ଗଞ୍ଜାମ – Odisha Reporter https://odishareporter.in Thu, 21 Oct 2021 13:08:02 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ଗଞ୍ଜାମ – Odisha Reporter https://odishareporter.in 32 32 ବିଲରୁ ମିଳିଲା ବୃଦ୍ଧାଙ୍କ ହାତ ଗୋଡ଼ ବନ୍ଧା ମୃତଦେହ https://odishareporter.in/odisha/ganjam/old-womans-dead-body-found-in-rice-field-685593 Thu, 21 Oct 2021 13:08:02 +0000 https://odishareporter.in/?p=685593

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବୃଦ୍ଧାଙ୍କ ହାତ ଓ ଗୋଡ଼ ବନ୍ଧା ଥିବା ମୃତଦେହ ଉଦ୍ଧାର। ଏମିତି ଏକ ଘଟଣା ଘଟିଛି ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ କ.ନୂଆଗାଁ ଥାନା ଅନ୍ତର୍ଗତ ଖମାରିଗାଁରେ। ଯେଉଁଠାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ପଡୋଶୀ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୁରୁଣାପାଣି ପୁରବା ଗାଁର ଦୁଃଖୀ ଦଳେଇ। ଦୁଃଖୀ ଦଳେଇଙ୍କର ବୟସ ୭୦ ବର୍ଷ ହେବ। ଗତକାଲି ସେ ତାଙ୍କର ଜଣେ […]

The post ବିଲରୁ ମିଳିଲା ବୃଦ୍ଧାଙ୍କ ହାତ ଗୋଡ଼ ବନ୍ଧା ମୃତଦେହ appeared first on Odisha Reporter.

]]>

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବୃଦ୍ଧାଙ୍କ ହାତ ଓ ଗୋଡ଼ ବନ୍ଧା ଥିବା ମୃତଦେହ ଉଦ୍ଧାର। ଏମିତି ଏକ ଘଟଣା ଘଟିଛି ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ କ.ନୂଆଗାଁ ଥାନା ଅନ୍ତର୍ଗତ ଖମାରିଗାଁରେ। ଯେଉଁଠାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ପଡୋଶୀ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୁରୁଣାପାଣି ପୁରବା ଗାଁର ଦୁଃଖୀ ଦଳେଇ।

ଦୁଃଖୀ ଦଳେଇଙ୍କର ବୟସ ୭୦ ବର୍ଷ ହେବ। ଗତକାଲି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଖମାରି ଗାଁକୁ କୌଣସି ଏକ କାମ ପାଇଁ ଆସିଥିଲେ। କିନ୍ତୁ ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ସାରା ରାତି ତାଙ୍କର ଖୋଜ ଖବର ମିଳିନଥିଲା। ଯାହାକୁ ନେଇ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିଲେ।

ହେଲେ ଆଜି ତାଙ୍କର ମୃତଦେହ ଗାଁ ଠାରୁ ପ୍ରାୟ ତିନି ଶହ ମିଟର ଦୂରରେ ଥିବା ଏକ ବିଲରୁ ମିଳିଛି। ବିଲ୍ ଭିତରେ ତାଙ୍କର ମୃତଦେହ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ହାତକୁ ବାନ୍ଧି ଦିଆଯାଇଥିବା ବେଳେ ବେକରେ ଗାମୁଛା ଭିଡି ଟଣା ଯାଇଥିବା ବିଲର ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତଦେହକୁ ଜବତ କରି ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ବିଲ ଭିତରୁ ଏମିତି ଅବସ୍ଥାରେ ମୃତଦେହ ପଡ଼ିଥିବାର ଦେଖି ନାନା ପ୍ରଶ୍ନ ଉଠୁଛି।

The post ବିଲରୁ ମିଳିଲା ବୃଦ୍ଧାଙ୍କ ହାତ ଗୋଡ଼ ବନ୍ଧା ମୃତଦେହ appeared first on Odisha Reporter.

]]>
right bottom 2021-10-21 18:38:02 https://odishareporter.in/wp-content/uploads/2021/09/woman-dead-body.jpg
ସ୍ତ୍ରୀ ସହ ସମ୍ପର୍କ ସନ୍ଦେହରେ ପଡ଼ୋଶୀ ଯୁବକଙ୍କୁ ମାରି ପୋତି ଦେଲା ସ୍ୱାମୀ https://odishareporter.in/odisha/a-man-allegedly-killed-for-an-affair-683485 Tue, 12 Oct 2021 08:42:51 +0000 https://odishareporter.in/?p=683485

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପଡ଼ୋଶୀ ଘର ଯୁବକଙ୍କୁ ମାରି ଦେଲା ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗାଁରେ। ମୃତ ଯୁବକଙ୍କ ନାଁ ମାଧବ ନାୟକ। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ରମେଶ ନାୟକଙ୍କୁ ଗିରଫ କରିଛି। ମାଧବଙ୍କୁ ମାରି ରମେଶ ମଳିଙ୍ଗି ଗାଁରେ ଏକ କାଜୁ ବଗିଚାରେ ପୋତି ଦେଇଥିଲେ। ଛଅ ଦିନ ତଳୁ ମାଧବଙ୍କ […]

The post ସ୍ତ୍ରୀ ସହ ସମ୍ପର୍କ ସନ୍ଦେହରେ ପଡ଼ୋଶୀ ଯୁବକଙ୍କୁ ମାରି ପୋତି ଦେଲା ସ୍ୱାମୀ appeared first on Odisha Reporter.

]]>

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପଡ଼ୋଶୀ ଘର ଯୁବକଙ୍କୁ ମାରି ଦେଲା ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗାଁରେ। ମୃତ ଯୁବକଙ୍କ ନାଁ ମାଧବ ନାୟକ।

ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ରମେଶ ନାୟକଙ୍କୁ ଗିରଫ କରିଛି। ମାଧବଙ୍କୁ ମାରି ରମେଶ ମଳିଙ୍ଗି ଗାଁରେ ଏକ କାଜୁ ବଗିଚାରେ ପୋତି ଦେଇଥିଲେ।

ଛଅ ଦିନ ତଳୁ ମାଧବଙ୍କ ଖୋଜଖବର ନଥିଲା। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ସେମାନେ ଏନେଇ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ରମେଶ ସହିତ ମାଧବ କେଉଁଆଡ଼େ ବୁଲିବାକୁ ଯାଇଥିଲେ। ଏହା ପରେ ପୁଲିସ୍ ରମେଶକୁ ନେଇ ପଚରାଉଚରା କରିଥିଲା। ଏହି ସମୟରେ ସେ ସତ ଉଗାରିଥିଲେ। ସେ ମାଧକୁ ବୁଲି ଯିବାକୁ କହି ଡାକି ନେଇ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ ବୋଲି ପୁଲିସ୍ ନିକଟରେ କହିଥିବା ଜଣାପଡ଼ିଛି।

ରମେଶଙ୍କ ବୟାନ ଆଧାରରେ ପୁଲିସ୍ ମଳିଙ୍ଗିରୁ ମାଟିତଳୁ ମାଧବଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍‌। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି ନା ନାହିଁ, ସେ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି ପୁଲିସ୍।

 

The post ସ୍ତ୍ରୀ ସହ ସମ୍ପର୍କ ସନ୍ଦେହରେ ପଡ଼ୋଶୀ ଯୁବକଙ୍କୁ ମାରି ପୋତି ଦେଲା ସ୍ୱାମୀ appeared first on Odisha Reporter.

]]>
right bottom 2021-10-12 14:13:13 https://odishareporter.in/wp-content/uploads/2021/10/deadbboddu.jpg
ତାରାତାରିଣୀ ପୀଠରେ ଭୟାବହ ଅଗ୍ନିକାଣ୍ଡ https://odishareporter.in/odisha/fire-spread-in-taratarini-temple-683483 Tue, 12 Oct 2021 07:55:01 +0000 https://odishareporter.in/?p=683483

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଗଞ୍ଜାମ ଜିଲ୍ଲାବାସୀଙ୍କ  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମା’ଙ୍କ ମନ୍ଦିରରେ  ଥିବା ଦୀପ ଗୃହରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହା ବିଭିନ୍ନ ଆଡ଼କୁ ବ୍ୟାପିବାରେ ଲାଗିଛି। ଏବେ ନବରାତ୍ରୀ ଚାଲିଥିବା ବେଳେ ଏପରି ଅଘଟଣକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଘଟଣରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

The post ତାରାତାରିଣୀ ପୀଠରେ ଭୟାବହ ଅଗ୍ନିକାଣ୍ଡ appeared first on Odisha Reporter.

]]>

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଗଞ୍ଜାମ ଜିଲ୍ଲାବାସୀଙ୍କ  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମା’ଙ୍କ ମନ୍ଦିରରେ  ଥିବା ଦୀପ ଗୃହରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହା ବିଭିନ୍ନ ଆଡ଼କୁ ବ୍ୟାପିବାରେ ଲାଗିଛି।

ଏବେ ନବରାତ୍ରୀ ଚାଲିଥିବା ବେଳେ ଏପରି ଅଘଟଣକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଘଟଣରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

The post ତାରାତାରିଣୀ ପୀଠରେ ଭୟାବହ ଅଗ୍ନିକାଣ୍ଡ appeared first on Odisha Reporter.

]]>
right top 2021-10-12 13:27:07 https://odishareporter.in/wp-content/uploads/2021/10/tara-1.jpg
ହତ୍ୟା କରି ପୋଡି ଫୋପାଡ଼ି ଦେଲେ https://odishareporter.in/odisha/deadbody-of-a-man-found-form-ganjam-682411 Fri, 08 Oct 2021 03:16:12 +0000 https://odishareporter.in/?p=682411

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।  କେହି ହତ୍ୟା କରିବା ପରେ ତାଙ୍କୁ ପୋଡି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  ତେବେ ମୃତକଙ୍କ ପରିଚୟ ମିଳିଛି।  ସେ ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଆଜି ସକାଳେ ସୁଧୀରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜାତୀୟ ରାଜପଥ କଡ଼ରେ ପଡ଼ିଥିବା […]

The post ହତ୍ୟା କରି ପୋଡି ଫୋପାଡ଼ି ଦେଲେ appeared first on Odisha Reporter.

]]>

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।  କେହି ହତ୍ୟା କରିବା ପରେ ତାଙ୍କୁ ପୋଡି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  ତେବେ ମୃତକଙ୍କ ପରିଚୟ ମିଳିଛି।  ସେ ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଆଜି ସକାଳେ ସୁଧୀରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜାତୀୟ ରାଜପଥ କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି।

    ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ

ସୁଧୀରଙ୍କ ନାଁରେ ପୋଲସରା  ଥାନାରେ ଅପରାଧିକ ମାମଲା ଥିବା ସୂଚନା ମିଳିଛି।  ପୂର୍ବ ଶତ୍ରୁତାକୁ  କେନ୍ଦ୍ରକରି ଏଭଳି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

The post ହତ୍ୟା କରି ପୋଡି ଫୋପାଡ଼ି ଦେଲେ appeared first on Odisha Reporter.

]]>
right bottom 2021-10-08 08:47:59 https://cdn.odishareporter.in/wp-content/uploads/2020/06/29072919/death-3.jpg
ଘର ଭିତରେ ଭୟଙ୍କର ବିସ୍ଫୋରଣ, ୮ ବର୍ଷର ଶିଶୁ ଗୁରୁତର https://odishareporter.in/odisha/ganjam/blast-in-house-at-ganjam-1-child-seriously-injured-682356 Thu, 07 Oct 2021 14:17:05 +0000 https://odishareporter.in/?p=682356

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଘର ଭିତରେ ଘଟିଲା ଭୟଙ୍କର ବିସ୍ଫୋରଣ। ଗୁରୁତର ହେଲା ୮ ବର୍ଷର ଶିଶୁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମେଦିନୀପୁରୁ ଗ୍ରାମରେ। ଗୁରୁବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ବିବେକାନନ୍ଦ ସାହୁ ନାମକ ଶିଶୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛି। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଫାଶୀ ଗ୍ରାମର ବିନାୟକ ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ନିଜ […]

The post ଘର ଭିତରେ ଭୟଙ୍କର ବିସ୍ଫୋରଣ, ୮ ବର୍ଷର ଶିଶୁ ଗୁରୁତର appeared first on Odisha Reporter.

]]>

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଘର ଭିତରେ ଘଟିଲା ଭୟଙ୍କର ବିସ୍ଫୋରଣ। ଗୁରୁତର ହେଲା ୮ ବର୍ଷର ଶିଶୁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମେଦିନୀପୁରୁ ଗ୍ରାମରେ। ଗୁରୁବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ବିବେକାନନ୍ଦ ସାହୁ ନାମକ ଶିଶୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛି। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଫାଶୀ ଗ୍ରାମର ବିନାୟକ ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ନିଜ ମାମୁଁ ଘର ମେଦିନୀପୁରକୁ ବୁଲିବାକୁ ଯାଇଥିଲା। ଘରେ ଖାଇସାରିବା ପରେ ଉପର ଘରକୁ ଶୋଇବା ପାଇଁ ଯାଇଥିଲା। କିଛି ସମୟ ପରେ ଏକ ଜୋରରେ ଶବ୍ଦ ଶୁଣିବାକୁ ମିଳିଲା। ଘରଲୋକେ ଯାଇ ଦେଖିଲା ବେଳକୁ ପିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି।

ଶିଶୁକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଯାହା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତରିତ କରାଯାଇଛି। ଘର ଲୋକଙ୍କ କହିବା ମୁତାବକ ଘରେ କିଛି ପୁରୁଣା ବାଣ ଥିଲା। ସେହି ବାଣରେ ହିଁ ଏହି ବିସ୍ଫୋରଣ ଘଟିଥିବା ପରିବାର ଲୋକେ କହିଛନ୍ତି।

ଘରକୁ ଦେଖିଲେ ଜଣାପଡୁଛି ଏହା କୌଣସି ଛୋଟ ବାଣର ବିସ୍ଫୋରଣ ନୁହେଁ। ଘରର ଅବସ୍ଥା ଦେଖି ଜଣାପଡୁଛି ଯେ ବିସ୍ଫୋରଣ ବଡ଼ ଭୟଙ୍କର ହୋଇଥିବ। ଘଟଣା ସ୍ଥଳରେ କୋଦଳା ପୁଲିସ, ପୁରୁଷୋତ୍ତମପୁର ଏସଡିପିଓ, କବିସୂର୍ଯ୍ୟନଗର ଥାନା ଆଇ ଆଇସି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛନ୍ତି।

The post ଘର ଭିତରେ ଭୟଙ୍କର ବିସ୍ଫୋରଣ, ୮ ବର୍ଷର ଶିଶୁ ଗୁରୁତର appeared first on Odisha Reporter.

]]>
right top 2021-10-07 19:47:05 https://odishareporter.in/wp-content/uploads/2021/10/blast.jpg
ଟାଟା ବିରୋଧରେ ହୋମ ଯଜ୍ଞ କଲେ, ଲଣ୍ଡା ହେଲେ https://odishareporter.in/odisha/ganjam/protest-agianst-tata-for-permanent-job-682303 Thu, 07 Oct 2021 10:44:32 +0000 https://odishareporter.in/?p=682303

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସ୍ଥାୟୀ ନିଯୁକ୍ତି ଦାବି କରି ଲଣ୍ଡା ହେଲେ ଟାଟା ପାଓ୍ୱାରର ଅସ୍ଥାୟୀ କର୍ମଚାରୀ। ବ୍ରହ୍ମପୁର ସ୍ଥିତ ଟାଟା ପାଓ୍ୱାର ସାଉଥ ଓଡ଼ିଶା ଡିଷ୍ଟ୍ରିବ୍ୟୁଟର୍ସ ଲିମିଟେଡର କର୍ପୋରେଟ ଅଫିସ ଆଗରେ ହୋମ କଲେ। ଅସନ୍ତୋଷ ବି ଜାହିର କଲେ। ଆଉ ଶେଷରେ ଲଣ୍ଡା ହୋଇ ପ୍ରତିବାଦ କଲେ। ଜୁଲାଇ ୨୨ ତାରିଖରୁ ଦୀର୍ଘ ୭୮ ଦିନ ହେଲା ଏମିତି ଆନ୍ଦୋଳନ କରିଆସୁଛନ୍ତି ଅସ୍ଥାୟୀ କର୍ମଚାରୀ। ଆଉ ଆଜି ଅଭିନବ ପ୍ରତିବାଦ କରି ଲଣ୍ଡା ହୋଇ […]

The post ଟାଟା ବିରୋଧରେ ହୋମ ଯଜ୍ଞ କଲେ, ଲଣ୍ଡା ହେଲେ appeared first on Odisha Reporter.

]]>

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସ୍ଥାୟୀ ନିଯୁକ୍ତି ଦାବି କରି ଲଣ୍ଡା ହେଲେ ଟାଟା ପାଓ୍ୱାରର ଅସ୍ଥାୟୀ କର୍ମଚାରୀ। ବ୍ରହ୍ମପୁର ସ୍ଥିତ ଟାଟା ପାଓ୍ୱାର ସାଉଥ ଓଡ଼ିଶା ଡିଷ୍ଟ୍ରିବ୍ୟୁଟର୍ସ ଲିମିଟେଡର କର୍ପୋରେଟ ଅଫିସ ଆଗରେ ହୋମ କଲେ। ଅସନ୍ତୋଷ ବି ଜାହିର କଲେ। ଆଉ ଶେଷରେ ଲଣ୍ଡା ହୋଇ ପ୍ରତିବାଦ କଲେ।

ଜୁଲାଇ ୨୨ ତାରିଖରୁ ଦୀର୍ଘ ୭୮ ଦିନ ହେଲା ଏମିତି ଆନ୍ଦୋଳନ କରିଆସୁଛନ୍ତି ଅସ୍ଥାୟୀ କର୍ମଚାରୀ। ଆଉ ଆଜି ଅଭିନବ ପ୍ରତିବାଦ କରି ଲଣ୍ଡା ହୋଇ ଟାଟା ପାୱାର ସାଉଥ ଓଡ଼ିଶା ଡିଷ୍ଟ୍ରିବ୍ୟୁଟର୍ସ ଲିମିଟେଡର ଉପରୀସ୍ଥ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି।

ପୂର୍ବରୁ ଏହି ସମସ୍ତ ଅସ୍ଥାୟୀ କର୍ମଚାରୀ ସାଉଥ୍ କୋ’ରେ ନିଯୁକ୍ତି ପାଇଥିଲେ। ହେଲେ ଯେଉଁଦିନ ଠାରୁ ଟାଟା ହାତକୁ ଏହାର ପରିଚାଳନା ଦାୟିତ୍ୱ ଗଲା। ସେବେଠାରୁ ନାନା ସମସ୍ୟା ମଧ୍ୟରେ କର୍ମଚାରୀମାନେ କାମ କରୁଥିବା କହିଛନ୍ତି। ୨୦୧୮ର ଚୁକ୍ତି ଅନୁସାରେ ରାଜ୍ୟ ସରକାରଙ୍କ ସହ ଟାଟା ପାୱାର ମଧ୍ୟରେ ବୁଝାମଣା ହୋଇଥିଲା ଯେ, ୨ଶହ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ କିନ୍ତୁ ତାହା ଏ ପର୍ଯ୍ୟନ୍ତ ପୁରଣ ହୋଇନାହିଁ।

ଆନ୍ଦୋଳନରେ ସାମିଲ୍ ଥିବା ଜଣେ କର୍ମଚାରୀ କହିଛନ୍ତି, ନିଶୁରି ବୁହା କାମ ଠାରୁ ପୋଲ୍ ବୁହା ଯାଏ, ସବୁ କାମ କରିଛୁ। ଦୀର୍ଘ ୧୫ ବର୍ଷ ହେଲା ବାତ୍ୟା, ବନ୍ୟା ସବୁ କଠିନ ପରିସ୍ଥିତିରେ ଆମେ କାମ କରିଛୁ। ଏହା ସତ୍ତ୍ୱେ ସରକାର ଶୁଣିଲେନି। ତେଣୁ ଏହି ପ୍ରତିବାଦରେ ଆମେ ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କରୁଛୁ।

The post ଟାଟା ବିରୋଧରେ ହୋମ ଯଜ୍ଞ କଲେ, ଲଣ୍ଡା ହେଲେ appeared first on Odisha Reporter.

]]>
right bottom 2021-10-07 16:14:32 https://odishareporter.in/wp-content/uploads/2021/10/tata.jpg
ପୁଲିସ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ଫେରାର ହୋଇଗଲା କୁନା https://odishareporter.in/odisha/police-and-kuna-gang-clash-682262 Thu, 07 Oct 2021 09:32:01 +0000 https://odishareporter.in/?p=682262

ବ୍ରହ୍ମୁପର (ଜଗନ୍ନାଥ ସାହୁ): ପୁଲିସ୍ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ନିଜ ଗ୍ୟାଙ୍ଗ୍ ସହ ଫେରାର ହୋଇଗଲା ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଡ଼େୟାଗଡ଼ ଗାଁ ନିକଟରେ ଘଟିଛି ଏହି ଘଟଣା। ଚଡ଼େୟାଗଡ଼ ଗାଁ ନିକଟରେ ଏକ ପାହାଡ଼ରେ କୁନା ତା’ ଗ୍ୟାଙ୍ଗ ସହିତ କ୍ୟାମ୍ପ କରି ରହିଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ଦିଗପହଣ୍ଡି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ […]

The post ପୁଲିସ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ଫେରାର ହୋଇଗଲା କୁନା appeared first on Odisha Reporter.

]]>

ବ୍ରହ୍ମୁପର (ଜଗନ୍ନାଥ ସାହୁ): ପୁଲିସ୍ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ନିଜ ଗ୍ୟାଙ୍ଗ୍ ସହ ଫେରାର ହୋଇଗଲା ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଡ଼େୟାଗଡ଼ ଗାଁ ନିକଟରେ ଘଟିଛି ଏହି ଘଟଣା।

ଚଡ଼େୟାଗଡ଼ ଗାଁ ନିକଟରେ ଏକ ପାହାଡ଼ରେ କୁନା ତା’ ଗ୍ୟାଙ୍ଗ ସହିତ କ୍ୟାମ୍ପ କରି ରହିଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ଦିଗପହଣ୍ଡି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ତେବେ ସେହି ସମୟରେ କୁନା ଓ ତା’ ଗ୍ୟାଙ୍ଗ ସେମାନଙ୍କ ଉପରକୁ ଗୁଳି କରିବା ସହିତ ବୋମା ଫିଙ୍ଗିଥିଲା। ଗାଁ ଲୋକଙ୍କୁ କ୍ଷତି ପହଞ୍ଚିବା ଆଶଙ୍କା କରି ପୁଲିସ୍ ପାଲଟା ଜବାବ ଦେଇ ନଥିଲା। ଆଉ ଏହାର ସୁଯୋଗ ନେଇ କୁନା ଓ ତା’ ଗ୍ୟାଙ୍ଗର ସଦସ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ।

ଗୁଳି ଓ ବୋମାମାଡ଼ରେ କୌଣସି ପୁଲିସ୍ କର୍ମଚାରୀ ଆହତ ହୋଇ ନଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। କୁନା ଓ ତା’ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ୍‌ ସର୍ଚ୍ଚ ଅପରେସନ୍ ଜାରି ରଖିଛି। କୁନାର ଆଡ୍ଡାରୁ ୩ଟି ୯ଏମଏମ ଗୁଳି, ୮ଟି ଦେଶୀ ଗୁଳି, ୨ଟି ଦେଶୀ ବନ୍ଧୁକ ସହିତ ବହୁ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

କୁନା ଦିଗପହଣ୍ଡି ଓ ଗୋଲନ୍ଥରା ଥାନା ଇଲାକାରେ ଆତଙ୍କ ସୃଷ୍ଟି କରିଛି। ତା’ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି ୨୫ରୁ ଅଧିକ ମାମଲା ରହିଥିବା ଏସପି ପିନାକ ମିଶ୍ର କହିଛନ୍ତି। କୁନାକୁ ଖୁବ୍‌ଶୀଘ୍ର ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

The post ପୁଲିସ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ଫେରାର ହୋଇଗଲା କୁନା appeared first on Odisha Reporter.

]]>
Attack on Police, right top 2021-10-07 16:42:38 https://odishareporter.in/wp-content/uploads/2021/10/78.jpg
ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ, ଧକ୍କା ମାରିଦେଲା ପୁଅ https://odishareporter.in/odisha/man-allegedly-killed-his-father-681048 Sun, 03 Oct 2021 02:02:52 +0000 https://odishareporter.in/?p=681048

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ପୁଅର ଝଗଡ଼ାର ସମାଧାନ କରିବାକୁ ଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବଡ଼କୋଦଣ୍ଡା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ହାଡ଼ୁ ନାୟକ। ଗତକାଲି ହାଡ଼ୁ ନାୟକଙ୍କ ପୁଅ ଶିବ ଗାଁର କିଛି ଲୋକଙ୍କ ସହିତ କୌଣସି କାରଣକୁ ନେଇ ଝଗଡ଼ା କରୁଥିଲେ। ଏହି ସମୟରେ ହାଡ଼ୁ ସେଠାରେ ପହଞ୍ଚିଥିଲେ। ସେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳେ ଉତ୍‌କ୍ଷିପ୍ତ ଶିବ ତାଙ୍କ ବାପାଙ୍କୁ […]

The post ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ, ଧକ୍କା ମାରିଦେଲା ପୁଅ appeared first on Odisha Reporter.

