କୋରାପୁଟ – Odisha Reporter https://odishareporter.in Wed, 13 Oct 2021 09:33:36 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png କୋରାପୁଟ – Odisha Reporter https://odishareporter.in 32 32 ମୋବାଇଲ୍ ଛଡ଼ାଇ ନେବାରୁ ଜୀବନ ହାରିଲେ ୧୩ ବର୍ଷର ବାଳକ! https://odishareporter.in/odisha/a-minor-boy-allegedly-commits-suicide-in-koraput-683779 Wed, 13 Oct 2021 09:28:44 +0000 https://odishareporter.in/?p=683779

ଜୟପୁର (ଓଡ଼ିଶା ରିପୋର୍ଟର): ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ। ମୃତ ନାବାଳକଙ୍କ ନାଁ ବି. ମନୋହର। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବାପାଙ୍କ ନାଁ ଶ୍ରୀନିବାସ ରାଓ। କରୋନା ଯୋଗୁଁ ଏବେ ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଛି। ତେବେ ଅନ୍‌ଲାଇନ୍ […]

The post ମୋବାଇଲ୍ ଛଡ଼ାଇ ନେବାରୁ ଜୀବନ ହାରିଲେ ୧୩ ବର୍ଷର ବାଳକ! appeared first on Odisha Reporter.

]]>

ଜୟପୁର (ଓଡ଼ିଶା ରିପୋର୍ଟର): ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ।

ମୃତ ନାବାଳକଙ୍କ ନାଁ ବି. ମନୋହର। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବାପାଙ୍କ ନାଁ ଶ୍ରୀନିବାସ ରାଓ।

କରୋନା ଯୋଗୁଁ ଏବେ ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଛି। ତେବେ ଅନ୍‌ଲାଇନ୍ କ୍ଲାସ୍ ବେଳେ ସେ ଅଧିକାଂଶ ସମୟରେ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ପରିବାର ଲୋକେ ଏଥିରୁ ନିବୃତ୍ତ ରହିବାରୁ ତାଙ୍କୁ ବହୁଥର ବୁଝାଇଥିଲେ। ତେବେ ସେ ଶୁଣୁ ନଥିଲେ। ଗତକାଲି ଅନ୍‌ଲାଇନ୍‌ କ୍ଲାସ୍ ବେଳେ ବି ସେ ମୋବାଇଲ୍‌ରେ ଗେମ୍ ଖେଳିଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ।

ଏହା ପରେ ମନୋହର ଖୁବ୍ ରାଗି ଯାଇଥିଲେ। ସେ ଏକ ରୁମ୍‌ରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ଏବଂ ବେକରେ ଶାଢ଼ି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କୋରାପୁଟ ଟାଉନ୍ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି। ଅନ୍ୟପକ୍ଷରେ ପୁଲିସ୍ କିମ୍ବା ମନୋହରଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

The post ମୋବାଇଲ୍ ଛଡ଼ାଇ ନେବାରୁ ଜୀବନ ହାରିଲେ ୧୩ ବର୍ଷର ବାଳକ! appeared first on Odisha Reporter.

]]>
right bottom 2021-10-13 15:03:36 https://odishareporter.in/wp-content/uploads/2019/08/suicide.jpg
ଘରକୁ ଫେରୁଥିଲେ ଅଟାକଳ ବ୍ୟବସାୟୀ, ହାଣିଦେଲେ ଦୁର୍ବୃତ୍ତ https://odishareporter.in/odisha/businessman-murdered-in-koraput-682748 Sat, 09 Oct 2021 06:10:06 +0000 https://odishareporter.in/?p=682748

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରୁ ଜଣେ ବ୍ୟବସାୟୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟବସାୟଜଣଙ୍କ ହେଲେ ଦୟା ବାଘ। ତାଙ୍କ ଘର ସୁନାବେଡାର ରାଜିବ ନଗରରେ ବୋଲି ଜଣାପଡିଛି। ଦୟାଙ୍କୁ ୬୦ ବର୍ଷ ହୋଇଥିଲା। ସେ ସୁନାବେଡା ଟାଉନରେ ଅଟାକଳ ବସାଇ ବ୍ୟବସାୟ କରୁଥିଲେ।   ଦୟା ଗତକାଲି ବିଳମ୍ବିତ ରାତିରେ ସୁନାବେଡ଼ାରୁ ଅଟାକଳ ବନ୍ଦ କରି ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। […]

The post ଘରକୁ ଫେରୁଥିଲେ ଅଟାକଳ ବ୍ୟବସାୟୀ, ହାଣିଦେଲେ ଦୁର୍ବୃତ୍ତ appeared first on Odisha Reporter.

]]>

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରୁ ଜଣେ ବ୍ୟବସାୟୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟବସାୟଜଣଙ୍କ ହେଲେ ଦୟା ବାଘ। ତାଙ୍କ ଘର ସୁନାବେଡାର ରାଜିବ ନଗରରେ ବୋଲି ଜଣାପଡିଛି। ଦୟାଙ୍କୁ ୬୦ ବର୍ଷ ହୋଇଥିଲା। ସେ ସୁନାବେଡା ଟାଉନରେ ଅଟାକଳ ବସାଇ ବ୍ୟବସାୟ କରୁଥିଲେ।  

ଦୟା ଗତକାଲି ବିଳମ୍ବିତ ରାତିରେ ସୁନାବେଡ଼ାରୁ ଅଟାକଳ ବନ୍ଦ କରି ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଶରୀରର ଏକାଧିକ ସ୍ଥାନରେ କଟା ଦାଗ ରହିଛି । ମୃତଦେହ ନିକଟରେ ତାଙ୍କ ଗାଡ଼ି ପଡ଼ିଛି।

ଆଜି ସକାଳେ ଦୟାଙ୍କ ମୃତଦେହ ସୁନାବେଡା ଥାନା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ସାଇଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରିବା ପରେ ସତ୍ୟାସତ ଜଣାପଡ଼ିବ ବୋଲି ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା କହିଛନ୍ତି।

The post ଘରକୁ ଫେରୁଥିଲେ ଅଟାକଳ ବ୍ୟବସାୟୀ, ହାଣିଦେଲେ ଦୁର୍ବୃତ୍ତ appeared first on Odisha Reporter.

]]>
right bottom 2021-10-09 11:40:06 https://cdn.odishareporter.in/wp-content/uploads/2021/06/12120012/Untitled-2-2.jpg
ଘର ଭିତରୁ ମିଳିଲା ୮୪ ଲକ୍ଷ ଟଙ୍କାର ଗଞ୍ଜେଇ https://odishareporter.in/odisha/koraput/840-kilo-ganja-seized-by-excise-department-in-koraput1-682125 Wed, 06 Oct 2021 16:15:30 +0000 https://odishareporter.in/?p=682125

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଜିଲ୍ଲା ଅବକାରୀ ବିଭାଗ ଆଜି ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି। କୋରାପୁଟ ଅବକାରୀ ବିଭାଗ ତରଫରୁ ପାଡୁଆ ଥାନା ରାଙ୍ଗିଣିଗୁଡା ଗ୍ରାମରେ ଚଢାଉ କରି ୮ କ୍ୱିଣ୍ଟାଲ ଓ ୪୦ କେଜିର ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହି ଗଞ୍ଜେଇ ବାହାରକୁ ଚାଲାଣ କରିବାକୁ ରଖାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ତେବେ ଗଞ୍ଜେଇ […]

The post ଘର ଭିତରୁ ମିଳିଲା ୮୪ ଲକ୍ଷ ଟଙ୍କାର ଗଞ୍ଜେଇ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଜିଲ୍ଲା ଅବକାରୀ ବିଭାଗ ଆଜି ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି। କୋରାପୁଟ ଅବକାରୀ ବିଭାଗ ତରଫରୁ ପାଡୁଆ ଥାନା ରାଙ୍ଗିଣିଗୁଡା ଗ୍ରାମରେ ଚଢାଉ କରି ୮ କ୍ୱିଣ୍ଟାଲ ଓ ୪୦ କେଜିର ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଏହି ଗଞ୍ଜେଇ ବାହାରକୁ ଚାଲାଣ କରିବାକୁ ରଖାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ତେବେ ଗଞ୍ଜେଇ ଚାଲାଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ କହିଛନ୍ତି। ତେବେ ଏତେ ପରିମାଣ ଗଞ୍ଜେଇ କେଉଁଠୁ ଆସିଲା, ତା’ର ତଦନ୍ତ ଅବକାରୀ ବିଭାଗ କରିବ।

ମନୋଜ କୁମାର ସେଠୀ କହିଛନ୍ତି, କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। କିନ୍ତୁ ଆମେ ସେମାନଙ୍କୁ ଚିହ୍ନଟ କରିସାରିଛୁ। ତେବେ ସବୁଠାରୁ ବଡ଼ କଥା ହେଉଛି, ଆମ ଦ୍ୱାରା ଜବତ ହୋଇଥିବା ଏତେ ପରିମାଣର ଗଞ୍ଜେଇ କୋରାପୁଟ ଜିଲ୍ଲାରେ ସର୍ବାଧିକ। ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ମନୋଜ କୁମାର ସେଠୀ କହିଛନ୍ତି।

The post ଘର ଭିତରୁ ମିଳିଲା ୮୪ ଲକ୍ଷ ଟଙ୍କାର ଗଞ୍ଜେଇ appeared first on Odisha Reporter.

]]>
right bottom 2021-10-06 21:47:18 https://odishareporter.in/wp-content/uploads/2021/10/ganja.jpg
ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଗାଙ୍ଗି ଓ ରଜିତା https://odishareporter.in/odisha/two-lady-naxals-surrendered-before-dgp-681091 Sun, 03 Oct 2021 07:36:18 +0000 https://odishareporter.in/?p=681091

କୋରାପୁଟ (ଓଡ଼ିଶା ରିପୋର୍ଟ): ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି କୋରାପୁଟ ଗସ୍ତରେ ଆସିଥିବା ବେଳେ ୨ ଜଣ ମହିଳା ନକ୍ସଲ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏସିଏମ୍‌ କ୍ୟାଡ୍‌ରର ଥିଲେ। ସେହିଭଳି ଅନ୍ୟ ଜଣଙ୍କ ମିଲିଟାରୀ ଗ୍ରୁପ୍‌ରେ କାର୍ଯ୍ୟ କରୁଥିଲେ। ସେମାନେ ହେଉଛନ୍ତି ଯଥାକ୍ରମେ ଦେବା ପଡ଼ିଆମୀ ଓରଫ ଗାଙ୍ଗି ଓ ଗୀତା ପଡ଼ିଆମୀ ଓରଫ ରଜିତା। ଗାଙ୍ଗି ୨୦୦୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ କାଲିମେଳା ଦଳମରେ […]

The post ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଗାଙ୍ଗି ଓ ରଜିତା appeared first on Odisha Reporter.

]]>

କୋରାପୁଟ (ଓଡ଼ିଶା ରିପୋର୍ଟ): ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି କୋରାପୁଟ ଗସ୍ତରେ ଆସିଥିବା ବେଳେ ୨ ଜଣ ମହିଳା ନକ୍ସଲ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏସିଏମ୍‌ କ୍ୟାଡ୍‌ରର ଥିଲେ। ସେହିଭଳି ଅନ୍ୟ ଜଣଙ୍କ ମିଲିଟାରୀ ଗ୍ରୁପ୍‌ରେ କାର୍ଯ୍ୟ କରୁଥିଲେ। ସେମାନେ ହେଉଛନ୍ତି ଯଥାକ୍ରମେ ଦେବା ପଡ଼ିଆମୀ ଓରଫ ଗାଙ୍ଗି ଓ ଗୀତା ପଡ଼ିଆମୀ ଓରଫ ରଜିତା।

ଗାଙ୍ଗି ୨୦୦୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ କାଲିମେଳା ଦଳମରେ ଯୋଗ ଦେଇଥିଲେ। ସେ ପ୍ରମୁଖ ୭ଟି ହିଂସାକାଣ୍ଡରେ ସମ୍ପୃକ୍ତି ରହିଥିବା ପୁଲିସ କହିଛି। ୨୦୦୭ ରେ ବନ୍ଧୁକ ଚାଳନା ତାଲିମ ନେବା ପରେ ୨୦୦୮ ରୁ ମାଛକୁଣ୍ଡ ଓ ଗୁମା ଏରିଆ କମିଟିରେ କାମ କରିଥିଲେ। ୨୦୨୦ରେ ଏସିଏମ୍‌କୁ ପଦୋନ୍ନତି ପାଇଥିଲେ।

ସେହିଭଳି ଛତିଶଗଡ଼ର ରଜିତା ୨୦୧୮ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ ମିଲିଟାରୀ କମିଟିର ନାଟ୍ୟମଣ୍ଡଳୀ ସଦସ୍ୟ ଭାବେ ସେ ଯୋଗ ଦେଇଥିଲେ। ସେ ବୈପାରିଗୁଡା, ମାଛକୁଣ୍ଡ, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଓ ଆନ୍ଧ୍ର ପ୍ରଦେଶର ପେଦାବାଇଲୁ ଏରିଆ କମିଟିରେ କାମ କରୁଥିଲେ। ସେ ୪ଟି ହିଂସାକାଣ୍ଡରେ ଜଡ଼ିତ ଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

ନକ୍ସଲଙ୍କ ଖରାପ ଚିନ୍ତାଧାରା ସହ ସରକାରଙ୍କ ବିକାଶ ପ୍ରକିୟାକୁ ଦେଖି ଆତ୍ମସମର୍ପଣ କରିଥିବା କହିଛନ୍ତି ଗାଙ୍ଗି ଓ ରଜିତା।

The post ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଗାଙ୍ଗି ଓ ରଜିତା appeared first on Odisha Reporter.

]]>
right bottom 2021-10-03 14:44:01 https://odishareporter.in/wp-content/uploads/2021/10/781.jpg
୧୨ ଦିନ ତଳେ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର https://odishareporter.in/odisha/dead-body-of-a-man-found-after-12-days-of-his-missing-679554 Tue, 28 Sep 2021 04:20:13 +0000 https://odishareporter.in/?p=679554

ଲମତାପୁଟ (ଜଗତ ଜୀବନ): ୧୨ ଦିନ ତଳେ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା  ନନ୍ଦପୁର ଥାନା ଅନ୍ତର୍ଗତ ଟିକରପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବାସ ବଡ଼ନାୟକ। ତାଙ୍କୁ ୨୭ ବର୍ଷ ହୋଇଥିଲା। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟିକରପଡ଼ା ଗାଁର ଚୈତନ୍ୟ ବଡ଼ନାୟକଙ୍କ ପୁଅ ସୁବାସ ଗତ ୧୬ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ […]

The post ୧୨ ଦିନ ତଳେ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର appeared first on Odisha Reporter.

]]>

ଲମତାପୁଟ (ଜଗତ ଜୀବନ): ୧୨ ଦିନ ତଳେ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା  ନନ୍ଦପୁର ଥାନା ଅନ୍ତର୍ଗତ ଟିକରପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବାସ ବଡ଼ନାୟକ। ତାଙ୍କୁ ୨୭ ବର୍ଷ ହୋଇଥିଲା। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଟିକରପଡ଼ା ଗାଁର ଚୈତନ୍ୟ ବଡ଼ନାୟକଙ୍କ ପୁଅ ସୁବାସ ଗତ ୧୬ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଏନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

ଗତକାଲି ସୁବାସଙ୍କ ଦାଦା କାଜୁ ବାଡ଼ିକୁ ମଇଁଷି  ଚରାଇବାକୁ ଯାଇଥିବା ବେଳେ ସେଠାରେ ମାଟିତଳେ ମୃତଦେହ ପୋତା ଯାଇଥିବା ଦେଖିଥିଲେ। ଏନେଇ ସେ ଗ୍ରାମବାସୀ ଓ ପୁଲିସକୁ ଜଣାଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମୃତଦେହକୁ ଉଦ୍ଧାର କରିଥିଲା। ମୃତଦେହଟି ସୁବାସଙ୍କର ବୋଲି ଜଣାପଡ଼ିଥିଲା। ଏହା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହ ମିଳିଥିବା ସ୍ଥାନରେ ଥିବା ଚନ୍ଦ୍ର ଖେମୁଣ୍ଡୁଙ୍କ ଘର ଭଙ୍ଗାରୁଜା କରିଥିଲେ। ଏପରିକି ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।  ଚନ୍ଦ୍ରଙ୍କ ବାପାଙ୍କ ଘରେ ମଧ୍ୟ ଗ୍ରାମବାସୀ ନିଆଁ ଲଗାଇଦେଇଥିଲେ ବୋଲି ଜଣାଯାଇଛି।

ଚନ୍ଦ୍ର ହିଁ ସୁବାସଙ୍କୁ ମାରି ପୋତି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

 

The post ୧୨ ଦିନ ତଳେ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର appeared first on Odisha Reporter.

]]>
right bottom 2021-09-28 09:52:09 https://odishareporter.in/wp-content/uploads/2021/09/lamtaput8.jpg
ଦୁଇଟି କାର୍‌ରେ ନେଉଥିଲେ, ବାଟରେ ଧରିଲା ପୁଲିସ https://odishareporter.in/odisha/200-ganja-seized-and-4-arrested-in-koraput-679225 Mon, 27 Sep 2021 04:14:24 +0000 https://odishareporter.in/?p=679225

ଲମତାପୁଟ (ଓଡ଼ିଶା ରିପୋର୍ଟର):  ଦୁଇଟି କାର୍‌ରେ ଭର୍ତ୍ତି କରି ଗଞ୍ଜେଇ ନେଉଥିଲେ। ଭାବିଥିଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରିଛି। କୋରାପୁଟ ଜିଲ୍ଲା ଲମତାପୁଟରେ ଏପରି ଘଟଣା ଘଟିଛି। ପୁଲିସ ଗଞ୍ଜେଇ ଭର୍ତ୍ତି ଦୁଇଟି କାର ଜବତ କରିବା ସହ ୪ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ।  ଏହା ସହ […]

The post ଦୁଇଟି କାର୍‌ରେ ନେଉଥିଲେ, ବାଟରେ ଧରିଲା ପୁଲିସ appeared first on Odisha Reporter.

]]>

ଲମତାପୁଟ (ଓଡ଼ିଶା ରିପୋର୍ଟର):  ଦୁଇଟି କାର୍‌ରେ ଭର୍ତ୍ତି କରି ଗଞ୍ଜେଇ ନେଉଥିଲେ। ଭାବିଥିଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରିଛି।

କୋରାପୁଟ ଜିଲ୍ଲା ଲମତାପୁଟରେ ଏପରି ଘଟଣା ଘଟିଛି। ପୁଲିସ ଗଞ୍ଜେଇ ଭର୍ତ୍ତି ଦୁଇଟି କାର ଜବତ କରିବା ସହ ୪ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ।  ଏହା ସହ ପୁଲିସ ୨ଟି କାର,୭ଟି ମୋବାଇଲ ଓ ୪ହଜାର ୧୩୦ ଟଙ୍କା  ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶର ନର୍ସିପାଟଣା ପାଡେର ଅଞ୍ଚଳରୁ ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ,ଲମତାପୁଟ ଓ ଜଲାପୁଟ ପୁଲିସ ମିଳିତ ଭାବେ ସଗର ଗାଁ ନିକଟ ଛକରେ ନାକାବନ୍ଦୀ କରି ଗାଡି ମୋଟର ଯାଞ୍ଚ କରିଥିଲେ। ଆଜି ଭୋରରୁ ଆନ୍ଧ୍ରପ୍ରଦେଶରୁ ୨ଟି କାର ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ଏହି ସମୟରେ ପୁଲିସ ସଗର ଗାଁ ନିକଟରେ ଗାଡ଼ିଟିକୁ ଅଟକାଇଥିଲା। ପରେ ଗାଡ଼ିଟିକୁ ଯାଞ୍ଚ କଲା ବେଳେ ୨୦୦କେଜି ଗଞ୍ଜେଇ ମିଳିଥିଲା।ପୁଲିସ ଘଟଣାର ତଦନ୍ତ କରୁଛି।

The post ଦୁଇଟି କାର୍‌ରେ ନେଉଥିଲେ, ବାଟରେ ଧରିଲା ପୁଲିସ appeared first on Odisha Reporter.

]]>
right bottom 2021-09-27 10:28:00 https://odishareporter.in/wp-content/uploads/2021/09/arrested-1.jpg
ଜନଶୁଣାଣି ସଭା ପାଲଟିଲା ରଣକ୍ଷେତ୍ର https://odishareporter.in/odisha/tension-situation-arise-during-meeting-677965 Wed, 22 Sep 2021 08:23:45 +0000 https://odishareporter.in/?p=677965

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜନଶୁଣାଣି ସଭା ପାଲଟିଲା ରଣକ୍ଷେତ୍ର ।  କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣି ବେଳେ ଦେଖାଦେଇଛି ଏପରି ଅଭାବନୀୟ ସ୍ଥିତି । ସୂଚନା ଅନୁଯାୟୀ, ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ମାଳି ପର୍ବତରୁ ଖଣି ଖନନ ପାଇଁ ଲିଜ୍ ଅନୁମତି ମିଳିଛି । ଏନେଇ ଆଜି ପ୍ରଦୂଷଣ ବିଭାଗ ପକ୍ଷରୁ ଜନଶୁଣାଣି ଥିଲା ।  ଏହି ସଭାରେ ଆଖପାଖ ୧୨ ପଞ୍ଚାୟତର ୭୦ ଗ୍ରାମବାସୀ ଯୋଗ ଦେଇଥିଲେ। ମାଳି […]

The post ଜନଶୁଣାଣି ସଭା ପାଲଟିଲା ରଣକ୍ଷେତ୍ର appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜନଶୁଣାଣି ସଭା ପାଲଟିଲା ରଣକ୍ଷେତ୍ର ।  କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣି ବେଳେ ଦେଖାଦେଇଛି ଏପରି ଅଭାବନୀୟ ସ୍ଥିତି ।

ସୂଚନା ଅନୁଯାୟୀ, ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ମାଳି ପର୍ବତରୁ ଖଣି ଖନନ ପାଇଁ ଲିଜ୍ ଅନୁମତି ମିଳିଛି । ଏନେଇ ଆଜି ପ୍ରଦୂଷଣ ବିଭାଗ ପକ୍ଷରୁ ଜନଶୁଣାଣି ଥିଲା ।  ଏହି ସଭାରେ ଆଖପାଖ ୧୨ ପଞ୍ଚାୟତର ୭୦ ଗ୍ରାମବାସୀ ଯୋଗ ଦେଇଥିଲେ।

ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ  ଖଣି ଖନନକୁ ପ୍ରବଳ ବିରୋଧ କରାଯାଇଥିଲା ।  ସଭା ପାଇଁ ପ୍ରସ୍ତୁତ ଷ୍ଟେଜକୁ ଭଙ୍ଗାରୁଜା କରିବା ସହ ଟେଣ୍ଟକୁ ଓପାଡି ପକାଇଥିଲେ ଉତ୍ତ୍ୟକ୍ତ ଲୋକ ।  ତେଣୁ ଜନଶୁଣାଣି ନ କରି ପ୍ରଶାସନ ଓ ଖଣି ଲିଜଧାରୀମାନେ ଫେରିଯାଇଥିଲେ ।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି  । ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ପ୍ରଶାସନିକ ଅଧିକାରୀ ମନା କରିଛନ୍ତି  ।

ଏନେଇ ମାଳି ପର୍ବତ ସମିତି ସଭାପତି କହିଛନ୍ତି, ଏହି ବୈଠକରେ ୭୦ଟି ଗାଁ ଲୋକ ଯୋଗ ଦେଇଥିଲେ। କମ୍ପାନୀ, ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଚକ୍ରାନ୍ତ କରି ଆଦିବାସୀଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି। ଦିନ ୧୧ଟା ବେଳେ ଜନଶୁଣାଣି କରିବା ନିମନ୍ତେ ନୋଟିସ କରିଥିଲେ।  କିନ୍ତୁ ୨ ଘଣ୍ଟା ପୂର୍ବରୁ ୯ଟା ବେଳେ  କିଛି ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରି ଆଣି ପଲ୍ଲି ସଭା କରିଥିଲେ। ଏହାକୁ କେବେବି ବରଦାସ୍ତ କରାଯିବନି। ତୀବ୍ର ବିରୋଧ କରାଯିବ ।

The post ଜନଶୁଣାଣି ସଭା ପାଲଟିଲା ରଣକ୍ଷେତ୍ର appeared first on Odisha Reporter.

