ବୌଦ୍ଧ – Odisha Reporter https://odishareporter.in Mon, 12 Jul 2021 10:39:04 +0000 en-US hourly 1 ମାଓବାଦୀ ଗୁଳି ମାରିଛନ୍ତି ଶୁଣି ଡରିଯାଇଥିଲେ, ତଥାପି ସାହସ ବାନ୍ଧି ଆଗକୁ ବଢ଼ିଲେ ଡାକ୍ତର https://odishareporter.in/odisha/boudh/he-was-frightened-to-hear-that-the-maoists-had-been-shot-but-the-doctor-moved-forward-with-courage-658279 Mon, 12 Jul 2021 10:39:04 +0000 https://odishareporter.in/?p=658279

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) ଆଗରୁ ହସ୍ପିଟାଲର ଚାରିକାନ୍ଥ ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଜଙ୍ଗଲ ଭିତରେ  ମାଓ ଉପଦୃତ ଅଞ୍ଚଳରେ କେବେ ଚିକିତ୍ସା ଯୋଗାଇବାକୁ ପଡିବ ବୋଲି ଭାବି ନଥିଲେ। କିନ୍ତୁ ହଠାତ ଡାକରା ଆସିଲା ଡାକ୍ତରଙ୍କୁ । ଜଙ୍ଗଲ ଭିତରକୁ ଚିକିତ୍ସା ପାଇଁ ଯିବାକୁ ହେବ। ଦୁଇଜଣ ଯବାନ ମାଓବାଦୀ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଆବଶ୍ୟକ। ଭୟ ଥିଲେ ବି କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ ପାଲଟିଯାଇଥିଲା। ଆଉ କାଳ […]

The post ମାଓବାଦୀ ଗୁଳି ମାରିଛନ୍ତି ଶୁଣି ଡରିଯାଇଥିଲେ, ତଥାପି ସାହସ ବାନ୍ଧି ଆଗକୁ ବଢ଼ିଲେ ଡାକ୍ତର appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) ଆଗରୁ ହସ୍ପିଟାଲର ଚାରିକାନ୍ଥ ଭିତରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଜଙ୍ଗଲ ଭିତରେ  ମାଓ ଉପଦୃତ ଅଞ୍ଚଳରେ କେବେ ଚିକିତ୍ସା ଯୋଗାଇବାକୁ ପଡିବ ବୋଲି ଭାବି ନଥିଲେ। କିନ୍ତୁ ହଠାତ ଡାକରା ଆସିଲା ଡାକ୍ତରଙ୍କୁ । ଜଙ୍ଗଲ ଭିତରକୁ ଚିକିତ୍ସା ପାଇଁ ଯିବାକୁ ହେବ। ଦୁଇଜଣ ଯବାନ ମାଓବାଦୀ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଆବଶ୍ୟକ। ଭୟ ଥିଲେ ବି କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ ପାଲଟିଯାଇଥିଲା। ଆଉ କାଳ ବିଳମ୍ବ ନକରି  ମାଓବାଦୀ ଘେରି ରହିଥିବା ଜଙ୍ଗଲକୁ ବାହାରି ପଡ଼ିଥିଲେ। ସେ ହେଉଛନ୍ତି ଶନିବାର ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିବା ଓ ରାଜ୍ୟ ପୁଲିସ ମୁଖିଆଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କଣ୍ଟାମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜଗଦୀଶ ସେଠୀ। ଶନିବାର ଘଟଣା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା  ସେ ବିଷୟରେ ଡାକ୍ତର ସେଠୀ ନିଜ ଅନୁଭୂତି ବଖାଣିଛନ୍ତି।

ଶନିବାର ସକାଳ ୮ ଟା।  କଣ୍ଟାମାଲ ଥାନାରୁ ଖବର ଆସିଲା। ମାଓବାଦୀଙ୍କ ଆକ୍ରମଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଆବଶ୍ୟକ। ଥାନାରୁ ଖବର ପାଇ ଡାକ୍ତର ସେଠୀ ତାଙ୍କ ମେଡିକାଲ ଟିମକୁ ନେଇ ଘଣ୍ଟାପଡା ଅଭିମୁଖେ ବାହାରିଥିଲେ। ଘଣ୍ଟାପଡା ପହଁଚିବା ପରେ ସେଠାରେ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସରେ ଡାକ୍ତର ଓ ତାଙ୍କ ଟିମ ସହ ସୁରକ୍ଷାକର୍ମୀ ଉମା ଜଙ୍ଗଲ ଆଡକୁ ଯାଇଥିଲେ। କିଛି ବାଟ ଯିବା ପରେ ଆଗକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିଲା। ସେଠାରେ ଆମ୍ବୁଲାନ୍ସ ରଖି ସୁରକ୍ଷାକର୍ମୀଙ୍କ ସହ ଚାଲି ଚାଲି ଜଙ୍ଗଲ ଭିତରକୁ ଚାଲିଲେ।

ରାସ୍ତାରେ ଖବର ମିଳିଲା କେନ୍ଦ୍ରୀୟ ରିଜର୍ଭ ଫୋର୍ସର ସୁରକ୍ଷାକର୍ମୀ ଆହତ ଯବାନଙ୍କୁ ବାଇକ ଓ ଷ୍ଟ୍ରେଚରରେ ଆଣୁଛନ୍ତି। ରାସ୍ତାରେ ଅପେକ୍ଷା କରିବା ସହ ଆହତ ଯବାନ ପହଁଚିବା ପରେ ସେମାନଙ୍କୁ ଆମ୍ବୁଲାନ୍ସକୁ ଆଣିଥିଲେ। ଜଣେ ଯବାନଙ୍କ ଛାତି ଓ ଅନ୍ୟ ଜଣେ ଯବାନଙ୍କ ଆଖି ପାଖରେ ଗୁଳି ବାଜିଥିଲା। ରକ୍ତସ୍ରାବ ଯୋଗୁ ସେମାନେ ନିଃଶ୍ଵାସ ନେବାରେ ଅସୁବିଧା ହେଉଥିଲା ଓ ଦୁର୍ବଳ ଅନୁଭବ କରୁଥିଲେ। ଆମ୍ବୁଲାନ୍ସ ଭିତରେ ପ୍ରାଥମିକ ଚିକିତ୍ସା ଦେଇ ଘଣ୍ଟାପଡା ଅଭିମୁଖେ ଆଣିଥିଲେ।  ଆମ୍ବୁଲାନ୍ସ ପହଁଚିବା ବେଳକୁ ଘଣ୍ଟାପଡା ହାଇସ୍କୁଲ ପଡ଼ିଆରେ ଡିଜି ଅଭୟ ଓ ଆଇଜି(ଅପରେସନ) ଅମିତାଭ ଠାକୁର ହେଲିକପ୍ଟର ସହ ଅପେକ୍ଷା କରିଥିଲେ। ବୌଦ୍ଧରେ ଦୁଇ ଯବାନ ଆହତ ଖବର ପାଇ ସେମାନେ ନିଜ କୋରାପୁଟ ଗସ୍ତ ବାତିଲ କରି ଘଣ୍ଟାପଡା ପହଞ୍ଚିଥିଲେ। ଘଟଣାର ଅନୁଧ୍ୟାନ କରିବା ସହିତ ସେଠାରେ ଗୁରୁତର ଦୁଇ ଯବାନଙ୍କୁ ହେଲିକେପ୍ଟରରେ ଧରି ଡିଜିପି ଅଭୟ ଓ ସେ ମଧ୍ୟ ଭୂବନେଶ୍ୱର ଏମ୍ସକୁ ଯାଇଥିଲେ ବୋଲି ଡାକ୍ତର ସେଠୀ କହିଛନ୍ତି। ଆଜି ଉଭୟ ଯବାନଙ୍କ ଖବର ନେଇଥିଲେ, ଉଭୟଙ୍କ ସ୍ଵସ୍ଥବସ୍ଥାରେ ଉନ୍ନତି ହେଉଥିବା ସେ କହିଛନ୍ତି। ଡାକ୍ତରଙ୍କ ଏହି ଉଦ୍ୟମ ଓ ତ୍ୱରିତ ପଦକ୍ଷେପ ପାଇଁ ରାଜ୍ୟ ପୁଲିସ ମୁଖିଆ ବହୁ ପ୍ରଶଂସା କରିଛନ୍ତି।

The post ମାଓବାଦୀ ଗୁଳି ମାରିଛନ୍ତି ଶୁଣି ଡରିଯାଇଥିଲେ, ତଥାପି ସାହସ ବାନ୍ଧି ଆଗକୁ ବଢ଼ିଲେ ଡାକ୍ତର appeared first on Odisha Reporter.

]]>
right top 2021-07-12 16:09:04 https://cdn.odishareporter.in/wp-content/uploads/2021/07/12160616/70-2.jpg
ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର https://odishareporter.in/odisha/boudh/the-musician-is-in-crisis-657839 Sat, 10 Jul 2021 10:14:53 +0000 https://odishareporter.in/?p=657839

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲୋକକଳା ଓ ଲୋକସଂସ୍କୃତି ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର, ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା। ଲକଡାଉନ ସଟ ଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବିକ୍ରି ହେଉନ ଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର। ସେପଟେ ସରକାରୀ […]

The post ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲୋକକଳା ଓ ଲୋକସଂସ୍କୃତି ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର, ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା। ଲକଡାଉନ ସଟ ଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବିକ୍ରି ହେଉନ ଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

ସେପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ ମୃଦଙ୍ଗ କାରୀଗରମାନଙ୍କର  କୌଳିକ ବୃତ୍ତି  ଧିରେଧିରେ ଲୋପ ପାଇବାକୁ ଯାଉଛି । ହେଲେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ କିଛି ମୃଦଙ୍ଗ କାରିଗରର ପରିବାର ଏଇ ବୃତି ବଂଚାଇ ରଖିଛନ୍ତି । ଢୋଲ, ନିଶାନ, ତାସା, ମୃଦଙ୍ଗ ପରି ବିଭିନ୍ନ କିସମର ବାଦ୍ୟ ପ୍ରସ୍ତୁତି କରୁଛନ୍ତି କାରୀଗରମାନେ । ସକାଳୁ ସଂଞ୍ଜଯାଏ ସପରିବାର ଏଇ କାମରେ ଲାଗିପଡନ୍ତି । ବାହାରୁ ମାଟିରୁ ପ୍ରସ୍ତୁତ ଝାଂଜ ଆଣି ତାଉପରେ ଚମଡାକୁ କାଟି ଏଇ ସବୁ ବାଦ୍ୟଯନ୍ତ ପ୍ରସ୍ତୁତି କରାଯାଏ । ଦିନକୁ ଦିନ ଚମଡା ମିଳୁନଥିବା ବାହାର ବଜାରରୁ ଚମଡା କିଣି ସେମାନେ ବାଦ୍ୟ ଯନ୍ତ ତିଆରି କରୁଛନ୍ତି ।ହେଲେ ଗତ ଦୁଇ ବର୍ଷ କରୋନା ଯୋଗୁଁ ମେଳା ମହୋତ୍ସବ, ନାମ ସଂକୀର୍ତ୍ତନ, ବନ୍ଦ ହେବା ଫଳରେ ଏହି ବାଦ୍ୟ ସବୁ ଆଉ କଳାକାରମାନେ କିଣୁ ନାହାନ୍ତି। ଫଳରେ ଏହା ସବୁ ତିଆରି ହୋଇ ଘରେ ବିକ୍ରି ନ ହୋଇ ପଡିଛି। ଗୋଟିଏ  ବାଦ୍ୟଯନ୍ତ୍ର ତିଆରି କରିବାକୁ ୫ ରୁ ୭ ଦିନ ସମୟ ଲାଗୁଥିବାବେଳେ ପରିଶ୍ରମ ତୁଳନାରେ ଆବଶ୍ୟକ ଅର୍ଥ ମିଳୁନଥିବା କାରୀଗରମାଲେ କହିଛନ୍ତିା ସେହିପରି କୋରନାରେ ମୃଦଙ୍ଗ କାରିଗର ମାନଙ୍କ ବେପାର ବନ୍ଦ ହୋଇଯାଇଛି ।

ମୃଦଙ୍ଗ କାରୀଗରମାନଙ୍କ ପାଇଁ ଲୋକକଳା ,ଲୋକସଂସ୍କୃତି, ଲୋକବାଦ୍ୟ  ବଂଚିପାରିଛି । ହେଲେ ସେହି ବାଦ୍ୟର କାରୀଗରମାନଙ୍କୁ ସେମାନଙ୍କୁ କୌଣସି ପ୍ରେତ୍ସାହନ ସୁବିଧା ସୁଯୋଗ କିମ୍ବା ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉନାହିଁ । ଯାହା ଫଳରେ କେଉଁ ବାପଅଜା ଅମକ୍ଷରୁ କରିଆସୁଥିବା ଏଇ କୌଳିକ ବୃତ୍ତି  ଦିନକି ଦିନ ପ୍ରେତ୍ସାହନ ଅଭାବରୁ ହଜିଯିବାକୁ ବସିଲାଣି।

ଲୋକ ସଂସ୍କୃତିକୁ ବଂଚାଇବା ଉଦେଶ୍ୟରେ କାମ କରୁଥିବା ଏହି ଲୋକ ବାଦ୍ୟ କାରିଗରମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦିଆଗଲେ ସେମାନେ ଆଗକୁ ଆହୁରି ଉତ୍ସାହିତ ହେବାସହ ସେମାନଙ୍କ କୌଳିକ ବୃତ୍ତି ବଂଚିପାରନ୍ତା।

The post ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର appeared first on Odisha Reporter.

]]>
right bottom 2021-07-10 15:44:53 https://cdn.odishareporter.in/wp-content/uploads/2021/07/10154225/689-1.jpg
କନେକ୍ସନ ନଥାଉ, ୫୮,୦୦୦ ଟଙ୍କା ବିଜୁଳି ବିଲ୍ ଦିଅ ! https://odishareporter.in/odisha/boudh/no-connection-pay-electricity-bills-of-rs-57000-656775 Tue, 06 Jul 2021 12:45:27 +0000 https://odishareporter.in/?p=656775

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ  ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି । ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର […]

The post କନେକ୍ସନ ନଥାଉ, ୫୮,୦୦୦ ଟଙ୍କା ବିଜୁଳି ବିଲ୍ ଦିଅ ! appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ  ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି । ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତରୁ।

ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ 2014-15 ମସିହାରେ ଜମିକୁ ଜଳସେଚନ କରିବା ପାଇଁ ଗଭୀର କୂଅ ଖନନ କରାଯାଇଥିଲା । ହେଲେ ମୋଟର ବସିନି କି ବିଦ୍ୟୁତ ମଧ୍ୟ ସଂଯୋଗ ହେଇନି । ହେଲେ ୧୨ଜଣ ଚାଷୀଙ୍କ ନାଁରେ ଆସିଛି ଲକ୍ଷାଧିକ ଟଙ୍କାର ବିଲ  ତାକୁ ନେଇ ଚିନ୍ତାରେ ଚାଷୀ।

୨୦୧୪-୧୫ ମସିହାରେ ମରୁଡ଼ି ସମସ୍ୟା ଦୂର କରିବା ପାଇଁ କାଶଲପୁର ଗ୍ରାମର ୮ ଜଣ ଓ ବ୍ରହାଣିପାଲି ଗ୍ରାମର ୪ଜଣ ଚାଷୀ ଋଣ କରିକରି ଗଭୀରକୂପ ଖନନ ପାଇଁ ଆବେଦନ କରିଥିଲେ । କୂଅ ମଧ୍ୟ ଖୋଳା ହେଲା। ହେଲେ ଉଠା ଜଳସେଚନ ବିଭାଗର ଖାମଖିଆଲି ମନଭାଵ ଯୋଗୁଁ ମୋଟର ବସି ପାରିଲା ନାହିଁ।  ବାରମ୍ବାର ଅଫିସ ଦୌଡି ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ଚାଷୀଙ୍କ କିଛି ସୁଫଳ ହେଇ ପାରିଲା ନାହିଁ।

କାଶଲପୁର ଗ୍ରାମର ଚାଷୀ ରମେଶ ପ୍ରସାଦ ଦାଶ। କୂଅ ଖୋଳି ଆଶା କରିଥିଲେ ଚାଷ କରିବେ। ହେଲେ କୂଅ ଖୋଳିଥିଲେ ବି ମୋଟର ଲାଗିନି। ହେଲେ ଛଅ ବର୍ଷ ପରେ ଆସିଛି ୫୮ହଜାର ଟଙ୍କାର ବିଦ୍ୟୁତ ବିଲ। ରମେଶଙ୍କ ପରି ୧୨ଜଣ ଚାଷୀଙ୍କ ସମାନ ଅବସ୍ଥା।  କିଏ ୫ଏକର ଚାଷ ପାଇଁ ତ କିଏ ୧୦ଏକର ଚାଷଜମିରେ ଜଳସେଚନ ସୁବିଧା ପାଇଁ ଆବେଦନ କରିଥିଲେ । ହେଲେ  କେହି ଶୁଣି ନ ଥଲେ । ବର୍ତ୍ତମାନ ୬ବର୍ଷ ପରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ଆସିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।

କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା  ଲକଡାଉନ ସଡ଼ଡାଉନ ହେବା ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ପୁଣି ଚାଷୀମାନଙ୍କ ନାମରେ କାହାର ୫୮ହଜାର ଟଙ୍କା ତ’ କାହାର ୪୦ହାଜର ଟଙ୍କ।ର ବିଦ୍ୟୁତ ବିଲ ଆସିଛି । ଅନ୍ୟପକ୍ଷରେ ଏନେଇ  ଉଠାଜଳସେଚନ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କର ୨୦ ହଜାର ଟଙ୍କା ଡିପୋଜିଟ ହୋଇନାହିଁ, ତେଣୁ ମଟର ଲାଗିନାହିଁ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ତେବେ ବିଦ୍ୟୁତ ବିଲ ଆସିଲା କେମିତି? ।ଏ ନେଇ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରୁ ଯଦି ସେମିତି ହୋଇଛି ଉଠା ଜଳସେଚନ ବିଭାଗ ଚାଷୀମାନେ ଖଣ୍ଡେ ଆବେଦନ କଲେ ଆମେ ତଦନ୍ତକରି ବିଦ୍ୟୁତ ବିଲ ନେବୁ ନାହିଁ ବୋଲି କହିଛନ୍ତି।

ସରକାର ଗରିବ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ସୁଦ୍ଧା ବାସ୍ତବରେ ଏହା କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ତେବେ ଖୁବଶୀଘ୍ର ଚାଷୀଙ୍କ ଜମିରେ ମୋଟର ଲଗାଇବା ସହ ଜଳ ସେଚନ ସୁବିଧା କରିବାକୁ ଚାଷୀମାନେ ଦାବି କରିଛନ୍ତି।

The post କନେକ୍ସନ ନଥାଉ, ୫୮,୦୦୦ ଟଙ୍କା ବିଜୁଳି ବିଲ୍ ଦିଅ ! appeared first on Odisha Reporter.

