କଟକ – Odisha Reporter https://odishareporter.in Sun, 26 Sep 2021 05:56:07 +0000 en-US hourly 1 ନାଳରେ ପଡ଼ିଗଲା କାର୍‌ https://odishareporter.in/odisha/car-falls-into-stream-in-cuttack-679051?utm_source=rss&utm_medium=rss&utm_campaign=car-falls-into-stream-in-cuttack Sun, 26 Sep 2021 05:56:07 +0000 https://odishareporter.in/?p=679051

ବାଙ୍କୀ (ଓଡ଼ିଶା ରିପୋର୍ଟର): ନାଳରେ ପଡ଼ିଗଲା କାର୍‌। ନାଳରେ ବନ୍ୟା ପାଣି ଥିବା ଯୋଗୁ କାର୍‌ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ। ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ବିଲିପଡ଼ାରୁ ଵାଙ୍କୀ ଟାଉନ୍ ଅଭିମୁଖେ ଆସୁଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ୍ ବ୍ରିଜ୍ ଉପରେ କାର୍‌ଟି ଭାରସାମ୍ୟ ହରାଇଥିଲା […]

The post ନାଳରେ ପଡ଼ିଗଲା କାର୍‌ appeared first on Odisha Reporter.

]]>

ବାଙ୍କୀ (ଓଡ଼ିଶା ରିପୋର୍ଟର): ନାଳରେ ପଡ଼ିଗଲା କାର୍‌। ନାଳରେ ବନ୍ୟା ପାଣି ଥିବା ଯୋଗୁ କାର୍‌ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ।

ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ବିଲିପଡ଼ାରୁ ଵାଙ୍କୀ ଟାଉନ୍ ଅଭିମୁଖେ ଆସୁଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ୍ ବ୍ରିଜ୍ ଉପରେ କାର୍‌ଟି ଭାରସାମ୍ୟ ହରାଇଥିଲା ଏବଂ ଏହା ନାଳରେ ପଡ଼ି ଯାଇଥିଲା।

କାର୍‌ଟି ନାଳରେ ପଡ଼ିଯିବା ଦେଖି ଗାଁ ଲୋକେ ସେଠାରେ ସଙ୍ଗେ ସଙ୍ଗେ ରୁଣ୍ଡ ହୋଇଯାଇଥିଲେ। ସେମାନେ ମିଶି ପ୍ରଥମେ କାର୍‌ରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ତା’ପରେ କାର୍‌ଟିକୁ ପାଣିରୁ ବାହାର କରିଥିଲେ। କାର୍‌ରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କର କିଛି ହୋଇନାହିଁ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ରହିଥିବା ଜଣାପଡ଼ିଛି।

The post ନାଳରେ ପଡ଼ିଗଲା କାର୍‌ appeared first on Odisha Reporter.

]]>
right bottom 2021-09-26 11:26:07 https://odishareporter.in/wp-content/uploads/2021/09/45-5.jpg
ମହାନଦୀକୁ ଡେଇଁ ପଡ଼ିଲେ ଲ୍ୟାବ୍‌ ଆସିଷ୍ଟାଣ୍ଟ https://odishareporter.in/odisha/cuttack/lab-assistance-jumps-into-a-river-679047?utm_source=rss&utm_medium=rss&utm_campaign=lab-assistance-jumps-into-a-river Sun, 26 Sep 2021 05:33:19 +0000 https://odishareporter.in/?p=679047

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ସ୍ଥିତ ମହାନଦୀ ବ୍ରିଜରୁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସେ ଏବେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦେବାଶିଷ ଦାସ। ତାଙ୍କ ଘର ଚାଉଳିଆଗଞ୍ଜରେ। ସେ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଦେବାଶିଷ ଆଜି ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାର୍‌ରେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଥିଲେ। […]

The post ମହାନଦୀକୁ ଡେଇଁ ପଡ଼ିଲେ ଲ୍ୟାବ୍‌ ଆସିଷ୍ଟାଣ୍ଟ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ସ୍ଥିତ ମହାନଦୀ ବ୍ରିଜରୁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସେ ଏବେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦେବାଶିଷ ଦାସ। ତାଙ୍କ ଘର ଚାଉଳିଆଗଞ୍ଜରେ। ସେ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ।

ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଦେବାଶିଷ ଆଜି ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାର୍‌ରେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଥିଲେ। ମହାନଦୀ ବ୍ରିଜ୍ ଉପରେ ସେ ହଠାତ୍ କାର୍‌କୁ ଅଟକାଇଥିଲେ। କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ।

ଡ୍ରାଇଭରଙ୍କ ବୟାନ ଆଧାରରେ ପୁଲିସ୍ ଏହି ସୂଚନା ଦେଇଛି। ତେବେ ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇଛି। ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରୁଛି। ଏହା ସହିତ ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଲ୍ୟାବ୍‌ ଆସିଷ୍ଟାଣ୍ଟ ଦେବାଶିଷ ଦାସ କିଛି ଦିନ ଧରି ଚିନ୍ତିତ ରହୁଥିଲେ। ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ। ତେବେ ସମସ୍ତ ଦିଗକୁ ତର୍ଜମା କରି ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ମହାନଦୀକୁ ଡେଇଁ ପଡ଼ିଲେ ଲ୍ୟାବ୍‌ ଆସିଷ୍ଟାଣ୍ଟ appeared first on Odisha Reporter.

]]>
centre bottom 2021-09-26 11:03:19 https://odishareporter.in/wp-content/uploads/2021/09/Untitled-1-18.jpg
ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର https://odishareporter.in/odisha/missing-odraf-personnels-dead-body-found-678907?utm_source=rss&utm_medium=rss&utm_campaign=missing-odraf-personnels-dead-body-found Sat, 25 Sep 2021 10:07:24 +0000 https://odishareporter.in/?p=678907

ଆଠଗଡ଼ (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳିରେ ଗତକାଲି ରବର ବୋଟ୍ ଓଲଟି ପଡ଼ିବା ପରେ ନିଖୋଜ ଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳି ସ୍ଥିତ ଓଡ୍ରାଫ୍ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। […]

The post ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.

]]>

ଆଠଗଡ଼ (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳିରେ ଗତକାଲି ରବର ବୋଟ୍ ଓଲଟି ପଡ଼ିବା ପରେ ନିଖୋଜ ଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳି ସ୍ଥିତ ଓଡ୍ରାଫ୍ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି।

ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଦନ୍ତା ହାତୀଟିଏ ଫସି ରହିଥିବା ବେଳେ ତାକୁ କୂଳକୁ ଘଉଡ଼ାଇ ଆଣିବା ପାଇଁ ଓଡ୍ରାଫ୍‌ର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ସେଠାକୁ ଯାଇଥିଲା। ଖବର ପ୍ରସାରଣ ପାଇଁ ସେମାନଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ବୋଟ୍‌ଟି ଓଲଟି ପଡ଼ିବା ପରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା। ତେବେ କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ସୀତାରାମଙ୍କ ପତ୍ତା ମିଳୁ ନଥିଲା। ତାଙ୍କୁ ଖୋଜିବାକୁ ଗତକାଲିଠୁ ପ୍ରୟାସ ଜାରି ରହିଥିଲା। ଏଥିରେ ଏନ୍‌ଡିଆର୍‌ଏଫ୍‌ ବି ସାମିଲ ହୋଇଥିଲା।

ସୀତାରାମ ଓଡ୍ରାଫ ଟିମ୍‌ର ଜଣେ ଦକ୍ଷ କର୍ମଚାରୀ ଥିଲେ। ବହୁ ରେସକ୍ୟୁ ଅପରେସନରେ ସାମିଲ ହୋଇ ସଫଳତା ପାଇଥିବା ସୀତାରାମ ପହଁରାରେ ପାରଙ୍ଗମ ଥିଲେ। ଏଥିନିମନ୍ତେ ସେ ବହୁ ଆୱାର୍ଡବି ହୋଇଥିଲେ। ହେଲେ ଗତକାଲି ‘ଅପରେସନ ଗଜ ଉଦ୍ଧାର’ରେ ସାମିଲ ହୋଇଥିବା ସୀତାରାମଙ୍କ ପାଇଁ ଏହା ଥିଲା ଶେଷ ରେସକ୍ୟୁ ଅପରେସନ। ପାଣିର ପ୍ରଖର ସ୍ରୋତ ଆଗରେ ହାରିଯାଇ ସବୁ ଦିନ ପାଇଁ ଆଖି ବୁଜିଦେଲେ ସୀତାରାମ।

ଅନ୍ୟପକ୍ଷରେ ଓଡ୍ରାଫ୍‌ର ଆଉ ତିନି ଯବାନଙ୍କ ସହିତ ଓଟିଭି କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଏବେ ସୁସ୍ଥ ଅଛନ୍ତି।

The post ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.

]]>
centre bottom 2021-09-25 15:43:11 https://odishareporter.in/wp-content/uploads/2021/09/sitaram.jpg
ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନି https://odishareporter.in/odisha/no-information-found-about-the-tusker-stucked-at-mundali-barrage-in-cuttack-678755?utm_source=rss&utm_medium=rss&utm_campaign=no-information-found-about-the-tusker-stucked-at-mundali-barrage-in-cuttack Sat, 25 Sep 2021 03:40:21 +0000 https://odishareporter.in/?p=678755

ଆଠଗଡ଼(ନିଳକଣ୍ଠ ଦୋରା): ଗତକାଲି ଦିନ ତମାମ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀଟିର ପତ୍ତା ମିଳୁନି। ହାତୀଟି ତଳକୁ ଖସି ଯାଇଥିବା ଆଠଗଡ଼ ରେଞ୍ଜର କହିଥିବା ବେଳେ ତା’ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଗତକାଲି ଭୋରୁ ଏକ ହାତୀପଲ ମହାନଦୀ ପାର ହେଉଥିଲେ । ସବୁ ହାତୀ ନଦୀ ପାର୍‌ କରିଦେଇଥିବା ବେଳେ ମୁଣ୍ଡଳୀଠାରେ ଗୋଟିଏ ହାତୀ ପାଣି ମଝିରେ ରହି ଯାଇଥିଲା। ହାତୀଟିକୁ କୂଳକୁ ଆଣିବାକୁ ବନ ବିଭାଗର ଉପରିସ୍ଥ ଅଧିକାରୀ ଦିନ […]

The post ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନି appeared first on Odisha Reporter.

]]>

ଆଠଗଡ଼(ନିଳକଣ୍ଠ ଦୋରା): ଗତକାଲି ଦିନ ତମାମ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀଟିର ପତ୍ତା ମିଳୁନି। ହାତୀଟି ତଳକୁ ଖସି ଯାଇଥିବା ଆଠଗଡ଼ ରେଞ୍ଜର କହିଥିବା ବେଳେ ତା’ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।

ଗତକାଲି ଭୋରୁ ଏକ ହାତୀପଲ ମହାନଦୀ ପାର ହେଉଥିଲେ । ସବୁ ହାତୀ ନଦୀ ପାର୍‌ କରିଦେଇଥିବା ବେଳେ ମୁଣ୍ଡଳୀଠାରେ ଗୋଟିଏ ହାତୀ ପାଣି ମଝିରେ ରହି ଯାଇଥିଲା। ହାତୀଟିକୁ କୂଳକୁ ଆଣିବାକୁ ବନ ବିଭାଗର ଉପରିସ୍ଥ ଅଧିକାରୀ ଦିନ ତମାମ ଉଦ୍ୟମ କରିଥିଲେ। ଏପରିକି ଏଥିରେ ଓଡ୍ରାଫ ଟିମ୍‌ ମଧ୍ୟ ନିୟୋଜିତ ହୋଇଥିଲେ। ତେବେ ଦୀର୍ଘ ପ୍ରାୟ ୭ ଘଣ୍ଟା ପରେ କୂଳ ମୁହାଁ ହୋଇଥିବା ହାତୀଟି ଲୋକ ଗହଳିକୁ ଦେଖି ପୁଣି ଥରେ  ନଦୀମୁହାଁ ହୋଇଥିଲା।

ହାତୀଟି ପାଣି ମଝିରେ ଦୀର୍ଘ ସମୟ ରହିଥିବା ବେଳେ ତା’ର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ବିଗିଡ଼ାବାକୁ ଲାଗିଲା। ଏହାପରେ  ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ହାତୀଟିକୁ ନିଆଁ ହୁଳା ଦେଖାଇ କୂଳକୁ ଆଣିବାକୁ ବନବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଖସିଯାଇଥିବା ସୂଚନା ଦେଲେ ଆଠଗଡ଼ ରେଞ୍ଜର ଆଇସା ଅଖତରି ନିଶା । ତେବେ ଏବେ ହାତୀ କେଉଁଠି ଓ ତା’ର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ।

ଏପରିକି ହାତୀକୁ କୂଳକୁ ଘଉଡ଼ାଇବାକୁ ଯାଇଥିବା ଏକ ଓଡ୍ରାଫ ବୋଟ ଓଲଟି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ଜଣେ ଓଡ୍ରାଫ ଟିମ୍‌ ସଦସ୍ୟଙ୍କ ପତ୍ତା ମିଳୁନି । ଏହି ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ୫ ଜଣ ଏବେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।

ଅପରପକ୍ଷେ, ମୁଣ୍ଡଳି ବ୍ୟାରେଜରେ ଭାସି ଯାଇ ନରାଜ ପହଞ୍ଚିଥିବା ହାତୀପଲ ଆତଙ୍କରାଜ ଖେଳାଇଛନ୍ତି। ହାତୀପଲ ଗତକାଲି ଏକ ମନ୍ଦିର ଭାଙ୍ଗି ଦେଇଥିବା ବେଳେ ଆଜି ହାତୀ ଆକ୍ରମଣରେ ନରାଜ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ବନ କର୍ମଚାରୀ ଘଉଡ଼ାଇବାକୁ ଉଦ୍ୟମ ସତ୍ତ୍ୱେ ଜଣଙ୍କୁ ହାତୀ ଦଳି ମାରି ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

The post ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନି appeared first on Odisha Reporter.

]]>
right bottom 2021-09-25 09:43:16 https://odishareporter.in/wp-content/uploads/2021/09/aaaa.jpg
ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍‌ https://odishareporter.in/odisha/boat-tragedy-during-elephant-rescue-operation-678591?utm_source=rss&utm_medium=rss&utm_campaign=boat-tragedy-during-elephant-rescue-operation Fri, 24 Sep 2021 07:48:48 +0000 https://odishareporter.in/?p=678591

କଟକ(ଓଡ଼ିଶା ରିପୋର୍ଟର):  ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍‌ ଓଲଟି ପଡ଼ିଲା।  ହାତୀକୁ କୂଳକୁ ଘଉଡ଼ାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ଓଲଟି ପଡ଼ିଲା ବୋଟ୍‌। ରବର ବୋଟରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ ଟିମ୍‌। ସୂଚନାଯୋଗ୍ୟ, ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ […]

The post ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍‌ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର):  ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍‌ ଓଲଟି ପଡ଼ିଲା।  ହାତୀକୁ କୂଳକୁ ଘଉଡ଼ାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ଓଲଟି ପଡ଼ିଲା ବୋଟ୍‌। ରବର ବୋଟରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ ଟିମ୍‌।

ସୂଚନାଯୋଗ୍ୟ, ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ବୋଟ ଯୋଗେ ନଦୀକୁ ଯାଇଥିଲା ଓଡ୍ରାଫ୍‌ ଟିମ୍‌।  ହେଲେ ହାତୀ ଉଦ୍ଧାର ଅପରେସନ ବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ  ଓଡ୍ରାଫ୍‌ ଟିମ୍‌ ମେମ୍ବରଙ୍କ ସମେତ ଓଟିଭିର ୨ ପ୍ରତିନିଧି ମଧ୍ୟ  ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓଟିଭିର ୨ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍‌  ଦୀର୍ଘ ଘଣ୍ଟା ଅକ୍ଳାନ୍ତ  ପରିଶ୍ରମ କରିଥିଲେ। ହାତୀଟି ନଦୀ ମଝିରେ ହାଲିଆ ହୋଇ ଯାଇଥିବା ବେଳେ ତାକୁ ଖାଇବାକୁ କଦଳୀ ଦିଆଯାଇଥିଲା।

ପ୍ରାୟ ୫ ଘଣ୍ଟା ନଦୀରେ ରହିବା ପରେ ହାତୀଟି କୂଳକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଥିଲା ପହଞ୍ଚିଲା । ମାତ୍ର କୂଳ ଲୋକାରଣ୍ୟ ହୋଇଥିବାରୁ ହାତୀଟି କୂଳକୁ ଫେରିବାକୁ ସୁରକ୍ଷିତ ମଣି ନ ଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ସେ ପୁଣି ନଦୀ ମଝିକୁ ଫେରି ଯାଇଥିଲା।

ଦୀର୍ଘ ୭ ଘଣ୍ଟା କାଳ ପାଣି ଭିତରେ ରହି ହାତୀଟିର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଲାଣି। ଏପରିକି ହାତୀ ଶରୀରର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଲାଣି। ଏବେ ହାତୀଟିକୁ କିପରି ଉଦ୍ଧାର କରାଯିବ ତାହା ବନ ବିଭାଗ ସମ୍ମୁଖରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍‌ appeared first on Odisha Reporter.

]]>
centre top 2021-09-24 13:57:18 https://odishareporter.in/wp-content/uploads/2021/09/resss.jpg
କାଳ ସାଜୁଛି ଗହଳି, କୂଳକୁ ନ ଫେରି ନଦୀମୁହାଁ ହେଲା ହାତୀ https://odishareporter.in/odisha/elephant-again-go-back-to-river-678577?utm_source=rss&utm_medium=rss&utm_campaign=elephant-again-go-back-to-river Fri, 24 Sep 2021 07:08:15 +0000 https://odishareporter.in/?p=678577

କଟକ(ଓଡ଼ିଶା ରିପୋର୍ଟର):  ହାତୀକୁ କାଳ ସାଜୁଛି ଗହଳି। ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ତଥାପି ହାତୀକୁ ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍‌ […]

The post କାଳ ସାଜୁଛି ଗହଳି, କୂଳକୁ ନ ଫେରି ନଦୀମୁହାଁ ହେଲା ହାତୀ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର):  ହାତୀକୁ କାଳ ସାଜୁଛି ଗହଳି। ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଛି। ଅତ୍ୟଧିକ ଲୋକ ଗହଳି ଦେଖି ହାତୀଟି ମଝି ନଦୀକୁ ଚାଲି ଯାଇଛି। ତଥାପି ହାତୀକୁ ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍‌  ଦୀର୍ଘ ଘଣ୍ଟା ଅକ୍ଳାନ୍ତ  ପରିଶ୍ରମ କରିଥିଲେ। ହାତୀଟି ନଦୀ ମଝିରେ ହାଲିଆ ହୋଇ ଯାଇଥିବା ବେଳେ ତାକୁ ଖାଇବାକୁ କଦଳୀ ଦିଆଯାଇଥିଲା।

ପ୍ରାୟ ୫ ଘଣ୍ଟା ନଦୀରେ ରହିବା ପରେ ହାତୀଟି କୂଳକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଥିଲା । ମାତ୍ର କୂଳ ଲୋକାରଣ୍ୟ ହୋଇଥିବାରୁ ହାତୀଟି କୂଳକୁ ଫେରିବାକୁ ସୁରକ୍ଷିତ ମଣି ନ ଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ସେ ପୁଣି ନଦୀ ମଝିକୁ ଫେରି ଯାଇଛି।  ଏପରିକି ବନ କର୍ମଚାରୀ ହାତୀକୁ କୂଳକୁ ଫେରାଇ ଆଣିବାକୁ ବାଣ ଫୁଟାଇଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। ହାତୀଟି ଲୋକ ଗହଳିକୁ ନ ଫେରି ପୁଣି ପାଣିକୁ ଫେରିବାକୁ ସୁରକ୍ଷିତ ମଣିଛି।  ଦୀର୍ଘ ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଣିର ପ୍ରଖର ସ୍ରୋତ ଭିତରେ ରହି ହାତୀଟିର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଲାଣି। ଏପରିକି ହାତୀ ଶରୀରର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଲାଣି।

ଗହଳିକୁ ଘଉଡ଼ା ଯାଇଥିଲେ ହୁଏତ ହାତୀଟି କୂଳକୁ ଆସି ନିଜ ପଲକୁ ଫେରିବାକୁ ଉଦ୍ୟମ କରିଥାନ୍ତା। ମାତ୍ର କୂଳରେ ଲୋକ ଗହଳି ଦେଖି ଜଙ୍ଗଲୀ ହାତୀଟି ପାଣିକୁ ହିଁ ସୁରକ୍ଷିତ ଭାବିଲା।  ମୁଖ୍ୟତଃ ପୁଲିସ୍‌ ତଥା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ହେତୁ ଗହଳି ଏଡ଼ାଇବାକୁ ଚେଷ୍ଟା କରାଯାଉ ନ ଥିବା ଆଲୋଚନା ହେଉଛି।

ଅପରପକ୍ଷେ, ମହାନଦୀରୁ ଉଦ୍ଧାର ପାଇ ପଳାଇଥିବା ହାତୀମାନେ  ନୂଆ ଶାସନ ଗାଁରେ ଉତ୍ପାତ କରୁଛନ୍ତି ।  ଏହି ହାତୀପଲ ନୂଆ ଶାସନ ଗାଁରେ ଏକ ମନ୍ଦିର ଭାଙ୍ଗି ଦେଇଥିବା ସୂଚନା ମିଳିଛି।

The post କାଳ ସାଜୁଛି ଗହଳି, କୂଳକୁ ନ ଫେରି ନଦୀମୁହାଁ ହେଲା ହାତୀ appeared first on Odisha Reporter.

]]>
centre top 2021-09-24 12:38:15 https://odishareporter.in/wp-content/uploads/2021/09/kkk-1-2.jpg
କୂଳକୁ ଆସୁଛି ହାତୀ, ହେଲେ ଗହଳିକୁ ଡରୁଛି https://odishareporter.in/odisha/rescue-of-elephant-in-mundali-678567?utm_source=rss&utm_medium=rss&utm_campaign=rescue-of-elephant-in-mundali Fri, 24 Sep 2021 06:13:06 +0000 https://odishareporter.in/?p=678567

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ଏବେ ନିଜ ଉଦ୍ୟମରେ କୂଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି। ନଦୀର ପ୍ରଖର ସ୍ରୋତକୁ କାଟି ଦନ୍ତାଟି ଆଠଗଡ଼ ପଟକୁ ଯିବାକୁ ଚେଷ୍ଟା ଚଳାଇଛି।   ତେବେ ହାତୀକୁ କାଳ ସାଜିଛି ଗହଳି।  ଅତ୍ୟଧିକ ଲୋକ ଗହଳି ଯୋଗୁ କୂଳକୁ ଆସିବାକୁ ଚେଷ୍ଟା ଚଳାଇଥିବା ହାତୀଟି ଭୟଭୀତ ହୋଇ ପଡ଼ିଛି। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଘଟଣାସ୍ଥଳରେ ପହଞ୍ଚି […]

The post କୂଳକୁ ଆସୁଛି ହାତୀ, ହେଲେ ଗହଳିକୁ ଡରୁଛି appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ଏବେ ନିଜ ଉଦ୍ୟମରେ କୂଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି। ନଦୀର ପ୍ରଖର ସ୍ରୋତକୁ କାଟି ଦନ୍ତାଟି ଆଠଗଡ଼ ପଟକୁ ଯିବାକୁ ଚେଷ୍ଟା ଚଳାଇଛି।   ତେବେ ହାତୀକୁ କାଳ ସାଜିଛି ଗହଳି।  ଅତ୍ୟଧିକ ଲୋକ ଗହଳି ଯୋଗୁ କୂଳକୁ ଆସିବାକୁ ଚେଷ୍ଟା ଚଳାଇଥିବା ହାତୀଟି ଭୟଭୀତ ହୋଇ ପଡ଼ିଛି।

ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ  କରୁଛନ୍ତି । ହାତୀକୁ ଉଦ୍ଧାର କରିବା ଲାଗି ବନ ବିଭାଗର ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳିରେ ପହଞ୍ଚିଛି । ଆଠଗଡ଼, ଡମପଡ଼ା, ଚନ୍ଦକାର ବନ ଅଧିକାରୀ ମୁଣ୍ଡଳିଠାରେ ଉପସ୍ଥିତ ରହି ହାତୀକୁ ଉଦ୍ଧାର କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

ଅତ୍ୟଧିକ ଗହଳି ଯୋଗୁ ଚିନ୍ତା ପ୍ରକଟ କରି ଡିଏଫଓ କହିଛନ୍ତି,  ହାତୀଟି ନିଜ ଉଦ୍ୟମରେ କୂଳ ଆଡକୁ ଯାଉଛି । ଆଉ ମାତ୍ର ୧୦୦ ମିଟର ବ୍ୟବଧାନରେ ହାତୀଟି ରହିଥିବା ଜଣାଯାଇଛି। ହାତୀ ପାଇଁ କୌଣସି ସମସ୍ୟା ନାହିଁ, ଗହଳି ପାଇଁ ସମସ୍ୟା ସୃଷ୍ଟି ହେଉଛି । ବ୍ରିଜ ଉପରେ ଗହଳି ଯୋଗୁଁ ହାତୀ ଭୟଭୀତ ହେବା ଆଶଙ୍କା ପ୍ରକଟ ପାଇଛି। ବ୍ରିଜ ଉପରୁ ଲୋକଙ୍କୁ ହଟାଇବା ପାଇଁ ପୋଲିସକୁ କୁହାଯାଇଛି। ଗହଳି ନ ହଟିଲେ ହାତୀ ଉଦ୍ଧାରରେ ସମସ୍ୟା ଦେଖାଦେବ ।

ସୂଚନାଯୋଗ୍ୟ,  ଆଠଗଡ଼ ସୁକାସନ ଜଙ୍ଗଲରୁ  ୧୮ ଟିକିଆ ହାତୀ ପଲ  ମହାନଦୀ ପାର୍ ହୋଇ ବାଙ୍କୀ, ଡମପଡ଼ା-ଚନ୍ଦକା ଜଙ୍ଗଲ  ଅଭିମୁଖେ ଯାଉଥିଲେ । ୧୭ଟି ହାତୀ ନଦୀ ପାର୍ ହୋଇଯାଇଥିବାବେଳେ ଏହି ହାତୀଟି ଭାସି ଯାଇଥିଲା । ଦନ୍ତା ଭାସିଯିବାରୁ ତାକୁ ଉଦ୍ଧାର କରିବା ଲାଗି ଆଉ ୨ ହାତୀ ନଦୀରେ ପୁଣି ପଶିଥିଲେ । ହେଲେ ସେ ୨ଟି ହାତୀ ମଧ୍ୟ ସୁଅରେ ଭାସି ମୁଣ୍ଡଳି ବ୍ୟାରେଜ ପାଖ ଅନନ୍ତପୁରରେ ଲାଗି ଉପରକୁ ଉଠିଛନ୍ତି । ହେଲେ ହାତୀଟି ଏ ଯାଏ ନଦୀ ଭିତରେ ଫସି ରହିଛି । ଅନ୍ୟପକ୍ଷରେ ନଦୀ ଭିତରେ ଫସି ରହିଥିବା ହାତୀକୁ ଦଉଡ଼ି ଯୋଗେ କଦଳୀ ଖାଇବା ଲାଗି ଦିଆଯାଇଛି।

The post କୂଳକୁ ଆସୁଛି ହାତୀ, ହେଲେ ଗହଳିକୁ ଡରୁଛି appeared first on Odisha Reporter.

