେ ଏହି ମହିଳା ଦିବସକୁ ପାଳନ କରାଯିବ। ଏଥିପାଇଁ IPCA ପକ୍ଷରୁ ଏକ ଅନଲାଇନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି, ଯାହାର ନାଁ ରହିଛି ‘ପ୍ରକୃତି’। ପ୍ରକୃତି ଓ ମହିଳାକୁ ନେଇ ଥିମ୍ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ କଳାକୃତିକୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନଲାଇନ ଜରିଆରେ ପ୍ରଦର୍ଶନ କରାଯିବ। IPCA ୱେବସାଇଟ ଏବଂ ଫେସବୁକରେ ଏହି କଳା ପ୍ରଦର୍ଶନୀ ହେବ।

ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ଇଚ୍ଛୁକ ଥିବା ଓଡ଼ିଆ ମହିଳାମାନେ ilapandacentreforarts@gmail.com ୱେବସାଇଟ ଜରିଆରେ ଲଗଇନ୍ କରି ନିଜ ଆର୍ଟୱର୍କ ସହ ଏକ ଫଟୋକୁ ମଧ୍ୟ ପଠାଇବାକୁ ପଡିବ। ଫଟୋର ସାଇଜ ୩୦୦ ରିଜୋଲ୍ୟୁସନ ଏବଂ 5mbରୁ ଯେପରି ଅଧିକ ନଥିବ, ସେଥିପ୍ରତି ଧ୍ୟାନ ଦେବେ।

୧୮ ବୟସରୁ ଅଧିକ ବୟସ୍କ ମହିଳାମାନ ଏଥିରେ ଭାଗ ନେଇପାରିବେ। ପ୍ରକୃତି ଏବଂ ମହିଳାଙ୍କ ଉପରେ ଆଧାରିତ ଥିମକୁ ନେଇ ସେମାନ ନିଜର ପେଣ୍ଟିଂ, ଡ୍ରଇଂ, ଫଟୋଗ୍ରାଫି, କ୍ରିଏଟିଭିଟି ୱର୍କ ଆଦିର ଫଟୋକୁ ସେମାନେ ଫଠାଇ ପାରିବେ। କେବଳ ଫଟୋ ନୁହେଁ  ପଠାଇ ଥିବା ଫଟୋ ସମ୍ବନ୍ଧୀୟ କିଛି ତଥ୍ୟ ମଧ୍ୟ ଉପସ୍ଥାପନ କରିବେ।

ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କଳାକାରମାନ ଏଥିରେ ଭାଗ ନେଇପାରିବେ। ଏଥିପାଇଁ କୌଣସି ଶୁଳ୍କ ବା ଫି’ ଦେବାକୁ ପଡିବ ନାହିଁ। ସମସ୍ତ ପ୍ରତିଯୋଗୀଙ୍କୁ ସେମାନଙ୍କ ଇ-ମେଲ ଜରିଆରେ ସିର୍ଟିଫିକେଟ ପ୍ରଦାନ କରାଯିବ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମାର୍ଚ୍ଚ ୫ ଶେଷ ତାରିଖ ରହିଛି। ମାର୍ଚ୍ଚ ୫ ତାରିଖ ସୁଦ୍ଧା ସମସ୍ତ ଇଚ୍ଛୁକ ପ୍ରତିଯୋଗୀ ନିଜ ନିଜ କଳାକୃତି ସହ ଫଟୋ ପଠାଇବେ। ଅନଲାଇନ ଡିସପ୍ଲେ  ଜରିଆରେ ବିଚାରକ ମଣ୍ଡଳୀ ଫଟୋ ଏବଂ କଳାକୃତିକୁ ଦେଖି ପ୍ରତିଯୋଗିତାର ବିଜେତା କିଏ ତାହା ନିଷ୍ପତ୍ତି ନେବେ।

The post ‘ପ୍ରକୃତି ଓ ମହିଳା’ appeared first on Odisha Reporter.

]]>
IPCA, left bottom 2021-02-25 12:51:07 https://cdn.odishareporter.in/wp-content/uploads/2021/02/25124251/Prakriti-and-Nature.jpg
ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା https://odishareporter.in/literature-culture/modi-praises-odia-girl-for-her-art-615842 Sun, 31 Jan 2021 06:28:58 +0000 https://odishareporter.in/?p=615842

ନୂଆଦିଲ୍ଲୀ: ଓଡ଼ିଶାର କଳାକୁ ପୁଣି ଜାତୀୟ ସ୍ତରରେ ମିଳିଲା ସାବାସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି। ମୋଦି ଭାଗ୍ୟଶ୍ରୀଙ୍କ ବିଶେଷତା ବାବଦରେ କହିଛନ୍ତି, ସେ କେଉଁଥିରେ ଚିତ୍ର ଆଙ୍କୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଭାଗ୍ୟଶ୍ରୀ କଲେଜ୍ ଯିବା ବାଟରେ […]

The post ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା appeared first on Odisha Reporter.

]]>

ନୂଆଦିଲ୍ଲୀ: ଓଡ଼ିଶାର କଳାକୁ ପୁଣି ଜାତୀୟ ସ୍ତରରେ ମିଳିଲା ସାବାସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି।

ମୋଦି ଭାଗ୍ୟଶ୍ରୀଙ୍କ ବିଶେଷତା ବାବଦରେ କହିଛନ୍ତି, ସେ କେଉଁଥିରେ ଚିତ୍ର ଆଙ୍କୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଭାଗ୍ୟଶ୍ରୀ କଲେଜ୍ ଯିବା ବାଟରେ ସଫ୍ଟ ଷ୍ଟୋନ୍ ସଂଗ୍ରହ କରି ଦିନକୁ ଦୁଇ ଘଣ୍ଟା ପଟ୍ଟଚିତ୍ର ଶୈଳୀରେ ଚିତ୍ର ଆଙ୍କନ୍ତି। ଏହି ଚିତ୍ରସବୁକୁ ସାଙ୍ଗମାନଙ୍କୁ ଉପହାରରେ ଦିଅନ୍ତି।

ଲକଡାଉନ ସମୟରେ ବୋତଲରେ ମଧ୍ୟ ସେ ପେଣ୍ଟିଂ କରୁଥିଲେ। ଏବେ କର୍ମଶାଳା ବି ଆୟୋଜନ କରୁଛନ୍ତି। ବିଶେଷ କରି କିଛି ଦିନ ତଳେ ସେ ଆଙ୍କିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର ମୋଦିଙ୍କ ମନ କିଣିପାରିଛି।

ପ୍ରଧାନମନ୍ତ୍ରୀ ମୋଦି ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ବହୁତ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି।

The post ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା appeared first on Odisha Reporter.

]]>
centre bottom 2021-01-31 12:00:10 https://cdn.odishareporter.in/wp-content/uploads/2021/01/31115750/Modi-22.jpg
ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା https://odishareporter.in/odisha/on-the-memory-of-legendary-dramatist-apanna-parichha-531546 Fri, 22 May 2020 05:43:53 +0000 https://odishareporter.in/?p=531546

ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ। ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ। ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା। ୧୮୭୯ ମସିହା ମଇ ମାସ ୨୨ ତାରିଖ ରେ ଦକ୍ଷିଣ ଓଡିଶା ର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହର ରେ ଜନ୍ମ ଗ୍ରହଣ କରିଥିଲେ ଆପନ୍ନା। ପିତା […]

The post ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା appeared first on Odisha Reporter.

]]>

ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ। ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ। ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା।

୧୮୭୯ ମସିହା ମଇ ମାସ ୨୨ ତାରିଖ ରେ ଦକ୍ଷିଣ ଓଡିଶା ର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହର ରେ ଜନ୍ମ ଗ୍ରହଣ କରିଥିଲେ ଆପନ୍ନା। ପିତା ଲକ୍ଷ୍ମୀନରାୟଣ ଥିଲେ ଗାନ୍ଧିବାଦୀ ସଂଗ୍ରାମୀ ଓ ଏକ ବିତ୍ତଶାଳୀ ମଠର ପରିଚାଳକ। ଯାହା ଓଡିଶାର ଆନନ୍ଦ ମଠ ରୂପେ ଖ୍ୟାତ। ଯାହା ସର୍ବଦା ସଙ୍ଗୀତ , ନୃତ୍ୟ ଓ ନାଟକ ର ପୃଷ୍ଠଭୂମି ରୂପେ ପରିଚିତ ଥିଲା। ଏଭଳି ପରିବେଶ ଆପନ୍ନାଙ୍କୁ ଓଡିଶାରେ ସାମାଜିକ ନାଟ୍ୟ ପରମ୍ପରାର ଆଦ୍ୟ ଆବାହକ ରୂପେ ଗଢି ତୋଳିବାରେ ସହାୟକ ହୋଇଥିଲା। ଚଉଦ ବର୍ଷ ବୟସ ରେ ସେ ପ୍ରଥମେ ଲେଖିଥିଲେ “ଚନ୍ଦ୍ରହାସ”ନାଟକ, ଯାହାକି ଜୈମିନୀ ମହାଭାରତର ଏକ ଆଖ୍ୟାୟିକା ଉପରେ ପର୍ଯ୍ୟବସିତ ଥିଲା। ଏହି ନାଟକ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ପୃଷ୍ଠପୋଷକତା ରେ ମଞ୍ଚସ୍ଥ ହୋଇ ବେଶ ଲୋକପ୍ରିୟତା ସାଉଁଟିପାରିଥିଲା। ଏହା ଥିଲା ତାଙ୍କ ବାଲ୍ୟ ଜୀବନ ର ପ୍ରଥମ କୃତିତ୍ୱ ଯାହା ପରବର୍ତ୍ତୀ ସମୟ ରେ ଅଟକି ଯାଇନଥିଲା।

ପ୍ରଥମ ଭ୍ରାମ୍ୟମାଣ ରାସଦଳ ର ଜନ୍ମଦାତା

ଆପନ୍ନା ନିଜସ୍ୱ ମଠ ସମେତ ପ୍ରାଚୀନ କଳିଙ୍ଗର ମୁଖଲିଙ୍ଗ, କୂର୍ମ ,ଚାଙ୍ଗୁଡି, ବାଘଶଳା, ତରଳା, ଟିକାଲି , ପୁରୁଷୋତ୍ତମପୁର ମଠ ମନ୍ଦିର ଆଦିର ପରିଚାଳନା କରିବାରେ ଏକାକୀ ସିଦ୍ଧ ଥିଲେ।ଓଡିଶାରେ ଭକ୍ତିକୈନ୍ଦ୍ରିକ ସ୍ଥଳକୁ ଉତ୍କଳୀୟ ବୈଷ୍ଣବ ଧର୍ମ ଧାରାରେ ଜଡ଼ିତ କରି ” ବୈଷ୍ଣବାନନ୍ଦ ଦାୟିନୀ ସମାଜ” ନାମକ ରାସ ଦଳ ଗଢି ଥିଲେ। ଏହା ଓଡିଶାର ପ୍ରଥମ ରାସ ଦଳ ଯାହା ଭିନ୍ନ ଭିନ୍ନ ସ୍ଥାନରେ ହରିନାମ ଦ୍ୱାରା ଓଡ଼ିଆଙ୍କୁ ଏକତା ରଜ୍ଜୁ ରେ ବାନ୍ଧିଥିଲା। ଏହା ପରେ ତରଳା ରାଜଭ୍ରାତା ଗୋବିନ୍ଦଚନ୍ଦ୍ର ଶୁର ଦେଓ ନୟାଗଡ଼ରେ ଓ ତତ୍‌ପରେ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରୀରେ ରାସ ଦଳ ଗଢିଥିଲେ।

ଦକ୍ଷିଣ ଓଡିଶା ର ପ୍ରଥମ ଅସ୍ଥାୟୀ ଓ ସ୍ଥାୟୀ ରଙ୍ଗମଞ୍ଚ

ଓଡିଶାରେ ଲୀଳା , ସୁଆଙ୍ଗ, ସଂକୀର୍ତ୍ତନ ପ୍ରତି ଆଗ୍ରହ କେଉଁ ଅନାଦି କାଳରୁ ଥିଲା। କିନ୍ତୁ ମଞ୍ଚନାଟକ ର ବ୍ୟବସ୍ଥାଟି ଉନବିଂଶ ଶତାବ୍ଦୀ ରେ ଲୋକଙ୍କୁ ବେଶ ଆଦୃତ କରିପାରିଥିଲା ଏହା ନିଃସନ୍ଦେହ। ପରିବର୍ତ୍ତିତ ସମାଜକୁ ଧରି କଳାର ପୃଷ୍ଠଭୂମି କୁ ବଦଳାଇବାରେ ସକ୍ଷମ ହୋଇଥିଲେ ଆପନ୍ନା ପରିଚ୍ଛା।। ସେ ସ୍ୱ ଉଦ୍ୟମ ବଳରେ ପ୍ରଥମେ ୧୮୯୩ରେ ଗଢ଼ିଥିଲେ ” ଶ୍ରୀ ଶ୍ରୀ ରସିକରାଜ ପ୍ରସାଦୈକ ସୁଜ୍ଞଜନ ମନୋରଞ୍ଜନ ନାଟ୍ୟମଣ୍ଡପ”। ଏହା ଓଡିଶାରେ ଦ୍ଵିତୀୟ ଅସ୍ଥାୟୀ ରଙ୍ଗମଞ୍ଚ ରୂପେ ମଧ୍ୟ ପରିଚିତ(ପ୍ରଥମଟି କଟକର ରାଧାକାନ୍ତ ରଙ୍ଗମଞ୍ଚ)। ଏହା ପରେ ଯଦି ସ୍ଥାୟୀ ରଙ୍ଗମଞ୍ଚ କୁ ବି ଦେଖାଯାଏ , ତାହାଲେ ମଧ୍ୟ ଆପନ୍ନା ଙ୍କ ଭୂମିକା କୁ ବାଦ ଦିଆଯାଇପାରେନା। ୧୮୮୨ ମସିହା ରେ ନିର୍ମିତ ପାରଳାର ରଙ୍ଗମଞ୍ଚ , ଯାହା ପରବର୍ତ୍ତୀ ସମୟ ରେ ଆପନ୍ନାଙ୍କ ପ୍ରସ୍ତାବ କ୍ରମେ ୧୯୦୫ ମସିହାରେ ” ପଦ୍ମନାଭ ରଙ୍ଗାଳୟ”ରେ ନାମିତ ହୋଇଥିଲା । ଓଡିଶା ତଥା ଓଡିଶା ବାହାରେ ଉକ୍ତ ରଙ୍ଗମଞ୍ଚ ବେଶ ସୁଖ୍ୟାତି ପାଇପାରିଥିଲା। ସାହିତ୍ୟ ଅନୁରାଗୀ ରାଜଭ୍ରାତା ପଦ୍ମନାଭଙ୍କ ନାମରେ ଏହା ନାମିତ ହୋଇଥିଲା। ଯାହାର ପରିଚାଳନା ସହ ସମସ୍ତ ଆନୁଷଙ୍ଗିକ ଦାୟିତ୍ୱ ନେଇଥିଲେ ନାଟ୍ୟକାର ପରିଚ୍ଛା । ଯେଉଁଥିରେ ପ୍ରସିଦ୍ଧ ଧ୍ରୁବ, ପ୍ରହ୍ଲାଦ, ଦାନ ପରୀକ୍ଷା, ଉଷାପରିଣୟ , ଅହଲ୍ୟା ଶାପ ମୋଚନ ଭଳି କାଳଜୟୀ ନାଟକ ମଞ୍ଚସ୍ଥ ହୋଇପାରିଥିଲା

କେବଳ ଯେ ନାଟକ ମଞ୍ଚସ୍ଥ କରିବାରେ ସେ ନିପୁଣ ନଥିଲେ। ସେ ଲେଖିଯାଇଥିଲେ ଅନେକ ନାଟକ। ବିଜୟ ବସନ୍ତ ,ନବାନୁରାଗ ,ସିନ୍ଧୁ ଉପସିନ୍ଧୁ, ଚଞ୍ଚଳା କୁମାରୀ ,ହେମଚନ୍ଦ୍ର, ସ୍ଵର୍ଣ୍ଣଲତା, କନୌଜ କୁମାରୀ, ହେମଲତା ଭଳି ସୁପ୍ରସିଦ୍ଧ ନାଟକ ସେ ବିରଚି ଓଡିଶା ରେ ଐତିହାସିକ ନାଟକ ଧାରା କୁ ପ୍ଲାବିତ ଯେ ଖାଲି କରିନଥିଲେ , ଠିକ ସେହି ଭଳି ମାନ ଭଞ୍ଜନ , ରାଧାକୃଷ୍ଣ ମିଳନ, ବିଲ୍ଵମଙ୍ଗଳ, ଓ ଗୋଷ୍ଠମିଳନ ଭଳି ପୌରାଣିକ ଓ ସାଂସ୍କୃତିକ ନାଟକ ର ପ୍ରବାହମାନ ଧାରାକୁ ବି ବଜାୟ ରଖିଥିଲେ।

ସ୍ୱାଧୀନତା ଆନ୍ଦୋଳନ ଓ ଆପନ୍ନା

ଜାତୀୟ ଆନ୍ଦୋଳନ ର ପ୍ରାରମ୍ଭିକ ସୋପାନ ରେ ହିଁ ଆପନ୍ନା ଗୋପବନ୍ଧୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇଥିଲେ। ସେ ଥିଲେ ଗୋପବନ୍ଧୁ ଅନ୍ୟତମ ଅନ୍ତରଙ୍ଗ ବନ୍ଧୁ। ଗୋପବନ୍ଧୁ ତାଙ୍କର ଭ୍ରମଣ କାଳରେ ଆପନ୍ନା ଙ୍କ ମଠରେ ହିଁ ରହୁଥିଲେ । ଖାଲି ସେତିକି କାହିଁକି ଗାନ୍ଧୀଙ୍କ ପାରଳା ଗସ୍ତ ସମୟ ରେ ମଧ୍ୟ ପରିଚ୍ଛା ମଠ ହିଁ ଏକ ମାତ୍ର ଜାତୀୟବାଦୀ ଆନ୍ଦୋଳନ ର ଆଲୋଚନା ଗୃହ ପାଲଟି ଥିଲା। ସେ ନିଜ ପୁଅ ପୁତୁରାଙ୍କ ଠାରୁ ଆରମ୍ଭ କରି ସହର ର ଅନେକ ମେଧାବୀ ଛାତ୍ର ଙ୍କୁ ସତ୍ୟବାଦୀ ବନ ବିଦ୍ୟାଳୟ କୁ ପଠାଇଥିଲେ।୧୯୨୪ ରେ ଗଞ୍ଜାମ ରୟତ ଆନ୍ଦୋଳନ ହୋଇଥିଲା, ସେଥିରେ ନିର୍ଭୀକତା ର ସହ ଚାଷୀ ମାନଙ୍କ ସପକ୍ଷରେ ସମର୍ଥନ ଦେଇଥିଲେ। ଏହା ବ୍ୟତୀତ ନୀଳକଣ୍ଠ, ଗୋଦାବରୀଶ, ଅନନ୍ତ ଙ୍କ ଦେଶମିଶ୍ରଣ ଆନ୍ଦୋଳନ ପାଇଁ ପାରଳା ଆସି ଆପନ୍ନାଙ୍କ ସହ ଅନେକ ଚର୍ଚ୍ଚା କରିବାର ପ୍ରମାଣ ରହିଛି । ଏଥି ସହିତ ଆପନ୍ନା ମଞ୍ଜୁଷା , ମୁକ୍ତାପୁର ଆଦି ବିଛିନ୍ନାଞ୍ଚଳ ରେ ପଲ୍ଲୀ ସମ୍ମିଳନୀ ଆୟୋଜନର ଗୁରୁଦାୟିତ୍ୱ ବହନ କରିଥିଲେ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ପରିଚ୍ଛା

ମାତ୍ର ସାତ ବର୍ଷ ଶିଶୁ ବୟସ ରୁ ହିଁ ସେ ଯୋଗ ଦେଇଥିଲେ ଉତ୍କଳ ସମ୍ମିଳନୀର ଆଦ୍ୟ ସ୍ୱରୂପ “ଉତ୍କଳ ହିତୈଷିଣୀ ସମାଜ” ରେ। ଓଡ଼ିଆ ଙ୍କ ଦୁର୍ଦଶା ତାଙ୍କୁ ଭାରି ବ୍ୟଥିତ କରିଥିଲା।୧୮୮୬ ରେ ନିର୍ମିତ ଏହି ସଭା ୧୯୧୨ ରେ ଶ୍ୟାମସୁନ୍ଦର ରାଜଗୁରୁ ଙ୍କମୃତ୍ୟୁ ପରେ ଶିଥିଳ ହୋଇପଡିଥିଲା। ଏହା ପରେ ଏହି ସଭା ର ମଙ୍ଗ ଧରିଥିଲେ ଆପନ୍ନା ପଣ୍ଡା , ବୃନ୍ଦାବନ ସାହୁ ଓ ଆପନ୍ନା ପରିଚ୍ଛା ଙ୍କ ଭଳି ବ୍ୟକ୍ତିବୃନ୍ଦ। ଏହାର ମୁଖ୍ୟ ଉଦେଶ୍ୟ ଥିଲା ଗଞ୍ଜାମ ରେ ଇଂରାଜୀ , ତେଲୁଗୁ ଆଦି ପତ୍ରିକା ବନ୍ଦ କରି ନବସମ୍ବାଦ , ମଧୁପ ର ପ୍ରଚାର, ମାଡ୍ରାସ ରେ ଓଡ଼ିଆ ଛାତ୍ରଙ୍କୁ ଓଡ଼ିଆ ପଢିବା ବନ୍ଦୋବସ୍ତ ଓ କଚେରୀ ଓଡ଼ିଆ ଭାଷାକୁ ଅକ୍ଷୁର୍ଣ୍ଣ ରଖିବା।

ସେତେବେଳେ ପାରଳା ସହର ସହ ଉପାନ୍ତ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସିରେ ଥିଲା। ତେଣୁ ତେଲେଙ୍ଗାଙ୍କ ପ୍ରଭାବ ମହାବିଦ୍ୟାଳୟରେ ଅଧିକ ଥାଏ। ଦକ୍ଷିଣାତ୍ୟ ରୀତି ରେ ଓଡ଼ିଆ ଛାତ୍ରମାନଙ୍କୁ ମଧ୍ୟ ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆପନ୍ନା ଏହାକୁ ବିରୋଧ କରି ନାଲି ଗାମୁଛା ପରିଧାନ ପ୍ରଚଳନ ଆରମ୍ଭ କରିଥିଲେ। ଏହା କେବଳ ନିୟମ ବଦଳାଇବା ଯେ ନଥିଲା ତା ନୁହଁ। ବରଂ ଓଡ଼ିଆ ଯୁବ ଗୋଷ୍ଠୀ କୁ ପ୍ରଦେଶ ଗଠନ ପାଇଁ ଏକତ୍ର ଆହ୍ଵନ ସମ ଥିଲା।

ଉତ୍କଳ ସମ୍ମିଳନୀରେର ଯେଉଁ ଦଶମ ଅଧିବେଶନଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ତାର ପ୍ରଚ୍ଛଦପଟର ନାୟକ ଆପନ୍ନା ଥିଲେ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୯୧୩ ମସିହା ପୁରୀ ଅଧିବେଶନ ଚାଲିଥାଏ। ସେଥିରେ ପରିଚ୍ଛା ଯୋଗ ଦେଇ ଗୋରଚାନ୍ଦ ମିଶ୍ରଙ୍କ ଜରିଆ ରେ ପାରଳା ଅଧିବେଶନର ଆବଶ୍ୟକତା ର ପ୍ରମାଣ ଦେଇ ଏକ ପ୍ରସ୍ତାବ ଦେଇଥିଲେ। ଖାଲି ଏତିକି ନୁହଁ ଦଶମ ଅଧିବେଶନର ସମସ୍ତ ଗୁରୁ ଦାୟିତ୍ୱ ତାଙ୍କରି ଉପରେ ନ୍ୟସ୍ତ ଥିଲା। ସେ ଅତିଥିଙ୍କ ରହଣି ହେଉ କି ସମ୍ମିଳନୀ ଶେଷରେ ନାଟକ ପରିବେଷଣ। ଏଥିରୁ ତାଙ୍କ ଜାତିପ୍ରେମ ଧାରା ସୁସ୍ପଷ୍ଟ। ପାରଳାଖେମୁଣ୍ଡିର ସଙ୍ଗୀତ ଓ ସାଂସ୍କୃତିକ ଉତ୍କର୍ଷତା ରେ ବିଭୋର ହୋଇ ଅନେକ ମହାପୁରୁଷ କଳାକାର ମାନଙ୍କ ସହ ଆପନ୍ନା ଙ୍କ ଭୁୟସୀ ପ୍ରଶଂସା କରିଥିଲେ।

କେବଳ ନାଟକ ନୁହେଁ , ସଙ୍ଗୀତ ବିଦ୍ୟାପ୍ରତି ମଧ୍ୟ ତାଙ୍କର ଗଭୀର ଅନୁରାଗ ଥିଲା। ସ୍ୱଲିଖିତ ନାଟକ ରେ ସେ କୌଣସି ପ୍ରକାରେ କର୍ଣ୍ଣାଟକୀ କିମ୍ବା ଉତ୍ତର ଭାରତୀୟ ରାଗ ନିର୍ଦେଶ ଦେଇନଥିଲେ। ଏହା ତଙ୍କର ଓଡ଼ିଆ ରାଗ ରାଗିଣୀ ପ୍ରେମ ର ନିଦର୍ଶନ। ବିଶେଷ କରି ତାଙ୍କରି ବହୁ ପ୍ରସିଦ୍ଧ ନାଟକ “ବିଜୟ ବସନ୍ତ ” ଯାହାକି ସମଗ୍ର ଓଡିଶା ରେ ଥରେ ଅଧେ ସେ କାଳର ଲୋକ ଦେଖିଛନ୍ତି। ସେଥିରେ ଏକମାତ୍ର ଗୀତ ର ରାଗ କୌଣସି ବାହ୍ୟ ସଙ୍ଗୀତ ଶାସ୍ତ୍ର ରୁ ଆହରଣ କରାଯାଇନାହିଁ। ଯେପରି

ରାଗ : ଝିଞ୍ଜୋଟି ରୂପକ ତାଳ

ଶୁଭଦିନ ଆଜି ମୋହର ଅଟଇଟି ନିକର

ପାଇଅଛି ଯାହା , ପାଦ ସେବନ ତୁମ୍ଭର ।

ସୁଧାମୟ ପ୍ରେମ,ପବିତ୍ର ସ୍ନେହ ଆଜି ପାଇଣ,

ନିଶ୍ଚୟ ପାଇବ ଚିର ସୁଖ ଏ ଜୀବନ।।

ଖାଲି ସଙ୍ଗୀତ ରଚନା ନୁହେଁ , ସଙ୍ଗୀତ ର ଉନ୍ନତି ସକାଶେ ଓଡିଶା ର ସୁରଦାସ ଆପନ୍ନା ପାଣିଗ୍ରାହୀ ଙ୍କ ଭଳି ଲୋକ ଙ୍କୁ ସେ ସଙ୍ଗୀତ ଶିକ୍ଷା ଦେଇଥିଲେ। ପୁଣି ସେତିକି ନୁହଁ ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା ଯେ କି ପସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ” ମହାଲକ୍ଷ୍ମୀ ପୂଜା” ର ସଙ୍ଗୀତ ଲେଖକ ଓ ନିର୍ଦେଶକ ଥିଲେ , ତାଙ୍କରି ଗୁରୁ ହେବାର ସୌଭାଗ୍ୟ ଆପନ୍ନା ଙ୍କୁ ମିଳିଥିଲା।ନାରାୟଣ ସଦେଇ ଙ୍କ ଭଳି ମହାନ ବ୍ୟକ୍ତିମଧ୍ୟ ଆପନ୍ନା ଙ୍କୁ ଗୁରୁ ରୂପେ ମଣିଥିଲେ।ପୁଣି ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଙ୍କ ସେ ଥିଲେ ନାଟ୍ୟ ଗୁରୁ। ସେ ପାରଳା ର ତଥା ଉତ୍କଳ ର ସର୍ବ ପ୍ରାଚୀନ ନୃତ୍ୟ ସଖୀ ନାଟ ର ଧାରାକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲେ। ମଠ ଓ ମନ୍ଦିର ର ସହର ପାରଳାରେ ବର୍ଷକରେ ଦୁଇ ଥର ଝୁଲଣ ହୁଏ। ଏ ଉତ୍ସବ ରେ ଆପନ୍ନା ପରିଚ୍ଛା ଙ୍କ ମଠରେ ଏଭଳି ଓଡ଼ିଆ ନୃତ୍ୟ, ନାଟକ ର ଆସର ଜମିରହୁଥିଲା , ଯାହା ଇତିହାସ କୁହେ।

ଉପାନ୍ତ ଅଞ୍ଚଳ ରେ ଭାଷା , ସାହିତ୍ୟ ର ବିକାଶ, ନାଟ୍ୟକାଦି ର ପ୍ରଚାର ଯେତେ ସହଜ ଶୁଭାଯାଉଛି ସେତେ ସରଳ କାର୍ଯ୍ୟ ନଥିଲା। ତା ପୁଣି ତେଲୁଗୁ ଭାଷା ଭାଷୀ ଲୋକଙ୍କ ଗହଳି ମଧ୍ୟରେ ସତେ ଯେପରି ଥିଲା ଏକ ଦୁରୁହ ବ୍ୟାପାର। ଏଥି ସହ ନିଜସ୍ୱ ପ୍ରଚେଷ୍ଟା ରେ ଏ ୫୦୦୦ ରୁ ଅଧିକା ବହି ସଂଗ୍ରହ କରି ଏକ ପଠାଗାରର ନିର୍ମାଣ କରାଇଥିଲେ ପରିଚ୍ଛା ମହାଶୟ। ଯାହା ଦ୍ୱାରା ଅନେକ ଶିକ୍ଷାର୍ଥୀ ଉପକୃତ ହୋଇ ଆସିଛନ୍ତି। ତାଙ୍କ ଜୀବନ କାଳରେ ଅନେକ ଗରିବ ଛାତ୍ର ଛାତ୍ରୀ ଙ୍କୁ ମାଗଣା ଶିକ୍ଷାଦାନ ସହ ମଠରେ ରହିବା , ଖାଇବା ବ୍ୟବସ୍ଥା କରିଦେଉଥିଲେ । ଏହା ତାଙ୍କ ଉଦାର ମାନବିକତାର ପରିଚୟ ଦିଏ।

ପଦ୍ମନାଭ ରଙ୍ଗାଳୟର କଳାକାରଙ୍କ ଗହଣରେ ଆପନ୍ନା ପରିଚ୍ଛା (ଦ୍ଵିତୀୟ ଧାଡି ଡାହାଣ ରୁ ୩ୟ)

ବାସ୍ତବ ରେ ସେ ଥିଲେ ସାହିତ୍ୟ, ସଙ୍ଗୀତ ଓ କଳା ର ଉଦୀୟମାନ ସାରସ୍ୱତ ସାଧକ। ୧୯୩୯ ଜୁଲାଇ ୧୪ରେ ଇହଧାମ ରେ ତାଙ୍କ ଚିହ୍ନ ରହିଲାନି ସତ। କିନ୍ତୁ ତାଙ୍କ ଜୀବନ ର ଅମ୍ଳାନ ସ୍ମୃତି କଦାଚିତ ବିସ୍ମୃତ ହେବନାହିଁ। ଯଦି ଓଡ଼ିଆ ସାହିତ୍ୟ ଓ ସମାଜ ର ଧାରାବାହିକ ଇତିହାସ ଲେଖାଯାଏ , ତାହାଲେ ଆପନ୍ନା ଙ୍କ ବିନା ଏହା ଅସମ୍ପୂର୍ଣ୍ଣ। ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଆପନ୍ନା ଜୟନ୍ତି ପାଳନ ହେବାର ଆଶା ଆଶା ରେ ରହିଗଲା। ସମୟ ବଡ଼ ବଳବାନ । ପରିସ୍ଥିତି ର ଅସମ୍ଭାଳ ସମୟ ପୂର୍ବବତ ହେଲେ ଆଗାମୀ ବର୍ଷ ମାନଙ୍କ ରେ ଆମେ ଆମ ପୂର୍ବସୁରି ଙ୍କ ପୂଜ୍ୟପୂଜା କରିବା ର ସୁଯୋଗ ପୁଣିଥରେ ପାଇପାରିବା।

ରଚନା: ବିଷ୍ଣୁମୋହନ ଅଧିକାରୀ

The post ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା appeared first on Odisha Reporter.

]]>
right top 2020-05-22 11:13:53 https://cdn.odishareporter.in/wp-content/uploads/2020/05/22111311/Parichha.jpg
ନୀରବତାର ରାଜୁତି https://odishareporter.in/literature-culture/poem-nirabata-ra-rajuti-528820 Fri, 15 May 2020 05:24:27 +0000 https://odishareporter.in/?p=528820

ଶୁନସାନ ରାସ୍ତାଘାଟ ମରୁଭୂମି ମରୀଚିକା ପରି ଅସ୍ତିତ୍ୱ ବିହୀନ ପ୍ରତିମୁହୂର୍ତ୍ତଜୀବନ କ୍ଷଣ ଭଙ୍ଗୁର ସମସ୍ତ ସପନ ଉଦାସୀନ ମନର ସମ୍ଭାବନାହୀନ କେତେଯେ ଭାବନା ଜୀବନ ମୃତ୍ୟୁର ଲୁଚକାଳି ଖେଳ ରଚୁଛି ଆଜି ସେ କାଳ ଭୈରବ ରକ୍ଷକ ର ରକ୍ଷା ବାଡ଼ି ପାର କରି ଦୌଡ଼ି ଯାଇ ଭେଟୁ ମୃତ୍ୟୁକୁ ସେଥିପାଇଁ ମୁହୂର୍ମୁହୂ ଅନ୍ତରର ଭୟଭୀତ ଚେତନା ଗ୍ରାମରୁ ସହର ମୃତ୍ୟୁର ବିଭୀଷିକା ଲୌହ ଦାନବର ଗର୍ଜନ ରୁ ନିସ୍ତାର ଅଜଣା(କରୋନା)ଭୟର କାୟା ବିସ୍ତାର ପ୍ରକୃତି ପ୍ରତି […]

The post ନୀରବତାର ରାଜୁତି appeared first on Odisha Reporter.

]]>

ଶୁନସାନ ରାସ୍ତାଘାଟ

ମରୁଭୂମି ମରୀଚିକା ପରି

ଅସ୍ତିତ୍ୱ ବିହୀନ ପ୍ରତିମୁହୂର୍ତ୍ତଜୀବନ

କ୍ଷଣ ଭଙ୍ଗୁର ସମସ୍ତ ସପନ

ଉଦାସୀନ ମନର

ସମ୍ଭାବନାହୀନ କେତେଯେ ଭାବନା

ଜୀବନ ମୃତ୍ୟୁର ଲୁଚକାଳି ଖେଳ

ରଚୁଛି ଆଜି ସେ କାଳ ଭୈରବ

ରକ୍ଷକ ର ରକ୍ଷା ବାଡ଼ି

ପାର କରି ଦୌଡ଼ି ଯାଇ

ଭେଟୁ ମୃତ୍ୟୁକୁ ସେଥିପାଇଁ

ମୁହୂର୍ମୁହୂ ଅନ୍ତରର ଭୟଭୀତ ଚେତନା

ଗ୍ରାମରୁ ସହର ମୃତ୍ୟୁର ବିଭୀଷିକା

ଲୌହ ଦାନବର ଗର୍ଜନ ରୁ ନିସ୍ତାର

ଅଜଣା(କରୋନା)ଭୟର କାୟା ବିସ୍ତାର

ପ୍ରକୃତି ପ୍ରତି ତାଡନା

ଭୋଗୁଛି ସେ ପ୍ରତି ମୁହୂର୍ତ୍ତରେ ଯାତନା

ଚର୍ତୁଦିଗେସମୟରମୃତ୍ୟୁର

ଇଶାରା

ଶଂକା ଲାଗେ ଶୁଣି ଯନ୍ତ୍ରଣାର ମଧୁର ମୂର୍ଚ୍ଛନା

ସ୍ବପ୍ନ ଉତ୍କଣ୍ଠାର ପ୍ରେମାସ୍ପଦ  ଜୀବନ

ଅସ୍ଥିର ଶବ୍ଦର ଶୁଣେ ହୃଦୟ ସ୍ପନ୍ଦନ

ନଦୀର ଶୀତଳତା ଦେହରେ ମାଡିଯାଏ

ତଥାପି ମଣିଷ କ୍ଷଣ ଭଙ୍ଗୁର ଜୀବନକୁ ଭଲପାଏ।

 ଆର୍ଯ୍ୟ କୁମାରୀ ପ୍ରଜ୍ଞା ପରାମିତା

ଅଧ୍ୟାପିକା,କେଶପୁରକଲେଜ

୯୭୭୮୮୧୮୧୮୪

The post ନୀରବତାର ରାଜୁତି appeared first on Odisha Reporter.

]]>
2020-05-15 10:54:27 https://cdn.odishareporter.in/wp-content/uploads/2020/05/15105355/nirabata.jpg
ଟିକେ କଷ୍ଟ ତ ହବ! https://odishareporter.in/literature-culture/poetry-about-janata-curfew-by-biswobandita-swain-508289 Sat, 21 Mar 2020 08:05:29 +0000 https://odishareporter.in/?p=508289

ଟିକେ କଷ୍ଟ ତ ହବ, କିନ୍ତୁ  ତୁମ ଭିତରେ ଥିବା ଲୁକ୍କାୟିତ ମଣିଷଟି ତୁମକୁ କିଛି କହିବ। ଦିନ ତମାମ କାମର ଦ୍ୱାହିଦେଇ ଅବସର ନେଉଥିବା ତୁମ ମନକୁ, ସେ ଅନେକ ଥର ଡାକିଛି, ତୁମେ ଉଠିବା ପୂର୍ବରୁ ଝରକା ପାଖରେ ଆସି ପହଂଚିଯାଉଥିବା ସେ ଘର ଚଟିଆର ସ୍ୱର ଶୁଣିବାକୁ। ଆକାଶର ରଙ୍ଗ କେବଳ ନୀଳର ଭୁଲ ଧାରଣା ମାରିବାକୁ। ନିଜକୁ କଷି ସସ୍‌ପେନରୁ ବାହାରିଯାଉଥିବା ସେ ଚା’ ର ବାସ୍ନାରୁ ଏତିକି ଶିଖିବାକୁ ଯେ, […]

The post ଟିକେ କଷ୍ଟ ତ ହବ! appeared first on Odisha Reporter.

]]>

ଟିକେ କଷ୍ଟ ତ ହବ, କିନ୍ତୁ  ତୁମ ଭିତରେ ଥିବା ଲୁକ୍କାୟିତ ମଣିଷଟି ତୁମକୁ କିଛି କହିବ।

ଦିନ ତମାମ କାମର ଦ୍ୱାହିଦେଇ ଅବସର ନେଉଥିବା ତୁମ ମନକୁ, ସେ ଅନେକ ଥର ଡାକିଛି,

ତୁମେ ଉଠିବା ପୂର୍ବରୁ ଝରକା ପାଖରେ ଆସି ପହଂଚିଯାଉଥିବା ସେ ଘର ଚଟିଆର ସ୍ୱର ଶୁଣିବାକୁ।

ଆକାଶର ରଙ୍ଗ କେବଳ ନୀଳର ଭୁଲ ଧାରଣା ମାରିବାକୁ।

ନିଜକୁ କଷି ସସ୍‌ପେନରୁ ବାହାରିଯାଉଥିବା ସେ ଚା’ ର ବାସ୍ନାରୁ ଏତିକି ଶିଖିବାକୁ ଯେ,

ଜୀବନ ମଣିଲେ ମଜ଼ା।

ଥାକରେ ମୋଡ଼ିହୋଇ ପଡ଼ିଥିବା ସେ ପୁରୁଣା ୮ମ ଶ୍ରେଣୀର ଖାତା,

କ୍ରପ୍‌ ଟପ୍‌, ସ୍କାଚ୍‌ ଜିନ୍ସ ଭିତରେ ଲୁଚିଥିବା ପୁରୁଣା କଲେଜ ୟୁନିଫର୍ମ ବାସ୍ନା।

ଫେସ୍‌ବୁକ୍‌ ଆଉ ଇନ୍‌ଷ୍ଟାଗ୍ରାମ୍‌ରେ ତୁମ ବୋଲ୍ଡ ଆଉ ବିୟୁଟିଫୁଲ୍‌ ପୋଜ୍‌ଠୁ ଦୂରରେ,

ଧୂଳିରେ ଝାପ୍ସା ଦିଶୁଥିବା ସ୍କୁଲର ଶେଷ ଦିନରେ ଉଠାଯାଇଥିବା ସେ ଗ୍ରୁପ୍‌ ଫଟୋ।

ସମୟର ଅଭାବ ଅଭିଯୋଗରେ ଝାଉଁଳି ଯାଉଥିଲା ଏମିତି ଗୋଟାଗୋଟା ସ୍ମୃତି!

ଯୋଗାଯୋଗଠୁ ଦୂର

ଫୋନ ନମ୍ବରରେ ସୀମିତ ରହିଯାଇଥିବା

ସେ କ୍ୟାଣ୍ଟିନର ଜଳଖିଆ ଭାଇନା ଆଉ ଟ୍ୟୁସନର ବଡ଼ ପ୍ରତିଯୋଗୀ।

ସେମାନଙ୍କ ସହ କଥା ହେବାକୁ ବୋଝ ଭାବୁଥିବା ତୁମ ଫ୍ରି କଲ୍‌।

ହଁ ଶୁଣ, ଆରି ଭିତରେ, ପଡ଼ୋଶୀ ଘରେ ବି ନୂଆ ଭଡ଼ାଟିଆ ଆସିଲେଣି।

ବଲକୋନିରେ ତୁମର ଉପସ୍ଥିତି ଏବେବି ସ୍ୱାଗତଯୋଗ୍ୟ।

ପୁରୁଣା ଫର୍ଦ୍ଦକୁ ଲେଉଟାଇବାର ଚେଷ୍ଟା, ଛାତ ଉପରୁ ସହର ଦେଖିବାର ନିଶା।

ଆକାଶରେ ତାରା ମାଳମାଳ, ତାକୁ ଗଣିବାର ପୁରୁଣା ଅଭ୍ୟାସ ଭିତରେ

୧୪ଘଣ୍ଟା କ’ଣ ଏତେ ଦୀର୍ଘ ଲାଗିବ?

 

ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ୍‌-swainbiswobandita@gmail.com

The post ଟିକେ କଷ୍ଟ ତ ହବ! appeared first on Odisha Reporter.

]]>
2020-03-21 13:35:29 https://cdn.odishareporter.in/wp-content/uploads/2020/03/21133436/biswo.jpg
ମନମୋହିଲା ନାଟକ ‘କର୍ତ୍ତବ୍ୟ’ https://odishareporter.in/literature-culture/%e0%ac%ae%e0%ac%a8%e0%ac%ae%e0%ad%8b%e0%ac%b9%e0%ac%bf%e0%ac%b2%e0%ac%be-%e0%ac%a8%e0%ac%be%e0%ac%9f%e0%ac%95-%e0%ac%95%e0%ac%b0%e0%ad%8d%e0%ac%a4%e0%ad%8d%e0%ac%a4%e0%ac%ac%e0%ad%8d%e0%ad%9f-498351 Mon, 24 Feb 2020 07:09:10 +0000 https://odishareporter.in/?p=498351

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି ନାଟକ “କର୍ତ୍ତବ୍ୟ”। ଗତ ୨୨ତାରିଖ ଦିନ ‘ରେଭେନ୍ସା ରତ୍ନ ସମ୍ମାନ ୨୦୨୦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାରରେ ଏହି ନାଟକଟିକୁ  ମଞ୍ଚସ୍ଥ କରାଯାଇଥିଲା।  ଯାହା ଦର୍ଶକମାନଙ୍କର ବେଶ୍‌ ଆଦୃତି ଲାଭ କରିଥିଲା। ନାଟକଟି ଉପସ୍ଥିତ ଦର୍ଶକମାନଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା। ରେଭନ୍ସୋ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ଼. […]

The post ମନମୋହିଲା ନାଟକ ‘କର୍ତ୍ତବ୍ୟ’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି ନାଟକ “କର୍ତ୍ତବ୍ୟ”। ଗତ ୨୨ତାରିଖ ଦିନ ‘ରେଭେନ୍ସା ରତ୍ନ ସମ୍ମାନ ୨୦୨୦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାରରେ ଏହି ନାଟକଟିକୁ  ମଞ୍ଚସ୍ଥ କରାଯାଇଥିଲା।  ଯାହା ଦର୍ଶକମାନଙ୍କର ବେଶ୍‌ ଆଦୃତି ଲାଭ କରିଥିଲା। ନାଟକଟି ଉପସ୍ଥିତ ଦର୍ଶକମାନଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା।

ରେଭନ୍ସୋ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ଼. ଦେବୀଲାଲ ମିଶ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦେଶିତ ଏହି ନାଟକଟିରେ ସ୍ୱାତୀ, ମନୋରଞ୍ଜନ, ରୋହିତ, ରାକ୍ଷୀ, ବିରଞ୍ଚି, ରୀତା, ସ୍ୱାଗତିକା, ପୂର୍ଣ୍ଣିମା ପ୍ରମୁଖ ଛାତ୍ରଛାତ୍ରୀ ଅଭିନୟ କରିଥିଲେ। ସ୍ୱାତୀ ବୋଲି ଜଣେ ମହିଳା ସାମ୍ବାଦିକର ସଂଘର୍ଷର କାହାଣୀ ଥିଲା ନାଟକର ମୁଖ୍ୟ ବିଷୟବସ୍ତୁ। ଜଣେ ସାମ୍ବାଦିକର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆସୁଥିବା ଆହ୍ୱାନ ଏବଂ ଜଣେ ମହିଳା ସାମ୍ବାଦିକର ଭାବାବେଗକୁ ଅତି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରାଯାଇଥିଲା। ନାଟକଟି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

The post ମନମୋହିଲା ନାଟକ ‘କର୍ତ୍ତବ୍ୟ’ appeared first on Odisha Reporter.

]]>
2020-02-24 12:39:10 https://cdn.odishareporter.in/wp-content/uploads/2020/02/24113449/ravenshaw-ratna.jpg
ଗଡ଼ଜାତ ଲୋକ ମହୋତ୍ସବ ଉଦ୍‌ଘାଟିତ https://odishareporter.in/odisha/gadajat-mahostav-inagurated-472031 Mon, 16 Dec 2019 08:10:41 +0000 https://odishareporter.in/?p=472031

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନସିଂହପୁରସ୍ଥିତ ସାଧୁଚରଣ ଉଚ୍ଚବିଦ୍ୟାଳୟ ପଡ଼ିଆରେ ତୃତୀୟ ଗଡ଼ଜାତ ଲୋକ ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇ ଯାଇଛି। ପ୍ରଥମେ ବିରାମଚନ୍ଦ୍ରପୁରର ସୁବର୍ଣ୍ଣମେରୁ ମହାଦେବ ମନ୍ଦିରଠାରୁ ମଶାଲ୍‌ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ପରେ ମହୋତ୍ସବର ଶୁଭ ଉଦ୍‌ଘାଟନ ହୋଇଥିଲା। ଏହି ଅବସରରେ ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ,  ଭବାନୀପାଟଣାର ଢ଼ାପ ନୃତ୍ୟ, ବାରିପଦା ଗୋକୁଳା ଚନ୍ଦ୍ର ଛଉ ନୃତ୍ୟ ପ୍ରତିଷ୍ଠାନର ଛଉ ଓ ଝୁମେର୍‌, ବଲାଙ୍ଗିର ବାଙ୍ଗିର […]

The post ଗଡ଼ଜାତ ଲୋକ ମହୋତ୍ସବ ଉଦ୍‌ଘାଟିତ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନସିଂହପୁରସ୍ଥିତ ସାଧୁଚରଣ ଉଚ୍ଚବିଦ୍ୟାଳୟ ପଡ଼ିଆରେ ତୃତୀୟ ଗଡ଼ଜାତ ଲୋକ ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇ ଯାଇଛି। ପ୍ରଥମେ ବିରାମଚନ୍ଦ୍ରପୁରର ସୁବର୍ଣ୍ଣମେରୁ ମହାଦେବ ମନ୍ଦିରଠାରୁ ମଶାଲ୍‌ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ପରେ ମହୋତ୍ସବର ଶୁଭ ଉଦ୍‌ଘାଟନ ହୋଇଥିଲା।

ଏହି ଅବସରରେ ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ,  ଭବାନୀପାଟଣାର ଢ଼ାପ ନୃତ୍ୟ, ବାରିପଦା ଗୋକୁଳା ଚନ୍ଦ୍ର ଛଉ ନୃତ୍ୟ ପ୍ରତିଷ୍ଠାନର ଛଉ ଓ ଝୁମେର୍‌, ବଲାଙ୍ଗିର ବାଙ୍ଗିର କଳାପରିଷଦର ପତରତୁଳା ସାଙ୍ଗ ସରସା ନୃତ୍ୟ ପରିବେଷଣ କରାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଦର୍ଶକ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଏହାର ଭରପୁର ମଜା ନେଇଥିଲେ।

ଏହି ଶୁଭ ଉଦ୍‌ଘାଟନୀ ସାମାରୋହରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଆରକ୍ଷୀ ଅଧୀକ୍ଷକ ଭି.ରଘୁନାଥ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

The post ଗଡ଼ଜାତ ଲୋକ ମହୋତ୍ସବ ଉଦ୍‌ଘାଟିତ appeared first on Odisha Reporter.

