ମାଲକାନଗିରି – Odisha Reporter https://odishareporter.in Sun, 21 Nov 2021 04:23:18 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ମାଲକାନଗିରି – Odisha Reporter https://odishareporter.in 32 32 ୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍ https://odishareporter.in/odisha/ganja-seized-cost-3-lakhs-693422 Sun, 21 Nov 2021 04:18:44 +0000 https://odishareporter.in/?p=693422

‌ମାଲକାନଗିରି (ରତ୍ନାକର ପ୍ରଧାନ): ୩ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କଲା ପୁଲିସ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ  ଲଗାଯାଇଥିବା ଗଞ୍ଜେଇ ଗଛକୁ ପୁଲିସ ନଷ୍ଟ କରିଦେଇଛି। ମିଳିଥିବା ସୂଚନା ଅନୁସାରେ, ଚିତ୍ରକୋଣ୍ଡାରେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ୍ କରାଯାଇଥିବା ପୁଲିସ ଖବର ପାଇଥିଲା। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପୁରଣା ବନଗୁରୁ, ପାବଳିଗୁଡା, ଲାଂଭାସିଙ୍ଘ, ରରାଗଣିଗୁଡା ଓ ସାରିଆପାଲି ଅଞ୍ଚଳରେ ଗତ ଦୁଇ ଧରି ପୁଲିସ ଚଢ଼ାଉ କରିଥିଲା।୨୦୫ […]

The post ୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍ appeared first on Odisha Reporter.

]]>

ମାଲକାନଗିରି (ରତ୍ନାକର ପ୍ରଧାନ): ୩ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କଲା ପୁଲିସ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ  ଲଗାଯାଇଥିବା ଗଞ୍ଜେଇ ଗଛକୁ ପୁଲିସ ନଷ୍ଟ କରିଦେଇଛି।

ମିଳିଥିବା ସୂଚନା ଅନୁସାରେ, ଚିତ୍ରକୋଣ୍ଡାରେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ୍ କରାଯାଇଥିବା ପୁଲିସ ଖବର ପାଇଥିଲା। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପୁରଣା ବନଗୁରୁ, ପାବଳିଗୁଡା, ଲାଂଭାସିଙ୍ଘ, ରରାଗଣିଗୁଡା ଓ ସାରିଆପାଲି ଅଞ୍ଚଳରେ ଗତ ଦୁଇ ଧରି ପୁଲିସ ଚଢ଼ାଉ କରିଥିଲା।୨୦୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ  ନିଆଁ ଜାଳି ପୁଲିସ ନଷ୍ଟ କରିଦେଇଥିଲା।

ଏସଡିପିଓଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହିଭଳି ଆଗାମୀ ଦିନରେ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି ପୁଲିସ କହିଛି ।

 

 

The post ୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍ appeared first on Odisha Reporter.

]]>
right bottom 2021-11-21 09:53:18 https://odishareporter.in/wp-content/uploads/2021/11/Untitled-1-43.jpg
ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ https://odishareporter.in/odisha/two-killed-in-an-accident-689984 Mon, 08 Nov 2021 08:22:50 +0000 https://odishareporter.in/?p=689984

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମଭି ୩୭ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଦୀପକ ବିଶ୍ୱାସ ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ। ଦୀପକ ଓ ସିପ୍ରା ବାଇକ୍ ଯୋଗେ ବାଲିମେଳା ଯାଉଥିଲେ। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଅଟା ବୋଝେଇ ଟ୍ରକ୍ ସହ ସେମାନଙ୍କର ମୁହାଁମୁହିଁ ଧକ୍କା […]

The post ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ appeared first on Odisha Reporter.

]]>

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମଭି ୩୭ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଦୀପକ ବିଶ୍ୱାସ ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ।

ଦୀପକ ଓ ସିପ୍ରା ବାଇକ୍ ଯୋଗେ ବାଲିମେଳା ଯାଉଥିଲେ। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଅଟା ବୋଝେଇ ଟ୍ରକ୍ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ବାଇକ୍‌କୁ ଧକ୍କା ଦେବା ପରେ ଟ୍ରକ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଟ୍ରକ୍ ଡ୍ରାଇଭର ଓର୍କେଲ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ  ଜଣାଇଥିଲେ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହା ସହ ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି। ଟ୍ରକ୍ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

The post ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ appeared first on Odisha Reporter.

]]>
right bottom 2021-11-08 13:52:50 https://odishareporter.in/wp-content/uploads/2021/11/aaaaaaa.jpg
ନକ୍ସଲଙ୍କୁ ଚେକ୍ ଦେବା ପାଇଁ ଗଠନ ହେଲା ବସ୍ତର ଟାଇଗର ଫୋର୍ସ https://odishareporter.in/odisha/malkanagiri/bastar-tiger-force-formed-to-fight-against-naxal-684539 Sat, 16 Oct 2021 15:30:14 +0000 https://odishareporter.in/?p=684539

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲ ଦମନ ନେଇ ଛତିଶଗଡ଼ ପୁଲିସ ଆପଣାଇଛି ନୂଆ ଷ୍ଟ୍ରାଟେଜୀ। ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ ଟ୍ରେନିଂ ଆମ୍ବିଆନ୍ସ। ଛତିଶଗଡ ଦନ୍ତେୱାଡା ଜିଲ୍ଲା ପୁଲିସ କ୍ୟାମ୍ପରେ ତାଲିମ ନେଉଛନ୍ତି ଲାଲ ଇଲାକାର ଆଦିବାସୀ ଯୁବକ ଯୁବତୀ। ସକାଳୁ ସନ୍ଧ୍ୟା ଯାଏଁ କଠିନ ପ୍ରଶିକ୍ଷଣ କରୁଛନ୍ତି। ପ୍ରଥମେ ବ୍ୟାୟାମ, ଆଉ ତାପରେ ରନିଂ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ସଟ୍ ପୁଟର ତାଲିମ ଦେଉଛନ୍ତି। ଟ୍ରେନର କମ୍ବିଂ […]

The post ନକ୍ସଲଙ୍କୁ ଚେକ୍ ଦେବା ପାଇଁ ଗଠନ ହେଲା ବସ୍ତର ଟାଇଗର ଫୋର୍ସ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲ ଦମନ ନେଇ ଛତିଶଗଡ଼ ପୁଲିସ ଆପଣାଇଛି ନୂଆ ଷ୍ଟ୍ରାଟେଜୀ। ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ ଟ୍ରେନିଂ ଆମ୍ବିଆନ୍ସ। ଛତିଶଗଡ ଦନ୍ତେୱାଡା ଜିଲ୍ଲା ପୁଲିସ କ୍ୟାମ୍ପରେ ତାଲିମ ନେଉଛନ୍ତି ଲାଲ ଇଲାକାର ଆଦିବାସୀ ଯୁବକ ଯୁବତୀ। ସକାଳୁ ସନ୍ଧ୍ୟା ଯାଏଁ କଠିନ ପ୍ରଶିକ୍ଷଣ କରୁଛନ୍ତି। ପ୍ରଥମେ ବ୍ୟାୟାମ, ଆଉ ତାପରେ ରନିଂ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ସଟ୍ ପୁଟର ତାଲିମ ଦେଉଛନ୍ତି। ଟ୍ରେନର କମ୍ବିଂ ବେଳେ ଜଙ୍ଗଲରୁ ଖସିଯାଉଥିବା ନକ୍ସଲଙ୍କୁ ଧରିବାକୁ ଦିଆଯାଉଛି ସବୁ ପ୍ରକାରର ଟ୍ରେନିଂ। ଆଉ ଏସବୁର ପରିଚାଳନା କରୁଛନ୍ତି ଖୋଦ୍ ଦନ୍ତେୱାଡା ଏସପି।

ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ୮ଟି ବସ୍ତର ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଭର୍ତ୍ତି ହେବେ ଏହି ଯୁବକଯୁବତୀ। ସକାଳ ୬ଟାରୁ ଏହି ତାଲିମ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲୁଛି। ପ୍ରତ୍ୟେକ ସିଫ୍ଟରେ ୩୦ରୁ ୪୦ ଜଣ ଯୁବକ ଯୁବତୀ ତାଲିମ ନେଉଛନ୍ତି। ପ୍ରଶାସନ ପକ୍ଷରୁ ଏମାନଙ୍କୁ ରହିବା ଖାଇବା ସଂପୂର୍ଣ୍ଣ ମାଗଣା ଦିଆଯାଉଛି।

ଏହି ବସ୍ତର ଫାଇଟର ଲାଲ ଇଲାକାର ଯୁବକଯୁବତୀ ସାମିଲ ହେଉଥିବାରୁ ପୁଲିସ ନକ୍ସଲ ଦମନରେ ଅଧିକା ସଫଳତା ପାଇବାର ଆଶା ରଖିଛି। କାରଣ ଏହି ଯୁବକଯୁବତୀଙ୍କ ଜୀବନ କାଳ ଘଞ୍ଚ ଜଙ୍ଗଲ ଓ ନକ୍ସଲଙ୍କ ସଂସ୍ପର୍ଶରେ ବିତିଛି। ନକ୍ସଲଙ୍କ ଷ୍ଟ୍ରାଟେଜୀ, ଗତିବିଧି ଉପରେ ବେଶ ଅବଗତ ରହିଛନ୍ତି ଏହି ଯୁବକଯୁବତୀ। ଏହା ସହ ସ୍ଥାନୀୟ ଭାଷା ମାଓ ବାଦୀଙ୍କ ସୂଚନା ମିଳାଇବାରେ ଅନେକ ସହୟତା ମିଳିବ। ଏହାସହ ଜଙ୍ଗଲରେ କେଉଁ କେଉଁମାନେ ସାଧା ପୋଷାକରେ ରହି ନକ୍ସଲଙ୍କୁ ସହଯୋଗ କରି ଆସୁଛନ୍ତି, ତାହା ଏମାନଙ୍କୁ ବେଶ ଭଲ ଭାବେ ଜଣା। ତେଣୁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ଏହି ଯୁବକ ଯୁବତୀଙ୍କୁ ନେଇ ଫୋର୍ସ ଗଠନ କରିବା ସହ ନକ୍ସଲ ଦମନରେ ବଡ଼ ଧରଣର ସଫଳତା ପାଇବାକୁ ଆଶା ରଖିଛି ଛତିଶଗଡ଼ ପୁଲିସ।

ନକ୍ସଲଙ୍କ ଭୟରେ ବର୍ଷ ବର୍ଷ ଧରି ଏହି ଯୁବକଯୁବତୀମାନେ ସେମାନଙ୍କୁ ସହଯୋଗ କରିବା ସହ ପୁଲିସ ବାହିନୀକୁ ବିରୋଧ କରି ଆସୁଥିଲେ। କିନ୍ତୁ ଏବେ ମନ ବଦଳାଇ ଅଞ୍ଚଳର ବିକାଶ ଓ ଲାଲ ବାହିନୀକୁ ଜବାବ ଦେବା ପାଇଁ ଲାଲ ଇଲାକାରୁ ଗୋଡ଼ କାଢ଼ି ପହଞ୍ଚିଛନ୍ତି ଜିଲ୍ଲା ସଦର ମହକୁମାରେ ଏବଂ ନିଜ ଅଞ୍ଚଳକୁ ସଂପୂର୍ଣ୍ଣ ନକ୍ସଲ ମୁକ୍ତ କରିବା ସହ ଅଂଚଳରେ ବିକାଶ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

The post ନକ୍ସଲଙ୍କୁ ଚେକ୍ ଦେବା ପାଇଁ ଗଠନ ହେଲା ବସ୍ତର ଟାଇଗର ଫୋର୍ସ appeared first on Odisha Reporter.

]]>
right bottom 2021-10-16 21:00:14 https://odishareporter.in/wp-content/uploads/2021/10/naxal.jpg
୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ https://odishareporter.in/odisha/jawans-returned-camp-after-search-operation-683691 Wed, 13 Oct 2021 05:35:35 +0000 https://odishareporter.in/?p=683691

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସ୍ଓଜି ଓ ଡିଭିଏଫର ଯବାନ। ଅପରେସନ୍ ବେଳେ ନିହତ ତିନି ନକ୍ସଲଙ୍କ ମୃତଦେହ ସହ ଜବତ ବନ୍ଧୁକ ଏବଂ ଅନ୍ୟ ସାମଗ୍ରୀ ଧରି ମାଲକାନଗିରି ସଦର ମହକୁମାକୁ ଫେରିଛନ୍ତି ସୁରକ୍ଷାକର୍ମୀ। ଗତକାଲି ସକାଳ ୭ଟା ସମୟରେ ମାଲକାନଗିରି ଜିଲ୍ଲା ତୁଳସୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ଏସ୍ଓଜି ଓ ଡିଭିଏଫ୍ ଯବାନ।  […]

The post ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସ୍ଓଜି ଓ ଡିଭିଏଫର ଯବାନ। ଅପରେସନ୍ ବେଳେ ନିହତ ତିନି ନକ୍ସଲଙ୍କ ମୃତଦେହ ସହ ଜବତ ବନ୍ଧୁକ ଏବଂ ଅନ୍ୟ ସାମଗ୍ରୀ ଧରି ମାଲକାନଗିରି ସଦର ମହକୁମାକୁ ଫେରିଛନ୍ତି ସୁରକ୍ଷାକର୍ମୀ।

ଗତକାଲି ସକାଳ ୭ଟା ସମୟରେ ମାଲକାନଗିରି ଜିଲ୍ଲା ତୁଳସୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ଏସ୍ଓଜି ଓ ଡିଭିଏଫ୍ ଯବାନ।  ଜଙ୍ଗଲ ଭିତରେ ନକ୍ସଲଙ୍କ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା। ଗୁଳି ବିନିମୟରେ ତିନି ନକ୍ସଲ ନିହତ ହୋଇଥିଲେ। ନିହତ ତିନି ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାଯାଇଛି। ସେମାନେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ କାମ କରୁଥିଲେ।

ସର୍ଚ୍ଚ ଅପରେସନ୍ ପରେ ଜଙ୍ଗଲ ମଧ୍ୟରୁ ୨ଟି ବନ୍ଧୁକ ଜବତ ହୋଇଥିଲା।  ଏହାବାଦ ଜଙ୍ଗଲରେ ଚାଲିଥିବା ଏହି ଅଭିଯାନ ବେଳେ ଯବାନ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରିଥିଲେ।

ସୂଚନାଯୋଗ୍ୟ,ନକ୍ସଲ ଅପରେସନର ସମୀକ୍ଷା ପାଇଁ ଆଜି ପୁଲିସ ଡିଜି ଅଭୟ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଛନ୍ତି।

 

The post ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ appeared first on Odisha Reporter.

]]>
right top 2021-10-13 11:05:35 https://odishareporter.in/wp-content/uploads/2021/10/COMBING-operction.jpg
ତୁଳସୀ ପାହାଡ଼ରେ ମୁହାଁମୁହିଁ, ପୁଲିସ୍ ଗୁଳିରେ ୩ ନକ୍ସଲ ନିହତ https://odishareporter.in/odisha/3-naxals-dead-in-combing-operation-in-malkangiri-683438 Tue, 12 Oct 2021 06:00:43 +0000 https://odishareporter.in/?p=683438

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ପୁଲିସ୍‌। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ  ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତ ୩ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରୁ ୨ଟି ବନ୍ଧୁକ ବି ଜବତ କରାଯାଇଛି। ପ୍ରେସ୍‌ମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ । ସୂଚନା ଅନୁଯାୟୀ, ତୁଳସୀ ପାହାଡ଼ରେ ପ୍ରାୟ ୩୦ରୁ […]

The post ତୁଳସୀ ପାହାଡ଼ରେ ମୁହାଁମୁହିଁ, ପୁଲିସ୍ ଗୁଳିରେ ୩ ନକ୍ସଲ ନିହତ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ପୁଲିସ୍‌। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ  ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତ ୩ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରୁ ୨ଟି ବନ୍ଧୁକ ବି ଜବତ କରାଯାଇଛି। ପ୍ରେସ୍‌ମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

ସୂଚନା ଅନୁଯାୟୀ, ତୁଳସୀ ପାହାଡ଼ରେ ପ୍ରାୟ ୩୦ରୁ ୪୦ ନକ୍ସଲ ଥିବା ବେଳେ ସେମାନଙ୍କ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ କ୍ୟାଡର ନକ୍ସଲ ଥିଲେ।  ଏହି ନକ୍ସଲମାନେ ୨ ଦିନରୁ ଊର୍ଦ୍ଧ୍ୱ ହେବ ସେଠାରେ ଶିବିର କରି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସଂଗଠନରେ ସାମିଲ କରୁଥିଲେ।

ଆଜି ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ସହିତ ପୁଲିସ୍‌ ଆଖପାଖ ଗ୍ରାମବାସୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଲାଇଛି।

The post ତୁଳସୀ ପାହାଡ଼ରେ ମୁହାଁମୁହିଁ, ପୁଲିସ୍ ଗୁଳିରେ ୩ ନକ୍ସଲ ନିହତ appeared first on Odisha Reporter.

]]>
centre bottom 2021-10-12 13:29:24 https://odishareporter.in/wp-content/uploads/2021/09/naxal-1.jpg
ବାପାମା’ କାମକୁ ଯାଇଥିବା ବେଳେ ବୁଡ଼ି ଗଲେ ଦୁଇ ଭଉଣୀ https://odishareporter.in/odisha/two-minor-sisters-drowned-to-death-in-malkangiri-682906 Sat, 09 Oct 2021 12:24:05 +0000 https://odishareporter.in/?p=682906

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ବାପାମା’ ଘରେ ନଥିବା ବେଳେ ବୁଡ଼ି ଗଲେ ଦୁଇ ଭଉଣୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ। ମୃତ ଦୁଇ ଭଉଣୀ ହେଲେ ରାଜେଶ୍ୱରୀ ପଡ଼ିଆମୀ ଓ ଶିବାନୀ ପଡ଼ିଆମୀ। ରାଜେଶ୍ୱରୀକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଶିବାନୀକୁ ୨ ବର୍ଷ ହୋଇଥିଲା। ଆଜି ଦିପହରେ ପ୍ରକାଶ ପଡ଼ିଆମୀ ଓ ତାଙ୍କ ପତ୍ନୀ ରାମେ ପଡ଼ିଆମୀ ଜମିକୁ କାମ କରିବାକୁ ଯାଇଥିଲେ। […]

The post ବାପାମା’ କାମକୁ ଯାଇଥିବା ବେଳେ ବୁଡ଼ି ଗଲେ ଦୁଇ ଭଉଣୀ appeared first on Odisha Reporter.

]]>

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ବାପାମା’ ଘରେ ନଥିବା ବେଳେ ବୁଡ଼ି ଗଲେ ଦୁଇ ଭଉଣୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ।

ମୃତ ଦୁଇ ଭଉଣୀ ହେଲେ ରାଜେଶ୍ୱରୀ ପଡ଼ିଆମୀ ଓ ଶିବାନୀ ପଡ଼ିଆମୀ। ରାଜେଶ୍ୱରୀକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଶିବାନୀକୁ ୨ ବର୍ଷ ହୋଇଥିଲା।

ଆଜି ଦିପହରେ ପ୍ରକାଶ ପଡ଼ିଆମୀ ଓ ତାଙ୍କ ପତ୍ନୀ ରାମେ ପଡ଼ିଆମୀ ଜମିକୁ କାମ କରିବାକୁ ଯାଇଥିଲେ। ଘରେ ଦୁଇ ଝିଅ- ରାଜେଶ୍ୱରୀ ଓ ଶିବାନୀ ଥିଲେ। ଦୁହେଁ ଖେଳୁ ଖେଳୁ ଘର ପାଖ ପୋଖରୀରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ଖବର ପାଇ ପ୍ରକାଶ ଓ ରାମେ ଆସି ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକରଛାୟା ଖେଳି ଯାଇଛି।

The post ବାପାମା’ କାମକୁ ଯାଇଥିବା ବେଳେ ବୁଡ଼ି ଗଲେ ଦୁଇ ଭଉଣୀ appeared first on Odisha Reporter.

]]>
right bottom 2021-10-09 20:36:17 https://cdn.odishareporter.in/wp-content/uploads/2020/02/14121336/drown-in-water000.jpg
ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ! ଜିଲ୍ଲା ମୁଖ୍ୟାଳୟକୁ ଗଲେ ଥାନା ଅଧିକାରୀ https://odishareporter.in/odisha/malkanagiri/motu-police-station-in-charge-transferred-to-districts-head-quarters-681512 Mon, 04 Oct 2021 15:15:31 +0000 https://odishareporter.in/?p=681512

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ମୋଟୁ ଥାନାରେ ୨ ଚୋରି ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲାରେ ମୋଟୁ ଥାନା ଅଧିକାରୀ ସୋମନାଥ ଦଳବେହେରାଙ୍କର ବଦଳି ହୋଇଛି। ସୋମନାଥଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଚୋରି ଅଭିଯୋଗରେ ୨ ଜଣଙ୍କୁ ଉଠାଇ ଆଣି ୩ ଦିନ ଧରି ଥାନାରେ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ମାଡ଼ ଖାଇଥିବା ଦୁଇ ପୀଡ଼ିତ ଯୁବକ ହେଲେ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାର। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ […]

The post ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ! ଜିଲ୍ଲା ମୁଖ୍ୟାଳୟକୁ ଗଲେ ଥାନା ଅଧିକାରୀ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ମୋଟୁ ଥାନାରେ ୨ ଚୋରି ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲାରେ ମୋଟୁ ଥାନା ଅଧିକାରୀ ସୋମନାଥ ଦଳବେହେରାଙ୍କର ବଦଳି ହୋଇଛି। ସୋମନାଥଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଚୋରି ଅଭିଯୋଗରେ ୨ ଜଣଙ୍କୁ ଉଠାଇ ଆଣି ୩ ଦିନ ଧରି ଥାନାରେ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ମାଡ଼ ଖାଇଥିବା ଦୁଇ ପୀଡ଼ିତ ଯୁବକ ହେଲେ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାର। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ତଳେ MV-89 ଗାଁର ଜଣଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରୀ ଘଟଣାକୁ ନେଇ ଗାଁରେ ଦୁଇ ଯୁବକଙ୍କୁ ସନ୍ଦେହ କରାଯାଇଥିଲା। ଯାହା ପରେ ଗାଁରେ ଗଠନ ହୋଇଥିବା ଖାପ ପଞ୍ଚାୟତରେ ଦୁଇ ଯୁବକଙ୍କୁ ପ୍ରବଳ ମାରପିଟ୍ କରାଯାଇଥିଲା। ଗାଁର ନିଷ୍ପତ୍ତି ଅନୁସାରେ ଦୁଇ ଯୁବକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଯାହା ପରେ ପୁଲିସ ଏମାନଙ୍କୁ ଉଠାଇ ନେଇଥିଲା।

ତେବେ ପୋଲିସ କଷ୍ଟଡିରେ ତିନି ଦିନ କାଳ ଏହି ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ପୁଲିସ୍ କିନ୍ତୁ ଅଭିଯୋଗକୁ ଅସ୍ୱୀକାର କରିଛି। ମାଲକାନିଗିରି ଏସ୍‌ପି କହିଛନ୍ତି ପୁଲିସ୍ ହେପାଜତରେ ଯୁବକଙ୍କୁ ମାଡ଼ ମରାଯାଇ ନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରି ପୁଲିସ୍ ଜିମା ଦେଇଥିଲେ। ଏନେଇ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।

The post ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ! ଜିଲ୍ଲା ମୁଖ୍ୟାଳୟକୁ ଗଲେ ଥାନା ଅଧିକାରୀ appeared first on Odisha Reporter.

