ସାହିତ୍ୟ – Odisha Reporter https://odishareporter.in Tue, 13 Oct 2020 18:07:06 +0000 en-US hourly 1 ଇଣ୍ଟରନେଟରେ ପାଳିଲେ ‘ଖୋକା ଭାଇ’ଙ୍କ ଜନ୍ମଦିନ, ଯୋଗଦେଲେ ଅକ୍ଷୟ ପ୍ରେମୀ https://odishareporter.in/literature-culture/khoka-bhai-jayanti-celebrated-by-khati-jamiba-family-580941 Tue, 13 Oct 2020 18:00:29 +0000 https://odishareporter.in/?p=580941

ଭୁବନେଶ୍ୱର: କୋଭିଡ୍ ପାଇଁ ଏଥର ଫିକା ଫିକା ସବୁ ଉତ୍ସବ। କିନ୍ତୁ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନକୁ ଓଡ଼ିଆ ସଙ୍ଗୀତପ୍ରେମୀ ପାଳନ କରିଛନ୍ତି ନିଆରା ଢଙ୍ଗରେ। ଟ୍ଵିଟରରୁ ଏକାଠି ହୋଇ ‘ଖଟି ଜମିବ’ ନାମରେ ଗଢ଼ିଉଠିଥିବା ଏକ ପରିବାର ପକ୍ଷରୁ ପାଳିତ ହୋଇଛି ‘ସ୍ମୃତି ତୁମେ ଅକ୍ଷୟ’। ଅକ୍ଷୟଙ୍କ ସହ ସ୍ମୃତି ବଖାଣିବାକୁ ଯୋଗ ଦେଇଥିଲେ ତାଙ୍କୁ ଅତି ପାଖରୁ ଜାଣିଥିବା ବିଶିଷ୍ଟ ସାହିତ୍ୟିକ ତଥା ଗୀତିକାର ଦେବଦାସ ଛୋଟରାୟ, ଅକ୍ଷୟଙ୍କ ନିର୍ଦ୍ଦେଶନାରେ ବହୁ ଗୀତ ଗାଇଥିବା କଣ୍ଠଶିଳ୍ପୀ […]

The post ଇଣ୍ଟରନେଟରେ ପାଳିଲେ ‘ଖୋକା ଭାଇ’ଙ୍କ ଜନ୍ମଦିନ, ଯୋଗଦେଲେ ଅକ୍ଷୟ ପ୍ରେମୀ appeared first on Odisha Reporter.

]]>

ଭୁବନେଶ୍ୱର: କୋଭିଡ୍ ପାଇଁ ଏଥର ଫିକା ଫିକା ସବୁ ଉତ୍ସବ। କିନ୍ତୁ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନକୁ ଓଡ଼ିଆ ସଙ୍ଗୀତପ୍ରେମୀ ପାଳନ କରିଛନ୍ତି ନିଆରା ଢଙ୍ଗରେ। ଟ୍ଵିଟରରୁ ଏକାଠି ହୋଇ ‘ଖଟି ଜମିବ’ ନାମରେ ଗଢ଼ିଉଠିଥିବା ଏକ ପରିବାର ପକ୍ଷରୁ ପାଳିତ ହୋଇଛି ‘ସ୍ମୃତି ତୁମେ ଅକ୍ଷୟ’।

ଅକ୍ଷୟଙ୍କ ସହ ସ୍ମୃତି ବଖାଣିବାକୁ ଯୋଗ ଦେଇଥିଲେ ତାଙ୍କୁ ଅତି ପାଖରୁ ଜାଣିଥିବା ବିଶିଷ୍ଟ ସାହିତ୍ୟିକ ତଥା ଗୀତିକାର ଦେବଦାସ ଛୋଟରାୟ, ଅକ୍ଷୟଙ୍କ ନିର୍ଦ୍ଦେଶନାରେ ବହୁ ଗୀତ ଗାଇଥିବା କଣ୍ଠଶିଳ୍ପୀ ବିବୁ ଦାସ, ଦୀପକ ସାମନ୍ତରାୟ ଏବଂ ଅକ୍ଷୟ ସାହିତ୍ୟର ପ୍ରଶଂସକ ତଥା ଯାତ୍ରା କଳାକାର ଲୋକନାଥ ଲେଙ୍କା। ଅତିଥିମାନେ ଅକ୍ଷୟ ମହାନ୍ତିଙ୍କ ସହ ବିତାଇଥିବା ମୁହୂର୍ତ୍ତ ସବୁକୁ ମନେ ପକାଇବା ସହ ବହୁ ଅଜଣା କଥା କହିଥିଲେ। ସେହିପରି ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି ମଧ୍ୟ ଯୋଗ ଦେଇଥିଲେ। ମିତ୍ରଭାନୁଙ୍କ ଉପସ୍ଥିତି ଜୁମ୍ ଯୋଗେ ଯୋଗଦେଇଥିବା ଅଂଶଗ୍ରହଣକାରୀଙ୍କୁ ଅକ୍ଷୟଙ୍କ ଅନୁଭବ ଦେଇଥିବା ସେମାନେ କହିଥିଲେ।

ସାହିତ୍ୟାନୁରାଗୀ ପ୍ରଶାନ୍ତ ଭୂୟାଁ, ସଂସ୍କୃତିପ୍ରେମୀ ଶ୍ୟାମାନୁଜ ଦାସ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକଙ୍କ ସଂଯୋଜନା ସହ ମଝିରେ ମଝିରେ ଖୋକା ଭାଇଙ୍କ ଗୀତ ସନ୍ଧ୍ୟାକୁ ଅକ୍ଷୟମୟ କରିଥିଲା। ଅଭିମାନିନୀ ଅମାନିଆ ଢେଉ ଏବଂ ମା’ ତୁମେ ମମତାର ସୀମାହୀନ ସାଗର ଆଦି ଗୀତର କିମ୍ବଦନ୍ତୀ ଗୀତକାର ସଚି ମହାନ୍ତିଙ୍କର ଏକ ବାର୍ତ୍ତା ଏହି ଅବସରରେ ପରିବେଷଣ କରାଯାଇଥିଲା। ସେ କହିଥିଲେ ଅକ୍ଷୟ ମହାନ୍ତି ତାଙ୍କୁ କାହିଁକି ଚାପୁଡ଼ା ମାରିଥିଲେ। ଡକ୍ଟର ତନ୍ମୟ ପଣ୍ଡା, ଭବାନୀ ପ୍ରସାଦ ଦାସ, ବିରାଜ ରଥ ଏବଂ ବେଶ କିଛି ଜଣ ଅଂଶଗ୍ରହଣକାରୀ ଅକ୍ଷୟଙ୍କ ଗୀତ ଗାଇଥିଲେ।

ଅନ୍ୟ ଭାଷା ଓ ସଂସ୍କୃତିର ଶବ୍ଦ ଓ ଶୈଳୀକୁ ଅକ୍ଷୟ କିପରି ଉପଯୋଗ କରିଥିଲେ ଦେବଦାସ ସେ ବିଷୟରେ ଆଲୋକପାତ କରିଥିଲେ। ସେହିପରି ବିବୁ ଦାସ ଅକ୍ଷୟଙ୍କ ଶେଷ ସମୟରେ ଶୁଣାଇଥିବା ‘ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵନ ଶୁଣି’ ଗୀତଟିକୁ ଗାଇ ସମଗ୍ର ପରିବେଶକୁ ଭାବବିହ୍ବଳ କରିଦେଇଥିଲେ। ସେହିଭଳି ଏନଏବିଏମର ପୂର୍ବତନ ନିର୍ଦ୍ଦେଶକ ଦୀପକ ସାମନ୍ତରାୟ ଅକ୍ଷୟ ସାହିତ୍ୟକୁ ନେଇ ଯଥେଷ୍ଟ କମ୍ ଗବେଷଣା ହୋଇଥିବା କଥା କହିଥିଲେ। ଏହି ଭର୍ଚୁଆଲ ଉତ୍ସବ ପୂର୍ବରୁ ଚିତ୍ର, ସଙ୍ଗୀତ ଓ କବିତା ଆଦି ପ୍ରତିଯୋଗିତା ହୋଇଥିଲା। ଏସବୁର କିଛି ଝଲକ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା।

The post ଇଣ୍ଟରନେଟରେ ପାଳିଲେ ‘ଖୋକା ଭାଇ’ଙ୍କ ଜନ୍ମଦିନ, ଯୋଗଦେଲେ ଅକ୍ଷୟ ପ୍ରେମୀ appeared first on Odisha Reporter.

]]>
left top 2020-10-13 23:37:06 https://cdn.odishareporter.in/wp-content/uploads/2020/10/13232832/Akshay-Mohanty.jpg
କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର https://odishareporter.in/odisha/nityanand-nayak-to-receive-41st-sarala-puraskar-579147 Wed, 07 Oct 2020 13:26:20 +0000 https://odishareporter.in/?p=579147

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇମ୍ପାକ୍ଟ ପକ୍ଷରୁ ଆଜି ଘୋଷଣା ହୋଇଛି ୪୧ତମ ଶାରଳା ପୁରସ୍କାର। ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର। କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ତାଙ୍କୁ ପୁରସ୍କୃତ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର। ସେହିପରି ଅନ୍ୟ ଦୁଇ କୃତୀ ବ୍ୟକ୍ତିଙ୍କୁ ମିଳିବ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’। ସଂଗୀତ କ୍ଷେତ୍ରରେ ରଂଜିତ କୁମାର ନାଗ ଓ ଚିତ୍ରକଳା […]

The post କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇମ୍ପାକ୍ଟ ପକ୍ଷରୁ ଆଜି ଘୋଷଣା ହୋଇଛି ୪୧ତମ ଶାରଳା ପୁରସ୍କାର। ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର। କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ତାଙ୍କୁ ପୁରସ୍କୃତ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର।

ସେହିପରି ଅନ୍ୟ ଦୁଇ କୃତୀ ବ୍ୟକ୍ତିଙ୍କୁ ମିଳିବ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’। ସଂଗୀତ କ୍ଷେତ୍ରରେ ରଂଜିତ କୁମାର ନାଗ ଓ ଚିତ୍ରକଳା କ୍ଷେତ୍ରରେ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’ରେ ସମ୍ମାନୀତ ହେବେ ଶ୍ୟାମସୁନ୍ଦର ପଟ୍ଟନାୟକ। ଏ ଦୁହିଁଙ୍କୁ ସମ୍ମାନ ସ୍ୱରୂପ ମିଳିବ ୧.୫ ଲକ୍ଷ ଲେଖାଏଁ ଟଙ୍କା।

The post କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର appeared first on Odisha Reporter.

]]>
centre bottom 2020-10-07 18:56:20 https://cdn.odishareporter.in/wp-content/uploads/2020/10/07185321/nitya-nanda.jpg
ମୁଁ ହାଟରୁ କିଣିଛି (ଭାଗ -୨) https://odishareporter.in/literature-culture/literature/a-painful-story-on-father-written-by-dibakar-sahoo-563578 Sun, 16 Aug 2020 10:45:12 +0000 https://odishareporter.in/?p=563578

ଦିବାଙ୍କର ସାହୁ  ମୁଁ ଏଇ ବେଡ଼ ଉପରେ କ’ଣ କରୁଛି ମୁଁ ବି ଜାଣିନି। ଏଠି ସମସ୍ତେ କୋଉ ଗୋଟେ ଅଜଣା ଭାଷାରେ କଥା ହେଉଛନ୍ତି। ବୋଧେ ହିନ୍ଦୀରେ। ଡାକ୍ତର କହୁଥିଲେ ଆପ୍‌ ସୁରକ୍ଷିତ ହେ, ତୁହ୍ମାରା କୁଛ ନେହିଁ ହୁଆ। କ’ଣ କହିଲେ ସେଗୁଡା ମୁଁ କିଛି ବୁଝି ପାରିଲିନି। କିଛି ଦିନ ଡାକ୍ତରଖାନାରେ ରହିଲି। ତା’ ପରେ କେତେ ଗୁଡ଼ିଏ କାଗଜ ଦେଇ ମତେ ତଡ଼ି ଦେଲେ ସେଠୁ। ବୋଧେ ସେଗୁଡ଼ା ଡାକ୍ତରଖାନାର ରିପୋର୍ଟ। […]

The post ମୁଁ ହାଟରୁ କିଣିଛି (ଭାଗ -୨) appeared first on Odisha Reporter.

]]>

ଦିବାଙ୍କର ସାହୁ 

ମୁଁ ଏଇ ବେଡ଼ ଉପରେ କ’ଣ କରୁଛି ମୁଁ ବି ଜାଣିନି। ଏଠି ସମସ୍ତେ କୋଉ ଗୋଟେ ଅଜଣା ଭାଷାରେ କଥା ହେଉଛନ୍ତି। ବୋଧେ ହିନ୍ଦୀରେ। ଡାକ୍ତର କହୁଥିଲେ ଆପ୍‌ ସୁରକ୍ଷିତ ହେ, ତୁହ୍ମାରା କୁଛ ନେହିଁ ହୁଆ। କ’ଣ କହିଲେ ସେଗୁଡା ମୁଁ କିଛି ବୁଝି ପାରିଲିନି। କିଛି ଦିନ ଡାକ୍ତରଖାନାରେ ରହିଲି। ତା’ ପରେ କେତେ ଗୁଡ଼ିଏ କାଗଜ ଦେଇ ମତେ ତଡ଼ି ଦେଲେ ସେଠୁ। ବୋଧେ ସେଗୁଡ଼ା ଡାକ୍ତରଖାନାର ରିପୋର୍ଟ। ସେ ଯାହାବି ହେଉ, ଡେଙ୍ଗା ଆଉ ସୁସ୍ଥିଆ ସିକ୍ୟୁରିଟି ଗାଡ଼ିଟା ମୋତେ ଆଣି ଗେଟ ବାହାରେ ଛାଡ଼ି ଦେଇଗଲା। ଗେଟ୍‌ ପାଖରୁ ଏପଟ ଆଉ ସେପଟକୁ ରାସ୍ତା ପଡ଼ିଛି। ମୁଁ ଏବେ କୁଆଡ଼େ ଯିବି। କାହାକୁ ଜାଣିନି..କାହାକୁ ଚିହ୍ନିନି। କ’ଣ ଖାଇବି। କୋଉଠି ରହିବି କିଛି ଜାଣି ପାରୁନି। ବୁଢ଼ା ଲୋକ ମୁଁ , ଠିକରେ ଚାଲିବି ପାରୁନି। ଏ ବୟସରେ ଏମିତି ଭୋଗିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି। ହଉ ଭୋକ ତ ଆଉ ସହି ହଉନି। କ’ଣ ବା କରିବି। ଭାରି ନିଜୋର ଲାଗୁଛି। ଯେମିତି, ରକ୍ତ ପିପାସୁ ନରରାକ୍ଷସ ଗୁଡ଼ା ମୋ ଦେହରୁ ସବୁ ବଳ କାଢ଼ି ନେଇଛନ୍ତି, ଖାଲି ଶକ୍ତିହୀନ ଶରୀରଟାକୁ ଛାଡ଼ି ଦେଇଛନ୍ତି। ଆଉ ଉପାୟ ନାହିଁ।

ସେଇ ଗେଟ ପାଖରେ ଠିଆ ହୋଇଛି। ପ୍ରଚଣ୍ଡ ଖରାର କୋପ ବୋଧେ ସୁରୁଜ ଦେବତା ମୋ ଉପରେ ସବୁ ଅଜାଡ଼ି ଦେଉଛନ୍ତି। ଆଉ ଭାବିବାକୁ ବେଳ ନାହିଁ ଧୀରେ ଧୀରେ ପାଖ ବରଗଛ ଛାଇକୁ ଚାଲିଆସିଲି। ଧିରେ ଧିରେ ବାଡ଼ିଟାକୁ ପକେଇଦେଇ ସେଠି ବସି ପଡ଼ିଲି। କ’ଣ କରିବି ଯେଉଁ ସମ୍ମାନକୁ ଜଗି  ଏ ହାତ କାହା ଆଗରେ ପାତି ନଥିଲା, ସେ ଆଜି ଭୋକର ଜ୍ୱାଳାକୁ ଶାନ୍ତ କରିବାକୁ ଆଗକୁ ଲମ୍ବି ଯାଇଛି। ଯେଉଁ ପାଟି ଦିନେ ଭିକ ମାଗୁଥିବା ଅସୁଆଙ୍କୁ ଗାଳି କରୁଥିଲା, କର୍ମ କରି ଖାଇବାକୁ ବତାଉଥିଲା ସେ ଆଜି ଭିକ ଗଣ୍ଡେ ମିଳୁ ବୋଲି ଚିତ୍କାର କରି ଉଠୁଛି। ହଁ ବାସ ଥରୁଟେ କାହା ଆଗରେ ମୁଣ୍ଡ ନୁଆଁଇଥିଲି, ମୋ ସ୍ତ୍ରୀର ଦେହ ଭଲ କରିବା ପାଇଁ। ହଉ ଛାଡ଼ ସେ ସବୁ କଥା। ସେ ସ୍ମୃତି ଆଉ ଉଜ୍ଜୀବିତ କରିବାକୁ ସାମର୍ଥ୍ୟ ମୋର ନାହିଁ।

କିଛି ସମୟ ଗର୍ଜିବା ପରେ କେହି କିଛି ବି ଦେଲେ ନାହିଁ। ଏପଟେ ପେଟ ଆସି ପିଠିରେ ଲାଗିବାକୁ ବସିଲାଣି। କେତେ ଆଉ ପାଣି ଗୁଡ଼ା ପିଇ ଚାଲିବି। ଆଉ ସହି ହେଲାନି। ଠିକ ଏତିକି ବେଳକୁ କେହି ଜଣେ ଡାକ୍ତରଖାନା ଭିତରୁ ଜରିରେ କିଛି ନେଇ ବାହାରକୁ ଆସିଲା। ଜରିଟିକୁ ମୋ ପାଖାପାଖି ଫୋପାଡ଼ି ଦେଇ ଚାଲିଗଲା। ଓଃ କି ଆନନ୍ଦ। ଭଗବାନ ବୋଧେ ମୋ ମନ ଜାଣି ପଠେଇଛନ୍ତି। ଆତୁର ହୋଇ ଜରି ଭିତରେ ହାତ ପୁରେଇ ପକେଇଲି। କିଛି ସାଲୁବାଲୁ କରି ହାତରେ ମୋର ଲାଗିଗଲେ। ଅନ୍ତରର ବହ୍ନି ଏତେ ଦାଉ ଦାଉ ହେଉଥିଲା ଯେ ଆଉ ଦେଖିବାକୁ ଅପେକ୍ଷା କରିପାରିଲାନି। ଚଟ କିନା ହାତ ଆସି ପାଟିରେ ଆପଣାଛାଏ ପଶିଗଲା। ଆଃ କି ଶାନ୍ତି। ବହୁ ଦିନର ତୃଷ୍ଣା ଆଜି ତୃପ୍ତ ହୋଇଗଲା ଯେମିତି। ଖାଇ ସାରି ହେଉଡ଼ିଟେ ମାରିଲି। ସେ ଯାହାବି ହେଉ ପେଟ ତ ପୁରିଗଲା। କିନ୍ତୁ ସେ ଜରିରେ କ’ଣ ଥିଲା ଜାଣିଛୁ ଲୋ ମା’ … ଡାକ୍ତରଖାନାର ବଳିପଡ଼ିଥିବା ଦୁଇ ତିନି ଦିନର ବାସି ଖାଦ୍ୟ। ପୋକ ଗୁଡ଼ା ତାକୁ ଆହାର କରିନେଇଥିଲେ। ସେଥିରୁ ଫାଟି ପଡୁଥିଲା ବାନ୍ତି ଓଗାଳିବା ପରି ଗନ୍ଧ। ଏଇ ଭୋକିଲା ପେଟକୁ ସେ ଅମୃତ ସମାନ ଥିଲା।

ଏଇ ଖୋଲା ଆକାଶର ଛତ୍ରଛାୟାରେ ଡେଣା ମେଲେଇ ଥିବା ବରଗଛ ତଳେ କିଛି ଦିନ ବେଶ ଏମିତି ମୋର ବିତିଗଲାଣି। ମୁଁ ସବୁ ଦିନ ପରି ଚିତ୍କାର କରୁଥାଏ – ବାବୁ କିଛି ଗଣ୍ଡେ ଖାଇବାକୁ ଦିଅ ବାବୁ ତମର ଧର୍ମ ହେବ, ଏ ମାଆ କିଛି ଗଣ୍ଡେ ଦେଏଲୋ ମାଆ ତୋର ମଙ୍ଗଳ ହେବ। କିନ୍ତୁ ଏ ନିର୍ଦ୍ଦୟ ମଣିଷ ଗୁଡ଼ା ମୋ ଭାଷାକୁ ବୁଝିପାରୁନାହାନ୍ତି। ଆଖି ଡୋଳାକୁ ଟିକେ ବୁଲେଇଦେଇ ନଦେଖିଲା ପରି ଚାଲି ଯାଆନ୍ତି। ଘରୁ ତ କିଛି ଲୁଗାପଟା ଆଣିନଥିଲି। ପୁଅ ସହ ଖାଲି ବୁଲିବାକୁ ଆସିଥିଲି। ମୁଁ କ’ଣ ଜାଣିଥିଲି ଗୋଟେ ଅଜଣା ରାଇଜକୁ ଯାଉଛି। ସେଇ ଖଣ୍ଡିଏ ଲୁଗା ବାସ। ଘଷି ମାଜି ହୋଇ ଭଲରେ ଗାଧୁଆ ପାଧୁଆ ନାହିଁ। କେବଳ ସେଇ ପାଖ ପୋଖରୀରେ ସବୁଦିନିଆ କାମ ଚଳିଯାଏ।

ହଉ ଛାଡ଼ଲୋ ମାଆ ତତେ ଏ ସବୁ କହି ମୋର ବା କି ଲାଭ। ଏତେ ଦିନ ପରେ ମୋ ରାଇଜ ଭାଷାରେ କାହା ସହ କଥା ହେଲି ଭାରି ଖୁସି ଲାଗିଲା। ବୁଢ଼ା ଲୋକଟା ମୁଁ, ତୋ ଆଗରେ କେତେ କ’ଣ ବକି ଗଲିଣି। ଖରାପ ଭାବିବୁନି। ମନର ବେଦନାକୁ ଆଉ ଚାପି ରଖିପାରିଲିନି। ନା ନା ମଉସା ସେମିତି କୁହ ନାହିଁ। ଭଗବାନ କାହାକୁ ଆଣି କୋଉଠି ପହଞ୍ଚାଇଦିଅନ୍ତି କେବଳ ସେ ହିଁ ଜାଣନ୍ତି। ଧୀର କଣ୍ଠରେ ଉତ୍ତର ଦେଲା ସସ୍ମିତା। ଏତେ ସମୟ ଧରି ବୁଢ଼ାର କଥାକୁ କାନ ଡେରି ଶୁଣୁଥିଲା ସେ। ସାଙ୍ଗ ତା’ର ସେଇ ପାଖ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ତାକୁ ଦେଖା କରିବାକୁ ଆସିଥିଲା।

ହେଲେ ଫେରିବା ବାଟରେ ଓଡ଼ି ରେ ଭିକ ମିଳୁ ଭିକ ମିଳୁ ବୋଲି ଚିତ୍କାର କରୁଥିବା ନିସହାୟ ବୁଢ଼ାଟିକୁ ଦେଖି ଅଟକି ଗଲା। ପାଖକୁ ଯାଇ ପଚାରିଲା ମଉସା ତମେ ଓଡ଼ିଶାରୁ ଆସିଛ ? ଉତ୍ତରରେ ହଁ ଲୋ ମାଆ ବୋଲି କୋହଭରା କଣ୍ଠରେ କହିଲା ବୁଢ଼ା। ପୁଣି ସସ୍ମିତା ପଚାରିଲା ଏଠିକି କେମିତି ଆସିଲ? ମୁଁ ନିଜେ ଆସିନି ଲୋ ମାଆ। ସମୟ ଆଣି ମତେ ଏଠି ପହଞ୍ଚାଇ ଦେଇଛି। ବୁଢ଼ାଠାରୁ ସମସ୍ତ ଘଟଣା ଶୁଣିଲା ସସ୍ମିତା। ସବୁ ଶୁଣିସାରି ସସ୍ମିତା କହିଲା ମଉସା ମୁଁ ଏଇ ପାଖରେ ଗୋଟେ ଘର ଭଡାନେଇ ରହୁଛି। ମୋ ସାଙ୍ଗରେ ଚାଲ। ତୁମର କିଛି ଅସୁବିଧା ହେବନି। ଏଇ ଦୁନିଆରେ କେହି କାହାର ନୁହେଁ ଲୋ ମା’। ଯାହାକୁ ଜନ୍ମ କରି, ପାଳି ପୋଷି ବଡ଼ କଲି ସେ ତ ମତେ ଆଜି ହାଟରେ ବିକି ଦେଇ ଚାଲିଗଲା। ଆଉ ତୁ ତ ମୋର କେହି ନୁହେଁ , କାହିଁକି ତୋ ଉପରେ ବୋଝ ହେବି। ବୁଢ଼ା ଆଖିରୁ ଦୁଇ ଧାର ଲୁହ ବୋହିଗଲା। ସସ୍ମିତା ଆଉ ସହି ପାରିଲାନି। ବୁଢ଼ା ହାତ ଧରି ଜବରଦସ୍ତ ଉଠାଇଲା। ମଉସା ତମେ ମୋ ସହ ନଗଲେ ମୁଁ ବି ଯିବିନି। ମୋ ସହ ଚାଲ। ଘରେ ସବୁ କଥା ହେବା ଝିଅଟାର ଜିଦିକୁ ମଉସା ଏଡେଇ ପାରିଲାନି। ଧିରେ ଧିରେ ଉଠିଲା ଆଉ ସସ୍ମିତାକୁ ଆଶା ବାଡ଼ିକରି ତା’ ସହ ତା’ ଘରକୁ ଚାଲିଲା। କ୍ରମଶଃ…

ଇମେଲ୍‌-dibankar19@gmail.com

ଫୋନ୍- ୭୨୦୫୧୩୫୧୦୦

 

The post ମୁଁ ହାଟରୁ କିଣିଛି (ଭାଗ -୨) appeared first on Odisha Reporter.

]]>
2020-08-16 16:21:48 https://cdn.odishareporter.in/wp-content/uploads/2020/08/16161446/diba-nkar-1.jpg
ମୁଁ ହାଟରୁ କିଣିଛି https://odishareporter.in/literature-culture/a-painful-story-on-father-561729 Mon, 10 Aug 2020 09:46:18 +0000 https://odishareporter.in/?p=561729

ଦିବାଙ୍କର ସାହୁ ପାଖରେ କେହି ନାହାନ୍ତି। କେଉଁଠି ଅଛି ମୁଁ ବି ଜାଣିନି। ବାସ୍‌ ଏତିକି ଜାଣିଛି ଏଇଟା ଗୋଟେ ହସ୍ପିଟାଲ ଆଉ ମୁଁ ବେଡ ଉପରେ। ମୋ ଡାହାଣ ପାଖ  ପେଟ ବହୁତ ଦରଜ ଲାଗୁଛି । କ’ଣ ହେଇଛି ମୁଁ ଜାଣି ପାରୁନି । ବାସ ମୁଁ ଏତିକି ଜାଣିଛି ପୁଅ ଆଣି କୋଉ ଅଜଣା ବଜାର ପାଖେ ଛାଡ଼ି ଦେଇଗଲା। ଜଣେ କେହି ମଉସା ମଉସା କହି ତା ଘରକୁ ଯିବା ପାଇଁ […]

The post ମୁଁ ହାଟରୁ କିଣିଛି appeared first on Odisha Reporter.

]]>

ଦିବାଙ୍କର ସାହୁ

ପାଖରେ କେହି ନାହାନ୍ତି। କେଉଁଠି ଅଛି ମୁଁ ବି ଜାଣିନି। ବାସ୍‌ ଏତିକି ଜାଣିଛି ଏଇଟା ଗୋଟେ ହସ୍ପିଟାଲ ଆଉ ମୁଁ ବେଡ ଉପରେ। ମୋ ଡାହାଣ ପାଖ  ପେଟ ବହୁତ ଦରଜ ଲାଗୁଛି । କ’ଣ ହେଇଛି ମୁଁ ଜାଣି ପାରୁନି । ବାସ ମୁଁ ଏତିକି ଜାଣିଛି ପୁଅ ଆଣି କୋଉ ଅଜଣା ବଜାର ପାଖେ ଛାଡ଼ି ଦେଇଗଲା। ଜଣେ କେହି ମଉସା ମଉସା କହି ତା ଘରକୁ ଯିବା ପାଇଁ ଗୋଟେ ଗାଡ଼ିରେ ବସେଇ ଦେଲା। ତା ପରେ ମୁଁ ଆଉ କହିପାରିବିନି। ପୁଅ ଖାଲି କହିଦେଇ ଗଲା…

ଘର ମୋର ଗୋଟେ ମଫସଲ ଗାଁରେ। ପାଠ ପଢିନି ମୂର୍ଖ ଲୋକ ମୁଁ। ଚାଷ ବାସ କରି ତିନି ପ୍ରାଣୀ କୁଟୁମ୍ବ ପୋଷେ। ବିବାହର ବହୁ ବର୍ଷ ଯାଏଁ ଛୁଆ ଟିଏ ହେଉନଥାଏ । ମୋ ସ୍ତ୍ରୀ କୁ ଗାଁ ଲୋକେ ଖରାପ କଥା କହିବାକୁ ଲାଗିଲେl ଗାଁ ଠାକୁରାଣୀଙ୍କ ପାଖରେ ଦୁହେଁ ବହୁବାର ଗୁହାରିଆ ବି ପଡ଼ିଲୁ। ବହୁତ କିଛି ଠାକୁରାଣୀଙ୍କୁ ଦେବା ପାଇଁ ଯାଚିଲୁ, ଓଷା, ଓପାସ, ମାନସିକ କୋଉଥିରେ ହେଳା କଲୁନି। ଯାହାହେଉ ଭଗବାନଙ୍କ ଦୟାରୁ ପୁଅଟିଏ ହେଲା l ଗୋଟିଏ ପୁଅ ତ ଭାରି ଗେଲ୍ହା l ଟିକେ ଟିକେ କଥାରେ ରୁଷି ଯାଏ l  ମା ତାର ବହୁତ ବୁଝା ସୁଝା କରିବା ପରେ ପୁଣି ଖାଇଦିଏ l ମୁଁ ତାକୁ ଗେଲ ରେ କୁହେ ତୁ ମୋ ପୁଅ ନୁହେଁ ମୁଁ ତତେ ହାଟରୁ କିଣି ଆଣିଛି ଆଉ ସେ ଚିଡ଼ି ଯାଏ l ପୁଣି ତାକୁ ମୁଁ ବୁଝେଇ ଦିଏ l ଏମିତି ଛୋଟ ସଂସାରଟି ମୋର ହସଖୁସିରେ ଚଳିଯାଉଥାଏ l ପୁଅ ଦଶମ ପାସ କରି କଲେଜ ଯାଉଥାଏ l ମା ତାର ଖୁବ ଖୁସି ପୁଅ ମୋର କଲେଜ ଗଲାଣି l ଦେଖିବ ସେ ବଡ଼ ହାକିମ ହେବ l ଧୀରେ ଧୀରେ ହସ ଖୁସି ସଂସାରରେ ଯେମିତି କଳା ବାଦଲ ଢାଙ୍କି ଆସିଲା। ତା ମା ଦେହ ଭୀଷଣ ଖରାପ ହୋଇଗଲା l କିଏ କହିଲା ଶନିପାତ ହେଇଛି ତ ଆଉ କିଏ କହିଲା ଠାକୁରାଣୀଙ୍କୁ କଣ ଯାଚିଥିଲା ପରା ଲୋଭରେ ପୂରଣ କରିନି ଆଉ । ସେଥିପାଇଁ ଠାକୁରାଣୀ କୋପ କଲେ । ପାଖରେ ପଇସା ବି ନ ଥାଏ । କେତେ କରଜ କରି ଧାଇଁବ ଡାକ୍ତରଖାନା l ଟଙ୍କା ପଇସା ଅଭାବ ରୁ ଶେଷରେ ତା ମାଆଟା ଅମ ସମସ୍ତଙ୍କୁ ପର କରି ଚାଲିଗଲା । ଆଉ ଗଲାବେଳେ କହିଗଲା, ଶୁଣ ମୋ ପୁଅ ଲାଗିଲା ତାର ଯତ୍ନ ନେବ l ଭାରି ନିଷ୍କପଟ ଛୁଆଟା ଛନ୍ଦ, ମନ୍ଦ କିଛି ଜାଣେନି l ମୋ ଆଖିରୁ ଲୁହ ଝରୁଥାଏ ଆଉ ମୁଁ ହଁ ମାରୁଥାଏ l ଶେଷରେ  ଘରେ ରହିଗଲୁ ଖାଲି ମୁଁ ଆଉ ମୋ ପୁଅ l ପୁଅ ପାଠ ପଢ଼ିଵ ବୋଲି ତାକୁ କୁଟା ଖଣ୍ଡକ ଦି ଖଣ୍ଡ କରିବାକୁ ମୁଁ ଦିଏନି l ଭଗବାନଙ୍କ ଦୟାରୁ ପୁଅ ଛୋଟ  ଚାକିରୀ ଖଣ୍ଡେ ପାଇଲା l ଦୁହେଁ ବେଶ ଆରାମରେ ଚଳିଲେ l ପୁଅର ବାହାଘର ବୟସ ହେଇଯାଇଥାଏ l

ମୁଁ ତ ତା ପାଇଁ ଘର ଖଣ୍ଡେ କରିପାରିଲିନି । ସେଇ ପୁରୁଣା ଝାଟିମାଟିଆ ଘରେ ତାର ବାହାଘର କରିଦେଲି । ଏବେ ମୁଁ ଚିନ୍ତାରୁ ମୁକ୍ତି l ପୁଅ ମୋର ଭାରି ଭଲ l ମୋ ପୁଅ ଭଳି କିଏ ହବ l ସଂସାର ଯାକରେ ମୋ ପୁଅ ଭଳି ଆଉ କେହି ହେବେନି l ତା ଗୁଣ ମୁଁ ଗାଁ ଯାକ ଗାଉଥାଏ l ଏଣେ ପୁରୁଣା କାଳିଆ ଘରେ ରହିବାକୁ ବୋହୂର ଜମାରୁ ଇଚ୍ଛା ନଥାଏ ।ଦିନ ରାତି ପୁଅ ଉପରେ ଖାଲି ଗର ଗର l ମୁଁ ଏ ଛୋଟ ଘରେ ଚଳି ପାରିବିନି l କାଲି ପିଲାଛୁଆ ହେବେ ସଂସାର ବଢିବ ନା ନାହିଁ l ଶୁଣ ତୁମ ଅଫିସ ତ ଏଠୁ ବହୁତ ଦୂର କେତେ ଦିନ ଏମିତି ବସ କି ଗାଡ଼ିରେ ଯିବା ଆସିବା କରୁଥିବ  l ତେଲ ଖର୍ଚ୍ଚ ବଳେଇ ଯାଉଛି l ତମେ ଗୋଟେ ଫ୍ଲାଟ ବୁଝୁନ ତୁମ ଅଫିସ ପାଖରେ ଆମେ କିଣିବା l ବୋହୁ କଥା ଶୁଶି ପୁଅ ଉତ୍ତରରେ କହିଲା, ହେଁ ବୁଝିଲ ତୁମ ମୁଣ୍ଡ ଫୁଣ୍ଡ ଖରାପ ହୋଇଗଲାଣି ବୋଧେ l ସେଠି ଫ୍ଲାଟ କିଣିବାକୁ କେତେ ଟଙ୍କା ଦରକାର ଜାଣିଛ ଟି…  ପୁରା ପଚିଶ ଲକ୍ଷ l ଅଛି ଅଛି ତମ ପାଖରେ ଏତେ ଟଙ୍କା l ବୋହୁ-ହୁଁ.. ଟଙ୍କା ଯୋଗାଡ଼ ହେଇଯିବନି l ତମେ ଆଗେ ମୋ ଦୂର ସମ୍ପର୍କୀୟ ମାଉସୀ ପୁଅ ଭାଇ ସହ କଥା ବାର୍ତ୍ତା ତ ହୁଅ l ସେ ତୁମକୁ ସବୁ ବୁଝେଇ ଦେବ l ହଉ ଠିକ ଅଛି ମୁଁ କଥା ହୋଇଯିବି l

ଏମିତି କିଛି ଦିନ ଚାଲି ଗଲା l ବୋହୁ ଖାଲି ବାରମ୍ବାର କହୁଥାଏ l ଶେଷରେ ଫ୍ଲାଟ ଦେଖିବାକୁ ଗଲେ ଆଉ ପସନ୍ଦ ବି ହେଇଗଲା l ଏବେ ଚିନ୍ତା ପଡ଼ିଲା ଟଙ୍କା ର l ଗୋଟେ ଯୋଡ଼େ ତ ନୁହେଁ ପୁରା ପଚିଶ ଲକ୍ଷ ଟଙ୍କା ସେ ପୁଣି ନଗଦ କ୍ୟାସ l ବାକି ରେ ତ ମିଳିବନି ନା l ବୋହୁ କହିଲା ଶୁଣ ତୁମ ଆକାଉଣ୍ଟ ରେ ଯେଉଁ ପାଞ୍ଚ ଲକ୍ଷ ଅଛି ଆଉ ମୋ ବାପଘରୁ ପାଞ୍ଚ ଲକ୍ଷ ଆଣୁଛି ମିଶି ଦଶ ଲକ୍ଷ ହୋଇଗଲା l ଆଉ ବାକି ପନ୍ଦର ଲକ୍ଷ, ଶୁଣ ଅମ ଏଇ ପୁରୁଣା ଘରଟା ବ୍ୟାଙ୍କ ରେ ବନ୍ଧା ପକେଇଦେଲେ ପ୍ରାୟ ପାଞ୍ଚ ଲକ୍ଷ ହେଇଯିବ l ବାକି ରହିଲା ଦଶ ଲକ୍ଷ ତାକୁ…. । ହଉ ଦେଖିବା ମୋ ମା ଙ୍କୁ ପଚାରି କଣ ଗୋଟେ ଉପାୟ ବାହାର କରିବା l ପୁଅ ଅଫିସ ଚାଲିଗଲା l ବୋହୁ ଚିନ୍ତା ରେ ଥାଏ କଣ କରିବ। କେମିତି ଆଉ ଦଶ ଲକ୍ଷ ଯୋଗାଡ଼ ହେବ l ତା ମା କୁ ଫୋନ ଲଗେଇଲା l ହ୍ୟାଲୋ ମା ମା ମୋତେ ଚିନ୍ତା ଲାଗିଲାଣି ଆଉ ଦଶ ଲକ୍ଷ କୋଉଠୁ ଆଣିବି କିଛି ବୁଝି ପାରୁନି l ମା ବହୁତ ଆଇଡ଼ିଆ ଦେଲା ହେଲେ ଝିଅ ମନକୁ କିଛି ପସନ୍ଦ ଆସିଲାନି l ଶେଷରେ ମା ମୁଣ୍ଡକୁ ଝିଅର ଶ୍ୱଶୁର କଥା ଆସିଲା l ଝିଅ ଶୁଣ ଅମ ଘର ପାଖେ ଯୋଉ ଡାକ୍ତର ଅଙ୍କଲ ଏବେ ଭଡାରେ ଅଛନ୍ତି ସେ କହୁଥିଲେ ଜଣକର କିଡ଼ନୀ ଦରକାର l ପୁରା ପାଞ୍ଚ ଲକ୍ଷ ମିଳିଯିବ ଆଉ ପୁରା ବଡି ବିକ୍ରି କରିଦେଲେ ପ୍ରାୟ ଦଶ ଲକ୍ଷ ରୁ ଅଧିକା ମିଳିଯିବ l ଏମିତିରେ ବୁଢ଼ାର ବଞ୍ଚି ଆଉ କି ଲାଭ । ଖାଲି ଖର୍ଚ୍ଚlନ୍ତି ଛଡ଼ା ଆଉ କିଛି ନୁହେଁ l ବୁଢ଼ା ଏବେ ସିନା ଭଲ ଅଛି କାଲି କୁ କାଲି ରୋଗ ବାଗ ହେବନା ନାହିଁ l ଶୁଣୁ ମୋ କଥା ମାନ ଜ୍ୱାଇଁ କୁ କହ ସେ ରାଜି ହେଇଯିବେ । ତୁ ବ୍ୟସ୍ତ ହ ନା । ମୁଁ ଏପଟେ ସବୁ ବୁଝିଦେବି l ବୋହୁ ର ତ ଆଉ ବାଟ ନ ଥାଏ l ପୁଅ ଅଫିସ ରୁ ଫେରି ଖାଇବା ପିଇବା ଶେଷ କଲା l ସ୍ତ୍ରୀ ଅନ୍ୟମନସ୍କ ଲାଗୁଥାଏ ପୁଅ ପଚାରିଲା କଣ ହେଇଛି l କିଛି ବୁଝିଲ ଟଙ୍କା କଥା l ହଁ ବୁଝିଲି ଯେ.. l ଯେ ପୁଣି କଣ l ତମେ କାଳେ ରାଗିବ… । ନା ରାଗିବି କାହିଁକି କଣ କହିବ କୁହ l ଆଛା ବାପା ତ ଆଉ କିଛି କରୁନାହାନ୍ତି l କାଲି କି କାଲି ରୋଗ ମାଡିବସିବ l ପୁଣି ଟଙ୍କା ପଇସା ଖର୍ଚ୍ଚ ହେବ l ବୋଉଙ୍କ ଦେହରେ କରଜ କରି ଲଗେଇଥିଲ ଯେ ଗଲା ବର୍ଷ ସୁଝା ସରିଛି । ମୁଁ କଣ କହୁଥିଲି କି ମୋ ମା କହୁଥିଲା ଅମ ଘର ପାଖରେ ଜଣେ ବଡ଼ ଡାକ୍ତର ରହୁଛନ୍ତି l ସେ କହୁଥିଲେ ଯେ କୌଣସି ଲୋକ ର ଶରୀର ବିକ୍ରି କରିଦେଲେ ଦଶ ଲକ୍ଷ ଟଙ୍କା ନଗଦ ମିଳିବ ବୋଲି। ପୁଅ-ମାନେ କଣ କହୁବାକୁ ଚାହୁଁଛ ତମେ ଗୋଟେ ଫ୍ଲାଟ ପାଇଁ ମୁଁ ମୋ ବାପାକୁ ବିକ୍ରି କରିଦେବି ? ଲୋକେ ମତେ କଣ କହିବେ l ଓହୋ ସେ ଲୋକଙ୍କ କଥାରୁ କଣ ମିଳିବ। ଆମେ କହିବା ବାପା ତୀର୍ଥ କରିବାକୁ ଯାଇଛନ୍ତି l ନା ନା ମୁଁ ସେ କାମ କରିପାରିବିନି l ତାହାଲେ ସେ ଅଫିସ ପାଖ ଫ୍ଲାଟ କଣ ଆମେ ଛାଡ଼ିଦେବା l ଶୁଣ ମୁଁ କହିଦଉଛି ଯଦି ତମେ ସେ ଫ୍ଲାଟ ନ କିଣ ତେବେ…. ତେବେ ମୁଁ ସୁଈସାଇଡ କରିଦେବି l ଆରେ ତମେ କାହିଁକି ଅବୁଝା ହଉଛ । ମତେ ଆଜି ରାତିକ ସମୟ ଦିଅ ସକାଳୁ କିଛି ଗୋଟେ କରିବା l

ରାତି ଯାକ ପୁଅକୁ ନିଦ ନଥାଏ l ଏପଟେ ପତ୍ନୀ ଅନ୍ୟ ପଟେ ବାପା l କଣ କରିବ କିଛି ଭାବିପାରୁନଥାଏ l ଶେଷରେ ସ୍ଥିରିକୃତ କଲା ଯେ ନା ବାପା ଆଜି ଅଛି କାଲି କୁ ନ ଥିବ, ହେଲେ ମୋ ଭବିଷ୍ୟତ ହେଉଛି ମୋ ସ୍ତ୍ରୀ l ସକାଳୁ ସକାଳୁ ସ୍ତ୍ରୀ କୁ ନିଷ୍ପତି ଜଣେଇ ଦେଲା l ଯୋଜନା ମୁତାବକ ସବୁ କାମ ହେଲା l ପୁଅ ବୁଲେଇ ନବ କହି ଗାଡ଼ିରେ ନେଇଗଲା l ବହୁତ ଦୂର ଗୋଟେ ହାଟ ପାଖରେ ଗାଡ଼ି ରଖିଲା l କହିଲା ବାପା ଓହ୍ଲାଅ ମୁଁ ଓହ୍ଲେଇ ଗଲି l ପଚାରିଲି ଏଇ ହାଟ ମଝିଟାରେ କଣ ଓହ୍ଲେଇ ଦେଲୁ। ସେ କହିଲା ବାପା ମନେ ଅଛି ତମର… ମତେ କହୁଥିଲ ପରା ତତେ ହାଟରୁ କିଣିକି ଆଣିଛି, ନେଇକି ବିକି ଦେଇ ଆସିବି । ଆଜି ମୁଁ ଜିତି ଯାଇଛି ଆଉ ତମକୁ ବିକ୍ରି କରିଦେଇଛି । ଗଲା ଯେ ଗଲା ଆଉ ଫେରିଲାନି ।
ମୁଁ ଭାବିଲି ମୁଁ ତ ଥଟ୍ଟା ରେ କୁହେ ସେ ବି ସେମିତି ଥଟ୍ଟାରେ କହୁଥିବ ।

ପାଖାପାଖି ତିନି -ଚାରି ଘଣ୍ଟା ଅପେକ୍ଷା କଲା ପରେ ଗୋଟେ ଲୋକ ଆସିଲା କହିଲା ମଉସା ଆସ ତୁମ ପୁଅ ପଠେଇଛି ଯିବା l ଆଉ ମୁଁ ଚାଲି ଆସିଲି। ତା ପରେ ମତେ ବେହୋସ କରିଦେଲେ l ମୁଁ ଏଇ ବେଡ଼ ଉପରେ କଣ କରୁଛି ମୁଁ ବି ଜାଣିନି। (କ୍ରମଃଶ)…

ଇମେଲ୍‌-dibankar19@gmail.com

ଫୋନ୍- ୭୨୦୫୧୩୫୧୦୦

 

The post ମୁଁ ହାଟରୁ କିଣିଛି appeared first on Odisha Reporter.

]]>
2020-08-16 16:15:20 https://cdn.odishareporter.in/wp-content/uploads/2020/08/10151558/diba-nkar.jpg
‘ରୂପମନ୍ତ୍ର’ https://odishareporter.in/literature-culture/literature/a-story-about-two-classmates-by-lipsa-patel-556800 Tue, 28 Jul 2020 12:09:43 +0000 https://odishareporter.in/?p=556800

ଗାଳ୍ପିକା : ଲିପ୍‌ସା ପଟେଲ୍‌  ରିଙ୍କି ମିଶ୍ର, ମୋ ସହପାଠିନୀ, ମୋ ପଡୋଶିନୀ ; କିନ୍ତୁ ସେ ଥିଲା ମୋ ପାଇଁ ଈର୍ଷାର ବସ୍ତୁ ମାତ୍ର। ପାଠପଢା ପାଇଁ ନୁହେଁ ବରଂ ତା ସୌନ୍ଦର୍ଯ୍ୟ ମୋତେ ଈର୍ଷାନ୍ଵିତ କରୁଥିଲା। ଏଇ ତା’ର ସୁନ୍ଦରତା ହିଁ ମୋ ମନକୁ ଜାଳି ଦେଉଥିଲା। ଏଇ ବର୍ଷ ଆମର ଦଶମ ବୋର୍ଡ ପରୀକ୍ଷା ; କିନ୍ତୁ ମୁଁ ପାଠରେ ମନ ଲଗାଇ ପାରୁନଥିଲି। ଯେତେଥର ରିଙ୍କି ମୋ ସାମ୍ନାକୁ ଆସୁଥିଲା, ମୋ […]

The post ‘ରୂପମନ୍ତ୍ର’ appeared first on Odisha Reporter.

]]>

ଗାଳ୍ପିକା : ଲିପ୍‌ସା ପଟେଲ୍‌ 

ରିଙ୍କି ମିଶ୍ର, ମୋ ସହପାଠିନୀ, ମୋ ପଡୋଶିନୀ ; କିନ୍ତୁ ସେ ଥିଲା ମୋ ପାଇଁ ଈର୍ଷାର ବସ୍ତୁ ମାତ୍ର। ପାଠପଢା ପାଇଁ ନୁହେଁ ବରଂ ତା ସୌନ୍ଦର୍ଯ୍ୟ ମୋତେ ଈର୍ଷାନ୍ଵିତ କରୁଥିଲା। ଏଇ ତା’ର ସୁନ୍ଦରତା ହିଁ ମୋ ମନକୁ ଜାଳି ଦେଉଥିଲା।

ଏଇ ବର୍ଷ ଆମର ଦଶମ ବୋର୍ଡ ପରୀକ୍ଷା ; କିନ୍ତୁ ମୁଁ ପାଠରେ ମନ ଲଗାଇ ପାରୁନଥିଲି। ଯେତେଥର ରିଙ୍କି ମୋ ସାମ୍ନାକୁ ଆସୁଥିଲା, ମୋ ହୃଦୟ କଟି ଯାଉଥିଲା। ଏହାର କାରଣ ହେଲା ଶାଶ୍ଵତ। ଶାଶ୍ଵତ, ଯାହାକୁ ଦେଖିଲେ ମୁଁ ଖୁସି ହୁଏ। ସେ ଆଖପାଖରେ ଥିଲେ ଲାଗେ ଏ ବାୟୁମଣ୍ଡଳ ବାସ୍ନାୟିତ, ଏ ପୃଥିବୀ ସୁନ୍ଦର। ସେଇ ଶାଶ୍ଵତ କୁଆଡେ ରିଙ୍କି ମିଶ୍ର ପ୍ରେମରେ ପଡିଯାଇଛି ବୋଲି ମୋ ଅନ୍ୟ ସାଙ୍ଗମାନଙ୍କଠାରୁ ଶୁଣିଲି। ସେଦିନଠାରୁ ମୁଁ ନଜର ରଖୁଥିଲି ଶାଶ୍ଵତ ଓ ରିଙ୍କି ଉପରେ। ଶ୍ରେଣୀଗୃହଠାରୁ ଆରମ୍ଭ କରି ଖେଳପଡିଆ, ଲାଇବ୍ରେରୀ, ଖେଳଛୁଟି…………. ସବୁବେଳେ ମୋ ଆଖି ଖୋଜି ବୁଲୁଥିଲା ଏଇ ଦୁଇ ଜଣଙ୍କୁ। ଜାଣତରେ ହେଉ କି ଅଜାଣତରେ ମୁଁ ପାଲଟି ଯାଇଥିଲି ଏକ ଗୁପ୍ତଚର।

ମୋ ଅବୁଝା ମନ ଭିତରେ ଅନାବଶ୍ୟକ ରାଗ ଓ ଅସହିଷ୍ଣୁତା ଜମାଟ ବାନ୍ଧି ଉଠିଥିଲା। ମୋ ମନୋସ୍ଥିତିକୁ ଲକ୍ଷ୍ୟ କରି ମୋ ସାଙ୍ଗ ରୁନି ସବୁବେଳେ କହୁଥିଲା, ତୁ ତ ପାଠପଢାରେ ପ୍ରଥମ, ସ୍ପୋର୍ଟସ ଚମ୍ପିଆନ, ବକ୍ତୃତା, ସଂଗୀତ ସବୁଥିରେ ପ୍ରଥମ……. ତୋ ଭିତରେ ପ୍ରତିଭା ଅଛି। କାହିଁକି ଖାଲିଟାରେ ରିଙ୍କି ମିଶ୍ରର ଗୋରା ଚମଡ଼ାକୁ ଈର୍ଷା କରୁଛୁ ? ସେ କିନ୍ତୁ ଜାଣି ପାରୁନଥିଲା ରିଙ୍କିର ସୌନ୍ଦର୍ଯ୍ୟ ଯେ ଶାଶ୍ଵତକୁ ମୋଠାରୁ ଦୂରେଇ ଦେଉଛି। କିନ୍ତୁ ବେଳେ ବେଳେ ମୁଁ ନିଜକୁ ପ୍ରଶ୍ନ କରେ, ଶାଶ୍ଵତ କେବେ ମୋର ହୋଇଥିଲା କି ? ହଁ ତ, ମୋର କରିବାର ସୁଯୋଗଟା ମଧ୍ୟ ମୁଁ ହରେଇ ବସିଥିଲି ଏଇ    ରିଙ୍କି ମିଶ୍ର ପାଇଁ।

ଏଇ ପ୍ରତିଭା କି କାମର, ଯଦି ଶାଶ୍ଵତ ଏସବୁକୁ ଦେଖି ପାରୁନି,ବୁଝିପାରୁନି ? ଶାଶ୍ଵତ ମୋ ଆଦ୍ୟ ଯୌବନର ପ୍ରେମିକ ଥିଲା ନା ଜିଦ୍, ଏବେ ମୁଁ ବେଳେ ବେଳେ ଭାବେ।

ସେଇ ଜିଦର ବଶବର୍ତ୍ତୀ ହୋଇ ଅବା ରିଙ୍କି, ଶାଶ୍ଵତ ଉପରେ ନଜର ରଖିବା ପାଇଁ ହେଉ ମୁଁ ଘରେ ଜିଦ୍ କଲି ଟ୍ୟୁସନ୍ ଯିବି। ଦଶମ ପର୍ଯ୍ୟନ୍ତ ଟ୍ୟୁସନ୍ ନପଢି ମଧ୍ୟ ମୁଁ ଶ୍ରେଣୀରେ ପ୍ରଥମ ହେଉଥିଲି ; ତେଣୁ ବାପା ଟ୍ୟୁସନ୍ ପଢା ପ୍ରସଙ୍ଗକୁ ଏକ ବିସ୍ମୟସୂଚକ ରୂପେ ଫିଙ୍ଗିଦେଲେ ମୋ ମୁହଁ ଉପରକୁ। ଯେହେତୁ ଦଶମ ବୋର୍ଡ, ଅନେକ ସନ୍ଦେହ ରହୁଛି ଓ କେମିତି ପ୍ରଶ୍ନପତ୍ର ଆସେ ସେସବୁ ଭଲ ଭାବରେ ଜାଣିବା ପାଇଁ ଏଇ କିଛି ମାସ ଟ୍ୟୁସନ୍ ଯିବା ପାଇଁ କହିଲି। ବାପା ରାଜି ହୋଇଗଲେ।

ଟ୍ୟୁସନ୍ ଆରମ୍ଭ ହେଲା ଧଳ ସାରଙ୍କ ପାଖରେ। ଧଳ ସାର୍ ଯିଏ ଆମ ସହରର ଜଣାଶୁଣା, ଖ୍ୟାତିସଂପନ୍ନ ଶିକ୍ଷକ। ଯେତେବେଳେ ସାରଙ୍କ ନାଁଟା ଉଚ୍ଚାରଣ କରାଯାଏ ତାଙ୍କ ବେତ ହିଁ ପିଲାଙ୍କ ଆଖି ସାମ୍ନାରେ ପ୍ରଥମେ ଦେଖାଯାଏ। ସମସ୍ତେ ଡରନ୍ତି ତାଙ୍କୁ। ପିତାମାତାଙ୍କ ବାଧ୍ୟବାଧକତାରେ ତାଙ୍କ ପାଖକୁ ଟ୍ୟୁସନ୍ ଯାଆନ୍ତି; ମାତ୍ର ମୋ କ୍ଷେତ୍ରରେ ଓଲଟା ଥିଲା। ମୁଁ ସ୍ଵତଃପ୍ରବୃତ୍ତ ଭାବରେ ତାଙ୍କ ପାଖକୁ ଟ୍ୟୁସନ୍ ଯିବାକୁ ପ୍ରସ୍ତାବ ଦେଇଥିଲି।

ବାପା ଦୁଇଥର ପ୍ରଶ୍ନ କରିଥିଲେ, ଧଳ ସାରଙ୍କ ପାଖକୁ ଯିବୁ ତ ? ନିର୍ଣ୍ଣୟ କରିସାରିଛୁ ?

ଦୁଇଥରଯାକ ମୋ ଉତ୍ତର ଥିଲା, ହଁ।

ଧଳ ସାରଙ୍କ ବେତ ଅବା ମାଡ଼ଠାରୁ ମୋତେ ବେଶି ଘାଣ୍ଟୁଥିଲା ରିଙ୍କି ଓ ଶାଶ୍ଵତର ମିଳାମିଶା। ଟ୍ୟୁସନରେ କାଳେ ସେମାନେ ପାଖାପାଖି ବସୁଥିବେ ଅବା ବେଶି ସମୟ ପାଉଥିବେ କଥାବାର୍ତ୍ତା ପାଇଁ, ଏକଥା ହିଁ ମୋର ମୁଣ୍ଡବିନ୍ଧାର କାରଣ ଥିଲା। ତେଣୁ ଏଇ ବାହାନାରେ ମୁଁ ସେମାନଙ୍କ ଉପରେ ନଜର ରଖିପାରିବି ବୋଲି ମନେ ମନେ ଭାବୁଥିଲି।

ଦଶମ ବୋର୍ଡ ପରୀକ୍ଷା ସରିଲା। ମୋର ପରୀକ୍ଷାଫଳ ଭଲ ହୋଇଥିଲା। ସାରା ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲି। ଘରେ ସମସ୍ତେ ଖୁସି ଥିଲେ। ମୁଁ କିନ୍ତୁ ଭାବୁଥିଲି ଯଦି ଶାଶ୍ଵତ ଓ ରିଙ୍କିର ଅଯଥା ଚିନ୍ତା ନଥିଲେ ଆହୁରି ଭଲ ହୋଇଥାନ୍ତା ମୋ ପରୀକ୍ଷାଫଳ।

ରେଭେନ୍ସା କଲେଜରେ ଅନାୟାସରେ ମୋତେ ସିଟ୍ ମିଳିଗଲା। ମୁଁ ଚାଲିଗଲି କଟକ। ମୋର ଅନ୍ୟ କିଛି ବନ୍ଧୁ ବିଭିନ୍ନ କଲେଜରେ ନାଁ ଲେଖାଇଲା ବେଳେ ରିଙ୍କି ଓ ଶାଶ୍ଵତ ସ୍ଥାନୀୟ କଲେଜରେ ନାଁ ଲେଖାଇଥିଲେ। କଟକ ଯିବା ପୂର୍ବରୁ ରୁନି ପୁଣି ମୋତେ କହିଲା, ତୋ ପାଇଁ ଶାଶ୍ଵତ ଉପଯୁକ୍ତ ନୁହେଁ। ତୋ ଭବିଷ୍ୟତ ଉଜ୍ଜ୍ୱଳମୟ। ଶାଶ୍ଵତ ଓ ରିଙ୍କି ଦୁହେଁ ତୃତୀୟ ଶ୍ରେଣୀରେ ଦଶମ ପାସ୍ କରିଛନ୍ତି। ତୁ ଶାଶ୍ଵତକୁ ସେଇ ରିଙ୍କି ସହ ହିଁ ଛାଡିଯା ଓ ନିଜର ଏକ ସୁନ୍ଦର ଭବିଷ୍ୟତ ଗଢିନେ।

କଥାଟା କେତେ ଦୂର ସତ, ତାର ତର୍ଜମା କରିନଥିଲି ; କିନ୍ତୁ ଶାଶ୍ଵତକୁ ଭୁଲି ପାରୁନଥିଲି। ଯଦି ସେ ଭଲ ନମ୍ବର ରଖିଥାନ୍ତା, ତେବେ ଦୁହେଁ ଅନ୍ତତଃ ଏଇଠି ରେଭେନ୍ସାରେ ଏକାଠି ପଢିଥାନ୍ତୁ।
ମୋ ପାଠପଢା ଠିକଠାକ ଚାଲିଥିଲା। ଛୁଟିରେ ଘରକୁ ଆସୁଥିଲି। ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ଦେଇ ଖରାଛୁଟିରେ ଘରକୁ ଆସିଲା ବେଳେ ଶୁଣିଲି, ରିଙ୍କି ମିଶ୍ରର ବାହାଘର ହୋଇଯାଇଛି। ଏକ ଆଶ୍ଚର୍ଯ୍ୟସୂଚକ ବସ୍ତୁ ଏବେ ମୋ ପାଇଁ ରିଙ୍କି ମିଶ୍ର।

– ଏତେ କମ୍ ବୟସରେ କେମିତି ବାହାଘର ?

– ଘରେ ମା’ କହିଲେ, ସେ ସେମିତି କରିଥିଲା ବୋଲି ତା ବାପା ତାର ବାହାଘର କରିଦେଲେ।

– କାଣ୍ଡ ?

– ହଁ, ସେ କେଉଁ ଟୋକା ସହ ସମ୍ପର୍କରେ ଥିଲା ବୋଲି ରିଙ୍କିର ବାପାକୁ ଚିଠି ଆସିଥିଲା। ଖୋଜଖବର ନେବାରୁ ଜଣାପଡିଲା ସେ କଥାଟା ସତ।

– କେଉଁ ଟୋକା ?

– ଏତେ କଥା କ’ଣ ସେମାନେ କହିବେ ? ପିଲାଟା କିନ୍ତୁ ତାଙ୍କ ଜାତିର ନୁହେଁ। ତୁ ତ ଜାଣୁ, ରିଙ୍କିର ବାପା ଯଜମାନି କରି ଚଳନ୍ତି। ନିଜ ନୀତିନିୟମ ଭଙ୍ଗକୁ ସେ କଦାପି ସହି ପାରିବେନି। ତେଣୁ ଯଥାଶୀଘ୍ର ଝିଅର ବାହାଘର କରିଦେଲେ।

– ଚିଠିଟି କିଏ ଦେଇଥିଲା ଜଣାପଡିଲା ?

– ନା, କେମିତି ଜଣାପଡିବ ? ବେନାମୀ ଚିଠି ଥିଲା ; ମାତ୍ର କଥାଟା ସତ।

ମା’ଙ୍କ କଥା ଶୁଣି କିଛି ସମୟ ନିରବ ରହିଗଲି। ସେଇ ଚିଠିଟି ପାଇଁ ରିଙ୍କି ଏତେ ଶୀଘ୍ର ବାହା ହୋଇଗଲା ? ତା ପାଠପଢ଼ାରେ ଡୋରି ପଡିଲା। ତା ସ୍ଵପ୍ନସବୁ ଧୂଳିସାତ ହୋଇଗଲା। ରିଙ୍କି ମିଶ୍ରର ପରାଜୟର କାହାଣୀ ଶୁଣି ଯେଉଁଠି ମୋତେ ଖୁସି ହେବା କଥା, ମୁଁ ସେଇଠି ନିଜକୁ ଦୋଷୀ ମନେ କରୁଥିଲି। କାରଣ ଚିଠିଟି ମୁଁ ଲେଖିଥିଲି। ସେତେବେଳେ ପ୍ରତିହିଂସାପରାୟଣତାରେ ମୋ ଆତ୍ମା ଜର୍ଜରିତ ହେଉଥିଲେ।

ଏହା ପରଠାରୁ ମୁଁ ଆଉ ଶାଶ୍ଵତର ଖବର ମଧ୍ୟ ରଖିନଥିଲି। ଏକପ୍ରକାରେ ସ୍ଥିର କରିସାରିଥିଲି, ମୁଁ ଏମାନଙ୍କ ବିଷୟରେ ଆଉ ଚିନ୍ତା କରିବିନି। ବେଳ, ଅବେଳରେ ଏଇ ଦୁଇ ଚରିତ୍ର ମୋ ଭିତରେ ଧସେଇ ପଶି ଆସିବାର ଚେଷ୍ଟା କଲେ ମୁଁ ମଧ୍ୟ ଦୃଢ ପ୍ରତିରୋଧ କରୁଥିଲି।

ଏଇ ଭିତରେ ବିତିସାରିଛି କୋଡ଼ିଏ ବର୍ଷ। ମୁଁ ଏବେ ଜଣେ ପ୍ରଶାସିକା, ଦୁଇଟି ପିଲାର ଜନନୀ। କିନ୍ତୁ ଏତେ ବର୍ଷ ପରେ ହଠାତ୍ ରିଙ୍କି ମିଶ୍ରର ନାଁ ଶୁଣି ଚମକି ପଡ଼ିଲି। ମୁଁ ତାକୁ ଚିହ୍ନି ପାରିଲିନି। ମୁଁ କଣ, ତା ଜନ୍ମ କଲା ମା, ବାପା ମଧ୍ୟ ତାକୁ ଚିହ୍ନି ପାରୁନଥିଲେ।

ଟି.ଭିର ଏକ ଆଲୋଚନାଚକ୍ରରେ ଥିଲା ରିଙ୍କି ମିଶ୍ର। ଇଏ କଣ ସେଇ ଝିଅ, ମୋ ଈର୍ଷାର କାରଣ ? ଆଜି କିନ୍ତୁ ତା ଅବସ୍ଥା ଦେଖି ମୁଁ ତାକୁ ଦୟା କରୁଥିଲି। ମନେ ମନେ ଯେ କେବେ ଭାବୁଥିଲି, ମୁଁ କାଳେ ରିଙ୍କି ପରି ହୋଇଥାନ୍ତି କି? ଆଜି ମୁଁ ଈଶ୍ୱରଙ୍କୁ କୃତଜ୍ଞତା ଜଣାଉଛି, ଯାହା ହେଉ ପ୍ରଭୁ, ମୋତେ ରିଙ୍କି ମିଶ୍ର ପରି ଭାଗ୍ୟ ଦେଇନ !

ବହୁଚର୍ଚ୍ଚିତ ଏକ ଏସିଡ୍ ଆକ୍ରମଣ ଚଳଚ୍ଚିତ୍ରର ଚର୍ଚ୍ଚା ପାଇଁ ଏସିଡ୍ ଆକ୍ରାନ୍ତଙ୍କୁ ଆଲୋଚନାଚକ୍ରକୁ ନିମନ୍ତ୍ରଣ କରାଯାଇଥିଲା। ସେଥିରେ ଥିଲା ରିଙ୍କି ମିଶ୍ର। ଟି.ଭିରେ ଦେଖୁଥିଲି ତାକୁ, ଶୁଣୁଥିଲି ତା ହୃଦୟବିଦାରକ କାହାଣୀ। ତା ସୌନ୍ଦର୍ଯ୍ୟ ଯେ ତା ପାଇଁ କାଳ ହୋଇଗଲା ! ସେ ଏସିଡ୍ ଆକ୍ରମଣର ଶିକାର ହେଲା। ଏହି ଦୁଃଖଦ ଘଟଣାକୁ ସ୍ଵୀକାର କରିବାକୁ ଇଚ୍ଛା ନଥିଲେ ମଧ୍ୟ କଥାଟା ସତ।

ବାହାଘରର ଅନେକ ବର୍ଷ ଯାଏଁ ରିଙ୍କିର ପିଲାପିଲି ହୋଇ ନଥିଲା। ଏକଥା ମୁଁ ମା’ଠାରୁ ମଧ୍ୟ ଶୁଣିଥିଲି। ତା ସ୍ଵାମୀ ତାକୁ ସନ୍ଦେହ କରିବାକୁ ଲାଗିଲା। ଅନ୍ୟ ପୁରୁଷଙ୍କ ସହ ତାର ସମ୍ପର୍କ ଅଛି ଓ ସେ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି ବୋଲି ମାରପିଟ୍ କରୁଥିଲା। ସେତେବେଳେ ସେମାନେ ଉତ୍ତରପ୍ରଦେଶର ଏକ ଶିଳ୍ପାଞ୍ଚଳରେ ରହୁଥିଲେ। ରିଙ୍କି ମିଶ୍ର କହି ଚାଲିଥିଲା ତା ଦୁଃଖଦ କାହାଣୀ ସମଗ୍ର ଜନସାଧାରଣଙ୍କ ସାମ୍ନାରେ।

ଯଦିଓ ସେ ଟି.ଭିରେ ନିଜ ଅଭିମତ ରଖିଥିଲା, ମୋର କିନ୍ତୁ ଇଚ୍ଛା ହେଉଥିଲା ମୁଁ ତାକୁ କୁଣ୍ଢାଇଧରନ୍ତି ଓ କ୍ଷମା ମାଗନ୍ତି। ଆଜି ମୋ ପାଇଁ ତାର ଏଇ ଦୁର୍ଦ୍ଦଶା। ଶାଶ୍ଵତ କଣ ଏବେ ଦେଖୁଥିବ ଏଇ କାର୍ଯ୍ୟକ୍ରମ? ଏଇ ବୀଭତ୍ସ ଚେହେରାରେ ଥିବା ରିଙ୍କି ମିଶ୍ରକୁ ଏବେ ବି ସେ କ’ଣ ଭଲ ପାଉଥିବ ?

ରିଙ୍କିର କାହାଣୀ ଥିଲା ହୃଦୟବିଦାରକ। ସେମାନେ ଉତ୍ତରପ୍ରଦେଶରେ ରହିଲା ବେଳେ ଅନେକ ଏସିଡ୍ ଆକ୍ରମଣ ଘଟଣା ଘଟିଥିଲା ସେଇ ଆଖପାଖ ଅଞ୍ଚଳରେ। ସରକାର ମଧ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସହାୟତା ରାଶି ପ୍ରଦାନ କରୁଥିଲେ। ରିଙ୍କିର ସ୍ଵାମୀ, ସେଇ ସୈତାନ୍ ରାଗରେ, ଘୃଣାରେ ନିଜେ ରିଙ୍କିର ମୁହଁକୁ ଏସିଡ୍ ଫିଙ୍ଗିଦେଇଥିଲା ଓ ଏହାକୁ ଏକ ଏସିଡ୍ ଆକ୍ରମଣର ଚିତ୍ର ଦେଇଥିଲା ଯେତେବେଳେ ରିଙ୍କି ଆଇ.ସି.ୟୁ ଭିତରେ ଜୀବନ ସହ ଲଢେଇ କରୁଥିଲା। ଏହାଦ୍ୱାରା ସେ ନିର୍ଦ୍ଦୋଷ ହୋଇ ସରକାରୀ ସହାୟତା ହାତେଇ ନେବାକୁ ଚାହୁଁଥିଲା। ସେ ଭାବୁଥିଲା ରିଙ୍କି ଆଉ ବଞ୍ଚିବନି। ମାତ୍ର ରିଙ୍କିର ସ୍ଵୀକାରୋକ୍ତି ସେଇ ସୈତାନର ଯୋଜନାକୁ ବିଫଳ କରିଦେଲା। ରିଙ୍କି ସବୁ ସତକଥା ପୋଲିସକୁ କହିଲା ପରେ ତା ସ୍ଵାମୀ ଫେରାର୍ ହୋଇଗଲା। ଅନେକ ଦିନର ଚେଷ୍ଟା ପରେ ସେ ପୁଲିସ ହାତରେ ଧରାପଡ଼ିଲା।

ଏବେ ସେ ଆଜୀବନ କାରାଦଣ୍ଡ ଭୋଗୁଛି। କିନ୍ତୁ ରିଙ୍କିର ଜୀବନ ତ ଉଜୁଡିଗଲା। ଯେଉଁ ସୌନ୍ଦର୍ଯ୍ୟ ପାଇଁ ରିଙ୍କି ମିଶ୍ର ମୋ ଈର୍ଷାର କାରଣ ଥିଲା ଆଜି ତା ପାଇଁ ମୋ ଆଖିରୁ ଲୁହ ଝରୁଥିଲା। ନିଜକୁ ନିଜେ ଦୋଷୀ ମନେକରୁଥିଲି। ଜଣେ ପ୍ରଶାସିକା ଭାବରେ ତା ପାଇଁ କ’ଣ କରିପାରିବି ବୋଲି ମନେ ମନେ ବିଚାର କରୁଥିଲି !!

 

ଲିପ୍‌ସା ପଟେଲ୍‌
ଭବାନୀପାଟଣା 

The post ‘ରୂପମନ୍ତ୍ର’ appeared first on Odisha Reporter.

]]>
left bottom 2020-07-28 18:21:13 https://cdn.odishareporter.in/wp-content/uploads/2020/07/28175807/RUPA-MANTRA.jpg
ସାବିତ୍ରୀ ଶାଢ଼ୀ https://odishareporter.in/literature-culture/literature/a-story-about-savitri-brata-by-bandana-panda-556089 Sun, 26 Jul 2020 08:50:31 +0000 https://odishareporter.in/?p=556089

ଝିଅ ଲୋ ! ସୌଭାଗ୍ୟବତୀ ହେଇଥା। ଅହିସୁଲକ୍ଷଣୀ ହେଇଥା। ଶାଢୀ ଚୁଡି ଯଦି ପସନ୍ଦ ନହେବ ମନଦୁଃଖ କରିବୁନି। ତୋ ମା’ ଥିଲେ ସିନା ସବୁ ଭଲ ମନ୍ଦ ଦେଇଥାନ୍ତା। ଆରଥର ବାତ୍ୟା ପାଇଁ ଭଲରେ ଦେଇପାରିଲିନି ବୋଲି ତୋ ମା’ ମତେ ଛଅ ମାସେ ଖୁଣ୍ଟା ଦେଲା। ଏ ସନକୁ ଆଖି ବୁଜିଲା ସିନା ! କହି ଯାଇଛି ମୋ ଝିଅର କୋଉଥିରେ ବି ହେଳା କରିବନି। ଦେଖୁଚୁ ତ କରୋନା ପାଇଁ କାମ ମିଳିଲାନି, […]

The post ସାବିତ୍ରୀ ଶାଢ଼ୀ appeared first on Odisha Reporter.

