ନୂଆପଡ଼ା – Odisha Reporter https://odishareporter.in Mon, 02 Aug 2021 13:34:56 +0000 en-US hourly 1 ପୁଣି ଚର୍ଚ୍ଚାରେ ଡାକ୍ତର: ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କଲେ https://odishareporter.in/odisha/nuapada/again-the-doctor-in-the-church-buried-the-body-of-a-stranger-663793 Mon, 02 Aug 2021 13:34:56 +0000 https://odishareporter.in/?p=663793

ନୂଆପଡ଼ା(ମାୟାଧର ସରାଫ):କରୋନା କାଳରେ ୧୪ଜଣ କରୋନା ମୢତକଙ୍କ ଶବକୁ ସତ୍କାର କରି ଚର୍ଚ୍ଚାରେ ଥିବା ଖଡିଆଳ ସରକାରୀ ଡାକ୍ତରଖାନାର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ପୁଣି ଚର୍ଚ୍ଚାରେ । ଏବେ ସେ ଜଣେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି । ଗତ ୩ ଦିନ ତଳେ ଜଣେ ଅପରିଚିତ ବୃଦ୍ଧ ଗୁରୁତର ଅସୁସ୍ଥ ହୋଇ ଲଛିପୁର ଗାଁ ନିକଟରେ ଅଚେତ ହୋଇ ପଡି ଥିଲେ । ବୃଦ୍ଧଙ୍କ ସୂଚନା ପାଇ ଡା.ଅନ୍ନଦାଶଙ୍କର ସେଠାକୁ […]

The post ପୁଣି ଚର୍ଚ୍ଚାରେ ଡାକ୍ତର: ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କଲେ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ):କରୋନା କାଳରେ ୧୪ଜଣ କରୋନା ମୢତକଙ୍କ ଶବକୁ ସତ୍କାର କରି ଚର୍ଚ୍ଚାରେ ଥିବା ଖଡିଆଳ ସରକାରୀ ଡାକ୍ତରଖାନାର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ପୁଣି ଚର୍ଚ୍ଚାରେ । ଏବେ ସେ ଜଣେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି ।

ଗତ ୩ ଦିନ ତଳେ ଜଣେ ଅପରିଚିତ ବୃଦ୍ଧ ଗୁରୁତର ଅସୁସ୍ଥ ହୋଇ ଲଛିପୁର ଗାଁ ନିକଟରେ ଅଚେତ ହୋଇ ପଡି ଥିଲେ । ବୃଦ୍ଧଙ୍କ ସୂଚନା ପାଇ ଡା.ଅନ୍ନଦାଶଙ୍କର ସେଠାକୁ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ବୃଦ୍ଧଙ୍କୁ ଖଡିଆଳ ସରକାରୀ ଡାକ୍ତରଖାନାରେ ଆଣି ଚିକିତ୍ସା କରିଥିଲେ ।

୩ ଦିନ ଅକ୍ଲାନ୍ତ ଉଦ୍ୟମ କରି ଥିଲେ । କିନ୍ତୁ ବୃଦ୍ଧ ଜଣକ ସୋମବାର ଦିନ ମୃତ୍ୟୁବରଣ କରି ଥିଲେ । ଶବ ସତ୍କାର ପାଇଁ କୌଣସି ବ୍ୟକ୍ତି ସାମ୍ନାକୁ ନ ଆସିରୁ ଡା. ଅନ୍ନଦାଶଙ୍କର  ତାଙ୍କ କିଛି  ସାଥୀଙ୍କ ସହାୟତାରେ ଖଡିଆଳର ରାଣୀପୁର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରି ଥିଲେ । ଡା.ଅନ୍ନଦାଶଙ୍କର କରୋନା କାଳରେ ୧୪ ଜଣ କରୋନା ମୃତକଙ୍କ ଶବ ସତ୍କାର କରିବା ସହ ଗାଁ ଗାଁ ଯାଇ କରୋନା ସଚେତନତା କରିଥିଲେ ।

The post ପୁଣି ଚର୍ଚ୍ଚାରେ ଡାକ୍ତର: ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କଲେ appeared first on Odisha Reporter.

]]>
right bottom 2021-08-02 19:04:56 https://cdn.odishareporter.in/wp-content/uploads/2021/08/02190016/670.jpg
ପିସି ଭାଗବଣ୍ଟା ପାଇଁ ରେଟ୍‌ ଚାଟ୍‌ କରୁଥିଲେ ୨ ଜେଇ, ଶେଷରେ… https://odishareporter.in/odisha/2-jee-suspended-after-video-viral1-660179 Tue, 20 Jul 2021 05:23:08 +0000 https://odishareporter.in/?p=660179

ନୂଆପଡ଼ା(ମାୟାଧର ସରାଫ): ବିଲ୍‌ ପାସ୍‌ ପାଇଁ ହେଉଥିଲା ପିସି କାରବାର। କାହାର ଭାଗ କେତେ, କିଏ କେତେ ନେବ ସେ ନେଇ ରେଟ ଚାର୍ଟ ବି ପ୍ରସ୍ତୁତ ହୋଇଥିଲା। କାଗଜ କଲମରେ ସବୁ ହିସାବ କରିଥିଲେ ୨ ଜେଇ। ଆଉ ଠିକାଦାରଙ୍କୁ ଘରକୁ ଡାକି ଏ ସମ୍ପର୍କୀତ ତାଲିକା ବି ଦେଇଥିଲେ। ହେଲେ ଠିକାଦାର ଜଣକ ପୂରା ଘଟଣାର ଭିଡିଓ କରି ତାହାକୁ ଭାଇରାଲ କରିଦେଲେ। ଶେଷରେ ସସପେଣ୍ଡ ହେଲେ ୨ କନିଷ୍ଠ ଯନ୍ତ୍ରୀ। ନୂଆପଡ଼ା ଜିଲ୍ଲା […]

