ବାଲେଶ୍ଵର – Odisha Reporter https://odishareporter.in Tue, 03 Aug 2021 11:31:29 +0000 en-US hourly 1 ୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ https://odishareporter.in/odisha/odisha-chief-of-rosvally-arrested-663972 Tue, 03 Aug 2021 08:44:01 +0000 https://odishareporter.in/?p=663972

ସୋର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ବର୍ଷ ହେବ  ଫେରାର ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଶେଷରେ ବନ୍ଧା ହେଲେ ।  ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି  । ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ରୋଜଭ୍ୟାଲିରେ ନିବେଶ କରିଥିବା […]

The post ୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ ବର୍ଷ ହେବ  ଫେରାର ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଶେଷରେ ବନ୍ଧା ହେଲେ ।  ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି  ।

ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ।

ରୋଜଭ୍ୟାଲିରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଠକିଥିବା ଅଭିଯୋଗରେ ବାଲେଶ୍ୱର ସୋର ଥାନାରେ ୨୦୧୩ରେ ହୋଇଥିବା ୧୫/୨୦୧୩ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଏ ସମ୍ପର୍କରେ, ସରକାରୀ ଓକିଲ ସୁଲଳିତ କର  କହିଛନ୍ତି,  ଏହା ୨୦୧୩ ମସିହା କେସ୍‌।  ସେବେଠୁ ଅଭିଯୁକ୍ତ ଫେରାର ଥିଲେ। ପଶ୍ଚିମବଙ୍ଗର ମଏନାରୁ ବାଲେଶ୍ୱର-ଇକୋନୋମିକ୍ସ ୱିଙ୍ଗ୍ସର ଡିଏସ୍‌ପି ତାଙ୍କୁ ଗିରଫ କରିଛନ୍ତି।

The post ୮ ବର୍ଷ ପରେ ବନ୍ଧା ହେଲେ ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ appeared first on Odisha Reporter.

]]>
Chit Fund Scam, right bottom 2021-08-03 17:01:29 https://cdn.odishareporter.in/wp-content/uploads/2021/08/03141244/451.jpg
ଅତିରିକ୍ତ ତହସିଲଦାରଙ୍କୁ ପିଟିଲେ, ଲୁଟି ନେଲେ https://odishareporter.in/odisha/attack-on-additional-tahasildar-663862 Tue, 03 Aug 2021 02:16:04 +0000 https://odishareporter.in/?p=663862

ସୋର (ଓଡ଼ିଶା ରିପୋର୍ଟର): ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ । ଚୋରା ବାଲି ଚାଲାଣ ବେଳେ ଗାଡ଼ି ଅଟକାଇବାରୁ ଅତର୍କିତ ଆକ୍ରମଣର ଶିକାର ହୋଇଛନ୍ତି ଅତିରିକ୍ତ ତହସିଲଦାର। ପ୍ରାୟ ୧୦ରୁ ୧୫ ଜଣ ଯୁବକ ତାଙ୍କୁ ମିଳିତ ଆକ୍ରମଣ କରି ଚେନ୍, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପରେ ଗ୍ରାମବାସୀ ଘଟଣାସ୍ଥଳରୁ ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ଡମ୍ପର ଡ୍ରାଇଭର ଓ […]

The post ଅତିରିକ୍ତ ତହସିଲଦାରଙ୍କୁ ପିଟିଲେ, ଲୁଟି ନେଲେ appeared first on Odisha Reporter.

]]>

ସୋର (ଓଡ଼ିଶା ରିପୋର୍ଟର): ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ । ଚୋରା ବାଲି ଚାଲାଣ ବେଳେ ଗାଡ଼ି ଅଟକାଇବାରୁ ଅତର୍କିତ ଆକ୍ରମଣର ଶିକାର ହୋଇଛନ୍ତି ଅତିରିକ୍ତ ତହସିଲଦାର। ପ୍ରାୟ ୧୦ରୁ ୧୫ ଜଣ ଯୁବକ ତାଙ୍କୁ ମିଳିତ ଆକ୍ରମଣ କରି ଚେନ୍, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ପରେ ଗ୍ରାମବାସୀ ଘଟଣାସ୍ଥଳରୁ ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ଡମ୍ପର ଡ୍ରାଇଭର ଓ ହେଲପରଙ୍କୁ ପୁଲିସ୍‌ ଜିମା ଦେଇଛନ୍ତି । ଆକ୍ରମଣ କରିଥିବା ୫ ଜଣ ବାଲି ମାଫିଆ ଫେରାର ହୋଇଯାଇଛନ୍ତି । ସେମାନଙ୍କ ଘର ବାଲିଆପାଳ ଅଞ୍ଚଳରେ ବୋଲି ଜଣାପଡିଛି।

ଏନେଇ  ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ କହିଛନ୍ତି, ଭୋଗରାଇ ଯିବା ବାଟରେ ଏକ ଡମ୍ପର ଦେଖିଲୁ। ପଚରାଉଚରା ପରେ ଏତେ ସମୟ କାହିଁକି ରହିଲ ବୋଲି ପଚାରିବାରୁ ଗାଡ଼ି ଖରାପ ହୋଇଯାଇଥିବା କହିଲେ। ମାଲିକଙ୍କୁ ଡାକିବାକୁ କହି ବନ୍ୟା ସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲୁ। ସେଠାରୁ ଫେରିବା ବେଳେ ବାଟରେ ୧୦-୧୫ ଜିଣ ଛିଡ଼ା ହୋଇଥିଲେ। ସେମାନେ ଟଣାଓଟରା କରିବା ସହ ମାଡ଼ ମାରିବାରୁ ସାର୍ଟ ଚିରି ଯାଇଥିଲା।

The post ଅତିରିକ୍ତ ତହସିଲଦାରଙ୍କୁ ପିଟିଲେ, ଲୁଟି ନେଲେ appeared first on Odisha Reporter.

]]>
right bottom 2021-08-03 13:48:26 https://cdn.odishareporter.in/wp-content/uploads/2021/08/03074446/attack-1.jpg
ଫୁଲୁଛି ସୁବର୍ଣ୍ଣରେଖା, ଗାଁରେ ପଶିଲା ବନ୍ୟା ପାଣି https://odishareporter.in/odisha/flood-water-entered-into-villages-663561 Mon, 02 Aug 2021 02:44:17 +0000 https://odishareporter.in/?p=663561

ଜଳେଶ୍ୱର(ଅଜିତ ଦାସ): ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀ ଫୁଲି ବାଲିଆପାଳ  ବ୍ଲକ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ ଗୋଟିଏ ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ। ଗଲୁଡିହ ବ୍ୟାରେଜରୁ 8 ହଜାର qm  ପାଣି ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ରାଜଘାଟଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬  ଥିବା ବେଳେ ସକାଳ […]

The post ଫୁଲୁଛି ସୁବର୍ଣ୍ଣରେଖା, ଗାଁରେ ପଶିଲା ବନ୍ୟା ପାଣି appeared first on Odisha Reporter.

]]>

ଜଳେଶ୍ୱର(ଅଜିତ ଦାସ): ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀ ଫୁଲି ବାଲିଆପାଳ  ବ୍ଲକ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ ଗୋଟିଏ ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ।

ଗଲୁଡିହ ବ୍ୟାରେଜରୁ 8 ହଜାର qm  ପାଣି ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ରାଜଘାଟଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬  ଥିବା ବେଳେ ସକାଳ ୬ଟା ସୁଦ୍ଧା  ୧୦.୪୨ ମିଟର ପାଣି ପ୍ରବାବିତ ହେଉଛି।  ବର୍ଷା ନ କମିଲେ ଅଧିକ ଗାଁରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।

ମନୋରଞ୍ଜନ ନାୟକ, ଅରୁଣ କୁମାର ପାତ୍ର ନାମକ ଗ୍ରାମବାସୀ କହିଛନ୍ତି, ଗତ ରାତିରେ କାଲି ରାତିରେ ବନ୍ୟା ପାଣଇ ପଶି ୪-୫ଟି ଗାଁ ବୁଡ଼ି ଯାଇଛି। ଚାଷ ଜମି ବୁଡ଼ି ଯାଇଛି। ଆଜି ପାଣି ନ କମିଲେ ଫସଲ ସବୁ ନଷ୍ଟ ହେବ। ଖାଇବାକୁ ପାଇବୁ ନାହିଁ। ପ୍ରଶାସନ ତରଫରୁ କାହାରି ଦେଖା ନାହିଁ। ଏନେଇ ପ୍ରଶାସନ ତରଫରୁ ପୂର୍ବରୁ କିଛି ସୂଚନା ଦିଆଯାଇ ନ ଥିଲା।

ଏ ସମ୍ପର୍କରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ କହିଛନ୍ତି, ସ୍ଥିତି ସମ୍ପର୍କରେ ସଜାଗ ଅଛୁ। ତଳିଆ ଅଞ୍ଚଳ ଲୋକଙ୍କୁ ପରକୁ ଯିବାକୁ ପରାମର୍ଶ ଦିଆଯାଇଛି। ପାଣି ଅଧିକ ବଢ଼ିଲେ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲକୁ ସ୍ଥାନାନ୍ତର କରାଯିବ। ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯିବ । ଏହାବାଦ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।

 

 

The post ଫୁଲୁଛି ସୁବର୍ଣ୍ଣରେଖା, ଗାଁରେ ପଶିଲା ବନ୍ୟା ପାଣି appeared first on Odisha Reporter.

]]>
right bottom 2021-08-02 10:04:37 https://cdn.odishareporter.in/wp-content/uploads/2021/08/02080426/flood.jpg
ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି https://odishareporter.in/odisha/balasore/cbi-demands-probe-into-soumya-ranjans-death-663489 Sun, 01 Aug 2021 12:46:53 +0000 https://odishareporter.in/?p=663489

ସୋର(ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର।  ତଦନ୍ତ ଅଗ୍ରଗତିରେ ପୁଲିସର ଭୂମିକା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।  ସୌମ୍ୟଙ୍କ ଭାଇ କହିଛନ୍ତି ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟି ଗଲାଣି ।  ଘଟଣାକୁ ୨୧ ଦିନ ବିତିଥିଲେ ଏଯାଏଁ ପୁଲିସ କାହାରିକୁ ଗିରଫ କରି ନାହିଁ  । ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଆସିପାରିବ ବୋଲି ସେ କହିଛନ୍ତି  । ଜୁଲାଇ ୧୩ରେ […]

The post ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର।  ତଦନ୍ତ ଅଗ୍ରଗତିରେ ପୁଲିସର ଭୂମିକା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।  ସୌମ୍ୟଙ୍କ ଭାଇ କହିଛନ୍ତି ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟି ଗଲାଣି ।  ଘଟଣାକୁ ୨୧ ଦିନ ବିତିଥିଲେ ଏଯାଏଁ ପୁଲିସ କାହାରିକୁ ଗିରଫ କରି ନାହିଁ  । ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଆସିପାରିବ ବୋଲି ସେ କହିଛନ୍ତି  । ଜୁଲାଇ ୧୩ରେ ପୋଡି ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।

ସୌମ୍ୟଙ୍କ ସଂଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ, DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।  ଏହାରି ଭିତରେ ପୁଲିସ ସୌମ୍ୟଙ୍କ ଗାଁ ଓ ବିଦ୍ୟାଭାରତୀଙ୍କ ଗାଁକୁ ଯାଇ ତଦନ୍ତ କରିସାରିଛି।

ଏମିତି କି ଡିଏଫଓ ଏବଂ ରୋଷେୟାଙ୍କୁ ମଧ୍ୟ ପଚରାଉଚରା କରିଛି । ତେବେ ଏଯାଏଁ ଘଟଣାର ଖିଅ ପାଇନଥିବା ବେଳେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଅନ୍ୟପଟେ ପୁଲିସକୁ ତଦନ୍ତରେ ସାହାଯ୍ୟ କରୁଛି କ୍ରାଇମବ୍ରାଞ୍ଚ ଟିମ । ପୁଲିସ କାହାକୁ ଗିରଫ କରି ନଥିବାରୁ ପୁଲିସ ଉପରୁ ପରିବାର ଲୋକଙ୍କ ଭରସା ଉଠିଯାଇଛି ବୋଲି କହିଛନ୍ତି ସୌମ୍ୟଙ୍କ ଭାଇ।

The post ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି appeared first on Odisha Reporter.

]]>
right bottom 2021-08-01 18:16:53 https://cdn.odishareporter.in/wp-content/uploads/2021/07/27124100/890-1.jpg
ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ଅପମାନ! https://odishareporter.in/odisha/balasore/journalists-allegation-for-vaccination-in-nilagiri-663448 Sun, 01 Aug 2021 11:12:33 +0000 https://odishareporter.in/?p=663448

ନୀଳଗିରି (ବିଶ୍ୱମ୍ବର ଦାସ): ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରକାରୀ ଗ୍ରୁପରେ ସାମ୍ବାଦିକଙ୍କୁ ଟିକା ଦେବା ପାଇଁ ଜୁଲାଇ ୩୦ ଓ ୩୧ ତାରିଖରେ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଥିଲେ। ସେହି ଅନୁସାରେ ଶୁକ୍ରବାର କିଛି ସାମ୍ବାଦିକ ଟିକା ନେବା ପାଇଁ ଯାଇଥିଲେ ହେଁ, କୌଣସି ସୁବିଧା ନପାଇବାରୁ ଫେରି ଆସିଥିଲେ। ଏହା ପରେ ଶନିବାର ମଧ୍ୟ ନୀଳଗିରିର କିଛି ସାମ୍ବାଦିକ ଯାଇ କେନ୍ଦ୍ରରେ କମ୍ପ୍ୟୁଟରରେ ନିଜ ଆଧାର କାର୍ଡ ଏଣ୍ଟ୍ରି […]

The post ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ଅପମାନ! appeared first on Odisha Reporter.

]]>

ନୀଳଗିରି (ବିଶ୍ୱମ୍ବର ଦାସ): ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରକାରୀ ଗ୍ରୁପରେ ସାମ୍ବାଦିକଙ୍କୁ ଟିକା ଦେବା ପାଇଁ ଜୁଲାଇ ୩୦ ଓ ୩୧ ତାରିଖରେ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଥିଲେ। ସେହି ଅନୁସାରେ ଶୁକ୍ରବାର କିଛି ସାମ୍ବାଦିକ ଟିକା ନେବା ପାଇଁ ଯାଇଥିଲେ ହେଁ, କୌଣସି ସୁବିଧା ନପାଇବାରୁ ଫେରି ଆସିଥିଲେ।

ଏହା ପରେ ଶନିବାର ମଧ୍ୟ ନୀଳଗିରିର କିଛି ସାମ୍ବାଦିକ ଯାଇ କେନ୍ଦ୍ରରେ କମ୍ପ୍ୟୁଟରରେ ନିଜ ଆଧାର କାର୍ଡ ଏଣ୍ଟ୍ରି କରିଥିଲେ। କିନ୍ତୁ କାହାରି ଆଧାରକାର୍ଡ ଏଣ୍ଟ୍ରି ନନେବାରୁ ପୁଣି ଭୋଟର କାର୍ଡ ଏଣ୍ଟ୍ରି ବେଳେ ଫ୍ରଣ୍ଟଲାଇନ ୱାରିୱର ଅପସନ ମଧ୍ୟ ନେଉନଥିଲା। ତେଣୁ ଟେକ୍ନିସିଆନ ସମସ୍ତଙ୍କୁ ସିନିୟର ସିଟିଜେନ ଅପ୍ସନ ଚୟନ ପାଇଁ କହିଥିଲେ, ଯାହାକୁ ନେଇ ଖୁବ୍ ଆଲୋଚନା ହୋଇଥିଲା।

ଏହାରି ଭିତରେ ମେଡିକାଲ ପ୍ରୋଗ୍ରାମ ଅଫିସର ବିଶ୍ଵଜିତ ଦାସ ଓ ଟେକ୍ନିସିଆନ ପ୍ରହ୍ଲାଦ ଗିରି ସେଠାରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଦୁର୍ବବାହାର କରିବା ସହ ଟିକା କେନ୍ଦ୍ର ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ। ଯାହା ପରେ ନିରୁପାୟ ହୋଇ ସାମ୍ବାଦିକ ମାନେ ସେଠାରୁ ପଳାଇ ଯାଇଥିଲେ।

ସବୁଠାରୁ ବଡ଼ କଥା ଯେ, ଏଠାରେ ଯୁବକଙ୍କୁ ବୟସ୍କ ଦେଖାଇ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଟିକା ନେବାକୁ ଆସୁଥିବା ସାଧାରଣ ଲୋକ ଏଭଳି ହୀନସ୍ତାରେ ସମ୍ମୁଖୀନ ନହେବାକୁ ସାମ୍ବାଦିକ ମାନେ ଦାବି କରିବା ସହ ଏଥିରେ ପ୍ରଶାସନର ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।

ଏ ନେଇ ନୀଳଗିରି ଏସଡିଏମଓ ଅଜୟ କୁମାର ସାମଲ କହିଛନ୍ତି, ଗତଥର ଆମେ ଟିକାକରଣ ପାଇଁ ସ୍ପେଶାଲ ଦିନ ରଖିଥିଲୁ। କିନ୍ତୁ ଏଥର କମ୍ୟୁନିକେସନ୍ ଗ୍ୟାପ୍ ହୋଇଛି। ଯଦି ଏଥର ମଧ୍ୟ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାନ୍ତା, ତାହେଲେ ଏଭଳି ପରିସ୍ଥିତି ହୋଇନଥାନ୍ତା। ଯଦି କୌଣସି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯାଇଥାଏ, ତାହେଲେ ଏଥିପାଇଁ ଆମେ ବହୁତ ଦୁଃଖିତ। ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ଏସଡିଏମଓ କହିଛନ୍ତି।

The post ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ଅପମାନ! appeared first on Odisha Reporter.

]]>
right top 2021-08-01 16:48:36 https://cdn.odishareporter.in/wp-content/uploads/2021/08/01163833/nilagiri.jpg
ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ https://odishareporter.in/odisha/balasore/journalists-fatally-attacked-by-the-mining-mafia-663267 Sat, 31 Jul 2021 10:42:29 +0000 https://odishareporter.in/?p=663267

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ  ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖଣି ମାଫିଆ ମରଣାନ୍ତକ ଆକ୍ରମଣ କରିଛନ୍ତି l ଏନେଇ ଖଇରା ଥାନାରେ ଏକ ଲିଖିତ  ଅଭିଯୋଗ କରିଛନ୍ତି ସାମ୍ବାଦିକ l ଅଭିଯୋଗ ପାଇବା ପରେ ଖଇରା ପୁଲିସ ଦୁଇଜଣଙ୍କୁ ଆକ୍ରମଣକାରୀଙ୍କୁ ଗିରଫ କରିଛି l ଗତକାଲି ଖଇରା ତହସିଲ ଗଡ଼ପୋଖରୀ ଅଞ୍ଚଳରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ନେଇ କୁପାରି ଆରଆଇ ଖବରପାଇ ଆରଆଇ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି […]

The post ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ  ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖଣି ମାଫିଆ ମରଣାନ୍ତକ ଆକ୍ରମଣ କରିଛନ୍ତି l ଏନେଇ ଖଇରା ଥାନାରେ ଏକ ଲିଖିତ  ଅଭିଯୋଗ କରିଛନ୍ତି ସାମ୍ବାଦିକ l ଅଭିଯୋଗ ପାଇବା ପରେ ଖଇରା ପୁଲିସ ଦୁଇଜଣଙ୍କୁ ଆକ୍ରମଣକାରୀଙ୍କୁ ଗିରଫ କରିଛି l ଗତକାଲି ଖଇରା ତହସିଲ ଗଡ଼ପୋଖରୀ ଅଞ୍ଚଳରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ନେଇ କୁପାରି ଆରଆଇ ଖବରପାଇ ଆରଆଇ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତହସିଲକୁ ଆଣୁଥିଲେ l

ଏହି ସମୟରେ ଅର୍ଜୁନପୁର ଛକ ନିକଟରେ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଏହାର ଫଟୋ ଉତ୍ତୋଳନ କରୁଥିବା ଦେଖି ବାଇକରେ ଆସୁଥିବା ଦୁଇଜଣ ଖଣିମାଫିଆ ଗଡ଼ପୋଖରୀ ଗାଁର ମୁରଲୀ ଦଳେଇ, ମାଧବ ଦଳେଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଏକ ଲୁହା ବେଲଚା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ l

ଏହି ଆକ୍ରମଣରେ ସାମ୍ବାଦିକଙ୍କର ପେଟ ଓ ଆଣ୍ଠୁରେ ଗଭୀର ଆଘାତ ହୋଇଥିଲା l ଆକ୍ରମଣ କରି ମାଫିଆମାନେ ସେଠାରୁ ଫେରାର ହୋଇଯାଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଶ୍ରୀ ଦାସଙ୍କୁ ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ l ପରେ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଥାନା କର୍ମଚାରୀମାନେ ଗଡ଼ପୋଖରୀ ଗ୍ରାମକୁ ଯାଇ ଅଭିଯୁକ୍ତ ମାନଙ୍କୁ ଧରି ଥାନାକୁ ଆଣୁଥିବା ବେଳେ ଥାନା କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଖସି ପଳାଇଥିଲେ l ପରେ ପୋଲିସ ସମ୍ପୃକ୍ତ ଦୁଇଜଣ ଆକ୍ରମଣ କାରୀଙ୍କୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି l

The post ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ appeared first on Odisha Reporter.

]]>
2021-07-31 16:12:29 https://cdn.odishareporter.in/wp-content/uploads/2021/07/31161045/7690.jpg
ଛକି ରହିଥିଲା ମୃତ୍ୟୁ, ଲିଫ୍ଟ ମାଗି ମେଡିକାଲ ଯିବା ବେଳେ ଖସିଗଲେ ମହିଳା https://odishareporter.in/odisha/ledy-faced-accident-in-her-way-to-medical-662401 Wed, 28 Jul 2021 07:03:29 +0000 https://odishareporter.in/?p=662401

ନୀଳଗିରି(ଓଡ଼ିଶା ରିପୋର୍ଟର): ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ଲିଫ୍ଟ ମାଗି ମେଡିକାଲ ଯାଉଥିଲେ ମହିଳା। ମାତ୍ର ମେଡିକାଲରେ ପହଞ୍ଚିବା ପୂର୍ବରୁ ପହଞ୍ଚିଗଲା ମୃତ୍ୟୁ।  ବାଇକ୍‌ରୁ ଖସି ପଡ଼ିବାରୁ ବାଟରେ ହିଁ ମହିଳାଙ୍କ ଜୀବନ ଚାଲିଗଲା। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା  ନୀଳଗିରି ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ, ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ ଦାସଙ୍କୁ କିଛି ଦିନ ପୂର୍ବେ ଏକ ବିଲେଇ କାମୁଡ଼ି ଦେଇଥିଲା। ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ତୁଳସୀ […]

The post ଛକି ରହିଥିଲା ମୃତ୍ୟୁ, ଲିଫ୍ଟ ମାଗି ମେଡିକାଲ ଯିବା ବେଳେ ଖସିଗଲେ ମହିଳା appeared first on Odisha Reporter.

]]>

ନୀଳଗିରି(ଓଡ଼ିଶା ରିପୋର୍ଟର): ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ଲିଫ୍ଟ ମାଗି ମେଡିକାଲ ଯାଉଥିଲେ ମହିଳା। ମାତ୍ର ମେଡିକାଲରେ ପହଞ୍ଚିବା ପୂର୍ବରୁ ପହଞ୍ଚିଗଲା ମୃତ୍ୟୁ।  ବାଇକ୍‌ରୁ ଖସି ପଡ଼ିବାରୁ ବାଟରେ ହିଁ ମହିଳାଙ୍କ ଜୀବନ ଚାଲିଗଲା। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା  ନୀଳଗିରି ଅଞ୍ଚଳରେ ଘଟିଛି।

ସୂଚନାଯୋଗ୍ୟ, ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ ଦାସଙ୍କୁ କିଛି ଦିନ ପୂର୍ବେ ଏକ ବିଲେଇ କାମୁଡ଼ି ଦେଇଥିଲା। ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ତୁଳସୀ ଆଜି ନୀଳଗିରି ମେଡିକାଲ ଆସୁଥିଲେ। ଏଥିନିମନ୍ତେ ସେ ଜଣଙ୍କ ବାଇକ୍‌ରେ ଲିଫ୍ଟ ନେଇ ଆସୁଥିଲେ।

ମାତ୍ର ଅସାବଧାନତାଃ ଯୋଗୁ ସେରଗଡ଼ ନୀଳଗିରି ରାସ୍ତା ନୀଳଗିରି ନିକଟ ଆମ୍ବଡିହା ଛକରେ ବାଇକ୍‌ରୁ ଖସି ପଡ଼ିଲେ ତୁଳସୀ। ବାଇକ୍‌ ଆରୋହୀଜଣକ ତାଙ୍କୁ ତୁରନ୍ତ ନୀଳଗିରି ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତା ମହିଳା ମେଡିକାଲରେ ପହଞ୍ଚିଥିବା ବେଳେ ପୁଲିସ୍‌ ପହଞ୍ଚି ତଦନ୍ତ କରିଛି। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

The post ଛକି ରହିଥିଲା ମୃତ୍ୟୁ, ଲିଫ୍ଟ ମାଗି ମେଡିକାଲ ଯିବା ବେଳେ ଖସିଗଲେ ମହିଳା appeared first on Odisha Reporter.

]]>
odia offbeat, right bottom, Unnatural death 2021-07-28 13:23:13 https://cdn.odishareporter.in/wp-content/uploads/2020/06/29072919/death-3.jpg
ସଇତାନ ସ୍ୱାମୀ; ଛାଡ଼ପତ୍ର ପରେ ମାଲିକ ସହ ମିଶି ସ୍ତ୍ରୀକୁ କଲା ଦୁଷ୍କର୍ମ https://odishareporter.in/odisha/husband-raped-wife-after-divorce-661883 Mon, 26 Jul 2021 07:36:08 +0000 https://odishareporter.in/?p=661883

ନୀଳଗିରି (ବିଶ୍ୱମ୍ବର ଦାସ): ଅଗ୍ନିକୁ ସାକ୍ଷୀ ରଖି ଯାହାର ମାନସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ  କଥା ଦେଇଥିଲେ, ବିବାହ ବିଚ୍ଛେଦ ପରେ ଅନ୍ୟ ଜଣଙ୍କ ସହିତ ମିଶି ତାକୁ ଦୁଷ୍କର୍ମ କଲେ। ହେଲେ ଏତିକିରେ ରାଗ ଥମି ନଥିଲା। କାହିଁକି ସୁନ୍ଦର ଦେଖାଯାଉଛି କହି ତାଙ୍କୁ ଅଧା ଲଣ୍ଡା ବି କରି ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଅଞ୍ଚଳରେ। ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ, […]

The post ସଇତାନ ସ୍ୱାମୀ; ଛାଡ଼ପତ୍ର ପରେ ମାଲିକ ସହ ମିଶି ସ୍ତ୍ରୀକୁ କଲା ଦୁଷ୍କର୍ମ appeared first on Odisha Reporter.