]]>
right top 2021-07-06 18:15:27 https://cdn.odishareporter.in/wp-content/uploads/2021/07/06181027/5bn-1.jpg
୬ ମାସ ହେଲା ସ୍ନାୟୁ ରୋଗରେ ପୀଡିତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ https://odishareporter.in/odisha/boudh/he-has-been-suffering-from-neurological-diseases-for-six-months-and-funding-for-treatment-has-been-hampered-656008 Sat, 03 Jul 2021 12:07:11 +0000 https://odishareporter.in/?p=656008

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା। ଦୀର୍ଘ ଛଅ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ ରୋଗଗ୍ରସ୍ତ ଅବସ୍ଥାରେ ଖଟିଆରେ ପଡି ରହିଥିବା ବେଳେ ସରକାରୀ ସହାୟତା ପାଇଁ ଅନାଇ ବସିଛନ୍ତି  ସ୍ତ୍ରୀ ଜୋଶବନ୍ତି । ଇଏ ହେଉଛି ବୌଦ୍ଧ ବ୍ଲକ ଖଳିଆପାଲି ଗ୍ରାମର ଗରିବ ବାବୁଲାଙ୍କ ଦୁଃଖଭରା କାହାଣୀ । ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମର ୪୦ବର୍ଷୀୟ ବାବୁଲା ଦାସ । […]

The post ୬ ମାସ ହେଲା ସ୍ନାୟୁ ରୋଗରେ ପୀଡିତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା। ଦୀର୍ଘ ଛଅ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ ରୋଗଗ୍ରସ୍ତ ଅବସ୍ଥାରେ ଖଟିଆରେ ପଡି ରହିଥିବା ବେଳେ ସରକାରୀ ସହାୟତା ପାଇଁ ଅନାଇ ବସିଛନ୍ତି  ସ୍ତ୍ରୀ ଜୋଶବନ୍ତି । ଇଏ ହେଉଛି ବୌଦ୍ଧ ବ୍ଲକ ଖଳିଆପାଲି ଗ୍ରାମର ଗରିବ ବାବୁଲାଙ୍କ ଦୁଃଖଭରା କାହାଣୀ ।

ବୌଦ୍ଧ ବ୍ଲକ ଖଲିଆପାଲି ଗ୍ରାମର ୪୦ବର୍ଷୀୟ ବାବୁଲା ଦାସ । ପରିବାର କହିଲେ ତିନିପ୍ରାଣୀ କୁଟୁମ୍ବ ବୃଦ୍ଧାମା ଓ ସ୍ତ୍ରୀ ଯସବନ୍ତି। ସବୁକିଛି ଠିକ ଠାକ ଚାଲିଥିଲା । ବାବୁଲା ଦାସ ଗ୍ରାମର ଜଗନ୍ନାଥ ମନ୍ଦିରରେ ପୂଜା କରିବା ସହିତ ବିବାହ ବ୍ରତ କରି ପରିବାର ସୁରୁଖୁରୁରେ ଚଳି ଆସୁଥିଲା।  ଏମିତି କିଛି ଦିନ ପରେ ହଟାତ ମାଡି ଆସିଲା ଦୁଃଖର କଲାବାଦଲ। ବାବୁଲାଙ୍କର ହଠାତ୍‌ ଗୋଡ଼ ହାତ ଆଉ କାମକଲା ନାହିଁ । ଯାହା ଫଳରେ ଚାଲି ବୁଲି ଆଉ ପାରିଲେ ନାହିଁ । ଏଭଳି ପରିସ୍ଥିତିରେ ନିଜର ସ୍ତ୍ରୀ ଟଙ୍କା ଯୋଗାଡ଼ କରି ପ୍ରଥମେ ବୌଦ୍ଧ, ସୋନପୁର ବଲାଙ୍ଗୀର ଓ ଶେଷରେ କଟକରେ ଦେଖାଇଛନ୍ତି। ହେଲେ  ଅଧିକ ଟଙ୍କାର ଆବଶ୍ୟକତା ହେତୁ ଆଉ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ଘରେ ଯାହା କିଛି ଥିଲା ତାହା ବନ୍ଧକ ପକାଇ ମେଡ଼ିସିନ କିଣାରେ ଖର୍ଚ୍ଚରେ ଶେଷ ହୋଇଯାଇଛି । ସେପଟେ ଯସବନ୍ତି ମଧ୍ୟ ଡାଇବେଟିସ ଓ ରକ୍ତଚାପ ରୋଗରେ ପୀଡ଼ିତ । ମା ମଧ୍ୟ ବୃଦ୍ଧା ଅବସ୍ଥାରେ ରହିଥିବା ବେଳେ ବାବୁଲା ଖଟରେ ରୋଗଗ୍ରସ୍ତ ଅବସ୍ଥାରେ ପଡି ରହିଥିବା ବେଳେ ସ୍ତ୍ରୀ ସବୁ ତାଙ୍କ ସେବା କରନ୍ତି । ସରକାରୀ ସହାୟତା କହିଲେ କେବଳ ୧୫କେଜି ଚାଉଳ ଓ ବୃଦ୍ଧା ମାର ପାଞ୍ଚଶହ ଟଙ୍କାରେ ଚଳେ ପରିବାର । ଥେରୁ ରୋଗରେ ପୀଡିତ ବାବୁଲାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଖାଲି ସେତିକି ନୁହେଁ ବାବୁଲା ଦାସ ଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିପାରି ନାହିଁ । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବାରୁ ଏନେଇ ଅବଗତ ଅଛୁ ଏବଂ ତାଙ୍କୁ ଉପଯୁକ୍ତ ଚିକିତ୍ସା ସହିତ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୃତି ଦେଇଛନ୍ତି । ଅନ୍ୟ ପଟେ ବାବୁଲା ଦାସଙ୍କୁ ଯଦି କେହି ବଦାନ୍ୟ ବ୍ୟକ୍ତି ସହଜଗ କରିବାକୁ ଚାହୁଁଥିଲେ ।ଉକ୍ତ ବ୍ୟାଙ୍କ ଆକାଉଣ୍ଟ ପଠାଇବାକୁ ଅନୁରୋଧ ।

ଯଶୋବନ୍ତି ଦାସ

ଏସବିଆଇ-30754800085 (ମନୁପାଲି)

ଆଇଏଫଏସି-SBIN0017547

ମୋବାଇଲ-99387 71582

The post ୬ ମାସ ହେଲା ସ୍ନାୟୁ ରୋଗରେ ପୀଡିତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ appeared first on Odisha Reporter.

]]>
centre bottom 2021-07-03 17:37:11 https://cdn.odishareporter.in/wp-content/uploads/2021/07/03173557/5b.jpg
ଉଜୁଡି ଗଲାଣି ଶ୍ରୀ ଜଗନ୍ନାଥଙ୍କ ବନ ପ୍ରକଳ୍ପ https://odishareporter.in/odisha/boudh/shri-jagannaths-forest-project-has-lossed-652594 Sun, 20 Jun 2021 12:56:20 +0000 https://odishareporter.in/?p=652594

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୃକ୍ଷ ରୋପଣ ନାଁରେ ବୌଦ୍ଧ ବନ ବିଭାଗ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ପ୍ରତିବର୍ଷ କୋଟି କୋଟି ଖର୍ଚ୍ଚ କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି ପାଇଁ କରାଯାଇଛି।ହେଲେ ଜଙ୍ଗଲ ବିଭାଗର ରକ୍ଷଣାବେକ୍ଷଣ ଓ  ସୁରକ୍ଷା ଅଭାବରୁ ଏହିସବୁ ପ୍ରକଳ୍ପ ଏବେ ନଷ୍ଟ ହେବା ସହ ଶ୍ରୀହୀନ ହୋଇପଡ଼ିଛି।କଂଟାମାଲ ରେଞ୍ଜର ଜୁନନୀ […]

The post ଉଜୁଡି ଗଲାଣି ଶ୍ରୀ ଜଗନ୍ନାଥଙ୍କ ବନ ପ୍ରକଳ୍ପ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୃକ୍ଷ ରୋପଣ ନାଁରେ ବୌଦ୍ଧ ବନ ବିଭାଗ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ପ୍ରତିବର୍ଷ କୋଟି କୋଟି ଖର୍ଚ୍ଚ କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି ପାଇଁ କରାଯାଇଛି।ହେଲେ ଜଙ୍ଗଲ ବିଭାଗର ରକ୍ଷଣାବେକ୍ଷଣ ଓ  ସୁରକ୍ଷା ଅଭାବରୁ ଏହିସବୁ ପ୍ରକଳ୍ପ ଏବେ ନଷ୍ଟ ହେବା ସହ ଶ୍ରୀହୀନ ହୋଇପଡ଼ିଛି।କଂଟାମାଲ ରେଞ୍ଜର ଜୁନନୀ ଠାରେ ଜଙ୍ଗଲ ବିଭାଗର ଅବହେଳା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଅଭାବରୁ ନଷ୍ଟ ହେବାକୁ ବସିଛି।

ପୁରୀ ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥ ନିର୍ମାଣ ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ଜଗାଯାଇଥିଲା ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ବୃକ୍ଷ ରୋପଣ।ହେଲେ କଂଟାମାଲ ରେଞ୍ଜର ପଲସ।ଗୋରା ପଞ୍ଚାୟତର ଜୁନାନୀ ଗ୍ରାମରେ ବୃକ୍ଷ ରୋପଣ କରାଯାଇଥିବା ଏ ଜଙ୍ଗଲର ଅବସ୍ଥା ଏବେ ଶୀହିନ।

୨୦୧୫-୧୬ମସିହାରେ ଏଠାରେ ବନ ବିଭାଗ ପକ୍ଷରୁ 10  ହେକ୍ଟର ଜମିରେ ୧୬ହଜାର ଗଛ ଲଗାଯାଇଥିଲା।ରଥ ନିର୍ମାଣ ପାଇଁ ଏଠାରେ ଫାଶୀ, ଅର୍ଜୁନ, ଆକାଶିଆ, ଗମ୍ଭାରୀ ପରି ମୂଲ୍ୟବାନ ଗଛ ଲଗାଯାଇଥିଲା। ହେଲେ ଏଠାରେ ୧୦୦ଟି ଗଛ ନାହିଁ।ଏବେ କାଁ ଭାଁ କିଛି ଗଛ ବଞ୍ଚିଛି।କାଠ ଚୋର ମାନେ ଗଛ କାଟି ନେଇଥିବା ବେଳେ ଯେତେକ ବି  ଏ ବର୍ଷର ନିଆଁରେ ପଡିଯାଇଛି।ଗଛ ତ ନୁହେଁ ପଡିଆ ପରି ଲାଗୁଛି।।ହେଲେ ଜଙ୍ଗଲ ବିଭାଗ ଦେଖାରଖା ଅଭାବରୁ ଏପରି ପରିସ୍ଥିତି ଦେଖାଦେଇଛି।ହେଲେ ବୃକ୍ଷ ରୋପଣ ନାଁରେ ଏଠାରେ ଖର୍ଚ୍ଚ କରାଯାଇଛି ଲକ୍ଷାଧିକ ଟଙ୍କା।ଫଳରେ ଜଙ୍ଗଲ ବିଭାଗର  ରକ୍ଷଣାବେକ୍ଷଣ ଅବହେଳାକୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

କେବଳ ଜୁନାନୀ ନୁହେଁ ମନମୁଣ୍ଡା ରେଞ୍ଜର ଡିମିରିଝୁଲି ଗ୍ରାମରେ ଜଗାଯାଇଥିବା ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପର  ସମାନ ଅବସ୍ଥା।୨୦୧୩/୧୪ମସିହାରେ ୧୦ ହେକ୍ଟର ଜମିରେ ୧୬ହଜାର ଗଛ ଲାଗାଯାଇଥିଲା। ହେଲେ ଏଠାରେ ଗଛ ତ ନାହିଁ। ରହିଛି କେବଳ ଗଛ ବୁଦା। ଗତ ଚାରି ବର୍ଷ ହେଲା ବୌଦ୍ଧ ବନ ବିଭାଗ ପୁରୀ ରଥ ନିର୍ମାଣ ପାଇଁ କାଠ ଯୋଗାଇ ଆସୁଛି।ହେଲେ  ଜଙ୍ଗଲ ସବୁର ଏ ଅବସ୍ଥା ଦେଖିଲେ ଲାଗିବ ବନ ବିଭାଗ କେତେ ସଚେତନ ଅଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୦୦ହେକ୍ଟରରୁ ଅଧିକ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି।ହେଲେ ଏବେଠୁ ଏସବୁର ସୁରକ୍ଷା କରାନ ଗଲେ ଆଗାମି ଦିନରେ ଜଙ୍ଗଲ ସବୁ ପଦା ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।ତେବେ ଏ ସମ୍ପର୍କରେ ଆମେ ବୌଦ୍ଧ ଡି ଏଫଓଙ୍କୁ ଏ ସମ୍ପର୍କରେ ପଚାରିବାରୁ  ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

The post ଉଜୁଡି ଗଲାଣି ଶ୍ରୀ ଜଗନ୍ନାଥଙ୍କ ବନ ପ୍ରକଳ୍ପ appeared first on Odisha Reporter.

]]>
2021-06-20 18:26:20 https://cdn.odishareporter.in/wp-content/uploads/2021/06/20182242/6n.jpg
ବଜ୍ରପାତରେ ଚାଲିଗଲା ଜଣଙ୍କର ଜୀବନ https://odishareporter.in/odisha/boudh/man-died-in-lightening-650715 Sun, 13 Jun 2021 15:39:40 +0000 https://odishareporter.in/?p=650715

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଆକାଶରୁ ଖସିଲା ମୃତ୍ୟୁ । ନେଇଗଲା ଗୋଟିଏ ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତର ଲୋକାପଡା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଶକ୍ତି ପ୍ରସାଦ ବିଶ୍ୱାଳ। ଶକ୍ତି ପ୍ରସାଦ ରବିବାର ନିଜ ନିଜ ଜମିରେ ଏକ ପୋଖରୀ କାମ ଦେଖିବାକୁ ଯାଇଥିଲେ । ଏହି ସମୟରେ ଜୋରରେ ବଜ୍ରାଘାତ ମାରିଥିଲା ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ଅଚେତ ଅବସ୍ଥାରେ ତାଙ୍କୁ ସୋନପୁର […]

The post ବଜ୍ରପାତରେ ଚାଲିଗଲା ଜଣଙ୍କର ଜୀବନ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଆକାଶରୁ ଖସିଲା ମୃତ୍ୟୁ । ନେଇଗଲା ଗୋଟିଏ ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତର ଲୋକାପଡା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଶକ୍ତି ପ୍ରସାଦ ବିଶ୍ୱାଳ।

ଶକ୍ତି ପ୍ରସାଦ ରବିବାର ନିଜ ନିଜ ଜମିରେ ଏକ ପୋଖରୀ କାମ ଦେଖିବାକୁ ଯାଇଥିଲେ । ଏହି ସମୟରେ ଜୋରରେ ବଜ୍ରାଘାତ ମାରିଥିଲା ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ଅଚେତ ଅବସ୍ଥାରେ ତାଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଲୋକାପଡା ଗାଁର ସେ ଗୌନ୍ତିଆ ଥିଲେ। ସେହିପରି ଲୋକାପଡା ସେବା ସମବାୟ ସମିତିର ପୂର୍ବତନ ସଭାପତି ଥିଲେ। ତାଙ୍କ ମୃତ୍ୟୁରେ ଗାଁରେ ଶୋକ ଛେଳି ଯାଇଛି।

The post ବଜ୍ରପାତରେ ଚାଲିଗଲା ଜଣଙ୍କର ଜୀବନ appeared first on Odisha Reporter.

]]>
right bottom 2021-06-13 21:22:17 https://cdn.odishareporter.in/wp-content/uploads/2021/04/22163518/lightning.jpg
ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିଲେ, ଚାଲିଗଲା ଜୀବନ https://odishareporter.in/odisha/couple-killed-in-an-accident-in-boudh-649461 Wed, 09 Jun 2021 04:16:00 +0000 https://odishareporter.in/?p=649461

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଏକ ଦମ୍ପତି ପ୍ରାଣ ହରାଇଥିବା ବେଳେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ। ସେମାନେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, […]

The post ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିଲେ, ଚାଲିଗଲା ଜୀବନ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଏକ ଦମ୍ପତି ପ୍ରାଣ ହରାଇଥିବା ବେଳେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ମୃତକ ଦ୍ୱୟ ହେଲେ ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ। ସେମାନେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୁରେନ୍ଦ୍ରଙ୍କ ବାପା ରାଉଲକେଲାରେ ରହନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସୁରେନ୍ଦ୍ର ତାଙ୍କୁ ଦେଖିବାକୁ ଯାଉଥିଲେ। ସାଥୀରେ ତାଙ୍କ ପତ୍ନୀ ଓ ଆଉ ତିନି ଜଣ ଥିଲେ। ସେମାନେ ଗତକାଲି ରାତିରେ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ବୌଦ୍ଧ ଦେଇ ସେମାନେ ରାଉରକେଲା ଯାଉଥିବା ବେଳେ ଚାରିଛକ ନିକଟରେ ଘଟିଥିଲା ଦୁର୍ଘଟଣା।

ଘଟଣାସ୍ଥଳରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଗୁରୁତରଙ୍କୁ ଉଦ୍ଧାର କରିଥିଲା ଓ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ଅଧିକ ଖରାପ ଥିବାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁରୁଣାକଟକ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଛି। ପୁଲିସ୍‌ ଘଟଣାର ଅଧିକ ଛାନ୍‌ଭିନ୍‌ କରୁଛି।

The post ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିଲେ, ଚାଲିଗଲା ଜୀବନ appeared first on Odisha Reporter.

]]>
accident, right top 2021-06-09 16:07:59 https://cdn.odishareporter.in/wp-content/uploads/2021/06/09094317/car1.jpg
ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ଆଣିଲେ ଶବ https://odishareporter.in/odisha/boudh/the-body-was-brought-in-an-auto-641983 Sun, 09 May 2021 10:57:27 +0000 https://odishareporter.in/?p=641983

ବୌଦ୍ଧ( ଓଡ଼ିଶା ରିପୋର୍ଟର)  ମିଳିଲାନି ମହାପ୍ରୟାଣ ଗାଡି। ରାତି ତମାମ ମେଡ଼ିକାଲରେ ପଡ଼ିରହିଲା ଶବ। କେତେ ଗୁହାରି ପରେ ବି କେହିଁ ନ ଶୁଣିବାରୁ ସକାଳୁ ଅଟୋ ଭଡ଼ା କରି ଘରକୁ ଆଣିଲେ ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।  ଗତକାଲି ହରଭଙ୍ଗା ବ୍ଲକ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ ଶ୍ୱାସକ୍ରିୟାରେ  କଷ୍ଟ ହେବାରୁ  ବୌଦ୍ଧ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ରାତି ୯ଟା ବେଳେ ତାଙ୍କର […]

The post ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ଆଣିଲେ ଶବ appeared first on Odisha Reporter.

]]>

ବୌଦ୍ଧ( ଓଡ଼ିଶା ରିପୋର୍ଟର)  ମିଳିଲାନି ମହାପ୍ରୟାଣ ଗାଡି। ରାତି ତମାମ ମେଡ଼ିକାଲରେ ପଡ଼ିରହିଲା ଶବ। କେତେ ଗୁହାରି ପରେ ବି କେହିଁ ନ ଶୁଣିବାରୁ ସକାଳୁ ଅଟୋ ଭଡ଼ା କରି ଘରକୁ ଆଣିଲେ ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।  ଗତକାଲି ହରଭଙ୍ଗା ବ୍ଲକ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ ଶ୍ୱାସକ୍ରିୟାରେ  କଷ୍ଟ ହେବାରୁ  ବୌଦ୍ଧ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା।

ରାତି ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଟିକେଟ କାଉଣ୍ଟରରେ ଯାଇ ଜଣାଇଲା ପରେ ସେ ମହାପ୍ରୟାଣ ଗାଡି ଚାଳକଙ୍କୁ ଫୋନରେ ଯୋଗାଯୋଗ  କରିଥିଲେ । ତେବେ ଗାଡ଼ି ଖରାପ ଥିବା  ଚାଳକ କହି  ଘରକୁ ପଳାଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ନିରୁପାୟ ହୋଇ ମୃତକଙ୍କ ପୁଅ ମେଡିକାଲରୁ ଅଧାକିଲୋମିଟର ଶବ ବୋହିବା  ପରେ ଏକ ଅଟୋ ଯୋଗେ ଶବ ଗାଁକୁ ଆଣିଥିଲେ । ଏ ନେଇ ସିଡିଏମଓଙ୍କୁ ପଚାରିବାରୁ ମହାପ୍ରୟାଣ ଗାଡ଼ି କୋଭିଡ ଡ୍ୟୁଟିରେ  ଯାଇଥିଲା ବୋଲି କହିଛନ୍ତି ।

The post ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ଆଣିଲେ ଶବ appeared first on Odisha Reporter.