]]>
right bottom 2021-09-22 13:53:45 https://odishareporter.in/wp-content/uploads/2021/09/koraput-1.jpg
କୋରାପୁଟ ଯାଉଥିଲା ପିକ୍ଅପ୍ ଭ୍ୟାନ, ଓଲଟି ପଡ଼ିଲା https://odishareporter.in/odisha/pick-up-van-accident-in-koraput-677882 Wed, 22 Sep 2021 06:13:56 +0000 https://odishareporter.in/?p=677882

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଦଶମନ୍ତପୁର ଲୁଲ୍ଲା ନିକଟ ନୂଆ କଲୋନୀଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୧୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ଯାତ୍ରୀବାହୀ ପିକ୍‌ଅପ୍‌ ଭ୍ୟାନଟି ଲୁଲ୍ଲାରୁ ଯାତ୍ରୀଙ୍କୁ ନେଇ କୋରାପୁଟ ଅଭିମୁଖେ ଯାଉଥିଲା।  ନୂଆ କଲୋନୀ ନିକଟରେ […]

The post କୋରାପୁଟ ଯାଉଥିଲା ପିକ୍ଅପ୍ ଭ୍ୟାନ, ଓଲଟି ପଡ଼ିଲା appeared first on Odisha Reporter.

]]>

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଦଶମନ୍ତପୁର ଲୁଲ୍ଲା ନିକଟ ନୂଆ କଲୋନୀଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୧୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ଯାତ୍ରୀବାହୀ ପିକ୍‌ଅପ୍‌ ଭ୍ୟାନଟି ଲୁଲ୍ଲାରୁ ଯାତ୍ରୀଙ୍କୁ ନେଇ କୋରାପୁଟ ଅଭିମୁଖେ ଯାଉଥିଲା।  ନୂଆ କଲୋନୀ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଯାତ୍ରୀମାନଙ୍କୁ ପ୍ରଥମେ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ପିକ୍‌ଅପ୍‌ ଭ୍ୟାନରେ ୨୦ ଜଣ ଯାତ୍ରୀ ଥିଲେ।

The post କୋରାପୁଟ ଯାଉଥିଲା ପିକ୍ଅପ୍ ଭ୍ୟାନ, ଓଲଟି ପଡ଼ିଲା appeared first on Odisha Reporter.

]]>
right bottom 2021-09-22 11:43:56 https://odishareporter.in/wp-content/uploads/2021/09/accident-5.jpg
ଲାଞ୍ଚ ନେଉଥିଲେ ସରକାରୀ ବାବୁ, ଧରି ପକାଇଲା ଭିଜିଲାନ୍ସ https://odishareporter.in/odisha/govt-employee-in-vigilance-trap-675825 Wed, 15 Sep 2021 04:53:48 +0000 https://odishareporter.in/?p=675825

ଜୟପୁର( ଟି.ଗୌରି ଶଙ୍କର): ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଗଲେ ସରକାରୀ ବାବୁ। ଭିଜିଲାନ୍ସ ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଗିରଫ କରିଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ସୂଚନାଯୋଗ୍ୟ, ଜୟପୁର ପାୱରହାଉସ କଲୋନୀର ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ.ଶ୍ରୀନିବାସ ପାତ୍ର ଲ୍ୟାଡରମ୍ୟାନ ଭାବେ ଚାକିରି ପାଇଥିବା ଜଣେ ଯୁବକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଯୁବକଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। […]

The post ଲାଞ୍ଚ ନେଉଥିଲେ ସରକାରୀ ବାବୁ, ଧରି ପକାଇଲା ଭିଜିଲାନ୍ସ appeared first on Odisha Reporter.

]]>

ଜୟପୁର( ଟି.ଗୌରି ଶଙ୍କର): ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଗଲେ ସରକାରୀ ବାବୁ। ଭିଜିଲାନ୍ସ ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଗିରଫ କରିଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ।

ସୂଚନାଯୋଗ୍ୟ, ଜୟପୁର ପାୱରହାଉସ କଲୋନୀର ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ.ଶ୍ରୀନିବାସ ପାତ୍ର ଲ୍ୟାଡରମ୍ୟାନ ଭାବେ ଚାକିରି ପାଇଥିବା ଜଣେ ଯୁବକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଯୁବକଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ମୁତାବକ, ଗତକାଲି ବ୍ୟକ୍ତି ଜଣଙ୍କ କେ.ଶ୍ରୀନିବାସଙ୍କୁ ତାଙ୍କ କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଦେଇଥିଲେ। ଉକ୍ତ ସମୟରେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ଜୟପୁର  ଭିଜିଲାନ୍ସ ଟିମ୍‌    ନିର୍ବାହୀ ଯନ୍ତ୍ରୀଙ୍କୁ କାବୁ କରିବା ସହ  ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ କାର୍ଯ୍ୟାଳୟ ଏବଂ ପାଓ୍ୱାର ହାଉସ କଲୋନୀ ଘର ଓ ଗଞ୍ଜାମ ଛତ୍ରପୁର ପୈତୃକ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ କିଛି ଗୁରୁପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା।

ଜୟପୁର ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ସୁରେନ୍ଦ୍ରନାଥ ପାଣିଗ୍ରାହୀ  କହିଛନ୍ତି,  “ଅଭିଯୋଗକାରୀ ଜଣକ ପାୱରହାଉସ କଲୋନୀର ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଫିସରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।  ସେଠାରେ ଲ୍ୟାଡରମ୍ୟାନ ପୋଷ୍ଟ ଖାଲି ହୋଇଥିବା ବେଳେ ଯୁବକଜଣକ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲେ। ବିଦ୍ୟୁତ୍ ବିଭାଗର ସହକାରୀ ର୍ନିବାହୀ ଯନ୍ତ୍ରୀ କେ.ଶ୍ରୀନିବାସ ତାଙ୍କୁ ସେହି ପୋଷ୍ଟରେ ଚାକିରି ଦେବା ପାଇଁ  ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ଏତେ ଟଙ୍କା ଦେଇପାରିବେନି ବୋଲି ଯୁବକ ଜଣକ କହିବା ସହ ଚାକିରି ପାଇ ସାରିବା  ପରେ ପଇସା ଦେବେ ବୋଲି କହିଥିଲେ। ଚାକିରି ପାଇବା ପରେ କେ.ଶ୍ରୀନିବାସ ତାଙ୍କୁ ବାରବାର  ଟଙ୍କା ମାଗିଥିଲେ। ଏନେଇ ଯୁବକଜଣକ ଭିଜିଲାନ୍ସ  ବିଭାଗ ନିକଟରେ ଅଭିଯୋଗ କରିଥିଲେ।  ଏହାପରେ ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଟଙ୍କା ନେବାବେଳେ ତାଙ୍କୁ ଗିରଫ କରାଯାଇଛି।”

The post ଲାଞ୍ଚ ନେଉଥିଲେ ସରକାରୀ ବାବୁ, ଧରି ପକାଇଲା ଭିଜିଲାନ୍ସ appeared first on Odisha Reporter.

]]>
right bottom 2021-09-15 10:29:30 https://odishareporter.in/wp-content/uploads/2021/09/vigilance.jpg
ନୂଆ ରୂପରେ ଆସିଲା, ଉପାନ୍ତରେ ଗଡ଼ିବ ରଙ୍ଗିନ ହୀରାଖଣ୍ଡ https://odishareporter.in/odisha/koraput/the-21-year-old-hirakhand-express-has-changed-674915 Sat, 11 Sep 2021 12:59:43 +0000 https://odishareporter.in/?p=674915

କୋରାପୁଟ(ସୂର୍ଯ୍ୟ ପଣ୍ଡା): ପ୍ରତିଶ୍ରୁତି ପାଳନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨୧ ବର୍ଷର ହୀରାଖଣ୍ଡ ଏକ୍ସପ୍ରେସ୍‌ର ରୂପ ବଦଳିଛି। ନୂଆ ଅନ୍ଦାଜ ଓ ଭିନ୍ନ ଚମକ ନେଇ ଟ୍ରାକ୍‌କୁ ଆସିଛି ହୀରାଖଣ୍ଡ ଏକ୍ସପ୍ରେସ୍‌। ପୁରୁଣା ଠାରୁ ଅତ୍ୟାଧୁନିକ ସେବା ପାଇବେ ଯାତ୍ରୀ।  ନୂତନ LHB ବଗି ଯୁକ୍ତ ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ ଆଜି କୋରାପୁଟରେ ପହଞ୍ଚିଛି । ଟ୍ରେନ ଯାତ୍ରା କରିଥିବା ଯାତ୍ରୀ ବେଶ ଖୁସି ଅଛନ୍ତି। ଏଥିନେଇ କୋରାପୁଟ ଜିଲ୍ଲାବାସୀ ରେଳ ମନ୍ତ୍ରୀଙ୍କ ପଦକ୍ଷେପକୁ […]

The post ନୂଆ ରୂପରେ ଆସିଲା, ଉପାନ୍ତରେ ଗଡ଼ିବ ରଙ୍ଗିନ ହୀରାଖଣ୍ଡ appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ପଣ୍ଡା): ପ୍ରତିଶ୍ରୁତି ପାଳନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨୧ ବର୍ଷର ହୀରାଖଣ୍ଡ ଏକ୍ସପ୍ରେସ୍‌ର ରୂପ ବଦଳିଛି। ନୂଆ ଅନ୍ଦାଜ ଓ ଭିନ୍ନ ଚମକ ନେଇ ଟ୍ରାକ୍‌କୁ ଆସିଛି ହୀରାଖଣ୍ଡ ଏକ୍ସପ୍ରେସ୍‌। ପୁରୁଣା ଠାରୁ ଅତ୍ୟାଧୁନିକ ସେବା ପାଇବେ ଯାତ୍ରୀ।  ନୂତନ LHB ବଗି ଯୁକ୍ତ ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ ଆଜି କୋରାପୁଟରେ ପହଞ୍ଚିଛି । ଟ୍ରେନ ଯାତ୍ରା କରିଥିବା ଯାତ୍ରୀ ବେଶ ଖୁସି ଅଛନ୍ତି। ଏଥିନେଇ କୋରାପୁଟ ଜିଲ୍ଲାବାସୀ ରେଳ ମନ୍ତ୍ରୀଙ୍କ ପଦକ୍ଷେପକୁ ନେଇ ବେଶ ପ୍ରଂଶ ସା କରିବା ସହ ଖୁସି ପ୍ରକଟ କରିଛନ୍ତି । ଏବେ ଜୟପୁର, ମାଲକାନଗିରି ,ଜୟପୁର-ନବରଂଗପୁର,ଥେରୁବାଲି- ପଦ୍ମପୁରଗୁଣୁପୁର ରେଳପଥ ନିର୍ମାଣ ନେଇ ଲୋକେ ବେଶ ଆଶାବାଦୀ ହୋଇପଡିଛନ୍ତି । ଏ ନେଇ ମନ୍ତ୍ରୀ ଏ ସମସ୍ତ ରେଳ ପ୍ରକଳ୍ପର ଅଗ୍ରଗତିନେଇ ଗତକାଲି ଆୟୋଜିତ ଉଦଘାଟନୀ ଉତ୍ସବରେ  ସୂଚନା ଦେଇଛନ୍ତି । କୋରାପୁଟର ପର୍ଯ୍ୟଟନର ବିକାଶ,ପର୍ଯ୍ୟଟକଙ୍କୁ ଆକୃଷ୍ଟ  କରିବାନେଇ ସ୍ୱତନ୍ତ୍ର ରେଳ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବେ ତା ଅପେକ୍ଷାରେ କୋରାପୁଟ ବାସୀ ।

ହୀରାଖଣ୍ଡ ଏକ୍ସପ୍ରେସରେ ନୂଆ କୋଚ ବେଶ ଆରାମଦାୟକ ହେବ ବୋଲି ଯାତ୍ରୀ କହିଛନ୍ତି। LHB କୋଚ୍ ଯୁକ୍ତ ହୀରାଖଣ୍ଡ ଟ୍ରେନ ଏବେ  ଆଣ୍ଟି-ଟେଲିସ୍କୋପିକ୍, ନିରାପଦ, ହାଲୁକା ଏବଂ ଅଧିକ ଆରାମଦାୟକ  ହୋଇଛି। ଭୁବନେଶ୍ୱର-ରାୟଗଡ-କୋରାପୁଟ-ଜଗଦଲପୁରକୁ ଯୋଗାଯୋଗ  କରୁଥୁବା ଏହି ହୀରାଖଣ୍ଡ ଏକ୍ସପ୍ରେସକୁ  ଆଧୁନିକୀକରଣ କରାଯାଇଛି।ବିଶେଷ କରି ଓଡିଶା ,ଆନ୍ଧ୍ର ,ଛତିଶଗଡ ୩ଟି ରାଜ୍ୟଦେଇ  ୭୮୪ କିମି ଯାତ୍ରା କରୁଛି  ଏହି ଟ୍ରେନ୍‌।  ।୨୧ ଟି ସ୍ଥାନରେ ରହଣି କରୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ପୂର୍ବପରି ୧୨ଟି କୋଚ ରହିଛି । ଗୋଟାଏ ଏସି ୨ ଟାୟାର୍, ୨ଟି  ଏସି -୩ ଟାୟାର୍, ୪ଟି ସ୍ଲିପର୍ କ୍ଲାସ୍, ଥ୍ରୀ ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 0୨ ଗାର୍ଡ-କମ୍‌ ଲଗେଜ୍  କୋଚ୍ ରହିଛି  |

The post ନୂଆ ରୂପରେ ଆସିଲା, ଉପାନ୍ତରେ ଗଡ଼ିବ ରଙ୍ଗିନ ହୀରାଖଣ୍ଡ appeared first on Odisha Reporter.

]]>
right top 2021-09-11 18:29:43 https://odishareporter.in/wp-content/uploads/2021/09/5gn-5.jpg
ଗାଁ ଦାଣ୍ଡରେ ପଡ଼ିଛି ପୁଅ ମୃତଦେହ, ମେଡିକାଲରେ ବାପା https://odishareporter.in/odisha/attack-on-father-son-2-673583 Tue, 07 Sep 2021 03:40:44 +0000 https://odishareporter.in/?p=673583

ଜୟପୁର(ଟି.ଗୌରିଶଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ସଂଘବଦ୍ଧ ଭାବରେ ପୁଅକୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫକୀର ବିଶୋଇ। ବାପା ଦୟାନିଧି ବିଶୋଇଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୁଲିସ ଗାଁର ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା […]

The post ଗାଁ ଦାଣ୍ଡରେ ପଡ଼ିଛି ପୁଅ ମୃତଦେହ, ମେଡିକାଲରେ ବାପା appeared first on Odisha Reporter.

]]>

ଜୟପୁର(ଟି.ଗୌରିଶଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ସଂଘବଦ୍ଧ ଭାବରେ ପୁଅକୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫକୀର ବିଶୋଇ। ବାପା ଦୟାନିଧି ବିଶୋଇଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୁଲିସ ଗାଁର ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁରେ ପୂଜା ଚାଲିଥିଲା। ଏହି ସମୟରେ ଗାଁର କିଛି ଲୋକ  ଫକୀର ଓ ତାଙ୍କ ବାପାଙ୍କ ଉପରେ  ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୁଅ ଫକୀରଙ୍କର  ମୃତ୍ୟୁ ଘଟିଥିଲା। ଦୟାନିଧିଙ୍କୁ  ପ୍ରଥମେ କୁମୁଲି ଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବିସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।  ଗତକାଲି ସନ୍ଧ୍ୟାଠାରୁ ଫକୀରଙ୍କ ମୃତଦେହ ଗାଁ ଦାଣ୍ଡରେ ପଡ଼ି ରହିଛି।

The post ଗାଁ ଦାଣ୍ଡରେ ପଡ଼ିଛି ପୁଅ ମୃତଦେହ, ମେଡିକାଲରେ ବାପା appeared first on Odisha Reporter.

]]>
right bottom 2021-09-07 09:10:44 https://cdn.odishareporter.in/wp-content/uploads/2020/07/06144640/deadbody-888.jpg
ଦୋକାନକୁ ଯାଇ ଘରକୁ ଫେରିଲାନି ଝିଅ https://odishareporter.in/odisha/a-minor-girls-deadbody-found-from-a-pond-673334 Mon, 06 Sep 2021 07:56:04 +0000 https://odishareporter.in/?p=673334

ଜୟପୁର (ଟି. ଗୌରିଶଙ୍କର): ଦୋକାନକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ।  ହେଲେ ଆଉ ଘରକୁ ଫେରି ନ ଥିଲେ।  ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଜୟପୁରର ଜଗନ୍ନାଥ ସାଗରରୁ ଏହି ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ନାବାଳିକା ଜଣକ ହେଲେ ସହରର ଜୟନଗରର ଗୌଡ଼ସାହି ନିବାସୀ ସୁନଧାର ନାୟକଙ୍କ ଝିଅ। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନାବାଳିକା ଜଣଙ୍କ […]

The post ଦୋକାନକୁ ଯାଇ ଘରକୁ ଫେରିଲାନି ଝିଅ appeared first on Odisha Reporter.

]]>

ଜୟପୁର (ଟି. ଗୌରିଶଙ୍କର): ଦୋକାନକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ।  ହେଲେ ଆଉ ଘରକୁ ଫେରି ନ ଥିଲେ।  ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଜୟପୁରର ଜଗନ୍ନାଥ ସାଗରରୁ ଏହି ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ନାବାଳିକା ଜଣକ ହେଲେ ସହରର ଜୟନଗରର ଗୌଡ଼ସାହି ନିବାସୀ ସୁନଧାର ନାୟକଙ୍କ ଝିଅ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନାବାଳିକା ଜଣଙ୍କ ଦୋକାନକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ରାତି ହେବାରୁ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନ ଥିଲେ। ଆଜି ସକାଳେ ନାବାଳିକାଙ୍କ ମୃତଦେହ ଜଗନ୍ନାଥ ସାଗରରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନାବାଳିକାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ନାବାଳିକାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ପ୍ରେମଜନିତ କାରଣରୁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାର ତଦନ୍ତ ହେଲେ ନାବାଳିକାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି  ଜୟପୁର ଟାଉନ୍ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

The post ଦୋକାନକୁ ଯାଇ ଘରକୁ ଫେରିଲାନି ଝିଅ appeared first on Odisha Reporter.

]]>
right bottom 2021-09-06 14:20:23 https://cdn.odishareporter.in/wp-content/uploads/2021/03/01185411/Death.jpg
କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌ https://odishareporter.in/odisha/bus-accident-in-koraput-671126 Mon, 30 Aug 2021 04:46:59 +0000 https://odishareporter.in/?p=671126

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଆଜି ଭୋରରେ କୋରାପୁଟ ଜିଲ୍ଲା ପଞ୍ଚଡ଼ା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଆହତ ହୋଇଛନ୍ତି। ବୁଲାଣିରେ ଯାଉଥିବା ଏହି ବସ୍‌ଟି କୁହୁଡ଼ି ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ଏକ ଜମିରେ ପଶି ଯାଇଥିଲା। ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ଗତକାଲି ରାତିରେ  ଆର.ବି କୋଚ ନାମକ ଏହି ଘରୋଇ ବସ୍‌ଟି ପ୍ରାୟ […]

The post କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଆଜି ଭୋରରେ କୋରାପୁଟ ଜିଲ୍ଲା ପଞ୍ଚଡ଼ା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଆହତ ହୋଇଛନ୍ତି। ବୁଲାଣିରେ ଯାଉଥିବା ଏହି ବସ୍‌ଟି କୁହୁଡ଼ି ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ଏକ ଜମିରେ ପଶି ଯାଇଥିଲା। ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ, ଗତକାଲି ରାତିରେ  ଆର.ବି କୋଚ ନାମକ ଏହି ଘରୋଇ ବସ୍‌ଟି ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଧରି ଗଞ୍ଜାମ ଜିଲ୍ଲା ପୋଲସରାରୁ ଇନ୍ଦ୍ରାବତୀ ଅଭିମୁଖେ ଯାତ୍ରା କରୁଥିଲା। ଆଜି ଭୋରରେ ଏହା କୋରାପୁଟ ଜିଲ୍ଲା ପଞ୍ଚଡ଼ା ଅତିକ୍ରମ କରୁଥିଲା। ଏହି ସମୟରେ ପ୍ରବଳ କୁହୁଡ଼ି ହୋଇଥିଲା।  ବସ୍‌ଟି ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ସମ୍ମୁଖରୁ ଏକ ଗାଡ଼ି ଦ୍ରୁତ ଗତିରେ ମାଡ଼ି ଆସିଥିଲା। ଉକ୍ତ ଗାଡ଼ିକୁ ସାଇଡ୍‌ ଦେଉ ଦେଉ ବସ୍‌ଟି ରାସ୍ତା ତଳେ ଥିବା ଜମିକୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୪ ଜଣ ଆହତ ହୋଇଛନ୍ତି।

କାକିରିଗୁମା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ କୋରାପୁଟ ଡାକ୍ତରଖାନାକୁ ପଠାଇଥିଲା। 

The post କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌ appeared first on Odisha Reporter.

]]>
right bottom 2021-08-30 10:50:32 https://cdn.odishareporter.in/wp-content/uploads/2021/08/30101555/bus-11.jpg
ବୋହୂକୁ ଦେଖି ଫେରିବା ବେଳେ ଓଲଟି ପଡ଼ିଲା ବୋଲେରୋ https://odishareporter.in/odisha/bolero-accident-in-koraput-dist-671069 Mon, 30 Aug 2021 02:12:22 +0000 https://odishareporter.in/?p=671069

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନିଜ ବାପ ଘରକୁ ବୁଲି ଯାଇଥିବା ବୋହୂକୁ ଦେଖିବାକୁ ଯାଇ ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତମାନେ ଦଶମନ୍ତପୁରରୁ ଥାନା ଅଧୀନ ବାଣୁଆଗୁଡ଼ା ଗାଁର ଏକ ପରିବାରର ସଦସ୍ୟ […]

The post ବୋହୂକୁ ଦେଖି ଫେରିବା ବେଳେ ଓଲଟି ପଡ଼ିଲା ବୋଲେରୋ appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନିଜ ବାପ ଘରକୁ ବୁଲି ଯାଇଥିବା ବୋହୂକୁ ଦେଖିବାକୁ ଯାଇ ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତମାନେ ଦଶମନ୍ତପୁରରୁ ଥାନା ଅଧୀନ ବାଣୁଆଗୁଡ଼ା ଗାଁର ଏକ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିଜ ସାନ ବୋହୂକୁ ଦେଖିବାକୁ  ବାଣୁଆଗୁଡ଼ା ଗାଁର ଏକ ପରିବାରର ପ୍ରାୟ ୧୨ ସଦସ୍ୟ ଗତକାଲି ତାଙ୍କ ବାପଘରକୁ ଏବ ବୋଲେରୋରେ ଯାଇଥିଲେ । ଉକ୍ତ ବୋଲେରୋରେ ପୁରୁଷ, ମହିଳାଙ୍କ ସମେତ ଛୋଟ ଛୁଆ ବି ଥିଲେ।

ବନ୍ଧୁ ଘରୁ ସେମାନେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ମାତ୍ର ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍‌ ଦେବାକୁ ଯାଇ ବୋଲେରୋଟି ରାସ୍ତାକଡକୁ ଓଲଟି ପଡିଥିଲା । ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ କାକିରୁଗୁମ୍ମା ପୁଲିସ୍‌ ଓ କୋରାପୁଟ ସଦର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

The post ବୋହୂକୁ ଦେଖି ଫେରିବା ବେଳେ ଓଲଟି ପଡ଼ିଲା ବୋଲେରୋ appeared first on Odisha Reporter.

]]>
right top 2021-08-30 09:11:10 https://cdn.odishareporter.in/wp-content/uploads/2021/08/30074044/bolero.jpg
ପଇଡ଼ ବୋଝେଇ ଟ୍ରକ୍‌ରେ ଥିଲା ୭୦ଲକ୍ଷ ଟଙ୍କାର ବେଆଇନ୍ ଜିନିଷ, ଧରିଲା ପୁଲିସ୍‌ https://odishareporter.in/odisha/ganja-seized-in-koraput-2-669198 Mon, 23 Aug 2021 04:14:01 +0000 https://odishareporter.in/?p=669198

ଲମତାପୁଟ (ଜଗତ ଜୀବନ): ପଇଡ଼ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ। ତେବେ ଗଞ୍ଜେଇ ମାଫିଆ ମାନଙ୍କର ଏହି କୌଶଳ କାମ ଦେଲାନି। ପୁଲିସ୍ ସେମାନଙ୍କୁ ଧରିବା ସହିତ ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ। ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସଗର ଅଞ୍ଚଳରୁ ବିହାରକୁ ଏକ ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ସୂଚନା […]

The post ପଇଡ଼ ବୋଝେଇ ଟ୍ରକ୍‌ରେ ଥିଲା ୭୦ଲକ୍ଷ ଟଙ୍କାର ବେଆଇନ୍ ଜିନିଷ, ଧରିଲା ପୁଲିସ୍‌ appeared first on Odisha Reporter.