]]>

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ପୁଅର ଝଗଡ଼ାର ସମାଧାନ କରିବାକୁ ଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବଡ଼କୋଦଣ୍ଡା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ହାଡ଼ୁ ନାୟକ।

ଗତକାଲି ହାଡ଼ୁ ନାୟକଙ୍କ ପୁଅ ଶିବ ଗାଁର କିଛି ଲୋକଙ୍କ ସହିତ କୌଣସି କାରଣକୁ ନେଇ ଝଗଡ଼ା କରୁଥିଲେ। ଏହି ସମୟରେ ହାଡ଼ୁ ସେଠାରେ ପହଞ୍ଚିଥିଲେ। ସେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳେ ଉତ୍‌କ୍ଷିପ୍ତ ଶିବ ତାଙ୍କ ବାପାଙ୍କୁ ଧକ୍କା ମାରି ଦେଇଥିଲେ। ଫଳରେ ହାଡ଼ୁ ତଳେ ପଡ଼ି ଯାଇଥିଲେ ଓ ଗୁରୁତର ହୋଇପଡ଼ିଥିଲେ।

ହାଡ଼ୁଙ୍କୁ ଭଞ୍ଜନଗର ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ୍ ଅଭିଯୁକ୍ତ ଶିବଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

The post ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ, ଧକ୍କା ମାରିଦେଲା ପୁଅ appeared first on Odisha Reporter.

]]>
right bottom 2021-10-03 07:36:09 https://odishareporter.in/wp-content/uploads/2021/10/Untitled-1-3.jpg
୯ ଦିନ ପରେ ଓମାନରୁ ଫେରିଲା ଶ୍ରମିକଙ୍କ ମୃତଦେହ, ଏବେବି ଫସି ରହିଛନ୍ତି ୯ ଜଣ https://odishareporter.in/odisha/odia-labourers-deadbody-reached-village-after-9-days-678477 Fri, 24 Sep 2021 02:39:22 +0000 https://odishareporter.in/?p=678477

ଖଲ୍ଲିକୋଟ(ସିଲୁ ବିଶ୍ୱାଳ):ମୃତ୍ୟୁର ୯ ଦିନ ପରେ ସୁଦୂର ଓମାନରୁ ଗଞ୍ଜାମ ଖଲ୍ଲିକୋଟ ବ୍ଲକ କମଳାପଦରର  ପ୍ରଦୀପ ପାହାନଙ୍କ ମୃତଦେହ  ଆସି ଗାଁରେ ପହଞ୍ଚିଛି।  ପ୍ରଦୀପ  ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ,  ପ୍ରଦୀପ ଗତ କିଛି ବର୍ଷ ଧରି ଓମାନରେ କାମ କରି ଆସୁଥିଲେ। ମାତ୍ର ଗତ ୧୪ ତାରିଖରେ ସେଠାରେ ରାସ୍ତା ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା ।  ଏହାପରେ ମୃତଦେହ ଘରକୁ […]

The post ୯ ଦିନ ପରେ ଓମାନରୁ ଫେରିଲା ଶ୍ରମିକଙ୍କ ମୃତଦେହ, ଏବେବି ଫସି ରହିଛନ୍ତି ୯ ଜଣ appeared first on Odisha Reporter.

]]>

ଖଲ୍ଲିକୋଟ(ସିଲୁ ବିଶ୍ୱାଳ):ମୃତ୍ୟୁର ୯ ଦିନ ପରେ ସୁଦୂର ଓମାନରୁ ଗଞ୍ଜାମ ଖଲ୍ଲିକୋଟ ବ୍ଲକ କମଳାପଦରର  ପ୍ରଦୀପ ପାହାନଙ୍କ ମୃତଦେହ  ଆସି ଗାଁରେ ପହଞ୍ଚିଛି।  ପ୍ରଦୀପ  ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ,  ପ୍ରଦୀପ ଗତ କିଛି ବର୍ଷ ଧରି ଓମାନରେ କାମ କରି ଆସୁଥିଲେ। ମାତ୍ର ଗତ ୧୪ ତାରିଖରେ ସେଠାରେ ରାସ୍ତା ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା ।  ଏହାପରେ ମୃତଦେହ ଘରକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା।  ଓଡ଼ିଆ ସମାଜ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମୃତ୍ୟୁର ପ୍ରାୟ ୯ ଦିନ ପରେ ତାଙ୍କ ମର ଶରୀର  ଆସି ଗାଁରେ ପହଞ୍ଚିଛି ।

ପ୍ରଦୀପଙ୍କ ଘରେ ପତ୍ନୀ, ଦୁଇ ପୁଅ, ଝିଅ ଅଛନ୍ତି। ପ୍ରଦୀପଙ୍କ ପରିବାରକୁ ତହସିଲଦାର ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ଖଲ୍ଲିକୋଟ ବିଧାୟିକା, ସ୍ଥାନୀୟ ସରପଞ୍ଚ ମଧ୍ୟ ପରିବାରବର୍ଗକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାବାଦ ଅନ୍ୟ ସରକାରୀ ସହାୟତା ଖୁବ୍‌ ଶୀଘ୍ର ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି।

 ସୂଚନାଯୋଗ୍ୟ, ବହୁ ସଂଖ୍ୟାରେ ଶ୍ରମିକ ବିଦେଶକୁ କାମ କରିବାକୁ ଯାଇ ଆଉ ଫେରି ପାରୁନାହାନ୍ତି । ଫଳରେ ସେଠାରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିର୍ଯାତନା କରିବା ସହ ଟଙ୍କା ମଧ୍ୟ ଦେଉ ନାହାନ୍ତି। ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓମାନରେ ଫସିଥିବା ୯  ଓଡ଼ିଆ  ଶ୍ରମିକ । ଏହି ଶ୍ରମିକମାନେ ଓମାନ୍‌ସ୍ଥିତ ଡଲଫିନ୍ କମ୍ପାନୀର କାମ କରୁଥିଲେ। ମାତ୍ର ପ୍ରାୟ ୧୦ ମାସ ହେବ ସେମାନଙ୍କୁ କିଛି ଟଙ୍କା ମିଳିନି। ଫଳରେ ଉଦ୍ଧାର ପାଇଁ ଏହି ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି।  

ଓମାନରେ ଫସି ରହିଥିବା ଶ୍ରମିକ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି।

ସେମାନେ ଜାରି କରିଥିବା ଭିଡିଓରେ ଗତ ୭ ବର୍ଷ ହେବ ଓମାନରେ ରହି କାମ କରୁଥିବା କହିଛନ୍ତି । ମାତ୍ର କୌଣସି କାରଣବଶତଃ ବର୍ଷେ ହେବ କମ୍ପାନୀ ବନ୍ଦ ହୋଇଗଲା। ଏହାପରେ  ଗାଁକୁ ଛାଡ଼ି ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। ଏପରିକି ବର୍ଷେ ହେଲା ନା କାମ ମିଳୁଛି, ନା ପଇସା ମିଳୁଛି। ୨ ମାସ କାମ କରିଥିବାରୁ ଟଙ୍କା ଦେଇଛି କମ୍ପାନୀ। ମାତ୍ର ସେତେବେଳେ ସମସ୍ତ ଟଙ୍କା ମିଳିଛି କହି ଜବରଦସ୍ତି ସାଇନ୍‌ କରାଇ ନେଇଛି।   ନ ହେଲେ ଫ୍ଲାଇଟ୍‌ ଟିକେଟ ଦେବନି ବୋଲି ଧମକ ଦେବାରୁ ଶ୍ରମିକମାନେ ବାଧ୍ୟ ହୋଇ ସାଇନ୍‌ କରିଥିବା କହିଛନ୍ତି।

୧୦ ମାସ ହେଲା ଟଙ୍କାଟେ ମିଳୁ ନ ଥିବାରୁ ଚଳିବାରେ ବହୁ ଅସୁବିଧା ହେଉଛି । ତେଣୁ  ସେଠାରୁ  ଦ୍ଧାର ପାଇଁ ବାହାରିନ ଓଡ଼ିଆ ସମାଜ ସଭାପତି ଅରୁଣ କୁମାର ପ୍ରହରାଜ ଓଡ଼ିଶା ସରକାର ଓ ବୈଦେଶିକ ମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି  ।

The post ୯ ଦିନ ପରେ ଓମାନରୁ ଫେରିଲା ଶ୍ରମିକଙ୍କ ମୃତଦେହ, ଏବେବି ଫସି ରହିଛନ୍ତି ୯ ଜଣ appeared first on Odisha Reporter.

]]>
centre bottom 2021-09-24 08:16:09 https://odishareporter.in/wp-content/uploads/2021/09/oman.jpg
ଅଟୋ ଧକ୍କାରେ ବସ୍‌ ଡ୍ରାଇଭର ମୃତ https://odishareporter.in/odisha/an-auto-hit-a-bus-driver-to-death-678179 Thu, 23 Sep 2021 04:29:59 +0000 https://odishareporter.in/?p=678179

ବ୍ରହ୍ମପୁର/ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଅଟୋ ଧକ୍କାରେ ଚାଲିଗଲା ବସ୍‌ ଡ୍ରାଇଭରଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଚୁଡ଼ୁଙ୍ଗପୁରରେ ଘଟିଛି ଏହି ଦୁର୍ଘଟଣା। ମୃତ ଡ୍ରାଇଭରଙ୍କ ନାଁ ସୁଧାରକର ସାହୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ। ସେ ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍‌ରେ ଡ୍ରାଇଭର ଥିଲେ। ସେ ଭୁବନେଶ୍ୱରରୁ ବସ୍ ଧରି ଚିକିଟି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ଶୌଚ ଯିବା ପାଇଁ ଚୁଡୁଙ୍ଗପୁରରେ ରାସ୍ତାକଡ଼ରେ ବସ୍ ଅଟକାଇଥିଲା। ସେ […]

The post ଅଟୋ ଧକ୍କାରେ ବସ୍‌ ଡ୍ରାଇଭର ମୃତ appeared first on Odisha Reporter.

]]>

ବ୍ରହ୍ମପୁର/ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଅଟୋ ଧକ୍କାରେ ଚାଲିଗଲା ବସ୍‌ ଡ୍ରାଇଭରଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଚୁଡ଼ୁଙ୍ଗପୁରରେ ଘଟିଛି ଏହି ଦୁର୍ଘଟଣା। ମୃତ ଡ୍ରାଇଭରଙ୍କ ନାଁ ସୁଧାରକର ସାହୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ। ସେ ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍‌ରେ ଡ୍ରାଇଭର ଥିଲେ।

ସେ ଭୁବନେଶ୍ୱରରୁ ବସ୍ ଧରି ଚିକିଟି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ଶୌଚ ଯିବା ପାଇଁ ଚୁଡୁଙ୍ଗପୁରରେ ରାସ୍ତାକଡ଼ରେ ବସ୍ ଅଟକାଇଥିଲା। ସେ ବସ୍ ପଛରେ ଛିଡ଼ା ହୋଇଥିବା ବେଳେ ଗଙ୍ଗାପୁରରୁ ଚିକିଟି ଯାଉଥିବା ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ସମେତ ସେଥିରେ ବସିଥିବା ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି।

ବସ୍‌ଟି ଓଲଟି ପଡ଼ିଥିବା ବେଳେ ସେଠାରେ ଲୋକଙ୍କ ଭିଡ଼ ଜମିଛି

ଅନ୍ୟପକ୍ଷରେ ଜିଲ୍ଲାର ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଆଜି ଏକ ବସ୍ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ନୀଳକଣ୍ଠ ନାମକ ଏହି ଘରୋଇ ବସ୍‌ଟି ସୋରଡ଼ାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା ଓ ଏଥିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଏକ ଟର୍ଣ୍ଣିଂରେ ଜଣେ ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ଗାଙ୍ଗପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

The post ଅଟୋ ଧକ୍କାରେ ବସ୍‌ ଡ୍ରାଇଭର ମୃତ appeared first on Odisha Reporter.

]]>
right bottom 2021-09-23 09:59:59 https://cdn.odishareporter.in/wp-content/uploads/2020/08/19075342/dead.jpg
ପହଞ୍ଚିଲା ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ମୃତଦେହ https://odishareporter.in/odisha/ganjam/odisha-migrant-labour-dead-body-reached-at-bhubaneswar-678016 Wed, 22 Sep 2021 11:35:18 +0000 https://odishareporter.in/?p=678016

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ବିଦେଶରୁ ଆସିଲା ଓଡିଆ ଶ୍ରମିକଙ୍କ ମୃତଦେହ। ଓମାନରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସରେ ତାଙ୍କ ମୃତଦେହ ଆଜି ପହଞ୍ଚିଛି। ପ୍ରଦୀପ ଓମାନରେ ସେ ଡଲଫିନ୍‌ ଟ୍ରେଡିଂ ଆଣ୍ଡ ଇନଭେଷ୍ଟମେଣ୍ଟ କମ୍ପାନୀରେ କାମ କରୁଥିଲେ। ଗତ ୧୪ ତାରିଖରେ ସେ ମୋବାଇଲ୍‌ ରିଚାର୍ଜ କରି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ […]

The post ପହଞ୍ଚିଲା ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ମୃତଦେହ appeared first on Odisha Reporter.

]]>

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ବିଦେଶରୁ ଆସିଲା ଓଡିଆ ଶ୍ରମିକଙ୍କ ମୃତଦେହ। ଓମାନରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସରେ ତାଙ୍କ ମୃତଦେହ ଆଜି ପହଞ୍ଚିଛି।

ପ୍ରଦୀପ ଓମାନରେ ସେ ଡଲଫିନ୍‌ ଟ୍ରେଡିଂ ଆଣ୍ଡ ଇନଭେଷ୍ଟମେଣ୍ଟ କମ୍ପାନୀରେ କାମ କରୁଥିଲେ। ଗତ ୧୪ ତାରିଖରେ ସେ ମୋବାଇଲ୍‌ ରିଚାର୍ଜ କରି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ପ୍ରୟାସ ଚଳାଇଥିଲେ।

ଡକ୍ଟର ପ୍ରହରାଜ ଓମାନ୍‌‌ରେ ଭାରତୀୟ ଦୂତାବାସ, ବୈଦେଶିକ ବ୍ୟାପାର, ସିଏମଓ, ଓଡ଼ିଶା ମୋ ପରିବାର ଓ କମ୍ପାନୀର ମ୍ୟାନେଜର୍ ପରଭେଜଙ୍କ ସହ ଯୋଗଯୋଗ କରିଥିଲେ। ତାଙ୍କ ପ୍ରୟାସରେ ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମୃତଦେହ ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା।

ସେହିପରି ଓମାନ ଡଲଫିନ ଲାବୋର କ୍ୟାମ୍ପରେ ଫସି ରହିଥିବା ୯ ଜଣ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ଡକ୍ଟର ପ୍ରହରାଜ ଚେଷ୍ଟା ଚଳାଇଛନ୍ତି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସବୁ ଶ୍ରମିକଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଥିବା ନେଇ ତାଙ୍କୁ ବିଦେଶ ମନ୍ତ୍ରାଳୟରୁ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି।

The post ପହଞ୍ଚିଲା ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ମୃତଦେହ appeared first on Odisha Reporter.

]]>
right bottom 2021-09-22 17:05:18 https://odishareporter.in/wp-content/uploads/2021/09/pradeep.jpg
ଯୁବକଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ପାଖରେ ରକ୍ତରେ ଲେଖାଯାଇଛି ‘Next Target….’ https://odishareporter.in/odisha/a-man-allegedly-stonned-to-death-in-ganjam-677231 Mon, 20 Sep 2021 04:03:40 +0000 https://odishareporter.in/?p=677231

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ଜଣେ ବ୍ୟକ୍ତିଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିନାୟକ ପ୍ରଧାନ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିନାୟକଙ୍କ ମୃତଦେହ ନିକଟର ରକ୍ତରେ ‘Next Target’ ଲେଖା ହୋଇଛି। ‘Next Target’ ପରେ ଇଂରାଜୀରେ ଆଉ ଦୁଇଟି ଶବ୍ଦ ମଧ୍ୟ ଲେଖାଯାଇଛି। ସେ ଦୁଇଟି ଶବ୍ଦ କ’ଣ […]

The post ଯୁବକଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ପାଖରେ ରକ୍ତରେ ଲେଖାଯାଇଛି ‘Next Target….’ appeared first on Odisha Reporter.

]]>

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ଜଣେ ବ୍ୟକ୍ତିଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିନାୟକ ପ୍ରଧାନ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିନାୟକଙ୍କ ମୃତଦେହ ନିକଟର ରକ୍ତରେ ‘Next Target’ ଲେଖା ହୋଇଛି। ‘Next Target’ ପରେ ଇଂରାଜୀରେ ଆଉ ଦୁଇଟି ଶବ୍ଦ ମଧ୍ୟ ଲେଖାଯାଇଛି। ସେ ଦୁଇଟି ଶବ୍ଦ କ’ଣ ଲେଖାଯାଇଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନି। ତେବେ ତାହା କୌଣସି ବ୍ୟକ୍ତିଙ୍କ ନାଁ ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଏବେ ଘଟଣାର ତଦନ୍ତ କରୁଥିବା ବେଳେ ଏନେଇ କିଛି ସ୍ପଷ୍ଟ କରିନାହିଁ।

ମିଳିଥିବା ସୂଚନା ଅନୁସାରେ, ବିନାୟକଙ୍କ ଘର ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ। ସେ ସବୁବେଳେ ଠାକୁରାଣୀ ମନ୍ଦିର ପାଖରେ ଶୋଇଥା’ନ୍ତି। ଗତକାଲି ସେ ଠାକୁରାଣୀ ମନ୍ଦିରରେ ଶୋଇଥିଲା ବେଳେ ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ବିନାୟକଙ୍କ ମୃତଦେହ ଠାକୁରାଣୀ ମନ୍ଦିର ନିକଟରେ ପଡ଼ିଥିବା ଗ୍ରାମବାସୀ ଆଜି ସକାଳେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍‌ ଆସି ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

 

 

The post ଯୁବକଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ପାଖରେ ରକ୍ତରେ ଲେଖାଯାଇଛି ‘Next Target….’ appeared first on Odisha Reporter.

]]>
murder, right top, Stone man terror 2021-09-20 13:30:24 https://odishareporter.in/wp-content/uploads/2021/09/murder-3.jpg
ପତ୍ନୀଙ୍କୁ ଲୁଚି କରିଥିଲେ ଦ୍ୱିତୀୟ ବିବାହ, ଧରିବାକୁ ଆସିଥିବା ପୁଲିସ୍ ହେଲା ରାତି ଅନିଦ୍ରା https://odishareporter.in/odisha/a-man-in-trouble-after-tying-knot-for-the-second-time-677007 Sun, 19 Sep 2021 06:25:25 +0000 https://odishareporter.in/?p=677007

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିବା ଜଣେ ଯୁବକଙ୍କୁ ଆଜି ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୁଲିସ୍। ତାଙ୍କ ନାଁ ପିନା ସାମଲ। ତାଙ୍କୁ ଛତ୍ରପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ତାଙ୍କୁ ଧରିବା ପାଇଁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା। ରାତି ସାରା ପୁଲିସ୍ ତାଙ୍କ ଘର ବାହାରେ ଜଗି ରହିଥିଲା। ସୂଚନା ଅନୁଯାୟୀ, ପିନା ୨୦୧୫ରେ ଭଦ୍ରକରେ ଜ୍ୟୋତ୍ସ୍ନାରାଣୀ ସାମଲଙ୍କୁ ବାହା ହୋଇଥିଲେ। ପରେ ସେ […]

The post ପତ୍ନୀଙ୍କୁ ଲୁଚି କରିଥିଲେ ଦ୍ୱିତୀୟ ବିବାହ, ଧରିବାକୁ ଆସିଥିବା ପୁଲିସ୍ ହେଲା ରାତି ଅନିଦ୍ରା appeared first on Odisha Reporter.

]]>

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିବା ଜଣେ ଯୁବକଙ୍କୁ ଆଜି ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୁଲିସ୍। ତାଙ୍କ ନାଁ ପିନା ସାମଲ। ତାଙ୍କୁ ଛତ୍ରପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ତାଙ୍କୁ ଧରିବା ପାଇଁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା। ରାତି ସାରା ପୁଲିସ୍ ତାଙ୍କ ଘର ବାହାରେ ଜଗି ରହିଥିଲା।

ସୂଚନା ଅନୁଯାୟୀ, ପିନା ୨୦୧୫ରେ ଭଦ୍ରକରେ ଜ୍ୟୋତ୍ସ୍ନାରାଣୀ ସାମଲଙ୍କୁ ବାହା ହୋଇଥିଲେ। ପରେ ସେ ଛତ୍ରପୁରରେ ଆଉ ଜଣଙ୍କୁ ବିବାହ କରିଥିଲେ। ଦ୍ୱିତୀୟ ବିବାହ କରିବା ପରେ ଭଦ୍ରକରେ ରହୁଥିବା ପତ୍ନୀ ଓ ପରିବାର ଲୋକଙ୍କ ସହିତ ଆଉ ଯୋଗାଯୋଗ କରୁନଥିଲେ। ସେ ଛତ୍ରପୁରରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଓ ବ୍ୟାଙ୍କ କଲୋନୀରେ ଏକ ଘରେ ରହୁଥିଲେ।

ପିନାଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ଭଦ୍ରକ ପୁଲିସ୍ ଅନୁସନ୍ଧାନ କରି ଗତକାଲି ଛତ୍ରପୁରରେ ପହଞ୍ଚିଥିଲା। ସେମାନେ ପିନା ରହୁଥିବା ଘରେ ରାତି ୧୨ଟାରେ ପହଞ୍ଚିଥିଲେ। କିନ୍ତୁ ପିନା କବାଟ ଖୋଲି ନଥିଲେ। ରାତିସାରେ ସେ ଘରେ ଥିଲେ ସୁଦ୍ଧା କବାଟ ଖୋଲି ନଥିଲେ। ପରେ ବହୁ ବୁଝାସୁଝା କରିବା ପରେ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସେ କବାଟ ଖୋଲିଥିଲେ। ଏହା ପରେ ତାଙ୍କୁ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପୁଲିସ୍ ଛତ୍ରପୁର ଥାନାକୁ ନେଇ ଯାଇଥିଲା। ଶେଷ ଖବର ସୁଦ୍ଧା ସେଠାରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

The post ପତ୍ନୀଙ୍କୁ ଲୁଚି କରିଥିଲେ ଦ୍ୱିତୀୟ ବିବାହ, ଧରିବାକୁ ଆସିଥିବା ପୁଲିସ୍ ହେଲା ରାତି ଅନିଦ୍ରା appeared first on Odisha Reporter.

]]>
right bottom 2021-09-19 11:56:41 https://odishareporter.in/wp-content/uploads/2021/09/Untitled-1-13.jpg
ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ଜାଳି ଦେଲେ ଲୋକେ https://odishareporter.in/odisha/man-allegedly-hacked-to-death-in-ganjam-676973 Sun, 19 Sep 2021 04:25:42 +0000 https://odishareporter.in/?p=676973

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସଂଘବଦ୍ଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଉ ଏହା ପରେ ଅଭିଯୁକ୍ତମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଗାଁ ଲୋକେ। ଫଳରେ ଗାଁରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର କୋଦଳାରେ। ଆଜି ସକାଳେ କୋଦଳାର ଖଦଳା ସାହିର କାଳୁ ନାହାକ ଦୋକାନରୁ ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଖଣ୍ଡାରେ […]

The post ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ଜାଳି ଦେଲେ ଲୋକେ appeared first on Odisha Reporter.

]]>

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସଂଘବଦ୍ଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଉ ଏହା ପରେ ଅଭିଯୁକ୍ତମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଗାଁ ଲୋକେ। ଫଳରେ ଗାଁରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର କୋଦଳାରେ।

ଆଜି ସକାଳେ କୋଦଳାର ଖଦଳା ସାହିର କାଳୁ ନାହାକ ଦୋକାନରୁ ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। କୋଦଳା ରେଞ୍ଜରଙ୍କ ବଙ୍ଗଳା ସାମ୍ନାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ହିଁ କାଳୁଙ୍କ ପ୍ରାଣପାୟୁ ଉଡ଼ି ଯାଇଥିଲା। ଏହି ଆକ୍ରମଣରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ରାଗି ଯାଇଥିଲେ। ସେମାନେ ଅଭିଯୁକ୍ତମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ୩ଟି ଘରେ ଗାଁ ଲୋକେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ଟାୟାର ଜାଳି ଓ କାଠ ଗଣ୍ଡି ପକାଇ ଗାଁ ଲୋକେ କୋଦଳା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଗାଁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଖବର ପାଇ ପୁରୁଷୋତ୍ତମ ପୁର ଏସଡିପିଓ ଏବଂ କୋଦଳା ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

 

The post ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ଜାଳି ଦେଲେ ଲୋକେ appeared first on Odisha Reporter.