]]>
2021-05-09 16:27:27 https://cdn.odishareporter.in/wp-content/uploads/2021/05/09162709/gbn.jpg
ସମସ୍ୟା ଜଣାଇବାକୁ ଯାଇଥିଲେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ କଲେ ତାଚ୍ଛଲ୍ୟ https://odishareporter.in/odisha/students-noticed-their-problem-to-principal-but-he-misbehaved-them-635543 Wed, 14 Apr 2021 08:37:57 +0000 https://odishareporter.in/?p=635543

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସମସ୍ୟାର ସମାଧାନ ପରିବର୍ତ୍ତେ ମିଳିଛି ଧମକଚମକ। ଏପରିକି ଅଧ୍ୟକ୍ଷ ଅଶାଳୀନ ଭାଷା ବ୍ୟବହାର କରିବା ସହିତ ତାଚ୍ଛଲ୍ୟ ଭାବେ କହିଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଏପରି ଅସ୍ୱଭାବିକ ଘଟଣା ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ନୁଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ […]

The post ସମସ୍ୟା ଜଣାଇବାକୁ ଯାଇଥିଲେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ କଲେ ତାଚ୍ଛଲ୍ୟ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସମସ୍ୟାର ସମାଧାନ ପରିବର୍ତ୍ତେ ମିଳିଛି ଧମକଚମକ। ଏପରିକି ଅଧ୍ୟକ୍ଷ ଅଶାଳୀନ ଭାଷା ବ୍ୟବହାର କରିବା ସହିତ ତାଚ୍ଛଲ୍ୟ ଭାବେ କହିଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଏପରି ଅସ୍ୱଭାବିକ ଘଟଣା ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ନୁଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ପାନୀୟ ଜଳ, ତାତିରୁ ତ୍ରାହି ପାଇଁ କୁଲର ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୂରୀକରଣ ସକାଶେ ଗତକାଲି ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଥିଲେ | ଅଧ୍ୟକ୍ଷ   ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ତାଛଲ୍ୟ କରି ମନ୍ତବ୍ୟ ଦେଇଥିଲେ | ଏଥିରେ ପିଲାମାନେ ଅପମାନ ଅନୁଭବ କରିବା ସହ ଆଜି ସକାଳୁ ଅଧ୍ୟକ୍ଷଙ୍କୁ ଘେରାଉ କରିଥିବା ଜଣାପଡିଛି l

ବୌଦ୍ଧ ସହରଠାରୁ ବଘିଆପଡା ରାସ୍ତାର ନୁଆପାଲିଠାରେ ଥିବା ନୂତନ କୋଠାକୁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତର ପରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି | ଗମନାଗମନ ର ସୁବିଧା ନ ଥିବାରୁ  ଅନେକ ଛାତ୍ର ଛାତ୍ରୀ ଛାତ୍ରାବାସରେ ରହୁଥିବା ବେଳେ ଭିତିଭୁମି ଅଭାବରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଛି l

The post ସମସ୍ୟା ଜଣାଇବାକୁ ଯାଇଥିଲେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ କଲେ ତାଚ୍ଛଲ୍ୟ appeared first on Odisha Reporter.

]]>
right top, Student protest 2021-04-14 16:54:19 https://cdn.odishareporter.in/wp-content/uploads/2021/04/14140638/boudh.jpg
ପୁରୁଣା କଟକରେ କୁଆପଥର ବର୍ଷା https://odishareporter.in/odisha/hailstones-pound-puruna-cuttack-area-under-harbhanga-block-632538 Sat, 03 Apr 2021 14:09:27 +0000 https://odishareporter.in/?p=632538

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଦୀର୍ଘ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଆଜି ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ପୁରୁଣା କଟକ ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଆଜି ଅପରାହ୍ନରେ ହଠାତ୍‌ ପୁରୁଣା କଟକ ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିଥିଲା। ତା’ପରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। କୁଆପଥର […]

The post ପୁରୁଣା କଟକରେ କୁଆପଥର ବର୍ଷା appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଦୀର୍ଘ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଆଜି ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ପୁରୁଣା କଟକ ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ ହୋଇଛି।

ଆଜି ଅପରାହ୍ନରେ ହଠାତ୍‌ ପୁରୁଣା କଟକ ଆକାଶରେ ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିଥିଲା। ତା’ପରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। କୁଆପଥର ମାଡ଼ରେ ଅନେକ ସ୍ଥାନରେ ଆଜବେଷ୍ଟସ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏପରିକି ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି। ଦୀର୍ଘ ଦିନ ପରେ ବର୍ଷା ହୋଇଥିବାରୁ ଗ୍ରୀଷ୍ମ ପ୍ରବାହରୁ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ସହିତ କୁଆପଥର ମାଡ଼ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

The post ପୁରୁଣା କଟକରେ କୁଆପଥର ବର୍ଷା appeared first on Odisha Reporter.

]]>
right bottom 2021-04-03 19:39:27 https://cdn.odishareporter.in/wp-content/uploads/2021/04/03193546/Hailstones.jpg
‘ତିରୁପତି’ ବସ୍‌କୁ ପିଟିଲା ଟ୍ରକ୍‌ https://odishareporter.in/odisha/truck-bus-accident-in-boudh-630357 Fri, 26 Mar 2021 02:08:45 +0000 https://odishareporter.in/?p=630357

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ସଦର ଥାନା ଖଜୁରୀପଡ଼ା ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ ଟ୍ରକ୍ ମଧ୍ୟରେ‌ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ଅନୁଯାୟୀ, ‘ତିରୁପତି’ ନାମକ ଏହି ଘରୋଇ ବସ୍‌ ଗତକାଲି ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା।  ଗତକାଲି ରାତି ପ୍ରାୟ ୩ଟାରେ ବସ୍‌ଟି […]

The post ‘ତିରୁପତି’ ବସ୍‌କୁ ପିଟିଲା ଟ୍ରକ୍‌ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ସଦର ଥାନା ଖଜୁରୀପଡ଼ା ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ ଟ୍ରକ୍ ମଧ୍ୟରେ‌ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ସୂଚନା ଅନୁଯାୟୀ, ‘ତିରୁପତି’ ନାମକ ଏହି ଘରୋଇ ବସ୍‌ ଗତକାଲି ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା।  ଗତକାଲି ରାତି ପ୍ରାୟ ୩ଟାରେ ବସ୍‌ଟି  ୫୭ ନମ୍ବର ଜାତୀୟ ରାଜପଥରେ ଖଜୁରୀପଡ଼ା ଅତିକ୍ରମ କରୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ଆହତମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି।

ସୂଚନାଯୋଗ୍ୟ, ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କି ନିକଟରେ ମଧ୍ୟ ଆଜି ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

 

The post ‘ତିରୁପତି’ ବସ୍‌କୁ ପିଟିଲା ଟ୍ରକ୍‌ appeared first on Odisha Reporter.

]]>
right bottom 2021-03-26 12:26:23 https://cdn.odishareporter.in/wp-content/uploads/2021/03/26073603/bbus.jpg
ଫିନାଇଲ ତିଆରି କରି ମହିଳା ହୋଇଛନ୍ତି ସ୍ୱାବଲମ୍ବୀ https://odishareporter.in/odisha/boudh/the-woman-has-become-self-sufficient-by-making-phenyl-625411 Mon, 08 Mar 2021 11:30:01 +0000 https://odishareporter.in/?p=625411

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆଜିକାଲି ମହିଳାମାନେ କୌଣସି ଗୁଣରେ କମ ନୁହଁନ୍ତି। ବୌଦ୍ଧ ଜିଲ୍ଲାର ସୁନାଝରି ଗ୍ରାମରେ ଥିବା ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ନିଜେ  ଫିନାଇଲ ତିଆରି କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ବୌଦ୍ଧ ଜିଲ୍ଲାର ଆମ୍ବଝରି ପଂଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ସୁନାଝରି ଗ୍ରାମ ହେଉଛି ଏକ  ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ  ମହିଳାମାନେ ନିଜସ୍ୱ ଉଦ୍ୟମରେ ପ୍ରଥମେ […]

The post ଫିନାଇଲ ତିଆରି କରି ମହିଳା ହୋଇଛନ୍ତି ସ୍ୱାବଲମ୍ବୀ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଆଜିକାଲି ମହିଳାମାନେ କୌଣସି ଗୁଣରେ କମ ନୁହଁନ୍ତି। ବୌଦ୍ଧ ଜିଲ୍ଲାର ସୁନାଝରି ଗ୍ରାମରେ ଥିବା ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ନିଜେ  ଫିନାଇଲ ତିଆରି କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ।

ବୌଦ୍ଧ ଜିଲ୍ଲାର ଆମ୍ବଝରି ପଂଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ସୁନାଝରି ଗ୍ରାମ ହେଉଛି ଏକ  ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ  ମହିଳାମାନେ ନିଜସ୍ୱ ଉଦ୍ୟମରେ ପ୍ରଥମେ ନିଜ ନିଜ ମଧ୍ୟରେ ୫ହଜାର ଟଙ୍କା ଲଗାଇ ସଙ୍ଗଠନ ଆରମ୍ଭ କରିଥିଲେ। ପରେ ସେମାନେ ଫିନାଇଲ ତିଆରି କରି ସ୍କୁଲ କଲେଜ, ବଜାର, ଏବଂ ବୌଦ୍ଧର ବିଭିନ୍ନ ମେଳା ମହୋତ୍ସବ ଓ ତାସହିତ ଭୁବନେଶ୍ୱର ଆଦିବାସୀ ମେଳାରେ ମଧ୍ୟ ବିକ୍ରୟ କରି ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଛନ୍ତି ।

ଫିନାଇଲ ପ୍ରସ୍ତୁତ କରି ୧୨ଜଣ ମହିଳା ରୋଜଗାକ୍ଷମ ହେବା ସହିତ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହା ଦ୍ୱାରା ନିଜ ନିଜର ପିଲା ଛୁଆ ମାନଙ୍କୁ ପାଠ ପଢ଼ାଇବା ସହିତ ପରିବାର ପ୍ରତି ପୋଷଣ କରିବାରେ ସଫଳ ହୋଇଛନ୍ତି । ନାବାଡ଼ ସହାୟତାରେ ତାଲିମ ନେଇ ମହିଳାମାନେ ଫିନାଇଲ ତିଆରି ଶିଖିଥିଲେ।  ଦିନକୁ୨୦୦ରୁ ୩୦୦ ବୋତଲ ଫନାଇଲ ତିଆରି କରୁଥିବା ବେଳେ୧୦୦ଵୋତଲକୁ ୩ଘଣ୍ଟା ସମୟ ଲାଗିଥାଏ ବୋଲି କହିଛନ୍ତି ମହିଳା । ଆଗକୁ ମଧ୍ୟ ଅଧିକ ଫିନାଇଲ ତିଆରି କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନୀ କରି ଅଧିକ ଲାଭବାନ ହେବାକୁ ଲକ୍ଷ ରଖିଛନ୍ତିଏଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ।

The post ଫିନାଇଲ ତିଆରି କରି ମହିଳା ହୋଇଛନ୍ତି ସ୍ୱାବଲମ୍ବୀ appeared first on Odisha Reporter.

]]>
right bottom 2021-03-08 22:03:05 https://cdn.odishareporter.in/wp-content/uploads/2021/03/08165858/hbn-1.jpg
ଏମିତି ବି ଆସେ ମୃତ୍ୟୁ, ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଗଲା ପୁଅର ଜୀବନ https://odishareporter.in/odisha/son-dead-in-road-accident-after-performing-fathers-last-rituals-624900 Sat, 06 Mar 2021 03:35:58 +0000 https://odishareporter.in/?p=624900

ବୌଦ୍ଧ(ଭାର୍ଜନ ପ୍ରଧାନ): ଏମିତି ବି ଆସେ ମୃତ୍ୟୁ। ବାପା ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ଦୁର୍ଘଟଣାରେ ଜୀବନ ହରାଇଲା ପୁଅ। ବାପପୁଅଙ୍କ ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଦୋହଲାଇ ଦେଇଥିବା ବେଳେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା  ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠାଠାରେ ଆଜି ସକାଳେ ଘଟିଛି। ମୃତକ ହେଲେ ୩୦ ବର୍ଷୀୟ ଅରୁଣ ମେହର। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ମୃତକଙ୍କ […]

The post ଏମିତି ବି ଆସେ ମୃତ୍ୟୁ, ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଗଲା ପୁଅର ଜୀବନ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ ପ୍ରଧାନ): ଏମିତି ବି ଆସେ ମୃତ୍ୟୁ। ବାପା ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ଦୁର୍ଘଟଣାରେ ଜୀବନ ହରାଇଲା ପୁଅ। ବାପପୁଅଙ୍କ ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଦୋହଲାଇ ଦେଇଥିବା ବେଳେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା  ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠାଠାରେ ଆଜି ସକାଳେ ଘଟିଛି। ମୃତକ ହେଲେ ୩୦ ବର୍ଷୀୟ ଅରୁଣ ମେହର।

ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ମୃତକଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି। ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ମତେ, ଅରୁଣ ନିଜ ବାପାଙ୍କ ଅନ୍ତିମ ସଂସ୍କାର ପୁରୀରେ ସାରି ନିଜ ସମ୍ପର୍କୀୟଙ୍କ ସହ ଏକ କାର୍‌ ଯୋଗେ ଘରକୁ ଫେରୁଥିଲେ। ଆଜି ସକାଳେ କରଡ଼ାକୋଠାଠାରେ ରାସ୍ତା କଡରେ ଏକ ଟ୍ରଲର ଛିଡ଼ା ହୋଇଥିଲା । କାର୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା।  ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି ।

ଗୁରୁତରମାନେ ବଲାଙ୍ଗୀର ଜିଲ୍ଲା ରୁଗୁଡିପାଲି ଅଂଚଳର ଛବି ମେହେର,ବେଳପଦର ର ବିଦୁଭୂଷଣ ମେହେର,ଅଶୋକ ମେହେର,ରାମ ମେହେର ବୋଲି ଜଣାପଡିଛି ।   ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି । ପୁରୁଣାକଟକ ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

The post ଏମିତି ବି ଆସେ ମୃତ୍ୟୁ, ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଗଲା ପୁଅର ଜୀବନ appeared first on Odisha Reporter.

]]>
right bottom 2021-03-06 11:27:28 https://cdn.odishareporter.in/wp-content/uploads/2021/03/06090703/aaa.jpg
ପୁରୁଷଶୂନ୍ୟ ହେଉଛି ମାଧପୁର, ସଧବା ହେଉଛି ବିଧବା! https://odishareporter.in/odisha/boudh/men-dies-due-to-alcohol-in-boudh-village-madhapur-623992 Tue, 02 Mar 2021 13:34:51 +0000 https://odishareporter.in/?p=623992

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଦଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଦ ଶରୀର ପାଇଁ କେତେ ହାନିକାରକ, ତାହା ସମସ୍ତଙ୍କୁ ଜଣା। ଯିଏ ଥରେ ମଦ ପିଇବା ଆରମ୍ଭ କରିଦିଏ, ସେ ଏହାକୁ ଅଭ୍ୟାସରେ ପରିଣତ କରିଦିଏ। ଆଉ ଏହି ଅଭ୍ୟାସ ଦିନେ ନା ଦିନେ ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦିଏ। ଏହି ମଦ ପାଇଁ ଆଜି ଗୋଟିଏ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଲାଣି। ଆମେ କହୁଛୁ ବୌଦ୍ଧ ଜିଲ୍ଲା ମାଧପୁର […]

The post ପୁରୁଷଶୂନ୍ୟ ହେଉଛି ମାଧପୁର, ସଧବା ହେଉଛି ବିଧବା! appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଦଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଦ ଶରୀର ପାଇଁ କେତେ ହାନିକାରକ, ତାହା ସମସ୍ତଙ୍କୁ ଜଣା। ଯିଏ ଥରେ ମଦ ପିଇବା ଆରମ୍ଭ କରିଦିଏ, ସେ ଏହାକୁ ଅଭ୍ୟାସରେ ପରିଣତ କରିଦିଏ। ଆଉ ଏହି ଅଭ୍ୟାସ ଦିନେ ନା ଦିନେ ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦିଏ। ଏହି ମଦ ପାଇଁ ଆଜି ଗୋଟିଏ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଲାଣି। ଆମେ କହୁଛୁ ବୌଦ୍ଧ ଜିଲ୍ଲା ମାଧପୁର ଗାଁ କଥା। ମଦ ଗାଁରେ ଅନେକ ଲୋକଙ୍କର ଜୀବନ ନେଇସାରିଲାଣି। ଯାହା ଫଳରେ ଏହି ଗାଁ ଏବେ ବିଧବାଙ୍କ ଗାଁ ହେବାକୁ ଯାଉଛି।

ବୌଦ୍ଧ ଜିଲ୍ଲାର ସଦରମହକୁମା ୫୭ ନମ୍ବର ଜାତୀୟ ରାଜପଥରେ ୫୫ କିମି ଯିବା ପରେ ମାଧପୁର ଗ୍ରାମ ପଡ଼େ। ଗ୍ରାମରେ ମଦ୍ୟପଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଆଉ ମଦ୍ୟପଙ୍କ ଜୀବନହାନୀ ଯୋଗୁ ଏବେ ଏଠାରେ ବିଧବା ସଂଖ୍ୟା ବଢ଼ିଚାଲିଛି। ଏଠାରେ ୭୦ ଭାଗ ମହିଳାଙ୍କର ସ୍ୱାମୀ ମଦ ଯୋଗୁ ପ୍ରାଣ ହରାଇଛନ୍ତି। ଅର୍ଥାତ୍ ସେମାନେ ଏବେ ବିଧବା ଜୀବନ କାଟୁଛନ୍ତି। ମଦ ମୃତ୍ୟୁ ଯୋଗୁ ଏହି ଗାଁ ଦିନକୁ ଦିନ ଏବେ ପୁରୁଷ ଶୂନ୍ୟ ହେବାରେ ଲାଗିଛି।

ଗୋଟିଏ ପଟେ ମା’ ତା’ର ପୁଅକୁ ହରାଉଛି ତ ଆଉ କିଏ ନବବିବାହିତା ତା’ର ସ୍ୱାମୀକୁ ହରାଉଛି। ଏହି ମଦ ପାଇଁ ଅଧିକାଂଶ ସମୟରେ ଗାଁରେ କଳହ ଓ ମହିଳାଙ୍କ ଉପରେ ନାହିଁ ନଥିବା ହିଂସା ହେଉଥିବା ଅଭିଯୋଗ ଆସିଛି। କମଳା ପ୍ରଧାନ ନାମକ ଗାଁ’ର ଜଣେ ମହିଳାଙ୍କ ସ୍ୱାମୀ ମଦ୍ୟପାନ ଯୋଗୁ ଦୀର୍ଘ ୧୨ ହେଲା ପ୍ରାଣ ହରାଇ ସାରିଲେଣି। ଏଭଳି ସ୍ଥିତିରେ କମଳାଙ୍କ ପକ୍ଷେ ଏବେ ନିଜ ପରିବାରର ଭରଣପୋଷଣ କରିବା କଷ୍ଟକର ହୋଇପଡ଼ିଛି। ଗାଁରେ କମଳାଙ୍କ ଭଳି ଆହୁରୀ ଅନେକ ମହିଳା ଅଛନ୍ତି, ଯାହାଙ୍କର ସ୍ୱାମୀ ମଦ ପିଇବା କାରଣରୁ ମୃତ୍ୟୁବରଣ କରିଛନ୍ତି। ଯାହା ଫଳରେ ମହିଳାମାନେ ଏବେ ବିଧବା ଜୀବନ କାଟୁଛନ୍ତି। କିଛି ମହିଳା ପରିବାର ପୋଷିବା ପାଇଁ ଛୋଟିଆ ଦୋକାନ ଟିଏ କରିବାକୁ ବାଧ୍ୟ ହୋଇଛନ୍ତି।

ତେବେ ଗାଁରେ ମଦ ବିକ୍ରି ବୃଦ୍ଧି ପାଉଥିବାରୁ ପୁରୁଷଙ୍କ ମୃତ୍ୟୁ ହେଉଥିବା ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି। କମ୍ ବୟସରେ ପୁରୁଷମାନଙ୍କର ଏଭିଳି ମୃତ୍ୟୁ ପରେ ମହିଳା ମାନେ ଜଳଖିଆ ଦୋକାନ କିମ୍ବା ମୂଲ ଲାଗି ନିଜର ପରିବାର ଚଳାଉଛନ୍ତି। ଏବେ ଗାଁର ମହିଳା ମାନେ ମଦ ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏକଜୁଟ୍ ହୋଇଛନ୍ତି।

କେବଳ ମଦ ଯେ ପୁରୁଷଙ୍କର ଜୀବନ ନେଉଛି ତାହା ନୁହେଁ। କିଛି ଲୋକେ ଖଜୁରୀ ରସ ପିଇ ମୃତ୍ୟୁବରଣ କରୁଛନ୍ତି। ଏନେଇ ସ୍ଥାନୀୟ ଆଡେନିଗଡ଼ ସରପଞ୍ଚ କହିଛନ୍ତି ଯେ ଗାଁରେ ଏବେ ମଦଭାଟି ବନ୍ଦ କରାଯାଇଛି ଓ ମଦ ନପିଇବା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ବିଧବା ମହିଳାଙ୍କୁ ସରକାରଙ୍କ ତରଫରୁ ଭତ୍ତା ଦେବା ବ୍ୟବସ୍ଥା କରାଯାଇଛି।

The post ପୁରୁଷଶୂନ୍ୟ ହେଉଛି ମାଧପୁର, ସଧବା ହେଉଛି ବିଧବା! appeared first on Odisha Reporter.