]]>

ନୀଳଗିରି (ବିଶ୍ୱମ୍ବର ଦାସ): ଅଗ୍ନିକୁ ସାକ୍ଷୀ ରଖି ଯାହାର ମାନସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ  କଥା ଦେଇଥିଲେ, ବିବାହ ବିଚ୍ଛେଦ ପରେ ଅନ୍ୟ ଜଣଙ୍କ ସହିତ ମିଶି ତାକୁ ଦୁଷ୍କର୍ମ କଲେ। ହେଲେ ଏତିକିରେ ରାଗ ଥମି ନଥିଲା। କାହିଁକି ସୁନ୍ଦର ଦେଖାଯାଉଛି କହି ତାଙ୍କୁ ଅଧା ଲଣ୍ଡା ବି କରି ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଅଞ୍ଚଳରେ।

ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଟ୍ରାକ୍ଟର ଚଲାନ୍ତି। ପାରିବାରିକ କଳହରୁ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। ୨ ଦିନ ପୂର୍ବେ ରାତି ପ୍ରାୟ ୮ଟାରେ ନିକଟସ୍ଥ ବଜାରରୁ ସେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ନିଜ ମାଲିକ (ତାଙ୍କ ସ୍ୱାମୀ ଯାହାର ଟ୍ରାକ୍ଟର ଚଲାନ୍ତି)ଙ୍କ ସହ ମିଶି ତାଙ୍କୁ ଜବରଦସ୍ତି ଏକ ନିକାଞ୍ଚନ ଜାଗାକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ତାଙ୍କୁ ଅଧା ଲଣ୍ଡା କରି ଛାଡ଼ି ଦେଇଥିଲେ।

ଏହାର ମୀମାଂସା ପାଇଁ ଗାଁରେ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନ ଥିଲା। ଶେଷରେ ମହିଳା ଜଣଙ୍କ ଏନେଇ ଗତକାଲି ଥାନାକୁ ଯାଇଥିଲେ। ସେଠାକୁ ତାଙ୍କ ସ୍ୱାମୀଙ୍କୁ ଡକାଯାଇଥିବା ବେଳେ କୌଣସି ସମାଧାନର ସୂତ୍ର ବାହାରି ପାରି ନଥିଲା।

ଏନେଇ ଅଭିଯୁକ୍ତ ସ୍ୱାମୀଙ୍କୁ ପଚାରିବାରୁ ଅପହରଣ ଓ ବଳାତ୍କାର ଘଟଣାକୁ ସ୍ୱୀକାର କରି ନ ଥିବା ବେଳେ ଲଣ୍ଡା କରିବା ଘଟଣାକୁ ସ୍ୱୀକାର କରିଛନ୍ତି।  ଲଣ୍ଡା କରିଦେଲେ ସେ ଆଉ କୁଆଡ଼େ ଯାଇପାରିବନି ଓ ତାଙ୍କ ପାଖରେ ରହିବ ଭାବି ଏପରି କରିଥିବା କହିଛନ୍ତି ଅଭିଯୁକ୍ତ ସ୍ୱାମୀ।

ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ବାଲେଶ୍ୱର ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା।  ବଳାତ୍କାର କରିବା ଓ ଲଣ୍ଡା କରିବା ଘୃଣ୍ୟ କାମ । ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍‌ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

The post ସଇତାନ ସ୍ୱାମୀ; ଛାଡ଼ପତ୍ର ପରେ ମାଲିକ ସହ ମିଶି ସ୍ତ୍ରୀକୁ କଲା ଦୁଷ୍କର୍ମ appeared first on Odisha Reporter.

]]>
centre bottom, gang rape 2021-07-26 16:16:12 https://cdn.odishareporter.in/wp-content/uploads/2021/07/26130438/nilagiri-2.jpg
ପୁଲିସ୍‌ଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ହାଇଦର https://odishareporter.in/odisha/police-mentioned-the-reason-to-shoot-haidar-661792 Mon, 26 Jul 2021 03:58:57 +0000 https://odishareporter.in/?p=661792

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ହାଇଦର ପୁଲିସ୍‌ ଠାରୁ ଛଡ଼ାଇ ନେଇଥିଲା ଏକେ-୪୭ ବନ୍ଧୁକ। ସେଥିପାଇଁ ତା’ ଉପରକୁ ପୁଲିସ୍ ଚଳାଇଥିଲା ଗୁଳି। ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସଂପର୍କରେ ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫ୍‌ଆଇଆର୍‌ରେ ଏହା ଦର୍ଶାଯାଇଛି। ହାଇଦରକୁ ଏସ୍‌କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏହି ଏଫ୍‌ଆଇଆର୍‌ ଦେଇଛନ୍ତି। ସେ ଏଥିରେ ସେଦିନ ଘଟିଥିବା ଏନ୍‌କାଉଣ୍ଟର ସଂପର୍କରେ ଟିକନିଖ୍ କଥା ଉଲ୍ଲେଖ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇବା ଲାଗି ବାଧ୍ୟ ହୋଇ ହାଇଦର […]

The post ପୁଲିସ୍‌ଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ହାଇଦର appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ହାଇଦର ପୁଲିସ୍‌ ଠାରୁ ଛଡ଼ାଇ ନେଇଥିଲା ଏକେ-୪୭ ବନ୍ଧୁକ। ସେଥିପାଇଁ ତା’ ଉପରକୁ ପୁଲିସ୍ ଚଳାଇଥିଲା ଗୁଳି। ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସଂପର୍କରେ ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫ୍‌ଆଇଆର୍‌ରେ ଏହା ଦର୍ଶାଯାଇଛି।

ହାଇଦରକୁ ଏସ୍‌କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏହି ଏଫ୍‌ଆଇଆର୍‌ ଦେଇଛନ୍ତି। ସେ ଏଥିରେ ସେଦିନ ଘଟିଥିବା ଏନ୍‌କାଉଣ୍ଟର ସଂପର୍କରେ ଟିକନିଖ୍ କଥା ଉଲ୍ଲେଖ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇବା ଲାଗି ବାଧ୍ୟ ହୋଇ ହାଇଦର ଉପରକୁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ଶ୍ରୀ ଶାସେନି ଉଲ୍ଲେଖ କରିଛନ୍ତି, ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର ପାଇଁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ତାକୁ ଧରି  ୧୨ଟା ୪୦ରେ ଚୌଦ୍ୱାର ଛାଡ଼ିଥିଲା ଏସକର୍ଟ ଟିମ୍। ଅପରାହ୍ନ ପ୍ରାୟ ୩ଟା ୨୦ ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ହାଇଦର ପରିସ୍ରା ଯିବା ପାଇଁ ଗାଡ଼ି ରଖିବାକୁ କହିଥିଲା। ଗାଡ଼ି ରହିବା ପରେ ସେ ପରିସ୍ରା ଯିବା ପାଇଁ ହାତ ଖୋଲିବାକୁ କହିଥିଲା।

ସୁରକ୍ଷାକର୍ମୀମାନେ ହାଇଦରର ହାତ ଖୋଲିବା ପରେ ସେ ଏହାର ସୁଯୋଗ ନେଇ ଜଣେ ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ଏବଂ ଫେରାର ହେବାକୁ ଉଦ୍ୟମ କରିଥିଲା। ଉପସ୍ଥିତ ପୁଲିସ୍ କର୍ମଚାରୀଙ୍କ ଉପରକୁ ସେ ବନ୍ଧୁକ ଦେଖାଇବା ସହ ହିନ୍ଦୀରେ ଗାଳିଗୁଲଜ ମଧ୍ୟ କରିଥିଲା। ଆତ୍ମସମର୍ପଣ କରିବା ପାଇଁ ତାକୁ ବାରମ୍ବାର ବୁଝାଯାଇଥିଲା । ମାତ୍ର ସେ ଫେରାର ହେବାକୁ ଉଦ୍ୟମ କରିବାରୁ ଏବଂ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାଧ୍ୟ ହୋଇ ପୁଲିସ୍‌ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଏତଲାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଗଙ୍ଗାଧର ଶାସେନି।

ରଣାପଡ଼ାରେ ହାଇଦରକୁ ଦିଆଗଲା କବର

ବ୍ୟବଚ୍ଛେଦ ପରେ ହାଇଦର ମୃତଦେହକୁ କେନ୍ଦ୍ରାପଡା ଜିଲ୍ଲା ରଣାପଡ଼ାରେ କବର ଦିଆଯାଇଛି। ଗତକାଲି ରାତି ସାଢ଼େ ୮ଟାରେ ପୁଲିସ୍‌ ସୁରକ୍ଷା ବଳୟରେ ହାଇଦରର ମୃତଦେହ ରଣାପଡାସ୍ଥିତ ତା’ ଘରେ ପହଞ୍ଚିଥିଲା। ସେଠାରୁ ମୃତଦେହକୁ ସିଧା କବରସ୍ଥାନକୁ ନିଆଯାଇଥିଲା। ସାଙ୍ଗରେ ତାର ସ୍ତ୍ରୀ ହସିନା ବିବି, ଝିଅ, ବୋହୂ ଓ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରହିଥିଲେ। ତେବେ କୋଭିଡ଼ କଟକଣା ଭିତରେ ହାଇଦରକୁ କବର ଦିଆଯାଇଥିଲା। ଅନ୍ତିମ ସଂସ୍କାର ବେଳେ ପ୍ରାୟ ୧୫ ଜଣ ଅତ୍ମୀୟସ୍ଵଜନ ଉପସ୍ଥିତ ଥିଲେ।

ସମଗ୍ର ରଣାପଡ଼ାରେ ପୁଲିସ୍‌ ମୁତୟନ କରାଯାଇଥିଲା। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ଏସ୍‌ପି ଏମ. ସମ୍ବିତ ସମ୍ପଦ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।  “କେନ୍ଦ୍ରାପଡାରେ ପରିସ୍ଥିତି ସମ୍ପୂର୍ଣ ଶାନ୍ତ ରହିଛି । ସ୍ଥିତି ସମୀକ୍ଷ ପରେ ଧାର୍ଯ୍ୟ ସମୟ ପୂର୍ବରୁ ୧୪୪ ଧାରା ଉଚ୍ଛେଦ କରାଯାଇ ପାରେ” ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ,  ହାଇଦରର ପତ୍ନୀ ଓ ୨ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଏହାର ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।  ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିବା  ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି।

The post ପୁଲିସ୍‌ଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ହାଇଦର appeared first on Odisha Reporter.

]]>
right top 2021-07-26 10:09:45 https://cdn.odishareporter.in/wp-content/uploads/2021/04/16120931/haidar-3.jpg
ପୋଷ୍ଟମର୍ଟମରୁ ଆସିଲା ପୁରୁଣା କଥା, ହାଇଦର ଦେହରେ ଆଗରୁ ଗୋଟିଏ ଗୁଳି ଥିଲା https://odishareporter.in/odisha/balasore/according-to-the-postmortem-hyder-had-a-bullet-in-his-body-661654 Sun, 25 Jul 2021 11:19:06 +0000 https://odishareporter.in/?p=661654

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ। ପୋଷ୍ଟମର୍ଟମ ପରେ ହସ୍ତାନ୍ତର ହେଲା ମୃତଦେହ। ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହସ୍ତାନ୍ତର କରାଗଲା ମୃତଦେହ। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା। ଏନେଇ ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦରର ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ […]

The post ପୋଷ୍ଟମର୍ଟମରୁ ଆସିଲା ପୁରୁଣା କଥା, ହାଇଦର ଦେହରେ ଆଗରୁ ଗୋଟିଏ ଗୁଳି ଥିଲା appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ। ପୋଷ୍ଟମର୍ଟମ ପରେ ହସ୍ତାନ୍ତର ହେଲା ମୃତଦେହ। ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହସ୍ତାନ୍ତର କରାଗଲା ମୃତଦେହ। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା। ଏନେଇ ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦରର ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି।   ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପସ୍ଥିତିରେ ଚାଲି ଥିଲା ଶବ ବ୍ୟବଚ୍ଛେଦ । ବ୍ୟବଚ୍ଛେଦ ପରେ ହାଇଦରର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୋଷ୍ଟମର୍ଟମ ବେଳେ ହାଇଦର ପକେଟରୁ ଏକ ଫୋନ୍ ଡାଇରୀ ଜବତ ସହ ତା ଶରୀରରେ ୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି।  ଏପଟେ ବାଲେଶ୍ୱର ସିମୁଳିଆର ଏନ୍‌କାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ପକ୍ଷରୁ ଯାଂଚ କରାଯାଇଛି । ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି।  ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା  । ଏନ୍‌କାଉଣ୍ଟର ସ୍ପଟରୁ ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍  ।

ବାଲେଶ୍ୱର ଏସଡିପିଓ ଶ୍ରୀହର୍ଷ ମିଶ୍ର, ଅତିରିକ୍ତ ଡିସିପି ପ୍ରମୋଦ ରଥ ସ୍ପଟରେ ତଦନ୍ତ କରିଛନ୍ତି।  ଗତକାଲି ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ  ହୋଇଥିଲା । ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନ୍‌କାଉଣ୍ଟର ହୋଇଥିଲା । ପରିସ୍ରା ଯିବା ବାହାନାରେ ବାହାରିବା ପରେ ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଏତିକି ବେଳେ ହାଇଦରକୁ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନିନଥିଲା।   ତେବେ ବାଧ୍ୟହୋଇ ପୁଲିସ ଗୁଳି କରିଥିଲା ବୋଲି କହିଥିଲେ କଟକ ଡିସିପି।

The post ପୋଷ୍ଟମର୍ଟମରୁ ଆସିଲା ପୁରୁଣା କଥା, ହାଇଦର ଦେହରେ ଆଗରୁ ଗୋଟିଏ ଗୁଳି ଥିଲା appeared first on Odisha Reporter.

]]>
2021-07-25 16:49:06 https://cdn.odishareporter.in/wp-content/uploads/2021/07/25164701/5bn-2.jpg
ସୌମ୍ୟଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌: ସାମ୍ନାକୁ ଆସିଲା ବିଦ୍ୟାଙ୍କ ଖାତା, ଏଣ୍ଟ୍ରି କଲେ ଅକ୍ଷୟ https://odishareporter.in/odisha/new-twist-in-acf-death-case-661606 Sun, 25 Jul 2021 08:23:40 +0000 https://odishareporter.in/?p=661606

ସୋର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ୍। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଏଥିରେ ଯୋଡ଼ି ହୋଇଛି ଏକ ନୂଆ ନାଁ। ସୌମ୍ୟଙ୍କ ପରିବାର ଲୋକଙ୍କ ଦାବି ଅନୁସାରେ ସେମାନଙ୍କୁ ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କର ଏକ ଖାତା ମିଳିଥିବା ବେଳେ ସେଥିରେ ଲେଖା ହୋଇଛି ଏହି ନାଁ। ଏହି ଖାତାରେ ଗୋଟିଏ ସ୍ଥାନରେ କିଛି ଅଲଗା ଲେଖା ସହିତ […]

The post ସୌମ୍ୟଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌: ସାମ୍ନାକୁ ଆସିଲା ବିଦ୍ୟାଙ୍କ ଖାତା, ଏଣ୍ଟ୍ରି କଲେ ଅକ୍ଷୟ appeared first on Odisha Reporter.

]]>

ସୋର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ୍। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଏଥିରେ ଯୋଡ଼ି ହୋଇଛି ଏକ ନୂଆ ନାଁ। ସୌମ୍ୟଙ୍କ ପରିବାର ଲୋକଙ୍କ ଦାବି ଅନୁସାରେ ସେମାନଙ୍କୁ ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କର ଏକ ଖାତା ମିଳିଥିବା ବେଳେ ସେଥିରେ ଲେଖା ହୋଇଛି ଏହି ନାଁ। ଏହି ଖାତାରେ ଗୋଟିଏ ସ୍ଥାନରେ କିଛି ଅଲଗା ଲେଖା ସହିତ ‘ଅକ୍ଷୟ’ ବୋଲି ଏକ ନାଁ ଲେଖାଯାଇଛି ଓ ତାକୁ କାଟି ଦିଆଯାଇଛି। ତେଣୁ ବିଦ୍ୟାଭାରତୀଙ୍କ ସହିତ ଏହି ଅକ୍ଷୟଙ୍କର ସଂପର୍କ ଥାଇପାରେ ବୋଲି ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ସୌମ୍ୟଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି, ମୋ ବାପା, ମାମୁ ଓ ଭାଇ ପାରଳାଖେମୁଣ୍ଡି ଯାଇଥିବା ବେଳେ ତା’ (ସୌମ୍ୟଙ୍କ) ସରକାରୀ ବାସଭବନରୁ ଏହି ଖାତାକୁ ଆଣିଥିଲେ। ଏହି ଖାତାରେ ଯାହା ସବୁ ଲେଖାଯାଇଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନଙ୍କ (ସୌମ୍ୟ ଓ ବିଦ୍ୟାଭାରତୀ) ମଧ୍ୟରେ କ’ଣ ସଂପର୍କ ଥିଲା। ସେ କେତେ ମାତ୍ରରେ ମୋ ଭାଇକୁ ଭଲ ପାଉଥିଲା, ସବୁ କିଛି ଏହି ଖାତାରେ ଥିବା ଲେଖାରୁ ବୁଝାପଡ଼ୁଛି।

ସେ ଆହୁରି କହିଛନ୍ତି, ଅକ୍ଷୟ କିଏ କହିପାରିବିନି। କିନ୍ତୁ ସନ୍ଦେହ କରୁଛି ଯେ ତା’ ସହିତ ବିଦ୍ୟାଭାରତୀଙ୍କ ସଂପର୍କ ଥାଇପାରେ। କାରଣ ଆମେ ଶୁଣିଥିଲୁ ଯେ ବାହାଘର ପୂର୍ବରୁ ତାଙ୍କର ଆଉ କାହା ସହିତ ଆଫେୟାର ଥିଲା। ଯେହେତୁ ବାହାଘର ପରେ ତାଙ୍କର ମୋ ଭାଇ ସହିତ ସଂପର୍କ ନଥିଲା, ତେଣୁ ତା’ (ଅକ୍ଷୟ) ସହିତ ବି ଆଫେୟାର ଥିବ। ଏହି ଘଟଣାର ତଦନ୍ତ କଲେ ସତ କଥା ପଦାକୁ ଆସିବ।

ସୌମ୍ୟଙ୍କ ପରିବାରକୁ ମିଳିଥିବା ଖାତାର ଗୋଟିଏ ପୃଷ୍ଠା

ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସୌମ୍ୟଙ୍କ ବାପାମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି ଯେ ଉକ୍ତ ଘଟଣା ବେଳେ ସୌମ୍ୟଙ୍କ ସହିତ କେବଳ ବିଦ୍ୟା ଥିଲେ। ତାଙ୍କୁ କାହିଁକି ଜେରା କରାଯାଉ ନାହିଁ। ତାଙ୍କୁ ଗିରଫ କରି ପଚରାଉଚରା କଲେ ସବୁ କଥା ପଦାକୁ ଆସିବ।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି। ତଦନ୍ତକାରୀ ଟିମ୍ ଆଜି ବଲାଙ୍ଗିର ଯାଇଛି। ବାହାଘର ପରେ ବିଦ୍ୟାଭାରତୀ ପଣ୍ଡା ବଲାଙ୍ଗିରରେ ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଥିଲେ। ସେହି ପାର୍ଟିରେ ଯୋଗ ଦେବାକୁ ସୌମ୍ୟ ମଧ୍ୟ ଯାଇଥିଲେ। କିନ୍ତୁ ବିଦ୍ୟା ତାଙ୍କୁ ସେଠାରୁ ତଡ଼ି ଦେଇଥିବା ପରେ ଖରାପ ଫଟୋ ପଠାଇ ଟଙ୍କା ପାଇଁ ବ୍ଲାକମେଲିଂ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

The post ସୌମ୍ୟଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌: ସାମ୍ନାକୁ ଆସିଲା ବିଦ୍ୟାଙ୍କ ଖାତା, ଏଣ୍ଟ୍ରି କଲେ ଅକ୍ଷୟ appeared first on Odisha Reporter.

]]>
right bottom 2021-07-25 18:35:55 https://cdn.odishareporter.in/wp-content/uploads/2021/07/20102904/vidya1.jpg
ଡନ୍‌ର ଗେମ ଓଭର: ହାଇଦର ସଫା https://odishareporter.in/odisha/how-is-gangster-hyders-after-encounter-9-661490 Sat, 24 Jul 2021 12:32:58 +0000 https://odishareporter.in/?p=661490

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କୁଖ୍ୟତ ଗ୍ୟାଙ୍ଗଷ୍ଟର ହାଇଦରଙ୍କ ମୃତ୍ୟୁ। ଆଜି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ ତାଙ୍କୁ ଏନକାଉଣ୍ଟର କରାଯାଇଥିଲା। ତେବେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।  ରକ୍ତଜୁଡ଼ୁବୁଡ଼ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇ ଥିଲା ।  ହାଇଦର ଷ୍ଟ୍ରେଚରରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପୂରା ସହରକୁ ପୁଲିସ […]

The post ଡନ୍‌ର ଗେମ ଓଭର: ହାଇଦର ସଫା appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କୁଖ୍ୟତ ଗ୍ୟାଙ୍ଗଷ୍ଟର ହାଇଦରଙ୍କ ମୃତ୍ୟୁ। ଆଜି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ ତାଙ୍କୁ ଏନକାଉଣ୍ଟର କରାଯାଇଥିଲା। ତେବେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।  ରକ୍ତଜୁଡ଼ୁବୁଡ଼ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇ ଥିଲା ।  ହାଇଦର ଷ୍ଟ୍ରେଚରରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପୂରା ସହରକୁ ପୁଲିସ ଛାଉଣି କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା ବୋଲି ପୁଲିସ ସୂଚନା ଦେଇଛି । କିନ୍ତୁ ପୁଲିସ ସେହି ସମୟରେ ଉପାୟ ନପାଇ ବାଧ୍ୟହୋଇ ହାଇଦରକୁ ଗୁଳି କରିଥିଲା । ଏନ୍‌କାଉଣ୍ଟର ପରେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। ଏବେ ତାଙ୍କର ଚିକିତ୍ସା ଚାଲିଛି। କଟକ ଚୌଦ୍ୱାର ଜେଲ୍‌ରୁ ଆଜି ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲ୍‌କୁ ନିଆଯାଉଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା କରିବାକୁ କହିଥିଲା ହାଇଦର। ପରିସ୍ରା କରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ସହିତ ଧସ୍ତାଧସ୍ତି କରିଥିଲା। ଏପରିକି ସୁରକ୍ଷା କର୍ମୀଙ୍କଠାରୁ ବନ୍ଧୁକ ଛଡ଼ାଇ ପଳାଇବାକୁ ଉଦ୍ୟମ କରିଥିଲା। ପରେ ଇନ୍ସପେକ୍ଟର ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହାଇଦର ପେଟରେ ବାଜିଛି ଗୁଳି। ତାଙ୍କୁ ବାଲେଶ୍ୱର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ସୂଚନାଯୋଗ୍ୟ, ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍‌ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା।

୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ‌ନହେବାରୁ ତାକୁ

ଗତ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ଜେଲ୍‌ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ଏପ୍ରିଲ୍‌ ୧୦ ତାରିଖ ଅପରାହ୍ଣ ୪ଟାରୁ ସାଢ଼େ ୪ଟା ମଧ୍ୟରେ କଟକ ବଡ଼ ଡାକ୍ତରଖାନାରୁ ସେ ଫେରାର ହୋଇଯାଇଥିଲା।

ତେବେ ୧୨୦ ଘଣ୍ଟାର ଅପରେସନ୍ ପରେ ତାକୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ପରେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା ଏବଂ କୋର୍ଟରେ ହାଜର କରାଯାଇଥିଲା। ପରେ ତାକୁ ଚୌଦ୍ୱାର ଜେଲକୁ ପଠାଯାଇଥିଲା।

The post ଡନ୍‌ର ଗେମ ଓଭର: ହାଇଦର ସଫା appeared first on Odisha Reporter.

