ଅନୁଗୁଳ – Odisha Reporter https://odishareporter.in Tue, 14 Sep 2021 04:16:37 +0000 en-US hourly 1 ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌: ୧୨ ଟ୍ରେନ ବାତିଲ, ୮ଟିର ଗତିପଥ ବଦଳିଲା https://odishareporter.in/odisha/goods-train-derailed-near-talcher-675485 Tue, 14 Sep 2021 03:42:17 +0000 https://odishareporter.in/?p=675485

ଅନୁଗୋଳ (ବିରଜା ପ୍ରସାଦ ଦାସ): ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନଚ୍ୟୁତ୍‌ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହେବାରୁ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ  ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା […]

The post ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌: ୧୨ ଟ୍ରେନ ବାତିଲ, ୮ଟିର ଗତିପଥ ବଦଳିଲା appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାସ): ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନଚ୍ୟୁତ୍‌ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।

ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହେବାରୁ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ  ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ,  ଗତ ରାତିରେ ତାଲଚେର ରୋଡରୁ ଅନୁଗୋଳ ଅଭିମୁଖେ ଏକ ୫୬ ବଗି ବିଶିଷ୍ଟ ଗହମ ବୋଝେଇ ଟ୍ରେନ୍‌ ଯାଉଥିଲା।  ରାତି ପ୍ରାୟ ୨ଟା ୫୦ରେ ଟ୍ରେନ୍‌ଟି ଭୋଗବେରଣୀ ନିକଟସ୍ଥ ପୋଲ ଅତିକ୍ରମ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁ ତାହା ଦବି ଯାଇଥିଲା। ଫଳରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଯାଇଥିଲା। ଟ୍ରେନ୍‌ର ୬ଟି କୋଚ ସହ ଇଞ୍ଜିନ ଲାଇନ୍‌ଚ୍ୟୁତ୍‌ ହୋଇଯାଇଛି।  ହେଲେ ଟ୍ରେନ୍‌ରେ ଥିବା ଲୋକୋ ପାଇଲଟ୍‌ ଓ ଗାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ଲାଇନ୍‌ଚ୍ୟୁତ୍‌ ଟ୍ରେନ୍‌ ।

ଖବର ପାଇ ରାତି ପ୍ରାୟ ସାଢେ ୩ଟାରେ ରେଲୱେର ବରିଷ୍ଠ ଅଧିକାରୀ, ଟେକନିକାଲ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେବି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାରୁ ଢେଙ୍କାନାଳ-ସମ୍ବଲପୁର ରେଲ୍ ସେକସନ୍ ଅଧୀନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।  ଏଥିପାଇଁ ଆଜି ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ  ୮ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ  ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଲୱେ ପକ୍ଷରୁ ଆଜି ବାତିଲ ହୋଇଥିବା ଟ୍ରେନ୍‌

  1. 08105 Rourkela-Puri Special from Rourkela.
  2. 08106 Puri-Rourkela Special from Puri.
  3. 02862Bhubaneswar-Rourkela Inter City Special from Bhubaneswar.
  4. 02866 Puri-LTT Special from Puri.
  5. 08493 Bhubaneswar-Balangir Inter City Special from Bhubaneswar.
  6. 08494 Balangir-Bhubaneswar Inter City Special from Balangir.
  7. 08451Hatia-Puri Special from Hatia.
  8. 08452 Puri-Hatia Special from Puri.
  9. 08425 Puri-Durg Special from Puri.
  10. 08426 Durg-Puri Special from Durg
  11. 08127 Rourkela-Gunupur Special from Rourkela.
  12. 08128 Gunupur-Rourkela Special from Gunupur (on 15.09.2021).

 

ଗତିପଥ ବଦଳା ଯାଇଥିବା ଟ୍ରେନ୍‌

  1. 02814 Anand Vihar-Bhubaneswar Special from Anand Vihar on 13.09.2021 will run via Chakradharpur-Jaroli & Jakhapura.
  2. 08503 Visakhapatnam-Amritsar Special from Visakhapatnam (now at Khalikot) will run via Vizianagaram-Rayagada-Titilagarh-Sambalpur.
  3. 08426 Durg-Puri Special from Durg on 13.09.2021 now at Boinda will run via Sambalpur-Titilagarh-Vizianagaram-Khurda Road.
  4. 08451 Hatia-Puri Tapaswini Special from Hatia on 13.09.2021 now at Angul will run via Sambalpur-Titilagarh-Vizianagaram-Khurda Road.
  5. 02145 LTT-Puri Special from LTT on 12.09.2021 now at Angul will run via Sambalpur-Titilagarh-Vizianagaram-Khurda Road.
  6. 04709 Bikaner-Puri Special from Bikaner on 12.09.2021 now at Rairakhol will run via Sambalpur-Titilagarh-Vizianagaram-Khurda Road.
  7. 05128 Gunupur-Rourkela Special from Gunupur on 13.09.2021 now at Talcher Road will run via Kapilas Road-Jakhapura-Jaroli.
  8. 02037 Puri-Ajmer Special from Puri on 13.09.2021 now at Budhapank will run via Khurda Road-Vizianagaram-Rayagada-Titilagarh.

ଏହାବାଦ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି। ଆଜି ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍‌ ରାଉରକେଲାରୁ ସମ୍ବଲପୁର ଯିବ । ସମ୍ବଲପୁର-ଭୁବନେଶ୍ୱର ମଧ୍ୟରେ ଉଭୟପଟୁ ଇଣ୍ଟରସିଟିକୁ ବାତିଲ କରାଯାଇଛି।

 

The post ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌: ୧୨ ଟ୍ରେନ ବାତିଲ, ୮ଟିର ଗତିପଥ ବଦଳିଲା appeared first on Odisha Reporter.

]]>
centre top 2021-09-14 09:46:37 https://odishareporter.in/wp-content/uploads/2021/09/train-1.jpg
ଅର୍ଥ ହେରଫେର ଅଭିଯୋଗରେ କିରାଣିଙ୍କୁ ବାନ୍ଧିଲା ପୁଲିସ https://odishareporter.in/odisha/police-arrested-the-clerk-on-charges-of-money-laundering-674509 Fri, 10 Sep 2021 07:54:15 +0000 https://odishareporter.in/?p=674509

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅର୍ଥ ହେରଫେର  ଅଭିଯୋଗରେ ଅନୁଗୋଳ ଜିଲ୍ଲା ବଅଁରପାଳ ସିଡିପିଓଙ୍କ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ଗିରଫ କରିଛି ପୁଲିସ୍‌ । ତାଙ୍କ ନାଁ ଯୁଗଳ ନାୟକ। ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ, ନଅ ମାସ ପୂର୍ବେ ସିଡିପିଓ ଲିଲି ଦାସ ବଅଁରପାଳ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ।  ସେ ଯୁଗଳଙ୍କୁ ଅଫିସର ଡକ୍ୟୁମେଣ୍ଟ ଗୁଡ଼ିକ ଅପଡେଟ୍‌ କରିବାକୁ କହିଥିଲେ। ହେଲେ ଯୁଗଳ  ସମୟ ଗଡ଼ାଇ ଚାଲିଲେ। ଏ ନେଇ […]

The post ଅର୍ଥ ହେରଫେର ଅଭିଯୋଗରେ କିରାଣିଙ୍କୁ ବାନ୍ଧିଲା ପୁଲିସ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅର୍ଥ ହେରଫେର  ଅଭିଯୋଗରେ ଅନୁଗୋଳ ଜିଲ୍ଲା ବଅଁରପାଳ ସିଡିପିଓଙ୍କ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ଗିରଫ କରିଛି ପୁଲିସ୍‌ । ତାଙ୍କ ନାଁ ଯୁଗଳ ନାୟକ। ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ମିଳିଥିବା ସୂଚନା ଅନୁସାରେ, ନଅ ମାସ ପୂର୍ବେ ସିଡିପିଓ ଲିଲି ଦାସ ବଅଁରପାଳ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ।  ସେ ଯୁଗଳଙ୍କୁ ଅଫିସର ଡକ୍ୟୁମେଣ୍ଟ ଗୁଡ଼ିକ ଅପଡେଟ୍‌ କରିବାକୁ କହିଥିଲେ। ହେଲେ ଯୁଗଳ  ସମୟ ଗଡ଼ାଇ ଚାଲିଲେ। ଏ ନେଇ ସିଡିପିଓଙ୍କ ସନ୍ଦେହ ଉପୁଜିଥିଲା। ଯୁଗଳ ୬ ଲକ୍ଷ ୨୪ ହଜାର ଟଙ୍କା ଅର୍ଥ ହେରଫେର କରିଥିବା ସେ  ବିଶ୍ୱସ୍ତ ସୂତ୍ରରୁ ଜାଣିପାରିଥିଲେ।

ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ପରେ ଯୁଗଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିପିଓ ବଅଁରପାଳ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଅଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରିପୋଟକୁ ଭିର୍ତ୍ତି କରି ଗତକାଲି ଯୁଗଳଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।

The post ଅର୍ଥ ହେରଫେର ଅଭିଯୋଗରେ କିରାଣିଙ୍କୁ ବାନ୍ଧିଲା ପୁଲିସ appeared first on Odisha Reporter.

]]>
Corrupt Govt Officials, right bottom 2021-09-10 18:07:55 https://odishareporter.in/wp-content/uploads/2021/09/arrest-1.jpg
ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ, ଭିଡିଓ ଭାଇରାଲ୍‌ https://odishareporter.in/odisha/video-of-angul-district-hospital-goes-viral-674214 Thu, 09 Sep 2021 06:07:14 +0000 https://odishareporter.in/?p=674214

ଅନୁଗୋଳ (ବିରଜା ପ୍ରସାଦ ଦାସ): ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀଙ୍କୁ ଆଦୌ ନିୟୋଜିତ କରାଯାଇପାରିବ ନାହିଁ ବୋଲି ଗତ ମାସରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିବା ବେଳେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ସାଂଘାତିକ ଅଭିଯୋଗ। ଏଠାରେ ଜଣେ ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହେଉଛି। […]

The post ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ, ଭିଡିଓ ଭାଇରାଲ୍‌ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାସ): ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀଙ୍କୁ ଆଦୌ ନିୟୋଜିତ କରାଯାଇପାରିବ ନାହିଁ ବୋଲି ଗତ ମାସରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିବା ବେଳେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ସାଂଘାତିକ ଅଭିଯୋଗ। ଏଠାରେ ଜଣେ ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହେଉଛି। ଭିଡିଓଟି ଦୁଇ ଦିନ ତଳର ବୋଲି ଜଣାପଡ଼ିଛି।

ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଜଣେ ରୋଗୀ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଜଣେ ସୁରକ୍ଷାକର୍ମୀ ଉକ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ସୁରକ୍ଷାକର୍ମୀ ଜଣଙ୍କ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ସମୟରେ କେହି ଭିଡିଓ ରେକର୍ଡିଂ କରି ଭାଇରାଲ କରିଥିବା ଜଣାପଡ଼ିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ ଥିବା ସତ୍ତ୍ୱେ ଏମିତି ଏକ ଘଟଣା କେମିତି ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉଟ୍‌ଡୋର ବା ଏମରଜେନ୍ସୀ ଦାୟିତ୍ୱରେ ଥିବା ଷ୍ଟାଫ୍ ସେତେବେଳେ କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏଡିଏମ୍‌ଓ ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ ତଦନ୍ତ ପରେ ଘଟଣା କ’ଣ ଜାଣି ହେବ।

ସୂଚନାଯୋଗ୍ୟ, ଗତ ମାସରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ସବୁ ସରକାରୀ ଡାକ୍ତରଖାନାର ମୁଖ୍ୟ ମାନଙ୍କୁ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ରୋଗୀଙ୍କ ଚିକିତ୍ସା ବେଳେ ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା କରିବା ପାଇଁ କୌଣସି ଅଣ-ସ୍ୱାସ୍ଥ୍ୟକର୍ମୀ ଯେପରି ନିୟୋଜିତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ୍। ସେହିଭଳି ହସ୍ପିଟାଲ୍ ଆସୁଥିବା ରୋଗୀମାନଙ୍କୁ କେବଳ ପ୍ରାଧିକୃତ ବ୍ୟକ୍ତି ହିଁ ଚିକିତ୍ସା କରିପାରିବେ।

The post ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ, ଭିଡିଓ ଭାଇରାଲ୍‌ appeared first on Odisha Reporter.

]]>
right top 2021-09-09 11:41:43 https://cdn.odishareporter.in/wp-content/uploads/2021/09/09105318/anugul.-ijpg.jpg
ଦମ୍ପତିଙ୍କ ସାଂଘାତିକ ଗେମ୍; ସ୍ୱାମୀ ଜାଣତରେ ସ୍ତ୍ରୀ କରୁଥିଲେ ଇଲୁ ଇଲୁ… https://odishareporter.in/odisha/police-arrest-4-persons-in-2-case-673285 Mon, 06 Sep 2021 06:07:11 +0000 https://odishareporter.in/?p=673285

ଅନୁଗୋଳ(ବିରଜା ଦାସ): ସ୍ୱାମୀଙ୍କ ଉପସ୍ଥିତି ସତ୍ତ୍ୱେ ଘରେ ପର ପୁରୁଷର ହେଉଥିଲା ଏଣ୍ଟ୍ରି। ଏପରିକି ପର ପୁରୁଷ ସହ ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ। ସ୍ୱାମୀର ଜାଣତରେ ସବୁ ହେଉଥିବା ବେଳେ ସ୍ୱାମୀ ଏହାର ଭିଡିଓ ରେକଡିଂ କରୁଥିଲା। ରାତାରାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସ୍ୱାମୀସ୍ତ୍ରୀ ବିଛାଇଥିଲେ ଏପରି ଜାଲ। ପରେ ଏହାକୁ ବାହାରେ ପ୍ରଘଟ କରିଦେବାର ଧମକ ଦେଇ ଟଙ୍କା ଆଣୁଥିଲେ। ହେଲେ ଏହି ଡ୍ରାମା ବେଶି ଦିନ ଚାଲି ପାରିଲାନି। ପୁଲିସ୍‌ […]

The post ଦମ୍ପତିଙ୍କ ସାଂଘାତିକ ଗେମ୍; ସ୍ୱାମୀ ଜାଣତରେ ସ୍ତ୍ରୀ କରୁଥିଲେ ଇଲୁ ଇଲୁ… appeared first on Odisha Reporter.

]]>

ଅନୁଗୋଳ(ବିରଜା ଦାସ): ସ୍ୱାମୀଙ୍କ ଉପସ୍ଥିତି ସତ୍ତ୍ୱେ ଘରେ ପର ପୁରୁଷର ହେଉଥିଲା ଏଣ୍ଟ୍ରି। ଏପରିକି ପର ପୁରୁଷ ସହ ସ୍ତ୍ରୀ ରଖୁଥିଲା ଅନୈତିକ ସମ୍ପର୍କ। ସ୍ୱାମୀର ଜାଣତରେ ସବୁ ହେଉଥିବା ବେଳେ ସ୍ୱାମୀ ଏହାର ଭିଡିଓ ରେକଡିଂ କରୁଥିଲା। ରାତାରାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସ୍ୱାମୀସ୍ତ୍ରୀ ବିଛାଇଥିଲେ ଏପରି ଜାଲ। ପରେ ଏହାକୁ ବାହାରେ ପ୍ରଘଟ କରିଦେବାର ଧମକ ଦେଇ ଟଙ୍କା ଆଣୁଥିଲେ। ହେଲେ ଏହି ଡ୍ରାମା ବେଶି ଦିନ ଚାଲି ପାରିଲାନି।

ପୁଲିସ୍‌ ଜାଲରେ ଫସିଗଲେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ ।  କିଛି ଦିନ ପରେ କଥା ବାଟରେ ପଡ଼ି ଦାଣ୍ଡରେ ଗଡ଼ିଲା। ପରସ୍ପରକୁ ପାନେ ଦେବାକୁ ଉଭୟ ଥାନାର ଦ୍ୱାରସ୍ତ ହେଲେ। ଏହାପରେ ପୁଲିସ୍‌ ଉଭୟ ପକ୍ଷର ୪ ଜଣଙ୍କୁ ବାନ୍ଧିଛି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଅନୁଗୋଳ ଟାଉନ ଥାନା ଅଞ୍ଚଳରେ ଘଟିଛି।  ଏହି ଘଟଣାରେ ପୁଲିସ୍‌  ତୁରଙ୍ଗଠାରେ ଥିବା ଏକ ବିୟୁଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ସମେତ ବ୍ୟବସାୟୀ ରାଜୀବ ଅଗ୍ରୱାଲ ଓ ତାଙ୍କ ପୁଅ ଅଭିଷେକ୍ ଅଗ୍ରୱାଲଙ୍କୁ ବି ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମସିହାରେ  ତୁରଙ୍ଗଠାରେ ଥିବା ଏକ ବିୟୁଟି ପାର୍ଲରର ମାଲିକ  ଅନୁଗୁଳ ସହରର ରାଜୀବ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟରୁ ୧୦ଟି ଟ୍ରାକ୍ଟର ନେବାକୁ ଯୋଗାଯୋଗ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା।  ରାଜୀବଙ୍କ ପୁଅ ଅଭିଷେକ୍ ଅଗ୍ରୱାଲ ମଧ୍ୟ ବିୟୁଟି ପାର୍ଲରର ମାଲିକଙ୍କ ଘରକୁ ଯିବା ଆସିବା କଲେ। ଏହା ମଧ୍ୟରେ ଅଭିଷେକ  ତାଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ।

ଏହି ସବୁ ଘଟଣା ଥିଲା ପୂରା ସୁଚିନ୍ତିତ ଷ୍ଟୋରି। ଉଭୟ ବିୟୁଟି ପାର୍ଲର ମାଲିଓ ଓ ତାଙ୍କ ସ୍ତ୍ରୀ ଅଭିଷେକଙ୍କୁ ନିଜ ଜାଲରେ ଫସାଇବାକୁ ଖେଳଥିଲେ ଏପରି ଗେମ୍‌। ଏପରିକି  ଅନୈତିକ ସମ୍ପର୍କର ଭିଡିଓ ସୁଟ କରି ବିୟୁଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ  ଅଭିଷେକଙ୍କଠାରୁ ୩୦ ଲକ୍ଷ ଟଙ୍କା ଦାବି କରି ବ୍ଲାକ୍ ମେଲିଂ କରିଥିଲେ।

ପୁଅର ବଦନାମୀକୁ ଡରି ରାଜୀବ ଅଗ୍ରୱାଲ  ଅଗଷ୍ଟ ୨୫ ତାରିଖରେ  ନେଟ୍ ବ୍ୟାକିଙ୍ଗରେ ଉକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ୨୯ ହଜାର ଟଙ୍କା ଦେଇଥିଲେ। ଏହାପରେ ଅଭିଷେକ୍  ପାର୍ଲର ମାଲିକଙ୍କ ସ୍ତ୍ରୀଙ୍କୁ ଫୋନପେ’ରେ ୧୦ ହଜାର ଟଙ୍କା ଦେଇଥିଲେ।

ହେଲେ କଥା ଏତିକିରେ ସରିଲାନି । ଆହୁରି ଟଙ୍କା ଲୋଭ କାଳ ହେଲା । ଶେଷରେ ଏ ନେଇ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଚାଲିବାରୁ ଅଭିଷେକ୍ ଗତ ୩ ତାରିଖରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏହାପରେ ଅଭିଷକ୍ ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଉକ୍ତ ଦିନ ମହିଳାଜଣକ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ  ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ବ୍ଲାକମେଲିଂ ମାମଲାରେ ପୁଲିସ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିଭଳି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ପୁଲିସ୍‌ ଅଭିଷେକ ଓ ତାଙ୍କ ବାପ ରାଜୀବ ଅଗ୍ରୱାଲଙ୍କୁ ମଧ୍ୟ  ଗିରଫ କରି କୋର୍ଟ ଚାଲାଣ କରିଛି ।

The post ଦମ୍ପତିଙ୍କ ସାଂଘାତିକ ଗେମ୍; ସ୍ୱାମୀ ଜାଣତରେ ସ୍ତ୍ରୀ କରୁଥିଲେ ଇଲୁ ଇଲୁ… appeared first on Odisha Reporter.

]]>
centre bottom, Extra Marital Affair, love betrayal 2021-09-06 18:11:24 https://cdn.odishareporter.in/wp-content/uploads/2021/09/06113212/ssaas.jpg
ଫାଷ୍ଟଫୁଡ ଖାଇବାରୁ ବଚସା, ଯୁବକଙ୍କୁ ପିଟି ପିଟି ମାରିଦେଲେ https://odishareporter.in/odisha/young-man-murdered-by-father-son-672775 Sat, 04 Sep 2021 03:56:54 +0000 https://odishareporter.in/?p=672775

ଅନୁଗୋଳ (ବିରଜା ପ୍ରସାଦ ଦାସ): ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା କଲେ ବାପ ଓ ତାଙ୍କ ଦୁଇ ପୁଅ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ।  ମୃତ ଯୁବକ ଜଣଙ୍କ ହେଲେ ଶୁଭାଶିଷ ମହାପାତ୍ର। ପୁଲିସ ବାପା ସୁବାସ ଦୋରା ଓ ତାଙ୍କର ଗୋଟିଏ ପୁଅକୁ ଅଟକ ରଖିଛି। ଆଉ ଜଣେ ପୁଅ ଘଟଣା ପରେ ଫେରାର […]

The post ଫାଷ୍ଟଫୁଡ ଖାଇବାରୁ ବଚସା, ଯୁବକଙ୍କୁ ପିଟି ପିଟି ମାରିଦେଲେ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାସ): ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ବଚସା ହେବାରୁ ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା କଲେ ବାପ ଓ ତାଙ୍କ ଦୁଇ ପୁଅ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ।  ମୃତ ଯୁବକ ଜଣଙ୍କ ହେଲେ ଶୁଭାଶିଷ ମହାପାତ୍ର। ପୁଲିସ ବାପା ସୁବାସ ଦୋରା ଓ ତାଙ୍କର ଗୋଟିଏ ପୁଅକୁ ଅଟକ ରଖିଛି। ଆଉ ଜଣେ ପୁଅ ଘଟଣା ପରେ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୁବାଷ ଦୋରାଙ୍କ ଫାଷ୍ଟଫୁଡ ଦୋକାନ ରହିଛି। ଗତକାଲି ସନ୍ଧ୍ୟାରେ ସୁଭାଶିଷ ଏହି ଦୋକାନକୁ ଫାଷ୍ଟଫୁଡ ଖାଇବାକୁ ଯାଇଥିଲେ। ଫାଷ୍ଟଫୁଡ ଖାଇବା ବେଳେ କୌଣସି କଥାକୁ ନେଇ ସୁଭାଶିଷଙ୍କର ସୁବାଷ ଓ ତାଙ୍କ ପୁଅ ସହ ବଚସା ହୋଇଥିଲା। ଏହି କଥାକୁ ନେଇ ରାତି ପ୍ରାୟ ୧୦ଟା ସମୟରେ ପୁରୁଣାଗଡ଼ ଛକରେ ସୁବାଷ ଓ ତାଙ୍କ ପୁଅ ସୁଭାଶିଷଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରଛି ଓ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

The post ଫାଷ୍ଟଫୁଡ ଖାଇବାରୁ ବଚସା, ଯୁବକଙ୍କୁ ପିଟି ପିଟି ମାରିଦେଲେ appeared first on Odisha Reporter.