]]>
right bottom 2021-10-04 20:45:31 https://odishareporter.in/wp-content/uploads/2021/10/motu.jpg
ସାଂଘାତିକ ଅଭିଯୋଗ: ଅଟକ ଯୁବକଙ୍କୁ ନିର୍ଧୂମ ମାଡ଼ https://odishareporter.in/odisha/police-had-severely-beaten-2-detained-person-681363 Mon, 04 Oct 2021 08:16:09 +0000 https://odishareporter.in/?p=681363

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ୩ ଦିନ କାଳ ନିର୍ଧୂମ ପିଟିଲା ପୁଲିସ୍‌।  ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି । ଯୁବକଦ୍ୱୟ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି। ଏପରି ସାଂଘାତିକ ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତ ଯୁବକ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାରଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଏମଭି-୮୯ ଗାଁରୁ ଜଣଙ୍କ ଘରୁ […]

The post ସାଂଘାତିକ ଅଭିଯୋଗ: ଅଟକ ଯୁବକଙ୍କୁ ନିର୍ଧୂମ ମାଡ଼ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ୩ ଦିନ କାଳ ନିର୍ଧୂମ ପିଟିଲା ପୁଲିସ୍‌।  ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି । ଯୁବକଦ୍ୱୟ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି। ଏପରି ସାଂଘାତିକ ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ହୋଇଥିବା ଅଭିଯୋଗ ହୋଇଛି।

ପୀଡ଼ିତ ଯୁବକ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାରଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଏମଭି-୮୯ ଗାଁରୁ ଜଣଙ୍କ ଘରୁ ସୁନାଗହଣା ଓ ନଗଦ ଟଙ୍କା ଚୋରି ଘଟଣାରେ ଗାଁରେ ଖାପ୍ ପଞ୍ଚାୟତ ବସି ସେମାନଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଏହାପରେ ଥାନାରେ ଅଭିଯୋଗ ପରେ ପୋଲିସ୍ ସେମାନଙ୍କୁ ଉଠାଇ ଆଣି ତିନି ଦିନ କାଳ ନିସ୍ତୁକ ପିଟିଥିଲା ।

ପୋଲିସ୍ କିନ୍ତୁ ଅଭିଯୋଗକୁ ଅସ୍ୱୀକାର କରିଛି । ମାଲକାନିଗିରି ଏସ୍‌ପି କହିଛନ୍ତି ପୋଲିସ୍ ହେପାଜତରେ ଯୁବକଙ୍କୁ ମାଡ଼ ମରାଯାଇ ନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରି ପୁଲିସ୍ ଜିମା ଦେଇଥିଲେ । ଏନେଇ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି ।

The post ସାଂଘାତିକ ଅଭିଯୋଗ: ଅଟକ ଯୁବକଙ୍କୁ ନିର୍ଧୂମ ମାଡ଼ appeared first on Odisha Reporter.

]]>
right top 2021-10-04 13:46:09 https://odishareporter.in/wp-content/uploads/2021/10/medical.jpg
ସୁପରଭାଇଜରଙ୍କୁ ହତ୍ୟା, ୪ଟି ଗାଡ଼ି ଜାଳିଦେଲେ https://odishareporter.in/odisha/naxal-killed-supervisor-in-malkangiri-678529 Fri, 24 Sep 2021 04:51:11 +0000 https://odishareporter.in/?p=678529

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ବର୍ବରକାଣ୍ଡ ଘଟାଇଛନ୍ତି ନକ୍ସଲ। ଜଣେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିବା ପରେ ୪ଟି ଗାଡ଼ି ଜାଳି ଦେଇଛନ୍ତି ନକ୍ସଲ। ମୃତ ସୁପରଭାଇଜର ଜଣଙ୍କ ହେଲେ ସନ୍ଦୀପ। ଗତକାଲି ରାତିରେ ନକ୍ସଲମାନେ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ର ନାରାୟଣପୁର ଜିଲ୍ଲା ମୋଡ଼େନାରରେ ରାସ୍ତା କାମ ଚାଲିଥିଲା। ଏହି ରାସ୍ତା କାମକୁ ନକ୍ସଲମାନେ ବିରୋଧ କରି ଗୋଟିଏ ଟିପ୍ପର, ଦୁଇଟି ଟ୍ରାକ୍ଟର […]

The post ସୁପରଭାଇଜରଙ୍କୁ ହତ୍ୟା, ୪ଟି ଗାଡ଼ି ଜାଳିଦେଲେ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ବର୍ବରକାଣ୍ଡ ଘଟାଇଛନ୍ତି ନକ୍ସଲ। ଜଣେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିବା ପରେ ୪ଟି ଗାଡ଼ି ଜାଳି ଦେଇଛନ୍ତି ନକ୍ସଲ। ମୃତ ସୁପରଭାଇଜର ଜଣଙ୍କ ହେଲେ ସନ୍ଦୀପ। ଗତକାଲି ରାତିରେ ନକ୍ସଲମାନେ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାଯାଇଛି।

                                            ଗାଡ଼ି ଜାଳିଦେଲେ

ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ର ନାରାୟଣପୁର ଜିଲ୍ଲା ମୋଡ଼େନାରରେ ରାସ୍ତା କାମ ଚାଲିଥିଲା। ଏହି ରାସ୍ତା କାମକୁ ନକ୍ସଲମାନେ ବିରୋଧ କରି ଗୋଟିଏ ଟିପ୍ପର, ଦୁଇଟି ଟ୍ରାକ୍ଟର  ଓ ଗୋଟିଏ ବାଇକକୁ ଜାଳିଦେଇଛନ୍ତି।ଘଟଣାସ୍ଥଳରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି। ଏହି ହିଂସାକାଣ୍ଡରେ  ଶତାଧିକ ସଶସ୍ତ୍ର ମହିଳା  ଓ ପୁରୁଷ  ନକ୍ସଲ ସାମିଲ ଥିଲେ। ଏହି ଘଟଣାପରେ ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

The post ସୁପରଭାଇଜରଙ୍କୁ ହତ୍ୟା, ୪ଟି ଗାଡ଼ି ଜାଳିଦେଲେ appeared first on Odisha Reporter.

]]>
Naxal activities, naxal attack, right bottom 2021-09-24 13:52:48 https://odishareporter.in/wp-content/uploads/2021/09/naxal-1.jpg
ସାଙ୍ଗ ହୋଇ ଖେଳୁଥିଲେ ୨ ଶିଶୁ, ଆଉ ଘରକୁ ଫେରିଲେନି https://odishareporter.in/odisha/2-children-drown-in-water-672526 Fri, 03 Sep 2021 06:04:58 +0000 https://odishareporter.in/?p=672526

ମାଲକାନଗିରି(ଜିତେନ୍ଦ୍ର ବେଉରା): ଖେଳୁଥିବା ବେଳେ ପୋଖରୀରେ ବୁଡି ଗଲେ ଦୁଇ ଜଣ ଶିଶୁ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କମାରଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଶିଶୁଦ୍ୱୟ ହେଲେ ମାଡକାମି ର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ। ସୂଚନା ଅନୁଯାୟୀ, ଉଭୟ ଆଜି ସକାଳେ ଘର ନିକଟରେ ଖେଳୁଥିଲେ । ମାତ୍ର  ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ […]

The post ସାଙ୍ଗ ହୋଇ ଖେଳୁଥିଲେ ୨ ଶିଶୁ, ଆଉ ଘରକୁ ଫେରିଲେନି appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ଖେଳୁଥିବା ବେଳେ ପୋଖରୀରେ ବୁଡି ଗଲେ ଦୁଇ ଜଣ ଶିଶୁ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କମାରଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଶିଶୁଦ୍ୱୟ ହେଲେ ମାଡକାମି ର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ।

ସୂଚନା ଅନୁଯାୟୀ, ଉଭୟ ଆଜି ସକାଳେ ଘର ନିକଟରେ ଖେଳୁଥିଲେ । ମାତ୍ର  ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏହାପରେ ପରିବାର ଲୋକ ଖୋଜାଖୋଜି  ଆରମ୍ଭ କରିଥିଲେ। ଏହାପରେ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଗାଁ ପୋଖରୀରେ ଖୋଜାଖୋଜି କରି ସେଠାରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ଉଭୟଙ୍କୁ ଅଚେତ ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

The post ସାଙ୍ଗ ହୋଇ ଖେଳୁଥିଲେ ୨ ଶିଶୁ, ଆଉ ଘରକୁ ଫେରିଲେନି appeared first on Odisha Reporter.

]]>
right bottom 2021-09-03 11:34:58 https://cdn.odishareporter.in/wp-content/uploads/2021/09/03113216/svvv.jpg
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ https://odishareporter.in/odisha/two-naxals-killed-chhatishgarh-669505 Tue, 24 Aug 2021 06:05:43 +0000 https://odishareporter.in/?p=669505

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ଟପ୍ କମାଣ୍ଡରଙ୍କ ସମେତ ୨ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୁକମା ଏସ୍‌ପି ସୁନୀଲ ଶର୍ମାଙ୍କ ସୂଚନା ଅନୁଯାୟୀ, ଛତିଶଗଡ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନର ମିଳିତ ଟିମ୍ ଗୋମ୍ପାଡ ଏବଂ କହ୍ନାଇଗୁଡ଼ା ଗାଁ ନିକଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଲାଇଥିଲେ। ଆଜି ସକାଳେ ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ […]

The post ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ appeared first on Odisha Reporter.

]]>

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ଟପ୍ କମାଣ୍ଡରଙ୍କ ସମେତ ୨ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ସୁକମା ଏସ୍‌ପି ସୁନୀଲ ଶର୍ମାଙ୍କ ସୂଚନା ଅନୁଯାୟୀ, ଛତିଶଗଡ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନର ମିଳିତ ଟିମ୍ ଗୋମ୍ପାଡ ଏବଂ କହ୍ନାଇଗୁଡ଼ା ଗାଁ ନିକଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଲାଇଥିଲେ। ଆଜି ସକାଳେ ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଦୁଇ ନକ୍ସଲଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ। ତେବେ ସେମାନଙ୍କ ମଧ୍ୟରୁ ଜଣେ କୋଣ୍ଟା ଏରିଆ କମାଣ୍ଡର କବାସୀ ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ୍ ଚାଲିଥିବା ସୁକମା ଏସ୍‌ପି ସୂଚନା ଦେଇଛନ୍ତି।

The post ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ appeared first on Odisha Reporter.

]]>
right bottom 2021-08-24 11:35:43 https://cdn.odishareporter.in/wp-content/uploads/2021/04/18075116/Naxal-3.jpg
ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର https://odishareporter.in/odisha/48-mine-tender-canceled-inn-malkangiri-669478 Tue, 24 Aug 2021 03:57:19 +0000 https://odishareporter.in/?p=669478

 ମାଲକାନଗିରି(ଜିତେନ୍ଦ୍ର ବେଉରା): ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତ ମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଟେଣ୍ଡର ଦିଆଯାଇଥିବା ବେଳେ ଏବେ ତାହାକୁ ବାତିଲ କରି ଦିଆଯାଇଛି। ଟେଣ୍ଡର ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ  ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି।   ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ବିଶାଲ ସିଂ  ଏପରି ପଦକ୍ଷେପ ନେଇଛନ୍ତି । ଯାହାକି ଏବେ […]

The post ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର appeared first on Odisha Reporter.

]]>

 ମାଲକାନଗିରି(ଜିତେନ୍ଦ୍ର ବେଉରା): ଲଘୁ ଖଣିଜ ଉତ୍ସ ନିଲାମ ପାଇଁ ଗତ ମାର୍ଚ୍ଚରେ ମାଲକାନଗିରି ଜିଲ୍ଲାରେ ୪୮ଟି ଖଣି ଲିଜ୍ ପାଇଁ ଟେଣ୍ଡର ଦିଆଯାଇଥିବା ବେଳେ ଏବେ ତାହାକୁ ବାତିଲ କରି ଦିଆଯାଇଛି। ଟେଣ୍ଡର ଅନିୟମିତତାରେ ପୂର୍ବତନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଏବେ  ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରି ଦିଆଯାଇଛି।   ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଜିଲ୍ଲାପାଳ ବିଶାଲ ସିଂ  ଏପରି ପଦକ୍ଷେପ ନେଇଛନ୍ତି । ଯାହାକି ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। 

 ସୂଚନାଯୋଗ୍ୟ,  ଟେଣ୍ଡର ଅନିୟମିତତାରେ ପୂର୍ବତନ  ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ସମ୍ପୃକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ ।  ଟେଣ୍ଡର ତହସିଲରେ ହେବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ ନିଜେ ଟେଣ୍ଡର କାଗଜପତ୍ର ଘରକୁ ନେଇ ତାହାକୁ ବଦଳାଇଥିବା ଅଭିଯୋଗ ହୋଇଥିଲା।   ଏପରିକି କ୍ଷମତାର ଦୁରୁପଯୋଗ କରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସିଧାସଳଖ ଅଭିଯୋଗ ଆଣିଥିଲେ ପ୍ରଦୀପ ମାଝୀ। ଏହାପରେ ପୂର୍ବତନ ଜିଲ୍ଲାପାଳଙ୍କ ବଦଳି କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆରଡିସି ।

ପ୍ରାୟ ୬ ମାସ ପରେ ସମସ୍ତ ୪୮ ଖଣିର ଟେଣ୍ଡର ବାତିଲ କରାଯିବା ପରେ ଏହା ପଛରେ ଥିବା ସାଂଘାତିକ ଚଞ୍ଚକତା ପଦାରେ ପଡ଼ିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।  

ଖଣି ଟେଣ୍ଡର ଫିକ୍ସି ନେଇ ଗତ ମାର୍ଚ୍ଚରେ ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝି ବହୁ ସାଂଘାତିକ ତଥ୍ୟ ସାମନାକୁ ଆଣିଥିଲେ। ପ୍ରଦୀପଙ୍କ କହିବାନୁଯାୟୀ, ଜିଲ୍ଲାରେ ୭ଟି ଲଘୁ ଖଣିଜ ଉତ୍ସ ନିଲାମ ଲାଗି ଗତ ମାର୍ଚ୍ଚ ୨୦ ତାରିଖ ସନ୍ଧ୍ୟା ୫ଟାରେ ଟେଣ୍ଡର ସରିଥିଲା। ହେଲେ ଟେଣ୍ଡର ବକ୍ସ ଏହାର ଦୁଇ ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ଗୋଟାଏ ୪୦ରେ ଟ୍ରେଜରୀ ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଟ୍ରେଜରି ଷ୍ଟ୍ରଙ୍ଗ୍ ରୁମ୍‌ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଟେଣ୍ଡର ବକ୍ସ ପହଞ୍ଚିବାକୁ କଣ ପାଇଁ ୩ ଦିନ ଲାଗିଲା ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ।

ପ୍ରଦୀପ ଆହୁରି କହିଥିଲେ, ନିଲାମ ପାଇଥିବା ସିଏଚ୍ ବେନୁଗୋପାଳ ଟେଣ୍ଡର ଆବେଦନ ପାଇଁ ଯେଉଁ ସଲଭେନ୍ସି ଦେଇଥିଲେ, ସେଥିରେ ଏପଟସେପଟ ହୋଇଛି। ସଲଭେନ୍ସିରେ ଦର୍ଶାଯାଇଥିବା ଘରର ମୂଲ୍ୟ ୪ କୋଟି ୯୮ ଲକ୍ଷ ଥିଲେ ମଧ୍ୟ ଏହାର ବାସ୍ତବ ମୂଲ୍ୟ ତା’ଠୁ ଯଥେଷ୍ଟ କମ୍। ସେହିଭଳି ଦୁଇଟି ଜମିର କିସମ ଅନୁସାରେ ଏହାର ମୂଲ୍ୟ ୧ ଲକ୍ଷ ୫୯ ହଜାର ଟଙ୍କା ହେଲା କିପରି ? ଏସବୁ ବାଦ ୭ଟି ପଥର ଖାଦାନର ମିନିମମ୍‌ ଗ୍ୟାରେଣ୍ଟି କ୍ୱାଣ୍ଟିଟି (MGQ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିଲେ ବି ମାତ୍ର କୋଟିଏ ଟଙ୍କାର ସଲଭେନ୍ସି ସାର୍ଟିଫିକେଟରେ ଲିଜ୍ ମିଳିଲା କେମିତି? ଟେଣ୍ଡର ମିଳିବା ପରଦିନ ଅର୍ଥାତ ମାର୍ଚ୍ଚ ୩୧ରେ ପଞ୍ଜୀକରଣ ହୋଇଥିବା ଏକ ଦାମୀ ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଛନ୍ତି। ସଂପୃକ୍ତ ଗାଡ଼ିଟି ଜଣେ ମହିଳାଙ୍କ ନାଁରେ କିଣାଯାଇଥିବାରୁ ଏହା ଜିଲ୍ଲାପାଳଙ୍କୁ ଟେଣ୍ଡର ପିକ୍ସିଂର ଭେଟି ବୋଲି ଅଭିଯୋଗ ଉଠାଇଥିଲେ ପ୍ରଦୀପ।

ହେଲେ ପ୍ରଦୀପଙ୍କ ଅଭିଯୋଗ ଭିତ୍ତିହୀନ। ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଥିବା କହିଥିଲେ ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟ। ଏଥିସହ ଦାମୀ ଗାଡ଼ି ବ୍ୟବହାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜି ମୋ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲି। କାର୍ଯ୍ୟାଳୟରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲି। ଛୁଟିରେ ଯିବାର ଆବଶ୍ୟକତା ପଡ଼ିବାରୁ ଟେଣ୍ଡର ବକ୍ସ ଟ୍ରେଜେରୀରେ ରଖିଲି ବୋଲି ସେ କହିଥିଲେ।

ଟେଣ୍ଡର ବାତିଲ ପରେ ଟେଣ୍ଡର ଫିକ୍ସିଂର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ ।  ଖଣି ଦୁର୍ନୀତିରେ ବହୁ ଉଚ୍ଚପଦସ୍ଥ ଅଫିସର ଓ ମାଫିଆ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ସତ୍ୟତା ପଦାକୁ ଆସିଛି  । ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

The post ମାଲକାନଗିରିରେ ବାତିଲ ହେଲା ୪୮ ଖଣିର ଟେଣ୍ଡର appeared first on Odisha Reporter.

]]>
right bottom 2021-08-24 14:37:02 https://cdn.odishareporter.in/wp-content/uploads/2021/08/24092504/mining.jpg
ଚାଉଳ ପାଇଁ ଚାଲି ଚାଲି ୧୮ କିଲୋମିଟର https://odishareporter.in/odisha/malkanagiri/people-of-chitrakonda-block-dhuliphat-panchayat-walking-18-km-for-rice-668289 Thu, 19 Aug 2021 12:01:29 +0000 https://odishareporter.in/?p=668289

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିଫୁଟ ପଞ୍ଚାୟତରେ। ଦୀର୍ଘଦିନରୁ ବିଛିନ୍ନ ହୋଇ ରହିଥିବା ସ୍ୱାଭିମାନ ଅଞ୍ଚଳକୁ ଗମନା ଗମନ ନିମନ୍ତେ ବଡ଼ପଡା ଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ସଂଯୋଗ ନିମନ୍ତେ ନିର୍ମାଣ ହେଲା ରାସ୍ତା। ସ୍ଥାନୀୟ ଅଞ୍ଚଳର […]

The post ଚାଉଳ ପାଇଁ ଚାଲି ଚାଲି ୧୮ କିଲୋମିଟର appeared first on Odisha Reporter.

]]>

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିଫୁଟ ପଞ୍ଚାୟତରେ। ଦୀର୍ଘଦିନରୁ ବିଛିନ୍ନ ହୋଇ ରହିଥିବା ସ୍ୱାଭିମାନ ଅଞ୍ଚଳକୁ ଗମନା ଗମନ ନିମନ୍ତେ ବଡ଼ପଡା ଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ସଂଯୋଗ ନିମନ୍ତେ ନିର୍ମାଣ ହେଲା ରାସ୍ତା।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୁବିଧା ନିମନ୍ତେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଗାଁକୁ ରାସ୍ତା ଥାଇବି ଆଜି ବି ଲୋକଙ୍କୁ ରାସନ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୮ କିଲୋମିଟର। ୧ ଟଙ୍କାର ଚାଉଳ ପାଇବା ପାଇଁ ଲୋକଙ୍କୁ କେଜି ପ୍ରତି ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଫୁଟ ପଞ୍ଚାୟତରେ ବାସ କରନ୍ତି।

ଧୂଳିଫୁଟ ପଞ୍ଚାୟତକୁ ରାସ୍ତା ନିର୍ମାଣ ହୋଇଥିଲେ ବି ଲୋକଙ୍କୁ ଆଜି ବି ରାସନ ନିମନ୍ତେ ଦୀର୍ଘ କିଲୋମିଟର ଚାଲିଚାଲି ବଡ଼ପଡାର ହାଟଗୁଡାକୁ ଆସିବାକୁ ପଡ଼ୁଛି। କିଏ ଘୋଡା ସାହାଯ୍ୟରେ ତ କିଏ ଚାଲି ଚାଲି ଆସି ରାସନ ଚାଉଳ ନେଇଥାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧୂଳିଫୁଟ ପଞ୍ଚାୟତ ବାସୀ। ଧୂଳିଫୁଟ ଠାରୁ ବଡ଼ପଡା ବହୁତ ଦୂର ହେଉଥିବାରୁ ଓ ୩୫ କେଜି ଚାଉଳ ପାଇଁ ୧୫୦ ଟଙ୍କା ଅଟୋ ଭଡ଼ା ଦେବାକୁ ପଡିଥାଏ।

ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତର ହେଡକ୍ୱାର୍ଟରରେ ରାସନ ଚାଉଳ ମିଳିବା କଥା। କିନ୍ତୁ କେଉଁ କାରଣ ପାଇଁ ଧୂଳିଫୁଟ ପଞ୍ଚାୟତରେ ରାସନ ଚାଉଳ ନ ଦିଆ ଯାଇ ବଡ଼ପଡାର ହାଟଗୁଡା ଠାରେ ଦିଆଯାଉଛି, ତାହା ତଦନ୍ତ ସାପେକ୍ଷ। ତେବେ ଧୂଳିଫୁଟ ସେଲସମ୍ୟାନଙ୍କ କହିଛନ୍ତି ଯେ ବର୍ଷା ଯୋଗୁଁ ଧୂଳିଫୁଟ ପଞ୍ଚାୟତକୁ ଗାଡ଼ି ଯାଇ ପାରୁନାହିଁ। ଚାଉଳ ନେବା ପାଇଁ ଗାଡ଼ି ଭଡ଼ା ଅଧିକ ପଡ଼ୁଥିବାରୁ ସେଠାରେ ଦେବା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି।

The post ଚାଉଳ ପାଇଁ ଚାଲି ଚାଲି ୧୮ କିଲୋମିଟର appeared first on Odisha Reporter.

]]>
right bottom 2021-08-19 17:31:29 https://cdn.odishareporter.in/wp-content/uploads/2021/08/19172818/chitrakonda.jpg
ଦ୍ରୁତ ଗତିରେ ଯାଉଥିଲା ବୋଲେରୋ, ହଠାତ୍‌ ଫୁଟିଲା ଲ୍ୟାଣ୍ଡମାଇନ୍‌ https://odishareporter.in/odisha/bolero-affected-dut-to-landmine-blast-664578 Thu, 05 Aug 2021 09:12:11 +0000 https://odishareporter.in/?p=664578

ମାଲକାନଗିରି(ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ଟାର୍ଗେଟକୁ ଆସିଗଲେ ନିରୀହ ଲୋକ। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଘଟାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁ ୧୨ ନିରୀହ ଲୋକ  ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।  ଏପରି ଅଭାବନୀୟ ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଘଟିଛି। ଆଜି ସକାଳେ ଏକ ଯାତ୍ରୀବାହୀ ବୋଲେରୋ ବସ୍ତର ଜିଲ୍ଲା ମାଲବାହୀ ଥାନା ଅନ୍ତର୍ଗତ ବୋଡ଼ଲି ଅତିକ୍ରମ କରୁଥିଲା। ଏହି ସମୟରେ ହଠାତ୍‌ ଏକ  ବିସ୍ଫୋରଣ […]

The post ଦ୍ରୁତ ଗତିରେ ଯାଉଥିଲା ବୋଲେରୋ, ହଠାତ୍‌ ଫୁଟିଲା ଲ୍ୟାଣ୍ଡମାଇନ୍‌ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ଟାର୍ଗେଟକୁ ଆସିଗଲେ ନିରୀହ ଲୋକ। ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଘଟାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁ ୧୨ ନିରୀହ ଲୋକ  ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।  ଏପରି ଅଭାବନୀୟ ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଘଟିଛି।

ଆଜି ସକାଳେ ଏକ ଯାତ୍ରୀବାହୀ ବୋଲେରୋ ବସ୍ତର ଜିଲ୍ଲା ମାଲବାହୀ ଥାନା ଅନ୍ତର୍ଗତ ବୋଡ଼ଲି ଅତିକ୍ରମ କରୁଥିଲା। ଏହି ସମୟରେ ହଠାତ୍‌ ଏକ  ବିସ୍ଫୋରଣ ହୋଇଥିଲା। ଏଥିରେ ବୋଲେରୋରେ ଥିବା ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ମଧ୍ୟପ୍ରଦେଶ ବାସିନ୍ଦା ହୋଇଥିବା ବେଳେ ତେଲେଙ୍ଗାନା ଯିବା ସମୟରେ ଏଭଳି ଘଟଣା ଘଟିଛି।

ଘଟଣା ସ୍ଥଳରେ ଦନ୍ତେବାଦ ଏସପି ଅଭିଷେକ ପଲବ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଦନ୍ତେବାଦ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।  ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି। ଗାଡିଟିର ଆଂଶିକ ଭାଗରେ ଏହି ଲ୍ୟାଣ୍ଡ ମାଇନ୍‌ ଫୁଟିବାରୁ ଗାଡିର ଗୋଟିଏ ପାଖ ନଷ୍ଟ ହୋଇଥିବା ବେଳେ ମୃତାହତ ହୋଇ ନାହାନ୍ତି କେହି ଯାତ୍ରୀ। ଏହି ଘଟଣା ପୁଲିସ୍‌ କ୍ୟାମ୍ପଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଛି। ଯବାନଙ୍କୁ ଟାର୍ଗେଟ କରି ନକ୍ମାସଲନେ ଏହି ଲ୍ୟାଣ୍ଡ ମାଇନ୍‌ ପୋତିଥିବା ବେଳେ ଶିକାର ହେଲେ ସାଧାରଣ ଲୋକ।

The post ଦ୍ରୁତ ଗତିରେ ଯାଉଥିଲା ବୋଲେରୋ, ହଠାତ୍‌ ଫୁଟିଲା ଲ୍ୟାଣ୍ଡମାଇନ୍‌ appeared first on Odisha Reporter.

