ବରଗଡ଼ – Odisha Reporter https://odishareporter.in Sat, 23 Oct 2021 02:25:21 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ବରଗଡ଼ – Odisha Reporter https://odishareporter.in 32 32 ଟିକା ନ ନେଇ ମିଳିଲା ପ୍ରମାଣପତ୍ର: ବରଗଡ଼ ମହିଳାଙ୍କୁ ଉତ୍ତରପ୍ରଦେଶରୁ ମିଳିଲା ସାର୍ଟିଫିକେଟ https://odishareporter.in/odisha/without-veccinated-woman-of-bargada-dist-got-cerificate-from-up-685830 Sat, 23 Oct 2021 02:25:21 +0000 https://odishareporter.in/?p=685830

ବରଗଡ଼(ଦୀପକ ଶର୍ମା): ୨ ଦିନ ପୂର୍ବେ ଟିକାକଣର କ୍ଷେତ୍ରରେ ବିରଳ କିର୍ତ୍ତୀମାନ ସ୍ଥାପନ କରିଛି ଭାରତ । ମାତ୍ର ୯ ମାସରେ ଭାରତ ଟିକାକରଣ କ୍ଷେତ୍ରରେ ମ୍ୟାଜିକ୍‌ ନମ୍ବର ୧୦୦ କୋଟି ପାର୍‌ କରି ସାରିଛି। ଏହି ମଉକାକୁ ହାତ ଛଡ଼ା ନ କରି ସମଗ୍ର ଦେଶ ଖୁସି ମନାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ବାହାବା ଦେଇଥିଲେ ଖୋଦ ପ୍ରଧାନମନ୍ତ୍ରୀ। ହେଲେ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଏହି ଖୁସି ପାଣି […]

The post ଟିକା ନ ନେଇ ମିଳିଲା ପ୍ରମାଣପତ୍ର: ବରଗଡ଼ ମହିଳାଙ୍କୁ ଉତ୍ତରପ୍ରଦେଶରୁ ମିଳିଲା ସାର୍ଟିଫିକେଟ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ୨ ଦିନ ପୂର୍ବେ ଟିକାକଣର କ୍ଷେତ୍ରରେ ବିରଳ କିର୍ତ୍ତୀମାନ ସ୍ଥାପନ କରିଛି ଭାରତ । ମାତ୍ର ୯ ମାସରେ ଭାରତ ଟିକାକରଣ କ୍ଷେତ୍ରରେ ମ୍ୟାଜିକ୍‌ ନମ୍ବର ୧୦୦ କୋଟି ପାର୍‌ କରି ସାରିଛି। ଏହି ମଉକାକୁ ହାତ ଛଡ଼ା ନ କରି ସମଗ୍ର ଦେଶ ଖୁସି ମନାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ବାହାବା ଦେଇଥିଲେ ଖୋଦ ପ୍ରଧାନମନ୍ତ୍ରୀ।

ହେଲେ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଏହି ଖୁସି ପାଣି ଫୋଟକା ପରି ମିଳାଇ ଯିବ । କରୋନା ଟିକା ନ ନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର । ବରଗଡ଼ରେ ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳାଜଣକ କେବେ   ଉତ୍ତରପ୍ରଦେଶ ଯାଇ ନ ଥିବା ବେଳେ ତାଙ୍କୁ ମିଳିଛି ସେଠାକାର ପ୍ରମାଣପତ୍ର। ଏହାଦେଖି ମହିଳାଜଣକ ମୁଣ୍ଡରେ ହାତ ଦେଇଥିବା ବେଳେ ଭୁଲ୍‌କୁ ସୁଧାରି ତାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ସୂଚନା ଅନୁଯାୟୀ, ବରଗଡ ସହରରେ ରହୁଥିବା ଯଶୋବନ୍ତୀ ସାହୁ ନାମ୍ନୀ ମହିଳା ପ୍ରଥମ ଡୋଜ ଟିକା ନେବା ପାଇଁ କୋ-ୱିନ୍ ପୋର୍ଟାଲରେ ଆବେଦନ କରିଥିଲେ । ତାଙ୍କୁ ବରଗଡ ସହର ନିକଟସ୍ଥ କଟାପାଲି ହାଇସ୍କୁଲ ଟିକା କେନ୍ଦ୍ରରେ ଗତ ଜୁଲାଇ ୨୬ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ମଧ୍ୟରେ ଟିକା ନେବା ପାଇଁ ଅନୁମତି ମିଳିଥିଲା ।

ମାତ୍ର ଜୁଲାଇ ୨୬ରେ ଜ୍ୱର ହେବାରୁ ସେ କରୋନା ଟିକା ନେଇପାରି ନ ଥିଲେ ।  ଜ୍ୱରରୁ ଭଲ ହେବା ପରେ ପୁଣି ଥରେ ଟିକା ନେବା ପାଇଁ ସ୍ଲଟ୍ ବୁକିଂ କରିଥିଲେ । ମାତ୍ର ସେତେବେଳେ ତାଙ୍କ ପାଖକୁ ଏକ ମେସେଜ ଆସିଥିଲା । ମେସେଜରେ ଯଶୋବନ୍ତୀ କରୋନା ଟିକାର ପ୍ରଥମ ଡୋଜ ନେଇଥିବା ସାର୍ଟିଫିକେଟ ଥିଲା ।

ସେପ୍ଟେମ୍ବର ୧୭ତାରିଖରେ ଯଶୋବନ୍ତୀ ଉତ୍ତରପ୍ରଦେଶ ମହାରାଜାଗଞ୍ଜରେ ଟିକା ନେଇଥିବା ସାର୍ଟିଫିକେଟରେ ଉଲ୍ଲେଖ ଥିଲା । ତେବେ ଯଶୋବନ୍ତୀ କେବେ ଉତ୍ତରପ୍ରଦେଶ ଯାଇନଥିବା ବେଳେ କିଭଳି ସାର୍ଟିଫିକେଟ ତାଙ୍କ ନାଁରେ ଆସିଲା, ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ପୋର୍ଟାଲରେ ତ୍ରୁଟି ଥାଇପାରେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ପ୍ରମାଣପତ୍ରକୁ ଭୁଲ ଦର୍ଶାଇ ତାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ ।

The post ଟିକା ନ ନେଇ ମିଳିଲା ପ୍ରମାଣପତ୍ର: ବରଗଡ଼ ମହିଳାଙ୍କୁ ଉତ୍ତରପ୍ରଦେଶରୁ ମିଳିଲା ସାର୍ଟିଫିକେଟ appeared first on Odisha Reporter.

]]>
right top 2021-10-23 07:55:21 https://odishareporter.in/wp-content/uploads/2021/10/Vaccine-4.jpg
ଯୁବକଙ୍କ ତଣ୍ଟିକାଟି ଫିଙ୍ଗିଦେଲେ https://odishareporter.in/odisha/youth-murdered-yesterday-night-679859 Wed, 29 Sep 2021 04:51:42 +0000 https://odishareporter.in/?p=679859

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି  ଖେଳପଡ଼ିଆରୁ  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ହେଲେ ମହମ୍ମଦ କାସିମ। ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ, ମହମ୍ମଦ ବରଗଡ଼ ଡେମକଲୋନୀ ନିକଟସ୍ଥ ଲେଦ ଗେରେଜରେ କାମ କରନ୍ତି। ସବୁଦିନ ପରି କାଲି ମଧ୍ୟ ସେ କାମ କରିବାକୁ ଯାଇଥିଲେ। ହେଲେ ରାତିରେ ଘରକୁ ଫେରି […]

The post ଯୁବକଙ୍କ ତଣ୍ଟିକାଟି ଫିଙ୍ଗିଦେଲେ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି  ଖେଳପଡ଼ିଆରୁ  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ହେଲେ ମହମ୍ମଦ କାସିମ। ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ, ମହମ୍ମଦ ବରଗଡ଼ ଡେମକଲୋନୀ ନିକଟସ୍ଥ ଲେଦ ଗେରେଜରେ କାମ କରନ୍ତି। ସବୁଦିନ ପରି କାଲି ମଧ୍ୟ ସେ କାମ କରିବାକୁ ଯାଇଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇନଥିଲେ। ଆଜି ସକାଳେ ମହମ୍ମଦଙ୍କ ମୃତଦେହ ଅମ୍ବାପାଲି ଖେଳପଡ଼ିଆରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ।

ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହମ୍ମଦଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମହମ୍ମଦଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ  କରୁଛି।

The post ଯୁବକଙ୍କ ତଣ୍ଟିକାଟି ଫିଙ୍ଗିଦେଲେ appeared first on Odisha Reporter.

]]>
right bottom 2021-09-29 10:21:42 https://odishareporter.in/wp-content/uploads/2021/09/deadbody-1.jpg
ପୁଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ୪ ଜଣଙ୍କୁ କାର୍ଯ୍ୟାନ୍ତର https://odishareporter.in/odisha/4-police-officers-relieved-from-duties-679064 Sun, 26 Sep 2021 06:35:16 +0000 https://odishareporter.in/?p=679064

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଟାଉନ୍‌ ଥାନାରେ ପୁଲିସ୍ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ୪ ଜଣଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ବରଗଡ଼ ଏସ୍‌ପି ଏହି ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ବରଗଡ଼ ଟାଉନ ଥାନାର ଜଣେ ସବ୍‌ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ ଓ ଜଣେ ହୋମ୍‌ଗାର୍ଡଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଦୁଇଟି ପୃଥକ ପୃଥକ ତଦନ୍ତ ହେବା ନେଇ ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଘଟଣାର […]

The post ପୁଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ୪ ଜଣଙ୍କୁ କାର୍ଯ୍ୟାନ୍ତର appeared first on Odisha Reporter.

]]>

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଟାଉନ୍‌ ଥାନାରେ ପୁଲିସ୍ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ୪ ଜଣଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ବରଗଡ଼ ଏସ୍‌ପି ଏହି ସୂଚନା ଦେଇଛନ୍ତି।

ଏସ୍‌ପି କହିଛନ୍ତି, ବରଗଡ଼ ଟାଉନ ଥାନାର ଜଣେ ସବ୍‌ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ ଓ ଜଣେ ହୋମ୍‌ଗାର୍ଡଙ୍କୁ କାର୍ଯ୍ୟାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାରେ ଦୁଇଟି ପୃଥକ ପୃଥକ ତଦନ୍ତ ହେବା ନେଇ ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଘଟଣାର ବିଚାର ବିଭାଗୀୟ ଓ ଏଚ୍‌ଆର୍‌ପିସି ତଦନ୍ତ ହେବ। ଏଥିରେ ପୁଲିସ୍‌ର କିଛି ଭୂମିକା ରହିବନି ବୋଲି ସେ କହିଛନ୍ତି।

ଇତି ମଧ୍ୟରେ ମୃତ ଯୁବକ ଗୋବିନ୍ଦା କୁମ୍ଭାରଙ୍କ ଶବକୁ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏକ ମାରପିଟ ମାମଲାରେ ବରଗଡ଼ ଟାଉନ ଥାନା ପୁଲିସ ତୋରା ଗାଁର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦଙ୍କୁ ଶୁକ୍ରବାର ରାତିରେ ଉଠାଇ ନେଇଥିଲା। ଗତକାଲି ଭୋରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ପୁଲିସ୍ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗୋବିନ୍ଦଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିଥିଲେ। ସେହିପରି ଗୋବିନ୍ଦଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ନେଉଥିବା ବେଳେ ସେମାନେ ଛଡ଼ାଇ ନେଇଥିଲେ। ସେମାନେ ମୃତଦେହ ଧରି ଏସ୍‌ପିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତେବେ ଗାନ୍ଧି ଛକରେ ପୁଲିସ୍ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ୍ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା।

The post ପୁଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ୪ ଜଣଙ୍କୁ କାର୍ଯ୍ୟାନ୍ତର appeared first on Odisha Reporter.

]]>
right top 2021-09-26 12:05:16 https://odishareporter.in/wp-content/uploads/2021/09/police-6.jpg
ପୁଲିସ୍‌ ହେପାଜତରେ ଯୁବକଙ୍କ ମୃତ୍ୟୁ! ବରଗଡ଼ରେ ତୁମୁଳକାଣ୍ଡ https://odishareporter.in/odisha/a-man-allegedly-died-in-police-custody-in-baragarh-678951 Sat, 25 Sep 2021 13:03:23 +0000 https://odishareporter.in/?p=678951

ବରଗଡ଼ (ଦୀପକ ଶର୍ମା): ଏକ ପୁରୁଣା ମାମଲାରେ ବରଗଡ଼ ଟାଉନ୍‌ ଥାନା ପୁଲିସ୍ ଜଣେ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ୍ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଆଜି ରଣକ୍ଷେତ୍ର ପାଲଟିଛି ବରଗଡ଼ ଡାକ୍ତରଖାନା ଓ ଗାନ୍ଧି ଛକ। ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଉତ୍ତ୍ୟକ୍ତ ଲୋକେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲାଠିଚାର୍ଜ ମଧ୍ୟ କରିଛି। ଜୁଲାଇ ମାସରେ […]

The post ପୁଲିସ୍‌ ହେପାଜତରେ ଯୁବକଙ୍କ ମୃତ୍ୟୁ! ବରଗଡ଼ରେ ତୁମୁଳକାଣ୍ଡ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ଏକ ପୁରୁଣା ମାମଲାରେ ବରଗଡ଼ ଟାଉନ୍‌ ଥାନା ପୁଲିସ୍ ଜଣେ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ୍ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଆଜି ରଣକ୍ଷେତ୍ର ପାଲଟିଛି ବରଗଡ଼ ଡାକ୍ତରଖାନା ଓ ଗାନ୍ଧି ଛକ। ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଉତ୍ତ୍ୟକ୍ତ ଲୋକେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲାଠିଚାର୍ଜ ମଧ୍ୟ କରିଛି।

ଜୁଲାଇ ମାସରେ ଘଟିଥିବା ଏକ ମାରପିଟ୍‌ ମାମଲାରେ ଟାଉନ ଥାନା ପୁଲିସ ତୋରା ଗାଁର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦଙ୍କୁ ଶୁକ୍ରବାର ରାତିରେ ଉଠାଇ ନେଇଥିଲା। ଆଜି ଭୋରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଛନ୍ତି।

ଗୋବିନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲ୍‌ରେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ। ଗୋବିନ୍ଦଙ୍କୁ ପୁଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏବେ ଘଟଣାକୁ ଚପାଇ ଦେବା ପାଇଁ ପୁଲିସ ଉଦ୍ୟମ କରୁଥିବା ଗୋବିନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ପୁଲିସ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଗୋବିନ୍ଦଙ୍କ ଭାଇ ଜିତେନ୍ କୁମ୍ଭାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସାତ ମହଲା କୋଠା ଉପରକୁ ଚଢ଼ି ସେଠାରୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିଲେ।

ଗୋବିନ୍ଦଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ନେଉଥିବା ବେଳେ ଛଡ଼ାଇ ନେଇଥିଲେ ଉତ୍ତ୍ୟକ୍ତ ଲୋକେ। ସେମାନେ ମୃତଦେହ ଧରି ଏସ୍‌ପିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲେ। ତେବେ ଗାନ୍ଧି ଛକରେ ପୁଲିସ୍‌ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ୍‌ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା।  ପୁଲିସ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ ପିଟିଥିବା ଦେଖିବାକୁ ମିଳିଥିଲା। ଫଳରେ ଛତ୍ରଭଙ୍ଗ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।

The post ପୁଲିସ୍‌ ହେପାଜତରେ ଯୁବକଙ୍କ ମୃତ୍ୟୁ! ବରଗଡ଼ରେ ତୁମୁଳକାଣ୍ଡ appeared first on Odisha Reporter.

]]>
centre top 2021-09-25 18:33:23 https://odishareporter.in/wp-content/uploads/2021/09/Baragarh.jpg
ଲଜ୍ଜା: ଘା’ ହେଲା ବୋଲି ମା’କୁ ଜଙ୍ଗଲରେ ଛାଡ଼ି ଦେଲେ https://odishareporter.in/odisha/family-members-left-old-woman-in-jungle-677225 Mon, 20 Sep 2021 03:23:25 +0000 https://odishareporter.in/?p=677225

ବରଗଡ଼(ଦୀପକ ଶର୍ମା):  ଯେଉଁ ମା’ ୯ ମାସ ଗର୍ଭରେ ରଖି ଜନ୍ମ ଦେଲା, ବିପଦ ଆସିଲେ ନିଜ ପଣତ ତଳେ ଲୁଚାଇ ଦେଉଥିଲା, ସେହି ମା’କୁ ମରଣ ମୁହଁକୁ ଠେଲି ଦେଲେ ପିଲା । ମୁଣ୍ଡରେ ସାମାନ୍ୟ ଘା’ ହୋଇଥିବାରୁ ଚିକିତ୍ସା କରିବା ପରିବର୍ତ୍ତେ ପରିବାର ଲୋକ ନିଜ ଜନ୍ମ କଲା ମା’କୁ ବାଘ, ଭାଲୁ ମୁହଁରେ ଛାଡ଼ିବାକୁ ପଛାଇଲେ ନାହିଁ। ଏପରିକି ୮୦ ବର୍ଷୀୟା ବୃଦ୍ଧାଙ୍କୁ ନେଇ  ଘଞ୍ଚ ଜଙ୍ଗଲରେ ଛାଡ଼ି  ପଳାଇଲେ।  ହେଲେ ଭଗବାନଙ୍କର […]

The post ଲଜ୍ଜା: ଘା’ ହେଲା ବୋଲି ମା’କୁ ଜଙ୍ଗଲରେ ଛାଡ଼ି ଦେଲେ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା):  ଯେଉଁ ମା’ ୯ ମାସ ଗର୍ଭରେ ରଖି ଜନ୍ମ ଦେଲା, ବିପଦ ଆସିଲେ ନିଜ ପଣତ ତଳେ ଲୁଚାଇ ଦେଉଥିଲା, ସେହି ମା’କୁ ମରଣ ମୁହଁକୁ ଠେଲି ଦେଲେ ପିଲା । ମୁଣ୍ଡରେ ସାମାନ୍ୟ ଘା’ ହୋଇଥିବାରୁ ଚିକିତ୍ସା କରିବା ପରିବର୍ତ୍ତେ ପରିବାର ଲୋକ ନିଜ ଜନ୍ମ କଲା ମା’କୁ ବାଘ, ଭାଲୁ ମୁହଁରେ ଛାଡ଼ିବାକୁ ପଛାଇଲେ ନାହିଁ। ଏପରିକି ୮୦ ବର୍ଷୀୟା ବୃଦ୍ଧାଙ୍କୁ ନେଇ  ଘଞ୍ଚ ଜଙ୍ଗଲରେ ଛାଡ଼ି  ପଳାଇଲେ।  ହେଲେ ଭଗବାନଙ୍କର ନିୟତି କିଛି ଅଲଗା ଥିଲା । ବୃଦ୍ଧାଜଣକ ଦୀର୍ଘ ୧୫ ଦିନ ପରେ ମୁମୂର୍ଷ ଅବସ୍ଥାରେ ଊଦ୍ଧାର ହୋଇଥିବା ବେଳେ ପରିବାର ଲୋକ ଏବେ ତାଙ୍କୁ ଘରକୁ ନେବାକୁ ମନା କରିଦେଉଛନ୍ତି। ଏପରି ଅଭାବନୀୟ, ଅମାନବୀୟ ତଥା ଲଜ୍ଜାଜନକ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି । ବୃଦ୍ଧାଙ୍କ ନାଁ କୌଶଲ୍ୟା ବେହେରା ହୋଇଥିବା ବେଳେ ତାଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଥାନା ଘନଘାଟି ଗାଁରେ ବୋଲି ଜଣାଯାଇଛି ।

