Literature & Culture – Odisha Reporter https://odishareporter.in Thu, 25 Feb 2021 07:21:07 +0000 en-US hourly 1 ‘ପ୍ରକୃତି ଓ ମହିଳା’ https://odishareporter.in/literature-culture/art/prakriti-celebrating-womans-day-through-art-622445 Thu, 25 Feb 2021 07:21:07 +0000 https://odishareporter.in/?p=622445

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲେକ୍ଷ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ତରଫରୁ କଳା ମାଧ୍ୟମରେ ଏହି ମହିଳା ଦିବସକୁ ପାଳନ କରାଯିବ। ଏଥିପାଇଁ IPCA ପକ୍ଷରୁ ଏକ ଅନଲାଇନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି, ଯାହାର ନାଁ ରହିଛି ‘ପ୍ରକୃତି’। ପ୍ରକୃତି ଓ ମହିଳାକୁ ନେଇ ଥିମ୍ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ କଳାକୃତିକୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ […]

The post ‘ପ୍ରକୃତି ଓ ମହିଳା’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲେକ୍ଷ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍ ତରଫରୁ କଳା ମାଧ୍ୟମରେ ଏହି ମହିଳା ଦିବସକୁ ପାଳନ କରାଯିବ। ଏଥିପାଇଁ IPCA ପକ୍ଷରୁ ଏକ ଅନଲାଇନ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି, ଯାହାର ନାଁ ରହିଛି ‘ପ୍ରକୃତି’। ପ୍ରକୃତି ଓ ମହିଳାକୁ ନେଇ ଥିମ୍ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ କଳାକୃତିକୁ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନଲାଇନ ଜରିଆରେ ପ୍ରଦର୍ଶନ କରାଯିବ। IPCA ୱେବସାଇଟ ଏବଂ ଫେସବୁକରେ ଏହି କଳା ପ୍ରଦର୍ଶନୀ ହେବ।

ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ଇଚ୍ଛୁକ ଥିବା ଓଡ଼ିଆ ମହିଳାମାନେ ilapandacentreforarts@gmail.com ୱେବସାଇଟ ଜରିଆରେ ଲଗଇନ୍ କରି ନିଜ ଆର୍ଟୱର୍କ ସହ ଏକ ଫଟୋକୁ ମଧ୍ୟ ପଠାଇବାକୁ ପଡିବ। ଫଟୋର ସାଇଜ ୩୦୦ ରିଜୋଲ୍ୟୁସନ ଏବଂ 5mbରୁ ଯେପରି ଅଧିକ ନଥିବ, ସେଥିପ୍ରତି ଧ୍ୟାନ ଦେବେ।

୧୮ ବୟସରୁ ଅଧିକ ବୟସ୍କ ମହିଳାମାନ ଏଥିରେ ଭାଗ ନେଇପାରିବେ। ପ୍ରକୃତି ଏବଂ ମହିଳାଙ୍କ ଉପରେ ଆଧାରିତ ଥିମକୁ ନେଇ ସେମାନ ନିଜର ପେଣ୍ଟିଂ, ଡ୍ରଇଂ, ଫଟୋଗ୍ରାଫି, କ୍ରିଏଟିଭିଟି ୱର୍କ ଆଦିର ଫଟୋକୁ ସେମାନେ ଫଠାଇ ପାରିବେ। କେବଳ ଫଟୋ ନୁହେଁ  ପଠାଇ ଥିବା ଫଟୋ ସମ୍ବନ୍ଧୀୟ କିଛି ତଥ୍ୟ ମଧ୍ୟ ଉପସ୍ଥାପନ କରିବେ।

ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କଳାକାରମାନ ଏଥିରେ ଭାଗ ନେଇପାରିବେ। ଏଥିପାଇଁ କୌଣସି ଶୁଳ୍କ ବା ଫି’ ଦେବାକୁ ପଡିବ ନାହିଁ। ସମସ୍ତ ପ୍ରତିଯୋଗୀଙ୍କୁ ସେମାନଙ୍କ ଇ-ମେଲ ଜରିଆରେ ସିର୍ଟିଫିକେଟ ପ୍ରଦାନ କରାଯିବ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମାର୍ଚ୍ଚ ୫ ଶେଷ ତାରିଖ ରହିଛି। ମାର୍ଚ୍ଚ ୫ ତାରିଖ ସୁଦ୍ଧା ସମସ୍ତ ଇଚ୍ଛୁକ ପ୍ରତିଯୋଗୀ ନିଜ ନିଜ କଳାକୃତି ସହ ଫଟୋ ପଠାଇବେ। ଅନଲାଇନ ଡିସପ୍ଲେ  ଜରିଆରେ ବିଚାରକ ମଣ୍ଡଳୀ ଫଟୋ ଏବଂ କଳାକୃତିକୁ ଦେଖି ପ୍ରତିଯୋଗିତାର ବିଜେତା କିଏ ତାହା ନିଷ୍ପତ୍ତି ନେବେ।

The post ‘ପ୍ରକୃତି ଓ ମହିଳା’ appeared first on Odisha Reporter.

]]>
IPCA, left bottom 2021-02-25 12:51:07 https://cdn.odishareporter.in/wp-content/uploads/2021/02/25124251/Prakriti-and-Nature.jpg
ଅଭିମାନର ଅନ୍ୟନାମ ଅଭୟ ସିଂହ https://odishareporter.in/literature-culture/abhaya-singh-an-uncompromising-writer-and-journalist-620880 Sat, 20 Feb 2021 09:40:56 +0000 https://odishareporter.in/?p=620880

ମାୟାଧର ନାୟକ ଏକଦା ଓଡ଼ିଶାର ବୌଦ୍ଧିକ ମହଲରେ ଯେଉଁ କେତେଜଣ ବିରଳ ତରୁଣଙ୍କ ନାମ ପ୍ରବୀଣ ପିଢ଼ି ଦ୍ୱାରା ଉଚ୍ଚାରିତ ହେଉଥିଲା, ସେମାନଙ୍କ ମଧ୍ୟରେ ଅନ୍ୟତମ ଆକର୍ଷଣ – ଅଭୟ ସିଂହ। ସେ ଅଭୟ ସିଂହ ଆଜି ଆମ ଗହଣରେ ନାହାଁନ୍ତି। ସ୍ୱାଭିମାନୀ, ସ୍ୱାଧୀନଚେତା, ସ୍ୱାବଲମ୍ବୀ ଅଭୟ ଥିଲେ ଆକୈଶୋର ଆତ୍ମସମର୍ପଣହୀନ। ସତ୍ୟଭାଷୀ ଅଭୟଙ୍କୁ ଛାତ୍ରଜୀବନରୁ ଚିହ୍ନି ତାଙ୍କ ଭବିଷ୍ୟତର ସମ୍ଭାବନାମୟ ଝଲକକୁ ଠିକ୍ ଠଉରାଇପାରିଥିଲେ ବିଶ୍ୱବିଦିତା ପଞ୍ଜବୀ ଲେଖିକା ‘ଅମୃତା ପ୍ରୀତମ୍‌’। ଅମୃତା ଓଡ଼ିଶା ଆସିଥିବାବେଳେ […]

The post ଅଭିମାନର ଅନ୍ୟନାମ ଅଭୟ ସିଂହ appeared first on Odisha Reporter.

]]>
  • ମାୟାଧର ନାୟକ

ଏକଦା ଓଡ଼ିଶାର ବୌଦ୍ଧିକ ମହଲରେ ଯେଉଁ କେତେଜଣ ବିରଳ ତରୁଣଙ୍କ ନାମ ପ୍ରବୀଣ ପିଢ଼ି ଦ୍ୱାରା ଉଚ୍ଚାରିତ ହେଉଥିଲା, ସେମାନଙ୍କ ମଧ୍ୟରେ ଅନ୍ୟତମ ଆକର୍ଷଣ – ଅଭୟ ସିଂହ। ସେ ଅଭୟ ସିଂହ ଆଜି ଆମ ଗହଣରେ ନାହାଁନ୍ତି।

ସ୍ୱାଭିମାନୀ, ସ୍ୱାଧୀନଚେତା, ସ୍ୱାବଲମ୍ବୀ ଅଭୟ ଥିଲେ ଆକୈଶୋର ଆତ୍ମସମର୍ପଣହୀନ। ସତ୍ୟଭାଷୀ ଅଭୟଙ୍କୁ ଛାତ୍ରଜୀବନରୁ ଚିହ୍ନି ତାଙ୍କ ଭବିଷ୍ୟତର ସମ୍ଭାବନାମୟ ଝଲକକୁ ଠିକ୍ ଠଉରାଇପାରିଥିଲେ ବିଶ୍ୱବିଦିତା ପଞ୍ଜବୀ ଲେଖିକା ‘ଅମୃତା ପ୍ରୀତମ୍‌’। ଅମୃତା ଓଡ଼ିଶା ଆସିଥିବାବେଳେ ଅଭୟ ହିଁ ତାଙ୍କ ଅନ୍ତରଙ୍ଗ ସାକ୍ଷାତକାର ନେଇ ଚହଳ ସୃଷ୍ଟି କରିଥିଲେ ରାଜ୍ୟସାରା ଏବଂ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ସେ ବାଣୀବିହାରର ଜଣେ ଉପାଧ୍ୟୁତ୍ତର ଛାତ୍ର କେବଳ!

ପରେ ମୁକ୍ତସାମ୍ବାଦିକତା କ୍ଷେତ୍ରରେ ପ୍ରକଟିତ ହୋଇପାରିଛି ତାଙ୍କ ପ୍ରଖର ପ୍ରତିଭା – ମାତ୍ର ତାହା ଖୁବ୍ ବେଶୀ ଗୋଟାଏ ସୁଖକର ଅନୁଭୂତିର ଦିନ ନୁହେଁ ତାଙ୍କ ପାଇଁ। ତା’ପରେ ଅତୀତରେ ‘ସଚିତ୍ର ବିଜୟା’ – ଓଡ଼ିଶା ବାହାରର ଅଣଓଡ଼ିଆ ମାଲିକାନା ତରଫରୁ ପ୍ରକାଶ ପାଉଥିବା ମାସିକ ଓଡ଼ିଆ ପତ୍ରିକାଟିର ପ୍ରସାରଣ ସଂଖ୍ୟାକୁ ନବନିଯୁକ୍ତ ସଂପାଦକ ଅଭୟ ନିଜ କଲମର ନିର୍ଦ୍ଦେଶନା ଜୋର୍ ଯୋଗୁ କରାଇ ପାରିଥିଲେ ଅଚିନ୍ତନୀୟ ଭାବରେ ବହୁଗୁଣିତ।

ଓଡ଼ିଶା ଏପରି ଏକ ସାଂସ୍କୃତିକ ତୁଷାରଘନ ରାଜ୍ୟ, ଯେଉଁଠି ଆମ ସାରସ୍ୱତ ନକଲି ନାୟକତନ୍ତ୍ର କୌଣସି ପ୍ରକୃତ ପ୍ରତିଭାର ଉଷ୍ଣ ଔଜ୍ଜ୍ୱଲ୍ୟକୁ ମଂଜୁର୍ କରିପାରିଥିବାର ନ୍ୟାୟୋଚିତ ନଜିର ସୃଷ୍ଟି କରିନାହିଁ ଏଯାବତ୍। ଈର୍ଷାର ଈଶ୍ୱରମାନଙ୍କ ଐକ୍ୟବଦ୍ଧ ଅଭିସନ୍ଧିର ଶିକାର ହୋଇ ଅଭୟାରଣ୍ୟରୁ ଅଭୟ ଗଲେ କୁଆଡ଼େ? ହୁଏତ କେବେକେବେ ତାଙ୍କ ଜୀବନସ୍ମୃତିର ପଂଜୀକୃତ ନଥିପତ୍ର ଉନ୍ମୋଚନ କରିବ ଏ ରହସ୍ୟ।

ପ୍ରତିଭାର ପ୍ରକାଣ୍ଡ ପ୍ରବାଦ ପ୍ରସ୍ରବଣ, ସାଲିସବିହୀନ, ଜ୍ଞାନୀ, ମହାମାନୀ, ସ୍ୱାଭିମାନୀ,ଏକଦା ବହୁଳ ପ୍ରସାରିତ ସଚିତ୍ର ‘ବିଜୟା’ ପତ୍ରିକାର ସଂପାଦକ ଅଭୟ ସିଂହ।

ଏଇ ଅଭୟ ସିଂହଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲି। ଠିକଣା ତାଂକର  ହଜିଯାଇଥିଲା। ହଠାତ୍ ସେ ଅଘରୀ ହୋଇଯାଇଥିଲେ। ମୋବାଇଲ ଆଉ ରିଂଗ୍ ହୋଇନଥିଲା।

ମଣିଷ ଆପଣାର ପ୍ରିୟଜନଙ୍କୁ ବର୍ଷ ବର୍ଷ ଧରି ଆତୁର ହୋଇ ଖୋଜୁଥାଏ, ପାଉ ନଥାଏ। ହଠାତ୍ ସନ୍ଧାନ ମିଳିଗଲେ? ସେ ଆନନ୍ଦ କହିଲେ ନସରେ।

ବିଶ୍ୱବିଖ୍ୟାତ ଔପନ୍ୟାସିକ ଟଲଷ୍ଟୟ ଜୀବନର ଅପରାହ୍‌ଣରେ ଭଂଗାମନରେ ରେଲଷ୍ଟେସନର ଏକ ବେଞ୍ଚରେ ଶୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଓଡ଼ିଆ ସାହିତ୍ୟଜଗତର ପ୍ରଥିତଯଶା ସାମ୍ବାଦିକ, କଥାକାର, ସାଂସ୍କୃତିକ ଯୋଦ୍ଧା ଅଭୟ ସିଂହ ଜରାଶ୍ରମରେ ଜର୍ଜରିତ ଜରାଜୀର୍ଣ୍ଣ ଜୀବନରେ ଶେଷ ନିଶ୍ୱାସ ତ୍ୟାଗ କଲେ।

ରାଜଧାନୀରେ ମୋର ଦ୍ରୁତ ରାଜନୈତିକ କାର୍ଯ୍ୟକଳାପବେଳେ ଅଭୟବାବୁ ସହ ସାକ୍ଷାତ। ଗେଡ଼ାଲୋକଟିଏ। ଖଦଡ଼ ଫୁଲ ପ୍ୟାଣ୍ଟ ହାପ୍ ସାର୍ଟ ପିନ୍ଧି କାନ୍ଧରେ ଶାନ୍ତିନିକେତନୀ ବ୍ୟାଗ ଆଉ ଦଦରା ମଟର ସାଇକେଲ ଚଢି ରାଜଧାନୀ ସାରା ଘୂରିବୁଲନ୍ତି। ଜନସଂଗଠନମାନଙ୍କ ଆନ୍ଦୋଳନରେ ସଭାସମିତିରେ ହାଜର ହୁଅନ୍ତି। ‘ବିଜୟା’ ପତ୍ରିକାରେ ସଂପାଦକ ଥିଲାବେଳେ ତାଙ୍କର ଫିଚର ଓଡ଼ିଆପାଠକଙ୍କୁ ମୁଗ୍ଧ କରି ଦେଉଥିଲା। ତାଙ୍କ କଲମର ଦରଦୀ ଗାଉଁଲୀ ଭାଷା ଖୁବ୍ କମ୍ ଲେଖକ କବି ଲେଖିପାରନ୍ତି।

ମୋ ସହିତ ଧୀରେଧୀରେ ଘନିଷ୍ଠତା ବଢିଚାଲିଲା। ସେ ରାଜଧାନୀର ଗଣ୍ଡମୁଣ୍ଡାରେ ରହୁଥିଲେ। ମୋତେ ଥରେ ତାଙ୍କ ବସାକୁ ନିମନ୍ତ୍ରଣ କଲେ। ଖୋଜି ଖୋଜି ପହଁଚିଲି।

ଅଭୟବାବୁ ତାଙ୍କ ଆଇଏ ଏସ୍ ବନ୍ଧୁଙ୍କ କୋଠାଘର ପାଖ ଏକବଖରିଆ ନୁଆଁଣିଆ ଘରେ ଥିଲେ। ଅବଶ୍ୟ ଭଡ଼ା ଦେବାକୁ ପଡ଼ୁନଥିଲା। ଘର ଭିତରକୁ ଡାକିନେଇ ଚେୟାରରେ ବସାଇଲେ। ଘରେ ବହି ଗଦାଗଦା। ଛୋଟିଆ ଖଟରେ ବିଛଣା ପଡ଼ିଛି। ବାରଣ୍ଡାରେ ରୋଷେଇ। ସେ ସଂଗେ ସଂଗେ ଚା’ କରି ଆଣିଲେ। ଗପସପ ହେଲୁ। ଅଭୟବାବୁ ପିଠଉ ବାଟି ରଖିଥିଲେ। ନିଜେ ଚକୁଳି ପିଠା ପ୍ରସ୍ତୁତ କରି ଖୁଆଇଲେ।

କିଛିଦିନ ପରେ ଦିନେ ଗୋଟାଏ ନିଖୋଜ ଜହ୍ନରାତିରେ ଆମେ ତିନିହେଁ, କବି ଗିରିଜା ବଳୀୟାର ସିଂହ ଏବଂ ସଚିତ୍ର  ବିଜୟାର ସଂପାଦକ ଅଭୟ ସିଂହ ଓ ମୁଁ ଏକାଠି ବସି ନୂଆ ତାରକାମାନଙ୍କର ତାଲିକା ତିଆରି କରୁଥିଲୁ।

ଅଭୟବାବୁ, ଗିରିଜାବାବୁ ମୋତେ ମାୟାଧର ଭାଇ ଡାକନ୍ତି। ସେମାନଙ୍କ ଠାରୁ ମୁଁ ବୟସରେ ବଡ଼। ଅଭୟ ସିଂହଙ୍କ ସହିତ ଘନିଷ୍ଠତା ଘନୀଭୂତ ହେଲା।

ଥରେ ସମାଜସେବୀ ଜଗଦୀଶ ପ୍ରଧାନ ଆମ ଦୁଇଜଣଙ୍କୁ ତାଙ୍କ ସଂଗଠନକୁ ନିମନ୍ତ୍ରଣ କଲେ। ମେ ମାସର ମୁଣ୍ଡଫଟା ଖରା। ଏହି ସମୟରେ ଅଭୟବାବୁ ମୁଁ ଭୁବନେଶ୍ୱରରୁ ଟ୍ରେନରେ ଟିଟିଲାଗଡ଼ ଯାଇ ରେଳଷ୍ଟେସନରେ ଦିନ ୧୨ଟାବେଳେ ପହଞ୍ଚିଲୁ। ଖଇଫୁଟା ଖରା। ସେଠାରୁ ବାହାରି ଶକୁନି ପଦର ଆଦିବାସୀ ସଭାରେ ଯୋଗଦେଲୁ। ସେଇ ରାତିରେ ବି ନୂଆପଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ବାହାରିଗଲୁ। ଦୁଇଦିନ ରହଣି ଭିତରେ ଅଭୟ ସିଂହ ସହିତ ବନ୍ଧୁତା ଆହୁରି ନିବିଡ଼ ହେଲା।

ଏକ ସମୟରେ ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରର ଶିକାର ହେଲେ ଯୋଦ୍ଧୃପୁରୁଷ ଅଭୟ ସିଂହ। ସେ ସାଲିସ୍ କରିଥିଲେ ସ୍ୱଚ୍ଛଳତାର ଅଭାବ ହୋଇନଥାନ୍ତା – ଆରାମରେ ଥାଆନ୍ତେ। ଯେମିତି ଆମର ଅପ୍ରମିତ ଦୁଃଖର ଦୁର୍ଗ ଭିତରେ ଆଜୀବନ କଇଦିର ମିଆଦ କଟାଉଥିବା କୋଟି କୋଟି ପ୍ରାଣୀ ପାପର ପାଉଁଶ ଭିତରେ ସୁଖର ଶଙ୍ଖଶାମୁକା ସାଉଁଟିବାକୁ ସ୍ୱପ୍ନ ଦେଖୁଛନ୍ତି।

ଯେଉଁଠି ଜାତିର ଶିଳ୍ପୀ, ଜାତୀୟ କବି, ଜାତୀୟ ଜୀବନଯୋଦ୍ଧାମାନେ ଆତ୍ମନିର୍ବାସିତ ନିରବତାରେ ଦିନାତିପାତ କରୁଛନ୍ତି – ସେଠି ଆମେ ବିଧାନସଭାର ଦ୍ୱିପ୍ରହରକୁ କୋଳାହଳମୁଖର ମୁଠା ମୁଠା ଦୁର୍ଦ୍ଦାନ୍ତତାରେ ପରିଣତ କରି ଲାଭ କ’ଣ ଆମ ସଂସ୍କୃତିରହିତ ଦୃଷ୍ଟିକୋଣରୁ?

ସେ ଆମର ସେଇ ଅନେକ ବର୍ଷ ତଳର ଆତ୍ମସମର୍ପଣହୀନ ଅଭୟ ସିଂହ। ମୁଁ ଯେମିତି ତା’ ଆଗରେ ସେଇ ପୁରୁଣାଦିନର ଦର୍ପଣ। ଯିଏ ସେ ହିମତବାଲା ହସର ପ୍ରତିବିମ୍ବକୁ ଆପଣମାନଙ୍କୁ ଉପହାର ଦେବାପାଇଁ ପାଛୋଟି ଆଣିଛି।

ଦିନେ ଓଡ଼ିଶାର ବୌଦ୍ଧିକ ଜଡ଼ତାକୁ ଭାଂଗିବା ପାଇଁ ଯିଏ ନିଜର ଆତ୍ମାର ସ୍ୱପ୍ନମାନଙ୍କୁ ଆମ ଅପନ୍ତରାରେ ଚଲେଇବାର ଶପଥ ପାଠ କରିଥିଲା – ଆଜି ସେ ଆମ ଗହଣରୁ କୁଆଡେ ଉଭେଇ ଗଲେ।

ଜୀବନର ଜନପଥରେ ମୁଁ ବହୁ ଦୁଃଖିମଣିଷର ଆଖିକୁ ଚାହିଁଛି – ପଟୁଆରର ମଣିଷ ଯେତେବେଳେ ତା’ର ଭଂଗା ଭାତହାଣ୍ଡିପାଇଁ ଜୀବନର ଯୁଦ୍ଧଘୋଷଣା ଶୁଣାଇବାକୁ ରାଜରାସ୍ତାକୁ ଓହ୍ଲାଇ ଆସିଛି – ଆଜି ସେ ଲେଲିହାନ ଶିଖାର ସ୍ପର୍ଦ୍ଧାକୁ ଅନୁଭବ କରିଛି – ଏକ ପ୍ରକାର ଅଶ୍ରୁସିକ୍ତ ଅଂଗୀକାରରେ। ଏହି ଅଂଗୀକାରର ଏକଦା ଅନ୍ତରଂଗ ଅଂଶୀଦାର ମଧ୍ୟ – ଅଳ୍ପକାଳ ପାଇଁ ହେଉ ପଛେ – ମୋ ପାଇଁ ଥିଲା ଅଭୟ।

ଆମ ଦୁହିଁଙ୍କର ରାସ୍ତା ଅଲଗା। ସେ ଦିନ କିନ୍ତୁ ସ୍ୱପ୍ନର ରଂଗ ଥିଲା ଲାଲ୍।

ପ୍ରତିକୂଳ ପରିବେଶ ସହ ପୂର୍ବନିର୍ଦ୍ଧାରିତ ସାଂସ୍କୃତିକ ଷଡ଼ଯନ୍ତ୍ର ଗୋଟେ ପ୍ରତିଭାକୁ କେତେ ପରିଶ୍ରାନ୍ତ କରିଦିଏ – ତା’ର ଗୋଟେ  ଲେଲିହାନ ନଜିର୍ ଅଭୟ ସିଂହ। କାରଣ ତା’ର କଲମକୁ ସେ କେବେ ଆତ୍ମସମର୍ପଣ ଭଂଗିରେ ଟେକି ଦିଆଯାଉଥିବା ଅସ୍ତ୍ରରେ ପରିଣତ କରିନି।

କୋଇଲାଗଦା ଭିତରୁ କୋହିନୂରର ସନ୍ଧାନ ପାଇଲି। ଏ ଗୋପବନ୍ଧୁଙ୍କ ରାଜ୍ୟରେ ଜଣେ ଅସଲି ମଣିଷର ଗୁପ୍ତଠିକଣା ଏମିତି ପଡ଼ିରହିଛି କେଉଁ ଜରାଶ୍ରମରେ। ଓଡ଼ିଶା କଣ କୌଣସି ପ୍ରକୃତ ପ୍ରତିଭାକୁ କସ୍ମିନ୍‌କାଳେ ବୁଝିବ ନାହିଁ? ଏ ଓଡ଼ିଆଜାତିଟା କଣ ଦିନେ ଭାସିଯିବ ବଂଗୋପସାଗରରେ?

ଅଭୟ ସିଂହ ଏକଦା ସଚିତ୍ର ବିଜୟାର ଏଡିଟର ଥିଲେ – ତାଙ୍କ ଲେଖାରେ ଓଡ଼ିଶାର କୋଣେ ଅନୁକୋଣେ ପାଠକପାଠିକା ଅନୁପ୍ରାଣିତ ହୋଇଛନ୍ତି। ତାଙ୍କର କେତେ ସାଙ୍ଗ ବଡ଼ବଡ଼ ଅଫିସର୍ ଥାଇ ଅବସର ନେଲେଣି। ବହୁ ନେତା, ସମ୍ବାଦପତ୍ର ମାଲିକମାନେ ଦିନେ ଅଭୟ ସିଂହଙ୍କ ସହିତ ଘନିଷ୍ଠ ଥିଲେ। ବହୁ ଏନ୍‌.ଜି.ଓ.ଙ୍କୁ ସେ ସମୟ ଦେଇ ସାହାଯ୍ୟ ସହଯୋଗ କରିଆସିଛନ୍ତି।

ଅଭୟ ସିଂହ ତ ନମୁନା। ଏମିତି ଅନେକ ଅଭୟ ଅଛନ୍ତି ଏଇ ଓଡ଼ିଶା ଭୂଇଁରେ, ଯାହାଙ୍କ ପାଇଁ ନା ଧନୀ, ନା ଶିଳ୍ପପତି ନା ସମ୍ବାଦପତ୍ର ନା ସରକାର କେବେ କିଛି କରିବେ। ଯାହା କରିବେ, କେବଳ କରିବେ ସାଧାରଣ ଓଡ଼ିଆ, ଦରିଦ୍ର ଓ ନିମ୍ନମଧ୍ୟବିତ୍ତ ଶ୍ରେଣୀ।

ମୁଁ କୌଣସି ନେତା, ସାହିତ୍ୟିକ କି ବୁଦ୍ଧିଜୀବୀ ବର୍ଗର ବ୍ୟକ୍ତିଙ୍କୁ ମଧ୍ୟ ଓଡ଼ିଶାର ଏ ଅନ୍ଧାରୀ ଦିଗକୁ ଆସି ବିଜେ ହେବାକୁ ଅନୁରୋଧ କରୁନାହିଁ। କାରଣ ସେମାନଙ୍କ ଆଖି ଆଗରେ ସବୁ ପ୍ରକାର ଅନ୍ୟାୟ ଅନାଚାର ଅବିଚାର ପ୍ରତିନିୟତ ଘଟିଯାଉଛି – ସେମାନେ ମଂଚ, ମଣ୍ଡପ, ମାନପତ୍ର, ପୁରସ୍କାର, ପ୍ରଚାରଯନ୍ତ୍ରକୁ ଯେତେବେଳେ ଜବରଦଖଲ କରିଚାଲୁଛନ୍ତି, ଅଥଚ ପ୍ରକୃତ ପ୍ରତିଭାର ବିଚାର ଏକ ପ୍ରବଞ୍ଚନାତ୍ମକ ପ୍ରହସନରେ ବାରମ୍ବାର ପରିଣତ ହେଉଛି, ଏ ସମସ୍ତେ ସେତେବେଳେ ସମାଜର ସୁନାପୁଅ ଅଭିନୟ କରି ଚୁପ୍।

କେବେ ଆମ ସାମାଜିକ, ସାଂସ୍କୃତିକ, ବୌଦ୍ଧିକ ଓଡ଼ିଶାର ଏ ଚରିତ୍ରହୀନତାର କଳଙ୍କ କବଳରୁ ମୁକୁଳିବାର ତାରିଖ ଗଣା ଆରମ୍ଭ କରିବ?

ଶେଷକଥା ବୋଲି କିଛି ନାହିଁ। “ଆପେ ବଂଚିଲେ ବାପର ନାଆଁ’ – କଥାଟାକୁ ଜପାମାଳି କରି ଏ ଓଡ଼ିଶା ଭୂଇଁର ଧନୀ ଧନମାଳିମାନେ ଚାରିଆଡ଼େ ଚରାବୁଲା କରୁଛନ୍ତି। କେବଳ ନିଜ ପ୍ରତିଷ୍ଠା ବହୁଗୁଣିତ କରିବାକୁ ପ୍ରଚୁର କଳାପଇସା, ଖଇକଉଡ଼ି ବୁଣିଲା ପରି ବଂଟୁଛନ୍ତି – କିନ୍ତୁ ଗୋଟିଏ ପଇସା କୌଣସି ପ୍ରତିଭାକୁ ଦେବାରେ ଖର୍ଚ୍ଚ କରିବାରେ କୁଣ୍ଠିତ ସେମାନେ। ଏପରିକି ପ୍ରବାସୀ ଓଡ଼ିଆ ଭାଉଭଉଣୀ କେତେଜଣ ବି ବିଦେଶାଗତ ଚିଲିକା ଚଢ଼େଇ ପରି ଓଡ଼ିଶାକୁ ଘେରାଏ ଘେରାଏ ବୁଲିଦେଇ ଚାଲିଯାଉଛନ୍ତି। ଉଦ୍ଦେଶ୍ୟ – ଏଠି ଆସି କୌଣସି ପ୍ରତିଭା ଖୋଜିବେ ନାହିଁ। କେବଳ ନିଜର ନିର୍ଘାତ ପ୍ରଚାର ପାଇଁ ଯାହା କାର୍ଯ୍ୟକ୍ରମ ଚଳାଇଯିବେ। ମାଇକ୍‌, ମଂଚ, ମିଡ଼ିଆଠୁ ଆରମ୍ଭ କରି ଆଂଚଳିକ ’ଭୂଷଣ’ ଓ ଭିଆଇପିମାନଙ୍କ ମହଲରେ ହଲହଲ ହେବେ। କେତେ ଓଡ଼ିଆ ସାମ୍ବାଦିକ/ଲେଖକ ଲେଖିକାଙ୍କୁ ଆମେରିକା, ଫ୍ରାନ୍‌ସ, ଜର୍ମାନୀରୁ ଜାପାନ ଯାଏଁ ମାହାଳିଆ ଗସ୍ତରେ ନେଇଯିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କର କାମ ଆଦାୟ କରିନେବେ। ସେ କାମଟା କିନ୍ତୁ କୋଉ କାମକୁ ନୁହେଁ – ଖାଲି ମାଗଣାରେ ବା ଅଳ୍ପ ଖର୍ଚ୍ଚରେ ନିଜ ପାଇଁ ଖ୍ୟାତି କିଣିବାର କାମ।

ଇତିହାସ ବଡ ନିଷ୍ଠୁର। ସେ କାହାକୁ କ୍ଷମା ଦିଏନି। ସବୁକଥା କହିଦିଏ, ଲେଖିଦିଏ, ଭଲକୁ ଭଲ କରି ଯୁଗଯୁଗ ପାଇଁ ସାଇତି ରଖିଯାଏ। ଖରାପକୁ ଲଙ୍ଗଳା କରି  ଛାଡିଯାଏ। ଯେଉଁମାନେ ବିଶ୍ୱରେ ଆଜି ମହାମାନବ ଭାବେ ପରିଚିତ – ସେମାନଙ୍କ ଜୀବନରେ ମଧ୍ୟ  ଭୁଲଭଟକା ରହିଥାଏ। କିନ୍ତୁ ସେମାନେ ମାନିଯାଇ ଲିଖିତ କ୍ଷମା ପ୍ରାର୍ଥନା କରନ୍ତି – ସେଥିପାଇଁ ସେମାନେ ତ ମହାନ୍। ଆଉ କିଛି ଖ୍ୟାତନାମା ଲୋକ ଅଛନ୍ତି – ଯାହାକୁ ଗଣମାଧ୍ୟମ ଆଗଧାଡିରେ ରଖେ – ସେମାନଙ୍କ ଈର୍ଷା, ଷଡଯନ୍ତ୍ର କଥା ପଦାକୁ ଆସିଲେ ଆପଣମାନଙ୍କ ମୁଣ୍ଡ ଖରାପ ହୋଇଯିବ। ଯେଉଁ ଯେଉଁ ବ୍ୟକ୍ତିକୁ ଆପଣ ମହାନ୍ ବୋଲି ଭାବୁଛନ୍ତି – ସେମାନଙ୍କ ଭିତିରି କଥା ଭରାସଭାରେ ବାହାରିପଡ଼ିଲେ – ସେମାନଙ୍କ ପ୍ରତି ଘୋରତର ଘୃଣାଜାତ ହେବ ହିଁ ହେବ।

କିଛି ନାମକରା ବ୍ୟକ୍ତି ଅଛନ୍ତି – ଭାବନ୍ତି – ଜୀବନରେ ଯେଉଁ ପାପ ଥରେ ଅଧେ କରିଛନ୍ତି – ସେ ସବୁ ଲୁଚିଯିବ। ଦାନଧର୍ମ, ସତ୍‌ସଂଗ୍ କଲେ ଲୋକେ ଭୁଲିଯିବେ। କାରଣ ଲୋକଙ୍କ ସ୍ମୃତିଶକ୍ତି କ୍ଷଣସ୍ଥାୟୀ।  ନା – ନା – କିଏ କହିଲା – ଲୋକଙ୍କ ସ୍ମୃତି କ୍ଷଣକ ପାଇଁ। ବହୁ ଲୋକଙ୍କ ସ୍ମୃତି ମଲା ପର୍ଯ୍ୟନ୍ତ ରହିଥାଏ। ଯିଏ ଯେତେ ବଡ଼ ମହାଶକ୍ତି ହେଉଥାଉ ପଛେ, ଯଦି ସେ ତା’ ଜୀବନରେ ଜନବିରୋଧୀ, ଖୋସାମତିଆ, ଲୋଭୀ, ସ୍ୱାର୍ଥପର, ଈର୍ଷାପରାୟଣ, ଗର୍ବୀ, ନାରୀଲୋଭୀ ହୋଇ କିଛି ଭୁଲ କାମ କରିଥାଏ, କାହାକୁ ସହିନପାରି ତାକୁ ତଳିତଳାନ୍ତ କରିଥିବା ପାପ ସବୁବେଳେ ଖାଇ ଗୋଡାଏ। ସେ ବ୍ୟକ୍ତି ସେଇ ପାପ ଲୁଚାଇଲେ – ଲୁଚେନାହିଁ । ପାପକୁ ପ୍ରାୟଶ୍ଚିତ କଲାବେଳକୁ  ନେଡ଼ିଗୁଡ଼ ବହିଯାଇଥାଏ କହୁଣୀକୁ।

ଆମେ କେତେଦିନ ବଂଚିବା କି? ଜନ୍ମ ହୋଇଛେ – ନିଶ୍ଚୟ ମରିବା। ଏଇ ଜନ୍ମମୃତ୍ୟୁ ମଧ୍ୟରେ ଜୀବନର ଜୟଗାନ, ସତ୍ୟ, ନ୍ୟାୟ, ମଣିଷର ଜୟଗାନ କରି ଜୀବନକୁ ସାର୍ଥକ କରି ଚାଲିଯିବା। କିଏ ଆମ ପିତା, ମାତା, ଭାଇବଂଧୁ – ଆସିଛୁ ଏକା – ଯିବା ଏକା। କେହି ଆମ ସଂଗରେ ଯିବେନି। ଆମର ଏମିତି ମରଣ ହେଉ – ସାରା ଦୁନିଆଟା କାନ୍ଦୁଥିବ।

ଅଭୟ ସିଂହଙ୍କ ଅକୁହା କାହାଣୀ ଇତିମଧ୍ୟରେ ଇଂରାଜୀରେ ’An untold story of a Journalist’ ଦେଶବିଦେଶ, ରାଜ୍ୟର ବହୁ ବିଜ୍ଞ ବ୍ୟକ୍ତିଙ୍କୁ ଏ ଓଡ଼ିଶାଭୂଇଁରେ କେବଠୁ ଆରମ୍ଭ ହୋଇସାରିଥିବା ଘୋର ସାଂସ୍କୃତିକ ଷଡଯନ୍ତ୍ର ସମ୍ବନ୍ଧରେ ସଜାଗସଚେତ କରାଇସାରିଛି।

ସତରେ ଆମ ଲୋକମାନେ କ’ଣ ପ୍ରତିକ୍ରିୟାହୀନ?

ଅଭୟ ସିଂହଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକର ଲକ୍ଷ୍ମୀନାରାୟଣପୁର ଗାଁ। ବାପା – ରଘୁନାଥ ସିଂହ ଡେରାବିଶ୍ ହାଇସ୍କୁଲରେ ସାହିତ୍ୟ ଶିକ୍ଷକ ଥିଲେ। ତାଙ୍କ ରଚିତ ଗୀତିନାଟକ ଗରୁଡ ଜନ୍ମ, ଖୁଲଣା ସୁନ୍ଦରୀ, ସତୀ ଅନସୂୟା, ରାମାୟଣର ନାଟ୍ୟାନୁରୂପ, ଉତ୍କଳ ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା।

ଅଭୟ ବାବୁ ଯଦି ‘ବିଜୟା’ ପତ୍ରିକାରେ ବନାନ ଭୁଲ କରିଥାନ୍ତି – ତା’ହେଲେ ପିତା ପୁତ୍ର ପାଖକୁ ଚିଠି ଲେଖି ଭୁଲ ଦର୍ଶାଇ ଦିଅନ୍ତି। ଏଇ କଥା କହିଲେ – ଅଭୟ ବାବୁଙ୍କ ଗାଁର ପ୍ରସନ୍ନ କୁମାର ସିଂହ। ସେ କହିଲେ – ଟିକେ ମୁଣ୍ଡ ନଇଁଦେଲେ ତୋଫାନ ପଳାଇବ – କିନ୍ତୁ ମୁଣ୍ଡ ନଇଁବେ ନାହିଁ। ତୋଫାନକୁ ମୁକାବିଲା କରିବାଲୋକ ଥିଲେ ଅଭୟ ସିଂହ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

The post ଅଭିମାନର ଅନ୍ୟନାମ ଅଭୟ ସିଂହ appeared first on Odisha Reporter.

]]>
left top 2021-02-20 16:34:56 https://cdn.odishareporter.in/wp-content/uploads/2021/02/20150914/876-1.jpg
ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ଇତିବୃତ୍ତ https://odishareporter.in/literature-culture/literature/details-about-mahatma-gandhis-journalistic-life-620260 Thu, 18 Feb 2021 10:06:35 +0000 https://odishareporter.in/?p=620260

ପୁସ୍ତକ: ମହାତ୍ମା ଗାନ୍ଧୀ- ସାମ୍ବାଦିକ ଓ ସମ୍ପାଦକ ସମ୍ପାଦନା: ଡ. ମୃଣାଳ ଚାଟାର୍ଜୀ ଓ ସ୍ନେହାଶିଷ ସୁର ପ୍ରକାଶକ: ଶେଫାଳୀ କମ୍ୟୁନିକେଶନ, ପୃଷ୍ଠା: ୩୧୨, ମୂଲ୍ୟ: ୩୫୦ ଟଙ୍କା। ପ୍ରଥମ ପ୍ରକାଶ: ଜାନୁଆରୀ ୨୦୨୧ ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିବାରେ ସାମ୍ବାଦିକତା ସହ ତାଙ୍କ ଘନିଷ୍ଠତାର ବଡ଼ ଭୂମିକା ଥିଲା। ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ବିଭିନ୍ନ ଅଧ୍ୟାୟକୁ ନେଇ ପ୍ରକାଶିତ ଏହି ସଙ୍କଳନରେ ମୋଟ ୨୮ଟି ନିବନ୍ଧ […]

The post ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ଇତିବୃତ୍ତ appeared first on Odisha Reporter.

]]>

ପୁସ୍ତକ: ମହାତ୍ମା ଗାନ୍ଧୀ- ସାମ୍ବାଦିକ ଓ ସମ୍ପାଦକ

ସମ୍ପାଦନା: ଡ. ମୃଣାଳ ଚାଟାର୍ଜୀ ଓ ସ୍ନେହାଶିଷ ସୁର

ପ୍ରକାଶକ: ଶେଫାଳୀ କମ୍ୟୁନିକେଶନ, ପୃଷ୍ଠା: ୩୧୨, ମୂଲ୍ୟ: ୩୫୦ ଟଙ୍କା। ପ୍ରଥମ ପ୍ରକାଶ: ଜାନୁଆରୀ ୨୦୨୧

ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା

ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିବାରେ ସାମ୍ବାଦିକତା ସହ ତାଙ୍କ ଘନିଷ୍ଠତାର ବଡ଼ ଭୂମିକା ଥିଲା। ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ବିଭିନ୍ନ ଅଧ୍ୟାୟକୁ ନେଇ ପ୍ରକାଶିତ ଏହି ସଙ୍କଳନରେ ମୋଟ ୨୮ଟି ନିବନ୍ଧ ସ୍ଥାନ ପାଇଛି। ଗାନ୍ଧିଜୀଙ୍କ ଯୋଗାଯୋଗ ରଣନୀତି, ସାମ୍ବାଦିକତା ଜୀବନ, ସମ୍ପାଦନାର ପ୍ରଭାବ ଆଦି ବିଭିନ୍ନ ଦିଗ ଉପରେ ଏଥିରେ ବିଶେଷ ଆଲୋଚନା ହୋଇଛି।

ଗଣ ଆନ୍ଦୋଳନରେ ସମ୍ବାଦପତ୍ର ଯେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ତାହା ସେ ଦକ୍ଷିଣ ଆଫ୍ରିକାରେ ରହଣି ଭିତରେ ଅନୁଭବ କରନ୍ତି। ଏଣୁ ସେ ‘ଇଣ୍ଡିଆନ୍‍ ଓପିନିୟନ’ ନାମରେ ଏକ ଖବରକାଗଜ ଆରମ୍ଭ କରନ୍ତି। ପ୍ରଥମ ସଂସ୍କରଣରେ ସେ ଲେଖନ୍ତି, “… ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟମାନେ ରାଜନୈତିକ ସମିତି (ବଡି ପଲିଟିକ୍‍)ର ଏକ ଅଂଶ ଭାବେ ବିବେଚିତ। ଏବଂ ଏକ ଖବରକାଗଜ ସେମାନଙ୍କ ସ୍ୱର ଉତ୍ତୋଳନ କରିବା ସହ ଏଥିପାଇଁ ନିଜକୁ ଉତ୍ସର୍ଗ କରିବା ଉଚିତ। ବସ୍ତୁତଃ ଆମେ ଭାବୁଛୁ, ଏହାଦ୍ୱାରା ଏକ ଦୀର୍ଘକାଳୀନ ଚାହିଦାକୁ ଯୋଗାଇପାରିବା।”

‘ଇଣ୍ଡିଆନ୍‍ ଓପିନିୟନ’ ଥିଲା ଏକ ସାପ୍ତାହିକ ଦ୍ୱି-ଭାଷୀ ଖବରକାଗଜ। ଇଂରାଜୀ ଓ ଗୁଜରାତୀରେ ଏହା ପ୍ରକାଶ ପାଉଥିଲା। ମଝିରେ ମଝିରେ ହିନ୍ଦୀ ଓ ତାମିଲ୍‍ ବିଭାଗ ମଧ୍ୟ ରହୁଥିଲା। ଭାରତ ଫେରିବା ପରେ ଗାନ୍ଧୀ ସତ୍ୟାଗ୍ରହ ନାମକ ଏକ କାଗଜ ପ୍ରକାଶ କରିଥିଲେ। ତେବେ ତାହା ପଂଜୀକୃତ ହୋଇନଥିଲା। ପରେ ସେ ‘ବମ୍ବେ କ୍ରୋନିକଲ୍‍’ର ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଖବରକାଗଜ ‘ୟଙ୍ଗ୍‍ ଇଣ୍ଡିଆ’ର ସମ୍ପାଦନା ଦାୟିତ୍ୱ ନିଅନ୍ତି। ଏହା ସହିତ ଗୁଜରାଟୀ ‘ନବଜୀବନ’ର ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାନ୍ତି। ପରବର୍ତ୍ତୀ ସମୟରେ ‘ନବଜୀବନ’ ହିନ୍ଦୀ ଭାଷାରେ ପ୍ରକାଶିତ ହେଲା।

ଗାନ୍ଧୀ ଉଭୟ ଭାରତ ଓ ବିଦେଶ ମାଟିରେ ନିଜର ନିଖୁଣ ଯୋଗାଯୋଗକାରୀର ଛାପ ଛାଡ଼ିଦେଇଯାଇଛନ୍ତି। ଏନେଇ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଅରୁଣ ଗାନ୍ଧୀ ପୁସ୍ତକର ପ୍ରଥମ ନିବନ୍ଧରେ ଆଲୋଚନା କରିଛନ୍ତି।

ସୁଲେଖକ ସୁବୀର ଘୋଷ ନିଜ ନିବନ୍ଧରେ ଲେଖିଛନ୍ତି, ସେତେବେଳେ କୌଣସି ଗଣମାଧ୍ୟମ ନଥିଲା, ତଥାପି ସେ ଜନତାଙ୍କ ସହ ଯୋଗାଯୋଗ କରିପାରୁଥିଲେ। ତାଙ୍କ ଯୋଗାଯୋଗର ଶକ୍ତି ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟର ଭିତ୍ତିକୁ ଦୋହଲାଇ ଦେଇଥିଲା। ସ୍ନେହାଶିଷ ସୁର ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ପ୍ରାରମ୍ଭିକ ଦିନ ଉପରେ ଏକ ତଥ୍ୟଭିତ୍ତିକ ନିବନ୍ଧ ଲେଖିଛନ୍ତି। ସେ ଏଥିରେ ଗାନ୍ଧୀଙ୍କ ମୁକ୍ତ ସାମ୍ବାଦିକତା ସମ୍ପର୍କରେ ଚିତ୍ରଣ କରିଛନ୍ତି। ବି.ପି. ସଞ୍ଜୟଙ୍କ ନିବନ୍ଧ ମଧ୍ୟ ଅନେକ ଗୁରୁତ୍ୱ ବହନ କରେ। ସାମ୍ବାଦିକତା ମାଧ୍ୟମରେ ଗାନ୍ଧୀ କିପରି ଉଭୟ ମିଶନ୍‍ ଓ ସେବାର ଦୁଇଟି ଲକ୍ଷ୍ୟ ରଖିଥିଲେ, ତାହା ବର୍ଣ୍ଣନା କରିଛନ୍ତି। ପ୍ରଫେସର ଡି.ଭି. ଆର୍‍. ମୂର୍ତ୍ତିଙ୍କ ନିବନ୍ଧ ‘ଗାନ୍ଧୀ, ଶାନ୍ତି ଓ ସାମ୍ବାଦିକତା’ ପାଠକଙ୍କୁ ଏକ ଭିନ୍ନ ଚିନ୍ତନ ଦେବ ନିଶ୍ଚୟ। ଏଥିରେ ସେ ଗାନ୍ଧୀବାଦୀ ସାମ୍ବାଦିକତାର ଚାରୋଟି ମୂଲ୍ୟବୋଧ ସଂସ୍କୃତି, ଶାନ୍ତି, ସାର୍ବଜନୀନ ଜୀବନରେ ସାଧୁତା ଓ ଉନ୍ନୟନ ଆଦି ଉପରେ ଆଲୋକପାତ କରିବା ସହ ବର୍ତ୍ତମାନର ଗଣମାଧ୍ୟମ ସହ ଏକ ତୁଳନାତ୍ମକ ଆଲୋଚନା କରିଛନ୍ତି। ଏଥିସହିତ ବି.ଏନ୍‍. ପଟ୍ଟନାୟକଙ୍କ ଲେଖା ଗାନ୍ଧୀଙ୍କ ଯୋଗାଯୋଗ ରଣନୀତି ବୁଝାଇବାରେ ବେଶ୍‍ ସହାୟକ ହୋଇପାରିଛି। ସ୍ୱପନ୍‍ ମୁଖୋପାଧ୍ୟାୟଙ୍କ ‘ହିନ୍ଦ୍‍ ସ୍ୱରାଜ: ମହାତ୍ମା ଗାନ୍ଧୀଙ୍କ ବାଇବେଲ୍‍’ ଏକ ଅନନ୍ୟ ନିବନ୍ଧ। ଏଥିରେ ଲେଖକ ଗାନ୍ଧୀଙ୍କ ‘ସ୍ୱରାଜ’କୁ ବାଇବେଲ୍‍ ସହ ତୁଳନା କରିଛନ୍ତି।

ଚେତନାଶୂନ୍ୟ ଓ ଆତ୍ମଘାତୀ ହିଂସା ଭୋଗୁଥିବା ବର୍ତ୍ତମାନର ସଂଘର୍ଷମୟ ବିଶ୍ୱକୁ ଏହି ବାଇବେଲ୍‍ ହିଁ ମାର୍ଗଦର୍ଶନ କରାଇପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଲେଖକ ଅମିତ ପାଠକ ଗାନ୍ଧୀଙ୍କୁ ନୈତିକ ସାମ୍ବାଦିକତାର ଜଣେ ପ୍ରହରୀ ଭାବେ ଉପସ୍ଥାପନ କରି ସବିଶେଷ ତଥ୍ୟ ରଖିଛନ୍ତି। ଡ. ବାବାଜୀଚରଣ ପଟ୍ଟନାୟକ ନିଜ ନିବନ୍ଧରେ ହିନ୍ଦୀ ଭାଷା ଓ ମାତୃଭାଷାକୁ ନେଇ ଗାନ୍ଧୀଙ୍କ କେତୋଟି ମତ ଅତିସୁନ୍ଦରଭାବେ ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ସେ କିପରି ହିନ୍ଦୀ ଓ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଉଥିଲେ, ତା’ର କେତୋଟି ଉଦାହରଣ ରଖିଛନ୍ତି ସେ। ଜୟନ୍ତ କର ଶର୍ମାଙ୍କ ନିବନ୍ଧ ‘ଗାନ୍ଧୀ-ସାମ୍ବାଦିକତାର ପ୍ରାସଙ୍ଗିକତା’ ବେଶ୍‍ ତଥ୍ୟଭିତ୍ତିକ ଓ ପ୍ରେରଣାଦାୟୀ ହୋଇଛି।

ସେହିଭଳି ଚମ୍ପାରନ ଆନ୍ଦୋଳନ କିପରି ଗାନ୍ଧୀଙ୍କ ସାମ୍ବାଦିକତା ଜୀବନରେ ନୂଆ ମୋଡ଼ ଆଣିଥିଲା, ସେ ବିଷୟରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଓ ସମ୍ବିତ ପାଲ। ଆରିଷ୍ଟଟଲଙ୍କ ଭାଷାତତ୍ତ୍ୱ ଅନୁସାରେ ଗାନ୍ଧୀଙ୍କ ଯୋଗାଯୋଗ ଓ ସାମ୍ବାଦିକତାର ଏକ ତୁଳନାତ୍ମକ ଆକଳନ କରିବାର ଚେଷ୍ଟା କରିଛନ୍ତି ଡ. କେ. ଜନ୍‍ ବାବୁ। ଡ. ମୃଣାଳ ଚାଟାର୍ଜୀ ଓ ସମ୍ବିତ ପାଲ ଗାନ୍ଧୀରୁ ମହାତ୍ମାକୁ ରୂପାନ୍ତର ହେବାରେ ସାମ୍ବାଦିକତାର କି’ ଭୂମିକା ଥିଲା, ତା’ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।

ଗାନ୍ଧୀଙ୍କ ଉପରେ ଓଡ଼ିଆ ଭାଷାରେ କିଛି ବହି ଲେଖାଯାଇଛି ସତ, କିନ୍ତୁ ସାମ୍ବାଦିକତା କିପରି ଗାନ୍ଧିଜୀଙ୍କ ଜୀବନର ମୋଡ଼ ବଦଳେଇଥିଲା ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଏହା କିପରି ଏକ ପ୍ରମୁଖ ଭୂମିକା ନେଇଥିଲା, ସେ ବିଷୟରେ ଭଲ ବହିର ଅଭାବ ଥିଲା। ସେ ଅଭାବକୁ ଏ ସଂକଳନ ପୂର୍ଣ୍ଣ କରିଛି।

ମୂଳ ଇଂରାଜୀ ନିବନ୍ଧଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିଛନ୍ତି ପଦ୍ମଲୋଚନ ପ୍ରଧାନ। କପି-ଏଡିଟିଂ କରିଛନ୍ତି ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଏବଂ ସୌମ୍ୟ ରଞ୍ଜନ ବିହାରା। ପୁସ୍ତକର ସୁନ୍ଦର ପ୍ରଚ୍ଛଦଟି ପ୍ରସ୍ତୁତ କରିଛନ୍ତି ଜିତେନ୍ଦ୍ର ପତି।

ମହାତ୍ମା ଗାନ୍ଧୀଙ୍କୁ ଜଣେ ସାମ୍ବାଦିକ, ସମ୍ପାଦକ ଏବଂ ସାମଗ୍ରିକ ଭାବେ ଜଣେ ଅସାଧାରଣ ଯୋଗାଯୋଗକାରୀ ଭାବେ ଜାଣିବାରେ, ବୁଝିବାରେ ଏବଂ ଅନୁଭବ କରିବାରେ ବହିଟି ନିଶ୍ଚୟ ଉପଯୋଗୀ ହେବ।

The post ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ଇତିବୃତ୍ତ appeared first on Odisha Reporter.

]]>
right bottom 2021-02-18 15:36:35 https://cdn.odishareporter.in/wp-content/uploads/2021/02/18153453/gandhi-11.jpg
ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା https://odishareporter.in/literature-culture/modi-praises-odia-girl-for-her-art-615842 Sun, 31 Jan 2021 06:28:58 +0000 https://odishareporter.in/?p=615842

ନୂଆଦିଲ୍ଲୀ: ଓଡ଼ିଶାର କଳାକୁ ପୁଣି ଜାତୀୟ ସ୍ତରରେ ମିଳିଲା ସାବାସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି। ମୋଦି ଭାଗ୍ୟଶ୍ରୀଙ୍କ ବିଶେଷତା ବାବଦରେ କହିଛନ୍ତି, ସେ କେଉଁଥିରେ ଚିତ୍ର ଆଙ୍କୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଭାଗ୍ୟଶ୍ରୀ କଲେଜ୍ ଯିବା ବାଟରେ […]

The post ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା appeared first on Odisha Reporter.

]]>

ନୂଆଦିଲ୍ଲୀ: ଓଡ଼ିଶାର କଳାକୁ ପୁଣି ଜାତୀୟ ସ୍ତରରେ ମିଳିଲା ସାବାସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି।

ମୋଦି ଭାଗ୍ୟଶ୍ରୀଙ୍କ ବିଶେଷତା ବାବଦରେ କହିଛନ୍ତି, ସେ କେଉଁଥିରେ ଚିତ୍ର ଆଙ୍କୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଭାଗ୍ୟଶ୍ରୀ କଲେଜ୍ ଯିବା ବାଟରେ ସଫ୍ଟ ଷ୍ଟୋନ୍ ସଂଗ୍ରହ କରି ଦିନକୁ ଦୁଇ ଘଣ୍ଟା ପଟ୍ଟଚିତ୍ର ଶୈଳୀରେ ଚିତ୍ର ଆଙ୍କନ୍ତି। ଏହି ଚିତ୍ରସବୁକୁ ସାଙ୍ଗମାନଙ୍କୁ ଉପହାରରେ ଦିଅନ୍ତି।

ଲକଡାଉନ ସମୟରେ ବୋତଲରେ ମଧ୍ୟ ସେ ପେଣ୍ଟିଂ କରୁଥିଲେ। ଏବେ କର୍ମଶାଳା ବି ଆୟୋଜନ କରୁଛନ୍ତି। ବିଶେଷ କରି କିଛି ଦିନ ତଳେ ସେ ଆଙ୍କିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର ମୋଦିଙ୍କ ମନ କିଣିପାରିଛି।

ପ୍ରଧାନମନ୍ତ୍ରୀ ମୋଦି ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ବହୁତ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି।

The post ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅର ପଟ୍ଟଚିତ୍ର କଳା appeared first on Odisha Reporter.

]]>
centre bottom 2021-01-31 12:00:10 https://cdn.odishareporter.in/wp-content/uploads/2021/01/31115750/Modi-22.jpg
ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ https://odishareporter.in/odisha/ramchandra-behera-will-got-atibadi-jagannath-das-award-615014 Wed, 27 Jan 2021 15:23:05 +0000 https://odishareporter.in/?p=615014

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ୨୦୨୦ ମସିହା ପାଇଁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା ପାଇବେ। ତାଙ୍କ ସହିତ ଅନ୍ୟ ୧୫ ଜଣ ବୟୋଜ୍ୟେଷ୍ଠ ଓ ବିଶିଷ୍ଟ ସାରସ୍ୱତ ସାଧକ ମଧ୍ୟ ସମ୍ବର୍ଦ୍ଧିତ ହେବେ। ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ୨୦୨୦ ମସିହା ପାଇଁ […]

The post ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ୨୦୨୦ ମସିହା ପାଇଁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା ପାଇବେ। ତାଙ୍କ ସହିତ ଅନ୍ୟ ୧୫ ଜଣ ବୟୋଜ୍ୟେଷ୍ଠ ଓ ବିଶିଷ୍ଟ ସାରସ୍ୱତ ସାଧକ ମଧ୍ୟ ସମ୍ବର୍ଦ୍ଧିତ ହେବେ।

ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ୨୦୨୦ ମସିହା ପାଇଁ ଏହି ସାରସ୍ୱତ ସମ୍ମାନ ନିମନ୍ତେ ଶ୍ରୀ ବେହେରାଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ

୨୦୨୦ ମସିହା ପାଇଁ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ନିମନ୍ତେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ମନୋନୀତ କରାଯାଇଥିବାବେଳେ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ୱରାଜଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ୱରୀ ମିଶ୍ର, ରାଧାବିନୋଦ ନାୟକ ଓ ମହେଶ୍ୱର ମୂଳିଆଙ୍କୁ ସମ୍ବର୍ଦ୍ଧିର୍ତ କରିବାକୁ ନିଷ୍ପତ୍ତି ହୋଇଛି।

The post ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ appeared first on Odisha Reporter.

]]>
right bottom 2021-01-27 21:59:11 https://cdn.odishareporter.in/wp-content/uploads/2021/01/27205253/ram.jpg
ନେପାଳ ଭାରତରେ କାହିଁକି ସାମିଲ୍ ହୋଇପାରିଲାନି? https://odishareporter.in/nation-world/why-nepal-could-not-join-in-india-609164 Thu, 07 Jan 2021 04:50:07 +0000 https://odishareporter.in/?p=609164

ନୂଆଦିଲ୍ଲୀ: ନେପାଳ ଭାରତର ଏକ ରାଜ୍ୟ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ଏଥିପାଇଁ ନେପାଳର ତତ୍କାଳୀନ ରାଜା ତ୍ରିଭୁବନ ବୀର ବିକ୍ରମ ଶାହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଅପିଲ୍ କରିଥିଲେ। ହେଲେ ନେହରୁ ଏହି ଅପିଲକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନିଜ ବହି ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଏହା ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଏହି ବହିରେ ନିଜ ରାଜନୀତିକ ଅନୁଭୂତି ସହିତ ବିଭିନ୍ନ […]

The post ନେପାଳ ଭାରତରେ କାହିଁକି ସାମିଲ୍ ହୋଇପାରିଲାନି? appeared first on Odisha Reporter.

]]>

ନୂଆଦିଲ୍ଲୀ: ନେପାଳ ଭାରତର ଏକ ରାଜ୍ୟ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ଏଥିପାଇଁ ନେପାଳର ତତ୍କାଳୀନ ରାଜା ତ୍ରିଭୁବନ ବୀର ବିକ୍ରମ ଶାହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଅପିଲ୍ କରିଥିଲେ। ହେଲେ ନେହରୁ ଏହି ଅପିଲକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନିଜ ବହି ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଏହା ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଏହି ବହିରେ ନିଜ ରାଜନୀତିକ ଅନୁଭୂତି ସହିତ ବିଭିନ୍ନ ସରକାର ଏବଂ ଅନ୍ୟାନ୍ୟ ନେତାଙ୍କ ବାବଦରେ ମତ ରଖିଛନ୍ତି ପ୍ରଣବ ମୂଖାର୍ଜୀ।

ଆହୁରି ପଢ଼ନ୍ତୁ: ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ

ଶ୍ରୀ ମୂଖାର୍ଜୀ ୧୧ତମ ଅଧ୍ୟାୟରେ ଏ ବାବଦରେ ଲେଖିଛନ୍ତି। ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟଶୈଳୀ ଅଲଗା ଅଲଗା। ଯଦିଓ ସେମାନେ ଗୋଟିଏ ଗୋଟିଏ ଦଳରେ ନେତା ଥିଲେ। ଏହାର ଉଦାହରଣ ଦେବାକୁ ଯାଇ ଶ୍ରୀ ମୂଖାର୍ଜୀ ଲେଖିଛନ୍ତି, ନେହରୁ ନେପାଳକୁ ବହୁତ କୂଟନୀତିକ ଦୃଷ୍ଟିରେ ଦେଖୁଥିଲେ। ନେପାଳରେ ରାଣା ଶାସନ ପରେ ଗଣତନ୍ତ୍ର ଆସିଥିଲା। ତେଣୁ ନେହରୁ ଚାହୁଁଥିଲେ ସେଠାରେ ଗଣତନ୍ତ୍ର ବଢ଼ିବା ଦରକାର। କିନ୍ତୁ ଏହି ସମୟରେ ନେପାଳକୁ ଭାରତର ଏକ ରାଜ୍ୟ ଭାବରେ ମାନ୍ୟତା ଦେବା ପାଇଁ ନେହରୁଙ୍କୁ ତ୍ରିଭୁବନ୍ ବୀର୍ ବିକ୍ରମ ଶାହା ପରାମର୍ଶ ଦେଇଥିଲେ। ଆଉ ନେହରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ନେହେରୁ ଚାହୁଁଥିରେ ନେପାଳ ଏକ ସ୍ୱାଧୀନ ଦେଶ ହୋଇ ରହୁ ତେଣୁ ସେ ଏହି ପ୍ରସ୍ତାବକୁ ଖାରଜ କରିଥିଲେ ବୋଲି ପ୍ରଣବ ଦା’ ତାଙ୍କ ବହିରେ ଲେଖିଛନ୍ତି।

ଏବେ ନେହରୁଙ୍କ ଶାସନକାଳକୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରି ମୁଖାର୍ଜୀ ଲେଖିଛନ୍ତି ଯଦି ନେହରୁଙ୍କ ବଦଳରେ ଇନ୍ଦିରା ଗାନ୍ଧୀ ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାନ୍ତେ, ତେବେ ସେ ଏହି ସୁଯୋଗକୁ ହାତଛଡା କରି ନଥାନ୍ତେ।

ମୃତ୍ୟୁ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ‘ଦ ପ୍ରେସିଡେନଶିଆଲ ଇୟର୍ସ’ ବହି ଲେଖିଥିଲେ। ଏହି ବହିଟି ମଙ୍ଗଳବାର ପ୍ରକାଶିତ ହୋଇଛି। ବହି ପ୍ରକାଶ ପାଇବାକୁ ନେଇ ପ୍ରଣବଙ୍ଗ ପୁଅ ଏବଂ ଝିଅ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଶେଷରେ ଏହି ବହି ପ୍ରକାଶିତ ହୋଇଛି।

The post ନେପାଳ ଭାରତରେ କାହିଁକି ସାମିଲ୍ ହୋଇପାରିଲାନି? appeared first on Odisha Reporter.

]]>
left top, nepal, pranab mukharjee, the presidential years 2021-01-07 12:33:07 https://cdn.odishareporter.in/wp-content/uploads/2021/01/07101910/pranab.jpg
ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ https://odishareporter.in/nation-world/pranab-mukherjee-wrote-making-a-comparison-of-the-two-pms-in-his-autobiography-608960 Wed, 06 Jan 2021 09:17:51 +0000 https://odishareporter.in/?p=608960

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ‘ଦ ପ୍ରେସିଡେନଶିଆଲ ଇୟର୍ସ’ ବହି ଲେଖିଥିଲେ। ଏହି ବହିଟି ମଙ୍ଗଳବାର ପ୍ରକାଶିତ ହୋଇଛି। ବହି ପ୍ରକାଶ ପାଇବାକୁ ନେଇ ପ୍ରଣବଙ୍ଗ ପୁଅ ଏବଂ ଝିଅ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଶେଷରେ ଏହି ବହି ପ୍ରକାଶିତ ହୋଇଛି। ଯେଉଁଥିରେ ସେ କହିଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ବିଜୟୀ ହୋଇ ହାସଲ କରିଥିଲେ। ଆଉ ମନମୋହନ ସିଂ ସୋନିଆ ଗାନ୍ଧୀଙ୍କ ଅନୁମଦନକ୍ରମେ […]

The post ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ appeared first on Odisha Reporter.

]]>

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ‘ଦ ପ୍ରେସିଡେନଶିଆଲ ଇୟର୍ସ’ ବହି ଲେଖିଥିଲେ। ଏହି ବହିଟି ମଙ୍ଗଳବାର ପ୍ରକାଶିତ ହୋଇଛି। ବହି ପ୍ରକାଶ ପାଇବାକୁ ନେଇ ପ୍ରଣବଙ୍ଗ ପୁଅ ଏବଂ ଝିଅ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଶେଷରେ ଏହି ବହି ପ୍ରକାଶିତ ହୋଇଛି। ଯେଉଁଥିରେ ସେ କହିଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ବିଜୟୀ ହୋଇ ହାସଲ କରିଥିଲେ। ଆଉ ମନମୋହନ ସିଂ ସୋନିଆ ଗାନ୍ଧୀଙ୍କ ଅନୁମଦନକ୍ରମେ ଏହି ପଦବୀରେ ବସିଥିଲେ।

ପ୍ରଣବ ଦା’ ରାଷ୍ଟ୍ରପତି ଥିବା ବେଳେ ଉଭୟ ମୋଦି ଏବଂ ମନମୋହନ ସିଂ ସରକାର ସହିତ ଜଡ଼ିତ ଥିଲେ। ଦେଶ ସ୍ୱାଧୀନ ହେବା ପରେ ଅନେକ ପ୍ରଧାନମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ ପ୍ରଣବ। କିନ୍ତୁ ୨୦୧୨-୧୭ ମଧ୍ୟରେ ରାଷ୍ଟ୍ରପତି ଥିବା ବେଳେ ଦୁଇ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିବାରୁ ବହିରେ ଖୁସିବ୍ୟକ୍ତ କରିଛନ୍ତି ପ୍ରଣବ ଦା’। ମୁଖ୍ୟତଃ ସମସ୍ତ ପ୍ରଧାନମନ୍ତ୍ରୀ ବିଭିନ୍ନ ପରିବାରରୁ ଆସିଥିବାରୁ ତାଙ୍କର ଆଦର୍ଶ ଓ ବିଚାରଧାରା ଭିନ୍ନ ଭିନ୍ନ ତେଣୁ ସେମାନଙ୍କ ସହିତ କାମ କରିବାର ଅନୁଭୂତି ନିଆରା ବୋଲି ପ୍ରଣବ ତାଙ୍କ ବହି ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଲେଖିଛନ୍ତି।

ସେ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜୁଲାଇ ୨୦୧୨ ରୁ ମେ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏବଂ ମେ ୨୦୧୪ ରୁ ଜୁଲାଇ ୨୦୧୭ ଯାଏ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାର ଅବସର ତାଙ୍କୁ ମିଳିଛି।

ସୋନିଆ ଗାନ୍ଧୀ ଶ୍ରୀ ସିଂଙ୍କୁ ପିଏମ ପଦ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ, ୨୦୧୪ରେ ବିଜେପିକୁ ଐତିହାସିକ ବିଜୟୀ କରାଇବାରେ ନେତୃତ୍ୱ ନେଇଥିଲେ ନରେନ୍ଦ୍ର ମୋଦି। ଦେଶର ଅଳ୍ପ କିଛି ପ୍ରଧାନମନ୍ତ୍ରୀ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ରହିଛନ୍ତି। ଯିଏକି ସାରା ଦେଶରେ ନିଜ ନାଁରେ ଭୋଟ୍ ହାତେଇବାରେ ସଫଳ ହୋଇଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ବାଳିବା ପରେ ଏକ ଇମେଜ ତିଆରି କରିବାରେ ସଫଳ ହୋଇଥିଲେ ପରେ ସେହି ଛବି ଆଧାରରେ ସାରା ଦେଶରେ ଭୋଟ୍ ବ୍ୟାଙ୍କ ତିଆରି କରିଥିଲେ ମୋଦି।

୨୦୦୪ ନିର୍ବାଚନରେ ​​ୟୁପିଏର ବିଜୟ ପରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶ୍ରୀ ମୁଖାର୍ଜୀ କହିଛନ୍ତି, ‘ତାଙ୍କୁ କଂଗ୍ରେସ ସଂସଦୀୟ ଦଳ ଏବଂ ୟୁପିଏର ଅନ୍ୟ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିଥିଲା, କିନ୍ତୁ ସେ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ବିଦେଶୀ ପ୍ରସଙ୍ଗ ଆସିବା ପରେ ସୋନିଆ ଏହି ପଦରେ ନବସିବାକୁ ସ୍ଥିର କରିଥିଲେ’।

କଂଗ୍ରେସ ନେତାଙ୍କ ଅନୁରୋଧ ସତ୍ତ୍ୱେ ସୋନିଆ ପ୍ରଧାନମନ୍ତ୍ରୀ ହେବାକୁ ମନା କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସୋନିଆ ଶ୍ରୀ ସିଂହଙ୍କ ନାମ ଉପରେ ମୋହର ମାରିଥିଲେ। ଅନେକ ନେତା ମଧ୍ୟ ମନମୋହନକୁ ଗ୍ରହଣ କରିଥିଲେ। ମୂଳତଃ ମନମୋହନ ଜଣେ ଅର୍ଥନୀତିଜ୍ଞ ଥିଲେ,  ପିଏମ ଆସନରେ ବସିବା ପୂର୍ବରୁ ମନମୋହନ ମନ୍ତ୍ରୀ ଭାବରେ ଏବଂ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ। ମନମୋହନଙ୍କ ପାଖରେ ନିଷ୍ଠା ଏବଂ ଦୃଢ଼ ମନୋଭାବ ଥିଲା।  ଯାହାକି ଆମେରିକା ସହିତ ପରମାଣୁ ଚୁକ୍ତି ବେଳେ ଦେଖିବାକୁ ମିଳିଥିଲା। ଅନେକ ଦେଶ ବିରୋଧ କରିଥିଲେ ମଧ୍ୟ ଭାରତ ଆମେରିକା ସହିତ ଏହି ଡିଲ୍ ଚୂଡାନ୍ତ ହୋଇଥିଲା।ସେ ଜଣେ ପ୍ରଧାନମନ୍ତ୍ରୀ ଭାବରେ ଭଲ ପ୍ରଦର୍ଶନ କରିଥିଲେ ବୋଲି ପ୍ରଣବ ତାଙ୍କ ବହିରେ ଲେଖିଛନ୍ତି।

The post ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ appeared first on Odisha Reporter.