]]>
right top 2021-08-05 14:42:11 https://cdn.odishareporter.in/wp-content/uploads/2021/08/05144055/bolero-2.jpg
ଆଜିଠୁ ସହିଦ ସପ୍ତାହ ଆରମ୍ଭ, ଟକ୍କର ଦେବ ‘ଅପରେସନ ମନସୁନ’ https://odishareporter.in/odisha/operation-monsoon-will-compete-sahid-week-which-starts-from-today-662348 Wed, 28 Jul 2021 02:54:01 +0000 https://odishareporter.in/?p=662348

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅପରେସନ ମନସୁନ। ଆଜିଠାରୁ ଆରମ୍ଭ  ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଏହାକୁ ଟକ୍କର ଦେବାକୁ ଓ ହିଂସାକାଣ୍ଡକୁ କମାଇବାକୁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ମନସୁନ’। ମୁଖ୍ୟତଃ ବର୍ଷା ଋତୁ ଥିବାରୁ ନଦୀ ନାଳରେ ପାଣି ବଢ଼ିଯାଏ। ଏହି ସମୟରେ ପୁଲିସ୍‌ ଅପରେସନ ସାମାନ୍ୟ ଧିମା ପଡିବାର ସୁଯୋଗ ନେଇ ନକ୍ସଲମାନେ ଘଞ୍ଚ ଜଙ୍ଗଲରେ  ଆଦିବାସୀ ଯୁବକ ଯୁବତୀଙ୍କୁ ସାମିଲ କରି ସ୍ୱତନ୍ତ୍ର […]

The post ଆଜିଠୁ ସହିଦ ସପ୍ତାହ ଆରମ୍ଭ, ଟକ୍କର ଦେବ ‘ଅପରେସନ ମନସୁନ’ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅପରେସନ ମନସୁନ। ଆଜିଠାରୁ ଆରମ୍ଭ  ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଏହାକୁ ଟକ୍କର ଦେବାକୁ ଓ ହିଂସାକାଣ୍ଡକୁ କମାଇବାକୁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ମନସୁନ’।

ମୁଖ୍ୟତଃ ବର୍ଷା ଋତୁ ଥିବାରୁ ନଦୀ ନାଳରେ ପାଣି ବଢ଼ିଯାଏ। ଏହି ସମୟରେ ପୁଲିସ୍‌ ଅପରେସନ ସାମାନ୍ୟ ଧିମା ପଡିବାର ସୁଯୋଗ ନେଇ ନକ୍ସଲମାନେ ଘଞ୍ଚ ଜଙ୍ଗଲରେ  ଆଦିବାସୀ ଯୁବକ ଯୁବତୀଙ୍କୁ ସାମିଲ କରି ସ୍ୱତନ୍ତ୍ର ତାଲିମ ଦେଇଥାନ୍ତି। ଏସବୁକୁ ନଜରରେ ରଖି ପୋଲିସ ଏପରି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛି । ଏଥିରେ ଯବାନଙ୍କ ସହ ମହିଳା କମାଣ୍ଡୋମାନେ ମଧ୍ୟ ସାମିଲ ହୋଇଛନ୍ତି।

ଏହି କମାଣ୍ଡୋମାନେ ମାଓବାଦୀଙ୍କ ପରି ଜଙ୍ଗଲରେ ରହିବା ସହ ଓ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ କିପରି କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିପାରିବେ ନାହିଁ ସେସବୁ ଉପରେ ନଜର ରଖିଛନ୍ତି। ତେଣୁ କମାଣ୍ଡୋମାନେ ପାହାଡିଆ ନଦୀ ନାଳ ପାରିହୋଇ ଜଙ୍ଗଲ ଜଙ୍ଗଲ ବୁଲୁଛନ୍ତି । ସାଧାରଣ ଆଦିବାସୀଙ୍କୁ ସୁରକ୍ଷା ଯୋଗାଉଛନ୍ତି।  ଏହି  ସ୍ୱତନ୍ତ୍ର ଅପରେସନ ନକ୍ସଲ ନିପାତରେ ସହାୟକ ହେବ ବୋଲି ଦନ୍ତେଓଡ଼ା ଏସପି କହିଛନ୍ତି।

କମାଣ୍ଡୋମାନେ ପାହାଡ଼ିଆ ନଦୀନାଳ ଅତିକ୍ରମ କରୁଛନ୍ତି।

ଦନ୍ତେଓଡ଼ା ଏସପି ଅଭିଷେକ ପଲ୍ଲବ କହିଛନ୍ତି, ପୂର୍ବରୁ ବର୍ଷା ଦିନେ ଜଙ୍ଗଲରେ କମ୍‌ କମାଣ୍ଡୋ ମୁତୟନ କରାଯାଉଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ାଯାଇଛି। ଏହାର ସୁଯୋଗ ନେଇ ପୂର୍ବରୁ ନକ୍ସଲମାନେ ବହୁ ଯୁବତୀଯୁବକଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ନିଜ ଗ୍ରୁପ୍‌ରେ ସାମିଲ କରୁଥିଲେ। ଏହି ସମୟରେ ନକ୍ସଲମାନେ ଗାଁ ଲୋକଙ୍କ ଉପରେ ଆକ୍ରମଣ କରି ଟଙ୍କା ଆଦାୟ କରୁଥିଲେ।

ଏହାକୁ ପ୍ରତିହତ କରିବାକୁ ଗତ କିଛି ମାସ ମଧ୍ୟରେ ବହୁ ପୋଲ ନିର୍ମାଣ ହୋଇଛି ଯାହାଦ୍ୱାରା ସବୁ ପଞ୍ଚାୟତକୁ ସହଜରେ କମାଣ୍ଡୋମାନେ ଯାତାୟତ କରି ପାରୁଛନ୍ତି। ।

କମାଣ୍ଡୋମାନେ ଜଙ୍ଗଲରେ ପଇଁତରା ମାରୁଛନ୍ତି।

ଏଥର  ବର୍ଷା ଦିନ ଲଗାତର ଅପରେସନ ଚାଲୁ ରହିଛି। କମାଣ୍ଡୋମାନଙ୍କୁ ପ୍ରତିକୂଳ ପରିସ୍ଥିତି ପାଇଁ ସ୍ପେଶାଲ ଟ୍ରେନିଂ ଦିଆଯାଇଛି। ଗତ ୧୦ ଦିନ ହେଲେ ଏହି ଅପରେସନ ଚାଲୁ ରହିଛି। ଏହାକୁ ଆଗାମୀ ବର୍ଷା ଦିନ ପର୍ଯ୍ୟନ୍ତ ଚାଲୁ ରଖାଯିବ।

ନକ୍ସଳମାନେ ଆଜିଠୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହାକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାକୁ ଚେଷ୍ଟା ଚଳାଇଛୁ। ଯାହାଦ୍ୱାରା ସେମାନେ କୌଣସି ହିଂସାକାଣ୍ଡ ଘଟାଇପାରିବେ ନାହିଁ।

The post ଆଜିଠୁ ସହିଦ ସପ୍ତାହ ଆରମ୍ଭ, ଟକ୍କର ଦେବ ‘ଅପରେସନ ମନସୁନ’ appeared first on Odisha Reporter.

]]>
centre bottom 2021-07-28 08:24:01 https://cdn.odishareporter.in/wp-content/uploads/2021/07/28082125/mlk-3-1.jpg
ଫୁଲୁଛି ଗୋଦାବରୀ, ମାଲକାନଗିରିରେ ବନ୍ୟା ଆଶଙ୍କା https://odishareporter.in/odisha/flood-situation-in-malkangiri-dist-661324 Sat, 24 Jul 2021 05:23:56 +0000 https://odishareporter.in/?p=661324

ମାଲକାନଗିରି(ଜିତେନ୍ଦ୍ର ବେଉରା): ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ୍‌ରେ ବିପଦ ସଙ୍କେତ ଛୁଇଁଲା ଗୋଦାବରୀ ନଦୀ । ନଦୀର ଜଳସ୍ତର ତେଲେଙ୍ଗାନାର ଭଦ୍ରାଚଳମଠାରେ ୪୩ ଫୁଟ ଛୁଇଁବା ପରେ ପ୍ରଥମ ବିପଦ ସଂକେତ ଜାରି ହୋଇଛି । ଏବେ ୧୫ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ଷା ଲାଗି ରହିଥିବାରୁ ଗୋଦାବରୀ ନଦୀ କୁଳିଆ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଗୋଦାବରୀ ନଦୀ ସହ […]

The post ଫୁଲୁଛି ଗୋଦାବରୀ, ମାଲକାନଗିରିରେ ବନ୍ୟା ଆଶଙ୍କା appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ୍‌ରେ ବିପଦ ସଙ୍କେତ ଛୁଇଁଲା ଗୋଦାବରୀ ନଦୀ । ନଦୀର ଜଳସ୍ତର ତେଲେଙ୍ଗାନାର ଭଦ୍ରାଚଳମଠାରେ ୪୩ ଫୁଟ ଛୁଇଁବା ପରେ ପ୍ରଥମ ବିପଦ ସଂକେତ ଜାରି ହୋଇଛି । ଏବେ ୧୫ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ଷା ଲାଗି ରହିଥିବାରୁ ଗୋଦାବରୀ ନଦୀ କୁଳିଆ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ଜଳମଗ୍ନ ମାଲକାନଗିରି ଜିଲ୍ଲା।

ଗୋଦାବରୀ ନଦୀ ସହ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସବେରୀ ନଦୀ ସିଧା ମିଶିଛି। ଏହାବାଦ ଜିଲ୍ଲାର ଛୋଟ ବଡ ନଦୀ ଗୁଡିକ ସିଲେରୁ ଓ ସବେରୀ ସହ ମିଶିଛି।  ଏବେବି  ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କମ୍‌ ଥିଲେ ମଧ୍ୟ ଲାଗି ରହିଛି।  କିନ୍ତୁ ବର୍ଷା ପରିମାଣ ବୃଦ୍ଧି ପାଇଲେ  ଜିଲ୍ଲାର ନଦୀଗୁଡ଼ିକ ଫୁଲିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମାଲକାନଗିରି ଜିଲ୍ଲାର ତିଲେରୁ, ସାବେରୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।

ଫୁଲିଛି ଗୋଦାବରୀ।

ଲଗାଣ ବର୍ଷା ଯୋଗୁ  ମୋଟୁ ସମେତ ନଦୀ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରଶାସନ ଏହା ଉପରେ ସତର୍କ ନଜର ରଖିଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ପଦକ୍ଷେପ ନିଆଯାଉଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

The post ଫୁଲୁଛି ଗୋଦାବରୀ, ମାଲକାନଗିରିରେ ବନ୍ୟା ଆଶଙ୍କା appeared first on Odisha Reporter.

]]>
right bottom 2021-07-24 10:53:56 https://cdn.odishareporter.in/wp-content/uploads/2021/07/24104654/mlk-1.jpg
୩ ମାଓବାଦୀଙ୍କ ଆତ୍ମସମର୍ପଣ https://odishareporter.in/odisha/malkanagiri/3-maoists-surrender-659745 Sun, 18 Jul 2021 09:50:05 +0000 https://odishareporter.in/?p=659745

ମାଲକାନଗିରି/କୋରାପୁଟ (ଓଡ଼ିଶା ରିପୋର୍ଟର) ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର  । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଥିଲା।   ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ସେହି ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। […]

The post ୩ ମାଓବାଦୀଙ୍କ ଆତ୍ମସମର୍ପଣ appeared first on Odisha Reporter.

]]>

ମାଲକାନଗିରି/କୋରାପୁଟ (ଓଡ଼ିଶା ରିପୋର୍ଟର) ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର  । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଥିଲା।   ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ସେହି ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ଏହା ସହିତ କୋରାପୁଟରେ ମଧ୍ୟ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି ।  ଡିଜିଙ୍କ ଗସ୍ତ ବେଳେ ତାଙ୍କ ନିକଟରେ ସେହି ମାଓବାଦୀ ଜଣକ ଆତ୍ମସମର୍ପଣ କରିଛି।  ତାର ନାଁ ହେଉଛି ତାଲସ ହୁଇକା। ଘର ନାରାୟଣପାଟଣା ପିଲିବୋର ଗାଂରେ ।  ୨୦୧୨ରେ ସେ ଲାଲବାହିନୀରେ ସାମିଲ ହୋଇଥିଲା।  ଆଜି ପୁଲିସ ଡିଜି ସ୍ୱତନ୍ତ୍ର ହେଲିକପ୍ଟରରେ ମାଲକାନଗିରିର ମାଥିଲି ଥାନା ଅନ୍ତର୍ଗତ ଟେମ୍ରୁପାଲିରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଛନ୍ତି ।  ବୈଠକରେ ବିଏସ୍ଏଫର ବରିଷ୍ଠ ଅଧିକାରୀ ଓ ମାଲକାନଗିରି ଏସ୍ପି ଉପସ୍ଥିତ ଥିଲେ।

ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ସହ ଆଲୋଚନା କରିଥିଲେ ପୁଲିସ ଡିଜି । ଏହାପୂର୍ବରୁ ଡିଜି କୋରାପୁଟର ସୁନାବେଡ଼ାଠାରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଥିଲେ।  ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ବିଏସ୍ଏଫ ଆଇଜି, ଆଇଜି ହେଡ୍‌କ୍ୱାର୍ଟର୍ସ ଓ କୋରାପୁଟ ଏସ୍ପି ଉପସ୍ଥିତ ଥିଲେ।

The post ୩ ମାଓବାଦୀଙ୍କ ଆତ୍ମସମର୍ପଣ appeared first on Odisha Reporter.

]]>
centre bottom 2021-07-18 15:20:05 https://cdn.odishareporter.in/wp-content/uploads/2020/09/08110243/mao-1-1.jpg
ଏସ୍‌ପିଙ୍କ ବଦଳିକୁ ବିରୋଧ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି https://odishareporter.in/odisha/prajameli-against-malkangiri-sps-transfer-657978 Sun, 11 Jul 2021 05:21:26 +0000 https://odishareporter.in/?p=657978

ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଲିସ୍‌ ବିରୋଧରେ ନୁହେଁ, ମାଲକାନଗିରି ଏସପିଙ୍କ ବଦଳି ପ୍ରତିବାଦରେ ଶନିବାର ସ୍ୱାଭିମାନ ଅଞ୍ଚଳରେ ହୋଇଥିଲା ପ୍ରଜାମେଳି। ସ୍ୱାଭିମାନ ଅଞ୍ଚଳର ଯଡ଼ାମ୍ବ ଠାରେ ୩ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକତ୍ରି ହୋଇ ଏସ୍‌ପିଙ୍କ ବଦଳିକୁ ବିରୋଧ କରିଥିଲେ। ମାଲକାନଗିରି ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କର ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଯାଇଥିବା ଖବର ପାଇବା ପରେ ଏହି ସବୁ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାରଣ ଏସ୍‌ପି ଖିଲାରୀଙ୍କ ଦ୍ୱାରା ସେମାନେ ବହୁଳ ଭାବେ ଉପକୃତ […]

The post ଏସ୍‌ପିଙ୍କ ବଦଳିକୁ ବିରୋଧ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଲିସ୍‌ ବିରୋଧରେ ନୁହେଁ, ମାଲକାନଗିରି ଏସପିଙ୍କ ବଦଳି ପ୍ରତିବାଦରେ ଶନିବାର ସ୍ୱାଭିମାନ ଅଞ୍ଚଳରେ ହୋଇଥିଲା ପ୍ରଜାମେଳି। ସ୍ୱାଭିମାନ ଅଞ୍ଚଳର ଯଡ଼ାମ୍ବ ଠାରେ ୩ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକତ୍ରି ହୋଇ ଏସ୍‌ପିଙ୍କ ବଦଳିକୁ ବିରୋଧ କରିଥିଲେ।

ମାଲକାନଗିରି ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କର ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଯାଇଥିବା ଖବର ପାଇବା ପରେ ଏହି ସବୁ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାରଣ ଏସ୍‌ପି ଖିଲାରୀଙ୍କ ଦ୍ୱାରା ସେମାନେ ବହୁଳ ଭାବେ ଉପକୃତ ହୋଇଥିଲେ।

ଏହି ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏସ୍‌ପି ଖିଲାରୀ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଭୟଭୀତ ନହେବା ପାଇଁ କହୁଥିଲେ। ତା’ସହିତ ସୁରକ୍ଷା ପ୍ରଦାନ କରିଥିଲେ। ସ୍ୱାଭିମାନ ଅଞ୍ଚଳକୁ ନକ୍ସଲଙ୍କ ଦାଉରୁ ରକ୍ଷା କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି।

ସ୍ୱାଭିମାନ ଅଞ୍ଚଳର ଲୋକମାନେ କହିଛନ୍ତି ଯେ ଏସ୍‌ପି ଖିଲାରୀ ସେମାନଙ୍କ ପାଇଁ ଭଗବାନ ସଦୃଶ ଥିଲେ। ସେ ଏହି ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇଥିଲେ। ସେମାନଙ୍କର ସବୁ ସୁଖଦୁଃଖରେ ସେ ସାମିଲ ହୋଇଥିଲେ।

ଏହି ଅଞ୍ଚଳବାସୀ ଏସ୍‌ପି ଖିଲାରୀଙ୍କ ବଦଳିକୁ ବାତିଲ କରିବାକୁ ଓ ତାଙ୍କୁ ଆହୁରି କିଛି ଦିନ ମାଲକାନଗିରି ରଖିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ବ୍ୟାଚ୍ ଆଇପିଏସ୍ ପିଏସ ମୀନାଙ୍କୁ ମାଲକାନଗିରି ପୁଲିସ ଏସପି ନିଯୁକ୍ତି ଦିଆଯାଇଛି।

The post ଏସ୍‌ପିଙ୍କ ବଦଳିକୁ ବିରୋଧ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି appeared first on Odisha Reporter.

]]>
right bottom 2021-07-11 11:01:49 https://cdn.odishareporter.in/wp-content/uploads/2021/07/11105017/prajameli.jpg
‘ଅନଲାଇନ୍‌ କ୍ଲାସ କ’ଣ ଆମେ ଜାଣିନୁ’ https://odishareporter.in/odisha/malkanagiri/we-dont-know-what-online-classes-are-652771 Mon, 21 Jun 2021 10:19:20 +0000 https://odishareporter.in/?p=652771

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ) ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ କ୍ଲାସ। ତେବେ ମାଲକାନଗିରିଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏହି ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ଉକ୍ତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଏଠିକାର ଅଧିକାଂଶ ପିଲା ଅନଲାଇନ୍‌ କ୍ଲାସ କଣ ଜାଣି ନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଚିତ୍ରକୋଣ୍ଡାର ବଡପଡା ଗ୍ରାମରେ […]

The post ‘ଅନଲାଇନ୍‌ କ୍ଲାସ କ’ଣ ଆମେ ଜାଣିନୁ’ appeared first on Odisha Reporter.

]]>

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ) ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ କ୍ଲାସ। ତେବେ ମାଲକାନଗିରିଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏହି ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ଉକ୍ତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ।

ଏଠିକାର ଅଧିକାଂଶ ପିଲା ଅନଲାଇନ୍‌ କ୍ଲାସ କଣ ଜାଣି ନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଚିତ୍ରକୋଣ୍ଡାର ବଡପଡା ଗ୍ରାମରେ ଗ୍ରାମର ୬ଜଣ ଛାତ୍ରୀ ଗୋଟିଏ ମୋବାଇଲ ଫୋନରେ ଅନଲାଇନ କ୍ଲାସ କରୁଥିବା ଦେଖିବାକୁ ମିଳିଥିଲା । ତିନି ଜଣ ନବମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଅନ୍ୟ ତିନି ଜଣ ଦଶମ ଶ୍ରେଣୀର ଛାତ୍ରୀ ।

ଗ୍ରାମର କୌଣସି ଜାଗାରେ ନେଟୱର୍କ ଆସୁନଥିବା ବେଳେ ଯେଉଁ ଜାଗାରେ ନେଟୱର୍କ ଆସୁଛି ସେଇଠି ନେଟ ମଧ୍ୟ ଚାଲୁନି । ଆଉ ଯେଉଁ ଫୋନ ଏହି ଛାତ୍ରୀ ମାନେ ଆଣି ବ୍ୟବହାର କରୁଛନ୍ତି ସେହି ଫୋନ ମାତ୍ର କିଛି ସମୟ ପାଇଁ ସେମାନଙ୍କୁ ଦିଆ ଯାଉଥିବା ସେମାନେ କହିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ନିଜର ଭବିଷ୍ୟତ କିଭଳି ଗଢ଼ିବେ ସେହି ଚିନ୍ତାରେ ରହୁଛନ୍ତି ଛାତ୍ରଛାତ୍ରୀମାନେ ।

ଅତି ଗରିବ ପରିବାର ହୋଇଥିବାରୁ ମୋବାଇଲ କିଣିବା ପାଇଁ ମଧ୍ୟ ଟଙ୍କାର ଅଭାବ ରହିଛି । ଆଉ ଗ୍ରାମରେ ଅନେକ ପିଲା ମୋବାଇଲ ନ ଥିବାରୁ ଅନଲାଇନ କ୍ଲାସ କରି ନପାରି ଖେଳକୁଦରେ ମାତୁଛନ୍ତି। ଆଦିବାସୀଅଧ୍ୟୁଷିତ ସ୍ୱାଭିମାନ ଅଂଚଳରେ ନା ଅଛି 3g ନା 4g ର ନେଟ । ନା ସ୍ମାର୍ଟଫୋନ  ବା ଆଣ୍ଡ୍ରଏଡ୍ ଫୋନ କିଣିବାର ଲୋକଙ୍କର ସାମର୍ଥ୍ୟ ଅଛି ।ତେଣୁ ପିଲାମାନେ ଅନଲାଇନ ମାଧ୍ୟମରେ କିପରି ପାଠପଢା କରିବେ ସେଥିପାଇଁ ଚିନ୍ତିତ।

The post ‘ଅନଲାଇନ୍‌ କ୍ଲାସ କ’ଣ ଆମେ ଜାଣିନୁ’ appeared first on Odisha Reporter.

]]>
centre top 2021-06-21 15:51:01 https://cdn.odishareporter.in/wp-content/uploads/2021/06/21154800/hnk.jpg
ଦେଢ଼ ଶହ କଇଁଛ ଉଦ୍ଧାର https://odishareporter.in/odisha/150-turtles-caught-by-forest-officials-648317 Fri, 04 Jun 2021 05:00:46 +0000 https://odishareporter.in/?p=648317

ମାଲକାନଗିରି (ଜିତେନ୍ଦ୍ର ବେଉରା): ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି ଦେଢ଼ ଶହ କଇଁଛ। ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ ଏହି ୧୫୦ କଇଁଛଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ୨ଟି ବାଇକ୍‌ ମଧ୍ୟ ଜବତ କରିଛି ବନ ବିଭାଗ। କାଲିମେଳା ଅଞ୍ଚଳର କିଛି ଲୋକ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରି କରୁଥିବା ନେଇ ଅଭିଯୋଗ ମିଳିଥିଲା। ଏହା ପରେ ବନ କର୍ମଚାରୀମାନେ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍‌ପିଭି-୬୫ […]

The post ଦେଢ଼ ଶହ କଇଁଛ ଉଦ୍ଧାର appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି ଦେଢ଼ ଶହ କଇଁଛ। ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ ଏହି ୧୫୦ କଇଁଛଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ୨ଟି ବାଇକ୍‌ ମଧ୍ୟ ଜବତ କରିଛି ବନ ବିଭାଗ।

କାଲିମେଳା ଅଞ୍ଚଳର କିଛି ଲୋକ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରି କରୁଥିବା ନେଇ ଅଭିଯୋଗ ମିଳିଥିଲା। ଏହା ପରେ ବନ କର୍ମଚାରୀମାନେ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍‌ପିଭି-୬୫ ଗାଁରେ ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ୨ ଜଣ କଇଁଛ ବ୍ୟବସାୟୀ ଜଙ୍ଗଲ ଭିତରକୁ ପଳାଇଥିଲେ। ତେବେ ଘଟଣାସ୍ଥଳରୁ ବନ କର୍ମଚାରୀମାନେ କଇଁଛ ସହ ୨ଟି ବାଇକ୍ ଜବତ କରିଥିଲେ।

ଏହି ଘଟଣା ସଂପର୍କରେ କାଲିମେଳା ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

The post ଦେଢ଼ ଶହ କଇଁଛ ଉଦ୍ଧାର appeared first on Odisha Reporter.