]]>
centre top 2021-07-24 18:11:31 https://cdn.odishareporter.in/wp-content/uploads/2021/04/17124656/hyder1.jpg
‘ସମ୍ପର୍କ ଭଲ କହି ଟାଇଟନିକ ପୋଜ୍‌ର ଫଟୋ ଛାଡ଼ିଲେ, ଏବେ ଚିଠି, ଡାଏରୀ କ’ଣ କହୁଛି’ https://odishareporter.in/odisha/soumyas-elder-brother-questions-police-investigation-661370 Sat, 24 Jul 2021 06:56:37 +0000 https://odishareporter.in/?p=661370

ସୋର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ସସପେନ୍ସ ଘେରକୁ ଚାଲି ଯାଉଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଗତକାଲି ଗୋଟିଏ ଦିନରେ ପାରଳାଖେମୁଣ୍ଡି ପୁଲିସ୍‌  ଓ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ନଥ କୁମ୍ଭଙ୍କୁ ଜେରା କରି କ୍ଲିନଚିଟ୍‌ ଦେଇସାରିଛନ୍ତି। ହେଲେ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ । ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ […]

The post ‘ସମ୍ପର୍କ ଭଲ କହି ଟାଇଟନିକ ପୋଜ୍‌ର ଫଟୋ ଛାଡ଼ିଲେ, ଏବେ ଚିଠି, ଡାଏରୀ କ’ଣ କହୁଛି’ appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ସସପେନ୍ସ ଘେରକୁ ଚାଲି ଯାଉଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଗତକାଲି ଗୋଟିଏ ଦିନରେ ପାରଳାଖେମୁଣ୍ଡି ପୁଲିସ୍‌  ଓ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ନଥ କୁମ୍ଭଙ୍କୁ ଜେରା କରି କ୍ଲିନଚିଟ୍‌ ଦେଇସାରିଛନ୍ତି। ହେଲେ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ ।

ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ବଡ଼ ଭାଇ  ରଂଜନ ମହାପାତ୍ର  କହିଛନ୍ତି, ପୁଲିସ୍‌ ସମସ୍ତଙ୍କୁ କ୍ଲିନ ଚିଟ୍‌ ଦେଉଥିଲେ ବି ସତ କଥା ମୋ ଭାଇ ପୋଡ଼ି କି ମରିଛି। ହେଲେ କେଉଁ ଲିଙ୍କରେ ସେ ମରିଛି ତାକୁ ଖୋଜି ବାହାର କରିବା ପୁଲିସ୍‌ର କାମ। ଆତ୍ମହତ୍ୟା ଯଦି କରିଛି, ସେଥିପାଇଁ କାରଣ ବି ଦରକାର।

ଘରେ ସ୍ୱାମୀ ସ୍ତ୍ରୀ ଥିଲେ  ସ୍ୱାମୀ ପୋଡ଼ିଗଲା, ସ୍ତ୍ରୀ ଜାଣିପାରିଲାନି କିପରି । ଘଟଣା ଘଟିବା ପରେ ଘରର ଚାବି ବିଭାଗ ପାଖରେ କାହିଁକି ରହିଥିଲା।  ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା । ବ୍ରହ୍ମପୁର ରେଫର ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା କାରଣ କ’ଣ ।  ବଲାଙ୍ଗିରରେ ବ୍ୟାଚଲର ପାର୍ଟି କଥା କହୁଥିଲୁ, ତାହା ବି ସତ ପ୍ରମାଣିତ ହେଲା ବୋଲି କହିଛନ୍ତି  ରଞ୍ଜନ।

“ପରିବାର ଚାପ ସମ୍ପର୍କରେ ସୌମ୍ୟ ପୂର୍ବରୁ ଆମକୁ କିଛି କହି ନ ଥିବା ବେଳେ ଏବେ ସବୁ ସତ ପଦାକୁ ଆସୁଛି।  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଆମେ ପୂର୍ବରୁ କହି ଆସୁଛୁ।   ହେଲେ ସମ୍ପର୍କ ଭଲ ଥିବା ବିଦ୍ୟା ତଥା ତାଙ୍କ ବାପାମା’ କହି ଆସୁଛନ୍ତି। ଏପରିକି ନିଜ କଥା ପ୍ରମାଣିତ କରିବାକୁ ଟାଇଟନିକ ପୋଜ୍‌ର ଫଟୋ ବି ଛାଡ଼ିଛନ୍ତି। ହେଲେ ଏବେ ଯେଉଁ ଚିଠି, ଡାଏରୀ ବାହାରୁଛି ତାହା କ’ଣ ଦର୍ଶାଉଛି। ମିଛା ଧରା ପଡ଼ିଯିବା ପରେ କଥା ବୁଲାଉଛନ୍ତି ବିଦ୍ୟାଙ୍କ ବାପା। କହୁଛନ୍ତି ସମ୍ପର୍କ ପ୍ରଥମେ ଟିକେ ଖରାପ ଥିବା ବେଳେ ପରେ ସବୁ କିଛି ଠିକ୍‌ ହୋଇ ଯାଇଥିଲା। ଠିକ୍‌ ହୋଇଯାଇଥିଲା ଯଦି ମୋ ଭାଇ ମଲା କିପରି ବୋଲି ପ୍ରଶ୍ନ କରିଛନ୍ତି ରଞ୍ଜନ ।

ପରିବାର ପ୍ରେସର ସମ୍ପର୍କରେ ପୂର୍ବରୁ ସୌମ୍ୟ ଆମକୁ କିଛି କହି ନ ଥିବା ବେଳେ ଏବେ ପ୍ରମାଣ ବାହାରୁଛି। କେଉଁ ଲିଙ୍କରୁ ସେ ମରିଛି, ତାହା ଖୋଜି ବାହାର କରିବା ପୁଲିସ୍‌ର କାମ ବୋଲି ସେ କହିଛନ୍ତି।

ଏନେଇ ସୌମ୍ୟଙ୍କ ସମ୍ପର୍କୀୟ ସାନ ଭାଇ ପ୍ରିୟବ୍ରତ ପଣ୍ଡା କହିଛନ୍ତି,   ପୁଲିସ୍‌ କ’ଣ ଦେଖି ସମସ୍ତଙ୍କୁ କ୍ଲିନ ଚିଟ୍‌ ଦେଲା ତାହା ଆମେ ବୁଝିପାରୁନୁ। ବାହାଘର ପରେ ଭାଇ ମାନସିକ ଅବସାଦରେ ରହୁଥିଲା। ଏହା ପୂର୍ବ ଯୋଜନା ମୁତାବକ ମର୍ଡର ବୋଲି ସମସ୍ତେ ଜାଣିଛନ୍ତି। ଜଣେ ମରିଛି, ଆଉ ଜଣେ ସେଠାରେ ଥିଲେ, ତାଙ୍କୁ ପ୍ରଥମେ ଧରିବା ଦରକାର। ଏହାପଛରେ ବହୁ ଲୋକଙ୍କ ହାତ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି।

ଏହାବାଦ ସୌମ୍ୟଙ୍କ ଜଣେ ସମ୍ପର୍କୀୟ କହିଛନ୍ତି,  ଘଟଣା ଦିନ ସୌମ୍ୟଙ୍କ କ୍ୱାର୍ଟର୍ସରେ ଜଳିବାର ଚିହ୍ନବର୍ଣ୍ଣ ନ ଥିଲା। ଏବେ କେମିତି କବାଟ ଜଳିବା ଚିହ୍ନ ଆସିଲା। ଘଟଣା ଦିନ ବିଦ୍ୟା ଘରର ଚାବିକାଠି ଡିଏଫଓଙ୍କୁ ଦେଇକି ଆସିଥିଲା। ଏହାପରେ ଡିଏଫଓ ୩ ଦିନ ଅନ୍ତର୍ଦ୍ଧାନ ହୋଇଗଲେ। ଏହା ମଧ୍ୟରେ ଘର ଖୋଲାଯାଇ ନିଆଁ ଲଗାଯାଇ ସବୁ ଓଲଟପାଲଟ କରାଯାଇଛି। ଆମକୁ ନ୍ୟାୟ ଦରକାର।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ  ଏ ଯାଏ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଛାଡ଼ି ସମସ୍ତଙ୍କୁ କ୍ଲିନଚିଟ୍‌ ଦେଇ ସାରିଲାଣି ପୁଲିସ୍‌। ହେଲେ ପୁଲିସ୍‌ ତଦନ୍ତ ପ୍ରକ୍ରିୟାରେ ଆଦୌ ସନ୍ତୁଷ୍ଟ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ। ପୁଅ ପୋଡ଼ିକି ମରିଥିବା ବେଳେ ତାକୁ କିଏ, କାହିଁକି ଓ କେଉଁ ପରିସ୍ଥିତିରେ ପୋଡ଼ିକି ମାରିଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷ, ଗଜପତି ପୁଲିସ୍‌ ଏଯାଏ ସୌମ୍ୟଙ୍କ ଘର ଓ ବିଦ୍ୟାଙ୍କ ଘରକୁ ଯାଇ ପଚରାଉଚରା କରି ସାରିଥିବା ବେଳେ ପୁଣି ଥରେ ବାଲେଶ୍ୱର ଯିବ ବୋଲି ଜଣାଯାଇଛି। ଏହାବାଦ  ବଲାଙ୍ଗିର ଯାଇ ଘଟଣାର ଅଧିକ ତଦନ୍ତ କରିବ । ବିଦ୍ୟାଭାରତୀ ପଢୁଥିବା ଏଲ୍ଆଇ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଯାଇ ବ୍ୟାଚଲର ପାର୍ଟି ସମ୍ପର୍କରେ ଅଧିକ ଖୋଳତାଡ଼ କରିବ। ଏହାବାଦ ବାଲେଶ୍ୱର ଖଇରା ବେଗୁନିଆରେ  ଥିବା ସୌମ୍ୟରଂଜନଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ପଚରା ଉଚରା କରିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ।

“ମୁଁ ଏହି ଲୋକକୁ ଦୁନିଆରେ ସବୁଠୁ ଅଧିକ ଘୃଣା କରେ । ଭଗବାନ ମୋ ଭୁଲ୍‌ ପାଇଁ ମୋତେ କ୍ଷମା କରିଦିଅ। ମୋ ଜୀବନ ବରବାଦ କର ନାହିଁ। କେମିତି ଆଉ ୩ଟା ଦିନ କଟିବ। ଆଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ, ଏପରିକି ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା, ” ବୋଲି  ବିଦ୍ୟାଙ୍କ ହାତ ଲେଖା ଚିଠିରେ ଉଲ୍ଲେଖ ଅଛି।

ଅପରପକ୍ଷେ, ସୌମ୍ୟଙ୍କ ଡାଏରୀରେ, ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ  ତୁମର ଚାକର ହୋଇ ରହିବି। କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ ବୋଲି ଲେଖା ଯାଇଛି।

ବିଦ୍ୟାଙ୍କ ମନରେ ସୌମ୍ୟଙ୍କ ପ୍ରତି ଘୃଣା ଭାବ ଭରି ରହିଥିବା ବେଳେ ସୌମ୍ୟ କିନ୍ତୁ ମାନସିକ ଅବସାଦରେ ଥିବା  ସହ ତାଙ୍କ ମନରେ ନିରାଶ ଭାବ ରହିଥିବା ଉଭୟଙ୍କ ଚିଠିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

 

The post ‘ସମ୍ପର୍କ ଭଲ କହି ଟାଇଟନିକ ପୋଜ୍‌ର ଫଟୋ ଛାଡ଼ିଲେ, ଏବେ ଚିଠି, ଡାଏରୀ କ’ଣ କହୁଛି’ appeared first on Odisha Reporter.

]]>
centre bottom 2021-07-24 12:43:28 https://cdn.odishareporter.in/wp-content/uploads/2021/07/24122228/ranjan.jpg
ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ https://odishareporter.in/odisha/balasore/sanjay-will-have-another-post-mortem-660776 Thu, 22 Jul 2021 06:12:02 +0000 https://odishareporter.in/?p=660776

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତର ସଂଜୟ ଦାସଙ୍କ ମୃତଦେହର ପୁଣି ଥରେ ପୋଷ୍ଟମର୍ଟମ ହେବ।  ପ୍ରାୟ ଆଠ ଦିନ ତଳେ ତାମିଲନାଡୁରେ ସଂଜୟଙ୍କର ମୃତ୍ୟୁ ହୋଇଥିଲା। ସେଠାକୁ ସେ ଦାଦନ ଖଟିବାକୁ ଯାଇଥିଲେ।  ଆମ୍ବୁଲାନ୍ସରେ ସେଠାରୁ ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ପ୍ରାୟ ୩ ଦିନ ଧରି ଆମ୍ବୁଲାନ୍ସରେ ହିଁ ପଡ଼ି ରହିଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି । ଏପରିକି ଆମ୍ବୁଲାନ୍ସରେ ମୃତଦେହ […]

The post ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତର ସଂଜୟ ଦାସଙ୍କ ମୃତଦେହର ପୁଣି ଥରେ ପୋଷ୍ଟମର୍ଟମ ହେବ।  ପ୍ରାୟ ଆଠ ଦିନ ତଳେ ତାମିଲନାଡୁରେ ସଂଜୟଙ୍କର ମୃତ୍ୟୁ ହୋଇଥିଲା। ସେଠାକୁ ସେ ଦାଦନ ଖଟିବାକୁ ଯାଇଥିଲେ।  ଆମ୍ବୁଲାନ୍ସରେ ସେଠାରୁ ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ପ୍ରାୟ ୩ ଦିନ ଧରି ଆମ୍ବୁଲାନ୍ସରେ ହିଁ ପଡ଼ି ରହିଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି ।

ଏପରିକି ଆମ୍ବୁଲାନ୍ସରେ ମୃତଦେହ ଧରି ଆସିଥିବା ୩ ଜଣଙ୍କୁ ସେମାନେ ଅଟକ ରଖିଥିଲେ ।  ବାହାନଗା ତହସିଲଦାର ଓ ସୋର ପୁଲିସ ସେହି ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛନ୍ତି।  ଏହା ପରେ ୩ ଅଟକ ମୁକ୍ତ ହୋଇଛନ୍ତି । ସୂଚନା ଅନୁଯାୟୀ, ୩୫ ବର୍ଷର ସଞ୍ଜୟ କୁମାର ଦାସ ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଛି।

ସଞ୍ଜୟଙ୍କୁ  କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ  ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର ଲୋକେ  ଅଭିଯୋଗ ଆଣିଛନ୍ତି।  l ଅନ୍ୟପଟେ ଠିକାଦାର ଜଣକ ୩ଜଣ ପିଲାଙ୍କ ସହିତ ସଞ୍ଜୟଙ୍କର ଶବକୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କ ଘରକୁ ପଠାଇଥିଲେ l

The post ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ appeared first on Odisha Reporter.

]]>
Migrant Labour Death, right bottom 2021-07-22 17:32:44 https://cdn.odishareporter.in/wp-content/uploads/2021/07/22114113/590-1.jpg
୮ ଦିନ ହେବ ଆମ୍ବୁଲାନ୍ସ ଭିତରେ ଶବ https://odishareporter.in/odisha/balasore/the-body-will-be-in-the-ambulance-for-8-days-660656 Wed, 21 Jul 2021 13:35:01 +0000 https://odishareporter.in/?p=660656

ସୋର(ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତ ବଲ୍ଲପାତ୍ର ସାହିରେ ଜଣେ ୩୫ ବର୍ଷର ଯୁବକଙ୍କର ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଯାଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କୁମାର ଦାସ l ସଞ୍ଜୟଙ୍କୁ  କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ  ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର […]

The post ୮ ଦିନ ହେବ ଆମ୍ବୁଲାନ୍ସ ଭିତରେ ଶବ appeared first on Odisha Reporter.

]]>

ସୋର(ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତ ବଲ୍ଲପାତ୍ର ସାହିରେ ଜଣେ ୩୫ ବର୍ଷର ଯୁବକଙ୍କର ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଯାଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କୁମାର ଦାସ l ସଞ୍ଜୟଙ୍କୁ  କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ  ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର ଲୋକେ  ଅଭିଯୋଗ ଆଣିଛନ୍ତି।  l ଅନ୍ୟପଟେ ଠିକାଦାର ଜଣକ ୩ଜଣ ପିଲାଙ୍କ ସହିତ ସଞ୍ଜୟଙ୍କର ଶବକୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କ ଘରକୁ ପଠାଇଥିଲେ l କିନ୍ତୁ ପରିବାର ଲୋକ ଓ ଗ୍ରାମବାସୀ ମାନେ ଆସିଥିବା ଲୋକଙ୍କୁ ଅଟକ ରଖିଛନ୍ତି l ପରେ ଗାଁରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ସୋର ପୋଲିସ ଘଟଣା  ସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଶବଟି ଆମ୍ବୁଲାନ୍ସ ଭିତରେ ରହିଛି l

The post ୮ ଦିନ ହେବ ଆମ୍ବୁଲାନ୍ସ ଭିତରେ ଶବ appeared first on Odisha Reporter.

]]>
right bottom 2021-07-21 19:05:01 https://cdn.odishareporter.in/wp-content/uploads/2021/07/21190246/590.jpg
ପଶ୍ଚିମବଙ୍ଗରୁ ମଦ ଆଣି ଓଡ଼ିଶାରେ ପଶିଲେ, ଖାଇଲେ ନିର୍ଧୂମ ଛେଚା https://odishareporter.in/odisha/local-people-detained-2-persons-with-liquor-660445 Wed, 21 Jul 2021 02:57:05 +0000 https://odishareporter.in/?p=660445

ଜଳେଶ୍ୱର(ଅଜିତ ଦାସ): ପଶ୍ଚିମବଙ୍ଗ ମାର୍କା ମଦ ବିକ୍ରି ପାଇଁ ଓଡ଼ିଶା ଆସି ଫସିଗଲେ ୨ ଯୁବକ । ଉତ୍ତ୍ୟକ୍ତ ଲୋକ ମଦ ସହ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କନ୍ଥୀ ଭଉରୀ ପଞ୍ଚାୟତରେ । ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଏକ ଅଟୋରେ ଦୁଇଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ […]

The post ପଶ୍ଚିମବଙ୍ଗରୁ ମଦ ଆଣି ଓଡ଼ିଶାରେ ପଶିଲେ, ଖାଇଲେ ନିର୍ଧୂମ ଛେଚା appeared first on Odisha Reporter.

]]>

ଜଳେଶ୍ୱର(ଅଜିତ ଦାସ): ପଶ୍ଚିମବଙ୍ଗ ମାର୍କା ମଦ ବିକ୍ରି ପାଇଁ ଓଡ଼ିଶା ଆସି ଫସିଗଲେ ୨ ଯୁବକ । ଉତ୍ତ୍ୟକ୍ତ ଲୋକ ମଦ ସହ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କନ୍ଥୀ ଭଉରୀ ପଞ୍ଚାୟତରେ ।

ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଏକ ଅଟୋରେ ଦୁଇଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ ଧରି  ଆସିଥିଲେ। କାନ୍ଥିଭଉରୀ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ୨ ଯୁବକ ମଦ ଦେବା ସମୟରେ ଗ୍ରାମର ମହିଳାମାନେ ସେମାନଙ୍କୁ ମାଡ଼ ମାରି ଏକ ଘରେ ବନ୍ଦ କରି ରଖିବା ସହିତ ଗାଡି ଭଙ୍ଗା ରୁଜା କରିଥିଲେ।

ଉତ୍ତ୍ୟକ୍ତ ଲୋକ ବୋଲେରୋକୁ ଅଟକ ରଖିଛନ୍ତି।

କିଛି ସମୟ ପରେ  ଏକ ବୋଲେରୋରେ ୨ ଜଣ ପହଞ୍ଚି ନିଜକୁ ଅବକାରୀ କର୍ମଚାରୀ ପରିଚୟ ଦେଇଥିଲେ ମଧ୍ୟ  ଉତ୍ତେଜନା ଦେଖି ସେଠାରୁ ଖସି ପଳାଇଥିଲେ। ମାତ୍ର ବୋଲେରୋ ମାଲିକ ଅନିଲ୍ ପ୍ରଧାନଙ୍କୁ   ଗାଡ଼ି ସହ ଉତ୍ତ୍ୟକ୍ତ ଲୋକ ଅଟକ ରଖିଛନ୍ତି।    ଗ୍ରାମବାସୀ ବୋଲେରୋ ମାଲିକଙ୍କୁ ମାଡ଼ ମାରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି।

ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଇଥିବା ବେଳେ ଫାଣ୍ଡି ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା  ଚଳାଇଛନ୍ତି। ମାତ୍ର ପରିସ୍ଥିତି ଅଣାୟତ୍ତ ହେବାରୁ ଗୋଟିଏ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳକୁ ଯାଉଥିବା ଜଳେଶ୍ୱର ଆଇଆଇସି କହିଛନ୍ତି।

The post ପଶ୍ଚିମବଙ୍ଗରୁ ମଦ ଆଣି ଓଡ଼ିଶାରେ ପଶିଲେ, ଖାଇଲେ ନିର୍ଧୂମ ଛେଚା appeared first on Odisha Reporter.

]]>
odia news, right top 2021-07-21 12:52:18 https://cdn.odishareporter.in/wp-content/uploads/2021/07/21082520/jjj-1.jpg
ଖସିଯିବାକୁ ବୋହୂ ଚାଲ୍ ଖେଳୁଛି: ସୌମ୍ୟଙ୍କ ବାପା-ମା’ https://odishareporter.in/odisha/late-acf-soumyas-parents-deny-the-allegation-of-illicit-relationship-of-the-later-660199 Tue, 20 Jul 2021 06:21:59 +0000 https://odishareporter.in/?p=660199

ସୋର (ଓଡ଼ିଶା ରିପୋର୍ଟର): ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ଉଠିଛି ସୌମ୍ୟଙ୍କ ପରକୀୟା ପ୍ରୀତି କଥା। ଆଉ ଏ କଥା ଉଠାଇଛନ୍ତି ଖୋଦ୍ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ଅନ୍ୟପକ୍ଷରେ ବିଦ୍ୟାଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶାଶୁ-ଶ୍ୱଶୁର। ସେମାନେ କହିଛନ୍ତି, ଏ ମାମଲାରୁ ଖସି ଯିବାକୁ ବୋହୂ ଚାଲ୍ ଖେଳୁଛି। ସୌମ୍ୟଙ୍କ ମା’ କହିଛନ୍ତି, ଏସବୁ କଥା ମିଛ। ଯଦି ମୋ ପୁଅର ଅନ୍ୟ […]

The post ଖସିଯିବାକୁ ବୋହୂ ଚାଲ୍ ଖେଳୁଛି: ସୌମ୍ୟଙ୍କ ବାପା-ମା’ appeared first on Odisha Reporter.

]]>

ସୋର (ଓଡ଼ିଶା ରିପୋର୍ଟର): ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ଉଠିଛି ସୌମ୍ୟଙ୍କ ପରକୀୟା ପ୍ରୀତି କଥା। ଆଉ ଏ କଥା ଉଠାଇଛନ୍ତି ଖୋଦ୍ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ଅନ୍ୟପକ୍ଷରେ ବିଦ୍ୟାଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶାଶୁ-ଶ୍ୱଶୁର। ସେମାନେ କହିଛନ୍ତି, ଏ ମାମଲାରୁ ଖସି ଯିବାକୁ ବୋହୂ ଚାଲ୍ ଖେଳୁଛି।

ସୌମ୍ୟଙ୍କ ମା’ କହିଛନ୍ତି, ଏସବୁ କଥା ମିଛ। ଯଦି ମୋ ପୁଅର ଅନ୍ୟ କୌଣସି ଝିଅ ସହିତ ସଂପର୍କ ଥିଲା, ତା’ହେଲେ ସେ (ବୋହୂ ବିଦ୍ୟାଭାରତୀ) ତା’ ସହିତ ରହୁଥିଲା କେମିତି? ମୋତେ ପୂର୍ବରୁ ଜଣାଇ ନଥିଲା କାହିଁକି? ପୁଅ ୭ ଦିନ ହେଲାଣି ମଲାଣି, ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁ ନଥିଲା କାହିଁକି? ସେ (ସୌମ୍ୟ) କାହାକୁ ଭଲ ପାଉଥିଲେ ବାହାଘର ପାଇଁ ଝିଅ ଠିକ୍ କରିବାକୁ ତା’ ମାମୁ ମାନଙ୍କୁ କାହିଁକି କହିଥା’ନ୍ତା? ତା’ର ସାଙ୍ଗ ଅଛନ୍ତି। ସେମାନେ ଫୋନ୍‌ କରନ୍ତି। କିଏ ବାହା ହେଲେଣି, କିଏ ବାହା ହୋଇ ନାହାନ୍ତି। ତା’ ପାଖକୁ ରାଖୀ ପଠାନ୍ତି। ଭାଇଭଉଣୀ ହୋଇ ସେମାନେ ସବୁ ଏକାଠି ପାଠ ପଢ଼ୁଥିଲେ। ଯାହା ସହିତ କଥା ହେବା ଅର୍ଥ କ’ଣ ସେ ତାଙ୍କୁ ଭଲ ପାଉଥିଲା।

ସେହିପରି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି ଯେ ତାଙ୍କ ପୁଅ କାହାକୁ ଭଲ ପାଉ ନଥିଲେ। ସେ ସେମିତି ପିଲା ନଥିଲେ। ସେମାନେ ଖସି ଯିବାକୁ ଏମିତି ଚାଲ୍ କରୁଛନ୍ତି। ପୁଅର ମୃତ୍ୟୁ ପାଇଁ ବୋହୂ, ତାଙ୍କ ବାପାମା’, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ସଂପୂର୍ଣ୍ଣ ଭାବେ ଦାୟୀ।

ସୂଚନାଯୋଗ୍ୟ, ଆଜି ବିଦ୍ୟାଭାରତୀ ପଣ୍ଡା ବିଦ୍ୟାଭାରତୀ ପଣ୍ଡା ଗଣମାଧ୍ୟମ ଆଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କୁ ମୋବାଇଲ୍‌ରେ ଆଇ ଲଭ ୟୁ ଲେଖି ପଠାଉଥିଲେ। ତାଙ୍କ ସହିତ ଲୁଚି ଛପି କଥା ମଧ୍ୟ ହେଉଥିଲେ। ସୌମ୍ୟ ତାଙ୍କ ମୋବାଇଲ୍‌ର ପାସ୍‌ ୱାର୍ଡ ଚେଞ୍ଜ କରୁଥିଲେ। କଲ୍‌ ହିଷ୍ଟ୍ରୀ ଓ ହ୍ୱାଟ୍‌ସଆପ୍ ଚାଟ୍ ଡିଲିଟ୍ କରି ଦେଉଥିଲେ। ତେବେ ଏହା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଏହା ସହିତ ସେମାନଙ୍କ ମଧ୍ୟରେ ବାହାଘରକୁ ନେଇ ଏଗ୍ରିମେଣ୍ଟ ହୋଇଥିବା ଅଭିଯୋଗ ମିଛ ବୋଲି ବିଦ୍ୟା କହିଛନ୍ତି।

The post ଖସିଯିବାକୁ ବୋହୂ ଚାଲ୍ ଖେଳୁଛି: ସୌମ୍ୟଙ୍କ ବାପା-ମା’ appeared first on Odisha Reporter.

]]>
ACFO Death, right bottom 2021-07-20 16:50:14 https://cdn.odishareporter.in/wp-content/uploads/2021/07/20114357/6.jpg
ବଲାଙ୍ଗିର ବ୍ୟାଚଲର ପାର୍ଟିରେ କ’ଣ ଘଟିଥିଲା? କାହିଁକି ସୌମ୍ୟଙ୍କୁ ଦିଆଯାଇଥିଲା ଧମକ https://odishareporter.in/odisha/soumyaranjan-death-case-and-the-bolangir-bachelor-party-659967 Mon, 19 Jul 2021 08:54:29 +0000 https://odishareporter.in/?p=659967

ସୋର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ୍‌ର ତଦନ୍ତ ଚାଲିଥିବା ବେଳେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଆଜି ପାରଳାଖେମୁଣ୍ଡି ପୁଲିସ୍ ସୌମ୍ୟରଞ୍ଜନଙ୍କର ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଘରେ ପହଞ୍ଚି ତାଙ୍କ ମା’, ମାଇଁ ଓ ମାମୁଙ୍କୁ ପଚରାଉଚରା କଲା ବେଳେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କ ମା’ ପୁଲିସ୍‌କୁ ଦେଇଥିବା ବୟାନ ଆଧାରରେ ତାଙ୍କ ମାମୁ କହିଛନ୍ତି, ବାହାଘର […]

The post ବଲାଙ୍ଗିର ବ୍ୟାଚଲର ପାର୍ଟିରେ କ’ଣ ଘଟିଥିଲା? କାହିଁକି ସୌମ୍ୟଙ୍କୁ ଦିଆଯାଇଥିଲା ଧମକ appeared first on Odisha Reporter.