]]>
left bottom 2021-01-06 14:47:51 https://cdn.odishareporter.in/wp-content/uploads/2021/01/06144659/pranab-boo.jpg
ଗଙ୍ଗାରେ ବୁଡ଼ ପକାଇଲେ ଯଦି ପାପ ଧୋଇଯାଏ, ତେବେ ନଦୀରୁ ପାପ ଯାଏ କୁଆଡ଼େ? https://odishareporter.in/literature-culture/sin-washed-in-ganges-river-then-where-does-sin-go-from-the-river-608861 Wed, 06 Jan 2021 06:46:53 +0000 https://odishareporter.in/?p=608861

ପୁରାଣରେ ଉଲ୍ଲେଖ ରହିଛି ଗଙ୍ଗା ନଦୀରେ ବୁଡ଼ ପକାଇଲେ ପାପ ଧୋଇ ହୋଇଯାଏ। ଆଉ ଏହାକୁ ସମସ୍ତେ ମଧ୍ୟ ବିଶ୍ୱାସ ରଖନ୍ତି। କିନ୍ତୁ ପ୍ରଶ୍ନ ଉଠେ ନଦୀରେ ଯଦି ସମସ୍ତେ ପାପ ଧୋଇଲେ ତାହେଲେ ପାପ ତ ସବୁ ନଦୀରେ ରହିଲା। ଏ ସଂପର୍କରେ ଜଣେ ଋଷି ପ୍ରଥମେ ଚିନ୍ତା କରିଥିଲେ। ସେ ଚିନ୍ତା କରିଥିଲେ ଯେ ଲୋକମାନେ ପାପ ଧୋଇବାକୁ ଗଙ୍ଗାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ସମସ୍ତ ପାପ ଗଙ୍ଗାରେ ରୁହେ। ତେଣୁ ଗଙ୍ଗା ମଧ୍ୟ […]

The post ଗଙ୍ଗାରେ ବୁଡ଼ ପକାଇଲେ ଯଦି ପାପ ଧୋଇଯାଏ, ତେବେ ନଦୀରୁ ପାପ ଯାଏ କୁଆଡ଼େ? appeared first on Odisha Reporter.

]]>

ପୁରାଣରେ ଉଲ୍ଲେଖ ରହିଛି ଗଙ୍ଗା ନଦୀରେ ବୁଡ଼ ପକାଇଲେ ପାପ ଧୋଇ ହୋଇଯାଏ। ଆଉ ଏହାକୁ ସମସ୍ତେ ମଧ୍ୟ ବିଶ୍ୱାସ ରଖନ୍ତି। କିନ୍ତୁ ପ୍ରଶ୍ନ ଉଠେ ନଦୀରେ ଯଦି ସମସ୍ତେ ପାପ ଧୋଇଲେ ତାହେଲେ ପାପ ତ ସବୁ ନଦୀରେ ରହିଲା। ଏ ସଂପର୍କରେ ଜଣେ ଋଷି ପ୍ରଥମେ ଚିନ୍ତା କରିଥିଲେ।

ସେ ଚିନ୍ତା କରିଥିଲେ ଯେ ଲୋକମାନେ ପାପ ଧୋଇବାକୁ ଗଙ୍ଗାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ସମସ୍ତ ପାପ ଗଙ୍ଗାରେ ରୁହେ। ତେଣୁ ଗଙ୍ଗା ମଧ୍ୟ ପାପୀ। ପାପ ଯାଉଛି କୁଆଡେ ବୋଲି ଜାଣିବା ପାଇଁ ସେହି ଋଷି ଧ୍ୟାନ କଲେ। ଆଉ ଧ୍ୟାନ ସମୟରେ ଭଗବାନ ଦେଖାଦେଲେ। ଆଉ ଋଷି ଜଣଙ୍କ ଭଗବାନଙ୍କୁ ପଚାରିଲେ ଗଙ୍ଗାରେ ପାପ ଧୋଇବା ପରେ ସେହି ପାପ କୁଆଡେ ଯାଏ? ତା’ପରେ ଭଗବାନ କହିଲେ ଯେ ଏ ବାବଦରେ ଦେବୀ ଗଙ୍ଗା ହିଁ କହିପାରିବେ। ତେଣୁ ତାଙ୍କୁ ପଚରାଯିବା ଉଚିତ।

ଉଭୟ ଋଷି ଏବଂ ଭଗବାନ ଗଙ୍ଗାଙ୍କୁ ମନରେ ଉଦ୍ରେକ ହୋଇଥିବା ପ୍ରଶ୍ନ ପଚାରିଲେ। ଯେହେତୁ ସମସ୍ତେ ପାପ ଧୋଉଛନ୍ତି ତେଣୁ ଆପଣ କ’ଣ ପାପୀ? ଆଉ ଦେବୀ ଗଙ୍ଗା କହିଲେ ମୁଁ କିପରି ପାପୀ ହେଲି? ସମସ୍ତ ପାପ ସମୁଦ୍ରକୁ ବୋହିଯାଏ।

ଆଉ ଋଷି ଏବଂ ଭଗବାନ ସମୁଦ୍ର ନିକଟକୁ ଯାଇ ପୁଣି ସମାନ କଥା ଦୋହରାଇଲେ, ଗଙ୍ଗା ଆପଣଙ୍କ ପାଖକୁ ସମସ୍ତ ପାପ ପଠାଉଛି। ତେବେ ଆପଣ କ’ଣ ପାପୀ କି? ତା’ପରେ ସମୁଦ୍ର କହିଲେ ନାଁ ସେ ପାପୀ ନୁହନ୍ତି। ସମସ୍ତ ପାପ ବାଷ୍ପରେ ପରିଣତ ହୋଇ ମେଘରେ ପରିଣତ ହୁଏ। ଏବେ ଋଷି ଏବଂ ଭଗବାନ ବାଦଲଙ୍କ ପାଖକୁ ଗଲେ। ଆଉ ପଚାରିଲେ ହେ ବାଦଲ, ଯଦି ସମୁଦ୍ରର ପାଣି ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରେ, ତେବେ ମେଘ ପାପୀ କି?

ଆଉ ବାଦଲ କହିଲେ, ମୁଁ କିପରି ପାପୀ? ମୁଁ ସମସ୍ତ ପାପକୁ ପାଣିରେ ମିଶେଇ ଭୂଇଁ ପକାଇ ଦିଏ। ତା’ପରେ ଏହି ପାଣି ମଣିଷ ଦ୍ୱାରା ଅନେକ ଉପାୟରେ ବ୍ୟବହୃତ ହୁଏ ଯାହା ମଧ୍ୟରୁ ଗୋଟିଏ ଚାଷ ପାଇଁ। ମଣିଷ କେବଳ ଚାଷ ହୋଇଥିବା ଫସଲ ଖାଏ। ଖାଦ୍ୟଶସ୍ୟ ମାଧ୍ୟମରେ ମଣିଷର ମାନସିକତା ସୃଷ୍ଟି ହୁଏ। ଆଉ ସେହି ମାନସିକତାରୁ ଅନେକ କିଛି ଉଦ୍ଭାବନ କରେ। ଆଉ ଯିଏ ଯେଉଁଭଳି ଖାଦ୍ୟ ଖାଏ ତାର ମାନସିକତା ସେହିଭଳି ବିକଶିତ ହୁଏ। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ଶାନ୍ତ ହେବା ଦରକାର। ଶାନ୍ତ ହେବା ପରେ ଖାଦ୍ୟ ଖାଇବା ଭଲ। ଯେଉଁ ଟଙ୍କା ବା ଅର୍ଥରେ ଖାଦ୍ୟଦ୍ରବ୍ୟ କିଣାଯାଏ ସେ ଟଙ୍କା ମଧ୍ୟ କଠିନ ପରିଶ୍ରମରୁ ଆୟ ହୋଇଥିବା ଦରକାର।

The post ଗଙ୍ଗାରେ ବୁଡ଼ ପକାଇଲେ ଯଦି ପାପ ଧୋଇଯାଏ, ତେବେ ନଦୀରୁ ପାପ ଯାଏ କୁଆଡ଼େ? appeared first on Odisha Reporter.

]]>
right bottom 2021-01-06 12:19:07 https://cdn.odishareporter.in/wp-content/uploads/2021/01/06120641/ganga-river.jpg
କୋରାପୁଟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ପଦ୍ମଜ ପାଳ, ଅମରେଶ ପଟ୍ଟନାୟକ https://odishareporter.in/literature-culture/koraput-literary-festival-2020-1-606782 Wed, 30 Dec 2020 07:12:26 +0000 https://odishareporter.in/?p=606782

ଭୁବନେଶ୍ୱର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୧ ହଜାର […]

The post କୋରାପୁଟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ପଦ୍ମଜ ପାଳ, ଅମରେଶ ପଟ୍ଟନାୟକ appeared first on Odisha Reporter.

]]>

ଭୁବନେଶ୍ୱର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୧ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ଉତ୍ସବରେ ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା।

ଏ ଅବସରରେ ଇଂରାଜୀ କବିତା ସଂକଳନ ‘ଏ ଲଷ୍ଟ୍‌ ହେଭେନ୍’ ପାଇଁ ଚଳିତ ବର୍ଷର ପେନ୍‌ ଇନ୍‌ ବୁକ୍ସ ବେଷ୍ଟ୍‌ ସେଲର୍‌ ପୁରସ୍କାର କବି କଳ୍ପାଶା ଅଙ୍କିତା ଶଙ୍କ ଦିଆଯାଇଥିଲା। ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ବହି ଏ ଅବସରରେ ଉନ୍ମୋଚିତ ହୋଇଥିଲା।

ଉଦ୍‌ଘାଟନୀ ଉତ୍ସବ ପରେ ଉଭୟ ପୁରସ୍କାର ପ୍ରାପକଙ୍କ ସହ ଏ ସାକ୍ଷାତକାର ସଂପାନ ଅନୁଷ୍ଠିତ ହୋଇଥିଲା। ଅମରେଶ ପଟ୍ଟନାୟକଙ୍କ ସହ ବରିଷ୍ଠ କବି ରକ୍ଷଖ ନାୟକ କଥାବାର୍ତ୍ତ କରିଥିବା ବେଳେ ପଦ୍ମଜପାଳଙ୍କୁ ପ୍ରଶ୍ନ ପଚାରିଥିଲେ କବି ଓ ସମାଲୋଚକ ଜ୍ଞାନୀ ଦେବାଶିଷ ମିଶ୍ର।

ଏହା ପରେ ‘ଓଡ଼ିଆ କାହାଣୀ: ସମସାମୟିକ ଓ ଶାସ୍ତ୍ରୀୟ’ ଶୀର୍ଷକ ଏକ ସଂପାନରେ ଦାଶ ବନହୁର, ଡ ଗୌରହରି ଦାସ, ସରୋଜିନୀ ସାହୁ ଓ ପରେଶ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ଏହି ସଂପାନ ପରିଚାଳନା କରିଥିଲେ ଅମରେଶ ବିଶ୍ୱାଳ। ପରେ ପରେ ‘ଓଡ଼ିଆ କବିତା: ବିବିଧତା ନା ବିଭାଜନ’ ଶୀର୍ଷକ ଆଲୋଚନାରେ କବି ପ୍ରଦୀପ ବିଶ୍ୱାଳ, ଜ୍ଞାନ ହୋତା ଓ କେଦାର ମିଶ୍ର ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ନବ ଜ୍ୟୋତି ରାୟ। ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୨୦ରୁ ଅଧିକ କବି ଭାଗ ନେଇଥିଲେ। ଏହାକୁ ସଂଯୋଜନା କରିଥିଲେ ଯୁବ କବି ଚକ୍ରଧର ପାତ୍ର।  ଉତ୍ସବକୁ ପରିଚାଳନା କରିଥିଲେ କବି ମୃତ୍ୟୁଞ୍ଜୟ ରଥ।

ଆସନ୍ତାକାଲି ଉତ୍ସବର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ କୋରାପୁଟର ଡୁଡୁମା ଜଳପ୍ରପାତ ନିକଟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ଆଜି ସଂଧ୍ୟାରେ ଏକ ସ୍ୱତନ୍ତ୍ର ବସରେ ଆଜି ଭୁବନେଶ୍ବରରୁ ୪୦ ଜଣ ଲେଖକ କୋରାପୁଟ ଅଭିମଖେ ବାହାରିଛନ୍ତି। ପୂର୍ବ ଦୁଇ ବର୍ଷର ଉତ୍ସବ କୋରାପୁଟରେ ହେଉଥିବା ବେଳେ ଏଥର କୋଭିଡ୍‌ କାରଣରୁ ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରରେ ହୋଇଥିଲା। ଅନୁରୂପ କାରଣରୁ ଏଥର ଉତ୍ସବକୁ ରାଜ୍ୟ ବାହାରୁ କୌଣସି ଅତିଥିଙ୍କୁ ଡକାଯାଇନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

The post କୋରାପୁଟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ପଦ୍ମଜ ପାଳ, ଅମରେଶ ପଟ୍ଟନାୟକ appeared first on Odisha Reporter.

]]>
right bottom 2020-12-30 13:43:41 https://cdn.odishareporter.in/wp-content/uploads/2020/12/30124259/pic-1.jpg
ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଡ଼ୁଚେରୀ ଗଲା ମେଡିକାଲ ଟିମ୍‌ https://odishareporter.in/odisha/a-medical-team-headed-by-prof-dr-bn-mohapatra-visits-puducherry-to-examine-the-health-condition-of-manoj-das-601822 Tue, 15 Dec 2020 06:34:42 +0000 https://odishareporter.in/?p=601822

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ମେଡିକାଲ ଟିମ୍ ପୁଡୁଚେରୀ ଅଭିମୁଖେ ଯାଇଛି। ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର ନେତୃତ୍ୱରେ ଯାଇଥିବା ମେଡିକାଲ୍‌ ଟିମ୍‌ ମନୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ। ସେହିପରି ମନୋଜ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରି ଆଜି ଅପରାହ୍ମରେ ରାଜ୍ୟ ସରକାରଙ୍କୁ ବସ୍ତୃତ ରିପୋର୍ଟ ଦେବ। ଦୀର୍ଘଦିନ ଧରି ଅସୁସ୍ଥ […]

The post ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଡ଼ୁଚେରୀ ଗଲା ମେଡିକାଲ ଟିମ୍‌ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ମେଡିକାଲ ଟିମ୍ ପୁଡୁଚେରୀ ଅଭିମୁଖେ ଯାଇଛି। ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର ନେତୃତ୍ୱରେ ଯାଇଥିବା ମେଡିକାଲ୍‌ ଟିମ୍‌ ମନୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ। ସେହିପରି ମନୋଜ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରି ଆଜି ଅପରାହ୍ମରେ ରାଜ୍ୟ ସରକାରଙ୍କୁ ବସ୍ତୃତ ରିପୋର୍ଟ ଦେବ।

ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି ବିଶିଷ୍ଟ ସାହିତ୍ୟିୟକ ମନୋଜ ଦାସ। ତାଙ୍କୁ ପୁଡୁଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମର ନର୍ସିଂହୋମ୍‌ରେ ଚିକିତ୍ସା କରାଯାଉଛି। ଉକ୍ତ ମେଡିକାଲ୍‌ର ଡାକ୍ତରୀ ଟିମ୍ ଓ ପ୍ରଫେସରମାନେ ଶ୍ରୀ ଦାସଙ୍କୁ ଚିକିତ୍ସା କରୁଛନ୍ତି। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଜବାହରଲାଲ ଇନ୍‌ ଷ୍ଟିଚ୍ୟୁଟ୍‌ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ୪ ଜଣିଆ ଡାକ୍ତରୀ ଟିମ୍ ପୁଡୁଚେରୀ ପଠାଇଥିଲା।

ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

The post ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଡ଼ୁଚେରୀ ଗଲା ମେଡିକାଲ ଟିମ୍‌ appeared first on Odisha Reporter.

]]>
right top 2020-12-15 12:16:39 https://cdn.odishareporter.in/wp-content/uploads/2020/12/15120427/manoj-das.jpg
ଛାଡ଼ପତ୍ର ଆବେଦନ ପରେ ଟିନା ଡାବି ଲେଖିଲେ ନିଜ ମନର କଥା! https://odishareporter.in/literature-culture/tina-dabis-first-public-post-after-filing-for-divorce-from-athar-aamir-khan-599388 Tue, 08 Dec 2020 04:53:02 +0000 https://odishareporter.in/?p=599388

ନୂଆଦିଲ୍ଲୀ: ଆଇଏଏସ୍ ଟପ୍ପର ଟିନା ଡାବି ତାଙ୍କ ସ୍ୱାମୀ ଅଥହର ଖାନଙ୍କୁ ନିକଟରେ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି। ଏହାପରେ ତାଙ୍କର ପଦନ୍ନୋତି ମଧ୍ୟ ହୋଇଛି। ଏ ନେଇ ସେ ତାଙ୍କ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ସେ ଏକ ବହିକୁ ନେଇ ନିଜର ସମୀକ୍ଷା କରିଛନ୍ତି। ଏଥସହିତ ତାଙ୍କ ଫୋଲଅର୍ସଙ୍କୁ ମଧ୍ୟ କିଛି ଭଲ ବହି ବାବଦରେ ମତ ରଖିବାକୁ କହିଛନ୍ତି। ଯାହାକୁ ସେ ଆଗାମୀ ଦିନରେ ପଢ଼ିବେ। ତେବେ ଟିନାଙ୍କ ଏଭଳି […]

The post ଛାଡ଼ପତ୍ର ଆବେଦନ ପରେ ଟିନା ଡାବି ଲେଖିଲେ ନିଜ ମନର କଥା! appeared first on Odisha Reporter.

]]>

ନୂଆଦିଲ୍ଲୀ: ଆଇଏଏସ୍ ଟପ୍ପର ଟିନା ଡାବି ତାଙ୍କ ସ୍ୱାମୀ ଅଥହର ଖାନଙ୍କୁ ନିକଟରେ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି। ଏହାପରେ ତାଙ୍କର ପଦନ୍ନୋତି ମଧ୍ୟ ହୋଇଛି। ଏ ନେଇ ସେ ତାଙ୍କ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ସେ ଏକ ବହିକୁ ନେଇ ନିଜର ସମୀକ୍ଷା କରିଛନ୍ତି। ଏଥସହିତ ତାଙ୍କ ଫୋଲଅର୍ସଙ୍କୁ ମଧ୍ୟ କିଛି ଭଲ ବହି ବାବଦରେ ମତ ରଖିବାକୁ କହିଛନ୍ତି। ଯାହାକୁ ସେ ଆଗାମୀ ଦିନରେ ପଢ଼ିବେ।

ତେବେ ଟିନାଙ୍କ ଏଭଳି ସମୀକ୍ଷା ପଛରେ କେହି କେହି କହିଛନ୍ତି ଯେ ସେ ତାଙ୍କ ମନ ଭିତରର କଥାକୁ ସମୀକ୍ଷା ଜରିଆରେ ପ୍ରକାଶ କରିଛନ୍ତି।

ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ବହୁ ସମୟ ପରେ ଏହା ଏକ ମୋରା ପୋଷ୍ଟ । ମୁଁ ଗତ କିଛି ମାସ ମଧ୍ୟରେ ବହୁତ ବହି ପଢ଼ିଛି। ଏହା ସେହି ବହିରୁ ପଢ଼ିଥିବା ବେଳେ ହୃଦବୋଧ କରିଥିବା କିଛି ମୋର ମତ।’

ସେ ‘ଏ ଜେଣ୍ଟେଲମେନ ଇନ୍ ମସ୍କୋ’ ପୁସ୍ତକର ସମୀକ୍ଷା କରି ଏହାକୁ ୧୦ରୁ ୧୦ ପଏଣ୍ଟ ଦେଇଛନ୍ତି। ତାଙ୍କର ଜଣେ ସାଙ୍ଗ ଏହି ବହି ପଢ଼ିବାକୁ ତାଙ୍କୁ କହିଥିଲେ। ଏହି ବହି ତାଙ୍କ ପାଇଁ ଚଳିତ ବର୍ଷର ସବୁଠୁ ଭଲ ବହି ବୋଲି ସେ କହିଛନ୍ତି। ଟିନା ତାଙ୍କ ପୋଷ୍ଟରେ ଏହି ବହିର ଏକ ଧାଡ଼ିକୁ ଶେୟାର କରିଛନ୍ତି। ବହିର ସମୀକ୍ଷା ମାଧ୍ୟମରେ ଟିନା ତାଙ୍କ ଜୀବନର ପରିବର୍ତ୍ତନକୁ ନେଇ ବଞ୍ଚିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

 

View this post on Instagram

 

A post shared by Tina Dabi (@dabi_tina)

ଜଣେ ଫଲୋଅର୍ସ ଟିନାଙ୍କୁ ପଚାରିଥିଲେ ବ୍ୟସ୍ତବହୁଳ କାର୍ଯ୍ୟଶୈଳୀ ଭିତରେ କେମିତି ବହି ପଢ଼ିବାକୁ ସମୟ ବାହାର କଲେ। ଯାହାର ଜବାବ ଦେଇ ଟିନା କହିଛନ୍ତି, ବହି ପଢ଼ିବା ପାଇଁ ସେ ମାସକ ପୂର୍ବରୁ ସମୟ ବାହାର କରନ୍ତି।

The post ଛାଡ଼ପତ୍ର ଆବେଦନ ପରେ ଟିନା ଡାବି ଲେଖିଲେ ନିଜ ମନର କଥା! appeared first on Odisha Reporter.

]]>
centre bottom 2020-12-08 10:41:12 https://cdn.odishareporter.in/wp-content/uploads/2020/12/08102258/tina-dabi.jpg
ଇଣ୍ଟରନେଟରେ ପାଳିଲେ ‘ଖୋକା ଭାଇ’ଙ୍କ ଜନ୍ମଦିନ, ଯୋଗଦେଲେ ଅକ୍ଷୟ ପ୍ରେମୀ https://odishareporter.in/literature-culture/khoka-bhai-jayanti-celebrated-by-khati-jamiba-family-580941 Tue, 13 Oct 2020 18:00:29 +0000 https://odishareporter.in/?p=580941

ଭୁବନେଶ୍ୱର: କୋଭିଡ୍ ପାଇଁ ଏଥର ଫିକା ଫିକା ସବୁ ଉତ୍ସବ। କିନ୍ତୁ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନକୁ ଓଡ଼ିଆ ସଙ୍ଗୀତପ୍ରେମୀ ପାଳନ କରିଛନ୍ତି ନିଆରା ଢଙ୍ଗରେ। ଟ୍ଵିଟରରୁ ଏକାଠି ହୋଇ ‘ଖଟି ଜମିବ’ ନାମରେ ଗଢ଼ିଉଠିଥିବା ଏକ ପରିବାର ପକ୍ଷରୁ ପାଳିତ ହୋଇଛି ‘ସ୍ମୃତି ତୁମେ ଅକ୍ଷୟ’। ଅକ୍ଷୟଙ୍କ ସହ ସ୍ମୃତି ବଖାଣିବାକୁ ଯୋଗ ଦେଇଥିଲେ ତାଙ୍କୁ ଅତି ପାଖରୁ ଜାଣିଥିବା ବିଶିଷ୍ଟ ସାହିତ୍ୟିକ ତଥା ଗୀତିକାର ଦେବଦାସ ଛୋଟରାୟ, ଅକ୍ଷୟଙ୍କ ନିର୍ଦ୍ଦେଶନାରେ ବହୁ ଗୀତ ଗାଇଥିବା କଣ୍ଠଶିଳ୍ପୀ […]

The post ଇଣ୍ଟରନେଟରେ ପାଳିଲେ ‘ଖୋକା ଭାଇ’ଙ୍କ ଜନ୍ମଦିନ, ଯୋଗଦେଲେ ଅକ୍ଷୟ ପ୍ରେମୀ appeared first on Odisha Reporter.

]]>

ଭୁବନେଶ୍ୱର: କୋଭିଡ୍ ପାଇଁ ଏଥର ଫିକା ଫିକା ସବୁ ଉତ୍ସବ। କିନ୍ତୁ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନକୁ ଓଡ଼ିଆ ସଙ୍ଗୀତପ୍ରେମୀ ପାଳନ କରିଛନ୍ତି ନିଆରା ଢଙ୍ଗରେ। ଟ୍ଵିଟରରୁ ଏକାଠି ହୋଇ ‘ଖଟି ଜମିବ’ ନାମରେ ଗଢ଼ିଉଠିଥିବା ଏକ ପରିବାର ପକ୍ଷରୁ ପାଳିତ ହୋଇଛି ‘ସ୍ମୃତି ତୁମେ ଅକ୍ଷୟ’।

ଅକ୍ଷୟଙ୍କ ସହ ସ୍ମୃତି ବଖାଣିବାକୁ ଯୋଗ ଦେଇଥିଲେ ତାଙ୍କୁ ଅତି ପାଖରୁ ଜାଣିଥିବା ବିଶିଷ୍ଟ ସାହିତ୍ୟିକ ତଥା ଗୀତିକାର ଦେବଦାସ ଛୋଟରାୟ, ଅକ୍ଷୟଙ୍କ ନିର୍ଦ୍ଦେଶନାରେ ବହୁ ଗୀତ ଗାଇଥିବା କଣ୍ଠଶିଳ୍ପୀ ବିବୁ ଦାସ, ଦୀପକ ସାମନ୍ତରାୟ ଏବଂ ଅକ୍ଷୟ ସାହିତ୍ୟର ପ୍ରଶଂସକ ତଥା ଯାତ୍ରା କଳାକାର ଲୋକନାଥ ଲେଙ୍କା। ଅତିଥିମାନେ ଅକ୍ଷୟ ମହାନ୍ତିଙ୍କ ସହ ବିତାଇଥିବା ମୁହୂର୍ତ୍ତ ସବୁକୁ ମନେ ପକାଇବା ସହ ବହୁ ଅଜଣା କଥା କହିଥିଲେ। ସେହିପରି ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି ମଧ୍ୟ ଯୋଗ ଦେଇଥିଲେ। ମିତ୍ରଭାନୁଙ୍କ ଉପସ୍ଥିତି ଜୁମ୍ ଯୋଗେ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ଅକ୍ଷୟଙ୍କ ଅନୁଭବ ଦେଇଥିବା ସେମାନେ କହିଥିଲେ।

ସାହିତ୍ୟାନୁରାଗୀ ପ୍ରଶାନ୍ତ ଭୂୟାଁ, ସଂସ୍କୃତିପ୍ରେମୀ ଶ୍ୟାମାନୁଜ ଦାସ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକଙ୍କ ସଂଯୋଜନା ସହ ମଝିରେ ମଝିରେ ଖୋକା ଭାଇଙ୍କ ଗୀତ ସନ୍ଧ୍ୟାକୁ ଅକ୍ଷୟମୟ କରିଥିଲା। ଅଭିମାନିନୀ ଅମାନିଆ ଢେଉ ଏବଂ ମା’ ତୁମେ ମମତାର ସୀମାହୀନ ସାଗର ଆଦି ଗୀତର କିମ୍ବଦନ୍ତୀ ଗୀତକାର ସଚି ମହାନ୍ତିଙ୍କର ଏକ ବାର୍ତ୍ତା ଏହି ଅବସରରେ ପରିବେଷଣ କରାଯାଇଥିଲା। ସେ କହିଥିଲେ ଅକ୍ଷୟ ମହାନ୍ତି ତାଙ୍କୁ କାହିଁକି ଚାପୁଡ଼ା ମାରିଥିଲେ। ଡକ୍ଟର ତନ୍ମୟ ପଣ୍ଡା, ଭବାନୀ ପ୍ରସାଦ ଦାସ, ବିରାଜ ରଥ ଏବଂ ବେଶ କିଛି ଜଣ ଅଂଶଗ୍ରହଣକାରୀ ଅକ୍ଷୟଙ୍କ ଗୀତ ଗାଇଥିଲେ।

ଅନ୍ୟ ଭାଷା ଓ ସଂସ୍କୃତିର ଶବ୍ଦ ଓ ଶୈଳୀକୁ ଅକ୍ଷୟ କିପରି ଉପଯୋଗ କରିଥିଲେ ଦେବଦାସ ସେ ବିଷୟରେ ଆଲୋକପାତ କରିଥିଲେ। ସେହିପରି ବିବୁ ଦାସ ଅକ୍ଷୟଙ୍କ ଶେଷ ସମୟରେ ଶୁଣାଇଥିବା ‘ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵନ ଶୁଣି’ ଗୀତଟିକୁ ଗାଇ ସମଗ୍ର ପରିବେଶକୁ ଭାବବିହ୍ବଳ କରିଦେଇଥିଲେ। ସେହିଭଳି ଏନଏବିଏମର ପୂର୍ବତନ ନିର୍ଦ୍ଦେଶକ ଦୀପକ ସାମନ୍ତରାୟ ଅକ୍ଷୟ ସାହିତ୍ୟକୁ ନେଇ ଯଥେଷ୍ଟ କମ୍ ଗବେଷଣା ହୋଇଥିବା କଥା କହିଥିଲେ। ଏହି ଭର୍ଚୁଆଲ ଉତ୍ସବ ପୂର୍ବରୁ ଚିତ୍ର, ସଙ୍ଗୀତ ଓ କବିତା ଆଦି ପ୍ରତିଯୋଗିତା ହୋଇଥିଲା। ଏସବୁର କିଛି ଝଲକ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା।

The post ଇଣ୍ଟରନେଟରେ ପାଳିଲେ ‘ଖୋକା ଭାଇ’ଙ୍କ ଜନ୍ମଦିନ, ଯୋଗଦେଲେ ଅକ୍ଷୟ ପ୍ରେମୀ appeared first on Odisha Reporter.

]]>
left top 2020-10-13 23:37:06 https://cdn.odishareporter.in/wp-content/uploads/2020/10/13232832/Akshay-Mohanty.jpg
କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର https://odishareporter.in/odisha/nityanand-nayak-to-receive-41st-sarala-puraskar-579147 Wed, 07 Oct 2020 13:26:20 +0000 https://odishareporter.in/?p=579147

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇମ୍ପାକ୍ଟ ପକ୍ଷରୁ ଆଜି ଘୋଷଣା ହୋଇଛି ୪୧ତମ ଶାରଳା ପୁରସ୍କାର। ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର। କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ତାଙ୍କୁ ପୁରସ୍କୃତ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର। ସେହିପରି ଅନ୍ୟ ଦୁଇ କୃତୀ ବ୍ୟକ୍ତିଙ୍କୁ ମିଳିବ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’। ସଂଗୀତ କ୍ଷେତ୍ରରେ ରଂଜିତ କୁମାର ନାଗ ଓ ଚିତ୍ରକଳା […]

The post କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇମ୍ପାକ୍ଟ ପକ୍ଷରୁ ଆଜି ଘୋଷଣା ହୋଇଛି ୪୧ତମ ଶାରଳା ପୁରସ୍କାର। ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର। କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ତାଙ୍କୁ ପୁରସ୍କୃତ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର।

ସେହିପରି ଅନ୍ୟ ଦୁଇ କୃତୀ ବ୍ୟକ୍ତିଙ୍କୁ ମିଳିବ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’। ସଂଗୀତ କ୍ଷେତ୍ରରେ ରଂଜିତ କୁମାର ନାଗ ଓ ଚିତ୍ରକଳା କ୍ଷେତ୍ରରେ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’ରେ ସମ୍ମାନୀତ ହେବେ ଶ୍ୟାମସୁନ୍ଦର ପଟ୍ଟନାୟକ। ଏ ଦୁହିଁଙ୍କୁ ସମ୍ମାନ ସ୍ୱରୂପ ମିଳିବ ୧.୫ ଲକ୍ଷ ଲେଖାଏଁ ଟଙ୍କା।

The post କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର appeared first on Odisha Reporter.

]]>
centre bottom 2020-10-07 18:56:20 https://cdn.odishareporter.in/wp-content/uploads/2020/10/07185321/nitya-nanda.jpg
ମୁଁ ହାଟରୁ କିଣିଛି (ଭାଗ -୨) https://odishareporter.in/literature-culture/literature/a-painful-story-on-father-written-by-dibakar-sahoo-563578 Sun, 16 Aug 2020 10:45:12 +0000 https://odishareporter.in/?p=563578

ଦିବାଙ୍କର ସାହୁ  ମୁଁ ଏଇ ବେଡ଼ ଉପରେ କ’ଣ କରୁଛି ମୁଁ ବି ଜାଣିନି। ଏଠି ସମସ୍ତେ କୋଉ ଗୋଟେ ଅଜଣା ଭାଷାରେ କଥା ହେଉଛନ୍ତି। ବୋଧେ ହିନ୍ଦୀରେ। ଡାକ୍ତର କହୁଥିଲେ ଆପ୍‌ ସୁରକ୍ଷିତ ହେ, ତୁହ୍ମାରା କୁଛ ନେହିଁ ହୁଆ। କ’ଣ କହିଲେ ସେଗୁଡା ମୁଁ କିଛି ବୁଝି ପାରିଲିନି। କିଛି ଦିନ ଡାକ୍ତରଖାନାରେ ରହିଲି। ତା’ ପରେ କେତେ ଗୁଡ଼ିଏ କାଗଜ ଦେଇ ମତେ ତଡ଼ି ଦେଲେ ସେଠୁ। ବୋଧେ ସେଗୁଡ଼ା ଡାକ୍ତରଖାନାର ରିପୋର୍ଟ। […]

The post ମୁଁ ହାଟରୁ କିଣିଛି (ଭାଗ -୨) appeared first on Odisha Reporter.

]]>

ଦିବାଙ୍କର ସାହୁ 

ମୁଁ ଏଇ ବେଡ଼ ଉପରେ କ’ଣ କରୁଛି ମୁଁ ବି ଜାଣିନି। ଏଠି ସମସ୍ତେ କୋଉ ଗୋଟେ ଅଜଣା ଭାଷାରେ କଥା ହେଉଛନ୍ତି। ବୋଧେ ହିନ୍ଦୀରେ। ଡାକ୍ତର କହୁଥିଲେ ଆପ୍‌ ସୁରକ୍ଷିତ ହେ, ତୁହ୍ମାରା କୁଛ ନେହିଁ ହୁଆ। କ’ଣ କହିଲେ ସେଗୁଡା ମୁଁ କିଛି ବୁଝି ପାରିଲିନି। କିଛି ଦିନ ଡାକ୍ତରଖାନାରେ ରହିଲି। ତା’ ପରେ କେତେ ଗୁଡ଼ିଏ କାଗଜ ଦେଇ ମତେ ତଡ଼ି ଦେଲେ ସେଠୁ। ବୋଧେ ସେଗୁଡ଼ା ଡାକ୍ତରଖାନାର ରିପୋର୍ଟ। ସେ ଯାହାବି ହେଉ, ଡେଙ୍ଗା ଆଉ ସୁସ୍ଥିଆ ସିକ୍ୟୁରିଟି ଗାଡ଼ିଟା ମୋତେ ଆଣି ଗେଟ ବାହାରେ ଛାଡ଼ି ଦେଇଗଲା। ଗେଟ୍‌ ପାଖରୁ ଏପଟ ଆଉ ସେପଟକୁ ରାସ୍ତା ପଡ଼ିଛି। ମୁଁ ଏବେ କୁଆଡ଼େ ଯିବି। କାହାକୁ ଜାଣିନି..କାହାକୁ ଚିହ୍ନିନି। କ’ଣ ଖାଇବି। କୋଉଠି ରହିବି କିଛି ଜାଣି ପାରୁନି। ବୁଢ଼ା ଲୋକ ମୁଁ , ଠିକରେ ଚାଲିବି ପାରୁନି। ଏ ବୟସରେ ଏମିତି ଭୋଗିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି। ହଉ ଭୋକ ତ ଆଉ ସହି ହଉନି। କ’ଣ ବା କରିବି। ଭାରି ନିଜୋର ଲାଗୁଛି। ଯେମିତି, ରକ୍ତ ପିପାସୁ ନରରାକ୍ଷସ ଗୁଡ଼ା ମୋ ଦେହରୁ ସବୁ ବଳ କାଢ଼ି ନେଇଛନ୍ତି, ଖାଲି ଶକ୍ତିହୀନ ଶରୀରଟାକୁ ଛାଡ଼ି ଦେଇଛନ୍ତି। ଆଉ ଉପାୟ ନାହିଁ।

ସେଇ ଗେଟ ପାଖରେ ଠିଆ ହୋଇଛି। ପ୍ରଚଣ୍ଡ ଖରାର କୋପ ବୋଧେ ସୁରୁଜ ଦେବତା ମୋ ଉପରେ ସବୁ ଅଜାଡ଼ି ଦେଉଛନ୍ତି। ଆଉ ଭାବିବାକୁ ବେଳ ନାହିଁ ଧୀରେ ଧୀରେ ପାଖ ବରଗଛ ଛାଇକୁ ଚାଲିଆସିଲି। ଧିରେ ଧିରେ ବାଡ଼ିଟାକୁ ପକେଇଦେଇ ସେଠି ବସି ପଡ଼ିଲି। କ’ଣ କରିବି ଯେଉଁ ସମ୍ମାନକୁ ଜଗି  ଏ ହାତ କାହା ଆଗରେ ପାତି ନଥିଲା, ସେ ଆଜି ଭୋକର ଜ୍ୱାଳାକୁ ଶାନ୍ତ କରିବାକୁ ଆଗକୁ ଲମ୍ବି ଯାଇଛି। ଯେଉଁ ପାଟି ଦିନେ ଭିକ ମାଗୁଥିବା ଅସୁଆଙ୍କୁ ଗାଳି କରୁଥିଲା, କର୍ମ କରି ଖାଇବାକୁ ବତାଉଥିଲା ସେ ଆଜି ଭିକ ଗଣ୍ଡେ ମିଳୁ ବୋଲି ଚିତ୍କାର କରି ଉଠୁଛି। ହଁ ବାସ ଥରୁଟେ କାହା ଆଗରେ ମୁଣ୍ଡ ନୁଆଁଇଥିଲି, ମୋ ସ୍ତ୍ରୀର ଦେହ ଭଲ କରିବା ପାଇଁ। ହଉ ଛାଡ଼ ସେ ସବୁ କଥା। ସେ ସ୍ମୃତି ଆଉ ଉଜ୍ଜୀବିତ କରିବାକୁ ସାମର୍ଥ୍ୟ ମୋର ନାହିଁ।

କିଛି ସମୟ ଗର୍ଜିବା ପରେ କେହି କିଛି ବି ଦେଲେ ନାହିଁ। ଏପଟେ ପେଟ ଆସି ପିଠିରେ ଲାଗିବାକୁ ବସିଲାଣି। କେତେ ଆଉ ପାଣି ଗୁଡ଼ା ପିଇ ଚାଲିବି। ଆଉ ସହି ହେଲାନି। ଠିକ ଏତିକି ବେଳକୁ କେହି ଜଣେ ଡାକ୍ତରଖାନା ଭିତରୁ ଜରିରେ କିଛି ନେଇ ବାହାରକୁ ଆସିଲା। ଜରିଟିକୁ ମୋ ପାଖାପାଖି ଫୋପାଡ଼ି ଦେଇ ଚାଲିଗଲା। ଓଃ କି ଆନନ୍ଦ। ଭଗବାନ ବୋଧେ ମୋ ମନ ଜାଣି ପଠେଇଛନ୍ତି। ଆତୁର ହୋଇ ଜରି ଭିତରେ ହାତ ପୁରେଇ ପକେଇଲି। କିଛି ସାଲୁବାଲୁ କରି ହାତରେ ମୋର ଲାଗିଗଲେ। ଅନ୍ତରର ବହ୍ନି ଏତେ ଦାଉ ଦାଉ ହେଉଥିଲା ଯେ ଆଉ ଦେଖିବାକୁ ଅପେକ୍ଷା କରିପାରିଲାନି। ଚଟ କିନା ହାତ ଆସି ପାଟିରେ ଆପଣାଛାଏ ପଶିଗଲା। ଆଃ କି ଶାନ୍ତି। ବହୁ ଦିନର ତୃଷ୍ଣା ଆଜି ତୃପ୍ତ ହୋଇଗଲା ଯେମିତି। ଖାଇ ସାରି ହେଉଡ଼ିଟେ ମାରିଲି। ସେ ଯାହାବି ହେଉ ପେଟ ତ ପୁରିଗଲା। କିନ୍ତୁ ସେ ଜରିରେ କ’ଣ ଥିଲା ଜାଣିଛୁ ଲୋ ମା’ … ଡାକ୍ତରଖାନାର ବଳିପଡ଼ିଥିବା ଦୁଇ ତିନି ଦିନର ବାସି ଖାଦ୍ୟ। ପୋକ ଗୁଡ଼ା ତାକୁ ଆହାର କରିନେଇଥିଲେ। ସେଥିରୁ ଫାଟି ପଡୁଥିଲା ବାନ୍ତି ଓଗାଳିବା ପରି ଗନ୍ଧ। ଏଇ ଭୋକିଲା ପେଟକୁ ସେ ଅମୃତ ସମାନ ଥିଲା।

ଏଇ ଖୋଲା ଆକାଶର ଛତ୍ରଛାୟାରେ ଡେଣା ମେଲେଇ ଥିବା ବରଗଛ ତଳେ କିଛି ଦିନ ବେଶ ଏମିତି ମୋର ବିତିଗଲାଣି। ମୁଁ ସବୁ ଦିନ ପରି ଚିତ୍କାର କରୁଥାଏ – ବାବୁ କିଛି ଗଣ୍ଡେ ଖାଇବାକୁ ଦିଅ ବାବୁ ତମର ଧର୍ମ ହେବ, ଏ ମାଆ କିଛି ଗଣ୍ଡେ ଦେଏଲୋ ମାଆ ତୋର ମଙ୍ଗଳ ହେବ। କିନ୍ତୁ ଏ ନିର୍ଦ୍ଦୟ ମଣିଷ ଗୁଡ଼ା ମୋ ଭାଷାକୁ ବୁଝିପାରୁନାହାନ୍ତି। ଆଖି ଡୋଳାକୁ ଟିକେ ବୁଲେଇଦେଇ ନଦେଖିଲା ପରି ଚାଲି ଯାଆନ୍ତି। ଘରୁ ତ କିଛି ଲୁଗାପଟା ଆଣିନଥିଲି। ପୁଅ ସହ ଖାଲି ବୁଲିବାକୁ ଆସିଥିଲି। ମୁଁ କ’ଣ ଜାଣିଥିଲି ଗୋଟେ ଅଜଣା ରାଇଜକୁ ଯାଉଛି। ସେଇ ଖଣ୍ଡିଏ ଲୁଗା ବାସ। ଘଷି ମାଜି ହୋଇ ଭଲରେ ଗାଧୁଆ ପାଧୁଆ ନାହିଁ। କେବଳ ସେଇ ପାଖ ପୋଖରୀରେ ସବୁଦିନିଆ କାମ ଚଳିଯାଏ।

ହଉ ଛାଡ଼ଲୋ ମାଆ ତତେ ଏ ସବୁ କହି ମୋର ବା କି ଲାଭ। ଏତେ ଦିନ ପରେ ମୋ ରାଇଜ ଭାଷାରେ କାହା ସହ କଥା ହେଲି ଭାରି ଖୁସି ଲାଗିଲା। ବୁଢ଼ା ଲୋକଟା ମୁଁ, ତୋ ଆଗରେ କେତେ କ’ଣ ବକି ଗଲିଣି। ଖରାପ ଭାବିବୁନି। ମନର ବେଦନାକୁ ଆଉ ଚାପି ରଖିପାରିଲିନି। ନା ନା ମଉସା ସେମିତି କୁହ ନାହିଁ। ଭଗବାନ କାହାକୁ ଆଣି କୋଉଠି ପହଞ୍ଚାଇଦିଅନ୍ତି କେବଳ ସେ ହିଁ ଜାଣନ୍ତି। ଧୀର କଣ୍ଠରେ ଉତ୍ତର ଦେଲା ସସ୍ମିତା। ଏତେ ସମୟ ଧରି ବୁଢ଼ାର କଥାକୁ କାନ ଡେରି ଶୁଣୁଥିଲା ସେ। ସାଙ୍ଗ ତା’ର ସେଇ ପାଖ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ତାକୁ ଦେଖା କରିବାକୁ ଆସିଥିଲା।

ହେଲେ ଫେରିବା ବାଟରେ ଓଡ଼ି ରେ ଭିକ ମିଳୁ ଭିକ ମିଳୁ ବୋଲି ଚିତ୍କାର କରୁଥିବା ନିସହାୟ ବୁଢ଼ାଟିକୁ ଦେଖି ଅଟକି ଗଲା। ପାଖକୁ ଯାଇ ପଚାରିଲା ମଉସା ତମେ ଓଡ଼ିଶାରୁ ଆସିଛ ? ଉତ୍ତରରେ ହଁ ଲୋ ମାଆ ବୋଲି କୋହଭରା କଣ୍ଠରେ କହିଲା ବୁଢ଼ା। ପୁଣି ସସ୍ମିତା ପଚାରିଲା ଏଠିକି କେମିତି ଆସିଲ? ମୁଁ ନିଜେ ଆସିନି ଲୋ ମାଆ। ସମୟ ଆଣି ମତେ ଏଠି ପହଞ୍ଚାଇ ଦେଇଛି। ବୁଢ଼ାଠାରୁ ସମସ୍ତ ଘଟଣା ଶୁଣିଲା ସସ୍ମିତା। ସବୁ ଶୁଣିସାରି ସସ୍ମିତା କହିଲା ମଉସା ମୁଁ ଏଇ ପାଖରେ ଗୋଟେ ଘର ଭଡାନେଇ ରହୁଛି। ମୋ ସାଙ୍ଗରେ ଚାଲ। ତୁମର କିଛି ଅସୁବିଧା ହେବନି। ଏଇ ଦୁନିଆରେ କେହି କାହାର ନୁହେଁ ଲୋ ମା’। ଯାହାକୁ ଜନ୍ମ କରି, ପାଳି ପୋଷି ବଡ଼ କଲି ସେ ତ ମତେ ଆଜି ହାଟରେ ବିକି ଦେଇ ଚାଲିଗଲା। ଆଉ ତୁ ତ ମୋର କେହି ନୁହେଁ , କାହିଁକି ତୋ ଉପରେ ବୋଝ ହେବି। ବୁଢ଼ା ଆଖିରୁ ଦୁଇ ଧାର ଲୁହ ବୋହିଗଲା। ସସ୍ମିତା ଆଉ ସହି ପାରିଲାନି। ବୁଢ଼ା ହାତ ଧରି ଜବରଦସ୍ତ ଉଠାଇଲା। ମଉସା ତମେ ମୋ ସହ ନଗଲେ ମୁଁ ବି ଯିବିନି। ମୋ ସହ ଚାଲ। ଘରେ ସବୁ କଥା ହେବା ଝିଅଟାର ଜିଦିକୁ ମଉସା ଏଡେଇ ପାରିଲାନି। ଧିରେ ଧିରେ ଉଠିଲା ଆଉ ସସ୍ମିତାକୁ ଆଶା ବାଡ଼ିକରି ତା’ ସହ ତା’ ଘରକୁ ଚାଲିଲା। କ୍ରମଶଃ…

ଇମେଲ୍‌-dibankar19@gmail.com

ଫୋନ୍- ୭୨୦୫୧୩୫୧୦୦

 

The post ମୁଁ ହାଟରୁ କିଣିଛି (ଭାଗ -୨) appeared first on Odisha Reporter.

]]>
2020-08-16 16:21:48 https://cdn.odishareporter.in/wp-content/uploads/2020/08/16161446/diba-nkar-1.jpg
ମୁଁ ହାଟରୁ କିଣିଛି https://odishareporter.in/literature-culture/a-painful-story-on-father-561729 Mon, 10 Aug 2020 09:46:18 +0000 https://odishareporter.in/?p=561729

ଦିବାଙ୍କର ସାହୁ ପାଖରେ କେହି ନାହାନ୍ତି। କେଉଁଠି ଅଛି ମୁଁ ବି ଜାଣିନି। ବାସ୍‌ ଏତିକି ଜାଣିଛି ଏଇଟା ଗୋଟେ ହସ୍ପିଟାଲ ଆଉ ମୁଁ ବେଡ ଉପରେ। ମୋ ଡାହାଣ ପାଖ  ପେଟ ବହୁତ ଦରଜ ଲାଗୁଛି । କ’ଣ ହେଇଛି ମୁଁ ଜାଣି ପାରୁନି । ବାସ ମୁଁ ଏତିକି ଜାଣିଛି ପୁଅ ଆଣି କୋଉ ଅଜଣା ବଜାର ପାଖେ ଛାଡ଼ି ଦେଇଗଲା। ଜଣେ କେହି ମଉସା ମଉସା କହି ତା ଘରକୁ ଯିବା ପାଇଁ […]

The post ମୁଁ ହାଟରୁ କିଣିଛି appeared first on Odisha Reporter.

]]>

ଦିବାଙ୍କର ସାହୁ

ପାଖରେ କେହି ନାହାନ୍ତି। କେଉଁଠି ଅଛି ମୁଁ ବି ଜାଣିନି। ବାସ୍‌ ଏତିକି ଜାଣିଛି ଏଇଟା ଗୋଟେ ହସ୍ପିଟାଲ ଆଉ ମୁଁ ବେଡ ଉପରେ। ମୋ ଡାହାଣ ପାଖ  ପେଟ ବହୁତ ଦରଜ ଲାଗୁଛି । କ’ଣ ହେଇଛି ମୁଁ ଜାଣି ପାରୁନି । ବାସ ମୁଁ ଏତିକି ଜାଣିଛି ପୁଅ ଆଣି କୋଉ ଅଜଣା ବଜାର ପାଖେ ଛାଡ଼ି ଦେଇଗଲା। ଜଣେ କେହି ମଉସା ମଉସା କହି ତା ଘରକୁ ଯିବା ପାଇଁ ଗୋଟେ ଗାଡ଼ିରେ ବସେଇ ଦେଲା। ତା ପରେ ମୁଁ ଆଉ କହିପାରିବିନି। ପୁଅ ଖାଲି କହିଦେଇ ଗଲା…

ଘର ମୋର ଗୋଟେ ମଫସଲ ଗାଁରେ। ପାଠ ପଢିନି ମୂର୍ଖ ଲୋକ ମୁଁ। ଚାଷ ବାସ କରି ତିନି ପ୍ରାଣୀ କୁଟୁମ୍ବ ପୋଷେ। ବିବାହର ବହୁ ବର୍ଷ ଯାଏଁ ଛୁଆ ଟିଏ ହେଉନଥାଏ । ମୋ ସ୍ତ୍ରୀ କୁ ଗାଁ ଲୋକେ ଖରାପ କଥା କହିବାକୁ ଲାଗିଲେl ଗାଁ ଠାକୁରାଣୀଙ୍କ ପାଖରେ ଦୁହେଁ ବହୁବାର ଗୁହାରିଆ ବି ପଡ଼ିଲୁ। ବହୁତ କିଛି ଠାକୁରାଣୀଙ୍କୁ ଦେବା ପାଇଁ ଯାଚିଲୁ, ଓଷା, ଓପାସ, ମାନସିକ କୋଉଥିରେ ହେଳା କଲୁନି। ଯାହାହେଉ ଭଗବାନଙ୍କ ଦୟାରୁ ପୁଅଟିଏ ହେଲା l ଗୋଟିଏ ପୁଅ ତ ଭାରି ଗେଲ୍ହା l ଟିକେ ଟିକେ କଥାରେ ରୁଷି ଯାଏ l  ମା ତାର ବହୁତ ବୁଝା ସୁଝା କରିବା ପରେ ପୁଣି ଖାଇଦିଏ l ମୁଁ ତାକୁ ଗେଲ ରେ କୁହେ ତୁ ମୋ ପୁଅ ନୁହେଁ ମୁଁ ତତେ ହାଟରୁ କିଣି ଆଣିଛି ଆଉ ସେ ଚିଡ଼ି ଯାଏ l ପୁଣି ତାକୁ ମୁଁ ବୁଝେଇ ଦିଏ l ଏମିତି ଛୋଟ ସଂସାରଟି ମୋର ହସଖୁସିରେ ଚଳିଯାଉଥାଏ l ପୁଅ ଦଶମ ପାସ କରି କଲେଜ ଯାଉଥାଏ l ମା ତାର ଖୁବ ଖୁସି ପୁଅ ମୋର କଲେଜ ଗଲାଣି l ଦେଖିବ ସେ ବଡ଼ ହାକିମ ହେବ l ଧୀରେ ଧୀରେ ହସ ଖୁସି ସଂସାରରେ ଯେମିତି କଳା ବାଦଲ ଢାଙ୍କି ଆସିଲା। ତା ମା ଦେହ ଭୀଷଣ ଖରାପ ହୋଇଗଲା l କିଏ କହିଲା ଶନିପାତ ହେଇଛି ତ ଆଉ କିଏ କହିଲା ଠାକୁରାଣୀଙ୍କୁ କଣ ଯାଚିଥିଲା ପରା ଲୋଭରେ ପୂରଣ କରିନି ଆଉ । ସେଥିପାଇଁ ଠାକୁରାଣୀ କୋପ କଲେ । ପାଖରେ ପଇସା ବି ନ ଥାଏ । କେତେ କରଜ କରି ଧାଇଁବ ଡାକ୍ତରଖାନା l ଟଙ୍କା ପଇସା ଅଭାବ ରୁ ଶେଷରେ ତା ମାଆଟା ଅମ ସମସ୍ତଙ୍କୁ ପର କରି ଚାଲିଗଲା । ଆଉ ଗଲାବେଳେ କହିଗଲା, ଶୁଣ ମୋ ପୁଅ ଲାଗିଲା ତାର ଯତ୍ନ ନେବ l ଭାରି ନିଷ୍କପଟ ଛୁଆଟା ଛନ୍ଦ, ମନ୍ଦ କିଛି ଜାଣେନି l ମୋ ଆଖିରୁ ଲୁହ ଝରୁଥାଏ ଆଉ ମୁଁ ହଁ ମାରୁଥାଏ l ଶେଷରେ  ଘରେ ରହିଗଲୁ ଖାଲି ମୁଁ ଆଉ ମୋ ପୁଅ l ପୁଅ ପାଠ ପଢ଼ିଵ ବୋଲି ତାକୁ କୁଟା ଖଣ୍ଡକ ଦି ଖଣ୍ଡ କରିବାକୁ ମୁଁ ଦିଏନି l ଭଗବାନଙ୍କ ଦୟାରୁ ପୁଅ ଛୋଟ  ଚାକିରୀ ଖଣ୍ଡେ ପାଇଲା l ଦୁହେଁ ବେଶ ଆରାମରେ ଚଳିଲେ l ପୁଅର ବାହାଘର ବୟସ ହେଇଯାଇଥାଏ l

ମୁଁ ତ ତା ପାଇଁ ଘର ଖଣ୍ଡେ କରିପାରିଲିନି । ସେଇ ପୁରୁଣା ଝାଟିମାଟିଆ ଘରେ ତାର ବାହାଘର କରିଦେଲି । ଏବେ ମୁଁ ଚିନ୍ତାରୁ ମୁକ୍ତି l ପୁଅ ମୋର ଭାରି ଭଲ l ମୋ ପୁଅ ଭଳି କିଏ ହବ l ସଂସାର ଯାକରେ ମୋ ପୁଅ ଭଳି ଆଉ କେହି ହେବେନି l ତା ଗୁଣ ମୁଁ ଗାଁ ଯାକ ଗାଉଥାଏ l ଏଣେ ପୁରୁଣା କାଳିଆ ଘରେ ରହିବାକୁ ବୋହୂର ଜମାରୁ ଇଚ୍ଛା ନଥାଏ ।ଦିନ ରାତି ପୁଅ ଉପରେ ଖାଲି ଗର ଗର l ମୁଁ ଏ ଛୋଟ ଘରେ ଚଳି ପାରିବିନି l କାଲି ପିଲାଛୁଆ ହେବେ ସଂସାର ବଢିବ ନା ନାହିଁ l ଶୁଣ ତୁମ ଅଫିସ ତ ଏଠୁ ବହୁତ ଦୂର କେତେ ଦିନ ଏମିତି ବସ କି ଗାଡ଼ିରେ ଯିବା ଆସିବା କରୁଥିବ  l ତେଲ ଖର୍ଚ୍ଚ ବଳେଇ ଯାଉଛି l ତମେ ଗୋଟେ ଫ୍ଲାଟ ବୁଝୁନ ତୁମ ଅଫିସ ପାଖରେ ଆମେ କିଣିବା l ବୋହୁ କଥା ଶୁଶି ପୁଅ ଉତ୍ତରରେ କହିଲା, ହେଁ ବୁଝିଲ ତୁମ ମୁଣ୍ଡ ଫୁଣ୍ଡ ଖରାପ ହୋଇଗଲାଣି ବୋଧେ l ସେଠି ଫ୍ଲାଟ କିଣିବାକୁ କେତେ ଟଙ୍କା ଦରକାର ଜାଣିଛ ଟି…  ପୁରା ପଚିଶ ଲକ୍ଷ l ଅଛି ଅଛି ତମ ପାଖରେ ଏତେ ଟଙ୍କା l ବୋହୁ-ହୁଁ.. ଟଙ୍କା ଯୋଗାଡ଼ ହେଇଯିବନି l ତମେ ଆଗେ ମୋ ଦୂର ସମ୍ପର୍କୀୟ ମାଉସୀ ପୁଅ ଭାଇ ସହ କଥା ବାର୍ତ୍ତା ତ ହୁଅ l ସେ ତୁମକୁ ସବୁ ବୁଝେଇ ଦେବ l ହଉ ଠିକ ଅଛି ମୁଁ କଥା ହୋଇଯିବି l

ଏମିତି କିଛି ଦିନ ଚାଲି ଗଲା l ବୋହୁ ଖାଲି ବାରମ୍ବାର କହୁଥାଏ l ଶେଷରେ ଫ୍ଲାଟ ଦେଖିବାକୁ ଗଲେ ଆଉ ପସନ୍ଦ ବି ହେଇଗଲା l ଏବେ ଚିନ୍ତା ପଡ଼ିଲା ଟଙ୍କା ର l ଗୋଟେ ଯୋଡ଼େ ତ ନୁହେଁ ପୁରା ପଚିଶ ଲକ୍ଷ ଟଙ୍କା ସେ ପୁଣି ନଗଦ କ୍ୟାସ l ବାକି ରେ ତ ମିଳିବନି ନା l ବୋହୁ କହିଲା ଶୁଣ ତୁମ ଆକାଉଣ୍ଟ ରେ ଯେଉଁ ପାଞ୍ଚ ଲକ୍ଷ ଅଛି ଆଉ ମୋ ବାପଘରୁ ପାଞ୍ଚ ଲକ୍ଷ ଆଣୁଛି ମିଶି ଦଶ ଲକ୍ଷ ହୋଇଗଲା l ଆଉ ବାକି ପନ୍ଦର ଲକ୍ଷ, ଶୁଣ ଅମ ଏଇ ପୁରୁଣା ଘରଟା ବ୍ୟାଙ୍କ ରେ ବନ୍ଧା ପକେଇଦେଲେ ପ୍ରାୟ ପାଞ୍ଚ ଲକ୍ଷ ହେଇଯିବ l ବାକି ରହିଲା ଦଶ ଲକ୍ଷ ତାକୁ…. । ହଉ ଦେଖିବା ମୋ ମା ଙ୍କୁ ପଚାରି କଣ ଗୋଟେ ଉପାୟ ବାହାର କରିବା l ପୁଅ ଅଫିସ ଚାଲିଗଲା l ବୋହୁ ଚିନ୍ତା ରେ ଥାଏ କଣ କରିବ। କେମିତି ଆଉ ଦଶ ଲକ୍ଷ ଯୋଗାଡ଼ ହେବ l ତା ମା କୁ ଫୋନ ଲଗେଇଲା l ହ୍ୟାଲୋ ମା ମା ମୋତେ ଚିନ୍ତା ଲାଗିଲାଣି ଆଉ ଦଶ ଲକ୍ଷ କୋଉଠୁ ଆଣିବି କିଛି ବୁଝି ପାରୁନି l ମା ବହୁତ ଆଇଡ଼ିଆ ଦେଲା ହେଲେ ଝିଅ ମନକୁ କିଛି ପସନ୍ଦ ଆସିଲାନି l ଶେଷରେ ମା ମୁଣ୍ଡକୁ ଝିଅର ଶ୍ୱଶୁର କଥା ଆସିଲା l ଝିଅ ଶୁଣ ଅମ ଘର ପାଖେ ଯୋଉ ଡାକ୍ତର ଅଙ୍କଲ ଏବେ ଭଡାରେ ଅଛନ୍ତି ସେ କହୁଥିଲେ ଜଣକର କିଡ଼ନୀ ଦରକାର l ପୁରା ପାଞ୍ଚ ଲକ୍ଷ ମିଳିଯିବ ଆଉ ପୁରା ବଡି ବିକ୍ରି କରିଦେଲେ ପ୍ରାୟ ଦଶ ଲକ୍ଷ ରୁ ଅଧିକା ମିଳିଯିବ l ଏମିତିରେ ବୁଢ଼ାର ବଞ୍ଚି ଆଉ କି ଲାଭ । ଖାଲି ଖର୍ଚ୍ଚlନ୍ତି ଛଡ଼ା ଆଉ କିଛି ନୁହେଁ l ବୁଢ଼ା ଏବେ ସିନା ଭଲ ଅଛି କାଲି କୁ କାଲି ରୋଗ ବାଗ ହେବନା ନାହିଁ l ଶୁଣୁ ମୋ କଥା ମାନ ଜ୍ୱାଇଁ କୁ କହ ସେ ରାଜି ହେଇଯିବେ । ତୁ ବ୍ୟସ୍ତ ହ ନା । ମୁଁ ଏପଟେ ସବୁ ବୁଝିଦେବି l ବୋହୁ ର ତ ଆଉ ବାଟ ନ ଥାଏ l ପୁଅ ଅଫିସ ରୁ ଫେରି ଖାଇବା ପିଇବା ଶେଷ କଲା l ସ୍ତ୍ରୀ ଅନ୍ୟମନସ୍କ ଲାଗୁଥାଏ ପୁଅ ପଚାରିଲା କଣ ହେଇଛି l କିଛି ବୁଝିଲ ଟଙ୍କା କଥା l ହଁ ବୁଝିଲି ଯେ.. l ଯେ ପୁଣି କଣ l ତମେ କାଳେ ରାଗିବ… । ନା ରାଗିବି କାହିଁକି କଣ କହିବ କୁହ l ଆଛା ବାପା ତ ଆଉ କିଛି କରୁନାହାନ୍ତି l କାଲି କି କାଲି ରୋଗ ମାଡିବସିବ l ପୁଣି ଟଙ୍କା ପଇସା ଖର୍ଚ୍ଚ ହେବ l ବୋଉଙ୍କ ଦେହରେ କରଜ କରି ଲଗେଇଥିଲ ଯେ ଗଲା ବର୍ଷ ସୁଝା ସରିଛି । ମୁଁ କଣ କହୁଥିଲି କି ମୋ ମା କହୁଥିଲା ଅମ ଘର ପାଖରେ ଜଣେ ବଡ଼ ଡାକ୍ତର ରହୁଛନ୍ତି l ସେ କହୁଥିଲେ ଯେ କୌଣସି ଲୋକ ର ଶରୀର ବିକ୍ରି କରିଦେଲେ ଦଶ ଲକ୍ଷ ଟଙ୍କା ନଗଦ ମିଳିବ ବୋଲି। ପୁଅ-ମାନେ କଣ କହୁବାକୁ ଚାହୁଁଛ ତମେ ଗୋଟେ ଫ୍ଲାଟ ପାଇଁ ମୁଁ ମୋ ବାପାକୁ ବିକ୍ରି କରିଦେବି ? ଲୋକେ ମତେ କଣ କହିବେ l ଓହୋ ସେ ଲୋକଙ୍କ କଥାରୁ କଣ ମିଳିବ। ଆମେ କହିବା ବାପା ତୀର୍ଥ କରିବାକୁ ଯାଇଛନ୍ତି l ନା ନା ମୁଁ ସେ କାମ କରିପାରିବିନି l ତାହାଲେ ସେ ଅଫିସ ପାଖ ଫ୍ଲାଟ କଣ ଆମେ ଛାଡ଼ିଦେବା l ଶୁଣ ମୁଁ କହିଦଉଛି ଯଦି ତମେ ସେ ଫ୍ଲାଟ ନ କିଣ ତେବେ…. ତେବେ ମୁଁ ସୁଈସାଇଡ କରିଦେବି l ଆରେ ତମେ କାହିଁକି ଅବୁଝା ହଉଛ । ମତେ ଆଜି ରାତିକ ସମୟ ଦିଅ ସକାଳୁ କିଛି ଗୋଟେ କରିବା l

ରାତି ଯାକ ପୁଅକୁ ନିଦ ନଥାଏ l ଏପଟେ ପତ୍ନୀ ଅନ୍ୟ ପଟେ ବାପା l କଣ କରିବ କିଛି ଭାବିପାରୁନଥାଏ l ଶେଷରେ ସ୍ଥିରିକୃତ କଲା ଯେ ନା ବାପା ଆଜି ଅଛି କାଲି କୁ ନ ଥିବ, ହେଲେ ମୋ ଭବିଷ୍ୟତ ହେଉଛି ମୋ ସ୍ତ୍ରୀ l ସକାଳୁ ସକାଳୁ ସ୍ତ୍ରୀ କୁ ନିଷ୍ପତି ଜଣେଇ ଦେଲା l ଯୋଜନା ମୁତାବକ ସବୁ କାମ ହେଲା l ପୁଅ ବୁଲେଇ ନବ କହି ଗାଡ଼ିରେ ନେଇଗଲା l ବହୁତ ଦୂର ଗୋଟେ ହାଟ ପାଖରେ ଗାଡ଼ି ରଖିଲା l କହିଲା ବାପା ଓହ୍ଲାଅ ମୁଁ ଓହ୍ଲେଇ ଗଲି l ପଚାରିଲି ଏଇ ହାଟ ମଝିଟାରେ କଣ ଓହ୍ଲେଇ ଦେଲୁ। ସେ କହିଲା ବାପା ମନେ ଅଛି ତମର… ମତେ କହୁଥିଲ ପରା ତତେ ହାଟରୁ କିଣିକି ଆଣିଛି, ନେଇକି ବିକି ଦେଇ ଆସିବି । ଆଜି ମୁଁ ଜିତି ଯାଇଛି ଆଉ ତମକୁ ବିକ୍ରି କରିଦେଇଛି । ଗଲା ଯେ ଗଲା ଆଉ ଫେରିଲାନି ।
ମୁଁ ଭାବିଲି ମୁଁ ତ ଥଟ୍ଟା ରେ କୁହେ ସେ ବି ସେମିତି ଥଟ୍ଟାରେ କହୁଥିବ ।

ପାଖାପାଖି ତିନି -ଚାରି ଘଣ୍ଟା ଅପେକ୍ଷା କଲା ପରେ ଗୋଟେ ଲୋକ ଆସିଲା କହିଲା ମଉସା ଆସ ତୁମ ପୁଅ ପଠେଇଛି ଯିବା l ଆଉ ମୁଁ ଚାଲି ଆସିଲି। ତା ପରେ ମତେ ବେହୋସ କରିଦେଲେ l ମୁଁ ଏଇ ବେଡ଼ ଉପରେ କଣ କରୁଛି ମୁଁ ବି ଜାଣିନି। (କ୍ରମଃଶ)…

ଇମେଲ୍‌-dibankar19@gmail.com

ଫୋନ୍- ୭୨୦୫୧୩୫୧୦୦

 

The post ମୁଁ ହାଟରୁ କିଣିଛି appeared first on Odisha Reporter.

]]>
2020-08-16 16:15:20 https://cdn.odishareporter.in/wp-content/uploads/2020/08/10151558/diba-nkar.jpg
‘ରୂପମନ୍ତ୍ର’ https://odishareporter.in/literature-culture/literature/a-story-about-two-classmates-by-lipsa-patel-556800 Tue, 28 Jul 2020 12:09:43 +0000 https://odishareporter.in/?p=556800

ଗାଳ୍ପିକା : ଲିପ୍‌ସା ପଟେଲ୍‌  ରିଙ୍କି ମିଶ୍ର, ମୋ ସହପାଠିନୀ, ମୋ ପଡୋଶିନୀ ; କିନ୍ତୁ ସେ ଥିଲା ମୋ ପାଇଁ ଈର୍ଷାର ବସ୍ତୁ ମାତ୍ର। ପାଠପଢା ପାଇଁ ନୁହେଁ ବରଂ ତା ସୌନ୍ଦର୍ଯ୍ୟ ମୋତେ ଈର୍ଷାନ୍ଵିତ କରୁଥିଲା। ଏଇ ତା’ର ସୁନ୍ଦରତା ହିଁ ମୋ ମନକୁ ଜାଳି ଦେଉଥିଲା। ଏଇ ବର୍ଷ ଆମର ଦଶମ ବୋର୍ଡ ପରୀକ୍ଷା ; କିନ୍ତୁ ମୁଁ ପାଠରେ ମନ ଲଗାଇ ପାରୁନଥିଲି। ଯେତେଥର ରିଙ୍କି ମୋ ସାମ୍ନାକୁ ଆସୁଥିଲା, ମୋ […]

The post ‘ରୂପମନ୍ତ୍ର’ appeared first on Odisha Reporter.

