ଦେବଗଡ଼ – Odisha Reporter https://odishareporter.in Wed, 19 Jan 2022 03:33:20 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ଦେବଗଡ଼ – Odisha Reporter https://odishareporter.in 32 32 ହାତଗୋଡ଼ ବନ୍ଧା ଅବସ୍ଥାରେ ଜଙ୍ଗଲରୁ ଯୁବକ ଉଦ୍ଧାର https://odishareporter.in/odisha/young-man-rescued-with-tied-hand-feet-707439 Wed, 19 Jan 2022 03:33:20 +0000 https://odishareporter.in/?p=707439

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଜଙ୍ଗଲରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ । ଉଦ୍ଧାର ଯୁବକଙ୍କ ହାତ ଓ ଗୋଡରେ ରଶି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଦେବଗଡ ଜିଲ୍ଲା ସମରଖାଇ ନିକଟ ଜଙ୍ଗଲରୁ ଏପରି ମୁମୂର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମିଳି ପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଜଣେ ଯୁବକ ଜଣକ ପଡି ରହିଥିବା ଆଜି […]

The post ହାତଗୋଡ଼ ବନ୍ଧା ଅବସ୍ଥାରେ ଜଙ୍ଗଲରୁ ଯୁବକ ଉଦ୍ଧାର appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଜଙ୍ଗଲରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ । ଉଦ୍ଧାର ଯୁବକଙ୍କ ହାତ ଓ ଗୋଡରେ ରଶି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଦେବଗଡ ଜିଲ୍ଲା ସମରଖାଇ ନିକଟ ଜଙ୍ଗଲରୁ ଏପରି ମୁମୂର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମିଳି ପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଜଣେ ଯୁବକ ଜଣକ ପଡି ରହିଥିବା ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ । ତାଙ୍କ ନିକଟକୁ ଯିବାରୁ ତାଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚେତାଶୂନ୍ୟ ଥିବାରୁ ପରିଚୟ ମିଳି ପାରି ନାହିଁ ।

ଅନ୍ୟପଟେ ହାତ ଓ ଗୋଡ ବାନ୍ଧି ତାଙ୍କୁ ଜଙ୍ଗଲ ଭିତରେ କିଏ ଫିଙ୍ଗି ଦେଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ହାତଗୋଡ଼ ବନ୍ଧା ଅବସ୍ଥାରେ ଜଙ୍ଗଲରୁ ଯୁବକ ଉଦ୍ଧାର appeared first on Odisha Reporter.

]]>
right bottom 2022-01-19 09:03:20 https://odishareporter.in/wp-content/uploads/2022/01/loot-4.jpg
ପଞ୍ଚାୟତ ବିରୋଧୀ ଘୋଷିତ ହେବା ଭୟ, ନାମାଙ୍କନ ପତ୍ର ଫେରାଇଲେ ସରପଞ୍ଚ ଆଶାୟୀ https://odishareporter.in/odisha/a-sarpanch-aspirant-returns-her-nomination-papers-707360 Tue, 18 Jan 2022 13:01:46 +0000 https://odishareporter.in/?p=707360

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପଞ୍ଚାୟତ ବିରୋଧୀ ଘୋଷିତ ହେବାର ଭୟ ଯୋଗୁଁ ନାମାଙ୍କନ ପତ୍ର ଫେରାଇ ଦେଲେ ଜଣେ ସରପଞ୍ଚ ଆଶାୟୀ। ଏହି ଘଟଣାଟି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପାରପୋଷି ପଞ୍ଚାୟତରେ। ଏହି ପଞ୍ଚାୟତର ସରପଞ୍ଚ ଆସନ ପାଇଁ ଆଶାୟୀ ଥିବା ବିନତା କିସାନ ଗତକାଲି ନାମାଙ୍କନ ପତ୍ର କ୍ରୟ କରିଥିଲେ। ମାତ୍ର ଆଜି ସେ ପାରପୋଷି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନ ପତ୍ର ଓ ରସିଦ ଫେରାଇ ଦେଇଛନ୍ତି। ମୋବାଇଲ ନେଟୱର୍କ […]

The post ପଞ୍ଚାୟତ ବିରୋଧୀ ଘୋଷିତ ହେବା ଭୟ, ନାମାଙ୍କନ ପତ୍ର ଫେରାଇଲେ ସରପଞ୍ଚ ଆଶାୟୀ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପଞ୍ଚାୟତ ବିରୋଧୀ ଘୋଷିତ ହେବାର ଭୟ ଯୋଗୁଁ ନାମାଙ୍କନ ପତ୍ର ଫେରାଇ ଦେଲେ ଜଣେ ସରପଞ୍ଚ ଆଶାୟୀ। ଏହି ଘଟଣାଟି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପାରପୋଷି ପଞ୍ଚାୟତରେ।

ଏହି ପଞ୍ଚାୟତର ସରପଞ୍ଚ ଆସନ ପାଇଁ ଆଶାୟୀ ଥିବା ବିନତା କିସାନ ଗତକାଲି ନାମାଙ୍କନ ପତ୍ର କ୍ରୟ କରିଥିଲେ। ମାତ୍ର ଆଜି ସେ ପାରପୋଷି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନ ପତ୍ର ଓ ରସିଦ ଫେରାଇ ଦେଇଛନ୍ତି। ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ପଞ୍ଚାୟତବାସୀ ଚଳିତ ଥର ପଞ୍ଚାୟତ ନିର୍ବାଚନ ଭୋଟ୍ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ପଞ୍ଚାୟତର କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ଲୋକେ।

ପଞ୍ଚାୟତବାସୀଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ ଗତ ଥର ବିଜୟୀ ହୋଇ ସରପଞ୍ଚ ହୋଇଥିବା ବିନତା କିସାନ ଗତକାଲି ନାମାଙ୍କନ ପତ୍ର କ୍ରୟ କରିଥିଲେ। କିନ୍ତୁ ପଞ୍ଚାୟତବାସୀଙ୍କ ବିରୋଧର ଶିକାର ହେବା ଭୟରେ ସେ ନାମାଙ୍କନ ପତ୍ର ଫେରାଇ ଦେଇଥିବା କୁହାଯାଉଛି। ଅବଶ୍ୟ ଏନେଇ ପଞ୍ଚାୟତ ନିର୍ବାଚନ ଅଧିକାରୀ ଓ ବିନତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ପଞ୍ଚାୟତ ବିରୋଧୀ ଘୋଷିତ ହେବା ଭୟ, ନାମାଙ୍କନ ପତ୍ର ଫେରାଇଲେ ସରପଞ୍ଚ ଆଶାୟୀ appeared first on Odisha Reporter.

]]>
Odisha Panchayat Election 2022, Panchayat Election, right bottom 2022-01-18 19:58:28 https://odishareporter.in/wp-content/uploads/2022/01/561-2.jpg
୧୦ ଦିନ ହେବ ଗଢ଼ିଥିଲେ ସଂସାର, ସାଙ୍ଗ ହୋଇ ନେଲେ ଚରମ ନିଷ୍ପତ୍ତି https://odishareporter.in/odisha/newly-married-couple-decides-to-end-life-706910 Mon, 17 Jan 2022 03:48:53 +0000 https://odishareporter.in/?p=706910

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ‘ବଞ୍ଚିଲେ ଏକ ସଙ୍ଗେ ବଞ୍ଚିବା, ମରିବା ବି ସାଥୀ ହୋଇ’। ଏପରି ପଣ କରି ପରସ୍ପରକୁ ମନ ଦେଇଥିଲେ ଦେବଗଡ଼ ଜିଲ୍ଲା ଡାହିପାଳ ଗ୍ରାମର ୨୩ ବର୍ଷୀୟ ଅଶୋକ ସାମାଡ଼ ଓ ଦନ୍ତାରିବାହାଲ ଗ୍ରାମର ୨୦ ବର୍ଷୀୟା ନିରାଶ ଦେବଗନ। ହେଲେ ଏଥିରେ ବାଧକ ସାଜିଲେ ନିରାଶଙ୍କ ପରିବାର ଲୋକେ। ଏହା ସତ୍ତ୍ୱେ ୧୦ ଦିନ ତଳେ ସେମାନେ ବିବାହ କରିଥିଲେ। କିନ୍ତୁ ଗତକାଲି ଉଭୟ ବିଷ ପିଇ ଦେଇଥିଲେ। ଏବେ ସେମାନେ […]

The post ୧୦ ଦିନ ହେବ ଗଢ଼ିଥିଲେ ସଂସାର, ସାଙ୍ଗ ହୋଇ ନେଲେ ଚରମ ନିଷ୍ପତ୍ତି appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ‘ବଞ୍ଚିଲେ ଏକ ସଙ୍ଗେ ବଞ୍ଚିବା, ମରିବା ବି ସାଥୀ ହୋଇ’। ଏପରି ପଣ କରି ପରସ୍ପରକୁ ମନ ଦେଇଥିଲେ ଦେବଗଡ଼ ଜିଲ୍ଲା ଡାହିପାଳ ଗ୍ରାମର ୨୩ ବର୍ଷୀୟ ଅଶୋକ ସାମାଡ଼ ଓ ଦନ୍ତାରିବାହାଲ ଗ୍ରାମର ୨୦ ବର୍ଷୀୟା ନିରାଶ ଦେବଗନ। ହେଲେ ଏଥିରେ ବାଧକ ସାଜିଲେ ନିରାଶଙ୍କ ପରିବାର ଲୋକେ। ଏହା ସତ୍ତ୍ୱେ ୧୦ ଦିନ ତଳେ ସେମାନେ ବିବାହ କରିଥିଲେ। କିନ୍ତୁ ଗତକାଲି ଉଭୟ ବିଷ ପିଇ ଦେଇଥିଲେ। ଏବେ ସେମାନେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ଅଶୋକ ଏବଂ ନିରାଶଙ୍କ ମଧ୍ୟରେ ପ୍ରାୟ ୨ ବର୍ଷ ହେବ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ମାତ୍ର ନିରାଶଙ୍କ ଘର ଲୋକ ସେମାନଙ୍କ ପ୍ରେମକୁ ସ୍ୱିକୃତୀ ଦେଇ ନଥିଲା। ଫଳରେ ଗତ ୧ ତାରିଖରେ ସେମାନେ ଘରୁ ପଳାଇ ବିବାହ କରିଥିଲେ। ଗତ ୧୨ ତାରିଖରେ ନିରାଶଙ୍କୁ ଧରି ଅଶୋକଙ୍କ ନିଜ ଘରକୁ ଫେରିଥିଲେ। ଅଶୋକଙ୍କ ପରିବାର ଲୋକ ଉଭୟଙ୍କୁ ଗ୍ରହଣ କରି ନେଇଥିଲେ। ମାତ୍ର ନିରାଶଙ୍କ ପରିବାର ଲୋକେ ଗ୍ରହଣ କରୁ ନ ଥିବାରୁ ସେମାନେ ମାନସିକ ଚାପରେ ଥିଲେ।

ଗତକାଲି ରାତି ପ୍ରାୟ ୯ଟା ବେଳେ ଉଭୟ ବାନ୍ତି କରୁଥିବା ବେଳେ ସେମାନେ ବିଷ ଖାଇ ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଉଭୟଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଅତି ଗୁରୁତର  ଥିବା ବେଳେ ସେମାନଙ୍କୁ ବୁର୍ଲା ରେଫର କରାଯାଇଛି।

 

The post ୧୦ ଦିନ ହେବ ଗଢ଼ିଥିଲେ ସଂସାର, ସାଙ୍ଗ ହୋଇ ନେଲେ ଚରମ ନିଷ୍ପତ୍ତି appeared first on Odisha Reporter.

]]>
centre bottom 2022-01-17 10:29:20 https://odishareporter.in/wp-content/uploads/2018/06/marriage.jpg
ନିଆଁ ପୁଉଁଥିଲେ ବୃଦ୍ଧା, ହଠାତ୍‌ ଶାଢ଼ୀରେ ଲାଗିଲା ନିଆଁ https://odishareporter.in/odisha/old-woman-burnt-in-fire-700460 Tue, 21 Dec 2021 02:24:40 +0000 https://odishareporter.in/?p=700460

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଜଳିଗଲେ ବୃଦ୍ଧା । ଏପରି ଦୁଃଖଦ ଘଟଣା  ଦେବଗଡ ଜିଲ୍ଲା କଂସର ପୋଲିସ ଫାଣ୍ଡି ଅନ୍ତର୍ଗତ ଲଇଣ୍ଡା ଗ୍ରାମରେ ଘଟିଛି। ମୃତା ବୃଦ୍ଧାଜଣକ ହେଲେ ୬୦ ବର୍ଷୀୟା ରଇବାରୀ କୁଅଁର । ଶୀତରୁ ରକ୍ଷା ପାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ରଇବାରୀ ରାତି ପ୍ରାୟ ୪ଟା ସମୟରେ ନିଆଁ ପୁଉଁଥିଲେ। ମାତ୍ର ଏହି ସମୟରେ  ଅସାବଧାନତା ହେତୁ ତାଙ୍କ ଶାଢୀରେ ହଠାତ ନିଆଁ […]

The post ନିଆଁ ପୁଉଁଥିଲେ ବୃଦ୍ଧା, ହଠାତ୍‌ ଶାଢ଼ୀରେ ଲାଗିଲା ନିଆଁ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଜଳିଗଲେ ବୃଦ୍ଧା । ଏପରି ଦୁଃଖଦ ଘଟଣା  ଦେବଗଡ ଜିଲ୍ଲା କଂସର ପୋଲିସ ଫାଣ୍ଡି ଅନ୍ତର୍ଗତ ଲଇଣ୍ଡା ଗ୍ରାମରେ ଘଟିଛି। ମୃତା ବୃଦ୍ଧାଜଣକ ହେଲେ ୬୦ ବର୍ଷୀୟା ରଇବାରୀ କୁଅଁର ।

ଶୀତରୁ ରକ୍ଷା ପାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ରଇବାରୀ ରାତି ପ୍ରାୟ ୪ଟା ସମୟରେ ନିଆଁ ପୁଉଁଥିଲେ। ମାତ୍ର ଏହି ସମୟରେ  ଅସାବଧାନତା ହେତୁ ତାଙ୍କ ଶାଢୀରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ରଇବାରୀ  ନିଆଁରେ ପୋଡି ଗୁରୁତର ହୋଇ ପଡିଥିଲେ ।

ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତିଲେଇବଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସ ଏକ ଅପମୃତ୍ୟୁ  ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୃଦ୍ଧାଙ୍କ ଶବ ରଖାଯାଇଛି ।

The post ନିଆଁ ପୁଉଁଥିଲେ ବୃଦ୍ଧା, ହଠାତ୍‌ ଶାଢ଼ୀରେ ଲାଗିଲା ନିଆଁ appeared first on Odisha Reporter.

]]>
right bottom 2021-12-21 11:51:37 https://cdn.odishareporter.in/wp-content/uploads/2021/06/07202539/Fire.jpg
ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର, ହଜାରେ ଟଙ୍କା ଦେଇ କରାଉଥିଲେ ସବୁ କାମ https://odishareporter.in/odisha/child-labour-rescued-from-a-havildar-house-698480 Sun, 12 Dec 2021 08:34:27 +0000 https://odishareporter.in/?p=698480

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ଜଣେ ସିନିୟର ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର। ଦେବଗଡ଼ କଲେଜ ପୁରୁଣା ହଷ୍ଟେଲ ବିଲ୍ଡିଂରେ ରହୁଥିବା ଅଗ୍ନିଶମ ବାହିନୀର ଏହି ସିନିୟର ହାବିଲଦାରଙ୍କ ନାଁ ସନ୍ତୋଷ ମିର୍ଦ୍ଧା। ତାଙ୍କ ଘରେ ଆଜି ସକାଳେ ଦେବଗଡ଼ ଶିଶୁ ସୁରକ୍ଷା ଅଧିକାରୀ ଚଢ଼ାଉ କରି ଉକ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କିଆଝରଣ ଗାଁର ବୋଲି ଜଣାପଡ଼ିଛି। […]

The post ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର, ହଜାରେ ଟଙ୍କା ଦେଇ କରାଉଥିଲେ ସବୁ କାମ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ଜଣେ ସିନିୟର ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର। ଦେବଗଡ଼ କଲେଜ ପୁରୁଣା ହଷ୍ଟେଲ ବିଲ୍ଡିଂରେ ରହୁଥିବା ଅଗ୍ନିଶମ ବାହିନୀର ଏହି ସିନିୟର ହାବିଲଦାରଙ୍କ ନାଁ ସନ୍ତୋଷ ମିର୍ଦ୍ଧା। ତାଙ୍କ ଘରେ ଆଜି ସକାଳେ ଦେବଗଡ଼ ଶିଶୁ ସୁରକ୍ଷା ଅଧିକାରୀ ଚଢ଼ାଉ କରି ଉକ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କିଆଝରଣ ଗାଁର ବୋଲି ଜଣାପଡ଼ିଛି। ମାସକୁ ମାତ୍ର ଏକ ହଜାର ଟଙ୍କା ଦେଇ ହାବିଲଦାର ସନ୍ତୋଷ ମିର୍ଦ୍ଧାଙ୍କ ପରିବାର ଲୋକେ ତାଙ୍କୁ ଘରର ସବୁ କାମ କରାଉଥିଲେ। ଏମିତିକି ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ ବୋଲି ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଚାଇଲ୍ଡଲାଇନ ଓ ପୁଲିସ ସହାୟତାରେ ହାବିଲଦାର ସନ୍ତୋଷ ମିର୍ଦ୍ଧାଙ୍କ ଘରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର।

The post ହାବିଲଦାରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର, ହଜାରେ ଟଙ୍କା ଦେଇ କରାଉଥିଲେ ସବୁ କାମ appeared first on Odisha Reporter.

]]>
right bottom 2021-12-12 14:04:27 https://odishareporter.in/wp-content/uploads/2021/12/89-5.jpg
ବୃଦ୍ଧଙ୍କୁ କଚାଡ଼ି ମାରିଦେଲା ହାତୀ https://odishareporter.in/odisha/old-man-trampled-to-death-by-wild-elephant-in-deogarh-694066 Wed, 24 Nov 2021 03:03:27 +0000 https://odishareporter.in/?p=694066

ଦେବଗଡ଼ (ସିର୍ଦ୍ଧାଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କାଳକାଠ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚେରୁ କିସାନ। ତାଙ୍କୁ ୬୦ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତା ହାତୀ ବାଡ଼ ଭାଙ୍ଗି ଚେରୁଙ୍କ ଘର ଭିତରେ ପଶିବାକୁ ଉଦ୍ୟମ କରୁଥିଲା। ଏହା ଦେଖି ଚେରୁ ଡରି ଯାଇଥିଲେ। ସେ ଘରୁ […]

The post ବୃଦ୍ଧଙ୍କୁ କଚାଡ଼ି ମାରିଦେଲା ହାତୀ appeared first on Odisha Reporter.

]]>

ଦେବଗଡ଼ (ସିର୍ଦ୍ଧାଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କାଳକାଠ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚେରୁ କିସାନ। ତାଙ୍କୁ ୬୦ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତା ହାତୀ ବାଡ଼ ଭାଙ୍ଗି ଚେରୁଙ୍କ ଘର ଭିତରେ ପଶିବାକୁ ଉଦ୍ୟମ କରୁଥିଲା। ଏହା ଦେଖି ଚେରୁ ଡରି ଯାଇଥିଲେ। ସେ ଘରୁ ବାହରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ସେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲା। ଦନ୍ତା ତାଙ୍କୁ ତଳେ କଚାଡ଼ି ଦଳି ମାରି ଦେଇଥିଲା।

ଘଟଣାସ୍ଥଳରେ ଦେବଗଡ଼ ରେଞ୍ଜର ଦେବଦତ୍ତ ନନ୍ଦ ଓ ଅନ୍ୟ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଦେବଗଡ଼ ରେଞ୍ଜର ଦେବଦତ୍ତ ନନ୍ଦ କହିଛନ୍ତି, ପ୍ରଶାସନ ପକ୍ଷରୁ ଚେରୁ କିସାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।

 

The post ବୃଦ୍ଧଙ୍କୁ କଚାଡ଼ି ମାରିଦେଲା ହାତୀ appeared first on Odisha Reporter.