]]>

ସୋର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ୍‌ର ତଦନ୍ତ ଚାଲିଥିବା ବେଳେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି।

ଆଜି ପାରଳାଖେମୁଣ୍ଡି ପୁଲିସ୍ ସୌମ୍ୟରଞ୍ଜନଙ୍କର ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଘରେ ପହଞ୍ଚି ତାଙ୍କ ମା’, ମାଇଁ ଓ ମାମୁଙ୍କୁ ପଚରାଉଚରା କଲା ବେଳେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି

ସୌମ୍ୟରଞ୍ଜନଙ୍କ ମା’ ପୁଲିସ୍‌କୁ ଦେଇଥିବା ବୟାନ ଆଧାରରେ ତାଙ୍କ ମାମୁ କହିଛନ୍ତି, ବାହାଘର ପରେ ବୋହୂ (ବିଦ୍ୟାଭାରତୀ ପଣ୍ଡା) ବଲାଙ୍ଗିରରେ ଗୋଟିଏ ବ୍ୟାଚଲର ପାର୍ଟି ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକି ନେଇଥିଲେ। କିନ୍ତୁ ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ବିଦା କରି ଦେଇଥିଲେ।

ସୌମ୍ୟରଞ୍ଜନ ସେଠାରୁ ଫେରି ଆସିବା ପରେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା। ବିଦ୍ୟାଭାରତୀ ସେହି ମେସେଜରେ ଟଙ୍କା ପଠାଇବାକୁ କହିଥିଲେ। ହେଲେ ଟଙ୍କା ନଥିବା ସୌମ୍ୟରଞ୍ଜନ କହିଥିଲେ। କିନ୍ତୁ ଟଙ୍କା ନ ପଠାଇଲେ କିଛି ଫଟୋ ପଠାଇବେ ବୋଲି ବୋହୂ ଧମକ ଦେଇଥିଲେ। ଆଉ ତା’ ପରେ ପରେ ଏକ ଫଟୋ ସୌମ୍ୟରଞ୍ଜନଙ୍କ ମୋବାଇଲ୍‌କୁ ଆସିଥିଲା। ସେଥିରେ ବୋହୂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କୁଣ୍ଢେଇ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଏବେବି ସୌମ୍ୟରଞ୍ଜନଙ୍କ ମୋବାଇଲ୍‌ରେ ଅଛି ବୋଲି ତାଙ୍କ ମାମୁ କହିଛନ୍ତି।

ବଲାଙ୍ଗିରରେ ବ୍ୟାଚ୍‌ଲର ପାର୍ଟି କରିବା ଅବସରରେ ବିଦ୍ୟାଭାରତୀ କେଉଁଠି ରହିଲେ, କେଉଁଠି ଖାଇଲେ ଓ ସେଠାରେ କ’ଣ ଘଟିଲା, ପୁଲିସ୍‌ ତା’ର ତଦନ୍ତ କରୁ ବୋଲି ସୌମ୍ୟରଞ୍ଜନଙ୍କ ମାମୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଆଜି ପୁଲିସ୍ ଡିଜିଙ୍କୁ ଭେଟି ଏହି ଘଟଣାର ତଦନ୍ତରେ କିପରି ପୂରା ନିରପେକ୍ଷତା ଅବଲମ୍ବନ କରାଯିବ, ସେ ଦିଗରେ ଜୋର ଦେବାକୁ ଦାବି କରିଛନ୍ତି। ଏହା ସହିତ ତିନି ଅଭିଯୁକ୍ତ- ବୋହୂ ବିଦ୍ୟାଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରୁ ତଦନ୍ତ ପାଇଁ ଆସିଥିବା ଟିମ୍ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

The post ବଲାଙ୍ଗିର ବ୍ୟାଚଲର ପାର୍ଟିରେ କ’ଣ ଘଟିଥିଲା? କାହିଁକି ସୌମ୍ୟଙ୍କୁ ଦିଆଯାଇଥିଲା ଧମକ appeared first on Odisha Reporter.

]]>
ACFO Death, centre bottom 2021-07-19 17:35:54 https://cdn.odishareporter.in/wp-content/uploads/2021/07/14164302/soumaya.jpg
ସୌମ୍ୟଙ୍କ ବିବାହ ଏଗ୍ରିମେଣ୍ଟ; ‘ଉଭୟ ବାହା ହୋଇଥିଲେ, କିନ୍ତୁ ନ ଥିଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ’ https://odishareporter.in/odisha/there-in-no-husband-wife-relation-between-soumya-his-wife-revelaed-his-mother-659871 Mon, 19 Jul 2021 03:58:40 +0000 https://odishareporter.in/?p=659871

ସୋର/ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ‘ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସତ, କିନ୍ତୁ ସେମାନଙ୍କ ମଧ୍ୟରେ ନ ଥିଲା ସ୍ୱାମୀସ୍ତ୍ରୀର ସମ୍ପର୍କ। ବର୍ଷେ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା।’ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନୂଆ ତଥ୍ୟା ସାମ୍ନାକୁ ଆସୁଥିବା ବେଳେ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋଦ୍‌ ସୌମ୍ୟଙ୍କ ମା’। ସୌମ୍ୟଙ୍କ ମା’ କହିଛନ୍ତି, ବୋହୂ ମୋ ପୁଅକୁ ନୁହେଁ, ବରଂ […]

The post ସୌମ୍ୟଙ୍କ ବିବାହ ଏଗ୍ରିମେଣ୍ଟ; ‘ଉଭୟ ବାହା ହୋଇଥିଲେ, କିନ୍ତୁ ନ ଥିଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ’ appeared first on Odisha Reporter.

]]>

ସୋର/ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ‘ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସତ, କିନ୍ତୁ ସେମାନଙ୍କ ମଧ୍ୟରେ ନ ଥିଲା ସ୍ୱାମୀସ୍ତ୍ରୀର ସମ୍ପର୍କ। ବର୍ଷେ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା।’ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନୂଆ ତଥ୍ୟା ସାମ୍ନାକୁ ଆସୁଥିବା ବେଳେ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋଦ୍‌ ସୌମ୍ୟଙ୍କ ମା’।

ସୌମ୍ୟଙ୍କ ମା’ କହିଛନ୍ତି, ବୋହୂ ମୋ ପୁଅକୁ ନୁହେଁ, ବରଂ ଡିଏଫଓଙ୍କୁ ଭଲ ପାଉଥିଲା। ମୋ ପୁଅ ମରିବା ଆଗରୁ ବୋହୂ କାରସାଦି କରି ସବୁ ଜିନିଷ ହାତେଇ ନେଇଛି। ମୋ ପୁଅ ମଲେ ବୋହୂ ସବୁ ଜିନିଷ ନେବ ବୋଲି ଏଗ୍ରିମେଣ୍ଟ ବି ହୋଇଛି। ଯଦି ବୋହୂ ମୋ ପୁଅକୁ ମାରିନି, ତା ହେଲେ ଏଗ୍ରିମେଣ୍ଟ କ’ଣ ପାଇଁ କରିଥିଲା। ମୋ ପୁଅର ଟ୍ରାନ୍ସଫର ହୋଇ ଯାଇଥିବା ଜାଣିବା ପରେ ବୋହୂ ଘରୁ ସବୁ ଜିନିଷ ନେଇ ଯାଇଛି।

ଏଥିସହ ୬ ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ସମ୍ପର୍କ ଠିକ୍‌ ନ ଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ସେ  କହିଛନ୍ତି, ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା। ଦିନେ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ବୋହୂ ରାଗି ଶଙ୍ଖା, ଚୁଡ଼ି ଭାଙ୍ଗିବା ସହ ମୁଣ୍ଡରୁ ସିନ୍ଦୂର ପୋଛି କେଉଁଆଡ଼େ ଚାଲି ଯାଇଥିଲା। ଏହାପରେ ପୁଅ ବହୁ ଖୋଜାଖୋଜି କରିବା ପରେ ଡିଏଫଓଙ୍କ ବାସଭବନରେ ବୋହୂ ଥିବା ଦେଖିବାକୁ ପାଇଥିଲା।

ଅପରପକ୍ଷେ, ସୌମ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ତଦନ୍ତକୁ ଜୋରଦାର କରିବାକୁ ଆଜି ବାଲେଶ୍ୱର ଖଇରାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୁଲିସ୍‌।  ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ଖଇରା ଥାନାରେ ପହଞ୍ଚିଛି। ସେଠାରୁ ସୌମ୍ୟଙ୍କ ଘରକୁ ଯାଇ ସେଠାରେ ତାଙ୍କ ମା, ମାଇଁ ଓ ଅନ୍ୟ ସଂପର୍କୀୟଙ୍କୁ ପଚରାଉଚରା କରିବ।

ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାସ୍ଥିତ ବିଦ୍ୟାଭରତୀଙ୍କ ଘରେ ପହଂଚି ତାଙ୍କୁ ପଚରା ଉଚରା କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଭାରତୀଙ୍କୁ ପଚରା ଉଚରା ସମୟରେ ସବୁ ସତ ବାହାରିବ ବୋଲି ପୁଲିସ ଆଶା ରଖିଛି।

ଅନ୍ୟପକ୍ଷରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଶନିବାର ବିଳମ୍ବିତ ସଂଧ୍ୟାରେ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନ ନିକଟକୁ ଯାଇ ସ୍ଥିତି ପରଖିଥିଲେ। ଏହି ସମୟରେ ପୁଲିସ ଡେମୋ ମଧ୍ୟ କରିଛି। ତଦନ୍ତ ଖୁବ୍ ଜୋରଦାର କରାଯାଇଛି ଏବଂ ଅତିଶୀଘ୍ର ଦୋଷୀ ଧରା ପଡିବେ ବୋଲି ଏସପି କହିଛନ୍ତି।  

ସୌମ୍ୟଙ୍କ ମୃତ୍ୟୁ ଉପରୁ ରହସ୍ୟ ଉନ୍ମୋଚନର କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଥିବା ବେଳେ ଆଜି ଆଉ ଏକ୍‌ ଟିମ୍‌ ପାରଳାଖେମୁଣ୍ଡିସ୍ଥିତ ଡିଏଫଓଙ୍କ କାର୍ଯ୍ୟାଳୟକୁ ଯିବ। ସୌମ୍ୟଙ୍କ ବିବାହ ପୂର୍ବରୁ ଓ ପରେ ଡ୍ୟୁଟି କିପରି ପକାଯାଇଥିଲା, କୁଆଡ଼େ କୁଆଡ଼େ ପଠାଯାଉଥିଲା, ସେ ସବୁର ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟଙ୍କ ସରକାରୀ ଆବାସରେ ପହଞ୍ଚି ଯାଞ୍ଚ କରିଥିଲା। ଏହି ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଥିଲା। ସରକାରୀ ବାସ ଭବନରୁ ସୌମ୍ୟଙ୍କ ଲାପ୍‌ଟପ୍‌, ମୋବାଇଲ୍‌, ନୋଟ୍‌ପ୍ୟାଡ୍‌(୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜବତ କରିଥିଲା ସାଇଣ୍ଟିଫିକ୍‌ ଟିମ। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟ ଲେଖିଥିବା ଆଲୋଚନା ହେଉଛି। ସେଥିରେ ଲେଖାଯାଇଛି, ମୁଁ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବି। ତେବେ ଏଠି ପ୍ରଶ୍ନ ଉଠୁଛି ସେ କାହାଠାରୁ ଚାପମୁକ୍ତ ହେବାକୁ ଚାହୁଁଥିଲେ।

ହାତଲେଖା ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତି, ସୌମ୍ୟ ବଦଳି ପାଇଁ ଆବେଦନ କରିଥିଲେ। ବଦଳି ମଧ୍ୟ ହୋଇଥିଲା। ଏହାର ଆଭାସ ପାଇବା ପରେ ବୋଧହୁଏ ସୌମ୍ୟ ଏଭଳି ଲେଖି ଥାଇପାରନ୍ତି। କେବଳ ସେତିକି ନୁହେଁ, ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି, ସେଥିରୁ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏପରି କାହିଁକି ଲେଖିଲେ, ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

The post ସୌମ୍ୟଙ୍କ ବିବାହ ଏଗ୍ରିମେଣ୍ଟ; ‘ଉଭୟ ବାହା ହୋଇଥିଲେ, କିନ୍ତୁ ନ ଥିଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ’ appeared first on Odisha Reporter.

]]>
ACFO Death, centre bottom 2021-07-19 11:19:27 https://cdn.odishareporter.in/wp-content/uploads/2021/07/19093130/sss-2.jpg
’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଉ ୨ ଗିରଫ https://odishareporter.in/odisha/two-more-arrested-in-green-ray-chit-fund-scam-658989 Thu, 15 Jul 2021 07:49:09 +0000 https://odishareporter.in/?p=658989

ଜଳେଶ୍ୱର (ଅଜିତ କୁମାର ଦାସ): ’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଜି ଆଉ ଦୁଇ ଜଣଙ୍କୁ ବାନ୍ଧିଛି ସିବିଆଇ। ଏହି ଦୁଇ ଜଣ ହେଲେ ‘ଗ୍ରୀନ୍‌ ରେ’ର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନଙ୍କ ଦୁଇ ଭାଇ ମୀର ଜମୀର ଓ ମୀର ସୈମତ। ସିବିଆଇ ଡିଏସ୍‌ପି ଅଶୋକ କୁମାରଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ଜଳେଶ୍ୱରର ସେକବାଡ଼ ଅଞ୍ଚଳରେ ଚଢ଼ାଉ କରି ଏହି ଦୁଇ ଭାଇଙ୍କୁ ଗିରଫ କରିଛି। ଜଳେଶ୍ୱର ପୁଲିସ୍ ସହାୟତାରେ ସିବିଆଇ ଟିମ୍ […]

The post ’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଉ ୨ ଗିରଫ appeared first on Odisha Reporter.

]]>

ଜଳେଶ୍ୱର (ଅଜିତ କୁମାର ଦାସ): ’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଜି ଆଉ ଦୁଇ ଜଣଙ୍କୁ ବାନ୍ଧିଛି ସିବିଆଇ। ଏହି ଦୁଇ ଜଣ ହେଲେ ‘ଗ୍ରୀନ୍‌ ରେ’ର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନଙ୍କ ଦୁଇ ଭାଇ ମୀର ଜମୀର ଓ ମୀର ସୈମତ।

ସିବିଆଇ ଡିଏସ୍‌ପି ଅଶୋକ କୁମାରଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ଜଳେଶ୍ୱରର ସେକବାଡ଼ ଅଞ୍ଚଳରେ ଚଢ଼ାଉ କରି ଏହି ଦୁଇ ଭାଇଙ୍କୁ ଗିରଫ କରିଛି। ଜଳେଶ୍ୱର ପୁଲିସ୍ ସହାୟତାରେ ସିବିଆଇ ଟିମ୍ ସେମାନଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ନେଇ ଯାଇଛନ୍ତି।

ଏହା ପୂର୍ବରୁ ୨୦୧୭ରେ ଫେବ୍ରୁଆରୀ ୪ ତାରିଖରେ ‘ଗ୍ରୀନ୍‌ ରେ’ର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନଙ୍କୁ ଗିରଫ କରିଥିଲା ସିବିଆଇ। ତାଙ୍କୁ କୋଲକାତା ବିମାନବନ୍ଦରରୁ ଗିରଫ କରାଯାଇଥିଲା।

‘ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍ ସଂସ୍ଥା ସାରା ଦେଶରୁ ଲୋକଙ୍କ ଠାରୁ ୨୦୦୦ କୋଟି ଲୁଟିଥିବା ବେଳେ ଓଡ଼ିଶାରୁ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି।

The post ’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଉ ୨ ଗିରଫ appeared first on Odisha Reporter.

]]>
right bottom 2021-07-15 13:20:00 https://cdn.odishareporter.in/wp-content/uploads/2021/07/15131305/671-3.jpg
କିଏ ପୋଛିଦେବ କୁନି ଝିଅ ଆଖିରୁ ଲୁହ? https://odishareporter.in/odisha/balasore/after-the-death-of-parents-9-years-old-daughters-lives-alone-658828 Wed, 14 Jul 2021 12:37:17 +0000 https://odishareporter.in/?p=658828

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାପା ଚାଲିଗଲେ କ୍ୟାନସରରେ। ପରେ ପରେ ମା’ ମହାମାରୀ କରୋନାରେ ପରଲୋକକୁ ଚାଲିଗଲେ। ବାପା ଓ ମା’ ଦୁନିଆରୁ ଚାଲିଯିବା ପରେ ଏବେ ଏକୁଟିଆ ପଡ଼ିଯାଇଛି ସେମାନଙ୍କର ଏକମାତ୍ର କୁନି ଝିଅ। କୁନି ଝିଅଟିର ବୟସ ମାତ୍ର ୯, ଯାହାର ନାଁ ଜ୍ୟୋତି। ଏହି ବୟସରେ ନା ସେ ଦୁନିଆକୁ ଭଲଭାବେ ଚିହ୍ନିଛି ନା ଜାଣିଛି। ଏପରି ସ୍ଥିତିରେ ବାପା-ମା’ ଚାଲିଯିବା ତା’ ଉପରେ ଯେପରି ଦୁଃଖର ପାହାଡ଼ ହୋଇ ଛିଡ଼ା […]

The post କିଏ ପୋଛିଦେବ କୁନି ଝିଅ ଆଖିରୁ ଲୁହ? appeared first on Odisha Reporter.

]]>

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାପା ଚାଲିଗଲେ କ୍ୟାନସରରେ। ପରେ ପରେ ମା’ ମହାମାରୀ କରୋନାରେ ପରଲୋକକୁ ଚାଲିଗଲେ। ବାପା ଓ ମା’ ଦୁନିଆରୁ ଚାଲିଯିବା ପରେ ଏବେ ଏକୁଟିଆ ପଡ଼ିଯାଇଛି ସେମାନଙ୍କର ଏକମାତ୍ର କୁନି ଝିଅ। କୁନି ଝିଅଟିର ବୟସ ମାତ୍ର ୯, ଯାହାର ନାଁ ଜ୍ୟୋତି। ଏହି ବୟସରେ ନା ସେ ଦୁନିଆକୁ ଭଲଭାବେ ଚିହ୍ନିଛି ନା ଜାଣିଛି। ଏପରି ସ୍ଥିତିରେ ବାପା-ମା’ ଚାଲିଯିବା ତା’ ଉପରେ ଯେପରି ଦୁଃଖର ପାହାଡ଼ ହୋଇ ଛିଡ଼ା ହୋଇଛି। ଏବେ କୁନି ଝିଅଟି ପୂରା ଏକୁଟିଆ ହୋଇଯାଇଛି। ପାଖରେ ପରିବାରର ଅନ୍ୟ କେହି ସଦସ୍ୟ ନଥିବାରୁ ଏବେ ଭୋକ ଉପାସରେ ଅସହାୟ ଅବସ୍ଥାରେ ବାରଣ୍ଡାରେ ପଡ଼ିରହିଛି କୁନି ଝିଅ। ମା’ର ଫଟୋକୁ ଦେଖି କେବଳ କାନ୍ଦିବା ଛଡ଼ା ତା’ ପାଖରେ ଆଉ କିଛି ଉପାୟ ନାହିଁ।

ଜ୍ୟୋତିର ଘର ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ। ଏହି ପଞ୍ଚାୟତର ନୟାବାଲି ଗ୍ରାମର ଅଙ୍ଗନବାଡି-୨ କେନ୍ଦ୍ରର ସହାୟିକା ଭାବରେ କାର୍ଯ୍ୟ କରୁଥିଲେ ତା’ର ମା’ ରେବତୀ ପରିଡା। ନିଜର ଜମିବାଡି କିଛି ନଥିବାରୁ ରେବତୀଙ୍କ ସ୍ୱାମୀ ମଧୂସୁଦନ ପର ଘରେ ମୂଲ ଲାଗୁଥିଲେ। ସେଥିରୁ ଯାହା ମିଳୁଥିଲା, ସେଥିରେ ପୂରା ପରିବାର ହସଖୁସିରେ ଚଳି ଯାଉଥିଲା। କିନ୍ତୁ ଏହି ହସଖୁସିର ପରିବାରରେ ଯେପରି କାହାର ନଜର ପଡ଼ିଗଲା। ରେବତୀଙ୍କ ସ୍ୱାମୀ ମଧୂସୁଦନ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିଲା। ଯେଉଁକାରଣରୁ ବିନା ଚିକିତ୍ସା ପାଇ ସ୍ତ୍ରୀ ଏବଂ ଛୋଟ ଝିଅକୁ ଛାଡି ଆରପାରିକୁ ଚାଲିଗଲେ ମଧୂସୁଦନ। ସ୍ୱାମୀ ଯିବାର ଦୁଃଖରେ ଭାଙ୍ଗି ନପଥି ରେବତୀ ଝିଅକୁ ପାଠ ପଢାଇ ଭଲ ମଣିଷ କରିବା ପାଇଁ ପରିଶ୍ରମ କରିଥିଲେ।

ରେବତୀ ମହାମାରୀ କରୋନା ସମୟରେ କୁନି ଝିଅ ଟିକୁ ଘରେ ଏକୁଟିଆ ଘରେ ଛାଡି ଦେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜଣେ ଆଗ ଧାଡିର କରୋନା ଯୋଦ୍ଧା ଭାବେ ଦିନରାତି ଲୋକଙ୍କ ସେବା କରୁଥିଲେ। ଅଙ୍ଗନବାଡି ସହାୟିକା ଭାବରେ ଯାହା ଅଳ୍ପ କିଛି ପାରିଶ୍ରମିକ ମିଳୁଥିଲା, ସେଥିରେ ଝିଅର ପଢା ଖର୍ଚ୍ଚ ବହନ କରିବା ସହ କଷ୍ଟେମଷ୍ଟେ ଦୁଇ ପ୍ରାଣୀ ଚଳି ଯାଉଥିଲେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା।

ଅଦୃଶ୍ୟ ଭୂତାଣୁ କରୋନା ସହିତ ଲଢେଇ କରୁ କରୁ ରେବତୀ ନିଜେ କରୋନାରେ ଆକ୍ରାନ୍ତ ହେଲେ। ଗ୍ରାମବାସୀଙ୍କ ସହାୟତାରେ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ। ଏପଟେ ମା’ କେବେ ହସ୍ପିଟାଲରୁ ଫେରିବ, କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା। ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ। ଆଉ ବାପା ମା’ ଛେଉଣ୍ଡ ହୋଇଗଲା ୯ ବର୍ଷର ଝିଅ।

ମଧୂସୁଦନଙ୍କ ମୃତ୍ୟୁ ପରେ ରେବତୀଙ୍କ ଦେହାନ୍ତ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କୁନି ଝିଅଟିର ଏଭଳି ଅବସ୍ଥା ଦେଖି ସାହି ପଡିଶାଙ୍କ ଆଖିରୁ ବି ଲୁହ ଶୁଖୁନି। ପରିବାରର ଅନ୍ୟ କେହି ସଦସ୍ୟ ନଥିବାରୁ ବାପା-ମା’ ଙ୍କୁ ଝୁରିଝୁରି ନଖାଇ ନପିଇ ଭୋକ ଉପାସରେ ଭଙ୍ଗା ନଡା ଛପର ଘରେ ଏକୁଟିଆ ପଡି ରହିଛି। ଏଭଳି ସ୍ଥିତିରେ ସାହି ପଡିଶା ପିଲାଟିକୁ ଖାଇବାକୁ ଦେବା ସହ ଦେଖାଶୁଣା କରୁଛନ୍ତି। ଅନ୍ୟପକ୍ଷରେ ଛୋଟ ଝିଅ ଟିକୁ କେମିତି ଲାଳନ ପାଳନ କରିବେ ତାକୁ ନେଇ ଏବେ ଗ୍ରାମବାସୀ ଚିତିନ୍ତ ହୋଇପଡିଛନ୍ତି। ତେବେ ସରକାର ତୁରନ୍ତ ଏହି ଅନାଥ ଝିଅର ଲାଳନ ପାଳନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

The post କିଏ ପୋଛିଦେବ କୁନି ଝିଅ ଆଖିରୁ ଲୁହ? appeared first on Odisha Reporter.