]]>
right bottom 2021-09-19 13:53:38 https://odishareporter.in/wp-content/uploads/2021/09/781-6.jpg
ପିଟିଦେଇ ପଳାଇଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ https://odishareporter.in/odisha/unknown-vehichle-hits-two-women-to-death-676426 Fri, 17 Sep 2021 03:24:24 +0000 https://odishareporter.in/?p=676426

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର। ତମାଳଙ୍କୁ ୫୦ ବର୍ଷ ହୋଇଥିଲା। ବାଙ୍ଗାରୀ ପାତ୍ରଙ୍କୁ ୬୦ବର୍ଷ ହୋଇଥିଲା। ଦୁର୍ଘଟଣା ପରେ ଗ୍ରାମବାସୀମାନେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତ ମହିଳାଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା […]

The post ପିଟିଦେଇ ପଳାଇଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ appeared first on Odisha Reporter.

]]>

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର। ତମାଳଙ୍କୁ ୫୦ ବର୍ଷ ହୋଇଥିଲା। ବାଙ୍ଗାରୀ ପାତ୍ରଙ୍କୁ ୬୦ବର୍ଷ ହୋଇଥିଲା।

ଦୁର୍ଘଟଣା ପରେ ଗ୍ରାମବାସୀମାନେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତ ମହିଳାଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା ସହ ଅଜଣା ଗାଡିକୁ ଚିହ୍ନଟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।  ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ତମାଳ ଓ ଚିନାରୀ ଗାଁ ନିକଟ ଏକ ନାଳକୁ ଶୌଚ ପାଇଁ ଯାଉଥିଲେ। ସେହି ସମୟରେ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଗାଡ଼ି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା।

 

 

 

The post ପିଟିଦେଇ ପଳାଇଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ appeared first on Odisha Reporter.

]]>
right top 2021-09-17 08:54:24 https://odishareporter.in/wp-content/uploads/2021/09/acident.jpg
ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ସାବତ ମା’ ଅଟକ https://odishareporter.in/odisha/young-girls-death-in-suspense-675843 Wed, 15 Sep 2021 05:00:42 +0000 https://odishareporter.in/?p=675843

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ହୀରାଖଣ୍ଡି ଗାଁରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣଙ୍କ ହେଲେ ଝରଣା ଦାସ। ଝରଣାଙ୍କୁ ସାବତ ମା’ ବିଷ ଦେଇ ମାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ ସାବତ ମା’କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ମୁତାବକ, ଗାଁର ଶିବରାମ ଦାସଙ୍କର ପ୍ରଥମ ସ୍ତ୍ରୀଙ୍କର ୧୫ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ପ୍ରଥମ […]

The post ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ସାବତ ମା’ ଅଟକ appeared first on Odisha Reporter.

]]>

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ହୀରାଖଣ୍ଡି ଗାଁରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣଙ୍କ ହେଲେ ଝରଣା ଦାସ। ଝରଣାଙ୍କୁ ସାବତ ମା’ ବିଷ ଦେଇ ମାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ ସାବତ ମା’କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ମୁତାବକ, ଗାଁର ଶିବରାମ ଦାସଙ୍କର ପ୍ରଥମ ସ୍ତ୍ରୀଙ୍କର ୧୫ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଶିବରାମ ବିଳାସି ଦାସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଶିବରାମଙ୍କ ପ୍ରଥମ ସ୍ତ୍ରୀଙ୍କର ଗୋଟିଏ ପୁଅ ଓ ଝିଅ ଥିଲେ। ବିଳାସୀଙ୍କର ଦୁଇଟି ପୁଅ ଅଛନ୍ତି।

ଶିବରାମଙ୍କ ପ୍ରଥମ ପତ୍ନୀଙ୍କ ପୁଅ ମୁନା ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ସମୟରେ ଘରେ ଝିଅ ଝରଣା ସାବତ  ମା’ ସହ ରହୁଥିଲେ। ବାପା ଶିବରାମ କେରଳରେ ରହୁଥିଲେ।  ସାବତ ମା ବାରମ୍ବାର  ଝରଣାକୁ ଶାରୀରିକ ନିର୍ଯାତନା ଦେଉଥିବା ଗ୍ରାମବାସୀ  ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

ହେଲେ ଗତକାଲି ସକାଳେ ହଠାତ ଝରଣାକୁ କଣ ହୋଇଯାଇଛି ବୋଲି ବିଳାସି ପଡ଼ୋଶୀଙ୍କୁ କହିଥିଲେ। ପରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଝରଣାଙ୍କୁ ମୃତ ଘୋଷଣା କରିଥିଲେ।  ପରେ ଗ୍ରାମବାସୀ ଏକତ୍ରିତ ହୋଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସାବତ ମା’କୁ ଅଟକ ରଖିବା ସହ ପଚରାଉଚରା କରୁଛି। ଏହାସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସାବତ ମା’ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ  କରିଛନ୍ତି। ଝରଣା କେଉଁ ପୁଅ ସହ ଫୋନରେ କଥା ହେଉଥିଲା। ତାକୁ ଠିକ ରାସ୍ତାକୁ ଆଣିବା ପାଇଁ ସେ  ତାଗିଦ କରୁଥିଲେ ବୋଲି  ସଫେଇ ଦେଇଛନ୍ତି ।

 

The post ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ସାବତ ମା’ ଅଟକ appeared first on Odisha Reporter.

]]>
right bottom 2021-09-15 10:36:13 https://odishareporter.in/wp-content/uploads/2021/09/deadbody...jpg
ଖେଳୁଥିବା ବେଳେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ https://odishareporter.in/odisha/one-killed-as-wall-collapsed-in-ganjam-675567 Tue, 14 Sep 2021 07:36:09 +0000 https://odishareporter.in/?p=675567

ଆସିକା (ଓଡ଼ିଶା ରିପୋର୍ଟର): ୭ ଜଣ ଶିଶୁ ଖେଳୁ ଥିଲେ। ଏହି ସମୟରେ ପଡ଼ିଗଲା କାନ୍ଥ। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟମାନେ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଧରାକୋଟ ଥାନା ରାଶିବାଡ଼ି ରାମଚନ୍ଦ୍ରପୁର ଗାଁରେ ଏକ ଘର ନିକଟରେ ଆଜି ଏହି ଶିଶୁମାନେ ଖେଳୁଥିଲେ। ଏହି ସମୟରେ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାକୁ ମାତ୍ର ୬ […]

The post ଖେଳୁଥିବା ବେଳେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ appeared first on Odisha Reporter.

]]>

ଆସିକା (ଓଡ଼ିଶା ରିପୋର୍ଟର): ୭ ଜଣ ଶିଶୁ ଖେଳୁ ଥିଲେ। ଏହି ସମୟରେ ପଡ଼ିଗଲା କାନ୍ଥ। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟମାନେ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ।

ଧରାକୋଟ ଥାନା ରାଶିବାଡ଼ି ରାମଚନ୍ଦ୍ରପୁର ଗାଁରେ ଏକ ଘର ନିକଟରେ ଆଜି ଏହି ଶିଶୁମାନେ ଖେଳୁଥିଲେ। ଏହି ସମୟରେ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାକୁ ମାତ୍ର ୬ ବର୍ଷ ହୋଇଥିଲା। ଅନ୍ୟ ୬ ଶିଶୁଙ୍କୁ ଉଦ୍ଧାର କରାଯାଇ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

The post ଖେଳୁଥିବା ବେଳେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ appeared first on Odisha Reporter.

]]>
centre bottom 2021-09-14 13:06:09 https://odishareporter.in/wp-content/uploads/2021/09/Untitled-1-10.jpg
ଦୋକାନ ମାଲିକଙ୍କୁ ହାଣିଲେ ଗ୍ରାହକ https://odishareporter.in/odisha/customers-attack-on-shop-owner-675516 Tue, 14 Sep 2021 04:56:04 +0000 https://odishareporter.in/?p=675516

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ ।  ହୋଟେଲମାଲିକ ଜଣକ କ୍ୟାସ୍‌ ନେବେ ବୋଲି ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଗ୍ରାହକ ବି ନଛୋଡ଼ବନ୍ଧା। ଶେଷରେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ  ଗ୍ରାହକ ସାଜି ଆସିଥିବା ୩ ଯୁବକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏପରି ଅଭାବନୀୟ  ଘଟଣା  ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି […]

The post ଦୋକାନ ମାଲିକଙ୍କୁ ହାଣିଲେ ଗ୍ରାହକ appeared first on Odisha Reporter.

]]>

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ ।  ହୋଟେଲମାଲିକ ଜଣକ କ୍ୟାସ୍‌ ନେବେ ବୋଲି ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଗ୍ରାହକ ବି ନଛୋଡ଼ବନ୍ଧା। ଶେଷରେ ଘଟଣାର ସମାଧାନ ହେବା ପରିବର୍ତ୍ତେ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ  ଗ୍ରାହକ ସାଜି ଆସିଥିବା ୩ ଯୁବକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏପରି ଅଭାବନୀୟ  ଘଟଣା  ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଗତ ରବିବାର ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଯାଇଛି ସବୁ ଦୃଶ୍ୟ। ପୁଲିସ୍‌ ଆକ୍ରମଣକାରୀ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପୁଲିସ୍‌ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ସାଢେ ୮ଟାରେ ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନିଲ ହୋଟେଲକୁ ଖାଇବାକୁ ୩ ଯୁବକ ଯାଇଥିଲେ। ଦୋକାନ ମାଲିକଙ୍କୁ ବକେୟା ଶହେ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ  ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନ ମାଲିକଜଣକ କ୍ୟାସ୍‌ ନେବାକୁ କହୁଥିବା ବେଳେ ଡିଜିଟାଲ ପେମେଣ୍ଟ କରିବେ ବୋଲି କହିଲେ ଗ୍ରାହକ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି।

ଏହାପରେ ଘଟଣାସ୍ଥଳରୁ ୩ ଯୁବକ ପଳାଇଲେ। ମାତ୍ର  ୫ମିନିଟ ମଧ୍ୟରେ ସେମାନେ ଖଣ୍ଡା ଧରି ଦୋକାନରେ ପଶିଥିଲେ। ଏହାପରେ ଅତର୍କିତ ଭାବେ ଦୋକାନ ମାଲିକ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ତେବେ ଆକ୍ରମଣକାରୀ ଯୁବକମାନେ କମ୍‌ ବୟସର ଜଣା ପଡ଼ୁଥିବା ବେଳେ ସେମାନେ ମାରଣାସ୍ତ୍ର କେଉଁଠୁ ପାଇଲେ ତାହା   ଏବେ ଚିନ୍ତାର ବିଷୟ ହୋଇଛି।   ଏହି ଘଟଣାରେ ପୁଲିସ୍‌ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

The post ଦୋକାନ ମାଲିକଙ୍କୁ ହାଣିଲେ ଗ୍ରାହକ appeared first on Odisha Reporter.

]]>
Berhampur, right bottom 2021-09-15 13:21:37 https://odishareporter.in/wp-content/uploads/2021/09/attack-3.jpg
ବର୍ଷାରେ ଭୁଶୁଡ଼ିଲା ଶହେ ବର୍ଷର କୋଠା https://odishareporter.in/odisha/100-years-old-building-collapsed-675258 Mon, 13 Sep 2021 07:03:08 +0000 https://odishareporter.in/?p=675258

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ଗିରି ମାର୍କେଟ ନିକଟରେ ଥିବା ଶତାଧିକ ବର୍ଷର ଆନ୍ଧ୍ର ଭାଷାଭିବର୍ଧନିର କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭିତରେ ଥିବା ବହୁ ପୁରୁଣା ବହି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। ମାଡ୍ରାସ ପ୍ରେସିଡେନ୍ସି ସମୟରେ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହି ଠାରୁ ରୀତିମତ ତେଲୁଗୁ ସାହିତ୍ୟିକମାନେ ସେମାନଙ୍କ ଚେଷ୍ଟା ଜାରି ରଖିଥିଲେ। ଏହି କୋଠା ଭିତରେ ବହୁ ପୁରୁଣା ବହି […]

The post ବର୍ଷାରେ ଭୁଶୁଡ଼ିଲା ଶହେ ବର୍ଷର କୋଠା appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ଗିରି ମାର୍କେଟ ନିକଟରେ ଥିବା ଶତାଧିକ ବର୍ଷର ଆନ୍ଧ୍ର ଭାଷାଭିବର୍ଧନିର କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭିତରେ ଥିବା ବହୁ ପୁରୁଣା ବହି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।

ମାଡ୍ରାସ ପ୍ରେସିଡେନ୍ସି ସମୟରେ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହି ଠାରୁ ରୀତିମତ ତେଲୁଗୁ ସାହିତ୍ୟିକମାନେ ସେମାନଙ୍କ ଚେଷ୍ଟା ଜାରି ରଖିଥିଲେ। ଏହି କୋଠା ଭିତରେ ବହୁ ପୁରୁଣା ବହି ଥିଲା। କୋଠା ଭୁଶୁଡିବା ଫଳରେ ସେଗୁଡିକ ନଷ୍ଟ ହୋଇଯାଇଥିବା ଆଶଙ୍କା  କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ଦୁଇ ଦିନ ହେବ ଲଘୁଜନିତ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଜିଲ୍ଲାର ୫ଟି ସ୍ଥାନରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି। ଅସ୍ତରଙ୍ଗରେ ୫୩୦ ମିମି ଓ କାକଟପୁରରେ ୫୨୫ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୩୪୨.୫ ମିମି ବର୍ଷା ହୋଇଛି। ପୁରୀରେ ବର୍ଷା ୮୭ ବର୍ଷର ରେକର୍ଡ ଭଙ୍ଗ କରିଛି।

ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ ମିମି ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି ବର୍ଷା ହୋଇଛି। ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୫୭ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

 

The post ବର୍ଷାରେ ଭୁଶୁଡ଼ିଲା ଶହେ ବର୍ଷର କୋଠା appeared first on Odisha Reporter.

]]>
right bottom 2021-09-13 12:37:56 https://odishareporter.in/wp-content/uploads/2021/09/bliding.jpg
ମୁହାଁମୁହିଁ ପିଟି ହେଲେ ୨ ଟ୍ରକ୍‌, ଘର ଉପରକୁ ମାଡ଼ି ଗଲେ https://odishareporter.in/odisha/accident-between-2-trucks-674984 Sun, 12 Sep 2021 02:57:22 +0000 https://odishareporter.in/?p=674984

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାନୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଚି। ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାନୀୟ ରାଜପଥରେ ୨ ଟ୍ରକ୍‌ ବିପରୀତ ଦିଗରୁ ଯାଉଥିଲେ।  ମାତ୍ର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଉଭୟ ଟ୍ରକ୍‌ ମୁହାଁମୁହିଁ ପିଟି ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, […]

The post ମୁହାଁମୁହିଁ ପିଟି ହେଲେ ୨ ଟ୍ରକ୍‌, ଘର ଉପରକୁ ମାଡ଼ି ଗଲେ appeared first on Odisha Reporter.

]]>

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାନୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଚି।

ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାନୀୟ ରାଜପଥରେ ୨ ଟ୍ରକ୍‌ ବିପରୀତ ଦିଗରୁ ଯାଉଥିଲେ।  ମାତ୍ର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଉଭୟ ଟ୍ରକ୍‌ ମୁହାଁମୁହିଁ ପିଟି ହୋଇଥିଲେ।

ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ୨ଟି ଟ୍ରକ୍‌ ପରସ୍ପର ସହ ମୁହାଁମୁହିଁ ପିଟି ହେବା ପରେ ରାସ୍ତା ପାର୍ଶ୍ୱରେ ଥିବା ୨ ଘର ଉପରକୁ ମାଡ଼ି ଯାଇଥିଲେ। ହେଲେ ଉଭୟ ଘରର କେହିବି ସଦସ୍ୟ ଆହତ ହୋଇ ନ ଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ୨ ଟ୍ରକ୍‌  ମଧ୍ୟରୁ ଗୋଟିଏ ଟ୍ରକ୍‌ ପ୍ରଥମେ ରାସ୍ତା କଡରେ ଥିବା ଏକ ଡାଲା ଅଟୋକୁ ଧକ୍କା ଦେଇ ପରେ ଘର ଉପରକୁ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଡାଲା ଅଟୋ ବି ଚୁରମାର  ହୋଇ ଯାଇଛି।

ଏହି ଦୁର୍ଟଘଣାରେ ୨ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏହି ଦୁର୍ଘଟଣା ଯୋଗୁ ବ୍ରହ୍ମପୁର- ଦିଗପହଣ୍ଡି ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ମୋଟର ଯାତାୟତ ବାଧାପ୍ରାପ୍ତ ହୋଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଅଡ଼ି ବସିଛନ୍ତି।  ସକାଳ ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନ ଥିବାରୁ ଯାତାୟତ ସ୍ୱାଭାବିକ ହୋଇପାରିନି।

The post ମୁହାଁମୁହିଁ ପିଟି ହେଲେ ୨ ଟ୍ରକ୍‌, ଘର ଉପରକୁ ମାଡ଼ି ଗଲେ appeared first on Odisha Reporter.

]]>
centre bottom 2021-09-12 08:48:56 https://odishareporter.in/wp-content/uploads/2021/09/kkk-1-1.jpg
୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ https://odishareporter.in/odisha/ganjam/rupees-80-lakhs-ganja-seized-by-police-674673 Fri, 10 Sep 2021 14:27:37 +0000 https://odishareporter.in/?p=674673

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ପିକ୍ ଅପ୍ ଭ୍ୟାନରେ ଚାଲାଣ ହେଉଥିଲା ଗଞ୍ଜେଇ। ଧରିଲା ପୁଲିସ୍। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଡାଳଖାଇ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ ଜବତ କରାଯାଇଛି। ଗଞ୍ଜେତ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଗିରଫ ଜଣକ ହେଲେ ଆର ଉଦୟଗିରି ଥାନା ଅଞ୍ଚଳର ଥୋମାସ ପୂଜାରୀ। ସୂଚନା ମୁତାବକ ଗୁରୁବାର ୧୧.୪୫ ସମୟରେ ବଡଗଡ଼ ମୋହନା ରାସ୍ତା […]

The post ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ appeared first on Odisha Reporter.

]]>

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ପିକ୍ ଅପ୍ ଭ୍ୟାନରେ ଚାଲାଣ ହେଉଥିଲା ଗଞ୍ଜେଇ। ଧରିଲା ପୁଲିସ୍। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଡାଳଖାଇ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ ଜବତ କରାଯାଇଛି। ଗଞ୍ଜେତ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଗିରଫ ଜଣକ ହେଲେ ଆର ଉଦୟଗିରି ଥାନା ଅଞ୍ଚଳର ଥୋମାସ ପୂଜାରୀ।

ସୂଚନା ମୁତାବକ ଗୁରୁବାର ୧୧.୪୫ ସମୟରେ ବଡଗଡ଼ ମୋହନା ରାସ୍ତା ଡାଳଖାଇ ନିକଟରେ ବଡଗଡ଼ ପୁଲିସ ବ୍ଲକିଙ୍ଗ କରି ଗାଡ଼ି ଗୁଡିକୁ ଚେକିଂ କରୁଥିଲା। ଏହି ସମୟରେ ଏକ ପିକ୍ ଅପ୍ ଭ୍ୟାନ୍ ପୁଲିସକୁ ଦେଖି ଗାଡ଼ି ଦ୍ରୁତ ଗତିରେ ଚଳାଇଥିଲା। ପୁଲିସ ପିଛାକରି ଗାଡିକୁ ଅଟକାଇଥିଲା। ଗାଡ଼ିରୁ ଗଞ୍ଜେଇ ଥିବା ଜାଣି ପୁଲିସ୍ ଭ୍ୟାନକୁ ଜବତ କରିବା ସହିତ ଜଣକୁ ଗିରଫ କରିଛି।

ତଦନ୍ତରେ ଜଣା ପଡ଼ିଛି ମୋହନାରୁ ଗଞ୍ଜାମ ଆଡକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଆସ୍କା ଏସଡିପିଓ।

The post ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ appeared first on Odisha Reporter.

]]>
right bottom 2021-09-10 19:57:37 https://odishareporter.in/wp-content/uploads/2021/09/ganja-1.jpg
ବଜ୍ରାଘାତରେ ଦୁଇ ମୃତ https://odishareporter.in/odisha/ganjam/two-killed-in-lightning-strike-in-bhanjnagar-673424 Mon, 06 Sep 2021 10:37:05 +0000 https://odishareporter.in/?p=673424

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଂଚଳରେ ଅଭାବନୀୟ ଘଟଣାଘଟିଛି । କୁରୁଳେଇ ଓ ତନରଡ଼ା ଗ୍ରାମରେ ବଜ୍ରାଘାତ ଘଟି ଏକାଥରକେ ଦୁଇଜଣଙ୍କ ପ୍ରାଣହାନି ହୋଇଛି। ମୃତକ ଦ୍ୱୟ ହେଲେ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ୱାଇଁ  ଅନ୍ୟଜଣେ ତନରଡ଼ା ଗ୍ରାମର ଛବିତା ଡାକୁଆ। ଏମାନେ ନିଜ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିବାରୁ ଉଭୟେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ […]

The post ବଜ୍ରାଘାତରେ ଦୁଇ ମୃତ appeared first on Odisha Reporter.

]]>

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଂଚଳରେ ଅଭାବନୀୟ ଘଟଣାଘଟିଛି । କୁରୁଳେଇ ଓ ତନରଡ଼ା ଗ୍ରାମରେ ବଜ୍ରାଘାତ ଘଟି ଏକାଥରକେ ଦୁଇଜଣଙ୍କ ପ୍ରାଣହାନି ହୋଇଛି। ମୃତକ ଦ୍ୱୟ ହେଲେ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ୱାଇଁ  ଅନ୍ୟଜଣେ ତନରଡ଼ା ଗ୍ରାମର ଛବିତା ଡାକୁଆ। ଏମାନେ ନିଜ ଜମିରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିବାରୁ ଉଭୟେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଲଗୁଣ୍ଠା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବଜ୍ରାଘାତରେ ଦୁଇ ମୃତ appeared first on Odisha Reporter.

]]>
right bottom 2021-09-06 16:07:05 https://cdn.odishareporter.in/wp-content/uploads/2021/07/13165912/lightening.jpg
ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମେ’ରେ ହୋଇଥିଲା ବାହାଘର https://odishareporter.in/odisha/couple-found-dead-in-berhampur-673091 Sun, 05 Sep 2021 08:34:34 +0000 https://odishareporter.in/?p=673091

ପୋଲସରା (ଅକ୍ଷୟ ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ପଞ୍ଚାୟତ ସାହିରେ ଏକ ଘରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ବିପିନ ଗୌଡ଼ ଓ ତାଙ୍କ ପତ୍ନୀ। ବିପିନଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ବେକରେ କଟା ଦାଗ ଦେଖିବାକୁ ମିଳିଛି। ତେଣୁ ବିପିନ ପ୍ରଥମେ ତାଙ୍କୁ ମାରି ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁରୁଷୋତ୍ତମପୁର […]

The post ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମେ’ରେ ହୋଇଥିଲା ବାହାଘର appeared first on Odisha Reporter.

]]>

ପୋଲସରା (ଅକ୍ଷୟ ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ପଞ୍ଚାୟତ ସାହିରେ ଏକ ଘରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ବିପିନ ଗୌଡ଼ ଓ ତାଙ୍କ ପତ୍ନୀ।

ବିପିନଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ବେକରେ କଟା ଦାଗ ଦେଖିବାକୁ ମିଳିଛି। ତେଣୁ ବିପିନ ପ୍ରଥମେ ତାଙ୍କୁ ମାରି ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ଯାଞ୍ଚ କରିଛି। ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।

ଗାଁର ପାଣ ଗୌଡ଼ଙ୍କ ତୃତୀୟ ପୁଅ ବିପିନ ଗତ ମେ’ ମାସରେ ବାହା ହୋଇଥିଲେ। ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁରରେ ତାଙ୍କ ବାହାଘର ହୋଇଥିଲା। କେଉଁ କାରଣରୁ ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ।

ବିପିନଙ୍କ ବାପା କହିଛନ୍ତି ଯେ ସେ ସକାଳେ ଉଠି ଜମିକୁ ଯିବାକୁ ବାହାରିଥିଲେ। ସେ ବିପିନଙ୍କୁ ଡାକିଥିଲେ। ସେ ନଶୁଣିବାରୁ ତାଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ବୋହୂ ଖଟର ଉପରେ ପଡ଼ି ରହିଥିଲା। କ’ଣ ଘଟିଲା, ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

The post ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମେ’ରେ ହୋଇଥିଲା ବାହାଘର appeared first on Odisha Reporter.

