କେନ୍ଦ୍ରାପଡ଼ା – Odisha Reporter https://odishareporter.in Sat, 08 May 2021 03:38:25 +0000 en-US hourly 1 ମା’ ପାଖରେ ଶୋଇଥିଲେ ଭାଇଭଉଣୀ, କାମୁଡ଼ି ଦେଲା ସାପ https://odishareporter.in/odisha/brother-sister-dead-in-snake-bite-641675 Sat, 08 May 2021 03:38:25 +0000 https://odishareporter.in/?p=641675

ଆଳି(ବନମାଳି ସାହୁ): ରାତିରେ ମା’ ପାଖରେ ଶୋଇଥିଲେ ଭାଇଭଉଣୀ। ହେଲା ଭାବି ନ ଥିଲେ ପରଦିନ ସକାଳ ଦେଖିପାରିବେନି ବୋଲି। ରାତିରେ ହିଁ ବିଷଧର ସାପ କାମୁଡ଼ାରୁ ଆଖି ବୁଜିଲେ ଭାଇଭଉଣୀ। ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ, ଓ ୩ବର୍ଷର ଝିଅ ଭୂମିକା। ସୂଚନା ଅନୁଯାୟୀ, ଗତ କାଲି ରାତିରେ  ମା’ଙ୍କ ପାଖରେ ଅଭିଷେକ […]

The post ମା’ ପାଖରେ ଶୋଇଥିଲେ ଭାଇଭଉଣୀ, କାମୁଡ଼ି ଦେଲା ସାପ appeared first on Odisha Reporter.

]]>

ଆଳି(ବନମାଳି ସାହୁ): ରାତିରେ ମା’ ପାଖରେ ଶୋଇଥିଲେ ଭାଇଭଉଣୀ। ହେଲା ଭାବି ନ ଥିଲେ ପରଦିନ ସକାଳ ଦେଖିପାରିବେନି ବୋଲି। ରାତିରେ ହିଁ ବିଷଧର ସାପ କାମୁଡ଼ାରୁ ଆଖି ବୁଜିଲେ ଭାଇଭଉଣୀ। ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ, ଓ ୩ବର୍ଷର ଝିଅ ଭୂମିକା।

ସୂଚନା ଅନୁଯାୟୀ, ଗତ କାଲି ରାତିରେ  ମା’ଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ ପ୍ରଥମେ ଅଭିଷେକର ହାତକୁ ଓ ପରେ ଭୂମିକାକୁ ସାପ କାମୁଡି ଦେଇଥିଲା। ଉଭୟଙ୍କ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି  ସାପ ଦେଖିଥିଲେ ।

ଏହାପରେଚିକିତ୍ସା ପାଇଁ ପ୍ରଥମେ ଉଭୟଙ୍କୁ  ଯାଜପୁର ହସ୍ପିଟାଲ  ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।  ଏହାକୁ ନେଇ ଗୋବିନ୍ଦପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

The post ମା’ ପାଖରେ ଶୋଇଥିଲେ ଭାଇଭଉଣୀ, କାମୁଡ଼ି ଦେଲା ସାପ appeared first on Odisha Reporter.

]]>
right bottom 2021-05-08 09:08:25 https://cdn.odishareporter.in/wp-content/uploads/2020/09/24120837/snake-3.jpg
‘ନବୀନ ପଟ୍ଟନାୟକ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ’ https://odishareporter.in/odisha/naveen-patnaik-will-give-justice-says-the-girl-639473 Thu, 29 Apr 2021 04:40:44 +0000 https://odishareporter.in/?p=639473

ଆଳି (ବନମାଳି ସାହୁ): ‘ମୁଁ ରମାଦେବୀ କଲେଜରେ ଯୁକ୍ତ ୨ରେ ପଢୁଛି। ନବୀନ ପଟ୍ଟନାୟକଙ୍କୁ ସବୁ ବର୍ଷ ରାକ୍ଷୀ ବାନ୍ଧିବାକୁ ଯାଏ। ସେ ମୋ ଭାଇ। ତାଙ୍କୁ ସବୁ ଜଣାଇବି। ସେ ମୋତେ ନ୍ୟାୟ ଦେବେ। ସେ ମୋତେ ବହୁତ ସୁବିଧା ସାହାଯ୍ୟ ଦେଇଛନ୍ତି। କେବେ ନିରାଶ କରି ନାହାନ୍ତି।’  ଥାନାକୁ ନ୍ୟାୟ ପାଇଁ ଯାଇ ଦୁର୍ବ୍ୟବହାରର ଶିକାର ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀ ଦେଇଛନ୍ତି ଏହି ପ୍ରତିକ୍ରିୟା। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାର। ଏହି ଦିବ୍ୟାଙ୍ଗ ଛାତ୍ରୀଙ୍କ […]

The post ‘ନବୀନ ପଟ୍ଟନାୟକ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ’ appeared first on Odisha Reporter.

]]>

ଆଳି (ବନମାଳି ସାହୁ): ‘ମୁଁ ରମାଦେବୀ କଲେଜରେ ଯୁକ୍ତ ୨ରେ ପଢୁଛି। ନବୀନ ପଟ୍ଟନାୟକଙ୍କୁ ସବୁ ବର୍ଷ ରାକ୍ଷୀ ବାନ୍ଧିବାକୁ ଯାଏ। ସେ ମୋ ଭାଇ। ତାଙ୍କୁ ସବୁ ଜଣାଇବି। ସେ ମୋତେ ନ୍ୟାୟ ଦେବେ। ସେ ମୋତେ ବହୁତ ସୁବିଧା ସାହାଯ୍ୟ ଦେଇଛନ୍ତି। କେବେ ନିରାଶ କରି ନାହାନ୍ତି।’  ଥାନାକୁ ନ୍ୟାୟ ପାଇଁ ଯାଇ ଦୁର୍ବ୍ୟବହାରର ଶିକାର ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀ ଦେଇଛନ୍ତି ଏହି ପ୍ରତିକ୍ରିୟା।

ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାର। ଏହି ଦିବ୍ୟାଙ୍ଗ ଛାତ୍ରୀଙ୍କ ନାଁ ପ୍ରମିଳା ଜେନା। ସେ ଦୃଷ୍ଟି ବାଧିତ। ତାଙ୍କ ଘର ଛେଦଶ ଗାଁରେ। ଜମିବାଡ଼ି ବିବାଦକୁ ନେଇ ଗତ ୨୩ ତାରିଖରେ ତାଙ୍କର ଜଣେ ଭାଇ-ଭାଉଜ ତାଙ୍କୁ ଗାଳି ଗୁଲଜ କରିଥିଲେ। ଫଳରେ ଅନ୍ୟ ଜଣେ ଭାଇଙ୍କ ସହାୟତାରେ ସେ ରାଜକନିକା ଥାନାରେ ଏନେଇ ଏତଲା ଦେଇଥିଲେ।

ପ୍ରମିଳା ଅଭିଯୋଗ କରିବାର ତିନି ଦିନ ପରେ ଅର୍ଥାତ ଏପ୍ରିଲ ୨୬ ତାରିଖରେ ରାଜକନିକା ଥାନା ମହିଳା ଏସ‌୍‍‌୍‍ଆଇ ତାଙ୍କୁ ଡକାଇଥିଲେ। ହେଲେ ମାମଲାର ସମାଧାନ କରିବା ବଦଳରେ ଏସ‌୍‍‌୍‍ଆଇ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ ଅନ୍ଧୁଣୀ ବୋଲି ମଧ୍ୟ କହିଥିଲେ ବୋଲି ଅଭିଯୋଗ ହୋଇଛି।

ପ୍ରମିଳା କହିଛନ୍ତି, ମୋ ଜାଗାବାଡ଼ି ଉପରେ ଷ୍ଟେ ଅର୍ଡର କରିଛି ଘନ ଜେନା। ମୋ ଭାଇମାନେ ପଇସା ଦେଇ କେସ‌୍‍ ଲଢୁଥିବା ବେଳେ ଜଣେ ଭାଇ ପଇସା ଦେଉ ନାହାନ୍ତି। ତାଙ୍କୁ ପଇସା ମାଗିବାକୁ ଯାଇଥିବା ବେଳେ ସେ ଓ ଭାଉଜ ମୋତେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲି। ହେଲେ ମହିଳା ଏସ‌୍‍‌୍‍ଆଇ କାନନବାଳା ସାହୁ ମୋତେ ଅନ୍ଧୁଣୀ କହିବା ସହିତ ପାଟି ଚୁପ‌୍‍ ରଖିବାକୁ କହିଥିଲେ। ପାଟି ଚୁପ‌୍‍ ନରଖିଲେ ଜେଲରେ ପୂରାଇ ଦେବେ ବୋଲି କହିଥିଲେ।

ଏ ଘଟଣା ସଂପର୍କରେ ପ୍ରମିଳା ଇ-ମେଲ କରି ତଥା ସ୍ପୀଡ‌୍‍ ପୋଷ୍ଟ ମାଧ୍ୟରେ କେନ୍ଦ୍ରାପଡ଼ା ଏସପିଙ୍କୁ ଜଣାଇଛନ୍ତି। ଏସଆଇଙ୍କ ବ୍ୟବହାର ତାଙ୍କୁ କଷ୍ଟ ଦେଇଛି ବୋଲି ପ୍ରମିଳା କହିଛନ୍ତି। ତା’ସହିତ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ପ୍ରମିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜକନିକା ଥାନା ମହିଳା ଏସଆଇ କାନନବାଳା ସାହୁ।  ସେ କହିଛନ୍ତି, ମୁଁ ସେମାନଙ୍କୁ କହିଲି ତୁମମାନଙ୍କର ଜମିବାଡ଼ି ସମସ୍ୟା। ତୁମ ନିଜ ଭିତରେ ଏହାର ସମାଧାନ କରି ନିଅ। ନହେଲେ ସମସ୍ତଙ୍କୁ ବାନ୍ଧିବି। ହେଲେ ଅନ୍ଧୁଣୀ ବୋଲି କହି କାହାକୁ ଗାଳି କରିନି। ମୋତେ କ’ଣ ମୋ ଚାକିରି ପିତା ଲାଗିଲାଣି ଯେ ତାକୁ ଅନ୍ଧୁଣୀ କହିବି। ଏସବୁ ବେକାର କଥା। ଯଦି କରିଥିବି, କରିଥିବି।

 

The post ‘ନବୀନ ପଟ୍ଟନାୟକ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ’ appeared first on Odisha Reporter.

]]>
right bottom 2021-04-29 14:52:43 https://cdn.odishareporter.in/wp-content/uploads/2021/04/29100933/naveen-1.jpg
୨୦ କେଜି ହରିଣ ମାଂସ ଜବତ https://odishareporter.in/odisha/kendrapada/20-kg-of-deer-meat-seized-637392 Wed, 21 Apr 2021 07:28:52 +0000 https://odishareporter.in/?p=637392

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନାଞ୍ଚଳରେ ଦିନକୁ ଦିନ ଅବାଧରେ ବଢି ଚାଲିଛି ବନ୍ୟ ଜନ୍ତୁ ଶିକାର। ହେଲେ ନିଘୋଡ଼ ନିଦ୍ରାରେ ଶୋଇଛି ବନ ବିଭାଗ। କେତେବେଳେ ବାରହା ତ’ କେତେବେଳେ ହରିଣ ଭଳି ନିରୀହ ଜୀଵ ମାନଙ୍କୁ ମାରି ଦଲାଲ ମାନେ ମାଲେମାଲ ହେଉଛନ୍ତି। ବନ ବିଭାଗ କାର୍ଯ୍ୟାଳୟର ମାତ୍ର କେଇ ମିଟର ଦୂରରେ ଏକ ଅଟୋ ଯୋଗେ ହରିଣ ମାଂସ ଚାଲାଣ ହେଉଥିବା ବେଳେ ବିଭାଗ ପାଖରେ ଖବର ନାହିଁ। ମହାକାଳପଡ଼ା ବନ୍ୟ […]

The post ୨୦ କେଜି ହରିଣ ମାଂସ ଜବତ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନାଞ୍ଚଳରେ ଦିନକୁ ଦିନ ଅବାଧରେ ବଢି ଚାଲିଛି ବନ୍ୟ ଜନ୍ତୁ ଶିକାର। ହେଲେ ନିଘୋଡ଼ ନିଦ୍ରାରେ ଶୋଇଛି ବନ ବିଭାଗ। କେତେବେଳେ ବାରହା ତ’ କେତେବେଳେ ହରିଣ ଭଳି ନିରୀହ ଜୀଵ ମାନଙ୍କୁ ମାରି ଦଲାଲ ମାନେ ମାଲେମାଲ ହେଉଛନ୍ତି।

ବନ ବିଭାଗ କାର୍ଯ୍ୟାଳୟର ମାତ୍ର କେଇ ମିଟର ଦୂରରେ ଏକ ଅଟୋ ଯୋଗେ ହରିଣ ମାଂସ ଚାଲାଣ ହେଉଥିବା ବେଳେ ବିଭାଗ ପାଖରେ ଖବର ନାହିଁ। ମହାକାଳପଡ଼ା ବନ୍ୟ ଜୀଵ ବନାଞ୍ଚଳ ଅଧିନ  ପେଟଛେ।ଲା  ପଂଚାୟତ ଅଧିନ ଲୁଣା ଘେରି ନିକଟ କେନ୍ତିଆ ଛକରେ ଏକ ଅଟୋରୁ ୨୦ କେଜି ହରିଣ ମାଂସ ଜବତ କରାଯାଇଛି।

ସ୍ଥାନୀୟ ଲୋକେ ଚଢ଼ାଉ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୨୦କେଜି ହରିଣ ମାଂସ ଜବତ କରିବା ସହ   ଅଭିଯୁକ୍ତ  ପ୍ରଦୀପ ଦାସକୁ ଗିରଫ କରିଛି। ଘଟଣା ସ୍ଥଳରୁ ଆଉ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ଏଥିସହ ଅଟୋକୁ ମଧ୍ୟ ଜବତ କରାଯାଇଛି।

The post ୨୦ କେଜି ହରିଣ ମାଂସ ଜବତ appeared first on Odisha Reporter.

]]>
right bottom 2021-04-21 12:58:52 https://cdn.odishareporter.in/wp-content/uploads/2021/04/21125657/unb.jpg
କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡ ଓ ତିନି ହାତ ଥିବା ଶିଶୁକନ୍ୟା https://odishareporter.in/odisha/kendrapada/two-headed-girl-child-born-in-kendrapara-634747 Sun, 11 Apr 2021 12:05:04 +0000 https://odishareporter.in/?p=634747

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଜଗାକାଳିଆ ପରେ ଆଉ ଆଉଏକ ଯୋଡ଼ା ଶିଶୁକୁ ନେଇ ଚର୍ଚ୍ଚା। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଶିଶୁ କନ୍ୟାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯଇଥିଲା। ଶିଶୁକନ୍ୟାର ଛାତି […]

The post କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡ ଓ ତିନି ହାତ ଥିବା ଶିଶୁକନ୍ୟା appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଜଗାକାଳିଆ ପରେ ଆଉ ଆଉଏକ ଯୋଡ଼ା ଶିଶୁକୁ ନେଇ ଚର୍ଚ୍ଚା। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଶିଶୁ କନ୍ୟାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯଇଥିଲା।

ଶିଶୁକନ୍ୟାର ଛାତି ଓ ପେଟ ଗୋଟିଏ ରହିଛି। ଶିଶୁକନ୍ୟାର ଦୁଇଟି ଗୋଡ଼ ଥିବା ବେଳେ ପିଟି ପଟକୁ ଗୋଟିଏ ହାତ ଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁ ର ଉମାକାନ୍ତ ପରିଡାଙ୍କ ସ୍ତ୍ରୀ ଅମ୍ବିକା ଆଜି ଏହି ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି। ଏହା ଉମାକାନ୍ତଙ୍କ ଦ୍ଵିତୀୟ ସନ୍ତାନ ବୋଲି ଜଣାପଡିଛି। ତେବେ ଡାକ୍ତର ମାନେ ଶିଶୁ ଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି।

ଶିଶୁକନ୍ୟାର ବାପା ଉମାକାନ୍ତ ଏବେ ସରକାରଙ୍କ ନିକଟରେ ସହାୟତା ପାଇଁ ନିବେଦନ କରିଛନ୍ତି। ଯେମିତି ସରକାର ଜଗା କାଳିଆକୁ ଅଲଗା କରି ସେମାନଙ୍କ ଠିକ୍ କରିଥିଲେ, ସେମିତି ନିଜ ଶିଶୁକନ୍ୟାକୁ ଅଲଗା କରିବା ପାଇଁ ଉମାକାନ୍ତ ସରକାରଙ୍କୁ ଗୁହାରି କରିଛନ୍ତି।

The post କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡ ଓ ତିନି ହାତ ଥିବା ଶିଶୁକନ୍ୟା appeared first on Odisha Reporter.

]]>
centre bottom 2021-04-11 17:37:13 https://cdn.odishareporter.in/wp-content/uploads/2021/04/11173343/child.jpg
ମହିଳାଙ୍କୁ ତଳେ ଗଡ଼ାଇ ମାଡ଼ ମାରିଥିଲେ, ବନ୍ଧା ହେଲେ https://odishareporter.in/odisha/3-arrested-in-alligation-of-beating-a-woman-in-the-street-632812 Mon, 05 Apr 2021 05:08:36 +0000 https://odishareporter.in/?p=632812

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମାରିବା ଘଟଣାରେ ନିକିରାଇ ପୁଲିସ୍‌  ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ । ପୀଡ଼ିତାଙ୍କ ମାମୁଙ୍କ ଏତଲା ଆଧାରରେ ତଦନ୍ତ କରି ପୁଲିସ୍‌ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ […]

The post ମହିଳାଙ୍କୁ ତଳେ ଗଡ଼ାଇ ମାଡ଼ ମାରିଥିଲେ, ବନ୍ଧା ହେଲେ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମାରିବା ଘଟଣାରେ ନିକିରାଇ ପୁଲିସ୍‌  ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ ।

ପୀଡ଼ିତାଙ୍କ ମାମୁଙ୍କ ଏତଲା ଆଧାରରେ ତଦନ୍ତ କରି ପୁଲିସ୍‌ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ପୀଡ଼ିତାଙ୍କ ମାମୁ ଏତଲା ଦେଇଥିଲେ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପୀଡିତା ସୁଚିସ୍ମିତାଙ୍କ ସ୍ୱାମୀ ଜିତେନ୍ଦ୍ର ପ୍ରଧାନଙ୍କ ମାମୁ ଘର ଲୋକ।

ମହିଳାଙ୍କୁ ମାଡ଼ ମରାଯାଉଥିବା ଦୃଶ୍ୟ । (ଫାଇଲ୍‌ ଫଟୋ)

ଗତ ୨ ତାରିଖ ଦିନ ପାରିବାରିକ କଳହକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପରେ ସୁଚିସ୍ମିତାଙ୍କୁ ତାଙ୍କ ସ୍ୱାମୀଙ୍କ ମାମୁ ଘର ଲୋକେ ମରଣାନ୍ତକ ଆକ୍ରମଣ କରି ଗାଁ ଦାଣ୍ଡରେ ତଳେ ଗଡ଼ାଇ ଗଡ଼ାଇ ମାଡ଼ ମାରିଥିଲ । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ସୂଚନାଯୋଗ୍ୟ, ଏକ ଘରକୁ ନେଇ ସୁଚିସ୍ମିତାଙ୍କ ବାପ ଘର ଓ ଶାଶୁ ଘର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା।  ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କିଛି ଲୋକ ସୁଚିସ୍ମିତାଙ୍କୁ ବାଉଁଶରେ ବାଡ଼େଇ ଥିଲେ । ଏମିତିକି ଅପର ପକ୍ଷର ମହିଳା ମାନେ ତାଙ୍କୁ ତଳେ ପକାଇ ମାଡ ମାରିଥିଲେ । ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୂର୍ବରୁ ସୁଚିସ୍ମିତାଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଥାନାରେ ମାମଲା ରହିଛି।

The post ମହିଳାଙ୍କୁ ତଳେ ଗଡ଼ାଇ ମାଡ଼ ମାରିଥିଲେ, ବନ୍ଧା ହେଲେ appeared first on Odisha Reporter.

]]>
right bottom 2021-04-05 15:59:18 https://cdn.odishareporter.in/wp-content/uploads/2021/04/05103615/arrest.jpg
ଗାଁ ଦାଣ୍ଡରେ ଛାତି ଥରା ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ https://odishareporter.in/odisha/kendrapada/the-woman-was-beaten-in-the-street-632383 Sat, 03 Apr 2021 07:28:19 +0000 https://odishareporter.in/?p=632383

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ କୋର ଗାଁରେ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି l ମହିଳାଙ୍କୁ ତଳେ ପକାଇ ଉଲଗ୍ନ କରି ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି l ତେବେ ପାରିବାରିକ କଳହକୁ ନେଇ ମାରପିଟ ହୋଇଥିବା ଜଣାପଡିଛି l ମାଡ଼ ଖାଇଥିବା ମହିଳା ଜଣକ ହେଉଛନ୍ତି ସୁଚିସ୍ମିତା ଭଦ୍ର । ପାରିବାରିକ […]

The post ଗାଁ ଦାଣ୍ଡରେ ଛାତି ଥରା ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ କୋର ଗାଁରେ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି l ମହିଳାଙ୍କୁ ତଳେ ପକାଇ ଉଲଗ୍ନ କରି ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି l ତେବେ ପାରିବାରିକ କଳହକୁ ନେଇ ମାରପିଟ ହୋଇଥିବା ଜଣାପଡିଛି l

ମାଡ଼ ଖାଇଥିବା ମହିଳା ଜଣକ ହେଉଛନ୍ତି ସୁଚିସ୍ମିତା ଭଦ୍ର । ପାରିବାରିକ ଗଣ୍ଡଗୋଳରୁ ସମ୍ପୃକ୍ତ ମହିଳାଙ୍କୁ କିଛି ଲୋକ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଥିବା ଜଣାପଡ଼ିଛି। ତେବେ ଉଭୟ ପରିବାର ଭିତରେ ଏକ ଘରକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଶୁକ୍ରବାର ଅପରାହ୍ନରେ ପୂର୍ବ ଘଟଣାକୁ ନେଇ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା l

ଏଥିରେ ଉତକ୍ଷିପ୍ତ ହୋଇ କିଛି ଲୋକ ସୁଚିସ୍ମିତାଙ୍କୁ ବାଉଁଶରେ ବାଡ଼େଇ ଥିଲେ l ଏମିତିକି ଅପର ପକ୍ଷର ମହିଳା ମାନେ ତାଙ୍କୁ ତଳେ ପକାଇ ମାଡ ମାରିଥିଲେ l ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତେବେ ପୂର୍ବରୁ ତାଙ୍କୁ ଶାଶୂ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଥାନାରେ ମାମଲା ରହିଛି।

The post ଗାଁ ଦାଣ୍ଡରେ ଛାତି ଥରା ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ appeared first on Odisha Reporter.