]]>
right bottom 2021-09-04 14:54:25 https://cdn.odishareporter.in/wp-content/uploads/2021/09/04083604/aaaaaaaa.jpg
ଅନୁଗୋଳକୁ ଲମ୍ବିଛି ମାନବବାଦ ସଙ୍ଗଠନର ଚେର, ଘରେ ପୂରାଇ ଯୁବକଙ୍କୁ ନିର୍ଧୂମ ପିଟିଥିଲେ https://odishareporter.in/odisha/manabbad-sangathan-link-in-angul-672206 Thu, 02 Sep 2021 06:44:28 +0000 https://odishareporter.in/?p=672206

ଅନୁଗୋଳ (ବିରଜା ଦାସ): “ମାନବବାଦ ସଙ୍ଗଠନର କର୍ମକର୍ତ୍ତା ମୋତେ ବି ନିର୍ଧୂମ ପିଟିଥିଲେ। ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ। ମାନସ ଦାସ ପାଇଁ କାମ କରିବାକୁ ଶପଥ କରାଥିଇଲେ। ତଣ୍ଟିରେ ଛୁରି ଲଗାଇ କାହା ଆଗରେ ଏହି କଥା କହିଲେ ଖୋଜି ଖୋଜି ମାରିଦେବୁ ବୋଲି କହିଥିଲେ।” ଖୋର୍ଦ୍ଧାରେ ଜଣେ ବୃଦ୍ଧ ଓ ତାଙ୍କ ପୁଅଙ୍କୁ ଏକ ଘରେ ପୂରାଇ ନିର୍ଧୂମ ପିଟିଥିବା ମାନବବାଦ ସଙ୍ଗଠନ ନାଁରେ ଆସିଛି ଆଉ ଏକ ଏମିତି ସାଂଘାତିକ ଅଭିଯୋଗ […]

The post ଅନୁଗୋଳକୁ ଲମ୍ବିଛି ମାନବବାଦ ସଙ୍ଗଠନର ଚେର, ଘରେ ପୂରାଇ ଯୁବକଙ୍କୁ ନିର୍ଧୂମ ପିଟିଥିଲେ appeared first on Odisha Reporter.

]]>

ଅନୁଗୋଳ (ବିରଜା ଦାସ): “ମାନବବାଦ ସଙ୍ଗଠନର କର୍ମକର୍ତ୍ତା ମୋତେ ବି ନିର୍ଧୂମ ପିଟିଥିଲେ। ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ। ମାନସ ଦାସ ପାଇଁ କାମ କରିବାକୁ ଶପଥ କରାଥିଇଲେ। ତଣ୍ଟିରେ ଛୁରି ଲଗାଇ କାହା ଆଗରେ ଏହି କଥା କହିଲେ ଖୋଜି ଖୋଜି ମାରିଦେବୁ ବୋଲି କହିଥିଲେ।” ଖୋର୍ଦ୍ଧାରେ ଜଣେ ବୃଦ୍ଧ ଓ ତାଙ୍କ ପୁଅଙ୍କୁ ଏକ ଘରେ ପୂରାଇ ନିର୍ଧୂମ ପିଟିଥିବା ମାନବବାଦ ସଙ୍ଗଠନ ନାଁରେ ଆସିଛି ଆଉ ଏକ ଏମିତି ସାଂଘାତିକ ଅଭିଯୋଗ । ତାହା ପୁଣି ଅନୁଗୋଳ ଜିଲ୍ଲାରୁ।

ଏହି ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଗାଁର କୃତାର୍ଥ ନାଏକ ମାନବବାଦ ସଙ୍ଗଠନ କର୍ମୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରାୟ ଦେଢ଼ ମାସ ତଳେ ସେ ଏନେଇ ଥାନାରେ ଅଭିଯୋଗ କରିଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୁଲିସ୍‌।

ଅଭିଯୋଗ ଅନୁଯାୟୀ, କୃତାର୍ଥଙ୍କୁ ଜାମୁଣ୍ଡା ଗାଁର ଜଣେ ବ୍ୟକ୍ତି ପ୍ରଲୋଭିତ କରି ମାନସ ଦାସଙ୍କ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥିଲେ । କୃତାର୍ଥ ମାନସ ଦାସଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଭୁବନେଶ୍ୱର କାର୍ଯ୍ୟାଳୟ ପାଇଁ ୨୦୧୫ ମସିହାରେ କାମ ଆରମ୍ଭ କରିଥିଲେ । ୨୦୧୯ ପର୍ଯ୍ୟନ୍ତ ସଙ୍ଗଠନରେ କାମ କରିବା ପରେ ନିଜର କର୍ମ ବ୍ୟସ୍ତତା ଯୋଗୁଁ  ଆଉ ସଂଗଠନ ପାଇଁ ସମୟ ଦେଇ ପାରିନଥିଲେ । ବାପାମା’ଙ୍କ ଏକମାତ୍ର ପୁଅ ହୋଇଥିବାରୁ ସେ ସେମାନଙ୍କୁ ସମୟ ଦେବାକୁ ଚାହୁଁଥିଲେ। ଏ କଥା ସେ ସଙ୍ଗଠନକୁ ଜଣାଇଥିଲେ।

ମାତ୍ର ଏହାକୁ ନେଇ ସଂଗଠନ ପକ୍ଷରୁ ତାଙ୍କୁ ଧମକ ମିଳିଥିଲା। ଗତ ଜୁଲାଇ ୧୨ ତାରିଖରେ ସଙ୍ଗଠନରେ ଯୋଗ ଦେବା ପାଇଁ ତାଙ୍କୁ ଭୁବନେଶ୍ୱର ଯିବାକୁ କୁହାଯାଇଲା । ମାତ୍ର ସେ ଅନିଚ୍ଛା ପ୍ରକାଶ କରିଥିଲେ। ଏହାପରେ ସଂଗଠନର କିଛି ସଦସ୍ୟ କୃତାର୍ଥଙ୍କୁ ଧମକ ଦେବା ସହ ପରିଣାମ ଭୟାବହ ହେବ ବୋଲି କହିଥିଲେ।

ବନ୍ତଳା ଅଞ୍ଚଳର ଅନେକ ଲୋକଙ୍କୁ ସଙ୍ଗଠନରେ ସାମିଲ କରାଇଥିବା ଜାମୁଣ୍ଡା ଗାଁର ସଦାନନ୍ଦ ଗତ ଜୁଲାଇ ୧୯ରେ କୃତାର୍ଥଙ୍କୁ ନିଜ ଘରକୁ ଡାକିଥିଲେ। କୃତାର୍ଥ ପହଞ୍ଚିବା ପରେ କାହିଁକି ସେ ସଙ୍ଗଠନକୁ ସମୟ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।  କୃତାର୍ଥ ନିଜର ଅସମର୍ଥତା ପ୍ରକାଶ କରିବାରୁ ସଦାନନ୍ଦ ଓ ଅନ୍ୟ କିଛି ସଦସ୍ୟ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସଙ୍ଗଠନରେ ଯୋଗ ନ ଦେଲେ ପରିଣତି ଭୟଙ୍କର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ଏ ଘଟଣା ଜାଣିବା ପରେ କୃତାର୍ଥଙ୍କ ବାପାମା’ ଡରି ଯାଇଥିଲେ ଓ ଏବଂ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ଜଣାଯାଇଛି। ବର୍ତ୍ତମାନ ପୂରା ପରିବାର ଭୟଭୀତ ହୋଇ ରହିଥିବା ବେଳେ ମାନସ ଦାସଙ୍କୁ ଖୁବଶୀଘ୍ର ଗିରଫ ପାଇଁ ଦାବି କରିଛନ୍ତି କୃତାର୍ଥଙ୍କ ମା’।

କୃତାର୍ଥ ନାଏକ କହିଛନ୍ତି, “ମୋତେ ସଦାନନ୍ଦ ନାୟକ ୧୬ ତାରିଖରେ ଫୋନ କରି  ୧୯ ତାରିଖରେ ତାଙ୍କ ଘରକୁ ଯିବାକୁ କହିଥିଲେ।  ମୁଁ ସେଠାରେ ପହଞ୍ଚିଲା ବେଳକୁ ଆହୁରି  ୮ ଜଣ ଲୋକ ଥିଲେ। ଘର ଭିତରେ ଗୋଟିଏ ସପ ପଡ଼ିଥିଲା। ମୋତେ ସେଠାରେ ବସାଇଲେ। କାହିଁକି ଭୁବନେଶ୍ୱର ଯାଉନ ବୋଲି ପଚାରିଲେ। ମୁଁ କିଛି କହିବା ଆଗରୁ ମୋତେ ନିର୍ଧୂମ ପିଟିବା ଆରମ୍ଭ କଲେ। ଏପରିକି ଜୀବନରୁ ମାରିଦେବାକୁ ବି ଧମକ ଦେଲେ। ମାନସ ଦାସ ପାଇଁ କାମ କରିବାକୁ ଶପଥ ବି କରାଇଲେ। ତଣ୍ଟିରେ ଛୁରି ଲଗାଇ କାହା ଆଗରେ ଏହି କଥା କହିଲେ ଖୋଜି ଖୋଜି ମାରିଦେବୁ ବୋଲି କହିଥିଲେ।”

ଘଟଣାର ଦେଢ଼ ମାସ ପରେ ବି ଅଭିଯୁକ୍ତ ସଦାନନ୍ଦକୁ ପୁଲିସ୍‌ ଗିରଫ କରିପାରି ନାହିଁ। ସେ ଫେରାର ଥିବା ବେଳେ ପୁଲିସ୍‌ ତାକୁ ଖୋଜାଖୋଜି କରୁଥିବା କହିଛନ୍ତି ବନ୍ତଳା ଥାନା ଆଇଆଇସି।

The post ଅନୁଗୋଳକୁ ଲମ୍ବିଛି ମାନବବାଦ ସଙ୍ଗଠନର ଚେର, ଘରେ ପୂରାଇ ଯୁବକଙ୍କୁ ନିର୍ଧୂମ ପିଟିଥିଲେ appeared first on Odisha Reporter.

]]>
right bottom 2021-09-02 15:12:51 https://cdn.odishareporter.in/wp-content/uploads/2021/09/02121211/angul-1.jpg
ମେଡିକାଲ ବିଲ୍ଡିଂର ୬୦ ଫୁଟ ଉପରକୁ ଚଢ଼ିଗଲେ ଯୁବକ, ତା’ ପରେ… https://odishareporter.in/odisha/a-young-man-attempts-suicide-from-medical-building-671928 Wed, 01 Sep 2021 08:54:10 +0000 https://odishareporter.in/?p=671928

ଅନୁଗୋଳ(ବିରଜା ପ୍ରସାଦ ଦାସ): ମେଡିକାଲ ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଦୁଇ ଘଣ୍ଟାର କସରତ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଏଭଳି  ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ହଠାତ୍ ଜଣେ ଯୁବକ ମେଡିକାଲ ବିଲ୍ଡିଂର ପଛପଟେ ଥିବା ପାଇପ ଲାଇନ ଦେଇ ୬୦ ଫୁଟ ଉପରକୁ ଚଢିଯାଇଥିଲେ। ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି […]

The post ମେଡିକାଲ ବିଲ୍ଡିଂର ୬୦ ଫୁଟ ଉପରକୁ ଚଢ଼ିଗଲେ ଯୁବକ, ତା’ ପରେ… appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): ମେଡିକାଲ ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଦୁଇ ଘଣ୍ଟାର କସରତ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଏଭଳି  ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ହଠାତ୍ ଜଣେ ଯୁବକ ମେଡିକାଲ ବିଲ୍ଡିଂର ପଛପଟେ ଥିବା ପାଇପ ଲାଇନ ଦେଇ ୬୦ ଫୁଟ ଉପରକୁ ଚଢିଯାଇଥିଲେ। ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି ନଥିଲେ । ସେଠାରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହସ୍ପିଟାଲରେ କାମ କରୁଥିବା କିଛି ଝାଡୁଦାର ଏହାଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ ଶିଡି ଏବଂ ଜାଲ ବିଛାଇ ଯୁବକଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଶେଷରେ ଦୁଇ ଘଣ୍ଟା ନାକେଦମ ହେବା ପରେ ଅଗ୍ନିଶମ କର୍ମଚାରୀ କୋଠାର ଭିତର ପଟ ସ୍କାଇଲାଇଟ ବାଟେ ଯାଇ ଯୁବକକକୁ ଉଦ୍ଧାର କରିଥିଲେ। ଯୁବକଙ୍କ ମାନସିକ ବିକୃତି ଥିବା ଜଣାପଡିଛି।

The post ମେଡିକାଲ ବିଲ୍ଡିଂର ୬୦ ଫୁଟ ଉପରକୁ ଚଢ଼ିଗଲେ ଯୁବକ, ତା’ ପରେ… appeared first on Odisha Reporter.

]]>
right bottom, Viral photo 2021-09-01 18:11:52 https://cdn.odishareporter.in/wp-content/uploads/2021/09/01141514/anugul99.jpg
ରାତି ଅଧରେ ମହିଳାଙ୍କ ଘରେ ପଶିଗଲେ ପୁଲିସ୍‌ ବାବୁ, ବନ୍ଧା ହେଲେ https://odishareporter.in/odisha/police-sub-inspector-arrested-for-misbehaving-a-lady-670361 Fri, 27 Aug 2021 06:40:01 +0000 https://odishareporter.in/?p=670361

ଅନୁଗୋଳ (ବିରଜା ପ୍ରସାଦ ଦାସ): ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚାରଣ କରିବା ଅଭିଯୋଗରେ ବନ୍ଧା ହେଲେ ପୁଲିସ୍‌ ବାବୁ। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହା ସମଗ୍ର ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏପରି ସାଂଘାତିକ ଅଭିଯୋଗରେ ବଅଁରପାଳ ଥାନା ସବ୍-ଇନସପେକ୍ଟର ନୀଳମଣି ମହାନ୍ତ ବନ୍ଧା ହୋଇଥିବା ବେଳେ ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏହା ଦୁଇ ତିନି ଦିନ ପୂର୍ବର ଘଟଣା । […]

The post ରାତି ଅଧରେ ମହିଳାଙ୍କ ଘରେ ପଶିଗଲେ ପୁଲିସ୍‌ ବାବୁ, ବନ୍ଧା ହେଲେ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାସ): ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚାରଣ କରିବା ଅଭିଯୋଗରେ ବନ୍ଧା ହେଲେ ପୁଲିସ୍‌ ବାବୁ। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହା ସମଗ୍ର ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏପରି ସାଂଘାତିକ ଅଭିଯୋଗରେ ବଅଁରପାଳ ଥାନା ସବ୍-ଇନସପେକ୍ଟର ନୀଳମଣି ମହାନ୍ତ ବନ୍ଧା ହୋଇଥିବା ବେଳେ ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏହା ଦୁଇ ତିନି ଦିନ ପୂର୍ବର ଘଟଣା । ସବ୍‌ଇନ୍ସପେକ୍ଟର ଜଣଙ୍କ  ହାଇେଓ୍ୱ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ସେହି ସମୟରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ତାଳଚେର ଥାନା ଅଙ୍ଗରୁଆ ଅଞ୍ଚଳର ଜଣେ ମହିଳାଙ୍କ ଘର କବାଟ ବାଡ଼େଇ ପଶିଥିଲେ। ଏମିତିକି ଘରେ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ତାଳଚେର ପୁଲିସ୍‌ ସଂପୃକ୍ତ ସବ୍-ଇନସପେକ୍ଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ପୁଲିସ ବାବୁ ମହିଳାଙ୍କ ଘରେ ପଶିବା ସମୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

The post ରାତି ଅଧରେ ମହିଳାଙ୍କ ଘରେ ପଶିଗଲେ ପୁଲିସ୍‌ ବାବୁ, ବନ୍ଧା ହେଲେ appeared first on Odisha Reporter.

]]>
right top 2021-08-27 15:20:46 https://cdn.odishareporter.in/wp-content/uploads/2021/08/27120903/arrest-1.jpg
ତିନି ଜଣ ନିଖୋଜ ଘଟଣାର ପର୍ଦ୍ଦାଫାସ୍‌, ୬ ଗିରଫ https://odishareporter.in/odisha/6-arrested-for-allegedly-killing-3-persons-in-anugul-663703 Mon, 02 Aug 2021 09:01:28 +0000 https://odishareporter.in/?p=663703

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଳକ୍ ଖମାର ଥାନା କୁଞ୍ଜାମ ଗାଁରୁ ତିନି ଜଣ ନିଖୋଜ ହେବା ଘଟଣାର ପର୍ଦ୍ଦାଫାସ ହୋଇଛି। ତିନି ନିଖୋଜଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ନଦୀରୁ ମିଳିଥିବା ବେଳେ ଆଉ ଜଣଙ୍କ ମୃତଦେହକୁ ଖୋଜା ଯାଉଛି। ଆଉ ଗୁଣିଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରିବା ଅଭିଯୋଗରେ ଖମାର ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଜେରା ବେଳେ ୬ ଜଣ ଯାକ ଅଭିଯୁକ୍ତ ସେମାନଙ୍କ […]

The post ତିନି ଜଣ ନିଖୋଜ ଘଟଣାର ପର୍ଦ୍ଦାଫାସ୍‌, ୬ ଗିରଫ appeared first on Odisha Reporter.

]]>

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଳକ୍ ଖମାର ଥାନା କୁଞ୍ଜାମ ଗାଁରୁ ତିନି ଜଣ ନିଖୋଜ ହେବା ଘଟଣାର ପର୍ଦ୍ଦାଫାସ ହୋଇଛି। ତିନି ନିଖୋଜଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ନଦୀରୁ ମିଳିଥିବା ବେଳେ ଆଉ ଜଣଙ୍କ ମୃତଦେହକୁ ଖୋଜା ଯାଉଛି। ଆଉ ଗୁଣିଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରିବା ଅଭିଯୋଗରେ ଖମାର ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ଜେରା ବେଳେ ୬ ଜଣ ଯାକ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି। ଗୁଣିଗାରେଡ଼ି ସନ୍ଦେହରେ ସେମାନେ କୁଞ୍ଜାମର ଜିତମୁଣ୍ଡା ସାହିର ବୁଦ୍ଧୁ ଚାତର, ତାଙ୍କ ସ୍ତ୍ରୀ ମୁନି ଚାତର ଓ ଦେଉଳି ସାହିରେ ରହୁଥିବା ବୁଦ୍ଧୁଙ୍କ ପୁତୁରା ବୁଦ୍ଧିଆ ଗାଗରାଇଙ୍କୁ ହତ୍ୟା କରିଥିବା କହିଛନ୍ତି।

୩୦ ତାରିଖ ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ବୁଦ୍ଧିଆ ତାଙ୍କ କକା ବୁଦ୍ଧୁ ଚାତରଙ୍କ ଘରେ ଥିଲେ। ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଏହି ୬ ଅଭିଯୁକ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ବୁଦ୍ଧୁ, ମୁନି ଓ ବୁଦ୍ଧିଆଙ୍କୁ ପିଟିପିଟି ମାରି ଦେଇଥିଲେ। ତା’ପରେ ସମାକୋଇ ନଦୀରେ ଫିଙ୍ଗି ଦେଇଥିଲେ।

ଏହି ତିନି ମୃତକଙ୍କ ମଧ୍ୟରୁ ଗତକାଲି ବୁଦ୍ଧୁ ଚାତରଙ୍କ ମୃତଦେହକୁ ଠାବ କରାଯାଇଥିଲା। ଆଜି ବୁଦ୍ଧିଆଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଏଯାବତ୍ ମୁନିଙ୍କ ମୃତଦେହ ମିଳି ନାହିଁ। ଅଗ୍ନିଶମ ବାହିନୀ ନଦୀରେ ତାଙ୍କ ମୃତଦେହକୁ ଖୋଜୁଛି।

୬ ଅଭିଯୁକ୍ତଙ୍କର ଆଜି ଡାକ୍ତରୀ ପରୀକ୍ଷା କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

The post ତିନି ଜଣ ନିଖୋଜ ଘଟଣାର ପର୍ଦ୍ଦାଫାସ୍‌, ୬ ଗିରଫ appeared first on Odisha Reporter.

]]>
right bottom 2021-08-02 14:32:43 https://cdn.odishareporter.in/wp-content/uploads/2021/08/02142422/murder.jpg
୩ ଦିନ ପରେ ନଦୀରୁ ମିଳିଲା ସ୍ୱାମୀର ମୃତଦେହ; ସ୍ତ୍ରୀ ଓ ଅନ୍ୟ ଜଣେ ନିଖୋଜ https://odishareporter.in/odisha/angul/dead-body-of-missing-man-found-after-three-days-663412 Sun, 01 Aug 2021 08:06:28 +0000 https://odishareporter.in/?p=663412

ପାଲଲହଡ଼ା (ରବି ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ଗାଁରୁ ୩ ଦିନ ତଳେ ୩ ଜଣ ନିଖୋଜ ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତଦେହ ମିଳିଛି। ସମାକୋଇ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବୁଦ୍ଧୁ ଛାତର। ବୁଦ୍ଧୁଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପତ୍ନୀ ମୁନି ଛାତର ଓ ଦେଉଳ ଢିପା ସାହିର ବୁଦ୍ଧିଆ ଗାଗରାଇଙ୍କର ଏଯାଏଁ ପତ୍ତା ମିଳିନି। ଓଡ୍ରାଫ୍ ଟିମ୍ […]

The post ୩ ଦିନ ପରେ ନଦୀରୁ ମିଳିଲା ସ୍ୱାମୀର ମୃତଦେହ; ସ୍ତ୍ରୀ ଓ ଅନ୍ୟ ଜଣେ ନିଖୋଜ appeared first on Odisha Reporter.

]]>

ପାଲଲହଡ଼ା (ରବି ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ଗାଁରୁ ୩ ଦିନ ତଳେ ୩ ଜଣ ନିଖୋଜ ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ଜଣଙ୍କର ମୃତଦେହ ମିଳିଛି। ସମାକୋଇ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବୁଦ୍ଧୁ ଛାତର।

ବୁଦ୍ଧୁଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପତ୍ନୀ ମୁନି ଛାତର ଓ ଦେଉଳ ଢିପା ସାହିର ବୁଦ୍ଧିଆ ଗାଗରାଇଙ୍କର ଏଯାଏଁ ପତ୍ତା ମିଳିନି। ଓଡ୍ରାଫ୍ ଟିମ୍ ସମାକୋଇ ନଦୀରେ ଖୋଜାଖୋଜି କରୁଛି।
ଗୁଣି ଗାରେଡ଼ି ସନ୍ଦେହରେ ଟ୍ରିପଲ ମର୍ଡର ହୋଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ବୁଦ୍ଧୁ ଛିତାର କୁଞ୍ଜାମର ଜିତମୁଣ୍ଡା ସାହିରେ ରହୁଥିଲେ। ସେହି ସାହିର କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପୁଲିସ୍ ସନ୍ଦେହ କରୁଛି।

ବୁଦ୍ଧୁଙ୍କ ମୃତଦେହ ମିଳିବା ପରେ ପୁଲିସ ସମାକୋଇ ନଦୀ ପଠାରେ ପହଞ୍ଚି ତଦନ୍ତ କରିଛି।

The post ୩ ଦିନ ପରେ ନଦୀରୁ ମିଳିଲା ସ୍ୱାମୀର ମୃତଦେହ; ସ୍ତ୍ରୀ ଓ ଅନ୍ୟ ଜଣେ ନିଖୋଜ appeared first on Odisha Reporter.