]]>
right top 2021-09-05 14:04:34 https://cdn.odishareporter.in/wp-content/uploads/2021/09/05140128/45-2.jpg
ଟିକା ସାଙ୍ଗରେ କରୋନା ଫ୍ରି: ଆସ ମିଳି ମିଶି ନେବା ! https://odishareporter.in/odisha/ganjam/the-vaccine-center-is-inviting-the-third-wave-of-corona-671399 Mon, 30 Aug 2021 16:09:23 +0000 https://odishareporter.in/?p=671399

ଆସିକା(ମନୋଜ ମୁନି) କରୋନାର ତୃତୀୟ ଲହରକୁ ନିମନ୍ତ୍ରଣ କରୁଛି ଟିକା କେନ୍ଦ୍ର । ଲୋକେ କରୋନାରୁ ବର୍ତ୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଜମା ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଜନସାଧାରଣ ହଇରାଣ ହେବା ସହ କରୋନାର ବାହକ ସାଜୁଛନ୍ତି l ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବାଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଲି ଥିଲା l ଜମା […]

The post ଟିକା ସାଙ୍ଗରେ କରୋନା ଫ୍ରି: ଆସ ମିଳି ମିଶି ନେବା ! appeared first on Odisha Reporter.

]]>

ଆସିକା(ମନୋଜ ମୁନି) କରୋନାର ତୃତୀୟ ଲହରକୁ ନିମନ୍ତ୍ରଣ କରୁଛି ଟିକା କେନ୍ଦ୍ର । ଲୋକେ କରୋନାରୁ ବର୍ତ୍ତିବା ପାଇଁ ଟିକା କେନ୍ଦ୍ର ଆଗରେ ଜମା ହେଉଥିବା ବେଳେ ପ୍ରଶାସନର ଟିକା କେନ୍ଦ୍ର ଆଗରେ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଜନସାଧାରଣ ହଇରାଣ ହେବା ସହ କରୋନାର ବାହକ ସାଜୁଛନ୍ତି l ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କରୋନା ଟିକା ନେବାଲାଗି ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଲି ଥିଲା l

ଜମା ହୋଇଥିବା ଲୋକଙ୍କ ଲାଗି ପାନୀୟ ଜଳ, ବାରିକେଟ ଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ l ଯାହା ଫଳରେ ଲୋକମାନେ ଟିକା ନେବାଲାଗି ଆସି ସାମାଜିକ ଦୂରତାକୁ ଭୁଲି ଠେଲା ପେଲା ହୋଇଥିଲେ। ଏଥିରେ ୩ ଜଣ ମହିଳା ଆହାତ ହୋଇଥିବା ଦେଖିବାକୁ ମିଳିଛି l

ଅନ୍ୟପଟେ ଟିକା କେନ୍ଦ୍ର ଆଗରେ ପୁଲିସ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି l ସେପଟେ ଟିକା କେନ୍ଦ୍ରରେ ମାତ୍ର ଏକ ହଜାର ଡୋଜ ଟିକା ମହଜୁଦ ଅଛି l ଲୋକଙ୍କୁ ଟିକା ଦିଆଯାଉଛି l ଭିଡ ନିୟନ୍ତ୍ରଣ ଲାଗି ପୁଲିସକୁ କୁହାଯାଇଛି ଏବଂ ଭିଡ ନିୟନ୍ତ୍ରଣ କରିବା ଆମପକ୍ଷେ ସମ୍ଭବ ହେଉନାହିଁ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହିଛନ୍ତି l

The post ଟିକା ସାଙ୍ଗରେ କରୋନା ଫ୍ରି: ଆସ ମିଳି ମିଶି ନେବା ! appeared first on Odisha Reporter.

]]>
2021-08-30 21:39:23 https://cdn.odishareporter.in/wp-content/uploads/2021/08/30213841/5gh.jpg
ଟ୍ରେନ୍ ଧକ୍କାରେ ୩ ମୃତ https://odishareporter.in/odisha/three-dead-as-a-train-hit-them-671086 Mon, 30 Aug 2021 02:51:18 +0000 https://odishareporter.in/?p=671086

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ହଳଦିଆପଦର ଲେବୁଲ କ୍ରସିଂ ନିକଟରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସେମାନେ ବିହାର ଅଞ୍ଚଳର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ଜିଆର୍‌ପି ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛି। ଏହି ଶ୍ରମିକମାନଙ୍କୁ ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କା ଦେଇଥିବା ସୂଚନା ମିଳିଛି। ଶ୍ରମିକମାନେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା […]

The post ଟ୍ରେନ୍ ଧକ୍କାରେ ୩ ମୃତ appeared first on Odisha Reporter.

]]>

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ହଳଦିଆପଦର ଲେବୁଲ କ୍ରସିଂ ନିକଟରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସେମାନେ ବିହାର ଅଞ୍ଚଳର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ଜିଆର୍‌ପି ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛି।

ଏହି ଶ୍ରମିକମାନଙ୍କୁ ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କା ଦେଇଥିବା ସୂଚନା ମିଳିଛି। ଶ୍ରମିକମାନେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ ମଧ୍ୟରେ ଏହି ଘଟଣା ଘଟିଛି। ସେହି ସମୟ କିଛି ଶ୍ରମିକ ଶ୍ରେଣୀର ଲୋକେ ରେଳ ଲାଇନ୍ କଡ଼େ କଡ଼େ ଚାଲି ଚାଲି ଯାଉଥିଲେ। ସେମାନେ ରେଳ ଲାଇନ୍ ପାର କରିବାକୁ ଉଦ୍ୟମ କଲା ବେଳେ ଏହି ଘଟଣା ଘଟିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଦେଖିଥିଲେ। ସେମାନେ ମୋଟ ୭ ଜଣ ଲୋକ ଥିଲେ। ତେବେ ଆଉ ୪ ଜଣ କୁଆଡ଼େ ଗଲେ ସେ ଦେଖି ନଥିବା କହିଛନ୍ତି।

ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଜିଆର୍‌ପିକୁ ଖବର ଦେଇଥିଲେ। ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ସହିତ ଯାଉଥିବା ଅନ୍ୟ ଲୋକଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ।

 

The post ଟ୍ରେନ୍ ଧକ୍କାରେ ୩ ମୃତ appeared first on Odisha Reporter.

]]>
centre bottom 2021-08-30 09:15:05 https://cdn.odishareporter.in/wp-content/uploads/2021/08/30081741/781-6.jpg
ବିଜେଡି ନେତାଙ୍କ ଆସରରେ ପହଞ୍ଚିଗଲେ ବିଜେପି କର୍ମୀ, ତା’ ପରେ… https://odishareporter.in/odisha/tension-situation-in-ramalingaswar-park-in-ganjam-670274 Fri, 27 Aug 2021 02:36:49 +0000 https://odishareporter.in/?p=670274

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିବା ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କରେ ଜମୁଛି ବିଜେଡି ନେତାଙ୍କ ଆସର। ଏହାକୁ ନେଇ ଗତ ରାତିରେ ସେଠାରେ ପହଞ୍ଚିଥିବା କିଛି ବିଜେପି କର୍ମୀଙ୍କ ସହ ପୁଲିସ୍‌ର ଧସ୍ତାଧସ୍ତି ହୋଇଥିଲା। ପୁଲିସ୍‌ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସୂଚନାଯୋଗ୍ୟ,  ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପାର୍କ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଛି । ଅଗଷ୍ଟ ୧୮ରୁ ୩୦ ତାରିଖ ଯାଏଁ ପାର୍କ ପୂରା […]

The post ବିଜେଡି ନେତାଙ୍କ ଆସରରେ ପହଞ୍ଚିଗଲେ ବିଜେପି କର୍ମୀ, ତା’ ପରେ… appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିବା ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କରେ ଜମୁଛି ବିଜେଡି ନେତାଙ୍କ ଆସର। ଏହାକୁ ନେଇ ଗତ ରାତିରେ ସେଠାରେ ପହଞ୍ଚିଥିବା କିଛି ବିଜେପି କର୍ମୀଙ୍କ ସହ ପୁଲିସ୍‌ର ଧସ୍ତାଧସ୍ତି ହୋଇଥିଲା। ପୁଲିସ୍‌ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନାଯୋଗ୍ୟ,  ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପାର୍କ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଛି । ଅଗଷ୍ଟ ୧୮ରୁ ୩୦ ତାରିଖ ଯାଏଁ ପାର୍କ ପୂରା ବନ୍ଦ ବୋଲି ସୂଚନା ଫଳକ ବି ଲଗାଯାଇଛି  । ତେବେ ସାଧାରଣ ଲୋକଙ୍କ ପାଇଁ ପାର୍କ ବନ୍ଦ ଥିବା ବେଳେ ରାଜନୈତିକ ଉଦ୍ଦଶ୍ୟରେ କିଭଳି ଭୋଜି ଆୟୋଜନ ହୋଇପାରୁଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଗତ ରାତିରେ ବିଜେଡିର କେତେକ ବିଧାୟକ ରାମଲିଙ୍ଗମ୍ ପାର୍କରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ମୁତୟନ ହୋଇଥିବା ପୁଲିସ କର୍ମୀଙ୍କ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପ୍ରବଳ ଉତ୍ତେଜନା ଦେଖାଯିବାରୁ ପୁଲିସ୍‌  ୨୦ରୁ ଅଧିକ ବିଜେପି କର୍ମୀଙ୍କୁ  ଉଠାଇ ନେଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହାକୁ ଅନୁଧ୍ୟାନ କରିବାକୁ ପର୍ଯ୍ୟାୟ କ୍ରମେ ୧୦୮ ବିଧାୟକ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ରହିଛି।  ସେମାନଙ୍କ ପାଇଁ ରାମଲିଙ୍ଗେଶ୍ୱର ପାର୍କରେ ସବୁ ବ୍ୟବସ୍ଥା କରାଯାଇଛି । ଜନସାଧାରଣଙ୍କ ପାଇଁ ବନ୍ଦ ଥିବା ପାର୍କରେ ବିଧାୟକଙ୍କ ଆସର ଜମୁଥିବାରୁ ଏହାକୁ ବରଦାସ୍ତ କରିପାରୁ ନାହାନ୍ତି ସାଧାରଣ ଲୋକ। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି।

The post ବିଜେଡି ନେତାଙ୍କ ଆସରରେ ପହଞ୍ଚିଗଲେ ବିଜେପି କର୍ମୀ, ତା’ ପରେ… appeared first on Odisha Reporter.

]]>
right bottom 2021-08-27 12:12:10 https://cdn.odishareporter.in/wp-content/uploads/2021/08/27080519/kkk.jpg
୫ ଦିନ ପାଇଁ ପାର୍କ ମନା, ଜାଣନ୍ତୁ କେଉଁଠି? https://odishareporter.in/odisha/park-prohibited-for-public-for-5-days-670000 Thu, 26 Aug 2021 02:25:06 +0000 https://odishareporter.in/?p=670000

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ  ଥିବା ବେଳେ ପ୍ରାୟତଃ ସମସ୍ତ ପାର୍କ, ଧର୍ମାନୁଷ୍ଠାନ ଆଦି ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଲାଣି। ଏପରି ସ୍ଥିତିରେ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ୫ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିବା ବେଳେ ଗଂଜାମ ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି […]

The post ୫ ଦିନ ପାଇଁ ପାର୍କ ମନା, ଜାଣନ୍ତୁ କେଉଁଠି? appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ  ଥିବା ବେଳେ ପ୍ରାୟତଃ ସମସ୍ତ ପାର୍କ, ଧର୍ମାନୁଷ୍ଠାନ ଆଦି ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଲାଣି। ଏପରି ସ୍ଥିତିରେ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ୫ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିବା ବେଳେ ଗଂଜାମ ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପାଇଁ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ସର୍ବସାଧାରଣ ପାଇଁ ବନ୍ଦ କରାଯାଇଛି।  ତେବେ ଏହି ପାର୍କରେ ଟିକାକରଣ କାର୍ଯ୍ୟ ଜାରି ରହିବ ।

ଗତ ୪ ମାସ ଧରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ପାର୍କରେ ନାଗରିକଙ୍କୁ ଟିକାକରଣ କାର୍ଯ୍ୟ  ଚାଲିଛି।  ଏଥିରେ ସହଯୋଗ କରିବା ପାଇଁ ସମସ୍ତ ସହରବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ ।  ତେବେ ରାମଲିଙ୍ଗମ ପାର୍କରେ ସାଧାରଣ ଲୋକଙ୍କୁ ବୁଲିବାକୁ ଅନୁମତି ନଥିବାବେଳେ ବିଧାୟକଙ୍କ କାଯର୍ୟକ୍ରମ ନେଇ ଗଣମାଧ୍ୟମର ଖବର ଉପରେ ପ୍ରତିକ୍ରିୟା ରଖିଛି ପ୍ରଶାସନ ।

ବ୍ରହ୍ମପୁରର ରାମ ଲିଙ୍ଗେଶ୍ୱର ପାର୍କ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ରାଜ୍ୟର ମନ୍ତ୍ରୀ ଏବଂ ବିଧାୟକ ମାନେ ଗଂଜାମ ଜିଲ୍ଲାକୁ ଏକ୍ସପୋଜର ଭିଜିଟ୍ ପାଇଁ ଆସୁଥିବା ସୂଚନା ଦେଇଛି ପ୍ରଶାସନ ।

The post ୫ ଦିନ ପାଇଁ ପାର୍କ ମନା, ଜାଣନ୍ତୁ କେଉଁଠି? appeared first on Odisha Reporter.

]]>
right bottom 2021-08-26 08:43:58 https://cdn.odishareporter.in/wp-content/uploads/2021/08/26075432/park.jpg
ଦୋକାନ ଭିତରେ ପଶି ଖଣ୍ଡାରେ ହାଣିଲେ, ୫ ଆହତ https://odishareporter.in/odisha/ganjam/five-of-a-family-critical-after-attack-by-sword-in-khallikote-keshpur-669613 Tue, 24 Aug 2021 11:28:51 +0000 https://odishareporter.in/?p=669613

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସକାଳୁ ସକାଳୁ ବୁଲିଲା ଖଣ୍ଡା ଓ ଭୁଜାଲି। ଦୋକାନ ଘରେ ପଶି ଗୋଟିଏ ପରିବାରର ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ଖଲ୍ଲିକୋଟର କେଶପୁର ଛକରେ। ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସକାଳ ୮ଟାରେ ପାଖାପାଖି ୮ରୁ ୧୦ଟା ବାଇକରେ ପ୍ରାୟ ୨୦ରୁ […]

The post ଦୋକାନ ଭିତରେ ପଶି ଖଣ୍ଡାରେ ହାଣିଲେ, ୫ ଆହତ appeared first on Odisha Reporter.

]]>

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସକାଳୁ ସକାଳୁ ବୁଲିଲା ଖଣ୍ଡା ଓ ଭୁଜାଲି। ଦୋକାନ ଘରେ ପଶି ଗୋଟିଏ ପରିବାରର ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ଖଲ୍ଲିକୋଟର କେଶପୁର ଛକରେ। ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

ମଙ୍ଗଳବାର ସକାଳ ୮ଟାରେ ପାଖାପାଖି ୮ରୁ ୧୦ଟା ବାଇକରେ ପ୍ରାୟ ୨୦ରୁ ଅଧିକ ଦୁବୃର୍ତ୍ତ ହାତରେ ଖଣ୍ଡା ଓ ଭୁଜାଲି ଧରି ଦୋକାନ ଭିତରେ ପଶି ଯାଇଥିଲେ। ଆଉ କେହି କିଛି କହିବା ପୂର୍ବରୁ ସେହି ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ।

ତେବେ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୁଲିସ ପହଞ୍ଚିବା ପରେ ଦୁବୃର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାରେ ଖଲ୍ଲିକୋଟ ପୁଲିସ ତଦନ୍ତ ଆରମ୍ଭ କରିଛି।

ଆକ୍ରମଣର ଶିକାର ହୋଇଥିବା ସୌରୀ ନାହାକ କହିଛନ୍ତି, ମୁଁ ଘରେ ଥିବା ବେଳେ ହଠାତ୍ ଦୋକାନରୁ ମୋ ଭାଇ ଫୋନ୍ କଲା। କହିଲା ଯେ କିଛି ଦୁବୃର୍ତ୍ତ ଆସି ଦୋକାନ ଭାଙ୍ଗି ଦେଇଛନ୍ତି। ମୁଁ ଆସିବା ପରେ ମୋତେ କିଛି ଦୁବୃର୍ତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏପରିକି ମୋ ବାପା ଓ ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଥିବା କହିଛନ୍ତି ସୌରୀ ନାହାକ।

The post ଦୋକାନ ଭିତରେ ପଶି ଖଣ୍ଡାରେ ହାଣିଲେ, ୫ ଆହତ appeared first on Odisha Reporter.

]]>
right bottom 2021-08-24 16:58:51 https://cdn.odishareporter.in/wp-content/uploads/2021/08/24165809/khallikote.jpg
୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ଖଳନାୟକ ନିଜେ ଡ୍ରାଇଭର https://odishareporter.in/odisha/ganjam/24-lakhs-rupees-loot-in-berhampur-669069 Sun, 22 Aug 2021 09:57:54 +0000 https://odishareporter.in/?p=669069

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରେ ATM ଗାଡ଼ି ଡ୍ରାଇଭରକୁ ଅପହରଣ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଡ୍ରାଇଭରକୁ କେହି ଅପହରଣ କରି ନ ଥିଲେ, ବରଂ ଡ୍ରାଇଭର ନିଜେ ଅପହରଣ ନାଟକ ରଚିଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଦୁଇ ସହଯୋଗୀଙ୍କ ସାହାଯ୍ୟରେ ଅପହରଣ ନାଟକ କରି ସେ ଟଙ୍କା ହଡ଼ପ କରିଥିଲା । ଡ୍ରାଇଭର ନିଜେ ନିଶା ଔଷଧ ସ୍ପ୍ରେ କରି ଅଚେତ ହେବାର ଡ୍ରାମା କରିଥିଲା । ଡ୍ରାଇଭର ସମେତ ମୋଟ ୩ […]

The post ୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ଖଳନାୟକ ନିଜେ ଡ୍ରାଇଭର appeared first on Odisha Reporter.

]]>

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରେ ATM ଗାଡ଼ି ଡ୍ରାଇଭରକୁ ଅପହରଣ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଡ୍ରାଇଭରକୁ କେହି ଅପହରଣ କରି ନ ଥିଲେ, ବରଂ ଡ୍ରାଇଭର ନିଜେ ଅପହରଣ ନାଟକ ରଚିଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଦୁଇ ସହଯୋଗୀଙ୍କ ସାହାଯ୍ୟରେ ଅପହରଣ ନାଟକ କରି ସେ ଟଙ୍କା ହଡ଼ପ କରିଥିଲା । ଡ୍ରାଇଭର ନିଜେ ନିଶା ଔଷଧ ସ୍ପ୍ରେ କରି ଅଚେତ ହେବାର ଡ୍ରାମା କରିଥିଲା ।

ଡ୍ରାଇଭର ସମେତ ମୋଟ ୩ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଲୁଟ୍‌ ହୋଇଥିବା ୨୪ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ୯୦ ହଜାର ଓ ବ୍ୟବହୃତ ନିଶା ସାମଗ୍ରୀ ଜବତ କରିଛି। ଏହା ସହିତ ଗୋଟିଏ ମୋଟର ସାଇକେଲ ଓ ୪ଟି ମୋବାଇଲ୍ ଜବତ କରିଛି ପୁଲିସ୍‌। ଗିରଫ ଡ୍ରାଇଭରଙ୍କ ନାଁ ଆଶିଷ କୁମାର ଦିଗାଲ୍ ଏବଂ ଅନ୍ୟ ୨ ଜଣ ହେଉଛନ୍ତି ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ଟଙ୍କା ଭର୍ତ୍ତି ଗାଡିକୁ ବ୍ରହ୍ମପୁର ବଡ଼ବଜାର ଏକ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା। ତେବେ ଜେରା ବେଳେ ଡ୍ରାଇଭର ଆଶିଷ ଦିଗାଲ ନିଜେ ଏହି ଅପହରଣ ନାଟକ ରଚିଥିବା ପୁଲିସ ସମ୍ମୁଖରେ ସ୍ଵୀକାର କରିଥିଲା।

The post ୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ଖଳନାୟକ ନିଜେ ଡ୍ରାଇଭର appeared first on Odisha Reporter.

]]>
centre bottom 2021-08-23 08:17:01 https://cdn.odishareporter.in/wp-content/uploads/2021/08/22152641/loot-4.jpg
ଜଣେ ଦିଦି ପଢ଼ାଉଛନ୍ତି ସବୁ ବିଷୟ https://odishareporter.in/odisha/ganjam/one-teacher-is-teaching-every-subject-668806 Sat, 21 Aug 2021 11:01:40 +0000 https://odishareporter.in/?p=668806

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନୁଆ ଗାଁ ସୁଗର ଇଣ୍ଡଷ୍ଟ୍ରି ହାଇସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଦିଗହରା ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନାହାନ୍ତି। ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ଅନୁପମା ଦାସ ସୁବ ବିଷୟରେ ପଢ଼ାଉଛନ୍ତି। ତାଙ୍କ ହାତରେ ବି ପ୍ରଧାନ ଶିକ୍ଷକ ଦାୟିତ୍ୱ । ଜଣେ ପିଅନକୁ ନେଇ ଅଫିସ କାମ କରୁଛନ୍ତି।  ତାସହ ତାଙ୍କ ଉପରେ ୧୨୦ ପିଲାଙ୍କ ପଢା ଦାଇତ୍ୱ। ଏମିତିରେ ମାଟ୍ରିକ ପରୀକ୍ଷାରେ କେମିତି ପିଲାଏ ଭଲ କରିବେ ତାହା ଏବେ […]

The post ଜଣେ ଦିଦି ପଢ଼ାଉଛନ୍ତି ସବୁ ବିଷୟ appeared first on Odisha Reporter.

]]>

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନୁଆ ଗାଁ ସୁଗର ଇଣ୍ଡଷ୍ଟ୍ରି ହାଇସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଦିଗହରା ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନାହାନ୍ତି। ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ଅନୁପମା ଦାସ ସୁବ ବିଷୟରେ ପଢ଼ାଉଛନ୍ତି। ତାଙ୍କ ହାତରେ ବି ପ୍ରଧାନ ଶିକ୍ଷକ ଦାୟିତ୍ୱ ଜଣେ ପିଅନକୁ ନେଇ ଅଫିସ କାମ କରୁଛନ୍ତି।  ତାସହ ତାଙ୍କ ଉପରେ ୧୨୦ ପିଲାଙ୍କ ପଢା ଦାଇତ୍ୱ ଏମିତିରେ ମାଟ୍ରିକ ପରୀକ୍ଷାରେ କେମିତି ପିଲାଏ ଭଲ କରିବେ ତାହା ଏବେ ଚିନ୍ତାର ବିଷୟ ଅନ୍ୟପଟେ ମାଟ୍ରିକରେ ଜିରୋ ରିଜଲ୍ଟ ରହୁଥିବା ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସ୍କୁଲ ଗଣଶିକ୍ଷା ବିଭାଗ ଚାପ ଥିବାରୁ ପରିସ୍ଥିତି ବଡ ଗମ୍ଭୀର ହୋଇଛି

କୋଭିଡ କଟକଣା କାରଣରୁ କେବଳ ଦଶମ ବୋଡ଼ ପରୀକ୍ଷାକୁ ଆଖି ଆଗରେ ରଖି ଶିକ୍ଷାଦାନ ପାଇଁ ସ୍କୁଲ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତଦନୁଯାୟୀ ଏହି ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୪୭ ଜଣ ପିଲାଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ପଢ଼ାଉଛନ୍ତି ବିଷୟ ଭିତିକ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ଜଣେ ହିନ୍ଦୀ ଶିକ୍ଷୟିତ୍ରୀଙ୍କ ଦ୍ଵାରା  ଦଶମ ଶ୍ରେଣୀର ସମସ୍ତ ବିଷୟ ପଢାଇବା ସମ୍ଭବ ହେଉନାହିଁ ସ୍କୁଲରୁ ଅବସର ନେଇଥିବା ଜଣେ ଶିକ୍ଷକ  ନିଜ ଆନ୍ତରିକତା ଦେଖାଇ  ଜୀବ ବିଜ୍ଞାନ ବିଷୟ ପଢ଼ାଉଛନ୍ତିତେଣୁ ପିଲାମାନେ ହିନ୍ଦୀ ଜୀବବିଜ୍ଞାନ ବିଷୟ ବ୍ୟତୀତ ଅନ୍ୟ ବିଷୟ ସ୍କୁଲରେ ପଢିବାରୁ ବଞ୍ଚିତ ହେଉଛନ୍ତିଯାହା ଏବେ ଛାତ୍ରଛାତ୍ରୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି

ଆଗାମୀ ଦିନରେ ଅଷ୍ଟମ ନବମ ଶ୍ରେଣୀ ଖୋଲିବାର ସମ୍ଭାବନା ଥିବା ବେଳେ ତିନୋଟି ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ କିଭଳି ଏଠାରେ ପଢା ଯିବ ତାକୁ ନେଇ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ୧୯୮୪ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲ ପ୍ରତି ସରକାରଙ୍କ ଦୃଷ୍ଟି ଦେବାକୁ ଦାବି ହୋଇଛି।

 

The post ଜଣେ ଦିଦି ପଢ଼ାଉଛନ୍ତି ସବୁ ବିଷୟ appeared first on Odisha Reporter.