]]>
right bottom 2019-12-16 14:07:25 https://cdn.odishareporter.in/wp-content/uploads/2019/12/16115415/boudh-1230.jpg
ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକିଲା, ଝୁମିଲା ନାଇଜେରିଆ https://odishareporter.in/literature-culture/rangabati-dance-craze-in-nijeria-464197 Mon, 25 Nov 2019 03:56:31 +0000 https://odishareporter.in/?p=464197

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗବତୀ ଗୀତର କ୍ରେଜ୍ କେବଳ ଦେଶରେ ନୁହେଁ, ବିଦେଶରେ ବି ଖୁବ୍‌ ରହିଛି। ଆନମନା କରି ଦେଉଥିବା ଏହି ଗୀତ ଶୁଣୁଥିବା ଦର୍ଶକ ଏହାର ତାଳେ ତାଳେ ନ ଝୁମି ରହିବା ଅସମ୍ଭବ। ବିଦେଶ ମାଟିରେ ବି ରଙ୍ଗବତୀ ଧୂନ୍‌ରେ ସବୁବେଳେ ଝୁମନ୍ତି ଦର୍ଶକ। ସୁଦୂର ନାଇଜେରିଆର ଆବୁଜାରେ ରଙ୍ଗବତୀ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆ ନୃତ୍ୟ ପରିବେଷଣ କରିଛନ୍ତି । ଏହି ଗୀତ ଆରମ୍ଭ ହେଉ ହେଉ ମଞ୍ଚ ଦୁଲୁକି […]

The post ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକିଲା, ଝୁମିଲା ନାଇଜେରିଆ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗବତୀ ଗୀତର କ୍ରେଜ୍ କେବଳ ଦେଶରେ ନୁହେଁ, ବିଦେଶରେ ବି ଖୁବ୍‌ ରହିଛି। ଆନମନା କରି ଦେଉଥିବା ଏହି ଗୀତ ଶୁଣୁଥିବା ଦର୍ଶକ ଏହାର ତାଳେ ତାଳେ ନ ଝୁମି ରହିବା ଅସମ୍ଭବ। ବିଦେଶ ମାଟିରେ ବି ରଙ୍ଗବତୀ ଧୂନ୍‌ରେ ସବୁବେଳେ ଝୁମନ୍ତି ଦର୍ଶକ।

ସୁଦୂର ନାଇଜେରିଆର ଆବୁଜାରେ ରଙ୍ଗବତୀ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆ ନୃତ୍ୟ ପରିବେଷଣ କରିଛନ୍ତି । ଏହି ଗୀତ ଆରମ୍ଭ ହେଉ ହେଉ ମଞ୍ଚ ଦୁଲୁକି ଥିଲା। ପ୍ରବାସୀ ଓଡ଼ିଆଙ୍କ ସହ ବିଦେଶୀମାନେ ବି ତାଳ ମିଶାଇଥିଲେ। ସମସ୍ତଙ୍କୁ ମତୁଆଲା କରି ଦେଉଥିବା ଏହି ଗୀତରେ କମ୍ପି ଉଠିଥିଲା ପୂରା ପରିବେଶ। ଭାରତୀୟ ସଂସ୍କୃତି ଆସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଲୋକକଳାକୁ ପ୍ରବାସୀ ଓଡ଼ିଆମାନେ ନାଇଜେରିଆ ମାଟିରେ ପ୍ରଦର୍ଶନ କରିଥିଲେ।

ଏହାକୁ ମନଭରି ଉପଭୋଗ କରିଥିଲେ ପ୍ରବାସୀ ଓଡ଼ିଆ ଓ ନାଇଜେରିଆବାସୀ। ସୁରେନ୍ଦ୍ର, ବିଘ୍ନରାଜ, ଅମିତ, ସତ୍ୟ, ସୁନୀଲ, ଦିବ୍ୟା, ପିଙ୍କି ଓ ଅନିତା ପ୍ରମୁଖ ପ୍ରବାସୀ ଓଡ଼ିଆ ନୃତ୍ୟ ପରିବେଷଣ କରିଥିଲେ। ଆଉ ସେମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ।

The post ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକିଲା, ଝୁମିଲା ନାଇଜେରିଆ appeared first on Odisha Reporter.

]]>
left bottom 2019-11-26 16:45:41 https://cdn.odishareporter.in/wp-content/uploads/2019/11/25092217/nijeria-1-2.jpg
ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ https://odishareporter.in/odisha/ignite-film-festival-is-back-with-its-3rd-edition-ignite-2020-455706 Sat, 02 Nov 2019 16:16:02 +0000 https://odishareporter.in/?p=455706

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ଦେଶ ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ଏହାକୁ ଆଖି ଆଗରେ ରଖି ପ୍ରତିବର୍ଷ ଆୟୋଜିତ ହେଉଥିବା ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲରେ ୨୦୨୦ ବର୍ଷ ପାଇଁ ଗାନ୍ଧିଙ୍କୁ ହିଁ ଥିମ୍‌ ରୂପେ ବଛାଯାଇଛି। ଏହି ଫେଷ୍ଟିଭାଲ ପାଇଁ ଗାନ୍ଧିଙ୍କର ଜୀବନ ଦର୍ଶନ, ଆଦର୍ଶ, ବ୍ୟକ୍ତିତ୍ୱ ଓ ଚିନ୍ତାଧାରା ଆଧାରିତ ଏକ ଫିଲ୍ମ ଇଗ୍ନାଇଟ୍ ଫିଲ୍ମ ଫେଷ୍ଟିଭାଲ ପାଇଁ ପଠାଇବାକୁ ଆହ୍ୱାନ କରାଯାଇଛି। […]

The post ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ଦେଶ ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ଏହାକୁ ଆଖି ଆଗରେ ରଖି ପ୍ରତିବର୍ଷ ଆୟୋଜିତ ହେଉଥିବା ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲରେ ୨୦୨୦ ବର୍ଷ ପାଇଁ ଗାନ୍ଧିଙ୍କୁ ହିଁ ଥିମ୍‌ ରୂପେ ବଛାଯାଇଛି। ଏହି ଫେଷ୍ଟିଭାଲ ପାଇଁ ଗାନ୍ଧିଙ୍କର ଜୀବନ ଦର୍ଶନ, ଆଦର୍ଶ, ବ୍ୟକ୍ତିତ୍ୱ ଓ ଚିନ୍ତାଧାରା ଆଧାରିତ ଏକ ଫିଲ୍ମ ଇଗ୍ନାଇଟ୍ ଫିଲ୍ମ ଫେଷ୍ଟିଭାଲ ପାଇଁ ପଠାଇବାକୁ ଆହ୍ୱାନ କରାଯାଇଛି। ଫିଲ୍ମ ନିର୍ମାତାମାନେ ୨୦୦୬ ମସିହାର ହିନ୍ଦୀ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ ଭଳି ‘ଗାନ୍ଧି ଇନ୍ ଲାଇଫ୍‌’ ବିଷୟ ଉପରେ ଆଧାରିତ ଶର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ଇଗ୍ନାଇଟ୍ ଫିଲ୍ମ ଫେଷ୍ଟିଭାଲକୁ ପଠାଇପାରିବେ।

ଆୟୋଜକଙ୍କ ପକ୍ଷରୁ କୁହାଯାଇଛି, “ଗାନ୍ଧି ତାଙ୍କ ସାରା ଜୀବନକୁ ଦେଶର ହିତ ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ଆଦର୍ଶ ଓ ନୀତି ପରବର୍ତ୍ତୀ ସମୟରେ ଏକ ଶାନ୍ତ ଓ ପ୍ରଗତିଶୀଳ ଭାରତ ଗଠନରେ ସହାୟକ ହୋଇଆସୁଛି। ସତ୍ୟ, ଅହିଂସା, ନମ୍ରତା, ଆତ୍ମ ବିଶ୍ୱାସ ଏବଂ ନେତୃତ୍ୱ ଆମକୁ ପ୍ରେରଣା ଦିଏ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଆଗାମୀ ପିଢ଼ି ତାଙ୍କ ନୀତି ଆଦର୍ଶକୁ ଅନୁକରଣ କଲେ ଜଣେ ନିଜେ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ହେବା ସହ ଏକ ସମୃଦ୍ଧ ସମାଜ ଗଠନ ହୋଇପାରବ। ଫିଲ୍ମ ନିର୍ମାତାମାନେ ମହାତ୍ମା ଗାନ୍ଧିଙ୍କର ଆଦର୍ଶ କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ପକ୍ଷରୁ ସ୍ୱାଗତ କରୁଛୁ। ଏହା ସମାଜକୁ ସଚେତନ କରିବା ସହ ନିଜ ନିଜ ଭିତରେ ଗାନ୍ଧୀଙ୍କର ଆଦର୍ଶକୁ ଜୀବିତ ରଖିବାରେ ସହାୟକ ହେବ।”

ଆୟୋଜକ ସ୍ପର୍ଶ ପଡକ୍ସନ୍ ହାଉସ୍ ପକ୍ଷରୁ କୁହାଯାଇଛି, ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏବଂ କ୍ରିଏଟିଭ୍‌ ବ୍ୟକ୍ତି ବିଶେଷ ମାନଙ୍କୁ ଉତ୍ସାହିତ କରିବା। ଇଗ୍ନାଇଟ୍‌ ଫିଲ୍ମ ପ୍ରତିବର୍ଷ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଏହା ଆୟୋଜିତ ହେଇ ଆସୁଛି। ଏଥିରେ ଭାଗନେଉଥିବା ପ୍ରତିଟି ଫିଲ୍ମ ଦିଆଯାଇଥିବା ପ୍ରସଙ୍ଗ ଉପରେ ଆଧାରିତ ହୋଇଥିବା ଆବଶ୍ୟକ । ଫାଇନାଲିଷ୍ଟ ମାନଙ୍କର ଚୟନ ଓ ବିଜେତା ର ନିର୍ଣ୍ଣୟ ଚିନ୍ତାଧାରାର ମୌଳିକତା, କାହାଣୀର ବ୍ୟାଖ୍ୟାନ ଓ ପ୍ରସ୍ତୁତିକରଣ ଆଧାରରେ ହେବ ବୋଲି ସୂଚନା ଦିଆଯାଇଛି ।

ଏପରିକି ବିଜେତାଙ୍କୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି। ପ୍ରତିଯୋଗୀମାନେ ignitefilmfestival@gmail.com ରେ ଫିଲ୍ମ ପଠାଇପାରିବେ। ଏଥିପାଇଁ ଶେଷ ତାରିଖ ୩୦ ନଭେମ୍ବର ୨୦୧୯ ରହିଛି। https://www.facebook.com/igniteff ଭିଜିଟ୍‌ କରି ଏହି ଫିଲ୍ମ ଫେଷ୍ଟିଭାଲର ନିୟମ ଓ ବ୍ୟବସ୍ଥା ବାବଦରେ ଅଧିକ ଜାଣିହେବ ବୋଲି ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇଛି।

The post ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ appeared first on Odisha Reporter.

]]>
right top 2019-11-02 21:46:02 https://cdn.odishareporter.in/wp-content/uploads/2019/11/02214417/ignite.jpg
ଦିନେ ଏଠି ପାହାଡ଼ଟେ ଥିଲା https://odishareporter.in/literature-culture/once-there-was-a-mountain-a-story-by-bimal-pati-445180 Thu, 10 Oct 2019 02:47:20 +0000 http://odishareporter.in/?p=445180

ବିମଳ ପତି ରାଜା ଚୌଧୁରୀ ରଣବୀର ପାହାଡ଼ ସିଂ। ଏଇ ପାହାଡ଼ ସିଂ ଉପାଧିଟା ତାଙ୍କ ପୂର୍ବପୁରୁଷ ଅମଳରୁ ଗଡ଼ି ଆସୁଛି। ଚୌଧୁରୀ ରଣବୀର ପାହାଡ଼ ସିଂ ଏବେ ପରିଣତ ବୟସରେ। ସେ ଅଛନ୍ତି। ରାଜବାଟୀ ଅଛି, ହେଲେ ଜମିଦାରୀ ଉଚ୍ଛେଦ ହେବା ପରଠୁ ଆଉ ସେ ଥାଟ୍ଟ ବାଟ ନାହିଁ। କାଁ ଭାଁ କେଇ ଜଣକୁ ଛାଡ଼ି ଦେଲେ ଆଉ କେହି ରାଜବାଟୀ ଆଡ଼େ ଅନାନ୍ତି ନାହିଁ। ରାଣୀ ସ୍ୱପ୍ନା କୁମାରୀ କେବେଠୁ ଆରପାରିକୁ ଚାଲି […]

The post ଦିନେ ଏଠି ପାହାଡ଼ଟେ ଥିଲା appeared first on Odisha Reporter.

]]>

ବିମଳ ପତି

ରାଜା ଚୌଧୁରୀ ରଣବୀର ପାହାଡ଼ ସିଂ। ଏଇ ପାହାଡ଼ ସିଂ ଉପାଧିଟା ତାଙ୍କ ପୂର୍ବପୁରୁଷ ଅମଳରୁ ଗଡ଼ି ଆସୁଛି। ଚୌଧୁରୀ ରଣବୀର ପାହାଡ଼ ସିଂ ଏବେ ପରିଣତ ବୟସରେ। ସେ ଅଛନ୍ତି। ରାଜବାଟୀ ଅଛି, ହେଲେ ଜମିଦାରୀ ଉଚ୍ଛେଦ ହେବା ପରଠୁ ଆଉ ସେ ଥାଟ୍ଟ ବାଟ ନାହିଁ। କାଁ ଭାଁ କେଇ ଜଣକୁ ଛାଡ଼ି ଦେଲେ ଆଉ କେହି ରାଜବାଟୀ ଆଡ଼େ ଅନାନ୍ତି ନାହିଁ। ରାଣୀ ସ୍ୱପ୍ନା କୁମାରୀ କେବେଠୁ ଆରପାରିକୁ ଚାଲି ଗଲେଣି। ଚୌଧୁରୀ ରଣବୀର ଓ ସ୍ୱପ୍ନାକୁମାରୀଙ୍କ ଏକମାତ୍ର ପୁଅ ପ୍ରବୀର ଦିଲ୍ଲୀରେ ସରକାରୀ ଚାକିରିରେ। ରାଜସ୍ତାନୀ ଝିଅଙ୍କୁ ବାହା ହେଇ ଦିଲ୍ଲୀରେ ରହନ୍ତି। କେବେ କେବେ ଗାଁ କୁ ଆସନ୍ତି। ରାଜବାଟୀର କେଇଟା ଦିନ ରହିବା ପରେ ପୁଣି ଫେରିଯା’ନ୍ତି ଦିଲ୍ଲୀକୁ। ପୁଅବୋହୂଙ୍କ ଗହଣରେ କିଛି ଦିନ ବେଶ୍‌ ଖୁସିରେ କାଟନ୍ତି ରାଜା ରଣବୀର।

ନିଜର ଶାସନ ସମୟରେ ବେଶ୍ ‍ ଲୋକପ୍ରିୟ ଥିଲେ ରାଜା ରଣବୀର। ରାଜବାଟୀ ପରିସରରେ ଦାସୀ ପରିବାରୀ, ପୋଇଲି, ମୁଦୁସୁଲିଙ୍କ ଗହଣରେ ବେଶ୍‌ ଆନନ୍ଦରେ ସମୟ କଟାଉଥିଲେ ରାଣୀ ସ୍ୱପ୍ନାକୁମାରୀ। ରାଜା ଆଉ ରାଣୀ ଯେମିତି ଦାସୀ, ପରିବାରୀ, ପୋଇଲି ପାଇଁ ଦେବତୁଲ୍ୟ ଥିଲେ। ସମସ୍ତଙ୍କ ମନଜାଣି ନ୍ୟାୟ ଦେଉଥିଲେ ରାଜା ରଣବୀର।

ମଣିଷଙ୍କ ପରି ଗଛଲତା, ପ୍ରକୃତିକୁ ବେଶ୍‌ ଭଲ ପାଉଥିଲେ ସେ। କେବେ କେବେ ସାନ୍ଧ୍ୟ ଭ୍ରମଣରେ ଘୋଡ଼ା ପିଠିରେ ସବାର ହୋଇ ଘଞ୍ଚ ଜଙ୍ଗଲ ଆଉ ପାହାଡ଼କୁ ବୁଲି ଯାଉଥିଲେ। ପ୍ରକୃତିର ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ସହ ପାହାଡ଼କୁ ଦେଖି ଆନନ୍ଦରେ ଆତ୍ମହରା ହେଉଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସେ ପାହାଡ଼ ପରି ସ୍ଥିର, ଅବିଚଳିତ ରହୁଥିଲେ। ପାହାଡ଼ଠାରୁ ସେ ଏହାହିଁ ଶିକ୍ଷା ଲାଭ କରିଥିଲେ। ପାହାଡ଼ର ପାଦ ଦେଶରେ ଠିଆହୋଇ ଦୁଇ ହାତକୁ ପାଟି ପାଖରେ ଦେଇ ଖୁବ୍‌ ଜୋର୍‌ରେ ପାଟି କରୁଥିଲେ। ପାହାଡ଼ ଛାତିରେ ତାହା ପ୍ରତିଧ୍ୱନିତ ହୋଇ ପୁଣି ତାଙ୍କ ପାଖକୁ ଫେରି ଆସୁଥିଲା। ପାହାଡ଼ ରାଜା ରଣବୀରଙ୍କ ଉତ୍ତର ଦେଉଛି ବୋଲି ସେ ବହୁତ ଖୁସି ହେଉଥିଲେ। କେବେ କେବେ ପାହାଡ଼ ଛାତିରେ ଲେଖୁଥିଲେ ନିଜ ନାଁ ସହ ସ୍ୱପ୍ନାକୁମାରୀଙ୍କ ନାଁ। ଠିକ୍ ‍ ତା ତଳକୁ ଆଙ୍କୁଥିଲେ ହୃଦୟର ଚିତ୍ର। ପାହାଡ଼ ସହ ଯେମିତି ବନ୍ଧୁତାରେ ବାନ୍ଧି ହୋଇଯାଉଥିଲେ ରାଜା ରଣବୀର। ଅନେକ ସମୟରେ ନିଜ ରାଜ୍ୟର ପ୍ରଜାମାନଙ୍କୁ ନେଇ ପାହାଡ଼ ଚାରିପଟେ ଗଛ ଲଗାଇବା ସହ ପାହାଡ଼କୁ କେବେ କ୍ଷତି ନ ପହଞ୍ଚାଇବା ପାଇଁ ଲୋକଙ୍କୁ ପରାମର୍ଶ ବି ଦେଉଥିଲେ।

ଲୋକପ୍ରିୟତା ପାଇଁ ନିଜ ରାଜ୍ୟରେ ସବୁଠି ଲୋଡ଼ା ପଡ଼ନ୍ତି ରାଜା। ବେଶ୍‌ ଖାତିର ସମ୍ମାନ ବି କରନ୍ତି ଲୋକେ ରାଜା ରଣବୀରଙ୍କୁ। ପ୍ରଜାମାନଙ୍କୁ ଦାନ, ଖଇରାତ କରିବା ସହ ସମୟ ଅସମୟରେ ଲୋକଙ୍କୁ ସାହାଯ୍ୟର ହାତ ବି ବଢ଼ାନ୍ତି। ରାଜା ରାଣବୀରଙ୍କ ଉଦାର ଓ ସ୍ଥିର ନିଶ୍ଚଳ ସ୍ୱଭାବ ଯୋଗୁଁ ପ୍ରଜାମାନେ ତାଙ୍କୁ ‘ପାହାଡ଼ ରାଜା’ ବୋଲି କୁହନ୍ତି।

ରାଣୀ ସ୍ୱପ୍ନାକୁମାରୀ ଓ ପୁଅ ପ୍ରବୀର କୁମାରଙ୍କୁ ନେଇ ଛୋଟିଆ ସଂସାରରେ ବେଶ୍ ‍ ଖୁସିଥିଲେ ରାଜା। ଖୁବ୍‌ ପ୍ରେମ କରୁଥିଲେ ସ୍ୱପ୍ନାକୁମାରୀଙ୍କୁ। ପୁଅର ଜନ୍ମ ଦିନରେ ରାଜବାଟୀ ପରିସରରେ ଭୋଜି ଭାତ ବଡ଼ ଧୁମଧାମ୍‌ରେ ହେଉଥିଲା।  ଅନେକ ସମୟରେ ରାଜା ରଣବୀର ରାଣୀ ସ୍ୱପ୍ନା କୁମାରୀ ଓ ପୁଅ ପ୍ରବୀରକୁ ନେଇ ପାହାଡ଼ ପାଖକୁ ଯାଉଥିଲେ ବୁଲି। ପତ୍ନୀଙ୍କୁ ପାହାଡ଼ର ମନୋରମ ସୌନ୍ଦର୍ଯ୍ୟ ବୁଲାଇ ଦେଖାଉଥିଲେ। ନିଜ ହାତ ତିଆରି ଜଙ୍ଗଲର ମନୋରମ ଦୃଶ୍ୟକୁ ନିଜେ ମନଭରି ଉପଭୋଗ କରିବା ସହ ରାଣୀ ସ୍ୱପ୍ନା କୁମାରୀ ଓ ପୁଅଙ୍କୁ ଦେଖାଉଥିଲେ। ପାହାଡ଼ କିପରି କଥା କହେ ଏହାର ପ୍ରମାଣ ଦେବା ପାଇଁ ରାଜା ନିଜ ମୁହଁରେ ଦୁଇହାତ ପାପୁଲି ଦେଇ ବଡ଼ପାଟି କରୁଥିଲେ। ରାଜାଙ୍କ ପାଟିର ଶବ୍ଦ ପାହାଡ଼ ଛାତିରେ ପିଟି ହୋଇ ପ୍ରତିଧ୍ୱନିତ ହେଉଥିଲା। ପୁଅ ପ୍ରବୀର ପ୍ରତିଧ୍ୱନିକୁ ଶୁଣି କୁରୁଳି ଉଠି ତାଳି ମାରୁଥିଲା।

ସବୁଜ ବନାନୀ ପରିବେଷ୍ଟିତ ପାହାଡ଼କୁ ଦେଖି ରାଜା ରଣବୀର ମନେ କରନ୍ତି ପାତ୍ର,ମନ୍ତ୍ରୀଙ୍କ ଗହଣରେ ସେ ଯେମିତି ରାଜ ସିଂହାସନରେ ସଗର୍ବେ ଉପବେଶନ କରିଛନ୍ତି। ରାଜା ଓ ରାଜ୍ୟ ଶାସନ ବ୍ୟବସ୍ଥା ଉଚ୍ଛେଦ ପରେ ମଧ୍ୟ ରାଜା ରଣବୀର ଓ ରାଣୀ ସ୍ୱପ୍ନା କୁମାରୀ ପାହାଡ଼ ପାଖକୁ ବୁଲିଯା’ନ୍ତି। ପାହାଡ଼ର ରୁକ୍ଷ ଛାତିରେ ମଥାରଖି ଖୁବ୍‌ ଗେଲ କରନ୍ତି। ନିଜେ ଲଗାଇଥିବା ଗଛ ଲତାକୁ ଆଉଁଷି ଦେଇ ପରମ ତୃପ୍ତିଲାଭ କରନ୍ତି। ରାଣୀ ସ୍ୱପ୍ନା କୁମାରୀ ନିଜ ପାଟ ଲୁଗାକାନିରେ ପାହାଡ଼ର ଦେହକୁ ପୋଛି ଦେଇ ପୁତ୍ରବତ୍ ‍ଶ୍ରଦ୍ଧା କରନ୍ତି।

ଶାସନ ଚାଲିଯିବା ବେଳକୁ ରାଜପୁତ୍ର ପ୍ରବୀର ଉଚ୍ଚଶିକ୍ଷିତ ହୋଇ ଦିଲ୍ଲୀରେ ରହିଲେଣି। ଚାକିରି କରି ବାହାସାହା ମଧ୍ୟ ହେଲେଣି। ଏବେ ପ୍ରବୀରଙ୍କର ପୁଅଟିଏ ହୋଇଛି। ନାତି ହେବା ଖବର ଶୁଣି ରାଜା ନିଜ ନଅରରେ ଏକ ନୈଶ୍ୟ ଭୋଜିର ଆୟୋଜନ କରି ସମସ୍ତ ପ୍ରଜାଙ୍କୁ ନିମନ୍ତ୍ରଣ କଲେ। ରାଜକୀୟ ଶାସନ ବ୍ୟବସ୍ଥା ନଥିବାରୁ ଭୋଜିରେ ରାଜବାଟୀରେ ଏତେ ଗହଳି ଚହଳି ନଥିଲା। ଏକଥା ରାଜା ରଣବୀରଙ୍କୁ ବଡ଼ କଷ୍ଟ ଦେଲା।

ହାତରୁ ଶାସନ ଖସିଯିବା ପରେ ରାଜସ୍ୱ ଆଦାୟ ଏକ୍‌ଦମ୍‌ ଠପ୍ ହୋଇଯାଇଥିଲା। ତଥାପି ରାଜା ରଣବୀର ଭାଙ୍ଗି ପଡ଼ି ନଥିଲେ। ଯାହା ଯେତିକି ନିଜସ୍ୱ ଆୟରେ ଖୁସିରେ ଦୁଇପ୍ରାଣୀ ଚଳିଯାଉଥିଲେ। ନିଜର ସୀମିତ ସମ୍ୱଳ ଭିତରେ କାଁ ଭାଁ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ଧୀରେ ଧୀରେ ବୟସ ବଢ଼ିବା ସହ ରାଜା ରଣବୀରଙ୍କର ନିଜସ୍ୱ ଆୟ ମଧ୍ୟ କମିବାରେ ଲାଗିଲା। ଏବେ ପୁଅ ହାତକୁ ଭରସା। ପ୍ରବୀର କୁମାର ପ୍ରତିମାସରେ ବାପାଙ୍କ ପାଖକୁ ମନିଅର୍ଡ଼ରରେ ଟଙ୍କା ପଠାନ୍ତି। ଫୋନ୍‌ କରି ବାପା ରାଜା ରଣବୀର ଓ ମା’ ସ୍ୱପ୍ନା କୁମାରୀଙ୍କ କଥା ପଚାରି ବୁଝନ୍ତି। ଏକମାତ୍ର ନାତିର ଗୁଲୁରୁ ଗୁଶୁରୁ କଥା ଫୋନରେ ଶୁଣି ଖୁସି ହୁଅନ୍ତି ରାଜା ସାହେବ।

ପାହାଡ଼ ପରି ସ୍ଥିର, ଅବିଚଳିତ ରାଜା ରାଣବୀର ତାଙ୍କ ଜୀବନରେ ଦେଖାଯାଉଥିବା ଦୁଃସ୍ଥିତିକୁ ନେଇ ଯେତିକି ଚିନ୍ତିତ ନଥିଲେ ତା’ଠୁ ଅଧିକ ଚିନ୍ତିତ ହେଉଥିଲେ ରାଣୀ ସ୍ୱପ୍ନାକୁମାରୀ। ଧୀରେ ଧୀରେ ରଙ୍ଗଛାଡ଼ି ମଳିନ ହୋଇ ଆସୁଥିବା ରାଜବାଟୀର ରୂପଦେଖି ନିଜ ଭିତରେ ପିରାମିଡ଼ପରି ଭାଙ୍ଗି ପଡ଼ୁଥିଲେ ରାଣୀ।

ଦିନେ ଅପରାହ୍ନରେ ରାଜା ଓ ରାଣୀ ହାତରେ କଟୁରୀ ଧରି ବାହାରିପଡ଼ିଲେ ରାଜ ଉଆସ ପରିସର ଓ ଏହାର କାନ୍ଥରେ ଉଠିଥିବା ଗଛଲତାକୁ ସଫା କରିବା ପାଇଁ। ଲମ୍ୱା ଶିଡ଼ିରେ ରାଜା ଉପରକୁ ଉପରକୁ ଚଢ଼ି ଆବର୍ଜନା ଗଛ ଲତାକୁ କାଟୁଥା’ନ୍ତି। ତଳେ ରାଣୀ ସ୍ୱପ୍ନା କୁମାରୀ ଦୁଇହାତରେ ଶିଡ଼ିକୁ ଧରିଥା’ନ୍ତି। କର୍ମକ୍ଳାନ୍ତି ଯୋଗୁ ରାଜାଙ୍କ ଦେହରୁ ଶ୍ରମଝାଳ ଥପ୍ ଥପ୍ ବୋହି ପଡ଼ୁଥାଏ।

ସାଇକେଲରେ ଘଣ୍ଟି ବଜାଇ ରାଜବାଟୀ ହତା ଭିତରକୁ ପଶି ଆସିଲା ଡାକ ପିଅନ। ରାଜା ଶିଡ଼ିରୁ ଓହ୍ଲାଇ ଡାକପିଅନ ହାତକୁ ଅନାଇଲେ। ପୁଅର ମନିଅର୍ଡ଼ର ବଦଳରେ ଥିଲା ଏକ ସରକାରୀ ଚିଠି। କପାଳରେ ଉକୁଟି ଆସୁଥିବା ଶ୍ରମ ଝାଳକୁ ପୋଛି ଦେଇ ରଣବୀର ଚିଠିଟି ଖୋଲିଲେ। ଆଉ ଚିଠିଟି ପଢ଼ିସାରି ରାଜାଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇଉଠିଲା। ଏକ ଅସହାୟ ଚାହାଣୀରେ ରାଣୀ ସ୍ୱପ୍ନା କୁମାରୀଙ୍କ ଆଡ଼େ କ୍ଷଣିକ ଚାହିଁ ମୁହଁ ବୁଲାଇ ନେଲେ।

କ’ଣ ହେଲା ବୋଲି ରାଣୀ ପଚାରନ୍ତେ ରାଜା ଚିଠିଟି ସ୍ୱପ୍ନାକୁମାରୀଙ୍କ ହାତକୁ ବଢ଼ାଇଦେଲେ। ଚିଠିଟି ପଢ଼ିସାରିବା ପରେ ରାଗ ଆଉ ଅଭିମାନରେ ରାଣୀଙ୍କ ମୁହଁ ଲାଲ ପଡ଼ିଯାଇଥିଲା। ସରକାରଙ୍କ ରାଜସ୍ୱ ବିଭାଗର ଚିଠି। ଚିଠି ନୁହେଁ ତ ଫତୱା କହିଲେ ଚଳେ। ସେଥିରେ ଲେଖାଥିଲା ରାଜା ଓ ରାଣୀ ପାହାଡ଼ ପାଖକୁ ଯାଇପାରିବେ ନାହିଁ। ସେଠାରେ ଶହେ ଚୌରାଳିଶ ଜାରି ହୋଇଛି। ପାହାଡ଼କୁ ପୁତ୍ରବତ୍ ‍ ଓ ସବୁଜ ବନାନୀକୁ ନିଜ ରାଜ୍ୟର ପ୍ରୀୟ ପ୍ରଜା ଭଳି ପାଳି ଆସିଥିବା ରାଜା ଓ ରାଣୀଙ୍କ ମୁଣ୍ଡରେ ସତେ ଯେମିତି ବଜ୍ରପାତ ହେଲା। ଧୈର୍ଯ୍ୟର ସହ ରାଜା କିଛି ଦିନ ଅତିକ୍ରମ କରିବା ପରେ ପୁତ୍ରବତ୍‌ ପାହାଡ଼କୁ ଦେଖିବା ପାଇଁ ଚାଲିଗଲେ ଏକୁଟିଆ। ସରକାରୀ ଆଇନର ଉଲଂଘନ ଅଭିଯୋଗରେ ରାଜାଙ୍କୁ ପୋଲିସ୍‌ ଗରିଫ କରି ଜେଲରେ ଭର୍ତ୍ତି କରିଦେଲା। ଏଭଳି ଦାରୁଣ ସମ୍ୱାଦ ପାଇ ରାଣୀ ସ୍ୱପ୍ନା କୁମାରୀ ଖୁବ୍ ‍ଅଶ୍ୱସ୍ତି ଅନୁଭବ କଲେ। ଚାହୁଁ ଚାହୁଁ ରାଣୀ ଭୂଇଁ ଉପରେ ଲୋଟି ପଡ଼ିଲେ।

ଜେଲ୍‌ରେ ଥାଇ ବି କେବେ ଦିନକ ପାଇଁ ଅନୁଶୋଚନା କରିନାହାନ୍ତି ରାଜା ରଣବୀର। ବେଳେବେଳେ ଖୁବ୍‌ ମନେପଡ଼ନ୍ତି ରାଣୀ ସ୍ୱପ୍ନା କୁମାରୀ, କେମିତି ଥିବ ତାଙ୍କ ପ୍ରିୟ ପାହାଡ଼, ନିଜ ରାଜବାଟୀ। ଆଖି ସାମ୍ନାରେ ତାଙ୍କର ଏସବୁ ଦୃଶ୍ୟ ନାଚି ଉଠିବା ସହ ଖୁବ୍‌ ମନେପଡ଼ନ୍ତି ପୁଅ, ବୋହୁ ଓ ନାତି ଅନ୍ୱେଷ।

ରାଣୀ ସ୍ୱପ୍ନାକୁମାରୀଙ୍କ ଏକାଦଶାହ କ୍ରିୟା ପରଠୁ ଆଉ କେବେ ରାଜବାଟୀକୁ ଆସିନାହାନ୍ତି ପୁଅ ପ୍ରବୀର। ପିଲାଦିନେ ଅନେକ ଥର ପ୍ରବୀରକୁ ସାଙ୍ଗରେ ନେଇ ରାଜା ରଣବୀର ପୁତ୍ରବତ୍‌ ପ୍ରିୟ ପାହାଡ଼ ଓ ହାତ ତିଆରି ଜଙ୍ଗଲକୁ ବୁଲାଇ ଆଣିଛନ୍ତି। ରାଣୀଙ୍କ ଶୁଦ୍ଧି ସମୟରେ ନାତି ଅନ୍ୱେଶ ବହୁତ ଜିଦି କରୁଥିଲା ପାହାଡ଼ ଦେଖିବା ପାଇଁ। କିନ୍ତୁ ହେଇ ପାରିଲାନି। ବିଚରା ତା ବାପାକୁ କେତେ ତାଗିଦ୍‌ କରୁଥିବ ଚାଲ ଗାଁ କୁ ଯିବା। ମୁଁ ପାହାଡ଼ ଦେଖବି? ଏମିତି ଅନେକ ଭାବନା ରାଜ୍ୟରେ ବିଚରଣ କରେ ରାଜା ରଣବୀରଙ୍କ ମନ।

ଜେଲ୍‌ର କୋଠରୀ ଭିତରେ ଶୋଇଥିବା ବେଳେ ପୋଲିସ୍‌ ବୁଟର ଠକ୍‌ ଠକ୍ ଶବ୍ଦରେ ନିଦ ଭାଙ୍ଗିଲା ରାଜା ରଣବୀରଙ୍କର। ଆଖି ଖୋଲିଲା ବେଳକୁ ସାମ୍ନାରେ ଜେଲର।

ଜେଲର ଜଣକ କହିଲେ – ରାଜ୍ୟ ସରକାର ଆପଣଙ୍କୁ ମୁକ୍ତି ଦେଇଛନ୍ତି। ଆପଣ ଏଥର ବାହାରକୁ ଆସନ୍ତୁ। ଜେଲର ଜଣକ ସେଲ୍‌ର ତାଲା ଖୋଲିବା ପରେ ବାହାରକୁ ବାହାରିଲେ ରାଜା ରଣବୀର। ତାଙ୍କର ପୁରୁଣା ପୋଷାକ ଦିଆଗଲା ପିନ୍ଧିବା ପାଇଁ।

ନିଜର ପୋଷାକପତ୍ର ପିନ୍ଧି ପଦାକୁ ବାହାରିବା ସମୟରେ ଦେହର କାନ୍ଥରେ ଲାଗିଥିବା ମିରରରେ ନିଜ ଚେହେରାକୁ ପରଖିଲେ ରାଜା ସାହେବ। ସଂଜ ନଇଁ ଆସୁଥାଏ। ଧୀରେ ଧୀରେ ଚାଲି ପହଞ୍ଚିଲେ ରାଜବାଟୀରେ।

ରାଜବାଟୀକୁ ଫେରିବା ପରେ ବି ନିଜର ନିଃସଙ୍ଗ ଜୀବନ ପାଇଁ ଟିକେ ବି ଦୁଃଖ କି କ୍ଳେଶ ନଥିଲା ମନରେ। ଖୁବ୍‌ ମନେ ପଡ଼ୁଥିଲା ତାଙ୍କର ପ୍ରିୟ ପାହାଡ଼। ରାତିରେ ଅନେକ ସମୟରେ ରାଜାଙ୍କ କାନରେ ଢୋ ଢୋ ଆୱାଜ ପିଟି ହେଉଥିଲା। ମାତ୍ର ଅଦିନରେ ଦିପାବଳୀର ଭ୍ରମସୃଷ୍ଟି କରୁଥିବା ଏ ଢୋ ଢା ଆୱାଜକୁ ରାଜା କିଛି ବୁଝି ପାରୁ ନଥିଲେ। ଠାକୁର ପୂଜା, ପେପର ପଢ଼ା, ଫୋନରେ ନାତି ଟୋକା ସହ କଥାବାର୍ତ୍ତା, ବଗିଚା କାମରେ ବିତିଯାଏ ଦିନ। ରାତିର ନିର୍ଜନ ପ୍ରହରରେ ଅନେକ କଥା ରାଜା ରାଣବୀରଙ୍କ ମନ ଭିତରକୁ ଚାଲିଆସେ। ବିଶେଷ କରି ତାଙ୍କ ପ୍ରିୟ ପାହାଡ଼ ଓ ହାତ ତିଆରି ଜଙ୍ଗଲ କଥା। ସ୍ୱପ୍ନା କୁମାରୀଙ୍କ ସହ କେତେ କେତେ ସ୍ମୃତିମଧୁର ମୁହୂର୍ତ୍ତ କଟାଇଛନ୍ତି ସେହି ପାହାଡ଼ ପାଦଦେଶରେ।

ନିଜର ଆଗ୍ରହକୁ ଆଉ ସମ୍ଭରଣ କରିପାରିଲେନି ରାଜା। ପରଦିନ ସକାଳୁ ଉଠି ଏକ ମୁହଁ ହୋଇ ପହଞ୍ଚିଲେ ପାହାଡ଼ ପାଖରେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା। ନା ଥିଲା ତାଙ୍କ ହାତତିଆରି ଜଙ୍ଗଲ ନା ପାହାଡ଼। ପାହାଡ଼ର ବିରାଟ ବିରାଟ ଶିଳାଖଣ୍ଡ ସବୁ ଏଣେତେଣେ ପଡ଼ିଥିଲା। ବଡ଼ ବଡ଼ ମେସିନ୍‌ ସବୁ ରାକ୍ଷସ ଭଳି ଶିଳା ଖଣ୍ଡକୁ ପିଟି ଗୁଣ୍ଡକରି ପକାଉଥିଲେ ନିମିଷକରେ।

ଏସବୁ ଦୃଶ୍ୟକୁ ପାଖରୁ ଅବଲୋକନ କରୁଥିବା ରାଜା ରଣବୀର ଅନୁଭବ କରୁଥିଲେ ଯେମିତି ତାଙ୍କ ଛାତି ଭିତରେ କେହି ହାତୁଡ଼ି ପିଟି ଦେଉଛି। ରାଜାଙ୍କ ଆଖିରୁ ଝରିପଡ଼ିଲା କେଇବୁନ୍ଦା ଲୁହ। ଭୂଇଁ ଉପରେ ଗଛ କାଟିଲା ଭଳି କଚାଡ଼ି ହୋଇ ପଡ଼ିଲେ ରାଜା ରଣବୀର। ସେଇଠି ତାଙ୍କର ପ୍ରାଣବାୟୁ ଉଡ଼ିଗଲା।

ପିତାଙ୍କ ଦେହାନ୍ତ ଖବର ପାଇ ଫ୍ଲାଇଟରେ ଆସି ପହଞ୍ଚିଲେ ପ୍ରବୀର। ରାଜା ସାହେବ ଆରପାରିକୁ ଚାଲିଯାଇଥିବା ପ୍ରବୀର ଜାଣି ସାରିଥିଲେ। ସାଙ୍ଗରେ ଆସିଥିଲେ ସ୍ତ୍ରୀ ଓ ପୁଅ ଅନ୍ୱେଷ।

ଦୀର୍ଘଦିନ ପରେ ଅନ୍ୱେଷ ବାପାଙ୍କ ସହ ରାଜବାଟୀକୁ ଆସୁଛି। ଜେଜେଙ୍କ ସହ ଦେଖାହେବ, କେତେ ମଜା ହେବ। ଜେଜେଙ୍କ ପ୍ରିୟପାହାଡ଼ ବୁଲି ଦେଖିବ। ଯାହାକୁ ସେ କେବଳ ପଢ଼ା ବହିରୁ ଜାଣିଛି। ଏମିତି କେତେ ଉତ୍ସୁକତା ଅନ୍ୱେଶର ବାଲ୍ୟ ଚପଳତାକୁ ବଢ଼ାଉଥିଲା।

ରାଜବାଟିର ସଦର ଗେଟ୍ ଡେଇଁ ଘରମୁହାଁ ହେଲେ ପ୍ରବୀର। ପ୍ରଜାବତ୍ସଳ ଥିବାରୁ ରାଜା ରଣବୀରଙ୍କ ଦୁଃଖାନ୍ତକ ବିୟୋଗରେ ମର୍ମାହତ ହୋଇ କେତେକ ବାସିନ୍ଦା ସେଠାରେ ଏକାଠି ହୋଇଥା’ନ୍ତି। ପ୍ରବୀରଙ୍କ ଅପେକ୍ଷା ଅନ୍ୱେଷ କ୍ଷୀପ୍ର ଗତିରେ ପାଦ ବଢ଼ାଉ ଥିଲେ ଲୋକଙ୍କ ଗହଳି ଆଡ଼କୁ। ଲୋକଙ୍କ ଭିଡ଼ ଠେଲି ଜେଜେଙ୍କ ପାଖରେ ପହଞ୍ଚିଲେ ଅନ୍ୱେଷ। ବାଳୁତ ମୁହଁରେ ଖୁସିର ଲହରୀ ଖେଳିଯାଉଥିଲା। ହେଲେ ଜେଜେଙ୍କୁ ଦେଖି ଲଥ୍‌ କରି ବସିପଡ଼ିଲା।

ବଡ଼ ପାଟିରେ ଡାକିଲା – ଜେଜେ ! ଜେଜେ ! ଦେଖ ମୁଁ ଆସିଛି। ଉଠ ଉଠ ପାହାଡ଼ ଦେଖିଯିବା। ଜେଜେଙ୍କୁ ଉଠାଇବାକୁ ଚେଷ୍ଟାକରି ନିରାଶ ହେବା ପରେ ବାପା ପ୍ରବୀରଙ୍କ ଆଡ଼କୁ ଅନାଇ ଜୋରରେ ଚିଲ୍ଲାଇ ଚିଲ୍ଲାଇ କହିଲା- ବାପା ଜେଜେଙ୍କୁ କୁହନା ଉଠିବେ, ଆଉ ମୋତେ ପାହାଡ଼ ବୁଲେଇ ନେବେ। ପୁଅ ଅନ୍ୱେଷକୁ ଛାତିରେ ଭିଡ଼ି ଧରି ପ୍ରବୀର କହିଲେ ମୋ ସୁନାଟା ପରା ବ୍ୟସ୍ତ ହୁଅନା। ଏଇ ବିଛଣାରେ ଯିଏ ଶୋଇଛନ୍ତି ସେହି ହିଁ ଜଣେ ପାହାଡ଼। କିଛି ବୁଝି ନଥିବା ଅନ୍ୱେଷ ତା’ର ଜେଜେ ତଥା ରାଜା ରଣବୀରଙ୍କ ଆଡ଼କୁ ଗୋଟାଏ କରୁଣ ଦୃଷ୍ଟିରେ ଚାହିଁ ରହିଥିଲା।

ସଂପାଦକ- ସାହିତ୍ୟ ଦର୍ପଣ
ସା.ପୋ- ଥାନୁଆଳ,
ଭାୟା- ହରିଦାସପୁର
ଜି- ଯାଜପୁର-୭୫୫୦୨୪
ମୋ:୯୪୩୮୪୧୬୨୩୫

The post ଦିନେ ଏଠି ପାହାଡ଼ଟେ ଥିଲା appeared first on Odisha Reporter.

]]>
left bottom 2019-10-10 08:19:17 https://odishareporter.in/wp-content/uploads/2019/10/bimal-pati.jpg
ଚନ୍ଦ୍ରାଲୋକ https://odishareporter.in/literature-culture/moonlight-a-poem-by-debendra-prusrty-440977 Sun, 29 Sep 2019 10:16:04 +0000 http://odishareporter.in/?p=440977

ମାଟିର ଚଟାଣ ପରେ ଜ୍ୟୋତ୍ସ୍ନାର ଜୁଆର ଭାଙ୍ଗେ, ଆନନ୍ଦ ଓ ଉନ୍ମାଦନା ଖେଳୁଥାଏ ତରଙ୍ଗେ ତରଙ୍ଗେ, ସେ ତରଙ୍ଗେ ବୁଡ଼ିଥିବା ଲୋକ କି ମାପଇ କେବେ ପୃଥିବୀରୁ ଦୂର କେତେ ଜହ୍ନ, କେତେ କୋଶ ବା ପାହୁଣ୍ଡ? ହୃଦୟରେ ପ୍ରେମ ଥିଲେ ଯଥେଷ୍ଟ, ନଥାଉ ପଛେ ପ୍ରିୟାର ସାନ୍ନିଧ୍ୟ! ବଗୀଚାରେ ଫୁଲ ଥିଲେ ବାସ୍ନା ଥାଏ, ବାୟୁରେ ପହଁରେ ମଧୁ ସେ ମଧୁରେ ଅବଗାହେ ପାଗଳ ଭଅଁର, ଗୀତ ଗାଏ, ପ୍ରଜାପତି ଖେଳୁଥାଏ; ବସିଗଲେ ଡେଣା ବନ୍ଦ, […]

The post ଚନ୍ଦ୍ରାଲୋକ appeared first on Odisha Reporter.

]]>

ମାଟିର ଚଟାଣ ପରେ ଜ୍ୟୋତ୍ସ୍ନାର ଜୁଆର ଭାଙ୍ଗେ,
ଆନନ୍ଦ ଓ ଉନ୍ମାଦନା ଖେଳୁଥାଏ ତରଙ୍ଗେ ତରଙ୍ଗେ,
ସେ ତରଙ୍ଗେ ବୁଡ଼ିଥିବା ଲୋକ କି ମାପଇ କେବେ
ପୃଥିବୀରୁ ଦୂର କେତେ ଜହ୍ନ, କେତେ କୋଶ ବା ପାହୁଣ୍ଡ?

ହୃଦୟରେ ପ୍ରେମ ଥିଲେ ଯଥେଷ୍ଟ, ନଥାଉ ପଛେ ପ୍ରିୟାର ସାନ୍ନିଧ୍ୟ!
ବଗୀଚାରେ ଫୁଲ ଥିଲେ ବାସ୍ନା ଥାଏ, ବାୟୁରେ ପହଁରେ ମଧୁ
ସେ ମଧୁରେ ଅବଗାହେ ପାଗଳ ଭଅଁର, ଗୀତ ଗାଏ,
ପ୍ରଜାପତି ଖେଳୁଥାଏ; ବସିଗଲେ ଡେଣା ବନ୍ଦ, ଖେଳ ବନ୍ଦ।

ଘଞ୍ଚ କେଉଁ ଜଙ୍ଗଲର ପତ୍ରଙ୍କ ଗହଳି ଫାଙ୍କେ ଝରୁଥିବା ଜ୍ୟୋତ୍ସା
କହେ ଯେଉଁ ପରୀ ରାଇଜର କଥା, ଶୁଣାଏ କବିତା
ସ୍ୱପ୍ନର, ପୁଲକର, ସ୍ୱର୍ଗର, ସଂପର୍କର,
ଠିକ ସେହି କବିତା କି ଗାଏ ଜହ୍ନ
ସହରର ଧୂମାୟିତ କଂକ୍ରିଟ ଓ ପିଚୁର ଚଟାଣେ,
ପାର୍କର ସଜକରା ଗାଲିଚା ଓ ଗୁଳ୍ମ ଆବରଣେ?

ବର୍ଷା ଓ ବତାସରେ ଝଡ଼ିଥିବା ନଡ଼ାର ଛପର ଫାଙ୍କେ
ଗରୀବର କୁଡ଼ିଆକୁ ଆସିଥିବା ଜହ୍ନ ଯେଉଁ କଥା କହେ
ଅଭାବୀ ବଧୂର କାନେ,
ଋଣଗ୍ରସ୍ତ କୃଷକର ଚିନ୍ତାଗ୍ରସ୍ତ ବିଷାଦ ଜୀବନେ,
ଠିକ ସେ କାହାଣୀ କ’ଣ ଶୁଣିଥାଏ ନଈକୂଳେ,
ସମୁଦ୍ର ବେଳାରେ, ପାହାଡ଼ର ପାଦଦେଶେ
ବିଳାସିତ ଯାତ୍ରୀ ତା’ର ମୁକ୍ତ ପର୍ଯ୍ୟଟନେ?

ଜ୍ୟୋତ୍ସ୍ନାର ସୁଆଦ କିଆଁ ଅଲ୍‌ଗା ଲାଗେ
ଅଲ୍‌ଗା ହେଲେ ମଣିଷର ସ୍ଥିତି ଓ ପ୍ରକୃତି
ପ୍ରକୃତି ଯେମିତି ଭିନ୍ନ ସେମିତି ଭିନ୍ନ
କି ତା’ର ଜହ୍ନ ଆଉ ତାରାଙ୍କ ପ୍ରବୃତ୍ତି?

The post ଚନ୍ଦ୍ରାଲୋକ appeared first on Odisha Reporter.

]]>
left bottom 2019-09-29 15:46:49 https://odishareporter.in/wp-content/uploads/2019/09/sir.jpg
ନିଜକୁ ସାରୁଥାଏ ବାରବାର https://odishareporter.in/literature-culture/a-love-poem-by-parameswar-ojha456-437046 Fri, 20 Sep 2019 09:44:11 +0000 http://odishareporter.in/?p=437046

ଜାଣିଛି, ତମେ ଆଉ କାହାର ଅମାନତ ତମ ମଥା ସିନ୍ଦୂରରେ ତାଙ୍କ ନାଁ ତମ ଦେହରେ ତାଙ୍କ ଶୀତଳ ଛୁଆଁ ତମ ଭାବନାରେ ତାଙ୍କ ସିକ୍ତ ଶିହରଣ ତମ ଆଖିରେ ତାଙ୍କ ସ୍ୱପ୍ନର ଉପବନ। ତମ ଭଲ ପାଇବାର ଅଗଣାରେ ତମ ପ୍ରେମ ବିନ୍ଦୁରୁ ପରିଧି ଯାଏଁ କେବଳ ସେ ହିଁ ସେ ଦୁଃଖରେ ସୁଖରେ ଭଲରେ ମନ୍ଦରେ ତମ ସଜ ସଜ ମୁହଁରେ ଦେହର ପ୍ରତ୍ୟେକ ପାଖୁଡ଼ାରେ କେବଳ ତାଙ୍କ ଅଧିକାର। କିନ୍ତୁ ସେତେବେଳେ ତମ […]

The post ନିଜକୁ ସାରୁଥାଏ ବାରବାର appeared first on Odisha Reporter.

]]>

ଜାଣିଛି, ତମେ ଆଉ କାହାର ଅମାନତ
ତମ ମଥା ସିନ୍ଦୂରରେ ତାଙ୍କ ନାଁ
ତମ ଦେହରେ ତାଙ୍କ ଶୀତଳ ଛୁଆଁ
ତମ ଭାବନାରେ ତାଙ୍କ ସିକ୍ତ ଶିହରଣ
ତମ ଆଖିରେ ତାଙ୍କ ସ୍ୱପ୍ନର ଉପବନ।

ତମ ଭଲ ପାଇବାର ଅଗଣାରେ
ତମ ପ୍ରେମ ବିନ୍ଦୁରୁ ପରିଧି ଯାଏଁ
କେବଳ ସେ ହିଁ ସେ
ଦୁଃଖରେ ସୁଖରେ ଭଲରେ ମନ୍ଦରେ
ତମ ସଜ ସଜ ମୁହଁରେ
ଦେହର ପ୍ରତ୍ୟେକ ପାଖୁଡ଼ାରେ
କେବଳ ତାଙ୍କ ଅଧିକାର।

କିନ୍ତୁ ସେତେବେଳେ
ତମ ସିନ୍ଦୂର ବି ମୋତେ ଝାପସା ଦିଶେ
ଏକବାର ଲୁଚିଯାଏ ବାଦଲରେ
ଯେତେବେଳେ ମୋ ପ୍ରେମର ପୃଥିବୀରେ
ମୁଁ ନିଃସ୍ୱ ହୋଇ ତମକୁ ସର୍ବେସର୍ବା କରି ସାରିଥାଏ।

ସବୁବେଳେ ତମେ ପ୍ରେମିକା ପ୍ରେମିକା
ସଂଜ ସକାଳେ ଭିଜୁଥାଏ ତମ ପ୍ରେମେ
ଘଟଣା ଦୁର୍ଘଟଣା ବଦଳେଇ ପାରେନା

ମୋ ଚାରିପାଖେ ସୁନ୍ଦରୀ ଫୁଲଙ୍କ ଭିଡ଼
ମୁଁ କିନ୍ତୁ ବିଭୋର ତୁମରି ବାସ୍ନାରେ
ଫୁଲଙ୍କ ଆଖିରେ ମୋତେ ଆପଣେଇବାର ମୋହ
ମୋ ଆଖିରେ ତମକୁ ପାଇବାର ଲୋଭ

ଜାଣେନି ତୁମ ମନକୁ ମୁଁ କେତେ ଆବୋରିଛି
ମୋ ଆଖିର ଲାଳସାରୁ ବୁଝ ମୋ ପ୍ରେମିକପଣ
ତୁମକୁ ଅନୁଭବ କରି ନିଜକୁ ସାରୁଥାଏ ବାର ବାର।

ଷାଠିଏବାଟି, ଗୋଜାବନ୍ଧ, ମହାକାଳପଡ଼ା
କେନ୍ଦ୍ରାପଡ଼ା-୭୫୪୨୨୪
ମୋ – ୬୩୫୫୧୩୩୩୦୧
ojhaparameswar@gmail.com

The post ନିଜକୁ ସାରୁଥାଏ ବାରବାର appeared first on Odisha Reporter.

