ମୟୂରଭଞ୍ଜ – Odisha Reporter https://odishareporter.in Fri, 14 Jan 2022 02:40:40 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ମୟୂରଭଞ୍ଜ – Odisha Reporter https://odishareporter.in 32 32 ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ https://odishareporter.in/odisha/saroj_pattnaik-passed-away-706317 Fri, 14 Jan 2022 02:40:40 +0000 https://odishareporter.in/?p=706317

ବାରିପଦା(ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବାରିପଦାସ୍ଥିତ ତାଙ୍କ ବାସଭନବରେ  ସେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ବହୁ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ବୃତ୍ତିରେ ଇଞ୍ଜିନିୟର ଥିବା ସରୋଜ ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ର ଜରିଆରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଫୁଲଚନ୍ଦନ, ଝିଅଟି ସେତା ପରି, […]

The post ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ appeared first on Odisha Reporter.

]]>

ବାରିପଦା(ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ବାରିପଦାସ୍ଥିତ ତାଙ୍କ ବାସଭନବରେ  ସେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ବହୁ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ବୃତ୍ତିରେ ଇଞ୍ଜିନିୟର ଥିବା ସରୋଜ ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ର ଜରିଆରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଫୁଲଚନ୍ଦନ, ଝିଅଟି ସେତା ପରି, ଅଭିଳାଷ ଓ ହାକିମବାବୁ ଭଳି ବହୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା ମଧ୍ୟ କରିଥିଲେ।  ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ।

The post ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ appeared first on Odisha Reporter.

]]>
right bottom 2022-01-14 08:10:40 https://odishareporter.in/wp-content/uploads/2022/01/Untitled-1-13.jpg
ଗଛରେ ଛାପି ହୋଇ ରହିଲେ ମିହିର https://odishareporter.in/odisha/mayurbhanj/mayunbhanj-artist-pay-tribute-to-mihir-das-706023 Wed, 12 Jan 2022 14:54:45 +0000 https://odishareporter.in/?p=706023

ବାରିପଦା (ମାନିକ୍ ଲାଲ୍ ପାଣି): ଆଉ ନାହାନ୍ତି ପ୍ରଖ୍ୟାତ ଓଡ଼ିଆ ସିନେ ତାରକା ମିହିର ଦାସ। ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଓଡ଼ିଆ ସିନେପ୍ରେମୀ ମର୍ମାହତ ହୋଇଛନ୍ତି। ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ବିଭିନ୍ନ ପ୍ରକାରରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦହିକୋଟି ପଞ୍ଚାୟତ ଅଧୀନ ଆଗଡା ଗ୍ରାମର ଯୁବ ଚିତ୍ରକର ଶିଳ୍ପୀ ସମରେନ୍ଦ୍ର ବେହେରା ମିହିର ଦାସଙ୍କୁ ନିଆରା ଢଙ୍ଗରେ […]

The post ଗଛରେ ଛାପି ହୋଇ ରହିଲେ ମିହିର appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ଆଉ ନାହାନ୍ତି ପ୍ରଖ୍ୟାତ ଓଡ଼ିଆ ସିନେ ତାରକା ମିହିର ଦାସ। ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଓଡ଼ିଆ ସିନେପ୍ରେମୀ ମର୍ମାହତ ହୋଇଛନ୍ତି। ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ବିଭିନ୍ନ ପ୍ରକାରରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦହିକୋଟି ପଞ୍ଚାୟତ ଅଧୀନ ଆଗଡା ଗ୍ରାମର ଯୁବ ଚିତ୍ରକର ଶିଳ୍ପୀ ସମରେନ୍ଦ୍ର ବେହେରା ମିହିର ଦାସଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସମରେନ୍ଦ୍ର ବୁଧବାର ମିହିର ଦାସଙ୍କ ଅବିକଳ ଚିତ୍ର ଏକ ଗଛରେ ଚିତ୍ରିତ ତାଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଜଣାଇ ଶୋକବ୍ୟକ୍ତ କରିଛନ୍ତି। ସମରେନ୍ଦ୍ରଙ୍କ ଦ୍ୱାରା ଚିତ୍ରିତ ଏହି ଅନନ୍ୟ କଳାକୃତି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସର୍ବଦା ନିଜର ଗଠନମୂଳକ ଏବଂ ନିଆରା କଳାକୃତି ପାଇଁ ପ୍ରଶଂସା ସାଉଁଟିବା ସହିତ ଚର୍ଚ୍ଚାରେ ରହୁଥିବା ଶିଳ୍ପୀ ସମରେନ୍ଦ୍ରଙ୍କ ଆଜିର ଏହି କଳାକୃତି ସମସ୍ତଙ୍କ ହୃଦୟକୁ ବେଶ ଛୁଇଁ ପାରିଛି।

ତେବେ କିମ୍ବଦନ୍ତୀ କଳାକାର ମିହିର ଦାସଙ୍କ ବିୟୋଗ ରାଜ୍ୟବାସୀଙ୍କୁ ଯେତିକି ଆଘାତ ଦେଇଛି, ଗଛରେ ତାଙ୍କର ଅବିକଳ ପ୍ରତିଛବିକୁ ହାତରେ ଆଙ୍କିବାର ପ୍ରୟାସ ସମସ୍ତଙ୍କୁ ସେତିକି ପ୍ରଭାବିତ ମଧ୍ୟ କରିଛି।

The post ଗଛରେ ଛାପି ହୋଇ ରହିଲେ ମିହିର appeared first on Odisha Reporter.

]]>
right bottom 2022-01-12 20:24:45 https://odishareporter.in/wp-content/uploads/2022/01/mihir-das-3.jpg
ରେଡ୍ ବେଳେ ଭିଜିଲାନ୍ସ ପଞ୍ଝାରୁ ଚମ୍ପଟ ମାରିଲେ କନେଷ୍ଟବଲ୍ https://odishareporter.in/odisha/mayurbhanj/constable-run-away-from-vigilance-raid-705817 Tue, 11 Jan 2022 16:30:26 +0000 https://odishareporter.in/?p=705817

ବାରିପଦା (ମାନିକ୍ ଲାଲ୍ ପାଣି): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ କନଷ୍ଟେବଲ ଚମ୍ପଟ ମାରିଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ପୁଲିସରେ କାର୍ଯ୍ୟରତ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ଥିବା ସମୟରେ ଘରର ଛାତ ବାଳକନିରୁ ଲମ୍ଫ ମାରି ଫେରାର ହୋଇଥିବା ନେଇ ଜଣାପଡିଛି। କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ୱଶୁର ଘର, ନିଜସ୍ୱ ଘର, ବ୍ୟବସାୟ […]

The post ରେଡ୍ ବେଳେ ଭିଜିଲାନ୍ସ ପଞ୍ଝାରୁ ଚମ୍ପଟ ମାରିଲେ କନେଷ୍ଟବଲ୍ appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ କନଷ୍ଟେବଲ ଚମ୍ପଟ ମାରିଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ପୁଲିସରେ କାର୍ଯ୍ୟରତ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ଥିବା ସମୟରେ ଘରର ଛାତ ବାଳକନିରୁ ଲମ୍ଫ ମାରି ଫେରାର ହୋଇଥିବା ନେଇ ଜଣାପଡିଛି।

କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ୱଶୁର ଘର, ନିଜସ୍ୱ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ସକାଳୁ ଚଢ଼ାଉ ଜାରି ରହିଛି। ମୟୂରଭଞ୍ଜ ପୁଲିସ ଏସପିଙ୍କ କାର୍ଯାଳୟରେ କାର୍ଯ୍ୟରତ କନେଷ୍ଟବଳ ନିହାର ଭିଜିଲାନ୍ସଙ୍କ ସ୍କାନରରେ ପଡ଼ିଥିଲେ। ଏନେଇ ବାରିପଦାର ଭଞ୍ଜପୁର ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ପ୍ରକ୍ରିୟା ସମୟରେ କନେଷ୍ଟବଳ ନିହାର କୋଣସି କାରଣରୁ ଘରର ଛାତର ବାଳକୋନୀ ନିକଟକୁ ଯାଇଥିବା ବେଳେ ସେଠାରୁ ଲମ୍ଫ ମାରି ଫେରାର ହୋଇ ଯାଇଛନ୍ତି।

ଏହାକୁ ନେଇ ପୁଲିସ ଟିମ ପକ୍ଷରୁ ବାରିପଦାରୁ ଯାଉଥିବା ଟ୍ରେନ ସମେତ ବସ ଆଦିରେ ବିଭିନ୍ନ ସ୍ଥାନରେ ଖୋଜଖୋଜି ପ୍ରକ୍ରିୟା ଜାରି ରହିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଭିଜିଲାନ୍ସ ପକ୍ଷରୁ ଜବତ ସାମଗ୍ରୀର ତଥ୍ୟ ପ୍ରଦାନ କରାଯାଇଛି। ଚଢ଼ାଉ ସମୟରେ ମିଳିଥିବା ତଥ୍ୟ ଆଧାରରେ ବାରିପଦା ସ୍ଥିତ ହୋତା ଗ୍ୟାସ ଏଜେନ୍ସି ଯାହାକି ନିହାରଙ୍କ ସ୍ତ୍ରୀ ପିଙ୍କି ଦଣ୍ଡପାଟଙ୍କ ନାମରେ ବ୍ୟବସାୟୀ କରାଯାଉଥିଲା।

ସେଠାରେ ଚଢ଼ାଉ କରି ଭିଜିଲାନ୍ସ ୩୫୦ଟି ଗ୍ୟାସ ପୂର୍ଣ୍ଣ ଥିବା ସିଲିଣ୍ଡର, ୫୪୩ଟି ଖାଲି ଗ୍ୟାସ ସିଲିଣ୍ଡର ସହ ୩ଟି ଟ୍ରକ, ୧୦ଟି ଅଟୋ, ୨ଟି କାର ଓ ୪ଟି ବାଇକ ଜବତ କରିଛି। ଏଥି ସହିତ ବାରିପଦାର ଅମ୍ବିକା ସାହି ସ୍ଥିତ କମ୍ପ୍ୟୁଟର ଦୋକାନରୁ ସମସ୍ତ ସାମଗ୍ରୀକୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ବୋଲି ବର୍ତ୍ତମାନ ସୂଚନା ମିଳିଛି। ଆଗକୁ ଅନ୍ୟ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

The post ରେଡ୍ ବେଳେ ଭିଜିଲାନ୍ସ ପଞ୍ଝାରୁ ଚମ୍ପଟ ମାରିଲେ କନେଷ୍ଟବଲ୍ appeared first on Odisha Reporter.

]]>
right bottom 2022-01-11 22:00:26 https://odishareporter.in/wp-content/uploads/2022/01/vigilance.jpg
କନଷ୍ଟେବଳଙ୍କ ଘରେ ୩୫ ଅଫିସର, ଚାଲିଛି ଭିଜିଲାନ୍ସ ରେଡ https://odishareporter.in/odisha/vigilance-raid-in-constables-house-in-baripada-705619 Tue, 11 Jan 2022 04:55:22 +0000 https://odishareporter.in/?p=705619

ବାରିପଦା(ମାଣିକ ଲାଲ ପାଣି): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟ ଘରେ ସକାଳୁ ସକାଳୁ ଚାଲିଛି ଭିଜିଲାନ୍ସ ରେଡ। ଏକାଥରେ ୬ଟି ଟିମ୍‌ରେ ପ୍ରାୟ ୩୫ ଜଣ ଅଫିସର ଜିଲ୍ଲାର ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ନିହାର ରଞ୍ଜନ ଦଣ୍ଡପାଟ ଦୀର୍ଘ ଦିନ ହେବ ଭିଜିଲାନ୍ସ ସ୍କାନରରେ ଥିଲେ । ନିହାରଙ୍କ ପରିବାର ନାଁରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବା ବେଳେ […]

The post କନଷ୍ଟେବଳଙ୍କ ଘରେ ୩୫ ଅଫିସର, ଚାଲିଛି ଭିଜିଲାନ୍ସ ରେଡ appeared first on Odisha Reporter.

]]>

ବାରିପଦା(ମାଣିକ ଲାଲ ପାଣି): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟ ଘରେ ସକାଳୁ ସକାଳୁ ଚାଲିଛି ଭିଜିଲାନ୍ସ ରେଡ। ଏକାଥରେ ୬ଟି ଟିମ୍‌ରେ ପ୍ରାୟ ୩୫ ଜଣ ଅଫିସର ଜିଲ୍ଲାର ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

ନିହାର ରଞ୍ଜନ ଦଣ୍ଡପାଟ ଦୀର୍ଘ ଦିନ ହେବ ଭିଜିଲାନ୍ସ ସ୍କାନରରେ ଥିଲେ । ନିହାରଙ୍କ ପରିବାର ନାଁରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବା ବେଳେ ଅନେକ ଚାରିଚକିଆ ଓ ଦୁଇ ଚକିଆ ଗାଡି ମଧ୍ୟ ରହିଛି ।  କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ୱଶୁର ଘର, ନିଜସ୍ୱ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରହିଛି।

ଭିଜିଲାନ୍ସ ଟିମ୍‌ ପକ୍ଷରୁ ନିହାରଙ୍କ ବାରିପଦା ସହରର ଭଞ୍ଜପୁରଠାରେ ଥିବା ଏକ ୩ ମହଲା କୋଠା, ଗୋଟିଏ ଦୋକାନ ଘର, ପୈତୃକ ଗାଁରେ ଥିବା ଏକ କୋଠାରେ ଚଢ଼ାଉ ଜାରି ରହିଛି ।   କିଛି ଦିନ ପୂର୍ବରୁ ନିହାର ରଞ୍ଜନ ଚାକିରିରୁ  ଅବସର ନେବାପାଇଁ ଆବେଦନ କରିଥିଲେ। ତାଙ୍କ ନାଁରେ ପୂର୍ବରୁ ବହୁ ଥର ଅଭିଯୋଗ ହୋଇଥିବା ବେଳେ  ସେ ଭିଜିଲାନ୍ସ ସ୍କାନରରେ ଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଚାଲିଛି ଚଢ଼ାଉ।

The post କନଷ୍ଟେବଳଙ୍କ ଘରେ ୩୫ ଅଫିସର, ଚାଲିଛି ଭିଜିଲାନ୍ସ ରେଡ appeared first on Odisha Reporter.

]]>
right top 2022-01-11 10:25:22 https://odishareporter.in/wp-content/uploads/2022/01/vigilance-raid.jpg
ବାଇଦାଳୀ ଗାଁରେ ନଳକୂଅ ଅଚଳ, ଲୋକଙ୍କୁ ସାହା ଚୁଆ ପାଣି https://odishareporter.in/odisha/people-of-baidali-village-are-facing-problem-for-drinking-water-705030 Sat, 08 Jan 2022 09:00:59 +0000 https://odishareporter.in/?p=705030

ଉଦଳା(ମାନସ ପାଣି): ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ଚୁଆରୁ ପାଣି ଆଣି ପିଉଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତର ବାଇଦାଳୀ […]

The post ବାଇଦାଳୀ ଗାଁରେ ନଳକୂଅ ଅଚଳ, ଲୋକଙ୍କୁ ସାହା ଚୁଆ ପାଣି appeared first on Odisha Reporter.

]]>

ଉଦଳା(ମାନସ ପାଣି): ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ଚୁଆରୁ ପାଣି ଆଣି ପିଉଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତର ବାଇଦାଳୀ ଗାଁରେ।

ବାଇଦାଳୀ ଗାଁଟି ଉଦଳା ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୧୨କିଲୋମିଟର ଦୂରରେ ଅବସ୍ଥିତ। ଏହି ଗାଁରେ ୩୦ରୁ ଅଧିକ ପରିବାର ବସବାସ କରନ୍ତି। ସରକାରଙ୍କ ପକ୍ଷରୁ ଏହି ଗାଁରେ ଗୋଟିଏ ନଳକୂଅ ବସାଯାଇଥିଲା। ଏହାସହ ଗାଁରେ ଦୁଇଟି କୂଅ ମଧ୍ୟ ଥିଲା।  ତିନିରୁ ଚାରିବର୍ଷ ହେବ ନଳକୂପଟି ଅଚଳ ହୋଇ ପଡ଼ିଥିବା ବେଳେ ଦୁଇଟି କୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଗ୍ରାମବାସୀମାନେ ଗାଁଠାରୁ କିଛି ଦୂରରେ ଥିବା ଚୁଆରୁ ପାଣି ଆଣି ପିଉଛନ୍ତି। ଖରାଦିନରେ ଚୁଆରେ ପାଣି ଶୁଖିଯିବାରୁ ଲୋକେ ନିକଟସ୍ଥ ଗାଁରୁ ପାଣି ଆଣିଥା’ନ୍ତି।

     ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି କୂଅ

ଗାଁରେ ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। କିନ୍ତୁ  ଏପର୍ଯ୍ୟନ୍ତ ଗାଁର ପାଣି ସମସ୍ୟାର ସମାଧାନ ହୋଇପାରି ନଥିବା ଗ୍ରାମବାସୀ କାନ୍ଦନ ସୋରେନ କହିଛନ୍ତି।

ନଳକୂପଟି ଅଚଳ ହୋଇ ପଡ଼ିଛି

ଅନ୍ୟ ଜଣେ ଗ୍ରାମବାସୀ ବାସନ୍ତୀ ସୋରେନ କହିଛନ୍ତି, ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବୁ। ନେତାଙ୍କୁ ଗାଁରେ ପୂରାଇ ଦେବୁନି।

ଉଦଳା ବିଡିଓ ଦେବଜାନୀ ଭୁଁୟା କହିଛନ୍ତି, ଏହି ବିଷୟରେ ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଜଣାଇବି। ବାଇଦାଳୀ ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ  କରାଯିବ।

 

The post ବାଇଦାଳୀ ଗାଁରେ ନଳକୂଅ ଅଚଳ, ଲୋକଙ୍କୁ ସାହା ଚୁଆ ପାଣି appeared first on Odisha Reporter.

]]>
right bottom 2022-01-08 14:30:59 https://odishareporter.in/wp-content/uploads/2022/01/Untitled-1-7.jpg
ପେଟ ପାଇଁ ଅସହାୟ ମହିଳାଙ୍କ ସଂଘର୍ଷ, କୋଳରେ କଅଁଳା ଛୁଆକୁ ହାତରେ ଦଣ୍ଡି https://odishareporter.in/odisha/helpless-lady-try-to-earn-for-herself-her-son-704427 Thu, 06 Jan 2022 04:24:36 +0000 https://odishareporter.in/?p=704427

କରଞ୍ଜିଆ(ଦୀପକ କୁମାର ମହନ୍ତ): ହାଡ଼ ଭଙ୍ଗା ଶୀତରେ ଭଲ ଲୋକ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ହେଲେ ଏପରି ସମୟରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବଜାରର ରାସ୍ତା କଡ଼ରେ ଦେଖିବାକୁ ମିଳୁଛି ବ୍ୟତିକ୍ରମ । ୩ ମାସର ଛୁଆକୁ କେତେବେଳେ କୋଳରେ ଧରି ତ କେତେବେଳେ ରାସ୍ତା କଡ଼ରେ ଶୁଆଇଦେଇ ପରିବା ବେପାରରେ ମାତି ଯାଉଛନ୍ତି ଜଣେ ଅସହାୟ ମହିଳା। ନିଜର ବୋଲି ତାଙ୍କର କେହି ନାହାନ୍ତି। ତେଣୁ ଦିନ ସାରା ବଜାରରେ କଅଁଳା ଛୁଆକୁ […]

The post ପେଟ ପାଇଁ ଅସହାୟ ମହିଳାଙ୍କ ସଂଘର୍ଷ, କୋଳରେ କଅଁଳା ଛୁଆକୁ ହାତରେ ଦଣ୍ଡି appeared first on Odisha Reporter.

]]>

କରଞ୍ଜିଆ(ଦୀପକ କୁମାର ମହନ୍ତ): ହାଡ଼ ଭଙ୍ଗା ଶୀତରେ ଭଲ ଲୋକ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ହେଲେ ଏପରି ସମୟରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବଜାରର ରାସ୍ତା କଡ଼ରେ ଦେଖିବାକୁ ମିଳୁଛି ବ୍ୟତିକ୍ରମ । ୩ ମାସର ଛୁଆକୁ କେତେବେଳେ କୋଳରେ ଧରି ତ କେତେବେଳେ ରାସ୍ତା କଡ଼ରେ ଶୁଆଇଦେଇ ପରିବା ବେପାରରେ ମାତି ଯାଉଛନ୍ତି ଜଣେ ଅସହାୟ ମହିଳା। ନିଜର ବୋଲି ତାଙ୍କର କେହି ନାହାନ୍ତି। ତେଣୁ ଦିନ ସାରା ବଜାରରେ କଅଁଳା ଛୁଆକୁ ଧରି ପରିବା ବିକିବାରେ ବ୍ୟସ୍ତ ରହୁଛନ୍ତି ମହିଳାଜଣକ । କେତେବେଳେ କିଛି ଲାଭ ବାହାରୁଛି ତ କେତେବେଳେ ମୂଳ ବି ଚାଲି ଯାଉଛି। ତଥାପି ଭାଙ୍ଗି ନ ପଡ଼ି ପରଦିନ ସକାଳେ କିଛି ଭଲ ବେପାର ହେବା ଆଶାରେ ରହୁଛନ୍ତି।

କରଂଜିଆ ବ୍ଲକ ଅନ୍ତର୍ଗତ ତାଟ ଅଞ୍ଚଳର ଭୋଜତି ନାୟକ ନାମ୍ନୀ ମହିଳାଙ୍କ କାହାଣୀ ଅତି କରୁଣ ।  ଯାହାକୁ ଜୀବନସାଥୀ କରିଥିଲେ ସିଏ ପର କରିଦେଲା। ହାତ ଛାଡ଼ି କୁଆଡ଼େ ଗଲା ଯେ ପତ୍ତା ମିଳୁନି ।  କୋଳରେ ଏବେ ୩ ମାସର ଛୁଆ  । ଭଲ ପାଇ ବିବାହ କରିଥିବାରୁ ପଚାରୁ ନାହାନ୍ତି ବାପ ଘର ଲୋକ । ଶେଷରେ ନିଜ ପେଟ ପୋଷିବା ସହ ୩ ମାସ ଛୁଆ ମୁହଁରେ ଆହାର ଦେବାକୁ କାହାରି ପାଖରେ ହାତ ନ ପତାଇ ରାସ୍ତାକୁ ଓହ୍ଲାଇବାକୁ ପଡ଼ିଲା ବୋଲି କହିଛନ୍ତି ମହିଳାଜଣକ।

ନିଜ ପିଲାଙ୍କୁ ରାସ୍ତା କଡ଼ରେ ଶୁଆଇ ଦେଇ ପରିବା ବେପାର କରୁଛନ୍ତି ଭୋଜତି ।

ଏବେ ଭୋଜତି ଛତୁ ଏବଂ ପନିପରିବା  ବ୍ୟବସାୟ କରୁଛନ୍ତି । ତାଙ୍କୁ ନା କୌଣସି ସରକାରୀ ସହାୟତା ମିଳି ପାରୁଛି ନା କାହାର ସାହାଯ୍ୟ।  ଅସହାୟ ହୋଇଥିଲେ ମଧ୍ୟ ଭାଙ୍ଗି ପଡ଼ି ନାହାନ୍ତି କି କାହାରି ପାଖରେ ହାତ ପୋତାଇ ନାହାନ୍ତି  । ଗୋଟିଏ ପଟେ କୋଳରେ ଛୁଆ ଥିବା ବେଳେ ପରିବା ପସରା ମେଲି ଗ୍ରାହକଙ୍କୁ ଓଜନ କରିଦେଉଛି ଜିନିଷ। ସେଥିରୁ କିଛି ପଇସା ରୋଜଗାର ହେଲେ ମା’ ଛୁଆ ଚଳିଯିବେ ବୋଲି ଆଶା ବି ରଖିଛନ୍ତି ଭୋଜତି ।  ବେଳେବେଳେ ଛୁଆକୁ ରାସ୍ତା କଡ଼ରେ ଶୁଆଇ ଦେଇ ଆଖପାଖକୁ କାମରେ ବି ଚାଲି ଯାଉଛନ୍ତି। ମୁଣ୍ଡ ଉପରେ ବିପଦ ଥିବା ଜାଣି ବି ଆଉ କିଛି ଉପାୟ ନ ଥିବା କୋହ ଭରା କଣ୍ଠରେ କହିଛନ୍ତି।

ପାଖରେ ଛୁଆ ଶୋଇଥିବା ବେଳେ ପରିବା ପସରା ମେଲାଇଛନ୍ତି ଭୋଜତି ।

ସରକାରୀ ଯୋଜନା ବି ଏହି ମହିଳାଙ୍କ ପାଇଁ ସାତ ସପନ ।  ନା ମୁଣ୍ଡ ଉପରେ ଛାତ ଅଛି ନା ସରକାରଙ୍କ ଟଙ୍କିକିଆ ଚାଉଳର ଲାଭ ପାଇପାରୁଛନ୍ତି। ବହୁଥର ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି।

ଏନେଇ ଭୋଜତିଙ୍କୁ ପଚାରିବାରୁ ଯାହାକୁ ଭରସା କରିଥିଲି, ଯାହା ହାତ ଧରିଥିଲା,ସିଏ ହାତ ଛାଡ଼ି ଦେଲା। ଏବେ ନିଜର ବୋଲି ମୋର କେହି ନାହାନ୍ତି। ଭଡ଼ା ଘର ନେଇ ମା’ ଛୁଆ ରହୁଛୁ। ଛୁଆକୁ କାହା ଭରସାରେ ଆଉ କୋଉଠି ଛାଡ଼ିବି। ତେଣୁ ତାକୁ ବି ଶୀତ କାକରରେ ଆଣି ରାସ୍ତା କଡ଼ରେ ଶୁଆଇବାକୁ ବାଧ୍ୟ ହେଉଛି।

The post ପେଟ ପାଇଁ ଅସହାୟ ମହିଳାଙ୍କ ସଂଘର୍ଷ, କୋଳରେ କଅଁଳା ଛୁଆକୁ ହାତରେ ଦଣ୍ଡି appeared first on Odisha Reporter.