]]>
centre bottom 2021-08-21 16:31:40 https://cdn.odishareporter.in/wp-content/uploads/2021/08/21162815/5gm-1.jpg
ଡ୍ରାଇଭର ମୁଖ୍ୟ କାର୍ପଟଦାର, ରଚିଥିଲେ ଅପହରଣ ଓ ଲୁଟ୍ ନାଟକ https://odishareporter.in/odisha/three-detained-in-the-alleged-kidnaping-and-loot-case-668702 Sat, 21 Aug 2021 06:54:39 +0000 https://odishareporter.in/?p=668702

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବଡ଼ ବଜାରର ଆସିକା ରୋଡ୍ ସ୍ଥିତ ଆକ୍ସିସ ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଜବତ ହୋଇଛି। ତେବେ କେତେ ଟଙ୍କା ଜବତ ହୋଇଛି, ସେ ନେଇ ପୁଲିସ୍ କିଛି କହିନାହିଁ। ଏହି ଅପହରଣ ଓ ଲୁଟ୍‌ ପଛରେ […]

The post ଡ୍ରାଇଭର ମୁଖ୍ୟ କାର୍ପଟଦାର, ରଚିଥିଲେ ଅପହରଣ ଓ ଲୁଟ୍ ନାଟକ appeared first on Odisha Reporter.

]]>

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବଡ଼ ବଜାରର ଆସିକା ରୋଡ୍ ସ୍ଥିତ ଆକ୍ସିସ ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ସମେତ ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଜବତ ହୋଇଛି। ତେବେ କେତେ ଟଙ୍କା ଜବତ ହୋଇଛି, ସେ ନେଇ ପୁଲିସ୍ କିଛି କହିନାହିଁ।

ଏହି ଅପହରଣ ଓ ଲୁଟ୍‌ ପଛରେ ଡ୍ରାଇଭର ଆଶିଷ ଦିଗାଲ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି। ସେ ନିଜେ ଏହି ଅପହରଣ ଓ ଲୁଟ୍‌ର ନାଟକ ରଚିଥିଲା ବୋଲି ପୁଲିସ୍ କହିଛି।

ଗତ ୧୮ ତାରିଖରେ ଆକ୍ସିସ୍ ବ୍ୟାଙ୍କ ସାମ୍ନାରୁ ଏହି ଏଟିଏମ୍‌ ଟଙ୍କା ଲୋଡିଂ ଭ୍ୟାନ୍‌ ସହ ଡ୍ରାଇଭରଙ୍କୁ ଅପହରଣ କରି ନିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ଭ୍ୟାନ୍‌ରେ ୨୪ ଲକ୍ଷ ଟଙ୍କା ଥିଲା।

ପରେ ସେହିଦିନ ଡ୍ରାଇଭ ଆଶିଷ ଦିଗାଲକୁ ପୁଲିସ୍ ନିଶାସକ୍ତ ଅବସ୍ଥାରେ ସୋରଳ ପାଖରୁ ଉଦ୍ଧାର କରିଥିଲା। ତାକୁ ଅପହରଣ କରାଯାଇଥିଲା ବୋଲି ସେ ପୁଲିସ୍‌କୁ କହିଥିଲା। ତେବେ ପୁଲିସ୍‌ର ଖୋଳତାଡ଼ରୁ ସେ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି।

The post ଡ୍ରାଇଭର ମୁଖ୍ୟ କାର୍ପଟଦାର, ରଚିଥିଲେ ଅପହରଣ ଓ ଲୁଟ୍ ନାଟକ appeared first on Odisha Reporter.

]]>
right bottom 2021-08-21 12:24:39 https://cdn.odishareporter.in/wp-content/uploads/2021/08/21121238/6hm-1-1.jpg
ଦେବଦୂତ ସାଜିଲେ ହୋମଗାର୍ଡ; ଯୁବକଙ୍କୁ ମରଣ ମୁହଁରୁ ଟାଣି ଆଣିଲେ https://odishareporter.in/odisha/homeguard-saves-live-of-a-drowning-youth-667304 Mon, 16 Aug 2021 03:18:20 +0000 https://odishareporter.in/?p=667304

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହୋମଗାର୍ଡ଼ ସାଜିଲେ ଦେବଦୂତ । ସମୁଦ୍ରରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କୁ ମରଣ ମୁହଁରୁ ଫେରାଇ ଆଣିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ। ଗୋପାଳପୁର ସମୁଦ୍ରରେ ବୁଡି ଯାଉଥିବା ଯୁବକକୁ ଉଦ୍ଧାର କଲେ ସେଠାରେ ଡ୍ୟୁଟି କରୁଥିବା ହୋମଗାର୍ଡ। ଗତକାଲି  ଅପରାହ୍ନରେ ପୁରୁଷୋତ୍ତମପୁର ଆଚୁଲି ଅଂଚଳର ସାଗର ମଣ୍ଡଳ ଗୋପାଳପୁର ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିଲେ। ଅସାବଧାନତା ବଶତଃ ସେ ସମୁଦ୍ର ଭିତରକୁ ପ୍ରାୟ ୧୦୦  ମିଟର […]

The post ଦେବଦୂତ ସାଜିଲେ ହୋମଗାର୍ଡ; ଯୁବକଙ୍କୁ ମରଣ ମୁହଁରୁ ଟାଣି ଆଣିଲେ appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହୋମଗାର୍ଡ଼ ସାଜିଲେ ଦେବଦୂତ । ସମୁଦ୍ରରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କୁ ମରଣ ମୁହଁରୁ ଫେରାଇ ଆଣିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ।

ଯୁବକଜଣକ ବୁଡ଼ି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରୁଛନ୍ତି ହୋମଗାର୍ଡ।

ଗୋପାଳପୁର ସମୁଦ୍ରରେ ବୁଡି ଯାଉଥିବା ଯୁବକକୁ ଉଦ୍ଧାର କଲେ ସେଠାରେ ଡ୍ୟୁଟି କରୁଥିବା ହୋମଗାର୍ଡ। ଗତକାଲି  ଅପରାହ୍ନରେ ପୁରୁଷୋତ୍ତମପୁର ଆଚୁଲି ଅଂଚଳର ସାଗର ମଣ୍ଡଳ ଗୋପାଳପୁର ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିଲେ। ଅସାବଧାନତା ବଶତଃ ସେ ସମୁଦ୍ର ଭିତରକୁ ପ୍ରାୟ ୧୦୦  ମିଟର ଦୁରକୁ ଚାଲିଯାଇଥିଲେ। ପହଁରିବା ଆସୁନଥିବାରୁ ସମୁଦ୍ରର ଉଚ୍ଚ ଲହଡ଼ିରେ ସେ ବାହାରକୁ ଆସିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେଣୁ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ।

ଉଦ୍ଧାର ଯୁବକଙ୍କୁ କୂଳକୁ ଅଣାଯାଉଛି।

ଏହି ସମୟରେ ସମୁଦ୍ର କୂଳରେ କାର୍ଯ୍ୟରତ ହୋମଗାର୍ଡ ଚିଟି ବାବୁଙ୍କ ନଜର  ବୁଡ଼ି ଯାଉଥିବା ସାଗରଙ୍କ ଉପରେ ପଡିଥିଲା। ସେ  କାଳ ବିଳମ୍ବ ନ କରି ଏକ ଲାଇଫ ସେଭିଂ ଟିଉବ ନେଇ ପଶିଯାଇଥିଲେ ସମୁଦ୍ର ଭିତରକୁ।  ହେଲେ ସମୁଦ୍ର ଲହରି ଖୁବ୍‌ ରହିଥିବା ହେତୁ  ସାଗରଙ୍କୁ କୂଳକୁ ଆଣିବାକୁ ବହୁ କଷ୍ଟ ଉଠାଇବାକୁ ପଡିଥିଲା ତାଙ୍କୁ। ପ୍ରାୟ 30 ମିନିଟର ପରିଶ୍ରମ ପରେ ସୁରକ୍ଷିତ ଭାବେ ସାଗରଙ୍କୁ ଧରି କୂଳରେ ପହଞ୍ଚିଥିଲେ ହୋମଗାର୍ଡଜଣକ  । ଏହି କାର୍ଯ୍ୟ ପାଇଁ ଏବେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

The post ଦେବଦୂତ ସାଜିଲେ ହୋମଗାର୍ଡ; ଯୁବକଙ୍କୁ ମରଣ ମୁହଁରୁ ଟାଣି ଆଣିଲେ appeared first on Odisha Reporter.

]]>
right bottom 2021-08-16 13:05:40 https://cdn.odishareporter.in/wp-content/uploads/2021/08/16084401/drown.jpg
ପ୍ରେମିକା ଗର୍ଭବତୀ ପରେ ଲୁଚିଲା ପ୍ରେମିକ https://odishareporter.in/odisha/ganjam/the-boyfriend-hid-after-his-girlfriend-got-pregnant-665848 Tue, 10 Aug 2021 12:38:18 +0000 https://odishareporter.in/?p=665848

ଆସିକା(ମନୋଜ ମୁନି): ଥାନାରୁ ନ୍ୟାୟ ନପାଇ ପ୍ରେମିକ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା। ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମରେ ଦେଖିବାକୁ ମିଳିଛି।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଜଣେ ଯୁବକ ସୁରଟର ଜଣେ  ଯୁବତୀଙ୍କ ସହିତ  ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭ ନଷ୍ଟ କରି ଗ୍ରାମକୁ ଲୁଚି ପଳାଇ ଆସିଥିଲେ। ପ୍ରେମିକ ଅନ୍ୟତ୍ର ବାହା ହେବାର ଖବର ପାଇ ପ୍ରେମିକା ଉକ୍ତ […]

The post ପ୍ରେମିକା ଗର୍ଭବତୀ ପରେ ଲୁଚିଲା ପ୍ରେମିକ appeared first on Odisha Reporter.

]]>

ଆସିକା(ମନୋଜ ମୁନି): ଥାନାରୁ ନ୍ୟାୟ ନପାଇ ପ୍ରେମିକ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା। ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମରେ ଦେଖିବାକୁ ମିଳିଛି।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଜଣେ ଯୁବକ ସୁରଟର ଜଣେ  ଯୁବତୀଙ୍କ ସହିତ  ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭ ନଷ୍ଟ କରି ଗ୍ରାମକୁ ଲୁଚି ପଳାଇ ଆସିଥିଲେ। ପ୍ରେମିକ ଅନ୍ୟତ୍ର ବାହା ହେବାର ଖବର ପାଇ ପ୍ରେମିକା ଉକ୍ତ ବଡଅଗୁଳ ଗ୍ରାମରେ ପହଞ୍ଚିଥିଲେ। କବିସୂର୍ଯ୍ୟନଗର ଥାନାରେ ଏତଲା ମଧ୍ୟ ଦେଇଥିଲେ।

ମାମଲା ରୁଜୁ ହେବାର ଖବର ପାଇ ପୁଅ ଫେରାର ହୋଇ ଯାଇଥିଲେ। ଇତି ମଧ୍ୟରେ ୨୦ ଦିନ ବିତିଯାଇଛି । ନ୍ୟାୟ ପାଇଲେନି ପିଡିତା । ଶେଷରେ ଗଂଜାମ ଏସପିଙ୍କୁ ପୀଡିତା ଦେଖାକଲେ।  ପ୍ରତିଶୃତି ମଧ୍ୟ ମିଳିଲା। ପ୍ରେମିକ ବନ୍ଧା ହେବେ। ସେହି ଅନୁଯାୟୀ ଏସପି କବିସୂର୍ଯ୍ୟନଗର ଥାନାକୁ ନିର୍ଦ୍ଦେଶ ଦେଲେ। ଏହାରି ଭିତରେ ପ୍ରେମିକ ହାଇ କୋର୍ଟରେ ଜାମିନ୍‌ ପାଇଁ  ଆବେଦନ କରିଛନ୍ତି। ଅପରପକ୍ଷେ ଏକଥା ସ୍ଥାନୀୟ ପୁଲିସ ଜାଣି ମଧ୍ୟ ପ୍ରେମିକାକୁ ଧରୁନାହାଁନ୍ତି ବୋଲି ପୀଡିତା ଅଭିଯୋଗ ଆଣିଛନ୍ତି। ନ୍ୟାୟ ମିଳୁ ନଥିବାରୁ  ପ୍ରେମିକ ଘର ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ପୀଡ଼ିତା।

ପୀଡ଼ିତାଙ୍କ ଦୁଃଖ ଶୁଣି ଛତ୍ରପୁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ତାଙ୍କୁ ସାଙ୍ଗରେ ନେଇ  କବିସୂର୍ଯ୍ୟନଗର ପୁଲିସ ଥାନାକୁ ଯାଇଥିଲେ। ଥାନା ଅଧିକାରୀ ସାକ୍ଷାତ ନଦେବାରୁ ପୁଣି ପୀଡ଼ିତାଙ୍କୁ ଧରି ପ୍ରେମିକ ଗ୍ରାମରେ ପହଞ୍ଚିଥିଲେ। ପ୍ରେମିକଙ୍କ ଘରେ ତାଲା ଝୁଲିଥିବାରୁ ପ୍ରେମିକା ଗ୍ରାମବାସୀଙ୍କୁ ଦୁଃଖ ଜଣାଇଥିଲେ। କିନ୍ତୁ ସନ୍ତୋଷଜନକ ଉତ୍ତର ନପାଇ ମହିଳା ସଦସ୍ୟ ପୀଡିତାଙ୍କୁ ସାଥିରେ ନେଇଛନ୍ତି।

The post ପ୍ରେମିକା ଗର୍ଭବତୀ ପରେ ଲୁଚିଲା ପ୍ରେମିକ appeared first on Odisha Reporter.

]]>
right bottom 2021-08-10 18:08:18 https://cdn.odishareporter.in/wp-content/uploads/2021/08/10180410/780-1.jpg
ମଦ ପାଇଁ ପୁଅ ନେଲା ବାପାର ଜୀବନ https://odishareporter.in/odisha/son-killed-his-father-665454 Mon, 09 Aug 2021 04:35:38 +0000 https://odishareporter.in/?p=665454

ଆସିକା(ମନୋଜ ମୁନୀ): ମଦ ପିଇବା ଲାଗି ବାପା ଟଙ୍କା ନ ଦେବାରୁ ଛୁରୀ ଭୁସି ହତ୍ୟା କଲା ପୁଅ। ଏପରି ଅଭାବନୀୟ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ ଗତ ରାତିରେ ଘଟିଛି। ମୃତକ ହେଲେ କରୁଣାକର ସାହୁ। ହତ୍ୟାକାରୀ ପୁଅ ଫେରାର ହୋଇ ଯାଇଥିବା ଜଣାଯାଇଛି। ଗତ ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ଲାଗି ତାଙ୍କୁ ଟଙ୍କା ମାଗିଥିଲେ l ମାତ୍ର କରୁଣାକର  ଟଙ୍କା ନ ଦେବାରୁ ସାନପୁଅ  ବାପାଙ୍କୁ  ଠେଙ୍ଗାରେ […]

The post ମଦ ପାଇଁ ପୁଅ ନେଲା ବାପାର ଜୀବନ appeared first on Odisha Reporter.

]]>

ଆସିକା(ମନୋଜ ମୁନୀ): ମଦ ପିଇବା ଲାଗି ବାପା ଟଙ୍କା ନ ଦେବାରୁ ଛୁରୀ ଭୁସି ହତ୍ୟା କଲା ପୁଅ। ଏପରି ଅଭାବନୀୟ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ ଗତ ରାତିରେ ଘଟିଛି। ମୃତକ ହେଲେ କରୁଣାକର ସାହୁ। ହତ୍ୟାକାରୀ ପୁଅ ଫେରାର ହୋଇ ଯାଇଥିବା ଜଣାଯାଇଛି।

ଗତ ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ଲାଗି ତାଙ୍କୁ ଟଙ୍କା ମାଗିଥିଲେ l ମାତ୍ର କରୁଣାକର  ଟଙ୍କା ନ ଦେବାରୁ ସାନପୁଅ  ବାପାଙ୍କୁ  ଠେଙ୍ଗାରେ ବାଡେଇବା ସହିତ ଓ ଛୁରୀ ଭୁସି ଫେରାର ହୋଇ ଯାଇଥିଲା।

ପରିବାର ଲୋକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କରୁଣାକରଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର  ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l  ଖବର ପାଇ କବିସୂର୍ଯ୍ୟନଗର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଧରି ପାରିନି।  ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।

The post ମଦ ପାଇଁ ପୁଅ ନେଲା ବାପାର ଜୀବନ appeared first on Odisha Reporter.

]]>
centre bottom, honour killing 2021-08-09 14:50:25 https://cdn.odishareporter.in/wp-content/uploads/2020/05/24080915/liquor-5.jpg
କୋଭିଡ ହସ୍ପିଟାଲରୁ ଗାଏବ ହୋଇଗଲେ ବିଚାରାଧୀନ କଏଦୀ https://odishareporter.in/odisha/prisinor-absconded-from-covid-hospital-665052 Sat, 07 Aug 2021 05:16:14 +0000 https://odishareporter.in/?p=665052

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୫ ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବିଚାରାଧୀନ କଏଦୀ। ହେଲେ ଆଜି ସକାଳୁ ବେଡ୍‌ରୁ ଗାଏବ ହୋଇଗଲେ। ଫେରାର ହୋଇଯାଇଥିବା କଏଦୀଙ୍କୁ ଖୋଜିବାକୁ ପୁଲିସ୍‌ ଅନୁସନ୍ଧାନ ଚଳାଇଥିଲେ ବି କିଛି ଟେର ପାଇପାରିନି। ଏପରି ଘଟଣା  ଆଜି ସକାଳେ ବ୍ରହ୍ମପୁର ଏମକେସିଜି କୋଭିଡ଼ ହସ୍ପିଟାଲରେ ଘଟିଛି। ଫେରାର ଅଭିଯୁକ୍ତ ହେଲେ ନୟାଗଡ଼ ଅଂଚଳର ମିରତା ସିଂ। ମିରତା ଜୁଲାଇ ୪ ତାରିଖରେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବାଲିଗୁଡା ଜେଲ୍‌ରେ […]

The post କୋଭିଡ ହସ୍ପିଟାଲରୁ ଗାଏବ ହୋଇଗଲେ ବିଚାରାଧୀନ କଏଦୀ appeared first on Odisha Reporter.

]]>

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୫ ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବିଚାରାଧୀନ କଏଦୀ। ହେଲେ ଆଜି ସକାଳୁ ବେଡ୍‌ରୁ ଗାଏବ ହୋଇଗଲେ। ଫେରାର ହୋଇଯାଇଥିବା କଏଦୀଙ୍କୁ ଖୋଜିବାକୁ ପୁଲିସ୍‌ ଅନୁସନ୍ଧାନ ଚଳାଇଥିଲେ ବି କିଛି ଟେର ପାଇପାରିନି। ଏପରି ଘଟଣା  ଆଜି ସକାଳେ ବ୍ରହ୍ମପୁର ଏମକେସିଜି କୋଭିଡ଼ ହସ୍ପିଟାଲରେ ଘଟିଛି। ଫେରାର ଅଭିଯୁକ୍ତ ହେଲେ ନୟାଗଡ଼ ଅଂଚଳର ମିରତା ସିଂ।

ମିରତା ଜୁଲାଇ ୪ ତାରିଖରେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବାଲିଗୁଡା ଜେଲ୍‌ରେ ଥିଲେ। ଏହାପରେ ୩୧ ତାରିଖରେ ପଜିଟିଭ ବାହାରିବା ପରେ ବାଲିଗୁଡା ମେଡିକାଲରେ ଆଡମିଟ ହୋଇଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି କୋଭିଡ଼ ମେଡିକାଲକୁ ପଠାଯାଇଥିଲା।

ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳୁ ଏମକେସିଜି କୋଭିଡ଼ ହସ୍ପିଟାଲ-୧ ରୁ ଫେରାର ହୋଇଯାଇଛନ୍ତି। ଆଜି ଭୋର ୪ଟା ବେଳେ ବେଡ଼ରେ ମିରତାଙ୍କୁ ନ ପାଇ ଖୋଜାଖୋଜି ଆରମ୍ଭ କରିଛି ପୁଲିସ୍‌।

ଏନେଇ ଏମକେସିଜି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି, ରୋଗୀଜଣକ ବାଲିଗୁଡ଼ାରୁ ରେଫର ହୋଇ ଆସିଥିଲେ। ଏବେ ଅବସ୍ଥା ଭଲ ହୋଇ ଆସିଥିଲା। ହେଲେ ଡିସଚାର୍ଜ ହେବା ପୂର୍ବରୁ ସେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଜଗିବା ପାଇଁ ୨ ପୁଲିସ୍‌ କର୍ମୀ ଆସିଥିବା ବେଳେ ସେମାନେ ଗେଟ୍‌ ବାହାରେ ରହୁଥିଲେ। ଏନେଇ ବାଲିଗୁଡ଼ା ଥାନାକୁ ଅବଗତ କରାଯାଇଥିବା ବେଳେ  ସିସିଟିଭି ଫୁଟେଜ ଯାଞ୍ଚ କରାଯିବ।

The post କୋଭିଡ ହସ୍ପିଟାଲରୁ ଗାଏବ ହୋଇଗଲେ ବିଚାରାଧୀନ କଏଦୀ appeared first on Odisha Reporter.

]]>
centre bottom 2021-08-07 10:46:14 https://cdn.odishareporter.in/wp-content/uploads/2021/08/07104511/mkcg-covid-hospital.jpg
ଭୋଜି ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ https://odishareporter.in/odisha/elephant-attacked-2-persons-in-polsara-664863 Fri, 06 Aug 2021 08:48:13 +0000 https://odishareporter.in/?p=664863

ପୋଲସରା(ଅକ୍ଷୟ ମହାରଣା): ଭୋଜି ଖାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ। ଦନ୍ତା ହାତୀ ବାଟ ଓଗାଳିଥିବା ବେଳେ ପଛରେ ଥିବା ହାତୀ ପଲ ଉଭୟଙ୍କୁ କଚାଡ଼ି ଦେଇଥିଲେ।   ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।  ସେମାନେ ହେଲେ ମନୋଜ ପ୍ରଧାନ ଓ ସୁଶାନ୍ତ ଦଳେଇ। ଗ୍ଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧୀନ ଶୁଳିଆପଲ୍ଲୀ ଗ୍ରାମରେ ମନୋଜ ବହୁଦିନ ଧରି  ରହି ଆସୁଥିଲେ। ଗତକାଲି ସେହି ଗ୍ରାମରେ ଏକ  ଭୋଜିର ଆୟୋଜନ ହୋଇଥିଲା […]

The post ଭୋଜି ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ appeared first on Odisha Reporter.

]]>

ପୋଲସରା(ଅକ୍ଷୟ ମହାରଣା): ଭୋଜି ଖାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ। ଦନ୍ତା ହାତୀ ବାଟ ଓଗାଳିଥିବା ବେଳେ ପଛରେ ଥିବା ହାତୀ ପଲ ଉଭୟଙ୍କୁ କଚାଡ଼ି ଦେଇଥିଲେ।   ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।  ସେମାନେ ହେଲେ ମନୋଜ ପ୍ରଧାନ ଓ ସୁଶାନ୍ତ ଦଳେଇ।

ଗ୍ଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧୀନ ଶୁଳିଆପଲ୍ଲୀ ଗ୍ରାମରେ ମନୋଜ ବହୁଦିନ ଧରି  ରହି ଆସୁଥିଲେ। ଗତକାଲି ସେହି ଗ୍ରାମରେ ଏକ  ଭୋଜିର ଆୟୋଜନ ହୋଇଥିଲା । ଉକ୍ତ ଭୋଜିରେ ଯୋଗ ଦେବାକୁ ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁର ଗ୍ରାମର ସୁଶାନ୍ତ ଦଳେଇ ଯାଇଥିଲେ। ଉଭୟ ଭୋଜି ଖାଇବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି।

ବୁଗୁଡ଼ା ଅଞ୍ଚଳବାସୀ  ବାରମ୍ବାର ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବାକୁ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଖେଳି ଯାଇଛି।

ଏନେଇ ବୁଗୁଡ଼ା ରେଞ୍ଜର କହିଛନ୍ତି, ୨ ଦିନ ପୂର୍ବେ ଏକ ହାତୀ ପଲ ବୁଗୁଡ଼ା ଅଞ୍ଚଳକୁ ପଶି ଆସିଥିଲେ। ମନୋଜ  ଓ ସୁଶାନ୍ତ ଗତକାଲି ଭୋଜି ଖାଇବାକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ବାଟ ଓଗାଳିଥିଲା। ଦନ୍ତାକୁ ଦେଖି ସେମାନେ ବାଇକ୍‌ ଅଟକାଇ ଦେଇଥିବା ବେଳେ ପଛରେ ଥିବା ହାତୀ ପଲ ସେମାନଙ୍କୁ ଠେଲି ଦେଇଥିଲେ। ଏହାପରେ ତୁରନ୍ତ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ମେଡିକାଲ ପଠାଯାଇଥିଲା। ସେଠାରେ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

The post ଭୋଜି ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ appeared first on Odisha Reporter.