]]>
right bottom 2021-04-03 16:35:18 https://cdn.odishareporter.in/wp-content/uploads/2021/04/03125609/nbv.jpg
ହୋଲି ଖେଳି ଗାଧୋଇବାକୁ ଯାଇଥିଲେ, ବୁଡ଼ିଗଲେ ୨ ଛାତ୍ର https://odishareporter.in/odisha/kendrapada/2-boys-missing-in-river-while-taking-bath123-631669 Wed, 31 Mar 2021 09:50:28 +0000 https://odishareporter.in/?p=631669

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହୋଲି ଖେଳ ପରେ ନଦୀରେ ଗାଧୋଇବା ହେଲା କାଳ। ନଦୀରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ୨ ଜଣ ଛାତ୍ର। ଆଜି ଏମିତି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ। ନିଖୋଜ ଛାତ୍ରଦ୍ୱୟ ହେଲେ ସୌମ୍ୟ ରଞ୍ଜନ ଦାସ ଓ ସ୍ମୃତି ରଞ୍ଜନ ଦାସ। ସୌମ୍ୟ ଯୁକ୍ତ ୩ର ଛାତ୍ର ହୋଇଥିବା ବେଳେ ସ୍ମୃତି ୯ ଶ୍ରେଣୀର ଛାତ୍ର। ଆଜି ଠାକୁରଙ୍କ ହୋଲି ଖେଳ ପରେ […]

The post ହୋଲି ଖେଳି ଗାଧୋଇବାକୁ ଯାଇଥିଲେ, ବୁଡ଼ିଗଲେ ୨ ଛାତ୍ର appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହୋଲି ଖେଳ ପରେ ନଦୀରେ ଗାଧୋଇବା ହେଲା କାଳ। ନଦୀରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ୨ ଜଣ ଛାତ୍ର। ଆଜି ଏମିତି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ।

ନିଖୋଜ ଛାତ୍ରଦ୍ୱୟ ହେଲେ ସୌମ୍ୟ ରଞ୍ଜନ ଦାସ ଓ ସ୍ମୃତି ରଞ୍ଜନ ଦାସ। ସୌମ୍ୟ ଯୁକ୍ତ ୩ର ଛାତ୍ର ହୋଇଥିବା ବେଳେ ସ୍ମୃତି ୯ ଶ୍ରେଣୀର ଛାତ୍ର।

ଆଜି ଠାକୁରଙ୍କ ହୋଲି ଖେଳ ପରେ ଆଉ ଦୁଇ ଜଣଙ୍କ ସହ ମିଶି ସୌମ୍ୟ ଓ ସ୍ମୃତି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଏହି ଦୁଇ ଜଣ ଗଭୀର ଜଳକୁ ଚାଲି ଯାଇଥିଲେ। ଅନ୍ୟ ଦୁଇ ଜଣ ସେମାନଙ୍କୁ ଉଦ୍ଧାର କରିବା ପ୍ରାୟାସ କରି ‍ବିଫଳ ହୋଇଥିଲେ।

ସୌମ୍ୟ ଓ ସ୍ମୃତି ନିଖୋଜ ଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅଭିଯାନ ଆରମ୍ଭ କରାଯାଇଛି।

 

The post ହୋଲି ଖେଳି ଗାଧୋଇବାକୁ ଯାଇଥିଲେ, ବୁଡ଼ିଗଲେ ୨ ଛାତ୍ର appeared first on Odisha Reporter.

]]>
centre bottom 2021-03-31 15:45:26 https://cdn.odishareporter.in/wp-content/uploads/2021/03/31151422/6hnb-1.jpg
ପ୍ରତିଭା ଭରପୂର, ନାହିଁ କ୍ରୀଡ଼ା ଭିତ୍ତିଭୂମି https://odishareporter.in/odisha/kendrapada/kendrapara-women-footballers-need-sports-infrastructure-for-better-development-629326 Mon, 22 Mar 2021 11:53:46 +0000 https://odishareporter.in/?p=629326

କେନ୍ଦ୍ରାପଡ଼ା (ବନମାଳି ସାହୁ/ ମନୋଜ ସ୍ୱାଇଁ): ରାଜ୍ୟରେ ଅନେକ ପ୍ରତିଭାବାନ ଫୁଟବଲର ଅଛନ୍ତି। ବିଶେଷକରି କେନ୍ଦ୍ରାପଡ଼ାରୁ ବହୁ ପ୍ରତିଭା ସମ୍ପନ୍ନ ଫୁଟବଲ ଖେଳାଳି ସୃଷ୍ଟି ହୋଇ ଆଜି ଅନ୍ତଜାର୍ତୀୟ ଓ ଜାତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରିଛନ୍ତି। ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଏବେ କ୍ରୀଡ଼ା ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳିଛି। ଏହି ଅଭାବ କାରଣରୁ ଜିଲ୍ଲାରେ ପ୍ରଚୁର ପ୍ରତିଭା ଥାଇକି ବି ଫୁଟବଲରେ ବିକାଶ ହୋଇପାରୁନାହିଁ। କେନ୍ଦ୍ରାପଡା ଜିଲ୍ଲା ଆଳିର ମିନି […]

The post ପ୍ରତିଭା ଭରପୂର, ନାହିଁ କ୍ରୀଡ଼ା ଭିତ୍ତିଭୂମି appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ବନମାଳି ସାହୁ/ ମନୋଜ ସ୍ୱାଇଁ): ରାଜ୍ୟରେ ଅନେକ ପ୍ରତିଭାବାନ ଫୁଟବଲର ଅଛନ୍ତି। ବିଶେଷକରି କେନ୍ଦ୍ରାପଡ଼ାରୁ ବହୁ ପ୍ରତିଭା ସମ୍ପନ୍ନ ଫୁଟବଲ ଖେଳାଳି ସୃଷ୍ଟି ହୋଇ ଆଜି ଅନ୍ତଜାର୍ତୀୟ ଓ ଜାତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରିଛନ୍ତି। ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଏବେ କ୍ରୀଡ଼ା ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳିଛି। ଏହି ଅଭାବ କାରଣରୁ ଜିଲ୍ଲାରେ ପ୍ରଚୁର ପ୍ରତିଭା ଥାଇକି ବି ଫୁଟବଲରେ ବିକାଶ ହୋଇପାରୁନାହିଁ।

କେନ୍ଦ୍ରାପଡା ଜିଲ୍ଲା ଆଳିର ମିନି ଷ୍ଟାଡିୟମ ବହୁ ଫୁଟବଲ ଖେଳାଳି ସୃଷ୍ଟି କରିଛି। ଏଠାରୁ ଯେ କେବଳ ଓଡିଶା ପାଇଁ ନୁହେଁ ବରଂ ଭାରତକୁ ଦେଇଛି ଅନେକ ଫୁଟବଲ ପ୍ରତିଭା, ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଦୀର୍ଘବର୍ଷ ଧରି ଏହା ରାଜ୍ୟ ଫୁଟବଲର ଅନ୍ତୁଡିଶାଳ ଭାବେ ପରିଚୟ ହାସଲ କରିଛି।

ପ୍ରତିଦିନ ଏଠାକୁ ୪୦ରୁ ୫୦ ମହିଳା ପ୍ରଶିକ୍ଷଣ ପାଇଁ ଆସିଥାନ୍ତି। ହେଲେ ଏବେ ଏହି ଉଦୀୟମାନ ପ୍ରତିଭାଙ୍କ ବିକାଶରେ ବାଧକ ସାଜିଛି ଅବହେଳିତ ଉତ୍ତମ ଭିତ୍ତିଭୂମିର ଅଭାବ ଓ ପେସାଦାର ପ୍ରଶିକ୍ଷକଙ୍କ ଅନୁପସ୍ଥିତି। ଯେଉଁକାରଣରୁ ଏମାନଙ୍କୁ ନା ଅଭ୍ୟାସ ପାଇଁ ପ୍ରଚୁର ସଂଖ୍ୟାରେ ଫୁଟବଲ ମିଳିପାରୁଛି ନା ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ମିଳୁଛି।

ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଜଣେ ସଂଘମିତ୍ରା ମଲ୍ଲିକ ନାମକ ଫୁଟବଲ୍ ଖେଳାଳି କହିଛନ୍ତି, ପ୍ରାକ୍ଟିସ୍ ପାଇଁ ଆବଶ୍ୟକ ବଲ୍ ମହଜୁଦ୍ ନାହିଁ। ତା’ ଛଡ଼ା ଗୋଟିଏ ଜୋତା ମାସେ ଓ ଦୁଇମାସ ଭିତରେ ଖରାପ ହୋଇଯାଉଛି। ଅନ୍ୟତମ ଫୁଟବଲ୍ ଖେଳାଳି କ୍ରିଷ୍ଣା ବାରିକ କହିଛନ୍ତି, ଏଠାରେ ଗୋଟିଏ ସ୍ପୋର୍ଟ୍ସ ହଷ୍ଟେଲେ ନିର୍ମାଣ କରାଗଲେ, ଭଲ ହୁଅନ୍ତା। ଏହା ହେଲେ ସମସ୍ତେ ଭଲଭାବେ ପ୍ରାକ୍ଟିସ କରିପାରିବେ।

ସେହିପରି ଫୁଟବଲ କୋଚ୍ ସୁଶାନ୍ତ ମଲ୍ଲିକ୍ କହିଛନ୍ତି, କୋଚିଂ ପାଇଁ ଯେଉଁ ମଡର୍ଣ୍ଣ ସିଷ୍ଟମ୍ ଆସିଲାଣି, ତା’ର ସମ୍ପୂର୍ଣ୍ଣ ଅଭାବ ଏଠାରେ ରହିଛି। ଖେଳ ପାଇଁ ଯେଉଁ ଉପକରଣ ସବୁ ଦରକାର ଯେପରି କୋନ୍, ଲ୍ୟାଡର, ବୁଟ୍, ବଲ, ଟ୍ରାକ୍ ସୁଟ୍ ଆଦିର ଅଭାବ ରହିଛି। ସରକାର ଏଥିପ୍ରତି ନିଶ୍ଚିତ ଚିନ୍ତା କରିବା ଦରକାର।

ଦୀର୍ଘ ୨୦ ବର୍ଷ ହେଲା ଆଳି ଆଥଲେଟିକ୍ସ ଆସୋସିଏସନ ଅଧୀନରେ ଥିବା ଏହି ଷ୍ଟାଡିୟମ ମହିଳା ଫୁଟବଲରଙ୍କୁ ନିରବଛିନ୍ନ ଭାବେ ପ୍ରଶିକ୍ଷଣ ଦେଇଆସୁଛି। ଆଖ ପାଖ ଅନେକ ଗାଁରୁ ଏଠାକୁ ଖେଳିବାକୁ ଅନେକ ଝିଅ ଆସୁଥିବାରୁ ଏକ ସ୍ପୋର୍ଟ୍ସ ହଷ୍ଟେଲ ପାଇଁ ମଧ୍ୟ ଦାବି ଉଠିଛି। ସେପଟେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବା ଏବଂ ସ୍ପୋର୍ଟ୍ସ ହଷ୍ଟେଲ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜିଲ୍ଲପାଳ କହିଛନ୍ତି।

The post ପ୍ରତିଭା ଭରପୂର, ନାହିଁ କ୍ରୀଡ଼ା ଭିତ୍ତିଭୂମି appeared first on Odisha Reporter.

]]>
right bottom 2021-03-22 18:25:28 https://cdn.odishareporter.in/wp-content/uploads/2021/03/22171623/Football.jpg
ଆନ୍ଧ୍ର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ୩୦ ଦାଦନ ଶ୍ରମିକ https://odishareporter.in/odisha/kendrapada/30-migrant-labour-rescued-from-andhra-after-interference-of-governer-biswabhusan-harichandan-628994 Sun, 21 Mar 2021 10:55:38 +0000 https://odishareporter.in/?p=628994

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଆନ୍ଧ୍ରପ୍ରଦେଶର ରାଜମୁଣ୍ଡ୍ରିରୁ ୩୦ ଜଣ ଯୁବତୀ ଓ ମହିଳା ଉଦ୍ଧାର ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହସ୍ତକ୍ଷେପ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲି ଗ୍ରାମର ୩୦ଜଣ ଯୁବତୀ ଓ ମହିଳା ଶ୍ରମଜୀବୀ ଦାଦନ ଘଟିବା ପାଇଁ ସ୍ଥାନୀୟ ଠିକାଦାର ଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶର ପାଲକେଲା ଯାଇଥିଲେ। ଏହି କମ୍ପାନୀରେ ଦୀର୍ଘମାସ ହେବ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ ଧରି କାମ କରୁଥିଲେ […]

The post ଆନ୍ଧ୍ର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ୩୦ ଦାଦନ ଶ୍ରମିକ appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଆନ୍ଧ୍ରପ୍ରଦେଶର ରାଜମୁଣ୍ଡ୍ରିରୁ ୩୦ ଜଣ ଯୁବତୀ ଓ ମହିଳା ଉଦ୍ଧାର ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହସ୍ତକ୍ଷେପ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲି ଗ୍ରାମର ୩୦ଜଣ ଯୁବତୀ ଓ ମହିଳା ଶ୍ରମଜୀବୀ ଦାଦନ ଘଟିବା ପାଇଁ ସ୍ଥାନୀୟ ଠିକାଦାର ଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶର ପାଲକେଲା ଯାଇଥିଲେ।

ଏହି କମ୍ପାନୀରେ ଦୀର୍ଘମାସ ହେବ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ ଧରି କାମ କରୁଥିଲେ ମଧ୍ୟ ସେମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଉପଯୁକ୍ତ ପ୍ରାପ୍ୟ ଦେଉନଥିଲେ। ଏହା ସହିତ ନାନା ପ୍ରକାର ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ। ଏମାନଙ୍କୁ ନେଇଥିବା ଠିକାଦାରଙ୍କୁ ଏ ସମ୍ବନ୍ଧରେ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଏପରିକି ସେମାନଙ୍କୁ ଘରକୁ ଆସିବା ପାଇଁ ଛଡା ଯାଉନଥିଲା।

ତେବେ ସେଠାରେ କାର୍ଯ୍ୟରତ ମହିଳା ଜଣେ କୌଶଳ କ୍ରମେ ଖସି ଆସି ପରିବାରକୁ ଜଣାଇଥିଲେ। ଗ୍ରାମରୁ ମହିଳାଙ୍କ ପରିବାର ସଦସ୍ୟ ଜିଲ୍ଲା ପ୍ରଶାସନକୁ ଭେଟି ଥିଲେ। ପ୍ରଶାସନ ପାଖରୁ ସେଭଳି କିଛି ଆଶ୍ୱାସନା ନମିଳିବାରୁ ଗ୍ରାମରୁ କିଛି ଲୋକ ଫସିଥିବା ପରିବାରର ସଦସ୍ୟ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ଗାଁ ଲୋକେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ହରିଚନ୍ଦନକୁ ଭେଟି ସମସ୍ତ ସମସ୍ୟା ସମ୍ପର୍କରେ ଜଣାଇ ମହିଳା ଓ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।

ରାଜ୍ୟପାଳ ସଙ୍ଗେ ସଙ୍ଗେ ଏଲୁରୁ ଏସପିଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇ ଥିଲେ। ଏସପିଙ୍କ ସାହାଯ୍ୟ ସହଯୋଗରେ ଯୁବତୀ ମହିଳାମାନେ କେନ୍ଦ୍ରାପଡା ନିଜ ଗାଁ କୁ ଫେରିଥିଲେ। ମହିଳାମାନେ ଉଦ୍ଧାର ହେବା ପରେ ସେମାନଙ୍କ ପରିବାର ସଦସ୍ୟ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ଆନ୍ଧ୍ର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ୩୦ ଦାଦନ ଶ୍ରମିକ appeared first on Odisha Reporter.

]]>
right bottom 2021-03-21 16:25:38 https://cdn.odishareporter.in/wp-content/uploads/2021/03/21162422/migrant-labour.jpg
ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା, କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ବୁଲାଇଲେ https://odishareporter.in/odisha/kendrapada/boy-get-punished-after-passing-comment-on-college-girl-628605 Fri, 19 Mar 2021 16:08:54 +0000 https://odishareporter.in/?p=628605

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓଙ୍କୁ ହେବାକୁ ପଡ଼ିଛି ହଟହଟା। ବାଟରେ ଯାଉଥିବା ବେଳେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ରୋଡ ରୋମିଓକୁ କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ଚଲାଇ ବୁଲାଇଲେ ଛାତ୍ରମାନେ (ଅଣଛାତ୍ର)। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମାର୍ଶାଘାଇ କଲେଜର କିଛି ଛାତ୍ର ମାନେ ଅନ୍ୟଏକ କଲେଜର ଛାତ୍ରକୁ ଆଣ୍ଠେଇ ଆଣ୍ଠେଇ […]

The post ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା, କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ବୁଲାଇଲେ appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓଙ୍କୁ ହେବାକୁ ପଡ଼ିଛି ହଟହଟା। ବାଟରେ ଯାଉଥିବା ବେଳେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ରୋଡ ରୋମିଓକୁ କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ଚଲାଇ ବୁଲାଇଲେ ଛାତ୍ରମାନେ (ଅଣଛାତ୍ର)। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମାର୍ଶାଘାଇ କଲେଜର କିଛି ଛାତ୍ର ମାନେ ଅନ୍ୟଏକ କଲେଜର ଛାତ୍ରକୁ ଆଣ୍ଠେଇ ଆଣ୍ଠେଇ କଲେଜ ପରିସରରେ ନେଉଥିବାର ଭିଡିଓ ଭାଇରାଲ୍ ହେବାର ଦେଖାଯାଇଥିଲା। ଖବର ନେବାରେ ଜଣାଯାଇଛି ସେହି ରୋଡ ରୋମିଓ ବାରମ୍ବାର ଛାତ୍ରୀମାନଙ୍କୁ ହଇରାଣ କରୁଥିଲେ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମେଣ୍ଟ ମରା ରୋଡ୍ ରୋମିଓକୁ ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ପ୍ରାୟ ୨୦୦ ମିଟର ଆଣ୍ଠେଇ ଆଣ୍ଠେଇ ନେଉଥିଲା ବେଳେ କଲେଜ କର୍ତ୍ତୃପକ୍ଷ କିମ୍ବା ଅଧ୍ୟାପକ ଅଧ୍ୟାପିକାମାନେ କେବଳ ଦେଖଣାହାରୀ ସାଜିଥିଲେ ଏବଂ କେହି ଏହାର ପ୍ରତିବାଦ କରିନଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣଙ୍କୁ କଲେଜ ପରିସର ମଧ୍ୟରେ ପିଚୁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଆଣୁଛନ୍ତି। କିନ୍ତୁ ସେଠାରେ ଉପସ୍ଥିତ ଥିବା କଲେଜର ଅଧ୍ୟକ୍ଷ, ପ୍ରଧ୍ୟାପକ, ଅଧ୍ୟାପକ ଏସବୁ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ଯୁବକଙ୍କୁ ଉଦ୍ଧାର କରିନଥିଲେ। ଏବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

The post ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା, କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ବୁଲାଇଲେ appeared first on Odisha Reporter.

]]>
right bottom 2021-03-19 21:38:54 https://cdn.odishareporter.in/wp-content/uploads/2021/03/19213455/kendrapara.jpg
ଗୀତାଞ୍ଜଳିଙ୍କୁ ଜୀଅନ୍ତା ଜାଳି ଦେଲେ ! https://odishareporter.in/odisha/kendrapada/woman-killed-for-dowry-in-pattamundai-628115 Thu, 18 Mar 2021 06:08:55 +0000 https://odishareporter.in/?p=628115

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ୮ ବର୍ଷ ତଳେ ରାଜନଗର ବ୍ଲକ୍‌ କାଳୁପଡ଼ା ଗାଁର ମନୋହର ବିଶ୍ୱାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇପଡ଼ା ଗାଁର ଦାମୋଦର ବିଶ୍ୱାଳଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁ ଘର ଲୋକେ […]

The post ଗୀତାଞ୍ଜଳିଙ୍କୁ ଜୀଅନ୍ତା ଜାଳି ଦେଲେ ! appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ୮ ବର୍ଷ ତଳେ ରାଜନଗର ବ୍ଲକ୍‌ କାଳୁପଡ଼ା ଗାଁର ମନୋହର ବିଶ୍ୱାଳଙ୍କ ଝିଅ ଗୀତାଞ୍ଜଳି ବଢ଼େଇପଡ଼ା ଗାଁର ଦାମୋଦର ବିଶ୍ୱାଳଙ୍କୁ ବିବାହ କରିଥିଲେ।

ବିବାହ ପରେ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ।  ଏହି ଘଟଣାକୁ ନେଇ ବାରମ୍ବାର ଆପୋଷ ସମାଧାନ ହୋଇଥିଲେ ମଧ୍ୟ ତାଙ୍କୁ ଶାଶୁଘର ଲୋକେ ନିଷ୍ଠୁର ଭାବେ ମାଡ଼ ମାରୁଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

ଗୀତାଞ୍ଜଳିଙ୍କ ଭାଇ କହିଛନ୍ତି, ଦୀର୍ଘଦିନ ଧରି ଏମିତି ପାରିବାରିକ କଳହ ଲାଗି ରହିଥିବା ବେଳେ ଗତକାଲି ରାତିରେ ମୋ ଭଉଣୀକୁ ତା’ ସ୍ୱାମୀ, ଶାଶୁ ଓ ଦେଢ଼ଶୁର ମିଶି ନିସ୍ତୁକ ମାଡ଼ ମାରିଥିଲେ ଏବଂ ପରେ କରୋସିନି ଢାଳି ପୋଡ଼ି ଦେଇଥିଲେ।

ଗୀତାଞ୍ଜଳିଙ୍କୁ ଶାଶୁ ଘର ଲୋକେ ପୂର୍ବରୁ ହତ୍ୟା ଧମକ ଦେଇ ଆସୁଥିଲେ ବୋଲି ତାଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଗୀତାଞ୍ଜଳିଙ୍କୁ ଜୀଅନ୍ତା ଜାଳି ଦେଲେ ! appeared first on Odisha Reporter.

