ନବରଙ୍ଗପୁର – Odisha Reporter https://odishareporter.in Sun, 24 Oct 2021 09:20:08 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ନବରଙ୍ଗପୁର – Odisha Reporter https://odishareporter.in 32 32 ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା https://odishareporter.in/odisha/pradeep-majhi-declares-to-join-bjd-686130 Sun, 24 Oct 2021 07:59:13 +0000 https://odishareporter.in/?p=686130

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେଡିରେ ମିଶିବେ କଂଗ୍ରେସ ଛାଡ଼ିଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେବେ। ପ୍ରଦୀପ କେବେ ବିଜେଡିରେ ମିଶିବେ, ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ୨୮ରୁ ୩୦ ତାରିଖ ଭିତରେ ସେ ବିଜେଡିରେ ଯୋଗ ଦେବେ। ଯଦି ୨୮ ବା ୨୯ରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ […]

The post ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା appeared first on Odisha Reporter.

]]>

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେଡିରେ ମିଶିବେ କଂଗ୍ରେସ ଛାଡ଼ିଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେବେ।

ପ୍ରଦୀପ କେବେ ବିଜେଡିରେ ମିଶିବେ, ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ୨୮ରୁ ୩୦ ତାରିଖ ଭିତରେ ସେ ବିଜେଡିରେ ଯୋଗ ଦେବେ। ଯଦି ୨୮ ବା ୨୯ରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ନବରଙ୍ଗପୁର ଆସିବେ, ତା’ହେଲେ ସେହି କାର୍ଯ୍ୟକ୍ରମରେ ପ୍ରଦୀପ ବିଜେଡିରେ ମିଶିବେ। ନହେଲେ ସେ ସମର୍ଥକଙ୍କ ସହିତ ଭୁବନେଶ୍ୱର ଯାଇ ବିଜେଡିରେ ମିଶିବେ।

ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି। ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ ରଚିଛି। ନବରଙ୍ଗପୁର ସମେତ ଅବିଭକ୍ତ କୋରାପୁଟର ବିକାଶ ପାଇଁ ସେମାନେ ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ବୋଲି ପ୍ରଦୀପ କହିଛନ୍ତି।

ସେ କହିଛନ୍ତି, ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ। ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ।

ପ୍ରଦୀପ କହିଛନ୍ତି, ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ। କଂଗ୍ରେସରେ ରହି ଅବିଭକ୍ତ କୋରାପୁଟର ବିକାଶ କରି ହେବ ନାହିଁ। ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରିବ କି ନାହିଁ, ସେ ନେଇ ମଧ୍ୟ ସନ୍ଦେହ ରହିଛି ବୋଲି ସେ କହିଛନ୍ତି।

ଦୁଇ ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ସାଂଗଠନିକ ସ୍ତରରେ କଂଗ୍ରେସ ଦୁର୍ବଳ ହୋଇଯାଇଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ। କଂଗ୍ରେସରେ ରହି ଆଉ ଲୋକଙ୍କ ସେବା କରିବା ସମ୍ଭବ ନୁହେଁ ବୋଲି ସେ ଉଲ୍ଲେଖ କରିବା ସହିତ ଅତ୍ୟନ୍ତ ଦୁଃଖ ଓ କଷ୍ଟର ସହିତ ଦଳ ଛାଡ଼ୁଥିବା ଲେଖିଥିଲେ।

ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେବା ବେଳେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ। ସେ ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ନବରଙ୍ଗପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତା’ସହିତ ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ।

The post ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା appeared first on Odisha Reporter.

]]>
centre bottom 2021-10-24 14:50:08 https://odishareporter.in/wp-content/uploads/2021/10/Untitled-1-19.jpg
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗରେ ମହିଳା କିରାଣି ଗିରଫ https://odishareporter.in/odisha/nabarangpur/woman-clerk-arrested-on-charges-of-embezzling-more-than-one-crore-rupees-685162 Tue, 19 Oct 2021 10:54:34 +0000 https://odishareporter.in/?p=685162

ଉମରକୋଟ (କାର୍ତ୍ତିକ ମଲ୍ଲିକ): କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଡାବୁଗାଁ ତହସିଲ କାର୍ଯ୍ୟାଳୟର ମହିଳା କିରାଣିଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ଏବଂ ନବରଙ୍ଗପୁର ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଆଜି ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ମହିଳା କିରାଣି ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ। ପ୍ରାପ୍ତ ସୂଚନା […]

The post କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗରେ ମହିଳା କିରାଣି ଗିରଫ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଡାବୁଗାଁ ତହସିଲ କାର୍ଯ୍ୟାଳୟର ମହିଳା କିରାଣିଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ଏବଂ ନବରଙ୍ଗପୁର ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଆଜି ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ମହିଳା କିରାଣି ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ।

ପ୍ରାପ୍ତ ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ନାଜିର୍ ଭାବେ କାର୍ଯ୍ୟରତ ଚନ୍ଦନା ମଣ୍ଡଳ କାର୍ଯ୍ୟାଳୟର ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଡାବୁଗାଁ ତହସିଲଦାର ଗତ ମେ ମାସ ୨୮ ତାରିଖରେ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ପରେ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ କରା ଯାଇଥିବା ତଦନ୍ତରେ ୧ କୋଟି ୪୫ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ରିପୋର୍ଟ ଆସିଥିଲା।

ଏହି ଘଟଣା ପଦାକୁ ଆସିବା ପର ଠାରୁ ଉକ୍ତ ମହିଳା କିରାଣି ଜଣକ ଫେରାର୍ ଥିଲେ। ଉକ୍ତ ରିପୋର୍ଟକୁ ଆଧାର କରି ଗତକାଲି ନବରଙ୍ଗପୁର ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର ବେହୁରିଆ ଏବଂ ନବରଙ୍ଗପୁର ଥାନା ଅଧିକାରୀ ତାରିକ୍ ଅହମ୍ମଦଙ୍କୁ ନେଇ ଗଠିତ ଏକ ଟିମ୍ ଡାବୁଗାଁ ସ୍ଥିତ ତାଙ୍କ ବାସଭବନ ଓ ଡାବୁଗାଁରେ ଥିବା ତାଙ୍କ ସ୍ୱାମୀଙ୍କ ଦୋକାନ ଉପରେ ଚଢଉ କରିବା ସହ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ତାଙ୍କ ଆକାଉଣ୍ଟରୁ ମୋଟ ୨୭ ଲକ୍ଷ ଟଙ୍କା ଫ୍ରିଜ୍ କରିଥିଲେ।

ଆଜି ଚନ୍ଦନା ମଣ୍ଡଳଙ୍କୁ ଉକ୍ତ ସ୍ୱତନ୍ତ୍ର ଟିମ୍ ଛତିଶଗଡ଼ ରାଜ୍ୟର ସୁକୁମା ଅଞ୍ଚଳରୁ ଗିରଫ କରି ଉମରକୋଟ ଥାନାକୁ ଆଣିଥିବା ବେଳେ ଅଧିକ ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏହାଛଡ଼ା ଦରକାର ପଡିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ।

The post କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗରେ ମହିଳା କିରାଣି ଗିରଫ appeared first on Odisha Reporter.

]]>
right bottom 2021-10-19 16:24:34 https://odishareporter.in/wp-content/uploads/2021/10/umarkote.jpg
ଘଞ୍ଚ ଜଙ୍ଗଲରେ ଚାରିଦିନ ଧରି ତପସ୍ୟା କରୁଛନ୍ତି ମହିଳା, ଆଉ କହୁଛନ୍ତି… https://odishareporter.in/odisha/nabarangpur/woman-asceticism-for-four-days-in-the-forest-know-the-reason-682046 Wed, 06 Oct 2021 11:59:33 +0000 https://odishareporter.in/?p=682046

ନବରଙ୍ଗପୁର (ନବଘନ ବିଷୋୟୀ): ଘଞ୍ଚ ଜଙ୍ଗଲରେ ତପସ୍ୟାରେ ମଗ୍ନ ଅଛନ୍ତି ମହିଳା। ଆଉ କହୁଛନ୍ତି, ମୋ ଦେହରେ ବାସୁକୀ ମାତା ଆସିଛନ୍ତି। ମାତାଙ୍କ ସ୍ୱପ୍ନାଦେଶ ପାଇ ମୁଁ ଜଙ୍ଗଲରେ ତପସ୍ୟା କରିବାକୁ ଆସିଛି। ଆଉ ଚାରିଦିନ ହେଲା ଜଙ୍ଗଲରେ ତପସ୍ୟାରେ କରୁଛନ୍ତି। ସେହି ମହିଳାଙ୍କ ନିକଟରେ ପୂଜାର୍ଚ୍ଚନା ବି ଚାଲିଛି। ତେଣେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଜଣକ ବିକୃତ ମସ୍ତିସ୍କ। ଏପରି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ […]

The post ଘଞ୍ଚ ଜଙ୍ଗଲରେ ଚାରିଦିନ ଧରି ତପସ୍ୟା କରୁଛନ୍ତି ମହିଳା, ଆଉ କହୁଛନ୍ତି… appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଷୋୟୀ): ଘଞ୍ଚ ଜଙ୍ଗଲରେ ତପସ୍ୟାରେ ମଗ୍ନ ଅଛନ୍ତି ମହିଳା। ଆଉ କହୁଛନ୍ତି, ମୋ ଦେହରେ ବାସୁକୀ ମାତା ଆସିଛନ୍ତି। ମାତାଙ୍କ ସ୍ୱପ୍ନାଦେଶ ପାଇ ମୁଁ ଜଙ୍ଗଲରେ ତପସ୍ୟା କରିବାକୁ ଆସିଛି। ଆଉ ଚାରିଦିନ ହେଲା ଜଙ୍ଗଲରେ ତପସ୍ୟାରେ କରୁଛନ୍ତି। ସେହି ମହିଳାଙ୍କ ନିକଟରେ ପୂଜାର୍ଚ୍ଚନା ବି ଚାଲିଛି। ତେଣେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଜଣକ ବିକୃତ ମସ୍ତିସ୍କ। ଏପରି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଗ୍ରାମ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲରେ। ଯେଉଁଠାରେ ଅନ୍ଧବିଶ୍ୱାସ ଆଗରେ ହାର୍ ମାନିଛି ବିଜ୍ଞାନ।

ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ। ସ୍ୱାମୀ ସିଙ୍ଗି ହରିଜନ ଗାଈ ଚରାଉ ଥିବା ବେଳେ ସ୍ତ୍ରୀ ବାଲମତି ଝଡ଼ା ଫୁଙ୍କା ଆଦି କାମ କରି ପରିବାର ପୋଷନ୍ତି। ହେଲେ ଶନିବାର ବିଳମ୍ବିତ ରାତିରେ ବାଲମତି ଜଙ୍ଗଲକୁ ତପସ୍ୟା କରିବାକୁ ଚାଲିଗଲେ। ବାସୁକୀ ମାତାଙ୍କର ସ୍ୱପ୍ନାଦେଶ ପାଇବା ପରେ ସେ ଜଙ୍ଗଲ ଯାଇଥିବା ତାଙ୍କ ସ୍ୱାମୀ କହିଛନ୍ତି। ରାତି ପ୍ରାୟ ୨ଟାରୁ ସେ ଘରୁ ବାହାରିଥିଲେ।

ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜା ଖୋଜି କରିବା ପରେ ପାଇନଥିଲେ। ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ମହିଳାଙ୍କୁ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଭିଡ଼ ଜମିଯାଇଥିଲା। ଲୋକେ ବାଲଙ୍କ ନିକଟରେ ନଡ଼ିଆ କଦଳୀ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ବାଲ ତପସ୍ୟାରତ ଥିବାରୁ ତାଙ୍କ ସୁରକ୍ଷା ଲାଗି ସ୍ୱାମୀ ସିଙ୍ଗି ନିକଟସ୍ଥ ସ୍ଥାନରେ ଜଗି ରହିଛନ୍ତି। ବାଲ ଦୁଇ ଚାମଚ କ୍ଷୀର ପିଉ ଥିବା ବେଳେ ପାହାନ୍ତିଆ ୩ଟାରେ ଗାଧୋଇବାକୁ ଯାଉଥିବା ଭକ୍ତ ମାନେ କହିଛନ୍ତି। ଉଭୟ ଅଲେଖ ଧର୍ମ ଗ୍ରହଣ କରିଛନ୍ତି।

ଗୋଟିଏ ପଟେ ତପସ୍ୟାରତ ମହିଳା କାହା ସହ କଥା ହେଉନଥିବା ଭକ୍ତ ମାନେ କହୁଥିଲା ବେଳେ କ୍ୟାମେରା ସାମ୍ନାରେ ସେ ଘର, ମନ୍ଦିର ଓ ନଳକୂପ ପାଇଁ ଦାବି କରିଛନ୍ତି। ଏଥିସହ କ୍ୟାମେରାରେ ସେ କରୁଥିବା ସ୍ତୁତିକୁ ରେକର୍ଡିଂ କରିବାକୁ କହିଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକେ ଉକ୍ତ ମହିଳା ଜଣକ ବାହାନା କରି ଏଭଳି କରୁଥିବା ଅଭିଯୋଗ କରିଛନ୍ତି।

ସେହିଭଳି ପାପଡାହାଣ୍ଡି ଗ୍ରାମର ସୁଶାନ୍ତ ବେହେରା ଅଭିଯୋଗ ଆଣିଛନ୍ତି ଯେ ମହିଳାଙ୍କ ମସ୍ତିଷ୍କ ଖରାପ ଅଛି। ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସତ୍ୟକୁ ଉଜାଗର କରିବାକୁ ସେ ଦାବି କରିଛନ୍ତି। ଏହା ଅନ୍ଧ ବିଶ୍ୱାସ ନା ଭଗବାନ ପ୍ରେମ ତାହା ଜଣା ପଡୁନଥିବା ବେଳେ ଲୋକଙ୍କ ଭିଡ଼ ଦେଖି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

The post ଘଞ୍ଚ ଜଙ୍ଗଲରେ ଚାରିଦିନ ଧରି ତପସ୍ୟା କରୁଛନ୍ତି ମହିଳା, ଆଉ କହୁଛନ୍ତି… appeared first on Odisha Reporter.

]]>
right bottom 2021-10-06 17:29:33 https://odishareporter.in/wp-content/uploads/2021/10/tapasya.jpg
ମା’କୁ ପଥର ମାଡ଼ କରି ଝିଅକୁ ଟେକି ନେଲା ଅଭିଯୁକ୍ତ https://odishareporter.in/odisha/accused-raped-minor-girl-673321 Mon, 06 Sep 2021 06:54:26 +0000 https://odishareporter.in/?p=673321

ନବରଙ୍ଗପୁର(ନବଘନ ବିଶୋୟୀ):- ନାବାଳିକା ଉପରେ ଲୋଲୁପ ଦୃଷ୍ଟି ରଖିଥିଲା ଅଭିଯୁକ୍ତ । ରାସ୍ତାରୁ କଣ୍ଟା ସଫା କରିବା ପାଇଁ ନାବାଳିକାର ମା’କୁ ଟେକା ମାରିଲା । ମା’ ଅଚେତ ହୋଇ ପଡ଼ିଯିବା ପରେ ନାବାଳିକା ଝିଅକୁ ଟେକି ନେଇ ଦୁଷ୍କର୍ମ କଲା । ଏପରିକି ବାହାରେ ପ୍ରଘଟ କଲେ ମାରିଦେବାକୁ ଧମକ ମଧ୍ୟ ଦେଲା। ଏହାସତ୍ତ୍ୱେ ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ହର୍ମିମୁଣ୍ଡାର ତୁଲାରାମ ମାଝୀକୁ ଗିରଫ କରିଛି।  ଅଭିଯୁକ୍ତ ମାଡ଼ରେ ଗୁରୁତର […]

The post ମା’କୁ ପଥର ମାଡ଼ କରି ଝିଅକୁ ଟେକି ନେଲା ଅଭିଯୁକ୍ତ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ):- ନାବାଳିକା ଉପରେ ଲୋଲୁପ ଦୃଷ୍ଟି ରଖିଥିଲା ଅଭିଯୁକ୍ତ । ରାସ୍ତାରୁ କଣ୍ଟା ସଫା କରିବା ପାଇଁ ନାବାଳିକାର ମା’କୁ ଟେକା ମାରିଲା । ମା’ ଅଚେତ ହୋଇ ପଡ଼ିଯିବା ପରେ ନାବାଳିକା ଝିଅକୁ ଟେକି ନେଇ ଦୁଷ୍କର୍ମ କଲା । ଏପରିକି ବାହାରେ ପ୍ରଘଟ କଲେ ମାରିଦେବାକୁ ଧମକ ମଧ୍ୟ ଦେଲା। ଏହାସତ୍ତ୍ୱେ ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ହର୍ମିମୁଣ୍ଡାର ତୁଲାରାମ ମାଝୀକୁ ଗିରଫ କରିଛି।  ଅଭିଯୁକ୍ତ ମାଡ଼ରେ ଗୁରୁତର ହୋଇ ପଡ଼ିଥିବା ନାବାଳିକାଙ୍କ ମା’ ଏବେ ମରଣ ସହ ସଂଘର୍ଷ କରୁଛନ୍ତି। ନବରଙ୍ଗପୁରରେ ଆସିଲା ଏପରି ଏକ  ଚାଞ୍ଚଲ୍ୟକର ଘଟଣା l

ସୂଚନା ଅନୁଯାୟୀ,  ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ମହିଳାଜଣକ ନିଜ ୧୫ ବର୍ଷୀୟା ନାବାଳିକା ଝିଅ ସହ ଗତ ୩ ତାରିଖରେ ସକାଳୁ ନିଜ ଜମିକୁ କାମ କରିବାକୁ ଯାଇଥିଲେ। ଜମି କାମ ସାରି ଉଭୟ ମା’ ଏବଂ ଝିଅ ସନ୍ଧ୍ୟାରେ ଘରକୁ ଫେରୁଥିଲେ।

ଏହି ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ହର୍ମିମୁଣ୍ଡାର ତୁଲାରାମ ମାଝୀ ହାତରେ କିଛି ପଥର ଧରି ଉଭୟ ମା’ ଓ ଝିଅଙ୍କ ଫେରିବା ବାଟକୁ ଚାହିଁ ବସିଥିଲା। ସନ୍ଧ୍ୟା ସମୟରେ ସେମାନେ ଜମିରୁ ଫେରିବା ବାଟରେ ଅଭିଯୁକ୍ତ ପ୍ରଥମେ ମା’ ମୁଣ୍ଡକୁ ପଥର  ମାରି ରକ୍ତାକ୍ତ କରିଥିଲା। ମା’  ଅଚେତ ହୋଇ ତଳେ ପଡିଯିବା ପରେ ନାବାଳିକା ଝିଅର ହାତଗୋଡ଼ ବାନ୍ଧି ମକା କ୍ଷେତ ଭିତରକୁ ଟାଣି ନେଇଥିଲା ତୁଲାରାମ । ସେଠାରେ ସେ ନାବାଳିକାକୁ ଦୁଷ୍କର୍ମ କରି  ଛାଡି ଚାଲିଯାଇଥିଲା ବୋଲି ପୀଡିତା ବୟାନ କରିଛନ୍ତି।

ଗ୍ରାମବାସୀ ରକ୍ତାକ୍ତ ଅବସ୍ଥାରେ ମା’ଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକାନ୍ଦିକାନ୍ଦି ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲା। ଝିଅଙ୍କ ବାପା ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ତୁଲାରାମକୁ ପୂଜାରୀଗୁଡାଗ୍ରାମ ନିକଟରୁ ଗିରଫ କରିଛି ପୁଲିସ। ପୁଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ କ୍ରିଏଟ କରିଛି।

ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ନଚେତ ଅଭିଯୁକ୍ତ ବାହାରକୁ ବାହାରି ପୁଣି ଅନ୍ୟ ଝିଅର ଜୀବନ ନଷ୍ଟ କରିଦେବ ବୋଲି ସେମାନେ ଶଙ୍କା ପ୍ରକଟ କରିଛନ୍ତି। ତଦନ୍ତ ଜାରି ରହିଥିବାରୁ ଏସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

The post ମା’କୁ ପଥର ମାଡ଼ କରି ଝିଅକୁ ଟେକି ନେଲା ଅଭିଯୁକ୍ତ appeared first on Odisha Reporter.

]]>
right bottom 2021-09-06 12:24:26 https://cdn.odishareporter.in/wp-content/uploads/2021/03/03100924/minor.jpg
ଶିକ୍ଷକଙ୍କୁ ମାଗୁଥିଲେ ୫୦ ହଜାର, ବନ୍ଧା ହେଲେ ୨ ୱେବ ସାମ୍ବାଦିକ https://odishareporter.in/odisha/2-jurnalists-arrested-in-cse-of-taking-bribe-from-a-teacher-673222 Mon, 06 Sep 2021 02:30:52 +0000 https://odishareporter.in/?p=673222

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଫେରାର୍ ଥିବା ସୂଚନା ମିଳିଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଘଟିଛି। ଉମରକୋଟ ବ୍ଲକ ନାୟକଗୁଡାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ସେହି ଗ୍ରାମର ଜଣେ ୧୦ ବର୍ଷର ନାବାଳକ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ । […]

The post ଶିକ୍ଷକଙ୍କୁ ମାଗୁଥିଲେ ୫୦ ହଜାର, ବନ୍ଧା ହେଲେ ୨ ୱେବ ସାମ୍ବାଦିକ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଫେରାର୍ ଥିବା ସୂଚନା ମିଳିଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଘଟିଛି।

ଉମରକୋଟ ବ୍ଲକ ନାୟକଗୁଡାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ସେହି ଗ୍ରାମର ଜଣେ ୧୦ ବର୍ଷର ନାବାଳକ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ନାବାଳକଙ୍କୁ ବାରଣ କରିବାରୁ ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅଭିଭାବକ ଜଣକ ତିନି ଜଣ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଡାକିଥିଲେ।

ଖବର ପାଇ ଜିତେନ୍ଦ୍ର ଦାସ, ନିଗମ ସାହୁ ଏବଂ ଶଙ୍କର ତୁରୁକ ନାମକ ୩ ଜଣ ୱେବ୍‌ ସାମ୍ବାଦିକ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ।  ଉକ୍ତ ଘଟଣାର ସମାଧାନ କରିବା ପାଇଁ ସଂପୃକ୍ତ ଶିକ୍ଷକଙ୍କଠାରୁ ସେମାନେ ୫୦ ହଜାର ଟଙ୍କା ଦାବି କରିଥିଲେ। ସମ୍ପୃକ୍ତ ଶିକ୍ଷକ ଜଣକ ୩୫ ହଜାର ଟଙ୍କା ଦେଇଥିଲେ। ବାକି ୧୫ ହଜାର ଟଙ୍କା ପାଇଁ ଉକ୍ତ ସାମ୍ବାଦିକମାନେ ଧମକ ଚମକ ଦେବା ପରେ ଶିକ୍ଷକ ଜଣକ ଏନେଇ ଗତକାଲି ଥାନାରେ ସେମାନଙ୍କ ସମେତ ଅଭିଭାବକ କମଳ ବଞ୍ଜାରାଙ୍କ ନାମରେ ଏତଲା ଦେଇଥିଲେ।

ଉମରକୋଟ ପୁଲିସ୍‌ ଘଟଣାର ତଦନ୍ତ କରି ୱେବ୍‌ ସାମ୍ବାଦିକ ଜିତେନ୍ଦ୍ର ଦାସ ଓ ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଏଥିରେ ସମ୍ପୃକ୍ତ ନିଗମ ସାହୁ ଫେରାର୍ ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ନରେଶ ପ୍ରଧାନ।

The post ଶିକ୍ଷକଙ୍କୁ ମାଗୁଥିଲେ ୫୦ ହଜାର, ବନ୍ଧା ହେଲେ ୨ ୱେବ ସାମ୍ବାଦିକ appeared first on Odisha Reporter.

]]>
centre bottom 2021-09-06 09:05:39 https://cdn.odishareporter.in/wp-content/uploads/2021/09/06075822/sss-2.jpg
ସାର ପାଇଁ ହୋହଲ୍ଲା, ଠେଲା ପେଲା https://odishareporter.in/odisha/nabarangpur/fertilizer-problem-in-nabarangapur-672973 Sat, 04 Sep 2021 13:06:22 +0000 https://odishareporter.in/?p=672973

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର) ସାର ପାଇଁ ହୋହଲ୍ଲା। ଠେଲା ପେଲା ସାଙ୍ଗକୁ ପଥର ମାଡ଼ ଓ  ଭଙ୍ଗା ରୁଜା ମଧ୍ୟ ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି। ମିଳିଥିବା ସୂଚନା […]

The post ସାର ପାଇଁ ହୋହଲ୍ଲା, ଠେଲା ପେଲା appeared first on Odisha Reporter.