ବରଗଡ଼ ସୀମାନ୍ତ ବାରପାହାଡ଼ ଜଙ୍ଗଲରୁ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ସଂକଳ୍ପ ପରିବାର ନାମକ ସଂଗଠନର ସଦସ୍ୟ ଉଦ୍ଧାର କରିବା ପରେ ଏପରି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ବୃଦ୍ଧାଙ୍କୁ ଏବେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ବୃଦ୍ଧାକୁ ପରିବାର ଲୋକ ଜଙ୍ଗଲରେ ପଲିଥିନ ବାନ୍ଧି ଛାଡ଼ି ଦେଇଛନ୍ତି।

ସୂଚନାଯୋଗ୍ୟ, ୮୦ ବର୍ଷୀୟ କୌଶଲ୍ୟାଙ୍କ ମୁଣ୍ଡରେ ଏକ ଘା’ ହୋଇଥିଲା । ହାତରେ ଧଳା ଦାଗ ବି ହୋଇଥିଲା । ଏହି କାରଣରୁ ଗାଁ ଲୋକେ ଓ ଜାତି ସମାଜ ତାଙ୍କ ପରିବାରକୁ ବାସନ୍ଦ କରିଥିଲେ ।

ଶେଷରେ ପରିବାର ଲୋକ ବି ବଇରୀ ସାଜିଲେ। ନିଜ ବୃଦ୍ଧା ମା’ଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଓଲଟି ତାଙ୍କୁ ଜଙ୍ଗଲରେ ଛାଡ଼ି ଦେଇଥିଲେ । ପ୍ରବଳ ବର୍ଷା  ସମୟରେ ସେମାନେ ନିଜ ମା’କୁ ହିଂସ୍ରଜନ୍ତୁଙ୍କ ମୁହଁରେ ଛାଡ଼ିଦେଇ ପଳାଇଲେ।

ଏହି ଘଟଣାର ୧୫ ଦିନ ପରେ ବରଗଡ଼ର ଏକ ସଂଗଠନ ସଂକଳ୍ପ ପରିବାର ପାଖରେ ଏହି ଖବର ପହଞ୍ଚିଥିଲା  । ସଂଗଠନର ସଦସ୍ୟ ବୃଦ୍ଧାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରିଛନ୍ତି । ବୃଦ୍ଧାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।  ପରିବାର ଲୋକଙ୍କୁ ଡାକିଥିଲେ ମଧ୍ୟ ସେମାନେ ଆସିବାକୁ ରାଜି ହୋଇ ନ ଥିବା ଜଣାପଡ଼ିଛି  ।

ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି।

ଏନେଇ ବୃଦ୍ଧାଜଣକ କୋହଭରା କଣ୍ଠରେ କହିଛନ୍ତି, ମୁଣ୍ଡରେ ଗୋଟିଏ ଘା’ ହେଲା ବୋଲି ମୋ ପିଲା ଜଙ୍ଗଲରେ ଛାଡ଼ି ଦେଲେ। ବାଘ, ଭାଲୁ ଖାଇବେ ବୋଲି ଛାଡ଼ିଦେଲେ।  ବହୁତ ଡରି ଡରି ରହୁଥିଲି।  ହେଲେ ସଙ୍ଗଠନ ପିଲା ଖବର ପାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଏନେଇ ବୃଦ୍ଧାଙ୍କ ବଡ଼ ବୋହୂ କହିଛନ୍ତି, ଶାଶୁଙ୍କ ମୁଣ୍ଡରେ ଘା’ ହେବାରୁ ଗାଁ ଲୋକ ଆମକୁ ବାସନ୍ଦ କରିଦେଲେ। ତେଣୁ ବାଧ୍ୟ ହୋଇ ତାଙ୍କୁ ଜଙ୍ଗଲରେ ଛାଡ଼ିବା ପରେ ଏବେ ଆମକୁ ଗାଁ ଲୋକ ସମାଜରେ ମିଶାଇ ଛନ୍ତି।  ଅପରପକ୍ଷେ, ବୃଦ୍ଧାଙ୍କୁ ଘରକୁ ନେବାକୁ ପରିବାର ଲୋକ ଅମଙ୍ଗ ହେଉଥିବା ଜଣାଯାଇଛି।

The post ଲଜ୍ଜା: ଘା’ ହେଲା ବୋଲି ମା’କୁ ଜଙ୍ଗଲରେ ଛାଡ଼ି ଦେଲେ appeared first on Odisha Reporter.

]]>
centre bottom 2021-09-20 09:53:07 https://odishareporter.in/wp-content/uploads/2021/09/barggg.jpg
ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କଲେ ଚାଷୀ https://odishareporter.in/odisha/farmers-stage-protest-by-throwing-vegetables-on-the-road-673948 Wed, 08 Sep 2021 07:33:21 +0000 https://odishareporter.in/?p=673948

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଠାରେ ଚାଷୀମାନେ ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କରିଛନ୍ତି। ଚାଷୀଙ୍କୁ ଉଚିତ୍‌ ପ୍ରାପ୍ୟ ନ ମିଳିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ପନିପରିବା ପାଇଁ କୌଣସି ପ୍ରକାରର ଏମଏସପି ଘୋଷଣା ନ କରିବା ଓ ପନିପରିବା ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ କରିବା ଆଦି ଦାବିରେ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି। ଏପରିକି ଉତ୍ପାଦନସ୍ଥଳରେ କାର୍ଯ୍ୟ କରୁଥିବା ଭିଏଲଡବ୍ଲ୍ୟୁ ନିରୀକ୍ଷଣ […]

The post ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କଲେ ଚାଷୀ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଠାରେ ଚାଷୀମାନେ ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କରିଛନ୍ତି। ଚାଷୀଙ୍କୁ ଉଚିତ୍‌ ପ୍ରାପ୍ୟ ନ ମିଳିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ପନିପରିବା ପାଇଁ କୌଣସି ପ୍ରକାରର ଏମଏସପି ଘୋଷଣା ନ କରିବା ଓ ପନିପରିବା ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ କରିବା ଆଦି ଦାବିରେ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି। ଏପରିକି ଉତ୍ପାଦନସ୍ଥଳରେ କାର୍ଯ୍ୟ କରୁଥିବା ଭିଏଲଡବ୍ଲ୍ୟୁ ନିରୀକ୍ଷଣ କରୁ ନଥିବାରୁ  ବହୁ କଷ୍ଟରେ ଉପାର୍ଜନ କରୁଥିବା ଶସ୍ୟରୁ ପରିଶ୍ରମ ତୁଳନାରେ ପ୍ରାପ୍ୟ ମିଳୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ଉତ୍ପାଦିତ ପନିପରିବାକୁ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର  ନଥିବାରୁ  ଶେଷରେ ଅଭାବି ବିକ୍ରିର ଶୀକାର ହୋଇ ଚାଷୀ ମାନେ ବାଇଗଣ କିଲୋପ୍ରତି ୧ ଟଙ୍କା, ଲାଉ ୨ ଟଙ୍କା, ଟମାଟୋ ୧୦ଟଙ୍କା, ଝୁଡ଼ଙ୍ଗ ୫ଟଙ୍କା, ଭେଣ୍ଡି ୫ଟଙ୍କା, ଅଦା ୫ଟଙ୍କା, ଜହ୍ନି ୫ ଟଙ୍କା ଏବଂ କଲରା ୫ଟଙ୍କା ଦରରେ ବିକ୍ରି କରୁଛନ୍ତି। ଏହାର ଫାଇଦା ନେଇ ମଧ୍ୟସ୍ଥି ଚଢ଼ା ଦରରେ ବିକି ମାଲେ ମାଲ ହେଉଛନ୍ତି।  ଏହାକୁ ନେଇ ଚାଷୀମାନେ ଆଜି ଦସମାଇଲ ଛକରେ ଆନ୍ଦୋଳନ କରିଛନ୍ତି।

 

The post ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କଲେ ଚାଷୀ appeared first on Odisha Reporter.

]]>
farmer protest, right bottom 2021-09-08 16:52:59 https://cdn.odishareporter.in/wp-content/uploads/2021/09/08124826/rbbbbbbbbb.jpg
ଡାକ୍ତରଖାନାରେ ପଶି ପିଟିଲେ, ୨ ଗିରଫ https://odishareporter.in/odisha/two-arrested-for-allegedly-beating-doctors-671562 Tue, 31 Aug 2021 07:52:04 +0000 https://odishareporter.in/?p=671562

ବରଗଡ଼ (ଓଡ଼ିଶା ରିପୋର୍ଟର): ରାତିଅଧରେ ମେଡିକାଲରେ ପଶି ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ  ଆକ୍ରମଣ କଲେ କିଛି ଯୁବକ। ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ବି ଛାଡ଼ିଲେନି। ଭଙ୍ଗାରୁଜା ବି କଲେ। ଏଭଳି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପୁରୁଣା ମେଡିକାଲରୁ। ଡାକ୍ତରଙ୍କ ପକ୍ଷରୁ ଏ ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ପରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ମେଡିକାଲ ସମ୍ମୁଖରେ […]

The post ଡାକ୍ତରଖାନାରେ ପଶି ପିଟିଲେ, ୨ ଗିରଫ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ରାତିଅଧରେ ମେଡିକାଲରେ ପଶି ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ  ଆକ୍ରମଣ କଲେ କିଛି ଯୁବକ। ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ବି ଛାଡ଼ିଲେନି। ଭଙ୍ଗାରୁଜା ବି କଲେ। ଏଭଳି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପୁରୁଣା ମେଡିକାଲରୁ।

ଡାକ୍ତରଙ୍କ ପକ୍ଷରୁ ଏ ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ପରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ମେଡିକାଲ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ।

ଏଡିଏମ ବିଭୂତି ଭୂଷଣ ମେହେର କହିଛନ୍ତି, “ଗତକାଲି ବିଳମ୍ବିତ ରାତିରେ କିଛି ଅସାମାଜିକ ବ୍ୟକ୍ତି ମେଡିକାଲ ଭିତରକୁ ପଶି ଆସି ଡାକ୍ତର, ମେଡିକାଲ ଷ୍ଟାଫ ଓ ରୋଗୀଙ୍କୁ ଟଙ୍କା ପଇସା ମାଗିବା ସହ ହଇରାଣ କରିଥିଲେ। ଟଙ୍କା ପଇସା ନ ଦେବାରୁ ସେମାନଙ୍କୁ ମାରପିଟ କରିଥିଲେ ଓ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ। ଏହାସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ଡାକ୍ତରଖାନାକୁ ଅଧିକାଂଶ ସମୟରେ ଅସାମାଜିକ ବ୍ୟକ୍ତି  ପଶି ଆସୁଥିବାରୁ ସକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୁଁ ସିଡିଏମଓଙ୍କ ସହ କଥା ହୋଇଛି।”

 

The post ଡାକ୍ତରଖାନାରେ ପଶି ପିଟିଲେ, ୨ ଗିରଫ appeared first on Odisha Reporter.

]]>
right bottom 2021-08-31 13:22:04 https://cdn.odishareporter.in/wp-content/uploads/2021/08/31130129/medical.jpg
ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର https://odishareporter.in/odisha/two-killed-in-an-accident-in-bargarh-659873 Mon, 19 Jul 2021 04:02:45 +0000 https://odishareporter.in/?p=659873

ବରଗଡ଼ (ଓଡ଼ିଶା ରିପୋର୍ଟର): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସହର ନିକଟସ୍ଥ ପଥର୍ଲା ଛକରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ଜ୍ୟୋତିରଞ୍ଜନ ସାହୁ ଓ ହେମାନନ୍ଦ ପ୍ରଧାନ। ଜ୍ୟୋତିରଞ୍ଜନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହଲା ଗାଁରେ। ସେହିପରି ହେମାନନ୍ଦଙ୍କ ଗାଁ ବରଗଡ଼ର ସୋହେଲାର ତୁଷୁରା ଗାଁରେ। ଗୁରୁତର ଆହତ […]

The post ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସହର ନିକଟସ୍ଥ ପଥର୍ଲା ଛକରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

ମୃତକମାନେ ହେଲେ ଜ୍ୟୋତିରଞ୍ଜନ ସାହୁ ଓ ହେମାନନ୍ଦ ପ୍ରଧାନ। ଜ୍ୟୋତିରଞ୍ଜନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହଲା ଗାଁରେ। ସେହିପରି ହେମାନନ୍ଦଙ୍କ ଗାଁ ବରଗଡ଼ର ସୋହେଲାର ତୁଷୁରା ଗାଁରେ। ଗୁରୁତର ଆହତ ୨ ଜଣ ହେଲେ ସୁନୀଲ ବାଗ ଓ ଧ୍ୟାନଚାନ୍ଦ ଝାଙ୍କର।

ପଦ୍ମପୁରରେ ଫରେଷ୍ଟର ଥିବା ଜ୍ୟୋତିରଞ୍ଜନ ଓ ଧ୍ୟାନଚାନ୍ଦ ଗତକାଲି ରାତିରେ ଗୋଟିଏ ବାଇକ୍‌ରେ ବରଗଡ଼ ଅଭିମୁଖେ ଆସୁଥିଲେ। ସେମାନେ ଏକ ଢାବାରେ ଖାଇବାକୁ ଆସୁଥିଲେ। ଏହି ସମୟରେ ଅନ୍ୟ ଏକ ବାଇକ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଉକ୍ତ ବାଇକ୍‌ରେ ହେମାନନ୍ଦ ପ୍ରଧାନ ଓ ସୁନୀଲ ବାଗ୍ ଥିଲେ।

ଜ୍ୟୋତିରଞ୍ଜନ ଓ ହେମାନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ବି ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

The post ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର appeared first on Odisha Reporter.

]]>
accident, right bottom, roadaccident 2021-07-19 12:55:02 https://cdn.odishareporter.in/wp-content/uploads/2021/07/19093151/accident-2.jpg
କରୋନା ଭାଙ୍ଗିଦେଲା ଆର୍ଥିକ ମେରୁଦଣ୍ଡ, ନିଜେ ବଳଦ ସାଜି ଚାଷ କଲେ ତିନି ଭାଇ https://odishareporter.in/odisha/corona-broke-the-financial-backbone-and-the-three-brothers-farmed-the-oxen-themselves-649612 Wed, 09 Jun 2021 10:23:55 +0000 https://odishareporter.in/?p=649612

ବରଗଡ଼( ଦୀପକ ଶର୍ମା): ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରୀ  ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଚାଷୀ ଉପରେ ପଡିଛି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଚାଷୀ ପରିବାରର ତିନି ଭାଇ ନିଜେ ହଳ ବଳଦ ସାଜି ଚାଷ କରିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ମାଛିମୋରା ଗାଁରେ । ଗାଁର ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ ଭୂମିହୀନ। ତାଙ୍କର […]

The post କରୋନା ଭାଙ୍ଗିଦେଲା ଆର୍ଥିକ ମେରୁଦଣ୍ଡ, ନିଜେ ବଳଦ ସାଜି ଚାଷ କଲେ ତିନି ଭାଇ appeared first on Odisha Reporter.

]]>

ବରଗଡ଼( ଦୀପକ ଶର୍ମା): ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରୀ  ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଚାଷୀ ଉପରେ ପଡିଛି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଚାଷୀ ପରିବାରର ତିନି ଭାଇ ନିଜେ ହଳ ବଳଦ ସାଜି ଚାଷ କରିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ମାଛିମୋରା ଗାଁରେ ।

ଗାଁର ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ ଭୂମିହୀନ। ତାଙ୍କର ୬ ପୁଅ । ଏମାନଙ୍କ ମଧ୍ୟରୁ ଦୁଇ ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଲକଡାଉନରେ ଫସି ରହିଛନ୍ତି । ଘରେ ଚାରି ପୁଅ ଅନ୍ୟ ଲୋକଙ୍କ କାମ କରିବା ସହ ଅନ୍ୟ ଲୋକଙ୍କ ଜମିରେ ଚାଷ କରି ପରିବାର ପୋଷଣ କରିଥାନ୍ତି । ମାତ୍ର କରୋନା ଲାକଡାଉନ ଯୋଗୁ କାମ ମିଳିବା କଷ୍ଟକର ହୋଇ ପଡ଼ିଥିବା ବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ସମସ୍ତ ଭାଇ ମିଳିମିଶି ଚାଷ କରୁଛନ୍ତି । ତେବେ ଅର୍ଥାଭାବରୁ ନିଜେ ହଳ ବଳଦ ସାଜି ଅଧ ଏକର ଜମିରେ ଲଙ୍କା ମରିଚ ଚାଷ କରିଛନ୍ତି । ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି ।

ତିନି ଭାଇଙ୍କ ମଧ୍ୟରୁ ରଞ୍ଜିତ  ଜନ୍ମରୁ ଦିବ୍ୟାଙ୍ଗ । ମ୍ୟାଟ୍ରିକ ପାସ କରିବା ପରେ ବରଗଡ଼ ଡାଏଟରେ ସେ ସିଟି ତାଲିମରେ ନାମ ଲେଖାଇଥିଲେ। ଏବେ କରୋନା ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେଣୁ ତାଙ୍କର ଅକ୍ଷମ ସତ୍ୱେ ପରିବାରର ଅଭାବ ଅନାଟନ ତାଙ୍କୁ ବିଲକୁ ଟାଣି ନେଇଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଏବେ କାମ ଧନ୍ଦା ସାଙ୍ଗକୁ ସରକାରୀ ସହଯୋଗ ଅପହଞ୍ଚ ଥିବାରୁ ଗରିବ ଚାଷୀଙ୍କୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଏମାନେ ଗୁହାରି କରିଛନ୍ତି ।

ଜଣେ ଭାଇ ଅକ୍ଷୟ ପ୍ରଧାନ କହିଛନ୍ତି ଯେ, ପଇସାପତ୍ର ଅଭାବ ଥିଲା। ଭାବିଲୁ ଆମେ ସବୁ କାମ ନିଜେ କରିଦେବୁ। କାହାକୁ ହଳଲଙ୍ଗଲ ମାଗିବୁ କାହା ଘରକୁ ଯିବୁ ଏହା ଅନୁଭବ କରି ଆମେ ନିଜେ ଭାଇ ଭାଇ ମିଶି ବଳଦ ସାଜି ଚାଷ କଲୁ। ତେବେ ପେଟ ପାଇଁ ଚାଷୀ ବଳଦ ସାଜିବା ଦୃଶ୍ୟ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଇଟିଛି।

The post କରୋନା ଭାଙ୍ଗିଦେଲା ଆର୍ଥିକ ମେରୁଦଣ୍ଡ, ନିଜେ ବଳଦ ସାଜି ଚାଷ କଲେ ତିନି ଭାଇ appeared first on Odisha Reporter.