]]>
right bottom 2021-08-01 13:36:28 https://cdn.odishareporter.in/wp-content/uploads/2021/08/01133327/anugul.jpg
ଡ୍ରେନ ସଫାରୁ ତୁମୁଳ କାଣ୍ଡ, ଗାଁରେ ବୁଲିଲା ଟାଙ୍ଗିଆ https://odishareporter.in/odisha/a-man-threatened-villagers-to-attack-662640 Thu, 29 Jul 2021 04:07:15 +0000 https://odishareporter.in/?p=662640

ଅନୁଗୋଳ(ବିରଜା ପ୍ରସାଦ ଦାସ): ଡ୍ରେନ ସଫାକୁ ନେଇ ଦେଖାଦେଲା ଉତ୍ତେଜନା। ଗାଁ ଦାଣ୍ଡରେ ବୁଲିଲା ଟାଙ୍ଗିଆ। ଭୟଭୀତ ହୋଇ ବିଳମ୍ବିତ ରାତିରେ ଥାନାର ଦ୍ଵାରସ୍ଥ ହେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟସ୍ଥ ବେହେରା ସାହିରେ । ସୂଚନାଯୋଗ୍ୟ, ମ୍ୟାଲେରିଆ ଓ ଡେଙ୍ଗୁ ଦାଉରୁ ରକ୍ଷା ପାଇବା ପାଇଁ ଡ୍ରେନ ସଫା କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଥିଲା ।   ବୁଧବାର  ଗ୍ରାମର ଥିବା ମହିଳା […]

The post ଡ୍ରେନ ସଫାରୁ ତୁମୁଳ କାଣ୍ଡ, ଗାଁରେ ବୁଲିଲା ଟାଙ୍ଗିଆ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): ଡ୍ରେନ ସଫାକୁ ନେଇ ଦେଖାଦେଲା ଉତ୍ତେଜନା। ଗାଁ ଦାଣ୍ଡରେ ବୁଲିଲା ଟାଙ୍ଗିଆ। ଭୟଭୀତ ହୋଇ ବିଳମ୍ବିତ ରାତିରେ ଥାନାର ଦ୍ଵାରସ୍ଥ ହେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟସ୍ଥ ବେହେରା ସାହିରେ ।

ସୂଚନାଯୋଗ୍ୟ, ମ୍ୟାଲେରିଆ ଓ ଡେଙ୍ଗୁ ଦାଉରୁ ରକ୍ଷା ପାଇବା ପାଇଁ ଡ୍ରେନ ସଫା କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଥିଲା ।   ବୁଧବାର  ଗ୍ରାମର ଥିବା ମହିଳା ସଂଘ ପକ୍ଷରୁ  ଡ୍ରେନ ସଫେଇ କାମ ଆରମ୍ଭ କରାଯାଇଥିଲା ।

ଗ୍ରାମର ସ୍ୱରୁପ ସାହୁ ନାମକ ଜଣେ ଯୁବକଙ୍କ ଘର ସମ୍ମୁଖରେ  ସଫେଇ କାମ ଚାଲୁଥିବା ବେଳେ ସେ ମହିଳା ମାନଙ୍କ ସହିତ ଯୁକ୍ତିତର୍କ ଆରମ୍ଭ କରିଥିଲା। ଏହାପରେ ଉତକ୍ଷିପ୍ତ ହୋଇ  ଘରୁ ଏକ ଟାଙ୍ଗିଆ ଆଣି ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଁ ମଝିରେ ଟାଙ୍ଗିଆ ବୁଲାଇ ଥିଲା  । ଯାହା ଫଳରେ ମହିଳାମାନେ ଭୟଭୀତ ହୋଇ ଡ୍ରେନ ସଫେଇ କାର୍ଯ୍ୟକୁ ବନ୍ଦ କରିବା ସହିତ ରାତିରେ ଗ୍ରାମରେ ସଭା କରିଥିଲେ ।

ଭୟଭୀତ ଗାଁ ଲୋକେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ରାତିରେ ଏହି ସଭା ଚାଲିଥିବା ବେଳେ ମଧ୍ୟ ପୁଣି ଟାଙ୍ଗିଆ ଆଣି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସଭା ମଧ୍ୟରେ ଟାଙ୍ଗିଆ ବୁଲାଇଥିଲେ ସ୍ୱରୂପ । ଏଥିରେ  ଭୟଭିତ ହେବା ସହିତ ୫୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା  ସ୍ୱରୂପଙ୍କୁ  ତୁରନ୍ତ ଗିରଫ କରିବା ଦାବିରେ ଛେଣ୍ଡିପଦା ଥାନାର  ଦ୍ୱାରସ୍ଥ ହୋଇଛନ୍ତି । ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଆଣି ଥାନାରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି

ଏନେଇ ଅଭିଯୋଗକାରିଣୀ ମମତା ରାଉଳ କହିଛନ୍ତି, ସାହିରେ ଥିବା ଡ୍ରେନ ସଫା କରିବାକୁ ବ୍ଲକରୁ ଅର୍ଡର ଆସିଲା। ହେଲେ ଡ୍ରେନ ସଫା କରିବା ସମୟରେ ସ୍ୱରୁପ ସାହୁ ନିଜ ସ୍ତ୍ରୀ ସହ ଆସି ଟାଙ୍ଗିଆ ବୁଲାଇଲା। ଏହାପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲା। ଏହା ଅସହ୍ୟ ହେବାରୁ ଆମେ ଥାନାର ଦ୍ୱାରସ୍ଥ ହୋଇଛୁ।

The post ଡ୍ରେନ ସଫାରୁ ତୁମୁଳ କାଣ୍ଡ, ଗାଁରେ ବୁଲିଲା ଟାଙ୍ଗିଆ appeared first on Odisha Reporter.

]]>
right bottom 2021-07-29 09:37:15 https://cdn.odishareporter.in/wp-content/uploads/2021/07/29093538/aaaa-1.jpg
ବିଦ୍ୟୁତ୍ ନେଲା ଦନ୍ତାର ଜୀବନ https://odishareporter.in/odisha/elephant-electrocuted-to-death-in-anugul-657466 Fri, 09 Jul 2021 05:50:36 +0000 https://odishareporter.in/?p=657466

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ହୋଇଥିବ ବୋଲି ବନବିଭାଗ ସୂଚନା ଦେଇଛି । ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିବା ବେଳେ ହାତୀଟି ଏହା ସଂସ୍ପର୍ଶରେ ଆସି ଜୀବନ ହରାଇଥିବା ଅନୁଗୋଳ ଡିଏଫ୍‌ଓ ସୂଚନା ଦେଇଛନ୍ତି। ଏହା ସହିତ ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ […]

The post ବିଦ୍ୟୁତ୍ ନେଲା ଦନ୍ତାର ଜୀବନ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ହୋଇଥିବ ବୋଲି ବନବିଭାଗ ସୂଚନା ଦେଇଛି ।

ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିବା ବେଳେ ହାତୀଟି ଏହା ସଂସ୍ପର୍ଶରେ ଆସି ଜୀବନ ହରାଇଥିବା ଅନୁଗୋଳ ଡିଏଫ୍‌ଓ ସୂଚନା ଦେଇଛନ୍ତି। ଏହା ସହିତ ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଘଟଣାସ୍ଥଳରୁ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍‌ ତାର ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ।
ଆଜି ସକାଳେ ହାତୀଟି ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଏହ ପରେ ବନବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।

The post ବିଦ୍ୟୁତ୍ ନେଲା ଦନ୍ତାର ଜୀବନ appeared first on Odisha Reporter.

]]>
right bottom 2021-07-09 11:20:36 https://cdn.odishareporter.in/wp-content/uploads/2021/07/09111523/elephant2.jpg
ଯୁକ୍ତିତର୍କ ଚାଲୁଥିଲା, ହଠାତ୍‌ ଫୁଟିଲା ଗୁଳି https://odishareporter.in/odisha/one-young-man-serious-in-firing-in-angul-655186 Thu, 01 Jul 2021 02:06:57 +0000 https://odishareporter.in/?p=655186

ଅନୁଗୋଳ (ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାରୁ ଗାଁ ଦାଣ୍ଡରେ ଫୁଟିଲା ଗୁଳି। ଆଉ ଏହି ଗୁଳିମାଡ଼ର ଶିକାର ହୋଇ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଗାଁର ଅଖିଳ ବେହେରା ଓ  ଶିଶିର ସାହୁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତକାଲି ରାତି ପ୍ରାୟ ୧୧ ଟା ବେଳକୁ ହଠାତ୍‌ […]

The post ଯୁକ୍ତିତର୍କ ଚାଲୁଥିଲା, ହଠାତ୍‌ ଫୁଟିଲା ଗୁଳି appeared first on Odisha Reporter.

]]>

ଅନୁଗୋଳ (ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାରୁ ଗାଁ ଦାଣ୍ଡରେ ଫୁଟିଲା ଗୁଳି। ଆଉ ଏହି ଗୁଳିମାଡ଼ର ଶିକାର ହୋଇ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଗାଁର ଅଖିଳ ବେହେରା ଓ  ଶିଶିର ସାହୁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତକାଲି ରାତି ପ୍ରାୟ ୧୧ ଟା ବେଳକୁ ହଠାତ୍‌ କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଯୁକ୍ତି ଏତେ ଆଗକୁ ବଢ଼ିଥିଲା ଯେ, ଶିଶିର ଏକ ବନ୍ଧୁକ ଆଣି ଅଖିଳଙ୍କ ଉପରକୁ ଗୁଳି ଚଳାଇଥିଲେ।

ଗୁଳିଟି ଅଖିଳଙ୍କ ବାମ ହାତ କହୁଣୀରେ ଲାଗିଛି। ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କ ଅବସ୍ଥା ଗୁରୁତର  ହୋଇପଡ଼ିଛି।  ପ୍ରଥମେ ତାଙ୍କୁ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

The post ଯୁକ୍ତିତର୍କ ଚାଲୁଥିଲା, ହଠାତ୍‌ ଫୁଟିଲା ଗୁଳି appeared first on Odisha Reporter.

]]>
right bottom 2021-07-01 10:59:00 https://cdn.odishareporter.in/wp-content/uploads/2021/01/20100132/firing-1.jpg
ଖାଦ୍ୟ ପାର୍ସଲ ଦେବାକୁ ଯାଇ ମହିଳା ଡାକ୍ତରଙ୍କୁ ବଳାତ୍କାର https://odishareporter.in/odisha/lady-doctor-allegedly-raped-in-angul-dist-654904 Wed, 30 Jun 2021 04:19:35 +0000 https://odishareporter.in/?p=654904

ଅନୁଗୋଲ(ଓଡ଼ିଶା ରିପୋର୍ଟର): ଖାଦ୍ୟ ପାର୍ସଲ ଦେବାକୁ ଆସିଥିବା ହୋଟେଲ ମାଲିକଙ୍କ ପୁଅ ଦ୍ୱାରା ବଳାତ୍କାରର ଶିକାର ହେଲେ ମହିଳା ଡାକ୍ତର । ଏପରି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଘଟିଛି। ଘଟଣାରୁ ପ୍ରକାଶ, ଛେଣ୍ଡିପଦା ଥାନା ଅଂଚଳର ଜନୈକା ଡାକ୍ତରାଣୀ ମେଡିକାଲ କ୍ୱାଟର୍ସରେ ନିଜ ୨ ଭାଇଙ୍କ ସହ ରହୁଥିଲେ। ସୋମବାର ରାତି ପ୍ରାୟ ୧୨ଟା ସମୟରେ ଛେଣ୍ଡିପଦା ଅଞ୍ଚଳର ଏକ ହୋଟେଲ ମାଲିକଙ୍କ ପୁଅ  ମହିଳା ଡାକ୍ତରଙ୍କ ସରକାରୀ […]

The post ଖାଦ୍ୟ ପାର୍ସଲ ଦେବାକୁ ଯାଇ ମହିଳା ଡାକ୍ତରଙ୍କୁ ବଳାତ୍କାର appeared first on Odisha Reporter.

]]>

ଅନୁଗୋଲ(ଓଡ଼ିଶା ରିପୋର୍ଟର): ଖାଦ୍ୟ ପାର୍ସଲ ଦେବାକୁ ଆସିଥିବା ହୋଟେଲ ମାଲିକଙ୍କ ପୁଅ ଦ୍ୱାରା ବଳାତ୍କାରର ଶିକାର ହେଲେ ମହିଳା ଡାକ୍ତର । ଏପରି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଘଟିଛି।

ଘଟଣାରୁ ପ୍ରକାଶ, ଛେଣ୍ଡିପଦା ଥାନା ଅଂଚଳର ଜନୈକା ଡାକ୍ତରାଣୀ ମେଡିକାଲ କ୍ୱାଟର୍ସରେ ନିଜ ୨ ଭାଇଙ୍କ ସହ ରହୁଥିଲେ।

ସୋମବାର ରାତି ପ୍ରାୟ ୧୨ଟା ସମୟରେ ଛେଣ୍ଡିପଦା ଅଞ୍ଚଳର ଏକ ହୋଟେଲ ମାଲିକଙ୍କ ପୁଅ  ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ପାର୍ସଲ ଦେବାକୁ ଯାଇଥିଲେ। ସେତେବେଳେ ମହିଳା ଡାକ୍ତରଜଣକ ଏକୁଟିଆ ଥିଲେ। ଏହାଦେଖି ଯୁବକଜଣକ  ଅଶାଳୀନ ବ୍ୟବହାର କରିଥିଲେ ।

ଡାକ୍ତରଜଣକ ଏହାର ପ୍ରତିବାଦ କରିବାରୁ ଯୁବକଜଣକ ଘର ଭିତରକୁ ନେଇ ଯାଇ ତାଙ୍କୁ ଜବରଦସ୍ତି  ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଡାକ୍ତର । ପରେ ମହିଳା ଡାକ୍ତରଙ୍କ ୨ ଭାଇ ପହଂଚିବାରୁ ସେଠାରୁ ଚମ୍ପଟ ମାରିଥିଲେ ସମ୍ପୃକ୍ତ ହୋଟେଲ ମାଲିକ ପୁଅ । ଏନେଇ ମହିଳା ଡାକ୍ତରଜଣକ ଗତକାଲି  ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ୍‌ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଅନୁଗୋଳ ଏସ୍‌ପି ସୂଚନା ଦେଇଛନ୍ତି।

 

The post ଖାଦ୍ୟ ପାର୍ସଲ ଦେବାକୁ ଯାଇ ମହିଳା ଡାକ୍ତରଙ୍କୁ ବଳାତ୍କାର appeared first on Odisha Reporter.

]]>
centre bottom, Doctor, rape 2021-06-30 12:28:13 https://cdn.odishareporter.in/wp-content/uploads/2021/06/30094830/rape.jpg
ଶିଶୁକୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ଯୁବକ, କିନ୍ତୁ… https://odishareporter.in/odisha/man-entered-into-a-well-to-save-a-child-652753 Mon, 21 Jun 2021 08:52:21 +0000 https://odishareporter.in/?p=652753

ଅନୁଗୋଳ(ବିରଜା ପ୍ରସାଦ ଦାସ): କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ଜଣେ ଯୁବକ। ଏପରି ଅଘଟଣ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି। ସୂଚନା ଅନୁସାରେ, ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ମନ୍ଦିର ନିକଟସ୍ଥ ଶିବ ପଧାନ ନାମକ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିଲା। ମାତ୍ର ଅସାବଧାନତା ହେତୁ ଶିଶୁଟି ନିକଟରେ ଥିବା ଏକ କୂଅକୁ ଖସି ପଡିଥିଲା […]

The post ଶିଶୁକୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ଯୁବକ, କିନ୍ତୁ… appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ଜଣେ ଯୁବକ। ଏପରି ଅଘଟଣ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି।

ସୂଚନା ଅନୁସାରେ, ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ମନ୍ଦିର ନିକଟସ୍ଥ ଶିବ ପଧାନ ନାମକ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିଲା। ମାତ୍ର ଅସାବଧାନତା ହେତୁ ଶିଶୁଟି ନିକଟରେ ଥିବା ଏକ କୂଅକୁ ଖସି ପଡିଥିଲା ।

ଶିଶୁଟି ଖସି ପଡିବା ଦେଖି ପାଖରେ ପାଖରେ କାମ କରୁଥିବା ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ଦେହୁରୀ ନାମକ ତିନି ଯୁବକ ସଙ୍ଗେ ସଙ୍ଗେ କୂଅ ଭିତରେ ପଶିଥିଲେ।    ଶିଶୁକୁ ସୁରକ୍ଷିତ ଉଦ୍ଧାର କରି  ଶୁକ୍ରୁ  ଓ ଦୀପ ବାହାରକୁ ଆସିଥିବା ବେଳେ ପ୍ରଦୀପ କିନ୍ତୁ ଆଉ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳି ଯାଇଛି ।

The post ଶିଶୁକୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ଯୁବକ, କିନ୍ତୁ… appeared first on Odisha Reporter.

]]>
right bottom 2021-06-21 14:22:21 https://cdn.odishareporter.in/wp-content/uploads/2021/06/12120012/Untitled-2-2.jpg
ନିଷ୍ଠୁର ଦୈବ: ଏକା ହୋଇଗଲା ରାନୀ https://odishareporter.in/odisha/angul/cruelty-the-queen-is-alone-651179 Tue, 15 Jun 2021 10:50:02 +0000 https://odishareporter.in/?p=651179

ଅନୁଗୋଳ(ଓଡ଼ିଶା ରିପୋର୍ଟର) କୋଭିଡର ଦ୍ୱିତୀୟ ଲହର ଉଜାଡ଼ି ଦେଉଛି ଶୈଶବ। କରୋନା କାଳରେ ପ୍ରତିଦିନ କେତେ ଯେ ଘର ଉଜୁଡ଼ି ଯାଉଛି ତାର ହିସାବ ନାହିଁ। ଅନୁଗୋଳ ଜିଲ୍ଳାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି, ଯାହାକି ଆପଣଙ୍କ ଆଖିକୁ ବି ଲୁହରେ ଭିଜାଇଦେବ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ନିବାସୀ ତଥା ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ମଳୟ ବସନ୍ତ ଦେହୁରୀ(୪୨)ଙ୍କ ସମେତ ପୁରା ପରିବାର କରୋନାରେ […]

The post ନିଷ୍ଠୁର ଦୈବ: ଏକା ହୋଇଗଲା ରାନୀ appeared first on Odisha Reporter.

]]>

ଅନୁଗୋଳ(ଓଡ଼ିଶା ରିପୋର୍ଟର) କୋଭିଡର ଦ୍ୱିତୀୟ ଲହର ଉଜାଡ଼ି ଦେଉଛି ଶୈଶବ। କରୋନା କାଳରେ ପ୍ରତିଦିନ କେତେ ଯେ ଘର ଉଜୁଡ଼ି ଯାଉଛି ତାର ହିସାବ ନାହିଁ। ଅନୁଗୋଳ ଜିଲ୍ଳାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି, ଯାହାକି ଆପଣଙ୍କ ଆଖିକୁ ବି ଲୁହରେ ଭିଜାଇଦେବ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ନିବାସୀ ତଥା ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ମଳୟ ବସନ୍ତ ଦେହୁରୀ(୪୨)ଙ୍କ ସମେତ ପୁରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ।

ପ୍ରଥମେ ଗତ ମେ ମାସ ୨୪ତାରିଖରେ ମଳୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେ ନାଲକୋ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିଲେ। ପରେ ବଳରାମପ୍ରସାଦ ଇଏସ୍ଆଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ ମଳୟ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଗୁରୁତର ହେବାରୁ ନାଲକୋ ସହାୟତାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏହା ମଧ୍ୟରେ  ସ୍ତ୍ରୀ ସୌଦାମିନୀ ଦେହୁରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସୌଦାମିନୀ ଓ ୧୪ମାସର  ଝିଅ ମିଷ୍ଠୀ  ଦେହୁରୀ ( ରାନୀ) ଙ୍କ କୋଭିଡ଼ ପରୀକ୍ଷା କରିଥିଲେ । ପରେ ଉଭୟ  କରୋନା ପଜିଟିଭ ଜାଣିବା ପରେ ମାଳତୀ  କଟକର ଏକ ଘରୋଇ  ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଥିଲେ । ବର୍ଷକର ଝିଅ ରାନୀ ମାମୁଁ ଘରେ  ରହୁଥିଲେ। ସୌଦାମିନୀ  କୋଭିଡ଼ ପଜିଟିଭ ବାହାରିବାର ୫ଦିନ ପରେ ମଳୟଙ୍କ ମା’ ମାଳତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।

ପରେ ସେ ଇଏସ୍ଆଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଇତି ମଧ୍ୟରେ ୧୪ମାସର ରାନୀ କରୋନାରେ ଆକ୍ରାନ୍ତ ହୋଇଥିଲା। ପରେ କରୋନା ସହ ଲଢେଇ କରି ସୁସ୍ଥ ହୋଇଥିଲା। ତେବେ ଚଳିତ ମାସ ୭ତାରିଖ ଦିନ ପ୍ରଥମେ  ମଳୟଙ୍କସ୍ତ୍ରୀ ସୌଦାମିନୀ  କଟକର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ ସମୟରେ ସୌଦାମିନୀ ୪ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ବୋହୂ ମୃତ୍ୟୁର ଠିକ ୭ଦିନ ପରେ ମା ମାଳତୀ ଦେହୁରୀ ଓ ପୁଅ ମଳୟ ଦେହୁରୀ ଗୋଟିଏ ଦିନରେ ଚିକିତ୍ସିତ ଅବସ୍ଥାରେ ମୃତୁବରଣ କରିଥିଲେ । ମଳୟଙ୍କ ପରିବାର କହିଲେ ସ୍ତ୍ରୀ ଓ  ଝିଅ ରାନୀ । ପ୍ରାୟ ବର୍ଷକ ତଳେ ମଳୟଙ୍କ ବାପା କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ। ମଳୟଙ୍କ ପୁରା ପରିବାର ମୃତ୍ୟୁ ପରେ  ବେସାହାରା ହୋଇପଡିଛି ୧୪ ମାସର ନିରୀହ ନିଷ୍ପାପ  ରାନୀ ।

ବିବାହର ସାତ ବର୍ଷ ରେ ବହୁ କଷ୍ଟରେ ଜନ୍ମ ନେଇଥିଲା ରାନୀ। ଗତ ଏପ୍ରିଲ ମାସ ରେ ପୁରା ପରିବାର ମିଶି  ଧୂମ ଧାମରେ ରାନୀର ଜନ୍ମଦିନକୁ ପାଳନ କରିଥିଲେ ସପରିବାର। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଜନ୍ମଦିନର  ତିନିମାସ ମଧ୍ୟରେ ବାପା, ମା ଓ ଜେଜେମାଙ୍କୁ ରାନୀ ଠାରୁ ଛଡାଇ ନେଇଛି ମହାମାରୀ କରୋନା। ଦୁନିଆରୁ କିଛି ଜାଣିବା ପୂର୍ବରୁ ପରିବାର ଛେଉଣ୍ଡ ହୋଇଯାଇଛି ରାନୀ। ରାନୀର ଆଖି ଓ ମନ ଖୋଜି ବୁଲୁଛି ତା’ ପରିବାରକୁ। ୧୪ମାସର ଝିଅ ରାନୀର ଦାୟିତ୍ୱ ନେଇଛନ୍ତି ମାମୁଁ ଘର ଲୋକେ।   ହେଲେ  ରାନୀଙ୍କ ମାମୁଁ ଘରେବି କରୋନା ପ୍ରକୋପ ଜାରି ରହିଛି। ଯାହା ଫଳରେ ମାମୁଁ ଘର ଆଇ ତାଳଚେର କୋଭିଡ଼ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ଅଜା ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି। ରାନୀର ଲାଳନ ପାଳନ କରୁଛନ୍ତି  ମାଉସୀ । ଏବେ ରାନୀଙ୍କ ଭବିଷ୍ୟତକୁ ନେଇ ମାମୁଁ ଘର ପରିବାର  ଓ  ନାଲକୋ ପ୍ରଶାସନ ଚିନ୍ତାରେ ରହିଛନ୍ତି।

The post ନିଷ୍ଠୁର ଦୈବ: ଏକା ହୋଇଗଲା ରାନୀ appeared first on Odisha Reporter.