]]>

ଲମତାପୁଟ (ଜଗତ ଜୀବନ): ପଇଡ଼ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ। ତେବେ ଗଞ୍ଜେଇ ମାଫିଆ ମାନଙ୍କର ଏହି କୌଶଳ କାମ ଦେଲାନି। ପୁଲିସ୍ ସେମାନଙ୍କୁ ଧରିବା ସହିତ ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ।

ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସଗର ଅଞ୍ଚଳରୁ ବିହାରକୁ ଏକ ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ କଞ୍ଚଣା ଗାଁ ନିକଟରେ ନାକାବନ୍ଦୀ କରି ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲେ। ମଧ୍ୟରାତ୍ରରେ ଏହି ପଇଡ଼ ବୋଝେଇ ଟ୍ରକ୍‌ଟି ସେଠାରେ ପହଞ୍ଚିଥିଲା। ଉପସ୍ଥିତ ପୁଲିସ୍ କର୍ମଚାରୀ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ଭର୍ତ୍ତି ବସ୍ତା ଗୁଡ଼ିକୁ ପାଇଥିଲେ।

ଜବତ ଟ୍ରକ୍‌କୁ ଲମତାପୁଟ ଫାଣ୍ଡକୁ ଅଣାଯାଇଥିଲା। ସେଠାରେ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ଟ୍ରକ୍‌ରୁ ବାହାର କରି ଓଜନ କରାଯାଇଥିଲା। ଟ୍ରକ୍‌ରେ ମୋଟ ୭୦୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଥିଲା ଓ ତା’ର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି।

ଏହି ମାମଲାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାରର ଜଗେନ୍ଦ୍ର ତିୱାରୀ ଓ ଶିବ ଶଙ୍କର ଚୌଧୁରୀ। ସେମାନଙ୍କ ଠାରୁ କିଛି ଟଙ୍କା, ମୋବାଇଲ୍ ଫୋନ୍ ଓ ପରିଚୟ ପତ୍ର ଜବତ କରାଯାଇଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ କରୁଥିବା ନନ୍ଦପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।

The post ପଇଡ଼ ବୋଝେଇ ଟ୍ରକ୍‌ରେ ଥିଲା ୭୦ଲକ୍ଷ ଟଙ୍କାର ବେଆଇନ୍ ଜିନିଷ, ଧରିଲା ପୁଲିସ୍‌ appeared first on Odisha Reporter.

]]>
right bottom 2021-08-23 09:44:01 https://cdn.odishareporter.in/wp-content/uploads/2021/08/23093809/89-1.jpg
ନିଜ ଅଞ୍ଚଳରେ ରାସ୍ତା କରିପାରୁନି ଆନ୍ଧ୍ର, ଓଡ଼ିଶାର ପଶି ଲୋଭ ଦେଖାଉଛି https://odishareporter.in/odisha/andhra-entered-into-odisha-but-its-people-request-odisha-govt-to-make-their-road-668392 Fri, 20 Aug 2021 03:04:07 +0000 https://odishareporter.in/?p=668392

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଓଡ଼ିଶାରେ ବାରମ୍ବାର ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ପ୍ରୟାସ କରୁଥିବା ଆନ୍ଧ୍ର ନିଜ ଲୋକଙ୍କ ସମସ୍ୟାକୁ କିନ୍ତୁ ଦେଖିପାରୁନି। ଓଡ଼ିଶାରେ ପଶି ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଆନ୍ଧ୍ର ନିଜର ବହୁ ଅଞ୍ଚଳକୁ ରାସ୍ତା ନ ଥିବା ଭୁଲି ଯାଇଛି। ଫଳରେ ସେଠାକାର ଲୋକେ ଓଡ଼ିଶାକୁ ସାହାଯ୍ୟ କରିବାକୁ ଗୁହାରୀ କରୁଛନ୍ତି।  ନିକଟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ  ଆନ୍ଧ୍ର ସରକାର ଏହାକୁ ସହଜେ […]

The post ନିଜ ଅଞ୍ଚଳରେ ରାସ୍ତା କରିପାରୁନି ଆନ୍ଧ୍ର, ଓଡ଼ିଶାର ପଶି ଲୋଭ ଦେଖାଉଛି appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଓଡ଼ିଶାରେ ବାରମ୍ବାର ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ପ୍ରୟାସ କରୁଥିବା ଆନ୍ଧ୍ର ନିଜ ଲୋକଙ୍କ ସମସ୍ୟାକୁ କିନ୍ତୁ ଦେଖିପାରୁନି। ଓଡ଼ିଶାରେ ପଶି ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଆନ୍ଧ୍ର ନିଜର ବହୁ ଅଞ୍ଚଳକୁ ରାସ୍ତା ନ ଥିବା ଭୁଲି ଯାଇଛି। ଫଳରେ ସେଠାକାର ଲୋକେ ଓଡ଼ିଶାକୁ ସାହାଯ୍ୟ କରିବାକୁ ଗୁହାରୀ କରୁଛନ୍ତି।  ନିକଟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ  ଆନ୍ଧ୍ର ସରକାର ଏହାକୁ ସହଜେ ଗ୍ରହଣ କରିପାରି ନାହାନ୍ତି।

କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଫାଟୁସିନେରୀକୁ ଲାଗି ରହିଛି ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତ । ଏହି ପଞ୍ଚାୟତ ଆନ୍ଧ୍ର ଅଧୀନରେ ଥିବା ବେଳେ ସାଲୁର ମଣ୍ଡଳମର ସବୁଠାରୁ ପଛୁଆ ଅଂଚଳ ଭାବେ  ପରିଚିତ  । ଆନ୍ଧ୍ର ପ୍ରଶାସନj ଅବହେଳା ଯୋଗୁ କୋଡ଼ମା ପଂଚାୟତକୁ ରାସ୍ତା ହୋଇ ନାହିଁ। ସେଥିପାଇଁ ପଞ୍ଚାୟତବାସୀ ନିଜ ଉଦ୍ୟମରେ ରାସ୍ତା କାମ ଆରମ୍ଭ କରିଛନ୍ତି।

ଉତ୍ତ୍ୟକ୍ତ ଲୋକ ପ୍ରକଳ୍ପ ଅଧିକାରୀଙ୍କୁ ଘେରିକି ଅଛନ୍ତି।

ଗତ ସୋମବାର କୋଡମା ଅଧିବାସୀ ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ କୋରାପୁଟ ଜିଲ୍ଲାର ୫ ବିଧାୟକଙ୍କୁ  ଅନୁରୋଧ କରିଥିଲେ । ସମସ୍ୟାରେ ଥିବା ପଡୋଶୀ ରାଜ୍ୟ ଲୋକଙ୍କ ଏହି ଅନୁରୋଧକୁ  ରକ୍ଷା କରି କୋରାପୁଟ ଜିଲ୍ଲାର  ୫ ବିଧାୟକ ଏକ ଲକ୍ଷ ଟଙ୍କା ଲେଖାଏ ଦେଇଥିଲେ।  ଫାଟୁସିନେରୀଠାରୁ କୋଡାମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମର ଶୁଭାରମ୍ଭ କରିଥିଲେ  ।

ମଙ୍ଗଳବାରଠାରୁ ସେଠାରେ ରାସ୍ତା କାମ ମଧ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆନ୍ଧ୍ର ସରକାର ଏଥିରେ ବାଧା ଦେଇଥିଲେ। ଉକ୍ତ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହୋଇଥିବା ଯୋଗୁଁ  ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ ବୋଲି କହିଥିଲେ । ଏହାସହିତ ଆନ୍ଧ୍ରପ୍ରଦେଶର ବନ ବିଭାଗ ରାସ୍ତା ନିର୍ମାଣ କାମକୁ ବନ୍ଦ କରିଦେଇଥିଲା  ।

ଏହାପରେ ପାର୍ବତୀପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ପି .କୂର୍ମନାଥ ଫାଟୁସିନେରୀ ଅଂଚଳରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯାଇଥିବା ବେଳେ କୋଡ଼ମା ପଞ୍ଚାୟତବାସୀ ତାଙ୍କୁ ଘେରିଥିଲେ । କୋଡ଼ମା ପଂଚାୟତକୁ ପ୍ରଶାସନ ଲଗାତର ଭାବେ ଅବହେଳା କରିଚାଲିଛି ବୋଲି କହିଥିଲେ। ଏହାସହ  ରାସ୍ତା  ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେବା ନେଇ କ୍ଷୋଭ ପ୍ରକାଶ କରିଥିଲେ । କୂର୍ମନାଥ ଏ ସମ୍ପର୍କରେ ବନବିଭାଗ ସହ ଆଲୋଚନା କରିବେ ବୋଲି  ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

The post ନିଜ ଅଞ୍ଚଳରେ ରାସ୍ତା କରିପାରୁନି ଆନ୍ଧ୍ର, ଓଡ଼ିଶାର ପଶି ଲୋଭ ଦେଖାଉଛି appeared first on Odisha Reporter.

]]>
centre bottom 2021-08-20 08:34:07 https://cdn.odishareporter.in/wp-content/uploads/2021/08/20081604/kodma-2.jpg
ପଛଘୁଞ୍ଚା ଦେଇଥିଲା, ପୁଣି ଧସେଇ ପଶିଲା ଆନ୍ଧ୍ର https://odishareporter.in/odisha/andhra-entered-into-odisha-once-again-668382 Fri, 20 Aug 2021 02:25:27 +0000 https://odishareporter.in/?p=668382

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ  ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର […]

The post ପଛଘୁଞ୍ଚା ଦେଇଥିଲା, ପୁଣି ଧସେଇ ପଶିଲା ଆନ୍ଧ୍ର appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତ ୧୬ ତାରିଖରେ ଓଡ଼ିଶା ନେତା ଏବଂ ପ୍ରଶାସନର ଜୋରଦାର ବିରୋଧ ଯୋଗୁ ପଛଘୁଞ୍ଚା ଦେଇଥିବା ଆନ୍ଧ୍ର ପୁଣି ଧସେଇ ପଶିଛି କୋଟିଆ  ଗ୍ରାମପୁଞ୍ଚରେ । ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଆନ୍ଧ୍ର ପକ୍ଷରୁ ପଟୁସିନେରୀ ପଞ୍ଚାୟତ ଗୃହ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ଶୁଭ ଦିଆଯାଇଥିବାବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ, କୋଟିଆ ପଂଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ବି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ପି.କୁର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ ।

କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ କଡା ବିରୋଧ କରିଛନ୍ତି  ତାରା ପ୍ରସାଦ ବାହିନୀ ପତି । ଚୋରଙ୍କ ଭଳି ଆସି ଯାଉଛନ୍ତି ଆନ୍ଧ୍ର ଅଧିକାରୀ । ଆନ୍ଧ୍ର ର  ଏଭଳି କାମକୁ ଆଗାମୀ ଦିନରେ  ଉଚିତ ଜବାବ ଦିଆଯିବ କହିଲେ ତାରା । କୋରାପୁଟ ଜିଲ୍ଲାର ସର୍ବସାଧାରଣ କୋଟିଆ ମାଟିର ସୁରକ୍ଷା ପାଇଁ ବଦ୍ଧପରିକର । ତାର ନିଦର୍ଶନ ଗତ ୧୬ ତାରିଖ ଦିନ କୋଟିଆରେ ଦେଖାଯାଇଛି । ଏଣିକି କୋଟିଆ ଲୋକଙ୍କ ଦ୍ୱାରା ହିଁ ଜବାବ ଦିଆଯିବ । ଯାହା ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ ଆନ୍ଧ୍ର ଦାୟି ରହିବ ବୋଲି ସେ  ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ,  ଗତ ୧୬ ତାରିଖରେ ଆନ୍ଧ୍ର ପ୍ରଶାସନ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଯୋଜନା କରିଥିଲା  । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଦଳର ନେତା ଏକଜୁଟ୍ ହୋଇ ଘୋର ବିରୋଧ କରିବାରୁ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ ଆନ୍ଧ୍ର ସାଲୁରର ବିଧାୟକ ଓ ସରକାରୀ ଅଧିକାରୀ  ।

ଓଡ଼ିଶା ମାଟି କଥା ଉଠିଲେ ସବୁ ଦଳ ଏକ ହୋଇ ଛିଡ଼ା ହେଉଛନ୍ତି। ହେଲେ ଆନ୍ଧ୍ର ସରକାର ସଚେତନ ନ ହେଲେ  ହେଲେ ଆନ୍ଧ୍ରର ବହୁ ଗାଁ, ପଞ୍ଚାୟତ ଓଡ଼ିଶାରେ ମିଶିଯିବ ବୋଲି କହିଛନ୍ତି ବିଜେଡି ନେତା ଈଶ୍ୱର ସୁନ୍ଦର ପାଣିଗ୍ରାହୀ

The post ପଛଘୁଞ୍ଚା ଦେଇଥିଲା, ପୁଣି ଧସେଇ ପଶିଲା ଆନ୍ଧ୍ର appeared first on Odisha Reporter.

]]>
right bottom 2021-08-20 09:04:36 https://cdn.odishareporter.in/wp-content/uploads/2021/02/18104821/Kotiaa-1.jpg
ଆନ୍ଧ୍ରର କୋଟିଆ ଅଭିଯାନ, ଆଉ ପାଦେ ଆଗେଇଲେ ଜଗନ https://odishareporter.in/odisha/koraput/andhra-laid-foundation-for-project-in-kotia-668319 Thu, 19 Aug 2021 12:59:28 +0000 https://odishareporter.in/?p=668319

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆ କବଜା କରିବାକୁ ଆନ୍ଧ୍ର ସରକାର ଆଉ ପାଦେ ଆଗେଇଛନ୍ତି। କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି। କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଫାଟୁସିନେରୀ ପଞ୍ଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି। ସେହିପରି ଫଗୁଣସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଆନ୍ଧ୍ର ପାର୍ବତୀପୁରମର ପିଏ ITDAଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କୋଟିଆ […]

The post ଆନ୍ଧ୍ରର କୋଟିଆ ଅଭିଯାନ, ଆଉ ପାଦେ ଆଗେଇଲେ ଜଗନ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆ କବଜା କରିବାକୁ ଆନ୍ଧ୍ର ସରକାର ଆଉ ପାଦେ ଆଗେଇଛନ୍ତି। କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି। କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଫାଟୁସିନେରୀ ପଞ୍ଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି।

ସେହିପରି ଫଗୁଣସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଆନ୍ଧ୍ର ପାର୍ବତୀପୁରମର ପିଏ ITDAଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କୋଟିଆ ପଞ୍ଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ସୂଚନା ମିଳିଛି। ଗତ ୧୬ ତାରିଖରେ ଓଡ଼ିଶା ପକ୍ଷରୁ ପ୍ରତିବାଦ ହେବାରୁ ଆନ୍ଧ୍ର ଅଧିକାରୀ ମାନେ ଆସିନଥିଲେ। ସବୁ ଦଳର ନେତା ଏକାଠି ହୋଇ କୋଟିଆରେ ଡେରା ପକାଇଥିଲେ। କିନ୍ତୁ ସେଠାରୁ ଓଡ଼ିଶା ନେତା, ଅଧିକାରୀ ପଳାଇ ଆସିବା ପରେ ଆଜି ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର।

ସୋମବାର ଓଡ଼ିଶା ମାଟିରେ ଆନ୍ଧ୍ରକୁ ପୁରାଇ ନଦେବାକୁ ବ୍ୟାରିକେଡ୍ ବାନ୍ଧି ଜଗି ରହିଥିଲେ ନେତା। ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରୀରେ ସୋମବାର ଆନ୍ଧ୍ର ସରକାରଙ୍କ ପକ୍ଷରୁ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କମ୍ୟୁନିଟି ହଲ୍, ଅଙ୍ଗନୱାଡି କେନ୍ଦ୍ର ଏବଂ ସ୍କୁଲ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଆସିଥାନ୍ତେ ସାଲୁର ବିଧାୟକ, ଉପଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ। ବିଦ୍ୟାଳୟରେ ବୃକ୍ଷରୋପଣ ସହ ପିଲାଙ୍କୁ ବଣ୍ଟା ଯାଇଥାନ୍ତା ତେଲୁଗୁ ବହି। ହେଲେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ସୀମାନ୍ତ ନନ୍ଦା ଗାଁରେ ୫ ପ୍ଲାଟୁନ୍ ପୁଲିସ ସହ ବ୍ୟାରିକେଡ୍ କରି ଅବରୋଧ କରିଥିଲା ପ୍ରଶାସନ ।

ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ୨୧ଟି ଗାଁ ଉପରେ ଅଧିକାର ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଇନଗତ ଲଢେଇ ଜାରି ରହିଛି। ଏଭଳି ସ୍ଥିତିରେ ଫାଟୁସିନେରୀକୁ ପଂଚାୟତ ମାନ୍ୟତା ଦେଇ ସେଠାରେ ନିର୍ବାଚନ କରାଇସାରିଛନ୍ତ। ଆନ୍ଧ୍ର ସରକାର ସୀମାନ୍ତ ଗାଁରେ ଲୋକଙ୍କୁ ବାରମ୍ବାର ଜମି ପଟ୍ଟା ଏବଂ ରାସନ ସାମଗ୍ରୀ ବଣ୍ଟାଯାଉଛି।

ଗୋଟିଏ ପଟେ ଓଡ଼ିଶାର କୋଟିଆରେ ଜୋରଜବରଦସ୍ତ ପଶି ସେଠାରେ ବିକାଶମୂଳକ କାମ କରୁଛନ୍ତି ଆନ୍ଧ୍ର ସରକାର, ଅନ୍ୟପଟେ ନିଜ ରାଜ୍ୟରେ ଆସୁଥିବା ସାଲୁରର କଡମା ପଞ୍ଚାୟତରେ ଏଯାଏଁ କୌଣସି ବିକାଶ ହୋଇପାରିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି କଡମା ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

The post ଆନ୍ଧ୍ରର କୋଟିଆ ଅଭିଯାନ, ଆଉ ପାଦେ ଆଗେଇଲେ ଜଗନ appeared first on Odisha Reporter.

]]>
centre bottom 2021-08-19 18:32:44 https://cdn.odishareporter.in/wp-content/uploads/2021/08/19182741/kotia.jpg
ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ https://odishareporter.in/odisha/koraput/koraput-district-congress-president-threatened-to-resign-668073 Wed, 18 Aug 2021 13:39:49 +0000 https://odishareporter.in/?p=668073

କୋରାପୁଟ(ଓଡ଼ିଶା ରିପୋର୍ଟର) କୋରପୁଟ କଂଗ୍ରେସରେ କନ୍ଦଳ। କଂଗ୍ରେସରୁ ଇସ୍ତଫା ଧମକ ଦେଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଲେ। କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବା କହିଲେ ମିନାକ୍ଷୀ। ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ […]

The post ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ appeared first on Odisha Reporter.

]]>

କୋରାପୁଟ(ଓଡ଼ିଶା ରିପୋର୍ଟର) କୋରପୁଟ କଂଗ୍ରେସରେ କନ୍ଦଳ। କଂଗ୍ରେସରୁ ଇସ୍ତଫା ଧମକ ଦେଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଲେ। କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବା କହିଲେ ମିନାକ୍ଷୀ। ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।

ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଥିଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିବା ମଧ୍ୟ ମିନାକ୍ଷୀ କହିଛନ୍ତି। ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ।  ଏମପି ଯେଉଁ କାମ କରୁଛନ୍ତି ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି , ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହଁ। ସେହିଭଳି ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ସେ କହିଛନ୍ତି।

The post ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ appeared first on Odisha Reporter.

]]>
right top 2021-08-18 19:16:35 https://cdn.odishareporter.in/wp-content/uploads/2021/08/18190800/nm.jpg
ଫାଟୁସିନେରୀ ଉପରେ ଆନ୍ଧ୍ରର ଆଖି, ଓଡ଼ିଶା କଲା ବ୍ୟାରେକେଡ https://odishareporter.in/odisha/tension-situation-in-phatusineri-village-667392 Mon, 16 Aug 2021 09:01:44 +0000 https://odishareporter.in/?p=667392

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆକୁ ନେଇ ଆନ୍ଧ୍ର- ଓଡ଼ିଶା ମଧ୍ୟରେ ବିବାଦ ଥମିବା ନାଁ ଧରୁ ନ ଥିବା ବେଳେ ଏବେ ଫାଟୁସିନେରୀକୁ ନେଇ ୨ ରାଜ୍ୟ ମଧ୍ୟରେ ଦେଖାଦେଇଛି ଛକାପଞ୍ଝା ସ୍ଥିତି  ।    ଆଜି ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକଙ୍କ ଫାଟୁସିନେରୀ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ବିରୋଧ କରି ଫାଟୁସିନେରୀରେ ତିଆରି ହୋଇଛି ବ୍ୟାରିକେଡ। ଏଥିସହ  ୫ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ କରାଯାଇଛି। ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଓ […]

The post ଫାଟୁସିନେରୀ ଉପରେ ଆନ୍ଧ୍ରର ଆଖି, ଓଡ଼ିଶା କଲା ବ୍ୟାରେକେଡ appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆକୁ ନେଇ ଆନ୍ଧ୍ର- ଓଡ଼ିଶା ମଧ୍ୟରେ ବିବାଦ ଥମିବା ନାଁ ଧରୁ ନ ଥିବା ବେଳେ ଏବେ ଫାଟୁସିନେରୀକୁ ନେଇ ୨ ରାଜ୍ୟ ମଧ୍ୟରେ ଦେଖାଦେଇଛି ଛକାପଞ୍ଝା ସ୍ଥିତି  ।    ଆଜି ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକଙ୍କ ଫାଟୁସିନେରୀ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ବିରୋଧ କରି ଫାଟୁସିନେରୀରେ ତିଆରି ହୋଇଛି ବ୍ୟାରିକେଡ। ଏଥିସହ  ୫ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ କରାଯାଇଛି। ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଓ ରାଜନେତା ବି ଘଟଣାସ୍ଥଳରେ ମହଜୁଦ ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତ ଅନ୍ତର୍ଗତ ଫାଟୁସିନେରୀରେ ଆଜି ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ତାଙ୍କ ସହ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ।

ଓଡିଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ଜିଲ୍ଲାର ରାଜନୈତିକ ନେତୃବୃନ୍ଦ ତୀବ୍ର ବିରୋଧ କରିଥିଲେ।  ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ  ସ୍ଥଳୀକୁ ଆନ୍ଧ୍ରପ୍ରଦେଶ ଆଡୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ମଧ୍ୟରେ ଥିବା ରାସ୍ତାକୁ ଓଡିଶା ପୁଲିସ ଦ୍ୱାରା ବ୍ୟାରିକେଡ ଯୋଗେ ଅବରୋଧ କରାଯାଇଥିଲା ।

ସାଂସଦ ଜୟରାମ ପାଙ୍ଗି, ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କ ସମେତ ଜିଲ୍ଲାର ବହୁ ରାଜନୈତିକ ଦଳର ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନ ର ସଦସ୍ୟ ଏହି ବ୍ୟାରିକେଡ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତି ତଦାରଖ କରୁଥିବା ଦେଖାଯାଇଛି ।

ଘଟଣାସ୍ଥଳରେ ମୁତୟନ ପୁଲିସ୍‌ କର୍ମୀ।

ସୂଚନାଯୋଗ୍ୟ, କୋଟିଆ ପଂଚାୟତର ୨୧ଟି ଗ୍ରାମ ଉପରେ ଅଧିକାରକୁ ନେଇ ଉଭୟ ରାଜ୍ୟ ଉଚ୍ଚତମ ନ୍ୟାୟାଳୟରେ ଅନେକ ଦିନ ଧରି ଆଇନଗତ ଲଢେଇ ଜାରି ରହିଛି। ଅପରପକ୍ଷେ, ଫାଟୁସିନେରୀକୁ ଆନ୍ଧ୍ର ସରକାର ପଂଚାୟତର ମାନ୍ୟତା ଦେଇ ବିଗତ ଦିନରେ ନିର୍ବାଚନ ମଧ୍ୟ ଅନୁଷ୍ଠିତ କରାଇଛି ।

ଏନେଇ ସାଂସଦ ଜୟରାମ ପାଙ୍ଗି କହିଛନ୍ତି,  ଏହା କୋଟିଆ ବିବାଦ ନୁହେଁ। ଏଠାରେ ସମସ୍ତ ଉନ୍ନୟନମୂଳକ କାମ ଓଡ଼ିଶା କଲା।  ଆନ୍ଧ୍ର କେବେବି ଏହାକୁ ନେଇପାରିବ ନାହିଁ।

ବରିଷ୍ଠ ବିଜେଡି ନେତା ରବି ନନ୍ଦ କହିଛନ୍ତି କୋଟିଆ ଆମର । ସେଠାରେ ଅଧିବାସୀ ଆମର। କୋଟିଆ ପାଇଁ ସର୍ବସ୍ୱ ତ୍ୟାଗ କରିବୁ। ଏଠି କେହି ଅନୁପ୍ରବେଶ କରିବାକୁ, ଚକ୍ରାନ୍ତ କରିବାକୁ ଚେଷ୍ଟା କଲେ ଓଡ଼ିଶାବାସୀ ତାଙ୍କୁ ଛାଡ଼ିବେନି।

The post ଫାଟୁସିନେରୀ ଉପରେ ଆନ୍ଧ୍ରର ଆଖି, ଓଡ଼ିଶା କଲା ବ୍ୟାରେକେଡ appeared first on Odisha Reporter.