]]>
centre top 2021-09-24 11:43:44 https://odishareporter.in/wp-content/uploads/2021/09/hati-11-30.jpg
୫ ଘଣ୍ଟା ହେଲା ଫସିଛି ହାତୀ, ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ https://odishareporter.in/odisha/operation-gaja-starts-in-mundali-to-rescue-the-elephant-678550?utm_source=rss&utm_medium=rss&utm_campaign=operation-gaja-starts-in-mundali-to-rescue-the-elephant Fri, 24 Sep 2021 05:14:09 +0000 https://odishareporter.in/?p=678550

କଟକ(ଓଡ଼ିଶା ରିପୋର୍ଟର):  ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ । ଚନ୍ଦକାରୁ ଆସିଥିବା ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ହାତୀ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ତାହା ଫେଲ୍‌ ମାରିଛି। ତେଣୁ କ୍ରେନ୍‌ ସାହାଯ୍ୟରେ ହାତୀକୁ […]

The post ୫ ଘଣ୍ଟା ହେଲା ଫସିଛି ହାତୀ, ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର):  ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ । ଚନ୍ଦକାରୁ ଆସିଥିବା ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ଆଜି ସକାଳୁ ହାତୀ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ତାହା ଫେଲ୍‌ ମାରିଛି। ତେଣୁ କ୍ରେନ୍‌ ସାହାଯ୍ୟରେ ହାତୀକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହାତୀଟି ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ୟା ଜଳର ପ୍ରଖର ସ୍ରୋତରେ ପାଣି ମଝିରେ ଅଟକି ରହିଥିବା ବେଳେ ବାହାରି ପାରୁନି।  ଅପରପକ୍ଷେ, ହାତୀକୁ ଖାଇବାକୁ କଦଳୀ ଦିଆଯାଇଥିବା ବେଳେ ତାହାକୁ ସେ ଗ୍ରହଣ କରୁନି। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ହାତୀର ଜୀବନ ପ୍ରତି ବିପଦ ଦେଖାଯାଇପାରେ। ତେଣୁ ହାତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବନ ବିଭାଗର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ, କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଏନେଇ ରେଞ୍ଜର କହିଛନ୍ତି,  ହାତୀଟି ଭୟଭୀତ ହୋଇଯାଇଥିବାରୁ ପାଣି ଅତିକ୍ରମ କରିପାରୁନି। ତଥାପି ସେ ନିଜ ଚେଷ୍ଟା ଅବ୍ୟାହତ ରଖିଛି।  ଓଡ୍ରାଫର ସ୍ୱତନ୍ତ୍ର ଟିମ୍‌ ଆସି ପହଞ୍ଚିଛନ୍ତି। ରଶି ସାହାଯ୍ୟରେ, ଟାୟାର ସାହାଯ୍ୟରେ ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିଲେ ବି ସଫଳତା ମିଳୁନି। ହାତୀଟି ସାମାନ୍ୟ ହାଲିଆ ହୋଇଯାଇଛି। ତେଣୁ ତାକୁ ଖାଇବାକୁ କଦଳୀ ଦିଆଯାଉଛି। ତା’ ସହ ପଲରେ ଥିବା  ଅନ୍ୟ ୧୬ଟି ହାତୀ ନଦୀ ଅତିକ୍ରମ କରି ପଳାଇଥିବା ବେଳେ ଏହି ହାତୀଟି ଫସି ଯାଇଛି। ହାତୀଟି ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଛି। ଆଉ ୨ ଘଣ୍ଟା ମଧ୍ୟରେ ହାତୀକୁ ଉଦ୍ଧାର କରାଯାଇପାରିବ ବୋଲି ଆଶାବାଦୀ ଅଛୁ।

ସୂଚନାଯୋଗ୍ୟ, ଆଜି ଭୋରରୁ  ଏକ ୧୭ରୁ ୨୦ ଟିକିଆ ହାତୀ ପଲ  ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ଭାସିଗଲେ ହାତୀ ପଲା। ସେମାନଙ୍କ ମଧ୍ୟରୁ ଗୋଟିଏ ହାତର ମୁଣ୍ଡଳୀରେ ଲାଗିଥିବା ବେଳେ ତାକୁ ଉଦ୍ଧାର ଲାଗି ଜାରି ରହିଛି ପ୍ରୟାସ । ଏହାବାଦ ମହାନଦୀ ପାର ହୋଇ ବାଙ୍କୀ ସାନମୁଣ୍ଡଳି ଗାଁ ପାଖ ଜଙ୍ଗଲରେ ଆଉ ୮ ହାତୀ ଲାଗି ରହିଛନ୍ତି ।  ଏହି ହାତୀମାନେ ନୂଆ ଶାସନ ନିକଟରେ ଅଟକି ରହିଛନ୍ତି  ।  ବ୍ୟାରେଜର ଆର ପଟେ ଆଉ କିଛି ହାତୀ ଲାଗି ରହିଥିବା ସୂଚନା ମିଳିଛି।

ମହାନଦୀରେ ଏବେ ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି  ।  ହେଲେ ଅଧିକ ବିଳମ୍ବ ହେଲେ ବି ହାତୀ ଜୀବନ ପ୍ରତି ବିପଦ ଥିବାରୁ ଏବେ କିପରି ଉଦ୍ଧାର କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦିଆଯାଇ ହାତୀକୁ ଉଦ୍ଧାର କରାଯିବ ତାହା ଉପରେ ସମସ୍ତଙ୍କ ଆଖି। ହାତୀଟି ଭାସି ଆସି ମୁଣ୍ଡଳୀଠାରେ ଲାଗିଥିବା ଖବର ପାଇ ତାହାକୁ ଦେଖିବାକୁ ମୁଣ୍ଡଳୀ ବ୍ରିଜରେ ଅସମ୍ଭବ ଭିଡ଼ ଲାଗି ରହିଛି।

The post ୫ ଘଣ୍ଟା ହେଲା ଫସିଛି ହାତୀ, ଆରମ୍ଭ ହେଲା ‘ଅପରେସନ ଗଜ ଉଦ୍ଧାର’ appeared first on Odisha Reporter.

]]>
right bottom 2021-09-24 11:45:57 https://odishareporter.in/wp-content/uploads/2021/09/hati-bbb.jpg
ମହାନଦୀରେ ଫସିଛି ହାତୀ, ରେସକ୍ୟୁ ଆରମ୍ଭ https://odishareporter.in/odisha/rescue-starts-to-save-an-elephant-blocked-in-mahanadi-678506?utm_source=rss&utm_medium=rss&utm_campaign=rescue-starts-to-save-an-elephant-blocked-in-mahanadi Fri, 24 Sep 2021 03:10:28 +0000 https://odishareporter.in/?p=678506

କଟକ/ ଆଠଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀରେ ଭାସିଗଲେ ହାତିପଲ। ଆଜି ସକାଳୁ ସକାଳୁ ଆଠଗଡ଼ ନିକଟ ମହାନଦୀରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଆଜି ଭୋରରୁ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ଭାସିଗଲେ ହାତୀ ପଲା। ଗୋଟିଏ ହାତୀ ମୁଣ୍ଡଳୀ ବ୍ରୀଜ […]

The post ମହାନଦୀରେ ଫସିଛି ହାତୀ, ରେସକ୍ୟୁ ଆରମ୍ଭ appeared first on Odisha Reporter.

]]>

କଟକ/ ଆଠଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀରେ ଭାସିଗଲେ ହାତିପଲ। ଆଜି ସକାଳୁ ସକାଳୁ ଆଠଗଡ଼ ନିକଟ ମହାନଦୀରେ ଏପରି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଆଜି ଭୋରରୁ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ଭାସିଗଲେ ହାତୀ ପଲା।

ଗୋଟିଏ ହାତୀ ମୁଣ୍ଡଳୀ ବ୍ରୀଜ ନିକଟରେ ଲାଖି ରହିଥିବା ବେଳେ ଆଉ ୭ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗଛନ୍ତି। ସେମାନଙ୍କ ମଧ୍ୟରୁ ପୁଣି ୨ଟି ହାତୀ ନଦୀ ପାର୍‌ ହେବାକୁ ଚେଷ୍ଟା କରୁଥିବା ବେଳେ ଭାସି ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ।

ମୁଣ୍ଡଳି ବ୍ରିଜରେ ଲାଗିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ  ଅଗ୍ନିଶମ ବିଭାଗ ଓ ବନବିଭାଗ  କର୍ମଚାରୀ ରେସକ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ରେଞ୍ଜରଙ୍କ ସମେତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି।     ମାତ୍ର ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର।

ଏହାବାଦ ବ୍ୟାରେଜର ଆର ପଟେ ଆଉ କିଛି ହାତୀ ଲାଗି ରହିଥିବା ସୂଚନା ମିଳିଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ମହାନଦୀରେ ଫସିଛି ହାତୀ, ରେସକ୍ୟୁ ଆରମ୍ଭ appeared first on Odisha Reporter.

]]>
centre top 2021-09-24 08:40:28 https://odishareporter.in/wp-content/uploads/2021/09/hati-1.jpg
୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିବା ଜଳଖିଆ ଦୋକାନୀ ଗିରଫ https://odishareporter.in/odisha/man-allegedly-arrested-for-killing-20-dogs-in-cuttack-678313?utm_source=rss&utm_medium=rss&utm_campaign=man-allegedly-arrested-for-killing-20-dogs-in-cuttack Thu, 23 Sep 2021 09:30:53 +0000 https://odishareporter.in/?p=678313

ଚୌଦ୍ଵାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ୨୦ରୁ ଅଧିକ କୁକୁରଙ୍କୁ ଗୁଲୁଗୁଲାରେ ବିଷଦେଇ ମାରିଥିବା ଜଲଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଶଙ୍କରପୁର ଗାଁରେ ୩ ଦିନ ଭିତରେ ୨୦ରୁ ଅଧିକ କୁକୁର ମରିବା ଘଟଣାକୁ ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ତିନି ଧରି ଏହି ଅଞ୍ଚଳରେ ୩ରୁ ୪ କୁକୁର ମରୁଥିବା ବେଳେ କେବଳ ଗତକାଲି […]

The post ୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିବା ଜଳଖିଆ ଦୋକାନୀ ଗିରଫ appeared first on Odisha Reporter.

]]>

ଚୌଦ୍ଵାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ୨୦ରୁ ଅଧିକ କୁକୁରଙ୍କୁ ଗୁଲୁଗୁଲାରେ ବିଷଦେଇ ମାରିଥିବା ଜଲଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ଶଙ୍କରପୁର ଗାଁରେ ୩ ଦିନ ଭିତରେ ୨୦ରୁ ଅଧିକ କୁକୁର ମରିବା ଘଟଣାକୁ ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ତିନି ଧରି ଏହି ଅଞ୍ଚଳରେ ୩ରୁ ୪ କୁକୁର ମରୁଥିବା ବେଳେ କେବଳ ଗତକାଲି ୧୦ଟି କୁକୁର ମରି ପଡ଼ିଥିଲେ। ଏହା ଦେଖିବା ପରେ ଗ୍ରାମବାସୀ ଏହାର କାରଣ ଖୋଜିବା ପାଇଁ ଖୋଳତାଡ଼ କରିଥିଲେ।

ଜଳିଖିଆ ଦୋକାନ ସାମ୍ନାରେ କୁକୁର ମାନେ ଏକତ୍ରିତ ହେଉଥିବା ଓ ମଳତ୍ୟାଗ କରୁଥିବା ଯୋଗୁ ଅଜୟ କୁମାର ସାହୁ ସେମାନଙ୍କୁ ବିଷ ଦେଇ ମାରୁଥିବା ଜଣାପଡ଼ିଥିଲା। ଏହା ପରେ ଗ୍ରାମବାସୀ ଚୌଦ୍ଵାର ଥାନାକୁ ଯାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ଚୌଦ୍ଵାର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୨୯୪/୩୫୩/୪୨୯/୩୩୨ ଋ ୫୦୬ ରୁଜୁ କରି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।

The post ୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିବା ଜଳଖିଆ ଦୋକାନୀ ଗିରଫ appeared first on Odisha Reporter.

]]>
right bottom 2021-09-23 15:00:53 https://odishareporter.in/wp-content/uploads/2021/09/45-4.jpg
କଅଁଳ ମନରେ ଦୁଃଖର ପାହାଡ଼, ତଥାପି ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର https://odishareporter.in/odisha/orphan-child-became-toppper-of-diploma-entrance-exam-678164?utm_source=rss&utm_medium=rss&utm_campaign=orphan-child-became-toppper-of-diploma-entrance-exam Thu, 23 Sep 2021 03:41:15 +0000 https://odishareporter.in/?p=678164

କଟକ (ଓଡ଼ିଶା ରିପୋର୍ଟର): କଅଁଳ ମନ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼ । ଜୀବନ କ’ଣ ବୁଝିବା ଆଗରୁ ବାପାମା’ ଚାଲିଗଲେ ଆରପାରିକୁ। ସାହାରା ଦେଇଥିବା ଏକମାତ୍ର ମଉସା ବି ଚାଲି ଯାଇଥିଲେ ସେମାନଙ୍କ ପଛେ ପଛେ। ତଥାପି ଭାଙ୍ଗି ପଡ଼ି ନ ଥିବା ୧୫ ବର୍ଷୀୟା ଶର୍ମିଷ୍ଠା ମହାପାତ୍ର ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।  ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସେ ଟପ୍ପର ହୋଇଛନ୍ତି। କଟକ ସ୍ଥିତ ବୋଷ ଇଂଜିନିୟରିଂ […]

The post କଅଁଳ ମନରେ ଦୁଃଖର ପାହାଡ଼, ତଥାପି ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଅଁଳ ମନ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼ । ଜୀବନ କ’ଣ ବୁଝିବା ଆଗରୁ ବାପାମା’ ଚାଲିଗଲେ ଆରପାରିକୁ। ସାହାରା ଦେଇଥିବା ଏକମାତ୍ର ମଉସା ବି ଚାଲି ଯାଇଥିଲେ ସେମାନଙ୍କ ପଛେ ପଛେ। ତଥାପି ଭାଙ୍ଗି ପଡ଼ି ନ ଥିବା ୧୫ ବର୍ଷୀୟା ଶର୍ମିଷ୍ଠା ମହାପାତ୍ର ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।  ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସେ ଟପ୍ପର ହୋଇଛନ୍ତି।

କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବାକୁ ଚାହୁଁଥିବା ଶର୍ମିଷ୍ଠା ମହାପାତ୍ର ଏହି ପ୍ରବେଶିକା ପରୀକ୍ଷା ପାଇଁ ଖୁବ୍‌ ପରିଶ୍ରମ କରିଥିଲେ। ତେବେ ପ୍ରବେଶିକା ପରୀକ୍ଷାରେ ୧ ନମ୍ବର ସ୍ଥାନ ହାସଲ କରିଥିବା ଜାଣିବା ପରେ ସେ ବହୁତ ଖୁସି ଅଛନ୍ତି। ବାପାମା’ଙ୍କ ଇଚ୍ଛା ପୂରଣ କରିବାକୁ ଆଗକୁ ବି.ଟେକ କରି ଆଇଏଏସ୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଶର୍ମିଷ୍ଠାଙ୍କ ଘର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ। ଜୀବନ କ’ଣ ଜାଣିବା ପୂର୍ବରୁ ସେ ହରାଇଥିଲେ ତାଙ୍କ ବାପାମା’ଙ୍କୁ। ଏହାପରେ ତାଙ୍କ ସାହାରା ପାଲଟିଥିଲେ ତାଙ୍କ ମଉସା। ପାଖରେ ରଖି ବାପାମା’ଙ୍କ ଭଳି ସ୍ନେହ, ଆଦର କରୁଥିଲେ ଓ ପାଠ ପଢ଼ାଉଥିଲେ । ହେଲେ ଶର୍ମିଷ୍ଠାଙ୍କ ଏହି ଖୁସିକୁ ବି ସହିଲା ନାହିଁ ଦଇବ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ମଉସା ବି ଆଖି ବୁଜି ଦେଲେ।

ଏହାପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବା ଶର୍ମିଷ୍ଠାଙ୍କୁ ସହାୟତାର ହାତ ବଢ଼ାଇଲା ହେଲା ଜିଲ୍ଲା ପ୍ରଶାସନ । ସିଡବ୍ଲ୍ୟୁସି ସହାୟତାରେ ବିଡ଼ାନାସୀରେ ଥିବା ଶୋଭନୀୟ ଶିକ୍ଷାଶ୍ରମରେ ତାଙ୍କୁ ରଖା ଯାଇଥିଲା। ସେଠାରେ ରହି ପାଠ ପଢ଼ିବାର ସୁଯୋଗ ପାଇଥିଲେ ଶର୍ମିଷ୍ଠା।  କଠିନ ପରିଶ୍ରମ କରି ସେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହେବାର ଗୌରବ ହାସଲ କରିପାରିଛନ୍ତି।  ତାଙ୍କ ସଫଳତା ପାଇଁ ଗର୍ବ ଅନୁଭଵ କରୁଛନ୍ତି ଆଶ୍ରମର କର୍ମକର୍ତ୍ତା ଏବଂ ତାଙ୍କ ସହପାଠୀମାନେ।

ଶର୍ମିଷ୍ଠା କହିଛନ୍ତି, ବାପାମା’ ଯିବା ପରେ ମଉସା ଚାଲିଗଲେ। ବହୁତ ଭାଙ୍ଗି ପଡ଼ିଥିଲି। ତା’ ପରେ ବିଡିଓଙ୍କ ସହଯୋଗରେ ଶୋଭନୀୟ ଶିକ୍ଷାଶ୍ରମରେ ପଢ଼ିଲି। ଏଠାରେ ଖୁବ ସହଯୋଗ ପାଇଲି। ଏଠାକାର କର୍ମକର୍ତ୍ତା ବାପାମା’ଙ୍କ ପରି ସ୍ନେହ ବି କରୁଛନ୍ତି।

ଶୋଭନୀୟ ଶିକ୍ଷାଶ୍ରମ ସଂପାଦକ ଡକ୍ଟର ଅରୁନ୍ଧତୀ ଦେବୀ କହିଛନ୍ତି,  କଅଁଳ ମନ ହେଲେ ବି ଆତ୍ମନିର୍ଭରଶୀଳ ହେବା ପାଇଁ ତାର ରହିଛି ଅଦ୍ୟମ ଇଚ୍ଛା।  ଡିପ୍ଲୋମା ପରେ ଆଇଏଏସ୍‌ ହେବା ପାଇଁ  ଝିଅଟି ମନେ ମନେ ପଣ କରିଛି। କେବଳ ସେତିକି ନୁହେଁ, ତାକୁ ସାକାର କରିବାକୁ ପରିଶ୍ରମ ବି କରୁଛି।

ବାପାମା’ଙ୍କୁ ହରାଇ ପ୍ରତିକୂଳ ସ୍ଥିତିରେ ଥାଇ ମଧ୍ୟ ଏପରି ସଫଳତା ପାଇଥିବା ଶର୍ମିଷ୍ଠାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ପ୍ରକାର ବାଧାବିଘ୍ନକୁ ଏଡ଼ାଇ କଟକର ଶୋଭନୀୟ ଶିକ୍ଷାଶ୍ରମର ଅନ୍ତେବାସୀ ଶର୍ମିଷ୍ଠା ମହାପାତ୍ର ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ପ୍ରଥମ ରାଙ୍କ ରଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

The post କଅଁଳ ମନରେ ଦୁଃଖର ପାହାଡ଼, ତଥାପି ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର appeared first on Odisha Reporter.

]]>
centre bottom 2021-09-23 12:21:57 https://odishareporter.in/wp-content/uploads/2021/09/ctttc.jpg
ଗୁଲୁଗୁଲାରେ ବିଷ ଦେଇ ମାରିଦେଲା ୨୦ କୁକୁର https://odishareporter.in/odisha/cuttack/20-dogs-killed-in-choudwar-678047?utm_source=rss&utm_medium=rss&utm_campaign=20-dogs-killed-in-choudwar Wed, 22 Sep 2021 12:55:15 +0000 https://odishareporter.in/?p=678047

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା। ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଲକ୍ ଶଙ୍କରପୁର ପଞ୍ଚାୟତରେ। ଯେଉଁଠାରେ ଜଣେ ଜଳଖିଆ ଦୋକାନୀ ୨୦ କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇ ହତ୍ୟା କରିଥିବା ଜଣାପଡ଼ିଛି। କୁକୁରମାନଙ୍କର ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟାବହ ପରିସ୍ଥିତି ଦେଖା ଦେଇଛି। ଗତ ତିନି ଦିନ ଭିତରେ ଏହି ଅଞ୍ଚଳରେ ୨୦ କୁକୁରଙ୍କର ପ୍ରାଣ ଗଲାଣି। ତେବେ ଆଜି ସ୍ଥାନୀୟ […]

The post ଗୁଲୁଗୁଲାରେ ବିଷ ଦେଇ ମାରିଦେଲା ୨୦ କୁକୁର appeared first on Odisha Reporter.

]]>

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା। ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଲକ୍ ଶଙ୍କରପୁର ପଞ୍ଚାୟତରେ। ଯେଉଁଠାରେ ଜଣେ ଜଳଖିଆ ଦୋକାନୀ ୨୦ କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇ ହତ୍ୟା କରିଥିବା ଜଣାପଡ଼ିଛି। କୁକୁରମାନଙ୍କର ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟାବହ ପରିସ୍ଥିତି ଦେଖା ଦେଇଛି।

ଗତ ତିନି ଦିନ ଭିତରେ ଏହି ଅଞ୍ଚଳରେ ୨୦ କୁକୁରଙ୍କର ପ୍ରାଣ ଗଲାଣି। ତେବେ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦ଟି କୁକୁର ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହା ଦେଖି ଲୋକେ ଥାନାରେ ଅଭିଯୋଗ କରିଥିଲେ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଜଣେ ଜଳଖିଆ ଦୋକାନୀର ହାତ ଥିବା ସନ୍ଦେହ କରାଯାଉଛି। କାରଣ ସେହି ବ୍ୟକ୍ତିର ଦୋକାନ ଆଗରେ କୁକୁରମାନେ ପ୍ରତିଦିନ ଉତ୍ପାତ କରୁଥିଲେ। ଆଉ ଦୋକାନୀ ଜଣକ ରାଗରେ ହୁଏତ ଏହି କୁକୁରଙ୍କୁ ମାରିଥିବା କୁହାଯାଉଛି। ଗ୍ରାମବାସୀ ଏ ନେଇ ଚୌଦ୍ଵାର ଥାନାରେ ଏକ ଅଭିଯୋଗ କରିଛନ୍ତି।

The post ଗୁଲୁଗୁଲାରେ ବିଷ ଦେଇ ମାରିଦେଲା ୨୦ କୁକୁର appeared first on Odisha Reporter.

]]>
centre bottom 2021-09-22 18:26:31 https://odishareporter.in/wp-content/uploads/2021/09/dog.jpg
ତୁଟିଲା ପ୍ରଶାସନ ଉପରେ ଭରସା, ବଡ଼ ପଦକ୍ଷେପ ନେଲେ ଗ୍ରାମବାସୀ https://odishareporter.in/odisha/cuttack/salepur-block-villagers-made-road-with-their-own-expense1-677739?utm_source=rss&utm_medium=rss&utm_campaign=salepur-block-villagers-made-road-with-their-own-expense1 Tue, 21 Sep 2021 11:37:42 +0000 https://odishareporter.in/?p=677739

ସାଲେପୁର (ମନୋଜ ଆଚାର୍ଯ୍ୟ): ଦୀର୍ଘ ବର୍ଷ ଧରି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିଲା। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା ଅବସ୍ଥା ଏଭଳି ଥିଲା ଯେ ଗାଡ଼ି ମଟର ତ ଦୂରର କଥା ଖାଲି ପାଦରେ ବି ଯିବା ମୁସ୍କିଲ ହୋଇପଡୁଥିଲା। ଗାଁ ଲୋକେ ଅନେକ ଥର ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ହେଲେ କେହି ଶୁଣିଲେନି ସେମାନଙ୍କର ଗୁହାରି। ନିର୍ବାଚନ ଆସିଲେ ଖାଲି ମିଳିଥାଏ ପ୍ରତିଶ୍ରୁତି। […]

The post ତୁଟିଲା ପ୍ରଶାସନ ଉପରେ ଭରସା, ବଡ଼ ପଦକ୍ଷେପ ନେଲେ ଗ୍ରାମବାସୀ appeared first on Odisha Reporter.

]]>

ସାଲେପୁର (ମନୋଜ ଆଚାର୍ଯ୍ୟ): ଦୀର୍ଘ ବର୍ଷ ଧରି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିଲା। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା ଅବସ୍ଥା ଏଭଳି ଥିଲା ଯେ ଗାଡ଼ି ମଟର ତ ଦୂରର କଥା ଖାଲି ପାଦରେ ବି ଯିବା ମୁସ୍କିଲ ହୋଇପଡୁଥିଲା। ଗାଁ ଲୋକେ ଅନେକ ଥର ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ହେଲେ କେହି ଶୁଣିଲେନି ସେମାନଙ୍କର ଗୁହାରି। ନିର୍ବାଚନ ଆସିଲେ ଖାଲି ମିଳିଥାଏ ପ୍ରତିଶ୍ରୁତି। ବାସ ନିର୍ବାଚନ ସରିବା ପରେ ଯେଝା ବାଟରେ ଯିଏ। ତେବେ ପ୍ରତିଶ୍ରୁତି ପାଇବା ପରେ କାମ ନେବାରୁ ଶେଷରେ ବାଧ୍ୟ ହୋଇ ଗାଁ ଲୋକମାନେ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରିବାକୁ ବାଧ୍ୟ ହୋଇଛନ୍ତି। ଆଉ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗାଁ ଲୋକେ କହିଛନ୍ତି।

କଟକ ଜିଲ୍ଲା ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର କାନପୁର ଗାଁର କାନପୁର-ସମାଲ ସାହି ରାସ୍ତା। ପ୍ରାୟ ଦେଢ଼ କିଲୋମିଟରରୁ ଉର୍ଦ୍ଧ ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ। ଖଳାଖମାରେ ଭର୍ତ୍ତି ଆଉ କାଦୁଅ ଲଟପଟ। ଟିକିଏ ବର୍ଷା ହେଲେ ରାସ୍ତାରେ ଯିବାଆସିବା ମୁସ୍କିଲ ହୋଇଯାଏ। ଏପରିକି ଖାଲି ପଦରେ ଗଲେବି ଅନେକ ଲୋକେ କେନାଲ ଭିତରକୁ ଖସି ପଡ଼ନ୍ତି। ଆଉ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି କଥା ପଚାରେ କିଏ।

ସାଇଲେଲ ଛଡା ଅନ୍ୟ ଗାଡି ଯିବା ଏଠି ମୁସ୍କିଲ ହୋଇପଡିଥିଲା। ପକ୍କା ରାସ୍ତା ଘଣ୍ଡିଏ ତିଆରି କରିବା ପାଇଁ ଗାଁ ଲୋକେ ଅନେକଥର ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ପ୍ରଶାସନ ପ୍ରତିଥର ପ୍ରତିଶ୍ରୁତି ଦେଇ କାମ କରନ୍ତି ନାହିଁ। ଶେଷରେ ଗାଁ ଲୋକେ ନିଷ୍ପତ୍ତି ନେଲେ ଯେ ନିଜ ଗାଁ ରାସ୍ତା ନିଜେ କରିବେ।

ଏବେ ଗାଁ ଲୋକେ ମିଶିକି ରାସ୍ତା କାମ ଆରମ୍ଭ କରିଦେଇଛନ୍ତି। ହାତରେ କୋଡ଼ି କୋଦାଳ ଧରି କାମ କରୁଛନ୍ତି ଗାଁ ଲୋକେ। କିଏ ରାସ୍ତା କଡ଼ ଗଛ ସଫା କରୁଛି ତ କିଏ ଗୋଡି ବାଲି ପକାଇ ସମତୁଲ କରୁଛି ରାସ୍ତା। ପୁଣି କିଏ ଟ୍ରଲିରେ ବୋହି ଅଣୁଛି ବାଲି ଗୋଡି ସବୁ। ଏପଟେ ପଥର ଭାଙ୍ଗି ମଧ୍ୟ ରାସ୍ତା ଉପରେ ପଡୁଛି। ଏସବୁ ପାଇଁ କିନ୍ତୁ ଗାଁ ଲୋକେ ଚାନ୍ଦା ଆଦାୟ କରି ଅର୍ଥ ସଂଗ୍ରହ କରିଛନ୍ତି। ଆଉ ନିଜେ ମୂଳମଜୁରିକୁ ନଯାଇ ଏଇଠି କାମ କରୁଛନ୍ତି ବୋଲି କହିଛନ୍ତି।

ସରକାରଙ୍କ ଉପରେ ଆଉ ସେମାନଙ୍କର ଭରସା ନାହିଁ। ଏବେ ପୁଣି ନିର୍ବାଚନ ଆସୁଛି। ଏଥର ରତା କଥା ବାହାନା କରି ପୁଣି ଭୋଟ ମାଗିବାକୁ ଆସିବେ। ହେଲେ ଯେ ପର୍ଯ୍ୟନ୍ତ ସେମାନେ ନୂଆକରି ରାସ୍ତା ମରାମତି ନକରିଛନ୍ତି, ଗାଁ ଲୋକେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି।

The post ତୁଟିଲା ପ୍ରଶାସନ ଉପରେ ଭରସା, ବଡ଼ ପଦକ୍ଷେପ ନେଲେ ଗ୍ରାମବାସୀ appeared first on Odisha Reporter.