]]>
right top, unemloyment 2021-06-09 17:07:40 https://cdn.odishareporter.in/wp-content/uploads/2021/06/09154819/7mn.jpg
ପଦ୍ମପୁର ସବ୍‌ଜେଲର ୮୩ କଏଦୀ କରୋନାରେ ଆକ୍ରାନ୍ତ https://odishareporter.in/odisha/83-prisoners-detected-with-corona-positive-in-padampur-subjail-645064 Sat, 22 May 2021 06:51:31 +0000 https://odishareporter.in/?p=645064

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ସବ୍‌ଜେଲ୍‌ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ପଦ୍ମପୁର ସବ୍‌ଜେଲର ୧୨୪ ଜଣ କଏଦୀ ଏବଂ ୮ ଜଣ ଜେଲ୍ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୩ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। କରୋନା ଆକ୍ରାନ୍ତ ଏହି କଏଦୀଙ୍କ ମଧ୍ୟରୁ […]

The post ପଦ୍ମପୁର ସବ୍‌ଜେଲର ୮୩ କଏଦୀ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ସବ୍‌ଜେଲ୍‌ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତକାଲି ପଦ୍ମପୁର ସବ୍‌ଜେଲର ୧୨୪ ଜଣ କଏଦୀ ଏବଂ ୮ ଜଣ ଜେଲ୍ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୩ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। କରୋନା ଆକ୍ରାନ୍ତ ଏହି କଏଦୀଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତେବେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।

ରାଜ୍ୟର ଆଉ କିଛି ଜେଲରେ ଥିବା କଏଦୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଥିବା ଝାରପଡ଼ା ଜେଲ୍‌ରେ କଏଦୀ ଓ ଷ୍ଟାଫଙ୍କୁ ମିଶାଇ ମୋଟ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଗତକାଲି ସୂଚନା ମିଳିଥିଲା। ମୋଟ ୧୯୫ ଜଣଙ୍କର ନମୂନା ପରୀକ୍ଷା କରାଯାଇଥିବା ବେଳେ ୯୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେମାନଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ମଧ୍ୟ ଅଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍‌ଜେଲ୍‌ରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ସେମାନଙ୍କୁ ଆଇସୋଲେସନ୍‌ରେ ରଖି ଚିକିତ୍ସା କରାଯାଉଛି।

The post ପଦ୍ମପୁର ସବ୍‌ଜେଲର ୮୩ କଏଦୀ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>
Corona Cases In Odisha, right bottom 2021-05-22 14:32:42 https://cdn.odishareporter.in/wp-content/uploads/2021/05/22121752/Subjail.jpg
ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ https://odishareporter.in/odisha/an-anganwadi-worker-allegedly-neglected-after-detected-with-corona-positive-644527 Thu, 20 May 2021 06:25:54 +0000 https://odishareporter.in/?p=644527

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା ସେ କରୋନା ପଜିଟିଭ ହେବା ପରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସେଥିପାଇଁ ସେ ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ରହିଲେ। ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ। ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତକାଲି ଅସୁସ୍ଥ […]

The post ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ appeared first on Odisha Reporter.

]]>

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା ସେ କରୋନା ପଜିଟିଭ ହେବା ପରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସେଥିପାଇଁ ସେ ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ରହିଲେ। ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ।

ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତକାଲି ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାମୀଙ୍କ ସହିତ ପଦ୍ମପୁର ଡାକ୍ତରଖାନାକୁ ଆସିଥିଲେ। ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ନଥିଲା କି ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯାଇ ନଥିଲା। ଏହା ବଦଳରେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ଫଳରେ ସେ ରାତି ସାରା ସ୍ୱାମୀଙ୍କ ସହିତ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ତଳେ ବସି ରହିଥିଲେ। ତାଙ୍କ ଭଳି ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ ତଥା କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ଯଦି ଏତେ ଅବହେଳା କରାଯାଉଛି, ତା’ହେଲେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧୀକାରୀ ତହସିଲ ସାହୁ କହିଛନ୍ତି, ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀ ଜଣଙ୍କ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇପାରିବେ। ନ ହେଲେ ଯେଉଁ ମେଡିସିନ ଦିଆହୋଇଛି, ତାକୁ ନେଇ ହୋମ୍ ଆଇସୋଲେସନରେ ମଧ୍ୟ ରହିପାରିବେ।

The post ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ appeared first on Odisha Reporter.

]]>
right bottom 2021-05-20 13:00:00 https://cdn.odishareporter.in/wp-content/uploads/2021/05/20114956/hospital-1.jpg
ସକାଳୁ ସକାଳୁ ୩ ଜଣଙ୍କୁ ଦଳି ଦେଲା ହାତୀ https://odishareporter.in/odisha/3-dead-in-elephant-attack-637311 Wed, 21 Apr 2021 03:08:23 +0000 https://odishareporter.in/?p=637311

ପଦ୍ମପୁର(ସୋମେଶ ମହାନ୍ତି): ହାତୀ ହାବୁଡ଼ରେ ପଡ଼ି ଆଜି ସକାଳୁ ସକାଳୁ ଗଲାଣି ୪ ଜୀବନ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁରେ ହାତୀ ପାଦ ତଳେ ପଡ଼ି ଜଣଙ୍କ ଜୀବନ ଯାଇଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟରେ  ଆଜି ସକାଳୁ ହାତୀ ୩ ଜଣଙ୍କୁ ଦଳି ଦେଇଥିବା ଜଣାଯାଇଛି।  ଏପରି ଅଘଟଣ ନିମନ୍ତେ  ବନ ବିଭାଗର ନିଷ୍କ୍ରିୟତାକୁ ଦାୟୀ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ। ସୂଚନା ଅନୁଯାୟୀ, ଗାଇସିଲଟ […]

The post ସକାଳୁ ସକାଳୁ ୩ ଜଣଙ୍କୁ ଦଳି ଦେଲା ହାତୀ appeared first on Odisha Reporter.

]]>

ପଦ୍ମପୁର(ସୋମେଶ ମହାନ୍ତି): ହାତୀ ହାବୁଡ଼ରେ ପଡ଼ି ଆଜି ସକାଳୁ ସକାଳୁ ଗଲାଣି ୪ ଜୀବନ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁରେ ହାତୀ ପାଦ ତଳେ ପଡ଼ି ଜଣଙ୍କ ଜୀବନ ଯାଇଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟରେ  ଆଜି ସକାଳୁ ହାତୀ ୩ ଜଣଙ୍କୁ ଦଳି ଦେଇଥିବା ଜଣାଯାଇଛି।  ଏପରି ଅଘଟଣ ନିମନ୍ତେ  ବନ ବିଭାଗର ନିଷ୍କ୍ରିୟତାକୁ ଦାୟୀ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ।

ସୂଚନା ଅନୁଯାୟୀ, ଗାଇସିଲଟ ବ୍ଲକ ଉମରଟ ଗାଁର ୩ ଜଣ ଆଜି ସକାଳୁ ଶୌଚ ପାଇଁ ଗାଁ ନିକଟ ଜମିକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଦଳି ଦେବାକୁ ଘଟଣାସ୍ଥଳରେ ୩ ଜଣ ଆଖି ବୁଜିଥିଲେ। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରକୁ ଆସି ଆଜି ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହେଲେ।

ଖବର ପ୍ରଚାରିତ ହେବା ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଫରେଷ୍ଟରଙ୍କ ସମେତ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଉତ୍ତେଜନା ଥମିବା ନାଁ ଧରୁନି। ଗ୍ରାବବାସୀ ମୃତକଙ୍କ ପରିବାରବର୍ଗଙ୍କ ନିମନ୍ତେ କ୍ଷତିପୂରଣ ଦାବି କରୁଥିବା ବେଳେ ବନ ବିଭାଗ କିପରି ପୂର୍ବରୁ ହାତୀଙ୍କ ଗତିବିଧୀ ସମ୍ପର୍କରେ ପୂର୍ବରୁ ଖବର ପାଇପାରୁନି ତଥା ଲୋକଙ୍କୁ ସଚେତନ କରିପାରୁନି ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏନେଇ ଫରେଷ୍ଟର କହିଛନ୍ତି, ଏହି ରାସ୍ତା ହାତୀ ଚଲାପଥ ହୋଇ ନ ଥିବା ବେଳେ ଭୁଲବଶତଃ ପାଣି, କିମ୍ବା ଖାଦ୍ୟ  ପାଇଁ ସେମାନେ ବାଟ ହୁଡ଼ି ଏ ଦିଗକୁ ପଳାଇ ଆସିଛନ୍ତି।  ଏବେ ସେମାନେ  ବଲାଙ୍ଗିର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ପଳାଇଥିବା ଜଣାଯାଇଛି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ନିଜ ଜମିକୁ ଯାଉଥିବା ବେଳେ ଆଜି ସକାଳେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁର  ଚାଷୀ ବିରଚିଂ ସାହୁ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି। ତୁରନ୍ତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବୀ କରିଛନ୍ତି ସ୍ଥାନୀୟ ସରପଂଚ ଏବଂ ଗାଁ ଲୋକେ ।

The post ସକାଳୁ ସକାଳୁ ୩ ଜଣଙ୍କୁ ଦଳି ଦେଲା ହାତୀ appeared first on Odisha Reporter.

]]>
right bottom 2021-04-21 09:11:19 https://cdn.odishareporter.in/wp-content/uploads/2021/03/06095436/elephant.jpg
ଆମେ ପୁଲିସ ବାବୁ, ଫାଇନ କାଟିବୁ , ଗାଡ଼ିରେ ବସିବୁ ! ବିଚରା ନାବାଳକ https://odishareporter.in/odisha/baragarh/invoicing-minor-breaks-rule-627594 Tue, 16 Mar 2021 11:13:28 +0000 https://odishareporter.in/?p=627594

ପଦ୍ମପୁର(ଓଡ଼ିଶା ରିପୋର୍ଟର) ନାବାଳକ ବୋଲି ଚାଲାଣ କାଟିଲା ପୁଲିସ। ହେଲେ ସେହି ନାବାଳକ ଗାଡ଼ି ଚଲାଇଲା । ଆଉ ତାସହ ୮ କିଲୋମିଟର୍ ଦୂର ଥାନାକୁ ଆସିଲେ ପୁଲିସ।  ଏପରି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବରଗଡ଼ ପଦ୍ମପୁର ବାଏସନା ରାସ୍ତାରେ ଗତ ଦୁଇ ଦିନ ତଳେ ଜଣେ ନାବାଳକ ଟ୍ରାକ୍ଟର ଚଲାଉଥିବା ଅଭିଯୋଗରେ ଧରିଥିଲେ  ଆରଟିଓ ଅଧିକାରୀ । ତେବେ ନାବାଳକ ଜଣକଙ୍କଠୁ ୩୨,୫୦୦ ଟଙ୍କା ଫାଇନ୍ ବି କାଟିଥିଲେ। […]

The post ଆମେ ପୁଲିସ ବାବୁ, ଫାଇନ କାଟିବୁ , ଗାଡ଼ିରେ ବସିବୁ ! ବିଚରା ନାବାଳକ appeared first on Odisha Reporter.

]]>

ପଦ୍ମପୁର(ଓଡ଼ିଶା ରିପୋର୍ଟର) ନାବାଳକ ବୋଲି ଚାଲାଣ କାଟିଲା ପୁଲିସ। ହେଲେ ସେହି ନାବାଳକ ଗାଡ଼ି ଚଲାଇଲା । ଆଉ ତାସହ ୮ କିଲୋମିଟର୍ ଦୂର ଥାନାକୁ ଆସିଲେ ପୁଲିସ।  ଏପରି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବରଗଡ଼ ପଦ୍ମପୁର ବାଏସନା ରାସ୍ତାରେ ଗତ ଦୁଇ ଦିନ ତଳେ ଜଣେ ନାବାଳକ ଟ୍ରାକ୍ଟର ଚଲାଉଥିବା ଅଭିଯୋଗରେ ଧରିଥିଲେ  ଆରଟିଓ ଅଧିକାରୀ ।

ତେବେ ନାବାଳକ ଜଣକଙ୍କଠୁ ୩୨,୫୦୦ ଟଙ୍କା ଫାଇନ୍ ବି କାଟିଥିଲେ। ହେଲେ ଟ୍ରାକ୍ଟର ଜବତ କରିବାକୁ ଫାଇନ୍ ବାବଦ ଟଙ୍କା ଦେବା ପୂର୍ବରୁ ଟ୍ରାକ୍ଟର ଜବତ କରିଥିଲା ପୁଲିସ।  ହେଲେ ଜବତ ଅଞ୍ଚଳରୁ ପଦ୍ମପୁର ଥାନା ୮ କିଲୋମିଟର୍ ରାସ୍ତା ନାବାଳକ ଜଣକଙ୍କୁ ହିଁ ଗାଡ଼ି ଚଲାଇ ଯିବାକୁ କହିଥିଲେ ପୁଲିସ କର୍ମଚାରୀ । ତାସହ ଖୋଦ୍ ଦୁଇ ଜଣ ପୁଲିସ ଅଧିକାରୀ ସେହି ଟ୍ରାକ୍ଟରରେ ବସି ଥାନାକୁ ଯାଇଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି ନାବାଳକ ଟ୍ରାକ୍ଟରର ଚଲାଇବାକୁ କେନ୍ଦ୍ର କରି ଫାଇନ୍ କଟାଗଲା। ତେବେ ତାଙ୍କୁ କିପରି ୮ କିଲୋମିଟର୍ ରାସ୍ତା ପୁଣି ଟ୍ରାକ୍ଟରର ଚଲାଇବାକୁ ଦିଆଗଲା ? ପଦ୍ମପୁର ଥାନାରେ ଏବେ ଟ୍ରାକ୍ଟର ଜବତ ହୋଇ ରହିଛି । ଅଭିଯୋଗ ସମ୍ପର୍କରେ ପୁଲିସ ଓ ଆଟିଓର ପ୍ରତିକ୍ରିୟା ମିଳିପାରିନି।

The post ଆମେ ପୁଲିସ ବାବୁ, ଫାଇନ କାଟିବୁ , ଗାଡ଼ିରେ ବସିବୁ ! ବିଚରା ନାବାଳକ appeared first on Odisha Reporter.

]]>
right top 2021-03-16 16:43:28 https://cdn.odishareporter.in/wp-content/uploads/2021/03/16164143/6bn.jpg
ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ, ବ୍ରିଜରୁ ତଳକୁ ଖସିଲା ଅଟୋ https://odishareporter.in/odisha/baragarh/auto-fall-down-from-bridge-619991 Wed, 17 Feb 2021 04:03:21 +0000 https://odishareporter.in/?p=619991

ବରଗଡ଼(ଦୀପକ ଶର୍ମା ): ବିବାହ ଉତ୍ସବରେ ଯୋଗ ଦେଇ ବରଯାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ବ୍ରିଜରୁ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଏପରି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲା ବିଜେପୁର ଥାନା ସର୍ନାପାଲି ବ୍ରିଜ୍‌ରେ ଗତ କାଲି ବିଳମ୍ବିତ ରାତିରେ ହୋଇଛି। ମୃତକ ଦ୍ୱୟ ହେଲେ ବରଗଡ଼ ସଦର ଥାନା ରୁକିଆ ଗାଁର ଯଦୁମଣି ମିରିକ ଓ ଘନଶ୍ୟାମ ମେହର। […]

The post ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ, ବ୍ରିଜରୁ ତଳକୁ ଖସିଲା ଅଟୋ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା ): ବିବାହ ଉତ୍ସବରେ ଯୋଗ ଦେଇ ବରଯାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ବ୍ରିଜରୁ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।

ଏପରି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲା ବିଜେପୁର ଥାନା ସର୍ନାପାଲି ବ୍ରିଜ୍‌ରେ ଗତ କାଲି ବିଳମ୍ବିତ ରାତିରେ ହୋଇଛି। ମୃତକ ଦ୍ୱୟ ହେଲେ ବରଗଡ଼ ସଦର ଥାନା ରୁକିଆ ଗାଁର ଯଦୁମଣି ମିରିକ ଓ ଘନଶ୍ୟାମ ମେହର।

ଗତକାଲି ବିଜେପୁରର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରୁକିଆ ଗାଁର ବହୁ ବ୍ୟକ୍ତି ଯାଇଥିଲେ। ବିବାହ ଭୋଜିରେ ଯୋଗଦେଇ ବିଳମ୍ବିତ  ରାତିରେ ଏକ ଅଟୋରେ ପ୍ରାୟ ୧୩ରୁ ଊର୍ଦ୍ଧ୍ୱ ଘରକୁ ଫେରୁଥିଲେ। ମାତ୍ର  ସର୍ନାପାଲି ବ୍ରିଜ୍‌ ଉପରେ ହଠାତ୍‌ ଭାରସାମ୍ୟ ହରାଇ ଅଟୋଟି ଉପରୁ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

The post ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ, ବ୍ରିଜରୁ ତଳକୁ ଖସିଲା ଅଟୋ appeared first on Odisha Reporter.