]]>
centre bottom, Kotia, kotia issue 2021-08-16 17:20:58 https://cdn.odishareporter.in/wp-content/uploads/2021/08/16142947/kotia-1.jpg
କୋଟିଆ ବିବାଦ: ଆନ୍ଧ୍ରକୁ ଚେକ୍‌ ଦେଲା ଓଡ଼ିଶା https://odishareporter.in/odisha/odisha-check-andhra-on-kotia-issue-666830 Sat, 14 Aug 2021 03:40:11 +0000 https://odishareporter.in/?p=666830

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଭାଷାଭିତ୍ତିରେ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ଆନ୍ଧ୍ର ଚଳାଇଥିବା ଗୁପ୍ତ ଯୋଜନାରେ ଚେକ୍ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଉଦ୍ୟମ । ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆ ଗ୍ରାମପୁଞ୍ଜରେ ତେଲୁଗୁ ସାଇନବୋର୍ଡ ମରାଯିବା ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ଓଡ଼ିଆ ଭାଷାରେ ଲିଖିତ ଫଳକ ସବୁ ମାରିଛି ।  ବୋର୍ଡରେ ଓଡିଶା ସରକାରଙ୍କ ପକ୍ଷରୁ କୋଟିଆକୁ  ସ୍ୱାଗତ ବୋଲି ଲେଖାଯିବା ସହ ଗାଁଗୁଡ଼ିକର ନାଁ ଲେଖାଯାଇଛି ଓଡ଼ିଆରେ । […]

The post କୋଟିଆ ବିବାଦ: ଆନ୍ଧ୍ରକୁ ଚେକ୍‌ ଦେଲା ଓଡ଼ିଶା appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଭାଷାଭିତ୍ତିରେ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ଆନ୍ଧ୍ର ଚଳାଇଥିବା ଗୁପ୍ତ ଯୋଜନାରେ ଚେକ୍ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଉଦ୍ୟମ । ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆ ଗ୍ରାମପୁଞ୍ଜରେ ତେଲୁଗୁ ସାଇନବୋର୍ଡ ମରାଯିବା ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ଓଡ଼ିଆ ଭାଷାରେ ଲିଖିତ ଫଳକ ସବୁ ମାରିଛି ।  ବୋର୍ଡରେ ଓଡିଶା ସରକାରଙ୍କ ପକ୍ଷରୁ କୋଟିଆକୁ  ସ୍ୱାଗତ ବୋଲି ଲେଖାଯିବା ସହ ଗାଁଗୁଡ଼ିକର ନାଁ ଲେଖାଯାଇଛି ଓଡ଼ିଆରେ ।

ବିଶେଷ କରି ନେରେଡିବାଲ୍ସା ଏବଂ ତାଡିବାଲ୍ସା ଗାଁରେ ଓଡ଼ିଆ ବୋର୍ଡ ଲଗାଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ଫଳରେ ଅଗଷ୍ଟ ୧୫ ପୂର୍ବରୁ ତେଲୁଗୁ ବୋର୍ଡ ମାରିବା ପାଇଁ ଯୋଜନା ରଖିଥିବା ଆନ୍ଧ୍ରର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି ହୋଇଛି ।

ଗତ କିଛିଦିନ ତଳେ ଆନ୍ଧ୍ରପ୍ରଦେଶର ପ୍ରମୁଖ ରାଜନୈତିକ ଦଳ ଜନସତ୍ତାର ରାଜ୍ୟ ସଭାପତି କୋଟିଆ ଗସ୍ତ କରି ସବୁ ଗାଁରେ ତେଲୁଗୁ ଫଳକ ଲଗାଇବା ପାଇଁ ଆନ୍ଧ୍ର ସରକାର ପାଖରେ ଦାବି ଉଠାଇଥିଲେ । ଏହାକୁ ନେଇ ଓଡିଶାର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି ହୋଇଥିଲା । ଏପରିକି କଂଗ୍ରେସ, ବିଜେପି ଏବଂ ବିଜେଡି ପକ୍ଷରୁ ଏକପ୍ରକାର ଯୁଦ୍ଧ ଦେହିଂ ଡାକରା ଦିଆଯାଇଥିଲା । ଆନ୍ଧ୍ରର ଭାଷାଭିତ୍ତିକ ବିଭାଜନ ଷଡ଼ଯନ୍ତ୍ର ବିରୋଧରେ  ଏବେ ଅପେକ୍ଷା ଆଗକୁ କି ପଦକ୍ଷେପ ନେଉଛି ପଡୋଶୀ ଆନ୍ଧ୍ର  ।

The post କୋଟିଆ ବିବାଦ: ଆନ୍ଧ୍ରକୁ ଚେକ୍‌ ଦେଲା ଓଡ଼ିଶା appeared first on Odisha Reporter.

]]>
right bottom 2021-08-14 09:10:11 https://cdn.odishareporter.in/wp-content/uploads/2021/08/14090917/kotia-2.jpg
କୋଟିଆରେ ଠିଆ ହେଲା ନୂଆ ବିବାଦ https://odishareporter.in/odisha/koraput/a-new-controversy-has-erupted-in-kotia-666230 Thu, 12 Aug 2021 03:13:57 +0000 https://odishareporter.in/?p=666230

କୋରାପୁଟ(ଓଡ଼ିଶା ରିପୋର୍ଟର) କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ।  କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଂଜେଇପଦରର ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ବାଚିତ ସରପଞ୍ଚ।  ଏନେଇ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ସରପଞ୍ଚ । ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଂଚଳର ସମସ୍ତ  ଗ୍ରାମର […]

The post କୋଟିଆରେ ଠିଆ ହେଲା ନୂଆ ବିବାଦ appeared first on Odisha Reporter.

]]>

କୋରାପୁଟ(ଓଡ଼ିଶା ରିପୋର୍ଟର) କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ।  କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଂଜେଇପଦରର ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ବାଚିତ ସରପଞ୍ଚ।  ଏନେଇ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ସରପଞ୍ଚ । ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଂଚଳର ସମସ୍ତ  ଗ୍ରାମର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ସେ ଦାବି କରିଛନ୍ତି। ପୂର୍ବରୁ କୋଟିଆରେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ଲୋଭ ଦେଖାଇ ପ୍ରଲୋଭିତ କରିବାକୁ ଉଦ୍ୟମ ଚଳାଇଛନ୍ତି।  ଏବେ ଶିକ୍ଷାକୁ ନେଇ ପ୍ରଲୋଭିତ କରିବାକୁ ଆରମ୍ଭ ହୋଇଛି ଯୋଜନା।  ତେବେ କୋଟିଆ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କକ୍ଷରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାଙ୍ଗି ବିଡ଼ିଓଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଶିକ୍ଷା ସଂପର୍କରେ ଆଦିବାସୀ ସମାଜ ସଂପାଦକ କହିଛନ୍ତି କୋଟିଆରେ କୁଇ ଭାଷା ଭିତ୍ତିକ ଶିକ୍ଷକ ନିୟୋଜିତ କରିବା ଆବଶ୍ୟକତା ରହିଛି।

ପଡୋଶୀ ଆନ୍ଧ୍ର କରୁଛି ନିଇତି ନୂଆ ଷଡ଼ଯନ୍ତ୍ର । କେବେ ସରକାରୀ ଯୋଜନାର ଥୋପ ପକାଇ ତ ଆଉ କେବେ ନିର୍ବାଚନରେ ନେତା ବନାଇ ଓଡ଼ିଶା ସୀମାକୁ କବ୍‌ଜା କରିବାକୁ ଆନ୍ଧ୍ର ସରକାରଙ୍କ ଚାଲ୍ । ଓଡ଼ିଆଙ୍କ ଭିଟାମାଟିରେ ପାଦ ପକାଇ ଏବେ ଭାଷାଭିତ୍ତିରେ ଦଖଲ କରିବାକୁ ଗୋଟି ଚଳାଇଛି ଆନ୍ଧ୍ର। ଅଗଷ୍ଟ ୧୫ ପୂର୍ବରୁ କୋରାପୁଟ ଜିଲ୍ଲାର ୮ ହଜାର ଜନସଂଖ୍ୟା ବିଶିଷ୍ଟ ବିବାଦୀୟ କୋଟିଆକୁ ଅକ୍ତିଆର କରିବାକୁ ଯୋଜନା କରିଛି। ଏଥିପାଇଁ ପାଗ ଭିଡ଼ି ସାରିଛନ୍ତି ଜଗନ୍ ସରକାର।

କୋଟିଆର ବହୁ ଲୋକ ତେଲୁଗୁ ଭାଷା ସହ ଅଭ୍ୟସ୍ତ ଥିବାରୁ ଏହାର ଫାଇଦା ନେଇ ସବୁ ଗାଁରେ ତେଲୁଗୁ ଫଳକ ଲଗାଇବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିଛି  ଆନ୍ଧ୍ର।  ପାର୍ବତୀପୁରମ୍ ପ୍ରଶାସନକୁ ଭେଟି ଲୋକସତ୍ତା ପାର୍ଟି ପକ୍ଷରୁ ଏକ ଦାବିପତ୍ର ବି ଦିଆଯାଇଛି । ଯାହାକୁ ଆନ୍ଧ୍ର ପ୍ରଶାସନ ମଧ୍ୟ ଗୁରୁତ୍ୱର ସହ ନେଇଛି । ଏହି ଖବର ପରେ ଓଡ଼ିଶା ସରକାରଙ୍କ ଦାୟିତ୍ୱହୀନତା ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ।

ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଜାରି ରହିଛି ନ୍ୟାୟିକ ଲଢ଼େଇ । ମାମଲା ଏବେ ବି ବିଚାରାଧିନ ରହିଛି।  ଏହାସତ୍ତ୍ୱେ ଗତ ଫେବୃୟାରୀ ଏବଂ ଏପ୍ରିଲରେ କୋଟିଆରେ ପଶି ପଞ୍ଚାୟତ ନିର୍ବାଚନ ସାରିଦେଇଛି ଆନ୍ଧ୍ର । ଏହାକୁ ନେଇ ହଟଚମଟ ପରେ ତତ୍ପରତା ଦେଖାଇଥିଲେ ଓଡ଼ିଶା ସରକାର। ଏପରିକି ନିର୍ବାଚନ ପୂର୍ବଦିନ ବିଜେଡି, ବିଜେପି ଏବଂ କଂଗ୍ରେସର ଜନପ୍ରତିନିଧି ମାନେ ଠୁଳ ହୋଇ ସର୍ବଦଳୀୟ ବୈଠକରେ କୋଟିଆରେ କେହି ବି ଅନୁପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।  ତାହାସତ୍ତ୍ୱେ ବିଭିନ୍ନ ସମୟରେ ସରକାରୀ ଯୋଜନାର ଥୋପ ପକାଇ କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣିବାରେ ଚେଷ୍ଟା ଜାରି ରଖିଛି ପଡୋଶୀ ଆନ୍ଧ୍ର ।

The post କୋଟିଆରେ ଠିଆ ହେଲା ନୂଆ ବିବାଦ appeared first on Odisha Reporter.

]]>
right bottom 2021-08-12 08:43:57 https://cdn.odishareporter.in/wp-content/uploads/2021/02/12131108/Kotia-5.jpg
ଟ୍ରକ୍‌ରେ ଥିଲା ଆଲମାରୀ, ଆଉ ଆଲମାରୀ ଭିତରେ… https://odishareporter.in/odisha/800-kg-ganja-seized-and-two-arrested-in-koraput-665242 Sun, 08 Aug 2021 02:50:46 +0000 https://odishareporter.in/?p=665242

ଲମତାପୁଟ (ଓଡ଼ିଶା ରିପୋର୍ଟର): ଟ୍ରକ୍‌ରେ ବୋଝେଇ ହୋଇଥିଲା ଆଲମାରୀ। କିନ୍ତୁ ଆଲମାରୀ ଭିତରେ ଥିଲା ଗଞ୍ଜେଇ। ଏମିତି ଉପାୟରେ ପୁଲିସ୍ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ। କିନ୍ତୁ କାମ ଦେଲାନି ସେମାନଙ୍କର ଏହି ଅଭିନବ ଉପାୟ। ପୁଲିସ୍ ସେମାନଙ୍କୁ ଧରି ପକାଇଲା। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ପାଡ଼ୁଆ ଥାନା ଅନ୍ତର୍ଗତ ବାଡ଼େଲ ଅଞ୍ଚଳରୁ ଏକ ଆଲମାରୀ ବୋଝେଇ ଟ୍ରକ୍‌ରେ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି […]

The post ଟ୍ରକ୍‌ରେ ଥିଲା ଆଲମାରୀ, ଆଉ ଆଲମାରୀ ଭିତରେ… appeared first on Odisha Reporter.

]]>

ଲମତାପୁଟ (ଓଡ଼ିଶା ରିପୋର୍ଟର): ଟ୍ରକ୍‌ରେ ବୋଝେଇ ହୋଇଥିଲା ଆଲମାରୀ। କିନ୍ତୁ ଆଲମାରୀ ଭିତରେ ଥିଲା ଗଞ୍ଜେଇ। ଏମିତି ଉପାୟରେ ପୁଲିସ୍ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ। କିନ୍ତୁ କାମ ଦେଲାନି ସେମାନଙ୍କର ଏହି ଅଭିନବ ଉପାୟ। ପୁଲିସ୍ ସେମାନଙ୍କୁ ଧରି ପକାଇଲା। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ।

ପାଡ଼ୁଆ ଥାନା ଅନ୍ତର୍ଗତ ବାଡ଼େଲ ଅଞ୍ଚଳରୁ ଏକ ଆଲମାରୀ ବୋଝେଇ ଟ୍ରକ୍‌ରେ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ କୋରାପୁଟ ଏସ୍‌ପିଙ୍କ ନିକଟରେ ଖବର ପହଞ୍ଚିଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ୍‌ର ଏକ ମିଳିତ ଟିମ୍‌ ଚାଙ୍ଗୁଡ଼ିପଡ଼ା ଛକ ନିକଟରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ବାଡେଲ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏହି ଆଲମାରୀ ବୋଝେଇ ଟ୍ରକ୍‌କୁ ସେମାନେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ମିଳିଥିଲା।

ଉତ୍ତର ପ୍ରଦେଶର ନମ୍ବର ଥିବା ଏହି ଟ୍ରକ୍‌ରେ ୮ଟି ଆଲମାରୀ ଥିବା ବେଳେ ସେଥିରେ ୧୬୦ଟି ଗଞ୍ଜେଇ ପ୍ୟାକେଟ୍‌ ଥିଲା। ୧୬୦ଟି ପ୍ୟାକେଟ୍‌ରେ ୮୦୦ କେଜିରୁ ଅଧିକ ଗଞ୍ଜେଇ ଥିଲା। ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ।

ପୁଲିସ୍ ଗଞ୍ଜେଇ ସହିତ ଉକ୍ତ ଟ୍ରକ୍ ଓ ଆଲମାରୀଗୁଡ଼ିକୁ ଜବତ କରିଛି। ତା’ସହିତ ଯଶବନ୍ତ ସିଂହ ଓ ହରେନ୍ଦ୍ର ସିଂହ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ଉତ୍ତର ପ୍ରଦେଶର। ସେମାନଙ୍କ ଠାରୁ ପୁଲିସ୍ ଦୁଇଟି ମୋବାଇଲ୍ ଫୋନ୍ ଓ ଆଧାର କାର୍ଡ ଜବତ କରିଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

The post ଟ୍ରକ୍‌ରେ ଥିଲା ଆଲମାରୀ, ଆଉ ଆଲମାରୀ ଭିତରେ… appeared first on Odisha Reporter.

]]>
right bottom 2021-08-08 08:24:26 https://cdn.odishareporter.in/wp-content/uploads/2021/08/08081733/561.jpg
ନିତି ଆୟୋଗ ରିପୋର୍ଟ : ଶିକ୍ଷା ଭିତ୍ତିଭୂମିରେ କୋରାପୁଟ ଏକ ନମ୍ବର https://odishareporter.in/odisha/koraput-dist-now-in-no-1-position-in-niti-aayog-665006 Sat, 07 Aug 2021 02:53:39 +0000 https://odishareporter.in/?p=665006

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଏକ ନମ୍ବର। ସଦ୍ୟ  ପ୍ରକାଶିତ କେନ୍ଦ୍ର ସରକାରଙ୍କ ନିତି ଆୟୋଗର ଡେଲ୍ଟା ରାଙ୍କିଂରେ ଆସିଛି ଏପରି ଚକିତ କରିଦେବା ପରି ଖବର। । ପୂର୍ବର ମୌଳିକ ଭିତ୍ତିଭୂମି ଥିମ୍‌ରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାରା କରିଥିଲା। ଏବେ ଏହି ରାଙ୍କିଂରେ  ଶିକ୍ଷା ଥିମ୍‌ରେ କୋରାପୁଟ ଜିଲ୍ଲାର ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି। ଶିକ୍ଷା […]

The post ନିତି ଆୟୋଗ ରିପୋର୍ଟ : ଶିକ୍ଷା ଭିତ୍ତିଭୂମିରେ କୋରାପୁଟ ଏକ ନମ୍ବର appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଏକ ନମ୍ବର। ସଦ୍ୟ  ପ୍ରକାଶିତ କେନ୍ଦ୍ର ସରକାରଙ୍କ ନିତି ଆୟୋଗର ଡେଲ୍ଟା ରାଙ୍କିଂରେ ଆସିଛି ଏପରି ଚକିତ କରିଦେବା ପରି ଖବର। ।

ପୂର୍ବର ମୌଳିକ ଭିତ୍ତିଭୂମି ଥିମ୍‌ରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାରା କରିଥିଲା। ଏବେ ଏହି ରାଙ୍କିଂରେ  ଶିକ୍ଷା ଥିମ୍‌ରେ କୋରାପୁଟ ଜିଲ୍ଲାର ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି।

ଶିକ୍ଷା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଜୁନ  ୨୦୨୧ ପାଇଁ କେନ୍ଦ୍ର ସରକାରଙ୍କର ନିତି ଆୟୋଗ ଦ୍ୱାରା ଘୋଷିତ ଡେଲଟା ରାଙ୍କିଙ୍ଗ ରେ ୫ ଜିଲ୍ଲା ସ୍ଥାନିତ ହୋଇଛି। ସେଥିରେ ଓଡ଼ିଶାର କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି । ୫ଟି ମୁଖ୍ୟ ଉତ୍ସକୁ ଆଧାର କରି ରାଙ୍କିଂ କରାଯାଇଛି। ଏହାମଧ୍ୟରେ ଶିକ୍ଷାର ଭିତ୍ତିଭୂମି, ଶିକ୍ଷକଙ୍କ ଉପସ୍ଥାନ, ଛାତ୍ରଙ୍କ ଉପସ୍ଥାନ, ସୁଷମ ପୁସ୍ତକ ବଣ୍ଟନ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ଆଧାର କରି ଏହି ରାଙ୍କିଂ କରାଯାଇଛି।

ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ହାଇସ୍କୁଲ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା ।  ଏହାକୁ ଦେଖି ବହୁ ଗ୍ରାମପଞ୍ଚାୟତ, ବ୍ଲକରେ ପ୍ରାଇମେରି ସ୍କୁଲ ବି ଉଦ୍ଧାର କରାଯାଇଛି। ପ୍ରତି ବ୍ଲକର ପ୍ରତି ଗ୍ରାମପଞ୍ଚାୟତରେ ପ୍ରାୟ ଗୋଟିଏ, ଦୁଇଟି ସ୍କୁଲକୁ ଚଳିତ ବର୍ଷ ଉଦ୍ଧାର କରାଯାଇଛି। ଯେଉଁ ସ୍କୁଲ ଏଥିରୁ ବାଦ ପଡ଼ି ଯାଇଛି ଆସନ୍ତା ବର୍ଷ   ତାହାର ଉଦ୍ଧାର କରାଯିବ। କେବଳ କ୍ଲାସ୍‌ ରୁମ୍‌ ନୁହେଁ,  ଲାଇବ୍ରେରି, ଲ୍ୟାବ, ଖେଳପଡ଼ିଆର ବି ଉନ୍ନତିକରଣ କରାଯିବ। ଏହାଦ୍ୱାରା ସ୍କୁଲରେ ଉପସ୍ଥାନ କମ୍‌ ସମସ୍ୟାର ସମାଧାନ ହୋଇଯିବ।

The post ନିତି ଆୟୋଗ ରିପୋର୍ଟ : ଶିକ୍ଷା ଭିତ୍ତିଭୂମିରେ କୋରାପୁଟ ଏକ ନମ୍ବର appeared first on Odisha Reporter.

]]>
right top 2021-08-07 08:23:39 https://cdn.odishareporter.in/wp-content/uploads/2021/08/07082247/school-2.jpg
ଆନ୍ଧ୍ରକୁ ବିଧାୟକଙ୍କ ନାଲି ଆଖି, କହିଲେ- କୋଟିଆରେ ପଶିଲେ ମାଡ଼ ହେବ https://odishareporter.in/odisha/patangi-mla-andhra-pradesh-664882 Fri, 06 Aug 2021 09:21:48 +0000 https://odishareporter.in/?p=664882

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ‘କୋଟିଆରେ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ ବା କୌଣସି ରାଜନେତା ପ୍ରବେଶ କଲେ ସେମାନଙ୍କ ଉପରେ ମାଡ଼ ହେବ।’ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଆଜି ଏହି ଚେତାବନୀ ଦେଇଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବୁଜି କୋଟିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲିଥିବା ବେଳେ ଆଜି ବିଧାୟକ ଶ୍ରୀ ପାଢ଼ୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ (ଭିସେଟ୍ଟୀ ବାବୁଜି)ଙ୍କୁ ଲାଜ ଲାଗିବା କଥା ଯେ […]

The post ଆନ୍ଧ୍ରକୁ ବିଧାୟକଙ୍କ ନାଲି ଆଖି, କହିଲେ- କୋଟିଆରେ ପଶିଲେ ମାଡ଼ ହେବ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ‘କୋଟିଆରେ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ ବା କୌଣସି ରାଜନେତା ପ୍ରବେଶ କଲେ ସେମାନଙ୍କ ଉପରେ ମାଡ଼ ହେବ।’ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଆଜି ଏହି ଚେତାବନୀ ଦେଇଛନ୍ତି।

ଗୁରୁବାର ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବୁଜି କୋଟିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲିଥିବା ବେଳେ ଆଜି ବିଧାୟକ ଶ୍ରୀ ପାଢ଼ୀ ଏହି ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ତାଙ୍କୁ (ଭିସେଟ୍ଟୀ ବାବୁଜି)ଙ୍କୁ ଲାଜ ଲାଗିବା କଥା ଯେ ଓଡ଼ିଶା ସୀମା ଭିତରେ ପଶି ଅନାବଶ୍ୟକ ଭାବେ ରାଜନୀତି କରୁଛନ୍ତି। ପୁଣି ଆମ ପଞ୍ଚାୟତ ଅଫିସ୍‌ରେ ବସି ବୈଠକ କରିଛନ୍ତି। ଏଭଳି ଘଟଣା ସଂପର୍କରେ ମୁଁ ଜିଲ୍ଲା ପ୍ରଶାସନ ସହିତ କଥା ହେବି। ସରକାରଙ୍କୁ ମଧ୍ୟ ଅବଗତ କରାଇବି। ଆଗାମୀ ଦିନରେ ଆନ୍ଧ୍ର ପ୍ରଦେଶର କୌଣସି ଅଫିସର କିମ୍ବା ରାଜନୈତିକ ଦଳର ଲୋକ କୋଟିଆରେ ଅନୁପ୍ରବେଶ କରି ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କଲେ ମାଡ଼ ହେବ। ଦରକାର ପଡ଼ିଲେ ମୁଁ ନିଜେ ଯିବି।

ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ଓଡିଶା ସରକାରଙ୍କ ତରଫରୁ କୋଟିଆ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବା ବେଳେ ଆନ୍ଧ୍ର ସରକାର ଓ ରାଜନୈତିକ ନେତୃବୃନ୍ଦ ଏପରି ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ।

ଗତକାଲି ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତି ଭିସେଟ୍ଟୀ ବାବୁଜି କୋଟିଆ ପଞ୍ଚାୟତର ତଳ ଗଂଜେଇପଦର, ଉପର ଗଂଜେଇପଦର, କୋଟିଆ, ତଳ ସେମ୍ବି, ଉପର ସେମ୍ବି ଓ ନେରେଡିବାଲାସା ଗସ୍ତ କରି ଥିଲେ ଏବଂ ଓଡ଼ିଶା ବିରୋଧରେ ମନ୍ତବ୍ୟ ଦେଇଥିଲେ।

ସେ କହିଥିଲେ, କୋଟିଆ ଅଞ୍ଚଳରେ ଥିବା ଖଣିଖାଦାନ ଉପରେ ଓଡିଶାର ନଜର ରହିଛି। ସେଥିପାଇଁ ଏଠାରେ ରାସ୍ତାଘାଟ ଓ ଘରଦ୍ୱାର ନିର୍ମାଣ କରୁଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆକୁ ଓଡ଼ିଶା ଦଖଲରୁ ମୁକ୍ତ କରିବା ଦରକାର। ଏଥିପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଏହା ସହିତ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ତେଲୁଗୁ ବୋର୍ଡ ଲଗାଇବା ପାଇଁ ସେ ଆନ୍ଧ୍ର ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି।

The post ଆନ୍ଧ୍ରକୁ ବିଧାୟକଙ୍କ ନାଲି ଆଖି, କହିଲେ- କୋଟିଆରେ ପଶିଲେ ମାଡ଼ ହେବ appeared first on Odisha Reporter.