]]>
right top 2021-03-02 19:04:51 https://cdn.odishareporter.in/wp-content/uploads/2021/03/02190244/madhapur.jpg
ଓଲଟି ପଡ଼ିଲା ବସ୍‌ https://odishareporter.in/odisha/accident/a-bhubaneswar-bound-bus-overturned-in-boudh-617833 Mon, 08 Feb 2021 04:03:54 +0000 https://odishareporter.in/?p=617833

ବୌଦ୍ଧ (ଭାର୍ଜନ ପ୍ରଧାନ): ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। କିନ୍ତୁ ବର୍ତ୍ତିଗଲେ ୫୦ ଯାତ୍ରୀ। ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ। ଆଜି ଭୋର୍‌ ପ୍ରାୟ ୫ଟାରେ ଏହି ଦୁର୍ଘଟଣା ଘଟିଥିଲା। ‘ମୁନ୍‌ ଲାଇଟ୍‌’ ନାମକ ଏକ ଯାତ୍ରୀବାହୀ ବସ୍‌ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ଖୁଣ୍ଟବନ୍ଧରେ ଓଲଟି ପଡ଼ିଥିଲା। ବସ୍‌ଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଓଲଟି […]

The post ଓଲଟି ପଡ଼ିଲା ବସ୍‌ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ): ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। କିନ୍ତୁ ବର୍ତ୍ତିଗଲେ ୫୦ ଯାତ୍ରୀ। ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ।

ଆଜି ଭୋର୍‌ ପ୍ରାୟ ୫ଟାରେ ଏହି ଦୁର୍ଘଟଣା ଘଟିଥିଲା। ‘ମୁନ୍‌ ଲାଇଟ୍‌’ ନାମକ ଏକ ଯାତ୍ରୀବାହୀ ବସ୍‌ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ଖୁଣ୍ଟବନ୍ଧରେ ଓଲଟି ପଡ଼ିଥିଲା। ବସ୍‌ଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଓଲଟି ପଡ଼ିଥିଲା।

ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି।

ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟଯାତ୍ରୀ ମାନଙ୍କୁ ଆଉ ଏକ ବସ୍‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ତେବେ ଦୁର୍ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି ପୁଲିସ୍।

The post ଓଲଟି ପଡ଼ିଲା ବସ୍‌ appeared first on Odisha Reporter.

]]>
right bottom 2021-02-08 10:29:12 https://cdn.odishareporter.in/wp-content/uploads/2021/02/08093140/bus2.jpg
ଓଲଟି ପଡ଼ିଲା ‘ଡଲଫିନ’ ବସ୍‌ https://odishareporter.in/odisha/bus-accident-in-boudha-2-615322 Fri, 29 Jan 2021 03:35:59 +0000 https://odishareporter.in/?p=615322

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍‌ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍‌ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା  ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୩୫ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି। ଆହତମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ଭୋର ଚାରିଟା ସମୟରେ ଏଇ […]

The post ଓଲଟି ପଡ଼ିଲା ‘ଡଲଫିନ’ ବସ୍‌ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍‌ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍‌ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା  ବେଳେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୩୫ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି। ଆହତମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ଭୋର ଚାରିଟା ସମୟରେ ଏଇ ଦୁର୍ଘଟଣା ଘଟିଛି। ବସଟି କଟକରୁ ରାୟପୁର ଯାଉଥିଲା।ତେବେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି। ଏଥିସହ  ସୁରକ୍ଷିତ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ ଯୋଗେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଛି।

The post ଓଲଟି ପଡ଼ିଲା ‘ଡଲଫିନ’ ବସ୍‌ appeared first on Odisha Reporter.

]]>
accident, centre bottom, roadaccident 2021-01-29 14:56:28 https://cdn.odishareporter.in/wp-content/uploads/2021/01/29090228/bus-5.jpg
‘ସାଇରାମ’ ବସ୍‌କୁ ପିଟିଲା ହାଇୱା https://odishareporter.in/odisha/bus-accident-in-boudha-615059 Thu, 28 Jan 2021 02:50:51 +0000 https://odishareporter.in/?p=615059

ବୌଦ୍ଧ(ଭାର୍ଜନ ପ୍ରଧାନ): ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ‘ସାଇରାମ’ ନାମକ ବସ୍‌ ଆଜି ଭୋରରୁ ଦୁର୍ଘଟଣାର ଶିକାର ହୋଇଛି। ଏକ ହାଇୱା ସହ ବସ୍‌ର ମୁହାଁମୁହିଁ  ଧକ୍କା ହେବାରୁ ବସ୍‌ର ୪ ଯାତ୍ରୀ ଆହତ ହୋଇଛନ୍ତି। ସୌଭାଗ୍ୟବଶଃତ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପ୍ରାୟ ୪୦ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ‘ସାଇରାମ’ ନାମକ ଯାତ୍ରୀବାହୀ ବସ୍‌ ପ୍ରାୟ ୪୪ ଯାତ୍ରୀଙ୍କୁ ଧରି ଗତ ରାତିରେ ବାହାରିଥିଲା। ବସ୍‌ଟି ଆଜି ଭୋରରୁ ବୌଦ୍ଧ […]

The post ‘ସାଇରାମ’ ବସ୍‌କୁ ପିଟିଲା ହାଇୱା appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ ପ୍ରଧାନ): ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ‘ସାଇରାମ’ ନାମକ ବସ୍‌ ଆଜି ଭୋରରୁ ଦୁର୍ଘଟଣାର ଶିକାର ହୋଇଛି। ଏକ ହାଇୱା ସହ ବସ୍‌ର ମୁହାଁମୁହିଁ  ଧକ୍କା ହେବାରୁ ବସ୍‌ର ୪ ଯାତ୍ରୀ ଆହତ ହୋଇଛନ୍ତି। ସୌଭାଗ୍ୟବଶଃତ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପ୍ରାୟ ୪୦ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ, ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ‘ସାଇରାମ’ ନାମକ ଯାତ୍ରୀବାହୀ ବସ୍‌ ପ୍ରାୟ ୪୪ ଯାତ୍ରୀଙ୍କୁ ଧରି ଗତ ରାତିରେ ବାହାରିଥିଲା। ବସ୍‌ଟି ଆଜି ଭୋରରୁ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର  ଚାରିଛକ ଅତିକ୍ରମ କରୁଥିଲା। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ସମ୍ମୁଖ ପଟୁ ବସ୍‌କୁ ପିଟିଥିଲା। ଫଳରେ ବସ୍‌ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୪ ଯାତ୍ରୀ ଆହତ ହୋଇଛନ୍ତି।  ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।

ତେବେ ବସ୍‌ରେ ଥିବା ଅନ୍ୟ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଅନ୍ୟପଟେ ହାଇୱା ଡ୍ରାଇଭର ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପୁରୁଣାକଟକ ପୁଲିସ୍‌  ଦୁର୍ଘଟଣାର ତଦନ୍ତ କରୁଛି ।

The post ‘ସାଇରାମ’ ବସ୍‌କୁ ପିଟିଲା ହାଇୱା appeared first on Odisha Reporter.

]]>
centre top 2021-01-28 08:20:51 https://cdn.odishareporter.in/wp-content/uploads/2021/01/28081323/bus-1-2.jpg
ଅଟୋକୁ ପିଟି ଦେଲା ଡମ୍ପର: ମା’ ସହ ପୁଅଝିଅଙ୍କ ମୃତ୍ୟୁ https://odishareporter.in/odisha/3-died-in-an-accident-in-boudh-613489 Thu, 21 Jan 2021 04:41:58 +0000 https://odishareporter.in/?p=613489

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଅଟୋକୁ ପିଟିଦେଲା ଚିପ୍‌ସ ବୋଝେଇ ଡମ୍ପର। ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ। ମୃତକମାନେ ହେଲେ ସୁରୁଗୁତା ନାଗ, ତାଙ୍କ ପୁଅ ବାବୁଲା ନାଗ ଓ ଝିଅ ସରୋଜିନୀ ନାଗ। ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁଯାୟୀ, ମୃତକମାନେ ଅଟୋ ଚାଳକଙ୍କ ସଂପର୍କୀୟ। ସେମାନେ ଫଗୁନାମାଲ୍ ଗାଁରୁ ମନମୁଣ୍ଡା ଆଡ଼କୁ ଯାଉଥିଲେ। ସକାଳ […]

The post ଅଟୋକୁ ପିଟି ଦେଲା ଡମ୍ପର: ମା’ ସହ ପୁଅଝିଅଙ୍କ ମୃତ୍ୟୁ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଅଟୋକୁ ପିଟିଦେଲା ଚିପ୍‌ସ ବୋଝେଇ ଡମ୍ପର। ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ।

ମୃତକମାନେ ହେଲେ ସୁରୁଗୁତା ନାଗ, ତାଙ୍କ ପୁଅ ବାବୁଲା ନାଗ ଓ ଝିଅ ସରୋଜିନୀ ନାଗ। ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ, ମୃତକମାନେ ଅଟୋ ଚାଳକଙ୍କ ସଂପର୍କୀୟ। ସେମାନେ ଫଗୁନାମାଲ୍ ଗାଁରୁ ମନମୁଣ୍ଡା ଆଡ଼କୁ ଯାଉଥିଲେ। ସକାଳ ପ୍ରାୟ ୯ଟା ବେଳେ ଗୋପାଳମାଳ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଡମ୍ପରଟି ଅଟୋକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଅଟୋରେ ବସିଥିବା ଯାତ୍ରୀମାନେ ଏଣେତେଣେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇବା ପରେ ଡମ୍ପରଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ତେବେ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି।

ସୁରୁଗୁତା, ବାବୁଲା ଓ ସରୋଜିନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଅଟୋକୁ ପିଟି ଦେଲା ଡମ୍ପର: ମା’ ସହ ପୁଅଝିଅଙ୍କ ମୃତ୍ୟୁ appeared first on Odisha Reporter.

]]>
centre top 2021-01-21 11:21:14 https://cdn.odishareporter.in/wp-content/uploads/2021/01/21100930/dumper.jpg
ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ ଚାଷୀ https://odishareporter.in/odisha/farmer-death-in-boudh-601775 Tue, 15 Dec 2020 03:44:06 +0000 https://odishareporter.in/?p=601775

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ପୁରଣାବହିରା ଗ୍ରାମରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ପଦୁ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳ ୫ଟାରେ  ପଦୁ ନିଜ ଖଳାରେ ଟ୍ରାକ୍ଟରରେ ଧାନ ମଡ଼ାଉଥିଲେ । ଉକ୍ତ ସମୟରେ ଅସାବଧାନତାବଶତଃ ସେ ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ୍‌ ପହଞ୍ଚି ଅଧିକ […]

The post ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ ଚାଷୀ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ପୁରଣାବହିରା ଗ୍ରାମରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ପଦୁ ସାହୁ।

ସୂଚନା ଅନୁଯାୟୀ, ଆଜି ସକାଳ ୫ଟାରେ  ପଦୁ ନିଜ ଖଳାରେ ଟ୍ରାକ୍ଟରରେ ଧାନ ମଡ଼ାଉଥିଲେ । ଉକ୍ତ ସମୟରେ ଅସାବଧାନତାବଶତଃ ସେ ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

 

The post ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ ଚାଷୀ appeared first on Odisha Reporter.

]]>
right bottom 2020-12-15 09:14:06 https://cdn.odishareporter.in/wp-content/uploads/2020/06/29072919/death-3.jpg
ଛିଡ଼ା ହୋଇଥିଲା ଟ୍ରକ୍‌, ପିଟି ହୋଇଗଲା ବାଇକ୍‌ https://odishareporter.in/odisha/bike-hits-truck-in-boudh-601769 Tue, 15 Dec 2020 03:16:22 +0000 https://odishareporter.in/?p=601769

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍‌। ଟ୍ରକ୍‌ ପଛ ପଟେ ପିଟି ହୋଇଗଲା ଦ୍ରୁତ ଗତିରେ ଆସୁଥିବା ବାଇକ୍‌। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲାର ୫୭ ନଂ ଜାତୀୟ ରାଜପଥ  ବାଉଁଶୁଣୀ ଛକ ଡିମିରିପାଲି ସ୍କୁଲ ନିକଟରେ ଘଟିଛି। ମୃତକ ହେଲେ ଟାଇଞ୍ଜନ ଗ୍ରାମର ଦୁଃଶାସନ ଭୋଇ। ସୂଚନା ଅନୁଯାୟୀ, ଦୁଃଶାସନ ଆଜି ଭୋରରୁ କୌଣସି କାମରେ ବାଉଁଶୁଣି ବଜାରକୁ ଆସିଥିଲେ। ମାତ୍ର […]

The post ଛିଡ଼ା ହୋଇଥିଲା ଟ୍ରକ୍‌, ପିଟି ହୋଇଗଲା ବାଇକ୍‌ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍‌। ଟ୍ରକ୍‌ ପଛ ପଟେ ପିଟି ହୋଇଗଲା ଦ୍ରୁତ ଗତିରେ ଆସୁଥିବା ବାଇକ୍‌। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲାର ୫୭ ନଂ ଜାତୀୟ ରାଜପଥ  ବାଉଁଶୁଣୀ ଛକ ଡିମିରିପାଲି ସ୍କୁଲ ନିକଟରେ ଘଟିଛି। ମୃତକ ହେଲେ ଟାଇଞ୍ଜନ ଗ୍ରାମର ଦୁଃଶାସନ ଭୋଇ।

ସୂଚନା ଅନୁଯାୟୀ, ଦୁଃଶାସନ ଆଜି ଭୋରରୁ କୌଣସି କାମରେ ବାଉଁଶୁଣି ବଜାରକୁ ଆସିଥିଲେ। ମାତ୍ର ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦେଖି ନ ପାରି ସେ ଟ୍ରକ୍‌ ପଛ ପଟେ ପିଟି ହୋଇଯାଇଥିଲେ। ବାଉଁଶୁଣୀ ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ବାଉଁଶୁଣି ଏକ ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ରାତି ଅଧିଆ ରାସ୍ତା କଡ଼ରେ ଛୋଟ ବଡ଼ ଗାଡ଼ି ରହୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଫଳରେ ବିନା କାରଣରେ ଅନେକ ଲୋକ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛୁ।

The post ଛିଡ଼ା ହୋଇଥିଲା ଟ୍ରକ୍‌, ପିଟି ହୋଇଗଲା ବାଇକ୍‌ appeared first on Odisha Reporter.

]]>
right bottom 2020-12-15 08:46:22 https://cdn.odishareporter.in/wp-content/uploads/2020/12/15084443/truck-3.jpg
୧୩୫ଟି ସ୍କୁଲରେ ପଡିବ ତାଲା https://odishareporter.in/odisha/135-schools-will-be-locked-in-odisha-593513 Sat, 21 Nov 2020 12:16:49 +0000 https://odishareporter.in/?p=593513

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ପ୍ରାଥମିକ ଶିକ୍ଷାକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ପ୍ରତିବର୍ଷ ରାଜ୍ୟ ସରକାର ଏକାଧିକ ନୀତି ପ୍ରଣୟନ କରିଛନ୍ତି। ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସ୍କୁଲ ଘର ସହ ମାଗଣାରେ ମଧ୍ୟାହ୍ନ ଭୋଜନ, ପୋଷାକ, ବହି ସହିତ ବିଭିନ୍ନ ଭତ୍ତା ବି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମୁଛି। ଫଳରେ […]

The post ୧୩୫ଟି ସ୍କୁଲରେ ପଡିବ ତାଲା appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ପ୍ରାଥମିକ ଶିକ୍ଷାକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ପ୍ରତିବର୍ଷ ରାଜ୍ୟ ସରକାର ଏକାଧିକ ନୀତି ପ୍ରଣୟନ କରିଛନ୍ତି। ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସ୍କୁଲ ଘର ସହ ମାଗଣାରେ ମଧ୍ୟାହ୍ନ ଭୋଜନ, ପୋଷାକ, ବହି ସହିତ ବିଭିନ୍ନ ଭତ୍ତା ବି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମୁଛି। ଫଳରେ ବୌଦ୍ଧ ଜିଲ୍ଲାରେ ୧୩୫ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାଜୁ ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ସଭିଏଁ ପଢିବେ ସଭିଏଁ ବଢ଼ିବେ। ରାଜ୍ୟ ସରକାର ଦେଇଥିବା ଏ ସ୍ଲୋଗାନ ଏବେ ଅଟକି ଯାଇଛି । ସରକାର ନିଜେ ଖୋଲିଥିବା ସ୍କୁଲ ନିଜେ ବନ୍ଦ କରିବାକୁ ଯାଉଛନ୍ତି। ୨୦ରୁ କମ ପିଲା ଦର୍ଶାଇ  ପ୍ରାଥମିକ ସ୍କୁଲ ଓ ୪୦ରୁ କମ ପିଲା ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଇ କ୍ରମରେ ବୌଦ୍ଧ ଜିଲ୍ଲାରେ ଚଳିତ ୨୦୨୦-୨୦୨୧ ଶିକ୍ଷା ବର୍ଷରେ ୧୩୫ ଗୋଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶିକ୍ଷା ବିଭାଗ।

ଫଳରେ ଏବେ ଗ୍ରାମଞ୍ଚଲରେ ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ସରକାର ଏନେଇ ପୂର୍ନବିଚାର କରିବାକୁ ଅଭିଭାକମାନେ ଦାବି କରିଛନ୍ତି । ଯଦି ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକରନ୍ତି ତେବେ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ।

ବୌଦ୍ଧ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉପାନ୍ତ ଅଞ୍ଚଳର ଶତାଧିକ ସ୍କୁଲ ବନ୍ଦ ହେଉଥିବା ଜଣାପଡିବା ପରେ ଅଭିଭାବକ ଓ ଶିକ୍ଷବିତ ମହଲରେ ଉଦବେଗ ଦେଖାଦେଇଛି। ଦିନକୁ ଦିନ ପ୍ରାଥମିକ ଶିକ୍ଷା ଭୁଶୁଡୁ ଥିବା ବେଳେ ଏହା ଆହୁରି ତଳକୁ ଯିବ।

ବିଶେଷ କରି ଗାଁ ମାନଙ୍କରେ ସରକାର ଯେଉଁ ଶିକ୍ଷା ଦାନ କଥା କହି କୋଟି କୋଟି ଟଙ୍କାର ସ୍କୁଲ ଘର ନିର୍ମାଣ କାର୍ଯ୍ୟ କରିଥିଲେ ଓ ଶିକ୍ଷକ ନିଯୁକ୍ତି ଦେଇଛନ୍ତି, ତାହା ଏବେ ଫେଲ ମାରିଛି। ଅନେକ ସ୍ଥାନରେ ପିଲା ଅଧାରେ ପାଠ ଛାଡ଼ୁଛନ୍ତି। ସେପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ସରକାରଙ୍କ ଗାଇଡ ଲାଇନ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।

The post ୧୩୫ଟି ସ୍କୁଲରେ ପଡିବ ତାଲା appeared first on Odisha Reporter.