]]>

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର) ସାର ପାଇଁ ହୋହଲ୍ଲା। ଠେଲା ପେଲା ସାଙ୍ଗକୁ ପଥର ମାଡ଼ ଓ  ଭଙ୍ଗା ରୁଜା ମଧ୍ୟ ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି। ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡା ଲ୍ୟାମ୍ପରେ କିଛି ସାର ଆସିଥିଲା। ସାର ପାଇବା ପାଇଁ ସକାଳୁ ଲ୍ୟାମ୍ପ ସମ୍ମୁଖରେ ହଜାର ହଜାର ଚାଷୀଙ୍କ ଭିଡ଼ ଜମିଥିଲା। ଯେତିକି ପରିମାଣରେ ସାର ଆସିବା କଥା ତାଠାରୁ ଢେର କମ ସାର ଆସିଥିବା ଜାଣି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସହ ୟୁରିଆ ପାଇଁ ଠେଲାପେଲା ଆରମ୍ଭ ହୋଇଯାଇଥିଲା।

ପୁଲିସ ଚାଷୀଙ୍କ ଠେଲାପେଲା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ସ୍ଥାନୀୟ ପ୍ରଶାସନ ଓ ଲ୍ୟାମ୍ପ ପରିଚାଳକ ଆବଶ୍ୟକପରିମାଣର ସାର ଆସିବ ଓ ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ମାତ୍ର ୩ ଗାଡି ୟୁରିଆ ସାର ୧୭୦୦ ପେକେଟ କୋଷାଗୁମୁଡା ଲ୍ୟାମ୍ପକୁ ଆସିଥିବା ସୂଚନା ମିଳିଛି। ପ୍ରଶାସାନିକ ଅଧିକାରୀ ଓ ଲ୍ୟାମ୍ପ କର୍ତ୍ତୃପକ୍ଷ ଚାଷୀଙ୍କୁ ମିଛ ପ୍ରତିଶୃତି ଦେଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ସେପଟେ ସାର ନିଅଣ୍ଟକୁ ନେଇ ପୁଣି କୋଷାଗୁମୁଡା ଅଞ୍ଚଳର ଚାଷୀ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ ଆଜି ସାର ନେବା ପାଇଁ ପ୍ରାୟ ୩ ହଜାର ରୁ ଅଧିକ ଚାଷୀ ଆସିଥିବା ବେଳେ ଲ୍ୟାମ୍ପରେ ମାତ୍ର ୧୭ଶହ ବସ୍ତା ସାର ଯୋଗାଇ ଦିଆଯାଇଛି।

The post ସାର ପାଇଁ ହୋହଲ୍ଲା, ଠେଲା ପେଲା appeared first on Odisha Reporter.

]]>
right bottom 2021-09-04 18:36:22 https://cdn.odishareporter.in/wp-content/uploads/2021/09/04183431/5gn-1.jpg
ଆମ୍ବୁଲାନ୍ସ ପହଞ୍ଚିଲା, ତଥାପି ଖଟିଆରେ ବୁହା ହେଲେ ଗର୍ଭବତୀ https://odishareporter.in/odisha/nabarangpur/another-pregnant-woman-was-carried-in-a-bed-at-nabarangpur-district-667743 Tue, 17 Aug 2021 12:15:13 +0000 https://odishareporter.in/?p=667743

ଉମରକୋଟ (କାର୍ତ୍ତିକ ମଲ୍ଲିକ): ରାସ୍ତା ଖରାପ ଯୋଗୁଁ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ବର୍ଷା ଋତୁରେ ରାସ୍ତାର ଦୂରାବସ୍ତା ଯୋଗୁଁ ଗାଁ’ରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ। ଯେଉଁଠି ରାସ୍ତା ଖରାପ ଯୋଗୁଁ ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ଖଟିଆରେ ବୁହା […]

The post ଆମ୍ବୁଲାନ୍ସ ପହଞ୍ଚିଲା, ତଥାପି ଖଟିଆରେ ବୁହା ହେଲେ ଗର୍ଭବତୀ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): ରାସ୍ତା ଖରାପ ଯୋଗୁଁ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ବର୍ଷା ଋତୁରେ ରାସ୍ତାର ଦୂରାବସ୍ତା ଯୋଗୁଁ ଗାଁ’ରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ। ଯେଉଁଠି ରାସ୍ତା ଖରାପ ଯୋଗୁଁ ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ଖଟିଆରେ ବୁହା ହେଲେ ଗର୍ଭବତୀ।

ସୂଚନା ମୁତାବକ୍ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ମଞ୍ଜିତ ମାଝୀଙ୍କ ସ୍ତ୍ରୀ ସୂର୍ଯ୍ୟ ମାଝୀ ସୋମବାର ରାତି ୧୦ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ୍ ପାଇ ଆମ୍ବୁଲନ୍ସ ମଧ୍ୟ ଆସିଲା କିନ୍ତୁ ରାସ୍ତା ଖରାପ ଯୋଗୁଁ ଗାଁ’କୁ ପହଞ୍ଚି ନପାରି ପ୍ରାୟ ଦେଢ଼ କିଲୋମିଟର ଦୂର ବରପାଣି ଗ୍ରାମ ନିକଟରେ ଅଟକି ରହିଥିଲା।

ପରେ ଗ୍ରାମବାସୀଙ୍କ ସହଯୋଗରେ ଗର୍ଭବତୀ ମହିଳାଙ୍କୁ ଖଟିଆ ସାହାଯ୍ୟରେ ପ୍ରାୟ ଦେଢ଼ କିଲୋମିଟର କାଦୁଅ ଖାଲ ଦଦରା ରାସ୍ତା ଦେଇ ଦୀର୍ଘ ୨ ଘଣ୍ଟା ଧରି ଖଟିଆରେ ବୋହି ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ। ପରେ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାବେଳେ ବର୍ତ୍ତମାନ ସ୍ୱତନ୍ତ୍ର ଶିଶୁ ପ୍ରଯତ୍ନ ବିଭାଗରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ତେବେ ଉକ୍ତ ଗ୍ରାମରେ ପୂର୍ବରୁ ମଧ୍ୟ ରାସ୍ତା ଖରାପ ଯୋଗୁଁ ଗର୍ଭବତୀଙ୍କୁ ଏଭଳି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ପହଞ୍ଚା ଯାଇଥିବା ନଜିର ରହିଛି। ବାରମ୍ବାର ଏପରି ଘଟଣା ଘଟିବା ପରେ ମଧ୍ୟ ରାସ୍ତାର ମରାମତି ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

The post ଆମ୍ବୁଲାନ୍ସ ପହଞ୍ଚିଲା, ତଥାପି ଖଟିଆରେ ବୁହା ହେଲେ ଗର୍ଭବତୀ appeared first on Odisha Reporter.

]]>
right bottom 2021-08-17 17:55:02 https://cdn.odishareporter.in/wp-content/uploads/2021/08/17175421/ambulance-1.jpg
ପ୍ରଥମ ଓଡ଼ିଆ ଭାବେ ବନିତାଙ୍କ ସଫଳତା; ଆବିଷ୍କାର କଲେ ଉଲକା ପିଣ୍ଡ https://odishareporter.in/odisha/nabrangpur-dist-girl-invented-ulkapinda-663661 Mon, 02 Aug 2021 07:28:19 +0000 https://odishareporter.in/?p=663661

ନବରଙ୍ଗପୁର(ନବଘନ ବିଶୋୟୀ): ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ସାହିର ବନିତା ଦାସ l ଏହି ଉଲାକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। । ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି  ବନିତା ଦାସ l ସେ ମହାକାଶରେ ଥିବା ଏକ ଉଲାକା ପିଣ୍ଡକୁ ଆବିଷ୍କାର କରି ନବରଙ୍ଗପୁର ଜିଲ୍ଲାକୁ ସାରାଦେଶରେ ପରିଚୟ ଦେବାରେ ସକ୍ଷମ ହୋଇପାରିଛନ୍ତି l ଏଥିପାଇଁ […]

The post ପ୍ରଥମ ଓଡ଼ିଆ ଭାବେ ବନିତାଙ୍କ ସଫଳତା; ଆବିଷ୍କାର କଲେ ଉଲକା ପିଣ୍ଡ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ): ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ସାହିର ବନିତା ଦାସ l ଏହି ଉଲାକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। । ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି  ବନିତା ଦାସ l ସେ ମହାକାଶରେ ଥିବା ଏକ ଉଲାକା ପିଣ୍ଡକୁ ଆବିଷ୍କାର କରି ନବରଙ୍ଗପୁର ଜିଲ୍ଲାକୁ ସାରାଦେଶରେ ପରିଚୟ ଦେବାରେ ସକ୍ଷମ ହୋଇପାରିଛନ୍ତି l ଏଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍‌ ପ୍ରଶଂସିତ ହୋଇଛନ୍ତି ବନିତା।

 ନବରଙ୍ଗପୁର ସହର ଗାଦବାଗୁଡା ସାହିର ବନବିହାରୀ ଦାସମହାପାତ୍ର ଓ ତୃପ୍ତିରାଣୀ ଦାସମହାପାତ୍ରଙ୍କ ବଡ଼ଝିଅ ବନିତା ପିଲା ବେଳୁ ମହାକାଶ ବୈଜ୍ଞାନିକ ହେବାକୁ ଆଶା ରଖିଥିଲେ l ଏଥିପାଇଁ ଅଧ୍ୟବସାୟ ମଧ୍ୟ ଜାରି ରଖିଥିଲେ।  ବାପା ବନବିହାରୀ ଦାସ ନବୋଦୟ ବିଦ୍ୟାଳୟରେ ଚାକିରୀ କରିଛନ୍ତି। ତେଣୁ ତାଙ୍କ ସଙ୍ଗେ ବନିତା ମଧ୍ୟ ବିଭିନ୍ନ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି l

ବନୀତା ଏବେ ମଧ୍ୟପ୍ରଦେଶସ୍ଥିତ ଅନୁପୁରର ଜବାହାର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନରତ l ଏହା ପୂର୍ବରୁ ସେ ମାଲକାନଗିରିର ଜବାହାର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ l

ନିଜ ପରିବାର ଗହଣରେ ବନିତା।

ବିଦ୍ୟାଳୟ ସ୍ତରରେ ପିଲାଙ୍କ ଉଲ୍‍କାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି l ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ବନୀତାଙ୍କ ଏହି ଆବିଷ୍କାରକୁ ମହାକାଶ ସଂସ୍ଥା ନାସା ଓ ଅର୍ନ୍ତରାଷ୍ଟ୍ରୀୟ ଜୋତିର୍ବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଛନ୍ତି l ସମଗ୍ର ବିଶ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା l

ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍‍କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିଛନ୍ତି l  ଏହି ଉଲ୍‍କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ବର୍ଷ ମଧ୍ୟରେ ଏହାର ଗତିପଥ ଜାଣିହେବ । ଆଗକୁ ଏହି ଉଲାକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ ବୋଲି ସୂଚନା ମିଳିଛି l

ପାଠପଢ଼ାରେ ନିମଗ୍ନ ବନିତା।

ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ଗତ ଜାନୁଆରୀରେ ବନିତାଙ୍କୁ କଠିନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏପରି ମହାକାଶ ଗବେଷଣାରେ ସାମିଲ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଛାତ୍ରୀ l ତାଙ୍କର ଏହି ସଫଳତା ପାଇଁ ବନିତାଙ୍କ ନବରଙ୍ଗପୁରସ୍ଥିତ ବଡବାପା ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପରିବାର ଖୁସି ପ୍ରକଟ କରିବା ସହ ସରକାର ବନିତାଙ୍କ ଉଚ୍ଚ ଶିକ୍ଷା  ପ୍ରତି ସହଯୋଗ ପ୍ରଦାନ କଲେ ଆଗକୁ ବନିତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ହୋଇ ପାରିବା ସହ ନବରଙ୍ଗପୁର ଜିଲ୍ଲାକୁ ଗର୍ବିତ କରିପାରିବେ ବୋଲି କହିଛନ୍ତି l

ବନିତା ଅନେକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳ ପାଇଛନ୍ତି l ୨୦୧୯  ମସିହାରେ ସେ ଜାତୀୟ ବିଜ୍ଞାନ ପ୍ରଦର୍ଶନୀ  ପାଇଁ ମନୋନୀତ ହୋଇ ଦିଲ୍ଲୀଠାରେ ତାଙ୍କର ବାୟୋ ପ୍ଲାଷ୍ଟିକ ପ୍ରକଳ୍ପକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ l ସେହିଭଳି ୨୦୨୦ ମସିହାରେ ଭାରତସରକାରଙ୍କ ବିଜ୍ଞାନଓପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଆୟୋଜିତ ଇନସ୍ପାୟାରମାନକ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ l ଚଳିତବର୍ଷ ସର୍ବ ଭାରତୀୟ ସ୍ୱଚ୍ଛତା ସାରଥୀ ଫିଲୋସପି ପାଇଁ ମନୋନୀତ ହୋଇଛନ୍ତି l ଅନ୍ୟପଟେ ସେ ଓଡ଼ିଶାର ପରମ୍ପରିକ ଲୋକକଳା ପଟ୍ଟଚିତ୍ର ଆଙ୍କିବାରେ ସିଦ୍ଧହସ୍ତ ।

ଅନ୍ୟପଟେ ନିଜ ସଫଳତାରେ ବେଶ୍‌ ଖୁସି ଥିବା ବନିତା ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି l

The post ପ୍ରଥମ ଓଡ଼ିଆ ଭାବେ ବନିତାଙ୍କ ସଫଳତା; ଆବିଷ୍କାର କଲେ ଉଲକା ପିଣ୍ଡ appeared first on Odisha Reporter.

]]>
centre bottom 2021-08-02 12:58:19 https://cdn.odishareporter.in/wp-content/uploads/2021/08/02125624/naba-4.jpg
ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଘେରାଓ https://odishareporter.in/odisha/nabarangpur/surrounded-by-demands-for-fertilizer-supply-to-farmers-662242 Tue, 27 Jul 2021 11:53:12 +0000 https://odishareporter.in/?p=662242

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଚାଷୀଙ୍କୁ ୟୁରିଆ ସାର ଯୋଗାଇବା ସାଙ୍ଗକୁ ସାରର କଳା ବଜାର ରୋକିବା ଦାବି ନେଇ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଘେରାଓ କରିଛନ୍ତି। ଏଥିସହ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର ଚାଷୀଙ୍କୁ ଦୀର୍ଘ ଦିନ ଧରି ୟୁରିଆ ସାର ମିଳୁନି। ଚାଷୀଙ୍କ ମକା ଓ ଧାନ ଫସଲ ନଷ୍ଟ ହେବାକୁ ଦୃଷ୍ଟିରେ […]

The post ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଘେରାଓ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଚାଷୀଙ୍କୁ ୟୁରିଆ ସାର ଯୋଗାଇବା ସାଙ୍ଗକୁ ସାରର କଳା ବଜାର ରୋକିବା ଦାବି ନେଇ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଘେରାଓ କରିଛନ୍ତି। ଏଥିସହ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର ଚାଷୀଙ୍କୁ ଦୀର୍ଘ ଦିନ ଧରି ୟୁରିଆ ସାର ମିଳୁନି। ଚାଷୀଙ୍କ ମକା ଓ ଧାନ ଫସଲ ନଷ୍ଟ ହେବାକୁ ଦୃଷ୍ଟିରେ ରଖି ଆଜି  ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରିଥିଲେ।  ପରେ ଉମରକୋଟ ତହସିଲ କାର୍ଯ୍ୟାଳୟକୁ ଘେରଓ କରିଥିଲେ ଏବଂ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଶତାଧିକ ଚାଷୀ ଉମରକୋଟ ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଚାଷୀଙ୍କୁ ସାର ନ ଯୋଗାଇଲେ ଅବରୋଧରୁ ହଟିବେ ନାହିଁ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି।

ଏ ଅଂଚଳରେ ସାର କଳା ବଜାର ହେଉଥିଲେ ମଧ୍ୟ କୃଷି ବିଭାଗ କୌଣସି ପଦକ୍ଷେପ ନେଉ ନଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ଉପ-ସଭାପତି ତପନ ଦେବନାଥ । ସେପଟେ ଆନ୍ଦୋଳନ ସ୍ଥଳରେ ଜିଲ୍ଲା କୃଷି ଅଧିକାରୀ, ଉମରକୋଟ ତହସିଲଦାର, ଉମରକୋଟ ଏସଡିପିଓ ଏବଂ ଥାନା ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉମରକୋଟ ତହସିଲଦାର ହିମାଂଚଳ ମାଝୀ ।

The post ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଘେରାଓ appeared first on Odisha Reporter.

]]>
right bottom 2021-07-27 17:23:12 https://cdn.odishareporter.in/wp-content/uploads/2021/07/27172205/5hl.jpg
ସାପ ବିଷ ଜ୍ୱାଳାରେ ଛଟପଟ ମଞ୍ଜୁଳାକୁ ନିଆଗଲା କଟକ https://odishareporter.in/odisha/manjula-serious-due-to-the-bite-of-cobra-finally-shifted-from-nabarangpur-to-cuttack-hospital-658685 Wed, 14 Jul 2021 05:18:16 +0000 https://odishareporter.in/?p=658685

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ ବିଷ ଯନ୍ତ୍ରଣାର ଜ୍ୱଳା ସହି ନ ପାରି ମାସେ ହେବ ଛଟପଟ ହେଉଥିବା ୯ ବର୍ଷର ନାବାଳିକା ମଂଜୁଳା ଅଣ୍ଟିକୁ ଶେଷରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି  ପ୍ରଶାସନ। ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ମଂଜୁଳାକୁ ଗତକାଲି  ପ୍ରଥମେ ନବରଙ୍ଗପୁର […]

The post ସାପ ବିଷ ଜ୍ୱାଳାରେ ଛଟପଟ ମଞ୍ଜୁଳାକୁ ନିଆଗଲା କଟକ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ ବିଷ ଯନ୍ତ୍ରଣାର ଜ୍ୱଳା ସହି ନ ପାରି ମାସେ ହେବ ଛଟପଟ ହେଉଥିବା ୯ ବର୍ଷର ନାବାଳିକା ମଂଜୁଳା ଅଣ୍ଟିକୁ ଶେଷରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି  ପ୍ରଶାସନ।

ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ମଂଜୁଳାକୁ ଗତକାଲି  ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ । ସେପଟେ କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯିବାକୁ ବନ୍ଦୋବସ୍ତ କରାଯାଇଛି । ଆବଶ୍ୟକସ୍ଥଳେ ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା ମାସେ ତଳେ ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା । ସେହିଦିନଠାରୁ ବିଷ ଜ୍ୱାଳାରେ ଛଟପଟ ହେଉଛି ମଞ୍ଜୁଳା। ନାଗ ଚୋଟ ମାରିଥିବା ଡାହାଣ ହାତଟି ଫୁଲି ଯାଇ କଳା ପଡ଼ିଯାଇଛି । ତେବେ ଚିକିତ୍ସା ଅଭାବରୁ ତା ହାତ ଏବେ ପଚିବା ଆରମ୍ଭ କଲାଣି ।

ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର  । କିନ୍ତୁ ଅର୍ଥ ଅଭାବରୁ ମଂଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ  । ସେବେଠୁ  ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଝିଅ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା‘ । ଗଣମାଧ୍ୟମରେ  ଖବର ପ୍ରକାଶ ପରେ ଏବେ ଝିଅଟିର ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ ।

ଏନେଇ ନବରଙ୍ଗପୁର ସିଡିଏମ୍‌ଓ କହିଛନ୍ତି,  ଝିଅଟିର ମାଗଣା ଚିକିତ୍ସା ବ୍ୟବସ୍ଥା କରିବୁ । ଜିଲ୍ଲାପାଳ ମଧ୍ୟ ଝିଅଟିର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

The post ସାପ ବିଷ ଜ୍ୱାଳାରେ ଛଟପଟ ମଞ୍ଜୁଳାକୁ ନିଆଗଲା କଟକ appeared first on Odisha Reporter.

]]>
right top, Snake Bite 2021-07-14 13:12:33 https://cdn.odishareporter.in/wp-content/uploads/2021/07/14104702/ctc-2.jpg
ଏଠି ୧୦୮ ଆସିପାରେନି , ଖଟିଆ ଆସେ https://odishareporter.in/odisha/nabarangpur/108-cant-come-here-the-bed-comes-656451 Mon, 05 Jul 2021 10:32:49 +0000 https://odishareporter.in/?p=656451

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ।  ଖଟିଆରେ ବୁହା ହେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଂଚାୟତର ଗୌରଝରିଆ ଗ୍ରାମରେ। ଉକ୍ତ ଗ୍ରାମର ହିଙ୍ଗରାଜ ମାଝୀଙ୍କ ସ୍ତ୍ରୀ ନମତି ମାଝୀ ଗାଧୋଇ ସାରି ଲୁଗା ଶୁଖାଉଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ । ପରିବାର ବର୍ଗ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। […]

The post ଏଠି ୧୦୮ ଆସିପାରେନି , ଖଟିଆ ଆସେ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ।  ଖଟିଆରେ ବୁହା ହେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଂଚାୟତର ଗୌରଝରିଆ ଗ୍ରାମରେ। ଉକ୍ତ ଗ୍ରାମର ହିଙ୍ଗରାଜ ମାଝୀଙ୍କ ସ୍ତ୍ରୀ ନମତି ମାଝୀ ଗାଧୋଇ ସାରି ଲୁଗା ଶୁଖାଉଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ ।

ପରିବାର ବର୍ଗ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସଟି ନିକଟସ୍ଥ ବୈଦପଡା ଠାରୁ ଦୁଇ କିଲୋମିଟର ଯିବାପରେ ରାସ୍ତାର ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଟି ଉକ୍ତ ଗ୍ରାମକୁ ଯାଇ ପାରିଲା ନାହିଁ।  ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ଏବଂ ବଡ଼ ବଡ଼ ଖାଲ ଥିବା ଯୋଗୁ ଗାଁ ଲୋକେ ଗୁରୁତର ଆହତ ମହିଳାଙ୍କୁ ଖଟିଆରେ ବହି ଗାଁ ଠାରୁ ଦୀର୍ଘ ଦୁଇ କିଲୋମିଟର ଆମ୍ବୁଲାନ୍ସ ନିକଟକୁ ନେଇ ଥିଲେ ।

ପରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ । ପୂର୍ବରୁ ମଧ୍ୟ ଉକ୍ତ ଗ୍ରାମର ଜଣେ ମହିଳା ଗୁରୁତର ଅବସ୍ଥାରେ ପ୍ରସବ ପାଇଁ ଖଟିଆରେ ବୁହା ହୋଇ ନଦୀପାର ହୋଇ ଥିଲେ।  ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲା । ଏଣୁ ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ଗ୍ରାମର ରାସ୍ତା ସମସ୍ୟାର ସମାଧାନ ପାଇଁ ଗ୍ରାମବାସି ଦାବି କରିଛନ୍ତି।

The post ଏଠି ୧୦୮ ଆସିପାରେନି , ଖଟିଆ ଆସେ appeared first on Odisha Reporter.

]]>
right top 2021-07-05 16:02:49 https://cdn.odishareporter.in/wp-content/uploads/2021/07/05160048/6hn.jpg
ମକା ଚାଷରୁ ତୁମୁଳ କାଣ୍ଡ, ୪୦ ପରିବାର ଉପରେ ଅତର୍କିତ ଆକ୍ରମଣ https://odishareporter.in/odisha/suden-attack-on-40-families-due-to-corn-harvesting-656310 Mon, 05 Jul 2021 04:52:35 +0000 https://odishareporter.in/?p=656310

ଉମରକୋଟ(କାର୍ତ୍ତିକ ମଲ୍ଲିକ):  ଜଙ୍ଗଲରେ ମକା ଚାଷକୁ ବିରୋଧ କରି ହୋଇଛି ତୁମୁଳ କାଣ୍ଡ। ଏପରିକି ପାଖ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ୪୦ ପରିବାର। ଆକ୍ରମଣକାରୀମାନେ ୪୦ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର ଭାଙ୍ଗି ଦେଇଛନ୍ତି ଓ ସୁନା ଅଳଙ୍କାର ଲୁଟ୍‌ କରି ନେଇଛନ୍ତି। ଏପରିକି କୂଅରେ ବି ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଭୟଭୀତ ଗ୍ରାମବାସୀ ଗାଁରୁ ପଳାଇ ଟେଣ୍ଟ ଟାଣି ପିଲା ଛୁଆ ଧରି ରହୁଥିବା ବେଳେ […]

The post ମକା ଚାଷରୁ ତୁମୁଳ କାଣ୍ଡ, ୪୦ ପରିବାର ଉପରେ ଅତର୍କିତ ଆକ୍ରମଣ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ):  ଜଙ୍ଗଲରେ ମକା ଚାଷକୁ ବିରୋଧ କରି ହୋଇଛି ତୁମୁଳ କାଣ୍ଡ। ଏପରିକି ପାଖ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ୪୦ ପରିବାର। ଆକ୍ରମଣକାରୀମାନେ ୪୦ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର ଭାଙ୍ଗି ଦେଇଛନ୍ତି ଓ ସୁନା ଅଳଙ୍କାର ଲୁଟ୍‌ କରି ନେଇଛନ୍ତି। ଏପରିକି କୂଅରେ ବି ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି।

ଭୟଭୀତ ଗ୍ରାମବାସୀ ଗାଁରୁ ପଳାଇ ଟେଣ୍ଟ ଟାଣି ପିଲା ଛୁଆ ଧରି ରହୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।  ଏପରି ଅଭାବନୀୟ ଘଟଣା କଳାହାଣ୍ଡି-ନବରଙ୍ଗପୁର ସୀମା ସାହାଜଖୋଲ ଜଙ୍ଗଲରେ ଘଟିଛି ।

ଅଭିଯୋଗ ଅନୁସାରେ, ନବରଙ୍ଗପୁର ଜିଲ୍ଲାର ପ୍ରାୟ ୪୦ ପରିବାର ସାହାଜଖୋଲ ଜଙ୍ଗଲର ଭତାପାଣି ଓ ଡୁମେରପାଣି ଅଞ୍ଚଳରେ ରହୁଥିଲେ । ସେମାନେ ଜଙ୍ଗଲରେ ମକା ଚାଷ କରୁଥିବାରୁ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଗୋତାମୁଣ୍ଡା ଗାଁ ଲୋକେ ।

ଧିରେ ଧିରେ କୁରୁଳୁଥିବା ଏହି ବିରୋଧ ଗତ ୩୦ ତାରିଖରେ ଉଗ୍ର  ହିଂସାରେ ପରିଣତ ହୋଇଥିଲା । ଗୋତାମୁଣ୍ଡା ଗ୍ରାମର ଶତାଧିକ ଲୋକ  ପହଞ୍ଚି  ଏହି ୪୦ ପରିବାରଙ୍କ  ଘର ଭଙ୍ଗାରୁଜା କରିବା ସହ ମାଡ଼ ମାରିଥିଲେ । ସେମାନଙ୍କ ସୁନା ଅଳଙ୍କାର ଲୁଟ କରିବା ସହ ସେମାନେ ବ୍ୟବହାର କରୁଥିବା କୂଅରେ ବିଷ ପକାଇ ଦେଇଥିବା  ଅମପାଣି ଥାନାରେ ଏତଲା ହୋଇଛି ।  ଖାଲି ଏତିକି ନୁହେଁ, ତୁରନ୍ତ ଜାଗା ଛାଡ଼ି ଚାଲି ଯିବାକୁ ଧମକ ଦେଇଥିବା ବି ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଧର୍ମଗଡ଼ ଏସ୍‌ଡିପିଓ, ଆମପାଣି ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରିଛନ୍ତି।  ଅପରପକ୍ଷେ ୪୦ ପରିବାର ଏବେ ପଲିଥିନ୍ ଟାଙ୍ଗି ଚନ୍ଦାହାଣ୍ଡି ବ୍ଲକ କୁଆମ୍ବା ପ୍ରାଥମିକ ବିଦ୍ୟାଳୟ ପରିସରରେ ରହୁଛନ୍ତି ।

ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, ଆମେ ୨୦ ବର୍ଷ ହେଲା ଚାଷ କରୁଛୁ। ଗତବର୍ଷ ୨୦-୩୦ ଲୋକ ଆସି ଏଠାରୁ ପଳା ପଳା ବୋଲି କହିଲେ। ଏ ବର୍ଷ ବି ସମାନ ପରିସ୍ଥିତି। ଆମେ କ’ଣ କରିବୁ। କୁଆଡ଼େ ଯିବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏନେଇ ଆମପାଣି ଥାନାଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି, ପାଖ ଗାଁର କିଛି ଲୋକ ଧମକଚମକ ଦେବା ସହ ଆକ୍ରମଣ କରିଛନ୍ତି। ଏନେଇ ମାମଲା ରୁଜୁ ହୋଇଛି।

The post ମକା ଚାଷରୁ ତୁମୁଳ କାଣ୍ଡ, ୪୦ ପରିବାର ଉପରେ ଅତର୍କିତ ଆକ୍ରମଣ appeared first on Odisha Reporter.