]]>
centre top 2021-08-06 14:51:48 https://cdn.odishareporter.in/wp-content/uploads/2021/08/06144830/451-1.jpg
ସାର କଳାବଜାରୀକୁ ନେଇ ଜିଲ୍ଲା କୃଷି ଆଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ https://odishareporter.in/odisha/koraput/surround-the-district-agriculture-officers-office-over-the-black-market-664319 Wed, 04 Aug 2021 11:21:16 +0000 https://odishareporter.in/?p=664319

ଜୟପୁର(ଓଡ଼ିଶା ରିପୋର୍ଟର): ସାରର ଅଭାବ ଓ କଳାବଜାରୀକୁ ନେଇ ଆଜି କୋରାପୁଟ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା। ଖରିଫ ଋତୁରେ ସାରର ଅଭାବ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ଆବଶ୍ୟକତା ଠାରୁ ବହୁ କମ ପରିମାଣର ସାରା ଯୋଗାଣ କରାଯାଇଥିବାରୁ ଚାଷୀ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେପଟେ ଅଗଷ୍ଟ ମାସ ସୁଦ୍ଧା ଜିଲାରେ କେବଳ ୬୦% ସାର ମହଜୁଦ ଥିବାବେଳେ ୟୁରିଆ, ଗ୍ରୋମର […]

The post ସାର କଳାବଜାରୀକୁ ନେଇ ଜିଲ୍ଲା କୃଷି ଆଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ appeared first on Odisha Reporter.

]]>

ଜୟପୁର(ଓଡ଼ିଶା ରିପୋର୍ଟର): ସାରର ଅଭାବ ଓ କଳାବଜାରୀକୁ ନେଇ ଆଜି କୋରାପୁଟ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା। ଖରିଫ ଋତୁରେ ସାରର ଅଭାବ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ଆବଶ୍ୟକତା ଠାରୁ ବହୁ କମ ପରିମାଣର ସାରା ଯୋଗାଣ କରାଯାଇଥିବାରୁ ଚାଷୀ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେପଟେ ଅଗଷ୍ଟ ମାସ ସୁଦ୍ଧା ଜିଲାରେ କେବଳ ୬୦% ସାର ମହଜୁଦ ଥିବାବେଳେ ୟୁରିଆ, ଗ୍ରୋମର ଓ ପୋଟାସ  ସାରର ଅଭାବ ରହିଛି। ସାରର ଅଭାବର ସୁଯୋଗ ନେଇ କଲବଜାର କରୁଛନ୍ତି ଦଲାଲ । ଏପରି ସମସ୍ୟାକୁ ନେଇ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟ ଜିଲ୍ଲା  କୃଷି ଅଧିକାରୀଙ୍କ କାର୍ଯ୍ୟଳୟକୁ ଘେରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଥିଲା। ଚାଷୀଙ୍କୁ ତୁରନ୍ତ ସାର ଠିକ ଦର ସହ ଆବଶ୍ୟକୀୟ ସାର ଯୋଗାଣ ନହେଲେ ଆସନ୍ତା ସପ୍ତାହ ମଧ୍ୟରେ ଆନ୍ଦୋଳନ ପାଇଁ  ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା।

ଏପରିକି  ଖରିଫ ଋତୁ ପାଇଁ ଚାଷ କାର୍ଯ୍ୟ ଚାଲୁଥିବା ବେଳେ ସାରର ଅଭାବ ଦେଖାଯାଇଛି। ବିଭିନ୍ନ ସ୍ଥାନରେ ରହୁଥିବା ଡିଲର ମାନେ ଚଢା ଦରରେ ବିକିବା ପାଇଁ ବେଆଇନ ମହଜୁଦ ରଖିଥିବା ଅଭିଯୋଗ କରିଛି କିଷାନ କଂଗ୍ରେସ। ସେପଟେ ଏପରି ଅଭିଯୋଗକୁ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି  ଖୁବଶୀଘ୍ର ଚାଷୀଙ୍କ ନିକଟରେ ସାର ଯୋଗାଣ କରାଯିବ।

The post ସାର କଳାବଜାରୀକୁ ନେଇ ଜିଲ୍ଲା କୃଷି ଆଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ appeared first on Odisha Reporter.

]]>
centre bottom 2021-08-04 16:51:16 https://cdn.odishareporter.in/wp-content/uploads/2021/08/04164925/5n1.jpg
ଆଶା ଲିଭିଗଲା ଆଫଗାନିସ୍ତାନରେ…କୋରାପୁଟର ରୀନାଙ୍କୁ କଥା ଦେଇଥିଲେ ଦାନିଶ… https://odishareporter.in/odisha/koraput/story-of-danish-and-reena-of-koraput-659643 Sat, 17 Jul 2021 15:10:34 +0000 https://odishareporter.in/?p=659643

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ  ସେହିଭଳି ଅନେକ କଥାକୁହା ଫଟୋକୁ ନିଜ କ୍ୟାମେରାରେ କଏଦ୍ କରି ବିଶ୍ୱ ଆଗରେ ଉପସ୍ଥାପନ କରିଥିଲେ ମୁମ୍ବାଇର ଖ୍ୟାତନାମା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି।  ଆଫଗାନିସ୍ତାନରେ ତାଲିବାନ ବିରୋଧୀ ଅପରସେନ୍ କଭର୍ କରିବା ବେଳେ ଗୁଳିବାଜି। ମାତ୍ର ୪୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଦାନିଶ । ଏହି ନିର୍ଭିକ ଦିବଂଗତଙ୍କୁ ସାରାବିଶ୍ୱ ଝୁରୁଥିବା ବେଳେ, କୋରାପୁଟର ବଣ ପାହାଡ଼ ଘେରା ଏକ ଆଦିବାସୀ […]

The post ଆଶା ଲିଭିଗଲା ଆଫଗାନିସ୍ତାନରେ…କୋରାପୁଟର ରୀନାଙ୍କୁ କଥା ଦେଇଥିଲେ ଦାନିଶ… appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ  ସେହିଭଳି ଅନେକ କଥାକୁହା ଫଟୋକୁ ନିଜ କ୍ୟାମେରାରେ କଏଦ୍ କରି ବିଶ୍ୱ ଆଗରେ ଉପସ୍ଥାପନ କରିଥିଲେ ମୁମ୍ବାଇର ଖ୍ୟାତନାମା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି।  ଆଫଗାନିସ୍ତାନରେ ତାଲିବାନ ବିରୋଧୀ ଅପରସେନ୍ କଭର୍ କରିବା ବେଳେ ଗୁଳିବାଜି। ମାତ୍ର ୪୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଦାନିଶ । ଏହି ନିର୍ଭିକ ଦିବଂଗତଙ୍କୁ ସାରାବିଶ୍ୱ ଝୁରୁଥିବା ବେଳେ, କୋରାପୁଟର ବଣ ପାହାଡ଼ ଘେରା ଏକ ଆଦିବାସୀ ଗାଁ ପେଣ୍ଡାଜାମ ବି ଶୋକରେ ବୁଡ଼ିଛି ।

କୋରାପୁଟ ଜିଲ୍ଲା ମାଥାଲପୁଟ ନିକଟ ଦୁର୍ଗମ ଆଦିବାସୀ ଗାଁ ପେଣ୍ଡାଜାମ । ଆଉ ଏଠାକାର ଆଶା କର୍ମୀ ରିନା ଯାନୀ ରିନା ଜାଣନ୍ତିନି ଦାନିଶ ସିଦ୍ଦିକି କିଏ ଥିଲେ, କଣ କରୁଥିଲେ, କେମିତି ମଲେ ?  ରିନା ଏକଥା ବି ଜାଣନ୍ତିନି ଯେ, ଦାନିଶ ଉଠାଇଥିବା ତାଙ୍କର ଏହିସବୁ  ଫଟୋ ସାରା ଦୁନିଆ ଦେଖିଛି । ଖାଲି ଏତିକି ଜାଣନ୍ତି, ଯେଉଁ ଗାଁକୁ ଠିକ୍‌ରେ ମୋବାଇଲ୍ ନେଟଓ୍ୱର୍କ ବି ଆସେନି, ସେଠାକୁ ଓଡ଼ିଶା ବାହାରୁ ଜଣେ ବାବୁ ଆସି ବଡ଼ କ୍ୟାମେରାରେ ଫଟୋ ଉଠାଉଥିଲେ। ହିନ୍ଦୀ ଓ ଇଂରାଜୀରେ କଥା ହେଉଥିଲେ। ଆଉ ତାଙ୍କ ଝିଅଙ୍କ ଦଶମ ପରେ ଆଗକୁ ପାଠପଢ଼ା ପାଇଁ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ ଦାନିଶ। ହେଲେ ସେଇ ଆଶା ଆଫଗାନିସ୍ଥାନରେ ତାଲିବାନୀ ଗୁଳି ବର୍ଷାରେ ଲିଭି ଯାଇଛି।

କରୋନା ଟିକା କେମିତି କଂପାନୀରୁ ବାହାରି ଶହ ଶହ କିଲୋମିଟର ଯାତ୍ରା କରି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ ଗତ ଜାନୁଆରୀରେ ପେଣ୍ଡାଜାମ ଆସିଥିଲେ ଦାନିଶ।  ସହଯୋଗୀ ଓଡ଼ିଆ ସାମ୍ବାଦିକ ଯତୀନ ଦାଶଙ୍କ ସହ ଯାଇ କୋରାପୁଟ ସିଡିଏମ୍ଓ ଏବଂ ମାଥାଲପୁଟ ସିଏଚ୍ସି ଡାକ୍ତରଙ୍କୁ ବି ଭେଟିଥିଲେ । ୨ଦିନର ରହଣୀ ଭିତରେ ରିନା ଓ ତାଙ୍କ ପରିବାର ପାଇଁ ସେ ପାଲଟିଯାଇଥିଲେ ଜଣେ ଚିହ୍ନା ଲୋକ । ଆଉ ଏବେ ତାଙ୍କ ଅକାଳ ବିୟୋଗ କଥା ଶୁଣି ସମସ୍ତେ ଦୁଃଖିତ ।

ମୁମ୍ବାଇର ଦାନିଶ ଦୀର୍ଘ ୧୦ ବର୍ଷ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ୍ ପାଇଁ କାଯର୍ୟ କରୁଥିଲେ ଏବଂ ସଂସ୍ଥାର ଇଣ୍ଡିଆ ହେଡ୍ ଥିଲେ। ୨୦୧୫ ନେପାଳ ଭୂକମ୍ପ, ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା, ହଂକଂ ଆନ୍ଦୋଳନ ଠୁ ଆରମ୍ଭ କରି ଭାରତରେ କରୋନା ବିଭୀଷିକା ଯାଏଁ  ନିଜ କ୍ୟାମେରାରେ କଏଦ୍ କରିଥିଲେ। ଅନେକ ହୃଦୟସ୍ପର୍ଶୀ ତଥା ଚର୍ଚ୍ଚିତ କଥାକୁହା ଫଟୋ  (ଫଟୋ) ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା ସଂପର୍କିତ ଫଟୋ ସାମ୍ବାଦିକତା ପାଇଁ ୨୦୧୮ରେ ତାଙ୍କୁ ସମ୍ମାନଜନକ ପୁଲିତଜର ପୁରସ୍କାର ମିଳିଥିଲା।  ଗତ ଗୁରୁବାର ଆଫଗାନିସ୍ତାନରେ ସ୍ପେଶାଲ ଫୋର୍ସ ସହ ଯୋଡ଼ି ହୋଇ ତାଲିବାନ ବିରୋଧୀ ଅପରେସନକୁ କଭର୍ କରୁଥିବା ବେଳେ, ଗୁଳିବାଜି ତାଙ୍କ ମୃତ୍ୟୁ ହୋଇଛି। ଏଥିପାଇଁ ସାରାବିଶ୍ୱରୁ ଶୋକବାର୍ତା ଛୁଟିଛି।

The post ଆଶା ଲିଭିଗଲା ଆଫଗାନିସ୍ତାନରେ…କୋରାପୁଟର ରୀନାଙ୍କୁ କଥା ଦେଇଥିଲେ ଦାନିଶ… appeared first on Odisha Reporter.

]]>
centre top 2021-07-17 21:14:43 https://cdn.odishareporter.in/wp-content/uploads/2021/07/17203541/790-3.jpg
ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ https://odishareporter.in/odisha/two-dead-in-group-clash-in-koraput-657969 Sun, 11 Jul 2021 02:56:50 +0000 https://odishareporter.in/?p=657969

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଜମି ବିବାଦକୁ ନେଇ ଘଟିଛି ଗୋଷ୍ଠୀ ସଂଘର୍ଷ। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। କୋରପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଡୁମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୦ଟା ପରେ ଜମି ବିବାଦକୁ ନେଇ ପ୍ରଥମେ ଗାଁର ଦୁଇଟି ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। […]

The post ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଜମି ବିବାଦକୁ ନେଇ ଘଟିଛି ଗୋଷ୍ଠୀ ସଂଘର୍ଷ। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। କୋରପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଡୁମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଘଟିଛି ଏହି ଘଟଣା।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୦ଟା ପରେ ଜମି ବିବାଦକୁ ନେଇ ପ୍ରଥମେ ଗାଁର ଦୁଇଟି ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ସହଦେବ ଜାନି ଓ ଧନପତି ଜାନୀ। ୭ ଆହତଙ୍କ ମଧ୍ୟରୁ ୩ ଜଣ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୪ ଜଣଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ୍ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦଶମନ୍ତପୁର ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଏହା ଜମିଜମା ବିବାଦରୁ ଘଟିଥିବା କୁହାଯାଉଛି। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜମିଜମା ନୁହେଁ, ଗୁଣିଗାରେଡ଼ି ଯୋଗୁ ଏହି ସଂଘର୍ଷ ଘଟିଥିବା ମଧ୍ୟ କୁହାଯାଉଛି। ତେବେ ତଦନ୍ତ ପରେ ସଂଘର୍ଷର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦଶମନ୍ତପୁର ପୁଲିସ୍ କହିଛି।

The post ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ appeared first on Odisha Reporter.

]]>
right top 2021-07-11 08:26:50 https://cdn.odishareporter.in/wp-content/uploads/2020/09/07123847/deadbody-12333.jpg
କଦଳୀ ବୋଝେଇ ଟ୍ରକ୍‌ରୁ ଜବତ ହେଲା କୋଟିଏ ଟଙ୍କାର ଜିନିଷ https://odishareporter.in/odisha/police-seized-ganja-from-banaba-loaded-truck-657677 Sat, 10 Jul 2021 02:29:35 +0000 https://odishareporter.in/?p=657677

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଟ୍ରକ ଉପରେ କଦଳୀ ବୋଝେଇ ହୋଇଥିବା ବେଳେ ଭିତରେ ଥିବା କୋଟିଏ ଟଙ୍କାର ଜିନିଷ। ଖବର ପାଇ କୋରାପୁଟ ଜିଲ୍ଲା ସୁନାବେଡା ପୁଲିସ୍‌ ଚଢ଼ାଉ କରି ଜବତ କଲା ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ । ଏହି ଘଟଣାରେ ପୁଲିସ୍‌ ଗଞ୍ଜେଇ ସହ ଟ୍ରକ୍‌କୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।। ଗିରଫ ୨ଜଣ ହେଲେ ଝାରଖଣ୍ଡର ରାଜୀବ କୁମାର ମାହତୋ ଓ ବିହାରର ରମଣ କୁମାର । […]

The post କଦଳୀ ବୋଝେଇ ଟ୍ରକ୍‌ରୁ ଜବତ ହେଲା କୋଟିଏ ଟଙ୍କାର ଜିନିଷ appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଟ୍ରକ ଉପରେ କଦଳୀ ବୋଝେଇ ହୋଇଥିବା ବେଳେ ଭିତରେ ଥିବା କୋଟିଏ ଟଙ୍କାର ଜିନିଷ। ଖବର ପାଇ କୋରାପୁଟ ଜିଲ୍ଲା ସୁନାବେଡା ପୁଲିସ୍‌ ଚଢ଼ାଉ କରି ଜବତ କଲା ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ । ଏହି ଘଟଣାରେ ପୁଲିସ୍‌ ଗଞ୍ଜେଇ ସହ ଟ୍ରକ୍‌କୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।। ଗିରଫ ୨ଜଣ ହେଲେ ଝାରଖଣ୍ଡର ରାଜୀବ କୁମାର ମାହତୋ ଓ ବିହାରର ରମଣ କୁମାର ।

ସୂଚନାଯୋଗ୍ୟ, ଏହି ଗଂଜେଇ ଜଲାପୁଟ ଅଞ୍ଚଳରୁ ବିହାରକୁ ଚାଲାଣ କରାଯାଉଥିଲା । ପୁଲିସ୍‌ ନଜରରୁ ବଞ୍ଚିବା ପାଇଁ କଦଳି ବୋଝେଇ ଟ୍ରକ ମଧ୍ୟରେ  ଏହାକୁ ଚାଲାଣ କରାଯାଉଥିଲା।  ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ ଜବତ ହୋଇଥିବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।

The post କଦଳୀ ବୋଝେଇ ଟ୍ରକ୍‌ରୁ ଜବତ ହେଲା କୋଟିଏ ଟଙ୍କାର ଜିନିଷ appeared first on Odisha Reporter.

]]>
right bottom 2021-07-10 13:20:53 https://cdn.odishareporter.in/wp-content/uploads/2021/07/10075618/ganja.jpg
ନିୟତିର ଅଦ୍ଭୁତ ବିଚାର, ଖୁସିର ଦୀପଟିକୁ ଲିଭେଇ ଦେଲା https://odishareporter.in/odisha/koraput/the-strange-thought-of-destiny-the-thorns-in-the-flower-bed-9-656202 Sun, 04 Jul 2021 12:41:41 +0000 https://odishareporter.in/?p=656202

ଜୟପୁର (ଟି.ଗୌରୀ ଶଙ୍କର): ନିୟତିର ଅଦ୍ଭୁତ ବିଚାର। ଜୀବନର ଚଲାପଥରେ ଯନ୍ତ୍ରଣାର ବୋଝ ସହି ଖୁସିର ଦୁନିଆକୁ ପାଦ ବଢ଼ାଉ ଥିବା ବେଳେ ଦାଉ ସାଜିଲା ଦୈବ। ଉଜାଡ଼ି ଦେଲା ସୁଖର ସଂସାର।  ବାହାଘରକୁ କେଇଟା ଦିନ ଯାଇନି ମହାମାରୀ କରୋନା ନେଇଗଲା ଆରପାରିକୁ। ଆଉ ସେପଟେ ପାଦର ଅଳତା ଲିଭିବା ପୂର୍ବରୁ ଲିଭିଗଲା ନବବଧୂଙ୍କ ମଥାର ସିନ୍ଦୂର। ଜୟପୁର ସହର ପାଓ୍ୱାର ହାଉସ କଲୋନୀର ଏମ.ହେମଗିରିଙ୍କ ଜୀବନ ଦୀପ ଏମିତି ଲିଭି ଯିବା ପରେ ଏବେ […]

The post ନିୟତିର ଅଦ୍ଭୁତ ବିଚାର, ଖୁସିର ଦୀପଟିକୁ ଲିଭେଇ ଦେଲା appeared first on Odisha Reporter.

]]>

ଜୟପୁର (ଟି.ଗୌରୀ ଶଙ୍କର): ନିୟତିର ଅଦ୍ଭୁତ ବିଚାର। ଜୀବନର ଚଲାପଥରେ ଯନ୍ତ୍ରଣାର ବୋଝ ସହି ଖୁସିର ଦୁନିଆକୁ ପାଦ ବଢ଼ାଉ ଥିବା ବେଳେ ଦାଉ ସାଜିଲା ଦୈବ। ଉଜାଡ଼ି ଦେଲା ସୁଖର ସଂସାର।  ବାହାଘରକୁ କେଇଟା ଦିନ ଯାଇନି ମହାମାରୀ କରୋନା ନେଇଗଲା ଆରପାରିକୁ। ଆଉ ସେପଟେ ପାଦର ଅଳତା ଲିଭିବା ପୂର୍ବରୁ ଲିଭିଗଲା ନବବଧୂଙ୍କ ମଥାର ସିନ୍ଦୂର। ଜୟପୁର ସହର ପାଓ୍ୱାର ହାଉସ କଲୋନୀର ଏମ.ହେମଗିରିଙ୍କ ଜୀବନ ଦୀପ ଏମିତି ଲିଭି ଯିବା ପରେ ଏବେ ପରିବାରକୁ ମାଡ଼ି ଆସିଛି ଘନ ଅନ୍ଧକାର। ପିଲାଟି ବେଳୁ ବାପାଙ୍କୁ ହରାଇ ପରିବାରର ବୋଝ ସମ୍ଭାଳି ନିଜେ ସ୍ୱାବଲମ୍ବୀ ହୋଇ ନୂ‌ଆ ଜୀବନ ଆରମ୍ଭ କରିଥିଲେ।

ଗତ ମେ’ ୨୧ତାରିଖରେ କରୋନା କଟକଣା ମଧ୍ୟରେ ଏମ.ହେମଗିରିଙ୍କ ବାହାଘର ହୋଇଥିଲା। ହେଲେ ବିଧିର ବିଧାନ ଏମିତି ଯେ ବାହାଘରର ତିନି ଦିନ ପରେ କରୋନା ସଂକ୍ରମିତ ହୋଇ ଜୟପୁର କୋଭଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  କୋଭିଡ ହସ୍ପିଟାଲରେ ଥାଇ ଚିକିତ୍ସା ହେଉଥିଲେ ବି ଅକ୍ସିଜେନ ସ୍ଥର କମୁଥିବାରୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ଦୀର୍ଘ ୧୫ଦିନ ଧରି ଜୀବନ ମରଣ ସହ ସଂଘର୍ଷ କରୁଥିଲେ । ଆଉ ଶେଷରେ ଜୀବନ ହାରିଲେ ହେମଗିରି। ଜୀବନ ସାରା ସଂଘର୍ଷ  କରିବା ପରେ ଶେଷରେ ଏପରି ଅକାଳରେ ବିୟୋଗ ପରିବାର ପାଇଁ ଦୁଃଖ ଆଣି ଦେଇଛି। ବନ୍ଧୁ ବାନ୍ଧବ ସଂପର୍କୀୟଙ୍କୁ ସ୍ତବ୍ଧ କରିଦେଇଛି ତାଙ୍କ ନିଧନ ଘଟଣା।

ହେମଗିରି ପିଲାଟି ବେଳୁ ହିଁ ବାପ ଛେଉଣ୍ଡ ଥିଲେ। ବହୁତ କଷ୍ଟରେ ପରିବାର ପରିପୋଷଣ କରୁଥିଲେ।  ହେମଗିରି ବିଭିନ୍ନ ସ୍ଥାନରେ କାମ କରିବା ପରେ ନିଜେ ଅଟୋ ଚଲାଇ ପରିବାର ପୋଷଣ କରିବା ସହ ଭଉଣୀଙ୍କୁ ବାହାଘର କଲେ। ଗତ ତିନି ବର୍ଷ ତଳେ  ଘରୋଇ ବ୍ୟାଙ୍କରୁ ଋଣ ଆଣି ନୂତନ ଘର ନିର୍ମାଣ କରିଥିଲେ। ହେଲେ ଗତ ଦୁଇ ବର୍ଷ ଧରି ମହାମାରୀ  ପ୍ରକୋପରେ ଆର୍ଥିକ ସ୍ଥିତି ଦୋହଲାଇ ଦେଇଥିଲା । ଯାହାକି ଋଣ ସୁଝିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ  ହେମଗିରି। ଆଉ ଶେଷରେ ଚାଲିଗଲେ।  ଏପରି ଅକାଳ ମୃତ୍ୟୁରେ ନବବଧୂ ଏ.ପଦ୍ମା ଓ  ମା’ କିପରି ଚଳିବେ ତାହା ଏବେ ଚିନ୍ତାର କାରଣ ଡୋଇଛି।  ସେମିତି  କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସହ ଘର ଓ ବାହାଘର ପାଇଁ ଆଣିଥିବା ଋଣ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପରିବାର ଲୋକ।

The post ନିୟତିର ଅଦ୍ଭୁତ ବିଚାର, ଖୁସିର ଦୀପଟିକୁ ଲିଭେଇ ଦେଲା appeared first on Odisha Reporter.