]]>
right bottom, smuggling 2021-06-04 13:38:56 https://cdn.odishareporter.in/wp-content/uploads/2021/06/04102502/turtle.jpg
ଡଙ୍ଗା ବୁଡ଼ି ଜଣକର ମୃତ୍ୟୁ, ୭ ନିଖୋଜ https://odishareporter.in/odisha/malkanagiri/one-person-drowned7-missing-in-malkangiri-645724 Tue, 25 May 2021 02:40:02 +0000 https://odishareporter.in/?p=645724

ମାଲକାନଗିରି (ଓଡ଼ିଶା ରିପୋର୍ଟର) ମାଲକାନଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା ଘଟିଛି । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଛନ୍ତି। ସେଲେରୁ ନଦୀରେ ପାରି ହେଉଥିଲା ବେଳେ ବୁଡ଼ିଯାଇଛି ଡଙ୍ଗା । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି । ଡଙ୍ଗା ବୁଡ଼ିବା ପରେ ପହଁରି କୂଳକୁ ଆସିଛନ୍ତି ୩ ଜଣ ବ୍ୟକ୍ତି। ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ […]

The post ଡଙ୍ଗା ବୁଡ଼ି ଜଣକର ମୃତ୍ୟୁ, ୭ ନିଖୋଜ appeared first on Odisha Reporter.

]]>

ମାଲକାନଗିରି (ଓଡ଼ିଶା ରିପୋର୍ଟର) ମାଲକାନଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା ଘଟିଛି । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଛନ୍ତି। ସେଲେରୁ ନଦୀରେ ପାରି ହେଉଥିଲା ବେଳେ ବୁଡ଼ିଯାଇଛି ଡଙ୍ଗା । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି ।

ଡଙ୍ଗା ବୁଡ଼ିବା ପରେ ପହଁରି କୂଳକୁ ଆସିଛନ୍ତି ୩ ଜଣ ବ୍ୟକ୍ତି। ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ। ଫଳରେ ଅଧିକ ଲୋକ ପାଇଁ ଅନ୍ୟ ଡଙ୍ଗାଟି ବୁଡ଼ି ଯାଇଥିଲା। ଓଡ୍ରାଫ୍, ଅଗ୍ନିଶମ ଟିମ୍‌ର ରେସକ୍ୟୁ ଅପରେସନ୍ ଜାରି ରହିଛି

The post ଡଙ୍ଗା ବୁଡ଼ି ଜଣକର ମୃତ୍ୟୁ, ୭ ନିଖୋଜ appeared first on Odisha Reporter.

]]>
accident, right top 2021-05-25 12:22:10 https://cdn.odishareporter.in/wp-content/uploads/2021/05/25080902/malkangiri-12344.jpg
ବୁଡ଼ିଗଲା ଡଙ୍ଗା, ୩ ନିଖୋଜ https://odishareporter.in/odisha/malkanagiri/3-person-missing-in-chitrakonda-dam-644356 Wed, 19 May 2021 10:27:58 +0000 https://odishareporter.in/?p=644356

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଡଙ୍ଗା ବୁଡ଼ି ମା’, ଛୁଆ ସମେତ ତିନିଜଣ ନିଖୋଜ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ। ଏଠାକାର କାଲିମେଳା ଜଳଭଣ୍ଡାରର ଓରାପଦର ଘାଟରେ ଡଙ୍ଗା ବୁଡ଼ିଯିବାରୁ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୧୧ ଜଣଙ୍କୁ ନେଇ ଦେଶୀ ଡଙ୍ଗାଟି ଓରାପଦରରୁ ବକୁଲି ଯାଉଥିଲା । ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୧୧ ଜଣଙ୍କ ମଧ୍ୟରୁ ୮ ଜଣ […]

The post ବୁଡ଼ିଗଲା ଡଙ୍ଗା, ୩ ନିଖୋଜ appeared first on Odisha Reporter.

]]>

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଡଙ୍ଗା ବୁଡ଼ି ମା’, ଛୁଆ ସମେତ ତିନିଜଣ ନିଖୋଜ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ। ଏଠାକାର କାଲିମେଳା ଜଳଭଣ୍ଡାରର ଓରାପଦର ଘାଟରେ ଡଙ୍ଗା ବୁଡ଼ିଯିବାରୁ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୧୧ ଜଣଙ୍କୁ ନେଇ ଦେଶୀ ଡଙ୍ଗାଟି ଓରାପଦରରୁ ବକୁଲି ଯାଉଥିଲା । ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ପହଁରି କୂଳକୁ ଆସିଥିବା ପହଞ୍ଚିଯାଇଥିବା ବେଳେ ବାକି ତିନି ଜଣ ନିଖୋଜ ଅଛନ୍ତି ।

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଗ୍ରାମବାମୀମାନେ ଦମଦାରଗୁଡାର ବୋଲି ଜଣାପଡ଼ିଛି। ତେବେ ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣା ପଡ଼ିନାହିଁ।

The post ବୁଡ଼ିଗଲା ଡଙ୍ଗା, ୩ ନିଖୋଜ appeared first on Odisha Reporter.

]]>
right bottom 2021-05-19 15:59:06 https://cdn.odishareporter.in/wp-content/uploads/2021/05/19155452/river.jpg
ମାଓବାଦୀଙ୍କୁ କଲବଲ କଲାଣି କରୋନା, ଏସପି କହିଲେ-ଆତ୍ମସମର୍ପଣ କର https://odishareporter.in/odisha/malkanagiri/top-maoist-trio-severely-ill-with-covid-642707 Wed, 12 May 2021 11:54:00 +0000 https://odishareporter.in/?p=642707

ମାଲକାନଗିରି(ଓଡ଼ିଶା ରିପୋର୍ଟର) ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆ ତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ । ପୋଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି । ସେହିଭଳି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ କୌଣସି ମାମଲା ହେବ ନାହିଁ ବୋଲି କହିଛନ୍ତି […]

The post ମାଓବାଦୀଙ୍କୁ କଲବଲ କଲାଣି କରୋନା, ଏସପି କହିଲେ-ଆତ୍ମସମର୍ପଣ କର appeared first on Odisha Reporter.

]]>

ମାଲକାନଗିରି(ଓଡ଼ିଶା ରିପୋର୍ଟର) ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆ ତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ । ପୋଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି । ସେହିଭଳି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ କୌଣସି ମାମଲା ହେବ ନାହିଁ ବୋଲି କହିଛନ୍ତି । କିଛି ଗାଁରେ ମାଓବାଦୀଙ୍କୁ ଗ୍ରାମବାସୀ ପ୍ରବେଶ କରାଇ ଦେଉନଥିବା ଏସ୍ପି କହିଛନ୍ତି ।

ଛତିଶଗଡ଼ ମାଓ ସଙ୍ଗଠନରେ କରୋନା ବ୍ୟାପିଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ଲାଲଗଡରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ସୀମାନ୍ତ ମାଲକାନଗିରିରେ ସକ୍ରିୟ ମାଓ ସଙ୍ଗଠନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେଣୁ ମାଲକାନଗିରି ପୋଲିସ ଏହା ଉପରେ ନଜର ରଖିଥିବା ଏସପି କହିଛନ୍ତି ।

ଛତିଶଗଡ଼ ଦନ୍ତେ ୱାଡ଼ା ଜିଲ୍ଲାର ବିଭିନ୍ନ କ୍ୟାମ୍ପରେ ପ୍ରାୟ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଗତକାଲି ସୂଚନା ମିଳିଛି । ତେଣୁ ମାଓ ଶିବିରରେ କୋଭିଡ୍ ନେଇ ଆତଙ୍କ ଖେଳିଯିବା ସହ ଆଉ କିଛି ମାଓବାଦୀ କରୋନା ଭୟରେ ଶିବିର ଛାଡ଼ିଥିବା ଛତିଶଗଡ ପୋଲିସ ପକ୍ଷରୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୪୦୦ ନକ୍ସଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଦାନ୍ତେୱାଡାର ଏସପି ଅଭିଷେକ ପଲ୍ଲଭ ଏହି ସୂଚନା ଦେଇଛନ୍ତି । ନକ୍ସଲ ୨୦ ଦିନ ତଳେ ସୁକମା ଓ ବୀଜାପୁର ଜଙ୍ଗଲରେ ବଡ଼ ବୈଠକ କରିଥିଲେ । ଏହି ବୈଠକରେ ୫୦୦ରୁ ଅଧିକ ନକ୍ସଲ୍ ସାମିଲ୍‌ ହୋଇଥିଲେ । ଛତିଶଗଡ଼ର ଦଣ୍ଡକାରଣ୍ୟ ଜଙ୍ଗଲରେ ୧୦ ନକ୍ସଲଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହିସବୁ ନକ୍ସଲଙ୍କର  ଅନ୍ତିମ ସଂସ୍କାର କରାଯାଇଛି।

The post ମାଓବାଦୀଙ୍କୁ କଲବଲ କଲାଣି କରୋନା, ଏସପି କହିଲେ-ଆତ୍ମସମର୍ପଣ କର appeared first on Odisha Reporter.

]]>
right top 2021-05-12 17:28:12 https://cdn.odishareporter.in/wp-content/uploads/2021/02/10210648/Naxal-1.jpg
ଉପରେ ପଣସ ଓ କଦଳୀ, ଭିତରେ… https://odishareporter.in/odisha/ganja-worth-of-1-crore-seized-in-koraput-640617 Tue, 04 May 2021 04:18:28 +0000 https://odishareporter.in/?p=640617

ଲମତାପୁଟ (ଜଗତ ଜୀବନ): ଟ୍ରକ୍‌ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ। ଉପରକୁ ଦେଖିବାକୁ ସବୁ ଠିକ୍‌ଠାକ୍ ଥିଲା। କିନ୍ତୁ ଭିତରେ ଥିଲା ଗଞ୍ଜେଇ। ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୁଲିସ୍‌। ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ […]

The post ଉପରେ ପଣସ ଓ କଦଳୀ, ଭିତରେ… appeared first on Odisha Reporter.

]]>

ଲମତାପୁଟ (ଜଗତ ଜୀବନ): ଟ୍ରକ୍‌ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ। ଉପରକୁ ଦେଖିବାକୁ ସବୁ ଠିକ୍‌ଠାକ୍ ଥିଲା। କିନ୍ତୁ ଭିତରେ ଥିଲା ଗଞ୍ଜେଇ। ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୁଲିସ୍‌।

ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ୍‌ର ଏକ ଟିମ୍‌ ଟିକାପୁଟ ଛକ ନିକଟରେ ସମସ୍ତ ଗାଡ଼ି ଯାଞ୍ଚ କରିଥିଲେ।

ଏହି ସମୟରେ ଉକ୍ତ ଗଞ୍ଜେଇ ବୋଝେଇ ଗାଡ଼ି ବି ସେଠାରେ ପହଞ୍ଚିଥିଲା। ପୁଲିସ୍ ଏହାକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପଣସ ଓ କଦଳୀ ବୋଝେଇ ଏହି ଟ୍ରକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହି ଟ୍ରକରୁ ଏକ ଟନ୍ ୮ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

ମାଛକୁଣ୍ଡ ପୁଲିସ୍ ଗଞ୍ଜେଇ ଓ ଉକ୍ତ ଟ୍ରକ୍‌କୁ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ। ସେମାନଙ୍କ ଠାରୁ ୪ଟି ମୋବାଇଲ ଓ ୩,୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

ନନ୍ଦପୁର ଏସ୍‌ଡିପିଓ କହିଛନ୍ତି, ଜବାଗଡ଼ ଅଞ୍ଚଳରୁ ଟ୍ରକ୍ ଯୋଗେ ଏହି ଗଞ୍ଜେଇକୁ ସଗର ଓ ପାଡ଼ୁଆ ରାସ୍ତା ଦେଇ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳକୁ ଚାଲାଣ କରାଯାଉଥିଲା।

The post ଉପରେ ପଣସ ଓ କଦଳୀ, ଭିତରେ… appeared first on Odisha Reporter.

]]>
Andhra pradesh, right bottom, smuggling 2021-05-04 13:03:47 https://cdn.odishareporter.in/wp-content/uploads/2021/05/04094347/truck.jpg
ଲସି ପିଇ ଶତାଧିକ ଗୁରୁତର https://odishareporter.in/odisha/more-than-100-people-serious-after-taking-lassi-639971 Sat, 01 May 2021 05:05:29 +0000 https://odishareporter.in/?p=639971

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି।  ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମାଲକାନଗିରି ଜିଲ୍ଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ ଘଟିଛି। ଏହି ଅଞ୍ଚଳରୁ କେବଳ ୬୦ ଜଣ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥମାନେ ଗତକାଲି କୁର୍ତ୍ତି ହାଟରେ  ଲସି ପିଇଥିବା ଜଣାପଡ଼ିଛି। ଏହାପରେ ରାତିରେ ଅସୁସ୍ଥ ହୋଇପଡିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭତ୍ତି କରାଯାଇଛି। ଖବର ପାଇ  ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ […]

The post ଲସି ପିଇ ଶତାଧିକ ଗୁରୁତର appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି।  ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମାଲକାନଗିରି ଜିଲ୍ଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ ଘଟିଛି। ଏହି ଅଞ୍ଚଳରୁ କେବଳ ୬୦ ଜଣ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଅସୁସ୍ଥମାନେ ଗତକାଲି କୁର୍ତ୍ତି ହାଟରେ  ଲସି ପିଇଥିବା ଜଣାପଡ଼ିଛି। ଏହାପରେ ରାତିରେ ଅସୁସ୍ଥ ହୋଇପଡିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭତ୍ତି କରାଯାଇଛି।

ଖବର ପାଇ  ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣୁଛି।

The post ଲସି ପିଇ ଶତାଧିକ ଗୁରୁତର appeared first on Odisha Reporter.

]]>
right top 2021-05-01 14:14:14 https://cdn.odishareporter.in/wp-content/uploads/2021/05/01103323/lassi.jpg
ନକ୍ସଲ ଶୁଣିଲେନି ସ୍ତ୍ରୀଙ୍କ ଆକୁଳ ନିବେଦନ; ଅପହୃତ ସବଇନ୍ସପେକ୍ଟରଙ୍କୁ ମାରି ଫିଙ୍ଗିଦେଲେ https://odishareporter.in/odisha/naxals-killed-absconded-si-murali-tati-638149 Sat, 24 Apr 2021 03:06:39 +0000 https://odishareporter.in/?p=638149

ମାଲକାନଗିରି(ଜିତେନ୍ଦ୍ର ବେଉରା):  ଗାଁ ନିକଟକୁ ମେଳା ଦେଖିବାକୁ ଯାଇ ଗତ ୨୧ ତାରିଖରୁ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା ପୁଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କ ଫେରାଇବା ପାଇଁ ସମସ୍ତ ରଣକୌଶଳ ଶେଷରେ ଫେଲ୍‌ ମାରିଲା। ୩ ଦିନ ପରେ ମୁରଲୀଙ୍କ ମୃତଦେହ  ମୃତଦେହ ବିଜାପୁରର କୁସୁମପାରାଠାରୁ ଆଜି ଉଦ୍ଧାର ହୋଇଛି । ନକ୍ସଲ ସଙ୍ଗଠନ ପାଇଁ କ୍ଷତି ପହଞ୍ଚାଇଥିବାରୁ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ନକ୍ସଲ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନକ୍ସଲମାନେ ବିଜାପୁରର କୁସୁମପାରାଠାରେ ରାସ୍ତାରେ […]

The post ନକ୍ସଲ ଶୁଣିଲେନି ସ୍ତ୍ରୀଙ୍କ ଆକୁଳ ନିବେଦନ; ଅପହୃତ ସବଇନ୍ସପେକ୍ଟରଙ୍କୁ ମାରି ଫିଙ୍ଗିଦେଲେ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା):  ଗାଁ ନିକଟକୁ ମେଳା ଦେଖିବାକୁ ଯାଇ ଗତ ୨୧ ତାରିଖରୁ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା ପୁଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କ ଫେରାଇବା ପାଇଁ ସମସ୍ତ ରଣକୌଶଳ ଶେଷରେ ଫେଲ୍‌ ମାରିଲା। ୩ ଦିନ ପରେ ମୁରଲୀଙ୍କ ମୃତଦେହ  ମୃତଦେହ ବିଜାପୁରର କୁସୁମପାରାଠାରୁ ଆଜି ଉଦ୍ଧାର ହୋଇଛି । ନକ୍ସଲ ସଙ୍ଗଠନ ପାଇଁ କ୍ଷତି ପହଞ୍ଚାଇଥିବାରୁ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ନକ୍ସଲ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ନକ୍ସଲମାନେ ବିଜାପୁରର କୁସୁମପାରାଠାରେ ରାସ୍ତାରେ ଉପରେ ମୁରଲୀଙ୍କ ମୃତଦେହ ଛାଡ଼ି ଚାଲି ଯାଇଥିଲେ। ଖବର ପାଇ ପୁଲିସ୍‌  ସେଠାରେ ପହଞ୍ଚି  ତାଙ୍କ ମୃତଦେହ ଉଦ୍ଧାର କରି  ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାଯାଇଛି। ମୁରଲିଙ୍କ ପରିବାରବର୍ଗ ମଧ୍ୟ ସେଠାରେ ପହଞ୍ଚିଥିବା ଜଣାଯାଇଛି।

ଯବାନ ଜଣକ ପୋଲିସ SI ଭାବେ ଜଗଦଲପୁରଠାରେ କାର୍ଯ୍ୟ କରୁଥିଲେ । ତାଙ୍କ ଘର  ବିଜାପୁରର ପାଲନାରେ ହୋଇଥିବା ବେଳେ  ଛୁଟିରେ ଘରକୁ ଯାଇଥିଲେ। ଗତ ୨୧ ତାରିଖରେ ଗାଁ ନିକଟକୁ ମେଳା ଦେଖିବାକୁ ଯିବା ବେଳେ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିଲେ । ପାଲନାରଠାରୁ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ। ପୁଲିସ୍‌କୁ ନକ୍ସଲଙ୍କ ଗତବିଧି ସମ୍ପର୍କରେ ସୂଚନା ଦେଉଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନକ୍ସଲ ସଙ୍ଗଠନ ପକ୍ଷରୁ ଜାରି ପ୍ରେସ୍‌ ନୋଟରେ କୁହାଯାଇଛି।

ସ୍ୱାମୀଙ୍କ ମୁକ୍ତି ନିମନ୍ତେ ଗତକାଲି ସବଇନ୍ସପେକ୍ଟର ମୁରଲୀ ତାତିଙ୍କ ପତ୍ନୀ ନକ୍ସଲଙ୍କୁ ଆକୁଳ ନିବେଦନ କରିଥିଲେ। ଏହାବ୍ୟତୀତ  ଗଣ୍ଡୱାନା ସମାଜ  ମଧ୍ୟ ଏଥିନିମନ୍ତେ ଅଣ୍ଟା ଭିଡିଥିଲା। ହେଲେ ମୁରଲୀ ତାତିଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ରଣକୌଶଳ ଫେଲ୍‌ ମାରିଲା ।

ସୂଚନାଯୋଗ୍ୟ,  କିଛି ଦିନ ତଳେ ଛତିଶଗଡ ବିଜାପୁରରୁ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ନକ୍ସଲମାନେ ଅପହରଣ କରି  ନେଇଥିଲେ ମଧ୍ୟ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ।

ନକ୍ସଲ ଦମନ ପାଇଁ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। କିଛି ଦିନ ପୂର୍ବେ  ନକ୍ସଲ ଶିବିର ଉପରେ ଡ୍ରୋନରେ ବିସ୍ଫୋରଣ ହୋଇଥିଲା। ନକ୍ସଲମାନେ ଏଥିନିମନ୍ତେ ପୁଲିସ୍‌କୁ ଦାୟି କରିଥିବା ବେଳେ ପୁଲିସ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା।

The post ନକ୍ସଲ ଶୁଣିଲେନି ସ୍ତ୍ରୀଙ୍କ ଆକୁଳ ନିବେଦନ; ଅପହୃତ ସବଇନ୍ସପେକ୍ଟରଙ୍କୁ ମାରି ଫିଙ୍ଗିଦେଲେ appeared first on Odisha Reporter.

]]>
centre bottom, naxal attack 2021-04-24 12:09:44 https://cdn.odishareporter.in/wp-content/uploads/2021/04/24082933/si-.jpg
ଭାଙ୍ଗିଲା ତାମସା ମୁଖ୍ୟ କେନାଲ, ଚାଷ ଜମି ଜଳମଗ୍ନ https://odishareporter.in/odisha/tamsa-canal-collapsed-in-malkangiri-637571 Thu, 22 Apr 2021 02:22:44 +0000 https://odishareporter.in/?p=637571

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଏମ୍‌ଭି-୭ ନିକଟରେ ଥିବା ତାମସା ମୁଖ୍ୟ କେନାଲ ଭାଙ୍ଗି ଯାଇଛି। ଫଳରେ ଗାଁ ନିକଟରେ ଥିବା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଲକ୍ଷାଧିକ ଟଙ୍କାର  ଫସଲ ନଷ୍ଟ ହେବା ସହ ପାଣି ଘେରରେ ଫସିଛନ୍ତି ଲୋକ। ନିମ୍ନମାନର କାମ ହେତୁ କେନାଲ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏମ୍‌ଭି-୨ ଗାଁ ଭିତରେ ବି ପାଣି ପଶିବା ଫଳରେ ଲୋକଙ୍କ  ଘର ଭିତରେ ଆଣ୍ଠୁଏ […]

The post ଭାଙ୍ଗିଲା ତାମସା ମୁଖ୍ୟ କେନାଲ, ଚାଷ ଜମି ଜଳମଗ୍ନ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଏମ୍‌ଭି-୭ ନିକଟରେ ଥିବା ତାମସା ମୁଖ୍ୟ କେନାଲ ଭାଙ୍ଗି ଯାଇଛି। ଫଳରେ ଗାଁ ନିକଟରେ ଥିବା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଲକ୍ଷାଧିକ ଟଙ୍କାର  ଫସଲ ନଷ୍ଟ ହେବା ସହ ପାଣି ଘେରରେ ଫସିଛନ୍ତି ଲୋକ। ନିମ୍ନମାନର କାମ ହେତୁ କେନାଲ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଏମ୍‌ଭି-୨ ଗାଁ ଭିତରେ ବି ପାଣି ପଶିବା ଫଳରେ ଲୋକଙ୍କ  ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି ।  ଏଥିଯୋଗୁ ଲୋକଙ୍କ ବହୁ କ୍ଷତି ହେବା ସହ ଧନ ଜୀବନ ବିପଦକୁ ଠେଲି ହୋଇଯାଇଛି । ପାଣି ଘେରରେ ଲୋକ ରହିବାକୁ ବାଧ୍ୟ ହେବା ସହ ବହୁ ହିନସ୍ତା ହେଉଥିବା ଅଭିଯୋଗ ହେଉଛି।  ଲୋକଙ୍କ ଘର ଭିତରେ ପାଣି ଯିବା ଯୋଗୁଁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି  ।

ଆଣ୍ଠୁଏ ଲେଖା ପାଣିରେ ଯାତାୟତ କରୁଛନ୍ତି ଲୋକ।

କେନାଲର ନିର୍ମାଣ କାମ ନିମ୍ନମାନର ହୋଇଥିବା ଯୋଗୁଁ ଏପରି ହୋଇଥିବା ଲୋକେ ଅଭିଯୋଗ କରିବା ସହ ଏଥିଯୋଗୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳି ପାରି ନାହିଁ।

The post ଭାଙ୍ଗିଲା ତାମସା ମୁଖ୍ୟ କେନାଲ, ଚାଷ ଜମି ଜଳମଗ୍ନ appeared first on Odisha Reporter.