]]>
right bottom 2021-08-06 14:18:13 https://cdn.odishareporter.in/wp-content/uploads/2021/03/10182651/elephant-attack.jpg
ବିଧାୟିକାଙ୍କ ଘରେ ପଶି ଆକ୍ରମଣ ଘଟଣା; ୬ ଅଟକ, ଗାଁ ପୁରୁଷ ଶୂନ୍ୟ https://odishareporter.in/odisha/6-detained-in-case-of-attack-on-mlas-house-664846 Fri, 06 Aug 2021 07:15:30 +0000 https://odishareporter.in/?p=664846

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗତକାଲି ଦିନ ଦି’ପହରରେ ଖଲିକୋଟ୍‌ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ପଶି ଲଙ୍କା କାଣ୍ଡ ଘଟାଇବା ଅଭିଯୋଗରେ ପୁଲିସ୍‌ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଗିରଫ ଭୟରେ ବିଧାୟିକାଙ୍କ ନିଜ ଗାଁ କେଶପୁର ପୁରୁଷ ଶୂନ୍ୟ ହୋଇପଡିଛି। ସୂଚନାରୁ ପ୍ରକାଶ, ବିଧାୟିକାଙ୍କ ସମର୍ଥକ ଓ ବିରୋଧୀଙ୍କ ଭିତରେ ପୂର୍ବରୁ ମତଭେଦ ଲାଗି ରହିଥିଲା। ପୂର୍ବରୁ ଦୁଇ ଗୋଷ୍ଠୀ ବହୁବାର ମୁହାଁମୁହିଁ ହୋଇଥିଲେ। ଯେଉଁଥିପାଇଁ ମାମଲା ଥାନାକୁ […]

The post ବିଧାୟିକାଙ୍କ ଘରେ ପଶି ଆକ୍ରମଣ ଘଟଣା; ୬ ଅଟକ, ଗାଁ ପୁରୁଷ ଶୂନ୍ୟ appeared first on Odisha Reporter.

]]>

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗତକାଲି ଦିନ ଦି’ପହରରେ ଖଲିକୋଟ୍‌ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ପଶି ଲଙ୍କା କାଣ୍ଡ ଘଟାଇବା ଅଭିଯୋଗରେ ପୁଲିସ୍‌ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଗିରଫ ଭୟରେ ବିଧାୟିକାଙ୍କ ନିଜ ଗାଁ କେଶପୁର ପୁରୁଷ ଶୂନ୍ୟ ହୋଇପଡିଛି।

ସୂଚନାରୁ ପ୍ରକାଶ, ବିଧାୟିକାଙ୍କ ସମର୍ଥକ ଓ ବିରୋଧୀଙ୍କ ଭିତରେ ପୂର୍ବରୁ ମତଭେଦ ଲାଗି ରହିଥିଲା। ପୂର୍ବରୁ ଦୁଇ ଗୋଷ୍ଠୀ ବହୁବାର ମୁହାଁମୁହିଁ ହୋଇଥିଲେ। ଯେଉଁଥିପାଇଁ ମାମଲା ଥାନାକୁ ଯାଇଥିଲା। ବୁଧବାର ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସେହି ଘଟଣାକୁ ନେଇ ପୁଣି ଥରେ ଗୁରୁବାର ଲଙ୍କାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଗତ କିଛି ବର୍ଷ ଧରି ଲାଗି ରହିଥିବା ରାଜନୈତିକ ଶତ୍ରୁତା ଗତକାଲି ଉଗ୍ରରୂପ ଧାରଣ କରିଥିଲା। ବିଧାୟିକାଙ୍କ ସମର୍ଥକ ଓ ବିରୋଧୀ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହେବା ସହ ପରସ୍ପର ଉପରକୁ ଆକ୍ରମଣ କରିଥିଲେ।  ଯାହାଫଳରେ ଅପର ଗୋଷ୍ଠୀର କିଛି  ଦୁର୍ବୃତ୍ତ ବିଧାୟିକାଙ୍କ ଦୁଇ ସମର୍ଥକଙ୍କୁ  ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହାପରେ ବିଧାୟିକା ଘରେ ଥିବା ଭାବି ଦୁର୍ବୃତ୍ତମାନେ ତାଙ୍କୁ ସେଠାକୁ ଆକ୍ରମଣ କରିବାକୁ ଯାଇଥିଲେ। ମାତ୍ର  ଘରେ ତାଲା ପଡ଼ିଥିବା ଦେଖି  ବାହାରେ ଭଂଗାରୁଜା କରିଛନ୍ତି। ଏପରିକି ଘରେ ଲାଗିଥିବା କାଚ ଓ ୨ଟି ବାଇକ ଭାଙ୍ଗି ଦେଇଛନ୍ତି। ପରେ ଦୁର୍ବୃତ୍ତମାନେ ବିଧାୟିକାଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ପହଞ୍ଚି ତାଙ୍କ ସମର୍ଥକଙ୍କ ଉପରେ ବୋମା ମାଡ଼ କରିଥିଲେ । ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗା ଯାଇଥିବା ଜଣାପଡ଼ିଛି।

ବିଧାୟିକାଙ୍କ ଅନୁପସ୍ଥିତରେ ଦୃର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମା ମାଡ଼ କରିବା ସହ ଢେଲା ମାଡ କରିଥିଲେ।  ଯାହାକୁ  ନେଇ ଗ୍ରାମରେ ଅଶାନ୍ତି ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି। ଗ୍ରାମରେ ଏବେ ମଧ୍ୟ ଅଶାନ୍ତି ଲାଗି ରହିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

The post ବିଧାୟିକାଙ୍କ ଘରେ ପଶି ଆକ୍ରମଣ ଘଟଣା; ୬ ଅଟକ, ଗାଁ ପୁରୁଷ ଶୂନ୍ୟ appeared first on Odisha Reporter.

]]>
right top 2021-08-06 12:45:30 https://cdn.odishareporter.in/wp-content/uploads/2021/08/06124045/mla.jpg
ସ୍ତ୍ରୀକୁ ବିଚ୍‌ ରାସ୍ତାରେ ଜାଳି ଦେଲା ସ୍ୱାମୀ https://odishareporter.in/odisha/husband-sets-fire-on-wifes-body-in-road-664230 Wed, 04 Aug 2021 07:22:48 +0000 https://odishareporter.in/?p=664230

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯିଏ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲା ସିଏ ହିଁ ବିଚ୍‌ ରାସ୍ତାରେ ନିଆଁ ଲଗାଇ ଦେଲା। ଦାମ୍ପତ୍ୟ କଳହର କରୁଣ ପରିଣତି ଭୋଗି ଶେଷରେ ମେଡିକାଲ ବେଡରେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି ପତ୍ନୀ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା | ପରିବାରିବ କଳହରୁ ବାପ ଘରେ ରହୁଥିବା  ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ। […]

The post ସ୍ତ୍ରୀକୁ ବିଚ୍‌ ରାସ୍ତାରେ ଜାଳି ଦେଲା ସ୍ୱାମୀ appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯିଏ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲା ସିଏ ହିଁ ବିଚ୍‌ ରାସ୍ତାରେ ନିଆଁ ଲଗାଇ ଦେଲା। ଦାମ୍ପତ୍ୟ କଳହର କରୁଣ ପରିଣତି ଭୋଗି ଶେଷରେ ମେଡିକାଲ ବେଡରେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି ପତ୍ନୀ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା |

ପରିବାରିବ କଳହରୁ ବାପ ଘରେ ରହୁଥିବା  ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ।  ଗୁରୁତର ଅବସ୍ଥାରେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।  । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ |

ଗ୍ରାମର ବି. ମୁକୋଡୁ ଓ ପତ୍ନୀ  ବି. ଆରାମା ଙ୍କ ମଧ୍ୟ୍ୟ ରେ ଝଗଡା ହେବାରୁ ଆରାମା ନିଜ ବାପଘରେ ୩ ପିଲାଙ୍କ ସହ ରହୁଥିଲେ।  ଆଜି ସକାଳୁ ବି. ଆରାମା କାମ କରିବା ପାଇଁ ଯାଉଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ପେଟ୍ରୋଲ ଧରି  ଗାନ୍ଧୀ ଛକ ନିକଟରେ ଛିଡ଼ା ହୋଇଥିଲେ ବି. ମୁକୋଡୁ ।  ସେଠାରେ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହେବାରୁ ପତ୍ନୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ବି. ମୁକୋଡୁ |

ବି. ଆରାମାଙ୍କ ଚିତ୍କାର ଶୁଣି  ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାକୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ଖବର ପାଇ ପୁଲିସ ପହଞ୍ଚି  ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ତଦନ୍ତ ଚଲାଇଛି ।

The post ସ୍ତ୍ରୀକୁ ବିଚ୍‌ ରାସ୍ତାରେ ଜାଳି ଦେଲା ସ୍ୱାମୀ appeared first on Odisha Reporter.

]]>
centre bottom 2021-08-04 12:52:48 https://cdn.odishareporter.in/wp-content/uploads/2021/02/05175940/fire-1.jpg
ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା https://odishareporter.in/odisha/mla-appears-matric-exam-662942 Fri, 30 Jul 2021 05:33:56 +0000 https://odishareporter.in/?p=662942

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଆଜିଠୁ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନି ତିନି ଥର  ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଶାସକ ଦଳ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ। ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଅନେକ ଥର […]

The post ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା appeared first on Odisha Reporter.

]]>

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଆଜିଠୁ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନି ତିନି ଥର  ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଶାସକ ଦଳ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ।

ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ, ରାଜନୈତିକ, ଲୋକଙ୍କ ସମାଜସେବା ଭିତରେ ରହି ସୁଯୋଗ ପାଇ ପାରିନଥିଲେ। କିନ୍ତୁ ଆଜି ସେ ମାଟ୍ରିକ ପରୀକ୍ଷା ଦେବା ପାଇଁ ନିଜର ଆଡ଼ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି।

ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ପାଇଁ ଏକ ଆଇସୋଲେସନ ୱାର୍ଡରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

ଆଜି ଅଫଲାଇନ୍‌ ପରୀକ୍ଷା ଦେବା ପାଇଁ  ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମୋଟ ୩୩ ଜଣ ଛାତ୍ରଛାତ୍ରୀ ଆସିଥିବା ଜଣାପଡିଛି। ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରିବା ସହିତ ସାନିଟାଇଜର ବ୍ୟବହାର କରାଯାଇ ସ୍କୁଲ ଭିତରକୁ ଛଡା ଯାଇଛି।

The post ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା appeared first on Odisha Reporter.

]]>
right bottom 2021-07-30 14:26:49 https://cdn.odishareporter.in/wp-content/uploads/2021/07/30110201/mla.jpg
ମୃତ୍ୟୁ ପୂର୍ବରୁ କହିଗଲେ ସଇତାନ ପ୍ରେମିକର ବୀଭତ୍ସ କାରନାମା https://odishareporter.in/odisha/ganjam/before-she-died-said-the-lovers-terrible-truth-662528 Wed, 28 Jul 2021 12:38:45 +0000 https://odishareporter.in/?p=662528

ପୋଲସରା(ଓଡ଼ିଶା ରିପୋର୍ଟର): ସଇତାନ ପ୍ରେମିକର ସଂଘାତିକ୍‌ କାରନାମା। ପ୍ରେମ ପ୍ରତାଣା ପରେ ଧୋକାବାଜ ପ୍ରେମିକର ବୀଭତ୍ସକାଣ୍ଡ। ବାହା ହେବାକୁ କହିବାରୁ ବର୍ବରକାଣ୍ଡ ଘଟାଇଛି ନିଷ୍ଠୁର ପ୍ରେମିକ। ସ୍ପିରିଟ୍‌ ପକାଇ ପ୍ରେମିକାକୁ ଜୀଅନ୍ତା ଜାଳିଦେଇଛି ଯୁବକ। ଗଂଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗାଁର ଆସିଛି ଏମିତି ସ୍ପର୍ଷକାତର ଘଟଣା। ଆଉ ନିଆଁରେ ଜଳିଯାଥିବା ସମ୍ପୃକ୍ତ ଯୁବତୀ ପ୍ରେମିକ ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଥିବା ବେଳେ ତାର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ କରାଯାଇଛି। ତେବେ ପୁଲିସ ରେର୍ଡ଼ କରିଥିବା ଜମାନବନ୍ଦୀରେ […]

The post ମୃତ୍ୟୁ ପୂର୍ବରୁ କହିଗଲେ ସଇତାନ ପ୍ରେମିକର ବୀଭତ୍ସ କାରନାମା appeared first on Odisha Reporter.

]]>

ପୋଲସରା(ଓଡ଼ିଶା ରିପୋର୍ଟର): ସଇତାନ ପ୍ରେମିକର ସଂଘାତିକ୍‌ କାରନାମା। ପ୍ରେମ ପ୍ରତାଣା ପରେ ଧୋକାବାଜ ପ୍ରେମିକର ବୀଭତ୍ସକାଣ୍ଡ। ବାହା ହେବାକୁ କହିବାରୁ ବର୍ବରକାଣ୍ଡ ଘଟାଇଛି ନିଷ୍ଠୁର ପ୍ରେମିକ। ସ୍ପିରିଟ୍‌ ପକାଇ ପ୍ରେମିକାକୁ ଜୀଅନ୍ତା ଜାଳିଦେଇଛି ଯୁବକ। ଗଂଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗାଁର ଆସିଛି ଏମିତି ସ୍ପର୍ଷକାତର ଘଟଣା। ଆଉ ନିଆଁରେ ଜଳିଯାଥିବା ସମ୍ପୃକ୍ତ ଯୁବତୀ ପ୍ରେମିକ ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଥିବା ବେଳେ ତାର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ କରାଯାଇଛି। ତେବେ ପୁଲିସ ରେର୍ଡ଼ କରିଥିବା ଜମାନବନ୍ଦୀରେ ଯୁବତୀ ଜଣକ ତାର ପ୍ରେମିକକୁ ଦାୟୀ କରିଛି।  ତେବେ ଯୁବତୀଙ୍କଠାରୁ  ମୃତ୍ୟୁକାଳୀନ ଜମାନବନ୍ଦୀ କ’ଣ ରେକର୍ଡ଼ କରାଯାଛି ଶୁଣନ୍ତୁ।

..କୃଷ୍ଣଚନ୍ଦ୍ର ସାହୁ। ପ୍ରତାପପୁର। ଗୌଡ଼ ସାହି। ମତେ ସେ ଭଲ ପାଊଥିଥିଲା।

ପୁଲିସ : ତୋତେ ସେ ନିଆଁ ଲଗାଇଲା ?

ଉ:  ହଁ। ମୁଁ କହିଲି ବାହା ହେବା, ସେ କହିଲା ହଁ ଆମେ ବାହା ହେବା। ଆଉ ଥରେ କହିଲା ବାହା ହେବାନି। ମୁଁ କହିଲି କାହିଁକି ବାହା ହେବାନି। ସେ କହିଲା ମୋର ମାମୁର ଝିଅ ସଙ୍ଗେ ବାହାଘର ଠିକ୍‌ ହୋଇଛି।

ପୁଲିସ: କେଉଁଥିରେ ସେ ନିଆଁ ଲଗାଇଲା

ଉ: ସ୍ପିରିଟ୍‌ ପକାଇ ନିଆଁ ମାରିଛି। କାଠ ଜାଳ କିଛି ପଡ଼ିନି। କେବଳ ସ୍ପିରିଟ୍‌ରେ ନିଆଁ ଲଗେଛି।

ଏହି ଘଟଣାରେ ଛାନଭିନ୍ ଆରମ୍ଭ କରିଛି ପୁଲିସ।  ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ପୁରା ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ସମ୍ପର୍କରୁ ଏଭଳି ଜଘନ୍ୟକାଣ୍ଡ ହୋଇଛି । ଆଗରୁ ପ୍ରତାପପୁରର କୃଷ୍ଣଚନ୍ଦ୍ର ଓ ସେହି ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗାଙ୍କ ମଧ୍ୟରେ ବାହାଘର ହେବ ବୋଲି ଠିକ୍ ହୋଇଥିଲା।  ପରେ ତାହା ଭାଙ୍ଗିଯାଇଥିଲା । ତଥାପି ଶୁଭସ୍ମିତାଙ୍କୁ ଫୋନ୍ କରି କୃଷ୍ଣ ହଇରାଣ କରୁଥିଲା ବୋଲି ଯୁବତୀଙ୍କ ବାପା କହିଛନ୍ତି । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଫୋନ୍ କରି ଧମକ ଚମକ ଦେଉଥିଲା କୃଷ୍ଣ।  ଗତକାଲି ଶୁଭସ୍ମିତାଙ୍କୁ ଏକ ପରିତ୍ୟକ୍ତ ଘରକୁ ଡାକିଥିଲା ଅଭିଯୁକ୍ତ । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଉତ୍ୟକ୍ତ କୃଷ୍ଣ କିଛି ଦହନଶୀଳ ପଦାର୍ଥ ଫୋପାଡି ନିଆଁ ଲଗାଇ ଦେଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ୍ ପରେ ଏଏକେସିଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତି ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ପୁଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି। ସେପଟେ ଅଭିଯୋଗକୁ କୃଷ୍ଣଚନ୍ଦ୍ର ଖଣ୍ଡନ କରିବା ସହ ଘଟଣାସ୍ଥଳରେ ନ ଥିଲା ବୋଲି କହିଛି । ତେବେ ସେ ମାନିଛି ଯେ, ୨୦୧୫ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା।

ଅଭିଯୋଗ ଅନୁସାରେ, ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ଭିତରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର ସାହୁ ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡିଥିଲେ । ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦ ପ୍ରତିଶତ ପୋଡି ଯାଇଥିଲା  ।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କ  ମୃତ୍ୟୁ ହୋଇଥିଲା ।

ଏସମ୍ପର୍କରେ ଏସ୍‌ଡିପିଓ କହିଛନ୍ତି ସରପଞ୍ଚଙ୍କ ନିକଟରୁ ଖବର ପାଇ ଆମେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ହେଲେ ବ୍ରହ୍ମପୁର ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବ। ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ଯୁବତୀଜଣକ ନିଜ ପ୍ରେମିକଙ୍କ ନାଁ ନେଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

The post ମୃତ୍ୟୁ ପୂର୍ବରୁ କହିଗଲେ ସଇତାନ ପ୍ରେମିକର ବୀଭତ୍ସ କାରନାମା appeared first on Odisha Reporter.

]]>
Berhampur, centre top 2021-07-29 13:44:47 https://cdn.odishareporter.in/wp-content/uploads/2021/07/28175931/789-1.jpg
ଜୀଅନ୍ତା ଜାଳିଲା, ଏବେ ମାନୁନି ! https://odishareporter.in/odisha/ganjam/an-investigation-has-been-launched-into-the-burning-of-a-young-girl-in-pratappur-village-662500 Wed, 28 Jul 2021 11:16:17 +0000 https://odishareporter.in/?p=662500

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଂଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗାଁରେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି।  ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ପୁରା ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ସମ୍ପର୍କରୁ ଏଭଳି ଜଘନ୍ୟକାଣ୍ଡ ହୋଇଛି । ଆଗରୁ ପ୍ରତାପପୁରର କୃଷ୍ଣଚନ୍ଦ୍ର ଓ ସେହି ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗାଙ୍କ ମଧ୍ୟରେ ବାହାଘର ହେବ ବୋଲି ଠିକ୍ ହୋଇଥିଲା।  ପରେ ତାହା ଭାଙ୍ଗିଯାଇଥିଲା । ତଥାପି ଶୁଭସ୍ମିତାଙ୍କୁ ଫୋନ୍ […]

The post ଜୀଅନ୍ତା ଜାଳିଲା, ଏବେ ମାନୁନି ! appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଂଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗାଁରେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି।  ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ପୁରା ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ସମ୍ପର୍କରୁ ଏଭଳି ଜଘନ୍ୟକାଣ୍ଡ ହୋଇଛି । ଆଗରୁ ପ୍ରତାପପୁରର କୃଷ୍ଣଚନ୍ଦ୍ର ଓ ସେହି ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗାଙ୍କ ମଧ୍ୟରେ ବାହାଘର ହେବ ବୋଲି ଠିକ୍ ହୋଇଥିଲା।  ପରେ ତାହା ଭାଙ୍ଗିଯାଇଥିଲା । ତଥାପି ଶୁଭସ୍ମିତାଙ୍କୁ ଫୋନ୍ କରି କୃଷ୍ଣ ହଇରାଣ କରୁଥିଲା ବୋଲି ଯୁବତୀଙ୍କ ବାପା କହିଛନ୍ତି । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଫୋନ୍ କରି ଧମକ ଚମକ ଦେଉଥିଲା କୃଷ୍ଣ।  ଗତକାଲି ଶୁଭସ୍ମିତାଙ୍କୁ ଏକ ପରିତ୍ୟକ୍ତ ଘରକୁ ଡାକିଥିଲା ଅଭିଯୁକ୍ତ । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଉତ୍ୟକ୍ତ କୃଷ୍ଣ କିଛି ଦହନଶୀଳ ପଦାର୍ଥ ଫୋପାଡି ନିଆଁ ଲଗାଇ ଦେଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ୍ ପରେ ଏଏକେସିଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତି ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ପୁଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି। ସେପଟେ ଅଭିଯୋଗକୁ କୃଷ୍ଣଚନ୍ଦ୍ର ଖଣ୍ଡନ କରିବା ସହ ଘଟଣାସ୍ଥଳରେ ନ ଥିଲା ବୋଲି କହିଛି । ତେବେ ସେ ମାନିଛି ଯେ, ୨୦୧୫ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା।

ଅଭିଯୋଗ ଅନୁସାରେ, ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ଭିତରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର ସାହୁ ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡିଥିଲେ । ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦ ପ୍ରତିଶତ ପୋଡି ଯାଇଥିଲା  ।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କ  ମୃତ୍ୟୁ ହୋଇଥିଲା । ଉଦ୍ଧାର ସମୟରେ ଯୁବତୀଜଣଙ୍କ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ  । ଏହାପରେ ପୁଲିସ୍‌ ଅଭିଯୁକ୍ତକୁ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି ।  ମୃତ ଯୁବତୀଜଣଙ୍କ ପୋଲସରା ଅଂଚଳର ବୋଲି ଜଣାପଡ଼ିଛି ।

ଏସମ୍ପର୍କରେ ଏସ୍‌ଡିପିଓ କହିଛନ୍ତି ସରପଞ୍ଚଙ୍କ ନିକଟରୁ ଖବର ପାଇ ଆମେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ହେଲେ ବ୍ରହ୍ମପୁର ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବ। ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ଯୁବତୀଜଣକ ନିଜ ପ୍ରେମିକଙ୍କ ନାଁ ନେଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

The post ଜୀଅନ୍ତା ଜାଳିଲା, ଏବେ ମାନୁନି ! appeared first on Odisha Reporter.

]]>
right top 2021-07-28 16:46:17 https://cdn.odishareporter.in/wp-content/uploads/2021/07/28164521/790-6.jpg
ହସଖୁସିରୁ ହେଲା କଥା କଟାକଟି, ଶେଷରେ ପ୍ରେମିକାକୁ ଜାଳିଦେଲେ… https://odishareporter.in/odisha/man-set-fire-in-his-lover-in-berhampur-662331 Wed, 28 Jul 2021 02:21:06 +0000 https://odishareporter.in/?p=662331

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହସଖୁସିରେ କଥାବର୍ତ୍ତା ହେଉ ହେଉ ଆରମ୍ଭ ହେଲା କଥା କଟାକଟି। ଶେଷରେ କଳି ଏପରି ଚରମ ସୀମାରେ ପହଞ୍ଚିଲା ଯେ, ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଲେ ପ୍ରେମିକ।  । ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଏଭଳି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ, ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ […]

The post ହସଖୁସିରୁ ହେଲା କଥା କଟାକଟି, ଶେଷରେ ପ୍ରେମିକାକୁ ଜାଳିଦେଲେ… appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହସଖୁସିରେ କଥାବର୍ତ୍ତା ହେଉ ହେଉ ଆରମ୍ଭ ହେଲା କଥା କଟାକଟି। ଶେଷରେ କଳି ଏପରି ଚରମ ସୀମାରେ ପହଞ୍ଚିଲା ଯେ, ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଲେ ପ୍ରେମିକ।  । ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଏଭଳି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ଭିତରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର ସାହୁ ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡିଥିଲେ । ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦ ପ୍ରତିଶତ ପୋଡି ଯାଇଥିଲା  ।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କ  ମୃତ୍ୟୁ ହୋଇଥିଲା ।

ଉଦ୍ଧାର ସମୟରେ ଯୁବତୀଜଣଙ୍କ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ  । ଏହାପରେ ପୁଲିସ୍‌ ଅଭିଯୁକ୍ତକୁ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି ।  ମୃତ ଯୁବତୀଜଣଙ୍କ ପୋଲସରା ଅଂଚଳର ବୋଲି ଜଣାପଡ଼ିଛି ।

ଏସମ୍ପର୍କରେ ଏସ୍‌ଡିପିଓ କହିଛନ୍ତି ସରପଞ୍ଚଙ୍କ ନିକଟରୁ ଖବର ପାଇ ଆମେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ହେଲେ ବ୍ରହ୍ମପୁର ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବ। ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ଯୁବତୀଜଣକ ନିଜ ପ୍ରେମିକଙ୍କ ନାଁ ନେଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

The post ହସଖୁସିରୁ ହେଲା କଥା କଟାକଟି, ଶେଷରେ ପ୍ରେମିକାକୁ ଜାଳିଦେଲେ… appeared first on Odisha Reporter.