]]>

ଗାଳ୍ପିକା : ଲିପ୍‌ସା ପଟେଲ୍‌ 

ରିଙ୍କି ମିଶ୍ର, ମୋ ସହପାଠିନୀ, ମୋ ପଡୋଶିନୀ ; କିନ୍ତୁ ସେ ଥିଲା ମୋ ପାଇଁ ଈର୍ଷାର ବସ୍ତୁ ମାତ୍ର। ପାଠପଢା ପାଇଁ ନୁହେଁ ବରଂ ତା ସୌନ୍ଦର୍ଯ୍ୟ ମୋତେ ଈର୍ଷାନ୍ଵିତ କରୁଥିଲା। ଏଇ ତା’ର ସୁନ୍ଦରତା ହିଁ ମୋ ମନକୁ ଜାଳି ଦେଉଥିଲା।

ଏଇ ବର୍ଷ ଆମର ଦଶମ ବୋର୍ଡ ପରୀକ୍ଷା ; କିନ୍ତୁ ମୁଁ ପାଠରେ ମନ ଲଗାଇ ପାରୁନଥିଲି। ଯେତେଥର ରିଙ୍କି ମୋ ସାମ୍ନାକୁ ଆସୁଥିଲା, ମୋ ହୃଦୟ କଟି ଯାଉଥିଲା। ଏହାର କାରଣ ହେଲା ଶାଶ୍ଵତ। ଶାଶ୍ଵତ, ଯାହାକୁ ଦେଖିଲେ ମୁଁ ଖୁସି ହୁଏ। ସେ ଆଖପାଖରେ ଥିଲେ ଲାଗେ ଏ ବାୟୁମଣ୍ଡଳ ବାସ୍ନାୟିତ, ଏ ପୃଥିବୀ ସୁନ୍ଦର। ସେଇ ଶାଶ୍ଵତ କୁଆଡେ ରିଙ୍କି ମିଶ୍ର ପ୍ରେମରେ ପଡିଯାଇଛି ବୋଲି ମୋ ଅନ୍ୟ ସାଙ୍ଗମାନଙ୍କଠାରୁ ଶୁଣିଲି। ସେଦିନଠାରୁ ମୁଁ ନଜର ରଖୁଥିଲି ଶାଶ୍ଵତ ଓ ରିଙ୍କି ଉପରେ। ଶ୍ରେଣୀଗୃହଠାରୁ ଆରମ୍ଭ କରି ଖେଳପଡିଆ, ଲାଇବ୍ରେରୀ, ଖେଳଛୁଟି…………. ସବୁବେଳେ ମୋ ଆଖି ଖୋଜି ବୁଲୁଥିଲା ଏଇ ଦୁଇ ଜଣଙ୍କୁ। ଜାଣତରେ ହେଉ କି ଅଜାଣତରେ ମୁଁ ପାଲଟି ଯାଇଥିଲି ଏକ ଗୁପ୍ତଚର।

ମୋ ଅବୁଝା ମନ ଭିତରେ ଅନାବଶ୍ୟକ ରାଗ ଓ ଅସହିଷ୍ଣୁତା ଜମାଟ ବାନ୍ଧି ଉଠିଥିଲା। ମୋ ମନୋସ୍ଥିତିକୁ ଲକ୍ଷ୍ୟ କରି ମୋ ସାଙ୍ଗ ରୁନି ସବୁବେଳେ କହୁଥିଲା, ତୁ ତ ପାଠପଢାରେ ପ୍ରଥମ, ସ୍ପୋର୍ଟସ ଚମ୍ପିଆନ, ବକ୍ତୃତା, ସଂଗୀତ ସବୁଥିରେ ପ୍ରଥମ……. ତୋ ଭିତରେ ପ୍ରତିଭା ଅଛି। କାହିଁକି ଖାଲିଟାରେ ରିଙ୍କି ମିଶ୍ରର ଗୋରା ଚମଡ଼ାକୁ ଈର୍ଷା କରୁଛୁ ? ସେ କିନ୍ତୁ ଜାଣି ପାରୁନଥିଲା ରିଙ୍କିର ସୌନ୍ଦର୍ଯ୍ୟ ଯେ ଶାଶ୍ଵତକୁ ମୋଠାରୁ ଦୂରେଇ ଦେଉଛି। କିନ୍ତୁ ବେଳେ ବେଳେ ମୁଁ ନିଜକୁ ପ୍ରଶ୍ନ କରେ, ଶାଶ୍ଵତ କେବେ ମୋର ହୋଇଥିଲା କି ? ହଁ ତ, ମୋର କରିବାର ସୁଯୋଗଟା ମଧ୍ୟ ମୁଁ ହରେଇ ବସିଥିଲି ଏଇ    ରିଙ୍କି ମିଶ୍ର ପାଇଁ।

ଏଇ ପ୍ରତିଭା କି କାମର, ଯଦି ଶାଶ୍ଵତ ଏସବୁକୁ ଦେଖି ପାରୁନି,ବୁଝିପାରୁନି ? ଶାଶ୍ଵତ ମୋ ଆଦ୍ୟ ଯୌବନର ପ୍ରେମିକ ଥିଲା ନା ଜିଦ୍, ଏବେ ମୁଁ ବେଳେ ବେଳେ ଭାବେ।

ସେଇ ଜିଦର ବଶବର୍ତ୍ତୀ ହୋଇ ଅବା ରିଙ୍କି, ଶାଶ୍ଵତ ଉପରେ ନଜର ରଖିବା ପାଇଁ ହେଉ ମୁଁ ଘରେ ଜିଦ୍ କଲି ଟ୍ୟୁସନ୍ ଯିବି। ଦଶମ ପର୍ଯ୍ୟନ୍ତ ଟ୍ୟୁସନ୍ ନପଢି ମଧ୍ୟ ମୁଁ ଶ୍ରେଣୀରେ ପ୍ରଥମ ହେଉଥିଲି ; ତେଣୁ ବାପା ଟ୍ୟୁସନ୍ ପଢା ପ୍ରସଙ୍ଗକୁ ଏକ ବିସ୍ମୟସୂଚକ ରୂପେ ଫିଙ୍ଗିଦେଲେ ମୋ ମୁହଁ ଉପରକୁ। ଯେହେତୁ ଦଶମ ବୋର୍ଡ, ଅନେକ ସନ୍ଦେହ ରହୁଛି ଓ କେମିତି ପ୍ରଶ୍ନପତ୍ର ଆସେ ସେସବୁ ଭଲ ଭାବରେ ଜାଣିବା ପାଇଁ ଏଇ କିଛି ମାସ ଟ୍ୟୁସନ୍ ଯିବା ପାଇଁ କହିଲି। ବାପା ରାଜି ହୋଇଗଲେ।

ଟ୍ୟୁସନ୍ ଆରମ୍ଭ ହେଲା ଧଳ ସାରଙ୍କ ପାଖରେ। ଧଳ ସାର୍ ଯିଏ ଆମ ସହରର ଜଣାଶୁଣା, ଖ୍ୟାତିସଂପନ୍ନ ଶିକ୍ଷକ। ଯେତେବେଳେ ସାରଙ୍କ ନାଁଟା ଉଚ୍ଚାରଣ କରାଯାଏ ତାଙ୍କ ବେତ ହିଁ ପିଲାଙ୍କ ଆଖି ସାମ୍ନାରେ ପ୍ରଥମେ ଦେଖାଯାଏ। ସମସ୍ତେ ଡରନ୍ତି ତାଙ୍କୁ। ପିତାମାତାଙ୍କ ବାଧ୍ୟବାଧକତାରେ ତାଙ୍କ ପାଖକୁ ଟ୍ୟୁସନ୍ ଯାଆନ୍ତି; ମାତ୍ର ମୋ କ୍ଷେତ୍ରରେ ଓଲଟା ଥିଲା। ମୁଁ ସ୍ଵତଃପ୍ରବୃତ୍ତ ଭାବରେ ତାଙ୍କ ପାଖକୁ ଟ୍ୟୁସନ୍ ଯିବାକୁ ପ୍ରସ୍ତାବ ଦେଇଥିଲି।

ବାପା ଦୁଇଥର ପ୍ରଶ୍ନ କରିଥିଲେ, ଧଳ ସାରଙ୍କ ପାଖକୁ ଯିବୁ ତ ? ନିର୍ଣ୍ଣୟ କରିସାରିଛୁ ?

ଦୁଇଥରଯାକ ମୋ ଉତ୍ତର ଥିଲା, ହଁ।

ଧଳ ସାରଙ୍କ ବେତ ଅବା ମାଡ଼ଠାରୁ ମୋତେ ବେଶି ଘାଣ୍ଟୁଥିଲା ରିଙ୍କି ଓ ଶାଶ୍ଵତର ମିଳାମିଶା। ଟ୍ୟୁସନରେ କାଳେ ସେମାନେ ପାଖାପାଖି ବସୁଥିବେ ଅବା ବେଶି ସମୟ ପାଉଥିବେ କଥାବାର୍ତ୍ତା ପାଇଁ, ଏକଥା ହିଁ ମୋର ମୁଣ୍ଡବିନ୍ଧାର କାରଣ ଥିଲା। ତେଣୁ ଏଇ ବାହାନାରେ ମୁଁ ସେମାନଙ୍କ ଉପରେ ନଜର ରଖିପାରିବି ବୋଲି ମନେ ମନେ ଭାବୁଥିଲି।

ଦଶମ ବୋର୍ଡ ପରୀକ୍ଷା ସରିଲା। ମୋର ପରୀକ୍ଷାଫଳ ଭଲ ହୋଇଥିଲା। ସାରା ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲି। ଘରେ ସମସ୍ତେ ଖୁସି ଥିଲେ। ମୁଁ କିନ୍ତୁ ଭାବୁଥିଲି ଯଦି ଶାଶ୍ଵତ ଓ ରିଙ୍କିର ଅଯଥା ଚିନ୍ତା ନଥିଲେ ଆହୁରି ଭଲ ହୋଇଥାନ୍ତା ମୋ ପରୀକ୍ଷାଫଳ।

ରେଭେନ୍ସା କଲେଜରେ ଅନାୟାସରେ ମୋତେ ସିଟ୍ ମିଳିଗଲା। ମୁଁ ଚାଲିଗଲି କଟକ। ମୋର ଅନ୍ୟ କିଛି ବନ୍ଧୁ ବିଭିନ୍ନ କଲେଜରେ ନାଁ ଲେଖାଇଲା ବେଳେ ରିଙ୍କି ଓ ଶାଶ୍ଵତ ସ୍ଥାନୀୟ କଲେଜରେ ନାଁ ଲେଖାଇଥିଲେ। କଟକ ଯିବା ପୂର୍ବରୁ ରୁନି ପୁଣି ମୋତେ କହିଲା, ତୋ ପାଇଁ ଶାଶ୍ଵତ ଉପଯୁକ୍ତ ନୁହେଁ। ତୋ ଭବିଷ୍ୟତ ଉଜ୍ଜ୍ୱଳମୟ। ଶାଶ୍ଵତ ଓ ରିଙ୍କି ଦୁହେଁ ତୃତୀୟ ଶ୍ରେଣୀରେ ଦଶମ ପାସ୍ କରିଛନ୍ତି। ତୁ ଶାଶ୍ଵତକୁ ସେଇ ରିଙ୍କି ସହ ହିଁ ଛାଡିଯା ଓ ନିଜର ଏକ ସୁନ୍ଦର ଭବିଷ୍ୟତ ଗଢିନେ।

କଥାଟା କେତେ ଦୂର ସତ, ତାର ତର୍ଜମା କରିନଥିଲି ; କିନ୍ତୁ ଶାଶ୍ଵତକୁ ଭୁଲି ପାରୁନଥିଲି। ଯଦି ସେ ଭଲ ନମ୍ବର ରଖିଥାନ୍ତା, ତେବେ ଦୁହେଁ ଅନ୍ତତଃ ଏଇଠି ରେଭେନ୍ସାରେ ଏକାଠି ପଢିଥାନ୍ତୁ।
ମୋ ପାଠପଢା ଠିକଠାକ ଚାଲିଥିଲା। ଛୁଟିରେ ଘରକୁ ଆସୁଥିଲି। ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ଦେଇ ଖରାଛୁଟିରେ ଘରକୁ ଆସିଲା ବେଳେ ଶୁଣିଲି, ରିଙ୍କି ମିଶ୍ରର ବାହାଘର ହୋଇଯାଇଛି। ଏକ ଆଶ୍ଚର୍ଯ୍ୟସୂଚକ ବସ୍ତୁ ଏବେ ମୋ ପାଇଁ ରିଙ୍କି ମିଶ୍ର।

– ଏତେ କମ୍ ବୟସରେ କେମିତି ବାହାଘର ?

– ଘରେ ମା’ କହିଲେ, ସେ ସେମିତି କରିଥିଲା ବୋଲି ତା ବାପା ତାର ବାହାଘର କରିଦେଲେ।

– କାଣ୍ଡ ?

– ହଁ, ସେ କେଉଁ ଟୋକା ସହ ସମ୍ପର୍କରେ ଥିଲା ବୋଲି ରିଙ୍କିର ବାପାକୁ ଚିଠି ଆସିଥିଲା। ଖୋଜଖବର ନେବାରୁ ଜଣାପଡିଲା ସେ କଥାଟା ସତ।

– କେଉଁ ଟୋକା ?

– ଏତେ କଥା କ’ଣ ସେମାନେ କହିବେ ? ପିଲାଟା କିନ୍ତୁ ତାଙ୍କ ଜାତିର ନୁହେଁ। ତୁ ତ ଜାଣୁ, ରିଙ୍କିର ବାପା ଯଜମାନି କରି ଚଳନ୍ତି। ନିଜ ନୀତିନିୟମ ଭଙ୍ଗକୁ ସେ କଦାପି ସହି ପାରିବେନି। ତେଣୁ ଯଥାଶୀଘ୍ର ଝିଅର ବାହାଘର କରିଦେଲେ।

– ଚିଠିଟି କିଏ ଦେଇଥିଲା ଜଣାପଡିଲା ?

– ନା, କେମିତି ଜଣାପଡିବ ? ବେନାମୀ ଚିଠି ଥିଲା ; ମାତ୍ର କଥାଟା ସତ।

ମା’ଙ୍କ କଥା ଶୁଣି କିଛି ସମୟ ନିରବ ରହିଗଲି। ସେଇ ଚିଠିଟି ପାଇଁ ରିଙ୍କି ଏତେ ଶୀଘ୍ର ବାହା ହୋଇଗଲା ? ତା ପାଠପଢ଼ାରେ ଡୋରି ପଡିଲା। ତା ସ୍ଵପ୍ନସବୁ ଧୂଳିସାତ ହୋଇଗଲା। ରିଙ୍କି ମିଶ୍ରର ପରାଜୟର କାହାଣୀ ଶୁଣି ଯେଉଁଠି ମୋତେ ଖୁସି ହେବା କଥା, ମୁଁ ସେଇଠି ନିଜକୁ ଦୋଷୀ ମନେ କରୁଥିଲି। କାରଣ ଚିଠିଟି ମୁଁ ଲେଖିଥିଲି। ସେତେବେଳେ ପ୍ରତିହିଂସାପରାୟଣତାରେ ମୋ ଆତ୍ମା ଜର୍ଜରିତ ହେଉଥିଲେ।

ଏହା ପରଠାରୁ ମୁଁ ଆଉ ଶାଶ୍ଵତର ଖବର ମଧ୍ୟ ରଖିନଥିଲି। ଏକପ୍ରକାରେ ସ୍ଥିର କରିସାରିଥିଲି, ମୁଁ ଏମାନଙ୍କ ବିଷୟରେ ଆଉ ଚିନ୍ତା କରିବିନି। ବେଳ, ଅବେଳରେ ଏଇ ଦୁଇ ଚରିତ୍ର ମୋ ଭିତରେ ଧସେଇ ପଶି ଆସିବାର ଚେଷ୍ଟା କଲେ ମୁଁ ମଧ୍ୟ ଦୃଢ ପ୍ରତିରୋଧ କରୁଥିଲି।

ଏଇ ଭିତରେ ବିତିସାରିଛି କୋଡ଼ିଏ ବର୍ଷ। ମୁଁ ଏବେ ଜଣେ ପ୍ରଶାସିକା, ଦୁଇଟି ପିଲାର ଜନନୀ। କିନ୍ତୁ ଏତେ ବର୍ଷ ପରେ ହଠାତ୍ ରିଙ୍କି ମିଶ୍ରର ନାଁ ଶୁଣି ଚମକି ପଡ଼ିଲି। ମୁଁ ତାକୁ ଚିହ୍ନି ପାରିଲିନି। ମୁଁ କଣ, ତା ଜନ୍ମ କଲା ମା, ବାପା ମଧ୍ୟ ତାକୁ ଚିହ୍ନି ପାରୁନଥିଲେ।

ଟି.ଭିର ଏକ ଆଲୋଚନାଚକ୍ରରେ ଥିଲା ରିଙ୍କି ମିଶ୍ର। ଇଏ କଣ ସେଇ ଝିଅ, ମୋ ଈର୍ଷାର କାରଣ ? ଆଜି କିନ୍ତୁ ତା ଅବସ୍ଥା ଦେଖି ମୁଁ ତାକୁ ଦୟା କରୁଥିଲି। ମନେ ମନେ ଯେ କେବେ ଭାବୁଥିଲି, ମୁଁ କାଳେ ରିଙ୍କି ପରି ହୋଇଥାନ୍ତି କି? ଆଜି ମୁଁ ଈଶ୍ୱରଙ୍କୁ କୃତଜ୍ଞତା ଜଣାଉଛି, ଯାହା ହେଉ ପ୍ରଭୁ, ମୋତେ ରିଙ୍କି ମିଶ୍ର ପରି ଭାଗ୍ୟ ଦେଇନ !

ବହୁଚର୍ଚ୍ଚିତ ଏକ ଏସିଡ୍ ଆକ୍ରମଣ ଚଳଚ୍ଚିତ୍ରର ଚର୍ଚ୍ଚା ପାଇଁ ଏସିଡ୍ ଆକ୍ରାନ୍ତଙ୍କୁ ଆଲୋଚନାଚକ୍ରକୁ ନିମନ୍ତ୍ରଣ କରାଯାଇଥିଲା। ସେଥିରେ ଥିଲା ରିଙ୍କି ମିଶ୍ର। ଟି.ଭିରେ ଦେଖୁଥିଲି ତାକୁ, ଶୁଣୁଥିଲି ତା ହୃଦୟବିଦାରକ କାହାଣୀ। ତା ସୌନ୍ଦର୍ଯ୍ୟ ଯେ ତା ପାଇଁ କାଳ ହୋଇଗଲା ! ସେ ଏସିଡ୍ ଆକ୍ରମଣର ଶିକାର ହେଲା। ଏହି ଦୁଃଖଦ ଘଟଣାକୁ ସ୍ଵୀକାର କରିବାକୁ ଇଚ୍ଛା ନଥିଲେ ମଧ୍ୟ କଥାଟା ସତ।

ବାହାଘରର ଅନେକ ବର୍ଷ ଯାଏଁ ରିଙ୍କିର ପିଲାପିଲି ହୋଇ ନଥିଲା। ଏକଥା ମୁଁ ମା’ଠାରୁ ମଧ୍ୟ ଶୁଣିଥିଲି। ତା ସ୍ଵାମୀ ତାକୁ ସନ୍ଦେହ କରିବାକୁ ଲାଗିଲା। ଅନ୍ୟ ପୁରୁଷଙ୍କ ସହ ତାର ସମ୍ପର୍କ ଅଛି ଓ ସେ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି ବୋଲି ମାରପିଟ୍ କରୁଥିଲା। ସେତେବେଳେ ସେମାନେ ଉତ୍ତରପ୍ରଦେଶର ଏକ ଶିଳ୍ପାଞ୍ଚଳରେ ରହୁଥିଲେ। ରିଙ୍କି ମିଶ୍ର କହି ଚାଲିଥିଲା ତା ଦୁଃଖଦ କାହାଣୀ ସମଗ୍ର ଜନସାଧାରଣଙ୍କ ସାମ୍ନାରେ।

ଯଦିଓ ସେ ଟି.ଭିରେ ନିଜ ଅଭିମତ ରଖିଥିଲା, ମୋର କିନ୍ତୁ ଇଚ୍ଛା ହେଉଥିଲା ମୁଁ ତାକୁ କୁଣ୍ଢାଇଧରନ୍ତି ଓ କ୍ଷମା ମାଗନ୍ତି। ଆଜି ମୋ ପାଇଁ ତାର ଏଇ ଦୁର୍ଦ୍ଦଶା। ଶାଶ୍ଵତ କଣ ଏବେ ଦେଖୁଥିବ ଏଇ କାର୍ଯ୍ୟକ୍ରମ? ଏଇ ବୀଭତ୍ସ ଚେହେରାରେ ଥିବା ରିଙ୍କି ମିଶ୍ରକୁ ଏବେ ବି ସେ କ’ଣ ଭଲ ପାଉଥିବ ?

ରିଙ୍କିର କାହାଣୀ ଥିଲା ହୃଦୟବିଦାରକ। ସେମାନେ ଉତ୍ତରପ୍ରଦେଶରେ ରହିଲା ବେଳେ ଅନେକ ଏସିଡ୍ ଆକ୍ରମଣ ଘଟଣା ଘଟିଥିଲା ସେଇ ଆଖପାଖ ଅଞ୍ଚଳରେ। ସରକାର ମଧ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସହାୟତା ରାଶି ପ୍ରଦାନ କରୁଥିଲେ। ରିଙ୍କିର ସ୍ଵାମୀ, ସେଇ ସୈତାନ୍ ରାଗରେ, ଘୃଣାରେ ନିଜେ ରିଙ୍କିର ମୁହଁକୁ ଏସିଡ୍ ଫିଙ୍ଗିଦେଇଥିଲା ଓ ଏହାକୁ ଏକ ଏସିଡ୍ ଆକ୍ରମଣର ଚିତ୍ର ଦେଇଥିଲା ଯେତେବେଳେ ରିଙ୍କି ଆଇ.ସି.ୟୁ ଭିତରେ ଜୀବନ ସହ ଲଢେଇ କରୁଥିଲା। ଏହାଦ୍ୱାରା ସେ ନିର୍ଦ୍ଦୋଷ ହୋଇ ସରକାରୀ ସହାୟତା ହାତେଇ ନେବାକୁ ଚାହୁଁଥିଲା। ସେ ଭାବୁଥିଲା ରିଙ୍କି ଆଉ ବଞ୍ଚିବନି। ମାତ୍ର ରିଙ୍କିର ସ୍ଵୀକାରୋକ୍ତି ସେଇ ସୈତାନର ଯୋଜନାକୁ ବିଫଳ କରିଦେଲା। ରିଙ୍କି ସବୁ ସତକଥା ପୋଲିସକୁ କହିଲା ପରେ ତା ସ୍ଵାମୀ ଫେରାର୍ ହୋଇଗଲା। ଅନେକ ଦିନର ଚେଷ୍ଟା ପରେ ସେ ପୁଲିସ ହାତରେ ଧରାପଡ଼ିଲା।

ଏବେ ସେ ଆଜୀବନ କାରାଦଣ୍ଡ ଭୋଗୁଛି। କିନ୍ତୁ ରିଙ୍କିର ଜୀବନ ତ ଉଜୁଡିଗଲା। ଯେଉଁ ସୌନ୍ଦର୍ଯ୍ୟ ପାଇଁ ରିଙ୍କି ମିଶ୍ର ମୋ ଈର୍ଷାର କାରଣ ଥିଲା ଆଜି ତା ପାଇଁ ମୋ ଆଖିରୁ ଲୁହ ଝରୁଥିଲା। ନିଜକୁ ନିଜେ ଦୋଷୀ ମନେକରୁଥିଲି। ଜଣେ ପ୍ରଶାସିକା ଭାବରେ ତା ପାଇଁ କ’ଣ କରିପାରିବି ବୋଲି ମନେ ମନେ ବିଚାର କରୁଥିଲି !!

 

ଲିପ୍‌ସା ପଟେଲ୍‌
ଭବାନୀପାଟଣା 

The post ‘ରୂପମନ୍ତ୍ର’ appeared first on Odisha Reporter.

]]>
left bottom 2020-07-28 18:21:13 https://cdn.odishareporter.in/wp-content/uploads/2020/07/28175807/RUPA-MANTRA.jpg
ସାବିତ୍ରୀ ଶାଢ଼ୀ https://odishareporter.in/literature-culture/literature/a-story-about-savitri-brata-by-bandana-panda-556089 Sun, 26 Jul 2020 08:50:31 +0000 https://odishareporter.in/?p=556089

ଝିଅ ଲୋ ! ସୌଭାଗ୍ୟବତୀ ହେଇଥା। ଅହିସୁଲକ୍ଷଣୀ ହେଇଥା। ଶାଢୀ ଚୁଡି ଯଦି ପସନ୍ଦ ନହେବ ମନଦୁଃଖ କରିବୁନି। ତୋ ମା’ ଥିଲେ ସିନା ସବୁ ଭଲ ମନ୍ଦ ଦେଇଥାନ୍ତା। ଆରଥର ବାତ୍ୟା ପାଇଁ ଭଲରେ ଦେଇପାରିଲିନି ବୋଲି ତୋ ମା’ ମତେ ଛଅ ମାସେ ଖୁଣ୍ଟା ଦେଲା। ଏ ସନକୁ ଆଖି ବୁଜିଲା ସିନା ! କହି ଯାଇଛି ମୋ ଝିଅର କୋଉଥିରେ ବି ହେଳା କରିବନି। ଦେଖୁଚୁ ତ କରୋନା ପାଇଁ କାମ ମିଳିଲାନି, […]

The post ସାବିତ୍ରୀ ଶାଢ଼ୀ appeared first on Odisha Reporter.

]]>

ଝିଅ ଲୋ !
ସୌଭାଗ୍ୟବତୀ ହେଇଥା।
ଅହିସୁଲକ୍ଷଣୀ ହେଇଥା।

ଶାଢୀ ଚୁଡି ଯଦି ପସନ୍ଦ ନହେବ ମନଦୁଃଖ କରିବୁନି। ତୋ ମା’ ଥିଲେ ସିନା ସବୁ ଭଲ ମନ୍ଦ ଦେଇଥାନ୍ତା। ଆରଥର ବାତ୍ୟା ପାଇଁ ଭଲରେ ଦେଇପାରିଲିନି ବୋଲି ତୋ ମା’ ମତେ ଛଅ ମାସେ ଖୁଣ୍ଟା ଦେଲା। ଏ ସନକୁ ଆଖି ବୁଜିଲା ସିନା ! କହି ଯାଇଛି ମୋ ଝିଅର କୋଉଥିରେ ବି ହେଳା କରିବନି।

ଦେଖୁଚୁ ତ କରୋନା ପାଇଁ କାମ ମିଳିଲାନି, ତା’ ପଛକୁ ବର୍ଷା ପବନ। ବୁଲି ବୁଲି ବଡ଼ କଷ୍ଟରେ ଜଣେ ଚିହ୍ନା ମା’ଙ୍କ ଘରେ ବଗିଚା କାମ ଟିକେ ମିଳିଲା। ଦୁଇ ଦିନରେ ଯାହା ଟଙ୍କା ଦେବେ ଦେବେ। ତୋ ପାଇଁ କେମିତି ସାବିତ୍ରୀ ଯୋଗାଡ଼ କରିବି ଭାବୁଥିଲି …

ଘାସ ବାଛୁ ଵାଛୁ ତୋରି ଘରକୁ ରାସ୍ତା ଦିଶୁଥିଲା। ମାଟି ଖୋଳୁ ଖୋଳୁ ତୋ ଅଳତା ପିନ୍ଧା ପାଦ ଯୋଡ଼ିକରୁ ଝୁମରୁ ଝୁମରୁ ଶୁଭୁଥିଲା। ଫୁଲ ପେନ୍ଥା ଭିତରେ ତୋ କଣ୍ଢେଇ ପରି ମୁହଁଟା ଲୁଚି ଲୁଚି ହସୁଥିଲା। ହଠାତ୍ ସୁଲୁସୁଲୁ ପବନ ଝଲକାଏ ଦେହରେ ଘଷି ହେଇ ଗେହ୍ଲାରେ ଡାକି ଦେଲା.. ବାପା ! ବାପା !

ମୋ ଲାଗିଏତେ କଷ୍ଟ କରନି ବାପା…. ମା’ ନାହିଁ। ଏକୁଟିଆ କ’ଣ କରିବ ? ତମେ କ’ଣ ସତରେ ଆସିବ ବାପା?

ହେଇ ଯାଉଛି କହି ବାହାରି ଆସିଲି, ମାଲିକାଣୀ ଟଙ୍କା ବଢେଇଦେଲେ। ମାଟି ଛାଡ଼ି ନଥିଲା ହାତୁରୁ, ତରତର ହୋଇ ଗଣି ଦେଇଗଲି ଟଙ୍କା। ଆମ୍ବ ପଣସ, କଦଳୀ, ନଡ଼ିଆ, ଖଜୁରୀ ହିସାବରେ ସରିଗଲା ଗଣତି। ଲୁଗା, ଚୁଡି, ଶଙ୍ଖା ସିନ୍ଦୂର ଅଳତା ପାଇଁ ପଇସା କାଇଁ? ଲୁହକୁ ବନ୍ଦ କରିପାରିଲିନି। ଝରିଗଲା ତୋରି ପରି ଅଝଟିଆ, ଅମାନିଆ ହେଇ। ମୁହଁ ପୋତି ତର ତର ପାଦରେ ବାହାରି ଆସିଲି ସେଠୁ, ପାହାଚ, ସେଠୁ ଗାରେଜ୍, ବଗିଚା ତା’ପରେ ଗେଟ୍…

ରଘୁ…. !! ରଘୁ… ଶୁଣ ଟିକେ।
ଉପରୁ ମା’ଙ୍କ ଡାକ ଶୁଣି ଅଟକିଗଲି। ଦଉଡ଼ି ଦଉଡ଼ି ମା’ ତଳକୁ ଆସିଲେ। ଭାବିଲି ଭୁଲରେ ଅଧିକା ପଇସା ଦେଇଦେଲେ ବୋଲି ଫେରେଇ ନେବେକି କିଛି ଆଉ? ଦୁଃଖରେ ଟଳମଳ ହେଇଗଲା ମୋର ଗୋଡ଼। ଥରି ଉଠିଲା ଛାତି…

କିନ୍ତୁ ଏ କ’ଣ ? ମୋ ହାତରେ ଗୁଞ୍ଜିଦେଲେ କିଛି ଟଙ୍କା.. ହଜାରେ ଟଙ୍କା ରଖ ରଘୁ, ତମ ଝିଅ ପାଇଁ ସାବିତ୍ରୀ ଖର୍ଚ୍ଚ। ତାକୁ ମୋର ଆଶୀର୍ବାଦ ଦେବ। କେମିତି ଜାଣିଲେ ସେ ମୋ ମନକଥା ? ପ୍ରଭୁ ଦୟାମୟ ! ଅପାର କରୁଣା ତୁମର ! ମୋ ଝିଅ ପାଇଁ ମା’ଟିଏ ପଠେଦେଲେ ଯେମିତି।
ଠାକୁରେ ତୁମର ମଙ୍ଗଳ କରନ୍ତୁ ମା’ !

ଆଶୀର୍ବାଦ ଢାଳିଦେଇ ଗଛରେ ନାଲି ହଳଦିଆ ଫୁଲପେନ୍ଥା ଆଡେ ଅନେଇଲି। ସେମାନେ ମା’ଙ୍କ ଶାଢୀରେ ଅଜାଡ଼ି ହୋଇପଡ଼ିଥିଲେ ଯେମିତି। ସାକ୍ଷାତ ଲକ୍ଷ୍ମୀ ପରି ଦିଶୁଥିଲେ। ଦୋକାନ ଯାଇ ସେଇ ଭଳିଆ ଲୁଗା ଖଣ୍ଡିଏ କିଣି ଆଣିଲି।
**

ଶାଢୀ ଖଣ୍ଡିକ ଛାତିରେ ଚାପି ଧରି ଝିଅ ଅନୁଭବ କରୁଥିଲା ମା’ ହାତର ମିଠା ମିଠା ସ୍ପର୍ଶ, ବାପାଙ୍କର ସରୁନଥିବା ଆଶୀର୍ବାଦ ଆଉ ବାପ ଘରୁ ଆସିଥିବା ସାବିତ୍ରୀ ଶାଢ଼ୀର ଅମାପ ଆତ୍ମୀୟତା।

ବନ୍ଦନା ପଣ୍ଡା
୧୦୫, ଲୁମ୍ବିନୀ ବିହାର
୯୪୩୭୪୨୮୬୪୯

The post ସାବିତ୍ରୀ ଶାଢ଼ୀ appeared first on Odisha Reporter.

]]>
left bottom 2020-07-26 14:20:31 https://cdn.odishareporter.in/wp-content/uploads/2020/07/26141954/Sabitri-Saree.jpg
ମମତ୍ୱବୋଧ https://odishareporter.in/literature-culture/care-for-care-553761 Wed, 22 Jul 2020 06:11:51 +0000 https://odishareporter.in/?p=553761

‘ଆସ ମା’, ତୁମେ ଏଇଠି ବସ, ଆଜିଠୁ ଏଇଟା ତୁମର ସିଟ। କାହିଁ  କେଉଁ ଦିନରୁ ଆମେ ଦୁହେଁ ଅପେକ୍ଷା କରିଥିଲୁ, କେବେ ଏ ଘରକୁ ଜଣେ ମୁରବି ଆସିବେ। ଆମକୁ ସ୍ନେହ, ଶ୍ରଦ୍ଧା, ଆଦର କରିବେ। ଏ ଘରକୁ ଆସୁଥିବା ପ୍ରତ୍ୟେକ ବିପଦ ଆପଦ ବେଳେ ତାଙ୍କ ପଣତ କାନି ତଳେ ଆଶ୍ରୟ ଦେବେ । ତୁମର ଆଉ କୁଆଡେ ଯିବାର ଆବଶ୍ୟକତା ନାହିଁ। ଏଇ ଘରେ ଖୁସି ଖୁସି ରୁହ। ଆଜିଠୁ ତୁମେ ମମତା […]

The post ମମତ୍ୱବୋଧ appeared first on Odisha Reporter.

]]>

‘ଆସ ମା’, ତୁମେ ଏଇଠି ବସ, ଆଜିଠୁ ଏଇଟା ତୁମର ସିଟ। କାହିଁ  କେଉଁ ଦିନରୁ ଆମେ ଦୁହେଁ ଅପେକ୍ଷା କରିଥିଲୁ, କେବେ ଏ ଘରକୁ ଜଣେ ମୁରବି ଆସିବେ। ଆମକୁ ସ୍ନେହ, ଶ୍ରଦ୍ଧା, ଆଦର କରିବେ। ଏ ଘରକୁ ଆସୁଥିବା ପ୍ରତ୍ୟେକ ବିପଦ ଆପଦ ବେଳେ ତାଙ୍କ ପଣତ କାନି ତଳେ ଆଶ୍ରୟ ଦେବେ । ତୁମର ଆଉ କୁଆଡେ ଯିବାର ଆବଶ୍ୟକତା ନାହିଁ। ଏଇ ଘରେ ଖୁସି ଖୁସି ରୁହ। ଆଜିଠୁ ତୁମେ ମମତା ଆଉ ମୋ ସହିତ ହିଁ ରହିବ। ଏଇଠି ତୁମର ହସଖୁସିରେ ସମୟ ବିତିଯିବ ମା’। ତା’ ଛଡ଼ା ତୁମକୁ ହଇରାଣ କରିବା ପାଇଁ ଖୁସି ଅଛି। ଶୋଇକି ଉଠୁ ସେ, ତା ପଛେ ପଛେ ଭାଗୁ ଭାଗୁ ସକାଳରୁ ସଞ୍ଜ କିପରି କଟିଯିବ ଜଣାପଡ଼ିବ ନାହିଁ। କ’ଣ କହୁଛ ମା’?’

ବ୍ରେକଫାଷ୍ଟ ଧରି ଆସିଲେ ମମତା। ‘ଆଉ କିଛି କହିବାର ନାଇଁ। ମା’ ଇଏ ଠିକ କହୁଛନ୍ତି।’

ଚୁପଚାପ ବସି ଶୁଣୁଥିଲେ ଆରତୀ। କ’ଣ ଯେ ସେ କହିବେ କିଛି ଜାଣିପାରୁ ନାହାଁନ୍ତି। କେବଳ ଦୁହିଙ୍କ କଥାଶୁଣି ଅଳ୍ପଅଳ୍ପ ହସୁ ଥାଆନ୍ତି। ଜଳଖିଆ ଟେବୁଲ ଉପରେ ଥରେ ଆଖିବୁଲାଇ ଆଣିଲେ ସେ। ହାତଧରି ମମତାକୁ ପାଖରେ ବସାଇଲେ।

‘ମୋ ପାଇଁ ସକାଳୁ ସକାଳୁ ହଇରାଣ ହୋଇ ଏତେ ଗୁଡ଼ାଏ ଖାଇବା କାହିଁକି ବନେଇଲୁ। ମୁଁ ତ ପଖାଳ ପାଣି ଖାଇବା ଲୋକ, ମୋର ଯାହା କିଛି ବି ହେଲେ ଚଳିଯିବ।’

‘ନାଇଁ ମା’ ନିଜ ପରିବାର ସଦସ୍ୟଙ୍କ ପାଇଁ ଖାଇବା ବନେଇବାରେ ପୁଣି ହଇରାଣ କ’ଣ ? ଏସବୁ ମୁଁ ନିଜ ଖୁସିରେ ହିଁ ବନେଇଛି।’ ଥାଳିଟିଏ ସଜାଡ଼ି ଦେଲେ ମମତା।

‘ତୁମେମାନେ କଥା ହେଉଥା। ମୋର ବିଳମ୍ବ ହେଉଛି, ମୁଁ ଅଫିସ ଚାଲିଲି। ମା’ଙ୍କ ପାଇଁ ରୁମ ଆରେଞ୍ଜ କରିଦେବ ମମତା। ସେ ଦୂରଯାତ୍ରା କରିଆସିଛନ୍ତି। ଟିକେ ବିଶ୍ରାମ ନେବେ,’ କହି ବାହାରକୁ ଚାଲିଗଲେ ସୂରଜ। ଆରତୀଙ୍କ ପ୍ଳେଟରେ ଆଉ କିଛି ପୁରୀ ତରକାରୀ ଦେଇ ନିଜେ ଖାଇ ବସିଲେ ମମତା।

‘ବୁଝିଲେ ମା’! ଖୁସିର ଇଏ ସେକେଣ୍ଡ ଟ୍ରିପ। ସେ ଦିନକୁ ତିନିଥର ଶୁଏ। ଏଇ ଦୁଇ ପୁରି ତିନି ଚାଲିଲା ତାକୁ। ପୁରା ଚାଇନିଜ କଣ୍ଢେଇ ପରି ଦେଖିବାକୁ।, ଉଠିଲେ କେତେ ଗୁଲୁଗୁଲିଆ କଥା କହିବ ଦେଖିବେ। ବହୁତ ଜଲ୍‌ଦି ସେ ଆପଣଙ୍କୁ ଅପଣାଇ ନେବ।’

ଦୁହିଁଙ୍କର ଖାଇବା ସରିବା ପରେ ମମତା ନେଇଯାଇଥିଲା ଆରତୀଙ୍କୁ ତାଙ୍କ ରୁମରେ ଛାଡିବା ପାଇଁ। ଯେତକ ଆବଶ୍ୟକୀୟ ଜିନିଷ ସବୁକିଛି ତାଙ୍କ ହାତ ପାଆନ୍ତାରେ ରଖୁଥାଆନ୍ତି। ମନେମନେ ଚିନ୍ତା କରୁଥାଆନ୍ତି ଆରତୀ, କେତେ ସୁନ୍ଦର ୟାର ଆଚରଣ, କେତେ ମାର୍ଜିତ, ନମ୍ର କଥାବାର୍ତା, ନାଁଟି ଯେପରି ଗୁଣ ବି ସେପରି। ହାତଧରି ମମତାଙ୍କୁ ପାଖରେ ବସାଇଲେ ଆରତୀ। କାହିଁଙ୍କି ତୁମେମାନେ ହଇରାଣ ହେଉଛ? ମୁଁ ଯେପରି ଯୋଉ ଅବସ୍ଥାରେ ଥିଲି ଠିକଥିଲି। ଆଉବା କେତେଦିନ ବଞ୍ଚିବି! ଦୁଃଖେକଷ୍ଟେ ଦିନ ମୋର ବିତି ଯାଇଥାନ୍ତା। ଅଯଥାରେ ତୁମମାନଙ୍କ ଉପରେ ବୋଝ ହେବି। ସୁରଜଟା ଯାହା ଜିଦ କରି ରାଣ ନିୟମ ପକାଇ ଆଣିଲା। ଏପରି ଚିନ୍ତାଧାରା ଆପଣଙ୍କ ମନରେ ଆଣନ୍ତୁ ନାହିଁ ମା’। ଆମ ଗୁରୁ ଗୁରୁଜନ ଆମ ପାଇଁ ବୋଝ ନୁହନ୍ତି। ଆପଣଙ୍କ ସେବା କରିବା ଆମର କର୍ତବ୍ୟ। ଏଥିରେ ଖୁବ ଆନନ୍ଦ ମିଳିଥାଏ। ଆପଣ ରେଷ୍ଟ ନିଅନ୍ତୁ, ମୁଁ ଆସୁଛି। ରୁମ ଭିତରେ ଆରତୀଙ୍କୁ ଛାଡ଼ି ବାହାରକୁ ଚାଲିଆସିଲେ ମମତା। ଖୁସି ଉଠିବା ପୂର୍ବରୁ ଘରର ଯାବତୀୟ କାମ ତାଙ୍କୁ ଶେଷ କରିବାର ଅଛି। ଉଠିଲେ ମା’ଙ୍କୁ ଦେଖି ବହୁତ ଖୁସି ହୋଇଯିବ। ତାକୁ ଖେଳିବାକୁ ଗୋଟେ ସାଥି ମିଳିଗଲା ଯେ ! ଆଉ ତାଙ୍କର ପୂରାପୂରି ବିଶ୍ୱାସ ଅଛି ମା’ ବି ଖୁସିକୁ ସେତିକି ଆଦର ସ୍ନେହ କରିବେ, ଯେତିକି ସେ ତା ବାପାଙ୍କୁ କରୁଥିଲେ।

ବାହାଘର ଠିକ ହେବାପରେ ସୁରଜଙ୍କ ସହ ସେ ଦୁଇତିନିଥର ଫୋନରେ କଥା ହୋଇଥିଲେ। ସେହି କଥାବାର୍ତା ଭିତରେ ହିଁ ସୂରଜ ଜଣାଇ ଦେଇଥିଲେ ଏଇ ମା’ (ନାନୀ ମା’)ଙ୍କ କଥା। ସୂରଜଙ୍କ ଗାଁ ପାଖ ଗାଁରେ ନାନୀ ମା’ଙ୍କ ଘର। ଅତ୍ୟନ୍ତ ଗରିବ ପରିବାର ଥିଲା ତାଙ୍କର। ଘରେ ବୃଦ୍ଧ ଶାଶୁ, ଶଶୁର। ଏକୁଟିଆ ତାଙ୍କ ସ୍ଵାମୀ ପାଖରେ ଘର ଚଳାଇବା ସମ୍ଭବପର ହେଉ ନଥିଲା। ଏଣୁ ପେଟ ପୋଷିବା ପାଇଁ ସିଏ ମଧ୍ୟ କାମଧନ୍ଦା ଖୋଜିବାରେ ଲାଗିଲେ। ସେତେବେଳେ ସୂରଜଙ୍କ ବଡ଼ବାପା ତାଙ୍କ ଗାଁ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ନିଇତି ଯିବା ବାଟରେ ତାଙ୍କର ଦେଖା ହେଉଥିଲା ନାନୀ ମା’ର ସ୍ଵାମୀ ସହିତ। ଏମିତି କଥା କଥାକେ ସେ ଜଣାଇଥିଲେ ଘରେ କିଛି କାମ ଧନ୍ଦା ଥିଲେ କହିବେ ମାଷ୍ଟରେ। ଏଇ ସ୍ତ୍ରୀ ଲୋକ କାମ ଯାହାସବୁ। ବଡ଼ବାପା ଏକଥା ଶୁଣି ତୁରନ୍ତ ରାଜି ହୋଇ କହିଲେ କାମ ଅଛି। ହେଲେ ଗୋଟେ ଛୋଟ ଛୁଆର ଲାଳନ ପାଳନର। ସନିଆ ଏଥିରେ ରାଜି ହୋଇଯାଇଥିଲା। ତା’ ପରଦିନଠାରୁ ସୂରଜଙ୍କ ଲାଳନ ପାଳନ ଦାଇତ୍ଵ ନାନୀ ମା’ ନେଇଥିଲେ। ମାତ୍ର ଏକ ବର୍ଷ ହୋଇଥିଲା ସୂରଜଙ୍କୁ, ତାଙ୍କ ବାପା, ମାଁ ଉଭୟଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଜେଜେ, ଜେଜିମା’ ପାଖରେ ବଢିଥିଲେ ସୂରଜ। ବିବାହର ଦୁଇବର୍ଷ ପରେ ନାନୀ ମା’ଙ୍କର କୌଣସି ସନ୍ତାନ ନଥିଲା। ଏଣୁ ସୂରଜଙ୍କୁ ସେ ନିଜ ସନ୍ତାନ ପରି ଦେଖୁଥିଲେ। ସବୁକିଛି ଅଳି ଅର୍ଦ୍ଦଳି ସେ ଏଇ ନାନୀ ମା’ଙ୍କ ପାଖରେ କରନ୍ତି। ପ୍ରତ୍ୟେକ ଦିନ ସକାଳ ୬ଟାରୁ ଆସି ରାତିକୁ ଯଆନ୍ତି ନାନୀ ମା’। ସୂରଜଙ୍କୁ ପାଞ୍ଚ ବର୍ଷ ହେବା ବେଳକୁ ନାନୀ ମା’ଙ୍କର ପୁଅଟିଏ ଜନ୍ମ ହେଲା। କିଛିଦିନ ସେ ଆଉ ଆମ ଘରକୁ ପୂର୍ବ ପରି ଆସି ପାରିଲେ ନାହିଁ। ତାଙ୍କ ଶାଶୁ ଶଶୁର ମଧ୍ୟ ସେତେବେଳକୁ ଆରପାରିକୁ ଚାଲି ଯାଇଥିଲେ। ସୂରଜ କିନ୍ତୁ ତାଙ୍କୁ ଏତେ ଆପଣେଇ ନେଇଥିଲେ ଯେ ପ୍ରତ୍ୟେକ ଦିନ ସ୍କୁଲ ଯିବା ଆସିବା ବାଟରେ ତାଙ୍କୁ ଦେଖାକରି ଫେରୁଥିଲେ।

ପୁଅଟିଏ ହେବା ପରେ ବି ସୂରଜଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ଅତୁଟ ରହିଥାଏ। ସବୁବେଳେ କୁହନ୍ତି ତୁ ତ ମୋର ବଡ଼ ପୁଅ। ତୁ ମତେ ଆଗ ମା’ ବୋଲି ଡାକିଛୁ। ସବୁଦିନ ତୁ ମୋର ବଡ଼ ପୁଅ ହୋଇ ରହିବୁ। ତୁ ଯେତେ ବଡ଼ ହେଲେ ବି କେତେବେଳେ କେମିତି ଆସି ଏ ବୁଢୀ ମା’ଟାକୁ ଦେଖା କରି ଯିବୁ। ହଁ ହଁ କହି ଦୌଡ଼ି ପଳାଇ ଆସନ୍ତି ସୂରଜ। ଧୀରେ ଧୀରେ ସମୟ ଗଡ଼ି ଚାଲିଲା। ଜେଜେ ଜେଜିମା ଚାଲିଯିବା ପରେ ପରିବାରର ସମସ୍ତେ ନିଜ ନିଜ କଥା ବୁଝିଲେ; ସମସ୍ତଙ୍କ ଭିତରେ ସୂରଜ ହୋଇଗଲେ ଅବହେଳିତ। କଟକରେ ମାମୁଁ ଘରେ ଆରମ୍ଭ ହୋଇଥିଲା ତା’ ପରର ଜୀବନ। ସେହିଠାରୁ ପାଠପଢ଼ା ଶେଷକରି ଚାକିରି କରିଥିଲେ। ଗାଁକୁ ଯିବା ଆସିବା ବହୁତ କମି ଯାଇଥିଲା ତାଙ୍କର। ଗଲେ କିନ୍ତୁ ନାନୀ ମା’ଙ୍କ ଘର ଆଡ଼େ ନିଶ୍ଚିନ୍ତ ବୁଲି ଆସନ୍ତି। ଏହାଛଡ଼ା ତାଙ୍କର କୌଣସି ସୁବିଧା ଅସୁବିଧା ହେଲେ ଜଣାଇବା ପାଇଁ ଅନୁରୋଧ କରି ଆସନ୍ତି। ଏହାର କିଛିଦିନ ପରେ ଆମର ବିବାହ ହୋଇଥିଲା। ଆଶୀର୍ବାଦ ଦେଇଥିଲେ ଦୂରରୁ। ବିବାହରେ ଯୋଗ ଦେଇ ପାରିନଥିଲେ। କାକାଖୁଡ଼ୀଙ୍କ ହାତରେ ସୂରଜ ତାଙ୍କ ଅନେକ ପସନ୍ଦର ଜିନିଷ ତାଙ୍କ ପାଖକୁ ପଠାଇଥିଲେ।

ୟା ଭିତରେ ଉଭୟ ପାରିବାରିକ ଓ କର୍ମ କ୍ଷେତ୍ରରେ ବହୁ ସମସ୍ୟା ନେଇ ବ୍ୟସ୍ତ ରହିବାରୁ ମନ ଥିଲେ ବି ଯାଇପାରି ନଥିଲେ ଗାଁ ଆଡ଼େ। ହଠାତ ଦିନେ ଦାଦାଙ୍କ ସଙ୍ଗେ କଥା ହେଉ ହେଉ ନାନୀ ମା’ଙ୍କ ବିଷୟରେ ସବୁକଥା ଜଣାଇଥିଲେ ସେ। କେତେ କଷ୍ଟରେ ଜୀବନ କାଟୁଛନ୍ତି ସେ। ଯେଉଁ ଛୋଟିଆ ଜମି ଖଣ୍ଡେ ଥିଲା ତାକୁ ବନ୍ଧା ପକାଇ କଷ୍ଟେମଷ୍ଟେ ପୁଅ ବାହାଘରଟି କରିଥିଲା। ବାହାଘରର ଦୁଇମାସ ଭିତରେ ପୁଅ ଚାକିରି ଜାଗାକୁ ଗଲା ଯେ ଆଉ ଗାଁକୁ ଫେରୁନାହିଁ। ଠିକ ସମୟରେ ଜମି ନମୁକୁଳିବାରୁ ଜମିଟା ହାତରୁ ଚାଲିଗଲା। ଭାରି ହନ୍ତସନ୍ତ ହେଉଛି ବୁଢୀଟା, ଆଖିକୁ ଭଲ ଭାବେ ଦେଖା ଯାଉନି। ଏକୁଟିଆ ଲୋକ ଜୀବନ ସାରା ସମସ୍ତଙ୍କର ଉପକାର କରିଛି। ଏଣୁ ଖୁସିରେ କିଏ କେତେବେଳେ ଖାଇବା ଦେଇ ଆସୁଛନ୍ତି। ବୁଢୀଟା ଚଳି ଯାଉଛି। ଦାଦାଙ୍କଠାରୁ ଏକଥା ଜାଣି ମନକଷ୍ଟ କରିଥିଲେ ସୂରଜ। ଜନ୍ମ ନକଲେ ବି ମା’ଠାରୁ କମ ସ୍ନେହ ଦେଇନି ମତେ, ପିଲାଦିନେ ତା’ର ସ୍ନେହ ମମତା ପାଇ ମା’ର ଅନୁପସ୍ଥିତି ଅନୁଭବ କରି ନାହାନ୍ତି ସେ। ଆଜି କ’ଣ ତା ପ୍ରତି କୌଣସି କର୍ତ୍ତବ୍ୟ ନାହିଁ ତାଙ୍କର? ଏ ପ୍ରଶ୍ନ ବିଚଳିତ କରିଥିଲା ସୂରଜଙ୍କ ମନକୁ। ତା ପରଦିନ ସକାଳୁ ହିଁ ସେ ବାହାରି ଯାଇଥିଲେ ଗାଁକୁ। ଆଉ ଜିଦ କରି ସାଙ୍ଗରେ ନେଇଆସିଥିଲେ ତାଙ୍କ ପ୍ରିୟ ନାନୀ ମା’ଙ୍କୁ।

କଲିଙ୍ଗ ବେଲର ଶବ୍ଦ ଶୁଣି ଦୁଆର ଖୋଲିଲେ ମମତା। ଆରେ ତୁମେ ଆଜି ଏତେ ଜଲ୍‌ଦି ପଳାଇ ଆସିଲ ଯେ। ’ହଁ, ମୋତେ ଟିକେ ଥକା ଲାଗୁଛି। ତା’ ଛଡ଼ା ମୁଁ ମେଡିକାଲରୁ ସିଧା ଘରକୁ ଆସିଛି। ଦୁଇଦିନ ପରେ ନାନୀ ମା’ଙ୍କର ଆଖି ଅପରେସନ ହେବ। ମୁଁ ଡାକ୍ତରଙ୍କ ସହ କଥା ହୋଇ ଫେରିଛି। ନାନୀ ମା’ଙ୍କୁ ମୁଁ ଏଠାକୁ ନେଇ ଆସିଛି, ତୁମେ ଏଥିରେ ଖୁସି ତ ମମତା?’

‘ମୁଁ କେବଳ ଖୁସି ନୁହେଁ, ତୁମର ଏଇ କାମ ପାଇଁ ଗର୍ବିତ ବି। ବୟସ ଥିବା ବେଳେ ନାନୀ ମା’ ତୁମର କେତେ ସେବା ଯତ୍ନ କରିଛନ୍ତି। ଆଉ ଆଜି ତାଙ୍କର ଯତ୍ନ ନେବା ମୋର ଓ ତୁମର କର୍ତ୍ତବ୍ୟ। ଆଉ ମତେ ତ ଏପରି ଲାଗେ ସୂରଜ ଯେଉଁମାନଙ୍କର ଏ ଦୁନିଆରେ ପିଲାଟିଏ ନାହିଁ, ସେମାନେ ଏକ ସନ୍ତାନକୁ କୋଳେଇ ନେଉଛନ୍ତି। ସେହିପରି ଅନେକ ପିତାମାତାଙ୍କୁ ବାର୍ଦ୍ଧକ୍ୟ ବୟସରେ ତାଙ୍କୁ ବୋଝ ଭାବି ତାଙ୍କ ପିଲାମାନେ ଛାଡ଼ି ଦେଉଛନ୍ତି। ସେ ପରିସ୍ଥିତିରେ ତାଙ୍କୁ ଯଦି କେହି ପିତାମତଙ୍କର ସ୍ଥାନ ଦେଉଛି, ସେଥିରେ ଭୁଲ କେଉଁଠି ରହିଲା ? ଏଇ ଦେଖ ଖୁସି ତା ନାନୀ ମା’ଙ୍କ ସଙ୍ଗେ କେମିତି ଖେଳୁଛି। ଆଜି ପୂରା ଲାଗୁଛି ଏ ପରିବାର। କେବଳ ଭଗବାନଙ୍କୁ ଗୋଟିଏ ନିବେଦନ, ଏମାନଙ୍କ ମଧ୍ୟରେ ଏଭଳି ଭଲ ପାଇବା ସବୁଦିନ ରହିଥାଉ। ଉଭୟ ଉଭୟଙ୍କ ସତ୍ୟତା କେବେ ନଜାଣନ୍ତୁ।’ ନାନୀ ମା’ଙ୍କ ପାଇଁ ଖୁସି ସର୍ବଦା ଆମର ଝିଅ। ଆଉ ଖୁସି ପାଇଁ ସେ ତାର ପ୍ରିୟ ନାନୀ ମା’।

ମମତାଙ୍କ ଏଇ କେଇପଦ କଥାରେ ସୂରଜଙ୍କ ଆଖି ଲୁହରେ ଭିଜି ସାରିଥିଲା।

ମୋ: ୯୬୦୩୩୧୨୫୪୯

ପ୍ରିୟମ୍ବଦା ରଥ

The post ମମତ୍ୱବୋଧ appeared first on Odisha Reporter.

]]>
left bottom 2020-07-22 11:44:40 https://cdn.odishareporter.in/wp-content/uploads/2020/07/22114141/MAA.jpg
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି https://odishareporter.in/odisha/death-woman-in-the-list-of-odisha-sahitya-akademi-554236 Tue, 21 Jul 2020 17:07:46 +0000 https://odishareporter.in/?p=554236

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଆଜି ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି । ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାମ ସାମିଲ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ […]

The post ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଆଜି ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି । ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାମ ସାମିଲ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦସ୍ତଖତରେ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ପୁର୍ନଗଠନ କରାଯାଇଛି। ପରିଷଦରେ ୯ଜଣ ପଦାଧିକାରୀ ଥିବାବେଳେ ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ, ୮ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଥିବା ବେଳେ ସାଧାରଣ ପରିଷଦ ଦ୍ୱାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ। ଏମାନଙ୍କ ବ୍ୟତୀତ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ମଧ୍ୟ ସଦସ୍ୟ ରହିବେ।

ତେବେ ଆଶ୍ଚର୍ଯ୍ୟର କଥା, ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ ଗଜପତି ଜିଲ୍ଲାର ସଦସ୍ୟ ଭାବେ ତାଲିକାରେ ଲେଖିକା ମୀନାକ୍ଷୀ ସାହୁଙ୍କ ନାଁ ରହିଛି। ପାରଳାଖେମୁଣ୍ଡିର ବଡ଼ବ୍ରାହ୍ମଣ ସାହିସ୍ଥିତ ମୀନାକ୍ଷୀଙ୍କର ଗତ ୫ ଦିନ ହେଲା ମୃତ୍ୟୁ ହୋଇସାରିଲାଣି। ପାରଳାର ପୂର୍ବତନ ବିଧାୟିକ ତ୍ରିନାଥ ସାହୁଙ୍କ ବଡ଼ ଝିଅ ମୀନାକ୍ଷୀ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ଗବେଷିକା। ତାଙ୍କର ୫ଦିନ ପୂର୍ବରୁ ମୃତ୍ୟୁ ଘଟିଥିଲେ ମଧ୍ୟ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପୁର୍ନଗଠିତ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ତାଙ୍କ ନାଁ କିଭଳି ରହିଲା ତାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗର ଏଭଳି ବେପରୁୱା ମନୋଭାବ ରାଜ୍ୟ ସାହିତ୍ୟପ୍ରେମୀଙ୍କୁ ବ୍ୟଥିତ କରିଛି। ଅନ୍ୟପକ୍ଷରେ ତାଲିକାରେ ପୁରୀ ଜିଲ୍ଲାର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାଁ ସାମିଲ ଅଛି।

The post ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି appeared first on Odisha Reporter.

]]>
centre top 2020-07-22 01:09:46 https://cdn.odishareporter.in/wp-content/uploads/2020/07/21223735/sahitya-2.jpg
ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ https://odishareporter.in/odisha/odisha-sahitya-akademi-award-was-announced-549930 Fri, 10 Jul 2020 12:53:22 +0000 https://odishareporter.in/?p=549930

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। କ୍ଷୁଦ୍ରଗଳ୍ପ (ଉପରମୁହାଁ) ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା (ଗୋଧୂଳି ଗୀତ) ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ଯୁଗ୍ମ ଭାବେ ସଂଜୟ ହାତୀ (ପଞ୍ଚମାୟା) ଏବଂ ନବୀନ କୁମାର ପରିଡ଼ା (ନାଟୁଆ ଓ […]

The post ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।

କ୍ଷୁଦ୍ରଗଳ୍ପ (ଉପରମୁହାଁ) ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା (ଗୋଧୂଳି ଗୀତ) ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ଯୁଗ୍ମ ଭାବେ ସଂଜୟ ହାତୀ (ପଞ୍ଚମାୟା) ଏବଂ ନବୀନ କୁମାର ପରିଡ଼ା (ନାଟୁଆ ଓ ଅନ୍ୟ ନାଟକ) ପାଇବେ ପୁରସ୍କାର। ସେହିପରି ପ୍ରବନ୍ଧ (ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରୟୋଗିତ ପ୍ରସଙ୍ଗ) ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ (ଲୌହ ମାନବ ସର୍ଦ୍ଦାର ପଟେଲ) ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ (ତଥାପି କିଛି ରହିଯିବ) ବିଜୟ ମହାନ୍ତି, ଶିଶୁ ସାହିତ୍ୟ (ଗଛଟିଏ ଶିଶୁଟିଏ) ପାଇଁ ରବୀନ୍ଦ୍ର ବିଶ୍ୱାଳ ପାଇବେ ପୁରସ୍କାର। ସେହିପରି ୨୦୧୫ ପାଇଁ ଗୀତି କବିତା (ପ୍ରତି ପଲକରେ ତୁମେ) ପାଇଁ ପୁରସ୍କାର ପାଇବେ ମନୋଜ ମହାନ୍ତି।

୨୦୧୬ ବର୍ଷ ପାଇଁ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ଉପନ୍ୟାସ ‘ଅମ୍ୱା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପାଇବେ ପୁରସ୍କାର। ସେହିପରି କ୍ଷୁଦ୍ରଗଳ୍ପ (ରମାକୁ ମାରିବାର ପାଞ୍ଚଟି ଉପାୟ) ଦେବଦାସ ଛୋଟରାୟ, କବିତା (ଫେରନ୍ତି ଘର) ଭଗବାନ ଜୟସିଂହ, ନାଟକ (ଆତ୍ମଲିପି ଓ ଅନ୍ୟାନ୍ୟ) ଫକୀର ସିଂହ, ପ୍ରବନ୍ଧ (ଆଲୋଚନା ପ୍ରସଙ୍ଗ) ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ କ୍ଷେତ୍ରରେ ଯୁଗ୍ମ ଭାବେ ସୁରେନ୍ଦ୍ର ମହାରଣା(ପ୍ରଫେସର ନବୀନ କୁମାର ସାହୁ) ଏବଂ ପ୍ରଦୋଷ ପଟ୍ଟନାୟକ (ଚାଲିଛି… ଚାଲିବି ନପଡ଼ିବି ଥକି), ଅନୁବାଦ(ମେଘବାହନ) ଶାରଦା ରଥ, ଶିଶୁ ସାହିତ୍ୟ(ଚୁଇଁ ଚଢ଼େଇ) ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା(ମିଶ୍ର ରାଗ) ପାଇଁ ପୁରସ୍କାର ପାଇବେ ମିଶ୍ର ସତ୍ୟନାରାୟଣ।

The post ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ appeared first on Odisha Reporter.

]]>
centre top 2020-07-10 18:29:49 https://cdn.odishareporter.in/wp-content/uploads/2020/07/10182939/sahitya-1.jpg
ଜ୍ୟୋତି ପ୍ରକାଶଙ୍କ ଅନୁଭୂତିରୁ ‘ବୈଜୟନ୍ତଙ୍କ ସହ କିଛି ବର୍ଷ’ https://odishareporter.in/politics/book-on-bjp-vc-jay-panda-penned-by-political-secratary-jyoti-prakash-548179 Mon, 06 Jul 2020 13:48:54 +0000 https://odishareporter.in/?p=548179

ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): ଓଡ଼ିଶା ରାଜନୀତିର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ବୈଜୟନ୍ତ ପଣ୍ଡା। ରାଜନୀତିରେ ରୁଚି ରଖୁଥିବା ଯୁବପିଢ଼ିଙ୍କ ପାଇଁ ସେ ଜଣେ ପ୍ରେରଣାର ଉତ୍ସ ମଧ୍ୟ। ଓଡ଼ିଶା ମାଟିରୁ କେନ୍ଦ୍ର ଦରବାର ପର୍ଯ୍ୟନ୍ତ ବୈଜୟନ୍ତ ଜଣେ ସଫଳ ରାଜନେତା ଭାବେ ଚର୍ଚ୍ଚିତ ଓ ସମ୍ମାନିତ। ବୈଜୟନ୍ତଙ୍କ ଜୀବନର ଅନେକ ଘଟଣା, ଦୁର୍ଘଟଣା, ବିଚାରବିମର୍ଶ ଓ ମୁକାବିଲାର ମୁକ ସାକ୍ଷୀ ହେଉଛନ୍ତି ତାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ। ସେ ନିଜ ଅନୁଭୂତିର ଶବ୍ଦଗୁଡ଼ିକୁ […]

The post ଜ୍ୟୋତି ପ୍ରକାଶଙ୍କ ଅନୁଭୂତିରୁ ‘ବୈଜୟନ୍ତଙ୍କ ସହ କିଛି ବର୍ଷ’ appeared first on Odisha Reporter.

]]>

ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): ଓଡ଼ିଶା ରାଜନୀତିର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ବୈଜୟନ୍ତ ପଣ୍ଡା। ରାଜନୀତିରେ ରୁଚି ରଖୁଥିବା ଯୁବପିଢ଼ିଙ୍କ ପାଇଁ ସେ ଜଣେ ପ୍ରେରଣାର ଉତ୍ସ ମଧ୍ୟ। ଓଡ଼ିଶା ମାଟିରୁ କେନ୍ଦ୍ର ଦରବାର ପର୍ଯ୍ୟନ୍ତ ବୈଜୟନ୍ତ ଜଣେ ସଫଳ ରାଜନେତା ଭାବେ ଚର୍ଚ୍ଚିତ ଓ ସମ୍ମାନିତ। ବୈଜୟନ୍ତଙ୍କ ଜୀବନର ଅନେକ ଘଟଣା, ଦୁର୍ଘଟଣା, ବିଚାରବିମର୍ଶ ଓ ମୁକାବିଲାର ମୁକ ସାକ୍ଷୀ ହେଉଛନ୍ତି ତାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ। ସେ ନିଜ ଅନୁଭୂତିର ଶବ୍ଦଗୁଡ଼ିକୁ ସାଉଁଟି ବୈଜୟନ୍ତଙ୍କ ଜୀବନର ଅନେକ ଘଟଣାବଳୀକୁ ପୁସ୍ତକରେ ତୋଳିଛନ୍ତି।

ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାର ବହୁ ଚର୍ଚ୍ଚିତ ନେତା, ପୂର୍ବତନ ସାଂସଦ ତଥା ବର୍ତ୍ତମାନ ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଚିବ ଭାବେ ଜ୍ୟୋତି ପ୍ରକାଶ ଘୋଷ କାମ କରିଆସୁଛନ୍ତି। ବୈଜୟନ୍ତ ପ୍ରଥମ ଥର ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ପରେ ଜ୍ୟୋତି ପ୍ରକାଶ ତାଙ୍କ ସହ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଏତେ ଗୁଡ଼ିଏ ବର୍ଷ ଭିତରେ ବୈଜୟନ୍ତଙ୍କୁ ଜ୍ୟୋତି ପ୍ରକାଶ ଯେତିକି ଅଙ୍ଗେ ନିଭେଇଛନ୍ତି, ସେ ସବୁକୁ ପୁସ୍ତକରେ ଲେଖିଛନ୍ତି। ଆଉ ପୁସ୍ତକର ନାଁ ରଖିଛନ୍ତି ‘ବୈଜୟନ୍ତଙ୍କ ସହ ୧୮ ବର୍ଷ’।

ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ଉପରେ ବହିଟିଏ ଲେଖିବାକୁ ଅନେକ ଦିନରୁ ଚିନ୍ତା କରୁଥିଲେ ଜ୍ୟୋତି ପ୍ରକାଶ। ହେଲେ ସୁଯୋଗ ଆଣି ଦେଇଥିଲା କରୋନା ଲକଡାଉନ। ଏ ଦିଗରେ ଅନେକ ଶୁଭେଚ୍ଛୁ ତାଙ୍କୁ ଲେଖିବା ପାଇଁ ଉତ୍ସାହିତ କରିଥିଲେ। ଶେଷରେ ସେ ନିଜର ଦୀର୍ଘଦିନର ଅଭିଲାଷକୁ କରୋନା ଲକଡାଉନ ସମୟରେ ପୂରା କରିଛନ୍ତି। ତେବେ କୋଭିଡ୍ କଟକଣା ଯୋଗୁ ମହା ସମାରୋହରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ହୋଇପାରି ନ ଥିଲେ ହେଁ ପବିତ୍ର ରଥଯାତ୍ରା ଅବସରରେ ଏହା ଲୋକାର୍ପିତ ହୋଇଯାଇଛି। ପୁସ୍ତକଟି ଯୁବପିଢ଼ି ତଥା ବୈଜୟନ୍ତପ୍ରେମୀଙ୍କୁ ଅନେକ ଦିଗରେ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ଏନେଇ ଜ୍ୟୋତି ପ୍ରକାଶ କହିଛନ୍ତି, ୨୦୦୩ରୁ ୨୦୨୦ ମଧ୍ୟରେ ଓଡ଼ିଶା ରାଜନୀତି ମଞ୍ଚରେ ବହୁ ନାଟକର ଜବନିକା ପଡ଼ିଛି। ଏସବୁର ମୁକ ସାକ୍ଷୀ ଭାବେ ଜ୍ୟୋତି ବେଶ କିଛି ଅନୁଭୂତି ପାଇଛନ୍ତି। ବୈଜୟନ୍ତ କ୍ଷମତା ରାଜନୀତିର ପ୍ରତିଯୋଗିତାରେ କେବେ ବି ନ ଥିଲେ, ଆଜି ବି ନାହାନ୍ତି। ତିନି ତିନୋଟି ସଂସଦୀୟ ନିର୍ବାଚନରେ ସେ ବୈଜୟନ୍ତଙ୍କ ସହ ପ୍ରତିପକ୍ଷର ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ବର୍ଷ ବର୍ଷ ଧରି ଘନିଷ୍ଠ ଓ ବିଶ୍ୱସ୍ଥ ଭାବେ ସେ ବୈଜୟନ୍ତଙ୍କ ସହ କାମ କରି ଆସିଛନ୍ତି। ଆଉ ଏ ସମସ୍ତ ଅନୁଭୂତିକୁ ସେ ପୁସ୍ତକରେ ଲେଖିଛନ୍ତି ବୋଲି କହିଛନ୍ତି।

ତେବେ ପୁସ୍ତକରେ ପାଠକ ରାଜନୀତି ଚଟପଟା ପାଇବେ ନାହିଁ। ହେଲେ ଓଡ଼ିଶା ପ୍ରତି, ଦେଶ ପ୍ରତି ବୈଜୟନ୍ତଙ୍କ ସ୍ନେହ ତଥା ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥାପନା, କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟକଳାପ ଆଦି ଅନେକ ବିଷୟକୁ ଏଥିରେ ସାଉଁଟିବାକୁ ଚେଷ୍ଟା କରିଛନ୍ତି ବୋଲି ଜ୍ୟୋତି ପ୍ରକାଶ କହିଛନ୍ତି।

The post ଜ୍ୟୋତି ପ୍ରକାଶଙ୍କ ଅନୁଭୂତିରୁ ‘ବୈଜୟନ୍ତଙ୍କ ସହ କିଛି ବର୍ଷ’ appeared first on Odisha Reporter.