]]>

ଝିଅ ଲୋ !
ସୌଭାଗ୍ୟବତୀ ହେଇଥା।
ଅହିସୁଲକ୍ଷଣୀ ହେଇଥା।

ଶାଢୀ ଚୁଡି ଯଦି ପସନ୍ଦ ନହେବ ମନଦୁଃଖ କରିବୁନି। ତୋ ମା’ ଥିଲେ ସିନା ସବୁ ଭଲ ମନ୍ଦ ଦେଇଥାନ୍ତା। ଆରଥର ବାତ୍ୟା ପାଇଁ ଭଲରେ ଦେଇପାରିଲିନି ବୋଲି ତୋ ମା’ ମତେ ଛଅ ମାସେ ଖୁଣ୍ଟା ଦେଲା। ଏ ସନକୁ ଆଖି ବୁଜିଲା ସିନା ! କହି ଯାଇଛି ମୋ ଝିଅର କୋଉଥିରେ ବି ହେଳା କରିବନି।

ଦେଖୁଚୁ ତ କରୋନା ପାଇଁ କାମ ମିଳିଲାନି, ତା’ ପଛକୁ ବର୍ଷା ପବନ। ବୁଲି ବୁଲି ବଡ଼ କଷ୍ଟରେ ଜଣେ ଚିହ୍ନା ମା’ଙ୍କ ଘରେ ବଗିଚା କାମ ଟିକେ ମିଳିଲା। ଦୁଇ ଦିନରେ ଯାହା ଟଙ୍କା ଦେବେ ଦେବେ। ତୋ ପାଇଁ କେମିତି ସାବିତ୍ରୀ ଯୋଗାଡ଼ କରିବି ଭାବୁଥିଲି …

ଘାସ ବାଛୁ ଵାଛୁ ତୋରି ଘରକୁ ରାସ୍ତା ଦିଶୁଥିଲା। ମାଟି ଖୋଳୁ ଖୋଳୁ ତୋ ଅଳତା ପିନ୍ଧା ପାଦ ଯୋଡ଼ିକରୁ ଝୁମରୁ ଝୁମରୁ ଶୁଭୁଥିଲା। ଫୁଲ ପେନ୍ଥା ଭିତରେ ତୋ କଣ୍ଢେଇ ପରି ମୁହଁଟା ଲୁଚି ଲୁଚି ହସୁଥିଲା। ହଠାତ୍ ସୁଲୁସୁଲୁ ପବନ ଝଲକାଏ ଦେହରେ ଘଷି ହେଇ ଗେହ୍ଲାରେ ଡାକି ଦେଲା.. ବାପା ! ବାପା !

ମୋ ଲାଗିଏତେ କଷ୍ଟ କରନି ବାପା…. ମା’ ନାହିଁ। ଏକୁଟିଆ କ’ଣ କରିବ ? ତମେ କ’ଣ ସତରେ ଆସିବ ବାପା?

ହେଇ ଯାଉଛି କହି ବାହାରି ଆସିଲି, ମାଲିକାଣୀ ଟଙ୍କା ବଢେଇଦେଲେ। ମାଟି ଛାଡ଼ି ନଥିଲା ହାତୁରୁ, ତରତର ହୋଇ ଗଣି ଦେଇଗଲି ଟଙ୍କା। ଆମ୍ବ ପଣସ, କଦଳୀ, ନଡ଼ିଆ, ଖଜୁରୀ ହିସାବରେ ସରିଗଲା ଗଣତି। ଲୁଗା, ଚୁଡି, ଶଙ୍ଖା ସିନ୍ଦୂର ଅଳତା ପାଇଁ ପଇସା କାଇଁ? ଲୁହକୁ ବନ୍ଦ କରିପାରିଲିନି। ଝରିଗଲା ତୋରି ପରି ଅଝଟିଆ, ଅମାନିଆ ହେଇ। ମୁହଁ ପୋତି ତର ତର ପାଦରେ ବାହାରି ଆସିଲି ସେଠୁ, ପାହାଚ, ସେଠୁ ଗାରେଜ୍, ବଗିଚା ତା’ପରେ ଗେଟ୍…

ରଘୁ…. !! ରଘୁ… ଶୁଣ ଟିକେ।
ଉପରୁ ମା’ଙ୍କ ଡାକ ଶୁଣି ଅଟକିଗଲି। ଦଉଡ଼ି ଦଉଡ଼ି ମା’ ତଳକୁ ଆସିଲେ। ଭାବିଲି ଭୁଲରେ ଅଧିକା ପଇସା ଦେଇଦେଲେ ବୋଲି ଫେରେଇ ନେବେକି କିଛି ଆଉ? ଦୁଃଖରେ ଟଳମଳ ହେଇଗଲା ମୋର ଗୋଡ଼। ଥରି ଉଠିଲା ଛାତି…

କିନ୍ତୁ ଏ କ’ଣ ? ମୋ ହାତରେ ଗୁଞ୍ଜିଦେଲେ କିଛି ଟଙ୍କା.. ହଜାରେ ଟଙ୍କା ରଖ ରଘୁ, ତମ ଝିଅ ପାଇଁ ସାବିତ୍ରୀ ଖର୍ଚ୍ଚ। ତାକୁ ମୋର ଆଶୀର୍ବାଦ ଦେବ। କେମିତି ଜାଣିଲେ ସେ ମୋ ମନକଥା ? ପ୍ରଭୁ ଦୟାମୟ ! ଅପାର କରୁଣା ତୁମର ! ମୋ ଝିଅ ପାଇଁ ମା’ଟିଏ ପଠେଦେଲେ ଯେମିତି।
ଠାକୁରେ ତୁମର ମଙ୍ଗଳ କରନ୍ତୁ ମା’ !

ଆଶୀର୍ବାଦ ଢାଳିଦେଇ ଗଛରେ ନାଲି ହଳଦିଆ ଫୁଲପେନ୍ଥା ଆଡେ ଅନେଇଲି। ସେମାନେ ମା’ଙ୍କ ଶାଢୀରେ ଅଜାଡ଼ି ହୋଇପଡ଼ିଥିଲେ ଯେମିତି। ସାକ୍ଷାତ ଲକ୍ଷ୍ମୀ ପରି ଦିଶୁଥିଲେ। ଦୋକାନ ଯାଇ ସେଇ ଭଳିଆ ଲୁଗା ଖଣ୍ଡିଏ କିଣି ଆଣିଲି।
**

ଶାଢୀ ଖଣ୍ଡିକ ଛାତିରେ ଚାପି ଧରି ଝିଅ ଅନୁଭବ କରୁଥିଲା ମା’ ହାତର ମିଠା ମିଠା ସ୍ପର୍ଶ, ବାପାଙ୍କର ସରୁନଥିବା ଆଶୀର୍ବାଦ ଆଉ ବାପ ଘରୁ ଆସିଥିବା ସାବିତ୍ରୀ ଶାଢ଼ୀର ଅମାପ ଆତ୍ମୀୟତା।

ବନ୍ଦନା ପଣ୍ଡା
୧୦୫, ଲୁମ୍ବିନୀ ବିହାର
୯୪୩୭୪୨୮୬୪୯

The post ସାବିତ୍ରୀ ଶାଢ଼ୀ appeared first on Odisha Reporter.

]]>
left bottom 2020-07-26 14:20:31 https://cdn.odishareporter.in/wp-content/uploads/2020/07/26141954/Sabitri-Saree.jpg
ମମତ୍ୱବୋଧ https://odishareporter.in/literature-culture/care-for-care-553761 Wed, 22 Jul 2020 06:11:51 +0000 https://odishareporter.in/?p=553761

‘ଆସ ମା’, ତୁମେ ଏଇଠି ବସ, ଆଜିଠୁ ଏଇଟା ତୁମର ସିଟ। କାହିଁ  କେଉଁ ଦିନରୁ ଆମେ ଦୁହେଁ ଅପେକ୍ଷା କରିଥିଲୁ, କେବେ ଏ ଘରକୁ ଜଣେ ମୁରବି ଆସିବେ। ଆମକୁ ସ୍ନେହ, ଶ୍ରଦ୍ଧା, ଆଦର କରିବେ। ଏ ଘରକୁ ଆସୁଥିବା ପ୍ରତ୍ୟେକ ବିପଦ ଆପଦ ବେଳେ ତାଙ୍କ ପଣତ କାନି ତଳେ ଆଶ୍ରୟ ଦେବେ । ତୁମର ଆଉ କୁଆଡେ ଯିବାର ଆବଶ୍ୟକତା ନାହିଁ। ଏଇ ଘରେ ଖୁସି ଖୁସି ରୁହ। ଆଜିଠୁ ତୁମେ ମମତା […]

The post ମମତ୍ୱବୋଧ appeared first on Odisha Reporter.

]]>

‘ଆସ ମା’, ତୁମେ ଏଇଠି ବସ, ଆଜିଠୁ ଏଇଟା ତୁମର ସିଟ। କାହିଁ  କେଉଁ ଦିନରୁ ଆମେ ଦୁହେଁ ଅପେକ୍ଷା କରିଥିଲୁ, କେବେ ଏ ଘରକୁ ଜଣେ ମୁରବି ଆସିବେ। ଆମକୁ ସ୍ନେହ, ଶ୍ରଦ୍ଧା, ଆଦର କରିବେ। ଏ ଘରକୁ ଆସୁଥିବା ପ୍ରତ୍ୟେକ ବିପଦ ଆପଦ ବେଳେ ତାଙ୍କ ପଣତ କାନି ତଳେ ଆଶ୍ରୟ ଦେବେ । ତୁମର ଆଉ କୁଆଡେ ଯିବାର ଆବଶ୍ୟକତା ନାହିଁ। ଏଇ ଘରେ ଖୁସି ଖୁସି ରୁହ। ଆଜିଠୁ ତୁମେ ମମତା ଆଉ ମୋ ସହିତ ହିଁ ରହିବ। ଏଇଠି ତୁମର ହସଖୁସିରେ ସମୟ ବିତିଯିବ ମା’। ତା’ ଛଡ଼ା ତୁମକୁ ହଇରାଣ କରିବା ପାଇଁ ଖୁସି ଅଛି। ଶୋଇକି ଉଠୁ ସେ, ତା ପଛେ ପଛେ ଭାଗୁ ଭାଗୁ ସକାଳରୁ ସଞ୍ଜ କିପରି କଟିଯିବ ଜଣାପଡ଼ିବ ନାହିଁ। କ’ଣ କହୁଛ ମା’?’

ବ୍ରେକଫାଷ୍ଟ ଧରି ଆସିଲେ ମମତା। ‘ଆଉ କିଛି କହିବାର ନାଇଁ। ମା’ ଇଏ ଠିକ କହୁଛନ୍ତି।’

ଚୁପଚାପ ବସି ଶୁଣୁଥିଲେ ଆରତୀ। କ’ଣ ଯେ ସେ କହିବେ କିଛି ଜାଣିପାରୁ ନାହାଁନ୍ତି। କେବଳ ଦୁହିଙ୍କ କଥାଶୁଣି ଅଳ୍ପଅଳ୍ପ ହସୁ ଥାଆନ୍ତି। ଜଳଖିଆ ଟେବୁଲ ଉପରେ ଥରେ ଆଖିବୁଲାଇ ଆଣିଲେ ସେ। ହାତଧରି ମମତାକୁ ପାଖରେ ବସାଇଲେ।

‘ମୋ ପାଇଁ ସକାଳୁ ସକାଳୁ ହଇରାଣ ହୋଇ ଏତେ ଗୁଡ଼ାଏ ଖାଇବା କାହିଁକି ବନେଇଲୁ। ମୁଁ ତ ପଖାଳ ପାଣି ଖାଇବା ଲୋକ, ମୋର ଯାହା କିଛି ବି ହେଲେ ଚଳିଯିବ।’

‘ନାଇଁ ମା’ ନିଜ ପରିବାର ସଦସ୍ୟଙ୍କ ପାଇଁ ଖାଇବା ବନେଇବାରେ ପୁଣି ହଇରାଣ କ’ଣ ? ଏସବୁ ମୁଁ ନିଜ ଖୁସିରେ ହିଁ ବନେଇଛି।’ ଥାଳିଟିଏ ସଜାଡ଼ି ଦେଲେ ମମତା।

‘ତୁମେମାନେ କଥା ହେଉଥା। ମୋର ବିଳମ୍ବ ହେଉଛି, ମୁଁ ଅଫିସ ଚାଲିଲି। ମା’ଙ୍କ ପାଇଁ ରୁମ ଆରେଞ୍ଜ କରିଦେବ ମମତା। ସେ ଦୂରଯାତ୍ରା କରିଆସିଛନ୍ତି। ଟିକେ ବିଶ୍ରାମ ନେବେ,’ କହି ବାହାରକୁ ଚାଲିଗଲେ ସୂରଜ। ଆରତୀଙ୍କ ପ୍ଳେଟରେ ଆଉ କିଛି ପୁରୀ ତରକାରୀ ଦେଇ ନିଜେ ଖାଇ ବସିଲେ ମମତା।

‘ବୁଝିଲେ ମା’! ଖୁସିର ଇଏ ସେକେଣ୍ଡ ଟ୍ରିପ। ସେ ଦିନକୁ ତିନିଥର ଶୁଏ। ଏଇ ଦୁଇ ପୁରି ତିନି ଚାଲିଲା ତାକୁ। ପୁରା ଚାଇନିଜ କଣ୍ଢେଇ ପରି ଦେଖିବାକୁ।, ଉଠିଲେ କେତେ ଗୁଲୁଗୁଲିଆ କଥା କହିବ ଦେଖିବେ। ବହୁତ ଜଲ୍‌ଦି ସେ ଆପଣଙ୍କୁ ଅପଣାଇ ନେବ।’

ଦୁହିଁଙ୍କର ଖାଇବା ସରିବା ପରେ ମମତା ନେଇଯାଇଥିଲା ଆରତୀଙ୍କୁ ତାଙ୍କ ରୁମରେ ଛାଡିବା ପାଇଁ। ଯେତକ ଆବଶ୍ୟକୀୟ ଜିନିଷ ସବୁକିଛି ତାଙ୍କ ହାତ ପାଆନ୍ତାରେ ରଖୁଥାଆନ୍ତି। ମନେମନେ ଚିନ୍ତା କରୁଥାଆନ୍ତି ଆରତୀ, କେତେ ସୁନ୍ଦର ୟାର ଆଚରଣ, କେତେ ମାର୍ଜିତ, ନମ୍ର କଥାବାର୍ତା, ନାଁଟି ଯେପରି ଗୁଣ ବି ସେପରି। ହାତଧରି ମମତାଙ୍କୁ ପାଖରେ ବସାଇଲେ ଆରତୀ। କାହିଁଙ୍କି ତୁମେମାନେ ହଇରାଣ ହେଉଛ? ମୁଁ ଯେପରି ଯୋଉ ଅବସ୍ଥାରେ ଥିଲି ଠିକଥିଲି। ଆଉବା କେତେଦିନ ବଞ୍ଚିବି! ଦୁଃଖେକଷ୍ଟେ ଦିନ ମୋର ବିତି ଯାଇଥାନ୍ତା। ଅଯଥାରେ ତୁମମାନଙ୍କ ଉପରେ ବୋଝ ହେବି। ସୁରଜଟା ଯାହା ଜିଦ କରି ରାଣ ନିୟମ ପକାଇ ଆଣିଲା। ଏପରି ଚିନ୍ତାଧାରା ଆପଣଙ୍କ ମନରେ ଆଣନ୍ତୁ ନାହିଁ ମା’। ଆମ ଗୁରୁ ଗୁରୁଜନ ଆମ ପାଇଁ ବୋଝ ନୁହନ୍ତି। ଆପଣଙ୍କ ସେବା କରିବା ଆମର କର୍ତବ୍ୟ। ଏଥିରେ ଖୁବ ଆନନ୍ଦ ମିଳିଥାଏ। ଆପଣ ରେଷ୍ଟ ନିଅନ୍ତୁ, ମୁଁ ଆସୁଛି। ରୁମ ଭିତରେ ଆରତୀଙ୍କୁ ଛାଡ଼ି ବାହାରକୁ ଚାଲିଆସିଲେ ମମତା। ଖୁସି ଉଠିବା ପୂର୍ବରୁ ଘରର ଯାବତୀୟ କାମ ତାଙ୍କୁ ଶେଷ କରିବାର ଅଛି। ଉଠିଲେ ମା’ଙ୍କୁ ଦେଖି ବହୁତ ଖୁସି ହୋଇଯିବ। ତାକୁ ଖେଳିବାକୁ ଗୋଟେ ସାଥି ମିଳିଗଲା ଯେ ! ଆଉ ତାଙ୍କର ପୂରାପୂରି ବିଶ୍ୱାସ ଅଛି ମା’ ବି ଖୁସିକୁ ସେତିକି ଆଦର ସ୍ନେହ କରିବେ, ଯେତିକି ସେ ତା ବାପାଙ୍କୁ କରୁଥିଲେ।

ବାହାଘର ଠିକ ହେବାପରେ ସୁରଜଙ୍କ ସହ ସେ ଦୁଇତିନିଥର ଫୋନରେ କଥା ହୋଇଥିଲେ। ସେହି କଥାବାର୍ତା ଭିତରେ ହିଁ ସୂରଜ ଜଣାଇ ଦେଇଥିଲେ ଏଇ ମା’ (ନାନୀ ମା’)ଙ୍କ କଥା। ସୂରଜଙ୍କ ଗାଁ ପାଖ ଗାଁରେ ନାନୀ ମା’ଙ୍କ ଘର। ଅତ୍ୟନ୍ତ ଗରିବ ପରିବାର ଥିଲା ତାଙ୍କର। ଘରେ ବୃଦ୍ଧ ଶାଶୁ, ଶଶୁର। ଏକୁଟିଆ ତାଙ୍କ ସ୍ଵାମୀ ପାଖରେ ଘର ଚଳାଇବା ସମ୍ଭବପର ହେଉ ନଥିଲା। ଏଣୁ ପେଟ ପୋଷିବା ପାଇଁ ସିଏ ମଧ୍ୟ କାମଧନ୍ଦା ଖୋଜିବାରେ ଲାଗିଲେ। ସେତେବେଳେ ସୂରଜଙ୍କ ବଡ଼ବାପା ତାଙ୍କ ଗାଁ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ନିଇତି ଯିବା ବାଟରେ ତାଙ୍କର ଦେଖା ହେଉଥିଲା ନାନୀ ମା’ର ସ୍ଵାମୀ ସହିତ। ଏମିତି କଥା କଥାକେ ସେ ଜଣାଇଥିଲେ ଘରେ କିଛି କାମ ଧନ୍ଦା ଥିଲେ କହିବେ ମାଷ୍ଟରେ। ଏଇ ସ୍ତ୍ରୀ ଲୋକ କାମ ଯାହାସବୁ। ବଡ଼ବାପା ଏକଥା ଶୁଣି ତୁରନ୍ତ ରାଜି ହୋଇ କହିଲେ କାମ ଅଛି। ହେଲେ ଗୋଟେ ଛୋଟ ଛୁଆର ଲାଳନ ପାଳନର। ସନିଆ ଏଥିରେ ରାଜି ହୋଇଯାଇଥିଲା। ତା’ ପରଦିନଠାରୁ ସୂରଜଙ୍କ ଲାଳନ ପାଳନ ଦାଇତ୍ଵ ନାନୀ ମା’ ନେଇଥିଲେ। ମାତ୍ର ଏକ ବର୍ଷ ହୋଇଥିଲା ସୂରଜଙ୍କୁ, ତାଙ୍କ ବାପା, ମାଁ ଉଭୟଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଜେଜେ, ଜେଜିମା’ ପାଖରେ ବଢିଥିଲେ ସୂରଜ। ବିବାହର ଦୁଇବର୍ଷ ପରେ ନାନୀ ମା’ଙ୍କର କୌଣସି ସନ୍ତାନ ନଥିଲା। ଏଣୁ ସୂରଜଙ୍କୁ ସେ ନିଜ ସନ୍ତାନ ପରି ଦେଖୁଥିଲେ। ସବୁକିଛି ଅଳି ଅର୍ଦ୍ଦଳି ସେ ଏଇ ନାନୀ ମା’ଙ୍କ ପାଖରେ କରନ୍ତି। ପ୍ରତ୍ୟେକ ଦିନ ସକାଳ ୬ଟାରୁ ଆସି ରାତିକୁ ଯଆନ୍ତି ନାନୀ ମା’। ସୂରଜଙ୍କୁ ପାଞ୍ଚ ବର୍ଷ ହେବା ବେଳକୁ ନାନୀ ମା’ଙ୍କର ପୁଅଟିଏ ଜନ୍ମ ହେଲା। କିଛିଦିନ ସେ ଆଉ ଆମ ଘରକୁ ପୂର୍ବ ପରି ଆସି ପାରିଲେ ନାହିଁ। ତାଙ୍କ ଶାଶୁ ଶଶୁର ମଧ୍ୟ ସେତେବେଳକୁ ଆରପାରିକୁ ଚାଲି ଯାଇଥିଲେ। ସୂରଜ କିନ୍ତୁ ତାଙ୍କୁ ଏତେ ଆପଣେଇ ନେଇଥିଲେ ଯେ ପ୍ରତ୍ୟେକ ଦିନ ସ୍କୁଲ ଯିବା ଆସିବା ବାଟରେ ତାଙ୍କୁ ଦେଖାକରି ଫେରୁଥିଲେ।

ପୁଅଟିଏ ହେବା ପରେ ବି ସୂରଜଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ଅତୁଟ ରହିଥାଏ। ସବୁବେଳେ କୁହନ୍ତି ତୁ ତ ମୋର ବଡ଼ ପୁଅ। ତୁ ମତେ ଆଗ ମା’ ବୋଲି ଡାକିଛୁ। ସବୁଦିନ ତୁ ମୋର ବଡ଼ ପୁଅ ହୋଇ ରହିବୁ। ତୁ ଯେତେ ବଡ଼ ହେଲେ ବି କେତେବେଳେ କେମିତି ଆସି ଏ ବୁଢୀ ମା’ଟାକୁ ଦେଖା କରି ଯିବୁ। ହଁ ହଁ କହି ଦୌଡ଼ି ପଳାଇ ଆସନ୍ତି ସୂରଜ। ଧୀରେ ଧୀରେ ସମୟ ଗଡ଼ି ଚାଲିଲା। ଜେଜେ ଜେଜିମା ଚାଲିଯିବା ପରେ ପରିବାରର ସମସ୍ତେ ନିଜ ନିଜ କଥା ବୁଝିଲେ; ସମସ୍ତଙ୍କ ଭିତରେ ସୂରଜ ହୋଇଗଲେ ଅବହେଳିତ। କଟକରେ ମାମୁଁ ଘରେ ଆରମ୍ଭ ହୋଇଥିଲା ତା’ ପରର ଜୀବନ। ସେହିଠାରୁ ପାଠପଢ଼ା ଶେଷକରି ଚାକିରି କରିଥିଲେ। ଗାଁକୁ ଯିବା ଆସିବା ବହୁତ କମି ଯାଇଥିଲା ତାଙ୍କର। ଗଲେ କିନ୍ତୁ ନାନୀ ମା’ଙ୍କ ଘର ଆଡ଼େ ନିଶ୍ଚିନ୍ତ ବୁଲି ଆସନ୍ତି। ଏହାଛଡ଼ା ତାଙ୍କର କୌଣସି ସୁବିଧା ଅସୁବିଧା ହେଲେ ଜଣାଇବା ପାଇଁ ଅନୁରୋଧ କରି ଆସନ୍ତି। ଏହାର କିଛିଦିନ ପରେ ଆମର ବିବାହ ହୋଇଥିଲା। ଆଶୀର୍ବାଦ ଦେଇଥିଲେ ଦୂରରୁ। ବିବାହରେ ଯୋଗ ଦେଇ ପାରିନଥିଲେ। କାକାଖୁଡ଼ୀଙ୍କ ହାତରେ ସୂରଜ ତାଙ୍କ ଅନେକ ପସନ୍ଦର ଜିନିଷ ତାଙ୍କ ପାଖକୁ ପଠାଇଥିଲେ।

ୟା ଭିତରେ ଉଭୟ ପାରିବାରିକ ଓ କର୍ମ କ୍ଷେତ୍ରରେ ବହୁ ସମସ୍ୟା ନେଇ ବ୍ୟସ୍ତ ରହିବାରୁ ମନ ଥିଲେ ବି ଯାଇପାରି ନଥିଲେ ଗାଁ ଆଡ଼େ। ହଠାତ ଦିନେ ଦାଦାଙ୍କ ସଙ୍ଗେ କଥା ହେଉ ହେଉ ନାନୀ ମା’ଙ୍କ ବିଷୟରେ ସବୁକଥା ଜଣାଇଥିଲେ ସେ। କେତେ କଷ୍ଟରେ ଜୀବନ କାଟୁଛନ୍ତି ସେ। ଯେଉଁ ଛୋଟିଆ ଜମି ଖଣ୍ଡେ ଥିଲା ତାକୁ ବନ୍ଧା ପକାଇ କଷ୍ଟେମଷ୍ଟେ ପୁଅ ବାହାଘରଟି କରିଥିଲା। ବାହାଘରର ଦୁଇମାସ ଭିତରେ ପୁଅ ଚାକିରି ଜାଗାକୁ ଗଲା ଯେ ଆଉ ଗାଁକୁ ଫେରୁନାହିଁ। ଠିକ ସମୟରେ ଜମି ନମୁକୁଳିବାରୁ ଜମିଟା ହାତରୁ ଚାଲିଗଲା। ଭାରି ହନ୍ତସନ୍ତ ହେଉଛି ବୁଢୀଟା, ଆଖିକୁ ଭଲ ଭାବେ ଦେଖା ଯାଉନି। ଏକୁଟିଆ ଲୋକ ଜୀବନ ସାରା ସମସ୍ତଙ୍କର ଉପକାର କରିଛି। ଏଣୁ ଖୁସିରେ କିଏ କେତେବେଳେ ଖାଇବା ଦେଇ ଆସୁଛନ୍ତି। ବୁଢୀଟା ଚଳି ଯାଉଛି। ଦାଦାଙ୍କଠାରୁ ଏକଥା ଜାଣି ମନକଷ୍ଟ କରିଥିଲେ ସୂରଜ। ଜନ୍ମ ନକଲେ ବି ମା’ଠାରୁ କମ ସ୍ନେହ ଦେଇନି ମତେ, ପିଲାଦିନେ ତା’ର ସ୍ନେହ ମମତା ପାଇ ମା’ର ଅନୁପସ୍ଥିତି ଅନୁଭବ କରି ନାହାନ୍ତି ସେ। ଆଜି କ’ଣ ତା ପ୍ରତି କୌଣସି କର୍ତ୍ତବ୍ୟ ନାହିଁ ତାଙ୍କର? ଏ ପ୍ରଶ୍ନ ବିଚଳିତ କରିଥିଲା ସୂରଜଙ୍କ ମନକୁ। ତା ପରଦିନ ସକାଳୁ ହିଁ ସେ ବାହାରି ଯାଇଥିଲେ ଗାଁକୁ। ଆଉ ଜିଦ କରି ସାଙ୍ଗରେ ନେଇଆସିଥିଲେ ତାଙ୍କ ପ୍ରିୟ ନାନୀ ମା’ଙ୍କୁ।

କଲିଙ୍ଗ ବେଲର ଶବ୍ଦ ଶୁଣି ଦୁଆର ଖୋଲିଲେ ମମତା। ଆରେ ତୁମେ ଆଜି ଏତେ ଜଲ୍‌ଦି ପଳାଇ ଆସିଲ ଯେ। ’ହଁ, ମୋତେ ଟିକେ ଥକା ଲାଗୁଛି। ତା’ ଛଡ଼ା ମୁଁ ମେଡିକାଲରୁ ସିଧା ଘରକୁ ଆସିଛି। ଦୁଇଦିନ ପରେ ନାନୀ ମା’ଙ୍କର ଆଖି ଅପରେସନ ହେବ। ମୁଁ ଡାକ୍ତରଙ୍କ ସହ କଥା ହୋଇ ଫେରିଛି। ନାନୀ ମା’ଙ୍କୁ ମୁଁ ଏଠାକୁ ନେଇ ଆସିଛି, ତୁମେ ଏଥିରେ ଖୁସି ତ ମମତା?’

‘ମୁଁ କେବଳ ଖୁସି ନୁହେଁ, ତୁମର ଏଇ କାମ ପାଇଁ ଗର୍ବିତ ବି। ବୟସ ଥିବା ବେଳେ ନାନୀ ମା’ ତୁମର କେତେ ସେବା ଯତ୍ନ କରିଛନ୍ତି। ଆଉ ଆଜି ତାଙ୍କର ଯତ୍ନ ନେବା ମୋର ଓ ତୁମର କର୍ତ୍ତବ୍ୟ। ଆଉ ମତେ ତ ଏପରି ଲାଗେ ସୂରଜ ଯେଉଁମାନଙ୍କର ଏ ଦୁନିଆରେ ପିଲାଟିଏ ନାହିଁ, ସେମାନେ ଏକ ସନ୍ତାନକୁ କୋଳେଇ ନେଉଛନ୍ତି। ସେହିପରି ଅନେକ ପିତାମାତାଙ୍କୁ ବାର୍ଦ୍ଧକ୍ୟ ବୟସରେ ତାଙ୍କୁ ବୋଝ ଭାବି ତାଙ୍କ ପିଲାମାନେ ଛାଡ଼ି ଦେଉଛନ୍ତି। ସେ ପରିସ୍ଥିତିରେ ତାଙ୍କୁ ଯଦି କେହି ପିତାମତଙ୍କର ସ୍ଥାନ ଦେଉଛି, ସେଥିରେ ଭୁଲ କେଉଁଠି ରହିଲା ? ଏଇ ଦେଖ ଖୁସି ତା ନାନୀ ମା’ଙ୍କ ସଙ୍ଗେ କେମିତି ଖେଳୁଛି। ଆଜି ପୂରା ଲାଗୁଛି ଏ ପରିବାର। କେବଳ ଭଗବାନଙ୍କୁ ଗୋଟିଏ ନିବେଦନ, ଏମାନଙ୍କ ମଧ୍ୟରେ ଏଭଳି ଭଲ ପାଇବା ସବୁଦିନ ରହିଥାଉ। ଉଭୟ ଉଭୟଙ୍କ ସତ୍ୟତା କେବେ ନଜାଣନ୍ତୁ।’ ନାନୀ ମା’ଙ୍କ ପାଇଁ ଖୁସି ସର୍ବଦା ଆମର ଝିଅ। ଆଉ ଖୁସି ପାଇଁ ସେ ତାର ପ୍ରିୟ ନାନୀ ମା’।

ମମତାଙ୍କ ଏଇ କେଇପଦ କଥାରେ ସୂରଜଙ୍କ ଆଖି ଲୁହରେ ଭିଜି ସାରିଥିଲା।

ମୋ: ୯୬୦୩୩୧୨୫୪୯

ପ୍ରିୟମ୍ବଦା ରଥ

The post ମମତ୍ୱବୋଧ appeared first on Odisha Reporter.

]]>
left bottom 2020-07-22 11:44:40 https://cdn.odishareporter.in/wp-content/uploads/2020/07/22114141/MAA.jpg
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି https://odishareporter.in/odisha/death-woman-in-the-list-of-odisha-sahitya-akademi-554236 Tue, 21 Jul 2020 17:07:46 +0000 https://odishareporter.in/?p=554236

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଆଜି ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି । ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାମ ସାମିଲ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ […]

The post ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଆଜି ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି । ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାମ ସାମିଲ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦସ୍ତଖତରେ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ପୁର୍ନଗଠନ କରାଯାଇଛି। ପରିଷଦରେ ୯ଜଣ ପଦାଧିକାରୀ ଥିବାବେଳେ ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ, ୮ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଥିବା ବେଳେ ସାଧାରଣ ପରିଷଦ ଦ୍ୱାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ। ଏମାନଙ୍କ ବ୍ୟତୀତ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ମଧ୍ୟ ସଦସ୍ୟ ରହିବେ।

ତେବେ ଆଶ୍ଚର୍ଯ୍ୟର କଥା, ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ ଗଜପତି ଜିଲ୍ଲାର ସଦସ୍ୟ ଭାବେ ତାଲିକାରେ ଲେଖିକା ମୀନାକ୍ଷୀ ସାହୁଙ୍କ ନାଁ ରହିଛି। ପାରଳାଖେମୁଣ୍ଡିର ବଡ଼ବ୍ରାହ୍ମଣ ସାହିସ୍ଥିତ ମୀନାକ୍ଷୀଙ୍କର ଗତ ୫ ଦିନ ହେଲା ମୃତ୍ୟୁ ହୋଇସାରିଲାଣି। ପାରଳାର ପୂର୍ବତନ ବିଧାୟିକ ତ୍ରିନାଥ ସାହୁଙ୍କ ବଡ଼ ଝିଅ ମୀନାକ୍ଷୀ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ଗବେଷିକା। ତାଙ୍କର ୫ଦିନ ପୂର୍ବରୁ ମୃତ୍ୟୁ ଘଟିଥିଲେ ମଧ୍ୟ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପୁର୍ନଗଠିତ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ତାଙ୍କ ନାଁ କିଭଳି ରହିଲା ତାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗର ଏଭଳି ବେପରୁୱା ମନୋଭାବ ରାଜ୍ୟ ସାହିତ୍ୟପ୍ରେମୀଙ୍କୁ ବ୍ୟଥିତ କରିଛି। ଅନ୍ୟପକ୍ଷରେ ତାଲିକାରେ ପୁରୀ ଜିଲ୍ଲାର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାଁ ସାମିଲ ଅଛି।

The post ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି appeared first on Odisha Reporter.

]]>
centre top 2020-07-22 01:09:46 https://cdn.odishareporter.in/wp-content/uploads/2020/07/21223735/sahitya-2.jpg
ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ https://odishareporter.in/odisha/odisha-sahitya-akademi-award-was-announced-549930 Fri, 10 Jul 2020 12:53:22 +0000 https://odishareporter.in/?p=549930

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। କ୍ଷୁଦ୍ରଗଳ୍ପ (ଉପରମୁହାଁ) ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା (ଗୋଧୂଳି ଗୀତ) ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ଯୁଗ୍ମ ଭାବେ ସଂଜୟ ହାତୀ (ପଞ୍ଚମାୟା) ଏବଂ ନବୀନ କୁମାର ପରିଡ଼ା (ନାଟୁଆ ଓ […]

The post ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।

କ୍ଷୁଦ୍ରଗଳ୍ପ (ଉପରମୁହାଁ) ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା (ଗୋଧୂଳି ଗୀତ) ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ଯୁଗ୍ମ ଭାବେ ସଂଜୟ ହାତୀ (ପଞ୍ଚମାୟା) ଏବଂ ନବୀନ କୁମାର ପରିଡ଼ା (ନାଟୁଆ ଓ ଅନ୍ୟ ନାଟକ) ପାଇବେ ପୁରସ୍କାର। ସେହିପରି ପ୍ରବନ୍ଧ (ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରୟୋଗିତ ପ୍ରସଙ୍ଗ) ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ (ଲୌହ ମାନବ ସର୍ଦ୍ଦାର ପଟେଲ) ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ (ତଥାପି କିଛି ରହିଯିବ) ବିଜୟ ମହାନ୍ତି, ଶିଶୁ ସାହିତ୍ୟ (ଗଛଟିଏ ଶିଶୁଟିଏ) ପାଇଁ ରବୀନ୍ଦ୍ର ବିଶ୍ୱାଳ ପାଇବେ ପୁରସ୍କାର। ସେହିପରି ୨୦୧୫ ପାଇଁ ଗୀତି କବିତା (ପ୍ରତି ପଲକରେ ତୁମେ) ପାଇଁ ପୁରସ୍କାର ପାଇବେ ମନୋଜ ମହାନ୍ତି।

୨୦୧୬ ବର୍ଷ ପାଇଁ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ଉପନ୍ୟାସ ‘ଅମ୍ୱା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପାଇବେ ପୁରସ୍କାର। ସେହିପରି କ୍ଷୁଦ୍ରଗଳ୍ପ (ରମାକୁ ମାରିବାର ପାଞ୍ଚଟି ଉପାୟ) ଦେବଦାସ ଛୋଟରାୟ, କବିତା (ଫେରନ୍ତି ଘର) ଭଗବାନ ଜୟସିଂହ, ନାଟକ (ଆତ୍ମଲିପି ଓ ଅନ୍ୟାନ୍ୟ) ଫକୀର ସିଂହ, ପ୍ରବନ୍ଧ (ଆଲୋଚନା ପ୍ରସଙ୍ଗ) ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ କ୍ଷେତ୍ରରେ ଯୁଗ୍ମ ଭାବେ ସୁରେନ୍ଦ୍ର ମହାରଣା(ପ୍ରଫେସର ନବୀନ କୁମାର ସାହୁ) ଏବଂ ପ୍ରଦୋଷ ପଟ୍ଟନାୟକ (ଚାଲିଛି… ଚାଲିବି ନପଡ଼ିବି ଥକି), ଅନୁବାଦ(ମେଘବାହନ) ଶାରଦା ରଥ, ଶିଶୁ ସାହିତ୍ୟ(ଚୁଇଁ ଚଢ଼େଇ) ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା(ମିଶ୍ର ରାଗ) ପାଇଁ ପୁରସ୍କାର ପାଇବେ ମିଶ୍ର ସତ୍ୟନାରାୟଣ।

The post ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ appeared first on Odisha Reporter.

]]>
centre top 2020-07-10 18:29:49 https://cdn.odishareporter.in/wp-content/uploads/2020/07/10182939/sahitya-1.jpg
ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି https://odishareporter.in/literature-culture/delhi-based-journalist-demanding-to-withdraw-central-akademi-award-of-odia-poet-dr-rajendra-kishore-panda-547418 Sat, 04 Jul 2020 12:26:11 +0000 https://odishareporter.in/?p=547418

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ଆଉ ପାଦେ ଆଗେଇଛି। ରାଜେନ୍ଦ୍ରଙ୍କ ପୋଷ୍ଟ କୋଟି କୋଟି ହିନ୍ଦୁ ଓ ସଂସ୍କୃତିପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ତାଙ୍କୁ ମିଳିଥିବା ଏକାଡେମୀ ପୁରସ୍କାର ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଗବେଷକ ଶାଶ୍ୱତ ପାଣିଗ୍ରାହୀ। ସୂଚନାଯୋଗ୍ୟ, […]

The post ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି appeared first on Odisha Reporter.

]]>

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ଆଉ ପାଦେ ଆଗେଇଛି। ରାଜେନ୍ଦ୍ରଙ୍କ ପୋଷ୍ଟ କୋଟି କୋଟି ହିନ୍ଦୁ ଓ ସଂସ୍କୃତିପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ତାଙ୍କୁ ମିଳିଥିବା ଏକାଡେମୀ ପୁରସ୍କାର ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଗବେଷକ ଶାଶ୍ୱତ ପାଣିଗ୍ରାହୀ।

ସୂଚନାଯୋଗ୍ୟ, ଏପ୍ରିଲ ୨୭ ତାରିଖରେ ଡ. ପଣ୍ଡା ଫେସବୁକରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ ଦିନକୁ ଦିନ ବିବାଦ ଘନଉଛି। ଏହି ପୋଷ୍ଟରେ ସେ ଲେଖିଥିଲେ ଯେ, “ଅଶୋକବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର, ଅଗ୍ନି ପରୀକ୍ଷାରେ ଏଣେ ହୋଇପାର ଅନାୟାସରେ ଉତ୍ତୀର୍ଣ୍ଣା, ତୁମେ କାହାରି ନୁହଁ।” ଏହାର ପ୍ରତିବାଦରେ ଶାଶ୍ୱତ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଚନ୍ଦ୍ରଶେଖର ଖମ୍ବାରାଙ୍କୁ ଇ-ମେଲ୍ କରିଛନ୍ତି। ଏଥିରେ ସେ ରାଜେନ୍ଦ୍ର ପଣ୍ଡାଙ୍କଠାରୁ ଏକାଡେମୀ ପୁରସ୍କାର ପ୍ରତ୍ୟାହାର କରିବାକୁ ତର୍କଯୁକ୍ତ ଦାବି କରିଛନ୍ତି।

ଡ. ପଣ୍ଡାଙ୍କ ଏହି ପୋଷ୍ଟଟି କୋଟି କୋଟି ହିନ୍ଦୁ ତଥା ସଂସ୍କୃତିପ୍ରେମୀଙ୍କୁ ଆଘାତ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଶାଶ୍ୱତ। ଏହି ପୋଷ୍ଟରେ ସେ ହିନ୍ଦୁ ଧର୍ମର ଆରାଧ୍ୟା ଦେବୀ ସୀତା ମାତାଙ୍କୁ ଲାଞ୍ଚିତ ନାରୀ ଭାବେ ବର୍ଣ୍ଣନା କରିଛନ୍ତି। ଏହାସହ ସେ ସଂସ୍କୃତି ବିରୋଧୀ ଲବିରେ ସାମିଲ ଥିବା କେତେଜଣ ଓଡ଼ିଆ କବିଙ୍କୁ ଏନେଇ ଅନୁସରଣ କରିବାକୁ ମଧ୍ୟ ପ୍ରବର୍ତ୍ତାଇଥିଲେ। ଉକ୍ତ କବିମାନେ ଭଗବାନ ରାମ ଓ ମାତା ସୀତାଙ୍କୁ ନେଇ ଅନେକ କବିତା ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଅତ୍ୟନ୍ତ ଅଶାଳୀନ। ତେବେ ଓଡ଼ିଆ ସାହିତ୍ୟ ଜଗତରେ ଏଭଳି ବିକୃତ ଧାରା ପୂର୍ବରୁ କେବେ ଦେଖିବାକୁ ମିଳିନାହି ବୋଲି ଶାଶ୍ୱତ କହିଛନ୍ତି।

ଶାଶ୍ୱତ ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ରାଜେନ୍ଦ୍ରଙ୍କର ଏଭଳି ପୋଷ୍ଟ ଅତ୍ୟନ୍ତ ଅଶାଳୀନ। ଏହା ହିନ୍ଦୁମାନଙ୍କୁ ଆଘାତ ଦେଇଛି। ଏଣୁ ତାଙ୍କ ନାଁରେ ଆଇପିସି ଧାରା ୨୯୫ (ଏ) ଏବଂ ଆଇଟି ଆକ୍ଟ ୨୦୦୦ର ଧାରା ୭୬ ଅନୁଯାୟୀ ମାମଲା ରୁଜୁ କରାଯାଉ। ଏହାବ୍ୟତୀତ ରାଜେନ୍ଦ୍ରଙ୍କ ବିରୋଧରେ ୧୦ଟି ଅପରାଧିକ ମାମଲା ମଧ୍ୟ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଡ. ପଣ୍ଡା ନିଜ କବି ହେବାର ସ୍ୱାଧୀନତାର ଦୁର୍ବ୍ୟବହାର କରିଛନ୍ତି। ସାହିତ୍ୟ ସଂସ୍କୃତି ସହିତ ନିବିଡ଼ ଭାବରେ ଜଡ଼ିତ। ଆଉ ସାହିତ୍ୟର ଏକ ଅଂଶ ସଂସ୍କୃତି ବିରୁଦ୍ଧରେ ଏକ ଉପକରଣ ହୋଇପାରିବ ନାହିଁ। ମାତା ସୀତାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ସେ ନିଜ କବି ହେବାର ସ୍ୱାଧିନତାର ଅପବ୍ୟବହାର କରିଛନ୍ତି। ଆଉ ଏବଂ ସେ ‘ମେଟାଫର’ ଆଡ଼ୁଆଳରେ ଲୁଚିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏବଂ ପୂର୍ବତନ ବରିଷ୍ଠ ଅମଲା ଭାବେ ନିଜ ପ୍ରଭାବଶାଳୀ ମାନ୍ୟତାକୁ ବ୍ୟବହାର କରି ଡ. ପଣ୍ଡା ମୁକ୍ତ ଅଛନ୍ତି ଏବଂ ଆଇନ ମଧ୍ୟ ତାଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି ଶାଶ୍ୱତ ଅଭିଯୋଗ କରିଛନ୍ତି।

ଡ.ପଣ୍ଡାଙ୍କ ଏଭଳି କାର୍ଯ୍ୟକୁ ସାଂସ୍କୃତିକ ଆତଙ୍କବାଦ ବୋଲି ଦର୍ଶାଇ ଶାଶ୍ୱତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଏକାଡେମୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏଠାରେ ଉଲ୍ଲେଖ ଥାଉ କି, ଡ. ପଣ୍ଡାଙ୍କ ଏହି ପୋଷ୍ଟକୁ ନେଇ ସେହି ସମୟରେ ସୋଶାଲ ମିଡିଆରେ ଖୁବ୍ ବିବାଦ ଓ ଚର୍ଚ୍ଚା ଜୋର୍ ଧରିଥିଲା।

ଅନ୍ୟପଟେ, ଏନେଇ ଡ. ରାଜେନ୍ଦ୍ର କିଶୋର ପଣ୍ଡା କହିଛନ୍ତି ଯେ, “୧୯୮୮ ମସିହାର ଏକ ପୁସ୍ତକରେ ପ୍ରକାଶିତ ଏକ କବିତା, ଯାହା ଯଥେଷ୍ଟ ପୂର୍ବରୁ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା। କବିତାରେ ସେଭଳି କିଛି ନାହିଁ। ବିବାଦ ଉଠିବା ପରେ ପୂର୍ଣ୍ଣ କବିତାଟି ମୁଁ ରି-ପୋଷ୍ଟ କରିଛି। ସ୍ତ୍ରୀଙ୍କୁ ଅଗ୍ରାଧିକାର ଦେବା କଥା କବିତାରେ କୁହାଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “କବି ତା ନିଜ ଇଚ୍ଛାରେ କବିତା ଲେଖେ। ଏହି ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର। ଏପରି କୌଣସି ବିଷୟ ନାହିଁ, ଯାହା ଉପରେ ଜଣେ ଲେଖକ ଲେଖିପାରିବ ନାହିଁ। କାହାକୁ ଏଥିରେ ମାନ-ଅପମାନ କରିବା କଥା ଉଠୁନାହିଁ। ଲେଖିବାରେ କୌଣସି ବାଧା ନାହିଁ।”

The post ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି appeared first on Odisha Reporter.

]]>
left top, Rajendra Kishore Panda, Saswat Panigrahi, Social Media, ରାଜେନ୍ଦ୍ର କିଶୋର ପଣ୍ଡା, ସୋଶାଲ ମିଡିଆ 2020-07-04 17:58:12 https://cdn.odishareporter.in/wp-content/uploads/2020/07/04170111/Untitled-1-4.jpg
ମାଙ୍କଡ଼ ଓ ପିଜୁଳି https://odishareporter.in/literature-culture/literature/a-story-about-money-and-gouva-543155 Tue, 23 Jun 2020 07:38:09 +0000 https://odishareporter.in/?p=543155

ହେଲା, ଆରେ କ’ଣ କରୁଛୁ…? କେତେ ସମୟ ହେଲା ଫୋନ୍‌ଟା ରିଙ୍ଗ ହେଉଛି ଉଠାଉନୁ କାହିଁକି… ହଁ କହ… ଗାଧୋଉଥିଲି। ମୋର ଲେଟ୍‌ ହେଲାଣି। କ’ଣ କହିବା କଥା ଟିକେ ଜଲଦି କହ… ଓହୋ , ହଉ ତୁରଖିଦେ…. ଖାଇଛୁନା ଖାଇକି ଯିବୁ ? –ହଁ ମା ତୁ ଫୋନ୍‌ଟା ରଖିଲେ ସିନା ଖାଇବି। ମୋର ବହୁତ ଲେଟ୍ ହେଲାଣି। ହଉ ତୁ ଚିଡ଼େନା ଶାନ୍ତିରେ ଦିଟା ଖାଇବୁ। ଦେଖିକିଯିବୁ। ହଁ ତୁ ଫୋନ୍‌ ରଖ। ହଉ […]

The post ମାଙ୍କଡ଼ ଓ ପିଜୁଳି appeared first on Odisha Reporter.

]]>

ହେଲା, ଆରେ କ’ଣ କରୁଛୁ…? କେତେ ସମୟ ହେଲା ଫୋନ୍‌ଟା ରିଙ୍ଗ ହେଉଛି ଉଠାଉନୁ କାହିଁକି… ହଁ କହ… ଗାଧୋଉଥିଲି। ମୋର ଲେଟ୍‌ ହେଲାଣି। କ’ଣ କହିବା କଥା ଟିକେ ଜଲଦି କହ…
ଓହୋ , ହଉ ତୁରଖିଦେ…. ଖାଇଛୁନା ଖାଇକି ଯିବୁ ? –ହଁ ମା ତୁ ଫୋନ୍‌ଟା ରଖିଲେ ସିନା ଖାଇବି। ମୋର ବହୁତ ଲେଟ୍ ହେଲାଣି। ହଉ ତୁ ଚିଡ଼େନା ଶାନ୍ତିରେ ଦିଟା ଖାଇବୁ। ଦେଖିକିଯିବୁ। ହଁ ତୁ ଫୋନ୍‌ ରଖ। ହଉ ଅଫିସରେ ଫ୍ରୀ ହେଲେ ଟକେ ଫୋନ କରିବୁ….. ଆରେ …. ଖାଇବୁ କ’ଣ….? କାଟି ଦେଲାଣିନା କ’ଣ… ହେଲା… ହଁ କାଟିଦେଲା … କେତେ କାମ କରିବ ପିଲାଟା। ଶାନ୍ତିରେ ଟିକେ ଖାଇବି ପାରୁନି। ହେ ମା’ ତା’ ଦିନଟା ଆଜି ଭଲରେ ଭଲରେ ଯାଉ। କିଛି ନ କହିକି ଫୋନ୍‌ଟା କାଟିଦେଲା। ଆର ସପ୍ତାହକୁ ତା’ ପାଖକୁ ଯିବା ପାଇଁ କହିଥିଲି। ତା’ର ମନେଥିବ କି ନାହିଁ କେଜାଣି। ଏତେ ବ୍ୟସ୍ତ ଭିତେର ରହୁଛି ସେ। ଠିକ୍‌ସେ ଦିଟା ଖାଇବି ପାରୁନି। ଭାବୁଛି ତା’ ପାଖରେ ଗୋଟେ ମାସ ଖଣ୍ଡେ ରହି ଆସିଲେ ଅବଶ୍ୟ ତାକୁ ଗୋଟେ ମାସ ଶାନ୍ତି ତ ମିଳିବ।

ବାହାର ଖାଇବା ଖାଇ ଖାଇ ଦେହ ତା’ର ଅଧିକ ଖରାପ ହେଉଛି। ହଉ ସେ ଅଫିସରେ ପହଞ୍ଚିକି ଫୋନ୍‌ କରୁ। ଯିବା କଥା କ’ଣ ହେଲା ବୁଝିବି। ଏଁ… ଆଜି ତା’ର କି ଅଫିସ ଆଜି ପରା ଶିଶୁଦିବସ। ଆଜି କ’ଣ ତା’ର ଛୁଟି ନାହିଁ। କେଜାଣି କି ଅଫିସରେ କାମ କରୁଛି……ସବୁବେଳେ ଖାଲି କାମ କାମ କାମ । (ଗୋଟେ ଘଣ୍ଟା ପରେ ଫୋନ୍‌ ରିଙ୍ଗ୍‌ ହେବାର ଶବ୍ଦ) ସେଇ ଫୋନ୍‌ କରିଥିବ। ଅଫିସରେ ପହଁଚିଗଲା ବୋଧେ। -ହେଲୋ …. ହଁ ମା ମୁଁ ଅଫିସରେ ପହଞ୍ଚିଲି। କ’ଣ କହୁଥିଲୁ କହ ? ଭଲରେ ଭଲରେ ପହଞ୍ଚିଲୁ ? କ’ଣ ଖାଇକି ଆସିଲୁ ? ଆଜି ତମର ଛୁଟି ନାହିଁ କିରେ …. ଆଜି ପରା ଶିଶୁଦିବସ …. ମୁଁ କ’ଣ ଆଉ ଶିଶୁ ହେଇକି ଅଛି….ମୁଁ ପା ବଡ଼ ହୋଇଗଲିଣି…..ହଁ ଭଲରେ ଭଲରେ ପହଞ୍ଚିଲି… ପଖାଳ ଥିଲା ଖାଇକି ଆସିଲି… ତୁ କ’ଣ କହୁଥିଲୁ କହ ? ଆରେ ମୋ ଯିବା କଥା କହିଥିଲି ପା। ଟିକେଟ୍‌ କାଟିଥିଲୁ କି ? କାହିଁ କିଛି ତ କହିଲୁନି ? ହଁ ମା’ ମୁଁ କାଟି ଦେଇଛି… ତୋତେ କହିବାକୁ ଭୁଲି ଯାଇଥିଲି…. ବାପାଙ୍କର ତୋର ଦୁଇଜଣଙ୍କର ଟିକେଟ୍‌ କାଟି ଦେଇଛି। ଆରେ ବାପା କ’ଣ ଯିବେ ? ତାଙ୍କର ସମୟ ନାହିଁ ବୋଲି ତ କହୁଥିଲେ। ଆଉ ତୁ ଏକା କେମିତି ଆସିଥାନ୍ତୁ ? ନାଇଁ ଦିଜଣ ଯାକ ଆସ କିଛିଦିନ ରହିକିପେଳଇବ। ହେଲେ ତୋ ବାପା କହୁଥିଲେ…ତୁ କିଛିଦିନ ପାଇଁ ଆସି ଯାଇଥିଲେ ହେଇନଥା’ନ୍ତା ? ବହୁତ ଦିନ ହେଲା ଆସିନାହୁଁ ଓହୋ… ଆରେ ତୁ ତ ଜାଣିଛୁ ମା ଏ ଗୋଟେମାସ ହେଲା କେତେ ବ୍ୟସ୍ତ ରହୁଛି। ଏବେ ଛୁଟି ମିଳିବା ସମ୍ଭବ ନୁହେଁ। ତୁମେ ଦିଜଣ ଯାକ ପଳେଇଆସ। କିଛିଦିନ ରହିକି ପଳେଇବ। ହଉ ମୁଁ ତୋ ବାପାଙ୍କୁ କୁହେ… ସେ ରାଜି ହେବେକି ନାହିଁ କେଜାଣି। ଆଉ ତୋ ପାଇଁ କିଛି ନେବିକିରେ…? କ’ଣ ଆଣିବୁ ? ବଡ଼ି, ଘିଅ, ଆଚାର ସବୁ ରଖିଛି… ଆଉ କ’ଣ ନେବି ତୁ କହ ? ଆଉ ଆମ ବାଡ଼ିରେ କିଛି ହେଇନି ? ହଁ ପିଜୁଳିଦିଟା ନେଇଯିବି। ଆଉ କିଛି ନେବିକିରେ…. ହଁ ପିଜୁଳି ଆଣିବୁ। ଆଉ ତୁ ଯୋଉ ଛେନା ପୁର ଦେଇକି ପିଠା କରୁ ସେଥିରୁ ଦିଟା ଆଣିବୁ। ମୋ ସାଙ୍ଗମାନେ କହୁଥିଲେ ମାଉସୀଙ୍କୁ କହିବୁ ଆସିଲାବେଳେ ସେଇ ପିଠା ବନେଇକି ଆଣିବେ। ଆଉ କିଛି ଆଣିବା ଦରକାର ନାହିଁ। ଏଠି ସବୁଅଛି। ଆଉ କିଛି କହିବୁନା ମୁଁ ରଖିବି। ହଉ ରଖ। ମୁଁ ଯାଇକି ବାପାଙ୍କୁ କୁହେ। ସେ ଯିବେ କି ନାହଁ କେଜାଣି ?

ବଡ଼ି ତ ଅଳପ ଦିଟା ଥିଲା। ସେତିକି କ’ଣ ହବ। କହୁଛି ତା ସାଙ୍ଗ ମାନେ ଖାଇେବ। ଦେଖିବା ବଡ଼ି ଆଉ କେତେ ଅଛି। ଏଇ ଦିଟା ବଡ଼ି ନେଇକି କ’ଣ ଯିବି। ଇଏ ତ ଦିଟା ଦିନରେ ସରିଯିବ। ନା ଆଉ କିଛି ବଡ଼ି ନେଇକିଯିବି। ଇଏ କୁଆେଡ ଗଲେ କେଜାଣି। ଆଉ କିଲେ ଖଣ୍ଡେ ବିରି ଆଣିବେ ଆଉ ଗୋପାଳ ସାହିରେ କହିଦେଇ ଆସିବେ ଗୁରୁବାରକୁ ଗୋଟେ କିଲୋ ଛେନା ଆଣିବେ। ଆରେ କୁଆେଡ ଗଲ ବା ଶୁଣୁଛ… ଏଇଠି ବସି ଖବରକାଗଜ ପଢୁଥିଲ …. କୁଆେଡ ଗଲ ଯେ…. ଆରେ ମୁଁ ଏପଟେ ଅଛି। ସେପଟେ କ’ଣ କରୁଛ ? ଏଇ ମାଙ୍କଡ ସବୁ କ’ଣ ବାଡ଼ିରେ କିଛି ରଖେଇ ଦେଉଛନ୍ତି। କେତେଟା କ’ଣ ପିଜୁଳି ହୋଇଥିଲା ଅଧା ଖାଇସାରିଲେଣି। ତମେ ଆର ସପ୍ତାହକୁ ପୁଅ ପାଖକୁ ଯିବ ବୋଲି କହୁଥିଲ ପରା। ଯାହା ଯେତିକି ପିଜୁଳି ଦିଟା ଅଛି ନେଇକିଯିବା। ପିଜୁଳି ତା’ର ଭାରି ପ୍ରିୟ। ନେଇକି ଯିବା କ’ଣ କହୁଛ ? ସେ ପା ଆମ ଦି ଜଣଙ୍କ ଟିକେଟ କାଟିଛି।

ଦିଜଣ… ହେ ମୁଁ ପା ମନା କରିଥିଲି, ମୋତେ ସମୟ ନାହିଁ। ସେ କଥା ତାକୁ କହିବ। ସେ ତ ଟିକେଟ କରିସାରିଛି। ଆରେ ମୋର ସାର୍ଟ ପ୍ୟାଣ୍ଟ ଭଲସେ ସଫା ହୋଇ ନାହିଁ। ଏମିତି ହଠାତ୍‌ କେମିତି ଯିବି ! ହଉ ଥାଉ ମୁଁ ସଫା କରିଦେଉଛି। ତୁମେ ଗଲ ବଜାରରୁ ଦୁଇ କେଜି ବିରି ଆଣିବ। ବଡ଼ିଦିଟା ବନେଇତି ନେବି। ଆଉ ଫେରିଲା ବେଳେ ଗୋପାଳ ସାହିରେ କହି ଦେଇଥିବ ଗୁରୁବାର ଦିନ କିଲେ ଛେନା ଦେବା ପାଇଁ। ହଉ ମୁଁ ଯାଉଛି ବଜାର ଆଡୁ ଆସେ। ଏ ପିଜୁଳି ଗଛକୁ ଟିକେ ନଜର ପକେଇଥିବ। ନ ହେଲେ ଏ ମାଙ୍କଡ ସବୁ ଖାଇଯିବେ। ହଉ ତମେ ଯା’ଅ।

ମୁଁ ତେଣେ ଯାଇ ଦେଖେ ମୋର ବି ଶାଢ଼ୀଦିଟା ସଫା କରିବି। ସବୁ ଡ୍ରେସ୍‌ ୟାଙ୍କର ସଫା ଅଛି। ପୁଣି କାହାକୁ ସଫା କରିବି। ଗରମ ଦିନରେ ପତଳା ସାର୍ଟ ଦି ଖଣ୍ଡ ହେଲେ ୟାଙ୍କର ହେଲା। ସୁଟ୍‌କେଶଟିକେ ଝାଡିବାକୁ ପଡ଼ିବ। ଲୁଗା ଆଉ ସାର୍ଟ ଫ୍ୟାଣ୍ଟ ଖଣ୍ଡେ ଭିଜେଇ ଦେଇ ପିଜୁଳିଗଛ ପାଖେର ଟିକେ ବସି ପଡ଼ିଲେ ଆରତିଦେବୀ। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ସେ ଏଇ ପିଜୁଳି ଗଛଟା ଲେଗଇଥିଲା। ପାଞ୍ଚ ବର୍ଷ ହେଲା ଫଳିଲାଣି। ହେଲେ ତା’ ପାଟିରେ ଟିକେ ବାଜିଲା ନାହିଁ। ସବୁବେଳେ ପଚାରି ହଉଛି ପିଜୁଳି ଫଳୁଛିନା ନାହିଁ।

ଯେତିକି ପିଜୁଳି ଗଛରେ ଅଛି ସବୁ ନେଇଯିବି କେତେ ଖାଉଛି ଖାଉ। ଯେତେବେଳେ ଛୋଟ ପିଲାଟିଏ ହୋଇଥିଲା ତା’ ସବୁସାଙ୍ଗଙ୍କୁ ଡାକି ଆଣି ତା’ ପିଜୁଳି ଗଛ ଦେଖାଏ …. ଘରେ ରାଗିକି ଟିକେ କିଛି କହିଲେ ଏଇ ପିଜୁଳି ଗଛ ପାଖରେ ଆସି ବସେ। ଏଇ ଗଛ ପାଖରେ କିଛି ସମୟ ଆସି ବସିଲେ ତା’ ରାଗ ଆପେ ଆପେ ଶାନ୍ତ ହୋଇଯାଏ। ଏ ଗଛ ସାଙ୍ଗରେ ତା’ର କି ମାୟା କେଜାଣି। ଖରାଦିନେ ଏଇ ଗଛ ମୂଳେ ବହିଟେ ଧରି ସବୁବଳେ ବସିଥାଏ।

ଏମିତି ଭାବନା ରାଇଜରେ ବୁଲୁବୁଲୁ ହଠାତ୍ ଆରତି ଦେବୀଙ୍କର ମନେ ପଡ଼ିଗଲା…..ଆରେ କୋଉଦିନ ଟିକେଟ୍‌ଟା କାଟିଲା କହିଲା ନାହିଁ ତ। ହଉ ସେ ସନ୍ଧ୍ୟା ବେଳକୁ ଘରକୁ ଫେରୁ ଫ୍ରୀ ହେଲେ ତା’ ସହ ଟିକେ ଭଲସେ କଥା ହେବି। ଏ ଭୁଲା ମନ ଠିକ୍‌ ସମୟରେ ସବୁ ଭୁଲିଯିବ। ଗୋଟେ ଲିଷ୍ଟ କରିବି ତା’ ସହ କଥା ହୋଇ। ଆରେ ହେଇ (ବଡ଼ ପାଟିକରି) ପୁଣି ସେ ମାଙ୍କଡ ଗୁଡ଼ା ଆସିଲେଣି…. କୁଆେଡ ଗଲା ସେ ଆଙ୍କୁଡିଟା …. ଚାଲ୍‌ ଚାଲ୍ଏଠୁ…. ଆରେ ତମ କଥା ଏମାନେ ଶୁଣିବେ ନାହିଁ। ନିଅ ତମ ବିରି ନିଅ… ମୁଁ ଏମାନଙ୍କୁ ଗୋଡ଼ାଉଛି। ଆରେ ତମେ ଏତେ ଜଲ୍‌ଦି ଆସିଗଲ। ହଁ କାମ ସରିଲା। ପୁଣି କାହିଁକି ଲେଟ୍‌ କରିଥା’ନ୍ତି। ମୁଁ କାଳେ ରାଜି ନାହିଁ ଯିବା ପାଇଁ ପୁଅ ମୋତେ ଫୋନ୍‌ କରିଥିଲା।

ସେ ଏଇ ଶନିବାର ସକାଳ ପାଇଁ ଟିକେଟ କାଟିଛି। ଆଉ ହାତରେ ମାତ୍ର ୪ଟା ଦିନ। ତୁମେ ଗଲ ଶୀଘ୍ର ଶୀଘ୍ର ଏ ବିରିଗୁଡା ପାଣିରେ ପକେଇବ। ଆଉ ବେଳ ନାହିଁ। ମୁଁ ଏ ଲୁଗାପଟା ଧୋଇ ଦଉଛି। ଛେନା ଦେବା କଥା ଗୋପାଳ ସାହିରେ କହିଲ ? ହଁ କହିଛି। ହଉ ମୁଁ ବିରିଟା ଆଗ ପାଣିରେ ପକେଇଦିଏ । ଆଜି କିଛି ଆଉ ତରକାରୀ କରିହବନି। ଯାହା ଶାଗ ମୁଗ ଦୁଇଟା ହବ ଖାଇଦବ। ହଁ ମୁଁ ଖାଇଦେବି। ତରକାରୀ ନେହେଲ ଚଳିବ। ପାଖାପାଖି ଗୋଟେ ବର୍ଷ ହୋଇଗଲା ପୁଅକୁ ଦେଖି ନାହାନ୍ତି ଦୁଇଜଣ। ପୁଅକୁ ପିଜୁଳି ଦୁଇଟା ଚଖେବାକୁ ଆରତି ଦେବୀ ଯେମିତି କୋଉ କାଳରୁ ପଣ କରି ଚାହିଁ ବସିଥିଲେ। ଯିବା ଖବର ଶୁଣି ଦିନରେ ପଚାଶ ଥର ସେଇ ଗଛଟିକୁ ଚାହିଁ ବସୁଥିଲେ। ଏ ଗଛ ସାଙ୍ଗରେ ସତେର ଏ ମା’ ପୁଅ ଦୁଇଜଣଙ୍କର କିଛି ଗୋଟେ ଅନାବିଳ ସମ୍ପର୍କ ଯୋଡ଼ି ହୋଇଯାଇଛି। ସବୁକାମ ସାରି ଗାଧୁଆପାଧୁଆ ସରୁସରୁ ଟିକେ ବିଳମ୍ବ ହୋଇଗଲା। ପୁଅ ପାଖକୁ ଯିବା କଥା ଭାବି ଖୁସିରେ ଦୁହେଁ ଆତ୍ମହରା ଥିଲେ। ଏଇ ପାଖରେ କୋଉଠି ହୋଇଥିଲେ, ଗୋଟେ ଦିନ ଭିତରେ ଯାଇ ଆସି ପାରାଥା’ନ୍ତେ। ସିଏ ଯାହା ହଉ ଏତେ ଦିନ ପରେ ଦୁହେଁ ପୁଅକୁ ଦେଖିବେ ବୋଲି ପାଦ ଆଉ ଭୂଇଁରେ ଲାଗୁନି। ଶାଗ ମୁଗର ସ୍ୱାଦ ବି ଅମୃତ ପରି ଲାଗୁଥାଏ। ଆରେ ଡାଲିରେ ଟିକେ ଲୁଣ କମ୍ ହୋଇଛି ନା କ’ଣ ? ହେ ଭଗବାନ ମୁଁ ତ ସମ୍ପୂର୍ଣ୍ଣ ଲୁଣ ପରେଇବାକୁ ଭୁଲିଯାଇଛି। ତୁମର ତ ଖାଇବା ସରିଲାଣି। ଏବେ ତୁମେ ଜାଣିଲ। ହଁ ଛାଡ଼ ଖାଇବା ସରିଲାଣି। ମୁଁ ଟିକେ ବିଶ୍ରାମ ନିଏ। ତୁମେ ଶୁଣିଛ କ’ଣ ଗୋଟେ କରୋନା ବେମାରି ଆସିଛି। ବହୁତ ଲୋକେ ମଲେଣି ସେପଟେ। ହଁ ଶୁଣିଛି ମ…. ଆମ ଦେଶରେ ହୋଇନି…. ସେଟା ଚୀନରେ ହୋଇଛି। ପୁଅ ସେକଥା କିଛି କହୁଥିଲା କି ? ନା ତ କିଛି କହିନି। ଏମିତି କଥାରେ କାମରେ ଦିନଟା ଗଡ଼ିଗଲା। ଚାହୁଁ ଚାହୁଁ ସନ୍ଧ୍ୟା ଗଡ଼ି ରାତି ବି ହୋଇଗଲା। ଆରେ ହେ ପୁଅ ମୋତେ କହିଥିଲା, ଆସିଲା ବେଳକୁ ଗୋଟେ ଓଡ଼ିଆ କ୍ୟାଲେଣ୍ଡର ନେଇକି ଯିବାପାଇଁ।

ମୁଁ ଭୁଲିଯାଇଛି। କାଲି ପୁଣି ବଜାର ଯାଇକି ଆଣିବାକୁ ପଡ଼ିବ। ହଉ ମୁଁ ମନେ ପକେଇେଦବି। ତା’ ପର ଦିନ ଆରତିଦେବୀ ପାହାନ୍ତି ପ୍ରହରରୁ ଉଠି ଅତିବ୍ୟସ୍ତ ହୋଇ ଘରକାମ ସବୁ ସାରି ପିଜୁଳିଗଛକୁ ଚାହିଁଲା ବେଳକୁ ମାଙ୍କଡ଼ ଗଛରେ। ଆରେ ହେଇ କେତେ ମାଙ୍କଡ଼। କୁଆେଡ ଗଲ ଟିକେ ଦୌଡ଼ି ଆସିଲ। ମାଙ୍କଡ଼ଗୁଡା ପିଜୁଳି ଖାଇଯାଉଛନ୍ତି। ସିଦ୍ଧାର୍ଥ ବାବୁ ତରତର ହୋଇ ଉଠି ମାଙ୍କଡମାନଙ୍କୁ ବହୁତ ଟେକା ଫିଙ୍ଗି ଗୋଡ଼ଇଲେ। ତମେ ମୋତେ ଟିକେ ଆଗରୁ ଡାକିପାରିଲ ନାହିଁ। ମୁଁ ତ ଏବେ ଦେଖିଲି। ହଉ ତମେ ଯା’ଅ । କ’ଣ କହୁଥିଲ ତା’ ପାଇଁ ଗୋଟେ କ୍ୟାଲେଣ୍ଡର ଆଣିବ ବୋଲି ହଁ ମୁଁ ଟିକେ ଚାହା ପି ଯାଉଛି। ତୁମେ ଏ ଗଛକୁ ଅନେଇଥିବ।

ଚାହା ପି ସିଦ୍ଧାର୍ଥବାବୁ ବଜାର ବାହାରିଗଲେ। ଆରତିଦେବୀ ବଡ଼ି ତିଆରି କରିବାରେ ଲାଗିପଡ଼ିଲେ। ହଠାତ୍ ସିଦ୍ଧାର୍ଥବାବୁଙ୍କୁ ଫେରିବା ଦେଖି ଆରତିଦେବୀ ପଚାରିଲେ.. କ’ଣ ହେଲା ଫେରିଆସିଲ ଯେ। ତୁମେ ପା ବଜାର ଯାଇଥାନ୍ତ। ହଁ ଯେ… ଶୁଣି ଆସିଲି ଆଜି କ’ଣ ଜନତା କର୍ଫ୍ୟୁ ଲାଗୁହୋଇଛି। ବଜାରରେ ସବୁ ଦୋକାନ ବନ୍ଦ। । ହେଲେ କ’ଣ ପାଇଁ। ଆରେ ତୁମେ କାଲି ଯେଉଁ କରୋନା ବେମାରୀ କଥା କହୁନଥିଲ ସେଥିପାଇଁ। ଆଜିସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ’ଣ କହିବେ ସେ ରୋଗ ବିଷୟେର। ମୁଁ ବି ସକାଳ ଖବରରେ ଶୁଣିଥିଲି। ଏ ବେମାରୀକୁ ଔଷଧ ବାହାରିନାହିଁ। ଏଇଟା ଧୀରେ ଧୀରେ ଆମ ଇଣ୍ଡିଆରେ ବ୍ୟାପୁଛି। ହଉ ତୁମେ ମୋତେ ବଡ଼ି ତିଆରି କରିବାରେ ସାହାଯ୍ୟ କରିବ ବୋଲି କହିଥିଲ ପା। ଆସ ସାହାଯ୍ୟ କର। ଆରେ ତୁମେ ଏତେ ଚିନ୍ତିତ କାହିଁକି ଦିଶୁଛ। ସବୁ ଠିକ୍ ହୋଇଯିବ। ଆମେ ପା ଶନିବାର ଯିବା। ଆହୁରି ୩ ଦିନ ବାକି ଅଛି।

ହଁ……. ଛାଡ ଆଜି ସନ୍ଧ୍ୟାରେ ପ୍ରଧାନ ନ୍ତ୍ରୀ କ’ଣ କହୁଛନ୍ତି ଦେଖିଲେ ଜଣାପଡ଼ିବ। ହଉ ସେ ପିଜୁଳି ଗଛ ମୂଳକୁ ଚାଲ। ସେଇଠି ବଡ଼ି ପକେଇ ନଜର ରଖିବା । ହଉ ଚାଲ । ଚାହୁଁ ଚାହୁଁ ସନ୍ଧ୍ୟା ବି ହୋଇଗଲା। ଦୁହେଁ ବହୁତ ଉତ୍ସୁକତାର ସହ ଅନେଇ ବସିଥିଲେ ସନ୍ଧ୍ୟା ସମୟର ଖବର ଶୁଣିବାକୁ । ଖବର ଶୁଣି ଦୁହେଁ ଏକବାର ଅବାକ୍ ହୋଇଗଲେ। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଦେଶରେ ସବୁଯାନ ବାହନ ଚଳାଚଳ ବନ୍ଦ ରହିବ। ସ୍ତବ୍ଧ ପଡ଼ିଗଲେ ଦୁଇଜଣ। ଏତିକି ବେଳକୁ ଫୋନ୍‌ ରିଙ୍ଗ୍‌ ହେବାର ଶବ୍ଦ। ଦୁହେଁ ଜାଣିଗଲେ ସେ ହିଁ ଫୋନ୍‌ କରିଥିବ।ହେଲେ ଫୋନ୍‌କୁ ଉଠାଇ ହେଲୋ କହିବାର ଶକ୍ତି ଦୁଇଜଣଙ୍କର ନଥିଲା। ଆରେ ଫୋନ୍‌ଟା ରିସିଭ କର। ହଁ… ହେଲୋ ଆରେ ଆଉ କ’ଣ କହୁଛୁ। ନା ଆଉ କ’ଣ କହିବି। ତୁମେମାନେ ତ ଖବର ଶୁଣିଥିବ। ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ସବୁ ଗାଡ଼ି ଚଳାଚଳ ବନ୍ଦ। ଟିକେଟ୍‌ ବି ଆପେ ଆପେ ସରକାରଙ୍କ ତରଫରୁ କ୍ୟାନସଲ୍‌ ହୋଇଯାଇଛି। ହଁ ଆମେ ଏବେ ଶୁଣିଲୁ। ତୁ ଅଫିସରୁ ଫେରିଲୁଣି ?