]]>
accident, centre top 2021-02-17 13:11:09 https://cdn.odishareporter.in/wp-content/uploads/2021/02/17093028/auto-1.jpg
‘ପଇସା କେଉଁଠୁ ଆଣିବୁ ଯେ ଘର ଭଡ଼ା ନେଇ ରହିବୁ’ https://odishareporter.in/odisha/hundreds-family-became-homeless-after-evacuation-in-baragarh-610117 Sun, 10 Jan 2021 03:02:02 +0000 https://odishareporter.in/?p=610117

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବରପାଲି ଏନ୍‌ଏସି ଅନ୍ତର୍ଗତ ଜଗନ୍ନାଥ ନଗରରେ ଥିବା ଏକ ବସ୍ତିକୁ ରେଳବାଇ ପକ୍ଷରୁ ଉଚ୍ଛେଦ କରାଯିବା ପରେ ଅସହାୟ ହୋଇପଡ଼ିଛନ୍ତି ଶତାଧିକ ପରିବାର। ୪ ଦିନ ହେଲାଣି ସେମାନେ ଛୋଟ ଛୋଟ ଛୁଆଙ୍କୁ ଧରି ରାସ୍ତା କଡ଼ରେ ପଲିଥିନ୍ ଟାଣି ରହୁଛନ୍ତି। ଗଛତଳେ ବସି ଖାଉଛନ୍ତି। କେହି କେହି ପଲିଥିନ୍ ବି ଯୋଗାଡ଼ କରିବାକୁ ବି ଅସମର୍ଥ। ତେଣୁ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନେ କୌଣସି ପ୍ରକାର […]

The post ‘ପଇସା କେଉଁଠୁ ଆଣିବୁ ଯେ ଘର ଭଡ଼ା ନେଇ ରହିବୁ’ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବରପାଲି ଏନ୍‌ଏସି ଅନ୍ତର୍ଗତ ଜଗନ୍ନାଥ ନଗରରେ ଥିବା ଏକ ବସ୍ତିକୁ ରେଳବାଇ ପକ୍ଷରୁ ଉଚ୍ଛେଦ କରାଯିବା ପରେ ଅସହାୟ ହୋଇପଡ଼ିଛନ୍ତି ଶତାଧିକ ପରିବାର। ୪ ଦିନ ହେଲାଣି ସେମାନେ ଛୋଟ ଛୋଟ ଛୁଆଙ୍କୁ ଧରି ରାସ୍ତା କଡ଼ରେ ପଲିଥିନ୍ ଟାଣି ରହୁଛନ୍ତି। ଗଛତଳେ ବସି ଖାଉଛନ୍ତି। କେହି କେହି ପଲିଥିନ୍ ବି ଯୋଗାଡ଼ କରିବାକୁ ବି ଅସମର୍ଥ। ତେଣୁ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନେ କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା ନକରି ହଠାତ୍ ସେମାନଙ୍କୁ ଉଚ୍ଛେଦ କରାଯାଇଥିବାରୁ ଘର ଯୋଗାଇ ଦେବା ପାଇଁ ଏହି ଗରିବ ଲୋକମାନେ ପ୍ରଶାସନକୁ ନିବେଦନ କରିଛନ୍ତି।

ଘର ଭାଙ୍ଗିଯିବା ପରେ ଅସହାୟ ହୋଇପଡ଼ିଥିବା ଆରତି କୁମ୍ଭାର କହିଛନ୍ତି, ୭ ତାରିଖ ପର୍ଯ୍ୟନ୍ତ ନୋଟିସ୍ ଦିଆଯାଇଥିଲା। ହେଲେ ଦିନକ ଆଗରୁ ଆସି ଭାଙ୍ଗି ଦେଲେ। କେଉଁଠି ରହିବା ପାଇଁ ଜାଗାବାଡ଼ି କିଛି ଦେଲେନି। ଆମର ଜାଗା ନାହିଁ କି ପଇସା ନାହିଁ। ପ୍ରତିଦିନ କାମକୁ ଗଲେ ଚଳୁଛୁ। ଆମର ଦିନକ ଆୟ ଶହେ କି ଦେଢ଼ ଶହ ଟଙ୍କା। ପଇସା କେଉଁଠୁ ଆଣିବୁ ଯେ ଘର ଭଡ଼ା ନେଇ ରହିବୁ। ଘର ଭାଙ୍ଗିଯିବା ପରେ ପଲିଥିନ ଟାଣି ବଡ଼ କଷ୍ଟରେ ରହୁଛୁ। ଖାଇବା ପାଇଁ ବି ଅସୁବିଧା ହେଉଛି। ଆମକୁ ରହିବା ପାଇଁ ସରକାର କେଉଁଠି ଜାଗା ଟିକେ ଦିଅନ୍ତୁ ବୋଲି ଗୁହାରୀ କରୁଛୁ।

ସେହିପରି ସୁଷମା ନିଆଲ କହିଛନ୍ତି, ଛୁଆପିଲା ଧରି ରାସ୍ତାକଡ଼ରେ ରହୁଛୁ। ରାସ୍ତାରେ ଯା’ଆସ କରୁଥିବା ଲୋକେ ଖାଦ୍ୟ ଦେଲେ ଖାଉଛୁ। ଆମର ଦାବି ହେଉଛି, ଆମକୁ ଜାଗା ଦିଅନ୍ତୁ ରହିବାକୁ। କିନ୍ତୁ ଏଯାଏଁ ଆମ କଥା କେହି ଶୁଣୁ ନାହାନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ବରପାଲି ରେଳ ଷ୍ଟେସନ୍ ପାଖରେ ରେଳବାଇ ଜମିରେ ଏହି ବସ୍ତିଟି ଗଢ଼ି ଉଠିଥିଲା। ପ୍ରାୟ ୫୦ ବର୍ଷ ହେଲେ ଗରିବ ଶ୍ରେଣୀର ଲୋକମାନେ ଏଠାରେ ରହୁଥିଲେ। ଏହି ଜାଗା ଖାଲି କରିବା ପାଇଁ ରେଳବାଇ ପକ୍ଷରୁ ନୋଟିସ୍ କରାଯିବା ସହ ୭ ଦିନ ସମୟ ଦିଆଯାଇଥିଲା। କିନ୍ତୁ ସମୟସୀମାର ଗୋଟିଏ ଦିନ ପୂର୍ବରୁ ସମସ୍ତ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା।

The post ‘ପଇସା କେଉଁଠୁ ଆଣିବୁ ଯେ ଘର ଭଡ଼ା ନେଇ ରହିବୁ’ appeared first on Odisha Reporter.

]]>
right top 2021-01-10 08:35:04 https://cdn.odishareporter.in/wp-content/uploads/2021/01/10082745/home1.jpg
ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ, ଚାଲିଛି ରେଡ https://odishareporter.in/odisha/vigilance-raid-on-2-peos-house-in-kalahandi-bargard-dist-606091 Mon, 28 Dec 2020 05:34:29 +0000 https://odishareporter.in/?p=606091

କଳାହାଣ୍ଡି/ପଦ୍ମପୁର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ସୋନପୁର ଜିଲ୍ଲାର ଜଣେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିବା ବେଳେ ଏବେ ପୁଣି ଭିଜିଲାନ୍ସ ଜାଲ୍‌ରେ ପଡ଼ିଛନ୍ତି ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଏହାବ୍ୟତୀତ ଜଣେ ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ମଧ୍ୟ ହୋଇଛି ଭିଜିଲାନ୍ସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ସମେତ ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ ପିଇଓ ଓ ବୌଦ୍ଧ […]

The post ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ, ଚାଲିଛି ରେଡ appeared first on Odisha Reporter.

]]>

କଳାହାଣ୍ଡି/ପଦ୍ମପୁର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ସୋନପୁର ଜିଲ୍ଲାର ଜଣେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିବା ବେଳେ ଏବେ ପୁଣି ଭିଜିଲାନ୍ସ ଜାଲ୍‌ରେ ପଡ଼ିଛନ୍ତି ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଏହାବ୍ୟତୀତ ଜଣେ ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ମଧ୍ୟ ହୋଇଛି ଭିଜିଲାନ୍ସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ସମେତ ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ ପିଇଓ ଓ ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ଉମା ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ହୋଇଛି ଏହି ଚଢ଼ାଉ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍‌ରେ ରେଡ୍ କରାଯାଇଛି।

ସେହିପରି, ସମାନ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ PEO ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଲପାଲି ପଞ୍ଚାୟତର PEO ପାଣ୍ଡବ ନନ୍ଦଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।  କଲଙ୍ଗାସ୍ଥିତ ବାସଭବନ ସମେତ ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ  ହୋଇଥିଲା ଭିଜିଲାନ୍ସ ରେଡ।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଛି। ସନ୍ତୋଷ କୁମାରଙ୍କ ନାଁରେ ଏକାଧିକ ଘର, ଜମି, ଯାନବାହନ ଥିବା ଅଭିଯୋଗ ହୋଇଛି । ଏହାକୁ ଆଧାର କରି ଭିଜିଲାନ୍ସ ଯାଞ୍ଚ କରୁଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛନ୍ତି ।

The post ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ, ଚାଲିଛି ରେଡ appeared first on Odisha Reporter.

]]>
centre top 2020-12-28 11:26:40 https://cdn.odishareporter.in/wp-content/uploads/2020/12/28110147/peo-3.jpg
ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଏବେ ଡାକ୍ତରୀ ଛାତ୍ର https://odishareporter.in/odisha/retired-bank-officer-now-mbbs-student-605194 Fri, 25 Dec 2020 04:21:31 +0000 https://odishareporter.in/?p=605194

ବରଗଡ଼(ଓଡ଼ିଶା ରିପୋର୍ଟର ): ଶିକ୍ଷା ପାଇଁ ଯେ ବୟସ ବାଧକ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସ୍କ ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ […]

The post ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଏବେ ଡାକ୍ତରୀ ଛାତ୍ର appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର ): ଶିକ୍ଷା ପାଇଁ ଯେ ବୟସ ବାଧକ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସ୍କ ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ।

୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଏପରି ପରିଣତ ବୟସରେ  ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରୀ ଶିକ୍ଷା ଇତିହାସରେ ଏହା ଏକ ବିରଳ ଘଟଣା ବୋଲି ଭିମସାରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

୬୪ ବର୍ଷରେ ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା  ଜୟକିଶୋର କହିଛନ୍ତି, ୧୯୭୪ ମସିହାରେ ପ୍ରି-ୟୁନିଭରସିଟି ପରୀକ୍ଷା ପାସ୍‌ କଲି। ସେତେବଳେ ଷ୍ଟେଟ ମେଡିକାଲ ଏଣ୍ଟ୍ରାନ୍ସ ଦେଇ ବିଫଳ ହୋଇଥିଲି। ଏହାପରେ ବିଏସସି ପଢ଼ି  ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରୀ କଲି।

ଇତି ମଧ୍ୟରେ ୧୯୮୨ ମସିହାରେ ବାପାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭିମସାରରେ ଆଡମିଶନ କଲି । ସେଠାରେ ଚିକିତ୍ସା ପରେ ସେ ଭଲ ହେଲେ। ହେଲେ ୫ ବର୍ଷ ପରେ ଆଉ ଥରେ ଅସୁସ୍ଥ ହେଲେ। ଏହାପରେ ଭିମସାରରେ ତାଙ୍କ ଅପରେସନ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିଲା। ଏହାପରେ ତାଙ୍କୁ ଭେଲୋର ନେଇ ଯାଇଥିଲି। ସେଠାରେ ଚିକିତ୍ସା ପରେ ସେ ଭଲ ହେଲେ। ଏହାପରେ ୨୦୧୦ ମସିହାରେ ସେ ଆଖି ବୁଜିଲେ। ବାପାଙ୍କ ଚିକିତ୍ସା ସହ ଦୀର୍ଘ ବର୍ଷ ଜଡ଼ିତ ରହିବାରୁ ଡାକ୍ତରୀ ହେବା ପାଇଁ ମନ ଭିତରେ ଉତ୍ସାହ ଜାଗ୍ରତ ହୋଇଥିଲେ ମଧ୍ୟ କର୍ମବ୍ୟସ୍ତତା ମଧ୍ୟରେ ସୁଯୋଗ ମିଳି ନ ଥିଲା।

ଇତି ମଧ୍ୟରେ ମୁଁ  ଅବସର ନେଇ ସାରିଥିବା ବେଳେ ମୋର ଯାଆଁଳା ଝିଅ ବିଡିଏସ୍‌‌ ପଢ଼ୁଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶଃତ ସେମାନଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ  ଆଖି ବୁଜିଦେଇଛି। ଏହା ମୋତେ ଏକ ଶକ୍ତ ଧକ୍କା ଦେଇଛି। ମୁଁ ମେଡିକାଲ ପଢ଼େ ବୋଲି ମରିବା ପୂର୍ବରୁ ମୋ ଝିଅର ପ୍ରବଳ  ଇଚ୍ଛା ଥିଲା। ମେଡିକାଲ ପଢ଼ିବା ନିମନ୍ତେ ବୟସ ସୀମା ଉଠିଯାଇଥିବାରୁ ପରୀକ୍ଷା ଦେବାକୁ ସେ ମୋତେ ପ୍ରବର୍ତ୍ତାଉଥିଲା। ହେଲେ ସେ ଚାଲିଯିବାରୁ ତା’ ଇଚ୍ଛା ପୂରଣ କରିବାକୁ ମୁଁ ମେଡିକାଲ ପଢ଼ିବାକୁ ନିଷ୍ପତ୍ତି ନେଲି।

ମେଡିକାଲ ପଢ଼ିବା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ରାତିରାତି ପରିଶ୍ରମ କରି ମଧ୍ୟ ବିଫଳ ହେଉଛନ୍ତି। ଏହାପରେ ସେମାନେ ଅବସାଦଗ୍ରସ୍ତ ହୋଇଯାଉଛନ୍ତି। ତେଣୁ ଏପରି ପିଲାଙ୍କୁ ପରାମର୍ଶ ଦେବାକୁ ଯାଇ ଜୟକିଶୋର କହିଛନ୍ତି, କେବେ ବି ଧୈର୍ଯ୍ୟହରା ହେବା ଉଚିତ ନୁହେଁ। ନିଜ ଲକ୍ଷ୍ୟ ପୂରଣ ପାଇଁ ଅନବରତ ଚେଷ୍ଟା ଜାରି ରଖିବା ସହ ଏହା ହାସଲ ନ ହେବା ପର୍ଯ୍ୟନ୍ତ ଶାନ୍ତିରେ ଶୋଇବା ଉଚିତ ନୁହେଁ।

ଜଣେ ଉତ୍ତମ ଡାକ୍ତର ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ଜୀବନର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜୟକିଶୋର।

The post ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଏବେ ଡାକ୍ତରୀ ଛାତ୍ର appeared first on Odisha Reporter.

]]>
right bottom 2020-12-25 12:23:32 https://cdn.odishareporter.in/wp-content/uploads/2020/12/25095000/ddd-2.jpg
ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଶିକ୍ଷକ https://odishareporter.in/odisha/teacher-in-vigilance-trap-602125 Wed, 16 Dec 2020 06:21:20 +0000 https://odishareporter.in/?p=602125

ବରଗଡ଼(ଦୀପକ ଶର୍ମା):  ଗତକାଲି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ ଧରା ପଡ଼ିଥିବା ବେଳେ ଆଜି ପୁଣି ଜଣେ ଶିକ୍ଷକଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଏହି ରେଡ୍ ଚାଲିଛି। ଏକକାଳୀନ ପ୍ରମୋଦଙ୍କ ବରଗଡ଼ ଜିଲ୍ଲାର ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିସ୍ଥିତ ଘରେ ଚଢ଼ାଉ ଚାଲିଛି। ଏହାବ୍ୟତୀତ  ଡୁଙ୍ଗୁରିପାଲି,ଆଗଲପୁର, ବରପାଲି, ତେଲିପାଲି  ଏବଂ ଗଣ୍ଠିପାଲି ହାଇସ୍କୁଲରେ […]

The post ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଶିକ୍ଷକ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା):  ଗତକାଲି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ ଧରା ପଡ଼ିଥିବା ବେଳେ ଆଜି ପୁଣି ଜଣେ ଶିକ୍ଷକଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଏହି ରେଡ୍ ଚାଲିଛି।

ଏକକାଳୀନ ପ୍ରମୋଦଙ୍କ ବରଗଡ଼ ଜିଲ୍ଲାର ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିସ୍ଥିତ ଘରେ ଚଢ଼ାଉ ଚାଲିଛି। ଏହାବ୍ୟତୀତ  ଡୁଙ୍ଗୁରିପାଲି,ଆଗଲପୁର, ବରପାଲି, ତେଲିପାଲି  ଏବଂ ଗଣ୍ଠିପାଲି ହାଇସ୍କୁଲରେ ଏହି ଚଢ଼ାଉ ଚାଲିଛି। ସୁବର୍ଣ୍ଣପୁର,ବରଗଡ଼,ବଲାଙ୍ଗୀର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଛି I ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଆକଳନ କରାଯାଇଛି, ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ  ଗତକାଲି ପାରଳାଖେମୁଣ୍ଡି ଏ.ଏସ ରାଉତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସରକାରୀ ଶିକ୍ଷକ ଦୁସ୍ମନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ପାରଳାଖେମୁଣ୍ଡି ଏବଂ ବ୍ରହ୍ମପୁର  ଭିଜିଲାନ୍ସ  ଟିମ୍‌ ୧୨ ଟି ସ୍ଥାନରେ  ଚଢାଉ କରି   ପ୍ରାୟ ୪ କୋଟି ରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା।

ତେବେ ଶିକ୍ଷକମାନେ କେଉଁ ଉପାୟରେ ଏତେ ଅର୍ଥ ରୋଜଗାର କରି କୋଟିପତି ହୋଇପାରୁଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତନାଘନା।

The post ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଶିକ୍ଷକ appeared first on Odisha Reporter.

]]>
right bottom 2020-12-16 11:51:20 https://cdn.odishareporter.in/wp-content/uploads/2020/12/16114835/bargad-2.jpg
ଏଥର ହେବନି ବରଗଡ଼ ଧନୁଯାତ୍ରା https://odishareporter.in/odisha/district-administration-postponed-bargarh-dhanuyatra-this-year-601230 Sun, 13 Dec 2020 06:58:21 +0000 https://odishareporter.in/?p=601230

ବରଗଡ଼ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲାପାଳଙ୍କ ସହିତ ଧନୁଯାତ୍ରା କମିଟିର ସଦସ୍ୟମାନେ ଆଲୋଚନା କରିବା ପରେ ଚଳିତ ବର୍ଷ ଧନୁଯାତ୍ରା ନ କରିବାକୁ ନିଷ୍କତ୍ତି ହୋଇଛି।

The post ଏଥର ହେବନି ବରଗଡ଼ ଧନୁଯାତ୍ରା appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲାପାଳଙ୍କ ସହିତ ଧନୁଯାତ୍ରା କମିଟିର ସଦସ୍ୟମାନେ ଆଲୋଚନା କରିବା ପରେ ଚଳିତ ବର୍ଷ ଧନୁଯାତ୍ରା ନ କରିବାକୁ ନିଷ୍କତ୍ତି ହୋଇଛି।

The post ଏଥର ହେବନି ବରଗଡ଼ ଧନୁଯାତ୍ରା appeared first on Odisha Reporter.

]]>
right bottom 2020-12-13 14:30:59 https://cdn.odishareporter.in/wp-content/uploads/2020/12/13124302/bargarh1.jpg
ପିଇଓଙ୍କ ଘରେ ଭିଜିଲାନ୍ସ ଚଢଉ https://odishareporter.in/odisha/vigilance-raid-on-peos-house-2-599856 Wed, 09 Dec 2020 08:18:55 +0000 https://odishareporter.in/?p=599856

ବରଗଡ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ପୁରନ୍ଦରଙ୍କ ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରିଛି। ପୁରନ୍ଦରଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଚଢଉ ପରେ ବିଭିନ୍ନ କାଗଜପତ୍ର ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ନେଇ ଅନୁସନ୍ଧାନ […]

The post ପିଇଓଙ୍କ ଘରେ ଭିଜିଲାନ୍ସ ଚଢଉ appeared first on Odisha Reporter.