]]>
jay panda, Jyoti prakash ghosh, left bottom, ଜ୍ୟୋତି ପ୍ରକାଶ ଘୋଷ, ବୈଜୟନ୍ତ ପଣ୍ଡା, ବୈଜୟନ୍ତଙ୍କ ସହ ୧୮ ବର୍ଷ 2020-07-06 21:03:10 https://cdn.odishareporter.in/wp-content/uploads/2020/07/06191828/Untitled-1-5.jpg
ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି https://odishareporter.in/literature-culture/delhi-based-journalist-demanding-to-withdraw-central-akademi-award-of-odia-poet-dr-rajendra-kishore-panda-547418 Sat, 04 Jul 2020 12:26:11 +0000 https://odishareporter.in/?p=547418

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ଆଉ ପାଦେ ଆଗେଇଛି। ରାଜେନ୍ଦ୍ରଙ୍କ ପୋଷ୍ଟ କୋଟି କୋଟି ହିନ୍ଦୁ ଓ ସଂସ୍କୃତିପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ତାଙ୍କୁ ମିଳିଥିବା ଏକାଡେମୀ ପୁରସ୍କାର ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଗବେଷକ ଶାଶ୍ୱତ ପାଣିଗ୍ରାହୀ। ସୂଚନାଯୋଗ୍ୟ, […]

The post ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି appeared first on Odisha Reporter.

]]>

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ଆଉ ପାଦେ ଆଗେଇଛି। ରାଜେନ୍ଦ୍ରଙ୍କ ପୋଷ୍ଟ କୋଟି କୋଟି ହିନ୍ଦୁ ଓ ସଂସ୍କୃତିପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ତାଙ୍କୁ ମିଳିଥିବା ଏକାଡେମୀ ପୁରସ୍କାର ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଗବେଷକ ଶାଶ୍ୱତ ପାଣିଗ୍ରାହୀ।

ସୂଚନାଯୋଗ୍ୟ, ଏପ୍ରିଲ ୨୭ ତାରିଖରେ ଡ. ପଣ୍ଡା ଫେସବୁକରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ ଦିନକୁ ଦିନ ବିବାଦ ଘନଉଛି। ଏହି ପୋଷ୍ଟରେ ସେ ଲେଖିଥିଲେ ଯେ, “ଅଶୋକବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର, ଅଗ୍ନି ପରୀକ୍ଷାରେ ଏଣେ ହୋଇପାର ଅନାୟାସରେ ଉତ୍ତୀର୍ଣ୍ଣା, ତୁମେ କାହାରି ନୁହଁ।” ଏହାର ପ୍ରତିବାଦରେ ଶାଶ୍ୱତ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଚନ୍ଦ୍ରଶେଖର ଖମ୍ବାରାଙ୍କୁ ଇ-ମେଲ୍ କରିଛନ୍ତି। ଏଥିରେ ସେ ରାଜେନ୍ଦ୍ର ପଣ୍ଡାଙ୍କଠାରୁ ଏକାଡେମୀ ପୁରସ୍କାର ପ୍ରତ୍ୟାହାର କରିବାକୁ ତର୍କଯୁକ୍ତ ଦାବି କରିଛନ୍ତି।

ଡ. ପଣ୍ଡାଙ୍କ ଏହି ପୋଷ୍ଟଟି କୋଟି କୋଟି ହିନ୍ଦୁ ତଥା ସଂସ୍କୃତିପ୍ରେମୀଙ୍କୁ ଆଘାତ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଶାଶ୍ୱତ। ଏହି ପୋଷ୍ଟରେ ସେ ହିନ୍ଦୁ ଧର୍ମର ଆରାଧ୍ୟା ଦେବୀ ସୀତା ମାତାଙ୍କୁ ଲାଞ୍ଚିତ ନାରୀ ଭାବେ ବର୍ଣ୍ଣନା କରିଛନ୍ତି। ଏହାସହ ସେ ସଂସ୍କୃତି ବିରୋଧୀ ଲବିରେ ସାମିଲ ଥିବା କେତେଜଣ ଓଡ଼ିଆ କବିଙ୍କୁ ଏନେଇ ଅନୁସରଣ କରିବାକୁ ମଧ୍ୟ ପ୍ରବର୍ତ୍ତାଇଥିଲେ। ଉକ୍ତ କବିମାନେ ଭଗବାନ ରାମ ଓ ମାତା ସୀତାଙ୍କୁ ନେଇ ଅନେକ କବିତା ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଅତ୍ୟନ୍ତ ଅଶାଳୀନ। ତେବେ ଓଡ଼ିଆ ସାହିତ୍ୟ ଜଗତରେ ଏଭଳି ବିକୃତ ଧାରା ପୂର୍ବରୁ କେବେ ଦେଖିବାକୁ ମିଳିନାହି ବୋଲି ଶାଶ୍ୱତ କହିଛନ୍ତି।

ଶାଶ୍ୱତ ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ରାଜେନ୍ଦ୍ରଙ୍କର ଏଭଳି ପୋଷ୍ଟ ଅତ୍ୟନ୍ତ ଅଶାଳୀନ। ଏହା ହିନ୍ଦୁମାନଙ୍କୁ ଆଘାତ ଦେଇଛି। ଏଣୁ ତାଙ୍କ ନାଁରେ ଆଇପିସି ଧାରା ୨୯୫ (ଏ) ଏବଂ ଆଇଟି ଆକ୍ଟ ୨୦୦୦ର ଧାରା ୭୬ ଅନୁଯାୟୀ ମାମଲା ରୁଜୁ କରାଯାଉ। ଏହାବ୍ୟତୀତ ରାଜେନ୍ଦ୍ରଙ୍କ ବିରୋଧରେ ୧୦ଟି ଅପରାଧିକ ମାମଲା ମଧ୍ୟ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଡ. ପଣ୍ଡା ନିଜ କବି ହେବାର ସ୍ୱାଧୀନତାର ଦୁର୍ବ୍ୟବହାର କରିଛନ୍ତି। ସାହିତ୍ୟ ସଂସ୍କୃତି ସହିତ ନିବିଡ଼ ଭାବରେ ଜଡ଼ିତ। ଆଉ ସାହିତ୍ୟର ଏକ ଅଂଶ ସଂସ୍କୃତି ବିରୁଦ୍ଧରେ ଏକ ଉପକରଣ ହୋଇପାରିବ ନାହିଁ। ମାତା ସୀତାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ସେ ନିଜ କବି ହେବାର ସ୍ୱାଧିନତାର ଅପବ୍ୟବହାର କରିଛନ୍ତି। ଆଉ ଏବଂ ସେ ‘ମେଟାଫର’ ଆଡ଼ୁଆଳରେ ଲୁଚିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏବଂ ପୂର୍ବତନ ବରିଷ୍ଠ ଅମଲା ଭାବେ ନିଜ ପ୍ରଭାବଶାଳୀ ମାନ୍ୟତାକୁ ବ୍ୟବହାର କରି ଡ. ପଣ୍ଡା ମୁକ୍ତ ଅଛନ୍ତି ଏବଂ ଆଇନ ମଧ୍ୟ ତାଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି ଶାଶ୍ୱତ ଅଭିଯୋଗ କରିଛନ୍ତି।

ଡ.ପଣ୍ଡାଙ୍କ ଏଭଳି କାର୍ଯ୍ୟକୁ ସାଂସ୍କୃତିକ ଆତଙ୍କବାଦ ବୋଲି ଦର୍ଶାଇ ଶାଶ୍ୱତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଏକାଡେମୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏଠାରେ ଉଲ୍ଲେଖ ଥାଉ କି, ଡ. ପଣ୍ଡାଙ୍କ ଏହି ପୋଷ୍ଟକୁ ନେଇ ସେହି ସମୟରେ ସୋଶାଲ ମିଡିଆରେ ଖୁବ୍ ବିବାଦ ଓ ଚର୍ଚ୍ଚା ଜୋର୍ ଧରିଥିଲା।

ଅନ୍ୟପଟେ, ଏନେଇ ଡ. ରାଜେନ୍ଦ୍ର କିଶୋର ପଣ୍ଡା କହିଛନ୍ତି ଯେ, “୧୯୮୮ ମସିହାର ଏକ ପୁସ୍ତକରେ ପ୍ରକାଶିତ ଏକ କବିତା, ଯାହା ଯଥେଷ୍ଟ ପୂର୍ବରୁ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା। କବିତାରେ ସେଭଳି କିଛି ନାହିଁ। ବିବାଦ ଉଠିବା ପରେ ପୂର୍ଣ୍ଣ କବିତାଟି ମୁଁ ରି-ପୋଷ୍ଟ କରିଛି। ସ୍ତ୍ରୀଙ୍କୁ ଅଗ୍ରାଧିକାର ଦେବା କଥା କବିତାରେ କୁହାଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “କବି ତା ନିଜ ଇଚ୍ଛାରେ କବିତା ଲେଖେ। ଏହି ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର। ଏପରି କୌଣସି ବିଷୟ ନାହିଁ, ଯାହା ଉପରେ ଜଣେ ଲେଖକ ଲେଖିପାରିବ ନାହିଁ। କାହାକୁ ଏଥିରେ ମାନ-ଅପମାନ କରିବା କଥା ଉଠୁନାହିଁ। ଲେଖିବାରେ କୌଣସି ବାଧା ନାହିଁ।”

The post ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି appeared first on Odisha Reporter.

]]>
left top, Rajendra Kishore Panda, Saswat Panigrahi, Social Media, ରାଜେନ୍ଦ୍ର କିଶୋର ପଣ୍ଡା, ସୋଶାଲ ମିଡିଆ 2020-07-04 17:58:12 https://cdn.odishareporter.in/wp-content/uploads/2020/07/04170111/Untitled-1-4.jpg
ମାଙ୍କଡ଼ ଓ ପିଜୁଳି https://odishareporter.in/literature-culture/literature/a-story-about-money-and-gouva-543155 Tue, 23 Jun 2020 07:38:09 +0000 https://odishareporter.in/?p=543155

ହେଲା, ଆରେ କ’ଣ କରୁଛୁ…? କେତେ ସମୟ ହେଲା ଫୋନ୍‌ଟା ରିଙ୍ଗ ହେଉଛି ଉଠାଉନୁ କାହିଁକି… ହଁ କହ… ଗାଧୋଉଥିଲି। ମୋର ଲେଟ୍‌ ହେଲାଣି। କ’ଣ କହିବା କଥା ଟିକେ ଜଲଦି କହ… ଓହୋ , ହଉ ତୁରଖିଦେ…. ଖାଇଛୁନା ଖାଇକି ଯିବୁ ? –ହଁ ମା ତୁ ଫୋନ୍‌ଟା ରଖିଲେ ସିନା ଖାଇବି। ମୋର ବହୁତ ଲେଟ୍ ହେଲାଣି। ହଉ ତୁ ଚିଡ଼େନା ଶାନ୍ତିରେ ଦିଟା ଖାଇବୁ। ଦେଖିକିଯିବୁ। ହଁ ତୁ ଫୋନ୍‌ ରଖ। ହଉ […]

The post ମାଙ୍କଡ଼ ଓ ପିଜୁଳି appeared first on Odisha Reporter.

]]>

ହେଲା, ଆରେ କ’ଣ କରୁଛୁ…? କେତେ ସମୟ ହେଲା ଫୋନ୍‌ଟା ରିଙ୍ଗ ହେଉଛି ଉଠାଉନୁ କାହିଁକି… ହଁ କହ… ଗାଧୋଉଥିଲି। ମୋର ଲେଟ୍‌ ହେଲାଣି। କ’ଣ କହିବା କଥା ଟିକେ ଜଲଦି କହ…
ଓହୋ , ହଉ ତୁରଖିଦେ…. ଖାଇଛୁନା ଖାଇକି ଯିବୁ ? –ହଁ ମା ତୁ ଫୋନ୍‌ଟା ରଖିଲେ ସିନା ଖାଇବି। ମୋର ବହୁତ ଲେଟ୍ ହେଲାଣି। ହଉ ତୁ ଚିଡ଼େନା ଶାନ୍ତିରେ ଦିଟା ଖାଇବୁ। ଦେଖିକିଯିବୁ। ହଁ ତୁ ଫୋନ୍‌ ରଖ। ହଉ ଅଫିସରେ ଫ୍ରୀ ହେଲେ ଟକେ ଫୋନ କରିବୁ….. ଆରେ …. ଖାଇବୁ କ’ଣ….? କାଟି ଦେଲାଣିନା କ’ଣ… ହେଲା… ହଁ କାଟିଦେଲା … କେତେ କାମ କରିବ ପିଲାଟା। ଶାନ୍ତିରେ ଟିକେ ଖାଇବି ପାରୁନି। ହେ ମା’ ତା’ ଦିନଟା ଆଜି ଭଲରେ ଭଲରେ ଯାଉ। କିଛି ନ କହିକି ଫୋନ୍‌ଟା କାଟିଦେଲା। ଆର ସପ୍ତାହକୁ ତା’ ପାଖକୁ ଯିବା ପାଇଁ କହିଥିଲି। ତା’ର ମନେଥିବ କି ନାହିଁ କେଜାଣି। ଏତେ ବ୍ୟସ୍ତ ଭିତେର ରହୁଛି ସେ। ଠିକ୍‌ସେ ଦିଟା ଖାଇବି ପାରୁନି। ଭାବୁଛି ତା’ ପାଖରେ ଗୋଟେ ମାସ ଖଣ୍ଡେ ରହି ଆସିଲେ ଅବଶ୍ୟ ତାକୁ ଗୋଟେ ମାସ ଶାନ୍ତି ତ ମିଳିବ।

ବାହାର ଖାଇବା ଖାଇ ଖାଇ ଦେହ ତା’ର ଅଧିକ ଖରାପ ହେଉଛି। ହଉ ସେ ଅଫିସରେ ପହଞ୍ଚିକି ଫୋନ୍‌ କରୁ। ଯିବା କଥା କ’ଣ ହେଲା ବୁଝିବି। ଏଁ… ଆଜି ତା’ର କି ଅଫିସ ଆଜି ପରା ଶିଶୁଦିବସ। ଆଜି କ’ଣ ତା’ର ଛୁଟି ନାହିଁ। କେଜାଣି କି ଅଫିସରେ କାମ କରୁଛି……ସବୁବେଳେ ଖାଲି କାମ କାମ କାମ । (ଗୋଟେ ଘଣ୍ଟା ପରେ ଫୋନ୍‌ ରିଙ୍ଗ୍‌ ହେବାର ଶବ୍ଦ) ସେଇ ଫୋନ୍‌ କରିଥିବ। ଅଫିସରେ ପହଁଚିଗଲା ବୋଧେ। -ହେଲୋ …. ହଁ ମା ମୁଁ ଅଫିସରେ ପହଞ୍ଚିଲି। କ’ଣ କହୁଥିଲୁ କହ ? ଭଲରେ ଭଲରେ ପହଞ୍ଚିଲୁ ? କ’ଣ ଖାଇକି ଆସିଲୁ ? ଆଜି ତମର ଛୁଟି ନାହିଁ କିରେ …. ଆଜି ପରା ଶିଶୁଦିବସ …. ମୁଁ କ’ଣ ଆଉ ଶିଶୁ ହେଇକି ଅଛି….ମୁଁ ପା ବଡ଼ ହୋଇଗଲିଣି…..ହଁ ଭଲରେ ଭଲରେ ପହଞ୍ଚିଲି… ପଖାଳ ଥିଲା ଖାଇକି ଆସିଲି… ତୁ କ’ଣ କହୁଥିଲୁ କହ ? ଆରେ ମୋ ଯିବା କଥା କହିଥିଲି ପା। ଟିକେଟ୍‌ କାଟିଥିଲୁ କି ? କାହିଁ କିଛି ତ କହିଲୁନି ? ହଁ ମା’ ମୁଁ କାଟି ଦେଇଛି… ତୋତେ କହିବାକୁ ଭୁଲି ଯାଇଥିଲି…. ବାପାଙ୍କର ତୋର ଦୁଇଜଣଙ୍କର ଟିକେଟ୍‌ କାଟି ଦେଇଛି। ଆରେ ବାପା କ’ଣ ଯିବେ ? ତାଙ୍କର ସମୟ ନାହିଁ ବୋଲି ତ କହୁଥିଲେ। ଆଉ ତୁ ଏକା କେମିତି ଆସିଥାନ୍ତୁ ? ନାଇଁ ଦିଜଣ ଯାକ ଆସ କିଛିଦିନ ରହିକିପେଳଇବ। ହେଲେ ତୋ ବାପା କହୁଥିଲେ…ତୁ କିଛିଦିନ ପାଇଁ ଆସି ଯାଇଥିଲେ ହେଇନଥା’ନ୍ତା ? ବହୁତ ଦିନ ହେଲା ଆସିନାହୁଁ ଓହୋ… ଆରେ ତୁ ତ ଜାଣିଛୁ ମା ଏ ଗୋଟେମାସ ହେଲା କେତେ ବ୍ୟସ୍ତ ରହୁଛି। ଏବେ ଛୁଟି ମିଳିବା ସମ୍ଭବ ନୁହେଁ। ତୁମେ ଦିଜଣ ଯାକ ପଳେଇଆସ। କିଛିଦିନ ରହିକି ପଳେଇବ। ହଉ ମୁଁ ତୋ ବାପାଙ୍କୁ କୁହେ… ସେ ରାଜି ହେବେକି ନାହିଁ କେଜାଣି। ଆଉ ତୋ ପାଇଁ କିଛି ନେବିକିରେ…? କ’ଣ ଆଣିବୁ ? ବଡ଼ି, ଘିଅ, ଆଚାର ସବୁ ରଖିଛି… ଆଉ କ’ଣ ନେବି ତୁ କହ ? ଆଉ ଆମ ବାଡ଼ିରେ କିଛି ହେଇନି ? ହଁ ପିଜୁଳିଦିଟା ନେଇଯିବି। ଆଉ କିଛି ନେବିକିରେ…. ହଁ ପିଜୁଳି ଆଣିବୁ। ଆଉ ତୁ ଯୋଉ ଛେନା ପୁର ଦେଇକି ପିଠା କରୁ ସେଥିରୁ ଦିଟା ଆଣିବୁ। ମୋ ସାଙ୍ଗମାନେ କହୁଥିଲେ ମାଉସୀଙ୍କୁ କହିବୁ ଆସିଲାବେଳେ ସେଇ ପିଠା ବନେଇକି ଆଣିବେ। ଆଉ କିଛି ଆଣିବା ଦରକାର ନାହିଁ। ଏଠି ସବୁଅଛି। ଆଉ କିଛି କହିବୁନା ମୁଁ ରଖିବି। ହଉ ରଖ। ମୁଁ ଯାଇକି ବାପାଙ୍କୁ କୁହେ। ସେ ଯିବେ କି ନାହଁ କେଜାଣି ?

ବଡ଼ି ତ ଅଳପ ଦିଟା ଥିଲା। ସେତିକି କ’ଣ ହବ। କହୁଛି ତା ସାଙ୍ଗ ମାନେ ଖାଇେବ। ଦେଖିବା ବଡ଼ି ଆଉ କେତେ ଅଛି। ଏଇ ଦିଟା ବଡ଼ି ନେଇକି କ’ଣ ଯିବି। ଇଏ ତ ଦିଟା ଦିନରେ ସରିଯିବ। ନା ଆଉ କିଛି ବଡ଼ି ନେଇକିଯିବି। ଇଏ କୁଆେଡ ଗଲେ କେଜାଣି। ଆଉ କିଲେ ଖଣ୍ଡେ ବିରି ଆଣିବେ ଆଉ ଗୋପାଳ ସାହିରେ କହିଦେଇ ଆସିବେ ଗୁରୁବାରକୁ ଗୋଟେ କିଲୋ ଛେନା ଆଣିବେ। ଆରେ କୁଆେଡ ଗଲ ବା ଶୁଣୁଛ… ଏଇଠି ବସି ଖବରକାଗଜ ପଢୁଥିଲ …. କୁଆେଡ ଗଲ ଯେ…. ଆରେ ମୁଁ ଏପଟେ ଅଛି। ସେପଟେ କ’ଣ କରୁଛ ? ଏଇ ମାଙ୍କଡ ସବୁ କ’ଣ ବାଡ଼ିରେ କିଛି ରଖେଇ ଦେଉଛନ୍ତି। କେତେଟା କ’ଣ ପିଜୁଳି ହୋଇଥିଲା ଅଧା ଖାଇସାରିଲେଣି। ତମେ ଆର ସପ୍ତାହକୁ ପୁଅ ପାଖକୁ ଯିବ ବୋଲି କହୁଥିଲ ପରା। ଯାହା ଯେତିକି ପିଜୁଳି ଦିଟା ଅଛି ନେଇକିଯିବା। ପିଜୁଳି ତା’ର ଭାରି ପ୍ରିୟ। ନେଇକି ଯିବା କ’ଣ କହୁଛ ? ସେ ପା ଆମ ଦି ଜଣଙ୍କ ଟିକେଟ କାଟିଛି।

ଦିଜଣ… ହେ ମୁଁ ପା ମନା କରିଥିଲି, ମୋତେ ସମୟ ନାହିଁ। ସେ କଥା ତାକୁ କହିବ। ସେ ତ ଟିକେଟ କରିସାରିଛି। ଆରେ ମୋର ସାର୍ଟ ପ୍ୟାଣ୍ଟ ଭଲସେ ସଫା ହୋଇ ନାହିଁ। ଏମିତି ହଠାତ୍‌ କେମିତି ଯିବି ! ହଉ ଥାଉ ମୁଁ ସଫା କରିଦେଉଛି। ତୁମେ ଗଲ ବଜାରରୁ ଦୁଇ କେଜି ବିରି ଆଣିବ। ବଡ଼ିଦିଟା ବନେଇତି ନେବି। ଆଉ ଫେରିଲା ବେଳେ ଗୋପାଳ ସାହିରେ କହି ଦେଇଥିବ ଗୁରୁବାର ଦିନ କିଲେ ଛେନା ଦେବା ପାଇଁ। ହଉ ମୁଁ ଯାଉଛି ବଜାର ଆଡୁ ଆସେ। ଏ ପିଜୁଳି ଗଛକୁ ଟିକେ ନଜର ପକେଇଥିବ। ନ ହେଲେ ଏ ମାଙ୍କଡ ସବୁ ଖାଇଯିବେ। ହଉ ତମେ ଯା’ଅ।

ମୁଁ ତେଣେ ଯାଇ ଦେଖେ ମୋର ବି ଶାଢ଼ୀଦିଟା ସଫା କରିବି। ସବୁ ଡ୍ରେସ୍‌ ୟାଙ୍କର ସଫା ଅଛି। ପୁଣି କାହାକୁ ସଫା କରିବି। ଗରମ ଦିନରେ ପତଳା ସାର୍ଟ ଦି ଖଣ୍ଡ ହେଲେ ୟାଙ୍କର ହେଲା। ସୁଟ୍‌କେଶଟିକେ ଝାଡିବାକୁ ପଡ଼ିବ। ଲୁଗା ଆଉ ସାର୍ଟ ଫ୍ୟାଣ୍ଟ ଖଣ୍ଡେ ଭିଜେଇ ଦେଇ ପିଜୁଳିଗଛ ପାଖେର ଟିକେ ବସି ପଡ଼ିଲେ ଆରତିଦେବୀ। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ସେ ଏଇ ପିଜୁଳି ଗଛଟା ଲେଗଇଥିଲା। ପାଞ୍ଚ ବର୍ଷ ହେଲା ଫଳିଲାଣି। ହେଲେ ତା’ ପାଟିରେ ଟିକେ ବାଜିଲା ନାହିଁ। ସବୁବେଳେ ପଚାରି ହଉଛି ପିଜୁଳି ଫଳୁଛିନା ନାହିଁ।

ଯେତିକି ପିଜୁଳି ଗଛରେ ଅଛି ସବୁ ନେଇଯିବି କେତେ ଖାଉଛି ଖାଉ। ଯେତେବେଳେ ଛୋଟ ପିଲାଟିଏ ହୋଇଥିଲା ତା’ ସବୁସାଙ୍ଗଙ୍କୁ ଡାକି ଆଣି ତା’ ପିଜୁଳି ଗଛ ଦେଖାଏ …. ଘରେ ରାଗିକି ଟିକେ କିଛି କହିଲେ ଏଇ ପିଜୁଳି ଗଛ ପାଖରେ ଆସି ବସେ। ଏଇ ଗଛ ପାଖରେ କିଛି ସମୟ ଆସି ବସିଲେ ତା’ ରାଗ ଆପେ ଆପେ ଶାନ୍ତ ହୋଇଯାଏ। ଏ ଗଛ ସାଙ୍ଗରେ ତା’ର କି ମାୟା କେଜାଣି। ଖରାଦିନେ ଏଇ ଗଛ ମୂଳେ ବହିଟେ ଧରି ସବୁବଳେ ବସିଥାଏ।

ଏମିତି ଭାବନା ରାଇଜରେ ବୁଲୁବୁଲୁ ହଠାତ୍ ଆରତି ଦେବୀଙ୍କର ମନେ ପଡ଼ିଗଲା…..ଆରେ କୋଉଦିନ ଟିକେଟ୍‌ଟା କାଟିଲା କହିଲା ନାହିଁ ତ। ହଉ ସେ ସନ୍ଧ୍ୟା ବେଳକୁ ଘରକୁ ଫେରୁ ଫ୍ରୀ ହେଲେ ତା’ ସହ ଟିକେ ଭଲସେ କଥା ହେବି। ଏ ଭୁଲା ମନ ଠିକ୍‌ ସମୟରେ ସବୁ ଭୁଲିଯିବ। ଗୋଟେ ଲିଷ୍ଟ କରିବି ତା’ ସହ କଥା ହୋଇ। ଆରେ ହେଇ (ବଡ଼ ପାଟିକରି) ପୁଣି ସେ ମାଙ୍କଡ ଗୁଡ଼ା ଆସିଲେଣି…. କୁଆେଡ ଗଲା ସେ ଆଙ୍କୁଡିଟା …. ଚାଲ୍‌ ଚାଲ୍ଏଠୁ…. ଆରେ ତମ କଥା ଏମାନେ ଶୁଣିବେ ନାହିଁ। ନିଅ ତମ ବିରି ନିଅ… ମୁଁ ଏମାନଙ୍କୁ ଗୋଡ଼ାଉଛି। ଆରେ ତମେ ଏତେ ଜଲ୍‌ଦି ଆସିଗଲ। ହଁ କାମ ସରିଲା। ପୁଣି କାହିଁକି ଲେଟ୍‌ କରିଥା’ନ୍ତି। ମୁଁ କାଳେ ରାଜି ନାହିଁ ଯିବା ପାଇଁ ପୁଅ ମୋତେ ଫୋନ୍‌ କରିଥିଲା।

ସେ ଏଇ ଶନିବାର ସକାଳ ପାଇଁ ଟିକେଟ କାଟିଛି। ଆଉ ହାତରେ ମାତ୍ର ୪ଟା ଦିନ। ତୁମେ ଗଲ ଶୀଘ୍ର ଶୀଘ୍ର ଏ ବିରିଗୁଡା ପାଣିରେ ପକେଇବ। ଆଉ ବେଳ ନାହିଁ। ମୁଁ ଏ ଲୁଗାପଟା ଧୋଇ ଦଉଛି। ଛେନା ଦେବା କଥା ଗୋପାଳ ସାହିରେ କହିଲ ? ହଁ କହିଛି। ହଉ ମୁଁ ବିରିଟା ଆଗ ପାଣିରେ ପକେଇଦିଏ । ଆଜି କିଛି ଆଉ ତରକାରୀ କରିହବନି। ଯାହା ଶାଗ ମୁଗ ଦୁଇଟା ହବ ଖାଇଦବ। ହଁ ମୁଁ ଖାଇଦେବି। ତରକାରୀ ନେହେଲ ଚଳିବ। ପାଖାପାଖି ଗୋଟେ ବର୍ଷ ହୋଇଗଲା ପୁଅକୁ ଦେଖି ନାହାନ୍ତି ଦୁଇଜଣ। ପୁଅକୁ ପିଜୁଳି ଦୁଇଟା ଚଖେବାକୁ ଆରତି ଦେବୀ ଯେମିତି କୋଉ କାଳରୁ ପଣ କରି ଚାହିଁ ବସିଥିଲେ। ଯିବା ଖବର ଶୁଣି ଦିନରେ ପଚାଶ ଥର ସେଇ ଗଛଟିକୁ ଚାହିଁ ବସୁଥିଲେ। ଏ ଗଛ ସାଙ୍ଗରେ ସତେର ଏ ମା’ ପୁଅ ଦୁଇଜଣଙ୍କର କିଛି ଗୋଟେ ଅନାବିଳ ସମ୍ପର୍କ ଯୋଡ଼ି ହୋଇଯାଇଛି। ସବୁକାମ ସାରି ଗାଧୁଆପାଧୁଆ ସରୁସରୁ ଟିକେ ବିଳମ୍ବ ହୋଇଗଲା। ପୁଅ ପାଖକୁ ଯିବା କଥା ଭାବି ଖୁସିରେ ଦୁହେଁ ଆତ୍ମହରା ଥିଲେ। ଏଇ ପାଖରେ କୋଉଠି ହୋଇଥିଲେ, ଗୋଟେ ଦିନ ଭିତରେ ଯାଇ ଆସି ପାରାଥା’ନ୍ତେ। ସିଏ ଯାହା ହଉ ଏତେ ଦିନ ପରେ ଦୁହେଁ ପୁଅକୁ ଦେଖିବେ ବୋଲି ପାଦ ଆଉ ଭୂଇଁରେ ଲାଗୁନି। ଶାଗ ମୁଗର ସ୍ୱାଦ ବି ଅମୃତ ପରି ଲାଗୁଥାଏ। ଆରେ ଡାଲିରେ ଟିକେ ଲୁଣ କମ୍ ହୋଇଛି ନା କ’ଣ ? ହେ ଭଗବାନ ମୁଁ ତ ସମ୍ପୂର୍ଣ୍ଣ ଲୁଣ ପରେଇବାକୁ ଭୁଲିଯାଇଛି। ତୁମର ତ ଖାଇବା ସରିଲାଣି। ଏବେ ତୁମେ ଜାଣିଲ। ହଁ ଛାଡ଼ ଖାଇବା ସରିଲାଣି। ମୁଁ ଟିକେ ବିଶ୍ରାମ ନିଏ। ତୁମେ ଶୁଣିଛ କ’ଣ ଗୋଟେ କରୋନା ବେମାରି ଆସିଛି। ବହୁତ ଲୋକେ ମଲେଣି ସେପଟେ। ହଁ ଶୁଣିଛି ମ…. ଆମ ଦେଶରେ ହୋଇନି…. ସେଟା ଚୀନରେ ହୋଇଛି। ପୁଅ ସେକଥା କିଛି କହୁଥିଲା କି ? ନା ତ କିଛି କହିନି। ଏମିତି କଥାରେ କାମରେ ଦିନଟା ଗଡ଼ିଗଲା। ଚାହୁଁ ଚାହୁଁ ସନ୍ଧ୍ୟା ଗଡ଼ି ରାତି ବି ହୋଇଗଲା। ଆରେ ହେ ପୁଅ ମୋତେ କହିଥିଲା, ଆସିଲା ବେଳକୁ ଗୋଟେ ଓଡ଼ିଆ କ୍ୟାଲେଣ୍ଡର ନେଇକି ଯିବାପାଇଁ।

ମୁଁ ଭୁଲିଯାଇଛି। କାଲି ପୁଣି ବଜାର ଯାଇକି ଆଣିବାକୁ ପଡ଼ିବ। ହଉ ମୁଁ ମନେ ପକେଇେଦବି। ତା’ ପର ଦିନ ଆରତିଦେବୀ ପାହାନ୍ତି ପ୍ରହରରୁ ଉଠି ଅତିବ୍ୟସ୍ତ ହୋଇ ଘରକାମ ସବୁ ସାରି ପିଜୁଳିଗଛକୁ ଚାହିଁଲା ବେଳକୁ ମାଙ୍କଡ଼ ଗଛରେ। ଆରେ ହେଇ କେତେ ମାଙ୍କଡ଼। କୁଆେଡ ଗଲ ଟିକେ ଦୌଡ଼ି ଆସିଲ। ମାଙ୍କଡ଼ଗୁଡା ପିଜୁଳି ଖାଇଯାଉଛନ୍ତି। ସିଦ୍ଧାର୍ଥ ବାବୁ ତରତର ହୋଇ ଉଠି ମାଙ୍କଡମାନଙ୍କୁ ବହୁତ ଟେକା ଫିଙ୍ଗି ଗୋଡ଼ଇଲେ। ତମେ ମୋତେ ଟିକେ ଆଗରୁ ଡାକିପାରିଲ ନାହିଁ। ମୁଁ ତ ଏବେ ଦେଖିଲି। ହଉ ତମେ ଯା’ଅ । କ’ଣ କହୁଥିଲ ତା’ ପାଇଁ ଗୋଟେ କ୍ୟାଲେଣ୍ଡର ଆଣିବ ବୋଲି ହଁ ମୁଁ ଟିକେ ଚାହା ପି ଯାଉଛି। ତୁମେ ଏ ଗଛକୁ ଅନେଇଥିବ।

ଚାହା ପି ସିଦ୍ଧାର୍ଥବାବୁ ବଜାର ବାହାରିଗଲେ। ଆରତିଦେବୀ ବଡ଼ି ତିଆରି କରିବାରେ ଲାଗିପଡ଼ିଲେ। ହଠାତ୍ ସିଦ୍ଧାର୍ଥବାବୁଙ୍କୁ ଫେରିବା ଦେଖି ଆରତିଦେବୀ ପଚାରିଲେ.. କ’ଣ ହେଲା ଫେରିଆସିଲ ଯେ। ତୁମେ ପା ବଜାର ଯାଇଥାନ୍ତ। ହଁ ଯେ… ଶୁଣି ଆସିଲି ଆଜି କ’ଣ ଜନତା କର୍ଫ୍ୟୁ ଲାଗୁହୋଇଛି। ବଜାରରେ ସବୁ ଦୋକାନ ବନ୍ଦ। । ହେଲେ କ’ଣ ପାଇଁ। ଆରେ ତୁମେ କାଲି ଯେଉଁ କରୋନା ବେମାରୀ କଥା କହୁନଥିଲ ସେଥିପାଇଁ। ଆଜିସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ’ଣ କହିବେ ସେ ରୋଗ ବିଷୟେର। ମୁଁ ବି ସକାଳ ଖବରରେ ଶୁଣିଥିଲି। ଏ ବେମାରୀକୁ ଔଷଧ ବାହାରିନାହିଁ। ଏଇଟା ଧୀରେ ଧୀରେ ଆମ ଇଣ୍ଡିଆରେ ବ୍ୟାପୁଛି। ହଉ ତୁମେ ମୋତେ ବଡ଼ି ତିଆରି କରିବାରେ ସାହାଯ୍ୟ କରିବ ବୋଲି କହିଥିଲ ପା। ଆସ ସାହାଯ୍ୟ କର। ଆରେ ତୁମେ ଏତେ ଚିନ୍ତିତ କାହିଁକି ଦିଶୁଛ। ସବୁ ଠିକ୍ ହୋଇଯିବ। ଆମେ ପା ଶନିବାର ଯିବା। ଆହୁରି ୩ ଦିନ ବାକି ଅଛି।

ହଁ……. ଛାଡ ଆଜି ସନ୍ଧ୍ୟାରେ ପ୍ରଧାନ ନ୍ତ୍ରୀ କ’ଣ କହୁଛନ୍ତି ଦେଖିଲେ ଜଣାପଡ଼ିବ। ହଉ ସେ ପିଜୁଳି ଗଛ ମୂଳକୁ ଚାଲ। ସେଇଠି ବଡ଼ି ପକେଇ ନଜର ରଖିବା । ହଉ ଚାଲ । ଚାହୁଁ ଚାହୁଁ ସନ୍ଧ୍ୟା ବି ହୋଇଗଲା। ଦୁହେଁ ବହୁତ ଉତ୍ସୁକତାର ସହ ଅନେଇ ବସିଥିଲେ ସନ୍ଧ୍ୟା ସମୟର ଖବର ଶୁଣିବାକୁ । ଖବର ଶୁଣି ଦୁହେଁ ଏକବାର ଅବାକ୍ ହୋଇଗଲେ। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଦେଶରେ ସବୁଯାନ ବାହନ ଚଳାଚଳ ବନ୍ଦ ରହିବ। ସ୍ତବ୍ଧ ପଡ଼ିଗଲେ ଦୁଇଜଣ। ଏତିକି ବେଳକୁ ଫୋନ୍‌ ରିଙ୍ଗ୍‌ ହେବାର ଶବ୍ଦ। ଦୁହେଁ ଜାଣିଗଲେ ସେ ହିଁ ଫୋନ୍‌ କରିଥିବ।ହେଲେ ଫୋନ୍‌କୁ ଉଠାଇ ହେଲୋ କହିବାର ଶକ୍ତି ଦୁଇଜଣଙ୍କର ନଥିଲା। ଆରେ ଫୋନ୍‌ଟା ରିସିଭ କର। ହଁ… ହେଲୋ ଆରେ ଆଉ କ’ଣ କହୁଛୁ। ନା ଆଉ କ’ଣ କହିବି। ତୁମେମାନେ ତ ଖବର ଶୁଣିଥିବ। ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ସବୁ ଗାଡ଼ି ଚଳାଚଳ ବନ୍ଦ। ଟିକେଟ୍‌ ବି ଆପେ ଆପେ ସରକାରଙ୍କ ତରଫରୁ କ୍ୟାନସଲ୍‌ ହୋଇଯାଇଛି। ହଁ ଆମେ ଏବେ ଶୁଣିଲୁ। ତୁ ଅଫିସରୁ ଫେରିଲୁଣି ?

ହଁ ଏବେ ଆସିଲି। ହଉ ଯା ଫ୍ରେସ୍‌ ହୋଇଯିବୁ। ଫୋନ୍‌ଟା ରଖିଦେଇ ଆରତି ଦେବୀ ସୋଫା ଉପରେ ଏକଦମ୍‌ ନିସ୍ତେଜ ହୋଇବସିପଡ଼ିଲେ। ରାତିସାରା ନିଦ ହେଲାନି। ଭୋରୁ ଭୋରୁ ଉଠି ଏକା ଏକା ସେଇ ରାସ୍ତାପାଖ ଗେଟ୍‌ ପାଖରେ ଚଉକିଟିଏ ପକେଇ ବସିଲେ। ନା କିଛି କାମ କରିବାକୁ ଇଛା ହଉଥାଏ ନା କିଛି କହିବାକୁ ଇଛା ହଉଥାଏ। ଏତେ ନିରବତା ଭିତରେ ଅନ୍ତର ଆତ୍ମା ଯେମିତି ଚିତ୍କାର କରି କନ୍ଦୁଥାଏ। ଏମିତି ବୁଲିବୁଲି ବାଡ଼ି ପଟକୁ ଗଲାବେଳକୁ ପିଜୁଳିଗଛଟି ଅତି ନିରବତାର ସହ ମନ ଦୁଃଖ କରି ବସିଥିବା ପରି ଦିଶୁଥାଏ। ଏମିତି ଢ଼ଳ ଢ଼ଳ ଆଖିକରି ସେ ଗଛଟିକୁ ଚାହିଁ ଆରତିଦେବୀ କ’ଣ ଭାବୁଥିଲେ କେଜାଣି। । ଚାହିଁଲା ବେଳକୁ ଗୋଟିଏ ପିଜୁଳି ଝଡି ଗଛ ମୂଳେ ପଡ଼ିଛି। ପିଜୁଳିଟିକୁ ଗଛ ପାଖରୁ ଉେଠଇକି ଦେଖିଲେ ଆରତିଦେବୀ । କି ବାସ୍ନା….ବହୁତ ପାଚି ଆସିଲାଣି। ଥରିଲା ଥରିଲା ହାତରେ ପିଜୁଳିଟାକୁ ଚାହିଁ ଚାହିଁ ଆଖିରୁ ଦୁଇଧାର ଲୁହ ଝରିଆସିଲା। କୋହ ଭରା ଆଖିରେ ଗଛକୁ ଦେଖୁ ଦେଖୁ କାଲିପରି ଆଜି ବି ଦଳେ ମାଙ୍କଡ଼ ଆସି ସେ ପିଜୁଳି ଗଛ ଉପରେ ପିଜୁଳିଗୁଡ଼ା ଖାଇ ଯାଉଛନ୍ତି। ନା ସେମାନଙ୍କୁ ଗୋଡ଼ାଇବାକୁ ଇଚ୍ଛା ହେଉଥିଲା ନା ପାଟିକରି ସିଦ୍ଧାର୍ଥବାବୁଙ୍କୁ ଡାକିବାକୁ ଇଚ୍ଛା ହେଉଥିଲା। ମାଙ୍କଡ଼ର ପିଜୁଳି ଖିଆ ଦୃଶ୍ୟ ବୋଧେ ତାଙ୍କୁ ବହୁତ ଭଲ ଲାଗୁଥିଲା

ରଶ୍ମିରଞ୍ଜନ ଜେନା

The post ମାଙ୍କଡ଼ ଓ ପିଜୁଳି appeared first on Odisha Reporter.

]]>
left bottom 2020-06-23 13:08:09 https://cdn.odishareporter.in/wp-content/uploads/2020/06/23130758/monkey.jpg
ଏକା ଏକା ତୁମ ବିନା https://odishareporter.in/literature-culture/a-story-of-a-lovebirds-written-rashmiranjan-jena-538549 Wed, 10 Jun 2020 09:02:18 +0000 https://odishareporter.in/?p=538549

ଏ ଜୀବନଟା ଟିକେ ଅଟକି ଯା’ନ୍ତାନି, ବହୁତ୍ ଥକି ପଡ଼ିଲା ପରି ଲାଗୁଛି। ପୁଣି କିଛି ସମୟ ପଛକୁ ଫେରି ଯା’ନ୍ତାନି ଏ ଜୀବନ। କିଛି ସମୟ ପଛକୁ ଫେରିଗଲେ ମୁଁ ହୁଏତ ଆଉ ଥରେ କିଛି ନୂଆ କରି ଆରମ୍ଭ କରି ପାରନ୍ତି। କିଛି ଅସଜଡା ସମ୍ପର୍କକୁ ଆଉ ଥରେ ସଜେଇ ଦିଅନ୍ତି। ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡ ପରି ଜଳି ଜଳି ଚମକି ପଡୁଛି ମୁଁ ଆଉ ମୋ ଚତୁରପାର୍ଶ୍ଵ କିନ୍ତୁ ଏ ସଳିତା […]

The post ଏକା ଏକା ତୁମ ବିନା appeared first on Odisha Reporter.

]]>

ଜୀବନଟା ଟିକେ ଅଟକି ଯା’ନ୍ତାନି, ବହୁତ୍ ଥକି ପଡ଼ିଲା ପରି ଲାଗୁଛି। ପୁଣି କିଛି ସମୟ ପଛକୁ ଫେରି ଯା’ନ୍ତାନି ଏ ଜୀବନ। କିଛି ସମୟ ପଛକୁ ଫେରିଗଲେ ମୁଁ ହୁଏତ ଆଉ ଥରେ କିଛି ନୂଆ କରି ଆରମ୍ଭ କରି ପାରନ୍ତି। କିଛି ଅସଜଡା ସମ୍ପର୍କକୁ ଆଉ ଥରେ ସଜେଇ ଦିଅନ୍ତି। ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡ ପରି ଜଳି ଜଳି ଚମକି ପଡୁଛି ମୁଁ ଆଉ ମୋ ଚତୁରପାର୍ଶ୍ଵ କିନ୍ତୁ ଏ ସଳିତା ଯେ ଜ୍ଵଳନ ଯନ୍ତ୍ରଣାରେ କେବଳ ଛଟପଟ ହେଉଛି, ସେ କଥା କେବଳ ଏ ସଳିତା ହିଁ ଜାଣିଛି। ବୟସର ଅପରାହ୍ନରେ ନିଜେ ଲଗାଇଥିବା ରାସ୍ତା ପାଖ ଆମ୍ବ ଗଛ ମୂଳେ ଏକା ଏକା ବସି ଗାଁ ରାସ୍ତାରେ ଖେଳୁଥିବା କିଛି ଛୋଟ ପିଲାଙ୍କୁ ଦେଖି ଏମିତି କିଛି ଅନାବନା ଭାବନା ଭିତରେ ହଜି ଯାଇଥିଲେ ଆକାଶ ବାବୁ। ଆମ୍ବ ଗଛଟି ସିନା ଅଫଳନ୍ତି କିନ୍ତୁ ଏଇ ବାଟେ ଯାଉଥିବା ହଜାର ହଜାର ବାଟୋଇ ତ ତାଙ୍କ ଥକା ମେଣ୍ଟାଇ ଯାଆନ୍ତି। ଶହ ଶହ ଚଢ଼େଇ ଏ ଗଛ ଡାଳରେ ନିଜ ବସା ବାନ୍ଧନ୍ତି। ଏମିତି ଭାବୁ ଭାବୁ ନିଜ ଭାବନାରେ ହଜି ଯାଇଥିଲେ ଆକାଶବାବୁ। ହଠାତ୍ କେହି ଜଣେ ପିଲା ଡାକ ଛାଡ଼ି କହିଲା “ସାର୍ ବଲ୍‌ଟା ଦିଅନ୍ତୁ, ଆପଣଙ୍କ ଗୋଡ଼ ପାଖେ ପଡ଼ିଛି”। ପିଲାଟିର ଡାକ ଶୁଣି ଚମକି ପଡ଼ିଲେ ଆକାଶବାବୁ। ଭାବନା ରାଜ୍ୟରୁ ନିଜର ବାସ୍ତବତାକୁ ଫେରି ଆସିଲେ। ବଲ୍‌ଟିକୁ ଉଠେଇ ସେ ପିଲା ମାନଙ୍କ ଆଡ଼କୁ ଫିଙ୍ଗି ଦେଲେ।

ବାପାମା’ ଦୁହେଁ ଚାଲିଗଲା ପରଠୁଁ ଜୀବନଟା ସତେ ଯେମିତି ଏକ ମରୁଭୂମିର ମୃଗ ପରି ହେଇଯାଇଛି। ନା ଅଛି ତୃଷ୍ଣା ନା ଅଛି ଟିକେ ପାଣି। ପେଶାରେ ଆକାଶବାବୁ ଜଣେ ଡାକ୍ତର। ନିଜ କର୍ତ୍ତବ୍ୟକୁ ଭଗବାନଙ୍କ ଆଖ୍ୟା ଦିଅନ୍ତି ଆକାଶବାବୁ। କର୍ମ ହିଁ ଭଗବାନ ବୋଲି କୁହନ୍ତି। ଆଖପାଖ କିଛି ଅଞ୍ଚଳର ଲୋକେ ତାଙ୍କୁ ଭଗବାନ ପରିମାନନ୍ତି। ଯେତେ ବଡ଼ ରୋଗ ହେଲେବି ଆକାଶବାବୁଙ୍କ ଚିକିତ୍ସାରେ କେହି ଦୁଃଖୀ ହୋଇ ଫେରନ୍ତି ନାହିଁ। ବୟସ ସାମାନ୍ୟ ଅଧିକ ହୋଇଯାଇଥିଲେ ବି ନିଜ କାମ ସେ ନିଜେ ହିଁ ଠିକ୍ ଭାବରେ କରିପାରନ୍ତି। କରିବେନି ବା କେମିତି ! ଏକା ଏକା ଜୀବନ ଜିଇଁବାରେ ବହୁତ୍ ବର୍ଷ କଟେଇ ସାରିଲେଣି। ନିଜର ସ୍ୱାଭିମାନକୁ ବହୁତ୍ ଉପରେ ରଖନ୍ତି। ଏ ସ୍ୱାଭିମାନ ଟିକକୁ ଛାଡ଼ିଦେଲେ ଆଉ କିଛି ନାହିଁ ତାଙ୍କ ପାଖରେ।

ନିଜର ପ୍ରେମ ବିବାହକୁ ବହୁତ ଜିଦ୍‌ରେ ସ୍ଵୀକୃତି ମିଳିଥିଲା ବାପାଙ୍କ ପାଖରୁ। କିନ୍ତୁ ବିନା ଯୌତୁକରେ ବୋହୂ ଆଣିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ଆକାଶବାବୁଙ୍କ ବାପା। ଆରତିଦେବୀଙ୍କ ବାପା ବି ବିବାହର ଏକ ବର୍ଷ ଭିତରେ ଯୌତୁକ ବାବଦକୁ ଯାହା ଯେତେ ଦାବି ହେଇଥିଲା ସବୁ ଦେଇ ଦେବେ ବୋଲି କହିଲେ। ବହୁତ୍ ଧୁମ୍ ଧାମରେ ହେଲା ବାହାଘର। ଆକାଶବାବୁ ଆଉ ଆରତି ଦେବୀ ପରସ୍ପରକୁ ଜୀବନଠୁ ବି ଅଧିକ ଭଲ ପାଉଥିଲେ। କାଳ ବୈଶାଖୀର ରୌଦ୍ରତାପ ପରେ ପହିଲି ବରଷା ଯେମିତି ଧରା ପୃଷ୍ଠକୁ ଏକ ଅପୂର୍ବ ଖୁସି ଦେଇଥାଏ, ସେମିତି ଏକ ଖୁସିରେ ଆତ୍ମହରା ଥିଲେ ଦୁହେଁ। ନାଲିରଙ୍ଗ ଆରତି ଦେବୀଙ୍କର ଭାରି ପସନ୍ଦ ଥିଲା। ଆରତିଦେବୀଙ୍କର ସବୁ ପସନ୍ଦକୁ ନିଜ ପସନ୍ଦ ବୋଲି ଭାବି ନେଇଥିଲେ ଆକାଶବାବୁ। ନିଜ କାନ୍ଧ ଗାମୁଛାଠାରୁ ଆରମ୍ଭ କରି ପିନ୍ଧା ପୋଷାକ ପର୍ଯ୍ୟନ୍ତ ସେ ବି ଖାଲି ନାଲି ରଙ୍ଗର ହିଁ ପିନ୍ଧୁଥିଲେ। ବାହାଘରର ଗୋଟେ ବର୍ଷ ପରେ ଆରତି ଦେବି ଆଉ ଆକାଶବାବୁ ଏକ ପୁତ୍ର ସନ୍ତାନର ପିତାମାତା ହେଲେ। ଗୋଟେ ଖୁସି ନସରୁଣୁ ଭଗବାନ ଆଉ ଗୋଟେ ଖୁସି ଦେଇଦେଇଥିଲେ। ହସ ଖୁସିରେ ଫାଟି ପଡୁଥିଲେ ଆକାଶବାବୁ ଆଉ ତାଙ୍କ ପରିବାର। ପୁଅର ଏକୋଇଶିଆ ପୂଜା ବଡ଼ ଧୁମ୍‌ଧାମରେ ପାଳନ କରୁଥିଲେ ଆକାଶବାବୁ। ବହୁତ୍ ଭାବି ଭାବି ଆରତି ଦେବୀ ଆଉ ଆକାଶବାବୁ ପୁଅର ନାମ ହୃଦୟ ଦେଇଥିଲେ। ଆରତିଦେବୀଙ୍କ ବାପା ବି ନିଜ ପାରୁ ପର୍ଯ୍ୟନ୍ତ ଯାହା ସମ୍ଭବ ଆଣିଥିଲେ ନିଜ ନାତିର ପୂଜା ପାଇଁ। କିନ୍ତୁ ଯୌତୁକ ବାବଦକୁ ଆଉକିଛି ଜିନିଷ ବାକିଥିବା ହେତୁ ସେ ପ୍ରାୟ ବହୁତ୍ ଦିନ ହେଲା ଝିଅ ଘରକୁ ଆସିପାରୁନଥିଲେ। ଭରି ସଭାରେ ପୁଅର ପୂଜା ଚାଲିଥିବା ସମୟରେ ଆକାଶବାବୁଙ୍କ ବାପା ଆରତିଦେବୀଙ୍କ ବାପା ଦେଇଥିବା ଛୋଟିଆ ପଦକଟିକୁ ଅପମାନ ଦେଇ ଫେରେଇ ଦେଲେ। ନିଜ ବାପାଙ୍କ ଅପମାନକୁ ସହି ପାରିଲେ ନାହିଁ ଆରତି ଦେବୀ । ସେଇ ଦିନ ରାତିରେ ହିଁ ନିଜ ବାପାଙ୍କ ସାଙ୍ଗରେ ନିଜର ଏକମାସର ଛୁଆକୁ ଧରି ଫେରିଗଲେ ଆରତି ଦେବୀ। ବାପାଙ୍କ ଆତ୍ମସମ୍ମାନ ଆଉ ଜିଦ୍‌କୁ ସମ୍ମାନ ଜଣାଇ ଚୁପ୍ ରହିଲେ ଆକାଶ ବାବୁ।

ଏମିତି କିଛି ଦିନ କିଛି ମାସ କିଛି ବର୍ଷ ବିତି ଯାଇଥିଲେ ବି ଉଭୟଙ୍କ ପାଖରୁ ନା ମିଳିଥିଲା କିଛି ଖବର ନା କିଛି ଉତ୍ତର, କେବଳ ମିଳିଥିଲା କିଛି ମିଛିମିଛିକା ଅପେକ୍ଷା। ଦୁହେଁ ଦୁହିଁଙ୍କ ବାଟ ଚାହିଁ ରହିଥିଲେ ଏକ ଅଭିମାନର କୋହରେ। ଦୁହେଁ ଦୁହିଁଙ୍କ ଠିକଣା ଜାଣିଥିଲେ ବି ନିଜର ଅଭିମାନ ଏକ ଶିକୁଳି ହୋଇ ଜାବୁଡ଼ି ଧରିଥିଲା ଦୁହିଁଙ୍କୁ। ପଚିଶ ବର୍ଷର ବିଚ୍ଛେଦର ନିଆଁରେ ଦୁହେଁ କେବଳ ଜ୍ୱଳନରେ ଜର୍ଜରିତ ହେଉଥିଲେ। ସତେ ଯେମିତି ଏକ ଦୁର୍ଲଭ ପ୍ରେମ ଚାପି ହୋଇ ପଡ଼ିରହିଛି କାହାର ଅଭିମାନର ପଥର ତଳେ। ମନରେ ଅସୁମାରୀ ପ୍ରେମର ଆବେଗକୁ ଅଟକାଇ ରଖୁଥିଲା ଅହଙ୍କାରର ଅଭିମାନ। ଆରତିଦେବୀଙ୍କର କିଛି ଦିନର ରହଣି ଗୋଟେ ସ୍ମୃତି ପାଲଟି ଯାଇଥିଲା ଆକାଶବାବୁଙ୍କ ଘରେ। ନିଜର ଏଇ ଛୋଟ ଘରେ ଥିବା ଅସୁମାରୀ ସ୍ମୃତିକୁ ଜାବୁଡ଼ି ଧରି ବଞ୍ଚି ରହିଛନ୍ତି ଆକାଶ ବାବୁ। ବହୁତ ଦିନ ହେଲାଣି କେବଳ ରୋଗୀଙ୍କ ଛଡା କେହି ଜଣେ ନିଜର ହୋଇ ଏ ଘରର ଫାଟକ ଡେଇଁ ଭିତରକୁ ପଶି ନାହାନ୍ତି।

ହଠାତ୍ କେହି ଜଣେ ଯୁବକ ଆକାଶ ବାବୁଙ୍କ ଆଡ଼କୁ ଚାଲି ଚାଲି ଆସିଲା। ଯୁବକ ଜଣକ କିଛି କହିବା ଆଗରୁ ଆକାଶବାବୁ କହିଲେ, ଆରେ ଆଜି ରବିବାର। ମୁଁ ରବିବାର ଟିକେ ରେଷ୍ଟ୍ ନିଏ। ଆଜି ରୋଗୀ ଦେଖି ପାରିବିନି ।(ଯୁବକ ଜଣକ ଆକାଶ ବାବୁଙ୍କ ପାଦ ଛୁଇଁ ନମସ୍କାର କଲା)।ଆରେ କିଏ ତୁମେ ? ମୁଁ ଜାଣି ପାରିଲି ନାହିଁ। ଆକାଶବାବୁଙ୍କ ପାଦ ତଳୁ ମଥା ଉଠାଇ ଗୋଟେ ପରିଚିତ ଅଭିମାନର ସ୍ୱରରେ ଯୁବକ ଜଣକ କହିଲା, ବାପା ମୁଁ ହୃଦୟ… ଆଜି ସକାଳେ ମା’ ଚାଲିଗଲା।

ଭାଙ୍ଗିଗଲା ସବୁ ଅଭିମାନର ବନ୍ଧ। ଏକ ଝାଞ୍ଜି ବୈଶାଖୀର ଟାଣୁଆ ଖରାରେ ଜଳିଗଲା ବର୍ଷ ବର୍ଷ ଧରି ଜମାଟ ବାନ୍ଧି ଥିବା ଏକ ବିରାଟ ବଡ଼ ଆକାଂକ୍ଷାର ଅପେକ୍ଷା। ଅନେକ ବର୍ଷରୁ ସାଇତା ଥିବା ଅଜସ୍ର ଶ୍ରାବଣ ଆଖିରୁ ଧାର ଧାର ହୋଇ ବହିଚାଲିଥାଏ। ଆଖି ଆଗରେ ନାଚି ଉଠୁଥାଏ ଆରତିଦେବୀଙ୍କର ସେଇ ହସ ହସ ମୁହଁଟି। ନିଜର ଅଭିମାନକୁ ଦମ୍ଭ କରି ଠିଆ ହୋଇ ରହିଥିବା ଆକାଶଟି ଆଜି ଦୂର ଦିଗବଳୟ ତଳେ ନଇଁ ପଡ଼ିଲା ପରି ଦିଶୁଛି। ଏ ବିରହର ନିଆଁରେ ଜଳି ଯାଇଥିବା ଛାତି ତଳେ ଚାପି ହୋଇ ରହିଥିବା ଏକ ଦୁର୍ଲଭ ପ୍ରେମ। କାନ୍ଧରେ ଥିବା ନାଲି ଗମୁଛାଟି ଖସି ପଡିଲା ତଳେ। ଗାମୁଛାଟିକୁ ତଳୁ ଉଠଉ ଉଠଇ ଗାମୁଛାର ରଙ୍ଗରେ ଦିଶୁଥିଲା ଅସଂଖ୍ୟ ପ୍ରେମର ରଙ୍ଗରେ ଶୁଖି ଯାଇଥିବା କିଛି ଅଲିଭା ଛିଟା। ସେ ଗାମୁଛା ଭିତରୁ ସତେ ଯେମିତି କେହି ଜଣେ କହି ହେଉଥିଲା… ଏ ଗାମୁଛାର ରଙ୍ଗ ଭାରି ସୁନ୍ଦର ହେଇଛି… ଆଉ ଆକାଶବାବୁ ସେ ଗାମୁଛାକୁ ଚାହିଁ କହୁଥିଲେ,

“ବିରହ ବେଦନା … ସହି ମୁଁ ପାରେନା…
କେମିତି ଜିଇଁବି ଏକା ଏକା ତୁମ ବିନା… ଏକା ଏକା ତୁମ ବିନା…

ଫୋନ୍‌: ୯୫୩୮୭୭୭୨୩୮
ରଶ୍ମିରଞ୍ଜନ ଜେନା
ମୁଶ୍ରପୁର, ଭଦ୍ରକ

The post ଏକା ଏକା ତୁମ ବିନା appeared first on Odisha Reporter.

]]>
left bottom 2020-06-10 14:32:18 https://cdn.odishareporter.in/wp-content/uploads/2020/06/10143132/Abhiman.jpg
ମୁଁ ସୁରୁଜ ଦିଗାଳ https://odishareporter.in/literature-culture/a-poem-about-migrant-labour-written-by-rina-routray-538243 Tue, 09 Jun 2020 11:58:29 +0000 https://odishareporter.in/?p=538243

ମୁଁ ଦିନ ମଜୁରିଆ ସୁରୁଜ ଦିଗାଳ ଜବ୍‌ କାର୍ଡ ନମ୍ବର ସାତସହ ସତୁରି ରେସନ କାର୍ଡ ନମ୍ବର ପାଞ୍ଚଶହ ଷୋହଳ ଗାଁ ମୋର ବିଲମାଳ ଜିଲ୍ଲା କନ୍ଧମାଳ.. ପାଞ୍ଚ ପ୍ରାଣୀ କୁଟୁମ୍ବରେ ମୋ ସ୍ତ୍ରୀ ଛାଲି, ଝିଅ ଲିଲି ଆଉ ବୁଢ଼ା ବାପାମାଆ.. ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ ଘର ପିଛା ୧୦୦ ଦିନ ମଜୁରୀରେ ବରଷକ ରୋଜଗାର ଟଙ୍କା କୋଡିଏ ହଜାର.. ମୁଁ ସୁରୁଜ ଦିଗାଳ ଗାଁ ମୋର ବିଲମାଳ ଜିଲ୍ଲା କନ୍ଧମାଳ.. ରେସନ […]

The post ମୁଁ ସୁରୁଜ ଦିଗାଳ appeared first on Odisha Reporter.

]]>

ମୁଁ ଦିନ ମଜୁରିଆ ସୁରୁଜ ଦିଗାଳ
ଜବ୍‌ କାର୍ଡ ନମ୍ବର ସାତସହ ସତୁରି
ରେସନ କାର୍ଡ ନମ୍ବର ପାଞ୍ଚଶହ ଷୋହଳ
ଗାଁ ମୋର ବିଲମାଳ
ଜିଲ୍ଲା କନ୍ଧମାଳ..

ପାଞ୍ଚ ପ୍ରାଣୀ କୁଟୁମ୍ବରେ
ମୋ ସ୍ତ୍ରୀ ଛାଲି, ଝିଅ ଲିଲି ଆଉ ବୁଢ଼ା ବାପାମାଆ..
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ
ଘର ପିଛା ୧୦୦ ଦିନ ମଜୁରୀରେ
ବରଷକ ରୋଜଗାର ଟଙ୍କା କୋଡିଏ ହଜାର..
ମୁଁ ସୁରୁଜ ଦିଗାଳ
ଗାଁ ମୋର ବିଲମାଳ
ଜିଲ୍ଲା କନ୍ଧମାଳ..

ରେସନ କାର୍ଡରେ ପାଞ୍ଚ ପ୍ରାଣୀ କୁଟୁମ୍ବ ମୋ ପୋଷିହୁଏ
ମାଗଣା ଯୋଜନାରେ ମାସକୁ ଚାଉଳ ପଚିଶ କେଜିରେ
ନିଅଣ୍ଟିଆ ଡାଲି ତେଲ ଲୁଣ ସଂସାରରେ
ଝିଅ ମୋର ଚିକିମିକି ସପନର ହାଇମାରେ
ତା’ ଇଛାର ତାଲିକାରେ ମୁଁ ଲୁହ ପୋଛେ ଗାମୁଛାରେ
ସ୍ତ୍ରୀର ତତଲା ନିଃଶ୍ୱାସରେ ମଉନରେ ଝାଳ ମାରେ

ରଜ କୁଆଁର ପୁନେଇରେ ଝିଅର ପୁରୁଣା ଜାମା ଆଉ
ମୋ ମାଆର ସାତସିଆଁ ଲୁଗା
ଡହଡ଼ହ ଖରାର ଧାସରେ ବତୁରେ ମୋ ମାଟିକାନ୍ଥ
ଅଲଣିଆ ଲାଗେ ଗାଁ ମୁଣ୍ଡ ତୋଟା କଞ୍ଚା ଆମ୍ବର ଚଟଣି
ଆଉ ପଖାଳ କଂସାର ବାସି ତୋରାଣି..

ପୋଖରୀ ଖୋଳା ମାଟିର ବୋଝ ତୁଳାବସ୍ତା ପରି ଲାଗେ
ସେମାନଙ୍କ ଆଶାର ଗଣ୍ଠିଲି ଭାରରେ
ବେଳେବେଳେ କାହାକୁ ମୁଁ ପଚାରେ କେଜାଣି
ବରଷକ ବାରମାସ କାମ ମିଳନ୍ତାନି ?

ମୁଁ ସୁରୁଜ ଦିଗାଳ
ଗାଁ ମୋର ବିଲମାଳ
ଜିଲ୍ଲା କନ୍ଧମାଳ

ଡ଼ଃ ରିନା ରାଉତରାୟ
rinaroutray@rediffmail.com

The post ମୁଁ ସୁରୁଜ ଦିଗାଳ appeared first on Odisha Reporter.

]]>
left bottom 2020-06-09 17:28:29 https://cdn.odishareporter.in/wp-content/uploads/2020/06/09172823/rina.jpg
ବିବଶତା https://odishareporter.in/literature-culture/story-bibasata-by-santosh-kumar-sethi-532927 Tue, 26 May 2020 05:18:34 +0000 https://odishareporter.in/?p=532927

ଅଧିକାରୀଙ୍କ ନିର୍ଦ୍ଦେଶ। କରୋନାରେ ପ୍ରଭାବିତ ସମସ୍ତ ଦୁସ୍ଥ, ଅସହାୟଙ୍କୁ ସହାୟତା ଦିଅ। କେହି ଜଣେ ବି ଭୋକିଲା ନ ରୁହନ୍ତୁ। ଆମେ ପହଞ୍ଚିଲୁ ଗୋଟିଏ ବୃଦ୍ଧାଶ୍ରମରେ। ସେମାନଙ୍କ ମଧ୍ୟରେ ଖାଦ୍ୟ, ପାନୀୟ, ମାସ୍କ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯିବ। ୬୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ସେଠାରେ। କଥା ହେଲୁ ସୁପରିଟେଣ୍ଡେଣ୍ଟଙ୍କ ସହିତ। “ଏଠି ରହୁଥିବା ଅଧିକାଂଶ ବ୍ୟକ୍ତି ଅବସର ପ୍ରାପ୍ତ ବା ସେମାନଙ୍କ ପିଲା ମାନେ ପ୍ରତିଷ୍ଠିତ। କିନ୍ତୁ ପିତାମାତାଙ୍କ ଯତ୍ନ ବା ସହାୟତା […]

The post ବିବଶତା appeared first on Odisha Reporter.

]]>

ଧିକାରୀଙ୍କ ନିର୍ଦ୍ଦେଶ। କରୋନାରେ ପ୍ରଭାବିତ ସମସ୍ତ ଦୁସ୍ଥ, ଅସହାୟଙ୍କୁ ସହାୟତା ଦିଅ। କେହି ଜଣେ ବି ଭୋକିଲା ନ ରୁହନ୍ତୁ। ଆମେ ପହଞ୍ଚିଲୁ ଗୋଟିଏ ବୃଦ୍ଧାଶ୍ରମରେ। ସେମାନଙ୍କ ମଧ୍ୟରେ ଖାଦ୍ୟ, ପାନୀୟ, ମାସ୍କ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯିବ। ୬୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ସେଠାରେ। କଥା ହେଲୁ ସୁପରିଟେଣ୍ଡେଣ୍ଟଙ୍କ ସହିତ।

“ଏଠି ରହୁଥିବା ଅଧିକାଂଶ ବ୍ୟକ୍ତି ଅବସର ପ୍ରାପ୍ତ ବା ସେମାନଙ୍କ ପିଲା ମାନେ ପ୍ରତିଷ୍ଠିତ। କିନ୍ତୁ ପିତାମାତାଙ୍କ ଯତ୍ନ ବା ସହାୟତା ଠାରୁ ବହୁତ ଦୂରରେ। କେହି କେହି ବର୍ଷକରେ ଥରେ ଦୁଇ ଥର ପାଇଁ ଆସି ବାପାମା’ଙ୍କୁ ଦେଖି ଯା’ନ୍ତି। ଆଉ କେହି କେବେ ଆସିବାର ଜଣାନାହିଁ। କିଛି ସରକାରୀ ଅନୁଦାନ ମିଳେ ଓ ଆଉ ବେଶି କିଛି ଏ ମାନଙ୍କର ପେନସନ। ପିଲା ମାନେ ଏମାନଙ୍କୁ ନ ପଚାରିଲେ ବି ଏମାନେ କିନ୍ତୁ ଝୁରି ହୁଅନ୍ତି ତାଙ୍କୁ। ପିଲାମାନେ ନମ୍ବର ଚେଞ୍ଜ କରି ସାରିଥିଲେ ମଧ୍ୟ ଏମାନେ ସେହି ପୁରୁଣା ଫୋନ୍ ନମ୍ବରରେ ବାରମ୍ବାର କଣ୍ଟାକ୍ଟ କରନ୍ତି। ଗୋଟେ ଆଶା ନେଇ କେଵେ ହେଲେ ବି ତ ଦିନେ ଧରିବେ ! ଚିଠି ଲେଖନ୍ତି, ନିୟମିତ ଯଦିଓ ଉତ୍ତର ଆସେନାହିଁ !”