]]>
right top 2021-04-22 07:52:44 https://cdn.odishareporter.in/wp-content/uploads/2021/04/22075002/canel-collapsed.jpg
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା, ଥିଲା ୩୦ ଲକ୍ଷର ପୁରସ୍କାର https://odishareporter.in/odisha/naxal-leader-krishna-arrested-637345 Wed, 21 Apr 2021 05:31:39 +0000 https://odishareporter.in/?p=637345

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାରି ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା ଶେଷରେ ଆତ୍ମସମର୍ପଣ କରିଛି। ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା କ୍ରିଷ୍ଣା ନାମରେ ଥିଲା ୩୦ ଲକ୍ଷ ଟଙ୍କାର ପୁରସ୍କାର। କ୍ରିଷ୍ଣାକୁ ଧରାଇ ଦେବା ବ୍ୟକ୍ତିକୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ୩ ରାଜ୍ୟ ପକ୍ଷରୁ ଘୋଷଣା କରାଯାଇଥିଲା।  ମାଲକାନଗିରି ପୋଲିସ, ବିଏସ୍ଏଫ ଏବଂ ଆନ୍ଧ୍ର ପୁଲିସ୍‌ର ଘନ […]

The post ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା, ଥିଲା ୩୦ ଲକ୍ଷର ପୁରସ୍କାର appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାରି ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା ଶେଷରେ ଆତ୍ମସମର୍ପଣ କରିଛି। ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା କ୍ରିଷ୍ଣା ନାମରେ ଥିଲା ୩୦ ଲକ୍ଷ ଟଙ୍କାର ପୁରସ୍କାର। କ୍ରିଷ୍ଣାକୁ ଧରାଇ ଦେବା ବ୍ୟକ୍ତିକୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ୩ ରାଜ୍ୟ ପକ୍ଷରୁ ଘୋଷଣା କରାଯାଇଥିଲା।  ମାଲକାନଗିରି ପୋଲିସ, ବିଏସ୍ଏଫ ଏବଂ ଆନ୍ଧ୍ର ପୁଲିସ୍‌ର ଘନ ଘନ ଚଢ଼ାଉରେ ଏକ ପ୍ରକାର ଭୟଭୀତ ହୋଇପଡିଥିବା କ୍ରିଷ୍ଣା ଶେଷରେ ଆନ୍ଧ୍ର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା କ୍ରିଷ୍ଣା । ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାହିର କରି ରଖିଥିବା କ୍ରିଷ୍ଣା ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ନକ୍ସଲି ହିଂସାରେ ସାମିଲ ଥିଲା।  ତେଣୁ ୩ ରାଜ୍ୟ ପୁଲିସ୍‌ ପକ୍ଷରୁ ତାକୁ ଧରିବା ପାଇଁ ଜୋରସୋର ଉଦ୍ୟମ ହେଉଥିଲା।

ସାମ୍ବାଦିକ ସମ୍ମିଳନିରେ ଗିରଫ ନକ୍ସଲ କ୍ରିଷ୍ଣା।

ଦୀର୍ଘ ବର୍ଷ ଧରି ପୁଲିସ୍‌ ଆଖିରେ ଧୁଳି ଦେଇ ବଣ ଜଙ୍ଗଲରେ ଲୁଚି ରହୁଥିବା କ୍ରିଷ୍ଣା  ଶେଷରେ ଆନ୍ଧ୍ର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲା ବୋଲି ସୂଚନା ମିଳିଛି । କ୍ରିଷ୍ଣା ନାମରେ ତିନି ରାଜ୍ୟର ସରକାର ୩୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ  ।

ଆତ୍ମସମର୍ପଣ ପରେ ଆନ୍ଧ୍ର ପୁଲିସ୍‌ ପକ୍ଷରୁ କ୍ରିଷ୍ଣାକୁ ୨୦ ଲକ୍ଷରୁ ଅଧିକ ଟଙ୍କା ସହାୟତା କରାଯିବ ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ସୂଚନା ଦିଆଯାଇଛି  ।

The post ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା, ଥିଲା ୩୦ ଲକ୍ଷର ପୁରସ୍କାର appeared first on Odisha Reporter.

]]>
centre bottom 2021-04-21 11:03:09 https://cdn.odishareporter.in/wp-content/uploads/2021/04/21105723/naxal-4.jpg
ଭୋକର କରୁଣ କାହାଣୀ; ରାସ୍ତାରେ ପଡ଼ିଗଲା ତରକାରୀ, ଗୋଟାଇ ଖାଇଲେ ବୃଦ୍ଧା https://odishareporter.in/odisha/a-hungry-old-lady-collected-ate-curry-what-was-falling-on-road-635796 Thu, 15 Apr 2021 06:00:48 +0000 https://odishareporter.in/?p=635796

ମାଲକାନଗିରି(ଜିତନ୍ଦ୍ର ବେଉରା): କିଛି ଦିନ ପୂର୍ବେ ଛାତିକୁ ଥରାଇବା ପରି ଭୋକର ବିକଳ ଚିତ୍ର  ଖଣିଖାଦାନର ପ୍ରାଚୁର୍ଯ୍ୟରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି ମାଲକାନଗିରି ଜିଲ୍ଲାରେ । ଜଣେ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏଥର ମଧ୍ୟ ପରିସ୍ଥିତି ସମାନ ଥିବା ବେଳେ ବଦଳି ଯାଇଛି […]

The post ଭୋକର କରୁଣ କାହାଣୀ; ରାସ୍ତାରେ ପଡ଼ିଗଲା ତରକାରୀ, ଗୋଟାଇ ଖାଇଲେ ବୃଦ୍ଧା appeared first on Odisha Reporter.

]]>

ମାଲକାନଗିରି(ଜିତନ୍ଦ୍ର ବେଉରା): କିଛି ଦିନ ପୂର୍ବେ ଛାତିକୁ ଥରାଇବା ପରି ଭୋକର ବିକଳ ଚିତ୍ର  ଖଣିଖାଦାନର ପ୍ରାଚୁର୍ଯ୍ୟରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି ମାଲକାନଗିରି ଜିଲ୍ଲାରେ । ଜଣେ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

ଏଥର ମଧ୍ୟ ପରିସ୍ଥିତି ସମାନ ଥିବା ବେଳେ ବଦଳି ଯାଇଛି ସ୍ଥାନ ଓ ଚରିତ୍ର। ପୂର୍ବରୁ ସୁନ୍ଦରଗଡ଼ରେ ଜଣେ ଛୋଟ ଶିଶୁ ଅଇଁଠା ପତ୍ର ଚାଟୁଥିବା ବେଳେ ଏଥର ମାଲକାନଗିରି ସଦର ମହକୁମାରେ ଜଣେ ବୃଦ୍ଧା ହୋଇଛନ୍ତି ଭୋକର ଶିକାର।  ଭୋକରେ ଆଉଟପାଉଟ ହେଉଥିବା ଅସହାୟ ବୃଦ୍ଧାଜଣକ ରାସ୍ତାରେ ପଡିଥିବା ତରକାରୀକୁ ଗୋଟାଇ ଖାଉଛନ୍ତି । ଏପରି କରୁଣ କାହାଣୀର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।

ବୃଦ୍ଧାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ । ଆଖିକୁ ଭଲ ଭାବେ ଦିଶୁନି। ଅଣ୍ଟା ସଳଖି ଚାଲିବା ପାଇଁ ବଳ ପାଉ ନାହିଁ। ଦେହର ପଞ୍ଜରା ହାଡ଼ ଦେଖାଯାଉଛି।  ବୃଦ୍ଧାଙ୍କୁ କେହି ଜଣେ ଟିଫିନରେ ଖାଦ୍ୟ ଦେଇଥିଲେ । ତେବେ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ ରାସ୍ତା ଉପରେ ତାଙ୍କ ହାତରୁ ଖସି  ବିଛାଡ଼ି ହୋଇପଡ଼ିଥିଲା ତରକାରୀ।  ।

ହାତରୁ ଖାଦ୍ୟ ଖସି ପଡ଼ିବା ପରେ ପୁଣି ଥରେ ଭୋକର ଯାତନାକୁ ମନେ ପକାଇ ବୃଦ୍ଧାଜଣକ ତଳେ ବସି ପଡ଼ି  ପଡିଯାଇ ଥିବା ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା । ଭୋକଳର କଷ୍ଟକୁ ଅଙ୍ଗେ ନିଭାଉଥିବା ବୃଦ୍ଧାଜଣକ ପାରିପାର୍ଶ୍ୱିକ ସ୍ଥିତିକୁ ସମ୍ପୂର୍ଣ୍ଣ ଭୁଲିଗଲେ। ଠିକ ଭାବେ କଥା କହିପାରୁନଥିବା ବେଳେ ସେ ନିଜ ନାମକୁ ମଧ୍ୟ ସେ ସ୍ପଷ୍ଟ କହିପାରୁନଥିଲେ ।

ସୂଚନାଯୋଗ୍ୟ,  କିଛି ଦିନ ତଳେ ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା  ଦେଖିବାକୁ ମିଳିଥିଲା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତର ଗଣୁଆ ଖଣି ଅଞ୍ଚଳର ଏଭଳି ଦୃଶ୍ୟ ସୋଶାଲ ମିଡିଆରେ  ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କିଛି ବ୍ୟକ୍ତି ଭୋଜିଭାତ କରି ଖାଇବା ପରେ ଅଇଁଠା ଖଲି ପକାଇ ଚାଲିଯାଇଥିଲେ। ସେହି ଅଇଁଠା ପତ୍ରକୁ ଛୁଆଟି ଚାଟି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ଖବର ନେବାରୁ ଜଣାପଡ଼ିଥିଲା, କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗାଁର ରାବଣ ମୁଣ୍ଡା ୩ ବର୍ଷ ପୂର୍ବେ ପତ୍ନୀଙ୍କୁ ହରାଇବା ପରେ ୩ ଟି ଛୋଟ୍‌ ଛୋଟ ପିଲାଙ୍କୁ ଖାଇବାକୁ ଦେବାକୁ ବେଶ୍‌ ହଇରାଣ ହେଉଥିଲେ। ସେଥିପାଇଁ ପିଲାମାନେ ବାହାରେ ବୁଲି ଅଇଁଠା ପତ୍ର ଚାଟୁଥିବା ଅଭିଯୋଗ ହୋଇଥିଲା।  ଏହି ଦୃଶ୍ୟ ଭାଇରାଲ୍‌ ହେବା ପରେ ସରପଞ୍ଚ ରାବଣଙ୍କୁ ୨୫ କେଜି ଚାଉଳ ଦେଇଥିଲେ। ଏହାବ୍ୟତୀତ କୋଇଡା BDO ପଲ୍ଲବୀ ରାଜ ଘଟଣାର ତଦନ୍ତ ଲାଗି ଏକ ଟିମ୍‌ ଗାଁକୁ ପଠାଇଥିଲେ।

 

The post ଭୋକର କରୁଣ କାହାଣୀ; ରାସ୍ତାରେ ପଡ଼ିଗଲା ତରକାରୀ, ଗୋଟାଇ ଖାଇଲେ ବୃଦ୍ଧା appeared first on Odisha Reporter.

]]>
centre bottom, viral video 2021-04-15 14:17:53 https://cdn.odishareporter.in/wp-content/uploads/2021/04/15112421/mlk-3.jpg
କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ https://odishareporter.in/odisha/king-cobra-rescued-from-the-canal-633078 Mon, 05 Apr 2021 17:04:51 +0000 https://odishareporter.in/?p=633078

ମାଲକାନଗିରି(ଜିତେନ୍ଦ୍ର ବେଉରା): କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ। ସାପଟିକୁ ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏପରି ଖବର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-78 ଗ୍ରାମରୁ ଆସିଛି। ରବିବାର ଦିନ MV-78 ମୁଖ୍ୟ ରାସ୍ତାର ପାଖରେ ଥିବା କାଡା କେନାଲ ପାଣିରେ ୧୨ ଫୁଟ୍‌ ଲମ୍ୱର ଅହିରାଜ ଫସି ଯାଇଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ସ୍ଥାନୀୟ ଲୋକେ ଦେଖି କାଲିମେଳା ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଖବର […]

The post କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ। ସାପଟିକୁ ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏପରି ଖବର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-78 ଗ୍ରାମରୁ ଆସିଛି।

ରବିବାର ଦିନ MV-78 ମୁଖ୍ୟ ରାସ୍ତାର ପାଖରେ ଥିବା କାଡା କେନାଲ ପାଣିରେ ୧୨ ଫୁଟ୍‌ ଲମ୍ୱର ଅହିରାଜ ଫସି ଯାଇଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ସ୍ଥାନୀୟ ଲୋକେ ଦେଖି କାଲିମେଳା ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଖବର ପାଇ କୌଶଳକ୍ରମେ ସାପକୁ ଉଦ୍ଧାର କରିଥିଲେ। ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଅହିରାଜକୁ ଛାଡ଼ି ଦିଆଯାଇଛି।

ସୂଚନାରୁ ପ୍ରକାଶ, ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗୁଛି। ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ସାପଟି ଜନବସତି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି।

The post କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ appeared first on Odisha Reporter.

]]>
right bottom 2021-04-05 22:39:40 https://cdn.odishareporter.in/wp-content/uploads/2021/04/05223212/snake.jpg
‘ଆମକୁ ପାଣି ଦିଅ ନହେଲେ ଯିବୁନି’ https://odishareporter.in/odisha/malkanagiri/water-crishis-in-chitrkonda-block-632971 Mon, 05 Apr 2021 11:56:18 +0000 https://odishareporter.in/?p=632971

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପାଣି ପାଇଁ ଧାରଣା। ପାନୀୟ ଜଳ ସଙ୍କଟକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗାଁ ଲୋକେ। ଏମିତି ଚିତ୍ର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରୁ ଆସିଛି। ଉକ୍ତ ବ୍ଲକର କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ୭୫ ପରିବାରର ମହିଳା ଓ ପୁରୁଷ ହାତରେ ହାଣ୍ଡି, ଡେକଚି ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ହୋହଲ୍ଲା କରିଥିଲେ। କୁରୁମାନୁର ଠାରୁ ଚିତ୍ରକୋଣ୍ଡା ପ୍ରାୟ ୩୦ କିମି ଦୂର। ତଥାପି […]

The post ‘ଆମକୁ ପାଣି ଦିଅ ନହେଲେ ଯିବୁନି’ appeared first on Odisha Reporter.

]]>

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପାଣି ପାଇଁ ଧାରଣା। ପାନୀୟ ଜଳ ସଙ୍କଟକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗାଁ ଲୋକେ। ଏମିତି ଚିତ୍ର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରୁ ଆସିଛି। ଉକ୍ତ ବ୍ଲକର କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ୭୫ ପରିବାରର ମହିଳା ଓ ପୁରୁଷ ହାତରେ ହାଣ୍ଡି, ଡେକଚି ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ହୋହଲ୍ଲା କରିଥିଲେ।

କୁରୁମାନୁର ଠାରୁ ଚିତ୍ରକୋଣ୍ଡା ପ୍ରାୟ ୩୦ କିମି ଦୂର। ତଥାପି କୁରୁମାନୁର ଗ୍ରାମବାସୀ ଚିତ୍ରକୋଣ୍ଡା ଆସି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ l କୁରୁମାନୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନାଗେଶ୍ୱର ସେଠୀ ଏହାର ନେତୃତ୍ୱ ନେଇଥିଲେ। `ଆମକୁ ପାଣି ଦିଅ, ନହେଲେ ଆମେ ଯିବୁ ନାହିଁ’ ବୋଲି କହି ହୋହଲ୍ଲା କରିଥିଲେ ଗ୍ରାମବାସୀ।

ଗ୍ରାମବାସୀଙ୍କ  କହିବା ଅନୁଯାୟୀ, ଗାଁରେ ୮ଟି ନଳକୂଅ ଓ ୩ଟି ସୋଲାର ପଏଣ୍ଟ ବସିଛି । ମାତ୍ର ସବୁ ଅଚଳ ହୋଇ ପଡ଼ିଛି l ଗ୍ରାମବାସୀମାନେ ୨ କିମି ପାଦରେ ଚାଲି ଚାଲି ଜଙ୍ଗଲ ଭିତରେ ଥିବା ନାଳ ଚୁଆରୁ ପାଣି ଆଣି ପିଉଛନ୍ତି । ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଛନ୍ତି। ଦୀର୍ଘ ଦିନ ହେଲା ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଧାରଣାରେ ବସିଛନ୍ତି ବୋଲି କହିଛି।

ନାଗେଶ୍ୱର ସେଠୀ ନାମକ ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ, ଆମେ ନାଳରୁ ପାଣି ପିଉଛୁ। ମହିଳାମାନେ ୨ କିମି ଦୂର ଯାଇ ଗରାରେ ପାଣି ଆଣୁଛନ୍ତି। ଗାଁରେ ୫୦୦ ଲୋକ ରହୁଥିଲେ ହେଁ ୮ଟି ନଳକୂପ ରହିଛି । ହେଲେ ସେ ଗୁଡ଼ିକ କାମ କରୁନି। ଗାଁର ରାଜୁ ପାଙ୍ଗୀ ସମାନ ଅଭିଯୋଗ ଦୋହରାଇଛନ୍ତି।

The post ‘ଆମକୁ ପାଣି ଦିଅ ନହେଲେ ଯିବୁନି’ appeared first on Odisha Reporter.

]]>
right bottom 2021-04-05 17:46:34 https://cdn.odishareporter.in/wp-content/uploads/2021/04/05172249/pp-01.jpg
ବିରିୟାନୀ ବିକୁଛନ୍ତି ଇଞ୍ଜିନିଅର ବନ୍ଧୁ https://odishareporter.in/odisha/malkanagiri/two-engineering-friends-selling-biryani-near-malkangiri-collectorate1-630295 Thu, 25 Mar 2021 15:29:04 +0000 https://odishareporter.in/?p=630295

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୁଇ ବନ୍ଧୁ। ପେସାରେ ଇଞ୍ଜିନିଅର। ଜଣେ ସିଭିଲ୍ ଓ ଆଉ ଜଣେ ମେକାନିକାଲ୍ ଇଞ୍ଜିନିଅର। ପାଠ ପଢ଼ା ସରିବା ପରେ ଦୁହେଁ ବଡ଼ ଆଇଟି କମ୍ପାନୀରେ ଚାକିରି କରିବାକୁ ଆଶା ବାନ୍ଧିଲେ। କିନ୍ତୁ କରୋନା ମହାମାରୀ ଜଣଙ୍କ ଖାଇଦେଲା ତ ଆଉଜଣଙ୍କ ଚାକିରି ରଖିଲା। ଯେଉଁ କାରଣରୁ ଏହି ଦୁଇ ବନ୍ଧୁ ଏବେ ରାସ୍ତା କଡ଼ରେ ବିରିୟାନୀ ବିକ୍ରି କରି ଆପଣାଇଛନ୍ତି ରୋଜଗାରର ନୂଆ ପନ୍ଥା। ଆମେ କହୁଛୁ ଦୁଇ ଇଂଜିନିଅର ବନ୍ଧୁ […]

The post ବିରିୟାନୀ ବିକୁଛନ୍ତି ଇଞ୍ଜିନିଅର ବନ୍ଧୁ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୁଇ ବନ୍ଧୁ। ପେସାରେ ଇଞ୍ଜିନିଅର। ଜଣେ ସିଭିଲ୍ ଓ ଆଉ ଜଣେ ମେକାନିକାଲ୍ ଇଞ୍ଜିନିଅର। ପାଠ ପଢ଼ା ସରିବା ପରେ ଦୁହେଁ ବଡ଼ ଆଇଟି କମ୍ପାନୀରେ ଚାକିରି କରିବାକୁ ଆଶା ବାନ୍ଧିଲେ। କିନ୍ତୁ କରୋନା ମହାମାରୀ ଜଣଙ୍କ ଖାଇଦେଲା ତ ଆଉଜଣଙ୍କ ଚାକିରି ରଖିଲା। ଯେଉଁ କାରଣରୁ ଏହି ଦୁଇ ବନ୍ଧୁ ଏବେ ରାସ୍ତା କଡ଼ରେ ବିରିୟାନୀ ବିକ୍ରି କରି ଆପଣାଇଛନ୍ତି ରୋଜଗାରର ନୂଆ ପନ୍ଥା। ଆମେ କହୁଛୁ ଦୁଇ ଇଂଜିନିଅର ବନ୍ଧୁ ପ୍ରିୟମ ବେବର୍ତ୍ତା ଓ ସୁମିତ ସାମଲଙ୍କ କଥା।

ସୁମିତ ସିଭିଲରେ ବିଟେକ୍ କରିଥିବା ବେଳେ ପ୍ରିୟମ ମେକାନିକାଲରେ ବିଟେକ କରିଛନ୍ତି। ରୋଜଗାରକୁ ଅଧିକ ବଢ଼ାଇବା ପାଇଁ ଦୁହେଁ ଏକ ବିରିୟାନୀ ଷ୍ଟଲ୍ ପକାଇବାକୁ ନିଷ୍ପତ୍ତି ନେଲେ। ସେମାନେ ସ୍ୱଳ୍ପ ଟଙ୍କାରେ ଏହି ବ୍ୟବସାୟକୁ ଆରମ୍ଭ କଲେ। ନିଜ ବିରିୟାନୀ ଷ୍ଟଲର ନାମ ଦେଲେ ଇଞ୍ଜିନିୟର ଠେଲା। ମାଲକାନଗିରିର ଜିଲ୍ଲାପାଳ କାର୍ଯ୍ୟାଳୟ କଡରେ ଏହି ଇଂଜନିୟରସ୍ ଠେଲା ପଡିଛି। ଏହି ଠେଲାଟିର ପୋଷ୍ଟରକୁ ପଢିବା ପରେ ଲୋକେ ସାମାନ୍ୟ ଦ୍ୱନ୍ଦ୍ୱରେ ପଡିଯାଇଥିଲେ। ଆଉ ପାଖରେ ପହଞ୍ଚି ଦେଖିଲା ବେଳକୁ ଏହି ଠେଲାରେ ବିକ୍ରି ହେଉଛି ସୁଆଦିଆ ବିରିୟାନୀ।

ସକାଳ ପାହିଲେ ବିରିୟାନୀ ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ କିଣନ୍ତି। ଘରେ ବିରିୟାନୀ ପ୍ରସ୍ତୁତ କରିବା ପରେ ସନ୍ଧ୍ୟା ବେଳେ ଏହାକୁ ବିକ୍ରି କରିବା ପାଇଁ ଜାତୀୟ ରାଜପଥ କଡରେ ଥିବା ନିଜର ଠେଲାକୁ ନେଇକି ଆସନ୍ତି। ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଦୁହେଁ ଏହି ବ୍ୟବସାୟକୁ ଛୋଟ ମନେ ନକରି ନିଜର କର୍ତ୍ତବ୍ୟ ଭାବି ଆଗେଇ ଚାଲିଛନ୍ତି। ନିଷ୍ଠାର ସହ କାର୍ଯ୍ୟ କଲେ ଆତ୍ମସନ୍ତୋଷ ମିଳିଥାଏ ବୋଲି ଦୁଇ ବନ୍ଧୁ କହିଛନ୍ତି। ପ୍ରିୟମ ବେବର୍ତ୍ତା ମୁମ୍ୱାଇରେ ଏକ ଆଇଟି କମ୍ପାନୀରେ ପାର୍ଟ ଟାଇମ୍ କାମ କରନ୍ତି। ସେହିପରି କରୋନା ଲକଡାଉନ୍ କାରଣରୁ ଚାକିରି ହରାଇଛନ୍ତି ସୁମିତ୍।

ଆଗାମୀ ଦିନରେ ଏହି ବ୍ୟବସାୟକୁ ବଢ଼ାଇବା ସହ ବିଭିନ୍ନ ଫ।ଷ୍ଟ ଫୁଡ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦୁଇ ବନ୍ଧୁ। ସଂଧ୍ୟା ହେଲେ ଇଂଜନିୟରଙ୍କ ହାତ ତିଆରି ବିରିୟାନୀ ଖାଇବା ପାଇଁ ଠେଲା ପାଖରେ ଭିଡ ଜମୁଛି। କମ୍ ମୂଲ୍ୟରେ ସୁଆଦିଆ ବିରିୟାନି ମିଳୁଥିବାରୁ ଖାଇବା ପରେ ଭୁରି ଭୁରି ପ୍ରଶଂସା କରୁଛନ୍ତି।

The post ବିରିୟାନୀ ବିକୁଛନ୍ତି ଇଞ୍ଜିନିଅର ବନ୍ଧୁ appeared first on Odisha Reporter.