]]>
centre top 2021-07-05 07:45:38 https://cdn.odishareporter.in/wp-content/uploads/2021/07/04175236/790.jpg
ପୁଲିସ୍‌କୁ ପିଟି ବନ୍ଧା ହେଲେ ୫ https://odishareporter.in/odisha/5-persons-arrested-in-case-of-attack-police-655849 Sat, 03 Jul 2021 06:25:30 +0000 https://odishareporter.in/?p=655849

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା କାକରିଗୁମ୍ମା ଗୌଡ଼ଗୁଡ଼ାରେ ଗତକାଲି ଏକ ଟିପ୍ପର ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା।  ଏଥିଯୋଗୁ ଦେଖାଦେଇଥିବା  ଉତ୍ତେଜନା ଥମିବା ନାଁ ଧରୁନି। ପୁଲିସ୍‌କୁ ଠେଲାପେଲା ଅଭିଯୋଗରେ ଆଜି ୫ ଜଣ ଗିରଫ ହୋଇଥିବା ବେଳେ ପାଟ୍ରୋଲିଂକୁ ଜୋରଦାର କରିଛି ପୁଲିସ୍‌। ସୂଚନାଯୋଗ୍ୟ, କାକିରିଗୁମା ଥାନା ଗୌଡଗୁଡା ଗ୍ରାମ ପଞ୍ଚାୟତ ମେରକା ଗ୍ରାମର ଯୁବକ ଲଳିତ ଗଲୋରୀ ଗତକାଲି ସନ୍ଧ୍ୟାରେ ଦାମନଯୋଡ଼ିରୁ ଘରକୁ ଫେରୁଥୁବାବେଳେ ବାରିଗାଁ ନିକଟରେ  ଏକ ଟିପ୍ପର […]

The post ପୁଲିସ୍‌କୁ ପିଟି ବନ୍ଧା ହେଲେ ୫ appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା କାକରିଗୁମ୍ମା ଗୌଡ଼ଗୁଡ଼ାରେ ଗତକାଲି ଏକ ଟିପ୍ପର ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା।  ଏଥିଯୋଗୁ ଦେଖାଦେଇଥିବା  ଉତ୍ତେଜନା ଥମିବା ନାଁ ଧରୁନି। ପୁଲିସ୍‌କୁ ଠେଲାପେଲା ଅଭିଯୋଗରେ ଆଜି ୫ ଜଣ ଗିରଫ ହୋଇଥିବା ବେଳେ ପାଟ୍ରୋଲିଂକୁ ଜୋରଦାର କରିଛି ପୁଲିସ୍‌।

ସୂଚନାଯୋଗ୍ୟ, କାକିରିଗୁମା ଥାନା ଗୌଡଗୁଡା ଗ୍ରାମ ପଞ୍ଚାୟତ ମେରକା ଗ୍ରାମର ଯୁବକ ଲଳିତ ଗଲୋରୀ ଗତକାଲି ସନ୍ଧ୍ୟାରେ ଦାମନଯୋଡ଼ିରୁ ଘରକୁ ଫେରୁଥୁବାବେଳେ ବାରିଗାଁ ନିକଟରେ  ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ହିଁ ଲଳିତଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟିପ୍ପର ଚାଳକ ଘଟଣାସ୍ଥଳରୁ ଖସିପଳାଇ ପୁଲିସ୍‌କୁ ସୂଚନା ଦେଇଥିଲା । ଗ୍ରାମବାସୀକୁ ନଜଣାଇ ପୁଲିସ୍‌ ଗତକାଲି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଇଥିବା  ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ।

ଏହା ପ୍ରତିବାଦରେ ଗତକାଲି ଉତ୍ତ୍ୟକ୍ତ ଲୋକେ ଗୌଡଗୌଡା- ଦାମନଯୋଡ଼ି ରାସ୍ତା ଅବରୋଧ କରିଥିଲେ। ଏହାପରେ ପୁଲିସ୍‌ ବୁଝାଶୁଝା କରିବାରୁ ସେମାନେ ଆନ୍ଦୋଳନରୁ ହଟିଥିଲେ।

ଏହାପରେ ଆଜି ସକାଳେ ପୁଣି ଥରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାୟଗଡ଼ା-କୋରାପୁଟ ୩୨୬ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍‌ ଘଟଣାସ୍ଥଳକୁ ଯାଇ ଅବରୋଧ ହଟାଇ ଆଲୋଚନା କଲାବେଳେ ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକ । ସେମାନେ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ବାଡେଇଥିବା ବେଳେ ଆଇଆଇସିଙ୍କୁ ଠେଲାପେଲା କରିଛନ୍ତି।  ପୁଲିସ୍‌କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ରିପୋର୍ଟ ଲେଖାହେବା ବେଳକୁ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

The post ପୁଲିସ୍‌କୁ ପିଟି ବନ୍ଧା ହେଲେ ୫ appeared first on Odisha Reporter.

]]>
right bottom 2021-07-03 13:03:02 https://cdn.odishareporter.in/wp-content/uploads/2021/07/03115409/attack-1.jpg
ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର https://odishareporter.in/odisha/koraput/accident-in-koraputa-districts-patangi-one-dies-and-two-injures1-654297 Sun, 27 Jun 2021 16:43:48 +0000 https://odishareporter.in/?p=654297

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି-କୋଟିଆ ରାସ୍ତାର ଗେଲାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ରବିବାର ସନ୍ଧ୍ୟା ୬ଟା ସମୟରେ ଏକ ସ୍କୁଟି ନମ୍ବର OD10D 4745 ଯୋଗେ ବିଜୟ ଗୁଣ୍ଠା ଓ ଟୁନା ହନ୍ତାଳ କୁନ୍ଦୁଲିରୁ ମାଳିମାରଲା ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ନମ୍ବର OD10F 6832 ଯୋଗେ ସିମିଳିଗୁଡା ବ୍ଲକର […]

The post ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି-କୋଟିଆ ରାସ୍ତାର ଗେଲାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି।

ରବିବାର ସନ୍ଧ୍ୟା ୬ଟା ସମୟରେ ଏକ ସ୍କୁଟି ନମ୍ବର OD10D 4745 ଯୋଗେ ବିଜୟ ଗୁଣ୍ଠା ଓ ଟୁନା ହନ୍ତାଳ କୁନ୍ଦୁଲିରୁ ମାଳିମାରଲା ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ନମ୍ବର OD10F 6832 ଯୋଗେ ସିମିଳିଗୁଡା ବ୍ଲକର ରାଜପଲମା ଗ୍ରାମର ବିଜୟ ଯାନୀ(୪୩) ଙ୍କ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବାଇକ ଚାଳକ ବିଜୟ ଯାନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ରେ ଥିବା ଦୁଇ ଜଣ ବିଜୟ ଓ ଟୁନା ଗୁରୁତର ଆହତ ହୋଇଛନ୍ତି।

ଦୁଇ ଗୁରୁତରଙ୍କୁ କୁନ୍ଦୁଲି ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଖବର ପାଇ ପଟ୍ଟାଙ୍ଗି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

The post ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର appeared first on Odisha Reporter.

]]>
right top 2021-06-27 22:15:09 https://cdn.odishareporter.in/wp-content/uploads/2021/06/27221011/accident-4.jpg
ଘରକୁ ଖୁସି ଆସିଲା , କାନ ଉଣା କରିଦେଲେ ଭଗବାନ https://odishareporter.in/odisha/koraput/new-baby-has-no-year-in-koraput-653135 Wed, 23 Jun 2021 03:11:56 +0000 https://odishareporter.in/?p=653135

କୋରାପୁଟ(ଓଡ଼ିଶା ରିପୋର୍ଟର): ଦୁଇ ଝିଅଙ୍କ ପରେ ଶିଶୁପୁତ୍ର ଜନ୍ମ ନେଇ ଘରେ କୋଳାହୋଳ ପରିବାର ଓ ବନ୍ଧୁବାନ୍ଧବଙ୍କ ଘରେ ଖୁସି କହିଲେ ନ ସରେ । ହେଲେ ବିଧିର ବିଧାନ ଏମିତି ଯେ, ଶିଶୁପୁତ୍ରର ଦୁଇ ପଟେ କାନ ନାହିଁ । ଯାହାକୁ ଦେଖି ଏବେ ଚିନ୍ତାରେ ପରିବାର ଲୋକେ । ଚିକିତ୍ସା ଯୋଗୁଁ ଏହା ହୋଇପାରିବା ନେଇ ସମ୍ଭାବନା ଥିବାବେଳେ, ଆର୍ଥିକ ଅବସ୍ଥାଅସହାୟ କରିଦେଉଛି।  କୋରାପୁଟ୍ ଜିଲ୍ଲା ଜୟପୁରର ଉମୁରୀରୁ ଆସିଛି ଏମିତି ଚିତ୍ର। କିଛି […]

The post ଘରକୁ ଖୁସି ଆସିଲା , କାନ ଉଣା କରିଦେଲେ ଭଗବାନ appeared first on Odisha Reporter.

]]>

କୋରାପୁଟ(ଓଡ଼ିଶା ରିପୋର୍ଟର): ଦୁଇ ଝିଅଙ୍କ ପରେ ଶିଶୁପୁତ୍ର ଜନ୍ମ ନେଇ ଘରେ କୋଳାହୋଳ ପରିବାର ଓ ବନ୍ଧୁବାନ୍ଧବଙ୍କ ଘରେ ଖୁସି କହିଲେ ନ ସରେ । ହେଲେ ବିଧିର ବିଧାନ ଏମିତି ଯେ, ଶିଶୁପୁତ୍ରର ଦୁଇ ପଟେ କାନ ନାହିଁ । ଯାହାକୁ ଦେଖି ଏବେ ଚିନ୍ତାରେ ପରିବାର ଲୋକେ । ଚିକିତ୍ସା ଯୋଗୁଁ ଏହା ହୋଇପାରିବା ନେଇ ସମ୍ଭାବନା ଥିବାବେଳେ, ଆର୍ଥିକ ଅବସ୍ଥାଅସହାୟ କରିଦେଉଛି।  କୋରାପୁଟ୍ ଜିଲ୍ଲା ଜୟପୁରର ଉମୁରୀରୁ ଆସିଛି ଏମିତି ଚିତ୍ର।

କିଛି ଦିନ ତଳେ ଜନ୍ମ ହୋଇଥିବା ଶିଶୁ ପୁତ୍ରକୁ ପରିବାରରେ ଖୁସି ଦେଖା ଦେଇଥିଲେ ବି ପିଲାଟିର ଶାରୀରିକ ଗଠନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅସ୍ତ୍ରୋପଚାର ମାଧ୍ୟମରେ ସମସ୍ୟା ସମାଧାନ କରିହେବ। ଏଥିଲାଗି ବ୍ରହ୍ମପୁର ବଡ଼ ମେଡିକାଲ ନେବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେଉଥିଲେ ବି, ପରିବାରର ଆର୍ଥିକ ଅବସ୍ଥା ଅସହାୟ କରି ଦେଉଛି ।

ଯଦି ସହାଯ୍ୟ ମିଳନ୍ତା ନିଜ ପୁଅର ଚିକିତ୍ସା କରିପାରନ୍ତେ ବୋଲି ବାପା ମାଆ କହିଛନ୍ତି। ପରିବାର କହିଲେ ରାମଚନ୍ଦ୍ର, ସ୍ତ୍ରୀ କମଳା, ୨ ଝିଅଙ୍କ ସହ କଅଁଳ ଶିଶୁପୁତ୍ର ରାମଚନ୍ଦ୍ର ମଜୁରି ଲାଗିଲେ ପରିବାର ଚଳେ। ଆଜିର ମହଙ୍ଗା ଯୁଗରେ ମଜୁରୀ ଟଙ୍କାରେ ପରିବାର ଚଳାଇବା ସମ୍ଭବ ହେଉନଥିବାବେଳେ ପୁଅର ଚିକିତ୍ସା ସମସ୍ତଙ୍କ ପାଇଁ ବୋଝ ପାଲଟିଯାଇଛି ।

ସେପଟେ ଏଭଳି  ଶିଶୁପୁତ୍ର ଉପର କାନର ଚିକିତ୍ସା ହୋଇପାରିବ । ତାସହିତ ବିଶେଷଜ୍ଞ ଟିମ୍‌ର ତଦାରଖରେ ସ୍ୱାଭାବିକ ଅବସ୍ତାକୁ ଅଣାଯାଇପାରିବ ବୋଲି ଶିଶୁରୋଗ ବିଶେଷଜ୍ଞ କହିଛନ୍ତି । ରେଡକ୍ରସ ପାଣ୍ଠି ସହ ସରକାରଙ୍କ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ ସାମିଲ କରି କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

The post ଘରକୁ ଖୁସି ଆସିଲା , କାନ ଉଣା କରିଦେଲେ ଭଗବାନ appeared first on Odisha Reporter.

]]>
odia offbeat, right bottom 2021-06-23 13:25:56 https://cdn.odishareporter.in/wp-content/uploads/2021/06/23083155/7ui.jpg
ଆମ ଛୁଆ ୟୁ-ଟ୍ୟୁବ୍‌ରେ ପଢି ପାରୁନାହାଁନ୍ତି, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ https://odishareporter.in/odisha/koraput/our-children-cant-read-on-youtube-652963 Tue, 22 Jun 2021 07:31:26 +0000 https://odishareporter.in/?p=652963

କୋରାପୁଟ(ଓଡ଼ିଶା ରିପୋର୍ଟର): ୟୁ-ଟ୍ୟୁବରେ ଆରମ୍ଭ ହୋଇଛି ପାଠପଢ଼ା । କିନ୍ତୁ ଏହି ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦୁଇ ପଞ୍ଚାୟତର ଛାତ୍ରଛାତ୍ରୀ । ମୋବାଇଲ ନେଟୱର୍କ ରହୁ ନ ଥିବାରୁ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ ପାଠପଢ଼ାରୁ ବଞ୍ଚିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇଟି ପଞ୍ଚାୟତର ଅଭିଭାବକ । ଏହି ଅଞ୍ଚଳରେ କେତେବେଳେ ନେଟୱର୍କ ରହିଲେ କେତେବେଳେ ରହୁନି। ଆନ୍ଧ୍ର ପଟୁ ବିଭିନ୍ନ ନେଟୱର୍କ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ନେଟୱର୍କ ଆସୁଥିବା ବେଳେ […]

The post ଆମ ଛୁଆ ୟୁ-ଟ୍ୟୁବ୍‌ରେ ପଢି ପାରୁନାହାଁନ୍ତି, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ appeared first on Odisha Reporter.

]]>

କୋରାପୁଟ(ଓଡ଼ିଶା ରିପୋର୍ଟର): ୟୁ-ଟ୍ୟୁବରେ ଆରମ୍ଭ ହୋଇଛି ପାଠପଢ଼ା । କିନ୍ତୁ ଏହି ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦୁଇ ପଞ୍ଚାୟତର ଛାତ୍ରଛାତ୍ରୀ । ମୋବାଇଲ ନେଟୱର୍କ ରହୁ ନ ଥିବାରୁ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ ପାଠପଢ଼ାରୁ ବଞ୍ଚିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇଟି ପଞ୍ଚାୟତର ଅଭିଭାବକ । ଏହି ଅଞ୍ଚଳରେ କେତେବେଳେ ନେଟୱର୍କ ରହିଲେ କେତେବେଳେ ରହୁନି। ଆନ୍ଧ୍ର ପଟୁ ବିଭିନ୍ନ ନେଟୱର୍କ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ନେଟୱର୍କ ଆସୁଥିବା ବେଳେ ଓଡ଼ିଶାର ନେଟୱର୍କ ଠିକ୍ ଭାବେ ରହୁନି ।

ଫଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲମତାପୁଟ ବ୍ଲକର ଗୋଡିହଞ୍ଜର ଓ ବିଲେଲ ପଞ୍ଚାୟତର ୮୦ ପରିବାର  ଲୋକେ।  ଶୀଘ୍ର ଅଞ୍ଚଳରେ ମୋବାଇଲ ନେଟୱର୍କ ବ୍ୟବସ୍ଥା କରିବାକୁ ଅଭିଭାବମାନେ ଦାବି କରିଛନ୍ତି।

ଏନେଇ ପୂର୍ବରୁ  ଅଭିଯୋଗ ଓ ଦାବି ହୋଇ ଥିଲେ ମଧ୍ୟ  ପୂରଣ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଯଦି ଆସନ୍ତା ଦିନରେ ଦାବି ପୂରଣ ନ ହୁଏ ତେବେ ରାଜରାସ୍ଥାକୁ ଓହ୍ଲେଇବେ ବୋଲି ଦାବି କରିଛନ୍ତି। ସେହିପରି ଗୋଟିଏ ପଟେ ନେଟୱର୍କ ଓ ଅନ୍ୟ ପଟେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍‌ର ବ୍ୟବସ୍ଥା ନାହିଁ।

ଉନ୍ନତି ମାନର ମୋବାଇଲ ଫୋନର ସୁବିଧା ନଥିବାରୁ  ଅତି ଦୟନୀୟ ଅବସ୍ଥାରେ ଗଛ ମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି  ଅନଲାଇନ ପାଠପଢ଼ା ଚାଲୁଛି । ଅନ୍ୟପଟେ ଟିଭି ମାଧ୍ୟମରେ କିମ୍ବା ଅଫଲାଇନ ମଧ୍ୟରେ ପାଠପଢା ଇବାକୁ କିଛି ଛାତ୍ର ଛାତ୍ରୀ ମାନେ ଅନୁରୋଧ କରିଛନ୍ତି।

The post ଆମ ଛୁଆ ୟୁ-ଟ୍ୟୁବ୍‌ରେ ପଢି ପାରୁନାହାଁନ୍ତି, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ appeared first on Odisha Reporter.

]]>
right bottom 2021-06-22 13:01:26 https://cdn.odishareporter.in/wp-content/uploads/2021/06/22125942/790-9.jpg
ଗଛ ମୂଳେ ଅନଲାଇନ ପାଠପଢ଼ା https://odishareporter.in/odisha/koraput/study-online-at-the-base-of-the-tree-652808 Mon, 21 Jun 2021 12:09:16 +0000 https://odishareporter.in/?p=652808

ଲମତାପୁଟ( ଜଗତ ଜୀବନ): ରାଜ୍ୟ ସରକାରଙ୍କ ଅନଲାଇନ ପାଠ ପଢା ଆରମ୍ଭ ହେବା ପରେ ଏବେ ଅତି ଦୟନୀୟ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି  ।  କିଏ ଗଛ ମୂଳେ ତ’ ଆଉ କିଏ ନିଜ ବିଦ୍ୟାଳୟ ବାରଣ୍ଡାରେ ବସି ୟୁଟ୍ୟୁବ୍‌ ମଧ୍ୟରେ ପାଠ ପଢା ଆରମ୍ଭ କରିଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାନ୍ତ ମାଛକୁଣ୍ଡ ଓ ଅନକାଡେଲି ଅଂଚଳରେ । ସରକାରଙ୍କ ଅନଲାଇନ ପାଠ ପଢ଼ା ଯୋଜନାକୁ […]

The post ଗଛ ମୂଳେ ଅନଲାଇନ ପାଠପଢ଼ା appeared first on Odisha Reporter.

]]>

ଲମତାପୁଟ( ଜଗତ ଜୀବନ): ରାଜ୍ୟ ସରକାରଙ୍କ ଅନଲାଇନ ପାଠ ପଢା ଆରମ୍ଭ ହେବା ପରେ ଏବେ ଅତି ଦୟନୀୟ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି  ।  କିଏ ଗଛ ମୂଳେ ତ’ ଆଉ କିଏ ନିଜ ବିଦ୍ୟାଳୟ ବାରଣ୍ଡାରେ ବସି ୟୁଟ୍ୟୁବ୍‌ ମଧ୍ୟରେ ପାଠ ପଢା ଆରମ୍ଭ କରିଛନ୍ତି ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାନ୍ତ ମାଛକୁଣ୍ଡ ଓ ଅନକାଡେଲି ଅଂଚଳରେ । ସରକାରଙ୍କ ଅନଲାଇନ ପାଠ ପଢ଼ା ଯୋଜନାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍ୱାଗତ କରିଛନ୍ତି ସତ ହେଲେ ଅଧିକାଂଶ ଅଞ୍ଚଳରେ ନେଟୱର୍କର ସୁବିଧା ନ ଥିବା ଯୋଗୁ ବହୁ ଛାତ୍ରଛାତ୍ରୀମାନେ ଅନଲାଇନ ପାଠପଢାରୁ ବଞ୍ଚିତ ହେଉଛନ୍ତି । ଗୋଟିଏ ପଟେ ନେଟୱର୍କ ଓ ଅନ୍ୟ ପଟେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍‌ର ବ୍ୟବସ୍ଥା ନାହିଁ।

ଉନ୍ନତି ମାନର ମୋବାଇଲ ଫୋନର ସୁବିଧା ନଥିବାରୁ  ଅତି ଦୟନୀୟ ଅବସ୍ଥାରେ ଗଛ ମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି  ଅନଲାଇନ ପାଠପଢ଼ା ଆରମ୍ଭ କରିଛନ୍ତି । ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଥିବାରୁ ଅଧିକାଂଶ ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଶିକ୍ଷକ ମାନେ ମଧ୍ୟ ପ୍ରକାଶ କରିଛନ୍ତି । ଅନ୍ୟପଟେ ଟିଭି ମାଧ୍ୟମରେ କିମ୍ବା ଅଫଲାଇନ ମଧ୍ୟରେ ପାଠପଢା ଇବାକୁ କିଛି ଛାତ୍ର ଛାତ୍ରୀ ମାନେ ଅନୁରୋଧ କରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ୟୁଯ୍ୟୁରେ ପାଠ ପଢି ବେଶ ଉତ୍ସାହିତ ହୋଇଛନ୍ତି।

The post ଗଛ ମୂଳେ ଅନଲାଇନ ପାଠପଢ଼ା appeared first on Odisha Reporter.

]]>
right bottom 2021-06-21 17:39:16 https://cdn.odishareporter.in/wp-content/uploads/2021/06/21173702/709.jpg
ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ https://odishareporter.in/odisha/ganja-worth-of-1-10-crore-seized-in-koraput-650422 Sat, 12 Jun 2021 08:14:35 +0000 https://odishareporter.in/?p=650422

ଜୟପୁର (ଓଡ଼ିଶା ରିପୋର୍ଟର): ଗଞ୍ଜେଇ ମାଫିଆମାନେ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ। ହେଲେ ଏ ଫନ୍ଦି ବି କାମ ଦେଲା ନାହିଁ। ଧରି ପକାଇଲା ପୁଲିସ୍‌। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଏକ ଅକ୍ସିଜେନ୍‌ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜୟପୁର ସଦର ଥାନା ପୁଲିସ୍‌କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା […]

The post ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ appeared first on Odisha Reporter.

]]>

ଜୟପୁର (ଓଡ଼ିଶା ରିପୋର୍ଟର): ଗଞ୍ଜେଇ ମାଫିଆମାନେ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ। ହେଲେ ଏ ଫନ୍ଦି ବି କାମ ଦେଲା ନାହିଁ। ଧରି ପକାଇଲା ପୁଲିସ୍‌। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ।

ଏକ ଅକ୍ସିଜେନ୍‌ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜୟପୁର ସଦର ଥାନା ପୁଲିସ୍‌କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଓଆଇସି ଏ ମହାକୁଡ଼ଙ୍କ ନେତୃତ୍ୱରେ ଏକ ଟିମ୍ ଜୟପୁର ଘାଟିରାସ୍ତାକୁ ଯାଇଥିଲେ ଓ ଉକ୍ତ ଟ୍ରକ୍‌କୁ ଜବତ କରିଥିଲେ।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଟ୍ରକ୍‌ରୁ ୧୨୭୭ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ। ପୁଲିସ୍ ଉକ୍ତ ଟ୍ରକ୍‌ ସହିତ ୨ଟି ମୋବାଇଲ୍‌କୁ ଜବତ କରିଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯଶପାଲ ଓ ଲଖବିନ୍ଦର ସିଂହ। ଯଶପାଲ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ ଲଖବିନ୍ଦର ଜବତ ଗଞ୍ଜେଇ କିଣି ଥିଲେ। ଉଭୟ ଅଭିଯୁକ୍ତ ପଞ୍ଜାବର। ଜବତ ଗଞ୍ଜେଇ ପଞ୍ଜାବକୁ ଚାଲାଣ ହେଉଥିଲା ବୋଲି ଜୟପୁର ସଦର ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି।

The post ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ appeared first on Odisha Reporter.