ହଁ ଏବେ ଆସିଲି। ହଉ ଯା ଫ୍ରେସ୍‌ ହୋଇଯିବୁ। ଫୋନ୍‌ଟା ରଖିଦେଇ ଆରତି ଦେବୀ ସୋଫା ଉପରେ ଏକଦମ୍‌ ନିସ୍ତେଜ ହୋଇବସିପଡ଼ିଲେ। ରାତିସାରା ନିଦ ହେଲାନି। ଭୋରୁ ଭୋରୁ ଉଠି ଏକା ଏକା ସେଇ ରାସ୍ତାପାଖ ଗେଟ୍‌ ପାଖରେ ଚଉକିଟିଏ ପକେଇ ବସିଲେ। ନା କିଛି କାମ କରିବାକୁ ଇଛା ହଉଥାଏ ନା କିଛି କହିବାକୁ ଇଛା ହଉଥାଏ। ଏତେ ନିରବତା ଭିତରେ ଅନ୍ତର ଆତ୍ମା ଯେମିତି ଚିତ୍କାର କରି କନ୍ଦୁଥାଏ। ଏମିତି ବୁଲିବୁଲି ବାଡ଼ି ପଟକୁ ଗଲାବେଳକୁ ପିଜୁଳିଗଛଟି ଅତି ନିରବତାର ସହ ମନ ଦୁଃଖ କରି ବସିଥିବା ପରି ଦିଶୁଥାଏ। ଏମିତି ଢ଼ଳ ଢ଼ଳ ଆଖିକରି ସେ ଗଛଟିକୁ ଚାହିଁ ଆରତିଦେବୀ କ’ଣ ଭାବୁଥିଲେ କେଜାଣି। । ଚାହିଁଲା ବେଳକୁ ଗୋଟିଏ ପିଜୁଳି ଝଡି ଗଛ ମୂଳେ ପଡ଼ିଛି। ପିଜୁଳିଟିକୁ ଗଛ ପାଖରୁ ଉେଠଇକି ଦେଖିଲେ ଆରତିଦେବୀ । କି ବାସ୍ନା….ବହୁତ ପାଚି ଆସିଲାଣି। ଥରିଲା ଥରିଲା ହାତରେ ପିଜୁଳିଟାକୁ ଚାହିଁ ଚାହିଁ ଆଖିରୁ ଦୁଇଧାର ଲୁହ ଝରିଆସିଲା। କୋହ ଭରା ଆଖିରେ ଗଛକୁ ଦେଖୁ ଦେଖୁ କାଲିପରି ଆଜି ବି ଦଳେ ମାଙ୍କଡ଼ ଆସି ସେ ପିଜୁଳି ଗଛ ଉପରେ ପିଜୁଳିଗୁଡ଼ା ଖାଇ ଯାଉଛନ୍ତି। ନା ସେମାନଙ୍କୁ ଗୋଡ଼ାଇବାକୁ ଇଚ୍ଛା ହେଉଥିଲା ନା ପାଟିକରି ସିଦ୍ଧାର୍ଥବାବୁଙ୍କୁ ଡାକିବାକୁ ଇଚ୍ଛା ହେଉଥିଲା। ମାଙ୍କଡ଼ର ପିଜୁଳି ଖିଆ ଦୃଶ୍ୟ ବୋଧେ ତାଙ୍କୁ ବହୁତ ଭଲ ଲାଗୁଥିଲା

ରଶ୍ମିରଞ୍ଜନ ଜେନା

The post ମାଙ୍କଡ଼ ଓ ପିଜୁଳି appeared first on Odisha Reporter.

]]>
left bottom 2020-06-23 13:08:09 https://cdn.odishareporter.in/wp-content/uploads/2020/06/23130758/monkey.jpg
ଏକା ଏକା ତୁମ ବିନା https://odishareporter.in/literature-culture/a-story-of-a-lovebirds-written-rashmiranjan-jena-538549 Wed, 10 Jun 2020 09:02:18 +0000 https://odishareporter.in/?p=538549

ଏ ଜୀବନଟା ଟିକେ ଅଟକି ଯା’ନ୍ତାନି, ବହୁତ୍ ଥକି ପଡ଼ିଲା ପରି ଲାଗୁଛି। ପୁଣି କିଛି ସମୟ ପଛକୁ ଫେରି ଯା’ନ୍ତାନି ଏ ଜୀବନ। କିଛି ସମୟ ପଛକୁ ଫେରିଗଲେ ମୁଁ ହୁଏତ ଆଉ ଥରେ କିଛି ନୂଆ କରି ଆରମ୍ଭ କରି ପାରନ୍ତି। କିଛି ଅସଜଡା ସମ୍ପର୍କକୁ ଆଉ ଥରେ ସଜେଇ ଦିଅନ୍ତି। ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡ ପରି ଜଳି ଜଳି ଚମକି ପଡୁଛି ମୁଁ ଆଉ ମୋ ଚତୁରପାର୍ଶ୍ଵ କିନ୍ତୁ ଏ ସଳିତା […]

The post ଏକା ଏକା ତୁମ ବିନା appeared first on Odisha Reporter.

]]>

ଜୀବନଟା ଟିକେ ଅଟକି ଯା’ନ୍ତାନି, ବହୁତ୍ ଥକି ପଡ଼ିଲା ପରି ଲାଗୁଛି। ପୁଣି କିଛି ସମୟ ପଛକୁ ଫେରି ଯା’ନ୍ତାନି ଏ ଜୀବନ। କିଛି ସମୟ ପଛକୁ ଫେରିଗଲେ ମୁଁ ହୁଏତ ଆଉ ଥରେ କିଛି ନୂଆ କରି ଆରମ୍ଭ କରି ପାରନ୍ତି। କିଛି ଅସଜଡା ସମ୍ପର୍କକୁ ଆଉ ଥରେ ସଜେଇ ଦିଅନ୍ତି। ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡ ପରି ଜଳି ଜଳି ଚମକି ପଡୁଛି ମୁଁ ଆଉ ମୋ ଚତୁରପାର୍ଶ୍ଵ କିନ୍ତୁ ଏ ସଳିତା ଯେ ଜ୍ଵଳନ ଯନ୍ତ୍ରଣାରେ କେବଳ ଛଟପଟ ହେଉଛି, ସେ କଥା କେବଳ ଏ ସଳିତା ହିଁ ଜାଣିଛି। ବୟସର ଅପରାହ୍ନରେ ନିଜେ ଲଗାଇଥିବା ରାସ୍ତା ପାଖ ଆମ୍ବ ଗଛ ମୂଳେ ଏକା ଏକା ବସି ଗାଁ ରାସ୍ତାରେ ଖେଳୁଥିବା କିଛି ଛୋଟ ପିଲାଙ୍କୁ ଦେଖି ଏମିତି କିଛି ଅନାବନା ଭାବନା ଭିତରେ ହଜି ଯାଇଥିଲେ ଆକାଶ ବାବୁ। ଆମ୍ବ ଗଛଟି ସିନା ଅଫଳନ୍ତି କିନ୍ତୁ ଏଇ ବାଟେ ଯାଉଥିବା ହଜାର ହଜାର ବାଟୋଇ ତ ତାଙ୍କ ଥକା ମେଣ୍ଟାଇ ଯାଆନ୍ତି। ଶହ ଶହ ଚଢ଼େଇ ଏ ଗଛ ଡାଳରେ ନିଜ ବସା ବାନ୍ଧନ୍ତି। ଏମିତି ଭାବୁ ଭାବୁ ନିଜ ଭାବନାରେ ହଜି ଯାଇଥିଲେ ଆକାଶବାବୁ। ହଠାତ୍ କେହି ଜଣେ ପିଲା ଡାକ ଛାଡ଼ି କହିଲା “ସାର୍ ବଲ୍‌ଟା ଦିଅନ୍ତୁ, ଆପଣଙ୍କ ଗୋଡ଼ ପାଖେ ପଡ଼ିଛି”। ପିଲାଟିର ଡାକ ଶୁଣି ଚମକି ପଡ଼ିଲେ ଆକାଶବାବୁ। ଭାବନା ରାଜ୍ୟରୁ ନିଜର ବାସ୍ତବତାକୁ ଫେରି ଆସିଲେ। ବଲ୍‌ଟିକୁ ଉଠେଇ ସେ ପିଲା ମାନଙ୍କ ଆଡ଼କୁ ଫିଙ୍ଗି ଦେଲେ।

ବାପାମା’ ଦୁହେଁ ଚାଲିଗଲା ପରଠୁଁ ଜୀବନଟା ସତେ ଯେମିତି ଏକ ମରୁଭୂମିର ମୃଗ ପରି ହେଇଯାଇଛି। ନା ଅଛି ତୃଷ୍ଣା ନା ଅଛି ଟିକେ ପାଣି। ପେଶାରେ ଆକାଶବାବୁ ଜଣେ ଡାକ୍ତର। ନିଜ କର୍ତ୍ତବ୍ୟକୁ ଭଗବାନଙ୍କ ଆଖ୍ୟା ଦିଅନ୍ତି ଆକାଶବାବୁ। କର୍ମ ହିଁ ଭଗବାନ ବୋଲି କୁହନ୍ତି। ଆଖପାଖ କିଛି ଅଞ୍ଚଳର ଲୋକେ ତାଙ୍କୁ ଭଗବାନ ପରିମାନନ୍ତି। ଯେତେ ବଡ଼ ରୋଗ ହେଲେବି ଆକାଶବାବୁଙ୍କ ଚିକିତ୍ସାରେ କେହି ଦୁଃଖୀ ହୋଇ ଫେରନ୍ତି ନାହିଁ। ବୟସ ସାମାନ୍ୟ ଅଧିକ ହୋଇଯାଇଥିଲେ ବି ନିଜ କାମ ସେ ନିଜେ ହିଁ ଠିକ୍ ଭାବରେ କରିପାରନ୍ତି। କରିବେନି ବା କେମିତି ! ଏକା ଏକା ଜୀବନ ଜିଇଁବାରେ ବହୁତ୍ ବର୍ଷ କଟେଇ ସାରିଲେଣି। ନିଜର ସ୍ୱାଭିମାନକୁ ବହୁତ୍ ଉପରେ ରଖନ୍ତି। ଏ ସ୍ୱାଭିମାନ ଟିକକୁ ଛାଡ଼ିଦେଲେ ଆଉ କିଛି ନାହିଁ ତାଙ୍କ ପାଖରେ।

ନିଜର ପ୍ରେମ ବିବାହକୁ ବହୁତ ଜିଦ୍‌ରେ ସ୍ଵୀକୃତି ମିଳିଥିଲା ବାପାଙ୍କ ପାଖରୁ। କିନ୍ତୁ ବିନା ଯୌତୁକରେ ବୋହୂ ଆଣିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ଆକାଶବାବୁଙ୍କ ବାପା। ଆରତିଦେବୀଙ୍କ ବାପା ବି ବିବାହର ଏକ ବର୍ଷ ଭିତରେ ଯୌତୁକ ବାବଦକୁ ଯାହା ଯେତେ ଦାବି ହେଇଥିଲା ସବୁ ଦେଇ ଦେବେ ବୋଲି କହିଲେ। ବହୁତ୍ ଧୁମ୍ ଧାମରେ ହେଲା ବାହାଘର। ଆକାଶବାବୁ ଆଉ ଆରତି ଦେବୀ ପରସ୍ପରକୁ ଜୀବନଠୁ ବି ଅଧିକ ଭଲ ପାଉଥିଲେ। କାଳ ବୈଶାଖୀର ରୌଦ୍ରତାପ ପରେ ପହିଲି ବରଷା ଯେମିତି ଧରା ପୃଷ୍ଠକୁ ଏକ ଅପୂର୍ବ ଖୁସି ଦେଇଥାଏ, ସେମିତି ଏକ ଖୁସିରେ ଆତ୍ମହରା ଥିଲେ ଦୁହେଁ। ନାଲିରଙ୍ଗ ଆରତି ଦେବୀଙ୍କର ଭାରି ପସନ୍ଦ ଥିଲା। ଆରତିଦେବୀଙ୍କର ସବୁ ପସନ୍ଦକୁ ନିଜ ପସନ୍ଦ ବୋଲି ଭାବି ନେଇଥିଲେ ଆକାଶବାବୁ। ନିଜ କାନ୍ଧ ଗାମୁଛାଠାରୁ ଆରମ୍ଭ କରି ପିନ୍ଧା ପୋଷାକ ପର୍ଯ୍ୟନ୍ତ ସେ ବି ଖାଲି ନାଲି ରଙ୍ଗର ହିଁ ପିନ୍ଧୁଥିଲେ। ବାହାଘରର ଗୋଟେ ବର୍ଷ ପରେ ଆରତି ଦେବି ଆଉ ଆକାଶବାବୁ ଏକ ପୁତ୍ର ସନ୍ତାନର ପିତାମାତା ହେଲେ। ଗୋଟେ ଖୁସି ନସରୁଣୁ ଭଗବାନ ଆଉ ଗୋଟେ ଖୁସି ଦେଇଦେଇଥିଲେ। ହସ ଖୁସିରେ ଫାଟି ପଡୁଥିଲେ ଆକାଶବାବୁ ଆଉ ତାଙ୍କ ପରିବାର। ପୁଅର ଏକୋଇଶିଆ ପୂଜା ବଡ଼ ଧୁମ୍‌ଧାମରେ ପାଳନ କରୁଥିଲେ ଆକାଶବାବୁ। ବହୁତ୍ ଭାବି ଭାବି ଆରତି ଦେବୀ ଆଉ ଆକାଶବାବୁ ପୁଅର ନାମ ହୃଦୟ ଦେଇଥିଲେ। ଆରତିଦେବୀଙ୍କ ବାପା ବି ନିଜ ପାରୁ ପର୍ଯ୍ୟନ୍ତ ଯାହା ସମ୍ଭବ ଆଣିଥିଲେ ନିଜ ନାତିର ପୂଜା ପାଇଁ। କିନ୍ତୁ ଯୌତୁକ ବାବଦକୁ ଆଉକିଛି ଜିନିଷ ବାକିଥିବା ହେତୁ ସେ ପ୍ରାୟ ବହୁତ୍ ଦିନ ହେଲା ଝିଅ ଘରକୁ ଆସିପାରୁନଥିଲେ। ଭରି ସଭାରେ ପୁଅର ପୂଜା ଚାଲିଥିବା ସମୟରେ ଆକାଶବାବୁଙ୍କ ବାପା ଆରତିଦେବୀଙ୍କ ବାପା ଦେଇଥିବା ଛୋଟିଆ ପଦକଟିକୁ ଅପମାନ ଦେଇ ଫେରେଇ ଦେଲେ। ନିଜ ବାପାଙ୍କ ଅପମାନକୁ ସହି ପାରିଲେ ନାହିଁ ଆରତି ଦେବୀ । ସେଇ ଦିନ ରାତିରେ ହିଁ ନିଜ ବାପାଙ୍କ ସାଙ୍ଗରେ ନିଜର ଏକମାସର ଛୁଆକୁ ଧରି ଫେରିଗଲେ ଆରତି ଦେବୀ। ବାପାଙ୍କ ଆତ୍ମସମ୍ମାନ ଆଉ ଜିଦ୍‌କୁ ସମ୍ମାନ ଜଣାଇ ଚୁପ୍ ରହିଲେ ଆକାଶ ବାବୁ।

ଏମିତି କିଛି ଦିନ କିଛି ମାସ କିଛି ବର୍ଷ ବିତି ଯାଇଥିଲେ ବି ଉଭୟଙ୍କ ପାଖରୁ ନା ମିଳିଥିଲା କିଛି ଖବର ନା କିଛି ଉତ୍ତର, କେବଳ ମିଳିଥିଲା କିଛି ମିଛିମିଛିକା ଅପେକ୍ଷା। ଦୁହେଁ ଦୁହିଁଙ୍କ ବାଟ ଚାହିଁ ରହିଥିଲେ ଏକ ଅଭିମାନର କୋହରେ। ଦୁହେଁ ଦୁହିଁଙ୍କ ଠିକଣା ଜାଣିଥିଲେ ବି ନିଜର ଅଭିମାନ ଏକ ଶିକୁଳି ହୋଇ ଜାବୁଡ଼ି ଧରିଥିଲା ଦୁହିଁଙ୍କୁ। ପଚିଶ ବର୍ଷର ବିଚ୍ଛେଦର ନିଆଁରେ ଦୁହେଁ କେବଳ ଜ୍ୱଳନରେ ଜର୍ଜରିତ ହେଉଥିଲେ। ସତେ ଯେମିତି ଏକ ଦୁର୍ଲଭ ପ୍ରେମ ଚାପି ହୋଇ ପଡ଼ିରହିଛି କାହାର ଅଭିମାନର ପଥର ତଳେ। ମନରେ ଅସୁମାରୀ ପ୍ରେମର ଆବେଗକୁ ଅଟକାଇ ରଖୁଥିଲା ଅହଙ୍କାରର ଅଭିମାନ। ଆରତିଦେବୀଙ୍କର କିଛି ଦିନର ରହଣି ଗୋଟେ ସ୍ମୃତି ପାଲଟି ଯାଇଥିଲା ଆକାଶବାବୁଙ୍କ ଘରେ। ନିଜର ଏଇ ଛୋଟ ଘରେ ଥିବା ଅସୁମାରୀ ସ୍ମୃତିକୁ ଜାବୁଡ଼ି ଧରି ବଞ୍ଚି ରହିଛନ୍ତି ଆକାଶ ବାବୁ। ବହୁତ ଦିନ ହେଲାଣି କେବଳ ରୋଗୀଙ୍କ ଛଡା କେହି ଜଣେ ନିଜର ହୋଇ ଏ ଘରର ଫାଟକ ଡେଇଁ ଭିତରକୁ ପଶି ନାହାନ୍ତି।

ହଠାତ୍ କେହି ଜଣେ ଯୁବକ ଆକାଶ ବାବୁଙ୍କ ଆଡ଼କୁ ଚାଲି ଚାଲି ଆସିଲା। ଯୁବକ ଜଣକ କିଛି କହିବା ଆଗରୁ ଆକାଶବାବୁ କହିଲେ, ଆରେ ଆଜି ରବିବାର। ମୁଁ ରବିବାର ଟିକେ ରେଷ୍ଟ୍ ନିଏ। ଆଜି ରୋଗୀ ଦେଖି ପାରିବିନି ।(ଯୁବକ ଜଣକ ଆକାଶ ବାବୁଙ୍କ ପାଦ ଛୁଇଁ ନମସ୍କାର କଲା)।ଆରେ କିଏ ତୁମେ ? ମୁଁ ଜାଣି ପାରିଲି ନାହିଁ। ଆକାଶବାବୁଙ୍କ ପାଦ ତଳୁ ମଥା ଉଠାଇ ଗୋଟେ ପରିଚିତ ଅଭିମାନର ସ୍ୱରରେ ଯୁବକ ଜଣକ କହିଲା, ବାପା ମୁଁ ହୃଦୟ… ଆଜି ସକାଳେ ମା’ ଚାଲିଗଲା।

ଭାଙ୍ଗିଗଲା ସବୁ ଅଭିମାନର ବନ୍ଧ। ଏକ ଝାଞ୍ଜି ବୈଶାଖୀର ଟାଣୁଆ ଖରାରେ ଜଳିଗଲା ବର୍ଷ ବର୍ଷ ଧରି ଜମାଟ ବାନ୍ଧି ଥିବା ଏକ ବିରାଟ ବଡ଼ ଆକାଂକ୍ଷାର ଅପେକ୍ଷା। ଅନେକ ବର୍ଷରୁ ସାଇତା ଥିବା ଅଜସ୍ର ଶ୍ରାବଣ ଆଖିରୁ ଧାର ଧାର ହୋଇ ବହିଚାଲିଥାଏ। ଆଖି ଆଗରେ ନାଚି ଉଠୁଥାଏ ଆରତିଦେବୀଙ୍କର ସେଇ ହସ ହସ ମୁହଁଟି। ନିଜର ଅଭିମାନକୁ ଦମ୍ଭ କରି ଠିଆ ହୋଇ ରହିଥିବା ଆକାଶଟି ଆଜି ଦୂର ଦିଗବଳୟ ତଳେ ନଇଁ ପଡ଼ିଲା ପରି ଦିଶୁଛି। ଏ ବିରହର ନିଆଁରେ ଜଳି ଯାଇଥିବା ଛାତି ତଳେ ଚାପି ହୋଇ ରହିଥିବା ଏକ ଦୁର୍ଲଭ ପ୍ରେମ। କାନ୍ଧରେ ଥିବା ନାଲି ଗମୁଛାଟି ଖସି ପଡିଲା ତଳେ। ଗାମୁଛାଟିକୁ ତଳୁ ଉଠଉ ଉଠଇ ଗାମୁଛାର ରଙ୍ଗରେ ଦିଶୁଥିଲା ଅସଂଖ୍ୟ ପ୍ରେମର ରଙ୍ଗରେ ଶୁଖି ଯାଇଥିବା କିଛି ଅଲିଭା ଛିଟା। ସେ ଗାମୁଛା ଭିତରୁ ସତେ ଯେମିତି କେହି ଜଣେ କହି ହେଉଥିଲା… ଏ ଗାମୁଛାର ରଙ୍ଗ ଭାରି ସୁନ୍ଦର ହେଇଛି… ଆଉ ଆକାଶବାବୁ ସେ ଗାମୁଛାକୁ ଚାହିଁ କହୁଥିଲେ,

“ବିରହ ବେଦନା … ସହି ମୁଁ ପାରେନା…
କେମିତି ଜିଇଁବି ଏକା ଏକା ତୁମ ବିନା… ଏକା ଏକା ତୁମ ବିନା…

ଫୋନ୍‌: ୯୫୩୮୭୭୭୨୩୮
ରଶ୍ମିରଞ୍ଜନ ଜେନା
ମୁଶ୍ରପୁର, ଭଦ୍ରକ

The post ଏକା ଏକା ତୁମ ବିନା appeared first on Odisha Reporter.

]]>
left bottom 2020-06-10 14:32:18 https://cdn.odishareporter.in/wp-content/uploads/2020/06/10143132/Abhiman.jpg
ମୁଁ ସୁରୁଜ ଦିଗାଳ https://odishareporter.in/literature-culture/a-poem-about-migrant-labour-written-by-rina-routray-538243 Tue, 09 Jun 2020 11:58:29 +0000 https://odishareporter.in/?p=538243

ମୁଁ ଦିନ ମଜୁରିଆ ସୁରୁଜ ଦିଗାଳ ଜବ୍‌ କାର୍ଡ ନମ୍ବର ସାତସହ ସତୁରି ରେସନ କାର୍ଡ ନମ୍ବର ପାଞ୍ଚଶହ ଷୋହଳ ଗାଁ ମୋର ବିଲମାଳ ଜିଲ୍ଲା କନ୍ଧମାଳ.. ପାଞ୍ଚ ପ୍ରାଣୀ କୁଟୁମ୍ବରେ ମୋ ସ୍ତ୍ରୀ ଛାଲି, ଝିଅ ଲିଲି ଆଉ ବୁଢ଼ା ବାପାମାଆ.. ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ ଘର ପିଛା ୧୦୦ ଦିନ ମଜୁରୀରେ ବରଷକ ରୋଜଗାର ଟଙ୍କା କୋଡିଏ ହଜାର.. ମୁଁ ସୁରୁଜ ଦିଗାଳ ଗାଁ ମୋର ବିଲମାଳ ଜିଲ୍ଲା କନ୍ଧମାଳ.. ରେସନ […]

The post ମୁଁ ସୁରୁଜ ଦିଗାଳ appeared first on Odisha Reporter.

]]>

ମୁଁ ଦିନ ମଜୁରିଆ ସୁରୁଜ ଦିଗାଳ
ଜବ୍‌ କାର୍ଡ ନମ୍ବର ସାତସହ ସତୁରି
ରେସନ କାର୍ଡ ନମ୍ବର ପାଞ୍ଚଶହ ଷୋହଳ
ଗାଁ ମୋର ବିଲମାଳ
ଜିଲ୍ଲା କନ୍ଧମାଳ..

ପାଞ୍ଚ ପ୍ରାଣୀ କୁଟୁମ୍ବରେ
ମୋ ସ୍ତ୍ରୀ ଛାଲି, ଝିଅ ଲିଲି ଆଉ ବୁଢ଼ା ବାପାମାଆ..
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ
ଘର ପିଛା ୧୦୦ ଦିନ ମଜୁରୀରେ
ବରଷକ ରୋଜଗାର ଟଙ୍କା କୋଡିଏ ହଜାର..
ମୁଁ ସୁରୁଜ ଦିଗାଳ
ଗାଁ ମୋର ବିଲମାଳ
ଜିଲ୍ଲା କନ୍ଧମାଳ..

ରେସନ କାର୍ଡରେ ପାଞ୍ଚ ପ୍ରାଣୀ କୁଟୁମ୍ବ ମୋ ପୋଷିହୁଏ
ମାଗଣା ଯୋଜନାରେ ମାସକୁ ଚାଉଳ ପଚିଶ କେଜିରେ
ନିଅଣ୍ଟିଆ ଡାଲି ତେଲ ଲୁଣ ସଂସାରରେ
ଝିଅ ମୋର ଚିକିମିକି ସପନର ହାଇମାରେ
ତା’ ଇଛାର ତାଲିକାରେ ମୁଁ ଲୁହ ପୋଛେ ଗାମୁଛାରେ
ସ୍ତ୍ରୀର ତତଲା ନିଃଶ୍ୱାସରେ ମଉନରେ ଝାଳ ମାରେ

ରଜ କୁଆଁର ପୁନେଇରେ ଝିଅର ପୁରୁଣା ଜାମା ଆଉ
ମୋ ମାଆର ସାତସିଆଁ ଲୁଗା
ଡହଡ଼ହ ଖରାର ଧାସରେ ବତୁରେ ମୋ ମାଟିକାନ୍ଥ
ଅଲଣିଆ ଲାଗେ ଗାଁ ମୁଣ୍ଡ ତୋଟା କଞ୍ଚା ଆମ୍ବର ଚଟଣି
ଆଉ ପଖାଳ କଂସାର ବାସି ତୋରାଣି..

ପୋଖରୀ ଖୋଳା ମାଟିର ବୋଝ ତୁଳାବସ୍ତା ପରି ଲାଗେ
ସେମାନଙ୍କ ଆଶାର ଗଣ୍ଠିଲି ଭାରରେ
ବେଳେବେଳେ କାହାକୁ ମୁଁ ପଚାରେ କେଜାଣି
ବରଷକ ବାରମାସ କାମ ମିଳନ୍ତାନି ?

ମୁଁ ସୁରୁଜ ଦିଗାଳ
ଗାଁ ମୋର ବିଲମାଳ
ଜିଲ୍ଲା କନ୍ଧମାଳ

ଡ଼ଃ ରିନା ରାଉତରାୟ
rinaroutray@rediffmail.com

The post ମୁଁ ସୁରୁଜ ଦିଗାଳ appeared first on Odisha Reporter.

]]>
left bottom 2020-06-09 17:28:29 https://cdn.odishareporter.in/wp-content/uploads/2020/06/09172823/rina.jpg
ବିବଶତା https://odishareporter.in/literature-culture/story-bibasata-by-santosh-kumar-sethi-532927 Tue, 26 May 2020 05:18:34 +0000 https://odishareporter.in/?p=532927

ଅଧିକାରୀଙ୍କ ନିର୍ଦ୍ଦେଶ। କରୋନାରେ ପ୍ରଭାବିତ ସମସ୍ତ ଦୁସ୍ଥ, ଅସହାୟଙ୍କୁ ସହାୟତା ଦିଅ। କେହି ଜଣେ ବି ଭୋକିଲା ନ ରୁହନ୍ତୁ। ଆମେ ପହଞ୍ଚିଲୁ ଗୋଟିଏ ବୃଦ୍ଧାଶ୍ରମରେ। ସେମାନଙ୍କ ମଧ୍ୟରେ ଖାଦ୍ୟ, ପାନୀୟ, ମାସ୍କ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯିବ। ୬୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ସେଠାରେ। କଥା ହେଲୁ ସୁପରିଟେଣ୍ଡେଣ୍ଟଙ୍କ ସହିତ। “ଏଠି ରହୁଥିବା ଅଧିକାଂଶ ବ୍ୟକ୍ତି ଅବସର ପ୍ରାପ୍ତ ବା ସେମାନଙ୍କ ପିଲା ମାନେ ପ୍ରତିଷ୍ଠିତ। କିନ୍ତୁ ପିତାମାତାଙ୍କ ଯତ୍ନ ବା ସହାୟତା […]

The post ବିବଶତା appeared first on Odisha Reporter.

]]>

ଧିକାରୀଙ୍କ ନିର୍ଦ୍ଦେଶ। କରୋନାରେ ପ୍ରଭାବିତ ସମସ୍ତ ଦୁସ୍ଥ, ଅସହାୟଙ୍କୁ ସହାୟତା ଦିଅ। କେହି ଜଣେ ବି ଭୋକିଲା ନ ରୁହନ୍ତୁ। ଆମେ ପହଞ୍ଚିଲୁ ଗୋଟିଏ ବୃଦ୍ଧାଶ୍ରମରେ। ସେମାନଙ୍କ ମଧ୍ୟରେ ଖାଦ୍ୟ, ପାନୀୟ, ମାସ୍କ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯିବ। ୬୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ସେଠାରେ। କଥା ହେଲୁ ସୁପରିଟେଣ୍ଡେଣ୍ଟଙ୍କ ସହିତ।

“ଏଠି ରହୁଥିବା ଅଧିକାଂଶ ବ୍ୟକ୍ତି ଅବସର ପ୍ରାପ୍ତ ବା ସେମାନଙ୍କ ପିଲା ମାନେ ପ୍ରତିଷ୍ଠିତ। କିନ୍ତୁ ପିତାମାତାଙ୍କ ଯତ୍ନ ବା ସହାୟତା ଠାରୁ ବହୁତ ଦୂରରେ। କେହି କେହି ବର୍ଷକରେ ଥରେ ଦୁଇ ଥର ପାଇଁ ଆସି ବାପାମା’ଙ୍କୁ ଦେଖି ଯା’ନ୍ତି। ଆଉ କେହି କେବେ ଆସିବାର ଜଣାନାହିଁ। କିଛି ସରକାରୀ ଅନୁଦାନ ମିଳେ ଓ ଆଉ ବେଶି କିଛି ଏ ମାନଙ୍କର ପେନସନ। ପିଲା ମାନେ ଏମାନଙ୍କୁ ନ ପଚାରିଲେ ବି ଏମାନେ କିନ୍ତୁ ଝୁରି ହୁଅନ୍ତି ତାଙ୍କୁ। ପିଲାମାନେ ନମ୍ବର ଚେଞ୍ଜ କରି ସାରିଥିଲେ ମଧ୍ୟ ଏମାନେ ସେହି ପୁରୁଣା ଫୋନ୍ ନମ୍ବରରେ ବାରମ୍ବାର କଣ୍ଟାକ୍ଟ କରନ୍ତି। ଗୋଟେ ଆଶା ନେଇ କେଵେ ହେଲେ ବି ତ ଦିନେ ଧରିବେ ! ଚିଠି ଲେଖନ୍ତି, ନିୟମିତ ଯଦିଓ ଉତ୍ତର ଆସେନାହିଁ !”

ସମସ୍ତଙ୍କୁ ଦେଖିଲୁ ବୟସ୍କ। କେତେକଙ୍କର ବିପର୍ଯ୍ୟସ୍ତ ମୁଖ ମଣ୍ଡଳ। ତଥାପି ବେଶ୍‌ ସ୍ୱଛନ୍ଦରେ ବୁଲୁଥିଲେ ସେମାନେ। ଆମକୁ ଦେଖି ପାଖକୁ ଆସିଲେ। ଅତି ଆପଣାର ଭାବ ନେଇ କେତେ ଜଣ ଆମର ଘର, ଚାକିରି ଓ ଭଲମନ୍ଦ ପଚାରିଲେ। ସେମାନଙ୍କ ବିଷୟରେ ଜାଣିବାକୁ ମୋର ଭାରି ଆଗ୍ରହ ହେଲା। କେତେ ଜଣ ସେମାନଙ୍କ ଜୀବନ କାହାଣୀ, ପିଲା ମାନଙ୍କ କଥା, ସଂଘର୍ଷର କଥା ଓ ସଫଳତାର କଥା କହିଲେ। ଲକ୍ଷ୍ୟ କଲି ସେମାନେ ସେମାନଙ୍କ ବିଗତ ଦିନର ସ୍ମୃତିକୁ ଉନ୍ମୋଚନ ଓ ରୋମନ୍ଥନ କଲାବେଳେ କେମିତି ବିହ୍ୱଳ ହୋଇ ଉଠୁଥିଲେ। ସତେକି ସେମାନେ ମୂକ ଥିଲେ ଓ ବହୁ ଦିନରୁ ସାଇତା କଥାକୁ ପ୍ରଗଳ୍‌ଭ ଭଳି ଗପିବାକୁ ଚାହାଁନ୍ତି! ମୋତେ ବି ଭଲ ଲାଗୁଥିଲା ସେମାନଙ୍କ କଥା। ମୁଁ ଯୌଥ ପରିବାରରେ ବଢ଼ିଛି। ମୋ ଜେଜେ ବାପା, ଜେଜେମା’ଙ୍କ କଥା ଭଳି ସେଗୁଡ଼ିକ ମୋତେ ବହୁତ ଭଲ ଲାଗୁଥିଲା।

ହଠାତ୍ ଗୋଟିଏ ମୁହଁ ଦେଖି ଲାଗିଲା ଯେମିତି ମୁଁ ତାଙ୍କୁ କୋଉଠି ଦେଖିଛି। ତାଙ୍କ ମୁହଁକୁ ଗଭୀର ଭାବରେ ନିରୀକ୍ଷଣ କରିବାରୁ ସେ ବୋଧେ ଟିକେ ଅପ୍ରତିଭ ମନେକଲେ। ସବୁ ବୟସ୍କ ମାନେ ସେତେବେଳକୁ ମୁହଁରେ ମାସ୍କ ଲଗେଇ ସାରିଥିଲେ, ଯଦିଓ ପୂର୍ବରୁ ସେମାନେ ମାସ୍କ ବ୍ୟବହାର କରୁଥିଲେ, କିନ୍ତୁ ଆମେ ଦେଇ ଥିବା ନୂଆ ମାସ୍କ ଗୁଡ଼ିକୁ ପିଲାଙ୍କ ଭଳି ଅତି ଉତ୍ସାହରେ ସେମାନେ ପିନ୍ଧି ବୁଲିବାକୁ ଲାଗିଲେ। ବୟସ୍କା ମହିଳା ଜଣକ ମୋ କଥା ଶୁଣି ଚମକି ପଡ଼ିବା ମୁଁ ଲକ୍ଷ୍ୟ କଲି। ନିଜ ପଣତରେ ମୁହଁକୁ ଢାଙ୍କି ଦେଲେ ସେ। କୋଉଠି ଦେଖିଛି, କୋଉଠି ଦେଖିଛି ଭାବୁ ଭାବୁ ମନେ ପଡ଼ିଲା। ହଁ ୟା ଙ୍କୁ ତ ଦେଖିଛି ! ଘରର କୋଣକୁ ଯାଇ ସନ୍ଦେହ ମୋଚନ କରିବାକୁ ପ୍ରୟାସ କଲି। ଫୋନ୍ କାଢ଼ି ସର୍ଚ୍ଚ କଲି ଫେସ୍ ବୁକ୍। ହ୍ୱ।ଟ୍‌ସପ୍‌କୁ ବି ଗଲି। ଏଇ କିଛି ଦିନ ତଳେ ଯାଇଥିଲା ମଦରର୍ସ ଡେ’। ଏଇ ମହିଳାଙ୍କୁ କାହା ସହ ଦେଖି ଥିଲି, କମେଣ୍ଟ ବି କରିଥିଲି। ୟା …. ମିଳିଗଲା।

ଆରେ ଏତ ସମୟ ବାବୁଙ୍କ ମା’ ! ଅବଶ୍ୟ ଏ ଫଟୋରେ ସେ ବହୁତ ସୁନ୍ଦର ଓ ହସ ହସ ଦିଶୁଥିଲେ। ହେଲେ ଆଶ୍ଚର୍ଯ୍ୟ ହେଲି। ଏଠାରେ ସେ କେମିତି। କଥାଟା ଶୁଣି ସେ ଆଦୌ ସ୍ଵୀକାର କଲେ ନାହିଁ ଯେ ସେ ସମୟ ବାବୁ ଙ୍କର ମା’ ବୋଲି। ମୁଁ ତାଙ୍କୁ ଯେତେ ବେଳେ ଫଟୋଟି ଦେଖାଇଲି ସେ ବିଚଳିତ ହୋଇଗଲେ। ମୋତେ ଧୀରେ କହିଲେ “ବାବୁ ଏ କଥା କାହାକୁ କହିବନି। ମୁଁ ବହୁ ଝଡ଼ ଝଞ୍ଜା ସହି ଏଠାରେ ପହଞ୍ଚିଛି। ଏଠୁ ମତେ ବାହାର କରନି।”

ସେ ପୁଣି କହିଲେ- ” ପୁଅ ବାହା ହେଲା ପରେ ତା’ ଉପରେ ସ୍ତ୍ରୀର ଅଧିକାର ଆସିଗଲା। ମୁଁ ତାଙ୍କ ପାଇଁ ଅସହ୍ୟ ହେଲି। ସବୁବେଳେ ଝଗଡ଼ା। ମତେ ବି ଭଲ ଲାଗିଲା ନାହିଁ। କେବେ କେବେ ବାପ ଘରକୁ ପଳେଇ ଯାଉଥିଲି। ହେଲେ ସେଠି ଭାଇ ଭାଉଜଙ୍କ ସ୍ନେହ ବି ତର୍ଦୁପ। ଝିଅ ଘରେ ରହି ତା’ ପରିବାରରେ କଣ୍ଟା ହେବାକୁ ଚାହିଁଲିନି। କେତେ ଥର ବାହାର ଲୋକ ଆସି ପୁଅକୁ ବୁଝେଇଲେ। ହେଲେ ସମସ୍ୟା ବଢ଼ିଲା ସିନା କମିଲା ନାହିଁ। ପୁଅ ମଧ୍ୟ ସ୍ତ୍ରୀ କଥାରେ ପରିଚାଳିତ ହୋଇ ମତେ ଦୁର୍ବ୍ୟବହାର କଲା। ମତେ ଲାଗିଲା ସେ ମଧ୍ୟ ଚାହୁଁ ନାହିଁ ମୁଁ ତା ପାଖରେ ରହେ ବୋଲି। ପୂର୍ବରୁ ତା’ର ଫାଜିଲାମି ଗୁଣ ଥିଲା। ସେ କାହା ସହ ଭଲ ସମ୍ପର୍କ ରଖୁ ନ ଥିଲା। ଦିନେ ବଡ଼ କଷ୍ଟ ହେବାରୁ ମୁଁ ଘରୁ ପଳେଇ ଆସିଲି। କୁଆଡ଼େ ଯିବି ଜଣା ନ ଥିଲା। କାହାକୁ ମାଗି ଯାଚି ଖାଇବାକୁ ବି ଲାଜ ଲାଗୁଥିଲା। ଏଇ ଭିତରେ ଏ ଜରାଶ୍ରମର ବାବୁ ମତେ ଉଦ୍ଧାର କରି ଆଣି ଏଇଠି ରଖିଛନ୍ତି। ମୁଁ ବିଧବା ନିରାଶ୍ରୟା ବୋଲି ସମସ୍ତେ ଜାଣିଛନ୍ତି। କେବେ ମୋ ଅତୀତ କଥା କାହାକୁ କହିନି ବା ମୋର ପରିଚୟ ବି ଦେଇନାହିଁ। କେହି ପଚାରିଲେ ମୋର କିଛି ମନେ ପଡୁନି କହି ବାଆଁରେଇ ଦିଏ। ଖାଲି ଏ ଫଟୋ ଦେଖି ତମ ଆଗେ ସତ କହିଲି ବାବୁ। ଏ ଫଟୋଟି ବହୁ ପୁରୁଣା। କେବେ ଗୋଟେ ମନ୍ଦିରକୁ ଗଲାବେଳେ ଉଠେଇ ରଖିଥିଲା। ହେଲେ ଏ କଥା କାହାକୁ ଜଣେଇବନି। ସେ ତ ଏମିତି ମତେ ଖୋଜୁନି। କିନ୍ତୁ କଥାଟା ପଦାକୁ ଗଲେ ଲୋକ ଲଜ୍ୟା ଡରରେ ମତେ ସିନା ଘରକୁ ନେବ, ହେଲେ ଫଟା ହାଣ୍ଡିରେ ମାଟି ନେସିଲା ଭଳି ସେ କ’ଣ ମଜବୁତ ହେବ ବାବୁ! ମୁଁ ପୁଣି ଅନାଥ ହୋଇ ଯିବି। ତାକୁ ଠାକୁରେ ଭଲରେ ରଖନ୍ତୁ। ମୁଁ ବି ଏଠି ଭଲରେ ଅଛି ବାବୁ।”

ତାଙ୍କ ଆଖିର ଲୁହ ମତେ ଅସହ୍ୟ ଲାଗୁଥିଲା। ମୁଁ ବି ନିଜକୁ ଦୋଷୀ ଭାବୁଥିଲି। ତାଙ୍କ ଶୁଖିଯାଇଥିବା ଘା’କୁ ମୁଁ ପୁଣି ଉଖାରି ଦେଇ ସତରେ କେତେ କଷ୍ଟ ଦେଲି। ମୋ ଆଖି ବି ଲୋତକାପ୍ଲୁତ ହୋଇଗଲା। ହଠାତ୍ ନଇଁ ପଡ଼ି ସେ ମୋ ପାଦ ଧରିବାକୁ ଯାଉଥିଲେ। ଉଦ୍ଦେଶ୍ୟ ମୁଁ କାହାକୁ ଏ କଥା ନ କହେ। ମୁଁ ପଛକୁ ହଟିଗଲି। କହିଲି- “ଆପଣ ଏ କଣ କରୁଛନ୍ତି ? ଆପଣ ମୋ ମା ଭଳି।”
ମୁଁ ପ୍ରତିଶ୍ରୁତି ଦେଲି କେବେ ବି ଏ କଥା କୋଉଠି ବି ପ୍ରକାଶ କରିବି ନାହିଁ। ସେ ତାଙ୍କର ଶିରାଳ ହାତଟିକୁ ମୋ ମଥାରେ ରଖି ଆଶୀର୍ବାଦ କଲେ ଓ କହିଲେ- “ଭଗବାନ ଭଲରେ ରଖନ୍ତୁ।”

ୟା ଭିତରେ ଅନେକ ଥର ସମୟ ବାବୁଙ୍କ ସହ ଭେଟ ହୋଇଛି। ତାଙ୍କ ନାମ ଅନୁସାରେ ବ୍ୟବହାରରେ ମଧ୍ୟ ସେ ପ୍ରକୃତରେ ତାଙ୍କ ପିତୃମାତୃ ଦତ୍ତ ନାମ ଟିକୁ ସାର୍ଥକ କରୁଥିଲା। ସମୟ ବା ୱକ୍ତ ଯେମିତି କାହାର ନୁହେଁ, ସେ ମଧ୍ୟ କାହାର ନ ଥିଲା। ସେ ଅନ୍ୟ ମାନଙ୍କୁ ହଇରାଣ, ହରକତ,କୁତ୍ସାରଟନା, ପରନିନ୍ଦାରେ ଏମିତି ଅଥୟ କରୁଥିଲା ଯେ ଯାହା ପାଖରେ ସେ ପହଞ୍ଚୁ ଥିଲା ସେ ବ୍ୟସ୍ତ ହେଉଥିଲା,ଏ ଲୋକଟି କେତେ ବେଳେ ଏଠୁ ଯିବ ବୋଲି। ଯଦିଓ ନିଜ କଳଙ୍କ ପାଇଁ ତା’ ମନରେ କେବେ ଅନୁଶୋଚନା ବି ନ ଥିଲା। ନିଜକୁ ଆତ୍ମଘୋଷିତ ବୁଦ୍ଧିଜୀବି ଓ ସବ୍‌ଜାନତା ଭାବେ ଅଭିହିତ କରିଥିବାରୁ ତାକୁ କେହି ଏଡ଼େଇ ମଧ୍ୟ ପାରୁ ନ ଥିଲେ। ତେବେ ସେ ଯାହା ହେଉ, ମୋ ସହ ଯେବେ ବି ସମୟର ଭେଟ ହେଉଥିଲା ହଠାତ୍ ସ୍ମୃତି ପଟରେ ଉଦ୍ଜିବିତ ହେଇ ଯାଉଥିଲା ଗୋଟେ ଅସହାୟ ମା ର କାନ୍ଦୁରା ମୁହଁ। ମୁଁ ସମୟର ବ୍ୟବହାରରେ ଅତିଷ୍ଠ ହୋଇ ତା ମା’ ଙ୍କ ପ୍ରତି କଠୋର ବ୍ୟବହାରର ଲୁକ୍କାୟିତ ଦିଗଟିକୁ ଉନ୍ମୋଚିତ କରି ଗୋଟେ ଶକ୍ତ ଆଘାତ ତାକୁ ଦେବାକୁ ଚାହିଁବା କ୍ଷଣି, ସେହି ମା’ଟିର କରୁଣ, ଦୁଃଖ ଦାୟକ ଚାହାଣୀ ମତେ ବିବଶ କରି ଦେଉଥିଲା।
ଲାଗୁଥିଲା ଯେମିତି ମହାଭାରତର ମା’ କୁନ୍ତୀ ! ନିଜ କୁମାରୀ ମାତୃତ୍ଵର ପ୍ରଥମ ଅର୍ଘ୍ୟ, ସୁତ ପୁତ୍ର କର୍ଣ୍ଣ ପାଖରେ ଠିଆ ହୋଇ, ନିଜ ପରିଚୟ ଦେଉଛି ! ଆଉ ଅନୁରୋଧ କରୁଛି- “ତୁ ପାଣ୍ଡବ ଶିବିରକୁ ଚାଲିଆସ ବାବା। ପ୍ରଥମ ପାଣ୍ଡବର ମର୍ଯ୍ୟାଦା ପାଇ ତୁ ରାଜା ହେବୁ।”
ବିସ୍ମିତ ସୁତ ପୁତ୍ର ମା’ର ପ୍ରକୃତ ପରିଚୟ ପାଇ ମଧ୍ୟ ଆଶ୍ୱାସନା ଦେଉଛି- “ତୁମେ ଫେରିଯାଅ ପାଣ୍ଡବ ଜନନୀ। ତୁମେ ପାଞ୍ଚ ପୁତ୍ର ର ଜନନୀ ହୋଇ ରହିବ, ମଲେ କର୍ଣ୍ଣ ବା ଅର୍ଜୁନ ! ଏ କୁମାରୀ ଲଜ୍ୟାକୁ କିନ୍ତୁ ମୁଁ ଗୋପନ ରଖିବାର ପ୍ରତିଶ୍ରୁତି ଦେଉଛି।”

ସେମିତି ମୁଁ ମୋ ଶପଥ ପଣିଆରେ ସମୟ ବାବୁର ଅପନିନ୍ଦା ରୂପକ ଗରଳକୁ ପାନ କରି ନୀଳକଣ୍ଠ ହୋଇ ଯାଉଥିଲି।

*ସନ୍ତୋଷ କୁମାର ସେଠୀ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଯାଜପୁର

The post ବିବଶତା appeared first on Odisha Reporter.

]]>
left bottom 2020-05-26 10:57:28 https://cdn.odishareporter.in/wp-content/uploads/2020/05/26104822/bibasata.jpg
ନୀରବତାର ରାଜୁତି https://odishareporter.in/literature-culture/poem-nirabata-ra-rajuti-528820 Fri, 15 May 2020 05:24:27 +0000 https://odishareporter.in/?p=528820

ଶୁନସାନ ରାସ୍ତାଘାଟ ମରୁଭୂମି ମରୀଚିକା ପରି ଅସ୍ତିତ୍ୱ ବିହୀନ ପ୍ରତିମୁହୂର୍ତ୍ତଜୀବନ କ୍ଷଣ ଭଙ୍ଗୁର ସମସ୍ତ ସପନ ଉଦାସୀନ ମନର ସମ୍ଭାବନାହୀନ କେତେଯେ ଭାବନା ଜୀବନ ମୃତ୍ୟୁର ଲୁଚକାଳି ଖେଳ ରଚୁଛି ଆଜି ସେ କାଳ ଭୈରବ ରକ୍ଷକ ର ରକ୍ଷା ବାଡ଼ି ପାର କରି ଦୌଡ଼ି ଯାଇ ଭେଟୁ ମୃତ୍ୟୁକୁ ସେଥିପାଇଁ ମୁହୂର୍ମୁହୂ ଅନ୍ତରର ଭୟଭୀତ ଚେତନା ଗ୍ରାମରୁ ସହର ମୃତ୍ୟୁର ବିଭୀଷିକା ଲୌହ ଦାନବର ଗର୍ଜନ ରୁ ନିସ୍ତାର ଅଜଣା(କରୋନା)ଭୟର କାୟା ବିସ୍ତାର ପ୍ରକୃତି ପ୍ରତି […]

The post ନୀରବତାର ରାଜୁତି appeared first on Odisha Reporter.

]]>

ଶୁନସାନ ରାସ୍ତାଘାଟ

ମରୁଭୂମି ମରୀଚିକା ପରି

ଅସ୍ତିତ୍ୱ ବିହୀନ ପ୍ରତିମୁହୂର୍ତ୍ତଜୀବନ

କ୍ଷଣ ଭଙ୍ଗୁର ସମସ୍ତ ସପନ

ଉଦାସୀନ ମନର

ସମ୍ଭାବନାହୀନ କେତେଯେ ଭାବନା

ଜୀବନ ମୃତ୍ୟୁର ଲୁଚକାଳି ଖେଳ

ରଚୁଛି ଆଜି ସେ କାଳ ଭୈରବ

ରକ୍ଷକ ର ରକ୍ଷା ବାଡ଼ି

ପାର କରି ଦୌଡ଼ି ଯାଇ

ଭେଟୁ ମୃତ୍ୟୁକୁ ସେଥିପାଇଁ

ମୁହୂର୍ମୁହୂ ଅନ୍ତରର ଭୟଭୀତ ଚେତନା

ଗ୍ରାମରୁ ସହର ମୃତ୍ୟୁର ବିଭୀଷିକା

ଲୌହ ଦାନବର ଗର୍ଜନ ରୁ ନିସ୍ତାର

ଅଜଣା(କରୋନା)ଭୟର କାୟା ବିସ୍ତାର

ପ୍ରକୃତି ପ୍ରତି ତାଡନା

ଭୋଗୁଛି ସେ ପ୍ରତି ମୁହୂର୍ତ୍ତରେ ଯାତନା

ଚର୍ତୁଦିଗେସମୟରମୃତ୍ୟୁର

ଇଶାରା

ଶଂକା ଲାଗେ ଶୁଣି ଯନ୍ତ୍ରଣାର ମଧୁର ମୂର୍ଚ୍ଛନା

ସ୍ବପ୍ନ ଉତ୍କଣ୍ଠାର ପ୍ରେମାସ୍ପଦ  ଜୀବନ

ଅସ୍ଥିର ଶବ୍ଦର ଶୁଣେ ହୃଦୟ ସ୍ପନ୍ଦନ

ନଦୀର ଶୀତଳତା ଦେହରେ ମାଡିଯାଏ

ତଥାପି ମଣିଷ କ୍ଷଣ ଭଙ୍ଗୁର ଜୀବନକୁ ଭଲପାଏ।

 ଆର୍ଯ୍ୟ କୁମାରୀ ପ୍ରଜ୍ଞା ପରାମିତା

ଅଧ୍ୟାପିକା,କେଶପୁରକଲେଜ

୯୭୭୮୮୧୮୧୮୪

The post ନୀରବତାର ରାଜୁତି appeared first on Odisha Reporter.

]]>
2020-05-15 10:54:27 https://cdn.odishareporter.in/wp-content/uploads/2020/05/15105355/nirabata.jpg
ସୀତାଙ୍କ ଚରିତ୍ରକୁ ନେଇ ବିବାଦୀୟ କବିତା , ଅଶାନ୍ତ ଫେସ୍‌ବୁକ୍ https://odishareporter.in/odisha/odia-poets-on-maa-sita-and-controversy-525004 Tue, 05 May 2020 15:22:39 +0000 https://odishareporter.in/?p=525004

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାମାୟଣର ସୀତାଙ୍କ ଚରିତ୍ରକୁ ନେଇ ସୋଶାଲ ମିଡିଆରେ ଝଡ଼। ସୀତାଙ୍କ ଚରିତ୍ରକୁ ଅଧାର କରି କେତେକ କବିତାକୁ ନେଇ ସୃଷ୍ଟି ହୋଇଛି ବିବାଦ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ଫେସ୍‌ବୁକ୍‌ରେ ଲେଖିଥିବା ଏକ କବିତା ଆପତ୍ତିଜନକ ବୋଲି ଅଭିଯୋଗ ଆଣି ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିବା ‘ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର…’ ପଙ୍‌କ୍ତିକୁ ନେଇ ଉଠିଛି ପ୍ରଶ୍ନ। ଏହି […]

The post ସୀତାଙ୍କ ଚରିତ୍ରକୁ ନେଇ ବିବାଦୀୟ କବିତା , ଅଶାନ୍ତ ଫେସ୍‌ବୁକ୍ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାମାୟଣର ସୀତାଙ୍କ ଚରିତ୍ରକୁ ନେଇ ସୋଶାଲ ମିଡିଆରେ ଝଡ଼। ସୀତାଙ୍କ ଚରିତ୍ରକୁ ଅଧାର କରି କେତେକ କବିତାକୁ ନେଇ ସୃଷ୍ଟି ହୋଇଛି ବିବାଦ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କ ଫେସ୍‌ବୁକ୍‌ରେ ଲେଖିଥିବା ଏକ କବିତା ଆପତ୍ତିଜନକ ବୋଲି ଅଭିଯୋଗ ଆଣି ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିବା ‘ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର…’ ପଙ୍‌କ୍ତିକୁ ନେଇ ଉଠିଛି ପ୍ରଶ୍ନ। ଏହି କବିତା ଭାଇରାଲ ହେବା ପରେ ମାତା ସୀତାଙ୍କ ପ୍ରତି ତାଚ୍ଛଲ୍ୟ କରାଯାଇଥିବା ଅଭିଯୋଗ ଆଣି ତାଙ୍କୁ କଟୁ ସମାଲୋଚଚନା କରାଯାଇଛି। ସୀତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିତର୍କ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ଏହି ପୋଷ୍ଟଟିକୁ ହଟାଇ ଦିଆଯାଇଛି। ହେଲେ ଫେସ୍‌ବୁକ୍‌ରେ ସେହି କବିତାର ଅଂଶ ସ୍କ୍ରିନ୍‌ସଟ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଏ ବାବଦରେ ଶ୍ରୀ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି ଯେ, ମୋର କବିତା‘ତମେ କାହାର ନୁହଁ’ର ଏକ ଉଦ୍ଧୃତାଂଶଟିକୁ ନେଇ ମୋ ନାମରେ ମାମଲା ହୋଇଥିବା ଗଣମାଧ୍ୟମ ସୂତ୍ରରୁ ଖବର ପାଇଛି।

ଯାହା ୧୯୭୮ରେ ପ୍ରକାଶ ପାଇଥିଲା। କବିତାର ସାରାଂଶ ହେଉଛି ‘ନାରୀ ହେଉଛି ସର୍ବଶକ୍ତିମାନ। ନାରୀ କାହାର ଅନୁଗତ ନୁହଁନ୍ତି। ସେମାନେ ସ୍ୱୟଂସିଦ୍ଧା। ସେ ହିଁ ସୃଷ୍ଟିକାରୀ ଏବଂ ସେ ହିଁ ବିନାଶକାରୀ ସେ କାହାରି ଅଧୀନ ନୁହେଁ।  ସେ ସାର୍ବଭୌମା।’

|| କବିତା ପାଇଁ ଦଣ୍ଡ ଭୋଗ ||Just now I got news from media sources that FIR for cyber-crime has been lodged against me…

Rajendra Kishore Panda यांनी वर पोस्ट केले सोमवार, ४ मे, २०२०

ତେବେ ଏହି କବିତାଟି କୌଣସି ନିର୍ଦ୍ଦିଷ୍ଟ ଦେବୀ , ମହିଳା କିମ୍ବା ଧର୍ମ ପ୍ରତି ପ୍ରତି ଆକ୍ଷେପ କରି ଲେଖାଯାଇ ନାହିଁ। ଏଥିରେ ଥିବା ସନ୍ଦେଶ ସାଙ୍କେତିକ ଓ ମେଟାଫର ବୋଲି ସେ ଉଲ୍ଲେଖ କରିଛନ୍ତି।  ତେବେ କିଛି ଲୋକ କବିତାର ପ୍ରକୃତ ମର୍ମକୁ ବୁଝି ନପାରୁଥିବାରୁ ମୁଁ ସେମାନଙ୍କ ପାଇଁ ଦୁଃଖିତ ବୋଲି ସେ ଲେଖିଛନ୍ତି।

ସେହିପରି ଅନ୍ୟ ଜଣେ କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ ଲିଖିତ କବିତା ‘ ସେ ଗୋଟେ ଦେହଜୀବିର ଜୀବନ ହିଁ ତ ବଞ୍ଚେ’ ମଧ୍ୟ ବିବାଦଘେରକୁ ଆସିଛି। ତାଙ୍କର ଏହି କବିତା ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ ଆଣି ସହରାଞ୍ଚଳ ପୁଲିସ ଜିଲ୍ଲା (ଭୁବନେଶ୍ୱର)ରେ ମାମଲା ରୁଜୁ ହୋଇଥିବା କୁହାଯାଉଛି। ହେଲେ ସେ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

The post ସୀତାଙ୍କ ଚରିତ୍ରକୁ ନେଇ ବିବାଦୀୟ କବିତା , ଅଶାନ୍ତ ଫେସ୍‌ବୁକ୍ appeared first on Odisha Reporter.

]]>
right top 2020-05-06 15:27:06 https://cdn.odishareporter.in/wp-content/uploads/2020/05/05205220/Kabita-1.jpg
ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା! https://odishareporter.in/or-special/coronavirus-situation-may-affect-on-literature-world-524266 Sun, 03 May 2020 11:38:27 +0000 https://odishareporter.in/?p=524266

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ଆସିବା ପରେ ସମସ୍ତଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିଛି। ପ୍ରକୃତି ଓ ଜଳବାୟୁ, ମନୁଷ୍ୟ ଜୀବନ, ଜୀବଜନ୍ତୁ ସବୁକିଛି ବଦଳିଯାଇଛି। ତେବେ ଏଭଳି କିଛି ପରିବର୍ତ୍ତନ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ଲେଖକ ଓ ପାଠକ ବୌଦ୍ଧିକ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରକାଶନୀ ସଂସ୍ଥା ପାଇଁ ପୁସ୍ତକର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ଦିନରେ ଏହି ଦୁଇ ସ୍ତରରେ ସାହିତ୍ୟ ଜଗତ ପ୍ରଭାବିତ ହେବ ବୋଲି […]

The post ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ଆସିବା ପରେ ସମସ୍ତଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିଛି। ପ୍ରକୃତି ଓ ଜଳବାୟୁ, ମନୁଷ୍ୟ ଜୀବନ, ଜୀବଜନ୍ତୁ ସବୁକିଛି ବଦଳିଯାଇଛି। ତେବେ ଏଭଳି କିଛି ପରିବର୍ତ୍ତନ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ଲେଖକ ଓ ପାଠକ ବୌଦ୍ଧିକ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରକାଶନୀ ସଂସ୍ଥା ପାଇଁ ପୁସ୍ତକର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ଦିନରେ ଏହି ଦୁଇ ସ୍ତରରେ ସାହିତ୍ୟ ଜଗତ ପ୍ରଭାବିତ ହେବ ବୋଲି କୁହାଯାଉଛି।

କରୋନା ଜନିତ ଘଟୁଥିବା ପରିବର୍ତ୍ତନ ଉପରେ ଲେଖକ ଓ କବିକୂଳ ନିଜ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ଏବଂ ନିଜର ବ୍ୟାକୁଳତାକୁ ଶବ୍ଦରେ ସଜାଇବାକୁ ବି ଚାହୁଁଛନ୍ତି। ଆଜିର ପରିସ୍ଥିତି ଜୀବନକୁ ଏକ ଭିନ୍ନ ଅଭିଜ୍ଞତା ଦେଇଛି। ଅସ୍ତ-ବ୍ୟସ୍ତ ହୋଇପଡ଼ିଛି ଦୀର୍ଘ କାଳରୁ ଚାଲିଆସିଥିବା ଦୈନନ୍ଦିନ ଧାରା। ଏଭଳି ସ୍ଥିତି ସାହିତ୍ୟ ଜଗତରେ ନୂତନ ସୃଜନତା ସୃଷ୍ଟି କରିବାକୁ ପ୍ରେରଣା ଯୋଗାଇବ ନିଶ୍ଚୟ। ଅନ୍ୟପଟେ ଯୁବ ଲେଖିକା, ଲେଖକମାନଙ୍କ ଉତ୍କଣ୍ଠା ସାହିତ୍ୟ କ୍ଷେତ୍ରରେ ନୂତନ ସୃଷ୍ଟିର ଆଶାକୁ ବଳବତ୍ତର କରୁଛି। ତେବେ ପାଠକମାନେ ମଧ୍ୟ ଏହି ନୂତନ ଦୃଷ୍ଟିଭଙ୍ଗୀକୁ ଅନୁଭବ କରିବାର ସୁଯୋଗ ରହିଛି।

ସାମ୍ପ୍ରତିକ ସ୍ଥିତିରେ ଅନଲାଇନ ମାଧ୍ୟମରେ ସବୁ ଜିଜ୍ଞାସାର ଅନ୍ତ ଘଟୁଥିବା ବେଳେ ସାହିତ୍ୟ ଓ ପୁସ୍ତକ ଜଗତ ବି ଏଥିରୁ ବାଦ୍ ଯାଇନାହିଁ। ଲକଡାଉନ ଯୋଗୁ ପାଠକମାନେ ଅଧିକାଂଶ ଇ-ବୁକ୍, ବା ପିଡିଏଫ୍ ଫାଇଲରେ ନିଜ ମନପସନ୍ଦ ପୁସ୍ତକ ପଢ଼ୁଛନ୍ତି। ତେବେ ପ୍ରକାଶକମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଯେତେବେଳେ ପୁସ୍ତକ ଭୌତିକ ଭାବେ ପାଠକଙ୍କଠାରେ ପହଞ୍ଚିପାରୁ ନାହିଁ, ନୂତନ ଲେଖକ ଓ ପାଠକଙ୍କ ସମ୍ପର୍କ ବଜାୟ ରହିବା କଷ୍ଟକର ହୋଇପଡ଼ିଛି। ଏଣୁ ଅନେକ ପ୍ରକାଶକ ଭିନ୍ନ ଭିନ୍ନ ଉପାୟରେ ପାଠକଙ୍କ ସହ ଯୋଡ଼ି ହେଉଛନ୍ତି। ଏବେ କିଛି ନିର୍ଦ୍ଦିଷ୍ଟ ପୁସ୍ତକ ଇ-ବୁକ୍ ମାଧ୍ୟମରେ ମାଗଣାରେ ଉପଲବ୍ଧ କରାଯାଉଛି। ତତ୍କାଳୀନ ସ୍ଥିତିରେ ଏହା ଏକ ଉଚିତ୍ ପଦକ୍ଷେପ ଲାଗୁଥିଲେ ହେଁ, ଆଗାମୀ ଭବିଷ୍ୟତରେ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ।

ଯଦି କରୋନା ସଂକଟ ସମୟରେ ବଡ଼ ବଡ଼ ପ୍ରକାଶନୀ ସଂସ୍ଥା ନିଜକୁ କେବଳ ବଜାରରେ ବଜାୟ ରହିବାକୁ କ୍ଷତି ସହିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଟେକ୍ନୋଲୋଜୀ ସାହାଯ୍ୟରେ ପୁସ୍ତକ ଯୋଗାଇବାକୁ ଲାଗନ୍ତି। ତା’ହେଲେ ପାଠକଙ୍କୁ ମାଗଣାରେ ପୁସ୍ତକ ଯୋଗାଇବା ଲାଗି ଅନ୍ୟ ଛୋଟ ଛୋଟ ପ୍ରକାଶକଙ୍କ ଉପରେ ଏହାର ଚାପ ପଡ଼ିପାରେ। ଏଭଳି ସ୍ଥିତିରେ ଛୋଟ ଛୋଟ ପ୍ରକାଶକଙ୍କ ଭବିଷ୍ୟତ ଆଉ ରହିବ ନାହିଁ।

ଏଣୁ କମ୍ ପୁସ୍ତକ ବିକ୍ରି ହେଉଥିବା ସମସ୍ଯା ନେଇ ପ୍ରକାଶକମାନେ ଚିନ୍ତିତ ଥିବା ବେଳେ ଡିଜିଟାଲ ମିଡିଆରେ ମାଗଣା ପୁସ୍ତକ ଯୋଗାଇଦେବା ଭବିଷ୍ୟତରେ ମହଙ୍ଗା ପଡ଼ିପାରେ। ଆଗାମୀ ଦିନରେ ପାଠକମାନେ ଅଧିକରୁ ଅଧିକ ପୁସ୍ତକ ମାଗଣା କିମ୍ବା ସ୍ୱଳ୍ପ ମୂଲ୍ୟରେ ଆବଶ୍ୟକ କରିବେ। ଆଉ ଏହା ଲେଖକମାନଙ୍କ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ। ଥରେ ମାଗଣା ପୁସ୍ତକ ପଢ଼ିବା ଅଭ୍ୟାସ ହୋଇଗଲେ, ଛୋଟ ଛୋଟ ପ୍ରକାଶକ ଓ ଲେଖକଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିପାରେ।

ଅନ୍ୟପଟେ ଏହାର ଆଉ ଏକ ପରିଣାମ ପୁସ୍ତକର ନୈତିକତା ଏବଂ ବିଷୟବସ୍ତୁର ଚୋରି ମଧ୍ୟ ହୋଇପାରେ। ଏଣୁ ପାଠକଙ୍କଠାରେ ଇ-ବୁକ୍ ପହଞ୍ଚାଇ ସେମାନଙ୍କଠାରୁ କିଛି ଶୁଳ୍କ ନିଆଗଲେ ଏଭଳି ସ୍ଥିତିକୁ ଅନେକ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ। ପାଠକଙ୍କ ପାଇଁ ଲେଖକଙ୍କ ସୃଷ୍ଟିର ମହତ୍ୱ ରହିବା ବେଳେ ଲେଖକ ଓ ପ୍ରକାଶକ ମଧ୍ୟ ଉପକୃତ ହୋଇପାରିବେ।

The post ସାହିତ୍ୟ ଜଗତକୁ ପ୍ରଭାବିତ କରିବ କି କରୋନା! appeared first on Odisha Reporter.

]]>
left bottom 2020-05-03 17:08:27 https://cdn.odishareporter.in/wp-content/uploads/2020/05/03170748/literature-1.jpg
ସବୁ ମିଛ କଥା ! https://odishareporter.in/literature-culture/a-poem-written-by-laxmikant-bag5984-523550 Fri, 01 May 2020 10:53:13 +0000 https://odishareporter.in/?p=523550

ପୃଥିବୀକୁ ଆମେ ହିଁ ବଞ୍ଚେଇ ପାରିବା ପ୍ରଦୂଷଣକୁ କେବଳ ଆମେ ହିଁ ରୋକିପାରିବା କିନ୍ତୁ, ପ୍ରମାଣିତ ହେଲା ଯେ ମଣିଷ ଯେ ଯାଏଁ ଘରୁ ଗୋଡ଼ ନକାଢ଼ିଛି ବସୁଧା ନିଜକୁ ନିଜେ କ୍ଷୀପ୍ର ଗତିରେ ସୁଧାରି ନେଉଛି ॥ ସବୁ ମିଛ କଥା ! ବିନା ଜଙ୍କଫୁଡ୍‌ରେ ଜିଇଁବା ଅସମ୍ଭବ କିନ୍ତୁ, ସବୁ ଜଙ୍କଫୁଡ୍‌ ରେଷ୍ଟୁରାଣ୍ଟ ବନ୍ଦ ତଥାପି ଦୁନିଆ ଚାଲିଛି ॥ ଘରେ ରହି କାମ କରିବା ମୁସ୍କିଲ୍ ୟେ ବି ଗୋଟିଏ ମିଛ କଥା […]

The post ସବୁ ମିଛ କଥା ! appeared first on Odisha Reporter.

]]>

ପୃଥିବୀକୁ ଆମେ ହିଁ ବଞ୍ଚେଇ ପାରିବା
ପ୍ରଦୂଷଣକୁ କେବଳ ଆମେ ହିଁ ରୋକିପାରିବା
କିନ୍ତୁ, ପ୍ରମାଣିତ ହେଲା ଯେ
ମଣିଷ ଯେ ଯାଏଁ ଘରୁ ଗୋଡ଼ ନକାଢ଼ିଛି
ବସୁଧା ନିଜକୁ ନିଜେ କ୍ଷୀପ୍ର ଗତିରେ ସୁଧାରି ନେଉଛି ॥

ସବୁ ମିଛ କଥା !
ବିନା ଜଙ୍କଫୁଡ୍‌ରେ ଜିଇଁବା ଅସମ୍ଭବ
କିନ୍ତୁ, ସବୁ ଜଙ୍କଫୁଡ୍‌ ରେଷ୍ଟୁରାଣ୍ଟ ବନ୍ଦ
ତଥାପି ଦୁନିଆ ଚାଲିଛି ॥

ଘରେ ରହି କାମ କରିବା ମୁସ୍କିଲ୍
ୟେ ବି ଗୋଟିଏ ମିଛ କଥା !

ସବୁ ମିଛ କଥା !
ଆମ କ୍ରିକେଟ୍ ଷ୍ଟାର୍, ଫିଲ୍ମ ଷ୍ଟାର ଅସଲ ହିରୋ/ଭଗବାନ
କିନ୍ତୁ ସ୍ପଷ୍ଟ ହେଲା
ଏମାନେ କେବଳ ଏଣ୍ଟରଟେନର୍
ଅସଲ ହିରୋ ତ ମୈଦାନରେ ,ଈଶ୍ୱର ତ ହସ୍ପିଟାଲରେ

ସବୁ ମିଛ କଥା !
ଜ୍ୟୋତିଷ, ମୌଲବୀ, ପଣ୍ଡିତ, ପୂଜକ
ରୋଗୀଙ୍କୁ ବଞ୍ଚାଇ ପାରିବେ
ୟୁରୋପୀୟ ବହୁତ ସମଝଦାର ଓ ଶିକ୍ଷିତ
ୟେ ବି ମିଛ !

ସବୁ ମିଛ କଥା !
ଡିଜେଲ୍, ପେଟ୍ରୋଲ, ସୁନା, ରୂପା ବହୁତ ମହଙ୍ଗା
ଏବେ କିନ୍ତୁ ସ୍ପଷ୍ଟ ହେଲା
ଆମ ବିନା ଏସବୁର ମୂଲ୍ୟ ହିଁ ନାହିଁ॥

ପ୍ରାଣୀ ଉଦ୍ୟାନର ଜୀବଜନ୍ତୁଙ୍କୁ ଦେଖି ଆନନ୍ଦ ଲାଗୁଥିଲା
ଏବେ କିନ୍ତୁ, ଅନୁଭବ ହେଉଛି ବନ୍ଦୀ ଜୀବନର ଯନ୍ତ୍ରଣା ॥

ସବୁ ମିଛ କଥା !
ସପିଂ ମଲ୍ ବନ୍ଦ ହୋଇଗଲେ ଅଟକି ଯିବ ଦୁନିଆ
ସପିଂ ମଲ୍ ତ ବନ୍ଦ ଅଛି
ବ୍ରାଣ୍ଡ ବି ବନ୍ଦ, ବଦଖର୍ଚ୍ଚ ବି ବନ୍ଦ
ଅନେକ ଦିନ ହେଲାଣି
ଛୁଟି କାଟିବାକୁ କୁଆଡ଼େ ଯାଇନୁ
ତଥାପି ଦୁନିଆ ଚାଲିଛି॥

ଘର ଅଗଣାରେ ପିଲା ଖେଳୁଛନ୍ତି
ପରିବାର ସହ ଆପଣଙ୍କ ସମୟ କଟୁଛି
ଏବେ ବି ଫୁଲ ଫୁଟୁଛି
କୁଳୁକୁଳୁ ହୋଇ ନିର୍ମଳ ନଦୀ ବହୁଛି
ପବନ ସହ ତାଳଦେଇ କୋଇଲି ଗୀତ ଗାଉଛି
ଗାଈ କ୍ଷୀର ଦେଉଛି
କୁକୁଡ଼ା ଅଣ୍ଡା ଦେଉଛି
ଫଳ, ମୂଳ, ପନିପରିବାରେ କ୍ଷେତ ହସୁଛି
ଘରଦାଣ୍ଡରୁ ଶୁଭୁଛି ପରିବାବାଲାର ଡାକ
ଅର୍ଥାତ, ଦୁନିଆ ଚାଲିଛି

ହଁ, ଫରକ୍ ପଡ଼ିଛି କିନ୍ତୁ
କେବଳ ନକଲି ଜୀବନଶୈଳୀକୁ
ଅସଲ ଜୀବନଶୈଳୀ ତ ଟ୍ରାକ୍‌ରେ ଦୌଡୁଛି
ଅର୍ଥାତ, ଦୁନିଆ ଚାଲିଛି
ତେଣୁ ତ କହୁଛି, ସବୁ ମିଛ କଥା॥

ଅନୁବାଦ: ଲକ୍ଷ୍ମୀକାନ୍ତ ବାଗ
ବି:ଦ୍ର: ସୋଶାଲ୍ ମିଡିଆରୁ ସଂଗୃହୀତ

The post ସବୁ ମିଛ କଥା ! appeared first on Odisha Reporter.