]]>
right bottom 2022-01-06 13:50:55 https://odishareporter.in/wp-content/uploads/2022/01/nkk.jpg
ଫେସବୁକରେ ବିଜ୍ଞାପନ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା https://odishareporter.in/odisha/mayurbhanj/10-lakhs-cyber-loot-in-baripara-704391 Wed, 05 Jan 2022 16:46:45 +0000 https://odishareporter.in/?p=704391

ବାରିପଦା (ମାନିକ୍ ଲାଲ୍ ପାଣି): ରାଜ୍ୟରେ ସାଇବର ଠକେଇର ଚେର ଦିନକୁ ଦିନ ଲମ୍ବିବାରେ ଲାଗିଛି। ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ ବି କରାଯାଉଛି। କିନ୍ତୁ ଏତେସବୁ ସଚେତନତା ସତ୍ତ୍ୱେ ସାଇବର ଲୋକେ ଠକେଇର ଶିକାର ହେଉଛନ୍ତି। ଏମିତି ଏକ ବଡ଼ ଠକେଇର ସାମ୍ନା କରିଛନ୍ତି ବାରିପଦାର ଜଣେ ବ୍ୟକ୍ତି। ସେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଯାହା ପରେ ସେ ସାଇବର ଥାନାର ଆଶ୍ରୟ ନେଇଛନ୍ତି। ବାରିପଦାର ଯୁବ ବ୍ୟବସାୟୀ ବିକାଶ […]

The post ଫେସବୁକରେ ବିଜ୍ଞାପନ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ରାଜ୍ୟରେ ସାଇବର ଠକେଇର ଚେର ଦିନକୁ ଦିନ ଲମ୍ବିବାରେ ଲାଗିଛି। ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ ବି କରାଯାଉଛି। କିନ୍ତୁ ଏତେସବୁ ସଚେତନତା ସତ୍ତ୍ୱେ ସାଇବର ଲୋକେ ଠକେଇର ଶିକାର ହେଉଛନ୍ତି। ଏମିତି ଏକ ବଡ଼ ଠକେଇର ସାମ୍ନା କରିଛନ୍ତି ବାରିପଦାର ଜଣେ ବ୍ୟକ୍ତି। ସେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଯାହା ପରେ ସେ ସାଇବର ଥାନାର ଆଶ୍ରୟ ନେଇଛନ୍ତି।

ବାରିପଦାର ଯୁବ ବ୍ୟବସାୟୀ ବିକାଶ କୁମାର ସାହା। ସାହା ଫେସବୁକରେ ଏକ ନାମୀଦାମୀ ଜୋତା କମ୍ପାନୀର ବିଜ୍ଞାପନକୁ ଦେଖି ଜୋତା ବ୍ୟବସାୟ କରିବା ପାଇଁ ମନ ବଳାଇଥିଲେ। ଫେସବୁକରେ ଥିବା ଲିଙ୍କ ଓ ନମ୍ବରରେ ଉକ୍ତ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହାପରେ କମ୍ପାନୀ ତରଫରୁ ଅନଲାଇନ ଆବେଦନ, ଏଗ୍ରିମେଣ୍ଟ, ସ୍ଥାନ ଓ ଭିତ୍ତିଭୂମି, କିଛି ପରିମାଣର ଜୋତା, ଶୋ’ରୁମରେ କମ୍ପ୍ୟୁଟର ଓ ଆସବାବପତ୍ର ସରଞ୍ଜାମ ପାଇଁ ପର୍ଯ୍ୟାୟ କ୍ରମରେ ଟଙ୍କା ପଠାଇଥିଲେ।

ସେ ଏହି ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ, ଭାଇଙ୍କ ଆକାଉଣ୍ଟ, ନିଜ ସ୍ତ୍ରୀଙ୍କ ଆକାଉଣ୍ଟରୁ ଉକ୍ତ କମ୍ପାନୀର ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ଉଦଜୀବନ ବ୍ୟାଙ୍କ ଜରିଆରେ ଜମା କରିଥିଲେ। ସେ କହିଛନ୍ତି ଯେ ଫେସବୁକରେ ବ୍ରାଣ୍ଡେଡ୍ ଜୋତାର ବିଜ୍ଞାପନ ଦେଖି ଜୋତା ବ୍ୟବସାୟୀ ପାଇଁ ମନ ବଳାଇଥିଲେ। ପୂର୍ବରୁ ନିଜ ପୈତୃକ ବ୍ୟବସାୟୀ ଥିବା ବେଳେ ନିଜସ୍ୱ ବ୍ୟବସାୟୀ ପାଇଁ ସମ୍ପର୍କୀୟଙ୍କ ଠାରୁ ଧାର କରଜ କରି ଟଙ୍କାକୁ ଉକ୍ତ କମ୍ପାନୀ ନାମରେ ପୈଠ କରିଥିଲେ।

ଦୁଇ ମାସ ଧରି କମ୍ପାନୀ ପକ୍ଷରୁ କୋଣସି ଯୋଗାଯୋଗ ହୋଇନଥିଲା। ଏପରିକି କମ୍ପାନୀ ଅଧିକ ଟଙ୍କା ମାଗିବାରୁ ବିକାଶଙ୍କ ମନରେ ସନ୍ଦେହ ହୋଇଥିଲା। ଯେଉଁ କାରଣରୁ ସେ କଲିକତା ସ୍ଥିତ ଉକ୍ତ କମ୍ପାନୀର କାର୍ଯ୍ୟାଳୟକୁ ଯାଇ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ସବୁ ବ୍ୟାଙ୍କ ଆକାଉଣ୍ଟ ଓ ଠିକଣା ଜାଲ ବୋଲି ସେ ଜାଣିବାକୁ ପାଇଥିଲେ। ଏତେ ବଡ଼ ଠକେର ଶିକାର ହେବା ପରେ ସେ ପ୍ରଥମେ ବାରିପଦା ସାଇବର ଥାନାରେ ଲିଖିତ ଭାବେ ଅଭିଯୋଗ କାରିଛନ୍ତି। ଏହାକୁ ନେଇ ବାରିପଦା ସାଇବର ଥାନାରେ କେଶ ନମ୍ବର-୧/ ୨୦୨୨ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

The post ଫେସବୁକରେ ବିଜ୍ଞାପନ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା appeared first on Odisha Reporter.

]]>
right bottom 2022-01-05 22:18:54 https://odishareporter.in/wp-content/uploads/2022/01/baripada.jpg
ଫର୍ମ ପିଲଅପ୍‌ କରିବାକୁ ଯାଉଥିଲେ ଛାତ୍ରୀ, ଚାପିଦେଲା ଡମ୍ଫର https://odishareporter.in/odisha/student-dead-in-dumper-accident-703795 Tue, 04 Jan 2022 02:25:26 +0000 https://odishareporter.in/?p=703795

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଫର୍ମ ପୂରଣ ପାଇଁ ଖୁସି ମନରେ ଘରୁ କଲେଜ ବାହାରିଥିଲେ। ଆଉ କିଛି ଦିନ ପରେ ପରିକ୍ଷା ଦେଇଥାନ୍ତେ। ହେଲେ ସବୁ କିଛି ଅଧାରେ ରହିଗଲା। ଘରୁ ମାମୁଁ ଓ ସାନ ଭଉଣୀଙ୍କ ସହ ବାହାରିଥିବା ଛାତ୍ରୀଙ୍କୁ କଲେଜରେ ପହଞ୍ଚିବା ପୂର୍ବରୁ ଚାପି ଦେଲା ଡମ୍ଫର । ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳର ବାଗଡେଗା ଗାଁ ନିକଟ ମୁଖ୍ୟ ମାର୍ଗରେ ଗତକାଲି ଅପରାହ୍ନରେ ଘଟିଛି। ଏହି ଦୁର୍ଘଟଣାରେ  […]

The post ଫର୍ମ ପିଲଅପ୍‌ କରିବାକୁ ଯାଉଥିଲେ ଛାତ୍ରୀ, ଚାପିଦେଲା ଡମ୍ଫର appeared first on Odisha Reporter.

]]>

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଫର୍ମ ପୂରଣ ପାଇଁ ଖୁସି ମନରେ ଘରୁ କଲେଜ ବାହାରିଥିଲେ। ଆଉ କିଛି ଦିନ ପରେ ପରିକ୍ଷା ଦେଇଥାନ୍ତେ। ହେଲେ ସବୁ କିଛି ଅଧାରେ ରହିଗଲା। ଘରୁ ମାମୁଁ ଓ ସାନ ଭଉଣୀଙ୍କ ସହ ବାହାରିଥିବା ଛାତ୍ରୀଙ୍କୁ କଲେଜରେ ପହଞ୍ଚିବା ପୂର୍ବରୁ ଚାପି ଦେଲା ଡମ୍ଫର । ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳର ବାଗଡେଗା ଗାଁ ନିକଟ ମୁଖ୍ୟ ମାର୍ଗରେ ଗତକାଲି ଅପରାହ୍ନରେ ଘଟିଛି। ଏହି ଦୁର୍ଘଟଣାରେ  ୧୮ ବର୍ଷୀୟା ଦିଗି ବାସ୍କେ ନାମ୍ନୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭଉଣୀ ରାକ୍ଷୀ ଦିଗି (15 ) ଓ ତାଙ୍କ ମାମୁଁ ଗୋପାଳ ମୁର୍ମୁ ଗୁରୁତର ହୋଇଛନ୍ତି।

ଗତକାଲି, ଦିଗି ବାସ୍କେ, ନିଜ ସାନ ଭଉଣୀ ଓ ମାମୁଁଙ୍କ ସହ ବହଳଦା କଲେଜକୁ ଫର୍ମ ଫିଲଅପ୍‌ କରିବାକୁ ବାଇକ୍‌ ଯୋଗେ ଯାଇଥିଲେ। ମାତ୍ର ବାଗଡେଗା ଗାଁ ନିକଟ ମୁଖ୍ୟ ମାର୍ଗରେ ପଛରୁ ଆସୁଥିବା ଏକ ଡମ୍ଫର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦିଗିଙ୍କ ମୃତ୍ୟୁ ଘଟିଥିଲା ।

  ତାଙ୍କ ସାନ ଭଉଣୀ ରାକ୍ଷୀ ଓ ମାମୁଁ ଗୋପାଳ ମୁର୍ମୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବହଳଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ଡମ୍ଫର ଚାଳକଙ୍କୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରିଛି।  ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି।

The post ଫର୍ମ ପିଲଅପ୍‌ କରିବାକୁ ଯାଉଥିଲେ ଛାତ୍ରୀ, ଚାପିଦେଲା ଡମ୍ଫର appeared first on Odisha Reporter.

]]>
right top 2022-01-04 07:58:50 https://odishareporter.in/wp-content/uploads/2022/01/dumpher.jpg
ବିଜେଡି ମିଶ୍ରଣ ପର୍ବରେ ଖାଇବାକୁ ମିଳିଲାନି, ଭିଡିଓ ଭାଇରାଲ୍ https://odishareporter.in/odisha/mayurbhanj/no-food-given-during-the-bjd-meeting-video-viral-702855 Thu, 30 Dec 2021 15:18:02 +0000 https://odishareporter.in/?p=702855

ବାରିପଦା (ମାନିକ୍ ଲାଲ୍ ପାଣି): ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି। ଖାଇବାକୁ କ’ଣ ଦେବେ କହିବାରୁ ମାଡ଼ ମାରିବା ସହ ଧମକ ମଧ୍ୟ ଦେଲେ। ସ୍ଥିତି ଏପରି ହେଲା ଯେ ଖାଇବାକୁ ନପାଇ ଲୋକେ ରାସ୍ତା ରୋକ କଲେ। ଏପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ। ଏଠାରେ ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା। ଏଥିପାଇଁ ଆଖପାଖ ଗାଁ ଲୋକଙ୍କୁ […]

The post ବିଜେଡି ମିଶ୍ରଣ ପର୍ବରେ ଖାଇବାକୁ ମିଳିଲାନି, ଭିଡିଓ ଭାଇରାଲ୍ appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି। ଖାଇବାକୁ କ’ଣ ଦେବେ କହିବାରୁ ମାଡ଼ ମାରିବା ସହ ଧମକ ମଧ୍ୟ ଦେଲେ। ସ୍ଥିତି ଏପରି ହେଲା ଯେ ଖାଇବାକୁ ନପାଇ ଲୋକେ ରାସ୍ତା ରୋକ କଲେ। ଏପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ।

ଏଠାରେ ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା। ଏଥିପାଇଁ ଆଖପାଖ ଗାଁ ଲୋକଙ୍କୁ ଡକା ଯାଇଥିଲା। ନାଚ ଗୀତ କରିବା ପାଇଁ ମହିଳା ଓ ପୁରୁଷ ସଜବାଜ ହୋଇ ଆସିଥିଲେ। ହେଲେ ଆୟୋଜକ ସେମାନଙ୍କୁ ଖାଇବାକୁ ଦେଇ ପାରିଲେ ନାହିଁ। ଲୋକେ ନିଜ ନିଜର ପିଲାଛୁଆଙ୍କୁ ଧରି ସକାଳୁ ଆସିଥିଲେ। ହେଲେ ସେମାନଙ୍କୁ ଖାଇବାକୁ ମିଳିଲା ନାହିଁ। ଯେଉଁକାରଣରୁ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ଏପରିକି ସେମାନେ ସ୍ଥାନୀୟ ନେତାଙ୍କୁ ଗାଳିଗୁଲଜ କରିଥିଏ। ଏହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଦୀର୍ଘ ସମୟ ଏହି ପରି ହୋହଲ୍ଲା ପରେ ଲୋକେ ନିଜ ନିଜର ଘରକୁ ଫେରି ଯାଇଥିଲେ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳୀୟ ପ୍ରଚାର ପାଇଁ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣମୂଳ ସ୍ତରରେ କିଭଳି ପ୍ରଚାର ଟଙ୍କା ବାଟ ମାରଣା ହେଉଛି ତାର ଏହା ଏକ ନଗ୍ନ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଖୋଦ୍ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଅଛନ୍ତି। ଏଭଳି ସ୍ଥିତିରେ ଏଠାରେ ଏବେ ନେତା ମାଳମାଳ ହେଲେ ପ୍ରଚାର ଦୁର୍ବଳ ବୋଲି ଆଲୋଚନା ହେଉଛି। ଏପରି ଅବ୍ୟବସ୍ଥା ଓ ପ୍ରଚାର ମଙ୍ଗୁଆଳ ନେତାଙ୍କୁ ବଦନାମ୍ କରିବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

The post ବିଜେଡି ମିଶ୍ରଣ ପର୍ବରେ ଖାଇବାକୁ ମିଳିଲାନି, ଭିଡିଓ ଭାଇରାଲ୍ appeared first on Odisha Reporter.

]]>
right bottom 2021-12-30 20:48:02 https://odishareporter.in/wp-content/uploads/2021/12/baripada-2.jpg
ଟିକା ଦେବାକୁ ଯାଇ ହଟହଟା, ୬ଘଣ୍ଟା ଅଟକ https://odishareporter.in/odisha/asaha-and-anganwadi-worker-detained-for-6-hours-while-going-for-vaccinations-702352 Wed, 29 Dec 2021 03:31:51 +0000 https://odishareporter.in/?p=702352

ଉଦଳା (ଓଡ଼ିଶା ରିପୋର୍ଟର): କରୋନା ଟିକା ଦେବାକୁ ଯାଇ ହଟହଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ବିଡିଓ ଓ  ଅନ୍ୟ ବ୍ଲକ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କଲେ। ଶତପ୍ରତିଶତ ଟିକାଦାନ ଲକ୍ଷ୍ୟରେ ସରକାର ଅଭିଯାନ ଚଳାଇଥିବା ବେଳେ ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ବଡ଼ଖମଣ ପଞ୍ଚାୟତ ଅନ୍ତର୍ଗତ ତାଳସେରୀ ଗାଁରେ। ଗତକାଲି ତାଳସେରୀ ଗାଁରେ ଆଶାକର୍ମୀ ଓ […]

The post ଟିକା ଦେବାକୁ ଯାଇ ହଟହଟା, ୬ଘଣ୍ଟା ଅଟକ appeared first on Odisha Reporter.

]]>

ଉଦଳା (ଓଡ଼ିଶା ରିପୋର୍ଟର): କରୋନା ଟିକା ଦେବାକୁ ଯାଇ ହଟହଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ବିଡିଓ ଓ  ଅନ୍ୟ ବ୍ଲକ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କଲେ। ଶତପ୍ରତିଶତ ଟିକାଦାନ ଲକ୍ଷ୍ୟରେ ସରକାର ଅଭିଯାନ ଚଳାଇଥିବା ବେଳେ ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ବଡ଼ଖମଣ ପଞ୍ଚାୟତ ଅନ୍ତର୍ଗତ ତାଳସେରୀ ଗାଁରେ।

ଗତକାଲି ତାଳସେରୀ ଗାଁରେ ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି କ୍ୟାମ୍ପ୍ କରି ଗ୍ରାମବାସୀଙ୍କୁ ଟିକା ଦେଉଥିଲେ। ସେମାନେ ୧୨ ଜଣଙ୍କୁ ଟିକା ଦେବା ପରେ ଗାଁର କିଛି ଲୋକ ସେଠାରେ ପହଞ୍ଚି ଟିକା ନେବେ ନାହିଁ ବୋଲି କହିଥିଲେ। ସେମାନେ ସୁସ୍ଥ ଥିବାରୁ କାହିଁକି ଟିକା ନେବେ ବୋଲି ପ୍ରଶ୍ନ କରିଥିଲେ। ଏହା ସହିତ ଧାନ କଟା ସରିବା ପରେ ଟିକା ନେବେ ବୋଲି କହିଥିଲେ। ଆଶାକର୍ମୀ ଓ ଅଙ୍ଗନବାଡ଼ି  ଦିଦି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରୁ ସେଠାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲ। ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ପ୍ରାୟ ୬ ଘଣ୍ଟା ପରେ ଉଦଳା ବିଡିଓ, ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ସେଠାରୁ ଉଦ୍ଧାର ହୋଇଥିଲା।

ଜଣେ ଗ୍ରାମବାସୀ କହିଛନ୍ତି, ଧାନକଟା ଚାଲିଛି,  ଧାନକଟା ସରିବା ଆମେ ଟିକା ନେବୁ ବୋଲି କହିଥିଲୁ। ହେଲେ ସେମାନେ ଜୋରଜବଦସ୍ତ ଟିକା ଦେଉଥିଲେ।  ପୂର୍ବରୁ ଏହି  ଟିକା ନେଇ ଦୁଇ ତିନି ଜଣ ଅସୁସ୍ଥ ହୋଇପଡ଼ିଥିଲେ।

ଅଙ୍ଗନବାଡ଼ି ଦିଦି ସୌମ୍ୟା ସୁଚରିତା ମୁର୍ମୁ କହିଛନ୍ତି, ଗ୍ରାମବାସୀ କହିଲେ କରୋନା ଫରୋନା କିଛି ନାହିଁ। ସରକାର ଟିକା ଦେଇ ସେମାନଙ୍କୁ ମାରିଦେବାକୁ ଯୋଜନା କରୁଛନ୍ତି। ଏହି ଟିକା ନେଲେ ତିନିବର୍ଷ ପରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଯିବ।

ଉଦଳା ବିଡିଓ କହିଛନ୍ତି, ଟିକା ନେଲେ ଦେହ ଖରାପ ହୋଇଯିବ ବୋଲି ଗ୍ରାମବାସୀ ଭାବୁଛନ୍ତି। ଏଥିପାଇଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ।

 

The post ଟିକା ଦେବାକୁ ଯାଇ ହଟହଟା, ୬ଘଣ୍ଟା ଅଟକ appeared first on Odisha Reporter.

]]>
right bottom 2021-12-29 13:05:31 https://odishareporter.in/wp-content/uploads/2021/12/Untitled-1-76.jpg
୧୮ ବର୍ଷ, ୧୧ ମାସ, ୧୫ ଦିନ ପରେ ଗାଁକୁ ଫେରିଲେ https://odishareporter.in/odisha/mayurbhanj/habil-sindhu-returns-home-after-spends-19-years-in-jail-700409 Mon, 20 Dec 2021 13:30:03 +0000 https://odishareporter.in/?p=700409

କରଞ୍ଜିଆ (ଦୀପକ ମହାନ୍ତ): ପାଖାପାଖି ୧୯ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଶିମିଳିପାଳ ଅଭୟାରଣ୍ୟ ବଳରାମପୁର ଗାଁର ହାବିଲ୍ ସିନ୍ଧୁ। ନିଜ ଜୀବନର ଅଧା ବୟସ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ହାବିଲ୍। ଗତ ୧୫ ତାରିଖ ଦିନ ଉପଯୁକ୍ତ ସାକ୍ଷୀ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଜି ସେ ନିଜ ଗାଁକୁ ଫେରିଛନ୍ତି। ୧୯ ବର୍ଷ ପରେ ଜେଲରୁ ମୁକୁଳିବା ନେଇ ହାବିଲ୍ ଯେତିକି […]

The post ୧୮ ବର୍ଷ, ୧୧ ମାସ, ୧୫ ଦିନ ପରେ ଗାଁକୁ ଫେରିଲେ appeared first on Odisha Reporter.

]]>

କରଞ୍ଜିଆ (ଦୀପକ ମହାନ୍ତ): ପାଖାପାଖି ୧୯ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଶିମିଳିପାଳ ଅଭୟାରଣ୍ୟ ବଳରାମପୁର ଗାଁର ହାବିଲ୍ ସିନ୍ଧୁ। ନିଜ ଜୀବନର ଅଧା ବୟସ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ହାବିଲ୍। ଗତ ୧୫ ତାରିଖ ଦିନ ଉପଯୁକ୍ତ ସାକ୍ଷୀ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଜି ସେ ନିଜ ଗାଁକୁ ଫେରିଛନ୍ତି।

୧୯ ବର୍ଷ ପରେ ଜେଲରୁ ମୁକୁଳିବା ନେଇ ହାବିଲ୍ ଯେତିକି ଖୁସି ଅଛନ୍ତି, ତା’ଠାରୁ ଅଧିକ ଚିନ୍ତିତ ମଧ୍ୟ ଅଛନ୍ତି। ଆଉ ଏହି ଚିନ୍ତାର କାରଣ ହେଉଛି, ତାଙ୍କୁ ତାଙ୍କର ଗ୍ରାମବାସୀ ଗ୍ରହଣ କରିବେ ନା ନାହିଁ। ଏପରିକି ତାଙ୍କର ଘରବାଡ଼ି ଅଛି ନା ନାହିଁ, ସେ କଥା ମଧ୍ୟ ଜାଣିନାହାନ୍ତି। ଯେଉଁ କାରଣରୁ ହାବିଲ୍ ନିଜର ଜୀବିକା ମେଣ୍ଟାଇବା ପାଇଁ ସରକାରଙ୍କୁ ସହାୟତା ମାଗିଛନ୍ତି।

୨୦୦୩ ମସିହା ଜାନୁଆରୀ ୩ ତାରିଖରେ ତିନିଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହାବିଲ୍ ଗିରଫ ହୋଇଥିଲେ। ହାବିଲ ଗୁଣିଗାରେଡ଼ି କରି ତିନି ଜଣଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏ ନେଇ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସରକାର ଜଣେ ଆମିକସ୍ କ୍ୟୁରୀ ତଥା ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେଇ ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ।

ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ କୋର୍ଟ ଶୁଣାଣି କରି ୧୧ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଆଦେଶ ଦେଇଥିଲେ। ଯାହା ପରେ ହାବିଲ୍ ୧୮ ବର୍ଷ, ୧୧ ମାସ ଓ ୧୫ ଦିନ ପରେ ଜେଲରୁ ମୁକୁଳିଥିଲେ।

The post ୧୮ ବର୍ଷ, ୧୧ ମାସ, ୧୫ ଦିନ ପରେ ଗାଁକୁ ଫେରିଲେ appeared first on Odisha Reporter.

]]>
right bottom 2021-12-20 19:00:03 https://odishareporter.in/wp-content/uploads/2021/12/habil-sindhu-1.jpg
NAC ଅଧିକାରୀ ହଟହଟା, ଲୋକେ କହିଲେ-଼ ପବ୍ଲିକ ତାତିଲେ ବହୁତ ଖରାପ ହେବ https://odishareporter.in/odisha/tension-situation-in-karanjia-699690 Fri, 17 Dec 2021 04:12:19 +0000 https://odishareporter.in/?p=699690

କରଞ୍ଜିଆ(ଦୀପକ କୁମାର ମହନ୍ତ): ପବ୍ଲିକ ତାତିଲେ ବହୁତ ଖରାପ ହେବ । ଆପଣ ଅଧିକାରୀ ହେଲେ ବୋଲି କ’ଣ ମନଇଚ୍ଛା କିଛି ବି କରିବେ। ଗତକାଲି ମୟୂରଭଞ୍ଜ ଜିଲ୍ଲା କରଂଜିଆ ସହର ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପରି କହି NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘଉଡ଼ାଇ ଦେଇଥିଲେ ସାଧାରଣ ଲୋକ । ଫଳରେ ଫାଇନ୍‌ କାଟିବାକୁ ଯାଇ ହଟହଟା ହୋଇ ଫେରିଲେ NAC ଅଧିକାରୀ। ଗତକାଲି ସନ୍ଧ୍ୟା ସମୟରେ କରଂଜିଆ ବଜାରରେ ଏକ ପିକଅପ୍‌ […]

The post NAC ଅଧିକାରୀ ହଟହଟା, ଲୋକେ କହିଲେ-଼ ପବ୍ଲିକ ତାତିଲେ ବହୁତ ଖରାପ ହେବ appeared first on Odisha Reporter.