]]>
centre top 2021-06-15 16:20:02 https://cdn.odishareporter.in/wp-content/uploads/2021/06/15161649/6810.jpg
ସିନ୍ଦୂର ପୋଛି ଦେଲା ଭୂତାଣୁ https://odishareporter.in/odisha/angul/another-officer-died-in-covid-at-anugul-644415 Wed, 19 May 2021 14:08:26 +0000 https://odishareporter.in/?p=644415

ଅନୁଗୋଳ(ବିରଜା ପ୍ରସାଦ ଦାଶ) ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଉପଖଣ୍ଡରେ କାର୍ଯ୍ୟରତଥିବା ଯୋଗାଣ ବିଭାଗର ପ୍ରୋକରୁମେଣ୍ଟ ଇନ୍ସପେକ୍ଟର ସୁବ୍ରତ କୁମାର ମାଝୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ଗତ ୨ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ରାଉରକେଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। Deeply saddened to learn about the demise of Shri Subrat Kumar Majhi, one of our Procurement […]

The post ସିନ୍ଦୂର ପୋଛି ଦେଲା ଭୂତାଣୁ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାଶ) ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଉପଖଣ୍ଡରେ କାର୍ଯ୍ୟରତଥିବା ଯୋଗାଣ ବିଭାଗର ପ୍ରୋକରୁମେଣ୍ଟ ଇନ୍ସପେକ୍ଟର ସୁବ୍ରତ କୁମାର ମାଝୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ଗତ ୨ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ରାଉରକେଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିବାବେଳେ ସେ ପାଲଲହଡ଼ା ଗୋଡାଉନର ଇନଚାର୍ଜ  ଥିଲେ । ସୁବ୍ରତ କୁମାର ମାଝୀ ରାଉରକେଲାର ବାସିନ୍ଦା ହୋଇଥିବାବେଳେ ଗତବର୍ଷ ସେ ବିବାହ କରିଥିଲେ । ସେ ଜଣେ ଦକ୍ଷ ଅଧିକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ  ପରିଚିତ ଥିଲେ ।ତାଙ୍କ ମୃତ୍ୟୁରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

The post ସିନ୍ଦୂର ପୋଛି ଦେଲା ଭୂତାଣୁ appeared first on Odisha Reporter.

]]>
corona death in odisha, right bottom 2021-05-21 15:24:45 https://cdn.odishareporter.in/wp-content/uploads/2021/05/19193504/700-1.jpg
୩ଘଣ୍ଟା ପଡ଼ି ରହିଲା ମୃତଦେହ, ସ୍ୱେଛାସେବୀ କଲେ ଅନ୍ତିମ ସଂସ୍କାର https://odishareporter.in/odisha/angul/covid-patient-dead-body-was-cremated-by-volunteers-642978 Thu, 13 May 2021 13:11:35 +0000 https://odishareporter.in/?p=642978

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗୋଟିଏ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହି ମହାମାରୀରେ ଅନେକ ଲୋକଙ୍କର ଜୀବନହାନୀ ହେଉଛି । ହେଲେ ରୋଗର ଭୟବହତା ଯୋଗୁ ନିଜ ରକ୍ତ ସର୍ମ୍ପକୀୟ ଲୋକେ ମଧ୍ୟ ପର ସାଜିଛନ୍ତି। ଲୋକେ ଆତଙ୍କିତ ହୋଇ ମୃତକଙ୍କ ଶବକୁ ସତ୍କାର କରିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ପାଖ ମାଡୁ ନାହାଁନ୍ତି। ଏଭଳି ଏକ ସ୍ପର୍ଶକାତର ତଥା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି […]

The post ୩ଘଣ୍ଟା ପଡ଼ି ରହିଲା ମୃତଦେହ, ସ୍ୱେଛାସେବୀ କଲେ ଅନ୍ତିମ ସଂସ୍କାର appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗୋଟିଏ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହି ମହାମାରୀରେ ଅନେକ ଲୋକଙ୍କର ଜୀବନହାନୀ ହେଉଛି । ହେଲେ ରୋଗର ଭୟବହତା ଯୋଗୁ ନିଜ ରକ୍ତ ସର୍ମ୍ପକୀୟ ଲୋକେ ମଧ୍ୟ ପର ସାଜିଛନ୍ତି। ଲୋକେ ଆତଙ୍କିତ ହୋଇ ମୃତକଙ୍କ ଶବକୁ ସତ୍କାର କରିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ପାଖ ମାଡୁ ନାହାଁନ୍ତି। ଏଭଳି ଏକ ସ୍ପର୍ଶକାତର ତଥା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗ୍ରାମରେ।

କନକଲତା ସାହୁ (୫୬ ବର୍ଷ) ନାମକ ଜଣେ ବୃଦ୍ଧା ଗତ ୩ରୁ୪ ଦିନ ତଳେ ଥଣ୍ଡା କାଶ ମୁଣ୍ଡ ବିନ୍ଧା ଜ୍ୱର ଆଣ୍ଠୁ ଗଣ୍ଠି ଦରଜ ଆଦି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ନିଜର କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ବାହାରିଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ସେ ନିଜେ ସଙ୍ଗରୋଧରେ ରହିଥିଲେ। ହେଲେ ଆଜି ତାଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇ ନ ଥିଲା।

ଏପରିକି ତାଙ୍କର ଜଣେ ପୁଅ ଓ ପଡ଼ୋଶୀ ତଥା ଗ୍ରାମବାସୀ କେହି ବି ଶବ ସତ୍କାର କରିବା ତ ଦୂରର କଥା କେହି ପାଖ ମାଡ଼ିନଥିଲେ। ଶେଷରେ ମୃତ ମହିଳାଙ୍କ ସାନ ପୁଅ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଯୋଗାଯୋଗ କରିଥିଲେ। ଖବରପାଇ କିନ୍ନର ଚିନ୍ମୟୀ ଅନୁଗୋଳରୁ ଛେଣ୍ଡିପଦାକୁ ତୁରନ୍ତ ବହାରିଯାଇଥିଲେ।

ପରେ ଚିନ୍ମୟୀ PPE କିଟ ପିନ୍ଧି ମୃତ ମହିଳାଙ୍କ ଗୋଟିଏ ପୁଅ ସହ ବାଇକରେ ମୃତଦେହ ଧରି ଗାଁ ମଶାଣୀକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର କରିଥିଲେ। ମହିଳାଙ୍କ ସ୍ୱାମୀ ଓ ପରେ ଅନ୍ୟ ଜଣେ ପୁଅ ମଶାଣିରେ ପହଁଚିଥିଲେ। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯେଉଁଠି ନିଜ ଲୋକ ପର ସାଜିଥିଲେ, ସେଠି ସମାଜସେବୀ ଚିନ୍ମୟୀଙ୍କ କାର୍ଯ୍ୟ ବାସ୍ତବିକ ବେଶ ପ୍ରଶଂସନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

The post ୩ଘଣ୍ଟା ପଡ଼ି ରହିଲା ମୃତଦେହ, ସ୍ୱେଛାସେବୀ କଲେ ଅନ୍ତିମ ସଂସ୍କାର appeared first on Odisha Reporter.

]]>
right bottom 2021-05-13 18:41:35 https://cdn.odishareporter.in/wp-content/uploads/2021/05/13183344/angul-2.jpg
ଟେଷ୍ଟିଂ ପାଇଁ ବି ଭିଡ଼, ଆଧାର କାର୍ଡ ରଖି ଲୋକେ ଲଗାଉଛନ୍ତି ଲାଇନ୍‌ https://odishareporter.in/odisha/long-queue-for-corona-testing-642177 Mon, 10 May 2021 08:28:20 +0000 https://odishareporter.in/?p=642177

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ ବି ସେତିକି ଗୁରୁତ୍ୱ ଦିଆଯାଉଛି। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଯେମିତି ଭିଡ଼ ଦେଖିବାକୁ ମିଳୁଛି ଟେଷ୍ଟିଂ ପାଇଁ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି। ତେବେ ଭିଡ଼ ଯୋଗୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଥିବାରୁ ଅନୁଗୋଳ ଜିଲ୍ଲା କୋଶଳା […]

The post ଟେଷ୍ଟିଂ ପାଇଁ ବି ଭିଡ଼, ଆଧାର କାର୍ଡ ରଖି ଲୋକେ ଲଗାଉଛନ୍ତି ଲାଇନ୍‌ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ ବି ସେତିକି ଗୁରୁତ୍ୱ ଦିଆଯାଉଛି। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଯେମିତି ଭିଡ଼ ଦେଖିବାକୁ ମିଳୁଛି ଟେଷ୍ଟିଂ ପାଇଁ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି। ତେବେ ଭିଡ଼ ଯୋଗୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଥିବାରୁ ଅନୁଗୋଳ ଜିଲ୍ଲା କୋଶଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଲୋକେ ଟେଷ୍ଟିଂ ପାଇଁ ଆସିଥିବା ବେଳେ ଅଭିନବ ଉପାୟରେ ଧାଡ଼ି କରିଥିବା ଦେଖିବାକୁ ମିଳିଛି।

ଲୋକମାନେ ନିଜେ ଧାଡ଼ିରେ ଛିଡ଼ା ନହୋଇ ସାଙ୍ଗରେ ଆଣିଥିବା ନିଜ ନିଜ ଆଧାର କାର୍ଡ ଗୁଡ଼ିକୁ ଲାଇନରେ ପଛକୁ ପଛ ରଖିଥିଲେ। ଆଧାର କାର୍ଡ ଯେପରି ପବନରେ ଉଡ଼ି ନଯିବ ସେଥିପାଇଁ ତା’ଉପରେ ଛୋଟ ଛୋଟ ପଥର ରଖି ଦେଇଥିଲେ। କେହି କେହି ନିଜ ବ୍ୟାଗକୁ ଧାଡ଼ିରେ ରଖିଥିଲେ। ତେବେ ଖବର ଲେଖାଯିବା ସୁଦ୍ଧା ଆଜି ଏଠାରେ କାହାରି ଟେଷ୍ଟିଂ ହୋଇପାରିନାହିଁ। ସେଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ଲୋକେ କହିଛନ୍ତି, ଟେଷ୍ଟିଂ କିଟ୍ ସରି ଯାଉଥିବାରୁ ତଥା ଲୋକଙ୍କ ଭିଡ଼ ଜମୁ ଥିବାରୁ ବାରମ୍ବାର ଟେଷ୍ଟିଂ ପାଇଁ ଆସିବାକୁ ପଡୁଛି। ସେଥିପାଇଁ ବିରକ୍ତ ଲାଗୁଛି। ଆଉ ଭିଡ଼ରୁ ବର୍ତ୍ତିବା ପାଇଁ ଏମିତି ଆଧାର କାର୍ଡ ରଖି ଲାଇନ୍ ଲଗାଇବାକୁ ପଡ଼ୁଛି।

ନିକଟସ୍ଥ ଛେଣ୍ଡିପଦାରୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି, ଦୁଇ ଦିନ ହେଲା ଛେଣ୍ଡିପଦାରେ ଟେଷ୍ଟ କରିବାକୁ ଯାଇ ବିଫଳ ହେଲି। ଆଜି ଏଠାକୁ ଆସିଥିଲି। ରାତି ୪ଟାରୁ ଆସିଥିଲି। କିନ୍ତୁ ମନା କରୁଛନ୍ତି। କହୁଛନ୍ତି କିଟ୍ ନାହିଁ।

ଲୋକେ କରୋନା ଟେଷ୍ଟ କରାଇବାକୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ହୋଇଛି।

The post ଟେଷ୍ଟିଂ ପାଇଁ ବି ଭିଡ଼, ଆଧାର କାର୍ଡ ରଖି ଲୋକେ ଲଗାଉଛନ୍ତି ଲାଇନ୍‌ appeared first on Odisha Reporter.

]]>
right bottom 2021-05-10 16:41:00 https://cdn.odishareporter.in/wp-content/uploads/2021/05/10135546/line.jpg
କୋଭିଡ କେୟାର ସେଣ୍ଟରରୁ ବାପା ନିଖୋଜ, ଖୋଜି ବୁଲୁଛି ପୁଅ https://odishareporter.in/odisha/son-searches-father-missing-from-covid-care-centre-641201 Thu, 06 May 2021 08:31:53 +0000 https://odishareporter.in/?p=641201

ଅନୁଗୁଳ(ବିରଜା ଦାସ): କରୋନା ଆକ୍ରାନ୍ତ ବାପା ସୁସ୍ଥ ହେବା ପାଇଁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ବହୁ ଖୋଜାଖୋଜି ପରେ ବାପାର ପତ୍ତା ପାଉ ନ ଥିବା ପୁଅ ଏବେ ଥାନାର ଦ୍ୱାରସ୍ତ ହୋଇଛି। ଏପରି ଅଭାବନୀୟ ଘଟଣା ଆଜି  ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଜରପଡ଼ା ଥାନା ପରା ଗାଁର ଗୋବିନ୍ଦ ପ୍ରଧାନ କରୋନାରେ ଆକ୍ରାନ୍ତ ହେବା ନେଇ ଜଣାପଡ଼ିବା ପରେ […]

The post କୋଭିଡ କେୟାର ସେଣ୍ଟରରୁ ବାପା ନିଖୋଜ, ଖୋଜି ବୁଲୁଛି ପୁଅ appeared first on Odisha Reporter.

]]>

ଅନୁଗୁଳ(ବିରଜା ଦାସ): କରୋନା ଆକ୍ରାନ୍ତ ବାପା ସୁସ୍ଥ ହେବା ପାଇଁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ବହୁ ଖୋଜାଖୋଜି ପରେ ବାପାର ପତ୍ତା ପାଉ ନ ଥିବା ପୁଅ ଏବେ ଥାନାର ଦ୍ୱାରସ୍ତ ହୋଇଛି। ଏପରି ଅଭାବନୀୟ ଘଟଣା ଆଜି  ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ଜରପଡ଼ା ଥାନା ପରା ଗାଁର ଗୋବିନ୍ଦ ପ୍ରଧାନ କରୋନାରେ ଆକ୍ରାନ୍ତ ହେବା ନେଇ ଜଣାପଡ଼ିବା ପରେ ସହର ଉପକଣ୍ଠରେ ଥିବା କୋଭିଡ୍ କେୟାର ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅନ୍ୟ କେଉଁଠାକୁ ପଠାଯାଇଥିବା ନେଇ ଗୋବିନ୍ଦ ପୁଅକୁ ଫୋନ କରି କହିଥିଲେ ।

ଏହାପରେ ପୁଅ ଯୁଗଳ ପ୍ରଧାନ ଆସି ପ୍ରଥମେ କୋଭିଡ କେୟାର ସେଣ୍ଟର ଓ ଅନୁଗୁଳ ଜିଲ୍ଲା ହସ୍ପିଟାଲରେ ଖୋଜିଥିଲେ । ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଟେକ୍ନିସିଆନ ଗୋବିନ୍ଦକୁ ତାଳଚେରସ୍ଥିତ କୋଭିଡ ହସ୍ପିଟାଲ ପଠାଯାଇଥିଲା ବୋଲି କହିଥିଲେ । ତେବେ ତାଳଚେର କୋଭିଡ୍ ହସ୍ପିଟାଲରେ ବାପାଙ୍କୁ ନ ପାଇବାରୁ ଯୁଗଳ ଏବେ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଛନ୍ତି ।

The post କୋଭିଡ କେୟାର ସେଣ୍ଟରରୁ ବାପା ନିଖୋଜ, ଖୋଜି ବୁଲୁଛି ପୁଅ appeared first on Odisha Reporter.

]]>
right bottom 2021-05-06 14:01:53 https://cdn.odishareporter.in/wp-content/uploads/2021/05/06140006/missing.jpg
କାର ଚୁରମାର୍: ସ୍ୱାମୀ ଚାଲିଗଲେ, ସ୍ତ୍ରୀ-ଝିଅ ଗୁରୁତର https://odishareporter.in/odisha/angul/one-died-in-accident-at-anugul-637180 Tue, 20 Apr 2021 10:57:27 +0000 https://odishareporter.in/?p=637180

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ସାରଙ୍ଗପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ପୁରୁଣାକଟକ- ସମ୍ବଲପୁର ରାସ୍ତାରେ ସମ୍ବଲପୁର ଅଭିମୁଖେ ଏକ ପରିବାର କାରରେ ଯାଉଥିଲେ। ତେବେ ସାରଙ୍ଗପୁର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ କାରଟି  ଏକ ପୋଲ ଓ ଗଛରେ ପିଟିହୋଇ ରାସ୍ତା ପାଶ୍ୱକୁ ଖସିପଡିଥିଲା । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ […]

The post କାର ଚୁରମାର୍: ସ୍ୱାମୀ ଚାଲିଗଲେ, ସ୍ତ୍ରୀ-ଝିଅ ଗୁରୁତର appeared first on Odisha Reporter.

]]>

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ସାରଙ୍ଗପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ପୁରୁଣାକଟକ- ସମ୍ବଲପୁର ରାସ୍ତାରେ ସମ୍ବଲପୁର ଅଭିମୁଖେ ଏକ ପରିବାର କାରରେ ଯାଉଥିଲେ। ତେବେ ସାରଙ୍ଗପୁର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ କାରଟି  ଏକ ପୋଲ ଓ ଗଛରେ ପିଟିହୋଇ ରାସ୍ତା ପାଶ୍ୱକୁ ଖସିପଡିଥିଲା ।

ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ କାରରେ ଥିବା ମହିଳା ଓ ଯୁବତୀ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି  ଆହତ ମହିଳାଙ୍କ ସ୍ୱାମୀ ହୋଇଥିବାବେଳେ ଗୁରୁତର ଯୁବତୀ ଜଣଙ୍କ ସେମାନଙ୍କ ଝିଅ ବୋଲି ସୂଚନା ମିଳିଛି। ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଇବା ସହ  ଅଧିକ ତଦନ୍ତ ଜାରି ରଖିଛି ।

The post କାର ଚୁରମାର୍: ସ୍ୱାମୀ ଚାଲିଗଲେ, ସ୍ତ୍ରୀ-ଝିଅ ଗୁରୁତର appeared first on Odisha Reporter.

]]>
accident, right bottom, roadaccident 2021-04-22 11:53:39 https://cdn.odishareporter.in/wp-content/uploads/2021/04/20162613/hnm2.jpg
କମ୍‌ ଦାମ୍‌ରେ ବୁଲେଟ ଲୋଭ ଦେଖାଇ ଲୁଟୁ ଥିଲେ, ବନ୍ଧା ହେଲେ https://odishareporter.in/odisha/3-hi-tech-lootera-arrested-in-angul-635134 Tue, 13 Apr 2021 03:31:18 +0000 https://odishareporter.in/?p=635134

ଅନୁଗୁଳ(ବିରଜା ଦାସ): କମ୍‌ ଦାମରେ ବୁଲେଟ କିଣିବା ଆଶାରେ ୪ ମାସ ପୂର୍ବେ ଠକାମୀର ଶିକାର ହେଲେ ଜଣେ ଯୁବକ। ଫେସବୁକରେ ବିଜ୍ଞାପନ ଦେଖି ଫୋନ୍‌ରେ ଯୋଗାଯୋଗ କରି ଫସି ଯାଇଥିଲେ ଯୁବକଜଣକ। ଏପରିକି ଗାଡ଼ି ଆଶାରେ ନିଜ ଆକାଉଣ୍ଟରୁ ୫୫ ହଜାର ଟଙ୍କା ପଠାଇବା ପରେ ନା ଗାଡ଼ି ମିଳିଲା ନ ଟଙ୍କା ଫେରିଲା। ଏନେଇ ଯୁବକଜଣକ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ପୁଲିସ୍‌  ୪ ମାସ ପରେ ଏହି […]

The post କମ୍‌ ଦାମ୍‌ରେ ବୁଲେଟ ଲୋଭ ଦେଖାଇ ଲୁଟୁ ଥିଲେ, ବନ୍ଧା ହେଲେ appeared first on Odisha Reporter.

]]>

ଅନୁଗୁଳ(ବିରଜା ଦାସ): କମ୍‌ ଦାମରେ ବୁଲେଟ କିଣିବା ଆଶାରେ ୪ ମାସ ପୂର୍ବେ ଠକାମୀର ଶିକାର ହେଲେ ଜଣେ ଯୁବକ। ଫେସବୁକରେ ବିଜ୍ଞାପନ ଦେଖି ଫୋନ୍‌ରେ ଯୋଗାଯୋଗ କରି ଫସି ଯାଇଥିଲେ ଯୁବକଜଣକ। ଏପରିକି ଗାଡ଼ି ଆଶାରେ ନିଜ ଆକାଉଣ୍ଟରୁ ୫୫ ହଜାର ଟଙ୍କା ପଠାଇବା ପରେ ନା ଗାଡ଼ି ମିଳିଲା ନ ଟଙ୍କା ଫେରିଲା। ଏନେଇ ଯୁବକଜଣକ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ପୁଲିସ୍‌  ୪ ମାସ ପରେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ, ଗତ ଜାନୁଆରୀ ୪ ତାରିଖରେ ବିକ୍ରମପୁର ଥାନାରେ ଏକ ସାଇବର ଠକେଇ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଫେସବୁକରେ ଏକ ବୁଲେଟ ମୋଟରସାଇକେଲ ବିକ୍ରୀର ବିଜ୍ଞାପନ ଦେଖିଥିଲେ।  ଜଣେ ନିଜକୁ ଆର୍ମୀ ଅଫିସର ପରିଚୟ ଦେଇ  ବୁଲେଟକୁ ମାତ୍ର ୫୫ ହଜାର ଟଙ୍କାରେ ବିକ୍ରି କରିବେ ବୋଲି ଲେଖିଥିଲେ । କମ ଦାମରେ ବୁଲେଟ ମିଳୁଥିବା ଦେଖି ଅଭିଯୋଗକାରୀ  ସେଥିରେ ଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ଫୋନରେ କଥା ହେବା ପରେ ସେ ଫୋନପେ ଜରିଆରେ ଟଙ୍କା ପଠାଇଲେ ଅଭିଯୋଗକାରୀଙ୍କ ଘରକୁ ଆର୍ମୀ ପରିବହନ ମାଧ୍ୟମରେ ଗାଡି ପହଞ୍ଚାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।

କଥାବାର୍ତ୍ତା ଅନୁଯାୟୀ, ଅଭିଯୋଗକାରୀ  ବିଭିନ୍ନ କିସ୍ତିରେ ଏକ ଆକାଉଣ୍ଟ ନମ୍ବରକୁ ମୋଟ ୫୫ହଜାର ଟଙ୍କା ପଠାଇଥିଲେ । ତେବେ ଟଙ୍କା ପଠାଇବା ପରେ ସମ୍ପୃକ୍ତ ବ୍ୟକ୍ତି ନା ମୋଟରସାଇକେଲ ପଠାଇଲେ ନା ଅଭିଯୋଗକାରୀଙ୍କୁ ଆଉ ଟଙ୍କା ଫେରସ୍ତ କରିଥିଲେ । ବାଧ୍ୟ ହୋଇ ଠକାମୀର ଶିକାର ହୋଇଥିବା ଜାଣିପାରି ସେ ଥାନାର ଦ୍ଵାରସ୍ଥ ହେବା ପରେ ପୁଲିସ୍‌ ତଦନ୍ତ କରି ଘଟଣାର ପର୍ଦାଫାସ କରିଥିଲା ।

ତଦନ୍ତ ବେଳେ ପୁଲିସ  ଏହି ଠକାମୀ ମୟୂରଭଞ୍ଜ ଅଞ୍ଚଳରୁ ହୋଇଥିବା ଜାଣିବାକୁ ମଧ୍ୟ ପାଇଥିଲା । ଏଥିପାଇଁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍‌ ମୟୂରଭଞ୍ଜ ଯାଇ ଏହି ଠକାମିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନର କୃଷ୍ଣ ଚନ୍ଦ୍ର ବାରିକ , ଗଣେଶ ଚନ୍ଦ୍ର ବାରିକ ଏବଂ କୃଷ୍ଣ ମୁଖି ।

ସେମାନଙ୍କ ନିକଟରୁ  ଠକାମିରେ  ବ୍ୟବହୃତ ହେଉଥିବା ମୋବାଇଲ ଫୋନ , ଏକ ଲାପଟପ ଏବଂ ଏକ ହାର୍ଡ ଡିସ୍କ ଜବତ କରାଯାଇଛି । ଏହା ସହ ଏମାନେ ନକଲି ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ସଂଗ୍ରହ କରି ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ଏଭଳି ଠକାମି କରୁଥିବା ଜାଣିବାକୁ ପାଇଛି ପୁଲିସ୍‌।

The post କମ୍‌ ଦାମ୍‌ରେ ବୁଲେଟ ଲୋଭ ଦେଖାଇ ଲୁଟୁ ଥିଲେ, ବନ୍ଧା ହେଲେ appeared first on Odisha Reporter.