]]>
left bottom 2020-05-01 18:04:50 https://cdn.odishareporter.in/wp-content/uploads/2020/05/01161937/Sabu-Michha-Katha.jpg
ଅପେକ୍ଷା… https://odishareporter.in/literature-culture/literature/a-poem-on-luckdown-520647 Thu, 23 Apr 2020 12:04:29 +0000 https://odishareporter.in/?p=520647

ଏଇ ଘନ ଅନ୍ଧାରର ଆଲୁଅକୁ ପୃଥିବୀରେ ଚାଲିଥିବା ତାଣ୍ଡବର ଅନ୍ତକୁ ଅପେକ୍ଷା… ମହାମାରୀ ଭୟ ନଥିବା ମନକୁ ପୁଣି ସେହି ବ୍ୟସ୍ତବହୁଳ ଜୀବନକୁ ଅପେକ୍ଷା… ସାଙ୍ଗସାଥୀଙ୍କ ଗୁଲି ଗପକୁ ଗୁପଚୁପ, ଚାଟ୍, ବରାପକୁଡ଼ିର ସ୍ୱାଦକୁ ଅପେକ୍ଷା… ତୁମ ହାତ ଧରି ରାଜରାସ୍ତାରେ ଚାଲିବାକୁ ତୁମ ସହ ସୂଦୂର ଦୂରକୁ ବୁଲିଯିବାକୁ ଅପେକ୍ଷା.. ଏହି ଅନିଶ୍ଚିତତାର ଶେଷକୁ ହେ ଇଶ୍ୱର ରକ୍ଷାକର ତୁମ ସୃଷ୍ଟିକୁ କ୍ଷମା କର ଏ  ଅସହାୟ ମଣିଷକୁ ବଞ୍ଚାଇ ଦିଅ ଲିଭି ଆସୁଥିବା ପ୍ରତିଟି […]

The post ଅପେକ୍ଷା… appeared first on Odisha Reporter.

]]>

ଏଇ ଘନ ଅନ୍ଧାରର ଆଲୁଅକୁ

ପୃଥିବୀରେ ଚାଲିଥିବା ତାଣ୍ଡବର ଅନ୍ତକୁ

ଅପେକ୍ଷା…

ମହାମାରୀ ଭୟ ନଥିବା ମନକୁ

ପୁଣି ସେହି ବ୍ୟସ୍ତବହୁଳ ଜୀବନକୁ

ଅପେକ୍ଷା…

ସାଙ୍ଗସାଥୀଙ୍କ ଗୁଲି ଗପକୁ

ଗୁପଚୁପ, ଚାଟ୍, ବରାପକୁଡ଼ିର ସ୍ୱାଦକୁ

ଅପେକ୍ଷା…

ତୁମ ହାତ ଧରି ରାଜରାସ୍ତାରେ ଚାଲିବାକୁ

ତୁମ ସହ ସୂଦୂର ଦୂରକୁ ବୁଲିଯିବାକୁ

ଅପେକ୍ଷା..

ଏହି ଅନିଶ୍ଚିତତାର ଶେଷକୁ

ହେ ଇଶ୍ୱର ରକ୍ଷାକର ତୁମ ସୃଷ୍ଟିକୁ

କ୍ଷମା କର ଏ  ଅସହାୟ ମଣିଷକୁ

ବଞ୍ଚାଇ ଦିଅ ଲିଭି ଆସୁଥିବା ପ୍ରତିଟି ସ୍ୱପ୍ନକୁ।

 

 

The post ଅପେକ୍ଷା… appeared first on Odisha Reporter.

]]>
2020-04-23 17:34:29 https://cdn.odishareporter.in/wp-content/uploads/2020/04/23173402/poem-1.jpg
ଆଉ କେତେ ବାଟ ? https://odishareporter.in/literature-culture/a-short-story-based-on-corona-510708 Fri, 27 Mar 2020 14:51:30 +0000 https://odishareporter.in/?p=510708

ମାଆ ଆଉ କେତେ ବାଟ ? କଅଁଳ ସରୁ ସରୁ ଥକି ପଡୁଥିବା ଗୋଡ଼କୁ ଘୋଷାରି ଘୋଷାରି ତା ମାଆ ମୁହଁକୁ ଅନେଇ ବିକଳରେ ପଚାରୁଥିଲା ଛଅ ବର୍ଷର ଝିଅ ମାମୁନି। ରାତି ପାହି ନ ଥିଲା ଅନ୍ଧାରୁ ଚାଲିବା ଆରମ୍ଭ କରିଥିଲା। ଏବେ ତ ସୂର୍ଯ୍ୟ ମୁଣ୍ଡ ଉପରେ। ସଠିକ ସମୟ କେତେ ଜାଣି ନ ପାରିଲେ ବି ପାଦ କିନ୍ତୁ ଆଉ ଆଗକୁ ଯାଉନି, ତଣ୍ଟି ଶୁଖିଗଲାଣି ପାଣି ମୁନ୍ଦେ ବି ପିଇନି ଏ […]

The post ଆଉ କେତେ ବାଟ ? appeared first on Odisha Reporter.

]]>

ମାଆ ଆଉ କେତେ ବାଟ ? କଅଁଳ ସରୁ ସରୁ ଥକି ପଡୁଥିବା ଗୋଡ଼କୁ ଘୋଷାରି ଘୋଷାରି ତା ମାଆ ମୁହଁକୁ ଅନେଇ ବିକଳରେ ପଚାରୁଥିଲା ଛଅ ବର୍ଷର ଝିଅ ମାମୁନି। ରାତି ପାହି ନ ଥିଲା ଅନ୍ଧାରୁ ଚାଲିବା ଆରମ୍ଭ କରିଥିଲା। ଏବେ ତ ସୂର୍ଯ୍ୟ ମୁଣ୍ଡ ଉପରେ। ସଠିକ ସମୟ କେତେ ଜାଣି ନ ପାରିଲେ ବି ପାଦ କିନ୍ତୁ ଆଉ ଆଗକୁ ଯାଉନି, ତଣ୍ଟି ଶୁଖିଗଲାଣି ପାଣି ମୁନ୍ଦେ ବି ପିଇନି ଏ ଯାଏ । ନା ଆଉ ପାରୁନି। ଆଗକୁ ଟିକେ ଦୌଡ଼ିଯାଇ ମାଆ ପାଖକୁ ଯାଇ ପଚାରିଲା ମାମୁନି। ମାଆ ଆଉ କେତେବାଟ ? ଏକ ନିଃଶ୍ୱାସରେ ମାଆ ତାର ବଡ଼ ବଡ଼ ପାହୁଣ୍ଡ ପକେଇ କାଖରେ ଦୁଇ ବର୍ଷର ଭାଇ ଗୋପାଳିକୁ ଧରି ଚାଲିଛି ମାଆ। ଆ ଆ ଜଲଦି ଜଲଦି ଆସେ .. କେତେଥର ପଚାରୁଛୁ କେତେବାଟ ବୋଲି ? ରାସ୍ତା ତ ଅଧାରୁ ବି କମ ହେଇନି। ରାତି ହେଇଯିବା ପୂର୍ବରୁ କୋଉଠି ଗୋଟେ ସହର ଜାଗା ଦେଖି ରହିବାକୁ ପଡ଼ିବ। ପୁଣି ଥରେ ବହୁତ କଷ୍ଟରେ ପାଦ ଉଠାଇ ଚାଲିଲା ମାମୁନି। କିଏ ସେ ଏ କରୋନା ?

କାହିଁକି ଏତେ ଡର ତାକୁ ? ଦୁଇ ବର୍ଷ ହେଲାଣି ବା’ ତାର କି ଗୋଟେ ଅଜଣା ରୋଗରେ ମରିଗଲା। ମାତ୍ର କିଛି ଦିନ ଗାଁ ଅଙ୍ଗନବାଡି ସ୍କୁଲ ଯାଇଥିଲା । ବା’ ମଲା ପରେ ସ୍କୁଲ ବନ୍ଦ । ପେଟ ପାଇଁ କାମ କରିବାକୁ ମାଆ ସାଙ୍ଗରେ ଏ ଜାଗାରୁ ସେ ଜାଗା ବୁଲେ । କାମ କଲେ ମାଆ ପଇସା ଆଣେ । ଦିନସାରା ମାଆ କାମ କରେ ।ଭାଇ ଓ ମୁଁ ସେଇ ପାଖରେ ରାସ୍ତା କଡ଼ ହେଉ ବା କେବେ ତିଆରି ହେଉଥିବା କୋଠା ପାଖରେ ହେଉ ଖେଳୁ । ସଞ୍ଜ ହେଲେ ଇଟା ତିନିଟା କୁ ଯୋଡି ଚୁଲି କରି ମାଆ ଭାତ ଟିକେ କରି ଦିଏ । ଲୁଣ ଦେଇ ଖାଇ ସେଇଠି ଶୋଇପଡୁ । ବର୍ଷ ବର୍ଷ ଧରି ଖରା କାକର ଶୀତ ବାରମାସ ଆମେ ଏମିତି ବୁଲୁ ଥାଉ। ଛୋଟ ବେଳେ ଏ ବୁଲା କୁକୁରଙ୍କୁ ଭାରି ଡରୁଥିଲି। ଧୀରେ ଧୀରେ ସେମାନେ ମୋ ସାଙ୍ଗ ହେଇଗଲେ । ପାଣି ତ ପିଇବାକୁ ବି ମିଳେନି । ହାତ ଧୋଇବା ତ ଦୂର କଥା।

ଝାପ୍ସା ମନେ ପଡୁଛି ବା’ ର ମୁହଁ। ଆଜି ମାଆ ଯେମିତି ଭାଇକୁ କାଖେଇଛି ମୋ ବା ‘ ବି ମୋତେ ଛୋଟବେଳେ ଏମିତି କାଖେଇକି ବୁଲାଏ। ଓଃ କି କଷ୍ଟ ଲାଗୁଛି । ଗୋଡ଼ ଦୁଇଟା ଛିଣ୍ଡି ପଡିବ କି ଆଉ । ବା ନ ଥାନ୍ତା , ମୋତେ ଟିକେ କାଖେଇ ନିଅନ୍ତା । ଅଟକି କି ଦଣ୍ଡେ ବସି ବି ହେବନି । କାରଣ ସଞ୍ଜ ହେବା ପୁର୍ବରୁ ନିରାପଦ ଜାଗାରେ ପହଞ୍ଚିବାର ଅଛି। ବହୁତ ରାଗ ଆସିଲା। କିଏ ମ ଏ କରୋନା? କାହିଁକି ତାକୁ ଏତେ ଡରୁଛନ୍ତି ? କେତେ ଧୂଳି ବାଲିରେ ଖେଳି ଶୋଇ ହାତ ନ ଧୋଇ ଖାଇଛି। କେବେ ବି କିଛି ହେଇନି। ଆଉ ଏବେ ଏମିତି କଣ ହେଇଯିବ ଯେ ସରକାର ହଠାତ ସବୁ ବନ୍ଦ କରିଦେଲେ? କାମଧନ୍ଦା , ଗାଡ଼ିମଟର ଦୋକାନ ବଜାର ସବୁକିଛି।ଏମିତି କି ଗାଁକୁ ବସ୍‌ରେ ଫେରିବା ପାଇଁ ବି ସମୟ ମିଳିଲାନି।

ଏ ପଟେ ସେ କଣ୍ଟ୍ରାକ୍ଟର ବାବୁ ବି କେତେ ଦିନର ପଇସା ଦେଇନି। କିଣିକି ଖାଇବୁ ବା କେମିତି? ଗାଁରୁ ଆସିଥିବା ଅନ୍ୟଲୋକମାନେ ବସି ସ୍ଥିର କଲେ ଏଠି ବସି ଭୋକ ଉପାସରେ ମରିବା ଅପେକ୍ଷା ଗାଁକୁ ଫେରିଯିବା। ବସ୍‌ ଟ୍ରକ କିଛି ବି ଚାଲୁନି। ସମସ୍ତେ ସ୍ଥିର କଲେ ଚାଲିଚାଲି ଗାଁକୁ ପଳେଇବା । ସବୁଆଡେ କୁଆଡେ ଏମିତି ଅବସ୍ଥା। ମାଆର କାମ କରିବା ଜାଗାରୁ ଆମ ଗାଁ କୁଆଡେ ୧୦୦ କିଲୋମିଟର। କେତେ କେଜାଣି କିନ୍ତୁ ବ..ହୁ..ତ.. ବାଟ । ବାଟରେ କାହାକୁ ଟିକେ ପାଣି ବି ମାଗିଲା ବେଳକୁ ଲୋକ ଦୂରେଇ ଯାଇ ମୁହଁ ବୁଲେଇ ପଳାଉଛନ୍ତି ।

ମାଆ କହୁଥିଲା ଏ ରୋଗ କୁଆଡେ ଛୁଇଁଲା ମାତ୍ରେ ହେଇଯାଉଛି । ହେ ଭଗବାନ ଏ କି ରୋଗ କେଜାଣି କିନ୍ତୁ ମୋତେ ଲାଗୁଛି ଏ କରୋନା ତ ମୋତେ କେବେ ଛୁଇଁ ପାରିବନି କିନ୍ତୁ ମାଆ ଯଦି ଟିକେ ନ ରହି ପଛକୁ ନ ଅନେଇ ଏମିତି ଚାଲିଥିବ ତେବେ ମୁଁ ବୋଧେ ଏଇଠି ପଡ଼ିକି ଶୋଷ ଆଉ ଭୋକରେ ମରିଯିବି। ଓଃ କି କଷ୍ଟ। ଆଖିରୁ କଣ ଗୋଟେ ଆଲୁଅ ବାହାରିଗଲା ପରି ଲାଗୁଛି। ତଣ୍ଟି ଶୁଖି ଅଠା ହୋଇଗଲାଣି । ବା’ କଥା ଭାରି ମନେ ପଡୁଛି। ସବୁବେଳେ କହୁଥିଲା ତୋତେ ଯାହାକୁ ଡର ଲାଗିବ ତା ସହିତ ସାଙ୍ଗ ହେଇଯିବୁ ଦେଖିବୁ ସବୁ ଠିକ ହୋଇଯିବ । କୁକୁରଙ୍କୁ ଡରୁଥିଲି। ତାଙ୍କ ସହିତ ସାଙ୍ଗ ହେଲା ପର ଠୁ ସେମାନେ ମୋତେ କିଛି କରନ୍ତିନି। ଏ କରୋନାକୁ ଟିକେ ଦେଖନ୍ତିନି । ତା ସହିତ ସାଙ୍ଗ ହେଇଗଲେ କେମିତି ହୁଅନ୍ତା ?

The post ଆଉ କେତେ ବାଟ ? appeared first on Odisha Reporter.

]]>
left top 2020-03-28 08:27:07 https://cdn.odishareporter.in/wp-content/uploads/2020/03/27201848/Rina-Routray.jpg
ଟିକେ କଷ୍ଟ ତ ହବ! https://odishareporter.in/literature-culture/poetry-about-janata-curfew-by-biswobandita-swain-508289 Sat, 21 Mar 2020 08:05:29 +0000 https://odishareporter.in/?p=508289

ଟିକେ କଷ୍ଟ ତ ହବ, କିନ୍ତୁ  ତୁମ ଭିତରେ ଥିବା ଲୁକ୍କାୟିତ ମଣିଷଟି ତୁମକୁ କିଛି କହିବ। ଦିନ ତମାମ କାମର ଦ୍ୱାହିଦେଇ ଅବସର ନେଉଥିବା ତୁମ ମନକୁ, ସେ ଅନେକ ଥର ଡାକିଛି, ତୁମେ ଉଠିବା ପୂର୍ବରୁ ଝରକା ପାଖରେ ଆସି ପହଂଚିଯାଉଥିବା ସେ ଘର ଚଟିଆର ସ୍ୱର ଶୁଣିବାକୁ। ଆକାଶର ରଙ୍ଗ କେବଳ ନୀଳର ଭୁଲ ଧାରଣା ମାରିବାକୁ। ନିଜକୁ କଷି ସସ୍‌ପେନରୁ ବାହାରିଯାଉଥିବା ସେ ଚା’ ର ବାସ୍ନାରୁ ଏତିକି ଶିଖିବାକୁ ଯେ, […]

The post ଟିକେ କଷ୍ଟ ତ ହବ! appeared first on Odisha Reporter.

]]>

ଟିକେ କଷ୍ଟ ତ ହବ, କିନ୍ତୁ  ତୁମ ଭିତରେ ଥିବା ଲୁକ୍କାୟିତ ମଣିଷଟି ତୁମକୁ କିଛି କହିବ।

ଦିନ ତମାମ କାମର ଦ୍ୱାହିଦେଇ ଅବସର ନେଉଥିବା ତୁମ ମନକୁ, ସେ ଅନେକ ଥର ଡାକିଛି,

ତୁମେ ଉଠିବା ପୂର୍ବରୁ ଝରକା ପାଖରେ ଆସି ପହଂଚିଯାଉଥିବା ସେ ଘର ଚଟିଆର ସ୍ୱର ଶୁଣିବାକୁ।

ଆକାଶର ରଙ୍ଗ କେବଳ ନୀଳର ଭୁଲ ଧାରଣା ମାରିବାକୁ।

ନିଜକୁ କଷି ସସ୍‌ପେନରୁ ବାହାରିଯାଉଥିବା ସେ ଚା’ ର ବାସ୍ନାରୁ ଏତିକି ଶିଖିବାକୁ ଯେ,

ଜୀବନ ମଣିଲେ ମଜ଼ା।

ଥାକରେ ମୋଡ଼ିହୋଇ ପଡ଼ିଥିବା ସେ ପୁରୁଣା ୮ମ ଶ୍ରେଣୀର ଖାତା,

କ୍ରପ୍‌ ଟପ୍‌, ସ୍କାଚ୍‌ ଜିନ୍ସ ଭିତରେ ଲୁଚିଥିବା ପୁରୁଣା କଲେଜ ୟୁନିଫର୍ମ ବାସ୍ନା।

ଫେସ୍‌ବୁକ୍‌ ଆଉ ଇନ୍‌ଷ୍ଟାଗ୍ରାମ୍‌ରେ ତୁମ ବୋଲ୍ଡ ଆଉ ବିୟୁଟିଫୁଲ୍‌ ପୋଜ୍‌ଠୁ ଦୂରରେ,

ଧୂଳିରେ ଝାପ୍ସା ଦିଶୁଥିବା ସ୍କୁଲର ଶେଷ ଦିନରେ ଉଠାଯାଇଥିବା ସେ ଗ୍ରୁପ୍‌ ଫଟୋ।

ସମୟର ଅଭାବ ଅଭିଯୋଗରେ ଝାଉଁଳି ଯାଉଥିଲା ଏମିତି ଗୋଟାଗୋଟା ସ୍ମୃତି!

ଯୋଗାଯୋଗଠୁ ଦୂର

ଫୋନ ନମ୍ବରରେ ସୀମିତ ରହିଯାଇଥିବା

ସେ କ୍ୟାଣ୍ଟିନର ଜଳଖିଆ ଭାଇନା ଆଉ ଟ୍ୟୁସନର ବଡ଼ ପ୍ରତିଯୋଗୀ।

ସେମାନଙ୍କ ସହ କଥା ହେବାକୁ ବୋଝ ଭାବୁଥିବା ତୁମ ଫ୍ରି କଲ୍‌।

ହଁ ଶୁଣ, ଆରି ଭିତରେ, ପଡ଼ୋଶୀ ଘରେ ବି ନୂଆ ଭଡ଼ାଟିଆ ଆସିଲେଣି।

ବଲକୋନିରେ ତୁମର ଉପସ୍ଥିତି ଏବେବି ସ୍ୱାଗତଯୋଗ୍ୟ।

ପୁରୁଣା ଫର୍ଦ୍ଦକୁ ଲେଉଟାଇବାର ଚେଷ୍ଟା, ଛାତ ଉପରୁ ସହର ଦେଖିବାର ନିଶା।

ଆକାଶରେ ତାରା ମାଳମାଳ, ତାକୁ ଗଣିବାର ପୁରୁଣା ଅଭ୍ୟାସ ଭିତରେ

୧୪ଘଣ୍ଟା କ’ଣ ଏତେ ଦୀର୍ଘ ଲାଗିବ?

 

ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ୍‌-swainbiswobandita@gmail.com

The post ଟିକେ କଷ୍ଟ ତ ହବ! appeared first on Odisha Reporter.

]]>
2020-03-21 13:35:29 https://cdn.odishareporter.in/wp-content/uploads/2020/03/21133436/biswo.jpg
ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର https://odishareporter.in/odisha/binapani-mohanty-will-receive-the-atibadi-jagannath-mohanty-award-501306 Mon, 02 Mar 2020 13:53:23 +0000 https://odishareporter.in/?p=501306

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ତାଙ୍କ ସହ ଆଉ ୧୫ ଜଣ ସାହିତ୍ୟିକଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ଅର୍ଥନୀତିର ପ୍ରାଧ୍ୟାପିକା ଭାବେ ଅବସର ନେଇଥିବା ବୀଣାପାଣି ମହାନ୍ତି ଏବେ କଟକରେ ରହୁଛନ୍ତି। ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, […]

The post ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ତାଙ୍କ ସହ ଆଉ ୧୫ ଜଣ ସାହିତ୍ୟିକଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି।

ଅର୍ଥନୀତିର ପ୍ରାଧ୍ୟାପିକା ଭାବେ ଅବସର ନେଇଥିବା ବୀଣାପାଣି ମହାନ୍ତି ଏବେ କଟକରେ ରହୁଛନ୍ତି। ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ ଲେଖିଛନ୍ତି। ଏହାଛଡ଼ା ସୀତାର ଶୋଣିତ, ମନସ୍ୱିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ଉପନ୍ୟାସର ଲେଖିଛନ୍ତି।

ବୀଣାପାଣି ମହାନ୍ତି ନିଜର ସାହିତ୍ୟ ସାଧନା ଲାଗି ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ, ବିଷୁବ ସମ୍ମାନ, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ପାଇ ସାରିଛନ୍ତି।

ଏନେଇ ବୀଣାପାଣି ମହାନ୍ତି କହିଛନ୍ତି, “ଇଏ ଅତିବଡ଼ୀ ସମ୍ମାନ ନୁହେଁ, ଅତିବଡ଼ ସମ୍ମାନ। ଏହାଠାରୁ ବଡ଼ ପୁରସ୍କାର ହୁଏତ ଟଙ୍କାରେ ଥାଇପାରେ। କିନ୍ତୁ ମାନ ଓ ସମ୍ମାନରେ ନାହିଁ। ସେଥିପାଇଁ ମୁଁ ପାଠକମାନଙ୍କୁ ଶ୍ରେୟ ଦେବି।”

 

The post ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର appeared first on Odisha Reporter.

]]>
centre bottom 2020-03-03 07:50:16 https://cdn.odishareporter.in/wp-content/uploads/2020/03/02192314/binapani-mohanty.jpg
ତରୁଣକାନ୍ତି, କାଳୀଚରଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର https://odishareporter.in/odisha/tarunkanti-mishra-got-award-499095 Wed, 26 Feb 2020 02:39:53 +0000 https://odishareporter.in/?p=499095

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ଲାଗି ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ  ତାଙ୍କୁ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର […]

The post ତରୁଣକାନ୍ତି, କାଳୀଚରଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ଲାଗି ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ  ତାଙ୍କୁ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ୨୦୧୯ ବର୍ଷ ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ସାହିତ୍ୟ ଏକାଡେମୀରର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ.ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବି ଗୁଲଜାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଦେଶର ବିଭିନ୍ନ ଭାଷା ପ୍ରତି  ଶ୍ରେଷ୍ଠ ଅବଦାନ ଲାଗି ୨୪ ଜଣ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତି ପୁରସ୍କୃତ ପ୍ରତିଭାଙ୍କୁ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏଥର ସାହିତ୍ୟ ଏକାଡେମିର ଓଡ଼ିଆ ବିଭାଗର ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ଡକ୍ଟର ମାଳବିକା ରାୟ ଏବଂ ଡକ୍ଟର ଫନୀ ମହାନ୍ତି ।

ଚଳିତ ବର୍ଷ ଇଂରାଜୀରେ ଶଶି ଥରୁର , ଅହମିୟା ପାଇଁ ଜୟଶ୍ରୀ ଗୋସ୍ୱାମୀ, ବଙ୍ଗଳା ପାଇଁ ଚିନ୍ମୟ ଗୁହା ଓ ହିନ୍ଦୀରେ ନନ୍ଦ କିଶୋର ଆଚାର୍ଯ୍ୟଙ୍କୁ ଏହି ପୁରସ୍କାର ମିଳିଛି ।

The post ତରୁଣକାନ୍ତି, କାଳୀଚରଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>
centre top 2020-02-26 08:52:30 https://cdn.odishareporter.in/wp-content/uploads/2020/02/26080728/tarun-2-1.jpg
ବୋଉ… https://odishareporter.in/literature-culture/a-poem-about-mother-by-jyoti-prakash-mohapatra-492851 Sun, 09 Feb 2020 09:49:16 +0000 https://odishareporter.in/?p=492851

ଭୋର ହେଲେ ବୋଉ ଉଠେ ? ନା ବୋଉ ଉଠିଲେ ଭୋର ହୁଏ ? କୋଉଟା ଠିକ ଯେ ? ବୋଉ ଭାଗର ନିଦ ମୁଁ ଶୁଏ ବୋଉ ଭାଗର ନିଦ ରାତି ଶୁଏ ରାତି ଭାତ ନିଦରେ ଶୁଏ ରାତି ଆହୁରି ପ୍ରଗାଢ଼ ହୁଏ। ମୋ ଭାଗର ଚେଇଁବା ବୋଉ ଭାଗରେ, ମୋର ଓ ବାପାଙ୍କ ଥାଳିର ଅଇଁଠା ବୋଉ ଭାଗରେ ଆମ ଘରର ଛିଡ଼ା ଚଦର, ଟେପ ନଥିବା ଚପଲ, ଛୁଞ୍ଚୁକନା, ପବିତ୍ରା ପାଣି, […]

The post ବୋଉ… appeared first on Odisha Reporter.

]]>

ଭୋର ହେଲେ ବୋଉ ଉଠେ ?
ନା ବୋଉ ଉଠିଲେ ଭୋର ହୁଏ ?
କୋଉଟା ଠିକ ଯେ ?

ବୋଉ ଭାଗର ନିଦ ମୁଁ ଶୁଏ
ବୋଉ ଭାଗର ନିଦ ରାତି ଶୁଏ
ରାତି ଭାତ ନିଦରେ ଶୁଏ
ରାତି ଆହୁରି ପ୍ରଗାଢ଼ ହୁଏ।

ମୋ ଭାଗର ଚେଇଁବା
ବୋଉ ଭାଗରେ,
ମୋର ଓ ବାପାଙ୍କ ଥାଳିର ଅଇଁଠା
ବୋଉ ଭାଗରେ
ଆମ ଘରର ଛିଡ଼ା ଚଦର, ଟେପ ନଥିବା ଚପଲ,
ଛୁଞ୍ଚୁକନା, ପବିତ୍ରା ପାଣି,
ବୋଉ ଭାଗରେ।

ବୋଉକୁ ଅନେଇ ସୂର୍ଯ୍ୟ
ଆଖି ମଳି ଉଠେ ?
ନା ଚନ୍ଦ୍ରମା ବୋଉକୁ ଦୂରରୁ ଝୁରେ,
ନା ସେ ତାରା ବୋଉକୁ ଦେଖି
ଆଖି ମିଟିମିଟି କରେ ?
କୋଉଟା ଠିକ ଯେ ?

ଦିଅଁ ବି ଶୋଇ ଥାଆନ୍ତି
ଆଗ ଉଠିପଡ଼େ ବୋଉ,
ସେ ପୃଥିବୀ ସମ୍ଭାଳନ୍ତି
ମାଟିକାଂଥ, ଝୋଟିଚିତା, ଅଗଣା, ବାଡ଼ି ଦୁଆର,
ବିରି, ମୁଗ, କୋଳଥ, ସୁଜୁନା ଛୁଇଁ,
ପତ୍ରପୋଡ଼ା, ବଡ଼ିଚୁରା, ତୁଳସୀ ଚଉରା
ଜେଜେମା ନାଲି ଚାହା, ଜେଜେବାପାଙ୍କ ଗୀତା,
ରାଧାଗୋବିନ୍ଦ ଆସ୍ଥାନ
ଆଉ ଏମିତି ଛୋଟମୋଟ ଦି’ ଚାରିଟା
ସମ୍ଭାଳେ ବୋଉ
ପତଳୀ, ଭାରି ଶୁଖିଲା ସେ
ସମ୍ଭାଳି ପାରେନି ଆଉ।

ଜ୍ୟୋତିପ୍ରକାଶ ମହାପାତ୍ର
ଯାଜପୁର 
ଫୋନ୍‌-୯୪୩୭୦୮୦୦୪୮

The post ବୋଉ… appeared first on Odisha Reporter.

]]>
left bottom 2020-02-10 08:11:53 https://cdn.odishareporter.in/wp-content/uploads/2020/02/09151842/vvv.jpg
ପ୍ରେମିକାର ହାଇ ହିଲ୍‌… https://odishareporter.in/literature-culture/high-heels-of-girlfriend-stoty-by-dusmant-kumar-behera-492846 Sun, 09 Feb 2020 08:26:00 +0000 https://odishareporter.in/?p=492846

ମୟୂରଭଞ୍ଜରେ ଗୋଟେ ଲୋକ କଥା ଅଛି। ” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ” । ଯାହାର ଅର୍ଥ ହେଲା ବାପ ଜନ୍ମରେ କେବେ ଦେଖି ନଥିବା ଜଣେ ମଣିଷ ହାତରେ ଯଦି ଗୋଟେ ଚୁଙ୍ଗା(କାହାଳୀ) ଦେଇ ଦିଆଯାଏ । ତେବେ ସେହି ଚୁଙ୍ଗାକୁ ପରିଶ୍ରା କରିବା ଯନ୍ତ୍ର ଭାବି ସେଥିରେ ସେ ପରିଶ୍ରା କରି ଦେବାର ସମ୍ଭାବନା ରହିଛି । ଏହି କାହାଣୀ ଭିତରେ ପ୍ରସଙ୍ଗଟି ଉଲ୍ଲେଖ କରିବାର ମାନେ ଏଇୟା ଯେ, […]

The post ପ୍ରେମିକାର ହାଇ ହିଲ୍‌… appeared first on Odisha Reporter.

]]>

ମୟୂରଭଞ୍ଜରେ ଗୋଟେ ଲୋକ କଥା ଅଛି। ” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ” । ଯାହାର ଅର୍ଥ ହେଲା ବାପ ଜନ୍ମରେ କେବେ ଦେଖି ନଥିବା ଜଣେ ମଣିଷ ହାତରେ ଯଦି ଗୋଟେ ଚୁଙ୍ଗା(କାହାଳୀ) ଦେଇ ଦିଆଯାଏ । ତେବେ ସେହି ଚୁଙ୍ଗାକୁ ପରିଶ୍ରା କରିବା ଯନ୍ତ୍ର ଭାବି ସେଥିରେ ସେ ପରିଶ୍ରା କରି ଦେବାର ସମ୍ଭାବନା ରହିଛି ।

ଏହି କାହାଣୀ ଭିତରେ ପ୍ରସଙ୍ଗଟି ଉଲ୍ଲେଖ କରିବାର ମାନେ ଏଇୟା ଯେ, ଆଜ୍ଞା ଆମେ ହେଲୁ ଗାଁ ଗାଉଁଲିର ପିଲା। ଚିଲି, ଚାଓମିନ, ବର୍ଗର ଏ ସବୁ କଣ ରାଜଧାନୀକୁ ଆସିବା ପରେ ହିଁ ଜାଣିଲି ଓ ଖାଇଲି ମଧ୍ୟ । ହେଲେ ବର୍ଗରଟା କେମିତିକା ଜିନିଷ ତାହା ତ ଏଯାଏଁ ମୋ ପାଇଁ ଦୁର୍ଲଭ। ହେଉ ଛାଡ଼ନ୍ତୁ , ଟିକେ କାହାଣୀ ଭିତରକୁ ନେଇ ଯିବା ….

ପ୍ରେମିକାର(ପୂ) ହାଇ ହିଲ୍‌। ପ୍ରେମ ତ କରିବ । ତା ଭିତରେ ପୁଣି ହିଲ ଉପାଖ୍ୟାନ କ’ଣ ଯେ । ପ୍ରେମର ଉଚ୍ଚତା କ’ଣ ହିଲ ସାହାଯ୍ୟରେ ମାପି ହୁଏ । ଆଉ ଯଦିବା ବା ହିଲ ସାହଯ୍ୟରେ ମାପି ହୁଏ । ତେବେ ଯିଏ ମାପେ ତାକୁ କ’ଣ ବୋଲି କହିବା । ସବୁଠାରୁ ମଜା କଥା ଏମିତିକା ପ୍ରେମର ପରିଭାଷା କ’ଣ ହୋଇପାରେ ? ରାଜଧାନୀରେ ଆମ ପରି ଗାଉଁଲି ପିଲାଙ୍କ ପାଇଁ ପ୍ରେମିକାର ହିଲ ଉପାଖ୍ୟାନ ଠିକ୍‌ …..
” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ ” ସହିତ ସମାନ ।

କିଛି ବର୍ଷ ତଳର ଘଟଣା । ଧରିନିଆଯାଉ କଲେଜ ବେଳର କଥା । ସେଇ ସମୟର ବୋଲି ଭାବି ନେଇପାରନ୍ତି, ସେଥିରେ କିଛି ଅସୁବିଧା ନାହିଁ। ଆଉ କାହାଣୀରେ ଦୁଇଟି ମୁଖ୍ୟ ଚରିତ୍ର । ଉଭୟ ପୁଅ ଝିଅ । ଯଦି ଆପଣ ନିଜକୁ ଏ କାହାଣୀର ସେଇ ଦୁଇ ମୁଖ୍ୟ ଚରିତ୍ର ଭିତରୁ ଜଣେ ଜଣେ ବୋଲି ବି ଭାବି ନିଅନ୍ତି। ତା’ହେଲେ ଆହୁରି ଭଲ କଥା ।

ଜାନୁଆରୀ କିମ୍ବା ଫେବୃଆରୀ ମାସ । ହାଲକା ହାଲକା ଥଣ୍ଡା ଅନୁଭବ ହେଉଥାଏ । ଫଙ୍କସନ୍‌ ପାଇଁ ପୁରା କଲେଜ ହୁଲୁସ୍ତୁଲ୍‌। ମାନେ ଉଠୁଥାଏ ପଡୁଥାଏ । କଲେଜରେ ଯିଏ ପଢ଼ିଛି ସିଏ ଜାଣେ ଫଙ୍କସନର ମଜା । ସେ କଥା ନ କହିବା ଭଲ । କେତେ ଯେ ଘଟଣା ଦୁର୍ଘଟଣା ଘଟେ । ଯେମିତି ବଡ଼ ଭଉଣୀର ବାହାଘର ପୁର୍ବରୁ ସାନ ଭଉଣୀର ପ୍ରସ୍ତୁତି।। ଭିଣେଇର ଭାଇମାନଙ୍କୁ ଘାଇଲା କରିବାକୁ ଯେତେ ରଙ୍ଗ ନ କହିବା ଭଲ । ଆଉ ବଡ଼ ଭାଇର ବାହାଘର ପୁର୍ବରୁ ସାନ ଭାଇର ବିଅର ପେଟି ଯୋଗାଡ଼ କରି ସାଙ୍ଗମାନଙ୍କ ଆଗରେ ଖାତିର ମାରିବା । କେଉଁଠୁ ଆସିବ କେମିତି ଖେଳ ହେବ । ନହେଲେ ନାଗିନ ଡ୍ୟାନ୍ସ ହେବ ନାହିଁ। ଏସବୁକୁ ନେଇ ଉଭୟଙ୍କର ସମସ୍ତ ପ୍ରସ୍ତୁତି ଯେମିତି ଚରମସୀମାରେ ଥାଏ । ଠିକ ସେମିତି କଲେଜ ରେ ଫଙ୍କସନ ପୂର୍ବର କାହାଣୀ । ହୋଉ ଛାଡ଼ନ୍ତୁ, ଘଟଣାଟିକୁ ଆଉ ନ ଫେଣେଇ ସିଧା କାହାଣୀ ଭିତରକୁ ଯିବା ।

ହଁ ଆଉ କିଛି କଥା ରହିଗଲା ମ । ଅଳ୍ପରେ ସାରିଦେଉଛି । ତା’ ପରେ କାହାଣୀ ଆଡେ ଯିବା । କଲେଜ ଫଙ୍କସନମାନେ ଡାନ୍ସ ଆଉ ରାମ୍ପ ଶୋ ଆଗ । କିଏ କୋଉ ଗୀତରେ ନାଚିବେ । ରାମ୍ପ ଶୋ’ରେ କିଏ କିଏ ଭାଗ ନେବେ । କିଏ କାହା ସହ ପାର୍ଟନର ହେଇ ନାଚିବେ । ଆଉ କିଏ କାହା ସହ ରାମ୍ପରେ କ୍ୟାଟ ୱାର୍କ କରିବେ । ଦିନ ତମାମ କଲେଜର କନଫରେନ୍ସ ହଲରେ କସରତ ଚାଲିଥାଏ । ଓଃ ଆମ କଲେଜ ଟୋକାଙ୍କର ତ ନିଦ ଉଡି ଯାଇଥାଏ । ଏଇ ବାହାନାରେ କେତେ କ’ଣ ହୁଏ । ମୁଁ କ’ଣ ସାଧୁ … ହୋଉ ଏଥର କାହାଣୀ ଉପରକୁ ଆସିବା ।

ସେଦିନ କଲେଜରେ ଯେମିତି ସେମିତି କଟିଗଲା । ଆଉ ରାତି ଅଧରେ ପ୍ରେମିକାର ଫୋନ କଲ(ଵର୍ତମାନ ସିଏ ପୂର୍ବତନ) କଲେଜରେ କ’ଣ ସବୁ ଚାଲିଛି । ଡ଼୍ୟାନ୍ସ ବହାନାନରେ ସୀମା ଟପିଯାଉଛ। ସେଇ ଯୋଉ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ତୁମେ ଟିକେ ସେ ଝିଅ ସହିତ ବେଶୀ କ୍ଲୋଜ ହେଇ ଯାଉନ । ହଁ ନାଚୁ ନାଚୁ କ’ଣ ସେ ଝିଅର ଅଣ୍ଟାରେ ସତସତିକା ଧରି ପକଉଛ । ଥରେ ନୁହଁ କି ଦୁଇ ଥର ନୁହେଁ ବାରମ୍ବାର । କହି ଦେଉଛି ମୋତେ ଏ ସବୁ ଜମାରୁ ଭଲ ଲାଗେନି । କିମା କରି ଦେବି । ପାରସଲ କରିଦେବି … । ଏମିତି ଅନର୍ଗଳ ଧମକଭରା ତାଗିଦ …. । ତା ପର ଦିନଠୁ ଆଉ ଡ୍ୟାନ୍ସ ନା ଫାନ୍ସ । ସିଧା ଯାଇ ଲେଇବ୍ରେରୀରେ ହାଜର ହେଲି ।

ଦିନକ ଭିତରେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବାର ମୋର ଏଭଳି ରୂପକୁ ଦେଖି ପ୍ରେମିକା(ଵର୍ତମାନ ସିଏ ପୂର୍ବତନ) ପୁରା ଗଦଗଦ । ହେଲେ ସିଏ କାହୁଁ ଜାଣିବ ମୋ ମନର ବେଦନା । ପାଣି ବିନା ମାଛ ଆଉ ନାଟ ତାମସା ବିନା ଦୁଷ୍ମନ୍ତ । ଆଉ ଏ ସବୁ ଦେଖି ଆମ କ୍ଳାସ ଝିଅମାନେ ରାଗିକି ପଞ୍ଚମ । କ’ଣ ବେ ତା କଥାରେ ତୁ ଡ୍ୟାନ୍ସ କରିବୁନୁ । ସିଏ ତୋ ପାଇଁ ଏତେ ବଡ଼ । ଆମେ କେହି ନୁହେଁ । ଜଣେ ତ କହିଲା, ଦେଖ ସାଙ୍ଗ ଏ ସମୟ ଆଉ ଆସିବିନି । ଝୁରୁଥିବୁ କଲେଜ ଫଙ୍କସନ କଥା ମନେ ପକେଇ ପକେଇ । ଆଉ ଜଣେ ତ ଭିଡି ନେଇ ଗଲା … ହେଲେ ମୁଁ …… ସାଙ୍ଗ ମାନେ କାହୁଁ ଜାଣିବେ … ଭରା ଯୌବନର ଗଭୀର ସାଗରେ ପହଁରୁ ଥିବା ସମୟରେ, ଯିଏ ରାତିର ନିଦ । ସେଇ ପା ତାଗିଦ କରିଛି । ଆଉ କାହା ଅଣ୍ଟାରେ ହାତ ମାରିବନି ……. ।

ଫଙ୍କସନ ପୂର୍ବ ରାତି ପ୍ରେମିକାର (ପୂର୍ବତନ) ଫୋନ୍‌… କ’ଣ ଯେ ଶୋଇପଡିଲଣି । ମିଛୁଟାରେ କହିଲି ନାଇଁ ନାଇଁ ତୁମ କଥା ଭାବୁଥିଲି । ସିଏ କହିଲେ ହଁ ଆଉ କାହା କଥା ଭାବିବନି । ପୁଣି ଗେହ୍ଲେଇ କି କହିଲେ ହଁ ଯେ କିଛି ପଚାରି ଥାଆନ୍ତି । କାଲି ଫଙ୍କସନରେ କଣ ପିନ୍ଧିବି ଯେ ? ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା । ତମକୁ କୋଉଟା ପସନ୍ଦ।  ତମେ ଯାହା କହିବ ତାହା ପିନ୍ଧିବି । ସବୁ ଅଛି ଯେ ମୋର କିନ୍ତୁ କୋଉଟା ବି ପସନ୍ଦ ନୁହଁ । ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା କାହାର ବି କଲର ମୋର ପସନ୍ଦ ନୁହଁ ।

ଶେଷ ଧାଡ଼ିଟା ରାଗ ତମ ତମ ହେଇ କହିଲେ । ମନକୁ ମନ ଭାବିଲି କାଇଁ ରାତି ଅଧଟାରେ କିଛି ଗୋଟେ କହି ହୁଇସିଲ ମାରି କିଳା ଡାକିବି । ତୁନି ହେଇ ରହିବାଟା ମୋ ପାଇଁ ଭଲ । ଏମିତି କିଛି ଭାବୁଥାଏ, ସେହି ସମୟରେ ପୁଣି ମୋ ଉପରେ ଲଦି ଦେଲେ ପାଦରେ କଣ ପିନ୍ଧିବି ହୁହ । ହାଇ ହିଲ ନା ନର୍ମାଲ ହିଲ । ମଲା ମଣିଷ , ଏ କଥା ଶୁଣି ମୋ ମୁଣ୍ଡ ପୁରା ଟିଣ । କିଛି କହିବା ପୂର୍ବରୁ ପ୍ରେମିକାର (ପୂର୍ବତନ) ନିଜ ଆଡୁ କହିଲେ ଶାଢ଼ୀ ହେଉ କି ଚୁଡ଼ିଦାର । ଯାହା ସହ ବି ହାଇ ହିଲ ପିନ୍ଧିଲେ ସିଏ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବେ । ମୋ ପାଇଁ ସବୁ ଇଛାକୁ ଜଳାଞ୍ଜଳି ଦେଇ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧିବେ ବୋଲି ନିଜେ ନିଜେ ଫାଇନାଲ୍ କରିନେଲେ । ମନେ ମନେ ଭାବୁଥାଏ ବହୁତ କିଛି ….. ..ଯାହା ତାହା ଏଠି ଉଲ୍ଲେଖ କରି ପାରିବିନି । ତା ପର ଦିନ ଫଙ୍କସନ ହେଲା । ସିଏ ବି ମୋତେ କହିଥିବା ମୁତାବଜ ଶାଢ଼ୀ ଆଉ ନର୍ମାଲ ହିଲ ପିନ୍ଧି ଫଙ୍କସଙ୍କୁ ଆସିଲେ । ନାଚ ଗୀତ ହେଲା। ହେଲେ ଅବସୋସ କୋଉଥିରେ ଭାଗ ନେଇ ପାରିଲିନି । କେବଳ ଦର୍ଶକ ସାଜିଲି ଆଉ ତାଳି ମାରିଲି .. । କିଛି ଦିନ ଭିତରେ କଲେଜ ପଢ଼ା ବି ସରିଗଲା। ସିଏ ତା ବାଟରେ। ମୁଁ ମୋ ବାଟରେ ।

ୟା ଭିତରେ କିଛି ବର୍ଷ ବିତି ଗଲାଣି । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀରେ ବି ବହୁତ ପାଣି ବୋହି ଗଲାଣି । ଏମିତିକି କୁଆଖାଇରେ ବି । ସମୟ ବି ବହୁତ ଆଗକୁ ଚାଲିଯାଇଛି । ସେଦିନର ପ୍ରେମିକା ଆଜି ମୋ ପାଇଁ ପୂର୍ବତନ । ମୁଁ ବି ତାଙ୍କ ଏକ୍ସ । କାହିଁକି ହେବନି ଯେ …. ଥାଉ । କାହାଣୀ ଏଇଠି ସରିନି ।

ସେଦିନ ସନ୍ଧ୍ୟାରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବୁଲୁ ବୁଲୁ ହଠାତ ନଜର ପଡିଲା ଗୋଟେ ଝିଅ ଉପରେ । ହାତ କଟା ଧଳା ଟି ଶାର୍ଟ, ବର୍ତ୍ତମାନର କଟା କଟି ହେଇ ଥିବା ଫ୍ୟାସନେବୁଲ ଜିନ୍ସ, ହାତରେ ଆଉ ବେକରେ ଟାଟୁ, ମୁହଁରେ ଡିପ୍‌ ମେକଅପ୍‌, ଓଠରେ ଗୋଲାପୀ ରଙ୍ଗର ଗାଢ଼ ଲିପ୍ସଷ୍ଟିକ, ଧୂସର ରଙ୍ଗର ମୁକୁଳା ବାଳ, ପାଟିରେ ଚୁଇଁଙ୍ଗମ, କଥାରେ ଠୁସ୍‌ ଠାସ୍ ଇଂଲିଶ । ଆରେ ହଁ ଆଉ ଗୋଟେ କଥା ଭୁଲି ଯାଇଥିଲି। ପାଦରେ ହାଇ ହିଲ୍‌ । ଆଉ ଚାଲି ରାମ୍ପ ଉପରେ କ୍ୟାଟ ଉଆକ କଲାପରି । ବହୁତ ସମୟ ଧରି ତାକୁ ଘୁରି ଘୁରି ଚାହିଁଲି । ସିଏ ବି ଚାହିଁଲା । ଶେଷରେ ଏଇ ଚାହାଁ ଚାହିଁ ଭିତରେ ଉପପାଦ୍ୟଟି ସମାଧାନ ହେଲା । ଆରେ ଇଏ ତ ମୋର ସେଇ କଲେଜ ବେଳର ପୂର୍ବତନ ପ୍ରେ…… । ହେଲେ ସିଏ କ’ଣ ଏଇ ବେଶ ଭୁଷାରେ । ତାର ଏଭଳି ରୂପକୁ ଦେଖି ମୁଁ ପୁରାପୁରି ତାଜୁବ…

ଯିଏ କେବେ ଦିନେ ମୋତେ କଲେଜ ବେଳେ କହୁଥିଲା ଡ଼୍ୟାନ୍ସ ବହାନାରେ ମୁଁ କୁଆଡେ ସୀମା ଟପି ଯାଉଛ । ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ମୁଁ କୁଆଡେ ଝିଅଙ୍କ ସହିତ ବେଶୀ କ୍ଲୋଜ ହେଇ ଯାଉଛି । ଆଉ ନାଚୁ ନାଚୁ ଝିଅମାଙ୍କର ଅଣ୍ଟାରେ ସତସତିକା ଧରି ପକଉଛି ବାରମ୍ବାର। ତାକୁ (ପୂର୍ବତନ ପ୍ରେମିକା) କୁଆଡେ ଏ ସବୁ ଜମାରୁ ଭଲ ଲାଗେନି କହୁଥିଲା। ଏମିତି ହେଲେ ମୋତେ କିମା କରି ଦେବ। ପାରସଲ କରିଦେବ ବୋଲି.. ଅନର୍ଗଳ ତାଗିଦ …. କରୁଥିଲା। ଯିଏ ଦିନେ ହାଇ ହିଲ ପିନ୍ଧିଲେ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବ । ସେଥିପାଇଁ ନିଜର ସବୁ ଇଛାକୁ ଜଳାଞ୍ଜଳି ଦେଇ କୁଆଡେ ମୋ ପାଇଁ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧୁଥିଲା । ସିଏ ପୁଣି ଆଜି …..

ହା ହା ହା ହା ହା ହା ହା ହା ହା ହା ହା ହା ହା ହା ….
ମୋ ଗପଟି ସରିଲା ଫୁଲ ଗଛଟି ମଇଲା ।।।

#ଦୁଷ୍ମନ୍ତ_କୁମାର_ବେହେରା
#ଯଶୀପୁର
#ମୟୁରଭଞ୍ଜ
ମୋ – ୯୪୩୭୮୭୯୧୩୧

The post ପ୍ରେମିକାର ହାଇ ହିଲ୍‌… appeared first on Odisha Reporter.

]]>
left bottom 2020-02-09 13:56:00 https://cdn.odishareporter.in/wp-content/uploads/2020/02/09135530/dusmant2.jpg
କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ https://odishareporter.in/odisha/manoj-das-will-get-mystic-kalinga-literary-awards-2020-491795 Thu, 06 Feb 2020 12:58:30 +0000 https://odishareporter.in/?p=491795

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର ମହାପର୍ବ ‘ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ ପାଇବେ ବିଶିଷ୍ଟ କଥାକାର ତଥା ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ମନୋଜ ଦାସ। ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ଦେବେ। ଆସନ୍ତା ଫେବୃଆରୀ ୮ ତାରିଖରୁ ଦୁଇ ଦିନ […]

The post କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର ମହାପର୍ବ ‘ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ ପାଇବେ ବିଶିଷ୍ଟ କଥାକାର ତଥା ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ମନୋଜ ଦାସ।

ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ଦେବେ।
ଆସନ୍ତା ଫେବୃଆରୀ ୮ ତାରିଖରୁ ଦୁଇ ଦିନ ଧରି ଏହି ମହତ୍ସୋବ ଆୟୋଜନ ହେବ।

ଏହି ପୁରସ୍କାର ଘୋଷଣା କରି ଅଲୌକିକ କଳିଙ୍ଗ ମହୋତ୍ସବ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା କହିଥିଲେ ଯେ, ପଦ୍ମ ପୁରସ୍କାରପ୍ରାପ୍ତ ମନୋଜ ଦାସଙ୍କ ସମ୍ଭାଷଣ ଚଳିତ ଅଲୌକିକ କଳିଙ୍ଗ ମହୋତ୍ସବରେ ଶୁଣିବା ସମସ୍ତ ପୁସ୍ତକ ତଥା କଳା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ।

ଚଳିତ ବର୍ଷ ଠାରୁ ଅଲୌକିକ କଳିଙ୍ଗ ମହୋତ୍ସବରେ ଏକ ଲକ୍ଷ ଟଙ୍କା ବିଶିଷ୍ଟ ଦୁଇଟି ପୁରସ୍କାର ପ୍ରଦାନ କରାଯିବ। ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଓଡ଼ିଆ) କେବଳ ଓଡ଼ିଆ ଭାଷାରେ କାଳଜୟୀ ସୃଷ୍ଟି ପାଇଁ ପ୍ରଦାନ ହେବ।

ସେହିପରି ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଭାରତୀୟ ଓ ବିଶ୍ଵ ଭାଷା) ସେହି ସ୍ରଷ୍ଟାଙ୍କୁ ପ୍ରଦାନ କରାଯିବ ଯିଏ ଓଡ଼ିଆ ଭିନ୍ନ ଅନ୍ୟାନ୍ୟ ଭରତୋୟା ଭାଷା କିମ୍ବା ବିଦେଶୀ ଭାଷାରେ ଅନନ୍ୟ ସାହିତ୍ୟ ରଚନା କରିଥିବେ। ଏହି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଖଦି ଉପଢୌକନ ପ୍ରଦାନ କରାଯାଏ।

ଏହି ମହୋତ୍ସବରେ ରାମାକାନ୍ତ ରଥ, ଡଃ ବିଜୟାନନ୍ଦ ସିଂ, ଅଜିତ ଦାସ, ସୁବାସ ପାଣି, ଯତୀନ ନାୟକ, ପିୟୋଶି ବରୁଆ , ଡଃ ଗୌରହରି ଦାସ, ମୁକୁନ୍ଦ ରାଓ, ତମସାରଣୀ ଦାସ, ଅସିତ ମହାନ୍ତି, ରାମଚନ୍ଦ୍ର ବେହେରା, ବିଷ୍ଣୁ ନାରାୟଣ ମହାପାତ୍ର, କେଦାର ମିଶ୍ର, ଶର୍ମିଳା ବିଶ୍ୱାସ ଓ ସୀତାକାନ୍ତ ମହାପାତ୍ର ଭଳି ଖ୍ୟାତିସମ୍ପନ୍ନ କବି ଓ କଥାକାର ନିଜର ସ୍ଵରଚିତ କବିତା ପାଠ କରିବେ। ଏହା ସହିତ ସେମାନେ ଜୟଦେବ, ତୁକାରାମ, ତୁଲସୀଦାସ ଆଦି ମହାନ ସ୍ରଷ୍ଟାଙ୍କ ରଚନା ଉପରେ ମଧ୍ୟ ଆଲୋଚନା କରିବେ।

ପ୍ରତ୍ୟେକ ବର୍ଷ ଅଲୌକିକ କଳିଙ୍ଗ ମହୋତ୍ସବରେ ପୁସ୍ତକ ଓ ଅନେକ ପ୍ରସଙ୍ଗକୁ ନେଇ ଗୁଡ଼ିଏ ଅଧିବେଶନ ହୋଇଥାଏ। ଏହିସବୁ ଅଧିବେଶନଗୁଡ଼ିକରେ ଭାରତ ଓ ବିଶ୍ଵର ସାହିତ୍ୟିକ କୃତି ସମ୍ବନ୍ଧରେ ଜାଣିବାର ଅନେକ ସୁଯୋଗ ମିଳିଥାଏ। ଚଳିତ ବର୍ଷ ପ୍ରାୟ ୧୦ ଟି ପୁସ୍ତକ ଏହି ମହୋତ୍ସବରେ ଲୋକାର୍ପିତ ହେବ।

ଯେଉଁ ବ୍ୟକ୍ତିମାନେ କେନ୍ଦେରା, ଧୁଡୁକି, ଖଞ୍ଜଣି ଆଦି ବଜାଇ ପାରୁଥିବେ କିମ୍ବା ଚକୁଳିଆ ପଣ୍ଡା, ପାଲା ଗାୟକଙ୍କ ପରି ଲୋକଗୀତ ପରିବେଷଣ କରି ପାରୁଥିବେ ସେମାନଙ୍କୁ ଚଳିତ ଅଲୌକିକ କଳିଙ୍ଗ ମହୋତ୍ସବରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଉଛି। ଏ ବର୍ଷ ପ୍ରାୟ ୨୦୦ରୁ ଅଧିକ କଳାକାର ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଓଡ଼ିଆ ଡାଏରୀ ଫାଉଣ୍ଡେସନ ଓ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ପ୍ରତିବର୍ଷ ଅଲୌକିକ କଳିଙ୍ଗ ମହୋତ୍ସବ ପାଳିତ ହେଉଛି। ବିଶ୍ଵ ସାହିତ୍ୟ ତଥା ଭାରତୀୟ ସାହିତ୍ୟ ଓ ଓଡ଼ିଆ ସାହିତ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂରେଇବା ଏହି ମହୋତ୍ସବର ଉଦ୍ଦେଶ୍ୟ। ଅଳ୍ପ କିଛି ବର୍ଷ ଧରି ଏହାର ଆୟୋଜନ ହେଉଥିଲେ ମଧ୍ୟ ଏହା ଭାରତର ଏକ ପ୍ରମୁଖ ସାହିତ୍ୟ ଓ କଳା ମହୋତ୍ସବ ରୂପେ ପରିଗଣିତ ହୋଇଛି ।

The post କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ appeared first on Odisha Reporter.

]]>
right top 2020-02-06 18:28:30 https://cdn.odishareporter.in/wp-content/uploads/2020/02/06182808/eb.jpg
ନିରିମାଖି ଝିଅଟିଏ https://odishareporter.in/literature-culture/a-pathetic-story-by-raja-kishor-dakua-490126 Sun, 02 Feb 2020 11:57:32 +0000 https://odishareporter.in/?p=490126

ମଣିଷ ଜନ୍ମଟା କ’ଣ ତା’ର ପୂର୍ବ ଜନ୍ମର ଫଳ? ଭଗବାନ କାହାକୁ ଧନୀ ଘରେ ଜନ୍ମ ଦିଅନ୍ତି ତ କାହାକୁ ଦରିଦ୍ର ଘରେ ଜନ୍ମ ଦେଇଥା’ନ୍ତି। ତେବେ ଦରିଦ୍ର ବା ଗରିବ ଘରେ ଜନ୍ମ ହେବଟା କ’ଣ ଅଭିଶାପ ? କାହିଁକି ଏ ଅବିଚାର ? କିଏ ସୁନା ଥାଳିଆରେ ଖାଉଚି ତ କାହାକୁ ଭଙ୍ଗା ଖପରାରେ ଗଣ୍ଡେ ମିଳୁନି । କିଏ ରାଜମହଲର ରୂପାର ଚାନ୍ଦୁଆ ତଳେ ଗଜଦନ୍ତ ପଲଙ୍କରେ ଆରାମ କରେ ତ ଆଉ […]

The post ନିରିମାଖି ଝିଅଟିଏ appeared first on Odisha Reporter.

]]>

ମଣିଷ ଜନ୍ମଟା କ’ଣ ତା’ର ପୂର୍ବ ଜନ୍ମର ଫଳ? ଭଗବାନ କାହାକୁ ଧନୀ ଘରେ ଜନ୍ମ ଦିଅନ୍ତି ତ କାହାକୁ ଦରିଦ୍ର ଘରେ ଜନ୍ମ ଦେଇଥା’ନ୍ତି। ତେବେ ଦରିଦ୍ର ବା ଗରିବ ଘରେ ଜନ୍ମ ହେବଟା କ’ଣ ଅଭିଶାପ ? କାହିଁକି ଏ ଅବିଚାର ? କିଏ ସୁନା ଥାଳିଆରେ ଖାଉଚି ତ କାହାକୁ ଭଙ୍ଗା ଖପରାରେ ଗଣ୍ଡେ ମିଳୁନି । କିଏ ରାଜମହଲର ରୂପାର ଚାନ୍ଦୁଆ ତଳେ ଗଜଦନ୍ତ ପଲଙ୍କରେ ଆରାମ କରେ ତ ଆଉ କିଏ ରାସ୍ତା କଡ଼ ଗଛ ମୂଳକୁ ଭରସା କରି ରହିଥାଏ । କିଏ ଚିକିମିକିଆ ପୋଷାକ ପିନ୍ଧି ଆଖି ଝଲସାଉ ଥାଏ ତ କିଏ ଫୁଙ୍ଗୁଳା ଦେହରେ ଇଜ୍ଜତ ବଂଚେଇବାକୁ ଖଣ୍ଡେ ଛିଣ୍ଡା କପଡ଼ା ପରିଧାନ କରିବାକୁ ପାଏନି । ଏହା ହେଉଛି ଦାରିଦ୍ର‌୍ୟର ଗୋଟେ ଗୋଟେ ନମୂନା । ଜଣେ ଗରିବ ଲୋକକୁ କାହିଁକି ଏ ସମାଜ ହୀନ ଚକ୍ଷୁରେ ଦେଖୁଛି । ଦାରିଦ୍ର‌୍ୟ ଭିତରେ ଶଢ଼ି ଶଢ଼ି ବୁଢ଼ୀ ମାଆଟା ଆଖି ବୁଜିଦେଲା । ଭିକ୍ଷାବତ୍ତି କରିବାକୁ ଯାଇ ବୁଢ଼ା ବାପାଟା ଗାଡ଼ି ଧକ୍କାରେ ଆରପାରିକୁ ଚାଲିଗଲା । ଭାଇ-ଭଉଣୀ ଦୁଇଟା ଭୋକ ଉପାସରେ ବାର ଦୁଆର ହେଉଥିଲେ । ଆହା ପଦେ କହିବାକୁ କେହି ନାହାନ୍ତି । ଯଦି ଏ ସମାଜ ସେମାନଙ୍କ କର୍ମ ଫଳ ବୋଲି କହିବ ତେବେ କାହାର କର୍ମ ଫଳ ଏଇ ପିଲା ଦୁଇଟା ଭୋଗୁଛନ୍ତି । ବାପା, ନା ମା’, ନା ଏଇ ପିଲା ଦୁଇଜଣଙ୍କର କର୍ମ ଫଳ । ଶେଷରେ ଛୋଟ ଭାଇଟା ମଧ୍ୟ ଧୋକା ଦେଇଦେଲା ।

ଧନୀ ଶ୍ରେଣୀର ଲୋକମାନେ ନିଜର ଶୌକ ପାଇଁ ଘରେ କୁକୁର ପୋଷିଥା’ନ୍ତି । ତାକୁ ସାଙ୍ଗରେ ଖୁଆନ୍ତି, ଶେଯରେ ଶୁଆନ୍ତି, ବରାବର ଡାକ୍ତରୀ ପରୀକ୍ଷା କରାନ୍ତି, ଚିକେନ୍‌, ମଟନ ଖାଇବାକୁ ଦିଅନ୍ତି । କିନ୍ତୁ କୌଣସି ଅନାଥ ପିଲା ଯଦି ମୁନ୍ଦାଏ ଥଣ୍ଡା ପାଣି ପିଇବାକୁ ମାଗେ ତା’ ଉପରକୁ ଗରମ ପାଣି ଫୋପଡ଼ାଯାଏ । ସମାଜରେ ପ୍ରମୁଖ ବ୍ୟକ୍ତି ଭାବେ ନାଁ ବୋଲାଉଥିବା ଲୋକଙ୍କର ଏ ସମାଜ ପ୍ରତି କ’ଣ ଏଇ କର୍ତ୍ତବ୍ୟ । ସେ ନେଇ ଅନେକ ପ୍ରଶ୍ନ…….

ଏକ ନିପଟ ତଳିଆ ଗାଁରେ ବାପା, ମା’, ପୁଅଟାଏ, ଝିଅଟାଏ ମିଶି ୪ ଜଣ ବାସ କରୁଥିଲେ। ଛୋଟ ଛୋଟ ପିଲା ଦୁଇଟି । ବାପା, ମାଆ ଦୁହେଁ ରୋଗଗ୍ରସ୍ତ । ତଥାପି ବାପାଟି କିଛି କାମ ଧନ୍ଦା କରି ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରେ । ନିଜ ପାଇଁ କିମ୍ବା ସ୍ତ୍ରୀ ପାଇଁ ଔଷଧ ଟୋପାଏ ଆଣିପାରେନି । ଏମିତି ବହୁ ଦୁଃଖ କଷ୍ଟରେ ଚଳିବା ପରେ ସହରକୁ ଚାଲି ଆସିଲେ ଅଧିକ କିଛି କାମ କରି ରୋଜଗାର କରିବାକୁ । ରାସ୍ତା କଡ଼ରେ ଜରି ପାଲଟିଏ ଟାଣି ତାରି ଭିତରେ ଚାରିଜଣଯାକ ରହୁଥିଲେ । ଛୋଟ ପୁଅଟିକୁ ଧରି ବାପା ଖାଦ୍ୟ ଅନ୍ୱେଷଣରେ ବାହାରିଲେ । ଦୁହେଁ ଭୋକରେ ଆଉଟୁ ପାଉଟୁ ହେଲେଣି । ଦୁହେଁ ଯାଇ ଏକ ଅଳିଆ ଗଦା ପାଖରେ ପହଂଚିଲେ । ସେଇ ସମୟରେ ଜଣେ ଭଦ୍ର ମହିଳା ପଲିଥିନରେ କିଛି ଆବର୍ଜନା ଆଣି ସେଠାରେ ପକାଇ ଚାଲିଗଲେ । ଲୋକଟି ସେଇ ଜରିରେ କ’ଣ ଅଛି ବୋଲି ଭାବି ଦେଖେତ ସେଥିରେ ୪ଟି ରୁଟି ଆଉ କିଛି ତରକାରୀ ଅଛି । ତରକାରୀ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ହେଲେ ଲୋକଟି ଆନନ୍ଦରେ ତାହାକୁ ନେଇ ଆସିଲା । ବାପା-ପୁଅ ଦୁହେଁ ବସି ଅତି ଆନନ୍ଦରେ ଖାଇଲେ । ପୁଅଟିକୁ ଭାରି ଶୋଷ ହେଲା । ଏହା ସହ କାଶି କାଶି ନୟାନ୍ତ ହେଇଯାଉଥାଏ । ବାପା ପାଣି ଟୋପାଏ ଆଣିବାକୁ ଏ ଦୁଆର ସେ ଦୁଆର ହେଲା । ପାଣି ଟୋପାଏ ପାଇଁ ସବୁ ଦୁଆରୁ ନିରାଶ ହୋଇ ଫେରିବା ପରେ ଆଉ ଏକ ଦୁଆରେ ଯାଇ ପହଂଚିଲେ । ସେହି ଘରୁ ଜଣେ ଭଦ୍ର ମହିଳା କିଛି ପାଣି ଏକ ପାତ୍ରରେ ନେଇକି ଆସିଲେ । ଲୋକଟି ଦେଖି ଖୁସି ହୋଇଗଲା ।

ହେଲେ ଭଦ୍ର ମହିଳା ଜଣକ ସେଇ ପାଣିକୁ ଲୋକଟି ଉପରକୁ ରାଗରେ ଫୋପାଡ଼ି ଦେଲେ । ଲୋକଟି ଛଟପଟ ହେଇଯାଉଥାଏ । ଛିଣ୍ଡା ଗାମୁଛାରେ ଦେହ ମୁହଁକୁ ପୋଛି ପକାଉଥାଏ । ହାତକୁ, ଗୋଡ଼କୁ ଫୁଙ୍କି ପକାଉଥାଏ । କାରଣ ସେ ପାଣି ଥଣ୍ଡା ନଥିଲା, ଥିଲା ଗରମ । ଫୁଟନ୍ତା ଗରମ ଜଳର ଜ୍ୱାଳା ସହି ପାରୁନଥାଏ । ଜୀବନ ବିକଳରେ ସେଠାରୁ ଦୌଡ଼ି ଆସିଲା । ତେବେ ଇଏ କ’ଣ ମଣିଷ ପଣିଆ ? ଯଦି ଜଣକୁ ମୁନ୍ଦାଏ ଥଣ୍ଡା ଜଳ ଦେଇପାରୁନ, ତେବେ ତା’ ଉପରକୁ ଗରମ ପାଣି ଫୋପାଡ଼ିବାକୁ ଅଧିକାର ଦେଲା କିଏ ? ଯଦି କାହାର ଉପକାର କରିନପାରୁଛ ତେବେ କାହାର ଅପକାର ଚିନ୍ତା କର ନାହିଁ ।

ଲୋକଟି ଆତ୍ମା ବିକଳରେ ଦୌଡ଼ି ଦୌଡ଼ି ଯାଉଥିଲା । ହେଲେ ଭାଗ୍ୟର ବିଡ଼ମ୍ବନା । ଦୁଃଖ ମଣିଷକୁ ଯେତେବେଳେ ଗ୍ରାସ କରେ ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବକୁ ସାଙ୍ଗରେ ନେଇକି ଆସେ । ଠିକ୍ ସେତିକିବେଳେ ବିପରୀତ ଦିଗରୁ ଏକ ଗାଡ଼ି ଆସୁଥିଲା । ଲୋକଟି ସହ ଜୋର୍‌ରେ ଧକ୍କା ହେଲା । ପରିବାରର ଆଖି ସାମ୍‌ନାରେ ଲୋକଟି ଆରପାରିକୁ ଚାଲିଗଲା । ସିଏ ଚାଲିଗଲା, ଏ ଦୁଃଖର ସଂସାରରୁ ତରିଗଲା । ହେଲେ ଲୁହଭରା ତିନୋଟି ଜୀଅନ୍ତା ଶବକୁ ଛାଡ଼ି ଚାଲିଗଲା । ବର୍ତମାନ ଘରେ ତିନି ଜଣଙ୍କ ମଧ୍ୟରୁ ମା’ଟି ରୋଗୀଣା, ପୁଅଟି ୫-୬ ବର୍ଷର ଛୋଟ ପିଲାଟିଏ । ୧୨-୧୩ ବର୍ଷର ଝିଅଟି ଉପରେ ପରିବାରର ବୋଝ ଲଦି ହେଇଗଲା ।

ୟାରି ଭିତରେ ୩ ଜଣ ଯାକର ଉପବାସରେ ୪-୫ ଦିନ ବିତିଗଲାଣି । ସେପଟେ ମା’ଟି ବିଛଣାରୁ ଉଠୁନି । ଏପଟେ ଛୋଟ ଭାଇଟି ଭୋକରେ ଆଉଟୁ ପାଉଟୁ ହୋଇ ନିରିହ ମୁହଁରେ ଭଉଣୀକୁ ଚାହିଁ ରହିଛି । ସତେକି ମୋତେ ଖାଇବାକୁ ଗଣ୍ଡାଏ ଦିଏ ବୋଲି କହୁଛି । ଝିଅଟିର ଆଖିରୁ ଧାର ଧାର ଅଶ୍ରୁ ନିଗିଡ଼ି ପଡ଼ୁଥାଏ । ଦୁଃଖର ଯନ୍ତ୍ରଣାକୁ ଅନ୍ତରରେ ଚାପି ରଖି ଆଖିରୁ ଲୁହ ପୋଛି ବାହାରକୁ ଆସିଲା । କିଛି କାମ ଧନ୍ଦା ପାଇଁ ବାହାରିଲା । ସେଦିନ ଏକ ଜଳଖିଆ ଦୋକାନରେ ପ୍ଲେଟ୍ ସଫା କରି କିଛି ବଳକା ଜିନିଷ ଓ କିଛି ପଇସା ଆଣିଲା । ସେଇ ପଇସାରେ ମା’ ପାଇଁ ଔଷଧ ଆଣି କୁଡ଼ିଆରେ ପହଂଚିଲା । ଯାହା ହେଉ ସେଦିନ ବିତିଗଲା । ଏମିତି କିଛି ଦିନ ହୋଟେଲ, ଜଳଖିଆ ଦୋକାନରେ କାମ କରି ଚଳିଯାଆନ୍ତି । ହେଲେ ଏପଟେ ମା’ର ଆବସ୍ଥା ଦିନକୁ ଦିନ ସଙ୍ଗୀନ ଆଡ଼କୁ ଗତି କଲାଣି । ମା’କୁ ଔଷଧ ଟିକିଏ ଦେଇପାରୁନି କି କାହା ପାଇଁ ଖଣ୍ଡେ ଲୁଗା କିଣିପାରୁନି । ମାଗି ଯାଚି ଲୁଗା ଖଣ୍ଡେ ଆଣି ପିନ୍ଧୁଛନ୍ତି । ତା’ ପରେ ଝିଅଟି ଜଣେ ବିଶିଷ୍ଟ ବିତ୍ତଶାଳୀ ବ୍ୟକ୍ତିଙ୍କ ଘରେ ଚାକରାଣୀଭାବେ କାମ କଲା । ଘରର ସମସ୍ତ କାମ କରେ । ଫେରିଲା ବେଳେ କିଛି ବଳକା ଖାଦ୍ୟ ନେଇ ଘରକୁ ଫେରେ । ସେଥିରେ ତିନି ଜଣ ବଂଚନ୍ତି ।

ଏକଦା ସେହି ବିତ୍ତଶାଳୀଙ୍କ ଘରେ କୌଣସି ଏକ ପାର୍ଟି(ଭୋଜି)ର ଆୟୋଜନ ହୋଇଥିଲା । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଧନୀ ମାନି ଲୋକମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ । ନାନାଦି ପ୍ରକାର ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ସେହି ଦିନ ଏହି ଝିଅଟି ଉପରେ ବହୁତ କାମର ଚାପ ପଡ଼ିଯାଇଥିଲା । ତଥାପି ମାଲିକ, ମାଲିକାଣିଙ୍କ ହୁକୁମ୍ ଆଉ ଭୟରେ ସବୁ କାମ କଲା । ଭୋଜିରେ ବିଭିନ୍ନ ପ୍ରକାର ଆଇଟମ୍‌ର ବାସ୍ନା ଆଘ୍ରାଣ କରୁଥାଏ । ପ୍ଲେଟ୍ ଉଠାଇଲାବେଳେ ସବୁ ଦେଖୁଥାଏ, ହେଲେ ଏ ପର୍ଯ୍ୟନ୍ତ ସ୍ୱାଦ ମଧ୍ୟ ଜାଣିପାରିଲାନି । ଭାବିଲା ଶେଷରେ କିଛି ଖାଦ୍ୟ ଘରକୁ ନେଇକି ଯିବ । ମା’, ଭାଇ ଓ ସେ ଖାଇବେ । ସମସ୍ତ ଅତିଥି ଖାଇସାରି ଯିଏ ଯାହା ଘରକୁ ଚାଲିଗଲେ । ଆଉ ଅଳ୍ପ କିଛି ଖାଦ୍ୟ ବଳକା ଥିଲା । ଭାରି ଆନନ୍ଦରେ ଭାବିଲା କିଛି ଖାଇ ଆଉ କିଛି ଘରକୁ ନେବ ବୋଲି ।

ହେଲେ ମାଲିକାଣି ଆସି କୁକୁରଟା ଖାଇ ନାହିଁ ବୋଲି ବ୍ୟସ୍ତ ବିବ୍ରତ ହୋଇ ବଳକା ଖାଦ୍ୟ କିଛି ଫ୍ରିଜ୍‌ରେ ରଖିଦେଇ ଆଉ ସବୁ କୁକୁରକୁ ଖାଇବାକୁ ଦେବା ପାଇଁ ଝିଅଟିକୁ ନିର୍ଦ୍ଦେଶ ଦେଇଦେଲେ । ହେଲେ ପିଲାଟା କାମ କରି କରି ନୟାନ୍ତ ହେଲାଣି କିନ୍ତୁ କିଛି ଖାଇଚି କି ନାହିଁ ସେଥିପ୍ରତି ଦୃଷ୍ଟି ନାହିଁ । ପିଲାଟି ଯୋଉ ଖୁସିରେ ଖାଇବା ପାଇଁ ଯାଉଥିଲା ଏଥର ତା’ ମନ ମଉଳିଗଲା । କିଛି କହିବା ପାଇଁ ତା’ର ସାହସ ନାହିଁ । ସେଠାରେ ସବୁ କାମ ଧନ୍ଦା କରି ଘରକୁ ଫେରିଲା । ଘରେ ଆସି ଦେଖେତ ମା’ର ଅବସ୍ଥା ଶୋଚନୀୟ । ମା’ କାଶି କାଶି ନୟାନ୍ତ ହୋଇଗଲାଣି । ଘରେ ଛୋଟ ଭାଇଟା ଅବା କ’ଣ କରିପାରିବ । ଏପଟେ ନଖାଇ ନପିଇ ଭୋକ ତାକୁ ପରିହାସ କଲାଣିା ସେପଟେ ମା’ର ଏଇ ଅବସ୍ଥା । ଭାବିଲା ଔଷଧ ଟିକିଏ ମା’କୁ ଖୁଆଇ ଦେବ । ଦେଖେତ ସେଥିରେ ଔଷଧ ନାହିଁ । ଶେଷରେ କାଶି କାଶି ମାଆ ଆରପାରିକୁ ଚାଲିଗଲା । ପୁଣି ଦୁଃଖ ପରେ ଦୁଃଖ ଘୋଟିଗଲା । ବୋଝ ଉପରେ ପଥରଟାଏ ପୁଣି ଲଦି ହୋଇଗଲା ।

ବର୍ତମାନ ଭାଇ-ଭଉଣୀ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ରହିଥାନ୍ତି । ଭାଈଟିର ବିକଳାଙ୍ଗ ଚେହେରା, ମାଆର ମୃତ ଦେହ ଦେଖି ଭାଙ୍ଗି ପଡ଼ୁଥାଏ । ତଥାପି ଛାତିକୁ ପଥର କରି ମା’ର ଶବକୁ ସତ୍କାର କରିଦେଲା । ତା’ ପାଇଁ ଆଉ ଗୋଟେ ଯୁଦ୍ଧ ଆରମ୍ଭ ହୋଇଗଲା । ଏଇ ଜୀବନ ଯୁଦ୍ଧରେ ସିଏ ଜିତିବ କି ହାରିବ କଳନା କରିପାରୁ ନଥାଏ । ସତରେ ସେ କ’ଣ ଜିତିବ ନା’ ହାରିଯିବ ! ଏମିତି ଅନେକ ପ୍ରଶ୍ନ ତା’ ମନରେ ଉଙ୍କି ମାରୁଥାଏ । ଏମିତି ବିତିଗଲା କିଛି ଦିନ କିଛି ରାତି । ସତରେ କ’ଣ ଜୀବନରେ ଦୁଃଖଟା କେବେ ଅପସରି ଯାଏନି ? ହଁ ! ସତକଥା । ଜୀବନର ଦୁଃଖଟା କେବେ ବି ଅପସରି ଯାଏନି । ତାହା ଯିବା ପରିବର୍ତେ ତାର ପସରା ମେଲିଦିଏ । ନହେଲେ ନିରିହ ଭାଇ-ଭଉଣୀ ଦୁଇଟା କାହିଁକି ଦୁଃଖର ଜଳଭରା ନଦୀରେ ଉବୁଟୁବୁ ହେଉଥାନ୍ତେ । କପାଳ ଲିଖନ କେ କରିବ ଆନ । ବର୍ତ୍ତମାନ ନିରାଶ୍ରୟ, ଲୁହ ବୋହୁଥିଲେ ମଧ୍ୟ ପୋଛି ଦେବାକୁ କେହି ନାହାନ୍ତି । ନିଗିଡ଼ା ଲୁହକୁ ପୋଛି ପୋଛି ଆଉ ଲୁହ ବୋହୁନି । ଆଖିରେ ବନ୍ଧ ପଡ଼ିଗଲାଣି । ଦୁଃଖ ଦୁଃଖ ଦୁଃଖ । ପୁଣି ଏକ ଦୁଃଖ ଆସି ପହଂଚିଗଲା । ଛୋଟ ଭାଇଟା ରୋଗ ଶଯ୍ୟାରେ ପଡ଼ିଗଲା । ଭୀଷଣ ଜ୍ୱରରେ କମ୍ପୁଥାଏ । ଦିନକୁ ଦିନ ତା’ ଅବସ୍ଥା ସଙ୍ଗୀନ ଆଡ଼କୁ ଗତି କରୁଥାଏ । ଦେହ ହାତ କ୍ଷିଣ ହେବାରେ ଲାଗିଲା । ଭଉଣୀ ପାଖରେ ସେତିକ ଅର୍ଥ ନାହିଁ ବିକଳାଙ୍ଗ, ରୋଗା ଗ୍ରସ୍ତ ଭାଇଟାକୁ ଡାକ୍ତରଖାନା ନେବାକୁ କି ଔଷଧ ଟିକିଏ ଆଣିବାକୁ । ଶେଷରେ ଛୋଟ ଭାଇଟା ମଧ୍ୟ ଭଉଣୀର ହାତ ଛାଡ଼ି ଆରପାରିକୁ ଚାଲିଗଲା । ଝିଅଟି ବର୍ତମାନ ଏକା, ନିଃସ୍ୱ, ଅସହାୟ ହୋଇଗଲା ।

ଜୀବନର ଚଲାପଥରେ ଚାଲୁ ଚାଲୁ ଏକା ହୋଇଗଲା । ଥକି ପଡ଼ିଲା । ଏକ ଅପନ୍ତରା ଗାଁରୁ ଅଜଣା ସହରକୁ ଆସି ଅସହାୟ ଭାବେ କିପରି ଦିନ କାଟିବ ଗୁମୁରି ହେଉଥାଏ। ଛିଣ୍ଡା କତରା ଉପରେ ଗୋଡ଼ ଦୁଇଟାକୁ ଲମ୍ବାଇ ପୋତା ହୋଇଥିବା ବାଉଁଶକୁ ଆଉଜି ବସି ଉପରକୁ ଚାହିଁ ଆକାଶର ତାରାଗୁଡ଼ିକୁ ଏକ ଲୟରେ ଦେଖୁଚି । ଆଉ ସେହି ତାରାମାନଙ୍କ ମଧ୍ୟରେ ତା’ ବାପା, ମା’, ଛୋଟ ଭାଇଙ୍କୁ ଖୋଜୁଛି । ଦେଖିଲେ ପଚାରିବ ମୁଁ ତୁମର କ’ଣ ଦୋଷ କରିଥିଲି ? କାହିଁକି ମୋତେ ଏଇ ଦଣ୍ଡ ଦେଲ ? ଏଇ ଅଜଣା ସହରରେ ମୁଁ କିପରି ନିଜକୁ ବଂଚେଇବି ? ଉତ୍ତର ମାଗିବ କାହାକୁ ? କ’ଣ ତା’ର ଦାରିଦ୍ର‌୍ୟ ତାକୁ ଉତ୍ତର ଦେଇପାରିବ ? ସେମିତି ଘନ ଅନ୍ଧକାର ମଧ୍ୟରେ ଜୁଳୁଜୁଳିଆ ପୋକର ଆଲୋକକୁ ନିରେଖି ଚାହିଁ ରହିଛି ଏକ ଅପନ୍ତରା ଗାଁର “ନିରିମାଖି ଝିଅଟି”……….