]]>
right bottom 2021-11-24 08:33:27 https://cdn.odishareporter.in/wp-content/uploads/2020/04/07082712/deadbody-10000.jpg
ସାପ ଜହରର ମୂଲ୍ୟ ଦେଢ କୋଟି, ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌ https://odishareporter.in/odisha/snake-poision-costs-1-5-crore-seized-by-police-1-693232 Sat, 20 Nov 2021 07:12:14 +0000 https://odishareporter.in/?p=693232

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ସାପ ଜହର ମୂଲ୍ୟ ଦେଢ କୋଟି ଟଙ୍କା।  ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍‌। ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ଗାଁଠାରେ ଚଢାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୁଲିସ୍‌ । ଏଥିସହ ସମ୍ବଲପୁର ଜିଲ୍ଲାର […]

The post ସାପ ଜହରର ମୂଲ୍ୟ ଦେଢ କୋଟି, ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ସାପ ଜହର ମୂଲ୍ୟ ଦେଢ କୋଟି ଟଙ୍କା।  ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍‌।

ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ଗାଁଠାରେ ଚଢାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୁଲିସ୍‌ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ  । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।

ସାପ ଜହର ବିକୁଥିବା ୨ ଜଣ ଅଟକ ।

ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ ଏହି ସାପ ବିଷ କୁଆଡ଼େ ଚାଲାଣ ହୋଇଥାନ୍ତି ତାହାର ତନାଘନା ଚଳାଇଛି ପୁଲିସ୍‌।

The post ସାପ ଜହରର ମୂଲ୍ୟ ଦେଢ କୋଟି, ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌ appeared first on Odisha Reporter.

]]>
right bottom 2021-11-20 12:43:42 https://odishareporter.in/wp-content/uploads/2021/11/snake-1-1.jpg
ଗାଁରେ ଚାଲିଥିଲା ଡିଲ୍, ମାଡି ବସିଲା ବନ ବିଭାଗ https://odishareporter.in/odisha/forest-dept-seized-leopard-skin-arrest-2-persons-690880 Thu, 11 Nov 2021 03:21:55 +0000 https://odishareporter.in/?p=690880

ଦେବଗଡ଼(ସିର୍ଦ୍ଧାଥ ଗୁରୁ):  ଗାଁ ନିକଟରେ ଚାଲିଥିଲା କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍‌। ଏ ସମ୍ପର୍କରେ ଜାଣିପାରି ଦେବଗଡ଼ ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡା ଓ ତାଙ୍କ ସାଥୀ  ପାଣ୍ଡବ ହୋତା। ପାଣ୍ଡବର ଘର ସିମିଳିହତାରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦେବଗଡ ବନଖଣ୍ଡ ରିଆମାଳ […]

The post ଗାଁରେ ଚାଲିଥିଲା ଡିଲ୍, ମାଡି ବସିଲା ବନ ବିଭାଗ appeared first on Odisha Reporter.

]]>

ଦେବଗଡ଼(ସିର୍ଦ୍ଧାଥ ଗୁରୁ):  ଗାଁ ନିକଟରେ ଚାଲିଥିଲା କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍‌। ଏ ସମ୍ପର୍କରେ ଜାଣିପାରି ଦେବଗଡ଼ ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡା ଓ ତାଙ୍କ ସାଥୀ  ପାଣ୍ଡବ ହୋତା। ପାଣ୍ଡବର ଘର ସିମିଳିହତାରେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରେ ଗତକାଲି ଅପରାହ୍ନରେ ପ୍ରହଲ୍ଲାଦ ଓ ପାଣ୍ଡବଙ୍କ ମଧ୍ୟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣିପାଲ ଗାଁରେ ଚଢ଼ାଉ କରି ପ୍ରହଲ୍ଲାଦକୁ ଗିରଫ କରିଥିଲା ଓ କଲରାପତରିଆ ବାଘ ଛାଲ ଜବତ କରିଥିଲା। ହେଲେ ପାଣ୍ଡବ ବନବିଭାଗକୁ ଚକମା ଦେଇ ଖସି ପଳାଇଥିଲା।  ବନ ବିଭାଗ ପାଣ୍ଡବକୁ ଧରିବାକୁ ଯୋଜନା କରିଥିଲା। ଏହାପରେ ବିଳମ୍ବିତ ରାତିରେ ସିମିଳିହତା ଗାଁରେ ଚଢ଼ାଉ କରି ପାଣ୍ଡବକୁ ଗିରଫ କରିଥିଲା।

କଲରାପତରିଆ ବାଘ ଛାଲ ଜବତ

ବାଘଛାଲ ବେପାରୀଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବାଘଛାଲ ବିକ୍ରିରେ ‌ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଚାଲିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

The post ଗାଁରେ ଚାଲିଥିଲା ଡିଲ୍, ମାଡି ବସିଲା ବନ ବିଭାଗ appeared first on Odisha Reporter.

]]>
right bottom 2021-11-11 11:14:56 https://odishareporter.in/wp-content/uploads/2021/11/arrested.jpg
ଗୁଳି କରି ଖସି ପାରିଲେନି ଗଞ୍ଜେଇ ମାଫିଆ, କାବୁ କଲା ପୁଲିସ୍‌ https://odishareporter.in/odisha/three-arrested-with-1-5-quintal-ganja-683570 Tue, 12 Oct 2021 11:36:31 +0000 https://odishareporter.in/?p=683570

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପୁଲିସ୍‌ ପିଛା କରୁଥିବା ବେଳେ ଗଞ୍ଜେଇ ମାଫିଆ କରିଥିଲେ ଗୁଳି। ତେବେ କୌଣସି ପୁଲିସ୍ କର୍ମଚାରୀଙ୍କ ଦେହରେ ବାଜି ନଥିଲା ଗୁଳି। ଅନ୍ୟପକ୍ଷରେ ଗୁଳି କରିବା ସତ୍ତ୍ୱେ ଖସି ଯାଇପାରି ନଥିଲେ ଗଞ୍ଜେଇ ମାଫିଆ। ପୁଲିସ୍ ତାଙ୍କୁ କାବୁ କରିବାରେ ହୋଇଥିଲା ସଫଳ। ଦେବଗଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏନେଇ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ କହିବା ଅନୁଯାୟୀ, ୨ ଜଣ […]

The post ଗୁଳି କରି ଖସି ପାରିଲେନି ଗଞ୍ଜେଇ ମାଫିଆ, କାବୁ କଲା ପୁଲିସ୍‌ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପୁଲିସ୍‌ ପିଛା କରୁଥିବା ବେଳେ ଗଞ୍ଜେଇ ମାଫିଆ କରିଥିଲେ ଗୁଳି। ତେବେ କୌଣସି ପୁଲିସ୍ କର୍ମଚାରୀଙ୍କ ଦେହରେ ବାଜି ନଥିଲା ଗୁଳି। ଅନ୍ୟପକ୍ଷରେ ଗୁଳି କରିବା ସତ୍ତ୍ୱେ ଖସି ଯାଇପାରି ନଥିଲେ ଗଞ୍ଜେଇ ମାଫିଆ। ପୁଲିସ୍ ତାଙ୍କୁ କାବୁ କରିବାରେ ହୋଇଥିଲା ସଫଳ। ଦେବଗଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏନେଇ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ କହିବା ଅନୁଯାୟୀ, ୨ ଜଣ ଯୁବକ ସମ୍ୱଲପୁରରୁ ବିପୁଳ ପରିମାଣର ଗଞ୍ଜେଇ ନେଇ ସୁନ୍ଦରଗଡ଼ ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ସେମାନଙ୍କ ପଛରେ ଏକ କାର୍‌ ଯାଉଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ସେମାନଙ୍କୁ ପିଛା କରିଥିଲା। ରିଆମାଳ ଥାନା ଅଞ୍ଚଳର ଡଙ୍ଗାଘାଟ ଠାରେ ପୁଲିସ୍ ଦୁଇ ବାଇକ୍ ଆରୋହୀଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ଠାରୁ ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ଏହି ବାଇକ୍ ପଛରେ ଆସୁଥିବା କାର୍‌ଟି ସେଠାରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଦେବଗଡ଼ ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର ସଦଳବଳେ କାର୍‌ଟିକୁ ପିଛା କରି ଗୋହିରା ଡ୍ୟାମ୍‌-ବରଘାଟ ରାସ୍ତାର ଦେଓଝରଣ ନିକଟରେ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ କାର୍‌ରେ ଥିବା ରୂପେଶ ପ୍ରସାଦ ପୁଲିସ୍ ଟିମ୍‌ ଉପରକୁ ଗୁଳି କରିଥିଲା। କିନ୍ତୁ କୌଣସି ପୁଲିସ୍ କର୍ମଚାରୀଙ୍କ ଦେହରେ ଗୁଳି ବାଜି ନଥିଲା। ଏହା ପରେ ସେମାନେ ରୂପେଶକୁ କାବୁ କରିବାରେ ସଫଳ ହୋଇଥିଲେ। ସେ ଉକ୍ତ ଗଞ୍ଜେଇକୁ ସୁନ୍ଦରଗଡ଼ ଜିଲ୍ଲାକୁ ଚାଲାଣ କରୁଥିବା ସ୍ୱୀକାର କରିଥିଲା। ତା’ଠାରୁ ଉକ୍ତ କାର ସହିତ ଏକ ପିସ୍ତଲ ଓ ୭ଟି ଗୁଳି ଜବତ କରାଯାଇଛି।

ଗିରଫ ହୋଇଥିବା ଅନ୍ୟ ଦୁଇ ଗଞ୍ଜେଇ ମାଫିଆ ହେଉଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ବିକାଶ ରାଜହଂସ ଓ ପୌଲସ୍ତି ଜଗଦଳା। ଗିରଫ ରୂପେଶର ଘର ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ।

The post ଗୁଳି କରି ଖସି ପାରିଲେନି ଗଞ୍ଜେଇ ମାଫିଆ, କାବୁ କଲା ପୁଲିସ୍‌ appeared first on Odisha Reporter.

]]>
right bottom 2021-10-12 17:36:57 https://odishareporter.in/wp-content/uploads/2021/10/police-3.jpg
ମାତ୍ର ୬ ବର୍ଷ ଚାକିରିରେ ୬୦ ପ୍ଲଟ୍, କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍‌ https://odishareporter.in/odisha/vigilance-raid-in-jee-having-60-plots-683121 Mon, 11 Oct 2021 03:45:09 +0000 https://odishareporter.in/?p=683121

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ମାତ୍ର ୫ ବର୍ଷ ୧୦ ମାସର ଚାକିରି କାଳ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ପାଲଟିଛନ୍ତି କୁବେର । ରେଗୁଲାର ହୋଇ  ନ ଥିବା ବେଳେ ଠୁଳ କରିଛନ୍ତି ଅଚାଳଚଳ ସମ୍ପତ୍ତି । କେବଳ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ରହିଛି ୬୦ଟି ପ୍ଲଟ।  ଚାକିରି ଜୀବନର ପ୍ରଥମ ପାହାଚରେ ପାଦ ଦେଉ ଦେଉ ଏପରି ଅମାପ ସମ୍ପତ୍ତିର ମାଲିକ ହେବାରେ ସକ୍ଷମ ହୋଇଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ […]

The post ମାତ୍ର ୬ ବର୍ଷ ଚାକିରିରେ ୬୦ ପ୍ଲଟ୍, କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍‌ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ମାତ୍ର ୫ ବର୍ଷ ୧୦ ମାସର ଚାକିରି କାଳ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ପାଲଟିଛନ୍ତି କୁବେର । ରେଗୁଲାର ହୋଇ  ନ ଥିବା ବେଳେ ଠୁଳ କରିଛନ୍ତି ଅଚାଳଚଳ ସମ୍ପତ୍ତି । କେବଳ ସମ୍ବଲପୁରଦେବଗଡ଼ ଜିଲ୍ଲାରେ ରହିଛି ୬୦ଟି ପ୍ଲଟ।  ଚାକିରି ଜୀବନର ପ୍ରଥମ ପାହାଚରେ ପାଦ ଦେଉ ଦେଉ ଏପରି ଅମାପ ସମ୍ପତ୍ତିର ମାଲିକ ହେବାରେ ସକ୍ଷମ ହୋଇଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରା । ବିକାଶଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଆଜି ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି ।

ଆଜି  ଭୋର ପ୍ରାୟ ୫ଟା ସମୟରେ ବିକାଶଙ୍କ ବଳମସ୍ଥିତ ବାସଭବନ ଏବଂ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭିଜିଲାନ୍ସ ଡିଏସପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉକେଲା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ କିଛି ଜମିଜମା କାଗଜପତ୍ର ଓ  ନଗଦ ୪ ଲକ୍ଷ ଟଙ୍କା ଓ  ସୁନାଗହଣା ଜବତ କରାଯାଇଛି। ଏହାସହ ତାଙ୍କ ଘରୁ ଏକ ବୋଲେରୋ ଓ ବୁଲେଟ ଗାଡ଼ି ଜବତ  ହୋଇଛି । ବିକାଶଙ୍କର ବଳମରେ ଦୁଇ ମହଲା କୋଠା ରହିଛି।

ବିକାଶ  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ  ହୋଇଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି।

The post ମାତ୍ର ୬ ବର୍ଷ ଚାକିରିରେ ୬୦ ପ୍ଲଟ୍, କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍‌ appeared first on Odisha Reporter.

]]>
centre bottom, Corrupt Govt Officials, vigilance raid 2021-10-11 13:04:36 https://odishareporter.in/wp-content/uploads/2021/10/vigilance-raid.jpg
ଝିଅର ପ୍ରେମ ପାଇଁ ରକ୍ତମୁଖା ହେଲା ପରିବାର; ପ୍ରେମିକର ମା’କୁ ମାରିଦେଲେ https://odishareporter.in/odisha/a-woman-allegedly-hacked-to-death-in-deogarh-682586 Fri, 08 Oct 2021 11:34:04 +0000 https://odishareporter.in/?p=682586

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପ୍ରେମ କରୁଥିଲା ଝିଅ। ହେଲେ ଏହାକୁ ବିରୋଧ କରୁଥିଲେ ପରିବାର ଲୋକେ। ପରିବାର ଲୋକଙ୍କ କଡ଼ା ଚେତାବନୀ ସତ୍ତ୍ୱେ ପ୍ରେମିକଙ୍କ ସହିତ କଥା ହେଉଥିଲେ ସେ। ଆଉ ଏ କଥା ଧରା ପଡ଼ିଯିବା ପରେ ରାକ୍ଷାସ ପାଲଟି ଗଲେ ତାଙ୍କ ପରିବାର। ସିଧା ହମ୍‌ଲା କଲେ ତାଙ୍କ ପ୍ରେମିକଙ୍କ ଘରେ। ଆକ୍ରମଣରେ ପ୍ରେମିକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଛି। ଏମିତି ଏକ ଘଟଣା ଘଟିଛି […]

The post ଝିଅର ପ୍ରେମ ପାଇଁ ରକ୍ତମୁଖା ହେଲା ପରିବାର; ପ୍ରେମିକର ମା’କୁ ମାରିଦେଲେ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପ୍ରେମ କରୁଥିଲା ଝିଅ। ହେଲେ ଏହାକୁ ବିରୋଧ କରୁଥିଲେ ପରିବାର ଲୋକେ। ପରିବାର ଲୋକଙ୍କ କଡ଼ା ଚେତାବନୀ ସତ୍ତ୍ୱେ ପ୍ରେମିକଙ୍କ ସହିତ କଥା ହେଉଥିଲେ ସେ। ଆଉ ଏ କଥା ଧରା ପଡ଼ିଯିବା ପରେ ରାକ୍ଷାସ ପାଲଟି ଗଲେ ତାଙ୍କ ପରିବାର। ସିଧା ହମ୍‌ଲା କଲେ ତାଙ୍କ ପ୍ରେମିକଙ୍କ ଘରେ। ଆକ୍ରମଣରେ ପ୍ରେମିକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଛି। ଏମିତି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଗାଡ଼ପାଲ ଗାଁରେ।

ଏହି ଘଟଣାରେ ଦେବଗଡ଼ ପୁଲିସ୍ ଗାଡ଼ପାଲ ଗାଁର ନରେନ୍ଦ୍ର ଶବର, ତାଙ୍କ ପତ୍ନୀ ବାସନ୍ତୀ ଶବର, ତିନି ପୁଅ- ସନ୍ତୋଷ ଶବର, ସୁଦର୍ଶନ ଶବର ଓ ଧରଣୀ ଶବରଙ୍କୁ ଗିରଫ କରିଛି। ନରେନ୍ଦ୍ରଙ୍କ ଆଉ ଜଣେ ପୁଅ ତଥା ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଧର୍ମୁ ଶବର ଫେରାର ରହିଛି।

ବୁଧବାର ରାତି ପ୍ରାୟ ୧୦ଟାରେ ଘଟିଥିଲା ଏହି ଘଟଣା। ସେହିଦିନ ଝିଅ ତାଙ୍କ ପ୍ରେମିକ ପ୍ରୀତମ କୁଲୁ ସହିତ କଥାବାର୍ତ୍ତା ହେଉଥିବା ବେଳେ ଏ ସଂପର୍କରେ ଜାଣିପାରିଥିଲେ ନରେନ୍ଦ୍ର। ଏ କଥା ଜାଣିବା ପରେ ତାଙ୍କ ଝିଅ ଜଙ୍ଗଲ ଭିତରେ ଲୁଚି ଯାଇଥିଲେ। କିନ୍ତୁ ଉତ୍‌କ୍ଷିପ୍ତ ନରେନ୍ଦ୍ର ତାଙ୍କ ପତ୍ନୀ ଓ ଚାରି ପୁଅଙ୍କ ସହିତ ଯାଇ ପହଞ୍ଚିଥିଲେ ପ୍ରୀତମଙ୍କ ଘରେ। ସେମାନେ ପ୍ରୀତମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପ୍ରୀତମଙ୍କୁ ବଞ୍ଚାଇବାକୁ ତାଙ୍କ ମା’ ଡୋରୋଥିଆ କୁଲୁ ଚେଷ୍ଟା କରିଥିଲେ। ହେଲେ ନରେନ୍ଦ୍ର ଓ ତାଙ୍କ ପୁଅମାନେ ପ୍ରୀତମଙ୍କ ମା’ଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପ୍ରୀତମଙ୍କ ମା’ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ଏ ପୂରା ଘଟଣାକୁ ଘର ଭିତରୁ ଅସହାୟ ହୋଇ ଦେଖୁଥିଲେ ପ୍ରୀତମଙ୍କ ବଡ଼ ଭଉଣୀ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବା ପରେ ସେ ବାହାରକୁ ଆସିଥିଲେ। ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଭାଇ ପ୍ରୀତମକୁ ଉଦ୍ଧାର କରି ଦେବଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଖବର ପାଇ ଦେବଗଡ଼ ଥାନା ପୁଲିସ୍ ସେଠାରେ ପହଞ୍ଚିଥିଲା। ଗୁରୁବାର ସକାଳେ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଭୟରେ ଜଙ୍ଗଲ ଭିତରେ ଲୁଚିଥିବା ପ୍ରୀତମଙ୍କ ପ୍ରେମିକାଙ୍କୁ ପ୍ରଥମେ ପୁଲିସ ଉଦ୍ଧାର କରିଥିଲା।

ଦେବଗଡ଼ ଏସ୍‌ପି ରାଜକିଶୋଣ ପାଇକରାୟ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଧର୍ମୁ ଶବର ଏବେ ଫେରାର ରହିଛି। ତଦନ୍ତ ଚାଲିଛି। ଖୁବଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ।

ଅନ୍ୟପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ପ୍ରୀତମଙ୍କ ପରିବାରର ବାକି ସଦସ୍ୟଙ୍କ ଉପରେ ବିପଦ ରହିଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି।

The post ଝିଅର ପ୍ରେମ ପାଇଁ ରକ୍ତମୁଖା ହେଲା ପରିବାର; ପ୍ରେମିକର ମା’କୁ ମାରିଦେଲେ appeared first on Odisha Reporter.