]]>
right bottom 2021-09-21 17:12:18 https://odishareporter.in/wp-content/uploads/2021/09/salepur.jpg
୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ https://odishareporter.in/odisha/little-girl-manjula-bitten-by-sneak-now-out-of-danger-677673?utm_source=rss&utm_medium=rss&utm_campaign=little-girl-manjula-bitten-by-sneak-now-out-of-danger Tue, 21 Sep 2021 07:53:54 +0000 https://odishareporter.in/?p=677673

କଟକ (ଓଡ଼ିଶା ରିପୋର୍ଟର): ‘ମୋତେ ମାରିଦିଅ, ନ ହେଲେ ଡାକ୍ତରଖାନା ନେଇଯାଅ।’ ନାଗ ସାପ ବିଷର ଜ୍ୱଳା ସହି ନ ପାରି  ୪ ମାସ ପୂର୍ବେ ଏପରି ଗୁହାରୀ କରୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ଫୁଟିଛି ହସ।  କଟକ ବଡ଼ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନୂଆ ଜୀବନ ପାଇପାରିଛି ଏହି କୁନି ଝିଅ । ଏଥିସହ ପଚି ଯାଇଥିବା ହାତଟିକୁ ମଧ୍ୟ ରକ୍ଷା କରାଯାଇପାରିଛି। କଟକ ବଡ଼ […]

The post ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): ‘ମୋତେ ମାରିଦିଅ, ନ ହେଲେ ଡାକ୍ତରଖାନା ନେଇଯାଅ।’ ନାଗ ସାପ ବିଷର ଜ୍ୱଳା ସହି ନ ପାରି  ୪ ମାସ ପୂର୍ବେ ଏପରି ଗୁହାରୀ କରୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ଫୁଟିଛି ହସ।  କଟକ ବଡ଼ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନୂଆ ଜୀବନ ପାଇପାରିଛି ଏହି କୁନି ଝିଅ । ଏଥିସହ ପଚି ଯାଇଥିବା ହାତଟିକୁ ମଧ୍ୟ ରକ୍ଷା କରାଯାଇପାରିଛି। କଟକ ବଡ଼ ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହେବା ପରେ ଶେଷରେ ଆସନ୍ତାକାଲି ନିଜ ଘରକୁ ଫେରିଯିବ ସେ।

ଦିନେ ହସ ଭୁଲି ଯାଇଥିବା ମଞ୍ଜୁଳାର ହସ ହସ ମୁହଁ ଦେଖି ଏବେ ସମସ୍ତେ ଆଶ୍ୱସ୍ତ।  ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ ବି ଦୁଇ ଦୁଇ ଥର ଅପରେସନ ପରେ ମଞ୍ଜୁଳାର ହାତକୁ ରକ୍ଷା କରାଯାଇପାରିଛି।

ଗତ ଜୁନ୍‌ ମାସରେ ଘର ପାଖରେ ଖେଳୁଥିବା ବେଳେ ମଞ୍ଜୁଳାକୁ ଏକ ନାଗ ସାପ କାମୁଡି ଦେଇଥିଲା। ଏଥିଯୋଗୁ ତା’ ଡାହାଣ ହାତଟି ଫୁଲି ପଚି ଯାଇଥିଲା। ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ନବରଙ୍ଗପୁର ଓ ପରେ କୋରାପୁଟ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇ ପାରି ନ ଥିଲେ। ଏପରିକି ସାପ ବିଷ ଜ୍ୱଳା ସହି ନ ପାରି ତାକୁ ଜୀବନରୁ ମାରିଦେବାକୁ କାକୁତି ମୀନତି ହେଉଥିଲା କୁନି ଝିଅଟି। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତା’ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା‘।

ଏ ନେଇ  ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପ୍ରଥମେ ମଞ୍ଜୁଳାକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏସସିବି ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିଲା ମଞ୍ଜୁଳା। ଏସସିବିରେ ତା’ର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଞ୍ଜୁଳାର ୨ ଥର ଅପରେସନ୍ ମଧ୍ୟ ହୋଇଛି। ଏବେ ମଞ୍ଜୁଳାର ପଚି ଯାଇଥିବା ହାତଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ମଧ୍ୟ ବିପଦମୁକ୍ତ ଥିବା ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ଝିଅ ଭଲ ହେବ ବୋଲି ଆଶା ଛାଡ଼ି ଦେଇଥିବା ମଞ୍ଜୁଳାର ପରିବାର ଲୋକ ମଧ୍ୟ ଏବେ ଝିଅର ହସ ହସ ମୁହଁ ଦେଖି ବେଶ୍‌ ଖୁସି।  ଏନେଇ ମଞ୍ଜୁଳାଙ୍କ ମା’ କହିଛନ୍ତି, “ଝିଅ ଧୀରେ ଧୀରେ ସୁସ୍ଥ ହେଉଛି। ଡାକ୍ତରଙ୍କ ପରିଶ୍ରମ ଯୋଗୁ ମୋ ଝିଅ ଭଲ ହେଲା। ଆମେ ସବୁବେଳେ ସେମାନଙ୍କ ନିକଟରେ କୃତଜ୍ଞ ରହିବୁ।”

The post ୪ ମାସ କଲବଲ ହେବା ପରେ ମଞ୍ଜୁଳାଙ୍କ ମୁହଁରେ ଫୁଟିଲା ହସ appeared first on Odisha Reporter.

]]>
centre top 2021-09-21 14:26:15 https://odishareporter.in/wp-content/uploads/2021/09/manjula-1.jpg
ମୂର୍ତ୍ତି ଉଚ୍ଚତା ବିବାଦର ହେଲା ଅନ୍ତ https://odishareporter.in/odisha/dispute-over-the-height-of-statue-got-resolved-676955?utm_source=rss&utm_medium=rss&utm_campaign=dispute-over-the-height-of-statue-got-resolved Sun, 19 Sep 2021 02:58:37 +0000 https://odishareporter.in/?p=676955

କଟକ (ଓଡ଼ିଶା ରିପୋର୍ଟର): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ମାନିବା ପାଇଁ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ୪ ଫୁଟ୍ ଉଚ୍ଚତା ଭିତରେ ମୂର୍ତ୍ତି ତିଆରି କରି ମା’ଙ୍କ ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, […]

The post ମୂର୍ତ୍ତି ଉଚ୍ଚତା ବିବାଦର ହେଲା ଅନ୍ତ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ମାନିବା ପାଇଁ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ୪ ଫୁଟ୍ ଉଚ୍ଚତା ଭିତରେ ମୂର୍ତ୍ତି ତିଆରି କରି ମା’ଙ୍କ ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଛୁ। ସରକାର ଜାରି କରି ଥିବା ଏସଓପି ଅନୁସାରେ ପୂଜା କରାଯିବ।

ହାଇକୋର୍ଟରୁ ବାଲୁବଜାର ପୂଜା କମିଟିକୁ ଝଟକା ମିଳିବାର ପରେ ସହରର ପୂଜା କମିଟି ଏବଂ ଶାନ୍ତି କମିଟି ପକ୍ଷରୁ ଗତକାଲି ଆଭ୍ୟନ୍ତରୀଣ ବୈଠକ ବସିଥିଲା। କେତେକ ପୂଜା ମଣ୍ଡପ କର୍ମକର୍ତ୍ତା ଶାନ୍ତି କମିଟି ବୈଠକରେ ଅସନ୍ତୋଷ ଜାହିର କରିବା ସହ ଘଟପୂଜା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଉ କିଛି ପୂଜା କମିଟି ୪ ଫୁଟ ମୂର୍ତ୍ତି ତିଆରି କରି ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦେଖି ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ସୀମିତ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏପରି ନିଷ୍ପତ୍ତି ହାସ୍ୟାସ୍ପଦ ବୋଲି ବିଭିନ୍ନ ପୂଜା କମିଟି ସଦସ୍ୟ ଓ ବିରୋଧୀ କଂଗ୍ରେସ ଏବଂ ବିଜେପି କହିଥିଲେ। କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ବଢ଼ାଇବା ପାଇଁ ୧୩ ତାରିଖରେ କଟକ ବନ୍ଦ  ଡାକରା ଦେଇଥିଲା ବିଜେପି।

 

The post ମୂର୍ତ୍ତି ଉଚ୍ଚତା ବିବାଦର ହେଲା ଅନ୍ତ appeared first on Odisha Reporter.

]]>
centre bottom 2021-09-19 08:28:37 https://odishareporter.in/wp-content/uploads/2021/09/durga-1.jpg
ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ, ଆଜି ମଉନ ପ୍ରତିବାଦ କରୁଛି କଂଗ୍ରେସ https://odishareporter.in/odisha/congress-protests-against-govt-decision-of-devi-durga-height-675888?utm_source=rss&utm_medium=rss&utm_campaign=congress-protests-against-govt-decision-of-devi-durga-height Wed, 15 Sep 2021 07:12:40 +0000 https://odishareporter.in/?p=675888

କଟକ(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଦୁର୍ଗା ପୂଜା। ହେଲେ ପୂଜା ଯେତେ ପାଖେଇ ଆସୁଛି, ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ବିବାଦ ସେତେ ତେଜିବାରେ ଲାଗିଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ  ରହିଛନ୍ତି।  ଏହା ପ୍ରତିବାଦରେ ବିଜେପି ଗତ ସୋମବାର କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି। ମୂର୍ତ୍ତି ଉଚ୍ଚତା ବଢ଼ାଇବା ଦାବିରେ ଆଜି କଟକ […]

The post ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ, ଆଜି ମଉନ ପ୍ରତିବାଦ କରୁଛି କଂଗ୍ରେସ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଦୁର୍ଗା ପୂଜା। ହେଲେ ପୂଜା ଯେତେ ପାଖେଇ ଆସୁଛି, ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ବିବାଦ ସେତେ ତେଜିବାରେ ଲାଗିଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ  ରହିଛନ୍ତି।  ଏହା ପ୍ରତିବାଦରେ ବିଜେପି ଗତ ସୋମବାର କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି।

ମୂର୍ତ୍ତି ଉଚ୍ଚତା ବଢ଼ାଇବା ଦାବିରେ ଆଜି କଟକ ନଗର କଂଗ୍ରେସ ଓ କଟକର ଏକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି ।  ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ ହେଉଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଉନ ପ୍ରତିବାଦରେ ସାମିଲ ହୋଇଛନ୍ତି । ସେପଟେ ମାଛୁଆ ବଜାରରେ ହିନ୍ଦୁ ଜାଗରଣ ମଂଚ କର୍ମକର୍ତ୍ତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି  ।

ଏନେଇ କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ସରକାର ନିଜ ନିଷ୍ପତ୍ତିର ପୁନଃବିଚାର କରନ୍ତୁ। ଲକ୍ଷ ଲକ୍ଷ ଲୋକଙ୍କ ଭାଗାବେଗ ସହ ଜଡ଼ିତ ରହିଛି କଟକ ଦୁର୍ଗା ପୂଜା। ତେଣୁ ପୂର୍ବ ପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ସହ ପୂଜା ନେଇ ଲାଗୁ କରିଥିବା କଟକଣା ହଟାଇବାକୁ ସରକାରଙ୍କ ନିକଟରେ ଦାବି କରୁଛୁ।

ଏଥିସହ ସେ କହିଛନ୍ତି, ଦୁର୍ଗା ପୂଜା କଟକବାସୀଙ୍କ ପରମ୍ପରା ସହ ଶହ ଶହ ବର୍ଷ ହେଲା ଜଡ଼ିତ ଅଛି। ତେଣୁ ସରକାର  କୋଭିଡ ନିୟମରେ ମୂର୍ତ୍ତିର ଉଚ୍ଚତା ସହ ପୂନାବୟବ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦିଅନ୍ତୁ। ଏଥିସହ ଯେପରି ପୂଜା ହେବା କଥା ସେପରି ଅନୁମତି ପ୍ରଦାନ କରନ୍ତୁ। ଏଥିନିମନ୍ତେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଊଛି। ହେଲେ ଦୁମୁହାଁ ନୀତି ଆପଣାଉଥିବା ବିଜେଡି କଟକବାସୀଙ୍କ ଭାଗାବେଗକୁ ବୁଝିବାକୁ ପ୍ରସ୍ତୁତ ହେଉନି।

କଟକର ଏକ ସଙ୍ଗଠନ ପକ୍ଷରୁ ଆମରଣ ଅନଶନ କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କଟକର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ସରକାରଙ୍କ ପକ୍ଷରୁ ମୂର୍ତ୍ତି ଉଚ୍ଚତା ନେଇ ଆଲୋଚନା ହୋଇଥିଲା। ଏଥିନିମନ୍ତେ ନିଷ୍ପତ୍ତି ନେବାକୁ ସରକାର ୨ ଦିନ ସମୟ ମାଗିଥିଲେ। ଏହାପରେ ୧୦ ତାରିଖରେ ଆୟୋଜିତ ପ୍ରେସ୍‌ ମିଟ୍‌ରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ, ଆଉ ବଢ଼ିବନି ବୋଲି ସଫା ସଫା କହିଥିଲେ SRC ପ୍ରଦୀପ ଜେନା।

ଏଥିସହ ସେ କହିଥିଲେ, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା। ତେଣୁ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ, ତାହା ବଳବତ୍ତର ରହିବ। ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ। ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ। ପୂଜା କମିଟିର ଆବେଗକୁ ଆମେ ହୃଦୟଙ୍ଗମ କରିଥିଲୁ। ଯାହା ପରେ ସରକାର ନିଷ୍ପତ୍ତି ନେଲେ ଯେ ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପୂଜା ପାଳନ କରାଯିବ ।

ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ସହଜେ ଗ୍ରହଣ କରିପାରି ନ ଥିଲେ ବିଭିନ୍ନ ରାଜନୈତିକ ଦଳ ତଥା କଟକର ବହୁ ପୂଜା ଅନୁଷ୍ଠାନ । ଏହାପରେ ଗତ  ସୋମବାର ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା।

The post ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ, ଆଜି ମଉନ ପ୍ରତିବାଦ କରୁଛି କଂଗ୍ରେସ appeared first on Odisha Reporter.

]]>
right top 2021-09-15 12:57:11 https://odishareporter.in/wp-content/uploads/2021/09/ctc-.jpg
ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍ https://odishareporter.in/odisha/concrete-chunks-fall-from-scb-roof-675311?utm_source=rss&utm_medium=rss&utm_campaign=concrete-chunks-fall-from-scb-roof Mon, 13 Sep 2021 09:17:10 +0000 https://odishareporter.in/?p=675311

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଆଉଟଡୋରରେ ଆଜି ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିଲା। କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସିଯାଇଥିଲା। ସେତେବେଳ ରୋଗୀମାନେ ଟିକେଟ୍ କାଟିବା ପାଇଁ ଆସିଥିଲେ। ତେବେ କାହାରି କିଛି କ୍ଷତି ହୋଇନାହିଁ। କଂପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଛି। କଂକ୍ରିଟ୍ ଓ ସିଲିଂ ପଡ଼ିବା ପରେ କିଛି ସମୟ ପାଇଁ ଟିକେଟ୍‌ କଟା ବନ୍ଦ ରହିଥିଲା। ସେହିଭଳି […]

The post ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଆଉଟଡୋରରେ ଆଜି ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିଲା। କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସିଯାଇଥିଲା। ସେତେବେଳ ରୋଗୀମାନେ ଟିକେଟ୍ କାଟିବା ପାଇଁ ଆସିଥିଲେ। ତେବେ କାହାରି କିଛି କ୍ଷତି ହୋଇନାହିଁ। କଂପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଛି। କଂକ୍ରିଟ୍ ଓ ସିଲିଂ ପଡ଼ିବା ପରେ କିଛି ସମୟ ପାଇଁ ଟିକେଟ୍‌ କଟା ବନ୍ଦ ରହିଥିଲା। ସେହିଭଳି ବର୍ଷା ଯୋଗୁ ଆଜି କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ ପାଣି ପଶିଯାଇଥିଲା।

ଗତ ୨୪ ଘଣ୍ଟାରେ କଟକରେ ପ୍ରାୟ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଜଳ ଜମି ଯାଇଛି। ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୨୦୦ଟି ପମ୍ପକୁ ନିୟୋଜିତ କରାଯାଇଛି। ଏହା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି। ତଳ ଅଞ୍ଚଳରେ ଜଳବନ୍ଦୀ ସ୍ଥିତିରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।

The post ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍ appeared first on Odisha Reporter.

]]>
right bottom 2021-09-13 14:47:10 https://odishareporter.in/wp-content/uploads/2021/09/781-2.jpg
ଏସସିବିରେ ଇକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ https://odishareporter.in/odisha/cuttack/another-patient-under-ecmo-support-died-in-scb-675240?utm_source=rss&utm_medium=rss&utm_campaign=another-patient-under-ecmo-support-died-in-scb Mon, 13 Sep 2021 06:54:53 +0000 https://odishareporter.in/?p=675240

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଇକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବିରେ ଇକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ଦ୍ୱିତୀୟ ରୋଗୀ।  ସେ ଜଣେ ମହିଳା ଥିଲେ। ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୨୯ ତାରିଖରେ ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହାପରେ ତାଙ୍କୁ […]

The post ଏସସିବିରେ ଇକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଇକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବିରେ ଇକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ଦ୍ୱିତୀୟ ରୋଗୀ।  ସେ ଜଣେ ମହିଳା ଥିଲେ। ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ଗତ ୨୯ ତାରିଖରେ ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହାପରେ ତାଙ୍କୁ ଏସସିବି କାଜୁଆଲିଟି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇକ୍‌ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।

ଏହା ପୂର୍ବରୁ ଶନିବାର ରାତିରେ ଏଠାରେ ଇକମୋ ଚିକିତ୍ସାଧୀନ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ଗତ ୨୯ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କୁ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।

ଏସସିବି କାର୍ଡିଓଥୋରାସିସ ବିଭାଗରେ ଖୋଲିଥିବା ଇକମୋ ୟୁନିଟରେ ମୋଟ ୪ ଜଣ ରୋଗୀ ଭର୍ତ୍ତି ହୋଇଥିଲେ।  ତେବେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କୁ ବି କୋଭିଡ୍ ଜନିତ ଜଟିଳତା ପାଇଁ ଇକମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅଛନ୍ତି। ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍‌ସିବିର ଇକମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି।

 

The post ଏସସିବିରେ ଇକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ appeared first on Odisha Reporter.

]]>
right bottom 2021-09-13 12:40:03 https://cdn.odishareporter.in/wp-content/uploads/2020/11/24074454/image.jpg
କାଲି ୧୨ ଘଣ୍ଟିଆ କଟକ ବନ୍ଦ https://odishareporter.in/odisha/bjp-calls-12-hours-bandh-tomorrow-in-cuttack-675057?utm_source=rss&utm_medium=rss&utm_campaign=bjp-calls-12-hours-bandh-tomorrow-in-cuttack Sun, 12 Sep 2021 07:04:25 +0000 https://odishareporter.in/?p=675057

କଟକ (ଓଡ଼ିଶା ରିପୋର୍ଟର): ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ଆସନ୍ତକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ସୂଚନା ଦେଇଛନ୍ତି। ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। କଟକର ପୂଜା କମିଟି ଗୁଡ଼ିକ […]

The post କାଲି ୧୨ ଘଣ୍ଟିଆ କଟକ ବନ୍ଦ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ଆସନ୍ତକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ସୂଚନା ଦେଇଛନ୍ତି। ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ସରକାର ଏହାକୁ ୪ ଫୁଟ୍‌ରେ ରଖିବାକୁ କହି ତାଙ୍କ ପୂର୍ବ ନିଷ୍ପତ୍ତିକୁ ବଲବତ୍ତର ରଖିଛନ୍ତି। ଏହା ଦ୍ୱାରା କଟକର ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ସମୀର କହିଛନ୍ତି।

ସେ କହିଛନ୍ତି, କଟକ ସହରର ମୁରବି ମାନଙ୍କର ସମ୍ମାନ ଦୃଷ୍ଟିରୁ ଆମେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛୁ। ବର୍ଷକରେ ୧୦ ମାସ ସରକାର ଶାସନ କରନ୍ତି। କିନ୍ତୁ ଗଣେଶ ପୂଜା ଠାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବି ମାନେ କଟକ ସହରର ଦାୟିତ୍ୱ ନିଜ କାନ୍ଧକୁ ନିଅନ୍ତି। ସେମାନଙ୍କୁ ସରକାର ଭୁବନେଶ୍ୱର ଡାକିଲେ, କିନ୍ତୁ ସେମାନଙ୍କ କଥା ଶୁଣିଲେ ନାହିଁ। ଏପରି କରି ସରକାର ସେମାନଙ୍କୁ ଅପମାନିତ କରିଛନ୍ତି। ସେଥିପାଇଁ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ବନ୍ଦ ଡାକରା ଦେଇଛି। ସର୍ବସାଧାରଣଙ୍କ ସହିତ ସମସ୍ତ ପୂଜା କମିଟି ଓ ଶାନ୍ତି କମିଟିର ସଦସ୍ୟଙ୍କୁ ଏଥିରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ।

ଏହି ପ୍ରସଙ୍ଗରେ ସମୀର ଦେ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସରକାର ଓ ପ୍ରଶାସନର କଥାରେ ତାଳମେଳ ରହୁ ନାହିଁ। ପୂଜା କମିଟି ବୈଠକ ପୂର୍ବରୁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ସଚିବ ଆଲୋଚନା କଲେ ନାହିଁ। ଯଦି ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ନଥିଲା, ତା’ହେଲେ ବୈଠକ କାହିଁକି ଡକାଯାଉଥିଲା। ମୁଖ୍ୟମନ୍ତ୍ରୀ ପୁଣି ଥରେ ଏ ପ୍ରସଙ୍ଗରେ ହୋଇଥିବା ନିଷ୍ପତ୍ତି ବାବଦରେ ଚିନ୍ତା କରନ୍ତୁ ଓ ଆମ ଦାବି ମାନି ନିଅନ୍ତୁ।

ସେ କହିଛନ୍ତି, ପୂଜା କମିଟି ଗୁଡ଼ିକର ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସେଗୁଡ଼ିକର ସମାଧାନ କରିବା ପାଇଁ କଟକ ସାଂସଦ ଦାୟିତ୍ୱ ନେଇଛନ୍ତି ଓ ୧୬ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ସାଂସଦଙ୍କ ଉପରେ ଆମର ବିଶ୍ୱାସ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କ’ଣ ଫଳାଫଳ ବାହାରୁଛି ଆମେ ତାକୁ ଅପେକ୍ଷା କରିଛୁ। ତା’ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସମର୍ଥନ କରିଛନ୍ତି। ସେ କହିଛନ୍ତି, ନିଷ୍ପତ୍ତି କେବଳ କଟକ ସହର ପାଇଁ ନୁହେଁ, ସାରା ରାଜ୍ୟ ପାଇଁ ନିଆଯାଇଛି। ଶାସ୍ତ୍ରରେ ତ କାହିଁ କେଉଁଠି ମୂର୍ତ୍ତିର ଉଚ୍ଚତା ନେଇ ଲେଖାଯାଇନି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ଏହି ପ୍ରସଙ୍ଗରେ ସେ ତାଙ୍କ ଦଳର ଅନ୍ୟତମ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ୍ କରିଛନ୍ତି। ଦେବାଶିଷ କହିଛନ୍ତି, ଭର୍ତ୍ତୃହରି ତ ଜଣେ ବିଜ୍ଞ ସାଂସଦ। ସେ କିପରି ଏ କଥାକୁ ବୁଝି ପାରୁନାହାନ୍ତି। ସରକାରଙ୍କ ନିଷ୍ପତ୍ତିକୁ ସେ ବିରୋଧ କରିବା ପଛର ଯୁକ୍ତି ଜାଣିହେଉନି। ଯେବେଠୁ ମୂର୍ତ୍ତି ଉଚ୍ଚତା ବିବାଦ ଉଠିଛି, ସାଂସଦ କେବେ ଉପସ୍ଥିତ ନଥିଲେ। ନିଷ୍ପତ୍ତି ହେବା ପରେ ବିଭ୍ରାଟ ସୃଷ୍ଟି କରିବା ଉଚିତ୍ ନୁହେଁ।

The post କାଲି ୧୨ ଘଣ୍ଟିଆ କଟକ ବନ୍ଦ appeared first on Odisha Reporter.

]]>
right top 2021-09-12 14:28:39 https://odishareporter.in/wp-content/uploads/2021/09/90.jpg
ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ https://odishareporter.in/odisha/corona-patient-on-ecmo-treatment-passes-away-in-cuttack-674983?utm_source=rss&utm_medium=rss&utm_campaign=corona-patient-on-ecmo-treatment-passes-away-in-cuttack Sun, 12 Sep 2021 02:55:26 +0000 https://odishareporter.in/?p=674983

କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲରେ ଇକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏସ୍‌ସିବିରେ ଇକ୍‌ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ପ୍ରଥମ ରୋଗୀ। ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଗତ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କୁ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ […]

The post ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲରେ ଇକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏସ୍‌ସିବିରେ ଇକ୍‌ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ପ୍ରଥମ ରୋଗୀ।

ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଗତ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କୁ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗତକାଲି ଏସସିବି ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏଠାକୁ ଅଣାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଛି।

ଏସସିବିର କାର୍ଡିଓଥୋରାସିସ ବିଭାଗରେ ଖୋଲିଥିବା ଇକମୋ ୟୁନିଟ୍‌ରେ ଏବେ ମୋଟ ୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

The post ଏସ୍‌ସିବିରେ ଇକ୍‌ମୋ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ appeared first on Odisha Reporter.

]]>
right top 2021-09-12 08:25:26 https://cdn.odishareporter.in/wp-content/uploads/2021/01/27213840/scb1.jpg
ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା https://odishareporter.in/odisha/cuttack/4-odia-hockey-olympian-felicitated-674722?utm_source=rss&utm_medium=rss&utm_campaign=4-odia-hockey-olympian-felicitated Fri, 10 Sep 2021 16:51:40 +0000 https://odishareporter.in/?p=674722

ବାଙ୍କୀ (ସଞ୍ଜୀପ କୁମାର ନାୟକ): ବାରଙ୍ଗ ରାମଦାସପୁରରେ ଭାରତ ମସଲାର ୨୨ତମ ଭାରତ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ ଓଡ଼ିଆ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କ ବ୍ୟତୀତ ମହିଳା ଟିମରେ ସାମିଲ ଥିବା […]

The post ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା appeared first on Odisha Reporter.

]]>

ବାଙ୍କୀ (ସଞ୍ଜୀପ କୁମାର ନାୟକ): ବାରଙ୍ଗ ରାମଦାସପୁରରେ ଭାରତ ମସଲାର ୨୨ତମ ଭାରତ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ ଓଡ଼ିଆ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କ ବ୍ୟତୀତ ମହିଳା ଟିମରେ ସାମିଲ ଥିବା ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଦୀର୍ଘ ଚାରି ଦଶନ୍ଧିର ଖାଲି ସ୍ଥାନ ପୂରଣ କରିଛି। ସେମିଫାଇନାଲରେ ବେଲଜିୟମ ନିକଟରୁ ହାରିଥିବା ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଇତିହାସ ରଚିଥିଲା। ସେହିପରି ମହିଳା ହକି ଟିମ୍ ବ୍ରୋଞ୍ଜ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ ଠାରୁ ୪-୩ ଗୋଲ୍‌ରେ ହାରିଯାଇଛି। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଥିଲା।

The post ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା appeared first on Odisha Reporter.