The post ପିସି ଭାଗବଣ୍ଟା ପାଇଁ ରେଟ୍‌ ଚାଟ୍‌ କରୁଥିଲେ ୨ ଜେଇ, ଶେଷରେ… appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ): ବିଲ୍‌ ପାସ୍‌ ପାଇଁ ହେଉଥିଲା ପିସି କାରବାର। କାହାର ଭାଗ କେତେ, କିଏ କେତେ ନେବ ସେ ନେଇ ରେଟ ଚାର୍ଟ ବି ପ୍ରସ୍ତୁତ ହୋଇଥିଲା। କାଗଜ କଲମରେ ସବୁ ହିସାବ କରିଥିଲେ ୨ ଜେଇ। ଆଉ ଠିକାଦାରଙ୍କୁ ଘରକୁ ଡାକି ଏ ସମ୍ପର୍କୀତ ତାଲିକା ବି ଦେଇଥିଲେ। ହେଲେ ଠିକାଦାର ଜଣକ ପୂରା ଘଟଣାର ଭିଡିଓ କରି ତାହାକୁ ଭାଇରାଲ କରିଦେଲେ। ଶେଷରେ ସସପେଣ୍ଡ ହେଲେ ୨ କନିଷ୍ଠ ଯନ୍ତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ପିସି କାରବାର ଘଟଣାର ଭିଡିଓ ଭାଇରାଲ ହେବା ପରେ ନିଆଯାଇଛି ଏପରି  କାର୍ଯ୍ୟାନୁଷ୍ଠାନ। ସସ୍‌ପେଣ୍ଡ ହୋଇଥିବା ୨ ଜେଇ ହେଲେ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ।

୨ ଜେଇଙ୍କ ମଧ୍ୟରେ ପିସି କାରବାର ପାଇଁ ରେଟ ଚାର୍ଟ ପ୍ରସ୍ତୁତ ହେଉଥିବାର ଭିଡିଓ ଭାଇରାଲ।

ଅଭିଯୋଗ ଅନୁସାରେ, ସିନାପାଲି ବ୍ଲକ୍‌ର କାପସି ଡଙ୍ଗରିପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏକ କମ୍ୟୁନିଟି ସେଣ୍ଟର ତିଆରି ହୋଇଛି। ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା। ସେଥିରୁ କିଏ କେତେ ନେବେ ତାହାର ହିସାବ ହୋଇଥିଲା ଜେଇ ଉପେନ୍ଦ୍ର ତିହାଡ଼ିଙ୍କ ଘରେ। ଏଥିନିମନ୍ତେ ଏହି ବୈଠକ ବସିଥିଲା ଏବଂ ସେଠାରେ ରେଟ୍ ଚାର୍ଟ ବଖାଣିଥିଲେ ଆଉ ଜଣେ ଜେଇ ନାରାୟଣ ସାହୁ। କାଲକୁଲେଟରରେ ହିସାବକିତାବ ପରେ ଟଙ୍କା ଭାଗବଣ୍ଟା ବି ହୋଇଥିଲା। ସେଠାକୁ ଠିକାଦାର ଗୋପୀନାଥ ହଂସଙ୍କୁ ଘରକୁ ଡାକି  ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ। ଯେଉଁ ଭିଡ଼ିଓ ସାମ୍ନାକୁ ଆସିବା ପରେ ଭାଇରାଲ୍ ହେବା ସହ ଖୁବ୍‌ ଚର୍ଚ୍ଚାରେ ଥିଲା।

୨ ଜେଇଙ୍କ ମଧ୍ୟରେ ପିସି କାରବାର ପାଇଁ ରେଟ ଚାର୍ଟ ପ୍ରସ୍ତୁତ ହେଉଥିବାର ଭିଡିଓ ଭାଇରାଲ।

ଏହାପରେ ଉଭୟଙ୍କୁ ସସ୍‌ପେଣ୍ଡ କରାଯାଇଥିବା ପିଡି ଡିଆରଡିଏ ସୂଚନା ଦେଇଛନ୍ତି। ଏଥିସହ ପିସି କାରବାରକୁ ରୋକିବାକୁ ଏଥର ସବୁଆଡ଼େ ଅନଲାଇନ୍‌ ଟ୍ରାନଜାକସନ୍‌ ହେବ ବୋଲି କହିଛନ୍ତି।

The post ପିସି ଭାଗବଣ୍ଟା ପାଇଁ ରେଟ୍‌ ଚାଟ୍‌ କରୁଥିଲେ ୨ ଜେଇ, ଶେଷରେ… appeared first on Odisha Reporter.

]]>
right bottom 2021-07-21 09:22:13 https://cdn.odishareporter.in/wp-content/uploads/2021/07/20104553/jee-2.jpg
୪ ଦିନ ପରେ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ପଡ଼ିଲା ଭାଲୁ https://odishareporter.in/odisha/bear-strays-into-collectors-residence-in-nuapada-captured-today-659698 Sun, 18 Jul 2021 04:54:26 +0000 https://odishareporter.in/?p=659698

ନୂଆପଡ଼ା (ମାୟାଧର ସରାଫ): ଚାରି ଦିନ ହେଲା ନୂଆପଡ଼ା ବନ ବିଭାଗର ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ଭାଲୁଟିକୁ ଆଜି ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି। ଲଗାତାର ୪ ଦିନ ହେଲାଣି ରାତି ହେଲେ ନୂଆପଡ଼ ସହର ଭିତରକୁ ଏହି ଭାଲୁଟି ପଶି ଆସୁଥିଲା। ଏପରିକି ସେ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ପରିସରରେ ପଶି ଯାଉଥିଲା। ଭାଲୁଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଥିଲା। ଗତକାଲି ରାତିରେ […]

The post ୪ ଦିନ ପରେ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ପଡ଼ିଲା ଭାଲୁ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ଚାରି ଦିନ ହେଲା ନୂଆପଡ଼ା ବନ ବିଭାଗର ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ଭାଲୁଟିକୁ ଆଜି ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି।

ଲଗାତାର ୪ ଦିନ ହେଲାଣି ରାତି ହେଲେ ନୂଆପଡ଼ ସହର ଭିତରକୁ ଏହି ଭାଲୁଟି ପଶି ଆସୁଥିଲା। ଏପରିକି ସେ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ପରିସରରେ ପଶି ଯାଉଥିଲା।
ଭାଲୁଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଥିଲା। ଗତକାଲି ରାତିରେ ଭାଲୁଟି ପୁଣି ସହର ମଧ୍ୟକୁ ଆସିଥିଲା। ଭାଲୁଟିକୁ ପ୍ରଥମେ ତେଲିପଡ଼ା ଦୁର୍ଗାମଣ୍ଡପ ପାଖରେ ଠାବ କରାଯାଇଥିଲା। ଏହା ପରେ ଭାଲୁଟି ନୂଆପଡ଼ା ଥାନା ପରିସରରେ ପଶିଥିଲା। ସେଠାରୁ ଭାଲୁ ବାହାରି ସହର ସାରା ବୁଲିବା ପରେ ରାତି ପ୍ରାୟ ଗୋଟାଏ ବେଳେ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶିଥିଲା। ସେଠାରେ ବନ ବିଭାଗ ପକ୍ଷରୁ ଯନ୍ତା ବସା ଯାଇଥିଲା। ରାତି ପ୍ରାୟ ୩ଟା ବେଳେ ଭାଲୁଟି ସେଠାରେ ଯନ୍ତାରେ ପଡ଼ିଥିଲା।

ଭାଲୁଟିକୁ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ତାକୁ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ା ଯିବ ବୋଲି ଜଣାପଡ଼ିଛି।

The post ୪ ଦିନ ପରେ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ପଡ଼ିଲା ଭାଲୁ appeared first on Odisha Reporter.