]]>
right bottom 2021-10-08 17:10:37 https://odishareporter.in/wp-content/uploads/2021/10/ten.jpg
ଆଇପିଏଲ୍ ବେଟିଂରେ ଦୁଇ ଭାଇ ଗିରଫ https://odishareporter.in/odisha/deogarh/two-brother-arrests-in-ipl-betting-at-deogarh-682095 Wed, 06 Oct 2021 14:14:54 +0000 https://odishareporter.in/?p=682095

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଗୋଟିଏ ପଟେ ୟୁଏଇରେ ଆଇପିଏଲର ୧୪ଶ ସଂସ୍କରଣ ଜାରି ରହିଥିବା ବେଳେ ଅନ୍ୟ ପଟେ ବିଭିନ୍ନ ସ୍ଥାନରେ ବେଟିଂ ମଧ୍ୟ ଜୋରଦାର ଚାଲିଛି। ବୁଧବାର ଦେବଗଡ଼ ଜିଲ୍ଲାରେ ପୁଲିସ୍ ହାତରେ ଧରା ପଡ଼ିଛି ଆଇପିଏଲ ବେଟିଂ ଗ୍ୟାଙ୍ଗ୍। ପୁଲିସ୍ ବୁକିଙ୍କ ଠାରୁ ୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନେକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି। ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା […]

The post ଆଇପିଏଲ୍ ବେଟିଂରେ ଦୁଇ ଭାଇ ଗିରଫ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଗୋଟିଏ ପଟେ ୟୁଏଇରେ ଆଇପିଏଲର ୧୪ଶ ସଂସ୍କରଣ ଜାରି ରହିଥିବା ବେଳେ ଅନ୍ୟ ପଟେ ବିଭିନ୍ନ ସ୍ଥାନରେ ବେଟିଂ ମଧ୍ୟ ଜୋରଦାର ଚାଲିଛି। ବୁଧବାର ଦେବଗଡ଼ ଜିଲ୍ଲାରେ ପୁଲିସ୍ ହାତରେ ଧରା ପଡ଼ିଛି ଆଇପିଏଲ ବେଟିଂ ଗ୍ୟାଙ୍ଗ୍। ପୁଲିସ୍ ବୁକିଙ୍କ ଠାରୁ ୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନେକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି।

ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ ବ୍ୟାଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଗତକାଲି ସେଠାରେ ଅତର୍କିତ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ଉକ୍ତ ଗ୍ରାମର ବାପୁନ ବେହେରା ଓ ଲିପୁନ ବେହେରା ନାମକ ଦୁଇ ଭାଇଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ମୋବାଇଲ ୪ଟି ସ୍ମାର୍ଟଫୋନ୍, ଗୋଟିଏ ଲାପଟପ, ତିନୋଟି ପେନ୍ ଡ୍ରାଇଭ୍, ତିନୋଟି ଏଟିଏମ୍ କାର୍ଡ, ଆଧାର କାର୍ଡ, ଭୋଟର୍ ଆଇଡି, ପ୍ୟାନ୍ କାର୍ଡ ଜବତ କରିଛି। ସେହିପରି ପୁଲିସ୍ ୧୭ ଗ୍ରାମର ସୁନା ବିସ୍କୁଟ୍ ମଧ୍ୟ ସେମାନଙ୍କ ଠାରୁ ଜବନ କରିଛି।

ତଦନ୍ତ ବେଳେ ଏହା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ବୋଲି ଜଣା ପଡ଼ିଛି। ଏହାସହ ଏହି ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଛି। ପୁଲିସ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସପି ରାଜକିଶୋର ପାଇକରାୟ।

ଏସପିଙ୍କ ସହ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଏସପି ପ୍ରଦୀପ କେର୍କେଟା, ସ୍ପେଶାଲ ସ୍କ୍ୱାଡ୍ ଏସଆଇ ବୁଦ୍ଧାରାୟ ମାଝୀ ଓ ପ୍ରତାପ ଦଳେଇ ଉପସ୍ଥିତ ଥିଲେ।

The post ଆଇପିଏଲ୍ ବେଟିଂରେ ଦୁଇ ଭାଇ ଗିରଫ appeared first on Odisha Reporter.

]]>
right bottom 2021-10-06 19:46:09 https://odishareporter.in/wp-content/uploads/2021/10/ipl-betting.jpg
ଅଟୋ ଓଲଟି ୯ ଆହତ https://odishareporter.in/odisha/9-injured-as-an-auto-met-withaccident-680300 Thu, 30 Sep 2021 09:09:26 +0000 https://odishareporter.in/?p=680300

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଶ୍ରମକାର୍ଡ ପାଇଁ ଆବେଦନ କରି ଘରକୁ ଫେରୁଥିବା ବେଳେ ଅଟୋ ଓଲଟି ପଡ଼ିବାରୁ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦେବଗଡ଼ ଜିଲ୍ଲା ସମରଖାଇ ନିକଟରେ ଘଟିଛି ଏହି ଘଟଣା। ଆଜି ସକାଳେ ବାରକୋଟ ବ୍ଲକ ବୁଡ଼ାଖମନ ଗାଁର ୯ ଜଣ ପୁରୁଷ ଓ ମହିଳା ଏକ ଅଟୋ ଯୋଗେ ଦେବଗଡ଼ରେ ଥିବା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଶ୍ରମକାର୍ଡ ଆବେଦନ ପାଇଁ ଆସିଥିଲେ। ଦିନ ପ୍ରାୟ […]

The post ଅଟୋ ଓଲଟି ୯ ଆହତ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଶ୍ରମକାର୍ଡ ପାଇଁ ଆବେଦନ କରି ଘରକୁ ଫେରୁଥିବା ବେଳେ ଅଟୋ ଓଲଟି ପଡ଼ିବାରୁ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦେବଗଡ଼ ଜିଲ୍ଲା ସମରଖାଇ ନିକଟରେ ଘଟିଛି ଏହି ଘଟଣା।

ଆଜି ସକାଳେ ବାରକୋଟ ବ୍ଲକ ବୁଡ଼ାଖମନ ଗାଁର ୯ ଜଣ ପୁରୁଷ ଓ ମହିଳା ଏକ ଅଟୋ ଯୋଗେ ଦେବଗଡ଼ରେ ଥିବା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଶ୍ରମକାର୍ଡ ଆବେଦନ ପାଇଁ ଆସିଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ସେମାନେ ଗାଁକୁ ଫେରୁଥିବା ବେଳେ ସମରଖାଇ ଗାଁ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ଫଳରେ ସମସ୍ତେ ଆହତ ହୋଇଛନ୍ତି। ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

The post ଅଟୋ ଓଲଟି ୯ ଆହତ appeared first on Odisha Reporter.

]]>
right bottom 2021-09-30 14:39:26 https://odishareporter.in/wp-content/uploads/2021/09/Untitled-1-25.jpg
ଟ୍ୟୁସନ୍‌ରୁ ଫେରିଲା ବେଳେ ନାବାଳିକାଙ୍କୁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ https://odishareporter.in/odisha/a-minor-girl-allegedly-raped-in-deogarh-678604 Fri, 24 Sep 2021 08:43:44 +0000 https://odishareporter.in/?p=678604

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଟ୍ୟୁସନ୍‌ରୁ ଫେରିଲା ବେଳେ ଜଣେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ ଛତାବରରେ। ଏହି ଘଟଣାରେ କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ  ପୁଲିସ ଗିରଫ କରିଛି। ସୂଚନାଅନୁସାରେ, ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ ପ୍ରତିଦିନ ସନ୍ଧ୍ୟା ସମୟରେ ଟ୍ୟୁସନ୍ ସାରି ଛତାବରରୁ […]

The post ଟ୍ୟୁସନ୍‌ରୁ ଫେରିଲା ବେଳେ ନାବାଳିକାଙ୍କୁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଟ୍ୟୁସନ୍‌ରୁ ଫେରିଲା ବେଳେ ଜଣେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ ଛତାବରରେ। ଏହି ଘଟଣାରେ କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ  ପୁଲିସ ଗିରଫ କରିଛି।

ସୂଚନାଅନୁସାରେ, ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ ପ୍ରତିଦିନ ସନ୍ଧ୍ୟା ସମୟରେ ଟ୍ୟୁସନ୍ ସାରି ଛତାବରରୁ ସାଇକେଲ ଯୋଗେ ଘରକୁ ଫେରିଥାଆନ୍ତି। ଗତକାଲି ମଧ୍ୟ ଛାତ୍ରୀ ଜଣଙ୍କ ସନ୍ଧ୍ୟା ୭ ଟାସମୟରେ ଛତାବରରୁ ଟ୍ୟୁସନ ସାରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଶୁଭମ ଓ ଚିନ୍ମୟ ନାବାଳିକାଙ୍କୁ କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏନେଇ ପୀଡିତା ଘରେ ଜଣାଇବା ପରେ ପରିବାର ପକ୍ଷରୁ ରିଆମାଳ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଗତକାଲି ରାତିରେ ଅଭିଯୁକ୍ତ ଶୁଭମ ଓ ଚିନ୍ମୟଙ୍କୁ ଗିରଫ କରିଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

The post ଟ୍ୟୁସନ୍‌ରୁ ଫେରିଲା ବେଳେ ନାବାଳିକାଙ୍କୁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ appeared first on Odisha Reporter.

]]>
right bottom 2021-09-24 14:13:44 https://cdn.odishareporter.in/wp-content/uploads/2021/03/31163731/rape.jpg
ହନୁମାନ ପଇସା ପାଇଁ ଗଲା ଜୀବନ https://odishareporter.in/odisha/youth-murdered-by-friends-for-hanuman-coin-in-davgad-dist-665972 Wed, 11 Aug 2021 05:08:23 +0000 https://odishareporter.in/?p=665972

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ୩ ମାସ ପୂର୍ବେ ହୋଇଥିବା ଏକ ନିର୍ମମ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ୍‌।  ହନୁମାନ ପଇସା ପାଇଁ ସୁଚିନ୍ତିତ ଭାବେ ରଚା ଯାଇଥିଲା ଷଡଯନ୍ତ୍ର ।  ଯୁବକଙ୍କୁ ଘରୁ ଡାକି ନେଇ କୁରାଢିରେ ହାଣି ହତ୍ୟା କରିଥିଲେ ୪ ଅଭିଯୁକ୍ତ ।  ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବୀଭତ୍ସ  ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଗତ ମେ’ ୫ ତାରିଖରେ ରାଇତାଲ ଗାଁର କୃଷ୍ଣ କିସାନଙ୍କ […]

The post ହନୁମାନ ପଇସା ପାଇଁ ଗଲା ଜୀବନ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ୩ ମାସ ପୂର୍ବେ ହୋଇଥିବା ଏକ ନିର୍ମମ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ୍‌।  ହନୁମାନ ପଇସା ପାଇଁ ସୁଚିନ୍ତିତ ଭାବେ ରଚା ଯାଇଥିଲା ଷଡଯନ୍ତ୍ର ।  ଯୁବକଙ୍କୁ ଘରୁ ଡାକି ନେଇ କୁରାଢିରେ ହାଣି ହତ୍ୟା କରିଥିଲେ ୪ ଅଭିଯୁକ୍ତ ।  ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବୀଭତ୍ସ  ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।

ଗତ ମେ’ ୫ ତାରିଖରେ ରାଇତାଲ ଗାଁର କୃଷ୍ଣ କିସାନଙ୍କ ମୃତଦେହ ଗାଁରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ତଳୁ ମିଳିଥିଲା। ପୁଲିସ୍‌ ଘଟଣାର ତନାଘନା କରି ହତ୍ୟାକାଣ୍ଡର ପର୍ଦାଫାସ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ରାଇତାଲ ଗାଁର ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ୪ ଅଭିଯୁକ୍ତ ହେଲେ ଚାନ୍ଦଲୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରି କିସାନ ଏବଂ ପ୍ରଦୀପ ମାଝୀ। ସେମାନଙ୍କୁ ଗିରଫ କରି ପୁଲିସ୍‌ କୋର୍ଟ ଚାଲାଣ କରିଛି।

ରାଇତାଲ ଗାଁର କୃଷ୍ଣ କିସାନଙ୍କ ନିକଟରେ ଏକ ହନୁମାନ ପଇସା ଥିବା ନେଇ କୌଣସି ସୂତ୍ରରୁ ୪ ଅଭିଯୁକ୍ତ ଜାଣିବାକୁ ପାଇଥିଲେ। ଉକ୍ତ ହନୁମାନ ପଇସାକୁ ହାତେଇବା ପାଇଁ ଗତ ମେ’ ମାସ ୪ ତାରିଖ ରାତି ୮ଟାରେ କୃଷ୍ଣ କିସାନଙ୍କୁ ମାଛ ଧରିବା ପାଇଁ ଯିବା କହି ଅଭିଯୁକ୍ତମାନେ ତାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ହନୁମାନ ପଇସା ସେମାନଙ୍କୁ ଦେବା ପାଇଁ କହିଥିଲେ। ମାତ୍ର ନିଜ ପାଖରେ ହନୁମାନ ପଇସା ନ ଥିବା  କୃଷ୍ଣ କହିଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ତାଙ୍କୁ କେନ୍ଦୁବାହାଲ ଗାଁରେ ଏକ ଟାଙ୍ଗିଆ ଏବଂ ୨ଟି କେନ୍ଦୁ ବାଡିରେ ବାଡ଼େଇ ବାଡ଼େଇ ହତ୍ୟା କରିଥିଲେ। କୃଷ୍ଣଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ହତ୍ୟାକାଣ୍ଡର ରୂପ ବଦଳେଇବା ପାଇଁ ରାଇତାଲ ଗାଁର ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ଅଭିଯୁକ୍ତମାନେ କୃଷ୍ଣଙ୍କ ମୃତଦେହ ପକାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

କୃଷ୍ଣ ରାତି ସାରା ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମ ତଳୁ ତାଙ୍କ ମୃତଦେହ ମିଳିଥିଲା। ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରି କୃଷ୍ଣଙ୍କ ଭାଇ ଦେବଗଡ ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୃଷ୍ଣଙ୍କ ଦେହସାରା ମାଡ  ଦାଗ ଥିବାରୁ ପୁଲିସ ସନ୍ଦେହ କରି ନିଜ ଆଡୁ ତଦନ୍ତ ଆରମ୍ଭ କରିଥିଲା।

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇନଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ଜାଣିବା ପରେ ତନାଘନା ଆରମ୍ଭ କରିଥିଲା।

ତଦନ୍ତ ସମୟରେ ହନୁମାନ ପଇସା ହାତେଇବା ପାଇଁ କୃଷ୍ଣଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବା ସହ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି  କୋର୍ଟଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆ, ୨ଟି କେନ୍ଦୁ ବାଡି ଆଦି ପୁଲିସ ଜବତ କରିଛି।  ଏଥିସହ କୃଷ୍ଣଙ୍କ ଘରୁ ପୁଲିସ୍‌ ଏକ ମୁଦ୍ରା ଜବତ କରିଥିବା ବେଳେ ତାହା ହନୁମାନ ପଇସା ନୁହେଁ, ଏକ ବିଦେଶୀ ମୁଦ୍ରା ବୋଲି ଜଣାପଡ଼ିଛି।

ଗତ କିଛି ଦିନ ପୂର୍ବେ ଏକ ହନୁମାନ ପଇସା ରାକେଟ୍‌କୁ ପୋଲିସ ଠାବ କରିଥିଲା। ଉକ୍ତ ରାକେଟ୍‌ ସହ ଏହି ୪ ଅଭିଯୁକ୍ତଙ୍କ ସମ୍ପୃକ୍ତି ଅଛି ନା ନାହିଁ, ସେନେଇ ପୁଲିସ୍‌ ସନ୍ଦେହ କରି ଅଧିକ ତଦନ୍ତ କରୁଛି।

The post ହନୁମାନ ପଇସା ପାଇଁ ଗଲା ଜୀବନ appeared first on Odisha Reporter.

]]>
centre bottom 2021-08-11 13:00:57 https://cdn.odishareporter.in/wp-content/uploads/2021/08/11103317/deb.jpg
ସୁସ୍ଥ ହେବା ପରେ ଜାଣିଲେ ସେ ଡେଲଟା ପ୍ଲସ୍ ! https://odishareporter.in/odisha/deogarh/when-he-recovered-he-found-out-he-was-delta-plus-654242 Sun, 27 Jun 2021 11:58:16 +0000 https://odishareporter.in/?p=654242

ଦେବଗଡ଼(ସିଦ୍ଧାର୍ଥ ଗୁରୁ) ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି।   ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ । ଗତ ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ  । ତେବେ କୋଭିଡରେ ଆକ୍ରାନ୍ତ ଥାଇ ସେ ଘରେ ଚିକିତ୍ସିତ ହୋଇଥିଲେ ଏବଂ ୨୦ ଦିନରେ ସମ୍ପୂର୍ଣ୍ଣ […]

The post ସୁସ୍ଥ ହେବା ପରେ ଜାଣିଲେ ସେ ଡେଲଟା ପ୍ଲସ୍ ! appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ) ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି।   ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ । ଗତ ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ  ।

ତେବେ କୋଭିଡରେ ଆକ୍ରାନ୍ତ ଥାଇ ସେ ଘରେ ଚିକିତ୍ସିତ ହୋଇଥିଲେ ଏବଂ ୨୦ ଦିନରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି।  ବର୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ସ୍ୱଭାବିକ ଜୀବନ ଜାବନ କରୁଛନ୍ତି।  ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୩୦ ତାରିଖରେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖ ଦିନ କୋଭିଡ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ। ସେ ନିଜ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସଂକ୍ରମଣର ୨୦ ଦିନ ପରେ ସେ ସୁସ୍ଥ ଅନୁଭବ କରିବାରୁ ହୋମ ଆଇସୋଲେସନରୁ ବାହାରି ଲୋକଙ୍କ ସହିତ ମିଳାମିଶା କରିଥିଲେ। ତାଙ୍କ କହିବା ଅନୁଯାୟୀ ଗତ ୨୬ ତାରିଖ ଦେବଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ତାଙ୍କ ଘରକୁ ଯାଇ ଡେଲଟା ପ୍ଲସରେ ସେ ସଂକ୍ରମିତ ଥିବା ସୂଚନା ଦେବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ ଡେଲଟା ପ୍ଲସ ସଂକ୍ରମିତ ଦେବଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାର ସୂଚନା ଦେବାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇ ଥିଲା । ମାତ୍ର ଆଜିକୁ ୨ ଦିନ ହୋଇଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଗଣମାଧ୍ୟମ ସାମ୍ନାରେ  ମୁହଁ ଖୋଲୁ ନଥିଲ। ତେବେ ପରେ  ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବସାଲୋଇ ଗ୍ରାମର ରାଜ୍ୟର ପ୍ରଥମ ଡେଲଟା ପ୍ଲସ ସଂକ୍ରମିତ ନେଇ ସ୍ପଷ୍ଟ ହୋଇଥିଲା। ସେ ଏବେ ସୁସ୍ଥ ଅଛନ୍ତି।

The post ସୁସ୍ଥ ହେବା ପରେ ଜାଣିଲେ ସେ ଡେଲଟା ପ୍ଲସ୍ ! appeared first on Odisha Reporter.

]]>
centre top 2021-06-27 17:28:16 https://cdn.odishareporter.in/wp-content/uploads/2021/06/27172706/6nm-3.jpg
ମୁହାଁମୁହିଁ ଧକ୍କା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର https://odishareporter.in/odisha/truck-driver-burnt-to-death-after-the-accident-647121 Sun, 30 May 2021 04:11:58 +0000 https://odishareporter.in/?p=647121

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦୁଇଟି ଟ୍ରକ୍‌ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଧକ୍କା ହେବା ପରେ ଗୋଟିଏ ଟ୍ରକ୍ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଆଉ ଗୋଟିକରେ ଲାଗି ଯାଇଥିଲା ନିଆଁ। ନିଆଁ ଲାଗିବା ଯୋଗୁ ଉକ୍ତ ଟ୍ରକ୍‌ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ। ଆଜି ସକାଳ ପ୍ରାୟ ୫ଟା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଏହି […]

The post ମୁହାଁମୁହିଁ ଧକ୍କା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦୁଇଟି ଟ୍ରକ୍‌ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଧକ୍କା ହେବା ପରେ ଗୋଟିଏ ଟ୍ରକ୍ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଆଉ ଗୋଟିକରେ ଲାଗି ଯାଇଥିଲା ନିଆଁ। ନିଆଁ ଲାଗିବା ଯୋଗୁ ଉକ୍ତ ଟ୍ରକ୍‌ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ।

ଦୁର୍ଘଟଣା ପରେ ଅନ୍ୟ ଟ୍ରକ୍‌ଟି ରାସ୍ତା ତଳକୁ ଖସି ଯାଇଛି

ଆଜି ସକାଳ ପ୍ରାୟ ୫ଟା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଦେବଗଡ଼ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ମାଲ୍‌ ବୋଝେଇ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଦେବଗଡ଼ ପଟୁ ଯାଉଥିବା ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା ଓ ସେଥିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଟ୍ରକ୍‌ରୁ ଡାଲାଟି ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା। ସେହିପରି ଅନ୍ୟ ଟ୍ରକ୍‌ଟି ରାସ୍ତା ତଳକୁ ଖସି ଯାଇଥିଲା।

ଦୁର୍ଘଟଣାରେ ଜଳି ଯାଇଥିବା ଟ୍ରକ୍‌ରୁ ଡାଲା ବାହାରି ଯାଇଥିଲା।

ଖବର ପାଇ ବାରକୋଟ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଟ୍ରକ୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

The post ମୁହାଁମୁହିଁ ଧକ୍କା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର appeared first on Odisha Reporter.