]]>

ବରଗଡ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ପୁରନ୍ଦରଙ୍କ ପଦ୍ମପୁରସ୍ଥିତ ଆଉ ଏକ ଭଡା ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରିଛି।

ପୁରନ୍ଦରଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଚଢଉ ପରେ ବିଭିନ୍ନ କାଗଜପତ୍ର ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ନେଇ ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ।

The post ପିଇଓଙ୍କ ଘରେ ଭିଜିଲାନ୍ସ ଚଢଉ appeared first on Odisha Reporter.

]]>
right bottom 2020-12-09 13:48:55 https://cdn.odishareporter.in/wp-content/uploads/2020/12/09133037/vigilance-3.jpg
ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ, ଲାଗି ରହିଛି ଉତ୍ତେଜନା  https://odishareporter.in/odisha/tension-situation-in-baragada-599538 Tue, 08 Dec 2020 08:51:45 +0000 https://odishareporter.in/?p=599538

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ  ହୋଇଛନ୍ତି। ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି ।  ଗାଁ ଭିତରକୁ ପୁଲିସ୍‌କୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ । ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି। ବୁର୍ଦ୍ଦା ଗାଁ ପ୍ରବେଶ ପଥରେ ୪ ପ୍ଲାଟୁନ ପୁଲିସ୍‌ ମୁତୟନ ହୋଇଛନ୍ତି । ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ […]

The post ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ, ଲାଗି ରହିଛି ଉତ୍ତେଜନା  appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ  ହୋଇଛନ୍ତି। ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି ।  ଗାଁ ଭିତରକୁ ପୁଲିସ୍‌କୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ । ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି।

ବୁର୍ଦ୍ଦା ଗାଁ ପ୍ରବେଶ ପଥରେ ୪ ପ୍ଲାଟୁନ ପୁଲିସ୍‌ ମୁତୟନ ହୋଇଛନ୍ତି । ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ମାସ ୧୭ ତାରିଖରେ ଭେଡେନ ଥାନା ଘେରାଉ କରିଥିଲେ ଗ୍ରାମବାସୀ । ଏହାକୁ ନେଇ ଉତ୍ତେଜନା ଦେଖା ଦେବା ପରେ  ପୁଲିସ୍‌ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ୨୭ରୁ ଅଧିକ ଗ୍ରାମବାସୀଙ୍କ ନାଁରେ ରେ ମାମଲା ରୁଜୁ ହୋଇଥିଲା। ମାମଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଜି ପୁଣି ଉତ୍ତେଜନା ଦେଖାଦେଇଛି।

The post ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ, ଲାଗି ରହିଛି ଉତ୍ତେଜନା  appeared first on Odisha Reporter.

]]>
right bottom 2020-12-08 14:22:12 https://cdn.odishareporter.in/wp-content/uploads/2020/12/08141737/baragad.jpg
ବରଯାତ୍ରୀ ବୋଲେରୋକୁ ପିଟିଲା ଟ୍ରକ୍‌, ୩ ମୃତ https://odishareporter.in/odisha/3-dead-in-accident-2-597683 Thu, 03 Dec 2020 06:19:45 +0000 https://odishareporter.in/?p=597683

ବରଗଡ଼(ଦୀପକ ଶର୍ମା): ଛତିଶଗଡ଼ ପୁସୋର ଥାନା ଅଧୀନ ପୋଡ଼ାତରାଇଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା କଟାପାଲିରୁ ବରଯାତ୍ରୀକୁ ନେଇ ଛତିଶଗଡ଼ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ୍‌ର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତକାଲି ରାତିରେ ବର ଯାତ୍ରୀଙ୍କୁ ନେଇ ବୋଲେରୋଟି ବରଗଡ଼ରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। […]

The post ବରଯାତ୍ରୀ ବୋଲେରୋକୁ ପିଟିଲା ଟ୍ରକ୍‌, ୩ ମୃତ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ଛତିଶଗଡ଼ ପୁସୋର ଥାନା ଅଧୀନ ପୋଡ଼ାତରାଇଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା କଟାପାଲିରୁ ବରଯାତ୍ରୀକୁ ନେଇ ଛତିଶଗଡ଼ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ୍‌ର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ କଟାପାଲି ଅଞ୍ଚଳର ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ବର ଯାତ୍ରୀଙ୍କୁ ନେଇ ବୋଲେରୋଟି ବରଗଡ଼ରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ପୋଡ଼ାତରାଇଠାରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲ॥ ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।

The post ବରଯାତ୍ରୀ ବୋଲେରୋକୁ ପିଟିଲା ଟ୍ରକ୍‌, ୩ ମୃତ appeared first on Odisha Reporter.

]]>
right bottom 2020-12-03 12:37:32 https://cdn.odishareporter.in/wp-content/uploads/2020/10/20132529/accidenty.jpg
ବାଘ ଛାଲରେ ଗୁଳି ଚିହ୍ନ, ଚାଲିଛି ଯାଞ୍ଚ https://odishareporter.in/odisha/tiger_skin_seize-in-baragarh-595283 Thu, 26 Nov 2020 07:22:36 +0000 https://odishareporter.in/?p=595283

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ ସେନେଇ ତଦନ୍ତ ଚାଲିଛି । ସେପଟେ ଜବତ ବାଘ ଛାଲରେ ଗୁଳିମାଡର କ୍ଷତ […]

The post ବାଘ ଛାଲରେ ଗୁଳି ଚିହ୍ନ, ଚାଲିଛି ଯାଞ୍ଚ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ ସେନେଇ ତଦନ୍ତ ଚାଲିଛି ।

ସେପଟେ ଜବତ ବାଘ ଛାଲରେ ଗୁଳିମାଡର କ୍ଷତ ଚିହ୍ନ ରହିଛି । ଏଣୁ ବାଘକୁ ଗୁଳି କରି ଶିକାର କରାଯାଇଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଖୋଲତାଡ ଆରମ୍ଭ କରିଛି ।  ଏହି ଘଟଣାରେ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଭିତରୁ ସତ୍ୟବାନ ସାହୁ ପୂର୍ବରୁ ବାଘ ଶିକାରରେ ସଂପୃକ୍ତ ଥିଲା । ୨୦୧୮ ବରଗଡ଼ ଡିଭିଜନର ଭଟଲି ରେଞ୍ଜ ଅଧିନ ଖଜୁରିଆ ଗାଁରେ ଗୋଟିଏ ମହାବଳ ବାଘ ଶିକାର କରିବା ଅଭିଯୋଗରେ ଧରାପଡ଼ି ଜେଲ୍ ଯାଇଥିଲା। ଜେଲରୁ ଫେରିବା ପରେ ସତ୍ୟବାନ ପୁଣି ବାଘ ଶିକାର କରିଥିବା ଅଭିଯୋଗ ହୋଇଛି।

The post ବାଘ ଛାଲରେ ଗୁଳି ଚିହ୍ନ, ଚାଲିଛି ଯାଞ୍ଚ appeared first on Odisha Reporter.

]]>
right bottom 2020-11-26 12:52:36 https://cdn.odishareporter.in/wp-content/uploads/2020/11/26124859/tiger-skin-1.jpg
ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା https://odishareporter.in/odisha/pregnant-lady-died-on-operation-table-595140 Thu, 26 Nov 2020 03:32:59 +0000 https://odishareporter.in/?p=595140

ବରଗଡ଼(ଦୀପକ ଶର୍ମା): ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତା ମହିଳା ହେଲେ ବରଗଡ଼ କଟକିଆପଡ଼ାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ । ରେଖାଙ୍କର ପ୍ରସବ ବେଦନା ହେବାରୁ ଗତ କାଲି ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର […]

The post ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତା ମହିଳା ହେଲେ ବରଗଡ଼ କଟକିଆପଡ଼ାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ ।

ରେଖାଙ୍କର ପ୍ରସବ ବେଦନା ହେବାରୁ ଗତ କାଲି ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅସ୍ତ୍ରୋପଚାର ବେଳେ ଭୁଲ ଇଞ୍ଜେକସନ ଯୋଗୁ ରେଖା ଓ ତାଙ୍କ ଛୁଆର ମୃତ୍ୟୁ ହୋଇଥିବା ମାନସ ଅଭିଯୋଗ କରିଛନ୍ତି।  ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୁଲିସ୍‌ ମୁତନ କରାଯାଇଛି।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାତ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଅାସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

The post ଅସ୍ତ୍ରୋପଚାର ବେଳେ ଆଖି ବୁଜିଲେ ଗର୍ଭବତୀ, ଡାକ୍ତରଖାନାରେ ଉତ୍ତେଜନା appeared first on Odisha Reporter.

]]>
centre bottom 2020-11-26 09:07:48 https://cdn.odishareporter.in/wp-content/uploads/2020/11/26090107/bargad-3.jpg
ବରଗଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ https://odishareporter.in/odisha/matter/fire-broke-out-at-bargarh-hospital-593943 Mon, 23 Nov 2020 05:14:10 +0000 https://odishareporter.in/?p=593943

ବରଗଡ଼ (ଦୀପକ ଶର୍ମା): ବରଗଡ଼ ହସ୍ପିଟାଲର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ରୋଗୀ। କିନ୍ତୁ ଜଳିଗଲା ବହୁ ମେଡିସିନ ଓ ସାଲାଇନ। ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଉପର ମହଲାରେ ଥିବା ପେଡିଆଟିକ ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ରୋଗୀମାନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହସ୍ପିଟାଲର ଲକ୍ଷାଧିକ ଟଙ୍କାର ମେଡିସିନ, ସାଲାଇନ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ […]

The post ବରଗଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ବରଗଡ଼ ହସ୍ପିଟାଲର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ରୋଗୀ। କିନ୍ତୁ ଜଳିଗଲା ବହୁ ମେଡିସିନ ଓ ସାଲାଇନ।

ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଉପର ମହଲାରେ ଥିବା ପେଡିଆଟିକ ୱାର୍ଡରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ରୋଗୀମାନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହସ୍ପିଟାଲର ଲକ୍ଷାଧିକ ଟଙ୍କାର ମେଡିସିନ, ସାଲାଇନ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ତାହା ଜଣାପଡ଼ି ନାହିଁ।

ହସ୍ପିଟାଲର ଉପର ମହଲାରେ ଥିବା ପେଡିଆଟିକ ୱାର୍ଡ ବନ୍ଦ ଥିବାରୁ ତଳେ ରୋଗୀଙ୍କ ଚିକିତ୍ସା କରାଯାଉଛି। ପେଡିଆଟିକ୍‌ ୱାର୍ଡରେ କେବଳ ହସ୍ପିଟାଲରେ ବ୍ୟବହୃତ ହେଉଥିବା ସାମ୍ରଗୀ ରଖାଯାଇଥିଲା ବୋଲି ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି।

The post ବରଗଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ appeared first on Odisha Reporter.

]]>
right bottom 2020-11-23 10:52:16 https://cdn.odishareporter.in/wp-content/uploads/2020/11/23104344/fire-at-hospital.jpg
ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଆଲମିରା ଫ୍ୟାକ୍ଟ୍ରିରେ ବ୍ୟାପକ ଭଙ୍ଗାରୁଜା https://odishareporter.in/odisha/mob-violence-in-a-factory-of-bargad-592903 Fri, 20 Nov 2020 03:03:36 +0000 https://odishareporter.in/?p=592903

ବରଗଡ଼(ଓଡ଼ିଶା ରିପୋର୍ଟର):ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାକୁ ନେଇ ବରଗଡ଼ ସଦର ଥାନା ଧାଙ୍ଗେର ଗାଁରେ ତୁମୁଳ କାଣ୍ଡ ଘଟିଯାଇଛି। ଧାଙ୍ଗେର ଗାଁରେ ଥିବା ଏକ ଆଲମିରା କାରଖାନାରେ ୪୦ରୁ ୫୦ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ପଶି ଭଙ୍ଗାରୁଜା କରିବା  ସହ ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ସେମାନେ ଲକ୍ଷାଧିକ ଟଙ୍କା  ଲୁଟି ନେଇଥିବା ଅଭିଯୋଗ ହୋଇଛି।  ଦୁର୍ବୃତ୍ତଙ୍କ ଆକ୍ରମଣରେ ମ୍ୟାନେଜର ଗୁରୁତର ହୋଇଛନ୍ତି। ଆଲମିରା ଫ୍ୟାକ୍ଟ୍ରିର ମାଲିକ ଥାନରେ କରିଥିବା […]

The post ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଆଲମିରା ଫ୍ୟାକ୍ଟ୍ରିରେ ବ୍ୟାପକ ଭଙ୍ଗାରୁଜା appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର):ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାକୁ ନେଇ ବରଗଡ଼ ସଦର ଥାନା ଧାଙ୍ଗେର ଗାଁରେ ତୁମୁଳ କାଣ୍ଡ ଘଟିଯାଇଛି। ଧାଙ୍ଗେର ଗାଁରେ ଥିବା ଏକ ଆଲମିରା କାରଖାନାରେ ୪୦ରୁ ୫୦ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ପଶି ଭଙ୍ଗାରୁଜା କରିବା  ସହ ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ସେମାନେ ଲକ୍ଷାଧିକ ଟଙ୍କା  ଲୁଟି ନେଇଥିବା ଅଭିଯୋଗ ହୋଇଛି।  ଦୁର୍ବୃତ୍ତଙ୍କ ଆକ୍ରମଣରେ ମ୍ୟାନେଜର ଗୁରୁତର ହୋଇଛନ୍ତି।

ଆଲମିରା ଫ୍ୟାକ୍ଟ୍ରିର ମାଲିକ ଥାନରେ କରିଥିବା ଅଭିଯୋଗ ଅନୁଯାୟୀ, ଧାଙ୍ଗେର ଗାଁର କିଛି ଲୋକ ଅଚାନକ କାରଖାନା ଭିତରକୁ ପଶି ଆସିଥିଲେ। ଏହାପରେ ମ୍ୟାନେଜର, କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆଲମିରା ଏବଂ ବାହାରେ ଥିବା କାର୍‌, ବାଇକ୍‌କୁ ଭାଙ୍ଗି ଚୁରମାର କରିଛନ୍ତି। ଏପରିକି ସେମାନେ ଫ୍ୟାକ୍ଟ୍ରିରେ ଥିବା ୩ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଛନ୍ତି ।

ଗୁରତର ଅବସ୍ଥାରେ କାରଖାନା ମ୍ୟାନେଜରଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

The post ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଆଲମିରା ଫ୍ୟାକ୍ଟ୍ରିରେ ବ୍ୟାପକ ଭଙ୍ଗାରୁଜା appeared first on Odisha Reporter.

]]>
centre bottom 2020-11-20 08:33:36 https://cdn.odishareporter.in/wp-content/uploads/2020/11/20083040/bargad-1.jpg
ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ https://odishareporter.in/odisha/2-arrested-in-case-of-murder-in-binika-591044 Sat, 14 Nov 2020 05:09:26 +0000 https://odishareporter.in/?p=591044

ବିନିକା(ଓଡ଼ିଶା ରିପୋର୍ଟର): ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଭଳି  ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ଗତ ୧୦ତାରିଖରେ ଘଟିଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବିନିକା ଥାନା ସିଲାଟି ଗାଁର ସୁରେଶ ଦୀପ ଏବଂ ଗୁଲୁଣ୍ଡା ଗାଁର ସତ୍ୟ ମିର୍ଦ୍ଧା । ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖରେ ସିଲାଟି ଗାଁର ଚୋକିଜୋର ନିକଟରେ ବାରାହ […]

The post ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ appeared first on Odisha Reporter.

]]>

ବିନିକା(ଓଡ଼ିଶା ରିପୋର୍ଟର): ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଭଳି  ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ଗତ ୧୦ତାରିଖରେ ଘଟିଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବିନିକା ଥାନା ସିଲାଟି ଗାଁର ସୁରେଶ ଦୀପ ଏବଂ ଗୁଲୁଣ୍ଡା ଗାଁର ସତ୍ୟ ମିର୍ଦ୍ଧା ।

ଅଭିଯୋଗ ଅନୁଯାୟୀ, ଗତ ୧୦ ତାରିଖରେ ସିଲାଟି ଗାଁର ଚୋକିଜୋର ନିକଟରେ ବାରାହ ଶିକାର କରିବା ପାଇଁ ଫାସ ବିଛା ଯାଇଥିଲା । ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ସାଲେପାଲି ଗାଁର ତ୍ରିଲୋଚନ ସାଥୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାମୁ ସିଲାଟି ଗାଁର ମନୋଜ ବଣିଆ ଗୁରୁତର ହୋଇଥିଲେ।

ଏନେଇ ବିନିକା ପୁଲିସ୍‌ ଖୋଳତାଡ଼ ଜାରି ରଖିଥିଲା । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ I ଶେଷରେ ଏହି ଘଟଣାର ପର୍ଦ୍ଦାଫାସ କରିଛି ବିନିକା ପୁଲିସ୍‌।

The post ବାରହା ଫାସରେ ପଡି ଭଣଜା ମୃତ ଓ ମାମୁ ଗୁରୁତର ଘଟଣାରେ ୨ ଗିରଫ appeared first on Odisha Reporter.

]]>
right bottom 2020-11-14 11:12:44 https://cdn.odishareporter.in/wp-content/uploads/2020/10/31143310/arrest-1.jpg
ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର https://odishareporter.in/odisha/moving-car-catches-fire-in-bargarh-588953 Sun, 08 Nov 2020 04:25:23 +0000 https://odishareporter.in/?p=588953

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଭଟଲି ଛକରେ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ତେବେ ସୌଭାଗ୍ୟବଶତଃ କାରରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଡ୍ରାଇଭର୍। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା। ତେବେ କାର୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ,ଭଟଲି ଛକ ଦେଇ କାରରେ ଯାଉଥିବା ବେଳେ ହଠାତ୍ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ […]

The post ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଭଟଲି ଛକରେ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ତେବେ ସୌଭାଗ୍ୟବଶତଃ କାରରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଡ୍ରାଇଭର୍। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା। ତେବେ କାର୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ,ଭଟଲି ଛକ ଦେଇ କାରରେ ଯାଉଥିବା ବେଳେ ହଠାତ୍ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡ଼ିରୁ ବାହାରି ଆସିବା କ୍ଷଣି ସେଥିରେ ନିଆଁ ଲାଗି ଯାଇଥିଲା। କିଛି ସମୟ ଭିତରେ ଦେଖୁ ଦେଖୁ କାରରେ ନିଆଁ ହୁତ୍ ହୁତ୍ ହୋଇ ଜଳିଯାଇଥିଲା।

The post ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର appeared first on Odisha Reporter.