]]>
odia offbeat, right bottom 2021-03-26 17:28:03 https://cdn.odishareporter.in/wp-content/uploads/2021/03/25205152/engineers-thela.jpg
ବାହାରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବେ, ୭ ଦିନ ହୋମ୍ ଆଇସୋଲେସନ https://odishareporter.in/odisha/malkanagiri/who-came-from-outside-have-to-inform-the-nodal-officer-629761 Wed, 24 Mar 2021 07:18:57 +0000 https://odishareporter.in/?p=629761

ମାଲକାନଗିରି (ଓଡ଼ିଶା ରିପୋର୍ଟର) କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ କଡ଼ା କଟକଣା କରିଛି।  ରାଜ୍ୟ ବାହାରରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବାକୁ ପଡ଼ିବ । ତାସହିତ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ।  ଯିଏ ରାଜ୍ୟ ବାହାରକୁ ଯିବ, ସେ ମଧ୍ୟ ନୋଡାଲ ଅଫିସରଙ୍କୁ ଜଣାଇବେ।  ଓଡ଼ିଶା-ଛତିଶଗଡ଼ ଚାଲାନଗୁଡ଼ାରେ ଚେକିଂ କରାଯାଉଛି ।  ବଡ଼ଯାତ୍ରା ଆରମ୍ଭ ହୋଇଥିବାରୁ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ତେବେ […]

The post ବାହାରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବେ, ୭ ଦିନ ହୋମ୍ ଆଇସୋଲେସନ appeared first on Odisha Reporter.

]]>

ମାଲକାନଗିରି (ଓଡ଼ିଶା ରିପୋର୍ଟର) କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ କଡ଼ା କଟକଣା କରିଛି।  ରାଜ୍ୟ ବାହାରରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବାକୁ ପଡ଼ିବ । ତାସହିତ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ।  ଯିଏ ରାଜ୍ୟ ବାହାରକୁ ଯିବ, ସେ ମଧ୍ୟ ନୋଡାଲ ଅଫିସରଙ୍କୁ ଜଣାଇବେ।  ଓଡ଼ିଶା-ଛତିଶଗଡ଼ ଚାଲାନଗୁଡ଼ାରେ ଚେକିଂ କରାଯାଉଛି ।  ବଡ଼ଯାତ୍ରା ଆରମ୍ଭ ହୋଇଥିବାରୁ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।

ତେବେ ଏହି ନିୟମ ପରେ ଲୋକେ କିଛିଟା ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ କହିଛନ୍ତି, ଲୋକଙ୍କ ଭଲ ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ   କରାଯାଛି। ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ ।

ମାଲକାନଗିରିରେ ବଡ ଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

The post ବାହାରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବେ, ୭ ଦିନ ହୋମ୍ ଆଇସୋଲେସନ appeared first on Odisha Reporter.

]]>
right top 2021-03-24 18:48:21 https://cdn.odishareporter.in/wp-content/uploads/2021/03/24124458/6bnm-1.jpg
ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ, ଏହି ଜିଲ୍ଲାରେ ଲାଗୁ ହେଲା https://odishareporter.in/odisha/malkanagiri/night-curfew-imposed-in-malkangiri-from-23rd-to-31st-march-629363 Mon, 22 Mar 2021 13:12:18 +0000 https://odishareporter.in/?p=629363

ମାଲକାନଗିରି (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ଏହି ଲହରକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଓ ଲକଡାଉନ୍ ଲାଗୁ କରାଯାଇଛି। ଏବେ ଓଡ଼ିଶାକୁ ମଧ୍ୟ ନାଇଟ୍ କର୍ଫ୍ୟୁ ଫେରିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁର ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ କରାଯିବ। ଏ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। […]

The post ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ, ଏହି ଜିଲ୍ଲାରେ ଲାଗୁ ହେଲା appeared first on Odisha Reporter.

]]>

ମାଲକାନଗିରି (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ଏହି ଲହରକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଓ ଲକଡାଉନ୍ ଲାଗୁ କରାଯାଇଛି। ଏବେ ଓଡ଼ିଶାକୁ ମଧ୍ୟ ନାଇଟ୍ କର୍ଫ୍ୟୁ ଫେରିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁର ଘୋଷଣା କରାଯାଇଛି।

ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ କରାଯିବ। ଏ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ମାର୍ଚ୍ଚ ୩୧ ତାରିଖ ରାତି ୧୧. ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ।

କର୍ଫ୍ୟୁ ସମୟରେ ସର୍ବସାଧାରଣ ସ୍ଥାନରେ ଦୋଳ ଓ ହୋଲି ପର୍ବ ପାଳନକୁ ବାରଣ କରାଯାଇଛି। କୋଭିଡ୍ ଗାଇଡଲାଇନ୍ ସହ ୫୦ଜଣଙ୍କୁ ନେଇ ହେବ ଦୋଳ ମେଳଣ। ସେହିପରି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨ଶହ ଲୋକରେ ହେବ ବଡ଼ ଯାତ୍ରା।

ରାଜ୍ୟରେ ତିନି-ଚାରି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଆସନ୍ତାକାଲି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ, ଏସ୍‌ପି ମାନଙ୍କ ସହ ସମୀକ୍ଷା କରିବେ। କୋଭିଡ୍ ନିୟନ୍ତ୍ରଣ ପାଇଁ ପୁଣି ଥରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି। ସ୍ଥିତି ଦେଖି ଲକ୍‌ଡାଉନ୍ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି କଟକ। ଏହି ଜିଲ୍ଲାରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪, ବରଗଡ଼ରୁ ୩, ବଲାଙ୍ଗିରରୁ ୯, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩, ଯାଜପୁରରୁ ୪, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ଜଣେ, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୧୨, ପୁରୀରୁ ୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

The post ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ, ଏହି ଜିଲ୍ଲାରେ ଲାଗୁ ହେଲା appeared first on Odisha Reporter.

]]>
centre top 2021-03-22 18:49:44 https://cdn.odishareporter.in/wp-content/uploads/2021/03/22183959/malkangiri-night-curfew.jpg
ଶ୍ୱଶୁର ଘରକୁ ଯାଉଥିଲେ ଯବାନ, ଅପହରଣ କରି ମାରି ଦେଲେ https://odishareporter.in/odisha/naxal-allegedly-killed-a-jawan-in-chhatishgarh-628950 Sun, 21 Mar 2021 06:10:22 +0000 https://odishareporter.in/?p=628950

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ବର୍ବର କାଣ୍ଡ। ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଣ୍ଡୁମ ଗାଁରେ। ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ। ହେଲେ ବାଟରେ ତାଙ୍କୁ ନକ୍ସଲ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଥିଲା। ନକ୍ସଲ ମାନେ ତାଙ୍କୁ ଆଜି ହତ୍ୟା କରିଛନ୍ତି। ସେମାନେ ମୃତ ଶରୀରକୁ କେଶକୁତୁଲ ଗାଁ ନିକଟରେ ଛାଡ଼ି ପଳାଇଥିଲେ। ସେହିପରି ଛତିଶଗଡ଼ର […]

The post ଶ୍ୱଶୁର ଘରକୁ ଯାଉଥିଲେ ଯବାନ, ଅପହରଣ କରି ମାରି ଦେଲେ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ବର୍ବର କାଣ୍ଡ। ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଣ୍ଡୁମ ଗାଁରେ।

ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ। ହେଲେ ବାଟରେ ତାଙ୍କୁ ନକ୍ସଲ ମାନେ ଅପହରଣ କରି ନେଇଥିବା ଜଣାପଡ଼ିଥିଲା। ନକ୍ସଲ ମାନେ ତାଙ୍କୁ ଆଜି ହତ୍ୟା କରିଛନ୍ତି। ସେମାନେ ମୃତ ଶରୀରକୁ କେଶକୁତୁଲ ଗାଁ ନିକଟରେ ଛାଡ଼ି ପଳାଇଥିଲେ।

ସେହିପରି ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ଲଙ୍କାକାଣ୍ଡ ଭିଆଇଛନ୍ତି। ମୁରଲୀଗୁଡ଼ା ନିକଟରେ ରାସ୍ତା ନିର୍ମାଣକୁ ବିରୋଧ କରି ଠିକାଦାରଙ୍କ ଦୁଇଟି ଗାଡ଼ିକୁ ନକ୍ସଲ ଜାଳି ଦେଇଛନ୍ତି। ସେମାନେ ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର ଜାଲି ଦେଇଛନ୍ତି।

ନକ୍ସଲମାନେ ଗାଡ଼ି ପୋଡ଼ିବା ସହିତ ଘଟଣା ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ସୂଚନାଯୋଗ୍ୟ, ତିନି ଦିନ ତଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ନକ୍ସଲମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳି ଦେଇଥିଲେ। ଏହାବ୍ୟତୀତ ଏକ କେଟ୍‌ଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଉପରେ ଦୁଇଟି ବ୍ୟାନର ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଥିଲା। ଏହି ଗାଁଟି ଛତିଶଗଡ଼ ସୀମାନ୍ତରେ ରହିଛି।

The post ଶ୍ୱଶୁର ଘରକୁ ଯାଉଥିଲେ ଯବାନ, ଅପହରଣ କରି ମାରି ଦେଲେ appeared first on Odisha Reporter.

]]>
right bottom 2021-03-21 11:55:08 https://cdn.odishareporter.in/wp-content/uploads/2020/09/09160401/naxal.jpg
୯୩ ଲକ୍ଷ ଟଙ୍କା ଚଳୁ କରିଦେଲେ, ସିବିଆଇ ଜାଲରେ ପୂର୍ବତନ ସବ୍ ପୋଷ୍ଟମାଷ୍ଟର https://odishareporter.in/odisha/malkanagiri/postal-workers-corrupted-rs-93-lakh-in-malkangiri-628828 Sat, 20 Mar 2021 12:24:41 +0000 https://odishareporter.in/?p=628828

ମାଲକାନଗିରି ( ଓଡ଼ିଶା ରିପୋର୍ଟର): ପୋଷ୍ଟାଲ ଦୁର୍ନୀତି ମାମାଲାରେ ସିବିଆଇ ରେଡ୍‌।  ମାଲକାନଗିରି ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସରେ ପ୍ରାୟ ୯୩ ଲକ୍ଷ ଟଙ୍କା ହଡ଼ପ ନେଇ ମାମଲା ରୁଜୁ କରିଛି ସିବିଆଇ। ଭୁବନଶ୍ୱରର ସିବିଆଇର ଏକ ୪ ଜଣିଆ ଟିମ୍‌ ଏମଭି 79 ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସ ପହଞ୍ଚି ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ବହୁ  ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସିବିଆଇ ଜବତ କରିଥିବା ଜଣାପଡ଼ିଛି। ଏଥିସହ  ପୋଷ୍ଟ ଅଫିସର ନିଲମ୍ବିତ ତତ୍କାଳୀନ […]

The post ୯୩ ଲକ୍ଷ ଟଙ୍କା ଚଳୁ କରିଦେଲେ, ସିବିଆଇ ଜାଲରେ ପୂର୍ବତନ ସବ୍ ପୋଷ୍ଟମାଷ୍ଟର appeared first on Odisha Reporter.

]]>

ମାଲକାନଗିରି ( ଓଡ଼ିଶା ରିପୋର୍ଟର): ପୋଷ୍ଟାଲ ଦୁର୍ନୀତି ମାମାଲାରେ ସିବିଆଇ ରେଡ୍‌।  ମାଲକାନଗିରି ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସରେ ପ୍ରାୟ ୯୩ ଲକ୍ଷ ଟଙ୍କା ହଡ଼ପ ନେଇ ମାମଲା ରୁଜୁ କରିଛି ସିବିଆଇ। ଭୁବନଶ୍ୱରର ସିବିଆଇର ଏକ ୪ ଜଣିଆ ଟିମ୍‌ ଏମଭି 79 ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସ ପହଞ୍ଚି ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ବହୁ  ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସିବିଆଇ ଜବତ କରିଥିବା ଜଣାପଡ଼ିଛି।

ଏଥିସହ  ପୋଷ୍ଟ ଅଫିସର ନିଲମ୍ବିତ ତତ୍କାଳୀନ ସବ୍ ପୋଷ୍ଟମାଷ୍ଟର ବିଶ୍ୱନାଥ ପୋଡ଼ିଆମି ଏବଂ ଅନ୍ୟ  ଦୁଇଜଣ ରଙ୍ଗାମା ରାଜୁ ଓ ଘାସିରାମ ମାଡ଼କାମିଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଅଗଷ୍ଟ ୨୯ ୨୦୧୯ରୁ ଡିସେମ୍ବର ୩୧  ୨୦୨୦ ମଧ୍ୟରେ ଏହି ଘୋଟାଲା ହୋଇଥିବା ସିବିଆଇ ସୂଚନା ଦେଇଛି। ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କ ଘରେ ମଧ୍ୟ ସିବିଆଇ ରେଡ୍‌ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବିଶ୍ୱନାଥ ପୋଡ଼ିଆମି ଅନ୍ୟ ୨ ଜଣଙ୍କ ସହ ମିଶି ଏହି ଘୋଟାଲା କରିଥିବା ଜଣାପଡ଼ିଛି।

ପୋଡ଼ିଆମି ନିଜ କ୍ଷମତାକୁ ଅପବ୍ୟବହାର କରି  ନିଜର ୟୁଜର୍ ଆଇଡି ଓ ପାସଵାର୍ଡ ବ୍ୟବହାର କରି ପୋଷ୍ଟ ଅଫିସ୍‌ ଆକାଉଣ୍ଟରୁ ଏହି ଟଙ୍କା କୋର୍ ବ୍ୟାଙ୍କିଙ୍ଗ ଜରିଆରେ ଟ୍ରାନ୍ସଫର କରିଥିବା ଜଣାପଡ଼ିଛି। ପରେ ଏହି ଟଙ୍କାକୁ ୩ ଜଣ ମିଶି ନିଜ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। କୋରାପୁଟ ପୋଷ୍ଟାଲ ଡିଭିଜନ୍‌ରେ କାର୍ଯ୍ୟରତ ସହକାରୀ ପୋଷ୍ଟ ସୁପରିଟେଣ୍ଟେଣ୍ଟ ରାଜକିଶୋର ମହାରଣା ସିବିଆଇରେ ଅଭିଯୋଗ କରିଥିଲେ। ବାର୍ଷିକ ଇନ୍ସପେକ୍ସନ୍ ବେଳେ ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସରେ ଏହି ଟଙ୍କା ଜାଲିଆତି ହୋଇଥିବା ଜଣା ପଡ଼ିଥିଲା ବୋଲି ରାଜକିଶୋର ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୧୨୦(ବି),୪୨୦,୪୦୯ ଏବଂ ଦଫା ୧୩(୨), ୧୩(୧)(ଏ) ଅନୁସାରେ ମାମଲା ରୁଜୁ ହୋଇଛି। ତେବେ ପୂର୍ବରୁ ବିଶ୍ୱନାଥଙ୍କୁ ଚାକିରିରୁ ନିଲମ୍ବିତ କରାଯାଇ ଥିଲା।

The post ୯୩ ଲକ୍ଷ ଟଙ୍କା ଚଳୁ କରିଦେଲେ, ସିବିଆଇ ଜାଲରେ ପୂର୍ବତନ ସବ୍ ପୋଷ୍ଟମାଷ୍ଟର appeared first on Odisha Reporter.

]]>
right top 2021-03-20 17:54:41 https://cdn.odishareporter.in/wp-content/uploads/2021/03/20174633/nbv-1.jpg
‘ବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲୁ, ପୁଲିସ ଏନ୍‌କାଉଣ୍ଟର କଲା, ଆମେ ରାତିସାରା ପାଣି ଭିତରେ ରହିଲୁ’ https://odishareporter.in/odisha/malkanagiri/amid-allegations-of-fake-encounter-in-malkangiri-9-627784 Wed, 17 Mar 2021 05:06:56 +0000 https://odishareporter.in/?p=627784

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ପୁଣି ପୁଲିସ ବିରୋଧରେ ଗର୍ଜିଲେ ଗ୍ରାମବାସୀ। ଏକତ୍ରିତ ହେଲେ ୯ଟି ଗ୍ରାମର ଶତାଧିକ ଲୋକେ। ନିରୀହ ଗ୍ରାମବାସୀଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ। ଆଉ ପୁଲିସ୍‌ର ଏନକାଉଣ୍ଟର ମିଛ ବୋଲି କହିଲେ। ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଂଚଳ ମୁଦୁଲିଗୁଡାରେ ପ୍ରଜାମେଳି ହୋଇଥିଲା। ଦେଶୀ ଡଙ୍ଗା ଏବଂ ମୋଟର ଲଞ୍ଚ ମାଧ୍ୟମରେ ମୁଦୁଲିଗୁଡା ଘାଟ ଠାରେ ସମସ୍ତ ଗ୍ରାମବାସୀ ପହଞ୍ଚିଥିଲେ। ପ୍ରଜାମେଳିରେ ପୁଲିସ […]

The post ‘ବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲୁ, ପୁଲିସ ଏନ୍‌କାଉଣ୍ଟର କଲା, ଆମେ ରାତିସାରା ପାଣି ଭିତରେ ରହିଲୁ’ appeared first on Odisha Reporter.

]]>

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ପୁଣି ପୁଲିସ ବିରୋଧରେ ଗର୍ଜିଲେ ଗ୍ରାମବାସୀ। ଏକତ୍ରିତ ହେଲେ ୯ଟି ଗ୍ରାମର ଶତାଧିକ ଲୋକେ। ନିରୀହ ଗ୍ରାମବାସୀଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ। ଆଉ ପୁଲିସ୍‌ର ଏନକାଉଣ୍ଟର ମିଛ ବୋଲି କହିଲେ।

ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଂଚଳ ମୁଦୁଲିଗୁଡାରେ ପ୍ରଜାମେଳି ହୋଇଥିଲା। ଦେଶୀ ଡଙ୍ଗା ଏବଂ ମୋଟର ଲଞ୍ଚ ମାଧ୍ୟମରେ ମୁଦୁଲିଗୁଡା ଘାଟ ଠାରେ ସମସ୍ତ ଗ୍ରାମବାସୀ ପହଞ୍ଚିଥିଲେ। ପ୍ରଜାମେଳିରେ ପୁଲିସ ସେମାନଙ୍କ ଅଂଚଳର ଲୋକଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ କରିଥିଲେ।

ଏଥିସହ ଗତ ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟାରେ ପୁଲିସର ଏସଓଜି ଏବଂ ଡିଭିଏଫ ଯବାନମାନେ  ମିଳିତ ଭାବରେ ଯେଉଁ ଏକ ମୋଟର ଲଞ୍ଚ ଉପରକୁ ଗୁଳି ଚାଳନା କରିଥିଲେ ସେଥିରେ ମାଓବାଦୀ ନଥିବା ଗ୍ରାମବାସୀ କହିଥିଲେ। ସେହି ମୋଟର ଲଞ୍ଚରେ ସେତ ହନ୍ତାଳ ନାମ୍ନୀ ଜଣେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ  ଅଣ୍ଡିରାପାଲ୍ଲୀ ପଞ୍ଚାୟତର ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା କହିଥିଲେ। ତେବେ ବାରମ୍ବାର ଗ୍ରାମବାସୀ କହିବା ସତ୍ତ୍ୱେ ପୁଲିସ କ’ଣ ପାଇଁ ସେମାନଙ୍କ ଉପରକୁ ଗୁଳିଚାଳନା କଲା ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ମୋଟର ଲଞ୍ଚର ୩ ମହିଳା ଓ ୬ ପୁରୁଷ ଥିଲେ। ଯଦି କାହାର ଜୀବନ ଯାଇଥା’ନ୍ତା, ତା’ହେଲେ ପୁଲିସ ଦାୟୀ ରହିଥା’ନ୍ତା କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ପ୍ରଜାମେଳିରେ ନାକାମାମୁଢି ପଞ୍ଚାୟତର ୯ଟି ଗ୍ରାମ ଯଥା ଆମ୍ବିଲିବେଡ଼ା, ଟିକରପଡ଼ା, ଖଜୁରୀଗୁଡ଼ା, ବକୁଳି, ନାରୀଙ୍ଗଝୋଲି, ମୁଦୁଲିଗୁଡ଼ା, ରାବା, ଟାଇମାଲ ଓ ଲାଡିଗୁଡ଼ାର ଶତାଧିକ ଲୋକେ ସ୍ୱର ଉତ୍ତୋଳନ କରିଛନ୍ତି। ଏହାସହ ପୁଲିସ ଗୁଳି ଚାଳନା କରିବା ପରେ ମୋଟର ଲଞ୍ଚରେ ଥିବା ଗ୍ରାମବାସୀ ରାତି ସାରା ସେହି ଲଞ୍ଚରେ ରହି ବଡ଼ି ଭୋର ଘରକୁ ଫେରିଥିଲେ।

ରାତିରେ କିନ୍ତୁ ପୁଲିସ ମୁଦୁଲିଗୁଡାର ସମସ୍ତ ଘରକୁ ଯାଇ ନିରୀହ ଆଦିବାସୀଙ୍କୁ ଘରୁ ବାହାରକୁ କାଢ଼ି ମାଡ଼ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଏପରି ନିରୀହ ଆଦିବାସୀଙ୍କୁ ପୁଲିସ ମାରି ନକ୍ସଲ ଦର୍ଶାଉଥିବା ପ୍ରଜାମେଳିରେ କହିଥିଲେ। ଯଦି ଆଗାମୀ ଦିନରେ ପୁଲିସ ଏହି  ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରେ, ତା’ହେଲେ ବିଏସଏଫ କ୍ୟାମ୍ପକୁ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

The post ‘ବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲୁ, ପୁଲିସ ଏନ୍‌କାଉଣ୍ଟର କଲା, ଆମେ ରାତିସାରା ପାଣି ଭିତରେ ରହିଲୁ’ appeared first on Odisha Reporter.

]]>
right top 2021-03-17 19:23:40 https://cdn.odishareporter.in/wp-content/uploads/2021/03/17103418/hbv.jpg
ପୁଲିସକୁ ଟାର୍ଗେଟ୍ ପାଇଁ ଖଞ୍ଜୁଥିଲା ଲ୍ୟାଣ୍ଡମାଇନ୍, ନିଜେ ଉଡ଼ିଗଲା https://odishareporter.in/odisha/malkanagiri/maoist-died-in-land-mine-explosion-in-malkangiri-626973 Sun, 14 Mar 2021 10:07:20 +0000 https://odishareporter.in/?p=626973

ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଲିସକୁ ଟାର୍ଗେଟ କରିବା ମାଓବାଦୀ ପାଇଁ ମହଙ୍ଗା ପଡିଲା। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡ ମାଇନ୍ ଖଞ୍ଜୁଥିବା ବେଳେ ଘଟିଲା ବଡ଼ ଅଘଟଣ। ଘଟଣାସ୍ଥଳରେ ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ହୋଇ ମାଓବାଦୀଙ୍କ ବମ ଏକ୍ସପର୍ଟର ମୃତ୍ୟୁ ଘଟିଛି। ମୃତ ମାଓବାଦୀ ନାଁ ହେଉଛି ସୁନୀଲ ପଦମ। ସୁନୀଲ ଭୈରମଗଡ଼ ଏରିଆ କମିଟି ମାଓ ସଙ୍ଗଠନର IED ଏକ୍ସପର୍ଟ। ମାଓବାଦୀ ନିଜେ ଗାତ ଖୋଳିଥିବା ଗାତରେ […]

The post ପୁଲିସକୁ ଟାର୍ଗେଟ୍ ପାଇଁ ଖଞ୍ଜୁଥିଲା ଲ୍ୟାଣ୍ଡମାଇନ୍, ନିଜେ ଉଡ଼ିଗଲା appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଲିସକୁ ଟାର୍ଗେଟ କରିବା ମାଓବାଦୀ ପାଇଁ ମହଙ୍ଗା ପଡିଲା। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡ ମାଇନ୍ ଖଞ୍ଜୁଥିବା ବେଳେ ଘଟିଲା ବଡ଼ ଅଘଟଣ। ଘଟଣାସ୍ଥଳରେ ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ହୋଇ ମାଓବାଦୀଙ୍କ ବମ ଏକ୍ସପର୍ଟର ମୃତ୍ୟୁ ଘଟିଛି।

ମୃତ ମାଓବାଦୀ ନାଁ ହେଉଛି ସୁନୀଲ ପଦମ। ସୁନୀଲ ଭୈରମଗଡ଼ ଏରିଆ କମିଟି ମାଓ ସଙ୍ଗଠନର IED ଏକ୍ସପର୍ଟ। ମାଓବାଦୀ ନିଜେ ଗାତ ଖୋଳିଥିବା ଗାତରେ ପୋଡି ହୋଇ ନିଜେ ହିଁ ମୃତ୍ୟୁବରଣ କରିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ବେଚାପାଲ ନିକଟରେ ରାସ୍ତା କାମକୁ ବିରୋଧ କରି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ଯୋଜନା କରୁଥିଲେ ମାଓବାଦୀ।

ବିସ୍ଫୋରଣରେ ନିହତ ହୋଇଥିବା ମାଓବାଦୀର ଶବକୁ ପୁଲିସ୍ ଉଦ୍ଧାର କରିଥିବା ବିଜାପୁର SP ସୂଚନା ଦେଇଛନ୍ତି। ତେବେ ଏହି ବିସ୍ଫୋରଣରେ ଆଉ କାହାରିବାକୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

The post ପୁଲିସକୁ ଟାର୍ଗେଟ୍ ପାଇଁ ଖଞ୍ଜୁଥିଲା ଲ୍ୟାଣ୍ଡମାଇନ୍, ନିଜେ ଉଡ଼ିଗଲା appeared first on Odisha Reporter.