ସମସ୍ତଙ୍କୁ ଦେଖିଲୁ ବୟସ୍କ। କେତେକଙ୍କର ବିପର୍ଯ୍ୟସ୍ତ ମୁଖ ମଣ୍ଡଳ। ତଥାପି ବେଶ୍‌ ସ୍ୱଛନ୍ଦରେ ବୁଲୁଥିଲେ ସେମାନେ। ଆମକୁ ଦେଖି ପାଖକୁ ଆସିଲେ। ଅତି ଆପଣାର ଭାବ ନେଇ କେତେ ଜଣ ଆମର ଘର, ଚାକିରି ଓ ଭଲମନ୍ଦ ପଚାରିଲେ। ସେମାନଙ୍କ ବିଷୟରେ ଜାଣିବାକୁ ମୋର ଭାରି ଆଗ୍ରହ ହେଲା। କେତେ ଜଣ ସେମାନଙ୍କ ଜୀବନ କାହାଣୀ, ପିଲା ମାନଙ୍କ କଥା, ସଂଘର୍ଷର କଥା ଓ ସଫଳତାର କଥା କହିଲେ। ଲକ୍ଷ୍ୟ କଲି ସେମାନେ ସେମାନଙ୍କ ବିଗତ ଦିନର ସ୍ମୃତିକୁ ଉନ୍ମୋଚନ ଓ ରୋମନ୍ଥନ କଲାବେଳେ କେମିତି ବିହ୍ୱଳ ହୋଇ ଉଠୁଥିଲେ। ସତେକି ସେମାନେ ମୂକ ଥିଲେ ଓ ବହୁ ଦିନରୁ ସାଇତା କଥାକୁ ପ୍ରଗଳ୍‌ଭ ଭଳି ଗପିବାକୁ ଚାହାଁନ୍ତି! ମୋତେ ବି ଭଲ ଲାଗୁଥିଲା ସେମାନଙ୍କ କଥା। ମୁଁ ଯୌଥ ପରିବାରରେ ବଢ଼ିଛି। ମୋ ଜେଜେ ବାପା, ଜେଜେମା’ଙ୍କ କଥା ଭଳି ସେଗୁଡ଼ିକ ମୋତେ ବହୁତ ଭଲ ଲାଗୁଥିଲା।

ହଠାତ୍ ଗୋଟିଏ ମୁହଁ ଦେଖି ଲାଗିଲା ଯେମିତି ମୁଁ ତାଙ୍କୁ କୋଉଠି ଦେଖିଛି। ତାଙ୍କ ମୁହଁକୁ ଗଭୀର ଭାବରେ ନିରୀକ୍ଷଣ କରିବାରୁ ସେ ବୋଧେ ଟିକେ ଅପ୍ରତିଭ ମନେକଲେ। ସବୁ ବୟସ୍କ ମାନେ ସେତେବେଳକୁ ମୁହଁରେ ମାସ୍କ ଲଗେଇ ସାରିଥିଲେ, ଯଦିଓ ପୂର୍ବରୁ ସେମାନେ ମାସ୍କ ବ୍ୟବହାର କରୁଥିଲେ, କିନ୍ତୁ ଆମେ ଦେଇ ଥିବା ନୂଆ ମାସ୍କ ଗୁଡ଼ିକୁ ପିଲାଙ୍କ ଭଳି ଅତି ଉତ୍ସାହରେ ସେମାନେ ପିନ୍ଧି ବୁଲିବାକୁ ଲାଗିଲେ। ବୟସ୍କା ମହିଳା ଜଣକ ମୋ କଥା ଶୁଣି ଚମକି ପଡ଼ିବା ମୁଁ ଲକ୍ଷ୍ୟ କଲି। ନିଜ ପଣତରେ ମୁହଁକୁ ଢାଙ୍କି ଦେଲେ ସେ। କୋଉଠି ଦେଖିଛି, କୋଉଠି ଦେଖିଛି ଭାବୁ ଭାବୁ ମନେ ପଡ଼ିଲା। ହଁ ୟା ଙ୍କୁ ତ ଦେଖିଛି ! ଘରର କୋଣକୁ ଯାଇ ସନ୍ଦେହ ମୋଚନ କରିବାକୁ ପ୍ରୟାସ କଲି। ଫୋନ୍ କାଢ଼ି ସର୍ଚ୍ଚ କଲି ଫେସ୍ ବୁକ୍। ହ୍ୱ।ଟ୍‌ସପ୍‌କୁ ବି ଗଲି। ଏଇ କିଛି ଦିନ ତଳେ ଯାଇଥିଲା ମଦରର୍ସ ଡେ’। ଏଇ ମହିଳାଙ୍କୁ କାହା ସହ ଦେଖି ଥିଲି, କମେଣ୍ଟ ବି କରିଥିଲି। ୟା …. ମିଳିଗଲା।

ଆରେ ଏତ ସମୟ ବାବୁଙ୍କ ମା’ ! ଅବଶ୍ୟ ଏ ଫଟୋରେ ସେ ବହୁତ ସୁନ୍ଦର ଓ ହସ ହସ ଦିଶୁଥିଲେ। ହେଲେ ଆଶ୍ଚର୍ଯ୍ୟ ହେଲି। ଏଠାରେ ସେ କେମିତି। କଥାଟା ଶୁଣି ସେ ଆଦୌ ସ୍ଵୀକାର କଲେ ନାହିଁ ଯେ ସେ ସମୟ ବାବୁ ଙ୍କର ମା’ ବୋଲି। ମୁଁ ତାଙ୍କୁ ଯେତେ ବେଳେ ଫଟୋଟି ଦେଖାଇଲି ସେ ବିଚଳିତ ହୋଇଗଲେ। ମୋତେ ଧୀରେ କହିଲେ “ବାବୁ ଏ କଥା କାହାକୁ କହିବନି। ମୁଁ ବହୁ ଝଡ଼ ଝଞ୍ଜା ସହି ଏଠାରେ ପହଞ୍ଚିଛି। ଏଠୁ ମତେ ବାହାର କରନି।”

ସେ ପୁଣି କହିଲେ- ” ପୁଅ ବାହା ହେଲା ପରେ ତା’ ଉପରେ ସ୍ତ୍ରୀର ଅଧିକାର ଆସିଗଲା। ମୁଁ ତାଙ୍କ ପାଇଁ ଅସହ୍ୟ ହେଲି। ସବୁବେଳେ ଝଗଡ଼ା। ମତେ ବି ଭଲ ଲାଗିଲା ନାହିଁ। କେବେ କେବେ ବାପ ଘରକୁ ପଳେଇ ଯାଉଥିଲି। ହେଲେ ସେଠି ଭାଇ ଭାଉଜଙ୍କ ସ୍ନେହ ବି ତର୍ଦୁପ। ଝିଅ ଘରେ ରହି ତା’ ପରିବାରରେ କଣ୍ଟା ହେବାକୁ ଚାହିଁଲିନି। କେତେ ଥର ବାହାର ଲୋକ ଆସି ପୁଅକୁ ବୁଝେଇଲେ। ହେଲେ ସମସ୍ୟା ବଢ଼ିଲା ସିନା କମିଲା ନାହିଁ। ପୁଅ ମଧ୍ୟ ସ୍ତ୍ରୀ କଥାରେ ପରିଚାଳିତ ହୋଇ ମତେ ଦୁର୍ବ୍ୟବହାର କଲା। ମତେ ଲାଗିଲା ସେ ମଧ୍ୟ ଚାହୁଁ ନାହିଁ ମୁଁ ତା ପାଖରେ ରହେ ବୋଲି। ପୂର୍ବରୁ ତା’ର ଫାଜିଲାମି ଗୁଣ ଥିଲା। ସେ କାହା ସହ ଭଲ ସମ୍ପର୍କ ରଖୁ ନ ଥିଲା। ଦିନେ ବଡ଼ କଷ୍ଟ ହେବାରୁ ମୁଁ ଘରୁ ପଳେଇ ଆସିଲି। କୁଆଡ଼େ ଯିବି ଜଣା ନ ଥିଲା। କାହାକୁ ମାଗି ଯାଚି ଖାଇବାକୁ ବି ଲାଜ ଲାଗୁଥିଲା। ଏଇ ଭିତରେ ଏ ଜରାଶ୍ରମର ବାବୁ ମତେ ଉଦ୍ଧାର କରି ଆଣି ଏଇଠି ରଖିଛନ୍ତି। ମୁଁ ବିଧବା ନିରାଶ୍ରୟା ବୋଲି ସମସ୍ତେ ଜାଣିଛନ୍ତି। କେବେ ମୋ ଅତୀତ କଥା କାହାକୁ କହିନି ବା ମୋର ପରିଚୟ ବି ଦେଇନାହିଁ। କେହି ପଚାରିଲେ ମୋର କିଛି ମନେ ପଡୁନି କହି ବାଆଁରେଇ ଦିଏ। ଖାଲି ଏ ଫଟୋ ଦେଖି ତମ ଆଗେ ସତ କହିଲି ବାବୁ। ଏ ଫଟୋଟି ବହୁ ପୁରୁଣା। କେବେ ଗୋଟେ ମନ୍ଦିରକୁ ଗଲାବେଳେ ଉଠେଇ ରଖିଥିଲା। ହେଲେ ଏ କଥା କାହାକୁ ଜଣେଇବନି। ସେ ତ ଏମିତି ମତେ ଖୋଜୁନି। କିନ୍ତୁ କଥାଟା ପଦାକୁ ଗଲେ ଲୋକ ଲଜ୍ୟା ଡରରେ ମତେ ସିନା ଘରକୁ ନେବ, ହେଲେ ଫଟା ହାଣ୍ଡିରେ ମାଟି ନେସିଲା ଭଳି ସେ କ’ଣ ମଜବୁତ ହେବ ବାବୁ! ମୁଁ ପୁଣି ଅନାଥ ହୋଇ ଯିବି। ତାକୁ ଠାକୁରେ ଭଲରେ ରଖନ୍ତୁ। ମୁଁ ବି ଏଠି ଭଲରେ ଅଛି ବାବୁ।”

ତାଙ୍କ ଆଖିର ଲୁହ ମତେ ଅସହ୍ୟ ଲାଗୁଥିଲା। ମୁଁ ବି ନିଜକୁ ଦୋଷୀ ଭାବୁଥିଲି। ତାଙ୍କ ଶୁଖିଯାଇଥିବା ଘା’କୁ ମୁଁ ପୁଣି ଉଖାରି ଦେଇ ସତରେ କେତେ କଷ୍ଟ ଦେଲି। ମୋ ଆଖି ବି ଲୋତକାପ୍ଲୁତ ହୋଇଗଲା। ହଠାତ୍ ନଇଁ ପଡ଼ି ସେ ମୋ ପାଦ ଧରିବାକୁ ଯାଉଥିଲେ। ଉଦ୍ଦେଶ୍ୟ ମୁଁ କାହାକୁ ଏ କଥା ନ କହେ। ମୁଁ ପଛକୁ ହଟିଗଲି। କହିଲି- “ଆପଣ ଏ କଣ କରୁଛନ୍ତି ? ଆପଣ ମୋ ମା ଭଳି।”
ମୁଁ ପ୍ରତିଶ୍ରୁତି ଦେଲି କେବେ ବି ଏ କଥା କୋଉଠି ବି ପ୍ରକାଶ କରିବି ନାହିଁ। ସେ ତାଙ୍କର ଶିରାଳ ହାତଟିକୁ ମୋ ମଥାରେ ରଖି ଆଶୀର୍ବାଦ କଲେ ଓ କହିଲେ- “ଭଗବାନ ଭଲରେ ରଖନ୍ତୁ।”

ୟା ଭିତରେ ଅନେକ ଥର ସମୟ ବାବୁଙ୍କ ସହ ଭେଟ ହୋଇଛି। ତାଙ୍କ ନାମ ଅନୁସାରେ ବ୍ୟବହାରରେ ମଧ୍ୟ ସେ ପ୍ରକୃତରେ ତାଙ୍କ ପିତୃମାତୃ ଦତ୍ତ ନାମ ଟିକୁ ସାର୍ଥକ କରୁଥିଲା। ସମୟ ବା ୱକ୍ତ ଯେମିତି କାହାର ନୁହେଁ, ସେ ମଧ୍ୟ କାହାର ନ ଥିଲା। ସେ ଅନ୍ୟ ମାନଙ୍କୁ ହଇରାଣ, ହରକତ,କୁତ୍ସାରଟନା, ପରନିନ୍ଦାରେ ଏମିତି ଅଥୟ କରୁଥିଲା ଯେ ଯାହା ପାଖରେ ସେ ପହଞ୍ଚୁ ଥିଲା ସେ ବ୍ୟସ୍ତ ହେଉଥିଲା,ଏ ଲୋକଟି କେତେ ବେଳେ ଏଠୁ ଯିବ ବୋଲି। ଯଦିଓ ନିଜ କଳଙ୍କ ପାଇଁ ତା’ ମନରେ କେବେ ଅନୁଶୋଚନା ବି ନ ଥିଲା। ନିଜକୁ ଆତ୍ମଘୋଷିତ ବୁଦ୍ଧିଜୀବି ଓ ସବ୍‌ଜାନତା ଭାବେ ଅଭିହିତ କରିଥିବାରୁ ତାକୁ କେହି ଏଡ଼େଇ ମଧ୍ୟ ପାରୁ ନ ଥିଲେ। ତେବେ ସେ ଯାହା ହେଉ, ମୋ ସହ ଯେବେ ବି ସମୟର ଭେଟ ହେଉଥିଲା ହଠାତ୍ ସ୍ମୃତି ପଟରେ ଉଦ୍ଜିବିତ ହେଇ ଯାଉଥିଲା ଗୋଟେ ଅସହାୟ ମା ର କାନ୍ଦୁରା ମୁହଁ। ମୁଁ ସମୟର ବ୍ୟବହାରରେ ଅତିଷ୍ଠ ହୋଇ ତା ମା’ ଙ୍କ ପ୍ରତି କଠୋର ବ୍ୟବହାରର ଲୁକ୍କାୟିତ ଦିଗଟିକୁ ଉନ୍ମୋଚିତ କରି ଗୋଟେ ଶକ୍ତ ଆଘାତ ତାକୁ ଦେବାକୁ ଚାହିଁବା କ୍ଷଣି, ସେହି ମା’ଟିର କରୁଣ, ଦୁଃଖ ଦାୟକ ଚାହାଣୀ ମତେ ବିବଶ କରି ଦେଉଥିଲା।
ଲାଗୁଥିଲା ଯେମିତି ମହାଭାରତର ମା’ କୁନ୍ତୀ ! ନିଜ କୁମାରୀ ମାତୃତ୍ଵର ପ୍ରଥମ ଅର୍ଘ୍ୟ, ସୁତ ପୁତ୍ର କର୍ଣ୍ଣ ପାଖରେ ଠିଆ ହୋଇ, ନିଜ ପରିଚୟ ଦେଉଛି ! ଆଉ ଅନୁରୋଧ କରୁଛି- “ତୁ ପାଣ୍ଡବ ଶିବିରକୁ ଚାଲିଆସ ବାବା। ପ୍ରଥମ ପାଣ୍ଡବର ମର୍ଯ୍ୟାଦା ପାଇ ତୁ ରାଜା ହେବୁ।”
ବିସ୍ମିତ ସୁତ ପୁତ୍ର ମା’ର ପ୍ରକୃତ ପରିଚୟ ପାଇ ମଧ୍ୟ ଆଶ୍ୱାସନା ଦେଉଛି- “ତୁମେ ଫେରିଯାଅ ପାଣ୍ଡବ ଜନନୀ। ତୁମେ ପାଞ୍ଚ ପୁତ୍ର ର ଜନନୀ ହୋଇ ରହିବ, ମଲେ କର୍ଣ୍ଣ ବା ଅର୍ଜୁନ ! ଏ କୁମାରୀ ଲଜ୍ୟାକୁ କିନ୍ତୁ ମୁଁ ଗୋପନ ରଖିବାର ପ୍ରତିଶ୍ରୁତି ଦେଉଛି।”

ସେମିତି ମୁଁ ମୋ ଶପଥ ପଣିଆରେ ସମୟ ବାବୁର ଅପନିନ୍ଦା ରୂପକ ଗରଳକୁ ପାନ କରି ନୀଳକଣ୍ଠ ହୋଇ ଯାଉଥିଲି।

*ସନ୍ତୋଷ କୁମାର ସେଠୀ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଯାଜପୁର

The post ବିବଶତା appeared first on Odisha Reporter.

]]>
left bottom 2020-05-26 10:57:28 https://cdn.odishareporter.in/wp-content/uploads/2020/05/26104822/bibasata.jpg
ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା https://odishareporter.in/odisha/on-the-memory-of-legendary-dramatist-apanna-parichha-531546 Fri, 22 May 2020 05:43:53 +0000 https://odishareporter.in/?p=531546

ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ। ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ। ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା। ୧୮୭୯ ମସିହା ମଇ ମାସ ୨୨ ତାରିଖ ରେ ଦକ୍ଷିଣ ଓଡିଶା ର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହର ରେ ଜନ୍ମ ଗ୍ରହଣ କରିଥିଲେ ଆପନ୍ନା। ପିତା […]

The post ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା appeared first on Odisha Reporter.

]]>

ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ। ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ। ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା।

୧୮୭୯ ମସିହା ମଇ ମାସ ୨୨ ତାରିଖ ରେ ଦକ୍ଷିଣ ଓଡିଶା ର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହର ରେ ଜନ୍ମ ଗ୍ରହଣ କରିଥିଲେ ଆପନ୍ନା। ପିତା ଲକ୍ଷ୍ମୀନରାୟଣ ଥିଲେ ଗାନ୍ଧିବାଦୀ ସଂଗ୍ରାମୀ ଓ ଏକ ବିତ୍ତଶାଳୀ ମଠର ପରିଚାଳକ। ଯାହା ଓଡିଶାର ଆନନ୍ଦ ମଠ ରୂପେ ଖ୍ୟାତ। ଯାହା ସର୍ବଦା ସଙ୍ଗୀତ , ନୃତ୍ୟ ଓ ନାଟକ ର ପୃଷ୍ଠଭୂମି ରୂପେ ପରିଚିତ ଥିଲା। ଏଭଳି ପରିବେଶ ଆପନ୍ନାଙ୍କୁ ଓଡିଶାରେ ସାମାଜିକ ନାଟ୍ୟ ପରମ୍ପରାର ଆଦ୍ୟ ଆବାହକ ରୂପେ ଗଢି ତୋଳିବାରେ ସହାୟକ ହୋଇଥିଲା। ଚଉଦ ବର୍ଷ ବୟସ ରେ ସେ ପ୍ରଥମେ ଲେଖିଥିଲେ “ଚନ୍ଦ୍ରହାସ”ନାଟକ, ଯାହାକି ଜୈମିନୀ ମହାଭାରତର ଏକ ଆଖ୍ୟାୟିକା ଉପରେ ପର୍ଯ୍ୟବସିତ ଥିଲା। ଏହି ନାଟକ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ପୃଷ୍ଠପୋଷକତା ରେ ମଞ୍ଚସ୍ଥ ହୋଇ ବେଶ ଲୋକପ୍ରିୟତା ସାଉଁଟିପାରିଥିଲା। ଏହା ଥିଲା ତାଙ୍କ ବାଲ୍ୟ ଜୀବନ ର ପ୍ରଥମ କୃତିତ୍ୱ ଯାହା ପରବର୍ତ୍ତୀ ସମୟ ରେ ଅଟକି ଯାଇନଥିଲା।

ପ୍ରଥମ ଭ୍ରାମ୍ୟମାଣ ରାସଦଳ ର ଜନ୍ମଦାତା

ଆପନ୍ନା ନିଜସ୍ୱ ମଠ ସମେତ ପ୍ରାଚୀନ କଳିଙ୍ଗର ମୁଖଲିଙ୍ଗ, କୂର୍ମ ,ଚାଙ୍ଗୁଡି, ବାଘଶଳା, ତରଳା, ଟିକାଲି , ପୁରୁଷୋତ୍ତମପୁର ମଠ ମନ୍ଦିର ଆଦିର ପରିଚାଳନା କରିବାରେ ଏକାକୀ ସିଦ୍ଧ ଥିଲେ।ଓଡିଶାରେ ଭକ୍ତିକୈନ୍ଦ୍ରିକ ସ୍ଥଳକୁ ଉତ୍କଳୀୟ ବୈଷ୍ଣବ ଧର୍ମ ଧାରାରେ ଜଡ଼ିତ କରି ” ବୈଷ୍ଣବାନନ୍ଦ ଦାୟିନୀ ସମାଜ” ନାମକ ରାସ ଦଳ ଗଢି ଥିଲେ। ଏହା ଓଡିଶାର ପ୍ରଥମ ରାସ ଦଳ ଯାହା ଭିନ୍ନ ଭିନ୍ନ ସ୍ଥାନରେ ହରିନାମ ଦ୍ୱାରା ଓଡ଼ିଆଙ୍କୁ ଏକତା ରଜ୍ଜୁ ରେ ବାନ୍ଧିଥିଲା। ଏହା ପରେ ତରଳା ରାଜଭ୍ରାତା ଗୋବିନ୍ଦଚନ୍ଦ୍ର ଶୁର ଦେଓ ନୟାଗଡ଼ରେ ଓ ତତ୍‌ପରେ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରୀରେ ରାସ ଦଳ ଗଢିଥିଲେ।

ଦକ୍ଷିଣ ଓଡିଶା ର ପ୍ରଥମ ଅସ୍ଥାୟୀ ଓ ସ୍ଥାୟୀ ରଙ୍ଗମଞ୍ଚ

ଓଡିଶାରେ ଲୀଳା , ସୁଆଙ୍ଗ, ସଂକୀର୍ତ୍ତନ ପ୍ରତି ଆଗ୍ରହ କେଉଁ ଅନାଦି କାଳରୁ ଥିଲା। କିନ୍ତୁ ମଞ୍ଚନାଟକ ର ବ୍ୟବସ୍ଥାଟି ଉନବିଂଶ ଶତାବ୍ଦୀ ରେ ଲୋକଙ୍କୁ ବେଶ ଆଦୃତ କରିପାରିଥିଲା ଏହା ନିଃସନ୍ଦେହ। ପରିବର୍ତ୍ତିତ ସମାଜକୁ ଧରି କଳାର ପୃଷ୍ଠଭୂମି କୁ ବଦଳାଇବାରେ ସକ୍ଷମ ହୋଇଥିଲେ ଆପନ୍ନା ପରିଚ୍ଛା।। ସେ ସ୍ୱ ଉଦ୍ୟମ ବଳରେ ପ୍ରଥମେ ୧୮୯୩ରେ ଗଢ଼ିଥିଲେ ” ଶ୍ରୀ ଶ୍ରୀ ରସିକରାଜ ପ୍ରସାଦୈକ ସୁଜ୍ଞଜନ ମନୋରଞ୍ଜନ ନାଟ୍ୟମଣ୍ଡପ”। ଏହା ଓଡିଶାରେ ଦ୍ଵିତୀୟ ଅସ୍ଥାୟୀ ରଙ୍ଗମଞ୍ଚ ରୂପେ ମଧ୍ୟ ପରିଚିତ(ପ୍ରଥମଟି କଟକର ରାଧାକାନ୍ତ ରଙ୍ଗମଞ୍ଚ)। ଏହା ପରେ ଯଦି ସ୍ଥାୟୀ ରଙ୍ଗମଞ୍ଚ କୁ ବି ଦେଖାଯାଏ , ତାହାଲେ ମଧ୍ୟ ଆପନ୍ନା ଙ୍କ ଭୂମିକା କୁ ବାଦ ଦିଆଯାଇପାରେନା। ୧୮୮୨ ମସିହା ରେ ନିର୍ମିତ ପାରଳାର ରଙ୍ଗମଞ୍ଚ , ଯାହା ପରବର୍ତ୍ତୀ ସମୟ ରେ ଆପନ୍ନାଙ୍କ ପ୍ରସ୍ତାବ କ୍ରମେ ୧୯୦୫ ମସିହାରେ ” ପଦ୍ମନାଭ ରଙ୍ଗାଳୟ”ରେ ନାମିତ ହୋଇଥିଲା । ଓଡିଶା ତଥା ଓଡିଶା ବାହାରେ ଉକ୍ତ ରଙ୍ଗମଞ୍ଚ ବେଶ ସୁଖ୍ୟାତି ପାଇପାରିଥିଲା। ସାହିତ୍ୟ ଅନୁରାଗୀ ରାଜଭ୍ରାତା ପଦ୍ମନାଭଙ୍କ ନାମରେ ଏହା ନାମିତ ହୋଇଥିଲା। ଯାହାର ପରିଚାଳନା ସହ ସମସ୍ତ ଆନୁଷଙ୍ଗିକ ଦାୟିତ୍ୱ ନେଇଥିଲେ ନାଟ୍ୟକାର ପରିଚ୍ଛା । ଯେଉଁଥିରେ ପ୍ରସିଦ୍ଧ ଧ୍ରୁବ, ପ୍ରହ୍ଲାଦ, ଦାନ ପରୀକ୍ଷା, ଉଷାପରିଣୟ , ଅହଲ୍ୟା ଶାପ ମୋଚନ ଭଳି କାଳଜୟୀ ନାଟକ ମଞ୍ଚସ୍ଥ ହୋଇପାରିଥିଲା

କେବଳ ଯେ ନାଟକ ମଞ୍ଚସ୍ଥ କରିବାରେ ସେ ନିପୁଣ ନଥିଲେ। ସେ ଲେଖିଯାଇଥିଲେ ଅନେକ ନାଟକ। ବିଜୟ ବସନ୍ତ ,ନବାନୁରାଗ ,ସିନ୍ଧୁ ଉପସିନ୍ଧୁ, ଚଞ୍ଚଳା କୁମାରୀ ,ହେମଚନ୍ଦ୍ର, ସ୍ଵର୍ଣ୍ଣଲତା, କନୌଜ କୁମାରୀ, ହେମଲତା ଭଳି ସୁପ୍ରସିଦ୍ଧ ନାଟକ ସେ ବିରଚି ଓଡିଶା ରେ ଐତିହାସିକ ନାଟକ ଧାରା କୁ ପ୍ଲାବିତ ଯେ ଖାଲି କରିନଥିଲେ , ଠିକ ସେହି ଭଳି ମାନ ଭଞ୍ଜନ , ରାଧାକୃଷ୍ଣ ମିଳନ, ବିଲ୍ଵମଙ୍ଗଳ, ଓ ଗୋଷ୍ଠମିଳନ ଭଳି ପୌରାଣିକ ଓ ସାଂସ୍କୃତିକ ନାଟକ ର ପ୍ରବାହମାନ ଧାରାକୁ ବି ବଜାୟ ରଖିଥିଲେ।

ସ୍ୱାଧୀନତା ଆନ୍ଦୋଳନ ଓ ଆପନ୍ନା

ଜାତୀୟ ଆନ୍ଦୋଳନ ର ପ୍ରାରମ୍ଭିକ ସୋପାନ ରେ ହିଁ ଆପନ୍ନା ଗୋପବନ୍ଧୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇଥିଲେ। ସେ ଥିଲେ ଗୋପବନ୍ଧୁ ଅନ୍ୟତମ ଅନ୍ତରଙ୍ଗ ବନ୍ଧୁ। ଗୋପବନ୍ଧୁ ତାଙ୍କର ଭ୍ରମଣ କାଳରେ ଆପନ୍ନା ଙ୍କ ମଠରେ ହିଁ ରହୁଥିଲେ । ଖାଲି ସେତିକି କାହିଁକି ଗାନ୍ଧୀଙ୍କ ପାରଳା ଗସ୍ତ ସମୟ ରେ ମଧ୍ୟ ପରିଚ୍ଛା ମଠ ହିଁ ଏକ ମାତ୍ର ଜାତୀୟବାଦୀ ଆନ୍ଦୋଳନ ର ଆଲୋଚନା ଗୃହ ପାଲଟି ଥିଲା। ସେ ନିଜ ପୁଅ ପୁତୁରାଙ୍କ ଠାରୁ ଆରମ୍ଭ କରି ସହର ର ଅନେକ ମେଧାବୀ ଛାତ୍ର ଙ୍କୁ ସତ୍ୟବାଦୀ ବନ ବିଦ୍ୟାଳୟ କୁ ପଠାଇଥିଲେ।୧୯୨୪ ରେ ଗଞ୍ଜାମ ରୟତ ଆନ୍ଦୋଳନ ହୋଇଥିଲା, ସେଥିରେ ନିର୍ଭୀକତା ର ସହ ଚାଷୀ ମାନଙ୍କ ସପକ୍ଷରେ ସମର୍ଥନ ଦେଇଥିଲେ। ଏହା ବ୍ୟତୀତ ନୀଳକଣ୍ଠ, ଗୋଦାବରୀଶ, ଅନନ୍ତ ଙ୍କ ଦେଶମିଶ୍ରଣ ଆନ୍ଦୋଳନ ପାଇଁ ପାରଳା ଆସି ଆପନ୍ନାଙ୍କ ସହ ଅନେକ ଚର୍ଚ୍ଚା କରିବାର ପ୍ରମାଣ ରହିଛି । ଏଥି ସହିତ ଆପନ୍ନା ମଞ୍ଜୁଷା , ମୁକ୍ତାପୁର ଆଦି ବିଛିନ୍ନାଞ୍ଚଳ ରେ ପଲ୍ଲୀ ସମ୍ମିଳନୀ ଆୟୋଜନର ଗୁରୁଦାୟିତ୍ୱ ବହନ କରିଥିଲେ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ପରିଚ୍ଛା

ମାତ୍ର ସାତ ବର୍ଷ ଶିଶୁ ବୟସ ରୁ ହିଁ ସେ ଯୋଗ ଦେଇଥିଲେ ଉତ୍କଳ ସମ୍ମିଳନୀର ଆଦ୍ୟ ସ୍ୱରୂପ “ଉତ୍କଳ ହିତୈଷିଣୀ ସମାଜ” ରେ। ଓଡ଼ିଆ ଙ୍କ ଦୁର୍ଦଶା ତାଙ୍କୁ ଭାରି ବ୍ୟଥିତ କରିଥିଲା।୧୮୮୬ ରେ ନିର୍ମିତ ଏହି ସଭା ୧୯୧୨ ରେ ଶ୍ୟାମସୁନ୍ଦର ରାଜଗୁରୁ ଙ୍କମୃତ୍ୟୁ ପରେ ଶିଥିଳ ହୋଇପଡିଥିଲା। ଏହା ପରେ ଏହି ସଭା ର ମଙ୍ଗ ଧରିଥିଲେ ଆପନ୍ନା ପଣ୍ଡା , ବୃନ୍ଦାବନ ସାହୁ ଓ ଆପନ୍ନା ପରିଚ୍ଛା ଙ୍କ ଭଳି ବ୍ୟକ୍ତିବୃନ୍ଦ। ଏହାର ମୁଖ୍ୟ ଉଦେଶ୍ୟ ଥିଲା ଗଞ୍ଜାମ ରେ ଇଂରାଜୀ , ତେଲୁଗୁ ଆଦି ପତ୍ରିକା ବନ୍ଦ କରି ନବସମ୍ବାଦ , ମଧୁପ ର ପ୍ରଚାର, ମାଡ୍ରାସ ରେ ଓଡ଼ିଆ ଛାତ୍ରଙ୍କୁ ଓଡ଼ିଆ ପଢିବା ବନ୍ଦୋବସ୍ତ ଓ କଚେରୀ ଓଡ଼ିଆ ଭାଷାକୁ ଅକ୍ଷୁର୍ଣ୍ଣ ରଖିବା।

ସେତେବେଳେ ପାରଳା ସହର ସହ ଉପାନ୍ତ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସିରେ ଥିଲା। ତେଣୁ ତେଲେଙ୍ଗାଙ୍କ ପ୍ରଭାବ ମହାବିଦ୍ୟାଳୟରେ ଅଧିକ ଥାଏ। ଦକ୍ଷିଣାତ୍ୟ ରୀତି ରେ ଓଡ଼ିଆ ଛାତ୍ରମାନଙ୍କୁ ମଧ୍ୟ ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଆପନ୍ନା ଏହାକୁ ବିରୋଧ କରି ନାଲି ଗାମୁଛା ପରିଧାନ ପ୍ରଚଳନ ଆରମ୍ଭ କରିଥିଲେ। ଏହା କେବଳ ନିୟମ ବଦଳାଇବା ଯେ ନଥିଲା ତା ନୁହଁ। ବରଂ ଓଡ଼ିଆ ଯୁବ ଗୋଷ୍ଠୀ କୁ ପ୍ରଦେଶ ଗଠନ ପାଇଁ ଏକତ୍ର ଆହ୍ଵନ ସମ ଥିଲା।

ଉତ୍କଳ ସମ୍ମିଳନୀରେର ଯେଉଁ ଦଶମ ଅଧିବେଶନଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ତାର ପ୍ରଚ୍ଛଦପଟର ନାୟକ ଆପନ୍ନା ଥିଲେ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୯୧୩ ମସିହା ପୁରୀ ଅଧିବେଶନ ଚାଲିଥାଏ। ସେଥିରେ ପରିଚ୍ଛା ଯୋଗ ଦେଇ ଗୋରଚାନ୍ଦ ମିଶ୍ରଙ୍କ ଜରିଆ ରେ ପାରଳା ଅଧିବେଶନର ଆବଶ୍ୟକତା ର ପ୍ରମାଣ ଦେଇ ଏକ ପ୍ରସ୍ତାବ ଦେଇଥିଲେ। ଖାଲି ଏତିକି ନୁହଁ ଦଶମ ଅଧିବେଶନର ସମସ୍ତ ଗୁରୁ ଦାୟିତ୍ୱ ତାଙ୍କରି ଉପରେ ନ୍ୟସ୍ତ ଥିଲା। ସେ ଅତିଥିଙ୍କ ରହଣି ହେଉ କି ସମ୍ମିଳନୀ ଶେଷରେ ନାଟକ ପରିବେଷଣ। ଏଥିରୁ ତାଙ୍କ ଜାତିପ୍ରେମ ଧାରା ସୁସ୍ପଷ୍ଟ। ପାରଳାଖେମୁଣ୍ଡିର ସଙ୍ଗୀତ ଓ ସାଂସ୍କୃତିକ ଉତ୍କର୍ଷତା ରେ ବିଭୋର ହୋଇ ଅନେକ ମହାପୁରୁଷ କଳାକାର ମାନଙ୍କ ସହ ଆପନ୍ନା ଙ୍କ ଭୁୟସୀ ପ୍ରଶଂସା କରିଥିଲେ।

କେବଳ ନାଟକ ନୁହେଁ , ସଙ୍ଗୀତ ବିଦ୍ୟାପ୍ରତି ମଧ୍ୟ ତାଙ୍କର ଗଭୀର ଅନୁରାଗ ଥିଲା। ସ୍ୱଲିଖିତ ନାଟକ ରେ ସେ କୌଣସି ପ୍ରକାରେ କର୍ଣ୍ଣାଟକୀ କିମ୍ବା ଉତ୍ତର ଭାରତୀୟ ରାଗ ନିର୍ଦେଶ ଦେଇନଥିଲେ। ଏହା ତଙ୍କର ଓଡ଼ିଆ ରାଗ ରାଗିଣୀ ପ୍ରେମ ର ନିଦର୍ଶନ। ବିଶେଷ କରି ତାଙ୍କରି ବହୁ ପ୍ରସିଦ୍ଧ ନାଟକ “ବିଜୟ ବସନ୍ତ ” ଯାହାକି ସମଗ୍ର ଓଡିଶା ରେ ଥରେ ଅଧେ ସେ କାଳର ଲୋକ ଦେଖିଛନ୍ତି। ସେଥିରେ ଏକମାତ୍ର ଗୀତ ର ରାଗ କୌଣସି ବାହ୍ୟ ସଙ୍ଗୀତ ଶାସ୍ତ୍ର ରୁ ଆହରଣ କରାଯାଇନାହିଁ। ଯେପରି

ରାଗ : ଝିଞ୍ଜୋଟି ରୂପକ ତାଳ

ଶୁଭଦିନ ଆଜି ମୋହର ଅଟଇଟି ନିକର

ପାଇଅଛି ଯାହା , ପାଦ ସେବନ ତୁମ୍ଭର ।

ସୁଧାମୟ ପ୍ରେମ,ପବିତ୍ର ସ୍ନେହ ଆଜି ପାଇଣ,

ନିଶ୍ଚୟ ପାଇବ ଚିର ସୁଖ ଏ ଜୀବନ।।

ଖାଲି ସଙ୍ଗୀତ ରଚନା ନୁହେଁ , ସଙ୍ଗୀତ ର ଉନ୍ନତି ସକାଶେ ଓଡିଶା ର ସୁରଦାସ ଆପନ୍ନା ପାଣିଗ୍ରାହୀ ଙ୍କ ଭଳି ଲୋକ ଙ୍କୁ ସେ ସଙ୍ଗୀତ ଶିକ୍ଷା ଦେଇଥିଲେ। ପୁଣି ସେତିକି ନୁହଁ ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା ଯେ କି ପସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ” ମହାଲକ୍ଷ୍ମୀ ପୂଜା” ର ସଙ୍ଗୀତ ଲେଖକ ଓ ନିର୍ଦେଶକ ଥିଲେ , ତାଙ୍କରି ଗୁରୁ ହେବାର ସୌଭାଗ୍ୟ ଆପନ୍ନା ଙ୍କୁ ମିଳିଥିଲା।ନାରାୟଣ ସଦେଇ ଙ୍କ ଭଳି ମହାନ ବ୍ୟକ୍ତିମଧ୍ୟ ଆପନ୍ନା ଙ୍କୁ ଗୁରୁ ରୂପେ ମଣିଥିଲେ।ପୁଣି ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଙ୍କ ସେ ଥିଲେ ନାଟ୍ୟ ଗୁରୁ। ସେ ପାରଳା ର ତଥା ଉତ୍କଳ ର ସର୍ବ ପ୍ରାଚୀନ ନୃତ୍ୟ ସଖୀ ନାଟ ର ଧାରାକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲେ। ମଠ ଓ ମନ୍ଦିର ର ସହର ପାରଳାରେ ବର୍ଷକରେ ଦୁଇ ଥର ଝୁଲଣ ହୁଏ। ଏ ଉତ୍ସବ ରେ ଆପନ୍ନା ପରିଚ୍ଛା ଙ୍କ ମଠରେ ଏଭଳି ଓଡ଼ିଆ ନୃତ୍ୟ, ନାଟକ ର ଆସର ଜମିରହୁଥିଲା , ଯାହା ଇତିହାସ କୁହେ।

ଉପାନ୍ତ ଅଞ୍ଚଳ ରେ ଭାଷା , ସାହିତ୍ୟ ର ବିକାଶ, ନାଟ୍ୟକାଦି ର ପ୍ରଚାର ଯେତେ ସହଜ ଶୁଭାଯାଉଛି ସେତେ ସରଳ କାର୍ଯ୍ୟ ନଥିଲା। ତା ପୁଣି ତେଲୁଗୁ ଭାଷା ଭାଷୀ ଲୋକଙ୍କ ଗହଳି ମଧ୍ୟରେ ସତେ ଯେପରି ଥିଲା ଏକ ଦୁରୁହ ବ୍ୟାପାର। ଏଥି ସହ ନିଜସ୍ୱ ପ୍ରଚେଷ୍ଟା ରେ ଏ ୫୦୦୦ ରୁ ଅଧିକା ବହି ସଂଗ୍ରହ କରି ଏକ ପଠାଗାରର ନିର୍ମାଣ କରାଇଥିଲେ ପରିଚ୍ଛା ମହାଶୟ। ଯାହା ଦ୍ୱାରା ଅନେକ ଶିକ୍ଷାର୍ଥୀ ଉପକୃତ ହୋଇ ଆସିଛନ୍ତି। ତାଙ୍କ ଜୀବନ କାଳରେ ଅନେକ ଗରିବ ଛାତ୍ର ଛାତ୍ରୀ ଙ୍କୁ ମାଗଣା ଶିକ୍ଷାଦାନ ସହ ମଠରେ ରହିବା , ଖାଇବା ବ୍ୟବସ୍ଥା କରିଦେଉଥିଲେ । ଏହା ତାଙ୍କ ଉଦାର ମାନବିକତାର ପରିଚୟ ଦିଏ।

ପଦ୍ମନାଭ ରଙ୍ଗାଳୟର କଳାକାରଙ୍କ ଗହଣରେ ଆପନ୍ନା ପରିଚ୍ଛା (ଦ୍ଵିତୀୟ ଧାଡି ଡାହାଣ ରୁ ୩ୟ)

ବାସ୍ତବ ରେ ସେ ଥିଲେ ସାହିତ୍ୟ, ସଙ୍ଗୀତ ଓ କଳା ର ଉଦୀୟମାନ ସାରସ୍ୱତ ସାଧକ। ୧୯୩୯ ଜୁଲାଇ ୧୪ରେ ଇହଧାମ ରେ ତାଙ୍କ ଚିହ୍ନ ରହିଲାନି ସତ। କିନ୍ତୁ ତାଙ୍କ ଜୀବନ ର ଅମ୍ଳାନ ସ୍ମୃତି କଦାଚିତ ବିସ୍ମୃତ ହେବନାହିଁ। ଯଦି ଓଡ଼ିଆ ସାହିତ୍ୟ ଓ ସମାଜ ର ଧାରାବାହିକ ଇତିହାସ ଲେଖାଯାଏ , ତାହାଲେ ଆପନ୍ନା ଙ୍କ ବିନା ଏହା ଅସମ୍ପୂର୍ଣ୍ଣ। ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଆପନ୍ନା ଜୟନ୍ତି ପାଳନ ହେବାର ଆଶା ଆଶା ରେ ରହିଗଲା। ସମୟ ବଡ଼ ବଳବାନ । ପରିସ୍ଥିତି ର ଅସମ୍ଭାଳ ସମୟ ପୂର୍ବବତ ହେଲେ ଆଗାମୀ ବର୍ଷ ମାନଙ୍କ ରେ ଆମେ ଆମ ପୂର୍ବସୁରି ଙ୍କ ପୂଜ୍ୟପୂଜା କରିବା ର ସୁଯୋଗ ପୁଣିଥରେ ପାଇପାରିବା।

ରଚନା: ବିଷ୍ଣୁମୋହନ ଅଧିକାରୀ

The post ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା appeared first on Odisha Reporter.

]]>
right top 2020-05-22 11:13:53 https://cdn.odishareporter.in/wp-content/uploads/2020/05/22111311/Parichha.jpg
ସାବିତ୍ରୀ-ସତ୍ୟବାନ ଓ ଯମରାଜଙ୍କ କାହାଣୀ https://odishareporter.in/guest-column/the-story-behind-sabiitri-brata-being-celebrated-531542 Fri, 22 May 2020 05:20:23 +0000 https://odishareporter.in/?p=531542

ପ୍ରତିବର୍ଷ, ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ, ମହିଳାମାନେ ସାବିତ୍ରୀ ବ୍ରତ କରନ୍ତି ଏବଂ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତି। ସାବିତ୍ରୀ ବ୍ରତ ଉତ୍ତର ଭାରତ ଓ ପୂର୍ବ ଭାରତରେ ଜ୍ୟେଷ୍ଠ ମାସର ଅମାବାସ୍ୟା ଏବଂ ଦକ୍ଷିଣ ଭାରତରେ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଦେବୀ ସାବିତ୍ରୀ ତାଙ୍କ ମୃତ ସ୍ୱାମୀଙ୍କ ଜୀବନକୁ ଯମରାଜରୁ ଫେରାଇ ଆଣି ପୁନର୍ବାର ଜୀବନ୍ତ କରିଥିଲେ। ସେବେଠାରୁ ବିବାହିତ ସାଧବା ମହିଳାମାନେ ନିଜ ସ୍ୱାମୀଙ୍କ […]

The post ସାବିତ୍ରୀ-ସତ୍ୟବାନ ଓ ଯମରାଜଙ୍କ କାହାଣୀ appeared first on Odisha Reporter.

]]>

ପ୍ରତିବର୍ଷ, ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ, ମହିଳାମାନେ ସାବିତ୍ରୀ ବ୍ରତ କରନ୍ତି ଏବଂ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତି। ସାବିତ୍ରୀ ବ୍ରତ ଉତ୍ତର ଭାରତ ଓ ପୂର୍ବ ଭାରତରେ ଜ୍ୟେଷ୍ଠ ମାସର ଅମାବାସ୍ୟା ଏବଂ ଦକ୍ଷିଣ ଭାରତରେ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଦେବୀ ସାବିତ୍ରୀ ତାଙ୍କ ମୃତ ସ୍ୱାମୀଙ୍କ ଜୀବନକୁ ଯମରାଜରୁ ଫେରାଇ ଆଣି ପୁନର୍ବାର ଜୀବନ୍ତ କରିଥିଲେ। ସେବେଠାରୁ ବିବାହିତ ସାଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ସହିତ ଏହି ଉପବାସ ରଖନ୍ତି।

ଏହି କିମ୍ବଦନ୍ତୀ ତଥା କାହାଣୀ ମହାଭାରତର ବନ ପର୍ବରୁ ଆସିଅଛି, ଯେଉଁଠାରେ ଏ ସମ୍ବନ୍ଧରେ ମହର୍ଷି ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ କହୁଛନ୍ତି କି “କେବଳ ଦ୍ରୌପଦୀ ନୁହେଁ, ସାବିତ୍ରୀ ଜଣେ ରାଜକନ୍ୟା ହୋଇ ମଧ୍ୟ କେଉଁ ଭଳି ବନଚାରି ହୋଇ ତାଙ୍କ ସ୍ୱାମୀଙ୍କୁ ମରଣ ମୁହଁରୁ ଛଡ଼ାଇ ଆଣିଥିଲେ!”

ମଦ୍ର ଦେଶର ଅଶ୍ଵପତି ନାମକ ଜଣେ ଅତି ଧାର୍ମିକ ରାଜା ଥିଲେ। ଯାହାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ଏଣୁ ଉଭୟ ରାଜା ଅଶ୍ଵପତି ଓ ରାଣୀ କୌଶଲ୍ୟା ଖୁସିରେ ନଥିଲେ। ଦମ୍ଫତ୍ତି ଏହି କଥା ଦେବର୍ଷି ନାରଦଙ୍କୁ କହିବା ପରେ, ତାଙ୍କ ନିର୍ଦ୍ଦେଶାକ୍ରମେ ଏକ ଯଜ୍ଞର ଆୟୋଜନ କରାଇଲେ, ଯାହା ଦୀର୍ଘ ଅଠର ବର୍ଷ ପର୍ଯ୍ୟନ୍ତ ଅବିରତ ଚାଲି ରହିଲା। ପରେ ଫଳ ସ୍ୱରୂପ, ରାଣୀ ଏକ କନ୍ୟାକୁ ଜନ୍ମ ଦେଲେ। ଯେଉଁ ଝିଅର ନାମ ‘ସାବିତ୍ରୀ’ ହେଲା। ଯିଏକି ପରବର୍ତ୍ତୀ ସମୟରେ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ହେଲା। କେବଳ ରୂପରେ ନୁହେଁ ବରଂ ଜ୍ଞାନ ଓ ଗୁଣରେ ମଧ୍ୟ ପରିପୂର୍ଣ୍ଣ ଥିଲା ସେ।

ଯେତେବେଳେ ସାବିତ୍ରୀ ବିବାହ ପାଇଁ ଯୋଗ୍ୟ ହେଲେ, ମହାରାଜ ତାଙ୍କ ବିବାହକୁ ନେଇ ବହୁତ ଚିନ୍ତିତ ଥିଲେ। କାରଣ ଏଥିପାଇଁ ସେ ଏକ ସ୍ଵୟମ୍ବରର ଆୟୋଜନ କରାଇଥିଲେ, ହେଲେ ସାବିତ୍ରୀଙ୍କ ତେଜ ଦେଖି କୌଣସି ରାଜ୍ୟର ରାଜକୁମାର ସାବିତ୍ରୀଙ୍କୁ ଆପଣେଇ ପାରିନଥିଲେ। ପରିଶେଷରେ ସେ ସାବିତ୍ରୀଙ୍କୁ କହିଥିଲେ, “ଝିଅ ତୁ ବର୍ତ୍ତମାନ ବିବାହ ପାଇଁ ଯୋଗ୍ୟ। ତେଣୁ, ତୋ ଇଚ୍ଛା ଅନୁସାରେ ନିଜ ଯୋଗ୍ୟ ବରକୁ ବାଛ ଏବଂ ତାଙ୍କୁ ବିବାହ କର।”

ଏହା ପରେ ସାବିତ୍ରୀ ତାଙ୍କ ପାଇଁ ଉପଯୁକ୍ତ ପାତ୍ର ଖୋଜିବାକୁ ବିଭିନ୍ନ ସ୍ଥାନ ବୁଲିଲେ। ପରେ ସେ ତପୋବନ ଆଶ୍ରମରେ ଏକ ସ୍ନିଗ୍ଧ ମନୋରମ ଯୁବକଙ୍କୁ ଦେଖି, ତାଙ୍କୁ ପ୍ରେମ କରି ବସିଲେ। ଏବଂ ନିଜର ସ୍ୱାମୀଙ୍କ ଭେଟ ପାଇ, ସେ ବହୁତ ଶୀଘ୍ର ରାଜ ଉଆସକୁ ଫେରି ଆସିଲେ। ଏହି କଥା ଯେତେବେଳେ ସେ ତାଙ୍କ ବାପା ମହାରାଜ ଅଶ୍ଵପତିଙ୍କୁ ଜଣାଇବାକୁ ତାଙ୍କ ଦରବାରକୁ ଯାଅନ୍ତି, ସେ ସେଠି ଦେଖନ୍ତି ଯେ ରାଜ ସଭାରେ ଦେବର୍ଷି ନାରଦ ମଧ୍ୟ ଉପସ୍ଥିତ ଅଛନ୍ତି। ସାବିତ୍ରୀ ସେଠାରେ ଯେତେବେଳେ କହିଲେ କି ତପୋବନ ଆଶ୍ରମରେ ଥିବା ଯୁବକଙ୍କୁ ସେ ନିଜ ସ୍ୱାମୀ ରୂପେ ଗ୍ରହଣ କରି ସାରିଛନ୍ତି, ସେ ସମୟରେ ସେହି ଯୁବକଙ୍କ ପରିବାର ଓ ଜନ୍ମ ସଂକ୍ରାନ୍ତରେ ନାରଦ କହିଲେ କି ସେ ଆଉ କେହି ନୁହେଁ ବରଂ ସେ ଶାଲ୍ଵ ଦେଶର ରାଜା ଦ୍ୟୁମତସେନ ଓ ରାଣୀ ମାସଳବିକାଙ୍କ ପୁତ୍ର ସତ୍ୟବାନ। ଯେକି ନିଜ ରାଜ୍ୟରୁ ବିତାଡ଼ିତ ହୋଇ ବର୍ତ୍ତମାନ ଜଙ୍ଗଲରେ ଜିବନ ଯାପନ କରୁଛନ୍ତି। ଏ କଥା ଶୁଣି ସମସ୍ତଙ୍କ ଆନନ୍ଦ କହିଲେ ନସରେ। ହେଲେ ଏହି ସମୟରେ ଦେବର୍ଷି କହିଲେ କି, “ସାବିତ୍ରୀ ଚୟନ କରିଥିବା ଯୁବକ ଅର୍ଥାତ ସତ୍ୟବାନଙ୍କ ବୟସ ସ୍ୱଳ୍ପ! ବିବାହର ମାତ୍ର ଏକ ବର୍ଷ ମଧ୍ୟରେ ସେ ମୃତ୍ୟୁ ବରଣ କରିବେ!” ଏ କଥା ଶୁଣି ଅଶ୍ଵପତି କୁହନ୍ତି କି “ମୁଁ କେବେ ଜାଣିଶୁଣି ଏକ ସ୍ୱଳ୍ପ ଆୟୁଷ ଥିବା ଯୁବକ ହାତରେ ତତେ ଛନ୍ଦି ଦେଇ ପରିବିନି! କାରଣ ଜଣେ ବାପା କେବେବି ଚାହେଁ ନାହିଁ କି ତା’ ଝିଅର ସୀମନ୍ତରୁ ସିନ୍ଦୁର ଏତେ ଶୀଘ୍ର ଲିଭି ଯାଉ!” ସାବିତ୍ରୀ ଏହି କଥାକୁ ବିରୋଧ କରି କୁହନ୍ତି ଯେ, “ମୁଁ ତାଙ୍କୁ ପ୍ରେମ କରି ନିଜର ସ୍ୱାମୀ ରୂପେ ଗ୍ରହଣ କରି ସାରିଛି। ଏଣୁ ଏବେ ମୁଁ ତାଙ୍କୁ ଯଦି ବିବାହ ନକରି ଆଉ କାହାକୁ ବିବାହ କରୁଛି ତେବେ ମତେ ଏ ଜଗତ ଦୋଚାରୁଣୀ କହିବ। ବିଧବା ପଛେ ହେଲେ ହେବି ହେଲେ ଅସତୀ କେବେ ହେବି ନାହିଁ!” ପରେ ନାରଦ ସବିତ୍ରୀଙ୍କ ମଥାରେ ହାତ ରଖି ତାଙ୍କୁ ମହାସତୀ ହେବାର ଆଶୀର୍ବାଦ ପ୍ରଦାନ କରି ଅନ୍ତର୍ଧ୍ୟାନ ହୋଇଗଲେ।

ଏହା ପରେ ସାବିତ୍ରୀଙ୍କ ଦ୍ୱାରା ମନୋନୀତ ହୋଇଥିବା ବର ସହ ତାଙ୍କର ଅତି ଧୁମଧାମ ଏବଂ ସମଗ୍ର ରୀତି ନୀତି ସହିତ ବିବାହ କରାଗଲା। ବିବାହ ପରେ ଅନେକ ସମୟ ଅତିବାହିତ ହେଲା। ଯେଉଁ ଦିନ ସତ୍ୟବାନ ମରିବାକୁ ଯାଉଥିଲେ, ତାହା ପାଖାପାଖି ହୋଇଗଲା। ସାବିତ୍ରୀ ପ୍ରତିଦିନ ସେହି ଦିନକୁ ଗଣନା କରୁଥିଲେ। ସାବିତ୍ରୀ ନାରଦଙ୍କ କଥାକୁ ଠିକ ମନେ ରଖିଥା’ନ୍ତି, ସତ୍ୟବାନଙ୍କ ମୃତ୍ୟୁର ଦିନକୁ ଆଉ ମାତ୍ର ଚାରି ଦିନ ବାକି ରହିଥାଏ, ସାବିତ୍ରୀ ଅନ୍ନ ତ୍ୟାଗ କରି ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଶରଣ ପଶିଲେ ଓ ନିଷ୍ଠା ସହ ବ୍ରତ କରିବା ସହ ନାନା ବିଧ ଫଳ ପୁଷ୍ପ ପ୍ରଦାନ କରିଲେ। ତା’ ସହିତ ବ୍ରାହ୍ମଣ ଓ ଲୋକ ମାନଙ୍କୁ ଅନ୍ନାଦି ଭୋଜନ ଦେଇ ଦାନ ଧର୍ମ କରିଲେ।

ଆଉ କାଳ ସମୟ ଆସି ଉପନୀତ ହେଲା, ଯେଉଁ ଦିନ ଥିଲା ଜ୍ୟେଷ୍ଠ ଅମାବାସ୍ୟା ଓ ସେଦିନ ସତ୍ୟବାନଙ୍କ ଆୟୁଷକାଳ ସରୁଥିଲା। ସତ୍ୟବାନ ଜଙ୍ଗଲରେ କାଠ କାଟିବାକୁ ଯିବେ ବୋଲି ସାବିତ୍ରୀଙ୍କୁ କହିଲେ, ହେଲେ ଏ କଥା ଶୁଣି ସାବିତ୍ରୀବି ତାଙ୍କ ସହ ଯିବେ ବୋଲି କହିଲେ। ହେଲେ ସତ୍ୟବାନ ସାବିତ୍ରୀଙ୍କୁ କହିଲେ ଯେ, “ତୁମେ ଉପବାସ ହେତୁ ଦୁର୍ବଳ ହୋଇଯାଇଛ ଆଉ ଜଙ୍ଗଲର ରାସ୍ତା ବହୁତ କଷ୍ଟସାଧ୍ୟ, ତେଣୁ ତୁମେ ଏଠାରେ ରୁହ। କିନ୍ତୁ ସାବିତ୍ରୀ କର୍ଣ୍ଣପାତ ନକରି, ଜିଦ୍ ଧରି ସତ୍ୟବାନଙ୍କ ସହ ଜଙ୍ଗଲକୁ ଗଲେ।

ଯେତେବେଳେ ସତ୍ୟବାନ କାଠ କାଟିବା ଆରମ୍ଭ କଲେ, ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଏହା ଦେଖି ସାବିତ୍ରୀ ତାଙ୍କ ପଣତକୁ ତଳେ ପାରି ଦେଲେ ଓ ସ୍ୱାମୀଙ୍କ ମୁଣ୍ଡକୁ ଆଣି ତାଙ୍କ କୋଳରେ ରଖି ଶୁଆଇ ଦେଲେ। କିଛି ସମୟ ଅନ୍ତରାଳେ ସତ୍ୟବାନ ଚେତାଶୂନ୍ୟ ହୋଇ ଆଖି ମୂଦିଲେ। ସେହି ସମୟରେ ସେ ସେଠାରେ ଜଣେ ଭୟଙ୍କର ବ୍ୟକ୍ତିଙ୍କୁ ଦେଖିଲେ, ଯାହାଙ୍କ ହାତରେ ଏକ ଫାଶ ଥିଲା। ସେ ସତ୍ୟବାନଙ୍କ ଆତ୍ମାକୁ ତାଙ୍କ ସହ ନେବାକୁ ଆସିଥିଲେ।

ମୃତ ଦେଶ ଦକ୍ଷିଣ ଦିଗକୁ ଯିବାବେଳେ ଯମ, ତାଙ୍କୁ ଅନୁସରଣ କରୁଥିବା ସାବିତ୍ରୀଙ୍କୁ ଲକ୍ଷ୍ୟ କଲେ। ଯାତ୍ରା ଦୀର୍ଘ ଥିଲା ଏବଂ ଯମ ନିଶ୍ଚିତ ଥିଲେ ଯେ ସାବିତ୍ରୀ ଯେତେବେଳେ କ୍ଳାନ୍ତ ହୋଇଯିବେ ଓ ଜିଦ ଛାଡ଼ି ଫେରିଯିବେ। କିନ୍ତୁ ସାବିତ୍ରୀଙ୍କ ମୁଖକାନ୍ତିରେ କ୍ଲାନ୍ତର କୌଣସି ଲକ୍ଷଣ ଦେଖାଯାଇ ନଥିଲା ଓ ତାଙ୍କର ଅନୁସରଣ ନିରନ୍ତର ଚାଲିଥିଲା। ଏହା ଦେଖି ଯମ ଚିତ୍କାର କରି କହିଲେ, “ମୋର ଅନୁସରଣ କରିବା ବନ୍ଦ କର। ତୁମର ଭାଗ୍ୟକୁ ଗ୍ରହଣ କରି ଫେରିଯାଅ ତୁମ ସ୍ୱାମୀଙ୍କ ମର ଶରୀର ପାଖକୁ ଏବଂ ଶବ ସଂସ୍କାର କରିବାର ଆୟୋଜନ କର!” ହେଲେ ସାବିତ୍ରୀ ଯମଙ୍କୁ ଉତ୍ତର ଦେଇଛନ୍ତି ଯେ, “ସେ ଶରୀର ହେଲେ ମୁଁ ତାଙ୍କ ଛାଇ, ତେଣୁ ସେ ଯୁଆଡ଼େ ଯିବେ ମୁଁ ତାଙ୍କ ସହ ଯିବି।” ସ୍ୱାମୀଙ୍କ ପ୍ରତି ଏପରି ଅଗାଢ଼ ଭକ୍ତି ତଥା ପ୍ରେମ ଦେଖି ଉତ୍କଣ୍ଠିତ ହୋଇ ଯମ କହିଲେ କି, ‘ମୁଁ ତୁମ ପତିବ୍ରତା ଧର୍ମ ଦେଖି ଅତ୍ୟନ୍ତ ପ୍ରସନ୍ନ ଏଣୁ ତୁମ ସ୍ୱାମୀଙ୍କ ଜୀବନ ବ୍ୟତୀତ ଅନ୍ୟ ତିନୋଟି ବର ମାଗ ମୁଁ ଦେବି।” ସାବିତ୍ରୀ ସମ୍ମାନର ସହିତ ମୁଣ୍ଡ ନୁଆଇଁ ଏବଂ ପ୍ରଥମେ ତାଙ୍କ ଶ୍ୱଶୁରଙ୍କ ହଜିଯାଇଥିବା ଦୃଷ୍ଟି ଶକ୍ତି ଓ ରାଜ୍ୟକୁ ପୁନଃ ପ୍ରାପ୍ତ କରିବାକୁ ମାଗିଥିଲେ। ତାଙ୍କର ଦ୍ୱିତୀୟ ବର ଭାବରେ ସେ କହିଥିଲେ ଯେ ତାଙ୍କ ପିତା ଏକ ପୁତ୍ର ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ତାଙ୍କର ତୃତୀୟ ବର ଭାବରେ ସେ ସତ୍ୟବାନଙ୍କ ପୁତ୍ରମାନଙ୍କ ମାତା ହେବାକୁ କହିଥିଲେ।

ଯମ ସାବିତ୍ରୀଙ୍କୁ ତିନୋଟି ବରର ପୂର୍ଣ୍ଣ ନିମନ୍ତେ ତଥାସ୍ତୁ କହି, ଯମ ଲୋକକୁ ଯାତ୍ରା ଜାରି କରିଲେ। ଯେତେବେଳେ ସେ ବୈତରଣୀ ନଦୀ କୂଳରେ ପହଞ୍ଚିଲେ, ଯାହା ପୃଥିବୀକୁ ଯମ ଲୋକରୁ ପୃଥକ କରେ, ଯମ ପୁନଃ ସାବିତ୍ରୀଙ୍କୁ ଅନୁସରଣ କରୁଥିବା ଦେଖି କହିଲେ “ମୁଁ ତୁମକୁ କହିଲି ତୁମର ତିନୋଟି ବର ନେଇ ମୋତେ ଅନୁସରଣ କର ନାହିଁ, ହେଲେ ତୁମେ ମୋ କଥାକୁ ଅବଜ୍ଞା କରିଲ ଯେ!”

ସାବିତ୍ରୀ ପୁଣି ଥରେ ସମ୍ମାନର ସହ ମୁଣ୍ଡ ନୁଆଇଁ କହିଲେ, “ପ୍ରଥମ ଓ ଦ୍ଵିତୀୟ ବର ସତ ହୋଇଛି। କିନ୍ତୁ ତୃତୀୟ ବର ପୂରଣ ହେଲାନି! ଏହା କିପରି ପୂରଣ ହେବ? ଯେତେବେଳେ ସେ ଜଙ୍ଗଲରେ ମୋ ସ୍ୱାମୀ ମରିକି ଶୋଇଛନ୍ତି, ମୁଁ କିପରି ମୋ ତାଙ୍କ ପୁଅମାନଙ୍କର ମା’ ହୋଇପାରିବି? ଆପଣ ଜନ୍ତୁପତି, ଆପଣ ନିଜର କଥା ନରଖିଲେ, ଯୁଗ ଯୁଗକୁ ଅପବାଦ ରହିଯିବ ଯେ!”

ଯମ ହସିଲେ କାରଣ ସେ ଅନୁଭବ କଲେ ଯେ ସାବିତ୍ରୀ ତାଙ୍କୁ ତାଙ୍କ ଧର୍ମ ନିଷ୍ଠାରେ ପରାସ୍ତ କରିଛନ୍ତି। ତାଙ୍କର ତୃତୀୟ ବରକୁ ପୂରଣ କରିବାର ଏକମାତ୍ର ଉପାୟ ହେଉଛି ସତ୍ୟବାନଙ୍କୁ ପୁଣି ଥରେ ବଞ୍ଚାଇବା। ଶେଷରେ ଯମ ସତ୍ୟ ରକ୍ଷା ପାଇଁ ସତ୍ୟବାନଙ୍କୁ ପୁନର୍ଜୀବିତ କଲେ ଓ ଅହ୍ୟସୁଲକ୍ଷଣୀ ହେବାର ଆଶୀର୍ବାଦ ପ୍ରଦାନ କରି ନିଜ ଲୋକକୁ ଫେରିଲେ। ଏହା ପରେ ସାବିତ୍ରୀ ସତ୍ୟବାନଙ୍କ ମୃତ ଦେହ ପାଖରେ ପହଞ୍ଚିଲେ ଏବଂ ଅଳ୍ପ ସମୟ ମଧ୍ୟରେ ସତ୍ୟବାନଙ୍କ ଶରୀରରେ ଚେତନା ଆସିଲା।

The post ସାବିତ୍ରୀ-ସତ୍ୟବାନ ଓ ଯମରାଜଙ୍କ କାହାଣୀ appeared first on Odisha Reporter.

]]>
left top 2020-05-22 11:07:12 https://cdn.odishareporter.in/wp-content/uploads/2020/05/22104620/sabitri-1.jpg
ନୀରବତାର ରାଜୁତି https://odishareporter.in/literature-culture/poem-nirabata-ra-rajuti-528820 Fri, 15 May 2020 05:24:27 +0000 https://odishareporter.in/?p=528820

ଶୁନସାନ ରାସ୍ତାଘାଟ ମରୁଭୂମି ମରୀଚିକା ପରି ଅସ୍ତିତ୍ୱ ବିହୀନ ପ୍ରତିମୁହୂର୍ତ୍ତଜୀବନ କ୍ଷଣ ଭଙ୍ଗୁର ସମସ୍ତ ସପନ ଉଦାସୀନ ମନର ସମ୍ଭାବନାହୀନ କେତେଯେ ଭାବନା ଜୀବନ ମୃତ୍ୟୁର ଲୁଚକାଳି ଖେଳ ରଚୁଛି ଆଜି ସେ କାଳ ଭୈରବ ରକ୍ଷକ ର ରକ୍ଷା ବାଡ଼ି ପାର କରି ଦୌଡ଼ି ଯାଇ ଭେଟୁ ମୃତ୍ୟୁକୁ ସେଥିପାଇଁ ମୁହୂର୍ମୁହୂ ଅନ୍ତରର ଭୟଭୀତ ଚେତନା ଗ୍ରାମରୁ ସହର ମୃତ୍ୟୁର ବିଭୀଷିକା ଲୌହ ଦାନବର ଗର୍ଜନ ରୁ ନିସ୍ତାର ଅଜଣା(କରୋନା)ଭୟର କାୟା ବିସ୍ତାର ପ୍ରକୃତି ପ୍ରତି […]

The post ନୀରବତାର ରାଜୁତି appeared first on Odisha Reporter.

]]>

ଶୁନସାନ ରାସ୍ତାଘାଟ

ମରୁଭୂମି ମରୀଚିକା ପରି

ଅସ୍ତିତ୍ୱ ବିହୀନ ପ୍ରତିମୁହୂର୍ତ୍ତଜୀବନ

କ୍ଷଣ ଭଙ୍ଗୁର ସମସ୍ତ ସପନ

ଉଦାସୀନ ମନର

ସମ୍ଭାବନାହୀନ କେତେଯେ ଭାବନା

ଜୀବନ ମୃତ୍ୟୁର ଲୁଚକାଳି ଖେଳ

ରଚୁଛି ଆଜି ସେ କାଳ ଭୈରବ

ରକ୍ଷକ ର ରକ୍ଷା ବାଡ଼ି

ପାର କରି ଦୌଡ଼ି ଯାଇ

ଭେଟୁ ମୃତ୍ୟୁକୁ ସେଥିପାଇଁ

ମୁହୂର୍ମୁହୂ ଅନ୍ତରର ଭୟଭୀତ ଚେତନା

ଗ୍ରାମରୁ ସହର ମୃତ୍ୟୁର ବିଭୀଷିକା

ଲୌହ ଦାନବର ଗର୍ଜନ ରୁ ନିସ୍ତାର

ଅଜଣା(କରୋନା)ଭୟର କାୟା ବିସ୍ତାର

ପ୍ରକୃତି ପ୍ରତି ତାଡନା

ଭୋଗୁଛି ସେ ପ୍ରତି ମୁହୂର୍ତ୍ତରେ ଯାତନା

ଚର୍ତୁଦିଗେସମୟରମୃତ୍ୟୁର

ଇଶାରା

ଶଂକା ଲାଗେ ଶୁଣି ଯନ୍ତ୍ରଣାର ମଧୁର ମୂର୍ଚ୍ଛନା

ସ୍ବପ୍ନ ଉତ୍କଣ୍ଠାର ପ୍ରେମାସ୍ପଦ  ଜୀବନ

ଅସ୍ଥିର ଶବ୍ଦର ଶୁଣେ ହୃଦୟ ସ୍ପନ୍ଦନ

ନଦୀର ଶୀତଳତା ଦେହରେ ମାଡିଯାଏ

ତଥାପି ମଣିଷ କ୍ଷଣ ଭଙ୍ଗୁର ଜୀବନକୁ ଭଲପାଏ।

 ଆର୍ଯ୍ୟ କୁମାରୀ ପ୍ରଜ୍ଞା ପରାମିତା

ଅଧ୍ୟାପିକା,କେଶପୁରକଲେଜ

୯୭୭୮୮୧୮୧୮୪

The post ନୀରବତାର ରାଜୁତି appeared first on Odisha Reporter.