]]>
right bottom 2021-07-05 10:22:35 https://cdn.odishareporter.in/wp-content/uploads/2021/07/05102047/umarkot.jpg
ବୃକ୍ଷରୋପଣରୁ ଖୋଲିଲା ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ଗୁମର! https://odishareporter.in/odisha/covid-death-controversy-in-nabarangpur-656096 Sun, 04 Jul 2021 03:41:40 +0000 https://odishareporter.in/?p=656096

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ କରୋନାରେ ଏଯାବତ୍ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ହେଉଛି ରାଜ୍ୟ ସରକାରଙ୍କ ଡ୍ୟାସ୍‌ବୋର୍ଡରେ ଦିଆଯାଇଥିବା ତଥ୍ୟ। କିନ୍ତୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସିଆଲ୍ ଫେସ୍‌ବୁକ୍‌ରେ ପ୍ରାୟ ମାସେ ତଳେ କରାଯାଇଥିବା ଦୁଇଟି ପୋଷ୍ଟରେ ଜିଲ୍ଲାରେ କରୋନାରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି। ଆଉ ଦୁଇଟି ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ କରୋନା […]

The post ବୃକ୍ଷରୋପଣରୁ ଖୋଲିଲା ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ଗୁମର! appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ କରୋନାରେ ଏଯାବତ୍ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ହେଉଛି ରାଜ୍ୟ ସରକାରଙ୍କ ଡ୍ୟାସ୍‌ବୋର୍ଡରେ ଦିଆଯାଇଥିବା ତଥ୍ୟ। କିନ୍ତୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସିଆଲ୍ ଫେସ୍‌ବୁକ୍‌ରେ ପ୍ରାୟ ମାସେ ତଳେ କରାଯାଇଥିବା ଦୁଇଟି ପୋଷ୍ଟରେ ଜିଲ୍ଲାରେ କରୋନାରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି। ଆଉ ଦୁଇଟି ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ଦେଇଥିବା ସୂଚନା ମିଛ।

ଜୁନ୍ ୬ ତାରିଖରେ ଫେସ୍‌ବୁକ୍‌ରେ ‘କଲେକ୍ଟୋରେଟ୍ ନବରଙ୍ଗପୁର’ ଏକାଉଣ୍ଟରେ କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଛି ଯେ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ୧୧୪ ଜଣ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନନ୍ଦାହାଣ୍ଡି ବ୍ଳକ୍ ଅନ୍ତର୍ଗତ ନୂଆଗଡ଼ର ଶାନ୍ତି ଆନନ୍ଦ ସରୋବର ପରିସରରେ ବୃକ୍ଷରୋପଣ କରାଯାଇଛି। ଏହା ସହିତ ଏଥିରେ ବୃକ୍ଷରୋପଣର ଦୁଇଟି ଫଟୋ ମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରୁ ଗୋଟିକରେ ଖୋଦ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଅଛନ୍ତି। ଆଉ ଅନ୍ୟଟିରେ ଅଛନ୍ତି ଏସ୍‌ପି।

ସେହିପରି ଏହି ଏକାଉଣ୍ଟରେ ସେହିଦିନ କରାଯାଇଥିବା ଅନ୍ୟ ଏକ ପୋଷ୍ଟରେ ଲେଖାଯାଇଛି ଯେ ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ୧୧୪ ଜଣ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପୁଲିସ୍ ରିଜର୍ଭ ପଡ଼ିଆରରେ ୧୧୪ଟି ବୃକ୍ଷରୋପଣ କରାଯାଇଛି। ଏଥିରେ ବି ଜିଲ୍ଲାପାଳ ବୃକ୍ଷରୋପଣ କରୁଥିବାର ଫଟୋ ରହିଛି। ଏହି ଦୁଇଟି ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବନ ବିଭାଗ ଓ ମୋ ସରକାର-୫ଟିକୁ ଟ୍ୟାଗ୍ କରାଯାଇଛି।

ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସିଆଲ୍ ଫେସ୍‌ବୁକ୍‌ରେ ଗତ ଜୁନ୍‌ ୬ ତାରିଖରେ କରାଯାଇଥିବା ଦୁଇଟି ପୋଷ୍ଟ

ଏହି ଘଟଣାକୁ ନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟଙ୍କ ସିଧାସଳଖ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଚେତି ନାହାନ୍ତି ଓ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଚାଲିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ୪୫ ଜଣ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସରକାର କହୁଥିବା ବେଳେ ଜିଲ୍ଲାପାଳ ୧୧୪ ଜଣ ମରିଛନ୍ତି ବୋଲି ତଥ୍ୟ ଦେଇଛନ୍ତି। ଏଥିରୁ ସିଧାସଳଖ ପ୍ରମାଣିତ ହେଉଛି ଯେ କରୋନା ମୃତ୍ୟ ସଂଖ୍ୟା ଲୁଚାଇବାରେ ରାଜ୍ୟ ସରକାରଙ୍କର ସିଧାସଳଖ ହାତ ରହିଛି। ଏହା ଦ୍ୱାରା ସମସ୍ତଙ୍କର କ୍ଷତି ହେବ। ଆଗକୁ ତୃତୀୟ ଓ ଚତୁର୍ଥ ଲହର ଆସିଲେ କେମିତି ପଦକ୍ଷେପ ନିଆଯାଇପାରିବ। ଏଣୁ ରାଜ୍ୟ ସରକାର ପ୍ରକୃତ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ସେ ଆହୁରି କହିଛନ୍ତି, କମ୍‌ ମୃତ୍ୟୁ ହାର ଦେଖାଇ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବା ପାଇଁ ରାଜ୍ୟ ସରକାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି। ସେହିପରି କରୋନାରୁ ସୁସ୍ଥ ହେବା ପରେ ଏହା ଜନିତ ଜଟିଳତାରେ ପ୍ରାଣ ହରାଉଥିବା ଲୋକଙ୍କୁ ସରକାର ତାଲିକାରେ ସାମିଲ କରୁନାହାନ୍ତି। ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁ ନେଇ ଅଡିଟ୍‌ କରାଯିବ ଏବଂ ଏଥିପାଇଁ ଏକ ପ୍ରାଥମିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ସେହିପରି ବିଜେପିର ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ କହିଛନ୍ତି, କରୋନା ପରିଚାଳନା ନେଇ ପ୍ରଶଂସା ପାଇବା ଲାଗି ରାଜ୍ୟ ସରକାର ସଠିକ୍ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି। ଏନେଇ ପୂର୍ବରୁ ବି ଅଭିଯୋଗ ହୋଇଆସୁଛି। ନବରଙ୍ଗପୁରରେ ସରକାରଙ୍କ ତଥ୍ୟ ଅନୁସାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲାପାଳ ତାଙ୍କ ସରକାରୀ ଫେସ୍‌ବୁକ୍ ଏକାଉଣ୍ଟରେ ୧୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଛନ୍ତି। ଏହି ତଥ୍ୟରେ ତାଳମେଳ ରହୁ ନଥିବା ବେଳେ ଆମର ଆଶଙ୍କା ଜିଲ୍ଲାରେ ୧୧୪ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ସରକାର କରୋନା ଜନିତ ମୃତ୍ୟୁ ସଠିତ୍ ତଥ୍ୟ ନ ଦେଲେ ଆଗାମୀ ଦିନରେ ଉକ୍ତ ପରିବାର ଗୁଡ଼ିକ ସରକାରଙ୍କ ସାହାଯ୍ୟ ସହଯୋଗରୁ ବଞ୍ଚିତ ହେବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ କିମ୍ବା ସରକାରୀ ଦଳରୁ ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

The post ବୃକ୍ଷରୋପଣରୁ ଖୋଲିଲା ନବରଙ୍ଗପୁରର କୋଭିଡ୍ ମୃତ୍ୟୁ ଗୁମର! appeared first on Odisha Reporter.

]]>
centre bottom 2021-07-04 09:34:32 https://cdn.odishareporter.in/wp-content/uploads/2021/07/04090532/tree-1.jpg
ମୃତ ଶିକ୍ଷକ କରିବେ କୋଭିଡ୍‌ ଡ୍ୟୁଟି ! https://odishareporter.in/odisha/nabarangpur/the-dead-teacher-will-do-the-work-of-the-covido-control-room-656024 Sat, 03 Jul 2021 13:20:49 +0000 https://odishareporter.in/?p=656024

ଉମରକୋଟ(କାର୍ତ୍ତିକ ମଲ୍ଲିକ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବନୀତି। ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମ୍ର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ଚଳିତ ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୬ଟାରୁ ରାତି୧୦ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ଗୃହରେ କାର୍ଯ୍ୟ କରିବେ ଚିଠିରେ ଦର୍ଶା ଯାଇଛି । ଏମିତି […]

The post ମୃତ ଶିକ୍ଷକ କରିବେ କୋଭିଡ୍‌ ଡ୍ୟୁଟି ! appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବନୀତି। ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମ୍ର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ଚଳିତ ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୬ଟାରୁ ରାତି୧୦ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ଗୃହରେ କାର୍ଯ୍ୟ କରିବେ ଚିଠିରେ ଦର୍ଶା ଯାଇଛି । ଏମିତି ଆଚମ୍ବିତ ଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ ।

ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କୋଭିଡ କଣ୍ଟ୍ରୋଲ ରୁମ୍ ରହିଛି । ଉକ୍ତ କଣ୍ଟ୍ରୋଲ ରୁମ୍ ପାଇଁ ବ୍ଲକର ଶିକ୍ଷକ ମାନଙ୍କୁ ଦିନକୁ ୪ ଟି ପର୍ଯ୍ୟାୟ ଯଥାକ୍ରମେ ସକାଳ ୭ ରୁ ଦିନ ୧,  ଦିନ ୧ ରୁ ସନ୍ଧ୍ୟା ୬ , ସନ୍ଧ୍ୟାରୁ ରାତ୍ର ୧୦ ଓ ରାତି୧୦ରୁ ସକାଳ ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ଚିଠି ଜାରି ହୋଇଛି । ଶିକ୍ଷକ ମାନେ କଣ୍ଟ୍ରୋଲ ରୁମରେ ରହି କୋଭିଡ ଆକ୍ରାନ୍ତ ପରିବାରର ଫୋନ୍ କଲ୍ ଗ୍ରହଣ କରିବେ ଓ ଅଭିଯୋଗ ଶୁଣିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ । ଚଳିତ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି ।  ଚିଠି ନ ୧୮୬୩/୨୧ ରେ ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କୋଭିଡ କଣ୍ଟ୍ରୋଲ ରୁମ୍ରେ ରହି ଶିକ୍ଷକ ମାନେ କାର୍ଯ୍ୟ କରିବେ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି ।  ଜୁଲାଇ  ମାସ ୨୮ ତାରିଖ ସନ୍ଧ୍ୟା ୬ ଟାରୁ ରାତ୍ର ୧୦ ଟାପର୍ଯ୍ୟନ୍ତ ମୃତ ଶିକ୍ଷକ କାର୍ଯ୍ୟ କରିବା ନେଇ ଚିଠି ହୋଇଛି।  ଯାହାକି ସମସ୍ତଙ୍କୁ ଚକିତ କରିଛି ।

ସୂଚନା ଥାଉ କି ଏହି ମୃତ ଶିକ୍ଷକଙ୍କୁ ପୂର୍ବରୁ ମଧ୍ୟ କୋଭିଡ କଣ୍ଟ୍ରୋଲ ରୁମ୍ ରେ କାର୍ଯ୍ୟ କରିବା ନେଇ ଚିଠି ହୋଇଥିଲା । ତେବେ ଜଣା ପଡ଼ିବା ପରେ ତରବରିଆ ଭାବେ ମୃତ ଶିକ୍ଷକଙ୍କ ନାମ ଲିଷ୍ଟରୁ ହଟାଯାଇଥିଲା । ଡାବୁଗାଁ ବ୍ଲକରେ ବାହାର ଜିଲ୍ଲାର ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷା ବିଭାଗର ନିର୍ଦ୍ଦେଶ କୁ ଅବମାନନା କରି ବର୍ତ୍ତମାନ ଅନୁପସ୍ଥିତ ରହୁଥିବା ବେଳେ ସ୍ଥାନୀୟ ଶିକ୍ଷକ ମାନେ ବାଧ୍ୟ ହୋଇ କୋଭିଡ କାର୍ଯ୍ୟରେ ନିୟୋଜିତ ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କେତେ ଶିକ୍ଷକ ବାହାର ଜିଲ୍ଲାରୁ ଫେରିଥିବା ବେଳେ ଏବେ ମଧ୍ୟ ବହୁ ସଂଖ୍ୟାରେ ଶିକ୍ଷକ ଅନୁପସ୍ଥିତ ଥିବାରୁ ତରବରିଆ ଭାବରେ ମୃତ ଶିକ୍ଷକଙ୍କୁ ମଧ୍ୟ କୋଭିଡ କାର୍ଯ୍ୟ କରିବାକୁ ଚିଠି ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି  । ତେବେ ମୃତ ଶିକ୍ଷକଙ୍କୁ ଦାୟିତ୍ୱ ନେଇଡାବୁଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ ହୋତା କହିଛନ୍ତି ଯେ, ଏହା ଭୁଲବସତଃ ହୋଇ ଯାଇଥିଲା। ପରେ  ଆମେ ଏହାକୁ ସୁଧାରି ଦେଇଛୁ ବୋଲି ସେ କହିଛନ୍ତି।

The post ମୃତ ଶିକ୍ଷକ କରିବେ କୋଭିଡ୍‌ ଡ୍ୟୁଟି ! appeared first on Odisha Reporter.

]]>
right bottom 2021-07-03 22:26:34 https://cdn.odishareporter.in/wp-content/uploads/2021/07/03184651/5bn.jpg
୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା! https://odishareporter.in/odisha/ex-vc-of-sambalpur-university-killed-654207 Sun, 27 Jun 2021 08:41:23 +0000 https://odishareporter.in/?p=654207

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଫେସର ଧ୍ରୁବରାଜ ନାୟକ। ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା କୁହାଯାଉଛି। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି, ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା। ସେତେବେଳେ ଘରେ ଭାଇ ନଥିଲେ। କେବଳ ଆମ ବୋହୂ ଓ […]

The post ୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା! appeared first on Odisha Reporter.

]]>

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଫେସର ଧ୍ରୁବରାଜ ନାୟକ। ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା କୁହାଯାଉଛି।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି, ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା। ସେତେବେଳେ ଘରେ ଭାଇ ନଥିଲେ। କେବଳ ଆମ ବୋହୂ ଓ ଝିଆରୀ ଘରେ ଥିଲେ। ଉକ୍ତ ବ୍ୟକ୍ତି ବେଡ୍‌ ରୁମ୍‌କୁ ପଶିଯାଇ ଶହେ ଟଙ୍କା ମାଗିଥିଲା। ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ଭାଇ ପହଞ୍ଚିଥିଲେ ଓ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ତାକୁ ପଚାରି ଥିଲେ। ଏହା ପରେ ସେ ଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ପ୍ରଫେସର ନାୟକଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଫେରାର ଅଭିଯୁକ୍ତକୁ ଲଇକେରା ପୁଲିସ୍‌ ଧରିବା ସହିତ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ସେହି ଗାଁର ହୋଇଥିବା ବେଳେ ପୁଲିସ୍ ପକ୍ଷରୁ ତା’ ସଂପର୍କରେ ସବିଶେଷ ସୂଚନା ଦେଇ ନାହିଁ।

The post ୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା! appeared first on Odisha Reporter.

]]>
centre top 2021-06-27 14:43:16 https://cdn.odishareporter.in/wp-content/uploads/2021/06/27142232/67-5.jpg
ପୋଖରୀ ଖୋଳା ନାଁରେ ଟଙ୍କା ଆତ୍ମସାତ, ଫରେଷ୍ଟର ନିଲମ୍ବିତ https://odishareporter.in/odisha/a-forester-suspended-in-nabarangpur-654203 Sun, 27 Jun 2021 08:20:01 +0000 https://odishareporter.in/?p=654203

ନବରଙ୍ଗପୁର (ନବଘନ ବିଷୋୟୀ): ପୋଖରୀ ଖୋଳା ଯାଇଥିବା ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ଜଣେ ଫରେଷ୍ଟରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ରାମଚନ୍ଦ୍ର ଜାନି। ସେ ଏବେ ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ବନାଞ୍ଚଳରେ କାର୍ଯ୍ୟ କରୁଥିଲେ। ରାମଚନ୍ଦ୍ର ଡାବୁଗାଁ ବନାଞ୍ଚଳରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଡାବୁଗାଁ ବନାଞ୍ଚଳ ଅଧୀନ ହାତୀବେଡ଼ା ପଞ୍ଚାୟତର ବଡପାଂଜରିଆଗୁଡା ଗାଁରେ ପୋଖରୀ ଖୋଳା ନାଁରେ ସେ ୧ […]

The post ପୋଖରୀ ଖୋଳା ନାଁରେ ଟଙ୍କା ଆତ୍ମସାତ, ଫରେଷ୍ଟର ନିଲମ୍ବିତ appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଷୋୟୀ): ପୋଖରୀ ଖୋଳା ଯାଇଥିବା ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ଜଣେ ଫରେଷ୍ଟରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ରାମଚନ୍ଦ୍ର ଜାନି। ସେ ଏବେ ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ବନାଞ୍ଚଳରେ କାର୍ଯ୍ୟ କରୁଥିଲେ।

ରାମଚନ୍ଦ୍ର ଡାବୁଗାଁ ବନାଞ୍ଚଳରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଡାବୁଗାଁ ବନାଞ୍ଚଳ ଅଧୀନ ହାତୀବେଡ଼ା ପଞ୍ଚାୟତର ବଡପାଂଜରିଆଗୁଡା ଗାଁରେ ପୋଖରୀ ଖୋଳା ନାଁରେ ସେ ୧ ଲକ୍ଷ ୬ ହଜାର ୮୧୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋଙ୍କ ସୂଚନା ଅନୁଯାୟୀ, ରାମଚନ୍ଦ୍ର ଜାନିଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ଏସିଏଫ୍‌ଓ ଧନଞ୍ଜୟ ମହାପାତ୍ରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ରାମଚନ୍ଦ୍ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ସେ ଆହୁରି କହିଛନ୍ତି, ଏହି ଘଟଣାର ସବିଶେଷ ତଦନ୍ତ କରାଯାଉଛି। ପୂରା ତଦନ୍ତ ରିପୋର୍ଟ ଆସିବା ପରେ ଏଥିରେ ଅନ୍ୟ ଯେଉଁମାନେ ସଂପୃକ୍ତ ଥିବେ ବୋଲି ଜଣାପଡ଼ିବ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

The post ପୋଖରୀ ଖୋଳା ନାଁରେ ଟଙ୍କା ଆତ୍ମସାତ, ଫରେଷ୍ଟର ନିଲମ୍ବିତ appeared first on Odisha Reporter.

]]>
right bottom 2021-06-27 13:54:18 https://cdn.odishareporter.in/wp-content/uploads/2021/06/27134428/forester1.jpg
ଘରେ ଥିଲେ ୪ ଜଣ, ପଶିଗଲା ଭାଲୁ https://odishareporter.in/odisha/beer-entered-into-house-when-there-are-4-members-in-the-house-650397 Sat, 12 Jun 2021 09:03:44 +0000 https://odishareporter.in/?p=650397

ଉମରକୋଟ (କାର୍ତ୍ତିକ ମଲ୍ଲିକ):ଘରେ ୪ ଜଣ ସଦସ୍ୟ ଥିବା ବେଳେ ହଠାତ ପଶିଗଲା ଭାଲୁ l ଭାଲୁ କବଳରୁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିବା ବେଳେ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଭାଲୁକୁ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ l ଘଟଣାଟି ଗତକାଲି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମରେ ଘଟିଛି l ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଉକ୍ତ ଗ୍ରାମର ଜଗି ସାନ୍ତାଙ୍କ ଘରେ ହଠାତ […]

The post ଘରେ ଥିଲେ ୪ ଜଣ, ପଶିଗଲା ଭାଲୁ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ):ଘରେ ୪ ଜଣ ସଦସ୍ୟ ଥିବା ବେଳେ ହଠାତ ପଶିଗଲା ଭାଲୁ l ଭାଲୁ କବଳରୁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିବା ବେଳେ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଭାଲୁକୁ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ l ଘଟଣାଟି ଗତକାଲି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମରେ ଘଟିଛି l

ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଉକ୍ତ ଗ୍ରାମର ଜଗି ସାନ୍ତାଙ୍କ ଘରେ ହଠାତ ଏକ ଭାଲୁ ପଶି ଯାଇଥିଲା । ସେହି ସମୟରେ ଘର ଭିତରେ ୪ ଜଣ ସଦସ୍ୟ ଥିଲେ l କିନ୍ତୁ ସୌଭାଗ୍ୟ ବଶତଃ ଭାଲୁଟି ସେମାନଙ୍କ ପାଖକୁ ନ ଯାଇ କାଠ ଥିବା ଅନ୍ୟ ଏକ ରୁମରେ ପଶିଯାଇଥିଲା।

ପରେ କୌଶଳକ୍ରମେ ଭାଲୁ ପଶିଥିବା ରୁମକୁ ବାହାରୁ ବନ୍ଦ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ପରିବାର ଲୋକେ । ପରେ ଉକ୍ତ ଘଟଣା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଝରିଗାଁ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ  ଓ ଭାଲୁଟିକୁ ଉଦ୍ଧାର କରିଥିଲେ। ୩ ଘଣ୍ଟାର ଅପରେସନ ପରେ ଭାଲୁକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲକୁ ଛଡାଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ।

The post ଘରେ ଥିଲେ ୪ ଜଣ, ପଶିଗଲା ଭାଲୁ appeared first on Odisha Reporter.

]]>
right bottom 2021-06-12 14:33:44 https://cdn.odishareporter.in/wp-content/uploads/2021/06/12143029/45-4.jpg
୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ https://odishareporter.in/odisha/a-lady-clerck-suspended-647313 Mon, 31 May 2021 04:31:50 +0000 https://odishareporter.in/?p=647313

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରୁ ଆସିଛି ଆର୍ଥିକ ଅନିୟମିତତା ଅଭିଯୋଗ। ଜଣେ ମହିଳା କିରାଣି ଅଫିସ୍ ଆକାଉଣ୍ଟରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଚନ୍ଦନା ମଣ୍ଡଳ। ଚନ୍ଦନା ଡାବୁଗାଁ ତହସିଲ ଅଫିସ୍‌ରେ ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିବା ବେଳେ ଅଫିସ୍‌ ଆକାଉଣ୍ଟରୁ ୬୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ନେଇ ତହସିଲଦାର ସନ୍ଧ୍ୟାରାଣୀ […]

The post ୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ appeared first on Odisha Reporter.