]]>
left bottom 2019-09-20 19:44:20 https://odishareporter.in/wp-content/uploads/2019/09/kabi.jpg
ପୁନର୍ନବା https://odishareporter.in/literature-culture/a-love-story-by-lipsa-mishra-431729 Fri, 13 Sep 2019 13:48:40 +0000 http://odishareporter.in/?p=431729

ହାତରେ ଖଣ୍ଡେ କାଗଜ ଧରି ଠିକଣାଟା ପଚାରି ପଚାରି କାର୍ତ୍ତିକ ପହଞ୍ଚିଲା ଗୋଟିଏ ଘର ସାମ୍ନାରେ। କଲିଂବେଲ ବଜାଇବାକୁ ହାତ ବଢ଼େଇଛି କି ନାଇଁ ଭିତରୁ ଜଣେ ସ୍ତ୍ରୀଲୋକଙ୍କ ସ୍ୱର ଶୁଭିଲା, ଭିତରକୁ ଆସ। ବାହାରେ କାହିଁକି ଏମିତି ଛିଡ଼ା ହୋଇଛ ବାବା। ଜାଲି କବାଟକୁ ଠେଲି ଭିତରକୁ ଗଲା କାର୍ତ୍ତିକ। ତା’ ସାମ୍ନାରେ ଜଣେ ବୃଦ୍ଧା। ହସ ହସ ମୁହଁ। କାର୍ତ୍ତିକ ହାତ ଯୋଡ଼ିବା କ୍ଷଣି କହିଲେ, ତୁମେ ବସ। ସେଇ ନୀଳ ଚୌକିରେ ବସ […]

The post ପୁନର୍ନବା appeared first on Odisha Reporter.

]]>

ହାତରେ ଖଣ୍ଡେ କାଗଜ ଧରି ଠିକଣାଟା ପଚାରି ପଚାରି କାର୍ତ୍ତିକ ପହଞ୍ଚିଲା ଗୋଟିଏ ଘର ସାମ୍ନାରେ। କଲିଂବେଲ ବଜାଇବାକୁ ହାତ ବଢ଼େଇଛି କି ନାଇଁ ଭିତରୁ ଜଣେ ସ୍ତ୍ରୀଲୋକଙ୍କ ସ୍ୱର ଶୁଭିଲା, ଭିତରକୁ ଆସ। ବାହାରେ କାହିଁକି ଏମିତି ଛିଡ଼ା ହୋଇଛ ବାବା। ଜାଲି କବାଟକୁ ଠେଲି ଭିତରକୁ ଗଲା କାର୍ତ୍ତିକ। ତା’ ସାମ୍ନାରେ ଜଣେ ବୃଦ୍ଧା। ହସ ହସ ମୁହଁ। କାର୍ତ୍ତିକ ହାତ ଯୋଡ଼ିବା କ୍ଷଣି କହିଲେ, ତୁମେ ବସ। ସେଇ ନୀଳ ଚୌକିରେ ବସ ବାବା। ଇଏ ଗଲା ପରଠାରୁ ସେ ଚୌକିଟା ଖାଲି ପଡ଼ିଛି। କାର୍ତ୍ତିକ ଟିକିଏ ଶଙ୍କିଗଲା। ଏମିତି ଅଜଣା ଲୋକ ହଠାତ୍ ଏତେ ଆତ୍ମୀୟତା ଦେଖାଇବାର କାରଣ ଖୋଜି ପାରିଲାନି। କିଛି ମନ୍ଦ ଉଦ୍ଦେଶ୍ୟ ନାଇଁ ତ !

ଘରେ କେବଳ ସେ ମହିଳା ଜଣକ ଅଛନ୍ତି। ଆଉ କେହି ତା’ର ଦୃଷ୍ଟିଗୋଚର ହେଉନାହାନ୍ତି। ତରତର ହୋଇ କେମିତି ସେ ପ୍ୟାକେଟଟା ଦେଇ ଚାଲିଯା’ନ୍ତା କି ! କିନ୍ତୁ ବୃଦ୍ଧା ଜଣକ ତା’କୁ ବସାଇ ଦେଇ କୁଆଡେ଼ ଚାଲିଗଲେ। ସେଇ ନୀଳ ଚୌକିଟା ଉପରେ ବସି ଆଖି ବୁଲାଇ ଆଣିଲା କାର୍ତ୍ତିକ। ଏକ ସାଧାରଣ ଘର, ମଧ୍ୟବିତ୍ତ ଶ୍ରେଣୀର ପରିବାର ବୋଲି ଅନୁମାନ କରିସାରିଥିଲା। କାନ୍ଥରେ କିଛି ସୁନ୍ଦର ଚିତ୍ର। ଖୁବ୍ ଜୀବନ୍ତ ଲାଗୁଥିଲେ ସେ ଚିତ୍ର ସବୁ; ସତେ ଯେମିତି କିଏ ଖୁବ୍ ‍ ମନ ଦେଇ ଆଙ୍କିଛି ସେସବୁକୁ ଜୀବନ୍ୟାସ ଦେବା ଉଦ୍ଦେଶ୍ୟରେ। ଘରର ଗୋଟିଏ କୋଣରେ ଏକ ବଡ଼ ଫୁଲଦାନୀ ଓ ସେଥିରେ ପ୍ଲାଷ୍ଟିକ୍ ଫୁଲ-ବିଭିନ୍ନ ରଙ୍ଗର। ଛୋଟ ଏକ ଟେବୁଲ ଉପରେ ଏକ ଟେବୁଲ ଲ୍ୟାମ୍ପ ଓ ଥାକ ଥାକ ସାଇତା ବହିସବୁ। ଘରଟା ଖୁବ୍ ସଫା ସୁତୁରା ଥିଲା। ଏ ବୃଦ୍ଧା ଏ ବୟସରେ ଏତେ କାମ କରିପାରୁଥିବେ ? ଟିକିଏ ଆଶ୍ଚର୍ଯ୍ୟ ହେଲା କାର୍ତ୍ତିକ। କିନ୍ତୁ ଏ ପ୍ୟାକେଟରେ କ ଥିବା ସାର୍ଟିଫିକେଟ୍ ସବୁରେ ଜୟଶ୍ରୀ ସ୍ୱାମୀନାଥନ୍ ‍ ଲେଖାହୋଇଛି। ତେବେ ସେ କିଏ ? ମହିଳା ଜଣକ ଆସିଲେ ସେ ପଚାରନ୍ତା।

କିଛି ସମୟ ପରେ ବୃଦ୍ଧା ଜଣକ ହାତରେ ଗୋଟିଏ କୋଲଡ଼ବୁର କଫି ଗ୍ଲାସ ଧ‌ରି ଆସିଲେ। କାର୍ତ୍ତିକ ଯିବାପାଇଁ ଉଦ୍ୟତ ହେଉଥିଲା। ମାତ୍ର ମହିଳା ଜଣକ ସେତକ ପିଇଦେଇ ଯିବାକୁ କହିଲେ। କୋଲଡ଼ କଫି ଏମିତିରେ ବି ତା’ର ଖୁବ୍ ପ୍ରିୟ। କିନ୍ତୁ ଏ ବୃଦ୍ଧା ଜଣକ କେମିତି ଜାଣିଲେ ? କାର୍ତ୍ତିକ ପ୍ୟାକେଟଟା ତାଙ୍କ ହାତକୁ ବଢ଼େଇ ଦେଇ କହିଲା ଏଥିରେ ଥିବା ସାର୍ଟିଫିକେଟ ଉପରେ ଯେଉଁ ନାଁ ଲେଖାହୋଇଛି ? ବୃଦ୍ଧା ଜଣକ କହିଲେ, ହଁ, ହଁ ସେ ମୋ ନାତୁଣୀ। ମୋ ଜୟା। ତୁମର ମଙ୍ଗଳ ହେଉ ବାବା।

ଏସବୁ ଖୋଜି ଖୋଜି କେତେ ହଇରାଣ ହେଲାଣି ମୋ ଜୟା। କାର୍ତ୍ତିକ ସୌଜନ୍ୟତା ଦୃଷ୍ଟିରୁ କହିଲା – ହଇରାଣ କିଛି ନୁହେଁ। ଭୁଲ୍‌ରେ ଏସବୁ ଆମ ଘର ଠିକଣାରେ ଆସିଥିଲା ତ ମୋ ଆମ୍ମା ଏସବୁ ଫେରାଇ ଦେବାକୁ ପଠେଇଥିଲେ। ପ୍ରକୃତରେ ମୁଁ ଜାଣିଶୁଣି ପ୍ୟାକେଟଟାେ ଖୋଲିନି। ମୋ ପାଖକୁ ଆସିଛି ଭାବି ଖୋଲିଦେଲି। ଭାଗ୍ୟବଶତଃ ଭିତରେ ଆପଣଙ୍କର ଠିକଣା ଥିଲା। ତେଣୁ ଦେବାକୁ ଚାଲିଆସିଲି। ବୃଦ୍ଧା ଜଣକ କାର୍ତ୍ତିକର ମୁଣ୍ଡକୁ ଆଉଁସିଦେଲେ। ମୋତେ ଆମାମ୍ମା କହିବ ବାବା। ମୁଁ ବି ତ ତୁମର ଆଈ ଭଳିଆ। ଏତେ ଆତ୍ମୀୟତା କାର୍ତ୍ତିକକୁ ଏକ ଅପ୍ରୀତିକର ପରିସ୍ଥିତିରେ ପକାଇ ଦେଇଥିଲା। ହାତ ଯୋଡ଼ି ସେଠାରୁ ବିଦା ନେବାକୁ ଉଠିଲା। ପଛରୁ ବୃଦ୍ଧା ଜଣକ ଡାକ ଦେଲେ – ତୁମ ଫୋନ୍ ନମ୍ୱରଟା ଦେଇ ଥାଅ ବାବା। ମୋ ଜୟା ଆସିଲେ ତୁମକୁ ଧନ୍ୟବାଦ ଦେବାପାଇଁ ଅନ୍ତତଃ କଲଟିଏ ତ କରିପାରିବ। ଦ୍ୱିଧା ସତ୍ତ୍ୱେ କାର୍ତ୍ତିକ ନିଜ ନମ୍ୱରଟା ଆମାମ୍ମା ହାତକୁ ବଢ଼ାଇଦେଲା।

ସନ୍ଧ୍ୟାବେଳେ କାର୍ତ୍ତିକକୁ ଗୋଟିଏ ଫୋନ୍ ଆସିଲା। ଓଃ, ସକାଳେ ଯେଉଁ ଝିଅର ପ୍ୟାକେଟଟାଆା ସେ ଫେରାଇବାକୁ ଯାଇଥିଲା। କିଛି ସାଧାରଣ କଥାବାର୍ତ୍ତା। ଜାଣିବାକୁ ପାଇଲା ଝିଅଟି ବିଶ୍ୱବିଦ୍ୟାଳୟରେ ଲାଇବ୍ରେରୀଆନ୍ ‍। ଭଲ କଥା। କାର୍ତ୍ତିକ ପଢ଼ିବାକୁ ଭଲ ପାଏ। ତେବେ ଏ ଝିଅ ମାଧ୍ୟମରେ କିଛି ଭଲ ବହି ପଢ଼ିବାକୁ ପାଇଯିବ। ଖାଇଲା ବେଳେ ତା’ ଅନ୍ୟମନସ୍କତାକୁ ଠଉରେଇ ତା’ ଆମ୍ମା ପଚାରିଲେ କ’ଣ ହୋଇଛି?

ସକାଳେ ଯେଉଁ ଝିଅକୁ ପ୍ୟାକେଟଟା ଫେରାଇବା ପାଇଁ ଯାଇଥିଲି, ସେ ଫୋନ୍ କରିଥିଲା। ଖୁବ୍ ଚିହ୍ନା ଚିହ୍ନା ଲାଗୁଥିଲା ତା’ ସ୍ୱର, ଯେମିତି ପୂର୍ବରୁ ଅନେକଥର ମୁଁ ଶୁଣିଛି ତା’ କଣ୍ଠସ୍ୱର। ସେଦିନ ତା’ ଆମାମ୍ମାର ବ୍ୟବହାର, ତାଙ୍କ ମୁହଁକୁ ଦେଖି ଲାଗିଲା, ମୁଁ ସ୍ୱପ୍ନରେ ଏସବୁ ଦେଖିଛି। କାର୍ତ୍ତିକ ମୁହଁରେ ଭ୍ରୁକୁଞ୍ଚନ ଦେଖି ତା’ ଆମ୍ମା କହିଲେ, ଏମିତି ହୁଏ। ବେଳେବେଳେ ସେମିତି ଲାଗେ। ତୁ ଜମାରୁ ବ୍ୟସ୍ତ ହୁଅନି ପୁଅ। ଖାଇଦେ। କେବେ ସମୟଦେଖି ଯିବା ତାଙ୍କ ଘରପଟେ, କାଳେ ଆମର କୋଉ ଦୂର ସଂପର୍କୀୟ ହୋଇଥିବେ ! କାର୍ତ୍ତିକ ହଁ କହି ନିଜ ଖାଇବା ସାରିଲା। ପରଦିନ ହିଁ ଦେଖା ହୋଇଗଲା ଆମାମ୍ମା ଓ ଜୟଶ୍ରୀ ସହ। ଯଦିଓ ଜୟଶ୍ରୀକୁ କାର୍ତ୍ତିକ ସିଧାସଳଖ ଦେଖିନଥିଲା। ତଥାପି ସେଇ ପ୍ୟାକେଟର। ପ ପାସପୋର୍ଟ ଫଟୋକୁ ଦେଖି ଜାଣିପାରିଲା। ତା’ ଆମାମ୍ମା ସହ ସପିଙ୍ଗ ମଲକୁ ସେ ଯାଇଥିଲେ ଓ ସେଇଠି ଏଲିଭେଟରକୁ‍ ଦେଖି ଆମମ୍ମାଙ୍କ ଡର ହିଁ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଜୟା ପାଖରେ ଛିଡ଼ା ହୋଇ ସାହାସ ଦେଉଥିଲା, ତଥାପି ଆମାମ୍ମା ନାରାଜ୍। ସେ ଚଢ଼ି ପାରିବେନି ବୋଲି ଏକା ଜିଦି। କାର୍ତ୍ତିକ ପାଖକୁ ଗଲାରୁ ସେମାନଙ୍କୁ ଦେଖି ଆମାମ୍ମା ଖୁବ୍ ଆନନ୍ଦିତ ଜଣାପଡ଼ୁଥିଲେ।
କାର୍ତ୍ତି, ତୁମେ ଏଇଠି !

ଯଦିଓ କାର୍ତ୍ତିକକୁ ତା’ ନିଜ ନାଁର ଏମିତି ଅପଭ୍ରଂଷ ଆଦୌ ଭଲ ଲାଗିଲାନି, ତଥାପି ତା’ ଭିତରେ ପୁଞ୍ଜୀଭୂତ ଭଦ୍ରତା ଓ ଆମମ୍ମାଙ୍କ ମୁହଁରେ ବାତ୍ସଲ୍ୟତାର ଭାବ ତାକୁ ଟାଣିଧରିଲା। ସେ ଟିକିଏ ହସି ଦେଇ ତାଙ୍କୁ ନମସ୍କାର କଲା। ଆମାମ୍ମା, କାର୍ତ୍ତିକ ସହ ଜୟାର ପରିଚୟ କରାଇଦେଲେ। କାର୍ତ୍ତିକର ଆମ୍ମା ମଧ୍ୟ ସେମାନଙ୍କ ସହ ଦେଖାକରି ଖୁସି ଜଣାପଡ଼ୁଥିଲେ।

ବାଟ ସାରା ପୁଣି ଘରକୁ ଫେରି ମଧ୍ୟ ଆମ୍ମା ଜୟା ବିଷୟରେ ହିଁ କହି ଚାଲିଥିଲେ। କିନ୍ତୁ କାର୍ତ୍ତିକର କିଛି ଭାବପ୍ରବଣତା ଅନୁମାନ କରିପାରିଲେନି ସେ। ସତେ ଯେମିତି ଅନେକ କଳ୍ପନା କାର୍ତ୍ତିକର ମୁଣ୍ଡଭିତରେ ଆଘାତ ଦେଇଚାଲିଛି। ଆମ୍ମାକୁ ପଚାରିଲା – ଆଗରୁ ଏମାନଙ୍କ ସହ କିଛି ପାରିବାରିକ ସଂପର୍କ ଅଛି କି ? ଆମ୍ମା କଥାକୁ ଆଡେ଼ଇ ଦେଲେ – ତୁ ଚିହ୍ନପାରିଲୁନି ତ ମୁଁ କେମିତି ଜାଣିବି। ତାହା ବି ସତ। କାର୍ତ୍ତିକର କିଛି ମନେ ପଡ଼ୁନଥିଲା।

ପ୍ରତିଦିନ ଅଫିସ ଗଲାବେଳେ ବସ୍‌ ଷ୍ଟପ୍‌ରେ ଦେଖେ ଜୟାକୁ; କିନ୍ତୁ କେବେ ବି ଗାଡ଼ି ଅଟକାଇ ପଚାରିନି ଯେ ଛାଡ଼ି ଦେବ କି ବିଶ୍ୱବିଦ୍ୟାଳୟରେ। ଦୁହେଁ ଦୁହିଁଙ୍କ ବାଟରେ ଚାଲିଯାଆନ୍ତି। ଦିନେ କେମିତି ସାହସ ବାନ୍ଧି କାର୍ତ୍ତିକ ପଚାରିଲା, ଘରକୁ ଯିବା ପାଇଁ ଅପେକ୍ଷା କରିଛ କି ? ଚାଲ, ଛାଡ଼ିଦେବି। ଜୟା ସୌଜନ୍ୟତା ଦୃଷ୍ଟିରୁ ମନାକଲା। ଏ ବାହାନାରେ ଆମାମ୍ମା ସହ ଦେଖାହୋଇଯିବ ବୋଲି କାର୍ତ୍ତିକ ଏକ ପ୍ରକାରେ ଜିଦ୍ ଧରି ବସିଲା। ତେବେ ଜୟାକୁ ହଁ କହିବାକୁ ପଡ଼ିଲା। ଗାଡ଼ି ଭିତରେ ବସିବା କ୍ଷଣି ଏକ ମଗ୍ନତାରେ ବହୁ ସମୟ ବୁଡ଼ି ରହିଲା ଜୟା। କେଉଁ ବିଷୟରେ ତା’ର ପାଠପଢ଼ା, ଆଗକୁ କ’ଣ କରିବାକୁ ଇଚ୍ଛା…

ଏମିତି ପ୍ରଶ୍ନରେ ପହଞ୍ଚିଗଲା ଜୟାର ଘର। ଦୁଆର ମୁହଁରେ ଆମାମ୍ମା। ଗଛ ସବୁରେ ପାଣି ଦେଉଥିଲେ। ଦୁହିଁଙ୍କୁ ଦେଖିଲା କ୍ଷଣି ଏକ ହସର ଧାର ତାଙ୍କ ଅଧରେ କାର୍ତ୍ତିକକୁ ଆହୁରି ଆପଣାର କରିଦେଉଥିଲା। ଆମାମ୍ମା ପୁଣି ଅନୁରୋଧ କଲେ, ସେଇ ନୀଳ ଚୌକିରେ ବସିବା ପାଇଁ, ଜୟା ଚାଲିଗଲା ନିଜ କୋଠରୀକୁ। ଯେଉଁ ବାସ୍ନା ତାକୁ ଆନମନା କରେ, ପାଖରେ ବାନ୍ଧିରଖିବାର ଶକ୍ତି ରଖେ, ସେ ମହକ ଛୁଟି ଆସୁଛି କାର୍ତ୍ତିକ ପାଖରୁ। ତା’ ପ୍ରତୀକ୍ଷାର ଧୈର୍ଯ୍ୟ ଏତେ ବେଶୀ ନ ଥିଲା। ଖଟ ଉପରେ ମୁହଁ ମାଡ଼ କାନ୍ଦିଲା।

ଆମାମ୍ମା ସହ କିଛି କଥାବାର୍ତ୍ତା କରି ଫେରିଗଲା କାର୍ତ୍ତିକ। ସେଇ ବୁଢ଼ୀ ମଣିଷ ସ୍ନେହ, ମମତା ଦେଇ, ଆକଟ କରି ବଢ଼ାଇଛି ନିଜ ନାତୁଣୀକୁ। ଠିକ୍ ବୁଝି ପାରିଲା ଜୟାର ମନସ୍ଥିତିକୁ।
– ଏମିତି କାନ୍ଦିଲେ କ’ଣ ହେବ ?
– ଆମାମ୍ମା, ମୁଁ ଆଉ ପାରୁନି। କାର୍ତ୍ତିକ ଏମିତି ଅପରିଚିତଙ୍କ ପରି ମୋ ସାମ୍ନାରେ ସବୁଦିନେ ଆସୁଛନ୍ତି। କେମିତି ସହ୍ୟ କରିବି?
– ଏକ ରୁଦ୍ଧିଲା କଣ୍ଠ ସହ ଆମାମ୍ମା ତା’ ପାଖରେ ବସିଗଲେ। କହିଲୁ, କେତେ ଜଣକୁ ଏମିତି ସୁଯୋଗ ମିଳେ ?
– ସୁଯୋଗ ? ଏ କ’ଣ ତମକୁ ସୁଯୋଗ ଭଳି ଲାଗୁଛି ? ମୋ ପାଇଁ ଏକ ଦୁଃସ୍ୱପ୍ନ।
– ହଁ। କିନ୍ତୁ କହତ, ଗୋଟିଏ ମଣିଷକୁ ପୁଣିଥରେ ପ୍ରେମ କରିବାର ସୁଯୋଗ କ’ଣ ସମସ୍ତଙ୍କୁ ମିଳେ ? ସେଇ ପ୍ରେମକୁ ସେଇ ଗୋଟିଏ ଜୀବନରେ ଦୁଇଥର ଭୋଗିବାର ସୁଖ କାହାକୁ ମିଳେ ?

– ଏକ ଚକିତ ଚାହାଣିରେ ଜୟା ଅନାଇଲା। ଆମାମ୍ମା, ମତେ କ’ଣ ପୁଣି ସବୁର ପୁନରାବୃତ୍ତି କରିବାକୁ ହେବ ?
– ତୁ କ’ଣ ଭୁଲିଗଲୁ ? ଡାକ୍ତର କ’ଣ କହିଥିଲେ ? କାର୍ତ୍ତିକର ଆଂଶିକ ସ୍ମୃତିଶକ୍ତି ହଜିଛି। କେବଳ ତୋତେ, ସେଇ ତୁମ ପ୍ରେମ କେମିତି ହେଲା ତାହା ଦୋହରାଇବାକୁ ହେବ। ତା’ ଜୀବନରେ ପୁଣି ଥରେ ଏକ ନୂଆ ଅଧ୍ୟାୟ ହୋଇ ଉନ୍ମୁକ୍ତ ହେବାକୁ ପଡ଼ିବ। ଯଦି ସେ କୋମାରେ ବର୍ଷ ବର୍ଷ ଧରି ରହିଥାନ୍ତା… ତେବେ ତୁ କ’ଣ କରିଥାନ୍ତୁ ଅବା ସେଇ ମର୍ମନ୍ତୁଦ ଦୁର୍ଘଟଣାରେ ଯଦି ସେ ପ୍ରାଣ ହାରିଦେଇଥାନ୍ତା… ସେତେବେଳେ କ’ଣ କରିଥାନ୍ତୁ ?
– ଆଖିରୁ ଲୁହ ପୋଛି ଜୟା ଦୃଢ଼ୋକ୍ତି ସହ କହିଲା – ହଁ ଆମାମ୍ମା, ତୁମେ ଠିକ୍ କହିଛ। ପୁଣି ଥରେ ପ୍ରେମ କରିବାକୁ ଈଶ୍ୱର ଆମକୁ ଦ୍ୱିତୀୟ ସୁଯୋଗ ଦେଇଛନ୍ତି। ସେଇ ପ୍ରେମରେ ଆଉଥରେ ଜୀବନ ବଞ୍ଚିବାର ରାହା ଦେଖାଇଛନ୍ତି।
……………………

ଲିପସା ପଟେଲ
ଇରିଗେସନ କଲୋନୀ
ଭବାନୀପାଟଣା
ମୋ : ୯୪୩୯୪୦୦୩୪୮

The post ପୁନର୍ନବା appeared first on Odisha Reporter.

]]>
2019-09-16 08:47:08 https://odishareporter.in/wp-content/uploads/2019/09/lipsa444.jpg
“ମାଟିର ମଲାଟ ତଳେ” https://odishareporter.in/literature-culture/a-social-poem-by-santosh-kumar-sahoo12-428969 Mon, 02 Sep 2019 12:27:34 +0000 http://odishareporter.in/?p=428969

ମାଟିର ମଲାଟ ତଳେ ଲୁଚେଇଛି କେତେ ଯାତନା ହୁଁ ହୁଁ ହେଇ ଜଳୁଛି ଅନବରତ କେତେ ନିଆଁ ପିଜୁଳି ଗଛରେ କେତେ ସ୍ମୃତିକୁ କଣ୍ଟାରେ ବାଡେ଼ଇଛି ଗୋଟି ଗୋଟି କରି॥ ଲଣ୍ଠନ ଆଲୁଅରେ କେତେ ଥର ପଢ଼ିଛି ଖେଣ୍ଟି ବୁଢ଼ୀର ଅଛପା କୋହକୁ ଜେଜେ ମା’, ଜେଜେ ମା’ ରେବତୀର ହୃଦଥରା ଡାକକୁ, ବୋଧ ହୁଏ ସଭିଏଁ ଲୋ ରେବୀ, ଲୋ ଚୁଲି, ଲୋ ନିଆଁ ଶୁଣିଥିବେ କିନ୍ତୁ ସେ ସିରସ୍ତାର ଘରଟା ଶୁଣିଥିବ ଆଉ କିଛି […]

The post “ମାଟିର ମଲାଟ ତଳେ” appeared first on Odisha Reporter.

]]>

ମାଟିର ମଲାଟ ତଳେ
ଲୁଚେଇଛି କେତେ ଯାତନା
ହୁଁ ହୁଁ ହେଇ ଜଳୁଛି
ଅନବରତ କେତେ ନିଆଁ
ପିଜୁଳି ଗଛରେ କେତେ ସ୍ମୃତିକୁ
କଣ୍ଟାରେ ବାଡେ଼ଇଛି ଗୋଟି ଗୋଟି କରି॥

ଲଣ୍ଠନ ଆଲୁଅରେ କେତେ ଥର ପଢ଼ିଛି
ଖେଣ୍ଟି ବୁଢ଼ୀର ଅଛପା କୋହକୁ
ଜେଜେ ମା’, ଜେଜେ ମା’ ରେବତୀର
ହୃଦଥରା ଡାକକୁ,
ବୋଧ ହୁଏ ସଭିଏଁ
ଲୋ ରେବୀ, ଲୋ ଚୁଲି, ଲୋ ନିଆଁ ଶୁଣିଥିବେ
କିନ୍ତୁ ସେ ସିରସ୍ତାର ଘରଟା ଶୁଣିଥିବ ଆଉ କିଛି ॥

ଗାଁରେ ସକାଳ ଆସିବା ପୂର୍ବରୁ
ପାଟଦେଇ ଶୋଇ ଯାଇଥିବ
ମଶାଣିର କେଉଁ ଏକ
କଳା ତୁଳସୀ ଗଛକୁ ଜୋରରେ ଧରି
ନ ଖାଇ, ନ ପିଇ
ଲୁହ ଆଉ ଯନ୍ତ୍ରଣାର ଶକ୍ତିକୁ
ହାତରେ ଏକାଠି କରି ॥

ଛବିରାଣୀ ଖୋଜୁଥିବ
ଏହିଭଳି କିଛି ଚରିତ୍ରକୁ
ସଙ୍ଘ ଗଢ଼ିବ,
ଇତିଶ୍ରୀ ବେବିନା ସସ୍ମିତା ନିର୍ଭୟା
ଆକାଶରେ ରହି,
ସେମାନେ ଲଢ଼ିବେ
ଜଳେଇ ଦେବେ ହିଂସ୍ର କଳା ମୁଣ୍ଡିଆ
ମଣିଷର ସାମ୍ରାଜ୍ୟକୁ ହୁଁ ହୁଁ କରି
ପୁଣି ଜିତିବେ,
ଆରମ୍ଭ କରିବେ ନୂଆ ଦୁନିଆଁ ॥

ଖାଲି କୁନି କୁନି ଶିଶୁ
ଯୋଉଠି ଶିଖିବେ
ହୃଦୟର ଭାଷା
ଗାଁ ସହ ସହରକୁ ଯୋଡ଼ିବେ
ସ୍ନେହ ବାଣ୍ଟିବେ
ଆଉ ରେବତୀ ହସି ହସି
କହିବ, ଦେଖ !
ମୋ ଜେଜେ ମା’
ମତେ ସ୍କୁଲ ଆଣିଛି,
ପାଟଦେଇ ଉପରେ ଥାଇ ହସିବ
ଯେମିତି ତା ‘ ପିଲା
ତା’ ବାପାର ପରିଚୟ ପାଇଛି
ଆଉ ଅନ୍ୟ ମାନେ ଦୋଷୀକୁ କ୍ଷମା କରିଦେଇଛନ୍ତି
ମାଟିର ମଲାଟ ତଳେ ସବୁ ଲେଖି ଦେଇ॥
…………………………….

ସନ୍ତୋଷ କୁମାର ସାହୁ
ଯାଜପୁର
୭୯୭୮୨୧୧୧୬୦

The post “ମାଟିର ମଲାଟ ତଳେ” appeared first on Odisha Reporter.

]]>
left bottom 2019-09-02 18:58:47 https://odishareporter.in/wp-content/uploads/2019/09/santosh.jpg
ସେହି ଆପଣାର ସ୍ପର୍ଶ https://odishareporter.in/literature-culture/sehi-apanara-sparsha-story-by-biswobandita-swain-428412 Sun, 01 Sep 2019 08:18:34 +0000 http://odishareporter.in/?p=428412

ବସ୍ ଥିଲା ସାଢ଼େ ତିନିଟାରେ। ସକାଳ ସିଫ୍ଟ୍ ସାରି ଅଫିସ୍‌ ଛାଡ଼ିବା ବେଳକୁ ତିନି ବାଜି ସାରିଥିଲା। ବସ୍ ପାଇବି କି ନାହିଁ- ସେହି ଆଶା ଓ ଆଶଙ୍କା ମଧ୍ୟରେ ବାଣୀବିହାର ଯାଉଥିବା ଏକ ଅଟୋରେ ବସିଲି। ଟିକେ ଜଲଦି ଜଲଦି ଯିବା ପାଇଁ ବି ଡ୍ରାଇଭର୍‌ଙ୍କୁ କହିଥିଲି। ହେଲେ ବାଟରେ ଏକାଧିକ ଟ୍ରାଫିକ୍‌। ସେ ଅବା କ’ଣ କରିପାରିଥା’ନ୍ତେ! ଅଟୋରୁ ଓହ୍ଲାଉ ଓହ୍ଲାଉ ମୋ ଗାଁକୁ ଯାଉଥିବା ନୀଳ ରଙ୍ଗର ‘ମା ବସ୍‌’ଟି ବାଣୀ ବିହାର […]

The post ସେହି ଆପଣାର ସ୍ପର୍ଶ appeared first on Odisha Reporter.

]]>

ସ୍ ଥିଲା ସାଢ଼େ ତିନିଟାରେ। ସକାଳ ସିଫ୍ଟ୍ ସାରି ଅଫିସ୍‌ ଛାଡ଼ିବା ବେଳକୁ ତିନି ବାଜି ସାରିଥିଲା। ବସ୍ ପାଇବି କି ନାହିଁ- ସେହି ଆଶା ଓ ଆଶଙ୍କା ମଧ୍ୟରେ ବାଣୀବିହାର ଯାଉଥିବା ଏକ ଅଟୋରେ ବସିଲି। ଟିକେ ଜଲଦି ଜଲଦି ଯିବା ପାଇଁ ବି ଡ୍ରାଇଭର୍‌ଙ୍କୁ କହିଥିଲି। ହେଲେ ବାଟରେ ଏକାଧିକ ଟ୍ରାଫିକ୍‌। ସେ ଅବା କ’ଣ କରିପାରିଥା’ନ୍ତେ! ଅଟୋରୁ ଓହ୍ଲାଉ ଓହ୍ଲାଉ ମୋ ଗାଁକୁ ଯାଉଥିବା ନୀଳ ରଙ୍ଗର ‘ମା ବସ୍‌’ଟି ବାଣୀ ବିହାର ଛକ ଅତିକ୍ରମ କରି ପଳାଉଥିବା ଲକ୍ଷ୍ୟ କଲି। ବସ୍‌ଟି ବେଶ୍ କିଛି ଦୂରରେ ବେଗ ବଢ଼ାଇ ଚାଲି ଯାଉଥିବା ବେଳେ ଶେଷ ପ୍ରୟାସ ସ୍ୱରୂପ ବ୍ୟାଗ୍‌ଟିକୁ ପିଠିରେ ପକାଇ ଧାଇଁ ଥିଲି। କିନ୍ତୁ କିଛି ଲାଭ ହେଲାନି। ବସ୍ ପଳାଇଲା। ଧଇଁ ସଇଁ ହୋଇ ଦୃଶ୍ୟପଟରୁ ବସ୍‌ଟି ଅନ୍ତର୍ଦ୍ଧାନ ହେବା ପର୍ଯ୍ୟନ୍ତ ସେମିତି ରାସ୍ତାକଡ଼ରେ ଛିଡ଼ା ହୋଇ ରହିଲି। ସେତେବେଳକୁ ବସ୍ ଫେଲ୍ ହୋଇଯିବାର କୋହ ଛାତିରୁ ବାହାରି ମୁହଁରେ ଦୃଶ୍ୟମାନ ହେଲାଣି। ଆଖିରୁ ଲୁହ ପଡ଼ିବା ଉପରେ। ଏହି ସମୟରେ ହଠାତ୍ ମୋ କାନ୍ଧରେ କେହି ଜଣେ ହାତ ପକାଇବାର ଅନୁଭବ କରି ପଛକୁ ଚାହିଁଲି। ପଛରେ ଛିଡ଼ା ହୋଇଥିଲେ ଜଣେ ବୟସ୍କ ଲୋକ। ବୟସ ବୋଧେ ପାଖାପାଖି ୬୦ ହେବ। ମୁଣ୍ଡର ଚୁଟି ସବୁ ପାଚି ଯାଇଥିଲା। ଧଳା ହାପ୍‌ ଶାର୍ଟ ପିନ୍ଧିଥିଲେ ଓ କଳା ରଙ୍ଗର ଏକ ଚମଡ଼ା ବ୍ୟାଗ୍‌ ଧରିଥିଲେ। ମୁଁ କିଛି ପଚାରିବା ପୂର୍ବରୁ ସେ କହିଲେ- ବସ୍‌ ଫେଲ୍‌ ହୋଇଗଲ?

– ଆଜ୍ଞା

– କୁଆଡ଼େ ଯାଇଥା’ନ୍ତ?

– ନିଆଳି

– ଘର ସେଠି?

– ଆଜ୍ଞା

ଟିକେ ସ୍ମିତ ହାସ୍ୟ ଦେଇ ଭଦ୍ରବ୍ୟକ୍ତି ଜଣଙ୍କ କହିଲେ, ମୁଁ ବି ସେଠିକି ଯିବି। ମୁଁ ବି ବସ୍ ଫେଲ୍ ହୋଇଗଲି। ଏବେ ବସ୍ ମିଳିବ ସାଢ଼େ ପାଞ୍ଚଟାରେ।

ମୁଁ କହିଲି, ହଁ ଜାଣିଛି।

ତାଙ୍କ ସହିତ କଥା ହେବାକୁ ମୋର ଆଦୌ ଇଚ୍ଛା ନଥିଲା। କିନ୍ତୁ ବୟସ୍କ ବ୍ୟକ୍ତି ଜଣଙ୍କୁ ଏଡ଼ାଇ ଯିବାକୁ ମନ ଶତପ୍ରତିଶତ ଅନୁମତି ଦେଉ ନଥିଲା।

ସେହି ସମୟରେ ତାଙ୍କ ଫୋନ୍ ବାଜିଲା। ସେ ଟିକେ ଦୂରକୁ ଯାଇ କାହା ସହିତ କଥା ହେବା ପରେ ମୋ ପାଖକୁ ପୁଣି ଫେରି ଆସିଲେ, ଯାହା ମୁଁ ଚାହୁଁ ନଥିଲି।

ମୋ ପାଖରେ ପହଞ୍ଚି ସେ କହିଲେ, ଗୋଟେ ବୋଲେରୋ ଆସୁଛି। ସିଧା ନିଆଳି ଯିବ। ତୁମେ ସେଥିରେ ଯିବ କି ଝିଅ?

ମୁଁ ଚିନ୍ତା କଲି ତାଙ୍କ ପ୍ରସ୍ତାବଟା କିଛି ମନ୍ଦ ନାହିଁ। ଆହୁରି ଦୁଇ ଘଣ୍ଟା ଛିଡ଼ା ହେବା ଅପେକ୍ଷା ସେଥିରେ ପଳାଇବା ଭଲ। ଅଧିକ କିଛି ଚିନ୍ତା ନ କରି ହିଁ କହିଲି।

୧୦ ମିନିଟ୍‌ ମଧ୍ୟରେ ବୋଲେରୋ ଆସି ପହଞ୍ଚିଲା। ମୁଁ ଝରକା ପାଖରେ ଯାଇ ବସିଲି। ଭଦ୍ର ବ୍ୟକ୍ତି ଜଣଙ୍କ ମୋ ପାଖରେ ବସିଲେ। ଗାଡ଼ିଟି ୧୦ ମିନିଟ୍ ରହି ଆଉ ଦୁଇ ତିନି ଜଣ ପାସେଞ୍ଜରଙ୍କୁ ବସାଇବା ପରେ ନିଆଳି ଅଭିମୁଖେ ବାହାରିଲା। ମେଘୁଆ ପାଗରେ ଝରକା ପାଖରେ ବସି ଭାବନା ରାଇଜରେ ହଜି ଯିବା ପୂର୍ବରୁ ଗପ ଆରମ୍ଭ କରି ଦେଲେ ସେହି ଭଦ୍ରବ୍ୟକ୍ତି। ପଛକୁ ପଛ ଅନେକ ପ୍ରଶ୍ନ ପଚାରି ଗଲେ- ତୁମ ନାଁ କ’ଣ, କେଉଁଠି ରୁହ, ପଢ଼ୁଛ ନା ଚାକିରି କରୁଛ, କି ଚାକିରି, କେବେ ବାହା ହେବ, କେମିତି ପିଲା ପସନ୍ଦ, ଘରେ କିଏ କିଏ ଅଛନ୍ତି… ଇତ୍ୟାଦି ଇତ୍ୟାଦି। ଅନିଚ୍ଛା ସତ୍ତ୍ୱେ ବିନମ୍ରତାର ସହ ତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଥିଲି। ତା’ପରେ ସେ କିଛି ସମୟ ଚୁପ୍ ରହିଲେ। ଭାବିଲି- ବଞ୍ଚିଗଲା ମଣିଷ। ଏଥର ଟିକେ ଶାନ୍ତିରେ ବସି ପାରିବି। କିନ୍ତୁ ନା, ମୋ ଆକଳନ ଭୁଲ୍‌ ଥିଲା। ସେ ପୁଣି ଗପ ଆରମ୍ଭ କରି ଦେଲେ। ମୁଁ କିଛି ପଚାରି ନଥିବା ସତ୍ତ୍ୱେ ସେ ତାଙ୍କ ବିଷୟରେ କହି ଚାଲିଲେ।

କହିଲେ- ମୁଁ ସଚିବାଳୟରେ କାମ କରେ। ଆଉ ଦୁଇ ବର୍ଷ ପରେ ଅବସର ନେବି। ଘରେ ମୋ ସ୍ତ୍ରୀ ଓ ସାନ ଝିଅ ଅଛନ୍ତି। ବଡ଼ ଝିଅ ବାହା ହୋଇ ସାରିଛି। ଜ୍ୱାଇଁ ସଫ୍ଟୱେର ଇଞ୍ଜିନିୟର୍‌। ସାନ ଝିଅ ଏଏସ୍‌ଓ ପରୀକ୍ଷା ଦେଇଥିଲା, କିନ୍ତୁ ହେଲାନି।

ମୁଁ ଚୁପ୍‌ଚାପ୍ ତାଙ୍କ କଥା ଶୁଣୁଥିଲି ଓ ଭାବୁଥିଲି, ମୋତେ କାହିଁକି ଏତେ କଥା ଶୁଣାଉଛନ୍ତି। ତା’ଭିତରେ ସେ କହିଲେ, ମୁଁ ଭାରି ଗପେ। ତେଣୁ ଅନେକ ମୋତେ ପସନ୍ଦ କରନ୍ତି ନାହିଁ। ଏମିତିକି ମୋ ପାଖରେ ବସିବାକୁ ବି କେହି କେହି କୁନ୍ଥକୁନ୍ଥ ହୁଅନ୍ତି। କିନ୍ତୁ ତୁମେ ମୋତେ ମନ ଦେଇ ଶୁଣୁଛ। ସେଥିପାଇଁ ମୋତେ ଭାରି ଖୁସି ଲାଗୁଛି। ହଁ, ତୁମ ନାଁଟା କ’ଣ କହିଥିଲ। ଭୁଲି ଗଲି। ମୋର ଏଇ ଦୋଷ ଅଛି। ଅଧିକ ଗପେ ଓ ଅଧିକ ଭୁଲେ।

ଭଦ୍ରବ୍ୟକ୍ତି ଜଣଙ୍କ ପୁଣି ଥରେ ମୋ ନାଁ ପଚାରିବା ପରେ ଭାବିଲି, ଆଜି ସକାଳେ କାହା ମୁହଁ ଚାହିଁଥିଲି କେଜାଣି, ଏମିତି ଲୋକ ହାବୁଡ଼ରେ ପଡ଼ିଗଲି। ଅଧାଘଣ୍ଟା ହୋଇନି ଗପି ଗପି ମୁଣ୍ଡ ଖରାପ କରି ଦେଲେଣି। ଆଉ ଘଣ୍ଟାଏ କେମିତି ବସିବି କେଜାଣି ୟାଙ୍କ ପାଖରେ। ଗାଡ଼ିରୁ ତ ଓହ୍ଲାଇ ହେବନି। ତେଣୁ କିଛି ଗୋଟାଏ ଉପାୟ କରିବାକୁ ପଡ଼ିବ। ପୁଣି ଥରେ ତାଙ୍କୁ ‘ନାଁ’ କହି ସାରିବା ପରେ ଶୋଇବାର ଅଭିନୟ କଲି। ତା’ପରେ ସେ ଗପ ବନ୍ଦ କରି ଦେଲେ। ବହୁତ ଖୁସି ଲାଗିଲା। ଭାବିଲି- ଯାହା ହେଉ, ଉପାୟଟା କାମ ଦେଲା। ନିଦ ଲାଗୁ ନଥିଲେ ବି ଆଉ ଆଖି ଖୋଲିବିନି ବୋଲି ସ୍ଥିର କଲି। ତେବେ ସେ ନଛଡ଼ୋବନ୍ଦା। ମୁଁ ଶୋଇବାର ଅଭିନୟ କରୁଥିବା ବେଳେ ସେ ମୋ ମୁଣ୍ଡକୁ ଆଉଁସି ଆଉଁସି ପୁଣି ଗପ ଆରମ୍ଭ କରି ଦେଲେ। ସେ ମୋ ମୁଣ୍ଡରେ ଏମିତି ହାତ ରଖିବା ପ୍ରଥମେ ଭଲ ଲାଗି ନଥିଲା। ତେବେ ମୁଁ ଆଖି ଖୋଲି ତାଙ୍କ ଗପକୁ ବି ପ୍ରୋତ୍ସାହିତ କରିବାକୁ ଚାହୁଁ ନଥିଲି। ତେଣୁ ଭାବିଲି କ’ଣ ଗପୁଛନ୍ତି ଗପନ୍ତୁ। ଭଦ୍ରବ୍ୟକ୍ତି ଜଣଙ୍କ ତାଙ୍କ ବାପାମା’ ଓ ବାହାଘର କଥା କହୁ କହୁ ପୁଣି ଥରେ ତାଙ୍କ ଝିଅମାନଙ୍କ କଥା କହିଲେ।

ସେ କହୁଥିଲେ- ବଡ଼ ଝିଅ ହେଲା ବେଳେ ମୋତେ ଦୁଃଖ ଲାଗି ନଥିଲା। କିନ୍ତୁ ସାନ ଝିଅ ଜନ୍ମ ହେବା ପରେ ଦୁଃଖ ଲାଗିଥିଲା। ଏ ଦୁଃଖ ଦୀର୍ଘ ବର୍ଷ ଯାଏ ଥିଲା। ଅବଶ୍ୟ କାହା ଆଗରେ କେବେ କହିନି। ସ୍ତ୍ରୀ ହୁଏତ ଜାଣିପାରିଥିବେ! ଦୁଇ ବର୍ଷ ତଳେ ବଡ଼ ଝିଅର ବାହାଘର ପର୍ଯ୍ୟନ୍ତ ଏ ଦୁଃଖ ରହିଥିଲା। ଏଇ କିଛି ମାସ ହେବ ସେ ଦୁଃଖ ମନରୁ ପଳାଇଛି, ଯେଉଁ ଦିନ ରାମହରି ନନା ଚାଲି ଗଲେ। ମୋ ଘର ପାଖରେ ତାଙ୍କ ଘର। ମୋଠୁ ଦଶ ବର୍ଷରେ ବଡ଼ ଥିଲେ। ପ୍ରଧାନଶିକ୍ଷକ ହୋଇ ଚାକିରିରୁ ଅବସର ନେଇଥିଲେ। ମୋ ବଡ଼ ଝିଅର ବାହାଘରର ବେଶ୍ ଦୁଇ ତିନି ମାସ ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ତାଙ୍କର ଚାରି ପୁଅ। ସମସ୍ତେ ଭିନ୍ନ ଭିନ୍ନ ସ୍ଥାନରେ ଚାକିରି କରନ୍ତି। କେହି ତାଙ୍କୁ ନେଇ ପାଖରେ ରଖିଲେନି କି ଘରେ ଆସି ରହିଲେନି। ଭାଉଜ ତାଙ୍କର ସେବା କରୁଥିଲେ। ଭାରି ହନ୍ତସନ୍ତ ହୋଇଛନ୍ତି। ନନା ପକ୍ଷାଘାତରେ ପଡ଼ିବାର ପ୍ରାୟ ମାସେ ପରେ ଗୋଟିଏ ରବିବାରରେ ତାଙ୍କ ମଝିଆଁ ପୁଅ ଅଶୋକ ସମ୍ବଲପୁରରୁ ଆସିଥିଲା। ମୋର ମନେ ଅଛି, ସେତେବେଳେ ଭାଉଜ ତାକୁ କହିଥିଲେ ଯେ ସେ ଏକା ଆଉ ପାରୁ ନାହାନ୍ତି। ଏତିକି ଶୁଣି ଅଶୋକ କହିଥିଲା, ଆଉ କ’ଣ ଆମେ ଚାକିରି ଛାଡ଼ି ଆସି ଏଠି ତାଙ୍କୁ ଜଗିବୁ। ତା’ କଥା ଶୁଣି ଭାଉଜ ଚୁପ୍‌। ଭୟରେ ତାଙ୍କ ଆଖିରୁ ଲୁହ ବି ବାହାରି ନଥିଲା। ମୁଁ ବି କିଛି କହିଲିନି। ତା’ପରେ ଅଶୋକ କହିଥିଲା, ଝିଅଟେ କି ପିଲାଟେ ରଖ, ମୁଁ ପଇସା ପଠେଇ ଦେବି। କଥା ଏତିକିରେ ରହିଲା। ଭାଉଜ ଆଉ ପାଟି ଫିଟାଇଲେନି। ଏ କଥା ଶୁଣି ମୋ ସ୍ତ୍ରୀ କହିଲେ- ‘ଏମିତି ପୁଅ ଥାଇ କେତେ ନଥାଇ କେତେ।’ ତେବେ ମୋର ଆଶା ଥିଲା, ଚାରି ପୁଅଙ୍କ ମଧ୍ୟରୁ ନନାଙ୍କ କଥା ନିଶ୍ଚୟ କେହି ବୁଝିବେ। କିନ୍ତୁ ସେମିତି ହେଲାନି। ବିଛଣାରେ ପଡ଼ିପଡ଼ି ଦେଢ଼ବର୍ଷ ପରେ ସେ ଚାଲିଗଲେ। ନା କୌଣସି ପୁଅ ତାଙ୍କୁ ପାଖକୁ ନେଲେ ନା ଆସି ସେବା କଲେ। କେବେ କେମିତି ଆସି ଖାଲି ଦେଖା କରି ଚାଲି ଯାଉଥିଲେ। ପୁତ୍ର ସନ୍ତାନର ବାପା ନ ହେବାର ଯେଉଁ ଦୁଃଖ ତିରିଶ ବର୍ଷ ଧରି ମୋ ଛାତିରେ ଥିଲା, ତାହା ସେଦିନ ମଶାଣିରେ ନନାଙ୍କ ଜୁଇ ଜଳିବା ସହିତ ଜଳି ପାଉଁଶ ହୋଇଯାଇଥିଲା।

ଏତିକି କହିବା ପରେ ସେ ନୀରବ ହୋଇଗଲେ। ଆଉ କିଛି କହିଲେନି। ହେଲେ ତାଙ୍କ ହାତଟି ସେତେବେଳ ଯାଏ ମୋ ମୁଣ୍ଡ ଉପରେ ଥିଲା। ମୁଁ ବି ଆଖି ଖୋଲି ନଥିଲି। କିଛି ସମୟ ପୂର୍ବରୁ ଯେଉଁ ସ୍ପର୍ଶକୁ ମୁଁ ବିରୋଧ କରି ନଥିଲେ ବି ଗ୍ରହଣ କରି ପାରି ନଥିଲି, ଏବେ ତାହା ମୋତେ ସେହି ଦେହସୁହା ସ୍ପର୍ଶ ପରି ଲାଗୁଥିଲା ଓ ଭାରି ଆପଣାର ଲାଗୁଥିଲା। ମୁଁ ଚାହୁଁଥିଲି, ସେ ଆହୁରି ଗପନ୍ତୁ, ଯେମିତି ନିଦ ଆସିବା ପର୍ଯ୍ୟନ୍ତ ମୋ ବାପା ମା’ ଗପ ଶୁଣାଉଥିଲେ।

ବିଶ୍ୱବନ୍ଦିତା ସ୍ୱାଇଁ
ଭୁବନେଶ୍ୱର
swainbiswobandita@gmail.com

The post ସେହି ଆପଣାର ସ୍ପର୍ଶ appeared first on Odisha Reporter.