]]>
right bottom 2020-11-08 09:55:23 https://cdn.odishareporter.in/wp-content/uploads/2020/11/08095432/car.jpg
ସରପଞ୍ଚଙ୍କ ଉପରେ ଜରିମାନା; ଗଣିବେ ଲକ୍ଷେ ଟଙ୍କା https://odishareporter.in/odisha/1-lakh-fine-imposed-on-sarapncha-by-bdo-576958 Wed, 30 Sep 2020 02:16:39 +0000 https://odishareporter.in/?p=576958

ବରଗଡ଼(ଦୀପକ ଶର୍ମା) : କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ସରପଞ୍ଚଙ୍କ ଉପରେ ହେଲା ୧ ଲକ୍ଷ ଟଙ୍କାର ଜରିମାନା ଳଗାଇଲେ ବିଡିଓ   ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । କିରାସିନି ଘୋଟାଲା ଅଭିଯୋଗ କରି ବିଡିଓ ଅଫିସଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ।  ସ୍ଥାନୀୟ ସରପଞ୍ଚ ମାଲବ ସାହୁ  ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ   ବିଡିଓଙ୍କ କାର୍ଯ୍ୟାଳୟକୁ  ଯାଇ ପ୍ରତିବାଦ କରିଥିଲେ […]

The post ସରପଞ୍ଚଙ୍କ ଉପରେ ଜରିମାନା; ଗଣିବେ ଲକ୍ଷେ ଟଙ୍କା appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା) : କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ସରପଞ୍ଚଙ୍କ ଉପରେ ହେଲା ୧ ଲକ୍ଷ ଟଙ୍କାର ଜରିମାନା ଳଗାଇଲେ ବିଡିଓ   ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

କିରାସିନି ଘୋଟାଲା ଅଭିଯୋଗ କରି ବିଡିଓ ଅଫିସଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ।  ସ୍ଥାନୀୟ ସରପଞ୍ଚ ମାଲବ ସାହୁ  ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ   ବିଡିଓଙ୍କ କାର୍ଯ୍ୟାଳୟକୁ  ଯାଇ ପ୍ରତିବାଦ କରିଥିଲେ । ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଅର୍ଥଦଣ୍ଡ କରିଛନ୍ତି ଗାଇସିଲଟ ବିଡିଓ।

The post ସରପଞ୍ଚଙ୍କ ଉପରେ ଜରିମାନା; ଗଣିବେ ଲକ୍ଷେ ଟଙ୍କା appeared first on Odisha Reporter.

]]>
right top 2020-09-30 07:46:39 https://cdn.odishareporter.in/wp-content/uploads/2020/09/30074514/fine.jpg
ବରଗଡ଼ରେ ମିଳୁଛି ନକଲି କରୋନା ଔଷଧ https://odishareporter.in/odisha/duplicate-drugs-in-baragada-575794 Sat, 26 Sep 2020 07:11:37 +0000 https://odishareporter.in/?p=575794

ବରଗଡ଼(ଦୀପକ ଶର୍ମା): ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ପାଉଥିବାବେଲେ ବରଗଡ଼ରୁ ନକଲି କରୋନା ଔଷଧ ଜବତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହେରୀ। ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡ଼ା ଗାଁରେ ନକଲି କରୋନା ଔଷଧ ପ୍ରସ୍ତୁତ କରାଯାଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଆଜି ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର  ଓ ପୁଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଔଷଧ, ଖୋଳ, […]

The post ବରଗଡ଼ରେ ମିଳୁଛି ନକଲି କରୋନା ଔଷଧ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ପାଉଥିବାବେଲେ ବରଗଡ଼ରୁ ନକଲି କରୋନା ଔଷଧ ଜବତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହେରୀ।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡ଼ା ଗାଁରେ ନକଲି କରୋନା ଔଷଧ ପ୍ରସ୍ତୁତ କରାଯାଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଆଜି ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର  ଓ ପୁଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଔଷଧ, ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

 

The post ବରଗଡ଼ରେ ମିଳୁଛି ନକଲି କରୋନା ଔଷଧ appeared first on Odisha Reporter.

]]>
right bottom 2020-09-26 12:41:37 https://cdn.odishareporter.in/wp-content/uploads/2020/09/26112859/corona-2-2.jpg
ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ https://odishareporter.in/odisha/odia-boy-starts-career-from-ipl-uae-573710 Sat, 19 Sep 2020 16:53:29 +0000 https://odishareporter.in/?p=573710

ଭୁବନେଶ୍ୱର: ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେର୍ ଚଳିତ ଆଇପିଏଲର ବ୍ରଡକାଷ୍ଟ ସ୍କୋରର ହୋଇଛନ୍ତି। ବରଗଡ଼ ଜିଲ୍ଲା ଅନୀଲ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍କୋରରେ ଭାବେ କାମ କରି ଓଡ଼ିଶାକୁ ଗର୍ବିତ କରିବାର ସୁଯୋଗ ଆଣିଛନ୍ତି। ଆଜି ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଅନୀଲ କ୍ୟାରିଅର ଆରମ୍ଭ କରିଛନ୍ତି। ଆଇପିଏଲରେ ଓଡ଼ିଆ ପୁଅ ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି […]

The post ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ appeared first on Odisha Reporter.

]]>

ଭୁବନେଶ୍ୱର: ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେର୍ ଚଳିତ ଆଇପିଏଲର ବ୍ରଡକାଷ୍ଟ ସ୍କୋରର ହୋଇଛନ୍ତି। ବରଗଡ଼ ଜିଲ୍ଲା ଅନୀଲ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍କୋରରେ ଭାବେ କାମ କରି ଓଡ଼ିଶାକୁ ଗର୍ବିତ କରିବାର ସୁଯୋଗ ଆଣିଛନ୍ତି। ଆଜି ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଅନୀଲ କ୍ୟାରିଅର ଆରମ୍ଭ କରିଛନ୍ତି।

ଆଇପିଏଲରେ ଓଡ଼ିଆ ପୁଅ

ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେରଙ୍କୁ ଏହି ସୁଯୋଗ ମିଳିଛି। ଭିଡିଓରୁ ଜାଣନ୍ତୁ ତାଙ୍କୁ କେମିତି ମିଳିଲା ସୁଯୋଗ। #IPL2020 #IPLinUAE #Odisha

Odisha Reporter यांनी वर पोस्ट केले शनिवार, १९ सप्टेंबर, २०२०

ଏ ନେଇ ଅନୀଲ୍‌ କହିଛନ୍ତି, ଦୀର୍ଘ ବର୍ଷେ-ଦୁଇ ବର୍ଷ ଧରି ମୁଁ ଚାକିରି ପାଇଁ ପ୍ରୟାସ ଚଳାଇ ଆସିଥିଲି। ଦିଲ୍ଲୀର EL ଗ୍ରାଫିକ୍ସ କମ୍ପାନୀରେ ମୁଁ ଚାକିରି ପାଇଛି। ମୁଁ ସେଠାରେ ଅପରେଟର୍ ଭାବେ ନିଯୁକ୍ତି ପାଇଛି। କିନ୍ତୁ ଏବେ ମୁଁ କେବଳ ସ୍କୋରିଂ କାମ କରୁଛି।

ମୁଁ ବି ଜଣେ କ୍ରିକେଟର୍ ହେବା ପାଇଁ ଆଶା କରିଥିଲି। ଏପରିକି ମୁଁ କ୍ରିକେଟ୍ ମଧ୍ୟ ଖେଳିଛି। ଆଇପିଏଲ୍ ଭଳି ପ୍ଲାଟଫର୍ମରେ ଜଣେ ଖେଳାଳି ଭାବେ ଖେଳିବା ମୋର ଇଚ୍ଛା ଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ତଥାପି ଆଇପିଏଲରେ ସାମିଲ୍ ହୋଇପାରି ଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ଅନୀଲ।

The post ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ appeared first on Odisha Reporter.

]]>
centre bottom 2020-09-19 22:46:11 https://cdn.odishareporter.in/wp-content/uploads/2020/09/19222109/Odia.jpg
‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ https://odishareporter.in/odisha/to-give-address-of-stolen-vehicle-a-young-man-demand-money-571744 Sat, 12 Sep 2020 09:03:23 +0000 https://odishareporter.in/?p=571744

ବରଗଡ଼(ଦୀପକ ଶର୍ମା): ‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ । ଚୋରି ହୋଇଥିବା ଗାଡିର ଠିକଣା ଦେବା ପାଇଁ ଗାଡି ମାଲିକଠୁ ଜଣେ ଯୁବକ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି ବରଗଡରୁ । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ ସହର ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତି ନାମକ ବ୍ୟକ୍ତିଙ୍କ ଚାରି ଚକିଆ […]

The post ‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ । ଚୋରି ହୋଇଥିବା ଗାଡିର ଠିକଣା ଦେବା ପାଇଁ ଗାଡି ମାଲିକଠୁ ଜଣେ ଯୁବକ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି ବରଗଡରୁ । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ ସହର ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତି ନାମକ ବ୍ୟକ୍ତିଙ୍କ ଚାରି ଚକିଆ ଗାଡି ଗତ ୯ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଯାଇଥିଲା। ଏନେଇ ୧୦ ତାରିଖରେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ସେହି ଦିନ ଅପରାହ୍ନରେ ପ୍ରମୋଦଙ୍କ ଡ୍ରାଇଭରଙ୍କ ପାଖକୁ ଜଣେ ଯୁବକଙ୍କ ଫୋନ୍ ଆସିଥିବା ବେଳେ ସେ ଗାଡିର ଠିକଣା ଜାଣିଥିବା କହିଥିଲେ।

ସମ୍ପୃକ୍ତ ବ୍ୟକ୍ତି ଗାଡିର ଠିକଣା କହିବା ଲାଗି ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ କରିଛନ୍ତି ଗାଡି ମାଲିକ ପ୍ରମୋଦ  । ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡିଟି ବ୍ରହ୍ମଚାରୀଠାରେ ଥିବା ସୂଚନା ଦେଇଥିଲେ ଯୁବକଜଣକ।

ନିଜ ଗାଡିକୁ ଉଦ୍ଧାର କରିବା ପରେ ପ୍ରମୋଦ ଉକ୍ତ  ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା  ରୁଜୁ କରି ବରଗଡ ଟାଉନ୍ ଥାନା ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଅଭିଯୁକ୍ତଜଣକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

The post ‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ appeared first on Odisha Reporter.

]]>
right bottom 2020-09-12 14:33:23 https://cdn.odishareporter.in/wp-content/uploads/2020/09/12143005/gadi.jpg
କରୋନା କବଳରେ ଡାକ୍ତର, ନର୍ସ, ୩ ଦିନ ବନ୍ଦ ରହିବ ମେଡିକାଲ https://odishareporter.in/odisha/this-medical-is-closed-for-3-days-due-to-doctor-nurses-found-corona-positive-571284 Fri, 11 Sep 2020 02:15:36 +0000 https://odishareporter.in/?p=571284

ବରଗଡ଼(ଓଡ଼ିଶା ରିପୋର୍ଟର): କରୋନା ପାଇଁ ୩ ଦିନ ବନ୍ଦ ରହିବ ବରଗଡ଼ ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, ନର୍ସ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତକାଲିଠାରୁ ୩ ଦିନ ପାଇଁ ଡାକ୍ତରଖାନାକୁ ବନ୍ଦ ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । କରୋନା ସଂକ୍ରମିତ ଡାକ୍ତର, ନର୍ସଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ମେଡିକାଲ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ମେଡିକାଲରେ […]

The post କରୋନା କବଳରେ ଡାକ୍ତର, ନର୍ସ, ୩ ଦିନ ବନ୍ଦ ରହିବ ମେଡିକାଲ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): କରୋନା ପାଇଁ ୩ ଦିନ ବନ୍ଦ ରହିବ ବରଗଡ଼ ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, ନର୍ସ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତକାଲିଠାରୁ ୩ ଦିନ ପାଇଁ ଡାକ୍ତରଖାନାକୁ ବନ୍ଦ ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

କରୋନା ସଂକ୍ରମିତ ଡାକ୍ତର, ନର୍ସଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ମେଡିକାଲ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। କେତେକ ରୋଗୀଙ୍କୁ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଏବଂ ଆଉ କିଛିଙ୍କୁ ବୁର୍ଲାକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି  ।

The post କରୋନା କବଳରେ ଡାକ୍ତର, ନର୍ସ, ୩ ଦିନ ବନ୍ଦ ରହିବ ମେଡିକାଲ appeared first on Odisha Reporter.

]]>
corona, right top 2020-09-11 07:46:07 https://cdn.odishareporter.in/wp-content/uploads/2020/09/11074458/baragad-1.jpg
ଏହି ଜିଲ୍ଲାପାଳଙ୍କ ଅଫିସ୍ ୩ ଦିନ ଶଟଡାଉନ୍‌ https://odishareporter.in/odisha/collector-office-shut-down-for-3-days-567190 Fri, 28 Aug 2020 08:20:14 +0000 https://odishareporter.in/?p=567190

ବରଗଡ଼(ଦୀପକ ଶର୍ମା):  ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌କୁ  ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏଁ  ଶଟଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଅଫିସ୍‌ର ଜଣେ ଷ୍ଟାଫ୍ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି। Collectorate,Bargarh declared shutdown for 72 hours i. e from 28.8.20 to 30.8.20 due to one staff tested positive. — Collector & DM,Bargarh (@DMBargarh) August 28, […]

The post ଏହି ଜିଲ୍ଲାପାଳଙ୍କ ଅଫିସ୍ ୩ ଦିନ ଶଟଡାଉନ୍‌ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା):  ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌କୁ  ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏଁ  ଶଟଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଅଫିସ୍‌ର ଜଣେ ଷ୍ଟାଫ୍ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪୫ ରେ ପହଞ୍ଚିଥିବା ବେଳେ  ୯୩୯ ଆରୋଗ୍ୟ ହୋଇ ସାରିଲେଣି। ଜିଲ୍ଲାରେ  ୬୯୯ ଆକ୍ଟିଭ କେସ୍‌ ଥିବା ବେଳେ ଆଖି ବୁଜି ସାରିଲେଣି  ୭ ଜଣ।

The post ଏହି ଜିଲ୍ଲାପାଳଙ୍କ ଅଫିସ୍ ୩ ଦିନ ଶଟଡାଉନ୍‌ appeared first on Odisha Reporter.

]]>
corona, right top, shut down 2020-08-28 13:55:47 https://cdn.odishareporter.in/wp-content/uploads/2020/08/27095422/shut-bdown-1.jpg
ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ https://odishareporter.in/odisha/suresh-pujari-infected-in-corona-561116 Sat, 08 Aug 2020 12:19:28 +0000 https://odishareporter.in/?p=561116

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। #COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି II ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ ଅଛି […]

The post ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି,“କରୋନାର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି। ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୂଚନା କରିଛନ୍ତି। ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଅଛି ଏବଂ ସୁସ୍ଥ ଅଛି।”

ସୂଚନାଯୋଗ୍ୟ, ଖାଲି ସୁରେଶ ପୂଜାରୀ ନୁହନ୍ତି, ଏହା ପୂର୍ବରୁ  ନୀଳଗିରି, ରେମୁଣା ଓ ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହିପରି ବିଜେପିର ବରିଷ୍ଠ ନେତା ତଥା  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପା କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସାଧୀନ ଅଛନ୍ତି। ନିକଟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ  ଶିବରାଜ ସିଂହ ଚୌହାନ କରୋନାରେ ଆରୋଗ୍ୟ ହୋଇଛନ୍ତି।

The post ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>
centre top 2020-08-08 18:08:08 https://cdn.odishareporter.in/wp-content/uploads/2020/08/08175758/suresh.000.jpg
ଆଜିଠୁ ଏହି ଜିଲ୍ଲା ୩ ଦିନ ଶଟ୍‌ଡାଉନ୍‌ https://odishareporter.in/odisha/baragarh-dist-shut-down-for-3-days-558231 Sat, 01 Aug 2020 01:57:16 +0000 https://odishareporter.in/?p=558231

ବରଗଡ଼ (ଦୀପକ ଶର୍ମା): ଆଜିଠୁ ବରଗଡ଼ ଜିଲ୍ଲାକୁ ୩ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଥିବା ଏହି ଶଟଡାଉନ୍‌ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଗ୍ରୋସରି, ପନିପରିବା, ଫଳ ଓ କ୍ଷୀର ଦୋକାନ ସକାଳ ୬ଟାରୁ ୯ ଟା […]

The post ଆଜିଠୁ ଏହି ଜିଲ୍ଲା ୩ ଦିନ ଶଟ୍‌ଡାଉନ୍‌ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ଆଜିଠୁ ବରଗଡ଼ ଜିଲ୍ଲାକୁ ୩ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଥିବା ଏହି ଶଟଡାଉନ୍‌ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଗ୍ରୋସରି, ପନିପରିବା, ଫଳ ଓ କ୍ଷୀର ଦୋକାନ ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହାସହ ବିହନ,ସାର ଓ କୃଷିଜାତ ସାମଗ୍ରୀ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଶଟଡାଉନ୍ ନିୟମ  ମାନିବାକୁ ବରଗଡ଼ ଜିଲ୍ଲାପାଳ  ଜିଲ୍ଲାବାସୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବରଗଡ଼ ଜିଲ୍ଲାରୁ ୪୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୪ ଜଣ ସୁସ୍ଥ ହୋଇଥିବା ବେଳେ ୭୭ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି। ଜଣେ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି।

The post ଆଜିଠୁ ଏହି ଜିଲ୍ଲା ୩ ଦିନ ଶଟ୍‌ଡାଉନ୍‌ appeared first on Odisha Reporter.

]]>
right top 2020-08-01 07:27:56 https://cdn.odishareporter.in/wp-content/uploads/2020/07/23083837/shutdown-1.jpg
ଏହି ଜିଲ୍ଲାକୁ ତିନି ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ https://odishareporter.in/odisha/the-district-collector-announced-the-three-day-shutdown-558121 Fri, 31 Jul 2020 12:10:41 +0000 https://odishareporter.in/?p=558121

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାକୁ ତିନି ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ରୋକିବା ପାଇଁ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଏହି ଶଟ୍‌ଡାଉନ୍‌ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ଆଉ ସବୁ ଦୋକାନ ବଜାର ବନ୍ଦ ରହିବ। ପନିପରିବା […]

The post ଏହି ଜିଲ୍ଲାକୁ ତିନି ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାକୁ ତିନି ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ରୋକିବା ପାଇଁ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଏହି ଶଟ୍‌ଡାଉନ୍‌ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ଆଉ ସବୁ ଦୋକାନ ବଜାର ବନ୍ଦ ରହିବ। ପନିପରିବା ଓ ଫଳ ଦୋକାନ ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହା ସହ ବିହନ,ସାର ଓ କୃଷିଜାତ ସାମଗ୍ରୀ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଶଟ୍‌ଡାଉନ୍‌ ନିୟମକୁ ଜିଲ୍ଲାବାସୀ ମାନିବାକୁ ବରଗଡ଼ ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବରଗଡ଼ ଜିଲ୍ଲାରୁ ୪୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୪ ଜଣ ସୁସ୍ଥ ହୋଇଥିବା ବେଳେ ୭୭ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି। ଜଣେ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି।

The post ଏହି ଜିଲ୍ଲାକୁ ତିନି ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ appeared first on Odisha Reporter.