ରାଜକିଶୋର ଡାକୁଆ
ଜଗନ୍ନାଥ ପ୍ରସାଦ, ସିକ୍ରିଡ଼ା, ନୂଆଗାଁ, ନୟାଗଡ଼
ମୋ-୭୨୦୫୭୫୫୮୯୩

The post ନିରିମାଖି ଝିଅଟିଏ appeared first on Odisha Reporter.

]]>
left bottom 2020-02-02 17:27:32 https://cdn.odishareporter.in/wp-content/uploads/2020/02/02172636/dakuaa.jpg
ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ https://odishareporter.in/nation-world/pondy-cm-felicitates-padma-awardee-manoj-das-488310 Tue, 28 Jan 2020 15:27:29 +0000 https://odishareporter.in/?p=488310

ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ସାହିତ୍ୟ ଓ ଶିକ୍ଷା ବିଭାଗରେ ପଦ୍ମଭୂଷଣ ପାଇଁ ମନୋନୀତ ମନୋଜ ଦାସ ପୂର୍ବରୁ ପଦ୍ମଶ୍ରୀ ପାଇସାରିଛନ୍ତି। ଆଜି ନାରାୟଣସାମୀ ତାଙ୍କୁ ଭେଟିବା ଅବସରରେ ଶିକ୍ଷାମନ୍ତ୍ରୀ ଆର କମଲାକର୍ଣ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ […]

The post ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>

ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି।

ସାହିତ୍ୟ ଓ ଶିକ୍ଷା ବିଭାଗରେ ପଦ୍ମଭୂଷଣ ପାଇଁ ମନୋନୀତ ମନୋଜ ଦାସ ପୂର୍ବରୁ ପଦ୍ମଶ୍ରୀ ପାଇସାରିଛନ୍ତି। ଆଜି ନାରାୟଣସାମୀ ତାଙ୍କୁ ଭେଟିବା ଅବସରରେ ଶିକ୍ଷାମନ୍ତ୍ରୀ ଆର କମଲାକର୍ଣ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଂସଦୀୟ ସଚିବ କେ ଲକ୍ଷ୍ମୀନାରାୟଣନ୍ ମଧ୍ୟ ଉପସ୍ଥିତ ରହି ମନୋଜ ଦାସଙ୍କୁ ସମ୍ମାନୀତ କରିଥିଲେ। ମନୋଜ ଦାସ ଓଡ଼ିଶା ଜନ୍ମିତ ଏବଂ ବର୍ତ୍ତମାନ ଶ୍ରୀ ଅରବିନ୍ଦ ଆଶ୍ରମଠାରେ ରହୁଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପୁଡୁଚେରୀ ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ରାଜଭବନଠାରେ ମନୋଜ ଦାସଙ୍କ ସହ ପଦ୍ମଶ୍ରୀ ପାଇଁ ମନୋନୀତ ପୁଡୁଚେରୀର ଟେରାକୋଟା ଶିଳ୍ପୀ ଭିକେ ମୁନୁସାମୀଙ୍କୁ ସମ୍ମାନିତ କରିଥିଲେ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ରାଜଭବନଠାରେ ଆୟୋଜିତ ଟି ପାର୍ଟିରେ ଏହା ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ତେବେ ଏ ବାବଦରେ ମୁଖ୍ୟମନ୍ତ୍ରୀ ବା ଅନ୍ୟ ମନ୍ତ୍ରୀମାନେ କାହାକୁ ଆଗୁଆ ସୂଚନା ନଥିବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଉତ୍‌କ୍ଷିପ୍ତ ହୋଇ କାର୍ଯ୍ୟକ୍ରମ ଅଧାରୁ ଉଠିଆସିଥିଲେ।

ଏହାପରେ ଆଜି ମନୋଜ ଦାସଙ୍କ ବାସଭବନରେ ନିଜେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟପକ୍ଷରେ ପଦ୍ମଶ୍ରୀ ପାଇଁ ମନୋନୀତ ପୁଡୁଚେରୀର ଟେରାକୋଟା ଶିଳ୍ପୀ ଭିକେ ମୁନୁସାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମ ଅଧାରୁ ମୁଖ୍ୟମନ୍ତ୍ରୀ ଚାଲିଯିବାକୁ ପଦ୍ମ ପୁରସ୍କାର ବିଜେତାଙ୍କ ଅସମ୍ମାନ କହି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କିରଣ ବେଦୀ। ଏନେଇ ମନୋଜ ଦାସ କହିଛନ୍ତି,“ଅପମାନ ନୁହେଁ, ଉଭୟଙ୍କ ମଧ୍ୟରେ ବିବାଦ ପାଇଁ ଏମିତି ସ୍ଥିତି ଉପୁଜିଥିଲା। ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋ ଘରକୁ ଆସି ସମ୍ମାନିତ କରିଛନ୍ତି।”

The post ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>
left bottom 2020-01-28 20:57:29 https://cdn.odishareporter.in/wp-content/uploads/2020/01/28205528/Manoj-das-3.jpg
ଭଲ ପାଇଲେ ଭୁଲି ହୁଏନା… https://odishareporter.in/literature-culture/a-love-story-by-pradesh-pratyush-2-479691 Sun, 05 Jan 2020 11:57:05 +0000 https://odishareporter.in/?p=479691

ବିଗ୍ରହ “ମୁଁ ତୁମକୁ କେବେ ବି ଭୁଲି ପାରିବିନି। ତୁମେ ମୋର ପ୍ରଥମ ସ୍ପର୍ଶ , ପ୍ରଥମ ସଂପର୍କ ଏବଂ ମୋ ଜୀବନର ପ୍ରଥମ ଓ ଶେଷ ପ୍ରତିଶୃତି ଓ ପ୍ରତୀକ୍ଷା।ମୋର ବୟସର ଉପବନରେ ତମେ ମୋର ମୃଦୁ ମଳୟ । ” ସେଦିନ ବୀଣା ଏମତି ସବୁ କଥା ଲେଖିଥିଲା ଚିଠିରେ। ମୁଁ ମହା ଆନନ୍ଦରେ ହୃଦୟରେ ସାଇତି ଥିଲି ତାର ଏହି ପ୍ରୀତି ବୋଳା କଥାକୁ। ବୀଣା ଥିଲା , ମୋର ପାଖ ଗାଁର […]

The post ଭଲ ପାଇଲେ ଭୁଲି ହୁଏନା… appeared first on Odisha Reporter.

]]>

ବିଗ୍ରହ “ମୁଁ ତୁମକୁ କେବେ ବି ଭୁଲି ପାରିବିନି। ତୁମେ ମୋର ପ୍ରଥମ ସ୍ପର୍ଶ , ପ୍ରଥମ ସଂପର୍କ ଏବଂ ମୋ ଜୀବନର ପ୍ରଥମ ଓ ଶେଷ ପ୍ରତିଶୃତି ଓ ପ୍ରତୀକ୍ଷା।ମୋର ବୟସର ଉପବନରେ ତମେ ମୋର ମୃଦୁ ମଳୟ । ”

ସେଦିନ ବୀଣା ଏମତି ସବୁ କଥା ଲେଖିଥିଲା ଚିଠିରେ। ମୁଁ ମହା ଆନନ୍ଦରେ ହୃଦୟରେ ସାଇତି ଥିଲି ତାର ଏହି ପ୍ରୀତି ବୋଳା କଥାକୁ।

ବୀଣା ଥିଲା , ମୋର ପାଖ ଗାଁର ଝିଅ। ମୁଁ ସେତେବେଳେ କଲେଜରେ ଯୁକ୍ତ ୨ରେ ପଢୁଥିଲି। ଆଉ ବୀଣା ପଢୁଥିଲା ଦଶମରେ। ବୀଣାର ଗାଁକୁ ମୁଁ ନିତି ସକାଳେ ସନ୍ଧ୍ୟାରେ ଟ୍ୟୁସନ କରିବାକୁ ଯାଉଥିଲି। ନିତି ସେହି ଗାଁକୁ ଟ୍ୟୁସନ କରିଯିବା ଭିତରେ ବୀଣାର ଗାଁର ଲୋକଙ୍କ ସହ ମୋର ଖୁବ୍‌ ଆତ୍ମୀୟତା ଆସିଯାଇଥିଲା। ସେହି ଗାଁର ପିଲାମାନେ ମୋତେ ସାର୍ ସାର୍ କହି ବହୁତ ସମ୍ମାନ ଦେଉଥିଲେ।ବୀଣାର ଜଣେ ସଂମ୍ପର୍କୀୟ ଭାଇ ମୋର ବନ୍ଧୁତା ହୋଇଯାଇଥିଲା।ଫଳରେ ତାଙ୍କ ଘରକୁ ଯିବା ବେଳେ ବୀଣା ସହ ଦେଖାହୁଏ।

ବୀଣା ସହ ଦେଖା ହୁଏ , ହେଲେ କେବେ କଥା ହୁଏନି। ବୀଣା ବି ସେମିତି। ଦେଖି ନଦେଖିଲା ଭଳି ହସି ଦେଇ ପଳାଏ। ଏମିତି ଭାବେ ଦିନ ମାସ , ବର୍ଷ ବିତିଗଲା। ବୀଣାର ଘର ଲୋକେ ମୋତେ ଖୁବ୍ ଭଲ ପାଉଥିଲେ। ବୀଣାର ବୋଉ ମୋତେ ତାଙ୍କ ଘରକୁ ଡାକନ୍ତି , ଯେତେବେଳେ ଦେଖନ୍ତି। ଏମିତି ଭାବେ ଧିରେ ଧିରେ ଆଗ ଅପେକ୍ଷା ମୁଁ ଅଧିକ , ବୀଣାର ଘରକୁ ଗଲି।

ମୁଁ ବିଭିନ୍ନ ସାପ୍ତାହିକ ପତ୍ରିକା କିଣି ପଢ଼ାପଢ଼ି କରେ। ବୀଣା ନିଜେ କେବେ ମୋତେ ନମାଗି ପିଲାଙ୍କ ହାତରେ ମୋଠାରୁ ସାହିତ୍ୟ ପତ୍ରିକା ସବୁ ନେଇ ପଢ଼ୁଥିଲା। ମୁଁ ତା ଆଗ୍ରହ ଦେଖି ପଢ଼ି ସାରି ବୀଣାକୁ ଦେଉଥିଲି।

ଦିନେ ହଠାତ୍ ଜାଣିବାକୁ ପାଇଲି ବୀଣା ମନେ ମନେ ମୋତେ ଭଲ ପାଉଛି। ତଥାପି ମୋର ବିଶ୍ୱାସ ହେଲାନି। କାହିଁକି ବୀଣାକୁ ସେମିତି ନଜରରେ କେବେ ବି ଦେଖିନଥିଲି। ହେଲେ କଥାରେ ଅଛି ଗୋଟେ ଜିନିଷ ବିଷୟରେ ମନରେ ପ୍ରଶ୍ନ ଉଙ୍କି ମାରିଲେ , ତାର ଉତ୍ତର ଜାଣିବାକୁ ଇଚ୍ଛା ଜାଗ୍ରତ ହୋଇଯାଏ। ମୋ ସାଥିରେ ସେୟା ହିଁ ହେଲା।

ପୂର୍ବ ଅପେକ୍ଷା ଏକ ଅନୁସନ୍ଧିତ୍ସୁ ମନ ନେଇ ବୀଣା ଘରକୁ ଗଲି। ବୀଣାକୁ ଏବେ ଆଗ ଅପେକ୍ଷା ଅଧିକ ଦେଖିବାକୁ ଲାଗିଲି। ତାର ଚାଲିଚଳନ, କଥାବାର୍ତ୍ତାକୁ ପରଖିଲି। ଆଉ ଯାହା ଅନୁଭବ କଲି। ତାହା ଥିଲା ବୀଣାର ନିରବ ପ୍ରେମ। ବୀଣା ମୋତେ ମନେ ମନେ ବହୁଦିନରୁ ଭଲ ପାଉଛି।

ଆଖି ଆଖିରେ ମିଶିଲା ଏବେ। ଦୁହେଁ ଦୁହିଁକୁ ଲାଜ କରିବା ଆରମ୍ଭ କଲୁ। କଥାବାର୍ତ୍ତା ଇସାରା ଇସାରାରେ ଚାଲିଲା। ଗୋଟେ ନିର୍ଲିପ୍ତ ପ୍ରେମ ଆରମ୍ଭ ହୋଇଯାଇଥିଲା ଦୁହିଁଙ୍କ ଭିତରେ।

ସେଦିନ ଟ୍ୟୁସନ ସାରି ଯିବାକୁ ବାହାରି ଥାଏ । ଜଣେ ଛୋଟ ପିଲାଟେ ଆସି ବୀଣା ଦିଦି ଏଇଟା ଦେଇଛି କହି ମୋ ହାତକୁ ବଢାଇ ଦେଲା ଚାରି ଚଉତା ଭଙ୍ଗା କାଗଜ ଖଣ୍ଡେ। ହଠାତ୍ କିଛି ବୁଝି ପାରିନଥିଲି। ବୀଣା ଏଇଟା କ’ଣ ଦେଇଛି। ଦେହରେ ୧୦୮ ଜ୍ୱର ଆସିଗଲା। ମନରେ ଅନେକ ପ୍ରଶ୍ନ। ବୀଣାର ଘର ଲୋକ ତା ବ୍ୟବହାରକୁ ନେଇ , କି ତାଙ୍କ ଘରକୁ ଯିବା ନେଇ କିଛି କହିଲେ କି ? ବୀଣା କିଛି ଖରାପ ଭାବିଲାକି ? ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହୋଇଗଲି।

ସବୁ ପ୍ରଶ୍ନର କୁହେଳିକା ଭିଡରେ ଚିଠି ଖୋଲିଲି। ବିଶ୍ୱାସ କରିପାରିଲିନି। ମୋ ଜୀବନର ପ୍ରଥମ ପ୍ରେମ ଚିଠି ପାଇଛି । ତାକୁ ଅନେକ ଦିନରୁ ମନେମନେ ଭଲ ପାଉଥିବା ବୀଣା ଦେଇଛି। ନିମିଷକରେ ସ୍ୱପ୍ନ ରାଇଜରେ ହଜି ଗଲି। ଯାହା ଆଶା ଥିଲା , ତା ଆଜି ବାସ୍ତବିକ ପାଲଟିଛି।

ଚିଠିରେ ବୀଣା ତା ମନର ସବୁ କଥା ଖୋଲି କହିଥିଲା। ଲେଖିଥିଲା …କହିବ କହିବ ବୋଲି କହିବାକୁ ସାହସ କରିପାରୁନଥଲା। କାଳେ ମୁଁ ଖରାପ ଭାବିବି। ତାଙ୍କ ଘରକୁ ଆଉ ଯିବିନି। ହେଲେ ସେ ଆଉ ରହିପାରିନଥିଲା। ଯେତେବେଳେ ତାଙ୍କ ଘର ଲୋକ ଏବେ ସନ୍ଦେହ କରିବାକୁ ବସିଲେନି। ବୀଣା ତେଣୁ ଚିଠି ଲେଖି କହିଥିଲା, ଏଥର ଘରକୁ ତାଙ୍କର ବେଶି ନଆସିବାକୁ। ନୁହେଁ ତ ତାଙ୍କ ପ୍ରେମ ଆଉ ଆଗକୁ ବଢିପାରିବନି।

ସେଦିନ ବାଣାର ଚିଠି ପଢ଼ି ଏକ ଅଜଣା ରାଇଜରେ ହଜିଗଲି। କେତେବେଳେ ସନ୍ଧ୍ୟା ହୋଇ ରାତି ହେଲା ଜାଣିପାରିଲିନିା ରାତିରେ ନିଦ ହେଲାନି। ସେହି ଗୋଟେ ପୃଷ୍ଠାର ଲେଖା ଚିଠିଟିକୁ କେତେ ଯେ ପଢ଼ିଛି ତାର ହିସାବ ନାହିଁ। ରାତି ସାରା ବସି ଲେଖିଲି, ମୋ ଜୀବନର ପ୍ରଥମ ପ୍ରେମ ଚିଠି। ବୀଣା ଚିଠିର ପ୍ରତି ଉତ୍ତରେ କ’ଣ ଲେଖିବି , କ’ଣ ତାକୁ ସମ୍ବୋଧନ କରବି। ନାଁ ଧରି ନା ପ୍ରିୟତମା କହି ଲେଖିବି। ଲେଖୁଲେଖୁ ଲେଖିଦେଲି ପୋଥି। ୧୦ ପୃଷ୍ଠାର ଚିଠି। କେମିତି ଯେ ଏତେ ସବୁ ଲେଖିଲି, ଜାଣି ପାରଲିନି।

ଚିଠି ପାଇ ପୁଣି ଏକ ଚିଠି ଦେଲା ବୀଣା। ଖୁବ୍ ଗଭୀର ହେଲା ଚିଠିର ଭାଷା, ଭାବ। ଆରମ୍ଭ ହେଲା ଚିଠି ପ୍ରେମ। ଏମିତି କିଛି ଦିନ ଚିଠିରେ ଚାଲିଲା ପ୍ରେମ। ଆଉ ତାପରେ ଆରମ୍ଭ ହୋଇଗଲା ଫୋନରେ କଥାବାର୍ତ୍ତା। କେତେ ଏମିତି ଚିଠି ଦିଆନିଆ, ଫୋନରେ କଥାବାର୍ତ୍ତା ଚାଲିବ , ବେଳେ ବେଳେ ପରସ୍ପରକୁ ଭେଟ ହେଲୁ। ସେ ମନ୍ଦିର ଯିବ ବାହାନାରେ ମତେ ଦେଖା କରେ। କଲେଜ ଗଲା ବେଳେ ବାଟରେ ମଧ୍ୟ ମୋତେ ଅପେକ୍ଷା କରେ।

ଏମିତି ଭାବେ କିଛିଦିନ ବିତିଗଲା। ପ୍ରେମର ମଞ୍ଜିଟି ଏବେ ଅଙ୍କୁରୋଦମ ହୋଇ ବଢିବାକୁ ଲାଗିଲା। ପ୍ରତିକ୍ଷଣେ ଦୁହେଁ ଦୁହିଁଙ୍କୁ ଖୋଜିଲୁ। ଆମ ସଂପର୍କ ବିଷୟରେ ସମସ୍ତେ ଜାଣିଗଲେ। କିନ୍ତୁ ଆମର ଏ ପ୍ରେମରେ ସମସ୍ତେ ଖୁସି ଥିଲେ। ଆମ ଯୋଡିକୁ ତାରିଫ କରୁଥିଲେ ଆମ ଦୁଇ ଜଣଙ୍କ ସାଙ୍ଗସାଥି ଆଉ ଚିହ୍ନା ପରିଚିତ ଲୋକ।

ମୁଁ ଏହାରି ଭିତରେ ନିଜର ଚାକିରି ପାଇଁ ମଧ୍ୟ ବ୍ୟସ୍ତ ଥାଏ। ବିଭିନ୍ନ ପରୀକ୍ଷା ଦେଉଥାଏ। ବୀଣା ସବୁଥିରେ ମତେ ସାହାସ ଓ ପ୍ରେରଣା ଦେଉଥାଏ। ଦିନ ଯେତିକି ଗଡ଼ି ଚାଲିଥିଲା ବୀଣା ଓ ମୋ ଭିତରେ ସଂପର୍କଟା ସେତିକି ଦୃଢ ହେବାକୁ ଲାଗୁଥିଲା। ସୁଖ ଦୁଃଖ ସବୁଥିରେ ବୀଣା ମୋ ସହ ଥିଲା। ମୋ ପାଇଁ ମନ୍ଦିରରେ ନିତି ଦୀପ ଜାଳିଥିଲା। ଏମିତି ଭାବେ ଆମ ଭିତରେ ୫ବର୍ଷ ବିତିଗଲା। ମତେ ଯେମିତି ଲାଗିଲା ମୋଠାରୁ ସେ ମୋତେ ବେଶୀ ଭଲ ପାଉଛି।

ମୋ ପ୍ରତି ତାର ଅଶେଷ ପ୍ରୀତି ଓ ଶ୍ରଦ୍ଧାକୁ ସାକାର କରିବା ପାଇଁ ମୁଁ ମଧ୍ୟ ପ୍ରତିକ୍ଷଣେ ଚେଷ୍ଟିତ ହେଲି। ତାକୁ ନେଇ ଜୀବନକୁ ଖୁସିରେ ବିତେଇ ବୋଲି ପଣକରିନେଲି।

ହେଲେ ହଠାତ୍ କେମିତି ସବୁ ଓଲଟପାଲଟ ହୋଇଗଲା। ଆମ ସଂପର୍କରେ କାହାର ନଜର ଲାଗିଗଲା। ମୋତେ ଅନୁଭବ ହେଲା ମୋଠାରୁ ବୀଣା ଦୂରେଇବାକୁ ଲାଗୁଛି। ଆଉ ମୋ ଅନୁମାନ ପ୍ରାୟ ସତ ହେଲା। ତାକୁ ଭୁଲିଯିବା ପାଇଁ ମୋତେ କହିଲା।

“କାହିଁକି ତୁ ମତେ ଏମିତି କହୁଛୁ ? କ’ଣ ହୋଇଛି । ମୁଁ କ’ଣ ଭୁଲ୍ କଲି କି ?” ବୀଣାକୁ ପଚାରିଲି କିଛି ବି ଉତ୍ତର ଦେଲାନି। ଯାହାକୁ ମୁଁ ମୋ ଦିନ ମନ ସବୁ ଦେଇଦେଇଛି , ତାର ଏପରି ନିରବତାରେ କିପରି ବା ସ୍ଥିର ରହିପାରନ୍ତି । ପାଗଳ ପ୍ରାୟ ହୋଇଗଲି ….

ହେଲେ ସେ ଥିଲା ନିରୁତ୍ତର। ଅନେକ ଚେଷ୍ଟା କଲି ତା ସହ ଭେଟହେବାକୁ ,ସେ ଚାହିଁଲାନି। ଚିଠି ଦେଲି ପଢ଼ିଲାନି। ଫୋନ୍ ବି ରିସିଭ୍ କଲାନି। ସତରେ ଏ କେମିତି ଦଣ୍ଡ, କେଉଁ ପ୍ରକାର ଯନ୍ତ୍ରଣା। ଯିଏ ଅନୁଭବ କରିଥିବ ସେ ହିଁ ଏ ପ୍ରେମ ବିରହ ଦହନକୁ ଜାଣିପାରିବ ।

ରେଡିଓରୁ ଶୁଣାଯାଉଛି ସୁଭାଷ ଦାଶଙ୍କ ଗୀତ,.. “ରଙ୍ଗ ଯେବେ ଫିକା ପଡ଼ିବ / ରୂପ ଯେବେ ଝାଉଁଳି ଯିବ/ସେଦିନ ବି ତତେ ଭଲ ପାଉଥିବି…ତୋ କଥା ମନେପଡିବ… ”।

ସତରେ ସେ ଗାଉଲି ଝିଅର ଗାଉଁଲି ପ୍ରେମ , ଆଜି ବହୁଦିନପରେ ବି ମନକୁ ଆନ୍ଦୋଳିତ କରେ। ସ୍ୱପ୍ନରେ ଭିଜାଏ। ମନକୁ ବେପଥୁ କରାଏ ।

ଜାଣେନି ତା ସହ କେବେ ଦେଖାହେବ। ଯେବେ ଦେଖାହୁଏ , ନିଶ୍ଚୟ ପଚାରିବି ତାକୁ ମୋ ଜୀବନର ପ୍ରଥମ ଓ ଶେଷ ପ୍ରଶ୍ନ। “କ୍ଷଣିକ ପାଇଁ ଆପଣେଇ ଏମିତି ହୃଦୟରୁ କାଢି ଫିଙ୍ଗି ଦେଇ କ’ଣ ଠିକ୍ କଲୁ ବୀଣା ..। ତୁ ପା ଦିନେ ମୋତେ ତୋ ମନର ମଣିଷ କରିଥିଲୁ। ଗାଁ ମନ୍ଦିରରେ ମୋ ପାଇଁ ସିନ୍ଦୁର ନାଇଥିଲୁ। ଏମିତି ନିଷ୍ପତ୍ତି ନେବା ଆଗରୁ ମତେ ତ ଥରେ କହି ପାରିଥାନ୍ତୁ। ମୁଁ କ’ଣ ତୋ ଖୁସି ପାଇଁ ପଥର ହୋଇଯାଇଥାନ୍ତି। ବରଂ ତୋ ଇଚ୍ଛାକୁ ହସି ହସି ସ୍ୱୀକାର କରିଥାନ୍ତି । ”

ବିଗ୍ରହ ,ତାର ବିସ୍ତୃତ ପ୍ରେମକୁ ମୋ ଆଗରେ ବର୍ଣ୍ଣନା କରିଚାଲିଥିଲା। ତା ଆଖି ଲୁହରେ ଭିଜୁଥିଲା , ଆଉ ମୋ ଆଖି ବି । ମୁଁ ପୂଜା ସଂଖ୍ୟା ପାଇଁ ପ୍ରେମ ଗପଟିଏ ଲେଖିବାର ପ୍ଲଟ୍ ଟିଏ ପାଇଯାଇଥିବାର ଖୁସିରେ ଯେତିକି ଆନନ୍ଦିତ ହେଉଥିଲି, ତାଠାରୁ ବେଶୀ ଦୁଃଖିତ ହେଉଥିଲି ବିଗ୍ରହ ନିଷ୍କପଟ ଭଲ ପାଇବାକୁ ଦେଖି। ଶେଷରେ ତାକୁ ବନ୍ଧୁତ୍ୱ ସୂତ୍ରରେ ଆଶ୍ୱାସନା ଦେଇ କହିଲି, ବନ୍ଧୁ ଭଲ ପାଇଲେ ଭୁଲି ହୁଏନା। ଯେଉଁ ପ୍ରେମରେ ସ୍ୱାର୍ଥ ନଥାଏ , ତା ଶାଶ୍ୱତ। ସେ ଅଭାଗିନୀ , ଯାହାକି ତୋ ପ୍ରେମକୁ ବୁଝି ବି ଅବୁଝା ପାଲଟିଗଲା।

ଏତିକି କହି ମୁଁ ବିଗ୍ରହକୁ ଲକ୍ଷ୍ୟ କରୁଥିଲି, ଆଉ ମନେମନେ ଭାବୁଥିଲି ନିରୁତା ପ୍ରେମ କରୁଥିବା ଏଇ ମଣିଷ ସତରେ ମହାନ। ଯାହାର ହୃଦୟରେ କିଛି ବି ପ୍ରତ୍ୟାଶା ନାହିଁ , ଅହଙ୍କାର ନାହିଁ। ମୁଁ ବିଗ୍ରହଙ୍କ ଠାରୁ ବିଦାୟ ନେଇ ଫେରୁଥିଲି। ଆଉ ତାଙ୍କୁ କହିବାକୁ ଭୁଲିଯାଇଥିଲି ଯେ , ତୁମର ସେହି ଅଭାଗିନୀ ପ୍ରେମିକା , ମନର ମାନସୀ , ଯିଏ ତୁମ ପରି ଜଣେ ହୀରାକୁ ନିଜର କରିପାରିଲାନି , ସେ ଆଜି ମୋର ସ୍ତ୍ରୀ।
……………………………………

ପ୍ରଦେଶ ପ୍ରତ୍ୟୁଷ
କୁରୁମଟାଙ୍ଗର 
ଢ଼େଙ୍କାନାଳ

The post ଭଲ ପାଇଲେ ଭୁଲି ହୁଏନା… appeared first on Odisha Reporter.

]]>
left bottom 2020-01-05 17:27:05 https://cdn.odishareporter.in/wp-content/uploads/2020/01/05172627/pppp.jpg
ପୁରୁଷମାନେ ବି କାନ୍ଦନ୍ତି.. https://odishareporter.in/literature-culture/a-poem-by-soumyaa-mahapatra-476933 Sun, 29 Dec 2019 12:24:46 +0000 https://odishareporter.in/?p=476933

କିଏ କହିଲା ସେମାନେ କାନ୍ଦନ୍ତିନି କିଏ କହିଲା ସେମାନେ ଡ଼ରନ୍ତିନି ସବୁ ଯନ୍ତ୍ରଣା ସବୁ କଷ୍ଟ ଅନୁଭବ କରନ୍ତି ପୁରୁଷମାନେ ବି କାନ୍ଦନ୍ତି… ହଁ , ସେମାନଙ୍କ ଲୁହର ମାଧ୍ୟମ ଭିନ୍ନ ସେମାନଙ୍କ ଦୁଃଖ ପ୍ରକାଶର ମାଧ୍ୟମ ବି ଭିନ୍ନ କେବେ କାମରେ ବ୍ୟସ୍ତ ରହି ଦୁଃଖ ଲୁଚାନ୍ତି ତ କେବେ ଦୁଃଖରେ ଥିଲେ ବି ହସି ଦିଅନ୍ତି.. ପୁରୁଷମାନେ ବି କାନ୍ଦନ୍ତି.. କେବଳ ତଫାତ ଏତିକି ଝରେନା ଆଖିରୁ ଲୁହ ବାହାରି ପାରେନା ଅନ୍ତରର କୋହ […]

The post ପୁରୁଷମାନେ ବି କାନ୍ଦନ୍ତି.. appeared first on Odisha Reporter.

]]>

କିଏ କହିଲା ସେମାନେ କାନ୍ଦନ୍ତିନି
କିଏ କହିଲା ସେମାନେ ଡ଼ରନ୍ତିନି
ସବୁ ଯନ୍ତ୍ରଣା ସବୁ କଷ୍ଟ ଅନୁଭବ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି…

ହଁ , ସେମାନଙ୍କ ଲୁହର ମାଧ୍ୟମ ଭିନ୍ନ
ସେମାନଙ୍କ ଦୁଃଖ ପ୍ରକାଶର ମାଧ୍ୟମ ବି ଭିନ୍ନ
କେବେ କାମରେ ବ୍ୟସ୍ତ ରହି ଦୁଃଖ ଲୁଚାନ୍ତି
ତ କେବେ ଦୁଃଖରେ ଥିଲେ ବି ହସି ଦିଅନ୍ତି..
ପୁରୁଷମାନେ ବି କାନ୍ଦନ୍ତି..

କେବଳ ତଫାତ ଏତିକି ଝରେନା ଆଖିରୁ ଲୁହ
ବାହାରି ପାରେନା ଅନ୍ତରର କୋହ
ସବୁ ଲୁହକୁ ବାଷ୍ପୀଭୂତ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି…

କେବେ ସମାଜକୁ ଡରି
ତ କେବେ ପୁରୁଷ ପଣିଆର ଦ୍ୱାହି ଦେଇ
ସବୁ ଦୁଃଖକୁ ଆକଣ୍ଠ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି…

ଅନ୍ଧାର ରାତି ତାଙ୍କୁ ବି ଡରାଏ
ପ୍ରଚଣ୍ଡ ଘଡଘଡି ଶବ୍ଦ ତାଙ୍କୁ ବି ଥରାଏ
ନିଜ ଡ଼ରକୁ ଚାପି ରଖି ପୌରୁଷ୍ୱତ୍ୱକୁ ଦେଖନ୍ତି
ପୁରୁଷମାନେ ବି କାନ୍ଦନ୍ତି..

କେବେ ମା’ର ଦୁଃଖରେ ମର୍ମାହତ
କେବେ ଜାୟା,ସନ୍ତାନ କଷ୍ଟରେ ସନ୍ତପ୍ତ
ସବୁ ବିଷକୁ ପାନ କରି ନୀଳକଣ୍ଠ ସାଜନ୍ତି
ପୁରୁଷମାନେ ବି କାନ୍ଦନ୍ତି…

The post ପୁରୁଷମାନେ ବି କାନ୍ଦନ୍ତି.. appeared first on Odisha Reporter.

]]>
left bottom 2019-12-29 17:54:46 https://cdn.odishareporter.in/wp-content/uploads/2019/12/29174712/soumya.jpg
“ଚାଲି ଯାଅ ହୋଇ ଖୁସି “ https://odishareporter.in/literature-culture/a-love-poem-by-nikunja-bihari-mishra6-475761 Thu, 26 Dec 2019 09:31:00 +0000 https://odishareporter.in/?p=475761

ଏ ହାତ ମୋହର ଲୁହ ଲହୁ ଘେନି କେତେ ଯେ ଲେଖିଛି ଚିଠି, ମୋ ଛାତି କହିବ କେତେ ଯେ ଯନ୍ତ୍ରଣା ଆଘାତ ପାଇଛି ପିଠି ।୧। ଭାବନା ମଣ୍ଡପେ ବସାଇ ତୁମକୁ ହେଲିଣି ଜଳନ୍ତା ନିଆଁ ନିଆଁ ଲିଭି ଏବେ ପାଉଁଶ ହେଲାଣି ନ କହିଲ ଥରେ ଆହା ।୨। ବୁଝି ପାରିଲିନି ଜୀବନଟି ଥିଲେ ସମସ୍ୟା ବି ରହିଥିବ ସମସ୍ୟା ନଥିବା ଜୀବନକୁ ପ୍ରିୟା ଜୀବନ କି କୁହାଯିବ ।୩। ଗଛଭାଙ୍ଗି ଗଲେ ନୂଆପତ୍ର […]

The post “ଚାଲି ଯାଅ ହୋଇ ଖୁସି “ appeared first on Odisha Reporter.

]]>

ହାତ ମୋହର
ଲୁହ ଲହୁ ଘେନି
କେତେ ଯେ ଲେଖିଛି ଚିଠି,
ମୋ ଛାତି କହିବ
କେତେ ଯେ ଯନ୍ତ୍ରଣା
ଆଘାତ ପାଇଛି ପିଠି ।୧।

ଭାବନା ମଣ୍ଡପେ
ବସାଇ ତୁମକୁ
ହେଲିଣି ଜଳନ୍ତା ନିଆଁ
ନିଆଁ ଲିଭି ଏବେ
ପାଉଁଶ ହେଲାଣି
ନ କହିଲ ଥରେ ଆହା ।୨।

ବୁଝି ପାରିଲିନି
ଜୀବନଟି ଥିଲେ
ସମସ୍ୟା ବି ରହିଥିବ
ସମସ୍ୟା ନଥିବା
ଜୀବନକୁ ପ୍ରିୟା
ଜୀବନ କି କୁହାଯିବ ।୩।

ଗଛଭାଙ୍ଗି ଗଲେ
ନୂଆପତ୍ର ମେଲେ
ଆଗରୁ ଅଛି କଥାଟି
ବସାଭାଙ୍ଗି ଗଲେ
ପକ୍ଷୀ ପୁଣି ଥରେ
ଗଢ଼େ ଦେଇ କୁଟାକାଠି ।୪।

ଶୁଖିଲା ଜୀବନ
ଅବୁଝା ପରାଣ
ବୁଝାଇଲେ ବୁଝେ ନାହିଁ
ଥିଲୁ ଦିନେ ମୋର
ଆଜି ତୁ କାହାର
ଭୁଲିବି କିପରି ମୁହିଁ ।୫।

ଏ ଜନମେ ପଛେ
ନ ପାଇଲି ନାହିଁ
ମଶାଣିରେ ହସିହସି
କହିବି ମୋହର
ପାଉଁଶ ଉପରେ
ଚାଲି ଯାଅ ହୋଇ ଖୁସି ।୬।

କବି ଶେଖର -ନିକୁଞ୍ଜ ବିହାରୀ ମିଶ୍ର
ଝାରସୁଗୁଡ଼ା
ମୋ-୯୧୭୮୮୭୯୪୦୬

The post “ଚାଲି ଯାଅ ହୋଇ ଖୁସି “ appeared first on Odisha Reporter.

]]>
left bottom 2019-12-26 15:03:17 https://cdn.odishareporter.in/wp-content/uploads/2019/12/26150300/poem.jpg
ସେଇ ନୀଳ ରଙ୍ଗର ଶାର୍ଟ https://odishareporter.in/literature-culture/a-love-story-by-dusmant-kumar-behera-474031 Mon, 23 Dec 2019 09:36:22 +0000 https://odishareporter.in/?p=474031

ଆଛା ଗୋଟେ କଥା କହିଲ। ଆକାଶରେ ତ ସୂର୍ଯ୍ୟ, ଚନ୍ଦ୍ର, ତାରା, ଦିନ, ରାତି କେହି ବଦଳି ନାହାନ୍ତି। ପାହାଡ଼, ନଦୀ ଝରଣା, ଝରଣାର ପାଣି, କୁଳୁକୁଳୁ ନାଦ, ଧାନ କ୍ଷେତ, ଆମ୍ବ ବୁଉଳ, କୋଇଲିର କୁହୁକୁହୁ ଡାକ, ଗାଈଆଳ, ଗୋଧୂଳି ବାସ୍ନା, ଝିଙ୍କାରୀର ଝିଇଁ ଝିଇଁ ଶବ୍ଦ ଆଉ ପୁଳା ପୁଳା ରାତି। ଏମିତି କି ଗାଁ ଠାକୁରାଣୀ ବେଲ ବୁଢ଼ୀ। ବିଗତ ଦଶବର୍ଷ କେହି ବି ବଦଳି ନାହାନ୍ତି। ସମସ୍ତେ ନିଜ ନିଜ ଜାଗାରେ […]

The post ସେଇ ନୀଳ ରଙ୍ଗର ଶାର୍ଟ appeared first on Odisha Reporter.

]]>

ଆଛା ଗୋଟେ କଥା କହିଲ। ଆକାଶରେ ତ ସୂର୍ଯ୍ୟ, ଚନ୍ଦ୍ର, ତାରା, ଦିନ, ରାତି କେହି ବଦଳି ନାହାନ୍ତି।

ପାହାଡ଼, ନଦୀ ଝରଣା, ଝରଣାର ପାଣି, କୁଳୁକୁଳୁ ନାଦ, ଧାନ କ୍ଷେତ, ଆମ୍ବ ବୁଉଳ, କୋଇଲିର କୁହୁକୁହୁ ଡାକ, ଗାଈଆଳ, ଗୋଧୂଳି ବାସ୍ନା, ଝିଙ୍କାରୀର ଝିଇଁ ଝିଇଁ ଶବ୍ଦ ଆଉ ପୁଳା ପୁଳା ରାତି। ଏମିତି କି ଗାଁ ଠାକୁରାଣୀ ବେଲ ବୁଢ଼ୀ।

ବିଗତ ଦଶବର୍ଷ କେହି ବି ବଦଳି ନାହାନ୍ତି। ସମସ୍ତେ ନିଜ ନିଜ ଜାଗାରେ ଯେମିତି ଥିଲେ। ଆଜି ବି ଠିକ୍‌ ସେମିତି ହିଁ ଅଛନ୍ତି। ହେଲେ ଏଇ ଗୋଟେ ଦଶନ୍ଧି ଭିତରେ, ତୁମେ କିନ୍ତୁ ବଦଳି ଯାଇଛ। ବୋଧେ ଧାରା ଶ୍ରାବଣ ପାଲଟି ଯାଇଛି ଖରା ଶ୍ରାବଣ। ଏମିତିକି ଶରତରେ କାଶତଣ୍ଡି ବି ଆଉ ଦେଖାଯାଉନି ନଇ ପଠାରେ ………..

ବଦଳି ଯାଇଛି ତୁମ ରହଣି ଶହଣି, କଥାବାର୍ତ୍ତା, ଚାଲି ଚଳଣି। ତୁମ ଦେହରେ ଆଉ ସେ ଗାଁର ମାଟି ବାସ୍ନା ବି ନାହିଁ। ଏବେ ତ କେବଳ ସହରୀ ପରଫ୍ୟୁମ୍‌ର ଭୁସ୍‌ ଭୁସ୍‌ ଗନ୍ଧ। କଥା କଥାକେ ଇଂରାଜୀ। ହାବାଇ ଚପଲ ବଦଳରେ ଆଡିଡାସ୍‌ର ଦାମୀ ଜୋତା। ଆଉ ମୁହଁରୁ ରସୁଣ ବସ୍ନା ବଦଳରେ ଇଲାଇଚିର ମହକ।

ବୋଧେ ତୁମେ ବଦଳି ଯାଇଛ। ନ ହେଲେ, ଏ ସମୟଟା ତୁମକୁ ବଦଳିବାକୁ କରିଦେଇଛି ବାଧ୍ୟ। କିନ୍ତୁ କାହିଁକି କି ଯେ ?? ବଦଳିବା ଟା କ’ଣ ଜରୁରୀ ଥିଲା ?

ମୁଁ ସେମିତି ହିଁ ଅଛି । ଖଇରୀ ନଦୀର ନଇ ପଠାର ସେଇ ବରଗଛ ମୂଳେ ସେମିତି ହିଁ ଛିଡା ହେଇଛି । ମୋତେ ସେଦିନ ସନ୍ଧ୍ୟାରେ ଶେଷଥର ପାଇଁ ଯେମିତି ଛାଡି ଯାଇଥିଲ। ଏ ଦେହକୁ ତ ତୁମ ପାଇଁ ହିଁ ସାଇତି ରଖିଛି। କାହିଁକି ନା ତୁମେ ହିଁ ଏ ଦେହର ପୂଜାରୀ। ଆଛା କହିଲ ବଦଳିବାଟା କ’ଣ ଜରୁରୀ ଥିଲା ??

ଏମିତି ଗୁଡ଼ାଏ ପ୍ରଶ୍ନ ଗୋଟେ ନିଶ୍ୱାସରେ କହିଗଲା ମୋ ଆଗରେ। ଆଖିରୁ ବି ଠପ୍‌ ଠପ୍‌ ହୋଇ ଝରୁଥିଲା ଲୁହ। ଲୁହ ତ ନୁହେଁ ଲହୁ । କୋହଭରା କଣ୍ଠରେ କହି ଚାଲିଥିଲା ଅନର୍ଗଳ। ଦୀର୍ଘବର୍ଷ ମନରେ ଚାପି ହୋଇ ରହିଥିବା କଥା। ମୁଁ ନୀରବରେ ଶୁଣୁଥିଲି । ଠିକ ଯେମିତି କୋର୍ଟର କାଠଗଡାରେ ଆସାମୀ ଠିଆ ହେଇ ଶୁଣେ ଦୋଷୀ ପରି। କାହିଁକି , କ’ଣ ପାଇଁ, କିପରି ? ଏମିତି କିଛି ଅଶମାହିତ ପ୍ରଶ୍ନ ବାଣ ମୋ ବଦଳି ଯିବାକୁ ନେଇ।

ତା ପ୍ରଶ୍ନର ଉତ୍ତର ବି ମୋ ପାଖେ ନ ଥିଲା । ଆଉ ଯଦିବା ଥିଲା, ମୁଁ ତାର ଉତ୍ତର ଜାଣିକି ବି ଦେଇ ପାରୁନଥିଲି। କାହିଁକି ନା ମୁଁ ନିଜେ ବି ଜାଣିପାରୁ ନ ଥିଲି। ସତରେ କ’ଣ ବଦଳି ଯାଇଛି। ତା କଥାକୁ ଗ୍ରହଣ କରି ପାରୁନଥିଲି। ତଥାପି ନିରବରେ ଥିଲି। କେବଳ ତାରି ପାଇଁ । କାହିଁକି ନା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ। ବୋଧେ ମୁଁ ଦୋଷୀ।

ମୁଁ ବଦଳି ଯାଇଛି। କାହିଁ ନାଇଁ ତ। ମୁଁ ତ ସେମିତି ହିଁ ଅଛି । ଗାଁ ମାଟିର ବାସ୍ନା ଏବେ ବି ତାଜା ହୋଇ ରହିଛି ମୋ ଶିରା ପ୍ରଶିରା ଧମନୀରେ । ଠିକ୍‌ ଦଶବର୍ଷ ତଳେ ଯେମିତି ଥିଲା। ସେଇ ଧାନ ବିଲ। ସେଇ ନୁଆଁଣିଆ ଵରଗଛ। ପୁରୁଣା ଦିନର ସବୁ ସ୍ମୃତିଗୁଡିକ ଆଜି ବି ତାଜା ହୋଇ ରହିଛି ମୋ ଆଖି ଆଗରେ। ଯାହାକୁ ମୁଁ ପ୍ରତିଦିନ କବିତାରେ ରୂପ ଦେଉଛି । ଏୟା କ’ଣ ଯଥେଷ୍ଟ ନୁହେଁ କି ? ତଥାପି ପ୍ରଶ୍ନ ଯେ , ମୁଁ ବଦଳି ଯାଇଛି।

କାହିଁକି ଏଭଳି ଅଭିଯୋଗର ପାହାଡ଼ ମୋ ଉପରେ ଗଦେଇ ଦେଉଛି ସିଏ । ଭାବିଲା ବେଳକୁ ଭାରାକ୍ରାନ୍ତ ଲାଗୁଛି। ସତେ ଯେମିତି ମୁଁ ଦୋଷୀ …… ?

ବାରମ୍ବାର ଗୋଟିଏ କଥା କାନରେ ଗୁଞ୍ଜରିତ ହେଲା। ତୁମେ ବଦଳି ଯାଇଛ …. ତୁମେ ପୁରାପୁରି ବଦଳି ଯାଇଛ …. ତୁମେ ଆଉ ତୁମେ ହେଇ ନାହଁ ………..ତୁମେ ଦୋଷୀ ଦୋଷୀ ଦୋଷୀ ……. ।।

ଗାଁର ମାଟି, ପାଣି, ପବନ … ଖଇରୀ ନଦୀ .. ନଇଁ ଆସୁଥବା ସେ ସଞ୍ଜ… ସେ ଜଳିମୂଳ …ସମସ୍ତେ ଏକାବେଳେକେ ଜଣେ ପରେ ଜଣେ ସେଇ ଗୋଟିଏ କଥା କହୁ ଥାଆନ୍ତି। ବଦଳି ଯାଇଛି ମୁଁ …..

ହଠାତ୍‌ ଘଣ୍ଟାର ଟଙ୍ଗ୍‌ ଟଙ୍ଗ୍‌ ଶବ୍ଦ ଏତେ ଜୋର ବାଜିଲା ଯେ, ଚାଉଁ କିନା ନିଦଟା ଭାଙ୍ଗି ଗଲା। ଧଡ୍‌ ପଡ୍‌ ହୋଇ ଉଠିପଡିଲି। ଚାରି ଆଡେ ଅନ୍ଧାର । ଆରେ ଏ କ’ଣ ? ମୁଁ କୋଉଠି ? ଆଖିରେ କେବଳ ସେଇ ଦୃଶ୍ୟ । କାନରେ ବି କେବଳ ସେଇ ଗୋଟିଏ ଧାଡି ଗୁଞ୍ଜରିତ ହେଉଥିଲା । ପ୍ରକୃତିସ୍ଥ ହେଲା ବେଳକୁ ମୁଁ ବିଛଣାରେ । ତାମାନେ ଏଇ କିଛି ସମୟ ପୂର୍ବରୁ ଯାହା ସବୁ ଦେଖିଲି । ତାହା କଣ ସ୍ୱପ୍ନ ଥିଲା। ଆଃ ….

ଘଣ୍ଟାଆଡେ ନଜରଟା ଗଲା, ୩ଟା ବାଜି ଗୋଟେ ମିନିଟ୍‌। ସକାଳ ହେବାକୁ ଆହୁରି ବହୁତ ସମୟ ବାକି ଥିଲା।

ସେଇ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ବିଛଣାରୁ ଉଠି ଝରକାଟି ଖୋଲିଲି। ଚାରି ଆଡ଼େ କିଟିମିଟି ଅନ୍ଧାର । ହଠାତ ଝର୍କା ଦେଇ ଦଲକାଏ ପବନ ବୋହି ଆସିଲା ରୁମ ଭିତରକୁ । ଶୀତରେ ଥରି ଉଠିଲା ଦେହ । ଏମିତି କି ମନ ପ୍ରାଣ ଆଉ ଆତ୍ମା ।

ଅନ୍ଧାରରେ ହ୍ୟାଙ୍ଗରରୁ ଗୋଟେ ଶାର୍ଟ ଆଣି ପିନ୍ଧିଲି । ଆଉ ବାଲକୋନି ଆଡେ ମାଡିଗଲି । ରାତ୍ରିର ଶେଷ ପହର । ଆକାଶରେ ବି ଜହ୍ନ । ବାଲକୋନିର ରେଲିଂକୁ ଧରି ଠିଆ ହେଇ ଭାବୁଥିଲି । ସ୍ୱପ୍ନରେ ଯାହା ସବୁ ଦେଖିଲି, ତାହା କ’ଣ ସତ । ସତରେ କ’ଣ ମୁଁ ବଦଳି ଯାଇଛି ?

ଏମିତି ଭାବୁଭାବୁ କ’ଣ ହେଲା କେଜାଣି ପିନ୍ଧିଥିବା ଶାର୍ଟ ଆଡ଼କୁ ହଠାତ ନଜର ଗଲା । ବୋଧେ କେମିତି କେଜାଣି ସଂଯୋଗ ନା କ’ଣ ? ଅନ୍ଧାରରେ ହ୍ୟାଙ୍ଗରରୁ ଆଣି ନୀଳରଙ୍ଗର ଶାର୍ଟଟି ହିଁ ପିନ୍ଧି ପକେଇଥିଲି । ଓଃ ଛାତି ଭିତରଟା ରୁନ୍ଧି ହେଇଗଲା। ଆଖି ଆଗରେ କେବଳ ସେଇ ଦୃଶ୍ୟ ……. ।

ଦଶ ବର୍ଷ ତଳର କଥା । ଆମର ବୋଧେ ଶେଷ ଦେଖା । ଖଇରୀ ନଦୀର ସେଇ ଗାଧୁଆ ତୁଠର ଵରଗଛ ମୂଳେ। ଗାଁ ଛାଡି କି ଯିବାର ପୂର୍ବ ସନ୍ଧ୍ୟା । ଝାପସା ଝାପସା ଅନ୍ଧାର । ସବୁଦିନ ଦୂରରୁ ଦେଖା ସାକ୍ଷାତ । କେବଳ ଆଖିରେ ଆଖିରେ । ହେଲେ ସେଦିନ ସାମ୍ନା ସାମ୍ନି । ପ୍ରଥମ ଆଉ ଶେଷଥର ପାଇଁ । କେତେ ଯେ କାନ୍ଦି ଥିଲା ମୋ ଛାତି ଉପରେ ମୁଣ୍ଡ ରଖି । ତାହା କେବଳ ସେଇ ଖଇରୀ ନଦୀ ଆଉ ସେଇ ମୁଖ ସଞ୍ଜ ହିଁ ମୂକସାକ୍ଷୀ।

ବାରମ୍ବାର ଗୋଟିଏ କଥାକୁ ହିଁ ଦୋହରଉ ଥିଲା ମୋ ଆଗରେ। ସହରକୁ ଯାଇ ଭୁଲି ଯିବନି ତ ? ପର କରି ଦେବନି ତ ? ……..ଦୀର୍ଘ ସମୟର ନୀରବତା । ପୁଣି ପ୍ରଶ୍ନ ….ଯଦି ଏମିତି ପର କରିବାର ଥିଲା, ତାହେଲେ ନିଜର କରୁଥିଲ କାହିଁକି ଯେ ? ସବୁ ପୁଅ ସମାନ। ଧୋକାବାଜ୍‌। ଆଃ ଛାତି ଭିତରଟା ରୁନ୍ଧି ହେଇଗଲା । ଏମିତି କିଛି ଅଭିମାନ ଭରା କଣ୍ଠରେ ଅଭିଯୋଗ କରି ମୁଣ୍ଡ ଆଣି ଥୋଇଦେଲା ମୋ ଛାତିରେ । ସେତେବେଳକୁ ଜଡ ପାଲଟି ସାରିଥିଲି ମୁଁ । କାହିଁକି ନା ମୁଣ୍ଡ ପାତି ଦଶଫୁଟ, ଦଶହାତ ଦୂରରେ ଠିଆହୋଇ କଥା ହେଉଥିବା ଝିଅ, ସେଦିନ ମୋତେ ଆଲିଙ୍ଗନ କରି କଇଁ କଇଁ ହେଇ କାନ୍ଦୁଥିଲା, ଏମିତି କିଛି କଥା କହି । ମୋତେ ହରେଇବାର ଭୟ ତାକୁ ଅକ୍ତାମାକ୍ତା କରି ପକାଉଥିଲା ବୋଧେ।

କାନ୍ଦୁଥିଲା ଆଉ ବାରମ୍ବାର ଗୋଟିଏ କଥା କହୁଥିଲା । କାହିଁକି ଭଲ ପାଇଲି । କାହିଁକି ତୁମ ପ୍ରେମକୁ ସ୍ୱୀକୃତି ଦେଲି । ଯେଉଁଦିନ ପ୍ରେମ ନିବେଦନ କଲ। ସେଦିନ ତ ତୁମକୁ ମନା କରିଥିଲି ନା । ତଥାପି କାହିଁକି ତୁମେ ଭଲ ପାଇଲ । କ’ଣ ଏମିତି ଅଧାବାଟରେ ଦିନେ ଛାଡି ଯିବ ବୋଲି । ସେଦିନ ତା ଲୁହରେ ମୋ ନୀଳ ରଙ୍ଗର ଶାର୍ଟଟି ପୁରା ପୁରି ଓଦା ହୋଇଯାଇଥଲା । ବୋଧେ ତା ଆଖିରୁ ସେଦିନ ଲୁହ ନୁହେଁ, ଝରୁଥିଲା ଲହୁ। ବିରହର ବେଦନାର ଲହୁ। ସେଥିପାଇଁ ସେଇ ଦାଗ ଆଜି ବି ମୋ ନୀଳ ରଙ୍ଗ ଶାର୍ଟରେ ଅଲିଭା ଦାଗ ହୋଇ ରହିଛି।

ବିଶ୍ୱାସ କରିବେନି ଆଜି ସେଇ ନୀଳରଙ୍ଗର ଶାର୍ଟଟି ସେମିତି ଓଦା ହେଇ ରହିଛି । ତା ଲୁହର ଦାଗବି ଅକ୍ଷତ ହୋଇ ରହିଛି । ଆଉ କେଉଁଠି ନୁହେଁ । ମୁଁ ରହୁଥିବା କଂକ୍ରିଟ୍‌ ଜଙ୍ଗଲର ଗଡ଼ରେଜ ଭିତରେ।

ହେଲେ ସେଦିନ ସେଇ ସାର୍ଟ ପିନ୍ଧିଥିବା ମଣିଷଟି ସେମିତି ଅଛି କି ନାହିଁ ତାହା କିନ୍ତୁ ପ୍ରଶ୍ନବାଚୀ ??

ଗଲା ପୁରା ସପ୍ତାହଟି କଟିଲା ଗାଁରେ । ତେବେ କଂକ୍ରିଟ ସହରକୁ ଫେରିବାର ପୂର୍ବସନ୍ଧ୍ୟା । କାହିଁକି କେଜାଣି ମନ ହେଲା ଖଇରୀ ନଦୀପଠାଆଡେ ଟିକେ ବୁଲି ଆସିବାକୁ। ନଇଁ ଆସୁଥିଲା ସଞ୍ଜ। କାଳିଆଣୀ ହାୱା ବି ସେଦିନ ଧୀରେଧୀରେ ବହୁଥିଲା।

ହଠାତ ତାଜା ହେଇଗଲା ଦଶବର୍ଷ ତଳର ସ୍ମୃତି । ଆଉ କୋଉଠି ନୁହେଁ ସେଇ ଖଇରୀ ନଦୀ କୂଳେ। ସେଇ ଗାଧୁଆ ତୁଠର ଵରଗଛ ମୂଳେ। ସବୁ ଯେମିତି ସ୍ତବ୍ଧ ହୋଇଗଲା । ପବନର ବେଗ ବି କମିଗଲା । ମନେ ହେଲା ଯେମିତି ଏକ ଦଶନ୍ଧି ତଳେ ଅଧାବାଟରେ ଯାହାକୁ ଛାଡି ଯାଇଥିଲି । ସିଏ ମୋ ଆଖ ପାଖରେ । ଦୀର୍ଘ ଦିନର ଦୂରତା ଆଉ ମନରେ ଚାପି ହୋଇ ରହିଥିବା ବ୍ୟାକୁଳତା । ମୋ ଛାତି ଭିତରଟାକୁ ରୁନ୍ଧି ଦେଉଥିଲା । ସବୁଠୁ ବେଶି କଷ୍ଟ ଦେଲା ସେଇ ଗାଧୁଆ ତୁଠର ଵରଗଛ ମୂଳେ ସମାଧିକୁ ଦେଖି । କାହିଁକି କେଜାଣି ଏକ ଅଜଣା ଆକର୍ଷଣ ସେଠାକୁ ଟାଣୁଥିଲା ମୋତେ । ଦୌଡ଼ିଗଲି ସମାଧି ପାଖକୁ । ଝାପସା ଝାପସା ଅନ୍ଧାରରେ ସମାଧିରେ ଲେଖା ହୋଇଥିବା ନାଁଟିକୁ ପଢ଼ି….ମୁଁ ସ୍ତବ୍ଧ।

ଆଖିରୁ ଠପ୍‌ ଠପ୍‌ ହୋଇ ଝରୁଥିଲା ଲୁହ, ଲୁହ ତ ନୁହେଁ ଲହୁ। ବିରହ ବେଦନାର ଲହୁ। କୋହଭରା କଣ୍ଠରେ ବାରମ୍ବାର କହୁଥିଲି, ମୁଁ ବଦଳିନି। କେବେ ବି ବଦଳିବିନି। ଦେଖୁନ ଦେଖ। ସେଦିନ ବି ମୁଁ ନୀଳ ରଙ୍ଗର ଶାର୍ଟ ପିନ୍ଧିଥିଲି । ଆଜିବି ପିନ୍ଧିଛି । ସେଦିନ ବି ଲୁହ ଆଉ ଲହୁରେ ଓଦା ହେଇଥିଲା ସେଇ ନୀଳ ରଙ୍ଗର ଶାର୍ଟ। ଆଜି ବି ତ ଓଦା ହେଇଛି। ସେଦିନ ତୁମ ଲୁହରେ। ଆଉ ଆଜି ମୋ ଲୁହରେ।

ହେଲେ କିଏ ଦେଖିବ ଯେ ? ମୁଁ ତ ବଦଳି ଯାଇଛି…

ଦୁଷ୍ମନ୍ତ କୁମାର ବେହେରା
ଯଶୀପୁର
ମୟୁରଭଞ୍ଜ
ଫୋନ୍‌ – ୯୪୩୭୮୭୯୧୩୧

The post ସେଇ ନୀଳ ରଙ୍ଗର ଶାର୍ଟ appeared first on Odisha Reporter.

]]>
left bottom 2019-12-23 15:06:22 https://cdn.odishareporter.in/wp-content/uploads/2019/12/23150535/dusmant.jpg
ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର https://odishareporter.in/odisha/tarunkanti-mishra-wins-sahitya-akademi-award-2019-473149 Wed, 18 Dec 2019 13:33:00 +0000 https://odishareporter.in/?p=473149

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟକ ତରୁଣାକନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ଭାସ୍ୱତୀ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି । ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟକ ଭାବେ ମଧ୍ୟ ଜଣାଶୁଣା। […]

The post ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟକ ତରୁଣାକନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ଭାସ୍ୱତୀ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ ।

ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି । ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟକ ଭାବେ ମଧ୍ୟ ଜଣାଶୁଣା।  ସେ ୨୦୦ରୁ ଅଧିକ ଗଳ୍ପ ଓ ୧୮ଟି ଗଳ୍ପ ସଂକଳନ ରଚନା କରିଛନ୍ତି । ପୂର୍ବରୁ ତାଙ୍କ ସାହିତ୍ୟ କୃତି ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ପୁରସ୍କାର ମଧ୍ୟ ପାଇଛନ୍ତି।

ଖୁବ୍‌ କମ୍‌ ବୟସରୁ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀ ମିଶ୍ରଙ୍କର ପ୍ରଥମ ଗଳ୍ପ ମାତ୍ର ୧୪ ବର୍ଷ ବୟସରେ ଆସନ୍ତାକାଲିରେ ପ୍ରକାଶ ପାଇଥିଲା। ବିଜେବି ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ୧୯୬୮ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ସମେତ ଶ୍ରୀ ମିଶ୍ର ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ। ତାଙ୍କ କାହାଣୀରେ ଗଭୀର ମାନବୀୟ ସମ୍ବେଦନା, କରୁଣା ଓ ପ୍ରେମ ଦେଖିବାକୁ ମିଳେ।

The post ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର appeared first on Odisha Reporter.

]]>
centre top 2019-12-18 19:03:00 https://cdn.odishareporter.in/wp-content/uploads/2019/12/18185756/6790.jpg
ଲଭ୍‌ ଟୁ ସର୍ଭ https://odishareporter.in/literature-culture/love-to-serve-a-stroy-by-soumya-mohapatra-471744 Sun, 15 Dec 2019 08:20:22 +0000 https://odishareporter.in/?p=471744

ସକାଳ ୯ଟାରେ ବିଛଣା ଛାଡ଼ି ଟିଭି ଅନ୍ କଲେ ମିସେସ ମିଶ୍ର। ଆଉ ତା’ପରେ ତାଙ୍କର ମନେ ପଡ଼ିଗଲା ଯେ ଆଜି ହେଉଛି ବିଶ୍ୱ ଚା’ ଦିବସ। କାଳବିଳମ୍ବ ନ କରି ସେ ସଙ୍ଗେ ସଙ୍ଗେ ସୋଶାଲ୍ ମିଡିଆରେ ଫୋଟଟିଏ ପୋଷ୍ଟ କରି ଇଂରାଜୀରେ ଗୋଟିଏ ଧାଡ଼ି ଲେଖିଦେଲେ- love to serve tea । ତା’ପରେ ମୋବାଇଲ୍‌ ଧରି ବେଡ୍‌ ରୁମ୍‌ରୁ ତଳକୁ ଆସି ଦେଖିଲେ ଡ୍ରଇଂରୁମ୍‌ରେ ଶାଶୂ ବସିଛନ୍ତି। ସେ ଶାଶୂଙ୍କୁ ନଦେଖିଲା ପରି […]

The post ଲଭ୍‌ ଟୁ ସର୍ଭ appeared first on Odisha Reporter.

]]>

କାଳ ୯ଟାରେ ବିଛଣା ଛାଡ଼ି ଟିଭି ଅନ୍ କଲେ ମିସେସ ମିଶ୍ର। ଆଉ ତା’ପରେ ତାଙ୍କର ମନେ ପଡ଼ିଗଲା ଯେ ଆଜି ହେଉଛି ବିଶ୍ୱ ଚା’ ଦିବସ। କାଳବିଳମ୍ବ ନ କରି ସେ ସଙ୍ଗେ ସଙ୍ଗେ ସୋଶାଲ୍ ମିଡିଆରେ ଫୋଟଟିଏ ପୋଷ୍ଟ କରି ଇଂରାଜୀରେ ଗୋଟିଏ ଧାଡ଼ି ଲେଖିଦେଲେ- love to serve tea । ତା’ପରେ ମୋବାଇଲ୍‌ ଧରି ବେଡ୍‌ ରୁମ୍‌ରୁ ତଳକୁ ଆସି ଦେଖିଲେ ଡ୍ରଇଂରୁମ୍‌ରେ ଶାଶୂ ବସିଛନ୍ତି। ସେ ଶାଶୂଙ୍କୁ ନଦେଖିଲା ପରି ଚାଲି ଯାଉଥିଲେ। ହେଲେ ଅନେକ ବେଳୁ ଚା’ ଟିକେ ପିଇବା ପାଇଁ ଅପେକ୍ଷା କରି ରହିଥିବା ତାଙ୍କ ଶାଶୂ ଡାକ ପକାଇ କହିଲେ, “ମା’ ଚା ଟିକେ କରି ଦେବୁ”। ଏହା ଶୁଣି ଚିତ୍କାର କରି ମିସେସ୍ ମିଶ୍ର କହିଲେ, “ଦିନେ ଚା ନ ପିଇଲେ କ’ଣ ହେବନି। ମୁଁ ବ୍ୟସ୍ତ ଅଛି। ଏବେ ଚା ଫା କିଛି ଦେଇ ହେବନି।”

ମିସେସ୍‌ ମିଶ୍ରଙ୍କ ଚିତ୍କାର ଓ ଉଗ୍ରରୂପ ଦେଖି ୯୦ ବର୍ଷରେ ପାଦ ଥାପି ସାରିଥିବା ଶାଶୂ ଖାଲି ବିକଳ ହୋଇ ଚାହିଁ ରହିଲେ। ଆଉ କିଛି କହିବାକୁ ତାଙ୍କର ଜୁ ହେଲା ନାହିଁ। ଖାଲି ଭାବୁଥିଲେ ଚା’ ମାଗି କ’ଣ ଏମିତି ଭୁଲ୍ କରି ଦେଲେ? ଆଉ ମିସେସ୍ ମିଶ୍ର ଶାଶୂଙ୍କୁ ଏଭଳି ଦୁଇ ପଦ ଝାଡ଼ି ଦେଇ ଲନ୍‌ ଆଡ଼କୁ ଯାଉଥିବା ବେଳେ ସୋଶାଲ୍ ମିଡିଆରେ ଅପ୍‌ଡେଟ୍ କରିଥିବା ଷ୍ଟାଟସ୍‌ରେ ଆସୁଥିବା କମେଣ୍ଟର ଉତ୍ତରରେ ଲେଖୁଥିଲେ- plz, it’s my pleasure.