]]>
right bottom 2021-09-10 22:21:40 https://odishareporter.in/wp-content/uploads/2021/09/felicitation.jpg
ପୁଅକୁ ଗୁଳି କରି ବାପା ଫେରାର୍ https://odishareporter.in/odisha/cuttack/son-shot-dead-by-father-in-cuttack-barang-674667?utm_source=rss&utm_medium=rss&utm_campaign=son-shot-dead-by-father-in-cuttack-barang Fri, 10 Sep 2021 13:28:19 +0000 https://odishareporter.in/?p=674667

କଟକ (ଓଡ଼ିଶା ରିପୋର୍ଟର): ପୁଅକୁ ଗୁଳି କରି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ’ରେ। ତେବେ ପୁଅକୁ ଗୁଳି କରିବା ପରେ ବାପା ଫେରାର୍ ହୋଇଯାଇଛି। ଖବାର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ହେଲେ ଶିବ ମୁଣ୍ଡା। ତେବେ କେଉଁ କାରଣରୁ ଜଣେ ବାପା ତା’ର ଜନ୍ମକଲା ପୁଅକୁ ମାରିଦେଲା, ତାହା ଜଣା ପଡ଼ିନାହିଁ। ଗାଁର ଯଦୁମଣି […]

The post ପୁଅକୁ ଗୁଳି କରି ବାପା ଫେରାର୍ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): ପୁଅକୁ ଗୁଳି କରି ହତ୍ୟା କଲା ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ’ରେ। ତେବେ ପୁଅକୁ ଗୁଳି କରିବା ପରେ ବାପା ଫେରାର୍ ହୋଇଯାଇଛି। ଖବାର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ହେଲେ ଶିବ ମୁଣ୍ଡା। ତେବେ କେଉଁ କାରଣରୁ ଜଣେ ବାପା ତା’ର ଜନ୍ମକଲା ପୁଅକୁ ମାରିଦେଲା, ତାହା ଜଣା ପଡ଼ିନାହିଁ।

ଗାଁର ଯଦୁମଣି ମୁଣ୍ଡା ତାଙ୍କ ପୁଅ ଶିବ ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଯେଉଁଥିରେ ଉତକ୍ଷୀପ୍ତ ହୋଇ ବାପା ଯଦୁମଣି ପୁଅ ଉପରକୁ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ହିଁ ପୁଅ ଶିବ ମୁଣ୍ଡାର ମୃତ୍ୟୁ ହୋଇଛି।

ଘଟଣା ପରେ ଯଦମୁଣି ଫେରାର୍ ହୋଇଛି। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

The post ପୁଅକୁ ଗୁଳି କରି ବାପା ଫେରାର୍ appeared first on Odisha Reporter.

]]>
right top 2021-09-10 19:49:35 https://odishareporter.in/wp-content/uploads/2021/09/gun.jpg
ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଏସସିବି ଟିମ୍‌ ରିପୋର୍ଟ- ‘କଟାଯିବା ଗୋଡ଼କୁ ବଞ୍ଚାଇଥିଲୁ’ https://odishareporter.in/odisha/scb-medical-team-denied-dusmants-alligation-674449?utm_source=rss&utm_medium=rss&utm_campaign=scb-medical-team-denied-dusmants-alligation Fri, 10 Sep 2021 03:46:46 +0000 https://odishareporter.in/?p=674449

କଟକ(ଓଡ଼ିଶା ରିପୋର୍ଟର): ବିଧାନସଭା ସମ୍ମୁଖରେ ଜଗତସିଂହପୁର ଜିଲ୍ଲାର ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଗତକାଲି ଏସସିବି ଜରୁରୀକାଳୀନ ଅଧିକାରୀ ଦେଇଥିବା ସ୍ପଷ୍ଟୀକରଣକୁ ଦୋହରାଇଛନ୍ତି ଏସସିବି କର୍ତ୍ତୃପକ୍ଷ । ଏସସିବିର ୭ ଜଣିଆ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‌ ସରକାରଙ୍କୁ ଗତକାଲି ଏ ସମ୍ପର୍କୀତ ରିପୋର୍ଟ ପ୍ରଦାନ କରିଛନ୍ତି। ଏସସିବିର ତ୍ରୁଟିପୂର୍ଣ୍ଣ ଚିକିତ୍ସା ତଥା ଡାକ୍ତରଙ୍କ ଅବହେଳା ଯୋଗୁ ସେ ଆତ୍ମହତ୍ୟା କରୁଥିବା ଦୁଷ୍ମନ୍ତ ମୃତ୍ୟୁ ପୂର୍ବରୁ କହିଥିବା ବେଳେ ଏହାକୁ ରିପୋର୍ଟରେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ […]

The post ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଏସସିବି ଟିମ୍‌ ରିପୋର୍ଟ- ‘କଟାଯିବା ଗୋଡ଼କୁ ବଞ୍ଚାଇଥିଲୁ’ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ବିଧାନସଭା ସମ୍ମୁଖରେ ଜଗତସିଂହପୁର ଜିଲ୍ଲାର ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଗତକାଲି ଏସସିବି ଜରୁରୀକାଳୀନ ଅଧିକାରୀ ଦେଇଥିବା ସ୍ପଷ୍ଟୀକରଣକୁ ଦୋହରାଇଛନ୍ତି ଏସସିବି କର୍ତ୍ତୃପକ୍ଷ । ଏସସିବିର ୭ ଜଣିଆ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‌ ସରକାରଙ୍କୁ ଗତକାଲି ଏ ସମ୍ପର୍କୀତ ରିପୋର୍ଟ ପ୍ରଦାନ କରିଛନ୍ତି। ଏସସିବିର ତ୍ରୁଟିପୂର୍ଣ୍ଣ ଚିକିତ୍ସା ତଥା ଡାକ୍ତରଙ୍କ ଅବହେଳା ଯୋଗୁ ସେ ଆତ୍ମହତ୍ୟା କରୁଥିବା ଦୁଷ୍ମନ୍ତ ମୃତ୍ୟୁ ପୂର୍ବରୁ କହିଥିବା ବେଳେ ଏହାକୁ ରିପୋର୍ଟରେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି।

ଏସସିବି ମେଡିକାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି,  ୨୦୨୦ ମସିହାରେ ଦୁଷ୍ମନ୍ତ ଦୁର୍ଘଟଣାର ଶିକାର ହୋଇ କଟକ ବଡ଼ ମେଡ଼ିକାଲ ଆସିଥିଲେ । ତାଙ୍କୁ ପ୍ରଥମେ ଅର୍ଥୋପେଡିକ ବିଭାଗ ଓ ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅପରେସନ କରାଯାଇଥିଲା । ତାଙ୍କର ଗୋଟିଏ ଗୋଡ କଟାଯିବା ଅବସ୍ଥାରେ ଥିବା ବେଳେ ଡାକ୍ତରମାନଙ୍କ ଉଦ୍ୟମରେ ଏହାକୁ ରଖାଯାଇ ପାରିଥିଲା । ତାଙ୍କୁ ମେଡିକାଲ ତରଫରୁ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଇଥିଲା ।

ତେବେ ତାଙ୍କ ଗୋଡର ନର୍ଭ ନଷ୍ଟ ହୋଇଯାଇଥିବାରୁ ତାଙ୍କୁ ଫିଜିଓଥେରାପି କରିବା ଓ ସ୍ୱତନ୍ତ୍ର ଅର୍ଥୋପେଡିକ ଜୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା  । ତେବେ ସେ ଏହା ନ କରି ଅପରେସନ ହୋଇଥିବା ଗୋଡ଼ଟି ଅନ୍ୟ ଗୋଡ଼ ଭଳି ସ୍ୱାଭାବିକ ହୋଇଯାଉ ବୋଲି ଆଶା କରିଥିଲେ । ଯାହା ଅସମ୍ଭବ ଥିଲା ।

ଏହାବାଦ ରିପୋର୍ଟରେ ଉଲ୍ଲେଖ ଅଛି,  ଦୁଷ୍ମନ୍ତଙ୍କୁ ମାନସିକ ବିଭାଗକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ସେ ମାନସିକ ବିଭାଗକୁ ଯାଇ ନ ଥିଲେ।   । ତେବେ ଦୁଷ୍ମନ୍ତ ଉନ୍ନତ ମାନର ଚିକିତ୍ସା ପାଇଁ ନିଜେ ଇଛା ପ୍ରକାଶ କରିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ଗତ ୬ ତାରିଖରେ ଡିସଚାର୍ଜ ରେଫର କରାଯାଇଥିଲା ।

ହେଲେ ଏସସିବିରେ ଚିକିତ୍ସାରେ ଅବହେଳା ଅଭିଯୋଗକୁ ରିପୋର୍ଟରେ ସମ୍ପୂର୍ଣ ଖଣ୍ଡନ କରାଯାଇଛି ।  ଏସସିବିରେ ଦୁଷ୍ମନ୍ତଙ୍କୁ ମାଗଣାରେ ବେଷ୍ଟ ଚିକିତ୍ସା ଯୋଗାଇ ଦିଆଯାଇଥିବା ଗତକାଲି ଜରୁରୀକାଳୀନ ଅଧିକାରୀ କହିଥିଲେ। ତେବେ ବେଷ୍ଟ ଚିକିତ୍ସା ପାଉଥିବା ଜଣେ ଯୁବକ କ’ଣ ପାଇଁ ଇଚ୍ଛାମୃତ୍ୟୁ ନିମନ୍ତେ ଆବେଦନ କରିବ ଓ ଶେଷରେ ନିଜ ଜୀବନ ହାରିଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଅକାଳରେ ଜଣେ ଯୁବକ ନିଜ ଜୀବନ ହାରିବା ପରେ ସମସ୍ତେ ନିଜ ଉପରୁ ଦୋଷ ଖସାଇବାରେ ବ୍ୟସ୍ତ ଅଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଦୁଇ ଥର ଅପରେସନ୍ କରାଯାଇଥିଲା। ତେବେ କରୋନା ଆଳରେ ୨୦୨୦ ଜୁଲାଇ ୧୫ ତାରିଖରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏମିତିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ରେ ଚିକିତ୍ସା ପାଇବା ପାଇଁ ସେ ଦୁଇଟି ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ। କିନ୍ତୁ ସେହି ହସ୍‌ପିଟାଲ୍‌ ଗୁଡ଼ିକ ବିଏସ୍‌କେୱାଇ କାର୍ଡ ଗ୍ରହଣ କରିବାକୁ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ ଲଗାଇବା ପରେ ନିରାଶ ହୋଇ ସେ ଗତକାଲି ବିଧାନସଭା ସମ୍ମୁଖରେ ହାତ କାଟି ଦେବା ସହିତ ବିଷ ପିଇ ଦେଇଥିଲେ। ଆଉ ସନ୍ଧ୍ୟାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହାପରେ ପ୍ରଶାସନ ତରଫରୁ ତରବରିଆ ଭାବେ ରାତାରାତି  ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥିଲା। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାତାରାତି କୁଜଙ୍ଗ ବିଡିଓ ମୃତ ଦୁଷ୍ମନ୍ତଙ୍କ ପତ୍ନୀଙ୍କ ଲକ୍ଷେ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ତାଙ୍କୁ ଆଉ ୧୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବାକୁ ମୌଖିକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତ । ହେଲେ ବଞ୍ଚିଥିବା ବେଳେ ଚିକିତ୍ସା ପାଇଁ ଗୁହାରୀ କରୁଥିବା ଯୁବକଙ୍କ ଦୁଃଖ ସରକାର ଶୁଣୁ ନ ଥିବା ବେଳେ ମରୁ ମରୁ କିପରି ସହାୟତା ଅଜାଡ଼ି ଦେଲେ ତାକୁ ନେଇ ନାନା ଆଲୋଚନା ହେଉଛି।

The post ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଏସସିବି ଟିମ୍‌ ରିପୋର୍ଟ- ‘କଟାଯିବା ଗୋଡ଼କୁ ବଞ୍ଚାଇଥିଲୁ’ appeared first on Odisha Reporter.

]]>
centre top, Dusmanta Das Suicide 2021-09-10 18:06:17 https://odishareporter.in/wp-content/uploads/2021/09/dusmant-3.jpg
କଟକରେ ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ https://odishareporter.in/odisha/one-injured-in-gun-firing-in-cuttack-674273?utm_source=rss&utm_medium=rss&utm_campaign=one-injured-in-gun-firing-in-cuttack Thu, 09 Sep 2021 08:13:02 +0000 https://odishareporter.in/?p=674273

କଟକ (ଓଡ଼ିଶା ରିପୋର୍ଟର): କଟକରେ ଫୁଟିଲା ଗୁଳି। କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗାରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ନାଁ କ୍ଷୀରୋଦ ସାହୁ। ତାଙ୍କ ଜଂଘରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କ୍ଷୀରୋଦଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ସେ କଟକ ମାଲଗୋଦାମକୁ ମାଲ୍ ନେବାକୁ ଆସୁଥିଲେ। ସେ ଗାଡ଼ିରେ ତାଙ୍କ ଡ୍ରାଇଭର ସହ ଆସୁଥିବା ବେଳେ ଏହି ଘଟଣା […]

The post କଟକରେ ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକରେ ଫୁଟିଲା ଗୁଳି। କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗାରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ନାଁ କ୍ଷୀରୋଦ ସାହୁ। ତାଙ୍କ ଜଂଘରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

କ୍ଷୀରୋଦଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ସେ କଟକ ମାଲଗୋଦାମକୁ ମାଲ୍ ନେବାକୁ ଆସୁଥିଲେ। ସେ ଗାଡ଼ିରେ ତାଙ୍କ ଡ୍ରାଇଭର ସହ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା।

ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷୀରୋଦଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେବେ ସେମାନେ କେବଳ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲେ ନା କିଛି ବ୍ୟବସାୟିକ ଶତ୍ରୁତା ରହିଛି, ପୁଲିସ୍ ଏବେ ସେହି ଦିଗରେ ତଦନ୍ତ କରୁଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି କ୍ଷୀରୋଦଙ୍କୁ ଗୁଳି କରିଥିଲେ।

The post କଟକରେ ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ appeared first on Odisha Reporter.

]]>
centre bottom 2021-09-09 14:19:54 https://cdn.odishareporter.in/wp-content/uploads/2021/04/10112641/firing.jpg
ବଞ୍ଚିଥିବା ବେଳେ ଶୁଣିଲେନି ଦୁଷ୍ମନ୍ତଙ୍କ ଗୁହାରୀ, ମୃତ୍ୟୁ ପରେ ଚେକ୍‌ ଧରି ଦୌଡ଼ିଗଲେ https://odishareporter.in/odisha/govt-provides-help-to-dusmants-family-after-his-death-674187?utm_source=rss&utm_medium=rss&utm_campaign=govt-provides-help-to-dusmants-family-after-his-death Thu, 09 Sep 2021 04:20:24 +0000 https://odishareporter.in/?p=674187

କଟକ(ଓଡ଼ିଶା ରିପୋର୍ଟର): ବଞ୍ଚିଥିବା ବେଳେ ସାହାଯ୍ୟ ପାଇଁ ସରକାରଙ୍କ ନିକଟକୁ ଧାଉଁଥିବା ଯୁବକ ଆଖି ବୁଜୁ ବୁଜୁ ପ୍ରଶାସନ ଅଜାଡ଼ି ଦେଇଛି ପୁଳା ପୁଳା ସାହାଯ୍ୟ ଓ ସହାନଭୂତି। ଏସ୍‌ସିବି ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ସହିତ BSKY କାର୍ଡରେ ଚିକିତ୍ସା ସୁବିଧା ମିଳୁ ନଥିବା ଅଭିଯୋଗ କରି ଗତକାଲି ବିଧାନସଭା ସମ୍ମୁଖରେ ବିଷ ପିଇ ଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ସନ୍ଧ୍ୟାରେ ମୃତ୍ୟୁ ଘଟିବା ପରେ ହଠାତ୍‌ ତତ୍ପର ହୋଇଯାଇଥିଲା ପ୍ରଶାସନ। ଦୁଷ୍ମନ୍ତଙ୍କ […]

The post ବଞ୍ଚିଥିବା ବେଳେ ଶୁଣିଲେନି ଦୁଷ୍ମନ୍ତଙ୍କ ଗୁହାରୀ, ମୃତ୍ୟୁ ପରେ ଚେକ୍‌ ଧରି ଦୌଡ଼ିଗଲେ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ବଞ୍ଚିଥିବା ବେଳେ ସାହାଯ୍ୟ ପାଇଁ ସରକାରଙ୍କ ନିକଟକୁ ଧାଉଁଥିବା ଯୁବକ ଆଖି ବୁଜୁ ବୁଜୁ ପ୍ରଶାସନ ଅଜାଡ଼ି ଦେଇଛି ପୁଳା ପୁଳା ସାହାଯ୍ୟ ଓ ସହାନଭୂତି। ଏସ୍‌ସିବି ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ସହିତ BSKY କାର୍ଡରେ ଚିକିତ୍ସା ସୁବିଧା ମିଳୁ ନଥିବା ଅଭିଯୋଗ କରି ଗତକାଲି ବିଧାନସଭା ସମ୍ମୁଖରେ ବିଷ ପିଇ ଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ସନ୍ଧ୍ୟାରେ ମୃତ୍ୟୁ ଘଟିବା ପରେ ହଠାତ୍‌ ତତ୍ପର ହୋଇଯାଇଥିଲା ପ୍ରଶାସନ।

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଗତକାଲି ରାତି ଅଧରେ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ କୁଜଙ୍ଗ ବିଡିଓ। ବଡ଼ପାଳସ୍ଥିତ ତାଙ୍କ ବାପ ଘରେ ଥିଲେ ଦୁଷ୍ମନ୍ତଙ୍କ ପତ୍ନୀ। ବିଡିଓ ସେଠାରେ ତାଙ୍କୁ ଭେଟି ୧ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ତା’ସହିତ ଆଉ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ତାଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ଦେବାକୁ ମୌଖିକ ପ୍ରତିଶ୍ରୁତି ବି ଦେଇଥିଲେ ବୋଲି ସୂଚନା ମିଳିଛି। ଏଭଳି ପ୍ରତିଶ୍ରୁତି ଦେଇ ଫେରିଯିବାର କିଛି ସମୟ ପରେ ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପୁଣି ସେଠାରେ ପହଞ୍ଚିଥିଲେ। ସେମାନେ ଦୁଷ୍ମନ୍ତଙ୍କ ପତ୍ନୀ ଓ ଶାଶୁଙ୍କୁ ଗାଡ଼ିରେ କଟକ ନେଇ ଯାଇଥିଲେ। ଗତକାଲି ରାତିରେ ହିଁ ଦୁଷ୍ମନ୍ତଙ୍କର ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏହା ସହିତ ତରବରିଆ ଭାବରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର କରି ଦିଆଯାଇଥିଲା।

ଅସହ୍ୟ ଯନ୍ତ୍ରଣା ଯୋଗୁ ଚିକିତ୍ସା ପାଇଁ ପ୍ରଶାସନିକ ସ୍ତରରେ ବାରଦୁଆର ହୋଇଥିଲେ ବି କେହି ଗୁହାରୀ ଶୁଣି ନଥିଲେ ବୋଲି ଗତକାଲି ଅଭିଯୋଗ କରିଥିଲେ ଦୁଷ୍ମନ୍ତ। ଏମିତି କି ସେ ନିରାଶ ହୋଇ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ବି ଅନୁରୋଧ କରିଥିଲେ। କିନ୍ତୁ ସେତେବେଳେ ସାହାଯ୍ୟ କରିବା ପାଇଁ ତତ୍ପରତା ଦେଖାଇ ନଥିବା ପ୍ରଶାସନ ତାଙ୍କ ମୃତ୍ୟୁ ପରେ ରାତି ଅଧରେ ଚେକ୍ ଧରି ତାଙ୍କ ପତ୍ନୀଙ୍କୁ ଭେଟିବା ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦୋଷ ଲୁଚାଇବାକୁ ପ୍ରଶାସନ ତତ୍ପର ହୋଇଉଠିଛି ବୋଲି ଆଲୋଚନା ହେଉଛି।

ଦୁଷ୍ମନ୍ତଙ୍କ ମା’ ଅଭିଯୋଗ କରିଛନ୍ତି, ଏସ୍‌ସିବିରେ ଭର୍ତ୍ତି ହୋଇଥିବା ବେଳେ ପୁଅକୁ ଉପଯୁକ୍ତ ଚିକିତ୍ସା ମିଳୁ ନଥିଲା। ଏପରିକି ତାଙ୍କୁ ଅର୍ଥୋପେଡିକ ବିଭାଗରୁ ତଡ଼ି ଦିଆଯାଇଥିଲା। ଏଠାରେ ରହିଲେ ଅଧିକ ନିର୍ଯାତନା ଦେବୁ ବୋଲି ଡାକ୍ତର କହିବାରୁ ପୁଅ ଘରକୁ ପଳାଇ ଆସିଥିଲା।

ଅବଶ୍ୟ ଦୁଷ୍ମନ୍ତଙ୍କ ପକ୍ଷରୁ ଚିକିତ୍ସାରେ ତ୍ରୁଟି ଓ ଅବହେଳା ଅଭିଯୋଗକୁ ଏସ୍‌ସିବି କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ତାଙ୍କୁ ଉତ୍ତର ଚିକିତ୍ସା ସେବା ମାଗାଣାରେ ଯୋଗାଇ ଦିଆଯାଇଥିଲା ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଚିକିତ୍ସା ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ବି କିଛି ସୁଫଳ ପାଇ ନଥିଲେ ଦୁଷ୍ମନ୍ତ। ସରକାର ଦେଇଥିବା BSKY  କାର୍ଡକୁ ବି କୌଣସି ଘରୋଇ ହସ୍ପିଟାଲ ଗ୍ରହଣ କରି ନଥିଲେ। ଚିକିତ୍ସା ସୁବିଧା ପାଇଁ ଆକୁଳ ନିବେଦନ କରି ବିଫଳ ହେବା ପରେ ଇଚ୍ଛା ମୃତ୍ୟୁ ପାଇଁ ବି ଆବେଦନ କରିଥିଲେ ସେ। ଏହାସତ୍ତ୍ୱେ ନିଦାବିଷ୍ଣୁ ସାଜିଥିଲେ ସରକାର। ଶେଷରେ ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ବିଧାନସଭା ସମ୍ମୁଖରେ ହାତ କାଟି ବିଷ ଦେଇଥିବା ଦୁଷ୍ମନ୍ତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସ୍‌ସିବି ରେଫର କରାଯାଇଥିବା ବେଳେ ସେଠାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀରେ ସତ୍କାର ବି କରି ଦିଆଗଲା। ଏହାକୁ ନେଇ ଗାଁ ଲୋକ ଅସନ୍ତୋଷ ଜାହିର କରିବାରୁ ସତ୍କାର ବେଳେ ଦୁଷ୍ମନ୍ତଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ବୋଲି ସଫେଇ ଦେଇଛନ୍ତି ପ୍ରଶାସନିକ ଅଧିକାରୀ।

 

The post ବଞ୍ଚିଥିବା ବେଳେ ଶୁଣିଲେନି ଦୁଷ୍ମନ୍ତଙ୍କ ଗୁହାରୀ, ମୃତ୍ୟୁ ପରେ ଚେକ୍‌ ଧରି ଦୌଡ଼ିଗଲେ appeared first on Odisha Reporter.

]]>
Dusmanta Das Suicide, Medical Negligence, right bottom 2021-09-09 16:43:35 https://cdn.odishareporter.in/wp-content/uploads/2021/09/09094710/aaass.jpg
ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଛାନିଆ ! ରାତାରାତି ଶବ ବ୍ୟବଚ୍ଛେଦ କରି ସତ୍କାର କରିଦେଲେ https://odishareporter.in/odisha/post-mortem-last-rituals-of-dusmant-das-performed-at-late-nite-674177?utm_source=rss&utm_medium=rss&utm_campaign=post-mortem-last-rituals-of-dusmant-das-performed-at-late-nite Thu, 09 Sep 2021 03:25:51 +0000 https://odishareporter.in/?p=674177

କଟକ (ଓଡ଼ିଶା ରିପୋର୍ଟର):  ବିଧାନସଭା ସମ୍ମୁଖରେ ବୁଧବାର ହାତ କାଟିବା ସହ ବିଷ ପିଇ ଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ରାତାରାତି ମୃତଦେହ ବ୍ୟବଚ୍ଛେଦ ସହ ସତ୍କାର କରି ଦିଆଗଲା। ପ୍ରଶାସନର ଏଭଳି ତରବରିଆ ପଦକ୍ଷେପ ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଦୁଷ୍ମନ୍ତଙ୍କ ଗାଁ ଲୋକେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର […]

The post ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଛାନିଆ ! ରାତାରାତି ଶବ ବ୍ୟବଚ୍ଛେଦ କରି ସତ୍କାର କରିଦେଲେ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର):  ବିଧାନସଭା ସମ୍ମୁଖରେ ବୁଧବାର ହାତ କାଟିବା ସହ ବିଷ ପିଇ ଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ରାତାରାତି ମୃତଦେହ ବ୍ୟବଚ୍ଛେଦ ସହ ସତ୍କାର କରି ଦିଆଗଲା। ପ୍ରଶାସନର ଏଭଳି ତରବରିଆ ପଦକ୍ଷେପ ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଦୁଷ୍ମନ୍ତଙ୍କ ଗାଁ ଲୋକେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଦୁଇ ଥର ଅପରେସନ୍ କରାଯାଇଥିଲା। ତେବେ କରୋନା ଆଳରେ ୨୦୨୦ ଜୁଲାଇ ୧୫ ତାରିଖରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏମିତିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ରେ ଚିକିତ୍ସା ପାଇବା ପାଇଁ ସେ ଦୁଇଟି ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ। କିନ୍ତୁ ସେହି ହସ୍‌ପିଟାଲ୍‌ ଗୁଡ଼ିକ ବିଏସ୍‌କେୱାଇ କାର୍ଡ ଗ୍ରହଣ କରିବାକୁ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ ଲଗାଇବା ପରେ ନିରାଶ ହୋଇ ସେ ଗତକାଲି ବିଧାନସଭା ସମ୍ମୁଖରେ ହାତ କାଟି ଦେବା ସହିତ ବିଷ ପିଇ ଦେଇଥିଲେ। ଆଉ ସନ୍ଧ୍ୟାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହାପରେ ରାତାରାତି ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର ବି କରି ଦିଆଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ସତ୍କାର କରାଯାଇଥିଲା। ଏଥିନିମନ୍ତେ ଜଗତସିଂହପୁରରେ ନିଜ ବାପ ଘରେ ରହୁଥିବା ଦୁଷ୍ମନ୍ତଙ୍କ ପତ୍ନୀ ଓ ତାଙ୍କ ଝିଅଙ୍କୁ ବି ରାତି ଅଧରେ ପ୍ରଶାସନ ତରଫରୁ କଟକ ଅଣାଯାଇଥିଲା। ଏମିତିକି କୁଜଙ୍ଗ ବିଡିଓ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ଆହୁରି ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଯୋଗ୍ୟତା ଅନୁସାରେ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ମୌଖିକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ପ୍ରଶାସନର ଏଭଳି ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଗାଁ ଲୋକେ। ଦୁଷ୍ମନ୍ତଙ୍କ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରିବା କଥାକୁ ନେଇ ସେମାନେ ଅସନ୍ତୋଷ ବି ପ୍ରକାଶ କରିଛନ୍ତି।

ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ଖଣ୍ଡନ କଲା ଏସ୍‌ସିବି    

ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା। ଏସସିବିରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ଡାକ୍ତର ତାଙ୍କୁ ତଡ଼ି ଦେଉଥିବା ଗତକାଲି ଅଭିଯୋଗ କରିଥିଲେ ଦୁଷ୍ମନ୍ତ। ହେଲେ ଏସସିବିରେ ତାଙ୍କୁ ବେଷ୍ଟ ଚିକିତ୍ସା ସହ ସବୁ ସୁବିଧା ମାଗଣାରେ ଦିଆଯାଉଥିଲା ବୋଲି କହିଛନ୍ତି ଡାକ୍ତର ମହାରଣା।

ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ୨୦୨୦ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କର ବ୍ୟାଡ କ୍ରସ୍ ଇଞ୍ଜୁରୀ ହୋଇଥିଲା । ପ୍ଲାଷ୍ଟିକ ସର୍ଜରୀ ଓ ଅର୍ଥୋପେଡିକ ବିଭାଗର ୨ଟି ବିଶେଷଜ୍ଞ ଟିମ୍ ୧୦/୧୨ ଘଣ୍ଟା ଧରି ତାଙ୍କ ଅପରେସନ୍ କରିଥିଲେ । ଅସ୍ତ୍ରୋପଚାର ଠିକ୍  ଥିଲା ଓ ତାଙ୍କ ଗୋଡ଼ ରକ୍ଷା ହୋଇ ଯାଇଥିଲା । ଏସସିବି ପକ୍ଷରୁ ମାଗଣାରେ ତାଙ୍କୁ ଚିକିତ୍ସା ଓ ଅନ୍ୟ ସବୁ ସୁବିଧା ଯୋଗାଇ ଦିଆଯାଇଥିଲା।  ଏହାପରେ ତାଙ୍କୁ ଫିଜିଓଥେରାପି ପାଇଁ କୁହାଯାଇଥିଲା।  ତେବେ ଯୁବକଙ୍କ ଇଚ୍ଛା ଥିଲା ଯେ ଆଘାତ ପାଇଥିବା ଗୋଡ଼ଟି ଅନ୍ୟ ଗୋଡ଼ ଭଳି ସମ୍ପୂର୍ଣ୍ଣ ଠିକ୍ ହୋଇଯାଉ।ଫିଜିଓଥେରାପିରେ ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ଠିକ୍ ହୋଇପାରିଥା’ନ୍ତା । ତେବେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଗତ ୬ ତାରିଖରେ ଭୁବନେଶ୍ୱର ଏମ୍ସ ରେଫର କରାଯାଇଥିଲା। ଗତକାଲି ବିଷ ପିଇଥିବା ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏସସିବିକୁ ରେଫର କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା। ଆମ ତରଫରୁ ଆମେ ବେଷ୍ଟ ଦେଇଛୁ । ସେ ଚାହୁଁଥିଲେ ତାଙ୍କ ଗୋଡ଼ ୧୦୦% ଭଲ ହେଉ। ଏହା ସମୟସାପେକ୍ଷ ଥିଲା। ଆଉ କିଛି ସମୟ ସେ ଅପେକ୍ଷା କରିଥିଲେ ଭଲ ହୋଇଯାଇଥା’ନ୍ତା। ତେବେ ଦୁଷ୍ମନ୍ତ ଆଣିଥିବା ଅଭିଯୋଗର ତଦନ୍ତ ହେବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି।

 

The post ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଛାନିଆ ! ରାତାରାତି ଶବ ବ୍ୟବଚ୍ଛେଦ କରି ସତ୍କାର କରିଦେଲେ appeared first on Odisha Reporter.