]]>

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରୁ ଆସିଛି ଆର୍ଥିକ ଅନିୟମିତତା ଅଭିଯୋଗ। ଜଣେ ମହିଳା କିରାଣି ଅଫିସ୍ ଆକାଉଣ୍ଟରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଚନ୍ଦନା ମଣ୍ଡଳ।

ଚନ୍ଦନା ଡାବୁଗାଁ ତହସିଲ ଅଫିସ୍‌ରେ ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିବା ବେଳେ ଅଫିସ୍‌ ଆକାଉଣ୍ଟରୁ ୬୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ନେଇ ତହସିଲଦାର ସନ୍ଧ୍ୟାରାଣୀ ସମରଥ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଚନ୍ଦନାଙ୍କୁ ଡକାଇ ଥାନାରେ ପଚରାଉଚରା କରିଥିଲା। ତେବେ ପଚରାଉଚରା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ପ୍ରଥମେ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସେଠାରୁ କରୋନାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରୋଇତ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଚନ୍ଦନା ମଣ୍ଡଳ ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଏହା ସହିତ ଏହି ଆର୍ଥିକ ଅନିୟମିତତା ଘଟଣାକୁ ପ୍ରଶାସନ ପକ୍ଷରୁ ଅତି ଗୁରୁତର ସହିତ ନେଇଛି ଓ ଚନ୍ଦନା ମଣ୍ଡଳକୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତା’ସହିତ ଏହି ଘଟଣାରେ ତାଙ୍କ ସହିତ ଆଉ କେହି ସମ୍ପୃକ୍ତ ଅଛନ୍ତି ନା ନାହିଁ, ତା’ର ବି ତଦନ୍ତ କରାଯାଉଛି।

The post ୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ appeared first on Odisha Reporter.

]]>
money laundering, right bottom 2021-05-31 11:30:50 https://cdn.odishareporter.in/wp-content/uploads/2021/05/31095849/1.jpg
ଭାଲୁ ମୁହଁରୁ ସ୍ତ୍ରୀକୁ ଛଡ଼ାଇ ଆଣିଲା ସ୍ୱାମୀ https://odishareporter.in/odisha/nabarangpur/husband-saves-his-wife-from-bear-attack-644939 Fri, 21 May 2021 17:16:51 +0000 https://odishareporter.in/?p=644939

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଭାଲୁ ସହ ଲଢ଼େଇ କରି ନିଜ ସ୍ତ୍ରୀଙ୍କ ଜୀବନ ବଞ୍ଚାଇଲେ ସ୍ୱାମୀ। ଭାଲୁ ଆକ୍ରମଣରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଅଞ୍ଚଳରେ। ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗ୍ରାମର ସଦାନନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ କଂସାମଣୀ ମାଝୀ ଦୁଇ ଦିନ ତଳେ ସକାଳୁ ସକାଳୁ କେନ୍ଦୁପତ୍ର […]

The post ଭାଲୁ ମୁହଁରୁ ସ୍ତ୍ରୀକୁ ଛଡ଼ାଇ ଆଣିଲା ସ୍ୱାମୀ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଭାଲୁ ସହ ଲଢ଼େଇ କରି ନିଜ ସ୍ତ୍ରୀଙ୍କ ଜୀବନ ବଞ୍ଚାଇଲେ ସ୍ୱାମୀ। ଭାଲୁ ଆକ୍ରମଣରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଅଞ୍ଚଳରେ।

ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗ୍ରାମର ସଦାନନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ କଂସାମଣୀ ମାଝୀ ଦୁଇ ଦିନ ତଳେ ସକାଳୁ ସକାଳୁ କେନ୍ଦୁପତ୍ର ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ହଠାତ୍ ଦୁଇଟି ଛୁଆ ସହ ଏକ ମା ଭାଲୁ ପହଞ୍ଚି କଂସାମଣୀଙ୍କ ଉପରକୁ ଆକ୍ରମଣ କରିଥିଲା। ଏହା ଦେଖି ପାଖେ ଥିବା ସ୍ୱାମୀ ସଦାନନ୍ଦ ନିଜ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସେହି ଭାଲୁ ସହ ପ୍ରାୟ ଅଧ ଘଣ୍ଟା ଲଢେଇ କରିଥିଲେ ଓ ଶେଷରେ ଭାଲୁ ଦାଉରୁ ନିଜ ସ୍ତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ମଧ୍ୟ ହୋଇଥିଲେ।

ଘଟଣା ଦେଖି ଗ୍ରାମର ଜଣେ ବ୍ୟକ୍ତି ବାଲିଝର ଗ୍ରାମବାସୀଙ୍କୁ ଖବର ଦେବାରୁ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ରାଇଘର ଓ ପରେ ଉମରକୋଟ ଡାକ୍ତର ଖାନାକୁ ଆଣି ଭର୍ତ୍ତି କରିଥିଲେ। ଭାଲୁ ଆକ୍ରମଣରେ ଉଭୟ ସଦାନନ୍ଦ ଓ ତାଙ୍କ ସ୍ତ୍ରୀ କଂସାମଣୀ ଗୁରୁତର ଅାହତ ହୋଇଥିବାବେଳେ ସଦାନନ୍ଦଙ୍କ ଏକ ହାତ ଆଙ୍ଗୁଠି ଛିଣ୍ଡି ଯିବା ସହ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି।

ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ସାମାନ୍ୟ ସୁଧୁରିବାରୁ ସେମାନେ ଘରକୁ ଫେରିଥିବା ସୂଚନା ମିଳିଛି। ସଦାନନ୍ଦଙ୍କ ଏଭଳି ସାହସିକତା ପାଇଁ ସମଗ୍ର ଅଂଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।

The post ଭାଲୁ ମୁହଁରୁ ସ୍ତ୍ରୀକୁ ଛଡ଼ାଇ ଆଣିଲା ସ୍ୱାମୀ appeared first on Odisha Reporter.

]]>
Odisha News, right bottom 2021-05-22 11:07:33 https://cdn.odishareporter.in/wp-content/uploads/2021/05/21224401/bear.jpg
୧୦ ଘଣ୍ଟା ପଡ଼ିରହିଲା କରୋନା ରୋଗୀଙ୍କ ମୃତଦେହ https://odishareporter.in/odisha/a-corona-patient-deadbody-laid-down-for-more-than-10-hours-in-hospital-641737 Sat, 08 May 2021 06:36:02 +0000 https://odishareporter.in/?p=641737

ନବରଙ୍ଗପୁର( ନବଘନ ବିଶୋୟୀ): ଦୀର୍ଘ ୯ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବେଡରେ ପଡ଼ି ରହିଥିଲା କରୋନା ଆକ୍ରାନ୍ତଙ୍କ ମୃତଦେହ। ଆଖପାଖରେ ଆହୁରି ବହୁ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ସ୍ୱାଭାବିକ ଭାବେ ଚାଲିଥିଲା ସବୁ କାର୍ଯ୍ୟ। ହେଲେ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବା ମୃତଦେହ ଉଠାଇବାକୁ ଦେଖାଯାଉ ନ ଥିଲା ତତ୍ପରତା। ଏପରିକି ତାହାରି ମଧ୍ୟରେ ଅନ୍ୟ ରୋଗୀଙ୍କୁ ଡିନର ନିମନ୍ତେ ଖାଦ୍ୟ ପୁଡ଼ିଆ ମଧ୍ୟ ବଣ୍ଟା ଯାଉଥିଲା। ଏପରି ଚରମ ଅବ୍ୟବସ୍ଥା […]

The post ୧୦ ଘଣ୍ଟା ପଡ଼ିରହିଲା କରୋନା ରୋଗୀଙ୍କ ମୃତଦେହ appeared first on Odisha Reporter.

]]>

ନବରଙ୍ଗପୁର( ନବଘନ ବିଶୋୟୀ): ଦୀର୍ଘ ୯ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବେଡରେ ପଡ଼ି ରହିଥିଲା କରୋନା ଆକ୍ରାନ୍ତଙ୍କ ମୃତଦେହ। ଆଖପାଖରେ ଆହୁରି ବହୁ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ସ୍ୱାଭାବିକ ଭାବେ ଚାଲିଥିଲା ସବୁ କାର୍ଯ୍ୟ। ହେଲେ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବା ମୃତଦେହ ଉଠାଇବାକୁ ଦେଖାଯାଉ ନ ଥିଲା ତତ୍ପରତା। ଏପରିକି ତାହାରି ମଧ୍ୟରେ ଅନ୍ୟ ରୋଗୀଙ୍କୁ ଡିନର ନିମନ୍ତେ ଖାଦ୍ୟ ପୁଡ଼ିଆ ମଧ୍ୟ ବଣ୍ଟା ଯାଉଥିଲା। ଏପରି ଚରମ ଅବ୍ୟବସ୍ଥା ନବରଙ୍ଗପୁର କୋଭିଡ ହସ୍ପିଟାଲରେ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହାର ଭିଡିଓ ଭାଇରାଲ ହେଉଛି।

ମିଳିଥିବା ସୂଚନା ମୁତାବକ, ହସ୍ପିଟାଲର ଆଇସିୟୁ ଭିତରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ହେବାର ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାଏ ଶବ ପଡ଼ି ରହିଥିଲା। ଆଇସିୟୁ ଭିତରେ ଥିବା କେହି ଜଣେ ମହିଳା ଏହି ଭିଡିଓ ସୁଟିଂ କରିବା ସହ ଘଟଣା ନେଇ ଅଭିଯୋଗ କରିଛନ୍ତି।

ଭିଡିଓରେ ଶୁଣାଯାଉଥିବା ସ୍ୱର ଅନୁସାରେ, ଆଇସିୟୁର ୧ ନମ୍ବର ବେଡରେ ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କର ଦିନ ୧୧ଟା ବେଳେ ମୃତ୍ୟୁ ହୋଇଥିଲା। ହେଲେ ରାତି ୭ଟା ଯାଏ ସେମିତି ଶବ ପଡ଼ିଥିଲେ ବି କେହି ଉଠାଇ ନଥିଲେ। ବରଂ ଶବ ପଡ଼ି ରହିଥିବା ବେଳେ ହସ୍ପିଟାଲ କର୍ମଚାରୀ ସେହି ଓ୍ୱାର୍ଡରେ ଥିବା ଅନ୍ୟ ରୋଗୀଙ୍କୁ ଡିନର ପାଇଁ ଖାଦ୍ୟ ପୁଡ଼ିଆ ଦେଇଥିଲେ। ଏନେଇ ବାରମ୍ବାର କହିବା ପରେ ରାତି ସାଢ଼େ ୯ଟା ବେଳକୁ କେତେକ କର୍ମଚାରୀ ଆସି ମୃତଦେହ ପ୍ୟାକିଂ କରି ନେଇଥିଲେ।

ତେବେ ଶବ ୭ ଘଣ୍ଟା ଧରି ପଡ଼ି ରହିବା କଥାକୁ ହସ୍ପିଟାଲ ମ୍ୟାନେଜର ରୂପସୀ ନାୟକ ଅସ୍ୱୀକାର କରିବା ସହ କହିଛନ୍ତି, ୧ ନମ୍ବର ବେଡରେ ପ୍ରାଣ ହରାଇଥିବା ରୋଗୀ ଜଣକ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସ୍ୱାମୀ। ଗତକାଲି ସନ୍ଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ପ୍ୟାକିଂ ମେଟେରିଆଲ ପାଇଁ ଶବ ଉଠାଇବାରେ ବିଳମ୍ବ ହୋଇଥିଲା ବୋଲି ସେ କହିଛନ୍ତି। ତେବେ ଅନ୍ୟ ରୋଗୀ ଭୋକିଲା ଥିବାରୁ ଓ କେତେକଙ୍କୁ ଇନସୁଲିନ ଦେବାର ଥିବାରୁ ଡିନର ଦିଆଯାଇଥିଲା ବୋଲି ସେ କହିଛନ୍ତି।

The post ୧୦ ଘଣ୍ଟା ପଡ଼ିରହିଲା କରୋନା ରୋଗୀଙ୍କ ମୃତଦେହ appeared first on Odisha Reporter.

]]>
centre top 2021-05-08 13:04:11 https://cdn.odishareporter.in/wp-content/uploads/2021/05/08120127/covid-hospital.jpg
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମହତ୍ୟା https://odishareporter.in/odisha/nabarangpur/husband-hang-himself-after-killed-his-wife-639072 Tue, 27 Apr 2021 13:10:22 +0000 https://odishareporter.in/?p=639072

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ହତ୍ୟାକାଣ୍ଡର ଅସଲ କାରଣ କ’ଣ, ତାହା ଅସ୍ପଷ୍ଟ ରହିଛି । ମୃତ ସ୍ୱାମୀ ଓ ସ୍ତ୍ରୀ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡୁମର ଅଡ଼ା ଗ୍ରାମର। ମୃତ ସ୍ତ୍ରୀ ହେଲେ ପାର୍ବତୀ ଜାନୀ ଓ ସ୍ୱାମୀ ହେଲେ ନୀଳଧର ଯାନୀ। ଦୁହେଁ କିଛି ଦିନ […]

The post ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମହତ୍ୟା appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ହତ୍ୟାକାଣ୍ଡର ଅସଲ କାରଣ କ’ଣ, ତାହା ଅସ୍ପଷ୍ଟ ରହିଛି ।

ମୃତ ସ୍ୱାମୀ ଓ ସ୍ତ୍ରୀ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡୁମର ଅଡ଼ା ଗ୍ରାମର। ମୃତ ସ୍ତ୍ରୀ ହେଲେ ପାର୍ବତୀ ଜାନୀ ଓ ସ୍ୱାମୀ ହେଲେ ନୀଳଧର ଯାନୀ। ଦୁହେଁ କିଛି ଦିନ ହେବ ନିଜ ଭଉଣୀ ଘର ଭଣ୍ଡିମାଲ ଗ୍ରାମକୁ ବୁଲିବାକୁ ଆସିଥିଲେl ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ନୀଳଧର ପ୍ରଥମେ ତା’ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଥିଲା।

ଏହା ପରେ ନୀଳଧର ନିଜେ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି। କିନ୍ତୁ ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀର ମୃତଦେହ ବ୍ୟବଚ୍ଛେଦ କରାଯିବ।

The post ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମହତ୍ୟା appeared first on Odisha Reporter.

]]>
right bottom 2021-04-27 18:40:22 https://cdn.odishareporter.in/wp-content/uploads/2021/04/09151140/murdered.jpg
ଦୁଇ ଝିଅ ପ୍ରେମ ବିବାହ କଲେ, ପୂରା ପରିବାର ଭୋଗିଲା ଦଣ୍ଡ https://odishareporter.in/odisha/nabarangpur/family-banned-after-praja-court-decision-in-nabarangpur1-636058 Fri, 16 Apr 2021 06:23:17 +0000 https://odishareporter.in/?p=636058

family banned over

The post ଦୁଇ ଝିଅ ପ୍ରେମ ବିବାହ କଲେ, ପୂରା ପରିବାର ଭୋଗିଲା ଦଣ୍ଡ appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଷୋୟୀ): ପରିବାରର ଦୁଇ ଝିଅ ପ୍ରେମ କରି ଅନ୍ୟ ଜାତିରେ ବିବାହ କଲେ। ଯାହାର ପରିଣାମ ଭୋଗିବାକୁ ପଡ଼ିଛି ପୂରା ପରିବାରକୁ। ପୂରା ପରିବାରରୁ ନିଆଁପାଣି ବାସନ୍ଦ କରିଦିଆଯାଇଛି। ଆଧୁନିକ ଯୁଗରେ ଏଭଳି ପ୍ରଥା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ବାସ୍ତବରେ ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଆଉଁଳି ଗାଁରେ। ଗାଁର ବାସୁଦେବ କୁର୍ମୀଙ୍କ ପରିବାର ବାସୁଦେବଙ୍କ ୨ ଝିଅ ଘରୁ ପଳାଇ ପ୍ରେମ ବିବାହ କରିଛନ୍ତି। ତେବେ ଝିଅ ପ୍ରେମ ବିବାହ କରିବାକୁ ନେଇ କୁର୍ମୀ ସମାଜ ପକ୍ଷରୁ ଗାଁରେ ପ୍ରଜାକୋର୍ଟ ହୋଇଥିଲା। ନିଷ୍ପତ୍ତି ଅନୁସାରେ ବାସୁଦେବଙ୍କ ପରିବାରକୁ ଗାଁ ଲୋକେ ନିଆଁପାଣି ବନ୍ଦ କରିଦେଲେ।

ବାସୁଦେବ କୁର୍ମୀଙ୍କ ପରିବାରରେ ୬ ସଦସ୍ୟ। ତାଙ୍କ ପରିବାରରେ ସ୍ତ୍ରୀ, ଗୋଟିଏ ପୁଅ, ଦୁଇଝିଅ ଓ ବୁଢ଼ି ମା’। ଦୁଇ ଝିଅ ନିଜ ଇଚ୍ଛାରେ ଘରୁ ପଳେଇ ପ୍ରେମ ବିବାହ କରିଥିଲେ। ତା’ ପୁଣି ଅନ୍ୟ ଜାତିର ପୁଅ ସହ। ବାସ ଏତିକି ଥିଲା ଏହି ପରିବାରର ଭୁଲ। କୁର୍ମୀ ସମାଜ ଏଇ ଦୁଇ ଝିଅଙ୍କ ବିବାହକୁ ନେଇ ଗାଁରେ ହୋଇଥିଲା ପ୍ରଜାକୋର୍ଟ ଏବଂ ପରିବାରକୁ ଦୋଷୀ କରି ନିଆଁପାଣିରୁ ବାସନ୍ଦ ଭଳି କଠୋର ନିଷ୍ପତ୍ତି ନିଆଯାଇଥିଲା। ଦଣ୍ଡସ୍ୱରୂପ ଗୋଟିଏ ଝିଅ ପାଇଁ ୬ହଜାର ଟଙ୍କା ଏବଂ ଆଉ ଗୋଟିଏ ଝିଅ ପାଇଁ ୧୦ହଜାର ଟଙ୍କାର ଜରିମାନା ଶୁଣାଇଥିଲା ପ୍ରଜାକୋର୍ଟ।

ବାସୁଦେବଙ୍କ ଆର୍ଥିକ ସ୍ଥିତି ଭଲନଥିବାରୁ ଜରିମାନା କମ୍ କରିବାକୁ ଗୁହାରି କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ କେହି ଗ୍ରହଣ କଲେ ନାହିଁ l ଫଳରେ ନିର୍ଦ୍ଧରିାତ ଅର୍ଥ ଦେଇନପାରିବାରୁ ଦୀର୍ଘ ତିନି ମାସ ହେଲା ଏମିତି ବାସନ୍ଦ ହୋଇ ଦିନ କାଟୁଛନ୍ତି କୁର୍ମୀ ପରିବାର ଲୋକେ। ଦୁଇ ଝିଅ ନିଜ ଜାତିସମାଜକୁ ନଜଣାଇ ବିବାହ କରିଥିବା ସହ ବିବାହ ପାଇଁ ସମାଜର ସ୍ୱୀକୃତି ନିହାତି ଆବଶ୍ୟକ ଥିବା କହି ସମାଜର ମୁଖ୍ୟମାନେ ତାଙ୍କୁ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାସୁଦେବl

ଏପରିକି ଏହି ବାସନ୍ଦାଦେଶ କାରଣରୁ ଗାଁର କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାସୁଦେବଙ୍କ ପରିବାରକୁ ବାରଣ କରାଯାଇଛି। ଯଦିବି କେହି ଭୁଲବଶତଃ ନିମନ୍ତ୍ରଣ କରିଦେଲା, ତାହେଲେ ସାମୂହିକ ଭୋଜିରେ ତାଙ୍କ ପରିବାରକୁ ଖାଇବାକୁ ଦିଆନଯାଇ ଏକ ଅଲଗା ବ୍ୟାଗରେ ଖାଇବାଦେଇ ପଠେଇ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏମିତିକି ଗାଁର ନଳକୂଅକୁ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିବା ଅଭିଯୋଗ ହୋଇଛି। ଘଟଣା ନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି କିଛି ପଦକ୍ଷେପ ନ ନିଆଯିବାରୁ ପରିବାର ଲୋକେ ଆଇନ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଛନ୍ତି।

The post ଦୁଇ ଝିଅ ପ୍ରେମ ବିବାହ କଲେ, ପୂରା ପରିବାର ଭୋଗିଲା ଦଣ୍ଡ appeared first on Odisha Reporter.

]]>
right bottom 2021-04-16 12:01:06 https://cdn.odishareporter.in/wp-content/uploads/2021/04/16113829/nabarangapur.jpg
ମୃତ ଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦିଅ: NHRC https://odishareporter.in/odisha/nabarangpur/give-rs-8-lakh-to-the-family-of-the-deceased-student-nhrc-634553 Sat, 10 Apr 2021 13:18:59 +0000 https://odishareporter.in/?p=634553

ଉମରକୋଟ(କାର୍ତ୍ତିକ ମଲ୍ଲିକ) ଛାତ୍ରଙ୍କ ଅକାଳ ମୃତ୍ୟୁର ତିନି ବର୍ଷ ପରେ ପରିବାରକୁ ୮ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି  NHRC। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ତିନି ବର୍ଷ ତଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଛାତ୍ର ଅସୁସ୍ଥ ହୋଇଥିଲେ । ଉକ୍ତ ଘଟଣାର ତିନି ବର୍ଷ ପରେ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC। […]

The post ମୃତ ଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦିଅ: NHRC appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ) ଛାତ୍ରଙ୍କ ଅକାଳ ମୃତ୍ୟୁର ତିନି ବର୍ଷ ପରେ ପରିବାରକୁ ୮ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି  NHRC। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ତିନି ବର୍ଷ ତଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଛାତ୍ର ଅସୁସ୍ଥ ହୋଇଥିଲେ । ଉକ୍ତ ଘଟଣାର ତିନି ବର୍ଷ ପରେ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC।

ମୃତ ଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଏବଂ ଅସୁସ୍ଥ ସମସ୍ତ ୧୨ ଜଣ ଛାତ୍ରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି।ଏଥିସହ ଦୁଇ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି NHRC। ୩ ବର୍ଷ ତଳେ ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହୁଥିବା କେତେ ଜଣ ଛାତ୍ର ଶିକ୍ଷକଙ୍କ ଭୋଜିର ବାସି ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ।

ଡାକ୍ତର ଖାନା ନେବା ସମୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ୧୨ ଜଣ ଛାତ୍ର ଡାକ୍ତର ଖାନାରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଉକ୍ତ ବିଦ୍ୟାଳୟର ଶିକ୍ଷକ ମାନେ ନିଜ ଦାୟିତ୍ୱରେ ଅବହେଳା କରୁଥିବାରୁ ଏଭଳି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମାଳିଗୁଡ଼ା ଗ୍ରାମବାସୀ ଅଭିଯୋଗ କରିଥିଲେ।

The post ମୃତ ଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦିଅ: NHRC appeared first on Odisha Reporter.

]]>
right bottom 2021-04-10 18:52:38 https://cdn.odishareporter.in/wp-content/uploads/2021/04/10184821/yio-2.jpg
ଏଠି ଗର୍ଭବତୀଙ୍କୁ ଭରସା ଖଟିଆ ଆମ୍ବୁଲାନ୍ସ https://odishareporter.in/odisha/nabarangpur/pregnant-woman-carried-on-cot-in-nabarangpur-633732 Thu, 08 Apr 2021 06:12:45 +0000 https://odishareporter.in/?p=633732

ନବରଙ୍ଗପୁର(ନବଘନ ବିଷୋୟୀ): ପୁଣି ଜନନୀ ଯନ୍ତ୍ରଣା। ଖଟିଆରେ ବୁହାହେଲେ ଗର୍ଭବତୀ। ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳବାସୀଙ୍କ ଦୁର୍ଦ୍ଦଶାର କରୁଣ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି। ଗ୍ରାମକୁ ରାସ୍ତା ନ ଥିବାରୁ ଦେଢ଼ କିଲୋମିଟର ଖଟିଆରେ ଗର୍ଭବତୀଙ୍କୁ ବୋହିଲେ ଗ୍ରାମବାସୀ।  ପରେ ବୋଟ୍‌ରେ ନଦୀ ପାର କରି ମେଡିକାଲକୁ ନେଇଥିଲେ। ମହିଳା ଜଣକ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ଉଭୟ ମା’ ଓ ଶିଶୁ ସୁରକ୍ଷିତ ଥିବା ଜଣାପଡ଼ିଛି।   କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳୀପଦର ଗାଁର […]

The post ଏଠି ଗର୍ଭବତୀଙ୍କୁ ଭରସା ଖଟିଆ ଆମ୍ବୁଲାନ୍ସ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଷୋୟୀ): ପୁଣି ଜନନୀ ଯନ୍ତ୍ରଣା। ଖଟିଆରେ ବୁହାହେଲେ ଗର୍ଭବତୀ। ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳବାସୀଙ୍କ ଦୁର୍ଦ୍ଦଶାର କରୁଣ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି। ଗ୍ରାମକୁ ରାସ୍ତା ନ ଥିବାରୁ ଦେଢ଼ କିଲୋମିଟର ଖଟିଆରେ ଗର୍ଭବତୀଙ୍କୁ ବୋହିଲେ ଗ୍ରାମବାସୀ।  ପରେ ବୋଟ୍‌ରେ ନଦୀ ପାର କରି ମେଡିକାଲକୁ ନେଇଥିଲେ। ମହିଳା ଜଣକ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ଉଭୟ ମା’ ଓ ଶିଶୁ ସୁରକ୍ଷିତ ଥିବା ଜଣାପଡ଼ିଛି।  

କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳୀପଦର ଗାଁର ୩୦ ବର୍ଷୀୟ ଗୁରୁବାରୀ ମାଝୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ।  ହେଲେ ତେନ୍ତୁଳିପଦରଠାରୁ ତେନ୍ତୁଳିଗୁମ୍ମାରଘାଟ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ରାସ୍ତା ନ ଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅଣଓସାରିଆ ରାସ୍ତାଦେଇ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଥିଲେ ଗ୍ରାମବାସୀ l ତେବେ ବାଟରେ ନଦୀ ପଡ଼ୁଥିବାରୁ ସ୍ଥାନୀୟ ଆଶାକର୍ମୀ ବୋଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଜଳବୋଟ୍‌ ଆମ୍ବୁଲାନ୍ସଟି ତେନ୍ତୁଳିଗୁମ୍ମାଘାଟ ନିକଟରେ ପହଞ୍ଚିଥିଲା l

ଆଉ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଗର୍ଭବତୀ ଜଣକ ଏକ କନ୍ୟାଶିଶୁ ଜନ୍ମଦେଇଥିବା ବେଳେ ଉଭୟ ସୁରକ୍ଷିତ ଅଛନ୍ତି। ଉଭୟ ମା’ ଓ ଶିଶୁ କନ୍ୟା ତେନ୍ତୁଳିଖୁଣ୍ଟି ସ୍ଵାସ୍ଥ୍ୟକେନ୍ଦ୍ରରେ ଏବେ ଚିକିତ୍ସିତ ହେଉଛନ୍ତି। ତେବେ ଖଟିଆରେ ରୋଗୀ ବୁହାଯିବା କିମ୍ବା ଗର୍ଭବତୀଙ୍କୁ ନିଆଯିବା ନୂଆ ନୁହେଁ। ନବରଙ୍ଗପୁରରେ ଏମିତି ଚିତ୍ର ବାରମ୍ବାର ଆସୁଛି। ଯାହା ଅତ୍ୟନ୍ତ ଚିନ୍ତାଜନକ।

The post ଏଠି ଗର୍ଭବତୀଙ୍କୁ ଭରସା ଖଟିଆ ଆମ୍ବୁଲାନ୍ସ appeared first on Odisha Reporter.