]]>

କରଞ୍ଜିଆ(ଦୀପକ କୁମାର ମହନ୍ତ): ପବ୍ଲିକ ତାତିଲେ ବହୁତ ଖରାପ ହେବ । ଆପଣ ଅଧିକାରୀ ହେଲେ ବୋଲି କ’ଣ ମନଇଚ୍ଛା କିଛି ବି କରିବେ। ଗତକାଲି ମୟୂରଭଞ୍ଜ ଜିଲ୍ଲା କରଂଜିଆ ସହର ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପରି କହି NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘଉଡ଼ାଇ ଦେଇଥିଲେ ସାଧାରଣ ଲୋକ । ଫଳରେ ଫାଇନ୍‌ କାଟିବାକୁ ଯାଇ ହଟହଟା ହୋଇ ଫେରିଲେ NAC ଅଧିକାରୀ।

ଗତକାଲି ସନ୍ଧ୍ୟା ସମୟରେ କରଂଜିଆ ବଜାରରେ ଏକ ପିକଅପ୍‌ ଭ୍ୟାନ୍‌ରୁ କିଛି ଜିନିଷ ଅନଲୋଡ ହେଉଥିଲା। ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା  NAC କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଏବଂ କିଛି କର୍ମଚାରୀ ଗାଡ଼ି ନିକଟରେ ଅଟକିଥିଲେ। ଏହାପରେ ଗାଡ଼ି କାହିଁକି ମଝି ରାସ୍ତାରେ ଅଟକାଇଛ କହି ୫ ହଜାର ଟଙ୍କା ଫାଇନ୍‌ ଦେବାକୁ କହିଥିଲା।

ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀମାନଙ୍କ ସହ ଏନଏସି ଅଧିକାରୀଙ୍କ ଉଚ୍ଚବାଚ ଆରମ୍ଭ ହୋଇଥିଲା।  ଏପରିକି କିଛି ସ୍ଥାନୀୟ  ଲୋକ ଉତକ୍ଷିପ୍ତ ହୋଇ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘେରିବା ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉତ୍ତ୍ୟକ୍ତ ଲୋକେ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଆସିଥିବା ଗାଡ଼ି ଡ୍ରାଇଭରଙ୍କ ଲାଇସେନ୍ସ ମାଗିଥିଲେ। ହେଲେ ସମ୍ପୃକ୍ତ ଡ୍ରାଇଭରଙ୍କ ଲାଇସେନ୍ସ ନ ଥିବାରୁ ତାତିଲେ ଲୋକ । ସାଧାରଣ ଲୋକଙ୍କୁ ଲାଇସେନ୍ସ ଦେଖାଇବାକୁ କହୁଥିବା ଅଧିକାରୀଙ୍କ ଡ୍ରାଇଭର ପାଖରେ  ଲାଇସେନ୍ସ ନ ଥିବା ବେଳେ ସେ କିପରି ଜାଣିପାରୁ ନାହାନ୍ତି ବୋଲି ପଚାରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଉତ୍ତ୍ୟକ୍ତ ରୂପ ଦେଖଇ ଘଟଣାସ୍ଥଳରୁ ଗାଡ଼ିରେ ପଳାଇଲେ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ନଜରକୁ ଆସିଛି।

ଜଣେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏପରି ହଟହଟା ହୋଇ ଫେରୁଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଏ ସମ୍ପର୍କରେ NAC କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ଏକ ସାମାନ୍ୟ ଘଟଣା । କିଛି ଯୁବକ ନିଶାସକ୍ତ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି।

 

The post NAC ଅଧିକାରୀ ହଟହଟା, ଲୋକେ କହିଲେ-଼ ପବ୍ଲିକ ତାତିଲେ ବହୁତ ଖରାପ ହେବ appeared first on Odisha Reporter.

]]>
centre bottom 2021-12-17 09:42:19 https://odishareporter.in/wp-content/uploads/2021/12/tension-situation.jpg
ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ, ୧୯ ବର୍ଷ ଜେଲ୍ କାଟି ନିର୍ଦ୍ଦୋଷରେ ଖଲାସ୍ https://odishareporter.in/odisha/mayurbhanj/man-returns-home-after-spending-19-years-in-jail-699350 Wed, 15 Dec 2021 15:52:18 +0000 https://odishareporter.in/?p=699350

ବାରିପଦା (ମାଣିକ ଲାଲ୍ ପାଣି): ଯୌବନରେ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ। ୧୯ ବର୍ଷ କାଳ ଜେଲର ଅନ୍ଧାରୀ କୋଠରୀରେ ସମୟ କାଟିଲେ। ଆଉ ବାର୍ଦ୍ଧକ୍ୟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ ତାଙ୍କୁ ଜିଲ୍ଲା ଦୌରା ଜଜ୍ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଉ ଆଜି ଜେଲରେ ମୁକୁଳିବା ପରେ ବେଶ୍ ଖୁସି ହୋଇଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ। ୨୦୦୩ ମସିହା ଜାନୁଆରୀ ୩ ତାରିଖରେ […]

The post ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ, ୧୯ ବର୍ଷ ଜେଲ୍ କାଟି ନିର୍ଦ୍ଦୋଷରେ ଖଲାସ୍ appeared first on Odisha Reporter.

]]>

ବାରିପଦା (ମାଣିକ ଲାଲ୍ ପାଣି): ଯୌବନରେ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ। ୧୯ ବର୍ଷ କାଳ ଜେଲର ଅନ୍ଧାରୀ କୋଠରୀରେ ସମୟ କାଟିଲେ। ଆଉ ବାର୍ଦ୍ଧକ୍ୟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ ତାଙ୍କୁ ଜିଲ୍ଲା ଦୌରା ଜଜ୍ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଉ ଆଜି ଜେଲରେ ମୁକୁଳିବା ପରେ ବେଶ୍ ଖୁସି ହୋଇଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ।

୨୦୦୩ ମସିହା ଜାନୁଆରୀ ୩ ତାରିଖରେ ପଡ଼ୋଶୀ ଘରର ଦୁଇ ପୁରୁଷଙ୍କ ସହ ଜଣେ ଦୁଇ ବର୍ଷ ଶିଶୁକୁ ହତ୍ୟା କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ହାବିଲ କୁଆଡେ ଗୁଣିଗାରେଡି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେବା ସହ ସେମାନଙ୍କ ଯୌନାଙ୍ଗକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା।

ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏ ନେଇ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସରକାର ଜଣେ ଆମିକସ୍ କ୍ୟୁରୀ ତଥା ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେଇ ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ।

ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ କୋର୍ଟ ଶୁଣାଣି କରି ୧୧ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଆଦେଶ ଦେଇଛନ୍ତି। ତେବେ ହାବିଲଙ୍କ ୧୯ ବର୍ଷ ଜେଲରେ କାଟିବା ନେଇ ଆଇନଜୀବୀ ତଦନ୍ତକାରୀ ଅଫିସରଙ୍କ କାର୍ଯ୍ୟ ଓ ରିପୋର୍ଟ ଉପରେ ଅଙ୍ଗୁଳି ଉଠାଇଛନ୍ତି।

ଅନ୍ୟପକ୍ଷରେ ତିନି ଜଣଙ୍କ ହତ୍ୟା ଅଭିଯୋଗରେ ଜେଲରେ ରହିଥିବା ହାବିଲ୍ ସବୁ ଆଶା ଛାଡ଼ି ଦେଇଥିଲେ। ସେ ଜେଲରୁ ମୁକୁଳିବା ନେଇ କେବେବି ଭାବିନଥିଲେ। ଏପରିକି ନିଜ ପରିବାର ଲୋକଙ୍କୁ ଟଙ୍କା ଖର୍ଚ୍ଚ କରି ଦେଖା କରିବାକୁ ଜେଲ୍ ନଆସିବା ପାଇଁ କହିଥିଲେ।

The post ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ, ୧୯ ବର୍ଷ ଜେଲ୍ କାଟି ନିର୍ଦ୍ଦୋଷରେ ଖଲାସ୍ appeared first on Odisha Reporter.

]]>
right top 2021-12-15 21:22:18 https://odishareporter.in/wp-content/uploads/2021/12/habil-sindhu.jpg
ଅଢ଼େଇ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବୃଦ୍ଧକୁ ୧୦ ବର୍ଷ ଜେଲ୍ https://odishareporter.in/odisha/62-years-old-gets-10-years-jail-in-a-rape-case-699077 Tue, 14 Dec 2021 14:18:36 +0000 https://odishareporter.in/?p=699077

ବାରିପଦା (ମାନିକ୍ ଲାଲ୍ ପାଣି): ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୬୨ ବର୍ଷୀୟ ବୃଦ୍ଧକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜର ସ୍ୱତନ୍ତ୍ର ପକ୍ସୋ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୈରାଜଜ୍। ଏହି ବୃଦ୍ଧଙ୍କ ନାଁ ଦରଘା ବରଦା। ୨୦୧୪ ମାର୍ଚ୍ଚ ମାସରେ ଜାମଦା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ନିଜର ଅଢ଼େଇ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ ବ୍ୟକ୍ତି ବିବାହ ଭୋଜି ଖାଇବାକୁ ଯାଇଥିଲେ। […]

The post ଅଢ଼େଇ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବୃଦ୍ଧକୁ ୧୦ ବର୍ଷ ଜେଲ୍ appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୬୨ ବର୍ଷୀୟ ବୃଦ୍ଧକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜର ସ୍ୱତନ୍ତ୍ର ପକ୍ସୋ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୈରାଜଜ୍। ଏହି ବୃଦ୍ଧଙ୍କ ନାଁ ଦରଘା ବରଦା।

୨୦୧୪ ମାର୍ଚ୍ଚ ମାସରେ ଜାମଦା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ନିଜର ଅଢ଼େଇ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ ବ୍ୟକ୍ତି ବିବାହ ଭୋଜି ଖାଇବାକୁ ଯାଇଥିଲେ। ସେଠାରେ ଦରଘା ବରଦା ଝିଅଟିକୁ ଗେଲ କରିବାକୁ ନେଇ ଯାଇଥିଲେ। ହେଲେ ତା’ପରଠୁ ଝିଅଟି ନିଖୋଜ ହୋଇ ଯାଇଥିଲା।

ତା’ପରଦିନ ନିକଟସ୍ଥ ରାସ୍ତାକଡ଼ରୁ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗ୍ରାମବାସୀ। ତା’ସହିତ ଦରଘା ବରଦାକୁ ଧରି ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପୁଲିସ୍ ତାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୪ରୁ ଦରଘା ବରଦା ବାରିପଦା ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲା।

୧୩ ଜଣ ସାକ୍ଷୀ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଆଜି ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦରଘା ବରଦାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦,୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

The post ଅଢ଼େଇ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବୃଦ୍ଧକୁ ୧୦ ବର୍ଷ ଜେଲ୍ appeared first on Odisha Reporter.

]]>
right bottom 2021-12-14 19:50:32 https://odishareporter.in/wp-content/uploads/2021/12/Court1.jpg
ବଞ୍ଚି ଥାଉଥାଉ ମାରିଦେଲେ, ମହିଳା କହୁଛନ୍ତି-ମୁଁ ଜାଣିନି, କେବେ ମରିଗଲି https://odishareporter.in/odisha/a-alive-woman-is-dead-in-covid-report-697959 Fri, 10 Dec 2021 07:18:58 +0000 https://odishareporter.in/?p=697959

ଉଦଳା(ମାନସ ପାଣି):  ବଞ୍ଚିଥିବା ମହିଳାଙ୍କୁ କାଗଜପତ୍ରରେ ମାରିଦେଲେ। ସୁସ୍ଥ ସବଳ ହୋଇ ବିଲରେ ଖଟୁଥିବା ମହିଳା ଏବେ କାଗଜପତ୍ରରେ ମୃତ । କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି କାଗଜପତ୍ରରେ ବି ଉଲ୍ଲେଖ ଅଛି।  ଏ ସମ୍ପର୍କରେ ଜାଣି ଖୋଦ ମହିଳା ବି ତାଜୁବ ।   ମୁଁ ବଞ୍ଚି ଥାଉ ଥାଉ ମୋତେ କିପରି ମାରିଦେଲେ ବୋଲି ପ୍ରଶ୍ନ ପଚାରିଛନ୍ତି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଂଟା ତହସିଲ୍ ଅଧୀନ ଧନାପନା ଗ୍ରାମରେ ଘଟିଛି। […]

The post ବଞ୍ଚି ଥାଉଥାଉ ମାରିଦେଲେ, ମହିଳା କହୁଛନ୍ତି-ମୁଁ ଜାଣିନି, କେବେ ମରିଗଲି appeared first on Odisha Reporter.

]]>

ଉଦଳା(ମାନସ ପାଣି):  ବଞ୍ଚିଥିବା ମହିଳାଙ୍କୁ କାଗଜପତ୍ରରେ ମାରିଦେଲେ। ସୁସ୍ଥ ସବଳ ହୋଇ ବିଲରେ ଖଟୁଥିବା ମହିଳା ଏବେ କାଗଜପତ୍ରରେ ମୃତ । କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି କାଗଜପତ୍ରରେ ବି ଉଲ୍ଲେଖ ଅଛି।  ଏ ସମ୍ପର୍କରେ ଜାଣି ଖୋଦ ମହିଳା ବି ତାଜୁବ ।   ମୁଁ ବଞ୍ଚି ଥାଉ ଥାଉ ମୋତେ କିପରି ମାରିଦେଲେ ବୋଲି ପ୍ରଶ୍ନ ପଚାରିଛନ୍ତି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଂଟା ତହସିଲ୍ ଅଧୀନ ଧନାପନା ଗ୍ରାମରେ ଘଟିଛି। କାଗଜପତ୍ରରେ ମୃତ ତଥା ପ୍ରକୃତରେ ଜୀବିତ ଥିବା  ମହିଳାଜଣକ ହେଲେ ଧନାପନା ଗ୍ରାମର ୫୨ ବର୍ଷ ବୟସ୍କା ସ୍ନେହଲତା ଦାସ ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ, ଖୁଂଟା ତହସିଲକୁ ଏକ କୋଭିଡ ମୃତ୍ୟୁଜନିତ ରିପୋର୍ଟ ଆସିଥିଲା। ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି। ସେହି ତାଲିକାରେ ୪ ନମ୍ୱରରେ ରହିଛି ଖୁଂଟା ତହସିଲ୍ ଅଧୀନ ଧନାପନା ଗ୍ରାମର ସ୍ନେହଲତା ଦାସଙ୍କ ନାମ।  ଯାହାକୁ ମୃତ ବୋଲି ଦର୍ଶାଯାଇଥିବା ବେଳେ ବାସ୍ତବରେ ସେ ଏବେ ଜୀବୀତ ।

ସ୍ନେହଲତାଙ୍କ କହିବାନୁଯାୟୀ, ଖୁଣ୍ଟା ଡାକ୍ତରଖାନା ଯାଇଥିଲି। ସେଠାରେ ଟେଷ୍ଟ ହେବା ପରେ ମାର୍ଚ୍ଚ ୧୯ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲି । ହୋମ ଆଇସୋଲେସନରେ ରହି ମେଡିସିନ ଖାଇ ଭଲ ହେଲି। ହେଲେ ୩୦ ଜୁଲାଇରେ ମୋର ମୃତ୍ୟୁ ହୋଇଥିବା ନେଇ କାଗଜପତ୍ରରେ ଦର୍ଶାଇଲେ।  ବାସ୍ତବରେ କିନ୍ତୁ ମୁଁ ଏବେ ଜୀବିତ ଏବଂ ପୁରା ସୁସ୍ଥ। ଘରେ ସମସ୍ତ କାମ କରିବା ସମେତ ବିଲରେ ଧାନ କାଟୁଛି। ଏବେ ଶୁଣିଲି ମୋତେ ମାରିଦେଲେ। ମୁଁ ବଞ୍ଚି ଥାଉ ଥାଉ ମୋତେ କିପରି ମାରିଦେଲେ।

କୋଭିଡ ରିପୋର୍ଟରେ ସ୍ନେହଲତାଙ୍କୁ ମୃତ ବୋଲି ଦର୍ଶାଯାଇଛି।

ଏଭଳି ଏକ ସାଂଘାତିକ ଘଟଣା ଜଣାପଡିବା ପରେ ସ୍ଥାନୀୟ ବିସିପୁର ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଘଟଣାର ତଦନ୍ତ କରିବାକୁ ପଠାଇଥିଲେ। ଆରଆଇ ଗତକାଲି  ଘଟଣାସ୍ଥଳରେ ପହଞ୍ଚି ସ୍ନେହଲତାଙ୍କୁ ଭେଟିଛନ୍ତି। ତାଙ୍କ ସହ କଥା ହେବା ସହ ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି। ଏଥିସହ ଆଧାର କାର୍ଡ ଜେରକ୍ସ, ଭୋଟର କାର୍ଡ ଜେରକ୍ସ ସହ ଫଟୋ ଉଠାଇ ନେଇଛନ୍ତି। କେବଳ ସେତିକି ନୁହେଁ,  କୋଭିଡର ମୃତ୍ୟୁ ରିପୋର୍ଟକୁ ଖାରଜ କରି ଦେଇଥିବା କହିଛନ୍ତି।

ଏହି ଘଟଣା ବାବଦରେ ତହସିଲଦାରଙ୍କୁ ପଚାରିବାରୁ ସେ ଘଟଣାକୁ ଏଡାଇ ଯିବା ସହିତ ଏହା କୌଣସି ଭାଲିଡ ଡକ୍ୟୁମେଂଟ ନୁହେଁ ବୋଲି କହିଥିଲେ।   ଯଦି ଏହି ରିପୋର୍ଟ ଭାଲିଡ୍ ଡକ୍ୟୁମେଂଟ ନୁହେଁ ତେବେ ରାଜସ୍ୱ ନିରୀକ୍ଷକଙ୍କୁ କଣ ପାଇଁ ଉକ୍ତ ମହିଳାଙ୍କ ଘରକୁ ତଦନ୍ତ କରିବାକୁ ପଠାଇଥିଲେ ତହସିଲଦାର। ଏଭଳି ଏକ ସାଂଘାତିକ ଭୁଲ୍ ଲୁଚାଇବାକୁ ଏବେ ପ୍ରଶାସନ ପକ୍ଷରୁ ରୀତିମତ ପ୍ରୟାସ କରାଯାଉଛି।

The post ବଞ୍ଚି ଥାଉଥାଉ ମାରିଦେଲେ, ମହିଳା କହୁଛନ୍ତି-ମୁଁ ଜାଣିନି, କେବେ ମରିଗଲି appeared first on Odisha Reporter.

]]>
right top 2021-12-10 12:48:58 https://odishareporter.in/wp-content/uploads/2021/12/Untitled-1-29.jpg
ନିର୍ବାଚନ ଫଳାଫଳ ପୂର୍ବରୁ ଆଖି ବୁଜିଲେ https://odishareporter.in/odisha/mayurbhanj/mayurbhanj-cricket-association-tresurer-passes-away-696817 Sun, 05 Dec 2021 16:52:35 +0000 https://odishareporter.in/?p=696817

ବାରିପଦା (ମାନିକ୍ ଲାଲ୍ ପାଣି): ମୁଁ ଜୀବନ ଥିବା ଯାଏ ଷ୍ଟାଡିୟମ ପାଇଁ କାମ କରିବି। ଏ ଥିଲା ତାଙ୍କର ଶେଷ କଥା। ଆଉ ରବିବାର ଥିଲା ବାରିପଦା ଷ୍ଟାଡିୟମ ତଥା ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ନିର୍ବାଚନ। ସକାଳୁ ସକାଳୁ ଆଥଲେଟିକ ଆସୋସିଏସନର ମେମ୍ବରମାନେ ତାଙ୍କୁ ଭୋଟ ବି ଦେଲେ। ହେଲେ କେହି ଜାଣି ନ ଥିଲେ ଆଜି ତାଙ୍କର ମୃତ୍ୟୁ ହୋଇ ସାରିଛି। ତାଙ୍କ ମୃତ୍ୟୁ ଖବର ପାଇ ସବୁଆଡେ ସ୍ତବ୍ଧ ହେଇଗଲା। ସେ ହେଉଛନ୍ତି […]

The post ନିର୍ବାଚନ ଫଳାଫଳ ପୂର୍ବରୁ ଆଖି ବୁଜିଲେ appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ମୁଁ ଜୀବନ ଥିବା ଯାଏ ଷ୍ଟାଡିୟମ ପାଇଁ କାମ କରିବି। ଏ ଥିଲା ତାଙ୍କର ଶେଷ କଥା। ଆଉ ରବିବାର ଥିଲା ବାରିପଦା ଷ୍ଟାଡିୟମ ତଥା ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ନିର୍ବାଚନ। ସକାଳୁ ସକାଳୁ ଆଥଲେଟିକ ଆସୋସିଏସନର ମେମ୍ବରମାନେ ତାଙ୍କୁ ଭୋଟ ବି ଦେଲେ। ହେଲେ କେହି ଜାଣି ନ ଥିଲେ ଆଜି ତାଙ୍କର ମୃତ୍ୟୁ ହୋଇ ସାରିଛି। ତାଙ୍କ ମୃତ୍ୟୁ ଖବର ପାଇ ସବୁଆଡେ ସ୍ତବ୍ଧ ହେଇଗଲା। ସେ ହେଉଛନ୍ତି ବାରିପଦାର ପ୍ରବୀର କୁମାର ବିଶ୍ଵାସ, ଯିଏ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର କୋଷାଧ୍ୟକ୍ଷ ପାଇଁ ନିର୍ବାଚନ ଲଢୁଥିଲେ।

ପ୍ରବୀର କୁମାର ବିଶ୍ଵାସ ଜଣେ ଓଡ଼ିଶାର ସୁନାମଧନ୍ୟ କ୍ରିକେଟ ଅମ୍ପାୟାର ଓ ଫୁଟବଲ୍ ରେଫରୀ। ବାରିପଦା ଷ୍ଟାଡିୟମରେ ଦୀର୍ଘ ୪୦ ବର୍ଷ ଧରି ଜଡ଼ିତ ଥିଲେ। ୧୯୮୦ ମସିହାରୁ ସେ ଅମ୍ପାୟାର ଭାବେ କାମ ଆରମ୍ଭ କଲେ। ୧୯୮୮ରେ ସେ ଆନୁଷ୍ଠାନିକ ଭାବେ ଅମ୍ପାୟାର କୋର୍ସରେ ପାସ କରିଥିଲେ। ୧୯୮୯ରେ ସେ ରେଫରୀ ପାସ କରିଥିଲେ। ଯାହା ପରେ ସେ ଓଡ଼ିଶା ଆସୋସିଏସନର ପ୍ୟାନେଲ ରେଫରୀ ଭାବେ ନିର୍ବାଚିତ ହୋଇଥିଲେ। ଶହ ଶହ ସଂଖ୍ୟାରେ ସେ ଉଭୟ କ୍ରିକେଟ ଓ ଫୁଟବଲ୍ ଖେଳ କରାଇଛନ୍ତି। ସେ ଜଣେ ବ୍ୟାଟ୍ସମ୍ୟାନ୍ ଗଭାବେ ଜିଲ୍ଲା ପାଇଁ ଅନେକ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି। ଏହାଛଡ଼ା କଳାହାଣ୍ଡି କପରେ ଅଫିସିଏଟ୍ ମଧ୍ୟ କରିଛନ୍ତି।

ସେ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର କାଉନସିଲ ମେମ୍ବର ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶା, ପଶ୍ଚିମବଙ୍ଗର ବିଭିନ୍ନ ଟିମରେ ଫୁଟବଲ ଖେଳାଳି ଭାବେ ସୁନାମ ଅର୍ଜନ କରିଛନ୍ତି। ବାରିପଦାରେ ଲାଲଟୁ ଭାଇ ହିସାବରେ ବେଶ୍ ପରିଚିତ ଥିଲେ।

ଆଜି ନିର୍ବାଚନ ଥିବା ବେଳେ ଗତକାଲି ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା। ଯାହା ପରେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଦିନ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିଛି।

The post ନିର୍ବାଚନ ଫଳାଫଳ ପୂର୍ବରୁ ଆଖି ବୁଜିଲେ appeared first on Odisha Reporter.

]]>
right bottom 2021-12-05 22:22:35 https://odishareporter.in/wp-content/uploads/2021/12/prabir.jpg
କାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ https://odishareporter.in/odisha/similipal-will-be-closed-for-2-days-from-tomorrow-696236 Fri, 03 Dec 2021 05:03:02 +0000 https://odishareporter.in/?p=696236

ବାରିପଦା(ମାଣିକ ଲାଲ ପାଣି): ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ । ଆସନ୍ତା ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଡେପୁଟି ଡ଼ାଇରେକ୍ଟର ସାଇ କିରଣ ଡି.ଏନ । ଶିମିଳିପାଳ ଅଭୟାରଣ୍ୟ ସମୁଦ୍ର ପତ୍ତନଠାରୁ ୮୦୦ ମିଟରରୁ […]

The post କାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ appeared first on Odisha Reporter.

]]>

ବାରିପଦା(ମାଣିକ ଲାଲ ପାଣି): ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ । ଆସନ୍ତା ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଡେପୁଟି ଡ଼ାଇରେକ୍ଟର ସାଇ କିରଣ ଡି.ଏନ । ଶିମିଳିପାଳ ଅଭୟାରଣ୍ୟ ସମୁଦ୍ର ପତ୍ତନଠାରୁ ୮୦୦ ମିଟରରୁ ଅଧିକ ଉଚ୍ଚତାରେ ଥିବାରୁ ଏଠାରେ ଲଗାଣ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟକୁ ଦୁଇଦିନ ପାଇଁ ବନ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ ଆଜି ବାତ୍ୟାର ରୂପ ନେବ । ଏହା ପ୍ରଭାବରେ  ଆସନ୍ତାକାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ  ।

ଆସନ୍ତାକାଲି ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗତି କରିପାରେ । ଏହାପରେ ବାତ୍ୟା ‘ଜୱାଦ’ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ତେଣୁ ଅଧିକ ବର୍ଷା, ପବନ ଆଶାଙ୍କାରେ ଶିମିଳିପାଳରେ ପ୍ରବେଶ କରିବାକୁ ଯାତ୍ରୀଙ୍କୁ ବାରଣ କରିଛନ୍ତି କତ୍ତୃପକ୍ଷ ।

ସୂଚନାଯୋଗ୍ୟ, ଶୀତ ଆଗମନରେ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ ତାରିଖରୁ ଖୋଲିଥିଲା ଶିମିଳିପାଳ ଅଭୟାରଣ୍ୟ । ଏହାପରେ ଦୂରଦୂରାନ୍ତରୁ ଛୁଟି ଆସିଥିଲେ ପର୍ଯ୍ୟଟକ । ହେଲେ ଲଗାଣ ବର୍ଷା ଯୋଗୁ ଗତ ୧୫ ତାରିଖରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ବର୍ଷା କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଗେଟ୍‌ ଖୋଲିଥିବା ବେଳେ ଏବେ ପୁଣି ବାତ୍ୟା ଆଶଙ୍କାରେ ଏହାକୁ ୨ ଦିନ ପାଇଁ ବନ୍ଦ କରି ଦିଆଯାଇଛି।

ସେହିପରି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଭସାପୋଲ ସେବା ବନ୍ଦ ରହିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।  ଆଜିଠାରୁ ୩ଦିନ ଅର୍ଥାତ ୬ତାରିଖ ପର୍ଯ୍ୟନ୍ତ ଚିଲିକାରେ ଏହି ସେବା ବନ୍ଦ ରହିବ । ଅନ୍ୟପଟେ ଭସାପୋଲ ବନ୍ଦ ଥିବାରୁ ଲୋକେ  ଡଙ୍ଗାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।

The post କାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ appeared first on Odisha Reporter.