]]>
right top 2021-07-14 18:07:17 https://cdn.odishareporter.in/wp-content/uploads/2021/07/14175445/jyoti.jpg
କାଳିଆ ଭାବରେ ବନ୍ଧା ବିଦେଶିନୀ, ଜର୍ମାନୀରୁ ଆସି ପାଲଟିଗଲେ ଖାଣ୍ଟି ଓଡ଼ିଆଣୀ https://odishareporter.in/odisha/n-ardent-woman-devotee-of-lord-jagannath-from-germany-658701 Wed, 14 Jul 2021 06:31:11 +0000 https://odishareporter.in/?p=658701

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ପ୍ରେମରେ ବନ୍ଧା ବିଦେଶିନୀ । ସନାତନ ଧର୍ମ ସହ ଜଗନ୍ନାଥଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଜର୍ମାନୀରୁ  ଆସିଥିବା ମହିଳା ଲୀଳାବତୀ ଦାସୀ । ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି, ଶ୍ରୀମଦ୍ ଭାଗବତ ପ୍ରାଞ୍ଜଳ ଭାବେ କହିପାରୁଛନ୍ତି। ପ୍ରଭୁଙ୍କୁ ଦେଖିଲେ ଭୋକ ଶୋଷ ଭୁଲିଯାଉଛନ୍ତି ଲୀଳାବତୀ । ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । […]

The post କାଳିଆ ଭାବରେ ବନ୍ଧା ବିଦେଶିନୀ, ଜର୍ମାନୀରୁ ଆସି ପାଲଟିଗଲେ ଖାଣ୍ଟି ଓଡ଼ିଆଣୀ appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ପ୍ରେମରେ ବନ୍ଧା ବିଦେଶିନୀ । ସନାତନ ଧର୍ମ ସହ ଜଗନ୍ନାଥଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଜର୍ମାନୀରୁ  ଆସିଥିବା ମହିଳା ଲୀଳାବତୀ ଦାସୀ । ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି, ଶ୍ରୀମଦ୍ ଭାଗବତ ପ୍ରାଞ୍ଜଳ ଭାବେ କହିପାରୁଛନ୍ତି। ପ୍ରଭୁଙ୍କୁ ଦେଖିଲେ ଭୋକ ଶୋଷ ଭୁଲିଯାଉଛନ୍ତି ଲୀଳାବତୀ ।

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିପାରୁନାହାନ୍ତି ।

ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ବାରଣ ଥିବାରୁ ସେ ମନ ଭିତରେ କାଳିଆକୁ ଡାକୁଥିବା କୁହନ୍ତି । ଓଡିଆଣୀ ଭଳି ରାତି ପାହିଲେ ଗାଧୋଇ ପାଧୋଇ ତୁଳସୀ ଗଛମୂଳେ ପୂଜାର୍ଚ୍ଚନା କରିବା ସହ ତୁଳସୀ ପାଣିକୁ ପାଇଥାନ୍ତି । ଆଉ ତାପରେ ଗୋବିନ୍ଦଙ୍କ ପାଖରେ ଭଜନ ଓ କୀର୍ତ୍ତନ କରିଥାନ୍ତି ଲୀଳାବତୀ ।

କାଳିଆ ପ୍ରେମରେ ଅନ୍ଧ  ଲୀଳାବତୀ କୁହନ୍ତି,  ହରି ନାମରେ ଯେଉଁ ଆନନ୍ଦ ଅଛି, ତାହା କଣ ମଣିଷ କେଉଁ ଜନ୍ମରେ ବି ପାଇ ପାରିବ ନାହିଁ । ତାଙ୍କ ଦେଶ ଭଳି ପାଶ୍ଚାତ୍ୟ ଦେଶରେ ଲୋକେ କେବଳ ଧନ, ଯୌବନ, ଚାକିରୀ ଓ ପିଲାଛୁଆ ପଛରେ ଦୌଡ଼ଛନ୍ତି । କିନ୍ତୁ ହରିଙ୍କୁ ସ୍ମରଣ କଲେ ଯେଉଁ ଶାନ୍ତି ଓ ଆନନ୍ଦ ମିଳେ, ତାହା କୌଣସି ବିଳାସବ୍ୟସନ ଜୀବନରେ ନାହିଁ । ସେଥିପାଇଁ ସେ ବିବାହ ବନ୍ଧନରେ ବାନ୍ଧି ନହୋଇ ସନାତନ ଧର୍ମର ମର୍ମ କଥାକୁ ଭଲ ଭାବେ ବୁଝିଛନ୍ତି ।

ଆଜିକୁ ୨୦ ବର୍ଷ ତଳେ ନିଜ ଦେଶରେ ଥିବା ରାଧକୃଷ୍ଣ ଆଶ୍ରମରେ ଗୀତା ଓ ଭାଗବତରେ କୃଷ୍ଣଙ୍କ କଥା ଶୁଣିଥିଲେ । ଆଉ ସେବେ ଠାରୁ ସେ କାଳିଆ ଭାବରେ ବନ୍ଧା ପଡ଼ିଛନ୍ତି । ସେ ମଝିରେ ମଝିରେ ଭାରତକୁ ଆସି ବିଭିନ୍ନ ତୀର୍ଥ ସ୍ଥାନ ଯେମିତି ବୃନ୍ଦାବନ, କାଶୀ ଓ ନବଦୀପ ନଦିଆରେ ଅନେକ ଦିନ କାଟିବା ପରେ ଶେଷରେ ଓଡିଶାରେ ପହଞ୍ଚିଛନ୍ତି । ଖନ୍ତାପଡାର ଶ୍ରୀକୃଷ୍ଣ ଚୌତନ୍ୟ ମିଶନ ମଠକୁ ଆସି ସେଠାରେ ହିଁ ସବୁଦିନ ରହିବା ପାଇଁ ବାଛିନେଇଛନ୍ତି ।

The post କାଳିଆ ଭାବରେ ବନ୍ଧା ବିଦେଶିନୀ, ଜର୍ମାନୀରୁ ଆସି ପାଲଟିଗଲେ ଖାଣ୍ଟି ଓଡ଼ିଆଣୀ appeared first on Odisha Reporter.

]]>
centre bottom 2021-07-14 12:01:11 https://cdn.odishareporter.in/wp-content/uploads/2021/07/14115922/lsss.jpg
ସହି ହେଲାନି ନିର୍ଯାତନା, ସେବାଶ୍ରମରୁ ଖସି ୧୦ କିମି ଚାଲିଲେ ୨ ନାବାଳକ https://odishareporter.in/odisha/2-minor-boys-escaped-from-sebasram-inbalesore-658660 Wed, 14 Jul 2021 02:49:22 +0000 https://odishareporter.in/?p=658660

ସୋର(ଓଡ଼ିଶା ରିପୋର୍ଟର):  ସେବାଶ୍ରମ ମାଲିକ ପେଟ ପୂରା ଖାଇବାକୁ ଦେଉ  ନ ଥିଲେ। ପ୍ରବଳ ଖଟାଉଥିଲେ। ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ  । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା କରିବାକୁ ବି କହୁଥିଲେ। ନ ହେଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି  ପଳାଇ ଆସିଲୁ।  ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ କହିଛନ୍ତି ତାଙ୍କ ସହ ବିତିଥିବା ନିର୍ଯାତନାର କାହାଣୀ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା […]

The post ସହି ହେଲାନି ନିର୍ଯାତନା, ସେବାଶ୍ରମରୁ ଖସି ୧୦ କିମି ଚାଲିଲେ ୨ ନାବାଳକ appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର):  ସେବାଶ୍ରମ ମାଲିକ ପେଟ ପୂରା ଖାଇବାକୁ ଦେଉ  ନ ଥିଲେ। ପ୍ରବଳ ଖଟାଉଥିଲେ। ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ  । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା କରିବାକୁ ବି କହୁଥିଲେ। ନ ହେଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି  ପଳାଇ ଆସିଲୁ।  ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ କହିଛନ୍ତି ତାଙ୍କ ସହ ବିତିଥିବା ନିର୍ଯାତନାର କାହାଣୀ।

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରୁ ଗତ ରାତିରେ ୨ ନାବାଳକକୁ ଉଦ୍ଧାର କରାଯାଇଛି l ନାବାଳକ ଦୁଇଜଣ ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ରହୁଥିଲେ l ସେଠାରେ ସେବାଶ୍ରମ ମୁଖିଆ ନାବାଳକ ଦୁଇ ଜଣଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେବା ସହିତ ବିଭିନ୍ନ କାମ କରାଉଥିଲେ l ତେଣୁ ନାବାଳକ ଦୁଇଜଣ ସେହି ଭୟରେ ସେଠାରୁ ଲୁଚି ପଳାଇ  ଆସିଥିବା କହିଛନ୍ତି l

ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ପ୍ରାୟ ୨୫ ପିଲା ରୁହନ୍ତି । ହେଲେ ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଏହି ୨ ନାବାଳକ ସେଠାରୁ ଖସି ଆସିଥିଲେ। ସେମାନେପ୍ରାୟ ୧୦ କିମି ଚାଲି ଚାଲି  ଗୋପାଳପୁର ବଜାରରେ ପହଞ୍ଚିଥିଲେ ।

ଗୋପାଳପୁର ବଜାରରେ ଥିବା ବଜାର କମିଟି ଓ ଗୋପାଳପୁର ଫାଣ୍ଡିର କର୍ମଚାରୀ ସେମାନଙ୍କୁ ଅଟକାଇ ପଚାରିବାରୁ ସବୁକଥା କହିଥିଲେ l ଏହି ଦୁଇ ନାବାଳକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି।  ତେବେ ସ୍ଥାନୀୟଲୋକେ ଏହି ବାବଦରେ ଚାଇଲଡଲାଇନକୁ ମଧ୍ୟ ଖବର ଦେଇଛନ୍ତି l

ନାବାଳକଦ୍ୱୟ ସେବାଶ୍ରମରୁ  ଖସି ପଳାଇ ଆସିଥିବା ବେଳେ ସେମାନଙ୍କୁ  ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋର ଫାଣ୍ଠି ଅଧିକାରୀ କହିଛନ୍ତି।

The post ସହି ହେଲାନି ନିର୍ଯାତନା, ସେବାଶ୍ରମରୁ ଖସି ୧୦ କିମି ଚାଲିଲେ ୨ ନାବାଳକ appeared first on Odisha Reporter.

]]>
centre bottom, Minor Attacked 2021-07-14 13:18:46 https://cdn.odishareporter.in/wp-content/uploads/2021/07/14081824/minor.jpg
ତାଙ୍କ ରଥ ଗଢ଼ିଦେଲା ଅଚଳ ହାତ https://odishareporter.in/odisha/balasore/his-chariot-made-an-immovable-hand-656900 Wed, 07 Jul 2021 05:25:09 +0000 https://odishareporter.in/?p=656900

ନୀଳଗିରି(ବିଶ୍ୱମ୍ବର ଦାଶ): ମହାପ୍ରଭୁଙ୍କ ଅପାର ଲୀଳା। କେତେବେଳେ କାହାପାଖରେ ଯାଇ ପହଁଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା। ଏଇ ଯେମିତି  ତାଙ୍କ ଭାବର ଡୋରି ଲାଗିବାରୁ ଜଣେ ଦିବ୍ୟାଙ୍ଗ ଯୁବକ ତାଙ୍କ ରଥ ତିଆରି କରିଦେଇଛନ୍ତି।  ଯିଏ ଦିନେ ବଟାଳି ଛୁଇଁ ନ ଥିଲେ ଚାହୁଚାହୁଁ ତାଙ୍କ ହାତରେ ତିଆରି ହୋଇଗଲେ ମହାବାହୁ ସମେତ ରଥ। ଯୁବକ ଜଣକ ହେଉଛନ୍ତି ନୀଳଗିରି ବ୍ଲକ ଅଁଳାପାଳ ଗ୍ରାମର ସାଗର ପଢ଼ିଆର। ନିଜେ ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାରୁ […]

The post ତାଙ୍କ ରଥ ଗଢ଼ିଦେଲା ଅଚଳ ହାତ appeared first on Odisha Reporter.

]]>

ନୀଳଗିରି(ବିଶ୍ୱମ୍ବର ଦାଶ): ମହାପ୍ରଭୁଙ୍କ ଅପାର ଲୀଳା। କେତେବେଳେ କାହାପାଖରେ ଯାଇ ପହଁଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା। ଏଇ ଯେମିତି  ତାଙ୍କ ଭାବର ଡୋରି ଲାଗିବାରୁ ଜଣେ ଦିବ୍ୟାଙ୍ଗ ଯୁବକ ତାଙ୍କ ରଥ ତିଆରି କରିଦେଇଛନ୍ତି।  ଯିଏ ଦିନେ ବଟାଳି ଛୁଇଁ ନ ଥିଲେ ଚାହୁଚାହୁଁ ତାଙ୍କ ହାତରେ ତିଆରି ହୋଇଗଲେ ମହାବାହୁ ସମେତ ରଥ।

ଯୁବକ ଜଣକ ହେଉଛନ୍ତି ନୀଳଗିରି ବ୍ଲକ ଅଁଳାପାଳ ଗ୍ରାମର ସାଗର ପଢ଼ିଆର। ନିଜେ ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାରୁ ପିଲା ବେଳୁ କେବେ ରଥଯାତ୍ରା ଦେଖିନାହାନ୍ତି କି ଟାଣି ନାହଁନ୍ତି ରଥ। ମନରେ ବହୁ ଆଶା ଓ ଇଛା ଥିଲା ରଥ ଟାଣିବାକୁ।

ଦେବସ୍ନାନ ପୂର୍ଣ୍ଣିମା ଦିନ ତାଙ୍କ ଘରେ ଏକ ନିମ୍ବ ଗଛର ଡାଳ କଟାଯାଇଥିଲା। ହଠାତ ମନକୁ ଆସିଲା କାଳିଆ ଠାକୁରର ଦିଅଁ ଗଢିବାକୁ। ବାସ ବସିଗଲେ ଆକୃତି ଆଣିବାକୁ। ପରେ ସେହିଦିନ ରାତିରେ ସ୍ୱପ୍ନରେ ରଥରେ ବସି କାଳିଆ ଠାକୁର ଖୁସି ହେଉଛନ୍ତି ଦେଖିଲେ ଓ ରଥ ନିର୍ମାଣ କରି ବସାଇବାକୁ କହିଥିଲେ। ବାସ ପରଦିନ ସକାଳୁ ଠୁଁ ଆରମ୍ଭ ହେଲା କାଳିଆ ସହ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ନିର୍ମାଣ କାର୍ଯ୍ୟ। ପିଲାବେଳେ ଥରେ ନାତିକୁ କାନ୍ଧରେ ବସାଇ ରଥ ଦେଖାଇ ନେଇଥିଲେ।  ଆଉ କେବେ ନେଇନାହାନ୍ତି। ଆଜି ନାତି ନିଜେ ରଥକରି କାଳିଆକୁ ବସାଇବା ଦେଖି ଜେଜେମା ବି ବହୁତ ଖୁସି।

The post ତାଙ୍କ ରଥ ଗଢ଼ିଦେଲା ଅଚଳ ହାତ appeared first on Odisha Reporter.

]]>
right bottom 2021-07-07 10:55:09 https://cdn.odishareporter.in/wp-content/uploads/2021/07/07105159/6nm.jpg
‘ନ୍ୟାୟ ପାଇଁ ଆସିଥିଲି, ମୋ ଭାଇକୁ ପୁଲିସ ପିଟିଲା’   https://odishareporter.in/odisha/balasore/i-came-for-justice-my-brother-was-beaten-by-the-police-656497 Mon, 05 Jul 2021 11:58:19 +0000 https://odishareporter.in/?p=656497

ସୋର(ଓଡ଼ିଶା ରିପୋର୍ଟର) ନ୍ୟାୟ ପାଇଁ ଆସି ପୁଲିସର ଆକ୍ରମଣ ଅଭିଯୋଗ ହୋଇଛି।  ବାଲେଶ୍ୱର ସିମୁଳିଆ ଥାନା ପୁଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୁଲିସ ପଦକ୍ଷେପ ନ ନେବାରୁ ସେ ନ୍ୟାୟ ପାଇଁ ଥାନାକୁ ଆସିଥିଲେ।  ମାତ୍ର ଏହି ସମୟରେ ପୁଲିସ  ତାଙ୍କ ଭାଇକୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।  ତୁରନ୍ତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି।  ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିମୁଳିଆ […]

The post ‘ନ୍ୟାୟ ପାଇଁ ଆସିଥିଲି, ମୋ ଭାଇକୁ ପୁଲିସ ପିଟିଲା’   appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର) ନ୍ୟାୟ ପାଇଁ ଆସି ପୁଲିସର ଆକ୍ରମଣ ଅଭିଯୋଗ ହୋଇଛି।  ବାଲେଶ୍ୱର ସିମୁଳିଆ ଥାନା ପୁଲିସ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୁଲିସ ପଦକ୍ଷେପ ନ ନେବାରୁ ସେ ନ୍ୟାୟ ପାଇଁ ଥାନାକୁ ଆସିଥିଲେ।  ମାତ୍ର ଏହି ସମୟରେ ପୁଲିସ  ତାଙ୍କ ଭାଇକୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।  ତୁରନ୍ତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି।  ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିମୁଳିଆ ଥାନା ଅଧିକାରୀ। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ମହିଳା ଜଣକ ପ୍ରେମ ବିବାହ କରି ଧୋକା ଖାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ନ୍ୟାୟ ନ ମିଳିବାରୁ ସେ ବାଧ୍ୟ ହୋଇ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।  ଏହି ସମୟରେ ପୁଲିସ ତାଙ୍କ ଭାଇକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ  l

ପ୍ରଥମେ ଉଭୟଙ୍କ ମଧ୍ୟରେ ଫେସବୁକରୁ ଚିହ୍ନା ପରିଚୟ ଏବଂ ପରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ତେବେ ଚେନ୍ନାଇରେ ମାସେ ରହିବା ପରେ ପୁଣି ଉଭୟ ଫେରିଆସିଥିଲେ ଘରକୁ । କିନ୍ତୁ ଯୁବକ ଜଣକ ଭୁବନେଶ୍ୱରରୁ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସିମୁଳିଆ ଥାନାରେ ପୀଡ଼ିତା ଜଣକ ଏତଲା ଦେଇଥିଲେ ବି ତାଙ୍କୁ ନ୍ୟାୟ ଦିଆଯାଉନଥିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

The post ‘ନ୍ୟାୟ ପାଇଁ ଆସିଥିଲି, ମୋ ଭାଇକୁ ପୁଲିସ ପିଟିଲା’   appeared first on Odisha Reporter.

]]>
2021-07-05 17:28:19 https://cdn.odishareporter.in/wp-content/uploads/2021/07/05172740/5b-1.jpg
ଧୋକା ଦେଲେ ସ୍ୱାମୀ, ସ୍ତ୍ରୀ ନେଲେ ଚରମ ପଦକ୍ଷେପ https://odishareporter.in/odisha/balasore/husband-cheats-the-wife-takes-extreme-measures-656170 Sun, 04 Jul 2021 10:40:32 +0000 https://odishareporter.in/?p=656170

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ ।  ଯାହାଙ୍କୁ ପ୍ରେମ କରି ବିବାହ କରିଥିଲେ ସେହି ଯୁବକ ଜଣକ ଧୋକ୍କା ଦେବା ପରେ ଏବଂ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ପରେ ବି ତାଙ୍କୁ ନିରାଶ ହେବାରୁ ସେ ସିମୁଳିଆଥାନା ଆଗରେ କିରୋସିନୀ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ  l ପ୍ରଥମେ […]

The post ଧୋକା ଦେଲେ ସ୍ୱାମୀ, ସ୍ତ୍ରୀ ନେଲେ ଚରମ ପଦକ୍ଷେପ appeared first on Odisha Reporter.

]]>

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ ।  ଯାହାଙ୍କୁ ପ୍ରେମ କରି ବିବାହ କରିଥିଲେ ସେହି ଯୁବକ ଜଣକ ଧୋକ୍କା ଦେବା ପରେ ଏବଂ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ପରେ ବି ତାଙ୍କୁ ନିରାଶ ହେବାରୁ ସେ ସିମୁଳିଆଥାନା ଆଗରେ କିରୋସିନୀ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ  l

ପ୍ରଥମେ ଉଭୟଙ୍କ ମଧ୍ୟରେ ଫେସବୁକରୁ ଚିହ୍ନା ପରିଚୟ ଏବଂ ପରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ତେବେ ଚେନ୍ନାଇରେ ମାସେ ରହିବା ପରେ ପୁଣି ଉଭୟ ଫେରିଆସିଥିଲେ ଘରକୁ । କିନ୍ତୁ ଯୁବକ ଜଣକ ଭୁବନେଶ୍ୱରରୁ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସିମୁଳିଆ ଥାନାରେ ପୀଡ଼ିତା ଜଣକ ଏତଲା ଦେଇଥିଲେ ବି ତାଙ୍କୁ ନ୍ୟାୟ ଦିଆଯାଉନଥିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି।

The post ଧୋକା ଦେଲେ ସ୍ୱାମୀ, ସ୍ତ୍ରୀ ନେଲେ ଚରମ ପଦକ୍ଷେପ appeared first on Odisha Reporter.

]]>
right bottom 2021-07-04 16:10:32 https://cdn.odishareporter.in/wp-content/uploads/2021/07/04160927/7gh.jpg
ବାଲେଶ୍ୱର: ପ୍ରାଚୀନ ସହର ସଭ୍ୟତାର ସନ୍ଧାନ https://odishareporter.in/odisha/balasore/balasore-the-search-for-ancient-city-civilization-655991 Sat, 03 Jul 2021 11:23:43 +0000 https://odishareporter.in/?p=655991

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି । ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପ୍ରତ୍ନତାତ୍ତ୍ୱିତିକ ସର୍ବେକ୍ଷଣ କରିବାବେଳେ ଏହାର ପ୍ରମାଣ ମିଳିଛି । ଆବିଷ୍କୃତ ସାମଗ୍ରୀ ପ୍ରାୟ ଅଢେଇ ହଜାର ବର୍ଷ ତଳର ବୋଲି ଜଣାପଡିଛି । ଉତ୍‌ଖନନରୁ […]

The post ବାଲେଶ୍ୱର: ପ୍ରାଚୀନ ସହର ସଭ୍ୟତାର ସନ୍ଧାନ appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି । ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ପ୍ରତ୍ନତାତ୍ତ୍ୱିତିକ ସର୍ବେକ୍ଷଣ କରିବାବେଳେ ଏହାର ପ୍ରମାଣ ମିଳିଛି ।

ଆବିଷ୍କୃତ ସାମଗ୍ରୀ ପ୍ରାୟ ଅଢେଇ ହଜାର ବର୍ଷ ତଳର ବୋଲି ଜଣାପଡିଛି । ଉତ୍‌ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର,ଖେଳଣା ଆଦି ମିଳିଛି । ପରବର୍ତ୍ତୀ ଲୌହ ଯୁଗ ସମୟରେ ଏଠାରୁ ଲୁହା ସ୍ଲାଗ, ଭାଲା ଅଗ୍ରଭାଗ, କଣ୍ଟା ଇତ୍ୟାଦି ସହ କଳା ଓ ଲାଲ ରଙ୍ଗର ମାଟି ପାତ୍ର ମଧ୍ୟ ମିଳିଛି । ତେଣୁ ଖ୍ରୀଷ୍ଟପୂର୍ବ ୨ହଜାରରୁ ଖ୍ରୀଷ୍ଟ ପୂର୍ବ ୧୦୦ ପର୍ଯ୍ୟନ୍ତ  ଏଠାରେ ଭିନ୍ନ ଭିନ୍ନ ସମୟରେ ମାନବ ସଭ୍ୟତାର ଅସ୍ତିତ୍ୱର ପ୍ରମାଣ ମିଳିଛି।

The post ବାଲେଶ୍ୱର: ପ୍ରାଚୀନ ସହର ସଭ୍ୟତାର ସନ୍ଧାନ appeared first on Odisha Reporter.

]]>
right bottom 2021-07-03 16:53:43 https://cdn.odishareporter.in/wp-content/uploads/2021/07/03165229/io0.jpg
ପରକିୟାପ୍ରୀତିକୁ ନେଇ ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ  https://odishareporter.in/odisha/balasore/the-family-tied-the-accused-to-an-electric-pole-due-to-extramarital-affairs-654564 Mon, 28 Jun 2021 14:59:40 +0000 https://odishareporter.in/?p=654564

ବାଲେଶ୍ୱର(ରଣଜିତ ଚୌଧୁରୀ): ପରକିୟାପ୍ରୀତିକୁ ନେଇ  ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ  ପରିବାର ଲୋକ । ଘଟଣା ଘଟିଛି ବାଲେଶ୍ୱରର ରେମୁଣା ଥାନା ଅଧିନସ୍ଥ ରସଲପୁର ଗାଁରେ । ଗତକାଲି ରାତିରେ ଅନ୍ୟ ଏକ ଗାଁରୁ ଟିକନ ଦଳେଇ ନାମକ ବିବାହିତ ପୁରୁଷ ରସଲପୁର ଗାଁରେ ଜଣେ ବିବାହିତା ମହିଳା ନିକଟକୁ ଆସିଥିବାବେଳେ ଘଟିଛି ଏଭଳି ଘଟଣା । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ  ଅନୁପସ୍ଥିତରେ ସେହି ପୁରୁଷ ଜଣକ ଆସିଥିଲେ। ପରେ ମହିଳା ଜଣକ କାହିଁକି ଏଠାକୁ ଆସିଛ […]

The post ପରକିୟାପ୍ରୀତିକୁ ନେଇ ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ  appeared first on Odisha Reporter.

]]>

ବାଲେଶ୍ୱର(ରଣଜିତ ଚୌଧୁରୀ): ପରକିୟାପ୍ରୀତିକୁ ନେଇ  ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ  ପରିବାର ଲୋକ । ଘଟଣା ଘଟିଛି ବାଲେଶ୍ୱରର ରେମୁଣା ଥାନା ଅଧିନସ୍ଥ ରସଲପୁର ଗାଁରେ । ଗତକାଲି ରାତିରେ ଅନ୍ୟ ଏକ ଗାଁରୁ ଟିକନ ଦଳେଇ ନାମକ ବିବାହିତ ପୁରୁଷ ରସଲପୁର ଗାଁରେ ଜଣେ ବିବାହିତା ମହିଳା ନିକଟକୁ ଆସିଥିବାବେଳେ ଘଟିଛି ଏଭଳି ଘଟଣା । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ  ଅନୁପସ୍ଥିତରେ ସେହି ପୁରୁଷ ଜଣକ ଆସିଥିଲେ। ପରେ ମହିଳା ଜଣକ କାହିଁକି ଏଠାକୁ ଆସିଛ ବୋଲି କହିବାରୁ ପୂର୍ବ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ପରେ  ସେଠାରୁ ରାଗି ପଳାଇ ଯାଇଥିଲେ ଟିକନ । ହେଲେ ବିଳମ୍ବିତ ରାତିରେ ଟିକନ ପୁଣି ଆସି ପହଞ୍ଚି ଥିଲେ। ।  ଆଉ ରାତିରେ ସ୍ୱାମୀ ବାହାରକୁ ଉଠି ଦେଖିଥିଲା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇ ମାରପିଟ ହୋଇଥିଲା । ଶେଷରେ ରାତି ୩ଟାରେ ଟିକନଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଇଥିଲେ ପରିବାର ଲୋକ । ଆଉ ସକାଳେ ଥାନାକୁ ଫୋନ କରିଥିଲେ। ହେଲେ ସକାଳ ନଅଟା ପର୍ଯ୍ୟନ୍ତ ପୁଲିସ ନ ପହଂଚିବାରୁ  ଘର ସାମ୍ନାରେ ଥିବା  ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ ପରିବାର ଲୋକେ।

ତେବେ  ଯୁବକ ଜଣକ ଏକ ତରଫା ଭଲପାଇ ହଇରାଣ କରୁଥିବା ମହିଳା ଜଣକ କହୁଥିବାବେଳେ ଅଭିଯୁକ୍ତ  ଯୁବକ ଛଅ ମାସ ତାଙ୍କ ସହିତ ସମ୍ପର୍କ ଅଛି ଏବଂ ଗତକାଲି  ମହିଳା ଜଣକ ତାଙ୍କୁ ଡାକିଥିଲା ବୋଲି କହିଛନ୍ତି।

The post ପରକିୟାପ୍ରୀତିକୁ ନେଇ ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ  appeared first on Odisha Reporter.