]]>
right bottom 2021-03-18 18:20:02 https://cdn.odishareporter.in/wp-content/uploads/2021/03/18113519/jnb-2.jpg
ଗାର୍ଡ଼େନ ପ୍ରେମରେ ଗୋବର୍ଦ୍ଧନ, ୱାର୍ଲଡ ବ୍ୟାଙ୍କ ଚାକିରି ଛାଡ଼ି କମାଉଛନ୍ତି ଲକ୍ଷାଧିକ ଟଙ୍କା https://odishareporter.in/odisha/kendrapada/govardhan-in-love-with-the-green-garden-625993 Wed, 10 Mar 2021 13:07:41 +0000 https://odishareporter.in/?p=625993

ପଟ୍ଟାମୁଣ୍ଡାଇ (ପ୍ରବୀର ପ୍ରଧାନ): ଚାଷ ଉପରୁ ଧୀରେ ଧୀରେ ମୁହଁ ଫେରାଇଲେଣି ଯୁବଗୋଷ୍ଠୀ। ଚାକିରି ନହେଲେ ଦାଦନ ଖଟିବାକୁ ଯିବାକୁ ବେଶି ମନ ବଳାଉଛନ୍ତି ଯୁବକ । ଏଭଳି କ୍ଷେତ୍ରରେ ଜଣେ ଶିକ୍ଷିତ ଯୁବକ ଚାକିରୀ ଛାଡି ଏବେ କରୁଛନ୍ତି ଚାଷ। ନିଜ ବାଡିରେ ଚାଷ କରି ରୋଜଗାର କରିପାରୁଛନ୍ତି ଲକ୍ଷାଧିକ ଟଙ୍କା । ରାଜନଗର ଘଡିଆମାଳର ଯୁବ ଚାଷୀ ଗୋବର୍ଦ୍ଧନ ପ୍ରଧାନ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ତାଙ୍କ ବାଡ଼ିରେ ଫଳିଛି ଭଳିକି ଭଳି […]

The post ଗାର୍ଡ଼େନ ପ୍ରେମରେ ଗୋବର୍ଦ୍ଧନ, ୱାର୍ଲଡ ବ୍ୟାଙ୍କ ଚାକିରି ଛାଡ଼ି କମାଉଛନ୍ତି ଲକ୍ଷାଧିକ ଟଙ୍କା appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ (ପ୍ରବୀର ପ୍ରଧାନ): ଚାଷ ଉପରୁ ଧୀରେ ଧୀରେ ମୁହଁ ଫେରାଇଲେଣି ଯୁବଗୋଷ୍ଠୀ। ଚାକିରି ନହେଲେ ଦାଦନ ଖଟିବାକୁ ଯିବାକୁ ବେଶି ମନ ବଳାଉଛନ୍ତି ଯୁବକ । ଏଭଳି କ୍ଷେତ୍ରରେ ଜଣେ ଶିକ୍ଷିତ ଯୁବକ ଚାକିରୀ ଛାଡି ଏବେ କରୁଛନ୍ତି ଚାଷ। ନିଜ ବାଡିରେ ଚାଷ କରି ରୋଜଗାର କରିପାରୁଛନ୍ତି ଲକ୍ଷାଧିକ ଟଙ୍କା । ରାଜନଗର ଘଡିଆମାଳର ଯୁବ ଚାଷୀ ଗୋବର୍ଦ୍ଧନ ପ୍ରଧାନ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ତାଙ୍କ ବାଡ଼ିରେ ଫଳିଛି ଭଳିକି ଭଳି ପନିପରିବା ।  ଫୁଲ ଫଳରେ ହସୁଛି କ୍ଷେତ।  ଛୋଟିଆ ଜାଗାରେ ଲଗାଯାଇଛି କେତେ ରକମର ଗଛ ।

ଥରେ ଏଠାକୁ ଆସିଲେ ମନଭରି ନବୁଲିବା ଯାଏ ଫେରିବାକୁ ଇଚ୍ଛା ହେବନି । ନିଜ ବାଡିରେ ସରକାରଙ୍କ ମୋ ବଗିଚା ଯୋଜନାରେ ଚାଷ କରି ସଫଳ ଚାଷୀ ଭାବେ ପ୍ରଶଂସା ସାଉଁଟିଛନ୍ତି । ତେବେ ତାଙ୍କ ଚାଷର ବିଶେଷତ୍ୱ ଏହା ଯେ, ଏଥିରେ କୌଣସି ପ୍ରକାର ସାରର ପ୍ରୟୋଗ କରାଯାଇନି । ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଗୋବର୍ଦ୍ଧନ। ତାଙ୍କ କହିବା ଅନୁଯାୟୀ, ବିଶ୍ୱବ୍ୟାଙ୍କରେ ଚାକିରି ଛାଡ଼ିବା ପରେ ଗୋଟିଏ ସ୍କୁଲରେ ପ୍ରିନ୍ସପାଲ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ଚାକିରି ଛାଡ଼ି ଜୈବିକ ପଦ୍ଧିତିରେ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଗୋବର୍ଦ୍ଧନ କହିଛନ୍ତି।

ଉଚ୍ଚଶିକ୍ଷିତ ଗୋବର୍ଦ୍ଧନ ଚାକିରୀ ଛାଡି ଚାଷ କରିବାକୁ ମନ ବଳାଇଥିଲେ । ଏଥିପାଇଁ ଅଳ୍ପ ଜାଗାରେ କିଭଳି ଅଧିକ ପନିପରିବା ଗଛ ଲାଗିପାରିବ, ସେନେଇ ଚେଷ୍ଟା କରିଥିଲେ । ଜୈବିକ ପଦ୍ଧତିରେ ଚାଷ ଦ୍ୱାରା କେବଳ ଯେ ପରିବାରର ଆବଶ୍ୟକତା ମେଣ୍ଟୁଛି ତା ନୁହେଁ, ବରଂ ଏଥିରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର ବି କରିପାରୁଛନ୍ତି ଗୋବର୍ଦ୍ଧନ । ତାଙ୍କର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛି ।

The post ଗାର୍ଡ଼େନ ପ୍ରେମରେ ଗୋବର୍ଦ୍ଧନ, ୱାର୍ଲଡ ବ୍ୟାଙ୍କ ଚାକିରି ଛାଡ଼ି କମାଉଛନ୍ତି ଲକ୍ଷାଧିକ ଟଙ୍କା appeared first on Odisha Reporter.

]]>
right top 2021-03-10 18:37:41 https://cdn.odishareporter.in/wp-content/uploads/2021/03/10183510/6nm-1.jpg
ବସ୍‌ରେ ଥିଲେ ୪୦ ଯାତ୍ରୀ, ହଠାତ୍ ଓଲଟି ପଡ଼ିଲା https://odishareporter.in/odisha/bus-accident-in-kendrapada-623830 Tue, 02 Mar 2021 02:19:42 +0000 https://odishareporter.in/?p=623830

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳୁ ମହାକାଳପଡ଼ା ସୁନିତି ବେଣାକନ୍ଦାରୁ ‘ପ୍ରିନ୍ସ’ ନାମକ ଘରୋଇ ବସ୍‌ କଟକ ଅଭିମୁଖେ ଆସୁଥିଲା। ବସ୍‌ରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସକାଳ ପ୍ରାୟ ସାଢେ ୬ଟା ସମୟରେ ବସ୍‌ରେ ଏକ ବୁଲାଣିରେ […]

The post ବସ୍‌ରେ ଥିଲେ ୪୦ ଯାତ୍ରୀ, ହଠାତ୍ ଓଲଟି ପଡ଼ିଲା appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳୁ ମହାକାଳପଡ଼ା ସୁନିତି ବେଣାକନ୍ଦାରୁ ‘ପ୍ରିନ୍ସ’ ନାମକ ଘରୋଇ ବସ୍‌ କଟକ ଅଭିମୁଖେ ଆସୁଥିଲା। ବସ୍‌ରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସକାଳ ପ୍ରାୟ ସାଢେ ୬ଟା ସମୟରେ ବସ୍‌ରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ।

ଦୁର୍ଘଟଣାଗ୍ରସ୍ତ ବସ୍‌।

ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଡ୍ରାଇଭରଙ୍କ ବଦଳରେ କଣ୍ଡକ୍ଟର ବସ୍‌ ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ବସ୍‌ର ଜଣେ ଯାତ୍ରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

The post ବସ୍‌ରେ ଥିଲେ ୪୦ ଯାତ୍ରୀ, ହଠାତ୍ ଓଲଟି ପଡ଼ିଲା appeared first on Odisha Reporter.

]]>
accident, right bottom 2021-03-02 12:32:52 https://cdn.odishareporter.in/wp-content/uploads/2021/03/02074401/bus-2.jpg
ଏଠୁ ମଦ ଦୋକାନ ଉଠାଇ ନିଆଯାଉ: ବିଧାୟକ ପ୍ରତାପ କେଶରୀ ଦେବ https://odishareporter.in/odisha/kendrapada/the-liquor-store-should-be-taken-away-mla-pratap-keshari1-621167 Sun, 21 Feb 2021 12:28:32 +0000 https://odishareporter.in/?p=621167

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ସ୍ଥାନ। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ । କୌଣସି ବ୍ୟକ୍ତିଗତ ଜମି ନୁହେଁ ସରକାରୀ ଜମିରେ ଗଢି ଉଠିଛି ଏହି ମଦ ଦୋକାନ । ଅବକାରୀ ବିଭାଗ ସବୁ ଜାଣିଶୁଣି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଲୋକେ। ଅନ୍ୟପଟେ […]

The post ଏଠୁ ମଦ ଦୋକାନ ଉଠାଇ ନିଆଯାଉ: ବିଧାୟକ ପ୍ରତାପ କେଶରୀ ଦେବ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ସ୍ଥାନ। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ । କୌଣସି ବ୍ୟକ୍ତିଗତ ଜମି ନୁହେଁ ସରକାରୀ ଜମିରେ ଗଢି ଉଠିଛି ଏହି ମଦ ଦୋକାନ । ଅବକାରୀ ବିଭାଗ ସବୁ ଜାଣିଶୁଣି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ଲୋକେ। ଅନ୍ୟପଟେ ପର୍ଯ୍ୟଟନସ୍ଥଳୀରେ ମଦ୍ୟପଙ୍କ କର୍ଯ୍ୟକଳାପ ଲୋକଙ୍କ ଚିନ୍ତା ବଢାଇଛି।

ଭିତରକନିକା ନିକଟରେ ଥିବା ସରକାରୀ ମଦ ଦୋକାନ

ସ୍କୁଲ ନିକଟରେ କୌଣସି ମଦ ଦୋକାନ ନ ଖୋଲିବାକୁ ନିୟମ ନଥିବାବେଳେ ସ୍କୁଲଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଏହି ବିଦେଶୀ ମଦ ଦୋକାନ।  ଏହି ଦୋକାନ ନିକଟରେ ପଡି ରହିଛି ଶହ ଶହ  ସଂଖ୍ୟାରେ ମଦବୋତଲ । ଆଇନକୁ ଉଲ୍ଲଂଘନ କରି ଏହି ମଦ ଦୋକାନକୁ କିଭଳି ଅନୁମତି ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

ଭିତରକନିକା ଜାତୀୟ ଉଦ୍ୟାନକୁ ପ୍ରତିଦିନ ଦେଶ ବିଦେଶରୁ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଅନେକ ସମୟରେ ଅସାମାଜିକ ଯୁବକ ମଦ ପିଇ  ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହି ମଦଦୋକାନକୁ ଉଠାଇବାକୁ ସରକାର ପଦକ୍ଷେପ ନେବାକୁ ଦାବି ଉଠାଇଛନ୍ତି ଆଳି ବିଧାୟକ ପ୍ରତାପ କେଶରୀ ଦେବ। ବିଧାୟକ କହିଛନ୍ତି ଯେ, ଭିତରକିନିକାକୁ ବହୁ ପର୍ଯ୍ୟଟକ ଆସୁଛନ୍ତି। ଯଦି ଦୁର୍ବୃତ୍ତମାନେ ମଦ ପିଇ ଉତ୍ପାତ ହେବେ ତେବେ ଭିତରକନିକାର ଛବି ମଳିନ ପଡ଼ିବ। ମଦ୍ୟପଙ୍କ ଏଭଳି ବ୍ୟବହାରକୁ ନେଇ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି ରାଜନଗର ଡିଏଫ୍ଓ।

 

The post ଏଠୁ ମଦ ଦୋକାନ ଉଠାଇ ନିଆଯାଉ: ବିଧାୟକ ପ୍ରତାପ କେଶରୀ ଦେବ appeared first on Odisha Reporter.

]]>
right top 2021-02-21 18:49:49 https://cdn.odishareporter.in/wp-content/uploads/2021/02/21175653/6nm.jpg
ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ତ୍ରୀ https://odishareporter.in/odisha/kendrapada/the-woman-was-burned-to-death-in-an-attempt-to-save-her-husband-619386 Sun, 14 Feb 2021 11:12:36 +0000 https://odishareporter.in/?p=619386

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର) ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସ୍ୱାମୀଙ୍କୁ ବଞ୍ଚାଇବାକୁ ପ୍ରାଣ ହରାଇଲା ସ୍ତ୍ରୀ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀଙ୍କ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା । ପରେ ଶୈଳେନ୍ଦ୍ର ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । iଶୈଳେନ୍ଦ୍ରଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ଯାଇଥିଲେ ସ୍ତ୍ରୀ ବନ୍ଦିତା । ପରେ ଗୁରୁତର […]

The post ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ତ୍ରୀ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର) ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସ୍ୱାମୀଙ୍କୁ ବଞ୍ଚାଇବାକୁ ପ୍ରାଣ ହରାଇଲା ସ୍ତ୍ରୀ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀଙ୍କ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା । ପରେ ଶୈଳେନ୍ଦ୍ର ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ ।

iଶୈଳେନ୍ଦ୍ରଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ଯାଇଥିଲେ ସ୍ତ୍ରୀ ବନ୍ଦିତା । ପରେ ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ଥିବାରୁ ଦୁହିଁଙ୍କୁ କଟକ ବଡ ମେଡିକାଲ୍କୁ ସ୍ଥାନାନ୍ତର କରାଯାଉଥିଲା । ତେବେ ବାଟରେ ବନ୍ଦିତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

The post ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ତ୍ରୀ appeared first on Odisha Reporter.

]]>
right bottom 2021-02-14 16:42:36 https://cdn.odishareporter.in/wp-content/uploads/2021/02/14164153/6nmb.jpg
ପରକୀୟା ପ୍ରୀତିରୁ ଚାଲିଥିଲା ଝଗଡ଼ା, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ! https://odishareporter.in/odisha/kendrapada/couple-burnt-in-fire-in-pattamindai-619308 Sun, 14 Feb 2021 04:34:31 +0000 https://odishareporter.in/?p=619308

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ପରକୀୟା ପ୍ରୀତି ସନ୍ଦେହରୁ ସମ୍ପର୍କରେ ଦେଖାଦେଲା ଫାଟ। ଏପରିକି ସ୍ୱାମୀ ସ୍ତ୍ରୀ କଳି ଚରମ ସୀମାରେ ପହଞ୍ଚିଲା। ଶେଷରେ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ । ହେଲେ ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀ କିନ୍ତୁ ସ୍ୱାମୀ ଜଳୁଥିବା ଦେଖି ବଞ୍ଚାଇବାକୁ ଯାଇ ଆଖି ବୁଜିଛନ୍ତି।  ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଘଟିଛି। ମୃତା ମହିଳା ହେଲେ ବନ୍ଦିତା ମଲ୍ଲିକ। ଏଥିରେ […]

The post ପରକୀୟା ପ୍ରୀତିରୁ ଚାଲିଥିଲା ଝଗଡ଼ା, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ! appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ପରକୀୟା ପ୍ରୀତି ସନ୍ଦେହରୁ ସମ୍ପର୍କରେ ଦେଖାଦେଲା ଫାଟ। ଏପରିକି ସ୍ୱାମୀ ସ୍ତ୍ରୀ କଳି ଚରମ ସୀମାରେ ପହଞ୍ଚିଲା। ଶେଷରେ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ । ହେଲେ ସ୍ୱାମୀ ସହ ଝଗଡ଼ା କରୁଥିବା ସ୍ତ୍ରୀ କିନ୍ତୁ ସ୍ୱାମୀ ଜଳୁଥିବା ଦେଖି ବଞ୍ଚାଇବାକୁ ଯାଇ ଆଖି ବୁଜିଛନ୍ତି।  ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଘଟିଛି। ମୃତା ମହିଳା ହେଲେ ବନ୍ଦିତା ମଲ୍ଲିକ। ଏଥିରେ ତାଙ୍କ ସ୍ୱାମୀ ଶୈଳେନ୍ଦ୍ର ମଲ୍ଲିକ ଗୁରୁତର ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମେଡିକାଲ ସମ୍ମୁଖରେ ପରିବାର ଲୋକ ଓ ପୁଲିସ୍‌।

ସ୍ୱାମୀର ପରକୀୟା ପ୍ରୀତି ଘଟଣାକୁ ନେଇ ଗତକାଲି ଦିନ ସାରା ଶୈଳେନ୍ଦ୍ର ଓ ବନ୍ଦିତାଙ୍କ ମଧ୍ୟରେ କଳହ ଲାଗି ରହିଥିଲା।  ପ୍ରାୟ ମଧ୍ୟ ରାତ୍ରରେ କଳି ଉଗ୍ର ରୂପ ନେଇଥିଲା। ଏହାପରେ ଉତ୍ୟକ୍ତ  ଶୈଳେନ୍ଦ୍ର ନିଜ ଦେହରେ କିରାସିନି ଢାଳି ସ୍ତ୍ରୀ ସାମ୍ନାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହେଲେ  ସ୍ୱାମୀ କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ନିଜେ ମଧ୍ୟ ଗୁରୁତର ହୋଇପଡ଼ିଥିଲେ ।

ଗୁରୁତର ପତିପତ୍ନୀଙ୍କୁ କଟକ ନିଆଯାଉଛି।

ଉଭୟଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । ମାତ୍ର କଟକରେ ପହଞ୍ଚିବା ପୂର୍ବରୁ ବନ୍ଦିତା ଆଖି ବୁଜି ଦେଇଥିବା ବେଳେ ଶୈଳେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

The post ପରକୀୟା ପ୍ରୀତିରୁ ଚାଲିଥିଲା ଝଗଡ଼ା, ହଠାତ୍‌ ସ୍ୱାମୀ ଜଳୁଥିବା ଦେଖି ନିଆଁକୁ ଡେଇଁଲେ ସ୍ତ୍ରୀ! appeared first on Odisha Reporter.

]]>
right bottom 2021-02-14 12:07:01 https://cdn.odishareporter.in/wp-content/uploads/2021/02/14095718/fire-1-1.jpg
ବାଇକ୍ ପିଛା ଶହେ ଟଙ୍କା ନିଅ, ବିଧାୟକଙ୍କ ରାଲିରେ ସାମିଲ ହୁଅ https://odishareporter.in/odisha/kendrapada/hundred-rupes-per-bike-to-join-the-bjd-mla-rally-619168 Sat, 13 Feb 2021 09:05:23 +0000 https://odishareporter.in/?p=619168

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ରାଲି ପାଇଁ ଟଙ୍କା ବଣ୍ଟାଯିବା ଅଭିଯୋଗ ହୋଇଛି।  ଶୋଭାଯାତ୍ରାରେ ଯିବା ପାଇଁ ବାଇକ୍ ପିଛା ଶହେ ଟଙ୍କା ଲେଖାଏଁ ଦିଆଯାଇଛି  । କ୍ୟାମେରାରେ କଏଦ ହୋଇଛି ଏହାର ଭିଜୁଆଲ । ବାଇକ ରାଲିରେ ସାମିଲ ହେବା ପାଇଁ ଜଣକ ପିଛା ଶହେ ଟଙ୍କା ଲେଖାଏଁ ବଣ୍ଟା ଯାଉଥିବାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଛି। iଂବିଧାୟକଙ୍କ ରାଲିରେ ସାମିଲ ହେବା ପାଇଁ ଏହି ଟଙ୍କା ଦିଆଯାଉଥିବା […]

The post ବାଇକ୍ ପିଛା ଶହେ ଟଙ୍କା ନିଅ, ବିଧାୟକଙ୍କ ରାଲିରେ ସାମିଲ ହୁଅ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ରାଲି ପାଇଁ ଟଙ୍କା ବଣ୍ଟାଯିବା ଅଭିଯୋଗ ହୋଇଛି।  ଶୋଭାଯାତ୍ରାରେ ଯିବା ପାଇଁ ବାଇକ୍ ପିଛା ଶହେ ଟଙ୍କା ଲେଖାଏଁ ଦିଆଯାଇଛି  । କ୍ୟାମେରାରେ କଏଦ ହୋଇଛି ଏହାର ଭିଜୁଆଲ । ବାଇକ ରାଲିରେ ସାମିଲ ହେବା ପାଇଁ ଜଣକ ପିଛା ଶହେ ଟଙ୍କା ଲେଖାଏଁ ବଣ୍ଟା ଯାଉଥିବାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଛି।

iଂବିଧାୟକଙ୍କ ରାଲିରେ ସାମିଲ ହେବା ପାଇଁ ଏହି ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି। ରାଜନଗର ବିଧାୟକ ଧ୍ରୁବ ସାହୁ ଏକ ବିଶାଳ ଶୋଭାଯାତ୍ରା କରି ଡାମରପୁର, ଶ୍ରୀରାମପୁର, ବଳଭଦ୍ରପୁର ପଞ୍ଚାୟତ ବୁଲି ୨୦ କୋଟି ଟଙ୍କାର ୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । iଂ

The post ବାଇକ୍ ପିଛା ଶହେ ଟଙ୍କା ନିଅ, ବିଧାୟକଙ୍କ ରାଲିରେ ସାମିଲ ହୁଅ appeared first on Odisha Reporter.