]]>
left bottom 2019-09-02 13:21:00 https://odishareporter.in/wp-content/uploads/2019/09/mmm.jpg
ସାଇନିଂ ଷ୍ଟାର୍‌ଜ ମମି ଗ୍ରୁପ୍‌ ବିଜୟୀ https://odishareporter.in/odisha/shining-starz-mummy-group-won-dance-competition-425600 Mon, 26 Aug 2019 11:37:17 +0000 http://odishareporter.in/?p=425600

ଭୁବନେଶ୍ୱର(ଓଡିଶା ରିପୋର୍ଟ): କୁହାଯାଏ ବିବାହ ପରେ ଗୋଟେ ନାରୀ ଜୀବନରେ ଅନେକ ପରିବର୍ତ୍ତନ ଆସିଯାଏ। ନୂଆ ପରିବାର, ଭିନ୍ନ ଏକ ପରିବେଶ ସହ ଗଢ଼ି ଉଠିଥିବା କିଛି ନୂଆ ସମ୍ପର୍କର ଦାୟିତ୍ୱ ଭିତରେ ଗୋଟେ ନାରୀ ନିଜ ବିଷୟରେ ଭାବିବାକୁ ଭୁଲିଯାଏ। କର୍ତ୍ତବ୍ୟ ଆଗରେ ଏମିତି ଅନେକ ସ୍ୱପ୍ନ ହଜିଯାଏ। କିନ୍ତୁ ଯଦି ମନୋବଳ ଦୃଢ଼ ଥାଏ ଏବଂ ଲକ୍ଷ୍ୟ ପୂରଣ କରିବା ପାଇଁ ଜିଦ୍‌ ରହିଥାଏ, ତା’ହେଲେ ସବୁକିଛି ସମ୍ଭବ ହୋଇପାରେ। ଯାହାର ଏକ ଉଦାହରଣ […]

The post ସାଇନିଂ ଷ୍ଟାର୍‌ଜ ମମି ଗ୍ରୁପ୍‌ ବିଜୟୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡିଶା ରିପୋର୍ଟ): କୁହାଯାଏ ବିବାହ ପରେ ଗୋଟେ ନାରୀ ଜୀବନରେ ଅନେକ ପରିବର୍ତ୍ତନ ଆସିଯାଏ। ନୂଆ ପରିବାର, ଭିନ୍ନ ଏକ ପରିବେଶ ସହ ଗଢ଼ି ଉଠିଥିବା କିଛି ନୂଆ ସମ୍ପର୍କର ଦାୟିତ୍ୱ ଭିତରେ ଗୋଟେ ନାରୀ ନିଜ ବିଷୟରେ ଭାବିବାକୁ ଭୁଲିଯାଏ। କର୍ତ୍ତବ୍ୟ ଆଗରେ ଏମିତି ଅନେକ ସ୍ୱପ୍ନ ହଜିଯାଏ। କିନ୍ତୁ ଯଦି ମନୋବଳ ଦୃଢ଼ ଥାଏ ଏବଂ ଲକ୍ଷ୍ୟ ପୂରଣ କରିବା ପାଇଁ ଜିଦ୍‌ ରହିଥାଏ, ତା’ହେଲେ ସବୁକିଛି ସମ୍ଭବ ହୋଇପାରେ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରର କଳିଙ୍ଗ ନଗରରେ।

ନିକଟରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ‘ନୃତ୍ୟକଳା ପ୍ରତିଭା ପ୍ରଚାର-୨୦୧୯’ ଦ୍ୱାରା ଏକ ନୃତ୍ୟ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏଥିରେ କଳିଙ୍ଗ ନଗରର ୬ ଜଣିଆ ମମି ଗ୍ରୁପ୍‌ ଜବରଦସ୍ତ ନୃତ୍ୟ କରି ସମସ୍ତଙ୍କ ହୃଦୟ ଜିତି ଥିଲେ। ଦମ୍‌ଦାର ଡ୍ୟାନ୍ସ ପାଇଁ ସେମାନଙ୍କୁ ସେହି ବର୍ଗରେ ପ୍ରଥମ ପୁରସ୍କାର ମଧ୍ୟ ମିଳିଥିଲା। ଏହି ଟିମ୍‌ରେ ମୋନାଲିସା କର, ସେଫାଲି ମହାଲିକ୍ ଦୁର୍ଗାରାଣୀ ମହାରଣା, ସୁଜାତା ବରାଳ, ସ୍ମୃତିରାଣୀ ଦାଶ ଓ ପାୟଲ ନୟି ପ୍ରମୁଖ ଥିଲେ। ସେମାନଙ୍କ ନୃତ୍ୟର କୋରିଓଗ୍ରାଫି କରିଥିଲେ କୋରିଓଗ୍ରାଫର୍‌ ଦିପୁନ କୁମାର ନାୟକ।ଏହି ମା’ମାନେ ସାଇନିଂ ଷ୍ଟାରଜ୍ ଆକାଡେମୀରେ ନୃତ୍ୟ ଶିକ୍ଷା କରୁଛନ୍ତି।

 

 

 

 

The post ସାଇନିଂ ଷ୍ଟାର୍‌ଜ ମମି ଗ୍ରୁପ୍‌ ବିଜୟୀ appeared first on Odisha Reporter.

]]>
2019-08-26 17:11:09 https://odishareporter.in/wp-content/uploads/2019/08/mummy.jpg
ଏଇ ସେଇ କୁହୁକ କୋଠା https://odishareporter.in/literature-culture/a-poem-about-life-by-rakesh-kumar-mohapatra-425025 Sun, 25 Aug 2019 09:13:23 +0000 http://odishareporter.in/?p=425025

ଏଠି ବେଳ ବୁଡ଼ିଲେ ଇନ୍ଦ୍ରିୟ ପାଲଟନ୍ତି ବାରଙ୍ଗନା ବୟସ ସବୁ ମହାବଳ ବାଘ ମୃଗ ପରି ଧାଆନ୍ତି ବୃଦ୍ଧମାନେ ବେଗ କମିଲେ ବି ରୁହନ୍ତି ବଗ ପରି ଧ୍ୟାନ ମଗ୍ନ ଏଠି ଯୌବନର ଗର୍ଜନକୁ ତୁନି କରିବାକୁ ଗଦ ରଖିଥାଏ ରମା ରୂପଜୀବୀ ଏଠି କଳା କସ୍ତୁରୀ ଶୁଙ୍ଘିବା ପାଇଁ ମାଡପିଟ ନିର୍ଲଜ ଆଉ ଇଜ୍ଜତଦାର ଯନ୍ତ୍ରଣାରେ ଲୋମ ସବୁ ଟାଙ୍କୁରି ଉଠେ ଲହୁଲୁହାଣ ହେଲେ ବେଶ୍‌ ଲାଭ ହୁଏ ଏଠି ବାକି କମ୍‌, ଆଦାୟ ଅଧିକା […]

The post ଏଇ ସେଇ କୁହୁକ କୋଠା appeared first on Odisha Reporter.

]]>

ଏଠି ବେଳ ବୁଡ଼ିଲେ ଇନ୍ଦ୍ରିୟ ପାଲଟନ୍ତି ବାରଙ୍ଗନା
ବୟସ ସବୁ ମହାବଳ ବାଘ
ମୃଗ ପରି ଧାଆନ୍ତି ବୃଦ୍ଧମାନେ
ବେଗ କମିଲେ ବି ରୁହନ୍ତି ବଗ ପରି ଧ୍ୟାନ ମଗ୍ନ
ଏଠି ଯୌବନର ଗର୍ଜନକୁ ତୁନି କରିବାକୁ ଗଦ ରଖିଥାଏ ରମା ରୂପଜୀବୀ
ଏଠି କଳା କସ୍ତୁରୀ ଶୁଙ୍ଘିବା ପାଇଁ ମାଡପିଟ ନିର୍ଲଜ ଆଉ ଇଜ୍ଜତଦାର
ଯନ୍ତ୍ରଣାରେ ଲୋମ ସବୁ ଟାଙ୍କୁରି ଉଠେ
ଲହୁଲୁହାଣ ହେଲେ ବେଶ୍‌ ଲାଭ ହୁଏ
ଏଠି ବାକି କମ୍‌, ଆଦାୟ ଅଧିକା
ଏ ହେଉଛି ସେହି କୁହୁକ କୋଠା….

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ଅନୁମାନ କରି ଅନ୍ଧ ବି ଶୁଷ୍କ ଶରୀରକୁ ଓଦା କରେ..

ଏଠି ପ୍ରଣୟ ନାହିଁ, ନାହିଁ ପ୍ରଳାପ କି ପ୍ରଳୟ
ଏଠି ଦେହ ଦରିଦ୍ରଙ୍କ ମେଳା
ନାହିଁ ଚିନ୍ତା, କ୍ରୋଧ, ହିଂସାର ଭୟ
ଏଠି ଶୋଇ ପଡିଲେ ଶାନ୍ତି, ସ୍ୱପ୍ନ କରନ୍ତିନି ଅସ୍ତବ୍ୟସ୍ତ
ଏଠି ଅତୃପ୍ତି, ଅସ୍ଥିରତାକୁ ବଶ କରନ୍ତି ମାଳମାଳ ମୋହମାୟୀ
ଏଠି ମଉଁନ ମୁହାଁ ମଣିଷ ସବୁ ମାଂସ ମାନସାଙ୍କ ମୁଖସ୍ତ କରନ୍ତି,
ଏଠି ଦୀପ ଜଳେ ଆଉ ଲିଭେ
ପବନରେ ନୁହେଁ
ଉତ୍ତପ୍ତ ନିଃଶ୍ୱାସର ଝାସରେ
ଏଠି ଦୁଃଖ କମ୍‌ ସୁଖ ଅଧିକା
ଏ ହେଉଛି ସେହି କୁହୁକ କୋଠା…

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ବଧିର ଅଧିର ହୋଇଯିବ ଶୁଣି ଚିତ୍କାର..

ଏଠି ଯୋଗୀ, ଭୋଗୀ, ରୋଗୀ
ସମସ୍ତେ ମୋକ୍ଷ ଖୋଜନ୍ତି..
ଚତୁର ଚିତ୍‌ ମାରେ
ଲୋଭୀ ସର୍ବସ୍ୱ ଦାନ କରେ
ଜିତେନ୍ଦ୍ରିୟର ଜିତାପଟ ହୁଏନା
ଇଚ୍ଛା ଜିତେ, ବେଉସା ବଢେ..

ଏଠି କାମନା ବାସନାର ଦାହ ହୁଏ
ରାଗ, ଋଷା, ମାନ ଅଭିମାନ ସମାଧି ସ୍ଥଳ
କୂଟ, କପଟହୀନ କୁହୁକ କୋଠା..

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ମଣିଷ ଖୋଜନ୍ତି,
ଆକାଶ ନୁହେଁ ପାତାଳ..
ସ୍ୱର୍ଗ ନୁହେଁ ଶାନ୍ତି !!!
……………………………….

ରାକେଶ କୁମାର ମହାପାତ୍ର
ନୟାଗଡ଼
୯୫୮୩୪୫୯୮୬୮

The post ଏଇ ସେଇ କୁହୁକ କୋଠା appeared first on Odisha Reporter.

]]>
left bottom 2019-08-25 14:54:41 https://odishareporter.in/wp-content/uploads/2019/08/rakesh-1.jpg
ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ‘ହର୍ସ-ଶୁ କ୍ରାବ୍‌ ଫୋରମ୍‌’ https://odishareporter.in/odisha/horse-shoe-crab-forum-spreads-awareness-on-protection-of-this-rare-creature-422744 Tue, 20 Aug 2019 11:07:00 +0000 http://odishareporter.in/?p=422744

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ହର୍ସ-ଶୁ କ୍ରାବ୍‌’ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ। ବିଶ୍ୱର ସର୍ବ ପୁରାତନ ଜୀବାସ୍ମ ଭାବେ ବିବେଚିତ ଏହି ଜୀବର ରକ୍ତର ରଙ୍ଗ ଧଳା। ମାତ୍ର ବାୟୁ ସଂସ୍ପର୍ଶରେ ଆସିଲେ ଏହାର ରକ୍ତ ନୀଳ ରଙ୍ଗ ହୋଇଯାଏ। ସେଥିପାଇଁ ଏହି ବିରଳ ପ୍ରଜାତିର ଜୀବକୁ ନୀଳ ରକ୍ତ କଙ୍କଡ଼ା କୁହାଯାଏ। ଏମାନେ ଆମେରିକା, ଇଣ୍ଡୋନେସିଆ, ଚୀନ ଓ ମାଲେସିଆ ବ୍ୟତୀତ ଭାରତର ସୁନ୍ଦରବନଠାରୁ ପାରାଦୀପ ମଧ୍ୟରେ ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କ ପାଇଁ ବାଲେଶ୍ୱର […]

The post ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ‘ହର୍ସ-ଶୁ କ୍ରାବ୍‌ ଫୋରମ୍‌’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ହର୍ସ-ଶୁ କ୍ରାବ୍‌’ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ। ବିଶ୍ୱର ସର୍ବ ପୁରାତନ ଜୀବାସ୍ମ ଭାବେ ବିବେଚିତ ଏହି ଜୀବର ରକ୍ତର ରଙ୍ଗ ଧଳା। ମାତ୍ର ବାୟୁ ସଂସ୍ପର୍ଶରେ ଆସିଲେ ଏହାର ରକ୍ତ ନୀଳ ରଙ୍ଗ ହୋଇଯାଏ। ସେଥିପାଇଁ ଏହି ବିରଳ ପ୍ରଜାତିର ଜୀବକୁ ନୀଳ ରକ୍ତ କଙ୍କଡ଼ା କୁହାଯାଏ। ଏମାନେ ଆମେରିକା, ଇଣ୍ଡୋନେସିଆ, ଚୀନ ଓ ମାଲେସିଆ ବ୍ୟତୀତ ଭାରତର ସୁନ୍ଦରବନଠାରୁ ପାରାଦୀପ ମଧ୍ୟରେ ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ବାହାବଳପୁର, ବଳରାମଗଡ଼ି ଓ ବାରହଜାରିଆ ବେଳାଭୂମି ସୁରକ୍ଷିତ ଥିବାରୁ ସେଠାରେ ସବୁଠାରୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳନ୍ତି। ହେଲେ ଏମାନଙ୍କ ଜୀବନ ଏବେ ବିପଦରେ। ମାଛଧରା ଜାଲରେ ଛନ୍ଦି ହୋଇ ଏମାନଙ୍କ ଜୀବନ ଯାଉଛି। ତେଣୁ ଏହି ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। କେତେବେଳେ ସ୍କୁଲ, କଲେଜରେ ଚିତ୍ରାଙ୍କନ ପ୍ରତିଯୋଗିତା ତ ଆଉ କେତେବେଳେ ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ଜରିଆରେ ସଚେତନତାର ପ୍ରସାର କରାଯାଉଛି।

ଏବେ ଆଉ ଏକ ପାଦ ଆଗକୁ ଯାଇଛି ବାଲେଶ୍ୱର ‘ହର୍ସ-ଶୁ କ୍ରାବ୍‌ ଫୋରମ’। ଆଗାମୀ ଗଣେଶ ପୂଜାରେ ବାଲେଶ୍ୱର ଜିଲ୍ଲାରେ ଯେଉଁ ପୂଜା କମିଟି ନୀଳରକ୍ତ କଙ୍କଡ଼ା ଉପରେ ଆଧାରିତ ମୂର୍ତ୍ତି କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଫୋରମ ପକ୍ଷରୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମାରେ ଫୋରମର କର୍ମକର୍ତ୍ତା ସାରର୍ଥା ଗାଁକୁ ଯାଇଥିଲେ। ସେଠାରେ ଲୁଣା ଜଙ୍ଗଲକୁ ଦେଖିବା ସହିତ ବସବାସ କରୁଥିବା ମତ୍ସ୍ୟଜୀବୀଙ୍କ ହାତରେ ରାକ୍ଷୀ ବାନ୍ଧି ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ଶପଥପାଠ କରାଇଥିଲେ। ଏହାପରେ ମତ୍ସ୍ୟଜୀବୀମାନେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ବଂଶୀ ବଜାରରେ ଏକ ସଭା ଆୟୋଜିତ ହୋଇଥିଲା। ବଂଶୀ ଯୁବ କମିଟିର ସଭାପତି ବରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଫକୀର ମୋହର ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ବିଷ୍ଣୁ ପ୍ରସାଦ ଦାଶ, ମୁଖ୍ୟବକ୍ତା ଭାବେ ଅମର୍ଦ୍ଦା ସିଦ୍ଧେଶ୍ୱର ମହାବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଡକ୍ଟର ସିଦ୍ଧାର୍ଥ ପତି  ଓ କେଶୁ ଦାସ ପ୍ରମୁଖ ଯୋଗଦେଇ ନୀଳରକ୍ତ କଙ୍କଡ଼ା ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ନୀଳରକ୍ତ କଙ୍କଡ଼ାର ରକ୍ତରୁ ତିଆରି ହେଉଛି ଲାଲ ଟେଷ୍ଟ କିଟ୍‌ (lal test kit)। ୧୯୬୪ ମସିହାର ଆମେରିକାର ବିଶିଷ୍ଟ ବୈଜ୍ଞାନିକ ଲେଭି ଆଣ୍ଡ ମେଙ୍ଗ ଏହି କିଟ୍‌ ବାହାର କରିଥିଲେ। ଏହି କିଟ୍‌ ମାଧ୍ୟମରେ ଔଷଧର ନମୂନା ପରୀକ୍ଷା କରାଯାଏ। ପୂର୍ବରୁ ଔଷଧର ନମୂନା ଠେକୁଆ କାନରେ ପକାଇ ପରୀକ୍ଷା କରାଯାଉଥିଲା। ଏହା ଦ୍ୱାରା ବହୁ ସଂଖ୍ୟକ ଠେକୁଆଙ୍କ ମୃତ୍ୟୁ ହେଲା। ସେଥିପାଇଁ ଏହାର ବିକଳ୍ପ ଭାବେ ଲାଲ୍‌ ଟେଷ୍ଟ୍‌ କିଟ୍‌ ବାହାର କରାଯାଇଥିଲା। ଏହି କିଟ୍‌ ମାଧ୍ୟମରେ ଅତି ସହଜରେ ଔଷଧର ନମୂନା ପରୀକ୍ଷା କରାଯାଉଛି। ଏହାଛଡ଼ା ଏହି କଙ୍କଡ଼ାରେ ଏକ ପ୍ରୋଟିନ୍‌ ଆବିଷ୍କାର କରାଯାଇଛି, ଯାହା ମଣିଷ ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ପୂରଣ କରିଥାଏ। ଏହାଛଡ଼ା ଡାକ୍ତର ସି.ହୁରିଆନା ହୋମିଓପାଥିକ ଚିକିତ୍ସାରେ ଲିମୁଲୁସନରୁ ନିର୍ମିତ ଔଷଧ ତିଆରି କରିଛନ୍ତି। ଯାହା ନୀଳରକ୍ତ କଙ୍କଡ଼ାର ହିମୋଲିମ୍ପରୁ ତିଆରି ହୋଇଥାଏ। ଏହା ମାନସିକ କ୍ଲାନ୍ତି, ହଜମ ଜନିତ ସମସ୍ୟା ଓ ହଇଜା ଆଦି ଚିକିତ୍ସାରେ ପ୍ରୟୋଗ ହୋଇପାରୁଛି। ଡାଇବେଟିସ୍‌ ରୋଗର ଚିକିତ୍ସା ପାଇଁ ଏବେ ଏହି କଙ୍କଡ଼ା ଉପରେ ରିସର୍ଚ୍ଚ ଚାଲିଛି।

The post ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ‘ହର୍ସ-ଶୁ କ୍ରାବ୍‌ ଫୋରମ୍‌’ appeared first on Odisha Reporter.

]]>
centre bottom 2019-08-21 08:11:38 https://odishareporter.in/wp-content/uploads/2019/08/horsocrifa.jpg
ତମ ସ୍ପର୍ଶ ପରି… https://odishareporter.in/literature-culture/a-romantic-love-poem-by-shrutishikha-mohapatra-421756 Sun, 18 Aug 2019 10:33:54 +0000 http://odishareporter.in/?p=421756

ଆକାଶଠୁ ବ୍ୟାପ୍ତ କିଛି ସମ୍ପର୍କ ମାଟିରୁ ଅନ୍ତରୀକ୍ଷ ଯାଏ… ମୁଁ କୁହେ ବା ନକୁହେ ତୁମେ ବୁଝିଯାଅ ମୋ ଲେଖାକୁ… ତୁମେ କ’ଣ ଅନୁଭବ କରିପାର ଭାବନାକୁ ସ୍ଵପ୍ନ କରି କବିତାରେ ଶବ୍ଦର ସ୍ପର୍ଶ ଦେଲି… ଥରେ ନୁହେଁ ଅଧେ ନୁହେଁ ଅନେକ ଥର ମୋ ଭାବନାକୁ ତମ ଭିତରେ ମୋ ଅସ୍ତିତ୍ୱର ସ୍ପନ୍ଦନ କରି ଶୁଣେ… ଶୁଣିଛି ବିସ୍ତୃତି ଏବଂ ମୁକ୍ତି ଭିତରେ ପାର୍ଥକ୍ୟ ନା …. ତମ କଥାର ସମ୍ମୋହନରେ ମୁଁ ମୁକ୍ତିର ଇଚ୍ଛା […]

The post ତମ ସ୍ପର୍ଶ ପରି… appeared first on Odisha Reporter.

]]>

ଆକାଶଠୁ ବ୍ୟାପ୍ତ କିଛି ସମ୍ପର୍କ
ମାଟିରୁ ଅନ୍ତରୀକ୍ଷ ଯାଏ…

ମୁଁ କୁହେ ବା ନକୁହେ
ତୁମେ ବୁଝିଯାଅ
ମୋ ଲେଖାକୁ…
ତୁମେ କ’ଣ ଅନୁଭବ କରିପାର
ଭାବନାକୁ ସ୍ଵପ୍ନ କରି
କବିତାରେ ଶବ୍ଦର ସ୍ପର୍ଶ ଦେଲି…

ଥରେ ନୁହେଁ
ଅଧେ ନୁହେଁ
ଅନେକ ଥର
ମୋ ଭାବନାକୁ
ତମ ଭିତରେ
ମୋ ଅସ୍ତିତ୍ୱର
ସ୍ପନ୍ଦନ କରି ଶୁଣେ…

ଶୁଣିଛି ବିସ୍ତୃତି ଏବଂ ମୁକ୍ତି
ଭିତରେ ପାର୍ଥକ୍ୟ ନା ….

ତମ କଥାର ସମ୍ମୋହନରେ
ମୁଁ ମୁକ୍ତିର ଇଚ୍ଛା ରଖେ

ଏତେ ଅଭିମାନ କାହା ଉପରେ ଯେ
ଚାଲ, ଉନ୍ମୁକ୍ତ ଆକାଶର ତଲାସରେ ଯିବା
ଯେଉଁଠି କିଛି ବାରଣ ନଥିବ…

ତମେ କହୁଥିବା ପ୍ରତିଟି କଥା
ମୋ ଦେହରେ ସଞ୍ଚରି ଯିବ
ତମ ସ୍ପର୍ଶ ପରି…

କିଏ ଜଣେ ଥାଏ ବୋଲି
ମୋର ଅସହାୟତାକୁ ବି ମୁଁ,
ଶଦ୍ଦର ସ୍ପର୍ଶ ଦେଇଥାଏ…

ବେଳେବେଳେ ତୁଳୀରେ ରଙ୍ଗ ଦେଇ
ଆଙ୍କି ଦେଇପାରେ
ମୋର କବିତାର ପୃଥିବୀକୁ…

ଅପେକ୍ଷାରେ ତ ସବୁକିଛି ନା …..
ଏବେବି…..
କିଛି ଶବ୍ଦର ଅପେକ୍ଷାରେ….
ଆଉ ସେହି ସ୍ପର୍ଶକୁ ବି……
…………………

ଶୃତିଶିଖା ମହାପାତ୍ର
ବିନୋଦିନୀ ନିବାସ
ପ୍ଲଟ ନମ୍ବର – ୨୬୫/୧୭୩୬ A
ଶାସ୍ତ୍ରୀନଗର
ଇଉନିଟ୍ -୪
ଭୁବନେଶ୍ୱର
୯୪୩୮୩୩୭୮୯୦

The post ତମ ସ୍ପର୍ଶ ପରି… appeared first on Odisha Reporter.

]]>
left top 2019-08-18 16:19:04 https://odishareporter.in/wp-content/uploads/2019/08/kabita.jpg
“ଶେଷ ପ୍ରେମ” https://odishareporter.in/literature-culture/a-sweet-romantic-poem-by-deepanjali-das-418819 Sun, 11 Aug 2019 08:22:57 +0000 http://odishareporter.in/?p=418819

ତୋ ଜୀବନର ପ୍ରଥମ ପ୍ରେମ ନୁହେଁ ମୁଁ ଶେଷ ପ୍ରେମ ହେବାକୁ ଚାହେଁ… ପ୍ରଥମ ପ୍ରେମ ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ… ତୂଳା ପରି ହୃଦୟ ମୋର ଲୁହର ଓଜନ କେମିତି ସହିବ… ତୋ ହାତ ଧରି ବାଟ ଚାଲୁଥିବି ଜୀବନର ଶେଷ ନିଶ୍ୱାସ ଯାଏ … ଫି ରାତି ତୋ ସହ ମିଶି ଗଣି ସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ… ମୁଁ ତୋର ପ୍ରଥମ ପ୍ରେମ […]

The post “ଶେଷ ପ୍ରେମ” appeared first on Odisha Reporter.

]]>

ତୋ ଜୀବନର ପ୍ରଥମ ପ୍ରେମ ନୁହେଁ
ମୁଁ ଶେଷ ପ୍ରେମ ହେବାକୁ ଚାହେଁ…

ପ୍ରଥମ ପ୍ରେମ
ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ…
ତୂଳା ପରି ହୃଦୟ ମୋର ଲୁହର ଓଜନ କେମିତି ସହିବ…
ତୋ ହାତ ଧରି ବାଟ ଚାଲୁଥିବି
ଜୀବନର ଶେଷ ନିଶ୍ୱାସ ଯାଏ …

ଫି ରାତି ତୋ ସହ ମିଶି
ଗଣି ସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ…
ମୁଁ ତୋର ପ୍ରଥମ ପ୍ରେମ ନୁହେଁ ଶେଷ ପ୍ରେମ ହେବାକୁ ଚାହେଁ….

ପ୍ରେମ ତ ତାହା ନୁହେଁ
ଆଜି ହୋଇ କାଲି ଭାଙ୍ଗିଯିବ…
ଆଖିର ଲୁହକୁ ନିତି ତକିଆ ପିଇବ…

ପ୍ରେମ ତାହା
ଛାତି ତଳେ ରହି ଛାତିକୁ ଚିମୁଟି
ରୁଗୁ ରୁଗୁ କରି ଜଳୁଥିବ ଜାଳୁଥିବ…

ମୁଁ ତୋ ପାଇଁ ଜହ୍ନ ନୁହେଁ ଆକାଶ ହେବାକୁ ଚାହେଁ…
ହାତ ସହ ହାତ ନୁହେଁ ରକତରେ ମିଶି ଯିବାକୁ ଚାହେଁ…

ମୁଁ ତୋର ପ୍ରଥମ ପ୍ରେମ ନୁହେଁ
ଶେଷ ପ୍ରେମ ହେବାକୁ ଚାହେଁ…

…………….###………………

ସା / ପୋ :- ଚନ୍ଦାହାଣ୍ଡି
ପିନ୍ :- ୭୬୪୦୫୯
ଜିଲ୍ଲା କଳାହାଣ୍ଡି
ମୋ :- ୮୦୧୮୬୬୧୩୩୬

The post “ଶେଷ ପ୍ରେମ” appeared first on Odisha Reporter.

]]>
left bottom 2019-08-11 13:52:57 https://odishareporter.in/wp-content/uploads/2019/08/dipa.jpg
ସଞ୍ଜବେଳ- ଗୋଟେ ସ୍ମୃତିର ପାଖୁଡ଼ା https://odishareporter.in/literature-culture/a-soft-romantic-poem-by-er-nihar-ranjan-parida-414783 Fri, 02 Aug 2019 16:11:39 +0000 http://odishareporter.in/?p=414783

ଯଦି କେବେ ଭେଟ ହୁଏ ନିଶୁନ ସେ ମୁହଁ ସଞ୍ଜ ଅନ୍ଧାରରେ ମୋ ପ୍ରିୟତମ ପିପାସାକୁ କରିବନି ଆବାହନ କିମ୍ବା ଦେବୀ ହେବାର କରିବନି ଅଭିନୟ ଅନେକେ କିଛି ଛଡାଇ ନେଇ ପାରେ ଅଥବା ଭେଟି ଦେଇ ପାରେ ଦିନଟିଏ ଘୋଡ଼ାଇ ହେବାକୁ ଯାଉଥିବା ଏହି କଳାରଙ୍ଗର ଚାଦର   ଏଇ ଯେମିତି ହୁଏତ ପ୍ରେମିକଟିଏ ଲେଖିପାରେ ଏକ ଅବୈଧ ବର୍ଣ୍ଣବୋଧ ଅଥବା ପୁଣି ଏକ ଜରାୟୁ ଧରି ରଖି ପାରେ ପ୍ରେମିକର ତାଜା ରକ୍ତ ତେବେ […]

The post ସଞ୍ଜବେଳ- ଗୋଟେ ସ୍ମୃତିର ପାଖୁଡ଼ା appeared first on Odisha Reporter.

]]>

ଯଦି କେବେ ଭେଟ ହୁଏ

ନିଶୁନ ସେ ମୁହଁ ସଞ୍ଜ ଅନ୍ଧାରରେ

ମୋ ପ୍ରିୟତମ ପିପାସାକୁ କରିବନି ଆବାହନ

କିମ୍ବା ଦେବୀ ହେବାର କରିବନି ଅଭିନୟ

ଅନେକେ କିଛି ଛଡାଇ ନେଇ ପାରେ

ଅଥବା ଭେଟି ଦେଇ ପାରେ

ଦିନଟିଏ ଘୋଡ଼ାଇ ହେବାକୁ ଯାଉଥିବା ଏହି

କଳାରଙ୍ଗର ଚାଦର

 

ଏଇ ଯେମିତି

ହୁଏତ ପ୍ରେମିକଟିଏ ଲେଖିପାରେ ଏକ ଅବୈଧ

ବର୍ଣ୍ଣବୋଧ

ଅଥବା ପୁଣି ଏକ ଜରାୟୁ ଧରି ରଖି ପାରେ ପ୍ରେମିକର

ତାଜା ରକ୍ତ

ତେବେ ଉଭୟ ବାଧ୍ୟ ଆପଣେଇବାକୁ ମୁଖାତଳ

ଅନ୍ତର୍ଦାହ

ଯଦି ଗୋଟେ ମାୟାବୀ ରାତିର ଦୀର୍ଘଶ୍ୱାସରେ

ବାରମ୍ବାର ଲୁଚକାଳି ଖେଳେ ମୋର ମୁହଁ

ତେବେ, ଅନେକ ସଞ୍ଜର ଫରୁଆ ଭିତରୁ

ଆବିଷ୍କାର କରିନେବ ମୁକୁଳା ବେଣୀର ଆଢୁଆଳେ

ଶିହିରିତ କରୁଥିବା ସେହି ଶ୍ରେଷ୍ଠତମ ଉତ୍ତେଜିତ ସ୍ପର୍ଶ

ଯଦି କେବେ ଆଞ୍ଜୁଳାଏ ଅନୁରାଗ ପାଇଁ ଝୁରିବସେ

ତୁମ ପ୍ରେମିକାର ମନ

ଓଲଟାଇ ଦେବ ଡାଏରୀର ମଝି ଫର୍ଦ୍ଦ

ଆଉ ସାଉଁଟିନେବ

ସାଇତା ଗୋଲାପର ଫସିଲ୍ ରୁ

ଏବେବି ବାହାରୁଥିବା ଏକ ଆଦିମ ପରିଚିତ ମଣିଷର

ଦେହ ଗନ୍ଧ

 

ଯଦି ସମୟର ଦ୍ୱାହିରେ ତୁମେ ପ୍ରସ୍ତୁତ ହୁଅ ଲଙ୍ଗିବାକୁ

ସଂପର୍କର ସୀମା ସରହଦ

ସେଇ ଅବେଳା ପାଇଁ ମୁଁ ନିଶ୍ଚେ ପ୍ରସ୍ତୁତ କରିବି ଗୋଟେ

ଅଶ୍ୱମେଧ ଯଜ୍ଞ

ମନାସିବାକୁ ମୋ ପାଇଁ ଗୋଟେ ଦ୍ରୋହୀ ପ୍ରେମିକର

ଇତିହାସ

ତେଣୁ ବେଳ ହୁଁ ସାବଧାନ,

ତୁମର ସମର୍ପଣ ମୁଦ୍ରା ପାଇଁ

କେହିଜଣେ କେଉଁକାଳୁ କଣ୍ଠସ୍ଥ କରି ସାରିଛି ସବୁତକ

ସମ୍ମୋହନୀ ମନ୍ତ୍ର

ସୁତରାଂ ଆଉ ଥରେ ଇଶ୍ୱରଙ୍କୁ ଭୁଲରେ ମାଗିବନି

ନିଶୁନ ସେ ମୁହଁ ସଞ୍ଜ ଅନ୍ଧାର।

 -ଇଂ . ନିହାର ରଞ୍ଜନ ପରିଡ଼ା

The post ସଞ୍ଜବେଳ- ଗୋଟେ ସ୍ମୃତିର ପାଖୁଡ଼ା appeared first on Odisha Reporter.

]]>
2019-08-03 14:52:27 https://odishareporter.in/wp-content/uploads/2019/08/nihar-ranjan.jpg
ପ୍ଲାଟଫର୍ମ https://odishareporter.in/literature-culture/short-story-platform-by-archana-408863 Sun, 21 Jul 2019 10:19:11 +0000 http://odishareporter.in/?p=408863

ଟ୍ରେନର ହର୍ଣ୍ଣ ଶୁଭିଲା। ଟାଇମ୍‌ ଅଲ୍‌ରେଡି ହୋଇଗଲାଣି। ମାତ୍ର, ଅଭିପ୍ସାର ଅଟୋବାଲା ସାଥିରେ ଝଗଡ଼ା ସରୁନି। ବାଟ ସାରା ଅଟୋବାଲାକୁ ସେ ଶୀଘ୍ର ଚାଲ ଶୀଘ୍ର ଚାଲ କହି କହି ଆଣିଛି। ତେଣୁ ଅଟୋବାଲା କାହାକୁ ନ ଉଠାଇ ରିଜର୍ଭରେ ଆଣି ପଇସା ମାଗୁଛି। ହେଲେ, ଅଭିପ୍ସା ଲାଇନ୍‌ ଅଟୋରେ ଆସିଛି ବୋଲି ରିଜର୍ଭ ଟଙ୍କା ଦେବାକୁ ନାରାଜ। ଧୀରେ ଧୀରେ କଥାଟା ଯୁକ୍ତିତର୍କରେ ପରିଣତ ହୋଇ ମାଡ଼ଗୋଳ ହେବାର ରୂପ ନେଲାଣି। ପାଖାପାଖି କିଛି ଭଦ୍ର […]

The post ପ୍ଲାଟଫର୍ମ appeared first on Odisha Reporter.

]]>
ଅର୍ଚ୍ଚନା

ଟ୍ରେନର ହର୍ଣ୍ଣ ଶୁଭିଲା। ଟାଇମ୍‌ ଅଲ୍‌ରେଡି ହୋଇଗଲାଣି। ମାତ୍ର, ଅଭିପ୍ସାର ଅଟୋବାଲା ସାଥିରେ ଝଗଡ଼ା ସରୁନି। ବାଟ ସାରା ଅଟୋବାଲାକୁ ସେ ଶୀଘ୍ର ଚାଲ ଶୀଘ୍ର ଚାଲ କହି କହି ଆଣିଛି। ତେଣୁ ଅଟୋବାଲା କାହାକୁ ନ ଉଠାଇ ରିଜର୍ଭରେ ଆଣି ପଇସା ମାଗୁଛି। ହେଲେ, ଅଭିପ୍ସା ଲାଇନ୍‌ ଅଟୋରେ ଆସିଛି ବୋଲି ରିଜର୍ଭ ଟଙ୍କା ଦେବାକୁ ନାରାଜ। ଧୀରେ ଧୀରେ କଥାଟା ଯୁକ୍ତିତର୍କରେ ପରିଣତ ହୋଇ ମାଡ଼ଗୋଳ ହେବାର ରୂପ ନେଲାଣି। ପାଖାପାଖି କିଛି ଭଦ୍ର ଲୋକ ରୁଣ୍ଡ ହୋଇ ଗଲେଣି। କିଛି ଅଲଗା ଅଟୋ ଡ୍ରାଇଭର ଅଟୋବାଲାଟିକୁ ସପୋର୍ଟ କଲାବେଳେ ଆଉ କିଛି ଏକୁଟିଆ ଝିଅର ଫାଇଦା ଉଠାଉଛି। ମାତ୍ର ଅନ୍ତିମ ସମାଧାନଟି ଅଭିପ୍ସାକୁ ସୁହାଇଲା ନାହିଁ। ଶେଷରେ ହାର ମାନି ରିଜରଭେସନ୍‌ ଟଙ୍କା ଅଟୋବାଲାର ମୁହଁକୁ ମାରି ଆସିଲା ସେ।

ପାଞ୍ଚ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଲାଗିବାର ଥିଲା। ୫.୧୦ ରେ ଟ୍ରେନ୍‌ ଛାଡ଼ିବ। ମାତ୍ର ସେ ପ୍ଲାଟଫର୍ମରେ ପହଞ୍ଚିଛି ୫.୧୫ରେ। ଟ୍ରେନ୍ ନାହିଁ। କ’ଣ କରିବ ସେ। ଲୋକ ବି ନାହାଁନ୍ତି। ଦୌଡ଼ି ଦୌଡ଼ି ଓ ସିଡ଼ି ଚଢ଼ି ଚଢ଼ି ଥକ୍କି ଯାଇଛି ସେ। ନା ସିଧା ଠିଆ ହୋଇପାରୁଛି, ନା ଧୀରେ ନିଶ୍ୱାସ ନେଇ ପାରୁଛି। ତଣ୍ଟି ପାଟି ଶୁଖି ଗଲାଣି। ଆଣ୍ଠୁରେ ହାତ ଦେଇ, ଅଧା ନଇଁ ଠିଆ ହୋଇଥାଏ ସେ। ମୁଣ୍ଡ ତଳକୁ କରି ଚିନ୍ତା କରୁଥାଏ ଯେ ସେ ଏବେ ଘରକୁ ଯିବ କେମିତି.. ?

ଏ ସମୟରେ ଜଣେ ଭଦ୍ରଲୋକ ପାଣି ବୋତଲଟେ ତା’ ଆଡ଼କୁ ବଢ଼ାଇ ଦେଇ କହିଲେ, “ଚିନ୍ତା କରନ୍ତୁନି। ଟ୍ରେନ୍‌ ଆସିନି ଏ ଯାଏଁ। ମୁଁ ବି ଅପେକ୍ଷା କରିଛି। ” ଅଭିପ୍ସା ମୁଣ୍ଡ ଉଠାଇ ଚାହିଁଲା ଭଦ୍ର ବ୍ୟକ୍ତି ଜଣଙ୍କୁ। ଦେଖିବାକୁ ସୁନ୍ଦର। ଅଭିନେତା ପରି ଚେହେରା। ଅଭିପ୍ସାକୁ ଟିକିଏ ସାନ୍ତ୍ୱନା ମିଳିଲା। ଭଦ୍ର ବ୍ୟକ୍ତିଙ୍କ ହାତରୁ ପାଣି ବଟଲ ନେଇ ଢକଢକ କରି ୪ ଢୋକ ପିଇଦେଲା। ଧନ୍ୟବାଦ ଜଣାଇ, ହାତ ବଢ଼ାଇ କହିଲା,” ମୁଁ ଅଭିପ୍ସା ଦାଶ।” ଭଦ୍ର ବ୍ୟକ୍ତି ସମ୍ମତି ଜଣାଇ କହିଲେ,” ମୁଁ ଅଭିଜିତ ମହାପାତ୍ର। ଭୁବନେଶ୍ୱର ଯିବି ବାହାରିଛି ଯେ ହେଲେ ଟ୍ରେନ୍ ଏତେ ଲେଟ ହେଲାଣି। ପହଞ୍ଚିଲା ବେଳକୁ କେତେ ସମୟ ପୁଣି ହେବ, କିଛି କହି ହେଉନି।”

“ମୋ ସ୍ୱାମୀ ମୋତେ ନେବାକୁ ଆସିଛନ୍ତି। ଏହା ବୋଧେ ଆମର ପ୍ରଥମ ଓ ଶେଷ ମିଳନ। ପାରିବ ଯଦି ମୋତେ ଭୁଲି ଯିବ। ଆଉ ପାରିବ ଯଦି ମୋତେ କ୍ଷମା କରିଦେବ।”

ଅଭିପ୍ସା ଏକାନ୍ତ ସହରରେ ବନ୍ଧୁଟିଏ ପାଇଗଲା ପରି ମନେ କଲା। ଦୁହେଁ ପ୍ଲାଟଫର୍ମର ଗୋଟିଏ ସିଟରେ ବସିଲେ। କଥାବାର୍ତ୍ତାରେ ଦୁହେଁ ଏମିତି ମଜ୍ଜି ଯାଇଥିଲେ ଯେ କେତେବେଳେ ଅଧଘଣ୍ଟା ଚାଲି ଗଲାଣି, କେହି ବି ଜାଣି ପାରିଲେନି। ପ୍ରଥମ ଦେଖାରେ ଗୋଟିଏ ନୂତନ ସମ୍ପର୍କ ଗଢ଼ି ଉଠିଥିଲା ଯେମିତି ସେମାନଙ୍କ ମଧ୍ୟରେ। ଅଭିଜିତର ମଜା ମଜା କଥାରେ ଅଭିପ୍ସା ଖାଲି ହସୁଥାଏ। ଆଉ ତା’ ହସ ଦେଖି ଅଭିଜିତ ତୃପ୍ତ ଅନୁଭବ କରୁଥାଏ।

ଅଭିଜିତ ମନେ ମନେ ତାକୁ ପ୍ରପୋଜ୍ କରିବାକୁ ଭାବୁଥାଏ। ଆଉ ଅଭିପ୍ସା। ଅଭିପ୍ସାର ବି ସେହି ସମାନ ଭାବନା। ‘ୟେ କଣ ମୋତେ ଏବେ ପ୍ରପୋଜ୍ କରିବେ ନା କ’ଣ। ମୁଁ କି ଉତ୍ତର ଦେବି। ସହମତି ଜଣାଇବା କ’ଣ ଠିକ ହେବ? ନା ନା, ଥାଉ। ଆଉ ଗୋଟିଏ ମୁହୂର୍ତ୍ତ ତାଙ୍କ ସାଥିରେ କଥା ହେଲେ, ମୁଁ ନିଜକୁ ନିଜେ ଆୟତ୍ତରେ ରଖି ପାରିବିନି। ଆଉ କାଲିକୁ ଭୁଲି ନ ପାରିଲେ, ନିଜେ ହିଁ କଷ୍ଟ ପାଇବି।’ ଏହା ଭାବି ଅଭିପ୍ସା ଉଠି ଯାଉଥିବା ବେଳେ ଅଭିଜିତ ପଛରୁ ତା ହାତକୁ ଧରି କହିଲା, “ପ୍ଲିଜ, ଅନ୍ତତଃ ଟ୍ରେନ ଆସିବା ଯାଏଁ ତ ରହିଯାଅ।” ଅଭିପ୍ସା ନିର୍ଣ୍ଣୟ ନେଇ ପାରୁନଥିଲା। କିଛି ନ କହି ତା ପାଖରେ ବସିଲା। ଅଭିଜିତ ତା’ ହାତ ସେମିତି ଧରିଥାଏ।

ଅଭିପ୍ସାକୁ ତା ହାତର ଉଷ୍ମତା ଯଦିଓ ମତୁଆଲା କରୁଥାଏ, ମାତ୍ର ସେ କିଛି କହି ପାରୁନଥିଲା। ମୁହଁ ସଞ୍ଜ ଅନ୍ଧାର ବଢୁଥାଏ। ଦୁହେଁ ପରସ୍ପରକୁ ଚାହିଁ ରହିଥାନ୍ତି। ଆହୁରି ନିକଟତର ହେବାକୁ ଚେଷ୍ଟା ଚାଲିଥାଏ। କିଛି ଦୁର୍ବଳତା ସୀମା ଲଙ୍ଘିବା ଉପରେ। ଏତିକି ବେଳେ ଟ୍ରେନ୍‌ ଆସିଗଲା। ହର୍ଣ୍ଣ ଶୁଭିବା ସହିତ ଲାଇଟ୍‌ ବି ପଡ଼ିଲା ସେମାନଙ୍କ ଉପରେ। ଦୁହେଁ ସଂଯତ ହୋଇଗଲେ। କାହାର ଆଉ ଟ୍ରେନ୍‌ରେ ଯିବାକୁ ଇଚ୍ଛା ନାହିଁ। ନୂଆ ସହରରେ, ନୂଆ ସାଥୀ ସାଙ୍ଗରେ ରାତିଟିଏ ବିତାଇବାକୁ ମନ ବ୍ୟାକୁଳ ହେଉଥାଏ। ମାତ୍ର ସମୟ ସାଥ୍‌ ଦେଲାନାହିଁ। ଦୁହେଁ ପ୍ଲାଟଫର୍ମର ଯୋଉ ସିଟରେ ବସିଥିଲେ, ଠିକ ତା ସାମନାରେ ଅଭିପ୍ସାର ବଗି ଲାଗିଲା।

ବଗିର ଗେଟ୍‌ରେ ଛିଡ଼ା ହୋଇଥିବା ଭଦ୍ର ବ୍ୟକ୍ତି ଜଣଙ୍କ ଗୋଟିଏ ହାତରେ ଟ୍ରେନ ଡୋର ଧରି ଆର ହାତଟିକୁ ଅଭିପ୍ସା ଆଡ଼କୁ ବଢାଇଛନ୍ତି। ଅଭିପ୍ସାର ଆଖିରେ ଲୁହ। ମୁଣ୍ଡ ପୋତି ଲୁହ ପୋଛୁ ପୋଛୁ ଅଭିଜିତକୁ ଧୀରେ କହିଲା, “ମୋ ସ୍ୱାମୀ ମୋତେ ନେବାକୁ ଆସିଛନ୍ତି। ଏହା ବୋଧେ ଆମର ପ୍ରଥମ ଓ ଶେଷ ମିଳନ। ପାରିବ ଯଦି ମୋତେ ଭୁଲି ଯିବ। ଆଉ ପାରିବ ଯଦି ମୋତେ କ୍ଷମା କରିଦେବ।” ମୁଣ୍ଡ ଉଠାଇ, ସ୍ୱାମୀଙ୍କୁ ଚାହିଁ ହସିଦେଲା ଓ ଦୌଡ଼ିଗଲା ତାଙ୍କ ପାଖକୁ, ଯେମିତି କିଛି ବି ପରିବର୍ତ୍ତନ ହୋଇନାହିଁ ତା’ ମନରେ।

ଦୁହେଁ ଟ୍ରେନ୍‌ ଭିତରେ ପଶିଲେ। ମାତ୍ର ଅଭିଜିତ। ବାହାରେ ସିଟରେ ସ୍ଥାଣୁ ପ୍ରାୟ ବସିଥାଏ। ମନକୁ ବୁଝାଉଥାଏ। ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥାଏ। ଏ ସମୟରେ ଟ୍ରେନ୍‌ ଛାଡ଼ିଲା। ବୁଝି ପାରୁନଥିଲା ସେ, ଚାଲିଯିବ ନା କିଛି ସମୟ ସେଠାରେ ବସି, ପୂର୍ବ ସୁଖଦ ସମ୍ଭାବନାଗୁଡିକୁ ପୁଣିଥରେ ଅନୁଭବ କରିବ। ଟ୍ରେନ ହର୍ଣ୍ଣରେ ତା’ ଅଧୁରା ସ୍ୱପ୍ନ ଭାଙ୍ଗିଗଲା। ଦୌଡ଼ି ଯାଇ, ଟ୍ରେନର ଅନ୍ୟ ଏକ ବଗିରେ ଚଢ଼ିଲା। ନିଜ ସିଟ୍‌ ଖୋଜି ବସିଗଲା। ଦୁଃସ୍ୱପ୍ନ ଥିଲା ବୋଲି ଭାବି ଆଖି ଦୁଇଟି ବୁଜି ରହିଲା।

ସଞ୍ଜିତ ବ୍ୟାକୁଳିତ ହେଉଥିଲା। ଶତଭିଶା ହାତକୁ ଦୁଇଥର ଚୁମ୍ବନ ଦେଇ, ତାକୁ ଜାବୁଡ଼ି ଧରି କହିଲା,” ପ୍ଲିଜ୍ ଯାଅନି। ଆମ ମିଳନ ଏତେ କ୍ଷଣିକ ଥିଲା ବୋଲି ମୁଁ ଜାଣି ନଥିଲି। ତୁମେ ମୋ ଜୀବନ ରେ ଏକ ସୁନେଲି ସ୍ୱପ୍ନ ହୋଇ ଆସିଲ, ଯିଏ ଅନେକ ଦିନ ପର୍ଯ୍ୟନ୍ତ ଏ ହୃଦୟରେ ରହିବ। ତୁମକୁ ଛାଡ଼ିବାକୁ ଇଚ୍ଛା ନାହିଁ। ମାତ୍ର ସର୍ତ୍ତ ତ ମାନିବାକୁ ହେବ। ହଉ, ଭଗବାନଙ୍କ ଇଚ୍ଛା ଥିଲେ ଆମେ ପୁଣିଥରେ ଭେଟ ହେବା।”