]]>
centre bottom 2021-06-28 20:29:40 https://cdn.odishareporter.in/wp-content/uploads/2021/06/28202108/bls.jpg
ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଭିଯୋଗର ମୁହଁ ଖୋଲିଲେ ଅଧ୍ୟକ୍ଷ https://odishareporter.in/odisha/balasore/charu-karukala-college-has-opened-its-mouth-to-the-allegations-654560 Mon, 28 Jun 2021 14:00:45 +0000 https://odishareporter.in/?p=654560

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ):ବାଲେଶ୍ୱର ସହରରେ ଥିବା ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ୨୦୧୯ ହୋଲି ଉତ୍ସବ ପାଳନ ବେଳେ ଅଧ୍ୟକ୍ଷ କିଛି ପିଲାଙ୍କୁ ନାଚିବା ପାଇଁ କହିଥିବା ନେଇ ଅଭିଯୋଗ ହୋଇଥିଲା। ନ ନାଚିଲେ ମାର୍କ କମାଇଦେବା ଭଳି କିଛି ଅଡିଓ ଭାଇରାଲ୍ ହୋଇଥିଲା। ଅଧ୍ୟକ୍ଷଙ୍କ ବିରୋଧରେ ଆଜି କିଛି ପିଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତଭାବେ ତାଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରିଛନ୍ତି। ସେପଟେ ଏହି ଘଟଣାପରେ ପ୍ରଥମଥରପାଇଁ ମୁହଁ ଖୋଲିଛନ୍ତି କଲେଜର ଅଧ୍ୟକ୍ଷ  ନିକୁଞ୍ଜ ବିହାରୀ […]

The post ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଭିଯୋଗର ମୁହଁ ଖୋଲିଲେ ଅଧ୍ୟକ୍ଷ appeared first on Odisha Reporter.

]]>

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ):ବାଲେଶ୍ୱର ସହରରେ ଥିବା ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ୨୦୧୯ ହୋଲି ଉତ୍ସବ ପାଳନ ବେଳେ ଅଧ୍ୟକ୍ଷ କିଛି ପିଲାଙ୍କୁ ନାଚିବା ପାଇଁ କହିଥିବା ନେଇ ଅଭିଯୋଗ ହୋଇଥିଲା। ନ ନାଚିଲେ ମାର୍କ କମାଇଦେବା ଭଳି କିଛି ଅଡିଓ ଭାଇରାଲ୍ ହୋଇଥିଲା। ଅଧ୍ୟକ୍ଷଙ୍କ ବିରୋଧରେ ଆଜି କିଛି ପିଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତଭାବେ ତାଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରିଛନ୍ତି।

ସେପଟେ ଏହି ଘଟଣାପରେ ପ୍ରଥମଥରପାଇଁ ମୁହଁ ଖୋଲିଛନ୍ତି କଲେଜର ଅଧ୍ୟକ୍ଷ  ନିକୁଞ୍ଜ ବିହାରୀ ଦାସ। ସେ କହିଛନ୍ତି ହୋଲି ଉତ୍ସବ ପାଳନ ବେଳେ ସେ କିଛି କଥା ମଜ୍ଜାରେ କହିଥିଲେ  । ଖାତାରେ ନମ୍ବର କମାଇବା ବଢ଼ାଇବା ତାଙ୍କ ହାତରେ ନାହିଁ  । କେବଳ ତାଙ୍କୁ ଓ କଲେଜକୁ ବଦନାମ କରିବାପାଇଁ କିଛି ତଥାକଥିତ ଚିତ୍ରକର କିଛି ପୁରାତନ ପିଲାଙ୍କୁ ନେଇ ଏମିତି ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନର ପିଲା କେହି ଏହିଭଳି ଅଭିଯୋଗ କରି ନାହାନ୍ତି।

ଏହା ହେଉଛି ମୁଁ କରିଥିବା କଲେଜ ବିରୋଧରେ ଏକ ଷଡ଼ଯନ୍ତ୍ର। ସେମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମତେ ବଦନାମ କରିବା ପାଇଁ କିଛି ପିଲାଙ୍କର ଏହା ଚକ୍ରାନ୍ତ। ଯେଉଁ ହୋଲି କଥା ଉଠୁଛି ତାହା ହେଉଛି ୨୦୧୯ ମସିହାର କଥା। ୨୦୨୦ରେ ହୋଲି ଖେଳ ବନ୍ଦ ଥିଲା। ଯଦି ସେତେବେଳେ ଏମିତି କିଛି ହୋଇଥିଲା ତାହା ସେତେବେଳେ କାହିଁକି ଅଭିଯୋଗ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

The post ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଭିଯୋଗର ମୁହଁ ଖୋଲିଲେ ଅଧ୍ୟକ୍ଷ appeared first on Odisha Reporter.

]]>
right bottom 2021-06-29 07:34:10 https://cdn.odishareporter.in/wp-content/uploads/2021/06/28192915/90.jpg
ଅଗ୍ନି-୧ ପ୍ରାଇମ୍‌ ମିଶାଇଲ୍‌ର ସଫଳ ପରୀକ୍ଷଣ https://odishareporter.in/odisha/gni-prime-nuclear-capable-missile-successfully-test-fired-off-odisha-coast-654425 Mon, 28 Jun 2021 08:51:03 +0000 https://odishareporter.in/?p=654425

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅଗ୍ନି ସିରିଜର ଆଉ ଏକ ମିଶାଇଲର ସଫଳ ବ୍ୟବହାରିକ ପରୀକ୍ଷଣ ସୋମବାର ହୋଇଛି।  ଅଗ୍ନି-୧ ପ୍ରାଇମ ନାମରେ ନାମିତ ଏହି ମିଶାଇଲ୍‌ର ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ୧୦ଟା ୫୫ ମିନିଟ୍‌ରେ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ଦେଢ଼ ହଜାର କିଲୋମିଟର ରହିଛି । ଅଗ୍ନି-୧ ପ୍ରାଇମ ମିଶାଇଲ୍‌ ଅଗ୍ନି-୧ର ଏକ  ଉନ୍ନତ ସଂସ୍କରଣ। ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି […]

The post ଅଗ୍ନି-୧ ପ୍ରାଇମ୍‌ ମିଶାଇଲ୍‌ର ସଫଳ ପରୀକ୍ଷଣ appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅଗ୍ନି ସିରିଜର ଆଉ ଏକ ମିଶାଇଲର ସଫଳ ବ୍ୟବହାରିକ ପରୀକ୍ଷଣ ସୋମବାର ହୋଇଛି।  ଅଗ୍ନି-୧ ପ୍ରାଇମ ନାମରେ ନାମିତ ଏହି ମିଶାଇଲ୍‌ର ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ୧୦ଟା ୫୫ ମିନିଟ୍‌ରେ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ଦେଢ଼ ହଜାର କିଲୋମିଟର ରହିଛି ।

ଅଗ୍ନି-୧ ପ୍ରାଇମ ମିଶାଇଲ୍‌ ଅଗ୍ନି-୧ର ଏକ  ଉନ୍ନତ ସଂସ୍କରଣ। ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି-୧ ପ୍ରାଇମ୍ ଅଗ୍ନି-୪ ଏବଂ ଅଗ୍ନି-୫ ମିଶାଇଲ।


। ଏହା  ଭୂପୃଷ୍ଠ କ୍ଷେପଣାସ୍ତ୍ରର ଏକ ପୃଷ୍ଠ ଯାହାକି ପ୍ରାୟ ହଜାରେ କେଜି କିମ୍ବା ଆଣବିକ ଯୁଦ୍ଧ ହେଡ୍ ଧାରଣ କରିପାରିବ |   ଆଧୁନିକ  ଜ୍ଞାନକୌଶଳ ଆଧାରରେ ଏହି ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ତିନି ମାସ ଧରି ପରୀକ୍ଷଣ ବନ୍ଦ ରଖିଥିବା ଡିଆରଡିଓ ପୁଣିଥରେ ସକ୍ରିୟ ହୋଇଛି।

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ ପରେ ଡିଆରଡିଓ ଇଣ୍ଡିଆ ଟିମ୍‌କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

The post ଅଗ୍ନି-୧ ପ୍ରାଇମ୍‌ ମିଶାଇଲ୍‌ର ସଫଳ ପରୀକ୍ଷଣ appeared first on Odisha Reporter.

]]>
centre bottom, DRDO, Missile Experiment 2021-06-28 16:33:08 https://cdn.odishareporter.in/wp-content/uploads/2021/06/28141925/misail.jpg
୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ https://odishareporter.in/odisha/balasore/the-administration-gear-up-after-dead-body-laying-for-15-days-654239 Sun, 27 Jun 2021 11:23:23 +0000 https://odishareporter.in/?p=654239

The post ୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ appeared first on Odisha Reporter.

]]>

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଡାକ୍ତରଖାନାରେ ୧୫ ଦିନ ଧରି ଶବ ପକାଇ ରଖାଯିବା ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ।  ଶବ ବ୍ୟବଚ୍ଛେଦ ଘରେ ପଡିଥିବା ୫ଟି ମୃତେଦହ ମଧ୍ୟରୁ ୪ଟିକୁ ମ୍ୟୁନିସପାଲଟି ପକ୍ଷରୁ ସତ୍କାର ପାଇଁ ନିଆଯାଇଛି  । ଆଉ ଗୋଟିଏ ମୃତଦେହର ମଧ୍ୟ ଶୀଘ୍ର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ଆଜି ସକାଳୁ ବାଲେଶ୍ୱର ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।  ଅଚିହ୍ନା ରୋଗୀଙ୍କ ମୃତ୍ୟୁ ପରେ ପାଞ୍ଚଟି ମୃତଦେହ ଗୁଡିକ ଗଦା କରି ରଖାଯାଇଥିଲା । ଶବ ସଂରକ୍ଷଣ କେନ୍ଦ୍ରରେ ମୃତଦେହ ରଖିବାକୁ ଜାଗା ନଥିବାରୁ ବ୍ୟବଚ୍ଛେଦ ଗୃହର ପାଖ କୋଠରୀରେ ରଖାଯାଇଥିଲା ମୃତଦେହ ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ଉପରେ ଶବ ପକାଇ ରଖିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୃତଦେହର ଦାହ ସଂସ୍କାର ନକରି ପକାଇ ରଖିବା ଉପରେ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ, ଅଚିହ୍ନା ଶବ ଦାହ ଦାୟିତ୍ୱ ପୁଲିସର । ସେପଟେ ପୌରପାଳିକାର ଟଙ୍କା ବାକିଥିବାରୁ ଶବ ଦାହ ହୋଇପାରୁନଥିବା କହିଥିଲା ପୁଲିସ।

The post ୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ appeared first on Odisha Reporter.

]]>
right top 2021-06-27 16:53:23 https://cdn.odishareporter.in/wp-content/uploads/2021/06/27165256/49-4.jpg
କରୋନା ଟିକା ନେବାକୁ ନାରାଜ ଗ୍ରାମବାସୀ   https://odishareporter.in/odisha/balasore/villagers-are-reluctant-to-vaccinate-themselves-654231 Sun, 27 Jun 2021 10:41:17 +0000 https://odishareporter.in/?p=654231

ସୋର(ନିରଞ୍ଜନ ବେହେରା):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଆଗୁଆନସାହି ଗାଁରେ କରୋନା ଟିକା ନେଉନାହାନ୍ତି ଲୋକେ।  କରୋନା ଟିକା ନେଲେ କିଛି ଲୋକଙ୍କୁ ଜ୍ୱର ହେଉଥିବାରୁ ଲୋକ ମାନେ ଭୟଭୀତ ହୋଇଯାଇଛନ୍ତି।  ସେମାନଙ୍କ କହିବା କଥା ଟିକା ନେଲେ ଲୋକମାନେ ମରିଯାଉଛନ୍ତି । ଟିକା ନେବା ପାଇଁ ବାରମ୍ବାର ଗାଁର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ବୁଝାଉଥିବା ବେଳେ ସେମାନେ କିନ୍ତୁ ଟିକା ନେବାକୁ ନାରାଜ। ଏଥି ସହିତ ଟିକା […]

The post କରୋନା ଟିକା ନେବାକୁ ନାରାଜ ଗ୍ରାମବାସୀ   appeared first on Odisha Reporter.

]]>

ସୋର(ନିରଞ୍ଜନ ବେହେରା):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଆଗୁଆନସାହି ଗାଁରେ କରୋନା ଟିକା ନେଉନାହାନ୍ତି ଲୋକେ।  କରୋନା ଟିକା ନେଲେ କିଛି ଲୋକଙ୍କୁ ଜ୍ୱର ହେଉଥିବାରୁ ଲୋକ ମାନେ ଭୟଭୀତ ହୋଇଯାଇଛନ୍ତି।  ସେମାନଙ୍କ କହିବା କଥା ଟିକା ନେଲେ ଲୋକମାନେ ମରିଯାଉଛନ୍ତି ।

ଟିକା ନେବା ପାଇଁ ବାରମ୍ବାର ଗାଁର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ବୁଝାଉଥିବା ବେଳେ ସେମାନେ କିନ୍ତୁ ଟିକା ନେବାକୁ ନାରାଜ। ଏଥି ସହିତ ଟିକା ନ ନେବାକୁ ଅନେକ ବାହାନା କରୁଛନ୍ତି । ଗାଁ ରେ ପାଖାପାଖି ୮ ଶହ ରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୫ ଜଣ ଟିକା ନେଇଛନ୍ତି ।

ଅନ୍ୟ କିଛି କିଛି ସ୍ଥାନରେ ଟିକା ପାଇଁ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ବିପରୀତ କଥା ଦେଖିବାକୁ ମିଳିଛି । ଆଉ ସେମାନଙ୍କ କହିବା କଥା ଯଦି ସେମାନେ ଟୀକା ନେବେ ତେବେ ସେମାନେ ଅଳ୍ପ ଦିନ ବଞ୍ଚିବେ । ଯେହେତୁ ପାହାଡ଼ର ପାଦଦେଶରେ ଏହି ଗାଁ ରହିଛି ତେବେ ସେମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ ହୋଇପଡିଛି । ଅନ୍ୟପଟେ ସଚେତନ ନଥିବା ଶୁଣି କିଛି ସାମ୍ବାଦିକ ବନ୍ଧୁ ମାନେ ସେମାନଙ୍କୁ ସଚେତନ କରିବା ସହିତ ଟୀକା ନେବାକୁ ପରାମର୍ଶ ଦେଇଛନ୍ତି ।

The post କରୋନା ଟିକା ନେବାକୁ ନାରାଜ ଗ୍ରାମବାସୀ   appeared first on Odisha Reporter.

]]>
right top 2021-06-27 16:11:17 https://cdn.odishareporter.in/wp-content/uploads/2021/06/27161011/760-1.jpg
ହୃଦୟ ବିଦାରକ: ଆଉ ଏ କେକ୍‌ କଟାର ଦିନ ଆସିବନି… https://odishareporter.in/odisha/balasore/heartbreaking-no-more-cake-days-will-come-652584 Sun, 20 Jun 2021 11:32:52 +0000 https://odishareporter.in/?p=652584

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): କରୋନା ପୁଣି ଦୁଇଜଣ ପିଲାଙ୍କୁ କରିଦେଇଛି ଅନାଥ । ଛଡାଇ ନେଇଛି ବାପା ଓ ମାଙ୍କୁ  । ଏଭଳି ହୃଦୟ ବିଦାରକ ଚିତ୍ର ଆସିଛି ବାଲେଶ୍ୱର ସହରରରୁ।  ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ମାତ୍ର ୨୧ ଦିନ ପରେ ସ୍ତ୍ରୀ ସ୍ୱାମୀଙ୍କୁ ଝୁରି ଝୁରି ମାନସିକ ଭାରସାମ୍ୟ ହରାଇ ଆତ୍ମଅହତ୍ୟା କରିଦେଇଛନ୍ତି। ଏବେ ତାଙ୍କର ଦୁଇ ପୁଅ ଝିଅ ବାପା ମାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ବାଲେଶ୍ୱର ସହରର ମାଣିଖମ୍ବର […]

The post ହୃଦୟ ବିଦାରକ: ଆଉ ଏ କେକ୍‌ କଟାର ଦିନ ଆସିବନି… appeared first on Odisha Reporter.

]]>

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): କରୋନା ପୁଣି ଦୁଇଜଣ ପିଲାଙ୍କୁ କରିଦେଇଛି ଅନାଥ । ଛଡାଇ ନେଇଛି ବାପା ଓ ମାଙ୍କୁ  । ଏଭଳି ହୃଦୟ ବିଦାରକ ଚିତ୍ର ଆସିଛି ବାଲେଶ୍ୱର ସହରରରୁ।  ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ମାତ୍ର ୨୧ ଦିନ ପରେ ସ୍ତ୍ରୀ ସ୍ୱାମୀଙ୍କୁ ଝୁରି ଝୁରି ମାନସିକ ଭାରସାମ୍ୟ ହରାଇ ଆତ୍ମଅହତ୍ୟା କରିଦେଇଛନ୍ତି। ଏବେ ତାଙ୍କର ଦୁଇ ପୁଅ ଝିଅ ବାପା ମାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ବାଲେଶ୍ୱର ସହରର ମାଣିଖମ୍ବର ଏଇ ଦୁଇଜଣ ଛୋଟ ପିଲା ଏବେ ବେସାହାରା ହୋଇପଡ଼ିଛନ୍ତି।

ଗତ ମେ’ ମାସ ୧୫ ତାରିଖରେ ସେମାନଙ୍କ ବାପା ରାଜେଶ୍ କୁମାର ସିଂ କରୋନାରେ ମୃତ୍ୟୁ ବରଣ କରିଥିଲେ।  ସେ ମୃତ୍ୟୁ ବରଣ କରିବାର  ୨୧ ଦିନ ପରେ ସ୍ୱାମୀଙ୍କ ଝୁରି ଝୁରି  ସ୍ତ୍ରୀ ଜୁଲି ସିଂ  ଆତ୍ମହତ୍ୟା କରିଦେଇଥିଛନ୍ତି । ଦୁହେଁ ଦୁହିଁକୁ ଭଲ ପାଇ ବାହା ହୋଇଥିଲେ । ଅଗ୍ନିକୁ ସାକ୍ଷୀ ରଖି ସାତ ଜୀବନ ପାଇଁ ସାଥୀ ହୋଇ ଚାଲିବା ପାଇଁ ଶପଥ ନେଇଥିଲେ।  ସେଥିପାଇଁ ବୋଧେ ଜଣେ ଯିବାର ମାତ୍ର ଦିନ କେଇଟା ଯାଇନି ଆଉ ଜଣେ ଚାଲିଗଲେ। ହେଲେ  ଦୁଇ ପିଲାଙ୍କୁ ଏକା କରି ଛାଡ଼ି ଚାଲିଗଲେ। ପୁଅ ବୋହୂଙ୍କ ଦୁଃଖ ଆଉ ଦୁଇ ନାତିନାତୁଣିଙ୍କ  କଥା ଭାବି ଚିନ୍ତାରେ ବୁଢା ବାପା- ମା। କେମିତି ପିଲାଙ୍କୁ ବଢାଇବେ, କେମିତି ସେମାନଙ୍କ କଥା ବୁଝିବେ ସେହି ଚିନ୍ତା ଘାରିଛି ।

ରାଜେଶ ଜଣେ ଭଲ ହୋମିଓପାଥି ଡାକ୍ତର ଥିଲେ । ସେ କେନ୍ଦୁଝରରେ ଡାକ୍ତର ପାଠ ପଢୁଥିବା ବେଳେ ଜୁଲିଙ୍କୁ ଭଲପାଇ ବିବାହ କରିଥିଲେ  । ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ କେହି କେହାକୁ ଛାଡି ଏକୁଟିଆ ରହୁନଥିଲେ  । ତାଙ୍କ ଆବର୍ତ୍ତମାନରେ ଏଇ ଫଟୋ ହିଁ ବୟାନ୍ କରୁଛି  ସେମାନେ ଏବେବି ପରସ୍ପରଠାରୁ ଅଲଗା ହୋଇନାହାଁନ୍ତି ।  ହେଲେ ଦୁଇଜଣ ପିଲା ଯେମିତି ସେମାନଙ୍କୁ ହରାଇ ଏକୁଟିଆ ହୋଇଯାଇଛନ୍ତି।  ମାତ୍ର ୭ ବର୍ଷର ପୁଅ  ଆଦିତ୍ୟ ଓ ୧୩ ବର୍ଷର ଝିଅ ରିତୁକ୍ରିଷ୍ଣା ଏବେ କନଭେଣ୍ଟ ସ୍କୁଲରେ ପାଠ ପଢୁଛନ୍ତି । ସେମାନଙ୍କ କଥା ବୁଝୁଥିଲେ ତାଙ୍କ ବାପା-ମା  । ହେଲେ ସେମାନେ କଣ ଜାଣିଥିଲେ ବାପାଙ୍କ ପରେ ପରେ ମା’ ବି ଚାଲିଯିବେ ବୋଲି । ଜେବେପରେଶ ସିଂ ଅବସର ନେବା ପରେ ସେ ବି ଖୁବ୍ କମ ଟଙ୍କା ପେନସନ ପାଉଛନ୍ତି । ରୋଜଗାରିଆ ପୁଅ ଘରଦ୍ୱାର ସବୁ କିଛି କରିଥିଲା । ହେଲେ ସେ ଚାଲିଯିବାପରେ ବେସାହାର ହୋଇପଡିଛନ୍ତି ଦୁହେଁ ବୃଦ୍ଧବୃଦ୍ଧା।

ନାତି ନାତୁଣୀଙ୍କୁ କେମିତି ବଡ କରିବେ ସେ ଚିନ୍ତା ଘାରିଛି । ତାଙ୍କୁ  ଏହି ଦୁଃଖଦ ଖବର ଜଣାପଡିବାପରେ ସ୍ଥାନୀୟ ବିଧାୟକ ତାଙ୍କ ଘରକୁ ଯାଇ ଦୁଇ ପିଲାଙ୍କ ପାଠ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।  ଏହଛଡା ଦୁଇ ପିଲାଙ୍କୁ ସରକାରୀ ସାହାଯ୍ୟରେ ଅନ୍ତର୍ଭୃକ୍ତ କରିବାପାଇଁ  ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।

କରୋନାର ଦାରୁଣ ଦଃଖ ଛନ୍ଦି ଦେଇଛି ପରେଶ ସିଂଙ୍କ ପରିବାରକୁ  । ପରିଣତ ବୟସରେପୁଅ ବୋହୂଙ୍କ ବିୟୋଗର କଥା ଭାବି ବୃଦ୍ଧ ବାପାଙ୍କ ଆଖି ଛଳ ଛଳ ହୋଇପଡୁଛି।  ଅବସର ପରେ ଯିଏ ଭାବିଥିଲେ ତାଙ୍କ ଉପରେ ଆଉ ବୋଝ ନାହିଁ ଏବେ ପୁଣି ପରିବାର ବୋଝ ତାଙ୍କ ମୁଣ୍ଡ ଉପରେ । କେମିତି ବଞ୍ଚିବେ ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି।

The post ହୃଦୟ ବିଦାରକ: ଆଉ ଏ କେକ୍‌ କଟାର ଦିନ ଆସିବନି… appeared first on Odisha Reporter.

]]>
right top 2021-06-21 12:28:35 https://cdn.odishareporter.in/wp-content/uploads/2021/06/20165902/909.jpg
ଟ୍ୟୁସନ୍ ଯିବା ବେଳେ ନାବାଳିକାଙ୍କୁ ଖଣ୍ଡାରେ ଆକ୍ରମଣ https://odishareporter.in/odisha/a-minor-girl-attacked-in-soro-649810 Thu, 10 Jun 2021 05:29:17 +0000 https://odishareporter.in/?p=649810

ସୋର (ଓଡ଼ିଶା ରିପୋର୍ଟର): ଟ୍ୟୁସନ ଯିବା ବେଳେ ଜଣେ ନାବାଳିକାକୁ ଖଣ୍ଡାରେ ହାଣିଲା ଜଣେ ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଟ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଆକ୍ରମଣ ଶିକାର ହୋଇଥିବା ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ନ୍ତି। ସେ ଆଜି ସକାଳେ ଟ୍ୟୁସନ ଯାଉଥିବା ବଳେ ବାଟରେ ଏକ ଗଛ ପାଖରେ ଲୁଚି ରହିଥିବା ଅଭିଯୁକ୍ତ ଯୁବକ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲା। ନାବାଳିକାଙ୍କ ମୁଣ୍ଡ, […]

The post ଟ୍ୟୁସନ୍ ଯିବା ବେଳେ ନାବାଳିକାଙ୍କୁ ଖଣ୍ଡାରେ ଆକ୍ରମଣ appeared first on Odisha Reporter.

]]>

ସୋର (ଓଡ଼ିଶା ରିପୋର୍ଟର): ଟ୍ୟୁସନ ଯିବା ବେଳେ ଜଣେ ନାବାଳିକାକୁ ଖଣ୍ଡାରେ ହାଣିଲା ଜଣେ ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଟ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

ସୂଚନା ଅନୁଯାୟୀ, ଆକ୍ରମଣ ଶିକାର ହୋଇଥିବା ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ନ୍ତି। ସେ ଆଜି ସକାଳେ ଟ୍ୟୁସନ ଯାଉଥିବା ବଳେ ବାଟରେ ଏକ ଗଛ ପାଖରେ ଲୁଚି ରହିଥିବା ଅଭିଯୁକ୍ତ ଯୁବକ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲା। ନାବାଳିକାଙ୍କ ମୁଣ୍ଡ, ବେକ ଓ ହାତରେ ଆଘାତ ଲାଗିଛି। ନାବାଳିକା ଜଣଙ୍କ ରକ୍ତାକ୍ତ ହୋଇ ପଡ଼ିଯିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା।

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅକୁ ଉଦ୍ଧାର କରି ସେମାନେ ଖଇରା ଡାକ୍ତରଖାନାକୁ ନେଇ ଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସେହି ଗାଁର ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ ଏମିତି ଏକ କାଣ୍ଡ ଘଟିଲା, ତାହା ଜଣାପଡ଼ିନାହିଁ।

The post ଟ୍ୟୁସନ୍ ଯିବା ବେଳେ ନାବାଳିକାଙ୍କୁ ଖଣ୍ଡାରେ ଆକ୍ରମଣ appeared first on Odisha Reporter.