]]>
2020-05-15 10:54:27 https://cdn.odishareporter.in/wp-content/uploads/2020/05/15105355/nirabata.jpg
ସୀତାଙ୍କ ଚରିତ୍ରକୁ ନେଇ ବିବାଦୀୟ କବିତା , ଅଶାନ୍ତ ଫେସ୍‌ବୁକ୍ https://odishareporter.in/odisha/odia-poets-on-maa-sita-and-controversy-525004 Tue, 05 May 2020 15:22:39 +0000 https://odishareporter.in/?p=525004

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାମାୟଣର ସୀତାଙ୍କ ଚରିତ୍ରକୁ ନେଇ ସୋଶାଲ ମିଡିଆରେ ଝଡ଼। ସୀତାଙ୍କ ଚରିତ୍ରକୁ ଅଧାର କରି କେତେକ କବିତାକୁ ନେଇ ସୃଷ୍ଟି ହୋଇଛି ବିବାଦ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ଫେସ୍‌ବୁକ୍‌ରେ ଲେଖିଥିବା ଏକ କବିତା ଆପତ୍ତିଜନକ ବୋଲି ଅଭିଯୋଗ ଆଣି ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିବା ‘ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର…’ ପଙ୍‌କ୍ତିକୁ ନେଇ ଉଠିଛି ପ୍ରଶ୍ନ। ଏହି […]

The post ସୀତାଙ୍କ ଚରିତ୍ରକୁ ନେଇ ବିବାଦୀୟ କବିତା , ଅଶାନ୍ତ ଫେସ୍‌ବୁକ୍ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାମାୟଣର ସୀତାଙ୍କ ଚରିତ୍ରକୁ ନେଇ ସୋଶାଲ ମିଡିଆରେ ଝଡ଼। ସୀତାଙ୍କ ଚରିତ୍ରକୁ ଅଧାର କରି କେତେକ କବିତାକୁ ନେଇ ସୃଷ୍ଟି ହୋଇଛି ବିବାଦ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ଫେସ୍‌ବୁକ୍‌ରେ ଲେଖିଥିବା ଏକ କବିତା ଆପତ୍ତିଜନକ ବୋଲି ଅଭିଯୋଗ ଆଣି ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିବା ‘ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର…’ ପଙ୍‌କ୍ତିକୁ ନେଇ ଉଠିଛି ପ୍ରଶ୍ନ। ଏହି କବିତା ଭାଇରାଲ ହେବା ପରେ ମାତା ସୀତାଙ୍କ ପ୍ରତି ତାଚ୍ଛଲ୍ୟ କରାଯାଇଥିବା ଅଭିଯୋଗ ଆଣି ତାଙ୍କୁ କଟୁ ସମାଲୋଚଚନା କରାଯାଇଛି। ସୀତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିତର୍କ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ଏହି ପୋଷ୍ଟଟିକୁ ହଟାଇ ଦିଆଯାଇଛି। ହେଲେ ଫେସ୍‌ବୁକ୍‌ରେ ସେହି କବିତାର ଅଂଶ ସ୍କ୍ରିନ୍‌ସଟ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଏ ବାବଦରେ ଶ୍ରୀ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି ଯେ, ମୋର କବିତା‘ତମେ କାହାର ନୁହଁ’ର ଏକ ଉଦ୍ଧୃତାଂଶଟିକୁ ନେଇ ମୋ ନାମରେ ମାମଲା ହୋଇଥିବା ଗଣମାଧ୍ୟମ ସୂତ୍ରରୁ ଖବର ପାଇଛି।

ଯାହା ୧୯୭୮ରେ ପ୍ରକାଶ ପାଇଥିଲା। କବିତାର ସାରାଂଶ ହେଉଛି ‘ନାରୀ ହେଉଛି ସର୍ବଶକ୍ତିମାନ। ନାରୀ କାହାର ଅନୁଗତ ନୁହଁନ୍ତି। ସେମାନେ ସ୍ୱୟଂସିଦ୍ଧା। ସେ ହିଁ ସୃଷ୍ଟିକାରୀ ଏବଂ ସେ ହିଁ ବିନାଶକାରୀ ସେ କାହାରି ଅଧୀନ ନୁହେଁ।  ସେ ସାର୍ବଭୌମା।’

|| କବିତା ପାଇଁ ଦଣ୍ଡ ଭୋଗ ||Just now I got news from media sources that FIR for cyber-crime has been lodged against me…

Rajendra Kishore Panda यांनी वर पोस्ट केले सोमवार, ४ मे, २०२०

ତେବେ ଏହି କବିତାଟି କୌଣସି ନିର୍ଦ୍ଦିଷ୍ଟ ଦେବୀ , ମହିଳା କିମ୍ବା ଧର୍ମ ପ୍ରତି ପ୍ରତି ଆକ୍ଷେପ କରି ଲେଖାଯାଇ ନାହିଁ। ଏଥିରେ ଥିବା ସନ୍ଦେଶ ସାଙ୍କେତିକ ଓ ମେଟାଫର ବୋଲି ସେ ଉଲ୍ଲେଖ କରିଛନ୍ତି।  ତେବେ କିଛି ଲୋକ କବିତାର ପ୍ରକୃତ ମର୍ମକୁ ବୁଝି ନପାରୁଥିବାରୁ ମୁଁ ସେମାନଙ୍କ ପାଇଁ ଦୁଃଖିତ ବୋଲି ସେ ଲେଖିଛନ୍ତି।

ସେହିପରି ଅନ୍ୟ ଜଣେ କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ ଲିଖିତ କବିତା ‘ ସେ ଗୋଟେ ଦେହଜୀବିର ଜୀବନ ହିଁ ତ ବଞ୍ଚେ’ ମଧ୍ୟ ବିବାଦଘେରକୁ ଆସିଛି। ତାଙ୍କର ଏହି କବିତା ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ ଆଣି ସହରାଞ୍ଚଳ ପୁଲିସ ଜିଲ୍ଲା (ଭୁବନେଶ୍ୱର)ରେ ମାମଲା ରୁଜୁ ହୋଇଥିବା କୁହାଯାଉଛି। ହେଲେ ସେ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

The post ସୀତାଙ୍କ ଚରିତ୍ରକୁ ନେଇ ବିବାଦୀୟ କବିତା , ଅଶାନ୍ତ ଫେସ୍‌ବୁକ୍ appeared first on Odisha Reporter.

]]>
right top 2020-05-06 15:27:06 https://cdn.odishareporter.in/wp-content/uploads/2020/05/05205220/Kabita-1.jpg
ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା! https://odishareporter.in/or-special/coronavirus-situation-may-affect-on-literature-world-524266 Sun, 03 May 2020 11:38:27 +0000 https://odishareporter.in/?p=524266

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ଆସିବା ପରେ ସମସ୍ତଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିଛି। ପ୍ରକୃତି ଓ ଜଳବାୟୁ, ମନୁଷ୍ୟ ଜୀବନ, ଜୀବଜନ୍ତୁ ସବୁକିଛି ବଦଳିଯାଇଛି। ତେବେ ଏଭଳି କିଛି ପରିବର୍ତ୍ତନ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ଲେଖକ ଓ ପାଠକ ବୌଦ୍ଧିକ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରକାଶନୀ ସଂସ୍ଥା ପାଇଁ ପୁସ୍ତକର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ଦିନରେ ଏହି ଦୁଇ ସ୍ତରରେ ସାହିତ୍ୟ ଜଗତ ପ୍ରଭାବିତ ହେବ ବୋଲି […]

The post ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ଆସିବା ପରେ ସମସ୍ତଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିଛି। ପ୍ରକୃତି ଓ ଜଳବାୟୁ, ମନୁଷ୍ୟ ଜୀବନ, ଜୀବଜନ୍ତୁ ସବୁକିଛି ବଦଳିଯାଇଛି। ତେବେ ଏଭଳି କିଛି ପରିବର୍ତ୍ତନ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ଲେଖକ ଓ ପାଠକ ବୌଦ୍ଧିକ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରକାଶନୀ ସଂସ୍ଥା ପାଇଁ ପୁସ୍ତକର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ଦିନରେ ଏହି ଦୁଇ ସ୍ତରରେ ସାହିତ୍ୟ ଜଗତ ପ୍ରଭାବିତ ହେବ ବୋଲି କୁହାଯାଉଛି।

କରୋନା ଜନିତ ଘଟୁଥିବା ପରିବର୍ତ୍ତନ ଉପରେ ଲେଖକ ଓ କବିକୂଳ ନିଜ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ଏବଂ ନିଜର ବ୍ୟାକୁଳତାକୁ ଶବ୍ଦରେ ସଜାଇବାକୁ ବି ଚାହୁଁଛନ୍ତି। ଆଜିର ପରିସ୍ଥିତି ଜୀବନକୁ ଏକ ଭିନ୍ନ ଅଭିଜ୍ଞତା ଦେଇଛି। ଅସ୍ତ-ବ୍ୟସ୍ତ ହୋଇପଡ଼ିଛି ଦୀର୍ଘ କାଳରୁ ଚାଲିଆସିଥିବା ଦୈନନ୍ଦିନ ଧାରା। ଏଭଳି ସ୍ଥିତି ସାହିତ୍ୟ ଜଗତରେ ନୂତନ ସୃଜନତା ସୃଷ୍ଟି କରିବାକୁ ପ୍ରେରଣା ଯୋଗାଇବ ନିଶ୍ଚୟ। ଅନ୍ୟପଟେ ଯୁବ ଲେଖିକା, ଲେଖକମାନଙ୍କ ଉତ୍କଣ୍ଠା ସାହିତ୍ୟ କ୍ଷେତ୍ରରେ ନୂତନ ସୃଷ୍ଟିର ଆଶାକୁ ବଳବତ୍ତର କରୁଛି। ତେବେ ପାଠକମାନେ ମଧ୍ୟ ଏହି ନୂତନ ଦୃଷ୍ଟିଭଙ୍ଗୀକୁ ଅନୁଭବ କରିବାର ସୁଯୋଗ ରହିଛି।

ସାମ୍ପ୍ରତିକ ସ୍ଥିତିରେ ଅନଲାଇନ ମାଧ୍ୟମରେ ସବୁ ଜିଜ୍ଞାସାର ଅନ୍ତ ଘଟୁଥିବା ବେଳେ ସାହିତ୍ୟ ଓ ପୁସ୍ତକ ଜଗତ ବି ଏଥିରୁ ବାଦ୍ ଯାଇନାହିଁ। ଲକଡାଉନ ଯୋଗୁ ପାଠକମାନେ ଅଧିକାଂଶ ଇ-ବୁକ୍, ବା ପିଡିଏଫ୍ ଫାଇଲରେ ନିଜ ମନପସନ୍ଦ ପୁସ୍ତକ ପଢ଼ୁଛନ୍ତି। ତେବେ ପ୍ରକାଶକମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଯେତେବେଳେ ପୁସ୍ତକ ଭୌତିକ ଭାବେ ପାଠକଙ୍କଠାରେ ପହଞ୍ଚିପାରୁ ନାହିଁ, ନୂତନ ଲେଖକ ଓ ପାଠକଙ୍କ ସମ୍ପର୍କ ବଜାୟ ରହିବା କଷ୍ଟକର ହୋଇପଡ଼ିଛି। ଏଣୁ ଅନେକ ପ୍ରକାଶକ ଭିନ୍ନ ଭିନ୍ନ ଉପାୟରେ ପାଠକଙ୍କ ସହ ଯୋଡ଼ି ହେଉଛନ୍ତି। ଏବେ କିଛି ନିର୍ଦ୍ଦିଷ୍ଟ ପୁସ୍ତକ ଇ-ବୁକ୍ ମାଧ୍ୟମରେ ମାଗଣାରେ ଉପଲବ୍ଧ କରାଯାଉଛି। ତତ୍କାଳୀନ ସ୍ଥିତିରେ ଏହା ଏକ ଉଚିତ୍ ପଦକ୍ଷେପ ଲାଗୁଥିଲେ ହେଁ, ଆଗାମୀ ଭବିଷ୍ୟତରେ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ।

ଯଦି କରୋନା ସଂକଟ ସମୟରେ ବଡ଼ ବଡ଼ ପ୍ରକାଶନୀ ସଂସ୍ଥା ନିଜକୁ କେବଳ ବଜାରରେ ବଜାୟ ରହିବାକୁ କ୍ଷତି ସହିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଟେକ୍ନୋଲୋଜୀ ସାହାଯ୍ୟରେ ପୁସ୍ତକ ଯୋଗାଇବାକୁ ଲାଗନ୍ତି। ତା’ହେଲେ ପାଠକଙ୍କୁ ମାଗଣାରେ ପୁସ୍ତକ ଯୋଗାଇବା ଲାଗି ଅନ୍ୟ ଛୋଟ ଛୋଟ ପ୍ରକାଶକଙ୍କ ଉପରେ ଏହାର ଚାପ ପଡ଼ିପାରେ। ଏଭଳି ସ୍ଥିତିରେ ଛୋଟ ଛୋଟ ପ୍ରକାଶକଙ୍କ ଭବିଷ୍ୟତ ଆଉ ରହିବ ନାହିଁ।

ଏଣୁ କମ୍ ପୁସ୍ତକ ବିକ୍ରି ହେଉଥିବା ସମସ୍ଯା ନେଇ ପ୍ରକାଶକମାନେ ଚିନ୍ତିତ ଥିବା ବେଳେ ଡିଜିଟାଲ ମିଡିଆରେ ମାଗଣା ପୁସ୍ତକ ଯୋଗାଇଦେବା ଭବିଷ୍ୟତରେ ମହଙ୍ଗା ପଡ଼ିପାରେ। ଆଗାମୀ ଦିନରେ ପାଠକମାନେ ଅଧିକରୁ ଅଧିକ ପୁସ୍ତକ ମାଗଣା କିମ୍ବା ସ୍ୱଳ୍ପ ମୂଲ୍ୟରେ ଆବଶ୍ୟକ କରିବେ। ଆଉ ଏହା ଲେଖକମାନଙ୍କ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ। ଥରେ ମାଗଣା ପୁସ୍ତକ ପଢ଼ିବା ଅଭ୍ୟାସ ହୋଇଗଲେ, ଛୋଟ ଛୋଟ ପ୍ରକାଶକ ଓ ଲେଖକଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିପାରେ।

ଅନ୍ୟପଟେ ଏହାର ଆଉ ଏକ ପରିଣାମ ପୁସ୍ତକର ନୈତିକତା ଏବଂ ବିଷୟବସ୍ତୁର ଚୋରି ମଧ୍ୟ ହୋଇପାରେ। ଏଣୁ ପାଠକଙ୍କଠାରେ ଇ-ବୁକ୍ ପହଞ୍ଚାଇ ସେମାନଙ୍କଠାରୁ କିଛି ଶୁଳ୍କ ନିଆଗଲେ ଏଭଳି ସ୍ଥିତିକୁ ଅନେକ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ। ପାଠକଙ୍କ ପାଇଁ ଲେଖକଙ୍କ ସୃଷ୍ଟିର ମହତ୍ୱ ରହିବା ବେଳେ ଲେଖକ ଓ ପ୍ରକାଶକ ମଧ୍ୟ ଉପକୃତ ହୋଇପାରିବେ।

The post ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା! appeared first on Odisha Reporter.

]]>
left bottom 2020-05-03 17:08:27 https://cdn.odishareporter.in/wp-content/uploads/2020/05/03170748/literature-1.jpg
ସବୁ ମିଛ କଥା ! https://odishareporter.in/literature-culture/a-poem-written-by-laxmikant-bag5984-523550 Fri, 01 May 2020 10:53:13 +0000 https://odishareporter.in/?p=523550

ପୃଥିବୀକୁ ଆମେ ହିଁ ବଞ୍ଚେଇ ପାରିବା ପ୍ରଦୂଷଣକୁ କେବଳ ଆମେ ହିଁ ରୋକିପାରିବା କିନ୍ତୁ, ପ୍ରମାଣିତ ହେଲା ଯେ ମଣିଷ ଯେ ଯାଏଁ ଘରୁ ଗୋଡ଼ ନକାଢ଼ିଛି ବସୁଧା ନିଜକୁ ନିଜେ କ୍ଷୀପ୍ର ଗତିରେ ସୁଧାରି ନେଉଛି ॥ ସବୁ ମିଛ କଥା ! ବିନା ଜଙ୍କଫୁଡ୍‌ରେ ଜିଇଁବା ଅସମ୍ଭବ କିନ୍ତୁ, ସବୁ ଜଙ୍କଫୁଡ୍‌ ରେଷ୍ଟୁରାଣ୍ଟ ବନ୍ଦ ତଥାପି ଦୁନିଆ ଚାଲିଛି ॥ ଘରେ ରହି କାମ କରିବା ମୁସ୍କିଲ୍ ୟେ ବି ଗୋଟିଏ ମିଛ କଥା […]

The post ସବୁ ମିଛ କଥା ! appeared first on Odisha Reporter.

]]>

ପୃଥିବୀକୁ ଆମେ ହିଁ ବଞ୍ଚେଇ ପାରିବା
ପ୍ରଦୂଷଣକୁ କେବଳ ଆମେ ହିଁ ରୋକିପାରିବା
କିନ୍ତୁ, ପ୍ରମାଣିତ ହେଲା ଯେ
ମଣିଷ ଯେ ଯାଏଁ ଘରୁ ଗୋଡ଼ ନକାଢ଼ିଛି
ବସୁଧା ନିଜକୁ ନିଜେ କ୍ଷୀପ୍ର ଗତିରେ ସୁଧାରି ନେଉଛି ॥

ସବୁ ମିଛ କଥା !
ବିନା ଜଙ୍କଫୁଡ୍‌ରେ ଜିଇଁବା ଅସମ୍ଭବ
କିନ୍ତୁ, ସବୁ ଜଙ୍କଫୁଡ୍‌ ରେଷ୍ଟୁରାଣ୍ଟ ବନ୍ଦ
ତଥାପି ଦୁନିଆ ଚାଲିଛି ॥

ଘରେ ରହି କାମ କରିବା ମୁସ୍କିଲ୍
ୟେ ବି ଗୋଟିଏ ମିଛ କଥା !

ସବୁ ମିଛ କଥା !
ଆମ କ୍ରିକେଟ୍ ଷ୍ଟାର୍, ଫିଲ୍ମ ଷ୍ଟାର ଅସଲ ହିରୋ/ଭଗବାନ
କିନ୍ତୁ ସ୍ପଷ୍ଟ ହେଲା
ଏମାନେ କେବଳ ଏଣ୍ଟରଟେନର୍
ଅସଲ ହିରୋ ତ ମୈଦାନରେ ,ଈଶ୍ୱର ତ ହସ୍ପିଟାଲରେ

ସବୁ ମିଛ କଥା !
ଜ୍ୟୋତିଷ, ମୌଲବୀ, ପଣ୍ଡିତ, ପୂଜକ
ରୋଗୀଙ୍କୁ ବଞ୍ଚାଇ ପାରିବେ
ୟୁରୋପୀୟ ବହୁତ ସମଝଦାର ଓ ଶିକ୍ଷିତ
ୟେ ବି ମିଛ !

ସବୁ ମିଛ କଥା !
ଡିଜେଲ୍, ପେଟ୍ରୋଲ, ସୁନା, ରୂପା ବହୁତ ମହଙ୍ଗା
ଏବେ କିନ୍ତୁ ସ୍ପଷ୍ଟ ହେଲା
ଆମ ବିନା ଏସବୁର ମୂଲ୍ୟ ହିଁ ନାହିଁ॥

ପ୍ରାଣୀ ଉଦ୍ୟାନର ଜୀବଜନ୍ତୁଙ୍କୁ ଦେଖି ଆନନ୍ଦ ଲାଗୁଥିଲା
ଏବେ କିନ୍ତୁ, ଅନୁଭବ ହେଉଛି ବନ୍ଦୀ ଜୀବନର ଯନ୍ତ୍ରଣା ॥

ସବୁ ମିଛ କଥା !
ସପିଂ ମଲ୍ ବନ୍ଦ ହୋଇଗଲେ ଅଟକି ଯିବ ଦୁନିଆ
ସପିଂ ମଲ୍ ତ ବନ୍ଦ ଅଛି
ବ୍ରାଣ୍ଡ ବି ବନ୍ଦ, ବଦଖର୍ଚ୍ଚ ବି ବନ୍ଦ
ଅନେକ ଦିନ ହେଲାଣି
ଛୁଟି କାଟିବାକୁ କୁଆଡ଼େ ଯାଇନୁ
ତଥାପି ଦୁନିଆ ଚାଲିଛି॥

ଘର ଅଗଣାରେ ପିଲା ଖେଳୁଛନ୍ତି
ପରିବାର ସହ ଆପଣଙ୍କ ସମୟ କଟୁଛି
ଏବେ ବି ଫୁଲ ଫୁଟୁଛି
କୁଳୁକୁଳୁ ହୋଇ ନିର୍ମଳ ନଦୀ ବହୁଛି
ପବନ ସହ ତାଳଦେଇ କୋଇଲି ଗୀତ ଗାଉଛି
ଗାଈ କ୍ଷୀର ଦେଉଛି
କୁକୁଡ଼ା ଅଣ୍ଡା ଦେଉଛି
ଫଳ, ମୂଳ, ପନିପରିବାରେ କ୍ଷେତ ହସୁଛି
ଘରଦାଣ୍ଡରୁ ଶୁଭୁଛି ପରିବାବାଲାର ଡାକ
ଅର୍ଥାତ, ଦୁନିଆ ଚାଲିଛି

ହଁ, ଫରକ୍ ପଡ଼ିଛି କିନ୍ତୁ
କେବଳ ନକଲି ଜୀବନଶୈଳୀକୁ
ଅସଲ ଜୀବନଶୈଳୀ ତ ଟ୍ରାକ୍‌ରେ ଦୌଡୁଛି
ଅର୍ଥାତ, ଦୁନିଆ ଚାଲିଛି
ତେଣୁ ତ କହୁଛି, ସବୁ ମିଛ କଥା॥

ଅନୁବାଦ: ଲକ୍ଷ୍ମୀକାନ୍ତ ବାଗ
ବି:ଦ୍ର: ସୋଶାଲ୍ ମିଡିଆରୁ ସଂଗୃହୀତ

The post ସବୁ ମିଛ କଥା ! appeared first on Odisha Reporter.

]]>
left bottom 2020-05-01 18:04:50 https://cdn.odishareporter.in/wp-content/uploads/2020/05/01161937/Sabu-Michha-Katha.jpg
ଅପେକ୍ଷା… https://odishareporter.in/literature-culture/literature/a-poem-on-luckdown-520647 Thu, 23 Apr 2020 12:04:29 +0000 https://odishareporter.in/?p=520647

ଏଇ ଘନ ଅନ୍ଧାରର ଆଲୁଅକୁ ପୃଥିବୀରେ ଚାଲିଥିବା ତାଣ୍ଡବର ଅନ୍ତକୁ ଅପେକ୍ଷା… ମହାମାରୀ ଭୟ ନଥିବା ମନକୁ ପୁଣି ସେହି ବ୍ୟସ୍ତବହୁଳ ଜୀବନକୁ ଅପେକ୍ଷା… ସାଙ୍ଗସାଥୀଙ୍କ ଗୁଲି ଗପକୁ ଗୁପଚୁପ, ଚାଟ୍, ବରାପକୁଡ଼ିର ସ୍ୱାଦକୁ ଅପେକ୍ଷା… ତୁମ ହାତ ଧରି ରାଜରାସ୍ତାରେ ଚାଲିବାକୁ ତୁମ ସହ ସୂଦୂର ଦୂରକୁ ବୁଲିଯିବାକୁ ଅପେକ୍ଷା.. ଏହି ଅନିଶ୍ଚିତତାର ଶେଷକୁ ହେ ଇଶ୍ୱର ରକ୍ଷାକର ତୁମ ସୃଷ୍ଟିକୁ କ୍ଷମା କର ଏ  ଅସହାୟ ମଣିଷକୁ ବଞ୍ଚାଇ ଦିଅ ଲିଭି ଆସୁଥିବା ପ୍ରତିଟି […]

The post ଅପେକ୍ଷା… appeared first on Odisha Reporter.

]]>

ଏଇ ଘନ ଅନ୍ଧାରର ଆଲୁଅକୁ

ପୃଥିବୀରେ ଚାଲିଥିବା ତାଣ୍ଡବର ଅନ୍ତକୁ

ଅପେକ୍ଷା…

ମହାମାରୀ ଭୟ ନଥିବା ମନକୁ

ପୁଣି ସେହି ବ୍ୟସ୍ତବହୁଳ ଜୀବନକୁ

ଅପେକ୍ଷା…

ସାଙ୍ଗସାଥୀଙ୍କ ଗୁଲି ଗପକୁ

ଗୁପଚୁପ, ଚାଟ୍, ବରାପକୁଡ଼ିର ସ୍ୱାଦକୁ

ଅପେକ୍ଷା…

ତୁମ ହାତ ଧରି ରାଜରାସ୍ତାରେ ଚାଲିବାକୁ

ତୁମ ସହ ସୂଦୂର ଦୂରକୁ ବୁଲିଯିବାକୁ

ଅପେକ୍ଷା..

ଏହି ଅନିଶ୍ଚିତତାର ଶେଷକୁ

ହେ ଇଶ୍ୱର ରକ୍ଷାକର ତୁମ ସୃଷ୍ଟିକୁ

କ୍ଷମା କର ଏ  ଅସହାୟ ମଣିଷକୁ

ବଞ୍ଚାଇ ଦିଅ ଲିଭି ଆସୁଥିବା ପ୍ରତିଟି ସ୍ୱପ୍ନକୁ।

 

 

The post ଅପେକ୍ଷା… appeared first on Odisha Reporter.

]]>
2020-04-23 17:34:29 https://cdn.odishareporter.in/wp-content/uploads/2020/04/23173402/poem-1.jpg
କରୋନା ଡରରେ ମନେପଡ଼େ ଅତୀତର କିଛି କଟକଣା… https://odishareporter.in/or-special/indian-tradition-always-says-about-the-hygiene-by-different-format-of-customs-511982 Tue, 31 Mar 2020 07:48:57 +0000 https://odishareporter.in/?p=511982

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସାରା ବିଶ୍ୱରେ ୧୯୦ରୁ ଊର୍ଦ୍ଧ୍ୱ ଦେଶ ନୋଭେଲ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ। ବିକଶିତ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଥାଇ ସୁଦ୍ଧା ସେମାନେ ସର୍ବାଧିକ ଭୟଭୀତ। ତେବେ ଭାରତରେ କ’ଣ ସେହିପରି ଚିକିତ୍ସା ସେବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ରହିଛି ? ଦେଶରେ ଲକ୍ଷାଧିକ ସଂଖ୍ୟାରେ ଲୋକ ଭାରତରେ ସଂକ୍ରମିତ ହେବାର ସମ୍ଭାବନା ରହିଛି। ମାନବସମ୍ବଳ ନଷ୍ଟ ହୋଇଗଲେ ଆମ ଦେଶର ଆର୍ଥିକ ତଥା ସାମାଜିକ ମାନଦଣ୍ଡ ସଜାଡ଼ୁ ସଜାଡ଼ୁ […]

The post କରୋନା ଡରରେ ମନେପଡ଼େ ଅତୀତର କିଛି କଟକଣା… appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସାରା ବିଶ୍ୱରେ ୧୯୦ରୁ ଊର୍ଦ୍ଧ୍ୱ ଦେଶ ନୋଭେଲ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ। ବିକଶିତ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଥାଇ ସୁଦ୍ଧା ସେମାନେ ସର୍ବାଧିକ ଭୟଭୀତ। ତେବେ ଭାରତରେ କ’ଣ ସେହିପରି ଚିକିତ୍ସା ସେବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ରହିଛି ?

ଦେଶରେ ଲକ୍ଷାଧିକ ସଂଖ୍ୟାରେ ଲୋକ ଭାରତରେ ସଂକ୍ରମିତ ହେବାର ସମ୍ଭାବନା ରହିଛି। ମାନବସମ୍ବଳ ନଷ୍ଟ ହୋଇଗଲେ ଆମ ଦେଶର ଆର୍ଥିକ ତଥା ସାମାଜିକ ମାନଦଣ୍ଡ ସଜାଡ଼ୁ ସଜାଡ଼ୁ ଦଶନ୍ଧି ଉପରେ ସମୟ ଲାଗିଯାଇପାରେ। ତେବେ ଏହାର ମୁକାବିଲା ଲାଗି ଦେଶକୁ ଲକଡାଉନ୍ କରାଯାଇଛି। ଘରେ ରହିବା ସହ ବାରମ୍ବାର ହାତ ଧୋଇବା ଏବଂ ଆଖପାଖରେ ସ୍ୱଚ୍ଛତା ବଜାୟ ରଖିବାକୁ କୁହାଯାଇଛି। ଏହା ହିଁ ଏକମାତ୍ର ଉପାୟ। ହେଲେ ଭାରତୀୟ ସଂସ୍କାରରେ ସ୍ୱଚ୍ଛତା ବିଷୟ ତ ବହୁ ପୁରାତନ, ଯାହାକୁ ଓଲଡ୍ ଫ୍ୟାଶନ୍-ବା ଆଉଟ୍ ଡେଟେଡ୍ କଥା କହି ଆମେ ହୁଏତ ଭୁଲିଯାଇଛେ। ଆଜି ସାରା ବିଶ୍ୱ କହୁଛି ନମସ୍କାର କରନ୍ତୁ (ସଂକ୍ରମଣ ଭୟରେ), ଯାହା ଭାରତର ସଂସ୍କାରରେ ରହିଆସିଛି। କିନ୍ତୁ ପାଶ୍ଚାତ୍ୟ ସଭ୍ୟତା ପ୍ରେମରେ ପଡ଼ି ନମସ୍କାର କରିବାକୁ ଆମ ପିଲାମାନଙ୍କୁ ଆଉ ଆମକୁ ଲଜ୍ଜାବୋଧ ହେଉଥିଲା।ସମୟ ବଦଳିଗଲା ଆଉ ଆମେ ହେଲୋ, ହାଏ ଓ ହଗ୍ କରିବା ଶିଖିଗଲେ। ଆମ ସଂସ୍କାରରେ ହଗ୍ ବା ଆଲିଙ୍ଗନ କରି ଅଜଣା ଲୋକଙ୍କୁ ଆତିଥ୍ୟ ଦେବା କେବେ ବି ନ ଥିଲା।

ଭାରତ ଏକ ପରମ୍ପରା, ସଂସ୍କୃତି, ସଭ୍ୟତାରେ ପରିପୂର୍ଣ୍ଣ ଦେଶ। ଆମ ଦେଶର ସଂସ୍କାର ଅତି ପୁରାତନ। ଆମ ସଂସ୍କାରରେ ହାତ,ମୁହଁ ନ ଧୋଇ ବାହାରୁ ଆସି ଘରେ ପ୍ରବେଶ ନିଶିଦ୍ଧ। ଆଜିକୁ ତିନି ଦଶନ୍ଧି ପୂର୍ବରୁ ମାଆମାନେ ରୋଷେଇ ଘରଟିକୁ ଖୁବ୍ ଯତ୍ନର ସହ ସଫା କରୁଥିଲେ। ପାଉଁଶ, ଗୋବରରେ ଘର ଲିପା ହେଉଥିଲା। କହିବାକୁ ଗଲେ, ତାହା ଏକପ୍ରକାର ସାନିଟାଇଜ୍ ହିଁ କରାଯାଉଥିଲା। ସଫାସୁତୁରା ନ ହୋଇ ରୋଷେଇ ଘରକୁ ପ୍ରବେଶ କରିବାକୁ ଦିଆଯାଉ ନ ଥିଲା। ତେବେ ସମୟାନ୍ତରରେ ଏହି ସଂସ୍କାର ଆଉଟ୍ ଡେଟେଡ୍ ହୋଇ ରହିଗଲା। ସମୟ ବଦଳିଗଲା, ଲୋକେ ଅଗାଧୁଆରେ ରୋଷେଇ କଲେଣି, ଚା’-କଫି ପିଇବା ଆରମ୍ଭ କଲେ। ପିଜ୍ଜା, ବରଗର୍ ଖାଇ ଅଟ୍ଟକାଳି, କ୍ଷୀର ଗଇଁଠାକୁ ଭୁଲି ଯାଇଥିଲେ।

ପୁରୁଣା ସମୟରେ ରୋଷେଇ କରିବାକୁ ସାଧାରଣତଃ କଞ୍ଚା ନିର୍ମିତ ବାସନ ନ ହେଲେ ମାଟି ନିର୍ମିତ ବାସନ ବା ହାଣ୍ଡିକୁଣ୍ଡି ବ୍ୟବହାର କରାଯାଉଥିଲେ। ମାଟି ଡେକଚିରେ ଭାତ ରନ୍ଧା ହେଉଥିଲା। ମାଟି ତାଓ୍ୱାରେ ରୁଟି ସେକା ହେଉଥିଲା। କେହି କେହି ଲୁହାର କଢ଼େଇଆଦି ମଧ୍ୟ ବ୍ୟବହାର କରୁଥିଲେ। ସେମାନେ ଜାଣିଥିଲେ, ଏହି ସବୁ ଧାତୁ ନିର୍ମିତ କଂସାବାସନରେ ରୋଷେଇ କଲେ ଖାଦ୍ୟର ଯଥେଷ୍ଟ ମାତ୍ରାରେ ଗୁଣବତ୍ତା ନଷ୍ଟ ହେବ ନାହିଁ। ଫଳରେ ପୁଷ୍ଟିକର ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ। ହେଲେ ଆଧୁନିକତାର ଯୁଗରେ ନନ୍-ଷ୍ଟିକ୍ ପ୍ୟାନ୍ ଓ କୁକ୍-ଓ୍ୱେୟାର ରୋଷେଇ ଘରେ ନିଜ ଆଡ୍ଡା ଜମାଇଛି, ଯାହାର ବ୍ୟବହାର ଶରୀର ପାଇଁ କେତେ କ୍ଷତିକାରକ ତାହା କହିଲେ ନ ସରେ। କିନ୍ତୁ ଚାକଚକ୍ୟ ପାଇଁ ଆମେ ମଡର୍ନ କୁକ୍ ଓ୍ୱେୟାର ବ୍ୟବହାର କରୁଛେ। ଆଉ ଆଜି ମାଟି ହାଣ୍ଡି ରୋଷେଇ ଆଜି କେବଳ ଢାବାର ‘ମାଟି ହାଣ୍ଡି ମାଉଁସ’ରେ ସୀମିତ ହୋଇଯାଇଛି।

ସେତେବେଳର କଥା, ଭୋଜନ ପରେ ସାଧାରଣତଃ ଗୁଡ଼ ମିଠା ଭାବେ ଖାଇବାକୁ ଦିଆଯାଉଥିଲା। ଏହା ପାଚନ କ୍ରିୟାରେ ତଥା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରୁଥିଲା।ଏପରି କି, ଗଳା ଖରାପ ହେଲେ ଗୁଡ଼ ଓ ଉଷୁମ ପାଣି ଏକ ଲୋକପ୍ରିୟ ଘରୋଇ ଉପଚାର ଭାବେ ପରିଚିତ ଥିଲା। ହେଲେ ଆଜି ଗୁଡ଼ର ସ୍ଥାନ ଆଧୁନିକ ଡିଜର୍ଟ ନେଇସାରିଛି, ଯାହା କେତେ ସ୍ୱାସ୍ଥ୍ୟକର ନିଜେ ନିଜ ଡାକ୍ତରଙ୍କୁ ପଚାରନ୍ତୁ।

ଆପଣ ଏହାରି ଭିତରେ ବୁଝିସାରିବେଣି ଯେ, କରୋନା ଭୂତାଣୁର ବଡ଼ ଶତ୍ରୁ ହେଉଛି ରୋଗ ପ୍ରତିରୋଧକ ଶକ୍ତି। ଏଣୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନ ଥିଲେ ଏହି ଭୂତାଣୁ ସହଜରେ ଆକ୍ରମଣ କରେ ଓ କାୟା ବିସ୍ତାର କରିଥାଏ। ଏବେ ସମୟ ଆସିଯାଇଛି ଆଧୁନିକ ପ୍ରଣାଳୀରେ ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟସୂଚୀ ଉପରେ ପୁନଃବିଚାର କରିବାକୁ ହେବ।

କହିବାର ଉଦ୍ଦେଶ୍ୟ ଆଧୁନିକତାର ଚାକଚକ୍ୟରେ ତଥା କେବଳ ଯୁକ୍ତି ଭିତ୍ତିକ ସତ୍ୟାସତ୍ୟ ସହ କୌଣସି ଏକ ପରମ୍ପରାକୁ ଅଣଦେଖା କରି ଅହଂ ଭାବ ନେଇ ଆଗକୁ ବଢ଼ିଯିବା, ବେଳେ ବେଳେ ମହଙ୍ଗା ପଡ଼ିପାରେ। ସାମ୍ପ୍ରତିକ ପରିସ୍ଥିତି ଆମକୁ ନେଇ ବିତି ଯାଇଥିବା ଯୁଗରେ ଛାଡ଼ି ଆସିବା ପୂର୍ବରୁ ଟିକେ ସଜାଗ ହୋଇଗଲେ, ପରିସ୍କାର, ପରିଚ୍ଛନ୍ନ ତଥା ସ୍ୱଚ୍ଛତା ସାଙ୍ଗକୁ ପରମ୍ପରାକୁ ଆପଣାଇ ନେଲେ ଅସୁବିଧା କେଉଁଠି!

The post କରୋନା ଡରରେ ମନେପଡ଼େ ଅତୀତର କିଛି କଟକଣା… appeared first on Odisha Reporter.

]]>
left top 2020-03-31 13:22:20 https://cdn.odishareporter.in/wp-content/uploads/2020/03/31113247/indian-culture.jpg
ଆଉ କେତେ ବାଟ ? https://odishareporter.in/literature-culture/a-short-story-based-on-corona-510708 Fri, 27 Mar 2020 14:51:30 +0000 https://odishareporter.in/?p=510708

ମାଆ ଆଉ କେତେ ବାଟ ? କଅଁଳ ସରୁ ସରୁ ଥକି ପଡୁଥିବା ଗୋଡ଼କୁ ଘୋଷାରି ଘୋଷାରି ତା ମାଆ ମୁହଁକୁ ଅନେଇ ବିକଳରେ ପଚାରୁଥିଲା ଛଅ ବର୍ଷର ଝିଅ ମାମୁନି। ରାତି ପାହି ନ ଥିଲା ଅନ୍ଧାରୁ ଚାଲିବା ଆରମ୍ଭ କରିଥିଲା। ଏବେ ତ ସୂର୍ଯ୍ୟ ମୁଣ୍ଡ ଉପରେ। ସଠିକ ସମୟ କେତେ ଜାଣି ନ ପାରିଲେ ବି ପାଦ କିନ୍ତୁ ଆଉ ଆଗକୁ ଯାଉନି, ତଣ୍ଟି ଶୁଖିଗଲାଣି ପାଣି ମୁନ୍ଦେ ବି ପିଇନି ଏ […]

The post ଆଉ କେତେ ବାଟ ? appeared first on Odisha Reporter.

]]>

ମାଆ ଆଉ କେତେ ବାଟ ? କଅଁଳ ସରୁ ସରୁ ଥକି ପଡୁଥିବା ଗୋଡ଼କୁ ଘୋଷାରି ଘୋଷାରି ତା ମାଆ ମୁହଁକୁ ଅନେଇ ବିକଳରେ ପଚାରୁଥିଲା ଛଅ ବର୍ଷର ଝିଅ ମାମୁନି। ରାତି ପାହି ନ ଥିଲା ଅନ୍ଧାରୁ ଚାଲିବା ଆରମ୍ଭ କରିଥିଲା। ଏବେ ତ ସୂର୍ଯ୍ୟ ମୁଣ୍ଡ ଉପରେ। ସଠିକ ସମୟ କେତେ ଜାଣି ନ ପାରିଲେ ବି ପାଦ କିନ୍ତୁ ଆଉ ଆଗକୁ ଯାଉନି, ତଣ୍ଟି ଶୁଖିଗଲାଣି ପାଣି ମୁନ୍ଦେ ବି ପିଇନି ଏ ଯାଏ । ନା ଆଉ ପାରୁନି। ଆଗକୁ ଟିକେ ଦୌଡ଼ିଯାଇ ମାଆ ପାଖକୁ ଯାଇ ପଚାରିଲା ମାମୁନି। ମାଆ ଆଉ କେତେବାଟ ? ଏକ ନିଃଶ୍ୱାସରେ ମାଆ ତାର ବଡ଼ ବଡ଼ ପାହୁଣ୍ଡ ପକେଇ କାଖରେ ଦୁଇ ବର୍ଷର ଭାଇ ଗୋପାଳିକୁ ଧରି ଚାଲିଛି ମାଆ। ଆ ଆ ଜଲଦି ଜଲଦି ଆସେ .. କେତେଥର ପଚାରୁଛୁ କେତେବାଟ ବୋଲି ? ରାସ୍ତା ତ ଅଧାରୁ ବି କମ ହେଇନି। ରାତି ହେଇଯିବା ପୂର୍ବରୁ କୋଉଠି ଗୋଟେ ସହର ଜାଗା ଦେଖି ରହିବାକୁ ପଡ଼ିବ। ପୁଣି ଥରେ ବହୁତ କଷ୍ଟରେ ପାଦ ଉଠାଇ ଚାଲିଲା ମାମୁନି। କିଏ ସେ ଏ କରୋନା ?

କାହିଁକି ଏତେ ଡର ତାକୁ ? ଦୁଇ ବର୍ଷ ହେଲାଣି ବା’ ତାର କି ଗୋଟେ ଅଜଣା ରୋଗରେ ମରିଗଲା। ମାତ୍ର କିଛି ଦିନ ଗାଁ ଅଙ୍ଗନବାଡି ସ୍କୁଲ ଯାଇଥିଲା । ବା’ ମଲା ପରେ ସ୍କୁଲ ବନ୍ଦ । ପେଟ ପାଇଁ କାମ କରିବାକୁ ମାଆ ସାଙ୍ଗରେ ଏ ଜାଗାରୁ ସେ ଜାଗା ବୁଲେ । କାମ କଲେ ମାଆ ପଇସା ଆଣେ । ଦିନସାରା ମାଆ କାମ କରେ ।ଭାଇ ଓ ମୁଁ ସେଇ ପାଖରେ ରାସ୍ତା କଡ଼ ହେଉ ବା କେବେ ତିଆରି ହେଉଥିବା କୋଠା ପାଖରେ ହେଉ ଖେଳୁ । ସଞ୍ଜ ହେଲେ ଇଟା ତିନିଟା କୁ ଯୋଡି ଚୁଲି କରି ମାଆ ଭାତ ଟିକେ କରି ଦିଏ । ଲୁଣ ଦେଇ ଖାଇ ସେଇଠି ଶୋଇପଡୁ । ବର୍ଷ ବର୍ଷ ଧରି ଖରା କାକର ଶୀତ ବାରମାସ ଆମେ ଏମିତି ବୁଲୁ ଥାଉ। ଛୋଟ ବେଳେ ଏ ବୁଲା କୁକୁରଙ୍କୁ ଭାରି ଡରୁଥିଲି। ଧୀରେ ଧୀରେ ସେମାନେ ମୋ ସାଙ୍ଗ ହେଇଗଲେ । ପାଣି ତ ପିଇବାକୁ ବି ମିଳେନି । ହାତ ଧୋଇବା ତ ଦୂର କଥା।

ଝାପ୍ସା ମନେ ପଡୁଛି ବା’ ର ମୁହଁ। ଆଜି ମାଆ ଯେମିତି ଭାଇକୁ କାଖେଇଛି ମୋ ବା ‘ ବି ମୋତେ ଛୋଟବେଳେ ଏମିତି କାଖେଇକି ବୁଲାଏ। ଓଃ କି କଷ୍ଟ ଲାଗୁଛି । ଗୋଡ଼ ଦୁଇଟା ଛିଣ୍ଡି ପଡିବ କି ଆଉ । ବା ନ ଥାନ୍ତା , ମୋତେ ଟିକେ କାଖେଇ ନିଅନ୍ତା । ଅଟକି କି ଦଣ୍ଡେ ବସି ବି ହେବନି । କାରଣ ସଞ୍ଜ ହେବା ପୁର୍ବରୁ ନିରାପଦ ଜାଗାରେ ପହଞ୍ଚିବାର ଅଛି। ବହୁତ ରାଗ ଆସିଲା। କିଏ ମ ଏ କରୋନା? କାହିଁକି ତାକୁ ଏତେ ଡରୁଛନ୍ତି ? କେତେ ଧୂଳି ବାଲିରେ ଖେଳି ଶୋଇ ହାତ ନ ଧୋଇ ଖାଇଛି। କେବେ ବି କିଛି ହେଇନି। ଆଉ ଏବେ ଏମିତି କଣ ହେଇଯିବ ଯେ ସରକାର ହଠାତ ସବୁ ବନ୍ଦ କରିଦେଲେ? କାମଧନ୍ଦା , ଗାଡ଼ିମଟର ଦୋକାନ ବଜାର ସବୁକିଛି।ଏମିତି କି ଗାଁକୁ ବସ୍‌ରେ ଫେରିବା ପାଇଁ ବି ସମୟ ମିଳିଲାନି।

ଏ ପଟେ ସେ କଣ୍ଟ୍ରାକ୍ଟର ବାବୁ ବି କେତେ ଦିନର ପଇସା ଦେଇନି। କିଣିକି ଖାଇବୁ ବା କେମିତି? ଗାଁରୁ ଆସିଥିବା ଅନ୍ୟଲୋକମାନେ ବସି ସ୍ଥିର କଲେ ଏଠି ବସି ଭୋକ ଉପାସରେ ମରିବା ଅପେକ୍ଷା ଗାଁକୁ ଫେରିଯିବା। ବସ୍‌ ଟ୍ରକ କିଛି ବି ଚାଲୁନି। ସମସ୍ତେ ସ୍ଥିର କଲେ ଚାଲିଚାଲି ଗାଁକୁ ପଳେଇବା । ସବୁଆଡେ କୁଆଡେ ଏମିତି ଅବସ୍ଥା। ମାଆର କାମ କରିବା ଜାଗାରୁ ଆମ ଗାଁ କୁଆଡେ ୧୦୦ କିଲୋମିଟର। କେତେ କେଜାଣି କିନ୍ତୁ ବ..ହୁ..ତ.. ବାଟ । ବାଟରେ କାହାକୁ ଟିକେ ପାଣି ବି ମାଗିଲା ବେଳକୁ ଲୋକ ଦୂରେଇ ଯାଇ ମୁହଁ ବୁଲେଇ ପଳାଉଛନ୍ତି ।

ମାଆ କହୁଥିଲା ଏ ରୋଗ କୁଆଡେ ଛୁଇଁଲା ମାତ୍ରେ ହେଇଯାଉଛି । ହେ ଭଗବାନ ଏ କି ରୋଗ କେଜାଣି କିନ୍ତୁ ମୋତେ ଲାଗୁଛି ଏ କରୋନା ତ ମୋତେ କେବେ ଛୁଇଁ ପାରିବନି କିନ୍ତୁ ମାଆ ଯଦି ଟିକେ ନ ରହି ପଛକୁ ନ ଅନେଇ ଏମିତି ଚାଲିଥିବ ତେବେ ମୁଁ ବୋଧେ ଏଇଠି ପଡ଼ିକି ଶୋଷ ଆଉ ଭୋକରେ ମରିଯିବି। ଓଃ କି କଷ୍ଟ। ଆଖିରୁ କଣ ଗୋଟେ ଆଲୁଅ ବାହାରିଗଲା ପରି ଲାଗୁଛି। ତଣ୍ଟି ଶୁଖି ଅଠା ହୋଇଗଲାଣି । ବା’ କଥା ଭାରି ମନେ ପଡୁଛି। ସବୁବେଳେ କହୁଥିଲା ତୋତେ ଯାହାକୁ ଡର ଲାଗିବ ତା ସହିତ ସାଙ୍ଗ ହେଇଯିବୁ ଦେଖିବୁ ସବୁ ଠିକ ହୋଇଯିବ । କୁକୁରଙ୍କୁ ଡରୁଥିଲି। ତାଙ୍କ ସହିତ ସାଙ୍ଗ ହେଲା ପର ଠୁ ସେମାନେ ମୋତେ କିଛି କରନ୍ତିନି। ଏ କରୋନାକୁ ଟିକେ ଦେଖନ୍ତିନି । ତା ସହିତ ସାଙ୍ଗ ହେଇଗଲେ କେମିତି ହୁଅନ୍ତା ?

The post ଆଉ କେତେ ବାଟ ? appeared first on Odisha Reporter.

]]>
left top 2020-03-28 08:27:07 https://cdn.odishareporter.in/wp-content/uploads/2020/03/27201848/Rina-Routray.jpg
ଟିକେ କଷ୍ଟ ତ ହବ! https://odishareporter.in/literature-culture/poetry-about-janata-curfew-by-biswobandita-swain-508289 Sat, 21 Mar 2020 08:05:29 +0000 https://odishareporter.in/?p=508289

ଟିକେ କଷ୍ଟ ତ ହବ, କିନ୍ତୁ  ତୁମ ଭିତରେ ଥିବା ଲୁକ୍କାୟିତ ମଣିଷଟି ତୁମକୁ କିଛି କହିବ। ଦିନ ତମାମ କାମର ଦ୍ୱାହିଦେଇ ଅବସର ନେଉଥିବା ତୁମ ମନକୁ, ସେ ଅନେକ ଥର ଡାକିଛି, ତୁମେ ଉଠିବା ପୂର୍ବରୁ ଝରକା ପାଖରେ ଆସି ପହଂଚିଯାଉଥିବା ସେ ଘର ଚଟିଆର ସ୍ୱର ଶୁଣିବାକୁ। ଆକାଶର ରଙ୍ଗ କେବଳ ନୀଳର ଭୁଲ ଧାରଣା ମାରିବାକୁ। ନିଜକୁ କଷି ସସ୍‌ପେନରୁ ବାହାରିଯାଉଥିବା ସେ ଚା’ ର ବାସ୍ନାରୁ ଏତିକି ଶିଖିବାକୁ ଯେ, […]

The post ଟିକେ କଷ୍ଟ ତ ହବ! appeared first on Odisha Reporter.

]]>

ଟିକେ କଷ୍ଟ ତ ହବ, କିନ୍ତୁ  ତୁମ ଭିତରେ ଥିବା ଲୁକ୍କାୟିତ ମଣିଷଟି ତୁମକୁ କିଛି କହିବ।

ଦିନ ତମାମ କାମର ଦ୍ୱାହିଦେଇ ଅବସର ନେଉଥିବା ତୁମ ମନକୁ, ସେ ଅନେକ ଥର ଡାକିଛି,

ତୁମେ ଉଠିବା ପୂର୍ବରୁ ଝରକା ପାଖରେ ଆସି ପହଂଚିଯାଉଥିବା ସେ ଘର ଚଟିଆର ସ୍ୱର ଶୁଣିବାକୁ।

ଆକାଶର ରଙ୍ଗ କେବଳ ନୀଳର ଭୁଲ ଧାରଣା ମାରିବାକୁ।

ନିଜକୁ କଷି ସସ୍‌ପେନରୁ ବାହାରିଯାଉଥିବା ସେ ଚା’ ର ବାସ୍ନାରୁ ଏତିକି ଶିଖିବାକୁ ଯେ,

ଜୀବନ ମଣିଲେ ମଜ଼ା।

ଥାକରେ ମୋଡ଼ିହୋଇ ପଡ଼ିଥିବା ସେ ପୁରୁଣା ୮ମ ଶ୍ରେଣୀର ଖାତା,

କ୍ରପ୍‌ ଟପ୍‌, ସ୍କାଚ୍‌ ଜିନ୍ସ ଭିତରେ ଲୁଚିଥିବା ପୁରୁଣା କଲେଜ ୟୁନିଫର୍ମ ବାସ୍ନା।

ଫେସ୍‌ବୁକ୍‌ ଆଉ ଇନ୍‌ଷ୍ଟାଗ୍ରାମ୍‌ରେ ତୁମ ବୋଲ୍ଡ ଆଉ ବିୟୁଟିଫୁଲ୍‌ ପୋଜ୍‌ଠୁ ଦୂରରେ,

ଧୂଳିରେ ଝାପ୍ସା ଦିଶୁଥିବା ସ୍କୁଲର ଶେଷ ଦିନରେ ଉଠାଯାଇଥିବା ସେ ଗ୍ରୁପ୍‌ ଫଟୋ।

ସମୟର ଅଭାବ ଅଭିଯୋଗରେ ଝାଉଁଳି ଯାଉଥିଲା ଏମିତି ଗୋଟାଗୋଟା ସ୍ମୃତି!

ଯୋଗାଯୋଗଠୁ ଦୂର

ଫୋନ ନମ୍ବରରେ ସୀମିତ ରହିଯାଇଥିବା

ସେ କ୍ୟାଣ୍ଟିନର ଜଳଖିଆ ଭାଇନା ଆଉ ଟ୍ୟୁସନର ବଡ଼ ପ୍ରତିଯୋଗୀ।

ସେମାନଙ୍କ ସହ କଥା ହେବାକୁ ବୋଝ ଭାବୁଥିବା ତୁମ ଫ୍ରି କଲ୍‌।

ହଁ ଶୁଣ, ଆରି ଭିତରେ, ପଡ଼ୋଶୀ ଘରେ ବି ନୂଆ ଭଡ଼ାଟିଆ ଆସିଲେଣି।

ବଲକୋନିରେ ତୁମର ଉପସ୍ଥିତି ଏବେବି ସ୍ୱାଗତଯୋଗ୍ୟ।

ପୁରୁଣା ଫର୍ଦ୍ଦକୁ ଲେଉଟାଇବାର ଚେଷ୍ଟା, ଛାତ ଉପରୁ ସହର ଦେଖିବାର ନିଶା।

ଆକାଶରେ ତାରା ମାଳମାଳ, ତାକୁ ଗଣିବାର ପୁରୁଣା ଅଭ୍ୟାସ ଭିତରେ

୧୪ଘଣ୍ଟା କ’ଣ ଏତେ ଦୀର୍ଘ ଲାଗିବ?

 

ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ୍‌-swainbiswobandita@gmail.com

The post ଟିକେ କଷ୍ଟ ତ ହବ! appeared first on Odisha Reporter.

]]>
2020-03-21 13:35:29 https://cdn.odishareporter.in/wp-content/uploads/2020/03/21133436/biswo.jpg
ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର https://odishareporter.in/odisha/binapani-mohanty-will-receive-the-atibadi-jagannath-mohanty-award-501306 Mon, 02 Mar 2020 13:53:23 +0000 https://odishareporter.in/?p=501306

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ତାଙ୍କ ସହ ଆଉ ୧୫ ଜଣ ସାହିତ୍ୟିକଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ଅର୍ଥନୀତିର ପ୍ରାଧ୍ୟାପିକା ଭାବେ ଅବସର ନେଇଥିବା ବୀଣାପାଣି ମହାନ୍ତି ଏବେ କଟକରେ ରହୁଛନ୍ତି। ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, […]

The post ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ତାଙ୍କ ସହ ଆଉ ୧୫ ଜଣ ସାହିତ୍ୟିକଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି।

ଅର୍ଥନୀତିର ପ୍ରାଧ୍ୟାପିକା ଭାବେ ଅବସର ନେଇଥିବା ବୀଣାପାଣି ମହାନ୍ତି ଏବେ କଟକରେ ରହୁଛନ୍ତି। ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ ଲେଖିଛନ୍ତି। ଏହାଛଡ଼ା ସୀତାର ଶୋଣିତ, ମନସ୍ୱିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ଉପନ୍ୟାସର ଲେଖିଛନ୍ତି।

ବୀଣାପାଣି ମହାନ୍ତି ନିଜର ସାହିତ୍ୟ ସାଧନା ଲାଗି ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ, ବିଷୁବ ସମ୍ମାନ, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ପାଇ ସାରିଛନ୍ତି।

ଏନେଇ ବୀଣାପାଣି ମହାନ୍ତି କହିଛନ୍ତି, “ଇଏ ଅତିବଡ଼ୀ ସମ୍ମାନ ନୁହେଁ, ଅତିବଡ଼ ସମ୍ମାନ। ଏହାଠାରୁ ବଡ଼ ପୁରସ୍କାର ହୁଏତ ଟଙ୍କାରେ ଥାଇପାରେ। କିନ୍ତୁ ମାନ ଓ ସମ୍ମାନରେ ନାହିଁ। ସେଥିପାଇଁ ମୁଁ ପାଠକମାନଙ୍କୁ ଶ୍ରେୟ ଦେବି।”

 

The post ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର appeared first on Odisha Reporter.

]]>
centre bottom 2020-03-03 07:50:16 https://cdn.odishareporter.in/wp-content/uploads/2020/03/02192314/binapani-mohanty.jpg
ତରୁଣକାନ୍ତି, କାଳୀଚରଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର https://odishareporter.in/odisha/tarunkanti-mishra-got-award-499095 Wed, 26 Feb 2020 02:39:53 +0000 https://odishareporter.in/?p=499095

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ଲାଗି ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ  ତାଙ୍କୁ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର […]

The post ତରୁଣକାନ୍ତି, କାଳୀଚରଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ଲାଗି ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ  ତାଙ୍କୁ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ୨୦୧୯ ବର୍ଷ ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ସାହିତ୍ୟ ଏକାଡେମୀରର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ.ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବି ଗୁଲଜାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଦେଶର ବିଭିନ୍ନ ଭାଷା ପ୍ରତି  ଶ୍ରେଷ୍ଠ ଅବଦାନ ଲାଗି ୨୪ ଜଣ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତି ପୁରସ୍କୃତ ପ୍ରତିଭାଙ୍କୁ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏଥର ସାହିତ୍ୟ ଏକାଡେମିର ଓଡ଼ିଆ ବିଭାଗର ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ଡକ୍ଟର ମାଳବିକା ରାୟ ଏବଂ ଡକ୍ଟର ଫନୀ ମହାନ୍ତି ।

ଚଳିତ ବର୍ଷ ଇଂରାଜୀରେ ଶଶି ଥରୁର , ଅହମିୟା ପାଇଁ ଜୟଶ୍ରୀ ଗୋସ୍ୱାମୀ, ବଙ୍ଗଳା ପାଇଁ ଚିନ୍ମୟ ଗୁହା ଓ ହିନ୍ଦୀରେ ନନ୍ଦ କିଶୋର ଆଚାର୍ଯ୍ୟଙ୍କୁ ଏହି ପୁରସ୍କାର ମିଳିଛି ।

The post ତରୁଣକାନ୍ତି, କାଳୀଚରଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>
centre top 2020-02-26 08:52:30 https://cdn.odishareporter.in/wp-content/uploads/2020/02/26080728/tarun-2-1.jpg
ମନମୋହିଲା ନାଟକ ‘କର୍ତ୍ତବ୍ୟ’ https://odishareporter.in/literature-culture/%e0%ac%ae%e0%ac%a8%e0%ac%ae%e0%ad%8b%e0%ac%b9%e0%ac%bf%e0%ac%b2%e0%ac%be-%e0%ac%a8%e0%ac%be%e0%ac%9f%e0%ac%95-%e0%ac%95%e0%ac%b0%e0%ad%8d%e0%ac%a4%e0%ad%8d%e0%ac%a4%e0%ac%ac%e0%ad%8d%e0%ad%9f-498351 Mon, 24 Feb 2020 07:09:10 +0000 https://odishareporter.in/?p=498351

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି ନାଟକ “କର୍ତ୍ତବ୍ୟ”। ଗତ ୨୨ତାରିଖ ଦିନ ‘ରେଭେନ୍ସା ରତ୍ନ ସମ୍ମାନ ୨୦୨୦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାରରେ ଏହି ନାଟକଟିକୁ  ମଞ୍ଚସ୍ଥ କରାଯାଇଥିଲା।  ଯାହା ଦର୍ଶକମାନଙ୍କର ବେଶ୍‌ ଆଦୃତି ଲାଭ କରିଥିଲା। ନାଟକଟି ଉପସ୍ଥିତ ଦର୍ଶକମାନଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା। ରେଭନ୍ସୋ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ଼. […]

The post ମନମୋହିଲା ନାଟକ ‘କର୍ତ୍ତବ୍ୟ’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି ନାଟକ “କର୍ତ୍ତବ୍ୟ”। ଗତ ୨୨ତାରିଖ ଦିନ ‘ରେଭେନ୍ସା ରତ୍ନ ସମ୍ମାନ ୨୦୨୦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାରରେ ଏହି ନାଟକଟିକୁ  ମଞ୍ଚସ୍ଥ କରାଯାଇଥିଲା।  ଯାହା ଦର୍ଶକମାନଙ୍କର ବେଶ୍‌ ଆଦୃତି ଲାଭ କରିଥିଲା। ନାଟକଟି ଉପସ୍ଥିତ ଦର୍ଶକମାନଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା।

ରେଭନ୍ସୋ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ଼. ଦେବୀଲାଲ ମିଶ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦେଶିତ ଏହି ନାଟକଟିରେ ସ୍ୱାତୀ, ମନୋରଞ୍ଜନ, ରୋହିତ, ରାକ୍ଷୀ, ବିରଞ୍ଚି, ରୀତା, ସ୍ୱାଗତିକା, ପୂର୍ଣ୍ଣିମା ପ୍ରମୁଖ ଛାତ୍ରଛାତ୍ରୀ ଅଭିନୟ କରିଥିଲେ। ସ୍ୱାତୀ ବୋଲି ଜଣେ ମହିଳା ସାମ୍ବାଦିକର ସଂଘର୍ଷର କାହାଣୀ ଥିଲା ନାଟକର ମୁଖ୍ୟ ବିଷୟବସ୍ତୁ। ଜଣେ ସାମ୍ବାଦିକର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆସୁଥିବା ଆହ୍ୱାନ ଏବଂ ଜଣେ ମହିଳା ସାମ୍ବାଦିକର ଭାବାବେଗକୁ ଅତି ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରାଯାଇଥିଲା। ନାଟକଟି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

The post ମନମୋହିଲା ନାଟକ ‘କର୍ତ୍ତବ୍ୟ’ appeared first on Odisha Reporter.

]]>
2020-02-24 12:39:10 https://cdn.odishareporter.in/wp-content/uploads/2020/02/24113449/ravenshaw-ratna.jpg
ବୋଉ… https://odishareporter.in/literature-culture/a-poem-about-mother-by-jyoti-prakash-mohapatra-492851 Sun, 09 Feb 2020 09:49:16 +0000 https://odishareporter.in/?p=492851

ଭୋର ହେଲେ ବୋଉ ଉଠେ ? ନା ବୋଉ ଉଠିଲେ ଭୋର ହୁଏ ? କୋଉଟା ଠିକ ଯେ ? ବୋଉ ଭାଗର ନିଦ ମୁଁ ଶୁଏ ବୋଉ ଭାଗର ନିଦ ରାତି ଶୁଏ ରାତି ଭାତ ନିଦରେ ଶୁଏ ରାତି ଆହୁରି ପ୍ରଗାଢ଼ ହୁଏ। ମୋ ଭାଗର ଚେଇଁବା ବୋଉ ଭାଗରେ, ମୋର ଓ ବାପାଙ୍କ ଥାଳିର ଅଇଁଠା ବୋଉ ଭାଗରେ ଆମ ଘରର ଛିଡ଼ା ଚଦର, ଟେପ ନଥିବା ଚପଲ, ଛୁଞ୍ଚୁକନା, ପବିତ୍ରା ପାଣି, […]

The post ବୋଉ… appeared first on Odisha Reporter.

]]>

ଭୋର ହେଲେ ବୋଉ ଉଠେ ?
ନା ବୋଉ ଉଠିଲେ ଭୋର ହୁଏ ?
କୋଉଟା ଠିକ ଯେ ?

ବୋଉ ଭାଗର ନିଦ ମୁଁ ଶୁଏ
ବୋଉ ଭାଗର ନିଦ ରାତି ଶୁଏ
ରାତି ଭାତ ନିଦରେ ଶୁଏ
ରାତି ଆହୁରି ପ୍ରଗାଢ଼ ହୁଏ।

ମୋ ଭାଗର ଚେଇଁବା
ବୋଉ ଭାଗରେ,
ମୋର ଓ ବାପାଙ୍କ ଥାଳିର ଅଇଁଠା
ବୋଉ ଭାଗରେ
ଆମ ଘରର ଛିଡ଼ା ଚଦର, ଟେପ ନଥିବା ଚପଲ,
ଛୁଞ୍ଚୁକନା, ପବିତ୍ରା ପାଣି,
ବୋଉ ଭାଗରେ।

ବୋଉକୁ ଅନେଇ ସୂର୍ଯ୍ୟ
ଆଖି ମଳି ଉଠେ ?
ନା ଚନ୍ଦ୍ରମା ବୋଉକୁ ଦୂରରୁ ଝୁରେ,
ନା ସେ ତାରା ବୋଉକୁ ଦେଖି
ଆଖି ମିଟିମିଟି କରେ ?
କୋଉଟା ଠିକ ଯେ ?

ଦିଅଁ ବି ଶୋଇ ଥାଆନ୍ତି
ଆଗ ଉଠିପଡ଼େ ବୋଉ,
ସେ ପୃଥିବୀ ସମ୍ଭାଳନ୍ତି
ମାଟିକାଂଥ, ଝୋଟିଚିତା, ଅଗଣା, ବାଡ଼ି ଦୁଆର,
ବିରି, ମୁଗ, କୋଳଥ, ସୁଜୁନା ଛୁଇଁ,
ପତ୍ରପୋଡ଼ା, ବଡ଼ିଚୁରା, ତୁଳସୀ ଚଉରା
ଜେଜେମା ନାଲି ଚାହା, ଜେଜେବାପାଙ୍କ ଗୀତା,
ରାଧାଗୋବିନ୍ଦ ଆସ୍ଥାନ
ଆଉ ଏମିତି ଛୋଟମୋଟ ଦି’ ଚାରିଟା
ସମ୍ଭାଳେ ବୋଉ
ପତଳୀ, ଭାରି ଶୁଖିଲା ସେ
ସମ୍ଭାଳି ପାରେନି ଆଉ।

ଜ୍ୟୋତିପ୍ରକାଶ ମହାପାତ୍ର
ଯାଜପୁର 
ଫୋନ୍‌-୯୪୩୭୦୮୦୦୪୮

The post ବୋଉ… appeared first on Odisha Reporter.

]]>
left bottom 2020-02-10 08:11:53 https://cdn.odishareporter.in/wp-content/uploads/2020/02/09151842/vvv.jpg
ପ୍ରେମିକାର ହାଇ ହିଲ୍‌… https://odishareporter.in/literature-culture/high-heels-of-girlfriend-stoty-by-dusmant-kumar-behera-492846 Sun, 09 Feb 2020 08:26:00 +0000 https://odishareporter.in/?p=492846

ମୟୂରଭଞ୍ଜରେ ଗୋଟେ ଲୋକ କଥା ଅଛି। ” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ” । ଯାହାର ଅର୍ଥ ହେଲା ବାପ ଜନ୍ମରେ କେବେ ଦେଖି ନଥିବା ଜଣେ ମଣିଷ ହାତରେ ଯଦି ଗୋଟେ ଚୁଙ୍ଗା(କାହାଳୀ) ଦେଇ ଦିଆଯାଏ । ତେବେ ସେହି ଚୁଙ୍ଗାକୁ ପରିଶ୍ରା କରିବା ଯନ୍ତ୍ର ଭାବି ସେଥିରେ ସେ ପରିଶ୍ରା କରି ଦେବାର ସମ୍ଭାବନା ରହିଛି । ଏହି କାହାଣୀ ଭିତରେ ପ୍ରସଙ୍ଗଟି ଉଲ୍ଲେଖ କରିବାର ମାନେ ଏଇୟା ଯେ, […]

The post ପ୍ରେମିକାର ହାଇ ହିଲ୍‌… appeared first on Odisha Reporter.

]]>

ମୟୂରଭଞ୍ଜରେ ଗୋଟେ ଲୋକ କଥା ଅଛି। ” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ” । ଯାହାର ଅର୍ଥ ହେଲା ବାପ ଜନ୍ମରେ କେବେ ଦେଖି ନଥିବା ଜଣେ ମଣିଷ ହାତରେ ଯଦି ଗୋଟେ ଚୁଙ୍ଗା(କାହାଳୀ) ଦେଇ ଦିଆଯାଏ । ତେବେ ସେହି ଚୁଙ୍ଗାକୁ ପରିଶ୍ରା କରିବା ଯନ୍ତ୍ର ଭାବି ସେଥିରେ ସେ ପରିଶ୍ରା କରି ଦେବାର ସମ୍ଭାବନା ରହିଛି ।

ଏହି କାହାଣୀ ଭିତରେ ପ୍ରସଙ୍ଗଟି ଉଲ୍ଲେଖ କରିବାର ମାନେ ଏଇୟା ଯେ, ଆଜ୍ଞା ଆମେ ହେଲୁ ଗାଁ ଗାଉଁଲିର ପିଲା। ଚିଲି, ଚାଓମିନ, ବର୍ଗର ଏ ସବୁ କଣ ରାଜଧାନୀକୁ ଆସିବା ପରେ ହିଁ ଜାଣିଲି ଓ ଖାଇଲି ମଧ୍ୟ । ହେଲେ ବର୍ଗରଟା କେମିତିକା ଜିନିଷ ତାହା ତ ଏଯାଏଁ ମୋ ପାଇଁ ଦୁର୍ଲଭ। ହେଉ ଛାଡ଼ନ୍ତୁ , ଟିକେ କାହାଣୀ ଭିତରକୁ ନେଇ ଯିବା ….