]]>
love betrayal, right bottom 2021-07-28 14:38:14 https://cdn.odishareporter.in/wp-content/uploads/2021/02/05175940/fire-1.jpg
ଶାସକ ଦଳର ବିଧାୟକଙ୍କୁ ଡରୁଛି କରୋନା ! https://odishareporter.in/odisha/ganjam/corona-afraid-of-the-ruling-partys-legislators-662031 Mon, 26 Jul 2021 13:34:48 +0000 https://odishareporter.in/?p=662031

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) କରୋନା କଟକଣାକୁ ଫୁ । ଖୋଦ୍ ଶାସକ ଦଳର ବିଧାୟକ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ। ଶହ ଶହ ସଂଖ୍ୟାରେ ଲୋକଙ୍କୁ ନେଇ ଆୟୋଜନ ହୋଇଛି ଶ୍ରାଦ୍ଧବାର୍ଷିକୀ ଭୋଜି । ଗଂଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି। ତେବେ ଏଥିରେ ଅଜସ୍ର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର […]

The post ଶାସକ ଦଳର ବିଧାୟକଙ୍କୁ ଡରୁଛି କରୋନା ! appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) କରୋନା କଟକଣାକୁ ଫୁ । ଖୋଦ୍ ଶାସକ ଦଳର ବିଧାୟକ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ। ଶହ ଶହ ସଂଖ୍ୟାରେ ଲୋକଙ୍କୁ ନେଇ ଆୟୋଜନ ହୋଇଛି ଶ୍ରାଦ୍ଧବାର୍ଷିକୀ ଭୋଜି । ଗଂଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି। ତେବେ ଏଥିରେ ଅଜସ୍ର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିଲା ଖାଦ୍ୟ ।

କୋଭିଡ୍ ନିୟମ ଉଲ୍ଲଂଘନ କରି ଭୋଜି ଖାଇବାକୁ ଧାଡ଼ି ଲଗାଇଛନ୍ତି ଜଣଙ୍କ ପାଖରେ ଆଉ ଜଣେ ବସିଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଅମୃତୁଲୁ ଗାଁର ଏ ଦୃଶ୍ୟ । ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ।

ଏହି ଅବସରରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ ମଧ୍ୟ ହୋଇଥିଲା । କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି । ରକ୍ତଦାନ ଶିବିରରେ ମଧ୍ୟ ଅନେକ ଲୋକ କୋଭିଡ୍ କଟକଣା ନମାନି ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ଏ ନେଇ ବିଜେଡି ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ଶାସକ ଦଳର ବିଧାୟକଙ୍କୁ ଡରୁଛି କରୋନା ! appeared first on Odisha Reporter.

]]>
right top 2021-07-26 19:09:27 https://cdn.odishareporter.in/wp-content/uploads/2021/07/26190032/7gb.jpg
ଘରର ଦୁଃଖ ଦୂର କରିବାକୁ ଯାଇ ବିଦେଶରେ ବନ୍ଧା ପଡ଼ିଲେ ଓଡ଼ିଆ ପୁଅ https://odishareporter.in/odisha/ganjam/odisha-youth-trapped-in-dubai-alleged-by-family-660928 Thu, 22 Jul 2021 13:28:29 +0000 https://odishareporter.in/?p=660928

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ପରିବାରର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ ବିଦେଶ। କିନ୍ତୁ ସେଠାରେ ମିଳୁଛି ନାହିଁ ନଥିବା ନିର୍ଯାତନା। ବର୍ଷେ ଧରି ତାଙ୍କୁ ମିଛ ଜାଲରେ ଫସାଇ ନିର୍ଯାତନା ଦିଆଯାଉଛି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଇରାଶି ଗାଁର ବିଭୁଧେନ୍ଦ୍ର ପଣ୍ଡାଙ୍କ କଥା। ତାଙ୍କ ପିତା ହେଉଛନ୍ତି ଭିକାରୀ ଚରଣ ପଣ୍ଡା। ବିଭୁ ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ସେଠାରେ ସେ ଫସି ରହିଯାଇଛନ୍ତି। ବିଭୁ ନିଜ […]

The post ଘରର ଦୁଃଖ ଦୂର କରିବାକୁ ଯାଇ ବିଦେଶରେ ବନ୍ଧା ପଡ଼ିଲେ ଓଡ଼ିଆ ପୁଅ appeared first on Odisha Reporter.

]]>

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ପରିବାରର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ ବିଦେଶ। କିନ୍ତୁ ସେଠାରେ ମିଳୁଛି ନାହିଁ ନଥିବା ନିର୍ଯାତନା। ବର୍ଷେ ଧରି ତାଙ୍କୁ ମିଛ ଜାଲରେ ଫସାଇ ନିର୍ଯାତନା ଦିଆଯାଉଛି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଇରାଶି ଗାଁର ବିଭୁଧେନ୍ଦ୍ର ପଣ୍ଡାଙ୍କ କଥା। ତାଙ୍କ ପିତା ହେଉଛନ୍ତି ଭିକାରୀ ଚରଣ ପଣ୍ଡା। ବିଭୁ ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ସେଠାରେ ସେ ଫସି ରହିଯାଇଛନ୍ତି। ବିଭୁ ନିଜ ଗାଁକୁ ଫେରିବାକୁ ଚାହୁଁଛନ୍ତି, କିନ୍ତୁ ଏହା ବଦଳରେ ତାଙ୍କୁ ନାନା ନିର୍ଯାତନା ମିଳୁଛି। ସେ ଗୋଟିଏ ବନ୍ଦ କୋଠରୀରେ ବନ୍ଦୀ ହୋଇରହିଛନ୍ତି। ତାଙ୍କୁ ଜାଣିଶୁଣି ମିଛ କେସରେ ଛନ୍ଦି ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଲୋକାଲ ଏଜେଣ୍ଟ ମାଧ୍ୟମରେ ୨୦୧୮, ସେପ୍ଟେମ୍ବର ୧୭ ତାରିଖରେ ବିଭୁ ଦୁବାଇର ଶାରଜା ଇଣ୍ଡଷ୍ଟ୍ରିଆଲ ଏରିଆ ସ୍ଥିତ ଅଲମଦିନା ଥମ୍ବିବା ମେଣ୍ଟାଲ କାମ୍ପାନୀରେ ନିଯୁକ୍ତି ପାଇଥିଲେ। ଉକ୍ତ କମ୍ପାନୀରେ ଦୁଇ ବର୍ଷ କାର୍ଯ୍ୟ କରି ଗାଁକୁ ଫେରିବା ପାଇ ଚୁକ୍ତି ହୋଇଥିଲା। କିନ୍ତୁ ଚୁକ୍ତିନାମା ଶେଷ ହେବାର ବର୍ଷେ ବିତିଯାଇଥିଲେ ହେଁ କମ୍ପାନୀ ତାଙ୍କୁ ଗାଁକୁ ଛାଡ଼ୁ ନାହିଁ। ଏହା ବଦଳରେ ତାଙ୍କୁ ସେଠାରେ ନିର୍ଯାତନା ଦିଆ ଯାଉଥିବା ପରିବାର ଲୋକ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି।

କିଛିଦିନ ହେବ ବିଭୁଙ୍କୁ ଗୋଟିଏ ବନ୍ଦ କୋଠରୀରେ ବନ୍ଦି କରି ଦିଆଯାଇଛି। ଏହାସହ ତାଙ୍କ ବିରୋଧରେ ମିଛ କେସ୍ ଦେଇ କମ୍ପାନୀ ମ୍ୟାନେଜର ବିଭିନ୍ନ ନିର୍ଯାତନା ଦେଉଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ନା ଖାଇବାକୁ ଠିକରେ ମିଳୁଛି ନା ପ୍ରାରିଶ୍ରମିକ ଦରମା ମିଳୁଛି। ଏହି ନିର୍ଯାତନାର ଗୋଟିଏ ଭିଡିଓ ହସ୍ତଗତ ହୋଇଛି। ଏବେ କେବଳ ଭାଗ୍ୟକୁ ଆଦରି ସେଠାରେ ପଡ଼ି ରହିଛନ୍ତି ଓଡ଼ିଆ ଯୁବକ।
ବର୍ଷେ ହେବ ଗାଁକୁ ଫେରିବାକୁ ଚାହୁଥିଲେ ମଧ୍ୟ ବିଭୁ ଫେରି ପାରୁନାହାନ୍ତି। କିଛିଦିନ ହେବ ପୁଅର ଫୋନ୍ ନ ଆସିବାରୁ ପରିବାର ଲୋକେ ଦୁବାଇର ଅନ୍ୟ ଅଞ୍ଚଳରେ ରହୁଥିବା ଜଣେ ଓଡ଼ିଆ ଯୁବକ ସହ ଯୋଗାଯୋଗ କରି ଏ ବିଷୟରେ ଜାଣିବାକୁ ପାଇଲେ। ପରେ ପୁଅକୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି। ଗାଁରେ ବୃଦ୍ଧ ବାପା ଓ ମାଆ ସେମାନଙ୍କର ପୁଅକୁ ତିନିବର୍ଷ ହେବ ଦେଖିନାହାନ୍ତି। ବିଭୁଙ୍କର ମା’ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ପୁଅକୁ ଫେରାଇ ଆଣ।

ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକକୁ ଏଭଳି ନିର୍ଯାତନା ଘଟଣା ନୂଆ ନୁହେଁ। ଏବେ ବିଦେଶରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଭୁଧେନ୍ଦ୍ର ନିଜେ ଗାଁକୁ ଫେରିବାକୁ ଚାହୁଁଥିଲେ ବି ତାକୁ ସମ୍ପୃକ୍ତ କାମ୍ପାନୀ ଛାଡ଼ୁନାହିଁ। ଗାଁରେ ତାଙ୍କ ପରିବାର କହିଲେ ବୃଦ୍ଧ ବାପା ମାଆ ଏବଂ ଦୁଇ ଭାଇ। ଏହି ଘଟଣାରେ ଖଲ୍ଲିକୋଟ ତହସିଲଦାର କହିଛନ୍ତି ଯେ ଆମେ ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନକୁ ଜଣାଇବୁ ଏବଂ ବିଭୁଙ୍କୁ ଶୀଘ୍ର ବିଦେଶରୁ ଫେରାଇ ଆଣିବୁ।

The post ଘରର ଦୁଃଖ ଦୂର କରିବାକୁ ଯାଇ ବିଦେଶରେ ବନ୍ଧା ପଡ଼ିଲେ ଓଡ଼ିଆ ପୁଅ appeared first on Odisha Reporter.

]]>
centre bottom 2021-07-22 19:40:52 https://cdn.odishareporter.in/wp-content/uploads/2021/07/22185618/bibhudhendra-panda.jpg
ହୋଟେଲ୍‌ରେ ପଶି ଆକ୍ରମଣ ଓ ଲୁଟ୍ ଅଭିଯୋଗରେ ୩ ଗିରଫ https://odishareporter.in/odisha/three-arrested-in-a-loot-case-659711 Sun, 18 Jul 2021 05:49:01 +0000 https://odishareporter.in/?p=659711

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା ଏକ ହୋଟେଲ୍‌ରେ ପଶି କର୍ମଚାରୀଙ୍କୁ ମାଡ଼ ମାରିବା ଓ କ୍ୟାସ୍‌ କାଉଣ୍ଟରରୁ ଟଙ୍କା ଲୁଟି ନେବା ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ସେମାନଙ୍କ ଠାରୁ ଗୁଜରାଟର ନମ୍ବର ଥିବା ଏକ କାର, ଗୋଟିଏ ମାଉଜର, ୩ଟି ଗୁଳି, ଗୋଟିଏ କଟୁରୀ ଏବଂ ଟଙ୍କା ଜବତ କରାଯାଇଛି। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି, କବିସୂର୍ଯ୍ୟନଗର ମେଡିକାଲ ସାହିର ରଞ୍ଜନ ବିଷୋୟୀ […]

The post ହୋଟେଲ୍‌ରେ ପଶି ଆକ୍ରମଣ ଓ ଲୁଟ୍ ଅଭିଯୋଗରେ ୩ ଗିରଫ appeared first on Odisha Reporter.

]]>

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା ଏକ ହୋଟେଲ୍‌ରେ ପଶି କର୍ମଚାରୀଙ୍କୁ ମାଡ଼ ମାରିବା ଓ କ୍ୟାସ୍‌ କାଉଣ୍ଟରରୁ ଟଙ୍କା ଲୁଟି ନେବା ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ସେମାନଙ୍କ ଠାରୁ ଗୁଜରାଟର ନମ୍ବର ଥିବା ଏକ କାର, ଗୋଟିଏ ମାଉଜର, ୩ଟି ଗୁଳି, ଗୋଟିଏ କଟୁରୀ ଏବଂ ଟଙ୍କା ଜବତ କରାଯାଇଛି।

ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି, କବିସୂର୍ଯ୍ୟନଗର ମେଡିକାଲ ସାହିର ରଞ୍ଜନ ବିଷୋୟୀ (୩୨), କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣାର ବିଶ୍ୱଜିତ୍ ପାଇକରାୟ (୩୨) ଓ ନନ୍ଦିଆଗଡ଼ ଗାଁର ମୁକେଶ ସାହୁ (୩୨)।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଅଭିଯୁକ୍ତମାନେ କାର୍‌ରେ ଆସି ହୋଟେଲ୍‌ରେ ପହଞ୍ଚିଥିଲେ। ସେମାନେ ହୋଟେଲ୍‌ରେ ମଦ ମାଗିଥିଲେ। କିନ୍ତୁ ମଦ ନାହିଁ ବୋଲି କହିବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ସେମାନେ ନିସ୍ତୁକ ମାଡ଼ ପିଟିଥିଲେ। ତାଙ୍କ ଚିତ୍କାର ଶୁଣି ହୋଟେଲ୍‌ର ଆଉ ତିନି ଜଣ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ବି ଆକ୍ରମଣ କରିଥିଲେ। ସେମାନେ ବିୟର ବୋତଲରେ ହୋଟେଲ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ମାଉଜର ଦେଖାଇ କ୍ୟାସ୍‌ କାଉଣ୍ଟରରୁ ୪୫ ହଜାର ଟଙ୍କା ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ଖବର ପାଇ ପୁଲିସ୍ ହୋଟେଲ୍‌ରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ତା’ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲା। ଆଜି ଭୋରରେ ଅଭିଯୁକ୍ତମାନଙ୍କୁ ସେମାନଙ୍କ ନିଜ ନିଜ ଗାଁରୁ ପୁଲିସ୍ ଗିରଫ କରିଥିଲା।

The post ହୋଟେଲ୍‌ରେ ପଶି ଆକ୍ରମଣ ଓ ଲୁଟ୍ ଅଭିଯୋଗରେ ୩ ଗିରଫ appeared first on Odisha Reporter.

]]>
right bottom 2021-07-18 11:19:01 https://cdn.odishareporter.in/wp-content/uploads/2021/07/18111613/loot.jpg
ଷ୍ଟେଶନରେ ଓହ୍ଲାଇ ପାରିଲେନି, ଘର ଠିକଣା ପାଇବାକୁ ଚାଲିଗଲା ଯୌବନ https://odishareporter.in/odisha/ganjam/unable-to-get-down-at-the-station-it-took-40-years-to-get-the-home-address-659596 Sat, 17 Jul 2021 11:40:11 +0000 https://odishareporter.in/?p=659596

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ପାଇଁ ଟିକେଟ କାଟିଲେ।  ହେଲେ ଓହ୍ଲାଇଲେ ମଧ୍ୟପ୍ରଦେଶର ବୁରହାନପୁର ଅଞ୍ଚଳରେ। ଆଉ ତା’ପରେ ଭୁଲି ଗଲେ ଘର ଠିକଣା। ଏମିତି ଦାଦନ ଖଟିବାକୁ ଯାଇ ୪୦ ବର୍ଷ ଧରି ନିଖୋଜ ହୋଇଯାଇ ଥିଲେ।  ଆଉ ଶେଷରେ କିଛି ସଂସ୍ଥା ଆଉ ବ୍ୟକ୍ତିଙ୍କ ସହାୟତାରେ ନିଜ ଗ୍ରାମ ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡାରେ ପହଞ୍ଚିଛନ୍ତି ସୀମାଞ୍ଚଳ । ଯାହାକୁ ନେଇ ଗ୍ରାମରେ ଏବେ ଖୁସିର ଲହରି ଖେଳି ଯାଇଛି। ୨ମାସର […]

The post ଷ୍ଟେଶନରେ ଓହ୍ଲାଇ ପାରିଲେନି, ଘର ଠିକଣା ପାଇବାକୁ ଚାଲିଗଲା ଯୌବନ appeared first on Odisha Reporter.

]]>

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ପାଇଁ ଟିକେଟ କାଟିଲେ।  ହେଲେ ଓହ୍ଲାଇଲେ ମଧ୍ୟପ୍ରଦେଶର ବୁରହାନପୁର ଅଞ୍ଚଳରେ। ଆଉ ତା’ପରେ ଭୁଲି ଗଲେ ଘର ଠିକଣା। ଏମିତି ଦାଦନ ଖଟିବାକୁ ଯାଇ ୪୦ ବର୍ଷ ଧରି ନିଖୋଜ ହୋଇଯାଇ ଥିଲେ।  ଆଉ ଶେଷରେ କିଛି ସଂସ୍ଥା ଆଉ ବ୍ୟକ୍ତିଙ୍କ ସହାୟତାରେ ନିଜ ଗ୍ରାମ ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡାରେ ପହଞ୍ଚିଛନ୍ତି ସୀମାଞ୍ଚଳ । ଯାହାକୁ ନେଇ ଗ୍ରାମରେ ଏବେ ଖୁସିର ଲହରି ଖେଳି ଯାଇଛି।

୨ମାସର ଶିଶୁ କନ୍ୟାର ମୃତ୍ୟୁ  ପରେ ୨୫ ବର୍ଷର ଯୁବକ ସୀମାଞ୍ଚଳ ଦାଦନ ଖଟିବାକୁ  ଚାଲି ଯାଇଥିଲେ ମହାରାଷ୍ଟ୍ର। ନିଜ ଶ୍ୱଶୁର ସହ ସେ ମହାରାଷ୍ଟ୍ରରେ କିଛିଦିନ ଶ୍ରମିକ ଭାବେ କାମ କରିବା ପରେ ସେ ସେଠାରୁ ଯାଇଥିଲେ ଆନ୍ଧ୍ରପ୍ରଦେଶ।  ଆଉ  ସେଠାରେ ଠିକ୍ ଠାକ କାମ ନ ମିଳିବାରୁ ସେଠାରୁ ରେଳରେ ଟିକେଟ କରିଥିଲେ ବ୍ରହ୍ମପୁର।  କାରଣ ସୀମାଞ୍ଚଳର ଗ୍ରାମ ଥିଲା ଗଂଜାମ ଜିଲା ଦିଗପହଣ୍ଡି ଥାନା ଏସ. ଟିକରପଡା ଗ୍ରାମ। ହେଲେ ସେ ବ୍ରହ୍ମପୁର ବଦଳରେ ଓହ୍ଲାଇଥିଲେ ମଧ୍ୟପ୍ରଦେଶର ବୁରହନପୁର ଷ୍ଟେସନରେ।  ସେଠାରେ ତାଙ୍କୁ ରେଳବାଇ ପୁଲିସ ମାଡ ମାରି ସନ୍ଦେହରେ ଗିରଫ ମଧ୍ୟ କରିଥିବା  ସୀମାଞ୍ଚଳ କହିଛନ୍ତି।

ତେବେ ପରେ ସେ ନିରୀହ ଥିବା ଜାଣିବା ପରେ ତାଙ୍କୁ ଛାଡି ଦେଇଥିଲେ। ସେଠାରୁ ଦୀର୍ଘ ୪୦ ବର୍ଷ ଧରି ସୀମାଞ୍ଚଳ ବଞ୍ଚିବା ପାଇଁ ସଂଘର୍ଷ କରି ଆସିଛନ୍ତି । କେଉଁଠି କାମ କଲେ ତାଙ୍କୁ  ଟଙ୍କାଟିଏ ବି ମିଳୁ ନ ଥିଲା। ଏପରିକି ଖାଇବାକୁ ବାସି ରୁଟି ଦିଆଯାଉଥିବା ସୀମାଞ୍ଚଳ କହିଛନ୍ତି। ତେବେ କିପରି ନିଜ ଭିଟାମାଟିକୁ ଫେରିବେ ସେଇ ଚିନ୍ତାରେ ଥିଲେ ସୀମାଞ୍ଚଳ।  ହଠାତ୍ ରୋଟି ବ୍ୟାଙ୍କ ନାମ ଏନଜିଓ ସହଯୋଗରେ ତାଙ୍କ ଘର ଓଡ଼ିଶାର ଗଂଜାମ ଜିଲା ବୋଲି ଜଣାପଡ଼ିଥିଲା।

ଆଉ ତାପରେ ସମସ୍ତ ଚେଷ୍ଟା କରାଯାଇ ଶେଷରେ ସୀମାଞ୍ଚଳ ଫେରିଛନ୍ତି। ଯିବା ବେଳେ ଯୁବକ ଥିବା ସୀମାଞ୍ଚଳ ଏବେ ରୋଗାକ୍ରାନ୍ତ  ବୃଦ୍ଧ ହୋଇ ଫେରିଛନ୍ତି । ଆଉ ଫେରିବା ପରେ ତାଙ୍କର ୪୦ ବର୍ଷର ଦୁଃଖଦ କାହାଣୀ ବଖାଣିଛନ୍ତି। ସେପଟେ ସୀମାଞ୍ଚଳଙ୍କୁ ପାଇ ତାଙ୍କ ପରିବାର ଲୋକ ବି ଖୁସି।

The post ଷ୍ଟେଶନରେ ଓହ୍ଲାଇ ପାରିଲେନି, ଘର ଠିକଣା ପାଇବାକୁ ଚାଲିଗଲା ଯୌବନ appeared first on Odisha Reporter.

]]>
right top 2021-07-17 17:34:29 https://cdn.odishareporter.in/wp-content/uploads/2021/07/17170341/6hm1.jpg
ମାଗଣା ଗ୍ୟାସ୍ ଦେବେ କହି ଗାଁରୁ ୧୨ ସିଲିଣ୍ଡର ଧରି ଛୁ ମାରିଲେ ଦୁର୍ବୃତ୍ତ https://odishareporter.in/odisha/12-lpg-gas-cylinder-looted-at-a-village-in-odisha-659533 Sat, 17 Jul 2021 09:03:48 +0000 https://odishareporter.in/?p=659533

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ମାଗଣାରେ ଗ୍ୟାସ୍ ଦେବେ କହି ଗୋଟିଏ ଗାଁରୁ ୧୨ଟି ସିଲିଣ୍ଡର ଧରି ଚମ୍ପଟ ମାରିଲେ ତିନି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସୁତାଙ୍ଗି ଗାଁରୁ ଆସିଛି ଏହି ଅଭିଯୋଗ। ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ୩ ଜଣ ବ୍ୟକ୍ତି ଏକ ନୀଳ ରଙ୍ଗର ଡାଲା ଗାଡ଼ି ନେଇ ଏହି ଗାଁକୁ ଆସିଥିଲେ। ଗ୍ୟାସ୍ କମ୍ପାନୀ ପକ୍ଷରୁ ସେମାନଙ୍କୁ ପଠା ଯାଇଛି ବୋଲି ସେମାନେ ଗାଁ ଲୋକଙ୍କୁ କହିଥିଲେ। ଉଜ୍ଜ୍ୱଳା ଯୋଜନାରେ ମାଗଣାରେ […]

The post ମାଗଣା ଗ୍ୟାସ୍ ଦେବେ କହି ଗାଁରୁ ୧୨ ସିଲିଣ୍ଡର ଧରି ଛୁ ମାରିଲେ ଦୁର୍ବୃତ୍ତ appeared first on Odisha Reporter.