]]>
right top 2021-02-13 14:35:23 https://cdn.odishareporter.in/wp-content/uploads/2021/02/13142947/yio-1.jpg
ସାବୁନ ପାଇଁ ସଂଘର୍ଷ; ନାବାଳକର ବେକ କାଟିଥିବା ନାବାଳକ ଅଟକ https://odishareporter.in/odisha/kendrapada/a-minor-boy-detained-by-police-in-charge-slits-throat-of-a-minor-boy-617159 Fri, 05 Feb 2021 04:10:18 +0000 https://odishareporter.in/?p=617159

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସାବୁନ ପାଇଁ ସଂଘର୍ଷ। ଶେଷରେ ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆଈର ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ଆସି ଆକ୍ରମଣର ଶିକାର ହୋଇ ମୃତ୍ୟୁ ସହ ସଂଘର୍ଷ  କରୁଛି ନାବାଳକ ପାପୁନି। ଏହି ଘଟଣାର ତନାଘନା କରି ପୁଲିସ୍‌ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି। ସାମାନ୍ୟ ଝଗଡ଼ାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା […]

The post ସାବୁନ ପାଇଁ ସଂଘର୍ଷ; ନାବାଳକର ବେକ କାଟିଥିବା ନାବାଳକ ଅଟକ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସାବୁନ ପାଇଁ ସଂଘର୍ଷ। ଶେଷରେ ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆଈର ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ଆସି ଆକ୍ରମଣର ଶିକାର ହୋଇ ମୃତ୍ୟୁ ସହ ସଂଘର୍ଷ  କରୁଛି ନାବାଳକ ପାପୁନି। ଏହି ଘଟଣାର ତନାଘନା କରି ପୁଲିସ୍‌ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି।

ସାମାନ୍ୟ ଝଗଡ଼ାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ। ଏଥିସହଏଥିସହ  ଆକ୍ରମଣ ପଛର କାହାଣୀ ବଖାଣିବାକୁ ଯାଇ କହିଛନ୍ତି, ଗତ ୪ ତାରିଖରେ ପାପୁନି ଉକ୍ତ ଅଭିଯୁକ୍ତ ନାବାଳକ ସହ ଗାଧୋଇବାକୁ  ଯାଇଥିଲା। ସେଠାରୁ ଫେରିବା ପରେ ଅଭିଯୁକ୍ତ ନିଜ ସାବୁନ ପାଇ ନ ଥିଲା। ଏହାପରେ ଅପରାହ୍ନରେ ପାପୁନିକୁ ଏ ସମ୍ପର୍କରେ ପଚାରିବାରୁ ସେ ସାବୁନ ନେଇ ନ ଥିବା କହିଥିଲେ।

ଏଥିରେ ବିଶ୍ୱାସ ନ କରି ଉତ୍ତ୍ୟକ୍ତ ହୋଇଥିବା ଅଭିଯୁକ୍ତଜଣକ ନିଜ ବେଲ୍ଟ ସାହାଯ୍ୟରେ ପାପୁନିକୁ ଟାଣି ଟାଣି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଯାଇଥିଲା। ଏହାପରେ ନିଜ ପକେଟରେ ଥିବା ଏକ ବ୍ଲେଡରେ ତା’ ବେକ କାଟି ଦେଇଥିଲା। ଏହାପରେ ପାପୁନି ବାହାରକୁ ଦୌଡ଼ି ଆସିବାକୁ ଚିତ୍କାର କରିବାରୁ ଅଭିଯୁକ୍ତଜଣକ ତାକୁ ଭିତରକୁ ଠେଲି କବାଟ ଦେଇଥିଲା। ଯାହାଫଳରେ କବାଟ ମଝିରେ ପାପୁନିର ଆଙ୍ଗୁଠି ରହି ଚାପି ହୋଇ ଯାଇଥିଲା।

ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୁଅକୁ ନ ପାଇବାରୁ ମୁମୂର୍ଷ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ରରୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାର୍ଶଘାଇ ଡାକ୍ତରଖାନା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଅଟାବୁହା ଗାଁର ଜଣେ ମହିଳାଙ୍କ ଶୁଦ୍ଧିକ୍ରିୟା ଥିଲା। ଏଥିରେ ଯୋଗ ଦେବାକୁ ତାଙ୍କ ଜ୍ୱାଇଁ କୈଳାଶ ଦଳେଇ ନିଜ ପରିବାର ସହ ପହଞ୍ଚିଥିଲେ। କୈଳାଶଙ୍କ ସାଙ୍ଗରେ ତାଙ୍କ ୭ ବର୍ଷର ପୁଅ ପାପୁନି  ମଧ୍ୟ ଯାଇଥିଲା।  ଶୁଦ୍ଧିକ୍ରିୟା କାମରେ ସମସ୍ତେ  ବ୍ୟସ୍ତ ଥିବା ବେଳେ ପରିବାର ଲୋକେ ପୁଅକୁ ଖୋଜି ପାଇ ନ ଥିଲେ ।

ବହୁ ଖୋଜାଖୋଜି କରିବା ପରେ ଅପରାହ୍ନରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଉଦ୍ଧାର କରାଯାଇଥିଲା। ତାଙ୍କ ବେକ କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା  ସଙ୍କଟାପନ୍ନ ରହିଛି।

The post ସାବୁନ ପାଇଁ ସଂଘର୍ଷ; ନାବାଳକର ବେକ କାଟିଥିବା ନାବାଳକ ଅଟକ appeared first on Odisha Reporter.

]]>
centre bottom 2021-02-05 09:40:18 https://cdn.odishareporter.in/wp-content/uploads/2019/10/17104036/knife-attack.jpg
ATM କାଟି ଲୁଟି ନେଲେ ୪୨ ଲକ୍ଷ https://odishareporter.in/odisha/matter/miscreants-loot-lakhs-of-rupees-from-two-atms-in-kendrapara-616647 Wed, 03 Feb 2021 08:06:59 +0000 https://odishareporter.in/?p=616647

କେନ୍ଦ୍ରାପଡା(ବନମାଳି ସାହୁ): ପୁଣି ମାତିଲେ ଏଟିଏମ୍ ଲୁଟେରା। ଲୁଟିନେଲେ ଲକ୍ଷାଧିକ ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ୨ଟି ଏସବିଆଇ ଏଟିଏମରୁ ଲୁଟ କରିଛନ୍ତି ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୁଇଟି ଏଟିଏମକୁ ଗ୍ୟାସ କଟରରେ  କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ପତ୍ରପୁରରେ ATMରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା […]

The post ATM କାଟି ଲୁଟି ନେଲେ ୪୨ ଲକ୍ଷ appeared first on Odisha Reporter.

]]>

କେନ୍ଦ୍ରାପଡା(ବନମାଳି ସାହୁ): ପୁଣି ମାତିଲେ ଏଟିଏମ୍ ଲୁଟେରା। ଲୁଟିନେଲେ ଲକ୍ଷାଧିକ ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ୨ଟି ଏସବିଆଇ ଏଟିଏମରୁ ଲୁଟ କରିଛନ୍ତି ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୁଇଟି ଏଟିଏମକୁ ଗ୍ୟାସ କଟରରେ  କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ଗତକାଲି ପତ୍ରପୁରରେ ATMରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଓ  ନିଆଳହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟେରା ମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରି ଟଙ୍କା ଲୁଟ୍ କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡି ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ମଙ୍ଗଳବାର ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭରା ଯାଇଥିବା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସୂତ୍ରରୁ ଜଣାପଡିଛି।

The post ATM କାଟି ଲୁଟି ନେଲେ ୪୨ ଲକ୍ଷ appeared first on Odisha Reporter.

]]>
ATM Loot, right bottom 2021-02-03 13:36:59 https://cdn.odishareporter.in/wp-content/uploads/2021/02/03133630/ATM-loot.jpg
ଧାନ ଗଦାରେ ଲାଗିଲା ନିଆଁ; ଜଳିଗଲା ଶିଶୁ https://odishareporter.in/odisha/3-years-old-girl-death-in-fire-615320 Fri, 29 Jan 2021 03:07:44 +0000 https://odishareporter.in/?p=615320

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମଗରପଣ୍ଡା ଗାଁରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନ ଖଳାରେ ନିଆଁ ଲାଗି ଜଣେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏହି ଅଘଟଣରେ ରମାକାନ୍ତ ସାମଲ, ତାଙ୍କ ସ୍ତ୍ରୀ  କୁନି ସାମଲ  ଓ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ରାଜନଗର ବ୍ଲକ ଓକିଳପାଳ ଗାଁର ରମାକାନ୍ତ ୩ କି.ମି ଦୂର ମଗରପଣ୍ଡା ଗାଁରେ […]

The post ଧାନ ଗଦାରେ ଲାଗିଲା ନିଆଁ; ଜଳିଗଲା ଶିଶୁ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମଗରପଣ୍ଡା ଗାଁରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନ ଖଳାରେ ନିଆଁ ଲାଗି ଜଣେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏହି ଅଘଟଣରେ ରମାକାନ୍ତ ସାମଲ, ତାଙ୍କ ସ୍ତ୍ରୀ  କୁନି ସାମଲ  ଓ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ରାଜନଗର ବ୍ଲକ ଓକିଳପାଳ ଗାଁର ରମାକାନ୍ତ ୩ କି.ମି ଦୂର ମଗରପଣ୍ଡା ଗାଁରେ ଚାଷ କରିଥିଲେ। ଚଳିତ ବର୍ଷ ଧାନ ଅମଳ ନିମନ୍ତେ ପରିବାର ସହ ସେଠାରେ ଧାନ ଖଳାରେ ରହୁଥିଲେ। ରାତିରେ ଜନ୍ତୁ ଭୟରୁ ଡିବିରି ବତି ଲଗାଇ ଶୋଉଥିଲେ।

ହେଲେ ଗତରାତିରେ ଡିବିରି ନିଆଁ ଧାନ ଖଳାରେ ଲାଗି ସମସ୍ତ ଧାନ ବିଡ଼ା ଜଳିଯାଇଥିଲା। ଏଥିରେ ରମାକାନ୍ତଙ୍କ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ  ପରିବାରର ଅନ୍ୟ ସଦସ୍ୟ ଗୁରୁତର ହୋଇପଡ଼ିଥିଲେ।  ଉକ୍ତ ଧାନ ଖଳାଟି ଗାଁଠୁ ଦୂରରେ ଥିବାରୁ ଗାଁ ଲୋକେ ଏ ସମ୍ପର୍କରେ କିଛି ଜାଣିପାରି ନ ଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଧାନ ଗଦା ଜଳିଥିବା ଦେଖି ତା’ ଭିତରୁ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

The post ଧାନ ଗଦାରେ ଲାଗିଲା ନିଆଁ; ଜଳିଗଲା ଶିଶୁ appeared first on Odisha Reporter.

]]>
right bottom 2021-01-29 12:54:22 https://cdn.odishareporter.in/wp-content/uploads/2021/01/09071058/fire1-1.jpg
କେନ୍ଦ୍ରାପଡ଼ାରେ କଙ୍ଗାରୁ କୋର୍ଟ; କଥା ହେଲେ ଫାଇନ୍‌ ୧୫୦ ଟଙ୍କା https://odishareporter.in/odisha/kangaroo-court-impose-restriction-a-family-with-rs-150-fine-to-talk-with-villagers-614880 Wed, 27 Jan 2021 08:14:22 +0000 https://odishareporter.in/?p=614880

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) : କଥା ହେଲେ ଦେବାକୁ ପଡିବ ୧୫୦ ଟଙ୍କା ଫାଇନ । ଏଭଳି ଏକ ଦଣ୍ଡ ଶୁଣାଇଛି କଙ୍ଗାରୁ କୋର୍ଟ । ଆଉ ଏହାକୁ ଅମାନ୍ୟ କଲେ ଗାଁ ର ନିଷ୍ପତି ଅନୁଯାୟୀ ଆପଣଙ୍କୁ ହେବାକୁ ପଡିବ ବାସନ୍ଦ ।  ନାଁ ଗାଁ ର କୌଣସି ଆନୁଷ୍ଠାନିକ ବା ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗଦେଇପାରିବେ । ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କଙ୍ଗାରୁ କୋର୍ଟ ହେଉଥିବା ଶୁଣିବାକୁ ମିଳୁଥିବା ବେଳେ ଏବେ ଉପକୂଳ […]

The post କେନ୍ଦ୍ରାପଡ଼ାରେ କଙ୍ଗାରୁ କୋର୍ଟ; କଥା ହେଲେ ଫାଇନ୍‌ ୧୫୦ ଟଙ୍କା appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) : କଥା ହେଲେ ଦେବାକୁ ପଡିବ ୧୫୦ ଟଙ୍କା ଫାଇନ । ଏଭଳି ଏକ ଦଣ୍ଡ ଶୁଣାଇଛି କଙ୍ଗାରୁ କୋର୍ଟ । ଆଉ ଏହାକୁ ଅମାନ୍ୟ କଲେ ଗାଁ ର ନିଷ୍ପତି ଅନୁଯାୟୀ ଆପଣଙ୍କୁ ହେବାକୁ ପଡିବ ବାସନ୍ଦ ।  ନାଁ ଗାଁ ର କୌଣସି ଆନୁଷ୍ଠାନିକ ବା ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗଦେଇପାରିବେ । ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କଙ୍ଗାରୁ କୋର୍ଟ ହେଉଥିବା ଶୁଣିବାକୁ ମିଳୁଥିବା ବେଳେ ଏବେ ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରୁ ଏପରି ଆଶ୍ଚର୍ଯ୍ୟଜନକ ଖବର ଆସିଛି ।

ଶିଳପୋଖରୀ ଗାଁର ଖଗେଶ୍ୱର ଦାସଙ୍କ ଘର ସମ୍ମୁଖରେ ଏକ କମ୍ୟୁନିଟି ସେଣ୍ଟର ଘର ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଥିଲା  । ତେବେ  ଏହାଦ୍ୱାରା ଘରୁ ବାହାରିବାରେ ଅସୁବିଧା ହେବା ଦର୍ଶାଇ ପ୍ରଥମେ ଖଗେଶ୍ୱରଙ୍କ ପରିବାର ଏହାକୁ ବିରୋଧ କରିଥିଲେ।

ତେବେ  ଗାଁ ଲୋକେ ଏହାକୁ ଖାତିର ନ କରିବାର ଖଗେଶ୍ୱର ଆଇନର ଆଶ୍ରୟ ନେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ । ଆଉ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଆଉ କାହିଁକି ଖଗେଶ୍ୱର ଗାଁ ବିପକ୍ଷରେ ଗଲେ ବୋଲି କାରଣ ଦେଖାଇ ଖଗେଶ୍ୱରଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଗାଁର ବୈଠକ ରେ ଖଗେଶ୍ୱରଙ୍କ ସପକ୍ଷରେ କିଛି ପରିବାର ସ୍ୱର ଉଠାଇଥିଲେ । ତେବେ ସବୁଠାରୁ ବଡକଥା ହେଲା ଯେଉଁମାନେ ସ୍ୱର ଉଠାଇଥିଲେ ସେମାନଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିବା  ଅଭିଯୋଗ ହୋଇଛି । ସମୁଦାୟ ୮ଟି ପରିବାରକୁ   ବାସନ୍ଦ କରିଥିବା କୁହାଯାଉଛି ।

କେବଳ ଯେ ବାସନ୍ଦ ତାହା ନୁହେଂ ବରଂ ସବୁଠାରୁ ବଡ କଥା ହେଲା ବାସନ୍ଦ ହୋଇଥିବା ପରିବାର ଙ୍କ ସହ ଯେଉଁ ପରିବାର କଥା ହେବ ସେମାନେ ୧୫୦ ଟଙ୍କା ଜୋରିମାନା ଦେବେ ବୋଲି କୁଆଡେ ଦଣ୍ଡ ଶୁଣାଇଛି କଙ୍ଗାରୁକୋର୍ଟ । ଏଭଳ ଏକ ଦଣ୍ଡ ଶୁଣାଇଦେଇ କମ୍ୟୁନିଟି ସେଣ୍ଟର ଘର ଛାତ ମଧ୍ୟ ପକାଇଦେଲେ । ହେଲେ ବାସନ୍ଦ ହୋଇଥରବା ପରିବାର ଙ୍କୁ ଏ ପର୍ଯ୍ୟନ୍ତ ଗାଁ ର ଆନୁଷ୍ଠାନିକ କିମ୍ୱା ମାଙ୍ଗଳିକ କାର୍ଯ୍ୟରେ ସାମିଲ କରାଯାଉନାହିଁ ।

ଏନେଇ ଖଗେଶ୍ୱର କହିଛନ୍ତି, “ଲକ୍‌ଡାଉନ୍‌  ସମୟରେ ଆମ ଘରେ ନଥିବା ବେଳେ ଗାଁ ଲୋକ ଘର ସମ୍ମୁଖରେ କମ୍ୟୁନିଟି କେନ୍ଦ୍ର କରିଛନ୍ତି। ଘର ଆଗରେ କମ୍ୟୁନିଟି କେନ୍ଦ୍ର ନ କରିବା ପାଇଁ ଗାଁ ଲୋକଙ୍କୁ ନିବେଦନ କରିବାରୁ ସେମାନେ କିଛି ଶୁଣିଲେ ନାହିଁ । ଏଇଠି ହିଁ ଘର ହେବ। ଯାହା କରିବା କଥା କର ବୋଲି ଧମକ ବି ଦେଲେ।  ଶେଷରେ ସେମାନେ ଜୋରଜବରଦସ୍ତି ଘର କଲେ। ଘର ବାହାରକୁ ଯିବା ପାଇଁ ବାଟ ବି ନାହିଁ। ଗାଁରେ ଯାହା ସହ କଥା ହେବି, ସେହି ଲୋକ ୧୫୧ ଟଙ୍କା ଜୋରିମାନା ଦେବ। ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାରୁ ସେ ଜୋର ଯା’ର ମୁଲକ ତା’ର ବୋଲି କହିଲେ।”

ଅନ୍ୟପଟେ ଏ ବିଷୟରେ ରାଜନଗର ଥାନା ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କ ପାଖକୁ ଏ ନେଇ ଅଭିଯୋଗ ଆସିନାହିଁ ଅଭିଯୋଗ ଆସିଲେ ସେ ପଦକ୍ଷପ ନେବେ ବୋଲି କହିଛନ୍ତି।

The post କେନ୍ଦ୍ରାପଡ଼ାରେ କଙ୍ଗାରୁ କୋର୍ଟ; କଥା ହେଲେ ଫାଇନ୍‌ ୧୫୦ ଟଙ୍କା appeared first on Odisha Reporter.

]]>
centre bottom 2021-01-27 13:45:36 https://cdn.odishareporter.in/wp-content/uploads/2021/01/27134046/free-1.jpg
ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌ https://odishareporter.in/odisha/loot-in-ganjam-and-kendrapara-614017 Sat, 23 Jan 2021 06:04:55 +0000 https://odishareporter.in/?p=614017

ବ୍ରହ୍ମପୁର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର ସମୟରେ ଏହି ଚୋରି ହୋଇଥିବା କୁହାଯାଉଛି। ନୂଆଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଛି। ତେବେ କେତେ ସୁନାଗହଣା ଚୋରି ହୋଇଛି, […]

The post ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌ appeared first on Odisha Reporter.

]]>

ବ୍ରହ୍ମପୁର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର ସମୟରେ ଏହି ଚୋରି ହୋଇଥିବା କୁହାଯାଉଛି। ନୂଆଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଛି। ତେବେ କେତେ ସୁନାଗହଣା ଚୋରି ହୋଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ୧୫ ଦିନ ତଳେ ଧାନଘର ଛକର ଏକ ଗାଡ଼ି ଶୋ’ରୁମ୍‌ର ଶଟର ତାଡ଼ି ଦୁର୍ବୃତ୍ତମାନେ ୨ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଇଥିଲେ।

ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ସୋରଡ଼ାର ପଞ୍ଚାନନ ମନ୍ଦିରରୁ ଦାନବାକ୍ସରୁ ଟଙ୍କା ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ଦାନବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଛନ୍ତି। ତା’ପରେ ହୁଣ୍ଡିକୁ ମନ୍ଦିର ଠାରୁ ୧୦୦ ମିଟର ଦୂରରେ ଥିବା ଋଷିକୁଲ୍ୟା ନଦୀ ପଠାରେ ପୋତିଦେଇ ଚମ୍ପଟ ମାରିଥିଲେ।

ଆଜି ସକାଳେ ମନ୍ଦିର କମିଟି ସଦସ୍ୟମାନେ ଘଟଣା ସଂପର୍କରେ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଦାନବାକ୍ସଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ମା’ ଦରିଆ ରାମଚଣ୍ଡୀ ପୀଠରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଟ୍ରେଜେରୀ ତାଲା ଭାଙ୍ଗି ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌ appeared first on Odisha Reporter.

]]>
right bottom 2021-01-23 12:30:06 https://cdn.odishareporter.in/wp-content/uploads/2021/01/23113302/shivaji.jpg
GRS,PEOଙ୍କ ପରେ ନିଲମ୍ବିତ ହେଲେ ସରପଞ୍ଚ https://odishareporter.in/odisha/sarpancha-suspended-due-to-corruption-613601 Thu, 21 Jan 2021 09:04:38 +0000 https://odishareporter.in/?p=613601

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦୁର୍ନୀତି କରି ଧରାପଡ଼ିବା ପରେ ନିଲମ୍ବିତ ହେଲେ ରାଜନଗର ବ୍ଲକ ରାଜନଗର ପଞ୍ଚାୟତର ସରପଞ୍ଚ ପ୍ରଭାତ ରଞ୍ଜନ ମିଶ୍ର । ଏହି ପଞ୍ଚାୟତରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଦୁର୍ନିତି ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ  ରାଜ୍ୟ ସରକାର ନେଇଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ ।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜନଗର ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ପରେ ସରପଞ୍ଚଙ୍କ ବିରୋଧରେ ଏହି […]

The post GRS,PEOଙ୍କ ପରେ ନିଲମ୍ବିତ ହେଲେ ସରପଞ୍ଚ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦୁର୍ନୀତି କରି ଧରାପଡ଼ିବା ପରେ ନିଲମ୍ବିତ ହେଲେ ରାଜନଗର ବ୍ଲକ ରାଜନଗର ପଞ୍ଚାୟତର ସରପଞ୍ଚ ପ୍ରଭାତ ରଞ୍ଜନ ମିଶ୍ର । ଏହି ପଞ୍ଚାୟତରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଦୁର୍ନିତି ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ  ରାଜ୍ୟ ସରକାର ନେଇଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ ।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜନଗର ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ପରେ ସରପଞ୍ଚଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏକ ମାସ ମଧ୍ୟରେ କାରଣ ଦର୍ଶାଇବା ସହ କାହିଁକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ସେ ନେଇ ଦର୍ଶାଇବାକୁ ନୋଟିସ ହୋଇଛି । ଏହା ପୂର୍ବରୁ ଏହି ପଞ୍ଚାୟତର GRS ଓ PEOଙ୍କୁ ନିଲମ୍ବନ  କରିବା ସହ ସେମାନଙ୍କ ବିରୋଧରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଏନେଇ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର  କହିଛନ୍ତି, ସରପଞ୍ଚଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିଲା। ଏନେଇ ସରକାର ଗତକାଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରପଞ୍ଚଙ୍କ ନିଲମ୍ବନ ପରେ ନାଏବ ସରପଞ୍ଚଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଛି ।

The post GRS,PEOଙ୍କ ପରେ ନିଲମ୍ବିତ ହେଲେ ସରପଞ୍ଚ appeared first on Odisha Reporter.