The post ଲଭ୍‌ ଟୁ ସର୍ଭ appeared first on Odisha Reporter.

]]>
left bottom 2019-12-15 13:50:22 https://cdn.odishareporter.in/wp-content/uploads/2019/12/15134810/soumya-di.jpg
ବାସର ରାତି https://odishareporter.in/literature-culture/a-love-story-by-pradesh-pratyush-467791 Wed, 04 Dec 2019 11:45:25 +0000 https://odishareporter.in/?p=467791

ଆଜି ଚନ୍ଦନର ବାସର ରାତି। ବନ୍ଧୁବାନ୍ଧବ ଯିଏ ସବୁ ଆସିଥିଲେ ସବୁ ଭୋଜିଭାତ ଖାଇ ଫେରି ଗଲେଣି। ସନ୍ଧ୍ୟାର ଗହଳିଚହଳି ଆଉ ନାହିଁ। କାଁ ଭାଁ ଜଣେ ଦି ଯିବା ପାଇଁ ଏପଟେ ସେପଟ ହେଉଛନ୍ତି। ଚନ୍ଦନ ସେମାନଙ୍କୁ ବିଦାୟ ଦେଉଛି। ରାତି ଧିରେ ଧିରେ ବଢୁଛି। ସାଢେ ୧୧ ଟା। ଆଜି ଚନ୍ଦନର ବାହାଘର ରିସେପସନ୍‌। ଏପଟେ ଚଉଠି ପାଇଁ ଘରେ ପ୍ରସ୍ତୁତ ଚାଲିଛି। ଚନ୍ଦନର ସଂପର୍କୀୟ ଭାଉଜମାନେ ଆସି ସଜାଉଛନ୍ତି ଚଉଠି ଖଟ। ଚାରୁ […]

The post ବାସର ରାତି appeared first on Odisha Reporter.

]]>

ଆଜି ଚନ୍ଦନର ବାସର ରାତି। ବନ୍ଧୁବାନ୍ଧବ ଯିଏ ସବୁ ଆସିଥିଲେ ସବୁ ଭୋଜିଭାତ ଖାଇ ଫେରି ଗଲେଣି। ସନ୍ଧ୍ୟାର ଗହଳିଚହଳି ଆଉ ନାହିଁ। କାଁ ଭାଁ ଜଣେ ଦି ଯିବା ପାଇଁ ଏପଟେ ସେପଟ ହେଉଛନ୍ତି। ଚନ୍ଦନ ସେମାନଙ୍କୁ ବିଦାୟ ଦେଉଛି।

ରାତି ଧିରେ ଧିରେ ବଢୁଛି। ସାଢେ ୧୧ ଟା। ଆଜି ଚନ୍ଦନର ବାହାଘର ରିସେପସନ୍‌। ଏପଟେ ଚଉଠି ପାଇଁ ଘରେ ପ୍ରସ୍ତୁତ ଚାଲିଛି। ଚନ୍ଦନର ସଂପର୍କୀୟ ଭାଉଜମାନେ ଆସି ସଜାଉଛନ୍ତି ଚଉଠି ଖଟ।
ଚାରୁ ଆରପଟ ଘରେ ବସିଛି। ପାଖରେ ବସିଛନ୍ତି ହାତଗଣତି ଝିଅ କେତେଜଣ। ଚାରୁ ସହ କଥା ହେଉଛନ୍ତି। ଚାରୁ ଅନ୍ୟମନସ୍କ ଭାବେ ଉତ୍ତର ଦେଉଥାଏ। ମୁହଁ ତଳକୁ କରି ବସିଥାଏ। ଘର କଥା ଭାବୁଥାଏ। ବାପା ମା’ ସାନ ଭାଇକୁ ଛାଡି ଆଜି ଆଉ ଏକ ଦୁନିଆରେ। ପରକୁ ଆପଣାର କରି ଗଢିବ ନିଜ ଦୁନିଆ। ଆଉ ଏକ ସଂସାର। ସବୁ ଦିନ ପାଇଁ ପର ହୋଇଯିବେ ଆପଣାର। ନିଜର ହୋଇଯିବେ ପର। ଏଇ ତ ବିଧିର ବିଧାନ।

କାଲି ନିଜ ଘରେ ଗେଲବସରରେ ବଢିଥିବା ଚାରୁ ଆଜି ସାଜିଛି ନବବଧୂ। ଟିକିଲି ବଦଳରେ ପିନ୍ଧିଛି ସିନ୍ଦୁର। ପାଦରେ ଅଳତା। ହାତରେ ଶଙ୍ଖା ସିନ୍ଦୁର। ଠିକଣା ନୂଆ। ପରିଚୟ ନୂଆ। ଆଉ କିଛି ସମୟ ପରେ ତାର ଇହକାଳ ପରକାଳର ଦେବତା ,ସାତ ଜନମର ସାଥି ଚନ୍ଦନ ଥିବେ ସାଥିରେ। ଗୋଟିଏ ଘରେ। ଯିଏ ଦିନେ ଥିଲେ ଅଜଣା ଅଶୁଣା , ଆଜି ସେ ତାର ମଥାର ସିନ୍ଦୁର। ଆଉ କିଛି ସମୟ ପରେ ତାର ସର୍ବସ୍ୱ, କୁଆଁରୀ ଜୀବନର ସାଇତା ସମ୍ପତ୍ତିକୁ ଅକ୍ତିଆର କରିନେବେ ସେହି ସ୍ୱାମୀ ରୂପି ମଣିଷ। ସେ ହୋଇଯିବ ତାଙ୍କର। ଏ ଦେହ ମନ ଯୌବନରେ ଲେଖା ହେବ ତାଙ୍କର ନାଁ।

ରାତି ବଢୁଥିଲା। ଏହା ସହିତ ଚାରୁର ମନର ଗତି ବି ପ୍ରଖର ହେଉଥିଲା। ଆଉ ତାର ଅନ୍ୟମନସ୍କତା ତାକୁ ଡରାଉଥାଏ। କାହିଁକି ନା ସେ ଚାହୁଁଥିଲା ଆଉ କିଛି। ତା କୁଆଁରୀ ମନରେ ଆଉ କିଏ ଘର କରିଥିଲା। ତା’ହେଲେ ଚାରୁ କ’ଣ ଆଉ କାହାକୁ… ?

ହଁ ସେୟା ହିଁ ଥିଲା। ସେ ମନ ଦେଇଥିଲା ଆଉ ଜଣକୁ। ଯାହାକୁ ସେ ଦେଖିନଥିଲା କି ତା ବିଷୟରେ କିଛି ଜାଣିନଥିଲା। ସେହି ଲୋକର କବିତା ପଢ଼ି ସେ ତାଙ୍କର ପ୍ରେମରେ ପଡ଼ି ଯାଇଥିଲା। ଆଉ ଭଲ ପାଇବସିଥିଲା ସେ କବିଙ୍କୁ। କବିତା ପଢ଼ି ଅନେକ ଚିଠି ଦେଉଥିଲା। ଅକୁହା ଭଲ ପାଇବା ପରସ୍ପରକୁ ବାନ୍ଧିଥିଲା ଏକ ଭିନ୍ନ ଶିହରଣରେ। କିନ୍ତୁ ବାପାଙ୍କୁ କିଛି କହିପାରିନଥିଲା। ଯୁକ୍ତ ୩ ସରୁସରୁ ବାପା ବାହାଘର ଠିକ୍‌ କରିଦେଲେ। ସାହି ପଡିଶା କହିଲେ ବଢ଼ିଲା ଝିଅକୁ ଆଉ ଘରେ ନରଖି ଜଲଦି ବାହା କରିଦିଅ। ଯେତିକି ପଢିଲା, ସେତିକି ହେଉ। ବୋଉ ବି ବାପାଙ୍କ କଥାରେ ରାଜି ହୋଇଗଲା। ମୋର କିନ୍ତୁ ଇଚ୍ଛା ନଥିଲା।

ଚାରୁ ବସି ଭାବୁଛି। କୁଆଁରୀ ଝିଅର ଗହନ ମନର ଗୋପନ କଥା। କେମିତି ସେ ସ୍ୱାମୀଙ୍କୁ ନିଜର କରିବ। ମନରେ କେବେଠୁ ଘର କରିଛି ଜଣେ ପୁରୁଷ,ଯାହାକୁ ସେ ଏବେବି ଭୁଲିପାରିନି। କେମିତି କରିବ ମିଛ ଅଭିନୟ। ଚଉଠି ଦୀପକୁ ସାଖିରଖି କେମିତି ମିଛି କହିବ ସେ।

ଆଜିକାଲି ଏମିତି କିଏ ଅଛି ଯେ ମିଛ କହୁନି। କାହା ଜୀବନରେ କୁଆଁରୀ ବେଳେ କେଉଁ ପୁଅ ଆସିନି। ବହୁତ କମ୍‌ ଝିଅ ଥିବେ, କାହାକୁ ବିବାହ ପୂର୍ବରୁ ମନ ଦେଇନଥିବେ। ଯିଏ ନିଜର ପ୍ରିୟ ପୁରୁଷକୁ ଚାହେଁ ସେ କ’ଣ ତାକୁ ପାଇଛି ? ସେ କ’ଣ ଅନ୍ୟକୁ ମାରେଜ୍‌ କରି ମିଛି କହୁନି। ବିବାହ କରିବି ଅନେକ ଅଛନ୍ତି ନିଜର ଏକ୍ସ ଲଭକୁ ବି କଣ୍ଟିନିଉ କରିଥାନ୍ତି। ମୁଁ କିନ୍ତୁ ପାରିବିନି। ସେଥିରେ କି ସାର୍ଥକ ଜୀବନ ଓ ସତ ସଂପର୍କ। କେବଳ ଛଳନା। ଆଉ କମ୍ପ୍ରୋମାଇଜ୍‌।

ମିଛ ବିଶ୍ୱାସରେ ଗୋଟେ ସୁନ୍ଦର ଜୀବନ ଜିଇଁବାର ଅଭିପ୍ରାୟ ମରିଯାଏ। ଜୀବନରେ ଭୁଲ୍‌ ହୁଏ , କିନ୍ତୁ ଆଉ ଏକ ଦୁନିଆ ଗଢ଼ିଲା ପରେ ପଛ ଦୁନିଆକୁ ଭୁଲିବାକୁ ହୁଏ , ଛାଡିବାକୁ ହୁଏ। ନୁହେଁତ ଦୁଇ ନାଆରେ ଗୋଡ଼ି ରଖିଲେ ଯେଉଁ ଅବସ୍ଥା ହୁଏ ସେୟା…

ପିଲାଦିନୁ ଟିକେ ଟିକେ କଥାରେ ଘରେ ଆଖି ଲୁହରେ ଜକେଇ ଆସେ। ମିଛ କହିପାରେନି ଧରା ପଡିଯାଏ। ସାଙ୍ଗସାଥି କୁହନ୍ତି , ବୋକିଟା , କିଛି ବି ଲୁଚାଇ ପାରେନି।

ଚାରୁ ବସି ଭାବୁଛି, ଆଜି ସ୍ୱାମୀ ଚନ୍ଦନ ଯଦି ପଚାରନ୍ତି, କାହାକୁ ଭଲ ପାଇଥିଲ କି? କ’ଣ ଉତ୍ତର ଦେବି। ଯଦି କହିଦିଏ ସେ ଖରାପ ବି ଭାବିବେନି ତ। ଯେତିକି ଶୁଣିଛି ସେ ବହୁତ ଭଲ। ଶାନ୍ତ ଓ ସରଳ। ଆମ ପିଉସୀ ଅପା ଏ ବାହାଘର ଠିକ୍‌ କରିଥିଲେ। ସେ ତାଙ୍କ ବିଷୟରେ ସବୁ ଭଲ କହୁଥିଲେ। ଭାବୁଛି କହି ଦେବି ସବୁ ସତ। ପିଲାଦିନେ ପ୍ରାର୍ଥନାରେ ପଢ଼ିଥିଲି ସତ କହି ପଛେ ମଲେ ମରିବି। ହଁ ସତ କହିଲେ ଭଗବାନ ବି ସାହା ହୁଅନ୍ତି। ମିଛ କହିଲେ ମଶାଣି ପାଲଟି ଯାଏ ବିଶ୍ୱାସ,ସଂପର୍କ। ମୁଁ ତ କିଛି ଭୁଲ୍‌ କରିନି। ଭଲ ପାଇବା ତ ଖରାପ ନୁହେଁ। ମନରେ ଯେତେବେଳେ ପ୍ରୀତିର ରଙ୍ଗ ଲାଗେ, ଯଉବନ ଉପବନରେ ଯେତେବେଳେ ବୟସର ଫୁଲ ଫୁଟେ। ସେତେବେଳେ ମନ ଖୋଜେ ସାଥି। ଯାହାର କଥା, ଚାଲିଚଳନ , ସ୍ନେହଆଦର ମନକୁ କିଣେ ,ସେ ନିଜର ଲାଗନ୍ତି। ମନ ରହିଯାଏ ତାଙ୍କ ପାଖରେ। ଆପଣାର କରିବାକୁ ଇଚ୍ଛା ପ୍ରବଳ ହୁଏ।

ମଳୟ ବି ସେମିତି ମୋ ଜୀବନରେ ଆସିଥିଲେ। ସେହି କବି ହିଁ ତାଙ୍କ ଶବ୍ଦ ଓ ଭାଷାରେ ମୋତେ କିଣି ନେଇଥିଲେ। ମୁଁ ସ୍ଥିର କରି ନେଇଥିଲି ୟାଙ୍କୁ ହିଁ ମାରେଜ୍‌ କରିବି। ଦିନ ଯେତିକି ବଢ଼ିଥିଲା ଆମ ସଂପର୍କ ବି ସେତିକି ବଢୁଥିଲା। ମୁଁ ଯୁକ୍ତ ୩ର ପ୍ରଥମ ବର୍ଷରୁ ହିଁ ତାଙ୍କ କବିତା ପ୍ରେମରେ ପଡିଯାଇଥିଲି। ମୁଁ କମର୍ସ ଷ୍ଟୁଡେଣ୍ଟ୍‌ ଥିଲି। ହେଲେ ସାହିତ୍ୟକୁ ବହୁତ ଭଲ ପାଉଥିଲି। ଗପ କବିତା ପଢିବାରେ ମୋର ବେଶି ସମୟ ଯାଏ। ବହୁତ ପତ୍ରପତ୍ରିକା ଓ ଖବର କାଗଜରୁ ମଳୟଙ୍କର ଲେଖା ପଢ଼େ। ଆଉ ସେ ଲେଖାର ପ୍ରଶଂସା କରି ଚିଠି ଦିଏ। ଏମିତି ଭାବେ ଆମ ସଂପର୍କ ବଢିଗଲା। ଏଇ ୩ ବର୍ଷ ଭିତରେ ନାଁ କେବେ ତାଙ୍କୁ ଦେଖା କରିଛି ନା ଫୋନରେ କଥା, କିଛି ନାହିଁ। ଖାଲି ଚିଠି ଲେଖା ଥିଲା। ପୁଣି ତାଙ୍କ ଲେଖାର ତାରିଫ୍‌ କରିବାରେ ଲେଖୁଥିଲି ଚିଠି।

କିନ୍ତୁ ସେଦିନେ ମଳୟ ମୋତେ ଚିଠିରେ ଲେଖିଥିଲେ। ମୁଁ ତୁମକୁ ଚାହୁଁଛି ଚାରୁ। ତୁମ ମନରେ ଆଉ କିଏ ଅଛି କି ? ତୁମକୁ ମୋର ଜୀବନ ସାଥି କରିବାକୁ ଚାହୁଁଛି। ତୁମକୁ ନଦେଖିଲେ ବି ମୁଁ ତୁମକୁ ମନ ଦେଇଛିା ମୁଁ କୌଣସି ରୂପର ଦାସ ନୁହେଁ , ମୋତେ ଓ ମୋ ସୃଜନଶୀଳତାକୁ ଭଲ ପାଉଥିବା ଜୀବନସାଥି ଦରକାର ମୋର। ଯାହା ତୁମଠାରେ ଦେଖିବାକୁ ପାଉଛି।

ସେଦିନ ମଳୟଙ୍କର ସେ ଚିଠିର ଉତ୍ତରରେ ମୁଁ କ’ଣ ଯେ କହିବି ଜାଣିପାରିନଥିଲି। କିନ୍ତୁ ମଳୟଙ୍କୁ ବି ଏତେ ମନ ଦେଇଦେଇଥିଲି। ତାଙ୍କୁ ମନା କରି ତାଙ୍କ ହୃଦୟ ଭାଙ୍ଗିବାକୁ ଚାହୁଁନଥିଲି। ସେଦିନ ବହୁତ ଭାବିଥିଲି। ଏପଟେ ବାପାଙ୍କ କଥା ବି ଭାବୁଥିଲି। ସେ ମୋତେ ବହୁତ ଭଲ ପାଆନ୍ତି। ସବୁ ଇଚ୍ଛା ମୋର ପୂରଣ କରିଛନ୍ତି। ଗୋଟିଏ ବୋଲି ଝିଅ ବୋଲି ବୋଉ ବି ମୋର ସବୁ କଥାରେ ରାଜି ହୋଇଛି। ଯାହା ଚାହିଁଛି ତା କରିବାକୁ ଦେଇଛି। କ’ଣ କରିବି ଭାବି ପାରୁନଥିଲି। ନା ଏପଟେ ମଳୟଙ୍କୁ ଦୂରେଇ ପାରିବି ନା ପରିବାରକୁ। ଶେଷରେ ମଳୟଙ୍କୁ କହିଥିଲି, ମୁଁ ବି ତୁମକୁ ଚାହେଁ। ତୁମପରି ଜଣେ ସରଳ, ସ୍ନେହୀ ଓ ନିଷ୍ଠାପର ମଣିଷକୁ ମୋର ଜୀବନସାଥି କରିବାକୁ ଅନେକ ଥର ଭାବିଛି। କିନ୍ତୁ ମୋ ବାପା ବୋଉଙ୍କ ବିନା ସ୍ୱୀକୃତିରେ କିଛି କରିପାରିବିନି।

ବାସ୍‌ ତାପରେ ମଳୟ ମତେ କିଛି ପଚାରି ନଥିଲେ। ଆଗ ଭଳି ଆମ ସଂପର୍କ ସେମିତି ଭଲରେ ଚାଲିଥିଲା। ତାଙ୍କର ଲେଖା ବାହାରିଲେ ପତ୍ରପତ୍ରିକାରେ ଆଣି ପଢ଼େ ଚାରୁ।

ଆରେ ଚାରୁ କ’ଣ ଭାବୁଛ ଯେ, ଆଜି ପା ତୁମର ସ୍ପେସାଲ ଡେ ,ଜାଣିନକି। ହଠାତ୍‌ଚନ୍ଦନଙ୍କର ଭାଉଜଙ୍କ ଡାକରେ ଚାରୁ ଚମକି ପଡିଲା। ଭାଉଜ ଥଟ୍ଟା କଲେ ଚାରୁକୁ। ସବୁ ସରିଲାଣି । ଏବେ ଚାଲ ତୁମ ଘରକୁ। ତୁମର ମନର ମଣିଷ ଅପେକ୍ଷା କଲେଣି। ଚାରୁକୁ ନେଇଗଲେ ଭାଉଜ ହାତ ଧରି।

ଚଉଠି ଖଟ ଉପରେ ଉପରେ ବସିଛି ଚାରୁ। ଫୁଲରେ ସଜା ହୋଇଛି ଖଟ ଆଉ ଘରଟି। ମହ ମହ ବାସ୍ନାରେ ଫାଟି ପଡୁଛି ଘରଟି। ସତେକି ସ୍ୱର୍ଗର ପାରିଜତ ଫୁଲ ବିଛେଇ ହୋଇ ପଡିଛି ଶେଯ ଉପରେ। ଆଉ ସୁନ୍ଦରୀ ଅପସରୀଟିଏ ବସି ତାର ପ୍ରିୟ ମଣିଷକୁ ଅପେକ୍ଷା କରିଛି। ଆସି ପ୍ରେମର ମଦିରା ପିଆଇବେ। ପ୍ରୀତି ସର ମାରିବେ।

କବାଟ ଖୋଲିବାର ଶବ୍ଦରେ ଟିକେ ଚମକି ପଡିଲା ଚାରୁ। ଅନେଇଲା ଓଢଣି ଫାଙ୍କରେ କଣେଇ କଣେଇ। ଚନ୍ଦନ ଆସିଲେ। ତାର ପ୍ରିୟର ମଣିଷ। ସ୍ୱାମୀ। ଅଗ୍ନୀକୁ ସାଖି ରଖି ଯାହାକୁ ସେ ଦୁନିଆ ବଡ ଦାଣ୍ଡରେ ସାତ ଜନମର ସାଥି କରିଛି। ଚନ୍ଦନକୁ ଦେଖୁଛି ଚାରୁ। ଗୋରା ତକ୍‌ ତକ୍‌ ବଳିଷ୍ଠ ଶରୀର। ସୁନ୍ଦର ଚେହେରା। ସତେକି ଜଣେ ଦେବ ପ୍ରତିମ ସ୍ୱର୍ଗରୁ ଓହ୍ଲାଇ ଆସିଛନ୍ତି। ଚାଲି ଓ ସ୍ୱଭାବରୁ ଶାନ୍ତ ସରଳ ଲାଗୁଥିଲେ।

ଫୁଲର ଶେଯ ଉପରେ ବସିଛି ଚାରୁ। ଚନ୍ଦନ ଆସି ପାଖରେ ଠିଆ ହେଲେ। ଚାରୁର ଓଢଣି ତଳକୁ ଖୋଲିଦେଲେ। ଚାରୁ ଅଟକେଇଲା ଭଳି ହେଉଥିଲା। ହେଲେ କିଛି କରିପାରିଲାନି। କ’ଣ ବା କରିବ। ନୂଆ ବୋହୂଟିଏ ସେ। ସଣ୍ଠଣା ଭିତରେ ରହିବାକୁ ହେବ। ନୁହେଁତ ବାପା ମାଆଙ୍କ ନାଁରେ ଦୁର୍ନାମ ହେବ। ଲାଜେଇ ଗଲା ଚାରୁ।

ଲାଜ କ’ଣ କରୁଛ ଚାରୁ – ଚନ୍ଦନ କହିଲେ। ଆଜିପା ଆମର ବାସର ରାତି। ଲାଜ କରିବା ରାତି ନୁହେଁ। ସେ ରାତି ଆଜଠୁ ସରିଗଲା। ଏବେ ତୁମେ ମୋତେ କହିବ ,ମୁଁ ତୁମକୁ କହିବି।

ସେମିତି ଚୁପ୍‌ ହୋଇ ବସି ଚାରୁ ଶୁଣୁଥାଏ ଚନ୍ଦନଙ୍କ କଥା। ଆଉ ଏକ ଅଜଣା ଭୟରେ ଥରୁଥାଏ। ପ୍ରଥମ କରି ସେ ଜୀବନରେ ଗୋଟିଏ ନିଭୃତ କୋଠରୀ ଭିତରେ ଜଣେ ପୁରୁଷ ପାଖରେ। କେବେ ବି ସେ ବାପା ମାଆ ଭାଇ ଛଡା କାହା ପାଖରେ ଏକା ରହିନି। ଡର ନିଶ୍ଚୟ ଲାଗିବ। ସଂକୋଚ ବି। ଆଉ ଆଜି ତାର ସ୍ୱାମୀ ସହ ପ୍ରଥମ ଭେଟ , ଆଉ ଭାବର ଆଦାନପ୍ରଦାନ ଏଇ ପ୍ରଥମ।

ଚନ୍ଦନ ଶେଯ ଉପରେ ଚାରୁ ପାଖରେ ବସିଲେ। ତାର ମୁହଁକୁ ଅନେଇ କହିଲେ ତୁମେ ବହୁତ ସୁନ୍ଦର ଚାରୁ। ତୁମ କଥା ମୁଁ ଶୁଣିଛି ବହୁତ ଭଲ। ଏମିତି ଚୁପ୍‌ ହୋଇ ବସିବ, କିଛି କହିବନି। ଏଠି ଆଉ କିଏ ଅଛି କି ମୋତେ ଛାଡିଦେଲେ। ଲାଜକୁ ଛାଡ। ଆଜିକା ଝିଅ କିଏ ଲାଜ କରୁଛି କି ? ବାହାଘର ବେଳେ କାନ୍ଦିବା ତ ଭୁଲିଗଲେଣି। ଚନ୍ଦନଙ୍କର ଏମିତି ମଜାଳିଆ ଢଙ୍ଗରେ କହିବାରେ ଚାରୁ ହସିଦେଲେ। ଚନ୍ଦନ ବି ହସିଲେ। ଆଉ କହିଲେ … କି ସୁନ୍ଦର ସ୍ମିତ ହାସ୍ୟ। ମୁଁ ଏମିତ ହସ ଖୋଜିଥିଲି। ଯାହା ହେଉ ଭଗବାନ ମୋତେ ଦେଇଦେଲେ। ଛାଡ ରାତି ଅଧିକ ହେଲାଣି। ସମସ୍ତେ ଶୋଇଲେଣି।ଆମେ ଆଉ ଟୁପୁର ଟାପର ନହୋଇ ଶୋଇଯିବା।

ଚାରୁ କ’ଣ କହିବ କିଛି ଭାବି ପାରୁନି। ଭାବିଲା ଏବେ ଆଉ ଚୁପ୍‌ ରହିହେବନି। ଚନ୍ଦନ ଆଉ କିଛି କରିବା ଆଗରୁ ସେ ସବୁ ଖୋଲି କହିଦେବ। କାହିଁ ଚନ୍ଦନ ବି ତ କିଛି ପଚାରୁ ନାହାଁନ୍ତି। ଭଗବାନଙ୍କୁ ମନେ ମନେ ସ୍ମରଣ କଲା ଚାରୁ। ପ୍ରଭୁ ମୁଁ କ’ଣ କରିବାକୁ ଯାଉଛି ଜାଣେନା। ହେଲେ ମୁଁ ନିରୁପାୟ। ଚନ୍ଦନଙ୍କ ସହ ମୋ ଦେହ ମନ ଏକ ହେବା ଆଗରୁ ସବୁ କହିଦେବି। ପଛରେ ଯେମିତି ମୁଁ ଅସୁବିଧାରେ ନପଡେ କି ତାଙ୍କୁ କଷ୍ଟ ନଦିଏ। ଚାରୁ କହିଲା, ମୁଁ ଆପଣଙ୍କୁ କିଛି କହିବି। ଚନ୍ଦନ କହିଲେ କୁହ। ଆଜି ରାତିସାରା ଯେତେ ଗପିଲେ ଶୁଣିବି। କୁହ।

ମୁଁ ଜଣକୁ ଭଲ ପାଉଥିଲି। ତାଙ୍କୁ ବାହା ହେବାକୁ ଇଚ୍ଛା ରଖିଥିଲି। କିନ୍ତୁ ହୋଇ ପାରିଲାନି। ଏବେ ବି ତାଙ୍କୁ ଭୁଲିପାରିନି କି ଭୁଲି ପାରିବିନି। ତାଙ୍କୁ ଦେଖିନି ସତ , ହେଲେ ମୁଁ ଅନୁଭବ କରିପାରିଛି ସେ କେମିତିକା। ଆଉ ସେ ମୋର ଏମିତି କିଛି କ୍ଷତି କରିନାହାଁନ୍ତି ଯେ ମୁଁ ତାଙ୍କୁ ଦୋଷ ଦେଇ ଭୁଲିଯିବି। ମୁଁ କିନ୍ତୁ ତାଙ୍କ ପ୍ରତି ଅନ୍ୟାୟ କରିଛି। କିଛି ନକହି ଚୁପ୍‌ ରହି ତାଙ୍କ କଥାକୁ ଏଡେଇଥିଲି। ବାହା ହେଲି ଜଣାଇପାରିଲିନି। ଏତିକି ଏକ ନିଶ୍ୱାସରେ କହି ଚାରୁ କାନ୍ଦି ଉଠିଲା। ଯେମିତି ଛୋଟ ପିଲାଟେ କଇଁ କଇଁ କାନ୍ଦିଉଠେ। ଆଖିରେ ଲୁହର ନଈ ଚାରୁର। ନିଜ କୋଳକୁ ଟାଣିନେଲେ ଚନ୍ଦନ। ଲୁହ ପୋଛିଦେଲେ। କହିଲେ ନା ଚାରୁ କାନ୍ଦନି। ଗୋଟେ ଚୁମା ଦେଇଦେଲେ ତା ଓଠରେ ନିଜ ଛାତିରେ ଡାବୁଡି ଧରିଲେ। କହିଲେ , ମୁଁ କ’ଣ ତୁମର ମଳୟ ହୋଇପାରିବିନି। ମୁଁ କ’ଣ ତୁମକୁ ଭଲ ପାଇବା ଦେଇପାରିବିନି। କୁହ ଚାରୁ।

ସତେ ଯେମିତି ନିରାଶ୍ରୟ ଲୋକଟି ଆଜି ଆଶ୍ରା ପାଇଛି। ସେମିତି ଲାଗିଲା ଚାରୁକୁ। ଚନ୍ଦନ ହସିଲେ। ଖୁବ୍‌ ହସିଲେ। ଚାରୁ କିଛି ବୁଝି ପାରିଲାନି। ଏମିତି କ’ଣ ଚନ୍ଦନ ହସିଲେ। ମୋ କଥାରେ ସେ ଏମିତି କଣ ପ୍ରତିକ୍ରିୟା କଲେ। ଚନ୍ଦନ କହିଲେ ଚାରୁ ତୁମର ସେହି କବି ପ୍ରେମିକ ମୁଁ ,ମଳୟ। ଯାହାକୁ ତୁମେ ଭଲ ପାଉଥିଲ। ଚାରୁ ଚମକି ପଡିଲା। ଚନ୍ଦନଙ୍କର ମୁହଁକୁ ଚାହିଁଲା। ସତେ ତ ଆପଣ କେମିତି ଜାଣିଲେ ତାଙ୍କ ନାଁ ମଳୟ। ମୁଁ ତ ତାଙ୍କ ନାଁ କହିନି। ଚାରୁ ଯେମିତି ଏକ ଖୋଜିଲା ଜିନିଷ ପାଇଲା ଭଳି ମନେକଲା। ଆଖିରେ ଆଶ୍ଚର୍ଯ୍ୟର ସଂକେତ। ଓଠର ଭାଷା ଧୀର ହୋଇଗଲା। କ’ଣ କହୁଛନ୍ତି ଆପଣ। ମଳୟ ଆପଣ … ଚନ୍ଦନକୁ ଚାହିଁଲା। ଆତ୍ମବିଭୋର ହୋଇଗଲା। ଦୁଃଖ ଗ୍ଲାନିରେ ଭାଙ୍ଗି ପଡିଥିବା ମନଟି ଉଲ୍ଲସୀତ ହୋଇ ଉଠିଲା।

ହଁ ଚାରୁ , ମୁଁ ତୁମ ମଳୟ। ମନେପଡୁଛି ଯେତେବେଳେ ତୁମେ ମୋ ଚିଠିର ଉତ୍ତରରେ କହିଲ, ତୁମ ବାପାଙ୍କ ଇଚ୍ଛାରେ ବାହା ହେବ। ତାଙ୍କୁ ଦୁଃଖ ଦେବନି। ମୁଁ ସେହି ଦିନଠୁ ତୁମ ଇଚ୍ଛାକୁ ସ୍ୱୀକୃତି ଦେବା ପାଇଁ ଲାଗିପଡିଲି। ତୁମ ପାଇଁ ରାତି ଦିନ ଏକ କରିଦେଲି। ଆଉ ତାପରେ ତୁମ ସଂପର୍କୀୟଙ୍କ ସହ କଥା ହେଲି। ଏକଥା ତୁମକୁ ଏକ ସରପ୍ରାଇଜ୍‌ ଦେବାକୁ ଥିଲା। ଚାରୁ ଖୁସିରେ ଚନ୍ଦନଙ୍କୁ କୁଣ୍ଡେଇ ପକେଇଲା। କ’ଣ ଆଉ କହିବ। ଆଖିରେ ଖୁସିର ଲୋତକ। ଓଠରେ ଅନେକ ଦିନରୁ ବରଫ ଭଳି ଜମାଟ ବାନ୍ଧିଥିବା ପ୍ରୀତିର ଭାଷା ତରଳୁଥିଲା। ନିଜର ପ୍ରିୟ ମଣିଷକୁ ଫେରି ପାଇଲେ କେତେ ଯେ ଶାନ୍ତି ପାଏ ପ୍ରାଣ ସ୍ପନ୍ଦନ ,ତାହା ଅନୁଭବ କରୁଥିଲା ଚାରୁ। ଆଜିର ଏତେ ଖୁସି ବୋଧେ ସେ କେବେ ପାଇନଥିଲା। ଆଜି ଜୀବନରେ ପ୍ରଥମ ଅନୁଭବ କରୁଛି।

ଚନ୍ଦନ କହିଲା କୁହ ମୁଁ ତୁମର ପସନ୍ଦ ତ। ମୁଁ କିନ୍ତୁ ତୁମକୁ ପାଇ ବହୁତ ଖୁସି। ଆଉ ମୋ ଚଏସ୍‌ ବି ପୁରା ଠିକ୍‌। ଚାରୁ କହିଲା ଥାଉ ଆଉ କିଛି କୁହନି ଆଉ। ମୋତେ ଏତେ କଷ୍ଟ ଦେଲ … ଗେହ୍ଲେଇ ପରି କହିଲା ଚାରୁ।

ନହେଲେ ତୁମକୁ ଏମିତି ସରପ୍ରାଇଜ୍‌ କେମିତି ଦେଇଥାଆନ୍ତି ଯେ, …ଏମିତି କହି ଚନ୍ଦନ ଚାରୁକୁ ନିଜ ବାହୁ ଯୁଗଳରେ ବାନ୍ଧିଦେଇ କହିଲେ , ଚାରୁ ଏ ବାସର ରାତି ବାସି ହେବା ଆଗରୁ ଆସ ଆମେ ଟିକେ ହଜିଯିବା ପ୍ରୀତି ରାଇଜରେ। ଅନେକ ଦିନର ଅପେକ୍ଷାକୁ ଟିକେ କରିଦେବା ଶାନ୍ତ। ଚାରୁ ହସି ଉଠିଲେ। ଆଉ ଚନ୍ଦନଙ୍କୁ କହିଲେ ଦୁଃଷ୍ଟ। ଚନ୍ଦନ ଆହୁରି ନିବିଡ ଭାବେ ଚାରୁକୁ ଭିଡି ଧରି ଶେଯ ଉପରେ ଲୋଟି ପଡିଲେ। ଆଉ ସେତିକି ବେଳେ ଆପେ ଆପେ ଲିଭିଗଲା ଅନେକ ବେଳୁ ଜଳୁଥିବା ବାସର ଦୀପଟି।

ପ୍ରଦେଶ ପ୍ରତ୍ୟୁଷ
ଢେଙ୍କାନାଳ
ଫୋନ୍‌-୯୮୫୩୬୦୯୨୦୫

The post ବାସର ରାତି appeared first on Odisha Reporter.

]]>
left bottom 2019-12-04 17:15:25 https://cdn.odishareporter.in/wp-content/uploads/2019/12/04171439/padiaa-bhai.jpg
ବୋଉ….. ବୋଉ ଲୋ… https://odishareporter.in/literature-culture/a-story-about-mother-and-child-relationship45-466925 Tue, 03 Dec 2019 06:52:42 +0000 https://odishareporter.in/?p=466925

ବୋଉ ଯିବାର ତିନି ବର୍ଷ ହୋଇଗଲାଣି। ଏବେ ବି ମୁଁ କେହି ନ ଥିଲା ବେଳେ ବୋଉ .. ବୋଉ ଲୋ.. ବୋଲି ବଡ଼ ପାଟିରେ ଡାକେ। ଏତେ କଷ୍ଟଦାୟକ ବୁକୁଫଟା ସତେ ଏ ଡାକ ବୋଧହୁଏ ବୋଉକୁ ହରେଇଥିବା ପ୍ରତି ଟି ବ୍ୟକ୍ତି ଅନୁଭବ କରି ପାରୁଥିବ ଏ ଯନ୍ତ୍ରଣାକୁ। ବୋଉ ବଞ୍ଚିଥିଲା ବେଳେ ସେ ଡାକ ଆଉ ଆଜିର ଡାକରେ ଆକାଶ ପାତାଳ ଫରକ। ନିଜ ମନର ଅବସ୍ଥା ଅନୁସାରେ ବୋଉ ବୋଲି ଡାକିବାର […]

The post ବୋଉ….. ବୋଉ ଲୋ… appeared first on Odisha Reporter.

]]>

ବୋଉ ଯିବାର ତିନି ବର୍ଷ ହୋଇଗଲାଣି। ଏବେ ବି ମୁଁ କେହି ନ ଥିଲା ବେଳେ ବୋଉ .. ବୋଉ ଲୋ.. ବୋଲି ବଡ଼ ପାଟିରେ ଡାକେ। ଏତେ କଷ୍ଟଦାୟକ ବୁକୁଫଟା ସତେ ଏ ଡାକ ବୋଧହୁଏ ବୋଉକୁ ହରେଇଥିବା ପ୍ରତି ଟି ବ୍ୟକ୍ତି ଅନୁଭବ କରି ପାରୁଥିବ ଏ ଯନ୍ତ୍ରଣାକୁ।

ବୋଉ ବଞ୍ଚିଥିଲା ବେଳେ ସେ ଡାକ ଆଉ ଆଜିର ଡାକରେ ଆକାଶ ପାତାଳ ଫରକ। ନିଜ ମନର ଅବସ୍ଥା ଅନୁସାରେ ବୋଉ ବୋଲି ଡାକିବାର ଶୈଳୀ ମଧ୍ୟ ବଦଳି ଯାଉଥିଲା ସେତେବେଳେ।

ଯେମିତି ସ୍କୁଲ କଲେଜରେ ପଢୁଥିଲା ବେଳେ କିଛି ସଫଳତା ପାଇଲା ବେଳେ ଘରେ ପଶୁ ପଶୁ ଦୌଡ଼ି ଦୌଡ଼ି ଯାଇ ବୋଉ .. ବୋଉ ଲୋ.. ଜାଣିଛୁ ମୁଁ ଆଜି ଫାଷ୍ଟ ହେଇଛି .. ଯୌଥ ପରିବାରର ଜଞ୍ଜାଳରେ ଘାଣ୍ଟି ହେଇ ଯାଉ ଯାଉ ଟିକେ ହସି ଦେଇ କହୁଥିଲା ହଉ ଯା ବାପାଙ୍କୁ କହି ଦେ .. ସେତେବେଳେ ମୁଁ ବୁଝୁ ନ ଥିଲି ସେ କେଉଁ ଅବସ୍ଥାରେ ଅଛି। କେତେ ଜଣଙ୍କ ପାଇଁ ହଣ୍ଡା ବସି ରୋଷେଇ ଚାଲିଛି। ସକାଳୁ ବୋଉ କିଛି ନ ଖାଇ ଯେ ଘରକୁ ଆସିଥିବା ବନ୍ଧୁ ବାନ୍ଧବଙ୍କ ଚର୍ଚ୍ଚାରେ ଅଛି।

କେବେ ଯଦି କେଉଁ ସାଙ୍ଗ ସହିତ ଝଗଡା ହୋଇଛି ତେବେ ସେ ରାଗରେ ଘରକୁ ଆସି ଉଚ୍ଚ ସ୍ୱରରେ ବୋଉ .. ବୋଉ.. ସବୁ ରାଗ ଅପମାନ ଶୁଝେଇବାକୁ ସତେ ଯେମିତି ସେଇ ହି ଅଛି।
ଦେହ ଭଲ ନ ଲାଗିଲେ ଚିଡି ଚିଡି ଲାଗିଲେ ବି ସେ ବୋଉ .. ଏ ବୋଉ ..

କାର୍ଯ୍ୟବ୍ୟସ୍ତତା ଭିତରେ ଯଦି ତାର ଫୋନ ଆସିଲା ତେବେ ହଁ କ’ଣ ହେଲା ବୋଉ ? କ’ଣ କହୁଛୁ ଜଲଦି କହ ..ବୁଝି ହେଉ ନ ଥିଲା ତାର ପ୍ରାପ୍ତ ବୟସରେ ସେ ଦୁଇପଦ କଥା ହେବା ପାଇଁ ଫୋନ ଟିକେ କରିଥିଲା। ଫ୍ରୀ ହେଲେ କରିବି କହି ନିଜ କାମରେ ବ୍ୟସ୍ତ ହୋଇ ଯାଉଥିଲୁ , ଅଣଦେଖା କରି ଦେଉଥିଲୁ ତାର ସୂକ୍ଷ୍ମ ମନରେ ସେ ସେଦିନ ମୋତେ ଖୋଜୁଥିଲା ଟିକେ ଦୁଃଖସୁଖ ହେବାପାଇଁ।

ଯେତେବେଳେ ଯେଉଁ ମାନସିକ ଅବସ୍ଥାରେ ଥାଉ ସେଇପରି ଡାକ ଟିଏ ବୋଉକୁ ଡାକିଦେଲେ ନିଜକୁ ବହୁତ ହାଲକା ଲାଗି ଥାଏ ଯେମିତି। ବୋଉ ବଞ୍ଚି ଥିଲା ସମସ୍ତଙ୍କର ନିଜସ୍ୱ ଖୁସି ରାଗ ଅଭିମାନ କଷ୍ଟକୁ ଅଜାଡି ଦେବାର ସତେ ଯେମିତି ସେ ଏକ ଡଷ୍ଟବିନ୍‌ ଥିଲା। କିନ୍ତୁ ଭାବୁଛି ଆଜି ଯେଉଁ ଆକୁଳତାରେ ବୋଉକୁ ଡାକୁଛି କେବେ ଯଦି ସେମିତି ବୋଉକୁ ଡାକିଥାନ୍ତି ସତରେ ସେ କେତେ ଖୁସି ହୋଇଥାନ୍ତା .. ଯଦି ସେ ବଞ୍ଚି ଥିଲାବେଳେ ଜଣେଇ ଥାନ୍ତି ବୋଉ ଲୋ ତୁ ଆମ ପାଇଁ ଆମ ନିଃଶ୍ୱାସଟିଏ ତା’ହେଲେ ବୋଧହୁଏ ଆଜିର ଏ ଦୀର୍ଘଶ୍ଵାସ ଆଖିରେ ଲୁହ ହୋଇ ଝରି ଆସୁ ନ ଥାନ୍ତା ….

ଭୁବନେଶ୍ୱର
ଡ଼ଃ ରିନା ରାଉତରାୟ
ଫୋନ୍‌- ୯୪୩୮୨୭୨୧୫୨

The post ବୋଉ….. ବୋଉ ଲୋ… appeared first on Odisha Reporter.

]]>
left bottom 2019-12-03 14:07:58 https://cdn.odishareporter.in/wp-content/uploads/2019/12/02125244/bou.jpg
ମୋ ଜେଜେଙ୍କ ଅନୁଭୂତିରେ କାହାଣୀ https://odishareporter.in/literature-culture/a-horror-story-by-amit-kumar-acharya-461742 Mon, 02 Dec 2019 06:21:19 +0000 https://odishareporter.in/?p=461742

ଭୂତ ପ୍ରେତ ବୋଲି ମୁଁ ନମାନିଲେ ବି ବେଳେବେଳେ ବାଧ୍ୟ ହୋଇଯାଏ ମାନିବାକୁ। ବୋଧେ ସେମାନେ ସତରେ ଅଛନ୍ତି। ଏମିତି ବହୁଥର ଜେଜେ ଆଉ ଗାଁର ଅନେକ ଲୋକ ନିଜ ଜୀବନର କିଛି କିଛି ଅନୁଭୂତିକୁ ଆମ ଗାଁ ପିଲାଙ୍କ ଗହଣରେ କହୁଥିଲେ। ଆଉ ସେସବୁ ସତ କି ମିଛ ଜାଣିନି, କିନ୍ତୁ ଆମକୁ ପୁରାପୁରି ବାସ୍ତବ ଲାଗୁଥିଲା ଶୁଣିଲାବେଳେ। ଚାତକ ପରି ଅନାଇ ବସୁଥିଲୁ ସେମାନଙ୍କ କଥାକୁ। ଶୁଣିବାକୁ ଡର ଲାଗିଲେ ବି ସତରେ ମଜା […]

The post ମୋ ଜେଜେଙ୍କ ଅନୁଭୂତିରେ କାହାଣୀ appeared first on Odisha Reporter.

]]>

ଭୂତ ପ୍ରେତ ବୋଲି ମୁଁ ନମାନିଲେ ବି ବେଳେବେଳେ ବାଧ୍ୟ ହୋଇଯାଏ ମାନିବାକୁ। ବୋଧେ ସେମାନେ ସତରେ ଅଛନ୍ତି। ଏମିତି ବହୁଥର ଜେଜେ ଆଉ ଗାଁର ଅନେକ ଲୋକ ନିଜ ଜୀବନର କିଛି କିଛି ଅନୁଭୂତିକୁ ଆମ ଗାଁ ପିଲାଙ୍କ ଗହଣରେ କହୁଥିଲେ। ଆଉ ସେସବୁ ସତ କି ମିଛ ଜାଣିନି, କିନ୍ତୁ ଆମକୁ ପୁରାପୁରି ବାସ୍ତବ ଲାଗୁଥିଲା ଶୁଣିଲାବେଳେ। ଚାତକ ପରି ଅନାଇ ବସୁଥିଲୁ ସେମାନଙ୍କ କଥାକୁ। ଶୁଣିବାକୁ ଡର ଲାଗିଲେ ବି ସତରେ ମଜା କିନ୍ତୁ ଅଲଗା ପ୍ରକାର ଥିଲା। କହିବାକୁ ଗଲେ ଆମ ବ୍ରହ୍ମପୁର ଟୋକଙ୍କ ଭାଷାରେ ଖୁସି ଗୋଟେ ଏବେ ସିନା ଗାଁ ଦାଣ୍ଡ ସବୁ କଙ୍କ୍ରିଟ୍ ରାସ୍ତା ହୋଇଗଲାଣି।

ସେତେବେଳେ କିନ୍ତୁ ଧୂଳି ଦାଣ୍ଡ ହିଁ ଥିଲା। ଗାଁର ବୁଢା ଅଜା ଆଉ ମଉସାମାନେ ଅନେକ କାହାଣୀ କହୁଥିଲେ। ଜହ୍ନ ରାତି ଆଉ ସେ ଭୂତ ପିଚାଶ ମାନଙ୍କ କାହାଣୀ ଶୁଣିବାକୁ ମୁଁ ଆଉ ଆମ ଗାଁର କିଛି ସାଙ୍ଗସାଥୀ ରୁଣ୍ଡ ହୋଇଯାଉଥିଲୁ। ଏବେ ବି ମନେ ପଡିଯାଏ ସେ ଦିନର କଥା ସବୁ।

ସତରେ କେତେ ମଜା ଥିଲା ସେସବୁ ଦିନ। ହଉ ଛାଡ ସେ କଥା, ମୁଁ କାହିଁକି ଏ ଭୂତି ଡାହାଣୀକୁ ଏତେ ଡରୁଛି। ଏବେ ଶୁଣ.. ଏମିତି ଅନେକ କାହାଣୀ ଭିତରୁ ଏ ଗୋଟିଏ କାହାଣୀ ଥିଲା ମୋ ନିଜ ଜେଜେଙ୍କ ମୁହଁରୁ। ସେ କୁହନ୍ତି ଏଇଟା କୁଆଡ଼େ ତାଙ୍କର ଅଙ୍ଗେଲିଭା କଥା। କାହାଣୀ ଥିଲା କିଛି ଏମିତି…

ସମୟ ଏମିତି ଥିଲା ଯେଉଁ ସମୟରେ ଆମ ଗାଁର ପ୍ରାୟତଃ ଲୋକେ ପେଟପାଟଣା ପାଇଁ ବାହାର ସହରକୁ ଯାଉଥିଲେ, ଆଉ ସେ ସମୟରେ ମୋ ବାପା ମଧ୍ୟ ମୁମ୍ବାଇରେ ରହୁଥାନ୍ତି। ଯେତେବେଳେ ମୋ ବାବା ଆମ ଘରକୁ ଭଳମନ୍ଦ ବୁଝିବା ପାଇଁ ଚାହୁଁଥିଲେ, ସେତେବଳେ ଦୁନିଆ ପାଲା କରିବାକୁ ପଡୁଥିଲା। କାହିଁକି ନା, ସେ ସମୟରେ ଆମ ଗାଁରେ ଟେଲିଫୋନ୍‌ ହିଁ ନଥିଲା। ଟିକେ କଥାବାର୍ତ୍ତା ପାଇଁ ଆମ ଗାଁଠୁ ପ୍ରାୟ ୩ କିଲୋମିଟର ଆଗକୁ ଗୋଟିଏ ଗାଁକୁ ଯିବାକୁ ପଡୁଥିଲା। ସଉଦାରୁ ଆରମ୍ଭ କରି ଘର ଚଳଣୀ ପାଇଁ ସବୁ ଜିନିଷପତ୍ର ପାଇଁ ଆମେ ସେହି ଗାଁ ଉପରେ ହିଁ ନିର୍ଭର କରୁ। ଆଉ ସେହି ଗାଁର ଏକ ମେଡିସନ୍ ଦୋକାନରେ ଥାଏ ଗୋଟେ ଲ୍ୟାଣ୍ଡଲାଇନ ଫୋନ୍। ସେଠାକୁ ମୋ ବାବା ଫୋନ କରନ୍ତି। ତା’ ପରେ ସେହି ଦୋକାନ ମାଲିକ ଆମ ଗାଁକୁ ଜେଜେଙ୍କ ପାଖକୁ ଖବର ଦିଅନ୍ତି ଯେ, ଶୁଣ ତମ ପୁଅ ଆଜି ରାତି ୮ ବେଳେ ଫୋନ କରିବ, ତମେ ଆଗୁଆ ଆସି ପହଞ୍ଚି ଯାଇଥି। ଟିକେ ଟିକେ କଥାବାର୍ତ୍ତା ପାଇଁ ଏମିତି ହିଁ ଆମ ଯୋଗଯୋଗ ସବୁଦିନ ଚାଲିଥାଏ।

ଦିନେ ଖବର ଆସିଲା, ଆଜି ରାତି ୯ଟା ବେଳେ ବାବା ଫୋନ କରିବେ। ସେଥିପାଇଁ ସଂନ୍ଧ୍ୟା ୭ଟାରୁ ଜେଜେ ବାହାରି ପଡିଲେ। ସେହି ଆମ ଛୋଟିଆ ସହରର ମେଡିସନ ଦୋକାନକୁ। ହେଲେ ଜେଜେଙ୍କ ସହ ସେହିନ ମୋର ଜଣେ ଦାଦା ବି ଯିବା ପାଇଁ ବାହାରିଥିଲେ। ଦାଦା ଓ ଜେଜେ ଦୁହେଁ ପୁରା ପ୍ରସ୍ତୁତି ହୋଇ ଗାଁରୁ ବାହାରିପଡିଲେ। ଏଠି ମୁଁ କହି ରଖେ , ସେ ଗାଁକୁ ଯିବା ପୂର୍ବରୁ ଦୁଇଟି ଗାଁର ମଶାଣି ଜେଇଁ ଯିବାକୁ ପଡେ। ଏବେ ଅବଶ୍ୟ ସେହି ରାସ୍ତା ଗୁଡାକ ପୁରା ଚକା ଚକ୍ କିନ୍ତୁ ସେ ସମୟରେ ବାଲି ଗୋଡିରେ ତିଆରି ହୋଇଥିଲା। ଏମିତି ରାସ୍ତାରେ ଦାଦାଙ୍କୁ ସାଥିରେ ନେଇ ଜେଜେ ପୁରା ଦମ୍ଭରେ ଆଗକୁ ବଢି ଚାଲିଥାନ୍ତି। ଅନ୍ଧାର କିଟ୍ କିଟ୍ ରାସ୍ତା, ଚାରିଆଡେ ଶୁନଶାନ୍। ମୁହଁକୁ ମୁହଁ ଦେଖିବା ସହଜ ନଥିଲା , ଯାହା କେବଳ ଝାପ୍‌ସା ଜହ୍ନ ଆଲୁଅରେ ବାଟ ଦେଖାଯାଉଥିଲା। ସୁଲୁସୁଲିଆ ପବନ ସାଙ୍ଗକୁ ବେଳେବେଳେ ବିଲୁଆ, ଏମିତି କେତେ କ’ଣ ପକ୍ଷଙ୍କ ଶବ୍ଦ ଶୁଭୁଥାଏ। ବୋଧେହୁଏ ପେଚା କି ଝିଙ୍କାରୀ ହୋଇଥିବେ। ଜେଜେଙ୍କ ହାତରେ କେବେଳ ଛୋଟିଆ ଟର୍ଚ୍ଚ ଲାଇଟଟି ଥିଲା।

ନିର୍ଭୀକ ଭାବେ ଆଗକୁ ବଢଥାନ୍ତି ସେ ଦୁଇଜଣ। ଜେଜେଙ୍କ କହିବା ଅନୁସାରେ ସେ ଡରୁଥିଲେ ବି କାଳେ ଦାଦା ଡ଼ରିଯିବେ ଭାବି ଚୁପଚାପ୍ ଚାଲୁଥିଲେ। ଏମିତିରେ ଗୋଟିଏ ଗାଁର ମଶାଣୀ ପାର୍ କରି ସାରିଥାନ୍ତି। ଏବେ ପାଳି ଦ୍ୱିତୀୟ ମଶାଣୀ। ଏ ମଶାଣୀଟି ପୁରା ପୁରୀ ରାସ୍ତାକୁ ଲାଗି ରହିଥାଏ। ଯଦି ରାତିରେ କେହି ଦୁନିଆ ଛାଡିଦିଏ, ବେଳେବେଳେ ସେଠି ଶବଦାହ ବି ଚାଲିଥାଏ। ସେହି ମଶାଣିର ଠିକେ ଆଗରେ ଏକ ଝାଙ୍କାଳିଆ ବରଗଛ, ତାର ୨୦ପାଦ ଆଗରେ ଥାଏ ଏକ ହନୁମାନ ମନ୍ଦିର। ସେଠି ଗୋଟିଏ ମାତ୍ର ଛୋଟ ୧୦୦ ପାଓ୍ୱାର ବଲ୍‌ବଟିଏ ପ୍ରତ୍ୟେକ ଦିନ ମିଞ୍ଜି ମିଞ୍ଜି ଜଳୁଥାଏ। ସେହି ମନ୍ଦିରରେ ଜଣେ ପୂଜାରି ବି ରହୁଥିଲେ ଯାହା ମୁଁ ଶୁଣିଥିଲି।

ମନ୍ଦିରର ସେହି ଛୋଟିଆ ବଲବ୍‌ର ଆଲୁଅ ଝାପ୍‌ସା ଦେଖାଦେଉଥାଏ ସେ ଆଖପାଖକୁ। କାହିଁକି ନା, ମନ୍ଦିରରୁ ସେ ଆଲୁଅ ଅନେକ ଗଛପତ୍ରର ଛୋଟ ଛୋଟ ଫାଙ୍କ ଦେଇ ପହଞ୍ଚିଥାଏ ସେହି ମଶାଣି ଆଡ଼କୁ। ଜେଜେ ଓ ମୋ ଦାଦା ମଶାଣି ଆଗକୁ ବଢିଲା ପରେ ପଡିଲା ସେହି ବଡ ବର ଗଛଟା। ସେ ଗଛ ଉପରେ ମନ୍ଦିରର ବଲବର ଆଲୁଅଟା ଟିକେ ଟିକେ ପଡୁଥାଏ। ଠିକ୍ ଏତିକିବେଳେ ଜେଜେ ଦେଖିଲେ କିଛି ଗୋଟିଏ ବିରାଟ ଛାଇ ତାଙ୍କ ଉପରେ ଦେଇ ଚାଲିଯାଉଛି। ଜେଜେଙ୍କ କହିବା ଅନୁଯାୟୀ, ଛାଇଟି ଏକ ବିରାଟ ହାତ ସଦୃଶ୍ୟ ଥିଲା। ଯେମିତିକି ସେ ଛାଇ ସଦୃଶ୍ୟ ହାତଟି ଜେଜେ ଓ ଦାଦାଙ୍କୁ ଧରିବାକୁ ଚାହୁଁଥିଲା। ହେଲେ ଏସବୁ ଘଟଣା ଦେଖିବାପରେ ମଧ୍ୟ ଜେଜେ ପୁରା ନିର୍ଭୟର ସହିତ ଆଗକୁ ବଢୁଥିଲେ। ଦାଦାଙ୍କ ହାତ ଧରି। ଜେଜେ ଡରିକି ବି କିଛି କହୁନଥିଲେ, କାଳେ ଦାଦା ଡରିଯିବେ। ଏମିତିରେ ଆଗକୁ ବଢିଯାଇ ବାବାଙ୍କ ସହ କଥା ହୋଇ ଯେଣେତେଣେ ଘରକୁ ଫେରିଥିଲେ ଦୁହେଁ। ଏହାର ଦୁଇ ଦିନ ପରେ ଜେଜେ ଦାଦାଙ୍କୁ ପଚାରିଲେ, ଆରେ ତୁ ସେଦିନ କିଛି ଦେଖିଲୁ କି ସେ ମଶାଣି ପାଖରେ ?

ଦାଦା କିଛି ସମୟ ଚୁପ୍ ରହି କହିଲେ, ହଁ.. ଏହାପରେ ଜେଜେ ପଚାରିଲେ ତେବେ କାଇଁ ମତେ କିଛି କହିନଥିଲୁ ? ଦାଦା କହିଲେ, ନା ସେ ଛାଇ ସଦୃଶ୍ୟ ହାତଟିକୁ ଦେଖି ଡରି ଯାଇଥିଲି। କାଳେ ତମେ ଡରିଯିବ ଭାବି ମୁଁ ବି କିଛି ନ କହି ଚୁପଚାପ ରହିଥିଲି। ଜେଜେ ଏଥର ଟିକେ ହସି ଦେଇ କହିଲେ, ଭଲ କଲୁ ସେ ସମୟରେ ଚୁପ୍ ରହିଲୁ। ଜେଜେଙ୍କ କହିବା କଥା ଯେ, ସେ ଛାଇଟା କୁଆଡ଼େ ଏକ ବ୍ରହ୍ମ ରାକ୍ଷସର ହାତ ଥିଲା। ଯାହା ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଯେହେତୁ ଆମେ ବ୍ରାହ୍ମଣ ଲୋକ , ପିନ୍ଧିଥିବା ମନ୍ତ୍ରିତ ପଇତା ଯୋଗୁଁ ଆମକୁ ସେ ଦୁଷ୍ଟଶକ୍ତିଟି ଧରିପାରିଲା ନାହିଁ। ମୁଁ ସେହି କଥା ଯେତେବେଳେ ଜେଜେଙ୍କଠୁ ଶୁଣିଥିଲା ବହୁତ ଡରି ଯାଇଥିଲି।

କିନ୍ତୁ ଏମିତି କଥା ଶୁଣି ବହୁତ ମଜା ବି ଲାଗିଥିଲା। ଆଜି ଯଦି ମୁଁ ସେ ପରିସ୍ଥିତିକୁ ନେଇ ଭାବେ ମତେ ଲଗେ, ବୋଧହୁଏ ସେ ମନ୍ଦିରର ବଲବର୍ ଆସୁଥିବା ଆଲୁଅ ଉପରେ କିଛି ଗଛ ଡାଳ ପବନରେ ଦୋହଲୁଥିଲେ। ହୁଏତ ସେହି ଗଛ ଡାଳର ପ୍ରତିବିମ୍ବ ହୋଇପାରେ, ସେହି ଛାଇଟି । ଏମିତି ଅନେକ କିଛି ଉଦାହରଣ ମନକୁ ବର୍ତ୍ତମାନ ଆସୁଛି। ହେଲେ ଏକଥା କେତେ ସତ କେତେ ମିଛ ମୁଁ କହିପାରିବିନି। କିନ୍ତୁ ଘଟଣାଟି ଘଟିଥିଲା ସତ…

ଲକ୍ଷ୍ମୀପୁର
ଗଞ୍ଜାମ
ଫୋନ୍‌-୯୭୭୭୨୭୬୧୨୮

The post ମୋ ଜେଜେଙ୍କ ଅନୁଭୂତିରେ କାହାଣୀ appeared first on Odisha Reporter.

]]>
left bottom 2019-12-02 11:55:35 https://cdn.odishareporter.in/wp-content/uploads/2019/12/02115039/yyy.jpg
ତୁମ କଥା ମନେପଡ଼େ… https://odishareporter.in/literature-culture/a-pathetic-love-story-by-pradesh-pratyush45-466858 Mon, 02 Dec 2019 05:49:25 +0000 https://odishareporter.in/?p=466858

ଅରୁଣା ବେଦିରେ ବସିବା ପରେ ଭୁଲି ଯାଇଥିଲା ତାର ଅତୀତକୁ। କର୍ମକୁ ଆଦରି ବଞ୍ଚିବାକୁ ସ୍ଥିର କରିନେଇଥିଲା। କିନ୍ତୁ ପୁଣି ତା ଅତୀତକୁ ମନେପକାଇ ଦେଇଥିଲେ ତାର ସ୍ୱାମୀ। ବାସର ରାତିରେ ସତ କଥା କହି ଦେଇଥିଲା ବୋଲି କଥା କଥାକେ ସେ ସେଇ ପୁରୁଣା ସ୍ମୃତିକୁ ଦୋହରାଇଲେ। ଆଜି ଅରଣ୍ୟ ଖୁବ୍‌ ମନେ ପଡୁଛନ୍ତି । ସେଦିନ ଯଦି ମୁଁ ମୋ ପ୍ରେମ ପାଇଁ ଘର ଲୋକଙ୍କ ଆଗେ ଜିଦ୍‌ କରିଥାନ୍ତି ତ ଆଜି ଏମିତି […]

The post ତୁମ କଥା ମନେପଡ଼େ… appeared first on Odisha Reporter.

]]>

ଅରୁଣା ବେଦିରେ ବସିବା ପରେ ଭୁଲି ଯାଇଥିଲା ତାର ଅତୀତକୁ। କର୍ମକୁ ଆଦରି ବଞ୍ଚିବାକୁ ସ୍ଥିର କରିନେଇଥିଲା। କିନ୍ତୁ ପୁଣି ତା ଅତୀତକୁ ମନେପକାଇ ଦେଇଥିଲେ ତାର ସ୍ୱାମୀ। ବାସର ରାତିରେ ସତ କଥା କହି ଦେଇଥିଲା ବୋଲି କଥା କଥାକେ ସେ ସେଇ ପୁରୁଣା ସ୍ମୃତିକୁ ଦୋହରାଇଲେ।

ଜି ଅରଣ୍ୟ ଖୁବ୍‌ ମନେ ପଡୁଛନ୍ତି । ସେଦିନ ଯଦି ମୁଁ ମୋ ପ୍ରେମ ପାଇଁ ଘର ଲୋକଙ୍କ ଆଗେ ଜିଦ୍‌ କରିଥାନ୍ତି ତ ଆଜି ଏମିତି ଅବସ୍ଥା ହୋଇନଥାନ୍ତା। ମୁଁ ପାଇଯାଇଥାନ୍ତି ମୋ ପ୍ରିୟର ମଣିଷକୁ। ମୋ ଅରଣ୍ୟକୁ… ଏମିତି ଭାବି କାନ୍ଦୁଛି ଅରୁଣା। ଭୁଲା ଅତୀତ ତାର ଖୁବ୍ ମନେପଡୁଛି।

ବାହାରେ ଅବିରତ ବର୍ଷା । ହୃଦୟରେ ଦୁଃଖର ବିଜୁଳି। ଆଖିରେ ଲଗାଣ ବର୍ଷାର ଧାରା। କ’ଣ କରିବ ଅରୁଣା। ଆଜି ସବୁ ଭାବୁଛି।

ବାପା ମାଆ ସିନା ଯାନିଯୌତୁକ ଦେଇ ଝିଅ ବିଦା କରିଦେଲେ। ତାଙ୍କ ମୁଣ୍ଡରୁ ବୋଝ ହାଲକା ହୋଇଗଲା । ହେଲେ ମୁଁ କେମିତି ପ୍ରତିକ୍ଷଣ ଦୁଃଖ ଓ ଅନୁତାପର ନିଆଁରେ ଜଳୁଛି , ସେ କ’ଣ ସେକଥା ବୁଝିଲେ । ଯାହାକୁ ବେଦି ଉପରେ ବସି ଅଗ୍ନିକୁ ସାଖି ରଖି ବାହା ହେଲି ସେ ଦିନକ ପାଇଁ ମନ କଥା ବୁଝିଲେନି। ଅର୍ଥ ମୋହରେ ସେ ଯେମିତି ପାଗଳ। ଦିନ ରାତି ଖାଲି ଟଙ୍କା ପଛରେ ଧାଇଁଛନ୍ତି।

ବାହାଘରର ୨ ବର୍ଷ ଭିତରେ କେବେ ସେ ସ୍ତ୍ରୀକୁ କେଉଁଆଡେ ବୁଲାଇ ନେଇଛନ୍ତି ନା ଭଲରେ କଥା ହୋଇଛନ୍ତି। ଅରୁଣା ବେଦିରେ ବସିବା ପରେ ଭୁଲି ଯାଇଥିଲା ତାର ଅତୀତକୁ। କର୍ମକୁ ଆଦରି ବଞ୍ଚିବାକୁ ସ୍ଥିର କରିନେଇଥିଲା। କିନ୍ତୁ ପୁଣି ତା ଅତୀତକୁ ମନେପକାଇ ଦେଇଥିଲେ ତାର ସ୍ୱାମୀ। ବାସର ରାତିରେ ସତ କଥା କହି ଦେଇଥିଲା ବୋଲି କଥା କଥାକେ ସେ ସେଇ ପୁରୁଣା ସ୍ମୃତିକୁ ଦୋହରାଇଲେ। ଅରୁଣାକୁ ସନ୍ଦେହ କଲେ।

ରାତି ୧୨ଟା ହେଲାଣି। ସ୍ୱାମୀ ଆଜି ଅଫିସ୍‌ କାମରେ ଅଫିସ୍‌ରୁ ଫେରିନାହାଁନ୍ତି। ଅରୁଣା ବସି ଅତୀତ ସ୍ମୁତିକୁ ରୋମନ୍ଥିତ କରୁଛି। ଅରଣ୍ୟ ଥିଲେ ଅରୁଣାର ପାଖ ଗାଁର ପିଲା। ହାଇସ୍କୁଲରୁ କଲେଜ୍ ଏକା ସାଙ୍ଗରେ ପଡିଛନ୍ତି। ପ୍ରତି ମୁର୍ହୂତ୍ତକୁ ଏକା ସାଥିରେ ବିତାଇଛନ୍ତି । ବନ୍ଧୁତା ,ପ୍ରେମ ଭିତରେ ଯେମିତି ଦିନ ଗୁଡାକ କେମିତି ବିତି ଯାଇଥିଲା। ସେ ଦୁହେଁ ଜାଣିପାରିନଥିଲେ। ଅରୁଣାର ଘର ଲୋକେ ତାଙ୍କ ପ୍ରେମ ବିଷୟରେ ଜାଣି ତାର ବାହାଘର ସ୍ଥିର କରିଦେଲେ । କହିଲେ , ଆମେ ସରକାରୀ ଚାକିରିଆକୁ ତତେ ବାହାଦେବୁ।

ସେଦିନ ବାପାଙ୍କ ଜିଦ୍‌ ଆଗରେ ହାର୍‌ ମାନିଥିଲା ଅରୁଣା। ଘରର ନିଷ୍ପତ୍ତି ଆଗରେ ବଳି ପଡିଯାଇଥିଲା ତା ପ୍ରେମ। ଆଜି ଅରଣ୍ୟ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିତ୍ୱ। ଜଣେ ଭଲ ଲେଖକ ଭାବେ ଖୁବ୍‌ ନାଁ କମେଇଛନ୍ତି । ଟିଭି , ରେଡିଓ, ଖବର କାଗଜ ସବୁଠି ତାଙ୍କର ସୃଜନଶୀଳତାର ସ୍ପର୍ଶ। ସେଦିନଠୁ ଅରୁଣା କେବେ ବି ସାହସ କରିପାରିନି ଅରଣ୍ୟଙ୍କୁ ଦେଖା କରିବାକୁ। ଶୁଣିଛି ଖୁବ୍‌ ଭଲରେ ଅଛନ୍ତି ଅରଣ୍ୟ। ଆଉ ସେ ସବୁବେଳେ ଭଲରେ ଥାଆନ୍ତୁ ବୋଲି ନିତି ଅରଣ୍ୟଙ୍କ ପାଇଁ ସନ୍ଧ୍ୟା ଦୀପ ଜଳାଇ ଶୁଭ ମନାସେ ଅରୁଣା।
ଫେସ୍‌ବୁକ୍‌ରୁ ନିତି ତାଙ୍କର କବିତା ପଢେ ଅରୁଣା। ନିରବତାର ଅନ୍ଧକାରରେ ରହି କେବଳ ଅରଣ୍ୟଙ୍କର ସୃଜନଶୀଳତାର ଶବ୍ଦରେ ହଜେ। ଆଉ ବା କ’ଣ କରିପାରିବ। କବିତା ପଢ଼ି ଅନୁଭବ କରେ ଅରଣ୍ୟ ଏବେ ବି ତାକୁ ହୃଦୟରେ ସ୍ଥାନ ଦେଇଛନ୍ତି । ତାର ପ୍ରେମ ପ୍ରତିଶ୍ରୁତି ଓ ପ୍ରତୀକ୍ଷାକୁ ନେଇ ଲେଖୁଛନ୍ତି କବିତା , ଗଳ୍ପ ।

ଫେସ୍‌ବୁକ୍‌ ଖୋଲିଲା ଅରୁଣା। ଏମିତି ନିତି ରାତିରେ ସେ ଫେସ୍‌ବୁକ୍‌ରେ ଅରଣ୍ୟକୁ ତାଙ୍କ କବିତାର ଶବ୍ଦ ଓ ଭାଷାରେ ଭେଟେ। ଆଜି ଅରଣ୍ୟ ଏକ କବିତା ପୋଷ୍ଟ କରିଛନ୍ତି। ଖୁବ୍‌ ଆଗ୍ରହର ସହ ଅରୁଣା ପଢିଲା- ଅରଣ୍ୟ ଲେଖିଛନ୍ତି।
ତୋ ପ୍ରେମ ମୋ ପ୍ରେମ , ଗୋଟେ ନିରବ କାହାଣୀ
ତୋ କଥା ମୋ କଥା ଗୋଟେ ଅଭୁଲା ଚାହାଣୀ…

ଆଉ ପଢ଼ି ପାରିଲାନି। ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। କାନ୍ଥ ଘଣ୍ଟା ଗର୍ଜି ଉଠିଲା। ରାତି ୨ଟା , ସ୍ୱାମୀ ଏଯାଏଁ ଆସିନାହାନ୍ତି। ଆଖିର ଲୁହ ପୋଛିଲା ଅରୁଣା। ଆଜି କେମିତି ପରିବେଶ ଅଲଗା ଲାଗୁଥିଲା । ଅରୁଣା ଆଖିରୁ ଯେତିକି ଲୁହ ଝରୁଥିଲା। ହୃଦୟର ବିଳାପ ସେମିତି ତୀବ୍ର ହୋଉଥିଲା । ବାହାରେ ବର୍ଷା ମଧ୍ୟ ସେତିକି ପ୍ରତୀୟମାନ ହେଉଥିଲା। ଅରୁଣା ସ୍ଥିର କଲା ଆଜି ସେ ପ୍ରଥମ କରି କମେଣ୍ଟ କରିବ ଅରଣ୍ୟଙ୍କର କବିତା ପଢ଼ି।
ଲେଖିଲା ପୋଷ୍ଟରେ – ଅରଣ୍ୟ।
‘ତୁମ ପ୍ରେମ ଏବେ ବି ଜୀବନ୍ତ। ଏ ଦେହ ସିନା ଏଠି, ମନ ତୁମ ପାଖରେ। ମୁଁ ପ୍ରିୟା ପ୍ରେୟସୀ, ପ୍ରିୟତମା କୋଉଟା ହୋଇ ପାରିଲିନି। ତୁମେ କିନ୍ତୁ ସଚ୍ଚା ପ୍ରେମିକ ଓ ପ୍ରିୟ ପୁରୁଷ ପାଲଟି ଗଲ। ପ୍ରେମର ପରମ ସତ୍ୟ ତ୍ୟାଗରେ ବି ଅନୁଭବ କରିପାରିଲ ପ୍ରେମକୁ ,ପ୍ରତିଶ୍ରୁତିକୁ।’ ଏତକ ଲେଖି ସାରି ଅରୁଣା ଯେମିତି ନିଜ ଭିତରେ ଆଶ୍ୱସ୍ତି ଅନୁଭବ କରୁଥିଲା ।

ସେପଟେ ତାର କମେଣ୍ଟର ଉତ୍ତର ଦେଲେ ଅରଣ୍ୟ, ….‘ଅରୁଣା ତୁମେ ଭଲରେ ଥାଅ…ଯାହା ହେବାର ନଥିଲା, ତା ହେଲାନି। ଯାହା ହେବାର ଥିଲା ତାହା ହେଲା, ସେଇଟା ଆମ ପ୍ରେମ…..’