]]>
right bottom 2021-05-30 09:44:40 https://cdn.odishareporter.in/wp-content/uploads/2021/05/30093516/truck5.jpg
ପରିବା ବିକିବାକୁ ଯାଉଥିଲେ, ପିଟି ଦେଲା ଟ୍ରେଲର https://odishareporter.in/odisha/5-injured-as-a-trailer-hits-a-auto-in-deogarh-644482 Thu, 20 May 2021 02:59:46 +0000 https://odishareporter.in/?p=644482

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସକାଳୁ ସକାଳୁ ଅଟୋରେ ପରିବା ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ପିଟି ଦେଲା ଟ୍ରେଲର। ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା କୁରଡ଼ ଗାଁରେ। ଆହତମାନେ ହେଉଛନ୍ତି- ସୁଜିତ ପ୍ରଧାନ, ମମତା ପ୍ରଧାନ, ଭଗବତୀ ବରାଇ, କାଦମ୍ବିନୀ କାଲୋ ଓ ଶାନ୍ତିଲତା ସାହୁ। ଏମାନେ ସମସ୍ତେ କୁରଡ଼ ଗାଁର ବାସିନ୍ଦା। ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏମାନେ ମୋଟ ୬ ଜଣ […]

The post ପରିବା ବିକିବାକୁ ଯାଉଥିଲେ, ପିଟି ଦେଲା ଟ୍ରେଲର appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସକାଳୁ ସକାଳୁ ଅଟୋରେ ପରିବା ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ପିଟି ଦେଲା ଟ୍ରେଲର। ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା କୁରଡ଼ ଗାଁରେ।

ଆହତମାନେ ହେଉଛନ୍ତି- ସୁଜିତ ପ୍ରଧାନ, ମମତା ପ୍ରଧାନ, ଭଗବତୀ ବରାଇ, କାଦମ୍ବିନୀ କାଲୋ ଓ ଶାନ୍ତିଲତା ସାହୁ। ଏମାନେ ସମସ୍ତେ କୁରଡ଼ ଗାଁର ବାସିନ୍ଦା।

ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏମାନେ ମୋଟ ୬ ଜଣ (ଡ୍ରାଇଭରକୁ ମିଶାଇ ଅଟୋରେ ୭ ଜଣ ବସିଥିଲେ) ଅଟୋ ଯୋଗେ ପରିବା ନେଇ ଦେବଗଡ଼ ଅଭିମୁଖେ ଯାଉଥିଲେ। ହେଲେ ଗାଁ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଅଟୋଟିକୁ ଏକ ଟ୍ରେଲର ପଛପଟୁ ଧକ୍କା ଦେଇଥିଲା। ଟ୍ରେଲରଟି ସମ୍ବଲପୁର ଆଡୁ ଆସୁଥିବା ବେଳେ ଅଟୋଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମସ୍ତେ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ରହିଛି। ତେଣୁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

The post ପରିବା ବିକିବାକୁ ଯାଉଥିଲେ, ପିଟି ଦେଲା ଟ୍ରେଲର appeared first on Odisha Reporter.

]]>
right bottom 2021-05-20 11:28:23 https://cdn.odishareporter.in/wp-content/uploads/2021/05/20082454/accident-3.jpg
OTET ପ୍ରଶ୍ନପତ୍ର ଲିକ୍ ମାମଲା, ୩ ଶିକ୍ଷକ ସସପେଣ୍ଡ୍ https://odishareporter.in/odisha/deogarh/3-teachers-suspend-on-otet-exam-paper-leak-incident-634785 Sun, 11 Apr 2021 14:27:45 +0000 https://odishareporter.in/?p=634785

ଦେବଗଡ଼ (ଓଡ଼ିଶା ରିପୋର୍ଟର): ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିଅଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅବହେଳା ଦର୍ଶାଇ ଦେବଗଡ଼ DEO ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗତ ୯ ତାରିଖରେ ଓଟିଇଟି ପରୀକ୍ଷା ଚାଲୁଥିବା ବେଳେ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହାସହ ଜଣେ ପ୍ରରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ର ଉତ୍ତୋଳନ ହୋଇଥିବା ମୋବାଇଲ୍ ଜବତ କରାଯାଇଥିଲା। […]

The post OTET ପ୍ରଶ୍ନପତ୍ର ଲିକ୍ ମାମଲା, ୩ ଶିକ୍ଷକ ସସପେଣ୍ଡ୍ appeared first on Odisha Reporter.

]]>

ଦେବଗଡ଼ (ଓଡ଼ିଶା ରିପୋର୍ଟର): ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିଅଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅବହେଳା ଦର୍ଶାଇ ଦେବଗଡ଼ DEO ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗତ ୯ ତାରିଖରେ ଓଟିଇଟି ପରୀକ୍ଷା ଚାଲୁଥିବା ବେଳେ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହାସହ ଜଣେ ପ୍ରରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ର ଉତ୍ତୋଳନ ହୋଇଥିବା ମୋବାଇଲ୍ ଜବତ କରାଯାଇଥିଲା।

ଏହାର ତଦନ୍ତ କରାଯାଇ ଓଟିଇଟି ପରୀକ୍ଷା ହଲର ସେହି କୋଠରୀରେ ଦାୟିତ୍ୱରେ ଥିବା ସୁନାମୁଣ୍ଡା ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ କିଷାନ, ପରୀକ୍ଷା ହଲର ଗେଟ୍ ଚେକିଂ ଦାୟିତ୍ୱରେ ଥିବା ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ବେହେରା ଓ ଶିକ୍ଷକ ସୁଶାନ୍ତ ରାୟଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ, ବିଏସଇ ଦ୍ୱାରା ଗତ ୯ ତାରିଖରେ ଓଟିଇଟି ପରୀକ୍ଷା ହୋଇଥିଲା। ୧,୨୫,୮୮୦ ଜଣ ପରୀକ୍ଷାର୍ଥୀ ରାଜ୍ୟର ୪୯୧ଟି ସେଣ୍ଟରରେ ପରୀକ୍ଷା ଦେଇଛନ୍ତି। ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଥିଲେ। ତେବେ ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ୱପତ୍ର ଭାଇରାଲ ହୋଇଥିଲା ଉକ୍ତ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେବଣୀ ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ସୂଚନା ଦେଇଥିଲେ।

The post OTET ପ୍ରଶ୍ନପତ୍ର ଲିକ୍ ମାମଲା, ୩ ଶିକ୍ଷକ ସସପେଣ୍ଡ୍ appeared first on Odisha Reporter.

]]>
right bottom 2021-04-11 19:57:45 https://cdn.odishareporter.in/wp-content/uploads/2021/04/11195624/OTET.jpg
OTETର ପ୍ରଥମ ସିଟିଂ ପରୀକ୍ଷାରୁ ପ୍ରଶ୍ନପତ୍ର ଲିକ୍! https://odishareporter.in/odisha/otet-question-papers-allegedly-go-viral-634128 Fri, 09 Apr 2021 07:31:01 +0000 https://odishareporter.in/?p=634128

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସାରା ରାଜ୍ୟରେ ଆଜି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଅନୁଷ୍ଠିତ ହୋଇଥିବା ବେଳେ  ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି। ତେବେ ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ୱପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୮ ଟା ସମୟରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହାର ଏକ […]

The post OTETର ପ୍ରଥମ ସିଟିଂ ପରୀକ୍ଷାରୁ ପ୍ରଶ୍ନପତ୍ର ଲିକ୍! appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସାରା ରାଜ୍ୟରେ ଆଜି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଅନୁଷ୍ଠିତ ହୋଇଥିବା ବେଳେ  ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି। ତେବେ ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ୱପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୮ ଟା ସମୟରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହାର ଏକ ଘଣ୍ଟା ନପୂରୁଣୁ ପ୍ରଶ୍ୱପତ୍ର ଏବଂ ଉତ୍ତର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିଲା। ପ୍ରଥମ ସିଟିଂର ‘ଡି’ ସେଟ୍‌ର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କୁହାଯାଉଛି।

ପୂର୍ବାହ୍ନ ସାଢ଼େ ୮ଟା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରର ଜଣେ ପରୀକ୍ଷାର୍ଥୀଙ୍କ (ଏହି ପରୀକ୍ଷାର୍ଥୀ ଜଣେ ଯୁବତୀ) ନିକଟରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା, ଯେଉଁଥିରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରାଯାଇଥିଲା। ଉକ୍ତ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେବଣୀ ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ଏହି ସୂଚନା ଦେଇଛନ୍ତି । ତେବେ ଉକ୍ତ ନିର୍ଦ୍ଦିଷ୍ଟ ମୋବାଇଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ନା ନାହିଁ, ସେନେଇ ଅନୁଧ୍ୟାନ ପରେ ଜଣାପଡିବ ବୋଲି ସେ କହିଛନ୍ତି।

ଉକ୍ତ ପରୀକ୍ଷାର୍ଥୀଙ୍କ ମୋବାଇଲ୍‌କୁ ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀମାନେ ସିଜ୍ କରିଛନ୍ତି। ତେବେ ପରୀକ୍ଷା ହଲ୍‌କୁ ମୋବାଇଲ୍ ଫୋନ୍ ମନା ହୋଇଥିବା ବେଳେ ସେ କେମିତି ଫୋନ୍ ଧରି ପ୍ରବେଶ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଏକ ମୋବାଇଲ ଜବତ ହୋଇଛି। ଏହାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ପ୍ରଶ୍ନପତ୍ର ଭାଇରାଲ ହେବା କଥା ସେଠି ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ଖଣ୍ଡନ କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।

The post OTETର ପ୍ରଥମ ସିଟିଂ ପରୀକ୍ଷାରୁ ପ୍ରଶ୍ନପତ୍ର ଲିକ୍! appeared first on Odisha Reporter.

]]>
right top 2021-04-09 15:08:22 https://cdn.odishareporter.in/wp-content/uploads/2021/04/09125752/Untitled-1-2.jpg
‘ଗୋଟିଏ ମିନିଟ୍‌ ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ, ହେଲେ…’ https://odishareporter.in/odisha/elephant-dead-in-deoghar-dist-628652 Sat, 20 Mar 2021 03:23:21 +0000 https://odishareporter.in/?p=628652

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳ ବଡତୈଳା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ମୃତଦେହକୁ ପୋତି ଦିଆଯାଇଛି । ଦୁଇଦିନ ତଳେ ହାତୀଟି ଜଙ୍ଗଲକୁ ଆସିଥିଲା। ସେତେବେଳେ ହାତୀଟି ଦୁର୍ବଳ ଥିବା ଜଣାପଡ଼ିବାରୁ ବନ ବିଭାଗ ପକ୍ଷରୁ ତା’ଉପରେ ନଜର ରଖାଯାଇଥିଲା । ଏହାସହ ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଗତକାଲି ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି […]

The post ‘ଗୋଟିଏ ମିନିଟ୍‌ ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ, ହେଲେ…’ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳ ବଡତୈଳା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ମୃତଦେହକୁ ପୋତି ଦିଆଯାଇଛି ।

ଦୁଇଦିନ ତଳେ ହାତୀଟି ଜଙ୍ଗଲକୁ ଆସିଥିଲା। ସେତେବେଳେ ହାତୀଟି ଦୁର୍ବଳ ଥିବା ଜଣାପଡ଼ିବାରୁ ବନ ବିଭାଗ ପକ୍ଷରୁ ତା’ଉପରେ ନଜର ରଖାଯାଇଥିଲା । ଏହାସହ ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଗତକାଲି ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି ।  ହାତୀଟିକୁ ୮-୧୦ ବର୍ଷ ହୋଇଥିଲା ବୋଲି ଅନୁମାନ କରାଯାଉଛି।

ଠିକ୍‌ ସମୟରେ ଚିକିତ୍ସା କରାଯାଇଥିଲେ ହୁଏତ ହାତୀଟି ବଂଚିଯାଇଥାନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେବେ ଚିକିତ୍ସାରେ ଅବହେଳାକୁ ବନ ଅଧିକାରୀ ଖଣ୍ଡନ କରିଛନ୍ତି ।

ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁ କହିଛନ୍ତି, ହାତୀଟିର ଗତିବିଧି ନିରୀକ୍ଷଣ କରି ତା’ ଅବସ୍ଥା ଭଲ ନ ଥିବା ଜାଣିପାରିଲୁ। ଏହାପରେ ତା’ ଉପରେ ନଜର ରଖାଯାଇଥିଲା। ଗୋଟିଏ ମିନିଟ୍ ‌ବି ତାକୁ ଆଖି ସାମ୍ନାରୁ ଦୂରେଇ ଦେଇ ନ ଥିଲୁ। କିନ୍ତୁ ଗତକାଲି ହଠାତ୍‌ ତା ଗତିବିଧି ବହୁତ କମ୍‌ ହୋଇଯାଇଥିଲା। ଏହାପରେ ଓୟୁଏଟି ପ୍ରଫେସରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଆରମ୍ଭ କଲା ବେଳକୁ ତା’ର ମୃତ୍ୟୁ ହୋଇଥିଲା।

The post ‘ଗୋଟିଏ ମିନିଟ୍‌ ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ, ହେଲେ…’ appeared first on Odisha Reporter.

]]>
right bottom 2021-03-20 13:28:31 https://cdn.odishareporter.in/wp-content/uploads/2021/03/20084910/hati.jpg
ବାରହା ପାଇଁ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ଯୁବକ https://odishareporter.in/odisha/man-due-to-current-shock-in-debgod-609901 Sat, 09 Jan 2021 06:45:15 +0000 https://odishareporter.in/?p=609901

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବାରହା ଶିକାର ପାଇଁ ଆଳୁ ବଗିଚାରେ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ନିଜେ ଶିକାରୀ। ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଛନ୍ତି ଯୁବକ। ଏପରି ଦୁଃଖଦ ଘଟଣା  ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମରେ ଘଟିଛି।  ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମର  ପ୍ରଦୀପ ପ୍ରଧାନ। ମିଳିଥିବା ସୂଚନା ଅନୁଯାୟୀ, ଝରାନାଳୀ ଗ୍ରାମର ଇଶ୍ୱର ପ୍ରଧାନ ଓ ତାଙ୍କ ଭାଇ ରଶାନନ୍ଦ ପ୍ରଧାନ […]

The post ବାରହା ପାଇଁ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ଯୁବକ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବାରହା ଶିକାର ପାଇଁ ଆଳୁ ବଗିଚାରେ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ନିଜେ ଶିକାରୀ। ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଛନ୍ତି ଯୁବକ। ଏପରି ଦୁଃଖଦ ଘଟଣା  ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମରେ ଘଟିଛି।  ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମର  ପ୍ରଦୀପ ପ୍ରଧାନ।

ମିଳିଥିବା ସୂଚନା ଅନୁଯାୟୀ, ଝରାନାଳୀ ଗ୍ରାମର ଇଶ୍ୱର ପ୍ରଧାନ ଓ ତାଙ୍କ ଭାଇ ରଶାନନ୍ଦ ପ୍ରଧାନ ଗାଁ ଜଙ୍ଗଲ ନିକଟରେ ମିଳିତ ଭାବେ ଏକ ବଗିଚା କରିବା ସହ ସେଠାରେ ଆଳୁ, ପିଆଜ ଓ ଶୋରିଷ ଆଦି ବିଭିନ୍ନ ଚାଷ କରୁଥିଲେ। ତେବେ ଉକ୍ତ ବଗିଚା ଦେଇ ବିଭିନ୍ନ ସମୟରେ ଜଙ୍ଗଲି ବାରହା ଯାତାୟତ କରିଥାନ୍ତି।

ତେଣୁ ବାରହା ଶିକାର ଉଦ୍ଦେଶ୍ୟରେ ଗତ ଗୁରୁବାର ରାତ୍ରୀରେ ସେଠାରେ ଈଶ୍ୱରଙ୍କ ପୁଅ ପ୍ରଦୀପ ପ୍ରଧାନ ଓ ତାଙ୍କ ସମ୍ପର୍କୀୟ ଭାଇ ବିଦ୍ୟୁତ୍‌ ତାର ବିଛାଇଥିଲେ। ଏହାପରେ  ଗତକାଲି ସକାଳେ   ପ୍ରଦୀପ ଉକ୍ତ ବଗିଚାକୁ ଯାଇଥିବା ବେଳେ ଅସାବଧାନତାବଶତଃ  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ରାତି ପର୍ଯ୍ୟନ୍ତ ପ୍ରଦୀପ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଏହାପରେ ଆଜି ସକାଳେ ତାଙ୍କ ମୃତଦେହ ଠାବ କରାଯାଇଥିଲା।

ମୃତ ପ୍ରଦୀପ ରିଆମାଳ ବନାଞ୍ଚଳରେ ଜଣେ ପ୍ଲାଣ୍ଟେସନ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଏ ସମ୍ପର୍କରେ ପରିବାର ଲୋକେ ରିଆମାଳ ଥାନା ପୁଲିସ୍‌କୁ ସୂଚନା ଦେବାପରେ ପୁଲିସ୍‌ ସେଠାରେ ପହଞ୍ଚି ମୃତଦେହ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ବାରହା ପାଇଁ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ଯୁବକ appeared first on Odisha Reporter.

]]>
right bottom 2021-01-09 12:15:15 https://cdn.odishareporter.in/wp-content/uploads/2021/01/09121351/barha.jpg
ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୧୨ ଛେଳି   https://odishareporter.in/odisha/12-goats-dead-by-the-attack-of-unknown-animal-608112 Mon, 04 Jan 2021 03:53:26 +0000 https://odishareporter.in/?p=608112

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ତଥା ବାରକୋଟ ବନାଞ୍ଚଳର ଚକଡିହି(ନୂଆଁ ବାରକୋଟ) ଗ୍ରାମରେ ଖେଳିଯାଇଛି ଅଜଣା ଜନ୍ତୁ ଆତଙ୍କ। ଗତ ଶନିବାର ଅପରାହ୍ନରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୧୨ଟି ଛେଳିର ମୃତ୍ୟୁ ଘଟିବା ସହ ୩ଟି ଛେଳି ଗୁରୁତର ଆହତ ହୋଇଛନ୍ତି। ସେହିପରି ଉକ୍ତ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଛେଳି ନିଖୋଜ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଚକଡିହି ଗ୍ରାମର ଛେଳିଚରାଳି ଜଙ୍ଗଲରୁ ଛେଳି ଚରାଇ ଫେରୁଥିଲେ। କୌଣସି କାରଣରୁ ବହୁ […]

The post ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୧୨ ଛେଳି   appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ତଥା ବାରକୋଟ ବନାଞ୍ଚଳର ଚକଡିହି(ନୂଆଁ ବାରକୋଟ) ଗ୍ରାମରେ ଖେଳିଯାଇଛି ଅଜଣା ଜନ୍ତୁ ଆତଙ୍କ। ଗତ ଶନିବାର ଅପରାହ୍ନରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୧୨ଟି ଛେଳିର ମୃତ୍ୟୁ ଘଟିବା ସହ ୩ଟି ଛେଳି ଗୁରୁତର ଆହତ ହୋଇଛନ୍ତି। ସେହିପରି ଉକ୍ତ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଛେଳି ନିଖୋଜ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଚକଡିହି ଗ୍ରାମର ଛେଳିଚରାଳି ଜଙ୍ଗଲରୁ ଛେଳି ଚରାଇ ଫେରୁଥିଲେ। କୌଣସି କାରଣରୁ ବହୁ ଛେଳି ଇତସ୍ତତଃ ହୋଇ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଧାଇଁଯାଇଥିଲେ। ମାତ୍ର ଛେଳିମାନେ କାହିଁକି ଓ କେଉଁ ଆଡେ ଗଲେ ତାହା ଜାଣି ନ ପାରି ଛେଳି ଚରାଳିମାନେ ଫେରି ଆସିଥିଲେ।

ଗତକାଲି ସକାଳେ ପୁଣି ଥରେ ଜଙ୍ଗଲକୁ ଯାଇ ନିଖୋଜ ଛେଳି ଖୋଜିବାରୁ ସେଠାରେ ୧୨ଟି ଛେଳି ମରି ପଡିଥିବା ଦେଖିଥିଲେ। ଏହାବ୍ୟତୀତ ଅନ୍ୟ ୩ଟି ଛେଳି ଗୁରୁତର ଆହତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ୨୫ରୁ ଉର୍ଦ୍ଧ୍ୱ ଛେଳିଙ୍କର ସନ୍ଧାନ ମିଳିନାହିଁ।

ଏ ସମ୍ପର୍କରେ ସୂଚନା ପାଇ ରବିବାର ଅପରାହ୍ନରେ ବାରକୋଟ ବନାଂଚଳ ଅଧିକାରୀ ଜୟଶ୍ରୀ ମୁର୍ମୂ ଓ ଫରେଷ୍ଟର କୁବେର ପ୍ରଧାନ ସଦଳବଳେ ଚକଡିହୀ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମାତ୍ର ଛେଳିମାନେ କେଉଁ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତାହତ ହୋଇଛନ୍ତି ତାହା ଜଣାପଡିପାରି ନାହିଁ।

ପ୍ରାଥମିକ ତଦନ୍ତରୁ ରାମଶିଆଳ ଆକ୍ରମଣରେ ଛେଳିମାନେ ମୃତାହତ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଆକ୍ରମଣକାରୀ ବନ୍ୟଜନ୍ତୁକୁ ଚିହ୍ନଟ କରିବା ନିମନ୍ତେ ବନବିଭାଗ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ୨ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି।

ସୂଚନା ପାଇ ବାରକୋଟ ଭିଏସ୍ ଶଶୀଭୂଷଣ ଦାସ ଘଟଣାସ୍ଥଳକୁ ଯାଇ ଆହତ ଛେଳିମାନଙ୍କର ଚିକିତ୍ସା କରିବା ସହ ମୃତ ଛେଳିମାନଙ୍କର ମୃତଦେହ ବ୍ୟବଚ୍ଛେଦ କରି ଫେରିଥିବା ଜଣାପଡିଛି।

The post ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୧୨ ଛେଳି   appeared first on Odisha Reporter.