]]>
centre bottom 2021-01-21 14:34:38 https://cdn.odishareporter.in/wp-content/uploads/2021/01/21143227/suspend-1.jpg
୩ରୁ ଖୋଲିବ ବଳଦେବଜୀଉ ମନ୍ଦିର https://odishareporter.in/odisha/baladevjio-temple-will-open-from-jan-3-602363 Thu, 17 Dec 2020 02:08:31 +0000 https://odishareporter.in/?p=602363

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) : ଖୁବ୍‌ ଶୀଘ୍ର ଭକ୍ତ ପାଇଁ ଖୋଲିବ ଭଗବାନଙ୍କ ଦୁଆର। କରୋନା କଟକଣା ଯୋଗୁ ଦୀର୍ଘ ମାସ ଧରି ପ୍ରଭୁଙ୍କ ଦର୍ଶନକୁ ଆତୁର ହୋଇ ଚାହିଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର।  ଆସନ୍ତା ୨୩ରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଏହାପରେ ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର । ଲକ୍‌‌ଡାଉନ୍‌ ସମୟରୁ ବନ୍ଦ ରହିଥିବା ବଳଦେବଜୀଉ ମନ୍ଦିର ଖୋଲିବା ନେଇ ସୂଚନା […]

The post ୩ରୁ ଖୋଲିବ ବଳଦେବଜୀଉ ମନ୍ଦିର appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) : ଖୁବ୍‌ ଶୀଘ୍ର ଭକ୍ତ ପାଇଁ ଖୋଲିବ ଭଗବାନଙ୍କ ଦୁଆର। କରୋନା କଟକଣା ଯୋଗୁ ଦୀର୍ଘ ମାସ ଧରି ପ୍ରଭୁଙ୍କ ଦର୍ଶନକୁ ଆତୁର ହୋଇ ଚାହିଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର।  ଆସନ୍ତା ୨୩ରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର।

ଏହାପରେ ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର । ଲକ୍‌‌ଡାଉନ୍‌ ସମୟରୁ ବନ୍ଦ ରହିଥିବା ବଳଦେବଜୀଉ ମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ।

କୋଭିଡ ଗାଇଡଲାଇନ ଭିତରେ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ । ଗୋଟିଏ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ରହିବ । ଏହାସହ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି ।

The post ୩ରୁ ଖୋଲିବ ବଳଦେବଜୀଉ ମନ୍ଦିର appeared first on Odisha Reporter.

]]>
right top 2020-12-17 07:38:31 https://cdn.odishareporter.in/wp-content/uploads/2020/12/17073709/ken.jpg
ଅମ୍ଫାନ ବାତ୍ୟାରେ ବଣ୍ଟା ହେଲାନି, ଶେଷରେ ଖତ ଖାଇଲା ୧୫ କ୍ୱିଣ୍ଟାଲ ଚୁଡ଼ା, ଗୁଡ଼ https://odishareporter.in/odisha/huge-relife-items-became-wastega-579875 Sat, 10 Oct 2020 08:58:38 +0000 https://odishareporter.in/?p=579875

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର):ବାତ୍ୟା ବନ୍ୟାବେଳେ ଲୋକେ ଖାଇବାକୁ ପାଉନାହାନ୍ତି।  ହେଲେ ପ୍ରାଶାସନିକ ଅବହେଳାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ରିଲିଫ ସାମଗ୍ରୀ ନଷ୍ଟ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପଡ଼ି ରହିଥିଲା। ଫଳରେ ପୋକ ଲାଗି ସେଗୁଡ଼ିକ ନଷ୍ଟ ହୋଇଗଲାଣି। ଖାଲି ଚୁଡ଼ା ନୁହେଁ ବସ୍ତା ବସ୍ତା ଗୁଡ଼ ବି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। […]

The post ଅମ୍ଫାନ ବାତ୍ୟାରେ ବଣ୍ଟା ହେଲାନି, ଶେଷରେ ଖତ ଖାଇଲା ୧୫ କ୍ୱିଣ୍ଟାଲ ଚୁଡ଼ା, ଗୁଡ଼ appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର):ବାତ୍ୟା ବନ୍ୟାବେଳେ ଲୋକେ ଖାଇବାକୁ ପାଉନାହାନ୍ତି।  ହେଲେ ପ୍ରାଶାସନିକ ଅବହେଳାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ରିଲିଫ ସାମଗ୍ରୀ ନଷ୍ଟ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପଡ଼ି ରହିଥିଲା। ଫଳରେ ପୋକ ଲାଗି ସେଗୁଡ଼ିକ ନଷ୍ଟ ହୋଇଗଲାଣି। ଖାଲି ଚୁଡ଼ା ନୁହେଁ ବସ୍ତା ବସ୍ତା ଗୁଡ଼ ବି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ସେପଟେ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ୨୭ ପଞ୍ଚାୟତରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ମିଳିନଥିବା ଅଭିଯୋଗ ହୋଇଥିଲା। ଏନେଇ ବିଡିଓ ସୁଧୀର ସିଂ କହିଛନ୍ତି ଯେ, ରିଲିଫ ସାମଗ୍ରୀ ଯାହା ଆସିଥିଲା ପଞ୍ଚାୟତଗୁଡ଼ିକୁ ଯୋଗାଇ ଦିଆଯାଇଥିଲା । ତେବେ ସେତେବେଳେ ପରିବହନ ସମୟରେ ଭିଜି ଯାଇଥିବା ୪୦ ବସ୍ତା ଚୁଡ଼ା ବଣ୍ଟା ନଯାଇ ରଖାଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

The post ଅମ୍ଫାନ ବାତ୍ୟାରେ ବଣ୍ଟା ହେଲାନି, ଶେଷରେ ଖତ ଖାଇଲା ୧୫ କ୍ୱିଣ୍ଟାଲ ଚୁଡ଼ା, ଗୁଡ଼ appeared first on Odisha Reporter.

]]>
right bottom 2020-10-10 14:28:38 https://cdn.odishareporter.in/wp-content/uploads/2020/10/10100309/chuda.jpg
ଆଜିଠୁ ଖୋଲିଲା ଭିତରକନିକା https://odishareporter.in/odisha/bhitarkanika-national-park-opened-from-today-577296 Thu, 01 Oct 2020 05:12:07 +0000 https://odishareporter.in/?p=577296

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା ତେବେ ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ । କୋଭିଡ୍ କଟକଣା ଭିତରେ ସମସ୍ତ ଗାଇଡଲାଇନ୍‌ ମାନି ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲି ପାରିବେ । ତେବେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ । ଏଥିପାଇଁ ଓଡ଼ିଶା ଇକୋ ଟୁରିଜିମରେ […]

The post ଆଜିଠୁ ଖୋଲିଲା ଭିତରକନିକା appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା ତେବେ ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ । କୋଭିଡ୍ କଟକଣା ଭିତରେ ସମସ୍ତ ଗାଇଡଲାଇନ୍‌ ମାନି ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲି ପାରିବେ ।

ତେବେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ । ଏଥିପାଇଁ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍‌ରେ ବୁକ୍ କରିପାରିବେ । କଟେଜ ଓ ବୋଟଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ।

ତେବେ କେବଳ ରାତ୍ରୀଯାପନ ପାଇଁ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଙ୍ଗଠନ ବିରୋଧ କରିଛନ୍ତି ।  ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକ  ଭିତରକନିକା ବୁଲିପାରିବେ ନାହିଁ। ଏହା ପ୍ରତିବାଦରେ ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି

The post ଆଜିଠୁ ଖୋଲିଲା ଭିତରକନିକା appeared first on Odisha Reporter.

]]>
right top 2020-10-01 11:42:11 https://cdn.odishareporter.in/wp-content/uploads/2020/10/01102053/bhitar-1.jpg
ସ୍କୁଟିରେ ନେଉଥିଲେ, ଧରା ପଡ଼ିଗଲେ https://odishareporter.in/odisha/police-seized-brown-sugar-from-a-young-man-in-ali-ali-577286 Thu, 01 Oct 2020 03:48:54 +0000 https://odishareporter.in/?p=577286

ଆଳି(ବନମାଳି ସାହୁ): କେନ୍ଦ୍ରାପଡା ଜିଲ୍ଲା ପତ୍ରପୁର ବ୍ରିଜ  ନିକଟରୁ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ବ୍ରାନସୁଗର ଜବତ କରିଛି ପୁଲିସ୍‌। ବ୍ରାଉନସୁଗର ଧରି ସ୍କୁଟିରେ ଯୁବକଜଣକ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଜଗି ରହିଥିଲା। ଗତକାଲି ରାତିରେ ପତ୍ରପୁର ବ୍ରିଜ ନିକଟରେ ଯୁବକଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ତାଙ୍କୁ ଗିରଫ କରିଛି ଆଳି ପୁଲିସ୍‌।   ଏଥିସହ ସମ୍ପୃକ୍ତ […]

The post ସ୍କୁଟିରେ ନେଉଥିଲେ, ଧରା ପଡ଼ିଗଲେ appeared first on Odisha Reporter.

]]>

ଆଳି(ବନମାଳି ସାହୁ): କେନ୍ଦ୍ରାପଡା ଜିଲ୍ଲା ପତ୍ରପୁର ବ୍ରିଜ  ନିକଟରୁ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ବ୍ରାନସୁଗର ଜବତ କରିଛି ପୁଲିସ୍‌। ବ୍ରାଉନସୁଗର ଧରି ସ୍କୁଟିରେ ଯୁବକଜଣକ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଜଗି ରହିଥିଲା।

ଗତକାଲି ରାତିରେ ପତ୍ରପୁର ବ୍ରିଜ ନିକଟରେ ଯୁବକଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ତାଙ୍କୁ ଗିରଫ କରିଛି ଆଳି ପୁଲିସ୍‌।   ଏଥିସହ ସମ୍ପୃକ୍ତ ଯୁବକଙ୍କ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ବ୍ରାଉନସୁଗର ବେପାରୀଙ୍କ ନାଁ ହେଉଛି ରମାକାନ୍ତ ଦାସ । ତାଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଦକ୍ଷିଣ ଦିଆ ଗାଁରେ। ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଖୋର୍ଦ୍ଧା, ବାଲେଶ୍ୱର ଆଦି ସ୍ଥାନରୁ ବ୍ରାଉନସୁଗର ଜବତ ହୋଇଥିଲା।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଏତେ ଟଙ୍କାର ବ୍ରାଉନସୁଗର ଜବତ ଘଟଣା ପ୍ରଥମ ହୋଇଥିବା ବେଳେ ଏହା ପଛର ରାକେଟକୁ ଧରିବାକୁ ଖୋଳତାଡ଼ ଜାରି ରଖିଛି ପୁଲିସ୍‌।

 

…..

() ୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ସ୍କୁଟିରେ ବ୍ରାଉନସୁଗାର ଧରି ଅାଳି ଅାସୁଥିବା ବେଳେ ଜଣେ ଯୁବକଙ୍କୁ ଧରିଲା ପୋଲିସ ଗତକାଲି ରାତିରେ ପତ୍ରପୁର ସେତୁ ନିକଟରେ ଯୁବକଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଅଳି ପୋଲିସ ଏଥିସହ ସମ୍ପୃକ୍ତ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ବ୍ରାଉନ ସୁଗାର ବେପାରୀଙ୍କ ନାଁ ହେଉଛି ରମାକାନ୍ତ ଦାସ ।ତାଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଦକ୍ଷିଣ ଦିଆ ଗାଁରେ।  ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଖୋର୍ଦ୍ଧା, ବାଲେଶ୍ୱର ଆଦି ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଥିଲା।

The post ସ୍କୁଟିରେ ନେଉଥିଲେ, ଧରା ପଡ଼ିଗଲେ appeared first on Odisha Reporter.

]]>
right bottom 2020-10-01 11:37:52 https://cdn.odishareporter.in/wp-content/uploads/2020/08/01135620/arrest.jpg
୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ https://odishareporter.in/odisha/dead-body-of-mother-and-daughter-lying-in-village-for-last-4-days-574653 Wed, 23 Sep 2020 04:28:29 +0000 https://odishareporter.in/?p=574653

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ୪ ଦିନ ହେଲାଣି ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ିଥିବା ବେଳେ ପାଖରେ ଏକ ଆମ୍ବୁଲାନ୍ସରେ ପଡ଼ିଛି ମା’ର ମୃତଦେହ।  ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଶବ ସତ୍କାର କରୁ  ନ ଥିବାରୁ ଶବ ପଡ଼ି ରହି ସେଥିରୁ ଦୁର୍ଗନ୍ଧ ବାହାରିଲାଣି।  ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା  ରାଜନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। କେଉଁ ପରିସ୍ଥିତିରେ ମା’ ଓ ଝିଅଙ୍କ ମୃତ୍ୟୁ ହେଲା, […]

The post ୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ୪ ଦିନ ହେଲାଣି ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ିଥିବା ବେଳେ ପାଖରେ ଏକ ଆମ୍ବୁଲାନ୍ସରେ ପଡ଼ିଛି ମା’ର ମୃତଦେହ।  ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଶବ ସତ୍କାର କରୁ  ନ ଥିବାରୁ ଶବ ପଡ଼ି ରହି ସେଥିରୁ ଦୁର୍ଗନ୍ଧ ବାହାରିଲାଣି।  ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା  ରାଜନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି।

କେଉଁ ପରିସ୍ଥିତିରେ ମା’ ଓ ଝିଅଙ୍କ ମୃତ୍ୟୁ ହେଲା, ତାହାର ତଦନ୍ତ ଆରମ୍ଭ କରିଛି ରାଜନଗର ପୁଲିସ୍‌।  ବ୍ୟବଚ୍ଛେଦ ପରେ ମୃତା ଝିଅ ପେଟରୁ ଏକ  ଶିଶୁ ଭ୍ରୁଣ ବାହାରିବାରୁ   ପୁଲିସ୍‌ ତାଙ୍କ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।   ତେବେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କ  ପରିବାରର ଅନ୍ୟମାନଙ୍କୁ ଗିରଫ କରିବା ଜିଦ୍‌ରେ ଅଟଳ ରହିଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଆଜି ଉକ୍ତ ଗ୍ରାମକୁ ଯାଇଥିବା ତହସିଲଦାର, IIC ଓ ବିଡିଓଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ।  ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଧିକାରୀଙ୍କ ଗାଡ଼ି ଆଗରେ ମହିଳାମାନେ ଧାରଣା ଦେଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମୃତ ମହିଳା ନିଜ ସ୍ୱାମୀ ଓ ୨ ଝିଅଙ୍କ ସହ ବାପ ଘର ଗାଁରେ ରୁହନ୍ତି। ଗତ ଶନିବାର ମହିଳାଜଣକ କେଉଁଆଡ଼େ ଚାଲି ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ତାଙ୍କ ଚପଲ ଓ ମୋବାଇଲ୍‌ ମାଟିଆ ମଙ୍ଗଳା ମନ୍ଦିର ନିକଟସ୍ଥ ହଂସୁଆ ନଦୀ ପଠାରୁ ପାଇଥିଲେ। ଏନେଇ ମହିଳାଙ୍କ ବଡ଼ ଝିଅ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହା ପରଦିନ ମହିଳାଙ୍କ ମୃତଦେହ ହଂସୁଆ ନଦୀରେ ଭାସୁଥିବା ଦେଖିବା ମିଳିଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରିଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାଆ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିବା ଝିଅର ମୃତଦେହ ତା’ ପରଦିନ ଗାଁ ପୋଖରୀରୁ ମିଳିଥିଲା।

ମୃତା ଯୁବତୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ତେବେ ପୁଲିସ୍‌ର ବାରମ୍ବାର ବୁଝାଇବା ସତ୍ତ୍ୱେ ଗ୍ରାମବାସୀ ଶବ ସତ୍କାର କରୁ ନ ଥିବାରୁ ମା’ ଝିଅଙ୍କ ମୃତଦେହ ୪ ଦିନ ହେଲାଣି ପଡ଼ି ରହିଛି।

 

ଅଧିକ ପଢ଼ନ୍ତୁ : ଧରାପଡ଼ିଗଲା ଚୋରା ପୀରତି, ଭାଣିଜୀକୁ ମାରି ପୋତି ଦେଲା ମାଇଁ!

 

The post ୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ appeared first on Odisha Reporter.

]]>
centre bottom, Kendrapada, murder 2020-12-14 13:02:02 https://cdn.odishareporter.in/wp-content/uploads/2020/09/23095247/pattamundai.jpg
ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର https://odishareporter.in/odisha/couple-attacked-in-kendrapara-574020 Mon, 21 Sep 2020 04:18:43 +0000 https://odishareporter.in/?p=574020

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଟି ଘରୁ ଡକାୟତି ହୋଇଥିବା ବେଳେ ଡକାୟତଙ୍କ ଭୁଜାଲି ଚୋଟରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାହ୍ନୁଚରଣ ନାୟକ ଓ ତାଙ୍କ ପତ୍ନୀ। କାହ୍ନୁଚରଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପତ୍ନୀ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ଗ୍ରୀଲ୍‌ରେ […]

The post ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଟି ଘରୁ ଡକାୟତି ହୋଇଥିବା ବେଳେ ଡକାୟତଙ୍କ ଭୁଜାଲି ଚୋଟରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାହ୍ନୁଚରଣ ନାୟକ ଓ ତାଙ୍କ ପତ୍ନୀ। କାହ୍ନୁଚରଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପତ୍ନୀ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ଗ୍ରୀଲ୍‌ରେ ପଡ଼ିଥିବା ତାଲା ଭାଙ୍ଗି କାହ୍ନୁଚରଣଙ୍କ ଘରେ ପଶିଥିଲେ। ସେମାନେ ଚୋରି କରୁଥିବା ସମୟରେ ପରିବାର ଲୋକେ ଉଠି ପଡ଼ିଥିଲେ। ଏହା ପରେ ସେମାନେ ଭୁଜାଲିରେ କାହ୍ନୁଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। କାହ୍ନୁଚରଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହା ପରେ ଡକାୟତମାନେ ଟଙ୍କା ଓ ସୁନାଗହଣା ନେଇ ସେଠାରୁ ପଳାଇ ଯାଇଥିଲେ।

ସେହି ରାତିରେ ସେମାନେ ଗାଁର ଅନ୍ୟ ଜଣଙ୍କ ଘରେ ମଧ୍ୟ ପଶିଥିଲେ। ସେଠାରେ ସେମାନେ ପରିବାର ଲୋକଙ୍କୁ ଏକ ରୁମ୍‌ରେ ଭର୍ତ୍ତି କରି ବାହାର ପଟୁ ତାଲା ପକାଇ ଦେଇଥିଲେ ଏବଂ  ଟଙ୍କା ଓ ସୁନାଗହଣା ନେଇ ପଳାଇ ଯାଇଥିଲେ।

ପୁଲିସ ଏହି ଦୁଇଟି ଘଟଣାର ତଦନ୍ତ କରୁଛି।

The post ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର appeared first on Odisha Reporter.

]]>
right bottom 2020-09-21 10:37:34 https://cdn.odishareporter.in/wp-content/uploads/2020/09/21093125/policestation.jpg
କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ https://odishareporter.in/odisha/kendrapara-block-chairman-anama-bandhu-dhal-passed-away-for-cardiac-arrest-572593 Wed, 16 Sep 2020 02:44:55 +0000 https://odishareporter.in/?p=572593

କେନ୍ଦ୍ରାପଡା(ମନୋଜ ସ୍ୱାଇଁ): କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। କେନ୍ଦ୍ରାପଡା ସରକାରୀ ବାସଭାବନରେ ଥିବା ବେଳେ  ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୧୭ ମସିହାରେ ଗାଙ୍ଗପଡା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧକ୍ଷ ଭାବେ କାର୍ଯ୍ୟରତ ଥିଲେ ଅନାମ। ସେ […]

The post କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ appeared first on Odisha Reporter.

]]>

କେନ୍ଦ୍ରାପଡା(ମନୋଜ ସ୍ୱାଇଁ): କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। କେନ୍ଦ୍ରାପଡା ସରକାରୀ ବାସଭାବନରେ ଥିବା ବେଳେ  ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୨୦୧୭ ମସିହାରେ ଗାଙ୍ଗପଡା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧକ୍ଷ ଭାବେ କାର୍ଯ୍ୟରତ ଥିଲେ ଅନାମ। ସେ ଜଣେ ମେଳାପୀ ,ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

The post କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ appeared first on Odisha Reporter.