]]>
Dusmanta Das Suicide, Medical Negligence, right bottom 2021-09-09 17:26:38 https://cdn.odishareporter.in/wp-content/uploads/2021/09/09085417/dusmant-1.jpg
‘ବର୍ଷା ୪ ମାସ ଆମେ ଭିତରେ ରହୁଛୁ’ https://odishareporter.in/odisha/cuttack/the-road-conditions-are-deplorable-674040?utm_source=rss&utm_medium=rss&utm_campaign=the-road-conditions-are-deplorable Wed, 08 Sep 2021 11:10:22 +0000 https://odishareporter.in/?p=674040

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ ଅଞ୍ଚଳର କେତେକ ଅଞ୍ଚଳକୁ ଦେଖିଲେ ସେଗୁଡିକ କୌଣସି ଉପାନ୍ତ ଅଞ୍ଚଳ ପରି ଲାଗେ। ସିଏମ୍ ସି ୫୬ ନମ୍ବର ୱାର୍ଡ ଗୋପାଳପୁର ମାଷ୍ଟର କଲୋନୀରେ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଖରାପ ଓ ଖାଲୁଆ ରାସ୍ତା ଯୋଗୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ଜମି ରହୁଛି। ଫଳରେ ଆଣ୍ଠୁଏ ପାଣିରେ ଲୋକେ ଯିବା ଆସିବା କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି […]

The post ‘ବର୍ଷା ୪ ମାସ ଆମେ ଭିତରେ ରହୁଛୁ’ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ ଅଞ୍ଚଳର କେତେକ ଅଞ୍ଚଳକୁ ଦେଖିଲେ ସେଗୁଡିକ କୌଣସି ଉପାନ୍ତ ଅଞ୍ଚଳ ପରି ଲାଗେ। ସିଏମ୍ ସି ୫୬ ନମ୍ବର ୱାର୍ଡ ଗୋପାଳପୁର ମାଷ୍ଟର କଲୋନୀରେ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଖରାପ ଓ ଖାଲୁଆ ରାସ୍ତା ଯୋଗୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ଜମି ରହୁଛି। ଫଳରେ ଆଣ୍ଠୁଏ ପାଣିରେ ଲୋକେ ଯିବା ଆସିବା କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା। ସ୍ଥାନୀୟ ବାସିନ୍ଦା ସ୍ମିତା ମହାପାତ୍ର କହିଛନ୍ତି ଯେ, ରାସ୍ତା ସମସ୍ୟା ଯୋଗୁ ଆମେ ବହୁ ଅସୁବଧାର ସମ୍ମୁଖୀନ ହେଉଛୁ। ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି। ଏମିତି ହେଉଛି ବର୍ଷା ୪ ମାସ ଯାକ ଆମେ ବାହାରୁ ଆସିବାକୁ ଇଚ୍ଛା ପ୍ରକାଶ କରୁନୁ।  ଅନ୍ୟପଟେ ସିଏମିସି କର୍ତ୍ତୃପକ୍ଷ କହିଛନ୍ତି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ଦୀର୍ଘ ବର୍ଷ ହେବ ଏହି ରାସ୍ତା ମରାମତି କାମ ହୋଇନଥିବାରୁ ଅତି ଶୋଚନୀୟ ହୋଇପଡିଛି । ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ଲମ୍ବି ଥିବା ଏହି ରାସ୍ତାର ବିଭିନ୍ନ ସ୍ଥାନରେ ରହିଛି ବଡ ବଡ ଗାତ। ଟିକିଏ ବର୍ଷା ହେଲେ ଏଠାରେ ଦୀର୍ଘ ଦିନ ଧରି ଜମି ରହୁଛି ବର୍ଷା ପାଣି। ଏଠାରେ ନାଳ ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ ଏବଂ କଂକ୍ରିଟ ରାସ୍ତା ତିଆରି ହୋଇନଥିବାରୁ ସ୍ଥାନୀୟ ଲୋକଙ୍କୁ ଏହି ପଙ୍କ କାଦୁଅ ରାସ୍ତା ଦେଇ ଯାତାୟାତ କରିବାକୁ ପଡୁଛି। ଏଥିପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଦୀର୍ଘ ବର୍ଷ ହେବ ଏହି ରାସ୍ତାର ଅବସ୍ଥା ଅତି ସାଂଘାତିକ୍ ହୋଇଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଅପରପଟେ ସିଏମସି କମିଶନର କହିଛନ୍ତି ଏ ନେଇ ବିଭାଗୀୟ ଇଂଜିନିୟର ଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଖୁବ୍ ଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

The post ‘ବର୍ଷା ୪ ମାସ ଆମେ ଭିତରେ ରହୁଛୁ’ appeared first on Odisha Reporter.

]]>
centre bottom 2021-09-08 16:41:21 https://cdn.odishareporter.in/wp-content/uploads/2021/09/08163936/5hm-1.jpg
କାର୍‌ ଧକ୍କାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ https://odishareporter.in/odisha/car-hits-a-constable-to-death-in-cuttack-673041?utm_source=rss&utm_medium=rss&utm_campaign=car-hits-a-constable-to-death-in-cuttack Sun, 05 Sep 2021 03:19:38 +0000 https://odishareporter.in/?p=673041

ବାଙ୍କୀ (ସଞ୍ଜୀପ କୁମାର ନାୟକ): ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଧକ୍କାରେ ଜଣେ ପୁଲିସ୍ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ କନଷ୍ଟେବଲ୍‌ଙ୍କ ନାଁ ରମେଶଚନ୍ଦ୍ର ପରିଡ଼ା। ସେ କଇଁମୁଣ୍ଡି ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସେ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରମେଶଙ୍କର ମୃତ୍ୟୁ ଘଟିଥିଲା। କାର୍‌ଟି ଆଠଗଡ଼ ପଟୁ ଭୁବନେଶ୍ୱର […]

The post କାର୍‌ ଧକ୍କାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ appeared first on Odisha Reporter.

]]>

ବାଙ୍କୀ (ସଞ୍ଜୀପ କୁମାର ନାୟକ): ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଧକ୍କାରେ ଜଣେ ପୁଲିସ୍ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତ କନଷ୍ଟେବଲ୍‌ଙ୍କ ନାଁ ରମେଶଚନ୍ଦ୍ର ପରିଡ଼ା। ସେ କଇଁମୁଣ୍ଡି ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସେ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରମେଶଙ୍କର ମୃତ୍ୟୁ ଘଟିଥିଲା।

କାର୍‌ଟି ଆଠଗଡ଼ ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଜଣାପଡ଼ିଛି। କାର୍‌ରେ ଦୁଇ ଜଣ ଯୁବକ, ଜଣେ ଯୁବତୀ ଓ ଡ୍ରାଇଭରଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ରମେଶଙ୍କୁ ଧକ୍କା ଦେବା ପରେ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା। କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ବାଙ୍କୀ ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି।

The post କାର୍‌ ଧକ୍କାରେ କନଷ୍ଟେବଲ୍‌ଙ୍କ ମୃତ୍ୟୁ appeared first on Odisha Reporter.

]]>
right bottom 2021-09-05 14:06:59 https://cdn.odishareporter.in/wp-content/uploads/2021/09/05084816/car.jpg
ଏସସିବି ଇକମୋ ୟୁନିଟରେ ଆଉ ଜଣେ ଭର୍ତ୍ତି https://odishareporter.in/odisha/another-patient-admitted-in-ecmo-unit-of-scb-671088?utm_source=rss&utm_medium=rss&utm_campaign=another-patient-admitted-in-ecmo-unit-of-scb Mon, 30 Aug 2021 03:29:06 +0000 https://odishareporter.in/?p=671088

କଟକ(ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଇକମୋ ମେସିନ୍ ଉଦ୍‌ଘାଟନ ହେବାର ମାତ୍ର ୩ ଦିନ ମଧ୍ୟରେ ଏଠାରେ ୨ ଜଣ ରୋଗୀ ଭର୍ତ୍ତି ହୋଇ ସାରିଲେଣି। ଉଭୟ ରୋଗୀ ମହିଳା। ଶନିବାର ରାତିରେ କଟକର ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଏଠାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଛି। ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ […]

The post ଏସସିବି ଇକମୋ ୟୁନିଟରେ ଆଉ ଜଣେ ଭର୍ତ୍ତି appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଇକମୋ ମେସିନ୍ ଉଦ୍‌ଘାଟନ ହେବାର ମାତ୍ର ୩ ଦିନ ମଧ୍ୟରେ ଏଠାରେ ୨ ଜଣ ରୋଗୀ ଭର୍ତ୍ତି ହୋଇ ସାରିଲେଣି। ଉଭୟ ରୋଗୀ ମହିଳା।

ଶନିବାର ରାତିରେ କଟକର ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଏଠାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଛି। ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ଗତକାଲି ରାତିରେ ତାଙ୍କୁ ଏସସିବି କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।

ସେହିପରି ନିଶ୍ଚିନ୍ତକୋଇଲି ଅଞ୍ଚଳର ଯେଉଁ ମହିଳାଙ୍କର ଏଠାରେ ଇକ୍‌ମୋ ଚିକିତ୍ସା ଚାଲିଛି ତାଙ୍କୁ କିଛି ଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। କିନ୍ତୁ ଅବସ୍ଥାରେ ସୁଧାର ନ ଆସିବାରୁ  ଶନିବାର ରାତିରେ ତାଙ୍କୁ ଏସ୍‌ସିବିର କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବିରେ ୯ଟି ଇକମୋ ମେସିନର ଉଦଘାଟନ କରିଥିଲେ।  ମୁଖ୍ୟତଃ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଇକମୋ ଚିକିତ୍ସା ପାଇଁ  ପୂର୍ବରୁ ଓଡ଼ିଶା ବାହାରକୁ ଯିବାକୁ ପଡୁଥିଲା। ଏଥିପାଇଁ କୋଟି କୋଟି ଟଙ୍କା ଆବଶ୍ୟକ ପଡ଼ୁଥିବା ବେଳେ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ପାରୁ ନ ଥିଲା। ଫଳରେ ଇକମୋ ଚିକିତ୍ସା ପାଇ ନ ପାରି ବହୁ ରୋଗୀ ଆଖି ବୁଜୁଥିଲେ।  ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବିରେ ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।  ଏଥିପାଇଁ ମେଡିକାଲର ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ ପାରାମେଡିକାଲ୍ କର୍ମଚାରୀ କୋଲକାତା ଯାଇ ତାଲିମ ନେଇଛନ୍ତି।

ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ଏମ୍ସରେ ଇକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ମାସକ ପରେ କଟକ ଏସସିବିରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ ପୂର୍ବ ଭାରତର ଇକମୋ ହବ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

The post ଏସସିବି ଇକମୋ ୟୁନିଟରେ ଆଉ ଜଣେ ଭର୍ତ୍ତି appeared first on Odisha Reporter.

]]>
right bottom 2021-08-30 09:33:42 https://cdn.odishareporter.in/wp-content/uploads/2020/11/24074454/image.jpg
ଏସ୍‌ସିବିରେ ଇକ୍‌ମୋ ଚିକିତ୍ସା ଆରମ୍ଭ https://odishareporter.in/odisha/ecmo-service-begins-at-scb-670920?utm_source=rss&utm_medium=rss&utm_campaign=ecmo-service-begins-at-scb Sun, 29 Aug 2021 02:40:30 +0000 https://odishareporter.in/?p=670920

କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ରାତିରେ ତାଙ୍କୁ ଏସ୍‌ସିବିର କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା […]

The post ଏସ୍‌ସିବିରେ ଇକ୍‌ମୋ ଚିକିତ୍ସା ଆରମ୍ଭ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ରାତିରେ ତାଙ୍କୁ ଏସ୍‌ସିବିର କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।

ଇକମୋ ଚିକିତ୍ସା ସେବା କେଉଁମାନଙ୍କୁ ଯୋଗାଇ ଦିଆଯିବ, ତାହା ଚୟନ କରିବାକୁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବିରେ ୯ଟି ଇକମୋ ମେସିନ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକର ଏସିସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌କୁ ଇକ୍‌ମୋ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ପୂର୍ବ ଭାରତର ହବ୍‌ରେ ପରିଣତ କରାଯିବ।

The post ଏସ୍‌ସିବିରେ ଇକ୍‌ମୋ ଚିକିତ୍ସା ଆରମ୍ଭ appeared first on Odisha Reporter.

]]>
right bottom 2021-08-29 11:34:59 https://cdn.odishareporter.in/wp-content/uploads/2020/07/31101438/scb-11.jpg
ଆଗକୁ ଗଣେଶ ପୂଜା, ମୂର୍ତ୍ତି କାରିଗର ନିରାଶ https://odishareporter.in/odisha/cuttack/ganesha-worship-disappointment-sculptors-670792?utm_source=rss&utm_medium=rss&utm_campaign=ganesha-worship-disappointment-sculptors Sat, 28 Aug 2021 10:26:49 +0000 https://odishareporter.in/?p=670792

କଟକ(ଓଡ଼ିଶା ରିପୋର୍ଟର):ଆଗକୁ ଆସୁଛି ବିଘ୍ନ ବିନାଶକ ପ୍ରଭୂ ଗଣେଷଙ୍କ ପୂଜା। ଏହି ପୂଜା ପାଇଁ ମଝିରେ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ମୂର୍ତ୍ତି ତିଆରି କାମରେ କାରିଗର ବ୍ୟସ୍ତ। ହେଲେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ କରୋନା ପାଇଁ ଢେର ପ୍ରଭାବିତ ହୋଇଛି ଗଣେଷ ମୂର୍ତ୍ତି ତିଆରି କାମ। କାରଣ ଏଥର ମୂର୍ତ୍ତି  ତିଆରି ମିଳିଛି ବହୁତ କମ୍ ଅର୍ଡର। ଯାହାକୁ ନେଇ ଚିନ୍ତାରେ କାରିଗର। ଗଣେଷ ପୂଜାକୁ ମଝିରେ […]

The post ଆଗକୁ ଗଣେଶ ପୂଜା, ମୂର୍ତ୍ତି କାରିଗର ନିରାଶ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର):ଆଗକୁ ଆସୁଛି ବିଘ୍ନ ବିନାଶକ ପ୍ରଭୂ ଗଣେଷଙ୍କ ପୂଜା। ଏହି ପୂଜା ପାଇଁ ମଝିରେ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ମୂର୍ତ୍ତି ତିଆରି କାମରେ କାରିଗର ବ୍ୟସ୍ତ। ହେଲେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ କରୋନା ପାଇଁ ଢେର ପ୍ରଭାବିତ ହୋଇଛି ଗଣେଷ ମୂର୍ତ୍ତି ତିଆରି କାମ। କାରଣ ଏଥର ମୂର୍ତ୍ତି  ତିଆରି ମିଳିଛି ବହୁତ କମ୍ ଅର୍ଡର। ଯାହାକୁ ନେଇ ଚିନ୍ତାରେ କାରିଗର।

ଗଣେଷ ପୂଜାକୁ ମଝିରେ ଆଉ ମାତ୍ର କେତେଟା ଦିନ ଥିବା ବେଳେ ଏବେ ମୂର୍ତ୍ତି ତିଆରି ଖଡି ଲାଗି ଏବଂ ରଙ୍ଗ କାମରେ ବ୍ୟସ୍ତ ରହିଛନ୍ତି କାରିଗର। ତେବେ ମଝିରେ ମଝିରେ ତୁହାକୁ ତୁହା ବର୍ଷା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି  କରୁଛି। ସେହିପରି ଏଥର କରୋନା ସେମାନଙ୍କ ବ୍ୟବସାୟକୁ ଢେର ପ୍ରଭାବିତ କରିଛି। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ମୂର୍ତ୍ତି ତିଆରି ପାଇଁ ଅର୍ଡର ଆସେ। ହେଲେ ଏଥର  ଢେର କମ୍ ରହିଛି। ତାସାଙ୍ଗକୁ ମୂର୍ତ୍ତି ଆକାରକୁ ନେଇ  ଥିବା କଟକଣା ଯୋଗୁଁ ମଧ୍ୟ ଅର୍ଡର ବାଧା ପ୍ରାପ୍ତ ହୋଇଛି। ଶିକ୍ଷାନୁଷ୍ଠାନ ନ ଖୋଲିବା ମଧ୍ୟ ଏଥିପାଇଁ ଏକ ପ୍ରମୁଖ କାରଣ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତିରେ ସେମାନେ ଏବଂ ସେମାନଙ୍କ ପାଖରେ କାମ କରୁଥିବା ହେଲପରମାନେ କିପରି ଚଳିବେ ତାହାକୁ ନେଇ ଚିନ୍ତାରେ ମୂର୍ତ୍ତି କାରିଗର।

ଏଥର ମଧ୍ୟ କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ସରକାର କିଛି କଟକଣା ଜାରି କରିଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବ ନିର୍ଦେଶନାମାକୁ ପାଳନ କରି ଗଣେଷ ପୂଜା କରିହେବ ବୋଲି କହିଛନ୍ତି କଟକ ଜିଲ୍ଳାପାଳ। ଯେମିତି ମୂର୍ତ୍ତିର ଆକାର ୪ଫୁଟ ରୁ ଅଧିକ ନ ହୁଏ ଏବଂ କୋଭିଡ଼ ପାଇଁ ଥିବା ଅନ୍ୟାନ୍ୟ ଗାଇଡ ପାଳନ କରାଯାଏ ସେଥିପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

The post ଆଗକୁ ଗଣେଶ ପୂଜା, ମୂର୍ତ୍ତି କାରିଗର ନିରାଶ appeared first on Odisha Reporter.

]]>
right bottom 2021-08-28 15:56:49 https://cdn.odishareporter.in/wp-content/uploads/2021/08/28155404/5bn.jpg
୧୨ ଦିନ ହେବ ଯୁବକ ନିଖୋଜ, ମିଳିଛି ସାଇକେଲ ଓ ଚପଲ https://odishareporter.in/odisha/cuttack/man-missing-for-12-days-in-cuttack-670303?utm_source=rss&utm_medium=rss&utm_campaign=man-missing-for-12-days-in-cuttack Fri, 27 Aug 2021 04:45:32 +0000 https://odishareporter.in/?p=670303

କଟକ (ଓଡ଼ିଶା ରିପୋର୍ଟର): ନିଖୋଜ ହେବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ଜଣେ ଯୁବକଙ୍କ ପତ୍ତା  ମିଳିପାରି ନାହିଁ। ଏନେଇ ପରିବାର ଲୋକେ କଟକର ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ଯୁବକ ଜଣଙ୍କ ହେଲେ  SCB ମେଡ଼ିକାଲ  କଲେଜର ଲ୍ୟାବ୍‌ ଟେକନିସିଆନ ଛାତ୍ର ସଂଗ୍ରାମ କେଶରୀ ନାଏକ।  ତାଙ୍କ ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କରଡ଼ାପାଳ ଗାଁରେ। ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ସକାଳେ ସଂଗ୍ରାମ ରୁମରେ ଫୋନ୍‌ ଛାଡ଼ି କୁଆଡେ […]

The post ୧୨ ଦିନ ହେବ ଯୁବକ ନିଖୋଜ, ମିଳିଛି ସାଇକେଲ ଓ ଚପଲ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): ନିଖୋଜ ହେବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ଜଣେ ଯୁବକଙ୍କ ପତ୍ତା  ମିଳିପାରି ନାହିଁ। ଏନେଇ ପରିବାର ଲୋକେ କଟକର ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି।

ନିଖୋଜ ଯୁବକ ଜଣଙ୍କ ହେଲେ  SCB ମେଡ଼ିକାଲ  କଲେଜର ଲ୍ୟାବ୍‌ ଟେକନିସିଆନ ଛାତ୍ର ସଂଗ୍ରାମ କେଶରୀ ନାଏକ।  ତାଙ୍କ ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କରଡ଼ାପାଳ ଗାଁରେ।

ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ସକାଳେ ସଂଗ୍ରାମ ରୁମରେ ଫୋନ୍‌ ଛାଡ଼ି କୁଆଡେ ପଳାଇ ଯାଇଥିଲେ। ରାତି ହେବାରୁ ସେ ରୁମ୍‌କୁ ନ ଫେରିବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ରାତି ପ୍ରାୟ ୯ଟା ସମୟରେ ଯୋବ୍ରା ଆନିକଟ ଅଞ୍ଚଳରୁ ସାଙ୍ଗମାନେ ସଂଗ୍ରାମଙ୍କ ସାଇକେଲ ଓ ଚପଲ ପାଇଥିଲେ। ତା’ ପରଦିନ ଖବର ପାଇ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଗ୍ରାମଙ୍କ ପତ୍ତା ମିଳିନଥିଲା ।

ଅଗଷ୍ଟ ୧୬  ତାରିଖରେ ପୁଅ ନିଖୋଜ ଥିବା ନେଇ ପରିବାର ଲୋକେ ଖବର ପାଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ।

ନିଖୋଜ ଯୁବକଙ୍କ ମାଆ କହିଛନ୍ତି, ଅଗଷ୍ଟ ୧୫ ତାରିଖ ରାତିରେ ମୁଁ ପୁଅକୁ ଫୋନ କରିଥିଲି। ତା’ ସାଙ୍ଗପିଲା ଫୋନ୍ ଉଠାଇ ସେ ଦିନ ବେଳୁ କୁଆଡେ ଯାଇଥିବା କହିଥିଲେ। ମୋ ପୁଅ ଗୋଟେ ଝିଅକୁ ଭଲ ପାଉଥିଲା। ହେଲେ ସେହି ଝିଅଟି ତାକୁ ଭଲ ପାଉ ନଥିଲା।

ଅନ୍ୟପକ୍ଷରେ ଏହି ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

The post ୧୨ ଦିନ ହେବ ଯୁବକ ନିଖୋଜ, ମିଳିଛି ସାଇକେଲ ଓ ଚପଲ appeared first on Odisha Reporter.