]]>
right bottom 2021-12-03 12:29:03 https://odishareporter.in/wp-content/uploads/2021/12/similipal.jpg
ବିଡିଓଙ୍କ ବଦଳି ଦାବିରେ ଧାରଣାରେ ବସିଲେ ୭ ସରପଞ୍ଚ https://odishareporter.in/odisha/mayurbhanj/seven-sarpanch-demand-for-bdos-replacement-in-raruaon-695574 Tue, 30 Nov 2021 14:03:40 +0000 https://odishareporter.in/?p=695574

କରଞ୍ଜିଆ (ଦୀପକ କୁମାର ମହାନ୍ତ): ରରୁଆଁ ବିଡିଓ ପଲ୍ଲବୀ ସ୍ୱାଇଁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣା ଦେଲେ ସରପଞ୍ଚ। ବିଡିଓଙ୍କ ବିରୋଧରେ ସାତ ଦଫା ଅଭିଯୋଗ ନେଇ ରରୁଆଁ ବ୍ଲକର ୭ଜଣ ସରପଞ୍ଚ ଧାରଣା ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର CFC ଏବଂ SFC ଫାଇଲରେ ଦସ୍ତଖତ ଯଥେଷ୍ଟ ବିଳମ୍ବ କରିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ସରପଞ୍ଚ। ରରୁଆଁ ବ୍ଲକରୁ ଦୀର୍ଘ ୨୫ କିଲୋମିଟର ରାସ୍ତାକୁ ପ୍ରତ୍ୟେକ ଦିନ ବ୍ଲକ ଗାଡ଼ିରେ […]

The post ବିଡିଓଙ୍କ ବଦଳି ଦାବିରେ ଧାରଣାରେ ବସିଲେ ୭ ସରପଞ୍ଚ appeared first on Odisha Reporter.

]]>

କରଞ୍ଜିଆ (ଦୀପକ କୁମାର ମହାନ୍ତ): ରରୁଆଁ ବିଡିଓ ପଲ୍ଲବୀ ସ୍ୱାଇଁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣା ଦେଲେ ସରପଞ୍ଚ। ବିଡିଓଙ୍କ ବିରୋଧରେ ସାତ ଦଫା ଅଭିଯୋଗ ନେଇ ରରୁଆଁ ବ୍ଲକର ୭ଜଣ ସରପଞ୍ଚ ଧାରଣା ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର CFC ଏବଂ SFC ଫାଇଲରେ ଦସ୍ତଖତ ଯଥେଷ୍ଟ ବିଳମ୍ବ କରିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ସରପଞ୍ଚ।

ରରୁଆଁ ବ୍ଲକରୁ ଦୀର୍ଘ ୨୫ କିଲୋମିଟର ରାସ୍ତାକୁ ପ୍ରତ୍ୟେକ ଦିନ ବ୍ଲକ ଗାଡ଼ିରେ ଯାଆସ କରିବା, ମନେରେଗା କାର୍ଯ୍ୟର ଫାଇଲ୍ ଗୁଡ଼ିକ ଅନୁମୋଦନ ପାଇଁ PDDRDAଙ୍କୁ ନଦେବା, ବ୍ଲକ କାର୍ଯ୍ୟାଳୟରେ ଲାଗିଥିବା CCTVକୁ ଅଚଳ କରି ରଖିବା, ନିଜର ମନମୁଖୀ କାର୍ଯ୍ୟ ଯୋଗୁଁ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଚାୟତ ସମିତି ବୈଠକ ନ କରିବା, ସେହିପରି ପ୍ରକଳ୍ପ କାର୍ଯ୍ୟ ସରିଥିବା ଫାଇଲର ବିଲ ପେମେଣ୍ଟ କରିବାରେ ଜାଣିଶୁଣି ବିଳମ୍ବ କରିବା ଯୋଗୁଁ ଏହାକୁ ବିରୋଧ କରି ଆଜି ବ୍ଲକ ସମ୍ମୁଖରେ ଧାରଣା ଦେଉଛନ୍ତି।

ସରପଞ୍ଚଙ୍କ ଦାବି ଯଥାଶୀଘ୍ର ରରୁଆଁ ବିଡିଓଙ୍କୁ ଏଠାରୁ ତୁରନ୍ତ ବଦଳି ଦାବି କରି ମଙ୍ଗଳବାର ସକାଳ ୧୧ଟା ରରୁଆଁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ୭ଜଣ ସରପଞ୍ଚ। ତେବେ ଏ ସମ୍ପର୍କରେ ରରୁଆଁ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

The post ବିଡିଓଙ୍କ ବଦଳି ଦାବିରେ ଧାରଣାରେ ବସିଲେ ୭ ସରପଞ୍ଚ appeared first on Odisha Reporter.

]]>
right bottom 2021-11-30 19:33:40 https://odishareporter.in/wp-content/uploads/2021/11/bdo-1.jpg
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ https://odishareporter.in/odisha/10-injured-as-bus-meets-with-an-accident-695021 Sun, 28 Nov 2021 06:33:06 +0000 https://odishareporter.in/?p=695021

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା। ଭୂତନାଥ ନାମକ ଏହି ଘରୋଇ ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ବୋଲି କୁହାଯାଉଛି। ସମସ୍ତ ଆହତଙ୍କୁ ଗୋରୁମହିଷାଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ […]

The post ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ appeared first on Odisha Reporter.

]]>

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା।

ଭୂତନାଥ ନାମକ ଏହି ଘରୋଇ ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ବୋଲି କୁହାଯାଉଛି। ସମସ୍ତ ଆହତଙ୍କୁ ଗୋରୁମହିଷାଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଚାଳକ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ବସ୍‌ଟି ରାଇରଙ୍ଗପୁରରୁ ଗୁହାଲଦାଙ୍ଗରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

The post ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ appeared first on Odisha Reporter.

]]>
right bottom 2021-11-28 12:03:33 https://odishareporter.in/wp-content/uploads/2021/11/bus-4.jpg
ପ୍ରଥମାଷ୍ଟମୀ ପାଇଁ ମାମୁ ଘରକୁ ଆସିଥିଲେ, ପୋଖରୀରେ ବୁଡ଼ିଗଲେ https://odishareporter.in/odisha/a-girl-child-drowned-to-death-in-baripada-694744 Fri, 26 Nov 2021 15:10:29 +0000 https://odishareporter.in/?p=694744

ବାରିପଦା (ମାନିକ ଲାଲ୍ ପାଣି): ଆସନ୍ତାକାଲି ପ୍ରଥମାଷ୍ଟମୀ। ସେଥିପାଇଁ ମାମୁ ଘରକୁ ପଢ଼ୁଆଁ ହେବାକୁ ଆସିଥିଲେ। କିନ୍ତୁ ତା’ପୂର୍ବରୁ ପୋଖରୀରେ ବୁଡ଼ି ଚାଲିଗଲା ତାଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗାଁରେ। ମୃତ ଶିଶୁ କନ୍ୟାର ନାଁ ଲକ୍ଷ୍ମୀ ହାଁସଦା। ତାକୁ ମାତ୍ର ୧୪ ମାସ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଶିଶୁକନ୍ୟାଟିକୁ ଘର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ପରେ ଘର ପଛ ପୋଖରୀରେ […]

The post ପ୍ରଥମାଷ୍ଟମୀ ପାଇଁ ମାମୁ ଘରକୁ ଆସିଥିଲେ, ପୋଖରୀରେ ବୁଡ଼ିଗଲେ appeared first on Odisha Reporter.

]]>

ବାରିପଦା (ମାନିକ ଲାଲ୍ ପାଣି): ଆସନ୍ତାକାଲି ପ୍ରଥମାଷ୍ଟମୀ। ସେଥିପାଇଁ ମାମୁ ଘରକୁ ପଢ଼ୁଆଁ ହେବାକୁ ଆସିଥିଲେ। କିନ୍ତୁ ତା’ପୂର୍ବରୁ ପୋଖରୀରେ ବୁଡ଼ି ଚାଲିଗଲା ତାଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗାଁରେ।

ମୃତ ଶିଶୁ କନ୍ୟାର ନାଁ ଲକ୍ଷ୍ମୀ ହାଁସଦା। ତାକୁ ମାତ୍ର ୧୪ ମାସ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଶିଶୁକନ୍ୟାଟିକୁ ଘର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ପରେ ଘର ପଛ ପୋଖରୀରେ ତାକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ବସ୍ତା ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖେଳାଖେଳି କରୁଥିବା ବେଳେ ଶିଶୁଟି ପୋଖରୀ ଆଡ଼କୁ ପଳାଇଥିବା କୁହାଯାଉଛି। ଏହି ଘଟଣା ପରେ ତୋଟାପଡ଼ା ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହେଇଛି।

The post ପ୍ରଥମାଷ୍ଟମୀ ପାଇଁ ମାମୁ ଘରକୁ ଆସିଥିଲେ, ପୋଖରୀରେ ବୁଡ଼ିଗଲେ appeared first on Odisha Reporter.

]]>
right bottom 2021-11-26 20:49:42 https://odishareporter.in/wp-content/uploads/2021/11/9.jpg
ଆଜିଠୁ ଶିମିଳିପାଳରେ ବାଘ ଗଣନା https://odishareporter.in/odisha/fresh-tiger-census-in-similipal-begins-today-using-camera-trapping-and-other-latest-technologies-694569 Fri, 26 Nov 2021 03:59:25 +0000 https://odishareporter.in/?p=694569

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା। ୪ଟି ପର୍ଯ୍ୟାୟରେ ୭ ଦିନ ପର୍ଯ୍ୟନ୍ତ ଚାଲିବ ବାଘ ଗଣନା। ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା ହେବ। ଏଥିପାଇଁ  ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯିବା। ଏହାସହ ନୂଆ ଟେକ୍ନୋଲୋଜିର ଉପଯୋଗରେ କୋର୍ ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ବାଘ ଗଣନା କରାଯିବ। କ୍ୟାମେରାରେ ବାଘର […]

The post ଆଜିଠୁ ଶିମିଳିପାଳରେ ବାଘ ଗଣନା appeared first on Odisha Reporter.

]]>

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା। ୪ଟି ପର୍ଯ୍ୟାୟରେ ୭ ଦିନ ପର୍ଯ୍ୟନ୍ତ ଚାଲିବ ବାଘ ଗଣନା। ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା ହେବ। ଏଥିପାଇଁ  ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯିବା।

ଏହାସହ ନୂଆ ଟେକ୍ନୋଲୋଜିର ଉପଯୋଗରେ କୋର୍ ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ବାଘ ଗଣନା କରାଯିବ। କ୍ୟାମେରାରେ ବାଘର ପାଦଚିହ୍ନ  ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରକାରୀ ନିୟମ ଅନୁଯାୟୀ ଗଣନା କାର୍ଯ୍ୟ ହେବ ।

ସୂଚନାଯୋଗ୍ୟ,  ମହାମାରୀ କରୋନା ପାଇଁ ଦୀର୍ଘ ଦିନ ବନ୍ଦ ରହିଥିଲା ଶିମିଳିପାଳ ଅଭୟାରଣ୍ୟ। କରୋନାର କୋପ କମିବା ପରେ ନଭେମ୍ବର ୧ ତାରିଖରେ ଅଭୟାରଣ୍ୟ ଖୋଲିଥିଲା। ତେବେ ଲଘୁଚାପ ବର୍ଷା ଯୋଗୁ ଅଭୟାରଣ୍ୟକୁ ପୁଣି ଥରେ ବନ୍ଦ କରି ଦିଆଯାଇଥିଲା।  ବର୍ଷା ଛାଡ଼ିବା ପରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ   ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା ।

ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

The post ଆଜିଠୁ ଶିମିଳିପାଳରେ ବାଘ ଗଣନା appeared first on Odisha Reporter.

]]>
right bottom 2021-11-26 09:51:51 https://odishareporter.in/wp-content/uploads/2021/11/Untitled-1-65.jpg
ଭିଜିଲାନ୍ସ ସ୍କାନରରେ ଥିଲେ କନିଷ୍ଠ ଯନ୍ତ୍ରୀ, ସକାଳୁ ସକାଳୁ ୧୦ ଜାଗାରେ ଚଢ଼ାଉ https://odishareporter.in/odisha/vigilance-raid-10-different-places-of-the-houses-of-jee-694305 Thu, 25 Nov 2021 03:49:07 +0000 https://odishareporter.in/?p=694305

ବାରିପଦା(ମାଣିକଲାଲ ପାଣି): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  । ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି  ଠୁଳର ଅଭିଯୋଗ ରହିଥିଲା । ଆଜି ସକାଳୁ ମିଳିଥିବା ସୂଚନା ମୁତାବକ, ଭିଜିଲାନ୍ସର ୧୦ ଟି […]

The post ଭିଜିଲାନ୍ସ ସ୍କାନରରେ ଥିଲେ କନିଷ୍ଠ ଯନ୍ତ୍ରୀ, ସକାଳୁ ସକାଳୁ ୧୦ ଜାଗାରେ ଚଢ଼ାଉ appeared first on Odisha Reporter.

]]>

ବାରିପଦା(ମାଣିକଲାଲ ପାଣି): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  ।

ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି  ଠୁଳର ଅଭିଯୋଗ ରହିଥିଲା । ଆଜି ସକାଳୁ ମିଳିଥିବା ସୂଚନା ମୁତାବକ, ଭିଜିଲାନ୍ସର ୧୦ ଟି ଟିମ୍‌ ଭିନ୍ନ ଭିନ୍ନ ୧୦ଟି ସ୍ଥାନରେ ଏକ ସଙ୍ଗରେ ଚଢ଼ାଉ କରିଛନ୍ତି ।

ଆଜି ସକାଳୁ ସନ୍ତୋଷ ଦାସଙ୍କ ବାଲେଶ୍ୱର ଜିଲା ଭୋଗରେଇସ୍ଥିତ ସନ୍ତୋଷଙ୍କ ଶ୍ୱଶୁର ଘର, ବାରିପଦାରେ ଥିବା ତାଙ୍କ ପୈତୃକ ଘର ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଆଦିରେ ଚଢ଼ାଉ ଜାରି ରହିଛି । ଵର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ।

The post ଭିଜିଲାନ୍ସ ସ୍କାନରରେ ଥିଲେ କନିଷ୍ଠ ଯନ୍ତ୍ରୀ, ସକାଳୁ ସକାଳୁ ୧୦ ଜାଗାରେ ଚଢ଼ାଉ appeared first on Odisha Reporter.

]]>
right bottom 2021-11-25 14:07:19 https://odishareporter.in/wp-content/uploads/2021/11/kkk-3.jpg
ନୃଶଂସ ନାତି, ଟାଙ୍ଗିଆରେ ଆଈକୁ ହାଣିଦେଲା https://odishareporter.in/odisha/mayurbhanj/grandson-killed-his-grand-mother-in-baripada-693046 Fri, 19 Nov 2021 12:21:01 +0000 https://odishareporter.in/?p=693046

ବାରିପଦା (ମାନିକ୍ ଲାଲ୍ ପାଣି): ମାନସିକ ଭାରସାମ୍ୟ ହରାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଈକୁ ହାଣି ଦେଲା ନାତି। ଖାଲି ଆଈକୁ ନୁହେଁ, ଆଖି ସାମ୍ନାରେ ଯିଏ ବି ଆସିଲା ତାକୁ ଟାଙ୍ଗିଆ ଧରି ଗୋଡ଼ାଇଲା। ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗାଁରେ। ଆଜି ଦ୍ୱିପହର ସମୟରେ ଜଣେ ଯୁବକ ପାରିବାରିକ ତିକ୍ତତାକୁ ନେଇ ଘର ଲୋକଙ୍କ ସହ ଝଗଡ଼ା କରିଥିଲା। ଯେଉଁ କାରଣରୁ ଯୁବକଟି […]

The post ନୃଶଂସ ନାତି, ଟାଙ୍ଗିଆରେ ଆଈକୁ ହାଣିଦେଲା appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ମାନସିକ ଭାରସାମ୍ୟ ହରାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଈକୁ ହାଣି ଦେଲା ନାତି। ଖାଲି ଆଈକୁ ନୁହେଁ, ଆଖି ସାମ୍ନାରେ ଯିଏ ବି ଆସିଲା ତାକୁ ଟାଙ୍ଗିଆ ଧରି ଗୋଡ଼ାଇଲା। ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗାଁରେ।

ଆଜି ଦ୍ୱିପହର ସମୟରେ ଜଣେ ଯୁବକ ପାରିବାରିକ ତିକ୍ତତାକୁ ନେଇ ଘର ଲୋକଙ୍କ ସହ ଝଗଡ଼ା କରିଥିଲା। ଯେଉଁ କାରଣରୁ ଯୁବକଟି ଭୀଷଣ ରାଗି ଯାଇଥିଲା। ପରିଣାମସ୍ୱରୂପ ଯୁବକ ଜଣକ ଟାଙ୍ଗିଆରେ ତା’ ଆଈ ମା’କୁ ହାଣି ପକାଇଥିଲା। ଯୁବକ ଜଣକ ପାଖାପାଖି ଘଣ୍ଟାଏ ଧରି ଏଭଳି ଆତଙ୍କ ଖେଳାଇଥିଲା। ଯେଉଁଥିରେ ତା ଆଈ ବ୍ୟତୀତ ଗୋଟିଏ ଛେଳିର ମଧ୍ୟ ମୃତ୍ୟୁ ଘଟିଛି।

ଏଭଳି ବିଭତ୍ସ ହତ୍ୟାକାଣ୍ଡ ଦେଖି ଗାଁ ଲୋକ ଭୟଭୀତ ହୋଇଯାଇଥିଲେ। ସେମାନ ଉନ୍ମକ୍ତ ଯୁବକକୁ କାବୁ କରିପାରିନଥିଲେ। ଯାହା ଫଳରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଲକ୍ଷ୍ମଣ ଟୁଡୁ। ପୁଲିସ ତା’ଠାରୁ ଏକ ଧାରୁଆ ଅସ୍ତ୍ର ଜବତ କରି ତା ନାଁରେ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।

The post ନୃଶଂସ ନାତି, ଟାଙ୍ଗିଆରେ ଆଈକୁ ହାଣିଦେଲା appeared first on Odisha Reporter.

]]>
right bottom 2021-11-19 17:51:01 https://odishareporter.in/wp-content/uploads/2021/11/baripada-2.jpg
ଗାଁରେ ଜଳୁନି ଗୋଟିଏ ବି ବଲ୍‌, ହେଲେ ଆସୁଛି ବିଲ୍‌; ତାତିଲେ ଲୋକ https://odishareporter.in/odisha/no-electric-connection-to-village-but-dept-gave-bill-to-villagers-692624 Thu, 18 Nov 2021 04:06:19 +0000 https://odishareporter.in/?p=692624

ଉଦଳା(ମାନସ ପାଣି): ଆଜି ବି ସଞ୍ଜ ନଇଁଲେ ଡିବିରି ଆଲୁବ ଭରସା। ଗାଁରେ ବଲ୍‌ ଗୋଟିଏ ଜଳିନି। ଏଯାଏ ହୋଇନି ବିଦ୍ୟୁତ୍‌ ସଂଯୋଗ । ବହୁ  ବିକ୍ଷୋଭ ପରେ ବିଦ୍ୟୁତ୍‌ ଖୁଣ୍ଟ ଗାଁରେ ପହଞ୍ଚି ଥିଲେ ବି ତାହା ଅଧା ପଡ଼ି ରହିଛି। ନା ହେଉଛି ସଂଯୋଗ, ନା ଜଳୁଛି ବଲ୍‌। ହେଲେ ଆସୁଛି ବିଲ୍‌। ଏପରି ଅସ୍ୱାଭାବିକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗରସାହି ଗ୍ରାମରେ ଘଟିଥିବା ବେଳେ ତାତିଛନ୍ତି ଲୋକ । ସାଗରସାହି […]

The post ଗାଁରେ ଜଳୁନି ଗୋଟିଏ ବି ବଲ୍‌, ହେଲେ ଆସୁଛି ବିଲ୍‌; ତାତିଲେ ଲୋକ appeared first on Odisha Reporter.

]]>

ଉଦଳା(ମାନସ ପାଣି): ଆଜି ବି ସଞ୍ଜ ନଇଁଲେ ଡିବିରି ଆଲୁବ ଭରସା। ଗାଁରେ ବଲ୍‌ ଗୋଟିଏ ଜଳିନି। ଏଯାଏ ହୋଇନି ବିଦ୍ୟୁତ୍‌ ସଂଯୋଗ । ବହୁ  ବିକ୍ଷୋଭ ପରେ ବିଦ୍ୟୁତ୍‌ ଖୁଣ୍ଟ ଗାଁରେ ପହଞ୍ଚି ଥିଲେ ବି ତାହା ଅଧା ପଡ଼ି ରହିଛି। ନା ହେଉଛି ସଂଯୋଗ, ନା ଜଳୁଛି ବଲ୍‌। ହେଲେ ଆସୁଛି ବିଲ୍‌। ଏପରି ଅସ୍ୱାଭାବିକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗରସାହି ଗ୍ରାମରେ ଘଟିଥିବା ବେଳେ ତାତିଛନ୍ତି ଲୋକ ।

ସାଗରସାହି ଗ୍ରାମରେ ପ୍ରାୟ ୪୦ ପରିବାର ରୁହନ୍ତି। ଏହି ଗାଁକୁ ଆଜି ଯାଏ ବିଦ୍ୟୁତ୍‌ ସଂଯୋଗ ହୋଇ ପାରି ନାହିଁ। ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ବାରମ୍ବାର ଧାରଣା, ବିକ୍ଷୋଭ ପରେ ତରଳିଲା ବିଭାଗ । ବିଭାଗ ପକ୍ଷରୁ ଗାଁକୁ ବିଦ୍ୟୁତ୍‌ ଖୁଣ୍ଟ ପଠାଯାଇଛି। ମାତ୍ର ପ୍ରାୟ ଦେଢ ବର୍ଷ ହେବ  ଏହାକୁ ପୋତା ଯାଇ ତାର ଟଣା ଯାଉନି । ଫଳରେ ପୂର୍ବରୁ ଯେଉଁ ଅନ୍ଧାରରେ ଥିଲେ, ଏବେ ବି ସେହି ଅନ୍ଧାରରେ ରହିଛନ୍ତି ଗ୍ରାମବାସୀ। ହେଲେ ଇତି ମଧ୍ୟରେ ସେମାନଙ୍କ ନିକଟକୁ ବାରମ୍ବାର ବିଲ୍‌ ଆସୁଛି।

ବିଦ୍ୟୁତ୍‌ ସଂଯୋଗ ନ ହୋଇ ବି ବିଲ୍‌ କିପରି ଆସୁଛି, ସେ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ବିଭାଗ ନୀରବଦ୍ରଷ୍ଟା। ଶେଷରେ ତାତିଲେ ଗ୍ରାମବାସୀ। ଆଜି ସକାଳୁ   ଏହି ସମସ୍ୟାର ସମାଧାନ କରିବାକୁ ରାସ୍ତା  ଉପରକୁ ଓହ୍ଲାଇଛନ୍ତି ସାଗରସାହି  ଗ୍ରାମବାସୀ।

ପ୍ରତିବାଦରେ ଆଜି ସକାଳୁ ଉତ୍ତ୍ୟକ୍ତ ଗ୍ରାମବାସୀ କପ୍ତିପଦା – ଠାକୁରମୁଣ୍ଡା ରାସ୍ତା ପଥରଖଣି ଛକଠାରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜିଦ୍‌ରେ ଅଡ଼ି ବସିଥିଲେ ଗ୍ରାମବାସୀ।

ଏହାପରେ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମାସେ ଭିତରେ ସବୁ ସମସ୍ୟା ସମାଧାନ କରାଯାଇ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଉକ୍ତ ବିଲ୍‌କୁ ସଂଶୋଧନ କରାଯିବ ବୋଲି କହିଥିଲେ। ଏହାପରେ ଧାରଣା ପ୍ରତ୍ୟାହାର କରିଛନ୍ତି ଗ୍ରାମବାସୀ। ଏଥିସହ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

The post ଗାଁରେ ଜଳୁନି ଗୋଟିଏ ବି ବଲ୍‌, ହେଲେ ଆସୁଛି ବିଲ୍‌; ତାତିଲେ ଲୋକ appeared first on Odisha Reporter.

]]>
centre bottom 2021-11-18 09:36:19 https://odishareporter.in/wp-content/uploads/2021/11/udala-1.jpg
ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଶିମିଳିପାଳ https://odishareporter.in/odisha/similipal-closed-for-unlimited-period-691881 Mon, 15 Nov 2021 06:04:35 +0000 https://odishareporter.in/?p=691881

ବାରିପଦା(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିର ବ୍ୟବଧାନ ପରେ ଗତ ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ହେଉଛି । ଫଳରେ କିଛି ଦୃଶ୍ୟମାନ ହେଉନି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ ଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି ଶିମିଳିପାଳ ଜାତୀୟ ଉଦ୍ୟାନ […]

The post ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଶିମିଳିପାଳ appeared first on Odisha Reporter.