ଟ୍ରେନ୍‌ ଚାଲିଥାଏ। ତା’ ସାଇଡ୍‌ ସିଟ୍‌ ଓ ଝରକା ପାଖ ସିଟ୍‌ରେ ଏକ କପଲ୍‌ ବସିଥା’ନ୍ତି। ଅଭିଜିତ ମଝି ଆଡ଼କୁ ବସିଥାଏ। ଟ୍ରେନର ଗତି ବଢ଼ିବା ସହିତ ସେ କପଲ୍‌ଙ୍କ ପ୍ରେମ କାହାଣୀ ବି ବଢୁଥାଏ। ଦୁହେଁ ହାତ ଛନ୍ଦାଛନ୍ଦି ହୋଇ ବସିଥା’ନ୍ତି। ପରସ୍ପରକୁ ଏକ ଲୟରେ ଚାହିଁ ରହିଥା’ନ୍ତି। ଆଖି ଯେମିତି ଇଚ୍ଛା କରୁଥିଲା, ଏ ବଗିର ଲାଇଟ ସବୁ ବନ୍ଦ ହୋଇ ଯାଆନ୍ତା କି, ସେମାନଙ୍କ ପ୍ରେମକୁ ସାନିଧ୍ୟ ମିଳିଯାଅନ୍ତା। ହେଲେ  ଲାଇଟ୍‌ ସହଯୋଗ କରୁ ନଥିଲା, ନା ନା ଲୋକମାନେ, ନା ଜିନିଷ ବିକାଳିମାନେ। ସମସ୍ତେ ଯାଉଣୁ ଆସୁଣୁ, ବୁଲି ଚାହୁଁଥିଲେ ସେମାନଙ୍କୁ। ତେଣୁ ସେମାନେ ଯଥା ସମ୍ଭବ ସଂଯତ ହୋଇ ଯାଉଥିଲେ। ମାତ୍ର ପ୍ରେମ କାହାକୁ ବା କେତେ ଦୂରରେ ରଖିପାରେ। ସ୍ୱାମୀ ଜଣଙ୍କ ସ୍ତ୍ରୀର କାନ୍ଧ ଉପରେ ହାତ ରଖିଲେ। ସ୍ତ୍ରୀଟି ସ୍ୱାମୀର କାନ୍ଧରେ ମୁଣ୍ଡ ରଖି ଶୋଇଲା। ସ୍ୱାମୀ ଟି ସ୍ତ୍ରୀର କେଶକୁ ସାଉଁଳୋଉଥାଏ।
ଆଉ ସ୍ତ୍ରୀଟି ଭାରି ତୃପ୍ତ ଅନୁଭବ କରୁଥାଏ। ସାମ୍ନା ଲୋକ କି ପଛ ଲୋକ ସେସବୁ ଦେଖିପାରୁ ନଥିଲେ। ମାତ୍ର ଯାହା ସବୁ ଘଟୁଥିଲା, ସବୁର ମୁକ ସାକ୍ଷୀ ଥିଲା ଅଭିଜିତ। ମନେମନେ ଚିନ୍ତା କରୁଥିଲା, ଭାଗ୍ୟ ଯଦି ସାଥ୍‌ ଦେଇଥା’ନ୍ତା, ତେବେ ମୁଁ ଓ ଅଭିପ୍ସା ହୁଏତ…. ଏମିତି….. ଛାଡ଼। ଏମାନେ ତ ଦମ୍ପତି। ଏମାନେ ଏହା କରିବା ସ୍ୱାଭାବିକ କଥା। ଅଭିଜିତ ପୁଣିଥରେ ମନଦୁଃଖରେ ଆଖି ବନ୍ଦ କରି ବସିଲା।

ଦମ୍ପତିଙ୍କ ଆଳାପ ଧୀରେ ଧୀରେ ଶୁଣୁଥିଲା ସେ। ସ୍ତ୍ରୀ ଟି କହିଲା, “ଦେଖ ସଞ୍ଜିତ, ଆମେ ପରସ୍ପରକୁ ଭଲ ପାଉଛେ। ଏହା ନିରାଟ ସତ୍ୟ। ମାତ୍ର ଆମ ସର୍ତ୍ତ ମଧ୍ୟ ସବୁଦିନ ପାଇଁ ଯେମିତି ମନେ ରହେ। ତୁମେ ପ୍ରମିସ୍ କର। “ସଞ୍ଜିତ କହିଲା,” ହଁ ଶତଭିଶା, ମୁଁ ଭୁଲିନି କି ଭୁଲିବିନି। ଯଦି ତୁମ ସର୍ତ୍ତରେ ମୁଁ ରାଜି ହୋଇ ନଥାନ୍ତି, ତେବେ ତୁମେ ଆଜି ମୋତେ ମିଳି ନଥା’ନ୍ତ। ଏ ଅନୁଭବ ଅନେକ ଦିନ ମୋ ହୃଦୟରେ ତାଜା ହୋଇ ରହିବ। କିନ୍ତୁ ତୁମକୁ ନ ପାଇଲେ, ଜୀବନଟା ନିରର୍ଥକ ହୋଇଯିବ।”

ଅଭିଜିତର ଭାବନାରେ ସନ୍ଦେହ ସୃଷ୍ଟି ହେଲା। ‘ଓଃ, ଏମାନେ ତେବେ ଦମ୍ପତି ନୁହେଁ, ପ୍ରେମୀ ଯୁଗଳ। ଦୁହେଁ ଦୁହିଁଙ୍କୁ ପାଇବାକୁ ବାକି ଅଛି। ସେଥିପାଇଁ ଏତେ ତତ୍ପର ଯେ ଟ୍ରେନ୍‌ରେ ଆରମ୍ଭ ହୋଇଯାଉଛନ୍ତି। ଯୁଗ ସତରେ କ’ଣ ହେଲାଣି। ମାତ୍ର ଶତଭିଶା ମଥାରେ ସିନ୍ଦୂର, ହାତରେ ନାଲି ଚୁଡ଼ି। ୟେ କ’ଣ ବିବାହ ପୂର୍ବର ପାଗଲାମୀ ନା ଆଉକିଛି।’ ଠିକ୍‌ ସେ ସମୟରେ ଶତଭିଶା କହିଲା, “ଷ୍ଟେସନ ଆସିଗଲା ସଞ୍ଜିତ। ମୋତେ ଯିବାକୁ ହେବ।”

ମାତ୍ର ଶତଭିଶାର ସର୍ତ୍ତ ଥିଲା ଯେ, ଏ ସମ୍ପର୍କ ଯେତେ ବଢୁଛି ବଢ଼ୁ। ହେଲେ ନିଜ ନିଜର ଷ୍ଟପେଜ୍‌ ଆସିଗଲେ, ଏ ସମ୍ପର୍କର ଅନ୍ତ ହେବ।

ସଞ୍ଜିତ ବ୍ୟାକୁଳିତ ହେଉଥିଲା। ଶତଭିଶା ହାତକୁ ଦୁଇଥର ଚୁମ୍ବନ ଦେଇ, ତାକୁ ଜାବୁଡ଼ି ଧରି କହିଲା,” ପ୍ଲିଜ୍ ଯାଅନି। ଆମ ମିଳନ ଏତେ କ୍ଷଣିକ ଥିଲା ବୋଲି ମୁଁ ଜାଣି ନଥିଲି। ତୁମେ ମୋ ଜୀବନ ରେ ଏକ ସୁନେଲି ସ୍ୱପ୍ନ ହୋଇ ଆସିଲ, ଯିଏ ଅନେକ ଦିନ ପର୍ଯ୍ୟନ୍ତ ଏ ହୃଦୟରେ ରହିବ। ତୁମକୁ ଛାଡ଼ିବାକୁ ଇଚ୍ଛା ନାହିଁ। ମାତ୍ର ସର୍ତ୍ତ ତ ମାନିବାକୁ ହେବ। ହଉ, ଭଗବାନଙ୍କ ଇଚ୍ଛା ଥିଲେ ଆମେ ପୁଣିଥରେ ଭେଟ ହେବା।”

ଶତଭିଶା ଭିଡ଼ି ହୋଇ କହିଲା,” ଛାଡ଼ ସଞ୍ଜିତ। ଟାଇମ୍ ହୋଇଗଲା। ଷ୍ଟେସନକୁ ମୋ ସ୍ୱାମୀ ଆସିଥିବେ। ପ୍ଲିଜ୍, ବୁଝିବାକୁ ଚେଷ୍ଟା କର।” ଏହା ଶୁଣି ଅଭିଜିତର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ଶତଭିଶାକୁ ଚକିତ ହୋଇ ଚାହିଁ ରହିଥିଲା। ଭାବୁଥିଲା ଏ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ତେବେ କ’ଣ ହୋଇପାରେ। ଟ୍ରେନ୍‌ ରହିଲା ଓ ଶତଭିଶା ଓହ୍ଲାଇଗଲା।

ଝରକା ପାଖରେ ସଞ୍ଜିତ ଛଳ ଛଳ ଆଖିରେ ଚାହିଁ ରହିଥିଲା ବହୁତ ଦୂରକୁ। ଅଭିଜିତ ଧୈର୍ଯ୍ୟ ଧରି ପଚାରିଲା, “ଭାଇ, ସେ କ’ଣ ତୁମର କେହି ନଥିଲେ? ଏମିତି ଅଧା ବାଟରୁ ଛାଡ଼ି ଚାଲିଗଲେ ଯେ। ସେ କିଏ?” ସଞ୍ଜିତ ଦୀର୍ଘ ଶ୍ଵାସ ଛାଡ଼ି କହିଲା, “ଆମେ ଟ୍ରେନ ରେ ହିଁ ଦେଖା ହୋଇଥିଲୁ। ଟ୍ରେନରେ ଚଢ଼ିବା ବେଳେ ତାଙ୍କ ଗୋଡ଼ ଖସିଯିବା ଉପରେ, ଆଉ ମୁଁ ଠିକ୍‌ ସମୟରେ ଭିଡ଼ି ଆଣିଲି ତାଙ୍କୁ ଟ୍ରେନ ଭିତରକୁ। ତା’ପରେ କିଛି କଥାବାର୍ତ୍ତା। ମନ ଓ ଭାବର ଆଦାନ ପ୍ରଦାନ। ମନେ ହେଲା କ୍ଷଣିକ ପାଇଁ, ଯେମିତି ଆମକୁ ଆମ ସୋଲମେଟ ମିଳିଗଲା। ଦୁହେଁ ଏ ଯାତ୍ରାରେ ହିଁ ପରସ୍ପରକୁ ଭଲ ପାଇ ବସିଲୁ। ମାତ୍ର ଶତଭିଶାର ସର୍ତ୍ତ ଥିଲା ଯେ, ଏ ସମ୍ପର୍କ ଯେତେ ବଢୁଛି ବଢ଼ୁ। ହେଲେ ନିଜ ନିଜର ଷ୍ଟପେଜ୍‌ ଆସିଗଲେ, ଏ ସମ୍ପର୍କର ଅନ୍ତ ହେବ। ଆମେ ପରସ୍ପରକୁ ଭୁଲିଯିବା। ବାସ୍‌, ୟେ ଏକ କ୍ଷଣସମ୍ପର୍କ ଥିଲା କହିଲେ ଠିକ୍‌ ହେବ।”

ଅଭିଜିତ ନିଜ କଥା ଭାବୁଥିଲା। ‘କିଛି ପ୍ରେମ କାହାଣୀ ପ୍ଲାଟଫର୍ମରେ ଆରମ୍ଭ ହୋଇ ଟ୍ରେନ୍‌ ଆସିଲା ପରେ ସରିଯାଏ ତ ଆଉ କିଛି ଟ୍ରେନ୍‌ରେ ଆରମ୍ଭ ହୋଇ ପ୍ଲାଟଫର୍ମରେ ପହଞ୍ଚିବା ପରେ ସରେ। ଏମିତି ହିଁ କ୍ଷଣିକ ସମ୍ପର୍କ ଇଏ। ଆଉ ଆମ ପରି ଏମିତି ହିଁ କିଛି ପ୍ରେମ କାଙ୍ଗାଳ ତା’କୁ ପାଇବାକୁ ସର୍ବଦା ତତ୍ପର ହେଉଥା’ନ୍ତି। ସେ ଅଭିପ୍ସା ସହ ଅଭିଜିତ ହେଉ କି ନ ହେଉ, ସେ ଶତଭିଶା ସହ ସଞ୍ଜିତ ହେଉ କି ନ ହେଉ, କିନ୍ତୁ ପ୍ରେମ ସର୍ବଦା ସୃଷ୍ଟି ହୁଏ ଆଉ ଏମିତି ହିଁ ଅନ୍ତ ହୁଏ। ଆଉ ସାକ୍ଷୀ ରହିଯାଏ ଏମିତି ହିଁ କିଛି ପ୍ଲାଟଫର୍ମ।’

ଫେଜ୍‌-୩, ଡୁମୁଡୁମା, ଭୁବନେଶ୍ୱର

The post ପ୍ଲାଟଫର୍ମ appeared first on Odisha Reporter.

]]>
left bottom 2019-07-21 16:01:36 https://odishareporter.in/wp-content/uploads/2019/07/platform2.jpg
ସୋନାଲ ମାନସିଂହ ଓ ମଧୁଲିତା ମହାପାତ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ https://odishareporter.in/odisha/sonal-mansingh-to-get-sangeet-natak-akademi-fellow-akademi-ratna-award-406888 Tue, 16 Jul 2019 16:35:39 +0000 http://odishareporter.in/?p=406888

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ର ଓ ଛଉ ନୃତ୍ୟରେ ତପନ କୁମାର ପଟ୍ଟନାୟକଙ୍କୁ ୨୦୧୮ ମସିହା ପାଇଁ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବ। ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆସାମର ଗୁଆହାଟିଠାରେ ଜୁନ୍ ୨୬ତାରିଖରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ (ଏକାଡେମୀ ରତ୍ନ) ପାଇଁ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଜାକିର ହୁସେନ, ଯତୀନ ଗୋସ୍ୱାମୀ ଓ କେ […]

The post ସୋନାଲ ମାନସିଂହ ଓ ମଧୁଲିତା ମହାପାତ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ର ଓ ଛଉ ନୃତ୍ୟରେ ତପନ କୁମାର ପଟ୍ଟନାୟକଙ୍କୁ ୨୦୧୮ ମସିହା ପାଇଁ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବ।

ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆସାମର ଗୁଆହାଟିଠାରେ ଜୁନ୍ ୨୬ତାରିଖରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ (ଏକାଡେମୀ ରତ୍ନ) ପାଇଁ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଜାକିର ହୁସେନ, ଯତୀନ ଗୋସ୍ୱାମୀ ଓ କେ କଲ୍ୟାଣସୁନ୍ଦରମ ପିଲ୍ଲାଇଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ସେହିପରି ଓଡିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିସମିଲା ଖାଁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନୃତ୍ୟ କ୍ଷେତ୍ରରେ ଓଡ଼ିଶୀ ପାଇଁ ସ୍ୱରୁପା ସେନ ଓ ଛଉ ପାଇଁ ତପନ କୁମାର ପଟ୍ଟନାୟକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।

ସେହିପରି ଭାରତନାଟ୍ୟମରେ ରାଧା ଶ୍ରୀଧର, କଥକ ପାଇଁ ଯୁଗ୍ମ ଭାବେ ଇଶିରା ଓ ମୌଲିକ ଶାହ, ମଣିପୁରୀ ପାଇଁ ଅଖାମ ଲକ୍ଷ୍ମୀ ଦେବୀ, କୁଚିପୁଡ଼ିରେ ପାଶୁମୂର୍ତ୍ତୀ ରାମଲିଙ୍ଗ ଶାସ୍ତ୍ରୀ, ସତ୍ରୀୟରେ ତାନକେଶ୍ୱର ହଜାରିକା ବୋରବାୟାନ ଓ ସମକାଳୀନ ନୃତ୍ୟରେ ଦୀପକ ମଜୁମଦାରଙ୍କୁ ପୁରସ୍ପାର ପାଇଁ ଚୟନ କରାଯାଇଛି। ସଙ୍ଗୀତ କ୍ଷେତ୍ରରେ ୧୧ଜଣ, ଥିଏଟର ପାଇଁ ୯ଜଣ, ପାରମ୍ପରିକ ଲୋକକଳା ପାଇଁ ୧୦ଜଣ ବିଶିଷ୍ଟ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ନିମନ୍ତେ ଚୟନ କରାଯାଇଛି।

ବାଦ୍ୟ, ସଂଗୀତ, ନୃତ୍ୟ, ଥିଏଟର, ପାରମ୍ପରିକ/ଲୋକକଳା/ ତଫସିଲ ଭୁକ୍ତ ଜନଜାତିର ବାଦ୍ୟ/ ନୃତ୍ୟ/ ଥିଏଟର/ଆଦି କ୍ଷେତ୍ରରେ ଅବଦାନ ପାଇଁ ୪୪ ଜଣ କଳାକାର ୨୦୧୮ ପାଇଁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ୪୪ଟି ପୁରସ୍କାର ମଧ୍ୟରେ ରହିଛି ୩ଟି ଯୁଗ୍ମ ପୁରସ୍କାର। ଏଥିସହିତ ୩୨ଜଣ କଳାକାରଙ୍କୁ ଉସ୍ତାଦ ବିସମିଲା ଖାଁ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି।

ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ପୁରସ୍କାର ବାବଦରେ ଏକାଡେମୀ ଫେଲୋ ସମ୍ମାନ ପାଇଁ ୩ଲକ୍ଷ ଟଙ୍କା ଏବଂ ଏକାଡେମୀ ପୁରସ୍କାର ପାଇଁ ୧ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ସହ ତାମ୍ରପତ୍ର ଏବଂ ଅଙ୍ଗବସ୍ତ୍ର ମଧ୍ୟ ପ୍ରଦାନ କରାଯିବ । ବିସମିଲା ଖାଁ ଯୁବ ପୁରସ୍କାର ପାଇଁ ୨୫ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ ।

The post ସୋନାଲ ମାନସିଂହ ଓ ମଧୁଲିତା ମହାପାତ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ appeared first on Odisha Reporter.

]]>
right top 2019-07-16 22:12:52 https://odishareporter.in/wp-content/uploads/2019/07/sonal-mansingh.jpg
‘ଭଲ କବିତାର ଖୋଜ’ ପକ୍ଷରୁ ଆଲୋଚନାଚକ୍ର https://odishareporter.in/odisha/harihar-mishras-poetry-discussed-in-a-special-session-in-baleswar-405376 Fri, 12 Jul 2019 11:16:12 +0000 http://odishareporter.in/?p=405376

ବାଲେଶ୍ୱର(ରଞ୍ଜିତ ପାକଳ): ‘ଭଲ କବିତାର ଖୋଜ’ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ କବି ହରିହର ମିଶ୍ରଙ୍କ ସାହିତ୍ୟ କୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଗୁରୁବାର ଦିନ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଥର ଜଣେ ବିଶିଷ୍ଟ କବିଙ୍କୁ ଉତ୍ସର୍ଗ କରାଯାଉଥିବା ଏହି ଆସରରେ ସଂପୃକ୍ତ କବିଙ୍କ କବିତା ପଢ଼ାଯିବା ସହ ତାଙ୍କ କବିତା ସମ୍ପର୍କରେ ସାମଗ୍ରିକ ଆଲୋଚନା କରାଯାଇଥାଏ। ଏଥରର ଆସରରେ ଆଲୋଚକ ଭାବେ ଯୋଗଦେଇଥିଲେ ବିଶିଷ୍ଟ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ପ୍ରଫେସର ହରିଶ୍ଚନ୍ଦ୍ର ବେହେରା, ନବୋଦୟ ବିଦ୍ୟାଳୟ […]

The post ‘ଭଲ କବିତାର ଖୋଜ’ ପକ୍ଷରୁ ଆଲୋଚନାଚକ୍ର appeared first on Odisha Reporter.

]]>

ବାଲେଶ୍ୱର(ରଞ୍ଜିତ ପାକଳ): ‘ଭଲ କବିତାର ଖୋଜ’ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ କବି ହରିହର ମିଶ୍ରଙ୍କ ସାହିତ୍ୟ କୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଗୁରୁବାର ଦିନ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଥର ଜଣେ ବିଶିଷ୍ଟ କବିଙ୍କୁ ଉତ୍ସର୍ଗ କରାଯାଉଥିବା ଏହି ଆସରରେ ସଂପୃକ୍ତ କବିଙ୍କ କବିତା ପଢ଼ାଯିବା ସହ ତାଙ୍କ କବିତା ସମ୍ପର୍କରେ ସାମଗ୍ରିକ ଆଲୋଚନା କରାଯାଇଥାଏ।

ଏଥରର ଆସରରେ ଆଲୋଚକ ଭାବେ ଯୋଗଦେଇଥିଲେ ବିଶିଷ୍ଟ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ପ୍ରଫେସର ହରିଶ୍ଚନ୍ଦ୍ର ବେହେରା, ନବୋଦୟ ବିଦ୍ୟାଳୟ ଅଧ୍ୟାପକ ରାଧା ରଞ୍ଜନ ପଟ୍ଟନାୟକ ଓ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ନାୟକ। ପ୍ରାରମ୍ଭରେ ‘ଭଲ କବିତାର ଖୋଜ’ର ଅନ୍ୟତମ ଆବାହକ କବି କୃଷ୍ଣ କୁମାର ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିବା ସହିତ କବି ହରିହର ମିଶ୍ରଙ୍କ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ପରେ ଆବାହକ କବି ଶ୍ରୀଦେବ ଆଲୋଚ୍ୟ କବିଙ୍କ କବିତା ସମ୍ପର୍କରେ ନିଜସ୍ୱ ମତ ରଖିବା ସହ ବାଲେଶ୍ୱରର ସହ ତାଙ୍କ ସମ୍ପର୍କ ବିଷୟରେ ସ୍ମୃତିଚାରଣ କରିଥିଲେ।

କବି ହରିହର ମିଶ୍ରଙ୍କ କବିତାରେ ରହସ୍ୟବାଦର ପ୍ରୟୋଗ ଦେଖିବାକୁ ମିଳିଥାଏ। ଏହି କାରଣରୁ ହୁଏତ ତାଙ୍କ କବିତାର ବୋଧଗମ୍ୟତା ନେଇ ପ୍ରଶ୍ନବାଚୀ ଉଠିପାରେ। କିନ୍ତୁ ତାଙ୍କ କବିତା ଦୁର୍ବୋଧ୍ୟ ନୁହେଁ, ନ୍ୟାରେଟିଭ ବୋଲି ଆଲୋଚକ ଡକ୍ଟର ବେହେରା ମତ ପ୍ରକାଶ କରିଥିଲେ। ତା’ପରେ ଅନ୍ୟ ଅତିଥିମାନେ କବିଙ୍କ ସାରସ୍ୱତ ସାଧନା ଉପରେ ଆଲୋକପାତ କରିଥିଲେ। ଏହି ଆସରରେ ‘ପରିଚୟ’ ପତ୍ରିକାର ସମ୍ପାଦିକା ଅରୁଣା ରାୟ ଓ ‘ସମୟ’ର ଜିଲ୍ଲା ପ୍ରତିନିଧି ତଥା କବି ରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହି ‘ପକ୍ଷୀଘର’ ପୂଜାସଂଖ୍ୟାରୁ କବିଙ୍କ କବିତା ପାଠ କରିଥିଲେ। ଶେଷରେ ଆବାହକ ମହାନ୍ତି ନିଜର ଅଭିମତ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

The post ‘ଭଲ କବିତାର ଖୋଜ’ ପକ୍ଷରୁ ଆଲୋଚନାଚକ୍ର appeared first on Odisha Reporter.

]]>
right bottom 2019-07-12 16:46:12 https://odishareporter.in/wp-content/uploads/2019/07/harihar-mishras-poetry-discussed-in-a-special-session-in-baleswar.jpg
ତାସ୍‌ର ଘର https://odishareporter.in/literature-culture/card-house-a-short-story-by-bimal-pati-402732 Sun, 07 Jul 2019 04:10:25 +0000 http://odishareporter.in/?p=402732

ଡ୍ରଇଂରୁମ୍‌ର ସୋଫା ଉପରେ ବସି ରିମୋଟ୍‌ରେ ଟିଭି ସୁଇଚ୍‌ ଅନ୍‌ କଲେ ଇପ୍‌ସିତା। ରାତିର ପ୍ରୋଗ୍ରାମ୍‌ ରିପିଟ୍‌ ଦେଖି ମନେ ମନେ ବିରକ୍ତି ହୋଇ ଉଠୁଥିଲେ ଟିଭିବାଲାଙ୍କ ଉପରେ। ଅନ୍ୟମନସ୍କ ଭାବେ ସକାଳ ଚା’ କପ୍‌ରେ ଓଠ ଦେଉ ଦେଉ ହଠାତ୍‌ ଟିଭି ସ୍କ୍ରିନ୍‌ରେ ବିତର୍କ ଉପରେ ଅଟକିଗଲା ଇପସିତାଙ୍କ ଆଖି। ସୁପ୍ରିମକୋର୍ଟର ରାୟକୁ ନେଇ ଚାଲିଛି ତର୍ଜମା। ‘ଏକ୍ସଟ୍ରା ମାରିଟାଲ୍‌ ରିଲେସନ୍‌’ ବା ‘ପରକୀୟା ପ୍ରୀତି’ ଅପରାଧ ନୁହେଁ। ପ୍ୟାନେଲିଷ୍ଟ୍‌ଙ୍କ ଭିତରେ ମହିଳା ସମାଜସେବୀ ମଧ୍ୟ […]

The post ତାସ୍‌ର ଘର appeared first on Odisha Reporter.

]]>
ବିମଳ ପତି

ଡ୍ରଇଂରୁମ୍‌ର ସୋଫା ଉପରେ ବସି ରିମୋଟ୍‌ରେ ଟିଭି ସୁଇଚ୍‌ ଅନ୍‌ କଲେ ଇପ୍‌ସିତା। ରାତିର ପ୍ରୋଗ୍ରାମ୍‌ ରିପିଟ୍‌ ଦେଖି ମନେ ମନେ ବିରକ୍ତି ହୋଇ ଉଠୁଥିଲେ ଟିଭିବାଲାଙ୍କ ଉପରେ। ଅନ୍ୟମନସ୍କ ଭାବେ ସକାଳ ଚା’ କପ୍‌ରେ ଓଠ ଦେଉ ଦେଉ ହଠାତ୍‌ ଟିଭି ସ୍କ୍ରିନ୍‌ରେ ବିତର୍କ ଉପରେ ଅଟକିଗଲା ଇପସିତାଙ୍କ ଆଖି।

ସୁପ୍ରିମକୋର୍ଟର ରାୟକୁ ନେଇ ଚାଲିଛି ତର୍ଜମା। ‘ଏକ୍ସଟ୍ରା ମାରିଟାଲ୍‌ ରିଲେସନ୍‌’ ବା ‘ପରକୀୟା ପ୍ରୀତି’ ଅପରାଧ ନୁହେଁ। ପ୍ୟାନେଲିଷ୍ଟ୍‌ଙ୍କ ଭିତରେ ମହିଳା ସମାଜସେବୀ ମଧ୍ୟ ଅଛନ୍ତି।

କି ଅଜବ ଯୁକ୍ତି ପ୍ୟାନେଲିଷ୍ଟ୍‌ରେ ବସିଥିବା ମହିଳା ସମାଜସେବୀଙ୍କର। ପୁରୁଷ ପରି ସ୍ତ୍ରୀର ବି ଗୋଟେ ମନ ଅଛି। ଦେହ ଅଛି, ଦେହର ଦାହ ଅଛି। ‘ବୁଭୁକ୍ଷୁ ନ କରୋତି ପାପ’ ନ୍ୟାୟରେ ନିଜ ଜୀବନକୁ ସଠିକ ଭାବେ ଉପଭୋଗ କରିବା ପୁରୁଷ ପରି ସ୍ତ୍ରୀର ମଧ୍ୟ ସମାନ ଅଧିକାର ଅଛି ବୋଲି ମହିଳା ପ୍ୟାନେଲିଷ୍ଟ୍‌ ଜଣକ ଯୁକ୍ତି ବାଢୁ ଥିଲେ। ଏସବୁ ଅଜବ ଯୁକ୍ତି ଶୁଣି ଇପ୍‌ସିତା ନିଜକୁ ବଡ଼ ଅସହଜ ମନେ କରୁଥିଲେ। ରାଗରେ ପଞ୍ଚମ ହୋଇ ଉଠିଲେ ଇପ୍‌ସିତା। ଟିଭି ଅଫ୍‌ କରି କିଛି ସମୟ ନୀରବି ଗଲେ, ଆଉ ଭାବୁଥିଲେ ଯୁଗ ବଦଳିବାର ଦ୍ୱାହିରେ ଦେଶର ଗତି କୁଆଡ଼େ?

ଇପ୍‌ସିତା ଚୌଧୁରୀ ଆଇଏଏସ୍‌ ଅଧିକାରୀ। ଜେଏନ୍‌ୟୁ ୟୁନିଭରସିଟିର ଇଂରାଜୀରେ ଗୋଲ୍ଟ ମେଡାଲିଷ୍ଟ୍‌। ଜଣେ ଦକ୍ଷ ପ୍ରଶାସିକା ଭାବେ ତାଙ୍କର ଖ୍ୟାତି ରହିଛି । ସ୍ୱାମୀ ପ୍ରିୟବ୍ରତ ଜଣେ ସଫ୍ଟୱେର ଇଂଜିନିୟର, ରୁହନ୍ତି ଆମେରିକାରେ। ମଝିରେ ମଝିରେ ଛୁଟିରେ ଇଣ୍ଡିଆ ଆସନ୍ତି। ଆଉ ସେତେବେଳେ ଇପ୍‌ସିତାଙ୍କ ଖୁସି କହିଲେ ନସରେ।

ପ୍ରିୟବ୍ରତଙ୍କର ପସନ୍ଦ ମୁତାବକ ନୂଆନୂଆ ଡିସ୍‌ ନିଜେ ପ୍ରିପେୟାର କରି ତାଙ୍କୁ ଖାଇବାକୁ ଦିଅନ୍ତି। ପ୍ରିୟବ୍ରତ ମଧ୍ୟ ଇପ୍‌ସିତାଙ୍କ ମନ ଜାଣି ତାଙ୍କୁ କେତେବେଳେ ସପିଙ୍ଗ୍‌ କରାଇବାକୁ ନିଅନ୍ତି ତ କେବେ ଲଙ୍ଗ୍‌ ଡ୍ରାଇଭ୍‌ରେ ବାହାରି ପଡ଼ନ୍ତି। ପ୍ରିୟବ୍ରତ ଆମେରିକା ଚାଲିଯିବା ପରେ ଇପ୍‌ସିତା ନିଜ ଭିତରେ ଭାଙ୍ଗିପଡ଼ନ୍ତି। ଅଫିସ୍‌ର ବିଜି ସିଡ୍ୟୁଲ୍‌ ପରେ ରାତିରେ ଅପେକ୍ଷା କରିଥା’ନ୍ତି ସ୍ୱାମୀଙ୍କର ଫୋନ୍‌କଲ୍‌କୁ। କେବେ କେବେ ଭିଡିଓ କଲ୍‌ରେ ମଧ୍ୟ କଥା ହୁଅନ୍ତି ପ୍ରିୟବ୍ରତଙ୍କ ସହ।

ଟପ୍‌କ୍ଲାସ୍‌ ବ୍ୟୁରୋକ୍ରାଟ୍‌ ଇପ୍‌ସିତା ଚୌଧୁରୀଙ୍କ ପାଖରେ ଜୀବନର ସକଳ ପ୍ରାଚୁର୍ଯ୍ୟ ହାତପାଆନ୍ତାରେ। ଟଙ୍କା, ପଇସା, ପିଅନ, ଚପରାସୀ କୋଉଥିରେ ଅଭାବ ନାହିଁ। ତଥାପି ସକଳ ସୁଖ ସମୃଦ୍ଧି ଭିତରେ ଇପ୍‌ସିତା ନିଜକୁ ବ୍ୟବଚ୍ଛେଦ କରୁଥା’ନ୍ତି। କୋଉଠି ନା କୋଉଠି ତାଙ୍କ ଭିତରେ ଥାଏ ଦୁଃଖ। ବିବାହର ଦଶବର୍ଷ ପରେ ମଧ୍ୟ ମା’ ହେଇପାରିନାହାନ୍ତି ଇପ୍‌ସିତା। ମାତୃତ୍ୱ ହାସଲ କରି ନ ପାରିବାର ଦୁଃଖ ତାଙ୍କୁ ଅନେକ ସମୟରେ ଘାରେ। ପ୍ରିୟବ୍ରତ ଇଣ୍ଡିଆ ଆସିଲେ ସବୁ ବିଜି ସିଡ୍ୟୁଲ୍‌ ସତ୍ତ୍ୱେ ଉଭୟ ମେଡିକାଲ୍‌ ଓ ଫର୍ଟିଲିଟି ସେଣ୍ଟରକୁ ଯାଇ ଚେକ୍‌ଅପ୍‌ କରାନ୍ତି। ଟପ୍‌କ୍ଲାସ୍‌ ବ୍ୟୁରୋକ୍ରାଟ୍‌ ହେଲେ ମଧ୍ୟ ମାତୃତ୍ୱ ଯେ ନାରୀ ଜୀବନର ସାର୍ଥକତା, ସେ ବୁଝିଛନ୍ତି।

ସେଥିପାଇଁ ମନେ ମନେ କେତେ ଦିଅଁ ଦେବତାଙ୍କୁ ପ୍ରାର୍ଥନା କରନ୍ତି। ଶେଷରେ ତାଙ୍କୁ ହତାଶ୍‌ ହେବାକୁ ପଡ଼େ। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ପ୍ରୀୟବ୍ରତଙ୍କ ଆଡୁ ପ୍ରୋବଲେମ୍‌ ରହିଛି। ଇପସିତାଙ୍କୁ କେବେ ମାତୃତ୍ୱ ଦେଇ ପାରିବେନି ପ୍ରିୟବ୍ରତ।

ଇପସିତା ସକାଳୁ ନିଜ ବାଲ୍‌କୋନିରେ ବସି ସହରକୁ ନିରୀକ୍ଷଣ କରନ୍ତି। ରାତି ପାହିଲେ ଜୀବନ ବଞ୍ଚିବା ପାଇଁ ଯେମିତି ଲୋକଙ୍କ ଭିତରେ ଆରମ୍ଭ ହୁଏ ପ୍ରତିଯୋଗିତା, ସକାଳର ଉଦିତ ସୂର୍ଯ୍ୟର ରଙ୍ଗ, ଅନନ୍ତ ଆକାଶର ନୀଳିମା, ନିରବ ରାତିର କୋଳରେ ଉଷୁମ ନିଦରେ ଶୋଇ କଡ଼ ଲେଉଟାଉଥିବା ସହରର ତାଜା ସକାଳର ଦୃଶ୍ୟକୁ ଅବଲୋକନ କରନ୍ତି।

ଏସବୁ ଭିତରେ ଇପ୍‌ସିତାଙ୍କର ଦୃଷ୍ଟି ପଡ଼େ ତାଙ୍କ କ୍ୟାମ୍ପସରେ ସରଭ୍ୟାଣ୍ଟ କ୍ୱାର୍ଟର୍ସରେ ରହୁଥିବା ଆଶୁତୋଷ ଓ ତା’ ପରିବାର ଉପରେ। କେତେ ହସ ଖୁସିର ସଂସାର ଏମାନଙ୍କର। ଅଳ୍ପ ରୋଜଗାର ଭିତରେ ବି ବେଶ୍‌ ହସଖୁସିରେ ଚାଲେ ତାଙ୍କର ସଂସାର।

ଅଡର୍ଲି ଭାବେ କାମକରୁଥିବା ଆଶୁତୋଷ ଖୁବ ହ୍ୟାଣ୍ଡସମ୍‌। ଇକୋନୋମିକ୍ସ୍‌ରେ ଏମ୍‌ଏ। ସହଜରେ କ’ଣ ସରକାରୀ ଚାକିରି ମିଳୁଛି? ତେଣୁ ଆଶୁତୋଷ ଏଇ ଅଡିର୍ଲି ଚାକିରିରେ ଖୁସି। ପାଖରେ ତାର ସ୍ତ୍ରୀ ଅନିନ୍ଦିତା ଆଉ ବର୍ଷକର ପୁଅ ରୋହନ୍‌।

କେତେବେଳେ ବାଲ୍‌କୋନିରୁ ତ’ କେବେ ନିଜ ମାଷ୍ଟର ବେଡରୁମ୍‌ର ଝରକାରୁ ଆଶୁତୋଷ ଓ ଅନନ୍ଦିତାଙ୍କର ଦାମ୍ପତ୍ୟ ଜୀବନ ଶୈଳୀକୁ ନିରୀକ୍ଷଣ କରନ୍ତି ଇପ୍‌ସିତା। ରାତିରେ ଅନେକ ସମୟରେ ଆଶୁତୋଷକୁ ପାଖରେ ବସାଇ ଅଫିସ୍‌ କାମ କରନ୍ତି। ଫରମାଇସ୍‌ ଅନୁଯାୟୀ ଇପସିତାଙ୍କ କ୍ଲାନ୍ତି ମେଣ୍ଟାଇବା ପାଇଁ ଆଶୁତୋଷ କଫି ବନାଏ।

ଆଶୁତୋଷ ଖୁବ୍‌ କର୍ତ୍ତବ୍ୟନିଷ୍ଠ। ଇପ୍‌ସିତାର କୌଣସି ନିର୍ଦ୍ଦେଶ ଅବମାନନା କରେନି, ଘର ଝାଡୁ କରିବା, ପରିବା କିଣିବାଠୁ ଆରମ୍ଭ କରି ସବୁ କାମ କରେ। ଏପରିକି ଆଶୁତୋଷର ହ୍ୟାଣ୍ଡରାଇଟିଂ ଭଲ ବୋଲି ଅନେକ ସମୟ ଇପସିତା ଆଶୁତୋଷକୁ ଡିକ୍‌ଟେସନ୍‌ ଦିଅନ୍ତି। ଆଉ ଶୃଙ୍ଖଳିତ ଛାତ୍ରଟି ଭଳି ଆଶୁତୋଷ ଲେଖିଚାଲେ।

ଦିନେ ଦିନେ ବିଳମ୍ୱିତ ରାତିଯାଏ ଅଫିସ୍‌ ଚିଠିପତ୍ର କାମରେ ସାହାଯ୍ୟ କରେ ଆଶୁତୋଷ। ଇପସିତାଙ୍କ ପାଖରୁ ଛୁଟ୍‌କାରା ପାଇଲେ ନିଜ ପରିବାରକୁ ନେଇ ହସଖୁସିରେ ମାତେ, ତା’ ପୁଅକୁ ଖୁବ ଗେଲ କରେ। ନିଜ ଘରେ ଝାଡୁ ଲଗାଏ, ପରିବା କାଟେ, ବେଳେବେଳେ ଅନିନ୍ଦିତା ସହ ଖୁବ ମଜାମସ୍ତି କରେ।

କେତେବେଳେ ବାଲ୍‌କୋନିରୁ ତ’ କେବେ ନିଜ ମାଷ୍ଟର ବେଡରୁମ୍‌ର ଝରକାରୁ ଆଶୁତୋଷ ଓ ଅନନ୍ଦିତାଙ୍କର ଦାମ୍ପତ୍ୟ ଜୀବନ ଶୈଳୀକୁ ନିରୀକ୍ଷଣ କରନ୍ତି ଇପ୍‌ସିତା। ରାତିରେ ଅନେକ ସମୟରେ ଆଶୁତୋଷକୁ ପାଖରେ ବସାଇ ଅଫିସ୍‌ କାମ କରନ୍ତି। ଫରମାଇସ୍‌ ଅନୁଯାୟୀ ଇପସିତାଙ୍କ କ୍ଲାନ୍ତି ମେଣ୍ଟାଇବା ପାଇଁ ଆଶୁତୋଷ କଫି ବନାଏ। ମାଡାମଙ୍କ ପାଖରେ ଚୌକିରେ ବସିବାକୁ ସାହାସ କରେନି ଆଶୁତୋଷ। ଇପ୍‌ସିତା ଚୌକିରେ ବସିବାକୁ ନିର୍ଦ୍ଦେଶ ଦେଲେ ଅମାନ୍ୟ କରିପାରେନି। ଜଣେ ଅଡର୍ଲି ଭାବେ ମନ ଭିତରେ ଭୟଥାଏ। ନିଜ ଭିତରେ ଥରେ ଆଶୁତୋଷ।

ଖୁବ୍‌ ପାଖରୁ ଆଶୁତୋଷକୁ ଦେଖନ୍ତି ଇପ୍‌ସିତା। ନିଜ ଭିତରର ବେପଥୁକୁ ଦୂର କରିବା ପାଇଁ ଭାବନ୍ତି ଆଶୁତୋଷ ହିଁ ଏକମାତ୍ର ଭରସା। ସେ ହିଁ ତାଙ୍କୁ ଦେଇପାରିବ ମାତୃତ୍ୱ। ହେଲେ ନିଜର ଷ୍ଟାଟସ୍‌, ପଦମର୍ଯ୍ୟାଦା ତାଙ୍କୁ ଅନେକ ସମୟରେ ଦୋଛକିରେ ଛିଡ଼ା କରାଏ।

ଗୋଟିଏ ପଟେ ନିଜର ସୋସିଆଲ୍‌ ଷ୍ଟାଟସ୍‌, ହାଇଫାଇ ଲାଇଫ୍‌ ଷ୍ଟାଇଲ୍‌ ଆଉ ଅନ୍ୟପଟେ ମାତୃତ୍ୱ ହାସଲ କରି ନ ପାରିବାର ଦୁଃଖ, ତଥାପି କେମିତି ହେଲେ ତାଙ୍କର ମାତୃତ୍ୱ ଦରକାର। ପ୍ରିୟବ୍ରତଙ୍କୁ ସେ ମ୍ୟାନେଜ୍‌ କରିନେବେ ସତ, ହେଲେ ଆଶୁତୋଷକୁ ଏକଥା କହିବେ କେମିତି?

ଦିନେ ସନ୍ଧ୍ୟାରେ ନିଜ ରେସ୍‌ ଅଫିସ୍‌ରେ ଥାଇ ଇପ୍‌ସିତା ଅଡର୍‌ କଲେ ଆଶୁତୋଷକୁ ଆସିବା ପାଇଁ।। ମାଡାମ୍‌ଙ୍କ ଡାକରା ପାଇ ପହଞ୍ଚିଲେ ଆଶୁତୋଷ। ଅଡର୍‌ ଦେଲେ ଇପସିତା ବସିବାକୁ। ମେମ୍‌ ସାହେବଙ୍କ ସାମ୍ନାରେ ଚୌକିରେ ବସିବାକୁ ଥ……..ଥ……ମ……ମ ହେଲେ ଆଶୁତୋଷ।

ଚଢ଼ା ଗଳାରେ କହିଲେ ଇପସିତା, ଆରେ ବସ୍‌ କହୁଛି। ଗୋଟେ ଅରଜେଣ୍ଟ୍‌ ଲେଟର୍‌ ଅଛି। ମୁଁ ଡାକୁଛି ତୁମେ ଲେଖ। ସୁନା ପିଲାପରି ଚୌକିରେ ବସି ଲେଖିବାକୁ ଅପେକ୍ଷା କଲେ ଆଶୁତୋଷ। ଆରମ୍ଭ ହେଲା ଇପସିତାଙ୍କ ଡିକ୍‌ଟେସନ୍‌।

ଜୀବନର ପ୍ରତିଟି କ୍ଷଣକୁ ମୁଁ ଉପଭୋଗ କରିବାକୁ ଚାହେଁ। ମୋ ପାଖରେ ସକଳ ପ୍ରାଚୁର୍ଯ୍ୟ ଥାଇବି କେଉଁଠି ନା କେଉଁଠି ଗୋଟିଏ ଗୋପନ ଦୁଃଖ ମତେ କୋରି କୋରି ଖାଉଛି। ମୋର ସେହି ଅଭାବ ଟିକକ ପୂରଣ କରିବା ପାଇଁ ତୁମେ ହିଁ ସମର୍ଥ ପୁରୁଷ। ଥରଟିଏ ଆସ ମତେ ବାହୁ ବନ୍ଧନରେ ନିବିଡ଼ ଭାବେ ବାନ୍ଧି ରଖ। ମୋ ଦେହରେ ଆଙ୍କି ଦିଅ ଚୁମ୍ୱନର ଚିତ୍ର। ମୋ ଦେହର ଶୁଷ୍କ ମରୁରେ ତୁମେ ଫୁଟାଇ ଦିଅ ପ୍ରେମର ପାରିଜାତ ଫୁଲ।

ତୁମର ଇପସିତା।

ଏ ପ୍ରକାର ଗୋଟେ ଚିଠି ଲେଖୁଥିବା ବେଳେ ଥରି ଉଠିଲା ଆଶୁତୋଷଙ୍କ ସମଗ୍ର ଶରୀର। ନିଜକୁ ଆଶ୍ଚର୍ଯ୍ୟ ମନେ କରୁଥିଲେ ଆଶୁତୋଷ। କପାଳରେ ଉକୁଟି ଆସୁଥିଲା ଶ୍ରମ ଝାଳ। ସମସ୍ତ ନିରବତାକୁ ଭଙ୍ଗ କରି ଚଢ଼ା ଗଳାରେ କହିଲେ ଇପ୍‌ସିତା… ଦିଅ ସେ ଚିଠି। ଆଶୁତୋଷଙ୍କ ହାତରୁ ଚିଠିଟି ନେଇ ଗୋଟେ ଲଫାପାରେ ଭର୍ତ୍ତି କଲେ ଆଉ ଖୋଳ ଉପରେ ଲେଖିଲେ,

ଟୁ: ଆଶୁତୋଷ ମହାପାତ୍ର, ଅଡର୍ଲି

ଲଫାପାରେ ଅଠା ଲଗାଇ ଚିଠିଟି ଆଶୁତୋଷଙ୍କ ହାତକୁ ବଢ଼ାଇ ଦେଲା ବେଳେ ଅନେକ ସ୍ୱପ୍ନ ଉଙ୍କି ମାରୁଥିଲା ଇପ୍‌ସିତାଙ୍କ ମନରେ। ମାତୃତ୍ୱ ପାଇବାର ଆଶାରେ ଉଦୟ ସୂର୍ଯ୍ୟର ଆଭା ପରି ରକ୍ତିମ ଦେଖାଯାଉଥିଲା ଇପ୍‌ସିତାଙ୍କ ମୁଖମଣ୍ଡଳ। ଆଖିରେ ରହିଥିଲା କାମନାର ନୀଳ ନିମନ୍ତ୍ରଣ। ଆଶୁତୋଷଙ୍କୁ ଚିଠି ଦେବା ବେଳେ ତାର ହାତକୁ ଧରି ମୃଦୁ ମୃଦୁ ଚାପା ଦେଉଥିଲେ ଇପ୍‌ସିତା।

ଅଲକ୍ଷ୍ୟରେ ହାତ ମୁଠାରୁ ବାହାରି ଯାଉଥିଲା ଆଶୁତୋଷ। ଆଉ ବଡ଼ ପାଟିରେ କହୁଥିଲା.. ଛିଃ… ଏତେ ନିଚ୍ଚ ଆପଣ। କ୍ଷୀପ୍ର ବେଗରେ ରୁମ୍‌ ବାହାରକୁ ପାଦ ବଢ଼ାଉଥିଲା ଆଶୁତୋଷ।
ଚୌକି ଉପରେ ଲଥ୍‌ କରି ବସିପଡ଼ି ମୁଣ୍ଡଉପରେ ବୁଲୁଥିବା ପଙ୍ଖା ଆଡ଼କୁ ଅନାଇଲେ ଇପସିତା। ଆଉ ସ୍ପଷ୍ଟ ଦେଖି ପାରୁଥିଲେ ପବନରେ କେମିତି ଚୁରମାର ହୋଇଯାଉଛି ତାଙ୍କ ସ୍ୱପ୍ନର ତାସ୍‌ ଘର…।

ଥାନୁଆଳ, ହରିଦାସପୁର, ଯାଜପୁର
ମୋ- ୯୪୩୮୪୧୬୨୩୫

The post ତାସ୍‌ର ଘର appeared first on Odisha Reporter.

]]>
left bottom 2019-07-07 09:47:53 https://odishareporter.in/wp-content/uploads/2019/07/1-4.jpg
‘କହ୍ନେଇଲାଲଙ୍କ ସାହିତ୍ୟ ସୃଷ୍ଟି ସବୁଦିନ ପାଇଁ ଆଦୃତ ହୋଇ ରହିବ’ https://odishareporter.in/odisha/kanheilala-literature-will-be-praised-for-ever-399647 Fri, 28 Jun 2019 11:00:45 +0000 http://odishareporter.in/?p=399647

ବାଲେଶ୍ୱର (ରଣଜିତ ପ।କଳ): ୨୮ ବର୍ଷର ଜୀବନକାଳ ମଧ୍ୟରେ କହ୍ନେଇଲାଲ ଦାସଙ୍କ ଅନବଦ୍ୟ ସାହିତ୍ୟ ସୃଷ୍ଟି ଆଗାମୀ ଦିନରେ ଓଡ଼ିଶା ସାହିତ୍ୟକୁ ରୁଦ୍ଧିମନ୍ତ କରିବ। ସ୍ୱଳ୍ପ ସମୟ ଜୀବନରେ ସେ ଯେଉଁ କଳାକୃତି ଛାଡ଼ି ଯାଇଛନ୍ତି, ତାହା ସର୍ବକାଳ ପାଇଁ ଆଦୃତ ହୋଇ ରହିବ। ଓଡ଼ିଆ ଭାଷା ସାହିତ୍ୟର କଥାକାର କହ୍ନେଇଲାଲ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କୁ ‘କହ୍ନେଇଲାଲ ଦାସ କଥା’ ସମ୍ମାନ ପ୍ରଦାନ […]

The post ‘କହ୍ନେଇଲାଲଙ୍କ ସାହିତ୍ୟ ସୃଷ୍ଟି ସବୁଦିନ ପାଇଁ ଆଦୃତ ହୋଇ ରହିବ’ appeared first on Odisha Reporter.

]]>

ବାଲେଶ୍ୱର (ରଣଜିତ ପ।କଳ): ୨୮ ବର୍ଷର ଜୀବନକାଳ ମଧ୍ୟରେ କହ୍ନେଇଲାଲ ଦାସଙ୍କ ଅନବଦ୍ୟ ସାହିତ୍ୟ ସୃଷ୍ଟି ଆଗାମୀ ଦିନରେ ଓଡ଼ିଶା ସାହିତ୍ୟକୁ ରୁଦ୍ଧିମନ୍ତ କରିବ। ସ୍ୱଳ୍ପ ସମୟ ଜୀବନରେ ସେ ଯେଉଁ କଳାକୃତି ଛାଡ଼ି ଯାଇଛନ୍ତି, ତାହା ସର୍ବକାଳ ପାଇଁ ଆଦୃତ ହୋଇ ରହିବ। ଓଡ଼ିଆ ଭାଷା ସାହିତ୍ୟର କଥାକାର କହ୍ନେଇଲାଲ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କୁ ‘କହ୍ନେଇଲାଲ ଦାସ କଥା’ ସମ୍ମାନ ପ୍ରଦାନ କରାଯାଇଥିଲା।

ବାଲେଶ୍ୱରରେ ଆୟୋଜିତ କହ୍ନେଇଲାଲ ଦାସଙ୍କ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ କହ୍ନେଇ ଲାଲ ଦାସ ସ୍ମୃତି ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର। ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡକ୍ଟର ସରୋଜିନୀ ସାହୁ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଜୀବନର ବାସ୍ତବତାକୁ ନିଜର ଲେଖା ମାଧ୍ୟମରେ ପ୍ରସ୍ଫୁଟିତ କରି ସ୍ୱର୍ଗତ ଦାସ ପାଠକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ତାଙ୍କ ଲେଖାରେ ରହିଛି ମଣିଷର ସଂଘର୍ଷପୂର୍ଣ୍ଣ ଜୀବନର କାହାଣୀ। ଯାହା ପାଠକଙ୍କ ହୃଦୟ ଛୁଇଁ ପାରିଛି।

ସମ୍ମାନିତ ଅତିଥିଭାବେ କଥାକାର ସଦାନନ୍ଦ ତ୍ରିପାଠୀ ଓ ସାହିତ୍ୟିକ ଅମରେଶ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ।

ସଂସଦର ଆବାହକ ଗୌତମବୁଦ୍ଧ ଦାସ, କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି, ସଂସଦର କମର୍ଦ୍ଦା ଶାଖା କର୍ମକର୍ତ୍ତା କିଶୋରୀ କିଙ୍କର ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଓ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।

କହ୍ନେଇଲାଲ ଦାସ ସ୍ମୃତି ସଂସଦର କର୍ମକର୍ତ୍ତା କବି ଶ୍ରୀଦେବ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।

The post ‘କହ୍ନେଇଲାଲଙ୍କ ସାହିତ୍ୟ ସୃଷ୍ଟି ସବୁଦିନ ପାଇଁ ଆଦୃତ ହୋଇ ରହିବ’ appeared first on Odisha Reporter.