]]>
online fraud, right bottom 2021-04-13 13:30:39 https://cdn.odishareporter.in/wp-content/uploads/2021/04/13085618/arrest-1.jpg
ଚଳିତବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ https://odishareporter.in/odisha/talcher-medical-college-will-be-operational-this-year123-632259 Fri, 02 Apr 2021 14:31:11 +0000 https://odishareporter.in/?p=632259

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ। ମେଡିକାଲ୍‌ କଲେଜ ପରିଚାଳନା ଉଦ୍ଦେଶ୍ୟରେ ଅପରେଟର ନିଯୁକ୍ତି ପାଇଁ ସପ୍ତାହେ ମଧ୍ୟରେ ଡ଼କାଯିବ ଟେଣ୍ଡର। ଏନେଇ ସୂଚନା ଦେଇଛନ୍ତି ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ସିଏମ୍‌ଡି ପି.କେ ସିହ୍ନା କହିଛନ୍ତି। ସେ କହିଛନ୍ତି-“ତାଳଚେର ମେଡିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କୌଣସି ନିଷ୍କର୍ସ ନବାହାରିବାରୁ ଟେଣ୍ଡର ଜରିଆରେ ଅପରେଟର ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି।” ଗଣମାଧ୍ୟମକୁ ସୂଚନା ଦେଇ […]

The post ଚଳିତବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ। ମେଡିକାଲ୍‌ କଲେଜ ପରିଚାଳନା ଉଦ୍ଦେଶ୍ୟରେ ଅପରେଟର ନିଯୁକ୍ତି ପାଇଁ ସପ୍ତାହେ ମଧ୍ୟରେ ଡ଼କାଯିବ ଟେଣ୍ଡର। ଏନେଇ ସୂଚନା ଦେଇଛନ୍ତି ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ସିଏମ୍‌ଡି ପି.କେ ସିହ୍ନା କହିଛନ୍ତି।

ସେ କହିଛନ୍ତି-“ତାଳଚେର ମେଡିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କୌଣସି ନିଷ୍କର୍ସ ନବାହାରିବାରୁ ଟେଣ୍ଡର ଜରିଆରେ ଅପରେଟର ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି।”

ଗଣମାଧ୍ୟମକୁ ସୂଚନା ଦେଇ ପି.କେ ସିହ୍ନା କହିଛନ୍ତି, ମହାମାରୀ କରୋନା ସତ୍ତ୍ୱେ ୨୦୨୦-୨୧ରେ ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌ ରେକର୍ଡ କରିଛି। ଉଭୟ କୋଇଲା ଉତ୍ପାଦନ ଓ ଡେସପାଚ୍‌ରେ ନୂଆ ରେକର୍ଡ ହାସଲ କରିଛି। ୨୦୨୦-୨୧ରେ ଏମ୍‌ସିଏଲର କୋଇଲା ଉତ୍ପାଦନ ୫.୫% ବଢ଼ିଛି। ୨୦୨୦-୨୧ ବର୍ଷରେ କମ୍ପାନୀ ୧୪୮.୦୧ ନିୟୁତ ଟନ ଉତ୍ପାଦନ କରିଥିବା ବେଳେ ୨୦୧୯-୨୦ ବର୍ଷରେ ୧୪୦.୩୬ ନିୟୁତ ଟନ୍‌ କରିଛି। ଏହାପୂର୍ବରୁ ୨୦୧୮-୧୯ ବର୍ଷରେ ଏମ୍‌ସିଏଲ୍‌ର କୋଇଲା ଉତ୍ପାଦନ ସର୍ବାଧିକ ୧୪୪.୧୫ ନିୟୁତ ଟନ ଥିଲା। ସେହିଭଳି ଗତ ଆର୍ଥିକ ବର୍ଷ କୋଇଲା ଡେସ୍‌ପାଚ୍‌ରେ ମଧ୍ୟ ଏମ୍‌ସିଏଲ୍‌ ନୂଆ ରେକର୍ଡ ହାସଲ କରିଛି ବୋଲି ଶ୍ରୀ ସିହ୍ନା କହିଛନ୍ତି।

ସେ ଆହୁରି କହିଛନ୍ତି-“୨୦୨୦-୨୧ ଆର୍ଥିକ ବର୍ଷରେ ଏମସିଏଲର ଡେସ୍‌ପାଚ୍‌ ୮.୯% ବଢ଼ି ୧୪୬ ନିୟୁତ ଟନ ହୋଇଛି। ୨୦୧୯-୨୦ ବର୍ଷରେ ଏହା ୧୩୪.୦୨ ନିୟୁତ ଟନ ଥିଲା। ଏହାପୂର୍ବରୁ ୨୦୧୬-୧୭ ବର୍ଷରେ ଏମ୍‌ସିଏଲ୍‌ର ସର୍ବୋଚ୍ଚ ଡେସ୍‌ପାଚ୍‌ ଥିଲା ୧୪୩.୦୧ ନିୟୁତ ଟନ।”

ଶ୍ରୀ ସିହ୍ନା କହିଛନ୍ତି-“୨୦୨୧-୨୧ ଆର୍ଥିକ ବର୍ଷରେ ୧୬୮ ନିୟୁତ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଆର୍ଥିକ ବର୍ଷ ୪୬୦୦ କୋଟି ମୂଳଧନ ଖଟାଯିବ। ୨୦୨୦-୨୧ରେ ୨୩୦୦ କୋଟି ମୂଳଧନ ଖଟାଇଥିଲା, ଯାହାକି କୋଲ ଇଣ୍ଡିଆର ସବୁ ସହଯୋଗୀ କମ୍ପାନୀ ମଧ୍ୟରେ ସର୍ବାଧିକ।”

The post ଚଳିତବର୍ଷ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ appeared first on Odisha Reporter.

]]>
right bottom 2021-04-02 20:50:13 https://cdn.odishareporter.in/wp-content/uploads/2021/04/02201945/mcl-talcher.jpg
ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମା’ ଗୁରୁତର https://odishareporter.in/odisha/a-man-allegedly-killed-his-father-in-anugul-629228 Mon, 22 Mar 2021 08:31:22 +0000 https://odishareporter.in/?p=629228

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁର କୋଡ଼ାସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବାଳକୃଷ୍ଣ ବେହେରା (୪୮)। ତାଙ୍କ ପୁଅ ତଥା ଅଭିଯୁକ୍ତ ନାଁ ତ୍ରିନାଥ ବେହେରା (୨୩)। ତ୍ରିନାଥ ହେଉଛନ୍ତି ବାଳକୃଷ୍ଣଙ୍କ ବଡ଼ପୁଅ। ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପରିବାରରେ କୌଣସି କଥାକୁ ନେଇ ବାଳକୃଷ୍ଣ […]

The post ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମା’ ଗୁରୁତର appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁର କୋଡ଼ାସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକଙ୍କ ନାଁ ବାଳକୃଷ୍ଣ ବେହେରା (୪୮)। ତାଙ୍କ ପୁଅ ତଥା ଅଭିଯୁକ୍ତ ନାଁ ତ୍ରିନାଥ ବେହେରା (୨୩)। ତ୍ରିନାଥ ହେଉଛନ୍ତି ବାଳକୃଷ୍ଣଙ୍କ ବଡ଼ପୁଅ।

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପରିବାରରେ କୌଣସି କଥାକୁ ନେଇ ବାଳକୃଷ୍ଣ ଓ ତ୍ରିନାଥଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ତ୍ରିନାଥ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ତାଙ୍କ ବାପାମା’ଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବାପା ବାଳକୃଷ୍ଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମା’ ରୁକ୍ମଣୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଜରପଡ଼ା ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି। ଏହା ସହିତ ଅଭିଯୁକ୍ତ ତ୍ରିନାଥକୁ ଅଟକ ରଖିଛି।

The post ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମା’ ଗୁରୁତର appeared first on Odisha Reporter.

]]>
right bottom 2021-03-22 14:06:03 https://cdn.odishareporter.in/wp-content/uploads/2021/03/22135808/hospital.jpg
ଫେରିଯିବ ବାଘୁଣୀ ସୁନ୍ଦରୀ   https://odishareporter.in/odisha/angul/kanha-team-to-arrived-to-take-tigress-sundari-629013 Sun, 21 Mar 2021 11:17:13 +0000 https://odishareporter.in/?p=629013

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଫେରିବ ସୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଗୋଟିଏ ୬ ଜଣିଆ ଟିମ୍ ଆଜି ଆସିଛନ୍ତି । ଟିମ୍‌ରେ ଜଣେ ଏସିସିଏଫ୍ ଓ ଡାକ୍ତର ଅଛନ୍ତି । ଏହି ଟିମ୍  ସୁନ୍ଦରୀର ବ୍ୟବହାର, ଚାଲିଚଳଣ ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବେ। ତେବେ ସୁନ୍ଦରୀ କେବେ ଫେରିବ, ତାହା ୩ରୁ ୪ ଦିନ ସମୀକ୍ଷା ପରେ ଟିମ୍ ଜଣାଇବ। ସୁନ୍ଦରୀକୁ ରଖିବା ଲାଗି ‘କାହ୍ନା’ ବ୍ୟାଘ୍ର […]

The post ଫେରିଯିବ ବାଘୁଣୀ ସୁନ୍ଦରୀ   appeared first on Odisha Reporter.

]]>

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଫେରିବ ସୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଗୋଟିଏ ୬ ଜଣିଆ ଟିମ୍ ଆଜି ଆସିଛନ୍ତି । ଟିମ୍‌ରେ ଜଣେ ଏସିସିଏଫ୍ ଓ ଡାକ୍ତର ଅଛନ୍ତି । ଏହି ଟିମ୍  ସୁନ୍ଦରୀର ବ୍ୟବହାର, ଚାଲିଚଳଣ ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବେ। ତେବେ ସୁନ୍ଦରୀ କେବେ ଫେରିବ, ତାହା ୩ରୁ ୪ ଦିନ ସମୀକ୍ଷା ପରେ ଟିମ୍ ଜଣାଇବ। ସୁନ୍ଦରୀକୁ ରଖିବା ଲାଗି ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବଡ଼ ଯନ୍ତା ରଖାଯାଇଛି ।

ତା ଭିତରକୁ ଘାସ ଖିଆ ଜନ୍ତୁ ଛଡ଼ା ଯାଇ ପୁଣିଥରେ ସୁନ୍ଦରୀର ସ୍ୱାଭାବିକ ଚରିତ୍ର ଫେରାଇ ଆଣିବାକୁ ପ୍ରଚେଷ୍ଟା କରାଯିବ । ତେବେ ସୁନ୍ଦରୀକୁ ଆଣିବା ଯେତିକି ବାଧା ଥିଲା, ସେତିକି ଶିକ୍ଷା ମଧ୍ୟ ଥିଲା ବୋଲି ପିସିସିଏଫ୍ ଶଶୀ ପଲ୍ କହିଛନ୍ତି । ତେବେ ଏ ପ୍ରକଳ୍ପ ବିଫଳ ହୋଇନାହିଁ । ଏନ୍‌ଟିସିଏ ନିୟମାବଳୀ ଆଧାରରେ ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସେ କହିଛନ୍ତି।

ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ କାହ୍ନା ଅଭାୟାରଣ୍ୟରୁ ବାଘ ଓ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭାୟରଣ୍ୟକୁ ଅଣାଯାଇଥିଲା। ମାତ୍ର ବାଘର ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ କୋର ଏରିଆକୁ ଯାଇନଥିଲା। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଥିଲା। ଆଉ ସୁବିଧା ଦେଖି ଶିକାର ମଧ୍ୟ କରିଥିଲା।  ସୁନ୍ଦରୀ ମଣିଷ ଓ ଗୋରଙ୍କୁ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୁନ୍ଦରୀକୁ ଫେରାଇ ନେବା ପାଇଁ ଦାବି ଉଠିଥିଲା।

ଶେଷରେ ଗାଁ ଲୋକଙ୍କ ଦାବି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇ ଥିଲା। ପରେ ସୁନ୍ଦରୀକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍‌। ମାସାଧିକ କାଳ ଚେଷ୍ଟା  ପରେ ସୁନ୍ଦରୀ ଧରା ପଡ଼ିଥିଲା। ସୁନ୍ଦରୀ ଏବେ ବନ୍ଦୀ ଜୀବନ କାଟୁଛି।

The post ଫେରିଯିବ ବାଘୁଣୀ ସୁନ୍ଦରୀ   appeared first on Odisha Reporter.

]]>
right bottom 2021-03-21 16:47:13 https://cdn.odishareporter.in/wp-content/uploads/2021/03/21164625/yiop.jpg
ଗ୍ୟାସ୍ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର https://odishareporter.in/odisha/4-dead-and-3-injured-in-an-accident-in-anugul-628910 Sun, 21 Mar 2021 02:34:06 +0000 https://odishareporter.in/?p=628910

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗ୍ୟାସ୍‌ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ କଟକ ଯାଉଥିଲା। ସକାଳ ପ୍ରାୟ ୬ଟା ବେଳେ ଅନୁଗୋଳର ଜରପଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ ଟ୍ୟାଙ୍କର ସହିତ […]

The post ଗ୍ୟାସ୍ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗ୍ୟାସ୍‌ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ କଟକ ଯାଉଥିଲା। ସକାଳ ପ୍ରାୟ ୬ଟା ବେଳେ ଅନୁଗୋଳର ଜରପଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଆମ୍ବୁଲାନ୍ସଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୩ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ୪ଟି ଯାକ ମୃତଦେହକୁ ଜବତ କରାଯାଇଛି। ତା’ସହିତ ଟ୍ୟାଙ୍କରଟିକୁ ମଧ୍ୟ ଜବତ କରାଯାଇଛି। ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖାଯାଇଛି।

The post ଗ୍ୟାସ୍ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର appeared first on Odisha Reporter.

]]>
right bottom 2021-03-21 13:42:05 https://cdn.odishareporter.in/wp-content/uploads/2021/03/21080154/7.jpg
ବିଦ୍ୟୁତ୍‌ ତାର ନେଇଗଲା ଦୁଇ ଜୀବନ https://odishareporter.in/odisha/angul/two-died-of-electrical-shock-in-khordha-and-angul-628509 Fri, 19 Mar 2021 10:41:08 +0000 https://odishareporter.in/?p=628509

ଖୋର୍ଦ୍ଧା/ଅନୁଗୋଳ (ଓଡ଼ିଶା ରିପୋର୍ଟର): ଦୁଇଟି ଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଧୀନ ଗେଡ଼ିଆପଲ୍ଲୀ ପଞ୍ଚାୟତ ଶ୍ୟାମମହାପାତ୍ର ଗାଁରେ ଆଜି ସକାଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାଗବତ ପଣ୍ଡା। ତାଙ୍କୁ ୩୫ ବର୍ଷ ହୋଇଥିଲା। ମୃତ ଯୁବକ ଜଣକ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ସେ ପୋଖରୀକୁ […]

The post ବିଦ୍ୟୁତ୍‌ ତାର ନେଇଗଲା ଦୁଇ ଜୀବନ appeared first on Odisha Reporter.

]]>

ଖୋର୍ଦ୍ଧା/ଅନୁଗୋଳ (ଓଡ଼ିଶା ରିପୋର୍ଟର): ଦୁଇଟି ଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଧୀନ ଗେଡ଼ିଆପଲ୍ଲୀ ପଞ୍ଚାୟତ ଶ୍ୟାମମହାପାତ୍ର ଗାଁରେ ଆଜି ସକାଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାଗବତ ପଣ୍ଡା। ତାଙ୍କୁ ୩୫ ବର୍ଷ ହୋଇଥିଲା।

ମୃତ ଯୁବକ ଜଣକ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ସେ ପୋଖରୀକୁ ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଳାପଥର ମେଡ଼ିକାଲ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସେହିପରି ଅନୁଗୋଳ ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଗାଁରେ ଆଉଏକ ଅଘଟଣ ଘଟିଛି। ବିଦ୍ୟୁତ୍ ସଂଯୋଗ ପାଇଁ ଟ୍ରାନ୍ସଫରମରକୁ ଚଢ଼ିଥିବା ବେଳେ ଚାଲିଯାଇଛି ଜଣଙ୍କ ଜୀବନ। ମୃତକଙ୍କ ନାଁ ଧୀର ସାହୁ। ତାଙ୍କ ଘର ସେହି ମୂଷାପାପୁଲି ଗାଁରେ। ସୂଚନା ମୁତାବକ ନିଜର ବିଦ୍ୟୁତ ସଂଯୋଗ ନ ଥିବାଯୋଗୁଁ ସେ କନେକ୍ସନ ପାଇଁ ଟ୍ରାନ୍ସଫର୍ମରରେ ଚଢ଼ି ମରାମତି କରୁଥିଲେ।

ଏହି ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଏ ସଂପର୍କରେ ବିଦ୍ୟୁତ୍‌ ବିଭାଗ ଓ ପୁଲିସକୁ ଜଣାଇ ଥିଲେ। ବିଦ୍ୟୁତ ବିଭାଗ ଅଧିକାରୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post ବିଦ୍ୟୁତ୍‌ ତାର ନେଇଗଲା ଦୁଇ ଜୀବନ appeared first on Odisha Reporter.

]]>
right bottom 2021-03-19 16:48:53 https://cdn.odishareporter.in/wp-content/uploads/2021/03/19160957/Image.jpg
କୂଅ ଭିତରକୁ ଖସି ପଡ଼ିଲା ହାତୀ ଛୁଆ https://odishareporter.in/odisha/elephant-kid-fell-down-in-a-well-626130 Thu, 11 Mar 2021 05:51:31 +0000 https://odishareporter.in/?p=626130

ଅନୁଗୁଳ(ବିରଜା ଦାସ): ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜର ବାଲିଜେରେଙ୍ଗା ଗାଁରେ ଏକ ହାତୀ ଛୁଆ କୂଅ ଭିତରକୁ ଖସିପଡ଼ିଛି । ହାତୀଟି ବିଲ ଭିତରେ ଥିବା ଏକ କୂଅରେ ଖସିପଡ଼ିଥିବା ବେଳେ ବନବିଭାଗ କର୍ମଚାରୀ ଉଦ୍ଧାର  କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀପଲ ସ୍ଥାନୀୟ ଅଞ୍ଚଳକୁ ଆସିଥିବାବେଳେ କୌଣସି କାରଣ ବଶତଃ ଛୁଆହାତୀ ଚାଷଜମିରେ ଜଳସେଚିତ ପାଇଁ ଥିବା କୂଅରେ ଖସିପଡ଼ିଥିଲା । […]

The post କୂଅ ଭିତରକୁ ଖସି ପଡ଼ିଲା ହାତୀ ଛୁଆ appeared first on Odisha Reporter.

]]>

ଅନୁଗୁଳ(ବିରଜା ଦାସ): ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜର ବାଲିଜେରେଙ୍ଗା ଗାଁରେ ଏକ ହାତୀ ଛୁଆ କୂଅ ଭିତରକୁ ଖସିପଡ଼ିଛି । ହାତୀଟି ବିଲ ଭିତରେ ଥିବା ଏକ କୂଅରେ ଖସିପଡ଼ିଥିବା ବେଳେ ବନବିଭାଗ କର୍ମଚାରୀ ଉଦ୍ଧାର  କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀପଲ ସ୍ଥାନୀୟ ଅଞ୍ଚଳକୁ ଆସିଥିବାବେଳେ କୌଣସି କାରଣ ବଶତଃ ଛୁଆହାତୀ ଚାଷଜମିରେ ଜଳସେଚିତ ପାଇଁ ଥିବା କୂଅରେ ଖସିପଡ଼ିଥିଲା । ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କୂଅ ଚାରି ପାଖକୁ ଖୋଳି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ହାତୀକୁ ବାହାର କରିଛନ୍ତି ।  କୂଅରେ ପଡ଼ିବା କାରଣରୁ ହାତୀ ଶରୀରରେ ଆଘାତ ଲାଗିଥିବା ଅନୁମାନ କରାଯାଉଛି।

 

The post କୂଅ ଭିତରକୁ ଖସି ପଡ଼ିଲା ହାତୀ ଛୁଆ appeared first on Odisha Reporter.

]]>
right top 2021-03-11 13:05:21 https://cdn.odishareporter.in/wp-content/uploads/2021/03/11111732/hati-1.jpg
ମହୁଲ ସଂଗ୍ରହ ବେଳେ ମହିଳାଙ୍କୁ ପଛପଟୁ ଆକ୍ରମଣ କଲା ହାତୀ https://odishareporter.in/odisha/angul/women-injures-after-elephant-attack-in-pallahara-625987 Wed, 10 Mar 2021 13:00:34 +0000 https://odishareporter.in/?p=625987

ପାଲଲହଡା (ରବି ନାରାୟଣ ପ୍ରଧାନ): ମହୁଲ ସଂଗ୍ରହ କରୁଥିବା ବେଳେ ପଛ ପଟୁ ହାତୀ ଆସି କଲା ଆକ୍ରମଣ। ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା। ଅନୁଗୋଳ ଜିଲ୍ଲା ପାଲଲହଡା ବନାଞ୍ଚଳ ରଞ୍ଜ ଗ୍ରାମରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ବୁଧବାର ସକାଳେ ରମେଶ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ କୁମାରୀ ବିଶ୍ୱାଳ ମିଶିକି ଗାଁ ପାଖ ଜଙ୍ଗଲରେ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଗୋଟେ ଦନ୍ତା ହାତୀ ପଛ ପଟୁ ଆସି […]

The post ମହୁଲ ସଂଗ୍ରହ ବେଳେ ମହିଳାଙ୍କୁ ପଛପଟୁ ଆକ୍ରମଣ କଲା ହାତୀ appeared first on Odisha Reporter.

]]>

ପାଲଲହଡା (ରବି ନାରାୟଣ ପ୍ରଧାନ): ମହୁଲ ସଂଗ୍ରହ କରୁଥିବା ବେଳେ ପଛ ପଟୁ ହାତୀ ଆସି କଲା ଆକ୍ରମଣ। ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା। ଅନୁଗୋଳ ଜିଲ୍ଲା ପାଲଲହଡା ବନାଞ୍ଚଳ ରଞ୍ଜ ଗ୍ରାମରେ ଏଭଳି ଅଘଟଣ ଦେଖିବାକୁ ମିଳିଛି।

ବୁଧବାର ସକାଳେ ରମେଶ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ କୁମାରୀ ବିଶ୍ୱାଳ ମିଶିକି ଗାଁ ପାଖ ଜଙ୍ଗଲରେ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଗୋଟେ ଦନ୍ତା ହାତୀ ପଛ ପଟୁ ଆସି କୁମାରୀ ବିଶ୍ୱାଳଙ୍କୁ ଶୁଣ୍ଢରେ ଠେଲି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା।

ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପାଲଲହଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ମହିଳା ଜଣକ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

The post ମହୁଲ ସଂଗ୍ରହ ବେଳେ ମହିଳାଙ୍କୁ ପଛପଟୁ ଆକ୍ରମଣ କଲା ହାତୀ appeared first on Odisha Reporter.

]]>
right bottom 2021-03-10 19:19:53 https://cdn.odishareporter.in/wp-content/uploads/2021/03/10182651/elephant-attack.jpg
ଖାଦ୍ୟ ଭାବି ବୋମା ଖାଇଗଲା ବଳଦ, ଆଉ ତା’ ପରେ… https://odishareporter.in/odisha/angul/ox-ate-the-bomb-thinking-of-food-in-pallahara-622558 Thu, 25 Feb 2021 11:22:58 +0000 https://odishareporter.in/?p=622558

ପାଲଲହଡ଼ା (ରବି ପ୍ରଧାନ): ବଞ୍ଚିବା ପାଇଁ ଜଙ୍ଗଲରେ ବୁଲି ବୁଲି ଖାଦ୍ୟ ଖୋଜୁଥିଲା ବଳଦ। ଏହି ସମୟରେ ସବୁଜ ରଙ୍ଗର ଘାସ ପୁଡ଼ିଆ ନଜରରେ ପଡ଼ିଲା। ଏହାକୁ ସେ ଖାଦ୍ୟ ଭାବି ଖାଇ ଦେଲା। ଆଉ ତା’ ପରେ ଯାହା ଘଟିଲା, ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ଘାସ ପୁଡ଼ିଆଟି ଚୋବାଇବା ମାତ୍ରେ ଘଟିଲା ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ବଳଦଟିର ଜିଭ ଫାଟି ଛିନଭିନ୍ ହୋଇଗଲା। ଏବେ ଗୁରୁତର ଅବସ୍ଥାରେ ଜୀବନ […]

The post ଖାଦ୍ୟ ଭାବି ବୋମା ଖାଇଗଲା ବଳଦ, ଆଉ ତା’ ପରେ… appeared first on Odisha Reporter.