]]>
right bottom 2020-07-31 17:41:55 https://cdn.odishareporter.in/wp-content/uploads/2020/07/31172607/nnnoooo.jpg
ବରଗଡ଼ରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଅଧା ଜିଲ୍ଲା ଶଟଡାଉନ୍‌ https://odishareporter.in/odisha/mora-than-half-part-of-bargarh-shut-down-554688 Thu, 23 Jul 2020 03:27:56 +0000 https://odishareporter.in/?p=554688

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯କୁ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରାଯାଇଛି । ଗତକାଲି ରାତି ୯ଟାରୁ ୨୮ ତାରିଖ ମଙ୍ଗଳବାର ରାତି ୯ଟା ଯାଏ ଏହି କଟକଣା  ଘୋଷଣା କରାଯାଇଛି । ପୂର୍ବରୁ ୩୧ ତାରିଖ ଯାଏ ଶଟଡାଉନ୍‌ କଟକଣା ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର […]

The post ବରଗଡ଼ରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଅଧା ଜିଲ୍ଲା ଶଟଡାଉନ୍‌ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯କୁ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରାଯାଇଛି । ଗତକାଲି ରାତି ୯ଟାରୁ ୨୮ ତାରିଖ ମଙ୍ଗଳବାର ରାତି ୯ଟା ଯାଏ ଏହି କଟକଣା  ଘୋଷଣା କରାଯାଇଛି ।

ପୂର୍ବରୁ ୩୧ ତାରିଖ ଯାଏ ଶଟଡାଉନ୍‌ କଟକଣା ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଥିଲେ ବରଗଡ଼ ବ୍ୟବସାୟୀ ସଂଘ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ କଟକଣା ସମୟକୁ  ୨୮ ତାରିଖ ପର୍ଯ୍ୟନ୍ତ ହ୍ରାସ କରି ଦିଆଯାଇଛି।

ବରଗଡ଼ ସବ୍‌ଡିଭିଜନର ୬ଟି ବ୍ଲକ-ଅତାବିରା, ଭେଡେନ, ଭଟଲି, ବରଗଡ଼, ଅମ୍ବାଭୋନା, ବରପାଲି, ବରଗଡ଼ ମ୍ୟୁନିସିପାଲଟି, ଅତାବିରା ଏନ୍ଏସି, ବରପାଲି ଏନ୍ଏସି ଶଟଡାଉନ୍‌ ରହିବ । ପଦ୍ମପୁର ଉପଖଣ୍ଡର ପୁରା ସୋହେଲା ବ୍ଲକ, ବିଜେପୁର ବ୍ଲକ, ବିଜେପୁର ଏନ୍ଏସି, ପଦ୍ମପୁର ଏନ୍ଏସିରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଡାକ୍ତରଖାନା, ନର୍ସିଂହୋମ, ପେଟ୍ରୋଲ ପମ୍ପ, କ୍ଷୀର ଦୋକାନ, ଔଷଧ ଦୋକାନ, ଫଳ ଦୋକାନ, ପନିପରିବା ଓ ଗ୍ରୋସୋରି ଦୋକାନ  ଖୋଲା ରହିବ । ଏହି ସବୁ ଦୋକାନ ସକାଳ ୬ରୁ ମଧ୍ୟାହ୍ନ ଗୋଟାଏ ଯାଏ ଖୋଲା ରହିବ । ବାକି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ ବନ୍ଦ ରହିବ । ଅଗ୍ନିଶମ, ବିଦ୍ୟୁତ, ଜିଲ୍ଲାପାଳଙ୍କ ଜରୁରୀ କାଳୀନ ବିଭାଗ ଖୋଲା ରହିବ ।

The post ବରଗଡ଼ରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଅଧା ଜିଲ୍ଲା ଶଟଡାଉନ୍‌ appeared first on Odisha Reporter.

]]>
right top 2020-07-23 08:57:56 https://cdn.odishareporter.in/wp-content/uploads/2020/07/23083837/shutdown-1.jpg
ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ୪୮ ଘଣ୍ଟା ଶଟ୍‌ଡାଉନ୍‌ https://odishareporter.in/odisha/bargarh-hospital-has-been-shut-down-for-48-hours-553170 Sun, 19 Jul 2020 08:11:37 +0000 https://odishareporter.in/?p=553170

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ହସ୍ପିଟାଲର ଜଣେ ଡାକ୍ତରଙ୍କ ଠାରେ କରୋନା ଲକ୍ଷଣ ଦେବା ଯୋଗୁ ହସ୍ପିଟାଲକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଉକ୍ତ ଡାକ୍ତରଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ବୁର୍ଲା ଓ ବରଗଡ଼ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ବରଗଡ଼ରୁ ଜିଲ୍ଲାରୁ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା […]

The post ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ୪୮ ଘଣ୍ଟା ଶଟ୍‌ଡାଉନ୍‌ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ହସ୍ପିଟାଲର ଜଣେ ଡାକ୍ତରଙ୍କ ଠାରେ କରୋନା ଲକ୍ଷଣ ଦେବା ଯୋଗୁ ହସ୍ପିଟାଲକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।

ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଉକ୍ତ ଡାକ୍ତରଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ବୁର୍ଲା ଓ ବରଗଡ଼ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ବରଗଡ଼ରୁ ଜିଲ୍ଲାରୁ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ଚିକିତ୍ସାଧୀନ ଅଛନ୍ତି। ୧୭୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

The post ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ୪୮ ଘଣ୍ଟା ଶଟ୍‌ଡାଉନ୍‌ appeared first on Odisha Reporter.

]]>
right bottom 2020-07-19 13:46:34 https://cdn.odishareporter.in/wp-content/uploads/2020/07/19134240/DHH88855555555555555555.jpg
ବଳପୂର୍ବକ ରାସ୍ତାରୁ ଚାଷୀଙ୍କୁ ଉଠାଇନେଲା ପ୍ରଶାସନ https://odishareporter.in/odisha/farmers-protest-in-nh-53-in-bargarh-545952 Tue, 30 Jun 2020 15:32:44 +0000 https://odishareporter.in/?p=545952

ବରଗଡ଼(ଦୀପକ ଶର୍ମା): ମଣ୍ଡିରୁ ଉଠୁନି ଧାନ। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଆଜି ତାତିଛନ୍ତି। ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ଦାବିରେ ଚାଷୀମାନେ ଆଜି ବରଗଡ଼ ଜିଲ୍ଲା ଅତାବିଧା ମାର୍କେଟ୍‌ ୟାର୍ଡ ସମ୍ମୁଖ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା। ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ଉପରେ ଢ଼ାଳି ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଜାଣିପାରି ଚାଷୀମାନଙ୍କୁ ବଳ […]

The post ବଳପୂର୍ବକ ରାସ୍ତାରୁ ଚାଷୀଙ୍କୁ ଉଠାଇନେଲା ପ୍ରଶାସନ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ମଣ୍ଡିରୁ ଉଠୁନି ଧାନ। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଆଜି ତାତିଛନ୍ତି। ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ଦାବିରେ ଚାଷୀମାନେ ଆଜି ବରଗଡ଼ ଜିଲ୍ଲା ଅତାବିଧା ମାର୍କେଟ୍‌ ୟାର୍ଡ ସମ୍ମୁଖ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା। ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ଉପରେ ଢ଼ାଳି ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଜାଣିପାରି ଚାଷୀମାନଙ୍କୁ ବଳ ପୂର୍ବକ ଉଠାଇ ନେଇଛି।

ରବି ଋତୁରେ ସଂଗୃହୀତ ହୋଇଥିବା ଧାନ ବିକ୍ରିର ଆଜି ଥିଲେ ଶେଷ ତାରିଖ। ସେଥିପାଇଁ ଚାଷୀମାନେ ନିଜ ଉପାର୍ଜିତ ଧାନ ଧରି ଅତାବିରା ମାର୍କେଟ ୟାର୍ଡରେ ପହଞ୍ଚିଥିଲେ। ହେଲେ ସେହି ଧାନକୁ କିଣିବା ପାଇଁ କେହି ଆସିଲେନାହିଁ। ଏହାର ପ୍ରତିବାଦରେ ଚାଷୀମାନେ ଆଜି ରାସ୍ତାରୋକ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ।

ଅପରାହ୍ନରେ ବଡ଼ଗଡ଼ ଉପଜିଲ୍ଲାପାଳ ଧାରଣା ସ୍ଥଳରେ ପହଞ୍ଚି ଶ୍ରୀ ମହାନନ୍ଦଙ୍କ ସମେତ ୮ ଜଣ ଚାଷୀଙ୍କୁ ଉଠାଇ ନେଇଥିଲା। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ପୁଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରିଛି। ପରେ ପୁଲିସ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଛି। ତେବେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଧାନ ନଉଠିବା ଯାଏଁ ଆନ୍ଦୋଳନ ଚାଲିବ। ଆଗକୁ ଆନ୍ଦୋଳନ ତୀବ୍ରତର ହେବ।

The post ବଳପୂର୍ବକ ରାସ୍ତାରୁ ଚାଷୀଙ୍କୁ ଉଠାଇନେଲା ପ୍ରଶାସନ appeared first on Odisha Reporter.

]]>
centre bottom 2020-06-30 21:02:44 https://cdn.odishareporter.in/wp-content/uploads/2020/06/30210227/farmer-2.jpg
ବିଷ ପିଇ ମାଆ, ଯାଆଁଳା ପୁଅଙ୍କ ମୃତ୍ୟୁ https://odishareporter.in/odisha/mother-and-two-son-dies-after-drinking-poison-544493 Fri, 26 Jun 2020 16:43:35 +0000 https://odishareporter.in/?p=544493

ବରଗଡ଼ (ଦୀପକ ଶର୍ମା): ପାରିବାରିକ କହଳରୁ କରୁଣ ପରିଣତି। ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କରି ସ୍ତ୍ରୀ ଓ ତାଙ୍କର ଯାଆଁଳା ପୁଅ ବିଷ ପିଇଦେଇଛନ୍ତି। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ସଦର ଥାନା ଚାରପାଲି ଗାଁ ଗୋପୀନାଥ ବନ୍‌ଛୋରଙ୍କ ସହିତ ପତ୍ନୀ ଉତ୍ତରା ଓ ଦୁଇ ଯାଆଁଳା ପୁଅ(ଜଗା ଏବଂ ବଳିଆ)ଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ […]

The post ବିଷ ପିଇ ମାଆ, ଯାଆଁଳା ପୁଅଙ୍କ ମୃତ୍ୟୁ appeared first on Odisha Reporter.

]]>

ବରଗଡ଼ (ଦୀପକ ଶର୍ମା): ପାରିବାରିକ କହଳରୁ କରୁଣ ପରିଣତି। ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କରି ସ୍ତ୍ରୀ ଓ ତାଙ୍କର ଯାଆଁଳା ପୁଅ ବିଷ ପିଇଦେଇଛନ୍ତି। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ସଦର ଥାନା ଚାରପାଲି ଗାଁ ଗୋପୀନାଥ ବନ୍‌ଛୋରଙ୍କ ସହିତ ପତ୍ନୀ ଉତ୍ତରା ଓ ଦୁଇ ଯାଆଁଳା ପୁଅ(ଜଗା ଏବଂ ବଳିଆ)ଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଆ ଓ ଦୁଇ ପୁଅ ବିଲକୁ ଯାଇ ବିଷ ପିଇ ଦେଇଥିଲେ। ପରେ ସେମାନେ ସେହି ବିଲରେ ଚେତା ହରାଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ମାଆ ଉତ୍ତରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଜଗା ଓ ବଳିଆଙ୍କୁ ଚିକିତ୍ସା କରିଥିଲେ। ତେବେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।

The post ବିଷ ପିଇ ମାଆ, ଯାଆଁଳା ପୁଅଙ୍କ ମୃତ୍ୟୁ appeared first on Odisha Reporter.

]]>
centre bottom 2020-06-26 22:13:35 https://cdn.odishareporter.in/wp-content/uploads/2020/06/26221312/crime.jpg
କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆଖି ବୁଜିଲା ଶିଶୁ କନ୍ୟା https://odishareporter.in/odisha/3-yeaa-old-beby-dead-in-quarentine-centre-542698 Mon, 22 Jun 2020 07:03:47 +0000 https://odishareporter.in/?p=542698

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଏକ ତିନି ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁର ପରିବାର ଲୋକେ ତେଲେଙ୍ଗାନାରୁ ଆସି  ୧୧ ଦିନ ହେବ ଗାଇସିଲାଟ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସେମାନଙ୍କର ଆଜି ଯାଏ କରୋନା ପରୀକ୍ଷା କରାଯାଇ ନାହିଁ। ଗତକାଲି ସନ୍ଧ୍ୟାରେ ଶିଶୁଟି ଅସୁସ୍ଥ ଅନୁଭବ କରିଥିଲା। ତାକୁ ଗାଇସିଲଟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ […]

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆଖି ବୁଜିଲା ଶିଶୁ କନ୍ୟା appeared first on Odisha Reporter.

]]>

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଏକ ତିନି ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।

ମୃତ ଶିଶୁର ପରିବାର ଲୋକେ ତେଲେଙ୍ଗାନାରୁ ଆସି  ୧୧ ଦିନ ହେବ ଗାଇସିଲାଟ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସେମାନଙ୍କର ଆଜି ଯାଏ କରୋନା ପରୀକ୍ଷା କରାଯାଇ ନାହିଁ। ଗତକାଲି ସନ୍ଧ୍ୟାରେ ଶିଶୁଟି ଅସୁସ୍ଥ ଅନୁଭବ କରିଥିଲା। ତାକୁ ଗାଇସିଲଟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିବା ସରପଞ୍ଚ କହିଛନ୍ତି। କେଉଁ କାରଣରୁ ଶିଶୁଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ।

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆଖି ବୁଜିଲା ଶିଶୁ କନ୍ୟା appeared first on Odisha Reporter.

]]>
right bottom 2020-06-22 12:33:47 https://cdn.odishareporter.in/wp-content/uploads/2020/06/22121731/baragarh-55000.jpg
ଘରେ ନିଆଁ ଲାଗି ବାପା, ମାଆ ସହ ୨ ବର୍ଷର ପୁଅ ଗୁରୁତର https://odishareporter.in/odisha/three-injured-in-fire-mishap-in-bargarh-540381 Mon, 15 Jun 2020 09:11:00 +0000 https://odishareporter.in/?p=540381

ପଦ୍ମପୁର (ସୋମେଶ ମହାନ୍ତି): ଘରେ ନିଆଁ ଲାଗି ବାପା, ମାଆ ସହ ୨ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ଏ ଘଟଣା ବରଗଡ଼ ଜିଲ୍ଲା ଦହିଗା ପଞ୍ଚାୟତ ଅନ୍ତର୍ଗତ ଅନ୍ତୁର୍ଲା ଗାଁରେ ଘଟିଛି। ଆହତ ସୁନୀଲ ଦେହେରି, ତାଙ୍କ ସ୍ତ୍ରୀ ଯାଜ୍ଞସିନୀ ଓ ପୁଅ ଚିନ୍ମୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ସର୍ଟ ସର୍କିଟ ଯୋଗୁ ସୁନୀଲଙ୍କ ଘରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। କେହି ଘରୁ ବାହାରି […]

The post ଘରେ ନିଆଁ ଲାଗି ବାପା, ମାଆ ସହ ୨ ବର୍ଷର ପୁଅ ଗୁରୁତର appeared first on Odisha Reporter.

]]>

ପଦ୍ମପୁର (ସୋମେଶ ମହାନ୍ତି): ଘରେ ନିଆଁ ଲାଗି ବାପା, ମାଆ ସହ ୨ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ଏ ଘଟଣା ବରଗଡ଼ ଜିଲ୍ଲା ଦହିଗା ପଞ୍ଚାୟତ ଅନ୍ତର୍ଗତ ଅନ୍ତୁର୍ଲା ଗାଁରେ ଘଟିଛି। ଆହତ ସୁନୀଲ ଦେହେରି, ତାଙ୍କ ସ୍ତ୍ରୀ ଯାଜ୍ଞସିନୀ ଓ ପୁଅ ଚିନ୍ମୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ସର୍ଟ ସର୍କିଟ ଯୋଗୁ ସୁନୀଲଙ୍କ ଘରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। କେହି ଘରୁ ବାହାରି ପାରି ନ ଥିଲେ। ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସୁନୀଲ, ତାଙ୍କ ସ୍ତ୍ରୀ ଓ ପୁଅକୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକତ୍ସା ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ିଯାଇଛି।

The post ଘରେ ନିଆଁ ଲାଗି ବାପା, ମାଆ ସହ ୨ ବର୍ଷର ପୁଅ ଗୁରୁତର appeared first on Odisha Reporter.