]]>
2019-06-28 16:30:45 https://odishareporter.in/wp-content/uploads/2019/06/balasore.jpg
ବାପା https://odishareporter.in/literature-culture/a-poem-by-ramakrushna-barik-397582 Mon, 24 Jun 2019 04:59:06 +0000 http://odishareporter.in/?p=397582

ଯୁବ ସାମ୍ବାଦିକ ରାମକୃଷ୍ଣ ବାରିକ। ବୃତ୍ତିରେ ଯେତିକି ସକ୍ରିୟ ପ୍ରେମରେ ବି ସେତିକି ରୋମାଣ୍ଟିକ୍। ପ୍ରେମ କବିତା ଲେଖିବାରେ ଢେର୍ ସୌକ୍ ସଜଉଥିବା ରାମ କୃଷ୍ଣ ଦରଦଭରା ଲୁହ ଝରା କବିତା ଲେଖିବାକୁ ବି ଛଟ୍ ପଟ୍ ହୁଅନ୍ତି। ଏଠାରେ ପଢ଼ନ୍ତୁ ସେହି ଭଳି ଏକ କବିତା ‘ବାପା’ କ‘ଣ ବା ଦରକାର ଥିଲା  ନିଜ ଜୀବନର ସବୁତକ ଖୁସିକୁ ସୁଅ ମୁହଁରେ ପତରଟିଏ କରି ଭସେଇ ଦେବା…?   କ‘ଣ ବା ଆବଶ୍ୟକ ଥିଲା ନିଜ […]

The post ବାପା appeared first on Odisha Reporter.

]]>

ଯୁବ ସାମ୍ବାଦିକ ରାମକୃଷ୍ଣ ବାରିକ। ବୃତ୍ତିରେ ଯେତିକି ସକ୍ରିୟ ପ୍ରେମରେ ବି ସେତିକି ରୋମାଣ୍ଟିକ୍। ପ୍ରେମ କବିତା ଲେଖିବାରେ ଢେର୍ ସୌକ୍ ସଜଉଥିବା ରାମ କୃଷ୍ଣ ଦରଦଭରା ଲୁହ ଝରା କବିତା ଲେଖିବାକୁ ବି ଛଟ୍ ପଟ୍ ହୁଅନ୍ତି। ଏଠାରେ ପଢ଼ନ୍ତୁ ସେହି ଭଳି ଏକ କବିତା ‘ବାପା’

ଣ ବା ଦରକାର ଥିଲା 

ନିଜ ଜୀବନର ସବୁତକ ଖୁସିକୁ

ସୁଅ ମୁହଁରେ ପତରଟିଏ କରି ଭସେଇ ଦେବା…?

 

ଣ ବା ଆବଶ୍ୟକ ଥିଲା

ନିଜ ଦେହର ସବୁତକ ରକ୍ତକୁ

ଝାଳ ପରି ନିଗାଡ଼ି ଦେଇ

ଖରା, ବର୍ଷା, ଶୀତକୁ

ପିଠି କରି ରିକ୍ସାବାଲା ସାଜିବା…??

ଜନମ ଦେଇ ଏ ଦୁନିଆର

ଆଲୋକ ଦେଖେଇବାଟା କ

ଯଥେଷ୍ଟ ନୁହେଁ ତୁମ ପାଇଁ…?

 

ନାଁ, ଯଥେଷ୍ଟ ନୁହେଁ ପିଲାଟି ବେଳୁ

ସବୁତକ ଅଳି ଅଝଟକୁ ସହି

ପାଦ ତଳର ପୃଥିବୀ

ମୁଣ୍ଡ ଉପରର ଆକାଶ ସାଜିବା…!!

 

ନିଜେ ଛିଣ୍ଡା ପିନ୍ଧି

ମୋତେ ଭଲ ପିନ୍ଧାଇବାର

ମାନେ କଣ ଥିଲା…?

 

ନିଜେ ଭୋକରେ ରହି

ମୋତେ ଖୁଆଇବାର

ମାନେ କଣ ଥିଲା…??

 

କେଉଁ ଆଶା, କେଉଁ ଉଦ୍ଦେଶ୍ୟ ଥିଲା

ଏହି ତ୍ୟାଗ ପଛରେ…???

 

ଏଇ ଅପାସୋରା,

ନିଚ୍ଛକ ଶବ୍ଦଟା ବାପାନା…!

 

ପିଲାଟି ମୁହଁରୁ ଟିକେ

ବାପାଡାକ ଶୁଣିବା ପାଇଁ ନା…!!

 

ଏତିକ ପାଇଁ ଏତେ ତ୍ୟାଗ, ଏତେ ବଳିଦାନ !

ସତରେ କଣ ବାପା ହେବା

ପୁରୁଷ ଜୀବନର ଏକ ସାର୍ଥକତା?

 

ବାପାମାନେ କଣ ସବୁ ଏମିତି ?

ସ୍ନେହକାଙ୍ଗାଳ, ପ୍ରେମକାଙ୍ଗାଳ

ପାଦ ତଳର ପୃଥିବୀ,

ମୁଣ୍ଡ ଉପରର ଆକାଶ,

ଆମ ଦେହର ନିଶ୍ୱାସ ପ୍ରଶ୍ୱା

 

ବାପା,

ତୁମେ ଏକା ଏମିତି

ନା ଦୁନିଆର ସବୁ

ବାପାମାନେ ଏମିତି…

ତୁମେ ତୁମେ ଲାଗୁଛି ବାପା

 

ରାମକୃଷ୍ଣ ବାରିକ, ସୋର, ବାଲେଶ୍ୱର

ଫୋନ-୯୭୭୬୭୩୧୨୧୫

The post ବାପା appeared first on Odisha Reporter.

]]>
left bottom 2019-06-24 11:00:31 https://odishareporter.in/wp-content/uploads/2019/06/fathe.jpg
ଥରେ ପଚାରିବାକୁ ଦେ https://odishareporter.in/or-special/poetry-thare-pacharibaku-de-by-biswobandita-swain-393922 Fri, 14 Jun 2019 07:36:00 +0000 http://odishareporter.in/?p=393922

ଛୁଇଁ ଦେଲେ ପାପ ଲାଗିବ, ଆଜି ମତେ ବାପା ଭାଇଠୁ ଦୂରେଇ ରହିବାକୁ ଦେ ଏ ପ୍ରାକୃତିକ ଧାରାରେ ମତେ ଅପ୍ରାକୃତିକ ସଜେଇ ଦେଇଥିବା ସମାଜକୁ ଥରେ ପ୍ରଶ୍ନ କରିବାକୁ ଦେ ଆଜି ବସୁଧା କୋଳରେ ଟିକେ ଶୋଇବାକୁ ଦେ॥   କେଉଁଠି ସେ ମନ୍ଦିର ଆଉ ତା ପବିତ୍ରତା ଭୂମିଠୁ ଉପରେ ମାନସିକତା ଛଡା ଆଉ ଅବା କ’ଣ ଅଛି ଚଟାଣରେ ଶୋଇବା ସମୟରେ ମନେ ପଡେ ମାସର ସେ ୭ଦିନ କେତେ କଷ୍ଟ ଆଉ […]

The post ଥରେ ପଚାରିବାକୁ ଦେ appeared first on Odisha Reporter.

]]>

ଛୁଇଁ ଦେଲେ ପାପ ଲାଗିବ,

ଆଜି ମତେ ବାପା ଭାଇଠୁ ଦୂରେଇ ରହିବାକୁ ଦେ

ଏ ପ୍ରାକୃତିକ ଧାରାରେ

ମତେ ଅପ୍ରାକୃତିକ ସଜେଇ ଦେଇଥିବା ସମାଜକୁ

ଥରେ ପ୍ରଶ୍ନ କରିବାକୁ ଦେ

ଆଜି ବସୁଧା କୋଳରେ ଟିକେ ଶୋଇବାକୁ ଦେ॥

 

କେଉଁଠି ସେ ମନ୍ଦିର ଆଉ ତା ପବିତ୍ରତା

ଭୂମିଠୁ ଉପରେ ମାନସିକତା ଛଡା ଆଉ ଅବା କ’ଣ ଅଛି

ଚଟାଣରେ ଶୋଇବା ସମୟରେ ମନେ ପଡେ ମାସର ସେ ୭ଦିନ

କେତେ କଷ୍ଟ ଆଉ ବ୍ୟର୍ଥ, ଆଜି ସେ ଲୁହର ପାଉଣା ଗଣିବାକୁ ଦେ

ଆଜି ବସୁଧା କୋଳରେ ମତେ ଶୋଇବାକୁ ଦେ॥

 

କିଏ କୁହେ ଗୋବର ପାଣି ଟିକେ ଛିଞ୍ଚି ହେଇଯାଆ

ଗଙ୍ଗା ପାଣି ଛୁଇଁବା ମନା,

ଘରୁ ବାହାରିବା ପୂର୍ବରୁ ଅନେକ ପ୍ରତିବନ୍ଧକ ଆଉ କଟକଣା

ନିଜ ଅସ୍ତିତ୍ୱ ମାପି ନାରୀତ୍ୱ ପାଇଥିବା ଦିନକୁ ଝେଲିବାକୁ ଦେ

ମନକୁ ହାଲ୍‌କା କରି ଆଜି କିଛି ମାନସିକତାକୁ ମୁକ୍ତି କରିବାକୁ ଦେ

ଆଜି ବସୁଧା କୋଳରେ ମତେ ଶୋଇବାକୁ ଦେ॥

 

ଆଚ୍ଛା ଠିକ୍‌ ଅଛି, ପ୍ରଥମ ଦୁଇ ଗୁଣ୍ଡା ଶୁଖିଲା ଭାତ,

କେବେ କେବେ ପ୍ରସାଦଠାରୁ ଦୂରେଇ ରହିଥିବା ମନକୁ ପଚାରିନି,

ଅପବିତ୍ରତା ଆସିଲା କେଉଁଠୁ? ଗୋଟେ ନାରୀରୁ ଆଉଏକ ନାରୀକୁ?

ସଂସାର ଗଢିବାର ‍‍କ୍ଷମତାକୁ ନା ସେ ସମାଜକୁ କଳୁଷିତ କରୁଥିବା ମାନସିକତାକୁ?

ଆଜି ଧରିତ୍ରୀ ମାତା ରଜସ୍ୱଳା,

ଋତୁସ୍ରାବରେ ବସୁଧା ମାତା,

ଆଜି ସେ ସମାଜକୁ ଉତ୍ତର ରଖିବାକୁ ଦେ,

ଆଜି ବସୁଧା କୋଳରେ ମତେ ଶୋଇବାକୁ ଦେ॥

 

swainbiswobandita@gmail.com

The post ଥରେ ପଚାରିବାକୁ ଦେ appeared first on Odisha Reporter.

]]>
2019-06-14 15:13:15 https://odishareporter.in/wp-content/uploads/2019/06/biswa.jpg
କଥାଶିଳ୍ପୀ ଅମରେଶ ବିଶ୍ଵାଳ ପାଇବେ ସମ୍ମାନଜନକ ‘କନହେଇ କଥା ପୁରସ୍କାର’ https://odishareporter.in/odisha/eminent-writer-amaresh-biswal-to-receive-prestigious-kanhei-das-award-for-2019-392878 Tue, 11 Jun 2019 13:29:53 +0000 http://odishareporter.in/?p=392878

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇ ଦାସଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ ‘କନହେଇ କଥା ପୁରସ୍କାର- ୨୦୧୯’ ପାଇବେ ପ୍ରତିଭାଦୀପ୍ତ ଗାଳ୍ପିକ ଅମରେଶ ବିଶ୍ୱାଳ। ଗତକାଲି ସଂଧ୍ୟାରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଂକେତ’ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି। କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ […]

The post କଥାଶିଳ୍ପୀ ଅମରେଶ ବିଶ୍ଵାଳ ପାଇବେ ସମ୍ମାନଜନକ ‘କନହେଇ କଥା ପୁରସ୍କାର’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇ ଦାସଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ ‘କନହେଇ କଥା ପୁରସ୍କାର- ୨୦୧୯’ ପାଇବେ ପ୍ରତିଭାଦୀପ୍ତ ଗାଳ୍ପିକ ଅମରେଶ ବିଶ୍ୱାଳ। ଗତକାଲି ସଂଧ୍ୟାରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଂକେତ’ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି।

କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ପ୍ରଖ୍ୟାତ ନାଟ୍ୟକାର ଅଭିନେତା ଓ ନିର୍ଦ୍ଦେଶକ ଗରିଶ କର୍ଣ୍ଣଡଙ୍କ ବିୟୋଗରେ ଶୋକପ୍ରସ୍ତାବ ଅଣାଯିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ସଂସଦର ସମ୍ପାଦକ କବି ଉତ୍ପଳ ମହାନ୍ତି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେବା ସହ ଚଳିତ ବର୍ଷର ବଜେଟ୍ ବାବଦରେ କହିଥିଲେ।

ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ପୁରସ୍କାର ପାଇଁ ସମ୍ଭାବ୍ୟ ନାମତାଲିକା ପ୍ରକାଶ କରିବା ପରେ ତନ୍ମଧ୍ୟରୁ ଅମରେଶ ବିଶ୍ୱାଳଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଏଥିରେ ସମସ୍ତ କର୍ମକର୍ତ୍ତା ଭାଗ ନେଇଥିଲେ। ତଦନୁସାରେ ଚଳିତ ଜୁନ ୨୭ ତାରିଖ ଗୁରୁବାର ସଂଧ୍ୟା ୫ଟାରେ କଳିଙ୍ଗ ହୋଟେଲ୍ ସମ୍ମିଳନୀ କକ୍ଷରେ ଜୟନ୍ତୀ ସମାରୋହ ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ସମାରୋହରେ ବିଶିଷ୍ଟ ଗାଳ୍ପିକା ସରୋଜିନୀ ସାହୁ ଓ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହରେ ‘କନହେଇ କଥା ପୁରସ୍କାର’ ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ସହ ପାଞ୍ଚ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପୂର୍ବରୁ ଚିରଶ୍ରୀ ଇନ୍ଦ୍ରସିଂ, ଆଦିତ୍ୟେଶ୍ଵର ମିଶ୍ର, ମୋନାଲିସା ଜେନା ଓ ହିରଣ୍ମୟୀ ମିଶ୍ର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇସାରିଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିବାରଣ ଜେନା, ଗଙ୍ଗାଧର ବିଶ୍ୱାଳ, କୃଷ୍ଣ କୁମାର ମହାନ୍ତି, ରଞ୍ଜନ ବାଗ, ଉତ୍ପଳ ମହାନ୍ତି, ବ୍ୟୋମନାଥ ରଥ, ସ୍ମୃତି ଦାସ, ଦିଲ୍ଲୀପ ପାଲ, ଶୁଭେନ୍ଦୁ ଦାସ, ଅଞ୍ଜନ ଚାନ୍ଦ, ରାମନାରାୟଣ ଦେ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସହ ସମ୍ପାଦକ ଯାଦବେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

The post କଥାଶିଳ୍ପୀ ଅମରେଶ ବିଶ୍ଵାଳ ପାଇବେ ସମ୍ମାନଜନକ ‘କନହେଇ କଥା ପୁରସ୍କାର’ appeared first on Odisha Reporter.

]]>
right bottom 2019-06-11 18:59:53 https://odishareporter.in/wp-content/uploads/2019/06/eminent-writer-amaresh-biswal-to-receive-prestigious-kanhei-das-award-for-2019.jpg
ସତ ହୋଇଛି ଲିଲିଙ୍କ ସ୍ୱପ୍ନ, ନାଟକ ଦେଇଛି ସ୍ୱତନ୍ତ୍ର ପରିଚୟ https://odishareporter.in/entertainment/top-odia-playwright-lily-dash-tasted-success-pretty-early-in-life-391615 Sat, 08 Jun 2019 11:53:36 +0000 http://odishareporter.in/?p=391615

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଭଲ ପାଇବାକୁ ପ୍ରମାଣିତ କରିବା ପାଇଁ କୌଣସି ଅଦାଲତ ତିଆରି ହୋଇନି। ପ୍ରେମର ଅଦାଲତରେ ନା ଅଛନ୍ତି ଓକିଲ, ନା ଅଛନ୍ତି ମାଜିଷ୍ଟ୍ରେଟ୍‌। ସେଠି ତ ଦୁଇଟି ମନର ମିଳନ ହିଁ ସବୁ କିଛି। ଆଉ ଯେଉଁଠି ମନ ଭାଙ୍ଗି ଗଲାଣି, ସେଠି ଆଉ କିଛି ନାହିଁ… ଜୀବନ ମଶାଣି ସଦୃଶ ପାଲଟି ଗଲାଣି… କିଛି ଲାଭ ହେବନି… ମନ୍ଦିରରେ ଅପେକ୍ଷା କରି କରି ସଞ୍ଜ ହୋଇଗଲା… ହେଲେ ରଜତ ଆସିଲେନି। […]

The post ସତ ହୋଇଛି ଲିଲିଙ୍କ ସ୍ୱପ୍ନ, ନାଟକ ଦେଇଛି ସ୍ୱତନ୍ତ୍ର ପରିଚୟ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଭଲ ପାଇବାକୁ ପ୍ରମାଣିତ କରିବା ପାଇଁ କୌଣସି ଅଦାଲତ ତିଆରି ହୋଇନି। ପ୍ରେମର ଅଦାଲତରେ ନା ଅଛନ୍ତି ଓକିଲ, ନା ଅଛନ୍ତି ମାଜିଷ୍ଟ୍ରେଟ୍‌। ସେଠି ତ ଦୁଇଟି ମନର ମିଳନ ହିଁ ସବୁ କିଛି। ଆଉ ଯେଉଁଠି ମନ ଭାଙ୍ଗି ଗଲାଣି, ସେଠି ଆଉ କିଛି ନାହିଁ… ଜୀବନ ମଶାଣି ସଦୃଶ ପାଲଟି ଗଲାଣି… କିଛି ଲାଭ ହେବନି… ମନ୍ଦିରରେ ଅପେକ୍ଷା କରି କରି ସଞ୍ଜ ହୋଇଗଲା… ହେଲେ ରଜତ ଆସିଲେନି। ଆଉ ଆଶାର କିରଣଟା ସେହି ଅନ୍ଧାର ଭିତରେ ଲିଭିଗଲାଣି…

ଆପଣ ଯଦି ଯାତ୍ରାପ୍ରେମୀ ତା’ହେଲେ ନାଟକ ‘ବ୍ରହ୍ମାସ୍ତ୍ର’ରେ ଏହି ସୁନ୍ଦର ସଂଳାପଟିକୁ ନିଶ୍ଚୟ ଶୁଣିଥିବେ। ଆଉ ଏହି ସଂଳାପକୁ କିଏ ଲେଖିଛନ୍ତି, ତାହା ବି ଆପଣ ଜାଣିଥିବେ। ଯେଉଁମାନେ ଜାଣି ନାହାନ୍ତି, ସେମାନଙ୍କ ପାଇଁ କହି ରଖୁଛୁ ଯେ ଏ ନାଟକରେ ସଂଳାପ ଲେଖିଛନ୍ତି ନାଟ୍ୟକାର ଲିଲି ଦାଶ।

କେନ୍ଦ୍ରାପଡ଼ା ଜିଲ୍ଲାର ଚଉଦକୁଲାଟ ଥାନା ଅନ୍ତର୍ଗତ ବାଘୁଆ କେଶପୁର ଗାଁ। ଏଇଠି ଜନ୍ମ ନେଇଥିଲେ ନାଟ୍ୟକାର ଲିଲି ଦାଶ। ସେହି ଗାଁରେ କଟିଛି ତାଙ୍କ ପିଲାଦିନ। ଓଡ଼ିଆ ଘରର ସଂସ୍କୃତି, ପରମ୍ପରା ଓ ସାମାଜିକ ଚଳଣିରେ ସେ ବଡ଼ ହୋଇଥିଲେ। ଭଲ ପାଠ ପଢ଼ୁଥିଲେ ମଧ୍ୟ କଳା ପ୍ରତି ଥିଲା ତାଙ୍କର ବିଶେଷ ଆକର୍ଷଣ। ସେଥିପାଇଁ ହାଇସ୍କୁଲରେ ପଢ଼ୁଥିବା ବେଳେ କ୍ଷୁଦ୍ର ନାଟକ ଲେଖା ଲେଖି କରୁଥିଲେ। ସେଗୁଡ଼ିକୁ ସ୍କୁଲ୍‌ ଓ ଗାଁରେ ପରିବେଷଣ କରାଯାଉଥିଲା। ଏଥିପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ପାଠ ପଢ଼ିବା ସହିତ ସେ ଲେଖାଲେଖି ଜାରି ରଖିଥିଲେ। ବିଏ ପାସ୍‌ କଲା ପରେ ସେ ପଟ୍ଟାମୁଣ୍ଡାଇର ବନ୍ଧପଡ଼ା ଗାଁର ଅଧ୍ୟାପକ ପ୍ରସନ୍ନ କୁମାର ଦାଶଙ୍କୁ ବିବାହ କରିଥିଲେ।

ଶାଶୂ, ଶ୍ୱଶୁର, ସ୍ୱାମୀ ଓ ଦୁଇ ପୁଅଙ୍କୁ ନେଇ ଲିଲି ଶ୍ରୀମତୀ ଦାଶଙ୍କ ପରିବାର। ଘର ସଂସାର ଜଞ୍ଜାଳରୁ ଟିକେ ଫୁରସତ୍‌ ପାଇଲେ ଚାଲିଯାଆନ୍ତି ଆଉ ଏକ ଦୁନିଆକୁ।

ଓଡ଼ିଶା ଯାତ୍ରା ଜଗତରେ ଶ୍ରୀମତୀ ଦାଶ ୨୦୦୬ ମସିହାରେ ପ୍ରବେଶ କରିଥିଲେ। ଶ୍ୱଶୁର ଗୋପୀନାଥ ଦାଶଙ୍କ ପରାମର୍ଶ ଓ ପ୍ରେରଣାରେ ପ୍ରଥମେ ପଞ୍ଚଶଖା ଗଣନାଟ୍ୟ ପାଇଁ ସେ ନାଟକ ଲେଖିଥିଲେ। ନାଟକଟି ଥିଲା “ବଡ଼ ଭାଉଜଙ୍କ ସାନ ଭଉଣୀ”। ଏହି ନାଟକଟି ବେଶ୍‌ ଲୋକପ୍ରିୟ ହୋଇଥିଲା। ପରେ ପରେ କିଶୋର ଖଣ୍ଡୁଆଳଙ୍କ ନିର୍ଦ୍ଦେଶନାରେ ସେ ବହୁତ ଗୁଡ଼ିଏ ନାଟକ ଲେଖିଛନ୍ତି। ନାଟ୍ୟ ରଚନା କ୍ଷେତ୍ରରେ କିଶୋର ଖଣ୍ଡୁଆଳଙ୍କୁ ସେ ଗୁରୁ ବୋଲି ମାନନ୍ତି। ତାଙ୍କ ପାଖରୁ ନାଟକ ଲେଖିବାର କଳା ସେ ଶିଖିଥିଲେ ବୋଲି କହନ୍ତି।

ଶ୍ରୀମତୀ ଦାଶଙ୍କ ବହୁ ଚର୍ଚ୍ଚିତ ନାଟକ ଗୁଡ଼ିକ ହେଉଛି “ଜୀବନ ଡ଼ଙ୍ଗା”, “ଝରଣା ଖୋଜୁଛି ନିଜ ଠିକଣା”, “ଏ ଚୁପ୍‌ କୋର୍ଟ ଚାଲିଛି”, “ବିଚାର ଚାଲିଛି ଅଦାଲତରେ”, “କେମିତି କହିବି କିଏ ନିଜର”, “ପ୍ରେମ ନଗରୀରେ ପ୍ରୀତି ବଜାର”, “କଥା ଥିଲା ଫଗୁଣକୁ”, “ହେ ରଜନୀ ତୁ କାହାର ସଜନୀ”, “ହେ ଈଶ୍ୱର ନମସ୍କାର”, “ରାଜଧାନୀ ଝିଅ ରାଜ ନନ୍ଦିନୀ”, “ରଙ୍ଗିଲା ରାଧିକା ରଜନୀ ଗନ୍ଧା”, “ଘରଣୀ ନୁହେଁ ସେ ବାଉଁଶ ରାଣୀ”, “ହାଟରୁ କିଣିଛି ବାଟର ସାଥି”, “ମନ ଦେଇଥିଲି ମନୁଭାଇକି” ଓ “ମାୟା ବନ୍ଧନକୁ ପ୍ରୀତି ଚନ୍ଦନ”।

ଚଳିତ ବର୍ଷ ଆଶୁତୋଷ ମହାପାତ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଲିଲି ଦାଶ ଦୁଇଟି ନାଟକ ଲେଖିଛନ୍ତି। କଳିଙ୍ଗ ଗଣନାଟ୍ୟରେ “ସ୍ୱାମୀ ଆସିଥିଲା ରାତିକ ପାଇଁ” ଓ ଗୌରୀ ଗଣନାଟ୍ୟରେ “ବ୍ରହ୍ମାସ୍ତ୍ର’’। ୨୦୧୫ ମସିହାରେ ଖଣ୍ଡଗିରିରେ ହିରାଲାଲ ଫାଉଣ୍ଡେସନ ତରଫରୁ ତାଙ୍କ ଦ୍ୱାରା ଲିଖିତ ଶିବାନୀ ଗଣନାଟ୍ୟର ନାଟକ “ରାଜଧାନୀ ଝିଅ ରାଜ ନନ୍ଦିନୀ” ପ୍ରଥମ ଓ ବାଘାଯତୀନ ଲୋକନାଟ୍ୟର “ଏ ରଜନୀ ତୁ କାହା ସଜନୀ” ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହି ପ୍ରଶଂସା ଆଗକୁ ବଢ଼ିବା ପାଇଁ ସୁଯୋଗ ଦେଇଥିଲା ବୋଲି ଶ୍ରୀମତୀ ଦାଶ କହିଛନ୍ତି।

ସେ କହିଛନ୍ତି,“ନାଟକ ଲେଖିବାକୁ ହେଲେ ବହୁତ ପଢ଼ିବାକୁ ପଡ଼ିବ। ସେଥିପାଇଁ ମୁଁ ବିଶିଷ୍ଟ ଔପନ୍ୟାସିକ ପ୍ରତିଭା ରାୟ ଓ ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସ ନିୟମିତ ପଢେ। ତାହା ଛଡ଼ା ବିଭିନ୍ନ ଫିଲ୍ମ ଓ ଯାତ୍ରାକୁ ଦେଖେ। ସେଥିରୁ ବହୁ କିଛି ଶିଖିବାକୁ ମିଳିଥାଏ। ଯାହାକୁ ପରବର୍ତ୍ତୀ ସମୟରେ ଦରକାର ପଡ଼ିଲେ ନାଟ୍ୟ ରୂପ ଦେବାକୁ ପଡ଼ିଥାଏ।”

ସଫଳ ନାଟକ ଲେଖିବାରେ ଶ୍ରେୟ କାହାକୁ ଦେବେ ବୋଲି ପ୍ରଶ୍ନର ଉତ୍ତରରେ ଲିଲି ଦାଶ କହିଛନ୍ତି-“ମୋ ନାଟକକୁ ଦର୍ଶକ ଭଲ ପାଉଛନ୍ତି ବୋଲି ମୁଁ ଲେଖୁଛି। ଏଥିପାଇଁ ସର୍ବ ପ୍ରଥମେ ଶ୍ରେୟ ଦର୍ଶକଙ୍କୁ ଦେବି। ଯେତେଦିନ ପର୍ଯ୍ୟନ୍ତ ଦର୍ଶକଙ୍କ ଆଦର ଓ ଶ୍ରଦ୍ଧା ମିଳୁଥିବ, ସେତେଦିନ ପର୍ଯ୍ୟନ୍ତ ମୁଁ ଲେଖୁଥିବି।”

The post ସତ ହୋଇଛି ଲିଲିଙ୍କ ସ୍ୱପ୍ନ, ନାଟକ ଦେଇଛି ସ୍ୱତନ୍ତ୍ର ପରିଚୟ appeared first on Odisha Reporter.

]]>
left bottom 2019-06-08 17:41:47 https://odishareporter.in/wp-content/uploads/2019/06/80008-2.jpg
ଓଡ଼ିଶୀ ଛନ୍ଦରେ ନାଚିଲେ ବିଦେଶିନୀ https://odishareporter.in/odisha/odisha-dance-by-malaysian-dancer-377073 Sun, 05 May 2019 10:07:56 +0000 https://odishareporter.in/?p=377073

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲେସିଆସ୍ଥିତ ସୁତ୍ର ଫାଉଣ୍ଡେଶନ୍‌ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ମନୋଜ୍ଞ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସୂତ୍ର ଏବଂ ଓଡ଼ିଶାର ପ୍ରକ୍ଷାତ ଓଡିଶୀ ଅନୁଷ୍ଠାନ ରୁଦ୍ରାକ୍ଷ ଫାଉଣ୍ଡେଶନ୍‌ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦଳଗତ ନୃତ୍ୟ ପର୍ଯ୍ୟାୟରେ ମାଲେସିୟ ଯୁବତୀଙ୍କ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

The post ଓଡ଼ିଶୀ ଛନ୍ଦରେ ନାଚିଲେ ବିଦେଶିନୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲେସିଆସ୍ଥିତ ସୁତ୍ର ଫାଉଣ୍ଡେଶନ୍‌ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ମନୋଜ୍ଞ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସୂତ୍ର ଏବଂ ଓଡ଼ିଶାର ପ୍ରକ୍ଷାତ ଓଡିଶୀ ଅନୁଷ୍ଠାନ ରୁଦ୍ରାକ୍ଷ ଫାଉଣ୍ଡେଶନ୍‌ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦଳଗତ ନୃତ୍ୟ ପର୍ଯ୍ୟାୟରେ ମାଲେସିୟ ଯୁବତୀଙ୍କ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

The post ଓଡ଼ିଶୀ ଛନ୍ଦରେ ନାଚିଲେ ବିଦେଶିନୀ appeared first on Odisha Reporter.

]]>
right bottom 2019-05-05 17:00:51 https://odishareporter.in/wp-content/uploads/2019/05/mo.jpg
ଆଜି ବାବା ଚନ୍ଦନେଶ୍ୱରଙ୍କ ନୀଳପର୍ବ https://odishareporter.in/odisha/nilaparba-is-celebrated-in-baba-chandaneshwar-temple-in-balasore-367576 Fri, 12 Apr 2019 11:35:13 +0000 https://odishareporter.in/?p=367576

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବାବା ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଶୈବପୀଠ ଧୁମ୍‌ଧାମ୍‌ରେ ଚାଲିଥିବା ଚଡ଼କ ମେଳା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ଏଠାରେ ନୀଳପର୍ବ ଅନୁଷ୍ଠିତ ହେବ। ଆସନ୍ତାକାଲି ଅର୍ଥାତ୍ ଅନ୍ତିମ ଦିନରେ ପାଟ ପର୍ବ ଅନୁଷ୍ଠିତ ହେବ। ଚଡ଼କ ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସରକାରୀ ହିସାବରେ ୭୦ ହଜାର ଉବୀତଧାରୀ ଭକ୍ତ ମେଳାରେ ଯୋଗ ଦେଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହା ଲକ୍ଷେରୁ […]

The post ଆଜି ବାବା ଚନ୍ଦନେଶ୍ୱରଙ୍କ ନୀଳପର୍ବ appeared first on Odisha Reporter.

]]>

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବାବା ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଶୈବପୀଠ ଧୁମ୍‌ଧାମ୍‌ରେ ଚାଲିଥିବା ଚଡ଼କ ମେଳା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ଏଠାରେ ନୀଳପର୍ବ ଅନୁଷ୍ଠିତ ହେବ। ଆସନ୍ତାକାଲି ଅର୍ଥାତ୍ ଅନ୍ତିମ ଦିନରେ ପାଟ ପର୍ବ ଅନୁଷ୍ଠିତ ହେବ।

ଚଡ଼କ ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସରକାରୀ ହିସାବରେ ୭୦ ହଜାର ଉବୀତଧାରୀ ଭକ୍ତ ମେଳାରେ ଯୋଗ ଦେଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହା ଲକ୍ଷେରୁ ଅଧିକ ବୋଲି ଆକଳନ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ୧୭ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାପାଳ, ଏସ୍‌ପି ଓ ଭୋଗରାଇ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମେଳାକୁ ଅନୁଧ୍ୟାନ କରୁଛନ୍ତି।

ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତାକାଲି ସରିବ।

The post ଆଜି ବାବା ଚନ୍ଦନେଶ୍ୱରଙ୍କ ନୀଳପର୍ବ appeared first on Odisha Reporter.

]]>
centre bottom 2019-04-12 17:05:13 https://odishareporter.in/wp-content/uploads/2019/04/balasore-2.jpg
ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି https://odishareporter.in/odisha/preparation-for-budhi-thakurani-yatra-350885 Mon, 11 Mar 2019 03:16:13 +0000 https://odishareporter.in/?p=350885

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ। ଆଜି ରାତି ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଆଗରେ ଏକ ବୈଠକ ହେବ। ଏଥିରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେବେ। ଏହି ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ। ଏହାପରେ ସମସ୍ତେ ଶୁଭଖୁଣ୍ଟି ଧରି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବେ। […]

The post ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି appeared first on Odisha Reporter.

]]>

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ।

ଆଜି ରାତି ପ୍ରାୟ ସାଢେ ୯ଟାରେ ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଆଗରେ ଏକ ବୈଠକ ହେବ। ଏଥିରେ ସହରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେବେ। ଏହି ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ।

ଏହାପରେ ସମସ୍ତେ ଶୁଭଖୁଣ୍ଟି ଧରି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବେ। ସେଠାରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ବିରାଟ ପଟୁଆରରେ ଆସି ଦେଶୀ ବେହେରା ସାହି ସ୍ଥିତ ମା’ ବୁଢ଼ୀ ଠାକୁରାଣୀଙ୍କ ବାପ ଘର ଦେଶୀ ବେହେରାଙ୍କ ଘର ସମ୍ମୁଖରେ ପୋତା ଯିବ।

ଏହି ସମସ୍ତ କାର୍ଯ୍ୟ ପାଇଁ ରାତି ୯ଟା ୩୦ ରୁ ରାତି ୧ଟା ୩୯ ଯାଏ ଶୁଭ ମୁହୂର୍ତ୍ତ ରହିଛି।

ଶୁଭଖୁଣ୍ଟି ସ୍ଥାପନ ପରେ ତା’ ପର ଦିନ ଠାରୁ ମା’ଙ୍କ ଅସ୍ଥାୟୀ ପୀଠର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରତି ୨ ବର୍ଷରେ ଥରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।

The post ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ସ୍ଥାପନ ହେବ ଶୁଭଖୁଣ୍ଟି appeared first on Odisha Reporter.

]]>
right top 2019-03-11 08:46:13 https://odishareporter.in/wp-content/uploads/2019/03/budhi-thakurani-1.jpg
୨୦୦ ବର୍ଷ ପରେ ସାଧାରଣ ଲୋକଙ୍କୁ ମିଳିବ ରାଜପ୍ରାସାଦ ବୁଲିବାର ସୁଯୋଗ https://odishareporter.in/odisha/at-long-last-mayurbhanj-royal-palace-is-open-to-all-including-tourists-349256 Thu, 07 Mar 2019 17:25:50 +0000 https://odishareporter.in/?p=349256

ବାରିପଦା(ମାଣିକ୍‌ଲାଲ୍‌ ପାଣି): ରାଜ ଶାସନ ନାହିଁ। କିନ୍ତୁ ରହିଛି ରାଜ ଶାସନର ମୁକସାକ୍ଷୀ। ଯାହାକୁ ଏବେବି ସାଇତି ରଖିଛନ୍ତି ରାଜପରିବାରର ବର୍ତ୍ତମାନର ପିଢ଼ି। ଏବେ ରାଜାଙ୍କର ସେହି ଭବ୍ୟ ପ୍ରାସାଦ ସର୍ବ ସାଧାରଣଙ୍କ ପାଇଁ ଖୋଲିଛି। ଯାହାକୁ ସାଧାରଣ ଲୋକେ ଦେଖିବା ସହିତ ମୟୂରଭଞ୍ଜର କଳା, ସଂସ୍କୃତି ଓ ଐତିହ୍ୟକୁ ମନଭରି ଉପଭୋଗ କରିପାରିବେ। ଏଥିପାଇଁ ନିଜ ଆଡୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ରାଜପରିବାରର ସଦସ୍ୟମାନେ। ୨୦୦ ବର୍ଷ ପରେ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ […]

The post ୨୦୦ ବର୍ଷ ପରେ ସାଧାରଣ ଲୋକଙ୍କୁ ମିଳିବ ରାଜପ୍ରାସାଦ ବୁଲିବାର ସୁଯୋଗ appeared first on Odisha Reporter.

]]>

ବାରିପଦା(ମାଣିକ୍‌ଲାଲ୍‌ ପାଣି): ରାଜ ଶାସନ ନାହିଁ। କିନ୍ତୁ ରହିଛି ରାଜ ଶାସନର ମୁକସାକ୍ଷୀ। ଯାହାକୁ ଏବେବି ସାଇତି ରଖିଛନ୍ତି ରାଜପରିବାରର ବର୍ତ୍ତମାନର ପିଢ଼ି। ଏବେ ରାଜାଙ୍କର ସେହି ଭବ୍ୟ ପ୍ରାସାଦ ସର୍ବ ସାଧାରଣଙ୍କ ପାଇଁ ଖୋଲିଛି। ଯାହାକୁ ସାଧାରଣ ଲୋକେ ଦେଖିବା ସହିତ ମୟୂରଭଞ୍ଜର କଳା, ସଂସ୍କୃତି ଓ ଐତିହ୍ୟକୁ ମନଭରି ଉପଭୋଗ କରିପାରିବେ। ଏଥିପାଇଁ ନିଜ ଆଡୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ରାଜପରିବାରର ସଦସ୍ୟମାନେ।

୨୦୦ ବର୍ଷ ପରେ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ ମୟୂରଭଞ୍ଜର ବେଲଗଡ଼ିଆ ରାଜପ୍ରସାଦର ଦ୍ୱାର ଖୋଲିଛି। ଏକଦା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ମୟୂରଭଞ୍ଜ ନିଜସ୍ୱ କଳା, ସଂସ୍କୃତି, ସଭ୍ୟତା ତଥା ଐତିହ୍ୟ ଯୋଗୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ମାତ୍ର ଏହି ରାଜ୍ୟ ଓଡ଼ିଶାରେ ବିଲୀନ ହେବା ପରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଏହା ଧୀରେ ଧୀରେ ମଳିନ ପଡ଼ି ଯାଇଥିଲା। ତେବେ ମୟୂରଭଞ୍ଜରେ ପ୍ରାୟ ଏକ ହଜାର ବର୍ଷ ଧରି ଶାସନ କରିଥିବା ଭଞ୍ଜଦେଓ ରାଜବଂଶର ବର୍ତ୍ତମାନ ପିଢ଼ି ଏସବୁର ସଂରକ୍ଷଣ ସାଙ୍ଗକୁ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଛନ୍ତି।

ବାରିପଦା ସହର ବେଲଗଡ଼ିଆରେ ରହିଛି ଭଞ୍ଜଦେଓ ରାଜବଂଶର ରାଜବାଟୀ। ତେବେ ମୁଖ୍ୟ ପ୍ରାସାଦଟିକୁ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୫୮ ମସିହାରେ ଏମ୍‌.ପି.ସି କଲେଜ ପାଇଁ ଶିକ୍ଷା ବିଭାଗକୁ ପ୍ରଦାନ କରିଦେଇଥିଲେ। ଏହା ପରେ ରାଜପରିବାର ସଦସ୍ୟମାନେ ବେଲଗଡ଼ିଆ କୋଠୀରେ ରହି ଆସୁଛନ୍ତି।

୩୦ ଏକରରୁ ଅଧିକ ଅଞ୍ଚଳରେ ପରିତ୍ୟକ୍ତ ଏହି ପ୍ରାସାଦଟି ୧୮୦୪ ମସିହାରେ ଭିକ୍ଟୋରିଆନ୍‌ ଶୈଳୀରେ ନିର୍ମାଣ କରାଯାଇଥିଲା। ଏହି ରାଜବାଟୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲେ ମଧ୍ୟ ସାଧାରଣ ଲୋକେ ଏହା ଭିତରକୁ ପ୍ରବେଶ କରିପାରୁନଥିଲେ। ତେବେ ରାଜବଂଶର ବର୍ତ୍ତମାନର ପିଢ଼ି ଏକ ମହତ ଉଦ୍ଦେଶ୍ୟ ରଖି ସମସ୍ତଙ୍କ ପାଇଁ ଏହାର ଦ୍ୱାର ଖୋଲି ଦେଇଛନ୍ତି। ଏପରିକି ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୟୂରଭଞ୍ଜର ଛଉନୃତ୍ୟ, ଡୋକ୍ରା, ବାଉଁଶ ଓ ସବାଇଘାସର ହସ୍ତକଳା ସହିତ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏହି ରାଜପ୍ରସାଦ ମୁଖ୍ୟ ଭୂମିକା ନେବ ବୋଲି ରାଜକୁମାରୀ ମୃଣାଳିମା ମଞ୍ଜରୀ ଭଞ୍ଜଦେଓ କହିଛନ୍ତି।

ବେଲଗଡ଼ିଆ କୋଠୀକୁ ବର୍ତ୍ତମାନ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। ସେମାନଙ୍କ ପାଇଁ ନିୟମିତ ଭାବେ ଛଉ ନୃତ୍ୟ ପରିବେଷଣ କରାଯାଉଛି। ଏହା ଦ୍ୱାରା ଛଉନୃତ୍ୟର ପ୍ରଚାର ପ୍ରସାର ହେବା ସହିତ କଳାକାରମାନେ ସ୍ୱାବଲମ୍ୱୀ ହୋଇପାରୁଛନ୍ତି। ଏହା ମାଧ୍ୟମରେ ବିଦେଶରେ ମଧ୍ୟ ଛଉ ନୃତ୍ୟର ପ୍ରଚାର ପ୍ରସାର ହୋଇପାରିବ। ସେହିପରି ରାଜ ପରିବାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସାଙ୍ଗରେ ନେଇ ବାଉଁଶ, ସବାଇଘାସ, ଡୋକ୍ରା ଆଦି ହସ୍ତକଳାର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଉଛି। ଯାହାଫଳରେ ଏହି ସବୁ ସାମଗ୍ରୀର ନୂତନ ବଜାର ସୃଷ୍ଟି ହୋଇପାରିବ।

ଏଥିରୁ ସଂଗୃହୀତ ଲାଭାଂଶ ମୟୂରଭଞ୍ଜର ଐତିହ୍ୟର ସଂରକ୍ଷଣ, ଛଉନୃତ୍ୟ ଓ ହସ୍ତକଳାର ବିକାଶ, କୁଷ୍ଠରୋଗୀମାନଙ୍କ ଚିକିତ୍ସା, ଆଦିବାସୀ ବାଳିକାମାନଙ୍କ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ କହିଛନ୍ତି।

The post ୨୦୦ ବର୍ଷ ପରେ ସାଧାରଣ ଲୋକଙ୍କୁ ମିଳିବ ରାଜପ୍ରାସାଦ ବୁଲିବାର ସୁଯୋଗ appeared first on Odisha Reporter.

]]>
centre bottom 2019-03-08 07:54:16 https://odishareporter.in/wp-content/uploads/2019/03/baripada1111.jpg
ଓଡ଼ିଆପଣରେ ଝଲସିଲା ମୁମ୍ବାଇ ସହର https://odishareporter.in/odisha/odias-living-in-mumbai-celebrate-two-days-as-ama-utkarsha-odisha-344684 Mon, 25 Feb 2019 15:59:54 +0000 https://odishareporter.in/?p=344684

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଏବଂ ଅନନ୍ୟ ବସ୍ତ୍ରଶିଳ୍ପର ଆକର୍ଷଣୀୟ ସମ୍ଭାରକୁ ନେଇ ମୁମ୍ବାଇ ସହରରେ ‘ଆମ ଉତ୍କର୍ଷ ଓଡ଼ିଶା’ ଶୀର୍ଷକ ବିଶାଳ ସାଂସ୍କୃତିକ ସମାବେଶ ରବିବାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଓଡ଼ିଆମାନଙ୍କ ପକ୍ଷରୁ ନଭି ମୁମ୍ବାଇର ସିଡ୍କୋ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନନ୍ୟ ତଥା ବିରଳ କଳା ପରମ୍ପରାର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଶନିବାର ଦିନ ଏହି କାର୍ଯ୍ୟକମକୁ ଉଦ୍ଘାଟନ କରି ଝାଡ଼ଖଣ୍ଡର ରାଜ୍ୟପାଳ […]

The post ଓଡ଼ିଆପଣରେ ଝଲସିଲା ମୁମ୍ବାଇ ସହର appeared first on Odisha Reporter.

]]>

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଏବଂ ଅନନ୍ୟ ବସ୍ତ୍ରଶିଳ୍ପର ଆକର୍ଷଣୀୟ ସମ୍ଭାରକୁ ନେଇ ମୁମ୍ବାଇ ସହରରେ ‘ଆମ ଉତ୍କର୍ଷ ଓଡ଼ିଶା’ ଶୀର୍ଷକ ବିଶାଳ ସାଂସ୍କୃତିକ ସମାବେଶ ରବିବାର ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ ଓଡ଼ିଆମାନଙ୍କ ପକ୍ଷରୁ ନଭି ମୁମ୍ବାଇର ସିଡ୍କୋ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନନ୍ୟ ତଥା ବିରଳ କଳା ପରମ୍ପରାର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।


ଶନିବାର ଦିନ ଏହି କାର୍ଯ୍ୟକମକୁ ଉଦ୍ଘାଟନ କରି ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କହିଥିଲେ, “ଓଡ଼ିଶା କହିଲେ ଶ୍ରୀଜଗନ୍ନାଥଙ୍କୁ ବୁଝାଏ ଏବଂ ଶ୍ରୀ ଜଗନ୍ନାଥ ନାମ ଉଚ୍ଚାରଣ କଲେ ଓଡ଼ିଶାର ମାନଚ୍ଚିତ୍ର ହିଁ ସାମ୍ନାକୁ ଆସେ।
ମହାପ୍ରଭୁ ଜଗନ୍ନାଥ ଓଡ଼ିଆମାନଙ୍କୁ ସହନଶୀଳତା, ଭାତ୍ରୁଭାବ ଓ ଅହିଂସା ଶିଖାଇଛନ୍ତି। ତା’ସହିତ ଆମ ଭାଷା, ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ବେଶ ପୋଷାକ ପାଇଁ ଓଡ଼ିଆମାନେ ଅନ୍ୟମାନଙ୍କଠାରୁ ନିଆରା। ତେଣୁ ମୁମ୍ବାଇରେ ବାସ କରୁଥିବା ଓଡ଼ିଆମାନେ ଏକାଠି ହୋଇ ଆମ ଭାଷା, ସଂସ୍କୃତିର ଯେଉଁ ମହାକୁମ୍ଭ ସୃଷ୍ଟି କରିଛନ୍ତି ତାହା ଗର୍ବର ବିଷୟ।


ଉଦ୍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭରେ ମହାରାଷ୍ଟ୍ର ଓଡ଼ିଆ ୱେଲ ଫେୟାର ଆସୋସିଏସନର ସଭାପତି ତଥା ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟୋକ୍ତା ଭଗବାନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ମୁମ୍ବାଇର ବିଭିନ୍ନ ଓଡ଼ିଆ ସଙ୍ଗଠନ ଏକାଠି ହୋଇ ଏଭଳି ଏକ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।


ଏହି ଅବସରରେ ୪ ଜଣ ବିଶିଷ୍ଟ ଓଡ଼ିଆ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ବଲିଉଡ୍ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର, ନାଲେ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ପ୍ରବାସୀ ଶିଳ୍ପୋଦ୍ୟୋଗୀ ସଂଜୟ ଦାସଙ୍କୁ ‘ଓଡ଼ିଶାର ବରପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା।
ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ତଥା ଆମ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟୋକ୍ତା ଡକ୍ଟର ରବି ମିଶ୍ର ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିଭୁପ୍ରସାଦ କାନୁନଗୋ ଯୋଗଦେଇ ଓଡ଼ିଶାର କଳା ସଂସ୍କୃତିର ବିବିଧତା ସଂପର୍କରେ କହିଥିଲେ।
ଏହି ଉତ୍ସବ ମଧ୍ୟରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ସୂର୍ଯ୍ୟ ମନ୍ଦିର’, ଶିବୁ ପୃଷ୍ଟିଙ୍କ ‘ଲଡ୍ ଅଫ୍ ଦ ୟୁନିଭର୍ସ’, ବିଶ୍ୱନାଥ ରଥଙ୍କ ‘କୋଟପାଡ଼ ଉଇଭିଙ୍ଗ୍’, ସୁବାସ ସାହୁଙ୍କ ‘ସେବ ବୋଉ’ ଏବଂ ହିମାଂଶୁ ଖଟୁଆଙ୍କ ‘କ୍ରାନ୍ତି ଧାରା’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାସହ ବାଲୁକା କଳା ମାଧ୍ୟମରେ ମଧ୍ୟ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଓଡ଼ିଶାର ସାଂସ୍କୃତିକ ବିବିଧତା ମଧ୍ୟରେ ସଂକୀର୍ତନ, କଳାହାଣ୍ଡିର ଘୁମୁରା, ଗଞ୍ଜାମର ଯୋଡ଼ି ଶଂଖ, ବାଲୁକା କଳା, ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ, ରଣପା ନୃତ୍ୟ, ଠିଆ ପୁଚି ନାରଙ୍ଗ, ସମ୍ବଲପୁରୀ ଲୋକନୃତ୍ୟ ଆଦି କାର୍ଯ୍ୟକ୍ରମ ପରିବେଷଣ ଥିଲା ‘ଆମ ଉତ୍କର୍ଷ ଓଡ଼ିଶା’ର ବଡ଼ ଆକର୍ଷଣ।
ଏଥିପାଇଁ ଓଡ଼ିଶାରୁ ପ୍ରାୟ ଦେଢ଼ ଶହରୁ ଅଧିକ କଳାକାର ମୁମ୍ବାଇ ଆସି ଏହି ସାଂସ୍କୃତିକ ମହାକୁମ୍ଭରେ ସାମିଲ ହୋଇଥିଲେ। ଉଦଘାଟନୀ ସମାରୋହରେ ପାଇକ ବିଦ୍ରୋହ ଉପରେ ଏକ ଆକର୍ଷଣୀୟ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା।

ଓଡ଼ିଶାଲାଇଭ୍ ପକ୍ଷରୁ ନିକଟରେ ପ୍ରକାଶିତ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା’ର ଏହି ମଂଚରେ ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ଓଡ଼ିଶାଲାଇଭ୍ର ପ୍ରତିଷ୍ଠାତା ତଥା ପୁସ୍ତକର ସଂପାଦକ ନୀଳାମ୍ବର ରଥଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ମୁମ୍ବାଇ ମହାନଗରୀରେ ରହୁଥିବା ପୁରୁଣା ଓ ନୂଆ ପିଢ଼ିର ଓଡ଼ିଆମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଡୋରିରେ ବାନ୍ଧିବା ସହ ସ୍ଥାନୀୟ ଅନ୍ୟ ଭାଷାଭାଷୀ ଲୋକଙ୍କ ନିକଟରେ ଓଡ଼ିଶାକୁ ଉପସ୍ଥାପନ କରିବାରେ ‘ଆମ ଉତ୍କର୍ଷ ଓଡ଼ିଶା’ ଏକ ଯୋଗସୂତ୍ର ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

The post ଓଡ଼ିଆପଣରେ ଝଲସିଲା ମୁମ୍ବାଇ ସହର appeared first on Odisha Reporter.