]]>
centre bottom, Kendrapada 2020-09-16 08:14:55 https://cdn.odishareporter.in/wp-content/uploads/2020/09/16081229/kendrapada.jpg
ସଉଦା କିଣିବାକୁ ଯିବା ବେଳେ ଧକ୍କା ଦେଲା ବସ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ https://odishareporter.in/odisha/bus-on-fire-following-death-of-a-bik-rider-in-kendrapara-11-568884 Wed, 02 Sep 2020 04:54:02 +0000 https://odishareporter.in/?p=568884

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ସଉଦା କିଣିବାକୁ ଘରୁ ଯାଉଥିବା ବେଳେ ବସ୍‌ ଧକ୍କାରେ ଜୀବନ ଗଲା। କେନ୍ଦ୍ରାପଡ଼ା ଏନ୍ଏଚ୍- ୫ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ଆଜି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ହଳଦିଆପଡ଼ାର ବିକାଶ ନାୟକ। ଉତ୍ତ୍ୟକ୍ତ ଲୋକେ ବସ୍‌ ଜାଳି ଦେଇଥିବା ବେଳେ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ସୂଚନ ଅନୁଯାୟୀ, ବିକାଶ ଆଜି ସକାଳ ପ୍ରାୟ […]

The post ସଉଦା କିଣିବାକୁ ଯିବା ବେଳେ ଧକ୍କା ଦେଲା ବସ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ସଉଦା କିଣିବାକୁ ଘରୁ ଯାଉଥିବା ବେଳେ ବସ୍‌ ଧକ୍କାରେ ଜୀବନ ଗଲା। କେନ୍ଦ୍ରାପଡ଼ା ଏନ୍ଏଚ୍- ୫ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ଆଜି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ହଳଦିଆପଡ଼ାର ବିକାଶ ନାୟକ। ଉତ୍ତ୍ୟକ୍ତ ଲୋକେ ବସ୍‌ ଜାଳି ଦେଇଥିବା ବେଳେ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

ସୂଚନ ଅନୁଯାୟୀ, ବିକାଶ ଆଜି ସକାଳ ପ୍ରାୟ ୮ଟାରେ ସଉଦା ଆଣିବା ପାଇଁ ବାଇକ୍‌ ଧରି ମାର୍ଶଘାଇ ଅଭିମୁଖେ ଯାଉଥିଲେ। ଉକ୍ତ ସମୟରେ କଲିକତାରୁ ପାରାଦୀପ ଅଭିମୁଖେ ‘ଲୋକନାଥ’ ନାମକ ବସ୍‌ ଦ୍ରୁତ ଗତିରେ ଯାଉଥିଲା। ହଳଦିଆପଡ଼ା ରାଧାଭାଟି ନିକଟରେ ମୁହାଁମୁହିଁ ଧକ୍କା ହେବାରୁ ବସ୍‌ଟି ବିକାଶଙ୍କୁ ବହୁତ ବାଟ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବସ୍‌‌ଟିକୁ ଜାଳି ଦେଇଛନ୍ତି। ଏଥିଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।  ଖବର ପାଇ ମାର୍ଶାଘାଇ ଆଇଆଇସି, ଏସଡିପିଓ, ତହସିଲଦାର, ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦମକଳ ବାହିନୀ ପହଞ୍ଚି ବସ୍‌ରୁ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଯାନବାହନ ଚଳାଚଳକୁ ସ୍ୱାଭାବିକ କରିବା ନିମନ୍ତେ ପ୍ରୟାସ ଜାରି ରହିଥିବା ଜଣାଯାଇଛି।

The post ସଉଦା କିଣିବାକୁ ଯିବା ବେଳେ ଧକ୍କା ଦେଲା ବସ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ appeared first on Odisha Reporter.

]]>
centre bottom, Kendrapada, One Death 2020-09-02 12:06:37 https://cdn.odishareporter.in/wp-content/uploads/2020/09/02102226/bus-1.jpg
ଆଜି ୩ଟି କ୍ୟାବିନେଟ ବୈଠକ; ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି https://odishareporter.in/odisha/cabinet-meeting-today-important-decisions-will-be-taken-568876 Wed, 02 Sep 2020 04:21:35 +0000 https://odishareporter.in/?p=568876

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ପ୍ରଥମେ ଅପରାହ୍ନ ୫ଟାରେ ବସିବ ଐତିହ୍ୟ କ୍ୟାବିନେଟ ବୈଠକ। ପରେ କୃଷି କ୍ୟାବିନେଟ ୫ଟା ୧୫ରେ ବସିବ । ଏବଂ ସାଧାରଣ କ୍ୟାବିନେଟ ବୈଠକ ଅପରାହ୍ନ ୫ଟା ୪୫ ମିନିଟରେ ବସିବ। ଐତିହ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । କୋଭିଡ୍ ମହାମାରୀ ସମୟରେ କୃଷି କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ […]

The post ଆଜି ୩ଟି କ୍ୟାବିନେଟ ବୈଠକ; ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।

ପ୍ରଥମେ ଅପରାହ୍ନ ୫ଟାରେ ବସିବ ଐତିହ୍ୟ କ୍ୟାବିନେଟ ବୈଠକ। ପରେ କୃଷି କ୍ୟାବିନେଟ ୫ଟା ୧୫ରେ ବସିବ । ଏବଂ ସାଧାରଣ କ୍ୟାବିନେଟ ବୈଠକ ଅପରାହ୍ନ ୫ଟା ୪୫ ମିନିଟରେ ବସିବ। ଐତିହ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

କୋଭିଡ୍ ମହାମାରୀ ସମୟରେ କୃଷି କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ କୃଷି କ୍ୟାବିନେଟ ବୈଠକ ଚାଷୀ ଓ ଚାଷ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏଥିରେ କୃଷି, ରାଜସ୍ୱ, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଯୋଗ ଦେବେ ।

ସେହିପରି ତୃତୀୟ ସାଧାରଣ କ୍ୟାବିନେଟ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ଅଧ୍ୟାଦେଶକୁ  ମଞ୍ଜୁରୀ ଦେଇପାରନ୍ତି ସରକାର ।  ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୧୯୮୯କୁ ସଂଶୋଧନ କରିପାରନ୍ତି ସରକାର। ଏହି ୩ କ୍ୟାବିନେଟ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିବ ବୋଲି ସୂଚନା ମିଳିଛି ।

The post ଆଜି ୩ଟି କ୍ୟାବିନେଟ ବୈଠକ; ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି appeared first on Odisha Reporter.

]]>
Cabinet Meeting:, Important decision, right top 2020-09-02 10:52:58 https://cdn.odishareporter.in/wp-content/uploads/2020/07/27123655/90-3.jpg
ବନ୍ୟା ପାଣିରେ ପଶିଗଲା କାର୍‌, ଆଖି ବୁଜିଲେ ବିଜେଡି ନେତା https://odishareporter.in/odisha/bjd-leader-diptikanta-parija-killed-in-an-accident-in-kendrapara-568854 Wed, 02 Sep 2020 03:05:20 +0000 https://odishareporter.in/?p=568854

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବନ୍ୟା ପାଣିରେ କାର୍ ବୁଡ଼ି ଯିବାରୁ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସେ ଘରକୁ ଫେରୁଥିବା ବେଳେ ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ବନ୍ୟା ପାଣି ଭିତରେ ପଶି ଯାଇଥିଲା ଏବଂ ବୁଡ଼ି ଯାଇଥିଲା। ଦୀପ୍ତିକାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

The post ବନ୍ୟା ପାଣିରେ ପଶିଗଲା କାର୍‌, ଆଖି ବୁଜିଲେ ବିଜେଡି ନେତା appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବନ୍ୟା ପାଣିରେ କାର୍ ବୁଡ଼ି ଯିବାରୁ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସେ ଘରକୁ ଫେରୁଥିବା ବେଳେ ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ବନ୍ୟା ପାଣି ଭିତରେ ପଶି ଯାଇଥିଲା ଏବଂ ବୁଡ଼ି ଯାଇଥିଲା। ଦୀପ୍ତିକାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

The post ବନ୍ୟା ପାଣିରେ ପଶିଗଲା କାର୍‌, ଆଖି ବୁଜିଲେ ବିଜେଡି ନେତା appeared first on Odisha Reporter.

]]>
accident, bjd leader, centre top 2020-09-02 12:48:53 https://cdn.odishareporter.in/wp-content/uploads/2020/09/02083340/car.jpg
୪ ଦିନ ପରେ ଟାପୁରୁ ଉଦ୍ଧାର ହେଲେ ଗୋଟିଏ ପରିବାର https://odishareporter.in/odisha/whole-family-rescued-from-kaithapal-island-567896 Sun, 30 Aug 2020 14:36:12 +0000 https://odishareporter.in/?p=567896

ଆଳି (ବନମାଳି ସାହୁ): ୪ ଦିନ ଧରି ଭୋକ ଉପାସରେ ଟାପୁରେ ପଡ଼ି ରହିଲେ। ଶେଷରେ ଏହି ଅସହାୟ ପରିବାର ପାଇଁ ଦେବଦୂତ ସାଜିଛନ୍ତି ଅଗ୍ନିଶମ କର୍ମଚାରୀ। ୫ ଜଣ ସଦସ୍ୟଙ୍କୁ ନିରାପଦ ଭାବେ ସେଠାରୁ ଉଦ୍ଧାର କରିଛନ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ କଇଥାପାଳ ଟାପୁରେ। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା ରହିଛନ୍ତି। ଖରସ୍ରୋତା ନଦୀରେ ହଠାତ୍ ବନ୍ୟା ଆସିବାରୁ କଇଥାପାଳ ଟାପୁରେ ଗୋଟିଏ […]

The post ୪ ଦିନ ପରେ ଟାପୁରୁ ଉଦ୍ଧାର ହେଲେ ଗୋଟିଏ ପରିବାର appeared first on Odisha Reporter.

]]>

ଆଳି (ବନମାଳି ସାହୁ): ୪ ଦିନ ଧରି ଭୋକ ଉପାସରେ ଟାପୁରେ ପଡ଼ି ରହିଲେ। ଶେଷରେ ଏହି ଅସହାୟ ପରିବାର ପାଇଁ ଦେବଦୂତ ସାଜିଛନ୍ତି ଅଗ୍ନିଶମ କର୍ମଚାରୀ। ୫ ଜଣ ସଦସ୍ୟଙ୍କୁ ନିରାପଦ ଭାବେ ସେଠାରୁ ଉଦ୍ଧାର କରିଛନ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ କଇଥାପାଳ ଟାପୁରେ। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା ରହିଛନ୍ତି।

ଖରସ୍ରୋତା ନଦୀରେ ହଠାତ୍ ବନ୍ୟା ଆସିବାରୁ କଇଥାପାଳ ଟାପୁରେ ଗୋଟିଏ ପରିବାର ଚାରି ଦିନ ହେବ ଫସି ରହିଥିଲେ। ଯାହା ଖାଇବା ଥିଲା ସବୁ ସରିଯିବାପରେ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିଲେ। କୂଳକୁ ଆସିବାକୁ ତାଙ୍କ ପାଖରେ କୌଣସି ବାଟ ନଥିଲା।

ଏ ସମ୍ପର୍କରେ ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ପରେ ଦେଵଦୂତ ସାଜିଥିଲେ ଅଗ୍ନିଶମ କର୍ମଚାରୀ। ସେମାନେ କାଇଥାପାଳ ଗାଁରେ ପହଞ୍ଚି ପାଣି ଘେରରେ ଥିବା ଏକ ପରିବାରକୁ ଗତକାଲି ଉଦ୍ଧାର କରିଥିଲେ।

The post ୪ ଦିନ ପରେ ଟାପୁରୁ ଉଦ୍ଧାର ହେଲେ ଗୋଟିଏ ପରିବାର appeared first on Odisha Reporter.

]]>
right bottom 2020-08-30 20:06:12 https://cdn.odishareporter.in/wp-content/uploads/2020/08/30200539/Tapu.jpg
କାଣୀନଦୀରେ ଭାସିଗଲେ ବୃଦ୍ଧ https://odishareporter.in/odisha/old-man-missing-kani-river-567911 Sun, 30 Aug 2020 11:49:24 +0000 https://odishareporter.in/?p=567911

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପେତପଡ଼ାର ଜଣେ ବୃଦ୍ଧ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ କେଶବ ଚନ୍ଦ୍ର ଦାସ। ତାଙ୍କୁ ୬୨ ବର୍ଷ ହୋଇଥିଲା। ଆଜି କେଶବ ଦୋକାନ ବନ୍ଦ କରି ଘରୁ ଫେରିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। କାଣୀ ନଦୀରେ ଆସିଥିବା ବନ୍ୟା ପାଣିରେ ସେ ଭାସି ଯାଇଥିଲେ। ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କେଶବଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି।

The post କାଣୀନଦୀରେ ଭାସିଗଲେ ବୃଦ୍ଧ appeared first on Odisha Reporter.

]]>

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପେତପଡ଼ାର ଜଣେ ବୃଦ୍ଧ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ କେଶବ ଚନ୍ଦ୍ର ଦାସ। ତାଙ୍କୁ ୬୨ ବର୍ଷ ହୋଇଥିଲା।

ଆଜି କେଶବ ଦୋକାନ ବନ୍ଦ କରି ଘରୁ ଫେରିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। କାଣୀ ନଦୀରେ ଆସିଥିବା ବନ୍ୟା ପାଣିରେ ସେ ଭାସି ଯାଇଥିଲେ। ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କେଶବଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି।

The post କାଣୀନଦୀରେ ଭାସିଗଲେ ବୃଦ୍ଧ appeared first on Odisha Reporter.

]]>
right bottom 2020-08-30 17:21:30 https://cdn.odishareporter.in/wp-content/uploads/2020/08/30171848/ddddddddddddddddddd.jpg
ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି, ଯୋଗାଯୋଗ ବିଚ୍ଛିନ୍ନ https://odishareporter.in/odisha/flood-situation-in-different-parts-of-odisha-11-566814 Thu, 27 Aug 2020 08:13:19 +0000 https://odishareporter.in/?p=566814

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଦେଖାଦେଇଛି। ଅନେକ ଗାଁ ପାଣି ଘେରରେ ଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ଏଥିସହ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି।  ଜିଲ୍ଲାର ଅନେକ ସ୍ଥାନରେ ଚାଷଜମିରେ ବନ୍ୟା ଜଳ ଜମି ରହିଛି। ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡ଼ା ବ୍ଲକର ୧୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଧାନ ଚାଷ […]

The post ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି, ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଦେଖାଦେଇଛି। ଅନେକ ଗାଁ ପାଣି ଘେରରେ ଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ଏଥିସହ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି।  ଜିଲ୍ଲାର ଅନେକ ସ୍ଥାନରେ ଚାଷଜମିରେ ବନ୍ୟା ଜଳ ଜମି ରହିଛି। ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡ଼ା ବ୍ଲକର ୧୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଧାନ ଚାଷ ଜମି ବୁଡି ରହିଛି।  ଜମିରେ ୩ରୁ ୪ ଫୁଟ୍‌ର ପାଣି ଜମି ରହିଛି।

ସେହିପରି ବୈତରଣୀ ନଦୀରେ ଜଳସ୍ତର ବଢୁଥିବାରୁ ଯାଜପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।  ଜିଲ୍ଲାର ୫ଟି ବ୍ଲକର ୮୦ଟି ପଞ୍ଚାୟତ ବନ୍ୟା ଜଳ ଘେରରେ ରହିଛି। ତେଣୁ ପରିସ୍ଥିତି ମୁକାବିଲା ପାଇଁ ୨ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନ୍‌ଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ତୁହାକୁ ତୁହା ବର୍ଷା ଜାରି ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଆଉ ୨ଟି ଓଡ୍ରାଫ ଟିମ୍ ମାଗିଛି ।

ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର କାତିକେଲା ପଞ୍ଜାୟତକୁ ଯାଇଥିବା ଗୋଟିଏ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୃନ୍ଦାମାଳ-ଭାଗିପାଳି ରାସ୍ତା ଉପରେ ପାଣି ଯାଉଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କିଛି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଣ୍ଡୋକଟା ନିକଟ ସାପଲେଞ୍ଜି ନାଳ ଉପରେ ପାଣି ବୋହୁଥିବାରୁ ୪୯ ନଂ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ମଟର ଅଟକି ରହିଛି।  ମହୁଲପାଲି ପୋଲ, ଜରାବଗା ପୋଲ ଏବଂ ଲଇକେରାର କୁଅଁରମାଲ-ମୟୂରଗଡ ରାସ୍ତାର ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।  ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଗତ ୨ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି।  ଇବନଦୀ ଓ ଭେଡେନ ନଦୀର ବନ୍ୟା ଜଳ ଚାଷ ଜମିରେ ମାଡ଼ି ଯାଇଛି।   

ଅନ୍ୟପକ୍ଷରେ ବର୍ଷା ଯୋଗୁ ବୃଦ୍ଧି ପାଉଛି ନରାଜ ଜଳସ୍ତର। ହୀରାକୁଦରେ ୧୨ଟି ଗେଟ୍ ଖୋଲିବା ଦ୍ୱାରା ନରାଜରେ ଜଳସ୍ତର ବଢିବାରେ ଲାଗିଛି।  ସେକେଣ୍ଟ ପ୍ରତି ୩ ଲକ୍ଷ ୩୯ ହଜାର କ୍ୟୁସେକ୍ ଜଳ ନରାଜରେ ପ୍ରବେଶ କରୁଛି। ନରାଜରେ ୪୭ଟି ଗେଟ୍ ମଧ୍ୟରୁ ଏବେ ୩୧ ଟି ଗେଟ୍ ସମ୍ପୂର୍ଣ୍ଣ ଖୋଲାଯାଇଛି।  ଅନ୍ୟ ଗେଟ୍‌ଗୁଡିକ ମଧ୍ୟ ଅଧା ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।  ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବା ବେଳେ ଏବେ ୨୫.୫୦ ମିଟରରେ ଜଳ ପ୍ରବାହିତ ହେଉଛି।  ସେହିପରି ମୁଣ୍ଡଳିରେ ୬ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି।

କଟକ ଜିଲ୍ଲା ବଡମ୍ୱାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟା ଜଳ ପ୍ରବେଶ କରିଛି। ଗର୍ଭଗୃହରେ ବନ୍ୟା ଜଳ ପ୍ରବେଶ କରିବାରୁ  ରାତି ପ୍ରାୟ ଗୋଟାଏରେ ମାଆଙ୍କ ଚଳନ୍ତି ପ୍ରତିମାକୁ ପାହାଡ଼ ଉପରେ ଥିବା ମନ୍ଦିରକୁ ସେବାୟତ ଓ ମନ୍ଦିର ପ୍ରଶାସନ ଦ୍ୱାରା ସ୍ଥାନାନ୍ତର କରାଯାଇଛି। ତେବେ ମାଆଙ୍କ ନୀତିକାନ୍ତି ବିଳମ୍ୱ ହୋଇଥିବା ଜଣାପଡ଼ିଛି।

 

The post ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି, ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.

]]>
right bottom 2020-08-27 13:47:59 https://cdn.odishareporter.in/wp-content/uploads/2020/08/27102001/flood-3-1.jpg
ମିଠା ଧରି ଘରକୁ ଆସିଲେ, ହାଣି ଲୁଟିନେଲେ https://odishareporter.in/odisha/sons-friend-became-murderer-of-mother-565488 Sat, 22 Aug 2020 09:17:47 +0000 https://odishareporter.in/?p=565488

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପୁଅର ସାଙ୍ଗ ସାଜିଲା ହତ୍ୟାକାରୀ। ଟଙ୍କା ଲୋଭରେ ଏକ ସୁଚିନ୍ତିତ ଯୋଜନା କରି ଘଟାଇଲା ନାରକୀୟ କାଣ୍ଡ। ଏଥିରେ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମଧ୍ୟ ସାମିଲ କରିଥିଲା। ଏହି  ହତ୍ୟାକାଣ୍ଡରେ ସମୁଦାୟ ୭ ଜଣ  ଥିବା ବେଳେ ମାଷ୍ଟର ମାଇଣ୍ଡ ସାଜିଥିଲା ମୃତା ମହିଳାଙ୍କ ପୁଅର ସାଙ୍ଗ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅରଡ଼ପଲି ଗାଁର ମିନତୀ ଜେନା ନାମ୍ନୀ ମହିଳାଙ୍କୁ ଗତ ୧୭ ତାରିଖରେ  ଅତି ବିଭତ୍ସ ଭାବେ ହତ୍ୟା […]

The post ମିଠା ଧରି ଘରକୁ ଆସିଲେ, ହାଣି ଲୁଟିନେଲେ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପୁଅର ସାଙ୍ଗ ସାଜିଲା ହତ୍ୟାକାରୀ। ଟଙ୍କା ଲୋଭରେ ଏକ ସୁଚିନ୍ତିତ ଯୋଜନା କରି ଘଟାଇଲା ନାରକୀୟ କାଣ୍ଡ। ଏଥିରେ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମଧ୍ୟ ସାମିଲ କରିଥିଲା। ଏହି  ହତ୍ୟାକାଣ୍ଡରେ ସମୁଦାୟ ୭ ଜଣ  ଥିବା ବେଳେ ମାଷ୍ଟର ମାଇଣ୍ଡ ସାଜିଥିଲା ମୃତା ମହିଳାଙ୍କ ପୁଅର ସାଙ୍ଗ ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅରଡ଼ପଲି ଗାଁର ମିନତୀ ଜେନା ନାମ୍ନୀ ମହିଳାଙ୍କୁ ଗତ ୧୭ ତାରିଖରେ  ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ ନିମନ୍ତେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ପେଶାଲ ସ୍କ୍ୱାଡ ଟିମ୍‌ ପ୍ରଥମେ ଘଟଣାର ମାଷ୍ଟର ମାଇଣ୍ଡ ଅନିଲ ଜେନାଙ୍କୁ ପଚରାଉଚରା କରିବାରୁ ସେ ସତ ଓଗାଳିଥିଲେ। ଏହାପରେ ଯାଜପୁର, ଢେଙ୍କାନା, ବାଲିଚନ୍ଦ୍ରପୁର ଆଦି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ ଟି ମୋବାଇଲ ଫୋନ , ନଗଦ ୫ ଲକ୍ଷ ୬୪ ହଜାର ଟଙ୍କା , ୫ଟି ବାଇକ , ଏକ କାନ ଫୁଲ ଓ ରକ୍ତ ଭିଜା ଛୁରୀ ଜବତ  ହୋଇଛି ।

କେନ୍ଦ୍ରାପଡା ଏସ୍‌ପି ନିତି ଶେଖର ଆଜି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ମୃତ ମିନତୀଙ୍କ ସାନ ପୁଅ ସତ୍ୟଜିତ ଜେନାର ସାଙ୍ଗ ତଥା ପଡୋଶୀ ଅନିଲ ଜେନା ମିନତୀଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ମିନତୀଙ୍କ ଘରେ ଅଧିକ ଟଙ୍କା ଥିବା ଜାଣି ଅନିଲ ଲୁଟ୍‌ ନିମନ୍ତେ ଜାଲ ବିଛାଇଥିଲା । ନିଜ ପ୍ଲାନ୍‌ରେ ସେ ଯାଜପୁରର ଦୁର୍ଦ୍ଦାନ୍ତ  ୬ ଅପରାଧୀଙ୍କୁ ସାମିଲ କରିଥିଲା।

ଏହାପରେ ପୂର୍ବ ଯୋଜନା ମୁତାବକ, ଗତ ୧୭ ତାରିଖ ମଧ୍ୟାହ୍ନ ସମୟରେ ମିନତୀଙ୍କ ଘରେ କେହି ନ ଥିବା ବେଳେ ଅନୀଲ ନିଜ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନେ ଗାଁ ପାଖ ଦୋକାନରୁ  ମିଠା  ନେଇ ବନ୍ଧୁ ହିସାବରେ ତାଙ୍କ ଘରକୁ ଯାଇଥିଲେ। ଅନୀଲଙ୍କ ସମେତ ୩ ଜଣ ଘର ବାହାରେ ଥିବା ବେଳେ ଅନ୍ୟମାନେ ଘର ଭିତରେ  ଲୁଟ ଉଦ୍ୟମ କରିଥିଲେ। ତେବେ ଏହାକୁ ମିନତୀ ପ୍ରତିବାଦ କରିବାରୁ ସେମାନେ ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ କଲେ। ଫଳରେ ଘଟଣାସ୍ଥଳରେ ମିନତୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ଘରୁ ପ୍ରାୟ ୮ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ।

ଏହି ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଅନୀଲ ନିଜ ଘରେ ହିଁ ରହିଥିଲେ। କେହି ଯେପରି ସନ୍ଦେହ ନ କରିବା ସେଥିନିମନ୍ତେ ସେ ସବୁବେଳେ ସତ୍ୟଜିତଙ୍କ ପାଖେ ପାଖେ ରହି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଚେଷ୍ଟା କରୁଥିଲେ। ଏହାପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ସନ୍ଦେହରେ  ପୁଲିସ୍‌ ଅନୀଲଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ସେ ସତ ଓଗାଳିଥିଲେ। ଏହାପରେ ପଟ୍ଟାମୁଣ୍ଡାଇ ଆଇଆଇସିଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ୬ ଜଣଙ୍କୁ ଗିରଫ କରିଛି।

The post ମିଠା ଧରି ଘରକୁ ଆସିଲେ, ହାଣି ଲୁଟିନେଲେ appeared first on Odisha Reporter.