]]>

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ମାଗଣାରେ ଗ୍ୟାସ୍ ଦେବେ କହି ଗୋଟିଏ ଗାଁରୁ ୧୨ଟି ସିଲିଣ୍ଡର ଧରି ଚମ୍ପଟ ମାରିଲେ ତିନି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସୁତାଙ୍ଗି ଗାଁରୁ ଆସିଛି ଏହି ଅଭିଯୋଗ।

ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ୩ ଜଣ ବ୍ୟକ୍ତି ଏକ ନୀଳ ରଙ୍ଗର ଡାଲା ଗାଡ଼ି ନେଇ ଏହି ଗାଁକୁ ଆସିଥିଲେ। ଗ୍ୟାସ୍ କମ୍ପାନୀ ପକ୍ଷରୁ ସେମାନଙ୍କୁ ପଠା ଯାଇଛି ବୋଲି ସେମାନେ ଗାଁ ଲୋକଙ୍କୁ କହିଥିଲେ। ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍ ଦିଆଯିବ ବୋଲି ସେମାନେ କହିଥିଲେ। ସେଥିପାଇଁ ସେମାନେ ଖାଲି ଟାଙ୍କି ନେବାକୁ ଆସିଥିବା କହିଥିଲେ।

ଏହା ପରେ ସେମାନଙ୍କୁ ବିଶ୍ୱାସ କରି ଗାଁର ୧୨ ଜଣ ହିତାଧିକାରୀ ସେମାନଙ୍କର ଖାଲି ଗ୍ୟାସ୍‌ ଟାଙ୍କି ଦେଇଥିଲେ। ଦୁଇ ଦିନ ପରେ ଗ୍ୟାସ୍ ଭର୍ତ୍ତି ଟାଙ୍କି ଧରି ସେମାନେ ଗାଁକୁ ଆସିବେ ବୋଲି ଦୁର୍ବୃତ୍ତମାନେ ଗାଁର ଏହି ହିତାଧିକାରୀମାନଙ୍କୁ କହିଥିଲେ। କିନ୍ତୁ ଚାରି ଦିନ ବିତିଗଲା ପରେ ବି ସେମାନଙ୍କର ଦେଖା ମିଳିଲା ନାହିଁ। ଏହା ପରେ ଗାଁ ଲୋକେ ଦଦରଲୁଣ୍ଡା ଠାରେ ଥିବା ଜଣେ ବ୍ୟବସାୟୀଙ୍କୁ ଏ ସଂପର୍କରେ ପଚାରିଥିଲେ। ତେବେ କମ୍ପାନୀ ପକ୍ଷରୁ ଏଭଳି ଭାବେ ଗ୍ୟାସ୍ ସିଲିଣ୍ଡର ସଂଗ୍ରହ ହୁଏ ନାହିଁ ବୋଲି ସେ କହିବା ପରେ ଗାଁ ଲୋକେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

The post ମାଗଣା ଗ୍ୟାସ୍ ଦେବେ କହି ଗାଁରୁ ୧୨ ସିଲିଣ୍ଡର ଧରି ଛୁ ମାରିଲେ ଦୁର୍ବୃତ୍ତ appeared first on Odisha Reporter.

]]>
right bottom 2021-07-17 14:36:49 https://cdn.odishareporter.in/wp-content/uploads/2021/07/17142936/78.jpg
ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ https://odishareporter.in/odisha/ganjam/youth-killed-in-aska-jahada-village-659369 Fri, 16 Jul 2021 14:42:19 +0000 https://odishareporter.in/?p=659369

ଆସିକା (ମନୋଜ ମୁନୀ): ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଜାହାଡ଼ା ଗ୍ରାମରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାହାଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାରେ ଜାହାଡ଼ା ଗ୍ରାମର ୨୮ବର୍ଷୀୟ ପ୍ରତାପ ଖଟେଇଙ୍କ ମୃତ୍ୟୁ ହୋଇଛି। ଜାହାଡ଼ା ଗ୍ରାମର ବଡଦାଣ୍ଡରେ ଥିବା କାଳିଆ ଷ୍ଟୋରକୁ ପ୍ରତାପ କୌଣସି କାରଣ ପାଇଁ ଯାଇ ସେଠାରେ ଠିଆ ହୋଇଥିଲେ। ହଠାତ୍ ସେହି […]

The post ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.

]]>

ଆସିକା (ମନୋଜ ମୁନୀ): ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଜାହାଡ଼ା ଗ୍ରାମରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାହାଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାରେ ଜାହାଡ଼ା ଗ୍ରାମର ୨୮ବର୍ଷୀୟ ପ୍ରତାପ ଖଟେଇଙ୍କ ମୃତ୍ୟୁ ହୋଇଛି।

ଜାହାଡ଼ା ଗ୍ରାମର ବଡଦାଣ୍ଡରେ ଥିବା କାଳିଆ ଷ୍ଟୋରକୁ ପ୍ରତାପ କୌଣସି କାରଣ ପାଇଁ ଯାଇ ସେଠାରେ ଠିଆ ହୋଇଥିଲେ। ହଠାତ୍ ସେହି ସମୟରେ ଗ୍ରାମର ଦୁଇ ଜଣ ଯୁବକ ପହଞ୍ଚି ପ୍ରତାପକୁ ଭୁଜାଲି ଓ କାତି ସାହଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ପ୍ରତାପଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଆସିକା ଉପଖଣ୍ଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆସିବା ଉପଖଣ୍ଡ ପୁଲିସ୍ ଅଧିକାରୀ ଉମାଶାଙ୍କର ସିଂ, ଧରାକୋଟ ପୁଲିସ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେବେ ହତ୍ୟା ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇନଥିବା ବେଳେ ପ୍ରତାକ୍ଷଦର୍ଶୀଙ୍କ ଠାରୁ ଏହି ଖବର ଶୁଣି ସାରା ଗ୍ରାମରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

The post ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.

]]>
right top 2021-07-16 20:14:03 https://cdn.odishareporter.in/wp-content/uploads/2021/07/16201118/murder-2.jpg
ଏହି ବୁଢ଼ି ମାଉସୀ ଆମ ସରପଞ୍ଚ, କାମ କରୁଛନ୍ତି ଜିଆରଏସ୍! https://odishareporter.in/odisha/ganjam/allegation-against-khallikote-badapali-sarpanch-659343 Fri, 16 Jul 2021 12:57:36 +0000 https://odishareporter.in/?p=659343

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଅନୁସୂଚିତ ଜନଜାତି ଅଧ୍ୟୁଷିତ ପଞ୍ଚାୟତ ବାଦପଲ୍ଲୀ। ଜଙ୍ଗଲ ପାହାଡ଼ ଘେରା ଏହି ପଞ୍ଚାୟତରେ ବହୁ ଅନୁସୂଚିତ ଜନଜାତି ବସବାସ କରନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଞ୍ଚାୟତରେ କେବଳ ଗୋଟିଏ ପରିବାର ଅନୁସୂଚିତ ଜାତିର ହୋଇଥିବାରୁ ସେହି ପରିବାରର ହେମ ନାୟକ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନିର୍ବାଚିତ ହୋଇଥିଲେ। ହେମ ପାଠ […]

The post ଏହି ବୁଢ଼ି ମାଉସୀ ଆମ ସରପଞ୍ଚ, କାମ କରୁଛନ୍ତି ଜିଆରଏସ୍! appeared first on Odisha Reporter.

]]>

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଅନୁସୂଚିତ ଜନଜାତି ଅଧ୍ୟୁଷିତ ପଞ୍ଚାୟତ ବାଦପଲ୍ଲୀ। ଜଙ୍ଗଲ ପାହାଡ଼ ଘେରା ଏହି ପଞ୍ଚାୟତରେ ବହୁ ଅନୁସୂଚିତ ଜନଜାତି ବସବାସ କରନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଞ୍ଚାୟତରେ କେବଳ ଗୋଟିଏ ପରିବାର ଅନୁସୂଚିତ ଜାତିର ହୋଇଥିବାରୁ ସେହି ପରିବାରର ହେମ ନାୟକ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନିର୍ବାଚିତ ହୋଇଥିଲେ।

ହେମ ପାଠ ପଢ଼ିନଥିବାରୁ ପଞ୍ଚାୟତରେ କଣ ହେଉଛି, କେତେ କାମ ଆସୁଛି, କେତେ ଟଙ୍କା ଆସୁଛି, ତାହା ସେ କିଛି ବି ଜାଣନ୍ତି ନାହିଁ ବୋଲି ଅଭିଯୋଗ ହେଉଛି। ସରପଞ୍ଚ ପାଖରେ କୌଣସି ଖବର ନଥିବା ବେଳେ କେବଳ ନାମକୁ ମାତ୍ର ତାଙ୍କୁ ସରପଞ୍ଚ କରାଯାଇ ଅଫିସରମାନେ ପଞ୍ଚାୟତ ଚଳାଉଛନ୍ତି। ସରପଞ୍ଚଙ୍କ ଅଜାଣତରେ ଉନ୍ନୟନ ମୂଳକ କାମର ବିଲ୍ କରାଯାଉଥିବା ଅଭିଯୋଗ ହୋଇଛି।

ସରପଞ୍ଚ ହେମ ନାୟକଙ୍କ ବୟସ ପାଖାପାଖି ୬୦ ହେଲାଣି। ଶିକ୍ଷାଗତ ଯୋଗ୍ୟତା ନକହିଲେ ଭଲ। କିନ୍ତୁ ହେମ ସରପଞ୍ଚ ହେବା ପରେ ପାଞ୍ଚ ବର୍ଷ ଭିତରେ କାଁ ଭାଁ କେତେଥର ପଞ୍ଚାୟତ ଅଫିସ ମୁହଁ ଦେଖିଥିବା ବେଳେ ବ୍ଲକ ମଧ୍ୟ ସେ କେବେ ଆସିଛନ୍ତି ତାଙ୍କର ମନେ ନାହିଁ। ଖାଲି ସେତିକି ନୁହଁ ବର୍ତ୍ତମାନ ବ୍ଲକର କିଏ ବିଡିଓ ଅଛନ୍ତି ସେ ଜାଣିନାହାନ୍ତି। ସରପଞ୍ଚଙ୍କ ସ୍ୱାମୀ ପଞ୍ଚାୟତରେ ପିଅନ୍ ଅଛନ୍ତି। ତେଣୁ ସରପଞ୍ଚ ଭାବେ ହେମ ଯେଉଁ ଦରମା ପାଆନ୍ତି, ତାକୁ ତାଙ୍କ ସ୍ୱାମୀ ଟଙ୍କା ଉଠାଇ ଆଣନ୍ତି ବୋଲି କହିଛନ୍ତି ହେମ।

ସରପଞ୍ଚ ହେମ ନାୟକ ଏକ ଝାଟିମାଟି ଘରେ ରହୁଛନ୍ତି। ପଞ୍ଚାୟତରେ ଯାହାସବୁ ଉନ୍ନୟନ ମୂଳକ କାମ ହୁଏ, ସେସବୁ ପଞ୍ଚାୟତ କର୍ମଚାରୀ ମାନେ କରନ୍ତି। ହେଲେ ସରପଞ୍ଚ ଏ ବାବଦରେ କିଛି ଜାଣନ୍ତି ନାହିଁ। ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ ହେଲେ କେବେ ଦସ୍ତଖତ ନିଅନ୍ତି ତ ଆଉ କେତେବେଳେ ନିଅନ୍ତିନି। ପଞ୍ଚାୟତରେ କେବଳ ନାମକୁ ମାତ୍ର ସରପଞ୍ଚ ଭାବେ ଥିବା ଜଣା ପଡିଛି। ହେମ ବର୍ତ୍ତମାନର ସରପଞ୍ଚ ଥାଇ ମଧ୍ୟ ତାଙ୍କ ଅବସ୍ଥା କହିଲେ ନସରେ। ତେବେ ସରପଞ୍ଚ କିଛି ଜାଣୁନଥିବାରୁ ପଞ୍ଚାୟତରେ ଅଫିସର ରାଜ ଚାଲିଛି ବୋଲି କହିଛନ୍ତି ସ୍ଥାନିୟ ବାସିନ୍ଦା। ହେଲେ ବାଦପଲ୍ଲୀ ଗ୍ରାମପଞ୍ଚାୟତର ସରପଞ୍ଚ ହେମ କହିଛନ୍ତି ଯେ ସେ ବ୍ଲକ୍ ଓ ପଞ୍ଚାୟତ ଅଫିସ୍ ଯିବାଆସିବା କରନ୍ତି। ପାଖାପାଖି ସାତ-ଆଠ ଥର ଅଫିସ୍ ଯାଇଥିବା ସରପଞ୍ଚ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ବିଦ୍ୟାଧର ବେହେରାଙ୍କ ଅଭିଯୋଗ ମୁତାବକ, ଏଠାରେ ସରକାରୀ କର୍ମଚାରୀ ଖୁବ୍ ଲୁଟିଛନ୍ତି। ପଞ୍ଚାୟତର ମାସିକ ବୈଠକ ହେଉନାହିଁ। ସେହି ବୈଠକକୁ ପରିଚାଳନା କରିବା ପାଇଁ ପ୍ରତି ମାସରେ ଯୋଗାଣ ସହାୟକର କର୍ମଚାରୀ ମାଧ୍ୟମରେ ହସ୍ତାକ୍ଷର ନିଆଯାଉଛି। ତେଣୁ ପଞ୍ଚାୟତରେ କୌଣସି ବୈଠକ ହେଉନାହିଁ ଏବଂ ମନଇଚ୍ଛା କାମ ହେଉଛି। ଯେହେତୁ ସରପଞ୍ଚ ଜଣେ ଅଶିକ୍ଷିତ ଓ ବୟସ୍କ, ତେଣୁ ସେ ଏ ବିଷୟରେ କିଛି ଜାଣନ୍ତି ନାହିଁ। ସରପଞ୍ଚଙ୍କଠାରୁ ଟିପ ଚିହ୍ନ ନେଇ ସବୁ କାମ କରାଯାଉଛି। ଏପରିକି ସରପଞ୍ଚଙ୍କର ପେନ୍ ଡ୍ରାଇଭ୍ ମଧ୍ୟ ଜିଆରଏସଙ୍କ ପାଖରେ ରହିଛି। ସେହିପରି ବିଚିତ୍ର ସବର ନାମକ ପଞ୍ଚାୟତ ବାସୀ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଜିଆରସି ଓ ସରପଞ୍ଚ ମିଶିକି ଭଲ କାମ କରୁଛନ୍ତି। ଯେଉଁ ସବୁ କାମ ଅସମ୍ପୂର୍ଣ୍ଣ ରହିଥିଲା, ସେସବୁ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ସେ କହିଛନ୍ତି।

ଅପରପକ୍ଷରେ ଜିଆରଏସ୍ ଅଶୋକ ପାତ୍ର ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସବୁ କାମରେ ସରପଞ୍ଚଙ୍କ ହସ୍ତକ୍ଷେପ ରହୁଛି। ସରପଞ୍ଚଙ୍କ ଅଜାଣତରେ କିଛି କାମ ହେଉନାହିଁ। ସରପଞ୍ଚ ନିଜେ ପଞ୍ଚାୟତକୁ ଆସି ଯାହା ଆବଶ୍ୟକ କାମ କରନ୍ତି। ସରପଞ୍ଚ ଯେଉଁ ସ୍ଥାନରେ ରୁହନ୍ତି, ସେଠାରେ ନେଟୱାର୍କ ନାହିଁ। ଯଦି କୌଣସି ବୈଠକ ଜରୁରୀ ଥିବ ଏବଂ ତାଙ୍କ ସହ ଯୋଗାଯୋଗ ନହୋଇପାରିଲା, ତାହେଲେ ସେ ଆସିପାରନ୍ତି ନାହିଁ। ନହେଲେ ବାକି ସବୁ ବୈଠକରେ ସରପଞ୍ଚ ଯୋଗ ଦିଅନ୍ତି। ତେଣୁ ସରପଞ୍ଚ ସବୁ ଉନ୍ନୟନମୂଳକ କାମ ବିଷୟରେ ଭଲଭାବେ ଅବଗତ ଅଛନ୍ତି। ଯେଉଁମାନେ ଅଭିଯୋଗ କରୁଛନ୍ତି ଯେ ଅଫିସର୍ ପଞ୍ଚାୟତ ଶାସନ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜିଆରଏସ୍ କହିଛନ୍ତି।

ଏପଟେ ସରପଞ୍ଚଙ୍କ ପୁଅ ସୁଶାନ୍ତ ଗ୍ରାମରେ ମାଟି କାମ କରୁଥିବା ବେଳେ ତାଙ୍କ ବଡ଼ଭାଇ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ହେମଙ୍କ ସ୍ୱାମୀ ବାଦପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଅଛନ୍ତି। ଏବେ ସରପଞ୍ଚ ଅବଧି ସରିବାକୁ ଆସିଥିଲେ ମଧ୍ୟ ଏକ ଭଙ୍ଗା କୁଡିଆରେ ସେ ଜୀବନ ଅତିବାହିତ କରନ୍ତି। ହେଲେ ତାଙ୍କ ସ୍ୱାମୀଙ୍କ ନାମରେ ୨୦୧୬ ମସିହାରେ ଏକ ଇନ୍ଦିରା ଆବାସ ହୋଇଥିଲା। ସେହି ଘରେ ପୁଅ, ବୋହୂ ରୁହନ୍ତି। ହେଲେ ପୂର୍ବରୁ ଯାହା କାମ ହେଉଥିଲା ସରପଞ୍ଚ ଜାଣୁ ନଥିଲା। ବର୍ତ୍ତମାନ ଏବେ କିଛି ମାସ ହେଲା ସରପଞ୍ଚ ଜାଣତର ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ।

The post ଏହି ବୁଢ଼ି ମାଉସୀ ଆମ ସରପଞ୍ଚ, କାମ କରୁଛନ୍ତି ଜିଆରଏସ୍! appeared first on Odisha Reporter.

]]>
right top 2021-07-16 18:27:36 https://cdn.odishareporter.in/wp-content/uploads/2021/07/16182445/hema-naya.jpg
‘ତୁମେ କ’ଣ ଦବଙ୍ଗଗିରି ଦେଖାଇ ଷ୍ଟାଇଲ ମାରି ଆସିବ’, ଏପରି ଗର୍ଜନ ଶୁଣି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ https://odishareporter.in/odisha/excise-staffs-insulted-after-searched-a-car-on-wrong-information-658926 Thu, 15 Jul 2021 03:49:52 +0000 https://odishareporter.in/?p=658926

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):“ତୁମେ କ’ଣ ଦବଙ୍ଗଗିରି ଦେଖାଇ ଆସିବ। ଷ୍ଟାଇଲ ମାରି ଗାଡ଼ି ଅଟକାଇବ। ମୋ ଛୁଆ ଯେଉଁଠି ବସିଛି, ସେହି କାଚକୁ ବାଡ଼େଇବ। ମୋ ଛୁଆର କ’ଣ ହୋଇଥିଲେ କିଏ ଦାୟୀ ହୋଇଥାନ୍ତା।” ଗତକାଲି ବ୍ରହ୍ମପୁର ସହରର ବିଚ ରାସ୍ତା ଉପରେ ଏକ ପରିବାର ଲୋକ ଏପରି ଗର୍ଜନ କରୁଥିବା ବେଳେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ ଅବକାରୀ କର୍ମଚାରୀ।  ସେମାନେ ପାଇଥିବା ଭୁଲ୍‌ ସୂଚନା ଯୋଗୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାନମୁଣ୍ଡ […]

The post ‘ତୁମେ କ’ଣ ଦବଙ୍ଗଗିରି ଦେଖାଇ ଷ୍ଟାଇଲ ମାରି ଆସିବ’, ଏପରି ଗର୍ଜନ ଶୁଣି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ appeared first on Odisha Reporter.

]]>

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):“ତୁମେ କ’ଣ ଦବଙ୍ଗଗିରି ଦେଖାଇ ଆସିବ। ଷ୍ଟାଇଲ ମାରି ଗାଡ଼ି ଅଟକାଇବ। ମୋ ଛୁଆ ଯେଉଁଠି ବସିଛି, ସେହି କାଚକୁ ବାଡ଼େଇବ। ମୋ ଛୁଆର କ’ଣ ହୋଇଥିଲେ କିଏ ଦାୟୀ ହୋଇଥାନ୍ତା।” ଗତକାଲି ବ୍ରହ୍ମପୁର ସହରର ବିଚ ରାସ୍ତା ଉପରେ ଏକ ପରିବାର ଲୋକ ଏପରି ଗର୍ଜନ କରୁଥିବା ବେଳେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ ଅବକାରୀ କର୍ମଚାରୀ।  ସେମାନେ ପାଇଥିବା ଭୁଲ୍‌ ସୂଚନା ଯୋଗୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାନମୁଣ୍ଡ ଆଉଁଷି ପରିସ୍ଥିତି ସମ୍ଭାଳିବାକୁ ଯଥାସମ୍ଭବ ଲାଗି ପଡ଼ିଥିଲେ ଉପରିସ୍ଥ ଅଧିକାରୀ।

ଘଟଣା ଥିଲା କିଛି ଏମିତି । କୋରାପୁଟରୁ ଆସୁଥିବା ଏକ ସ୍କର୍ପିଓରେ ଗଞ୍ଜେଇ  ଥିବା ସୂଚନା ପାଇ ଗତକାଲି ଦଳବଳ ହୋଇ ଗାଡ଼ିକୁ ଅଟକାଇ ତଲାସି କରିଥିଲେ ଅବକାରୀ ଟିମ୍ । ଉକ୍ତ ଗାଡ଼ିରେ ଜଣେ ମହିଳା ତାଙ୍କ ଶିଶୁ , ଭାଇ, ବାପା କୋରାପୁଟରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଏହି ସମୟରେ କିଛି ଅବକାରୀ ଅଧିକାରୀ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ତେବେ ଅଭିଯୋଗ ଅନୁସାରେ ଏହି ସମୟରେ ଅବକାରୀ କର୍ମଚାରୀ କାର୍‌ର କାଚକୁ ବାଡ଼େଇଥିଲେ । ଫଳରେ ସେହି ପଟେ ବସିଥିବା ମହିଳାଙ୍କ ଶିଶୁ ଦେହରେ ଆଘାତ ଲାଗିଥିଲା ।  କାର୍‌କୁ ଅଟକାଇ  ଯାଞ୍ଚ କରିବା  ପରେ ବି ଅବକାରୀ ଟିମ୍‌ କୌଣସି ସାମଗ୍ରୀ ପାଇ ନଥିଲେ । ଏହି ଘଟଣାକୁ ସ୍ୱିକାର କରିଛନ୍ତି ଅବକାରୀ ଟିମ୍ ।

ଯେଉଁ ସୂଚନା ଆଧାରରେ ତଲାସି କରିଥିଲେ ତାହା  ଭୁଲ ପ୍ରମାଣିତ ହୋଇଥିଲା । ଗାଡ଼ିକୁ ତନ୍ନ ତନ୍ନ କରିବା ପରେ ବି ଗଞ୍ଜେଇର ଗନ୍ଧ ବି ପାଇଲେ ନାହିଁ।  ପରିସ୍ଥିତି ଏପରି ହୋଇଥିଲା କାର୍‌ରେ ଥିବା ମହିଳା ଓ ଯାତ୍ରୀ ଅବକାରୀ ଅଧିକାରୀଙ୍କୁ ରାସ୍ତା ଉପରେ ଘେରିଥିଲେ । କାର୍‌ରେ ଗଞ୍ଜେଇ ଥିବା ସୂଚନା ଭୁଲ ପ୍ରମାଣିତ ହୋଇଥିବା ଯୋଗୁଁ ଏଭଳି ହୋଇଛି ବୋଲି ଅବକାରୀ ଅଧିକାରୀ କହିଛନ୍ତି ।

ଏନେଇ ମହିଳାଜଣକ କହିଛନ୍ତି, ମୁଁ କୋରାପୁଟରୁ ଭୁବନେଶ୍ୱର ମୋ ଶାଶୁ ଘରକୁ ଯାଉଥିଲି।  ମୋ ବାପା, ଭାଇ ମୋ ସହ  ଆସିଥିଲେ। ଅବକାରୀ ଗାଡ଼ି ଆମ ପିଛା କରିବାରୁ ଆମେ ଗାଡ଼ି ଅଟକାଇ ଦେଇଥିଲୁ। ସେମାନେ କିନ୍ତୁ ଆସି ଜୋରରେ କାଚକୁ ବାଡ଼େଇଲେ । ମୋ ପୁଅ ଯେଉଁ ପଟରେ ବସିଛି, ସେହି କାଚକୁ ବାଡ଼େଇବାକୁ ମୋ ପୁଅ ନାକ ଆଘାତ ପାଇଛି। ମୋ ଭାଇ କଲର ଧରି ବାହାରକୁ ଟାଣି ଆଣିଲେ।  ମୋ କାନରେ କାଚ ପଶିଛି।

ଏନେଇ ଅବକାରୀ ଏଏସଆଇ କହିଛନ୍ତି, କୋରାପୁଟରୁ ଗଞ୍ଜେଇ ଆସୁଛି ବୋଲି ସୂଚନା ପାଇଥିଲୁ। ଷ୍ଟାଫମାନେ ଜଗିଥିଲେ। ଯେଉଁ ଗାଡ଼ି ନମ୍ବର ଥିଲା, ସେଥିରେ କିଛି ଜିନିଷ ନ ଥିଲା। ଦୁର୍ଭାଗ୍ୟବଶତଃ ଏପରି ଘଟଣା ଘଟିଗଲା। ଆମେ ସମାଧାନ କରିବାକୁ ଚେଷ୍ଟା କରୁଛି।

The post ‘ତୁମେ କ’ଣ ଦବଙ୍ଗଗିରି ଦେଖାଇ ଷ୍ଟାଇଲ ମାରି ଆସିବ’, ଏପରି ଗର୍ଜନ ଶୁଣି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ appeared first on Odisha Reporter.

]]>
centre bottom, smuggling 2021-07-15 15:03:18 https://cdn.odishareporter.in/wp-content/uploads/2021/07/15091629/bar.jpg