]]>

ପାଲଲହଡ଼ା (ରବି ପ୍ରଧାନ): ବଞ୍ଚିବା ପାଇଁ ଜଙ୍ଗଲରେ ବୁଲି ବୁଲି ଖାଦ୍ୟ ଖୋଜୁଥିଲା ବଳଦ। ଏହି ସମୟରେ ସବୁଜ ରଙ୍ଗର ଘାସ ପୁଡ଼ିଆ ନଜରରେ ପଡ଼ିଲା। ଏହାକୁ ସେ ଖାଦ୍ୟ ଭାବି ଖାଇ ଦେଲା। ଆଉ ତା’ ପରେ ଯାହା ଘଟିଲା, ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ଘାସ ପୁଡ଼ିଆଟି ଚୋବାଇବା ମାତ୍ରେ ଘଟିଲା ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ବଳଦଟିର ଜିଭ ଫାଟି ଛିନଭିନ୍ ହୋଇଗଲା। ଏବେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରିବା ସହ ମୃତ୍ୟୁ ଅପେକ୍ଷାରେ ରହିଛି ଏହି ବଳଦ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡା ବ୍ଲକ ବାରକୋଟିଆ ଗାଁରେ।

ସୂଚନା ଅନୁସାରେ ବାରକୋଟିଆ ଗାଁ’ର ଚନ୍ଦ୍ରମଣି ବେହେରା ସକାଳେ ତାଙ୍କ ବଳଦ ଚରାଇବା ପାଇଁ ଗାଈ ଚରାଳୀକୁ ଦେଇଥିଲେ। ଅନ୍ୟ ଗାଈ ଗୋରୁଙ୍କୁ ଜଙ୍ଗଲକୁ ଚରିବାକୁ ଯାଇଥିଲା ବଳଦ। ସେହି ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଚନ୍ଦ୍ରମଣି ବେହେରାଙ୍କ ବଳଦର ମୁହଁ ସମ୍ପୁର୍ଣ୍ଣ ଛୀନ ଛତର ହୋଇ ଯାଇଥିଲା। ଗାଈ ଚରାଳି ଗାଁରେ ଆସି ଘଟଣା କହିବା ପରେ ଗ୍ରାମବାସୀ ଯାଇ ଗୁରୁତର ବଳଦକୁ ଉଦ୍ଧାର କରି ଘରକୁ ଆଣିଛନ୍ତି।

ତେବେ କେହି ଦୁର୍ବୃତ୍ତ ଜଙ୍ଗଲରେ ବାରହା ଶିକାର ପାଇଁ ଘାସ ପୁଡିଆ ଭିତରେ ବୋମା ଲୁଚାଇ ରଖିଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବନବିଭାଗକୁ ଖବର ଦେବା ପରେ ବନକର୍ମଚାରୀ ଗାଁରେ ପହଂଚି ଘଟଣା ବୁଝିଛନ୍ତି। ତେବେ ନିରୀହ ପଶୁର ଏଭଳି ଅବସ୍ଥା କରିଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ସୂଚନାଯୋଗ୍ୟ, ପୂର୍ବରୁ ଖଲିକୋଟରେ ସମାନ ଘଟଣା ଦେଖିବାକୁ ମିଳିଥିଲା।

The post ଖାଦ୍ୟ ଭାବି ବୋମା ଖାଇଗଲା ବଳଦ, ଆଉ ତା’ ପରେ… appeared first on Odisha Reporter.

]]>
right bottom 2021-02-25 18:16:18 https://cdn.odishareporter.in/wp-content/uploads/2021/02/25164943/ox.jpg
ଚାକିରୀ ଦେବାକୁ କହି ଠକୁଥିଲେ, ଶେଷରେ ବନ୍ଧା ହେଲେ ବାପପୁଅ https://odishareporter.in/odisha/angul/father-son-arrested-in-fruad-case-621271 Mon, 22 Feb 2021 02:52:33 +0000 https://odishareporter.in/?p=621271

ଅନୁଗୁଳ(ବିରଜା ଦାସ): ନାମିଦାମୀ କମ୍ପାନୀରେ ଚାକିରୀ କରାଇ ଦେବାକୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା। ପ୍ରାୟ ବର୍ଷ ବର୍ଷ ଧରି କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରର ଏପରି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା  ବାପପୁଅଙ୍କୁ  ଶେଷରେ  ବାନ୍ଧିଛି ପୁଲିସ୍‌।  ଏପରି ଅଭିଯୋଗରେ ବନ୍ଧା ହୋଇଛନ୍ତି  ଅନୁଗୋଳ ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଓ ତାଙ୍କ ପୁଅ। ଅଭିଯୋଗ ଅନୁଯାୟୀ, ଅନୁଗୋଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନା ନାମକ ବ୍ୟକ୍ତିଙ୍କ ପୁଅକୁ […]

The post ଚାକିରୀ ଦେବାକୁ କହି ଠକୁଥିଲେ, ଶେଷରେ ବନ୍ଧା ହେଲେ ବାପପୁଅ appeared first on Odisha Reporter.

]]>

ଅନୁଗୁଳ(ବିରଜା ଦାସ): ନାମିଦାମୀ କମ୍ପାନୀରେ ଚାକିରୀ କରାଇ ଦେବାକୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା। ପ୍ରାୟ ବର୍ଷ ବର୍ଷ ଧରି କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରର ଏପରି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା  ବାପପୁଅଙ୍କୁ  ଶେଷରେ  ବାନ୍ଧିଛି ପୁଲିସ୍‌।  ଏପରି ଅଭିଯୋଗରେ ବନ୍ଧା ହୋଇଛନ୍ତି  ଅନୁଗୋଳ ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଓ ତାଙ୍କ ପୁଅ।

ଅଭିଯୋଗ ଅନୁଯାୟୀ, ଅନୁଗୋଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନା ନାମକ ବ୍ୟକ୍ତିଙ୍କ ପୁଅକୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଘନଶ୍ୟାମ ମିଶ୍ର। ଏଥିନିମନ୍ତେ ପ୍ରାୟ ୩ ବର୍ଷ ବର୍ଷ ପୂର୍ବେ ପ୍ରାଣବନ୍ଧୁ ଘନଶ୍ୟାମଙ୍କୁ ୪ଲକ୍ଷ ୫୦ହଜାର ଟଙ୍କା ଦେଇଥିଲେ।  ମାତ୍ର ଦିନପରେ ଦିନ ବିତିଥିଲେ ମଧ୍ୟ ଘନଶ୍ୟାମ ମିଶ୍ର ନିଯୁକ୍ତି ଦେଇ ପାରିନଥିବାରୁ ପ୍ରାଣବନ୍ଧୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ ।

ଘନଶ୍ୟାମ ୩ଟି କିସ୍ତିରେ ୮୦ହଜାର ଫେରସ୍ତ ଦେଇଥିଲେ।  ଅବଶିଷ୍ଟ ଟଙ୍କା ପାଇଁ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ ଶିମିଳିପଡ଼ା ସ୍ଥିତ ଘନଶ୍ୟାମଙ୍କ ବାସଭବନକୁ ଯାଇଥିଲେ। ମାତ୍ର ସେଠାରେ  ଘନଶ୍ୟାମ ଉଭୟଙ୍କୁ ଖରାପ ଭାଷାରେ ଗାଳିଗୁଲଜ, ଧମକ ଦେବା ସହ କାଠ ଫାଳିଆରେ ବଡେ଼ଇବାକୁ ଉଦ୍ୟତ ହୋଇଥିଲେ। ଏନେଇ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ  ।

ପରେ ଏହି ଘଟଣାର ତଦନ୍ତ କରି ପୁଲିସ୍‌ ଘନଶ୍ୟାମ ଓ ତାଙ୍କ ପୁଅଙ୍କ ଏକ ବଡ଼ ଧରଣର ଠକେଇ ବିଷୟରେ ଜାଣିବାକୁ ପାଇଥିଲା ପୁଲିସ୍‌ । ବାପା ପୁଅ ଓଡ଼ିଶା, ବିହାର,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନାମିଦାମୀ କମ୍ପାନୀରେ ନିଯୁକ୍ତି ଦେବାପାଇଁ  ଜଣ ପିଛା ୨ରୁ ୩ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଥିଲା । ପରେ କୋଲିୟରୀ ପୁଲିସ୍‌ ବାପାପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏନେଇ ଅନୁଗୁଳ ଏସ୍‌ପି କହିଛନ୍ତି, ଏନେଇ କୋଲିୟାରୀ ଥାନାରେ ଅଭିଯୋଗ ହେବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି।  ଜଣେ ଲୋକଙ୍କ ଅଭିଯୋଗ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଏଥିରେ ଆଉ କିଏ କିଏ ଠକେଇର ଶିକାର ହୋଇଛନ୍ତି, ତା’ର ତଦନ୍ତ କରୁଛି ପୁଲିସ୍‌।

The post ଚାକିରୀ ଦେବାକୁ କହି ଠକୁଥିଲେ, ଶେଷରେ ବନ୍ଧା ହେଲେ ବାପପୁଅ appeared first on Odisha Reporter.

]]>
centre top 2021-02-22 08:22:33 https://cdn.odishareporter.in/wp-content/uploads/2021/02/22082045/father.jpg
IAS ରିଲେଟିଭ୍‌ଙ୍କ ଅୟସ୍ କାହାଣୀ ! ଜୁଲମ କରି ହେଉଥିଲେ ମାଲାମାଲ https://odishareporter.in/odisha/angul/the-story-of-ias-relevant-619668 Mon, 15 Feb 2021 15:41:38 +0000 https://odishareporter.in/?p=619668

ଅନୁଗୋଳ(ଓଡ଼ିଶା ରିପୋର୍ଟର): IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସ୍ କାହାଣୀ । ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭଙ୍କ ବିରୋଧରେ ସାଂଘାତିକ ଜାଲିଆତି ଅଭିଯୋଗ । ଯାହାଙ୍କ ନାଁ ସୁଶୀଳ ଅଗ୍ରୱାଲ । ଅନୁଗୋଳର ବ୍ୟବସାୟ ସୁଶୀଳ ଫସିଛନ୍ତି ବେଆଇନ ସୁଧ କାରବାର ମାମଲାରେ। ହଜାରେ କି ଦୁଇ ହଜାର ନୁହଁ, ଲକ୍ଷେ କି ଦୁଇ ଲକ୍ଷ ବି ନୁହଁ । ୫ ଲକ୍ଷ ଟଙ୍କାରେ ୨୫ ଲକ୍ଷର ସୁଧ ଜୁଲୁମ୍ କରି ଚର୍ଚ୍ଚାରେ ସୁଶୀଳ। ତାପୁଣି ଜଣେ ହାଇସ୍କୁଲ ଶିକ୍ଷକଙ୍କୁ […]

The post IAS ରିଲେଟିଭ୍‌ଙ୍କ ଅୟସ୍ କାହାଣୀ ! ଜୁଲମ କରି ହେଉଥିଲେ ମାଲାମାଲ appeared first on Odisha Reporter.

]]>

ଅନୁଗୋଳ(ଓଡ଼ିଶା ରିପୋର୍ଟର): IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସ୍ କାହାଣୀ । ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭଙ୍କ ବିରୋଧରେ ସାଂଘାତିକ ଜାଲିଆତି ଅଭିଯୋଗ । ଯାହାଙ୍କ ନାଁ ସୁଶୀଳ ଅଗ୍ରୱାଲ । ଅନୁଗୋଳର ବ୍ୟବସାୟ ସୁଶୀଳ ଫସିଛନ୍ତି ବେଆଇନ ସୁଧ କାରବାର ମାମଲାରେ। ହଜାରେ କି ଦୁଇ ହଜାର ନୁହଁ, ଲକ୍ଷେ କି ଦୁଇ ଲକ୍ଷ ବି ନୁହଁ । ୫ ଲକ୍ଷ ଟଙ୍କାରେ ୨୫ ଲକ୍ଷର ସୁଧ ଜୁଲୁମ୍ କରି ଚର୍ଚ୍ଚାରେ ସୁଶୀଳ।

ତାପୁଣି ଜଣେ ହାଇସ୍କୁଲ ଶିକ୍ଷକଙ୍କୁ ଏଭଳି ଜୁଲମ୍ କରିଛନ୍ତି ସେ । ଛେଣ୍ଡିପଦା ଥାନା ବାଗଡ଼ଇା ଅଞ୍ଚଳର ଶିକ୍ଷକ ବଂଶୀଧର ଦେହୁରୀ ଏହି ଠକାମିର ଶିକାର ହୋଇଛନ୍ତି। ୪ ବର୍ଷ ପୂର୍ବରୁ ୩ ପ୍ରତିଶତ ସୁଧରେ ସୁଶୀଳଙ୍କ ଠାରୁ ଧାର ‌ଆଣିଥିଲେ ୫ ଲକ୍ଷ ଟଙ୍କା। ପରବର୍ତ୍ତୀ ସମୟରେ ସୁଧ ବାବଦକୁ ସୁଶୀଳଙ୍କ ଦାବି ମୁତାବକ ୨୫ ଲକ୍ଷ ସୁଧ ବି ଶୁଝିସାରିଥିଲେ । ପରେ ପୁଣି ସୁଧ ଦାବି କରିବାରୁ ମଧ୍ୟସ୍ଥି ଜରିଆରେ ଟଙ୍କା ଶୁଝିବା ପାଇଁ ଅନୁଗୋଳର ଲାଲ ମୋହନ ଦାସଙ୍କଠାରୁ ୪ ପ୍ରତିଶତ ସୁଧରେ ଧାର ଆଣିଥିଲେ ୨ ଲକ୍ଷ । କିନ୍ତୁ ୧୫ ଲକ୍ଷରୁ ଅଧିକ ଟଙ୍କା ଦାବି କରି ଜୋରଜବରଦସ୍ତ ବଂଶୀଧରଙ୍କଠାରୁ ଦସ୍ତଖତ କରାଇ ନେଇଥିଲେ ଲାଲମୋହନ। ଏପରିକି ସ୍କୁଲକୁ ଯାଇ ବଂଶୀଧରଙ୍କୁ ମଧ୍ୟ ଧମକ ଚମକ କରୁଥିଲେ । ଏନେଇ ବଂଶୀଧରଙ୍କ ଝିଅ ଅନୁଗୋଳ ସଦର ଥାନାରେ ଏତଲା ଦେବା ପରେ ପୁଲିସ ସୁଶୀଳଙ୍କୁ ଗିରଫ କରିଥିଲା । ପରେ ଜାମିନ ପାଇଥିଲେ ସୁଶୀଳ । ଫେରାର୍ ଲାଲମୋହନ ଏବଂ ସହଯୋଗୀକୁ ଧରିବାକୁ ଛାନଭିନ୍ ଚଳାଇଛି ପୁଲିସ। ସୁଶୀଳଙ୍କ ଏଭଳି ଚଞ୍ଚକତା ଓ ଜୁଲୁମ୍ ନୂଆ ନୁହେଁ ।

ପୂର୍ବରୁ ଅନୁଗୋଳ ବଅଁରପାଳ ତହସିଲ ଅନ୍ତର୍ଗତ କୁସାସିଙ୍ଗା ଏବଂ ଆଖପାଖ ଅଞ୍ଚଳର ଚାଷୀଙ୍କ ପାଖାପାଖି ୩ ଶହ ଏକର ଜମି ହଡ଼ପ କରିଥିବା ଅଭିଯୋଗ ଉଠିଥିଲା । ଜିଲ୍ଲା ପ୍ରଶାସନକୁ ହାତ କରି ଗତ ୧୦ ବର୍ଷ ମଧ୍ୟରେ ଏସବୁ ଜମିକୁ ହଡପ କରିଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । କେବଳ ସେତିକି ନୁହେଁ, ଯୋଗାଣ ବିଭାଗର କଣ୍ଟ୍ରାକ୍ଟର ଥିବା ସମୟରେ ଲୋକଙ୍କ ପାଇଁ ଆସିଥିବା କେନ୍ଦ୍ର ସରକାରଙ୍କ ଚାଉଳକୁ ଡିଲର ପଏଣ୍ଟରେ କାଟିପକାଉଥିଲେ । ଏହି ଅଭିଯୋଗ ପରେ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ଏସବୁ ବିବାଦ ଭିତରେ ଏବେ ବେଆଇନ ସୁଧ ମାମଲାରେ ଛନ୍ଦି ହୋଇଛନ୍ତି ସୁଶୀଳ । ତେବେ ସୁଶୀଳ ସୁଧ କାରବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଜ୍ୟର ଜଣେ ବରିଷ୍ଠ IASଙ୍କ ସମ୍ପର୍କୀୟ କୁହାଯାଉଥିବା ସୁଶୀଳ ଅଗ୍ରୱାଲଙ୍କ ଏଭଳି କେଳେଙ୍କାରୀ ଅଭିଯୋଗ ଏତିକି ନା ଆଗକୁ ପୁଣି ଚେର ଲମ୍ବିଛି ? ତାକୁ ନେଇ ସାରା ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ >> ଜୋତା ଚୋରି କଲେ ଅଭିନେତ୍ରୀ

 

 

The post IAS ରିଲେଟିଭ୍‌ଙ୍କ ଅୟସ୍ କାହାଣୀ ! ଜୁଲମ କରି ହେଉଥିଲେ ମାଲାମାଲ appeared first on Odisha Reporter.

]]>
Odisha News, right bottom 2021-02-16 13:01:25 https://cdn.odishareporter.in/wp-content/uploads/2021/02/15210408/6nmb-1.jpg
ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ ଉଠିଲା କୋକେଇ https://odishareporter.in/odisha/angul/old-couple-found-dead-in-house-618805 Fri, 12 Feb 2021 05:33:22 +0000 https://odishareporter.in/?p=618805

ଅନୁଗୋଳ(ବିରଜା ଦାସ)- ପ୍ରାୟ ୬୦ ବର୍ଷରୁ ଅଧିକ ହେବ ପରସ୍ପରର ହାତ ଧରାଧରି ହୋଇଥିଲେ। ଦୀର୍ଘ ବର୍ଷ ଧରି ସଂସାରର ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ବି ହୋଇଥିଲେ।ହେଲେ ଶେଷରେ ସାଥୀ ହୋଇ ଚାଲି ବି ଗଲେ। ଏକ ସଙ୍ଗେ ଘରୁ ଉଠିଲା କୋକେଇ।  ବୃଦ୍ଧ ଦମ୍ପତିଙ୍କ ଶେଷକୃତ ବି ଏକ ସଙ୍ଗେ ସମ୍ପନ୍ନ ହୋଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘଟିଯାଇଛି […]

The post ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ ଉଠିଲା କୋକେଇ appeared first on Odisha Reporter.

]]>

ଅନୁଗୋଳ(ବିରଜା ଦାସ)- ପ୍ରାୟ ୬୦ ବର୍ଷରୁ ଅଧିକ ହେବ ପରସ୍ପରର ହାତ ଧରାଧରି ହୋଇଥିଲେ। ଦୀର୍ଘ ବର୍ଷ ଧରି ସଂସାରର ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ବି ହୋଇଥିଲେ।ହେଲେ ଶେଷରେ ସାଥୀ ହୋଇ ଚାଲି ବି ଗଲେ। ଏକ ସଙ୍ଗେ ଘରୁ ଉଠିଲା କୋକେଇ।  ବୃଦ୍ଧ ଦମ୍ପତିଙ୍କ ଶେଷକୃତ ବି ଏକ ସଙ୍ଗେ ସମ୍ପନ୍ନ ହୋଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘଟିଯାଇଛି ।

ଶୋଇଥିବା ଅବସ୍ଥାରେ ଶ୍ଵାସରୁଦ୍ଧ ହୋଇ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଦୁଃଖବନ୍ଧୁ ସାହୁ  ଓ ତାଙ୍କ ସ୍ତ୍ରୀ ପାଞ୍ଚାଳି ସାହୁ । ଉଭୟ ଗତ ରାତିରେ ଖାଇ ସାରି ନିଜ ରୁମ୍‌ରେ ଶୋଇଥିଲେ। ସେହି ରୁମ୍‌ରେ ଏକ ଟେବୁଲ ଫ୍ୟାନ ଚାଲୁଥିଲା। ସଟ ସର୍କିଟ ହୋଇ ଫ୍ୟାନରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଫଳରେ ବୃଦ୍ଧ ଦମ୍ପତି ଶୋଇଥିବା ଅବସ୍ଥାରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ଆଜି ସକାଳେ ପରିବାରର ଅନ୍ୟ ସଦସ୍ୟ  ବୃଦ୍ଧ ଦମ୍ପତି ଶୋଇଥିବା ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଘର କବାଟ ଖୋଲି ଉଭୟ ନିଶ୍ଚଳ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଉଭୟଙ୍କୁ ଉଦ୍ଧାର କରି ବାହାରକୁ ଆଣିବା ପରେ  ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି। ପରିବାରବର୍ଗ ବୃଦ୍ଧ ଦମ୍ପତିଙ୍କ ସଂସ୍କାର କରଥିବାବେଳେ ସେଠାରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ପହଞ୍ଚି  ଶୋକ ସନ୍ତପ୍ତ ପରିବାରବର୍ଗକୁ ଆଶ୍ୱାସନା  କରିଥିଲେ । ଘଟଣା ବିଷୟରେ ବିକ୍ରମପୁର ପୁଲିସ୍‌ ଅବଗତ ନଥିବା ଜଣାପଡିଛି ।

The post ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ ଉଠିଲା କୋକେଇ appeared first on Odisha Reporter.

]]>
centre bottom 2021-02-12 11:23:57 https://cdn.odishareporter.in/wp-content/uploads/2021/02/12110054/angul-1.jpg
ଚୋର ଧରିବାକୁ ଯାଇଥିଲା ପୁଲିସ୍‌, ଛେଚିଲେ ଗାଁ ଲୋକ https://odishareporter.in/odisha/angul/police-attacked-by-villagers-in-angul-618051 Tue, 09 Feb 2021 03:13:27 +0000 https://odishareporter.in/?p=618051

ଅନୁଗୁଳ(ବିରଜା ଦାସ): ଚୋର ଧରିବାକୁ ଯାଇ ବହେ ଛେଚା ଖାଇଲେ ପୁଲିସ୍‌ ବାବୁ । ଏକ ଚୋରି ମାମଲାରେ ଜଣକୁ ଧରି ଥାନାକୁ ଆଣିଲା ବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା । ପୁଲିସ୍‌ ନେଇ ଆସୁଥିବା ଅଭିଯୁକ୍ତ ଜଣକ ପିଲାଚୋର ଭାବି ଲୋକେ ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଏପରିକି ସାଧା ପୋଷାକଧାରୀ ପୁଲିସ୍‌ ଟିମ୍ ଉପରେ ବି ଆକ୍ରମଣ କରିବାକୁ ପଛାଇନଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଖବର ଅନୁସାରେ, […]

The post ଚୋର ଧରିବାକୁ ଯାଇଥିଲା ପୁଲିସ୍‌, ଛେଚିଲେ ଗାଁ ଲୋକ appeared first on Odisha Reporter.