]]>
right top 2020-11-21 17:46:49 https://cdn.odishareporter.in/wp-content/uploads/2020/11/21174543/school-close.jpg
୮୦ ଏକର ଜମିରେ କରିଥିଲେ ଗଞ୍ଜେଇ ଚାଷ https://odishareporter.in/odisha/ganja-cultivation-in-80-acres-destroyed-in-boudh-590278 Thu, 12 Nov 2020 06:18:56 +0000 https://odishareporter.in/?p=590278

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ୮୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁସାରେ, ଡବିଲାକା ଜଙ୍ଗଲର ବନଦୁର୍ଗା ମନ୍ଦିର ଅଞ୍ଚଳରେ ୮୦ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୁଲିସ ଖବର ପାଇଥିଲା। ଗତକାଲି ପୁଲିସ ଟିମ୍‌ ଚଢଉ କରି ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ଦେଇଥିଲା। ଏଭଳି ଅଭିଯାନ ଆଗକୁ ଜାରି ରହିବ ବୋଲି ବୌଦ୍ଧ ଏସ୍‌ପି କହିଛନ୍ତି।

The post ୮୦ ଏକର ଜମିରେ କରିଥିଲେ ଗଞ୍ଜେଇ ଚାଷ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ୮୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ୍‌।

ମିଳିଥିବା ସୂଚନା ଅନୁସାରେ, ଡବିଲାକା ଜଙ୍ଗଲର ବନଦୁର୍ଗା ମନ୍ଦିର ଅଞ୍ଚଳରେ ୮୦ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୁଲିସ ଖବର ପାଇଥିଲା। ଗତକାଲି ପୁଲିସ ଟିମ୍‌ ଚଢଉ କରି ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ଦେଇଥିଲା। ଏଭଳି ଅଭିଯାନ ଆଗକୁ ଜାରି ରହିବ ବୋଲି ବୌଦ୍ଧ ଏସ୍‌ପି କହିଛନ୍ତି।

The post ୮୦ ଏକର ଜମିରେ କରିଥିଲେ ଗଞ୍ଜେଇ ଚାଷ appeared first on Odisha Reporter.

]]>
right bottom 2020-11-12 11:48:56 https://cdn.odishareporter.in/wp-content/uploads/2020/11/12100037/ganja-3.jpg
ଇନୋଭାକୁ ପିଟିଲା ବସ୍‌,୨ ମୃତ https://odishareporter.in/odisha/2-dead-in-bus-accident-586825 Mon, 02 Nov 2020 02:14:24 +0000 https://odishareporter.in/?p=586825

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ  ବସ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ  ହୋଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୀରାକୁଦରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରିବାହୀ ବସ୍‌ କିଆକଟା ଛକରେ ଛିଡ଼ା ହୋଇଥିବା ଏକ ଇନୋଭାକୁ  ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଆଖି ବୁଜିଥିବା ବେଳେ ୮ ଗୁରୁତରଙ୍କୁ ବୁର୍ଲା […]

The post ଇନୋଭାକୁ ପିଟିଲା ବସ୍‌,୨ ମୃତ appeared first on Odisha Reporter.

]]>

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ  ବସ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ  ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୀରାକୁଦରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରିବାହୀ ବସ୍‌ କିଆକଟା ଛକରେ ଛିଡ଼ା ହୋଇଥିବା ଏକ ଇନୋଭାକୁ  ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଆଖି ବୁଜିଥିବା ବେଳେ ୮ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବସ୍‌ରେ ଥିବା ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଖ‍ବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ଆହତମାନଙ୍କୁ ଉଦ୍ଧାର କରିଛନ୍ତି।

The post ଇନୋଭାକୁ ପିଟିଲା ବସ୍‌,୨ ମୃତ appeared first on Odisha Reporter.

]]>
accident, centre top 2020-11-02 07:44:57 https://cdn.odishareporter.in/wp-content/uploads/2020/11/02074151/bus.jpg
ଯୁବ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିଲା ଏପରି ଷଡ଼ଯନ୍ତ୍ର https://odishareporter.in/odisha/boudh-young-businessman-murder-case-585666 Thu, 29 Oct 2020 05:32:33 +0000 https://odishareporter.in/?p=585666

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧର ଯୁବ ବ୍ୟବସାୟୀ ରାଜା ଓରଫ ପ୍ରମୋଦ ପ୍ରସାଦଙ୍କ ନିଖୋଜ ମାମଲା ଉପରୁ ପୁଲିସ ପରଦା ହଟାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇନ୍ତି ବୌଦ୍ଧ ଏସପି ଭି. ରଘୁନାଥ ରାଓ। ହତ୍ୟା ଅଭିଯୋଗରେ ବୌଦ୍ଧ ସହର ପୋଡାପଡା ସାହିର ମିଲନ ପାତ୍ର ଓ ଅଭିଷେକ ସାହାଣି ନାମକ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗତ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅଭିଷେକ ମୋବାଇଲରୁ ରାଜାକୁ […]

The post ଯୁବ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିଲା ଏପରି ଷଡ଼ଯନ୍ତ୍ର appeared first on Odisha Reporter.

]]>

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧର ଯୁବ ବ୍ୟବସାୟୀ ରାଜା ଓରଫ ପ୍ରମୋଦ ପ୍ରସାଦଙ୍କ ନିଖୋଜ ମାମଲା ଉପରୁ ପୁଲିସ ପରଦା ହଟାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇନ୍ତି ବୌଦ୍ଧ ଏସପି ଭି. ରଘୁନାଥ ରାଓ। ହତ୍ୟା ଅଭିଯୋଗରେ ବୌଦ୍ଧ ସହର ପୋଡାପଡା ସାହିର ମିଲନ ପାତ୍ର ଓ ଅଭିଷେକ ସାହାଣି ନାମକ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅଭିଷେକ ମୋବାଇଲରୁ ରାଜାକୁ ଡକାଇ ପୋଡାପଡା ଠାରେ ଥିବା ମିଲନର ଜିମ ଉପରକୁ କଥାବାର୍ତ୍ତା ହେବା ପାଇଁ ନେଇଥିଲା। ଉପର ମହଲା ଛାତରେ ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଉଭୟ ଅଭିଯୁକ୍ତ ରାଜାକୁ ଛୁରୀ ଭୁସି ଦେଇଥିଲେ। ଏହାପରେ ରାଜାର ଗଳାକୁ ଦବାଇ ହତ୍ୟା କରିଥିଲେ। ଏସପି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଏହାପରେ ବିଳମ୍ବିତ ରାତିରେ ଉଭୟ ଅଭିଯୁକ୍ତ ରାଜାର ମୃତଦେହକୁ ନେଇ ମହାନଦୀ ପଠାରେ ପେଟ୍ରୋଲ୍ ଓ କାଠରେ ପୋଡି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଭସାଇ ଦେଇଥିଲେ। ଶବ ମହାନଦୀର ହନୁମାନ ମନ୍ଦିର ଘାଟ ନିକଟରୁ ଉଦ୍ଧାର ହୋଇଥିଲା। ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ୍ ଦୁଇଟି ବାଇକ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଆଦି ଜବତ୍ କରିଛି।

ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମିଲନକୁ ଗୋଟିଏ ମାଉଜର୍ ଯୋଗାଇ ଦେବା ପାଇଁ ରାଜା ୩୫ ହଜାର ଟଙ୍କା ନେଇଥିଲା। ଦୀର୍ଘ ଦିନ ଧରି ମିଲନକୁ ମାଉଜର୍ ଦେଇନଥିଲା କି ଟଙ୍କା ଫେରାଇ ନଥିଲା। ତାକୁ ଯୋଜନାବଦ୍ଧ ଭାବରେ ହତ୍ୟା କରିବା ପାଇଁ ମିଲନ ଚାହିଁଥିଲା ।

The post ଯୁବ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିଲା ଏପରି ଷଡ଼ଯନ୍ତ୍ର appeared first on Odisha Reporter.

]]>
right top 2020-10-29 11:03:28 https://cdn.odishareporter.in/wp-content/uploads/2020/10/29110123/murde1.jpg
ବଜ୍ରାଘାତରେ ୪ ମଇଁଷି ମୃତ https://odishareporter.in/odisha/4-buffaloo-dead-inlightning-577249 Thu, 01 Oct 2020 02:30:03 +0000 https://odishareporter.in/?p=577249

ବୋୖଦ୍ଧ (ଓଡ଼ିଶା ରିପୋର୍ଟର):  ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ତାପଦର ଗ୍ରାମରେ ବଜ୍ରାଘାତ ଯୋଗୁଁ ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଛି ।ମୃତ ମଇଁଷିଙ୍କ ଅନୁମାନିକ ମୂଲ୍ୟ ୧ଲକ୍ଷ ପାଖାପାଖି ହେବ ବୋଲି ଜଣାଯାଇଛି । ଖବର ପାଇଁ ଘଣ୍ଟାପଡା ଏଲ.ଆଇ ପ୍ରଜ୍ଞାସିନୀ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ। ବୁଧବାର ହେମନ୍ତ ରଣା ମଇଁଷି ମାନଙ୍କୁ ଗୋଟିଏ ଗଛତଲେ ବାନ୍ଧିଥିଲେ । ଅପରାହ୍ନ ୫ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା।  […]

The post ବଜ୍ରାଘାତରେ ୪ ମଇଁଷି ମୃତ appeared first on Odisha Reporter.

]]>

ବୋୖଦ୍ଧ (ଓଡ଼ିଶା ରିପୋର୍ଟର):  ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ତାପଦର ଗ୍ରାମରେ ବଜ୍ରାଘାତ ଯୋଗୁଁ ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଛି ।ମୃତ ମଇଁଷିଙ୍କ ଅନୁମାନିକ ମୂଲ୍ୟ ୧ଲକ୍ଷ ପାଖାପାଖି ହେବ ବୋଲି ଜଣାଯାଇଛି । ଖବର ପାଇଁ ଘଣ୍ଟାପଡା ଏଲ.ଆଇ ପ୍ରଜ୍ଞାସିନୀ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ।

ବୁଧବାର ହେମନ୍ତ ରଣା ମଇଁଷି ମାନଙ୍କୁ ଗୋଟିଏ ଗଛତଲେ ବାନ୍ଧିଥିଲେ । ଅପରାହ୍ନ ୫ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା।  ବଜ୍ରାଘାତ ହେବା ଫଳରେ ହେମନ୍ତ ରଣାଙ୍କ ଗୋଟିଏ ଗର୍ଭଣୀ ମଇଁଷି, ଗୋଟିଏ ବର୍ଷକ  ଛୁଆ ଓ ଦୁଇଟି ପୋଢ (ଅଣ୍ଡିରା ମଇଁଷି)ର ମୃତ୍ୟୁ ହୋଇଥିଲା।

 

The post ବଜ୍ରାଘାତରେ ୪ ମଇଁଷି ମୃତ appeared first on Odisha Reporter.

]]>
right bottom 2020-10-01 08:07:26 https://cdn.odishareporter.in/wp-content/uploads/2020/03/08101140/lighting-555555.jpg
ଡ୍ୟାମ୍‌ରେ ବୁଡ଼ି ଗଲେ ଇଞ୍ଜିନିୟର; ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ https://odishareporter.in/odisha/an-enginner-drowned-in-boudh-572164 Mon, 14 Sep 2020 06:23:25 +0000 https://odishareporter.in/?p=572164

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍‌ରେ। ମୃତ ଇଞ୍ଜିନିୟରଙ୍କ ନାଁ ଆର୍‌ ମୁକୁନ୍ଦମ୍‌। ତାଙ୍କ ଘର ତାମିଲନାଡୁରେ। ମୁକୁନ୍ଦମ ତାଙ୍କର ୩ ଜଣ ସହଯୋଗୀଙ୍କ ସହିତ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ୍‌ଟି ପାଣିରେ ପଡ଼ି ଯାଇଥିଲା। ମୋବାଇଲ୍ ଖୋଜିବାକୁ ସେ ପାଣିକୁ ଡେଇଁ ପଡ଼ିଥିଲେ। […]

The post ଡ୍ୟାମ୍‌ରେ ବୁଡ଼ି ଗଲେ ଇଞ୍ଜିନିୟର; ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍‌ରେ।

ମୃତ ଇଞ୍ଜିନିୟରଙ୍କ ନାଁ ଆର୍‌ ମୁକୁନ୍ଦମ୍‌। ତାଙ୍କ ଘର ତାମିଲନାଡୁରେ।

ମୁକୁନ୍ଦମ ତାଙ୍କର ୩ ଜଣ ସହଯୋଗୀଙ୍କ ସହିତ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ୍‌ଟି ପାଣିରେ ପଡ଼ି ଯାଇଥିଲା। ମୋବାଇଲ୍ ଖୋଜିବାକୁ ସେ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ତା’ପରେ ସେ ବହୁତ ସମୟ ପର୍ଯ୍ୟନ୍ତ ପାଣିରୁ ବାହାରି ନଥିଲେ।

ଏହା ପରେ ତାଙ୍କ ସହଯୋଗୀମାନେ ବୌଦ୍ଧ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ଡ୍ୟାମ୍‌ ଠାରୁ ପ୍ରାୟ ୧ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ, ଇଞ୍ଜିନିୟର ଆର୍‌ ମୁକୁନ୍ଦମ୍ ଅନୁଗୁଳ ଜିଲ୍ଲା କୁମ୍ଭୀଆଠାରେ ମେଗା ଲିଫ୍ଟ ପ୍ରୋଜେକ୍ଟରେ କାମ କରୁଥିଲେ।

The post ଡ୍ୟାମ୍‌ରେ ବୁଡ଼ି ଗଲେ ଇଞ୍ଜିନିୟର; ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ appeared first on Odisha Reporter.

]]>
right bottom 2020-09-14 11:57:01 https://cdn.odishareporter.in/wp-content/uploads/2020/09/14115047/78-2.jpg
ପୋଲ ତଳକୁ ଖସିପଡ଼ିଲା ବାଇକ୍‌, ଚାଲିଗଲା ପିଇଓଙ୍କ ଜୀବନ https://odishareporter.in/odisha/a-peo-killed-in-an-accident-in-boudh-571302 Fri, 11 Sep 2020 03:06:04 +0000 https://odishareporter.in/?p=571302

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଚାରିଛକ-କୁଶଙ୍ଗ ପୂର୍ତ୍ତ ବିଭାଗ ରାସ୍ତା ବାଇଶିପଡ଼ା ନିକଟରେ ଥିବା ପୋଲ ତଳକୁ ବାଇକ୍ ଖସିଯିବାରୁ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ପ୍ରଦତ୍ତ ଭୋକ୍ତା। ସେ ମହଳିକପଡ଼ା ପଞ୍ଚାୟତର ପିଇଓ ଥିଲେ। ବାଇକ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିବା ବେଳେ ଘଟଣାସ୍ଥଳରେ ହିଁ ପ୍ରଦତ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ […]

The post ପୋଲ ତଳକୁ ଖସିପଡ଼ିଲା ବାଇକ୍‌, ଚାଲିଗଲା ପିଇଓଙ୍କ ଜୀବନ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଚାରିଛକ-କୁଶଙ୍ଗ ପୂର୍ତ୍ତ ବିଭାଗ ରାସ୍ତା ବାଇଶିପଡ଼ା ନିକଟରେ ଥିବା ପୋଲ ତଳକୁ ବାଇକ୍ ଖସିଯିବାରୁ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ପରଲୋକ ହୋଇଯାଇଛି। ତାଙ୍କ ନାଁ ପ୍ରଦତ୍ତ ଭୋକ୍ତା। ସେ ମହଳିକପଡ଼ା ପଞ୍ଚାୟତର ପିଇଓ ଥିଲେ।

ବାଇକ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିବା ବେଳେ ଘଟଣାସ୍ଥଳରେ ହିଁ ପ୍ରଦତ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ପୁଲିସ୍ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

The post ପୋଲ ତଳକୁ ଖସିପଡ଼ିଲା ବାଇକ୍‌, ଚାଲିଗଲା ପିଇଓଙ୍କ ଜୀବନ appeared first on Odisha Reporter.

]]>
left bottom 2020-09-11 08:36:04 https://cdn.odishareporter.in/wp-content/uploads/2020/09/11083313/peo9.jpg
ଝରଣାର ପଥର ସନ୍ଧିରୁ ବାହାରିଲା ୫ ବର୍ଷର ଶିଶୁ https://odishareporter.in/odisha/5-years-old-boy-trapped-in-a-rock-in-boudh-568972 Wed, 02 Sep 2020 09:17:44 +0000 https://odishareporter.in/?p=568972

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଝରଣାରେ ପଥର ସନ୍ଧିରେ ଫସିଯାଇଥିବା ୫ ବର୍ଷର ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାକୁ ଓଡ଼ିଶା ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକର ବୁରୁଗୁଡ଼ା ଗାଁରେ। ସୂଚନା ଅନୁଯାୟୀ, ଗାଁର ନୀଳମଣି ନାୟକ ଆଜି ସକାଳେ ଆଉ କିଛି ପିଲାଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ତାଙ୍କ ଗୋଡ଼ ଝରଣାର ପଥର […]

The post ଝରଣାର ପଥର ସନ୍ଧିରୁ ବାହାରିଲା ୫ ବର୍ଷର ଶିଶୁ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଝରଣାରେ ପଥର ସନ୍ଧିରେ ଫସିଯାଇଥିବା ୫ ବର୍ଷର ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାକୁ ଓଡ଼ିଶା ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକର ବୁରୁଗୁଡ଼ା ଗାଁରେ।

ସୂଚନା ଅନୁଯାୟୀ, ଗାଁର ନୀଳମଣି ନାୟକ ଆଜି ସକାଳେ ଆଉ କିଛି ପିଲାଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ତାଙ୍କ ଗୋଡ଼ ଝରଣାର ପଥର ସନ୍ଧିରେ ଫସି ଯାଇଥିଲା। ସେ ସେଥିରୁ ଆଉ ବାହାରି ପାରି ନଥିଲେ। ଏହା ଦେଖି ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ତାଙ୍କୁ ଉଦ୍ଧାର କରାଯାଇଛି।

The post ଝରଣାର ପଥର ସନ୍ଧିରୁ ବାହାରିଲା ୫ ବର୍ଷର ଶିଶୁ appeared first on Odisha Reporter.

]]>
right top 2020-09-02 15:21:24 https://cdn.odishareporter.in/wp-content/uploads/2020/09/02144512/78.jpg
ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର https://odishareporter.in/odisha/crocodile-scare-in-people-of-boudh-561400 Sun, 09 Aug 2020 11:20:41 +0000 https://odishareporter.in/?p=561400

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା କରତି ଗାଁ ନିକଟ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ୨ ଦିନ ହେଲା ନଦୀରେ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। କୁମ୍ଭୀରଟି ସ୍ଥାନୀୟ ମହାଦେବ ଘାଟ ଓ ଆଖପାଖ ଘାଟ ନିକଟରେ ଦେଖିବାକୁ ମିଳିଛି। ବନ୍ୟା ଜଳରେ ଟିକରପଡା ସାତକୋଶିଆ ଗଣ୍ଡରୁ କୁମ୍ଭୀର ଚାଲିଆସିଥିବା ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଉପରେ ନଜର ରଖିଛି। ଏହା ଘଡିଆଲ ପ୍ରଜାତିର […]

The post ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର appeared first on Odisha Reporter.

]]>

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା କରତି ଗାଁ ନିକଟ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ୨ ଦିନ ହେଲା ନଦୀରେ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

କୁମ୍ଭୀରଟି ସ୍ଥାନୀୟ ମହାଦେବ ଘାଟ ଓ ଆଖପାଖ ଘାଟ ନିକଟରେ ଦେଖିବାକୁ ମିଳିଛି। ବନ୍ୟା ଜଳରେ ଟିକରପଡା ସାତକୋଶିଆ ଗଣ୍ଡରୁ କୁମ୍ଭୀର ଚାଲିଆସିଥିବା ଅନୁମାନ କରାଯାଉଛି।

ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଉପରେ ନଜର ରଖିଛି। ଏହା ଘଡିଆଲ ପ୍ରଜାତିର କୁମ୍ଭୀର, ମଣିଷକୁ ଆକ୍ରମଣ କରି ନଥାଏ ବୋଲି କହିଛନ୍ତି ବୌଦ୍ଧ ବନଖଣ୍ଡ ରେଞ୍ଜର ଆଶିଷ କହଁର କହିଛନ୍ତି।

The post ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର appeared first on Odisha Reporter.