]]>
right bottom 2020-06-15 14:44:10 https://cdn.odishareporter.in/wp-content/uploads/2020/06/15143510/888888888000000000000.jpg
ତାମିଲନାଡ଼ୁରେ ପ୍ରେମ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାହାଘର https://odishareporter.in/odisha/love-birds-tie-knot-in-quarentine-centre-536549 Fri, 05 Jun 2020 04:24:57 +0000 https://odishareporter.in/?p=536549

ବରଗଡ଼(ଦୀପକ ଶର୍ମା): ନା ବନ୍ଧା ହୋଇଥିଲା ବେଦୀ ନା ଥିଲା ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମାତ୍ର ହାତ ଗଣତି କିଛି ଲୋକଙ୍କ ଉପସ୍ଥିତିରେ ଖୋଲା ଆକାଶ ତଳେ ପରସ୍ପରର ଜୀବନସାଥୀ ହେଲେ ପ୍ରେମୀ ଯୁଗଳ। ସୁଦୂର ତାମିଲନାଡ଼ୁରେ ଯେଉଁ ପ୍ରେମ ଆରମ୍ଭ ହୋଇଥିଲା, ତାହା ସଫଳ ରୂପାୟନ ନେଲା ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ କୁମ୍ଭାରୀ ହାଇସ୍କୁଲ୍‌ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବା ସଙ୍ଗରୋଧ କେନ୍ଦ୍ରରେ। ଯୁବକଙ୍କ ଘର ସେହି କୁମ୍ଭାରୀ ଗାଁରେ ହୋଇଥିବା ବେଳେ […]

The post ତାମିଲନାଡ଼ୁରେ ପ୍ରେମ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାହାଘର appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ନା ବନ୍ଧା ହୋଇଥିଲା ବେଦୀ ନା ଥିଲା ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମାତ୍ର ହାତ ଗଣତି କିଛି ଲୋକଙ୍କ ଉପସ୍ଥିତିରେ ଖୋଲା ଆକାଶ ତଳେ ପରସ୍ପରର ଜୀବନସାଥୀ ହେଲେ ପ୍ରେମୀ ଯୁଗଳ। ସୁଦୂର ତାମିଲନାଡ଼ୁରେ ଯେଉଁ ପ୍ରେମ ଆରମ୍ଭ ହୋଇଥିଲା, ତାହା ସଫଳ ରୂପାୟନ ନେଲା ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ କୁମ୍ଭାରୀ ହାଇସ୍କୁଲ୍‌ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବା ସଙ୍ଗରୋଧ କେନ୍ଦ୍ରରେ।

ଯୁବକଙ୍କ ଘର ସେହି କୁମ୍ଭାରୀ ଗାଁରେ ହୋଇଥିବା ବେଳେ ଯୁବତୀ ଜଣଙ୍କ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳର। ୬ ମାସ ପୂର୍ବେ ଉଭୟ କାମ କରିବାକୁ ତାମିଲନାଡ଼ୁ ଯାଇଥିବା ବେଳେ ସେଠାରେ ମନ ଦିଆନିଆ ହୋଇଥିଲେ। ବାହା ହେବାକୁ ସେମାନେ ପରସ୍ପରକୁ କଥା ମଧ୍ୟ ଦେଇଥିଲେ। ହେଲେ ମଝିରେ ପାଚେରି ହୋଇ ଛିଡ଼ା ହେଲା କରୋନା। ଲକ୍‌ଡାଉନ୍‌ ଆରମ୍ଭ ହୋଇଯିବାରୁ କାମ ନ ପାଇ ଗତ ମାସରେ ଉଭୟ ନିଜ ନିଜ ଗାଁକୁ ଫେରି ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।

ଫେରିବାର କିଛି ଦିନ ପରେ ପ୍ରେମିକଙ୍କୁ ଟିକେ ଦେଖିବା ପାଇଁ ଯୁବତୀ ଜଣଙ୍କ ଝାରସୁଗୁଡ଼ାରୁ ଆସି କୁମ୍ଭାରୀ ଗାଁରେ ଥିବା ସଙ୍ଗରୋଧ କେନ୍ଦ୍ର ନିକଟରେ ପହଞ୍ଚିଗଲେ। ଏହା ଜାଣି ପ୍ରେମିକଙ୍କର ଖୁସି ବନ୍ଧବାଡ଼ ମାନିଲା ନାହିଁ। ଆଖି ପିଛୁଳାକେ ସେ ପାଚେରି ଡେଇଁ ସେଠାରେ ହାଜର ହୋଇଗଲେ। ହେଲେ ଗ୍ରାମବାସୀଙ୍କ ନଜରରୁ ବର୍ତ୍ତି ପାରି ନ ଥିଲେ ଏହି ଦୁଇ ପ୍ରେମ ପକ୍ଷୀ। ସେମାନଙ୍କୁ ପଚରାଉଚରା କରିବାରୁ ପରସ୍ପରକୁ ମନ ଦେଇ ସାରିଥିବା ଓ ଏବେ ଜୀବନସାଥୀ ହେବାକୁ ଚାହୁଁଥିବା ଜଣାଇଥିଲେ। ଏହାପରେ ଉଭୟଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇ ଏ ବିଷୟରେ ଅବଗତ କରାଯାଇଥିଲା। ଏହାପରେ ସେହି ସଙ୍ଗରୋଧ କେନ୍ଦ୍ରରେ ସଂପୂର୍ଣ୍ଣ ନିରାଡ଼ମ୍ବର ଭାବେ  ସେମାନଙ୍କ ବିବାହ ସମ୍ପନ୍ନ କରାଯାଇଥିଲା।

The post ତାମିଲନାଡ଼ୁରେ ପ୍ରେମ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାହାଘର appeared first on Odisha Reporter.

]]>
centre bottom 2020-06-05 10:03:46 https://cdn.odishareporter.in/wp-content/uploads/2020/06/05092004/Indian-wedding.jpg
ବରଗଡ଼ରେ ଚିହ୍ନଟ ହେଲେ ୬ କରୋନା ଆକ୍ରାନ୍ତ https://odishareporter.in/odisha/6-new-corona-cases-identified-in-bargarh-534481 Sat, 30 May 2020 03:20:15 +0000 https://odishareporter.in/?p=534481

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ ଯୋଗେ ବରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଏହି ୬ ଜଣଙ୍କ ମଧ୍ୟରୁ ଭେଡେନ ବ୍ଲକରୁ ୪ ଓ ଭଟଲି ବ୍ଲକରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଫଳରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।   @CMO_Odisha @HFWOdisha @SRC_Odisha […]

The post ବରଗଡ଼ରେ ଚିହ୍ନଟ ହେଲେ ୬ କରୋନା ଆକ୍ରାନ୍ତ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ ଯୋଗେ ବରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ଏହି ୬ ଜଣଙ୍କ ମଧ୍ୟରୁ ଭେଡେନ ବ୍ଲକରୁ ୪ ଓ ଭଟଲି ବ୍ଲକରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଫଳରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

ଏହି ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ ଆଉ ଗୋଟିଏ ଲୋକାଲ କେସ୍‌ ବୋଲି ଜଣାଯାଇଛି। ପୂର୍ବରୁ ବରଗଡ଼ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଏବେ ଚିକିତ୍ସାଧୀନ ଥିବା ଜଣାଯାଇଛି।

The post ବରଗଡ଼ରେ ଚିହ୍ନଟ ହେଲେ ୬ କରୋନା ଆକ୍ରାନ୍ତ appeared first on Odisha Reporter.

]]>
right top 2020-05-30 08:56:54 https://cdn.odishareporter.in/wp-content/uploads/2020/05/08132512/5555.jpg
ବରଗଡ଼ରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ https://odishareporter.in/odisha/one-more-positive-case-found-in-bargarh-533642 Thu, 28 May 2020 02:49:10 +0000 https://odishareporter.in/?p=533642

ବରଗଡ଼(ଦୀପକ ଶର୍ମା): ବରଗଡ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଜଣଙ୍କ ବରପାଲି ବ୍ଲକର ବୋଲି ବରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିଲେ ।  ପୂର୍ବରୁ ବରଗଡ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି  ସଂଖ୍ୟା ୨ରେ ପହଞ୍ଚିଛି। ବରଗଡ଼ ଜିଲ୍ଲାକୁ ଏ ପର୍ଯ୍ୟନ୍ତ ୬ […]

The post ବରଗଡ଼ରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ବରଗଡ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଜଣଙ୍କ ବରପାଲି ବ୍ଲକର ବୋଲି ବରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିଲେ ।  ପୂର୍ବରୁ ବରଗଡ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି  ସଂଖ୍ୟା ୨ରେ ପହଞ୍ଚିଛି।

ବରଗଡ଼ ଜିଲ୍ଲାକୁ ଏ ପର୍ଯ୍ୟନ୍ତ ୬ ହଜାର ପ୍ରବାସୀ ବାହାର ରାଜ୍ୟରୁ ଆସିଲେଣି। ଆହୁରି ୨୯ ହଜାର ପ୍ରବାସୀ ଆସିବା ନିମନ୍ତେ ରେଜିଷ୍ଟ୍ରେଶନ କରିଛନ୍ତି। ତେଣୁ  ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭୫ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।  ୮୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କରୋନା ଯୋଗୁ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

 

The post ବରଗଡ଼ରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ appeared first on Odisha Reporter.

]]>
centre top 2020-05-28 09:32:51 https://cdn.odishareporter.in/wp-content/uploads/2020/05/12110758/coronavirus-1-1.jpg
ଓଟିଭି ନାଁରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ କରି ୨ ଅଟକ https://odishareporter.in/odisha/2-detained-by-police-523862 Sat, 02 May 2020 09:19:25 +0000 https://odishareporter.in/?p=523862

ବରଗଡ଼(ଦୀପକ ଶର୍ମା): ଓଟିଭି ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ ଛାଡ଼ିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ପୁଲିସ୍ ଅଟକ ରଖିଛି। ଉଭୟଙ୍କ ଘର ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ।  ସେମାନଙ୍କୁ ପୁଲିସ ବୋଡେନ୍‌ ଅଞ୍ଚଳରୁ ଧରିଥିଲା। ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଓଟିଭି  ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ oyo ସୁଶାନ୍ତ ନାମକ ଫେସ୍‌ବୁକ୍‌ […]

The post ଓଟିଭି ନାଁରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ କରି ୨ ଅଟକ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ଓଟିଭି ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ ଛାଡ଼ିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ପୁଲିସ୍ ଅଟକ ରଖିଛି। ଉଭୟଙ୍କ ଘର ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ।  ସେମାନଙ୍କୁ ପୁଲିସ ବୋଡେନ୍‌ ଅଞ୍ଚଳରୁ ଧରିଥିଲା।

ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଓଟିଭି  ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ oyo ସୁଶାନ୍ତ ନାମକ ଫେସ୍‌ବୁକ୍‌ ଆଇଡି ଏବଂ ହ୍ୱାଟସ୍‌ ଆପରେ ପୋଷ୍ଟ କରାଯାଇଥିଲା। ଏନେଇ  ଓଟିଭିର ପଦ୍ମପୁର ପ୍ରତିନିଧି ସୋମେଶ ମହାନ୍ତି ଆଜି ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ୍‌ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ ଓଟିଭି ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଫେକ୍ ନ୍ୟୁଜ୍‌ ଭାଇରାଲ କରିଥିବା ମାମଲାରେ ଗତକାଲି ହିମାଂଶୁ ବରାଳ ନାମକ ଜଣେ ବ୍ୟକ୍ତିଙ୍କୁ ଯାଜପୁର  ପୁଲିସ୍‌ ଗିରଫ କରିଥିଲା। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍‌ କରି ସୂଚନା ଦେଇଥିଲେ।  ଅଭିଯୁକ୍ତଙ୍କ ନାଁ ଦଫା  ୧୮୮, ୨୬୯, ୨୭୦, ୫୦୫ ବିରେ ମାମଲା ରୁଜୁ କରାଯାଇଛି। ଏହାସହ ୩୪ ଆଇପିସି, ୩ ଇଡି ଆକ୍ଟ, ୫୪ ଡିଏମ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି।

 

 

The post ଓଟିଭି ନାଁରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ କରି ୨ ଅଟକ appeared first on Odisha Reporter.

]]>
right bottom 2020-05-02 14:49:25 https://cdn.odishareporter.in/wp-content/uploads/2020/05/02143059/baragarh-5500000.jpg
ଠିକା ଶ୍ରମିକଙ୍କ ୭ ଦିନର ଦରମା କାଟିଲା ଏସିସି ସିମେଣ୍ଟ https://odishareporter.in/odisha/acc-cement-deduct-salary-of-labourers-during-lock-down-518354 Fri, 17 Apr 2020 09:25:08 +0000 https://odishareporter.in/?p=518354

ବରଗଡ଼(ଦୀପକ ଶର୍ମା): କରୋନା ସଂକ୍ରମଣକୁ ରୋକିବା ପାଇଁ  ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଏହି ସମୟରେ ଗରିବ, ଖଟିଖିଆ ଓ ଶ୍ରମିକମାନଙ୍କୁ ରନ୍ଧା ଖାଦ୍ୟ ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ  ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ  କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ତଡ଼ି ପାରବ ନାହିଁ,  କି ଦରମା କାଟି ପାରିବ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି। ତେବେ ଏହି ନିୟମକୁ ଉଲ୍ଲଂଘନ କରି ଠିକା ଶ୍ରମିକଙ୍କ ୭ […]

The post ଠିକା ଶ୍ରମିକଙ୍କ ୭ ଦିନର ଦରମା କାଟିଲା ଏସିସି ସିମେଣ୍ଟ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): କରୋନା ସଂକ୍ରମଣକୁ ରୋକିବା ପାଇଁ  ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଏହି ସମୟରେ ଗରିବ, ଖଟିଖିଆ ଓ ଶ୍ରମିକମାନଙ୍କୁ ରନ୍ଧା ଖାଦ୍ୟ ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ  ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ  କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ତଡ଼ି ପାରବ ନାହିଁ,  କି ଦରମା କାଟି ପାରିବ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି।

ତେବେ ଏହି ନିୟମକୁ ଉଲ୍ଲଂଘନ କରି ଠିକା ଶ୍ରମିକଙ୍କ ୭ ଦିନର ଦରମା କାଟିଛି ବରଗଡ଼ ଏ.ସି.ସି ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ।

ସୂଚନାଅନୁସାରେ, ଲକ୍‌ଡାଉନ୍‌ ଯୋଗୁ ଏହି  ଠିକା ଶ୍ରମିକମାନେ ମାର୍ଚ୍ଚ ୨୫ ତାରିଖଠାରୁ କାରଖାନାକୁ କାର୍ଯ୍ୟ କରିବାକୁ ଯାଇପାରି ନଥିଲେ। ଫଳରେ  ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ଦରମା କାଟି ଦେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଏନେଇ ଶ୍ରମିକନେତା ଦେବବ୍ରତ ମିଶ୍ରଙ୍କ ନେତୃତ୍ୱରେ ବହୁ ଶ୍ରମିକ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଆଜି ଅଭିଯୋଗ କରିଛନ୍ତି।  ଏହି ଘଟଣାର ତଦନ୍ତ କରାଯାଇ  ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ  ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି।

The post ଠିକା ଶ୍ରମିକଙ୍କ ୭ ଦିନର ଦରମା କାଟିଲା ଏସିସି ସିମେଣ୍ଟ appeared first on Odisha Reporter.

]]>
right bottom 2020-04-17 14:55:08 https://cdn.odishareporter.in/wp-content/uploads/2020/04/17143956/baragarh-5500.jpg
ଲକ୍‌ଡାଉନ୍‌ରେ ବି ମଦ କାରବାର କରୁଥିଲେ, ୨୮ ଲକ୍ଷ ଟଙ୍କା ଜବତ https://odishareporter.in/odisha/illegal-liqoor-seize-in-baragh-514595 Mon, 06 Apr 2020 12:44:40 +0000 https://odishareporter.in/?p=514595

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ରେ ନକଲି ମଦ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କଲା ବରଗଡ଼ ପୁଲିସ। ସେମାନଙ୍କଠାରୁ ମଦ, ସରକାରୀ ଷ୍ଟିକର୍, ଠିପି ସହ ନଗଦ ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାର ରାଜ୍ୟର ଅବିନାଶ ଗୁପ୍ତା ଏବଂ ଝାରଖଣ୍ଡର ଶତ୍ରୁଘ୍ନ ଗୁପ୍ତା । ଅବିନାଶ ବରଗଡ଼ ସହର ଉପକଣ୍ଠ ମାତୃ ବିହାର ନିକଟରେ ରହି ଏହି ନକଲି ମଦ […]

The post ଲକ୍‌ଡାଉନ୍‌ରେ ବି ମଦ କାରବାର କରୁଥିଲେ, ୨୮ ଲକ୍ଷ ଟଙ୍କା ଜବତ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ରେ ନକଲି ମଦ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କଲା ବରଗଡ଼ ପୁଲିସ। ସେମାନଙ୍କଠାରୁ ମଦ, ସରକାରୀ ଷ୍ଟିକର୍, ଠିପି ସହ ନଗଦ ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାର ରାଜ୍ୟର ଅବିନାଶ ଗୁପ୍ତା ଏବଂ ଝାରଖଣ୍ଡର ଶତ୍ରୁଘ୍ନ ଗୁପ୍ତା । ଅବିନାଶ ବରଗଡ଼ ସହର ଉପକଣ୍ଠ ମାତୃ ବିହାର ନିକଟରେ ରହି ଏହି ନକଲି ମଦ କାରବାର ଚଳାଇ ଆସୁଥିଲା ବୋଲି ପୁଲିସ ସୂଚନା ଦେଇଛି।

ଦୀର୍ଘ ଦିନ ହେଲା, ମଦ ବୋତଲ ଗୁଡ଼ିକରେ ନକଲି ମଦ ଭର୍ତ୍ତି କରି ସେଥିରେ ଠିପି ସହ ସିଲ୍ କରି ସରକାରୀ ଷ୍ଟିକର୍ ଲଗାଇ ଏମାନେ ବିକ୍ରି କରି ଆସୁଥିଲେ । ପୁଲିସ ଉଭୟଙ୍କୁ ଗିରଫ କରି ଟାଉନ ଥାନାରେ ମାମଲା ରୁଜୁ କରିଥିବା ଏସପି ସୂଚନା ଦେଇଛନ୍ତି ।

The post ଲକ୍‌ଡାଉନ୍‌ରେ ବି ମଦ କାରବାର କରୁଥିଲେ, ୨୮ ଲକ୍ଷ ଟଙ୍କା ଜବତ appeared first on Odisha Reporter.

]]>
2020-04-06 18:14:40 https://cdn.odishareporter.in/wp-content/uploads/2020/04/06181404/700.jpg
ତିନି ଜଣଙ୍କୁ ଦଳି ଦେଲା ଦନ୍ତା https://odishareporter.in/odisha/elephant-killed-3-person-514261 Mon, 06 Apr 2020 02:57:10 +0000 https://odishareporter.in/?p=514261

ପଦ୍ମପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ପଦ୍ମପୁର ସହର ରଜାପଡାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।  ଦନ୍ତା ଆକ୍ରମଣରେ ଆଜି ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ୭୫ ବର୍ଷୀୟ  ଦ୍ୱାରିକାନାଥ ପାଣ୍ଡେ , ତାଙ୍କ ବଡ଼ ପୁଅ ମଲ୍ଲାଇ ପାଣ୍ଡେ ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ। ଆଜି ଭୋରରୁ ମଲ୍ଲାଇ ଓ ଚିଣ୍ଟୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ  ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ସେଠାରେ ସେମାନଙ୍କୁ ଦନ୍ତା ଦଳି […]

The post ତିନି ଜଣଙ୍କୁ ଦଳି ଦେଲା ଦନ୍ତା appeared first on Odisha Reporter.

]]>

ପଦ୍ମପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ପଦ୍ମପୁର ସହର ରଜାପଡାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।  ଦନ୍ତା ଆକ୍ରମଣରେ ଆଜି ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ୭୫ ବର୍ଷୀୟ  ଦ୍ୱାରିକାନାଥ ପାଣ୍ଡେ , ତାଙ୍କ ବଡ଼ ପୁଅ ମଲ୍ଲାଇ ପାଣ୍ଡେ ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ।

ଆଜି ଭୋରରୁ ମଲ୍ଲାଇ ଓ ଚିଣ୍ଟୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ  ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ସେଠାରେ ସେମାନଙ୍କୁ ଦନ୍ତା ଦଳି ଦେଇଥିଲେ।

କିଛି ସମୟ ପରେ ଦନ୍ତାଟି ଦ୍ୱାରିକାନାଥ ଶୋଇଥିବା ବେଳେ ଘରେ ପଶି ତାଙ୍କୁ ଦଳି ଦେଇଥିଲା। ହାତୀକୁ କାବୁ କରିବାକୁ ପଦ୍ମପୁର ବନ ବିଭାଗ ପ୍ରୟାସ ଜାରି ରଖିଛି।

The post ତିନି ଜଣଙ୍କୁ ଦଳି ଦେଲା ଦନ୍ତା appeared first on Odisha Reporter.

]]>
right bottom 2020-04-06 09:58:40 https://cdn.odishareporter.in/wp-content/uploads/2020/04/06082631/99999999.jpg