]]>
Medical Negligence, right top 2021-04-08 16:40:43 https://cdn.odishareporter.in/wp-content/uploads/2021/04/08113756/gbn-89-1.jpg
ସାଂସଦ ରମେଶ ମାଝୀ ପ୍ରତିନିଧିଙ୍କ ବିବାଦୀୟ ବୟାନ: କହିଲେ ଗାନ୍ଧି ସିଗାରେଟ୍ ପିଇଥିଲେ, ଆମ ସାଂସଦ ସେତକ ବି ଛୁଇଁନାହାନ୍ତି https://odishareporter.in/odisha/nabarangpur/nabarangpur-mps-representative-gave-controversial-statement-on-mahatma-gandhi-631251 Mon, 29 Mar 2021 13:00:01 +0000 https://odishareporter.in/?p=631251

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମହାତ୍ମା ଗାନ୍ଧିଙ୍କୁ ନେଇ ବିଜେଡିର ଦଳୀୟ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ସାଂସଦ ପ୍ରତିନିଧି। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ ମହାତ୍ମା ଗାନ୍ଧିଙ୍କ ନାଁରେ ଦେଇଛନ୍ତି ଆପତ୍ତିଜନକ ମନ୍ତବ୍ୟ। ଯେଉଁ କାରଣରୁ ତାଙ୍କ ନାଁରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ଆଇନଜିବୀ ଖେମରାଜ ବାଘ। ସୂଚନା ଅନୁଯାୟୀ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସ ଭବନରେ […]

The post ସାଂସଦ ରମେଶ ମାଝୀ ପ୍ରତିନିଧିଙ୍କ ବିବାଦୀୟ ବୟାନ: କହିଲେ ଗାନ୍ଧି ସିଗାରେଟ୍ ପିଇଥିଲେ, ଆମ ସାଂସଦ ସେତକ ବି ଛୁଇଁନାହାନ୍ତି appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମହାତ୍ମା ଗାନ୍ଧିଙ୍କୁ ନେଇ ବିଜେଡିର ଦଳୀୟ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ସାଂସଦ ପ୍ରତିନିଧି। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ ମହାତ୍ମା ଗାନ୍ଧିଙ୍କ ନାଁରେ ଦେଇଛନ୍ତି ଆପତ୍ତିଜନକ ମନ୍ତବ୍ୟ। ଯେଉଁ କାରଣରୁ ତାଙ୍କ ନାଁରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ଆଇନଜିବୀ ଖେମରାଜ ବାଘ।

ସୂଚନା ଅନୁଯାୟୀ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସ ଭବନରେ ଆୟୋଜିତ ଏକ ଦଳୀୟ ବୈଠକରେ ସାଂସଦଙ୍କ ଉପସ୍ଥିତିରେ ତାଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ।

ସାଂସଦଙ୍କୁ ଖୁସି କରାଇବାକୁ ଯାଇ ପ୍ରମୋଦ ପାଢୀ କହିଥିଲେ, ‘ସାଂସଦ ରମେଶ ମାଝୀ ଏଭଳି ଜଣେ ବ୍ୟକ୍ତି, ଯାହାଙ୍କ ନାଁରେ କଳଙ୍କ ନାହିଁ। ତାଙ୍କ ମନରେ ଅଂହକାର ନାହିଁ କି ଗର୍ବ ନାହିଁ କି ହିଂସା ନାହିଁ। ମୁଁ ତ କହିବି ସେ ଜଣେ ପୁରୁଷ ନୁହେଁ। ସେ ହେଉଛନ୍ତି ମହାତ୍ମା ଗାନ୍ଧିଙ୍କ ଭଳି ମହାପୁରୁଷ। ମହାତ୍ମା ଗାନ୍ଧି ତ ପିଲାବେଳେ ସିଗାରେଟ୍ ପିଇ ଦେଇଥିଲେ। କିନ୍ତୁ ରମେଶ ଭାଇ ସିଗାରେଟ୍ କି ବିଡି ପିଇନାହାନ୍ତି। ତେଣୁ ଆମ ନେତା ରମେଶ ଭାଇ ଜଣେ ମହାନ ପୁରୁଷ।’

ସାଂସଦ ପ୍ରତିନିଧିଙ୍କ ଉକ୍ତ ଭିଡିଓ ଭାଇରାଲ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରମୋଦଙ୍କ ଏଭଳି ମନ୍ତବ୍ୟ ମହାତ୍ମା ଗାନ୍ଧିଙ୍କ ପ୍ରତି ଏହା ଘୋର ଅପମାନ ବୋଲି କହିବା ସହ ଆଇନଜୀବୀନ ଖେମରାଜ ବାଘ ଚନ୍ଦାହାଣ୍ଡି ଥାନାରେ ସାଂସଦ ପ୍ରତିନିଧି ପ୍ରୋମଦ ପାଢୀଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଉକ୍ତ ଘଟଣାର ତଦନ୍ତ କରି ସାଂସଦଙ୍କ ପ୍ରତିନିଧିଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଆଇନଜିବୀ ଖେମରାଜ ବାଘ।

The post ସାଂସଦ ରମେଶ ମାଝୀ ପ୍ରତିନିଧିଙ୍କ ବିବାଦୀୟ ବୟାନ: କହିଲେ ଗାନ୍ଧି ସିଗାରେଟ୍ ପିଇଥିଲେ, ଆମ ସାଂସଦ ସେତକ ବି ଛୁଇଁନାହାନ୍ତି appeared first on Odisha Reporter.

]]>
centre top 2021-03-29 19:57:12 https://cdn.odishareporter.in/wp-content/uploads/2021/03/29182515/MP-ramesh-majhi-and-his-Representative.jpg
ଏହି ଜିଲ୍ଲାରୁ ଉଠିଲା ନାଇଟ କର୍ଫ୍ୟୁ https://odishareporter.in/odisha/dist-administration-withdraws-night-curfew-from-this-dist-630921 Sun, 28 Mar 2021 06:42:33 +0000 https://odishareporter.in/?p=630921

ନବରଙ୍ଗପୁର(ନବଘନ ବିଶୋୟୀ): ରାଜ୍ୟରେ କରୋନା ଲହର ନିଜ କୋପ ଦେଖାଇବା ଆରମ୍ଭ କରୁ କରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାରେ  ଗତ ୨୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ତେବେ ଗତ ୪ ଦିନ ମଧ୍ୟରେ ଜିଲ୍ଲାରେ ସେପରି ସଂକ୍ରମିତ ଚିହ୍ନଟ ନ ହେବାରୁ ଆଜି ନାଇଟ କର୍ଫ୍ୟୁ ସହ ସମସ୍ତ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଜିଲ୍ଲାବାସୀଙ୍କୁ ଅବଗତ କରାଯାଇଛି। […]

The post ଏହି ଜିଲ୍ଲାରୁ ଉଠିଲା ନାଇଟ କର୍ଫ୍ୟୁ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ): ରାଜ୍ୟରେ କରୋନା ଲହର ନିଜ କୋପ ଦେଖାଇବା ଆରମ୍ଭ କରୁ କରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାରେ  ଗତ ୨୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ତେବେ ଗତ ୪ ଦିନ ମଧ୍ୟରେ ଜିଲ୍ଲାରେ ସେପରି ସଂକ୍ରମିତ ଚିହ୍ନଟ ନ ହେବାରୁ ଆଜି ନାଇଟ କର୍ଫ୍ୟୁ ସହ ସମସ୍ତ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଜିଲ୍ଲାବାସୀଙ୍କୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ଆଜି ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ପଜିଟିଭ ଚିହ୍ନଟ ହୋଇ ନ ଥିବା ବେଳେ ଗତକାଲି ଜଣେ ଓ ୨୪ ତାରିଖରେ ଜଣେ ଚିହ୍ନଟ ହୋଇଥିଲେ। ଏହାପରେ ପରିସ୍ଥିତି ଅନୁଧ୍ୟାନ କରି ନାଇଟ କର୍ଫ୍ୟୁ ଉଠାଇ ଦେଇଛି ଜିଲ୍ଲା ପ୍ରଶାସନ।

ଗତ ୨୫ ତାରିଖରୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ ୧୪୪ ଧାରା ଲାଗୁ ହୋଇଥିଲା। ।  ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିଲା।  ଏହି ଅବଧି ମଧ୍ୟରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଥିଲା।

ତେବେ ମେଡିକାଲ ଦୋକାନ, ପାଥୋଲୋଜି, କ୍ଲିନିକ, ଭେଟେନାରୀ ହସ୍ପିଟାଲ, ପେଟ୍ରୋଲ ପମ୍ପ, ଏଲପିଜି ଷ୍ଟୋର, ପେଟ୍ରୋଲିୟମ ଓ ଗ୍ୟାସ ରିଟେଲର ଦୋକାନ ଏବଂ ଲଜିଂ ଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷରେ ନାଇଟ୍ କର୍ଫ୍ୟୁ ସମୟରେ ଜିଲ୍ଲାର କୌଣସି ସ୍ଥାନରେ ୫ଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଅନାବଶ୍ୟକ ସମାବେଶ, ସମସ୍ତ ପ୍ରକାର ସେମିନାର,ୱାର୍କସପ୍ ଓ ସମ୍ମିଳନୀକୁ ବାତିଲ କରାଯାଇଥିଲା। ବରଯାତ୍ରୀ ଶୋଭଯାତ୍ରା, ଅପେରା ଓ ଅନ୍ୟ କୌଣସି ଉତ୍ସବ ଆୟୋଜନ ଉପରେ ରୋକ ଲଗାଯାଇଥିଲା।    କୌଣସି ପ୍ରକାରର ରାଜନୀତିକ ରାଲି  ଓ ସମାବେଶକୁ ମଧ୍ୟ ମନା କରାଯାଇଥିଲା। କଲ୍ୟାଣମଣ୍ଡପରେ କୌଣସି ପ୍ରକାରର ସମାବେଶ ଉପରେ କଟକଣା ଜାରି ହୋଇଥିଲା। ସମସ୍ତ ହୋଟେଲଗୁଡ଼ିକରେ ସାନିଟାଇଜେସନ ଓ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ।

ଏହି ନାଇଟକର୍ଫ୍ୟୁ ପରସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ତହସିଲଦାର ଓ ପୁଲିସ ଥାନା ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

The post ଏହି ଜିଲ୍ଲାରୁ ଉଠିଲା ନାଇଟ କର୍ଫ୍ୟୁ appeared first on Odisha Reporter.

]]>
centre bottom 2021-03-28 12:12:33 https://cdn.odishareporter.in/wp-content/uploads/2021/03/28121131/night-coo.jpg
୩୦ ଶ୍ରମିକଙ୍କୁ ନେଇ ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌, ଓଲଟି ପଡ଼ିଲା https://odishareporter.in/odisha/pick-up-van-accident-in-nabrangpur-630134 Thu, 25 Mar 2021 09:13:35 +0000 https://odishareporter.in/?p=630134

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କହେଁଇମୁଣ୍ଡା ଛକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ୪ ଜଣ ଗୁରୁତର  ଆହତ ହୋଇଛନ୍ତି। ତେନ୍ତୁଳିଖୁଣ୍ଟ ବ୍ଲକ ଅନ୍ତର୍ଗତ ନାଗି ଓ ଦେଓପାଲି ଗାଁର ୩୦ଜଣ ଶ୍ରମିକଙ୍କୁ ନେଇ ଏହି ପିକ୍‌ଅପ୍‌ ଭ୍ୟାନ୍‌ଟି ନନ୍ଦାହାଣ୍ଡି ମେଗା ଜଳ ଯୋଗାଣ ଯୋଜନାରେ ଚାଲିଥିବା ପାଇପ […]

The post ୩୦ ଶ୍ରମିକଙ୍କୁ ନେଇ ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌, ଓଲଟି ପଡ଼ିଲା appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କହେଁଇମୁଣ୍ଡା ଛକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ୪ ଜଣ ଗୁରୁତର  ଆହତ ହୋଇଛନ୍ତି।

ତେନ୍ତୁଳିଖୁଣ୍ଟ ବ୍ଲକ ଅନ୍ତର୍ଗତ ନାଗି ଓ ଦେଓପାଲି ଗାଁର ୩୦ଜଣ ଶ୍ରମିକଙ୍କୁ ନେଇ ଏହି ପିକ୍‌ଅପ୍‌ ଭ୍ୟାନ୍‌ଟି ନନ୍ଦାହାଣ୍ଡି ମେଗା ଜଳ ଯୋଗାଣ ଯୋଜନାରେ ଚାଲିଥିବା ପାଇପ ବିଛାଇବା କାମ କରିବାକୁ ଯାଉଥିଲା l ଦ୍ରୁତ ଗତିରେ ଥିବାରୁ କହେଁଇମୁଣ୍ଡା ବୁଲାଣି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ଫଳରେ ଏଥିରେ ବସିଥିବା ଶ୍ରମିକଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଗୁରୁତର ଥିବା ଅନ୍ୟ ୪ ଶ୍ରମିକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

The post ୩୦ ଶ୍ରମିକଙ୍କୁ ନେଇ ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌, ଓଲଟି ପଡ଼ିଲା appeared first on Odisha Reporter.

]]>
right bottom 2021-03-25 14:49:25 https://cdn.odishareporter.in/wp-content/uploads/2021/03/25144059/accident-7.jpg
ମାଲକାନଗିରି ପରେ ଆଉ ଏକ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ https://odishareporter.in/odisha/nabarangpur/night-curfew-implemented-in-nabrangpur-629913 Wed, 24 Mar 2021 14:44:17 +0000 https://odishareporter.in/?p=629913

ନବରଙ୍ଗପୁର (ନବଘନ ବିଶୋୟୀ): ରାଜ୍ୟରେ ଆଉ ଏକ ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ମହାମାରୀ କରୋନା ବ୍ୟାପିବା ଆଶଙ୍କାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫ୍ୟୁ ଜାରି କରିଛି। ଗୁରୁବାର ଅର୍ଥାତ୍ ଆସନ୍ତାକାଲିଠାରୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏଥିସହ ଆଉ କିଛି କଟକଣା ମଧ୍ୟ ଲଗାଇଛନ୍ତି ଜିଲ୍ଲାପାଳ। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ମନା […]

The post ମାଲକାନଗିରି ପରେ ଆଉ ଏକ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଶୋୟୀ): ରାଜ୍ୟରେ ଆଉ ଏକ ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ମହାମାରୀ କରୋନା ବ୍ୟାପିବା ଆଶଙ୍କାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫ୍ୟୁ ଜାରି କରିଛି। ଗୁରୁବାର ଅର୍ଥାତ୍ ଆସନ୍ତାକାଲିଠାରୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଏଥିସହ ଆଉ କିଛି କଟକଣା ମଧ୍ୟ ଲଗାଇଛନ୍ତି ଜିଲ୍ଲାପାଳ। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି। ସେହିପରି ଜରୁରୀ ନଥିବା ସେମିନାର, ୱାର୍କଶପ୍ ଓ କନ୍‌ଫରେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗହଳି ହେଉଥିବା ସ୍ଥାନ ଯେପରିକି ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପସନ୍, ବାହାଘର ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜନୈତିକ ଶୋଭାଯାତ୍ରା, ଅପେରା ଓ ବିଭିନ୍ନ ଆନ୍ଦୋଳନ କରିବା ଉପରେ ରୋକ୍ ଲଗାଯାଇଛି।

କଲ୍ୟାଣ ମଣ୍ଡପ ଗୁଡ଼ିକରେ ଗହଳି ସମ୍ଭାବନା ଥିବାରୁ ଏସବୁ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା କାର୍ଯ୍ୟକାରୀ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫ୍ୟୁ ଜାରି କରିସାରିଛି। ବଡ଼ ଯାତ୍ରା ଯୋଗୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଜିଲ୍ଲାରେ ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ।

The post ମାଲକାନଗିରି ପରେ ଆଉ ଏକ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ appeared first on Odisha Reporter.

]]>
2021-03-24 21:07:43 https://cdn.odishareporter.in/wp-content/uploads/2021/03/24204842/navrangpur.jpg
କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତାରେ ରଖିଲେ ନକ୍ସଲ https://odishareporter.in/odisha/naxal-posters-found-in-raighar-of-nabarangpur-dist-628024 Thu, 18 Mar 2021 02:16:08 +0000 https://odishareporter.in/?p=628024

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ନକ୍ସଲ ପୋଷ୍ଟର ଓ ବ୍ୟାନର । ଏହି ପୋଷ୍ଟରରେ ୧୧ ଗୋଟି ଦାବି ନେଇ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦିଆଯାଇଛି। ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ନକ୍ସଲମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳି ଦେଇଛନ୍ତି । ଏହାବ୍ୟତୀତ ଏକ କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଉପରେ […]

The post କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତାରେ ରଖିଲେ ନକ୍ସଲ appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ନକ୍ସଲ ପୋଷ୍ଟର ଓ ବ୍ୟାନର । ଏହି ପୋଷ୍ଟରରେ ୧୧ ଗୋଟି ଦାବି ନେଇ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦିଆଯାଇଛି।

ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ନକ୍ସଲମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳି ଦେଇଛନ୍ତି । ଏହାବ୍ୟତୀତ ଏକ କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଉପରେ ଦୁଇଟି ବ୍ୟାନର ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।

ରାଇଘର ଅଞ୍ଚଳରେ ଏକ କେଟିଲରେ ବିଦ୍ୟୁତ୍‌ ତାର ସଂଯୋଗ କରି ରଖା ହୋଇଛି।

ନବରଙ୍ଗପୁର ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତରେ ଅବସ୍ଥିତ ଏହି ଗାଁରେ କିଛି ଦିନର ବ୍ୟବଧାନ ପରେ  ପୁଣି ଥରେ ଏଭଳି ନକ୍ସଲ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ମାଓବାଦୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି।

The post କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତାରେ ରଖିଲେ ନକ୍ସଲ appeared first on Odisha Reporter.

]]>
right top 2021-03-18 08:33:44 https://cdn.odishareporter.in/wp-content/uploads/2021/03/18074203/naxal-2.jpg
ଘରକୁ ଫେରୁଥିଲେ ବ୍ୟବସାୟୀ, ରାସ୍ତାରେ ହେଲା ଫାୟାରିଂ https://odishareporter.in/odisha/firing-on-a-businessman-626639 Sat, 13 Mar 2021 02:12:11 +0000 https://odishareporter.in/?p=626639

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି । ତାଙ୍କ ଅଣ୍ଟାରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ସଂଜୀବ   ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ମାତ୍ର ଉମରକୋଟ ପୁରୁଣା ବସ୍ ଷ୍ଟାଣ୍ଡ ନିକଟ […]

The post ଘରକୁ ଫେରୁଥିଲେ ବ୍ୟବସାୟୀ, ରାସ୍ତାରେ ହେଲା ଫାୟାରିଂ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି । ତାଙ୍କ ଅଣ୍ଟାରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ସନ୍ଧ୍ୟା ସମୟରେ ସଂଜୀବ   ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ମାତ୍ର ଉମରକୋଟ ପୁରୁଣା ବସ୍ ଷ୍ଟାଣ୍ଡ ନିକଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ନିକଟରେ ତିନି ଜଣ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ  ଗୁଳି କରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଗୁଳିକାଣ୍ଡର କାରଣ ଜଣାପଡିନାହିଁ। ଉମରକୋଟ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି ।

The post ଘରକୁ ଫେରୁଥିଲେ ବ୍ୟବସାୟୀ, ରାସ୍ତାରେ ହେଲା ଫାୟାରିଂ appeared first on Odisha Reporter.

]]>
right top 2021-03-13 07:42:11 https://cdn.odishareporter.in/wp-content/uploads/2021/01/20100132/firing-1.jpg
ଗାଁ ମୁହାଁ ହୋଇଥିଲା ଭାଲୁ, ଶୁଖିଲା କୂଅରେ ପଡ଼ିଲା https://odishareporter.in/odisha/nabarangpur/bear-falls-into-in-dry-well-621656 Tue, 23 Feb 2021 03:42:02 +0000 https://odishareporter.in/?p=621656

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଦେଉଳା ଗାଁର ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ଭାଲୁ ପଡ଼ିଯାଇଛି। ଗାଁର ବିଭୀଷଣ ମାଳିଙ୍କ ପରିବା ବାଡ଼ି ପଛରେ ଥିବା ଏହି ଶୁଖିଲା କୂଅରେ ଭାଲୁଟି ପଡ଼ିଯାଇଛି । ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲା। ଏହା ପରେ ଭାଲୁକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଦିନକୁ ଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ […]

The post ଗାଁ ମୁହାଁ ହୋଇଥିଲା ଭାଲୁ, ଶୁଖିଲା କୂଅରେ ପଡ଼ିଲା appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଦେଉଳା ଗାଁର ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ଭାଲୁ ପଡ଼ିଯାଇଛି। ଗାଁର ବିଭୀଷଣ ମାଳିଙ୍କ ପରିବା ବାଡ଼ି ପଛରେ ଥିବା ଏହି ଶୁଖିଲା କୂଅରେ ଭାଲୁଟି ପଡ଼ିଯାଇଛି । ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲା। ଏହା ପରେ ଭାଲୁକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

ଭାଲୁକୁ ଦେଖିବାକୁ ଲୋକଙ୍କ ଗହଳି।

ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଦିନକୁ ଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଭାଲୁ ଗାଁ ମୁହାଁ  ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।

ପ୍ରାୟ ଦୁଇ ସପ୍ତାହ ତଳେ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଉଦୟପୁର ଗାଁ ନିକଟରେ ଦିନ ବେଳେ ଭାଲୁଟିଏ ବୁଲୁଥିବାର ଦେଖିବାକୁ ମିଳିଥିଲା। କାରରେ ଯାଉଥିବା ଜଣେ ବ୍ୟକ୍ତି  ଭାଲୁଟିର ଭିଡିଓ ଉତ୍ତୋଳନ କରି ସୋଶାଲ୍ ମିଡ଼ିଆରେ ପୋଷ୍ଟ୍ କରିଥିଲେ ଓ ଏହା ଭାଇରାଲ୍ ହୋଇଥିଲା।

The post ଗାଁ ମୁହାଁ ହୋଇଥିଲା ଭାଲୁ, ଶୁଖିଲା କୂଅରେ ପଡ଼ିଲା appeared first on Odisha Reporter.

]]>
Odisha News, right bottom 2021-02-23 11:42:35 https://cdn.odishareporter.in/wp-content/uploads/2021/02/23090950/bear-2.jpg
ଦିନ ବେଳେ ରାସ୍ତାରେ ବୁଲିଲା ଭାଲୁ, ଦୁଇ ଭାଇ ଗିରଫ ଓ ଅନ୍ୟ ଛୋଟ ଖବର … https://odishareporter.in/odisha/matter/bear-roaming-on-road-and-othe-small-news-617166 Fri, 05 Feb 2021 06:00:26 +0000 https://odishareporter.in/?p=617166

ନବରଙ୍ଗପୁର/ଭୁବନେଶ୍ୱର(ନବଘନ ବିଷୋୟୀ/ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ହ୍ରାସ ପାଉଛି ଜଙ୍ଗଲ। ତେଣୁ ବନ୍ୟଜନ୍ତୁ ଏବେ ଖାଦ୍ୟ ଅନ୍ୱେଷଣରେ ଦିନ ବେଳେ ଗାଁ ମୁହାଁ ହେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଉଦୟପୁର ଗାଁ ନିକଟରେ। ଦିନ ବେଳେ ଏଠାରେ ଏକ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କାରରେ ଯିବା ବେଳେ ଭାଲୁଟି ସେହି ରାସ୍ତାର ବିପରୀତ […]

The post ଦିନ ବେଳେ ରାସ୍ତାରେ ବୁଲିଲା ଭାଲୁ, ଦୁଇ ଭାଇ ଗିରଫ ଓ ଅନ୍ୟ ଛୋଟ ଖବର … appeared first on Odisha Reporter.