]]>
right bottom 2021-01-04 09:23:26 https://cdn.odishareporter.in/wp-content/uploads/2021/01/04092144/goat.jpg
ସମ୍ବଲପୁର ସାଂସଦଙ୍କ କାର୍‌କୁ ପିଟିଦେଲା ଟ୍ରକ୍‌ https://odishareporter.in/odisha/sambalpur-mp-met-with-an-accident-yesterday-night-590577 Fri, 13 Nov 2020 03:24:28 +0000 https://odishareporter.in/?p=590577

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଗତକାଲି ରାତିରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର କିଛି କ୍ଷତି ହୋଇନାହିଁ। ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦେବଗଡ଼ ଠାରୁ ପ୍ରାୟ ୫ କି.ମି ଦୂର କୁରଡ଼ ଗାଁରେ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ସାଂସଦ ତାଙ୍କ କାରରେ ସମ୍ବଲପୁରରୁ ଫେରୁଥିବା […]

The post ସମ୍ବଲପୁର ସାଂସଦଙ୍କ କାର୍‌କୁ ପିଟିଦେଲା ଟ୍ରକ୍‌ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଗତକାଲି ରାତିରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର କିଛି କ୍ଷତି ହୋଇନାହିଁ।

ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦେବଗଡ଼ ଠାରୁ ପ୍ରାୟ ୫ କି.ମି ଦୂର କୁରଡ଼ ଗାଁରେ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ସାଂସଦ ତାଙ୍କ କାରରେ ସମ୍ବଲପୁରରୁ ଫେରୁଥିବା ବେଳେ କୁରଡ଼ ଠାରେ ଏକ ମାଲବାହୀ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ କାର୍‌ର ପଛପାଖ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାଂସଦ, ତାଙ୍କ ପିଏସ୍‌ଓ ଓ ଡ୍ରାଇଭର ସୁରକ୍ଷିତ ଅଛନ୍ତି।

ଏହି ଦୁର୍ଘଟଣା ପରେ କୁରଡ଼ ଗାଁର କିଛି ଲୋକ ଟ୍ରକ୍ ଡ୍ରାଇଭରକୁ କାବୁ କରି ଦେବଗଡ଼ ଥାନାକୁ ଫୋନ୍ କରିଥିଲେ। ପୁଲିସ୍ ପହଞ୍ଚି ଉକ୍ତ ଟ୍ରକ୍ ଓ ଡ୍ରାଇଭରଙ୍କୁ ଥାନାକୁ ନେଇଥିଲା।

The post ସମ୍ବଲପୁର ସାଂସଦଙ୍କ କାର୍‌କୁ ପିଟିଦେଲା ଟ୍ରକ୍‌ appeared first on Odisha Reporter.

]]>
right top 2020-11-13 08:55:52 https://cdn.odishareporter.in/wp-content/uploads/2020/11/13085050/raja.jpg
ଲାଲ୍ ଟମାଟୋ ଗଡ଼ ଭାବେ ପରିଚିତ ହେଲା ଲାଲଗଡ଼ https://odishareporter.in/odisha/deogarh-tileibani-blocks-sado-panchayat-now-becames-famous-for-tomato-farming-588939 Sun, 08 Nov 2020 02:44:05 +0000 https://odishareporter.in/?p=588939

ଦେବଗଡ଼ (ଓଡ଼ିଶା ରିପୋର୍ଟର): ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା, ହେଲେ ସମୟ ବଦଳିବା ସହ ପରିଚୟ ବି ବଦଳି ଯାଇଛି। ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର ୭ଟି ଗାଁରେ ଏବେ ଅଦିନିଆ ଟମାଟୋ ଚାଷ ହେଉଛି। ଏହି ଟମାଟୋ ରୋଜଗାର ଦେବା ସହିତ ଆତ୍ମସ୍ୱାଭିମାନରେ ବଞ୍ଚିବାର ବାଟ ଦେଖାଇଛି। ସଡ଼ୋ […]

The post ଲାଲ୍ ଟମାଟୋ ଗଡ଼ ଭାବେ ପରିଚିତ ହେଲା ଲାଲଗଡ଼ appeared first on Odisha Reporter.

]]>

ଦେବଗଡ଼ (ଓଡ଼ିଶା ରିପୋର୍ଟର): ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା, ହେଲେ ସମୟ ବଦଳିବା ସହ ପରିଚୟ ବି ବଦଳି ଯାଇଛି। ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର ୭ଟି ଗାଁରେ ଏବେ ଅଦିନିଆ ଟମାଟୋ ଚାଷ ହେଉଛି। ଏହି ଟମାଟୋ ରୋଜଗାର ଦେବା ସହିତ ଆତ୍ମସ୍ୱାଭିମାନରେ ବଞ୍ଚିବାର ବାଟ ଦେଖାଇଛି।

ସଡ଼ୋ ପଞ୍ଚାୟର ପ୍ରାୟ ଶହେ ପରିବାର ୨ଶହ ଏକର ଜମିରେ ଉନ୍ନତମାନ ବିହନରେ ଟମାଟୋ ଚାଷ କରୁଛନ୍ତି। ଅଦିନିଆ ଟମାଟୋର ଚାହିଦାକୁ ଦୃଷ୍ଟିରେ ରଖି ଚାଷ କରୁଥିବା ଚାଷୀ କହିଛନ୍ତି। କେଜି ପ୍ରତି ୩୫ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାରୁ ଭଲ ରୋଜଗାର ବି ହେଉଛି।

ଏଠାକାର ଚାଷୀଙ୍କ କହିବା ମୁତାବକ, ପୂର୍ବରୁ ଏହା ମାଓବାଦୀଙ୍କ ଗଡ଼ ଥିବାରୁ ଲୋକେ ସେମାନଙ୍କୁ ଘୃଣା ଦୃଷ୍ଟିରେ ଦେଖୁଥିଲେ। ଏପରିକି ଏଠାକୁ କୌଣସି ଲୋକେ ଆସୁନଥିଲେ। କିନ୍ତୁ ଏବେ ଏହି ଉନ୍ନତମାନର ଟମାଟୋ ନେବା ପାଇଁ ବହୁ ଦୂରରୁ ଗ୍ରାହକ ଆସୁଛନ୍ତି।

ଦେବଗଡ଼-ସମ୍ବଲପୁର ସୀମାରେ ଥିବା ସଡୋ ପଞ୍ଚାୟତର ଏହି ଟମାଟୋ ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ରପ୍ତାନୀ ହେଉଛି। ଚାଷୀଙ୍କ ଆଗ୍ରହ ଦେଖି ସହଯୋଗର ହାତ ବଢାଇଛି ଦେବଗଡ଼ କୃଷି ବିଜ୍ଞାନ କେନ୍ଦ୍ର, ଉଦ୍ୟାନ ବିଭାଗ ଏବଂ ତିଲେଇବଣି ଆଇଟିଡିଏ। ଚାଷୀଙ୍କୁ ଉନ୍ନତ ମାନର ବିହନ, ସାର ଏବଂ ନୂତନ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି।

The post ଲାଲ୍ ଟମାଟୋ ଗଡ଼ ଭାବେ ପରିଚିତ ହେଲା ଲାଲଗଡ଼ appeared first on Odisha Reporter.

]]>
right bottom 2020-11-08 08:14:05 https://cdn.odishareporter.in/wp-content/uploads/2020/11/08080511/tomato.jpg
ବଡ଼ ଧରଣର ଲୁଟ୍ ପାଇଁ ଆସିଥିଲେ, ହଠାତ୍ ବାଜିଲା… https://odishareporter.in/odisha/bank-loot-attempt-failure-in-deogarh-578977 Wed, 07 Oct 2020 04:15:18 +0000 https://odishareporter.in/?p=578977

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବିଗତ କିଛି ଦିନରେ ରାଜ୍ୟରେ ଲୁଟତରାଜ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଲୁଟେରାମାନେ ବ୍ୟାଙ୍କଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ଏଥର ଲୁଟେରାମାନେ ଦେବଗଡ଼ ଜିଲ୍ଲାରେ ଲୁଟ୍ ଉଦ୍ୟମ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଳମସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ କରିଛନ୍ତି। ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗରୁମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାଇରନ ବାଜିବାରୁ ଲୁଟେରାମାନେ ଚମ୍ପଟ ମାରିଥିଲେ। ଲୁଟେରାମାନେ ବଡ଼ ଧରଣର […]

The post ବଡ଼ ଧରଣର ଲୁଟ୍ ପାଇଁ ଆସିଥିଲେ, ହଠାତ୍ ବାଜିଲା… appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବିଗତ କିଛି ଦିନରେ ରାଜ୍ୟରେ ଲୁଟତରାଜ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଲୁଟେରାମାନେ ବ୍ୟାଙ୍କଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ଏଥର ଲୁଟେରାମାନେ ଦେବଗଡ଼ ଜିଲ୍ଲାରେ ଲୁଟ୍ ଉଦ୍ୟମ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଳମସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ କରିଛନ୍ତି।

ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗରୁମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାଇରନ ବାଜିବାରୁ ଲୁଟେରାମାନେ ଚମ୍ପଟ ମାରିଥିଲେ। ଲୁଟେରାମାନେ ବଡ଼ ଧରଣର ଲୁଟ୍ ପାଇଁ ଯୋଜନା କରିଥିଲେ ମଧ୍ୟ ସାଇରନ୍ ବାଜିବା ଯୋଗୁଁ ଭୟଭୀତ ହୋଇ ପଳାଇଥିଲେ।

ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ବ୍ୟାଙ୍କର ସିସିଟିଭି ଭାଙ୍ଗି ଦେଇଛନ୍ତି। ଖବର ପାଇ ବଳମ ଗ୍ରାମ୍ୟ ବ୍ୟାଙ୍କ ଶାଖା ମ୍ୟାନେଜର ପୋଲିସକୁ ଜଣାଇଥିଲେ। ବ୍ୟାଙ୍କରୁ ଟଙ୍କା ଲୁଟ ହୋଇ ନାହିଁ ବୋଲି ସୂଚନା ମିଳିଛି।

The post ବଡ଼ ଧରଣର ଲୁଟ୍ ପାଇଁ ଆସିଥିଲେ, ହଠାତ୍ ବାଜିଲା… appeared first on Odisha Reporter.

]]>
right top 2020-10-07 09:45:18 https://cdn.odishareporter.in/wp-content/uploads/2020/10/07094311/bank.jpg
ପତ୍ନୀ ହତ୍ୟା ଅଭିଯୋଗ; ଗିରଫ ହେଲେ ଆଇଆରବି ଯବାନ https://odishareporter.in/odisha/jawan-arrested-for-murdering-his-wife-573017 Thu, 17 Sep 2020 08:15:52 +0000 https://odishareporter.in/?p=573017

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହେଲେ ଆଇଆରବି ଯବାନ ।  ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତିପ୍ରୀୟା  ଗତ ୧୧ ତାରିଖରେ ବିଷ ପିଇ ଦେଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଶାଶୁ ଘର ଲୋକେ ଅଭିଯୋଗ କରିଥିଲେ । ଜ୍ୟୋତିଙ୍କ ପରିବାର ଲୋକେ ଝିଅର ମୃତ୍ୟୁ ଖବର ପାଇ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ବାରମ୍ବାର ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ କରିବା […]

The post ପତ୍ନୀ ହତ୍ୟା ଅଭିଯୋଗ; ଗିରଫ ହେଲେ ଆଇଆରବି ଯବାନ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହେଲେ ଆଇଆରବି ଯବାନ ।  ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତିପ୍ରୀୟା  ଗତ ୧୧ ତାରିଖରେ ବିଷ ପିଇ ଦେଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଶାଶୁ ଘର ଲୋକେ ଅଭିଯୋଗ କରିଥିଲେ ।

ଜ୍ୟୋତିଙ୍କ ପରିବାର ଲୋକେ ଝିଅର ମୃତ୍ୟୁ ଖବର ପାଇ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ବାରମ୍ବାର ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ସହ  ଝିଅକୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ କରି ଦେବଗଡ଼ ପୋଲିସ୍  ସ୍ୱାମୀ ଅଶ୍ୱିନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରି କୋର୍ଟଚାଲାଣ କରିଛି ।

The post ପତ୍ନୀ ହତ୍ୟା ଅଭିଯୋଗ; ଗିରଫ ହେଲେ ଆଇଆରବି ଯବାନ appeared first on Odisha Reporter.

]]>
murder, right top 2020-09-17 13:45:52 https://cdn.odishareporter.in/wp-content/uploads/2020/09/17134028/arrest-1.jpg
ବୋମା ତିଆରି ବେଳେ ବିସ୍ଫୋରଣ, ଚାଲିଗଲା ୨ ଜୀବନ https://odishareporter.in/odisha/two-killed-in-bomb-explosion-in-deogarh-569886 Sun, 06 Sep 2020 04:29:05 +0000 https://odishareporter.in/?p=569886

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଥାନା କଲାଣ୍ଟିଚିଲାଣ୍ଡିଖୋଳ ଗାଁରେ ଘଟିଛି ଏହି ଘଟଣା। ଦୁଇ ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁରେ ବୋଲି ଜଣାପଡିଛି। କଲାଣ୍ଟିଚିଲାଣ୍ଡିଖୋଳରେ ସମ୍ପର୍କୀୟଙ୍କ ଘରକୁ ଆସି ବୋମା ପ୍ରସ୍ତୁତ କରୁଥିବାବେଳେ ଘଟିଥିଲା ଏହି ବିସ୍ଫୋରଣ। ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ କରୁଥିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସଦର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୁଲିସ୍ […]

The post ବୋମା ତିଆରି ବେଳେ ବିସ୍ଫୋରଣ, ଚାଲିଗଲା ୨ ଜୀବନ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଥାନା କଲାଣ୍ଟିଚିଲାଣ୍ଡିଖୋଳ ଗାଁରେ ଘଟିଛି ଏହି ଘଟଣା।

ଦୁଇ ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁରେ ବୋଲି ଜଣାପଡିଛି। କଲାଣ୍ଟିଚିଲାଣ୍ଡିଖୋଳରେ ସମ୍ପର୍କୀୟଙ୍କ ଘରକୁ ଆସି ବୋମା ପ୍ରସ୍ତୁତ କରୁଥିବାବେଳେ ଘଟିଥିଲା ଏହି ବିସ୍ଫୋରଣ।

ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ କରୁଥିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସଦର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରିଛନ୍ତି।

The post ବୋମା ତିଆରି ବେଳେ ବିସ୍ଫୋରଣ, ଚାଲିଗଲା ୨ ଜୀବନ appeared first on Odisha Reporter.

]]>
right top 2020-09-06 09:59:05 https://cdn.odishareporter.in/wp-content/uploads/2020/09/06095709/81.jpg
ସାଙ୍ଗକୁ ଭିଡିଓ କଲ୍‌ କରୁଥିଲେ; ଜଳ ପ୍ରପାତରେ ଖସି ପଡ଼ିଲେ ଫାର୍ମାସୀ ଛାତ୍ର https://odishareporter.in/odisha/pharmasy-student-drown-into-water-fall-552364 Fri, 17 Jul 2020 06:30:02 +0000 https://odishareporter.in/?p=552364

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଭିଡିଓ କଲିଂ କରି ସାଙ୍ଗକୁ ଜଳ ପ୍ରପାତ ଦେଖାଉଥିଲେ। ହେଲେ ଅସାବଧାନତାବଶଃତ ନିଜ ଗୋଡ଼ ଖସିଗଲା। ଆଉ ଜଳକୁଣ୍ଡରେ ବୁଡ଼ିଗଲେ ଫାର୍ମାସୀ ଛାତ୍ର। ତାଙ୍କ ନାଁ  ଶୁଭମ୍ ପ୍ରସାଦ। ଏପରି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ଏକ ନମ୍ୱର ଜଳକୁଣ୍ଡରେ।  ଯୁବକଜଣକ ଆଲ୍ଲାବାଦରେ ଫାର୍ମାସୀ ପଢୁଥିଲେ। ହେଲେ ଲକ୍‌ଡାଉନ୍‌ ର୍ପୂବରୁ ସେ ନିଜ  ଘର ଦେବଗଡ଼ ଜିଲ୍ଲାକୁ ପଳାଇ ଆସିଥିଲେ। ସୂଚନାଅନୁସାରେ, ଗତକାଲି ସକାଳେ ଶୁଭମ୍‌ ପ୍ରାତଃ […]

The post ସାଙ୍ଗକୁ ଭିଡିଓ କଲ୍‌ କରୁଥିଲେ; ଜଳ ପ୍ରପାତରେ ଖସି ପଡ଼ିଲେ ଫାର୍ମାସୀ ଛାତ୍ର appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଭିଡିଓ କଲିଂ କରି ସାଙ୍ଗକୁ ଜଳ ପ୍ରପାତ ଦେଖାଉଥିଲେ। ହେଲେ ଅସାବଧାନତାବଶଃତ ନିଜ ଗୋଡ଼ ଖସିଗଲା। ଆଉ ଜଳକୁଣ୍ଡରେ ବୁଡ଼ିଗଲେ ଫାର୍ମାସୀ ଛାତ୍ର। ତାଙ୍କ ନାଁ  ଶୁଭମ୍ ପ୍ରସାଦ। ଏପରି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ଏକ ନମ୍ୱର ଜଳକୁଣ୍ଡରେ।  ଯୁବକଜଣକ ଆଲ୍ଲାବାଦରେ ଫାର୍ମାସୀ ପଢୁଥିଲେ। ହେଲେ ଲକ୍‌ଡାଉନ୍‌ ର୍ପୂବରୁ ସେ ନିଜ  ଘର ଦେବଗଡ଼ ଜିଲ୍ଲାକୁ ପଳାଇ ଆସିଥିଲେ।

ସୂଚନାଅନୁସାରେ, ଗତକାଲି ସକାଳେ ଶୁଭମ୍‌ ପ୍ରାତଃ ଭ୍ରମଣ ନିମନ୍ତେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ଼ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। ସେଠାରେ ସେ ଜଳକୁଣ୍ଡ ପାର୍ଶ୍ୱରେ ଠିଆହୋଇ ସେଲଫି ନେଉଥିଲେ। ଏହାପରେ ଆଲ୍ଲାବାଦରେ ଥିବା ନିଜର ଜଣେ ବନ୍ଧୁଙ୍କ ସହ ଭିଡିଓ କଲିଂ କରି ଏହି ମନୋରମ ଦୃଶ୍ୟ ଦେଖାଉଥିଲେ। ଏହି ସମୟରେ ହଠାତ୍‌ ତାଙ୍କର ଗୋଡ ଖସି ଯିବାରୁ ସେ ଜଳ କୁଣ୍ଡରେ ପଡ଼ି ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଶୁଭମ୍‌ ଘରକୁ ଆସିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇ ନଥିଲେ।

ଏହାପରେ ସନ୍ଧ୍ୟାରେ ପରିବାର ଲୋକେ ଆଲ୍ଲାବାଦରେ ଥିବା ତାଙ୍କ ସାଙ୍ଗକୁ ଫୋନ୍‌ କରି  ଶୁଭମ୍‌ ସମ୍ପର୍କରେ ପଚାରିଥିଲେ। ଶୁଭ୍‌ମ ତାଙ୍କୁ ସକାଳେ ଭିଡିଓ କଲ୍‌ କରିଥିବା ତାଙ୍କ ସାଙ୍ଗଜଣକ କହିଥିଲେ। ଏଥିସହ ସେ ଏକ ଝରଣା ନିକଟରେ ଛିଡ଼ା ହୋଇ ସେଲଫି ଉଠାଇବା ସହ ଭିଡିଓ କଲ୍‌ କରିଥିବା ବେଳେ ତା ମୋବାଇଲ୍ ହଠାତ୍‌‌ ସୁଇଜ୍‌ ଅଫ୍ ଆସିଥିବା ତାଙ୍କ ସାଙ୍ଗ ଶୁଭମଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।  ଶୁଭମ୍‌ଙ୍କ ସାଙ୍ଗଙ୍କଠାରୁ ଏହି ସୂଚନା ପାଇବା ପରେ ଆଜି ସକାଳେ ପରିବାର ଲୋକେ  ପ୍ରଧାନପାଟ ଜଳ ପ୍ରପାତରେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ଶୁଭମଙ୍କର ମୃତଦେହ ଜଳକୁଣ୍ଡରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ତାଙ୍କ ପରିବାର ଲୋକେ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ସହାୟତାରେ ଜଳକୁଣ୍ଡରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ସାଙ୍ଗକୁ ଭିଡିଓ କଲ୍‌ କରୁଥିଲେ; ଜଳ ପ୍ରପାତରେ ଖସି ପଡ଼ିଲେ ଫାର୍ମାସୀ ଛାତ୍ର appeared first on Odisha Reporter.