]]>
Minor Attacked, right bottom 2021-06-10 14:13:28 https://cdn.odishareporter.in/wp-content/uploads/2021/06/10105631/ambulance.jpg
‘ନିଜ ଝିଅ ଭାବି ସହାୟତା କରନ୍ତୁ, ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ’ https://odishareporter.in/odisha/balasore/newly-married-woman-appeals-for-help-for-husbands-ecmo-treatment-8-649100 Mon, 07 Jun 2021 11:25:45 +0000 https://odishareporter.in/?p=649100

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମାସକ ତଳେ ଧୁମଧାମରେ ବିବାହ ହୋଇଥିଲା। ଏହା ପରେ ହସଖୁସିରେ ମଧ୍ୟ ପରିବାର ଚାଲିଥିଲା। କିନ୍ତୁ ହଠାତ୍ ଏହି ସୁଖର ସଂସାରରେ ଲାଗିଲା କରୋନାର ନଜର୍। କରୋନାରେ ସ୍ୱାମୀ ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇପଡ଼ିଲା। ଯାହା ଫଳରେ ଦୀର୍ଘ ୨୨ ଦିନ ହେବ ସେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉନାହିଁ। ଅଭିଷେକଙ୍କ ଅବସ୍ଥା ଦେଖି ସ୍ତ୍ରୀ ମୌସୁମୀ ଭାଙ୍ଗି ପଡ଼ିଛନ୍ତି। ଅଭିଷେକଙ୍କୁ ଏବେ ଏୟାରଲିଫ୍ଟ ଜରିଆରେ […]

The post ‘ନିଜ ଝିଅ ଭାବି ସହାୟତା କରନ୍ତୁ, ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ’ appeared first on Odisha Reporter.

]]>

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମାସକ ତଳେ ଧୁମଧାମରେ ବିବାହ ହୋଇଥିଲା। ଏହା ପରେ ହସଖୁସିରେ ମଧ୍ୟ ପରିବାର ଚାଲିଥିଲା। କିନ୍ତୁ ହଠାତ୍ ଏହି ସୁଖର ସଂସାରରେ ଲାଗିଲା କରୋନାର ନଜର୍। କରୋନାରେ ସ୍ୱାମୀ ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇପଡ଼ିଲା। ଯାହା ଫଳରେ ଦୀର୍ଘ ୨୨ ଦିନ ହେବ ସେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉନାହିଁ।

ଅଭିଷେକଙ୍କ ଅବସ୍ଥା ଦେଖି ସ୍ତ୍ରୀ ମୌସୁମୀ ଭାଙ୍ଗି ପଡ଼ିଛନ୍ତି। ଅଭିଷେକଙ୍କୁ ଏବେ ଏୟାରଲିଫ୍ଟ ଜରିଆରେ କୋଲକାତା ନିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି। ହେଲେ ସେଠାରେ ଚିକିତ୍ସା ପାଇଁ ଲାଗିବ କୋଟିଏ ଟଙ୍କା। ଏଥିପାଇଁ ମୌସୁମୀ ଓଡ଼ିଶାବାସୀଙ୍କୁ ସହାୟତା ମାଗିଛନ୍ତି। ଏ ନେଇ ମୌସୁମୀ ଏକ ଭିଡିଓ ଛାଡ଼ିଛନ୍ତି।

ଭିଡିଓରେ ମୌସୁମୀ କହୁଛନ୍ତି, ମୋ ସ୍ୱାମୀ ଅଭିଷେକ ମହାପାତ୍ର ଦୀର୍ଘ ୨୨ ଦିନ ହେବ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉନଥିବାରୁ ଡାକ୍ତରଙ୍କ ପରାର୍ମଶ କ୍ରମେ ଆମେ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତା ନେଇଯିବୁ।

ମୋ ସ୍ୱାମୀଙ୍କ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଦରକାର। ଏଥିପାଇଁ ଆପଣ ମାନଙ୍କ ସହାୟତା ନିଶ୍ଚୟ ଦରକାର। ଆପଣମାନଙ୍କ ଛୋଟ ଛୋଟ ସହାୟତା ମୋ ସ୍ୱାମୀଙ୍କୁ ମୋ ପାଖକୁ ଫେରାଇ ଆଣିବ। ଦୟାକରି ଆପଣମାନେ ମୋତେ ନିଜ ଝିଅ ଭାବି ସହାୟତା କରନ୍ତୁ।

The post ‘ନିଜ ଝିଅ ଭାବି ସହାୟତା କରନ୍ତୁ, ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ’ appeared first on Odisha Reporter.

]]>
centre bottom 2021-06-07 17:40:53 https://cdn.odishareporter.in/wp-content/uploads/2021/06/07170127/700-1.jpg
ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍ https://odishareporter.in/odisha/balasore/the-central-team-assessed-the-damage-649082 Mon, 07 Jun 2021 10:41:51 +0000 https://odishareporter.in/?p=649082

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଞ୍ଚିଛି  କେନ୍ଦ୍ରୀୟ ଟିମ୍ । ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବାଲେଶ୍ୱର ସଦର ବ୍ଲକ୍ ସାର୍ଥା ପଞ୍ଚାୟତର ସାର୍ଥା ଓ କସାଫଳ ମୁହାଣ ପରିଦର୍ଶନ କରିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଏହା ପରେ କେନ୍ଦ୍ରୀୟ ଟିମ୍ ଚାନ୍ଦିପୁର ଗସ୍ତ କରିଛନ୍ତି । କେନ୍ଦ୍ରୀୟ ଟିମ୍ ସହ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ଗସ୍ତରେ ସାମିଲ ଅଛନ୍ତି। କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ପୁଲିସ […]

The post ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍ appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଞ୍ଚିଛି  କେନ୍ଦ୍ରୀୟ ଟିମ୍ । ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବାଲେଶ୍ୱର ସଦର ବ୍ଲକ୍ ସାର୍ଥା ପଞ୍ଚାୟତର ସାର୍ଥା ଓ କସାଫଳ ମୁହାଣ ପରିଦର୍ଶନ କରିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଏହା ପରେ କେନ୍ଦ୍ରୀୟ ଟିମ୍ ଚାନ୍ଦିପୁର ଗସ୍ତ କରିଛନ୍ତି ।

କେନ୍ଦ୍ରୀୟ ଟିମ୍ ସହ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ଗସ୍ତରେ ସାମିଲ ଅଛନ୍ତି। କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ପୁଲିସ ପଡ଼ିଆରେ ପହଞ୍ଚିବା ପରେ ସର୍କିଟ ହାଉସରେ ସମୀକ୍ଷା ବୈଠକ କରିଥିଲେ। ଏହା ପରେ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି ଟିମ୍ । କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ସାର୍ଥା ଅଭିମୁଖେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେପଟେ କେନ୍ଦ୍ରୀୟ ପ୍ରତିନିଧି ଦଳର ଅନ୍ୟ ଏକ ଟିମ୍ ଭଦ୍ରକରେ ପହଞ୍ଚିଛନ୍ତି ।

ଧାମରା ହେଲିପ୍ୟାଡରେ  ପହଞ୍ଚିବା ପରେ ବାତ୍ୟାଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଭଦ୍ରକ, କେନ୍ଦ୍ରାପଡ଼ା,ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ଦୁଇ ଦିନ ଧରି କେନ୍ଦ୍ରୀୟ ଟିମ୍ ପ୍ରଭାବିତ ଅଞ୍ଚଳ ବୁଲିବା ପରେ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେବେ । ଏହା ପୂର୍ବରୁ ଏସଆରସି ଆଜି ୭ ଜଣିଆ କେନ୍ଦ୍ରୀୟ ଟିମ ସହ ଏକ ବୈଠକରେ ଆଲୋଚନା କରିଥିଲେ ।

The post ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍ appeared first on Odisha Reporter.

]]>
right top 2021-06-07 16:11:51 https://cdn.odishareporter.in/wp-content/uploads/2021/06/07161022/701.jpg
ଯୁବକଙ୍କୁ ଗୁଳିମାଡ଼ https://odishareporter.in/odisha/one-got-injured-in-firing-at-berhampur-649005 Mon, 07 Jun 2021 06:59:36 +0000 https://odishareporter.in/?p=649005

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଚେକାମରା ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ସେହି ଚେକାମରା ଗାଁର ରବୀନ୍ଦ୍ର ସିଂ। ସେ ଗାଁ ନିକଟସ୍ଥ ଜଙ୍ଗଲରେ ଛେଳି ଚରାନ୍ତି। ଛେଳି ଚରାଇବା ବେଳେ ଗୁଳି ବାଜି ଥିବାରୁ କେହି ଶିକାରୀ ଜନ୍ତୁ ଶିକାର ପାଇଁ ଏହି ଗୁଳି ମାରିଥାଇପାରେ ବୋଲି କୁହାଯାଉଛି। ତେବେ ଏହା ଶିକାରୀ ମାରିଥିବା ଗୁଳି […]

The post ଯୁବକଙ୍କୁ ଗୁଳିମାଡ଼ appeared first on Odisha Reporter.

]]>

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଚେକାମରା ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ସେହି ଚେକାମରା ଗାଁର ରବୀନ୍ଦ୍ର ସିଂ। ସେ ଗାଁ ନିକଟସ୍ଥ ଜଙ୍ଗଲରେ ଛେଳି ଚରାନ୍ତି। ଛେଳି ଚରାଇବା ବେଳେ ଗୁଳି ବାଜି ଥିବାରୁ କେହି ଶିକାରୀ ଜନ୍ତୁ ଶିକାର ପାଇଁ ଏହି ଗୁଳି ମାରିଥାଇପାରେ ବୋଲି କୁହାଯାଉଛି। ତେବେ ଏହା ଶିକାରୀ ମାରିଥିବା ଗୁଳି ନା କେହି ଆକ୍ରୋଶମୂଳକ ଭାବେ ତାଙ୍କୁ ଗୁଳି କରିଥିଲେ, ତାହା ସ୍ପଷ୍ଟ ହୋଇପାରିନି।

ରବୀନ୍ଦ୍ରଙ୍କ କାନ୍ଧ ଓ ବେକରେ ଗୁଳି ବାଜିଛି। ତାଙ୍କୁ ପ୍ରଥମ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

The post ଯୁବକଙ୍କୁ ଗୁଳିମାଡ଼ appeared first on Odisha Reporter.

]]>
right bottom 2021-06-07 12:29:36 https://cdn.odishareporter.in/wp-content/uploads/2021/06/07122540/56-4.jpg
ପଥର କାରିଗରଙ୍କୁ କନ୍ଦେଇଲା କରୋନା https://odishareporter.in/odisha/balasore/the-stone-carpenter-wept-due-to-covid-648736 Sat, 05 Jun 2021 13:01:14 +0000 https://odishareporter.in/?p=648736

ସୋର(ନିରଞ୍ଜନ ବେହେରା): କରୋନା ସମୟରେ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିବା ବେଳେ ଅନେକ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି।  ଆଉ ମହାମାରୀ ଅଧିକାଂଶ ଲୋକଙ୍କ ଜୀବିକା ଛଡାଇ ନେଇଛି।  ବିଶେଷକରି ପଥରରେ ତିଆରି କରୁଥିବା ମୂର୍ତ୍ତି କାରିଗର ମାନଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ବିଶେଷ କରି  ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ପଥର କାରିଗରମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସୋର ଅଞ୍ଚଳର କିଛି ଲୋକ ପଥର ମୂର୍ତ୍ତି ତିଆରି କରି ନିଜର […]

The post ପଥର କାରିଗରଙ୍କୁ କନ୍ଦେଇଲା କରୋନା appeared first on Odisha Reporter.

]]>

ସୋର(ନିରଞ୍ଜନ ବେହେରା): କରୋନା ସମୟରେ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିବା ବେଳେ ଅନେକ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି।  ଆଉ ମହାମାରୀ ଅଧିକାଂଶ ଲୋକଙ୍କ ଜୀବିକା ଛଡାଇ ନେଇଛି।  ବିଶେଷକରି ପଥରରେ ତିଆରି କରୁଥିବା ମୂର୍ତ୍ତି କାରିଗର ମାନଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ବିଶେଷ କରି  ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ପଥର କାରିଗରମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସୋର ଅଞ୍ଚଳର କିଛି ଲୋକ ପଥର ମୂର୍ତ୍ତି ତିଆରି କରି ନିଜର ଜୀବିକା ନିର୍ବାହ କରିଥାନ୍ତି।

ପଥରରେ ସୁନ୍ଦର ମୂର୍ତ୍ତି ତିଆରି କରୁଥିବା ବେଳେ ଏହା ଜୀବନ୍ତ ଲାଗିଥାଏ। ମୂର୍ତ୍ତି ଗୁଡିକ ଅତ୍ୟନ୍ତ ସୁନ୍ଦର  ଲାଗିଥାଏ। ମୂର୍ତ୍ତି କାରିଗର ମାନଙ୍କ ନିହାଣ ମୁନରେ ସ୍ପର୍ଷ ପାଇ ପଥର ବି କଥା କହେ। ସୁନ୍ଦର ସୁନ୍ଦର ପଥର ମୂର୍ତ୍ତି ଗୁଡିକୁ କିଛି ଲୋକ ନିଜର ସଉକ ପାଇଁ ରଖିଥାନ୍ତି l କିନ୍ତୁ ମହାମାରୀ କରୋନା ପାଇଁ ସବୁକିଛି ବନ୍ଦ ହୋଇଯାଇଛି ।

ମୂର୍ତ୍ତି କାମ କରିବାକୁ ଆସୁଥିବା ଲୋକମାନେ ଅଧିକାଂଶ ସମୟରେ କାମ ନଥିବାରୁ ବହୁ ହଇରାଣ ହେଉଛନ୍ତି। କାରିଗର ମାନେ ମୂର୍ତ୍ତି ତିଆରି କରି ବାହାର ରାଜ୍ୟକୁ ପଠାଇ ଥାନ୍ତି। କିନ୍ତୁ ଲକଡାଉନ ଥିବାରୁ ସବୁ ବାଧା ସୃଷ୍ଟି ହୋଇଛି। ମୂର୍ତ୍ତି ତିଆରି ହେଉଥିବା ଜାଗାରେ କିଛି ସ୍ଥାନୀୟ ଲୋକେ କାମ କରି ବେଶ ଦୁଇ ପଇସା ଘରକୁ ନେଇ ଘର ଚଳାଇଥାନ୍ତି । କିନ୍ତୁ ଏବେ କରୋନା ମହାମାରୀ ସେମାନଙ୍କ ଆର୍ଥିକ ମେରୁ ଦଣ୍ଡକୁ ଦୋହଲାଇ ଦେଇଛି। ଯେହେତୁ ବାହାରକୁ ଆସିବାରେ କଟକଣା ରହିଛି ସେଥିପାଇଁ ଲୋକମାନେ କେହି କିଣାକିଣି ପାଇଁ ଆସୁନାହାନ୍ତି l

ପଥର କାରିଗର ସୋମାନାଥ ଉପାଧ୍ୟାୟ କହିଛନ୍ତି ଯେ, ମୁଁ ଏହି ବୃତ୍ତିରେ ୮-୯ ବର୍ଷ ହେଲା ରହିଛି।  ମୋର ଗୋଟିଏ ୟୁନିଟ ‘ଷ୍ଟୋନ୍ ଆର୍ଟ ଆଣ୍ଡ କ୍ରାଫ୍ଟ’ ରହିଛି। ଆମେ ପୂର୍ବରୁ ଭଲ ବ୍ୟବସାୟ କରୁଥିଲେ। ମୋ ପାଖରେ ୧୦-୧୨ ଜଣ ପିଲା ରହି କାମ କରୁଥିଲେ। ତାଙ୍କ ପରିବାର ଏଥିରୁ ଚଳୁଥିଲା। ହେଲେ ବର୍ଷେ ହେଲା ଆମ ଘରକୁ ପଇସା ଆସିବା ବନ୍ଦ ହୋଇଯାଛି। କରୋନା ପାଇଁ ଆମେ ସର୍ବଶ୍ୱାନ୍ତ ହୋଇଗଲୁ ବୋଲି ସେ କହିଛନ୍ତି।

The post ପଥର କାରିଗରଙ୍କୁ କନ୍ଦେଇଲା କରୋନା appeared first on Odisha Reporter.

]]>
centre bottom 2021-06-05 18:37:38 https://cdn.odishareporter.in/wp-content/uploads/2021/06/05182818/6hn.jpg
ମଦ ପିଇ ନାବାଳିକା ଝିଅକୁ ବାପାର ଦୁର୍ବ୍ୟବହାର ପ୍ରୟାସ, ମାରି ଦେଲା ମା’! https://odishareporter.in/odisha/a-woman-allegedly-killed-her-husband-in-balasore-648602 Sat, 05 Jun 2021 05:46:05 +0000 https://odishareporter.in/?p=648602

ନୀଳଗିରି (ଓଡ଼ିଶା ରିପୋର୍ଟର): ମଦ ପିଇ ନାବାଳିକ ଝିଅକୁ ଦୁର୍ବ୍ୟବହାର ପ୍ରୟାସ କରୁଥିଲା ବାପା। ଏହି ସମୟରେ ବାଧା ଦେଲା ମା’। ତା’ପରେ ହେଲା ଝଗଡ଼ା। ଝଗଡ଼ା ବେଳେ ମା’ର ଆକ୍ରମଣରେ ଚାଲିଗଲା ବାପାର ଜୀବନ। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ। ମୃତ ବ୍ୟକ୍ତିଙ୍କ ନାଁ ବୁଟୁ ସିଂ। ତାଙ୍କ ପତ୍ନୀଙ୍କ ନା ଗୁରୁବାରୀ ସିଂ। ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ମଦ ପିଇ ନିଜ ନାବାଳିକା ଝିଅକୁ […]

The post ମଦ ପିଇ ନାବାଳିକା ଝିଅକୁ ବାପାର ଦୁର୍ବ୍ୟବହାର ପ୍ରୟାସ, ମାରି ଦେଲା ମା’! appeared first on Odisha Reporter.

]]>

ନୀଳଗିରି (ଓଡ଼ିଶା ରିପୋର୍ଟର): ମଦ ପିଇ ନାବାଳିକ ଝିଅକୁ ଦୁର୍ବ୍ୟବହାର ପ୍ରୟାସ କରୁଥିଲା ବାପା। ଏହି ସମୟରେ ବାଧା ଦେଲା ମା’। ତା’ପରେ ହେଲା ଝଗଡ଼ା। ଝଗଡ଼ା ବେଳେ ମା’ର ଆକ୍ରମଣରେ ଚାଲିଗଲା ବାପାର ଜୀବନ। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ।

ମୃତ ବ୍ୟକ୍ତିଙ୍କ ନାଁ ବୁଟୁ ସିଂ। ତାଙ୍କ ପତ୍ନୀଙ୍କ ନା ଗୁରୁବାରୀ ସିଂ।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ମଦ ପିଇ ନିଜ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବାକୁ ପ୍ରୟାସ କରିଥିଲେ ବୁଟୁ। ଏହି ସମୟରେ ଗୁରୁବାରୀ ତାଙ୍କୁ ବାଧା ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଗୁରୁବାରୀ ଉତ୍‌କ୍ଷିପ୍ତ ହୋଇ ବୁଟୁଙ୍କୁ ଏକ ଚୁଲି ଫୁଙ୍କା ନଳୀରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ବୁଟୁଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ଘରେ ପକାଇ ଗୁରୁବାରୀ ଅନ୍ୟତ୍ର ଲୁଚି ଯାଇଥିଲେ।

ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଗୁରୁବାରୀଙ୍କୁ ଖୋଜି ବାହାର କରିଥିଲା। ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

The post ମଦ ପିଇ ନାବାଳିକା ଝିଅକୁ ବାପାର ଦୁର୍ବ୍ୟବହାର ପ୍ରୟାସ, ମାରି ଦେଲା ମା’! appeared first on Odisha Reporter.

]]>
odia news, right bottom 2021-06-05 13:48:36 https://cdn.odishareporter.in/wp-content/uploads/2021/06/05111320/police-station.jpg
ଛେଳି ପଶିଯିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ https://odishareporter.in/odisha/balasore/kangaro-court-in-baliapal-647986 Wed, 02 Jun 2021 12:31:51 +0000 https://odishareporter.in/?p=647986

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ବାଲିଆପାଳରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ଛେଳି ଚରାଇବାକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା। ଅନ୍ୟ ଜଣକ ବାଡ଼ିରେ ଛେଳି ପଶିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଗାଁ ଲୋକେ। ସୂଚନା ଅନୁସାରେ ବାଲିଆପାଳ ଥାନା ରେମୁ ଗାଁର ଜଣେ ବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ। ଗ୍ରାମର କାର୍ତ୍ତିକ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିକୁ ଛେଳିଟି ପଶି ଯାଇଥିଲା । ଯାହାକୁ ନେଇ ବ୍ୟକ୍ତି ଜଣଙ୍କ ରାଗିଯାଇଥିଲେ […]

The post ଛେଳି ପଶିଯିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ appeared first on Odisha Reporter.

]]>

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ବାଲିଆପାଳରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ଛେଳି ଚରାଇବାକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା। ଅନ୍ୟ ଜଣକ ବାଡ଼ିରେ ଛେଳି ପଶିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଗାଁ ଲୋକେ।

ସୂଚନା ଅନୁସାରେ ବାଲିଆପାଳ ଥାନା ରେମୁ ଗାଁର ଜଣେ ବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ। ଗ୍ରାମର କାର୍ତ୍ତିକ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିକୁ ଛେଳିଟି ପଶି ଯାଇଥିଲା । ଯାହାକୁ ନେଇ ବ୍ୟକ୍ତି ଜଣଙ୍କ ରାଗିଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଏ ନେଇ ବଚସା ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ବ୍ୟକ୍ତି ତାଙ୍କୁ ଅଟକ ରଖି ମାରପିଟ କରିଥିଲେ। ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ବାଲିଆପାଳ ଥାନାରେ ଏକ ମାମଲା ରୁଜୁ ହୋଇଛି।

The post ଛେଳି ପଶିଯିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ appeared first on Odisha Reporter.

]]>
right top 2021-06-02 18:01:51 https://cdn.odishareporter.in/wp-content/uploads/2021/06/02180001/hm.jpg
ଲୁଟ୍ ପାଇଁ ଫାୟାରିଂ, ୩ ଗୁରୁତର କଟକ ସ୍ଥାନାନ୍ତର https://odishareporter.in/odisha/balasore/three-injured-critically-after-armed-miscreants-open-fire-indiscriminately-at-a-jewellers-house-647816 Wed, 02 Jun 2021 02:22:34 +0000 https://odishareporter.in/?p=647816

ସୋର (ଓଡ଼ିଶା ରିପୋର୍ଟର): ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଏହି ସଶସ୍ତ୍ର ଡକାୟତି କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ଡକାୟତ ଦଳ ସନାତନ କାମିଳା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଡକାୟତି ଦଳ ଲୁଟି ନେଇଥିବା ଜଣାପଡିଛି। ଦୁର୍ବୃତ୍ତଙ୍କୁ ଦେଖି ଘର ଲୋକ ଚିତ୍କାର କରିବା ପରେ […]

The post ଲୁଟ୍ ପାଇଁ ଫାୟାରିଂ, ୩ ଗୁରୁତର କଟକ ସ୍ଥାନାନ୍ତର appeared first on Odisha Reporter.

]]>

ସୋର (ଓଡ଼ିଶା ରିପୋର୍ଟର): ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଏହି ସଶସ୍ତ୍ର ଡକାୟତି କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ଡକାୟତ ଦଳ ସନାତନ କାମିଳା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ।

ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଡକାୟତି ଦଳ ଲୁଟି ନେଇଥିବା ଜଣାପଡିଛି। ଦୁର୍ବୃତ୍ତଙ୍କୁ ଦେଖି ଘର ଲୋକ ଚିତ୍କାର କରିବା ପରେ କିଛି ଗ୍ରାମବାସୀ ଧାଇଁ ଆସିଥିଲେ। ଏହି ସମୟରେ ୩ ଜଣ ଗ୍ରାମବାସୀଙ୍କ ଉପରକୁ ଦୁର୍ବୃତ୍ତ ଫାଇରିଂ କରିଥିବା ସୂଚନା ରହିଛି। ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଦୁର୍ବୃତ୍ତମାନେ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇ ଖସିଯାଇଥିବା ସୂଚନା ରହିଛି।

ଲୁଟର ଶିକାର ହୋଇଥିବା ସନାତନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା କାମିଳା କହିଛନ୍ତି ରାତିରେ ୬ରୁ ୭ ଜଣ ଲୋକ କବାଟ ତାଡି ତାଙ୍କ ଘର ଭିତରେ ପଶିଥିଲେ। ବାପ ପୁଅ ସଙ୍ଗେ ସଙ୍ଗେ ଉଠି ବିରୋଧ କରିବା ବେଳେ ଦୁର୍ବୃତ୍ତମାନେ ବାପ ପୁଅ ଓ ତାଙ୍କୁ ବାନ୍ଧି ପକାଇଥିଲେ। ପରେ ଆଲମାରୀ ଓ ଗଡ଼ରେଜ ଭାଙ୍ଗି ଦୁର୍ବୃତ୍ତ ମାନେ ସୁନା ଅଳଙ୍କାର ଲୁଟି ନେଇଥିବା ସେ କହିଛନ୍ତି। ଏହି ସମୟରେ ସେମାନେ ଚିତ୍କାର କରିଥିଲେ। କିଛି ଗାଁ ଲୋକେ ଚିତ୍କାର ଶୁଣି ତାଙ୍କ ଘର ପାଖକୁ ଆସିଥିଲେ। ଏହି ସମୟର ଦୁର୍ବୁତ୍ତ ମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁଳି ମାଡ଼ର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି। ସନାତନ ଏବଂ ତାଙ୍କ ପୁଅଙ୍କ ସମେତ ଜଣେ ଗ୍ରାମବାସୀ ଲୁଟେରାଙ୍କ ଗୁଳିମାଡ଼ର ଶିକାର ହୋଇଥିବା ସୂଚନା ରହିଛି। ତିନି ଗୁରୁତରଙ୍କର କାହାର ମୁଣ୍ଡରେ ଗୁଳି ବାଜି ଥିବା ବେଳେ ଆଉ ଜଣଙ୍କ ଛାତିରେ ଗୁଳି ବାଜିଥିବା ଲକ୍ଷ୍ମୀପ୍ରିୟା କାମିଳା କହିଛନ୍ତି। ପ୍ରଥମେ ସେମାନଙ୍କୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ପରେ କଟକ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି।

The post ଲୁଟ୍ ପାଇଁ ଫାୟାରିଂ, ୩ ଗୁରୁତର କଟକ ସ୍ଥାନାନ୍ତର appeared first on Odisha Reporter.