]]>

ନବରଙ୍ଗପୁର/ଭୁବନେଶ୍ୱର(ନବଘନ ବିଷୋୟୀ/ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ହ୍ରାସ ପାଉଛି ଜଙ୍ଗଲ। ତେଣୁ ବନ୍ୟଜନ୍ତୁ ଏବେ ଖାଦ୍ୟ ଅନ୍ୱେଷଣରେ ଦିନ ବେଳେ ଗାଁ ମୁହାଁ ହେଉଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଉଦୟପୁର ଗାଁ ନିକଟରେ। ଦିନ ବେଳେ ଏଠାରେ ଏକ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କାରରେ ଯିବା ବେଳେ ଭାଲୁଟି ସେହି ରାସ୍ତାର ବିପରୀତ ଦିଗରୁ ଆସୁଥିଲା। ସେ କାର ଭିତରୁ ମୋବାଇଲେ ଭାଲୁର ଭିଡିଓ ଉତ୍ତୋଳନ କରିଥିଲେ। ଏହା ଜାଣିବା ପରେ ଲୋକେ ଦିନ ବେଳେ ବି ସେହି ରାସ୍ତାରେ ଯିବାଆସିବା କରିବାକୁ ଭୟ କଲେଣି। ଅନ୍ୟପକ୍ଷରେ ନବରଙ୍ଗପୁର ବନ ବିଭାଗ ଏହି ଘଟଣାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି। ବନ ବିଭାଗର କୌଣସି କର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ପରଖି ନାହାନ୍ତି।

ଦୁଇ ଭାଇଙ୍କୁ ଗିରଫ କଲା ବନ ବିଭାଗ 

ଅନୁଗୋଳ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ବନାଞ୍ଚଳରେ ବାରହା ଶିକାର କରିବା ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରିଛି ବନ ବିଭାଗ। ସେମାନେ ହେଉଛନ୍ତି ରଞ୍ଜନ କୁମାର ସାହୁ ଓ ପବିତ୍ର ସାହୁ। ସେମାନଙ୍କ ଘର ଫାସିପାଳ ଗାଁରେ। ଅଭିଯୁକ୍ତ ଦ୍ୱୟ ବାମୁର ବନାଞ୍ଚଳ ଅନ୍ତର୍ଗତ ସାହାଜବାହାଳି ଜଙ୍ଗଲରେ ବାରହା ଶିକାର କରି ବିକ୍ରି ଉଦ୍ଦେଶ୍ୟରେ ମାଂସ କାଟୁଥିବାବେଳେ ବନ ବିଭାଗ ଅଧିକାରୀ ଧରିଥିଲେ। ସେମାନଙ୍କ ପାଖରୁ ମାଂସ ସହ ୩ଟି ପନିକି ଏବଂ ୨ଟି ଟାଙ୍ଗିଆ ଜବତ କରିଛି ବନବିଭାଗ।

ବାଇକ୍‌କୁ ପିଟିଲା ବାଇକ୍‌

ଆଠଗଡ଼: ବାଇକ୍‌କୁ ପିଟି ଦେଲା ବାଇକ୍। ଚାଲିଗଲା ଜଣଙ୍କ ଜୀବନ। କଟକ ମଧୁସୂଦନ ସେତୁରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଏକ ବାଇକ ଦ୍ରୁତ ଗତିରେ ଆସି ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଉକ୍ତ ବାଇକ ଆରୋହୀ ପଡ଼ିଯାଇଥିଲେ ଓ ତାଙ୍କ ଜୀବନ ଚାଲି ଯାଇଥିଲା। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

ଚାଲିଥିଲା ବେଆଇନ କାରବାର

ଜଳେଶ୍ୱର: ବେଆଇନ କରତ କଳ ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ। ଘଟଣାଟି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ୍‌ର ଲଙ୍ଗଳେଶ୍ୱର ଗାଁର। ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ସୁକୁମାର ଦାସଙ୍କ ନେତୃତ୍ୱରେ ବନବିଭାଗ ଓ ପୁଲିସ୍ ମିଳିତ ଭାବେ ଉକ୍ତ କରତ କଳ ଉପରେ ଚଢ଼ାଉ କରିଥିଲେ।

ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ନୟାଗଡ଼: ୯.୫ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ମାନେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକାଗୋଡ଼ା ଗାଁର ଅବ୍ଦୁଲ ତାୟବ ଖାଁ ଏବଂ ମିର ଅତୁଲ୍ଲା। ସେମାନଙ୍କ ଠାରୁ ଏକ ପଲସର ଗାଡ଼ି ମଧ୍ୟ ଜବତ କରାଯାଇଛି। ଉଭୟଙ୍କୁ ନୟାଗଡ଼ ଘଦୁଆଳ ସତସଙ୍ଗ ବିହାର ନିକଟରୁ ପୁଲିସ୍ ସେମାନଙ୍କୁ କାବୁ କରିଛି।

The post ଦିନ ବେଳେ ରାସ୍ତାରେ ବୁଲିଲା ଭାଲୁ, ଦୁଇ ଭାଇ ଗିରଫ ଓ ଅନ୍ୟ ଛୋଟ ଖବର … appeared first on Odisha Reporter.

]]>
right bottom 2021-02-05 12:45:38 https://cdn.odishareporter.in/wp-content/uploads/2021/02/05112432/bear1.jpg
ନବରଙ୍ଗପୁରରେ ଲୁଟେରାଙ୍କ ରାଜ; ବିଚ୍‌ ରାସ୍ତାରୁ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା https://odishareporter.in/odisha/frequently-loot-in-nabrangpur-dist-613787 Fri, 22 Jan 2021 04:46:57 +0000 https://odishareporter.in/?p=613787

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାରେ ଏବେ ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ। ବିଚ୍‌ ରାସ୍ତାରୁ ହିଁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କେବଳ ସେତିକି ନୁହେଁ, ଲୁଟେରାଙ୍କ ଆକ୍ରମଣରେ କିଏ ଆଖି ବୁଜୁଛି ତ କିଏ ମୃତ୍ୟୁ ସହ ସଂଗ୍ରାମ କରୁଛି। ଗତ ୧୮ ତାରିଖରେ ଝରିଗାଁ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ହାଣି ଲୁଟେରା ୪ ଲକ୍ଷ ନେଇ ଯାଇଥିବା ବେଳେ ଗତକାଲି ହୋଇଛି ୨ଟି ବଡ଼ ଧରଣର ଲୁଟପାଟ। ଜିଲ୍ଲାର ରାଇଘର ଥାନା ଭାରସୁଣ୍ଡି ଗ୍ରାମ […]

The post ନବରଙ୍ଗପୁରରେ ଲୁଟେରାଙ୍କ ରାଜ; ବିଚ୍‌ ରାସ୍ତାରୁ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାରେ ଏବେ ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ। ବିଚ୍‌ ରାସ୍ତାରୁ ହିଁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କେବଳ ସେତିକି ନୁହେଁ, ଲୁଟେରାଙ୍କ ଆକ୍ରମଣରେ କିଏ ଆଖି ବୁଜୁଛି ତ କିଏ ମୃତ୍ୟୁ ସହ ସଂଗ୍ରାମ କରୁଛି।

ଗତ ୧୮ ତାରିଖରେ ଝରିଗାଁ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ହାଣି ଲୁଟେରା ୪ ଲକ୍ଷ ନେଇ ଯାଇଥିବା ବେଳେ ଗତକାଲି ହୋଇଛି ୨ଟି ବଡ଼ ଧରଣର ଲୁଟପାଟ। ଜିଲ୍ଲାର ରାଇଘର ଥାନା ଭାରସୁଣ୍ଡି ଗ୍ରାମ ନିକଟରୁ ଜଣେ ବ୍ୟବସାୟୀଙ୍କ ନିକଟରୁ ୧୧ ଲକ୍ଷ ଟଙ୍କା ସୁନା, ରୂପା ଲୁଟ ହୋଇଥିବା ବେଳେ କୋଡିଙ୍ଗା ଥାନା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ମୁହଁରେ ଗାମୁଛା ପକାଇ ଲୁଟେରା ଅଢେଇ ଲକ୍ଷ ନେଇପଳାଇଲେ।

ଗତ ୧୮ ତାରିଖ ଲୁଟ୍‌ ଘଟଣାରେ ପୁଲିସ୍‌ ଗତକାଲି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ଏହି ୨ ଟି ଘଟଣା ଘଟିଥିବାରୁ ନବରଙ୍ଗପୁର ଜିଲ୍ଲାରେ ଏବେ ଲୁଟେରାଙ୍କ ରାଜ ଚାଲିଥିବା କୁହାଯାଉଛି।

ସୂଚନାଯୋଗ୍ୟ,  ଗତକାଲି ସନ୍ଧ୍ୟାରେ  ସୁନା ବ୍ୟବସାୟୀ ରାଇଘର ଥାନା ମହୁଭାଟ୍ଟା ଗ୍ରାମର ଆଶାରାମ ଗଣ୍ଡଙ୍କ ନିକଟରୁ  ୧୧ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଲୁଟ୍‌ ହୋଇଛି।    ଗତକାଲି ନିକଟସ୍ଥ ଗୋନା ସପ୍ତାହିକ ହାଟରୁ ବ୍ୟବସାୟ ସାରି ଆଶାରାମ ନିଜ ବାଇକ୍‌ ଯୋଗେ ଘର ମହୁଭାଟ୍ଟାକୁ ଫେରୁଥିଲେ । ଭାରସୁଣ୍ଡି ଗ୍ରାମ ନିକଟରେ ଦୁଇଟି ବାଇକ୍‌ରେ ମୁଖା ପିନ୍ଧା ୪  ଦୁର୍ବୃତ୍ତ ହଠାତ୍ ପହଞ୍ଚି ଆଶାରାମଙ୍କୁ ଅଟକାଇଥିଲେ। ଏହାପରେ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ଏକ ଛୁରୀରେ ଆକ୍ରମଣ କରି କାଠ ବାକ୍ସରେ ଥିବା ୩୦ ଗ୍ରାମ ସୁନା ଗହଣା ଏବଂ ୧୫ କେଜି ରୂପା ଗହଣା ଲୁଟି ନେଇଥିବା ଜଣାପଡିଛି ।

ଆହତ ଆଶାରାମଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।  ଖବର ପାଇ ରାଇଘର ଥାନା ପୁଲିସ୍‌ ରାଇଘରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ସେହିପରି କାଲି ସନ୍ଧ୍ୟାରେ ଜିଲ୍ଲାର କୋଡିଙ୍ଗା ଥାନା ଅନ୍ତର୍ଗତ ଦେଉଧରା ଗ୍ରାମ ନିକଟରେ ଜଣେ ବ୍ୟବସାୟୀଙ୍କ ମୁହଁରେ ଗାମୁଛା ପକାଇ ୨ ଦୁର୍ବୃତ୍ତ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ।  ସହର ମଧ୍ୟରେ ତଥା ସହର ବାହାରେ ବେଧଡ଼କ ଭାବେ ଏପରି ଘଟଣା ଘଟୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିବାବେଳେ ଗତକାଲି ଗୋଟିଏ ଦିନରେ ଦୁଇ ଦୁଇଟି ଘଟଣା ଜିଲ୍ଲ ପୋଲିସର ନିଦ ହଜାଇ ଦେଇଛି । ସେପଟେ ପୋଲିସ ପକ୍ଷରୁ ସେଭଳି କୌଣସି ଆଖିଦୁସିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି ।

The post ନବରଙ୍ଗପୁରରେ ଲୁଟେରାଙ୍କ ରାଜ; ବିଚ୍‌ ରାସ୍ତାରୁ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା appeared first on Odisha Reporter.

]]>
right bottom 2021-01-22 14:08:36 https://cdn.odishareporter.in/wp-content/uploads/2021/01/22102235/LOOT-TH-1123.jpg
ଜିଆରଏସ୍‌ଙ୍କ ଘରୁ ମିଳିଲା ୧୭ ଲକ୍ଷ କ୍ୟାସ୍ https://odishareporter.in/odisha/17-lakh-cash-found-from-grs-house-613477 Thu, 21 Jan 2021 04:15:43 +0000 https://odishareporter.in/?p=613477

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଜିଆରଏସ୍‌ଙ୍କ ଘରୁ ମିଳିଲା ୧୭ ଲକ୍ଷ ଟଙ୍କା କ୍ୟାସ୍‌।  ଏଥିସହ ସରିନି ଚଢ଼ାଉ। ଜିଆରଏସ୍‌ଙ୍କ ଅମାପ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସିଂଶାରି ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ହିମାଂଶୁ ବାଘଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଆଜି ସକାଳୁ ମାଲକାନଗିରି, ଜୟପୁର, ନବରଙ୍ଗପୁର ଏବଂ ନୂଆପଡା ଜିଲ୍ଲାର ଚାରୋଟି ଟିମ୍ ଚଢଉ ଆରମ୍ଭ କରିଛନ୍ତି । ଚଢଉ ବେଳେ ହିମାଂଶୁଙ୍କ ଘରୁ  ୧୭,୮୩,୦୦୦ ଟଙ୍କା ନଗଦ […]

The post ଜିଆରଏସ୍‌ଙ୍କ ଘରୁ ମିଳିଲା ୧୭ ଲକ୍ଷ କ୍ୟାସ୍ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଜିଆରଏସ୍‌ଙ୍କ ଘରୁ ମିଳିଲା ୧୭ ଲକ୍ଷ ଟଙ୍କା କ୍ୟାସ୍‌।  ଏଥିସହ ସରିନି ଚଢ଼ାଉ। ଜିଆରଏସ୍‌ଙ୍କ ଅମାପ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସିଂଶାରି ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ହିମାଂଶୁ ବାଘଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।

ଆଜି ସକାଳୁ ମାଲକାନଗିରି, ଜୟପୁର, ନବରଙ୍ଗପୁର ଏବଂ ନୂଆପଡା ଜିଲ୍ଲାର ଚାରୋଟି ଟିମ୍ ଚଢଉ ଆରମ୍ଭ କରିଛନ୍ତି । ଚଢଉ ବେଳେ ହିମାଂଶୁଙ୍କ ଘରୁ  ୧୭,୮୩,୦୦୦ ଟଙ୍କା ନଗଦ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ଏଥିସହ ବର୍ତ୍ତମାନ ଚଢଉ  ଜାରି ରହିଛି ।

The post ଜିଆରଏସ୍‌ଙ୍କ ଘରୁ ମିଳିଲା ୧୭ ଲକ୍ଷ କ୍ୟାସ୍ appeared first on Odisha Reporter.

]]>
right bottom, vigilance raid 2021-01-21 12:39:15 https://cdn.odishareporter.in/wp-content/uploads/2021/01/21094009/grs2.jpg
ବିଡିଓଙ୍କ ପତ୍ତା ମିଳୁନି, ଘରେ ଲାଗିଲା ନୋଟିସ୍‌ https://odishareporter.in/odisha/govt-send-notice-to-jharigaon-bdo-612980 Tue, 19 Jan 2021 08:54:49 +0000 https://odishareporter.in/?p=612980

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆଙ୍କର ଖୋଜଖବର ନାହିଁ। ତେଣୁ ତାଙ୍କ ଝରିଗାଁ ସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ନୋଟିସ୍ ଲଗାଯାଇଛି। ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ କହିଛନ୍ତି, ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେବାକୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଡିଓଙ୍କର କୌଣସି ଖବର ନାହିଁ। ଝରିଗାଁ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ […]

The post ବିଡିଓଙ୍କ ପତ୍ତା ମିଳୁନି, ଘରେ ଲାଗିଲା ନୋଟିସ୍‌ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆଙ୍କର ଖୋଜଖବର ନାହିଁ। ତେଣୁ ତାଙ୍କ ଝରିଗାଁ ସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ନୋଟିସ୍ ଲଗାଯାଇଛି।

ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ କହିଛନ୍ତି, ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେବାକୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଡିଓଙ୍କର କୌଣସି ଖବର ନାହିଁ।

ଝରିଗାଁ ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଏଥିରେ ବିଡିଓଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆସିବା ପରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ।

ଏହା ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ୧୫ ତାରିଖ ଦିନ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆ ଓ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହା ସହିତ ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେଇ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚିଠି ପାଇବା ପରେ କନିଷ୍ଠ ଯନ୍ତ୍ରୀ ସୁନୀଲ ସାମଲ ଜିଲ୍ଲା କାର୍ଯ୍ୟାଳୟରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଡିଓଙ୍କ କୌଣସି ପତ୍ତା ମିଳି ନଥିବା କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ।

The post ବିଡିଓଙ୍କ ପତ୍ତା ମିଳୁନି, ଘରେ ଲାଗିଲା ନୋଟିସ୍‌ appeared first on Odisha Reporter.

]]>
right bottom 2021-01-19 14:26:21 https://cdn.odishareporter.in/wp-content/uploads/2021/01/19141831/notice.jpg
ଖଣ୍ଡାରେ ହାଣି ଲୁଟି ନେଲେ ୪ ଲକ୍ଷ https://odishareporter.in/odisha/4-lakh-loot-in-umerkot-612705 Mon, 18 Jan 2021 08:23:56 +0000 https://odishareporter.in/?p=612705

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଖଣ୍ଡାରେ ଆକ୍ରମଣ କରି ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ। ଝରିଗାଁ ବ୍ଲକ୍ ଚଚ୍ଚା ଗାଁର ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକ୍ ଯୋଗେ ନିକଟସ୍ଥ କଂଗ୍ରା ବଜାରକୁ ଯାଉଥିଲେ। ବାଟରେ ଚକଲାପଦର ପୂର୍ବରୁ ପଲ୍‌ସରେ ଆସି ତିନି ଜଣ ଯୁବକ ହଠାତ୍ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। […]

The post ଖଣ୍ଡାରେ ହାଣି ଲୁଟି ନେଲେ ୪ ଲକ୍ଷ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଖଣ୍ଡାରେ ଆକ୍ରମଣ କରି ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ।

ଝରିଗାଁ ବ୍ଲକ୍ ଚଚ୍ଚା ଗାଁର ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକ୍ ଯୋଗେ ନିକଟସ୍ଥ କଂଗ୍ରା ବଜାରକୁ ଯାଉଥିଲେ। ବାଟରେ ଚକଲାପଦର ପୂର୍ବରୁ ପଲ୍‌ସରେ ଆସି ତିନି ଜଣ ଯୁବକ ହଠାତ୍ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଡାହାଣ ହାତରେ ଚୋଟ ପକାଇଥିଲେ ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଛୁ ମାରିଥିଲେ।

ସ୍ଥାନୀୟ ଲୋକେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ଖବର ପାଇ ଝରିଗାଁ ଥାନା ଅଧିକାରୀ ଉମେଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତା’ସହିତ ଜିଲ୍ଲା ପୁଲିସ୍ ପକ୍ଷରୁ ଝରିଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ୍ ମୁତୟନ କରାଯାଇଥିବା ସୂଚନା ମିଳିଛି।

The post ଖଣ୍ଡାରେ ହାଣି ଲୁଟି ନେଲେ ୪ ଲକ୍ଷ appeared first on Odisha Reporter.

]]>
right bottom 2021-01-18 13:53:56 https://cdn.odishareporter.in/wp-content/uploads/2021/01/18135303/attack-2.jpg
ବିଜୁ ସେତୁ ଭୁଶୁଡ଼ିବା ଘଟଣା: ସହକାରୀ ଯନ୍ତ୍ରୀ ଗିରଫ https://odishareporter.in/odisha/assistant-engineer-arrested-in-biju-bridge-collapsed-case-612424 Sun, 17 Jan 2021 08:33:55 +0000 https://odishareporter.in/?p=612424

ଉମରକୋଟ (ଓଡ଼ିଶା ରିପୋର୍ଟର): ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରିଛି ଉମରକୋଟ ପୁଲିସ୍। ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ଟିକିରିରୁ ଗିରଫ କରାଯାଇଛି। ଉମରକୋଟ ଥାନା ତାଲାପଦରରେ ନିର୍ମାଣ ହେଉଥିବା ଏହି ସେତୁଟି ଜାନୁଆରୀ ୧୦ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କ […]

The post ବିଜୁ ସେତୁ ଭୁଶୁଡ଼ିବା ଘଟଣା: ସହକାରୀ ଯନ୍ତ୍ରୀ ଗିରଫ appeared first on Odisha Reporter.

]]>

ଉମରକୋଟ (ଓଡ଼ିଶା ରିପୋର୍ଟର): ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରିଛି ଉମରକୋଟ ପୁଲିସ୍। ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ଟିକିରିରୁ ଗିରଫ କରାଯାଇଛି।

ଉମରକୋଟ ଥାନା ତାଲାପଦରରେ ନିର୍ମାଣ ହେଉଥିବା ଏହି ସେତୁଟି ଜାନୁଆରୀ ୧୦ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ମାମଲାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କ ସହିତ ଏସ୍‌ଡିଓ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ ବିଶ୍ୱାଳଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ଦୁର୍ବଳ ସେଣ୍ଟ୍ରୀଂ ଯୋଗୁ ଏହି ନିର୍ମାଣାଧୀନ ସେତୁ ଭୁଶୁଡ଼ି ଥିବା ନେଇ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ।

The post ବିଜୁ ସେତୁ ଭୁଶୁଡ଼ିବା ଘଟଣା: ସହକାରୀ ଯନ୍ତ୍ରୀ ଗିରଫ appeared first on Odisha Reporter.

]]>
centre top 2021-01-17 14:40:36 https://cdn.odishareporter.in/wp-content/uploads/2021/01/17143952/67.jpg
ଶୌଚାଳୟ ଟଙ୍କା ହଡ଼ପ କରୁଥିଲେ, ଶେଷରେ ନିଲମ୍ବିତ ହେଲେ ବିଡିଓ, ଜେଇ https://odishareporter.in/odisha/bdo-je-suspended-in-jhargaon-612164 Sat, 16 Jan 2021 08:12:36 +0000 https://odishareporter.in/?p=612164

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ ।  ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି  । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତକାଲି ଏକ ପତ୍ର ମାଧ୍ୟମରେ ଏହି […]

The post ଶୌଚାଳୟ ଟଙ୍କା ହଡ଼ପ କରୁଥିଲେ, ଶେଷରେ ନିଲମ୍ବିତ ହେଲେ ବିଡିଓ, ଜେଇ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ ।  ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି  । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି ।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତକାଲି ଏକ ପତ୍ର ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଝରିଗାଁ ବ୍ଲକ୍‌ରେ  ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଶୌଚାଳୟ ନିର୍ମାଣରେ ଅନିୟମିତତା ହୋଇଥିବା ବେଳେ ଏଥିରେ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟରେ ସମ୍ପୃକ୍ତି ଥିବା ନେଇ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି  ।

ପ୍ରକାଶ ଥାଉକି, କିଛିଦିନ ତଳେ ଝରିଗାଁ ବ୍ଲକ୍‌ରେ  ଶୌଚାଳୟ ନିର୍ମାଣରେ ଅନିୟମିତାକୁ ନେଇ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆଙ୍କ ବିରୋଧରେ ଶତାଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର କରିବା ସହ ଗ୍ରାମ ଗୁଡ଼ିକୁ ବାହ୍ୟ ମଳମୁକ୍ତ ଗ୍ରାମ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ ।  ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇବା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ।

କିନ୍ତୁ ହିତାଧିକାରୀଙ୍କ ନାମରେ ଆସିଥିବା ଶୌଚାଳୟ ଟଙ୍କାକୁ ହଡ଼ପ କରିଚାଲିଛନ୍ତି ଖୋଦ୍ ସରକାରୀ ବାବୁ। ଏଭଳି ସାଙ୍ଘାତିକ ଅଭିଯୋଗ ଜିଲ୍ଲାର ଝରିଗାଁ ବ୍ଲକରୁ ଆସିଥିବାବେଳେ ସେଠାରେ ୨୬,୩୫୫ ଗୋଟି ଶୌଚାଳୟ ନିର୍ମାଣ ବାବଦକୁ ଆସିଥିବା କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ପିସି ବାବଦକୁ ଝରିଗାଁ ବିଡିଓ ୫ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା ।

ଝରିଗାଁ ବିଡିଓ ଡି.ବାହାଦୁର ସିଂ ଧୁରୁଆ କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିବା ନେଇ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗତ କିଛିଦିନ ତଳେ ଶତାଧିକ ହିତାଧିକାରୀ ବିଡିଓଙ୍କ ବିରୋଧରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ପିଡି ଡିଆରଡିଏ ଉକ୍ତ ଅଂଚଳକୁ ଯାଇ ତଦନ୍ତ କରିଥିଲେ ଏବଂ ଗତକାଲି ରାଜ୍ୟ ସରକାର ଉଭୟ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।

The post ଶୌଚାଳୟ ଟଙ୍କା ହଡ଼ପ କରୁଥିଲେ, ଶେଷରେ ନିଲମ୍ବିତ ହେଲେ ବିଡିଓ, ଜେଇ appeared first on Odisha Reporter.