]]>
2020-08-09 16:50:41 https://cdn.odishareporter.in/wp-content/uploads/2020/08/09164857/kkk333.jpg
ବାକି ଟଙ୍କା ପାଇଁ ବିଜେପି ଯୁବନେତାଙ୍କୁ ମାରି ଦେଲେ ତାଙ୍କ ଘନିଷ୍ଠ ବନ୍ଧୁ! ପୁଲିସ୍‌ କଥାକୁ ବିଶ୍ୱାସ କରୁନି ପରିବାର https://odishareporter.in/odisha/police-arrested-three-in-bjp-leader-murder-case-in-boudh-557171 Wed, 29 Jul 2020 08:52:46 +0000 https://odishareporter.in/?p=557171

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଜେପି ଯୁବନେତା ଲୋକନାଥ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ଏହି ଘଟଣାରେ ଲୋକନାଥ ପ୍ରଧାନଙ୍କ ଘନିଷ୍ଠ ବନ୍ଧୁ ଲିଙ୍ଗରାଜ ବଗର୍ତ୍ତୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ଜ୍ୟୋତିର୍ମୟ ଦଳାଇ ଓ ସତ୍ୟନାରାୟଣ ପ୍ରଧାନ। ଗତ ୨୪ ତାରିଖରେ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖମନମୁଣ୍ଡା ପଞ୍ଚାୟତର ସିଆଲଝୁଲି ଗାଁର ବିଜେପି ନେତା ଲୋକନାଥ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍‌ର ସୂଚନା ଅନୁସାରେ […]

The post ବାକି ଟଙ୍କା ପାଇଁ ବିଜେପି ଯୁବନେତାଙ୍କୁ ମାରି ଦେଲେ ତାଙ୍କ ଘନିଷ୍ଠ ବନ୍ଧୁ! ପୁଲିସ୍‌ କଥାକୁ ବିଶ୍ୱାସ କରୁନି ପରିବାର appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଜେପି ଯୁବନେତା ଲୋକନାଥ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ଏହି ଘଟଣାରେ ଲୋକନାଥ ପ୍ରଧାନଙ୍କ ଘନିଷ୍ଠ ବନ୍ଧୁ ଲିଙ୍ଗରାଜ ବଗର୍ତ୍ତୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ଜ୍ୟୋତିର୍ମୟ ଦଳାଇ ଓ ସତ୍ୟନାରାୟଣ ପ୍ରଧାନ।

ଗତ ୨୪ ତାରିଖରେ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖମନମୁଣ୍ଡା ପଞ୍ଚାୟତର ସିଆଲଝୁଲି ଗାଁର ବିଜେପି ନେତା ଲୋକନାଥ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍‌ର ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଲୋକନାଥ ପ୍ରଧାନ ସମିତି ସଭ୍ୟ ଭାବରେ ଖମନମୁଣ୍ଡା ପଞ୍ଚାୟତରୁ ନିର୍ବାଚନ ଲଢ଼ିଥିଲେ। ସେଥିପାଇଁ ସେ ତାଙ୍କ ଘନିଷ୍ଠ ସାଙ୍ଗ ଲିଙ୍ଗରାଜ ବଗର୍ତ୍ତୀଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଲିଙ୍ଗରାଜଙ୍କ ବି ସିଆଲଝୁଲି ଗାଁର। ତେବେ ଲୋକନାଥ ନିର୍ବାଚନରେ ପରାଜିତ ହେବା ପରେ ଲିଙ୍ଗରାଜଙ୍କୁ ଧାର ନେଇଥିବା ଟଙ୍କା ଫେରାଇ ନଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଲିଙ୍ଗରାଜ ତାଙ୍କ ଦୁଇ ସାଙ୍ଗ ଜ୍ୟୋତିର୍ମୟ ଦଳାଇ ଓ ସତ୍ୟନାରାୟଣ ପ୍ରଧାନ (ଆମ୍ବଗାଁର)ଙ୍କ ସହ ଲୋକନାଥଙ୍କୁ ଜୀବନରେ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ।

ଯୋଜନା ମୁତାବକ ୨୪ ତାରିଖ ସନ୍ଧ୍ୟାରେ ଭୋଜି କରିବା ବାହାନାରେ ଲୋକନାଥଙ୍କୁ ଫୋନ୍ କରି ଡାକି ଥିଲେ ଲିଙ୍ଗରାଜ। ସେମାନେ ପ୍ରଥମେ ଆମ୍ବଗାଁରେ ଭୋଜି କରିଥିଲେ। ତା’ପରେ ସେଠାରୁ ନାଳ ପାଖକୁ ଯାଇଥିଲେ ଓ ସେଠାରେ ଲୋକନାଥଙ୍କୁ ହତ୍ୟା କରିଥିଲେ। ପୁଲିସ୍ ନାଳ ଖଣ୍ଡିରୁ ଏକ ଖଣ୍ଡା ଏବଂ କଟୁରୀ ଜବତ କରିଥିଲା ଓ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ଅପରପକ୍ଷେ ମୃତ ଲୋକନାଥଙ୍କ ବାପା ଜଗଦୀଶ ପ୍ରଧାନ ଏବଂ ସ୍ତ୍ରୀ ରୋହିଣୀ ପ୍ରଧାନ ପୁଲିସ୍ ଦେଇଥିବା ତଥ୍ୟକୁ ଗ୍ରହଣ କରିପାରି ନାହାନ୍ତି। ଟଙ୍କା ଦିଆନିଆକୁ ନେଇ କେବେ ବି ଲୋକନାଥଙ୍କୁ ହତ୍ୟା କରାଯାଇନାହିଁ ବୋଲି ସେମାନେ କହିଛନ୍ତି। ଏହା ଏକ ସୁପରିକଳ୍ପିତ ରାଜନୈତିକ ହତ୍ୟାକାଣ୍ଡ ବୋଲି ସେମାନେ କହିଛନ୍ତି। ଲୋକନାଥଙ୍କ ବାପା ଏବଂ ସ୍ତ୍ରୀଙ୍କ କହିବା ଅନୁସାରେ ସେ ସବୁ କଥା ପରିବାର ଲୋକଙ୍କୁ କୁହନ୍ତି। ଯଦି ସେ ଅଭିଯୁକ୍ତଙ୍କ ଠାରୁ ଟଙ୍କା ଆଣିଥିଲେ ଘରେ ନିଶ୍ଚୟ କହିଥା’ନ୍ତେ ବୋଲି ସେମାନେ କହିଛନ୍ତି।

ଗତକାଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ମୃତ ଲୋକନାଥ ପ୍ରଧାନଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହା ସହ ସେମାନେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଥିଲେ। ଏହି ହତ୍ୟାକାଣ୍ଡରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଓ କଣ୍ଟାମାଲ ବିଧାୟକଙ୍କ ପୁଅ ସମ୍ପୃକ୍ତ ଅଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଅନ୍ୟପକ୍ଷରେ ଏ ଘଟଣା ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିନାହିଁ।

ବୌଦ୍ଧ ଏସ୍‌ପି କହିଛନ୍ତି, ଏ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଆଉ କେହି ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ ଚାଲିଛି।

The post ବାକି ଟଙ୍କା ପାଇଁ ବିଜେପି ଯୁବନେତାଙ୍କୁ ମାରି ଦେଲେ ତାଙ୍କ ଘନିଷ୍ଠ ବନ୍ଧୁ! ପୁଲିସ୍‌ କଥାକୁ ବିଶ୍ୱାସ କରୁନି ପରିବାର appeared first on Odisha Reporter.

]]>
right bottom 2020-07-29 14:59:31 https://cdn.odishareporter.in/wp-content/uploads/2020/07/29141457/bjp-6.jpg
ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକଙ୍କୁ ନିର୍ମମ ହତ୍ୟା https://odishareporter.in/odisha/murder-of-a-bjp-leader-555236 Fri, 24 Jul 2020 07:56:24 +0000 https://odishareporter.in/?p=555236

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ନାଳ ନିକଟରୁ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୋକନାଥ ପ୍ରଧାନ। ତାଙ୍କ ଘର ଖମନମୁଣ୍ଡା ପଞ୍ଚାୟତ ସିଆଳଝୁଲି ଗାଁରେ। ସେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଥିଲେ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ଗତକାଲି ସନ୍ଧ୍ୟାରେ ଲୋକନାଥ ନିଜ ଘରୁ ବଜାରକୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ […]

The post ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକଙ୍କୁ ନିର୍ମମ ହତ୍ୟା appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ନାଳ ନିକଟରୁ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୋକନାଥ ପ୍ରଧାନ। ତାଙ୍କ ଘର ଖମନମୁଣ୍ଡା ପଞ୍ଚାୟତ ସିଆଳଝୁଲି ଗାଁରେ। ସେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଥିଲେ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି।

ଗତକାଲି ସନ୍ଧ୍ୟାରେ ଲୋକନାଥ ନିଜ ଘରୁ ବଜାରକୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ପରିବାର ଲୋକ ଏନେଇ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଆମ୍ବଗାଁ ନାଳ ନିକଟରୁ ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଲୋକନାଥଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

The post ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକଙ୍କୁ ନିର୍ମମ ହତ୍ୟା appeared first on Odisha Reporter.

]]>
right bottom 2020-07-24 13:26:24 https://cdn.odishareporter.in/wp-content/uploads/2020/07/24114227/murder9999.jpg
କରୋନା ଭୟ; ୩୧ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ଜାରି ହେଲା କଟକଣା https://odishareporter.in/odisha/restrictions-in-boudh-seeing-corona-situation-551715 Wed, 15 Jul 2020 06:17:56 +0000 https://odishareporter.in/?p=551715

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): କରୋନା ସଂକ୍ରମଣ ରୋକିବାକୁ ବୌଦ୍ଧ ଜିଲ୍ଲାରେ ଆଜିଠୁ କେବଳ ସକାଳ ୭ଟାରୁ ଦିନ ୨ଟା ଯାଏ ସମସ୍ତ ଦୋକନ ବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସାମାଜିକ ଦ୍ୱରତ୍ୱ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏମିତିକି ଅପରାହ୍ଣ ୨ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହି ନିୟମ ଜୁଲାଇ ୩୧ ତାରିଖ ଯାଏ ବଳବତ୍ତର ରହିବ। ଯଦି […]

The post କରୋନା ଭୟ; ୩୧ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ଜାରି ହେଲା କଟକଣା appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): କରୋନା ସଂକ୍ରମଣ ରୋକିବାକୁ ବୌଦ୍ଧ ଜିଲ୍ଲାରେ ଆଜିଠୁ କେବଳ ସକାଳ ୭ଟାରୁ ଦିନ ୨ଟା ଯାଏ ସମସ୍ତ ଦୋକନ ବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସାମାଜିକ ଦ୍ୱରତ୍ୱ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏମିତିକି ଅପରାହ୍ଣ ୨ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହି ନିୟମ ଜୁଲାଇ ୩୧ ତାରିଖ ଯାଏ ବଳବତ୍ତର ରହିବ। ଯଦି କେହି ନିୟମ ଭଙ୍ଗ କରନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୌଦ୍ଧ ଏସ୍‌ପି ବି ରଘୁନାଥ ରାଓ କହିଛନ୍ତି।

ଗତକାଲି ଜିଲ୍ଲାରେ ଆଉ ନୂଆ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୬ ଜଣ ଆକ୍ରାନ୍ତ ଲୋକାଲ୍ କେସ୍‌ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଘୋଷିତ ଅଞ୍ଚଳରେ ଦୋକାନ ବଜାର ୭୨ ଘଣ୍ଟା ବନ୍ଦ ରଖାଯିବ ବୋଲି କୁହାଯାଇଛି। ଏହି ସମୟରେ ଲୋକେ ଯେପରି ବାହାରକୁ ନ ବାହାରିବେ ଆଉ ବାହାର ଲୋକେ ଯେପରି ସେହି ଅଞ୍ଚଳକୁ  ନଯିବେ ସେନେଇ ମଧ୍ୟ  ନିର୍ଦ୍ଦେଶନାମା ଜାରି  କରାଯାଇଛି।

The post କରୋନା ଭୟ; ୩୧ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାରେ ଜାରି ହେଲା କଟକଣା appeared first on Odisha Reporter.

]]>
right bottom 2020-07-15 11:51:55 https://cdn.odishareporter.in/wp-content/uploads/2020/07/15095844/boudh-22000.jpg
ଗଛରେ ପିଟିହେଲା ବାଇକ୍‌ https://odishareporter.in/odisha/one-dead-in-accident-5-549753 Fri, 10 Jul 2020 07:52:06 +0000 https://odishareporter.in/?p=549753

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ଜାତୀୟ ରାଜପଥର ନୂଆପାଲି ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଛି। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ  ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତବ୍ୟକ୍ତିଜଣଙ୍କ ହେଲେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ। ତାଙ୍କ ଘର ସୁବର୍ଣ୍ଣଜିଲ୍ଲାର ଘୋଡ଼ାଘାଟ ପଡ଼ାରେ। ଆହତ ତ୍ରିନାଥ ଭରାସାଗରଙ୍କୁ ପ୍ରଥମେ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସୋନପୁର ଡାକ୍ତରଖାନାରେ […]

The post ଗଛରେ ପିଟିହେଲା ବାଇକ୍‌ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ଜାତୀୟ ରାଜପଥର ନୂଆପାଲି ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଛି। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ  ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତବ୍ୟକ୍ତିଜଣଙ୍କ ହେଲେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ। ତାଙ୍କ ଘର ସୁବର୍ଣ୍ଣଜିଲ୍ଲାର ଘୋଡ଼ାଘାଟ ପଡ଼ାରେ। ଆହତ ତ୍ରିନାଥ ଭରାସାଗରଙ୍କୁ ପ୍ରଥମେ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତ୍ରିନାଥଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଶାନ୍ତିପଡ଼ାରେ ।

ଗତକାଲି ତ୍ରିନାଥ ଓ ପୂର୍ଣ୍ଣ ବାଇକ୍‌ରେ ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ନୂଆପାଲି ନିକଟରେ ରାସ୍ତାକଡ଼ରେ ଥିବା ଗଛରେ ବାଇକ୍‌ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ପୂର୍ଣ୍ଣଙ୍କର ମୃତ୍ୟୁ ଘଟିଥିବା ବେଳେ ତ୍ରିନାଥ ଗୁରୁତର ହୋଇଥିଲେ। ପୁଲିସ୍ ପୂର୍ଣ୍ଣଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ପୁଲିସ୍ ବାଇକ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

The post ଗଛରେ ପିଟିହେଲା ବାଇକ୍‌ appeared first on Odisha Reporter.

]]>
right bottom 2020-07-10 13:23:51 https://cdn.odishareporter.in/wp-content/uploads/2020/07/10130434/accident0099888.jpg
କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମିଳିଲା ମୃତଦେହ https://odishareporter.in/odisha/deadbody-found-from-quarentine-centre-549626 Fri, 10 Jul 2020 03:40:12 +0000 https://odishareporter.in/?p=549626

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବଘିଆପଡ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଗତ ବୁଧବାର ସୁରଟରୁ ଗାଁକୁ ଫେରି ବଘିଆପଡ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ପୂର୍ବରୁ ତାଙ୍କର ଛାତି ଓ ମୁଣ୍ଡ ବିନ୍ଧା ହେଉଥିଲା। ଗତକାଲି କେନ୍ଦ୍ର ଭିତରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ଜଗୁଆଳି। ଖବର ପାଇ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବ୍ୟବଚ୍ଛେଦଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତଙ୍କ  ସ୍ୱାବ […]

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମିଳିଲା ମୃତଦେହ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବୌଦ୍ଧ ଜିଲ୍ଲା ବଘିଆପଡ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଗତ ବୁଧବାର ସୁରଟରୁ ଗାଁକୁ ଫେରି ବଘିଆପଡ଼ା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ପୂର୍ବରୁ ତାଙ୍କର ଛାତି ଓ ମୁଣ୍ଡ ବିନ୍ଧା ହେଉଥିଲା। ଗତକାଲି କେନ୍ଦ୍ର ଭିତରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ଜଗୁଆଳି।

ଖବର ପାଇ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବ୍ୟବଚ୍ଛେଦଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତଙ୍କ  ସ୍ୱାବ ଟେଷ୍ଟ ନିମନ୍ତେ ଯାଇଥିବା ବେଳେ ରିପୋର୍ଟ ଆସି ନାହିଁ।  ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ପ୍ରକୃତ କାରଣ ସାମନାକୁ ଆସିବ ବୋଲି ବୌଦ୍ଧ ସିଡିଏମ୍‌ଓ ଡ. ପ୍ରଧାନ କହିଛନ୍ତି।

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମିଳିଲା ମୃତଦେହ appeared first on Odisha Reporter.

]]>
right bottom 2020-07-10 09:10:12 https://cdn.odishareporter.in/wp-content/uploads/2020/07/10090906/boudh-1-1.jpg
ବିଲରୁ ମିଳିଲା ଚାଷୀଙ୍କ ମୃତଦେହ https://odishareporter.in/odisha/deadbody-of-a-farmer-found-549332 Thu, 09 Jul 2020 08:09:50 +0000 https://odishareporter.in/?p=549332

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଳେଶ୍ୱର ଗାଁର ଏକ ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚାଷୀ ଜଣଙ୍କ ହେଲେ ନରେନ୍ଦ୍ର ଡାଙ୍ଗ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ନରେନ୍ଦ୍ର ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ତେବେ ବିଲରୁ ଫେରିବା ତାଙ୍କର ବିଳମ୍ବ ହୋଇଥିଲା। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ବିଲରୁ ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ […]

The post ବିଲରୁ ମିଳିଲା ଚାଷୀଙ୍କ ମୃତଦେହ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଳେଶ୍ୱର ଗାଁର ଏକ ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚାଷୀ ଜଣଙ୍କ ହେଲେ ନରେନ୍ଦ୍ର ଡାଙ୍ଗ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ନରେନ୍ଦ୍ର ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ତେବେ ବିଲରୁ ଫେରିବା ତାଙ୍କର ବିଳମ୍ବ ହୋଇଥିଲା। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ବିଲରୁ ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ନରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ବିଲରୁ ମିଳିଲା ଚାଷୀଙ୍କ ମୃତଦେହ appeared first on Odisha Reporter.

]]>
right bottom 2020-07-09 13:42:37 https://cdn.odishareporter.in/wp-content/uploads/2020/07/06144640/deadbody-888.jpg
ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଅରୁଣଙ୍କ ଜୀବନ https://odishareporter.in/odisha/man-dead-in-eectric-shock-549209 Thu, 09 Jul 2020 04:08:59 +0000 https://odishareporter.in/?p=549209

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକଠାରେ ବିଦ୍ୟୁତ୍‌ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ  ଅରୁଣ ବେହେରା । ତାଙ୍କ ଘର ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁରେ। ସେ ଚାରିଛକରେ ବିଦ୍ୟୁତ୍ କାମ କରୁଥିଲେ। ମିଳିଥିବା ସୂଚନା ଅନୁସାରେ,  ଆଜି ସକାଳେ  କୌଣସି କାରଣବଶତଃ  ସଟସର୍କିଟ୍‌ ହେବାରୁ ଅରୁଣ ବିଦ୍ୟୁତ୍‌ ଆଘାତରେ ଅଚେତ ହୋଇ ପଡ଼ି ଯାଇଥିଲେ।  ସଙ୍ଗେ ସଙ୍ଗେ ତାଙ୍କୁ ସେଠାରେ ଥିବା ଲୋକେ ପୁରୁଣା […]

The post ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଅରୁଣଙ୍କ ଜୀବନ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକଠାରେ ବିଦ୍ୟୁତ୍‌ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ  ଅରୁଣ ବେହେରା । ତାଙ୍କ ଘର ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁରେ। ସେ ଚାରିଛକରେ ବିଦ୍ୟୁତ୍ କାମ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ,  ଆଜି ସକାଳେ  କୌଣସି କାରଣବଶତଃ  ସଟସର୍କିଟ୍‌ ହେବାରୁ ଅରୁଣ ବିଦ୍ୟୁତ୍‌ ଆଘାତରେ ଅଚେତ ହୋଇ ପଡ଼ି ଯାଇଥିଲେ।  ସଙ୍ଗେ ସଙ୍ଗେ ତାଙ୍କୁ ସେଠାରେ ଥିବା ଲୋକେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।   ଖବର ପାଇ ପୁରୁଣା କଟକ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ଅରୁଣଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ  ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

The post ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଅରୁଣଙ୍କ ଜୀବନ appeared first on Odisha Reporter.