]]>

ବାରିପଦା(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିର ବ୍ୟବଧାନ ପରେ ଗତ ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ହେଉଛି । ଫଳରେ କିଛି ଦୃଶ୍ୟମାନ ହେଉନି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ ଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍‌ ।

ସୂଚନାଯୋଗ୍ୟ,  ମହାମାରୀ କରୋନା ପାଇଁ ଦୀଘଁ ଦିନ ବନ୍ଦ ରହିଥିଲା ଅଭୟାରଣ୍ୟ। କରୋନାର କୋପ କମିବା ପରେ ତାହା ଖୋଲିଥିଲା। ପରେ ଅର୍ଥାତ ମେ’ ୧୫ ତାରିଖରେ ବର୍ଷା ଋତୁକୁ ଆଖି ଆଗରେ ରଖି ବନ୍ଦ କରାଯାଇଥିଲା ଅଭୟାରଣ୍ୟ।  ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌।

ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଗେଟ୍‌। ସଜେଇ ହୋଇଥିଲା ସୁନ୍ଦରୀ ଶିମିଳିପାଳ। ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇ ଥିବା ବେଳେ ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଥିଲଶ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

ଶିମିଳିପାଳ ଖୋଲିବା ପରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ତଥା ଏହାର ଘଞ୍ଚ ଜଙ୍ଗଲରେ ହଜି ଯିବାରୁ କାହିଁ କେତେ ଦୂରରୁ ଯାତ୍ରୀମାନେ ଧାଇଁ ଆସିଥିଲେ।  ଏହି ସମୟରେ ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍‌ ପଟୁ ଯାତ୍ରୀ ପ୍ରବେଶ ଅନୁମତି ମିଳିଥିଲା । ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ିକୁ  ପ୍ରବେଶ ଅନୁମତି ମିଳିଥିବା ବେଳେ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ କୁହାଯାଇଥିଲା। ଏବେ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏପରି ହଠାତ୍‌ ବନ୍ଦ ଘୋଷଣା ଯୋଗୁ ସେମାନେ ନିରାଶ ହୋଇଛନ୍ତି।

ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର୍ଯ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା  । ହେଲେ ଏ ବର୍ଷ କମ୍‌ ଦିନର ବ୍ୟବଧାନ ପରେ ପୁଣି ଥରେ ବନ୍ଦ ଘୋଷଣା ଯୋଗୁ ଏହାର ପ୍ରଭାବ ଶିମିଳିପାଳ ରାଜସ୍ୱ ଉପରେ ପଡ଼ିପାରେ ବୋଲି ଆଲୋଚନା ହେଉଛି।

The post ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଶିମିଳିପାଳ appeared first on Odisha Reporter.

]]>
right top 2021-11-15 11:34:35 https://odishareporter.in/wp-content/uploads/2021/11/Similipal-2.jpg
ମାଲିକ ବେକରେ ଧାରୁଆ ଅସ୍ତ୍ର, କର୍ମଚାରୀ ଦେଇଦେଲେ ସବୁ ଟଙ୍କା https://odishareporter.in/odisha/petrol-pump-loot-in-baripada-690895 Thu, 11 Nov 2021 03:44:44 +0000 https://odishareporter.in/?p=690895

ବାରିପଦା(ମାଣିକ ଲାଲ ପାଣି): ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୪୦ରୁ ୫୦ ହଜାର ଟଙ୍କା। ମାଲିକ ଏହାର ପ୍ରତିବାଦ କରିବାରୁ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ ଦୁର୍ବୃତ୍ତ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ସମସ୍ତ ଟଙ୍କା ଦେଇଦେଲେ। ସିସିଟିଭିରେ କଏଦ ହେଲା ଲୁଟ୍‌ ବେଳର ଭିଡିଓ । ହେଲେ ପୁଲିସ୍‌ ଅପରାଧୀଙ୍କ ଟେର ପାଇପାରିନି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀସ୍ଥିତ ପେଟ୍ରୋଲ ପମ୍ପରେ ଗତ ରାତିରେ […]

The post ମାଲିକ ବେକରେ ଧାରୁଆ ଅସ୍ତ୍ର, କର୍ମଚାରୀ ଦେଇଦେଲେ ସବୁ ଟଙ୍କା appeared first on Odisha Reporter.

]]>

ବାରିପଦା(ମାଣିକ ଲାଲ ପାଣି): ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୪୦ରୁ ୫୦ ହଜାର ଟଙ୍କା। ମାଲିକ ଏହାର ପ୍ରତିବାଦ କରିବାରୁ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ ଦୁର୍ବୃତ୍ତ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ସମସ୍ତ ଟଙ୍କା ଦେଇଦେଲେ। ସିସିଟିଭିରେ କଏଦ ହେଲା ଲୁଟ୍‌ ବେଳର ଭିଡିଓ । ହେଲେ ପୁଲିସ୍‌ ଅପରାଧୀଙ୍କ ଟେର ପାଇପାରିନି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀସ୍ଥିତ ପେଟ୍ରୋଲ ପମ୍ପରେ ଗତ ରାତିରେ ଘଟିଛି।

ମାଣତ୍ରୀସ୍ଥିତ ପେଟ୍ରୋଲ ପମ୍ପ ରେ ଗତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପହଞ୍ଚିଥିଲେ। ଏହାପରେ ସେମାନେ ପେଟ୍ରୋଲ ପମ୍ପ ମାଲିକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ମାତ୍ର ମାଲିକଜଣକ ଏହାର ପ୍ରତିରୋଧ କରି ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ପାଖରେ ଥିବା ସମସ୍ତ ଟଙ୍କା  ଦେଇଦେଲେ।

ଦୁର୍ବୃତ୍ତମାନଙ୍କ ଟାର୍ଗେଟରେ ଥିବା ପେଟ୍ରୋଲ ପମ୍ପ ।

ପ୍ରତ୍ୟକ୍ଷଦର୍ଶୀଙ୍କ  ସୂଚନା ଅନୁଯାୟୀ, ଦୁଇ ଦୁବୃର୍ତ୍ତ ବାଇକ୍‌ରେ ବୈଶିଙ୍ଗା ପଟୁ ଆସି ବଡ଼ସାହି ଆଡ଼କୁ ପଳାଇ ଯାଇଛନ୍ତି  । ସେମାନେ ଓଡ଼ିଆ ରେ କଥା ହେଉଥିବା ବେଳେ ପାଖାପାଖି ୪୦ ରୁ ୫୦ ହଜାର ଟଙ୍କା ଲୁଟ ହୋଇଥିବା ମାଲିକ କହିଛନ୍ତି ।

ଏନେଇ ପେଟ୍ରୋଲ ପମ୍ପ ମାଲିକ ବୈଶିଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି । ଗତକାଲି ବୈଶିଙ୍ଗା ପୋଲିସ ମଧ୍ୟ କିଛି ସନ୍ଦିଗ୍ଧ ମାନଙ୍କୁ ଅଟକ ରଖିଥିବା ଜଣା ପଡିଛି ।

The post ମାଲିକ ବେକରେ ଧାରୁଆ ଅସ୍ତ୍ର, କର୍ମଚାରୀ ଦେଇଦେଲେ ସବୁ ଟଙ୍କା appeared first on Odisha Reporter.

]]>
centre bottom 2021-11-11 14:50:13 https://odishareporter.in/wp-content/uploads/2021/11/cctv.jpg
ଡାଟା ଏଣ୍ଟ୍ରି ଅପରେଟର ଗିରଫ, ରେଞ୍ଜର ନିଲମ୍ବିତ https://odishareporter.in/odisha/data-entry-operator-arrested-and-ranger-suspended-689792 Sun, 07 Nov 2021 06:21:02 +0000 https://odishareporter.in/?p=689792

କରଞ୍ଜିଆ (ଦୀପକ କୁମାର ମହନ୍ତ): କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। କାର୍ଯ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଗିରଫ ହୋଇଥିଲେ। ସେ ହାତୀ ଉପଦ୍ରବ ଦ୍ୱାରା କ୍ଷତି ସହିତ ଲୋକଙ୍କୁ ସହାୟତା ବାବଦକୁ ୪୬,୬୦୦ […]

The post ଡାଟା ଏଣ୍ଟ୍ରି ଅପରେଟର ଗିରଫ, ରେଞ୍ଜର ନିଲମ୍ବିତ appeared first on Odisha Reporter.

]]>

କରଞ୍ଜିଆ (ଦୀପକ କୁମାର ମହନ୍ତ): କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। କାର୍ଯ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି।

ଗତକାଲି ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଗିରଫ ହୋଇଥିଲେ। ସେ ହାତୀ ଉପଦ୍ରବ ଦ୍ୱାରା କ୍ଷତି ସହିତ ଲୋକଙ୍କୁ ସହାୟତା ବାବଦକୁ ୪୬,୬୦୦ ଟଙ୍କା ପ୍ରଦାନ କରିବା ବଦଳରେ ନିଜ ବ୍ୟାଙ୍କ ଖାତାରେ ଏହାକୁ ଜମା କରି ଦେଇଥିଲେ। କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କଠାରୁ ଏସଂପର୍କରେ ଅଭିଯୋଗ ପାଇବା ପରେ କରଞ୍ଜିଆ ପୁଲିସ୍ ମୃତ୍ୟୁଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ହାତୀ ଉପଦ୍ରବ ଯୋଗୁ କ୍ଷତି ସହୁଥିବା ଲୋକଙ୍କୁ ସହାୟତା ରାଶି ଦିଆଯାଉ ନଥିବା ଓ ଏଥିରେ ବଡ଼ ଧରଣର ଘୋଟାଲା ହେଉଥିବା ନେଇ ଜଣେ ଚାଷୀ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କ ସମେତ ୫ଟି ସଚିବଙ୍କ ଠାରେ ଅଭିଯୋଗ କରିଥିଲେ।

ଏହି କ୍ରମରେ ତଦନ୍ତ ପରେ ଡାଟା ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଟଙ୍କା ହଡ଼ପ କରିଥିବା ଜାଣିବାକୁ ପାଇଥିଲେ କରଞ୍ଜିଆ ବନଖଣ୍ଡ ଅଧିକାରୀ। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମୃତ୍ୟୁଞ୍ଜୟ ଗିରଫ ହୋଇଥିଲେ ଓ ଦୁଧିଆଣି ରେଞ୍ଜରଙ୍କୁ ନିଲମ୍ବନ କରାଯାଇଛି। ବିଭାଗ ପକ୍ଷରୁ ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଚାଲିଛି।

The post ଡାଟା ଏଣ୍ଟ୍ରି ଅପରେଟର ଗିରଫ, ରେଞ୍ଜର ନିଲମ୍ବିତ appeared first on Odisha Reporter.

]]>
right top 2021-11-07 11:51:02 https://odishareporter.in/wp-content/uploads/2021/11/Ranger.jpg
ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ, କେଉଁ ଜିନିଷ ସହ ଭିତରକୁ ପ୍ରବେଶ ମନା https://odishareporter.in/odisha/similipal-opened-from-today-688085 Mon, 01 Nov 2021 02:17:15 +0000 https://odishareporter.in/?p=688085

ବାରିପଦା(ଓଡ଼ିଶା ରିପୋର୍ଟର):ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌। ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ […]

The post ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ, କେଉଁ ଜିନିଷ ସହ ଭିତରକୁ ପ୍ରବେଶ ମନା appeared first on Odisha Reporter.

]]>

ବାରିପଦା(ଓଡ଼ିଶା ରିପୋର୍ଟର):ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌।

ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।  ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟଟକମାନେ ନିଜ ଗାଡ଼ି ଓ ନାଁ ଠିକଣା ଗେଟ୍‌ରେ ଦାଖଲ କରିବେ । ଅଭୟାରଣ୍ୟ ଭିତରେ ବୁଲିବା ସମୟରେ ସେମାନେ କୋଭିଡ ଗାଇଡ୍ ଲାଇନ ମାନିବାକୁ ବାଧ୍ୟ । ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି । ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

୨, ୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନେ ବରେହିପାଣି, ଯରୋନ୍ଦା ପରି ଜଳପ୍ରପାତ ଦେଖିପାରିବେ । ତା ସହିତ ନଅଣା, ଗୁଡୁଗୁଡିଆରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ରାତ୍ରୀଯାପନ ପାଇଁ ଗୁଡୁଗୁଡିଆ, ଜାମୁଆଣି, ରାମତୀର୍ଥ ଓ କୁମାରିରେ କ୍ୟାମ୍ପ ସହିତ କଟେଜ ବ୍ୟବସ୍ଥା  ରହିଛି ।

ପର୍ଯ୍ୟଟକମାନେ କେବଳ ଅନ୍‌ଲାଇନ୍‌ରେ ଅଗ୍ରିମ ବୁକିଂ କରିପାରିବେ । WWW. SIMILIPAL.COM ବା ODISHA TOURISM   ୱେବସାଇଟରେ ମଧ୍ୟ ବୁକିଂ କରିହେବ । ଏ ବର୍ଷ ସାଇକଲରେ ମଧ୍ୟ ବୁଲିବାର ଅନୁମତି ଅଛି । ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର୍ଯ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା  ।

The post ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ, କେଉଁ ଜିନିଷ ସହ ଭିତରକୁ ପ୍ରବେଶ ମନା appeared first on Odisha Reporter.

]]>
right bottom 2021-11-01 10:47:11 https://odishareporter.in/wp-content/uploads/2021/11/similipal.jpg
ଆଜି ମୟୂରଭଞ୍ଜ ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି https://odishareporter.in/odisha/mayurbhanj-strike-today-686229 Mon, 25 Oct 2021 02:24:02 +0000 https://odishareporter.in/?p=686229

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲାରେ ଆଜି  ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି । ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି ବିଜେପି କର୍ମୀ । ତାସହ ଉଦଳା, କରଞ୍ଜିଆ , ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି […]

The post ଆଜି ମୟୂରଭଞ୍ଜ ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି appeared first on Odisha Reporter.

]]>

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲାରେ ଆଜି  ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି ।

ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି ବିଜେପି କର୍ମୀ । ତାସହ ଉଦଳା, କରଞ୍ଜିଆ , ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ପ୍ରଭାବ ପଡ଼ିଛି ।

ବନ୍ଦ ପ୍ରଭାବରେ ଖାଁ ଖାଁ ବାରିପଦା ରାସ୍ତା।

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲା ସମେତ ଅନ୍ୟ ୧୫ଟି ଦାବି ନେଇ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି, ମମତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ପ୍ରଶାସନିକ ଅଧିକାରୀ ଅସମ୍ମାନ ଅଭିଯୋଗ ପ୍ରସଙ୍ଗକୁ ନେଇ ବି ତାତିଛି ବିଜେପି ।

The post ଆଜି ମୟୂରଭଞ୍ଜ ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି appeared first on Odisha Reporter.

]]>
right top 2021-10-25 07:54:02 https://odishareporter.in/wp-content/uploads/2021/10/bjpp.jpg
ଦୁଇ ବିଜେଡି କର୍ମୀ ଗିରଫ https://odishareporter.in/odisha/police-arrest-two-bjd-workers-685850 Sat, 23 Oct 2021 03:38:05 +0000 https://odishareporter.in/?p=685850

ବାରିପଦା (ମାନିକ ଲାଲ୍ ପାଣି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ କଳା ପତାକା ଦେଖାଇକୁ ଉଦ୍ୟମ କରିଥିବା ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଗିରଫ କରିଛି ପୁଲିସ୍। ସେମାନେ ହେଲେ ଦିବ୍ୟବ୍ରତ ମହାନ୍ତି ଓ ଅଜିତ ପରିଡ଼ା। ଦିବ୍ୟବ୍ରତ ଜଣେ ଛାତ୍ର ନେତା। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଭିଡିଓ ଫୁଟେଜ୍‌କୁ ଆଧାର କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। […]

The post ଦୁଇ ବିଜେଡି କର୍ମୀ ଗିରଫ appeared first on Odisha Reporter.

]]>

ବାରିପଦା (ମାନିକ ଲାଲ୍ ପାଣି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ କଳା ପତାକା ଦେଖାଇକୁ ଉଦ୍ୟମ କରିଥିବା ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଗିରଫ କରିଛି ପୁଲିସ୍। ସେମାନେ ହେଲେ ଦିବ୍ୟବ୍ରତ ମହାନ୍ତି ଓ ଅଜିତ ପରିଡ଼ା। ଦିବ୍ୟବ୍ରତ ଜଣେ ଛାତ୍ର ନେତା।

ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଭିଡିଓ ଫୁଟେଜ୍‌କୁ ଆଧାର କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେହି ଭିଡିଓ ଫୁଟେଜ୍ ଆଧାରରେ ଆଗକୁ ଆହୁରି କେତେ ଜଣଙ୍କୁ ଗିରଫ କରାଯିବ। ଅନ୍ୟପକ୍ଷରେ ବିଜେଡି କର୍ମୀଙ୍କ ମାଡ଼ରେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣାରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ବେଳେ ବିଜେପି ୨୦ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛି। ସେହିପରି ଜେଏମ୍ଏମ୍ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବିଜେଡି ସମର୍ଥକ ମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହିପରି ଏହି ଘଟଣାରେ ବାରିପଦା ଟାଉନ୍ ଥାନାରେ ମୋଟ ୪ଟି ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ତା’ ସହିତ ୨୩୦୦କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ।

The post ଦୁଇ ବିଜେଡି କର୍ମୀ ଗିରଫ appeared first on Odisha Reporter.

]]>
right bottom 2021-10-23 11:45:18 https://odishareporter.in/wp-content/uploads/2021/10/Untitled-1-18.jpg
ବୃଦ୍ଧାଙ୍କୁ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ https://odishareporter.in/odisha/old-woman-gang-rape-allegation-in-mayurbhanj-districts-684402 Sat, 16 Oct 2021 05:27:44 +0000 https://odishareporter.in/?p=684402

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଜଣେ ବୃଦ୍ଧାଙ୍କୁ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ଜଣେ ବୃଦ୍ଧା ନିଜ ଘରକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ।  ପରେ ତାଙ୍କୁ ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଯାଇଥିଲେ। ସେଠାରେ ବୃଦ୍ଧାକୁ ଗଣ ଦୁଷ୍କର୍ମ […]

The post ବୃଦ୍ଧାଙ୍କୁ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ appeared first on Odisha Reporter.

]]>

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଜଣେ ବୃଦ୍ଧାଙ୍କୁ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ଜଣେ ବୃଦ୍ଧା ନିଜ ଘରକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ।  ପରେ ତାଙ୍କୁ ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଯାଇଥିଲେ। ସେଠାରେ ବୃଦ୍ଧାକୁ ଗଣ ଦୁଷ୍କର୍ମ କରିବା ସହ ମାଡ଼ ମାରି ପଳାଇ ଯାଇଥିଲେ।  ସେହି ରାସ୍ତା ଦେଇ କିଛି ପଥଚାରୀ ଯାଉଥିଲେ।  ବୁଦ୍ଧା ଜଣଙ୍କ ସେହି ରାସ୍ତାରେ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବାର ଦେଖି  ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିଲେ ବି ଅଧିକା ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।   ପୁଲିସ ଘଟଣାର ତଦନ୍ତ କରୁଛି।

 

The post ବୃଦ୍ଧାଙ୍କୁ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ appeared first on Odisha Reporter.

]]>
gang rape, right bottom 2021-10-16 14:06:32 https://odishareporter.in/wp-content/uploads/2021/10/gagerape.jpg
ବ୍ୟାନରରେ ବିଜେଡି ନେତ୍ରୀଙ୍କ ମୁଣ୍ଡ କଟିଲା https://odishareporter.in/odisha/mayurbhanj/bjd-leaders-cutting-head-photo-in-banner-684310 Fri, 15 Oct 2021 16:22:53 +0000 https://odishareporter.in/?p=684310

ଉଦଳା (ମାନସ ପାଣି): ଉଦଳା ରାଜନୀତି ମାହୋଲରେ ଦେଖାଦେଇଛି ହଲଚଲ। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ବ୍ୟାନରରେ ତାଙ୍କ ଫଟୋରୁ ମୁଣ୍ଡ କାଟି ନେଇଛନ୍ତି ଦୁବୁର୍ତ୍ତ। ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସବିତା ହାଁସଦା ଗୁରୁବାର ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଦୁର୍ଗା ପୂଜାରେ ଉଦଳାବାସୀଙ୍କୁ ଶୁଭେଚ୍ଛା ଜଣାଇ ଏକ ବ୍ୟାନର ଲଗାଇଥିଲେ। ସେହି ବ୍ୟାନରରେ […]

The post ବ୍ୟାନରରେ ବିଜେଡି ନେତ୍ରୀଙ୍କ ମୁଣ୍ଡ କଟିଲା appeared first on Odisha Reporter.

]]>

ଉଦଳା (ମାନସ ପାଣି): ଉଦଳା ରାଜନୀତି ମାହୋଲରେ ଦେଖାଦେଇଛି ହଲଚଲ। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ବ୍ୟାନରରେ ତାଙ୍କ ଫଟୋରୁ ମୁଣ୍ଡ କାଟି ନେଇଛନ୍ତି ଦୁବୁର୍ତ୍ତ। ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସବିତା ହାଁସଦା ଗୁରୁବାର ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଦୁର୍ଗା ପୂଜାରେ ଉଦଳାବାସୀଙ୍କୁ ଶୁଭେଚ୍ଛା ଜଣାଇ ଏକ ବ୍ୟାନର ଲଗାଇଥିଲେ।

ସେହି ବ୍ୟାନରରେ ସବିତା ହାଁସଦାଙ୍କ ଫଟୋ ରହିବା ସହିତ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଙ୍ଗଠନିକ ସଂପାଦକଙ୍କ ଫଟୋ ମଧ୍ୟ ରହିଥିଲା। ହେଲେ ଆଜି ସକାଳ ସମୟରେ ଉକ୍ତ ବ୍ୟାନରରେ ସବିତା ହାଁସଦାଙ୍କ ଫଟୋରୁ ମୁଣ୍ଡକୁ କେହି କାଟି ନେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ଫଟୋରେ ମୁଣ୍ଡ କାଟିବା ବାବଦରେ ସବିତା ହାଁସଦାଙ୍କ କହିବା କଥା ତାଙ୍କର କେହି ଘରୋଇ ଶତୃ ନାହାନ୍ତି। ତେଣୁ ଏହା ରାଜନୈତିକ ଶତୃତାରୁ କେହି କାଟି ଥାଇପାରେ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ଏହି ଘଟଣାକୁ ନିନ୍ଦା କରିବା ସହିତ ଏହାର ତଦନ୍ତ ଚାଲିଛି ଏବଂ ଉକ୍ତ ଦୁବୁର୍ତ୍ତ କିଏ ଜଣାପଡିଲା ପରେ ସ୍ଥିତି ଭୟାନକ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ପଂଚାୟତ ନିର୍ବାଚନ ଆଗକୁ ଥିବା ବେଳେ ଏଭଳି ହୀନ ରାଜନୀତି କିଏ କରୁଛି ତାହା ଆଗାମୀ ଦିନରେ ଜଣାପଡିବ।

The post ବ୍ୟାନରରେ ବିଜେଡି ନେତ୍ରୀଙ୍କ ମୁଣ୍ଡ କଟିଲା appeared first on Odisha Reporter.

]]>
right bottom 2021-10-15 21:52:53 https://odishareporter.in/wp-content/uploads/2021/10/savita-hasnda.jpg
ପ୍ରଶାସନିକ ଅବହେଳା ନେଲା ରୋଜଗାରିଆ ପୁଅର ଜୀବନ, ୨ ଦିନ ହେଲା ଶବ ରଖି ରାସ୍ତା ଅବରୋଧ https://odishareporter.in/odisha/road-block-for-compensation-682699 Sat, 09 Oct 2021 03:02:36 +0000 https://odishareporter.in/?p=682699

ବାରିପଦା(ମାଣିକ ଲାଲ ପାଣି):  ‘ପ୍ରଶାସନିକ ଅବହେଳାରୁ ଗଲା ରୋଜଗାରିଆ ପୁଅର ଜୀବନ । ତେଣୁ ସରକାର ଆମକୁ ୧୦ ଲକ୍ଷ କ୍ଷତିପୂରଣ ଦେଉ।’ ନିଜ ରୋଜଗାରିଆ ପୁଅର ମୃତ୍ୟୁ ପରେ ଏପରି ଜିଦ୍‌ରେ ଗତକାଲିଠୁ ବାରିପଦା ଉଦଳା ଛରାସ୍ତାର ପୋଡ଼ା ବସ୍ତିଆ ଛକରେ ମୃତଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକ ।  ପ୍ରଶାସନିକ ଅଧିକାରୀଙ୍କ ବୁଝାଶୁଝା ପରେ ବି ଫିଟୁନି ସମାଧାନର ବାଟ।  ଫଳରେ ଗତକାଲିଠୁ  ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍  ହୋଇଯାଇଛି […]

The post ପ୍ରଶାସନିକ ଅବହେଳା ନେଲା ରୋଜଗାରିଆ ପୁଅର ଜୀବନ, ୨ ଦିନ ହେଲା ଶବ ରଖି ରାସ୍ତା ଅବରୋଧ appeared first on Odisha Reporter.