]]>
right bottom 2021-07-18 10:25:35 https://cdn.odishareporter.in/wp-content/uploads/2021/07/18101952/beer.jpg
ନାକେଦମ କଲା ଭାଲୁ, ଜିଲ୍ଲାପାଳଙ୍କ ବାସଭବନ ପରିସରରେ ବୁଲିଲା https://odishareporter.in/odisha/bear-movement-in-nuapada-town-659179 Fri, 16 Jul 2021 03:00:18 +0000 https://odishareporter.in/?p=659179

ନୂଆପଡ଼ା(ମାୟାଧର ସରାଫ ): ନୂଆପଡ଼ା ସହରରେ ଭାଲୁ ଆତଙ୍କ । ଗତ ବୁଧବାର ଜିଲ୍ଲାପାଳଙ୍କ କ୍ୟାମ୍ପସରେ ପଶିଥିବା ଭାଲୁକୁ ଘଉଡ଼ାଇବାକୁ ବନ କର୍ମଚାରୀ ନାକେଦମ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା। ଗତକାଲି ରାତି ପ୍ରାୟ ୯ଟାରେ ପ୍ରଥମେ ନୂଆପଡ଼ା ମିନି ଷ୍ଟାଡିୟମ ପାଖରେ ଭାଲୁଟି ବୁଲୁଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଉଡ଼ାଇବାରୁ ଭାଲୁଟି ସେଠାରୁ ଜାତୀୟ ରାଜପଥ ୩୫୩ ଅତିକ୍ରମ କରି  […]

The post ନାକେଦମ କଲା ଭାଲୁ, ଜିଲ୍ଲାପାଳଙ୍କ ବାସଭବନ ପରିସରରେ ବୁଲିଲା appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ ): ନୂଆପଡ଼ା ସହରରେ ଭାଲୁ ଆତଙ୍କ । ଗତ ବୁଧବାର ଜିଲ୍ଲାପାଳଙ୍କ କ୍ୟାମ୍ପସରେ ପଶିଥିବା ଭାଲୁକୁ ଘଉଡ଼ାଇବାକୁ ବନ କର୍ମଚାରୀ ନାକେଦମ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା।

ଗତକାଲି ରାତି ପ୍ରାୟ ୯ଟାରେ ପ୍ରଥମେ ନୂଆପଡ଼ା ମିନି ଷ୍ଟାଡିୟମ ପାଖରେ ଭାଲୁଟି ବୁଲୁଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଉଡ଼ାଇବାରୁ ଭାଲୁଟି ସେଠାରୁ ଜାତୀୟ ରାଜପଥ ୩୫୩ ଅତିକ୍ରମ କରି  ଇନ୍ଦିରା କଲୋନୀ ଓ  ବ୍ଲକ କଲୋନୀ ମଝିରେ ଥିବା ହନୁମାନ ମନ୍ଦିର ପାଖକୁ ଚାଲି ଯାଇ କିଛି ସମୟ ବୁଲାବୁଲି କରିଥିଲା। ଏହାପରେ ସେଠାରୁ ସିଧା ଯାଇ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶିଥିଲା। ବନ କର୍ମଚାରୀଙ୍କ ଦୀର୍ଘ ସମୟର ପରିଶ୍ରମ ପରେ ଭାଲୁଟି ସେଠାରୁ ବାହାରି ଏସ୍‌ପିଙ୍କ ବାସଭବନର ଗେଟ୍‌ ସମ୍ମୁଖରେ ବୁଲିଥିଲା। ଏହାପରେ ବନ କର୍ମଚାରୀ ଭାଲୁକୁ ୩ ପାର୍ଶ୍ୱରୁ ଘେରିବାରୁ ସେ ରାତି ପ୍ରାୟ ୩ଟାରେ ଜଙ୍ଗଲକୁ ପଳାଇଥିଲା।

ଗତ ୮ ତାରିଖରେ ମଧ୍ୟ ସହର ମଧ୍ୟକୁ ଏକ ଭାଲୁ ପଳାଇ ଆସିଥିଲା। ଭାଲୁଟି ପ୍ରଥମେ ଜଳ ବିଭାଜିକା ଅଫିସ ଯାଇଥିଲା। ସେଠାରେ ଦିନ ସାରା ରହିବା ପରେ ରାତିରେ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶିଥିଲା। ସେଠାରୁ ବାହାରି ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟରେ ପଶିଥିଲା। ଏହାପରେ ବନ କର୍ମଚାରୀ ଘଉଡ଼ାଇବାରୁ ରାତି ୧୧ଟାରେ ଜଙ୍ଗଲକୁ ପଳାଇଥିଲା।

ସୂଚନାଯୋଗ୍ୟ, ନୂଆପଡ଼ା ସହରକୁ  ଲାଗି ସୁନାବେଡ଼ା ଅଭୟାରଣ୍ୟ ସମେତ ଆହୁରି ବହୁ ଘଞ୍ଚ ଜଙ୍ଗଲ ଥିବାରୁ ଅଧିକାଂଶ ସମୟରେ ସହର ମଧ୍ୟରୁ ଭାଲୁ ପଶି ଆସୁଛନ୍ତି। ଫଳରେ ଲୋକେ ଆତଙ୍କିତ ରହୁଛନ୍ତି। ଏଥିଯୋଗୁ ବନ କର୍ମଚାରୀ ବି ନାକେଦମ ହେଉଛନ୍ତି।

The post ନାକେଦମ କଲା ଭାଲୁ, ଜିଲ୍ଲାପାଳଙ୍କ ବାସଭବନ ପରିସରରେ ବୁଲିଲା appeared first on Odisha Reporter.