]]>
right bottom 2021-08-27 10:17:06 https://cdn.odishareporter.in/wp-content/uploads/2021/08/27101517/cuttack-death.jpg
ରାତାରାତି କେନ୍ଦ୍ରାପଡ଼ାରୁ କଟକ; ଏସସିବିରେ ଗଛ ମୂଳେ ଖରସ୍ରୋତା ଆନ୍ଦୋଳନକାରୀ https://odishareporter.in/odisha/kharsrota-activist-srikant-now-in-the-shadow-of-a-tree-in-scb-11-670081?utm_source=rss&utm_medium=rss&utm_campaign=kharsrota-activist-srikant-now-in-the-shadow-of-a-tree-in-scb-11 Thu, 26 Aug 2021 06:58:37 +0000 https://odishareporter.in/?p=670081

କଟକ(ଓଡ଼ିଶା ରିପୋର୍ଟର): ଖରସ୍ରୋତା ବଞ୍ଚାଇବାକୁ ତଥା ଭିତରକନିକାର ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ହେଲା ଆମରଣ  ଅନଶନ କରୁଥିବା  ଶ୍ରୀକାନ୍ତ ନାୟକଙ୍କ ପ୍ରତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦେଖାଇଛି ବୈମାତୃକ ମନୋଭାବ। ଅସୁସ୍ଥତା ହେତୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଶ୍ରୀକାନ୍ତ ନାୟକଙ୍କୁ ଗତକାଲି ରାତାରାତି କଟକ ସ୍ଥାନାନ୍ତର କରାଯାଇଛି। ମାତ୍ର କଟକ ଏସ୍‌ସିବିରେ ବି ବେଡ ଅଭାବ ଥିବାରୁ ଗଛ ମୂଳେ ପଡ଼ି ରହିଛନ୍ତି ଶ୍ରୀକାନ୍ତା। ସୂଚନାଯୋଗ୍ୟ,  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ […]

The post ରାତାରାତି କେନ୍ଦ୍ରାପଡ଼ାରୁ କଟକ; ଏସସିବିରେ ଗଛ ମୂଳେ ଖରସ୍ରୋତା ଆନ୍ଦୋଳନକାରୀ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ଖରସ୍ରୋତା ବଞ୍ଚାଇବାକୁ ତଥା ଭିତରକନିକାର ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ହେଲା ଆମରଣ  ଅନଶନ କରୁଥିବା  ଶ୍ରୀକାନ୍ତ ନାୟକଙ୍କ ପ୍ରତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦେଖାଇଛି ବୈମାତୃକ ମନୋଭାବ। ଅସୁସ୍ଥତା ହେତୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଶ୍ରୀକାନ୍ତ ନାୟକଙ୍କୁ ଗତକାଲି ରାତାରାତି କଟକ ସ୍ଥାନାନ୍ତର କରାଯାଇଛି। ମାତ୍ର କଟକ ଏସ୍‌ସିବିରେ ବି ବେଡ ଅଭାବ ଥିବାରୁ ଗଛ ମୂଳେ ପଡ଼ି ରହିଛନ୍ତି ଶ୍ରୀକାନ୍ତା।

ସୂଚନାଯୋଗ୍ୟ,  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭେଷଜ ବିଭାଗର ୧୦୭ ନମ୍ବର ବେଡ୍‌ରେ ଚିକିତ୍ସିତ ହେଉଥିଲେ ଶ୍ରୀକାନ୍ତ ନାୟକ। ତାଙ୍କ ଅବସ୍ଥା ସେପରି ଗୁରୁତର ନ ଥିବା ବେଳେ ଗତ ରାତିରେ ହଠାତ୍‌ କିଛି ପୁଲିସ୍‌ କର୍ମୀ ପହଞ୍ଚି ଏକ ରେଫରାଲ କାଗଜ ଦେଖାଇ ଆପଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ। ଏହାପରେ ଜୋରଜବରଦସ୍ତି  ପୁଲିସ ସହାୟତାରେ ୧୦୮ ଆମ୍ବୁଲାନ୍ସ ଡକାଇ ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀକାନ୍ତଙ୍କୁ କଟକ ପଠାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।

ହେଲେ ଏସସିବି ଭେଷଜ ବିଭାଗରେ ବେଡ୍ ନଥିବାରୁ ଗଛ ତଳେ ପଡ଼ିଛନ୍ତି ଶ୍ରୀକାନ୍ତ । ଭିତରକନିକା ବଞ୍ଚାଇବାକୁ ଆନ୍ଦୋଳନ ଜାରି ରଖିଥିବା ଶ୍ରୀକାନ୍ତଙ୍କ ପ୍ରତି କେନ୍ଦ୍ରାପଡ଼ା ପ୍ରଶାସନର ଏଭଳି ଆଚରଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ଶ୍ରୀକାନ୍ତ କହିଛନ୍ତି, “ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟାରେ ହଠାତ୍‌ ପୁଲିସ୍‌ ପହଞ୍ଚି  ଜବରଦସ୍ତି କଟକ ନେଇ ଆସିଲେ। ପରିବାର ଲୋକଙ୍କୁ ବି ଖବର ଦେବାକୁ ସୁଯୋଗ ଦେଲେନି। ଏଠାରେ କୋଭିଡ ଟେଷ୍ଟ ପରେ ମେଡିସିନ ୱାର୍ଡକୁ ନେଲେ।  ମାତ୍ର ସେଠାରେ ବିକଳ ଚିତ୍ର ଦେଖି ମୁଁ ଅଣନିଶ୍ୱାସି ହୋଇଗଲି।  ସେଠାରେ ତଳେ ରୋଗୀ ପଡ଼ି ରହିଥିବା ବେଳେ କିପରି ଚିକିତ୍ସିତ ହେବି। ଘଣ୍ଟେ ପରେ କହିଲେ, ଗୋଟିଏ ବେଡ ଫାଙ୍କା କରିଦେବୁ, ରହିବେ। ମାତ୍ର ମୁଁ ଗଛ ମୂଳକୁ ଚାଲି ଆସିଲି। ଅନଶନ ଏବେ ବି ଜାରି ରହିଛି। ଭିତରକନିକାକୁ ନ୍ୟାୟ ନ ଦେବାକୁ ଚାଲିଥିବା ଯୋଜନାକୁ ପୂର୍ଣ୍ଣ ହେବାକୁ ଦିଆଯିବନି। ”

ସୂଚନାଯୋଗ୍ୟ, ଏସ୍‌ସିବିର ମେଡିସିନ ୱାର୍ଡରେ ବେଡ ନ ଥିବାରୁ ଜଣେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଶ୍ରୀକାନ୍ତଙ୍କୁ ସେଠାକୁ ନିଆଯିବ ବୋଲି କୁହାଯାଇଥିଲା । ମାତ୍ର ଶ୍ରୀକାନ୍ତ ଏହାକୁ ସିଧାସଳଖ ମନା କରି ଗଛ ମୂଳକୁ ଚାଲି ଆସି ସେଠାରେ ଆନ୍ଦୋଳନ ଜାରି ରଖିଛନ୍ତି। ଭିତରକନିକା ନ୍ୟାୟ ପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଶ୍ରୀକାନ୍ତ ।

The post ରାତାରାତି କେନ୍ଦ୍ରାପଡ଼ାରୁ କଟକ; ଏସସିବିରେ ଗଛ ମୂଳେ ଖରସ୍ରୋତା ଆନ୍ଦୋଳନକାରୀ appeared first on Odisha Reporter.

]]>
centre bottom 2021-08-26 12:32:39 https://cdn.odishareporter.in/wp-content/uploads/2021/08/26122343/ken-1.jpg
ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ https://odishareporter.in/odisha/highcourt-ends-anubhavs-plea-670069?utm_source=rss&utm_medium=rss&utm_campaign=highcourt-ends-anubhavs-plea Thu, 26 Aug 2021 06:32:36 +0000 https://odishareporter.in/?p=670069

କଟକ(ଓଡ଼ିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ, ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି […]

The post ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସେ ଆବେଦନ କରିଥିଲେ। ଚୂଡ଼ାନ୍ତ ଶୁଣାଣି ନେଇ ସମୟ ନିର୍ଦ୍ଧାରଣ କରିବାକୁ ସେ ଆବେଦନ କରିଥିଲେ। ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବୁଝାମଣା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ମତି ହୋଇପାରି ନାହିଁ।

ଉଭୟଙ୍କ ଭିତରେ ଆପୋଷ ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତାହା ଫଳପ୍ରଦ ହୋଇପାରି ନ ଥିଲା। ଅପରପକ୍ଷେ, ଅନୁଭବ ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିଲେ। ଆପୋଷ ବୁଝାମଣା ସମ୍ଭବ ହୋଇପାରୁ ନ ଥିବା ହୃଦୟଙ୍ଗମ କରି ଏହାର ତ୍ୱରିତ ବିଚାର ପ୍ରକ୍ରିୟାକୁ କୋର୍ଟ ପକ୍ଷରୁ ରଦ୍ଦ କରିଦିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଜୁଲାଇ ୯ ତାରିଖରେ ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ସେଦିନ ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସମୟରେ କମିଶନର ଦୁହିଁଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ସେଦିନ ଆପୋଷ ସମଧାନ ହୋଇପାରିନଥିଲା। ଏଥିପାଇଁ ପରେ ପୁଣି ଉଭୟଙ୍କୁ ଦ୍ୱିତୀୟ ତାରିଖ ଦିଆଯାଇଥିଲା। ଦୁହେଁ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ମଧ୍ୟ ସମାଧାନର ଦିଗ ବାହାରି ପାରି ନଥିଲା।

ସୂଚନାରୁ ପ୍ରକାଶ, ଛାଡ଼ପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ବିଚାର ଗଡ଼ି ଗଡ଼ି ଚାଲୁଛି।

The post ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ appeared first on Odisha Reporter.

]]>
Anubhav Mohanty, barsa priyadarshini, Barsha-Anubhav Controversy, centre top 2021-08-26 13:37:18 https://cdn.odishareporter.in/wp-content/uploads/2021/08/26115704/anubhav-mohanty-and-barsha-priyadarshini.jpg
ମଶାଣି ମଣିଷ ପଦ୍ମନାଭ, ୩୦ ବର୍ଷ ହେଲା ଶ୍ମଶାନ ପାଲଟିଛି ଠିକଣା https://odishareporter.in/odisha/cremition-point-now-address-of-a-person-670056?utm_source=rss&utm_medium=rss&utm_campaign=cremition-point-now-address-of-a-person Thu, 26 Aug 2021 05:34:40 +0000 https://odishareporter.in/?p=670056

ସାଲେପୁର(ମନୋଜ ଆଚାର୍ଯ୍ୟ): ମଶାଣି ନାଁ ଶୁଣିଲେ ମନରେ ଛନକା ପଶେ । ପରିସ୍ଥିତିରେ ପଡ଼ି ଥରେ ମଶାଣି ଯାଇଥିବା ବ୍ୟକ୍ତି ଜୀବନରେ ଆଉ କେବେ ସେଠାରେ ପାଦ ନ ପକାଇବାକୁ ମନେ ମନେ ଭଗବାନଙ୍କୁ ଡାକୁଥାଏ।  ହେଲେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏପରି ଜଣେ ମଣିଷ ଅଛନ୍ତି ଯିଏ ମଶାଣିକୁ ହିଁ ନିଜ ଠିକଣା କରି ଦେଇଛନ୍ତି। ସେଇଠି ତାଙ୍କ ଦିନ ଆରମ୍ଭ ହୁଏ , ରାତିବି କଟେ ସେଇଠି। ଏପରି ମଣିଷ ହେଉଛନ୍ତି କଟକ […]

The post ମଶାଣି ମଣିଷ ପଦ୍ମନାଭ, ୩୦ ବର୍ଷ ହେଲା ଶ୍ମଶାନ ପାଲଟିଛି ଠିକଣା appeared first on Odisha Reporter.

]]>

ସାଲେପୁର(ମନୋଜ ଆଚାର୍ଯ୍ୟ): ମଶାଣି ନାଁ ଶୁଣିଲେ ମନରେ ଛନକା ପଶେ । ପରିସ୍ଥିତିରେ ପଡ଼ି ଥରେ ମଶାଣି ଯାଇଥିବା ବ୍ୟକ୍ତି ଜୀବନରେ ଆଉ କେବେ ସେଠାରେ ପାଦ ନ ପକାଇବାକୁ ମନେ ମନେ ଭଗବାନଙ୍କୁ ଡାକୁଥାଏ।  ହେଲେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏପରି ଜଣେ ମଣିଷ ଅଛନ୍ତି ଯିଏ ମଶାଣିକୁ ହିଁ ନିଜ ଠିକଣା କରି ଦେଇଛନ୍ତି। ସେଇଠି ତାଙ୍କ ଦିନ ଆରମ୍ଭ ହୁଏ , ରାତିବି କଟେ ସେଇଠି। ଏପରି ମଣିଷ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ନିକଟ ସାଇଗଡା ଗାଁର ପଦ୍ମନାଭ ସାହୁ ।

୩୦ ବର୍ଷ ହେଲା ଗାଁ ମଶାଣିରେ ରୁହନ୍ତି ପଦ୍ମନାଭ । ନା ଅଛି ଭୂତ ପ୍ରେତର ଭୟ ନା ଛୁଆଁ ଅଛୁଆଁ ମନୋଭାବ । ୩୦ ବର୍ଷ ତଳେ ଜଣେ ଅତି ଅନ୍ତରଙ୍ଗ ବନ୍ଧୁଙ୍କ ମୃତ୍ୟ ପରେ ତାଙ୍କ ଜୀବନରେ ଏହି ଦର୍ଶନ ସୃଷ୍ଟି ହୋଇଛି । ବନ୍ଧୁ  ଯିବା ପରେ ଏହି ମଶାଣୀକୁ ହିଁ ଜୀବନର ଶେଷ ସ୍ଥାନ ବୋଲି ଗ୍ରହଣ କରି ସେଇଠାରେ ହିଁ ଜୀବନ କାଟୁଛନ୍ତି  ପଦ୍ମନାଭ ।

ମଶାଣିକୁ ସଫା ସୁତୁରା କରି ସେଠାରେ ବିଭିନ୍ନ ଫୁଲ ଗଛ ବି ଲଗାଇଛନ୍ତି । ମହାଦେବଙ୍କ ଫଟୋ ଲଗାଇ ପ୍ରତିଦିନ ପୂଜା ବି କରନ୍ତି ସେ । ଯେଉଁଠି ମଣିଷ ପୋଡି ପାଉଁଶ ହୁଏ ସେଇଠି ସେ ଶୁଅନ୍ତି ଆଉ ଶବ ସତ୍କାରରେ ସହଯୋଗ କରନ୍ତି । ମୂଲ ଲାଗି ପେଟ ପୋଷୁଥିବା ପଦ୍ମନାଭ ନିଜ ପରିବାରଠୁ ଦୁରରେ ରହି ଏହି ମଶାଣିକୁ ହିଁ ନିଜର ଶେଷ ସ୍ଥାନ ବୋଲି କୁହନ୍ତି  । ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ମଶାଣି ମଣିଷ ଭାବେ ପରିଚିତ

ଦୁନିଆରେ କିଛି ନାହିଁ । ମଶାଣି ହିଁ ଶେଷ ସ୍ଥାନ । ଯିଏ ମଲେ ପୋଡ଼ିବାକୁ ଆସେ। ଜାତି ଅଜାତି ଭାବେନି। ଏହାକୁ ସଫାସୁତୁରା ରଖେ। ରାତି ପାହିଲେ ଏଇଠି ବୋଲି କହିଛନ୍ତି ପଦ୍ମନାଭ

ଏ ସମ୍ପର୍କରେ ପିତାମ୍ବର ନାମକ ସ୍ଥାନୀୟ ଲୋକ କହିଛନ୍ତି , ପଦ୍ମନାଭ  ନିସ୍ୱାର୍ଥପର ଭାବେ, ବିନା ପାରିଶ୍ରମିକରେ ସେ ଏଠାରେ ଶବଦାହ କରନ୍ତି। ଯେତେବେଳେ ଟିକେ ଫାଙ୍କା ସମୟ ପାଆନ୍ତି ଏଠାରେ ବିଭିନ୍ନ କାମରେ ନିୟୋଜିତ ହୁଅନ୍ତି।

The post ମଶାଣି ମଣିଷ ପଦ୍ମନାଭ, ୩୦ ବର୍ଷ ହେଲା ଶ୍ମଶାନ ପାଲଟିଛି ଠିକଣା appeared first on Odisha Reporter.

]]>
right bottom 2021-08-26 12:45:44 https://cdn.odishareporter.in/wp-content/uploads/2021/08/26110322/salipur-1.jpg
ବସ୍‌କୁ ସାଇଡ୍‌ ମାରିଲା ଟ୍ରକ୍‌, ଚାଲିଗଲା ହେଲପର୍‌ଙ୍କ ଜୀବନ https://odishareporter.in/odisha/bus-helper-dead-in-a-accident-669821?utm_source=rss&utm_medium=rss&utm_campaign=bus-helper-dead-in-a-accident Wed, 25 Aug 2021 07:21:38 +0000 https://odishareporter.in/?p=669821

ଚୌଦ୍ଵାର(ଓଡ଼ିଶା ରିପୋର୍ଟର) : ଦ୍ରୁତ ଗତିରେ ଯାଉଥିବା ବସ୍‌କୁ ଏକ ଟ୍ରକ୍‌ ସାଇଟ୍‌ ମାରିବାରୁ ଗଳି ପଡ଼ିଲେ ବସ୍‌ ହେଲପର୍‌ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏପରି ଅସ୍ୱଭାବିକ ଘଟଣା ଆଜି କଟକ ଜିଲ୍ଲା ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ଘଟିଛି। ମୃତ ହେଲପର ହେଲେ ଯାଜପୁର ଜିଲ୍ଲା ବନ୍ଦାଳ ଗ୍ରାମର ସଦାନନ୍ଦ ଜେନା । ସୂଚନାଯୋଗ୍ୟ, ସରକାରୀ ବସ୍‌ଟି କେନ୍ଦୁଝରରୁ କଟକ ଯାତ୍ରୀ ନେଇ ଆସୁଥିଲା । କଟକ ଜିଲ୍ଲା […]

The post ବସ୍‌କୁ ସାଇଡ୍‌ ମାରିଲା ଟ୍ରକ୍‌, ଚାଲିଗଲା ହେଲପର୍‌ଙ୍କ ଜୀବନ appeared first on Odisha Reporter.

]]>

ଚୌଦ୍ଵାର(ଓଡ଼ିଶା ରିପୋର୍ଟର) : ଦ୍ରୁତ ଗତିରେ ଯାଉଥିବା ବସ୍‌କୁ ଏକ ଟ୍ରକ୍‌ ସାଇଟ୍‌ ମାରିବାରୁ ଗଳି ପଡ଼ିଲେ ବସ୍‌ ହେଲପର୍‌ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏପରି ଅସ୍ୱଭାବିକ ଘଟଣା ଆଜି କଟକ ଜିଲ୍ଲା ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ଘଟିଛି। ମୃତ ହେଲପର ହେଲେ ଯାଜପୁର ଜିଲ୍ଲା ବନ୍ଦାଳ ଗ୍ରାମର ସଦାନନ୍ଦ ଜେନା ।

ସୂଚନାଯୋଗ୍ୟ, ସରକାରୀ ବସ୍‌ଟି କେନ୍ଦୁଝରରୁ କଟକ ଯାତ୍ରୀ ନେଇ ଆସୁଥିଲା । କଟକ ଜିଲ୍ଲା ଟାଙ୍ଗୀ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ  ହଠାତ୍ ବସ୍‌କୁ  ଏକ ଟ୍ରକ୍ ସାଇଟ୍ ମାରିଥିଲା। ଫଳରେ ବସ୍‌ ଡୋର ପାଖରେ ଛିଡା ହୋଇଥିବା ହେଲପର ବସ୍‌ରୁ ଖସି ପଡ଼ି ଥିଲା । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ  ହୋଇଯାଇଛି ।

ବସରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା  ଜଣାଯାଇଛି।  ବସ୍‌  ଓ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ପଲାଇ ଯାଇଛନ୍ତି ।  ଟାଙ୍ଗୀ ପୁଲିସ୍‌ ଆମ୍ବୁଲାନ୍ସ ଯୋଗେ ମୃତଦେହ କଟକ ମେଡିକାଲ ପଠାଇବା ସହିତ ଘର ଲୋକଙ୍କୁ ଖବର ଦେଇଛନ୍ତି । ଟ୍ରକ୍ ଏବଂ ବସ ଦୁଇଟି ଗାଡ଼ିକୁ ପୋଲିସ ଜବତ୍ କରିଛି ।

The post ବସ୍‌କୁ ସାଇଡ୍‌ ମାରିଲା ଟ୍ରକ୍‌, ଚାଲିଗଲା ହେଲପର୍‌ଙ୍କ ଜୀବନ appeared first on Odisha Reporter.

]]>
right top 2021-08-25 12:52:11 https://cdn.odishareporter.in/wp-content/uploads/2021/08/25125005/bus-2-1.jpg
ଆଜି ୪ଟାରେ ବାହାରିବ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଫଳ https://odishareporter.in/odisha/matric-result-to-be-announced-today-669538?utm_source=rss&utm_medium=rss&utm_campaign=matric-result-to-be-announced-today Tue, 24 Aug 2021 08:09:36 +0000 https://odishareporter.in/?p=669538

କଟକ (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ। ମୋଟ ୧୫, ୧୩୬ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ଏମାନେ ପୂର୍ବରୁ ବୋର୍ଡ ଦ୍ୱାରା ପ୍ରକାଶିତ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୋଇ ପରୀକ୍ଷା ଦେଇଥିଲେ। କରୋନା ଯୋଗୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ହୋଇ ପାରି ନଥିଲା। ତେଣୁ ବୋର୍ଡ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଯୋଗେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇ ଜୁନ୍ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷା […]

The post ଆଜି ୪ଟାରେ ବାହାରିବ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଫଳ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ। ମୋଟ ୧୫, ୧୩୬ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ଏମାନେ ପୂର୍ବରୁ ବୋର୍ଡ ଦ୍ୱାରା ପ୍ରକାଶିତ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୋଇ ପରୀକ୍ଷା ଦେଇଥିଲେ।

କରୋନା ଯୋଗୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ହୋଇ ପାରି ନଥିଲା। ତେଣୁ ବୋର୍ଡ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଯୋଗେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇ ଜୁନ୍ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ତେବେ ଏହି ପରୀକ୍ଷା ଫଳରେ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ଏହି ୧୫,୧୩୬ ଜଣ ଅଫ୍‌ଲାଇନ୍‌ରେ ଅର୍ଥାତ୍ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଥିଲେ।

ବୋର୍ଡ ତା’ର ପୂର୍ବ ଘୋଷଣା ମୁତାବକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୫ ତାରିଖରୁ ଫର୍ମ ଫିଲ୍‌ଅପ୍ ଆରମ୍ଭ କରିଥିଲା, ଯାହା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ଜୁଲାଇ ୩୦ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ଜୁନ୍ ମାସରେ ବୋର୍ଡ ଯେଉଁ ଫଳ ପ୍ରକାଶ କରିଥିଲା, ସେଥିରେ ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ଥିଲେ।  ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ A1 ଗ୍ରେଡ୍‌ ପାଇଥିବା ବେଳେ ୨୨, ୧୩୧ ଜଣ A2, ୫୨, ୧୯୯ ଜଣ B1 ଓ ୯୪, ୪୭୫ ଜଣ B2 ଗ୍ରେଡ୍‌ ପାଇଥିଲେ। ସେହିପରି ୧,୩୭,୦୧୪ ଜଣ ‘ସି’ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ୧,୫୧,୬୩୯ ଜଣ ‘ଡି’ ଗ୍ରେଡ୍‌ ଓ ୧,୦୧,୭୯୬ ଜଣ ‘ଇ’ ଗ୍ରେଡ୍ ପାଇଥିଲେ।

 

The post ଆଜି ୪ଟାରେ ବାହାରିବ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଫଳ appeared first on Odisha Reporter.

]]>
right top 2021-08-24 13:55:51 https://cdn.odishareporter.in/wp-content/uploads/2021/06/25155426/board1.jpg
ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ https://odishareporter.in/odisha/abeo-arrested-in-bolangir-669289?utm_source=rss&utm_medium=rss&utm_campaign=abeo-arrested-in-bolangir Mon, 23 Aug 2021 09:17:56 +0000 https://odishareporter.in/?p=669289

ବଲାଙ୍ଗିର/କଣ୍ଟାବାଞ୍ଜି (ଘଟେଶ୍ୱର ମିଶ୍ର/ଅନ୍ତିମ ପାଣିଗ୍ରାହୀ): ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସ। ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍‌ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ ମୁରିବାହାଲର ତତ୍‌କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ତଦନ୍ତ ଅଧିକାରୀ […]

The post ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ appeared first on Odisha Reporter.

]]>

ବଲାଙ୍ଗିର/କଣ୍ଟାବାଞ୍ଜି (ଘଟେଶ୍ୱର ମିଶ୍ର/ଅନ୍ତିମ ପାଣିଗ୍ରାହୀ): ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସ।

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍‌ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ ମୁରିବାହାଲର ତତ୍‌କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ତଦନ୍ତ ଅଧିକାରୀ ଥିଲେ ଏବିଇଓ ଦେବରାଜ ଦାସ। ଘଟଣାର ତଦନ୍ତ ସରିଥିଲେ ବିଇଓଙ୍କୁ ଏବିଇଓ ରିପୋର୍ଟ ପ୍ରଦାନ କରି ନଥିଲେ। ବିଇଓଙ୍କ ନିକଟରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଶିକ୍ଷକ ବଇଦ୍ରୁତ ସାହୁ ଏବିଇଓଙ୍କୁ ଅନୁରୋଧ କରିଥିଲେ। ଏହାପରେ ଏବିଇଓ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୫ ହଜାର ଟଙ୍କାରେ ଡିଲ୍‌ ହୋଇଥିଲା।

ଶିକ୍ଷକ ଶ୍ରୀ ସାହୁ ଏନେଇ ବଲାଙ୍ଗିର ଭିଜିଲାନସ ବିଭାଗକୁ ଜଣାଇଥିଲେ। ଭିଜିଲାନସ ବିଭାଗ ତରଫରୁ ଶିକ୍ଷକଙ୍କୁ କେମିକାଲ ଲଗା ଟଙ୍କା ଦିଆଯାଇଥିଲା। ନିଜ ଅଫିସରେ ଶିକ୍ଷକଙ୍କ ଠାରୁ ଏବିଇଓ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ।

ଅନ୍ୟପକ୍ଷରେ ଏବିଇଓ ଦେବରାଜ ଦାସ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

The post ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ appeared first on Odisha Reporter.

]]>
right bottom, vigilance raid 2021-08-23 17:33:06 https://cdn.odishareporter.in/wp-content/uploads/2021/08/23144536/56-3.jpg
ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଗିରଫ https://odishareporter.in/odisha/6-arrested-in-cooperative-society-corruption-case-669216?utm_source=rss&utm_medium=rss&utm_campaign=6-arrested-in-cooperative-society-corruption-case Mon, 23 Aug 2021 05:40:30 +0000 https://odishareporter.in/?p=669216

ଆଠଗଡ଼ (ନୀଳକଣ୍ଠ ଦୋରା): ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ସଂପୃକ୍ତି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ଏହି ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗୁରୁଡ଼ିଝାଟିଆ ସୋସାଇଟିର ପିଅନ ପ୍ରବୋଧ ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ସେକ୍ରେଟାରୀ ସଂଗ୍ରାମ କେଶରୀ ସାହୁ, ସେକ୍ରେଟାରୀ ବିଜୟ କୁମାର ଦାସ ଏବଂ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କାଉଣ୍ଟର କ୍ଲର୍କ ଚିତ୍ରାନନ୍ଦ ଜେନା, ସୁପରଭାଇଜର ନିରଞ୍ଜନ ପରିଡ଼ା ଓ […]

The post ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଗିରଫ appeared first on Odisha Reporter.

]]>

ଆଠଗଡ଼ (ନୀଳକଣ୍ଠ ଦୋରା): ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ସଂପୃକ୍ତି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ଏହି ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗୁରୁଡ଼ିଝାଟିଆ ସୋସାଇଟିର ପିଅନ ପ୍ରବୋଧ ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ସେକ୍ରେଟାରୀ ସଂଗ୍ରାମ କେଶରୀ ସାହୁ, ସେକ୍ରେଟାରୀ ବିଜୟ କୁମାର ଦାସ ଏବଂ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କାଉଣ୍ଟର କ୍ଲର୍କ ଚିତ୍ରାନନ୍ଦ ଜେନା, ସୁପରଭାଇଜର ନିରଞ୍ଜନ ପରିଡ଼ା ଓ କ୍ୟାସିଅର ବାବାଜୀ ଚରଣ ପ୍ରଧାନ।

ଦୀର୍ଘଦିନ ଧରି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାଷୀମାନେ ଆନ୍ଦୋଳନ କରି ଆସୁଥିଲେ। ଶହ ଶହ ଚାଷୀଙ୍କ ନାଁରେ ଏମାନେ ଗୁରୁଡ଼ିଝାଟିଆ ସମବାୟ ସମିତିରୁ ଜାଲିଆତି କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରି ହଡ଼ପ କରିଥିବା ନେଇ ଗୁରୁଡୁଝାଟିଆ ଥାନାରେ ଏତଲା ହୋଇଥିଲା।

The post ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଗିରଫ appeared first on Odisha Reporter.

]]>
centre bottom, money laundering 2021-08-23 13:44:07 https://cdn.odishareporter.in/wp-content/uploads/2021/08/23110835/891-1.jpg
କାଠଯୋଡ଼ି ବ୍ରିଜ୍‌ରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବତୀ https://odishareporter.in/odisha/woman-attempts-suicide-in-cuttack-668641?utm_source=rss&utm_medium=rss&utm_campaign=woman-attempts-suicide-in-cuttack Sat, 21 Aug 2021 02:02:36 +0000 https://odishareporter.in/?p=668641

କଟକ (ଓଡ଼ିଶା ରିପୋର୍ଟର): କଟକ କାଠଯୋଡ଼ି ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା। ଖାନନଗର ପଞ୍ଚମୁଖୀ ହୁନମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସେ କଟକରେ ରହୁଥିବା ପୁଲିସ ସୂଚନା ଦେଇଛି। ତେବେ ଯୁବତୀ ଜଣକ କାହିଁକି […]

The post କାଠଯୋଡ଼ି ବ୍ରିଜ୍‌ରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବତୀ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକ କାଠଯୋଡ଼ି ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା।

ଖାନନଗର ପଞ୍ଚମୁଖୀ ହୁନମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସେ କଟକରେ ରହୁଥିବା ପୁଲିସ ସୂଚନା ଦେଇଛି। ତେବେ ଯୁବତୀ ଜଣକ କାହିଁକି ନଦୀ ଭିତରକୁ ଡେଇଁଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି।

ପୁଲିସ ସଂପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି। ବ୍ରିଜ ଉପରେ ଥିବା ଯୁବତୀଙ୍କ ସ୍କୁଟି, ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ୍‌କୁ ଜବତ କରି ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରର ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍‌ର ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସେ ଗୁରୁବାର ବିଳମ୍ବିତ ରାତିରେ ଘରୁ ଚାଲି ଯାଇଥିଲେ। ସକାଳେ ଉକ୍ତ ପୋଖରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଜେଇଇ ପରୀକ୍ଷାରେ ଭଲ କରି ନଥିବାରୁ ସେ ମାନସିକ ଚାପରେ ଥିଲେ ବୋଲି ପରିବାର ଲୋକେ କହିଥିଲେ।

The post କାଠଯୋଡ଼ି ବ୍ରିଜ୍‌ରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବତୀ appeared first on Odisha Reporter.