ପ୍ରେମିକାର(ପୂ) ହାଇ ହିଲ୍‌। ପ୍ରେମ ତ କରିବ । ତା ଭିତରେ ପୁଣି ହିଲ ଉପାଖ୍ୟାନ କ’ଣ ଯେ । ପ୍ରେମର ଉଚ୍ଚତା କ’ଣ ହିଲ ସାହାଯ୍ୟରେ ମାପି ହୁଏ । ଆଉ ଯଦିବା ବା ହିଲ ସାହଯ୍ୟରେ ମାପି ହୁଏ । ତେବେ ଯିଏ ମାପେ ତାକୁ କ’ଣ ବୋଲି କହିବା । ସବୁଠାରୁ ମଜା କଥା ଏମିତିକା ପ୍ରେମର ପରିଭାଷା କ’ଣ ହୋଇପାରେ ? ରାଜଧାନୀରେ ଆମ ପରି ଗାଉଁଲି ପିଲାଙ୍କ ପାଇଁ ପ୍ରେମିକାର ହିଲ ଉପାଖ୍ୟାନ ଠିକ୍‌ …..
” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ ” ସହିତ ସମାନ ।

କିଛି ବର୍ଷ ତଳର ଘଟଣା । ଧରିନିଆଯାଉ କଲେଜ ବେଳର କଥା । ସେଇ ସମୟର ବୋଲି ଭାବି ନେଇପାରନ୍ତି, ସେଥିରେ କିଛି ଅସୁବିଧା ନାହିଁ। ଆଉ କାହାଣୀରେ ଦୁଇଟି ମୁଖ୍ୟ ଚରିତ୍ର । ଉଭୟ ପୁଅ ଝିଅ । ଯଦି ଆପଣ ନିଜକୁ ଏ କାହାଣୀର ସେଇ ଦୁଇ ମୁଖ୍ୟ ଚରିତ୍ର ଭିତରୁ ଜଣେ ଜଣେ ବୋଲି ବି ଭାବି ନିଅନ୍ତି। ତା’ହେଲେ ଆହୁରି ଭଲ କଥା ।

ଜାନୁଆରୀ କିମ୍ବା ଫେବୃଆରୀ ମାସ । ହାଲକା ହାଲକା ଥଣ୍ଡା ଅନୁଭବ ହେଉଥାଏ । ଫଙ୍କସନ୍‌ ପାଇଁ ପୁରା କଲେଜ ହୁଲୁସ୍ତୁଲ୍‌। ମାନେ ଉଠୁଥାଏ ପଡୁଥାଏ । କଲେଜରେ ଯିଏ ପଢ଼ିଛି ସିଏ ଜାଣେ ଫଙ୍କସନର ମଜା । ସେ କଥା ନ କହିବା ଭଲ । କେତେ ଯେ ଘଟଣା ଦୁର୍ଘଟଣା ଘଟେ । ଯେମିତି ବଡ଼ ଭଉଣୀର ବାହାଘର ପୁର୍ବରୁ ସାନ ଭଉଣୀର ପ୍ରସ୍ତୁତି।। ଭିଣେଇର ଭାଇମାନଙ୍କୁ ଘାଇଲା କରିବାକୁ ଯେତେ ରଙ୍ଗ ନ କହିବା ଭଲ । ଆଉ ବଡ଼ ଭାଇର ବାହାଘର ପୁର୍ବରୁ ସାନ ଭାଇର ବିଅର ପେଟି ଯୋଗାଡ଼ କରି ସାଙ୍ଗମାନଙ୍କ ଆଗରେ ଖାତିର ମାରିବା । କେଉଁଠୁ ଆସିବ କେମିତି ଖେଳ ହେବ । ନହେଲେ ନାଗିନ ଡ୍ୟାନ୍ସ ହେବ ନାହିଁ। ଏସବୁକୁ ନେଇ ଉଭୟଙ୍କର ସମସ୍ତ ପ୍ରସ୍ତୁତି ଯେମିତି ଚରମସୀମାରେ ଥାଏ । ଠିକ ସେମିତି କଲେଜ ରେ ଫଙ୍କସନ ପୂର୍ବର କାହାଣୀ । ହୋଉ ଛାଡ଼ନ୍ତୁ, ଘଟଣାଟିକୁ ଆଉ ନ ଫେଣେଇ ସିଧା କାହାଣୀ ଭିତରକୁ ଯିବା ।

ହଁ ଆଉ କିଛି କଥା ରହିଗଲା ମ । ଅଳ୍ପରେ ସାରିଦେଉଛି । ତା’ ପରେ କାହାଣୀ ଆଡେ ଯିବା । କଲେଜ ଫଙ୍କସନମାନେ ଡାନ୍ସ ଆଉ ରାମ୍ପ ଶୋ ଆଗ । କିଏ କୋଉ ଗୀତରେ ନାଚିବେ । ରାମ୍ପ ଶୋ’ରେ କିଏ କିଏ ଭାଗ ନେବେ । କିଏ କାହା ସହ ପାର୍ଟନର ହେଇ ନାଚିବେ । ଆଉ କିଏ କାହା ସହ ରାମ୍ପରେ କ୍ୟାଟ ୱାର୍କ କରିବେ । ଦିନ ତମାମ କଲେଜର କନଫରେନ୍ସ ହଲରେ କସରତ ଚାଲିଥାଏ । ଓଃ ଆମ କଲେଜ ଟୋକାଙ୍କର ତ ନିଦ ଉଡି ଯାଇଥାଏ । ଏଇ ବାହାନାରେ କେତେ କ’ଣ ହୁଏ । ମୁଁ କ’ଣ ସାଧୁ … ହୋଉ ଏଥର କାହାଣୀ ଉପରକୁ ଆସିବା ।

ସେଦିନ କଲେଜରେ ଯେମିତି ସେମିତି କଟିଗଲା । ଆଉ ରାତି ଅଧରେ ପ୍ରେମିକାର ଫୋନ କଲ(ଵର୍ତମାନ ସିଏ ପୂର୍ବତନ) କଲେଜରେ କ’ଣ ସବୁ ଚାଲିଛି । ଡ଼୍ୟାନ୍ସ ବହାନାନରେ ସୀମା ଟପିଯାଉଛ। ସେଇ ଯୋଉ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ତୁମେ ଟିକେ ସେ ଝିଅ ସହିତ ବେଶୀ କ୍ଲୋଜ ହେଇ ଯାଉନ । ହଁ ନାଚୁ ନାଚୁ କ’ଣ ସେ ଝିଅର ଅଣ୍ଟାରେ ସତସତିକା ଧରି ପକଉଛ । ଥରେ ନୁହଁ କି ଦୁଇ ଥର ନୁହେଁ ବାରମ୍ବାର । କହି ଦେଉଛି ମୋତେ ଏ ସବୁ ଜମାରୁ ଭଲ ଲାଗେନି । କିମା କରି ଦେବି । ପାରସଲ କରିଦେବି … । ଏମିତି ଅନର୍ଗଳ ଧମକଭରା ତାଗିଦ …. । ତା ପର ଦିନଠୁ ଆଉ ଡ୍ୟାନ୍ସ ନା ଫାନ୍ସ । ସିଧା ଯାଇ ଲେଇବ୍ରେରୀରେ ହାଜର ହେଲି ।

ଦିନକ ଭିତରେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବାର ମୋର ଏଭଳି ରୂପକୁ ଦେଖି ପ୍ରେମିକା(ଵର୍ତମାନ ସିଏ ପୂର୍ବତନ) ପୁରା ଗଦଗଦ । ହେଲେ ସିଏ କାହୁଁ ଜାଣିବ ମୋ ମନର ବେଦନା । ପାଣି ବିନା ମାଛ ଆଉ ନାଟ ତାମସା ବିନା ଦୁଷ୍ମନ୍ତ । ଆଉ ଏ ସବୁ ଦେଖି ଆମ କ୍ଳାସ ଝିଅମାନେ ରାଗିକି ପଞ୍ଚମ । କ’ଣ ବେ ତା କଥାରେ ତୁ ଡ୍ୟାନ୍ସ କରିବୁନୁ । ସିଏ ତୋ ପାଇଁ ଏତେ ବଡ଼ । ଆମେ କେହି ନୁହେଁ । ଜଣେ ତ କହିଲା, ଦେଖ ସାଙ୍ଗ ଏ ସମୟ ଆଉ ଆସିବିନି । ଝୁରୁଥିବୁ କଲେଜ ଫଙ୍କସନ କଥା ମନେ ପକେଇ ପକେଇ । ଆଉ ଜଣେ ତ ଭିଡି ନେଇ ଗଲା … ହେଲେ ମୁଁ …… ସାଙ୍ଗ ମାନେ କାହୁଁ ଜାଣିବେ … ଭରା ଯୌବନର ଗଭୀର ସାଗରେ ପହଁରୁ ଥିବା ସମୟରେ, ଯିଏ ରାତିର ନିଦ । ସେଇ ପା ତାଗିଦ କରିଛି । ଆଉ କାହା ଅଣ୍ଟାରେ ହାତ ମାରିବନି ……. ।

ଫଙ୍କସନ ପୂର୍ବ ରାତି ପ୍ରେମିକାର (ପୂର୍ବତନ) ଫୋନ୍‌… କ’ଣ ଯେ ଶୋଇପଡିଲଣି । ମିଛୁଟାରେ କହିଲି ନାଇଁ ନାଇଁ ତୁମ କଥା ଭାବୁଥିଲି । ସିଏ କହିଲେ ହଁ ଆଉ କାହା କଥା ଭାବିବନି । ପୁଣି ଗେହ୍ଲେଇ କି କହିଲେ ହଁ ଯେ କିଛି ପଚାରି ଥାଆନ୍ତି । କାଲି ଫଙ୍କସନରେ କଣ ପିନ୍ଧିବି ଯେ ? ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା । ତମକୁ କୋଉଟା ପସନ୍ଦ।  ତମେ ଯାହା କହିବ ତାହା ପିନ୍ଧିବି । ସବୁ ଅଛି ଯେ ମୋର କିନ୍ତୁ କୋଉଟା ବି ପସନ୍ଦ ନୁହଁ । ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା କାହାର ବି କଲର ମୋର ପସନ୍ଦ ନୁହଁ ।

ଶେଷ ଧାଡ଼ିଟା ରାଗ ତମ ତମ ହେଇ କହିଲେ । ମନକୁ ମନ ଭାବିଲି କାଇଁ ରାତି ଅଧଟାରେ କିଛି ଗୋଟେ କହି ହୁଇସିଲ ମାରି କିଳା ଡାକିବି । ତୁନି ହେଇ ରହିବାଟା ମୋ ପାଇଁ ଭଲ । ଏମିତି କିଛି ଭାବୁଥାଏ, ସେହି ସମୟରେ ପୁଣି ମୋ ଉପରେ ଲଦି ଦେଲେ ପାଦରେ କଣ ପିନ୍ଧିବି ହୁହ । ହାଇ ହିଲ ନା ନର୍ମାଲ ହିଲ । ମଲା ମଣିଷ , ଏ କଥା ଶୁଣି ମୋ ମୁଣ୍ଡ ପୁରା ଟିଣ । କିଛି କହିବା ପୂର୍ବରୁ ପ୍ରେମିକାର (ପୂର୍ବତନ) ନିଜ ଆଡୁ କହିଲେ ଶାଢ଼ୀ ହେଉ କି ଚୁଡ଼ିଦାର । ଯାହା ସହ ବି ହାଇ ହିଲ ପିନ୍ଧିଲେ ସିଏ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବେ । ମୋ ପାଇଁ ସବୁ ଇଛାକୁ ଜଳାଞ୍ଜଳି ଦେଇ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧିବେ ବୋଲି ନିଜେ ନିଜେ ଫାଇନାଲ୍ କରିନେଲେ । ମନେ ମନେ ଭାବୁଥାଏ ବହୁତ କିଛି ….. ..ଯାହା ତାହା ଏଠି ଉଲ୍ଲେଖ କରି ପାରିବିନି । ତା ପର ଦିନ ଫଙ୍କସନ ହେଲା । ସିଏ ବି ମୋତେ କହିଥିବା ମୁତାବଜ ଶାଢ଼ୀ ଆଉ ନର୍ମାଲ ହିଲ ପିନ୍ଧି ଫଙ୍କସଙ୍କୁ ଆସିଲେ । ନାଚ ଗୀତ ହେଲା। ହେଲେ ଅବସୋସ କୋଉଥିରେ ଭାଗ ନେଇ ପାରିଲିନି । କେବଳ ଦର୍ଶକ ସାଜିଲି ଆଉ ତାଳି ମାରିଲି .. । କିଛି ଦିନ ଭିତରେ କଲେଜ ପଢ଼ା ବି ସରିଗଲା। ସିଏ ତା ବାଟରେ। ମୁଁ ମୋ ବାଟରେ ।

ୟା ଭିତରେ କିଛି ବର୍ଷ ବିତି ଗଲାଣି । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀରେ ବି ବହୁତ ପାଣି ବୋହି ଗଲାଣି । ଏମିତିକି କୁଆଖାଇରେ ବି । ସମୟ ବି ବହୁତ ଆଗକୁ ଚାଲିଯାଇଛି । ସେଦିନର ପ୍ରେମିକା ଆଜି ମୋ ପାଇଁ ପୂର୍ବତନ । ମୁଁ ବି ତାଙ୍କ ଏକ୍ସ । କାହିଁକି ହେବନି ଯେ …. ଥାଉ । କାହାଣୀ ଏଇଠି ସରିନି ।

ସେଦିନ ସନ୍ଧ୍ୟାରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବୁଲୁ ବୁଲୁ ହଠାତ ନଜର ପଡିଲା ଗୋଟେ ଝିଅ ଉପରେ । ହାତ କଟା ଧଳା ଟି ଶାର୍ଟ, ବର୍ତ୍ତମାନର କଟା କଟି ହେଇ ଥିବା ଫ୍ୟାସନେବୁଲ ଜିନ୍ସ, ହାତରେ ଆଉ ବେକରେ ଟାଟୁ, ମୁହଁରେ ଡିପ୍‌ ମେକଅପ୍‌, ଓଠରେ ଗୋଲାପୀ ରଙ୍ଗର ଗାଢ଼ ଲିପ୍ସଷ୍ଟିକ, ଧୂସର ରଙ୍ଗର ମୁକୁଳା ବାଳ, ପାଟିରେ ଚୁଇଁଙ୍ଗମ, କଥାରେ ଠୁସ୍‌ ଠାସ୍ ଇଂଲିଶ । ଆରେ ହଁ ଆଉ ଗୋଟେ କଥା ଭୁଲି ଯାଇଥିଲି। ପାଦରେ ହାଇ ହିଲ୍‌ । ଆଉ ଚାଲି ରାମ୍ପ ଉପରେ କ୍ୟାଟ ଉଆକ କଲାପରି । ବହୁତ ସମୟ ଧରି ତାକୁ ଘୁରି ଘୁରି ଚାହିଁଲି । ସିଏ ବି ଚାହିଁଲା । ଶେଷରେ ଏଇ ଚାହାଁ ଚାହିଁ ଭିତରେ ଉପପାଦ୍ୟଟି ସମାଧାନ ହେଲା । ଆରେ ଇଏ ତ ମୋର ସେଇ କଲେଜ ବେଳର ପୂର୍ବତନ ପ୍ରେ…… । ହେଲେ ସିଏ କ’ଣ ଏଇ ବେଶ ଭୁଷାରେ । ତାର ଏଭଳି ରୂପକୁ ଦେଖି ମୁଁ ପୁରାପୁରି ତାଜୁବ…

ଯିଏ କେବେ ଦିନେ ମୋତେ କଲେଜ ବେଳେ କହୁଥିଲା ଡ଼୍ୟାନ୍ସ ବହାନାରେ ମୁଁ କୁଆଡେ ସୀମା ଟପି ଯାଉଛ । ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ମୁଁ କୁଆଡେ ଝିଅଙ୍କ ସହିତ ବେଶୀ କ୍ଲୋଜ ହେଇ ଯାଉଛି । ଆଉ ନାଚୁ ନାଚୁ ଝିଅମାଙ୍କର ଅଣ୍ଟାରେ ସତସତିକା ଧରି ପକଉଛି ବାରମ୍ବାର। ତାକୁ (ପୂର୍ବତନ ପ୍ରେମିକା) କୁଆଡେ ଏ ସବୁ ଜମାରୁ ଭଲ ଲାଗେନି କହୁଥିଲା। ଏମିତି ହେଲେ ମୋତେ କିମା କରି ଦେବ। ପାରସଲ କରିଦେବ ବୋଲି.. ଅନର୍ଗଳ ତାଗିଦ …. କରୁଥିଲା। ଯିଏ ଦିନେ ହାଇ ହିଲ ପିନ୍ଧିଲେ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବ । ସେଥିପାଇଁ ନିଜର ସବୁ ଇଛାକୁ ଜଳାଞ୍ଜଳି ଦେଇ କୁଆଡେ ମୋ ପାଇଁ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧୁଥିଲା । ସିଏ ପୁଣି ଆଜି …..

ହା ହା ହା ହା ହା ହା ହା ହା ହା ହା ହା ହା ହା ହା ….
ମୋ ଗପଟି ସରିଲା ଫୁଲ ଗଛଟି ମଇଲା ।।।

#ଦୁଷ୍ମନ୍ତ_କୁମାର_ବେହେରା
#ଯଶୀପୁର
#ମୟୁରଭଞ୍ଜ
ମୋ – ୯୪୩୭୮୭୯୧୩୧

The post ପ୍ରେମିକାର ହାଇ ହିଲ୍‌… appeared first on Odisha Reporter.

]]>
left bottom 2020-02-09 13:56:00 https://cdn.odishareporter.in/wp-content/uploads/2020/02/09135530/dusmant2.jpg
କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ https://odishareporter.in/odisha/manoj-das-will-get-mystic-kalinga-literary-awards-2020-491795 Thu, 06 Feb 2020 12:58:30 +0000 https://odishareporter.in/?p=491795

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର ମହାପର୍ବ ‘ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ ପାଇବେ ବିଶିଷ୍ଟ କଥାକାର ତଥା ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ମନୋଜ ଦାସ। ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ଦେବେ। ଆସନ୍ତା ଫେବୃଆରୀ ୮ ତାରିଖରୁ ଦୁଇ ଦିନ […]

The post କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର ମହାପର୍ବ ‘ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ ପାଇବେ ବିଶିଷ୍ଟ କଥାକାର ତଥା ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ମନୋଜ ଦାସ।

ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ଦେବେ।
ଆସନ୍ତା ଫେବୃଆରୀ ୮ ତାରିଖରୁ ଦୁଇ ଦିନ ଧରି ଏହି ମହତ୍ସୋବ ଆୟୋଜନ ହେବ।

ଏହି ପୁରସ୍କାର ଘୋଷଣା କରି ଅଲୌକିକ କଳିଙ୍ଗ ମହୋତ୍ସବ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା କହିଥିଲେ ଯେ, ପଦ୍ମ ପୁରସ୍କାରପ୍ରାପ୍ତ ମନୋଜ ଦାସଙ୍କ ସମ୍ଭାଷଣ ଚଳିତ ଅଲୌକିକ କଳିଙ୍ଗ ମହୋତ୍ସବରେ ଶୁଣିବା ସମସ୍ତ ପୁସ୍ତକ ତଥା କଳା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ।

ଚଳିତ ବର୍ଷ ଠାରୁ ଅଲୌକିକ କଳିଙ୍ଗ ମହୋତ୍ସବରେ ଏକ ଲକ୍ଷ ଟଙ୍କା ବିଶିଷ୍ଟ ଦୁଇଟି ପୁରସ୍କାର ପ୍ରଦାନ କରାଯିବ। ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଓଡ଼ିଆ) କେବଳ ଓଡ଼ିଆ ଭାଷାରେ କାଳଜୟୀ ସୃଷ୍ଟି ପାଇଁ ପ୍ରଦାନ ହେବ।

ସେହିପରି ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଭାରତୀୟ ଓ ବିଶ୍ଵ ଭାଷା) ସେହି ସ୍ରଷ୍ଟାଙ୍କୁ ପ୍ରଦାନ କରାଯିବ ଯିଏ ଓଡ଼ିଆ ଭିନ୍ନ ଅନ୍ୟାନ୍ୟ ଭରତୋୟା ଭାଷା କିମ୍ବା ବିଦେଶୀ ଭାଷାରେ ଅନନ୍ୟ ସାହିତ୍ୟ ରଚନା କରିଥିବେ। ଏହି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଖଦି ଉପଢୌକନ ପ୍ରଦାନ କରାଯାଏ।

ଏହି ମହୋତ୍ସବରେ ରାମାକାନ୍ତ ରଥ, ଡଃ ବିଜୟାନନ୍ଦ ସିଂ, ଅଜିତ ଦାସ, ସୁବାସ ପାଣି, ଯତୀନ ନାୟକ, ପିୟୋଶି ବରୁଆ , ଡଃ ଗୌରହରି ଦାସ, ମୁକୁନ୍ଦ ରାଓ, ତମସାରଣୀ ଦାସ, ଅସିତ ମହାନ୍ତି, ରାମଚନ୍ଦ୍ର ବେହେରା, ବିଷ୍ଣୁ ନାରାୟଣ ମହାପାତ୍ର, କେଦାର ମିଶ୍ର, ଶର୍ମିଳା ବିଶ୍ୱାସ ଓ ସୀତାକାନ୍ତ ମହାପାତ୍ର ଭଳି ଖ୍ୟାତିସମ୍ପନ୍ନ କବି ଓ କଥାକାର ନିଜର ସ୍ଵରଚିତ କବିତା ପାଠ କରିବେ। ଏହା ସହିତ ସେମାନେ ଜୟଦେବ, ତୁକାରାମ, ତୁଲସୀଦାସ ଆଦି ମହାନ ସ୍ରଷ୍ଟାଙ୍କ ରଚନା ଉପରେ ମଧ୍ୟ ଆଲୋଚନା କରିବେ।

ପ୍ରତ୍ୟେକ ବର୍ଷ ଅଲୌକିକ କଳିଙ୍ଗ ମହୋତ୍ସବରେ ପୁସ୍ତକ ଓ ଅନେକ ପ୍ରସଙ୍ଗକୁ ନେଇ ଗୁଡ଼ିଏ ଅଧିବେଶନ ହୋଇଥାଏ। ଏହିସବୁ ଅଧିବେଶନଗୁଡ଼ିକରେ ଭାରତ ଓ ବିଶ୍ଵର ସାହିତ୍ୟିକ କୃତି ସମ୍ବନ୍ଧରେ ଜାଣିବାର ଅନେକ ସୁଯୋଗ ମିଳିଥାଏ। ଚଳିତ ବର୍ଷ ପ୍ରାୟ ୧୦ ଟି ପୁସ୍ତକ ଏହି ମହୋତ୍ସବରେ ଲୋକାର୍ପିତ ହେବ।

ଯେଉଁ ବ୍ୟକ୍ତିମାନେ କେନ୍ଦେରା, ଧୁଡୁକି, ଖଞ୍ଜଣି ଆଦି ବଜାଇ ପାରୁଥିବେ କିମ୍ବା ଚକୁଳିଆ ପଣ୍ଡା, ପାଲା ଗାୟକଙ୍କ ପରି ଲୋକଗୀତ ପରିବେଷଣ କରି ପାରୁଥିବେ ସେମାନଙ୍କୁ ଚଳିତ ଅଲୌକିକ କଳିଙ୍ଗ ମହୋତ୍ସବରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଉଛି। ଏ ବର୍ଷ ପ୍ରାୟ ୨୦୦ରୁ ଅଧିକ କଳାକାର ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଓଡ଼ିଆ ଡାଏରୀ ଫାଉଣ୍ଡେସନ ଓ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ପ୍ରତିବର୍ଷ ଅଲୌକିକ କଳିଙ୍ଗ ମହୋତ୍ସବ ପାଳିତ ହେଉଛି। ବିଶ୍ଵ ସାହିତ୍ୟ ତଥା ଭାରତୀୟ ସାହିତ୍ୟ ଓ ଓଡ଼ିଆ ସାହିତ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂରେଇବା ଏହି ମହୋତ୍ସବର ଉଦ୍ଦେଶ୍ୟ। ଅଳ୍ପ କିଛି ବର୍ଷ ଧରି ଏହାର ଆୟୋଜନ ହେଉଥିଲେ ମଧ୍ୟ ଏହା ଭାରତର ଏକ ପ୍ରମୁଖ ସାହିତ୍ୟ ଓ କଳା ମହୋତ୍ସବ ରୂପେ ପରିଗଣିତ ହୋଇଛି ।

The post କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ appeared first on Odisha Reporter.

]]>
right top 2020-02-06 18:28:30 https://cdn.odishareporter.in/wp-content/uploads/2020/02/06182808/eb.jpg
ନିରିମାଖି ଝିଅଟିଏ https://odishareporter.in/literature-culture/a-pathetic-story-by-raja-kishor-dakua-490126 Sun, 02 Feb 2020 11:57:32 +0000 https://odishareporter.in/?p=490126

ମଣିଷ ଜନ୍ମଟା କ’ଣ ତା’ର ପୂର୍ବ ଜନ୍ମର ଫଳ? ଭଗବାନ କାହାକୁ ଧନୀ ଘରେ ଜନ୍ମ ଦିଅନ୍ତି ତ କାହାକୁ ଦରିଦ୍ର ଘରେ ଜନ୍ମ ଦେଇଥା’ନ୍ତି। ତେବେ ଦରିଦ୍ର ବା ଗରିବ ଘରେ ଜନ୍ମ ହେବଟା କ’ଣ ଅଭିଶାପ ? କାହିଁକି ଏ ଅବିଚାର ? କିଏ ସୁନା ଥାଳିଆରେ ଖାଉଚି ତ କାହାକୁ ଭଙ୍ଗା ଖପରାରେ ଗଣ୍ଡେ ମିଳୁନି । କିଏ ରାଜମହଲର ରୂପାର ଚାନ୍ଦୁଆ ତଳେ ଗଜଦନ୍ତ ପଲଙ୍କରେ ଆରାମ କରେ ତ ଆଉ […]

The post ନିରିମାଖି ଝିଅଟିଏ appeared first on Odisha Reporter.

]]>

ମଣିଷ ଜନ୍ମଟା କ’ଣ ତା’ର ପୂର୍ବ ଜନ୍ମର ଫଳ? ଭଗବାନ କାହାକୁ ଧନୀ ଘରେ ଜନ୍ମ ଦିଅନ୍ତି ତ କାହାକୁ ଦରିଦ୍ର ଘରେ ଜନ୍ମ ଦେଇଥା’ନ୍ତି। ତେବେ ଦରିଦ୍ର ବା ଗରିବ ଘରେ ଜନ୍ମ ହେବଟା କ’ଣ ଅଭିଶାପ ? କାହିଁକି ଏ ଅବିଚାର ? କିଏ ସୁନା ଥାଳିଆରେ ଖାଉଚି ତ କାହାକୁ ଭଙ୍ଗା ଖପରାରେ ଗଣ୍ଡେ ମିଳୁନି । କିଏ ରାଜମହଲର ରୂପାର ଚାନ୍ଦୁଆ ତଳେ ଗଜଦନ୍ତ ପଲଙ୍କରେ ଆରାମ କରେ ତ ଆଉ କିଏ ରାସ୍ତା କଡ଼ ଗଛ ମୂଳକୁ ଭରସା କରି ରହିଥାଏ । କିଏ ଚିକିମିକିଆ ପୋଷାକ ପିନ୍ଧି ଆଖି ଝଲସାଉ ଥାଏ ତ କିଏ ଫୁଙ୍ଗୁଳା ଦେହରେ ଇଜ୍ଜତ ବଂଚେଇବାକୁ ଖଣ୍ଡେ ଛିଣ୍ଡା କପଡ଼ା ପରିଧାନ କରିବାକୁ ପାଏନି । ଏହା ହେଉଛି ଦାରିଦ୍ର‌୍ୟର ଗୋଟେ ଗୋଟେ ନମୂନା । ଜଣେ ଗରିବ ଲୋକକୁ କାହିଁକି ଏ ସମାଜ ହୀନ ଚକ୍ଷୁରେ ଦେଖୁଛି । ଦାରିଦ୍ର‌୍ୟ ଭିତରେ ଶଢ଼ି ଶଢ଼ି ବୁଢ଼ୀ ମାଆଟା ଆଖି ବୁଜିଦେଲା । ଭିକ୍ଷାବତ୍ତି କରିବାକୁ ଯାଇ ବୁଢ଼ା ବାପାଟା ଗାଡ଼ି ଧକ୍କାରେ ଆରପାରିକୁ ଚାଲିଗଲା । ଭାଇ-ଭଉଣୀ ଦୁଇଟା ଭୋକ ଉପାସରେ ବାର ଦୁଆର ହେଉଥିଲେ । ଆହା ପଦେ କହିବାକୁ କେହି ନାହାନ୍ତି । ଯଦି ଏ ସମାଜ ସେମାନଙ୍କ କର୍ମ ଫଳ ବୋଲି କହିବ ତେବେ କାହାର କର୍ମ ଫଳ ଏଇ ପିଲା ଦୁଇଟା ଭୋଗୁଛନ୍ତି । ବାପା, ନା ମା’, ନା ଏଇ ପିଲା ଦୁଇଜଣଙ୍କର କର୍ମ ଫଳ । ଶେଷରେ ଛୋଟ ଭାଇଟା ମଧ୍ୟ ଧୋକା ଦେଇଦେଲା ।

ଧନୀ ଶ୍ରେଣୀର ଲୋକମାନେ ନିଜର ଶୌକ ପାଇଁ ଘରେ କୁକୁର ପୋଷିଥା’ନ୍ତି । ତାକୁ ସାଙ୍ଗରେ ଖୁଆନ୍ତି, ଶେଯରେ ଶୁଆନ୍ତି, ବରାବର ଡାକ୍ତରୀ ପରୀକ୍ଷା କରାନ୍ତି, ଚିକେନ୍‌, ମଟନ ଖାଇବାକୁ ଦିଅନ୍ତି । କିନ୍ତୁ କୌଣସି ଅନାଥ ପିଲା ଯଦି ମୁନ୍ଦାଏ ଥଣ୍ଡା ପାଣି ପିଇବାକୁ ମାଗେ ତା’ ଉପରକୁ ଗରମ ପାଣି ଫୋପଡ଼ାଯାଏ । ସମାଜରେ ପ୍ରମୁଖ ବ୍ୟକ୍ତି ଭାବେ ନାଁ ବୋଲାଉଥିବା ଲୋକଙ୍କର ଏ ସମାଜ ପ୍ରତି କ’ଣ ଏଇ କର୍ତ୍ତବ୍ୟ । ସେ ନେଇ ଅନେକ ପ୍ରଶ୍ନ…….

ଏକ ନିପଟ ତଳିଆ ଗାଁରେ ବାପା, ମା’, ପୁଅଟାଏ, ଝିଅଟାଏ ମିଶି ୪ ଜଣ ବାସ କରୁଥିଲେ। ଛୋଟ ଛୋଟ ପିଲା ଦୁଇଟି । ବାପା, ମାଆ ଦୁହେଁ ରୋଗଗ୍ରସ୍ତ । ତଥାପି ବାପାଟି କିଛି କାମ ଧନ୍ଦା କରି ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରେ । ନିଜ ପାଇଁ କିମ୍ବା ସ୍ତ୍ରୀ ପାଇଁ ଔଷଧ ଟୋପାଏ ଆଣିପାରେନି । ଏମିତି ବହୁ ଦୁଃଖ କଷ୍ଟରେ ଚଳିବା ପରେ ସହରକୁ ଚାଲି ଆସିଲେ ଅଧିକ କିଛି କାମ କରି ରୋଜଗାର କରିବାକୁ । ରାସ୍ତା କଡ଼ରେ ଜରି ପାଲଟିଏ ଟାଣି ତାରି ଭିତରେ ଚାରିଜଣଯାକ ରହୁଥିଲେ । ଛୋଟ ପୁଅଟିକୁ ଧରି ବାପା ଖାଦ୍ୟ ଅନ୍ୱେଷଣରେ ବାହାରିଲେ । ଦୁହେଁ ଭୋକରେ ଆଉଟୁ ପାଉଟୁ ହେଲେଣି । ଦୁହେଁ ଯାଇ ଏକ ଅଳିଆ ଗଦା ପାଖରେ ପହଂଚିଲେ । ସେଇ ସମୟରେ ଜଣେ ଭଦ୍ର ମହିଳା ପଲିଥିନରେ କିଛି ଆବର୍ଜନା ଆଣି ସେଠାରେ ପକାଇ ଚାଲିଗଲେ । ଲୋକଟି ସେଇ ଜରିରେ କ’ଣ ଅଛି ବୋଲି ଭାବି ଦେଖେତ ସେଥିରେ ୪ଟି ରୁଟି ଆଉ କିଛି ତରକାରୀ ଅଛି । ତରକାରୀ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ହେଲେ ଲୋକଟି ଆନନ୍ଦରେ ତାହାକୁ ନେଇ ଆସିଲା । ବାପା-ପୁଅ ଦୁହେଁ ବସି ଅତି ଆନନ୍ଦରେ ଖାଇଲେ । ପୁଅଟିକୁ ଭାରି ଶୋଷ ହେଲା । ଏହା ସହ କାଶି କାଶି ନୟାନ୍ତ ହେଇଯାଉଥାଏ । ବାପା ପାଣି ଟୋପାଏ ଆଣିବାକୁ ଏ ଦୁଆର ସେ ଦୁଆର ହେଲା । ପାଣି ଟୋପାଏ ପାଇଁ ସବୁ ଦୁଆରୁ ନିରାଶ ହୋଇ ଫେରିବା ପରେ ଆଉ ଏକ ଦୁଆରେ ଯାଇ ପହଂଚିଲେ । ସେହି ଘରୁ ଜଣେ ଭଦ୍ର ମହିଳା କିଛି ପାଣି ଏକ ପାତ୍ରରେ ନେଇକି ଆସିଲେ । ଲୋକଟି ଦେଖି ଖୁସି ହୋଇଗଲା ।

ହେଲେ ଭଦ୍ର ମହିଳା ଜଣକ ସେଇ ପାଣିକୁ ଲୋକଟି ଉପରକୁ ରାଗରେ ଫୋପାଡ଼ି ଦେଲେ । ଲୋକଟି ଛଟପଟ ହେଇଯାଉଥାଏ । ଛିଣ୍ଡା ଗାମୁଛାରେ ଦେହ ମୁହଁକୁ ପୋଛି ପକାଉଥାଏ । ହାତକୁ, ଗୋଡ଼କୁ ଫୁଙ୍କି ପକାଉଥାଏ । କାରଣ ସେ ପାଣି ଥଣ୍ଡା ନଥିଲା, ଥିଲା ଗରମ । ଫୁଟନ୍ତା ଗରମ ଜଳର ଜ୍ୱାଳା ସହି ପାରୁନଥାଏ । ଜୀବନ ବିକଳରେ ସେଠାରୁ ଦୌଡ଼ି ଆସିଲା । ତେବେ ଇଏ କ’ଣ ମଣିଷ ପଣିଆ ? ଯଦି ଜଣକୁ ମୁନ୍ଦାଏ ଥଣ୍ଡା ଜଳ ଦେଇପାରୁନ, ତେବେ ତା’ ଉପରକୁ ଗରମ ପାଣି ଫୋପାଡ଼ିବାକୁ ଅଧିକାର ଦେଲା କିଏ ? ଯଦି କାହାର ଉପକାର କରିନପାରୁଛ ତେବେ କାହାର ଅପକାର ଚିନ୍ତା କର ନାହିଁ ।

ଲୋକଟି ଆତ୍ମା ବିକଳରେ ଦୌଡ଼ି ଦୌଡ଼ି ଯାଉଥିଲା । ହେଲେ ଭାଗ୍ୟର ବିଡ଼ମ୍ବନା । ଦୁଃଖ ମଣିଷକୁ ଯେତେବେଳେ ଗ୍ରାସ କରେ ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବକୁ ସାଙ୍ଗରେ ନେଇକି ଆସେ । ଠିକ୍ ସେତିକିବେଳେ ବିପରୀତ ଦିଗରୁ ଏକ ଗାଡ଼ି ଆସୁଥିଲା । ଲୋକଟି ସହ ଜୋର୍‌ରେ ଧକ୍କା ହେଲା । ପରିବାରର ଆଖି ସାମ୍‌ନାରେ ଲୋକଟି ଆରପାରିକୁ ଚାଲିଗଲା । ସିଏ ଚାଲିଗଲା, ଏ ଦୁଃଖର ସଂସାରରୁ ତରିଗଲା । ହେଲେ ଲୁହଭରା ତିନୋଟି ଜୀଅନ୍ତା ଶବକୁ ଛାଡ଼ି ଚାଲିଗଲା । ବର୍ତମାନ ଘରେ ତିନି ଜଣଙ୍କ ମଧ୍ୟରୁ ମା’ଟି ରୋଗୀଣା, ପୁଅଟି ୫-୬ ବର୍ଷର ଛୋଟ ପିଲାଟିଏ । ୧୨-୧୩ ବର୍ଷର ଝିଅଟି ଉପରେ ପରିବାରର ବୋଝ ଲଦି ହେଇଗଲା ।

ୟାରି ଭିତରେ ୩ ଜଣ ଯାକର ଉପବାସରେ ୪-୫ ଦିନ ବିତିଗଲାଣି । ସେପଟେ ମା’ଟି ବିଛଣାରୁ ଉଠୁନି । ଏପଟେ ଛୋଟ ଭାଇଟି ଭୋକରେ ଆଉଟୁ ପାଉଟୁ ହୋଇ ନିରିହ ମୁହଁରେ ଭଉଣୀକୁ ଚାହିଁ ରହିଛି । ସତେକି ମୋତେ ଖାଇବାକୁ ଗଣ୍ଡାଏ ଦିଏ ବୋଲି କହୁଛି । ଝିଅଟିର ଆଖିରୁ ଧାର ଧାର ଅଶ୍ରୁ ନିଗିଡ଼ି ପଡ଼ୁଥାଏ । ଦୁଃଖର ଯନ୍ତ୍ରଣାକୁ ଅନ୍ତରରେ ଚାପି ରଖି ଆଖିରୁ ଲୁହ ପୋଛି ବାହାରକୁ ଆସିଲା । କିଛି କାମ ଧନ୍ଦା ପାଇଁ ବାହାରିଲା । ସେଦିନ ଏକ ଜଳଖିଆ ଦୋକାନରେ ପ୍ଲେଟ୍ ସଫା କରି କିଛି ବଳକା ଜିନିଷ ଓ କିଛି ପଇସା ଆଣିଲା । ସେଇ ପଇସାରେ ମା’ ପାଇଁ ଔଷଧ ଆଣି କୁଡ଼ିଆରେ ପହଂଚିଲା । ଯାହା ହେଉ ସେଦିନ ବିତିଗଲା । ଏମିତି କିଛି ଦିନ ହୋଟେଲ, ଜଳଖିଆ ଦୋକାନରେ କାମ କରି ଚଳିଯାଆନ୍ତି । ହେଲେ ଏପଟେ ମା’ର ଆବସ୍ଥା ଦିନକୁ ଦିନ ସଙ୍ଗୀନ ଆଡ଼କୁ ଗତି କଲାଣି । ମା’କୁ ଔଷଧ ଟିକିଏ ଦେଇପାରୁନି କି କାହା ପାଇଁ ଖଣ୍ଡେ ଲୁଗା କିଣିପାରୁନି । ମାଗି ଯାଚି ଲୁଗା ଖଣ୍ଡେ ଆଣି ପିନ୍ଧୁଛନ୍ତି । ତା’ ପରେ ଝିଅଟି ଜଣେ ବିଶିଷ୍ଟ ବିତ୍ତଶାଳୀ ବ୍ୟକ୍ତିଙ୍କ ଘରେ ଚାକରାଣୀଭାବେ କାମ କଲା । ଘରର ସମସ୍ତ କାମ କରେ । ଫେରିଲା ବେଳେ କିଛି ବଳକା ଖାଦ୍ୟ ନେଇ ଘରକୁ ଫେରେ । ସେଥିରେ ତିନି ଜଣ ବଂଚନ୍ତି ।

ଏକଦା ସେହି ବିତ୍ତଶାଳୀଙ୍କ ଘରେ କୌଣସି ଏକ ପାର୍ଟି(ଭୋଜି)ର ଆୟୋଜନ ହୋଇଥିଲା । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଧନୀ ମାନି ଲୋକମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ । ନାନାଦି ପ୍ରକାର ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ସେହି ଦିନ ଏହି ଝିଅଟି ଉପରେ ବହୁତ କାମର ଚାପ ପଡ଼ିଯାଇଥିଲା । ତଥାପି ମାଲିକ, ମାଲିକାଣିଙ୍କ ହୁକୁମ୍ ଆଉ ଭୟରେ ସବୁ କାମ କଲା । ଭୋଜିରେ ବିଭିନ୍ନ ପ୍ରକାର ଆଇଟମ୍‌ର ବାସ୍ନା ଆଘ୍ରାଣ କରୁଥାଏ । ପ୍ଲେଟ୍ ଉଠାଇଲାବେଳେ ସବୁ ଦେଖୁଥାଏ, ହେଲେ ଏ ପର୍ଯ୍ୟନ୍ତ ସ୍ୱାଦ ମଧ୍ୟ ଜାଣିପାରିଲାନି । ଭାବିଲା ଶେଷରେ କିଛି ଖାଦ୍ୟ ଘରକୁ ନେଇକି ଯିବ । ମା’, ଭାଇ ଓ ସେ ଖାଇବେ । ସମସ୍ତ ଅତିଥି ଖାଇସାରି ଯିଏ ଯାହା ଘରକୁ ଚାଲିଗଲେ । ଆଉ ଅଳ୍ପ କିଛି ଖାଦ୍ୟ ବଳକା ଥିଲା । ଭାରି ଆନନ୍ଦରେ ଭାବିଲା କିଛି ଖାଇ ଆଉ କିଛି ଘରକୁ ନେବ ବୋଲି ।

ହେଲେ ମାଲିକାଣି ଆସି କୁକୁରଟା ଖାଇ ନାହିଁ ବୋଲି ବ୍ୟସ୍ତ ବିବ୍ରତ ହୋଇ ବଳକା ଖାଦ୍ୟ କିଛି ଫ୍ରିଜ୍‌ରେ ରଖିଦେଇ ଆଉ ସବୁ କୁକୁରକୁ ଖାଇବାକୁ ଦେବା ପାଇଁ ଝିଅଟିକୁ ନିର୍ଦ୍ଦେଶ ଦେଇଦେଲେ । ହେଲେ ପିଲାଟା କାମ କରି କରି ନୟାନ୍ତ ହେଲାଣି କିନ୍ତୁ କିଛି ଖାଇଚି କି ନାହିଁ ସେଥିପ୍ରତି ଦୃଷ୍ଟି ନାହିଁ । ପିଲାଟି ଯୋଉ ଖୁସିରେ ଖାଇବା ପାଇଁ ଯାଉଥିଲା ଏଥର ତା’ ମନ ମଉଳିଗଲା । କିଛି କହିବା ପାଇଁ ତା’ର ସାହସ ନାହିଁ । ସେଠାରେ ସବୁ କାମ ଧନ୍ଦା କରି ଘରକୁ ଫେରିଲା । ଘରେ ଆସି ଦେଖେତ ମା’ର ଅବସ୍ଥା ଶୋଚନୀୟ । ମା’ କାଶି କାଶି ନୟାନ୍ତ ହୋଇଗଲାଣି । ଘରେ ଛୋଟ ଭାଇଟା ଅବା କ’ଣ କରିପାରିବ । ଏପଟେ ନଖାଇ ନପିଇ ଭୋକ ତାକୁ ପରିହାସ କଲାଣିା ସେପଟେ ମା’ର ଏଇ ଅବସ୍ଥା । ଭାବିଲା ଔଷଧ ଟିକିଏ ମା’କୁ ଖୁଆଇ ଦେବ । ଦେଖେତ ସେଥିରେ ଔଷଧ ନାହିଁ । ଶେଷରେ କାଶି କାଶି ମାଆ ଆରପାରିକୁ ଚାଲିଗଲା । ପୁଣି ଦୁଃଖ ପରେ ଦୁଃଖ ଘୋଟିଗଲା । ବୋଝ ଉପରେ ପଥରଟାଏ ପୁଣି ଲଦି ହୋଇଗଲା ।

ବର୍ତମାନ ଭାଇ-ଭଉଣୀ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ରହିଥାନ୍ତି । ଭାଈଟିର ବିକଳାଙ୍ଗ ଚେହେରା, ମାଆର ମୃତ ଦେହ ଦେଖି ଭାଙ୍ଗି ପଡ଼ୁଥାଏ । ତଥାପି ଛାତିକୁ ପଥର କରି ମା’ର ଶବକୁ ସତ୍କାର କରିଦେଲା । ତା’ ପାଇଁ ଆଉ ଗୋଟେ ଯୁଦ୍ଧ ଆରମ୍ଭ ହୋଇଗଲା । ଏଇ ଜୀବନ ଯୁଦ୍ଧରେ ସିଏ ଜିତିବ କି ହାରିବ କଳନା କରିପାରୁ ନଥାଏ । ସତରେ ସେ କ’ଣ ଜିତିବ ନା’ ହାରିଯିବ ! ଏମିତି ଅନେକ ପ୍ରଶ୍ନ ତା’ ମନରେ ଉଙ୍କି ମାରୁଥାଏ । ଏମିତି ବିତିଗଲା କିଛି ଦିନ କିଛି ରାତି । ସତରେ କ’ଣ ଜୀବନରେ ଦୁଃଖଟା କେବେ ଅପସରି ଯାଏନି ? ହଁ ! ସତକଥା । ଜୀବନର ଦୁଃଖଟା କେବେ ବି ଅପସରି ଯାଏନି । ତାହା ଯିବା ପରିବର୍ତେ ତାର ପସରା ମେଲିଦିଏ । ନହେଲେ ନିରିହ ଭାଇ-ଭଉଣୀ ଦୁଇଟା କାହିଁକି ଦୁଃଖର ଜଳଭରା ନଦୀରେ ଉବୁଟୁବୁ ହେଉଥାନ୍ତେ । କପାଳ ଲିଖନ କେ କରିବ ଆନ । ବର୍ତ୍ତମାନ ନିରାଶ୍ରୟ, ଲୁହ ବୋହୁଥିଲେ ମଧ୍ୟ ପୋଛି ଦେବାକୁ କେହି ନାହାନ୍ତି । ନିଗିଡ଼ା ଲୁହକୁ ପୋଛି ପୋଛି ଆଉ ଲୁହ ବୋହୁନି । ଆଖିରେ ବନ୍ଧ ପଡ଼ିଗଲାଣି । ଦୁଃଖ ଦୁଃଖ ଦୁଃଖ । ପୁଣି ଏକ ଦୁଃଖ ଆସି ପହଂଚିଗଲା । ଛୋଟ ଭାଇଟା ରୋଗ ଶଯ୍ୟାରେ ପଡ଼ିଗଲା । ଭୀଷଣ ଜ୍ୱରରେ କମ୍ପୁଥାଏ । ଦିନକୁ ଦିନ ତା’ ଅବସ୍ଥା ସଙ୍ଗୀନ ଆଡ଼କୁ ଗତି କରୁଥାଏ । ଦେହ ହାତ କ୍ଷିଣ ହେବାରେ ଲାଗିଲା । ଭଉଣୀ ପାଖରେ ସେତିକ ଅର୍ଥ ନାହିଁ ବିକଳାଙ୍ଗ, ରୋଗା ଗ୍ରସ୍ତ ଭାଇଟାକୁ ଡାକ୍ତରଖାନା ନେବାକୁ କି ଔଷଧ ଟିକିଏ ଆଣିବାକୁ । ଶେଷରେ ଛୋଟ ଭାଇଟା ମଧ୍ୟ ଭଉଣୀର ହାତ ଛାଡ଼ି ଆରପାରିକୁ ଚାଲିଗଲା । ଝିଅଟି ବର୍ତମାନ ଏକା, ନିଃସ୍ୱ, ଅସହାୟ ହୋଇଗଲା ।

ଜୀବନର ଚଲାପଥରେ ଚାଲୁ ଚାଲୁ ଏକା ହୋଇଗଲା । ଥକି ପଡ଼ିଲା । ଏକ ଅପନ୍ତରା ଗାଁରୁ ଅଜଣା ସହରକୁ ଆସି ଅସହାୟ ଭାବେ କିପରି ଦିନ କାଟିବ ଗୁମୁରି ହେଉଥାଏ। ଛିଣ୍ଡା କତରା ଉପରେ ଗୋଡ଼ ଦୁଇଟାକୁ ଲମ୍ବାଇ ପୋତା ହୋଇଥିବା ବାଉଁଶକୁ ଆଉଜି ବସି ଉପରକୁ ଚାହିଁ ଆକାଶର ତାରାଗୁଡ଼ିକୁ ଏକ ଲୟରେ ଦେଖୁଚି । ଆଉ ସେହି ତାରାମାନଙ୍କ ମଧ୍ୟରେ ତା’ ବାପା, ମା’, ଛୋଟ ଭାଇଙ୍କୁ ଖୋଜୁଛି । ଦେଖିଲେ ପଚାରିବ ମୁଁ ତୁମର କ’ଣ ଦୋଷ କରିଥିଲି ? କାହିଁକି ମୋତେ ଏଇ ଦଣ୍ଡ ଦେଲ ? ଏଇ ଅଜଣା ସହରରେ ମୁଁ କିପରି ନିଜକୁ ବଂଚେଇବି ? ଉତ୍ତର ମାଗିବ କାହାକୁ ? କ’ଣ ତା’ର ଦାରିଦ୍ର‌୍ୟ ତାକୁ ଉତ୍ତର ଦେଇପାରିବ ? ସେମିତି ଘନ ଅନ୍ଧକାର ମଧ୍ୟରେ ଜୁଳୁଜୁଳିଆ ପୋକର ଆଲୋକକୁ ନିରେଖି ଚାହିଁ ରହିଛି ଏକ ଅପନ୍ତରା ଗାଁର “ନିରିମାଖି ଝିଅଟି”……….

ରାଜକିଶୋର ଡାକୁଆ
ଜଗନ୍ନାଥ ପ୍ରସାଦ, ସିକ୍ରିଡ଼ା, ନୂଆଗାଁ, ନୟାଗଡ଼
ମୋ-୭୨୦୫୭୫୫୮୯୩

The post ନିରିମାଖି ଝିଅଟିଏ appeared first on Odisha Reporter.

]]>
left bottom 2020-02-02 17:27:32 https://cdn.odishareporter.in/wp-content/uploads/2020/02/02172636/dakuaa.jpg
ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ https://odishareporter.in/nation-world/pondy-cm-felicitates-padma-awardee-manoj-das-488310 Tue, 28 Jan 2020 15:27:29 +0000 https://odishareporter.in/?p=488310

ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ସାହିତ୍ୟ ଓ ଶିକ୍ଷା ବିଭାଗରେ ପଦ୍ମଭୂଷଣ ପାଇଁ ମନୋନୀତ ମନୋଜ ଦାସ ପୂର୍ବରୁ ପଦ୍ମଶ୍ରୀ ପାଇସାରିଛନ୍ତି। ଆଜି ନାରାୟଣସାମୀ ତାଙ୍କୁ ଭେଟିବା ଅବସରରେ ଶିକ୍ଷାମନ୍ତ୍ରୀ ଆର କମଲାକର୍ଣ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ […]

The post ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>

ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି।

ସାହିତ୍ୟ ଓ ଶିକ୍ଷା ବିଭାଗରେ ପଦ୍ମଭୂଷଣ ପାଇଁ ମନୋନୀତ ମନୋଜ ଦାସ ପୂର୍ବରୁ ପଦ୍ମଶ୍ରୀ ପାଇସାରିଛନ୍ତି। ଆଜି ନାରାୟଣସାମୀ ତାଙ୍କୁ ଭେଟିବା ଅବସରରେ ଶିକ୍ଷାମନ୍ତ୍ରୀ ଆର କମଲାକର୍ଣ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଂସଦୀୟ ସଚିବ କେ ଲକ୍ଷ୍ମୀନାରାୟଣନ୍ ମଧ୍ୟ ଉପସ୍ଥିତ ରହି ମନୋଜ ଦାସଙ୍କୁ ସମ୍ମାନୀତ କରିଥିଲେ। ମନୋଜ ଦାସ ଓଡ଼ିଶା ଜନ୍ମିତ ଏବଂ ବର୍ତ୍ତମାନ ଶ୍ରୀ ଅରବିନ୍ଦ ଆଶ୍ରମଠାରେ ରହୁଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପୁଡୁଚେରୀ ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ରାଜଭବନଠାରେ ମନୋଜ ଦାସଙ୍କ ସହ ପଦ୍ମଶ୍ରୀ ପାଇଁ ମନୋନୀତ ପୁଡୁଚେରୀର ଟେରାକୋଟା ଶିଳ୍ପୀ ଭିକେ ମୁନୁସାମୀଙ୍କୁ ସମ୍ମାନିତ କରିଥିଲେ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ରାଜଭବନଠାରେ ଆୟୋଜିତ ଟି ପାର୍ଟିରେ ଏହା ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ତେବେ ଏ ବାବଦରେ ମୁଖ୍ୟମନ୍ତ୍ରୀ ବା ଅନ୍ୟ ମନ୍ତ୍ରୀମାନେ କାହାକୁ ଆଗୁଆ ସୂଚନା ନଥିବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଉତ୍‌କ୍ଷିପ୍ତ ହୋଇ କାର୍ଯ୍ୟକ୍ରମ ଅଧାରୁ ଉଠିଆସିଥିଲେ।

ଏହାପରେ ଆଜି ମନୋଜ ଦାସଙ୍କ ବାସଭବନରେ ନିଜେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟପକ୍ଷରେ ପଦ୍ମଶ୍ରୀ ପାଇଁ ମନୋନୀତ ପୁଡୁଚେରୀର ଟେରାକୋଟା ଶିଳ୍ପୀ ଭିକେ ମୁନୁସାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମ ଅଧାରୁ ମୁଖ୍ୟମନ୍ତ୍ରୀ ଚାଲିଯିବାକୁ ପଦ୍ମ ପୁରସ୍କାର ବିଜେତାଙ୍କ ଅସମ୍ମାନ କହି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କିରଣ ବେଦୀ। ଏନେଇ ମନୋଜ ଦାସ କହିଛନ୍ତି,“ଅପମାନ ନୁହେଁ, ଉଭୟଙ୍କ ମଧ୍ୟରେ ବିବାଦ ପାଇଁ ଏମିତି ସ୍ଥିତି ଉପୁଜିଥିଲା। ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋ ଘରକୁ ଆସି ସମ୍ମାନିତ କରିଛନ୍ତି।”

The post ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>
left bottom 2020-01-28 20:57:29 https://cdn.odishareporter.in/wp-content/uploads/2020/01/28205528/Manoj-das-3.jpg
ଭଲ ପାଇଲେ ଭୁଲି ହୁଏନା… https://odishareporter.in/literature-culture/a-love-story-by-pradesh-pratyush-2-479691 Sun, 05 Jan 2020 11:57:05 +0000 https://odishareporter.in/?p=479691

ବିଗ୍ରହ “ମୁଁ ତୁମକୁ କେବେ ବି ଭୁଲି ପାରିବିନି। ତୁମେ ମୋର ପ୍ରଥମ ସ୍ପର୍ଶ , ପ୍ରଥମ ସଂପର୍କ ଏବଂ ମୋ ଜୀବନର ପ୍ରଥମ ଓ ଶେଷ ପ୍ରତିଶୃତି ଓ ପ୍ରତୀକ୍ଷା।ମୋର ବୟସର ଉପବନରେ ତମେ ମୋର ମୃଦୁ ମଳୟ । ” ସେଦିନ ବୀଣା ଏମତି ସବୁ କଥା ଲେଖିଥିଲା ଚିଠିରେ। ମୁଁ ମହା ଆନନ୍ଦରେ ହୃଦୟରେ ସାଇତି ଥିଲି ତାର ଏହି ପ୍ରୀତି ବୋଳା କଥାକୁ। ବୀଣା ଥିଲା , ମୋର ପାଖ ଗାଁର […]

The post ଭଲ ପାଇଲେ ଭୁଲି ହୁଏନା… appeared first on Odisha Reporter.

]]>

ବିଗ୍ରହ “ମୁଁ ତୁମକୁ କେବେ ବି ଭୁଲି ପାରିବିନି। ତୁମେ ମୋର ପ୍ରଥମ ସ୍ପର୍ଶ , ପ୍ରଥମ ସଂପର୍କ ଏବଂ ମୋ ଜୀବନର ପ୍ରଥମ ଓ ଶେଷ ପ୍ରତିଶୃତି ଓ ପ୍ରତୀକ୍ଷା।ମୋର ବୟସର ଉପବନରେ ତମେ ମୋର ମୃଦୁ ମଳୟ । ”

ସେଦିନ ବୀଣା ଏମତି ସବୁ କଥା ଲେଖିଥିଲା ଚିଠିରେ। ମୁଁ ମହା ଆନନ୍ଦରେ ହୃଦୟରେ ସାଇତି ଥିଲି ତାର ଏହି ପ୍ରୀତି ବୋଳା କଥାକୁ।

ବୀଣା ଥିଲା , ମୋର ପାଖ ଗାଁର ଝିଅ। ମୁଁ ସେତେବେଳେ କଲେଜରେ ଯୁକ୍ତ ୨ରେ ପଢୁଥିଲି। ଆଉ ବୀଣା ପଢୁଥିଲା ଦଶମରେ। ବୀଣାର ଗାଁକୁ ମୁଁ ନିତି ସକାଳେ ସନ୍ଧ୍ୟାରେ ଟ୍ୟୁସନ କରିବାକୁ ଯାଉଥିଲି। ନିତି ସେହି ଗାଁକୁ ଟ୍ୟୁସନ କରିଯିବା ଭିତରେ ବୀଣାର ଗାଁର ଲୋକଙ୍କ ସହ ମୋର ଖୁବ୍‌ ଆତ୍ମୀୟତା ଆସିଯାଇଥିଲା। ସେହି ଗାଁର ପିଲାମାନେ ମୋତେ ସାର୍ ସାର୍ କହି ବହୁତ ସମ୍ମାନ ଦେଉଥିଲେ।ବୀଣାର ଜଣେ ସଂମ୍ପର୍କୀୟ ଭାଇ ମୋର ବନ୍ଧୁତା ହୋଇଯାଇଥିଲା।ଫଳରେ ତାଙ୍କ ଘରକୁ ଯିବା ବେଳେ ବୀଣା ସହ ଦେଖାହୁଏ।

ବୀଣା ସହ ଦେଖା ହୁଏ , ହେଲେ କେବେ କଥା ହୁଏନି। ବୀଣା ବି ସେମିତି। ଦେଖି ନଦେଖିଲା ଭଳି ହସି ଦେଇ ପଳାଏ। ଏମିତି ଭାବେ ଦିନ ମାସ , ବର୍ଷ ବିତିଗଲା। ବୀଣାର ଘର ଲୋକେ ମୋତେ ଖୁବ୍ ଭଲ ପାଉଥିଲେ। ବୀଣାର ବୋଉ ମୋତେ ତାଙ୍କ ଘରକୁ ଡାକନ୍ତି , ଯେତେବେଳେ ଦେଖନ୍ତି। ଏମିତି ଭାବେ ଧିରେ ଧିରେ ଆଗ ଅପେକ୍ଷା ମୁଁ ଅଧିକ , ବୀଣାର ଘରକୁ ଗଲି।

ମୁଁ ବିଭିନ୍ନ ସାପ୍ତାହିକ ପତ୍ରିକା କିଣି ପଢ଼ାପଢ଼ି କରେ। ବୀଣା ନିଜେ କେବେ ମୋତେ ନମାଗି ପିଲାଙ୍କ ହାତରେ ମୋଠାରୁ ସାହିତ୍ୟ ପତ୍ରିକା ସବୁ ନେଇ ପଢ଼ୁଥିଲା। ମୁଁ ତା ଆଗ୍ରହ ଦେଖି ପଢ଼ି ସାରି ବୀଣାକୁ ଦେଉଥିଲି।

ଦିନେ ହଠାତ୍ ଜାଣିବାକୁ ପାଇଲି ବୀଣା ମନେ ମନେ ମୋତେ ଭଲ ପାଉଛି। ତଥାପି ମୋର ବିଶ୍ୱାସ ହେଲାନି। କାହିଁକି ବୀଣାକୁ ସେମିତି ନଜରରେ କେବେ ବି ଦେଖିନଥିଲି। ହେଲେ କଥାରେ ଅଛି ଗୋଟେ ଜିନିଷ ବିଷୟରେ ମନରେ ପ୍ରଶ୍ନ ଉଙ୍କି ମାରିଲେ , ତାର ଉତ୍ତର ଜାଣିବାକୁ ଇଚ୍ଛା ଜାଗ୍ରତ ହୋଇଯାଏ। ମୋ ସାଥିରେ ସେୟା ହିଁ ହେଲା।

ପୂର୍ବ ଅପେକ୍ଷା ଏକ ଅନୁସନ୍ଧିତ୍ସୁ ମନ ନେଇ ବୀଣା ଘରକୁ ଗଲି। ବୀଣାକୁ ଏବେ ଆଗ ଅପେକ୍ଷା ଅଧିକ ଦେଖିବାକୁ ଲାଗିଲି। ତାର ଚାଲିଚଳନ, କଥାବାର୍ତ୍ତାକୁ ପରଖିଲି। ଆଉ ଯାହା ଅନୁଭବ କଲି। ତାହା ଥିଲା ବୀଣାର ନିରବ ପ୍ରେମ। ବୀଣା ମୋତେ ମନେ ମନେ ବହୁଦିନରୁ ଭଲ ପାଉଛି।

ଆଖି ଆଖିରେ ମିଶିଲା ଏବେ। ଦୁହେଁ ଦୁହିଁକୁ ଲାଜ କରିବା ଆରମ୍ଭ କଲୁ। କଥାବାର୍ତ୍ତା ଇସାରା ଇସାରାରେ ଚାଲିଲା। ଗୋଟେ ନିର୍ଲିପ୍ତ ପ୍ରେମ ଆରମ୍ଭ ହୋଇଯାଇଥିଲା ଦୁହିଁଙ୍କ ଭିତରେ।

ସେଦିନ ଟ୍ୟୁସନ ସାରି ଯିବାକୁ ବାହାରି ଥାଏ । ଜଣେ ଛୋଟ ପିଲାଟେ ଆସି ବୀଣା ଦିଦି ଏଇଟା ଦେଇଛି କହି ମୋ ହାତକୁ ବଢାଇ ଦେଲା ଚାରି ଚଉତା ଭଙ୍ଗା କାଗଜ ଖଣ୍ଡେ। ହଠାତ୍ କିଛି ବୁଝି ପାରିନଥିଲି। ବୀଣା ଏଇଟା କ’ଣ ଦେଇଛି। ଦେହରେ ୧୦୮ ଜ୍ୱର ଆସିଗଲା। ମନରେ ଅନେକ ପ୍ରଶ୍ନ। ବୀଣାର ଘର ଲୋକ ତା ବ୍ୟବହାରକୁ ନେଇ , କି ତାଙ୍କ ଘରକୁ ଯିବା ନେଇ କିଛି କହିଲେ କି ? ବୀଣା କିଛି ଖରାପ ଭାବିଲାକି ? ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହୋଇଗଲି।

ସବୁ ପ୍ରଶ୍ନର କୁହେଳିକା ଭିଡରେ ଚିଠି ଖୋଲିଲି। ବିଶ୍ୱାସ କରିପାରିଲିନି। ମୋ ଜୀବନର ପ୍ରଥମ ପ୍ରେମ ଚିଠି ପାଇଛି । ତାକୁ ଅନେକ ଦିନରୁ ମନେମନେ ଭଲ ପାଉଥିବା ବୀଣା ଦେଇଛି। ନିମିଷକରେ ସ୍ୱପ୍ନ ରାଇଜରେ ହଜି ଗଲି। ଯାହା ଆଶା ଥିଲା , ତା ଆଜି ବାସ୍ତବିକ ପାଲଟିଛି।

ଚିଠିରେ ବୀଣା ତା ମନର ସବୁ କଥା ଖୋଲି କହିଥିଲା। ଲେଖିଥିଲା …କହିବ କହିବ ବୋଲି କହିବାକୁ ସାହସ କରିପାରୁନଥଲା। କାଳେ ମୁଁ ଖରାପ ଭାବିବି। ତାଙ୍କ ଘରକୁ ଆଉ ଯିବିନି। ହେଲେ ସେ ଆଉ ରହିପାରିନଥିଲା। ଯେତେବେଳେ ତାଙ୍କ ଘର ଲୋକ ଏବେ ସନ୍ଦେହ କରିବାକୁ ବସିଲେନି। ବୀଣା ତେଣୁ ଚିଠି ଲେଖି କହିଥିଲା, ଏଥର ଘରକୁ ତାଙ୍କର ବେଶି ନଆସିବାକୁ। ନୁହେଁ ତ ତାଙ୍କ ପ୍ରେମ ଆଉ ଆଗକୁ ବଢିପାରିବନି।

ସେଦିନ ବାଣାର ଚିଠି ପଢ଼ି ଏକ ଅଜଣା ରାଇଜରେ ହଜିଗଲି। କେତେବେଳେ ସନ୍ଧ୍ୟା ହୋଇ ରାତି ହେଲା ଜାଣିପାରିଲିନିା ରାତିରେ ନିଦ ହେଲାନି। ସେହି ଗୋଟେ ପୃଷ୍ଠାର ଲେଖା ଚିଠିଟିକୁ କେତେ ଯେ ପଢ଼ିଛି ତାର ହିସାବ ନାହିଁ। ରାତି ସାରା ବସି ଲେଖିଲି, ମୋ ଜୀବନର ପ୍ରଥମ ପ୍ରେମ ଚିଠି। ବୀଣା ଚିଠିର ପ୍ରତି ଉତ୍ତରେ କ’ଣ ଲେଖିବି , କ’ଣ ତାକୁ ସମ୍ବୋଧନ କରବି। ନାଁ ଧରି ନା ପ୍ରିୟତମା କହି ଲେଖିବି। ଲେଖୁଲେଖୁ ଲେଖିଦେଲି ପୋଥି। ୧୦ ପୃଷ୍ଠାର ଚିଠି। କେମିତି ଯେ ଏତେ ସବୁ ଲେଖିଲି, ଜାଣି ପାରଲିନି।

ଚିଠି ପାଇ ପୁଣି ଏକ ଚିଠି ଦେଲା ବୀଣା। ଖୁବ୍ ଗଭୀର ହେଲା ଚିଠିର ଭାଷା, ଭାବ। ଆରମ୍ଭ ହେଲା ଚିଠି ପ୍ରେମ। ଏମିତି କିଛି ଦିନ ଚିଠିରେ ଚାଲିଲା ପ୍ରେମ। ଆଉ ତାପରେ ଆରମ୍ଭ ହୋଇଗଲା ଫୋନରେ କଥାବାର୍ତ୍ତା। କେତେ ଏମିତି ଚିଠି ଦିଆନିଆ, ଫୋନରେ କଥାବାର୍ତ୍ତା ଚାଲିବ , ବେଳେ ବେଳେ ପରସ୍ପରକୁ ଭେଟ ହେଲୁ। ସେ ମନ୍ଦିର ଯିବ ବାହାନାରେ ମତେ ଦେଖା କରେ। କଲେଜ ଗଲା ବେଳେ ବାଟରେ ମଧ୍ୟ ମୋତେ ଅପେକ୍ଷା କରେ।

ଏମିତି ଭାବେ କିଛିଦିନ ବିତିଗଲା। ପ୍ରେମର ମଞ୍ଜିଟି ଏବେ ଅଙ୍କୁରୋଦମ ହୋଇ ବଢିବାକୁ ଲାଗିଲା। ପ୍ରତିକ୍ଷଣେ ଦୁହେଁ ଦୁହିଁଙ୍କୁ ଖୋଜିଲୁ। ଆମ ସଂପର୍କ ବିଷୟରେ ସମସ୍ତେ ଜାଣିଗଲେ। କିନ୍ତୁ ଆମର ଏ ପ୍ରେମରେ ସମସ୍ତେ ଖୁସି ଥିଲେ। ଆମ ଯୋଡିକୁ ତାରିଫ କରୁଥିଲେ ଆମ ଦୁଇ ଜଣଙ୍କ ସାଙ୍ଗସାଥି ଆଉ ଚିହ୍ନା ପରିଚିତ ଲୋକ।

ମୁଁ ଏହାରି ଭିତରେ ନିଜର ଚାକିରି ପାଇଁ ମଧ୍ୟ ବ୍ୟସ୍ତ ଥାଏ। ବିଭିନ୍ନ ପରୀକ୍ଷା ଦେଉଥାଏ। ବୀଣା ସବୁଥିରେ ମତେ ସାହାସ ଓ ପ୍ରେରଣା ଦେଉଥାଏ। ଦିନ ଯେତିକି ଗଡ଼ି ଚାଲିଥିଲା ବୀଣା ଓ ମୋ ଭିତରେ ସଂପର୍କଟା ସେତିକି ଦୃଢ ହେବାକୁ ଲାଗୁଥିଲା। ସୁଖ ଦୁଃଖ ସବୁଥିରେ ବୀଣା ମୋ ସହ ଥିଲା। ମୋ ପାଇଁ ମନ୍ଦିରରେ ନିତି ଦୀପ ଜାଳିଥିଲା। ଏମିତି ଭାବେ ଆମ ଭିତରେ ୫ବର୍ଷ ବିତିଗଲା। ମତେ ଯେମିତି ଲାଗିଲା ମୋଠାରୁ ସେ ମୋତେ ବେଶୀ ଭଲ ପାଉଛି।

ମୋ ପ୍ରତି ତାର ଅଶେଷ ପ୍ରୀତି ଓ ଶ୍ରଦ୍ଧାକୁ ସାକାର କରିବା ପାଇଁ ମୁଁ ମଧ୍ୟ ପ୍ରତିକ୍ଷଣେ ଚେଷ୍ଟିତ ହେଲି। ତାକୁ ନେଇ ଜୀବନକୁ ଖୁସିରେ ବିତେଇ ବୋଲି ପଣକରିନେଲି।

ହେଲେ ହଠାତ୍ କେମିତି ସବୁ ଓଲଟପାଲଟ ହୋଇଗଲା। ଆମ ସଂପର୍କରେ କାହାର ନଜର ଲାଗିଗଲା। ମୋତେ ଅନୁଭବ ହେଲା ମୋଠାରୁ ବୀଣା ଦୂରେଇବାକୁ ଲାଗୁଛି। ଆଉ ମୋ ଅନୁମାନ ପ୍ରାୟ ସତ ହେଲା। ତାକୁ ଭୁଲିଯିବା ପାଇଁ ମୋତେ କହିଲା।

“କାହିଁକି ତୁ ମତେ ଏମିତି କହୁଛୁ ? କ’ଣ ହୋଇଛି । ମୁଁ କ’ଣ ଭୁଲ୍ କଲି କି ?” ବୀଣାକୁ ପଚାରିଲି କିଛି ବି ଉତ୍ତର ଦେଲାନି। ଯାହାକୁ ମୁଁ ମୋ ଦିନ ମନ ସବୁ ଦେଇଦେଇଛି , ତାର ଏପରି ନିରବତାରେ କିପରି ବା ସ୍ଥିର ରହିପାରନ୍ତି । ପାଗଳ ପ୍ରାୟ ହୋଇଗଲି ….