]]>

ଅନୁଗୁଳ(ବିରଜା ଦାସ): ଚୋର ଧରିବାକୁ ଯାଇ ବହେ ଛେଚା ଖାଇଲେ ପୁଲିସ୍‌ ବାବୁ । ଏକ ଚୋରି ମାମଲାରେ ଜଣକୁ ଧରି ଥାନାକୁ ଆଣିଲା ବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା । ପୁଲିସ୍‌ ନେଇ ଆସୁଥିବା ଅଭିଯୁକ୍ତ ଜଣକ ପିଲାଚୋର ଭାବି ଲୋକେ ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଏପରିକି ସାଧା ପୋଷାକଧାରୀ ପୁଲିସ୍‌ ଟିମ୍ ଉପରେ ବି ଆକ୍ରମଣ କରିବାକୁ ପଛାଇନଥିଲେ ।

ସ୍ଥାନୀୟ ବାସିନ୍ଦାଙ୍କ ଖବର ଅନୁସାରେ, ସଂଯପଡା ଗାଁରେ ଯାଇଥିବା ପାଇପ ଲାଇନରୁ ୪ଜଣ ତେଲ ଚୋରି କରୁଥିବା ଅଭିଯୋଗ ପାଇବା ପରେ ୩ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିଲା ପୁଲିସ୍‌ ।  ଅନ୍ୟଜଣଙ୍କୁ ଉଠାଇ ଆଣିବା ପାଇଁ ଆମନା ଗାଁକୁ ସାଧା ପୋଷାକରେ ଯାଇଥିଲା। ସେଠାରୁ ଅଭିଯୁକ୍ତକୁ କାବୁ କରି ଫେରିବା ବେଳେ ଏମିତି ଅପ୍ରିତିକର ପରିସ୍ଥିତିର ସମ୍ମୁଖିନ ହୋଇଥିଲା ପୁଲିସ୍‌। ଉତ୍ତ୍ୟକ୍ତ ଲୋକେ ଆକ୍ରମଣ ସହ ପୁଲିସ୍‌ ଗାଡିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ କିନ୍ତୁ ପୁଲିସ୍‌ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

The post ଚୋର ଧରିବାକୁ ଯାଇଥିଲା ପୁଲିସ୍‌, ଛେଚିଲେ ଗାଁ ଲୋକ appeared first on Odisha Reporter.

]]>
centre bottom 2021-02-09 08:43:27 https://cdn.odishareporter.in/wp-content/uploads/2021/02/09084129/angul.jpg
ନିଶାଖୋର ପୁଅକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା ମା’ https://odishareporter.in/odisha/mother-killed-alcoholic-son-3-arrested-611187 Wed, 13 Jan 2021 08:11:31 +0000 https://odishareporter.in/?p=611187

ଅନୁଗୋଳ(ବିରଜା ଦାସ): ଯେଉଁ ମା’ ୯ ମାସ ଗର୍ଭରେ ରଖି  ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା ।  ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା, ଶେଷରେ ତାକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା। ନିଶାଖୋର ପୁଅ ନିର୍ଯାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି ।  କେବଳ ମା’ ନୁହେଁ ଏପରି ଜଘନ୍ୟ କାଣ୍ଡରେ ମୃତକଙ୍କ ବଡ଼ ଭାଇ, ଭଉଣୀ ମଧ୍ୟ ସାମିଲ ଅଛନ୍ତି।   ଏପରି […]

The post ନିଶାଖୋର ପୁଅକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା ମା’ appeared first on Odisha Reporter.

]]>

ଅନୁଗୋଳ(ବିରଜା ଦାସ): ଯେଉଁ ମା’ ୯ ମାସ ଗର୍ଭରେ ରଖି  ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା ।  ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା, ଶେଷରେ ତାକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା। ନିଶାଖୋର ପୁଅ ନିର୍ଯାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି ।  କେବଳ ମା’ ନୁହେଁ ଏପରି ଜଘନ୍ୟ କାଣ୍ଡରେ ମୃତକଙ୍କ ବଡ଼ ଭାଇ, ଭଉଣୀ ମଧ୍ୟ ସାମିଲ ଅଛନ୍ତି।   ଏପରି ଅଭାବନୀୟ ଘଟଣା ଗତକାଲି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ ଘଟିଥିଲା। ମୃତ ରାଜକିଶୋର ପ୍ରଧାନ(୨୫)ଙ୍କ  ମା’ ବଡ଼ ଭାଇ ଓ ଭଉଣୀଙ୍କୁ ପୁଲିସ୍‌ ଗିରଫ କରିଛି।

ସୂଚନାଯୋଗ୍ୟ,  ରାଜକିଶୋର ପ୍ରତିଦିନ ନିଶା ପିଇ ଆସି ଘରେ କଳହ ତଥା ମାରପିଟ କରୁଥିଲେ । ଗତକାଲି  ସନ୍ଧ୍ୟାବେଳେ ନିଶା ସେବନ କରି ଘରେ ପହଞ୍ଚିଥିଲେ। ଏହାପରେ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଭଉଣୀଙ୍କୁ ମାରପିଟ କରିବାକୁ ଉଦ୍ୟତ ହୋଇଥିଲେ। ଏଥିରେ ଅତିଷ୍ଠ ହୋଇ  ରାଜକିଶୋରଙ୍କ ମା’, ବଡ଼ଭାଇ ଓ ଭଉଣୀ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୁଲିସ୍‌ ଗତକାଲି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ବେଳେ ଆଜି ମା’, ଭାଇ, ଭଉଣୀଙ୍କୁ ଗିରଫ କରିଛି।

ପୁଲିସ୍‌  ଗତକାଲି ଅର୍ଦ୍ଧଦଗ୍ଧ ରାଜକିଶୋରଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଘରେ ଆଉ କେହି ନ ଥିବାରୁ ରାଜକିଶୋରଙ୍କ ମୃତଦେହ ଆଠମଲ୍ଲିକ ଶବବ୍ୟବଚ୍ଛେଦ ଗୃହରେ ଥିବା ଜଣାଯାଇଛି। କେହି ନିକଟ ସମ୍ପର୍କୀୟ ପହଞ୍ଚିଲେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ କହିଛି। ରାଜକିଶୋରଙ୍କ ନିଶାଖୋର ପ୍ରବୃତ୍ତି କିଛି ମାସ ପୂର୍ବେ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଯାଇଥିବା ଜଣାଯାଇଛି।

The post ନିଶାଖୋର ପୁଅକୁ ଖୁଣ୍ଟରେ ବାନ୍ଧି ଜାଳିଦେଲା ମା’ appeared first on Odisha Reporter.

]]>
right top 2021-01-13 14:12:34 https://cdn.odishareporter.in/wp-content/uploads/2020/10/09171305/fire-2.jpg
ଭୋଜି ସାରି ଫେରୁଥିଲେ ୨ ସାଙ୍ଗ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ୍‌ https://odishareporter.in/odisha/accident-in-angul-last-night-608073 Mon, 04 Jan 2021 02:03:25 +0000 https://odishareporter.in/?p=608073

ଅନୁଗୋଳ (ବିରଜା ପ୍ରସାଦ ଦାସ): ଆଖି ପିଛୁଳାକେ ମିଳାଇଗଲା ନୂଆ ବର୍ଷ ଖୁସି। ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ଭୋଜି ସାରି ଘରକୁ ଫେରିବା ବେଳେ କାଳ ସାଜିଲା ଦୁର୍ଘଟଣା। ରାସ୍ତାରେ ହିଁ ଆଖି ବୁଜିଦେଲେ ୨ ସାଙ୍ଗ। ଏପରି ଦୁଃଖଦ ଘଟଣା ଗତକାଲି ରାତିରେ ଘଟିଛି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ। ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକଦ୍ୱୟ ହେଉଛନ୍ତି, ସାପଘରା ପଞ୍ଚାୟତ ତୁମୁରିସିଂହା ଗାଁର କୀର୍ତ୍ତନ […]

The post ଭୋଜି ସାରି ଫେରୁଥିଲେ ୨ ସାଙ୍ଗ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ୍‌ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାସ): ଆଖି ପିଛୁଳାକେ ମିଳାଇଗଲା ନୂଆ ବର୍ଷ ଖୁସି। ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ଭୋଜି ସାରି ଘରକୁ ଫେରିବା ବେଳେ କାଳ ସାଜିଲା ଦୁର୍ଘଟଣା। ରାସ୍ତାରେ ହିଁ ଆଖି ବୁଜିଦେଲେ ୨ ସାଙ୍ଗ। ଏପରି ଦୁଃଖଦ ଘଟଣା ଗତକାଲି ରାତିରେ ଘଟିଛି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ।

ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକଦ୍ୱୟ ହେଉଛନ୍ତି, ସାପଘରା ପଞ୍ଚାୟତ ତୁମୁରିସିଂହା ଗାଁର କୀର୍ତ୍ତନ ନାୟକ ଓ ଖମାର ଗାଁର ଜଗଦୀଶ ସାହୁ।

କୀର୍ତ୍ତନ ଓ ଜଗଦୀଶ ନୂଆ ବର୍ଷ ଭୋଜି ସାରି ଏକ ବାଇକ୍‌ରେ ଠାକୁରଗଡ଼ରୁ ଖମାର ଅଭିମୁଖେ ଯାଉଥିଲେ। ତେବେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍‌ ଭ୍ୟାନ ବାଇକ୍‌କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆଠମଲ୍ଲିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ଫେରାର ହୋଇଯାଇଥିବାବେଳେ ପୁଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଲାଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସାପଘରା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।

The post ଭୋଜି ସାରି ଫେରୁଥିଲେ ୨ ସାଙ୍ଗ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ୍‌ appeared first on Odisha Reporter.

]]>
centre top 2021-01-04 08:06:39 https://cdn.odishareporter.in/wp-content/uploads/2020/12/15162611/accident-1.jpg
ରାତି ଅଧରେ ବନ୍ଧୁକ ମୁନରେ ଅପହରଣ https://odishareporter.in/odisha/kidnap-in-midnight-from-angul-606408 Tue, 29 Dec 2020 04:21:03 +0000 https://odishareporter.in/?p=606408

ଅନୁଗୁଳ(ବିରଜା ପ୍ରସାଦ ଦାସ): ରାତି ଅଧରେ ବନ୍ଧୁକ ମୁନରେ ୨ ସୁପରଭାଇଜରଙ୍କୁ ଅପହରଣ କରିନେଲେ। ଅପହରଣକାରୀମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ବେଳେ ସେମାନେ କିଏ ଓ କେଉଁଠୁ ଆସିଥିଲେ ଓ କ’ଣ ପାଇଁ ଅପହରଣ କଲେ ସେ ନେଇ କିଛି ଟେର ପାଉନି ପୁଲିସ୍‌।  ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର କମ୍ପରକେଳା-ତିମି ରାସ୍ତା ନିର୍ମାଣରେ ନିୟୋଜିତ ସ୍ୱାଇଁ ଆଣ୍ଡ କୋ କଂପାନିର ୨ ସୁପରଭାଇଜରଙ୍କ ଅପହରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ […]

The post ରାତି ଅଧରେ ବନ୍ଧୁକ ମୁନରେ ଅପହରଣ appeared first on Odisha Reporter.

]]>

ଅନୁଗୁଳ(ବିରଜା ପ୍ରସାଦ ଦାସ): ରାତି ଅଧରେ ବନ୍ଧୁକ ମୁନରେ ୨ ସୁପରଭାଇଜରଙ୍କୁ ଅପହରଣ କରିନେଲେ। ଅପହରଣକାରୀମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ବେଳେ ସେମାନେ କିଏ ଓ କେଉଁଠୁ ଆସିଥିଲେ ଓ କ’ଣ ପାଇଁ ଅପହରଣ କଲେ ସେ ନେଇ କିଛି ଟେର ପାଉନି ପୁଲିସ୍‌।  ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର କମ୍ପରକେଳା-ତିମି ରାସ୍ତା ନିର୍ମାଣରେ ନିୟୋଜିତ ସ୍ୱାଇଁ ଆଣ୍ଡ କୋ କଂପାନିର ୨ ସୁପରଭାଇଜରଙ୍କ ଅପହରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

ଠିକା ସଂସ୍ଥାର ମ୍ୟାନେଜରଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ଗୋଟାଏ  ପରେ ୧୦ରୁ ୧୨ ଜଣ ରାସ୍ତା ନିର୍ମାଣ ପାଇଁ ହୋଇଥିବା କ୍ୟାମ୍ପ ପାଖରେ ପହଞ୍ଚିଥିଲେ। ସେଠାରେ ଠିକାଦାର, ହେଲପରଙ୍କୁ ମିଶାଇ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କର୍ମଚାରୀ ରହୁଥିବା ବେଳେ କିଏ କ’ଣ କରୁଛ ବୋଲି ହିନ୍ଦୀରେ ପଚାରିଥିଲେ। ଏହାପରେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୨ ସୁପରଭାଇଜର ସନାତନ ବେହେରା ଓ ନରୋତ୍ତମ ବିଶ୍ୱାଳଙ୍କୁ ୨ଟି ଗାଡ଼ିରେ ଉଠାଇ ନେଇଥିଲେ।

8 କୋଟି ଟଙ୍କା ବ୍ୟୟରେ ଏହି ନିର୍ମାଣ କାମ ଚାଲିଥିବା ବେଳେ କିଏ ଓ କ’ଣ ପାଇଁ   ଠିକା ସଂସ୍ଥାର ମ୍ୟାନେଜର ଘଟଣା ସ୍ଥଳରେ ପହଞ୍ଚିବା ପରେ ପଲଲହଡ଼ା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

The post ରାତି ଅଧରେ ବନ୍ଧୁକ ମୁନରେ ଅପହରଣ appeared first on Odisha Reporter.

]]>
centre bottom 2020-12-29 09:51:03 https://cdn.odishareporter.in/wp-content/uploads/2020/12/29094550/kikidnap.jpg
ହାତୀ ଆକ୍ରମଣରେ ଜଣେ ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର https://odishareporter.in/odisha/one-minor-killed-in-elephant-attack-in-anugul-605519 Sat, 26 Dec 2020 05:51:03 +0000 https://odishareporter.in/?p=605519

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ମଣ୍ଡୁଆ ଗାଁରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳକ ହେଲେ ଶ୍ରୀକାନ୍ତ ରାଉତ। ତାଙ୍କୁ ୧୩ ବର୍ଷ ହୋଇଥିଲା। ଗୁରୁତର ଆହତ ହୋଇଥିବା ନାବାଳକଙ୍କ ନାଁ ଚନ୍ଦନ ସାହୁ (୧୭)। ଶ୍ରୀକାନ୍ତ ଓ ଚନ୍ଦନ ଗତକାଲି ରାତିରେ ଶୌଚ ପାଇଁ ଗାଁ ନିକଟ ପଡ଼ିଆକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ସେମାନଙ୍କୁ […]

The post ହାତୀ ଆକ୍ରମଣରେ ଜଣେ ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ମଣ୍ଡୁଆ ଗାଁରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି।

ମୃତ ନାବାଳକ ହେଲେ ଶ୍ରୀକାନ୍ତ ରାଉତ। ତାଙ୍କୁ ୧୩ ବର୍ଷ ହୋଇଥିଲା। ଗୁରୁତର ଆହତ ହୋଇଥିବା ନାବାଳକଙ୍କ ନାଁ ଚନ୍ଦନ ସାହୁ (୧୭)।

ଶ୍ରୀକାନ୍ତ ଓ ଚନ୍ଦନ ଗତକାଲି ରାତିରେ ଶୌଚ ପାଇଁ ଗାଁ ନିକଟ ପଡ଼ିଆକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଚନ୍ଦନର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ଗୁରୁତର ନାବାଳକଙ୍କୁ ଆର୍ଥିକ ସହାୟତା ଦାବିରେ ଗ୍ରାମବାସୀ ଛେଣ୍ଡିପଦା ରେଞ୍ଜ ଅଫିସ ଘେରାଉ କରିଛନ୍ତି।

The post ହାତୀ ଆକ୍ରମଣରେ ଜଣେ ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର appeared first on Odisha Reporter.

]]>
right bottom 2020-12-26 11:22:36 https://cdn.odishareporter.in/wp-content/uploads/2020/12/26111927/anugul1.jpg
ସ୍ପେଶାଲ ସ୍କ୍ୱାଡକୁ ବଡ଼ ସଫଳତା, ଧରା ପଡ଼ିଲା ଟାୱାର କଟିଙ୍ଗ ଗ୍ୟାଙ୍ଗ https://odishareporter.in/odisha/tower-cutting-gang-arrested-by-special-squad-603781 Sun, 20 Dec 2020 11:37:34 +0000 https://odishareporter.in/?p=603781

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ପୁଲିସର ସ୍ପେଶାଲ ସ୍କ୍ୱାଡକୁ ମିଳିଛି ବଡ଼ ସଫଳତା। ଟାୱାର କଟିଙ୍ଗ ଗ୍ୟାଙ୍ଗର ୧୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ। ଏହାସହ ସେମାନଙ୍କଠାରୁ ଚୋରି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ ଇନଚାର୍ଜଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। କିଛିଦିନ ତଳେ ଅନୁଗୋଳ ଥାନା କାଙ୍ଗୁଲା ବାଲିସାହି ଜଙ୍ଗଲରେ ଥିବା ମୋନେଟ ପାୱାର ପ୍ଲାଣ୍ଟର ଟାୱାରକୁ କିଛି ଦୁର୍ବୁତ୍ତ କାଟୁଥିବା ଖବର ପାଇଥିଲା […]

The post ସ୍ପେଶାଲ ସ୍କ୍ୱାଡକୁ ବଡ଼ ସଫଳତା, ଧରା ପଡ଼ିଲା ଟାୱାର କଟିଙ୍ଗ ଗ୍ୟାଙ୍ଗ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ପୁଲିସର ସ୍ପେଶାଲ ସ୍କ୍ୱାଡକୁ ମିଳିଛି ବଡ଼ ସଫଳତା। ଟାୱାର କଟିଙ୍ଗ ଗ୍ୟାଙ୍ଗର ୧୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ। ଏହାସହ ସେମାନଙ୍କଠାରୁ ଚୋରି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ ଇନଚାର୍ଜଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।

କିଛିଦିନ ତଳେ ଅନୁଗୋଳ ଥାନା କାଙ୍ଗୁଲା ବାଲିସାହି ଜଙ୍ଗଲରେ ଥିବା ମୋନେଟ ପାୱାର ପ୍ଲାଣ୍ଟର ଟାୱାରକୁ କିଛି ଦୁର୍ବୁତ୍ତ କାଟୁଥିବା ଖବର ପାଇଥିଲା ସ୍ପେଶାଲ ସ୍କ୍ୱାଡ୍। ଫୁଲପଡା ସ୍ଥିତ ପାୱାର ଗ୍ରୀଡ଼ରୁ ମୋନେଟ ପାୱାର ପ୍ଲାଣ୍ଟକୁ ବିଜୁଳି ପରିବହନ ନିମନ୍ତେ କମ୍ପାନୀ ପକ୍ଷରୁ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ତାର ସଂଯୋଗ ହୋଇନଥିଲା। ତେଣୁ ଏହାର ସୁଯୋଗ ନେଇ ଟାୱାର କଟିଙ୍ଗ ଗ୍ରୁପର ସଦସ୍ୟ ଟାୱାର କାଟି ସେସବକୁ କୋଲକତାକୁ ଚାଲାଣ ଉଦ୍ଦେଶ୍ୟରେ କଟୁଥିବାବେଳେ ସେମାନଙ୍କୁ କାବୁ କରାଯାଇଥିଲା।

ସେମାନଙ୍କ ଠାରୁ ଏକ ଟ୍ରାକ୍ଟର, ଟାୱାର କଟିଙ୍ଗ ପାଇଁ ବ୍ୟବହୃତ ଅକ୍ସିଜେନ ସିଲିଣ୍ଡର ୮ଟି , LPG ସିଲିଣ୍ଡର ୬ଟି ଏବଂ ୩ଟି ଗ୍ୟାସ କଟର ଜବତ କରାଯାଇଛି। ଟାୱାର କଟିଙ୍ଗ ଗ୍ରୁପର ୧୨ ଜଣଙ୍କୁ ପୁଲିସ ଅଟକ ରଖି ଅଧିକ ଜେରା କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସଂପୃକ୍ତ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

The post ସ୍ପେଶାଲ ସ୍କ୍ୱାଡକୁ ବଡ଼ ସଫଳତା, ଧରା ପଡ଼ିଲା ଟାୱାର କଟିଙ୍ଗ ଗ୍ୟାଙ୍ଗ appeared first on Odisha Reporter.

]]>
right bottom 2020-12-20 18:49:33 https://cdn.odishareporter.in/wp-content/uploads/2020/12/20170531/tower.jpg
ନିଜ ବେକ କାଟି ଘର ପୋଡ଼ିଦେଲେ https://odishareporter.in/odisha/man-cut-his-neck-and-set-his-own-house-on-fire-in-odisha-anugul-dist-595301 Thu, 26 Nov 2020 07:50:40 +0000 https://odishareporter.in/?p=595301

ଅନୁଗୋଳ (ବିରଜା ପ୍ରସାଦ ଦାଶ): ପ୍ରଥମେ କଟୁରୀରେ ନିଜ ବେକ କାଟି ଦେଲେ। ତା’ପରେ ଘରେ ନିଆଁ ଲଗାଇ ଦେଲେ। ତେବେ ତାଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିଲା ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଏହି ଘଟଣା ଘଟିଥିଲା। ଆହତ ବ୍ୟକ୍ତିଙ୍କ ନାଁ ଖକନ ବେହେରା। ଘଟଣା ସଂପର୍କରେ ଖବର ପାଇ ପୁଲିସ […]

The post ନିଜ ବେକ କାଟି ଘର ପୋଡ଼ିଦେଲେ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ପ୍ରଥମେ କଟୁରୀରେ ନିଜ ବେକ କାଟି ଦେଲେ। ତା’ପରେ ଘରେ ନିଆଁ ଲଗାଇ ଦେଲେ। ତେବେ ତାଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିଲା ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ଆଜି ସକାଳେ ଏହି ଘଟଣା ଘଟିଥିଲା। ଆହତ ବ୍ୟକ୍ତିଙ୍କ ନାଁ ଖକନ ବେହେରା।

ଘଟଣା ସଂପର୍କରେ ଖବର ପାଇ ପୁଲିସ ପହଁଚି ଗୁରୁତର ଖକନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ତେବେ କେଉଁ କାରଣରୁ ଖକନ ଏଭଳି କାଣ୍ଡ ଘଟାଇଲେ, ତାହା ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ଅନୁସନ୍ଧାନରୁ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବା ପୁଲିସ ସୂଚନା ଦେଇଛି । ବର୍ତ୍ତମାନ ଗୁରୁତର ତାଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ କହିଛି ।

The post ନିଜ ବେକ କାଟି ଘର ପୋଡ଼ିଦେଲେ appeared first on Odisha Reporter.

]]>
right bottom 2020-11-26 13:40:10 https://cdn.odishareporter.in/wp-content/uploads/2020/11/26132001/fire-at-anugul.jpg
ରାସ୍ତାରେ ଛିଡ଼ା ହୋଇଥିଲେ ୨ ଭାଇ, ଦୁର୍ବୃତ୍ତ କଲେ ଅତର୍କିତ ଆକ୍ରମଣ https://odishareporter.in/odisha/attack-on-2-brothers-who-stand-on-road-last-night-in-angul-587917 Thu, 05 Nov 2020 02:31:48 +0000 https://odishareporter.in/?p=587917

ଅନୁଗୋଳ(ବିରଜା ପ୍ରସାଦ ଦାସ): ରାସ୍ତାରେ ୨ ଭାଇ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଟଳି ପଡ଼ିଲେ ଜଣେ ଭାଇ। ଅନ୍ୟ ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାଯାଇଛି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଅନୁଗୋଳ ଥାନା ମୁଷାପାପୁଲି ଗାଁ ନିକଟରେ ଘଟିଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ  ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇ ଭାଇ ଦୁଃଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡ଼ା […]

The post ରାସ୍ତାରେ ଛିଡ଼ା ହୋଇଥିଲେ ୨ ଭାଇ, ଦୁର୍ବୃତ୍ତ କଲେ ଅତର୍କିତ ଆକ୍ରମଣ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): ରାସ୍ତାରେ ୨ ଭାଇ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଟଳି ପଡ଼ିଲେ ଜଣେ ଭାଇ। ଅନ୍ୟ ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାଯାଇଛି। ଏପରି ହୃଦୟ ବିଦାରକ ଘଟଣା ଗତକାଲି ରାତିରେ ଅନୁଗୋଳ ଥାନା ମୁଷାପାପୁଲି ଗାଁ ନିକଟରେ ଘଟିଛି।

ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ  ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇ ଭାଇ ଦୁଃଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡ଼ା ହୋଇଥିଲେ। ତେବେ ହଠାତ କିଛି ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି ଫୁଟାଇବା ସହ ଉଭୟଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ ।  ଆକ୍ରମଣରେ ଦୁଷ୍ମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଦୁଃଶାସନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

The post ରାସ୍ତାରେ ଛିଡ଼ା ହୋଇଥିଲେ ୨ ଭାଇ, ଦୁର୍ବୃତ୍ତ କଲେ ଅତର୍କିତ ଆକ୍ରମଣ appeared first on Odisha Reporter.