]]>
centre bottom 2021-07-16 09:36:47 https://cdn.odishareporter.in/wp-content/uploads/2021/07/16082957/bear.jpg
କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି…. https://odishareporter.in/odisha/nuapada/god-for-covid-patient-doctoa-anada-648863 Sun, 06 Jun 2021 11:57:38 +0000 https://odishareporter.in/?p=648863

ନୂଆପଡ଼ା(ମାୟାଧର ସରାଫ୍‌): ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚାରେ ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ । କରୋନା କାଳରେ ରୋଗୀ ସେବା ହେଉ କି ସଚେତନତା ଅବା କୋଭିଡ୍‌ ମୃତକଙ୍କ ଶବକୁ ସତ୍କାର କରି ସେ ମାନବିକତାର ପରିଚୟ ଦେଇଛନ୍ତି। ଏଯାଏଁ ସେ  ଖଡିଆଳ ଅଂଚଳରେ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସରକାରୀ ଆୟୁଷ ଡାକ୍ତର । ରାତି ପାହିଲେ ଦୁଇ ଜଣ ଲାଗି ପଡନ୍ତି ଲୋକଙ୍କ […]

The post କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି…. appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ୍‌): ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚାରେ ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ । କରୋନା କାଳରେ ରୋଗୀ ସେବା ହେଉ କି ସଚେତନତା ଅବା କୋଭିଡ୍‌ ମୃତକଙ୍କ ଶବକୁ ସତ୍କାର କରି ସେ ମାନବିକତାର ପରିଚୟ ଦେଇଛନ୍ତି। ଏଯାଏଁ ସେ  ଖଡିଆଳ ଅଂଚଳରେ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସରକାରୀ ଆୟୁଷ ଡାକ୍ତର ।

ରାତି ପାହିଲେ ଦୁଇ ଜଣ ଲାଗି ପଡନ୍ତି ଲୋକଙ୍କ ସେବାରେ । କେବେ ମେଡିକାଲରେ କରୋନା ରୋଗୀ ସେବାରେ ଦିନ କଟେ ତ କେବେ ଗାଁ ଗାଁ ଯାଇ  ଲୋକଙ୍କୁ କରୋନା ସଚେତନତା କରନ୍ତି । ଯେତେ ବେଳେ କରୋନା ରୋଗୀ ମୃତ୍ୟୁବରଣ କଲେ ପରିବାର ଓ ବନ୍ଧୁବବାନ୍ଧବ ଶବକୁ ଛୁଅନ୍ତି ନାହିଁ, ସେତିକି ବେଳେ ନିଜ ଟିମର ୪ ଜଣଙ୍କୁ ଧରି ପହଂଚି ଯାଆନ୍ତି ଡାକ୍ତର ଅନ୍ନଦା ଶଙ୍କର ।

ପିପିଇ କିଟ୍ ପିନ୍ଧି ଶବକୁ ଘରୁ ଆଣି ବା ମେଡିକାଲରୁ ଶ୍ମଶାନକୁ ନେଇ ରୀତିନୀତି ଅନୁସାରେ  ସତ୍କାର କରନ୍ତି । ସେ ଏଯାଏଁ ଖଡିଆଳ ଅଂଚଳର କରୋନାରେ ମୃତ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କର ଏ ମହାନତାକୁ ତାଙ୍କ ଡାକ୍ତର ସ୍ତ୍ରୀ  ପ୍ରଶଂସା କରନ୍ତି ।

The post କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି…. appeared first on Odisha Reporter.

]]>
right top 2021-06-06 17:27:38 https://cdn.odishareporter.in/wp-content/uploads/2021/06/06172532/6901.jpg
ଗର୍ଭବତୀଙ୍କ ଉପରେ ମାଡ଼ି ଗଲା ଡମ୍ପର https://odishareporter.in/odisha/dumper-runs-over-a-pregnant-lady-in-nuapada-647910 Wed, 02 Jun 2021 08:54:26 +0000 https://odishareporter.in/?p=647910

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ୱେରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ସବିତା ନାଗ। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଲଖି ସଲମା। ବିନୋପୁର ଗାଁର ଲକ୍ଷି ତାଙ୍କ ସଂପର୍କୀୟ ସବିତାଙ୍କୁ ବାଇକ୍‌ରେ ନେଇ ଯାଉଥିବା ବେଳେ ଏକ ଡମ୍ପର ସହିତ ମୁହାଁମୁହିଁ […]

The post ଗର୍ଭବତୀଙ୍କ ଉପରେ ମାଡ଼ି ଗଲା ଡମ୍ପର appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ୱେରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ମହିଳାଙ୍କ ନାଁ ସବିତା ନାଗ। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଲଖି ସଲମା।

ବିନୋପୁର ଗାଁର ଲକ୍ଷି ତାଙ୍କ ସଂପର୍କୀୟ ସବିତାଙ୍କୁ ବାଇକ୍‌ରେ ନେଇ ଯାଉଥିବା ବେଳେ ଏକ ଡମ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଡମ୍ପରଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ଏହା ତଳେ ଉଭୟ ସବିତା ଓ ଲଖି ଚାପି ହୋଇଯାଇଥିଲେ। ଜେସିବି ଆସିବା ପରେ ଡମ୍ପର ତଳୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ସବିତାଙ୍କ ମୃତ୍ୟୁ ଘଟିଥିଲା। ସେ ଗର୍ଭବତୀ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଲଖିଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଘଟଣା ପରେ ବିନୋପୁର ଗ୍ରାମବାସୀ ଖଡ଼ିଆଳ-ବୋଡ଼େନ ରାସ୍ତା ଅବରୋଧ କରିଥିଲେ। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ।

The post ଗର୍ଭବତୀଙ୍କ ଉପରେ ମାଡ଼ି ଗଲା ଡମ୍ପର appeared first on Odisha Reporter.

]]>
right bottom 2021-06-02 14:24:26 https://cdn.odishareporter.in/wp-content/uploads/2021/06/02141901/Untitled-1-1.jpg
କରୋନାକୁ ହରାଇଲା ନୂଆପଡ଼ାର ୨୬ ଦିନର ଶିଶୁ https://odishareporter.in/odisha/nuapada/26-day-old-baby-in-nuapara-defeat-corona-644385 Wed, 19 May 2021 12:07:39 +0000 https://odishareporter.in/?p=644385

ନୂଆପଡା(ମାୟାଧର ସରାଫ) ମହାମାରୀ କରୋନାରେ ଅନେକ ନିଜ ଜୀବନକୁ ହରାଇଛନ୍ତି। କିନ୍ତୁ କରୋନା ସହ ୭ ଦିନ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ଜଣେ ୨୬ ଦିନର ଶିଶୁ । ନୂଆପଡା ସଦର ବ୍ଲକ ବିରୋମାଲ ପଞ୍ଚାୟତର ଭାଲୁକୋନା ଗାଁର ଜଣେ ୨୬ ଦିନର ଶିଶୁ ଅସୁସ୍ଥ ହୋଇ ପଡି ଥିଲା । ତାଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ପରିବାର ଲୋକେ ଆଣି ଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଉକ୍ତ ଶିଶୁର କରୋନା ଟେଷ୍ଟ କରା […]

The post କରୋନାକୁ ହରାଇଲା ନୂଆପଡ଼ାର ୨୬ ଦିନର ଶିଶୁ appeared first on Odisha Reporter.