]]>
centre bottom 2021-01-16 13:43:06 https://cdn.odishareporter.in/wp-content/uploads/2021/01/16133935/bdo.jpg
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ‘ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର’ https://odishareporter.in/odisha/govt-orders-for-strict-action-against-accused-of-bridge-collapse-case-610369 Mon, 11 Jan 2021 06:04:15 +0000 https://odishareporter.in/?p=610369

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ରାଜ୍ୟରେ ବାରମ୍ବାର ସେତୁ ଭୁଶୁଡ଼ିବା ଯୋଗୁ ଧନଜୀବନ ହାନୀ ହେଉଥିବା ବେଳେ ଏଥର କିନ୍ତୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ […]

The post ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ‘ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର’ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ରାଜ୍ୟରେ ବାରମ୍ବାର ସେତୁ ଭୁଶୁଡ଼ିବା ଯୋଗୁ ଧନଜୀବନ ହାନୀ ହେଉଥିବା ବେଳେ ଏଥର କିନ୍ତୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଉନ୍ନୟନ କମିଶନର ପ୍ରଦୀପ ଜେନା ତୁରନ୍ତ ସଂପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଗିରଫ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଓ ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେବା ସହ  ତଦନ୍ତ କରିବାକୁ କହିଛନ୍ତି  ଉନ୍ନୟନ କମିଶନର ।

 

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ହଠାତ୍ ପୋଲଟି ଭୁଶୁଡ଼ି ପଡିଥିଲା। ପୋଲଟି ଭୁଶୁଡ଼ି ପଡିବାରୁ ଉକ୍ତ ସମୟରେ ସ୍ଲାବ୍‌ କାର୍ଯ୍ୟ କରୁଥିବା ୧୪  ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇପଡ଼ିଥିଲେ। ମୃତକଜଣକ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳି। ସେ ସେଠାରେ ଉପସ୍ଥିତି ଥିବା ବେଳେ ହଠାତ୍‌ ପୋଲଟି ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଥିଲେ।

ଅନ୍ୟ ୪ ଆହତଙ୍କୁ ଉଦ୍ଧାର କରି  ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

 ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୋରାପୁଟରୁ ୨୦ ଜଣିଆ ଓଡ୍ରାଫ୍ ଟିମ୍ ଗତକାଲି ମଧ୍ୟ ରାତ୍ରରେ ଘଟଣାସ୍ଥଳରେ ପହଞ୍ଚିଥିଲା।   ଏହାପରେ ଉମରକୋଟ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ମିଳିତ ଅପରେସନରେ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଭଗ୍ନାବଶେଷ ତଳୁ ଆଉ କେହି ମିଳି ନ ଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଛି । 

ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଚିନ୍ତାବ୍ୟକ୍ତ କରିବା ସହ ସେ ଆହତଙ୍କ ଆଶୁ ଆରୋଗ୍ୟ ଓ ମୃତକଙ୍କ ଅମରାତ୍ମାର ସଦଗତି କାମନା କରିଛନ୍ତି।

ସୂଚନା ଅନୁଯାୟୀ ୨୦୧୮ ମସିଆରେ ଭୁବନେଶ୍ୱରର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍ ଲୁହା ରଡ଼୍‌ରେ ଚାପି ହୋଇ  ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତା ପୂର୍ବରୁ  ୨୦୧୭ ସେପ୍ଟେମ୍ବର ୧୦  ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍  ଓଭରବ୍ରିଜ୍ ।  ଏହି ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।

ସୁନାବେଡ଼ାରୁ ଆସିଥିବା ସୁପରିଣ୍ଟେଣ୍ଟେଣ୍ଟ ଇଞ୍ଜିନିୟର ପ୍ରଦୀପ ଜେନା କହିଛନ୍ତି, ସେଣ୍ଟ୍ରି  ଫେଲ୍‌ ମାରିବାରୁ ଏପରି ଅଘଟଣ ଘଟିଛି।   ଏହାର ମାନ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି। ଯାଞ୍ଚ ପରେ ପ୍ରକୃତ କାରଣ ଜଣାପଡ଼ିବ।

The post ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ‘ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର’ appeared first on Odisha Reporter.

]]>
right top 2021-01-11 11:52:05 https://cdn.odishareporter.in/wp-content/uploads/2021/01/11112955/umar-3.jpg
କୋଳରେ ଥିଲା ଛୁଆ, ତଥାପି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ https://odishareporter.in/odisha/husband-murdered-wife-3-608610 Tue, 05 Jan 2021 09:11:26 +0000 https://odishareporter.in/?p=608610

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପାରିବାରିକ କଳହରୁ ଘଟିଛି ନୃଶଂସ କାଣ୍ଡ। ବାପ ଘରେ ଛାଡ଼ି ଦେବା ନିମନ୍ତେ ସ୍ତ୍ରୀକୁ ବାଇକ୍‌ରେ ନେଉଥିବା ବେଳେ ଜଘନ୍ୟ କାଣ୍ଡ ଘଟାଇଛି ନୃଶଂସ ସ୍ୱାମୀ।  ସ୍ତ୍ରୀ କୋଳରେ ନବଜାତ ଛୁଆ ଥିବା ବେଳେ ଉତ୍ତ୍ୟକ୍ତ ସ୍ୱାମୀ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି । ଏହାପରେ ଛୁଆଟିକୁ ନିକଟରେ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ।  ଏପରି ଲୋକଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନୁସିପାଲଟି […]

The post କୋଳରେ ଥିଲା ଛୁଆ, ତଥାପି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପାରିବାରିକ କଳହରୁ ଘଟିଛି ନୃଶଂସ କାଣ୍ଡ। ବାପ ଘରେ ଛାଡ଼ି ଦେବା ନିମନ୍ତେ ସ୍ତ୍ରୀକୁ ବାଇକ୍‌ରେ ନେଉଥିବା ବେଳେ ଜଘନ୍ୟ କାଣ୍ଡ ଘଟାଇଛି ନୃଶଂସ ସ୍ୱାମୀ।  ସ୍ତ୍ରୀ କୋଳରେ ନବଜାତ ଛୁଆ ଥିବା ବେଳେ ଉତ୍ତ୍ୟକ୍ତ ସ୍ୱାମୀ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି । ଏହାପରେ ଛୁଆଟିକୁ ନିକଟରେ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ।  ଏପରି ଲୋକଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନୁସିପାଲଟି ଅନ୍ତର୍ଗତ ୟୁ.ଭି-୫୨ ମିକ୍ସଫାର୍ମ ଗ୍ରାମରେ ।

ପ୍ରାପ୍ତ ସୂଚନା ମୁତାବକ୍, ଆଜି ସକାଳୁ ମିକ୍ସଫାର୍ମ ଗ୍ରାମର ବିପ୍ଲବ ବିଶ୍ୱାସ ନିଜ ସ୍ତ୍ରୀ ଚୁମୁକି ବିଶ୍ୱାସ ଏବଂ ନବଜାତ ଶିଶୁକୁ ବାପଘର ୟୁ.ଭି-୬ ମୁର୍ତ୍ତୁମା ଗ୍ରାମରେ ଛାଡିଦେବାକୁ କହି  ବାଇକ୍‌ ଯୋଗେ ନେଇଥିଲେ। ମାତ୍ର ଚିକଲପଦର-ଅଧିକାରୀଗୁଡା ରାସ୍ତାରେ ଏକ ପୋଖରୀ ନିକଟରେ ଚୁମୁକିଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି । ହତ୍ୟା ପରେ ନିଜ ନବଜାତ ଶିଶୁକୁ ନିକଟସ୍ଥ ଅଧିକାରୀଗୁଡା ଗ୍ରାମର ଜଣକ ଘରେ ଛାଡି  ବିପ୍ଲବ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଏବଂ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ନିଜ ଟିମ୍ ସହ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

The post କୋଳରେ ଥିଲା ଛୁଆ, ତଥାପି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ appeared first on Odisha Reporter.

]]>
right bottom 2021-01-05 14:41:26 https://cdn.odishareporter.in/wp-content/uploads/2021/01/05143959/attack.jpg
ମନ୍ଦିର ଭିତରେ ବୁଲିଲା ଭାଲୁ https://odishareporter.in/odisha/bear-in-the-premises-of-temple-608124 Mon, 04 Jan 2021 04:30:55 +0000 https://odishareporter.in/?p=608124

ନବରଙ୍ଗପୁର(ନବଘନ ବିଶୋୟୀ): ମନ୍ଦିର ଭିତରେ ବୁଲିଲା ଭାଲୁ । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଭାଲୁଟି ଦୀର୍ଘ ସମୟ ବୁଲାବୁଲି କରିବା ପରେ ପୁଣି ଥରେ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଘଟିଛି। ଗତକାଲି ରାତି ପ୍ରାୟ ୧୦ଟାରେ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଭାଲୁଟି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ଭାଲୁକୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ […]

The post ମନ୍ଦିର ଭିତରେ ବୁଲିଲା ଭାଲୁ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ): ମନ୍ଦିର ଭିତରେ ବୁଲିଲା ଭାଲୁ । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଭାଲୁଟି ଦୀର୍ଘ ସମୟ ବୁଲାବୁଲି କରିବା ପରେ ପୁଣି ଥରେ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଘଟିଛି।

ଗତକାଲି ରାତି ପ୍ରାୟ ୧୦ଟାରେ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଭାଲୁଟି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ଭାଲୁକୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ପଡ଼ିଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଭାଲୁଟି ଗାଁର ମାଳିସାହିରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଢ଼ାରେ ପ୍ରବେଶ କରିଥିଲା । ପରେ ମନ୍ଦିର ଭିତରକୁ ଯାଇ ବୁଲାବୁଲି କରିଥିଲା । କିଛି ସମୟ ବୁଲିବା ପରେ ଭାଲୁଟି ପୁଣି କେଉଁଆଡ଼େ ଚାଲିଯାଇଥିଲା ।

ଭାଲୁଟି କାହାରି କିଛି କ୍ଷତି କରିନଥିବା ବେଳେ ଗ୍ରାମବାସୀ କିନ୍ତୁ ଭୟଭୀତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ସନ୍ଧାନରେ ଭାଲୁଟି ଗାଁ ଭିତରକୁ ପଶି ଆସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ଗତ କିଛି ମାସ ତଳେ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗାଁରେ ମାଳମାଳ ଭାଲୁ ପଶିଆସୁଥିବା ଦେଖିବାକୁ ମିଳିଛି । ବନବିଭାଗ କର୍ମଚାରୀ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି l

The post ମନ୍ଦିର ଭିତରେ ବୁଲିଲା ଭାଲୁ appeared first on Odisha Reporter.

]]>
right bottom 2021-01-04 10:00:55 https://cdn.odishareporter.in/wp-content/uploads/2021/01/04095845/bear.jpg
ଜଗନ୍ନାଥଙ୍କୁ ନିଜ ପୁଅ ଭାବିଲେ, ମରିବା ପୂର୍ବରୁ କୋଟିଏ ଟଙ୍କାର ଘର ଦାନ କଲେ https://odishareporter.in/odisha/woman-donate-3-stored-building-to-jagannath-temple-before-her-death-in-nabrangpur-602935 Fri, 18 Dec 2020 08:01:58 +0000 https://odishareporter.in/?p=602935

ନବରଙ୍ଗପୁର(ନବଘନ ବିଶୋୟୀ):  ୩ ଝିଅଙ୍କୁ ନେଇ ଗଢ଼ି ଉଠିଥିଲା ହସଖୁସିର ସଂସାର। ହେଲେ ପୁଅ ନ ଥିବା ଦୁଃଖ ମନକୁ ଘାରୁଥିଲା। ଶେଷରେ କାଳିଆ ସାଆନ୍ତଙ୍କୁ ନିଜ ପୁଅ ବୋଲି ଭାବି ନେଲେ।  ଆଉ ବାପାମା’ଙ୍କ ଅନ୍ତେ ପୁଅ ହିଁ ସମ୍ପତ୍ତିର ହକଦାର ପରି ନିଜ କୋଟିଏ ଟଙ୍କା ମୂଲ୍ୟର କୋଠାକୁ ପ୍ରଭୁ ଜଗନ୍ନାଥଙ୍କ ନାଁରେ କରିଦେଲେ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଭଗବତୀ ସାହିରେ। ଏହି ସାହିରେ ରହୁଥବା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ […]

The post ଜଗନ୍ନାଥଙ୍କୁ ନିଜ ପୁଅ ଭାବିଲେ, ମରିବା ପୂର୍ବରୁ କୋଟିଏ ଟଙ୍କାର ଘର ଦାନ କଲେ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ):  ୩ ଝିଅଙ୍କୁ ନେଇ ଗଢ଼ି ଉଠିଥିଲା ହସଖୁସିର ସଂସାର। ହେଲେ ପୁଅ ନ ଥିବା ଦୁଃଖ ମନକୁ ଘାରୁଥିଲା। ଶେଷରେ କାଳିଆ ସାଆନ୍ତଙ୍କୁ ନିଜ ପୁଅ ବୋଲି ଭାବି ନେଲେ।  ଆଉ ବାପାମା’ଙ୍କ ଅନ୍ତେ ପୁଅ ହିଁ ସମ୍ପତ୍ତିର ହକଦାର ପରି ନିଜ କୋଟିଏ ଟଙ୍କା ମୂଲ୍ୟର କୋଠାକୁ ପ୍ରଭୁ ଜଗନ୍ନାଥଙ୍କ ନାଁରେ କରିଦେଲେ।

ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଭଗବତୀ ସାହିରେ। ଏହି ସାହିରେ ରହୁଥବା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଭବାନୀସାହୁଙ୍କ ସ୍ତ୍ରୀ ବୈଜନ୍ତିମାଳା ସାହୁ ୩ ଝିଅଙ୍କ ବିବାହ ପରେ ନିଜ କୋଠାକୁ ପ୍ରଭୁ ଜଗନ୍ନାଥଙ୍କ ନାମରେ କରି ଦେଇଛନ୍ତି। ମା’ଙ୍କ ମୃତ୍ୟୁ ପରେ ସ୍ୱାମୀ ଓ ଝିଅମାନେ ୩ ମହଲା ବିଶିଷ୍ଟ କୋଠାକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରି ଦେଇଛନ୍ତି।

ସମ୍ପତ୍ତି ପାଇଁ ପରିବାର ମଧ୍ୟରେ ହଣାକଟା ହେବା, ରକ୍ତ ସମ୍ପର୍କ ପର ହୋଇଯିବା ପରି ଘଟଣା ସବୁଦିନ ଦେଖିବାକୁ ମିଳୁଥିବା ବେଳେ ଏହା ସମାଜ ପାଇଁ ଏକ ଉଦାହରଣ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ନବରଙ୍ଗପୁର ସହର ଭଗବତୀ ସାହିରେ ରହୁଥବା ବୈଜନ୍ତିମାଳା ସାହୁ  କିଛିଦିନ ତଳେ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡ଼ିଥିଲା। ୩ ଝିଅଙ୍କ ବିବାହ ପରେ  ପୁଅନଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କୁ ନିଜ ପୁଅ ବୋଲି ଭାବୁଥିଲେ l ତେଣୁ, ଶେଷ ସମୟ ଆସିଗଲା ଜାଣି  ନିଜ ନାମରେ ନବରଙ୍ଗପୁର ସହର ମଧ୍ୟରେ ଥିବା ଭଗବତୀ ସାହିସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠାକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିବାକୁ ମନସ୍ଥ କରିଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ ।

ମା’ ମୃତ୍ୟୁମୁଖରେ ଥିବା ବେଳେ ତାଙ୍କର ଶେଷ ଇଛାକୁ ତିନିଝିଅ ଓ ସ୍ୱାମୀ ହୃଦୟ ସହ ସ୍ୱାଗତ କରିଥିଲେ। ଏହାପରେ ନବରଙ୍ଗପୁରସ୍ଥିତ ଜଗନ୍ନାଥମନ୍ଦିର କମିଟିକୁ ଯୋଗାଯୋଗ କରିଥିଲେ।  ନଭେମ୍ବର  ୨୭ ତାରିଖରେ ମାଜିଷ୍ଟ୍ରେଟ, ଜଗନ୍ନାଥମନ୍ଦିର କମିଟି ଓ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ମୂଲ୍ୟବାନ କୋଠାକୁ ପରିବାର ଲୋକେ ଦାନ କରିଥିଲେ ।

ଏହାପରେ ଗତ ୨ ତାରିଖରେ ଆଖି ବୁଜିଥିଲେ ବୈଜନ୍ତିମାଳା ।ବୈଜନ୍ତିମାଳାଙ୍କ ସ୍ୱାମୀ ଭବାନୀସାହୁ ଏବେ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି। ତେଣୁ  ୩ ଝିଅ  ପୁଷ୍ପାଞ୍ଜଳି ଚୌଧୁରୀ ,ଗୀତାଞ୍ଜଳି ଶତପଥୀ ଓ ଶ୍ରଦ୍ଧାଞ୍ଜଳି ପଣ୍ଡା ଓ ସେମାନଙ୍କ ପରିବାର ଜଗନ୍ନାଥ ମନ୍ଦିରକୁ ଯାଇ ମା’ଙ୍କ ଶେଷଇଛା ପୂରଣ କରି କୋଠାର ସମସ୍ତ କାଗଜପତ୍ର ମନ୍ଦିର କମିଟିକୁ ଦେଇଛନ୍ତି।  ଯାହାର ଆନୁମାନିକ ମୂଲ୍ୟ ବର୍ତ୍ତମାନ ସମୟରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ । କେବଳ କୋଠା ନୁହେଁ  ୧ ମଙ୍ଗଳସୂତ୍ର, ରୂପାର ଫରୁଆ, ରୂପାର ବ୍ରତପେଢି, ରୂପାର ମଥାମଣି, ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି।

ଦାନ କରାଯାଇଥିବା ୨୫ ବଖରା ବିଶିଷ୍ଠ କୋଠା ଘରେ ୯ ଟି ପରିବାର ଭଡାସୂତ୍ରରେ ରହିପାରିବେ । ତେଣୁ ଏହାକୁ ଭଡାଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜପୁରୋହିତ କହିଛନ୍ତି। ଅନ୍ୟପଟେ ବୈଜନ୍ତିମାଳାଙ୍କ ଏହି ନିଷ୍ପତ୍ତିକୁ ନବରଙ୍ଗପୁରବାସୀ ସ୍ୱାଗତ ଜଣାଇଛନ୍ତି ।

The post ଜଗନ୍ନାଥଙ୍କୁ ନିଜ ପୁଅ ଭାବିଲେ, ମରିବା ପୂର୍ବରୁ କୋଟିଏ ଟଙ୍କାର ଘର ଦାନ କଲେ appeared first on Odisha Reporter.

]]>
centre bottom 2020-12-18 13:31:58 https://cdn.odishareporter.in/wp-content/uploads/2020/12/18132938/DANA-HOUSE.jpg
ଭିଜିଲାନ୍ସ ଜାଲରେ ପଡ଼ିଲେ ୩ ଯନ୍ତ୍ରୀ https://odishareporter.in/odisha/3-engineers-in-vigilance-trap-602798 Fri, 18 Dec 2020 02:12:39 +0000 https://odishareporter.in/?p=602798

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀଙ୍କୁ ଗତକାଲିଠୁ ଭିଜିଲାନ୍ସ ଅଟକ ରଖିଛି । ଅଟକ ଯନ୍ତ୍ରୀମାନେ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା। ସୂଚନାଯୋଗ୍ୟ, ନିଜ ଅଫିସ ବୋଲେରୋରେ ଏକ ବ୍ୟାଗରେ ୩ଲକ୍ଷ ୧୧ ହଜାର ଟଙ୍କା ନେଇ ଏହି ୩ ଯନ୍ତ୍ରୀ ନବରଙ୍ଗପୁରଠାରୁ ପାପଡ଼ାହାଣ୍ଡି ଅଭିମୁଖେ ଯାଉଥିଲେ। ମାତ୍ର  ବିଶ୍ଵସ୍ତ ସୂତ୍ରରୁ ଖବର ପାଇ […]

The post ଭିଜିଲାନ୍ସ ଜାଲରେ ପଡ଼ିଲେ ୩ ଯନ୍ତ୍ରୀ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀଙ୍କୁ ଗତକାଲିଠୁ ଭିଜିଲାନ୍ସ ଅଟକ ରଖିଛି । ଅଟକ ଯନ୍ତ୍ରୀମାନେ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା।

ସୂଚନାଯୋଗ୍ୟ, ନିଜ ଅଫିସ ବୋଲେରୋରେ ଏକ ବ୍ୟାଗରେ ୩ଲକ୍ଷ ୧୧ ହଜାର ଟଙ୍କା ନେଇ ଏହି ୩ ଯନ୍ତ୍ରୀ ନବରଙ୍ଗପୁରଠାରୁ ପାପଡ଼ାହାଣ୍ଡି ଅଭିମୁଖେ ଯାଉଥିଲେ। ମାତ୍ର  ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ନବରଙ୍ଗପୁର ଭିଜିଲାସନ୍ସ ଟିମ୍‌ ଗାଡିକୁ ଅଟକାଇଥିଲା। ଯାଞ୍ଚ ସମୟରେ ବୋଲେରୋରେ ଥିବା ଏକ ବ୍ୟାଗ ଭିତରୁ ୩ଲକ୍ଷ ୧୧ ହଜାର ଟଙ୍କା ମିଳିଥିଲା।  ପଚରାଉଚରା ସମୟରେ ଉକ୍ତ ବ୍ୟାଗଟି ପ୍ରମୋଦ କୁମାର ପ୍ରଧାନଙ୍କର ବୋଲି ଜଣାପଡ଼ିଥିଲା।

ଅପରପକ୍ଷେ, ଏହି ୩ ଯନ୍ତ୍ରୀ ଏତେ ଟଙ୍କା କେଉଁଠୁ ଆଣିଲେ ଓ ସନ୍ଧ୍ୟା ସମୟରେ ଅଫିସ ବୋଲେରୋରେ ଟଙ୍କା ଧରି କେଉଁଆଡେ ଯାଉଥିଲେ, ତାହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ତନାଘନା ଚଲାଇଛି।

The post ଭିଜିଲାନ୍ସ ଜାଲରେ ପଡ଼ିଲେ ୩ ଯନ୍ତ୍ରୀ appeared first on Odisha Reporter.

]]>
right top 2020-12-18 08:10:42 https://cdn.odishareporter.in/wp-content/uploads/2020/12/18073910/naba.jpg
୩୦ ବର୍ଷ ହେଲା ଶୁଣୁନି ସରକାର, ଆଜି ୬ ଘଣ୍ଟା ପାଇଁ ବନ୍ଦ ହେଲା ଏହି ବଜାର https://odishareporter.in/odisha/this-market-closed-for-6-hours-today-602093 Wed, 16 Dec 2020 05:04:53 +0000 https://odishareporter.in/?p=602093

ନବରଙ୍ଗପୁର(ନବଘନ ବିଶୋୟୀ) : ୩୦ ବର୍ଷ ହେଲା ସରକାର ଦାବି ଶୁଣୁ ନ ଥିବା ବେଳେ ବିସ୍ଥାପିତଙ୍କ ଥଇଥାନ ଦାବିରେ ଇନ୍ଦ୍ରାବତୀ ବଜାର ଆଜି ସକାଳୁ  ୬ ଘଣ୍ଟା ପାଇଁ ବନ୍ଦ ରହିଛି। ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣ ପରିଷଦ ପକ୍ଷରୁ ଏହି ଡାକରା ଦିଆଯାଇଛି। ଆଜି ସକାଳ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ପରିଷଦ ପକ୍ଷରୁ ଡାକରା ଦିଆଯାଇଛି। ଫଳରେ ଦୋକାନ, ବଜାର, ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ […]

The post ୩୦ ବର୍ଷ ହେଲା ଶୁଣୁନି ସରକାର, ଆଜି ୬ ଘଣ୍ଟା ପାଇଁ ବନ୍ଦ ହେଲା ଏହି ବଜାର appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ) : ୩୦ ବର୍ଷ ହେଲା ସରକାର ଦାବି ଶୁଣୁ ନ ଥିବା ବେଳେ ବିସ୍ଥାପିତଙ୍କ ଥଇଥାନ ଦାବିରେ ଇନ୍ଦ୍ରାବତୀ ବଜାର ଆଜି ସକାଳୁ  ୬ ଘଣ୍ଟା ପାଇଁ ବନ୍ଦ ରହିଛି। ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣ ପରିଷଦ ପକ୍ଷରୁ ଏହି ଡାକରା ଦିଆଯାଇଛି।

ଆଜି ସକାଳ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ପରିଷଦ ପକ୍ଷରୁ ଡାକରା ଦିଆଯାଇଛି। ଫଳରେ ଦୋକାନ, ବଜାର, ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି।

ଦୀର୍ଘ ଦିନ ହେଲା ବିସ୍ଥାପିତ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଇନ୍ଦ୍ରାବତି ଜଳ ବିଦ୍ୟୁତ୍‌ ପ୍ରୋଜେକ୍ଟ ନିମନ୍ତେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୬୧୩୩ ପରିବାରଙ୍କୁ ପ୍ରାୟ ୩୦ ବର୍ଷ ପୂର୍ବେ ବିସ୍ଥାପିତ କରାଯାଇଥିଲା।   ସେମାନଙ୍କ ଥଇଥାନ ନିମନ୍ତେ ୧୬ କୋଟିର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ଦିଆଯାଇନି। ଏହାବ୍ୟତୀତ ସେମାନଙ୍କୁ ଜମି ପଟ୍ଟା ମଧ୍ୟ ପ୍ରଦାନ କରାଯାଇନି ।

ଅପରପକ୍ଷେ ସ୍ୱାସ୍ଥ୍ୟସେବା, ରାସ୍ତା, ଶିକ୍ଷା, ପାନୀୟ ଜଳ, ଜମି ପାଇଁ ଜଳ, ବିଦ୍ୟୁତ୍‌ ସଂଯୋଗ ପରି ମୌଳିକ ସୁବିଧାରୁ ବି ବଞ୍ଚିତ ହୋଇଛନ୍ତି ବିସ୍ଥାପିତ। ବିସ୍ଥାପିତ ୩୭ଟି ଗାଁକୁ ମାଗଣା ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ୧୯୯୪ ମସିହାରେ ୧ କୋଟି ୬୭ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ବେଳେ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ପକ୍ଷରୁ କିନ୍ତୁ ମନଇଚ୍ଛା ଦେୟ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି।

୧୪ ଦଫା ଦାବି ପୂରଣ ନିମନ୍ତେ ଆଜି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏନେଇ ଏକ ସ୍ମାରକ ପତ୍ର ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ଅଧିକାରୀଙ୍କୁ ପ୍ରଦାନ କରାଯିବ।  ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ମହୁଲପାଟଣାରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋ ଏକାଠି ହୋଇ ଇନଟେକ୍‌ ଫାଟକ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।  ଏଥିସହ ବେଓପାଲି ଓ ମୁରାନ ଡ୍ୟାମ୍‌ ଫାଟକ ଖୋଲି ନଦୀରେ ପାଣି ଛାଡ଼ିବାକୁ ମଧ୍ୟ ଧମକ ଦେଇଛନ୍ତି।

The post ୩୦ ବର୍ଷ ହେଲା ଶୁଣୁନି ସରକାର, ଆଜି ୬ ଘଣ୍ଟା ପାଇଁ ବନ୍ଦ ହେଲା ଏହି ବଜାର appeared first on Odisha Reporter.