]]>
2019-02-25 21:29:54 https://odishareporter.in/wp-content/uploads/2019/02/m1-2.jpg
‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’ https://odishareporter.in/odisha/odisha-jatra-artistes-and-employees-demand-dignity-better-deal-and-enhanced-allowance-341658 Mon, 18 Feb 2019 15:01:58 +0000 https://odishareporter.in/?p=341658

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଯାତ୍ରା ନାଟକକୁ ଲୋକକଳା ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଉ। କଳାକାରଙ୍କୁ ମାସକୁ ୧୨୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ। ସେହିପରି ପ୍ରତି ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ନାଟକକୁ ମଧ୍ୟ ସାମିଲ କରାଯାଉ। ଯାତ୍ରା କଳାକାର ଓ କର୍ମଚାରୀ ସଂଘ, ଓଡ଼ିଶା ପକ୍ଷରୁ ଏଭଳି ଦାବି କରାଯାଇଛି। ଏଥିସହିତ ମୋଟ ୧୨ ଦଫା ଦାବି ପୂରଣ କରିବା ପାଇଁ ସଂଘ ପକ୍ଷରୁ ଆୟୋଜିତ ଏକ ସାଧାରଣ […]

The post ‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଯାତ୍ରା ନାଟକକୁ ଲୋକକଳା ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଉ। କଳାକାରଙ୍କୁ ମାସକୁ ୧୨୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ। ସେହିପରି ପ୍ରତି ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ନାଟକକୁ ମଧ୍ୟ ସାମିଲ କରାଯାଉ। ଯାତ୍ରା କଳାକାର ଓ କର୍ମଚାରୀ ସଂଘ, ଓଡ଼ିଶା ପକ୍ଷରୁ ଏଭଳି ଦାବି କରାଯାଇଛି। ଏଥିସହିତ ମୋଟ ୧୨ ଦଫା ଦାବି ପୂରଣ କରିବା ପାଇଁ ସଂଘ ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭା ଓ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ ସଂଘ ଦାବି କରିଛି ଯେ, ଯାତ୍ରା ଲେଖକମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଉ। ରାଜା ରାମମୋହନ ରାୟ ଲାଇବ୍ରେରୀରେ ଯାତ୍ରା ପୁସ୍ତକ ଉପଲବ୍ଧ କରିବା ସହିତ ଅନ୍ୟ ବେସରକାରୀ ଶ୍ରମିକମାନଙ୍କୁ ଯେଭଳି ସରକାରୀ ସୁବିଧା ଓ ସହାୟତା ମିଳୁଛି, ଠିକ୍‌ ସେମିତି ଯାତ୍ରା କଳାକାର ଓ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଉ।

ସଂଘର ମୋଟ ୧୨ ଦଫା ଦାବିରେ, ରାଜ୍ୟସ୍ତରୀୟ ଯାତ୍ରାନାଟକ ଉତ୍ସବ ଆୟୋଜନ,  ଭୁବନେଶ୍ୱରରେ ଏକ କାର୍ଯ୍ୟାଳୟ ପାଇଁ ମାଗଣାରେ ଘର ପ୍ରଦାନ, ଯାତ୍ରା ଅନୁଷ୍ଠାନ ଗଢ଼ିବା ପାଇଁ ରିହାତି ଦରରେ ଋଣ ଆବଣ୍ଟନ, କଳାକାରଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଆଦି ଦାବି ସାମିଲ ରହିଛି।

ଯାତ୍ରାକଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା ଏବଂ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପରୋକ୍ତ ଦାବି କରିଛନ୍ତି।

The post ‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’ appeared first on Odisha Reporter.

]]>
2019-02-18 20:45:24 https://odishareporter.in/wp-content/uploads/2019/02/111111111111111.jpg
ପ୍ରାର୍ଥନା ଚ୍ୟାନେଲ୍‌ର ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ https://odishareporter.in/odisha/prathana-chhanels-chal-khetra-jiba-starts-from-today-338736 Tue, 12 Feb 2019 05:23:31 +0000 https://odishareporter.in/?p=338736

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପ୍ରାର୍ଥନା’ ଚ୍ୟାନେଲ୍ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ ଆଜି ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଆଜିଠୁ ଆସନ୍ତା ୧୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ଦିନରେ ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିରୁ ବାହାରିଥିବା ଶୋଭାଯାତ୍ରା ଝିଣ୍ଟି ଶାସନରେ ପହଞ୍ଚିବ। ପ୍ରାର୍ଥନା ପରିବାର ସହ ସାଧୁ ସନ୍ଥ, ଶ୍ରଦ୍ଧାଳୁ, ପ୍ରବଚକ, କଳାକାର ଓ କଣ୍ଠଶିଳ୍ପୀ ଏହି […]

The post ପ୍ରାର୍ଥନା ଚ୍ୟାନେଲ୍‌ର ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପ୍ରାର୍ଥନା’ ଚ୍ୟାନେଲ୍ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ ଆଜି ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି।

ଆଜିଠୁ ଆସନ୍ତା ୧୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ଦିନରେ ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିରୁ ବାହାରିଥିବା ଶୋଭାଯାତ୍ରା ଝିଣ୍ଟି ଶାସନରେ ପହଞ୍ଚିବ। ପ୍ରାର୍ଥନା ପରିବାର ସହ ସାଧୁ ସନ୍ଥ, ଶ୍ରଦ୍ଧାଳୁ, ପ୍ରବଚକ, କଳାକାର ଓ କଣ୍ଠଶିଳ୍ପୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏଥିରେ ସାମିଲ ସମସ୍ତ ବ୍ୟକ୍ତି ପ୍ରାର୍ଥନା ଚ୍ୟାନେଲର ଏଭଳି ପଦକ୍ଷେପକୁ ବହୁତ ପ୍ରଶଂସା କରିଛନ୍ତି।

ଏହି ଯାତ୍ରା ୧୫ ତାରିଖରେ ଶ୍ରୀମନ୍ଦିରରେ ପହଞ୍ଚିବ।

The post ପ୍ରାର୍ଥନା ଚ୍ୟାନେଲ୍‌ର ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ appeared first on Odisha Reporter.

]]>
left bottom 2019-02-12 10:55:21 https://odishareporter.in/wp-content/uploads/2019/02/khetra.jpg
ଧଉଳି-କଳିଙ୍ଗ ମହୋତ୍ସବ: ଅନ୍ତିମ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସମରକଳାର ଚମତ୍କାର ମିଶ୍ରଣ https://odishareporter.in/odisha/three-day-dahuli-kalinga-mahotsav-ends-on-a-mix-of-classical-and-martial-dances-338088 Sun, 10 Feb 2019 15:58:58 +0000 https://odishareporter.in/?p=338088

ଭୁବନେଶ୍ୱର/ ଧଉଳି( ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍‍ଯାପନୀ ଉତ୍ସବରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭାରତର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କାର୍ଯ୍ୟକ୍ରମରୁ। ବାଙ୍ଗାଲୋରରୁ ଆସିଥିବା ମଧୁଲିତା ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଶିଭମ ଧିମାହୀ ପରେ ପରେ ହରି […]

The post ଧଉଳି-କଳିଙ୍ଗ ମହୋତ୍ସବ: ଅନ୍ତିମ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସମରକଳାର ଚମତ୍କାର ମିଶ୍ରଣ appeared first on Odisha Reporter.

]]>

ଭୁବନେଶ୍ୱର/ ଧଉଳି( ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍‍ଯାପନୀ ଉତ୍ସବରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଛି।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭାରତର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କାର୍ଯ୍ୟକ୍ରମରୁ। ବାଙ୍ଗାଲୋରରୁ ଆସିଥିବା ମଧୁଲିତା ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଶିଭମ ଧିମାହୀ ପରେ ପରେ ହରି ସ୍ମରଣମ ମାଡ଼ୋ ପରିବେଶିତ ହୋଇଥିଲା। ଦୁଇଟିଯାକ ନୃତ୍ୟର ସଂରଚନା କରିଥିଲେ ନିଜେ ମଧୁଲିତା ମହାପାତ୍ର। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ନୂଆଦିଲ୍ଲୀରୁ ଆସିଥିବା ରାଣି ଖନ୍ନମ ଓ ସାଥୀଙ୍କ ନାଚତ ସୁଧାଙ୍ଗ ଶ୍ରୀ ନନ୍ଦ ନନ୍ଦନ ଓ ପରେ ପରେ ଯୁମୁନାଷ୍ଟକମ। ଯେଉଁଥିରେ କଥକ ନୃତ୍ୟର ସୌନ୍ଦର୍ଯ୍ୟ, ବିଭବ ଏବଂ ତାତ୍ତ୍ୱିକ ବିଶ୍ଳେଷଣକୁ କଳାକାରମାନେ ଅତି ଚମତ୍କାର ଭାବେ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ।

ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କେରଳରୁ ଆସିଥିବା ଶ୍ରୀଜିତ ଟି.ଆର ଓ ସାଥୀଙ୍କ ଦ୍ୱାରା ସମକାଳ ନୃତ୍ୟ କଲାରି ପାଇଟୁ। ନିରବତାର ଭଙ୍ଗୁରତା, ବିପଦର ଅସ୍ଥିରତା ଏବଂ ଗତିଚଳନର ସାଂଗତିକତାର ଏକ ଅପୂର୍ବ ସମନ୍ୱୟ ଏହି ନୃତ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା। ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଭୁବନେଶ୍ୱରର ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ବେଙ୍ଗାଳୁରୁର କର୍ଣ୍ଣକୁପିୟା କ୍ରିଏସନ ଓ କଟକର ମୋକ୍ଷ ଅନୁଷ୍ଠାନର ମହମଦ ସୈଫୁଲ ହକଙ୍କ ମିଳିତ ସହଯୋଗରେ ଏକ ଅଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ- ମେକ ଇନ ଓଡ଼ିଶା। ଓଡ଼ିଶାର ଐତିହାସିକ ଗୌରବ ଓ ଉଚ୍ଚକୋଟୀର କଳାକୁ ସେମାନେ ତାଙ୍କ ନୃତ୍ୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ। ଓଡ଼ିଶୀ ସହିତ ସମକାଳୀନ ଓ ଆଧୁନିକ ନୃତ୍ୟରେ ପ୍ରସ୍ତୁତ ଏହି ଫ୍ୟୁଜନ ବେଶ ଚିତ୍ତାକର୍ଷକ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ।

ସଂଧ୍ୟାର ଅତିଥିମାନେ ଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର, ଭାରତୀୟ ବିଦ୍ୟା ଭବନର ଡ. ଏସ. କେ ଟାମୋଟିଆ; ଏନଟିପିସିର ଜେନେରାଲ ମ୍ୟାନେଜର ସେବାଷ୍ଟିଆନ ଜୋଜେଫ, ନୃତ୍ୟ ସମୀକ୍ଷକ ଡ. ସୁନିଲ କୋଠାରୀ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟି, ଓଡ଼ିଶା ଡ଼୍ୟାନ୍ସ ଏକାଡେମୀର ସମ୍ପାଦକ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଡ଼. ଶ୍ରୀନିବାସ ଘଟୁଆରୀ।

The post ଧଉଳି-କଳିଙ୍ଗ ମହୋତ୍ସବ: ଅନ୍ତିମ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସମରକଳାର ଚମତ୍କାର ମିଶ୍ରଣ appeared first on Odisha Reporter.

]]>
right top 2019-02-10 21:28:58 https://odishareporter.in/wp-content/uploads/2019/02/DSC_4510.jpg
ମଞ୍ଚରେ ‘ଦଶାବତାର’, କାହାଣୀରେ ବିବର୍ତ୍ତନବାଦ https://odishareporter.in/literature-culture/odia-play-by-satabdi-re-kalakar-dasabatar-335386 Mon, 04 Feb 2019 08:41:35 +0000 https://odishareporter.in/?p=335386

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଷ୍ଣୁ ହେଉଛନ୍ତି ପାଳନ କର୍ତ୍ତା। ଯୁଗେ ଯୁଗେ ଧର୍ମରକ୍ଷା ପାଇଁ ଧରାପୃଷ୍ଠରେ ସେ ଅବତାର ନିଅନ୍ତି। କେତେବେଳେ ମନୁଷ୍ୟ ତ ପୁଣି କେତେବେଳେ ସାଧାରଣ ପ୍ରାଣୀ ହୋଇ ଧର୍ମ ରକ୍ଷା କରିଥା’ନ୍ତି। ଏହାକୁ ଆଧାର କରି ଦଶାବତାର ଉପାଖ୍ୟାନଟି ପରିକଳ୍ପନା କରାଯାଇଛି ଆମ ସନାତନ ଧର୍ମରେ। ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ହୋଇଛି ବିଷ୍ଣୁଙ୍କ ଏହି ଦଶଟି ଅବତାର। କିନ୍ତୁ ଏହି ଧାର୍ମିକ ଆଖ୍ୟାନ ସହ ମଣିଷ ଜୀବନ ତଥା ଜୀବ ସୃଷ୍ଟିର ରହିଛି ଅଙ୍ଗାଙ୍ଗୀ […]

The post ମଞ୍ଚରେ ‘ଦଶାବତାର’, କାହାଣୀରେ ବିବର୍ତ୍ତନବାଦ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଷ୍ଣୁ ହେଉଛନ୍ତି ପାଳନ କର୍ତ୍ତା। ଯୁଗେ ଯୁଗେ ଧର୍ମରକ୍ଷା ପାଇଁ ଧରାପୃଷ୍ଠରେ ସେ ଅବତାର ନିଅନ୍ତି। କେତେବେଳେ ମନୁଷ୍ୟ ତ ପୁଣି କେତେବେଳେ ସାଧାରଣ ପ୍ରାଣୀ ହୋଇ ଧର୍ମ ରକ୍ଷା କରିଥା’ନ୍ତି। ଏହାକୁ ଆଧାର କରି ଦଶାବତାର ଉପାଖ୍ୟାନଟି ପରିକଳ୍ପନା କରାଯାଇଛି ଆମ ସନାତନ ଧର୍ମରେ। ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ହୋଇଛି ବିଷ୍ଣୁଙ୍କ ଏହି ଦଶଟି ଅବତାର। କିନ୍ତୁ ଏହି ଧାର୍ମିକ ଆଖ୍ୟାନ ସହ ମଣିଷ ଜୀବନ ତଥା ଜୀବ ସୃଷ୍ଟିର ରହିଛି ଅଙ୍ଗାଙ୍ଗୀ ସମ୍ପର୍କ। ଯାହାକୁ ନାଟ୍ୟରୂପ ଦେଇଥିଲା ରାଜ୍ୟର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଶତାଦ୍ଦୀର କଳାକାର।

ରବିବାର ଶୀତୁଆ ସଞ୍ଜରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଦଶାବତାର’। ଡାରୱିନ୍‌ଙ୍କ ବିବର୍ତ୍ତନବାଦ ଠାବ ହେବାର ବହୁ ଆଗରୁ ଭାରତୀୟ ଧର୍ମଧାରାରେ ଏହି ତତ୍ତ୍ୱକୁ ସାମିଲ କରାଯାଇଥିଲା। ନାଟକରେ ପାଲା ମାଧ୍ୟମରେ ଏହି କଥାଟିକୁ ଦର୍ଶକଙ୍କ ଅଗରେ ପରିବେଷଣ କରିଥିଲେ କଳାକାରମାନେ।

ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଲ୍‌କୀ ଭଳି  ଅବତାରରେ ଉଭା ହୋଇ ଭଗବାନ ବିଷ୍ଣୁ ପ୍ରାଣୀଜଗତର ମଙ୍ଗଳ ତଥା ଧର୍ମ ରକ୍ଷା କରିଛନ୍ତି।

କିନ୍ତୁ ଏହି ଅବତାରବାଦରେ ଲୁକ୍କାୟିତ ଥିବା ବିବର୍ତ୍ତନବାଦକୁ ସାଧାରଣ ଲୋକେ ହୃଦୟଙ୍ଗମ କରିପାରନ୍ତି ନାହିଁ। ଜୀବ ତଥା ଜୀବଜଗତର ସୃଷ୍ଟିକୁ ଆଧାର କରି ଦଶାବତାର ପରିକଳ୍ପିତ ହୋଇଛି। ଯାହାକି ଡାରୱିନ୍‌ଙ୍କ ମତବାଦ ସହ ସାମଞ୍ଜସ୍ୟ ରଖେ। ଜୀବର ସୃଷ୍ଟି ଜଳରୁ ହୋଇଥିଲା। ଆଉ ଏହି କଥାକୁ ଜଣାଇବାକୁ ମତ୍ସ୍ୟ ଭଳି ଜଳଚର ଦେବତାଙ୍କୁ ଆଧାର କରି ଗତିଶୀଳ ହୋଇଛି ‘ଦଶାବତାର’।

ଏହାପରେ ଉଭୟଚର କଚ୍ଛପ, ବନ୍ୟପ୍ରାଣୀ ବାର୍‌ହା ବା ବରାହ, ମନୁଷ୍ୟ ଓ ପଶୁ ସମିଶ୍ରିତ ନୃସିଂହ, ଖର୍ବକାୟ ମନୁଷ୍ୟ ବାମନ, ବନବାସୀ ମନୁଷ୍ୟ ପର୍ଶୁରାମ, ପୂର୍ଣ୍ଣ ମନୁଷ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ରାମ, କୃଷି ଦେବତା ବଳରାମ, ବୈରାଗ୍ୟ ଜବୀନର ବାର୍ତ୍ତାବାହ ବୁଦ୍ଧ ଓ ପରିଶେଷରେ ସମସ୍ତ ସୃଷ୍ଟିର ବିଲୋପର ଦେବତା କଲ୍‌କୀ।

ଏମିତି ଏକ ସୁନ୍ଦର ଆଖ୍ୟାୟିକାକୁ ନେଇ ନାଟକ ପରଷିଥିଲା ‘ଶତାଦ୍ଦୀର କଳାକାର’। ମନବୋଧ ଚଉତିଶା, ଶ୍ରୀଗୀତଗୋବିନ୍ଦ ଆଉ ମୟୂରଭଞ୍ଜ ଛଉ ନୃତ୍ୟର ଛାପ ଥିଲା ଏହି ନାଟକରେ। ପାରମ୍ପରିକ ଓଡିଆ ଶୈଳୀରେ ପରିବେଷିତ ପାଲା ମାଧ୍ୟମରେ ଦଶାବତାରର ତାତ୍ତ୍ୱିକ ବିଶ୍ଲେଷଣ କରାଯାଇଥିଲା।

ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ଏହି ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ ଧୀର ମଲ୍ଲିକ।

The post ମଞ୍ଚରେ ‘ଦଶାବତାର’, କାହାଣୀରେ ବିବର୍ତ୍ତନବାଦ appeared first on Odisha Reporter.

]]>
left top 2019-02-04 14:20:53 https://odishareporter.in/wp-content/uploads/2019/02/ee.jpg
ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର https://odishareporter.in/odisha/second-evening-of-mukteswar-utsav-sees-great-odissi-performances-325836 Tue, 15 Jan 2019 15:18:34 +0000 https://odishareporter.in/?p=325836

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଶିବନାମବାଲ୍ୟାଷ୍ଟକମ ଯାହାକୁ ପରିଵେଷଣ କରିଥିଲେ ରୂପକ ପରିଡ଼ା ଓ ସାଥୀ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଲିଙ୍ଗରାଜ ପ୍ରଧାନ ପ୍ରଥମେ ପଲ୍ଲବୀ ଓ ପରେ ପରେ ଶ୍ରୀ ଋଦ୍ରାଷ୍ଟକମ ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂରଚନା କରିଥିଲେ ଲିଙ୍ଗରାଜ ପ୍ରଧାନ ଓ ସଂଯୁକ୍ତା ପ୍ରଧାନ। […]

The post ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଶିବନାମବାଲ୍ୟାଷ୍ଟକମ ଯାହାକୁ ପରିଵେଷଣ କରିଥିଲେ ରୂପକ ପରିଡ଼ା ଓ ସାଥୀ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଲିଙ୍ଗରାଜ ପ୍ରଧାନ ପ୍ରଥମେ ପଲ୍ଲବୀ ଓ ପରେ ପରେ ଶ୍ରୀ ଋଦ୍ରାଷ୍ଟକମ ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂରଚନା କରିଥିଲେ ଲିଙ୍ଗରାଜ ପ୍ରଧାନ ଓ ସଂଯୁକ୍ତା ପ୍ରଧାନ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ଲିପ୍ସା ଶତପଥୀ ଓ ୱାଇ ଆଶା କୁମାରୀ ପ୍ରଥମେ ପରିବେଷଣ କରିଥିଲେ ପଲ୍ଲବୀ ଯାହା ରାଗ ଦେବଗାନ୍ଧାରୀ ଓ ତାଳ ଯତି ଉପରେ ଆଧାରିତ ଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ ପରେ ପରେ ସେମାନେ ପରିବେଷଣ କରିଥିଲେ ଅଭିନୟ ନବରସ। ଉକ୍ତ ପ୍ରସ୍ତୁତିଟିର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଗଙ୍ଗାଧର ପ୍ରଧାନ।

ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ସୁତପା ତାଲୁକଦାର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଗଜାନନ ବନ୍ଦନା ପରେ ପରେ ପଲ୍ଲବୀ। ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦୁଇଗୋଟି ନୃତ୍ୟାଭିନୟ ନାରୀ ଏବଂ ବସନ୍ତ ଯାହାର ନୃତ୍ୟ ସଂରଚନା କରିଥିଲେ ନିଜେ ସୁତପା ତାଲୁକଦାର।

ସନ୍ଧ୍ୟାର ଅତିଥିମାନେ ଥିଲେ ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ବିଜୟ କୁମାର ଜେନା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଓ ଅନୁଜା ତାରିଣୀ ମିଶ୍ର।

The post ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର appeared first on Odisha Reporter.

]]>
left top 2019-01-15 20:48:34 https://odishareporter.in/wp-content/uploads/2019/01/odishi1.jpg
ବହିଛପା ବାବଦରେ ଅର୍ଥ ପଇଠ ନ କରିବାରୁ ସ୍ୱର୍ଗରୁ ଟଣା ହେଲେ ଫକୀରମୋହନ https://odishareporter.in/odisha/play-on-fakir-mohan-senapati-hata-bahuda-1-325518 Tue, 15 Jan 2019 06:18:02 +0000 https://odishareporter.in/?p=325518

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଟରେ ହାଟେ ଦୋକାନ। କିଏ ଦେହ କିଣୁଛି ତ ପୁଣି କିଏ କିଣୁଛି ମନ। ଏଇ ହାଟରେ ବୁଲୁବୁଲୁ ନିଜ ଅନୁଗତ ମକରାକୁ ନିଜ ମନ କଥା କୁହନ୍ତି ବ୍ୟାସକବି ଫକୀର ମୋହନ। ହାଟରେ ଦୋକାନଟିଏ କରିବାକୁ ଝାଡି ଝୁଡି ଚାଲିଆଟାଏ ସଫା କରେ ମକରା। ହେଲେ ଏହି ଦୋକାନରେ କ’ଣ ବିକ୍ରି ହେବ ସେ ନେଇ ନା ମକରାକୁ ମାଲୁମ୍‌ ନା ମାଲୁମ୍‌ ଫକୀର ମୋହନଙ୍କୁ। ବହୁ ଦୋକାନ ବୁଲି ଦେଖନ୍ତି ଦୁହେଁ। […]

The post ବହିଛପା ବାବଦରେ ଅର୍ଥ ପଇଠ ନ କରିବାରୁ ସ୍ୱର୍ଗରୁ ଟଣା ହେଲେ ଫକୀରମୋହନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଟରେ ହାଟେ ଦୋକାନ। କିଏ ଦେହ କିଣୁଛି ତ ପୁଣି କିଏ କିଣୁଛି ମନ। ଏଇ ହାଟରେ ବୁଲୁବୁଲୁ ନିଜ ଅନୁଗତ ମକରାକୁ ନିଜ ମନ କଥା କୁହନ୍ତି ବ୍ୟାସକବି ଫକୀର ମୋହନ। ହାଟରେ ଦୋକାନଟିଏ କରିବାକୁ ଝାଡି ଝୁଡି ଚାଲିଆଟାଏ ସଫା କରେ ମକରା। ହେଲେ ଏହି ଦୋକାନରେ କ’ଣ ବିକ୍ରି ହେବ ସେ ନେଇ ନା ମକରାକୁ ମାଲୁମ୍‌ ନା ମାଲୁମ୍‌ ଫକୀର ମୋହନଙ୍କୁ। ବହୁ ଦୋକାନ ବୁଲି ଦେଖନ୍ତି ଦୁହେଁ। ଉସ୍‌ମାନ୍‌ତାରାର ଦୋକାନରେ ନାକତଳେ ସୁରା ବିକ୍ରି, ଓକିଲ ବାବୁଙ୍କ ଆଇନ୍‌ ବିକ୍ରି, ଅବଧାନଙ୍କ ଅ’ ଆ ଆଉ ମାଷ୍ଟ୍ରେଙ୍କ ଏବିସିଡି ବିକ୍ରି ଦେଖିବା ପରେ ଫକୀର ମୋହନଙ୍କ ମୁଣ୍ଡକୁ ଜୁଟେ ସାହିତ୍ୟ ଦୋକାନର ବୁଦ୍ଧି।

ସାହିତ୍ୟ ଚାଷ କରିଥିବା ଧଳାବାଳିଆ ବାବୁ ଫକୀରମୋହନ ବହି ଛାପନ୍ତି। ଛ’ ମାଣ ଆଠଗୁଣ୍ଠ, ଲଛମା, ମାମୁଁ ଆଉ ପ୍ରାୟଶ୍ଚିତ ଭଳି ଚିଜ ଧରି ପସରା ମେଲାନ୍ତି ହାଟରେ। ହେଲେ ଧୋବଧୋବଲିଆ ଦରପାଠୁଆ ଓଡ଼ିଆ, ଇଂରାଜୀ ମୋହରେ ଏ ସବୁ ପସନ୍ଦ କରନ୍ତିନି। ଶେଷରେ ବାକି କାଳି କରି ବହି ଛାପିଥିବା ପ୍ରକାଶକ ମହୋଦୟ ଫକୀର ମୋହନଙ୍କ ବେକରେ ଗାମୁଛ ଛନ୍ଦିବେ ବୋଲି ଝପଟି ପଡ଼ନ୍ତି। ଆଉ ଫକୀର ଡିଆଁ ମାରନ୍ତି ଏ ପୁରରୁ ସେ ପୁରକୁ।

ଯୁଗ ବିତେ। ୨୦୧୯ ହୁଏ। ଛପା ବାବଦକୁ ପଇସା ଠକି ଆରପାରିକୁ ଚାଲିଯାଇଥିବା ବ୍ୟାସକବୀଙ୍କୁ କାଠଗଡ଼ାକୁ ଟାଣି ଆଣନ୍ତି ୩ୟ ଥର ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ନେଇଥିବା ପ୍ରକାଶକ । ହେଲେ ସାହିତ୍ୟ ଚାଷ କରିଥିବା ଫକୀରମୋହନ ଯେ, ବାସ୍ତବରେ ଜଣେ ଫୋକଡ୍‌ରାମ୍‌ ସେ କଥା ନିଜ ତୁଣ୍ଡରେ ସ୍ୱୀକାର କରନ୍ତି। ଆଉ ସେ ଛାଡ଼ି ଯାଇଥିବା ସାହିତ୍ୟ କୃତି ବିକି ଆଜି ପ୍ରକାଶକ ମହାଶୟ ମତ୍ତ୍ୟମଣ୍ଡଳର ଜଣେ ବିଶିଷ୍ଟ ଧନଶାଳୀ ବ୍ୟକ୍ତି ହୋଇଥିବା କୁହନ୍ତି। ସାକ୍ଷ ପ୍ରମାଣକୁ ଭିତ୍ତି କରି ନିଜେ ଜଜ୍‌ ସାହେବ୍‌ ଫକୀର ମୋହନଙ୍କ ତୁଣ୍ଡରୁ “ହାଟ ବାହୁଡ଼ା” ବୃତ୍ତାନ୍ତ ଶୁଣି ସତ୍ୟକୁ ହୃଦୟଙ୍ଗମ କରନ୍ତି। ଫକୀର ମୋହନଙ୍କ ଉପରେ ଲାଗିଥିବା ଆରୋପ ଭିତ୍ତିହୀନ ବୋଲି ଘୋଷଣା କରନ୍ତି।

ଆଉ ଶେଷରେ ଓଡ଼ିଆ ସାହିତ୍ୟ ପାଇଁ ମହତ୍‌ ଅବଦାନ ଲାଗିଏହି ପକ୍କା ଓଡ଼ିଆ ପୁଅର ସାମ୍ନାନାର୍ଥେ ମଥାନତ କରେ କୋର୍ଟ।

ଏମିତି ଏକ ରୋଚକ କାଳ୍ପନିକ ଘଟଣାବଳୀକୁ ନେଇ ବାଲେଶ୍ୱରର ନାଟ୍ୟଅନୁଷ୍ଠାନ ‘ସ୍ରଷ୍ଟା’ ପକ୍ଷରୁ ଆୟୋଜିତ ହୋଇଥିଲା ନାଟକ “ହାଟ ବାହୁଡ଼ା”। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବ୍ୟାସକବୀ ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଆୟୋଜିତ ହୋଇଥିଲା ଏହି ମନୋଜ୍ଞ ନାଟକ। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସୋମବାର ସନ୍ଧ୍ୟାରେ ଆୟୋଜିତ ଏହି ସମାରୋହରେ ଯୋଗଦେଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଅନନ୍ତ ଦାସ।

ନାଟକଟି ଫକୀର ମୋହନଙ୍କ କବିତା ଖଣ୍ଡ ହାଟ ବାହୁଡ଼ାକୁ ନେଇ ପର୍ଯ୍ୟବେଶିତ ଥିଲା। ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଭାଷା ପ୍ରତି ଆମ ରାଜ୍ୟବାସୀଙ୍କ ମନରେ ଥିବା ଘୃଣା ଭାବ ତଥା ବିଦେଶୀ ଚିଜରେ ଥିବା ରୁଚିବୋଧକୁ ଏହି ନାଟକରେ ବ୍ୟାଙ୍ଗ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା। ସ୍ୱର୍ଗତ ଫକୀର ମୋହନଙ୍କୁ କିପରି ତଣ୍ଡ ଗଣିବା ପାଇଁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆସିବାକୁ ପଡ଼ିଥିଲା ତାହା ଥିଲା ଏହି ନାଟକର ପ୍ରମୁଖ ବିଷୟବସ୍ତୁ।

The post ବହିଛପା ବାବଦରେ ଅର୍ଥ ପଇଠ ନ କରିବାରୁ ସ୍ୱର୍ଗରୁ ଟଣା ହେଲେ ଫକୀରମୋହନ appeared first on Odisha Reporter.

]]>
left top 2019-01-15 21:51:21 https://odishareporter.in/wp-content/uploads/2019/01/yu-3.jpg
ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କଲେ ମହାରାଜ କଂସ https://odishareporter.in/odisha/today-is-bargarh-dhanujatras-second-day-324112 Sat, 12 Jan 2019 02:56:39 +0000 https://odishareporter.in/?p=324112

ବରଗଡ଼ (ଦୀପକ ଶର୍ମା): ଗତକାଲିଠାରୁ ଆରମ୍ଭ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଦୁଲୁକୁଛି ବରଗଡ଼ ସହର। ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି। ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବରଗଡ଼ର ରାମଜୀ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣର ଦୃଶ୍ୟ ମଧ୍ୟ ଅଭିନୀତ ହୋଇଥିଲା। ଏବେ ମଥୁରାନଗରୀ କଂସଙ୍କ ଶାସନରେ ଥରହର ହେଉଛି। ଆଜି ଧନୁଯାତ୍ରାର ଦ୍ୱିତୀୟ […]

The post ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କଲେ ମହାରାଜ କଂସ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ଗତକାଲିଠାରୁ ଆରମ୍ଭ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଦୁଲୁକୁଛି ବରଗଡ଼ ସହର।

ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି।

ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବରଗଡ଼ର ରାମଜୀ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା।

ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣର ଦୃଶ୍ୟ ମଧ୍ୟ ଅଭିନୀତ ହୋଇଥିଲା। ଏବେ ମଥୁରାନଗରୀ କଂସଙ୍କ ଶାସନରେ ଥରହର ହେଉଛି।

ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନରେ ମଥୁରାନଗରୀ କାରାଗୃହରେ ଶ୍ରୀକୃଷ୍ଣ ଜନ୍ମ ନେବେ। ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବ ଗୋପପୁର ଯାତ୍ରା କରିବେ। ଉଗ୍ରସେନଙ୍କ ସହ ଭେଟ ଓ ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦରାଜାଙ୍କ ଘରେ ପ୍ରବେଶ ଦୃଶ୍ୟ ଅଭିନୀତ ହେବ। ଏହାସହ ବିଜୁଳି କନ୍ୟାଙ୍କୁ ଧରି ବସୁଦେବ ମଥୁରା ପ୍ରତ୍ୟାବର୍ତ୍ତନ କରିବେ।

ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପଦାର୍ପଣ କରିଛି। ଗତକାଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଧନୁଯାତ୍ରାକୁ ଉଦ୍‌ଘାଟନ କରିଥିଲେ।

The post ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କଲେ ମହାରାଜ କଂସ appeared first on Odisha Reporter.

]]>
right bottom 2019-01-12 15:46:16 https://odishareporter.in/wp-content/uploads/2019/01/kansa.jpg
ମା’ର ଅଳତା ବାପାଙ୍କ କାଳି ମୋ ଜୀବନ ତୁଳୀ: ମୋନା ବିଶ୍ୱରୂପା https://odishareporter.in/or-special/paintings-of-mona-biswarupa-mohanty-320912 Fri, 04 Jan 2019 15:27:49 +0000 https://odishareporter.in/?p=320912

The post ମା’ର ଅଳତା ବାପାଙ୍କ କାଳି ମୋ ଜୀବନ ତୁଳୀ: ମୋନା ବିଶ୍ୱରୂପା appeared first on Odisha Reporter.

]]>

The post ମା’ର ଅଳତା ବାପାଙ୍କ କାଳି ମୋ ଜୀବନ ତୁଳୀ: ମୋନା ବିଶ୍ୱରୂପା appeared first on Odisha Reporter.

]]>
2019-01-05 08:00:04 https://odishareporter.in/wp-content/uploads/2019/01/Untitled-2.jpg
ବିନା କଷ୍ଟରେ କୃଷ୍ଣ – ନାଟକ ବନାମ ସିନେମା https://odishareporter.in/guest-column/a-take-on-the-hard-work-that-goes-into-staging-plays-318479 Sat, 29 Dec 2018 11:43:25 +0000 https://odishareporter.in/?p=318479

ଗୁରୁଜୀ ଶ୍ୱେତଚନ୍ଦନ କେତେଜଣ ମତେ ଫିଲ୍ମମେକର୍ ବା ଚଳଚ୍ଚିତ୍ର ନିର୍ମାତା ବୋଲି କୁହନ୍ତି । କିନ୍ତୁ ମୁଁ ଆଜିଯାଏଁ କୌଣସି ଚଳଚ୍ଚିତ୍ର ତିଆରି କରି ନାହିଁ । କାରଣ ଅନେକ ଅଛି – ଆବଶ୍ୟକ ଧନର ଅଭାବ, ସମୟ ନଷ୍ଟ କରିବାର ପ୍ରବୃତ୍ତି, ଦୁର୍ବଳ ଇଛାଶକ୍ତି। ଏସବୁ ସହ ଦିନରେ ଜୀବନଜୀବିକା ପାଇଁ ସମୟ ଦେବା ପରେ ରାତିରେ ଚଳଚ୍ଚିତ୍ର କରିବା ପାଇଁ ଯେଉଁ ସାଧନା ଓ ଅଧ୍ୟବସାୟ ଦରକାର, ତାହା ନକରିପାରିବାର ଅକ୍ଷମତା। ଏସବୁ କାରଣକୁ […]

The post ବିନା କଷ୍ଟରେ କୃଷ୍ଣ – ନାଟକ ବନାମ ସିନେମା appeared first on Odisha Reporter.

]]>

ଗୁରୁଜୀ ଶ୍ୱେତଚନ୍ଦନ

କେତେଜଣ ମତେ ଫିଲ୍ମମେକର୍ ବା ଚଳଚ୍ଚିତ୍ର ନିର୍ମାତା ବୋଲି କୁହନ୍ତି । କିନ୍ତୁ ମୁଁ ଆଜିଯାଏଁ କୌଣସି ଚଳଚ୍ଚିତ୍ର ତିଆରି କରି ନାହିଁ । କାରଣ ଅନେକ ଅଛି – ଆବଶ୍ୟକ ଧନର ଅଭାବ, ସମୟ ନଷ୍ଟ କରିବାର ପ୍ରବୃତ୍ତି, ଦୁର୍ବଳ ଇଛାଶକ୍ତି। ଏସବୁ ସହ ଦିନରେ ଜୀବନଜୀବିକା ପାଇଁ ସମୟ ଦେବା ପରେ ରାତିରେ ଚଳଚ୍ଚିତ୍ର କରିବା ପାଇଁ ଯେଉଁ ସାଧନା ଓ ଅଧ୍ୟବସାୟ ଦରକାର, ତାହା ନକରିପାରିବାର ଅକ୍ଷମତା। ଏସବୁ କାରଣକୁ ଗୋଟିଏ ଗୋଟିଏ ବାହାନା ବା ଦୃଢ଼ ମନୋବଳର ଅଭାବ ବୋଲି ମଧ୍ୟ କୁହାଯାଇପାରେ। ଛାଡ଼ନ୍ତୁ, ଏଇ ଲେଖା ମୁଁ ନିଜ ଉପରେ ଲେଖୁ ନାହିଁ। ଏଇ ଲେଖାଟି ଲେଖିବି ବୋଲି ମୁଁ ଭଞ୍ଜକଳା ମଣ୍ଡପରେ ଗୋଟିଏ ନାଟକ ଦେଖୁଥିଲା ବେଳେ ସ୍ଥିର କରିଥିଲି ।

ପ୍ରାୟ ପ୍ରତିଦିନ ରଵୀନ୍ଦ୍ର ମଣ୍ଡପ କିମ୍ବା ଭଞ୍ଜକଳା ମଣ୍ଡପରେ କିଛି ନାଟକ ପ୍ରଦର୍ଶିତ ହୋଇଥିବାର ସୂଚନା ଖବର କାଗଜରେ ଦେଖିବାକୁ ମିଳେ। ଅନ୍ୟମାନଙ୍କ ପରି ମୁଁ ଖବର ପଢ଼େ, ଫଟୋ ଦେଖେ। ବେଳେ ବେଳେ ଭାବେ, କିଏ ଏଇ ନାଟକକୁ ଦେଖୁଛନ୍ତି! କେମିତି ସେମାନେ ଜାଣୁଛନ୍ତି ଆଜି ଏଇ ନାଟକ କି ସେଇ ନାଟକ ପ୍ରଦର୍ଶନ ହେବ! କଳା ପ୍ରତି ରୁଚି ଥିଲେ ମଧ୍ୟ କଦବା କ୍ୱଚିତ୍ ନାଟକ ଦେଖିବାକୁ କେବେ ମୁଁ ଘରୁ ବାହାରକୁ ବାହାରେ। ଚଳଚ୍ଚିତ୍ରପ୍ରେମୀ ହୋଇଥିବାରୁ ବିନା ଲଙ୍ଗଶଟ୍, କ୍ଲୋଜଶଟ୍ ବା କଟରେ କାହାଣୀ ଦେଖିବାକୁ ମତେ ଅଜବ ଲାଗେ। ବେଳେ ବେଳେ ନାଟକର ଅତିରଞ୍ଜିତ ଭାବ୍ୟୋକ୍ତି, ଅପ୍ରାକୃତିକ କଥାବାର୍ତ୍ତା ଶୈଳୀ ମୋର ହଜମ ହୁଏ ନାହିଁ।

କିନ୍ତୁ କଳାର ଏଇ ମାଧ୍ୟମ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ଏବଂ ଏହା ମଧ୍ୟ ସ୍ୱୀକାର କରେ ଯେ ସବୁପ୍ରକାର କଳା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଦର୍ଶକ ଓ ପ୍ରଶଂସକ ରହିଛନ୍ତି। ଖବରକାଗଜରେ ସେଇ ଖବରମାନଙ୍କରେ ପଢେ ଯେ ନାଟକ ଦେଖିବାକୁ ଦର୍ଶକ ହେଉନାହାନ୍ତି। ଯିଏ ବି ହେଉଛନ୍ତି ସିଏ ବିନା ମୂଲ୍ୟରେ, ଟିକେଟ ନକିଣି ନାଟକ ଦେଖିବାକୁ ଚାହୁଁଛନ୍ତି। ବିଦେଶରେ ରହୁଥିବା ଜଣେ ଭାଇ କୁହେ ଯେ ବିଦେଶରେ କୁଆଡେ ଥିଏଟର୍ ଟିକେଟ୍‌ ମୂଲ୍ୟ ସିନେମା ଟିକେଟ୍‌ଠୁ ବି ଅଧିକ ଓ ପ୍ରାୟ ପ୍ରତି ନାଟକରେ ହଲ୍ ଦର୍ଶକରେ ଭରିଯାଏ। ତା’ହେଲେ ଆମର ଏଠି ନାଟକ ମଞ୍ଚର ଅବସ୍ଥା ଏପରି କାହିଁକି ? କିଏ କେତେ କଥା କୁହନ୍ତି। ଜଣେ ଭାଇ ତ ଏବେ କହୁଥିଲେ ଯେ ଏହା ମୋର କାଳେ ଭ୍ରାନ୍ତ ଧାରଣା! “ଥିଏଟର୍ ଏଠି ଠିକ୍ ଚାଲୁଛି। ଆଉ କେମିତି ଚାଲୁଥାନ୍ତା! କଳାକାରମାନେ ବେଶ ଭଲରେ ଅଛନ୍ତି। ସରକାର ନାଟକକୁ ବେଶ ଭଲ ସମର୍ଥନ କରୁଛନ୍ତି। କଳାକାରମାନେ ବିଭିନ୍ନ ସାମାଜିକ ସନ୍ଦେଶଯୁକ୍ତ ନାଟକ ପଥପ୍ରାନ୍ତରେ ପରିବେଷଣ କରି ବେଶ ଭଲ ପଇସା ରୋଜଗାର କରୁଛନ୍ତି।” ସତ ଜାଣିବାକୁ ମୁଁ ବି କେବେ କୌଣସି ଗବେଷଣା କରିନାହିଁ। ମୁଁ ଜାଣିଥିଲି ମଞ୍ଚ ଅଭିନେତାମାନେ ଖୁବ କଷ୍ଟରେ ଚଳନ୍ତି ବୋଲି। କିଏ ଶିକ୍ଷକତା ତ କିଏ ଜମିବାଡ଼ି ଚାଷବାସ, ବ୍ୟବସାୟ ବା ଟିଭିରେ ଛୋଟମୋଟ ଭୁମିକା କରି ସମୟ ପାଇଲା ମାତ୍ରେ ନାଟକରେ ମାତନ୍ତି – କେବଳ ନିଜନିଜ ଅଭିନୟର ନିଶା ପାଇଁ।

ଟିଭିପ୍ରୋଗ୍ରାମ୍, ବୃତ୍ତଚିତ୍ର ନିର୍ମାଣ କରୁଥିବା ଏକ ଘରୋଇ ପ୍ରଡକ୍ସନ ସଂସ୍ଥାରେ ମୁଁ ଚାକିରୀ କରିଥିବାରୁ ମଞ୍ଚ ଅଭିନେତା ଅଭିନେତ୍ରୀଙ୍କ ସହ ମୋର ଦେଖାହୁଏ କୌଣସି ବିଜ୍ଞାପନ ଶୁଟିଂ ସମୟରେ । ଚଳଚିତ୍ର ଅଭିନେତା ଅଭିନେତ୍ରୀଙ୍କ ଠୁ ସମ୍ପୂର୍ଣ୍ଣ ଭିନ୍ନ ଲାଗନ୍ତି ମଞ୍ଚ କଳାକାରମାନେ। କାହାକାହା ମନରେ ତାରକା ହେବାର ସ୍ୱପ୍ନଥିଲେ ମଧ୍ୟ ସେମାନଙ୍କର ବ୍ୟବହାର ଲାଗେ ଏକ ସାଧାରଣ ମଣିଷ ପରି। ବନ୍ଧୁ ପରି ମିଶନ୍ତି, ଯଥେଷ୍ଟ ସମ୍ମାନ ମଧ୍ୟ ଦିଅନ୍ତି। ଆଉ ତାଙ୍କର ଅଭିନୟ ଦକ୍ଷତା ତଥାକଥିତ ଚଳଚ୍ଚିତ୍ର ଓ ଟିଭି ଅଭିନେତାଙ୍କ ଠୁ କାହିଁ କେତେଦୂର ଆଗରେ- ଏହା ପ୍ରାୟ ପ୍ରତ୍ୟେକ ସମୟରେ ମୁଁ ଉପଲବ୍ଧି କରେ। ସେଥିପାଇଁ ବେଳେବେଳେ କେଉଁ କେଉଁ ପ୍ରୋଜେକ୍ଟରେ ଆମେ ସେମାନଙ୍କୁ ଲୋଡୁ।

ନିକଟରେ ଟିଭି ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାବେଳେ ଗାଁ ପରିବେଶରେ କେତେଗୁଡିଏ ଶୁଟିଂ କରିବା ଆବଶ୍ୟକ ପଡ଼ିଲା। ଆମେ ଏଥିପାଇଁ ସାହାଯ୍ୟ ନେଇଥିଲୁ ଦୁର୍ଯୋଧନ ବାବୁଙ୍କର। ଦୁର୍ଯୋଧନ ବାବୁ ଜଣେ ଯୁବ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ। ପିପିଲି ପାଖ ଏକ ଗାଁରେ ରୁହନ୍ତି। ମଞ୍ଚ ଅଭିନୟ ସହ ମୁଖ୍ୟତଃ ଶିକ୍ଷକତା କରି ଚଳନ୍ତି। ଛୋଟମୋଟ କାମରେ ତାଙ୍କ ସହ ପୂର୍ବରୁ ଆମର ଭେଟ ହୋଇଛି। ତା’ପରଠାରୁ ଯେକୌଣସି ସାହାଯ୍ୟ ମାଗିଲେ ସେ ଦେବାକୁ କେବେ ମନାକରନ୍ତି ନାହିଁ। ଏଥର ତାଙ୍କର ନିଜର ଏକ ନାଟକ ଥିଲେ ମଧ୍ୟ ସେ ଆମ କାମକୁ ଗୁରୁତ୍ୱ ଦେଇ ବର୍ଷାଖରା ଦାଉ ସତ୍ତ୍ୱେ ତାଙ୍କର ଶ୍ରମ ଓ ସମୟ ଦେଇଥିଲେ।

ଶୁଟିଂ ହୋଇଥିଲା ଦୁର୍ଯୋଧନ ବାବୁଙ୍କ ଗାଁ ଓ ପିପିଲିର ଆଖପାଖ ଗାଁମାନଙ୍କରେ। ଚାରିପାଞ୍ଚ ଦିନ କାଳ ଲୋକଙ୍କୁ ଜମା କରି ବିଭିନ୍ନ ଭାବଭଙ୍ଗୀ ସଜବାଜରେ ଶଟ୍ ନେବା ଭିତରେ ସମୟ ପାଇଲେ ସେ ତାଙ୍କର ଆଗାମୀ ଏକ ନାଟକର ପ୍ରସ୍ତୁତି ବିଷୟରେ ଆମକୁ କୁହନ୍ତି। “ଆପଣମାନେ ନିଶ୍ଚୟ ମୋର ଏ ନାଟକକୁ ଦେଖିବାକୁ ଆସିବେ। ମଞ୍ଚ ଉପରେ ସତ ଧାନ ଫଳିଥିବ,ସତସତିକା ବିଲରେ ।” ଦୁର୍ଯୋଧନ ବାବୁ ଆମକୁ ନେଇକି ଦେଖାନ୍ତି ତାଙ୍କ ଘର ଅଗଣାରେ ଥୁଆ ହୋଇଥିବା ମାଟିଭର୍ତ୍ତି କଟା ଟିଣ ସବୁକୁ। ମୁଁ ସେସବୁକୁ ଦେଖି ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲି –“ଟିଣରେ ମାଟି ଥୋଇଦେଲେ କଣ ସତରେ ଧାନ ଉଠିବ! ତାଙ୍କ ନାଟକ ତ ଆହୁରି ତିନି ଚାରି ମାସ ଅଛି. . .।” ଦୁର୍ଯୋଧନ ବାବୁ କୁହନ୍ତି- “ହେବ ନା.. ଏଥିରେ ଧାନ ରୁଆ ହେବ। ନାଟକ ହେଲାବେଳକୁ ଏଥିରେ କେଣ୍ଡା ଧରିଥିବ ଦେଖିବେ। କାହାଣୀ ମୁତାବକ ପରିବେଶ ହୋଇଯିବ ମଞ୍ଚ ଉପରେ। ଆଉ ପୁରା ସତ। ପ୍ଲାଷ୍ଟିକ୍‌ ନୁହେଁ।”