]]>

ନୂଆପଡା(ମାୟାଧର ସରାଫ) ମହାମାରୀ କରୋନାରେ ଅନେକ ନିଜ ଜୀବନକୁ ହରାଇଛନ୍ତି। କିନ୍ତୁ କରୋନା ସହ ୭ ଦିନ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ଜଣେ ୨୬ ଦିନର ଶିଶୁ । ନୂଆପଡା ସଦର ବ୍ଲକ ବିରୋମାଲ ପଞ୍ଚାୟତର ଭାଲୁକୋନା ଗାଁର ଜଣେ ୨୬ ଦିନର ଶିଶୁ ଅସୁସ୍ଥ ହୋଇ ପଡି ଥିଲା । ତାଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ପରିବାର ଲୋକେ ଆଣି ଥିଲେ ।

ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଉକ୍ତ ଶିଶୁର କରୋନା ଟେଷ୍ଟ କରା ଯାଇ ଥିଲା । କରୋନା ଟେଷ୍ଟରେ ଶିଶୁଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିଲା । ଗତ ୧୨ ତାରିଖ ଦିନ ତାକୁ ଶିଶୁ ୱାଡର ଏସଏନସିୟୁରେ ଭର୍ତ୍ତି କରା ଯାଇ ଥିଲା ।

ଡାକ୍ତରମାନଙ୍କ ଉପଯୁକ୍ତ ଚିକିତ୍ସା ପରେ ଶିଶୁଟି ସୁସ୍ଥ ହୋଇ ୧୮ ତାରିଖ ଦିନ ଘରକୁ ଫେରି ଯାଇଛି । ଶିଶୁର ମା ମଧ୍ୟ କିଛି ଦିନ ପୂର୍ବରୁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଥିଲେ । ଶିଶୁ ସୁସ୍ଥ ଥିବା ନୂଆପଡା ଜିଲ୍ଲାପାଳ ଟ୍ୱିଟ୍‌ କରି  ସୂଚନା ଦେଇଛନ୍ତି ।

The post କରୋନାକୁ ହରାଇଲା ନୂଆପଡ଼ାର ୨୬ ଦିନର ଶିଶୁ appeared first on Odisha Reporter.

]]>
right top 2021-05-19 17:37:39 https://cdn.odishareporter.in/wp-content/uploads/2021/05/19173647/gvb-11.jpg
ଆଜିଠାରୁ ୬ ଦିନ ଏହି ଦୁଇ ଅଞ୍ଚଳ ସମ୍ପୂର୍ଣ୍ଣ ଶଟଡାଉନ୍ https://odishareporter.in/odisha/nuapada/khariar-road-nac-shot-down-from-today-636115 Fri, 16 Apr 2021 08:00:23 +0000 https://odishareporter.in/?p=636115

ନୂଆପଡ଼ା (ମାୟାଧର ସରାଫ): ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର କ୍ଷୀପ୍ର ଗତିରେ ମାଡ଼ିଚାଲିଛି। ଏହାକୁ ଦୃଷ୍ଟି ଆଗରେ ରଖି ବିଭିନ୍ନ ରାଜ୍ୟର ସରକାର କଠୋର ପଦକ୍ଷେପ ନେଇଛନ୍ତି। ଜିଲ୍ଲା ସ୍ତରରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଖରିଆର୍ ରୋଡ୍ ଏନଏସି ଓ ଖଡ଼ିଆଳ ଏନଏସିକୁ ଶଟଡାଉନ୍ କରିଦିଆଯାଇଛି। ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ବଡ଼ ଘୋଷଣା […]

The post ଆଜିଠାରୁ ୬ ଦିନ ଏହି ଦୁଇ ଅଞ୍ଚଳ ସମ୍ପୂର୍ଣ୍ଣ ଶଟଡାଉନ୍ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର କ୍ଷୀପ୍ର ଗତିରେ ମାଡ଼ିଚାଲିଛି। ଏହାକୁ ଦୃଷ୍ଟି ଆଗରେ ରଖି ବିଭିନ୍ନ ରାଜ୍ୟର ସରକାର କଠୋର ପଦକ୍ଷେପ ନେଇଛନ୍ତି। ଜିଲ୍ଲା ସ୍ତରରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଖରିଆର୍ ରୋଡ୍ ଏନଏସି ଓ ଖଡ଼ିଆଳ ଏନଏସିକୁ ଶଟଡାଉନ୍ କରିଦିଆଯାଇଛି।

ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ବଡ଼ ଘୋଷଣା କରିଛନ୍ତି। ଛତିଶଗଡ଼ ସୀମାନ୍ତରେ ଥିବା ଖରିଆର୍ ରୋଡ୍ ଏନଏସିକୁ ଆଜିଠାରୁ ୨୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ୍ କରାଯାଇଛି। ଶଟଡାଉନ୍ ବେଳେ ସମସ୍ତ ଦୋକାନ, ରେଷ୍ଟୁରାଣ୍ଟ, ହୋଟେଲ୍, ଢାବା, ବ୍ୟାଙ୍କ, ଅଫିସ୍, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍ ଷ୍ଟୋର୍, ଏଲପିଜି ଗ୍ୟାସ, ପେଟ୍ରୋଲ୍ ପମ୍ପ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ।

ଶଟଡାଉନ୍ ସମୟରେ ଆମ୍ବୁଲାନ୍ସ, ମେଡିକାଲ୍ ଗାଡ଼ି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିର ଚଳାଚଳ ଜାରିବ। ତେବେ ସାଧାରଣ ଲୋକଙ୍କ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ। ବିବାହ ଓ ଶୁଦ୍ଧି କାର୍ଯ୍ୟ ପାଇଁ ସ୍ୱତନ୍ତ ରିଲିଫ୍ କମିଶନଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ।

ସେହିପରି ଆସନ୍ତାକାଲି ସକାଳ ୬ଟା ଠାରୁ ତାରିଖଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଖଡିଆଳ ଏନଏସିକୁ ଶଟଡାଉନ୍ କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଯାନ ବାହାନ ଚଳାଚଳ ବନ୍ଦ ରହିବା ସହ ଲୋକଙ୍କ ଚଳ ପ୍ରଚଳ ମଧ୍ୟ ବନ୍ଦ ରହିବ।

The post ଆଜିଠାରୁ ୬ ଦିନ ଏହି ଦୁଇ ଅଞ୍ଚଳ ସମ୍ପୂର୍ଣ୍ଣ ଶଟଡାଉନ୍ appeared first on Odisha Reporter.