]]>
right bottom 2021-06-12 13:44:35 https://cdn.odishareporter.in/wp-content/uploads/2021/06/12134124/tt.jpg
ଜାତୀୟ ସ୍ତରର ୱେବିନାରରେ ଯୋଗ ଦେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ https://odishareporter.in/odisha/koraput/national-level-webinar-organised-by-koraput-districts-sports-department-648544 Fri, 04 Jun 2021 17:06:54 +0000 https://odishareporter.in/?p=648544

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କରୋନା ମହାମାରୀ ଜନଜୀବନକୁ ଦୁର୍ବିସହ କରିଦେଇଛି। ଏଥିପାଇଁ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ଖେଳାଳି ମାନେ ମଧ୍ୟ ନିଜ ନିଜର ଘରେ ରହିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଖେଳାଳି ମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ କୋରାପୁଟ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜାତୀୟ ସ୍ତରର ୱେବିନାର ଆୟୋଜନ କରାଯାଇଥିଲା। ଘରେ ସୁରକ୍ଷିତ ରହି ନିଜର ମାନସିକ ସ୍ଥିତିର ଦୃଢ଼ତା ରଖିବା ସହ ଶାରୀରିକ ଫିଟନେସ୍ କିଭଳି ରଖିପାରିବେ, ସେଥିନେଇ […]

The post ଜାତୀୟ ସ୍ତରର ୱେବିନାରରେ ଯୋଗ ଦେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କରୋନା ମହାମାରୀ ଜନଜୀବନକୁ ଦୁର୍ବିସହ କରିଦେଇଛି। ଏଥିପାଇଁ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ଖେଳାଳି ମାନେ ମଧ୍ୟ ନିଜ ନିଜର ଘରେ ରହିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଖେଳାଳି ମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ କୋରାପୁଟ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜାତୀୟ ସ୍ତରର ୱେବିନାର ଆୟୋଜନ କରାଯାଇଥିଲା।

ଘରେ ସୁରକ୍ଷିତ ରହି ନିଜର ମାନସିକ ସ୍ଥିତିର ଦୃଢ଼ତା ରଖିବା ସହ ଶାରୀରିକ ଫିଟନେସ୍ କିଭଳି ରଖିପାରିବେ, ସେଥିନେଇ ବିଶିଷ୍ଟ ବ୍ୟକ୍ତିମାନେ ପରାମର୍ଶ ଦେଇଥିଲେ।

ଅନ୍ତର୍ଜାତୀୟ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ, ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣପଦ ସେଠୀ, ଅନ୍ତର୍ଜାତୀୟ କଣ୍ଠ ଶିଳ୍ପୀ କ୍ରିଷ୍ଣା ବେହୁରା, ଦିଲ୍ଲୀ ଜବାହରଲାଲ ନେହୁରୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ହେଫିମନ ଜାକବ, ଅଭିନେତ୍ରୀ ଏଲିନା ଦାସ ପ୍ରମୁଖ ଯୋଗଦେଇଥିଲେ।

କୋରାପୁଟ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଖେଳାଳିମାନେ ସାମିଲ ହୋଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅର୍ଚ୍ଚନା ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

The post ଜାତୀୟ ସ୍ତରର ୱେବିନାରରେ ଯୋଗ ଦେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ appeared first on Odisha Reporter.

]]>
right bottom 2021-06-04 22:36:54 https://cdn.odishareporter.in/wp-content/uploads/2021/06/04222619/webinar.jpg
ଦିନ ୧୧ଟା ପରେ ଦୋକାନ ଖୋଲିଲେ ୭ ଦିନ ସିଲ https://odishareporter.in/odisha/koraput/after-11-a-m-the-store-reopened-for-7-days-647960 Wed, 02 Jun 2021 11:11:41 +0000 https://odishareporter.in/?p=647960

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜୁନ ୧୭ ପର୍ଯ୍ୟନ୍ତ ବଢ଼ିଥିବା ଲକଡାଉନ୍‌ ଯୋଗୁଁ  କୋରାପୁଟ ପୁଲିସ ସକ୍ରିୟ ହୋଇ ଉଠିଛି।  ଗାଡି ମୋଟର ଚଳାଚଳ ଓ ଦୋକାନ ବଜାର ଖୋଲିବା ଉପରେ ନିୟନ୍ତ୍ରଣ ଆଣିବା ପାଇଁ  ନିଜକୁ ନିୟୋଜିତ କରିଛି । ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ ଆଜି ସକାଳେ ନିୟନ୍ତ୍ରିତ ଅବସ୍ଥାରେ ପରିବା ଓ ଡାଲିଚାଉଳ ଦୋକାନ ସାଙ୍ଗକୁ ଟେକ ଆୱେ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା। ତେବେ ଲୋକଙ୍କୁ ନିଜ ଘରଠାରୁ ୫୦୦ ମିଟର ପରିଧି […]

The post ଦିନ ୧୧ଟା ପରେ ଦୋକାନ ଖୋଲିଲେ ୭ ଦିନ ସିଲ appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜୁନ ୧୭ ପର୍ଯ୍ୟନ୍ତ ବଢ଼ିଥିବା ଲକଡାଉନ୍‌ ଯୋଗୁଁ  କୋରାପୁଟ ପୁଲିସ ସକ୍ରିୟ ହୋଇ ଉଠିଛି।  ଗାଡି ମୋଟର ଚଳାଚଳ ଓ ଦୋକାନ ବଜାର ଖୋଲିବା ଉପରେ ନିୟନ୍ତ୍ରଣ ଆଣିବା ପାଇଁ  ନିଜକୁ ନିୟୋଜିତ କରିଛି । ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ ଆଜି ସକାଳେ ନିୟନ୍ତ୍ରିତ ଅବସ୍ଥାରେ ପରିବା ଓ ଡାଲିଚାଉଳ ଦୋକାନ ସାଙ୍ଗକୁ ଟେକ ଆୱେ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା। ତେବେ ଲୋକଙ୍କୁ ନିଜ ଘରଠାରୁ ୫୦୦ ମିଟର ପରିଧି ମଧ୍ୟରେ ଚାଲିଚାଲି ନିଜର ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ କିଣିନେବା ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଅନେକ ବ୍ୟକ୍ତି ଗାଡି ଧରି ବିନା କାରଣରେ ବୁଲାବୁଲି କରିବା ଦେଖାଯାଇଥିଲା ।

ଜାତୀୟ ରାଜପଥରେ ମୋଟର ସାଇକଲ ଓ ଅନ୍ୟାନ୍ୟ ଗାଡିକୁ ଅଟକାଇ ସେମାନଙ୍କଠାରୁ ଫାଇନ ସଂଗ୍ରହ କରାଯିବା ସହ ଅମାନିଆଙ୍କୁ ତାଗିଦ କରାଯାଇଥିଲା। ଦିନ ୧୧ଟା ପରେ ପରେ ସମସ୍ତ ଦୋକାନ ବଜାର  ବନ୍ଦ କରିଦିଆଯାଇଥିଲେ ହେଁ ଲୋକେ ଡାକ୍ତରଖାନାକୁ ଯାଉଥିବା କହି  ଖସିଯିବା ପାଇଁ ଉଦ୍ୟମ କରୁଛନ୍ତି। ଗାଡି ମୋଟର ଅନେକାଂଶରେ ଚାଲୁଥିବା ଯୋଗୁଁ ପୁଲିସ ଚେକିଂକୁ ଜୋରଦାର କରାଯାଇଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି  ।

ସହରରେ ପୁଲିସ  ପାଟ୍ରୋଲିଂ କରି ଦୋକାନ ବଜାରକୁ ଠିକଣା  ସମୟରେ ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯାଇଥିବା  ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ଦୋକାନ ବଜାର କୋଭିଡ଼ ନିୟମକୁ ନମାନିଲେ ସେଗୁଡିକୁ ସପ୍ତାହେ କାଳ ବନ୍ଦ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

The post ଦିନ ୧୧ଟା ପରେ ଦୋକାନ ଖୋଲିଲେ ୭ ଦିନ ସିଲ appeared first on Odisha Reporter.

]]>
right top 2021-06-02 16:42:30 https://cdn.odishareporter.in/wp-content/uploads/2021/06/02163801/kor.jpg
ସିନ୍ଧିପୁଟ ନଦୀ ଘାଟରେ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଲେ ଅନୁମତି https://odishareporter.in/odisha/koraput/bridge-will-be-built-in-sindhiput-river-647743 Tue, 01 Jun 2021 12:24:04 +0000 https://odishareporter.in/?p=647743

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସ୍ଥିତ କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱ ସିନ୍ଧିପୁଟ ନଦୀ ଘାଟରେ ନିର୍ମାଣ ହେବ ବ୍ରିଜ୍। ଏନେଇ ସିନ୍ଧିପୁଟ ନଦୀଘାଟ ପରିସର ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ବ୍ରିଜ୍ ହେବା ନେଇ ଅନୁମତି ମିଳିଛି। ଦୀର୍ଘ ବର୍ଷ ହେଲା ଲମତାପୁଟ ବ୍ଲକର ୪ଗୋଟି ଗ୍ରାମ ପଞ୍ଚାୟତବାସୀ ସିନ୍ଧିପୁଟ ନଦୀଘାଟରେ ଡଙ୍ଗା ପାରି ହୋଇ ବ୍ଲକ, ତହସିଲ, ଡାକ୍ତଖାନା, କଲେଜ, ସାପ୍ତାହିକ […]

The post ସିନ୍ଧିପୁଟ ନଦୀ ଘାଟରେ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଲେ ଅନୁମତି appeared first on Odisha Reporter.

]]>

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସ୍ଥିତ କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱ ସିନ୍ଧିପୁଟ ନଦୀ ଘାଟରେ ନିର୍ମାଣ ହେବ ବ୍ରିଜ୍। ଏନେଇ ସିନ୍ଧିପୁଟ ନଦୀଘାଟ ପରିସର ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ବ୍ରିଜ୍ ହେବା ନେଇ ଅନୁମତି ମିଳିଛି।

ଦୀର୍ଘ ବର୍ଷ ହେଲା ଲମତାପୁଟ ବ୍ଲକର ୪ଗୋଟି ଗ୍ରାମ ପଞ୍ଚାୟତବାସୀ ସିନ୍ଧିପୁଟ ନଦୀଘାଟରେ ଡଙ୍ଗା ପାରି ହୋଇ ବ୍ଲକ, ତହସିଲ, ଡାକ୍ତଖାନା, କଲେଜ, ସାପ୍ତାହିକ ହାଟ ଯାଇଥାନ୍ତି। ହେଲେ ଡଙ୍ଗାରେ ଯାତାୟତ ସମୟରେ ନାନା ସମସ୍ୟା ସୃଷ୍ଟି ହେଉଥିବା ନେଇ ବିଛିନାଞ୍ଚଳବାସୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ।

ତେବେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ସିନ୍ଧିପୁଟ ନଦୀଘାଟରେ ବ୍ରିଜ ନିର୍ମାଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ବ୍ରିଜ ନିର୍ମାଣ ହେଲେ ୪ଟି ପଞ୍ଚାୟତର ୨୦ ହଜାର ଜନସାଧାରଣ ଉପକୃତ ହେବା ସହ ନନ୍ଦପୁର ଓ କୋରାପୁଟ ବ୍ଲକ ଉପକୃତ ହେବେ ବୋଲି ବିହନ ନିଗମ ଅଧକ୍ଷ ପ୍ରକାଶ କରିଛନ୍ତି।

The post ସିନ୍ଧିପୁଟ ନଦୀ ଘାଟରେ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଲେ ଅନୁମତି appeared first on Odisha Reporter.

]]>
right bottom 2021-06-01 17:54:04 https://cdn.odishareporter.in/wp-content/uploads/2021/06/01175001/kolab.jpg
ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ ମୃତ https://odishareporter.in/odisha/5-years-old-boy-died-in-dog-attack-647327 Mon, 31 May 2021 04:56:14 +0000 https://odishareporter.in/?p=647327

ଜୟପୁର (ଓଡ଼ିଶା ରିପୋର୍ଟର): ବୁଲା କୁକୁରଙ୍କ ଆକ୍ରମଣରେ ଏକ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁସୁମଗୁଡା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁର ନାଁ ପଦ୍ମନ ପରଜା। ତାଙ୍କ ବାପାଙ୍କ ନାଁ ସାଧୁ ପରଜା। ପଦ୍ମନ ତାଙ୍କ ବଡ଼ ଭାଇଙ୍କ ସହିତ କୁର୍ଲୁ ନଦୀକୁ ଗାଧୋଇବାକୁ ଯାଇଥିଲେ। ପଦ୍ମନଙ୍କୁ ନଦୀ କୂଳରେ ବସାଇ ତାଙ୍କ ବଡ଼ ଭାଇ ଗାଧୋଉଥିଲେ। ଏହି ସମୟରେ ପଲେ […]

The post ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ ମୃତ appeared first on Odisha Reporter.

]]>

ଜୟପୁର (ଓଡ଼ିଶା ରିପୋର୍ଟର): ବୁଲା କୁକୁରଙ୍କ ଆକ୍ରମଣରେ ଏକ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁସୁମଗୁଡା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।

ମୃତ ଶିଶୁର ନାଁ ପଦ୍ମନ ପରଜା। ତାଙ୍କ ବାପାଙ୍କ ନାଁ ସାଧୁ ପରଜା। ପଦ୍ମନ ତାଙ୍କ ବଡ଼ ଭାଇଙ୍କ ସହିତ କୁର୍ଲୁ ନଦୀକୁ ଗାଧୋଇବାକୁ ଯାଇଥିଲେ। ପଦ୍ମନଙ୍କୁ ନଦୀ କୂଳରେ ବସାଇ ତାଙ୍କ ବଡ଼ ଭାଇ ଗାଧୋଉଥିଲେ। ଏହି ସମୟରେ ପଲେ ବୁଲା କୁକୁର ପଦ୍ମନଙ୍କୁ ଆକ୍ରମଣ କରିଥିଲେ। ତେବେ ଶ୍ରବଣ ଶକ୍ତି ବାଧିତ ପଦ୍ମନଙ୍କ ବଡ଼ ଭାଇ ତାଙ୍କ ଚିତ୍କାର ଶୁଣି ପାରି ନଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ବୃଦ୍ଧା ପଦ୍ମନଙ୍କୁ ବଞ୍ଚାଇବକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଆଉ ବଡ଼ ଭାଇ ଗାଧୋଇ ଫେରିଲା ବେଳକୁ ପଦ୍ମନଙ୍କର ମୃତ୍ୟୁ ହୋଇସାରିଥିଲା।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏହି କୁକୁର ପଲ ପଦ୍ମନଙ୍କୁ ଆକ୍ରମଣ କରିବା ପୂର୍ବରୁ ନିକଟସ୍ଥ ଡକ୍ରାଗୁଡ଼ା ଗାଁରେ ଦୁଇଟି ଛେଳିକୁ ମାରି ଦେଇଥିଲେ। ସେଠାରୁ ଲୋକେ ତଡ଼ି ଦେବା ପରେ କୁକୁର ପଲ କୁସୁମଗୁଡ଼ା ମୁହାଁ ହୋଇଥିଲେ ଓ ପଦ୍ମନକୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ।

The post ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ ମୃତ appeared first on Odisha Reporter.

]]>
Dog Attack, right bottom 2021-05-31 11:26:20 https://cdn.odishareporter.in/wp-content/uploads/2021/05/31102253/hospital-2.jpg
କାମ ଦେଲାନି ପଇଡ଼ ଆଇଡିଆ, ଫସିଗଲେ https://odishareporter.in/odisha/3-arrested-for-ganja-tradding-in-koraput-645026 Sat, 22 May 2021 05:36:07 +0000 https://odishareporter.in/?p=645026

ଲମତାପୁଟ (ଜଗତ ଜୀବନ): ମୁଣ୍ଡ ଖଟେଇ ଥିଲେ। କିନ୍ତୁ ପୁଲିସ୍ ଆଗରୁ ପାଇଥିଲା ସୂଚନା। ତେଣୁ ଗଞ୍ଜେଇ ମାଫିଆଙ୍କ ପଇଡ଼ ଆଇଡିଆ କାମ ଦେଲାନି ଓ ସେମାନେ ଫସିଗଲେ। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁରରେ। ଗିରଫ ତିନି ଗଞ୍ଜେଇ ମାଫିଆ ହେଉଛନ୍ତି ପୀପେନ୍ଦ୍ର ସିଂହ, ନୀତୀଶ ସିଂହ ଓ ରାଜକୁମାର। ଏମାନେ ସମସ୍ତେ ଉତ୍ତର ପ୍ରଦେଶର। ଏହି ତିନି ଜଣ ପାଡୁଆ ଅଞ୍ଚଳରୁ ଟ୍ରକ୍‌ରେ ସାଢ଼େ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ନେଇ ଉତ୍ତର ପ୍ରଦେଶ […]

The post କାମ ଦେଲାନି ପଇଡ଼ ଆଇଡିଆ, ଫସିଗଲେ appeared first on Odisha Reporter.

]]>

ଲମତାପୁଟ (ଜଗତ ଜୀବନ): ମୁଣ୍ଡ ଖଟେଇ ଥିଲେ। କିନ୍ତୁ ପୁଲିସ୍ ଆଗରୁ ପାଇଥିଲା ସୂଚନା। ତେଣୁ ଗଞ୍ଜେଇ ମାଫିଆଙ୍କ ପଇଡ଼ ଆଇଡିଆ କାମ ଦେଲାନି ଓ ସେମାନେ ଫସିଗଲେ। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁରରେ।

ଗିରଫ ତିନି ଗଞ୍ଜେଇ ମାଫିଆ ହେଉଛନ୍ତି ପୀପେନ୍ଦ୍ର ସିଂହ, ନୀତୀଶ ସିଂହ ଓ ରାଜକୁମାର। ଏମାନେ ସମସ୍ତେ ଉତ୍ତର ପ୍ରଦେଶର।

ଏହି ତିନି ଜଣ ପାଡୁଆ ଅଞ୍ଚଳରୁ ଟ୍ରକ୍‌ରେ ସାଢ଼େ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ନେଇ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିଲେ। ପୁଲିସ୍‌କୁ ଚକମା ଦେବାକୁ ଟ୍ରକ୍‌ରେ ପଇଡ଼ ଲଦି ଥିଲେ। କିନ୍ତୁ ନନ୍ଦପୁର ପୁଲିସ୍ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ସାରିଥିଲା। ତେଣୁ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଥାନା ଅଧିକାରୀ କପିଳେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରି ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ।

ଗଞ୍ଜେଇ ବୋଝେଇ ହୋଇ ଏହି ଟ୍ରକ୍‌ଟି ପାଡ଼ୁଆ ପଟୁ ଆସୁଥିବା ବେଳେ ନନ୍ଦପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ୍‌ ଅଟକାଇ ଥିଲା। ଆଉ ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପୁଲିସ୍ ଟ୍ରକ୍‌ଟିକୁ ଜବତ କରି ଥାନାକୁ ନେଇଥିଲା। ସେଥିରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

ଗଞ୍ଜେଇ ମାଫିଆମାନେ ପୁଲିସ୍‌ ଚକମା ଦେବା ପାଇଁ ଟ୍ରକ୍‌ର ନମ୍ବର ମଧ୍ୟ ବଦଳାଇ ଦେଇଥିଲେ। ଟ୍ରକ୍‌ରେ ଲାଗିଥିବା ନମ୍ବର ପ୍ଲେଟ୍‌ରେ ମହାରାଷ୍ଟ୍ରର ନମ୍ବର ରହିଥିବା ବେଳେ ତା’ଉପରେ ସେମାନେ ଆନ୍ଧ୍ର ପ୍ରଦେଶର ନମ୍ବର ଲଗାଇଥିଲେ। ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

The post କାମ ଦେଲାନି ପଇଡ଼ ଆଇଡିଆ, ଫସିଗଲେ appeared first on Odisha Reporter.

]]>
right bottom, smuggling 2021-05-22 14:38:41 https://cdn.odishareporter.in/wp-content/uploads/2021/05/22110244/truck1-1.jpg
ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌ https://odishareporter.in/odisha/4-injured-in-an-accident-in-koraput-645015 Sat, 22 May 2021 04:56:29 +0000 https://odishareporter.in/?p=645015

ଜୟପୁର (ଓଡ଼ିଶା ରିପୋର୍ଟର): ୨୬ ନମ୍ବର ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ପୁଣି ଘଟିଛି ଦୁର୍ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏକ ମାଲ ବୋଝେଇ ଟ୍ରକ୍ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି। ଧକ୍କା ଖାଇବା ପରେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେହିଭଳି ଧକ୍କା ଦେଇଥିବା ଟ୍ରକ୍‌ଟି ଅଳ୍ପକେ ଘାଟି ତଳକୁ ଖସିବାରୁ ବର୍ତ୍ତି କଲା। ତେବେ ଏହାର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଘାଟି […]

The post ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌ appeared first on Odisha Reporter.

]]>

ଜୟପୁର (ଓଡ଼ିଶା ରିପୋର୍ଟର): ୨୬ ନମ୍ବର ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ପୁଣି ଘଟିଛି ଦୁର୍ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି।

ଏକ ମାଲ ବୋଝେଇ ଟ୍ରକ୍ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି। ଧକ୍କା ଖାଇବା ପରେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେହିଭଳି ଧକ୍କା ଦେଇଥିବା ଟ୍ରକ୍‌ଟି ଅଳ୍ପକେ ଘାଟି ତଳକୁ ଖସିବାରୁ ବର୍ତ୍ତି କଲା। ତେବେ ଏହାର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଘାଟି ତଳକୁ ଚାଲିଯାଇଥିଲା।

ଘାଟିରେ ଖସିବାରୁ ଅଳ୍ପକେ ବର୍ତ୍ତି ଯାଇଛି ଦୁର୍ଘଟଣାଗ୍ରସ୍ତ ମାଲ ବୋଝେଇ ଟ୍ରକ୍‌

ଏହି ଦୁର୍ଘଟଣାରେ ଉଭୟ ଟ୍ରକ୍‌ର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସେମାନଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି।

ଗତ ବୁଧବାର ଏହି ସ୍ଥାନରେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ଯାଇଥିଲା। ୪ ଦିନ ହେଲାଣି ଅନ୍ୟ ଟ୍ୟାଙ୍କରରେ ଏଠାରୁ ଗ୍ୟାସ୍ ସ୍ଥାନାନ୍ତର କରାଯାଉଛି।

The post ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌ appeared first on Odisha Reporter.

]]>
accident, right bottom, roadaccident 2021-05-22 14:40:45 https://cdn.odishareporter.in/wp-content/uploads/2021/05/22102133/truck1.jpg
ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍ ମୁହାଁମୁହିଁ ଧକ୍କା, ୨ମୃତ https://odishareporter.in/odisha/two-killed-in-an-accident-in-koraput-644017 Tue, 18 May 2021 02:46:28 +0000 https://odishareporter.in/?p=644017

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ): କୋରାପୁଟ-ରାୟଗଡ଼ ୩୨୬ ନଂ ଜାତୀୟ ରାଜପଥର ବାରିଗୁଡା ନିକଟକରେ ଗତକାଲି  ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣ  ଯୁବକଙ୍କର ମୃତ୍ୟୁ ହୋଇଛି। ଏକ  ଆମ୍ବବୋଝେଇ ପିକଅପ ଭ୍ୟାନ ସହ ଏକ ବାଇକର ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପିକଅପ ଗାଡିଟିକୁ ଜବତ କରି ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି। ପିକଅପ ଭ୍ୟାନଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ […]

The post ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍ ମୁହାଁମୁହିଁ ଧକ୍କା, ୨ମୃତ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ): କୋରାପୁଟ-ରାୟଗଡ଼ ୩୨୬ ନଂ ଜାତୀୟ ରାଜପଥର ବାରିଗୁଡା ନିକଟକରେ ଗତକାଲି  ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣ  ଯୁବକଙ୍କର ମୃତ୍ୟୁ ହୋଇଛି।

ଏକ  ଆମ୍ବବୋଝେଇ ପିକଅପ ଭ୍ୟାନ ସହ ଏକ ବାଇକର ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପୁଲିସ ପିକଅପ ଗାଡିଟିକୁ ଜବତ କରି ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି। ପିକଅପ ଭ୍ୟାନଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ ବାଇକଟି ପୋଡ଼ାଗଡ଼ ଅଭିମୁଖେ ଯାଉଥିଲା। ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ମୃତକ ଦ୍ୱୟ ମାଳିମୁଣ୍ଡା ଗ୍ରାମର ଯୁବକ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

The post ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍ ମୁହାଁମୁହିଁ ଧକ୍କା, ୨ମୃତ appeared first on Odisha Reporter.