ପ୍ରେମ ମାନେ ପ୍ରଶଂସା। ଯାହା ମୁଁ ବୁଝିଛି। ପରସ୍ପର ପ୍ରତି ସେହି ପ୍ରଶଂସା ରଖି ନିଜ ନିଜର ସଂସାର ଭିତରେ ହଜିଯିବା ହିଁ ଜୀବନ। ମୁଁ ତୁମ ପରି ଗୋଟେ ଜୀବନ ସାଥି ପାଇଛି ଅରୁଣା। ଠିକ୍ ତୁମ ଭଳି ଲାଜେଇ , ସରଳି ଆଉ ମନକୁ ବୁଝିଲା ଭଳି। ତାରି ଭିତରେ ତୁମକୁ ଦେଖେ , ସେ ସବୁ ଜାଣିଛି। ସବୁ କହିଦେଇଛି। ମୁଁ ରାଗିଲେ ଅରୁଣା ଅରୁଣା କହି ମୋତେ ଚିଡାଇ ମଜା କରେ ….

ଅରୁଣା ଆଖିରେ ଖୁସିର ଲୋତକ। ଦୀର୍ଘ ୨ବର୍ଷ ପରେ ନିଜ ଅରଣ୍ୟଙ୍କ ଠାରୁ ଏଭଳି ଭାବର ଆଦାନ ପ୍ରଦାନରେ ବିମୋହିତ ହୋଇଛି। ଅନେକ ଦିନ ଧରି ମନରେ ଜମାଟ ବାନ୍ଧିଥିବା ଦୁଃଖର ବରଫ ଧିରେ ଧିରେ ତରଳୁଥିଲା । ହାଲକା ଲାଗୁଥିଲା ଅରୁଣାର ଦେହ,ମନ,ପ୍ରାଣ।

ମନକୁ ମନ କହିଲା ତୁମେ ସତରେ ମହାନ ଅରଣ୍ୟ…ତୁମେ ମହାନ। ମୁଁ ଅଭାଗିନୀ ତୁମକୁ ନିଜର କରିପାରିଲିନି।

ପ୍ରଦେଶ ପ୍ରତ୍ୟୁଷ
କୁରୁମଟାଙ୍ଗର
ମହୁଲପଡ଼ା
ଢ଼େଙ୍କାନାଳ
ଫୋନ୍‌ -୭୦୦୮୪୩୧୨୫୭

The post ତୁମ କଥା ମନେପଡ଼େ… appeared first on Odisha Reporter.

]]>
left bottom 2019-12-02 11:24:01 https://cdn.odishareporter.in/wp-content/uploads/2019/12/02111847/pradesh.jpg
ମାଲାୟାଲାମ୍‌ କବି ଅକିତମ୍‌ଙ୍କୁ ଜ୍ଞାନପୀଠ ୨୦୧୯ https://odishareporter.in/nation-world/noted-malayalam-poet-akkitham-wins-jnanpith-award-2019-466039 Fri, 29 Nov 2019 15:34:06 +0000 https://odishareporter.in/?p=466039

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲାମ୍‌ କବି ତଥା ସାହିତ୍ୟିକ ଅକିତମ୍‌ ଅଚ୍ୟୁତନ୍‌ ନମ୍ବୂଦିରୀ ୨୦୧୯ ବର୍ଷର ଜ୍ଞାନପୀଠ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି। ଶୁକ୍ରବାର ସାହିତ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ପୁରସ୍କାର ଜ୍ଞାନପୀଠ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି। ମାଲାୟାଲାମ୍‌ କବିତାରେ ଆଧୁନିକତାର ପ୍ରୟୋଗ ପାଇଁ ସେ ବେଶ ପ୍ରଶଂସିତ। ଏହି ଆୱାର୍ଡ ପାଇଁ ଗଠିତ ବୋର୍ଡ ସର୍ବସମ୍ମତି କ୍ରମେ ଏହି ୯୩ ବର୍ଷ ବୟସ୍କ ପ୍ରତିଭାଙ୍କ ନାମ ଚୂଡ଼ାନ୍ତ କରିଥିଲେ। ପୁରସ୍କାର ସ୍ୱରୂପ ୧୧ ଲକ୍ଷ […]

The post ମାଲାୟାଲାମ୍‌ କବି ଅକିତମ୍‌ଙ୍କୁ ଜ୍ଞାନପୀଠ ୨୦୧୯ appeared first on Odisha Reporter.

]]>

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲାମ୍‌ କବି ତଥା ସାହିତ୍ୟିକ ଅକିତମ୍‌ ଅଚ୍ୟୁତନ୍‌ ନମ୍ବୂଦିରୀ ୨୦୧୯ ବର୍ଷର ଜ୍ଞାନପୀଠ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି। ଶୁକ୍ରବାର ସାହିତ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ପୁରସ୍କାର ଜ୍ଞାନପୀଠ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି। ମାଲାୟାଲାମ୍‌ କବିତାରେ ଆଧୁନିକତାର ପ୍ରୟୋଗ ପାଇଁ ସେ ବେଶ ପ୍ରଶଂସିତ।

ଏହି ଆୱାର୍ଡ ପାଇଁ ଗଠିତ ବୋର୍ଡ ସର୍ବସମ୍ମତି କ୍ରମେ ଏହି ୯୩ ବର୍ଷ ବୟସ୍କ ପ୍ରତିଭାଙ୍କ ନାମ ଚୂଡ଼ାନ୍ତ କରିଥିଲେ। ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କାର ନଗଦ ଅର୍ଥ ଏବଂ ସରସ୍ୱତୀଙ୍କର ଏକ ବ୍ରୋଞ୍ଜ ପ୍ରତିମା ଦିଆଯିବ। ଏହି ପୁରସ୍କାର ପାଇବାରେ ଅକିତମ୍‌ ଷଷ୍ଠ ମାଲାୟାଲମ୍‌ କବି।

କେରଳର ପାଲାକ୍କଡ଼ ଜିଲ୍ଲା ଜନ୍ମିତ ଅକିତମ୍‌ଙ୍କର ୪୩ରୁ ଅଧିକ ସାହିତ୍ୟ ସୃଷ୍ଟି ରହିଛି। ଏହି ସୃଷ୍ଟି ମଧ୍ୟରେ ‘ଇରୁପଥମ୍‌ ନୂତଂଡିନତେ ଇତିହାସମ୍‌’ ବା ‘ବିଂଶ ଶତାବ୍ଦୀର କିମ୍ବଦନ୍ତୀ’ ଅନ୍ୟତମ। ଏହା ମାଲାୟାଲାମ୍‌ ସାହିତ୍ୟରେ ଆଧୁନିକତାର ପ୍ରବେଶ କରାଇଥିବା କୁହାଯାଏ।

୨୦୧୭ ମସିହାରେ ସେ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି। ଏତଦ୍‌ବ୍ୟତୀତ ୧୯୭୧ରେ କେରଳ ସାହିତ୍ୟ ଏକାଡେମୀ ଏବଂ ୧୯୭୩ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସେ କିଛି ପତ୍ରିକାରେ ସାମ୍ବାଦିକତା ମଧ୍ୟ କରିଛନ୍ତି। ସାମାଜିକ କୁସଂସ୍କାର ବିରୋଧରେ ମଧ୍ୟ କାମ କରିଆସିଛନ୍ତି।

The post ମାଲାୟାଲାମ୍‌ କବି ଅକିତମ୍‌ଙ୍କୁ ଜ୍ଞାନପୀଠ ୨୦୧୯ appeared first on Odisha Reporter.

]]>
centre bottom 2019-11-30 10:58:12 https://cdn.odishareporter.in/wp-content/uploads/2019/11/29210348/akktham.jpg
ସେହି ଝଡ଼, ଆଜି ପୁଣି ମୃଦୁ ମଳୟ https://odishareporter.in/literature-culture/a-happy-ending-love-story-written-by-pradesh-pratyush-458783 Sun, 10 Nov 2019 10:23:06 +0000 https://odishareporter.in/?p=458783

ବହୁଦିନ ପରେ ଆଦ୍ୟା ସହ ଭେଟ ହେଲା । ସେ ମୋତେ ହିଁ ଦେଖା କରିବାର ଅଭିପ୍ରାୟରେ ବୋଧେ ଆସିଥିଲା । ମୁଁ ଘରେ ଥିଲି । ସକାଳ ୧୦ ଟା ହେବ । ସେଦିନ ରବିବାର । ମୋ ଅଫିସ୍‌ ବି ନଥିଲା । ନିତ୍ୟକର୍ମ ସାରି ଖବରକାଗଜ ପଢୁଥିଲି। ଘରର କଲିଂ ବେଲ୍‌ ଶୁଣି କବାଟ ଖୋଲିଲି । ଯାହା ଦେଖିଲି ବିଶ୍ୱାସ କରିପାରିଲିନି। ଆଦ୍ୟା ମୋ ସାମ୍ନାରେ। ହଠାତ୍ ୧୨ ବର୍ଷ ପରେ […]

The post ସେହି ଝଡ଼, ଆଜି ପୁଣି ମୃଦୁ ମଳୟ appeared first on Odisha Reporter.

]]>

ବହୁଦିନ ପରେ ଆଦ୍ୟା ସହ ଭେଟ ହେଲା । ସେ ମୋତେ ହିଁ ଦେଖା କରିବାର ଅଭିପ୍ରାୟରେ ବୋଧେ ଆସିଥିଲା । ମୁଁ ଘରେ ଥିଲି । ସକାଳ ୧୦ ଟା ହେବ । ସେଦିନ ରବିବାର । ମୋ ଅଫିସ୍‌ ବି ନଥିଲା । ନିତ୍ୟକର୍ମ ସାରି ଖବରକାଗଜ ପଢୁଥିଲି।

ଘରର କଲିଂ ବେଲ୍‌ ଶୁଣି କବାଟ ଖୋଲିଲି । ଯାହା ଦେଖିଲି ବିଶ୍ୱାସ କରିପାରିଲିନି। ଆଦ୍ୟା ମୋ ସାମ୍ନାରେ। ହଠାତ୍ ୧୨ ବର୍ଷ ପରେ ଭେଟ । ସେ ବି ମତେ ଦେଖି କ’ଣ କହିବ କିଛି ଭାବିପାରିଲାନି । ସେ କେମିତି ପଚାରି ପଚାରି ମୋ ଠିକଣା ପାଇଲା , ମୁଁ ସେକଥା ଭାବି ଆଶ୍ଚର୍ଯ୍ୟ ହେଉଥିଲି ।

ସେଦିନର ସେହି ଆଦ୍ୟା, ଏବେବି ସେଭଳି ଲାଗୁଥିଲା । ବୟସ ଯେମିତି ତାକୁ ଛୁଇଁପାରିନି । ସେମିତି ୧୮ ବର୍ଷରେ ରହିଯାଇଛି । ଗୋରା ତକ୍ ତକ୍ ଦେହରେ ନୀଳ ରଙ୍ଗର ଶାଢି ଖୁବ୍ ମାନୁଛି ତାକୁ । କହିଲା , ମୋତେ ଘରକୁ ଡାକିବନି । ମୁଁ କହିଲି ହଁ । ଆସେ । ସେଦିନର ସେହି ଆଦ୍ୟା ଯେମିତି ଲାଗୁଥିଲା ବଦଳିନି । ସେଭଳି ମଜାଳିଆ କଥା । ଆଉ ହସ ହସରେ ମନ ମୋହିଥିବା ମୁହଁଟିକୁ ତା’ର ଦେଖିଲେ ମନରୁ ସବୁ ରାଗ ଅଭିମାନ ଦୂରେଇ ଯାଏ ।

ଘର ଭିତରକୁ ଆସିଲା ଆଦ୍ୟା । ମୋ ଡ୍ରଇଂ ରୁମ୍‌ରେ ସୋଫା ଉପରେ ବସିଲା । ମୁଁ ବି ମନେ ମନେ ଭାବୁଥାଏ କଥା କୋଉଠୁ ଆରମ୍ଭ କରିବି ।

ମୁଁ କିଛି କହିବା ପୂର୍ବରୁ କହିଲା, ମୋ ଉପରେ ରାଗିଛ । ଭାବିଥିଲ ଭୁଲି ଯାଇଥିବି । ତୁମକୁ କିଏ ଭୁଲିବ ଯେ । ଏମିତି ସବୁ ତାର ଚିରାଚରିତ ଢଙ୍ଗରେ କହିଚାଲିଥାଏ । କହିଲା , ତମେ ସବୁ ଅତୀତର ସ୍ମୃତିକୁ ନେଇ ଭଲ ଏବେ ଲେଖା ଲେଖି କରୁଛ । ଗଳ୍ପ,କବିତା ସବୁ ପଢ଼େ ତୁମର ।

ମୁଁ ଆଦ୍ୟାଠୁ କଥା ଛଡେଇ ନେଇ ପଚାରିଲି , ଖାଲି ପଢ଼…। ମୋ ପାଟିରୁ କଥା ଛଡେଇ ନେଇ ସେ କହିଲା , ନିଜକୁ ଖୋଜେ ତା ଭିତରୁ । ନିଜକୁ ଆବିଷ୍କାର କରେ ନୂଆ ରୂପରେ ।

ଆଦ୍ୟା ଏମିତି ଗପି ଚାଲିଥିଲା ମୁଁ କ’ଣ କହିବି କିଛି ଭାବିପାରୁନଥିଲି । ୧୨ ବର୍ଷ ପରେ ହଠାତ୍ ଭେଟ , ଆଉ ସେମିତି କଥା ବାର୍ତ୍ତା ଯେମିତି ସେ ୧୨ ବର୍ଷ ପୂର୍ବେ କହୁଥିଲା । ଯେମିତି ମୁଁ ଭାବିଲି ସମୟ ବଦଳିଯାଇଛି । ସେ ବଦଳିନି । ମୋତେ କହିଲା – ଭାବୁଛ ମୁଁ କେମିତି ତୁମକୁ ଦେଖାକରିବାକୁ ଆସିଲି । ଆସିବାକୁ ବାଧ୍ୟ ହେଲି । ସେଦିନ ମୁଁ ତୁମକୁ ପଚାରିଥିଲି ମୁଁ ତୁମଠାରୁ କେତେ ଦୂରରେ । ତମେ ଉତ୍ତରରେ କହିଥିଲ , ନିଃଶ୍ୱାସ ମୋ ଠାରୁ ଯେତିକି ଦୂର , ମୁଁ ତୁମ ଠାରୁ ସେତିକି ଦୂର। ସେଦିନ ମୁଁ ବୁଝି ପାରିନଥିଲି । ହେଲେ ଆଜି ବୁଝିପାରିଛି । ଆଉ ତାର ପ୍ରାୟଶ୍ଚିତ ପାଇଁ ଧାଇଁ ଆସିଛି ।
ହଠାତ୍ କାନ୍ଦି ପକାଇଲା ଆଦ୍ୟା । ସେଦିନ ତୁମ ହାତ ଛାଡି ଦେଇ ମୁଁ କେଉଁ ଭୁଲ୍ କରିଛି , ତା ଆଜି ଭୋଗୁଛି । ମୁଁ ପଚାରିଲି କ’ଣ ହୋଇଛି ଆଦ୍ୟା । ସେ କହିଲା , ଆଉ କହି ଲାଭ କଣ । ତୁମ ଦୁନିଆ ମୋ ଦୁନିଆ ଏବେ ବହୁତ ଅଲଗା । ଜାଣିଛ ଆଦିତ୍ୟ ମୁଁ ସେଦିନ ବିବାହ କରିବା ବଦଳରେ ଘର ଛାଡି ପଳାଇଥିଲି । ଆଉ ଘରକୁ ଫେରିନଥିଲି । ତୁମକୁ ସେଦିନ ମନା କରି ମୁଁ ଦୁଃଖ ଦେଇଥିଲି । ପଛରେ ମୁଁ ଅନୁତପ୍ତ ହେଲି । ତୁମ ସରଳ ମନରେ ମୁଁ ଦୁଃଖ ଦେବାଟା ଠିକ୍ ହେଲାନି ଅନୁଭବ କଲି । ଆଉ ତୁମ ପାଖକୁ ଫେରିବାକୁ ସାହାସ କରିପାରିଲିନି।

ଆଦ୍ୟାକୁ ଦେଖିଲା ପରେ ମୁଁ ବର୍ତ୍ତମାନ ଓ ଅତୀତ ଭିତରେ ଗୋଟେ ଅଜଣା ଯୁଦ୍ଧକୁ ଲକ୍ଷ୍ୟ କରୁଥିଲି । ମୋର ଅତୀତ ପୃଷ୍ଠା ଓଲଟାଇଲି । ଏଇ ଆଦ୍ୟା ଥିଲା ଦିନେ ମୋର ପିଲା ଦିନର ସାଥି । ଆମ ଘର ଗାଁ ମୁଣ୍ଡରେ , ତାଙ୍କର ତଳ ସାହିରେ । ଏକା ସାଥିରେ ଅଙ୍ଗନବାଡ଼ି ଯାଇଛୁ , ଖଡି ଛୁଇଁଛୁ । ତାପରେ ସ୍କୁଲ୍ କଲେଜ ସବୁ ଏକାଠି। ସ୍କୁଲରେ ବୋହୂ ଚୋରୀ ଖେଳ ଆମ ଦୁହିଁଙ୍କର ଖୁବ୍ ପ୍ରିୟ ଥିଲା । ସବୁ ବେଳେ ସେ ମୋର ବୋହୂ ସାଜିବାକୁ ଅଳି କରୁଥିଲା । ମୁଁ ବରକୋଳି ଖାଇବାକୁ ଭଲପାଏ ବୋଲି ସେ ନିତି ତାଙ୍କ ବାଡିରୁ ବର କୋଳି ମୋ ପାଇଁ ଆଣୁଥିଲା । ମୋ ଦେହ ଖରାପ ହେଲେ ମୁଁ ସ୍କୁଲ୍ ବନ୍ଦ କଲେ ସେ ବି ଘରେ ରହିଯାଉଥିଲା । ଆଉ ଏଥିପାଇଁ ସେ ଘର ଲୋକଙ୍କ ଠାରୁ କମ୍ ଗାଳି ଖାଇନି ।

ଆମ ଭିତରର ବନ୍ଧୁତା ଧିରେ ଧିରେ ଭଲ ପାଇବା ଆଡକୁ ଗତି କରିଥିଲା । ଯେତେବେଳେ ଆମେ ଦୁହେଁ ହାଇସ୍କୁଲ ଡେଇଁ କଲେଜ ଗଲୁ, ଆମ ଭିତରେ ନୂଆ ରୂପ ନେଲା ପ୍ରେମ । ପରସ୍ପରକୁ ଏବେ ଭିନ୍ନ ରୂପରେ ଚିହ୍ନିଲୁ । ବନ୍ଧୁତା ବଦଳି ଗଲା ପ୍ରେମରେ , ଯେବେବେଳେ ଭାବିଲୁ ଆମେ କେହି କାହାକୁ ଛାଡି ବୋଧେ ରହିପାରିବୁନି । ବାସ୍ ଆରମ୍ଭ ହୋଇଗଲା ପ୍ରେମ ।

ମନରେ ନୂଆ ସ୍ୱପ୍ନ ତିଆରି କଲୁ । ଦିନ ବିତି ଚାଲିଲା । ପ୍ଲସ୍ ୩ ଫାଇନାଲ୍ ପରୀକ୍ଷା ପାଖେଇ ଆସୁଥିଲା । ଆମ ବିଷୟରେ ଆଦ୍ୟାର ଘର ଲୋକେ ଜାଣିଗଲେ , ଆମ ଭିତରର ବନ୍ଧୁତା ପ୍ରେମ ପାଲଟି ଯାଇଛି । ସେତେବେଳେ ବିରୋଧ କଲେ । ଆଦ୍ୟାକୁ ଗାଳି ଦେଲେ । ଆଦ୍ୟା ଆଉ ପରୀକ୍ଷା ଦେଲାନି ।

ଶେଷ ଥର ପାଇଁ ଆଦ୍ୟା ମତେ ଗାଁର ଶିବ ମନ୍ଦିର ପାଖରେ ଭେଟି ଶୁଣାଇଦେଲା ତା ଜୀବନର ଶେଷ ନିଷ୍ପତ୍ତି । ମତେ ଭୁଲି ଯାଅ ଆଦିତ୍ୟ । ବାସ୍ ତାପରେ …ଏ ଆକାଶଟା ଯେମିତି ମୋ ଉପରେ ଛିଣ୍ଡି ପଡିଲା ଭଳି ଲାଗୁଥିଲା ସେଦିନ….. ।

ମୁଁ ଅତୀତର ସେହି ଅପାଶୋରା ସ୍ମୃତି ଭିତରେ ହଜି ଯାଇଥିଲି । ଆଦ୍ୟାର ଡାକରେ ପ୍ରକୃସ୍ଥିତ ହେଲି । କହିଲି, ହେଲେ ଏତେ ବର୍ଷ ପରେ … । ଭାବିଥିଲି ଜୀବନକୁ ସେମିତ ଏକାଏକା କଟେଇ ଦେବି । ହେଲେ ପାରିଲିନି । ମତେ ଲାଗିଲା ତମେ ମୋତେ ଖୋଜୁଛ । ମୁଁ ବାଧ୍ୟ ହେଲି ଆସିବାକୁ । ଏବେ ଭାବୁଛି ଭୁଲ କରିଛି । ପୁଣି ତୁମ ଦୁନିଆରେ ନିଆଁ ଲଗେଇବାକୁ ଚାହେଁନି ।

ଆଦ୍ୟା ଆଖିରେ ଲୁହର ଧାରା । ଛୋଟ ପିଲାଙ୍କ ଭଳି ହାତରେ ଲୁହ ପୋଛି ପଚାରିଲା ଆଦିତ୍ୟ ତୁମର ଘରଣୀ ? ଆଦ୍ୟା ଏତିକି କହି ରହିଗଲା । ମୁଁ ଅନୁଭବ କରୁଥିଲି ତା ହୃଦୟ ଯେମିତି ଦୁଃଖରେ ଭରିଯାଇଛି । ମୁଁ କହିଲି । ତୁମଠୁ ମୁଁ ଯେମିତି ଦୂର , ଘରଠୁ ଘରଣୀ ସେତିକି ଦୂର । ସେ ହସିଲା । ବୋଧେ ସବୁ ବୁଝିପାରିଥିଲା , ମୁଁ ଏକା ରହିଛି । ଖୁସିରେ ମୋତେ କୋଳେଇ ନେଲା । କହିଲା ଆଦି, ଆଇ ଲଭ୍ ୟୁ । ମୁଁ କେବେବି ତୁମକୁ ଆଉ ଛାଡିଯିବି ନାହିଁ ।

ମୁଁ ଭାବୁଥିଲି ,କ’ଣ କହିବି ଆଦ୍ୟାକୁ । ଦିନେ ମୃଦୁ ମଳୟ ହୋଇ ଆସିଥିଲା , ଝଡ ହୋଇଚାଲିଗଲା । ଆଉ ଆଜି ସେହି ଝଡ , ପୁଣି ମୃଦୁ ମଳୟ ….।

ପ୍ରଦେଶ ପ୍ରତ୍ୟୁଷ   

କୁରୁମଟାଙ୍ଗର
ମହୁଲପଡ଼ା
ଢେଙ୍କାନାଳ
ଫୋନ୍‌ : 9853609205

The post ସେହି ଝଡ଼, ଆଜି ପୁଣି ମୃଦୁ ମଳୟ appeared first on Odisha Reporter.

]]>
left bottom 2019-11-10 15:53:06 https://cdn.odishareporter.in/wp-content/uploads/2019/11/10155229/p444.jpg
ଏମିତି ବି ପ୍ରେମ ହୁଏ https://odishareporter.in/literature-culture/a-sweet-love-story-by-smrutiranjan-giri-457640 Thu, 07 Nov 2019 12:38:52 +0000 https://odishareporter.in/?p=457640

ସେଦିନ ସ୍ମୃତି ମୋବାଇଲ୍‌ରେ ଗୋଟେ ଫଟୋ ଦେଖିଲି। ଗୋଟେ ସୁନ୍ଦର ଝିଅ, ମୁଣ୍ଡରେ ପାଟ ଓଢ଼ଣୀ ଦେଇ ନୁଆଣିଆ ଚାଳଘର ସାମ୍ନାରେ ଚିଡ଼ା ହୋଇଛି। ପଚାରିବାରୁ ସ୍ମୃତି କହିଲା ଇଏ ଅପର୍ଣ୍ଣା। ମୁଁ- ଅପର୍ଣ୍ଣା…? ଏଥର ସ୍ମୃତି ତା’ର ବେପରୁଆ ହୃଦୟ ଭିତରେ ଏଣେତେଣେ ଲୁଚାଇ ରଖିଥିବା ଅପର୍ଣ୍ଣାର ପୂରା କାହାଣୀ କହୁଥିଲା… ପିଲାବେଳେ ଅପର୍ଣ୍ଣାର ନାଁକୁ ନେଇ ଭାରି ଚିଡ଼ୁଥିଲି। ତାର ଏ କଷ୍ଟିଆ ନାଁ ଟା କିଏ ଦେଲା କେଜାଣି। ସଳା ଜମା ବି […]

The post ଏମିତି ବି ପ୍ରେମ ହୁଏ appeared first on Odisha Reporter.

]]>

ସେଦିନ ସ୍ମୃତି ମୋବାଇଲ୍‌ରେ ଗୋଟେ ଫଟୋ ଦେଖିଲି। ଗୋଟେ ସୁନ୍ଦର ଝିଅ, ମୁଣ୍ଡରେ ପାଟ ଓଢ଼ଣୀ ଦେଇ ନୁଆଣିଆ ଚାଳଘର ସାମ୍ନାରେ ଚିଡ଼ା ହୋଇଛି। ପଚାରିବାରୁ ସ୍ମୃତି କହିଲା ଇଏ ଅପର୍ଣ୍ଣା।
ମୁଁ- ଅପର୍ଣ୍ଣା…? ଏଥର ସ୍ମୃତି ତା’ର ବେପରୁଆ ହୃଦୟ ଭିତରେ ଏଣେତେଣେ ଲୁଚାଇ ରଖିଥିବା ଅପର୍ଣ୍ଣାର ପୂରା କାହାଣୀ କହୁଥିଲା…

ପିଲାବେଳେ ଅପର୍ଣ୍ଣାର ନାଁକୁ ନେଇ ଭାରି ଚିଡ଼ୁଥିଲି। ତାର ଏ କଷ୍ଟିଆ ନାଁ ଟା କିଏ ଦେଲା କେଜାଣି। ସଳା ଜମା ବି ପାଟିରେ ପଶୁନି।

ସ୍ମୃତି କହେ – ଲୋ ଅପୁ ତୋ ନାଁଟା ଚେଞ୍ଜ କରିଦଉନୁ ।
ଅପର୍ଣ୍ଣା- କି, ତୁ ଚେଞ୍ଜ୍‌ କରିଦେଉନୁ। ନିରବ ହୋଇଯାଏ ସ୍ମୃତି।

ସନ୍ଧ୍ୟା ହେଲେ ସ୍ମୃତି ଅପର୍ଣ୍ଣା ସହ ସାଙ୍ଗ ହେଇ ଟ୍ୟୁସନ୍‌ ଯାଏ। ନିଜ ଖାତା କାଢ଼ି ଅପର୍ଣ୍ଣାକୁ ଅକ୍ଷୟ ସାର୍‌ ଦେଇଥିବା ମାନସାଙ୍କ ଦେଖାଏ। ଆଉ ଟ୍ୟୁସନ୍‌ ମଝିରେ ଲାଇନ୍‌ ଚାଲିଗଲେ ଅପର୍ଣ୍ଣା ପିଠିରେ ଦିଟା ଗୁମ୍‌ଗାମ୍‌ ଥୋଇ ଦେଇ କବାଟ କଣରେ ଲୁଚିଯାଏ। ବାସ୍ ତାପରେ କେଇ ଘଣ୍ଟାର ରାଗରୁଷା ଆଉ ପୁଣି ସାଙ୍ଗ। ୟାରି ଭିତରେ ଟୁଟୁ(ଶାଶ୍ୱତ ଶୁଭଦର୍ଶୀ ମିଶ୍ର) ସହିତ ବି ଦୋସ୍ତି ବଢ଼ିଯାଇଥାଏ। ତାରି ଘରେ ଆମେ ୩ ଜଣ ଟ୍ୟୁସନ୍‌ ହେଉଥିଲୁ।

କିନ୍ତୁ ଧୀରେ ଧୀରେ ଟ୍ୟୁସନ୍ ଗ୍ରୁପ୍‌ ବଢ଼ିଲା। ଟୁଟୁ ଘରେ ଆଉ ଟ୍ୟୁସନ୍‌ ହେଲାନି। ସାର୍‌ଙ୍କ ଘରେ ଟ୍ୟୁସନ୍‌ ହେଲା। ୧୫-୨୦ ପିଲା ଟ୍ୟୁସନ୍‌ ହେବାକୁ ଗୋବିନ୍ଦ ସାର୍‌ଙ୍କ ପାଖକୁ ଆସିଲେ। ମୁଁ କିନ୍ତୁ ସେଇ ତିନି ଜଣକୁ ନେଇ ସୀମିତ ଥିଲି । ଅପୁ, ଟୁଟୁ ଆଉ ମୁଁ। କିନ୍ତୁ ମୋର ଅପୁ ସହିତ ଏକାଠି ଯିବା ଆସିବା ଅନ୍ୟ କିଛି ସାଙ୍ଗଙ୍କୁ ବୋଧେ ଭଲ ଲାଗି ନଥିଲା। ସେମାନେ ଆମକୁ ଦେଖି ଠରାଠରି ହେଲେ। ଆଉ ଏହି ସବୁର ମୂଳ ହେଲା ପପା(ସୂରତ)। ଏମାନେ ସମସ୍ତେ ମିଶି ମୋତେ ଚିଡ଼େଇଲେ କହିଲେ ମୁଁ କୁଆଡ଼େ ଅପୁକୁ…।

ମୋତେ ଖୁବ୍ ଲାଜ ଲାଗିଲା। ମୁଁ ଧୀରେ ଧୀରେ ଅପୁଠାରୁ ଦୂରେଇଲି। ତାକୁ ଗଣିତ ଖାତା ଦେଖାଇଲି ନାହିଁ। କି ତା ସାଙ୍ଗରେ ମିଶିଲି ନାହିଁ। ୭ମ ଶ୍ରେଣୀ ପାଖରୁ କଥାବାର୍ତ୍ତା ବି ବନ୍ଦ।
ହେଲେ ଏହି ଦୂରତା ଯେ ମୋ ମନ ଭିତରେ କେତେବେଳେ ତା ପ୍ରତି ଭଲ ପାଇବା ଭାବ ସୃଷ୍ଟି କରିଥିଲା ମୁଁ ଜାଣି ପାରି ନ ଥିଲି। ଧୀରେ ଧୀରେ ମୋ ଭିତରେ ଗୋଟେ ପରିବର୍ତ୍ତନ ଅନୁଭବ୍ କରୁଥିଲି। ହେଲେ ଏ ପରିବର୍ତ୍ତନ ନା କ’ଣ ଦେବି ଜାଣିପାରୁ ନଥିଲି। ମୁଁ ବଦଳୁ ଥିଲି।

ଯେତେବେଳେ +2 ପଢ଼ିବା ଲାଗି କଟକ ଗଲି, ସେତେବେଳେ କାଇଁ କେଜାଣି ଅପୁ କଥା ଭାରି ମନେ ପଡ଼ିଲା। ଛାତି ତଳ ଅସମ୍ଭବ ଯନ୍ତ୍ରଣା। ପୂର୍ବରୁ କେବେ ଏମିତି ଫିଲ୍‌ କରିନଥିଲି ମୁଁ।
କଟକରେ ଗୋଟେ ବର୍ଷ ପଢ଼ିଲା ପରେ ବାରମ୍ବାର ଅପର୍ଣ୍ଣାକୁ ଭାବିଛି। ତା ସ୍ମୃତି ମୋ ଛାତି ତଳେ ରୁଗ୍‌ ରୁଗ୍‌ କରିଛି। ସିଗାରେଟ୍‌ ଧୂଆଁରେ ବଳୟ ଭିତରେ ତା ମୁହଁକୁ ଦେଖିଛି। ଖରାପ ଅଭ୍ୟାସ୍ ଛାଡ଼ିବା ପାଇଁ ବାରମ୍ବାର ସେ ମୋତେ ତାଗିଦ୍‌ କରିଛି ସ୍ୱପ୍ନରେ।

ଏତିକିବେଳେ କେନ୍ଦ୍ରାପଡା କଲେଜ +2Scienceରେ ୧୫ଟି ସିଟ୍ ବଢ଼ିବା ଖବର ପାଇଲି। ଆଉ ଏହି ସୁବିଧାର ସୁଯୋଗ ନେଇ ପୁଣି ଅପର୍ଣ୍ଣା ସହ ପଢ଼ିବାକୁ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଟ୍ରାନସଫର୍ କରି ପଳେଇ ଆସିଲି। କିନ୍ତୁ ସେତେବେଳକୁ ମୁଁ କୁସଗଂରେ ପଡ଼ି ଖରାପ ଅଭ୍ୟାସ କରିସାରିଥିଲି। ଗୋଟେ ବେପରୁଆପଣ ମୋତେ ଗୋଟେ ଉଶୃଙ୍ଖଳିତ ଜୀବନ ଆଡ଼କୁ ଟାଣି ନେଇଥିଲା। ଆଉ ଏପଟେ ଅପର୍ଣ୍ଣା ବି ଯୁଗ ସହିତ ତାଳ ଦେଇ ନବାବ୍‌ ମୁହଁରେ ଯବାବ୍‌ ଦେବାର ଢଙ୍ଗ ଶିଖିଯାଇଥିଲା।

ମୁଁ କେନ୍ଦ୍ରାପଡ଼ା ଆସିଲା ପରେ ସାଙ୍ଗ ମୋ ଯୋଡ଼ିର ସାଙ୍ଗ ବି ମିଳିଗଲେ। ଆଉ କ୍ଲାସ କିଏ କରୁଛି। ଖାଲି ଲାଇନ୍‌ ମରା ଆଉ ବୁଲାବୁଲିରେ ଦିନ ଗଲା। ମୁଁ କମେଣ୍ଟ ମାରୁନଥିଲି କିନ୍ତୁ ଟିମ୍‌ରେ ରହୁଥିଲି। ଦିନେ ଏମିତି କମେଣ୍ଟ ପାସ୍ କରୁ କରୁ ଅପର୍ଣ୍ଣା ହାବୁଡ଼ରେ ପଡ଼ିଯାଇଥିଲି। ବାପ୍‌ରେ ବାପ୍ ସେଦିନ ତା ଆଖିରେ କି ରାଗ। ମୁଁ ପୂର୍ବରୁ କେବେ ଦେଖିନଥିଲି। ତା ଅଖିରେ ମୁଁ ବୋଧେ ଗୋଟେ ବଡ଼ ଅପରାଧୀ ପାଲଟି ଯାଇଥିଲି। ସେହି ଦିନଠାରୁ ମୁଁ ନିଜକୁ ଗୋଟେ ପାପୀ ମନେ କଲି। ତା ଆଖିରେ କେବେ ଆଖି ମିଶାଇ ପାରିନି। କି ମନର କଥା କହିନି।

ଏବେ ଅପୁ ବିବାହିତ। ପୁପା କହୁଥିଲା ସେ କୁଆଡ଼େ ଭଲପାଇ ବାହା ହେଇଛି। ଏତିକି କହିବା ମାତ୍ରେ ସିଗାରେଟ୍‌ ଢୋକେ ଧୂଆଁକୁ ପାଟିରେ ପୂରାଇ ମେଘୁଆ ଆକାଶକୁ ଛାଡ଼ିଦେଲା ସ୍ମୃତି। ଧୂଆଁର ବଳୟ ଭିତରେ ଦେଖୁଥିଲା ଦୁଇଟି କୁନି କୁନି ପିଲା।

ପିଲା- ଲୋ ଅପୁ ତୋ ନାଁଟା ଚେଞ୍ଜ କରିଦଉନୁ।
ଅପୁ- କି ତୁ ଚେଞ୍ଜ୍‌ କରିଦଉନୁ।
ପିଲା- ହଉ ଦେଖ୍‌ ଚେଞ୍ଜ୍ କରିଦେଲି। ତୁ ଆଜିଠୁ ଅପୁ। ଅପୁ ଗିରି, ଅପର୍ଣ୍ଣା ଲେଙ୍କା ନୁହଁ।

ଅପୁ- ଠୋ ଠୋ ହସିଲା। ତାର ସେ କୁନି ଗାଲରେ ଗୋଟେ ଭଉଁରି, କିନ୍ତୁ ଏ କ’ଣ ଧୀରେ ଧୀରେ କୁନି ଅପୁ ବଡ଼ ହେଉଛି, ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା..। ଲାଲ୍‌ ଟୁକ୍‌ଟୁକ୍ ଓଠରେ ସେ ହସୁଛି । ତୁ ଭଲରେ ଥା ଅପର୍ଣ୍ଣା। ଏମିତି ହସୁଥା।

ମୁଁ ଡାକିଲି, ସ୍ମୃତି… ଓଏ ସ୍ମୃତି… ହଠାତ୍‌ ଚିହିଁକି ଉଠିଲା ସେ। ଗୋଟେ ହାଲ୍‌କା ନିସ୍ୱାସ ଛାଡ଼ି କହିଲା ଚାଲ୍‌ ଯିବା, ମୋତେ କଟକ ଫେରିବାକୁ ହେବ। ଏତିକି କହି କାର୍ ଡ୍ରାଇଭିଂ କରି କେଇ ସେକେଣ୍ଡ ଭିତରେ ଆଖି ସାମ୍ନାରୁ ଚାଲିଗଲା। ମୁଁ ଅବାକ। ବାପ୍‌ରେ ଏମିତି ବି ପ୍ରେମ ହୁଏ ?

ସ୍ମୃତିରଞ୍ଜନ ଗିରି
କେନ୍ଦ୍ରାପଡ଼ା
ପଟ୍ଟାମୁଣ୍ଡାଇ

ମୋବାଇଲ୍- ୯୮୫୩୦୭୮୮୩୭
ମେଲ୍‌-smruti.iimc@gmail.com

The post ଏମିତି ବି ପ୍ରେମ ହୁଏ appeared first on Odisha Reporter.

]]>
left top 2019-11-07 18:08:52 https://cdn.odishareporter.in/wp-content/uploads/2019/11/07180639/apu.jpg
ନାକଟା ଚିତ୍ରକର https://odishareporter.in/literature-culture/death-anniversary-of-faturananda-457028 Wed, 06 Nov 2019 04:26:08 +0000 https://odishareporter.in/?p=457028

ଦେଵ ତ୍ରିପାଠୀ ବିଶ୍ଵଯୁଦ୍ଧ ଦେଖି ଦିନେ ଈଶ୍ଵର ତାଙ୍କୁ ଡାକି କହିଲେ, “ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ? ଯାଆ ପୃଥିବୀରେ ବଢ଼ିଆ ଯୁଦ୍ଧ ହେଉଛି ଦେଖିବୁ ।” ଭଗବାନଙ୍କ କଥାମାନି, ସେ ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଆଦ୍ୟ ଯୌବନରେ ସାଙ୍ଗସାଥୀ ଗହଣରେ ହସଖୁସିରୁ ହିଁ ଆରମ୍ଭ ହୋଇଥିଲା ଜୀବନର ପ୍ରଥମ ବ୍ୟଙ୍ଗରଚନା । ଏମିତି ଲେଖୁ ଲେଖୁ ସେ ବନିଯାଇଥିଲେ ଓଡ଼ିଆ ବ୍ୟଙ୍ଗସାହିତ୍ୟର ସବ୍ୟସାଚୀ, […]

The post ନାକଟା ଚିତ୍ରକର appeared first on Odisha Reporter.

]]>
  • ଦେଵ ତ୍ରିପାଠୀ

ବିଶ୍ଵଯୁଦ୍ଧ ଦେଖି ଦିନେ ଈଶ୍ଵର ତାଙ୍କୁ ଡାକି କହିଲେ,
“ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ?
ଯାଆ ପୃଥିବୀରେ ବଢ଼ିଆ ଯୁଦ୍ଧ ହେଉଛି ଦେଖିବୁ ।”

ଭଗବାନଙ୍କ କଥାମାନି, ସେ ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଆଦ୍ୟ ଯୌବନରେ ସାଙ୍ଗସାଥୀ ଗହଣରେ ହସଖୁସିରୁ ହିଁ ଆରମ୍ଭ ହୋଇଥିଲା ଜୀବନର ପ୍ରଥମ ବ୍ୟଙ୍ଗରଚନା ।

ଏମିତି ଲେଖୁ ଲେଖୁ ସେ ବନିଯାଇଥିଲେ ଓଡ଼ିଆ ବ୍ୟଙ୍ଗସାହିତ୍ୟର ସବ୍ୟସାଚୀ, ଓଡ଼ିଆ ହାସ୍ୟ-ଶ୍ଲେଷର ସୂର୍ଯ୍ୟ, ଓଡ଼ିଆ ରମ୍ୟରଚନାର ଭୀଷ୍ମ ପିତାମହ । ସେ ଡାକ୍ତର ରାମଚନ୍ଦ୍ର ମିଶ୍ର ଓରଫ ଫତୁରାନନ୍ଦ ।

କଟକରେ ଡାକ୍ତରୀ ପଢୁଥିବାବେଳେ ସେ ରୋଗଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ଅନ୍ତରର ନିଷ୍ଫଳ ବିଳାପ ଓ ବେଦନାକୁ ଚାପି ରଖି ସତେ ଯେପରି ଅନ୍ୟମାନଙ୍କ ହୃଦୟରେ ହସର ଜୁଆର ଫୁଟାଇବାକୁ ସେ ଶପଥ ନେଇଥିଲେ ଏବଂ ସୃଷ୍ଟି କରିଥିଲେ ଅସଂଖ୍ୟ ବ୍ୟଙ୍ଗ ସାହିତ୍ୟ, ପାଲଟି ଯାଇଥିଲେ ସାହିତ୍ୟର ସେବକ। ପାଠକ ତାଙ୍କ ଲେଖା ପଢି ହସି ହସି ବେଦମ୍ ହେଉଥିଲାବେଳେ ସେ କିନ୍ତୁ ପଡି ରହୁଥିଲେ ନିରାନନ୍ଦ ଭାବରେ, ଯନ୍ତ୍ରଣାର କଣ୍ଟାକିଆରୀରେ, ସାରା ଜୀବନ ।

“ନାକଟା ଚିତ୍ରକର” ବ୍ୟଙ୍ଗ ଉପନ୍ୟାସ, “କଲିକତି ଚେଙ୍କ” ନାଟକ, “ନିଲଠା କବି” ଓ “ସାହି ମହାଭାରତ” କବିତା, “ସାହିତ୍ୟଚାଷ”, “ଫମାଲୋଚନା”, “ଅମୃତ ବେହିଆ”, “ବୃହତ୍ ଭାଣ୍ଡ” ଇତ୍ୟାଦି କାଳଜୟୀ ପ୍ରବନ୍ଧ, “ହେରେସା”, “ବିଦୂଷକ”, “ମଙ୍ଗଳବାରିଆ ସାହିତ୍ୟ ସଂସଦ”, “ହସକୁରା”, “ସାହିତ୍ୟଚାଷ”, “ବିହସକ”, “ବୃହତଭାଣ୍ଡ”, “ଭୋଟ୍”, “ଗମାତ”, “ନିଦାବେହେଲ”, “ସାହିତ୍ୟ ବେଉଷଣ”, “ନବଜିଆ”, “ଥଟଲିବାଜ”, “ସାହିତ୍ୟ ବଛାବଛି”, “ମସ୍କରା”, “ଟାହୁଲିଆ”, “ଟାପୁରିଆ”, “ମୁଚୁକୁନ୍ଦିଆ”, “ଖିଲିଖିଲିଆ” ବ୍ୟଙ୍ଗଗଳ୍ପ ତଥା “ମୋ ଫୁଟା ଡଙ୍ଗାର କାହାଣୀ” ଆତ୍ମଜୀବନୀ ଇତ୍ୟାଦି ଅସଂଖ୍ୟ ରଚନା ସୃଷ୍ଟି କରି ସେ ଓଡ଼ିଆ ବ୍ୟଙ୍ଗସାହିତ୍ୟର କ୍ଷୀଣଶରୀରକୁ ବପୁବନ୍ତ କରିଯାଇଛନ୍ତି ।

ଜୀବନରେ କେବେ ପୁରସ୍କାର ପ୍ରତୀକ୍ଷାରେ ନ ଥିବା ଏଇ ରସରାଜ ଫତୁରାନନ୍ଦଙ୍କୁ ଗୌରବାନ୍ଵିତ ଓଡ଼ିଶାବାସୀ ଶାରଳା ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

୧୯୧୫ ମସିହା ଜୁନ ୧ ତାରିଖରେ କଟକରେ ଜନ୍ମିତ ଏହି ମହାନ ସାହିତ୍ୟ ସାଧକ ୧୯୯୫ ମସିହା ନଭେମ୍ବର ୬ ତାରିଖରେ ଅଗଣିତ ଵ୍ୟଙ୍ଗସାହିତ୍ୟପ୍ରେମୀଙ୍କୁ ଶୋକସାଗରରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ । ଫତୁରାନନ୍ଦ ହିଁ ଥିଲେ ଆଧୁନିକ ଓଡ଼ିଆ ଵ୍ୟଙ୍ଗସାହିତ୍ୟର ଅଗ୍ରଣୀ ଲିପିକାର। ତାଙ୍କ ବିହୁନେ ଆମ ଭାଷା ସାହିତ୍ୟରେ ଵ୍ୟଙ୍ଗ ନାମରେ ପ୍ରଚୁର ସାହିତ୍ୟ ସୃଷ୍ଟି ହୋଇଛି ସତ, କିନ୍ତୁ ଫତୁରାନନ୍ଦଙ୍କ ସାହିତ୍ୟର ନିରୁପମା ହାସ୍ୟ-ଶ୍ଳେଷପଣ କେତେ ଜଣ ବା ସ୍ରଜି ପାରିଛନ୍ତି !

The post ନାକଟା ଚିତ୍ରକର appeared first on Odisha Reporter.

]]>
left bottom 2019-11-06 10:07:58 https://cdn.odishareporter.in/wp-content/uploads/2019/11/06095246/891.jpg
ମୋ ମୋନାଲିସା https://odishareporter.in/literature-culture/my-monalis-a-stroy-by-yagyandutta-453324 Mon, 28 Oct 2019 12:23:55 +0000 https://odishareporter.in/?p=453324

ମୋନାଲିସା। ନାଁ ତ ନିଶ୍ଚିତ ଶୁଣିଥିବେ। ମୋନାଲିସା ନାଁ କାନରେ ପଡ଼ିଲା ମାତ୍ରେ ଗୋଟିଏ ଫୋଟ ଆଖିରେ ନାଚିଉଠେ। ହଁ, ମୁଁ ସେଇ ମୋନାଲିସା କଥା କହୁଛି, ଯାହା ଆପଣ ଏବେ ଭାବୁଛନ୍ତି। ସେହି ଲିଓନାର୍ଡୋ ଦା ଭିନ୍‌ଚିଙ୍କ ମୋନାଲିସା, ଯାହାଙ୍କ ହସ ସାରା ବିଶ୍ୱକୁ ଚମକାଇ ଦେଇଛି। କୋଟିକୋଟି ପ୍ରେମିକଙ୍କ ନାୟିକା ସେ। ଏମିତି କେଉଁ ପ୍ରେମିକ ନଥିବ, ଯିଏ ତା ପ୍ରେମିକା ମଧ୍ୟରେ ମୋନାଲିକାକୁ ଦେଖି ନଥିବ। ଲିଓନାର୍ଡୋଙ୍କ ମୋନାଲିସା ସିନା ଗୋଟିଏ, କିନ୍ତୁ […]

The post ମୋ ମୋନାଲିସା appeared first on Odisha Reporter.

]]>

ମୋନାଲିସା। ନାଁ ତ ନିଶ୍ଚିତ ଶୁଣିଥିବେ। ମୋନାଲିସା ନାଁ କାନରେ ପଡ଼ିଲା ମାତ୍ରେ ଗୋଟିଏ ଫୋଟ ଆଖିରେ ନାଚିଉଠେ। ହଁ, ମୁଁ ସେଇ ମୋନାଲିସା କଥା କହୁଛି, ଯାହା ଆପଣ ଏବେ ଭାବୁଛନ୍ତି। ସେହି ଲିଓନାର୍ଡୋ ଦା ଭିନ୍‌ଚିଙ୍କ ମୋନାଲିସା, ଯାହାଙ୍କ ହସ ସାରା ବିଶ୍ୱକୁ ଚମକାଇ ଦେଇଛି। କୋଟିକୋଟି ପ୍ରେମିକଙ୍କ ନାୟିକା ସେ। ଏମିତି କେଉଁ ପ୍ରେମିକ ନଥିବ, ଯିଏ ତା ପ୍ରେମିକା ମଧ୍ୟରେ ମୋନାଲିକାକୁ ଦେଖି ନଥିବ। ଲିଓନାର୍ଡୋଙ୍କ ମୋନାଲିସା ସିନା ଗୋଟିଏ, କିନ୍ତୁ ଏଠି ହଜାର ହଜାର ଲିଓନାର୍ଡୋ ମୋନାଲିସା ସନ୍ଧାନରେ।

ମୁଁ ବି ଖୋଜିଛି ମୋନାଲିସାକୁ। ହେଲେ କେବେ ମିଳିବା ତ ଦୂରର କଥା, ସ୍ୱପ୍ନରେ ବି ସେ ସୁଯୋଗ ଆସିନି। ଚଟ୍ କରି ହୃଦୟକୁ ଛୁଇଁଲା ଭଳି ମୋନାଲିସା କାହିଁ କେବେ ଏ ଆଖି ଚେଇଁଲା ଦିନରୁ ଦେଖିନି। ବହୁତ ଆସିଛନ୍ତି ଆଉ ଯାଇଛନ୍ତି। କିନ୍ତୁ ମୋନାଲିସାକୁ କାହାଠି ପାଇନି। ଏମିତିରେ ବି ମୋନାଲିସା କେଉଁଠୁ ଆସିବେ ଯେ ? ସେ ତ କୋଟିଏରେ ଗୋଟିଏ। ମୁଁ ବି ଏତେ କାହିଁକି ଭାବୁଛି?

ସମୟ ଗଡ଼ିବା ସହ ବୟସର ବସନ୍ତ ବି ଗଡ଼ି ଚାଲିଥାଏ। ଗୋଟିଏ ପରେ ଗୋଟିଏ ବସନ୍ତ ଆସେ ହେଲେ କୋଇଲିର ଦେଖା ନଥାଏ। ଏମିତି ୨୮ଟି ବସନ୍ତ ଅତିକ୍ରାନ୍ତ କଲା ପରେ ଭେଟ ହୁଏ ମୋନାଲିସା ସହ। ଲିଓନାର୍ଡୋଙ୍କ ମୋନାଲିସା ନୁହେଁ, ମୋ ମନର ମୋନାଲିସା ସହ। ସାଙ୍ଗ ମ୍ୟାରେଜ୍‌ ଫଟୋ ଆଲବମ୍‌ର ଗୋଟିଏ ପରେ ଗୋଟିଏ ପୃଷ୍ଠା ଆଡ଼ଉ ଆଡ଼ଉ ଆଖିରେ ପଡ଼େ ମୋନାଲିସା। ଆଲବମ୍‌ର ସବୁ ଫଟୋକୁ ସାଇତି ରଖି ପାରୁ ନଥିବା ଆଖି କେତେବେଳେ ଯେ ଲାଖିଯାଇଛି ତାହା ମୁଁ ବି ଜାଣିନି। ଆଉ ଫଡ୍ ଫଡ୍ କରି ପୃଷ୍ଠା ଲଉଟାଇ ଚାଲିଥିବା ଅମାନିଆ ହାତଟା ଆଖିକୁ ସାଥ୍‌ ଦେଇ ସେହିଠି ଅଟକି ରହିଛି।

ବାସ୍…ଏମିତି କେତେବେଳେ ଏକ ଘଣ୍ଟା ବିତି ଯାଇଛି ନିଜେ ବି ଜାଣିନି। ହୁଏତ ପୋଡ଼ାମୁହାଁ ମୋବାଇଲ୍‌ଟା ବାଜି ନଥିଲେ ସେହିଠି ସନ୍ଧ୍ୟା ହୋଇଯାଇଥା’ନ୍ତା। ମୋ ସାଙ୍ଗ ବିଶୁଆର କଲ୍ ଆସିଥିଲା। ବିଶୁଆ ମାନେ ବିଶ୍ୱଜିତ୍‌। ତାଙ୍କ ଘର ତଳ ଡ୍ରଇଂ ରୁମ୍‌ରେ ବସି ଚା’ ପିଇବା ପାଇଁ ମତେ କଲ୍ କରିଥିଲା। ମୁଁ ଉପର ମହଲା ଗେଷ୍ଟ୍‌ ରୁମରେ ବସି ତା’ ମ୍ୟାରେଜ୍‌ ଫଟୋ ସବୁ ଦେଖୁଥିଲି। ‘ଆରେ ବାବୁ ଚା’ ପିଇବୁ ଆସେ, ଚା’ଟା ଥଣ୍ଡା ହେଉଛି ପରା।’ ବିଶୁଆ ବଡ଼ ରଡ଼ିଟେ ଛାଡ଼ିଲା। ମୁଁ ବି ଅନ୍ୟମନସ୍କ ହୋଇ ବଡ଼ ହଁଟେ ମାରିଲି। ଯାଉଛି ଯାଉଛି। ଭାଉଜ କିନ୍ତୁ ବିଶୁଆ ଉପରେ ଗରଗର ହେଲେ। କେତେ ସୁନ୍ଦର ଆଲବମ୍‌ଟା ଦେଖୁଛନ୍ତି ଆଉ ୟେ କହୁଛନ୍ତି, ତଳକୁ ଆସ ଚା’ ପିଇବୁ। ନା ସେ ଯିବେନି । ଉପରେ ଆମ ମ୍ୟାରେଜ୍‌ ଫଟୋ ଦେଖୁଛନ୍ତି। ଭାଉଜ ବିଶୁଆକୁ କର୍କଶ ସ୍ୱରରେ ଉତ୍ତର ଦେଲେ।

ହେଲେ ମୁଁ ଅବା କ’ଣ କରିଥା’ନ୍ତି । ତଳକୁ ଆସିବାକୁ ବାଧ୍ୟ। ତଳକୁ ଆସି ଦେଖେ ତ, ହାଫ ପ୍ୟାଣ୍ଟ୍‌ ଖଣ୍ଡେ ପିନ୍ଧି ସଡସଡ୍ କରି ଚା’ ଫୁଙ୍କି ଚାଲିଛି ବିଶୁଆ। ନେ, ଚା’ଟା ନେ। ଥଣ୍ଡା ହୋଇଯିବା ଆଗରୁ ପିଇଦେ। ନହେଲେ ପୁଣି କିଏ ଗରମ କରିବ ବୋଲି ବିଶୁଆ କହିଲା । ମୁଁ ହଠାତ ଗରମ ଚା’ କୁ ପିଇବା ବେଳକୁ ଜିଭଟା ପୋଡ଼ିଗଲା। ହେଲେ ସେଥିପ୍ରତି ମୋର ଟିକେ ବି ଭୃକ୍ଷେପ ନଥିଲା। ଥିଲା କେବଳ ସେହି ଝିଅର ମୁହଁ। ଆଖି ସାମ୍ନାରେ ନାଚି ଉଠୁଥିଲା ତା କଅଁଳି ବୟସର ଦୁଇଟି ଆଖି। ସତେ ଯେମିତି ତା ଆଖି ମତେ ଆଉ ଥରେ ଡାକୁଛି। ଆସ। ଆସୁନ। ଦେଖିବ ଆସ। ମୁଁ ଏଇଠି ଲୁଚକାଳି ଖେଳୁଛି। ତୁମ ଅଗଣାରେ ମୁଁ ଅଳସ ଭାଙ୍ଗୁଛି । ଆସ। ଆସ…

ମୁଁ ବି ବିଚିତ୍ର। କେବେ ଦେଖିଛି ନା ଜାଣିଛି। ଘର ଠିକଣା ବି ମତେ ଜଣା ନାହିଁ। ହେଲେ ସ୍ୱପ୍ନ ଦେଖୁଛି ମୋନାଲିସା ପାଇଁ। ବୟସ ବି ପାର ହେବାକୁ ବସିଲାଣି। ହେଲେ କ’ଣ ହେବ ଯେ ? ମନଟା ପୂରା ଅସ୍ଥିର। କେତେବେଳେ ବିଶୁଆକୁ ପଚାରିବି, କେବଳ ସେ କଥା ହିଁ ଭାବୁଥାଏ। ସମୟ ସୁବିଧା ଟିକେ ଖୋଜୁଥାଏ।

ଏମିତି କିଛି ଦିନ ଗଲା ପରେ ଦିନେ ହଠାତ୍ ଆବିଷ୍କାର ହୁଏ ମୋନାଲିସା। ମୋ ମୋନାଲିସା। ସେହି ଆଲବମ୍‌କୁ ପରିପୂର୍ଣ୍ଣ କରୁଥିବା ମୋନାଲିସା। ସେ କୌଣସି କାମ ନେଇ ବିଶୁଆ ଘରକୁ ଆସିଥାଏ। ପଚାରିବା ବାହାନାରେ କହିଦେଲି, ‘ଆରେ ବିଶୁଆ ସେ ଝିଅଟି କିଏ ?
କ’ଣ କରୁଛି ତୁମ ଘରେ ?’

ବିଶୁଆ ସଙ୍ଗେ ସଙ୍ଗେ ଉତ୍ତର ଦେଲା କ’ଣ ମନ ପାଇଗଲା କି ବନ୍ଧୁ ? ମୁଁ ଟିକେ ଭିତ୍ତତ୍ରସ୍ତ ହୋଇ ଉତ୍ତର ରଖିଲି ନାଇଁ, ତୁମ ଘରେ ଦେଖିଲି ତ ସେମିତି ପଚାରିଦେଲି।

ସେ ଏବେ ଜେଏନୟୁ ଫିଲୋସୋଫି କରୁଛି। ରବି ମଉସାଙ୍କ ଝିଅ ଆଲିସା। ଆମ ପଡ଼ୋଶୀ। ସେକେଣ୍ଡ ସେମିଷ୍ଟାର ପରୀକ୍ଷା ଦେଇ ମାସେ ଛୁଟିରେ ଆସିଛି। କ’ଣ ପ୍ରସ୍ତାବ ପକାଇବା କିରେ ମଜାରେ କହିଲା ବିଶୁଆ। ପରିଚୟ ସିନା ମିଳିଗଲା ହେଲେ ମୋ ମନର କଥା ମୋନାଲିସା ମାନେ ଆଲିସା ପାଖରେ ପହଞ୍ଚାଇ ବି କେମିତି ? ସେ ଭାବନରେ ଏମିତି ଗୋଟିଏ ସପ୍ତାହ ବିତିଗଲା।

ସଂଯୋଗ ବଶତଃ ଦିନେ ଚା’ ପିଉଥିବା ଅବସ୍ଥାରେ ତାକୁ ପୁଣିଥରେ ବିଶୁଆ ଘରେ ଦେଖିଲି। ବିଶୁଆର ଘର ମୋ ଅଫିସ ପାଖରେ। ତେଣୁ ଖଟିଟା ସେଇଠି ସବୁବେଳେ ହୁଏ । ସପ୍ତାହରେ ୨-୩ ଦିନ ବିଶୁଆର ଘରେ ସମୟ କଟେ। କ’ଣ ଗୋଟେ ଭାବୁ ଭାବୁ ଅନ୍ୟମନସ୍କ ଭାବେ ଆଲିସାକୁ ପଚାରିଦେଲି, ଆପଣ କ’ଣ କରୁଛନ୍ତି । ସେ ଦିଲ୍ଲୀ ଷ୍ଟାଇଲରେ ଉତ୍ତର ଦେଲା, କ’ଣ ଆପଣ ସେଇ ପିଲା ତ ଯେ ପୂର୍ବରୁ ମୋ କଥା ପଚାରୁଥିଲେ । ମୁଁ ସବୁ ଜାଣିଛି । ଆପଣ ହିଁ ମୋ କଥା ପଚାରୁଥିଲେ ନା ବିଶୁଆ ଭାଇଙ୍କୁ ? ମୁଁ ଏତିକି ବେଳେ ଡରକି ଛାନିଆ । ମୁହଁ ପୂରା କଳା ପଡ଼ିଗଲା। ଇଚ୍ଛା ହେଉଥାଏ, ବିଶୁଆର ତଣ୍ଟି ଚିପିଦେବାକୁ। ପୁଣି ସଙ୍ଗେସଙ୍ଗେ ସେ କହିଲା, କ’ଣ ଡରିଗଲି କି ? ଆରେ ବାବା ମଜାରେ କହିଲି। ଘରକୁ କେହି ଆସିଲେ ଯେ କେହି ବି ପଚାରିବ, ଏଥିରେ ଅସୁବିଧା କ’ଣ ? ହେଲେ ଆପଣ ଡରୁଛନ୍ତି କାହିଁକି ? କ’ଣ ଆଉ କିଛି ଭାବୁଥିଲେ କି ? ମଜାରେ ମଜାରେ ଅନେକ କଥା ଗପିଗଲା । ହେଲେ ତା’ପରେ ମୁଁ ଆଉ କିଛି ବି ଶୁଣିନି। କେବଳ ତା ମୁହଁକୁ ଦେଖୁଥାଏ।

ଆରେ ଆଲିସା ତୁ ଏଠି କେତେବେଳେ ? ବିଶୁଆ ପାହାଚ ଦେଇ ଉପର ରୁମରୁ ତଳକୁ ଆସିବା ବେଳେ ପ୍ରଶ୍ନ କଲା । ଏଇ ୧୫ ମିନିଟ ଆଗରୁ ଆସିଲି । ଆଉ ତୁମ ଡରୁଆ ସାଙ୍ଗ ସହ ଗପୁଛି । ଦିଲ୍ଲୀରେ ଏସବୁ ଯଦିଓ କିଛି ନୁହେଁ କିନ୍ତୁ ମୋ ପାଇଁ ସବୁ କିଛି ନୂଆ । ମୁଁ ସଙ୍ଗେସଙ୍ଗେ ଉତ୍ତର ଦେଲି ନା କଥା ହେଉନଥିଲୁ । ଏମିତି ବାସ୍‌ । କ’ଣ ଏମିତି ବାସ । କଥା ହୋଇ କାହିଁକି ମନା କରୁଛ ? ଆଲିସା ଉତ୍ତର ଦେଲା । ମୋର ଅବସ୍ଥା ସେତେବେଳକୁ ବାର ବାଜିଲାଣି । ତା ମଜା ପାଇଁ ମୋର ସଜା ହୋଇ ବଢ଼ିବାରେ ଲାଗିଛି ବୋଲି ମୁଁ ସେତେବେଳେ ଅନୁଭବ କରୁଥାଏ । ହେଲେ ବିଶୁଆ ସବୁ ଶୁଣି ସାରି ଉପର ରୁମ୍‌କୁ ଚାଲିଗଲା । ତୁମେ ଦୁଇ ଜଣ ଗପୁଥାଅ ମୁଁ ଆସୁଛି ।

ଯାହା ହେଉ ବିଶୁଆଟା ଗଲାନି ଯେ ମୁଁ ଟିକେ ହାଲକା ହୋଇଗଲି । ତା’ପରେ ଆରମ୍ଭ ହୋଇଗଲା ଗପ । ଦିଲ୍ଲୀରେ କେଉଁଠି ରହୁଛ, କ’ଣ କରୁଛ ସବୁକିଛି । ଫୋନ ନମ୍ବର ମଧ୍ୟ ଏକ୍ସଚେଞ୍ଜ ହୋଇସାରିଥାଏ । କିଛି ଦିନ ଭିତରେ ଦିଲ୍ଲୀ ଚାଲିଗଲା ଆଲିସା । କିନ୍ତୁ ଫୋନରେ ବହୁତ ଗପିଛୁ । ଏମିତି କି ଅନେକ ରାତି ଫୋନ୍‌ରେ ସକାଳ ପାଇଯାଇଛି। କେମିତି ହେବିନି ? ଯାହାକୁ ଦେଖି ଫୁଲରୁ ଫୁଲ ଡେଇଁ ବୁଲୁଥିବା ଏ ପ୍ରେମିକ ଭଅଁର ଗୋଟିଏ ଫୁଲର ବାସ୍ନାରେ ପାଗଳ ହୋଇଯାଇଥିଲା । ଆଉ ଅଦୃଶ୍ୟ ବାସ୍ନା ଖୋଜୁଥିବା ମୃଗ ଭଳି ଖୋଜି ବୁଲୁଥିଲା କସ୍ତୁରୀକୁ ।

ସମୟ ସେଇଠି ଅଟକି ଯାଇଛି, ଯେଉଁ ଦିନଠାରୁ ଆଲିସା ସହ ମୋର ଦେଖା ହୋଇଛି। ଦେଖା ହେବାର ପ୍ରାୟ ୬ ମାସ ଗଡିଗଲାଣି । ହେଲେ ଏତେ ଦିନ ବିତିଯାଇଥିଲେ ମଧ୍ୟ ଆଲିସା ଯେମିତିକୁ ସେମିତି ନୂଆ । ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ଆଲିସା ସହ କଥା ହେଲା ଭଳି ଲାଗେ । ପୋଟଳଚିରା ଆଖିର କଳା କଜଳ, ଟିକି କାନରେ ସୁନା ରିଙ୍ଗ୍‌ ଆଉ ସରୁ ମୁହଁର ହସ। ସବୁବେଳେ ମୋ ଆଖିରେ ଭାସି ବୁଲୁଥାଏ ।

କହିବି କହିବି ଭାବି, କେତେ ଦିନରୁ ଆଲିସାକୁ ମୋ ମନର କଥା କହିପାରିନି । ହେଲେ ନିଷ୍ପତ୍ତି ନେଇଛି କହିବି । ସେ ଯାହା ହେଉ ପଛେ ଆଜି କହିବି। ହୃଦୟରେ ଲାଗିଥିବା ନିଆଁକୁ ବହୁ ଦିନ ପରେ ପାଣି ଢାଳି ଲିଭାଇବାର ପ୍ରୟାସ ନିଶ୍ଚିତ କରିବ । ଏତିକି ଭାବିଛି କି ନାହିଁ ଆଲିସାର କଲ୍ ଆସିଲା । ମୁଁ କଲ୍ ରିସିଭ୍ କଲି, କିନ୍ତୁ ନିଷ୍ପତ୍ତି ନେଇଥିବା କଥା କହିପାରୁ ନ ଥାଏ । ଡର ଲାଗୁଥାଏ, କହିଲେ କ’ଣ ସେ ଭାବିବ ? ଏମିତି ହଜାର ହଜାର ପ୍ରଶ୍ନ ମନରେ ଚାଲିଆସୁଥାଏ । କିନ୍ତୁ ସେପଟେ ଯେତିକି ଅଧିକ କଥା ବଢୁଛି ସେତିକି ମନର ଉତ୍କଣ୍ଠା ବି । କହିବି ନା କହିବିନି । ଏମିତି ବୁଢ଼ିଆଣୀର ଜାଲ ଭଳି ଦ୍ୱନ୍ଦ୍ୱ ମନରେ ବାରମ୍ବାର ଗାର ଟାଣିଛୁ ।

ହେଲେ ଅଧଘଣ୍ଟା କଥା କଥା ହେଲା ପରେ କହିଲି ଆଲିସା ଜାଣିଛ ଗୋଟେ କଥା…
– କ’ଣ ହେଲା କହୁନ ?
– ମୁଁ କ’ଣ କହୁଥିଲି କି ?
– କ’ଣ ଆଉ କହିବ ? ଅଫିସ୍‌ କଥା, ବିଶୁଆ ଭାଇଙ୍କୁ କେମିତି ଭାଉଜ ଡରାନ୍ତି ଏସବୁ ତ?
– ଆରେ ନାଇଁ
– ତା’ହେଲେ କ’ଣ କହୁନ…
– ମୁଁ…..
– କ’ଣ ମୁଁ ?? ବାପା ହେବାକୁ ଯାଉଛ କି ???
– ପ୍ଲିଜ୍ ଜମା ଦାନ୍ତ ଦେଖାଅନି। ଗୋଟେ ସିରିଅସ୍‌ ଟପିକ୍‌ରେ କଥା ହେବାର ଅଛି ।
– ଟୋକାର ବାହାଘର ଠିକ୍ ହୋଇଯାଇଛି ବୋଧେ ?
– ଆରେ ନାଇଁ ବାବା ନାଇଁ… ମୁଁ ଆଉ କିଛି କହୁଥିଲି
– କିଛି କୁହନି। ଯାଅ ଶୋଇବ। କଣ କହିବି ! କହିବ ଯଦି ଏତେ ରଙ୍ଗ କ’ଣ ?
– କାହକୁ ଭୃକ୍ଷୋପ ନକରି ମନର କଥା ଓଗାଳି ଦେଲି । ମୁଁ ତୁମକୁ କେବେଠୁ ହୃଦୟ ଦେଇସାରିଛି ଆଲିସା ।

ମୋ କଥା ଶୁଣିବା ପରେ ଆଲିସା ଠୋ ଠୋ ହୋଇ ହସିଲା । କହିଲା, ମତେ ତୁମେ ଯଦି ହୃଦୟ ଦେଇ ସାରିଛ, ତେବେ ଶୀଘ୍ର ଦିଲ୍ଲୀ ପଳେଇ ଆସ । ଏମ୍ସରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା । ମୁଁ ଆଲିସାର କଥା ଶୁଣି ଫୋନ କାଟିଦେଲି… ଆଉ ତା’ ପରେ ବଡ ଗ୍ୟାପ୍‌.. ନା ତାର କଲ୍ ଆସିଛି ନା ମୋର ତା ପାଖକୁ ଯାଇଛି । ସେ କ’ଣ ପାଇଁ ମତେ କଲ୍ କରିନି କେବେ ବି ପଚାରିନି । କେବେ ତାକୁ ଫୋନ୍‌ କରି ଡିଷ୍ଟର୍ବ କରିବା ପାଇଁ ବି ଚେଷ୍ଟା କରିନି । ମୋ ମନର ଭଲ ପାଇବାକୁ ସେଇଠି କବର ଦେଇଦେଲି ସିନା, ହେଲେ ଆଜି ଯାଏଁ ମୋନାଲିସାକୁ ଭୁଲି ପାରିନି।… ଅପେକ୍ଷା କରିଛି କେବେ ଇନ୍ଦ୍ରଧନୁ ଆସି ପୁଣି ଥରେ ଆକଶକୁ ରଙ୍ଗିନ୍‌ କରିବ।

ଯଜ୍ଞଦତ୍ତ ଜ୍ୟୋତିଷ
ଟିଙ୍କବୀର
ଦେବଗଡ଼
ଫୋନ୍‌:୯୯୩୭୩୯୧୮୩୯
ଇମେଲ୍‌:titukumar337@gmail.com

 

The post ମୋ ମୋନାଲିସା appeared first on Odisha Reporter.

]]>
left bottom 2019-10-29 15:26:24 https://cdn.odishareporter.in/wp-content/uploads/2019/10/28174930/sadhu.jpg
“ସଂସ୍କାର” https://odishareporter.in/literature-culture/a-story-by-amaresh-biswal5476-449967 Sun, 20 Oct 2019 11:35:36 +0000 http://odishareporter.in/?p=449967

ମାଧବୀ ଗୁରୁମା ପିଲାଟିକୁ ପୂରା ଭୁଲି ଯାଇଥିଲେ। ସେତେବେଳେ ତା’ ପାଖରେ ମନେ ରଖିଲା ପରି ସେମିତି କିଛି ବିଶେଷ ଗୁଣ ମଧ୍ୟ ନଥିଲା। କିନ୍ତୁ ପିଲାଟି ଏବେ ବଡ ହୋଇ ସାରିଥିଲା। ବୋଧେ ସାବାଳକ। ବସ୍‌ ଭିତରେ ଭିଡ ଥିଲା। ମାଧବୀ ଗୁରୁମା ସିଟ୍‌ ଖଣ୍ଡେ ଖୋଜିବାକୁ ଚାହୁଁଥିଲେ। ଲେଡିଜ୍‌ ସିଟ୍‌ ସବୁ ମଧ୍ୟ ପୂରଣ ହୋଇ ସାରିଥିଲା। ଅଗତ୍ୟା ଯୋଉ ପିଲାଟି ତାଙ୍କୁ ହଠାତ ନିଜ ସିଟ୍‌ଟି ଛାଡି ସେଥିରେ ବସିବାକୁ ଅନୁରୋଧ କଲା, […]

The post “ସଂସ୍କାର” appeared first on Odisha Reporter.