]]>
centre bottom 2021-04-16 16:10:24 https://cdn.odishareporter.in/wp-content/uploads/2021/04/16132222/shotdown.jpg
ରାଜ୍ୟରେ ଉପରମୁହାଁ କରୋନା; ୯ ଦିନ ବନ୍ଦ ରହିବ ଏହି ବ୍ଲକର ସମସ୍ତ ଦୋକାନ https://odishareporter.in/odisha/all-the-shops-of-this-block-will-be-closed-for-9-days-635748 Thu, 15 Apr 2021 03:14:47 +0000 https://odishareporter.in/?p=635748

ନୂଆପଡ଼ା (ମାୟାଧର ସରାଫ): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ କରୋନା। ଦୈନିକ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ୩ ହଜାର ପାଖାପାଖି ପହଞ୍ଚି ସାରିଲାଣି।  ନୂଆପଡ଼ା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଉପରମୁହାଁ ଥିବା ବେଳେ ଚିନ୍ତାରେ ଅଛନ୍ତି ଜିଲ୍ଲାବାସୀ। ନୂଆପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଖଡ଼ିଆଳ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ୨୪ ତାରିଖ ଯାଏ ଅର୍ଥାତ […]

The post ରାଜ୍ୟରେ ଉପରମୁହାଁ କରୋନା; ୯ ଦିନ ବନ୍ଦ ରହିବ ଏହି ବ୍ଲକର ସମସ୍ତ ଦୋକାନ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ କରୋନା। ଦୈନିକ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ୩ ହଜାର ପାଖାପାଖି ପହଞ୍ଚି ସାରିଲାଣି।  ନୂଆପଡ଼ା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଉପରମୁହାଁ ଥିବା ବେଳେ ଚିନ୍ତାରେ ଅଛନ୍ତି ଜିଲ୍ଲାବାସୀ।

ନୂଆପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଖଡ଼ିଆଳ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ୨୪ ତାରିଖ ଯାଏ ଅର୍ଥାତ ୯ ଦିନ ଯାଏ ଖଡ଼ିଆଳର ଦୋକାନ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସମସ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ବଣିକ ସଂଘ ପକ୍ଷରୁ କୁହାଯାଇଛି । ସେହିପରି ଏହି ୯ ଦିନରେ କେବଳ ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଦୋକାନ ଖୋଲା ରଖାଯିବ ।

ନୂଆପଡ଼ା ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଯେଉଁ ରିପୋର୍ଟ ଆସିଥିଲା ସେଥିରେ ଏହି ସଂଖ୍ୟା ୧୦୪ ଥିଲା। 

The post ରାଜ୍ୟରେ ଉପରମୁହାଁ କରୋନା; ୯ ଦିନ ବନ୍ଦ ରହିବ ଏହି ବ୍ଲକର ସମସ୍ତ ଦୋକାନ appeared first on Odisha Reporter.

]]>
Corona in Odisha, right bottom 2021-04-15 13:01:28 https://cdn.odishareporter.in/wp-content/uploads/2021/04/15084227/strike.jpg
୨ଟି ଗାଁରୁ ଚିହ୍ନଟ ହେଲେଣି ୧୧୫ ପଜିଟିଭ, ରହିଛି ଛତିଶଗଡ଼ ଲିଙ୍କ୍‌ https://odishareporter.in/odisha/nuapada/115-positive-cases-found-from-2-villages-in-nuapada-village-630642 Sat, 27 Mar 2021 02:37:00 +0000 https://odishareporter.in/?p=630642

ନୂଆପଡା(ମାୟାଧର ସରାଫ): କିଛି ଦିନ ହେବ ନୂଆପଡା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ୨ଟି ଗାଁରୁ ୧୧୫ଟି ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏହି ୨ଟି ଗାଁ ଛତିଶଗଡ଼ ସୀମାରେ ଥିବାରୁ  ପ୍ରାୟତଃ ଚିହ୍ନଟ ସମସ୍ତ ପଜିଟିଭଙ୍କର ଛତିଶଗଡ଼କୁ ଟ୍ରାଭେଲ ହିଷ୍ଟ୍ରି ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ। କିଛି ଦିନ ତଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଛତିଶଗଡ ସୀମାନ୍ତ ଏକ ଗାଁରୁ ଏକାଦିନେ ୨୯ […]

The post ୨ଟି ଗାଁରୁ ଚିହ୍ନଟ ହେଲେଣି ୧୧୫ ପଜିଟିଭ, ରହିଛି ଛତିଶଗଡ଼ ଲିଙ୍କ୍‌ appeared first on Odisha Reporter.

]]>

ନୂଆପଡା(ମାୟାଧର ସରାଫ): କିଛି ଦିନ ହେବ ନୂଆପଡା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ୨ଟି ଗାଁରୁ ୧୧୫ଟି ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏହି ୨ଟି ଗାଁ ଛତିଶଗଡ଼ ସୀମାରେ ଥିବାରୁ  ପ୍ରାୟତଃ ଚିହ୍ନଟ ସମସ୍ତ ପଜିଟିଭଙ୍କର ଛତିଶଗଡ଼କୁ ଟ୍ରାଭେଲ ହିଷ୍ଟ୍ରି ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।

କିଛି ଦିନ ତଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଛତିଶଗଡ ସୀମାନ୍ତ ଏକ ଗାଁରୁ ଏକାଦିନେ ୨୯ ପଜିଟିଭ ଚିହ୍ନଟ ହୋଇଥିଲେ। ସେପରି ଗତ ୨ ଦିନରେ କୋମନା ବ୍ଲକର ଏକ ଗାଁରେ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁର ଜଣେ ବ୍ୟକ୍ତି କୋମନା ମେଡିକାଲରେ ଟେଷ୍ଟ କଲା ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂପର୍କରେ ଥିବା ଲୋକଙ୍କୁ ଟେଷ୍ଟ କଲା ପରେ ଗାଁରେ ୨୪ ଜଣ ପଜିଟିଭ ଚିହ୍ନଟ  ହୋଇଛନ୍ତି। ଏହାପରେ ସ୍ଥାନୀୟ ସରପଂଚ ଗାଁକୁ ସାତ ଦିନ ପର୍ଯ୍ୟନ୍ତ ଲକ‌୍‍ଡାଉନ ଘୋଷଣା କରିଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ଗାଁ ଲୋକଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି। ଗାଁ ଲୋକଙ୍କୁ ବାହାରକୁ ଛଡା ଯାଉ ନ ଥିବା ବେଳେ ବାହାର ଲୋକଙ୍କୁ ମଧ୍ୟ ଗାଁକୁ ଛଡା ଯାଉ ନାହିଁ। ଗାଁରେ ଥିବ ଦୋକାନ ବଜାର ବନ୍ଦ ରହିଛି।  ଅପରପକ୍ଷେ ସେହି ଗାଁର ହାଇସ୍କୁଲର ଜଣେ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସ୍କୁଲକୁ ୩ ଦିନ ପାଇଁ ବନ୍ଦ କରିଛନ୍ତି ସରପଂଚ।