]]>
centre bottom 2020-12-16 10:34:53 https://cdn.odishareporter.in/wp-content/uploads/2020/12/16103408/indrabati-1.jpg
ଆସି ପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହେଲେ ରୋଗୀ https://odishareporter.in/odisha/patients-come-to-medical-by-bull-cart-600853 Sat, 12 Dec 2020 03:07:07 +0000 https://odishareporter.in/?p=600853

ନବରଙ୍ଗପୁର (ନବଘନ ବିଶୋୟୀ): ରାସ୍ତା ନ ଥିବାରୁ ଏହାର ଅଧିକ ପରିଣାମ ଭୋଗିବାକୁ ପଡ଼ୁଛି ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ । ପୂର୍ବରୁ ଭାରରେ ତଥା କାନ୍ଧରେ ରୋଗୀ ମାଇଲ ମାଇଲ ବାଟ ବୁହା ହେଉଥିବା ବେଳେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏପରି  ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଅଞ୍ଚଳରେ।  ଏହି ଅଞ୍ଚଳକୁ ସ୍ଥାୟୀ ରାସ୍ତା ନ ଥିବାରୁ ବିଲ ହିଡ଼ ପାଣି କାଦୁଅ ଭିତରେ ଶଗଡ଼ରେ […]

The post ଆସି ପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହେଲେ ରୋଗୀ appeared first on Odisha Reporter.

]]>

ନବରଙ୍ଗପୁର (ନବଘନ ବିଶୋୟୀ): ରାସ୍ତା ନ ଥିବାରୁ ଏହାର ଅଧିକ ପରିଣାମ ଭୋଗିବାକୁ ପଡ଼ୁଛି ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ । ପୂର୍ବରୁ ଭାରରେ ତଥା କାନ୍ଧରେ ରୋଗୀ ମାଇଲ ମାଇଲ ବାଟ ବୁହା ହେଉଥିବା ବେଳେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।

ଏପରି  ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଅଞ୍ଚଳରେ।  ଏହି ଅଞ୍ଚଳକୁ ସ୍ଥାୟୀ ରାସ୍ତା ନ ଥିବାରୁ ବିଲ ହିଡ଼ ପାଣି କାଦୁଅ ଭିତରେ ଶଗଡ଼ରେ ବୁହା ହେଉଛନ୍ତି ରୋଗୀ । ସରକାର ଦୁଃଖ ଶୁଣୁ ନ ଥିବାରୁ ଏଠାରେ ଶଗଡ଼ ସାଜିଛି ଭରସା।  

ସୂଚନାଯୋଗ୍ୟ, ପାଟଖଲିଆ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇପାରେ ନାହିଁ। ଏହି ଗାଁର ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ   ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ନେବାକୁ ପ୍ରଥମେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ମାତ୍ର ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ଏହାପରେ ଗାଁ ଲୋକେ ଉକ୍ତ ୩ ରୋଗୀଙ୍କୁ ଶଗଡ଼ରେ ବୋହି ଡାକ୍ତରଖାନା ଅଭିମୁଖେ ବାହାରିଲେ ।

କଚ୍ଚା ରାସ୍ତାରେ ୫ କି.ମି ନେବା ଯିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲା ଶଗଡ଼। ଏହାପରେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି।

The post ଆସି ପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହେଲେ ରୋଗୀ appeared first on Odisha Reporter.

]]>
centre bottom 2020-12-12 08:45:13 https://cdn.odishareporter.in/wp-content/uploads/2020/12/12083242/sagad-1.jpg
ଅଲଗା କରିଦେଇଥିଲା କଙ୍ଗାରୁ କୋର୍ଟ, ୪ମାସ ପରେ ଏକାଠି ହେଲେ https://odishareporter.in/odisha/couple-reunited-after-4-months-of-separation-599586 Tue, 08 Dec 2020 11:25:33 +0000 https://odishareporter.in/?p=599586

ଉମରକୋଟ (କାତ୍ତିକ ମଲ୍ଲିକ): ଭିନ୍ନ ଜାତିରେ ବିବାହ ଯୋଗୁଁ କଙ୍ଗାରୁ କୋର୍ଟର ନିଷ୍ପତ୍ତିରେ ଅଲଗା ହୋଇଥିଲେ ସ୍ୱାମୀ ସ୍ତ୍ରୀ। ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ୪ ମାସ ପରେ ଦୁହେଁ ଏକାଠି ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ରାଇଘର ଖାଡଙ୍ଗା ଗାଁରେ। ଏହି ଗାଁର ପ୍ରତାପ କଲାର ଓ ଫଗନୀ ଗଣ୍ଡ କିଛି ମାସ ତଳେ ଉଭୟ ଘରୁ ବାହାରି ପଡୋଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁ ଅଂଚଳକୁ ଯାଇ କୋର୍ଟ […]

The post ଅଲଗା କରିଦେଇଥିଲା କଙ୍ଗାରୁ କୋର୍ଟ, ୪ମାସ ପରେ ଏକାଠି ହେଲେ appeared first on Odisha Reporter.

]]>

ଉମରକୋଟ (କାତ୍ତିକ ମଲ୍ଲିକ): ଭିନ୍ନ ଜାତିରେ ବିବାହ ଯୋଗୁଁ କଙ୍ଗାରୁ କୋର୍ଟର ନିଷ୍ପତ୍ତିରେ ଅଲଗା ହୋଇଥିଲେ ସ୍ୱାମୀ ସ୍ତ୍ରୀ। ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ୪ ମାସ ପରେ ଦୁହେଁ ଏକାଠି ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ରାଇଘର ଖାଡଙ୍ଗା ଗାଁରେ।

ଏହି ଗାଁର ପ୍ରତାପ କଲାର ଓ ଫଗନୀ ଗଣ୍ଡ କିଛି ମାସ ତଳେ ଉଭୟ ଘରୁ ବାହାରି ପଡୋଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁ ଅଂଚଳକୁ ଯାଇ କୋର୍ଟ ମ୍ୟାରେଜ କରିଥିଲେ। ଯାହା ପରେ ଦୁହେଁ ଏକ ମନ୍ଦିରରେ ମଧ୍ୟ ବିବାହ କରିଥିଲେ। ତେବେ ବିବାହ କରିବା ପରେ ଦୁହେଁ ନିଜ ଘର ଖାଡଙ୍ଗାକୁ ଫେରି ଏକାଠି ରହୁଥିଲେ। ହେଲେ ଏଠାରେ ଦୁହିଁଙ୍କ ପାଇଁ କଣ୍ଟା ସାଜିଥିଲା ଭିନ୍ନ ଜାତିରେ ବିବାହ କରିବା। ଏହି କାରଣରୁ ପ୍ରତାପଙ୍କ ପାଇଁ କଙ୍ଗାରୁ କୋର୍ଟ ବସିଥିଲେ।

କଙ୍ଗାରୁ କୋର୍ଟରେ ତାଙ୍କୁ ସାମାଜିକ ବାସନ୍ଦ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ୩୨ହଜାର ଟଙ୍କା ଦେବା ପରେ ମଧ୍ୟ ପ୍ରତାପଙ୍କ ଠାରୁ ତାଙ୍କ ସ୍ତ୍ରୀଙ୍କୁ ଅଲଗା କରାଯାଇଥିବା ସେ ଅଭିଯୋଗ କରିଥିଲେ। ସ୍ତ୍ରୀକୁ ପାଇବା ପାଇଁ ସେ ଅର୍ଥ ଯୋଗାଡ଼ ଲାଗି ଛତିଶଗଡ଼ରେ ଦିନ ମଜୁରିଆ ଭାବେ କାମ କରୁଥିଲେ। କିନ୍ତୁ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସ୍ତ୍ରୀ ଫଗନୀ ତାଙ୍କ ପାଖକୁ ଫେରିଛନ୍ତି।

ପରିବାର ଲୋକଙ୍କ ଚାପରେ ସେ ସ୍ୱାମୀଙ୍କ ଠାରୁ ଅଲଗା ଥିଲେ ବୋଲି କହିଛନ୍ତି। ଉଭୟ ଏକାଠି ହେବା ପରେ ରାଇଘର ଥାନାର କଙ୍ଗାରୁ କୋର୍ଟ ବିରୋଧରେ ଦେଇଛନ୍ତି। ଏତଲା ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

The post ଅଲଗା କରିଦେଇଥିଲା କଙ୍ଗାରୁ କୋର୍ଟ, ୪ମାସ ପରେ ଏକାଠି ହେଲେ appeared first on Odisha Reporter.

]]>
right bottom 2020-12-08 16:55:33 https://cdn.odishareporter.in/wp-content/uploads/2020/12/08165527/UMARKOT.jpg
କଙ୍ଗାରୁ କୋର୍ଟର କୋପ; ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କଲା https://odishareporter.in/odisha/kangaroo-courts-injustice-for-a-newly-married-couple-598343 Sat, 05 Dec 2020 02:44:53 +0000 https://odishareporter.in/?p=598343

ଉମରକୋଟ(କାର୍ତ୍ତିକ ବେହେରା): ଭିନ୍ନ ଜାତିରେ ପ୍ରେମ ବିବାହ କରି କଙ୍ଗାରୁ କୋର୍ଟର କୋପ ଭୋଗ କରୁଛନ୍ତି ଏକ ନବ ବିବାହିତ ଯୋଡ଼ି । ଭିନ୍ନ ଜାତିରେ ବିବାହ କରିବା ହେତୁ ସରକାରଙ୍କଠାରୁ ମିଳିଲା ପ୍ରୋତ୍ସାହନ ରାଶି। ହେଲେ ଉକ୍ତ ଟଙ୍କାର ଅଧାରୁ ଅଧିକ କଙ୍ଗାରୁ କୋର୍ଟ ନେଇ ସାରିଥିବା ବେଳେ ତଥାପି ସରିନି ନିର୍ଯତନାର କାହାଣୀ। ଅଧିକ ପଢନ୍ତୁ : ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା କଙ୍ଗାରୁ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ଯୁବକଙ୍କୁ […]

The post କଙ୍ଗାରୁ କୋର୍ଟର କୋପ; ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କଲା appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ବେହେରା): ଭିନ୍ନ ଜାତିରେ ପ୍ରେମ ବିବାହ କରି କଙ୍ଗାରୁ କୋର୍ଟର କୋପ ଭୋଗ କରୁଛନ୍ତି ଏକ ନବ ବିବାହିତ ଯୋଡ଼ି । ଭିନ୍ନ ଜାତିରେ ବିବାହ କରିବା ହେତୁ ସରକାରଙ୍କଠାରୁ ମିଳିଲା ପ୍ରୋତ୍ସାହନ ରାଶି। ହେଲେ ଉକ୍ତ ଟଙ୍କାର ଅଧାରୁ ଅଧିକ କଙ୍ଗାରୁ କୋର୍ଟ ନେଇ ସାରିଥିବା ବେଳେ ତଥାପି ସରିନି ନିର୍ଯତନାର କାହାଣୀ।

ଅଧିକ ପଢନ୍ତୁ : ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା

କଙ୍ଗାରୁ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ଯୁବକଙ୍କୁ ସାମାଜିକ ବାସନ୍ଦ କରାଯିବା ସହ ପତ୍ନୀଙ୍କଠାରୁ ବି ଅଲଗା କରି ଦିଆଯାଇଛି। କୋର୍ଟ ତଥା ମନ୍ଦିରରେ ବିବାହ ପରେ ୨ ମାସର ହସଖୁସିର ସଂସାର କରିଥିବା ଏହି ପ୍ରେମ ପକ୍ଷୀ ଏବେ ବିରହ ଯାତନାରେ ଛଟପଟ ହେଉଛନ୍ତି।   ଏବେ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ ବି କେହି  ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି ।  ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖାଡଙ୍ଗା ଗାଁରୁ ।

ଖାଡଙ୍ଗା ଗାଁର ପ୍ରତାପ କଲାର ନାମକ  ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ ଘରୁ ବାହାରି  ଛତିଶଗଡ଼ର କୋଣ୍ଡାଗାଁକୁ ଯାଇ କୋର୍ଟରେ ଏବଂ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ସମସ୍ତେ ଗ୍ରହଣ କରିନେବେ ଭାବି ସେମାନେ ନିଜ ଗାଁକୁ ଫେରିଥିଲେ। କିନ୍ତୁ ଫଳ ହେଲା ଓଲଟା।

ସଂପୃକ୍ତ ଯୁବତୀଙ୍କ ପରିବାର ଲୋକେ ପ୍ରତାପଙ୍କ ଘରକୁ ଆସି ଧମକ ଚମକ ଦେଇଥିଲେ। ଏହାପରେ ଝିଅକୁ ମାରପିଟ୍ କରି ଘରକୁ ନେଇଯାଇଥିବା ଅଭିଯୋଗ ହୋଇଛି ।  ଏନେଇ ପ୍ରତାପ ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଉଭୟ ପକ୍ଷଙ୍କୁ ବୁଝାମଣା କରି ଘରକୁ ଫେରାଇ ଦେଇଥିଲା । ଶେଷରେ ଏହି ନବ ଦମ୍ପତ୍ତି ଦୁଇ ମାସ କାଳ ଏକା ସାଙ୍ଗରେ ରହି ନିଜ ହସଖୁସିର ସଂସାର ମଧ୍ୟ କରିଥିଲେ। କିନ୍ତୁ ଏହି ଖୁସି ବେଶି ଦିନ ତିଷ୍ଠି ପାରିଲାନି।

ହାଟଭରଣ୍ଡିରେ ଏକ କଙ୍ଗାରୁ କୋର୍ଟ କରି ପ୍ରତାପଙ୍କୁ ଅର୍ଥ ଦଣ୍ଡରେ  ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହ ବାବଦକୁ ମିଳିଥିବା ସରକାରଙ୍କ ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କା ମଧ୍ୟରୁ ୩୨ ହଜାର ଟଙ୍କା ପ୍ରତାପ ଦାଖଲ କରି ସାରିଛନ୍ତି କଙ୍ଗାରୁ କୋର୍ଟରେ । ତଥାପି ମାମଲାର କୌଣସି ସମାଧାନ ହୋଇପାରି ନାହିଁ। ଏପରିକି ଉଭୟଙ୍କୁ ଅଲଗା ଅଲଗା କରିଦିଆଯାଇଥିବା ଅଭିଯୋଗ ହୋଇଛି ।

ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହିଛି ପୁଲିସ୍‌। ଅଭିଯୋଗ ଆସିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଇଘର ଥାନା ଅଧିକାରୀ ଅଭୟ ବେହେରା ।

The post କଙ୍ଗାରୁ କୋର୍ଟର କୋପ; ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କଲା appeared first on Odisha Reporter.

]]>
centre bottom, kangaroo court 2020-12-05 12:44:44 https://cdn.odishareporter.in/wp-content/uploads/2020/12/05081311/mrg.jpg
ଦୁର୍ଘଟଣାରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ https://odishareporter.in/odisha/2-dead-in-bike-accident-in-umarkota-594328 Tue, 24 Nov 2020 05:19:45 +0000 https://odishareporter.in/?p=594328

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ବ୍ଲକ ଚିକିଲି ବାମୁଣୀ ନାଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ନାଳ ନିକଟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୨ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ମୃତକଙ୍କ ସଠିକ୍‌ […]

The post ଦୁର୍ଘଟଣାରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ appeared first on Odisha Reporter.

]]>

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ବ୍ଲକ ଚିକିଲି ବାମୁଣୀ ନାଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ନାଳ ନିକଟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୨ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ମୃତକଙ୍କ ସଠିକ୍‌ ପରିଚୟ ମିଳିପାରି ନାହିଁ।

ଘଟଣାସ୍ଥଳରୁ ଗୋଟିଏ ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ମିଳିଛି। ସେଥିରେ ଜଣଙ୍କ ନାଁ ମୁକୁନ୍ଦା ଜାନି ବୋଲି ଲେଖାଯାଇଥିବା ବେଳେ ଘର ଉମରକୋଟ ବୋଲି ଉଲ୍ଲେଖ ଅଛି। ତେଣୁ ଉଭୟ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କ ଖବର ମିଳି ପାରି ନାହିଁ।

The post ଦୁର୍ଘଟଣାରେ ଆଖି ବୁଜିଲେ ୨ ବାଇକ୍ ଆରୋହୀ appeared first on Odisha Reporter.

]]>
right bottom 2020-11-24 10:49:45 https://cdn.odishareporter.in/wp-content/uploads/2020/11/24101936/accident-3.jpg
ନିଆଁ ପୋଉଁଥିବା ବେଳେ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍ https://odishareporter.in/odisha/2-child-killed-after-a-pickup-van-ramed-into-a-house-in-umerkote-594017 Mon, 23 Nov 2020 07:33:22 +0000 https://odishareporter.in/?p=594017

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଆଗରେ ନିଆଁ ପୋଉଁ ଥିବା ବେଳେ ପଶି ଆସିଲା ଏକ ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଶିଶୁ ଥିବା ବେଳେ ଜଣେ ବୃଦ୍ଧ ଓ ଜଣେ ଯୁବକ ଅଛନ୍ତି।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଝରାବାହାଲ ଗାଁରେ। ମୃତକଦ୍ୱୟ ହେଲେ ସଚିନ ଗୋପାଳ(୧୦) ଓ ନନ୍ଦିନି ଗୋପାଳ(୭)। […]

The post ନିଆଁ ପୋଉଁଥିବା ବେଳେ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍ appeared first on Odisha Reporter.

]]>

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଆଗରେ ନିଆଁ ପୋଉଁ ଥିବା ବେଳେ ପଶି ଆସିଲା ଏକ ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଶିଶୁ ଥିବା ବେଳେ ଜଣେ ବୃଦ୍ଧ ଓ ଜଣେ ଯୁବକ ଅଛନ୍ତି।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଝରାବାହାଲ ଗାଁରେ।

ମୃତକଦ୍ୱୟ ହେଲେ ସଚିନ ଗୋପାଳ(୧୦) ଓ ନନ୍ଦିନି ଗୋପାଳ(୭)। ଗୁରୁତରମାନେ ହେଲେ ସତିକାନ୍ତ ଗୋପାଳ(୯),   ଅଶୋକ ଗୋପାଳ(୭), ମନିନା ପାଣ୍ଡେ(୨୭)  ଓ ଧମୁରୁଧର ହାତି (୬୦)। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଝରାବାହାଲ ଗାଁର ସୁଶମନ୍ତ ଜଗତ ସବୁ ଦିନ ଭଳି ପିକ୍ଅପ୍‌ ଭ୍ୟାନରେ ଆଳୁ ଓ ପିଆଜ ଆଦି ଧରି ହାଟକୁ ବାହାରିଥିଲେ। ତେବେ ଗାଁ ଭିତରେ ଯାଉଥିବା ବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଡ୍ରେନ୍‌ ଅତିକ୍ରମ କରି ଏକ ଘର ଭିତରକୁ ପଶି ଯାଇଥିଲା। ଏହାପରେ ଗାଡ଼ିଟି ସେହି ଘର ବାରଣ୍ଡା ନିକଟରେ ଚଉରା ପାଖରେ ନିଆଁ ପୋଉଁ ଥିବା କିଛି ପିଲାଙ୍କ ଉପରେ ଗାଡ଼ିଟି ମାଡ଼ି ଯାଇଥିଲା।

ସମସ୍ତ ଆହତଙ୍କୁ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲ। ପରେ ଭବାନିପାଟଣା ଡାକ୍ତରଖାନା ସ୍ଥାନାନ୍ତର ବେଳେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

The post ନିଆଁ ପୋଉଁଥିବା ବେଳେ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍ appeared first on Odisha Reporter.

]]>
right top 2020-11-23 13:03:22 https://cdn.odishareporter.in/wp-content/uploads/2020/11/23125843/kartik.jpg
ଜମି ବିବାଦରୁ ହେଲା ରକ୍ତପାତ, ୯ ଆହତ https://odishareporter.in/odisha/clash-between-2-groups-for-land-disput-591843 Tue, 17 Nov 2020 03:43:56 +0000 https://odishareporter.in/?p=591843

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମହୁଲି ଗ୍ରାମରେ ଏକ ବିବାଦୀୟ ଜମିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁ ରକ୍ତପାତ ହୋଇଛି। ଉଭୟ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ମହୁଲି ଗ୍ରାମରେ ଠାକୁରାଣୀଙ୍କ ନାମରେ ଥିବା ଜମିକୁ ଦୀର୍ଘ ଦିନ ହେଲା ଗ୍ରାମବାସୀ ଚାଷ କରି ଆସୁଥିଲେ ।  କିନ୍ତୁ କିଛି ବର୍ଷ ହେବ ଠାକୁରାଣୀ […]

The post ଜମି ବିବାଦରୁ ହେଲା ରକ୍ତପାତ, ୯ ଆହତ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମହୁଲି ଗ୍ରାମରେ ଏକ ବିବାଦୀୟ ଜମିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁ ରକ୍ତପାତ ହୋଇଛି। ଉଭୟ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହେବା ସହ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ମହୁଲି ଗ୍ରାମରେ ଠାକୁରାଣୀଙ୍କ ନାମରେ ଥିବା ଜମିକୁ ଦୀର୍ଘ ଦିନ ହେଲା ଗ୍ରାମବାସୀ ଚାଷ କରି ଆସୁଥିଲେ ।  କିନ୍ତୁ କିଛି ବର୍ଷ ହେବ ଠାକୁରାଣୀ ପୂଜକଙ୍କ ( ପୂଜାରୀ )ଙ୍କ ପରିବାର ତଥା ଯାନୀ ସାହିର କେତେକ ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ଘଟଣା କୋର୍ଟକୁ ଯାଇଥିଲା l ଏହାପରେ ଉକ୍ତ ଜମିରେ ୧୪୪ ଧାରା ଜାରି ହୋଇଥିଲା । କିନ୍ତୁ ମନ୍ଦିର ପୂଜକଙ୍କ ବିରୋଧ ସତ୍ତ୍ୱେ ଗ୍ରାମବାସୀ ଉକ୍ତ ଜମିକୁ ଚଳିତ ବର୍ଷ ପୁଣି ଚାଷ କରିଥିଲେ ।

ଗ୍ରାମବାସୀ ଗତକାଲି ଧାନ କାଟିବା ସମୟରେ ପୂଜାରୀଙ୍କ ପରିବାର ପହଞ୍ଚି ବିରୋଧ କରିଥିଲେ । ଯୁକ୍ତିତର୍କ ପରେ ଉଭୟ ପକ୍ଷ ମଧ୍ୟରେ ହଣାକଟା ଆରମ୍ଭ ହୋଇଥିଲା । ଉଭୟପକ୍ଷ ପରସ୍ପରକୁ  ଠେଙ୍ଗା, ଟାଙ୍ଗିଆ ଧନୁ,ତୀର ଆଦିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା l ଉଭୟ ପକ୍ଷରୁ ୮ରୁ  ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିଲେ l ଆହତମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନା ଓ ପାପଡ଼ାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l

ଏନେଇ ଉଭୟ ପକ୍ଷରୁ ପାପଡାହାଣ୍ଡି ଅନ୍ତର୍ଗତ ତୁମ୍ବର୍ଲା ଫାଣ୍ଡିରେ ଏତଲା ଦିଆଯାଇଛି l ତୁମ୍ବର୍ଲା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ବ୍ୟବହୃତ ହୋଇଥିବା ଟାଙ୍ଗିଆ, ଧନୁ, ଶରକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି l

 

The post ଜମି ବିବାଦରୁ ହେଲା ରକ୍ତପାତ, ୯ ଆହତ appeared first on Odisha Reporter.

]]>
right bottom 2020-11-17 09:13:56 https://cdn.odishareporter.in/wp-content/uploads/2020/11/17091050/nab.jpg