]]>
centre top 2020-08-22 14:50:13 https://cdn.odishareporter.in/wp-content/uploads/2020/08/22144326/loot-1.jpg
ଖୁବ୍‌ ଶୀଘ୍ର ଏହି ରେଳଲାଇନରେ ଗଡ଼ିବ ପାସେଞ୍ଜର ଟ୍ରେନ୍ https://odishareporter.in/odisha/passenger-train-will-run-in-this-track-very-soon-562227 Wed, 12 Aug 2020 03:30:23 +0000 https://odishareporter.in/?p=562227

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହରିଦାସପୁର-ପାରାଦୀପ ରେଳଲାଇନରେ ଚାଲିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟରେ ମାଲବାହୀ ଟ୍ରେନ ଚାଲିବ। ତେବେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ଚାଲିବ ପାସେଞ୍ଜର ଟ୍ରେନ। ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏ ନେଇ ସୂଚନା ଦେଇଛନ୍ତି।

The post ଖୁବ୍‌ ଶୀଘ୍ର ଏହି ରେଳଲାଇନରେ ଗଡ଼ିବ ପାସେଞ୍ଜର ଟ୍ରେନ୍ appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହରିଦାସପୁର-ପାରାଦୀପ ରେଳଲାଇନରେ ଚାଲିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟରେ ମାଲବାହୀ ଟ୍ରେନ ଚାଲିବ। ତେବେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ଚାଲିବ ପାସେଞ୍ଜର ଟ୍ରେନ।

ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏ ନେଇ ସୂଚନା ଦେଇଛନ୍ତି।

The post ଖୁବ୍‌ ଶୀଘ୍ର ଏହି ରେଳଲାଇନରେ ଗଡ଼ିବ ପାସେଞ୍ଜର ଟ୍ରେନ୍ appeared first on Odisha Reporter.

]]>
right bottom 2020-08-12 09:00:23 https://cdn.odishareporter.in/wp-content/uploads/2020/08/12082952/train.jpg
ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ https://odishareporter.in/odisha/pregnant-lady-murdered-for-dowery-0-561555 Mon, 10 Aug 2020 05:23:31 +0000 https://odishareporter.in/?p=561555

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଯୌତୁକ ପାଇଁ ଜଣେ ୯ ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଠର ବାଟିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କ୍ରିଷ୍ଣା ସେଠୀ। କ୍ରିଷ୍ଣାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅଟକ ରଖିଛି। ମିଳିଥିବା […]

The post ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଯୌତୁକ ପାଇଁ ଜଣେ ୯ ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଠର ବାଟିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କ୍ରିଷ୍ଣା ସେଠୀ। କ୍ରିଷ୍ଣାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ କ୍ରିଷ୍ଣାଙ୍କ ସହିତ ତାଙ୍କ ସ୍ୱାମୀ ସିଦ୍ଧାନ୍ତଙ୍କର କୌଣସି କଥାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ଏହାପରେ ସନ୍ଧ୍ୟାରେ କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।

ଯୌତୁକ ପାଇଁ କ୍ରିଷ୍ଣାଙ୍କୁ ଶ୍ୱଶୁର ଘର ଲୋକେ ବାରମ୍ବାର ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ। ସେମାନେ ତାଙ୍କୁ ମାରି ଟାଙ୍ଗି ଦେଇଥିବା ମୃତ ମହିଳାଙ୍କ ବାପ ଘର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଦୁଇବର୍ଷ ପୂର୍ବେ କ୍ରିଷ୍ଣା ସିଦ୍ଧାନ୍ତ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ।

The post ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ appeared first on Odisha Reporter.

]]>
right top 2020-08-10 11:09:14 https://cdn.odishareporter.in/wp-content/uploads/2020/07/06144640/deadbody-888.jpg
ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର https://odishareporter.in/odisha/crocodile-blocked-in-net-559448 Tue, 04 Aug 2020 07:03:13 +0000 https://odishareporter.in/?p=559448

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର l କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀପଠାରେ ଏକ ଖାଲରେ ଫସିଯାଇଛି କୁମ୍ଭୀର l ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର l ଅଧାଖିଆ ଘୁଷୁରିକୁ ଛାଡି ଚାଲି ଯାଇଥିଲା। ଏହାପରେ  ଘୁଷୁରି ଜଗୁଆଳି ବିଭୁତି  ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାସ ବସାଇଥିଲେ l ସନ୍ଧ୍ୟାରେ ପୁଣି ଥରେ ମୃତ ଘୁଷୁରିକୁ ଖାଇବା ପାଇଁ ଆସିଥିଲା କୁମ୍ଭୀର । ହେଲେ  ଫେରିବା ବାଟକୁ […]

The post ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର l କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀପଠାରେ ଏକ ଖାଲରେ ଫସିଯାଇଛି କୁମ୍ଭୀର l

ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର l ଅଧାଖିଆ ଘୁଷୁରିକୁ ଛାଡି ଚାଲି ଯାଇଥିଲା। ଏହାପରେ  ଘୁଷୁରି ଜଗୁଆଳି ବିଭୁତି  ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାସ ବସାଇଥିଲେ l ସନ୍ଧ୍ୟାରେ ପୁଣି ଥରେ ମୃତ ଘୁଷୁରିକୁ ଖାଇବା ପାଇଁ ଆସିଥିଲା କୁମ୍ଭୀର । ହେଲେ  ଫେରିବା ବାଟକୁ ମାଟି ପକାଇ ଅବରୋଧ କରି ଦେଇଥିଲେ ଘୁଷୁରି ଜଗୁଆଳିଜଣଙ୍କ l

ପ୍ରାୟ ୪ ବର୍ଷ ହେବ ନଦୀର ଉକ୍ତ ସ୍ଥାନରୁ ମଇଁଷି,ଘୁଷୁରି,ଛେଳି ପ୍ରଭୃତି ଟାଣି ନେଇ କୁମ୍ଭୀର ଖାଇ ଦେଉଥିବା ଅଭିଯୋଗ ହେଉଥିଲା l ଗତବର୍ଷ ଅକ୍ଟୋବର ମାସରେ ଜଣେ ଗାଇ ଜଗୁଆଳି କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିଲେ।  କୁମ୍ଭୀର  ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ତାହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ ଜମିଛି l

The post ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର appeared first on Odisha Reporter.

]]>
right bottom 2020-08-04 12:33:13 https://cdn.odishareporter.in/wp-content/uploads/2020/08/04122913/5171.jpg
୨ ଡାକ୍ତର ଭାଇଙ୍କ ଦାଦାଗିରି; ପୁଲିସ୍‌, ସାମ୍ବାଦିକଙ୍କୁ ପିଟି ବନ୍ଧା ହେଲେ https://odishareporter.in/odisha/2-doctor-brothers-attack-police-and-journalist-558277 Sat, 01 Aug 2020 03:21:20 +0000 https://odishareporter.in/?p=558277

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ଜୀବନ ରକ୍ଷା କରୁଥିବା ଡାକ୍ତର ଶେଷରେ ଆକ୍ରମଣ ମୁହାଁ ହେଲେ। ଏପରିକି ୨ ଡାକ୍ତର ଭାଇ  ସାମ୍ବାଦିକ ଓ ପୁଲିସ୍‌ଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସହରରେ ଦେଖିବାକୁ ମିଳିଥିବା ବେଳେ ପୁଲିସ୍‌ ୨ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ ଓ  ତାଙ୍କ ୬ କର୍ମଚାରୀଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଗତକାଲି କେନ୍ଦ୍ରାପଡ଼ା ସହରରେ ଥିବା ଏକ ଘରୋଇ […]

The post ୨ ଡାକ୍ତର ଭାଇଙ୍କ ଦାଦାଗିରି; ପୁଲିସ୍‌, ସାମ୍ବାଦିକଙ୍କୁ ପିଟି ବନ୍ଧା ହେଲେ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ) : ଜୀବନ ରକ୍ଷା କରୁଥିବା ଡାକ୍ତର ଶେଷରେ ଆକ୍ରମଣ ମୁହାଁ ହେଲେ। ଏପରିକି ୨ ଡାକ୍ତର ଭାଇ  ସାମ୍ବାଦିକ ଓ ପୁଲିସ୍‌ଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସହରରେ ଦେଖିବାକୁ ମିଳିଥିବା ବେଳେ ପୁଲିସ୍‌ ୨ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ ଓ  ତାଙ୍କ ୬ କର୍ମଚାରୀଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ଗତକାଲି କେନ୍ଦ୍ରାପଡ଼ା ସହରରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ସମ୍ମୁଖରେ ଗହଳି ହୋଇଥିବା ବେଳେ ସେଠାକୁ ଯାଇଥିବା ଜଣେ ସାମ୍ବାଦିକ ଏହାର ଫଟୋ ଉଠାଇ ଦେଇଥିଲେ। ଏହି ସମୟରେ ଉକ୍ତ ନର୍ସିଂହୋମ୍‌ ମାଲିକଙ୍କ ୨ ଡାକ୍ତର ପୁଅ ସେଠାରେ ପହଞ୍ଚି ଫଟୋ କାହିଁକି ଉଠାଇଲ ବୋଲି କହି ଗାଳିଗୁଲଜ କରିଥିଲେ।  ଏପରିକି ଉକ୍ତ ୨ ଡାକ୍ତର ତଥା ସେମାନଙ୍କ ଷ୍ଟାଫ୍‌ମାନେ ଉକ୍ତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏପରିକି ତାଙ୍କ ବାଇକ୍‌କୁ ମଧ୍ୟ ଭଙ୍ଗାରୁଜା କରିଦେଇଥିଲେ।

ଖବର ପାଇ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍‌ ପହଞ୍ଚିବା ପରେ ମଧ୍ୟ ସେମାନଙ୍କ ଦାଦାଗିରି ସରି ନ ଥିଲେ। ଉକ୍ତ ୨ ଭାଇ ପୁଲିସ୍‌ ସହ ମଧ୍ୟ ଯୁକ୍ତିତର୍କ ଓ ଧସ୍ତାଧସ୍ତି କରିବାକୁ ପଛାଇ ନ ଥିଲେ।  ଏପରିକି ପୁଲିସ୍‌ ଏସ୍‌ଆଇଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇ ନ ଥିଲେ। ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ରାତିରେ ପହଞ୍ଚି ଉକ୍ତ ୨ ଡାକ୍ତର ଭାଇଙ୍କ ସମେତ ସମୁଦାୟ ୮ ଜଣଙ୍କୁ ଗିରଫ କରି ନେଇଛି। ଆଜି ସକାଳେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

The post ୨ ଡାକ୍ତର ଭାଇଙ୍କ ଦାଦାଗିରି; ପୁଲିସ୍‌, ସାମ୍ବାଦିକଙ୍କୁ ପିଟି ବନ୍ଧା ହେଲେ appeared first on Odisha Reporter.

]]>
centre top 2020-08-01 09:16:31 https://cdn.odishareporter.in/wp-content/uploads/2020/08/01084745/doctor-2.jpg
ଟ୍ରାଏଲ୍ ରନ୍‌ ବେଳେ ରେଳରୋକ https://odishareporter.in/odisha/locals-block-train-during-trail-run-558021 Fri, 31 Jul 2020 09:00:11 +0000 https://odishareporter.in/?p=558021

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଟ୍ରାଏଲ୍ ରନ୍‌ ବେଳେ ରେଳରୋକ । ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍‌ ଟ୍ରାଏଲ ରନ୍ କରୁଥିଲା। ହେଲେ ଉକ୍ତ ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ ଚଳାଇବା ଦାବିରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ । ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍‌ରୁ ଗଡିଥିଲା କୋଇଲା ବୋଝେଇ ଟ୍ରେନ୍ । କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର  ଏହାର ଭର୍ଚୁଆଲ ଉଦଘାଟନ କରିଥିଲେ । […]

The post ଟ୍ରାଏଲ୍ ରନ୍‌ ବେଳେ ରେଳରୋକ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଟ୍ରାଏଲ୍ ରନ୍‌ ବେଳେ ରେଳରୋକ । ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍‌ ଟ୍ରାଏଲ ରନ୍ କରୁଥିଲା। ହେଲେ ଉକ୍ତ ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ ଚଳାଇବା ଦାବିରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍‌ରୁ ଗଡିଥିଲା କୋଇଲା ବୋଝେଇ ଟ୍ରେନ୍ । କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର  ଏହାର ଭର୍ଚୁଆଲ ଉଦଘାଟନ କରିଥିଲେ । ପାରାଦୀପରୁ ୫୮ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ ରାଉରକେଲା ଯାଉଥିବା ବେଳେ ନୂଆଗାଁ ଷ୍ଟେସନରେ ସ୍ଥାନୀୟ ଲୋକେ ତାହାକୁ ଅଟକାଇଥିଲେ। ଏହି ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ ଚଳାଚଳ ନିମନ୍ତେ ଷ୍ଟେସନମାଷ୍ଟରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ଆନ୍ଦୋଳନକାରୀ  ।

The post ଟ୍ରାଏଲ୍ ରନ୍‌ ବେଳେ ରେଳରୋକ appeared first on Odisha Reporter.

]]>
right bottom 2020-07-31 14:30:11 https://cdn.odishareporter.in/wp-content/uploads/2020/07/31142743/train-1-1.jpg
ତାଲା ପକାଇ ଘରେ ଲଗାଇ ଦେଲେ ନିଆଁ! https://odishareporter.in/odisha/a-house-burnt-5-serious-557806 Fri, 31 Jul 2020 02:31:32 +0000 https://odishareporter.in/?p=557806

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୨୦ ଦିନର ଶିଶୁ ସମେତ ପରିବାରର ୫ ଗୁରୁତର ହୋଇ ପଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଘରର ଉଭୟ ପାର୍ଶ୍ୱର ଦ୍ୱାରରେ କିଛି […]

The post ତାଲା ପକାଇ ଘରେ ଲଗାଇ ଦେଲେ ନିଆଁ! appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୨୦ ଦିନର ଶିଶୁ ସମେତ ପରିବାରର ୫ ଗୁରୁତର ହୋଇ ପଡ଼ିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଘରର ଉଭୟ ପାର୍ଶ୍ୱର ଦ୍ୱାରରେ କିଛି ଦୁର୍ବୃତ୍ତ ତାଲା ପକାଇ ଦେଇ ନିଆଁ ଲଗାଇ ଦେଇଥିଲେ। ଘରେ ନିଆଁ ଲାଗିଥିବା ଜାଣିପାରି ପରିବାର ଲୋକେ ବାହାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ଚିତ୍କାର କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ସେମାନେ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ।

ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ତାଲା ପକାଇ ଘରେ ଲଗାଇ ଦେଲେ ନିଆଁ! appeared first on Odisha Reporter.

]]>
right bottom 2020-07-31 09:39:58 https://cdn.odishareporter.in/wp-content/uploads/2020/07/31080108/fire-1.jpg
ଶୌଚ ପାଇଁ ଯାଇଥିଲେ,ଟାଣିନେଲା କୁମ୍ଭୀର https://odishareporter.in/odisha/crocodile-killed-a-minor-boy-in-ali-556246 Mon, 27 Jul 2020 03:26:13 +0000 https://odishareporter.in/?p=556246

ଆଳି (ବନମାଳି ସାହୁ): ସାଙ୍ଗମାନଙ୍କ ସହ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବାଳକଙ୍କୁ ଟାଣି ନେଲା କୁମ୍ଭୀର। ଏହି ଦୁଃଖଦ ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପରିମକୁନ୍ଦପୁର ଗାଁର। ମୃତ ବାଳକଙ୍କ ନାଁ ରୁଦ୍ର ବେହେରା। ତାଙ୍କୁ ୧୦ ବର୍ଷ ହୋଇଥିଲା। ଗତକାଲି ଅପରାହ୍ଣ ୨ଟା ସମୟରେ ରୁଦ୍ର ତାଙ୍କ ସାଙ୍ଗମାନଙ୍କ ସହିତ ଗାଁ ନିକଟରେ ଥିବା ଖରସ୍ରୋତା ନଦୀ ତୁଠକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣି […]

The post ଶୌଚ ପାଇଁ ଯାଇଥିଲେ,ଟାଣିନେଲା କୁମ୍ଭୀର appeared first on Odisha Reporter.

]]>

ଆଳି (ବନମାଳି ସାହୁ): ସାଙ୍ଗମାନଙ୍କ ସହ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବାଳକଙ୍କୁ ଟାଣି ନେଲା କୁମ୍ଭୀର। ଏହି ଦୁଃଖଦ ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପରିମକୁନ୍ଦପୁର ଗାଁର। ମୃତ ବାଳକଙ୍କ ନାଁ ରୁଦ୍ର ବେହେରା। ତାଙ୍କୁ ୧୦ ବର୍ଷ ହୋଇଥିଲା।

ଗତକାଲି ଅପରାହ୍ଣ ୨ଟା ସମୟରେ ରୁଦ୍ର ତାଙ୍କ ସାଙ୍ଗମାନଙ୍କ ସହିତ ଗାଁ ନିକଟରେ ଥିବା ଖରସ୍ରୋତା ନଦୀ ତୁଠକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ତାଙ୍କ ସାଙ୍ଗମାନେ ଏହି କଥା ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ରୁଦ୍ରଙ୍କୁ କିଛି ଘଣ୍ଟା ଖୋଜାଖୋଜି କରିବା ପରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ରାଣୀପୋଖରୀ ଗାଁ ପାଖରୁ ପାଇଥିଲେ।

The post ଶୌଚ ପାଇଁ ଯାଇଥିଲେ,ଟାଣିନେଲା କୁମ୍ଭୀର appeared first on Odisha Reporter.

]]>
right bottom 2020-07-27 08:59:03 https://cdn.odishareporter.in/wp-content/uploads/2020/07/27083608/%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0%E0%AC%B0.jpg
ଭିଟାମାଟିକୁ ଫେରାଇ ଆଣିଥିଲେ ସୋନୁ: ତାଙ୍କ ନାଁରେ କଲେ ନିଜ ଦୋକାନ https://odishareporter.in/odisha/a-man-of-odisha-named-his-welding-workshop-on-bollywood-actor-sonu-sood-553636 Mon, 20 Jul 2020 08:39:21 +0000 https://odishareporter.in/?p=553636

କେନ୍ଦ୍ରାପଡ଼ା: ମହାମାରୀ କରୋନା ସମୟରେ ଅସହାୟ ପ୍ରବାସୀମାନଙ୍କୁ ସାହାଯ୍ୟ କରି ବଲିଉଡ୍ ଅଭିନେତା ସୋନୁ ସୁଦ୍ ଚର୍ଚ୍ଚାରେ ରହିଛନ୍ତି। ଯେଉଁ କାମ ବଡ଼ ବଡ଼ ଜନପ୍ରତିନିଧି କରିପାରିଲେ ନାହିଁ ସୋନୁ ସେହି କାମ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। କାହାକୁ ତାଙ୍କ ସ୍ୱାମୀ ଫେରାଇ ଦେଇଛନ୍ତି ତ କାହାକୁ ତାଙ୍କ ପୁଅ। ଘରୁ ଦୂରରେ ଫସି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ସେ ନିଜ ଭିଟାମାଟିରେ ପହଞ୍ଚାଇଛନ୍ତି। ଏହି କ୍ରମରେ ଓଡ଼ିଶାର ଜଣେ ବ୍ୟକ୍ତି ସୋନୁଙ୍କ […]

The post ଭିଟାମାଟିକୁ ଫେରାଇ ଆଣିଥିଲେ ସୋନୁ: ତାଙ୍କ ନାଁରେ କଲେ ନିଜ ଦୋକାନ appeared first on Odisha Reporter.