]]>
right bottom 2020-07-17 14:30:11 https://cdn.odishareporter.in/wp-content/uploads/2020/07/17100419/death-55-66666.jpg
ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ https://odishareporter.in/odisha/vigilabce-raid-548275 Tue, 07 Jul 2020 02:45:08 +0000 https://odishareporter.in/?p=548275

ଦେବଗଡ଼(ସିଦ୍ଧାର୍ଥ ଗୁରୁ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ଚାଲିଛି।  କୁଞ୍ଜବନଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ ଟି ସ୍ଥାନରେ ଭିଜିଲାନ୍ସଟିମ୍‌ ଚଢ଼ଉ କରୁଛି। ତାଙ୍କ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘର ଓ ଗଣ୍ଡଗରା ସ୍ଥିତ ପୈତୃକ ଘରେ ବି ଚଢଉ ଚାଲିଛି। ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି […]

The post ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ଚାଲିଛି।  କୁଞ୍ଜବନଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ ଟି ସ୍ଥାନରେ ଭିଜିଲାନ୍ସଟିମ୍‌ ଚଢ଼ଉ କରୁଛି। ତାଙ୍କ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘର ଓ ଗଣ୍ଡଗରା ସ୍ଥିତ ପୈତୃକ ଘରେ ବି ଚଢଉ ଚାଲିଛି।

ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି।

The post ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ appeared first on Odisha Reporter.

]]>
right bottom 2020-07-07 08:15:08 https://cdn.odishareporter.in/wp-content/uploads/2020/07/07075252/vigilance-22000.jpg
ଯୁଦ୍ଧରେ ବିଜୟୀ ହୋଇ ଫେରିଲେ ସତ୍ୟବ୍ରତ ସାର୍‌, ବନ୍ଦାପନା କରି ସ୍ୱାଗତ କଲେ ଗ୍ରାମବାସୀ https://odishareporter.in/odisha/corona-warrier-welcomed-in-debagarh-538203 Tue, 09 Jun 2020 10:22:14 +0000 https://odishareporter.in/?p=538203

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଚିକିତ୍ସାଧୀନ ଥିବା ‘କରୋନା’ ସଂକ୍ରମିତ ସ୍କୁଲ ଶିକ୍ଷକ ସତ୍ୟବ୍ରତ ପଟେଲ ଗତକାଲି ସୁସ୍ଥ ହୋଇ ନିଜ ଗାଁକୁ ଫେରିବା ପରେ ଗ୍ରାମବାସୀ, ନିର୍ବାଚିତ ଜନ ପ୍ରତିନିଧି ଓ ସାଥୀ ଶିକ୍ଷକମାନେ ତାଙ୍କୁ ଭଭ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଛନ୍ତି। କୋଭିଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗତକାଲି ଶିକ୍ଷକ ଶ୍ରୀ ପଟେଲ ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତର ଡଙ୍ଗାପଥର ଗ୍ରାମରେ ପହଂଚିଥିଲେ। ସେଠାରେ ତାଙ୍କୁ ସଡୋ ସରପଞ୍ଚ ସୁଶୀଳ ପ୍ରଧାନ, […]

The post ଯୁଦ୍ଧରେ ବିଜୟୀ ହୋଇ ଫେରିଲେ ସତ୍ୟବ୍ରତ ସାର୍‌, ବନ୍ଦାପନା କରି ସ୍ୱାଗତ କଲେ ଗ୍ରାମବାସୀ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଚିକିତ୍ସାଧୀନ ଥିବା ‘କରୋନା’ ସଂକ୍ରମିତ ସ୍କୁଲ ଶିକ୍ଷକ ସତ୍ୟବ୍ରତ ପଟେଲ ଗତକାଲି ସୁସ୍ଥ ହୋଇ ନିଜ ଗାଁକୁ ଫେରିବା ପରେ ଗ୍ରାମବାସୀ, ନିର୍ବାଚିତ ଜନ ପ୍ରତିନିଧି ଓ ସାଥୀ ଶିକ୍ଷକମାନେ ତାଙ୍କୁ ଭଭ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗତକାଲି ଶିକ୍ଷକ ଶ୍ରୀ ପଟେଲ ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତର ଡଙ୍ଗାପଥର ଗ୍ରାମରେ ପହଂଚିଥିଲେ। ସେଠାରେ ତାଙ୍କୁ ସଡୋ ସରପଞ୍ଚ ସୁଶୀଳ ପ୍ରଧାନ, ସମିତି ସଦସ୍ୟା ରାଶେଶ୍ୱରୀ ପଟେଲଙ୍କ ସମେତ ବହୁ ଗ୍ରାମବାସୀ କଳଶ ସ୍ଥାପନା ସହ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ।

ସୂଚନା ଯୋଗ୍ୟ ଯେ, ଶିକ୍ଷକ ଶ୍ରୀ ପଟେଲ କରୋନା ଯୋଦ୍ଧା ଭାବେ ସଡୋ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରବାସୀ ଶ୍ରମିକଙ୍କ ଦେଖାଶୁଣା ଦାୟିତ୍ୱରେ ଥିବା ବେଳେ ‘କରୋନା’ ରୋଗରେ ଆକ୍ରନ୍ତ ହୋଇଥିଲେ। ତାଙ୍କର ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା ଓ ମେ ୨୫ ତାରିଖରେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଉଥିଲା। ଗତକାଲି ସେ ସୁସ୍ଥ ହେବାପରେ ଆମ୍ୱୁଲାନ୍ସ ଯୋଗେ ତାଙ୍କ ଘରେ ଛାଡି ଦିଆଯାଇଥିଲା।।

The post ଯୁଦ୍ଧରେ ବିଜୟୀ ହୋଇ ଫେରିଲେ ସତ୍ୟବ୍ରତ ସାର୍‌, ବନ୍ଦାପନା କରି ସ୍ୱାଗତ କଲେ ଗ୍ରାମବାସୀ appeared first on Odisha Reporter.

]]>
right top 2020-06-09 20:55:40 https://cdn.odishareporter.in/wp-content/uploads/2020/06/09154331/7902-1.jpg
ସାପ କାମୁଡ଼ାରେ ଯାଇଥିଲା ପୁଅର ଜୀବନ, ମାସେ ନହେଉଣୁ ବାପାକୁ କାମୁଡ଼ିଲା ସାପ https://odishareporter.in/odisha/man-dead-in-snake-bite-in-deogarh-538056 Tue, 09 Jun 2020 07:25:28 +0000 https://odishareporter.in/?p=538056

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ୱକଟା ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସିଦ୍ଧେଶ୍ୱର ଜମିଦାର । ଗତକାଲି ରାତିରେ ସିଦ୍ଧେଶ୍ୱର ଖାଇସାରି  ନିଜ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ସେ ଜାଣି ପାରି ନଥିଲେ। ଆଜି ସକାଳେ ସିଦ୍ଧେଶ୍ୱରଙ୍କ ମୃତ ଶରୀର ଦେଖି ତାଙ୍କ ସ୍ତ୍ରୀ  ବାରକୋଟ ଥାନାରେ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ […]

The post ସାପ କାମୁଡ଼ାରେ ଯାଇଥିଲା ପୁଅର ଜୀବନ, ମାସେ ନହେଉଣୁ ବାପାକୁ କାମୁଡ଼ିଲା ସାପ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ୱକଟା ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସିଦ୍ଧେଶ୍ୱର ଜମିଦାର ।

ଗତକାଲି ରାତିରେ ସିଦ୍ଧେଶ୍ୱର ଖାଇସାରି  ନିଜ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ସେ ଜାଣି ପାରି ନଥିଲେ। ଆଜି ସକାଳେ ସିଦ୍ଧେଶ୍ୱରଙ୍କ ମୃତ ଶରୀର ଦେଖି ତାଙ୍କ ସ୍ତ୍ରୀ  ବାରକୋଟ ଥାନାରେ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଉଦ୍ଧାର କରିଛି। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପାରିପାର୍ଶ୍ୱକ ସ୍ଥିତିରୁ ସାପ କାମୁଡ଼ିବା ଯୋଗୁ ସିଦ୍ଧେଶ୍ୱରଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଗତ ମେ’୧୧ ତାରିଖରେ ସିଦ୍ଧେଶ୍ୱରଙ୍କ ପୁଅ ପ୍ରଭାଞ୍ଜନ ଜମିଦାର (୮)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ତେବେ ପୁଅର ମୃତ୍ୟୁର ଏକ ମାସ ନପୁରୁଣୁ  ଗତକାଲି ରାତିରେ ସର୍ପାଘାତରେ ବାପାର ମୃତ୍ୟୁ ଘଟିବା ସାଧାରଣରେ  ଆଲୋଡ଼ନ ସୃଷ୍ଟି କରିଛି।

The post ସାପ କାମୁଡ଼ାରେ ଯାଇଥିଲା ପୁଅର ଜୀବନ, ମାସେ ନହେଉଣୁ ବାପାକୁ କାମୁଡ଼ିଲା ସାପ appeared first on Odisha Reporter.

]]>
right bottom 2020-06-09 12:57:07 https://cdn.odishareporter.in/wp-content/uploads/2020/04/07082712/deadbody-10000.jpg
କରୋନା ପଜିଟିଭ୍ ଚିହ୍ନଟ ପରେ ଦେବଗଡ଼ର ୭ ଗାଁ କଣ୍ଟେନମେଣ୍ଟ https://odishareporter.in/odisha/7-villages-of-deogarh-dist-now-in-containment-zone-523029 Thu, 30 Apr 2020 05:51:10 +0000 https://odishareporter.in/?p=523029

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଗତକାଲି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ବାସୁଦେବପୁର ସମେତ ସୁନାମୁଣ୍ଡା,ସାମନ୍ତ୍ରାପାଲି, ଝାଟକିପୋଶି, ଖୁଂଟପୋଶି, କମଳାବଗିଚା ଓ ନୂଆଁ ଗାଁ ଆଦି ୭ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବାସୁଦେବପୁର ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ […]

The post କରୋନା ପଜିଟିଭ୍ ଚିହ୍ନଟ ପରେ ଦେବଗଡ଼ର ୭ ଗାଁ କଣ୍ଟେନମେଣ୍ଟ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଗତକାଲି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ବାସୁଦେବପୁର ସମେତ ସୁନାମୁଣ୍ଡା,ସାମନ୍ତ୍ରାପାଲି, ଝାଟକିପୋଶି, ଖୁଂଟପୋଶି, କମଳାବଗିଚା ଓ ନୂଆଁ ଗାଁ ଆଦି ୭ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି।

ଅନ୍ୟପକ୍ଷରେ ସମ୍ପୃକ୍ତ ବାସୁଦେବପୁର ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା କଡ଼ରେ ପୁଲିସ ପଇଁତରା ମାରୁଛି। ଏଥିସହ ଘରୁ ବାହାରକୁ ନବାହାରିବା ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁଲୋକଙ୍କୁ ସଚେତନ କରାଯାଉଛି। ଏହାସହ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇ ‌ଥିବା ଗାଁଗୁଡିକୁ ସାଇଟାଇଜ କରାଯାଉଛି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁଯାୟୀ, ୧୨୨ ନଂ ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁର ସୁଗୁଡ଼ାର ୩୪ ବର୍ଷୀୟ ଯୁବକ। ସେ ଏପ୍ରିଲ ୨୫ରୁ କୋଲକାତାରୁ ଟ୍ରକ୍‌ରେ ରେଢ଼ାଖୋଲ ଫେରିଥିଲେ। ଏହାପରେ ସେଠାରୁ ଚାଲି ଚାଲି ଘରକୁ ଯାଇ ୨୬ ତାରିଖରେ ପହଞ୍ଚିଥିଲେ। ଦେବଗଡ଼ ଡିଏଚ୍ଏଚ୍‌କୁ ପରୀକ୍ଷା ପାଇଁ ଜଣାଇବା ପରେ ୨୭ରେ ତାଙ୍କ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ୨୯ରେ ନମୂନା ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍‌ରେ ଭର୍ତ୍ତି କରାଯାଇଛି ।

ଏହାପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେଶ୍ ତତ୍ପରତା ପ୍ରକାଶ ପାଇଛି।  ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ଏନେଇ କଂଟ୍ରାକ୍ଟ ଟ୍ରେସିଂ ଚାଲିଛି।

 

The post କରୋନା ପଜିଟିଭ୍ ଚିହ୍ନଟ ପରେ ଦେବଗଡ଼ର ୭ ଗାଁ କଣ୍ଟେନମେଣ୍ଟ appeared first on Odisha Reporter.

]]>
right top 2020-04-30 11:22:55 https://cdn.odishareporter.in/wp-content/uploads/2020/04/30103033/00.jpg
ଗାଁ ସିଲ୍‌ କରିଦେଲା ପ୍ରଶାସନ https://odishareporter.in/odisha/debagarh-village-administration-sill-villege-522858 Wed, 29 Apr 2020 12:14:18 +0000 https://odishareporter.in/?p=522858

ଦେବଗଡ଼( ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର(କରଡାଖମଣ)ଗ୍ରାମର ଜଣେ ୩୪ ବର୍ଷୀୟ ଯୁବକ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଦେବଗଡ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି । ଆଜି ସମ୍ପୃକ୍ତ ଯୁବକଙ୍କର ନମୁନା ପଜିଟିଭ ଥିବା ଜଣାପଡିବା ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ହାଇଟେକ୍ […]

The post ଗାଁ ସିଲ୍‌ କରିଦେଲା ପ୍ରଶାସନ appeared first on Odisha Reporter.

]]>

ଦେବଗଡ଼( ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର(କରଡାଖମଣ)ଗ୍ରାମର ଜଣେ ୩୪ ବର୍ଷୀୟ ଯୁବକ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଦେବଗଡ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି ।

ଆଜି ସମ୍ପୃକ୍ତ ଯୁବକଙ୍କର ନମୁନା ପଜିଟିଭ ଥିବା ଜଣାପଡିବା ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ହାଇଟେକ୍ ହସପିଟାଲକୁ ପଠାଯାଇଛି । ସେହିପରି ତାଙ୍କ ସଂସ୍ପର୍ଷରେ କିଏ କିଏ ଅସିଛନ୍ତି ( କଂଟ୍ରାକ୍ଟ ଟ୍ରେସିଂ) ସେଥି ନେଇ ଅନୁସନ୍ଧାନ ଜାରି ରହିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ବାସୁଦେବପୁର ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା(ପ୍ରବେଶ ପଥ)କୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି ।

ଏଥିସହ ସମସ୍ତ ୩ଟିଯାକ ରାସ୍ତା କଡ଼ରେ ପୁଲିସ ପକ୍ଷରୁ ତମ୍ବୁ ପକାଇ କ୍ୟାମ୍ପ କରାଯିବା ସହ ଘରୁ ବାହାରକୁ ନବାହାରିବା ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଉଛି ।

The post ଗାଁ ସିଲ୍‌ କରିଦେଲା ପ୍ରଶାସନ appeared first on Odisha Reporter.

]]>
right top 2020-04-29 17:44:18 https://cdn.odishareporter.in/wp-content/uploads/2020/04/29173733/b-908.jpg
ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା https://odishareporter.in/odisha/20-injured-as-a-bus-and-truck-collide-head-on-481445 Fri, 10 Jan 2020 06:37:04 +0000 https://odishareporter.in/?p=481445

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବଣାଇ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରକୋଟ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ‘ସାରଳା’ ନାମକ […]

The post ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ବଣାଇ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରକୋଟ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ‘ସାରଳା’ ନାମକ ଏହି ବସ୍‌ଟି ଆଜି ସକାଳେ ରାଉରକେଲାରୁ ଅନୁଗୋଳ ଯାଉଥିଲା। ତେବେ ୨୩ ନମ୍ବର ଜାତୀୟ ରାଜପଥରେ ଖୁଲୁଣ୍ଡିପାଣି ନିକଟରେ ଏକ ମାଲ୍‌ବାହୀ ଟ୍ରକ୍ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

The post ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା appeared first on Odisha Reporter.

]]>
right top 2020-01-10 12:42:53 https://cdn.odishareporter.in/wp-content/uploads/2020/01/10115200/accident-11.jpg
ଛୁଆ ହାତୀର ମୃତଦେହ ଉଦ୍ଧାର https://odishareporter.in/odisha/elephant-dead-in-deabagarh-475912 Thu, 26 Dec 2019 11:11:15 +0000 https://odishareporter.in/?p=475912

ଦେବଗଡ଼ (ଓଡ଼ିଶା ରିପୋର୍ଟର): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜର ବରଡାନାଳି ଗାଁରୁ ଆଜି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶାବକର ଆନୁମାନିକ ବୟସ ୩ ବର୍ଷ ହେବ। କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ତେବେ ମୃତ ହାତୀଟିର ଶରୀରରେ କୌଣସି କ୍ଷତ ଚିହ୍ନ  ନ ଥିବାରୁ କୌଣସି ବୟସ୍କ ହାତୀର ଆକ୍ରମଣରେ ଶାବକଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ଆଜି ସକାଳେ ବରଡାନାଳି […]

The post ଛୁଆ ହାତୀର ମୃତଦେହ ଉଦ୍ଧାର appeared first on Odisha Reporter.

]]>

ଦେବଗଡ଼ (ଓଡ଼ିଶା ରିପୋର୍ଟର): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜର ବରଡାନାଳି ଗାଁରୁ ଆଜି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶାବକର ଆନୁମାନିକ ବୟସ ୩ ବର୍ଷ ହେବ। କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ।
ତେବେ ମୃତ ହାତୀଟିର ଶରୀରରେ କୌଣସି କ୍ଷତ ଚିହ୍ନ  ନ ଥିବାରୁ କୌଣସି ବୟସ୍କ ହାତୀର ଆକ୍ରମଣରେ ଶାବକଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି।
ଆଜି ସକାଳେ ବରଡାନାଳି ଗ୍ରାମର ଫକୀର ଗଡନାୟକଙ୍କ ଗୁହାଳ ଘର ପଛପଟେ ଏହି ଛୁଆ ହାତୀର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଫରେଷ୍ଟର ଓ ରିଆମାଳ ରେଞ୍ଜ ଅଫିସରଙ୍କୁ ସୂଚନା ଦେଇଥିଲେ। ଏହାପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଶାବକଟିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

The post ଛୁଆ ହାତୀର ମୃତଦେହ ଉଦ୍ଧାର appeared first on Odisha Reporter.