]]>
right bottom 2021-03-14 15:37:20 https://cdn.odishareporter.in/wp-content/uploads/2021/03/14153336/malkangiri-1.jpg
ରାତିରେ ଘରେ ଶୋଇଥିଲେ, ସକାଳୁ କୂଅରୁ ମିଳିଲା ମା’ ଝିଅଙ୍କ ମୃତଦେହ https://odishareporter.in/odisha/deadbody-of-mother-daughter-foung-from-a-well-624948 Sat, 06 Mar 2021 06:54:59 +0000 https://odishareporter.in/?p=624948

ମାଲକାନଗିରି(ଜିତେନ୍ଦ୍ର ନାୟକ) : ରାତିରେ ଖାଇପିଇ ଘରେ ଶୋଇଥିଲେ। ହେଲେ ସକାଳୁ କୂଅରୁ ମିଳିଲା ମା’ ସହ ୪ ବର୍ଷ ଝିଅର ମୃତଦେହ। ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଘଟିଛି। ଗତ ରାତିରେ ପରିବାର ଲୋକଙ୍କ ସହ ମା’ ଝିଅ ବି ଖାଇପିଇ ଶୋଇଥିଲେ। କିନ୍ତୁ ସକାଳୁ ଉଭୟଙ୍କୁ ପରିବାର ଲୋକ ପାଇ ନ ଥିଲେ। ଏହାପରେ ଖୋଜାଖୋଜି କରି ନିକଟରେ ଥିବା ଏକ କୂଅରେ ମା’ […]

The post ରାତିରେ ଘରେ ଶୋଇଥିଲେ, ସକାଳୁ କୂଅରୁ ମିଳିଲା ମା’ ଝିଅଙ୍କ ମୃତଦେହ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ନାୟକ) : ରାତିରେ ଖାଇପିଇ ଘରେ ଶୋଇଥିଲେ। ହେଲେ ସକାଳୁ କୂଅରୁ ମିଳିଲା ମା’ ସହ ୪ ବର୍ଷ ଝିଅର ମୃତଦେହ। ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଘଟିଛି।

ଗତ ରାତିରେ ପରିବାର ଲୋକଙ୍କ ସହ ମା’ ଝିଅ ବି ଖାଇପିଇ ଶୋଇଥିଲେ। କିନ୍ତୁ ସକାଳୁ ଉଭୟଙ୍କୁ ପରିବାର ଲୋକ ପାଇ ନ ଥିଲେ। ଏହାପରେ ଖୋଜାଖୋଜି କରି ନିକଟରେ ଥିବା ଏକ କୂଅରେ ମା’ ଝିଅଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ । ଏ ସଂକ୍ରାନ୍ତରେ ପରିବାର ଲୋକ ମଧ୍ୟ ମୁହଁ ଖୋଲୁ ନାହାନ୍ତି।

The post ରାତିରେ ଘରେ ଶୋଇଥିଲେ, ସକାଳୁ କୂଅରୁ ମିଳିଲା ମା’ ଝିଅଙ୍କ ମୃତଦେହ appeared first on Odisha Reporter.

]]>
right bottom 2021-03-06 12:24:59 https://cdn.odishareporter.in/wp-content/uploads/2021/03/06122158/mother.jpg
ଚଲା ବାଟରେ ଥିଲା ଷଡ଼ଯନ୍ତ୍ରର ବାରୁଦ, ସହିଦ ହୋଇଗଲେ ଯବାନ https://odishareporter.in/odisha/malkanagiri/jawan-was-martyred-in-malkangiri-624516 Thu, 04 Mar 2021 12:51:45 +0000 https://odishareporter.in/?p=624516

ମାଲକାନଗିରି(ଓଡ଼ିଶା ରିପୋର୍ଟର) ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱେଡ଼ା ଜିଲ୍ଲା ପାଖୁଲନାଡ଼ ଜଙ୍ଗଲରେ ମାଓବାଦୀଙ୍କ ପ୍ରେସର ମାଇନ ବ୍ଲାଷ୍ଟ ହେବାରୁ ଜଣେ BSF ଯବାନ ସହିଦ ହୋଇଛନ୍ତି। ଆଜି ସକାଳେ ନିକଟରେ ପୋଲ କାର୍ଯ୍ୟ ଚାଲୁ ଥିବାରୁ ୨୨ ବ୍ୟାଟେଲିଆନ BSF ଯବାନ ମାନେ ଅପରେସନରେ ଯାଇଥିଲେ। ଯବାନ ମାନେ ଜଙ୍ଗଲରେ ଚାଲୁଥିବା ବେଳେ ଜଣେ ଯବାନଙ୍କର ପ୍ରେସର ମାଈନ ଉପରେ ଗୋଡ ପଡି ଯାଇଥିଲା। ଫଳରେ ପ୍ରେସର ମାଇନ ବ୍ଲାଷ୍ଟ ହୋଇଥିଲା। ଏଥିରେ ଯବାନ ଜଣଙ୍କ ଗୁରୁତର […]

The post ଚଲା ବାଟରେ ଥିଲା ଷଡ଼ଯନ୍ତ୍ରର ବାରୁଦ, ସହିଦ ହୋଇଗଲେ ଯବାନ appeared first on Odisha Reporter.

]]>

ମାଲକାନଗିରି(ଓଡ଼ିଶା ରିପୋର୍ଟର) ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱେଡ଼ା ଜିଲ୍ଲା ପାଖୁଲନାଡ଼ ଜଙ୍ଗଲରେ ମାଓବାଦୀଙ୍କ ପ୍ରେସର ମାଇନ ବ୍ଲାଷ୍ଟ ହେବାରୁ ଜଣେ BSF ଯବାନ ସହିଦ ହୋଇଛନ୍ତି। ଆଜି ସକାଳେ ନିକଟରେ ପୋଲ କାର୍ଯ୍ୟ ଚାଲୁ ଥିବାରୁ ୨୨ ବ୍ୟାଟେଲିଆନ BSF ଯବାନ ମାନେ ଅପରେସନରେ ଯାଇଥିଲେ। ଯବାନ ମାନେ ଜଙ୍ଗଲରେ ଚାଲୁଥିବା ବେଳେ ଜଣେ ଯବାନଙ୍କର ପ୍ରେସର ମାଈନ ଉପରେ ଗୋଡ ପଡି ଯାଇଥିଲା। ଫଳରେ ପ୍ରେସର ମାଇନ ବ୍ଲାଷ୍ଟ ହୋଇଥିଲା। ଏଥିରେ ଯବାନ ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଯବାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଲୟ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ସହିଦ ଯବାନ ହେଲେ ମଧ୍ୟପ୍ରଦେଶର  ଲକ୍ଷ୍ମୀ କାନ୍ତ ଦିବେଦୀ।

The post ଚଲା ବାଟରେ ଥିଲା ଷଡ଼ଯନ୍ତ୍ରର ବାରୁଦ, ସହିଦ ହୋଇଗଲେ ଯବାନ appeared first on Odisha Reporter.

]]>
right top 2021-03-04 18:21:45 https://cdn.odishareporter.in/wp-content/uploads/2021/03/04181951/hjlo.jpg
ମିଠା ଖୁଆଇ ଲୁଟି ନେଲେ ୩୫ ଲକ୍ଷର ସୁନା https://odishareporter.in/odisha/35-loot-from-the-house-of-a-goldsmith-623868 Tue, 02 Mar 2021 06:13:29 +0000 https://odishareporter.in/?p=623868

ମାଲକାନଗିରି(ଜିତେନ୍ଦ୍ର ବେଉରା): ୩ ମାସ ତଳେ ପ୍ରସ୍ତୁତ ହୋଇଥିଲା ଲୁଟ୍‌ର ବ୍ଲୁ ପ୍ରିଣ୍ଟ । ସେହି ଅନୁଯାୟୀ ଆକ୍ସନ ପ୍ଲାନ୍ ବି ଫାଇନାଲ ହୋଇ ସାରିଥିଲା। ଟାର୍ଗେଟରେ ଥିଲେ ସୁନା ବ୍ୟବସାୟୀ। ତାଙ୍କ ଘର ଭଡ଼ାରେ ନେବା ସହ ଶେଷରେ ମିଠା ଖୁଆଇ ଲୁଟିନେଲେ ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା।  ଫିଲ୍ମି ଷ୍ଟାଇଲରେ ଏପରି ଲୁଟ୍‌ ହୋଇଛି ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି […]

The post ମିଠା ଖୁଆଇ ଲୁଟି ନେଲେ ୩୫ ଲକ୍ଷର ସୁନା appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ୩ ମାସ ତଳେ ପ୍ରସ୍ତୁତ ହୋଇଥିଲା ଲୁଟ୍‌ର ବ୍ଲୁ ପ୍ରିଣ୍ଟ । ସେହି ଅନୁଯାୟୀ ଆକ୍ସନ ପ୍ଲାନ୍ ବି ଫାଇନାଲ ହୋଇ ସାରିଥିଲା। ଟାର୍ଗେଟରେ ଥିଲେ ସୁନା ବ୍ୟବସାୟୀ। ତାଙ୍କ ଘର ଭଡ଼ାରେ ନେବା ସହ ଶେଷରେ ମିଠା ଖୁଆଇ ଲୁଟିନେଲେ ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା।  ଫିଲ୍ମି ଷ୍ଟାଇଲରେ ଏପରି ଲୁଟ୍‌ ହୋଇଛି ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି କରି ଫେରାର ହେବା ପୂର୍ବରୁ ସିସିଟିଭି କାଟି ନେଇଛନ୍ତି ଲୁଟେରା।

ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ରହୁଥିବା ଜଣେ ସୁନା ବ୍ୟବସାୟୀଙ୍କ ଘରେ ଗତ ୩ ମାସ ପୂର୍ବେ ଲୁଟେରାଜଣକ ଘର ଭଡ଼ା ନେଇ ରହିଥିଲେ। ସେଠାରେ ରହି ସମସ୍ତ ଗତିବିଧିକୁ ଦେଖି ଲୁଟର ଯୋଜନା ପ୍ରସ୍ତୁତ କଲେ।

ଏହାପରେ  ଗତକାଲି ରାତି ୮ଟା ସମୟରେ ନିଜର ଚାକିରୀ ହୋଇଥିବା କହି ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା । ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ।

ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରେ ପ୍ରବେଶ  ଲୁଟି ନେଇଥିଲେ ସୁନା ଗହଣା। ଏପରିକି ଆଲମୀରା ପାଖରେ ଶୋଇଥିଲେ ମଧ୍ୟ ଜାଣିପାରିଲେ ନାହିଁ ପରିବାର ଲୋକେ। ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି।

ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଲୁଟେରା ସିସିଟିଭିକୁ କାଟି ନେଇଥିବାରୁ ତା’ର ଟେର ପାଇପାରୁନି ପୁଲିସ୍‌।

The post ମିଠା ଖୁଆଇ ଲୁଟି ନେଲେ ୩୫ ଲକ୍ଷର ସୁନା appeared first on Odisha Reporter.

]]>
centre bottom 2021-03-02 13:14:59 https://cdn.odishareporter.in/wp-content/uploads/2021/03/02114035/loot.jpg
ଚାଲିଥିଲା ସର୍ଚ୍ଚ ଅପରେସନ, ଫୁଟିଲା ପାଇପ ବୋମା https://odishareporter.in/odisha/2-soldiers-dead-in-search-operation-622396 Thu, 25 Feb 2021 05:14:16 +0000 https://odishareporter.in/?p=622396

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ବର୍ବର କାଣ୍ଡ ଘଟାଇଛନ୍ତି ନକ୍ସଲ । ଗତକାଲି ୨ଟି ଭିନ୍ନ ଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପାଇପ ବୋମା ବିସ୍ଫୋରଣରେ ୨ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି। ବସ୍ତର  ପୁଲିସ୍‌ IG ସୁନ୍ଦରରାଜ ପିଙ୍କ ସୂଚନା ଅନୁଯାୟୀ, ଗତକାଲି ହୋଇଥିବା ବ୍ଲାଷ୍ଟରେ  ସହିଦ ଦୁଇ ଯବାନ ହେଲେ ଏନ. ବାଲାଚାମି ଏବଂ କାନକର […]

The post ଚାଲିଥିଲା ସର୍ଚ୍ଚ ଅପରେସନ, ଫୁଟିଲା ପାଇପ ବୋମା appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ବର୍ବର କାଣ୍ଡ ଘଟାଇଛନ୍ତି ନକ୍ସଲ । ଗତକାଲି ୨ଟି ଭିନ୍ନ ଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପାଇପ ବୋମା ବିସ୍ଫୋରଣରେ ୨ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି।

ବସ୍ତର  ପୁଲିସ୍‌ IG ସୁନ୍ଦରରାଜ ପିଙ୍କ ସୂଚନା ଅନୁଯାୟୀ, ଗତକାଲି ହୋଇଥିବା ବ୍ଲାଷ୍ଟରେ  ସହିଦ ଦୁଇ ଯବାନ ହେଲେ ଏନ. ବାଲାଚାମି ଏବଂ କାନକର ଉସେଣ୍ଡି ।  ସେମାନଙ୍କ ବ୍ୟତୀତ ଯବାନ  ବାଙ୍କେଶ୍ୱର ପାଇକ୍ରା ଗୁରୁତର ହୋଇଛନ୍ତି।

ସୂଚନାଯୋଗ୍ୟ, ଆଇଟିବିପିର ୫୩ତମ ବାଟାଲିୟନର ଯବାନ ସୋନେପୁର ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ  ନକ୍ସଲମାନେ  ଖଞ୍ଜିଥିବା ପାଇପ ବୋମା ବିସ୍ପୋରଣ ହୋଇଥିଲା। ଏଥିରେ  ଆଇଟିବିପି ଯବାନ ଏନ. ବାଲାଚାମି ସହିଦ ହୋଇଥିଲେ।

ସେହିପରି କୁକରାଜ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଡିଆରଜି ଯବାନଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଯବାନ କାନକର ଉସେଣ୍ଡି ସହିଦ ହୋଇଥିଲେ। ଏଥିସହ ଯବାନ ବାଙ୍କେଶ୍ୱର ପାଇକ୍ରା ଗୁରୁତର ହୋଇଛନ୍ତି।

ଆହତ ଯବାନ ବାଙ୍କେଶ୍ୱର ପାଇକ୍ରାଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘେଲ ଦୁଃଖ ପ୍ରକାଶ କରିବା ସହିତ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

 

The post ଚାଲିଥିଲା ସର୍ଚ୍ଚ ଅପରେସନ, ଫୁଟିଲା ପାଇପ ବୋମା appeared first on Odisha Reporter.

]]>
centre top 2021-02-25 11:18:52 https://cdn.odishareporter.in/wp-content/uploads/2021/02/25110952/search-operation.11.jpg
ପୁଣି ଓଡ଼ିଶାରେ ପଶିଲା ଆନ୍ଧ୍ର; ଗାଁ ଗାଁ ବୁଲି କରୁଛି ସ୍ୱାସ୍ଥ୍ୟ ପରୀକ୍ଷା https://odishareporter.in/odisha/once-again-andhra-enters-into-odisha-do-health-check-up-622027 Wed, 24 Feb 2021 05:06:08 +0000 https://odishareporter.in/?p=622027

ମାଲକାନଗିରି(ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆକୁ ନେଇ ଆନ୍ଧ୍ର- ଓଡ଼ିଶା ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଓଡ଼ିଶା ସୀମାରେ ପଶି ନିର୍ବାଚନ କରାଇବା ପରେ ଏବେ  ପୁଣି ଥରେ ଓଡ଼ିଶାରେ ପଶିଛି ଆନ୍ଧ୍ର। ଏଥର ସ୍ୱାସ୍ଥ୍ୟସେବା ଯୋଗାଇବା ନାଁରେ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ। ତଳ ଗଞ୍ଜେଇପଦର ଓ କୋଟିଆର ଅନ୍ୟାନ୍ୟ ଅଞ୍ଚଳରେ ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଆନ୍ଧ୍ରର ସ୍ୱାସ୍ଥ୍ୟ […]

The post ପୁଣି ଓଡ଼ିଶାରେ ପଶିଲା ଆନ୍ଧ୍ର; ଗାଁ ଗାଁ ବୁଲି କରୁଛି ସ୍ୱାସ୍ଥ୍ୟ ପରୀକ୍ଷା appeared first on Odisha Reporter.

]]>

ମାଲକାନଗିରି(ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆକୁ ନେଇ ଆନ୍ଧ୍ର- ଓଡ଼ିଶା ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଓଡ଼ିଶା ସୀମାରେ ପଶି ନିର୍ବାଚନ କରାଇବା ପରେ ଏବେ  ପୁଣି ଥରେ ଓଡ଼ିଶାରେ ପଶିଛି ଆନ୍ଧ୍ର। ଏଥର ସ୍ୱାସ୍ଥ୍ୟସେବା ଯୋଗାଇବା ନାଁରେ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ।

ଆନ୍ଧ୍ର ସ୍ୱାସ୍ଥ୍ୟ କର୍ମୀ ଓଡ଼ିଶାରେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ତଳ ଗଞ୍ଜେଇପଦର ଓ କୋଟିଆର ଅନ୍ୟାନ୍ୟ ଅଞ୍ଚଳରେ ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମୀ।  ପୂର୍ବରୁ କାଁ ଭାଁ ଏମାନେ ଆସୁଥିବା ବେଳେ ଏବେ ମାସକୁ ୨ରୁ ୩ଥର ବିଭିନ୍ନ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟସେବା ପଚାରି ବୁଝୁଛନ୍ତି।

ଆନ୍ଧ୍ର ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା ।

ସାଲୁର ମଣ୍ଡଳର ଏଏନ୍ଏମ୍ ଜେ.କବିତା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି । ସାଲୁର ମଣ୍ଡଳ ଅନ୍ତର୍ଗତ ତୋନମ ପ୍ରାଥମିକ  ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଏସ୍. ସୁଜାତାଙ୍କ ତତ୍ତ୍ୱାବଧାନରେ ଏଭଳି ସେବା ଯୋଗାଯାଉଥିବା ଅଞ୍ଚଳବାସୀ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଞ୍ଜାମ ଜିଲ୍ଲାରେ ପଶି ପଞ୍ଚାୟତ ନିର୍ବାଚନ କରାଇଛି ଆନ୍ଧ୍ର। ଏହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ମାମଲା ଏବେ ସର୍ବୋଚ୍ଚ ନ୍ୟାୟଳୟରେ ବିଚାରାଧୀନ ରହିଛି।

The post ପୁଣି ଓଡ଼ିଶାରେ ପଶିଲା ଆନ୍ଧ୍ର; ଗାଁ ଗାଁ ବୁଲି କରୁଛି ସ୍ୱାସ୍ଥ୍ୟ ପରୀକ୍ଷା appeared first on Odisha Reporter.

]]>
Kotia, kotia issue, right top 2021-02-24 12:55:47 https://cdn.odishareporter.in/wp-content/uploads/2021/02/24102648/andhra-4.jpg
ମାଣ୍ଡିଆ ମଣ୍ଡିରେ ଚଢ଼ାଉ https://odishareporter.in/odisha/malkanagiri/raid-on-mandia-mandi-at-malkangiri-620969 Sat, 20 Feb 2021 12:43:56 +0000 https://odishareporter.in/?p=620969

ମାଲକାନଗିରି(ଓଡ଼ିଶା ରିପୋର୍ଟର)ମାଲକାନଗିରି ଜିଲ୍ଲାର ଖାଇରପୁଟ ସଦର ବ୍ଲକରେ ଆଜି ମାଣ୍ଡିଆ ମଣ୍ଡି ଥିଲା। ଆଜି ଏହି ମଣ୍ଡିରେ ବେଆଇନ ଭାବେ ୫୫୦ କ୍ୱିଣ୍ଟାଲ ମାଣ୍ଡିଆ ଗଛିତ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଳାପାଳ ସୂଚନା ପାଇବା ପରେ ଖାଇରପୁଟ ତହସିଲଡାର ଏବଂ ବିଡ଼ିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ବିଡ଼ିଓ ହୃଦାନନ୍ଦ ସାହୁ ଏବଂ ତହସିଲଦାର ରଂଚନ୍ଦ୍ର ନାୟକ ମାଣ୍ଡିଆ ମଣ୍ଡିରେ ପଂହଁଚି ମାଣ୍ଡିଆ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମାଣ୍ଡିଆ ଟିଡିସିସି କ୍ରୟ […]

The post ମାଣ୍ଡିଆ ମଣ୍ଡିରେ ଚଢ଼ାଉ appeared first on Odisha Reporter.

]]>

ମାଲକାନଗିରି(ଓଡ଼ିଶା ରିପୋର୍ଟର)ମାଲକାନଗିରି ଜିଲ୍ଲାର ଖାଇରପୁଟ ସଦର ବ୍ଲକରେ ଆଜି ମାଣ୍ଡିଆ ମଣ୍ଡି ଥିଲା। ଆଜି ଏହି ମଣ୍ଡିରେ ବେଆଇନ ଭାବେ ୫୫୦ କ୍ୱିଣ୍ଟାଲ ମାଣ୍ଡିଆ ଗଛିତ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଳାପାଳ ସୂଚନା ପାଇବା ପରେ ଖାଇରପୁଟ ତହସିଲଡାର ଏବଂ ବିଡ଼ିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ବିଡ଼ିଓ ହୃଦାନନ୍ଦ ସାହୁ ଏବଂ ତହସିଲଦାର ରଂଚନ୍ଦ୍ର ନାୟକ ମାଣ୍ଡିଆ ମଣ୍ଡିରେ ପଂହଁଚି ମାଣ୍ଡିଆ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ମାଣ୍ଡିଆ ଟିଡିସିସି କ୍ରୟ କରୁଥିବା ବେଳେ ସମସ୍ତ ଅଧିକାରୀ ନିଜ ଫୋନକୁ ବନ୍ଦ କରିଦେଇ କେଉଁଆଡ଼େ ଚାଲିଯାଇଥିବା ଜଣାପଡିଛି। ବଣ୍ଡା ଲେମ୍ପସର ଏମଡି ଏନେଇ ତଦନ୍ତକାରୀ ଅଧିକାରୀଙ୍କୁ କିଛି ଜାଣିନଥିବା କହିଛନ୍ତି। ତେବେ ମାଣ୍ଡିଆ ମଣ୍ଡିରେ ବି ଦଲାଲଗିରି ଚାଲିଥିବା ନେଇ ସ୍ପଷ୍ଟ ହୋଇଯାଇଛି।

The post ମାଣ୍ଡିଆ ମଣ୍ଡିରେ ଚଢ଼ାଉ appeared first on Odisha Reporter.