ହେଲେ ସେ ଥିଲା ନିରୁତ୍ତର। ଅନେକ ଚେଷ୍ଟା କଲି ତା ସହ ଭେଟହେବାକୁ ,ସେ ଚାହିଁଲାନି। ଚିଠି ଦେଲି ପଢ଼ିଲାନି। ଫୋନ୍ ବି ରିସିଭ୍ କଲାନି। ସତରେ ଏ କେମିତି ଦଣ୍ଡ, କେଉଁ ପ୍ରକାର ଯନ୍ତ୍ରଣା। ଯିଏ ଅନୁଭବ କରିଥିବ ସେ ହିଁ ଏ ପ୍ରେମ ବିରହ ଦହନକୁ ଜାଣିପାରିବ ।

ରେଡିଓରୁ ଶୁଣାଯାଉଛି ସୁଭାଷ ଦାଶଙ୍କ ଗୀତ,.. “ରଙ୍ଗ ଯେବେ ଫିକା ପଡ଼ିବ / ରୂପ ଯେବେ ଝାଉଁଳି ଯିବ/ସେଦିନ ବି ତତେ ଭଲ ପାଉଥିବି…ତୋ କଥା ମନେପଡିବ… ”।

ସତରେ ସେ ଗାଉଲି ଝିଅର ଗାଉଁଲି ପ୍ରେମ , ଆଜି ବହୁଦିନପରେ ବି ମନକୁ ଆନ୍ଦୋଳିତ କରେ। ସ୍ୱପ୍ନରେ ଭିଜାଏ। ମନକୁ ବେପଥୁ କରାଏ ।

ଜାଣେନି ତା ସହ କେବେ ଦେଖାହେବ। ଯେବେ ଦେଖାହୁଏ , ନିଶ୍ଚୟ ପଚାରିବି ତାକୁ ମୋ ଜୀବନର ପ୍ରଥମ ଓ ଶେଷ ପ୍ରଶ୍ନ। “କ୍ଷଣିକ ପାଇଁ ଆପଣେଇ ଏମିତି ହୃଦୟରୁ କାଢି ଫିଙ୍ଗି ଦେଇ କ’ଣ ଠିକ୍ କଲୁ ବୀଣା ..। ତୁ ପା ଦିନେ ମୋତେ ତୋ ମନର ମଣିଷ କରିଥିଲୁ। ଗାଁ ମନ୍ଦିରରେ ମୋ ପାଇଁ ସିନ୍ଦୁର ନାଇଥିଲୁ। ଏମିତି ନିଷ୍ପତ୍ତି ନେବା ଆଗରୁ ମତେ ତ ଥରେ କହି ପାରିଥାନ୍ତୁ। ମୁଁ କ’ଣ ତୋ ଖୁସି ପାଇଁ ପଥର ହୋଇଯାଇଥାନ୍ତି। ବରଂ ତୋ ଇଚ୍ଛାକୁ ହସି ହସି ସ୍ୱୀକାର କରିଥାନ୍ତି । ”

ବିଗ୍ରହ ,ତାର ବିସ୍ତୃତ ପ୍ରେମକୁ ମୋ ଆଗରେ ବର୍ଣ୍ଣନା କରିଚାଲିଥିଲା। ତା ଆଖି ଲୁହରେ ଭିଜୁଥିଲା , ଆଉ ମୋ ଆଖି ବି । ମୁଁ ପୂଜା ସଂଖ୍ୟା ପାଇଁ ପ୍ରେମ ଗପଟିଏ ଲେଖିବାର ପ୍ଲଟ୍ ଟିଏ ପାଇଯାଇଥିବାର ଖୁସିରେ ଯେତିକି ଆନନ୍ଦିତ ହେଉଥିଲି, ତାଠାରୁ ବେଶୀ ଦୁଃଖିତ ହେଉଥିଲି ବିଗ୍ରହ ନିଷ୍କପଟ ଭଲ ପାଇବାକୁ ଦେଖି। ଶେଷରେ ତାକୁ ବନ୍ଧୁତ୍ୱ ସୂତ୍ରରେ ଆଶ୍ୱାସନା ଦେଇ କହିଲି, ବନ୍ଧୁ ଭଲ ପାଇଲେ ଭୁଲି ହୁଏନା। ଯେଉଁ ପ୍ରେମରେ ସ୍ୱାର୍ଥ ନଥାଏ , ତା ଶାଶ୍ୱତ। ସେ ଅଭାଗିନୀ , ଯାହାକି ତୋ ପ୍ରେମକୁ ବୁଝି ବି ଅବୁଝା ପାଲଟିଗଲା।

ଏତିକି କହି ମୁଁ ବିଗ୍ରହକୁ ଲକ୍ଷ୍ୟ କରୁଥିଲି, ଆଉ ମନେମନେ ଭାବୁଥିଲି ନିରୁତା ପ୍ରେମ କରୁଥିବା ଏଇ ମଣିଷ ସତରେ ମହାନ। ଯାହାର ହୃଦୟରେ କିଛି ବି ପ୍ରତ୍ୟାଶା ନାହିଁ , ଅହଙ୍କାର ନାହିଁ। ମୁଁ ବିଗ୍ରହଙ୍କ ଠାରୁ ବିଦାୟ ନେଇ ଫେରୁଥିଲି। ଆଉ ତାଙ୍କୁ କହିବାକୁ ଭୁଲିଯାଇଥିଲି ଯେ , ତୁମର ସେହି ଅଭାଗିନୀ ପ୍ରେମିକା , ମନର ମାନସୀ , ଯିଏ ତୁମ ପରି ଜଣେ ହୀରାକୁ ନିଜର କରିପାରିଲାନି , ସେ ଆଜି ମୋର ସ୍ତ୍ରୀ।
……………………………………

ପ୍ରଦେଶ ପ୍ରତ୍ୟୁଷ
କୁରୁମଟାଙ୍ଗର 
ଢ଼େଙ୍କାନାଳ

The post ଭଲ ପାଇଲେ ଭୁଲି ହୁଏନା… appeared first on Odisha Reporter.

]]>
left bottom 2020-01-05 17:27:05 https://cdn.odishareporter.in/wp-content/uploads/2020/01/05172627/pppp.jpg
ମହାନାଟକର ମହାନୁଭବ https://odishareporter.in/or-special/the-story-of-world-famous-bargarh-dhanu-yatra-479531 Sun, 05 Jan 2020 06:07:21 +0000 https://odishareporter.in/?p=479531

ନାଟକ, ଲୀଳା ଓ ଲୋକ ପରମ୍ପରାର ଏକ ସର୍ଜନାତ୍ମକ ମହୋତ୍ସବ ହେଉଛି ବରଗଡ଼ ଧନୁଯାତ୍ରା। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଛି ମହାନ୍ ପୌରାଣିକ ନାଟକ ଧନୁଯାତ୍ରା। ଯାତ୍ରା ସମୟରେ ଏଠାକାର ସାଧରଣ ମଣିଷମାନେ ପାଲଟି ଯା’ନ୍ତି ପୌରାଣିକ ଚରିତ୍ର। ପ୍ରାକ୍ ସ୍ୱାଧୀନତା କାଳରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଛି ଏହି ଯାତ୍ରା। ବରଗଡ଼ ଓ ଅମ୍ବାପାଲିର ପ୍ରାକୃତିକ ପରିବେଶ ତଥା ଉପଯୁକ୍ତ ଭୌଗୋଳିକ ଅବସ୍ଥିତି ଧନୁଯାତ୍ରା ପରିକଳ୍ପନାର ରୂପକୁ ସାକାର କରିଥିଲା। ଧନୁଯାତ୍ରା ସମୟରେ […]

The post ମହାନାଟକର ମହାନୁଭବ appeared first on Odisha Reporter.

]]>
ଡକ୍ଟର ସୁଶୀଳ କୁମାର ବାଗ୍

ନାଟକ, ଲୀଳା ଓ ଲୋକ ପରମ୍ପରାର ଏକ ସର୍ଜନାତ୍ମକ ମହୋତ୍ସବ ହେଉଛି ବରଗଡ଼ ଧନୁଯାତ୍ରା। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଛି ମହାନ୍ ପୌରାଣିକ ନାଟକ ଧନୁଯାତ୍ରା। ଯାତ୍ରା ସମୟରେ ଏଠାକାର ସାଧରଣ ମଣିଷମାନେ ପାଲଟି ଯା’ନ୍ତି ପୌରାଣିକ ଚରିତ୍ର।

ପ୍ରାକ୍ ସ୍ୱାଧୀନତା କାଳରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଛି ଏହି ଯାତ୍ରା। ବରଗଡ଼ ଓ ଅମ୍ବାପାଲିର ପ୍ରାକୃତିକ ପରିବେଶ ତଥା ଉପଯୁକ୍ତ ଭୌଗୋଳିକ ଅବସ୍ଥିତି ଧନୁଯାତ୍ରା ପରିକଳ୍ପନାର ରୂପକୁ ସାକାର କରିଥିଲା। ଧନୁଯାତ୍ରା ସମୟରେ ବରଗଡ଼ ପାଲଟିଯାଏ ମଥୁରାନଗରୀ ଓ ଅମ୍ବାପାଲି ଗୋପପୁର। ଆଉ ବରଗଡ଼ ଓ ଅମ୍ବାପାଲି ମଝିରେ ପ୍ରବାହିତ ଜୀରା ନଦୀ ସୃଷ୍ଟି କରେ ଯମୁନାର କଲ୍ଲୋଳ। ପୌରାଣିକ କାହାଣୀର ସାମଞ୍ଜସ୍ୟ ଥିବା ପରିବେଶ ଅନୁସାରେ ବରଗଡ଼ ସହର ଓ ଅମ୍ବାପାଲିର ବିଭିନ୍ନ ସ୍ଥାନରେ ଅଭିନୀତ ହୁଏ ଏହି ମହାନ ନାଟକର ଭିନ୍ନ ଭିନ୍ନ ଦୃଶ୍ୟ।

ଧନୁଯାତ୍ରାର ଗୌରବମୟ ଅତୀତ
ଧନୁଯାତ୍ରାର ଆରମ୍ଭକୁ ନେଇ ରହିଛି ବିଭିନ୍ନ ମତ। ଦୀର୍ଘ ୭୧ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଥିବା ଏ ମହୋତ୍ସବ ପ୍ରଥମେ ‘ପଞ୍ଚ’ ପକ୍ଷରୁ ଆରମ୍ଭ ହୋଇଥିଲା। ବନମାଳୀ ନାୟକ ଓ ଚନ୍ଦ୍ରମଣି ଦାସ ସତେବେଳେ ପଞ୍ଚ ଥିଲେ। ବିଭିନ୍ନ ସମୟରେ କେତେ କେତେ ଦିନ ଧରି ଏହା ପାଳିତ ହେଉଥିଲା, ସେ ସଂପର୍କରେ ବି ଭିନ୍ନ ଭିନ୍ନ ମତ ରହିଥିବା ଦେଖାଯାଏ। ତେବେ ବର୍ତ୍ତମାନ ଏହା ୧୧ ଦିନ ଧରି ମହାଆଡ଼ମ୍ବର ସହକାରେ ପାଳିତ ହେଉଛି। ଅଲିଖିତ ଏଇ ନାଟକ ଏଭଳି ଏକ ବିଶାଳ ମଞ୍ଚରେ କଳ୍ପନା ଭିତରେ ଅଭିନୀତ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ଚଳିତ ବର୍ଷ କଂସ ଭୂମିକାରେ ଭୁବନେଶ୍ୱର ପଧାନ ଅଭିନୟ କରୁଛନ୍ତି

ଆକର୍ଷଣର କେନ୍ଦ୍ର ବିନ୍ଦୁ କଂସ
ପ୍ରତ୍ୟେକ ନାଟକ ଓ ଚଳଚ୍ଚିତ୍ରରେ ନାୟକ ହିଁ ମୁଖ୍ୟତଃ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥା’ନ୍ତି। କିନ୍ତୁ ଧନୁଯାତ୍ରା ମହାନାଟକରେ ଖଳନାୟକ କଂସ ହିଁ ହେଉଛନ୍ତି ମୁଖ୍ୟ ଆକର୍ଷଣ। ଯାତ୍ରା ସମୟରେ ବରଗଡ଼ ପାଲଟିଯାଏ ମଥୁରା ନଗରୀ। ତେଣୁ କଂସ ହୋଇଯା’ନ୍ତି ମଥୁରା ନଗରୀର ସମସ୍ତ ଶାସନ ଓ ପ୍ରଶାସନର ସର୍ବେସର୍ବା। ମହାରାଜ କଂସଙ୍କ ଆଦେଶକୁ ଅବମାନନା କରିବାର ଶକ୍ତି ଏଠି କାହାର ନଥାଏ। ଯେ କୌଣସି ଉଚ୍ଚପଦାଧିକାରୀ ହୁଅନ୍ତୁ ନା କାହିଁକି କଂସାଦେଶ ମାନିବା ପାଇଁ ସମସ୍ତେ ବାଧ୍ୟ। ମଥୁରା ନଗରୀର ମନ୍ତ୍ରୀ ହୁଅନ୍ତି କି ଯନ୍ତ୍ରୀ, ଜିଲ୍ଲାପାଳ ହୁଅନ୍ତୁ କି ଏସ୍.ପି. ସମସ୍ତେ ମହାରାଜ କଂସଙ୍କ ଆଦେଶ ମାନିବାକୁ ବାଧ୍ୟ। ଦୋଷୀକୁ ଦଣ୍ଡଦେବା ସହିତ ଜୋରିମାନା କରିବା ଅଧିକାର ଥାଏ କଂସଙ୍କର। ଅଭିନୟର ଏହି ଅଭୂତପୂର୍ବ ପରଂପରା ନାଟକଟିକୁ ସର୍ବାଧିକ ଜୀବନ୍ତ କରି ତୋଳେ।

ବିଭିନ୍ନ ସମୟରେ କଂସ ଭୂମିକାରେ ଏମାନେ କରିଛନ୍ତି ଅଭିନୟ।

ଅନ୍ୟମାନଙ୍କୁ କଂସ ଆଦେଶ ଦେବା, ହାତୀ ପିଠିରେ ବସି ନଗର ପରିକ୍ରମା କରିବା, ରଙ୍ଗସଭାର ଆୟୋଜନ କରିବା ତଥା ପ୍ରତିଟି ସଂଳାପରେ ଅପୂର୍ବ ବିଚକ୍ଷଣତା, ମାନସିକ ଦ୍ୱନ୍ଦ୍ୱ ଓ ଅନ୍ତରାଲୋଡ଼ନ ଫୁଟାଉଥିବା କଂସ ରୂପକୁ ହିଁ ଦେଖିବା ପାଇଁ ଏଠାରେ ହଜାର ହଜାର ଜନତାଙ୍କ ସମାଗମ ହୋଇଥାଏ। ତେଣୁ କଂସ ଏଠି ଖଳନାୟକ ନହୋଇ ନାୟକ ଭାବରେ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ବରଗଡ଼ ସହରରେ ରହିଥିବା ବିଭିନ୍ନ ଅବ୍ୟବସ୍ଥାକୁ ସୁଧାରିବା ପାଇଁ କଂସ ଯେପରି ଆଦେଶ ଦେଇଥା’ନ୍ତି, ସେଥିରୁ ତାଙ୍କ ଖଳନାୟକତ୍ୱ ନୁହେଁ, ବରଂ ନାୟକତ୍ୱ ହିଁ ଅଧିକ ପ୍ରମାଣିତ ହୋଇଥାଏ।

ସ୍ୱର୍ଗତ ଯୁଧିଷ୍ଠିର ଶତପଥୀ

ପ୍ରଥମେ ଦେଓଗାଁର ସ୍ୱର୍ଗତ ବୁନ୍ଦି ରଥ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱର୍ଗତ ଯୁଧିଷ୍ଠିର ଶତପଥୀ, ସ୍ୱର୍ଗତ ଭୀମସେନ୍ ଶତପଥୀ, ସ୍ୱର୍ଗତ ରାଧେଶ୍ୟାମ ଗୌନ୍ତିଆ, ଭୁବନେଶ୍ୱର ପଧାନ, ସଂଜୀବ ଦାଶ, ନୀଳାଞ୍ଚଳ ଦାଶ, ଦେବେନ୍ଦ୍ର ବିଶ୍ୱାଳ, ଗୋପାଳ ସାହୁ (ଏଲି) ଓ ହୃଷିକେଶ ଭୋଇ ପ୍ରମୁଖ କଂସ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। ଏବେ ଭୁବନେଶ୍ୱର ପଧାନ କଂସ ଭୂମିକାରେ ଚମତ୍କାର ଅଭିନୟ କରୁଛନ୍ତି।

କଂସ ମହାରାଜ ଭୂମିକାରେ ହୃଷିକେଶ ଭୋଇ

ମହାରାଜ କଂସ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଲେ ହେଁ ଅନ୍ୟାନ୍ୟ ଚରିତ୍ରମାନଙ୍କ ଅଭିନୟ ଆବେଦନ କିଛି କମ୍ ନୁହେଁ। ଶ୍ରୀକୃଷ୍ଣ, ବଳରାମ, ଯଶୋଦା, ନନ୍ଦରାଜା, ବାସୁଦେବ, ଦେବକୀ ଓ ଅକ୍ରୂର ପ୍ରମୁଖ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଚରିତ୍ରମାନେ ଲୋକ ହୃଦୟକୁ କେତେବେଳେ ମଧୁର ପ୍ରେମଭାବରେ ଆଚ୍ଛନ୍ନ କରି ପକାନ୍ତି ତ କେତେବେଳେ କାରୁଣ୍ୟର ଅନୁଭୂତିରେ ତରଳାଇ ଦିଅନ୍ତି।

ଗାଁର ନାଁ ଗୋପପୁର
ଗାଁଟିର ନାଁ ଅମ୍ବାପାଲି। ବର୍ତ୍ତମାନ ବରଗଡ଼ ପୌର ପରିଷଦର ୧୭ ୱାର୍ଡରେ ଏହା ଅବସ୍ଥିତ। ଲୋକ ସଂଖ୍ୟା ପ୍ରାୟ ଚାରି ହଜାରରୁ ଅଧିକ। ତେବେ ଏହି ଗାଁ ଗୋପପୁର ଭାବେ ପ୍ରସିଦ୍ଧ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ ଅମ୍ବାପାଲି ପାଲଟିଯାଏ ଗୋପପୁର। ଦୂରରୁ ଦେଖିଲେ ମନେ ହୁଏ ସହରୀ ସଭ୍ୟତାରେ ସଜଡ଼ା ଆଧୁନିକ ରମଣୀଟିଏ ପରି। ଅମ୍ବାପାଲି ଗାଁର ପ୍ରବେଶ ପଥର ତୋରଣରେ ଲେଖା ହୋଇଛି ‘ଗୋପପୁର’। ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରାର ମହମହ ବାସ୍ନା ବାରି ହୋଇପଡ଼େ ଅମ୍ବାପାଲି ଗାଁକୁ ପ୍ରବେଶ କଲେ। ଏଠାରେ ମାଟି ଛପର ଘର ସହିତ ରହିଛି କେତେକ ପକ୍କା କୋଠାଘର। ‘ଧନୁଯାତ୍ରା’ ପୂର୍ବରୁ ଚଳଚଞ୍ଚଳ ହୋଇଉଠେ ପୂରା ଗାଁ। ଗାଁକୁ ପରିଷ୍କାର କରାଯାଏ। ସମସ୍ତଙ୍କ ଘର ହୁଏ ଲିପାପୋଛା ଓ ସଫାସୁତରା ହୁଏ। ପ୍ରତିଟି ଘରର କାନ୍ଥରେ ଲେଖା ହୁଏ କୃଷ୍ଣ ଲୀଳା ସମ୍ବଳିତ ବିଭିନ୍ନ ହୃଦୟସ୍ପର୍ଶୀ ସ୍ମରଣୀୟ ପଦପଂକ୍ତି ଓ ଆକର୍ଷଣୀୟ ଚିତ୍ର। ଯାତ୍ରା ସମୟରେ ଝୋଟି, ରଙ୍ଗବେରଙ୍ଗର ମୁରୁଜ ଉପରେ ପୂର୍ଣ୍ଣ କଳସୀ ସଜା ହୋଇ ରଖାଯାଇଥାଏ ପ୍ରତି ଘର ସମ୍ମୁଖରେ। ଘରେ ଘରେ କୁଣିଆ ଓ ବନ୍ଧୁବାନ୍ଧବଙ୍କ ଭିଡ଼ ଜମେ। ଅମ୍ବାପାଲିର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଯେମିତି ଏଇ ସମୟରେ ଫେରି ଯା’ନ୍ତି ଦ୍ୱାପର ଯୁଗକୁ। ଯାତ୍ରା ସମୟରେ ଗାଁ ଲୋକେ ବହୁ ନିଷ୍ଠାର ସହିତ ରହନ୍ତି। ଯାତ୍ରା ୧୧ ଦିନ ଗାଁରେ ଆମିଷ ଭକ୍ଷଣ ନିଷେଧ ହୋଇଥାଏ।

ଚଳିତ ବର୍ଷର କୃଷ୍ଣ ଓ ବଳରାମ

ଧନୁଯାତ୍ରାର ଦ୍ୱିତୀୟ ଦିବସରୁ ଗୋପପୁରରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥାଏ। ଗୋପପୁରକୁ କୃଷ୍ଣଙ୍କ ଆଗମନଠାରୁ ଆରମ୍ଭ କରି ଅକ୍ରୂରଙ୍କ ସହ କୃଷ୍ଣ-ବଳରାମଙ୍କ ମଥୁରା ଯାତ୍ରା ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟ ଅତ୍ୟନ୍ତ ଜୀବନ୍ତ ଭାବରେ ଅଭିନୀତ ହୋଇଥାଏ। ନନ୍ଦ ଉତ୍ସବ, ଗୋପୀମାନଙ୍କ ବସ୍ତ୍ରହରଣ, ପୁତନା, ଶକଟା, ବକା ଆଦି ରାକ୍ଷାସ ବଧ, ଅନ୍ଧ ବ୍ରାହ୍ମଣରୁ ମୁକ୍ତି, ଶବରୀର କୋଳିବିକା, ଦହିବିକା, ନନ୍ଦ ଭବନରେ ଜନ୍ମାଷ୍ଟମୀ ପାଳନ, ଶ୍ରୀକୃଷ୍ଣଙ୍କ ଦୋଳି ଝୁଲା, ଗୋପାଳ ବାଳକଙ୍କ ସହ କୃଷ୍ଣ-ବଳରାମଙ୍କ ଗୋଚାରଣ, ଯାମାଳାର୍ଜୁନ ଭଞ୍ଜନ, ଯଶୋଦାଙ୍କ ବିଶ୍ୱ ରୂପ ଦର୍ଶନ, ଶ୍ରୀକୃଷ୍ଣଙ୍କ ହସ୍ତପାଦ ବନ୍ଧନ, କାଳୀୟ ଦଳନ, କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା, ରାଧାକୃଷ୍ଣଙ୍କ ନାବକେଳି ଓ ଅକ୍ରୂରଙ୍କ ଯମୁନା ନଦୀରେ ଶ୍ରୀକୃଷ୍ଣଙ୍କ ପାଦ ଦର୍ଶନ ଆଦି ବିଭିନ୍ନ ଦୃଶ୍ୟ ଅତି ଚମତ୍କାର ଭାବେ ଅଭିନୀତ ହୋଇଥାଏ। ଭିନ୍ନ ଭିନ୍ନ ଦିନରେ ଖୋଲା ମଞ୍ଚରେ ଅଭିନୀତ ହୁଏ ଯାତ୍ରାର ବିଭିନ୍ନ ଦୃଶ୍ୟ। ଅମ୍ବାପାଲିର ଏପରି କୌଣସି ପରିବାର ନାହିଁ, ଯେଉଁ ପରିବାରରେ କେହି ନା କେହି ସଦସ୍ୟ ଏହି ଲୋକନାଟକରେ ଅଭିନୟ କରିନାହାନ୍ତି। ଯାତ୍ରା ସମୟରେ ଅମ୍ବାପାଲିର ପ୍ରତିଟି ମଣିଷ ପାଲଟି ଯାଆନ୍ତି ଜଣେ ଜଣେ କଳାକାର। କୃଷ୍ଣ-ବଳରାମ ଚରିତ୍ରଠାରୁ ଆରମ୍ଭ କରି ନନ୍ଦରାଜା, ଯଶୋଦା, ଗୋପୀ, ଗୋପାଳ ଆଦି ଚରିତ୍ରରେ ଅମ୍ବାପାଲିର କଳାକାରମାନେ ହିଁ ବର୍ଷ ବର୍ଷ ଧରି ଅଭିନୟ କରିଆସୁଛନ୍ତି। ତେବେ ଦୀର୍ଘ ୨୫ ବର୍ଷ ଧରି ଅକ୍ରୂର ଭୂମିକାରେ ଉଚ୍ଚକୋଟୀର ଅଭିନୟ କରିଥିବା ଅମ୍ବାପାଲିର ନାଟ୍ୟାଚାର୍ଯ୍ୟ ହରେକୃଷ୍ଣ ପୂଜାରୀ ଧନୁଯାତ୍ରା ଇତିହାସରେ ସୃଷ୍ଟି କରିଛନ୍ତି ବିରଳ ଅଧ୍ୟାୟ। ଏପର୍ଯ୍ୟନ୍ତ କୌଣସି କଳାକାର ତାଙ୍କର ସମକକ୍ଷ ହୋଇନାହାନ୍ତି ଅକ୍ରୂର ଭୂମିକାରେ ଏତେ ଜୀବନ୍ତ ଓ ମାର୍ମିକ ଅଭିନୟ ପାଇଁ।

କୃଷ୍ଣ ପ୍ରେମରେ ବିଭୋର ଅମ୍ବାପାଲି
ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିଲେ ହେଁ ଗୋପପୁରରେ ଯେଉଁ ଆବେଗପୂର୍ଣ୍ଣ ଓ ଭାବବିହ୍ୱଳ ଦୃଶ୍ୟ ଅଭିନୀତ ହୁଏ, ତାହା ଅତୁଳନୀୟ। ବାସ୍ତବରେ ଦେଖିବାକୁ ଗଲେ ଗୋପପୁରବାସୀ ଗଭୀର ଭଗବତ୍ ବିଶ୍ୱାସୀ ଓ କୃଷ୍ଣପ୍ରେମୀ। କୃଷ୍ଣ ଚେତନା ହିଁ ସେମାନଙ୍କ ଜୀବନର ଆଧାର। ‘କୃଷ୍ଣ’ ତାଙ୍କୁ ଆଚ୍ଛନ୍ନ ଓ ମୋହାଚ୍ଛନ୍ନ କରି ରଖିଛନ୍ତି। ଧନୁଯାତ୍ରା ଅବଧିରେ କୃଷ୍ଣମୟ ହୋଇଉଠେ ଅମ୍ବାପାଲି। କୃଷ୍ଣ-ବଳରାମ ଦୁଇ ଭାଇ ଯେତେବେଳେ ପ୍ରତ୍ୟହ ଗ୍ରାମ ପରିକ୍ରମା କରନ୍ତି ପ୍ରତିଟି ଘର ସମ୍ମୁଖରେ ରଖାଯାଇଥାଏ ପୂର୍ଣ୍ଣକଳସୀ। ଫୁଲ, ଧୂପ, ଚନ୍ଦନ ଦେଇ କୃଷ୍ଣ-ବଳରାମଙ୍କୁ ଗାଁର ଆବାଳ ବୃଦ୍ଧବନିତା ପୂଜାର୍ଚ୍ଚନା କରୁଥିବା ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର। ଗାଁ ଲୋକେ ଭୁଲି ଯାଆନ୍ତି ଯେ ଏହା ଅଭିନୟର ଏକ ଅଂଶ। କୃଷ୍ଣ ଭକ୍ତିରେ ବିଭୋର ମହିଳାମାନେ କୃଷ୍ଣ-ବଳରାମଙ୍କ ପାଦଧୋଇ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ଦୃଶ୍ୟ ମନରେ ଅପୂର୍ବ ଭକ୍ତି ଭାବ ସୃଷ୍ଟି କରେ। କିଏ କୃଷ୍ଣ ବାତ୍ସଲ୍ୟରେ ମା’ ଯଶୋଦା ଆଉ କିଏ ନନ୍ଦରାଜା ପାଲଟି ଯାଆନ୍ତି ତ ପୁଣି କେହି କେହି କୃଷ୍ଣ ପ୍ରେମରେ ପାଲଟି ଯାଆନ୍ତି ଗୋପୀ। ପୁଣି ଅମ୍ବାପାଲିର ଛୋଟ ଛୋଟ ପୁଅଝିଅଙ୍କ ଗୋପାଳ ବାଳକ ଓ ଗୋପୀ ଚରିତ୍ରରେ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥାଏ। ସେମାନେ ମଧ୍ୟ କୃଷ୍ଣ-ବଳରାମଙ୍କ ସାନ୍ନିଧ୍ୟ ପାଇ ଆପଣା ଜୀବନକୁ ଧନ୍ୟ ମନେ କରନ୍ତି।

ଫାଇଲ୍ ଫଟୋ

ଅକ୍ରୂରଙ୍କ ସଙ୍ଗେ କୃଷ୍ଣ-ବଳରାମଙ୍କ ମଥୁରା ଯାତ୍ରା ଦୃଶ୍ୟ ଅତି କରୁଣ ହୋଇଥାଏ। କୃଷ୍ଣ-ବଳରାମଙ୍କ ବିଦାୟର ଦୃଶ୍ୟ ଗୋପପୁରବାସୀଙ୍କ ନୟନ ଯୁଗଳକୁ ଲୋତକପୂର୍ଣ୍ଣ କରିଦିଏ। ଏହି ସମୟରେ ଯଶୋଦା ଓ ଗୋପୀମାନଙ୍କ କ୍ରନ୍ଦନ ପରିବେଶକୁ କାରୁଣ୍ୟ କରିଦିଏ।

ଅନ୍ୟପକ୍ଷରେ ମଥୁରା ନଗରୀରେ କଂସ ଦରବାର, ରଙ୍ଗମହଲ, ନାବକେଳି ହେଉଥିବା ମନାବନ୍ଧ, କାଳୀୟଦଳନ ହେଉଥିବା ଫକୀରା ବନ୍ଧ, କୁବୁଜା ଉଦ୍ଧାର ହେଉଥିବା କାଳୀ ମନ୍ଦିର, ଅକ୍ରୂର ଦର୍ଶନରେ ବିଭୋର ହେଉଥିବା ଜୀରା ନଈ ପ୍ରଭୃତି ସ୍ଥାନ ଧନୁଯାତ୍ରା ସମୟରେ ବିଶେଷ ଆକର୍ଷଣର ସ୍ଥଳ ପାଲଟିଯାଏ।

କୃଷ୍ଣ-ବଳରାମଙ୍କ ପରିବାର
ଦ୍ୱାପର ଯୁଗରେ କୃଷ୍ଣ-ବଳରାମଙ୍କ ପରିବାର କହିଲେ ସାଧାରଣତଃ ନନ୍ଦରାଜାଙ୍କ ପରିବାରକୁ ବୁଝାଯାଏ। କିନ୍ତୁ ବିଶ୍ୱ ବିଖ୍ୟାତ ଧନୁଯାତ୍ରାରେ କୃଷ୍ଣ-ବଳରାମଙ୍କ ପରିବାର କହିଲେ ଅମ୍ବାପାଲିବାସୀ ବୁଝନ୍ତି ଗାଁର ମହାପାତ୍ର ପରିବାରଙ୍କୁ। କାରଣ ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁର ମହାପାତ୍ର ପରିବାର ଶିଶୁମାନେ କୃଷ୍ଣବଳରାମ ଚରିତ୍ରରେ ଅଭିନୟ କରିଛନ୍ତି।

୧୯୭୭ ମସିହାରେ ସ୍ୱଗର୍ତ ଲଳିତ ମୋହନ ମହାପାତ୍ର ଓ କାଞ୍ଚନ ମହାପାତ୍ରଙ୍କ ପୁତ୍ର ସୁଶୀଳ କୁମାର ମହାପାତ୍ର ଓ ପରେ ତାଙ୍କ ଭାଇ ସୁଧୀର କୁମାର ମହାପାତ୍ର କୃଷ୍ଣ-ବଳରାମ ଭୂମିକାରେ ଅଭିନୟ କରିଥିଲେ। ବାସ୍ ତା’ପରେ ଏହି ପରିବାର ଅନ୍ୟଭାଇମାନେ ମଧ୍ୟ କୃଷ୍ଣ-ବଳରାମ ଚରିତ୍ରରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ୧୯୭୭ରୁ ୧୯୯୧ ମସିହା ପର୍ଯ୍ୟନ୍ତ ସୁଶୀଳଙ୍କ ଭାଇ ସୁଧୀର, ସୁରେନ୍ଦ୍ର, ସୁରେଶ, ସରୋଜ ଓ ଶିଶିର କୃଷ୍ଣ-ବଳରାମ ଚରିତ୍ରରେ ଅଭିନୟ କରିଥିଲେ। ସେହିପରି ୨୦୦୩ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସୁଧୀର କୁମାର ମହାପାତ୍ରଙ୍କ ପୁଅ ରଜନୀଶ ଓ ସୁଶୀଳ କୁମାର ମହାପାତ୍ରଙ୍କ ପୁଅ ମନୀଷ କୃଷ୍ଣ-ବଳରାମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୬ ବର୍ଷର ବ୍ୟବଧାନ ପରେ ୨୦୧୪ ମସିହା ଧନୁଯାତ୍ରାରେ ସୁରେନ୍ଦ୍ର ମହାପାତ୍ରଙ୍କ ପୁଅ ଶିବାଂଶ ଓ ସରୋଜ ମହାପାତ୍ରଙ୍କ ପୁଅ ଶ୍ରୀୟାଂଶ କୃଷ୍ଣ-ବଳରାମ ଭୂମିକାରେ ପୁଣି ଅଭିନୟ କରିବାର ସୁଯୋଗ ପାଇଥିଲେ। ପିଢ଼ି ପରେ ପିଢ଼ି ଏହି ପରିବାରର ଶିଶୁମାନେ କୃଷ୍ଣ-ବଳରାମ ଚରିତ୍ରରେ ଅଭିନୟ କରିବାର ଅପୂର୍ବ ସୁଯୋଗ ପାଉଛନ୍ତି।

ଫାଇଲ୍ ଫଟୋ

ସାଂସ୍କୃତିକ ମହାକୁମ୍ଭ
ଗୋଟିଏ ପଟେ ଅଭିନୟର ପରିଧି, ଅନ୍ୟ ପଟେ ସାଂସ୍କୃତିକ ବଳୟ। ଧନୁଯାତ୍ରାରେ ଦେଖିବାକୁ ମିଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ଓ ଗୀତରେ ଦୁଲୁକି ଉଠେ ରଙ୍ଗମହଲ। ପୁଣି କଂସ ଦରବାର ଓ ରଙ୍ଗମହଲରେ ଓଡ଼ିଶା ତଥା ରାଜ୍ୟ ବାହାର କଳାକାରମାନେ ପରିବେଷଣ କରନ୍ତି ଭିନ୍ନ ଭିନ୍ନ ନୃତ୍ୟଗୀତ। ଏବେ ଧନୁଯାତ୍ରା ମଞ୍ଚରେ ଋଷିଆ କଳାକାରଙ୍କ ନୃତ୍ୟ ପାଲଟିଛି ଅନ୍ୟତମ ଆକର୍ଷଣ। ଧନୁଯାତ୍ରାରେ କଳାକାରମାନେ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ଅପୂର୍ବ ସୁଯୋଗ ଲାଭ କରନ୍ତି। କଳାକାରମାନଙ୍କ ନୃତ୍ୟଗୀତର ଆସରରେ ମଥୁରା ନଗରୀ ପ୍ରକମ୍ପିତ ହୋଇଉଠେ। ସେପଟେ ଭାବମୟ ପରିବେଶରେ ରଙ୍ଗୀନ ହୋଇଉଠେ ସାରା ଗୋପପୁର। କେଉଁଠି ସଞ୍ଚାର ତ କେଉଁଠି ଲଉଡ଼ି ଖେଳ, ପୁଣି କେଉଁଠି ଭଜନ ଓ କୀର୍ତ୍ତନ ହୋଇଥାଏ। ସବୁଠି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳେ।

ଚଳିତ ବର୍ଷ ଧନୁଯାତ୍ରାର ଏକ ଦୃଶ୍ୟରେ କଂସ ମହାରାଜ

ଉଚ୍ଚକୋଟୀର କଳା ଓ ସାହିତ୍ୟ ସର୍ବଦା ସତ୍ୟ ଏବଂ ମାନବିକତାର ବିଜୟ ଘୋଷଣା କରିଥାଏ। ଅନ୍ୟାୟର ଅବସାନ ଘଟାଇ ନ୍ୟାୟର ସ୍ତମ୍ଭ ସ୍ଥାପନ କରିବା ପାଇଁ ଧନୁଯାତ୍ରା ହେଉଛି ଏକ ଶକ୍ତିଶାଳୀ ପ୍ରେରଣା। କଂସାସୁରର ନିଧନ ଅତ୍ୟାଚାରୀ ଇଂରେଜ ଶାସନର ପତନ ଓ କୃଷ୍ଣ-ବଳରାମଙ୍କ ଦ୍ୱାରା ଉଗ୍ରସେନଙ୍କ ରାଜ୍ୟାଭିଷେକ ଗଣତନ୍ତ୍ର ପ୍ରତିଷ୍ଠାର ପ୍ରତୀକ ବୋଲି ମଧ୍ୟ ବ୍ୟାଖା କରାଯାଇଥାଏ। “କଂସ ରଜାର୍ ବଂଶ ବୁଡୁ, କଂସ ମଲେ ଖାଏମା ଲଡୁ”- ଉକ୍ତିରେ ସତ୍ ଚେତନାର ଆଲୋକ ବିଚ୍ଛୁରିତ ହେଉଥିବା ପରି ମନେହୁଏ। ଧନୁଯାତ୍ରା ସମାପ୍ତ ହେଲେ ମଧ୍ୟ ଏହାର ସ୍ମୃତି ଲୋକ ହୃଦୟରୁ ଲିଭି ଯାଏନାହିଁ। ଏହାର ଅନ୍ତର୍ନିହିତ ବାର୍ତ୍ତା ଲୋକଙ୍କ ଜାଣତରେ ହେଉ ବା ଅଜାଣତରେ ହେଉ ସେମାନଙ୍କ ହୃଦୟରେ ଅର୍ଥପୂର୍ଣ୍ଣ ପ୍ରେରଣା ଭରି ଦେଇଥାଏ।

ଗ୍ରା./ପୋ: ଲେଣ୍ଡା, ଭାୟା: ବରପାଲି
ଜି: ବରଗଡ଼, ପିନ୍:୭୬୮୦୨୯
ମୋବାଇଲ୍: ୯୪୩୭୨୬୩୮୨୬

The post ମହାନାଟକର ମହାନୁଭବ appeared first on Odisha Reporter.

]]>
left top 2020-01-05 11:42:34 https://cdn.odishareporter.in/wp-content/uploads/2020/01/05112822/Dhanu-jatra.jpg
ପୁରୁଷମାନେ ବି କାନ୍ଦନ୍ତି.. https://odishareporter.in/literature-culture/a-poem-by-soumyaa-mahapatra-476933 Sun, 29 Dec 2019 12:24:46 +0000 https://odishareporter.in/?p=476933

କିଏ କହିଲା ସେମାନେ କାନ୍ଦନ୍ତିନି କିଏ କହିଲା ସେମାନେ ଡ଼ରନ୍ତିନି ସବୁ ଯନ୍ତ୍ରଣା ସବୁ କଷ୍ଟ ଅନୁଭବ କରନ୍ତି ପୁରୁଷମାନେ ବି କାନ୍ଦନ୍ତି… ହଁ , ସେମାନଙ୍କ ଲୁହର ମାଧ୍ୟମ ଭିନ୍ନ ସେମାନଙ୍କ ଦୁଃଖ ପ୍ରକାଶର ମାଧ୍ୟମ ବି ଭିନ୍ନ କେବେ କାମରେ ବ୍ୟସ୍ତ ରହି ଦୁଃଖ ଲୁଚାନ୍ତି ତ କେବେ ଦୁଃଖରେ ଥିଲେ ବି ହସି ଦିଅନ୍ତି.. ପୁରୁଷମାନେ ବି କାନ୍ଦନ୍ତି.. କେବଳ ତଫାତ ଏତିକି ଝରେନା ଆଖିରୁ ଲୁହ ବାହାରି ପାରେନା ଅନ୍ତରର କୋହ […]

The post ପୁରୁଷମାନେ ବି କାନ୍ଦନ୍ତି.. appeared first on Odisha Reporter.

]]>

କିଏ କହିଲା ସେମାନେ କାନ୍ଦନ୍ତିନି
କିଏ କହିଲା ସେମାନେ ଡ଼ରନ୍ତିନି
ସବୁ ଯନ୍ତ୍ରଣା ସବୁ କଷ୍ଟ ଅନୁଭବ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି…

ହଁ , ସେମାନଙ୍କ ଲୁହର ମାଧ୍ୟମ ଭିନ୍ନ
ସେମାନଙ୍କ ଦୁଃଖ ପ୍ରକାଶର ମାଧ୍ୟମ ବି ଭିନ୍ନ
କେବେ କାମରେ ବ୍ୟସ୍ତ ରହି ଦୁଃଖ ଲୁଚାନ୍ତି
ତ କେବେ ଦୁଃଖରେ ଥିଲେ ବି ହସି ଦିଅନ୍ତି..
ପୁରୁଷମାନେ ବି କାନ୍ଦନ୍ତି..

କେବଳ ତଫାତ ଏତିକି ଝରେନା ଆଖିରୁ ଲୁହ
ବାହାରି ପାରେନା ଅନ୍ତରର କୋହ
ସବୁ ଲୁହକୁ ବାଷ୍ପୀଭୂତ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି…

କେବେ ସମାଜକୁ ଡରି
ତ କେବେ ପୁରୁଷ ପଣିଆର ଦ୍ୱାହି ଦେଇ
ସବୁ ଦୁଃଖକୁ ଆକଣ୍ଠ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି…

ଅନ୍ଧାର ରାତି ତାଙ୍କୁ ବି ଡରାଏ
ପ୍ରଚଣ୍ଡ ଘଡଘଡି ଶବ୍ଦ ତାଙ୍କୁ ବି ଥରାଏ
ନିଜ ଡ଼ରକୁ ଚାପି ରଖି ପୌରୁଷ୍ୱତ୍ୱକୁ ଦେଖନ୍ତି
ପୁରୁଷମାନେ ବି କାନ୍ଦନ୍ତି..

କେବେ ମା’ର ଦୁଃଖରେ ମର୍ମାହତ
କେବେ ଜାୟା,ସନ୍ତାନ କଷ୍ଟରେ ସନ୍ତପ୍ତ
ସବୁ ବିଷକୁ ପାନ କରି ନୀଳକଣ୍ଠ ସାଜନ୍ତି
ପୁରୁଷମାନେ ବି କାନ୍ଦନ୍ତି…

The post ପୁରୁଷମାନେ ବି କାନ୍ଦନ୍ତି.. appeared first on Odisha Reporter.

]]>
left bottom 2019-12-29 17:54:46 https://cdn.odishareporter.in/wp-content/uploads/2019/12/29174712/soumya.jpg
“ଚାଲି ଯାଅ ହୋଇ ଖୁସି “ https://odishareporter.in/literature-culture/a-love-poem-by-nikunja-bihari-mishra6-475761 Thu, 26 Dec 2019 09:31:00 +0000 https://odishareporter.in/?p=475761

ଏ ହାତ ମୋହର ଲୁହ ଲହୁ ଘେନି କେତେ ଯେ ଲେଖିଛି ଚିଠି, ମୋ ଛାତି କହିବ କେତେ ଯେ ଯନ୍ତ୍ରଣା ଆଘାତ ପାଇଛି ପିଠି ।୧। ଭାବନା ମଣ୍ଡପେ ବସାଇ ତୁମକୁ ହେଲିଣି ଜଳନ୍ତା ନିଆଁ ନିଆଁ ଲିଭି ଏବେ ପାଉଁଶ ହେଲାଣି ନ କହିଲ ଥରେ ଆହା ।୨। ବୁଝି ପାରିଲିନି ଜୀବନଟି ଥିଲେ ସମସ୍ୟା ବି ରହିଥିବ ସମସ୍ୟା ନଥିବା ଜୀବନକୁ ପ୍ରିୟା ଜୀବନ କି କୁହାଯିବ ।୩। ଗଛଭାଙ୍ଗି ଗଲେ ନୂଆପତ୍ର […]

The post “ଚାଲି ଯାଅ ହୋଇ ଖୁସି “ appeared first on Odisha Reporter.

]]>

ହାତ ମୋହର
ଲୁହ ଲହୁ ଘେନି
କେତେ ଯେ ଲେଖିଛି ଚିଠି,
ମୋ ଛାତି କହିବ
କେତେ ଯେ ଯନ୍ତ୍ରଣା
ଆଘାତ ପାଇଛି ପିଠି ।୧।

ଭାବନା ମଣ୍ଡପେ
ବସାଇ ତୁମକୁ
ହେଲିଣି ଜଳନ୍ତା ନିଆଁ
ନିଆଁ ଲିଭି ଏବେ
ପାଉଁଶ ହେଲାଣି
ନ କହିଲ ଥରେ ଆହା ।୨।

ବୁଝି ପାରିଲିନି
ଜୀବନଟି ଥିଲେ
ସମସ୍ୟା ବି ରହିଥିବ
ସମସ୍ୟା ନଥିବା
ଜୀବନକୁ ପ୍ରିୟା
ଜୀବନ କି କୁହାଯିବ ।୩।

ଗଛଭାଙ୍ଗି ଗଲେ
ନୂଆପତ୍ର ମେଲେ
ଆଗରୁ ଅଛି କଥାଟି
ବସାଭାଙ୍ଗି ଗଲେ
ପକ୍ଷୀ ପୁଣି ଥରେ
ଗଢ଼େ ଦେଇ କୁଟାକାଠି ।୪।

ଶୁଖିଲା ଜୀବନ
ଅବୁଝା ପରାଣ
ବୁଝାଇଲେ ବୁଝେ ନାହିଁ
ଥିଲୁ ଦିନେ ମୋର
ଆଜି ତୁ କାହାର
ଭୁଲିବି କିପରି ମୁହିଁ ।୫।

ଏ ଜନମେ ପଛେ
ନ ପାଇଲି ନାହିଁ
ମଶାଣିରେ ହସିହସି
କହିବି ମୋହର
ପାଉଁଶ ଉପରେ
ଚାଲି ଯାଅ ହୋଇ ଖୁସି ।୬।

କବି ଶେଖର -ନିକୁଞ୍ଜ ବିହାରୀ ମିଶ୍ର
ଝାରସୁଗୁଡ଼ା
ମୋ-୯୧୭୮୮୭୯୪୦୬

The post “ଚାଲି ଯାଅ ହୋଇ ଖୁସି “ appeared first on Odisha Reporter.

]]>
left bottom 2019-12-26 15:03:17 https://cdn.odishareporter.in/wp-content/uploads/2019/12/26150300/poem.jpg
ସେଇ ନୀଳ ରଙ୍ଗର ଶାର୍ଟ https://odishareporter.in/literature-culture/a-love-story-by-dusmant-kumar-behera-474031 Mon, 23 Dec 2019 09:36:22 +0000 https://odishareporter.in/?p=474031

ଆଛା ଗୋଟେ କଥା କହିଲ। ଆକାଶରେ ତ ସୂର୍ଯ୍ୟ, ଚନ୍ଦ୍ର, ତାରା, ଦିନ, ରାତି କେହି ବଦଳି ନାହାନ୍ତି। ପାହାଡ଼, ନଦୀ ଝରଣା, ଝରଣାର ପାଣି, କୁଳୁକୁଳୁ ନାଦ, ଧାନ କ୍ଷେତ, ଆମ୍ବ ବୁଉଳ, କୋଇଲିର କୁହୁକୁହୁ ଡାକ, ଗାଈଆଳ, ଗୋଧୂଳି ବାସ୍ନା, ଝିଙ୍କାରୀର ଝିଇଁ ଝିଇଁ ଶବ୍ଦ ଆଉ ପୁଳା ପୁଳା ରାତି। ଏମିତି କି ଗାଁ ଠାକୁରାଣୀ ବେଲ ବୁଢ଼ୀ। ବିଗତ ଦଶବର୍ଷ କେହି ବି ବଦଳି ନାହାନ୍ତି। ସମସ୍ତେ ନିଜ ନିଜ ଜାଗାରେ […]

The post ସେଇ ନୀଳ ରଙ୍ଗର ଶାର୍ଟ appeared first on Odisha Reporter.

]]>

ଆଛା ଗୋଟେ କଥା କହିଲ। ଆକାଶରେ ତ ସୂର୍ଯ୍ୟ, ଚନ୍ଦ୍ର, ତାରା, ଦିନ, ରାତି କେହି ବଦଳି ନାହାନ୍ତି।

ପାହାଡ଼, ନଦୀ ଝରଣା, ଝରଣାର ପାଣି, କୁଳୁକୁଳୁ ନାଦ, ଧାନ କ୍ଷେତ, ଆମ୍ବ ବୁଉଳ, କୋଇଲିର କୁହୁକୁହୁ ଡାକ, ଗାଈଆଳ, ଗୋଧୂଳି ବାସ୍ନା, ଝିଙ୍କାରୀର ଝିଇଁ ଝିଇଁ ଶବ୍ଦ ଆଉ ପୁଳା ପୁଳା ରାତି। ଏମିତି କି ଗାଁ ଠାକୁରାଣୀ ବେଲ ବୁଢ଼ୀ।

ବିଗତ ଦଶବର୍ଷ କେହି ବି ବଦଳି ନାହାନ୍ତି। ସମସ୍ତେ ନିଜ ନିଜ ଜାଗାରେ ଯେମିତି ଥିଲେ। ଆଜି ବି ଠିକ୍‌ ସେମିତି ହିଁ ଅଛନ୍ତି। ହେଲେ ଏଇ ଗୋଟେ ଦଶନ୍ଧି ଭିତରେ, ତୁମେ କିନ୍ତୁ ବଦଳି ଯାଇଛ। ବୋଧେ ଧାରା ଶ୍ରାବଣ ପାଲଟି ଯାଇଛି ଖରା ଶ୍ରାବଣ। ଏମିତିକି ଶରତରେ କାଶତଣ୍ଡି ବି ଆଉ ଦେଖାଯାଉନି ନଇ ପଠାରେ ………..

ବଦଳି ଯାଇଛି ତୁମ ରହଣି ଶହଣି, କଥାବାର୍ତ୍ତା, ଚାଲି ଚଳଣି। ତୁମ ଦେହରେ ଆଉ ସେ ଗାଁର ମାଟି ବାସ୍ନା ବି ନାହିଁ। ଏବେ ତ କେବଳ ସହରୀ ପରଫ୍ୟୁମ୍‌ର ଭୁସ୍‌ ଭୁସ୍‌ ଗନ୍ଧ। କଥା କଥାକେ ଇଂରାଜୀ। ହାବାଇ ଚପଲ ବଦଳରେ ଆଡିଡାସ୍‌ର ଦାମୀ ଜୋତା। ଆଉ ମୁହଁରୁ ରସୁଣ ବସ୍ନା ବଦଳରେ ଇଲାଇଚିର ମହକ।

ବୋଧେ ତୁମେ ବଦଳି ଯାଇଛ। ନ ହେଲେ, ଏ ସମୟଟା ତୁମକୁ ବଦଳିବାକୁ କରିଦେଇଛି ବାଧ୍ୟ। କିନ୍ତୁ କାହିଁକି କି ଯେ ?? ବଦଳିବା ଟା କ’ଣ ଜରୁରୀ ଥିଲା ?

ମୁଁ ସେମିତି ହିଁ ଅଛି । ଖଇରୀ ନଦୀର ନଇ ପଠାର ସେଇ ବରଗଛ ମୂଳେ ସେମିତି ହିଁ ଛିଡା ହେଇଛି । ମୋତେ ସେଦିନ ସନ୍ଧ୍ୟାରେ ଶେଷଥର ପାଇଁ ଯେମିତି ଛାଡି ଯାଇଥିଲ। ଏ ଦେହକୁ ତ ତୁମ ପାଇଁ ହିଁ ସାଇତି ରଖିଛି। କାହିଁକି ନା ତୁମେ ହିଁ ଏ ଦେହର ପୂଜାରୀ। ଆଛା କହିଲ ବଦଳିବାଟା କ’ଣ ଜରୁରୀ ଥିଲା ??

ଏମିତି ଗୁଡ଼ାଏ ପ୍ରଶ୍ନ ଗୋଟେ ନିଶ୍ୱାସରେ କହିଗଲା ମୋ ଆଗରେ। ଆଖିରୁ ବି ଠପ୍‌ ଠପ୍‌ ହୋଇ ଝରୁଥିଲା ଲୁହ। ଲୁହ ତ ନୁହେଁ ଲହୁ । କୋହଭରା କଣ୍ଠରେ କହି ଚାଲିଥିଲା ଅନର୍ଗଳ। ଦୀର୍ଘବର୍ଷ ମନରେ ଚାପି ହୋଇ ରହିଥିବା କଥା। ମୁଁ ନୀରବରେ ଶୁଣୁଥିଲି । ଠିକ ଯେମିତି କୋର୍ଟର କାଠଗଡାରେ ଆସାମୀ ଠିଆ ହେଇ ଶୁଣେ ଦୋଷୀ ପରି। କାହିଁକି , କ’ଣ ପାଇଁ, କିପରି ? ଏମିତି କିଛି ଅଶମାହିତ ପ୍ରଶ୍ନ ବାଣ ମୋ ବଦଳି ଯିବାକୁ ନେଇ।

ତା ପ୍ରଶ୍ନର ଉତ୍ତର ବି ମୋ ପାଖେ ନ ଥିଲା । ଆଉ ଯଦିବା ଥିଲା, ମୁଁ ତାର ଉତ୍ତର ଜାଣିକି ବି ଦେଇ ପାରୁନଥିଲି। କାହିଁକି ନା ମୁଁ ନିଜେ ବି ଜାଣିପାରୁ ନ ଥିଲି। ସତରେ କ’ଣ ବଦଳି ଯାଇଛି। ତା କଥାକୁ ଗ୍ରହଣ କରି ପାରୁନଥିଲି। ତଥାପି ନିରବରେ ଥିଲି। କେବଳ ତାରି ପାଇଁ । କାହିଁକି ନା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ। ବୋଧେ ମୁଁ ଦୋଷୀ।

ମୁଁ ବଦଳି ଯାଇଛି। କାହିଁ ନାଇଁ ତ। ମୁଁ ତ ସେମିତି ହିଁ ଅଛି । ଗାଁ ମାଟିର ବାସ୍ନା ଏବେ ବି ତାଜା ହୋଇ ରହିଛି ମୋ ଶିରା ପ୍ରଶିରା ଧମନୀରେ । ଠିକ୍‌ ଦଶବର୍ଷ ତଳେ ଯେମିତି ଥିଲା। ସେଇ ଧାନ ବିଲ। ସେଇ ନୁଆଁଣିଆ ଵରଗଛ। ପୁରୁଣା ଦିନର ସବୁ ସ୍ମୃତିଗୁଡିକ ଆଜି ବି ତାଜା ହୋଇ ରହିଛି ମୋ ଆଖି ଆଗରେ। ଯାହାକୁ ମୁଁ ପ୍ରତିଦିନ କବିତାରେ ରୂପ ଦେଉଛି । ଏୟା କ’ଣ ଯଥେଷ୍ଟ ନୁହେଁ କି ? ତଥାପି ପ୍ରଶ୍ନ ଯେ , ମୁଁ ବଦଳି ଯାଇଛି।

କାହିଁକି ଏଭଳି ଅଭିଯୋଗର ପାହାଡ଼ ମୋ ଉପରେ ଗଦେଇ ଦେଉଛି ସିଏ । ଭାବିଲା ବେଳକୁ ଭାରାକ୍ରାନ୍ତ ଲାଗୁଛି। ସତେ ଯେମିତି ମୁଁ ଦୋଷୀ …… ?

ବାରମ୍ବାର ଗୋଟିଏ କଥା କାନରେ ଗୁଞ୍ଜରିତ ହେଲା। ତୁମେ ବଦଳି ଯାଇଛ …. ତୁମେ ପୁରାପୁରି ବଦଳି ଯାଇଛ …. ତୁମେ ଆଉ ତୁମେ ହେଇ ନାହଁ ………..ତୁମେ ଦୋଷୀ ଦୋଷୀ ଦୋଷୀ ……. ।।

ଗାଁର ମାଟି, ପାଣି, ପବନ … ଖଇରୀ ନଦୀ .. ନଇଁ ଆସୁଥବା ସେ ସଞ୍ଜ… ସେ ଜଳିମୂଳ …ସମସ୍ତେ ଏକାବେଳେକେ ଜଣେ ପରେ ଜଣେ ସେଇ ଗୋଟିଏ କଥା କହୁ ଥାଆନ୍ତି। ବଦଳି ଯାଇଛି ମୁଁ …..

ହଠାତ୍‌ ଘଣ୍ଟାର ଟଙ୍ଗ୍‌ ଟଙ୍ଗ୍‌ ଶବ୍ଦ ଏତେ ଜୋର ବାଜିଲା ଯେ, ଚାଉଁ କିନା ନିଦଟା ଭାଙ୍ଗି ଗଲା। ଧଡ୍‌ ପଡ୍‌ ହୋଇ ଉଠିପଡିଲି। ଚାରି ଆଡେ ଅନ୍ଧାର । ଆରେ ଏ କ’ଣ ? ମୁଁ କୋଉଠି ? ଆଖିରେ କେବଳ ସେଇ ଦୃଶ୍ୟ । କାନରେ ବି କେବଳ ସେଇ ଗୋଟିଏ ଧାଡି ଗୁଞ୍ଜରିତ ହେଉଥିଲା । ପ୍ରକୃତିସ୍ଥ ହେଲା ବେଳକୁ ମୁଁ ବିଛଣାରେ । ତାମାନେ ଏଇ କିଛି ସମୟ ପୂର୍ବରୁ ଯାହା ସବୁ ଦେଖିଲି । ତାହା କଣ ସ୍ୱପ୍ନ ଥିଲା। ଆଃ ….

ଘଣ୍ଟାଆଡେ ନଜରଟା ଗଲା, ୩ଟା ବାଜି ଗୋଟେ ମିନିଟ୍‌। ସକାଳ ହେବାକୁ ଆହୁରି ବହୁତ ସମୟ ବାକି ଥିଲା।

ସେଇ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ବିଛଣାରୁ ଉଠି ଝରକାଟି ଖୋଲିଲି। ଚାରି ଆଡ଼େ କିଟିମିଟି ଅନ୍ଧାର । ହଠାତ ଝର୍କା ଦେଇ ଦଲକାଏ ପବନ ବୋହି ଆସିଲା ରୁମ ଭିତରକୁ । ଶୀତରେ ଥରି ଉଠିଲା ଦେହ । ଏମିତି କି ମନ ପ୍ରାଣ ଆଉ ଆତ୍ମା ।

ଅନ୍ଧାରରେ ହ୍ୟାଙ୍ଗରରୁ ଗୋଟେ ଶାର୍ଟ ଆଣି ପିନ୍ଧିଲି । ଆଉ ବାଲକୋନି ଆଡେ ମାଡିଗଲି । ରାତ୍ରିର ଶେଷ ପହର । ଆକାଶରେ ବି ଜହ୍ନ । ବାଲକୋନିର ରେଲିଂକୁ ଧରି ଠିଆ ହେଇ ଭାବୁଥିଲି । ସ୍ୱପ୍ନରେ ଯାହା ସବୁ ଦେଖିଲି, ତାହା କ’ଣ ସତ । ସତରେ କ’ଣ ମୁଁ ବଦଳି ଯାଇଛି ?

ଏମିତି ଭାବୁଭାବୁ କ’ଣ ହେଲା କେଜାଣି ପିନ୍ଧିଥିବା ଶାର୍ଟ ଆଡ଼କୁ ହଠାତ ନଜର ଗଲା । ବୋଧେ କେମିତି କେଜାଣି ସଂଯୋଗ ନା କ’ଣ ? ଅନ୍ଧାରରେ ହ୍ୟାଙ୍ଗରରୁ ଆଣି ନୀଳରଙ୍ଗର ଶାର୍ଟଟି ହିଁ ପିନ୍ଧି ପକେଇଥିଲି । ଓଃ ଛାତି ଭିତରଟା ରୁନ୍ଧି ହେଇଗଲା। ଆଖି ଆଗରେ କେବଳ ସେଇ ଦୃଶ୍ୟ ……. ।

ଦଶ ବର୍ଷ ତଳର କଥା । ଆମର ବୋଧେ ଶେଷ ଦେଖା । ଖଇରୀ ନଦୀର ସେଇ ଗାଧୁଆ ତୁଠର ଵରଗଛ ମୂଳେ। ଗାଁ ଛାଡି କି ଯିବାର ପୂର୍ବ ସନ୍ଧ୍ୟା । ଝାପସା ଝାପସା ଅନ୍ଧାର । ସବୁଦିନ ଦୂରରୁ ଦେଖା ସାକ୍ଷାତ । କେବଳ ଆଖିରେ ଆଖିରେ । ହେଲେ ସେଦିନ ସାମ୍ନା ସାମ୍ନି । ପ୍ରଥମ ଆଉ ଶେଷଥର ପାଇଁ । କେତେ ଯେ କାନ୍ଦି ଥିଲା ମୋ ଛାତି ଉପରେ ମୁଣ୍ଡ ରଖି । ତାହା କେବଳ ସେଇ ଖଇରୀ ନଦୀ ଆଉ ସେଇ ମୁଖ ସଞ୍ଜ ହିଁ ମୂକସାକ୍ଷୀ।

ବାରମ୍ବାର ଗୋଟିଏ କଥାକୁ ହିଁ ଦୋହରଉ ଥିଲା ମୋ ଆଗରେ। ସହରକୁ ଯାଇ ଭୁଲି ଯିବନି ତ ? ପର କରି ଦେବନି ତ ? ……..ଦୀର୍ଘ ସମୟର ନୀରବତା । ପୁଣି ପ୍ରଶ୍ନ ….ଯଦି ଏମିତି ପର କରିବାର ଥିଲା, ତାହେଲେ ନିଜର କରୁଥିଲ କାହିଁକି ଯେ ? ସବୁ ପୁଅ ସମାନ। ଧୋକାବାଜ୍‌। ଆଃ ଛାତି ଭିତରଟା ରୁନ୍ଧି ହେଇଗଲା । ଏମିତି କିଛି ଅଭିମାନ ଭରା କଣ୍ଠରେ ଅଭିଯୋଗ କରି ମୁଣ୍ଡ ଆଣି ଥୋଇଦେଲା ମୋ ଛାତିରେ । ସେତେବେଳକୁ ଜଡ ପାଲଟି ସାରିଥିଲି ମୁଁ । କାହିଁକି ନା ମୁଣ୍ଡ ପାତି ଦଶଫୁଟ, ଦଶହାତ ଦୂରରେ ଠିଆହୋଇ କଥା ହେଉଥିବା ଝିଅ, ସେଦିନ ମୋତେ ଆଲିଙ୍ଗନ କରି କଇଁ କଇଁ ହେଇ କାନ୍ଦୁଥିଲା, ଏମିତି କିଛି କଥା କହି । ମୋତେ ହରେଇବାର ଭୟ ତାକୁ ଅକ୍ତାମାକ୍ତା କରି ପକାଉଥିଲା ବୋଧେ।

କାନ୍ଦୁଥିଲା ଆଉ ବାରମ୍ବାର ଗୋଟିଏ କଥା କହୁଥିଲା । କାହିଁକି ଭଲ ପାଇଲି । କାହିଁକି ତୁମ ପ୍ରେମକୁ ସ୍ୱୀକୃତି ଦେଲି । ଯେଉଁଦିନ ପ୍ରେମ ନିବେଦନ କଲ। ସେଦିନ ତ ତୁମକୁ ମନା କରିଥିଲି ନା । ତଥାପି କାହିଁକି ତୁମେ ଭଲ ପାଇଲ । କ’ଣ ଏମିତି ଅଧାବାଟରେ ଦିନେ ଛାଡି ଯିବ ବୋଲି । ସେଦିନ ତା ଲୁହରେ ମୋ ନୀଳ ରଙ୍ଗର ଶାର୍ଟଟି ପୁରା ପୁରି ଓଦା ହୋଇଯାଇଥଲା । ବୋଧେ ତା ଆଖିରୁ ସେଦିନ ଲୁହ ନୁହେଁ, ଝରୁଥିଲା ଲହୁ। ବିରହର ବେଦନାର ଲହୁ। ସେଥିପାଇଁ ସେଇ ଦାଗ ଆଜି ବି ମୋ ନୀଳ ରଙ୍ଗ ଶାର୍ଟରେ ଅଲିଭା ଦାଗ ହୋଇ ରହିଛି।

ବିଶ୍ୱାସ କରିବେନି ଆଜି ସେଇ ନୀଳରଙ୍ଗର ଶାର୍ଟଟି ସେମିତି ଓଦା ହେଇ ରହିଛି । ତା ଲୁହର ଦାଗବି ଅକ୍ଷତ ହୋଇ ରହିଛି । ଆଉ କେଉଁଠି ନୁହେଁ । ମୁଁ ରହୁଥିବା କଂକ୍ରିଟ୍‌ ଜଙ୍ଗଲର ଗଡ଼ରେଜ ଭିତରେ।

ହେଲେ ସେଦିନ ସେଇ ସାର୍ଟ ପିନ୍ଧିଥିବା ମଣିଷଟି ସେମିତି ଅଛି କି ନାହିଁ ତାହା କିନ୍ତୁ ପ୍ରଶ୍ନବାଚୀ ??

ଗଲା ପୁରା ସପ୍ତାହଟି କଟିଲା ଗାଁରେ । ତେବେ କଂକ୍ରିଟ ସହରକୁ ଫେରିବାର ପୂର୍ବସନ୍ଧ୍ୟା । କାହିଁକି କେଜାଣି ମନ ହେଲା ଖଇରୀ ନଦୀପଠାଆଡେ ଟିକେ ବୁଲି ଆସିବାକୁ। ନଇଁ ଆସୁଥିଲା ସଞ୍ଜ। କାଳିଆଣୀ ହାୱା ବି ସେଦିନ ଧୀରେଧୀରେ ବହୁଥିଲା।

ହଠାତ ତାଜା ହେଇଗଲା ଦଶବର୍ଷ ତଳର ସ୍ମୃତି । ଆଉ କୋଉଠି ନୁହେଁ ସେଇ ଖଇରୀ ନଦୀ କୂଳେ। ସେଇ ଗାଧୁଆ ତୁଠର ଵରଗଛ ମୂଳେ। ସବୁ ଯେମିତି ସ୍ତବ୍ଧ ହୋଇଗଲା । ପବନର ବେଗ ବି କମିଗଲା । ମନେ ହେଲା ଯେମିତି ଏକ ଦଶନ୍ଧି ତଳେ ଅଧାବାଟରେ ଯାହାକୁ ଛାଡି ଯାଇଥିଲି । ସିଏ ମୋ ଆଖ ପାଖରେ । ଦୀର୍ଘ ଦିନର ଦୂରତା ଆଉ ମନରେ ଚାପି ହୋଇ ରହିଥିବା ବ୍ୟାକୁଳତା । ମୋ ଛାତି ଭିତରଟାକୁ ରୁନ୍ଧି ଦେଉଥିଲା । ସବୁଠୁ ବେଶି କଷ୍ଟ ଦେଲା ସେଇ ଗାଧୁଆ ତୁଠର ଵରଗଛ ମୂଳେ ସମାଧିକୁ ଦେଖି । କାହିଁକି କେଜାଣି ଏକ ଅଜଣା ଆକର୍ଷଣ ସେଠାକୁ ଟାଣୁଥିଲା ମୋତେ । ଦୌଡ଼ିଗଲି ସମାଧି ପାଖକୁ । ଝାପସା ଝାପସା ଅନ୍ଧାରରେ ସମାଧିରେ ଲେଖା ହୋଇଥିବା ନାଁଟିକୁ ପଢ଼ି….ମୁଁ ସ୍ତବ୍ଧ।

ଆଖିରୁ ଠପ୍‌ ଠପ୍‌ ହୋଇ ଝରୁଥିଲା ଲୁହ, ଲୁହ ତ ନୁହେଁ ଲହୁ। ବିରହ ବେଦନାର ଲହୁ। କୋହଭରା କଣ୍ଠରେ ବାରମ୍ବାର କହୁଥିଲି, ମୁଁ ବଦଳିନି। କେବେ ବି ବଦଳିବିନି। ଦେଖୁନ ଦେଖ। ସେଦିନ ବି ମୁଁ ନୀଳ ରଙ୍ଗର ଶାର୍ଟ ପିନ୍ଧିଥିଲି । ଆଜିବି ପିନ୍ଧିଛି । ସେଦିନ ବି ଲୁହ ଆଉ ଲହୁରେ ଓଦା ହେଇଥିଲା ସେଇ ନୀଳ ରଙ୍ଗର ଶାର୍ଟ। ଆଜି ବି ତ ଓଦା ହେଇଛି। ସେଦିନ ତୁମ ଲୁହରେ। ଆଉ ଆଜି ମୋ ଲୁହରେ।

ହେଲେ କିଏ ଦେଖିବ ଯେ ? ମୁଁ ତ ବଦଳି ଯାଇଛି…

ଦୁଷ୍ମନ୍ତ କୁମାର ବେହେରା
ଯଶୀପୁର
ମୟୁରଭଞ୍ଜ
ଫୋନ୍‌ – ୯୪୩୭୮୭୯୧୩୧

The post ସେଇ ନୀଳ ରଙ୍ଗର ଶାର୍ଟ appeared first on Odisha Reporter.

]]>
left bottom 2019-12-23 15:06:22 https://cdn.odishareporter.in/wp-content/uploads/2019/12/23150535/dusmant.jpg
ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର https://odishareporter.in/odisha/tarunkanti-mishra-wins-sahitya-akademi-award-2019-473149 Wed, 18 Dec 2019 13:33:00 +0000 https://odishareporter.in/?p=473149

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟକ ତରୁଣାକନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ଭାସ୍ୱତୀ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି । ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟକ ଭାବେ ମଧ୍ୟ ଜଣାଶୁଣା। […]

The post ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟକ ତରୁଣାକନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ଭାସ୍ୱତୀ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ ।

ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି । ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟକ ଭାବେ ମଧ୍ୟ ଜଣାଶୁଣା।  ସେ ୨୦୦ରୁ ଅଧିକ ଗଳ୍ପ ଓ ୧୮ଟି ଗଳ୍ପ ସଂକଳନ ରଚନା କରିଛନ୍ତି । ପୂର୍ବରୁ ତାଙ୍କ ସାହିତ୍ୟ କୃତି ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ପୁରସ୍କାର ମଧ୍ୟ ପାଇଛନ୍ତି।

ଖୁବ୍‌ କମ୍‌ ବୟସରୁ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀ ମିଶ୍ରଙ୍କର ପ୍ରଥମ ଗଳ୍ପ ମାତ୍ର ୧୪ ବର୍ଷ ବୟସରେ ଆସନ୍ତାକାଲିରେ ପ୍ରକାଶ ପାଇଥିଲା। ବିଜେବି ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ୧୯୬୮ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ସମେତ ଶ୍ରୀ ମିଶ୍ର ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ। ତାଙ୍କ କାହାଣୀରେ ଗଭୀର ମାନବୀୟ ସମ୍ବେଦନା, କରୁଣା ଓ ପ୍ରେମ ଦେଖିବାକୁ ମିଳେ।

The post ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>
centre top 2019-12-18 19:03:00 https://cdn.odishareporter.in/wp-content/uploads/2019/12/18185756/6790.jpg