]]>
right top 2019-12-26 16:45:39 https://cdn.odishareporter.in/wp-content/uploads/2019/12/26164006/ele99.jpg
ଗାଁ ଦାଣ୍ଡରେ ଖେଳୁଥିଲେ ନାବାଳିକା, ଡାକିନେଲେ ୨ ନାବାଳକ https://odishareporter.in/odisha/minor-raped-in-debgard-475286 Wed, 25 Dec 2019 02:37:47 +0000 https://odishareporter.in/?p=475286

ଦେବଗଡ଼(ଓଡ଼ିଶା ରିପୋର୍ଟର ): ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ  ହୋଇଛି । ଜଣେ ୪ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଖେଳିବାକୁ ଡାକି ନେଇ ସେମାନେ ଏହି କାଣ୍ଡ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରିଆମାଳ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । […]

The post ଗାଁ ଦାଣ୍ଡରେ ଖେଳୁଥିଲେ ନାବାଳିକା, ଡାକିନେଲେ ୨ ନାବାଳକ appeared first on Odisha Reporter.

]]>

ଦେବଗଡ଼(ଓଡ଼ିଶା ରିପୋର୍ଟର ): ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ  ହୋଇଛି । ଜଣେ ୪ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଖେଳିବାକୁ ଡାକି ନେଇ ସେମାନେ ଏହି କାଣ୍ଡ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ରିଆମାଳ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ରାତିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପୁଲିସ୍‌ ଘଟଣାର ତଦନ୍ତ କରୁଛି ।

The post ଗାଁ ଦାଣ୍ଡରେ ଖେଳୁଥିଲେ ନାବାଳିକା, ଡାକିନେଲେ ୨ ନାବାଳକ appeared first on Odisha Reporter.

]]>
right bottom 2019-12-25 08:07:47 https://odishareporter.in/wp-content/uploads/2019/02/impregnating-minor-girl.jpg
ଦୁର୍ଘଟଣାରେ ଚାଲିଗଲା ରମାକାନ୍ତ ଓ କନ୍ଦର୍ପଙ୍କ ଜୀବନ https://odishareporter.in/odisha/two-dead-in-an-accident-in-deogarh-471554 Sun, 15 Dec 2019 02:53:19 +0000 https://odishareporter.in/?p=471554

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରମାକାନ୍ତ ରାଉତ ଓ କନ୍ଦର୍ପ ସାହୁ। ଉଭୟଙ୍କ ଘର କଣ୍ଢଳ ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ରମାକାନ୍ତ ଏକ ବାଇକ୍‌ରେ ଯାଉଥିବା ବେଳେ କଣ୍ଢଳ ଗାଁ ନିକଟ ମା’ତାରିଣୀ ମନ୍ଦିର ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ […]

The post ଦୁର୍ଘଟଣାରେ ଚାଲିଗଲା ରମାକାନ୍ତ ଓ କନ୍ଦର୍ପଙ୍କ ଜୀବନ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରମାକାନ୍ତ ରାଉତ ଓ କନ୍ଦର୍ପ ସାହୁ। ଉଭୟଙ୍କ ଘର କଣ୍ଢଳ ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ରମାକାନ୍ତ ଏକ ବାଇକ୍‌ରେ ଯାଉଥିବା ବେଳେ କଣ୍ଢଳ ଗାଁ ନିକଟ ମା’ତାରିଣୀ ମନ୍ଦିର ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ରମାକାନ୍ତ ଭାରସାମ୍ୟ ହରାଇ ବାଇକ୍‌ ସହ ତାଙ୍କ ଆଗରେ ଚାଲି ଚାଲି ଯାଉଥିବା କନ୍ଦର୍ପଙ୍କୁ ଧକ୍କା ଦେଇ ପଡ଼ି ଯାଇଥିଲେ। ଏଥିରେ ତାଙ୍କ ସହିତ କନ୍ଦର୍ପ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରମାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଦର୍ପଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦେବଗଡ଼ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

The post ଦୁର୍ଘଟଣାରେ ଚାଲିଗଲା ରମାକାନ୍ତ ଓ କନ୍ଦର୍ପଙ୍କ ଜୀବନ appeared first on Odisha Reporter.

]]>
right bottom 2019-12-15 08:37:15 https://cdn.odishareporter.in/wp-content/uploads/2019/12/15075809/roadaccident00.jpg
ଗୋହିରା ଡ୍ୟାମରେ ଡଙ୍ଗା ବୁଡ଼ିଲା, ଜଣେ ନିଖୋଜ https://odishareporter.in/odisha/boat-drown-in-gohira-dam-one-missing-471360 Sat, 14 Dec 2019 08:53:11 +0000 https://odishareporter.in/?p=471360

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ଗୋହିରା ଡ୍ୟାମରେ ହୁଲି ଡଙ୍ଗା ବୁଡ଼ି ଜଣେ ନିଖୋଜ ଅଛନ୍ତି । ଗତକାଲି ରାତିରେ ଡ୍ୟାମ ଦେଇ ୬ଜଣ ଠେଲକୋଗୁଡ଼ା ଗାଁକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗାରେ ଯାଉଥିବା ୬ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତିଜଣଙ୍କ ହେଲେ ତିଲେଇବଣୀ ବ୍ଲକ ବରଘାଟ ଗାଁର ଜଗନ୍ନାଥ ସିଂ। ତାଙ୍କୁ ଉଦ୍ଧାର ପାଇଁ ଆଜ ଭୋରରୁ ଦେବଗଡ଼ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି […]

The post ଗୋହିରା ଡ୍ୟାମରେ ଡଙ୍ଗା ବୁଡ଼ିଲା, ଜଣେ ନିଖୋଜ appeared first on Odisha Reporter.

]]>

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ଗୋହିରା ଡ୍ୟାମରେ ହୁଲି ଡଙ୍ଗା ବୁଡ଼ି ଜଣେ ନିଖୋଜ ଅଛନ୍ତି । ଗତକାଲି ରାତିରେ ଡ୍ୟାମ ଦେଇ ୬ଜଣ ଠେଲକୋଗୁଡ଼ା ଗାଁକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା ।

ଡଙ୍ଗାରେ ଯାଉଥିବା ୬ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତିଜଣଙ୍କ ହେଲେ ତିଲେଇବଣୀ ବ୍ଲକ ବରଘାଟ ଗାଁର ଜଗନ୍ନାଥ ସିଂ। ତାଙ୍କୁ ଉଦ୍ଧାର ପାଇଁ ଆଜ ଭୋରରୁ ଦେବଗଡ଼ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।

ଡଙ୍ଗାରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଆସି ଜୀବନ ବଞ୍ଚାଇଥିଲେ । ଅନ୍ୟ ୨ ଜଣ ପାଣି ଭିତରେ ଥିବା ଗୋଟିଏ ଗଛରେ ଲାଗିଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି ।

The post ଗୋହିରା ଡ୍ୟାମରେ ଡଙ୍ଗା ବୁଡ଼ିଲା, ଜଣେ ନିଖୋଜ appeared first on Odisha Reporter.

]]>
right bottom 2019-12-14 14:23:11 https://cdn.odishareporter.in/wp-content/uploads/2019/12/14142045/dev-1.jpg
ଟ୍ରେନ୍‌ ଲାଇନ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର https://odishareporter.in/odisha/young-girls-deadbody-found-in-railway-track-462439 Wed, 20 Nov 2019 05:13:03 +0000 https://odishareporter.in/?p=462439

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଦା ନିକଟସ୍ଥ ଟ୍ରେନ୍‌ ଲାଇନରୁ ଗତ ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ଘର ଇଟାମାଟି ଥାନା ପୁରୁଷୋତ୍ତମପୁର ଗାଁରେ । ପୁଲିସ୍‌ ସୂଚନା ଅନୁଯାୟୀ, ଯୁବତୀଜଣକ ଗତକାଲି ସନ୍ଧ୍ୟାରେ ଘରୁ କିଛି ନ କହି ପଳାଇ ଯାଇଥିଲେ। ପ୍ରାୟ ୨ କି.ମି ଚାଲି ଚାଲି ଯିବା ପରେ ଯୁବତୀଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯୁବତୀଜଣକ […]

The post ଟ୍ରେନ୍‌ ଲାଇନ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.

]]>

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଦା ନିକଟସ୍ଥ ଟ୍ରେନ୍‌ ଲାଇନରୁ ଗତ ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ଘର ଇଟାମାଟି ଥାନା ପୁରୁଷୋତ୍ତମପୁର ଗାଁରେ ।

ପୁଲିସ୍‌ ସୂଚନା ଅନୁଯାୟୀ, ଯୁବତୀଜଣକ ଗତକାଲି ସନ୍ଧ୍ୟାରେ ଘରୁ କିଛି ନ କହି ପଳାଇ ଯାଇଥିଲେ। ପ୍ରାୟ ୨ କି.ମି ଚାଲି ଚାଲି ଯିବା ପରେ ଯୁବତୀଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯୁବତୀଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି  ସେ ଦିଗରେ ପୁଲିସ୍‌ ତଦନ୍ତ ଜାରି ରଖିଛି। ଝିଅ ମୃତ୍ୟୁ ଖବର ପାଇ ପରିବାର ଲୋକେ ଥାନାରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି।

 

The post ଟ୍ରେନ୍‌ ଲାଇନ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.

]]>
right bottom 2019-11-20 10:48:34 https://cdn.odishareporter.in/wp-content/uploads/2019/11/20104201/train-1-1.jpg
ବୃଦ୍ଧଙ୍କୁ ଦଳି ଦେଲା ଦନ୍ତାହାତୀ https://odishareporter.in/odisha/elephant-killed-an-old-man-459032 Mon, 11 Nov 2019 07:20:22 +0000 https://odishareporter.in/?p=459032

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଶୁନାଳି ଗାଁରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ସାନିଆ ବିରୁଆ(୬୫)। ଗୁରୁତର ମହିଳାଙ୍କ ନାଁ ସୀତା ସାହୁ (୫୦)। ସୂଚନାଅନୁସାରେ, ଆଜି ସକାଳେ ସାନିଆ ଗାଁ  ନିକଟସ୍ଥ ବିଲକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଜଙ୍ଗଲ ମଧ୍ୟରୁ ଆସି ସାନିଆଙ୍କୁ ଦଳି ଦେଇଥିଲା।  ସେହିପରି ସେହି ଗାଁର ସୀତା […]

The post ବୃଦ୍ଧଙ୍କୁ ଦଳି ଦେଲା ଦନ୍ତାହାତୀ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଶୁନାଳି ଗାଁରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ସାନିଆ ବିରୁଆ(୬୫)। ଗୁରୁତର ମହିଳାଙ୍କ ନାଁ ସୀତା ସାହୁ (୫୦)।

ସୂଚନାଅନୁସାରେ, ଆଜି ସକାଳେ ସାନିଆ ଗାଁ  ନିକଟସ୍ଥ ବିଲକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଜଙ୍ଗଲ ମଧ୍ୟରୁ ଆସି ସାନିଆଙ୍କୁ ଦଳି ଦେଇଥିଲା।  ସେହିପରି ସେହି ଗାଁର ସୀତା ଶୌଚ ପାଇଁ ଯାଇଥିବା ବେଳେ ଦନ୍ତାହାତୀଟି ତାଙ୍କୁ ଗୋଡ଼ାଇ ଶୁଣ୍ଡରେ କଚାଡ଼ି ଦେଇଥିଲା। ତେବେ ସେଠାରେ ଥିବା ଗାଁ ଲୋକେ ଚିତ୍କାର କରିବାରୁ ହାତୀଟି ପଳାଇ ଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ସୀତାଙ୍କୁ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏକ ହାତୀ ଦଳ ନିକଟସ୍ଥ ଜଙ୍ଗଲରେ ରହିଥିବାରୁ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଖବର ପାଇ ରିଆମାଳ ଫରେଷ୍ଟ ରେଞ୍ଜର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post ବୃଦ୍ଧଙ୍କୁ ଦଳି ଦେଲା ଦନ୍ତାହାତୀ appeared first on Odisha Reporter.

]]>
right bottom 2019-11-11 12:50:58 https://odishareporter.in/wp-content/uploads/2019/05/deadbody-11.jpg
ପୋଖରୀ ହୁଡ଼ାରୁ ଶିକ୍ଷକ ମୃତଦେହ ଉଦ୍ଧାର https://odishareporter.in/odisha/teacher-deadbody-found-from-pond-455095 Fri, 01 Nov 2019 09:07:17 +0000 https://odishareporter.in/?p=455095

ଦେବଗଡ଼ (ସିର୍ଦ୍ଧାଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣିପଡ଼ା ଗାଁର ଏକ ପୋଖରୀ ହୁଡ଼ାରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଆଶୁତୋଷ ପଟେଲ (୩୫)। ସେ ପାଲୁଣିପଡା ୟୁ.ପି. ସ୍କୁଲରେ ଶିକ୍ଷକ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ନିଜ ପୋଖରୀରେ ମାଛ ଚାଷ କରିଥିଲେ। ସେ ପ୍ରତିଦିନ ଭଳି ଗତକାଲି ସଂଧ୍ୟା ପ୍ରାୟ ୫ଟା ବେଳେ ଘରୁ ବାହାରି  ପୋଖରୀକୁ ଯାଇଥିଲେ। ହେଲେ ରାତି ପ୍ରାୟ ୧୦ ପର୍ଯ୍ୟନ୍ତ […]

The post ପୋଖରୀ ହୁଡ଼ାରୁ ଶିକ୍ଷକ ମୃତଦେହ ଉଦ୍ଧାର appeared first on Odisha Reporter.

]]>

ଦେବଗଡ଼ (ସିର୍ଦ୍ଧାଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣିପଡ଼ା ଗାଁର ଏକ ପୋଖରୀ ହୁଡ଼ାରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଆଶୁତୋଷ ପଟେଲ (୩୫)। ସେ ପାଲୁଣିପଡା ୟୁ.ପି. ସ୍କୁଲରେ ଶିକ୍ଷକ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ନିଜ ପୋଖରୀରେ ମାଛ ଚାଷ କରିଥିଲେ। ସେ ପ୍ରତିଦିନ ଭଳି ଗତକାଲି ସଂଧ୍ୟା ପ୍ରାୟ ୫ଟା ବେଳେ ଘରୁ ବାହାରି  ପୋଖରୀକୁ ଯାଇଥିଲେ। ହେଲେ ରାତି ପ୍ରାୟ ୧୦ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକେ ଚାରିଆଡ଼େ ବହୁ ଖୋଜାଖୋଜି କରିଥିଲେ। ପରେ ଉକ୍ତ ପୋଖରୀରେ ଅଶୁତୋଷଙ୍କୁ ଖୋଜିଥିଲେ। ଏହି ସମୟରେ ପୋଖରୀରେ ତାଙ୍କର ଚପଲ ଭାସୁଥିବା ସହ ଏକ ଗାମୁଛାରେ କିଛି ମାଛ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ପରେ ଆଶୁତୋଷଙ୍କ ମୃତଦେହ ପୋଖରୀ ହୁଡ଼ାରୁ ମିଳିଥିଲା। ତାଙ୍କ ମୁଣ୍ଡରେ ଏକ ପଥର ଲଦି ଦିଆଯାଇଥିଲା।

ଏନେଇ ପରିବାର ଲୋକେ ରିଆମାଳ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଆଶୁତୋଷଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

The post ପୋଖରୀ ହୁଡ଼ାରୁ ଶିକ୍ଷକ ମୃତଦେହ ଉଦ୍ଧାର appeared first on Odisha Reporter.

]]>
right bottom 2019-11-01 14:37:43 https://odishareporter.in/wp-content/uploads/2019/09/deadbody-1.jpg
ପାଣି ଡେକ୍‌ଚିରେ ବୁଡ଼ି ୨ ବର୍ଷର ଶିଶୁପୁତ୍ର ମୃତ https://odishareporter.in/odisha/two-years-old-boy-found-dead-in-a-water-container1-449817 Sun, 20 Oct 2019 06:34:49 +0000 http://odishareporter.in/?p=449817

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଣି ଡେକ୍‌ଚିରେ ବୁଡ଼ି ଏକ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ  ପ୍ରିନ୍ସ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ଘରେ ଖେଳୁଥିବା ବେଳେ ପରିବାରର ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖେଳୁ ଖେଳୁ କେତେବେଳେ ସିଏ ଘରେ ଧାନ […]

The post ପାଣି ଡେକ୍‌ଚିରେ ବୁଡ଼ି ୨ ବର୍ଷର ଶିଶୁପୁତ୍ର ମୃତ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଣି ଡେକ୍‌ଚିରେ ବୁଡ଼ି ଏକ ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ  ପ୍ରିନ୍ସ ସାହୁ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ ଘରେ ଖେଳୁଥିବା ବେଳେ ପରିବାରର ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖେଳୁ ଖେଳୁ କେତେବେଳେ ସିଏ ଘରେ ଧାନ ସିଝାଇବା ପାଇଁ ବ୍ୟବହାର ହେଉଥିବା ଏକ ବଡ଼ ଡେକ୍‌ଚି ପାଖକୁ ଚାଲି ଯାଇଥିଲେ। ସେ ଡେକ୍‌ଚିରେ ପାଣିଥିଲା। ସେ ସେଥିରେ ମୁଣ୍ଡ ପୂରାଇ ଖେଳୁଥିବା ବେଳେ ଓଲଟି ପଡ଼ିଥିଲେ। ଫଳରେ ସେ ପାଣିରେ ବୁଡ଼ିଯାଇଥିଲେ। ତାଙ୍କ ମାଆ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

The post ପାଣି ଡେକ୍‌ଚିରେ ବୁଡ଼ି ୨ ବର୍ଷର ଶିଶୁପୁତ୍ର ମୃତ appeared first on Odisha Reporter.

]]>
right bottom 2019-10-20 12:16:12 https://cdn.odishareporter.in/wp-content/uploads/2019/10/20120910/foot.jpg
ଟ୍ରକ୍‌ ପିଟିଦେଲା, ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ https://odishareporter.in/odisha/bike-accident-in-nh-53-447643 Tue, 15 Oct 2019 13:52:15 +0000 http://odishareporter.in/?p=447643

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ଟ୍ରକ୍‌। ଫଳରେ ବିଚ୍‌ ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ। ଦୁର୍ଘଟଣାରେ ବାଇକ୍‌ ଓ ଟ୍ରକ୍‌ରେ ନିଆଁ ଲାଗି ଯାଇଥିବାରୁ ଗାଡ଼ି ଚଳାଚଳ ପ୍ରବାଭିତ ହୋଇଛି। ବିଲେଇଘଟି ଗାଁର ଭୁକୁଲ ମହାକୁଳ (୪୩) ଆଜି ଅପରାହ୍ନରେ ନିଜ ବାଇକ୍‌ରେ ତିଲେଇବଣୀ ଅଭିମୁଖେ ଯାଉଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥର ପ୍ରଭାଶୁଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ […]

The post ଟ୍ରକ୍‌ ପିଟିଦେଲା, ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ଟ୍ରକ୍‌। ଫଳରେ ବିଚ୍‌ ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ। ଦୁର୍ଘଟଣାରେ ବାଇକ୍‌ ଓ ଟ୍ରକ୍‌ରେ ନିଆଁ ଲାଗି ଯାଇଥିବାରୁ ଗାଡ଼ି ଚଳାଚଳ ପ୍ରବାଭିତ ହୋଇଛି।

ବିଲେଇଘଟି ଗାଁର ଭୁକୁଲ ମହାକୁଳ (୪୩) ଆଜି ଅପରାହ୍ନରେ ନିଜ ବାଇକ୍‌ରେ ତିଲେଇବଣୀ ଅଭିମୁଖେ ଯାଉଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥର ପ୍ରଭାଶୁଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଏପରିକି ଟ୍ରକ୍‌ଟି ବାଇକ୍‌କୁ କିଛି ରାସ୍ତା ଘୂଷାରି ନେଇଯାଇଥିଲା। ଫଳରେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ପରେ ନିଆଁ ଟ୍ରକ୍‌ରେ ଲାଗି ଯାଇଥିଲା। ଟ୍ରକ୍‌ରେ ନିଆଁ ଲାଗିଥିବା ଦେଖି ଚାଳକ ଗାଡ଼ି ଛାଡ଼ି ପଳାଇ ଯାଇଥିଲା।

ଅନ୍ୟପକ୍ଷରେ ବାଇକ୍‌ ଚାଳକ ଶ୍ରୀ ଭୁକୁଲୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ରାସ୍ତା ଉପରେ ଗାଡ଼ି ଦୁଇଟି ଜଳୁଥିବାରୁ ସ୍ଥାନୀୟ ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବାକୁ ନିରାପଦ ମଣୁ ନାହାନ୍ତି। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଛି। ବର୍ତ୍ତମାନ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି।

The post ଟ୍ରକ୍‌ ପିଟିଦେଲା, ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ appeared first on Odisha Reporter.