]]>
right top 2020-11-05 08:01:48 https://cdn.odishareporter.in/wp-content/uploads/2020/08/04094104/attack.jpg
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ https://odishareporter.in/odisha/je-in-vigilance-trap-2-587604 Wed, 04 Nov 2020 04:43:21 +0000 https://odishareporter.in/?p=587604

ଅନୁଗୁଳ(ବିରଜା ପ୍ରସାଦ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସରେ ଭିଜିଲାନ୍ସ ରେଡ଼ ହୋଇଛି।   ଭିଜିଲାନ୍ସ କଟକ ଡିଭିଜନ ଏସ୍‌ପି ଶଶିଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି । ନିଆଳିର ସିଠାଳୋସ୍ଥିତ ପୈତୃକ ବାସଭବନ , ଶ୍ୱଶୁର ଘର ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି ।  ତେବେ କେତେ ପରିମାଣର […]

The post ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ appeared first on Odisha Reporter.

]]>

ଅନୁଗୁଳ(ବିରଜା ପ୍ରସାଦ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସରେ ଭିଜିଲାନ୍ସ ରେଡ଼ ହୋଇଛି।   ଭିଜିଲାନ୍ସ କଟକ ଡିଭିଜନ ଏସ୍‌ପି ଶଶିଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି ।

ନିଆଳିର ସିଠାଳୋସ୍ଥିତ ପୈତୃକ ବାସଭବନ , ଶ୍ୱଶୁର ଘର ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି ।  ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନି।

The post ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ appeared first on Odisha Reporter.

]]>
right bottom 2020-11-04 10:13:21 https://cdn.odishareporter.in/wp-content/uploads/2020/11/04101109/vigilance.jpg
ପୋଲ ତଳକୁ ଖସିଲା ବାଇକ୍‌ https://odishareporter.in/odisha/bike-accident-in-angul-587577 Wed, 04 Nov 2020 02:54:49 +0000 https://odishareporter.in/?p=587577

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ଏକ ବାଇକ୍‌ରେ ଆଠମଲ୍ଲିକ ଅଞ୍ଚଳର ବିନୋଦ ପାଣ୍ଡେ ଓ ଭୀମସେନ ମଲିକ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିଲେ। ମାତ୍ର ଗାଡ଼ିଟି ରାଇବାହାଳ ପୋଲ ଉପରେ ଭାରସାମ୍ୟ ହରାଇ ତଳକୁ […]

The post ପୋଲ ତଳକୁ ଖସିଲା ବାଇକ୍‌ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ଏକ ବାଇକ୍‌ରେ ଆଠମଲ୍ଲିକ ଅଞ୍ଚଳର ବିନୋଦ ପାଣ୍ଡେ ଓ ଭୀମସେନ ମଲିକ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିଲେ। ମାତ୍ର ଗାଡ଼ିଟି ରାଇବାହାଳ ପୋଲ ଉପରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।

ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ହୋଇଥିବାବେଳେ ଭୀମସେନ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ  ହସ୍ପିଟାଲ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି

The post ପୋଲ ତଳକୁ ଖସିଲା ବାଇକ୍‌ appeared first on Odisha Reporter.

]]>
centre bottom 2020-11-04 08:24:49 https://cdn.odishareporter.in/wp-content/uploads/2020/11/04082225/bike.jpg
ଶେଷରେ ଆଖି ବୁଜିଲା ଅସୁସ୍ଥ ହାତୀ https://odishareporter.in/odisha/elephant-dead-in-satokosia-587217 Tue, 03 Nov 2020 02:33:32 +0000 https://odishareporter.in/?p=587217

ଅନୁଗୋଳ(ବିରଜା ପ୍ରସାଦ ଦାସ): ସାତକୋଶିଆ ଅଭୟାରଣ୍ୟରୁ ଉଦ୍ଧାର ଅସୁସ୍ଥ ମାଈ ହାତୀ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛି। ମୃତ ହାତୀର ବୟସ ୨୫ ବର୍ଷ ହେବ । ରବିବାର ଦିନ ବନ ବିଭାଗ କର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଜିଲିଣ୍ଡା ରେଂଜରେ ଏକ ମାଇ ହାତୀ ଓ ଛୁଆ ହାତୀକୁ ଠାବ କରିଥିଲେ । ମାଈ ହାତୀ ତଳେ ପଡ଼ିଥିବା ବେଳେ ଛୁଆ ହାତୀ ପାଖରେ ଛିଡ଼ା ହୋଇଥିଲା । ଏହାପରେ ଅସୁସ୍ଥ ମାଈ ହାତୀର […]

The post ଶେଷରେ ଆଖି ବୁଜିଲା ଅସୁସ୍ଥ ହାତୀ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାସ): ସାତକୋଶିଆ ଅଭୟାରଣ୍ୟରୁ ଉଦ୍ଧାର ଅସୁସ୍ଥ ମାଈ ହାତୀ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛି। ମୃତ ହାତୀର ବୟସ ୨୫ ବର୍ଷ ହେବ ।

ରବିବାର ଦିନ ବନ ବିଭାଗ କର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଜିଲିଣ୍ଡା ରେଂଜରେ ଏକ ମାଇ ହାତୀ ଓ ଛୁଆ ହାତୀକୁ ଠାବ କରିଥିଲେ । ମାଈ ହାତୀ ତଳେ ପଡ଼ିଥିବା ବେଳେ ଛୁଆ ହାତୀ ପାଖରେ ଛିଡ଼ା ହୋଇଥିଲା । ଏହାପରେ ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ତା’ ପଛ ଗୋଡ଼ରେ କ୍ଷତ ହୋଇଥିବା ବନ ବିଭାଗ ସୂଚନା ଦେଇଥିଲା । ଦୁଇ ଦିନ ଧରି ଚିକିତ୍ସା କରାଯାଇଥିଲେ ବି ଶେଷରେ ହାତୀଟି ଆଖି ବୁଜିଥିବା ଜଣାଯାଇଛି।

The post ଶେଷରେ ଆଖି ବୁଜିଲା ଅସୁସ୍ଥ ହାତୀ appeared first on Odisha Reporter.

]]>
right top 2020-11-03 08:03:32 https://cdn.odishareporter.in/wp-content/uploads/2020/11/03080122/hati.jpg
ଡାକ୍ତରଖାନା ବେଡ୍‌ରେ କୁକୁର https://odishareporter.in/odisha/dogs-are-sleeping-in-hospital-bed-video-goes-viral-585792 Thu, 29 Oct 2020 08:43:47 +0000 https://odishareporter.in/?p=585792

ଅନୁଗୋଳ (ଓଡ଼ିଶା ରିପୋର୍ଟର): ରୋଗୀ ନୁହେଁ ବରଂ ଡାକ୍ତରଖାନା ବେଡରେ ଶୋଉଛନ୍ତି ବୁଲା କୁକୁର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ଏଠାରେ କେମିତି ଚାଲିଛି ଡାକ୍ତରଖାନା ପରିଚାଳନା, ତାହା ଏକ ଭିଡିଓରୁ ସ୍ପଷ୍ଟ ହୋଇଛି। ତାଳଚେର ଉପଖଣ୍ଡ ଡାକ୍ତରଖାନାର ବେଡରେ କୁକୁର ଶୋଇଥିବା ଭିଡ଼ିଓ ଓ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରି ଦେଇଛନ୍ତି। କିଭଳି […]

The post ଡାକ୍ତରଖାନା ବେଡ୍‌ରେ କୁକୁର appeared first on Odisha Reporter.

]]>

ଅନୁଗୋଳ (ଓଡ଼ିଶା ରିପୋର୍ଟର): ରୋଗୀ ନୁହେଁ ବରଂ ଡାକ୍ତରଖାନା ବେଡରେ ଶୋଉଛନ୍ତି ବୁଲା କୁକୁର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ଏଠାରେ କେମିତି ଚାଲିଛି ଡାକ୍ତରଖାନା ପରିଚାଳନା, ତାହା ଏକ ଭିଡିଓରୁ ସ୍ପଷ୍ଟ ହୋଇଛି।

ତାଳଚେର ଉପଖଣ୍ଡ ଡାକ୍ତରଖାନାର ବେଡରେ କୁକୁର ଶୋଇଥିବା ଭିଡ଼ିଓ ଓ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରି ଦେଇଛନ୍ତି। କିଭଳି କୁକୁର କେଉଁ ପରିସ୍ଥିତିରେ ୱାର୍ଡ ଭିତରକୁ ପଶି ବେଡରେ ଶୋଇଲେ।

ସେହିପରି ୱାର୍ଡ ଭିତରେ ଲାଇଟ୍ ଜଳିବା ସହ ଫ୍ୟାନ୍ ମଧ୍ୟ ବୁଲୁଛି। ତେବେ ମେଡିକାଲ୍ ବେଡରେ ରୋଗୀଙ୍କ ବଦଳରେ କୁକୁର କେଉଁଠୁ ଆସିଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ଅବହେଳା ସମ୍ପର୍କରେ ତାଳଚେରବାସୀ ନିଜର ଅସନ୍ତୋଷ ଜାହିର କରିଛନ୍ତି।

The post ଡାକ୍ତରଖାନା ବେଡ୍‌ରେ କୁକୁର appeared first on Odisha Reporter.

]]>
right top 2020-10-29 14:14:47 https://cdn.odishareporter.in/wp-content/uploads/2020/10/29141142/hospital.jpg
ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା: ଆଉ ଜଣେ ଆଖି ବୁଜିଲେ https://odishareporter.in/odisha/angul-poisonous-alcohol-death-tally-rise-to-4-585269 Tue, 27 Oct 2020 13:50:32 +0000 https://odishareporter.in/?p=585269

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପଥରଗଡ଼ ଗାଁରେ ବିଷାକ୍ତ ମଦ୍ୟପାନ ଘଟଣାରେ ଆଜି ଆଉଜଣେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୃତ୍ଯୁ ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଆଜି ପ୍ରମୋଦ ସାହୁ ନାମକ ଆଉ ଜଣେ ବ୍ୟକ୍ତିଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏବେ ବି ୪ଜଣ ଗୁରୁତର ଅଛନ୍ତି। ବିଷାକ୍ତ ମଦ ପିଇ ଗତ ରବିବାର ଅନୀଲ ପ୍ରଧାନ ଓ ଟୁକୁନା ପ୍ରଧାନ ନାମକ ଦୁଇ ଜଣ ଶ୍ରମିକଙ୍କର ପ୍ରଥମେ ମୃତ୍ୟୁଘଟିଥିଲା। ଗତକାଲି […]

The post ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା: ଆଉ ଜଣେ ଆଖି ବୁଜିଲେ appeared first on Odisha Reporter.

]]>

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପଥରଗଡ଼ ଗାଁରେ ବିଷାକ୍ତ ମଦ୍ୟପାନ ଘଟଣାରେ ଆଜି ଆଉଜଣେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୃତ୍ଯୁ ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଆଜି ପ୍ରମୋଦ ସାହୁ ନାମକ ଆଉ ଜଣେ ବ୍ୟକ୍ତିଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏବେ ବି ୪ଜଣ ଗୁରୁତର ଅଛନ୍ତି।

ବିଷାକ୍ତ ମଦ ପିଇ ଗତ ରବିବାର ଅନୀଲ ପ୍ରଧାନ ଓ ଟୁକୁନା ପ୍ରଧାନ ନାମକ ଦୁଇ ଜଣ ଶ୍ରମିକଙ୍କର ପ୍ରଥମେ ମୃତ୍ୟୁଘଟିଥିଲା। ଗତକାଲି ଶଶିକାନ୍ତ ଦେହୁରୀ ଓ ଆଜି ପ୍ରମୋଦ ସାହୁଙ୍କର ପ୍ରାଣହାନୀ ହୋଇଛି। ମୃତକ ଓ ଗୁରୁତର ସମସ୍ତେ ଶ୍ରମିକ ଶ୍ରେଣୀର ଅଟନ୍ତି। ସେମାନେ ଏକ କୋଠା ଘର ନିର୍ମାଣ କାମରେ ନିୟୋଜିତ ଥିଲେ। ସେମାନଙ୍କୁ କାମରେ ଲଗାଇଥିବା ଠିକାଦାର ବିଷାକ୍ତ ମଦ ପିଇବାକୁ ଦେଇଥିବା ଅଭିଯୋଗ ହୋଇଛି।

ଅବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ ଜବତ ହୋଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣାର ଛାନଭିନ୍ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ।

The post ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା: ଆଉ ଜଣେ ଆଖି ବୁଜିଲେ appeared first on Odisha Reporter.

]]>
centre bottom 2020-10-27 19:20:32 https://cdn.odishareporter.in/wp-content/uploads/2020/10/27192026/death-1.jpg
ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ମୃତ https://odishareporter.in/odisha/two-dead-in-accident-in-anugul-584535 Sun, 25 Oct 2020 04:31:09 +0000 https://odishareporter.in/?p=584535

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଭାଗିରଥୀପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ପଛରେ ଆଉ ଏକ ଟ୍ରକ୍ ପିଟି ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭାଗିରଥୀପୁର ନିକଟରେ ଥିବା ଏକ ଢାବା ସମ୍ମୁଖରେ କୋଇଲା ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏହି […]

The post ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ମୃତ appeared first on Odisha Reporter.

]]>

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଭାଗିରଥୀପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ପଛରେ ଆଉ ଏକ ଟ୍ରକ୍ ପିଟି ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭାଗିରଥୀପୁର ନିକଟରେ ଥିବା ଏକ ଢାବା ସମ୍ମୁଖରେ କୋଇଲା ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏହି ସମୟରେ ଅନୁଗୋଳରୁ ଆଇରନ ପ୍ଲେଟ୍‌ ରୋଲ୍‌ ନେଇ ସମ୍ବଲପୁର ଅଭିମୁଖେ ଯାଉଥିବା ଅନ୍ୟ ଏକ ଟ୍ରକ୍ ଏହି କୋଇଲା ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଓ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିଲା।

ମୃତକ ଦ୍ୱୟଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଭିତରୁ ବାହାର କରିବା ପାଇଁ ଦୀର୍ଘ ସମୟ ଲାଗିଥିଲା। ଜରପଡ଼ା ପୁଲିସ ଓ ଅନୁଗୋଳ ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତକ ଦ୍ୱୟଙ୍କୁ ସେଥିରୁ ବାହାର କରିଥିଲେ।

ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଜରପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

 

The post ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ମୃତ appeared first on Odisha Reporter.

]]>
right bottom 2020-10-25 13:21:05 https://cdn.odishareporter.in/wp-content/uploads/2020/10/25095925/truck1-1.jpg
ବାରହା ଆକ୍ରମଣରେ ଦୁଇ ଗୁରୁତର https://odishareporter.in/odisha/2-serious-in-boar-attack-584324 Sat, 24 Oct 2020 08:58:58 +0000 https://odishareporter.in/?p=584324

ଅନୁଗୁଳ(ବିରଜା ପ୍ରସାଦ ନାୟକ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି।   ଗୁରୁତରଦ୍ୱୟ ହେଲେ ବଡ଼ତ୍ରିବିଡା ଗାଁର ମହାର୍ଗା ରାଉଳ ଓ କାତୁ ରାଉଳ । ସେମାନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ମହାର୍ଗା  ଓ କାତୁ  ନିଜ ଘର ପଛ ପାଖ ବାଡ଼ିରେ କାମ କରୁଥିବା ବେଳେ ଜଙ୍ଗଲୀ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା ।ବାରାହା ଆକ୍ରମଣରେ ଦୁଇଜଣଙ୍କ  ଶରୀରର ବିଭିନ୍ନ ସ୍ଥାନରେ ଗଭୀର […]

The post ବାରହା ଆକ୍ରମଣରେ ଦୁଇ ଗୁରୁତର appeared first on Odisha Reporter.

]]>

ଅନୁଗୁଳ(ବିରଜା ପ୍ରସାଦ ନାୟକ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି।   ଗୁରୁତରଦ୍ୱୟ ହେଲେ ବଡ଼ତ୍ରିବିଡା ଗାଁର ମହାର୍ଗା ରାଉଳ ଓ କାତୁ ରାଉଳ । ସେମାନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ମହାର୍ଗା  ଓ କାତୁ  ନିଜ ଘର ପଛ ପାଖ ବାଡ଼ିରେ କାମ କରୁଥିବା ବେଳେ ଜଙ୍ଗଲୀ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା ।ବାରାହା ଆକ୍ରମଣରେ ଦୁଇଜଣଙ୍କ  ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।  ବାରମ୍ବାର ଏହି ଅଞ୍ଚଳରେ ବନ୍ୟଜନ୍ତୁ ଲୋକମାନଙ୍କୁ ଆକ୍ରମଣ କରୁଥିବା ବେଳେ  ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

The post ବାରହା ଆକ୍ରମଣରେ ଦୁଇ ଗୁରୁତର appeared first on Odisha Reporter.

]]>
right bottom 2020-10-24 14:28:58 https://cdn.odishareporter.in/wp-content/uploads/2020/10/24142513/barha.jpg
କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ଆକ୍ରାନ୍ତ ନିଖୋଜ https://odishareporter.in/odisha/a-corona-patient-missing-from-a-covid-hospital-579545 Fri, 09 Oct 2020 04:04:53 +0000 https://odishareporter.in/?p=579545

ଅନୁଗୁଳ(ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ତାଳଚେରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତି ହେଲେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ାର ମହରଗା ନାଏକ। ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ରେ ମହରଗା କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ତାଳଚେରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୭ରେ ତାଙ୍କୁ ଡିସ୍‌ଚାର୍ଜ କରାଯିବାର ଥିଲା। ତେଣୁ ପରିବାର ଲୋକେ ହସ୍ପିଟାଲ୍‌ରେ ପହଞ୍ଚି ବାହାରେ […]

The post କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ଆକ୍ରାନ୍ତ ନିଖୋଜ appeared first on Odisha Reporter.

]]>

ଅନୁଗୁଳ(ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ତାଳଚେରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତି ହେଲେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ାର ମହରଗା ନାଏକ।

ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ରେ ମହରଗା କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ତାଳଚେରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୭ରେ ତାଙ୍କୁ ଡିସ୍‌ଚାର୍ଜ କରାଯିବାର ଥିଲା। ତେଣୁ ପରିବାର ଲୋକେ ହସ୍ପିଟାଲ୍‌ରେ ପହଞ୍ଚି ବାହାରେ ତାଙ୍କୁ ଅପେକ୍ଷା କରିଥିଲେ। ହେଲେ ସେ ହସ୍ପିଟାଲ୍‌ ଭିତରୁ ଆସିନଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଯିବା ସହ ଖୋଜାଖୋଜି ଆରମ୍ଭ ହୋଇଥିଲା।

ମହରଗାଙ୍କ ପୁଅ ହସ୍ପିଟାଲ ଭିତରକୁ ଯାଇ ମଧ୍ୟ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳି ପାରିନଥିଲା। ଏସମ୍ପର୍କରେ ମହରଗାଙ୍କ ପରିବାର ଲୋକ ନିଜ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ।

ସରପଞ୍ଚ ଏନେଇ ହସ୍ପିଟାଲ ପରିଚାଳକଙ୍କୁ ଯୋଗାଯୋଗ କରିଥିଲେ ବି ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି। ଏହାପରେ ପୋଲିସ ଓ ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମହରଗାଙ୍କ କୌଣସି ପତ୍ତା ମିଳିପାରିନାହିଁ। ଫଳରେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post କୋଭିଡ୍‌ ହସ୍ପିଟାଲ୍‌ରୁ କରୋନା ଆକ୍ରାନ୍ତ ନିଖୋଜ appeared first on Odisha Reporter.

]]>
right top 2020-10-09 09:50:43 https://cdn.odishareporter.in/wp-content/uploads/2020/10/09093428/covid.jpg
ହାତୀକୁ ଗୁଳିମାରି ଦାନ୍ତ ଦୁଇଟି କାଟିନେଲେ ଦୁର୍ବୃତ୍ତ https://odishareporter.in/odisha/carcass-of-a-tusker-found-near-rameshwar-chhak-undermalayagiriforest-range-577517 Fri, 02 Oct 2020 04:15:57 +0000 https://odishareporter.in/?p=577517

ଅନୁଗୁଳ(ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପାଲଲହଡ଼ା ରେଂଜ୍ ଅନ୍ତର୍ଗତ ତପ୍ତଝରଣ ଗାଁ ନିକଟସ୍ଥ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀକୁ ଗୁଳିମାରି ହତ୍ୟା କରିବା ପରେ ଦାନ୍ତ ଦୁଇଟି କାଟି ନେଇଛନ୍ତି ଦୁର୍ବୃତ୍ତ। ହାତୀର ବୟସ ପ୍ରାୟ ୨୦ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଦେବଗଡ଼ ଡିଏଫ୍ଓ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତପ୍ତଝରଣ ନିକଟ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲେର ହାତୀଙ୍କ […]

The post ହାତୀକୁ ଗୁଳିମାରି ଦାନ୍ତ ଦୁଇଟି କାଟିନେଲେ ଦୁର୍ବୃତ୍ତ appeared first on Odisha Reporter.

]]>

ଅନୁଗୁଳ(ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପାଲଲହଡ଼ା ରେଂଜ୍ ଅନ୍ତର୍ଗତ ତପ୍ତଝରଣ ଗାଁ ନିକଟସ୍ଥ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀକୁ ଗୁଳିମାରି ହତ୍ୟା କରିବା ପରେ ଦାନ୍ତ ଦୁଇଟି କାଟି ନେଇଛନ୍ତି ଦୁର୍ବୃତ୍ତ।

ହାତୀର ବୟସ ପ୍ରାୟ ୨୦ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଦେବଗଡ଼ ଡିଏଫ୍ଓ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତପ୍ତଝରଣ ନିକଟ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲେର ହାତୀଙ୍କ ଗତିବିଧି ନେଇ କୌଣସି ଖବର ବନବିଭାଗ ପାଖରେ ନଥିଲା । ମୃତ ହାତୀଟି ଏକୁଟିଆଏହି ଅଂଚଳକୁ ଆସିଛି ନା ଦଳବଦ୍ଧ ହୋଇ ହାତୀ ଏଠାରେ ରହିଛନ୍ତି ତାହାର ଅନୁଧ୍ୟାନ କରାଯାଉଛି। ୩ରୁ ୪ ଦିନ ପୂର୍ବରୁ ହାତୀର ଶିକାର କରାଯାଇଥିବା ଜଣାପଡିଛି ।

 

The post ହାତୀକୁ ଗୁଳିମାରି ଦାନ୍ତ ଦୁଇଟି କାଟିନେଲେ ଦୁର୍ବୃତ୍ତ appeared first on Odisha Reporter.

]]>
deadbody, right bottom 2020-10-02 09:45:57 https://cdn.odishareporter.in/wp-content/uploads/2020/10/02094104/elephent-750x401-1.jpg