ଦୁର୍ଯୋଧନ ବାବୁ ପତଳା ଆଉ ଭାରି ମଜାଳିଆ ଲୋକ। କଥା କହୁକହୁ ଟିଣ ମାଟିରୁ କଣ ସବୁ ବାଛିବୁଛି ପକାନ୍ତି। “କିନ୍ତୁ କଣ ଦରକାର ଏତେ ପରିଶ୍ରମ! ଧାନ ବିଲ ଯଦି ଦରକାର ଅଛି, ତାକୁ ଆଉ କଣ କରି ବିକଳ୍ପ ବ୍ୟବସ୍ଥା ତ କରିହେବ! କାହାଣୀଟି ମୁଖ୍ୟ, ନିର୍ଦ୍ଦେଶନା ମୁଖ୍ୟ, ଅଭିନୟ ମୁଖ୍ୟ କଥା। ଏ ସାଜସଜା କଣ ନିହାତି ଆବଶ୍ୟକ!”– ମୁଁ ଭାବେ କିନ୍ତୁ ତାଙ୍କ ଆଗରେ ପ୍ରକାଶ କରେନାହିଁ । ଆମ ଶୁଟିଂ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ବା ବିଶ୍ରାମ ବେଳେ ଦୁର୍ଯୋଧନ ବାବୁ ମଝିରେ ମଝିରେ ନିଜ ଘରକୁ ଯାଇ ଗୋଟିଏ ଗୋଟିଏ ଟିଣକୁ କାଟି ସେଥିରେ ମାଟି ଭର୍ତ୍ତି କରି ଜମା କରି ଥୁଅନ୍ତି ତାଙ୍କ ଅଗଣାରେ। ଆମ ଶୁଟିଂର ଶେଷଦିନ ସୁଦ୍ଧା ପ୍ରାୟ ପଚାଶ ଷାଠିଏ ମାଟିଭର୍ତ୍ତି ଟିଣ ତାଙ୍କ ଅଗଣାରେ ଥୁଆହୋଇସାରିଥିବାର ମୁଁ ଦେଖି ଆସିଥିଲି।

ପ୍ରାୟ କୋଡିଏ ପଚିଶ ଦିନ ତଳେ ଦୁର୍ଯୋଧନ ବାବୁଙ୍କର ଏକ ମେସେଜ୍ ଆସିଥିଲା- ‘ଗୁରୁଜୀ, ଏକୋଇଶ ତାରିଖ ସଂଧ୍ୟା ସାତଟାରେ ନାଟକ ଅଛି ଭଞ୍ଜକଳା ମଣ୍ଡପରେ। ନିଶ୍ଚୟ ଆସିବେ।’ ଆଗରୁ ଥରେ ଦୁଇଥର କହି ମଧ୍ୟ ନଯାଇଥିବାରୁ ଏଥର ଦୁର୍ଯୋଧନ ବାବୁଙ୍କର ନାଟକ ଦେଖିବାକୁ ନିଶ୍ଚୟ ଯିବି ବୋଲି ସ୍ଥିର କରିଥିଲି। ତେଣୁ ସମସ୍ତ କାର୍ଯ୍ୟବ୍ୟସ୍ତତା ଓ ଅଳସୁଆମୀ ଛାଡ଼ି ମୁଁ ସେଇ ସଂଧ୍ୟାରେ ବେଶ କିଛି ସମୟ ବିଳମ୍ବରେ ଯାଇ ପହଞ୍ଚିଥିଲି ଭଞ୍ଜକଳା ମଣ୍ଡପରେ। ଆଖିରେ ଯାହା ଦେଖିଥିଲି, ବିଶ୍ୱାସ କରିପାରିନଥିଲି। ମଞ୍ଚ ସାରା ଖେଳୁଥିଲେ ପାଚିଲା ଧାନକେଣ୍ଡା ସବୁ। ଖେଳୁନଥିଲେ ବରଂ ହସୁଥିଲେ। ପ୍ରାୟ ଦେଢ଼ ଦୁଇ ଫୁଟ ମାଟିରେ ଧାନ ଗଛ ଗୁଡ଼ିକ କୃତ୍ରିମ ନୁହେଁ, ବେଶ୍ ହୃଷ୍ଟପୁଷ୍ଟ ଦେଖାଯାଉଥିଲେ। ସତେ ଯେପରି ସେଇ ମଞ୍ଚ ଉପରେ ଚାଷ ହୋଇଛି। ମୋ ଆଖି ଆଗରେ ଥିଲା ବିସ୍ତୀର୍ଣ୍ଣ ଧାନ କିଆରୀ। ଗୋଟିଏ କୋଣରେ କାହାଣୀ ମୁତାବକ ବାଉଁଶରେ ତିଆରି ଏକ ଛୋଟ ଚାଳିଆ ଘର। ଆଲୋକସଜ୍ଜାରେ ମଞ୍ଚ ଦେଖାଯାଉଥାଏ ଭ୍ୟାନଗଗ୍‌ଙ୍କ କୌଣସି ଇମ୍ପ୍ରେସନିଷ୍ଟିକ ପେଣ୍ଟିଂ ପରି। ତେରେଛା ସୂର୍ଯ୍ୟାଲୋକ ଧାନକିଆରୀ ଉପରେ ଓ ପ୍ରଚ୍ଛଦରେ ନୀଳ ଆଲୁଅ ଆକାଶର ଭ୍ରମ ତିଆରି କରୁଥିଲା। ଆଉ ଏସବୁ ଭିତରେ ଚରିତ୍ରଙ୍କ ଚାଲିଚଳନ ହସକାନ୍ଦ, ବ୍ୟଙ୍ଗବିଦ୍ରୁପ। ଦର୍ଶକମାନେ ପ୍ରାୟ ମିନିଟ୍ ଦୁଇ ମିନିଟ୍‌ରେ ତାଳି ମାରୁଥାନ୍ତି। ସେମାନଙ୍କ ମୁଁହ ଦେଖିଲେ ଲାଗୁଥାଏ ଯେ ସେମାନେ ଭୁଲିଯାଇଛନ୍ତି ଯେ ସେମାନେ କୌଣସି ମାଟି ହିଡ଼ରେ ନୁହେଁ, ବରଂ ଥିଏଟର୍‌ର ଚେଆରରେ ବସିଛନ୍ତି ।

କେତେ ସୁନ୍ଦର ପରିକଳ୍ପନା ଇଏ! ଆଉ ତା’ପାଇଁ କେତେ ପରିଶ୍ରମ!- ମୋର ସେତିକିବେଳେ ହୃଦବୋଧ ହୋଇଥିଲା। କି କଷ୍ଟ କରୁଛନ୍ତି ଏଇ ମଞ୍ଚ କଳାକାରମାନେ ! ବିନା କ୍ୟାମେରା କଟରେ ଲମ୍ବା ଲମ୍ବା ଦୃଶ୍ୟ ମନେରଖିବା, ମଞ୍ଚ ଉପରେ ସତ କାଦୁଅ ବୋଳାବୋଳି ହେବା, ଓଦା ହେବା, ମଞ୍ଚ ଉପରେ ଏକ ସତ ଧାନକିଆରୀ ସୃଷ୍ଟି କରିବା! ଚାହିଁଥିଲେ କଣ ସେମାନେ ଠକି ପାରିନଥାନ୍ତେ! ସେଇଦିନ ଅନ୍ୟକଣ କେଉଁ ଘାସଘୁସା କାଟି କୁଣ୍ଡରେ ପୋତି ଦେଇପାରିନଥାନ୍ତେ! କିମ୍ବା କେଉଁ ମଲା ଧାନଗଛ ଶୁଖିଲା ନଡାରେ ବି କାମ ଚଳେଇ ଦେଇପାରିଥାନ୍ତେ। କିନ୍ତୁ ସେସବୁ କରିଥିଲେ ମଞ୍ଚଟି କଣ ଏପରି ଜୀବନ୍ତ ଦେଖାଯାଇଥାନ୍ତା! ଧାନକେଣ୍ଡାଗୁଡିକ ମୃତ ମଳିନ ଦେଖାଯାଇନଥାନ୍ତେ! ଜବରଦସ୍ତି ଥୁଆ ହେଲାପରି ଲାଗିନଥାନ୍ତେ- ବସ୍ତୁ ପରି। କିନ୍ତୁ ଏଇ ମଞ୍ଚ କଳାକାରମାନେ ଧାନକେଣ୍ଡାକୁ ବସ୍ତୁ ନୁହେଁ ବରଂ ମାନୁଥିଲେ ଆଉ ଏକ ଚରିତ୍ର ପରି। ହଁ, ଅନ୍ୟ ଚରିତ୍ରଙ୍କ ପରି ଧାନକେଣ୍ଡା ସବୁ ମଧ୍ୟ ଗୋଟିଏ ଗୋଟିଏ ଚରିତ୍ର ଥିଲେ ମଞ୍ଚ ଉପରେ। ହସୁଥିଲେ।

ମଞ୍ଚରେ ଦୃଶ୍ୟ ବଦଳିବା ବେଳେ ହେଉଥିବା ବିରତି ସମୟରେ ଦର୍ଶକଙ୍କ ମଝିରେ ବସି ମୁଁ ଭାବୁଥିଲି ଆମର ଏବେର ଓଡ଼ିଆ ଚଳଚ୍ଚିତ୍ର ବିଷୟରେ। ଗୋଟିଏ ପଟେ କାମ ପ୍ରତି ଓ କଳା ପ୍ରତି ଏପରି ଶ୍ରଦ୍ଧା ଓ ନିଷ୍ଠା। ଅନ୍ୟପଟେ ଆଉ ଏକ କଳା ପ୍ରତି ଖାମଖିଆଲି ବେପରୁଆ ମନୋଭାବ। ଏପଟେ ମଞ୍ଚ କଳାକାର ତାଙ୍କ ପାରିବାପଣେ ଚେଷ୍ଟା କରୁଛନ୍ତି ଦର୍ଶକଙ୍କୁ ଏକ ସ୍ୱତନ୍ତ୍ର ଅନୁଭବ ଦେବାପାଇଁ। ସେପଟେ ଦର୍ଶକଙ୍କୁ ମୁର୍ଖ ଭାବି ନକଲ ପୁରୁଣା ଚଳଚ୍ଚିତ୍ରକୁ ବିକୁଛନ୍ତି ନୂଆ କହି। ଆମ ଦର୍ଶକ ମଧ୍ୟ ଅସମ୍ମାନ କିଣୁଛନ୍ତି ପଇସା ଦେଇ। ଆଉ ଯେଉଁଠି ତାଙ୍କ ପାଇଁ ସମ୍ମାନ ରହିଛି ସେଠି ସିଟ୍ ଖାଲି ପଡୁଛି। ନାଟକରେ ସିନେମା ଓ ଟିଭି ପରି ଅର୍ଥ ନାହିଁ, କଳାକାରଙ୍କର ଲୋକପ୍ରିୟତା ନାହିଁ, ପରିଚିତି ନାହିଁ, କିନ୍ତୁ ସେଠି ଯେଉଁ ଅନୁରାଗ ଏକାଗ୍ରତା ଯେଉଁ ପାଗଳାମୀ କଳା ପାଇଁ ରହିଛି, ତାହା ଚଳଚ୍ଚିତ୍ର ନିର୍ମାତା କିମ୍ବା ଟିଭି ପ୍ରୋଗ୍ରାମ୍ ପ୍ରଯୋଜକଙ୍କ ମଧ୍ୟରେ ନାହିଁ ।

ଶୁଟିଂ ସମୟରେ କୌଣସି ଜଟିଳ ଦୃଶ୍ୟକୁ ସହଜରେ କରିବାକୁ ଆମେ ଯେତେବେଳେ ଦୃଶ୍ୟ ବଦଳେଇ ଦେଉଥିଲୁ, ଦୁର୍ଯୋଧନ ବାବୁ ପ୍ରଶ୍ନ କରୁଥିଲେ- “ଆପଣ ତ ସବୁ ଟିଭିଲୋକ… ସବୁ ଜାଣିଥିବେ କିନ୍ତୁ ଆପଣ କ’ଣ ଏତିକି ଟିକେ ପରିଶ୍ରମ ପାଇଁ ଦୃଶ୍ୟ ବଦଳେଇ ଦେଉଛନ୍ତି ! ମଞ୍ଚ ହେଇଥିଲେ ମୁଁ ତ ଆଦୌ ଏମିତି କରିନଥାନ୍ତି ।”

ନାଟକ ସରିବାର ପରଦିନ ମୁଁ ଦୁର୍ଯୋଧନ ବାବୁଙ୍କୁ ଫୋନକରି ଶୁଭେଚ୍ଛା ଜଣାଇଥିଲି ଆଉ ନାଟକଟି ଅତ୍ୟନ୍ତ ଉପଭୋଗ୍ୟ ଥିଲା ବୋଲି କହିଥିଲି। “ମୁଁ ଜାଣିଥିଲି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଆଉ ଭାରି ଖୁସିଲାଗିଲା, ଆପଣ ଆସିଲେ। ସେଦିନ ସିଟ୍ ସବୁ ପ୍ରାୟ ଭର୍ତ୍ତି ଥିଲା ଦେଖିକି ଆହୁରି ଖୁସି ଲାଗିଥିଲା। ଯାହା ହଉ ପରିଶ୍ରମ ଫଳ ଦେଲା। ଯାହା କୁହନ୍ତୁ ଗୁରୁ ଭାଇ, କଷ୍ଟ କରି କୃଷ୍ଣ ମିଳିବାରେ ଯେଉଁ ମଜା, ସେଇ ମଜା କଷ୍ଟ ନକରି କୃଷ୍ଣ ମିଳିବାରେ ନାହିଁ।”

The post ବିନା କଷ୍ଟରେ କୃଷ୍ଣ – ନାଟକ ବନାମ ସିନେମା appeared first on Odisha Reporter.

]]>
left top 2018-12-29 17:13:25 https://odishareporter.in/wp-content/uploads/2018/12/1-37.jpg
୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ https://odishareporter.in/odisha/this-odishi-dancer-has-travelled-62-countries-already-312998 Sun, 16 Dec 2018 02:54:38 +0000 https://odishareporter.in/?p=312998

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଓଡ଼ିଶୀ’ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ। ମାତ୍ର ୧୭ ବର୍ଷର କ୍ୟାରିଅର୍‌ରେ ଶାଶ୍ୱତ ୬୨ଟି ଦେଶ ଭ୍ରମଣ କରିବା ସହ ସେଠାରେ ‘ଓଡ଼ିଶୀ’ ପରିବେଷଣ କରିବାର ସୁଯୋଗ ପାଇ ସାରିଲେଣି। ଏହି ଉଦୀୟମାନ ପ୍ରତିଭା ବିଦେଶ ବୁଲିବା ସହ ଯେତିକି ଦେଶରେ ଷ୍ଟେଜ୍‌ ଶୋ’ କରିଛନ୍ତି, […]

The post ୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଓଡ଼ିଶୀ’ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ। ମାତ୍ର ୧୭ ବର୍ଷର କ୍ୟାରିଅର୍‌ରେ ଶାଶ୍ୱତ ୬୨ଟି ଦେଶ ଭ୍ରମଣ କରିବା ସହ ସେଠାରେ ‘ଓଡ଼ିଶୀ’ ପରିବେଷଣ କରିବାର ସୁଯୋଗ ପାଇ ସାରିଲେଣି।

ଏହି ଉଦୀୟମାନ ପ୍ରତିଭା ବିଦେଶ ବୁଲିବା ସହ ଯେତିକି ଦେଶରେ ଷ୍ଟେଜ୍‌ ଶୋ’ କରିଛନ୍ତି, ବୋଧହୁଏ ତାଙ୍କ ସମସାମୟିକ କୌଣସି ଓଲିଉଡ୍ କଳାକାରଙ୍କ ଭାଗ୍ୟରେ ଏହା ଜୁଟି ନ ଥିବ। ଓଡ଼ିଶୀ ନାଚୁ ନାଚୁ କେତେବେଳେ ଯେ ୬୨ ଦେଶରେ ଏହି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ସାରିଲେଣି, ସେ କଥା ନିଜେ ମଧ୍ୟ ଜାଣି ନାହାନ୍ତି ବୋଲି ଶାଶ୍ୱତ କୁହନ୍ତି।

ନିକଟରେ ଆୟୋଜିତ ‘କୋଣାର୍କ ମହୋତ୍ସବ’ରେ ଶାଶ୍ୱତ ତାଙ୍କ କ୍ୟାରିଅର୍‌ର ୧୦,୦୦୦ତମ ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି। ତାଙ୍କ ଓଡ଼ିଶୀ ନୃତ୍ୟର ଯାତ୍ରା ୨୦୦୧ ମସିହା ଏହି ‘କୋଣାର୍କ ମହୋତ୍ସବ’ରୁ ହିଁ ଆରମ୍ଭ ହୋଇଥିଲା। ତେବେ ୧୦.୦୦୦ମଞ୍ଚରେ ନାଚିବାର ସୁଯୋଗ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ସହ ଲୋକଙ୍କ ଭଲ ପାଇବା ନିକଟରେ ଚିର ଋଣୀ ବୋଲି ସେ କହିଛନ୍ତି।

The post ୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ appeared first on Odisha Reporter.

]]>
centre bottom 2018-12-16 08:25:18 https://odishareporter.in/wp-content/uploads/2018/12/saswat-joshi-6.jpg
ଆବୁଧାବିରେ ବୋଇତ ବନ୍ଦାଣ ଉତ୍ସବ https://odishareporter.in/nation-world/boita-bandan-utsava-in-abudhabi-310333 Sat, 08 Dec 2018 06:23:30 +0000 https://odishareporter.in/?p=310333

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୩୦ ତାରିଖରେ ଆବୁଧାବିରେ “ଓଡ଼ିଆ ସମାଜ ଆବୁଧାବି” ପକ୍ଷରୁ ‘ବୋଇତ ବନ୍ଦାଣ ଉତ୍ସବ ୨୦୧୮’ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗ୍ଲୋବାଲ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ପ୍ରେକ୍ଷାଳୟରେ ଏହି ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ବିଏପିଏସ୍‌ର ଅକ୍ଷରତୀର୍ଥ ସ୍ୱାମୀ ଓ ପରମାନନ୍ଦନ ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପେଟ୍ରୋମେନ୍‌ କମ୍ପାନୀର ମୁଖ୍ୟ ପ୍ରବନ୍ଧକ ବି.କେ. ସିଂ, ଗ୍ଲୋବାଲ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ପରିଚାଳକ ଶ୍ରୀ ରାଜେନ୍ଦ୍ରନ୍‌ ଓ ଗୋଲ୍ଡ ଏମ୍ପାୟାର […]

The post ଆବୁଧାବିରେ ବୋଇତ ବନ୍ଦାଣ ଉତ୍ସବ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୩୦ ତାରିଖରେ ଆବୁଧାବିରେ “ଓଡ଼ିଆ ସମାଜ ଆବୁଧାବି” ପକ୍ଷରୁ ‘ବୋଇତ ବନ୍ଦାଣ ଉତ୍ସବ ୨୦୧୮’ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗ୍ଲୋବାଲ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ପ୍ରେକ୍ଷାଳୟରେ ଏହି ଉତ୍ସବ ପାଳିତ ହୋଇଥିଲା।

ଏହି ଉତ୍ସବରେ ବିଏପିଏସ୍‌ର ଅକ୍ଷରତୀର୍ଥ ସ୍ୱାମୀ ଓ ପରମାନନ୍ଦନ ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପେଟ୍ରୋମେନ୍‌ କମ୍ପାନୀର ମୁଖ୍ୟ ପ୍ରବନ୍ଧକ ବି.କେ. ସିଂ, ଗ୍ଲୋବାଲ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ପରିଚାଳକ ଶ୍ରୀ ରାଜେନ୍ଦ୍ରନ୍‌ ଓ ଗୋଲ୍ଡ ଏମ୍ପାୟାର ସଂସ୍ଥାର ପ୍ରବନ୍ଧକ ଶୁଭମ୍‌ ମିଶ୍ର ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅତିଥିମାନେ ଓଡ଼ିଶାର ନୌବାଣିଜ୍ୟର ଇତିହାସ ସହିତ ଏହାର କଳା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଓ ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ‘ବୋଇତ ବନ୍ଦାଣ’ ଉପରେ ଆଧାରିତ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା।

ଉତ୍ସବ ପ୍ରାରମ୍ଭରେ ‘ବୋଇତ ବନ୍ଦାଣ’ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯାଇଥିଲା। ଏହା ଓଡ଼ିଶାର ପୁରାତନ ନୌବାଣିଜ୍ୟର ଗୌରବଗାଥାକୁ ସମସ୍ତଙ୍କୁ ମନେ ପକାଇ ଦେଇଥିଲା।

ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ରଥଙ୍କ ତତ୍ତ୍ୱାବଧାନରେ ଉପଦେଷ୍ଟା ଅଶୋକ ମହାନ୍ତି, ଅଶୋକ ପଣ୍ଡା ଓ ହିମାଂଶୁ ଦାସଙ୍କ ପରାମର୍ଶରେ ଅରୁଣ ମଲିକ୍, ସିଦ୍ଧାର୍ଥ ଦାସ, ବାଳକୃଷ୍ଣ ବିଶୋଇ, ମାନସ, କମଳ କୁମାର ପଣ୍ଡା, ପ୍ରତୀକ ଦାସ, ସୁଧାଂଶୁ ପାତ୍ର, ଅବଦୁଲ୍‌ ରାଉଫ୍, ସୁବର୍ଣ୍ଣ ବେହେରା ଓ ସୁଶୋଭନ୍‌ ଦାସଙ୍କ ଦ୍ୱାରା ଉତ୍ସବ ପରିଚାଳିତ ହୋଇଥିଲା।

ଅମୂଲ୍ୟ ସାହୁ, ସତ୍ୟବ୍ରତ ପାତ୍ର, ରବି ନାରାୟଣ ଦାସ, ପ୍ରଦୀପ ସାହୁ, ସୁଧୀର ପଣ୍ଡା, ସିର୍ଦ୍ଧାଥ ସାବତ, ସୌଗତ ନାୟକ, ରଣଜିତ୍ ଦାଶ, ସଂଜୀବ ପଟେଲ ଓ କାର୍ତ୍ତିକ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଉତ୍ସବରେ ପାଞ୍ଚ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ।

The post ଆବୁଧାବିରେ ବୋଇତ ବନ୍ଦାଣ ଉତ୍ସବ appeared first on Odisha Reporter.

]]>
right bottom 2018-12-08 12:53:30 https://odishareporter.in/wp-content/uploads/2018/12/abudhabi.jpg
ଆରପାରିରେ ଗାୟକ ମହମ୍ମଦ ଅଜିଜ୍‌ https://odishareporter.in/nation-world/popular-playback-singer-mohammed-aziz-dies-at-64-306489 Tue, 27 Nov 2018 12:49:17 +0000 https://odishareporter.in/?p=306489

ମୁମ୍ବାଇ: ବଲିଉଡ୍‌ ତଥା ଓଲିଉଡ୍‌ର ଭେଟେରାନ୍ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ ଆଉ ନାହାନ୍ତି। ୬୪ ବର୍ଷୀୟ ଅଜିଜ୍‌ ଆଜି ମଧ୍ୟାହ୍ଣରେ ହୃଦଘାତରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଝିଅ ସାନା ଏକଥା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ। ଆଜି ସକାଳୁ ସେ ମୁମ୍ବାଇ ଆସିଥିଲେ। କିନ୍ତୁ ଅପରାହ୍ଣ ପ୍ରାୟ ୩ଟା ବେଳେ ତାଙ୍କ ଦେହ […]

The post ଆରପାରିରେ ଗାୟକ ମହମ୍ମଦ ଅଜିଜ୍‌ appeared first on Odisha Reporter.

]]>

ମୁମ୍ବାଇ: ବଲିଉଡ୍‌ ତଥା ଓଲିଉଡ୍‌ର ଭେଟେରାନ୍ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ ଆଉ ନାହାନ୍ତି। ୬୪ ବର୍ଷୀୟ ଅଜିଜ୍‌ ଆଜି ମଧ୍ୟାହ୍ଣରେ ହୃଦଘାତରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଝିଅ ସାନା ଏକଥା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ।

ଆଜି ସକାଳୁ ସେ ମୁମ୍ବାଇ ଆସିଥିଲେ। କିନ୍ତୁ ଅପରାହ୍ଣ ପ୍ରାୟ ୩ଟା ବେଳେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମହମ୍ମଦ ଅଜିଜ୍‌ଙ୍କ ପୂରା ନାଁ ହେଉଛି ସୟଦ ମହମ୍ମଦ ଅଜିଜ ଉନ୍‌ ନଵୀ। ସେ ୧୯୫୪ ମସିହା ଜୁଲାଇ ୨ରେ ପଶ୍ଚିମବଙ୍ଗର ଅଶୋକ ନଗରରେ ଜନ୍ମ ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନ କ୍ଲାସିକାଲ, ପପ୍‌, ଜ୍ୟାଜ୍ ଆଦି ସବୁ ଶ୍ରେଣୀର ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ। ସେ ୧୯୮୨ରୁ ୨୦୧୮ ପର୍ଯ୍ୟନ୍ତ ନିଜକୁ ଜଣେ ପ୍ଳେବ୍ୟାକ୍‌ ସିଙ୍ଗର ଭାବେ ଗଢ଼ି ତୋଳିବା ସହ ଲକ୍ଷ ଲକ୍ଷ ସୁପରହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ।

କେବଳ ବଲିଉଡ୍‌ ନୁହେଁ ଓଡ଼ିଆ ଓ ବେଙ୍ଗଲୀ ଭାଷାରେ ସେ ଏକାଧିକ ଆଲବମ, ଭଜନ ଓ ଫିଲ୍ମ ପାଇଁ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ। ଓଡ଼ିଆରେ ସେ ଗାଇଥିବା ଫିଲ୍ମ ଗୀତ ‘ରୂପା ଶଗଡିରେ ସୁନା କନିଆ’ ଓଡ଼ିଶାରେ ବିପୁଳ ଲୋକପ୍ରିୟତା ପାଇଥିଲା।

ଅଜିଜ ପ୍ରଥମେ ବେଙ୍ଗଲ ଫିଲ୍ମରେ କଣ୍ଠଶିଳ୍ପୀ ଭାବେ ଡେବ୍ୟୁ କରିଥିଲେ। ୧୯୮୪ରେ ସେ ମୁମ୍ବାଇ ଆସି ଜଣେ ପ୍ରଯୋଜକଙ୍କ ସହାୟତାରେ ବଲିଉଡ୍‌ ଫିଲ୍ମ ‘ଅମ୍ବର’ରେ ଗୀତ ଗାଇଥିଲେ। ‘ମର୍ଦ୍ଦ’ ଫିଲ୍ମରେ ସେ ଗାଇଥିବା ମର୍ଦ୍ଦ ଟାଙ୍ଗେୱାଲା ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଚାଲିଥିଲେ। ଅଜିଜ୍‌ ବଲିଉଡର ପ୍ରାୟ ସମସ୍ତ ଖ୍ୟାତି ସମ୍ପନ୍ନ ସଂଗୀତ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିଛନ୍ତି।

ସେ ଓଡ଼ିଶାରେ ଭଜନରୁ କାମ ଆରମ୍ଭ କରିଥିଲେ। କିନ୍ତୁ ଏହାପରେ ଆଲବମ୍‌ ଓ ଫିଲ୍ମ ଗୀତ ପାଇଁ ପ୍ରତିଟି ଓଡ଼ିଆ ଦର୍ଶକଙ୍କ ଦୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

ତାଙ୍କ ପରଲୋକରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

The post ଆରପାରିରେ ଗାୟକ ମହମ୍ମଦ ଅଜିଜ୍‌ appeared first on Odisha Reporter.

]]>
centre top 2018-11-27 18:45:01 https://odishareporter.in/wp-content/uploads/2018/11/j-3.jpg
ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ https://odishareporter.in/odisha/spl-story-on-artist-l-iswar-rao-300243 Mon, 12 Nov 2018 14:08:26 +0000 https://odishareporter.in/?p=300243

ଭୁବନେଶ୍ୱର(ମିହିର ପଟ୍ଟନାୟକ/ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଇଶ୍ୱର। ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ। ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ […]

The post ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ appeared first on Odisha Reporter.

]]>

ଭୁବନେଶ୍ୱର(ମିହିର ପଟ୍ଟନାୟକ/ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଇଶ୍ୱର। ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ।

ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହ ନିର୍ମିତ ପ୍ରତିମା, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏପଟେ ଏହି ମହାନ୍‌ ବ୍ୟକ୍ତିଙ୍କୁ ନିଜ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ ଏଲ୍‌.ଇଶ୍ୱର ରାଓ। ବିଶ୍ୱର ସର୍ବୋଚ୍ଚ କୁହାଯାଉଥିବା ୧୮୨ ମିଟର ଉଚ୍ଚର ପଟେଲଙ୍କ ପ୍ରତିମାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ, ଈଶ୍ୱର ସୃଷ୍ଟି କରିଛନ୍ତି ଲୌହମାନବଙ୍କର ନିଆରା କୃତି। କାଚ ବୋତଲ ଭିତରେ ସେ ସାବୁନରେ ପ୍ରସ୍ତୁତ କରିଛନ୍ତି ପଟେଲଙ୍କ ସବୁଠାରୁ କ୍ଷୁଦ୍ରାକୃତି ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ମାତ୍ର ୩ ଇଞ୍ଚ।

ଖାଲି ମୂର୍ତ୍ତି ଗଢ଼ିବା ନୁହେଁ, ସବୁଠାରେ ଆଶ୍ଚର୍ଯ୍ୟ ଲାଗେ ସୋଡ଼ା ବୋତଲ ଭିତରେ ରହିଥିବା ତାଙ୍କ ହାତ ତିଆରି କୃତିକୁ ଦେଖିଲେ। ସେ ମୂର୍ତ୍ତିଗୁଡ଼ିକୁ ଏମିତି ଢଙ୍ଗରେ ଛୋଟ ମୁହଁ ବୋତଲ ଭିତରେ ସ୍ଥାନୀତ କରିପାରନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ପର୍ଯ୍ୟାପ୍ତ ପରିମାଣର ସୋଡ଼ା ବୋତଲ ସଂଗ୍ରହ କରି ସେ ମୂର୍ତ୍ତିଗୁଡିକୁ ସେଥିରେ ରଖିଛନ୍ତି। ଯାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ରହୁଥିବା ଏଲ୍.ଇଶ୍ୱର ରାଓ ହେଉଛନ୍ତି କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରୁଥିବା ଜଣେ ନିଆରା ଶିଳ୍ପୀ। ନିଜ କଳା ଜରିଆରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ବାର ପୁରସ୍କୃତ ହୋଇଛନ୍ତି। ସମ୍ପ୍ରତି ଜଟଣୀ ହାଟବଜାର ଅଞ୍ଚଳରେ ରହୁଥିବା ଈଶ୍ୱର ନିଜ ଘରେ ଏକ ନିଆରା ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଥିରେ ତାଙ୍କ ହାତତିଆରି କଳାକୃତିକୁ ଆପଣ ଦେଖିପାରିବେ। ସେ ଏହାର ନାଁ ରଖିଛନ୍ତି ‘ରାଣା ମ୍ୟୁଜିୟମ୍‌’।

ପେନ୍‌ସିଲ୍‌ ମୁନ, ଚକ୍‌ ଖଡ଼ି, ସାବୁନ ଓ ତେନ୍ତୁଳୀ ମଞ୍ଜିରେ ସେ ପ୍ରସ୍ତୁତ କରନ୍ତି ସୁକ୍ଷ୍ମାତିସୁକ୍ଷ୍ମ କାରୁକାର୍ଯ୍ୟ। ଅତି ନିଖୁଣ ଭାବେ ନିଜ କଳାକୁ ଏହା ମାଧ୍ୟମରେ ପ୍ରସ୍ତୁତ କରିଥାନ୍ତି ଈଶ୍ୱର।

ଖାଲି ସୂକ୍ଷ୍ମ କଳା ନୁହେଁ, ପଥର ଖୋଦେଇ ଓ ମୂର୍ତ୍ତି ନିର୍ମାଣ ସହ ଚିତ୍ରକଳାରେ ବେଶ୍ ସିଦ୍ଧହସ୍ତ ହେଉଛନ୍ତି ଈଶ୍ୱର। ନିଜ କଳାକୁ ବଞ୍ଚାଇ ରଖିବା ସହ କିଛି ଛୋଟ ପିଲାଙ୍କୁ ସେ ନିଜ ଉଦ୍ୟମରେ ବିନା ମୂଲ୍ୟରେ ଚିତ୍ରକଳା ଶିକ୍ଷା ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ତାଙ୍କଠାରୁ ଚିତ୍ରକଳା ଶିକ୍ଷା କରୁଛନ୍ତି।

ପରିବାର ଓ ଶିକ୍ଷାଗତ ଯୋଗ୍ୟତା

ପିତା ଏଲ୍‌.ଏରେୟା, ମା’ ଶ୍ରୀମତୀ ଏଲ୍‌.ଆପଲ୍ଲା ନର୍ସିମ୍ମା। ୩ ଭାଇ ଉଭଣୀଙ୍କ ମଧ୍ୟରେ ଈଶ୍ୱର ହେଉଛନ୍ତି ମଝିଆଁ। ପିଲାଟିବେଳୁ ସେ ଥିଲେ କଳା ମନସ୍କ। କେମିତି କିଛି ନୂଆ ଗଢ଼ିବେ ସବୁବେଳେ ଚିନ୍ତା କରୁଥାନ୍ତି। ୪ର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ଚକ୍‌ଖଡ଼ି ଖଣ୍ଡକରେ ନଖରେ ଖୋଳି ଖୋଳି ସେ ସୁନ୍ଦର କାନ‍ଫୁଲଟିଏ ଗଢ଼ି ଦେଇଥିଲେ। ଯାହାକୁ ଦେଖି ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷଣ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେବେଠାରୁ ଈଶ୍ୱରଙ୍କ ପାଦ କେବେ ଥମିନାହିଁ। ଚରୈବେତି ଚରୈବେତି ନ୍ୟାୟରେ ସେ ଆଗକୁ ବଢ଼ି ଚାଲିଛନ୍ତି।

ପରିବାରରେ କେହି କଳାକାର ଅଛନ୍ତି କି ବୋଲି ପ୍ରଶ୍ନ କରିବାରୁ ମନା କରନ୍ତି ଈଶ୍ୱର। ପିତା ରେଳବାଇ କର୍ମଚାରୀ। ଏଣୁ ଖୋର୍ଦ୍ଧାରୋଡ୍‌ ଡିଭିଜନରେ କାର୍ଯ୍ୟ କରୁଥାନ୍ତି। ଆଉ ପିଲାଟିବେଳୁ ଜଟଣୀରେ ରହିବାରୁ ଗଣେଶ ପୂଜା ଦେଖି ମୂର୍ତ୍ତି ଗଢ଼ିବାକୁ ମନା ବଳାନ୍ତି ଈଶ୍ୱର। ଗଣ୍ଡମୁଣ୍ଡା ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ରରେ ସେ ୪ ବର୍ଷ ପାଇଁ ନେଇଛନ୍ତି ଟ୍ରେନିଂ।

ପୁରସ୍କାର

ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ, ମିରାକଲ୍ ୱାର୍ଲଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଓଡ଼ିଶା ବୁକ୍‌ ଅଫ୍‌ ରେକର୍ଡ, ଆନ୍ଧ୍ର ବୁକ୍‌ ଅଫ୍‌ ରେକର୍ଡ ଭଳି ସମ୍ମାନଜନକ ପୁରସ୍କାର ସାଉଣ୍ଟିଥିବା ଏହି ବିଚକ୍ଷଣ କଳାକାର ଜଣଙ୍କୁ କିନ୍ତୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରି ନାହିଁ।

The post ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ appeared first on Odisha Reporter.

]]>
2018-11-12 20:07:15 https://odishareporter.in/wp-content/uploads/2018/11/4-13.jpg
ରିୟାଦରେ ଜମିଲା ଓଡ଼ିଆ ନାଚ ଗୀତ https://odishareporter.in/literature-culture/riyadh-odisha-socio-cultural-association-298409 Wed, 07 Nov 2018 13:38:21 +0000 https://odishareporter.in/?p=298409

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦି ଆରବ୍‌ର ରାଜଧାନୀ ରିୟାଦରେ ରହୁଥିବା ଓଡ଼ିଆ ତଥା ଓଡ଼ିଆ ପ୍ରେମୀଙ୍କୁ ନେଇ ଗଢ଼ିଉଠିଥିବା ସାମାଜିକ ଓ ସାଂସ୍କୃତିକ ସଂଗଠନ The Riyadh Odisha Socio-Cultural Association(ROSA) ଏହାର ଦଶମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ଜନ୍ମିତ ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ତଥା ଏଏସ୍‌ଏମଏସିଏସ୍‌ର ଅଧ୍ୟକ୍ଷ ଡ. ଦେବ ମହାନ୍ତି ମୁଖ୍ୟତିଥି […]

The post ରିୟାଦରେ ଜମିଲା ଓଡ଼ିଆ ନାଚ ଗୀତ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦି ଆରବ୍‌ର ରାଜଧାନୀ ରିୟାଦରେ ରହୁଥିବା ଓଡ଼ିଆ ତଥା ଓଡ଼ିଆ ପ୍ରେମୀଙ୍କୁ ନେଇ ଗଢ଼ିଉଠିଥିବା ସାମାଜିକ ଓ ସାଂସ୍କୃତିକ ସଂଗଠନ The Riyadh Odisha Socio-Cultural Association(ROSA) ଏହାର ଦଶମ ବାର୍ଷିକ ଉତ୍ସବ ପାଳନ କରିଛି।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ଜନ୍ମିତ ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ତଥା ଏଏସ୍‌ଏମଏସିଏସ୍‌ର ଅଧ୍ୟକ୍ଷ ଡ. ଦେବ ମହାନ୍ତି ମୁଖ୍ୟତିଥି ଭାବେ ଯୋଗ ଦେଇଥିଲେ। ସେହିପରି ରିୟାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅନୀଲ ନୌତିୟାଲ୍ ସ୍ୱତନ୍ତ୍ର ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ।

ଦୀର୍ଘ ୧୦ ବର୍ଷ ଧରି ‘ରୋଜା’ ସ୍ଥାନୀୟ ଅଞ୍ଚଳରେ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଉପସ୍ଥିତ ଅତିଥିବୃନ୍ଦ ରୋଜାର ସଦସ୍ୟମାନଙ୍କୁ ପ୍ରଶଂସା କରିଥିଲେ।

ରୋଜାର ଉପଦେଷ୍ଟା ମହମ୍ମଦ ଫାଜାଲ ହଗ୍ ରୋଜା ସମ୍ପର୍କରେ ବର୍ଣ୍ଣନା କରିଥିବା ବେଳେ ରୋଜାର ସଭାପତି ଦେବାଶିଷ ରାଉତ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟକୁ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିବା ସକାଶେ ଆହ୍ୱାନ ଦେଇଥିଲେ।

ସେହିପରି ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଉପଦେଷ୍ଟା ମହମ୍ମଦ ଏସ୍‌. ଅଲ୍ଲୀ, କଲ୍‌ଚୁରାଲ୍‌ ସେକ୍ରେଟେରିଜ୍ ଏଜିମୁଦିନ୍ ଖାନ୍ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

The post ରିୟାଦରେ ଜମିଲା ଓଡ଼ିଆ ନାଚ ଗୀତ appeared first on Odisha Reporter.

]]>
2018-11-07 19:08:21 https://odishareporter.in/wp-content/uploads/2018/11/newww.jpg
ଐତିହ୍ୟସଂପନ୍ନ ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବାକୁ ପ୍ରୟାସ, ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’ https://odishareporter.in/odisha/bhubaneswar-art-trail-to-enrich-the-temple-city-296292 Fri, 02 Nov 2018 13:35:38 +0000 https://odishareporter.in/?p=296292

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଐତିହ୍ୟସଂପନ୍ନ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’। ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରର ପରିଚୟ, ଏହାର ଇତିହାସ ଓ ସାଂସ୍କୃତିକ ବିବିଧତାର ବିଭିନ୍ନ କାହାଣୀକୁ ଜାଣିବାର ଓ ବୁଝିବାର ଏକ ପ୍ରୟାସ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ, ଚିତ୍ରଶିଳ୍ପୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରିବା। ଯଦ୍ୱାରା ସେମାନେ ବୁଝିପାରିବେ, ଆମେ ସେମାନଙ୍କର ସ୍ମୃତି, […]

The post ଐତିହ୍ୟସଂପନ୍ନ ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବାକୁ ପ୍ରୟାସ, ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଐତିହ୍ୟସଂପନ୍ନ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’। ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରର ପରିଚୟ, ଏହାର ଇତିହାସ ଓ ସାଂସ୍କୃତିକ ବିବିଧତାର ବିଭିନ୍ନ କାହାଣୀକୁ ଜାଣିବାର ଓ ବୁଝିବାର ଏକ ପ୍ରୟାସ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ, ଚିତ୍ରଶିଳ୍ପୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରିବା। ଯଦ୍ୱାରା ସେମାନେ ବୁଝିପାରିବେ, ଆମେ ସେମାନଙ୍କର ସ୍ମୃତି, କଳ୍ପନା ଓ ଆଗ୍ରହ ଅନୁଯାୟୀ, ଭୁବନେଶ୍ୱର ପରି ଏକ ଐତିହ୍ୟସଂପନ୍ନ ସହରକୁ ଆଜି କେମିତି ମନେ ପକାଇଦେଉଛୁ।

ଟ୍ରେଲ୍‌ର ପରିଧି ମୁକ୍ତେଶ୍ୱର ମନ୍ଦିର ପାଖରୁ ଆରମ୍ଭ ହୋଇ କୋଟିତୀର୍ଥ ଓ ବିନ୍ଦୁସାଗର କୂଳେ କୂଳେ ଏକାମ୍ରବନ ପରବର୍ତ୍ତୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ସରୁଛି। ୧.୩ କିଲୋମିଟର ଲମ୍ବ ଏହି ସଡ଼କର ଉଭୟ ପାଶ୍ୱର୍ରେ ମହତ୍ୱପୂର୍ଣ ମଧ୍ୟଯୁଗୀୟ ମନ୍ଦିର, ପୁରାତନ ଓ ଆଧୁନିକ ଶୈଳୀରେ ତିଆରି ଅନେକ ଘର, ପୁଷ୍କରିଣୀ, ଐତିହାସିକ ଭଗ୍ନାବଶେଷ, ଦୋକାନ, ସାର୍ବଜନୀନ ସଂସ୍ଥାନ ଇତ୍ୟାଦି ରହିଛି। ଚିତ୍ରଶିଳ୍ପୀମାନେ ଆପଣା ଦୃଷ୍ଟିଭଙ୍ଗୀରେ ଏହିସବୁ ସ୍ଥାନକୁ ଅନେକ ଦିଗରୁ ଦେଖିବେ। ଏଥିସହିତ ସ୍ଥାନୀୟ ଲୋକମାନଙ୍କଠାରୁ ସେମାନଙ୍କର ସ୍ମୃତି, ଏ ସହର ସହ ସେମାନଙ୍କର ସଂପୃକ୍ତି, ଆବେଗ ଓ ସ୍ୱପ୍ନଗୁଡ଼ିକ ବିଷୟରେ ମଧ୍ୟ ଜାଣିବେ।

ଏହି ପ୍ରକଳ୍ପରେ ପରିଦର୍ଶକମାନେ ପୁରୁଣା ଭୁବନେଶ୍ୱର ରାସ୍ତାରେ ଚାଲିବା ସହ ବିଭିନ୍ନ ସ୍ଥାନରେ ପ୍ରମୁଖ ଚିତ୍ରଶିଳ୍ପୀମାନଙ୍କର କାର୍ଯ୍ୟ ଦେଖିପାରିବେ। ଆସନ୍ତା ନଭେମ୍ବର ୧୮ ତାରିଖରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ମାସେ ଧରି ଚାଲିବ। ଏହି ସମୟରେ ଭୁବନେଶ୍ୱରରେ ‘ହକି ବିଶ୍ୱକପ୍’ ଖେଳା ଯାଉଥିବାରୁ ‘ଆର୍ଟ ଟ୍ରେଲ୍’ର ଆୟୋଜନ କରାଯାଉଛି। ଏଥିରେ ଭାଗ ନେଉଥିବା ଚିତ୍ରଶିଳ୍ପୀମାନେ ଗତ ମାସ ୧୮ ତାରିଖରୁ ଏଥିପାଇଁ ନିଜନିଜର କଳାକୃତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଟ୍ରେଲ୍ ଭୁବନେଶ୍ୱରର ଐତିହ୍ୟ ଓ ସମକାଳୀନ ସଂସ୍କୃତି ବିଷୟରେ ଉଭୟ ଆଗନ୍ତୁକ ଓ ସ୍ଥାନୀୟ ଲୋକଙ୍କୁ ସମାନ ଅନୁଭବ ଆଣିଦେବ।

ଏହି ଟ୍ରେଲ୍‌ର ବିଷୟ ‘ନେଭିଗେସନ୍ ଇଜ୍ ଅଫଲାଇନ୍’ ରଖାଯାଇଛି। ଏହାକୁ ବିଖ୍ୟାତ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା ଓ କଳା ଐତିହାସିକ ‘ପ୍ରେମ୍‌ଜିସ୍‌ ଆଚାରି’ କ୍ୟୁରେଟ୍ କରୁଛନ୍ତି। ପଥପ୍ରଦର୍ଶନ ପାଇଁ ଏବେକାର ସମାଜ କେମିତି ପ୍ରଯୁକ୍ତି ବିଦ୍ୟା ଉପରେ ମାତ୍ରାଧିକ ନିର୍ଭରଶୀଳ ହୋଇପଡ଼ିଛି, ତାହା ହିଁ ଏହି ବିଷୟକୁ ସୂଚାଉଛି।

କ୍ୟାମରା ଭିତର ଦେଇ ନଦେଖିଲେ ଆମକୁ ଆଉ ଆମ ଦୁନିଆ ଦିଶୁନି। ଏବେ ଆମ ଜୀବନ ସୋଶାଲ୍ ମିଡିଆରେ ବ୍ୟବହୃତ ଚିତ୍ରଗୁଡିକର ଏକ କୋଲାଜ୍ ପରି ହୋଇଯାଇଛି। ଏହା କିନ୍ତୁ ବାସ୍ତବ ଦୁନିଆ ନୁହେଁ। ବାସ୍ତବ ଦୁନିଆ ସହ ଏହାକୁ ତୁଳନା କରି ଆମେ ଅନେକ ସମୟରେ ଦୁଃଖ କରୁଛନ୍ତି।

ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆସିଥିବା ଚବିଶ ଜଣ ଚିତ୍ରଶିଳ୍ପୀ ଏହି ଟ୍ରେଲ୍‌ରେ ଯୋଗଦାନ କରିଛନ୍ତି। ଗିଗି ସ୍କାରିଆ, ସୁଦର୍ଶନ ସେଟ୍ଟି, ଶର୍ମିଳା ସାମନ୍ତ, ଅରୁଣ କୁମାର ଏଚ୍.ଜି, ମାର୍କସ୍ ବାଏଞିଗର୍ ଆଦି ପ୍ରମୁଖ ସମକାଳୀନ ଚିତ୍ରଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି।

ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ର ବିଶେଷତ୍ୱ

  • ଟ୍ରେଲ୍ ପରିସର ଚାରିପାଖରେ ରହୁଥିବା ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏଥିରେ ସାମିଲ୍ ହେଉଛନ୍ତି, ଯେଉଁମାନେ କି କଳାକୃତି ପ୍ରଦର୍ଶନ ପାଇଁ ନିଜର ଘର ଦେଇଛନ୍ତି। ଭାରତୀୟ କଳା ପ୍ରକଳ୍ପ ଇତିହାସରେ ଏପରି ପ୍ରୟାସ ଅନନ୍ୟ।
  • ଏହି ଟ୍ରେଲ୍ ସପ୍ତମ ଶତାବ୍ଦୀ ପରର ମଧ୍ୟଯୁଗୀୟ ମନ୍ଦିରଗୁଡ଼ିକ ସହ ଯୋଡ଼ି ହୋଇ ରହିଛି। ଐତିହ୍ୟପୂର୍ଣ୍ଣ ସ୍ଥାନର ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ ପୂର୍ବ ସଂରଚନାରେ କ୍ଷତି ନପହଂଚାଇ ଏହି ପରିସର ଗୁଡ଼ିକର ବିକାଶ କରାଯାଉଛି। ପୁନଃନିର୍ମାଣ ପାଇଁ ପାରମ୍ପରିକ ସାମଗ୍ରୀ ବ୍ୟବହାର କରାଯାଉଛି।
  • ଓଡ଼ିଶାର ଯୁବ ଚିତ୍ରଶିଳ୍ପୀମାନଙ୍କ ପାଇଁ ଏହା ଭାରତ ଓ ବିଦେଶର ପ୍ରମୁଖ ଚିତ୍ରଶିଳ୍ପୀମାନଙ୍କ ସହ ଏକତ୍ର କାର୍ଯ୍ୟ କରିବାର ଏକ ସୁନ୍ଦର ଅବସର।
  • ଏହା ଓଡ଼ିଶାର ପ୍ରଥମ ବୃହତ୍ ପବ୍ଲିକ୍ ଆର୍ଟ ପ୍ରକଳ୍ପ। ଯେଉଁଥିରେ ସମସାମୟିକ କଳା ବିଷୟରେ ଓଡ଼ିଶାର ଜନସାଧାରଣଙ୍କୁ ଜଣାଇବାର ପ୍ରୟାସ କରାଯାଉଛି।
  • ଚିତ୍ରଶିଳ୍ପୀମାନେ ନିଜନିଜର କଳାକୃତି ପ୍ରସ୍ତୁତି କରିବା ସମୟରେ ପୁରୁଣା ଭୁବନେଶ୍ୱରରେ ରହୁଛନ୍ତି। ଏହି ଅବଧିରେ ସେମାନେ ସ୍ଥାନୀୟ ବାସିନ୍ଦା ଓ ଯୁବ କଳା ଶିକ୍ଷାର୍ଥୀମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ବିଭିନ୍ନ କଳା ମହାବିଦ୍ୟାଳୟର ଶିକ୍ଷାର୍ଥୀମାନେ ଏହି ଉଦ୍ୟମରେ ସ୍ୱେଚ୍ଛାସେବୀ ଭାବେ ସହଯୋଗ କରୁଛନ୍ତି।
  • ଏହି ଆର୍ଟ ଟ୍ରେଲ୍‌ର ପ୍ରୟାସ, ପାରମ୍ପରିକ ସଂରଚନାକୁ ଅଣଦେଖା ନକରି ନୂଆ ପ୍ରକାରର ସହର ନିର୍ମାଣକୁ ପ୍ରୋତ୍ସାହନ ଦେବା ଏବଂ ଏହାର ଉଦ୍ଦେଶ୍ୟ ଭୁବନେଶ୍ୱରକୁ ଐତିହ୍ୟସମ୍ପନ୍ନ ସହର ଭାବେ ଗଢ଼ିତୋଳିବା।
  • ମାସେ ଧରି ଚାଲିବାକୁ ଥିବା ଆର୍ଟ ଟ୍ରେଲ୍‌ର ସମୟସୀମା ଭିତରେ ସେମିନାର୍, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଲାଙ୍କ କର୍ମଶାଳା, ଫିଲ୍ମ ସ୍କ୍ରିନିଂ ପରି ବିଭିନ୍ନ କାର୍ଯ୍ୟକ୍ରମମାନ ରଖାଯାଇଛି।

The post ଐତିହ୍ୟସଂପନ୍ନ ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବାକୁ ପ୍ରୟାସ, ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’ appeared first on Odisha Reporter.

]]>
2018-11-02 19:05:38 https://odishareporter.in/wp-content/uploads/2018/11/1-2.jpg