ଏପରି ଅଚାନକ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ପଛରେ  ଛତିଶଗଡ ଲିଙ୍କ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ କହିଛନ୍ତି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ଗତ ସପ୍ତାହରେ ଚିହ୍ନଟ ସମସ୍ତ ପଜିଟିଭଙ୍କର ଟ୍ରାଭେଲ ହିଷ୍ଟ୍ରି ଅଛି। ସମସ୍ତଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ଟେଷ୍ଟିଂ କରାଯିବ। ସ୍ଥାନୀୟ ଅଞ୍ଚଳରେ ଏକାଠି ଲୋକ ଗହଳିକୁ ବାରଣ କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ମଧ୍ୟ କରୋନା ଗ୍ରାଫ ଏବେ ଉପରମୁହାଁ ରହିଛି। ଚାରି ଦିନ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦୦ ଉପରେ ରହିବା ପରେ ଗତ ଗୁରୁବାର ଏହି ସଂଖ୍ୟା ୨୦୦ ଟପିଥିବା ବେଳେ ଶନିବାର ୨୩୪ ଛୁଇଁଥିଲା। ଏହି ଚେନ୍‌କୁ ଭାଙ୍ଗିବାକୁ ବିଭିନ୍ନ ସ୍ଥାନରେ ଲୋକ ଗହଳିକୁ ବାରଣ କରାଯିବା ସହ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି।

The post ୨ଟି ଗାଁରୁ ଚିହ୍ନଟ ହେଲେଣି ୧୧୫ ପଜିଟିଭ, ରହିଛି ଛତିଶଗଡ଼ ଲିଙ୍କ୍‌ appeared first on Odisha Reporter.

]]>
right bottom 2021-03-27 10:54:21 https://cdn.odishareporter.in/wp-content/uploads/2020/12/30133035/corona-6.jpg
ଖୁବ୍‌ ଶୀଘ୍ର କଣ୍ଟେନମେଂଟ୍ ଜୋନ ଘୋଷଣା ନିଷ୍ପତ୍ତି https://odishareporter.in/odisha/nuapada/the-decision-to-declare-a-content-zone-soon-630032 Thu, 25 Mar 2021 05:09:26 +0000 https://odishareporter.in/?p=630032

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ଆଜି ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ । ଯଦି ସେମାନେ ସଂକ୍ରମିତ ଥିବା ଜଣାପଡନ୍ତି ତେବେ ଚିକିତ୍ସା ଲାଗି ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ସେପଟେ ଗାଁରେ ସଂକ୍ରମଣ ଆଉ ଯେମିତି ଅଧିକ ନବଢିବ […]

The post ଖୁବ୍‌ ଶୀଘ୍ର କଣ୍ଟେନମେଂଟ୍ ଜୋନ ଘୋଷଣା ନିଷ୍ପତ୍ତି appeared first on Odisha Reporter.

]]>

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ଆଜି ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ । ଯଦି ସେମାନେ ସଂକ୍ରମିତ ଥିବା ଜଣାପଡନ୍ତି ତେବେ ଚିକିତ୍ସା ଲାଗି ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ ।

ସେପଟେ ଗାଁରେ ସଂକ୍ରମଣ ଆଉ ଯେମିତି ଅଧିକ ନବଢିବ ସେଥିପାଇଁ ଘନ ଘନ ବୈଠକ କରାଯାଉଛି।  ନୂଆପଡା ସିଡିଏମଓ, ବ୍ଲକ ପ୍ରଶାସନ, ସିନାପାଲି ତହସିଲଦାର, ସିଡିପିଓ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ବାବଦରେ ଆଲୋଚନା କରିଛନ୍ତି।

ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗାଁକୁ ଯାଇ ଅନୁଧ୍ୟାନ କରିଛନ୍ତି । ଗାଁର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗାଁକୁ କଣ୍ଟେନମେଂଟ୍ ଜୋନ ଘୋଷଣା କରାଯିବା ସମ୍ଭାବନା ରହିଛି।  ପୁରା ଗାଁକୁ ସାନିଟାଇଜ କରାଯାଇଛି।  ଗାଁଟି ଛତିଶଗଡ଼ ସୀମାକୁ ଲାଗିଥିବାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଗାଁର ଦୁଇ ପ୍ରବେଶ ପଥରେ ପୁଲିସ ମୁତୟନ କରାଯାଇଛି ।  ଆଜି ହେବାକୁ ଥିବା ସାପ୍ତାହିକ ହାଟ ବନ୍ଦ କରିଛନ୍ତି ସରପଞ୍ଚ ।

The post ଖୁବ୍‌ ଶୀଘ୍ର କଣ୍ଟେନମେଂଟ୍ ଜୋନ ଘୋଷଣା ନିଷ୍ପତ୍ତି appeared first on Odisha Reporter.

]]>
right top 2021-03-25 12:09:18 https://cdn.odishareporter.in/wp-content/uploads/2020/08/14142418/containment.jpg
ଚିନ୍ତା ବଢ଼ିଲା, ଗୋଟିଏ ଗାଁରୁ ୨୯ ପଜିଟିଭ୍ https://odishareporter.in/odisha/nuapada/29-corona-positives-identified-at-a-village-in-nuapara-629908 Wed, 24 Mar 2021 14:33:56 +0000 https://odishareporter.in/?p=629908

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା। କିଛି କିଛି ସ୍ଥାନରୁ ଏକାଥରକେ ବହୁମାତ୍ରାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିକ୍ରମରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସିନାପାଲି ବିଡିଓ ଏହି ସୂଚନା ଦେଇଛନ୍ତି। ବିଡିଓ କହିଛନ୍ତି, ଏହି ଗାଁରୁ ୫୬ ଜଣଙ୍କ ସାମ୍ପୁଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗାଁଟି ଛତିଶଗଡ଼ ସୀମାରେ ଥିବାରୁ ସଂକ୍ରମଣ ବ୍ୟାପିଥିବା […]

The post ଚିନ୍ତା ବଢ଼ିଲା, ଗୋଟିଏ ଗାଁରୁ ୨୯ ପଜିଟିଭ୍ appeared first on Odisha Reporter.