]]>

ବାରିପଦା(ମାଣିକ ଲାଲ ପାଣି):  ‘ପ୍ରଶାସନିକ ଅବହେଳାରୁ ଗଲା ରୋଜଗାରିଆ ପୁଅର ଜୀବନ । ତେଣୁ ସରକାର ଆମକୁ ୧୦ ଲକ୍ଷ କ୍ଷତିପୂରଣ ଦେଉ।’ ନିଜ ରୋଜଗାରିଆ ପୁଅର ମୃତ୍ୟୁ ପରେ ଏପରି ଜିଦ୍‌ରେ ଗତକାଲିଠୁ ବାରିପଦା ଉଦଳା ଛରାସ୍ତାର ପୋଡ଼ା ବସ୍ତିଆ ଛକରେ ମୃତଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକ ।  ପ୍ରଶାସନିକ ଅଧିକାରୀଙ୍କ ବୁଝାଶୁଝା ପରେ ବି ଫିଟୁନି ସମାଧାନର ବାଟ।  ଫଳରେ ଗତକାଲିଠୁ  ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍  ହୋଇଯାଇଛି । ଏପରିକି ଆଜି ସକାଳେ ମୂଷଳ ଧାରାରେ ବର୍ଷା ହେଉଥିଲେ ବି ନିଜ ଜିଦ୍‌ରୁ ଓହରି ନାହାନ୍ତି ମୃତକଙ୍କ ପରିବାର ଲୋକ । ଯାହାକି ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଅସୁସ୍ଥତା ହେତୁ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ସ୍ଲାବ ପଡ଼ିବାରୁ କୋମାକୁ ଚାଲିଯାଇଥିଲେ। ଏହାପରେ ତାଙ୍କୁ ସେଠାରେ ଉପଯୁକ୍ତ ଚିକିତ୍ସା ମିଳି ନ ଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ କଟକ ରେଫର କରିଦେଇଥିଲେ। ମାତ୍ର ରୋଗୀଜଣକ ସେଠାରେ ଗତକାଲି  ଆଖି ବୁଜିଥିଲେ।

ପ୍ରଶାସନିକ ଅବହେଳା ଯୋଗୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ଆଣି ପରିବାର ଲୋକ ୧୦ ଲକ୍ଷ କ୍ଷତିପୂରଣ ଦାବିରେ   ଅଡ଼ି ବସିଛନ୍ତି।   ମୃତଦେହ ରଖି ରାସ୍ତା ଅବରୋଧ ହେତୁ ଗତକାଲିଠୁ ରାସ୍ତାର ବାରିପଦା ଉଦଳା ଛରାସ୍ତାର ପୋଡ଼ା ବସ୍ତିଆ ଛକରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।

ଘଟଣାସ୍ଥଳରେ ପୁଲିସ୍‌ ଅଧିକାରୀ ଓ ତହସିଲଦାର ପହଞ୍ଚିଥିବା ବେଳେ ମଧ୍ୟ ଘଟଣାର ସମାଧାନ ହୋଇପାରୁନି। ପରିବାର ଲୋକ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

The post ପ୍ରଶାସନିକ ଅବହେଳା ନେଲା ରୋଜଗାରିଆ ପୁଅର ଜୀବନ, ୨ ଦିନ ହେଲା ଶବ ରଖି ରାସ୍ତା ଅବରୋଧ appeared first on Odisha Reporter.

]]>
right bottom 2021-10-09 11:42:03 https://odishareporter.in/wp-content/uploads/2021/10/road-block.jpg
ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତଙ୍କ ଅନଶନ https://odishareporter.in/odisha/sevayats-stage-protest-infront-of-temple-682222 Thu, 07 Oct 2021 07:05:44 +0000 https://odishareporter.in/?p=682222

ବାରିପଦା (ମାନିକ୍‌ ଲାଲ୍ ପାଣି): ୪ ଦଫା ଦାବିରେ ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନଶନରେ ବସିଛନ୍ତି ସେବାୟତ। ଜଗନ୍ନାଥ ମନ୍ଦିର ସେବାୟତ ସଂଘ ପକ୍ଷରୁ ଏହି ଅନଶନ କରାଯାଉଛି। ମନ୍ଦିରରେ ନୀତିକାନ୍ତରେ ବାରମ୍ବାର ବିଭ୍ରାଟ ହେଉଥିବା ତଥା ମନ୍ଦିରକୁ ଯୋଗାଇ ଦିଆଯାଉଥିବା ଭୋଗ ସାମଗ୍ରୀ ନିମ୍ନମାନର ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ଦାବି କରିଛନ୍ତି ସେମାନେ। ସେହିପରି ମନ୍ଦିରରେ ସୁପକାର ସେବାୟତ ମାନଙ୍କ ପାଇଁ ଏକ ବିଶ୍ରାମ ଗୃହ କରିବାକୁ ସେମାନେ […]

The post ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତଙ୍କ ଅନଶନ appeared first on Odisha Reporter.

]]>

ବାରିପଦା (ମାନିକ୍‌ ଲାଲ୍ ପାଣି): ୪ ଦଫା ଦାବିରେ ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନଶନରେ ବସିଛନ୍ତି ସେବାୟତ। ଜଗନ୍ନାଥ ମନ୍ଦିର ସେବାୟତ ସଂଘ ପକ୍ଷରୁ ଏହି ଅନଶନ କରାଯାଉଛି।

ମନ୍ଦିରରେ ନୀତିକାନ୍ତରେ ବାରମ୍ବାର ବିଭ୍ରାଟ ହେଉଥିବା ତଥା ମନ୍ଦିରକୁ ଯୋଗାଇ ଦିଆଯାଉଥିବା ଭୋଗ ସାମଗ୍ରୀ ନିମ୍ନମାନର ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ଦାବି କରିଛନ୍ତି ସେମାନେ।

ସେହିପରି ମନ୍ଦିରରେ ସୁପକାର ସେବାୟତ ମାନଙ୍କ ପାଇଁ ଏକ ବିଶ୍ରାମ ଗୃହ କରିବାକୁ ସେମାନେ ଦାବି କରିଛନ୍ତି। ଏହା ସହିତ ରଥ ଖଳାରେ ଥିବା ଅର୍ଦ୍ଧନିର୍ମିତ ରଥକୁ ଖୋଲାଯାଇ କାଠ ଗୁଡ଼ିକୁ ଯତ୍ନ ସହକାରେ ରଖିବା ପାଇଁ ସେବାୟତ ସଂଘ ଦାବି କରିଛି।

ସେବାୟତ ସଂଘ ପକ୍ଷରୁ କୁହାଯାଇଛି ଯେ ଏହି ସବୁ ଦାବି ସଂପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ସେମାନେ ଅନଶନରେ ବସିଛନ୍ତି। ଏହି ଅନଶନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ।

The post ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତଙ୍କ ଅନଶନ appeared first on Odisha Reporter.

]]>
right bottom 2021-10-07 12:35:44 https://odishareporter.in/wp-content/uploads/2021/10/671.jpg
ମେଡିକାଲ ଛାତରୁ ଖସିଲା ସ୍ଲାବ, କୋମାରେ ରୋଗୀ https://odishareporter.in/odisha/the-slab-felt-from-the-medical-roof-in-baripada-patient-in-coma-681587 Tue, 05 Oct 2021 03:46:15 +0000 https://odishareporter.in/?p=681587

ବାରିପଦା(ମାଣିକ ଲାଲ ପାଣି): ମେଡିକାଲକୁ ଭଲ ହେବାକୁ ଯାଇଥିବା ରୋଗୀ ସେଠାରେ ଗୁରୁତର ହୋଇପଡ଼ିଲେ। ଛାତରୁ ସ୍ଲାବ ଖସି ମୁଣ୍ଡ ଉପରେ ପଡ଼ିବାରୁ ରୋଗୀଜଣକ ଏବେ କୋମାରେ ଅଛନ୍ତି। ଏହାସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି । ରୋଗୀଙ୍କୁ ସବୁବେଳେ ଉତ୍ତମ ଚିକିତ୍ସା ଯୋଗାଇବାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏପରି ବିକଳ ଚିତ୍ର ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ  ଦେଖିବାକୁ ମିଳିଛି। ଫଳରେ ବାଧ୍ୟ […]

The post ମେଡିକାଲ ଛାତରୁ ଖସିଲା ସ୍ଲାବ, କୋମାରେ ରୋଗୀ appeared first on Odisha Reporter.

]]>

ବାରିପଦା(ମାଣିକ ଲାଲ ପାଣି): ମେଡିକାଲକୁ ଭଲ ହେବାକୁ ଯାଇଥିବା ରୋଗୀ ସେଠାରେ ଗୁରୁତର ହୋଇପଡ଼ିଲେ। ଛାତରୁ ସ୍ଲାବ ଖସି ମୁଣ୍ଡ ଉପରେ ପଡ଼ିବାରୁ ରୋଗୀଜଣକ ଏବେ କୋମାରେ ଅଛନ୍ତି। ଏହାସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି । ରୋଗୀଙ୍କୁ ସବୁବେଳେ ଉତ୍ତମ ଚିକିତ୍ସା ଯୋଗାଇବାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏପରି ବିକଳ ଚିତ୍ର ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ  ଦେଖିବାକୁ ମିଳିଛି। ଫଳରେ ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ବିଭାଗର ପୁରୁଷ ଓ୍ୱାର୍ଡ ବାରଣ୍ଡାରେ ୨ ଦିନ ହେବ ଜଣେ ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ ହଠାତ୍‌ ମେଡିକାଲ ଛାତରୁ ଏକ ଅତଡ଼ା ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା।  ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ରୋଗୀଜଣକ କୋମାକୁ ଚାଲି ଯାଇଛନ୍ତି।

ବାରିପଦା ମେଡିକାଲରେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ମେଡିକାଲ ପକ୍ଷରୁ ତାଙ୍କୁ ଗତକାଲି କଟକ ରେଫର କରାଯାଇଛି। ବାରିପଦା ମେଡିକାଲ ତରଫରୁ ଆମ୍ବୁଲାନ୍ସ ଯୋଗେ ଗତ ରାତିରେ ସମ୍ପୃକ୍ତ ରୋଗୀଙ୍କୁ କଟକ ପଠାଯାଇଛି। ଏଥିସହ ତାଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ରଘୁନାଥ ମୁର୍ମୂ ମେଡିକାଲ ସୁପରିଟେଣ୍ଟେଣ୍ଟ କଟକ ଏସ୍‌ସିବି ସୁପରିଟେଣ୍ଟେଣ୍ଟଙ୍କ ସହ କଥା ହୋଇଥିବା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଶାନ୍ତ ହୋଇଥିବା ଜଣାଯାଇଛି।

ମେଡିକାଲ କଲେଜ ଓ ହସ୍ପିଟାଲର ଅନେକ କୋଠାର ଛାତ ଏଭଳି ସ୍ଥିତିରେ ଥିବା ଅଭିଯୋଗ କରିଛନ୍ତି  ରୋଗୀଙ୍କ ସମ୍ପର୍କୀୟ  । ଏନେଇ ରୋଗୀଙ୍କ ସମ୍ପର୍କୀୟ  ସୈଜଲ ମଲ୍ଲିକ କହିଛନ୍ତି, ଡାକ୍ତରଙ୍କ ପାଖକୁ ଦୌଡ଼ାଦୌଡ଼ି କରି ନିରାଶ ହେଲୁ ।  ମେଡିକାଲରେ ସ୍ଲାବ ପଡ଼ି କୋମାକୁ ଚାଲିଯିବା ସତ୍ତ୍ୱେ  ଡାକ୍ତର ସେପରି ଯତ୍ନ ନେଉ ନାହାନ୍ତି। କୋମାରେ ଅଛନ୍ତି।  ଏନେଇ ଥାନାରେ ଏଫଆଇଆର ଦେଇଛୁ । ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

The post ମେଡିକାଲ ଛାତରୁ ଖସିଲା ସ୍ଲାବ, କୋମାରେ ରୋଗୀ appeared first on Odisha Reporter.

]]>
centre bottom 2021-10-05 09:25:48 https://odishareporter.in/wp-content/uploads/2021/10/bpd-1.jpg
ନକଲି ମଦ କାରଖାନା ଉପରେ ଚଢାଉ, ୨ ଗିରଫ https://odishareporter.in/odisha/mayurbhanj/illegal-liquor-factory-seized-two-arrest-681229 Sun, 03 Oct 2021 15:46:35 +0000 https://odishareporter.in/?p=681229

ଉଦଳା (ମାନସ ପାଣି): ନକଲି ମଦ କାରଖାନାରେ ବେଡ଼ଧକ ଚାଲିଥିଲା ଚୋରା ମଦ ତିଆରି। ଖବର ପାଇ ଅବକାରୀ ବିଭାଗ କାରଖାନା ଉପରେ ଚଢ଼ାଉ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ନକଲି ବିଦେଶୀ ମଦ ସହିତ ମଦ ତିଆରି ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ। ବିଶେଷସୂତ୍ରରୁ ଖବର ପାଇ ରବିବାର ଅବକାରୀ ବିଭାଗର ଏକ ସ୍ପେଶାଲ ସ୍କ୍ୱାଡ୍ ଉଦଳା ଅଞ୍ଚଳରେ ଚଢାଉ କରିଥିଲା। ଉଦଳାର ପୁରୁଣାପାଣି […]

The post ନକଲି ମଦ କାରଖାନା ଉପରେ ଚଢାଉ, ୨ ଗିରଫ appeared first on Odisha Reporter.

]]>

ଉଦଳା (ମାନସ ପାଣି): ନକଲି ମଦ କାରଖାନାରେ ବେଡ଼ଧକ ଚାଲିଥିଲା ଚୋରା ମଦ ତିଆରି। ଖବର ପାଇ ଅବକାରୀ ବିଭାଗ କାରଖାନା ଉପରେ ଚଢ଼ାଉ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ନକଲି ବିଦେଶୀ ମଦ ସହିତ ମଦ ତିଆରି ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ।

ବିଶେଷସୂତ୍ରରୁ ଖବର ପାଇ ରବିବାର ଅବକାରୀ ବିଭାଗର ଏକ ସ୍ପେଶାଲ ସ୍କ୍ୱାଡ୍ ଉଦଳା ଅଞ୍ଚଳରେ ଚଢାଉ କରିଥିଲା। ଉଦଳାର ପୁରୁଣାପାଣି ଏବଂ କପ୍ତିପଦା ଥାନା ଅଞ୍ଚଳର ଖୁଣ୍ଟାପାଳ ଅଞ୍ଚଳରେ ଚଢାଉ କରିଥିଲା ଅବକାରୀ ବିଭାଗ। ପୁରୁଣାପାଣି ଠାରେ ନକଲି ମଦ ତିଆରି କାରଖାନା ଉପରେ ଚଢାଉ କରି ଅବକାରୀ ବିଭାଗ ସେଠାରୁ ୪୫ଟି ନକଲି ବିଦେଶୀ ମଦ ଜବତ କରିବା ସହିତ ମଦ ତିଆରି ପାଇଁ ବ୍ୟବହୃତ ୪୦ ଲିଟର ସ୍ପିରିଟ୍‌, ମଦ ବୋତଲ ଉପରେ ଲାଗୁଥିବା ଷ୍ଟିକର, ରଙ୍ଗ, ଫାଙ୍କା ମଦ ବୋତଲ ଏବଂ ଠିପି ଜବତ କରିଛି। ଏହା ସହିତ ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୁଣାପାଣି ଗ୍ରାମର ମହେଶ୍ୱର ବାରିକ।

ସେହିପରି ଖୁଣ୍ଟାପାଳ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ମହେଶ୍ୱର ସେଠୀ ନାମକ ଜଣେ ଯୁବକକୁ ଗିରଫ କରିବା ସହିତ ତା ନିକଟରୁ ଚୋରା ବିଦେଶୀ ମଦ ଜବତ କରିଛି। ଦୁଇ ଗିରଫ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ତେବେ କପ୍ତିପଦା ଉପଖଣ୍ଡରେ ଦିନକୁ ଦିନ ନକଲି ମଦ କାରବାର ବଢିବାରେ ଲାଗିଥିବା ବେଳେ ମାତ୍ର ଦୁଇ ମାସ ପୂର୍ବରୁ ଖୁଣ୍ଟା ଅଞ୍ଚଳରୁ ନକଲି ମଦ କାରଖାନା ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଥିଲା।

The post ନକଲି ମଦ କାରଖାନା ଉପରେ ଚଢାଉ, ୨ ଗିରଫ appeared first on Odisha Reporter.

]]>
right bottom 2021-10-03 21:18:46 https://odishareporter.in/wp-content/uploads/2021/10/liqour.jpg
ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ବୋହିଲେ https://odishareporter.in/odisha/mayurbhanj/patient-carried-by-trolley-to-hospital-in-mayurbhanj-680091 Wed, 29 Sep 2021 15:29:07 +0000 https://odishareporter.in/?p=680091

ବାରିପଦା (ମାନିକ୍ ଲାଲ୍ ପାଣି): ନିଜ ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲେ। ଆଉ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ସେଠାରୁ ଘରକୁ ମଧ୍ୟ ଟ୍ରଲି ଯୋଗେ ନେଲେ। ଏହାର ଭିଡିଓ ଭାଇରାଲ୍ ହୋଇଛି। ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ଏହାର କିଭଳି ଉପକୃତ ହେଉଛନ୍ତି ଲୋକେ ତାହାର ନଗ୍ନ ଚିତ୍ର ଏହି ଭିଡିଓ ରେ ପ୍ରମାଣ କରୁଛି। ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ […]

The post ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ବୋହିଲେ appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ନିଜ ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲେ। ଆଉ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ସେଠାରୁ ଘରକୁ ମଧ୍ୟ ଟ୍ରଲି ଯୋଗେ ନେଲେ। ଏହାର ଭିଡିଓ ଭାଇରାଲ୍ ହୋଇଛି। ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ଏହାର କିଭଳି ଉପକୃତ ହେଉଛନ୍ତି ଲୋକେ ତାହାର ନଗ୍ନ ଚିତ୍ର ଏହି ଭିଡିଓ ରେ ପ୍ରମାଣ କରୁଛି।

ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ଭଣ୍ଡାରିଶୋଳ ଗାଁର। ଆଉ ଟ୍ରଲି ଟାଣୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିଶ୍ଵନାଥ ହାଁସଦା। ବିଶ୍ଵନାଥଙ୍କ ସ୍ତ୍ରୀ ଆଜି ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବାବେଳେ ବେଳେ ଏକ ପାଣି ଭର୍ତ୍ତି ଖାଲରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିପାରି ମହିଳାଙ୍କୁ ଉଦ୍ଧାର କରିଥିଲେ। ହେଲେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ବିଶ୍ଵନାଥ ଏକ ଟ୍ରଲିରେ ତାଙ୍କ ସ୍ତ୍ରୀଙ୍କୁ ନିକଟସ୍ଥ ଏକ ବେସରକାରୀ ଡାକ୍ତରଖାନାକୁ ଆଣିଥିଲେ।

ସେଠାରେ ତାଙ୍କୁ ଚିକିତ୍ସା କରାଇ ପୁଣି ସେହି ଟ୍ରଲିରେ ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ। ବିଶ୍ଵନାଥଙ୍କ ଦୁଇ ପୁଅ ଅଛନ୍ତି। ହେଲେ ବାପାଙ୍କୁ ସହାୟତା କରିବାକୁ ଆସି ନ ଥିଲେ। ପ୍ରବଳ ବର୍ଷା ଯୋଗୁଁ ଏକ ପଲିଥିନରେ ନିଜ ଅସୁସ୍ଥ ପତ୍ନୀଙ୍କୁ ଘୋଡ଼ାଇ ଦେଇ ଅସହାୟ ହୋଇ ଟ୍ରଲିରେ ଟାଣି ଟାଣି ନେଇଥିଲେ।

The post ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ବୋହିଲେ appeared first on Odisha Reporter.

]]>
right bottom 2021-09-29 20:59:07 https://odishareporter.in/wp-content/uploads/2021/09/trolly.jpg
ଖୋଜାଖୋଜି ପରେ ଧରାପଡ଼ିଲା ସର୍ଦ୍ଦାର https://odishareporter.in/odisha/mayurbhanj/mahulipada-police-arrest-yudhistir-on-loot-case-679692 Tue, 28 Sep 2021 11:04:46 +0000 https://odishareporter.in/?p=679692

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମହୁଲଡିହା ପୁଲିସକୁ ମିଳିଛି ବଡ଼ ସଫଳତା। ଚୋରି ଜିନିଷ ସହିତ ଚୋରଙ୍କ ସର୍ଦ୍ଦାରକୁ ଗିରଫ କରିଛି ମହୁଲଡିହା ପୁଲିସ। ମାତ୍ର ଚୋରର ଗ୍ୟାଙ୍ଗ ବିଷୟରେ କୌଣସି ସୂଚନା ଦେଉନି ଚୋର ଯୁଧିଷ୍ଠିର ହାଁସଦା। ଯୁଧିଷ୍ଠିରର ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗେଣ୍ଡାବସା ଗାଁରେ ବୋଲି ପୁଲିସ ସୂଚନା ଦେଇଛି। ଯୁଧିଷ୍ଠିରଙ୍କ ଘରୁ ଏବଂ ତା ମାମୁଁ ଘରୁ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ଗତ ୨୭ ତାରିଖରେ […]

The post ଖୋଜାଖୋଜି ପରେ ଧରାପଡ଼ିଲା ସର୍ଦ୍ଦାର appeared first on Odisha Reporter.

]]>

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମହୁଲଡିହା ପୁଲିସକୁ ମିଳିଛି ବଡ଼ ସଫଳତା। ଚୋରି ଜିନିଷ ସହିତ ଚୋରଙ୍କ ସର୍ଦ୍ଦାରକୁ ଗିରଫ କରିଛି ମହୁଲଡିହା ପୁଲିସ। ମାତ୍ର ଚୋରର ଗ୍ୟାଙ୍ଗ ବିଷୟରେ କୌଣସି ସୂଚନା ଦେଉନି ଚୋର ଯୁଧିଷ୍ଠିର ହାଁସଦା। ଯୁଧିଷ୍ଠିରର ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗେଣ୍ଡାବସା ଗାଁରେ ବୋଲି ପୁଲିସ ସୂଚନା ଦେଇଛି। ଯୁଧିଷ୍ଠିରଙ୍କ ଘରୁ ଏବଂ ତା ମାମୁଁ ଘରୁ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ପୁଲିସ।

ଗତ ୨୭ ତାରିଖରେ ଏକ ବାଇକ ଚୋରୀ କରି ଯାଉଥିବା ସମୟରେ ଗୋହଳମୁଣ୍ଡା ପଞ୍ଚାୟତ ହାରିବେଡା ଠାରେ ପୁଲିସ୍ ହାତରେ ଧରା ପଡିଥିଲା ଯୁଧିଷ୍ଠିର। ତେବେ ପୁଲିସର ପଚରାଉଚରା ବେଳେ ଯୁଧିଷ୍ଠିର କହିଥିଲା ଯେ ମାସେ ତଳେ ସାତକୋଶିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଗୋହଳମୁଣ୍ଡା ଉଚ୍ଚ ପ୍ରଥାମିକ ବିଦ୍ୟାଳୟ, ବୁଢୀକୁଦରର ଏକ ମୋବାଇଲ ଦୋକାନରୁ ଚୋରୀ କରିଥିଲା। ପୁଲିସ୍ ସମସ୍ତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ବେଳେ ଏଥିରେ ଆଉ କିଏ କିଏ ସମ୍ପୃକ୍ତି ଅଛନ୍ତି ତାହା ତଦନ୍ତ କରୁଛି।

ପୁଲିସ୍ ଦ୍ୱାରା ଉଦ୍ଧାର ସାମଗ୍ରୀ ମଧ୍ୟରେ ଗୋଟିଏ ବାଇକ, ୨ଟି ବ୍ୟାଟେରୀ, ୨ଟି ପ୍ରିଣ୍ଟର, ଇନଭର୍ଟର, ୨ଟି ସିଲେଇ ମେସିନ, ୨ଟି ଲାପଟପ, ଟେବୁଲ, ଚେୟାର, ମୋବାଇଲ ସାମଗ୍ରୀ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରି ସାମଗ୍ରୀ ରହିଛି। ତେବେ ଚୋରର ସର୍ଦ୍ଦାର ଯୁଧିଷ୍ଠିର ହାଁସଦାକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ଚୋରିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସମସ୍ତଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି। ତେବେ ଏ ସମ୍ପର୍କରେ ପୁଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ।

The post ଖୋଜାଖୋଜି ପରେ ଧରାପଡ଼ିଲା ସର୍ଦ୍ଦାର appeared first on Odisha Reporter.

]]>
right bottom 2021-09-28 17:07:52 https://odishareporter.in/wp-content/uploads/2021/09/karanjia1.jpg
ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ https://odishareporter.in/odisha/karanjia-treasury-office-caught-fire-679540 Tue, 28 Sep 2021 02:34:26 +0000 https://odishareporter.in/?p=679540

କରଞ୍ଜିଆ (ଦୀପକ କୁମାର ମହନ୍ତ): କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଅନେକ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ସେଠାରେ ୫ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ସତ୍ତ୍ୱେ କିପରି ନିଆଁ ଲାଗିଲା, […]

The post ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ appeared first on Odisha Reporter.

]]>

କରଞ୍ଜିଆ (ଦୀପକ କୁମାର ମହନ୍ତ): କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଅନେକ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ସେଠାରେ ୫ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ସତ୍ତ୍ୱେ କିପରି ନିଆଁ ଲାଗିଲା, ତାହା ତଦନ୍ତ ସାପେକ୍ଷ।

ଟ୍ରେଜେରୀ ଅଫିସ୍‌ର ଜଣେ କର୍ମଚାରୀ ହେମେନ୍ଦ୍ର ମୁର୍ମୁ କହିଛନ୍ତି ଯେ ସାଢ଼େ ୪ଟା ପାଖାପାଖି ସେ ନିଆଁ ଲାଗିଥିବା ନେଇ ଖବର ପାଇଲେ। ସେତେବେଳେ ସେ ତାଙ୍କ ଘରେ ଥିଲେ। ସେ ପହଞ୍ଚିଲା ବେଳକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ସାରିଥିଲା। ତେବେ ଅଗ୍ନିକାଣ୍ଡରେ କିଛି କମ୍ପ୍ୟୁଟର, ପ୍ରିଣ୍ଟର, ବହୁ ଫାଇଲପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ସେ କହିଛନ୍ତି।

The post ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ appeared first on Odisha Reporter.