]]>
centre bottom 2019-10-15 19:22:15 https://cdn.odishareporter.in/wp-content/uploads/2019/10/15192042/bike-accident-in-nh53.jpg
ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟରେ ପଡ଼ିଲା ତାଲା   https://odishareporter.in/odisha/block-and-tahasil-office-closed-in-riamala-block-447416 Tue, 15 Oct 2019 09:31:17 +0000 http://odishareporter.in/?p=447416

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ କିଛି ମାସ ହେଲା ବିଡିଓ ,ଅତିରିକ୍ତ ବିଡିଓ, ଜି.ପି.ଇ.ଓ.,ସହକାରୀ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ପଦବୀ ଖାଲି ରହିଛି।  ଏହା ପ୍ରତିବାଦରେ ଆଜି  ରିଆମାଳ ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ଆଜି ପୂର୍ବାହ୍ନରେ ରିଆମାଳ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀ ଓ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟମାନେ ବ୍ଲକ କାର୍ଯ୍ୟାଳୟ […]

The post ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟରେ ପଡ଼ିଲା ତାଲା   appeared first on Odisha Reporter.

]]>

ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ କିଛି ମାସ ହେଲା ବିଡିଓ ,ଅତିରିକ୍ତ ବିଡିଓ, ଜି.ପି.ଇ.ଓ.,ସହକାରୀ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ପଦବୀ ଖାଲି ରହିଛି।  ଏହା ପ୍ରତିବାଦରେ ଆଜି  ରିଆମାଳ ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ଆଜି ପୂର୍ବାହ୍ନରେ ରିଆମାଳ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀ ଓ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେମାନେ  କର୍ମଚାରୀମାନଙ୍କୁ ବାହାରକୁ ଡାକିବା ପରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।

ଗତ ଫେବୃଆରୀ ୨୩ ତାରିଖରେ ରିଆମାଳ ବିଡିଓଙ୍କ ବଦଳି ହେବା ପରେ ୮ମାସରୁ ଉର୍ଦ୍ଧ୍ୱ ସମୟ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ଫଳରେ ବ୍ଲକରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ‌୍‍ ହୋଇଯାଇଛି। ଏଥିସହ ହିତାଧିକାରୀମାନେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବ୍ଲକ୍‌ ଅଧ୍ୟକ୍ଷା ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ବାରମ୍ୱାର ଦାବି ସତ୍ତ୍ୱେ ଏହି ପଦବୀ ପୂରଣ କରାଯାଉ ନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବିଡିଓ ପଦବୀ ସମେତ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ ନହେବା ପର୍ଯ୍ୟନ୍ତ ଉଭୟ କାର୍ଯ୍ୟାଳୟରୁ ତାଲା ଖୋଲାଯିବ ନାହିଁ ବୋଲି ରିଆମାଳ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ପ୍ରକାଶ କରିଛନ୍ତି।

The post ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟରେ ପଡ଼ିଲା ତାଲା   appeared first on Odisha Reporter.

]]>
right bottom 2019-10-15 15:01:17 https://cdn.odishareporter.in/wp-content/uploads/2019/10/15125954/tala-1234.jpg
ବିକିବାକୁ ନେଉଥିଲେ; ପୁଲିସ୍‌ ହାବୁଡ଼ରେ ପଡ଼ିଗଲେ https://odishareporter.in/odisha/six-arrested-by-deogarh-forest-officials-438678 Tue, 24 Sep 2019 09:09:47 +0000 http://odishareporter.in/?p=438678

ଦେଓଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା ଚଟିବର ଘାଟିରୁ ଦେଢ଼ ମିଟର ଲମ୍ୱର ଏକ କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ବୋଲେରୋ, ଗୋଟିଏ ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି। ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ସତ୍ୟରଞ୍ଜନ କିସାନ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର […]

The post ବିକିବାକୁ ନେଉଥିଲେ; ପୁଲିସ୍‌ ହାବୁଡ଼ରେ ପଡ଼ିଗଲେ appeared first on Odisha Reporter.

]]>

ଦେଓଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା ଚଟିବର ଘାଟିରୁ ଦେଢ଼ ମିଟର ଲମ୍ୱର ଏକ କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ବୋଲେରୋ, ଗୋଟିଏ ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି।

ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ସତ୍ୟରଞ୍ଜନ କିସାନ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର ସନାତନ ଲୁହୁରା, ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ପାଳକୁଦର ଗାଁର ଦେବେନ୍ଦ୍ର ରଣଚୁଳିଆ, ଦେବଗଡ଼ ଥାନା ଅନ୍ତର୍ଗତ ପଳସାକୁଦର ଗାଁର ବିମ୍ୱାଧର ଉଦାବର ଓ ରାଜେଶ ବେହେରା ଏବଂ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡା ସାହିର ନିତେଶ ଇନ୍ଦୁଆର।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅଞ୍ଚଳରୁ ଏକ ବୋଲେରୋ ଯୋଗେ କଲରାପତରିଆ ବାଘର ଛାଲ ସମ୍ୱଲପୁର ଅଞ୍ଚଳକୁ ଚୋରା ଚାଲଣ ହେଉଥିବା ନେଇ ଦେବଗଡ଼ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଦେବଗଡ଼ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଚଟିବର ଘାଟିରେ ଜଗି ରହିଥିଲେ। ଉକ୍ତ ବଲେରୋଟି ସେଠାରେ ପହଞ୍ଚିବା ପରେ ବନ ବିଭାଗର କର୍ମଚାରୀ ତାକୁ ଅଟକାଇ ଯାଞ୍ଚ କରିଥିଲେ ଓ ଉକ୍ତ ବାଘ ଛାଲ ଜବତ କରିଥିଲେ।

The post ବିକିବାକୁ ନେଉଥିଲେ; ପୁଲିସ୍‌ ହାବୁଡ଼ରେ ପଡ଼ିଗଲେ appeared first on Odisha Reporter.

]]>
right top 2019-09-24 14:39:47 https://odishareporter.in/wp-content/uploads/2019/09/tigher-skin...jpg
ବିସ୍ଥାପନର ୩୦ ବର୍ଷ ପରେ ବି ସରୁନି ସଂଘର୍ଷ        https://odishareporter.in/odisha/problem-for-rehabilitated-people-of-rengali-dam-427999 Sat, 31 Aug 2019 09:32:47 +0000 http://odishareporter.in/?p=427999

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ପାଇଁ ପ୍ରାୟ ୩୦ ବର୍ଷ ପୂର୍ବେ ଭିଟାମାଟି ଛାଡ଼ିଥିଲେ ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ନୂତନ ଗାଁ ‘ନୂଆ କେଶଲା’ କରି ସେମାନଙ୍କୁ ଥଇଥାନ କରିଥିଲା ପ୍ରଶାସନ। ହେଲେ ଘର ଓ ଜମିର ନକ୍ସା ପ୍ରସ୍ତୁତ କରିବାକୁ ଭୁଲିଗଲା। ଫଳରେ ନିଜ ନାଁରେ ଥିବା ଜାଗା ଚିହ୍ନଟ ପାଇଁ ଆରଆଇ ଓ ତହସିଲଦାରଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରି କରି ବିସ୍ଥାପିତମାନେ ହତାଶ ହୋଇ […]

The post ବିସ୍ଥାପନର ୩୦ ବର୍ଷ ପରେ ବି ସରୁନି ସଂଘର୍ଷ        appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ପାଇଁ ପ୍ରାୟ ୩୦ ବର୍ଷ ପୂର୍ବେ ଭିଟାମାଟି ଛାଡ଼ିଥିଲେ ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ନୂତନ ଗାଁ ‘ନୂଆ କେଶଲା’ କରି ସେମାନଙ୍କୁ ଥଇଥାନ କରିଥିଲା ପ୍ରଶାସନ। ହେଲେ ଘର ଓ ଜମିର ନକ୍ସା ପ୍ରସ୍ତୁତ କରିବାକୁ ଭୁଲିଗଲା। ଫଳରେ ନିଜ ନାଁରେ ଥିବା ଜାଗା ଚିହ୍ନଟ ପାଇଁ ଆରଆଇ ଓ ତହସିଲଦାରଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରି କରି ବିସ୍ଥାପିତମାନେ ହତାଶ ହୋଇ ପଡ଼ିଲେଣି। ଜମି ଚିହ୍ନଟ ହେବ କି ନାହିଁ, ତାହା ଏବେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି।

ସୂଚନା ଅନୁଯାୟୀ, ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ପାଇଁ ୧୯୮୧ ମସିହାରେ କେଶଲା ଗାଁ ଲୋକଙ୍କୁ ସରକାର ସ୍ଥାନାନ୍ତର କରିଥିଲେ। ୧୯୮୨ ଓ ୧୯୮୩ ମସିହାରେ ଜମି ଓ ଘରଡ଼ିହ ବାବଦକୁ ପ୍ରୋଭିଜିନାଲ ପଟ୍ଟା ପ୍ରଦାନ କରିଥିଲେ। ୧୯୮୯ ମସିହାରେ ଫାଇନାଲ୍‌ ପଟ୍ଟା ଦିଆଯାଇଥିଲା। ହେଲେ ନକ୍ସା ନ ଥିବାରୁ ନିଜ ନାଁରେ ଥିବା ସମ୍ପତ୍ତିର କୌଣସି ନିର୍ଦ୍ଦିଷ୍ଟ ସୂଚନା ନପାଇ ହଇରାଣ ହେଉଛନ୍ତି ଏହି ବିସ୍ଥାପିତମାନେ। ଏବେ ବି ଏଥିପାଇଁ ସେମାନଙ୍କ ସଂଘର୍ଷ ଜାରି ରହିଛି। ନିରାଶ ହେଉଥିବା ସତ୍ତ୍ୱେ ତହସିଲ୍‌ ଅଫିସ୍‌କୁ ବାରମ୍ବାର ଦୌଡ଼ୁଛନ୍ତି। ଏହା ସହିତ କିଏ କେଉଁଠି ଘର କରିବ, କେଉଁ ଜମି ଚାଷ କରିବ, ତାକୁ ନେଇ ବେଳେ ବେଳେ ଗାଁରେ ରକ୍ତାକ୍ତ ସଂଘର୍ଷ ବି ହେଉଛି। ଆଉ ମାମଲା ଥାନା ଓ କୋର୍ଟକୁ ଯାଉଛି। ଅନ୍ୟପକ୍ଷରେ ନକ୍ସା ନଥିବା ବାହାନା ଦେଖାଇ ବିଭାଗୀୟ ଅଧିକାରୀ ସମସ୍ୟା ଦୂର କରିବାକୁ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ବାରକୋଟ ତହସିଲଦାର ରାଜୀବ କୁମାର ବେହେରା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ସେଟେଲମେଣ୍ଟ ସର୍ଭେ ଚାଲିଛି। ସ୍ୱୀକୃତିପ୍ରାପ୍ତ ନକ୍ସା ପ୍ରକାଶ ପାଇବା ପରେ ଗ୍ରାମବାସୀଙ୍କ ସମସ୍ୟା ଦୂର ହେବ।

 

The post ବିସ୍ଥାପନର ୩୦ ବର୍ଷ ପରେ ବି ସରୁନି ସଂଘର୍ଷ        appeared first on Odisha Reporter.

]]>
2019-08-31 15:09:26 https://odishareporter.in/wp-content/uploads/2019/08/debgarh-1..1.jpg
୪୯ ନମ୍ୱର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ https://odishareporter.in/odisha/demand-for-reparation-in-49-no-nh-427238 Fri, 30 Aug 2019 05:00:21 +0000 http://odishareporter.in/?p=427238

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ସହର ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ମରାମତି ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଫଳରେ ଏହି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି। ମୁମ୍ୱାଇ ଓ କୋଲକାତାକୁ ସଂଯୋଗ କରୁଥିବା ଏହି ୪୯ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ […]

The post ୪୯ ନମ୍ୱର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ସହର ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ମରାମତି ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଫଳରେ ଏହି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି।

ମୁମ୍ୱାଇ ଓ କୋଲକାତାକୁ ସଂଯୋଗ କରୁଥିବା ଏହି ୪୯ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନି ହେଉଛି। ଆଉ ବର୍ଷା ହେଲେ ଏହି ଜାତୀୟ ରାଜପଥର ଅବସ୍ଥା ବେହାଲ୍‌ ହୋଇପଡ଼ୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ପାଣି ଜମି ରହିବାରୁ ଲୋକେ ଗାଡ଼ି ଚଲାଇବାକୁ ଭୟ କରୁଛନ୍ତି। ସେହିପରି ଶୁଖିଲା ପାଗ ହେଲେ ଜାତୀୟ ରାଜପଥରୁ ଏତେ ପରିମାଣର ଧୂଳି ଉଡୁଛି ଯେ ଦିନବେଳା ମଧ୍ୟ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି। ଏଥିଯୋଗୁ ମଧ୍ୟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଧୂଳି ଉଡ଼ିବା ଯୋଗୁ ରାସ୍ତାକଡ଼ରେ ଥିବା ଘରଦ୍ୱାର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି।

ଏ ସମ୍ପର୍କରେ ଜିଲ୍ଲାବାସୀ ବାରମ୍ୱାର ଜିଲା ପ୍ରଶାସନ ନିକଟରେ ଦାବି କରିବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ନିକଟରେ ନିକଟରେ ଅଭିଯୋଗ କରିଛନ୍ତି। ତା’ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନିଆ ନଯିବାରୁ ଏଥିରେ ଅତିଷ୍ଠ ହୋଇ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଜାତୀୟ ରାଜପଥର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ ନ ହେଲେ ପୁଣି ଥରେ ଆନ୍ଦୋଳନ ହେବ ବୋଲି ଦେବଗଡ଼ ବିଧାୟକ ଚେତାବନୀ ଦେଇଛନ୍ତି।

The post ୪୯ ନମ୍ୱର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ appeared first on Odisha Reporter.

]]>
right bottom 2019-08-30 11:16:19 https://odishareporter.in/wp-content/uploads/2019/08/strike-1234.jpg
କଲେଜ୍‌ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର https://odishareporter.in/odisha/dead-body-of-a-young-man-found-hanging-in-deogarh-college-campus-418694 Sun, 11 Aug 2019 05:40:44 +0000 http://odishareporter.in/?p=418694

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜ୍‌ ପରିସରରୁ ଆଜି ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପୁରୁଷୋତ୍ତମ ପଲେଇ (୨୫)। ତାଙ୍କ ଘର ନିକଟସ୍ଥ ରଙ୍ଗିଅଗୁଡ଼ା ସାହିରେ। କଲେଜ୍‌ ପରିସରରେ ଏକ ଶାଳଗଛରେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା। ପ୍ରଥମେ କଲେଜ୍‌ର ଜଗୁଆଳି ଏହି ମୃତଦେହକୁ ଦେଖିଥିଲେ। ଏନେଇ ସେ କଲେଜ୍ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଅଧ୍ୟକ୍ଷା ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ୍‌ ପହଞ୍ଚି […]

The post କଲେଜ୍‌ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.

]]>

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜ୍‌ ପରିସରରୁ ଆଜି ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପୁରୁଷୋତ୍ତମ ପଲେଇ (୨୫)। ତାଙ୍କ ଘର ନିକଟସ୍ଥ ରଙ୍ଗିଅଗୁଡ଼ା ସାହିରେ।

କଲେଜ୍‌ ପରିସରରେ ଏକ ଶାଳଗଛରେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା। ପ୍ରଥମେ କଲେଜ୍‌ର ଜଗୁଆଳି ଏହି ମୃତଦେହକୁ ଦେଖିଥିଲେ। ଏନେଇ ସେ କଲେଜ୍ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଅଧ୍ୟକ୍ଷା ପୁଲିସ୍‌କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ୍‌ ପହଞ୍ଚି ମୃତଦେହକୁ ଗଛରୁ ଓହ୍ଲାଇବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

The post କଲେଜ୍‌ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.

]]>
right bottom 2019-08-11 11:10:44 https://odishareporter.in/wp-content/uploads/2018/11/deadbody.jpg
ଆଜି ଜଳାଭିଷେକ କରିଥା’ନ୍ତେ, ହେଲେ… https://odishareporter.in/odisha/one-kaudia-dead-in-an-accident-in-deogarh-412499 Mon, 29 Jul 2019 03:34:46 +0000 http://odishareporter.in/?p=412499

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗାଁରେ ଏକ ଚାଷଜମିରେ ଏକ ବାଇକ ପଶିଯିବାରୁ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ଏଥିସହ ଆଉ ଦୁଇ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ମୃତ କାଉଡ଼ିଆଙ୍କ ନାଁ ଉତ୍ତମ ଲୁହୁରା। ଆହତଦ୍ୱୟ ହେଲେ ରବି ସାମଲ ଓ ସମୀର ପ୍ରଧାନ। ସମୀରଙ୍କ ଘର ଅଶନନାଳି ଗାଁରେ ହୋଇଥିବା ବେଳେ ଉତ୍ତମ ଓ ରବିଙ୍କ ଘର ସେହି ଗାଁର କଟାସାହିରେ। ଗତକାଲି ସନ୍ଧ୍ୟାରେ ଉତ୍ତମ, ରବି ଓ ସମୀର […]

The post ଆଜି ଜଳାଭିଷେକ କରିଥା’ନ୍ତେ, ହେଲେ… appeared first on Odisha Reporter.

]]>

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗାଁରେ ଏକ ଚାଷଜମିରେ ଏକ ବାଇକ ପଶିଯିବାରୁ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ଏଥିସହ ଆଉ ଦୁଇ ଜଣ କାଉଡ଼ିଆ ଆହତ ହୋଇଛନ୍ତି।

ମୃତ କାଉଡ଼ିଆଙ୍କ ନାଁ ଉତ୍ତମ ଲୁହୁରା। ଆହତଦ୍ୱୟ ହେଲେ ରବି ସାମଲ ଓ ସମୀର ପ୍ରଧାନ। ସମୀରଙ୍କ ଘର ଅଶନନାଳି ଗାଁରେ ହୋଇଥିବା ବେଳେ ଉତ୍ତମ ଓ ରବିଙ୍କ ଘର ସେହି ଗାଁର କଟାସାହିରେ।

ଗତକାଲି ସନ୍ଧ୍ୟାରେ ଉତ୍ତମ, ରବି ଓ ସମୀର ବୋଲବମ୍‌ ପାଇଁ ବାଇକ୍‌ ଯୋଗେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଟାଶର ମନ୍ଦିରକୁ ଯାଉଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭ଟା ବେଳେ କାଲକାଠ ଗାଁ ନିକଟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାର ବାମକଡ଼ରେ ଥିବା ଏକ ଚାଷ ଜମିରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଉତ୍ତମ ଓ ରବି ଗୁରୁତର ଆହତ ହୋଇଥିଲା ବେଳେ ସମୀର ସାମାନ୍ୟ ଆହତ ହୋଇଥିଲେ। ତେବେ ଡାକ୍ତର ସେଠାରେ ଉତ୍ତମକୁ ମୃତ ଘୋଷଣା କରିଥିଲେ। ରବିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପ୍ରାଥମିକ ଚିକିତ୍ସା ପରେ ସମୀରଙ୍କୁ ଘରକୁ ପଠାଇ ଦିଆଯାଇଛି।

The post ଆଜି ଜଳାଭିଷେକ କରିଥା’ନ୍ତେ, ହେଲେ… appeared first on Odisha Reporter.

]]>
right top 2019-07-29 09:05:09 https://odishareporter.in/wp-content/uploads/2019/07/dead-body-1-1.jpg