]]>
right bottom 2020-07-09 09:38:59 https://cdn.odishareporter.in/wp-content/uploads/2020/07/09090759/death-55000000.jpg
ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍ https://odishareporter.in/odisha/40-thousand-loot-in-boudh-545829 Tue, 30 Jun 2020 09:19:22 +0000 https://odishareporter.in/?p=545829

ବୌଦ୍ଧ (ଭାର୍ଜନ ପ୍ରଧାନ ): ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍‌। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଗାନ୍ଧି ଛକ ନିକଟରେ। ଆଜି ସକାଳେ ଖୁଣ୍ଟିଆପଡ଼ା ଗାଁ ବଉଦି ବେହେରା ବ୍ୟାଙ୍କରୁ  ୪୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ।  ତେବେ ବାଟରେ ଏକ ଲୁହା ଦୋକାନରୁ କିଛି କିଣିବା ପାଇଁ ଅଟକି ଥିଲେ।  ସେ ଦୋକାନରୁ କିଣାକିଣି କରୁଥିବା ବେଳେ ଦୁଇ  ଦୁର୍ବୃତ୍ତ ଡିକି ଭାଙ୍ଗି  ତାଙ୍କ ଟଙ୍କା ନେଇଯାଇଥିଲେ। ଦୁଇ ଜଣ ଲୁଟେରା ଡିକି […]

The post ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ ): ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍‌। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଗାନ୍ଧି ଛକ ନିକଟରେ।

ଆଜି ସକାଳେ ଖୁଣ୍ଟିଆପଡ଼ା ଗାଁ ବଉଦି ବେହେରା ବ୍ୟାଙ୍କରୁ  ୪୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ।  ତେବେ ବାଟରେ ଏକ ଲୁହା ଦୋକାନରୁ କିଛି କିଣିବା ପାଇଁ ଅଟକି ଥିଲେ।  ସେ ଦୋକାନରୁ କିଣାକିଣି କରୁଥିବା ବେଳେ ଦୁଇ  ଦୁର୍ବୃତ୍ତ ଡିକି ଭାଙ୍ଗି  ତାଙ୍କ ଟଙ୍କା ନେଇଯାଇଥିଲେ।

ଦୁଇ ଜଣ ଲୁଟେରା ଡିକି ଭାଙ୍ଗି  ଏହି ଟଙ୍କା ନେଇଯାଇଥିବା ଲୁହା ଦୋକାନରେ ଲାଗିଥିବା ସିସି ଫୁଟେଜରୁ ଜଣାପଡ଼ିଛି।  ଏନେଇ ବଉଦି ବେହେରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି।

The post ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍ appeared first on Odisha Reporter.

]]>
right bottom 2020-06-30 14:49:22 https://cdn.odishareporter.in/wp-content/uploads/2020/06/30143308/loot-1.jpg
ପୁଲିସ୍ ଆଖିରେ ଧୂଳି ଦେଇ ଭ୍ୟାନ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଲେ https://odishareporter.in/odisha/police-seized-ganja-2-542602 Mon, 22 Jun 2020 05:20:08 +0000 https://odishareporter.in/?p=542602

ବୌଦ୍ଧ(ଭାର୍ଜନ ପ୍ରଧାନ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ଯାତ୍ରୀ ପରିବହନ ଗାଡ଼ିରେ ଗଞ୍ଜେଇ ନେଉଛନ୍ତି। ଏପରି ସମାନ ଅଭିଯୋଗ ଆସିଛି ବୌନ୍ଧ ଜିଲ୍ଲାରୁ। ଜିଲ୍ଲାର ବ୍ରିଜ୍ ଛକରୁ ପୁଲିସ୍ ଏକ ମାରୁତି ଭ୍ୟାନ୍‌ ଉପରେ ଚଢ଼ଉ କରି ୧୦୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ […]

The post ପୁଲିସ୍ ଆଖିରେ ଧୂଳି ଦେଇ ଭ୍ୟାନ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଲେ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ ପ୍ରଧାନ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ଯାତ୍ରୀ ପରିବହନ ଗାଡ଼ିରେ ଗଞ୍ଜେଇ ନେଉଛନ୍ତି। ଏପରି ସମାନ ଅଭିଯୋଗ ଆସିଛି ବୌନ୍ଧ ଜିଲ୍ଲାରୁ।

ଜିଲ୍ଲାର ବ୍ରିଜ୍ ଛକରୁ ପୁଲିସ୍ ଏକ ମାରୁତି ଭ୍ୟାନ୍‌ ଉପରେ ଚଢ଼ଉ କରି ୧୦୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ଟାଉନ ଥାନା ଅଞ୍ଚଳର ବେଣୁଧର ସାହୁ (୨୮) ଓ ମନୋଜ ମହାପାତ୍ର (୨୦)।

ଗତକାଲି ବିଳମ୍ବିତ ରାତିରେ ବଘିଆପଡ଼ା ଅଞ୍ଚଳରୁ ବେଣୁଧର ଓ ମନୋଜ ମାରୁତି ଭ୍ୟାନରେ ଗଞ୍ଜେଇ ନେଇ ରେଢ଼ାଖୋଲ ଅଭିମୁଖେ ଯାଉଥିଲେ।  ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ବିଜ୍ର ଛକଠାରେ ଗାଡ଼ିକୁ ଅଟକାଇଥିଲା। ଏହାପରେ ଯାଞ୍ଚ ସମୟରେ  ସେଥିରୁ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ‌ ଗିରଫ କରିଛି ପୁଲିସ୍। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ତନାଘନା ଚଳାଇଛି ପୁଲିସ୍‌।

The post ପୁଲିସ୍ ଆଖିରେ ଧୂଳି ଦେଇ ଭ୍ୟାନ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଲେ appeared first on Odisha Reporter.

]]>
right bottom 2020-06-22 10:50:08 https://cdn.odishareporter.in/wp-content/uploads/2020/06/22093455/99999999999999.jpg
ବାଲି ଆଣିବାକୁ ଯାଇ ଓଲଟି ପଡ଼ିଲା ଟ୍ରାକ୍ଟର https://odishareporter.in/odisha/tractor-accident-driver-dead-541994 Sat, 20 Jun 2020 05:53:30 +0000 https://odishareporter.in/?p=541994

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଥାନା ସରସରା ଗ୍ରାମପଞ୍ଚାୟତର ବଘାରପାଲି ନିକଟରେ ଗତବାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରାକ୍ଟର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ଆଣିବା ପାଇଁ ଡ୍ରାଇଭର ସରସରା- ବଘାରପାଲି ଅଣଓସାରିଆ କଚ୍ଚା ରାସ୍ତାରେ ଯାଉଥିଲେ। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ ନିକଟରେ  ରାସ୍ତା ତଳକୁ ଓଲଟି ପଡ଼ିଥିଲା।  ରାତି ହୋଇଥିବାରୁ ଦୁର୍ଘଟଣା […]

The post ବାଲି ଆଣିବାକୁ ଯାଇ ଓଲଟି ପଡ଼ିଲା ଟ୍ରାକ୍ଟର appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଥାନା ସରସରା ଗ୍ରାମପଞ୍ଚାୟତର ବଘାରପାଲି ନିକଟରେ ଗତବାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରାକ୍ଟର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ଆଣିବା ପାଇଁ ଡ୍ରାଇଭର ସରସରା- ବଘାରପାଲି ଅଣଓସାରିଆ କଚ୍ଚା ରାସ୍ତାରେ ଯାଉଥିଲେ। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ ନିକଟରେ  ରାସ୍ତା ତଳକୁ ଓଲଟି ପଡ଼ିଥିଲା।  ରାତି ହୋଇଥିବାରୁ ଦୁର୍ଘଟଣା ସମ୍ପର୍କରେ କେହି ଜାଣି ପାରି ନ ଥିଲେ। ସକାଳେ ସ୍ଥାନୀୟ ଲୋକେ ପହଞ୍ଚି ଡ୍ରାଇଭରଙ୍କ ମୃତ୍ୟୁ ହୋଇ ସାରିଥିବା ଦେଖିବାକୁ ପାଇଥିଲେ। ମୃତକଙ୍କ ଘର ଲଇଗାଆଁରେ ବୋଲି ଜଣାପଡ଼ିଛି।

The post ବାଲି ଆଣିବାକୁ ଯାଇ ଓଲଟି ପଡ଼ିଲା ଟ୍ରାକ୍ଟର appeared first on Odisha Reporter.

]]>
right bottom 2020-06-20 11:23:30 https://cdn.odishareporter.in/wp-content/uploads/2020/06/20112230/tractor-1-1.jpg
ମାଛର ନାଁ ‘କଣା ବୁଦା’, ଓଜନ ୪୦ କିଲା https://odishareporter.in/odisha/a-fish-of-40-kg-captured-in-net-541950 Sat, 20 Jun 2020 04:27:32 +0000 https://odishareporter.in/?p=541950

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନିକଟସ୍ଥ ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଏପରି ଏକ ମାଛ ତାଙ୍କ ଜାଲରେ ପଡ଼ିଛି। ମାଛର ନାଁ କଣା ବୁଦା। ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ଓଜନ ୪୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା […]

The post ମାଛର ନାଁ ‘କଣା ବୁଦା’, ଓଜନ ୪୦ କିଲା appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନିକଟସ୍ଥ ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଏପରି ଏକ ମାଛ ତାଙ୍କ ଜାଲରେ ପଡ଼ିଛି।

ମାଛର ନାଁ କଣା ବୁଦା। ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ଓଜନ ୪୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ମାଛ ଦେଖିବା ପାଇଁ ଲୋକଙ୍କ ଭିଡ଼ ବଢ଼ିଥିଲା। ଏହାପରେ ମାଛଟି ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇଥିବା ଜଣାଯାଇଛି।

The post ମାଛର ନାଁ ‘କଣା ବୁଦା’, ଓଜନ ୪୦ କିଲା appeared first on Odisha Reporter.

]]>
right bottom 2020-06-20 09:59:14 https://cdn.odishareporter.in/wp-content/uploads/2020/06/20095544/fish-1.jpg
ଗୁପ୍ତଧନ ପାଇବା ଆଶାରେ ଚାଲିଥିଲା ଗୁପ୍ତ ପୂଜାର୍ଚ୍ଚନା; ପିଟିଲେ ଗ୍ରାମବାସୀ https://odishareporter.in/odisha/villagers-attacked-some-persons-541543 Fri, 19 Jun 2020 04:10:42 +0000 https://odishareporter.in/?p=541543

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଗୁପ୍ତଧନ ପାଇବା ଆଶାରେ ଚାଲିଥିବା ଗୁପ୍ତ ପୂଜାର୍ଚ୍ଚନା ମହଙ୍ଗା ପଡ଼ିଲା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜକ ଗୋଷ୍ଠି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗାଁରେ ଘଟିଛି। ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁସାରେ, କରଞ୍ଜକଟା ଗାଁର ଈଶ୍ୱର ବେହେରା ନାମକ ବ୍ୟକ୍ତି ସୁନା ହଣ୍ଡା ପାଇବା ଲାଲସାରେ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଜଣେ ମହିଳାଙ୍କ ସହ […]

The post ଗୁପ୍ତଧନ ପାଇବା ଆଶାରେ ଚାଲିଥିଲା ଗୁପ୍ତ ପୂଜାର୍ଚ୍ଚନା; ପିଟିଲେ ଗ୍ରାମବାସୀ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଗୁପ୍ତଧନ ପାଇବା ଆଶାରେ ଚାଲିଥିବା ଗୁପ୍ତ ପୂଜାର୍ଚ୍ଚନା ମହଙ୍ଗା ପଡ଼ିଲା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜକ ଗୋଷ୍ଠି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗାଁରେ ଘଟିଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁସାରେ, କରଞ୍ଜକଟା ଗାଁର ଈଶ୍ୱର ବେହେରା ନାମକ ବ୍ୟକ୍ତି ସୁନା ହଣ୍ଡା ପାଇବା ଲାଲସାରେ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଜଣେ ମହିଳାଙ୍କ ସହ ପୂଜକ ଓ ୮ ଜଣ ବ୍ୟକ୍ତିଙ୍କୁ ପୂଜାର୍ଚ୍ଚନା ପାଇଁ ଡାକିଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଁ ମୁଣ୍ଡର ଏକ ନିର୍ଜନ ସ୍ଥାନରେ ଗୁପ୍ତ ପୂଜା ଆରମ୍ଭ ହୋଇଥିଲା।

ଗାଁର କିଛି ଯୁବକ ଏହା ଜାଣିପାରି ଘଟଣାସ୍ଥଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନାରେ ନିୟୋଜିତ ବ୍ୟକ୍ତିମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ।  ଗ୍ରାମବାସୀଙ୍କ ନିକଟରେ ଏହି ଖବର ପହଞ୍ଚିବା ପରେ ଉତ୍ତ୍ୟକ୍ତ ଯୁବକଙ୍କୁ କାବୁ କରି ସେମାନେ ନିର୍ଧୂମ ଛେଚିଥିଲେ। ପୁରୁଣାକଟକ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ପହଞ୍ଚି ଈଶ୍ୱର ବେହେରାଙ୍କ ସମେତ ସମସ୍ତ ୧୦ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି।

ଉକ୍ତ ପୂଜା ସ୍ଥଳରୁ ମାଟି ଖୋଳାରେ ବ୍ୟବୈତ କୋଦାଳ, ଶାବଳ ଓ ବିଭିନ୍ନ ପୂଜା ସାମଗ୍ରୀ ଉଦ୍ଧାର ହୋଇଛି। ହେଲେ ସେଠାରେ ଗ୍ରାମର କାହାକୁ ବଳି ଦେବା ନିମନ୍ତେ ଖୋଳା ଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକଟ କରୁଛନ୍ତି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।

The post ଗୁପ୍ତଧନ ପାଇବା ଆଶାରେ ଚାଲିଥିଲା ଗୁପ୍ତ ପୂଜାର୍ଚ୍ଚନା; ପିଟିଲେ ଗ୍ରାମବାସୀ appeared first on Odisha Reporter.

]]>
right top 2020-06-19 09:40:42 https://cdn.odishareporter.in/wp-content/uploads/2020/06/19093833/boudh-1-1.jpg
ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା https://odishareporter.in/odisha/silent-prayers-for-the-well-being-of-the-martyred-javanese-541089 Wed, 17 Jun 2020 14:24:37 +0000 https://odishareporter.in/?p=541089

ବୌଦ୍ଧ (ଭାର୍ଜନ ପ୍ରଧାନ): ଭାରତ-ଚାଇନା ସୀମା ଲଦାଖ ଗାଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ୨୦ ଯବାନ ସହିଦ ହୋଇଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ଯାହାକୁ ନେଇ ଲଦାଖର ଲାଇନ ଅଫ୍‌ ଆକଚୁଆଲ୍‌ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ରହିଛି। ଚୀନ ସେନାର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଆଜି ସହିଦ୍‌ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବୌଦ୍ଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଛି। ଏଥିରେ ଜିଲ୍ଲାର ସଚେତନ ନାଗରୀକମାନେ ସାମିଲ […]

The post ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ): ଭାରତ-ଚାଇନା ସୀମା ଲଦାଖ ଗାଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ୨୦ ଯବାନ ସହିଦ ହୋଇଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ଯାହାକୁ ନେଇ ଲଦାଖର ଲାଇନ ଅଫ୍‌ ଆକଚୁଆଲ୍‌ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ରହିଛି। ଚୀନ ସେନାର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଆଜି ସହିଦ୍‌ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବୌଦ୍ଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଛି। ଏଥିରେ ଜିଲ୍ଲାର ସଚେତନ ନାଗରୀକମାନେ ସାମିଲ ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ। ଏପରିକି ଚାଇନାର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ।

ଚୀନ ସେନାର ଏପରି କାର୍ଯ୍ୟକୁ ଭାରତରେ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ଚୀନ ପତାକା ପୋଡ଼ା ଯାଇ ଚୀନ ସେନା ବିରୋଧରେ ସ୍ଲୋଗାନ ଦିଆଯାଇଛି। ଏପରିକି ଚିନ୍‌ ସାମଗ୍ରୀ ବର୍ଜନ କରିବାକୁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଇଛି। ଏହି ମର୍ମରେ ଆଜି ଜଗତସିଂହପୁର ଜିଲ୍ଲାରେ ଚୀନ୍‌ ସାମଗ୍ରୀ ବର୍ଜନ ପାଇଁ ଏକ ଶୋଭାଯାତ୍ରା ହୋଇଥିଲା।

The post ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା appeared first on Odisha Reporter.

]]>
left bottom 2020-06-17 19:58:19 https://cdn.odishareporter.in/wp-content/uploads/2020/06/17195339/boudha.jpg1_.jpg
ନାଳ ନିକଟରୁ ମିଳିଲା ହାତୀର ମୃତଦେହ https://odishareporter.in/odisha/elephant-dead-body-found-540978 Wed, 17 Jun 2020 08:44:52 +0000 https://odishareporter.in/?p=540978

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଗୁଟୁଲି ମାଟୁ ନାଳ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ଦାକାପଦର ଗାଁର କିଛି ମହିଳା ଛତୁ ତୋଳିବା ପାଇଁ ଜଙ୍ଗଲରୁ ଯାଇଥିବା ବେଳେ ହାତୀର ମୃତଦେହ ନାଳ ନିକଟରେ ପଡ଼ିଥିବା ଦେଖିଥିଲେ। ଏହାପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରୁଛନ୍ତି।  କିପରି ହାତୀର ମୃତ୍ୟୁ […]

The post ନାଳ ନିକଟରୁ ମିଳିଲା ହାତୀର ମୃତଦେହ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଗୁଟୁଲି ମାଟୁ ନାଳ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି।

ଆଜି ଦାକାପଦର ଗାଁର କିଛି ମହିଳା ଛତୁ ତୋଳିବା ପାଇଁ ଜଙ୍ଗଲରୁ ଯାଇଥିବା ବେଳେ ହାତୀର ମୃତଦେହ ନାଳ ନିକଟରେ ପଡ଼ିଥିବା ଦେଖିଥିଲେ। ଏହାପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରୁଛନ୍ତି।  କିପରି ହାତୀର ମୃତ୍ୟୁ ଘଟିଲା ତାହା କାରଣ ଅସ୍ପଷ୍ଟ ରହିଛି। ତେବେ ମୃତ ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

The post ନାଳ ନିକଟରୁ ମିଳିଲା ହାତୀର ମୃତଦେହ appeared first on Odisha Reporter.

]]>
right bottom 2020-06-17 14:14:52 https://cdn.odishareporter.in/wp-content/uploads/2020/06/17134432/deadbody-1.jpg
ଘର ପଛପଟୁ ମିଳିଲା ମୃତ ସମ୍ବର https://odishareporter.in/odisha/dead-sambar-seized-ano-2-arrested-539201 Fri, 12 Jun 2020 04:31:45 +0000 https://odishareporter.in/?p=539201

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ଗୁଣ୍ଡୁରିସାହିରେ ବନ ବିଭାଗ ଚଢ଼ାଉ କରି ଶିକାର କରାଯାଇଥିବା ଏକ ମୃତ ସମ୍ବରକୁ ଜବତ କରିବା ସହ ୨ଜଣ ଶିକାରୀଙ୍କୁ ଗିରଫ କରିଛି। ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଆଡେନିଗଡ଼ ଜଙ୍ଗଲରୁ ଏକ ସମ୍ବର ଶିକାର ହୋଇଥିବା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ବୌଦ୍ଧରୁ ଏସିଏଫ ଏନଫୋର୍ସମେଣ୍ଟ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ମୋବାଇଲ ଫୋର୍ସ ଏବଂ […]

The post ଘର ପଛପଟୁ ମିଳିଲା ମୃତ ସମ୍ବର appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ଗୁଣ୍ଡୁରିସାହିରେ ବନ ବିଭାଗ ଚଢ଼ାଉ କରି ଶିକାର କରାଯାଇଥିବା ଏକ ମୃତ ସମ୍ବରକୁ ଜବତ କରିବା ସହ ୨ଜଣ ଶିକାରୀଙ୍କୁ ଗିରଫ କରିଛି।

ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଆଡେନିଗଡ଼ ଜଙ୍ଗଲରୁ ଏକ ସମ୍ବର ଶିକାର ହୋଇଥିବା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ବୌଦ୍ଧରୁ ଏସିଏଫ ଏନଫୋର୍ସମେଣ୍ଟ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ମୋବାଇଲ ଫୋର୍ସ ଏବଂ ମାଧପୁର ରେଞ୍ଜ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ ମିଶି ବୁଧବାର ସକାଳେ ଗୁଣ୍ଡୁରିସାହି ଗ୍ରାମର ଖଇର ମଲ୍ଲିକଙ୍କ ଘରେ ଚଢାଉ କରିଥିଲେ। ତଲାସୀ ବେଳେ ଘର ପଛପଟୁ ଶିକାର କରାଯାଇଥିବା ପ୍ରାୟ ୬୦କେଜି ଓଜନର ମୃତ ସମ୍ବରକୁ ଜବତ କରାଯାଇଥିଲା।

ବନବିଭାଗ କର୍ମଚାରୀଙ୍କୁ ଦେଖି ସେଠାରୁ ୪ଜଣ ଫେରାର ମାରିଥିବା ବେଳେ ଶିକାରରେ ସଂପୃକ୍ତି ଥିବା ଗୁଣ୍ଡୁରିସାହି ଗ୍ରାମର ଖଇର ମଲ୍ଲିକ (୫୬) ଓ ରାଜା କହଁର(୩୫)ନାମକ ଅନ୍ୟ ୨ଜଣଙ୍କୁ ବ୍ୟକ୍ତିଙ୍କୁ ବନବିଭାଗ ଗିରଫ କରିଥିବା  ବୌଦ୍ଧ ଡିଏଫଓ  ଯଶୋବନ୍ତ ସେଠି ସୂଚନା ଦେଇଛନ୍ତି।

 

The post ଘର ପଛପଟୁ ମିଳିଲା ମୃତ ସମ୍ବର appeared first on Odisha Reporter.