]]>
right bottom 2021-05-18 08:21:09 https://cdn.odishareporter.in/wp-content/uploads/2021/05/18072930/Accident-2.jpg
ପତ୍ନୀ ସହ ୫ ବର୍ଷର ଛୁଆକୁ ହାଣି ଦେଲା ପିଶାଚ ବାପା https://odishareporter.in/odisha/man-killed-his-wife-5-year-old-son-643096 Fri, 14 May 2021 06:44:58 +0000 https://odishareporter.in/?p=643096

ଜୟପୁର(ଟି ଗୌରି ଶଙ୍କର): ନିଜ ପତ୍ନୀ ସମେତ ୫ ବର୍ଷର ପୁଅକୁ ହାଣିଲା ସ୍ୱାମୀ। କୋରାପୁଟ ଜିଲ୍ଲା ବିସିଂପୁର ଥାନା ହରଡାଗୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏପରି ନାରକୀୟ ହତ୍ୟାକାଣ୍ଡ। ମୃତଦ୍ୱୟ ହେଉଛନ୍ତି ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି। ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିଙ୍କୁ ପୁଲିସ୍‌ କାବୁ କରି ଥାନାକୁ ନେଇଛି। ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ଏହା ଜାଣିପାରସି ଅଭିଯୁକ୍ତ ଧବୁଲୁକୁ କାବୁ କରି […]

The post ପତ୍ନୀ ସହ ୫ ବର୍ଷର ଛୁଆକୁ ହାଣି ଦେଲା ପିଶାଚ ବାପା appeared first on Odisha Reporter.

]]>

ଜୟପୁର(ଟି ଗୌରି ଶଙ୍କର): ନିଜ ପତ୍ନୀ ସମେତ ୫ ବର୍ଷର ପୁଅକୁ ହାଣିଲା ସ୍ୱାମୀ। କୋରାପୁଟ ଜିଲ୍ଲା ବିସିଂପୁର ଥାନା ହରଡାଗୁଡ଼ା ଗାଁରେ ବିଳମ୍ବିତ ରାତିରେ ଘଟିଛି ଏପରି ନାରକୀୟ ହତ୍ୟାକାଣ୍ଡ। ମୃତଦ୍ୱୟ ହେଉଛନ୍ତି ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି। ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିଙ୍କୁ ପୁଲିସ୍‌ କାବୁ କରି ଥାନାକୁ ନେଇଛି।

ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ଏହା ଜାଣିପାରସି ଅଭିଯୁକ୍ତ ଧବୁଲୁକୁ କାବୁ କରି ଖୁଣ୍ଟରେ ବାନ୍ଧିଥିଲେ  ।ଘଟଣାସ୍ଥଳରେ ବିସିଂପୁର ପୁଲିସ୍‌ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା କରୁଥିଲେ ମଧ୍ୟ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି। ଏହାରି ଭିତରେ ପୁଲିସ୍‌ର ଏକ ଟିମ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ପତ୍ନୀ ସହ ୫ ବର୍ଷର ଛୁଆକୁ ହାଣି ଦେଲା ପିଶାଚ ବାପା appeared first on Odisha Reporter.

]]>
right bottom 2021-05-14 13:53:10 https://cdn.odishareporter.in/wp-content/uploads/2020/03/04074902/attack-1.jpg
ପଣସ ବୋଝେଇ ଟ୍ରକ୍‌ରେ ଯାଉଥିଲା ଏପରି ଜିନିଷ, ମୂଲ୍ୟ ୪୦ ଲକ୍ଷ https://odishareporter.in/odisha/jackfruit-loaded-truck-seized-by-police-643072 Fri, 14 May 2021 04:58:59 +0000 https://odishareporter.in/?p=643072

ଲମତାପୁଟ(ଓଡ଼ିଶା ରିପୋର୍ଟର):  ପଣସ ବୋଝେଇ ଟ୍ରକ୍‌ରେ ହେଉଥିଲା ଗଞ୍ଜେଇର ଚୋରା ଚାଲାଣ।  ଏପରି ଭାବେ ୪୦ ଲକ୍ଷ ଟଙ୍କାର ଗଂଜେଇ  ଚୋରା ଚାଲାଣ ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଗଲା। ପୁଲିସ୍‌ ସମସ୍ତ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟଙ୍କ ନାଁ ରାଜେଶ ଓ ବାବୁ ସିଂ। ଉଭୟ ରାଜସ୍ଥାନର ବୋଲି କୋରାପୁଟ ମାଛକୁଣ୍ଡ ପୁଲିସ୍‌ କହିଛି । ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିଲା […]

The post ପଣସ ବୋଝେଇ ଟ୍ରକ୍‌ରେ ଯାଉଥିଲା ଏପରି ଜିନିଷ, ମୂଲ୍ୟ ୪୦ ଲକ୍ଷ appeared first on Odisha Reporter.

]]>

ଲମତାପୁଟ(ଓଡ଼ିଶା ରିପୋର୍ଟର):  ପଣସ ବୋଝେଇ ଟ୍ରକ୍‌ରେ ହେଉଥିଲା ଗଞ୍ଜେଇର ଚୋରା ଚାଲାଣ।  ଏପରି ଭାବେ ୪୦ ଲକ୍ଷ ଟଙ୍କାର ଗଂଜେଇ  ଚୋରା ଚାଲାଣ ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଗଲା। ପୁଲିସ୍‌ ସମସ୍ତ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଦ୍ୱୟଙ୍କ ନାଁ ରାଜେଶ ଓ ବାବୁ ସିଂ। ଉଭୟ ରାଜସ୍ଥାନର ବୋଲି କୋରାପୁଟ ମାଛକୁଣ୍ଡ ପୁଲିସ୍‌ କହିଛି । ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିଲା ।

ସୂଚନା ମିଳିବା ପରେ ଲମତାପୁଟ ଓ  ନନ୍ଦପୁର ପୁଲିସ ୨ ଜଣିଆ ଟିମ୍ ଗଠନ କରି ଟ୍ରକ୍‌କୁ ଜବତ କରିଥିଲେ । ଜବତ ଟ୍ରକ୍‌ରୁ  ୪୨୨ କେଜି ୩୦୦ ଗ୍ରାମ ଗଂଜେଇ ମିଳିଛି।  ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

The post ପଣସ ବୋଝେଇ ଟ୍ରକ୍‌ରେ ଯାଉଥିଲା ଏପରି ଜିନିଷ, ମୂଲ୍ୟ ୪୦ ଲକ୍ଷ appeared first on Odisha Reporter.

]]>
right bottom, smuggling 2021-05-14 12:37:44 https://cdn.odishareporter.in/wp-content/uploads/2021/05/14102712/seized-truck.jpg
ବଜ୍ରପାତ ନେଲା ଜଣକ ଜୀବନ https://odishareporter.in/odisha/koraput/lightning-strikes-a-life-in-koraput-642227 Mon, 10 May 2021 11:02:28 +0000 https://odishareporter.in/?p=642227

ନାରାଣପାଟଣା(ଓଡ଼ିଶା ରିପୋର୍ଟର) ବଜ୍ରପାତରେ ଜଣକର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛି କୋରାପୁଟ୍ ଜିଲ୍ଲା ନାରାୟଣ ପାଟଣା ଥାନା ଅନ୍ତର୍ଗତ ନାରୀ ଖିଲୁଆ ଗାଁରେ। ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ନଳିନୀ ମାଣ୍ଡାଙ୍ଗୀ । ୩ ଆହତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନାରାୟଣ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।  […]

The post ବଜ୍ରପାତ ନେଲା ଜଣକ ଜୀବନ appeared first on Odisha Reporter.

]]>

ନାରାଣପାଟଣା(ଓଡ଼ିଶା ରିପୋର୍ଟର) ବଜ୍ରପାତରେ ଜଣକର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛି କୋରାପୁଟ୍ ଜିଲ୍ଲା ନାରାୟଣ ପାଟଣା ଥାନା ଅନ୍ତର୍ଗତ ନାରୀ ଖିଲୁଆ ଗାଁରେ। ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ୩ ଜଣ ଆହତ ହୋଇଛନ୍ତି।

ମୃତକ ଜଣକ ହେଲେ ନଳିନୀ ମାଣ୍ଡାଙ୍ଗୀ । ୩ ଆହତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନାରାୟଣ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।  ସେପଟେ ଆମ୍ବ ଗୋଟାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ଟାଙ୍ଗୀ  ବ୍ଲକ ଦାମୋଦରପୁର ଗାଁରେ ଘଟିଛି ଏଭଳି ଘଟଣା ।

ଗାଁର କମଳା ପଣ୍ଡା ଆମ୍ବ ଗୋଟାଇବାକୁ ଯାଇଥିଲେ।  ଜମି ଚାରିପଟେ ଲଗାଯାଇଥିବା ଜିଆଇ ତାରରେ ଲାଗି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।  ଖବର ପାଇବା ପରେ ପୁଲିସ ଗାଁରେ ପହଞ୍ଚି ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ ଲାଗି ପଠାଇଛି।

The post ବଜ୍ରପାତ ନେଲା ଜଣକ ଜୀବନ appeared first on Odisha Reporter.

]]>
centre bottom 2021-05-10 16:32:28 https://odishareporter.in/wp-content/uploads/2018/06/lightening-stock-today-180420-tease_4aeb5d5a1bdfb4d9b15ba54730fbb086.jpg
ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ https://odishareporter.in/odisha/deputy-collector-alok-anugulia-susupended-641359 Fri, 07 May 2021 02:50:34 +0000 https://odishareporter.in/?p=641359

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ନିଲମ୍ବନ କରିଛନ୍ତି । ସରକାରୀ ଜମି ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । କାଲିମେଳାରେ ତହସିଲଦାର ଥିବା ବେଳେ ତାଙ୍କ ନାଁରେ ସରକାରୀ ଜମି ହଡ଼ପ ଅଭିଯୋଗ ଆସିଥିଲା । […]

The post ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ନିଲମ୍ବନ କରିଛନ୍ତି ।

ସରକାରୀ ଜମି ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । କାଲିମେଳାରେ ତହସିଲଦାର ଥିବା ବେଳେ ତାଙ୍କ ନାଁରେ ସରକାରୀ ଜମି ହଡ଼ପ ଅଭିଯୋଗ ଆସିଥିଲା ।

ଗୁରୁବାର ଜାରି ହୋଇଥିବା ନିଲମ୍ବନ ନିର୍ଦ୍ଦେଶରେ କୁହାଯାଇଛି ଯେ ଏବେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଶ୍ରୀ ଅନୁଗୁଳିଆଙ୍କ ହେଡକ୍ୱାର୍ଟର୍ସ ରହିବ । ନିଲମ୍ବନ ଅବଧି ମଧ୍ୟରେ ସେ କୋରାପୁଟ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ।

The post ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ appeared first on Odisha Reporter.

]]>
right bottom 2021-05-07 14:56:04 https://cdn.odishareporter.in/wp-content/uploads/2021/05/07081946/deputy-collector.jpg
ଡିଜେ ତାଳେ ତାଳେ ମତୁଆଲା ଥିଲେ ବରଯାତ୍ରୀ, ପହଞ୍ଚିଗଲା ପୁଲିସ, ଆଉ ତା’ପରେ… https://odishareporter.in/odisha/koraput/police-raid-on-marrige-ceremoney-639624 Thu, 29 Apr 2021 13:08:26 +0000 https://odishareporter.in/?p=639624

ଜୟପୁର(ଟି.ଗୌରୀ ଶଙ୍କର) ବାଜୁଥିଲା ଡିଜେ। ନାଚ ଗୀତରେ ମତୁଆଲା ଥିଲେ ସମସ୍ତେ। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ନା ଥିଲା ସାମାଜିକ ଦୂରତା। ନାଥିଲା କାହା ମୁହଁରେ ଥିଲା ମାସ୍କ। ଏମିତି ଏକ ଜମାଣିଆ ଉତ୍ସବରେ ଏକ ବିବାହ ରୋଷଣୀ ଯାଉଥିବା ବେଳେ ହଠାତ୍‌ ସାଇରନ୍‌ ମାରି ପହଞ୍ଚିଥିଲା ପୁଲିସ। ଆଉ ପୁଲିସର ଅତର୍କିତ ଚଢ଼ାଉ ଦେଖି ବରଯାତ୍ରୀମାନେ ଚମ୍ପଟ ମାରିଥିଲେ। ଏମିତି ଏକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାରଗାରେ ଦେଖିବାକୁ ମିଳିଥିଲା। […]

The post ଡିଜେ ତାଳେ ତାଳେ ମତୁଆଲା ଥିଲେ ବରଯାତ୍ରୀ, ପହଞ୍ଚିଗଲା ପୁଲିସ, ଆଉ ତା’ପରେ… appeared first on Odisha Reporter.

]]>

ଜୟପୁର(ଟି.ଗୌରୀ ଶଙ୍କର) ବାଜୁଥିଲା ଡିଜେ। ନାଚ ଗୀତରେ ମତୁଆଲା ଥିଲେ ସମସ୍ତେ। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ନା ଥିଲା ସାମାଜିକ ଦୂରତା। ନାଥିଲା କାହା ମୁହଁରେ ଥିଲା ମାସ୍କ। ଏମିତି ଏକ ଜମାଣିଆ ଉତ୍ସବରେ ଏକ ବିବାହ ରୋଷଣୀ ଯାଉଥିବା ବେଳେ ହଠାତ୍‌ ସାଇରନ୍‌ ମାରି ପହଞ୍ଚିଥିଲା ପୁଲିସ। ଆଉ ପୁଲିସର ଅତର୍କିତ ଚଢ଼ାଉ ଦେଖି ବରଯାତ୍ରୀମାନେ ଚମ୍ପଟ ମାରିଥିଲେ। ଏମିତି ଏକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାରଗାରେ ଦେଖିବାକୁ ମିଳିଥିଲା।

ଏପରିକି ବାହାଘର ଆୟୋଜକ ପରିବାର ଓ ପୁଲିସ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ଯେ, ବୋରିଗୁମ୍ମାରେ ଚାରଗାଁରେ ଏକ ବିବାହ ଉତ୍ସବରେ ବହୁ ଭିଡ଼ ହୋଇଥିବା ଗତକାଲି ଖବର ପାଇଥିଲୁ। ସେଠି ଲୋକ ମାସ୍କ ପିନ୍ଧି ନଥିଲେ । ପାଖାପାଖି ୫୦୦-୧୦୦୦ ଲୋକ ଏକାଠି ହୋଇଥିଲେ।

ତହସିଲଦାରଙ୍କଠାରୁ ନିର୍ଦ୍ଦେଶ ପାଇ ଆମେ ଏକ ଟିମ୍‌ ନେଇ ସେଠାରେ ପହଞ୍ଚିଗଲୁ । ସେଠାରେ ଯାଇ ଦେଖିଲୁ ବାଜା ବଜେଇ ବହୁ ଲୋକଙ୍କ ଭିଡ଼ ହୋଇଛି। ବାହାହଘର ଭିଡ଼କୁ ଅଟକାଇ ଆୟୋଜକଙ୍କୁ ୮୦୦୦ ଟଙ୍କା ଫାଇନ କରିଥିଲଉ।  କୋଭିଡ୍‌ ନିୟମ ଉଲ୍ଲଂଘନ ଅନୁଯାୟୀ ଏହି ଫାଇନ କରାଯାଇଥିବା ସେ କହିଛନ୍ତି।  କରୋନାର ଦ୍ୱିତୀୟ ଲହରୀ ଜାରି ରହିଥିବା ବେଳେ ସରକାର କଡ଼ା କଟକଣା ଜାରି ରଖିଛନ୍ତି। ହେଲେ କିଛି ଅମାନିଆ କୋଭିଡ୍‌ ନିୟମକୁ ବେଖାତିର କରୁଥିବାରୁ ପରିସ୍ଥିତି ସଙ୍ଗୀନ ହେଉଥିବା ଚର୍ଚ୍ଚା ହେଉଛି।

The post ଡିଜେ ତାଳେ ତାଳେ ମତୁଆଲା ଥିଲେ ବରଯାତ୍ରୀ, ପହଞ୍ଚିଗଲା ପୁଲିସ, ଆଉ ତା’ପରେ… appeared first on Odisha Reporter.

]]>
right top 2021-04-29 18:38:26 https://cdn.odishareporter.in/wp-content/uploads/2021/04/29183419/bnm-4.jpg
ଜେଲ୍‌ରେ ରେଡ୍‌: ଟଙ୍କା, ମୋବାଇଲ୍, ପେନ୍‌ ଡ୍ରାଇଭ୍ ଜବତ https://odishareporter.in/odisha/surprise-raid-conduct-in-jeypore-sub-jail-today-morning-636576 Sun, 18 Apr 2021 05:12:26 +0000 https://odishareporter.in/?p=636576

ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁର ଉପ-କାରାଗାରରେ ଆଜି ପୁଲିସ୍ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କୋରାପୁଟ ଏସ୍‌ପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ଜେଲ୍‌ରେ ଥିବା କିଛି ବିଚାରାଧୀନ କଏଦୀଙ୍କ ଠାରୁ ୧୮,୨୦୬ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍‌, ଗୋଟିଏ ପେନ୍‌ଡ୍ରାଇଭ୍, ତିନି ସେଟ୍ ଡମ୍ବଲ୍‌, ତିନିଟି ଲୁହା ରଡ୍‌ ଓ କିଛି ପ୍ୟାକେଟ୍ ଖଇନି ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ଏଠାରେ ରହିଥିବା କିଛି […]

The post ଜେଲ୍‌ରେ ରେଡ୍‌: ଟଙ୍କା, ମୋବାଇଲ୍, ପେନ୍‌ ଡ୍ରାଇଭ୍ ଜବତ appeared first on Odisha Reporter.

]]>

ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁର ଉପ-କାରାଗାରରେ ଆଜି ପୁଲିସ୍ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କୋରାପୁଟ ଏସ୍‌ପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ଜେଲ୍‌ରେ ଥିବା କିଛି ବିଚାରାଧୀନ କଏଦୀଙ୍କ ଠାରୁ ୧୮,୨୦୬ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍‌, ଗୋଟିଏ ପେନ୍‌ଡ୍ରାଇଭ୍, ତିନି ସେଟ୍ ଡମ୍ବଲ୍‌, ତିନିଟି ଲୁହା ରଡ୍‌ ଓ କିଛି ପ୍ୟାକେଟ୍ ଖଇନି ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ଏଠାରେ ରହିଥିବା କିଛି ବିଚାରାଧୀନ କଏଦୀଙ୍କ ଠାରୁ ଏହି ସବୁ ଜିନିଷ୍ ଜବତ କରାଯାଇଛି।

ଆଜି ଭୋର୍‌ ୫ଟା ବେଳେ ଜୟପୁର ଉପ-କାରାଗାରରେ ଚଢ଼ାଉ କରାଯାଇଥିଲା। ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ଏହି ଚଢ଼ାଉ ଚାଲିଥିଲା। ଜେଲ୍‌ର ସମସ୍ତ ୮ଟି ଯାକ ପୁରୁଷ ୱାର୍ଡ ଓ ଗୋଟିଏ ମହିଳା ୱାର୍ଡରେ ଯାଞ୍ଚ କରାଯାଇଥିଲା।

ଏସ୍‌ପି ବରୁଣ ଗୁଣ୍ଠପାଲି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଜେଲ୍ ଭିତରକୁ ମୋବାଇଲ୍ ସହିତ ଏତେ ସବୁ ଜିନିଷ କେମିତି ଗଲା, ତା’ର ତଦନ୍ତ କରାଯିବ।

ଏହି ଚଢ଼ାଉରେ ଜୟପୁର ଉପଜିଲାପାଳ ହେମକାନ୍ତ ସାଏ, ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶ, ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା, ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝୀଙ୍କ ସମେତ ଜୟପୁର ଟାଉନ, ସଦର, ବୈପାରୀଗୁଡ଼ା ଓ କୁନ୍ଦୁରା ଥାନା ଅଧିକାରୀ ପ୍ରମୁଖ ସାମିଲ ଥିଲେ।

The post ଜେଲ୍‌ରେ ରେଡ୍‌: ଟଙ୍କା, ମୋବାଇଲ୍, ପେନ୍‌ ଡ୍ରାଇଭ୍ ଜବତ appeared first on Odisha Reporter.

]]>
right bottom 2021-04-18 10:43:51 https://cdn.odishareporter.in/wp-content/uploads/2021/04/18103558/jeypore.jpg
ମାଟି ନେଇଗଲା ୩ ମହିଳାଙ୍କ ଜୀବନ, ଆଉ ଜଣଙ୍କ ଅବସ୍ଥା ଗୁରୁତର https://odishareporter.in/odisha/three-women-killed-in-koraput-636165 Fri, 16 Apr 2021 11:00:46 +0000 https://odishareporter.in/?p=636165

କୋରାପୁଟ(ସୂର୍ଯ୍ୟ ପଣ୍ଡା): ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। କୋରାପୁଟ ଜିଲ୍ଲା ପୋଡ଼ାଗୁଡ଼ାରେ ଘଟିଛି ଏହି ଅଘଟଣ। ଗୁରୁତର ମହିଳାଙ୍କୁ ପଟ୍ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତ ମହିଳାଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆହତ ମହିଳାଙ୍କ ଚିକିତ୍ସା ମାଗଣା […]

The post ମାଟି ନେଇଗଲା ୩ ମହିଳାଙ୍କ ଜୀବନ, ଆଉ ଜଣଙ୍କ ଅବସ୍ଥା ଗୁରୁତର appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ପଣ୍ଡା): ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। କୋରାପୁଟ ଜିଲ୍ଲା ପୋଡ଼ାଗୁଡ଼ାରେ ଘଟିଛି ଏହି ଅଘଟଣ। ଗୁରୁତର ମହିଳାଙ୍କୁ ପଟ୍ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତ ମହିଳାଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆହତ ମହିଳାଙ୍କ ଚିକିତ୍ସା ମାଗଣା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପୂରା ଘଟଣା ଏମିତି। ପଟାଙ୍ଗୀ ଥାନା ରାଲେଗଡ଼ ପଞ୍ଚାୟତର ମିରିଆଲିପାଡ଼ୁ ଗାଁର ୧୧ ଜଣ ମହିଳା ଆଜି ସକାଳେ ଚୂନ ମାଟି ଆଣିବା ପାଇଁ ପୋଡ଼ାଗୁଡ଼ା ପାହାଡ଼କୁ ଯାଇଥିଲେ। ସେମାନଙ୍କ ଭିତରୁ ୩ ଜଣ ମହିଳା ସୁଢଙ୍ଗ ଭିତରେ ପଶି ଚୂନ ମାଟି ଖୋଳୁଥିଲେ। ଆଉ ଜଣେ ମହିଳା ସୁଢ଼ଙ୍ଗ ଭିତରୁ ପଶୁଥିବା ବେଳେ ହଠାତ୍‌ ବର୍ଷା ହେବାରୁ ମାଟି ଅତଡ଼ା ଖସିଥିଲା। ଫଳରେ ୩ ଜଣ ମହିଳା ଚାପି ହୋଇ ଯାଇଥିଲେ। ତେବେ ଚିତ୍କାର ଶୁଣି ଅନ୍ୟ ମହିଳାମାନେ ସେଠାରେ ପହଞ୍ଚି ସେମାନଙ୍କ ଭିତରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ଅନ୍ୟ ୩ ଜଣ ମହିଳା ମାଟି ଭିତରେ ପୋତି ଯାଇଥିଲେ। ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ମହିଳାଙ୍କୁ ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାରୁ ପ୍ରକାଶ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଜିଲ୍ଲା କୋରାପୁର ଆଦିବାସୀମାନେ ଘର ଲିପିବାରେ ଚୂନ ମାଟି ବ୍ୟବହାର କରିଥାଆନ୍ତି। ସେଥିପାଇଁ ପାହାଡ଼ ପାଖକୁ ଯାଇ ଚୂନମାଟି ଘର ଲିପାପୋଛା କରିଥାଆନ୍ତି।

 

The post ମାଟି ନେଇଗଲା ୩ ମହିଳାଙ୍କ ଜୀବନ, ଆଉ ଜଣଙ୍କ ଅବସ୍ଥା ଗୁରୁତର appeared first on Odisha Reporter.

]]>
right bottom 2021-04-16 18:37:17 https://cdn.odishareporter.in/wp-content/uploads/2021/04/16162749/police-7.jpg