]]>
centre bottom 2021-09-28 08:04:26 https://odishareporter.in/wp-content/uploads/2021/09/561-6.jpg
ବାରିପଦା ବୋହୂ ଜିତିଲେ ମିସେସ୍ ଇଣ୍ଡିଆ ମୁକୁଟ https://odishareporter.in/odisha/mayurbhanj/abhipsa-das-dey-crowns-tiska-mrs-india-south-platinum-679518 Mon, 27 Sep 2021 16:47:58 +0000 https://odishareporter.in/?p=679518

ବାରିପଦା (ମାନିକ୍ ଲାଲ୍ ପାଣି): ମିସେସ୍ ଇଣ୍ଡିଆ ପ୍ରତିଯୋଗିତା ଜିତିଲେ ବାରିପଦା ବୋହୂ। ସେ ହେଉଛନ୍ତି ଅଭିପସା ଦାସ ଦେ। ଅଭିପସା ବାରିପଦାର ବୋହୂ ହେଲେ ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲାରେ। ଦିଲ୍ଲୀରେ ଆୟୋଜିତ ଟିସ୍କା ମିସ୍ ୟୁନିଭର୍ସରେ ସାଉଥ ଜୋନରୁ ସେ ଏହି ମୁକୁଟ ହାସଲ କରିଛନ୍ତି। ପୂର୍ବରୁ ସେ ଜଣେ ମେକଅପ୍ ଆର୍ଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ପରେ ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ପରବର୍ତ୍ତୀ […]

The post ବାରିପଦା ବୋହୂ ଜିତିଲେ ମିସେସ୍ ଇଣ୍ଡିଆ ମୁକୁଟ appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ମିସେସ୍ ଇଣ୍ଡିଆ ପ୍ରତିଯୋଗିତା ଜିତିଲେ ବାରିପଦା ବୋହୂ। ସେ ହେଉଛନ୍ତି ଅଭିପସା ଦାସ ଦେ। ଅଭିପସା ବାରିପଦାର ବୋହୂ ହେଲେ ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲାରେ। ଦିଲ୍ଲୀରେ ଆୟୋଜିତ ଟିସ୍କା ମିସ୍ ୟୁନିଭର୍ସରେ ସାଉଥ ଜୋନରୁ ସେ ଏହି ମୁକୁଟ ହାସଲ କରିଛନ୍ତି।

ପୂର୍ବରୁ ସେ ଜଣେ ମେକଅପ୍ ଆର୍ଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ପରେ ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ।

ଦେଶ ଓ ବିଦେଶରୁ ଆସିଥିବା ୭୦ ଜଣ ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ସେ ଏହି ମୁକୁଟ ହାସଲ କରିଛନ୍ତି। ଆଗକୁ ଯୁବ ପିଢ଼ିଙ୍କୁ ଫ୍ୟାଶନ ଏବଂ ମଡେଲିଂ ବିଷୟରେ ଶିକ୍ଷା ଦେବାସହ ସମାଜ ସେବା କରିବାର ଇଛା ରଖିଛନ୍ତି। ବିବାହିତା ହେବା ସହ ପାରିବାରିକ ଦାୟିତ୍ୱକୁ ସମ୍ଭାଳି ସେ ଅନେକ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି।

ପ୍ରତିଯୋଗିତାରେ ସଫଳ ହେବା ନେଇ ସେ କହିଛନ୍ତି, ପ୍ରଥମେ ମୁଁ ସେତେଟା ଆତ୍ମବିଶ୍ୱାସୀ ନଥିଲି। ଧିରେ ମୁଁ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଅତିକ୍ରମ କରି ଯେତେବେଳେ ଫାଇନାଲରେ ପହଞ୍ଚିଲି, ମୋର ମନୋବଳ ବଢ଼ିଥିଲା। ଫାଇନାଲିଷ୍ଟ ହେବା ପରେ ମୁଁ ସାଧାରଣ ଜ୍ଞାନ ଉପରେ ଅଧିକ ଫୋକସ୍ କରିଥିଲି। ଏହାସହ ନ୍ୟୁଟ୍ରିସନ୍ ଓ ସ୍କିନ୍ ଉପରେ ବେଶୀ ଫୋକସ୍ କରିଥିଲି। ଯଦି ପାଖରେ ଇଚ୍ଛାଶକ୍ତି ଥିବ, ତାହେଲେ ନିଶ୍ଚୟ ଆଗକୁ ବଢ଼ିପାରିବ ବୋଲି ସେ ଯୁବପିଢ଼ିକୁ ପରାମର୍ଶ ଦେଇଛନ୍ତି।

The post ବାରିପଦା ବୋହୂ ଜିତିଲେ ମିସେସ୍ ଇଣ୍ଡିଆ ମୁକୁଟ appeared first on Odisha Reporter.

]]>
Beauty Pageant, centre bottom 2021-09-28 16:08:34 https://odishareporter.in/wp-content/uploads/2021/09/abhipsa.jpg
ପଞ୍ଚଭୂତରେ ଲୀନ ହେଲେ ସୀତାରାମ https://odishareporter.in/odisha/mortal-remains-of-odraf-jawan-sitaram-murmu-consigned-to-flames-679104 Sun, 26 Sep 2021 09:58:58 +0000 https://odishareporter.in/?p=679104

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ୍‌ର ଯବାନ ସୀତାରାମ ମୁର୍ମୁ। ତାଙ୍କ ଗାଁ ମୁକ୍ତାଝରିରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ଦିନ କଟକ ମୁଣ୍ଡଳି ବ୍ରିଜ୍ ନିକଟରେ ବୋଟ୍ ବୁଡ଼ି ଘଟଣାରେ ନିଖୋଜ ଥିବା ସୀତରାମଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ଗାଁ ମୟୂରଭଞ୍ଜର ମୁକ୍ତାଝରିକୁ ଅଣାଯାଇଥିଲା। ତେବେ ପ୍ରଶାସନ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ପରିବାର ଲୋକେ ଶବକୁ […]

The post ପଞ୍ଚଭୂତରେ ଲୀନ ହେଲେ ସୀତାରାମ appeared first on Odisha Reporter.

]]>

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ୍‌ର ଯବାନ ସୀତାରାମ ମୁର୍ମୁ। ତାଙ୍କ ଗାଁ ମୁକ୍ତାଝରିରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଶୁକ୍ରବାର ଦିନ କଟକ ମୁଣ୍ଡଳି ବ୍ରିଜ୍ ନିକଟରେ ବୋଟ୍ ବୁଡ଼ି ଘଟଣାରେ ନିଖୋଜ ଥିବା ସୀତରାମଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ଗାଁ ମୟୂରଭଞ୍ଜର ମୁକ୍ତାଝରିକୁ ଅଣାଯାଇଥିଲା। ତେବେ ପ୍ରଶାସନ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ପରିବାର ଲୋକେ ଶବକୁ ଗ୍ରହଣ କରି ନଥିଲେ।

ସୀତାରାମଙ୍କ ମୃତଦେହରେ ଜାତୀୟ ପତାକା ରଖାଯାଇ ନଥିବା ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଠିକ୍ ସମୟରେ ନପହଞ୍ଚି ତାଙ୍କୁ ଅସମ୍ମାନିତ କରିଥିବା ଭଳି ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ। ଏହା ସହିତ ତାଙ୍କୁ ସହିଦ ମାନ୍ୟତା ଦେବା ସହିତ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ଭରଣପୋଷଣ ପାଇଁ ଉଚିତ୍ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଦାବି କରି ମୃତଦେହକୁ ଗ୍ରହଣ କରି ନଥିଲେ।

ତେବେ ମୟୂରଭଞ୍ଜସ ଏସ୍‌ପି ହୁର୍ଷିକେଶ ଖୁଲାରୀ, କରଞ୍ଜିଆ ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ ସେମତ ଠାକୁରମୁଣ୍ଡା ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ସୀତାରାମଙ୍କ ପରିବାର ଲୋକଙ୍କୁ ବୁଝାଇ ଥିଲେ। ସୀତାରାମଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ସେମାନେ ମୃତଦେହକୁ ଗ୍ରହଣ କରିଥିଲେ।

ଦିନ ପ୍ରାୟ ୧୨ଟା ୪୫ ମିନିଟ୍‌ରେ ସୀତାରାମଙ୍କ ପରିବାର ଲୋକେ ମୃତଦେହ ଗ୍ରହଣ କରିବା ପରେ ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ କର୍ମ କରିବା ପାଇଁ ଘରକୁ ନେଇ ଯାଇଥିଲେ। ଗ୍ରାମବାସୀ ତଥା ବନ୍ଧୁବାନ୍ଧବ ଶେଷ ଦର୍ଶନ କରିବା ପରେ ତାଙ୍କ ମୃତଦେହକୁ ଏକ ବିରାଟ ପଟୁଆରରେ ଗାଁ ମଶାଣିକୁ ନିଆଯାଇଥିଲା। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଆଲୋକ ମୁର୍ମୁ ତାଙ୍କୁ ମୁଖାଗ୍ନି ଦେଇଥିଲେ।

ଏସ୍‌ପି ହୁର୍ଷିକେଶ ଖୁଲାରୀ କହିଛନ୍ତି, ସୀତାରାମ ମୁର୍ମୁ ଓଡ୍ରାଫର ଜଣେ ବାହାଦୂର ଯବାନ ଥିଲେ। ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଅତୁଳନୀୟ। ତାଙ୍କର କାର୍ଯ୍ୟକାଳରେ ସେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ଏବେ ତାଙ୍କ ପରିବାରର ସମସ୍ତ ପ୍ରକାରର ଯତ୍ନ ନେବା ପାଇଁ ପଦକ୍ଷେପ ନିଆଯାଉଛି। ସେଇଟା ଆମର ଦାୟିତ୍ୱ।

ସୂଚନାଯୋଗ୍ୟ, ମୁଣ୍ଡଳିରେ ମହାନଦୀରେ ଏକ ହାତୀ ଫସି ଯାଇଥିବା ବେଳେ ସୀତାରାମ ତାଙ୍କର ଆଉ କିଛି ସହଯୋଗୀ ସହିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ବୋଟ୍ ନେଇ ନଦୀ ଭିତରୁ ହାତୀକୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ସେହି ସମୟରେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ରେ ଓଲଟି ପଡ଼ିଥିଲା। ଫଳରେ ସୀତରାମ ଭାସି ଯାଇଥିଲେ। ସୀତରାମଙ୍କ ସହିତ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା। ଅରିନ୍ଦମ ଖବର ପ୍ରସାରଣ ପାଇଁ ଓଡ୍ରାଫ୍ ଟିମ୍ ସହିତ ଯାଇଥିଲେ।

The post ପଞ୍ଚଭୂତରେ ଲୀନ ହେଲେ ସୀତାରାମ appeared first on Odisha Reporter.

]]>
centre bottom 2021-09-26 15:28:58 https://odishareporter.in/wp-content/uploads/2021/09/560.jpg
ସହରରେ ପଶିଲା ହାତୀ, ରାତିସାରା ଲୋକେ ଅନିଦ୍ରା https://odishareporter.in/odisha/mayurbhanj/people-afraid-after-elephant-enters-into-baripada-town-676581 Fri, 17 Sep 2021 12:37:13 +0000 https://odishareporter.in/?p=676581

ବାରିପଦା (ମାନିକ୍ ଲାଲ୍ ପାଣି): ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ହାତୀ ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଛି। ଏକ ଦନ୍ତା ହାତୀ ଗତକାଲି ମଞ୍ଚାବନ୍ଧା ଜଙ୍ଗଲ ଆଡୁ ସୁନାମୁହିଁ ଆଡ଼କୁ ପଶି ଆସିଥିଲା। ବାରିପଦାର ୨୧ ନଂ ୱାର୍ଡର ସୁନାମୁହିଁର ଏକ ସାହି ଭିତରେ ହାତୀ ବୁଲୁଥିବା ଦେଖି ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ। […]

The post ସହରରେ ପଶିଲା ହାତୀ, ରାତିସାରା ଲୋକେ ଅନିଦ୍ରା appeared first on Odisha Reporter.

]]>

ବାରିପଦା (ମାନିକ୍ ଲାଲ୍ ପାଣି): ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ହାତୀ ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଛି। ଏକ ଦନ୍ତା ହାତୀ ଗତକାଲି ମଞ୍ଚାବନ୍ଧା ଜଙ୍ଗଲ ଆଡୁ ସୁନାମୁହିଁ ଆଡ଼କୁ ପଶି ଆସିଥିଲା। ବାରିପଦାର ୨୧ ନଂ ୱାର୍ଡର ସୁନାମୁହିଁର ଏକ ସାହି ଭିତରେ ହାତୀ ବୁଲୁଥିବା ଦେଖି ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ। ହେଲେ ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯିବା ବେଳେ ହାତୀଟି ବାଟ ବଣା ହୋଇ ସହର ଭିତରକୁ ପଳାଇ ଆସିଥିଲା। ହାତୀଟି ସହରର କୃଷ୍ଣଚନ୍ଦ୍ର ଗୋଲେଇ, ମଧୁବନ ସାହି, ମଧୁବନ ଉପର ଓ ତଳ ସାହି, ଗ୍ୟାରେଜ ପଡିଆ, ଡାହାଣୀ ଗଡିଆରେ ବାଟ ବଣା ହୋଇ ରାତି ତମାମ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା।

ପ୍ରଥମ ଥର ପାଇଁ ହାତୀ ସହରରେ ଗଳି ଗଳିରେ ବୁଲୁଥିବା ବେଳେ ଗୋଟିଏ ପଟେ ଲୋକେ ହାତୀ ପଛେ ପଛେ ଧାଦୌଡ଼ କରୁଥିବା ସହ ଅନେକ ଲୋକ ଭୟଭୀତ ମଧ୍ୟ ହୋଇ ପଡ଼ିଥିଲେ। ମଧୁବନ ତଳ ସାହି ଏବଂ ଅସ୍ତିଆ ପାଲ ଉପରେ ଆଶ୍ରୟ ନେଇଥିବା ଲୋକଙ୍କ ରାତି ତମାମ ନିଦ ହଜିଯାଇଥିଲା।

ହାତୀ ଭୟରେ ଲୋକେ ଟାୟାର ଜାଳି ରାସ୍ତା ଉପରେ ବସି ରହିଥିଲେ। ହାତୀଟି ବାଟ ବଣା ହୋଇ ଅନେକ ଲୋକଙ୍କ ପାଚେରୀ ଏବଂ ଗୋଟିଏ ଦୁଇଟି କଚା ଘର ମଧ୍ୟ ଭାଙ୍ଗିଦେଇଛି। ହାତୀ ଘଉଡାଇବାକୁ ବନ ବିଭାଗ ନାକେଦମ୍ ହୋଇ ପଡ଼ିଛି।

The post ସହରରେ ପଶିଲା ହାତୀ, ରାତିସାରା ଲୋକେ ଅନିଦ୍ରା appeared first on Odisha Reporter.

]]>
right bottom 2021-09-17 18:10:24 https://odishareporter.in/wp-content/uploads/2021/09/elephant.jpg
ନାବାଳିକା ଗଣ ଦୁଷ୍କର୍ମ ମାମଲା, ୨ ନାବାଳକଙ୍କ ସମେତ ୪ ଗିରଫ https://odishareporter.in/odisha/4-arrested-for-allegedly-raped-a-minor-girl-676507 Fri, 17 Sep 2021 09:07:25 +0000 https://odishareporter.in/?p=676507

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବହଳଦା ଥାନା ଅଞ୍ଚଳରେ ଏହି ନାବାଳିକା ଜଣଙ୍କ ଏକ ଇଟାଭାଟିରେ କାମ କରୁଥିଲେ। ଗତ ବୁଧବାର ମଧ୍ୟ ନାବାଳିକା ଜଣଙ୍କ ଇଟାଭାଟିକୁ କାମ […]

The post ନାବାଳିକା ଗଣ ଦୁଷ୍କର୍ମ ମାମଲା, ୨ ନାବାଳକଙ୍କ ସମେତ ୪ ଗିରଫ appeared first on Odisha Reporter.

]]>

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବହଳଦା ଥାନା ଅଞ୍ଚଳରେ ଏହି ନାବାଳିକା ଜଣଙ୍କ ଏକ ଇଟାଭାଟିରେ କାମ କରୁଥିଲେ। ଗତ ବୁଧବାର ମଧ୍ୟ ନାବାଳିକା ଜଣଙ୍କ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ତେବେ ଝିଅଟିକୁ ଏକଟିଆ ପାଇ ଏହି ଚାରି ଜଣ ଅଭିଯୁକ୍ତ ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ। ଏପରିକି ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରିଥିଲେ। ଏହି ବିଷୟରେ କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲେ।

ଝିଅଟି ଗତକାଲି ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ଏନେଇ ବହଳଦା ଥାନାରେ ଏତଲା ଦେଇଥିଲେ। ପୁଲିସ ଆଜି ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ କରୁଛି।

The post ନାବାଳିକା ଗଣ ଦୁଷ୍କର୍ମ ମାମଲା, ୨ ନାବାଳକଙ୍କ ସମେତ ୪ ଗିରଫ appeared first on Odisha Reporter.

]]>
right bottom 2021-09-17 14:38:27 https://odishareporter.in/wp-content/uploads/2021/09/thana.jpg
କାମ କରିବାକୁ ଯାଇଥିବା ବେଳେ ଭାସିଗଲେ ମହିଳା https://odishareporter.in/odisha/woman-allegedly-drowned-in-flood-water-676134 Thu, 16 Sep 2021 05:36:49 +0000 https://odishareporter.in/?p=676134

ଉଦଳା (ଓଡ଼ିଶା ରିପୋର୍ଟର): ବଗିଚାକୁ କାମ କରିବାକୁ ଯାଇଥିବା ବେଳେ ଭାସିଗଲେ ଜଣେ ମହିଳା। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ହରିପୁର ଗାଁରେ। ଉକ୍ତ ମହିଳା ଜଣଙ୍କ ହେଲେ ସାବିତ୍ରୀ ବିଶ୍ୱାଳ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସାବିତ୍ରୀ ବଗିଚାକୁ କାମ କରିବା ପାଇଁ ଯାଇଥିଲେ। ତେବେ ବଗିଚା ଦେଇ ପ୍ରବାହିତ ହେଉଥିବା ବନ୍ୟା ଜଳରେ ଭାସି ଯାଇଥିଲେ। ପରିବାର ଲୋକେ ଏ ନେଇ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର […]

The post କାମ କରିବାକୁ ଯାଇଥିବା ବେଳେ ଭାସିଗଲେ ମହିଳା appeared first on Odisha Reporter.

]]>

ଉଦଳା (ଓଡ଼ିଶା ରିପୋର୍ଟର): ବଗିଚାକୁ କାମ କରିବାକୁ ଯାଇଥିବା ବେଳେ ଭାସିଗଲେ ଜଣେ ମହିଳା। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ହରିପୁର ଗାଁରେ। ଉକ୍ତ ମହିଳା ଜଣଙ୍କ ହେଲେ ସାବିତ୍ରୀ ବିଶ୍ୱାଳ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସାବିତ୍ରୀ ବଗିଚାକୁ କାମ କରିବା ପାଇଁ ଯାଇଥିଲେ। ତେବେ ବଗିଚା ଦେଇ ପ୍ରବାହିତ ହେଉଥିବା ବନ୍ୟା ଜଳରେ ଭାସି ଯାଇଥିଲେ। ପରିବାର ଲୋକେ ଏ ନେଇ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାବିତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ।

ଗତ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ମୟୂରଭଞ୍ଜ ଜିଲ୍ଲା। ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ଯୋଗୁ ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବନ୍ୟା ଜଳ ଲୋକଙ୍କ ଘରେ ପଶିବା ସହ ଅନେକ ପରିବାର ଏବେବି ପାଣି  ଘେରରେ ରହିଛନ୍ତି।

 

The post କାମ କରିବାକୁ ଯାଇଥିବା ବେଳେ ଭାସିଗଲେ ମହିଳା appeared first on Odisha Reporter.

]]>
right bottom 2021-09-16 11:32:56 https://odishareporter.in/wp-content/uploads/2021/09/drowned-2.jpg
ଜଳବନ୍ଦୀ ହାଇସ୍କୁଲ, ରାତି ଅଧରେ ଉଦ୍ଧାର ହେଲେ ୪୭ ପିଲା https://odishareporter.in/odisha/47-students-rescued-yesterday-midnight-after-water-level-increased-in-river-675818 Wed, 15 Sep 2021 02:58:40 +0000 https://odishareporter.in/?p=675818

କରଞ୍ଜିଆ(ଦୀପକ ଶର୍ମା): ଜଳବନ୍ଦୀ ହେଲା ହାଇସ୍କୁଲ ।  ସ୍କୁଲ ଭିତରେ ଆଣ୍ଠୁଏ ଲେଖା ପାଣି ପଶିବାରୁ ରାତି ଅଧରେ ୪୭ ପିଲାଙ୍କୁ ଉଦ୍ଧାର କରିଛି ପ୍ରଶାସନ । ଏପରି ଘଟଣା  ମୟୂରଭଂଜ ଜିଲ୍ଲା କରଞ୍ଜିଆ ବ୍ଳକ ଦୁଧିଆଣି  ପଞ୍ଚାୟତ ହାଇସ୍କୁଲ  ହୋଇଛି। ଗତ ଦୁଇଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଦେଓ ନଦୀ ବନ୍ଧରେ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଦୁଧିଆଣି  ପଞ୍ଚାୟତ ହାଇସ୍କୁଲ ଏବେ ଜଳ ଘେରରେ  ରହିଛି।।   ସ୍କୁଲରେ ପ୍ରାୟ ୧୨୭ ପିଲା […]

The post ଜଳବନ୍ଦୀ ହାଇସ୍କୁଲ, ରାତି ଅଧରେ ଉଦ୍ଧାର ହେଲେ ୪୭ ପିଲା appeared first on Odisha Reporter.

]]>

କରଞ୍ଜିଆ(ଦୀପକ ଶର୍ମା): ଜଳବନ୍ଦୀ ହେଲା ହାଇସ୍କୁଲ ।  ସ୍କୁଲ ଭିତରେ ଆଣ୍ଠୁଏ ଲେଖା ପାଣି ପଶିବାରୁ ରାତି ଅଧରେ ୪୭ ପିଲାଙ୍କୁ ଉଦ୍ଧାର କରିଛି ପ୍ରଶାସନ । ଏପରି ଘଟଣା  ମୟୂରଭଂଜ ଜିଲ୍ଲା କରଞ୍ଜିଆ ବ୍ଳକ ଦୁଧିଆଣି  ପଞ୍ଚାୟତ ହାଇସ୍କୁଲ  ହୋଇଛି।

ଗତ ଦୁଇଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଦେଓ ନଦୀ ବନ୍ଧରେ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଦୁଧିଆଣି  ପଞ୍ଚାୟତ ହାଇସ୍କୁଲ ଏବେ ଜଳ ଘେରରେ  ରହିଛି।।   ସ୍କୁଲରେ ପ୍ରାୟ ୧୨୭ ପିଲା ପାଠ ପଢ଼ୁଥିବା ବେଳେ ୯୭ ପିଲା ହଷ୍ଟେଲରେ ରୁହନ୍ତି। ମାତ୍ର ଧିରେ ଧିରେ ଜଳସ୍ତର ବଢ଼ିବାରୁ ଆଖପାଖ ଅଞ୍ଚଳର ୫୦ ପାଖାପାଖି ପିଲା ନିଜ ଘରକୁ ପଳାଇଥିଲେ। ହେଲେ ଦୂରଦୂରାନ୍ତରୁ ଆସିଥିବା ୪୭ ପିଲା ସ୍କୁଲରେ ରହି ଯାଇଥିଲେ।

ଦେଓ ନଦୀ ଜଳସ୍ତର ଧିରେ ଧିରେ ବଢ଼ିବାରୁ ସ୍ଥାନୀୟ ପ୍ରଶାସନ ଏହାକୁ ନଜରରେ ରଖିଥିଲା। ହେଲେ ଜଳସ୍ତର କମିବା ନାଁ ନ ଧରିବାରୁ ଗତକାଲି ବିଳମ୍ବିତ ରାତିରେ ୪୭ ପିଲାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହାତିବାରୀ ଏମ୍‌ଇ ସ୍କୁଲରେ ରଖାଯାଇଛି। ହେଲେ ସ୍କୁଲରେ ଥିବା ୫୦ କୁଇଣ୍ଟାଲ ପାଖାପାଖି ଚାଉଳ, ଅନ୍ୟ ଆସବାବପତ୍ର ବର୍ଷା ପାଣିରେ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ଦୁଇ ମାସ ପୂର୍ବରୁ ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପରେ ଅସ୍ଥାୟୀ ଭାବେ ଜଳ ସରକ୍ଷଣ କରା ଯାଉଥିବା ବେଳେ ଏବେ ଏହା ସମସ୍ୟା ରୂପରେ ଉଭାନ ହେଲାଣି। ଏହି ପ୍ରକଳ୍ପ ପାଇଁ ଦୁଇ ତିନିଟି ଗାଁ ବିସ୍ଥାପିତ ହୋଇଥିବା ବେଳେ ପୁରୁଣାପାଣିସ୍ଥିତ ପଞ୍ଚାୟତ ହାଇସ୍କୁଲ ବିସ୍ଥାପିତ ହୋଇପାରିନି ।  ତେବେ ସ୍କୁକ କର୍ତ୍ତୃପକ୍ଷ ଅସ୍ଥାୟୀ ଭାବେ  ବିସ୍ଥାପନ ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଲିଖିତ ଜଣାଇଥିଲେ ବି   ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା।

ଫଳରେ ଜଳଘେରରେ ରହିଯାଇଥିବା ପିଲା ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ। ଏହାପରେ ଚେତିଲା ପ୍ରଶାସନ। ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଟପଳସା ରାଜସ୍ୱ ନିରୀକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ କରଞ୍ଜିଆ ତହସିଲଦାରଙ୍କୁ  ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଗତକାଲି ରାତି ଅଧିଆ ପିଲାମାନଙ୍କୁ ସ୍କୁଲରୁ ଉଦ୍ଧାର କରାଯାଇ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

The post ଜଳବନ୍ଦୀ ହାଇସ୍କୁଲ, ରାତି ଅଧରେ ଉଦ୍ଧାର ହେଲେ ୪୭ ପିଲା appeared first on Odisha Reporter.

]]>
centre bottom 2021-09-15 08:28:40 https://odishareporter.in/wp-content/uploads/2021/09/school-5.jpg
ମନରେଗାରେ ମଜୁରୀ ପାଉନାହାନ୍ତି ଶ୍ରମିକ, ମେସିନ କରୁଛି କାର୍ଯ୍ୟ https://odishareporter.in/odisha/mayurbhanj/workers-are-not-paid-in-mnrega-machines-are-working-674867 Sat, 11 Sep 2021 10:31:17 +0000 https://odishareporter.in/?p=674867

କରଞ୍ଜିଆ(ଦୀପକ କୁମାର ମହାନ୍ତ) ଯୋଜନା ଏଠି ବାଟ ବଣା ହୋଇଛି। କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି । ଆମେ କହୁଛୁ ଠାକୁରମୁଣ୍ଡା ବନ୍ୟାଞ୍ଚଳରେ କାର୍ଯ୍ୟ ହେଉଥିବା  କିଛି ମନରେଗା କାର୍ଯ୍ୟ ସମ୍ପର୍କରେ । ଯେଉଁଠି ଶ୍ରମିକମାନେ  କାମ କରି ମାସ ମାସ ଧରି ମଜୁରୀ ପାଉ ନାହାନ୍ତି । ସେଠାରେ ଅତି ଚତୁରତାର ସହିତ ମେସିନ ଯୋଗେ କାର୍ଯ୍ୟ କରୁଛି ବିଭାଗ । […]

The post ମନରେଗାରେ ମଜୁରୀ ପାଉନାହାନ୍ତି ଶ୍ରମିକ, ମେସିନ କରୁଛି କାର୍ଯ୍ୟ appeared first on Odisha Reporter.