]]>

କେନ୍ଦ୍ରାପଡ଼ା: ମହାମାରୀ କରୋନା ସମୟରେ ଅସହାୟ ପ୍ରବାସୀମାନଙ୍କୁ ସାହାଯ୍ୟ କରି ବଲିଉଡ୍ ଅଭିନେତା ସୋନୁ ସୁଦ୍ ଚର୍ଚ୍ଚାରେ ରହିଛନ୍ତି। ଯେଉଁ କାମ ବଡ଼ ବଡ଼ ଜନପ୍ରତିନିଧି କରିପାରିଲେ ନାହିଁ ସୋନୁ ସେହି କାମ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। କାହାକୁ ତାଙ୍କ ସ୍ୱାମୀ ଫେରାଇ ଦେଇଛନ୍ତି ତ କାହାକୁ ତାଙ୍କ ପୁଅ। ଘରୁ ଦୂରରେ ଫସି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ସେ ନିଜ ଭିଟାମାଟିରେ ପହଞ୍ଚାଇଛନ୍ତି। ଏହି କ୍ରମରେ ଓଡ଼ିଶାର ଜଣେ ବ୍ୟକ୍ତି ସୋନୁଙ୍କ ପାଇଁ ଘରକୁ ଫେରିଥିବାରୁ ଏକ ନିଆରା ଅନ୍ଦାଜରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର ଚିଞ୍ଚିରି ଗ୍ରାମର ଓଡ଼ିଆ ଯୁବକ ପ୍ରଶାନ୍ତ ପ୍ରଧାନ ଫିଲ୍ମ ଷ୍ଟାର ସୋନୁ ସୁଦ୍‌ଙ୍କ ନାମରେ ନିଜର ଏକ ୱେଲ୍ଡିଂ ୱାର୍କଶପ୍‌ କରିଛନ୍ତି। ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ତାଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ ସେ ଓ ଆଉ କିଛି ଓଡ଼ିଆ ପ୍ରବାସୀ କେରଳରେ ଫସିଯାଇଥିଲେ। ବିଭିନ୍ନ ଆଡ଼ୁ ସାହାଯ୍ୟ ମାଗି ନିରାଶ ହେବାପରେ ଶେଷରେ ମେ ୨୬ରେ ସୋଶାଲ୍‌ ମିଡିଆରୁ ସୋନୁ ଜାରି କରିଥିବା ନମ୍ବରକୁ ଫୋନ୍‌ କରିଥିଲେ। ଏହାପରେ ମାତ୍ର ୪ ଦିନ ଭିତରେ ମେ’ ୨୯ ତାରିଖରେ ସୋନୁ ବିମାନ ଯୋଗେ ତାଙ୍କ ସମେତ ବେଶ୍‌ କିଛି ଓଡ଼ିଆଙ୍କୁ ଭିଟ୍ଟାମାଟିଙ୍କୁ ଫେରାଇ ଆଣିଥିଲେ।

ପ୍ରଶାନ୍ତଙ୍କ କହିବା କଥା ଯେ ଜଣେ ଅଚିହ୍ନା ଓ ଏତେବଡ଼ ସେଲେବ୍ରିଟି ହୋଇ ମଧ୍ୟ ସେ ତାଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ କୃତଜ୍ଞତା ଅର୍ପଣ କରିବା ପାଇଁ ସେ ନିଜ ଦୋକାନକୁ ସୋନୁଙ୍କ ନାଁରେ ନାମିତ କରିଛନ୍ତି। ଏ ସମ୍ପର୍ତରେ ଆମ ପ୍ରତିନିଧି ସୁବ୍ରତ କୁମାର ନାୟକ ତାଙ୍କ ସହ ଫୋନ୍ ମାଧ୍ୟମରେ ଏକ ସାକ୍ଷାତ କାର ମଧ୍ୟ କରିଛନ୍ତି। ଦେଖନ୍ତୁ ଭିଡିଓ।

The post ଭିଟାମାଟିକୁ ଫେରାଇ ଆଣିଥିଲେ ସୋନୁ: ତାଙ୍କ ନାଁରେ କଲେ ନିଜ ଦୋକାନ appeared first on Odisha Reporter.

]]>
left top 2020-07-20 14:09:59 https://cdn.odishareporter.in/wp-content/uploads/2020/07/20135945/sonu.jpg
କରୋନାକୁ ଜିତିଲେ ୮୫ ବର୍ଷର କର୍କଟ ରୋଗୀ, ୭୮ ବର୍ଷର ସ୍ତ୍ରୀ ବି ସୁସ୍ଥ https://odishareporter.in/odisha/85-aged-old-man-and-wife-wins-over-covid-19-in-kendrapara-552843 Sat, 18 Jul 2020 10:23:35 +0000 https://odishareporter.in/?p=552843

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କର୍କଟ ରୋଗରେ ପୀଡ଼ିତ ଥାଇ ମଧ୍ୟ କରୋନାକୁ ଜିତିପାରିଛନ୍ତି କେନ୍ଦ୍ରାପଡ଼ାର ସୁରେନ୍ଦ୍ର ପତି। କରୋନା ରୋଗ ପାଇଁ ସବୁଠାରୁ ବିପଜ୍ଜନକ ହୋଇଥିବା ବୟସ ବର୍ଗର ହୋଇ ମଧ୍ୟ ସେ ଏବେ ସୁସ୍ଥ ହୋଇପାରିଛନ୍ତି। ସୁରେନ୍ଦ୍ରଙ୍କ ବୟସ ଏବେ ୮୫ ବର୍ଷ ବୋଲି ଜଣାପଡ଼ିଛି। Sh Surendra Pati, aged 85 years and suffering from cancer, and his wife Smt Sabitri pati, aged 78, both have beaten […]

The post କରୋନାକୁ ଜିତିଲେ ୮୫ ବର୍ଷର କର୍କଟ ରୋଗୀ, ୭୮ ବର୍ଷର ସ୍ତ୍ରୀ ବି ସୁସ୍ଥ appeared first on Odisha Reporter.

]]>

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କର୍କଟ ରୋଗରେ ପୀଡ଼ିତ ଥାଇ ମଧ୍ୟ କରୋନାକୁ ଜିତିପାରିଛନ୍ତି କେନ୍ଦ୍ରାପଡ଼ାର ସୁରେନ୍ଦ୍ର ପତି। କରୋନା ରୋଗ ପାଇଁ ସବୁଠାରୁ ବିପଜ୍ଜନକ ହୋଇଥିବା ବୟସ ବର୍ଗର ହୋଇ ମଧ୍ୟ ସେ ଏବେ ସୁସ୍ଥ ହୋଇପାରିଛନ୍ତି। ସୁରେନ୍ଦ୍ରଙ୍କ ବୟସ ଏବେ ୮୫ ବର୍ଷ ବୋଲି ଜଣାପଡ଼ିଛି।


ସେହିଭଳି ତାଙ୍କ ୭୮ ବର୍ଷର ସ୍ତ୍ରୀ ସାବିତ୍ରୀ ପତି ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ଏ ଦୁହେଁ ଏବେ କେନ୍ଦ୍ରାପଡ଼ା କୋଭିଡ୍ କେୟାରରୁ ସୁସ୍ଥ ହୋଇ ଫେରିଛନ୍ତି। ଏହି ଖବର ଆସିବା ପରେ କେନ୍ଦ୍ରାପଡ଼ା ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି, ଏମାନେ କରୋନା ମୁକାବିଲା ପାଇଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ।


ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “କୋଭିଡ୍-୧୯ ବିରୋଧରେ ଜିତିପାରିଥିବା ସୁରେନ୍ଦ୍ର ପତି ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ ପତିଙ୍କୁ ଶୁଭେଚ୍ଛା। ଏଭଳି ଅସମୟରେ ଦୃଢ଼ ରହିବାକୁ ଆପଣମାନେ ପ୍ରେରଣା ଦେଉଛନ୍ତି।”

The post କରୋନାକୁ ଜିତିଲେ ୮୫ ବର୍ଷର କର୍କଟ ରୋଗୀ, ୭୮ ବର୍ଷର ସ୍ତ୍ରୀ ବି ସୁସ୍ଥ appeared first on Odisha Reporter.

]]>
centre top 2020-07-18 16:02:08 https://cdn.odishareporter.in/wp-content/uploads/2020/07/18155154/kendrapara.jpg
ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିଲା ସ୍ୱାସ୍ଥ୍ୟ ଟିମ୍; ବନ୍ଧୁକ ଦେଖାଇଲେ ଯୁବକ https://odishareporter.in/odisha/young-man-threatened-health-team-551677 Wed, 15 Jul 2020 02:24:13 +0000 https://odishareporter.in/?p=551677

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ଟିମ୍‌କୁ ବନ୍ଧୁକ ମୁନରେ ଧମକ ଦେଇ ଗିରଫ ହୋଇଛନ୍ତି ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପତ୍ରପୁର ଗାଁରେ ଘଟିଛି ଏଭଳି ଘଟଣା । କେନ୍ଦ୍ରାପଡ଼ାରୁ ୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ୍ ସଂଗ୍ରହ ପାଇଁ ଯାଇଥିବା ବେଳେ ପତ୍ରପୁରରେ ଜଣେ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲା । ଉକ୍ତ ଟିମ୍‌କୁ ସ୍ୱାବ ସଂଗ୍ରହରେ ସହଯୋଗ ନ କରି ତୁମେମାନେ କିଏ ଏବଂ କାହିଁକି […]

The post ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିଲା ସ୍ୱାସ୍ଥ୍ୟ ଟିମ୍; ବନ୍ଧୁକ ଦେଖାଇଲେ ଯୁବକ appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ଟିମ୍‌କୁ ବନ୍ଧୁକ ମୁନରେ ଧମକ ଦେଇ ଗିରଫ ହୋଇଛନ୍ତି ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପତ୍ରପୁର ଗାଁରେ ଘଟିଛି ଏଭଳି ଘଟଣା । କେନ୍ଦ୍ରାପଡ଼ାରୁ ୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ୍ ସଂଗ୍ରହ ପାଇଁ ଯାଇଥିବା ବେଳେ ପତ୍ରପୁରରେ ଜଣେ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲା । ଉକ୍ତ ଟିମ୍‌କୁ ସ୍ୱାବ ସଂଗ୍ରହରେ ସହଯୋଗ ନ କରି ତୁମେମାନେ କିଏ ଏବଂ କାହିଁକି ଆସିଛ ବୋଲି ପଚାରିବା ସହ ସେମାନଙ୍କୁ ଗାଳିଗୁଲଜ ବି କରିଥିଲେ ।

ଏଥିରେ ଭୟଭୀତ ହୋଇ ସ୍ୱାସ୍ଥ୍ୟ  ଟିମ୍  କର୍ମଚାରୀ ଅଧାରୁ ସ୍ୱାବ୍ ସଂଗ୍ରହ ବନ୍ଦ କରି ଏ ସଂକ୍ରାନ୍ତରେ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଆଳି ଥାନା ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଏ ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି।

The post ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିଲା ସ୍ୱାସ୍ଥ୍ୟ ଟିମ୍; ବନ୍ଧୁକ ଦେଖାଇଲେ ଯୁବକ appeared first on Odisha Reporter.

]]>
corona, right top 2020-07-15 07:54:13 https://cdn.odishareporter.in/wp-content/uploads/2020/07/15075152/kendrapada-1-1.jpg
ଘରେ ଆପଣା ଛାଏଁ ଲାଗି ଯାଉଛି ନିଆଁ https://odishareporter.in/odisha/sudden-fire-in-home-111-551466 Tue, 14 Jul 2020 08:24:32 +0000 https://odishareporter.in/?p=551466

କେନ୍ଦ୍ରାପଡା(ମନୋଜ ସ୍ୱାଇଁ): ଘରେ ଆପଣାଛାଏଁ ଲାଗି ଯାଉଛି ନିଆଁ। ଦେଖୁ ଦେଖୁ ଏହି ନିଆଁରେ ଘରେ ଥିବା ପିନ୍ଧା ପୋଷାକ, ଲୁଗାପଟା , ବିଛଣା ଓ ଆସବାବପତ୍ର ବି ଜଳି ଯାଉଛି। ଏପରିକି ଘରେ ଥିବା ଚାଉଳ ବସ୍ତା, ଠାକୁରଙ୍କ ଫଟୋ ସମେତ ଘର ଆଗରେ ଥିବା ଚଉଁରାରେ ମଧ୍ୟ ଆପେଆପେ ନିଆଁ ଲାଗି ଯାଉଛି । ଏପରି ଅସ୍ୱାଭାବିକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ଘଟୁଛି। କିଏ ଏହାକୁ […]

The post ଘରେ ଆପଣା ଛାଏଁ ଲାଗି ଯାଉଛି ନିଆଁ appeared first on Odisha Reporter.

]]>

କେନ୍ଦ୍ରାପଡା(ମନୋଜ ସ୍ୱାଇଁ): ଘରେ ଆପଣାଛାଏଁ ଲାଗି ଯାଉଛି ନିଆଁ। ଦେଖୁ ଦେଖୁ ଏହି ନିଆଁରେ ଘରେ ଥିବା ପିନ୍ଧା ପୋଷାକ, ଲୁଗାପଟା , ବିଛଣା ଓ ଆସବାବପତ୍ର ବି ଜଳି ଯାଉଛି। ଏପରିକି ଘରେ ଥିବା ଚାଉଳ ବସ୍ତା, ଠାକୁରଙ୍କ ଫଟୋ ସମେତ ଘର ଆଗରେ ଥିବା ଚଉଁରାରେ ମଧ୍ୟ ଆପେଆପେ ନିଆଁ ଲାଗି ଯାଉଛି । ଏପରି ଅସ୍ୱାଭାବିକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ଘଟୁଛି। କିଏ ଏହାକୁ ଭୌତିକ କାଣ୍ଡ କହୁଛି ତ କିଏ ଗୁଣିଗାରେଡି ସନ୍ଦେହ କରୁଛନ୍ତି। ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ପ୍ରସନ୍ନଙ୍କ ପରିବାର ଘରୁ ରୋଷେଇ ଗ୍ୟାସ ସିଲିଣ୍ଡର ବାହାର କରି ଦେଇଛନ୍ତି। ଘରର ଛୋଟ ପିଲାମାନଙ୍କୁ ପଡିଶାଘରେ ରହିବାକୁ ଛାଡ଼ି ଦେଇଛନ୍ତି। ଘରର ବଡ଼ ଲୋକମାନେ ରାତି ଦିନ ଘର ଭିତରେ ଜଗି ରହୁଛନ୍ତି । ନିଆଁ ଲାଗିଲେ ସଙ୍ଗେ  ସଙ୍ଗେ ପାଣି ପକାଇ ତାହାକୁ  ଲିଭାଉଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ନିକଟରେ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ।

The post ଘରେ ଆପଣା ଛାଏଁ ଲାଗି ଯାଉଛି ନିଆଁ appeared first on Odisha Reporter.

]]>
centre bottom 2020-07-14 15:43:53 https://cdn.odishareporter.in/wp-content/uploads/2020/07/14134850/fire.jpg
ଜାକଜମକରେ ବାହା ହୋଇଥିଲେ, ଶେଷରେ ବନ୍ଧା ହେଲେ ବର https://odishareporter.in/odisha/froom-arrested-fo5-violating-covid-rule-551322 Tue, 14 Jul 2020 04:29:01 +0000 https://odishareporter.in/?p=551322

ଆଳି(ବନମାଳୀ ସାହୁ): କୋଭିଡ୍ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା । ଶେଷରେ ବନ୍ଧା ହେଲେ ବର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ମହାମାରୀ ଆଇନ ଭାଙ୍ଗି ଜାକଜମକରେ ବାହାଘର ଆୟୋଜନ ଓ ୫ଶହରୁ ଅଧିକ ଲୋକଙ୍କୁ ନେଇ ସଭା କରିବା ମାମଲାରେ ହରେକୃଷ୍ଣ ଧଳ ନାମକ ଯୁବକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ହରେକୃଷ୍ଣ  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ପଂଚାୟତରେ ଜଣେ କଣ୍ଟ୍ରାକ୍ଟର ଭାବେ କାମ […]

The post ଜାକଜମକରେ ବାହା ହୋଇଥିଲେ, ଶେଷରେ ବନ୍ଧା ହେଲେ ବର appeared first on Odisha Reporter.

]]>

ଆଳି(ବନମାଳୀ ସାହୁ): କୋଭିଡ୍ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା । ଶେଷରେ ବନ୍ଧା ହେଲେ ବର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ମହାମାରୀ ଆଇନ ଭାଙ୍ଗି ଜାକଜମକରେ ବାହାଘର ଆୟୋଜନ ଓ ୫ଶହରୁ ଅଧିକ ଲୋକଙ୍କୁ ନେଇ ସଭା କରିବା ମାମଲାରେ ହରେକୃଷ୍ଣ ଧଳ ନାମକ ଯୁବକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି।

ସୂଚନା ମୁତାବକ, ହରେକୃଷ୍ଣ  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ପଂଚାୟତରେ ଜଣେ କଣ୍ଟ୍ରାକ୍ଟର ଭାବେ କାମ କରନ୍ତି। ସେ ବାରମ୍ବାର କୋଭିଡ଼ ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବାର ଭିଡିଓ ଏବେ ନଜରକୁ ଆସିଛି।

କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ବାହାଘର, ବ୍ରତଘର ଆଦି ସମସ୍ତ ସାମାଜିକ ଉତ୍ସବରେ କଟକଣା ଲାଗୁ କରାଯାଇଛି। ୫୦ରୁ ଅଧିକ ଲୋକ ଏକତ୍ରିତ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ସ୍ଥିତିରେ ଗତ ୨୫ ତାରିଖରେ ହରେକୃଷ୍ଣଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏ ସମ୍ପର୍କରେ କିନ୍ତୁ ସେ ପୁଲିସ୍‌କୁ ଅବଗତ କରାଇ ନ ଥିଲେ କି କୌଣସି ପ୍ରକାର ଅନୁମତି ଆଣି ନ ଥିଲେ ।  ବରଂ ଉକ୍ତ ବିବାହରେ ଡିଜେ,ଓ ବାଜା ବଜାଇ ରାସ୍ତା ଦୁଲୁକାଇ ବରଯାତ୍ରୀ ନାଚି ନାଚି ଯାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଏତିକିରେ ବି ମନ ବୁଝିଲାନି। ପୁଣି ଥରେ କରୋନା କଟକଣା ଭାଙ୍ଗିବାକୁ ସାହସ କରି ସେ ଜୁଆଣିଆ ପଞ୍ଚାୟତର ୫୦୦ଲୋକଙ୍କୁ ନେଇ ଏକ ସଭା କରିଥିଲେ। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ସଭାରେ ଏତେ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖାଯାଇନଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ସଭାରେ ଏତେ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ ମଧ୍ୟ ପୁଲିସ୍‌ କିପରି ଜାଣିପାରିଲା ନାହିଁ । ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ।

ଏ ସମ୍ପର୍କରେ ଏସ୍‌ଡିଓ କହିଛନ୍ତି, ହରେକୃଷ୍ଣ ଧଳ ଗତ ୨୫ରେ ବାହା ହୋଇଥିଲେ। ଏଥିନିମନ୍ତେ ସେ କୌଣସି ପ୍ରକାର ଅନୁମତି ନେଇ ନାହାନ୍ତି।   ଏଥିସହ କୋଭିଡ ନିୟମ ଭାଙ୍ଗି ଏବ ସଭା ମଧ୍ୟ କରିଥିଲେ। ଉଭୟ ଘଟଣାରେ ହରେକୃଷ୍ଣଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି।

The post ଜାକଜମକରେ ବାହା ହୋଇଥିଲେ, ଶେଷରେ ବନ୍ଧା ହେଲେ ବର appeared first on Odisha Reporter.

]]>
centre bottom 2020-07-14 11:41:43 https://cdn.odishareporter.in/wp-content/uploads/2020/07/14095406/aul-4-1.jpg
ପୂର୍ବ ଶତ୍ରୁତାରୁ ଘରେ ଲଗାଇ ଦେଲେ ନିଆଁ https://odishareporter.in/odisha/house-burnt-in-fire-111-549594 Fri, 10 Jul 2020 02:32:11 +0000 https://odishareporter.in/?p=549594

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ତେରେହି ଗାଁରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ତେରେହି ଗାଁର ଅଭିନ୍ନ ମଲିକ ନିଜ ଘରେ ଶୋଇଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା ।ଦେଖୁ ଦେଖୁ ନିଆଁ କ୍ଷିପ୍ର ବେଗରେ ଅଭିନ୍ନଙ୍କ ସହିତ ଚଗଲା ମଳିକ ଓ ବିବେକାନନ୍ଦ ମଳିକଙ୍କ ଘରକୁ  ମଧ୍ୟ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି […]

The post ପୂର୍ବ ଶତ୍ରୁତାରୁ ଘରେ ଲଗାଇ ଦେଲେ ନିଆଁ appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ତେରେହି ଗାଁରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ତେରେହି ଗାଁର ଅଭିନ୍ନ ମଲିକ ନିଜ ଘରେ ଶୋଇଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା ।ଦେଖୁ ଦେଖୁ ନିଆଁ କ୍ଷିପ୍ର ବେଗରେ ଅଭିନ୍ନଙ୍କ ସହିତ ଚଗଲା ମଳିକ ଓ ବିବେକାନନ୍ଦ ମଳିକଙ୍କ ଘରକୁ  ମଧ୍ୟ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

ଅଭିନ୍ନଙ୍କ ଅଭିଯୋଗ ଅନୁଯାୟୀ, ପଡୋଶୀ ନିମାଇଁ ମଳିକ ଓ ସୁକଦେଵ ମଳିକଙ୍କ ସହିତ ଗତ ଦୁଇଦିନ ତଳେ ଜମି ବାଡ଼ି ବିବାଦକୁ ନେଇ ଝଗଡା ଲାଗିଥିଲା । ସେ ଏ ସମ୍ପର୍କରେ ଗତକାଲି ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତା କାରଣରୁ ପଡୋଶୀ ତାଙ୍କ ଘରକୁ ନିଆଁ ଲଗାଇ ଦେଇଥିବା ଅଭିନ୍ନ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ପୂର୍ବ ଶତ୍ରୁତାରୁ ଘରେ ଲଗାଇ ଦେଲେ ନିଆଁ appeared first on Odisha Reporter.

]]>
right bottom 2020-07-10 08:07:35 https://cdn.odishareporter.in/wp-content/uploads/2020/07/10075841/house-fire.jpg