]]>
right bottom, suicide 2021-08-21 13:01:56 https://cdn.odishareporter.in/wp-content/uploads/2021/08/21072957/Untitled-1-2.jpg
୫ଶହ ଦେଇ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା https://odishareporter.in/odisha/loot-in-petrol-pump-668459?utm_source=rss&utm_medium=rss&utm_campaign=loot-in-petrol-pump Fri, 20 Aug 2021 06:08:52 +0000 https://odishareporter.in/?p=668459

ଆଠଗଡ଼(ନିଳକଣ୍ଠ ଦୋରା): ରାତି ଅଧରେ ପେଟ୍ରୋଲ ପମ୍ପରୁ ତେଲ ପକାଇବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ। ପମ୍ପ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଏପରି ଲୁଟ୍‌ ହୋଇଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ଏପରି କାଣ୍ଡ ଗତ ରାତିରେ କଟକ ଜିଲ୍ଲା ଆଠଗଡ଼  ତିଗିରିଆ  ଥାନା ଅନ୍ତର୍ଗତ ପାଞ୍ଚଗାଁ ପେଟ୍ରୋଲ ପମ୍ପରେ ଘଟିଛି। ସିସିଟିଭିରେ କଏଦ ହୋଇଥିବା ଲୁଟ୍‌ର ଲାଇଭ୍‌ ଦୃଶ୍ୟ ଏବେ ଭାଇରାଲ ହେବାରା ଲାଗିଛି। ପୁଲିସ୍‌ ତଦନ୍ତ ଆରମ୍ଭ […]

The post ୫ଶହ ଦେଇ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା appeared first on Odisha Reporter.

]]>

ଆଠଗଡ଼(ନିଳକଣ୍ଠ ଦୋରା): ରାତି ଅଧରେ ପେଟ୍ରୋଲ ପମ୍ପରୁ ତେଲ ପକାଇବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ। ପମ୍ପ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଏପରି ଲୁଟ୍‌ ହୋଇଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ଏପରି କାଣ୍ଡ ଗତ ରାତିରେ କଟକ ଜିଲ୍ଲା ଆଠଗଡ଼  ତିଗିରିଆ  ଥାନା ଅନ୍ତର୍ଗତ ପାଞ୍ଚଗାଁ ପେଟ୍ରୋଲ ପମ୍ପରେ ଘଟିଛି। ସିସିଟିଭିରେ କଏଦ ହୋଇଥିବା ଲୁଟ୍‌ର ଲାଇଭ୍‌ ଦୃଶ୍ୟ ଏବେ ଭାଇରାଲ ହେବାରା ଲାଗିଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରିନି।

ସୂଚନାଯୋଗ୍ୟ,  ପାଞ୍ଚଗାଁ ପେଟ୍ରୋଲ ପମ୍ପରେ  ଗତ ରାତିରେ ଏକ ବାଇକ୍‌ରେ ୩ ଯୁବକ ପହଞ୍ଚିଲେ। ତେଲ ପକାଇଲେ । ୫ଶହ ଟଙ୍କା ବି ଦେଲେ। ହେଲେ ଆଖି ପିଛୁଳାକେ ଜଣେ ଦୁର୍ବୃତ୍ତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଲେ। ଏହାପରେ ଅନ୍ୟ ଜଣେ ଦୁର୍ବୃତ୍ତ କର୍ମଚାରୀଙ୍କ ନିକଟରୁ ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ଏହାପରେ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ପଳାଇଥିଲେ। ସିସିଟିଭିରେ କଏଦ ହୋଇଥିବା ଲୁଟ୍‌ର ଲାଇଭ୍‌ ଦୃଶ୍ୟ ଏବେ ଭାଇରାଲ ହେବାରା ଲାଗିଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରିନି।

The post ୫ଶହ ଦେଇ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କା appeared first on Odisha Reporter.

]]>
loot, right top 2021-08-20 17:51:13 https://cdn.odishareporter.in/wp-content/uploads/2021/08/20113755/loot-3.jpg
ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ପୁତୁରାଙ୍କୁ ରକ୍ତାକ୍ତ ଆକ୍ରମଣ! https://odishareporter.in/odisha/cuttack/female-sarpanch-abused-in-anlo-panchayat-at-niali-667971?utm_source=rss&utm_medium=rss&utm_campaign=female-sarpanch-abused-in-anlo-panchayat-at-niali Wed, 18 Aug 2021 10:16:00 +0000 https://odishareporter.in/?p=667971

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକ ଅଁଳୋ ପଞ୍ଚାୟତ ମହିଳା ସରପଞ୍ଚଙ୍କୁଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଆସିଛି। ବୁଧବାର ଅଁଳୋ ପଞ୍ଚାୟତର କଳିଆଘାଇ ହାଟ ନିଲାମ ବେଳେ ଏଭଳି ଘଟଣା ଘଟିଛି। କଟକ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ଅଜୟ କୁମାର୍ ସ୍ୱାଇଁ ଓ ସହଯୋଗୀଙ୍କ ଆକ୍ରମଣରେ ସରପଞ୍ଚ ସ୍ନିଗ୍ଧା ମହାନ୍ତିଙ୍କ ପୁତୁରା ରକ୍ତାକ୍ତ ହୋଇଛନ୍ତି। ଏପରିକି ସେମାନେ ପଞ୍ଚାୟତ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ହାଟ ନିଲାମ ସମୟରେ ସରକାରୀ ଅଧିକାରୀ […]

The post ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ପୁତୁରାଙ୍କୁ ରକ୍ତାକ୍ତ ଆକ୍ରମଣ! appeared first on Odisha Reporter.

]]>

ନିଆଳି (ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକ ଅଁଳୋ ପଞ୍ଚାୟତ ମହିଳା ସରପଞ୍ଚଙ୍କୁଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଆସିଛି। ବୁଧବାର ଅଁଳୋ ପଞ୍ଚାୟତର କଳିଆଘାଇ ହାଟ ନିଲାମ ବେଳେ ଏଭଳି ଘଟଣା ଘଟିଛି।

କଟକ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ଅଜୟ କୁମାର୍ ସ୍ୱାଇଁ ଓ ସହଯୋଗୀଙ୍କ ଆକ୍ରମଣରେ ସରପଞ୍ଚ ସ୍ନିଗ୍ଧା ମହାନ୍ତିଙ୍କ ପୁତୁରା ରକ୍ତାକ୍ତ ହୋଇଛନ୍ତି। ଏପରିକି ସେମାନେ ପଞ୍ଚାୟତ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ହାଟ ନିଲାମ ସମୟରେ ସରକାରୀ ଅଧିକାରୀ ଜିପିଓ, ଏସଡିପିଓ, ପିଓଙ୍କ ସମେତ ସରପଞ୍ଚ ଉପସ୍ଥିତ ଥିଲେ। ଘଟଣାକୁ ନେଇ ସରପଞ୍ଚ ନିଆଳି ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସରପଞ୍ଚ ସ୍ନିଗ୍ଧା ମହାନ୍ତି କହିଛନ୍ତି, ପୂର୍ବ ଶତ୍ରୁତାକୁ ଆଧାର କରି ସେମାନେ ଆମ ଉପରକୁ ଆକ୍ରମଣ କରିଛନ୍ତି। ପୂର୍ବରୁ ସେମାନଙ୍କ ରାଗ ମୋ ସ୍ୱାମୀ ଓ ଦେଢ଼ଶୂରଙ୍କ ଉପରେ ଥିଲା। ଯେହେତୁ ମୁଁ ଜଣେ ମହିଳା ସରପଞ୍ଚ ଏବଂ ଆଉ କିଛି ଦିନ ପରେ ମୋର କାର୍ଯ୍ୟକାଳ ଶେଷ ହୋଇଯିବ। ତେଣୁ ଏହାରି ଭିତରେ ମୁଁ ସବୁ କାମ ଶେଷ କରିବାକୁ ଚାହେଁ। ହେଲେ ସେମାନେ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମରେ ବାଧା ସୃଷ୍ଟି କରିବା ପାଇଁ ଏମିତି କାମ କରୁଛନ୍ତି ବୋଲି ସ୍ନିଗ୍ଧା କହିଛନ୍ତି।

ସେ ମଧ୍ୟ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି। ଏହା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ କରୋନାରେ ସରପଞ୍ଚଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା।

The post ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ପୁତୁରାଙ୍କୁ ରକ୍ତାକ୍ତ ଆକ୍ରମଣ! appeared first on Odisha Reporter.

]]>
right bottom 2021-08-18 15:46:00 https://cdn.odishareporter.in/wp-content/uploads/2021/08/18154306/niali.jpg
କଟକର ଏରୋପ୍ଲେନ୍‌ ବୟ ଆଦିତ୍ୟ, ଘରେ କରିଛନ୍ତି ଏୟାର୍‌ବେଶ https://odishareporter.in/odisha/cuttack/aditya-aeroplane-man-in-cuttack-667435?utm_source=rss&utm_medium=rss&utm_campaign=aditya-aeroplane-man-in-cuttack Mon, 16 Aug 2021 10:52:43 +0000 https://odishareporter.in/?p=667435

କଟକ(ଓଡ଼ିଶା ରିପୋର୍ଟର): କଟକ ତୁଳସୀପୁର ମଠସାହି ର ୯ମ ଶ୍ରେଣୀର ଛାତ୍ର ଆଦିତ୍ୟ ମହାରଣା ସ୍ଥାନୀୟ ଅଞ୍ଚଳରେ ଏବେ ଏରୋପ୍ଲେନ ବୟ ଭାବେ ବେଶ୍ ଜଣାଶୁଣା  । ସୋଲ ଓ ପଟି କୁ ବ୍ୟବହାର କରି ସେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ଏରୋପ୍ଲେନ।  ଘରର ଗୋଟିଏ ବଖରାକୁ ଏୟାର୍‌ବେସ  ବନାଇ ଥିବା ଆଦିତ୍ୟ ମହାନଦୀ କୂଳରେ ସବୁ ଦିନ ଉଡାଉଛନ୍ତି ନିଜେ ତିଆରି କରିଥିବା ନୂଆ ଉଡାଜାହାଜ । ତେବେ ଜଣେ ଅଟୋ ଚାଳକ ଭାବେ […]

The post କଟକର ଏରୋପ୍ଲେନ୍‌ ବୟ ଆଦିତ୍ୟ, ଘରେ କରିଛନ୍ତି ଏୟାର୍‌ବେଶ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): କଟକ ତୁଳସୀପୁର ମଠସାହି ର ୯ମ ଶ୍ରେଣୀର ଛାତ୍ର ଆଦିତ୍ୟ ମହାରଣା ସ୍ଥାନୀୟ ଅଞ୍ଚଳରେ ଏବେ ଏରୋପ୍ଲେନ ବୟ ଭାବେ ବେଶ୍ ଜଣାଶୁଣା  । ସୋଲ ଓ ପଟି କୁ ବ୍ୟବହାର କରି ସେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ଏରୋପ୍ଲେନ।  ଘରର ଗୋଟିଏ ବଖରାକୁ ଏୟାର୍‌ବେସ  ବନାଇ ଥିବା ଆଦିତ୍ୟ ମହାନଦୀ କୂଳରେ ସବୁ ଦିନ ଉଡାଉଛନ୍ତି ନିଜେ ତିଆରି କରିଥିବା ନୂଆ ଉଡାଜାହାଜ । ତେବେ ଜଣେ ଅଟୋ ଚାଳକ ଭାବେ ପାରୁ ପର୍ଯ୍ୟନ୍ତ ଯନ୍ତ୍ରପାତି ଯୋଗାଉଛନ୍ତି ତାଙ୍କ  ବାପା । ଆଦିତ୍ୟକୁ  ସ୍କୁଲ କିମ୍ବା ବାହାରୁ ପ୍ରୋତ୍ସାହନ ମିଳିଲେ ପିଲାଟି ଆଗକୁ ବଢି ପାରନ୍ତା ଏବଂ ତାର ଏହି ପ୍ରକଳ୍ପଗୁଡ଼ିକ ଲୋକଲୋଚନକୁ ଆସିପାରନ୍ତା ।

ଏଭଳି ଦଶ ପ୍ରକାର ଉଡାଜାହଜ ତିଆରି କରି ଆଦିତ୍ୟ ସେଥିରେ ବ୍ୟାଟେରୀ, ମୋଟର , ରିମୋର୍ଟ, ଇଏସ କଣ୍ଟ୍ରୋଲର ଓ ରିସିଭରଏସି ଲଗାଇ ତାହାକୁ ଉଡାଉଛନ୍ତି । ଆଠ ବର୍ଷ  ବୟସରୁ ଆଦିତ୍ୟ ଘରେ ଏଭଳି ଜିନିଷ ତିଆରି ଆରମ୍ଭ କରିଥିଲା। ପରେ ବାପା ମାଆ ପୁଅର ଆଗ୍ରହ କୁ ଦେଖି ତାକୁ ସବୁ ପ୍ରକାର ସହଯୋଗ ଦେଇଥିଲେ। ଫଳରେ ଛଅ ବର୍ଷ ମଧ୍ୟରେ ନବମ ଶ୍ରେଣୀରେ ପଢୁଥିବା ଆଦିତ୍ୟ ଏବେ ଉଡାଜାହଜ ସହ ବୋଟ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍, ସାଇକେଲ ଆଦି  ତିଆରି କରି ତାକୁ ସେଥିରେ ଇଂଜିନ ଲଗାଇ ସେସବୁ କୁ ଚଳାଉଛନ୍ତି ।

ଆଦିତ୍ୟ ଭଲ ପାଠ ପଡୁଥିଲେ ବି ତାଙ୍କର ଏହି ପ୍ରୟୋଗ ବା ସଫଳ କାମକୁ ବିଶେଷ ପ୍ରୋତ୍ସାହନ ମିଳୁ ନାହିଁ।  ସେ ପଢୁଥିବା ସ୍କୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ବଡ ବିଜ୍ଞାନ ମେଳାରେ ମଧ୍ୟ ତାଙ୍କୁ ସଠିକ୍ ପ୍ରୋତ୍ସାହନ ମିଳିପାରୁନାହିଁ । ତୁଳସୀପୁର ହାଇସ୍କୁଲ ରେ ବିଜ୍ଞାନ ମେଳା ହେଉ ନ ଥିବା ବେଳେ ବାପା ବିପିନ ମହାରଣା ଜଣେ ଅଟୋ ଚାଳକ ହୋଇଥିବାରୁ ଆଗକୁ ବଢିବା ପାଇଁ ବିଶେଷ ପ୍ରୋତ୍ସାହନ ଯୋଗାଇ ପାରୁ ନାହାନ୍ତି । ଘରେ ବୟସ୍କ ଜେଜେମା  ଓ ମା ସମସ୍ତେ ଚାହୁଛନ୍ତି ଏତେ ଛୋଟ ବୟସରେ ପିଲାଟି ଯଦି ଉଡାଜାହଜ ଠାରୁ ଆରମ୍ଭ କରି ବୋଟ ,ମୋଟର ସାଇକେଲ,ଜେସି ବି ଆଦି ର ଅବିକଳ ମଡ଼େଲ୍ ଗୁଡିକ ପ୍ରସ୍ତୁତ କରିଛି ତେଣୁ ତାକୁ ପ୍ରୋତ୍ସାହନ ମିଳିବା ଦରକାର।  ବିଭିନ୍ନ ପ୍ରକାର ର ଅଦରକାରୀ ଜିନିଷକୁ ବ୍ୟବହାର କରି ସେ ଏସବୁ ଜିନିଷ ପ୍ରସ୍ତୂତ କରିଥିବା ବେଳେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଆଖପାଖର ଲୋକେ। ତାଙ୍କ ପାଖରେ  ଦକ୍ଷତା ରହିଛି। ତେଣୁ ତାକୁ ଟିକେ ଉତ୍ସାହ ଓ ସ୍ୱୀକୃତୀ  ମିଳିଲେ ସେ ଭବିଷ୍ୟତ ରେ ବହୁତ ଆଗକୁ ବଢିପାରନ୍ତା ବୋଲି ମତବ୍ୟକ୍ତ କରିଛନ୍ତି ତାଙ୍କ ପରିବାର ଲୋକେ ଏବଂ ପାଖ ପଡ଼ୋଶୀ।

The post କଟକର ଏରୋପ୍ଲେନ୍‌ ବୟ ଆଦିତ୍ୟ, ଘରେ କରିଛନ୍ତି ଏୟାର୍‌ବେଶ appeared first on Odisha Reporter.

]]>
right top 2021-08-16 16:22:43 https://cdn.odishareporter.in/wp-content/uploads/2021/08/16162210/5t.jpg
ଅଧା ଲୋକଙ୍କୁ ମିଳିନି ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗାଁ’ ଫଳକ https://odishareporter.in/odisha/false-external-defecation-plaque-in-the-entrance-of-village-666601?utm_source=rss&utm_medium=rss&utm_campaign=false-external-defecation-plaque-in-the-entrance-of-village Fri, 13 Aug 2021 06:23:44 +0000 https://odishareporter.in/?p=666601

ଟାଙ୍ଗି(ଓଡ଼ିଶା ରିପୋର୍ଟର): ଗାଁ ମୁଣ୍ଡରେ ଲାଗିଛି ବାହ୍ୟ ମଳମୁକ୍ତ ଗ୍ରାମର ଫଳକ । ହେଲେ ବାହାରେ ମଳତ୍ୟାଗ କରୁଛନ୍ତି ଲୋକେ । ପାଇଖାନା ନିର୍ମାଣ ପାଇଁ ଅନେକଙ୍କ ଘରେ ସର୍ଭେ ହୋଇଛି , ହେଲେ ପାଇଖାନା ତିଆରି ହୋଇନି । ପୁଣି ଯେଉଁମାନଙ୍କର ପାଇଖାନା ନିର୍ମାଣ ହୋଇଛି ,ତାହା ନିମ୍ନମାନର ଓ ଅନୁପଯୋଗୀ । ଟାଙ୍କି ପାଇଁ ଆସିଥିବା ନନ୍ଦ ଏଯାବତ୍ ବାହାରେ ପଡିରହିଛି । ଏପରି ଚିତ୍ର କଟକ ଜିଲ୍ଲା କରି ପଂଚାୟତର ରଗଡି ସାହି […]

The post ଅଧା ଲୋକଙ୍କୁ ମିଳିନି ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗାଁ’ ଫଳକ appeared first on Odisha Reporter.

]]>

ଟାଙ୍ଗି(ଓଡ଼ିଶା ରିପୋର୍ଟର): ଗାଁ ମୁଣ୍ଡରେ ଲାଗିଛି ବାହ୍ୟ ମଳମୁକ୍ତ ଗ୍ରାମର ଫଳକ । ହେଲେ ବାହାରେ ମଳତ୍ୟାଗ କରୁଛନ୍ତି ଲୋକେ । ପାଇଖାନା ନିର୍ମାଣ ପାଇଁ ଅନେକଙ୍କ ଘରେ ସର୍ଭେ ହୋଇଛି , ହେଲେ ପାଇଖାନା ତିଆରି ହୋଇନି । ପୁଣି ଯେଉଁମାନଙ୍କର ପାଇଖାନା ନିର୍ମାଣ ହୋଇଛି ,ତାହା ନିମ୍ନମାନର ଓ ଅନୁପଯୋଗୀ । ଟାଙ୍କି ପାଇଁ ଆସିଥିବା ନନ୍ଦ ଏଯାବତ୍ ବାହାରେ ପଡିରହିଛି । ଏପରି ଚିତ୍ର କଟକ ଜିଲ୍ଲା କରି ପଂଚାୟତର ରଗଡି ସାହି ଗାଁରେ ଦେଖିବାକୁ ମିଳିଛି । ଏପରିକି ଶୌଚାଳୟ ଭିତରେ ନଡା ରଖାଯାଉଥିବା ବେଳେ କୁକୁଡା ବି ରହୁଛନ୍ତି ।

ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଶୌଚାଳୟ।

ଲୁହା ପାଇପ୍ ବଦଳରେ ବାଉଁଶ ଲଗାଇ ପାଇଖାନା ଘର ଉପରେ ଆଜବେଷ୍ଟସ ପଡିଛି । ସେଥିଲାଗି ପାଇଖାନା ଭିତରେ ଲୋକେ କୁକୁଡା ଓ ନଡା ରଖୁଥିବା କହିଛନ୍ତି ।

୨୦୧୪ ମସିହାରୁ ବାହ୍ୟ ମଳମୁକ୍ତ ଗ୍ରାମ ଯୋଜନା ଆରମ୍ଭ ହୋଇଥିବା ବେଳେ ଏଯାବତ୍ ୫୦ ପ୍ରତିଶତ ହିତାଧିକାରୀ ଏହାର ସୁଫଳ ପାଇ ନଥିବା ଅଭିଯୋଗ ହୋଇଛି । ଏନେଇ ଅସାଧୁ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି ।

ଅନ୍ୟପଟେ ଟାଙ୍ଗୀ ବିଡିଓ ବିନୋନ୍ଦ କୁମାର ସେନାପତି କହିଛନ୍ତି, ଲୋକମାନଙ୍କର ମଧ୍ୟ କିଛି ଭୁଲ ରହୁଛି । ସେମାନେ କାମ ଶେଷ ନ ହେବା ପୂର୍ବରୁ ଠିକାଦାରଙ୍କ କଥାରେ ପଡି ପାଇଖାନାରେ ନାମ ଫଳକ ଲେଖନ୍ତୁ ନାହିଁ କିମ୍ବା ଫଟୋ ନ ଉଠାନ୍ତୁ । ଏହାସହିତ ସେ କହିଛନ୍ତି, ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନିଆଯିବ ।

The post ଅଧା ଲୋକଙ୍କୁ ମିଳିନି ପାଇଖାନା, ହେଲେ ଲାଗିଛି ‘ବାହ୍ୟ ମଳମୁକ୍ତ ଗାଁ’ ଫଳକ appeared first on Odisha Reporter.

]]>
right bottom 2021-08-13 12:33:17 https://cdn.odishareporter.in/wp-content/uploads/2021/08/13114751/ttt-2.jpg
କୋଭିଡ ହସ୍ପିଟାଲ ଆଇସିୟୁରୁ ରୋଗୀ ଗାଏବ https://odishareporter.in/odisha/a-patient-admitted-ib-scb-covid-hospital-icu-is-not-found-now-665990?utm_source=rss&utm_medium=rss&utm_campaign=a-patient-admitted-ib-scb-covid-hospital-icu-is-not-found-now Wed, 11 Aug 2021 06:07:05 +0000 https://odishareporter.in/?p=665990

କଟକ(ଓଡ଼ିଶା ରିପୋର୍ଟର):  ଆଇସିୟୁରୁ ଗାଏବ ହୋଇଗଲେ ରୋଗୀ। ଆଶ୍ଚର୍ଯ୍ୟ ଲାଗିଲେ ବି ଏପରି ଘଟଣା ଘଟିଛି କଟକ ଏସ୍‌ସିବିସ୍ଥିତ କୋଭିଡ ହସ୍ପିଟାଲରେ । ରୋଗୀ କୁଆଡ଼େ ଗଲେ ବୋଲି ପରିବାର ଲୋକଙ୍କ ପ୍ରଶ୍ନର ଉତ୍ତର ମେଡିକାଲ କର୍ତ୍ତୃପକ୍ଷ ଦେଇ ପାରୁ ନ ଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଗୁରୁତର ରୋଗୀ କିପରି ମେଡିକାଲ କର୍ମଚାରୀଙ୍କ ଅଗୋଚରରେ ବାହାରକୁ ଯିବାକୁ ସକ୍ଷମ ହେଲା  ତାକୁ ପରିବାର ଲୋକ ସହଜେ […]

The post କୋଭିଡ ହସ୍ପିଟାଲ ଆଇସିୟୁରୁ ରୋଗୀ ଗାଏବ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର):  ଆଇସିୟୁରୁ ଗାଏବ ହୋଇଗଲେ ରୋଗୀ। ଆଶ୍ଚର୍ଯ୍ୟ ଲାଗିଲେ ବି ଏପରି ଘଟଣା ଘଟିଛି କଟକ ଏସ୍‌ସିବିସ୍ଥିତ କୋଭିଡ ହସ୍ପିଟାଲରେ । ରୋଗୀ କୁଆଡ଼େ ଗଲେ ବୋଲି ପରିବାର ଲୋକଙ୍କ ପ୍ରଶ୍ନର ଉତ୍ତର ମେଡିକାଲ କର୍ତ୍ତୃପକ୍ଷ ଦେଇ ପାରୁ ନ ଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଗୁରୁତର ରୋଗୀ କିପରି ମେଡିକାଲ କର୍ମଚାରୀଙ୍କ ଅଗୋଚରରେ ବାହାରକୁ ଯିବାକୁ ସକ୍ଷମ ହେଲା  ତାକୁ ପରିବାର ଲୋକ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। ସତରେ ଗାଏବ ହୋଇଛନ୍ତି ନା ପଛରେ ଆଉ କିଛି ସତ ଲୁଚି ରହିଛି ତାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପାରେ ବର୍ଷିଛନ୍ତି ରୋଗୀଙ୍କ ପରିବାର ଲୋକ ।

ମିଳିଥିବା ସୂଚନା ଅନୁଯାୟୀ, ମାହାଙ୍ଗା ଅଞ୍ଚଳର ବ୍ୟକ୍ତିଜଣକ କୋଭିଡ଼ରେ ଆକ୍ରାନ୍ତ ହୋଇ  ଗତ ଗୁରୁବାର ଏସସିବିରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତ ରାତି ୩ଟାରୁ ସେ କେଉଁଆଡ଼େ ଚାଲି ଯାଇଛନ୍ତି ।  ପରିବାର ଲୋକେ ତାଙ୍କ ବିଷୟରେ ଖବର ନେବାରୁ ସେ କେଉଁଆଡ଼େ ଚାଲି ଯାଇଥିବା କୋଭିଡ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।  ଯାହାକୁ ବି ପରିବାର ଲୋକ ସହଜେ ଗ୍ରହଣ କରି ପାରି ନ ଥିଲେ। ।

କୋଭିଡ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଜଣେ ଆଇସିୟୁ ପେସେଣ୍ଟ କିପରି ଅନ୍ତର୍ଦ୍ଧାନ ହୋଇଗଲେ ବୋଲି ପ୍ରଶ୍ନ ହୋଇଛି।  ଏନେଇ ରୋଗୀଙ୍କ ପରିବାର ଲୋକ କଟକ ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଏସସିବିସ୍ଥିତ କୋଭିଡ ହସ୍ପିଟାଲରେ ରୋଗୀ ସୁରକ୍ଷା ନେଇ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଗତ କିଛି ତଳେ କୋଭିଡ ହସ୍ପିଟାଲରେ ୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଜଣେ ରୋଗୀ ବାଥ୍‌ରୁମ୍‌ରେ ପଡ଼ି ଓ ଜଣେ ଅନ୍ୟ ଜଣେ ୪ ମହଲା ଝରକାରୁ ତଳକୁ ଖସି ଆଖି ବୁଜିଥିଲେ। ଏବେ ଆଇସିୟୁରୁ ଜଣେ ରୋଗୀ ଗାଏବ ହୋଇଯାଇଥିବା ବେଳେ ସେ ଜୀବିତ ଅଛନ୍ତି ନା ନାହିଁ ତାକୁ ନେଇ ଆରମ୍ଭ ହେଲାଣି ଖୋଳତାଡ଼।  ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁ ନ ଥିବା ବେଳେ ମେଡିକାଲ କର୍ମଚାରୀଙ୍କ ହାତରେ ନିଜ  ଆତ୍ମୀୟଙ୍କୁ ଟେକି ଦେବାକୁ ଏବେ ଆଉ ସୁରକ୍ଷିତ ମଣୁ ନାହାନ୍ତି ସାଧାରଣ ଲୋକ। ରୋଗୀ ଭଲ ହୋଇ ଆସୁଥିବା  ବେଳେ ହଠାତ୍‌ ସେମାନଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଏକ ଶକ୍ତ ଝଟକା ଦେଉଥିବା ବେଳେ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଯତ୍ନକୁ ନେଇ  ଉଠିଲାଣି ପ୍ରଶ୍ନବାଚୀ।

The post କୋଭିଡ ହସ୍ପିଟାଲ ଆଇସିୟୁରୁ ରୋଗୀ ଗାଏବ appeared first on Odisha Reporter.