]]>

କରଞ୍ଜିଆ(ଦୀପକ କୁମାର ମହାନ୍ତ) ଯୋଜନା ଏଠି ବାଟ ବଣା ହୋଇଛି। କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି । ଆମେ କହୁଛୁ ଠାକୁରମୁଣ୍ଡା ବନ୍ୟାଞ୍ଚଳରେ କାର୍ଯ୍ୟ ହେଉଥିବା  କିଛି ମନରେଗା କାର୍ଯ୍ୟ ସମ୍ପର୍କରେ । ଯେଉଁଠି ଶ୍ରମିକମାନେ  କାମ କରି ମାସ ମାସ ଧରି ମଜୁରୀ ପାଉ ନାହାନ୍ତି । ସେଠାରେ ଅତି ଚତୁରତାର ସହିତ ମେସିନ ଯୋଗେ କାର୍ଯ୍ୟ କରୁଛି ବିଭାଗ । ଫଳରେ ମନରେଗା କାମ ଉପରୁ ଶ୍ରମିକଙ୍କର ଆସ୍ଥା ତୁଟିଗଲାଣି l

ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠୁ ଆରମ୍ଭ କରି ଗ୍ରାମ ପଞ୍ଚାୟତର ସମସ୍ତ  ବିଭାଗ  ମନରେଗା ଯୋଜନାରେ କାର୍ଯ୍ୟ କରୁଛନ୍ତି । ହେଲେବନ ବିଭାଗ ମେସିନ ଦ୍ୱାରା କାର୍ଯ୍ୟ କରୁଛି l ଯାହା ଏଠାରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି  l ଲୋକେ ଏଠାରେ  କାମ କରି ୧୧ ମାସ ହେଲା ମଜୁରୀ ପାଇନାହାନ୍ତି l ଅନ୍ୟପଟେ ମେସିନରେ ଟ୍ରେଞ୍ଚ ଖୋଳି ମାଲାମାଲ ହେଉଛନ୍ତି ଅଧିକାରୀ ଓ କର୍ମଚାରୀ।

ଠାକୁରମୁଣ୍ଡା ବନାଞ୍ଚଳର ବାଲିପୋଷି ସେକ୍ସନର ବୋରିଂ ବିଟ ଅଞ୍ଚଳରେ ଚରମ ଅବ୍ୟବସ୍ଥା ଏବେ ସାମ୍ନାକୁ ଆସିଛି l ବୋରିଂ ଗ୍ରାମରେ ଶ୍ରମିକମାନେ ୧୧ ମାସ ପୂର୍ବରୁ ଟ୍ରେଞ୍ଚ ଖୋଳିଛନ୍ତି  । ହେଲେ ଆଜି ପର୍ଯ୍ୟନ୍ତ ମଜୁରୀ ମିଳିନାହିଁ। ଏଠାରେ  ୨୫ ରୁ ଅଧିକ ମହିଳା ଏବଂ ପୁରୁଷ ଏହି କାମରେ ନିୟୋଜିତ ହୋଇ ୩୦ ରୁ ୪୫ ଦିନ  ମଜୁରୀ  କାମ କରିଛନ୍ତି।  ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ପ୍ରାପ୍ୟ ପାଇ ପାରିଲେ ନାହିଁ l ବନ କାର୍ଯ୍ୟାଳୟରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ଟଙ୍କାଟିଏ ପାଇଲେ ନାହିଁ l ଅଧିକାରୀ କହୁଛନ୍ତି ଆକାଉଣ୍ଟରେ ପଇଠ ହୋଇଛି । କିନ୍ତୁ ଜମାଖାତାରେ ଚେକ କଲାବେଳକୁ  ଟଙ୍କା ନାହିଁ।

ତେବେ ସେଠାରେ ଥିବା  ବନରକ୍ଷୀ ବୋରିଂରେ ରହୁନଥିବାରୁ ବନପାଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ଅନେକ ଶ୍ରମିକ ପକ୍କାଘର ପାଇଥିବାରୁ ଏବଂ ୯୫ ଦିନର ଶ୍ରମ ଦିବସ ହୋଇଥିବାରୁ ତାଙ୍କ ନାମରେ ମଜୁରୀ ଭରିବା ସମ୍ଭବ ହେଲାନାହିଁ । ଫଳରେ ଏପରି ସମସ୍ୟା ଦେଖା ଦେଇଛିl ଅନ୍ୟ କେତେକଙ୍କର ଆକାଉଣ୍ଟକୁ ଯାଇଛି  । ହେଲେ ଜାଣି ହେଉନାହିଁ ବୋଲି ପ୍ରକାଶ କରିଥିଲେ। ତେବେ ଆଗାମୀ ଦିନରେ ଯେମିତି ହେଲେ ମଜୁରୀ ଦିଆଯିବ ବୋଲି ସେ କହିଛନ୍ତି l ମାତ୍ର ଦାୟିତ୍ୱରେ ଥିବା ବନାଞ୍ଚଳ ଅଧିକାରୀ କିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହୁଛନ୍ତି ଶ୍ରମିକ କାମ କରିବାକୁ ବାହାରୁ ନ ଥିବାରୁ ମେସିନ ଲଗାଯାଉଛି l ତେବେ ମଜୁରୀ ଦେଇ ପାରୁନଥିବାରୁ ବନ ବିଭାଗ କାର୍ଯ୍ୟରେ ଶ୍ରମିକ ବିଶ୍ୱାସ ରଖୁନାହାନ୍ତି ବୋଲି ଜଣାପଡିଛି l ତେବେ ଗ୍ରାମର ହାରାମଣୀ ନାଏକ, ମମତା ନାଏକ,  ରାଇମଣି ନାଏକ , ଚୈତନ୍ୟ ଦେହୁରୀ, ନନ୍ଦିନୀ ଦେହୁରୀ, କଜଳ ନାଏକ, ଟୁନା ନାଏକ ଅନେକ ଶ୍ରମିକ ମଜୁରୀ  ପାଇନଥିବା ଅଭିଯୋଗ କରିଛନ୍ତି।

The post ମନରେଗାରେ ମଜୁରୀ ପାଉନାହାନ୍ତି ଶ୍ରମିକ, ମେସିନ କରୁଛି କାର୍ଯ୍ୟ appeared first on Odisha Reporter.

]]>
centre bottom 2021-09-11 16:01:17 https://odishareporter.in/wp-content/uploads/2021/09/tio.jpg
ଟିକା ପାଇଁ ନାହିଁ ନଥିବା ଭିଡ଼ https://odishareporter.in/uncategorized/huge-crowds-for-vaccinations-673436 Mon, 06 Sep 2021 11:06:06 +0000 https://odishareporter.in/?p=673436

କରଞ୍ଜିଆ(ଦୀପକ ମୁମାର ମହନ୍ତ): ମୟୂରଭଞ୍ଜ  ଜିଲ୍ଲାର ଠାକୁରମୁଣ୍ଡା ବ୍ଳକରେ କରୋନା ଭ୍ୟାକ୍ସିନ ପାଇଁ ପ୍ରବଳ ଜନଗହଳି  ଦେଖିବାକୁ ମିଳିଛି। ଲୋକେ ରାତି ୧ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ସକାଳୁ ପ୍ରବଳ ଜନ ଗହଳି ସହ ଟୋକନ୍ ପାଇଁ ଠେଲା ପେଲା ହୋଇଥିଲା। ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ରାଜି ହେଉନଥିଲେ। କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତିଦିନ ହଜାରହଜାର  ଲୋକ ଟିକା ନେବା ପାଇଁ […]

The post ଟିକା ପାଇଁ ନାହିଁ ନଥିବା ଭିଡ଼ appeared first on Odisha Reporter.

]]>

କରଞ୍ଜିଆ(ଦୀପକ ମୁମାର ମହନ୍ତ): ମୟୂରଭଞ୍ଜ  ଜିଲ୍ଲାର ଠାକୁରମୁଣ୍ଡା ବ୍ଳକରେ କରୋନା ଭ୍ୟାକ୍ସିନ ପାଇଁ ପ୍ରବଳ ଜନଗହଳି  ଦେଖିବାକୁ ମିଳିଛି। ଲୋକେ ରାତି ୧ଟା ରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ସକାଳୁ ପ୍ରବଳ ଜନ ଗହଳି ସହ ଟୋକନ୍ ପାଇଁ ଠେଲା ପେଲା ହୋଇଥିଲା। ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ରାଜି ହେଉନଥିଲେ। କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତିଦିନ ହଜାରହଜାର  ଲୋକ ଟିକା ନେବା ପାଇଁ ଆସୁଛନ୍ତି।

ଲୋକେ ୨୦ରୁ ୩୦ କିମି ଦୂରରୁ ଟିକା ନେବା ପାଇଁ  ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି । ଏହି ବ୍ଲକର ପଡିଆଵେଡା ଓ ଚମ୍ପାଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିବା ଯୋଗୁଁ ଏଠାରେ ପ୍ରବଳ ଭିଡ ହେଉଛି ।  ବର୍ତ୍ତମାନ ପ୍ରଶାସନ ଦିନକୁ ୪ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର୍ଯ୍ୟ କରି ଥିବା ବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ଆସୁଛନ୍ତି। ଭୋରୁ ଡାକ୍ତରଖାନା ଗେଟ୍ ରୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅଖିଆ  ଅପିଆ ଛିଡା ହୋଇ ରହୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଗ୍ରାମାଞ୍ଚଳ ଗୁଡିକରେ ମୋବାଇଲ ନେଟୱର୍କ ନଥିବାରୁ ଅନ୍ ଲାଇନ୍ ପଞ୍ଜିକୃତ ହୋଇ ପାରୁନି । ଫଳରେ ଏଠାରେ ପଞ୍ଜିକରଣ କରିବା ସହିତ ଟିକା ଆଶାୟୀଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି। ଠାକୁରମୁଣ୍ଡା ମେଡିକାଲ ପରିସରରେ ପ୍ରତ୍ୟେକ ଦିନ ଭୋରୁ ଶହଶହ ଲୋକ ଲମ୍ବାଧାଡିରେ   ଟିକା ନେବା ପାଇଁ  ଛିଡା ହେଉଛନ୍ତି। ୧୮ବର୍ଷରୁ ଊର୍ଦ୍ଧ୍ଵ ପୁରୁଷ, ମହିଳା ଏବଂ ଗର୍ଭବତୀ ମାମାନେ ମଧ୍ୟ ଏଠାରେ ଘଣ୍ଟା ଘଣ୍ଟା ଛିଡା ହଇ ରହୁଛନ୍ତି । ଏଠାରେ ମାତ୍ର ୪/୫ଶହ ଲୋକଙ୍କୁ ଟିକା ଦିଆ ଯାଉଥିବା ବେଳେ ହଜାର ହଜାର ଲୋକ ଲମ୍ବା ଲାଇନ ରେ ଛିଡା ହୋଇ ରହୁଛନ୍ତି। ଶେଷରେ ଟିକା ନ ପାଇ ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି କିଛି ଲୋକେ। ତେଣୁ ଠାକୁରମୁଣ୍ଡା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇବା ସହ ପ୍ରତ୍ୟେକ ପଞ୍ଚାୟତ ଗୁଡିକରେ କ୍ୟାମ୍ପକରି ଟିକା ଦେବା ପାଇଁ  ପଞ୍ଚାୟତବାସୀ ଦାବି କରିଛନ୍ତି। ତେବେ ଏବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବାକର ମାଝୀଙ୍କୁ ପଚାରିବାରୁ କିଛି କହିବାକୁ ମନା କରିଦେଇଛନ୍ତି।

The post ଟିକା ପାଇଁ ନାହିଁ ନଥିବା ଭିଡ଼ appeared first on Odisha Reporter.

]]>
centre bottom 2021-09-06 16:36:06 https://cdn.odishareporter.in/wp-content/uploads/2021/09/06163257/5g-1.jpg
ସଫାରୀରୁ ଖସିଗଲା ମହାବଳ, ନନ୍ଦନକାନନରେ ଆତଙ୍କ https://odishareporter.in/odisha/tiger-escaped-from-encloser-672254 Thu, 02 Sep 2021 07:34:22 +0000 https://odishareporter.in/?p=672254

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଫାରୀରୁ ଖସିଗଲା ମହାବଳ ବାଘ ସୂରଜ। ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଖେଳି ଯାଇଥିଲା ଆତଙ୍କ। ତେବେ କିଛି ସମୟ ମଧ୍ୟରେ କର୍ମଚାରୀ ଖୋଜାଖୋଜି କରି ସୂରଜକୁ ସେହି ସଫାରୀ ଭିତରୁ ହିଁ ପାଇଥିଲେ ବୋଲି ଜଣାପଡ଼ିଛି। ସଫାରୀରେ ଥିବା ବାଘଙ୍କୁ ଖାଇବାକୁ ଦେବା ପାଇଁ ନିୟୋଜିତ କର୍ମଚାରୀ ଯାଇଥିଲେ। ମାତ୍ର ଜାଲିରେ ଛିଦ୍ର ହୋଇଥିବା ଦେଖି ବାଘ ବାହାରି ଯାଇଥିବା ସନ୍ଦେହ […]

The post ସଫାରୀରୁ ଖସିଗଲା ମହାବଳ, ନନ୍ଦନକାନନରେ ଆତଙ୍କ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଫାରୀରୁ ଖସିଗଲା ମହାବଳ ବାଘ ସୂରଜ। ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଖେଳି ଯାଇଥିଲା ଆତଙ୍କ। ତେବେ କିଛି ସମୟ ମଧ୍ୟରେ କର୍ମଚାରୀ ଖୋଜାଖୋଜି କରି ସୂରଜକୁ ସେହି ସଫାରୀ ଭିତରୁ ହିଁ ପାଇଥିଲେ ବୋଲି ଜଣାପଡ଼ିଛି।

ସଫାରୀରେ ଥିବା ବାଘଙ୍କୁ ଖାଇବାକୁ ଦେବା ପାଇଁ ନିୟୋଜିତ କର୍ମଚାରୀ ଯାଇଥିଲେ। ମାତ୍ର ଜାଲିରେ ଛିଦ୍ର ହୋଇଥିବା ଦେଖି ବାଘ ବାହାରି ଯାଇଥିବା ସନ୍ଦେହ କରିଥିଲେ। ଏକ୍ସପର୍ଟ ଟିମ୍‌ଙ୍କ ଦ୍ୱାରା ଖୋଜାଖୋଜି କରିବା ପରେ ପ୍ରାୟ ୧୦ରୁ ୧୫ ମିନିଟ୍‌ ମଧ୍ୟରେ ବାଘକୁ ଠାବ କରାଯାଇଥିଲା। ଏବେ ସ୍ଥିତି ସ୍ୱାଭାବିକ ଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ବାଘ ସଫାରୀରୁ ଗାଏବ ଥିବା ଖବର ପ୍ରଚାରିତ ହେବା ପରେ ନନ୍ଦନକାନନରେ ଉପସ୍ଥିତ ଥିବା ପର୍ଯ୍ୟଟକ ବେଶ୍‌ ଡରି ଯାଇଥିଲେ। ହେଲେ ତତ୍‌କ୍ଷଣାତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ବାଘ ଭଳି ପ୍ରାଣୀଙ୍କ କ୍ଷେତ୍ରରେ ଏଭଳି ଆଚରଣ ସାମାନ୍ୟ । ଜଙ୍ଗଲି ଜନ୍ତୁ ହୋଇଥିବାରୁ କେତେବେଳେ କିପରି ଆଚରଣ ଦେଖାଇବ, ତାହା ଆକଳନ କରିବା କଷ୍ଟକର ବୋଲି  ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ, କରୋନା କଟକଣା ଯୋଗୁ ପୂର୍ବରୁ ନନ୍ଦନକାନନ ଶନିବାର ଓ ରବିବାର ବନ୍ଦ ରହୁଥିଲା। ହେଲେ ଏବେ ରାଜ୍ୟ ସରକାର ସପ୍ତାହାନ୍ତ ଶଟଡାଉନ୍‌  ଉଠାଇ ଦେଇଥିବା ବେଳେ ନନ୍ଦନକାନନ ମଧ୍ୟ ଏହି ୨ ଦିନ ଖୋଲା ରହିବ। ଆଉ ପୂର୍ବ ପରି ପ୍ରତି ସପ୍ତାହର ସୋମବାର ଦିନ ନନ୍ଦନକାନନ ବନ୍ଦ ରହିବ ବୋଲି  କହିଛନ୍ତି କର୍ତ୍ତୃପକ୍ଷ।

The post ସଫାରୀରୁ ଖସିଗଲା ମହାବଳ, ନନ୍ଦନକାନନରେ ଆତଙ୍କ appeared first on Odisha Reporter.

]]>
right top 2021-09-02 13:28:29 https://cdn.odishareporter.in/wp-content/uploads/2021/09/02130158/tiger.jpg
‘ଆମକୁ ମିଛ କହି ହୋଟେଲକୁ ଡାକି ଇସ୍ତଫା ପାଇଁ ପ୍ରବର୍ତ୍ତାଇଥିଲେ, ଆମେ ପଳାଇ ଆସିଲୁ’ https://odishareporter.in/odisha/mayurbhanj/they-lied-to-us-and-called-the-hotel-and-demanded-his-resignation-8-671740 Tue, 31 Aug 2021 14:08:06 +0000 https://odishareporter.in/?p=671740

ବାରିପଦା(ଓଡ଼ିଶା ରିପୋର୍ଟର): ମୟୁରଭଞ୍ଜ ବିଜେପିର ଘଡ଼ିକୁ ଘୋଡ଼ା ଛୁଟିଛି । ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟ  ଇସ୍ତଫା ଦେଇଥିଲେ । ଏହା ପରେ ଗତକାଲି ୧୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ଦଳକୁ ଫେରିଛନ୍ତି । ରବିବାର ଦଳକୁ ପାଞ୍ଚ ଜଣ ଫେରିଥିବା ବେଳେ ସୋମବାରକୁ ମିଶାଇ ମୋଟ ସାତ ଜଣ ସଦସ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି […]

The post ‘ଆମକୁ ମିଛ କହି ହୋଟେଲକୁ ଡାକି ଇସ୍ତଫା ପାଇଁ ପ୍ରବର୍ତ୍ତାଇଥିଲେ, ଆମେ ପଳାଇ ଆସିଲୁ’ appeared first on Odisha Reporter.

]]>

ବାରିପଦା(ଓଡ଼ିଶା ରିପୋର୍ଟର): ମୟୁରଭଞ୍ଜ ବିଜେପିର ଘଡ଼ିକୁ ଘୋଡ଼ା ଛୁଟିଛି । ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟ  ଇସ୍ତଫା ଦେଇଥିଲେ । ଏହା ପରେ ଗତକାଲି ୧୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ଦଳକୁ ଫେରିଛନ୍ତି । ରବିବାର ଦଳକୁ ପାଞ୍ଚ ଜଣ ଫେରିଥିବା ବେଳେ ସୋମବାରକୁ ମିଶାଇ ମୋଟ ସାତ ଜଣ ସଦସ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ସଦସ୍ୟମାନଙ୍କୁ କେହି ମିଥ୍ୟା କହି ହୋଟେଲକୁ ଡାକି ନେଇଥିଲେ ଏବଂ  ଦଳରୁ ଇସ୍ତଫା ଦେବାକୁ ଦସ୍ତଖତ କରାଇ ନେଇଥିଲେ ବୋଲି କହିଛନ୍ତି। ପୂର୍ବ ମନୋମାଳିନ୍ୟ ଆଉ ନାହିଁ ସେମାନେ ଦଳରେ ରହିବେ ବୋଲି କହିଛନ୍ତି । ଏ ନେଇ ବିଜେଡି ପ୍ରୋଲୋଭନ ଦେଖାଇ ଏପରି ଚକ୍ରାନ୍ତ କରୁଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ।

ସେପଟେ ଇସ୍ତଫା ଦେଇଥିବା ୧୫ ସଦସ୍ୟ ଙ୍କ ମଧ୍ୟରୁ ସାତ ଜଣ ଦଳକୁ ଫେରିଥିବା ବେଳେ ଅନ୍ୟ ସାତ ସଦସ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ତଥା ବିଭିନ୍ନ ଆଡ଼ୁ ସେମାନଙ୍କୁ  ଧମକ ଦିଆ ଯାଉଥିବା ଦର୍ଶାଇ ମୟୁରଭଞ୍ଜ ଏସପିଙ୍କୁ ଭେଟି ଜଣାଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ପରିଷଦର ୫୯ ସଦସ୍ୟଙ୍କ ମଧ୍ୟରୁ ୪୮ଟି ବିଜେପି ହାତରେ ରହିଛି । ୧୫ ସଦସ୍ୟଙ୍କ ଇସ୍ତଫା ପରେ ୭ ଜଣ ପ୍ରତ୍ୟାବର୍ତ୍ତନ  ମୟୁରଭଞ୍ଜ ରାଜନୀତି ସରଗରମ ହୋଇଛି ।

The post ‘ଆମକୁ ମିଛ କହି ହୋଟେଲକୁ ଡାକି ଇସ୍ତଫା ପାଇଁ ପ୍ରବର୍ତ୍ତାଇଥିଲେ, ଆମେ ପଳାଇ ଆସିଲୁ’ appeared first on Odisha Reporter.

]]>
right top, State Bjp 2021-09-01 16:39:12 https://cdn.odishareporter.in/wp-content/uploads/2021/08/31193722/6hl1.jpg
ବିଜେପି ଛାଡ଼ିଥିଲେ ୧୫ ସଦସ୍ୟ, ୨ ଦିନରେ ଫେରିଲେଣି ୭ https://odishareporter.in/odisha/out-of-15-7-members-return-to-bjp-within-2-days-in-mayurbhanj-671492 Tue, 31 Aug 2021 04:44:29 +0000 https://odishareporter.in/?p=671492

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ବିଜେପିରେ ଘଡ଼ିକେ ଘୋଡ଼ା ଛୁଟିଛି । ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟସଦସ୍ୟା ଇସ୍ତଫା ଦେଇଥିଲେ । ହେଲେ ଗତ ୨ ଦିନ ମଧ୍ୟରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଘର ବାହୁଡ଼ା ହୋଇ ସାରିଲାଣି। ଗତ ରବିବାର ଦଳକୁ ୫ ଜଣ ଫେରିଥିବା ବେଳେ ସୋମବାର ୨ ଜଣକୁ ସମୁଦାୟ ମୋଟ ସାତ ଜଣ ଦଳକୁ […]

The post ବିଜେପି ଛାଡ଼ିଥିଲେ ୧୫ ସଦସ୍ୟ, ୨ ଦିନରେ ଫେରିଲେଣି ୭ appeared first on Odisha Reporter.

]]>

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ବିଜେପିରେ ଘଡ଼ିକେ ଘୋଡ଼ା ଛୁଟିଛି । ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟସଦସ୍ୟା ଇସ୍ତଫା ଦେଇଥିଲେ । ହେଲେ ଗତ ୨ ଦିନ ମଧ୍ୟରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଘର ବାହୁଡ଼ା ହୋଇ ସାରିଲାଣି।

ଗତ ରବିବାର ଦଳକୁ ୫ ଜଣ ଫେରିଥିବା ବେଳେ ସୋମବାର ୨ ଜଣକୁ ସମୁଦାୟ ମୋଟ ସାତ ଜଣ ଦଳକୁ ଫେରି ସାରିଲେଣି।  ଦଳକୁ ଫେରିବା ପରେକେହି ହୋଟେଲ କୁ ଡାକି ନେଇ   ଦଳରୁ ଇସ୍ତଫା ଦେବାକୁ ଦସ୍ତଖତ କରାଇ ନେଇଥିବା କହିଛନ୍ତି ସେମାନେ। ପୂର୍ବରୁ ଥିବା ମନ ମାଳିନ୍ୟ ଆଉ ନାହିଁ ସେମାନେ ଦଳରେ ରହିବେ । ବିଜେଡି ପ୍ରଲୋଭନ ଦେଖାଇ ଏପରି ଚକ୍ରାନ୍ତ କରୁଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ।

ସେପଟେ ଇସ୍ତଫା ଦେଇଥିବା ୧୫ ସଦସ୍ୟଙ୍କ ମଧ୍ୟରୁ ୭ ଦଳ କୁ ଫେରିଥିବା ବେଳେ ଅନ୍ୟ ୭ ସଦସ୍ୟ ନିଜ ଜିବନ ପ୍ରତି ବିପଦ ଥିବା କହିଛନ୍ତି। ସେମାନଙ୍କୁ ବିଭିନ୍ନ ଆଡ଼ୁ ଧମକ ଚମକ ଦିଆଯାଉଛି। ଏପରିକି ନିଜ ସୁରକ୍ଷା ପାଇଁ ସେମାନେ ମୟୂରଭଞ୍ଜ ଏସପିଙ୍କୁ ଭେଟି ଦାବି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ପରିଷଦର ୫୯ ସିଟ୍‌  ମଧ୍ୟରୁ ୪୮ ଟି ପଦ ବିଜେପି ହାତରେ ରହିଛି । ୧୫ ସଦସ୍ୟଙ୍କ ଇସ୍ତଫା ପରେ ୭ ଜଣଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ମୟୂରଭଞ୍ଜ ରାଜନୀତି ସରଗରମ ସହ ଚର୍ଚ୍ଚା ଜୋର ଧରିଛି ।

The post ବିଜେପି ଛାଡ଼ିଥିଲେ ୧୫ ସଦସ୍ୟ, ୨ ଦିନରେ ଫେରିଲେଣି ୭ appeared first on Odisha Reporter.

]]>
centre bottom 2021-08-31 10:14:29 https://cdn.odishareporter.in/wp-content/uploads/2021/08/31101241/bjp-1-1.jpg