]]>
right bottom 2021-02-20 18:13:56 https://cdn.odishareporter.in/wp-content/uploads/2021/02/20181137/7bn-2.jpg
ଛପି ଛପି ଆସିଲା ମୃତ୍ୟୁ… https://odishareporter.in/odisha/malkanagiri/youth-died-in-malkangiri-during-bath-9-619833 Tue, 16 Feb 2021 08:56:48 +0000 https://odishareporter.in/?p=619833

ମାଲକାନଗିରି(ଜିତେନ୍ଦ୍ର ବେଉରା): ଛପି ଛପି ଆସିଲା ମୃତ୍ୟୁ। । ଆଗକୁ କ’ଣ ଘଟିବ କିଛି ବୁଝିବା ପୂର୍ବରୁ ସବୁଦିନ ପାଇଁ  ସାଙ୍ଗରେ ନେଇ ଚାଲିଗଲା।  ଗାଧୋଉଥିବା ବେଳେ ଟିକିଏ ଅସାବଧନତା କାରଣରୁ ପାଣିରେ ଖସି ଚାଲିଗଲା ଜୀବନ।  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟର ଫଲ୍‌ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଗମ୍ପାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍.ପି.ଭି:- ୨୬ ଗ୍ରାମର ବିଜୁ […]

The post ଛପି ଛପି ଆସିଲା ମୃତ୍ୟୁ… appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ଛପି ଛପି ଆସିଲା ମୃତ୍ୟୁ। । ଆଗକୁ କ’ଣ ଘଟିବ କିଛି ବୁଝିବା ପୂର୍ବରୁ ସବୁଦିନ ପାଇଁ  ସାଙ୍ଗରେ ନେଇ ଚାଲିଗଲା।  ଗାଧୋଉଥିବା ବେଳେ ଟିକିଏ ଅସାବଧନତା କାରଣରୁ ପାଣିରେ ଖସି ଚାଲିଗଲା ଜୀବନ।  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟର ଫଲ୍‌ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଗମ୍ପାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍.ପି.ଭି:- ୨୬ ଗ୍ରାମର ବିଜୁ ମଣ୍ଡଳ।

ସୂଚନା ଅନୁଯାୟୀ, ବିଜୁ ତାଙ୍କ ସାଙ୍ଗ ମାନଙ୍କ ସହ ବେହେରାଗୁଡା ୱାଟର ଫଲରେ ଆଜି ବୁଲିବାକୁ ଯାଇଥିଲେ । ଜଳ ପ୍ରପାତରେ ବିଜୁ ଗାଧୋଇ ମଜା ନେଉଥିଲେ। କିଛି ବାଟ ଭାସି ମଜା ନେଉଥିବା ବେଳେ ସୁଅ ମୁହଁରେ ଭାସି ଯାଇ ଗଭୀର ଜଳକୁ ଖସି ପଡ଼ିଥିଲେ।

ପରେ ପଥରରେ ବାଡେଇ ହୋଇ ଭାସି ଯାଇଥିଲେ । ତୁରନ୍ତ ସାଙ୍ଗ ମାନେ ବିଜୁକୁ ଉଦ୍ଧାର କରି ପ୍ରଥମେ ଏମ୍.ଭି. ୨୧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସାପରେ ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା।  ସେଠାରୁ ପୁଣି କୋରାପୁଟ ନେବା ବାଟରେ ମାଥିଲି ଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଅଧିକ ପଢନ୍ତୁ >> ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଯୁଗରେ ଆମ ଗୋପନୀୟତା

 

 

 

The post ଛପି ଛପି ଆସିଲା ମୃତ୍ୟୁ… appeared first on Odisha Reporter.

]]>
malkangiri, right top 2021-02-16 20:51:43 https://cdn.odishareporter.in/wp-content/uploads/2021/02/16142439/Malkangiri-2.jpg
୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌ https://odishareporter.in/odisha/malkanagiri/4-minor-boys-express-torture-on-them-in-polics-station-619758 Tue, 16 Feb 2021 05:25:28 +0000 https://odishareporter.in/?p=619758

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ରାତି ଅଧରେ ଘରୁ ଉଠାଇନେଲେ। ଏହାପରେ ଦିନରେ ଖାଇବାକୁ ଦେଉଥିବା ବେଳେ ରାତିରେ ମିଳୁଛି ନିର୍ଘାତ ମାଡ଼। ଏତିକିରେ ସରୁନି ନିର୍ଯାତନା କାହାଣୀ।  କରେଣ୍ଟ ସକ୍‌ ଦିଆଯାଉଥିବା ବେଳେ ହୋସ୍‌ ପଳାଇଲେ, ପାଣି ଢାଳି, ପିଟୁଛନ୍ତି। ଏପରି ନିର୍ଯାତନା ସହି ସହି ନାକ, କାନରୁ ବ୍ଲଡ଼ ବାହାରୁଥିବା ବେଳେ ଗୋଡ଼, ହାତ ସିଝିଯାଉଛି।  ନିର୍ଯାତନାର ଏପରି ଲୋମଟାଙ୍କୁରା କାହାଣୀ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ୍‌ ଦ୍ୱାରା […]

The post ୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ରାତି ଅଧରେ ଘରୁ ଉଠାଇନେଲେ। ଏହାପରେ ଦିନରେ ଖାଇବାକୁ ଦେଉଥିବା ବେଳେ ରାତିରେ ମିଳୁଛି ନିର୍ଘାତ ମାଡ଼। ଏତିକିରେ ସରୁନି ନିର୍ଯାତନା କାହାଣୀ।  କରେଣ୍ଟ ସକ୍‌ ଦିଆଯାଉଥିବା ବେଳେ ହୋସ୍‌ ପଳାଇଲେ, ପାଣି ଢାଳି, ପିଟୁଛନ୍ତି। ଏପରି ନିର୍ଯାତନା ସହି ସହି ନାକ, କାନରୁ ବ୍ଲଡ଼ ବାହାରୁଥିବା ବେଳେ ଗୋଡ଼, ହାତ ସିଝିଯାଉଛି।  ନିର୍ଯାତନାର ଏପରି ଲୋମଟାଙ୍କୁରା କାହାଣୀ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ୪ ନାବାଳକ।ଏପରିକି ବାହାର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଚାରି ନାବାଳକ  କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଗିରଫର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବାର ନିୟମ ଥିବା ବେଳେ ଏଠାରେ କିନ୍ତୁ ନିୟମର ହୋଇଛି ଖୁଲମଖୁଲା ଉଲ୍ଲଘଂନ।  ହେଲେ ଚୋରି  ଘଟଣାରେ ୩ ଦିନ ପୂର୍ବେ ଗିରଫ କରାଯାଇଥିବା  ୪ ନାବାଳକଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଜଣେ ହାବିଲଦାରଙ୍କ ଘରୁ ଚୋରି  ହୋଇଥିଲା। ଲୁଟେରାମାନେ ଆଲମାରି ଭାଙ୍ଗି ଶାଢୀ, ସୁନା ସବୁ ନେଇଯାଇଥିଲେ।  ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୁଲିସ୍‌ ୪  ନାବାଳକଙ୍କୁ ଘରୁ ଉଠାଇ ଆମି ନିର୍ଦ୍ଧୁମ ଛେଚିଥିଲା । ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲ୍‌ରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ପରିବାର ଲୋକେ ଏବଂ ୪ ନାବାଳକ ଅଭିଯୋଗ କରିଛନ୍ତି।

ଏନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ଏସପିଙ୍କ ସାକ୍ଷାତ ପାଇ ନ ପାରି ସେମାନେ ଅସଂତୋଷ ଜାହିର କରିଛନ୍ତି। ତେବେ ସମସ୍ତ ଅଭିଯୋଗକୁ ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ମିଥ୍ୟା ବୋଲି କହିବା ସହ ଏମାନେ ପୂର୍ବରୁ ମଧ୍ୟ  ବହୁ ଚୋରିରେ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କ ଘରୁ ହିଁ ସବୁ ଚୋରି ଜିନିଷ ଉଦ୍ଧାର କରାଯାଇଛି ବୋଲି ସେ କହିଥିଲେ। ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।

ଅଧିକ ପଢନ୍ତୁ >> ଗୋଧ୍ରା କାଣ୍ଡ: ୧୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

 

 

The post ୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌ appeared first on Odisha Reporter.

]]>
right top 2021-02-16 12:05:09 https://cdn.odishareporter.in/wp-content/uploads/2021/02/16105345/minor.jpg
ଯେଉଁ ହାତରେ ବନ୍ଧୁକ ଥିଲା ଏବେ ସେଇ ହାତରେ ଗୋଲାପ https://odishareporter.in/odisha/malkanagiri/marriage-of-a-mao-couple-619562 Mon, 15 Feb 2021 08:56:50 +0000 https://odishareporter.in/?p=619562

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓ ସଙ୍ଗଠନର ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ  ଜୀଇଁବାର ରାହା ଦେଖାଇଛି ଛତିଶଗଡ଼ ପୁଲିସ । ଯେଉଁ  ହାତରେ ବନ୍ଧୁକ ଥିଲା ସେଇ ହାତରେ ଗୋଲାପ ଫୁଲ ଧରାଇ ବୈବାହିକ ବନ୍ଧନରେ ବାନ୍ଧିଛି ଛତିଶଗଡ଼ ପୁଲିସ । ସେ ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୫ ଯୋଡିକୁ ହାତରୁ ଦି’ହାତ କରିଛି। ଭଲାଣ୍ଟାଇନ ଡେରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସର ଏହା […]

The post ଯେଉଁ ହାତରେ ବନ୍ଧୁକ ଥିଲା ଏବେ ସେଇ ହାତରେ ଗୋଲାପ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓ ସଙ୍ଗଠନର ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ  ଜୀଇଁବାର ରାହା ଦେଖାଇଛି ଛତିଶଗଡ଼ ପୁଲିସ । ଯେଉଁ  ହାତରେ ବନ୍ଧୁକ ଥିଲା ସେଇ ହାତରେ ଗୋଲାପ ଫୁଲ ଧରାଇ ବୈବାହିକ ବନ୍ଧନରେ ବାନ୍ଧିଛି ଛତିଶଗଡ଼ ପୁଲିସ । ସେ ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୫ ଯୋଡିକୁ ହାତରୁ ଦି’ହାତ କରିଛି। ଭଲାଣ୍ଟାଇନ ଡେରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସର ଏହା ଏକ ନିଆରା ପ୍ରୟାସ ଥିଲା। ବିବାହ ବେଳେ ଆଦିବାସି ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା।ପାରମ୍ପରିକ ବାଜାରେ ଦୁଲୁକି ଉଠିଥିଲା  ବିବାହ ବେଦି।

ଛତିଶଗଡ଼ ଆଦିବାସୀ ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ ଦେଇ ଏହି ବିବାହ ସମ୍ପର୍ଣ୍ଣ କରାଯାଇଥିଲା। ମାଓ ସଙ୍ଗଠନରେ ଭଲ ପାଇ ବିବାହ କରିବା ସମ୍ପୂର୍ଣ୍ଣ ମନା। ତେଣୁ ପୁରୁଷ ହେଉ କି ମହିଳା ନକ୍ସଲକୁ କଡ଼ା କଟକଣାରେ ରଖିଥାନ୍ତି ମାଓ ସଙ୍ଗଠନ । ତେବେ ମୁଖ୍ୟ ସ୍ରୋତରେ ଫେରିଥିବା ମାଓବାଦୀଙ୍କ ଏହି ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ଦନ୍ତେୱାଡା ପୁଲିସ । କେତେକ ପୁଲିସ ଅଧିକାରୀ ଏବଂ କର୍ମଚାରୀ ବର କନିଆଙ୍କ ବନ୍ଧୁ ପରିଜନ ସାଜିଥିଲେ। ଦନ୍ତେୱାଡାର କାରଲୀ ଠାରେ ବିବାହ ମଣ୍ଡପ ସୁସଜ୍ଜିତ ହୋଇ ବିବାହ  ସମ୍ପର୍ଣ୍ଣ କରାଯାଇଛି। ଦନ୍ତେୱାଡା ଏସପି ଅଭିଷେକଙ୍କ ଏଭଳି ପ୍ରୟାସକୁ  ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।

 

The post ଯେଉଁ ହାତରେ ବନ୍ଧୁକ ଥିଲା ଏବେ ସେଇ ହାତରେ ଗୋଲାପ appeared first on Odisha Reporter.

]]>
right bottom 2021-02-15 14:48:27 https://cdn.odishareporter.in/wp-content/uploads/2021/02/15142359/cxx.jpg
ଗଛରେ ପିଟି ହେଲା କାର୍‌ https://odishareporter.in/odisha/accident/one-dead-in-an-accident-in-malkangiri-618863 Fri, 12 Feb 2021 07:41:00 +0000 https://odishareporter.in/?p=618863

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଛରେ ପିଟି ହେଲା କାର। ଏତେ ଜୋରରେ କାର୍‌ଟି ଗଛରେ ପିଟି ହେଲା ଯେ ତା’ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଉ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ। ମାଥିଲି ଥାନା ଅନ୍ତର୍ଗତ ଝୁଲନିବାହାଲ ଠାରେ ଏହି ଦୁର୍ଘଟଣା ଘଟିଛି। କାରଟି ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଜଛରେ ପିଟି ହୋଇଥିଲା। ଘଟଣା ସ୍ଥଳରେ କାର ଡ୍ରାଇଭଙ୍କର ମୃତ୍ୟୁ ଘଟିଥିଲା। ମୃତ ଡ୍ରାଇଭରଙ୍କ ନାଁ ଦୀପକ। […]

The post ଗଛରେ ପିଟି ହେଲା କାର୍‌ appeared first on Odisha Reporter.

]]>

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଛରେ ପିଟି ହେଲା କାର। ଏତେ ଜୋରରେ କାର୍‌ଟି ଗଛରେ ପିଟି ହେଲା ଯେ ତା’ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଉ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ।

ମାଥିଲି ଥାନା ଅନ୍ତର୍ଗତ ଝୁଲନିବାହାଲ ଠାରେ ଏହି ଦୁର୍ଘଟଣା ଘଟିଛି। କାରଟି ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଜଛରେ ପିଟି ହୋଇଥିଲା। ଘଟଣା ସ୍ଥଳରେ କାର ଡ୍ରାଇଭଙ୍କର ମୃତ୍ୟୁ ଘଟିଥିଲା।

ମୃତ ଡ୍ରାଇଭରଙ୍କ ନାଁ ଦୀପକ। ସେ ମାଲକାନଗିରି ସହରର ବାସିନ୍ଦା। ସେ ଜୟପୁରରୁ ମାଲକାନଗିରିକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପୁଲିସ୍ ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଜଗତସିଂହପୁର ସହର ଉପକଣ୍ଠସ୍ଥ ଯୋଗଧାରୀ ନିକଟରେ ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବେନ୍ଦ୍ର ବରାଳ। ତାଙ୍କ ଘର ପୁରୀ ଜିଲ୍ଲା ଅନ୍ତରଙ୍ଗ ଅଞ୍ଚଳରେ। ଯେଉଁ ବସ୍‌ରେ ସେ ପୂର୍ବରୁ ହେଲ୍‌ପର ଥିଲେ ଆଜି ସେହି ବସ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା।

The post ଗଛରେ ପିଟି ହେଲା କାର୍‌ appeared first on Odisha Reporter.

]]>
right bottom 2021-02-12 13:11:00 https://cdn.odishareporter.in/wp-content/uploads/2021/02/12130752/car-6.jpg
ଜୁମାଡ଼ ଗାଁ ବାସିନ୍ଦା: ‘ଘର ସିନା ଓଡ଼ିଶାରେ, କିନ୍ତୁ ସବୁ ସୁବିଧା ଯୋଗାଉଛି ଆନ୍ଧ୍ର’ https://odishareporter.in/odisha/malkanagiri/some-villagers-of-malkangiri-dist-go-to-give-vote-in-andhra-618547 Thu, 11 Feb 2021 04:32:03 +0000 https://odishareporter.in/?p=618547

ମାଲକାନଗିରି(ଜିତେନ୍ଦ୍ର ବେଉରା): କୋରାପୁଟ, ଗଜପତିରେ ଆନ୍ଧ୍ର ସହ ଓଡ଼ିଶାର ଲାଗି ରହିଛି ସୀମା ବିବାଦ । ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରୁଥିବା ଅଭିଯୋଗ ନେଇ ଓଡ଼ିଶା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ହେଲେ ମାଲକାନଗିରିରେ ଚିତ୍ର କିନ୍ତୁ ଭିନ୍ନ । ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଘର ସିନା ଓଡ଼ିଶାରେ ରହିଛି  କିନ୍ତୁ ସୁବିଧା ସୁଯୋଗ ସବୁ ଆନ୍ଧ୍ର ପାଖରୁ ମିଳୁଛି […]

The post ଜୁମାଡ଼ ଗାଁ ବାସିନ୍ଦା: ‘ଘର ସିନା ଓଡ଼ିଶାରେ, କିନ୍ତୁ ସବୁ ସୁବିଧା ଯୋଗାଉଛି ଆନ୍ଧ୍ର’ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): କୋରାପୁଟ, ଗଜପତିରେ ଆନ୍ଧ୍ର ସହ ଓଡ଼ିଶାର ଲାଗି ରହିଛି ସୀମା ବିବାଦ । ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରୁଥିବା ଅଭିଯୋଗ ନେଇ ଓଡ଼ିଶା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ହେଲେ ମାଲକାନଗିରିରେ ଚିତ୍ର କିନ୍ତୁ ଭିନ୍ନ ।

ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଘର ସିନା ଓଡ଼ିଶାରେ ରହିଛି  କିନ୍ତୁ ସୁବିଧା ସୁଯୋଗ ସବୁ ଆନ୍ଧ୍ର ପାଖରୁ ମିଳୁଛି ବୋଲି କହୁଛନ୍ତି ଏଠାକାର ବାସିନ୍ଦା । ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା । ସବୁ କିଛି ଆନ୍ଧ୍ର ପାଖରୁ ମିଳୁଥିବାରୁ ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି ଜୁମଡାଙ୍ଗ ଗାଁ ବାସିନ୍ଦା ।

ଚାଷ କାର୍ଯ୍ୟଠୁ ଆରମ୍ଭ କରି ବଜାର ଯାଏ ସମସ୍ତ କାର୍ଯ୍ୟ ପାଇଁ ଆନ୍ଧ୍ରପ୍ରଦେଶ ଓ ପଡ଼ୋଶୀ ସରକାର ଉପରେ ନିର୍ଭର ହେଉଥିବାରୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିବା ଖୁଲମଖୁଲା କହିଛନ୍ତି ଗ୍ରାମବାସୀ।  ଏନେଇ ଆନ୍ଧ୍ର ସରକାରଙ୍କ ପାଖରୁ ଆଧାର କାର୍ଡ, ଭୋଟର୍ କାର୍ଡ ଭଳି ପରିଚୟ ପତ୍ର ବି ପ୍ରଦାନ ହୋଇଛି।

ଏନେଇ ଜୁମଡାଙ୍ଗ ଗାଁ ବାସିନ୍ଦା କହିଛନ୍ତି, ଆନ୍ଧ୍ର ଆମକୁ ସବୁ ଦେଉଛି। କରେଣ୍ଟ, ପିଇବା ପାଣି, ଚାଉଳ, ପେନସନ୍‌, ସ୍କୁଲରେ ପଢ଼ାଇବାକୁ ଶିକ୍ଷକ ଆସୁଛନ୍ତି। ଆମକୁ ଆନ୍ଧ୍ର ବହୁତ ସୁବିଧା ଦେଉଛି। ତେଣୁ ଆମେ ତାକୁ ହିଁ ଭୋଟ ଦେବୁ।

The post ଜୁମାଡ଼ ଗାଁ ବାସିନ୍ଦା: ‘ଘର ସିନା ଓଡ଼ିଶାରେ, କିନ୍ତୁ ସବୁ ସୁବିଧା ଯୋଗାଉଛି ଆନ୍ଧ୍ର’ appeared first on Odisha Reporter.

]]>
centre bottom 2021-02-11 10:02:03 https://cdn.odishareporter.in/wp-content/uploads/2021/02/11100056/vota.jpg
ଜେଲ୍‌ରେ ସଜା କାଟୁଛନ୍ତି ୨ ଗଞ୍ଜା, ମିଳୁନି ଜାମିନ https://odishareporter.in/odisha/malkanagiri/2-cocks-in-jail-for-more-than-1-month-618041 Tue, 09 Feb 2021 02:47:20 +0000 https://odishareporter.in/?p=618041

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜୁଆ ଖେଳ ବେଳେ ଚଢ଼ାଉ କଲା ପୁଲିସ୍‌। ୨ ଜୁଆଡ଼ିଙ୍କ ସହ ଗଞ୍ଜା ୨ଟିକୁ ବି ବାନ୍ଧି ନେଇ ଜେଲ୍‌ରେ ପଶାଇଲେ। ଜୁଆଡ଼ି ୨ ଜଣ ଜାମିନରେ ପଳାଇ ଆସିଥିବା ବେଳେ ଗଞ୍ଜା ୨ଟିକୁ କିନ୍ତୁ ଜାମିନରେ ନେବାକୁ କେହି ଆଗଭର ନୁହନ୍ତି। ତେଣୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଗଞ୍ଜା ୨ଟି ଜେଲ୍‌ରେ ସଜା କାଟୁଥିବା ବେଳେ ଉଭୟଙ୍କୁ ନିଲାମ କରାଯିବ ବୋଲି କହିଛି ପୁଲିସ୍‌। ଏପରି ଘଟଣା ଦେଖିବାକୁ ମିଳିଛି […]

The post ଜେଲ୍‌ରେ ସଜା କାଟୁଛନ୍ତି ୨ ଗଞ୍ଜା, ମିଳୁନି ଜାମିନ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜୁଆ ଖେଳ ବେଳେ ଚଢ଼ାଉ କଲା ପୁଲିସ୍‌। ୨ ଜୁଆଡ଼ିଙ୍କ ସହ ଗଞ୍ଜା ୨ଟିକୁ ବି ବାନ୍ଧି ନେଇ ଜେଲ୍‌ରେ ପଶାଇଲେ। ଜୁଆଡ଼ି ୨ ଜଣ ଜାମିନରେ ପଳାଇ ଆସିଥିବା ବେଳେ ଗଞ୍ଜା ୨ଟିକୁ କିନ୍ତୁ ଜାମିନରେ ନେବାକୁ କେହି ଆଗଭର ନୁହନ୍ତି। ତେଣୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଗଞ୍ଜା ୨ଟି ଜେଲ୍‌ରେ ସଜା କାଟୁଥିବା ବେଳେ ଉଭୟଙ୍କୁ ନିଲାମ କରାଯିବ ବୋଲି କହିଛି ପୁଲିସ୍‌। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାକୁ ଲାଗିଥିବା ତେଲାଙ୍ଗାନା ରାଜ୍ୟ ଖମାମ ଜିଲ୍ଲାର ବାନାପୁରମରେ।

ଜେଲ୍‌ରେ ଥିବା ୨ଟି ଗଞ୍ଜା।

ଗତମାସରେ ପୋଙ୍ଗଲ ପୂର୍ବରୁ ଜାନୁଆରୀ ୧୦ରେ ତେଲେଙ୍ଗାନାର ବିଭିନ୍ନ  ଅଞ୍ଚଳରେ ଜୁଆଖେଳ ହେଉଥିଲା ।  ସମ୍ପୃକ୍ତ ଗଞ୍ଜା ଦୁଇଟିକୁ ସେଠାରେ ବାଜି ଲଗାଯାଇଥିଲା । ଯେଉଁ ଗଞ୍ଜା ଜିତିବ ସେ ମାଲିକ ବାଜିରେ ଲାଗିଥିବା ସବୁ ଟଙ୍କା ନେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ଏମିତି ଏକ ଜୁଆ  ଖେଳ ଚାଲିଥିବା  ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିଲା ।

ଏହାପରେ  ୨ ଜୁଆଡ଼ିଙ୍କ ସହ ୨ ଗଞ୍ଜାକୁ ନେଇ ପୁଲିସ୍‌ ଜେଲ୍‌କୁ ପଠାଇ ଦେଇଥିଲା । ଜୁଆଡ଼ି ଦୁହେଁ ଜାମିନରେ ମୁକୁଳିଗଲେ, ହେଲେ ଗଞ୍ଜା ୨ଟାକୁ କେହି ଜାମିନରେ ନେବାକୁ ଆସିଲେନି । ତା ପରଠାରୁ ୨ଟି ଯାକ ଗଞ୍ଜା ଜେଲ୍ ହାଜତରେ ରହିଛନ୍ତି । ଏବେ ପୁଲିସ୍‌ କହୁଛି, କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗଞ୍ଜା ୨ଟିକୁ ନିଲାମ କରାଯିବ।

ଅଧିକ ପଢ଼ନ୍ତୁ>> ସାବତ ପୁଅକୁ ବିବାହ କରିଥିଲେ, ଝିଅ ଜନ୍ମ ପରେ ହେଲା ଖୁଲାସା

 

 

The post ଜେଲ୍‌ରେ ସଜା କାଟୁଛନ୍ତି ୨ ଗଞ୍ଜା, ମିଳୁନି ଜାମିନ appeared first on Odisha Reporter.

]]>
odia offbeat, right bottom 2021-02-09 13:19:15 https://cdn.odishareporter.in/wp-content/uploads/2021/02/09081541/cock-2.jpg