]]>

ମାଧବୀ ଗୁରୁମା ପିଲାଟିକୁ ପୂରା ଭୁଲି ଯାଇଥିଲେ। ସେତେବେଳେ ତା’ ପାଖରେ ମନେ ରଖିଲା ପରି ସେମିତି କିଛି ବିଶେଷ ଗୁଣ ମଧ୍ୟ ନଥିଲା। କିନ୍ତୁ ପିଲାଟି ଏବେ ବଡ ହୋଇ ସାରିଥିଲା। ବୋଧେ ସାବାଳକ।

ବସ୍‌ ଭିତରେ ଭିଡ ଥିଲା। ମାଧବୀ ଗୁରୁମା ସିଟ୍‌ ଖଣ୍ଡେ ଖୋଜିବାକୁ ଚାହୁଁଥିଲେ। ଲେଡିଜ୍‌ ସିଟ୍‌ ସବୁ ମଧ୍ୟ ପୂରଣ ହୋଇ ସାରିଥିଲା। ଅଗତ୍ୟା ଯୋଉ ପିଲାଟି ତାଙ୍କୁ ହଠାତ ନିଜ ସିଟ୍‌ଟି ଛାଡି ସେଥିରେ ବସିବାକୁ ଅନୁରୋଧ କଲା, ଇଏ ହେଉଛି ସେଇ ପିଲାଟି, ଯାହାକୁ ଗୁରୁମା ଚିହ୍ନିପାରୁ ନଥିଲେ।

“ନମସ୍କାର ଗୁରୁମା। ଆପଣ ଏଇ ସିଟ୍‌ରେ ବସନ୍ତୁ।’ ପିଲାଟି କହିଲା ଓ ସିଟ୍‌ ଛାଡି ଉଠି ଆସିଲା।

ସିଟ୍‌ରେ ବସିବାକୁ ସେ ମନା କରିବା ସତ୍ୱେ ପିଲାଟି ତାଙ୍କୁ ବାଧ୍ୟ କଲା ଓ ତାଙ୍କ କଡରେ ବିନମ୍ରତାର ସହ ଠିଆହୋଇ ରହିଲା। ଗୁରୁମା ତଥାପି ପିଲାଟିକୁ ଚିହ୍ନି ପାରୁନଥିଲେ। କ’ଣ ୟା ନାଁ ? ହୃଷିକେଶ କି ? କୋଉ ବ୍ୟାଚ୍‌ ?

ରଘୁପୁର ମାଇନର ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମାଧବୀ ଗୁରୁମା। କୋଡିଏ ବର୍ଷ ଧରି ସେଇ ଗୋଟିଏ ସ୍କୁଲରେ ଶିକ୍ଷକତା କରି, ସାରା ଅଂଚଳରେ ଜଣାଶୁଣା। ଏ ଅଂଚଳରେ ତାଙ୍କର କେତେକେତେ ଛାତ୍ରଛାତ୍ରୀ।

ବସ୍‌ରେ ଭିଡ ବଢୁଥିଲା ଓ କମୁଥିଲା। ଲୋକ ଆସୁଥିଲେ ଓ ଯାଉଥିଲେ। ଝରକା ବାହାରକୁ ଅନେଇ ଅନେଇ ଓ “ପିଲାଟି କିଏ’ ବୋଲି ମନେ ପକେଇ ପକେଇ ଗୁରୁମା ଢୋଳେଇ ପଡୁଥିଲେ। ତଥାପି ପିଲାଟି ସେମିତି ଦଣ୍ଡାୟମାନ ଥିଲା ଗୁରୁମାଙ୍କ କଡରେ ଓ କାଳେ ସିଏ ଢୋଳେଇ ଢୋଳେଇ ଆଘାତପ୍ରାପ୍ତ ହେବେ ସେଥିପାଇଁ ନଜର ରଖିଥିଲା ବାଟ ସାରା। ମଝିରେ ମଝିରେ ସିଟ୍‌ ଫାଙ୍କା ହେଉଥିଲା। କିନ୍ତୁ ପିଲାଟି ବସୁ ନଥିଲା।

ପିଲାଟିର ବୟସ କେତେ ହେବ ? ଏଇ କୋଡିଏ କି ଏକୋଇଶି। ମୁଣ୍ଡରେ ଜକଜକ ଜଡାତେଲ। ରଙ୍ଗ ସାବନା। ମୁହଁଟି ଶାନ୍ତ। ଆଚରଣ ସରଳ। ଲାଗୁଥିଲା ଗୋଟେ ଯୁଗର ଅନୁଶାସନ ଭିତରେ ସେ ଜୀବନ କାଟିଛି। ପୃଥିବୀର କୌଣସି ଘଟଣା ତାକୁ ଆଶ୍ଚର୍ଯ୍ୟ କିମ୍ୱା ଦୁଃଖିତ କରିପାରିବ ନାହିଁ।

ପୂର୍ବ ନିର୍ଦ୍ଧାରିତ ଗୋଟିଏ ପରେ ଗୋଟିଏ ଛକରେ ରହି ରହି ଶେଷରେ ବସ୍‌ ପହଞ୍ଚିଲା ଶେଷ ଷ୍ଟପେଜ୍‌ରେ। ଦୀର୍ଘ ସମୟ ଧରି ନିଦ୍ରା ଯାଇଥିବା ଗୁରୁମା ସଚେତନ ହୋଇ ଉଠି ପଡିଥିଲେ। ବସ୍‌ କୋଉ ଜାଗାରେ ପହଞ୍ଚିଲା, ସେ ସଂପର୍କରେ ଜାଣିବାକୁ ଚାହିଁ ସେ ଝରକା ବାଟେ ବାହାରକୁ ଅନେଇ ବ୍ୟସ୍ତ ହେଉଥିଲେ। ତଥାପି ପିଲାଟି ସେମିତି ତାଙ୍କ କଡରେ ଠିଆ ହୋଇଥିଲା ସହାସ୍ୟ ବଦନରେ।

“ଆପଣ ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କ ଜାଗା ଆସିଲା। ଏଇଠି ତ ବସ୍‌ ରହିବ। ଆସନ୍ତୁ।’

ପିଲାଟି ତଥାପି ତାଙ୍କ କଡରେ ଦଣ୍ଡାୟମାନ ଥିବା ଦେଖି ଗୁରୁମା ବ୍ୟସ୍ତ ଓ ଆଶ୍ଚର୍ଯ୍ୟ ହେଲେ। ପିଲାଟି ତାଙ୍କ ବ୍ୟାଗ୍‌ ଉଠେଇ ଧରିଥିଲା। ଉତ୍ତର ବୟସରେ ପହଞ୍ଚିଥିବା ଗୁରୁମା ଧୀରେ ଧୀରେ ନିଜ ସିଟ୍‌ ଛାଡୁଥିଲେ। ପିଲାଟି ତାଙ୍କୁ ବସ୍‌ରୁ ତଳକୁ ଓହ୍ଲେଇବାରେ ସାହାଯ୍ୟ କଲା ଓ ତାଙ୍କ ବ୍ୟାଗ୍‌ ହାତରେ ଧରି ତାଙ୍କ ସହ ସହ ଚାଲିଲା।

ମାଧବୀ ଗୁରୁମା ପିଲାଟିକୁ ଆଉ ଚିହ୍ନିବାକୁ ଚେଷ୍ଟା କରୁନଥିଲେ। ହେଇଥିବ ତାଙ୍କର କୋଉ ଛାତ୍ରଟିଏ। ପିଲାଟି ଖୁବ୍‌ ସଂସ୍କାରୀ ଲାଗୁଛି। ଆହାଃ ! କେତେ ଭଲ ହୋଇନଥିବ ତା’ ପରିବାର। ଆଜିକାଲି କିଏ କାହାକୁ ଏମିତି ସାହାଯ୍ୟ କରୁଛି ?

ଏଇ କିଛି ଦୂରରେ ତାଙ୍କ ବସା। ଏକା ରହିବାକୁ ପଡୁଛି। ଜୀବନ ସାରା କେତେ କେତେ ପିଲାଙ୍କୁ ମଣିଷ କରିଛନ୍ତି। ହେଲେ ତାଙ୍କ ପେଟରୁ ବାହାରିଥିବା ପୁଅଟିକୁ ସେ ତିଆରି କରିପାରିଲେ ନାହିଁ। ସଂସ୍କାର ଟିକେ ଦେଇପାରିଲେ ନାହିଁ। ମାଆକୁ କେମିତି ଭଲ ପାଇବାକୁ ପଡେ ବତେଇ ପାରିଲେ ନାହିଁ। ବାଟ ଚାଲୁ ଚାଲୁ ସେ ଭାବୁଥିଲେ ନିଜ କଥା। ନିଜର ପରିବାର କଥା। ନିଜ ପୁଅ କଥା। ସେମାନଙ୍କ ଘୃଣା କଥା।

“ମତେ ଆପଣ ଚିହ୍ନି ପାରୁ ନାହାଁନ୍ତି ନା ଗୁରୁମା ? ମୁଁ ଜାଣିଚି।’

ମାଧବୀ ଗୁରୁମା ଟିକେ ଅପ୍ରସ୍ତୁତ ହୋଇଗଲେ। ସତରେ ବି ସେ ପିଲାଟିକୁ ଏ ଯାଏଁ ଚିହ୍ନିପାରିଲେ ନାହିଁ। ବାଟ ଚାଲୁ ଚାଲୁ ଟିକେ ଅଟକି ଗଲେ। ଚଷମାର ମୋଟା କାଚ ଭିତରୁ ଚାହିଁଲେ ପିଲାଟିକୁ। ତା’ ମୁଣ୍ଡରେ ହାତ ବୁଲେଇଲେ ଓ କହିଲେ- “ତୁ ହୁର୍ଷି ତ ? ରାମ ପ୍ରଧାନ ପୁଅ ?’
ପିଲାଟି ହସିଲା ଧୀର୍‌ କରି।

“ନା ନା ମୁଁ ରାଧେଶ୍ୟାମ। ଆପଣ ମତେ ଚିହ୍ନି ପାରିବେନି।’
ମାଧବୀ ଗୁରୁମା ଆଶ୍ଚର୍ଯ୍ୟ ହେଲେ।
“କାହିଁକି ? ତୁ ମୋ ଛାତ୍ର ତ ? ମୋ ପାଖରେ ପାଠ ପଢୁଥିଲୁ ତ ?’
“ହଁ ଛାତ୍ର ତ ଥିଲି। କିନ୍ତୁ ପଛ ବେଞ୍ଚରେ ବସୁଥିଲି।’
“ତ କ’ଣ ହେଲା ସେଇଠୁ।’
“ମୁଁ ସବୁବେଳେ ଢୋଳୋଉଥିଲି। ପାଠ ଆସୁ ନଥିଲା।’
ମାଧବୀ ଗୁରୁମା ପୁଣି ଥରେ ପିଲାଟିକୁ ଚାହିଁଲେ କରୁଣ ଦୃଷ୍ଟିରେ।
“ତତେ ତ ମୁଁ ବହୁତ ବାଡୋଉଥିବି ?’
“ହଁ। ବହୁତ। ମତେ କିଛି ଆସେନି ନା। ସେଥିପାଇଁ।’
ମାଧବୀ ଗୁରୁମା ପୁଣିଥରେ ରହିଗଲେ ଓ ପିଲାଟିକୁ ନିରୀକ୍ଷଣ କଲେ ଆଉଥରେ। ଆହାଃ ! ପିଲାଟି ଏବେ ତ ଏତେ ସରଳ ଦିଶୁଛି, ସେତେବେଳେ ଆହୁରି କେତେ ନଥିବ। କାହିଁକି ସେ ବାଡୋଉଥିଲେ ତାକୁ ?

“ତେବେ ତୁ ତ ମୋ ଉପରେ ରାଗୁଥିବୁ ନିଶ୍ଚୟ। ତଥାପି ମତେ ଆଜି ଏତେ ସାହାଯ୍ୟ କରୁଛୁ !’
“ନା ନା ରାଗିବି କେମିତି ? ମାଆ ମନା କରୁଥିଲେ।’
“ଓହୋ ! କ’ଣ କହୁଥିଲେ ?’

“କହୁଥିଲେ, ଗୁରୁମାନେ ରାଗିଲେ ଭଲ। ତାଙ୍କ ରାଗ ଆଶୀର୍ବାଦ ହୋଇ ପିଲାକୁ ବଡ ମଣିଷ କରେ। ସେଥିପାଇଁ ଯୋଉଦିନ ଆପଣ ରାଗୁ ନଥିଲେ ମତେ ଭଲ ଲାଗୁନଥିଲା। ମାଆଙ୍କୁ ବି ମତେ ମିଛ କହିବାକୁ ପଡୁଥିଲା।’

ପିଲାଟିର କଥା ଶୁଣି, ମାଧବୀ ଗୁରୁମାଙ୍କ ଆଖି ଛଳଛଳ ହୋଇଗଲା। ସେ ଚଷମା ଖୋଲି ଲୁଗା କାନିରେ ଆଖିରୁ ଲୁହ ପୋଛିଲେ। ପିଲାଟିର ମୁଣ୍ଡରେ ହାତ ବୁଲେଇ ଆଣି ତାକୁ ଛାତି ଉପରକୁ ଆଉଜେଇ ଆଣିଲେ।

କେତେ ସଂସ୍କାରୀ ସତେ ! ପିଲାଟିକୁ ସେ ଘରେ ବସାଇଲେ। ପାଣି ଗିଲାସେ ଦେଲେ। ତାଙ୍କ ନାତିଟି ଏଇ ବୟସର ହେବଣି। ପୁଅବୋହୂ ପାଖରେ ଥିଲେ ଆଜି ନାତିଟିକୁ ସେ ଏଇମିତି ଶ୍ରଦ୍ଧା କରୁଥାନ୍ତେ। ଖୁବ୍‌ ସମୟ ପାଇଁ ତାଙ୍କ ଭିତରୁ ଭାବପ୍ରବଣତା ଯାଉନଥିଲା। ସେ ଛଳଛଳ ହୋଇ ପଡୁଥିଲେ।
“ତୋ ଘର କୋଉଠିରେ ପୁଅ ? ଏଇ ପାଖରେ କୋଉଠି ?’
“ନା ନା ଆମ ଘର ମୁଁ ଛାଡିକି ଆସିଲି। ଏବେ ଲେଉଟାଣି ବସ୍‌ରେ ଫେରିବି।’
“ତେବେ ତୁ ତୋ ଷ୍ଟପେଜ୍‌ରେ ଓହ୍ଲେଇ ପଡିଲୁନି ? କି ଅଜବ ପିଲାଟେ !’

“ନା ନା ଆପଣ ବସ୍‌ରେ ବିଶ୍ରାମ ନେଉଥିଲେ। ମାଆ କହିଥିଲେ, ଗୁରୁମାନେ ବିଶ୍ରାମ ନେଲାବେଳେ ତାଙ୍କୁ ଜଗି ରହି ତାଙ୍କ ସେବା କରିବ। କାଳେ କିଛି ଅସୁବିଧା ହେବ ସେଥିପାଇଁ ମୁଁ ଆପଣଙ୍କ ସହ ପଳେଇ ଆସିବାକୁ ଠିକ୍‌ ମନେକଲି।’

ମାଧବୀ ଗୁରୁମା ଆଶ୍ଚର୍ଯ୍ୟ ଚକିତ ଭାବେ ସଜଳ ଆଖିରେ ପିଲାଟିର ମୁଣ୍ଡ ଆଉଁଷି ପକେଇଲେ। ଦିନେ ଏଇ ପିଲାଟି କ୍ଲାସ୍‌ରେ ଢୋଳୋଉଥିଲା ବୋଲି ସେ ତାକୁ କେତେ ବାଡେଇଥିଲେ। କିନ୍ତୁ ଆଜି ବସ୍‌ରେ ସେ ଶୋଇଥିଲେ ବୋଲି ଜଗି ଜଗି ତା ନିଜ ଗାଁ ଛାଡି ଚାଲି ଆସିଛି ତାଙ୍କ ସହ। କେତେ ସଂସ୍କାର ଦେଇଛି ତା ମାଆ ତାକୁ !

“ତୋ ମାଆ ତତେ ଭଲ ସଂସ୍କାର ଦେଇଛି। ମାଆଙ୍କୁ ଥରେ ସାଙ୍ଗରେ ଧରି ଏଠିକି ବୁଲେଇ ଆଣେ। ତାଙ୍କ ପରି ଜଣେ ସଂସ୍କାରୀ ମାଆଙ୍କୁ ମୁଁ ଭେଟିବାକୁ ଚାହୁଁଛି।’ ପିଲାଟି ପାଇଁ ଲେମ୍ୱୁ ସରବତ ଗିଲାସେ ତିଆରି କରୁକରୁ ମାଧବୀ ଗୁରୁମା କହିଲେ।

ତାଙ୍କ କଥା ଶୁଣି ପିଲାଟିର ମୁହଁ ଦିଶିଲା ଏକ ମେଘ ଭର୍ତ୍ତି ଆକାଶ ପରି।

ଆଖିରୁ ଲୁହ ପୋଛି ସେ କହିଲା- “ମୁଁ ଆପଣଙ୍କ ସେବାଯତ୍ନ କରିବା ଦେଖି, ସ୍ୱର୍ଗରେ ରହି ମୋ ମାଆ ସତରେ ଖୁବ୍‌ ଖୁସି ହେଉଥିବେ ଗୁରୁମା। ତାଙ୍କ ହସ ହସ ସନ୍ତୁଷ୍ଟ ମୁହଁଟିକୁ ମୁଁ ସହଜରେ ଅନୁମାନ କରିପାରୁଛି। ମୁଁ ସ୍କୁଲରେ ପଢୁଥିବା ବେଳେ ହିଁ ମାଆ ଇହଧାମ ତ୍ୟାଗ କରିଥିଲେ।’

ମାଧବୀ ଗୁରୁମାଙ୍କ ହାତରୁ ସରବତ ଗ୍ଲାସଟା ଖସି ପଡିଲା। ପିଲାଟିକୁ ଛାତିରେ ଜାକି ଧରି ସେ କଇଁ କଇଁ ହୋଇ କାନ୍ଦି ଉଠିଲେ।

ପ୍ଲଟ୍‌ ନଂ-୫୨୫/୧୨୬୦୩
ସମେଇଗାଡିଆ
ଭୁବନେଶ୍ୱର
ଫୋନ୍‌- ୯୮୬୧୪୧୫୩୭୭

The post “ସଂସ୍କାର” appeared first on Odisha Reporter.

]]>
left top 2019-10-20 17:05:36 https://cdn.odishareporter.in/wp-content/uploads/2019/10/20165639/amaresh-sir.jpg
ନିରୁଦ୍ଦିଷ୍ଟ https://odishareporter.in/literature-culture/a-poem-by-subhanarayan-swain6767-447836 Wed, 16 Oct 2019 05:44:11 +0000 http://odishareporter.in/?p=447836

  କାଲିଯାଏ ତୁମେ ମୋ ପାଖରେ ଥିଲ କଞ୍ଚା ପତ୍ରର ଗହଳି ଭିତରେ ସିଟି ମାରୁଥିଲ.. ବେଳଉଣ୍ଡି ଟାଣି ନେଉଥିଲ ମୋତେ ଜହ୍ନ ଆଲୁଅରେ କେନ୍ଦୁଗଛ ମୂଳେ ଦେଉଥିଲ ଚୁମା, କେନ୍ଦୁଫଳ ଭଳିଆ ଚୁମାରେ ତୁମର ମୋ ଦେହରେ ଫୁଟିଯାଉଥିଲା ଗୁଦୁଗୁଦୁଆ ବୋମା। ତୁମକୁ ଦେଖି ଈର୍ଷା କରୁଥିଲି ମୁଁ ଈର୍ଷା କରୁଥିଲା ଜହ୍ନ ଈର୍ଷା ବି କରୁଥିଲା ସାନ ଚିନ୍ଦିରି ବଡ଼ ଚିନ୍ଦିରି ଚ଼କମା ମାଲଦା ଜୟନ୍ତ ଗିରି.. ଅଥଚ, ଏଇ କେଇଟା ଦିନ ଭିତରେ […]

The post ନିରୁଦ୍ଦିଷ୍ଟ appeared first on Odisha Reporter.

]]>

 

କାଲିଯାଏ ତୁମେ
ମୋ ପାଖରେ ଥିଲ
କଞ୍ଚା ପତ୍ରର ଗହଳି ଭିତରେ
ସିଟି ମାରୁଥିଲ..

ବେଳଉଣ୍ଡି ଟାଣି ନେଉଥିଲ ମୋତେ
ଜହ୍ନ ଆଲୁଅରେ କେନ୍ଦୁଗଛ ମୂଳେ
ଦେଉଥିଲ ଚୁମା,
କେନ୍ଦୁଫଳ ଭଳିଆ ଚୁମାରେ ତୁମର
ମୋ ଦେହରେ ଫୁଟିଯାଉଥିଲା
ଗୁଦୁଗୁଦୁଆ ବୋମା।

ତୁମକୁ ଦେଖି ଈର୍ଷା କରୁଥିଲି ମୁଁ
ଈର୍ଷା କରୁଥିଲା ଜହ୍ନ
ଈର୍ଷା ବି କରୁଥିଲା ସାନ ଚିନ୍ଦିରି ବଡ଼ ଚିନ୍ଦିରି
ଚ଼କମା ମାଲଦା ଜୟନ୍ତ ଗିରି..

ଅଥଚ, ଏଇ କେଇଟା ଦିନ ଭିତରେ
କ’ଣ ହେଲା କେଜାଣି
ଦିନର ଗହଳି ଭିତରେ
ତୁମେ କେଉଁଠି ଯେ ହଜିଗଲ !

ଏବେ ଖବର କଗଜରେ ଇସ୍ତାହାରରେ
ପ୍ରତିଦିନ ଆସୁଛି ତୁମ ଛବି
ତୁମେ କୁଆଡେ଼ ନିରୁଦ୍ଦିଷ୍ଟ ପାଲଟି ଗଲ।

ଏବେ ଏଠି,
ମାଟି ନୁହେଁ ବିଶ୍ୱାସର ପାତ୍ର
ସବୁଜିମା ନୁହେଁ ବିଶ୍ୱାସର ଯୋଗ୍ୟ
ଏବେତ ଛାତ ଉପରେ
କଂକ୍ରିଟ୍ କୁଣ୍ଡ ଆଉ କ୍ୟାକ୍ଟସ୍
ପୁଣି ଛାତ ତଳେ ଠିଆ ହୋଇଛି ବିଷକନ୍ୟା..

ଏମିତିରେ ତୁମକୁ କେମିତି ଖୋଜିବି କୁହ
ଏବେତ ସହର ସାରା ଅଚିହ୍ନା ସ୍ୱର
ଏବଂ ନିଅନ୍ ଆଲୁଅର ବନ୍ୟା।

କବି : ଶୁଭ ନାରାୟଣ ସ୍ୱାଇଁ
ବେହେରାମାଲ‌୍‍
ଝାରସୁଗୁଡ଼ା
ଯୋଗାଯୋଗ: ୮୪୮୦୧୯୬୫୩୨

The post ନିରୁଦ୍ଦିଷ୍ଟ appeared first on Odisha Reporter.

]]>
left bottom 2019-10-16 11:25:35 https://cdn.odishareporter.in/wp-content/uploads/2019/10/16111230/poem.jpg
ନିୟମ ଭାଙ୍ଗିଲେ ଜୁରି: ବୁକର ପୁରସ୍କାର ଜିତିଲେ ଦୁଇ ମହିଳା https://odishareporter.in/nation-world/jury-breaks-rules-booker-prize-awarded-jointly-447360 Tue, 15 Oct 2019 06:11:00 +0000 http://odishareporter.in/?p=447360

ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି। ସର୍ବସମ୍ମତିକ୍ରମେ ଚଳିତ ବର୍ଷ ବୁକର ପ୍ରାଇଜ୍‌ ପାଇଁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ,  ମାର୍ଗେଟ ଏଟଉଡ୍‌ ଓ ବେରନାରଡିନ୍‌ ଇଭାରିଷ୍ଟୋ ଚଳିତ ବର୍ଷ ବୁକର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୧୯ ବୁକର ପ୍ରାଇଜ୍‌ […]

The post ନିୟମ ଭାଙ୍ଗିଲେ ଜୁରି: ବୁକର ପୁରସ୍କାର ଜିତିଲେ ଦୁଇ ମହିଳା appeared first on Odisha Reporter.

]]>

ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି।

ସର୍ବସମ୍ମତିକ୍ରମେ ଚଳିତ ବର୍ଷ ବୁକର ପ୍ରାଇଜ୍‌ ପାଇଁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ,  ମାର୍ଗେଟ ଏଟଉଡ୍‌ ଓ ବେରନାରଡିନ୍‌ ଇଭାରିଷ୍ଟୋ ଚଳିତ ବର୍ଷ ବୁକର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୧୯ ବୁକର ପ୍ରାଇଜ୍‌ ପାଇଁ ୬ଟି ପୁସ୍ତକ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହି ବହି ଗୁଡ଼ିକ ମଧ୍ୟରେ ଭାରତ-ବ୍ରିଟିଶ ଲେଖକ ସଲମାନ ରଶୁଡିଇଙ୍କ ରଚିତ ଟ୍ରାଜିକୋମିକ କ୍ୟୁଛୋଟେ ମଧ୍ୟ ରହିଥିଲା।

ବୁକର ପୁରସ୍କାର ନିୟମ ଅନୁଯାୟୀ, କେବେ ହେଲେ ଯୁଗ୍ମ ବିଜେତା ହୋଇପାରିବେ ନାହିଁ। ଏନେଇ କମିଟିରେ ଥିବା ସଦସ୍ୟମାନଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ଜୁରି ସଦସ୍ୟମାନେ ଦୀର୍ଘ ୫ ଘଣ୍ଟାକାଳ ବିଚାର କରିବା ପରେ ଏଟଉଡ୍‌ଙ୍କ ଦ୍ୱାରା ରଚିତ ‘ଦି ଟେଷ୍ଟାମେଣ୍ଟ’ ଓ ଇଭାରିଷ୍ଟୋଙ୍କ ‘ଗାର୍ଲ, ୱମେନ ଆଣ୍ଡ ଅଦର’କୁ ଯୁଗ୍ମ ବିଜେତା ଘୋଷଣା କରିଥିଲେ।

ଦୀର୍ଘ ୩୦ ବର୍ଷ ପରେ ପ୍ରଥମଥର ପାଇଁ ଯୁଗ୍ମ ଭାବେ ବୁକର ପ୍ରାଇଜ୍‌ ପ୍ରଦାନ କରାଯାଇଛି। ସେହିପରି ଇଭାରିଷ୍ଟୋ ପ୍ରଥମ କୃଷ୍ଣକାୟ ମହିଳା ଭାବେ ସମ୍ମାନଜନକ ବୁକର ପ୍ରାଇଜ୍ ଜିତିଛନ୍ତି। କ୍ୟାନାଡାର ୭୯ ବର୍ଷୀୟ ଲେଖିକା ଏଟଉଡ୍‌ ବୁକର ସମ୍ମାନ ଜିତିବାରେ ପ୍ରଥମ ବୟସ୍କା ମହିଳା ହେବାର ରେକର୍ଡ କରିଛନ୍ତି।

The post ନିୟମ ଭାଙ୍ଗିଲେ ଜୁରି: ବୁକର ପୁରସ୍କାର ଜିତିଲେ ଦୁଇ ମହିଳା appeared first on Odisha Reporter.

]]>
centre bottom 2019-10-15 12:31:00 https://cdn.odishareporter.in/wp-content/uploads/2019/10/15114041/s-10.jpg
ଏଥର ସାହିତ୍ୟ ପାଇଁ ୨ଟି ନୋବେଲ, କାହିଁକି ଜାଣନ୍ତୁ https://odishareporter.in/nation-world/why-two-nobel-literature-prizes-this-year-445483 Thu, 10 Oct 2019 10:29:02 +0000 http://odishareporter.in/?p=445483

ଜେନେଭା: ପ୍ରତିବର୍ଷ ସବୁ ପୁରସ୍କର ପାଇଁ ଥରେ ଘୋଷଣା ହୁଏ। ଏଥର କିନ୍ତୁ ସାହିତ୍ୟ ପାଇଁ ୨ଟି ବର୍ଷର ପୁରସ୍କାର ଏକାଥରେ ଘୋଷଣା କରାଯିବ। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। ଫଳରେ ଏଥିପାଇଁ ଗଠିତ କମିଟିର ଉଚ୍ଚପଦସ୍ଥ ଲୋକେ ପଦ ଛାଡ଼ିବାକୁ ପଡ଼ିଥିଲା। ଏଭଳି ବିବାଦ ପରେ ୨୦୧୮ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ବନ୍ଦ କରାଯାଇଥିଲା। ତେଣୁ ଏଥର […]

The post ଏଥର ସାହିତ୍ୟ ପାଇଁ ୨ଟି ନୋବେଲ, କାହିଁକି ଜାଣନ୍ତୁ appeared first on Odisha Reporter.

]]>

ଜେନେଭା: ପ୍ରତିବର୍ଷ ସବୁ ପୁରସ୍କର ପାଇଁ ଥରେ ଘୋଷଣା ହୁଏ। ଏଥର କିନ୍ତୁ ସାହିତ୍ୟ ପାଇଁ ୨ଟି ବର୍ଷର ପୁରସ୍କାର ଏକାଥରେ ଘୋଷଣା କରାଯିବ। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। ଫଳରେ ଏଥିପାଇଁ ଗଠିତ କମିଟିର ଉଚ୍ଚପଦସ୍ଥ ଲୋକେ ପଦ ଛାଡ଼ିବାକୁ ପଡ଼ିଥିଲା। ଏଭଳି ବିବାଦ ପରେ ୨୦୧୮ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ବନ୍ଦ କରାଯାଇଥିଲା। ତେଣୁ ଏଥର ୨୦୧୮ ଓ ୨୦୧୯ ଦୁଇଟି ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ।

ଏହି ବିବାଦର କେନ୍ଦ୍ରରେ ଥିଲେ ଜିନ୍‌ କ୍ଲାଉଡି ଆର୍ଣ୍ଣଲ୍ଟ ନାମକ ଜଣେ ସ୍ୱେଡିସ୍‌ ଫଟୋଗ୍ରାଫର। ୧୨ରୁ ଊର୍ଦ୍ଧ୍ୱ ମହିଳା ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ୨୦୧୭-୧୮ ମସିହା ବେଳକୁ ସମଗ୍ର ବିଶ୍ୱରେ ମି-ଟୁ ଆନ୍ଦୋଳନ ଶୀର୍ଷରେ ଥାଏ। ୨୦୧୮ ମସିହାରେ ସେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଯାଇଥିଲେ।

ତେବେ ଏହି ପୁରସ୍କାର ସହ ତାଙ୍କର ସମ୍ପର୍କ ହେଉଛି ତାଙ୍କ ପତ୍ନୀ ମାଟାରିନା ଫ୍ରଷ୍ଟେନ୍‌ସନ୍‌ ଗତ ବର୍ଷ ନୋବେଲ ସାହିତ୍ୟ କମିଟିର ସଦସ୍ୟ ଥିଲେ। ଏତଦ୍‌ବ୍ୟତୀତ ଆର୍ଣ୍ଣଲ୍ଟଙ୍କ ଏକ ଆର୍ଟକ୍ଲବ୍‌ ପାଇଁ ସ୍ୱେଡିସ୍‌ ଏକାଡେମୀ ଅର୍ଥ ଦେଇଥିଲା, ଯାହାକି ନୋବେଲ ସାହିତ୍ୟ ପୁରସ୍କାର ଦେଇଥାଏ। ଆହୁରି ମଧ୍ୟ ଅଭିଯୋଗ ଆସିଥିଲା ଆର୍ଣ୍ଣଲ୍ଟ ନୋବେଲ ସାହିତ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥାଇ ପାରନ୍ତି।

ଏହାପରେ ଏକାଡେମୀର କମିଟି ପୁନର୍ଗଠିତ ହୋଇଥିଲା। ଏତଦ୍‌ବ୍ୟତୀତ ବିଜେତାଙ୍କୁ ବାଛିବାର ପ୍ରକ୍ରିୟା ମଧ୍ୟ ବଦଳିଥିଲା। ଆଲଫ୍ରେଡ୍‌ ନୋବେଲଙ୍କ ନାମ ଅନୁଯାୟୀ ଦିଆଯାଉଥିବା ୫ଟି କ୍ଷେତ୍ର ମଧ୍ୟରୁ ସାହିତ୍ୟ ଅନ୍ୟତମ।

The post ଏଥର ସାହିତ୍ୟ ପାଇଁ ୨ଟି ନୋବେଲ, କାହିଁକି ଜାଣନ୍ତୁ appeared first on Odisha Reporter.

]]>
centre bottom 2019-10-10 16:02:43 https://odishareporter.in/wp-content/uploads/2017/10/nobel-prize.jpg
ଦିନେ ଏଠି ପାହାଡ଼ଟେ ଥିଲା https://odishareporter.in/literature-culture/once-there-was-a-mountain-a-story-by-bimal-pati-445180 Thu, 10 Oct 2019 02:47:20 +0000 http://odishareporter.in/?p=445180

ବିମଳ ପତି ରାଜା ଚୌଧୁରୀ ରଣବୀର ପାହାଡ଼ ସିଂ। ଏଇ ପାହାଡ଼ ସିଂ ଉପାଧିଟା ତାଙ୍କ ପୂର୍ବପୁରୁଷ ଅମଳରୁ ଗଡ଼ି ଆସୁଛି। ଚୌଧୁରୀ ରଣବୀର ପାହାଡ଼ ସିଂ ଏବେ ପରିଣତ ବୟସରେ। ସେ ଅଛନ୍ତି। ରାଜବାଟୀ ଅଛି, ହେଲେ ଜମିଦାରୀ ଉଚ୍ଛେଦ ହେବା ପରଠୁ ଆଉ ସେ ଥାଟ୍ଟ ବାଟ ନାହିଁ। କାଁ ଭାଁ କେଇ ଜଣକୁ ଛାଡ଼ି ଦେଲେ ଆଉ କେହି ରାଜବାଟୀ ଆଡ଼େ ଅନାନ୍ତି ନାହିଁ। ରାଣୀ ସ୍ୱପ୍ନା କୁମାରୀ କେବେଠୁ ଆରପାରିକୁ ଚାଲି […]

The post ଦିନେ ଏଠି ପାହାଡ଼ଟେ ଥିଲା appeared first on Odisha Reporter.

]]>

ବିମଳ ପତି

ରାଜା ଚୌଧୁରୀ ରଣବୀର ପାହାଡ଼ ସିଂ। ଏଇ ପାହାଡ଼ ସିଂ ଉପାଧିଟା ତାଙ୍କ ପୂର୍ବପୁରୁଷ ଅମଳରୁ ଗଡ଼ି ଆସୁଛି। ଚୌଧୁରୀ ରଣବୀର ପାହାଡ଼ ସିଂ ଏବେ ପରିଣତ ବୟସରେ। ସେ ଅଛନ୍ତି। ରାଜବାଟୀ ଅଛି, ହେଲେ ଜମିଦାରୀ ଉଚ୍ଛେଦ ହେବା ପରଠୁ ଆଉ ସେ ଥାଟ୍ଟ ବାଟ ନାହିଁ। କାଁ ଭାଁ କେଇ ଜଣକୁ ଛାଡ଼ି ଦେଲେ ଆଉ କେହି ରାଜବାଟୀ ଆଡ଼େ ଅନାନ୍ତି ନାହିଁ। ରାଣୀ ସ୍ୱପ୍ନା କୁମାରୀ କେବେଠୁ ଆରପାରିକୁ ଚାଲି ଗଲେଣି। ଚୌଧୁରୀ ରଣବୀର ଓ ସ୍ୱପ୍ନାକୁମାରୀଙ୍କ ଏକମାତ୍ର ପୁଅ ପ୍ରବୀର ଦିଲ୍ଲୀରେ ସରକାରୀ ଚାକିରିରେ। ରାଜସ୍ତାନୀ ଝିଅଙ୍କୁ ବାହା ହେଇ ଦିଲ୍ଲୀରେ ରହନ୍ତି। କେବେ କେବେ ଗାଁ କୁ ଆସନ୍ତି। ରାଜବାଟୀର କେଇଟା ଦିନ ରହିବା ପରେ ପୁଣି ଫେରିଯା’ନ୍ତି ଦିଲ୍ଲୀକୁ। ପୁଅବୋହୂଙ୍କ ଗହଣରେ କିଛି ଦିନ ବେଶ୍‌ ଖୁସିରେ କାଟନ୍ତି ରାଜା ରଣବୀର।

ନିଜର ଶାସନ ସମୟରେ ବେଶ୍ ‍ ଲୋକପ୍ରିୟ ଥିଲେ ରାଜା ରଣବୀର। ରାଜବାଟୀ ପରିସରରେ ଦାସୀ ପରିବାରୀ, ପୋଇଲି, ମୁଦୁସୁଲିଙ୍କ ଗହଣରେ ବେଶ୍‌ ଆନନ୍ଦରେ ସମୟ କଟାଉଥିଲେ ରାଣୀ ସ୍ୱପ୍ନାକୁମାରୀ। ରାଜା ଆଉ ରାଣୀ ଯେମିତି ଦାସୀ, ପରିବାରୀ, ପୋଇଲି ପାଇଁ ଦେବତୁଲ୍ୟ ଥିଲେ। ସମସ୍ତଙ୍କ ମନଜାଣି ନ୍ୟାୟ ଦେଉଥିଲେ ରାଜା ରଣବୀର।

ମଣିଷଙ୍କ ପରି ଗଛଲତା, ପ୍ରକୃତିକୁ ବେଶ୍‌ ଭଲ ପାଉଥିଲେ ସେ। କେବେ କେବେ ସାନ୍ଧ୍ୟ ଭ୍ରମଣରେ ଘୋଡ଼ା ପିଠିରେ ସବାର ହୋଇ ଘଞ୍ଚ ଜଙ୍ଗଲ ଆଉ ପାହାଡ଼କୁ ବୁଲି ଯାଉଥିଲେ। ପ୍ରକୃତିର ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ସହ ପାହାଡ଼କୁ ଦେଖି ଆନନ୍ଦରେ ଆତ୍ମହରା ହେଉଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସେ ପାହାଡ଼ ପରି ସ୍ଥିର, ଅବିଚଳିତ ରହୁଥିଲେ। ପାହାଡ଼ଠାରୁ ସେ ଏହାହିଁ ଶିକ୍ଷା ଲାଭ କରିଥିଲେ। ପାହାଡ଼ର ପାଦ ଦେଶରେ ଠିଆହୋଇ ଦୁଇ ହାତକୁ ପାଟି ପାଖରେ ଦେଇ ଖୁବ୍‌ ଜୋର୍‌ରେ ପାଟି କରୁଥିଲେ। ପାହାଡ଼ ଛାତିରେ ତାହା ପ୍ରତିଧ୍ୱନିତ ହୋଇ ପୁଣି ତାଙ୍କ ପାଖକୁ ଫେରି ଆସୁଥିଲା। ପାହାଡ଼ ରାଜା ରଣବୀରଙ୍କ ଉତ୍ତର ଦେଉଛି ବୋଲି ସେ ବହୁତ ଖୁସି ହେଉଥିଲେ। କେବେ କେବେ ପାହାଡ଼ ଛାତିରେ ଲେଖୁଥିଲେ ନିଜ ନାଁ ସହ ସ୍ୱପ୍ନାକୁମାରୀଙ୍କ ନାଁ। ଠିକ୍ ‍ ତା ତଳକୁ ଆଙ୍କୁଥିଲେ ହୃଦୟର ଚିତ୍ର। ପାହାଡ଼ ସହ ଯେମିତି ବନ୍ଧୁତାରେ ବାନ୍ଧି ହୋଇଯାଉଥିଲେ ରାଜା ରଣବୀର। ଅନେକ ସମୟରେ ନିଜ ରାଜ୍ୟର ପ୍ରଜାମାନଙ୍କୁ ନେଇ ପାହାଡ଼ ଚାରିପଟେ ଗଛ ଲଗାଇବା ସହ ପାହାଡ଼କୁ କେବେ କ୍ଷତି ନ ପହଞ୍ଚାଇବା ପାଇଁ ଲୋକଙ୍କୁ ପରାମର୍ଶ ବି ଦେଉଥିଲେ।

ଲୋକପ୍ରିୟତା ପାଇଁ ନିଜ ରାଜ୍ୟରେ ସବୁଠି ଲୋଡ଼ା ପଡ଼ନ୍ତି ରାଜା। ବେଶ୍‌ ଖାତିର ସମ୍ମାନ ବି କରନ୍ତି ଲୋକେ ରାଜା ରଣବୀରଙ୍କୁ। ପ୍ରଜାମାନଙ୍କୁ ଦାନ, ଖଇରାତ କରିବା ସହ ସମୟ ଅସମୟରେ ଲୋକଙ୍କୁ ସାହାଯ୍ୟର ହାତ ବି ବଢ଼ାନ୍ତି। ରାଜା ରାଣବୀରଙ୍କ ଉଦାର ଓ ସ୍ଥିର ନିଶ୍ଚଳ ସ୍ୱଭାବ ଯୋଗୁଁ ପ୍ରଜାମାନେ ତାଙ୍କୁ ‘ପାହାଡ଼ ରାଜା’ ବୋଲି କୁହନ୍ତି।

ରାଣୀ ସ୍ୱପ୍ନାକୁମାରୀ ଓ ପୁଅ ପ୍ରବୀର କୁମାରଙ୍କୁ ନେଇ ଛୋଟିଆ ସଂସାରରେ ବେଶ୍ ‍ ଖୁସିଥିଲେ ରାଜା। ଖୁବ୍‌ ପ୍ରେମ କରୁଥିଲେ ସ୍ୱପ୍ନାକୁମାରୀଙ୍କୁ। ପୁଅର ଜନ୍ମ ଦିନରେ ରାଜବାଟୀ ପରିସରରେ ଭୋଜି ଭାତ ବଡ଼ ଧୁମଧାମ୍‌ରେ ହେଉଥିଲା।  ଅନେକ ସମୟରେ ରାଜା ରଣବୀର ରାଣୀ ସ୍ୱପ୍ନା କୁମାରୀ ଓ ପୁଅ ପ୍ରବୀରକୁ ନେଇ ପାହାଡ଼ ପାଖକୁ ଯାଉଥିଲେ ବୁଲି। ପତ୍ନୀଙ୍କୁ ପାହାଡ଼ର ମନୋରମ ସୌନ୍ଦର୍ଯ୍ୟ ବୁଲାଇ ଦେଖାଉଥିଲେ। ନିଜ ହାତ ତିଆରି ଜଙ୍ଗଲର ମନୋରମ ଦୃଶ୍ୟକୁ ନିଜେ ମନଭରି ଉପଭୋଗ କରିବା ସହ ରାଣୀ ସ୍ୱପ୍ନା କୁମାରୀ ଓ ପୁଅଙ୍କୁ ଦେଖାଉଥିଲେ। ପାହାଡ଼ କିପରି କଥା କହେ ଏହାର ପ୍ରମାଣ ଦେବା ପାଇଁ ରାଜା ନିଜ ମୁହଁରେ ଦୁଇହାତ ପାପୁଲି ଦେଇ ବଡ଼ପାଟି କରୁଥିଲେ। ରାଜାଙ୍କ ପାଟିର ଶବ୍ଦ ପାହାଡ଼ ଛାତିରେ ପିଟି ହୋଇ ପ୍ରତିଧ୍ୱନିତ ହେଉଥିଲା। ପୁଅ ପ୍ରବୀର ପ୍ରତିଧ୍ୱନିକୁ ଶୁଣି କୁରୁଳି ଉଠି ତାଳି ମାରୁଥିଲା।

ସବୁଜ ବନାନୀ ପରିବେଷ୍ଟିତ ପାହାଡ଼କୁ ଦେଖି ରାଜା ରଣବୀର ମନେ କରନ୍ତି ପାତ୍ର,ମନ୍ତ୍ରୀଙ୍କ ଗହଣରେ ସେ ଯେମିତି ରାଜ ସିଂହାସନରେ ସଗର୍ବେ ଉପବେଶନ କରିଛନ୍ତି। ରାଜା ଓ ରାଜ୍ୟ ଶାସନ ବ୍ୟବସ୍ଥା ଉଚ୍ଛେଦ ପରେ ମଧ୍ୟ ରାଜା ରଣବୀର ଓ ରାଣୀ ସ୍ୱପ୍ନା କୁମାରୀ ପାହାଡ଼ ପାଖକୁ ବୁଲିଯା’ନ୍ତି। ପାହାଡ଼ର ରୁକ୍ଷ ଛାତିରେ ମଥାରଖି ଖୁବ୍‌ ଗେଲ କରନ୍ତି। ନିଜେ ଲଗାଇଥିବା ଗଛ ଲତାକୁ ଆଉଁଷି ଦେଇ ପରମ ତୃପ୍ତିଲାଭ କରନ୍ତି। ରାଣୀ ସ୍ୱପ୍ନା କୁମାରୀ ନିଜ ପାଟ ଲୁଗାକାନିରେ ପାହାଡ଼ର ଦେହକୁ ପୋଛି ଦେଇ ପୁତ୍ରବତ୍ ‍ଶ୍ରଦ୍ଧା କରନ୍ତି।

ଶାସନ ଚାଲିଯିବା ବେଳକୁ ରାଜପୁତ୍ର ପ୍ରବୀର ଉଚ୍ଚଶିକ୍ଷିତ ହୋଇ ଦିଲ୍ଲୀରେ ରହିଲେଣି। ଚାକିରି କରି ବାହାସାହା ମଧ୍ୟ ହେଲେଣି। ଏବେ ପ୍ରବୀରଙ୍କର ପୁଅଟିଏ ହୋଇଛି। ନାତି ହେବା ଖବର ଶୁଣି ରାଜା ନିଜ ନଅରରେ ଏକ ନୈଶ୍ୟ ଭୋଜିର ଆୟୋଜନ କରି ସମସ୍ତ ପ୍ରଜାଙ୍କୁ ନିମନ୍ତ୍ରଣ କଲେ। ରାଜକୀୟ ଶାସନ ବ୍ୟବସ୍ଥା ନଥିବାରୁ ଭୋଜିରେ ରାଜବାଟୀରେ ଏତେ ଗହଳି ଚହଳି ନଥିଲା। ଏକଥା ରାଜା ରଣବୀରଙ୍କୁ ବଡ଼ କଷ୍ଟ ଦେଲା।

ହାତରୁ ଶାସନ ଖସିଯିବା ପରେ ରାଜସ୍ୱ ଆଦାୟ ଏକ୍‌ଦମ୍‌ ଠପ୍ ହୋଇଯାଇଥିଲା। ତଥାପି ରାଜା ରଣବୀର ଭାଙ୍ଗି ପଡ଼ି ନଥିଲେ। ଯାହା ଯେତିକି ନିଜସ୍ୱ ଆୟରେ ଖୁସିରେ ଦୁଇପ୍ରାଣୀ ଚଳିଯାଉଥିଲେ। ନିଜର ସୀମିତ ସମ୍ୱଳ ଭିତରେ କାଁ ଭାଁ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ଧୀରେ ଧୀରେ ବୟସ ବଢ଼ିବା ସହ ରାଜା ରଣବୀରଙ୍କର ନିଜସ୍ୱ ଆୟ ମଧ୍ୟ କମିବାରେ ଲାଗିଲା। ଏବେ ପୁଅ ହାତକୁ ଭରସା। ପ୍ରବୀର କୁମାର ପ୍ରତିମାସରେ ବାପାଙ୍କ ପାଖକୁ ମନିଅର୍ଡ଼ରରେ ଟଙ୍କା ପଠାନ୍ତି। ଫୋନ୍‌ କରି ବାପା ରାଜା ରଣବୀର ଓ ମା’ ସ୍ୱପ୍ନା କୁମାରୀଙ୍କ କଥା ପଚାରି ବୁଝନ୍ତି। ଏକମାତ୍ର ନାତିର ଗୁଲୁରୁ ଗୁଶୁରୁ କଥା ଫୋନରେ ଶୁଣି ଖୁସି ହୁଅନ୍ତି ରାଜା ସାହେବ।

ପାହାଡ଼ ପରି ସ୍ଥିର, ଅବିଚଳିତ ରାଜା ରାଣବୀର ତାଙ୍କ ଜୀବନରେ ଦେଖାଯାଉଥିବା ଦୁଃସ୍ଥିତିକୁ ନେଇ ଯେତିକି ଚିନ୍ତିତ ନଥିଲେ ତା’ଠୁ ଅଧିକ ଚିନ୍ତିତ ହେଉଥିଲେ ରାଣୀ ସ୍ୱପ୍ନାକୁମାରୀ। ଧୀରେ ଧୀରେ ରଙ୍ଗଛାଡ଼ି ମଳିନ ହୋଇ ଆସୁଥିବା ରାଜବାଟୀର ରୂପଦେଖି ନିଜ ଭିତରେ ପିରାମିଡ଼ପରି ଭାଙ୍ଗି ପଡ଼ୁଥିଲେ ରାଣୀ।

ଦିନେ ଅପରାହ୍ନରେ ରାଜା ଓ ରାଣୀ ହାତରେ କଟୁରୀ ଧରି ବାହାରିପଡ଼ିଲେ ରାଜ ଉଆସ ପରିସର ଓ ଏହାର କାନ୍ଥରେ ଉଠିଥିବା ଗଛଲତାକୁ ସଫା କରିବା ପାଇଁ। ଲମ୍ୱା ଶିଡ଼ିରେ ରାଜା ଉପରକୁ ଉପରକୁ ଚଢ଼ି ଆବର୍ଜନା ଗଛ ଲତାକୁ କାଟୁଥା’ନ୍ତି। ତଳେ ରାଣୀ ସ୍ୱପ୍ନା କୁମାରୀ ଦୁଇହାତରେ ଶିଡ଼ିକୁ ଧରିଥା’ନ୍ତି। କର୍ମକ୍ଳାନ୍ତି ଯୋଗୁ ରାଜାଙ୍କ ଦେହରୁ ଶ୍ରମଝାଳ ଥପ୍ ଥପ୍ ବୋହି ପଡ଼ୁଥାଏ।

ସାଇକେଲରେ ଘଣ୍ଟି ବଜାଇ ରାଜବାଟୀ ହତା ଭିତରକୁ ପଶି ଆସିଲା ଡାକ ପିଅନ। ରାଜା ଶିଡ଼ିରୁ ଓହ୍ଲାଇ ଡାକପିଅନ ହାତକୁ ଅନାଇଲେ। ପୁଅର ମନିଅର୍ଡ଼ର ବଦଳରେ ଥିଲା ଏକ ସରକାରୀ ଚିଠି। କପାଳରେ ଉକୁଟି ଆସୁଥିବା ଶ୍ରମ ଝାଳକୁ ପୋଛି ଦେଇ ରଣବୀର ଚିଠିଟି ଖୋଲିଲେ। ଆଉ ଚିଠିଟି ପଢ଼ିସାରି ରାଜାଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇଉଠିଲା। ଏକ ଅସହାୟ ଚାହାଣୀରେ ରାଣୀ ସ୍ୱପ୍ନା କୁମାରୀଙ୍କ ଆଡ଼େ କ୍ଷଣିକ ଚାହିଁ ମୁହଁ ବୁଲାଇ ନେଲେ।

କ’ଣ ହେଲା ବୋଲି ରାଣୀ ପଚାରନ୍ତେ ରାଜା ଚିଠିଟି ସ୍ୱପ୍ନାକୁମାରୀଙ୍କ ହାତକୁ ବଢ଼ାଇଦେଲେ। ଚିଠିଟି ପଢ଼ିସାରିବା ପରେ ରାଗ ଆଉ ଅଭିମାନରେ ରାଣୀଙ୍କ ମୁହଁ ଲାଲ ପଡ଼ିଯାଇଥିଲା। ସରକାରଙ୍କ ରାଜସ୍ୱ ବିଭାଗର ଚିଠି। ଚିଠି ନୁହେଁ ତ ଫତୱା କହିଲେ ଚଳେ। ସେଥିରେ ଲେଖାଥିଲା ରାଜା ଓ ରାଣୀ ପାହାଡ଼ ପାଖକୁ ଯାଇପାରିବେ ନାହିଁ। ସେଠାରେ ଶହେ ଚୌରାଳିଶ ଜାରି ହୋଇଛି। ପାହାଡ଼କୁ ପୁତ୍ରବତ୍ ‍ ଓ ସବୁଜ ବନାନୀକୁ ନିଜ ରାଜ୍ୟର ପ୍ରୀୟ ପ୍ରଜା ଭଳି ପାଳି ଆସିଥିବା ରାଜା ଓ ରାଣୀଙ୍କ ମୁଣ୍ଡରେ ସତେ ଯେମିତି ବଜ୍ରପାତ ହେଲା। ଧୈର୍ଯ୍ୟର ସହ ରାଜା କିଛି ଦିନ ଅତିକ୍ରମ କରିବା ପରେ ପୁତ୍ରବତ୍‌ ପାହାଡ଼କୁ ଦେଖିବା ପାଇଁ ଚାଲିଗଲେ ଏକୁଟିଆ। ସରକାରୀ ଆଇନର ଉଲଂଘନ ଅଭିଯୋଗରେ ରାଜାଙ୍କୁ ପୋଲିସ୍‌ ଗରିଫ କରି ଜେଲରେ ଭର୍ତ୍ତି କରିଦେଲା। ଏଭଳି ଦାରୁଣ ସମ୍ୱାଦ ପାଇ ରାଣୀ ସ୍ୱପ୍ନା କୁମାରୀ ଖୁବ୍ ‍ଅଶ୍ୱସ୍ତି ଅନୁଭବ କଲେ। ଚାହୁଁ ଚାହୁଁ ରାଣୀ ଭୂଇଁ ଉପରେ ଲୋଟି ପଡ଼ିଲେ।

ଜେଲ୍‌ରେ ଥାଇ ବି କେବେ ଦିନକ ପାଇଁ ଅନୁଶୋଚନା କରିନାହାନ୍ତି ରାଜା ରଣବୀର। ବେଳେବେଳେ ଖୁବ୍‌ ମନେପଡ଼ନ୍ତି ରାଣୀ ସ୍ୱପ୍ନା କୁମାରୀ, କେମିତି ଥିବ ତାଙ୍କ ପ୍ରିୟ ପାହାଡ଼, ନିଜ ରାଜବାଟୀ। ଆଖି ସାମ୍ନାରେ ତାଙ୍କର ଏସବୁ ଦୃଶ୍ୟ ନାଚି ଉଠିବା ସହ ଖୁବ୍‌ ମନେପଡ଼ନ୍ତି ପୁଅ, ବୋହୁ ଓ ନାତି ଅନ୍ୱେଷ।

ରାଣୀ ସ୍ୱପ୍ନାକୁମାରୀଙ୍କ ଏକାଦଶାହ କ୍ରିୟା ପରଠୁ ଆଉ କେବେ ରାଜବାଟୀକୁ ଆସିନାହାନ୍ତି ପୁଅ ପ୍ରବୀର। ପିଲାଦିନେ ଅନେକ ଥର ପ୍ରବୀରକୁ ସାଙ୍ଗରେ ନେଇ ରାଜା ରଣବୀର ପୁତ୍ରବତ୍‌ ପ୍ରିୟ ପାହାଡ଼ ଓ ହାତ ତିଆରି ଜଙ୍ଗଲକୁ ବୁଲାଇ ଆଣିଛନ୍ତି। ରାଣୀଙ୍କ ଶୁଦ୍ଧି ସମୟରେ ନାତି ଅନ୍ୱେଶ ବହୁତ ଜିଦି କରୁଥିଲା ପାହାଡ଼ ଦେଖିବା ପାଇଁ। କିନ୍ତୁ ହେଇ ପାରିଲାନି। ବିଚରା ତା ବାପାକୁ କେତେ ତାଗିଦ୍‌ କରୁଥିବ ଚାଲ ଗାଁ କୁ ଯିବା। ମୁଁ ପାହାଡ଼ ଦେଖବି? ଏମିତି ଅନେକ ଭାବନା ରାଜ୍ୟରେ ବିଚରଣ କରେ ରାଜା ରଣବୀରଙ୍କ ମନ।

ଜେଲ୍‌ର କୋଠରୀ ଭିତରେ ଶୋଇଥିବା ବେଳେ ପୋଲିସ୍‌ ବୁଟର ଠକ୍‌ ଠକ୍ ଶବ୍ଦରେ ନିଦ ଭାଙ୍ଗିଲା ରାଜା ରଣବୀରଙ୍କର। ଆଖି ଖୋଲିଲା ବେଳକୁ ସାମ୍ନାରେ ଜେଲର।

ଜେଲର ଜଣକ କହିଲେ – ରାଜ୍ୟ ସରକାର ଆପଣଙ୍କୁ ମୁକ୍ତି ଦେଇଛନ୍ତି। ଆପଣ ଏଥର ବାହାରକୁ ଆସନ୍ତୁ। ଜେଲର ଜଣକ ସେଲ୍‌ର ତାଲା ଖୋଲିବା ପରେ ବାହାରକୁ ବାହାରିଲେ ରାଜା ରଣବୀର। ତାଙ୍କର ପୁରୁଣା ପୋଷାକ ଦିଆଗଲା ପିନ୍ଧିବା ପାଇଁ।

ନିଜର ପୋଷାକପତ୍ର ପିନ୍ଧି ପଦାକୁ ବାହାରିବା ସମୟରେ ଦେହର କାନ୍ଥରେ ଲାଗିଥିବା ମିରରରେ ନିଜ ଚେହେରାକୁ ପରଖିଲେ ରାଜା ସାହେବ। ସଂଜ ନଇଁ ଆସୁଥାଏ। ଧୀରେ ଧୀରେ ଚାଲି ପହଞ୍ଚିଲେ ରାଜବାଟୀରେ।

ରାଜବାଟୀକୁ ଫେରିବା ପରେ ବି ନିଜର ନିଃସଙ୍ଗ ଜୀବନ ପାଇଁ ଟିକେ ବି ଦୁଃଖ କି କ୍ଳେଶ ନଥିଲା ମନରେ। ଖୁବ୍‌ ମନେ ପଡ଼ୁଥିଲା ତାଙ୍କର ପ୍ରିୟ ପାହାଡ଼। ରାତିରେ ଅନେକ ସମୟରେ ରାଜାଙ୍କ କାନରେ ଢୋ ଢୋ ଆୱାଜ ପିଟି ହେଉଥିଲା। ମାତ୍ର ଅଦିନରେ ଦିପାବଳୀର ଭ୍ରମସୃଷ୍ଟି କରୁଥିବା ଏ ଢୋ ଢା ଆୱାଜକୁ ରାଜା କିଛି ବୁଝି ପାରୁ ନଥିଲେ। ଠାକୁର ପୂଜା, ପେପର ପଢ଼ା, ଫୋନରେ ନାତି ଟୋକା ସହ କଥାବାର୍ତ୍ତା, ବଗିଚା କାମରେ ବିତିଯାଏ ଦିନ। ରାତିର ନିର୍ଜନ ପ୍ରହରରେ ଅନେକ କଥା ରାଜା ରାଣବୀରଙ୍କ ମନ ଭିତରକୁ ଚାଲିଆସେ। ବିଶେଷ କରି ତାଙ୍କ ପ୍ରିୟ ପାହାଡ଼ ଓ ହାତ ତିଆରି ଜଙ୍ଗଲ କଥା। ସ୍ୱପ୍ନା କୁମାରୀଙ୍କ ସହ କେତେ କେତେ ସ୍ମୃତିମଧୁର ମୁହୂର୍ତ୍ତ କଟାଇଛନ୍ତି ସେହି ପାହାଡ଼ ପାଦଦେଶରେ।

ନିଜର ଆଗ୍ରହକୁ ଆଉ ସମ୍ଭରଣ କରିପାରିଲେନି ରାଜା। ପରଦିନ ସକାଳୁ ଉଠି ଏକ ମୁହଁ ହୋଇ ପହଞ୍ଚିଲେ ପାହାଡ଼ ପାଖରେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା। ନା ଥିଲା ତାଙ୍କ ହାତତିଆରି ଜଙ୍ଗଲ ନା ପାହାଡ଼। ପାହାଡ଼ର ବିରାଟ ବିରାଟ ଶିଳାଖଣ୍ଡ ସବୁ ଏଣେତେଣେ ପଡ଼ିଥିଲା। ବଡ଼ ବଡ଼ ମେସିନ୍‌ ସବୁ ରାକ୍ଷସ ଭଳି ଶିଳା ଖଣ୍ଡକୁ ପିଟି ଗୁଣ୍ଡକରି ପକାଉଥିଲେ ନିମିଷକରେ।

ଏସବୁ ଦୃଶ୍ୟକୁ ପାଖରୁ ଅବଲୋକନ କରୁଥିବା ରାଜା ରଣବୀର ଅନୁଭବ କରୁଥିଲେ ଯେମିତି ତାଙ୍କ ଛାତି ଭିତରେ କେହି ହାତୁଡ଼ି ପିଟି ଦେଉଛି। ରାଜାଙ୍କ ଆଖିରୁ ଝରିପଡ଼ିଲା କେଇବୁନ୍ଦା ଲୁହ। ଭୂଇଁ ଉପରେ ଗଛ କାଟିଲା ଭଳି କଚାଡ଼ି ହୋଇ ପଡ଼ିଲେ ରାଜା ରଣବୀର। ସେଇଠି ତାଙ୍କର ପ୍ରାଣବାୟୁ ଉଡ଼ିଗଲା।

ପିତାଙ୍କ ଦେହାନ୍ତ ଖବର ପାଇ ଫ୍ଲାଇଟରେ ଆସି ପହଞ୍ଚିଲେ ପ୍ରବୀର। ରାଜା ସାହେବ ଆରପାରିକୁ ଚାଲିଯାଇଥିବା ପ୍ରବୀର ଜାଣି ସାରିଥିଲେ। ସାଙ୍ଗରେ ଆସିଥିଲେ ସ୍ତ୍ରୀ ଓ ପୁଅ ଅନ୍ୱେଷ।

ଦୀର୍ଘଦିନ ପରେ ଅନ୍ୱେଷ ବାପାଙ୍କ ସହ ରାଜବାଟୀକୁ ଆସୁଛି। ଜେଜେଙ୍କ ସହ ଦେଖାହେବ, କେତେ ମଜା ହେବ। ଜେଜେଙ୍କ ପ୍ରିୟପାହାଡ଼ ବୁଲି ଦେଖିବ। ଯାହାକୁ ସେ କେବଳ ପଢ଼ା ବହିରୁ ଜାଣିଛି। ଏମିତି କେତେ ଉତ୍ସୁକତା ଅନ୍ୱେଶର ବାଲ୍ୟ ଚପଳତାକୁ ବଢ଼ାଉଥିଲା।

ରାଜବାଟିର ସଦର ଗେଟ୍ ଡେଇଁ ଘରମୁହାଁ ହେଲେ ପ୍ରବୀର। ପ୍ରଜାବତ୍ସଳ ଥିବାରୁ ରାଜା ରଣବୀରଙ୍କ ଦୁଃଖାନ୍ତକ ବିୟୋଗରେ ମର୍ମାହତ ହୋଇ କେତେକ ବାସିନ୍ଦା ସେଠାରେ ଏକାଠି ହୋଇଥା’ନ୍ତି। ପ୍ରବୀରଙ୍କ ଅପେକ୍ଷା ଅନ୍ୱେଷ କ୍ଷୀପ୍ର ଗତିରେ ପାଦ ବଢ଼ାଉ ଥିଲେ ଲୋକଙ୍କ ଗହଳି ଆଡ଼କୁ। ଲୋକଙ୍କ ଭିଡ଼ ଠେଲି ଜେଜେଙ୍କ ପାଖରେ ପହଞ୍ଚିଲେ ଅନ୍ୱେଷ। ବାଳୁତ ମୁହଁରେ ଖୁସିର ଲହରୀ ଖେଳିଯାଉଥିଲା। ହେଲେ ଜେଜେଙ୍କୁ ଦେଖି ଲଥ୍‌ କରି ବସିପଡ଼ିଲା।

ବଡ଼ ପାଟିରେ ଡାକିଲା – ଜେଜେ ! ଜେଜେ ! ଦେଖ ମୁଁ ଆସିଛି। ଉଠ ଉଠ ପାହାଡ଼ ଦେଖିଯିବା। ଜେଜେଙ୍କୁ ଉଠାଇବାକୁ ଚେଷ୍ଟାକରି ନିରାଶ ହେବା ପରେ ବାପା ପ୍ରବୀରଙ୍କ ଆଡ଼କୁ ଅନାଇ ଜୋରରେ ଚିଲ୍ଲାଇ ଚିଲ୍ଲାଇ କହିଲା- ବାପା ଜେଜେଙ୍କୁ କୁହନା ଉଠିବେ, ଆଉ ମୋତେ ପାହାଡ଼ ବୁଲେଇ ନେବେ। ପୁଅ ଅନ୍ୱେଷକୁ ଛାତିରେ ଭିଡ଼ି ଧରି ପ୍ରବୀର କହିଲେ ମୋ ସୁନାଟା ପରା ବ୍ୟସ୍ତ ହୁଅନା। ଏଇ ବିଛଣାରେ ଯିଏ ଶୋଇଛନ୍ତି ସେହି ହିଁ ଜଣେ ପାହାଡ଼। କିଛି ବୁଝି ନଥିବା ଅନ୍ୱେଷ ତା’ର ଜେଜେ ତଥା ରାଜା ରଣବୀରଙ୍କ ଆଡ଼କୁ ଗୋଟାଏ କରୁଣ ଦୃଷ୍ଟିରେ ଚାହିଁ ରହିଥିଲା।

ସଂପାଦକ- ସାହିତ୍ୟ ଦର୍ପଣ
ସା.ପୋ- ଥାନୁଆଳ,
ଭାୟା- ହରିଦାସପୁର
ଜି- ଯାଜପୁର-୭୫୫୦୨୪
ମୋ:୯୪୩୮୪୧୬୨୩୫

The post ଦିନେ ଏଠି ପାହାଡ଼ଟେ ଥିଲା appeared first on Odisha Reporter.

]]>
left bottom 2019-10-10 08:19:17 https://odishareporter.in/wp-content/uploads/2019/10/bimal-pati.jpg
‘ଯାଆଁଳା ତୋଟା’ ଲୋକାର୍ପିତ https://odishareporter.in/odisha/odia-novel-janla-tota-released-by-his-excellency-vice-president-of-india-443998 Sun, 06 Oct 2019 13:18:40 +0000 http://odishareporter.in/?p=443998

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତା ତଥା ସାମାଜିକ କର୍ମୀ କାଳନ୍ଦୀ ସାମଲଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ ହୋଇଛି। ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଆଜି ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁସ୍ତକଟିକୁ ଲୋକାର୍ପିତ କରିଛନ୍ତି। ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମୀର ମହାନ୍ତି ଉପସ୍ଥିତ ରହିଥିଲେ। ସମସ୍ତେ ମିଳିମିଶି  କିପରି  ଭାବରେ ଏକ ଦୁର୍ଗମ  ପଛୁଆ ଅଞ୍ଚଳକୁ ବିକଶିତ କରି ପାରିବେ, ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଏହି […]

The post ‘ଯାଆଁଳା ତୋଟା’ ଲୋକାର୍ପିତ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତା ତଥା ସାମାଜିକ କର୍ମୀ କାଳନ୍ଦୀ ସାମଲଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ ହୋଇଛି। ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଆଜି ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁସ୍ତକଟିକୁ ଲୋକାର୍ପିତ କରିଛନ୍ତି। ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମୀର ମହାନ୍ତି ଉପସ୍ଥିତ ରହିଥିଲେ।

ସମସ୍ତେ ମିଳିମିଶି  କିପରି  ଭାବରେ ଏକ ଦୁର୍ଗମ  ପଛୁଆ ଅଞ୍ଚଳକୁ ବିକଶିତ କରି ପାରିବେ, ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଏହି ଉପନ୍ୟାସ ପାଠକୀୟ ଆଦୃତ ଲାଭ କରିବ ବୋଲି ଟ୍ୱିଟ୍‌ କରି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

The post ‘ଯାଆଁଳା ତୋଟା’ ଲୋକାର୍ପିତ appeared first on Odisha Reporter.

]]>
right bottom 2019-10-06 18:48:40 https://odishareporter.in/wp-content/uploads/2019/10/novel.jpg
ଚନ୍ଦ୍ରାଲୋକ https://odishareporter.in/literature-culture/moonlight-a-poem-by-debendra-prusrty-440977 Sun, 29 Sep 2019 10:16:04 +0000 http://odishareporter.in/?p=440977

ମାଟିର ଚଟାଣ ପରେ ଜ୍ୟୋତ୍ସ୍ନାର ଜୁଆର ଭାଙ୍ଗେ, ଆନନ୍ଦ ଓ ଉନ୍ମାଦନା ଖେଳୁଥାଏ ତରଙ୍ଗେ ତରଙ୍ଗେ, ସେ ତରଙ୍ଗେ ବୁଡ଼ିଥିବା ଲୋକ କି ମାପଇ କେବେ ପୃଥିବୀରୁ ଦୂର କେତେ ଜହ୍ନ, କେତେ କୋଶ ବା ପାହୁଣ୍ଡ? ହୃଦୟରେ ପ୍ରେମ ଥିଲେ ଯଥେଷ୍ଟ, ନଥାଉ ପଛେ ପ୍ରିୟାର ସାନ୍ନିଧ୍ୟ! ବଗୀଚାରେ ଫୁଲ ଥିଲେ ବାସ୍ନା ଥାଏ, ବାୟୁରେ ପହଁରେ ମଧୁ ସେ ମଧୁରେ ଅବଗାହେ ପାଗଳ ଭଅଁର, ଗୀତ ଗାଏ, ପ୍ରଜାପତି ଖେଳୁଥାଏ; ବସିଗଲେ ଡେଣା ବନ୍ଦ, […]

The post ଚନ୍ଦ୍ରାଲୋକ appeared first on Odisha Reporter.

]]>

ମାଟିର ଚଟାଣ ପରେ ଜ୍ୟୋତ୍ସ୍ନାର ଜୁଆର ଭାଙ୍ଗେ,
ଆନନ୍ଦ ଓ ଉନ୍ମାଦନା ଖେଳୁଥାଏ ତରଙ୍ଗେ ତରଙ୍ଗେ,
ସେ ତରଙ୍ଗେ ବୁଡ଼ିଥିବା ଲୋକ କି ମାପଇ କେବେ
ପୃଥିବୀରୁ ଦୂର କେତେ ଜହ୍ନ, କେତେ କୋଶ ବା ପାହୁଣ୍ଡ?

ହୃଦୟରେ ପ୍ରେମ ଥିଲେ ଯଥେଷ୍ଟ, ନଥାଉ ପଛେ ପ୍ରିୟାର ସାନ୍ନିଧ୍ୟ!
ବଗୀଚାରେ ଫୁଲ ଥିଲେ ବାସ୍ନା ଥାଏ, ବାୟୁରେ ପହଁରେ ମଧୁ
ସେ ମଧୁରେ ଅବଗାହେ ପାଗଳ ଭଅଁର, ଗୀତ ଗାଏ,
ପ୍ରଜାପତି ଖେଳୁଥାଏ; ବସିଗଲେ ଡେଣା ବନ୍ଦ, ଖେଳ ବନ୍ଦ।

ଘଞ୍ଚ କେଉଁ ଜଙ୍ଗଲର ପତ୍ରଙ୍କ ଗହଳି ଫାଙ୍କେ ଝରୁଥିବା ଜ୍ୟୋତ୍ସା
କହେ ଯେଉଁ ପରୀ ରାଇଜର କଥା, ଶୁଣାଏ କବିତା
ସ୍ୱପ୍ନର, ପୁଲକର, ସ୍ୱର୍ଗର, ସଂପର୍କର,
ଠିକ ସେହି କବିତା କି ଗାଏ ଜହ୍ନ
ସହରର ଧୂମାୟିତ କଂକ୍ରିଟ ଓ ପିଚୁର ଚଟାଣେ,
ପାର୍କର ସଜକରା ଗାଲିଚା ଓ ଗୁଳ୍ମ ଆବରଣେ?

ବର୍ଷା ଓ ବତାସରେ ଝଡ଼ିଥିବା ନଡ଼ାର ଛପର ଫାଙ୍କେ
ଗରୀବର କୁଡ଼ିଆକୁ ଆସିଥିବା ଜହ୍ନ ଯେଉଁ କଥା କହେ
ଅଭାବୀ ବଧୂର କାନେ,
ଋଣଗ୍ରସ୍ତ କୃଷକର ଚିନ୍ତାଗ୍ରସ୍ତ ବିଷାଦ ଜୀବନେ,
ଠିକ ସେ କାହାଣୀ କ’ଣ ଶୁଣିଥାଏ ନଈକୂଳେ,
ସମୁଦ୍ର ବେଳାରେ, ପାହାଡ଼ର ପାଦଦେଶେ
ବିଳାସିତ ଯାତ୍ରୀ ତା’ର ମୁକ୍ତ ପର୍ଯ୍ୟଟନେ?

ଜ୍ୟୋତ୍ସ୍ନାର ସୁଆଦ କିଆଁ ଅଲ୍‌ଗା ଲାଗେ
ଅଲ୍‌ଗା ହେଲେ ମଣିଷର ସ୍ଥିତି ଓ ପ୍ରକୃତି
ପ୍ରକୃତି ଯେମିତି ଭିନ୍ନ ସେମିତି ଭିନ୍ନ
କି ତା’ର ଜହ୍ନ ଆଉ ତାରାଙ୍କ ପ୍ରବୃତ୍ତି?

The post ଚନ୍ଦ୍ରାଲୋକ appeared first on Odisha Reporter.

]]>
left bottom 2019-09-29 15:46:49 https://odishareporter.in/wp-content/uploads/2019/09/sir.jpg