]]>
right bottom 2020-06-12 10:01:45 https://cdn.odishareporter.in/wp-content/uploads/2020/06/12100118/sambar-1.jpg
ମହାନଦୀରେ ବୁଡ଼ି ଗଲେ ଦୁଇ ଭାଇ https://odishareporter.in/odisha/two-brothers-drowned-in-mahanadi-in-boudh-535023 Sun, 31 May 2020 09:07:05 +0000 https://odishareporter.in/?p=535023

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ। ମୃତକ ଦ୍ୱୟ ହେଲେ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ। ଦୁଇ ଭାଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପ୍ରଥମେ ବଡ଼ ଭାଇ ଆଶିଷ ବୁଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ତୋଫାନ ବି ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଏନେଇ ଖବର […]

The post ମହାନଦୀରେ ବୁଡ଼ି ଗଲେ ଦୁଇ ଭାଇ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ। ମୃତକ ଦ୍ୱୟ ହେଲେ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ।

ଦୁଇ ଭାଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପ୍ରଥମେ ବଡ଼ ଭାଇ ଆଶିଷ ବୁଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ତୋଫାନ ବି ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଏନେଇ ଖବର ଦେଇଥିଳେ। ତେବେ ସେତେବେଳକୁ ଦୁଇ ଭାଇ ବୁଡ଼ି ଯାଇଥିଲେ ଓ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା।

ପୁଲିସ୍ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି।

The post ମହାନଦୀରେ ବୁଡ଼ି ଗଲେ ଦୁଇ ଭାଇ appeared first on Odisha Reporter.

]]>
right top 2020-05-31 14:37:05 https://cdn.odishareporter.in/wp-content/uploads/2020/05/31143551/boudh.jpg
୩୫ କେଜି ବାର୍‌ହା ମାଂସ ଜବତ, ଦୁଇ ଗିରଫ https://odishareporter.in/odisha/two-arrested-in-boudh-532909 Tue, 26 May 2020 06:19:42 +0000 https://odishareporter.in/?p=532909

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ୍ ତଳଗାଁ ଅଞ୍ଚଳରୁ ବନ ବିଭାଗ ୩୫ କେଜି ବାର୍‌ହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହାସହ ଏକ ବାଇକ୍‌ ମଧ୍ୟ ଜବତ କରିଛି।  ଗିରଫ ବ୍ୟକ୍ତିମାନେ ହେଲେ ରାଜ କିଶୋର ରଣା ଓ ଅରୁଣ ନାଏକ। ସେମାନଙ୍କ ଘର ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତର ଭାଲିଗୋରା ଗାଁରେ। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜ କିଶୋର ଓ ଅରୁଣ […]

The post ୩୫ କେଜି ବାର୍‌ହା ମାଂସ ଜବତ, ଦୁଇ ଗିରଫ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ୍ ତଳଗାଁ ଅଞ୍ଚଳରୁ ବନ ବିଭାଗ ୩୫ କେଜି ବାର୍‌ହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହାସହ ଏକ ବାଇକ୍‌ ମଧ୍ୟ ଜବତ କରିଛି। 

ଗିରଫ ବ୍ୟକ୍ତିମାନେ ହେଲେ ରାଜ କିଶୋର ରଣା ଓ ଅରୁଣ ନାଏକ। ସେମାନଙ୍କ ଘର ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତର ଭାଲିଗୋରା ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜ କିଶୋର ଓ ଅରୁଣ ବାଇକରେ ବାର୍‌ହା ମାଂସ ଆଣି ତଳଗାଁ ଅଞ୍ଚଳରେ ବିକ୍ରି କରୁଥିଲେ।  ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା ଓ ମାଂସ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ।

The post ୩୫ କେଜି ବାର୍‌ହା ମାଂସ ଜବତ, ଦୁଇ ଗିରଫ appeared first on Odisha Reporter.

]]>
right bottom 2020-05-26 11:49:42 https://cdn.odishareporter.in/wp-content/uploads/2020/05/26100721/8888888888-1.jpg
୧୬ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭ୍ୟାନ୍‌‌ରେ ଛତିଶଗଡ଼ ପଠାଇଲା ପ୍ରଶାସନ https://odishareporter.in/odisha/boudh-administration-sends-16-people-to-chhatisgada-11-529309 Sat, 16 May 2020 05:55:14 +0000 https://odishareporter.in/?p=529309

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଛତିଶଗଡ଼ର ୧୬ ଜଣ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌‌ ଯୋଗେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆନ୍‌, ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଓ ରାତ୍ରି ଆଶ୍ରୟ ସ୍ଥଳୀର କେୟାରଟେକର କୃପାସିନ୍ଧୁ ଷଡ଼ଙ୍ଗୀ ଶ୍ରମିକମାନଙ୍କୁ ବିଦାୟ ଦେଇଥିଲେ। ସୂଚନାଯୋଗ୍ୟ, ଏହି ୧୬ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ଏକ ଇଟା ଭାଟିରେ କାମ କରୁଥିଲେ। […]

The post ୧୬ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭ୍ୟାନ୍‌‌ରେ ଛତିଶଗଡ଼ ପଠାଇଲା ପ୍ରଶାସନ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଛତିଶଗଡ଼ର ୧୬ ଜଣ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌‌ ଯୋଗେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆନ୍‌, ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଓ ରାତ୍ରି ଆଶ୍ରୟ ସ୍ଥଳୀର କେୟାରଟେକର କୃପାସିନ୍ଧୁ ଷଡ଼ଙ୍ଗୀ ଶ୍ରମିକମାନଙ୍କୁ ବିଦାୟ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ୧୬ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ଏକ ଇଟା ଭାଟିରେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ଇଟଭାଟି ବନ୍ଦ ହୋଇଯାଇଥିଲା। ଏମିତିକି  ଇଟା ଭାଟି ମାଲିକ ସେମାନଙ୍କୁ ଆଉ ଖାଇବାକୁ ଦେଇ ନପାରି ନଥିଲା। ଏହାପରେ ଏହି ଶ୍ରମିକମାନେ  ଗତ ୭ ତାରିଖରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ  ଦେଇ ଚାଲି ଚାଲି ଛତିଶଗଡ଼ ଯାଉଥିଲେ। ଏହି ସମୟରେ ବୌଦ୍ଧର ଖୁଣ୍ଟବନ୍ଧ ନିକଟରେ ପୁଲିସ୍‌ ସେମାନଙ୍କୁ ଦେଖି ଅଟକାଇଥିଲା। ଏହାପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ରାତ୍ରି ଆଶ୍ରୟସ୍ଥଳୀଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା। ଏହି ଶ୍ରମିକମାନଙ୍କ ଘର ଛତିଶଗଡ଼ରେ। ଦୁଇଟି ପରିବାର ୮ ଜଣ ସଦସ୍ୟ ଏଠାରେ ଆସି କାମ କରୁଥିଲେ।

ସେହିପରି ଗତକାଲି ଛତିଶଗଡ଼ର ଆଉ ୮ ଜଣ ଶ୍ରମିକଙ୍କୁ  ହରଭଙ୍ଗା ଅଞ୍ଚଳରୁ ପୁଲିସ୍‌ ଉଦ୍ଧାର କରିଥିଲା। ଏହାପରେ ସେମାନଙ୍କୁ  ବୌଦ୍ଧ ଅଣାଯାଇଥିଲା।  ଏହାପରେ ପୂର୍ବରୁ ଅଟକି ରହିଥିବା ଶ୍ରମିକଙ୍କ ସହିତ ୧୬ ଜଣଙ୍କୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌ ଯୋଗେ ଗତକାଲି ଛତିଶଗଡ଼କୁ ପଠାଇ ଦିଆଯାଇଛି।

The post ୧୬ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭ୍ୟାନ୍‌‌ରେ ଛତିଶଗଡ଼ ପଠାଇଲା ପ୍ରଶାସନ appeared first on Odisha Reporter.

]]>
right bottom 2020-05-16 11:30:14 https://cdn.odishareporter.in/wp-content/uploads/2020/05/16102718/boudh-66000.jpg
କାଳବୈଶାଖୀ ତାଣ୍ଡବ: ରାସ୍ତାରେ ପଡ଼ିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍ https://odishareporter.in/odisha/damages-due-to-norwester-rain-in-boudh-1111-525498 Thu, 07 May 2020 03:20:31 +0000 https://odishareporter.in/?p=525498

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ଜିଲ୍ଲାର ସଦର ବ୍ଲକ ଏବଂ କଣ୍ଟାମାଳ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡି ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଘରର ଆଜବେଷ୍ଟସ୍‌ ଉଡିଯାଇଥିବା ଦେଖିବାକୁ ମିଳିଛି। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ୍‌ ସରବହରାହ ବି ଠପ୍ […]

The post କାଳବୈଶାଖୀ ତାଣ୍ଡବ: ରାସ୍ତାରେ ପଡ଼ିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲାରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ଜିଲ୍ଲାର ସଦର ବ୍ଲକ ଏବଂ କଣ୍ଟାମାଳ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡି ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଘରର ଆଜବେଷ୍ଟସ୍‌ ଉଡିଯାଇଥିବା ଦେଖିବାକୁ ମିଳିଛି। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ୍‌ ସରବହରାହ ବି ଠପ୍ ହେବାସହ ରାସ୍ତା ଉପରେ ଟ୍ରାନ୍ସଫର୍ମର ପଡ଼ି ରହିଛି ।

ଗତକାଲି ରାତି ପ୍ରାୟ ୩ଟାରୁ ଆରମ୍ଭ ହୋଇଥିଲା ଝଡ଼ ବର୍ଷା। କେବଳ ବୌଦ୍ଧ ସହର ନୁହେଁ, ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରୁଛନ୍ତି।

The post କାଳବୈଶାଖୀ ତାଣ୍ଡବ: ରାସ୍ତାରେ ପଡ଼ିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍ appeared first on Odisha Reporter.

]]>
right bottom 2020-05-07 08:52:07 https://cdn.odishareporter.in/wp-content/uploads/2020/05/07084647/boudh-4-1.jpg
ଚାଲିଗଲେ ବିଜୁ ବାବୁଙ୍କ ସାରଥୀ https://odishareporter.in/odisha/ex-mla-of-undivided-phulbani-prahlad-behera-passes-away-today-503754 Mon, 09 Mar 2020 04:24:22 +0000 https://odishareporter.in/?p=503754

ବୌଦ୍ଧ (ଭାର୍ଜନ ପ୍ରଧାନ): ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ପ୍ରାୟ ୨୦ ଦିନ ହେବ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। […]

The post ଚାଲିଗଲେ ବିଜୁ ବାବୁଙ୍କ ସାରଥୀ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ ପ୍ରଧାନ): ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ପ୍ରାୟ ୨୦ ଦିନ ହେବ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସ୍ୱର୍ଗତ ପ୍ରହ୍ଲାଦ ବେହେରା ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଜନତା ପାର୍ଟି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏକଦା ଡ୍ରାଇଭିଂ କରି ନିଜର ପେଟ ପୋଷୁଥିଲେ ପ୍ରହଲ୍ଲାଦ ବେହେରା। ତେବେ ଖବରକାଗଜ ପଢ଼ି ଦେଶବିଦେଶର ଖବର ଆହରଣ କରୁଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଦିନେ ଆମ୍ବାସଡର କାର୍‌ରେ ବସାଇ ପୁରୀ ନେଇଥିଲେ। ଘଟଣାକ୍ରମରେ ଏହି ପ୍ରତିଭାଧାରୀ ପ୍ରହଲ୍ଲାଦଙ୍କ ଉପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ନଜର ପଡିଲା । ତା’ପରେ ବିଜୁ ବାବୁ ତାଙ୍କୁ ପ୍ରଥମେ ନିଜର ଡ୍ରାଇଭର ଭାବେ ନିଯୁକ୍ତ କରିଥିଲେ। ତାହାରି ଭିତରେ ସେ ବିଜୁ ବାବୁଙ୍କର ଅତି ଘନିଷ୍ଠ ହୋଇଯାଇଥିଲେ।

ଫାଇଲ୍ ଫଟୋ

ରାଜନୀତି ପ୍ରତି ପ୍ରହ୍ଲାଦଙ୍କ ଆଗ୍ରହକୁ ଦେଖି ଥରେ ବିଜୁ ବାବୁ ନିଜର ଏକ ସଭାରେ ତାଙ୍କୁ ଭାଷଣ ଦେବାର ସୁଯୋଗ ଦେଇଥିଲେ। ଆଉ ସେଦିନ ତାଙ୍କର ସେହି ଚମତ୍କାରୀ ଭାଷଣରେ ପ୍ରଭାବିତ ହୋଇ ବିଜୁ ବାବୁ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ କରିଥିଲେ। ୧୯୭୭ରେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ଅବିଭକ୍ତ ଫୁଲବାଣୀ ବିଧାନସଭା ଆସନରେ ବିଜୟ ଲାଭ କରିଥିଲେ ପ୍ରହ୍ଲାଦ।

ହେଲେ ବୟସର ଅପରାହ୍ନରେ ବହୁତ କଷ୍ଟରେ ରହିଥିଲେ ପ୍ରହଲ୍ଲାଦ ବେହେରା। ଗୋଡ଼ ହାତ ଅଚଳ ହୋଇଯାଇଥିଲା। ଯେଉଁ ପାଟି ଦିନେ ପ୍ରଭାବୀ ଭାଷଣ ଦେଇ ବିଜୁ ବାବୁଙ୍କୁ ବିମୋହିତ କରିଥିଲା, ସେହି ପାଟିରୁ ଭଲ କରି ଦି’ ପଦ କଥା ବାହାରୁ ନଥିଲା। ଅତୀତର ସେହି ସୁବର୍ଣ୍ଣ ମୁହୂର୍ତ୍ତ ସବୁ ବି ତାଙ୍କର ଆଉ ମନେ ପଡ଼ୁ ନଥିଲା। ଏମିତିକି ଏକ ପଲିଥିନ୍ ଢଙ୍କା ଚାଳଛପର ଘରେ ରହୁଥିଲେ। ଦୀର୍ଘ ବର୍ଷ ଧରି ସେ ଏମିତି ଭାବେ ରହୁଥିଲେ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ପୁଅ ବି ଅସହାୟ ହୋଇଯାଇଥିଲେ। ମାସକୁ ୧୫ ହଜାର ପେନସନ୍ ଛଡ଼ା ଆଉ କୌଣସି ସମ୍ବଳ ନଥିଲା ତାଙ୍କ ପାଖରେ।

The post ଚାଲିଗଲେ ବିଜୁ ବାବୁଙ୍କ ସାରଥୀ appeared first on Odisha Reporter.

]]>
left top 2020-03-09 09:56:17 https://cdn.odishareporter.in/wp-content/uploads/2020/03/09095129/biju23.jpg
ବସ୍‌ ଭାଙ୍ଗିଲା ୫ଟି ଟ୍ରାଫିକ୍‌ ନିୟମ; ଫାଇନ୍‌ ପଡ଼ିଲା ୬.୭୨ ଲକ୍ଷ https://odishareporter.in/odisha/bus-fined-with-huge-amount-502343 Thu, 05 Mar 2020 08:29:59 +0000 https://odishareporter.in/?p=502343

ବୌଦ୍ଧ(ଭାର୍ଜନ ପ୍ରଧାନ): ୫ଟି ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହୀ ବସ୍‌କୁ ହୋଇଛି ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ । ଏହା ଶୁଣିଲେ ଯେ କେହି ଚକିତ ହୋଇଯିବ। ମାତ୍ର ବୌଦ୍ଧ ଜିଲ୍ଲା ଆରଟିଓ ଆଜି ଧରପଗଡ଼ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌କୁ ଏହି ମୋଟା ଅଙ୍କର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରିଛି। ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ […]

The post ବସ୍‌ ଭାଙ୍ଗିଲା ୫ଟି ଟ୍ରାଫିକ୍‌ ନିୟମ; ଫାଇନ୍‌ ପଡ଼ିଲା ୬.୭୨ ଲକ୍ଷ appeared first on Odisha Reporter.

]]>

ବୌଦ୍ଧ(ଭାର୍ଜନ ପ୍ରଧାନ): ୫ଟି ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହୀ ବସ୍‌କୁ ହୋଇଛି ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ । ଏହା ଶୁଣିଲେ ଯେ କେହି ଚକିତ ହୋଇଯିବ। ମାତ୍ର ବୌଦ୍ଧ ଜିଲ୍ଲା ଆରଟିଓ ଆଜି ଧରପଗଡ଼ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌କୁ ଏହି ମୋଟା ଅଙ୍କର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରିଛି।

ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଯେଉଁମାନେ ନିୟମ ଖିଲାପ କରୁଛନ୍ତି, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଯାତ୍ରୀବାହୀ ବସ୍‌ ‘ମିନାର’ ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ବେଳେ ଆଜି ଆରଟିଓ ହାବୁଡ଼ରେ ପଡ଼ିଥିଲା। ଏହାପରେ ବିଭିନ୍ନ କାଗଜପତ୍ର ଯାଞ୍ଚ ପରେ ନିୟମ ଉଲ୍ଲଘଂନ ଅଭିଯୋଗରେ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ ହୋଇଛି ।

ବୌଦ୍ଧ ଆରଟିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ‘ମିନାର’ ବସ୍‌ ୫ଟି  ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଛି।  ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ ହଜାର ଟଙ୍କାର ଫାଇନ୍‌  ପଡ଼ିଥିବା ବେଳେ ପରମିଟ ନଥାଇ ଗାଡ଼ି ଚାଲୁଥିବାରୁ ୧୦ ହଜାର ଫାଇନ୍, ବୀମା ନଥିବାରୁ ୨ ହଜାର ଓ ସାଧାରଣ ଅପରାଧ ପାଇଁ ପଡ଼ିଛି ୫୦୦ ଟଙ୍କା ଫାଇନ୍। ଏହାବ୍ୟତୀତ  ଏହି ବସ୍‌ର ଓଡ଼ିଶା ମୋଟର ଭେଇକିଲ ବକେୟା ଟିକସ ୬, ୫୪, ୯୪୫ଟଙ୍କା ରହିଛି।

ବୌଦ୍ଧ RTO ଚାଲାଣ କାଟି ବସ୍‌ଟିକୁ ଜବତ କରିଛନ୍ତି । ଯାତ୍ରୀବାହୀ ବସ୍‌ଟିର ମାଲିକ ଭୁବନେଶ୍ୱରର ରହୁଥିବା ସୂଚନା ମିଳିଛି।

The post ବସ୍‌ ଭାଙ୍ଗିଲା ୫ଟି ଟ୍ରାଫିକ୍‌ ନିୟମ; ଫାଇନ୍‌ ପଡ଼ିଲା ୬.୭୨ ଲକ୍ଷ appeared first on Odisha Reporter.

]]>
2020-03-05 14:55:51 https://cdn.odishareporter.in/wp-content/uploads/2020/03/05135814/bus.jpg