]]>
right bottom 2021-06-02 13:13:42 https://cdn.odishareporter.in/wp-content/uploads/2021/06/02075214/firing.jpg
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ https://odishareporter.in/odisha/balasore/two-died-in-road-accident-9-647497 Mon, 31 May 2021 12:13:24 +0000 https://odishareporter.in/?p=647497

ସୋର (ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୋର-କୁପାରୀ ରାଜ୍ୟ ରାଜପଥର ନହଙ୍ଗ କଲେଜ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହା ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଗରପଡା ଥାନା ଅଧିନ ପାଟକନା ଗ୍ରାମର ବାଇଧର ବାରିକ ଏବଂ ଈଶ୍ୱର ଭୂତିଆ ନାମକ ଦୁଇଜଣ ଯୁବକ ବାଇକ ଯୋଗେ ଖଇରାରୁ ଆଗରପଡା ଅଭିମୁଖେ ଯାଉଥିଲେ। […]

The post ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ appeared first on Odisha Reporter.

]]>

ସୋର (ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୋର-କୁପାରୀ ରାଜ୍ୟ ରାଜପଥର ନହଙ୍ଗ କଲେଜ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହା ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଆଗରପଡା ଥାନା ଅଧିନ ପାଟକନା ଗ୍ରାମର ବାଇଧର ବାରିକ ଏବଂ ଈଶ୍ୱର ଭୂତିଆ ନାମକ ଦୁଇଜଣ ଯୁବକ ବାଇକ ଯୋଗେ ଖଇରାରୁ ଆଗରପଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ଔପଦା ଥାନା ନରଣପୁର ଗ୍ରାମର ନରେନ୍ଦ୍ର ମାଝୀ ବାଇକ ଯୋଗେ କୁପାରୀରୁ ଖଇରା ଅଭିମୁଖେ ଆସୁଥିଲେ। ନହଙ୍ଗ କଲେଜ ନିକଟରେ ଉଭୟ ଦୃତ ଗାମି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣା ସ୍ଥଳରେ ତିନି ଜଣ ବ୍ୟକ୍ତି ଗୁରୁତର ହୋଇପଡି ଥିଲେ। ଘଟଣା ସ୍ଥଳରେ ଖଇରା ଅଗ୍ନିଶମ ବାହିନୀ ପହଞ୍ଚି ତିନିଜଣ ଗୁରୁତରଙ୍କୁ ଖଇରା ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ନରଣପୁର ଗ୍ରାମର ନରେନ୍ଦ୍ର ଏବଂ ପାଟକନା ଗ୍ରାମର ଈଶ୍ୱରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ବାଇଧରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଖଇରା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

The post ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ appeared first on Odisha Reporter.

]]>
accident, right bottom, roadaccident 2021-06-01 11:57:57 https://cdn.odishareporter.in/wp-content/uploads/2021/05/31174200/accident-4.jpg
ଶିଶୁପୁତ୍ରକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ମା’! https://odishareporter.in/odisha/a-woman-allegedly-commits-suicide-in-balasore-646974 Sat, 29 May 2021 08:39:30 +0000 https://odishareporter.in/?p=646974

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଜଣେ ମହିଳା ନିଜ ଶିଶୁପୁତ୍ର ସହ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁପୁତ୍ରଟିକୁ ପ୍ରାୟ ୩ ବର୍ଷ ହେବ। ମୃତ ମହିଳା ଜଣଙ୍କ ନିକଟସ୍ଥ ଦୁଧହଂସା ଗାଁର। ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାରିବାରିକ କଥାକୁ ନେଇ ସେ ଆତ୍ମହତ୍ୟା […]

The post ଶିଶୁପୁତ୍ରକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ମା’! appeared first on Odisha Reporter.

]]>

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଜଣେ ମହିଳା ନିଜ ଶିଶୁପୁତ୍ର ସହ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଶିଶୁପୁତ୍ରଟିକୁ ପ୍ରାୟ ୩ ବର୍ଷ ହେବ। ମୃତ ମହିଳା ଜଣଙ୍କ ନିକଟସ୍ଥ ଦୁଧହଂସା ଗାଁର। ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାରିବାରିକ କଥାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି। ତେବେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଜିଆରପି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତନାଘନା ଚଲାଇଛି।

 

The post ଶିଶୁପୁତ୍ରକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ମା’! appeared first on Odisha Reporter.

]]>
right top 2021-05-29 14:38:36 https://cdn.odishareporter.in/wp-content/uploads/2021/03/01185411/Death.jpg
ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା https://odishareporter.in/odisha/balasore/flood-alert-in-subarnarekha-river-646759 Fri, 28 May 2021 11:52:24 +0000 https://odishareporter.in/?p=646759

ଜଳେଶ୍ୱର (ଅଜିତ୍ ଦାସ): ବାତ୍ୟା ୟାସ୍ ଜନିତ ବର୍ଷା ପାଇଁ ସୁବର୍ଣ୍ଣରେଖା ନଦୀ ଉଛୁଳୁଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢ଼ୁଛି। ଯାହା ଫଳରେ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି । ଗାଲୁଡିନି ବ୍ୟାରେଜ ପାଣି ଯୋଗୁ ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଟପିଛି। ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୬ ମିଟର, ଏବେ ବିପଦ ସଂକେତ ଠାରୁ ଉପରେ […]

The post ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା appeared first on Odisha Reporter.

]]>

ଜଳେଶ୍ୱର (ଅଜିତ୍ ଦାସ): ବାତ୍ୟା ୟାସ୍ ଜନିତ ବର୍ଷା ପାଇଁ ସୁବର୍ଣ୍ଣରେଖା ନଦୀ ଉଛୁଳୁଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢ଼ୁଛି। ଯାହା ଫଳରେ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି । ଗାଲୁଡିନି ବ୍ୟାରେଜ ପାଣି ଯୋଗୁ ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଟପିଛି।

ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୬ ମିଟର, ଏବେ ବିପଦ ସଂକେତ ଠାରୁ ଉପରେ ୫୦.୮୮ ମିଟର୍ ରହିଛି। ଗାଲୁଡିହ ବ୍ୟାରେଜରୁ ୩ଲକ୍ଷ କ୍ୟୁସେକ୍ ପାଣି ଛଡା ଯାଇଛି। ଯାହା ଫଳରେ ବାଲିଆପାଳର କୁଡ଼ମାନସିଂହ, ଚୋବଧୁରୀକୁଡ଼, ଜାମକୁଣ୍ଡା, ସୁଙ୍ଘମୁହଁ ଇତ୍ୟାଦି ତଳିଆ ଅଞ୍ଚଳକୁ ପାଣି ପଶିବାର ସମ୍ଭାବନା ଦେଖା ଦେଇଛି।

ସେହିପରି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସନ୍ଧ୍ୟା ୬ଟାରେ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଛୁଇଁବ। ଏଥିପାଇଁ ସତର୍କ ରହିବାକୁ ତଳିଆ ଅଞ୍ଚଳର ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଯେହେତୁ ଉପର ମୁଣ୍ଡରେ ବର୍ଷା ହୋଇଛି, ସେଥିପାଇଁ ବନ୍ୟା ସମସ୍ୟା ଉପୁଜିବାର ସମ୍ଭାବନା ଥିବା ସେ କହିଛନ୍ତି। ତଳିଆ ଅଞ୍ଚଳରେ ପାଣି ପଶିଲେ ମଧ୍ୟ ବେଶୀ ସମୟ ଅଟକିବନି। ତେଣୁ ବନ୍ୟାକୁ ନେଇ ଲୋକେ ଭୟଭୀତ ନ ହେବାକୁ ଜ୍ୟୋତିର୍ମୟ ଆଶ୍ୱାସନା ଦେଇଛନ୍ତି।

The post ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା appeared first on Odisha Reporter.

]]>
centre bottom, Cyclone Yaas 2021-05-28 18:46:08 https://cdn.odishareporter.in/wp-content/uploads/2021/05/28172101/Representational-Image.jpg
ଉଛୁଳୁଛି ସୁବର୍ଣ୍ଣରେଖା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ https://odishareporter.in/odisha/possible-flood-in-subarnarekha-amidst-cycloneyass-646576 Fri, 28 May 2021 02:50:46 +0000 https://odishareporter.in/?p=646576

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ଏହା ବିପଦ ସଂକେତ ଟପିଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦ ସଂକେତ ୪୯.୧୬ ମିଟର ଥିବା ବେଳେ ଏବେ ଏଠାରେ ୫୦.୮୮ ମିଟରରେ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସେ […]

The post ଉଛୁଳୁଛି ସୁବର୍ଣ୍ଣରେଖା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ଏହା ବିପଦ ସଂକେତ ଟପିଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦ ସଂକେତ ୪୯.୧୬ ମିଟର ଥିବା ବେଳେ ଏବେ ଏଠାରେ ୫୦.୮୮ ମିଟରରେ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସେ କହିଛନ୍ତି।

ବାତ୍ୟା ‘ୟାସ୍‌’ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହା ପରେ ଝାଡ଼ଖଣ୍ଡରେ ଗାଲୁଡିହି ବ୍ୟାରେଜ୍ ଖୋଲାଯାଇଛି। ସେଥିପାଇଁ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇଛି।

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ଲୋକଙ୍କୁ ସତର୍କ କରାଯାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀକୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା।

The post ଉଛୁଳୁଛି ସୁବର୍ଣ୍ଣରେଖା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ appeared first on Odisha Reporter.

]]>
Cyclone Yaas, right bottom 2021-05-28 13:45:31 https://cdn.odishareporter.in/wp-content/uploads/2021/05/28081703/subarnrekha.jpg
ଗଛ ପଡ଼ି ଯୁବକଙ୍କ ମୃତ୍ୟୁ, ବର୍ତ୍ତିଲେ ଦୁଇ ଭଉଣୀ https://odishareporter.in/odisha/balasore/young-man-dies-and-two-sister-escaped-in-balasore-646232 Wed, 26 May 2021 13:20:27 +0000 https://odishareporter.in/?p=646232

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ନେଇଗଲା ଯୁବକଙ୍କ ଜୀବନ। ବାଲେଶ୍ୱର ସହର ଭାସ୍କରଗଞ୍ଜ ରେଲେଓ୍ୱ କଲୋନୀରେ ଘଟିଛି ଏହି ଅଘଟଣ। ଗଛ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କଲୋନୀରେ ମଣ୍ଟୁ ଜେନା ନାମକ ଜଣେ ଯୁବକ ଓ ଦୁଇ ଭଉଣୀ ଆଜି ସକାଳେ ଘର ଭିତରେ ବସିଥିଲେ। ଏତିକି ବେଳେ ପବନ ଜୋରରେ ହେବାରୁ ଏକ ଗଛର ଡାଳ ଭାଙ୍ଗି ଘର ଉପରେ ପଡ଼ି ଯାଇଥିଲା। ଯାହା ଫଳରେ ଗଛ ଡାଳ […]

The post ଗଛ ପଡ଼ି ଯୁବକଙ୍କ ମୃତ୍ୟୁ, ବର୍ତ୍ତିଲେ ଦୁଇ ଭଉଣୀ appeared first on Odisha Reporter.

]]>

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ନେଇଗଲା ଯୁବକଙ୍କ ଜୀବନ। ବାଲେଶ୍ୱର ସହର ଭାସ୍କରଗଞ୍ଜ ରେଲେଓ୍ୱ କଲୋନୀରେ ଘଟିଛି ଏହି ଅଘଟଣ। ଗଛ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

କଲୋନୀରେ ମଣ୍ଟୁ ଜେନା ନାମକ ଜଣେ ଯୁବକ ଓ ଦୁଇ ଭଉଣୀ ଆଜି ସକାଳେ ଘର ଭିତରେ ବସିଥିଲେ। ଏତିକି ବେଳେ ପବନ ଜୋରରେ ହେବାରୁ ଏକ ଗଛର ଡାଳ ଭାଙ୍ଗି ଘର ଉପରେ ପଡ଼ି ଯାଇଥିଲା। ଯାହା ଫଳରେ ଗଛ ଡାଳ ତଳେ ମଣ୍ଟୁ ଚାପି ହୋଇ ଯାଇଥିଲେ।

ସ୍ଥାନୀୟ ଲୋକେ ଏ ସଂପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ମଣ୍ଟୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଦୁର୍ଘଟଣାରେ ୨ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସେହିପରି ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ୍‌ ପୂର୍ବରୁ ସକାଳେ ଅଘଟଣ ଥିଲା। ଚାଲି ଚାଲି ଯାଉଥିବା ବେଳେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ ଏପରି ଦୁର୍ଘଟଣା ଘଟିଛି। ନୂଆଗାଁ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ସକାଳେ ଚାଲି ଚାଲି ନିକଟସ୍ଥ ମଠକୁ ଯାଉଥିଲେ। ହଠାତ୍‌ ଗୋଟିଏ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

The post ଗଛ ପଡ଼ି ଯୁବକଙ୍କ ମୃତ୍ୟୁ, ବର୍ତ୍ତିଲେ ଦୁଇ ଭଉଣୀ appeared first on Odisha Reporter.

]]>
Cyclone Yaas, right bottom 2021-05-27 11:30:35 https://cdn.odishareporter.in/wp-content/uploads/2021/05/26184419/yaas-1.jpg
ପ୍ରେମ ପାଇଁ ପିଟାପିଟି, ଫିକା ପଡ଼ିଯିବ ସାଉଥ୍‌ ଫିଲ୍ମ ! https://odishareporter.in/odisha/balasore/group-classess-in-balasore-644700 Thu, 20 May 2021 16:20:01 +0000 https://odishareporter.in/?p=644700

ବାଲେଶ୍ଵର(ରଣଜିତ ପାକଳ): ପ୍ରେମକୁ ନେଇ ମହାଭାରତ । ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏଭଳି ମାର ପିଟ୍ ହେଉଛନ୍ତି ଯେମିତି ସାଉଥ ଫିଲ୍ମ ବି ଫିକା ପଡ଼ିଯିବ । ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ  ଥାନା ଅନ୍ତର୍ଗତ ଅସ୍ତପୁର ଗ୍ରାମର । ଗତ ମେ’ ୧୦ରେ ଏ ଘଟଣା ଘଟିଛି । ନଅ ଦିନର ଭିଡିଓଟି ଏବେ ବେଶ ସୋଶାଲ ମିଡିଆରେ ଭାଇରାଲ  […]

The post ପ୍ରେମ ପାଇଁ ପିଟାପିଟି, ଫିକା ପଡ଼ିଯିବ ସାଉଥ୍‌ ଫିଲ୍ମ ! appeared first on Odisha Reporter.

]]>

ବାଲେଶ୍ଵର(ରଣଜିତ ପାକଳ): ପ୍ରେମକୁ ନେଇ ମହାଭାରତ । ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏଭଳି ମାର ପିଟ୍ ହେଉଛନ୍ତି ଯେମିତି ସାଉଥ ଫିଲ୍ମ ବି ଫିକା ପଡ଼ିଯିବ । ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ  ଥାନା ଅନ୍ତର୍ଗତ ଅସ୍ତପୁର ଗ୍ରାମର । ଗତ ମେ’ ୧୦ରେ ଏ ଘଟଣା ଘଟିଛି । ନଅ ଦିନର ଭିଡିଓଟି ଏବେ ବେଶ ସୋଶାଲ ମିଡିଆରେ ଭାଇରାଲ  ହେବା ସହ ଚର୍ଚ୍ଚାର ରହିଛି ।

ସୂଚନାଅନୁଯାଇ ସେଇ ଗାଁର ଅସ୍ତପୁର ଗ୍ରାମର ଜଣେ ଯୁବତୀଙ୍କ ସହ ନିକଟସ୍ଥ ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମାତ୍ର ଉଭୟଙ୍କ ପ୍ରେମକୁ ନେଇ ଯୁବତୀଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ। ଏହା ପରେ  ଯୁବକଙ୍କ ସହ ଯୁବତୀଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା।

ଘଟଣାଟି ଥାନାକୁ ମଧ୍ୟ ଯାଇଥିଲା।  ପୁଲିସ ଉଭୟଙ୍କୁ ବୁଝାସୁଝା କରିଥିଲା । ହେଲେ  ପରେ  ଉଭୟଙ୍କ ମଧ୍ୟରେ ତିକ୍ତତା ଅଧିକ ବଢି ଯାଇଥିଲା । ଗତ ୧୦ ତାରିଖରେ ଉଭୟଙ୍କ ମଧ୍ୟରେ ଆକ୍ରୋଶ ତୀବ୍ରତର  ହୋଇଥିଲା । ପ୍ରେମିକଙ୍କ ତରଫରୁ ଏକ ଗୋଷ୍ଠୀ ଯୁବତୀ ଘରେ ପହଞ୍ଚିଥିଲେ। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି, ତିକ୍ତତା ବଢ଼ିଲା । ଆଉ କିଛି ସମୟ ପରେ ଯୁବତୀଙ୍କ ଘର ସମ୍ମୁଖରେ ଧସ୍ତାଧସ୍ତି , ପିଟାମରା ଭଳି ଖଣ୍ଡପ୍ରଳୟ ହୋଇଥିଲା। ଲାଠି, ଛାଞ୍ଚୁଣୀ, କୋଦଳ ଓ ଲୁହା ରୋଡ଼ରେ ପିଟାପିଟି ହୋଇଥିଲେ। ଯିଏ ଯେମିତି  ଯୋଉଠି ପାରିଲା ପ୍ରହାର କଲା। ଆଉ ଉଭୟ ଗୋଷ୍ଠୀ ଡାକ୍ତରଖାନା ପହଁଚିଲେ ।

ବାଇକ, କାର ଭଙ୍ଗାରୁଜା ମଧ୍ୟ ହେଲା ।  ପରିଣାମ ସ୍ୱରୂପ ଯୁବକ ସମ୍ପର୍କୀୟ ଓ ଯୁବତୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏବେ ଏହି ଘଟଣା ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ପୁଲିସ କିଛି ମୁହଁ ଖୋଲୁ ନଥିବାବେଳେ ଶିଳ୍ପାଞ୍ଚଳ ଥାନାରେ ଦୁଇଟି ମାମଲା ଉଭୟଙ୍କ ପକ୍ଷରୁ ରୁଜୁ ହୋଇଛି।  ହେଲେ ପୁଲିସ କାହାରିକୁ ଗିରଫ କରିନାହିଁ। କେବଳ ଆକ୍ରମଣକାରୀଙ୍କ ଏକ ସ୍କୁଟିକୁ ପୋଲସ ଜବତ କରିଛି । ତେବେ ଯୁବତୀଙ୍କ ବାପା ଉଚ୍ଚ ପଦାଧିକାରୀଙ୍କ ଠାରେ ଦ୍ୱାରସ୍ଥ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

The post ପ୍ରେମ ପାଇଁ ପିଟାପିଟି, ଫିକା ପଡ଼ିଯିବ ସାଉଥ୍‌ ଫିଲ୍ମ ! appeared first on Odisha Reporter.

]]>
right bottom 2021-05-20 21:50:01 https://cdn.odishareporter.in/wp-content/uploads/2021/05/20214855/700-2.jpg
ରାତି ଯାକ ଫ୍ରି ଫାୟାର ଖେଳି ଶେଷରେ ଜୀବନ ପିତା ଲାଗିଲା ! ଆଉ ତା’ପରେ https://odishareporter.in/odisha/balasore/youth-attempt-to-sucide-in-jaleswar-644369 Wed, 19 May 2021 11:08:35 +0000 https://odishareporter.in/?p=644369

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ରି ଫାୟାର ହେଲା କାଳ । ରାତି ଯାକ ଫ୍ରି ଫାୟାର ଖେଳି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ  ୧୯ ବର୍ଷୀୟ ଯୁବକ। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୌରୀ ବେଲଦା ଗ୍ରାମର ସତ୍ୟଜିତ ଜେନା ଫ୍ରି ଫାୟାର ଖେଳିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ସଂପର୍କୀୟ କହିଛନ୍ତି । ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଫ୍ରି ଫାୟାର ଖେଳିଥିଲେ। ତେବେ […]

The post ରାତି ଯାକ ଫ୍ରି ଫାୟାର ଖେଳି ଶେଷରେ ଜୀବନ ପିତା ଲାଗିଲା ! ଆଉ ତା’ପରେ appeared first on Odisha Reporter.

]]>

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ରି ଫାୟାର ହେଲା କାଳ । ରାତି ଯାକ ଫ୍ରି ଫାୟାର ଖେଳି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ  ୧୯ ବର୍ଷୀୟ ଯୁବକ। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୌରୀ ବେଲଦା ଗ୍ରାମର ସତ୍ୟଜିତ ଜେନା ଫ୍ରି ଫାୟାର ଖେଳିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ସଂପର୍କୀୟ କହିଛନ୍ତି ।

ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଫ୍ରି ଫାୟାର ଖେଳିଥିଲେ। ତେବେ ରାତିରେ ସତ୍ୟଜିତଙ୍କୁ ତାଙ୍କ ଶୋଇବା ଘରେ ବାପା ଓ ମାଆ ପାଇ ନଥିଲେ ଫଳରେ ଖୋଜାଖୋଜି କରିବା ପରେ ଘର ଠାରୁ ଅଳ୍ପ ଦୂରରେ ଏକ ଗଛ ମୂଳରେ  ବେକରେ ରଶି ଲଗାଇ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ।

ତାଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

The post ରାତି ଯାକ ଫ୍ରି ଫାୟାର ଖେଳି ଶେଷରେ ଜୀବନ ପିତା ଲାଗିଲା ! ଆଉ ତା’ପରେ appeared first on Odisha Reporter.

]]>
right bottom 2021-05-19 16:39:23 https://cdn.odishareporter.in/wp-content/uploads/2021/05/19163717/tnm.jpg
ଆଜି ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୁଳ କଲେ ଚାଷୀ https://odishareporter.in/odisha/akhya-trutiya-is-celebrated-today-643293 Sat, 15 May 2021 02:39:39 +0000 https://odishareporter.in/?p=643293

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଉଛି । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏଣୁ ଆଜିର ଦିନରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି । ଏହାଛଡ଼ା ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, […]

The post ଆଜି ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୁଳ କଲେ ଚାଷୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଉଛି । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏଣୁ ଆଜିର ଦିନରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ ।

ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି । ଏହାଛଡ଼ା ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ।  ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ ।

ଅପରପକ୍ଷେ, ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବ । ଶ୍ରୀମନ୍ଦିର ସମ୍ମୁଖରେ ବିଜେ କରିଥିବା ଦେବୀ ଚର୍ଚ୍ଚିକାଙ୍କ ଆଗରେ ରଥଖଳା କରାଯାଇ ରଥ ନିର୍ମାଣ ଆରମ୍ଭ ହେବ । ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥ ନିର୍ମାଣ କରାଯିବ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ନିର୍ମାଣ କାମ ସୁରୁଖୁରୁରେ ସଂପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଅକ୍ଷି ତୃତୀୟା ଅବସରରେ ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ କାମ।

ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀମାନେ ରଥ ନିର୍ମାଣରେ ଲାଗିଥାନ୍ତି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚି ସାରିଛି । ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ, ରାମ ନବମୀରେ କାଠ ବକଳ ବାହାର କରିବା ପରେ ଆଜି ରଥ ନିର୍ମାଣର ଅନୁକୂଳ କରାଯିବ ।

The post ଆଜି ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୁଳ କଲେ ଚାଷୀ appeared first on Odisha Reporter.

]]>
right bottom 2021-05-15 09:33:31 https://cdn.odishareporter.in/wp-content/uploads/2021/05/15080241/akhai-trutiya.jpg
ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିଲେ, ବାଟରେ ଓଲଟି ପଡ଼ିଲା କାର୍‌ https://odishareporter.in/odisha/3-dead-in-accident-3-643287 Sat, 15 May 2021 02:14:13 +0000 https://odishareporter.in/?p=643287

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି। ଏକ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଏକ କାର୍‌ ଖସି ପଡ଼ିବାରୁ ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ବାରିପଦା ଅଞ୍ଚଳର ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତରାତିରେ ଏକ କାର୍‌ରେ ବାରିପଦାରୁ ୫ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଜଣେ ବ୍ୟକ୍ତିଙ୍କୁ ଦେଖା […]

The post ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିଲେ, ବାଟରେ ଓଲଟି ପଡ଼ିଲା କାର୍‌ appeared first on Odisha Reporter.

]]>

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି। ଏକ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଏକ କାର୍‌ ଖସି ପଡ଼ିବାରୁ ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ବାରିପଦା ଅଞ୍ଚଳର ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତରାତିରେ ଏକ କାର୍‌ରେ ବାରିପଦାରୁ ୫ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଜଣେ ବ୍ୟକ୍ତିଙ୍କୁ ଦେଖା କରିବା ଲାଗି ସେମାନେ ଯାଉଥିବା ଜଣାପଡ଼ିଛି।  ମାତ୍ର  ବିର୍ଲା ଟାୟାର ନିକଟରେ ଦ୍ରୁତ ଗତିରେ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ଫ୍ଲାଏ ଓଭର ବ୍ରିଜ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଗୁରୁତର ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଚିଲିମା ଗାଁର ପିଣ୍ଚୁ ଆଚାର୍ଯ୍ୟ , ବାରିପଦା ଟାଉନ ଥାନା ତାକତପୁରର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା ।

The post ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିଲେ, ବାଟରେ ଓଲଟି ପଡ଼ିଲା କାର୍‌ appeared first on Odisha Reporter.

]]>
right bottom 2021-05-15 10:02:59 https://cdn.odishareporter.in/wp-content/uploads/2021/05/15074206/car.jpg