]]>
centre top 2021-08-11 11:37:05 https://cdn.odishareporter.in/wp-content/uploads/2021/08/11113446/scb.jpg
ପୂଜା ଗାଇଡଲାଇନ୍‌କୁ ବିରୋଧ: ‘ମୁଣ୍ଡ ଖଟେଇ ନାହାନ୍ତି, କପି ପେଷ୍ଟ କରିଛନ୍ତି’ https://odishareporter.in/odisha/puja-organaisations-oppose-guideline-for-puja-665727?utm_source=rss&utm_medium=rss&utm_campaign=puja-organaisations-oppose-guideline-for-puja Tue, 10 Aug 2021 07:06:22 +0000 https://odishareporter.in/?p=665727

କଟକ(ଓଡ଼ିଶା ରିପୋର୍ଟର): ପୂଜା ପାଇଁ ସୋମବାର ଗାଇଡଲାଇନ୍‌ ଜାରି କରାଯାଇଛି। କିନ୍ତୁ ଏହି ଗାଇଡଲାଇନ୍‌କୁ ନେଇ ପୂଜା କମିଟିଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଖୋଲାଖୋଲି ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ କହିବ କଥା, ଏବକାର ସ୍ଥିତିକୁ ଦେଖଇ ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇ ନାହିଁ। ଗତବର୍ଷ ଯାହା ଥିଲା, ତାକୁ ଥୋଇ ଦେଇଛନ୍ତି। ମୁଣ୍ଡ ନ ଖଟାଇ ଗାଇଡଲାଇନ୍‌କୁ କପି ପେଷ୍ଟ  କରିଛନ୍ତି। କଟକ ମହାନଗର ପୂଜା କମିଟିର ସଂପାଦକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ […]

The post ପୂଜା ଗାଇଡଲାଇନ୍‌କୁ ବିରୋଧ: ‘ମୁଣ୍ଡ ଖଟେଇ ନାହାନ୍ତି, କପି ପେଷ୍ଟ କରିଛନ୍ତି’ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ପୂଜା ପାଇଁ ସୋମବାର ଗାଇଡଲାଇନ୍‌ ଜାରି କରାଯାଇଛି। କିନ୍ତୁ ଏହି ଗାଇଡଲାଇନ୍‌କୁ ନେଇ ପୂଜା କମିଟିଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଖୋଲାଖୋଲି ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ କହିବ କଥା, ଏବକାର ସ୍ଥିତିକୁ ଦେଖଇ ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇ ନାହିଁ। ଗତବର୍ଷ ଯାହା ଥିଲା, ତାକୁ ଥୋଇ ଦେଇଛନ୍ତି। ମୁଣ୍ଡ ନ ଖଟାଇ ଗାଇଡଲାଇନ୍‌କୁ କପି ପେଷ୍ଟ  କରିଛନ୍ତି।

କଟକ ମହାନଗର ପୂଜା କମିଟିର ସଂପାଦକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ କହିଛନ୍ତି, ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିଲେ କରୋନା କିପରି କମିବ ବୁଝାପଡ଼ୁନି। ମୂର୍ତ୍ତିର ଉଚ୍ଚତା କମିବା ସହିତ କରୋନା କମିବାର କି ସମ୍ପର୍କ ଅଛି ବୁଝି ହେଉନି ।

ସରକାର ସର୍ବମୟ କର୍ତ୍ତା। ଗତବର୍ଷର ନିଷ୍ପତ୍ତିକୁ ଏଥର ଆଖି ବୁଜି ସରକାର ଲାଗୁ କରିଦେଲେ। କିଛି ମୁଣ୍ଡ ଖଟାଇବାର ଆବଶ୍ୟକତା ଥିଲା ।  ମୂର୍ତ୍ତି ରହୁ। ଆଗରେ ପରଦା ଢ଼ାଙ୍କି ପୂଜା କରିବାର ମାନେ କିଛି ନାହିଁ। ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ । ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ ବୋଲି ପ୍ରଭାତ କହିଛନ୍ତି ।

ସେ  କହିଛନ୍ତି, ସରକାରଙ୍କ ଅନ୍ୟ କୋଭିଡ ଗାଇଡଲାଇନ୍‌, ଯେପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ, ପ୍ରୋଶେସନରେ ମା’ଙ୍କୁ ନେଇ ବିସର୍ଜନ ନ କରିବା ଆଦି ଉପରେ ସବୁ କମିଟି ଶତ ପ୍ରତିଶତ ରାଜି।  ହେଲେ ସରକାରଙ୍କ ଦ୍ୱାରା ଲାଗୁ ଅନାବଶ୍ୟକ ନିୟମ ଶ୍ରଦ୍ଧାଳୁଙ୍କୁ ଗଭୀର ଆଘାତ ଦେଇଛି।

ସୂଚନାଯୋଗ୍ୟ,  ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପାର୍ବଣ ଲାଗି ଗାଇଡଲାଇନ୍‌ ଜାରି ହୋଇଥିଲା । ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଛି। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି ବୋଲି କୁହାଯାଇଛି ।

ଏଥର ବିସର୍ଜନ ଶୋଭାଯାତ୍ରା ବାରଣ ଥିବାବେଳେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ କୁହାଯାଇଛି । ତେବେ ମଣ୍ଡପ ବା କମିଟି ପକ୍ଷରୁ ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ କରାଯାଇ ପାରିବ ନାହିଁ।  ସେହିପରି ପୂଜା ଅବସରରେ ଭୋଜିଭାତ କରିବାକୁ ଅନୁମତି ଦିଆଯିବ ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।  ଅନ୍ୟପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ସରକାରଙ୍କ ଅନୁମତି ଦେଇଛନ୍ତି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ହୋଇପାରିବ । ତେବେ ଶିକ୍ଷକ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା କୋଭିଡ ଗାଇଡଲାଇନ ମାନି ପୂଜା କରିବାକୁ ଅନୁମତି ଦିଆଯିବ ।

The post ପୂଜା ଗାଇଡଲାଇନ୍‌କୁ ବିରୋଧ: ‘ମୁଣ୍ଡ ଖଟେଇ ନାହାନ୍ତି, କପି ପେଷ୍ଟ କରିଛନ୍ତି’ appeared first on Odisha Reporter.

]]>
centre bottom 2021-08-10 12:45:16 https://cdn.odishareporter.in/wp-content/uploads/2020/08/31145120/Durga_Puja-777.jpg
୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୬ ଗିରଫ https://odishareporter.in/odisha/1kg-brown-sugar-seized-in-cuttack-665493?utm_source=rss&utm_medium=rss&utm_campaign=1kg-brown-sugar-seized-in-cuttack Mon, 09 Aug 2021 07:28:14 +0000 https://odishareporter.in/?p=665493

କଟକ (ଓଡ଼ିଶା ରିପୋର୍ଟର): କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ୍ ବ୍ରାଉନ୍ ସୁଗର। ତା’ସହିତ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଏହି ସୂଚନା। ବିଶେଷ ସୂତ୍ରରୁ ଖବର ପାଇ ରବିବାର ଅପରାହ୍ଣରେ କଟକ ଲାଲ୍‌ବାଗ ଥାନା ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍‌ର ଏକ ମିଳିତ ଟିମ୍ ଚଢ଼ାଉ କରି ଏହି ବ୍ରାଉନ୍ ସୁଗର ଜବତ କରିବା ସହିତ ୬ ଅଭିଯୁକ୍ତଙ୍କୁ […]

The post ୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୬ ଗିରଫ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ୍ ବ୍ରାଉନ୍ ସୁଗର। ତା’ସହିତ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଏହି ସୂଚନା।

ବିଶେଷ ସୂତ୍ରରୁ ଖବର ପାଇ ରବିବାର ଅପରାହ୍ଣରେ କଟକ ଲାଲ୍‌ବାଗ ଥାନା ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍‌ର ଏକ ମିଳିତ ଟିମ୍ ଚଢ଼ାଉ କରି ଏହି ବ୍ରାଉନ୍ ସୁଗର ଜବତ କରିବା ସହିତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ପୁଲିସ୍ କମିଶନରଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଏହି ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀର ଓ ଅନ୍ୟ ଜଣେ କଟକର ଲାଲବାଗ୍ ଥାନା ଅଞ୍ଚଳର ବାସିନ୍ଦା। ସେମାନଙ୍କ ନାଁରେ ଅନ୍ୟାନ୍ୟ ମାମଲା ମଧ୍ୟ ରହିଛି। ସେହିପରି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରୁ ପୂର୍ବରୁ ମଧ୍ୟ ବ୍ରାଉନ୍ ସୁଗର ଜବତ କରାଯାଇଥିଲା।

ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଜବତ ବ୍ରାଉନ୍‌ ସୁଗରକୁ ଜଗତସିଂହପୁର ଓ ପୁରୀ ଆଦି ସ୍ଥାନକୁ ପଠାଇଥା’ନ୍ତେ। ସେମାନେ ଜଳେଶ୍ୱରରୁ ବ୍ରାଉନ୍ ସୁଗର ଆଣି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଆଦି ଅଞ୍ଚଳକୁ ପଠାଇଥା’ନ୍ତି। ଅଭିଯୁକ୍ତମାନଙ୍କର ଏହି କାରବାର ସଂପର୍କରେ ଅଧିକ ତଦନ୍ତ କରାଯିବ।

ସିପି କହିଛନ୍ତି, ଏତେ ପରିମାଣରେ ବ୍ରାଉନ୍ ସୁଗର ଜବତ ହେବା ନିଶ୍ଚିତ ଭାବେ କଟକ ପୁଲିସ୍ ପାଇଁ ଏକ ବଡ଼ ସଫଳତା। ଗତ ୫ ମାସ ମଧ୍ୟରେ କଟକ ପୁଲିସ୍‌ର ଡ୍ରଗ୍ସ ବିରୋଧୀ ଅଭିଯାନ ବେଶ୍ ଜୋରଦାର ରହିଛି। ଆଉ ଏହି ସମୟ ମଧ୍ୟରେ ୪ କେଜି ୨୮୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି। ଗତ ୫ ମାସରେ କଟକ ଓ ଭୁବନେଶ୍ୱରରୁ ମିଶାଇ ୬ କେଜି ୩୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର ଜବତ କରାଯାଇଛି। କଟକ ଓ ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ କମିଶନରେଟ୍ ପୁଲିସ୍‌ର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।

The post ୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୬ ଗିରଫ appeared first on Odisha Reporter.

]]>
brown sugar, right bottom, smuggling 2021-08-09 14:37:56 https://cdn.odishareporter.in/wp-content/uploads/2021/08/09125248/accused.jpg
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିକଳ ସ୍ଥିତି; ମାନ୍ୟତା ମିଳୁଛି ହେଲେ ପଦବୀ ଖାଲି https://odishareporter.in/odisha/many-posts-vacant-for-this-students-study-hampered-in-khalikot-unitary-university-665440?utm_source=rss&utm_medium=rss&utm_campaign=many-posts-vacant-for-this-students-study-hampered-in-khalikot-unitary-university Mon, 09 Aug 2021 03:51:54 +0000 https://odishareporter.in/?p=665440

ବ୍ରହ୍ମପୁର(ଅଶୋକ ବ୍ରହ୍ମା):ଦକ୍ଷିଣ ଓଡ଼ିଶାରେ ଶିକ୍ଷାର ପ୍ରାଣକେନ୍ଦ୍ର ଭାବେ ପରିଚିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର। ଦେଢଶ ବର୍ଷ ତଳୁ ମୁଣ୍ଡ ଟେକି ହାସଲ କରି ଆସିଲାଣି ବିଭିନ୍ନ ମାନ୍ୟତା। । ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାଂପସ କାମ । ଖଲ୍ଲିକୋଟ ମହାବିଦ୍ୟାଳୟ  ପାହଚ ପରେ ପାହଚ ଚଢ଼ି  ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା  ପାଇସାରିଥିଲେ ବି ଏହାର ବିକଳ ସ୍ଥିତି ବୟାନ କରୁଛି, ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ […]

The post ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିକଳ ସ୍ଥିତି; ମାନ୍ୟତା ମିଳୁଛି ହେଲେ ପଦବୀ ଖାଲି appeared first on Odisha Reporter.

]]>

ବ୍ରହ୍ମପୁର(ଅଶୋକ ବ୍ରହ୍ମା):ଦକ୍ଷିଣ ଓଡ଼ିଶାରେ ଶିକ୍ଷାର ପ୍ରାଣକେନ୍ଦ୍ର ଭାବେ ପରିଚିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର। ଦେଢଶ ବର୍ଷ ତଳୁ ମୁଣ୍ଡ ଟେକି ହାସଲ କରି ଆସିଲାଣି ବିଭିନ୍ନ ମାନ୍ୟତା। । ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାଂପସ କାମ । ଖଲ୍ଲିକୋଟ ମହାବିଦ୍ୟାଳୟ  ପାହଚ ପରେ ପାହଚ ଚଢ଼ି  ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା  ପାଇସାରିଥିଲେ ବି ଏହାର ବିକଳ ସ୍ଥିତି ବୟାନ କରୁଛି, ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ।

ଆରଟିଆଇ ତଥ୍ୟରୁ ଏହା ସାମ୍ନାକୁ ଆସିବା ପରେ ପଦାରେ ପଡ଼ିଛି ବିଶ୍ୱବିଦ୍ୟାଳୟର ଅସଲ ସ୍ଥିତି । ଏପରିକି ଅନେକ ବିଭାଗରେ ଜଣେ ହେଲେ ଅଧ୍ୟାପକ ମଧ୍ୟ ନାହାନ୍ତି । ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶିକ୍ଷାବିତ୍ । ଖାଲିପଡ଼ିଛି ପ୍ରାୟ ୫୦ ପ୍ରତିଶତରୁ ଅଧିକ ପଦବୀ।  ମୋଟ ୮୮ ପଦବୀରୁ ଏବେ ବି ୫୩ଟି ପୋଷ୍ଟ ଫାଙ୍କା ।

ଏନେଇ ପୂର୍ବତନ ଛାତ୍ରନେତା ପୀତବାସ ପଣ୍ଡା କହିଛନ୍ତି, ଶିକ୍ଷାଦାନଠୁ ବହୁ ଦୂରରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଅର୍ଥନୀତି, କେମେଷ୍ଟ୍ରି, ଜୁଲୋଜି, ଏଜୁକେସନ, ହିନ୍ଦୀ ଆଦି ସବଜେକ୍ଟରେ ଜଣେ ବି ଅଧ୍ୟାପକ ନାହାନ୍ତି। ଏସବୁ ବିଷୟ ପଢ଼ିବା ପ୍ରତି ପିଲାଙ୍କ ଆଗ୍ରହ ଥିବା ସତ୍ତ୍ୱେ ବର୍ଷ ବର୍ଷ ଧରି ଏହି ପଦବୀକୁ ପୂରଣ କରାଯାଉ  ନାହିଁ।

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ।

ଏନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର କହିଛନ୍ତି, ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ନିଯୁକ୍ତି ଆରମ୍ଭ ହେଲେ ଏଥିପାଇଁ ସମୟ ତ ଲାଗିବ। ହେଲେ ସେତେଦିନ କ’ଣ ମରୁଡ଼ି ପଡ଼ିବ । ରାଜ୍ୟ ସରକାର ଅଧ୍ୟାପକ ପଦବୀ ପୂରଣ  ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ସରକାରୀ କଲେଜରୁ ଏଠାକୁ ଅଧ୍ୟାପକ ଆଣିବାକୁ ବ୍ୟବସ୍ଥା କରିବା ଉଚିତ  କିମ୍ବା  ଆଡହକରେ ନିଯୁକ୍ତି କରିବା ଆବଶ୍ୟକ। ନଚେତ, ଅଧ୍ୟାପକ ନିଯୁକ୍ତି ପାଇଁ କୁଳପତିଙ୍କୁ କ୍ଷମତା ଦେବା ଉଚିତ। । ଯାହାବି ହେଉ ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ଉଚିତ ନୁହେଁ।

ସୂଚନାଯୋଗ୍ୟ, ୧୮୭୮ ମସିହାରେ ବ୍ରହ୍ମପୁର ସହରରେ ଗଢ଼ି ଉଠିଥିଲା ଓଡ଼ିଶାର ଏହି ଅନ୍ୟତମ ଶିକ୍ଷା ପ୍ରାଣକେନ୍ଦ୍ର ଖଲିକୋଟ ମହାବିଦ୍ୟାଳୟ । ପ୍ରାୟ ୧୫୦ ବର୍ଷ ଭିତରେ କଲେଜକୁ ମିଳିଛି ବିଭିନ୍ନ ମାନ୍ୟତା । ଗତ ୨୦୧୬ରେ କଲେଜକୁ ଭାରତର ଏକମାତ୍ର କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା। ଏପରିକି ଏକ ଭଡା ଘରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହାର କ୍ଲାସ୍ କରାଗଲା । ମାତ୍ର ପରେ କ୍ଲଷ୍ଟର ମାନ୍ୟତାକୁ ଉଠାଇ ଦିଆଗଲା ।

ଗତ ୧ ତାରିଖରେ ଏହି ମହାବିଦ୍ୟାଳୟକୁ ପୁଣି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ତେବେ ଆବଶ୍ୟକ ଅଧ୍ୟାପକ ନ ଥିବାରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ  । ଅନ୍ୟପଟେ ଖୁବ୍‌ଶୀଘ୍ର ପଦବୀ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କୁଳପତି ।

ଗତ ୧ ତାରିଖରେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ମଧ୍ୟ କଲେଜକୁ ଆସି ଏକକ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ଅବସରରେ ଅଧ୍ୟାପକ ପଦବୀ ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଖଲ୍ଲିକୋଟ ୟୁନିଭରସିଟି   ଏକକ ୟୁନିଭରସିଟି ହିସାବରେ ପରିଣତ ହୋଇଛି। ଏହାର ଉନ୍ନତି ପାଇଁ ସବୁ ସହଯୋଗ ରାଜ୍ୟ ସରକାର କରିବେ। ଭିତ୍ତିଭୂମି ପାଇଁ ଅର୍ଥର ଅଭାବ ରହିବ ନାହିଁ। ଟିଚିଂ,ନନ୍‌ଟିଚିଂ ଷ୍ଟାଫ ପୂରଣ କରାଯିବ ବୋଲି କହିଥିଲେ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର । ହେଲେ ପ୍ରତିଶ୍ରୁତି ଅନୁଯାୟୀ, କିଛି ବି ପଦକ୍ଷେପ ନିଆଯାଇନି।

ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉଦବୋଧନ ଦେଉଛନ୍ତି।

 

ଏନେଇ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କହିଛନ୍ତି,  ଓଡ଼ିଶା ପବ୍ଲିକ ସର୍ଭିସ ଜରିଆରେ ଅଧ୍ୟାପକ, ପ୍ରାଧ୍ୟାପକ, ଆସିଷ୍ଟାଣ୍ଡ ପ୍ରଫେସର, ଆସୋସିଏଟ ପ୍ରଫେସର, ପ୍ରଫେସର ପଦବୀ ପୂରଣ କରାଯିବ। ଏଥିପାଇଁ ବିଜ୍ଞାପନ ବାହାରି ନିଯୁକ୍ତି ପ୍ରକ୍ରିୟା କରାଯିବ। । ହେଲେ କିଛି ସମୟ ଲାଗିବ।

୧୫୦ ବର୍ଷର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟକୁ ମାନ୍ୟତା ପରେ ମାନ୍ୟତା ମିଳୁଛୁ। ହେଲେ ସ୍ୱାଭାବିକ ଭାବେ ପାଠପଢ଼ା ପାଇଁ ସବୁ ବିଭାଗ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାର କେତେ ତତ୍ପରତା ପ୍ରକାଶ କରୁଛନ୍ତି ତାହା ସମୟ କହିବ।

The post ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିକଳ ସ୍ଥିତି; ମାନ୍ୟତା ମିଳୁଛି ହେଲେ ପଦବୀ ଖାଲି appeared first on Odisha Reporter.

]]>
Berhampur, odisha education, right bottom 2021-08-09 15:00:59 https://cdn.odishareporter.in/wp-content/uploads/2021/08/09091557/khalikot-1.jpg
ଠିକାଦାରୀ ହେଲା କାଳ, ଖୁଡ଼ିକୁ ହାଣିଲା ପୁତୁରା https://odishareporter.in/odisha/nephew-killed-aunty-in-athagad01-665428?utm_source=rss&utm_medium=rss&utm_campaign=nephew-killed-aunty-in-athagad01 Mon, 09 Aug 2021 02:32:11 +0000 https://odishareporter.in/?p=665428

ଆଠଗଡ଼ (ନୀଳକଣ୍ଠ ଦୋରା):  ଠିକାଦାରୀ ଓ ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ।  ପୁତୁରାର ଅତର୍କିତ ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ହୋଇଛନ୍ତି।  ଏପରି ବିଭତ୍ସ କାଣ୍ଡ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତ ମହିଳାଙ୍କ ନାଁ ବିଲି ମହାଳିକ । ଗୁରୁତର ଦ୍ୱୟ ହେଲେ ବିଲିଙ୍କ ସ୍ୱାମୀ ଶିବ ମହାଳିକ ଓ ପୁଅ […]

The post ଠିକାଦାରୀ ହେଲା କାଳ, ଖୁଡ଼ିକୁ ହାଣିଲା ପୁତୁରା appeared first on Odisha Reporter.

]]>

ଆଠଗଡ଼ (ନୀଳକଣ୍ଠ ଦୋରା):  ଠିକାଦାରୀ ଓ ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ।  ପୁତୁରାର ଅତର୍କିତ ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ହୋଇଛନ୍ତି।  ଏପରି ବିଭତ୍ସ କାଣ୍ଡ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତ ମହିଳାଙ୍କ ନାଁ ବିଲି ମହାଳିକ । ଗୁରୁତର ଦ୍ୱୟ ହେଲେ ବିଲିଙ୍କ ସ୍ୱାମୀ ଶିବ ମହାଳିକ ଓ ପୁଅ ଆଲୋକ ମହାଳିକ। 

ସୂଚନା ଅନୁଯାୟୀ, କାଠଖୁଣ୍ଟ ଗାଁରେ ଆଲୋକ ମହାଳିକ ଓ ବାଦଲ ମହାଳିକଙ୍କ ପରିବାର ରୁହନ୍ତି। ଉଭୟ ସମ୍ପର୍କରେ ଦାଦା ପୁଅ ଓ ବଡ଼ବାପା ପୁଅ ଭାଇ।  କିନ୍ତୁ ଠିକାଦାରୀ କାମକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା।  ଗାଁକୁ ଆସୁଥିବା ସରକାରୀ କାମ ପ୍ରାୟତଃ ଆଲୋକ ପାଉଥିବା ବେଳେ ଏଥିପାଇଁ ବାଦଲ ତାଙ୍କୁ ଈର୍ଷା କରୁଥିଲେ।

ବାଦଲ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲେ। ଏହି ସମୟରେ ଆଲୋକ ନିଜ ଘର ବାହାରେ ଛିଡ଼ା ହୋଇଥିଲେ। ବାଦଲ ତାଙ୍କୁ ଦେଖି ଗାଳିଗୁଲଜ କରିଥିଲେ। ଏଥିଯୋଗୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ପରେ ବାଦଲ ଓ ତାଙ୍କ ପରିବାର ଲୋକେ ଘରୁ ଖଣ୍ଡା ଓ ଭୁଜାଲି ଆଣି ଆଲୋକଙ୍କୁ ଆକ୍ରମଣ କରିଥିଲେ। ଆଲୋକଙ୍କ ଚିତ୍କାର ଶୁଣି ତାଙ୍କ ବାପା ଓ ମା’ ଘରୁ ବାହାରକୁ ଆସିଥିଲେ। ସେମାନେ ପ୍ରତିରୋଧ କରିବାକୁ ପ୍ରୟାସ କରିଥିଲେ।

ବାଦଲଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଆଲୋକଙ୍କ ମା’ ବିଲିଙ୍କ ମୃତ୍ୟୁ ଘଟିଥିଲା।  ଆଲୋକ ଓ ତାଙ୍କ ବାପାଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଆଠଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାଦଲଙ୍କ ପରିବାର ଗାଁରୁ ଫେରାର ହୋଇ ଯାଇଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

The post ଠିକାଦାରୀ ହେଲା କାଳ, ଖୁଡ଼ିକୁ ହାଣିଲା ପୁତୁରା appeared first on Odisha Reporter.

]]>
right bottom 2021-08-09 15:20:03 https://cdn.odishareporter.in/wp-content/uploads/2021/08/09080020/aaaa.jpg
କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ https://odishareporter.in/odisha/man-drowned-to-death-in-cuttack-2-665268?utm_source=rss&utm_medium=rss&utm_campaign=man-drowned-to-death-in-cuttack-2 Sun, 08 Aug 2021 05:10:36 +0000 https://odishareporter.in/?p=665268

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଗତକାଲି ନିଖୋଜ ହୋଇ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶେଖ୍ ସାଧୁ। ଗତକାଲି ନଦୀରେ ଗାଧୋଉଥିବା ସମୟରେ ଶେଖ୍‌ଙ୍କ ସମେତ ୪ ଜଣ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି କିଛି ବାଟରେ ଏକ ବୁଦାରେ ଲାଗିଥିଲେ ଓ ବଞ୍ଚି ଯାଇଥିଲେ। କିନ୍ତୁ ଶେଖ୍ ଓ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ […]

The post କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ appeared first on Odisha Reporter.

]]>

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଗତକାଲି ନିଖୋଜ ହୋଇ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶେଖ୍ ସାଧୁ।

ଗତକାଲି ନଦୀରେ ଗାଧୋଉଥିବା ସମୟରେ ଶେଖ୍‌ଙ୍କ ସମେତ ୪ ଜଣ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି କିଛି ବାଟରେ ଏକ ବୁଦାରେ ଲାଗିଥିଲେ ଓ ବଞ୍ଚି ଯାଇଥିଲେ। କିନ୍ତୁ ଶେଖ୍ ଓ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ।

ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା। ଦୁଇ ଜଣଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଶେଖ୍‌ ସାଧୁଙ୍କର ପତ୍ତା ମିଳି ନଥିଲା।

ଆଜି ସକାଳେ ଏକ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ମୃତଦେହଟିକୁ ଉଦ୍ଧାର କରିବା ପରେ ଏହା ଶେଖ ସାଧୁଙ୍କର ବୋଲି ଜଣାପଡ଼ିଥିଲା। ନଦୀରେ ଭାସି ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ appeared first on Odisha Reporter.

]]>
right bottom 2021-08-08 10:41:34 https://cdn.odishareporter.in/wp-content/uploads/2021/08/08103949/dead1.jpg