]]>

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା। କିଛି କିଛି ସ୍ଥାନରୁ ଏକାଥରକେ ବହୁମାତ୍ରାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିକ୍ରମରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସିନାପାଲି ବିଡିଓ ଏହି ସୂଚନା ଦେଇଛନ୍ତି।

ବିଡିଓ କହିଛନ୍ତି, ଏହି ଗାଁରୁ ୫୬ ଜଣଙ୍କ ସାମ୍ପୁଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗାଁଟି ଛତିଶଗଡ଼ ସୀମାରେ ଥିବାରୁ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି।

ବିଡିଓ ଆହୁରି କହିଛନ୍ତି, ସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଗାଁର ଦୁଇ ପ୍ରବେଶ ପଥକୁ ବନ୍ଦ କରାଯାଇଛି ଓ ପୁଲିସ୍ ମୁତୟନ କରାଯାଇଛି। ଆସନ୍ତାକାଲି ଗାଁର ସବୁ ଲୋକଙ୍କୁ ସାମ୍ପୁଲ ସଂଗ୍ରହ କରାଯିବାକୁ ଯୋଜନା କରାଯାଇଛି। ତାସହିତ ଆସନ୍ତାକାଲି ହେବାକୁଥିବା ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି। ସେହିଭଳି ସେଠାରେ ହେବାକୁଥିବା ଦୁଇଟି ବାହାଘର ଉତ୍ସବକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତକାଲି ଗୋଟିଏ ଦିନରେ ରାଜ୍ୟରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ନୂଆପଡ଼ାରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ଆଉ ଆଜି ଗୋଟିଏ ଗାଁରୁ ୨୯ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଥିବ ନିଶ୍ଚୟ।

ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ।

The post ଚିନ୍ତା ବଢ଼ିଲା, ଗୋଟିଏ ଗାଁରୁ ୨୯ ପଜିଟିଭ୍ appeared first on Odisha Reporter.

]]>
centre bottom 2021-03-25 10:54:40 https://cdn.odishareporter.in/wp-content/uploads/2020/12/31150602/corona-8.jpg
“ପ୍ରତି ମୁହୂର୍ତ୍ତରେ ଏଠି ଶାସ୍ତି ପାଇଲା ପରି ଲାଗୁଛି, ଆମେ ଛତିଶଗଡ଼ରେ ମିଶିବୁ” https://odishareporter.in/odisha/2-panchayat-area-people-threaten-odisha-govt-to-merge-with-chhatisgarh-626660 Sat, 13 Mar 2021 03:59:07 +0000 https://odishareporter.in/?p=626660

ନୂଆପଡ଼ା(ମାୟାଧର ସରାଫ): “ବାଘଙ୍କ ଦେଖାନାହିଁ। କିନ୍ତୁ ଟାଇଗର ପ୍ରୋଜେକ୍ଟ ବାହାନାରେ ଆମକୁ ମିଳିପାରୁନି ମୌଳିକ ସୁବିଧା। ସ୍ୱାଧୀନତାର ସ୍ୱାଦ ଆମେ କିଛି ପାଇପାରୁନୁ। ପ୍ରତି ମୁହୂର୍ତ୍ତରେ ଶାସ୍ତି ପାଇବା ପରି ଲାଗୁଛି। ଭୋଟ୍‌ ବେଳେ ଆସି ଆମକୁ ମୁଣ୍ଡ ଉପରେ ବସାଉଛନ୍ତି। ଭୋଟ୍‌ ପାଇଗଲା ପରେ ଆମକୁ ପଶୁ ପରି ବ୍ୟବହାର କରୁଛନ୍ତି। ସରକାର ଯଦି ଆମକୁ ମଣିଷ ପରି ମାନ୍ୟତା ନ ଦେବେ, ତା’ ହେଲେ ଆମେ ଛତିଶଗଡ଼ରେ ମିଶିଯିବୁ।” ରାଜ୍ୟ ସରକାରଙ୍କୁ ଏପରି ଖୁଲମଖୁଲା […]

The post “ପ୍ରତି ମୁହୂର୍ତ୍ତରେ ଏଠି ଶାସ୍ତି ପାଇଲା ପରି ଲାଗୁଛି, ଆମେ ଛତିଶଗଡ଼ରେ ମିଶିବୁ” appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ): “ବାଘଙ୍କ ଦେଖାନାହିଁ। କିନ୍ତୁ ଟାଇଗର ପ୍ରୋଜେକ୍ଟ ବାହାନାରେ ଆମକୁ ମିଳିପାରୁନି ମୌଳିକ ସୁବିଧା। ସ୍ୱାଧୀନତାର ସ୍ୱାଦ ଆମେ କିଛି ପାଇପାରୁନୁ। ପ୍ରତି ମୁହୂର୍ତ୍ତରେ ଶାସ୍ତି ପାଇବା ପରି ଲାଗୁଛି। ଭୋଟ୍‌ ବେଳେ ଆସି ଆମକୁ ମୁଣ୍ଡ ଉପରେ ବସାଉଛନ୍ତି। ଭୋଟ୍‌ ପାଇଗଲା ପରେ ଆମକୁ ପଶୁ ପରି ବ୍ୟବହାର କରୁଛନ୍ତି। ସରକାର ଯଦି ଆମକୁ ମଣିଷ ପରି ମାନ୍ୟତା ନ ଦେବେ, ତା’ ହେଲେ ଆମେ ଛତିଶଗଡ଼ରେ ମିଶିଯିବୁ।”

ରାଜ୍ୟ ସରକାରଙ୍କୁ ଏପରି ଖୁଲମଖୁଲା ଚେତାବନୀ ଦେଇଛନ୍ତି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ଥିବା ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତବାସୀ।

ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ଥିବା ସୁନାବେଡ଼ା ଓ ସୋସେଙ୍ଗ ପଂଚାୟତର ଲୋକେ  ଛତିଶଗଡରେ ମିଶିବାକୁ ଯୋଜନା କରିଛନ୍ତି। ଶୁକ୍ରବାର ସୁନାବେଡ଼ା ଗାଁରେ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତ ପଂଚାୟତର ବନବାସୀଙ୍କ ଏକ ବିରାଟ ମେଳି ଅନୁଷ୍ଠିତ ହୋଇଥିଲା। ସେଠାରେ ସେମାନେ ନେଇଛନ୍ତି ଛତିଶଗଡ଼ରେ ମିଶିଯିବା ଭଳି ନିଷ୍ପତ୍ତି।

‘ସ୍ୱାଧୀନତାର ସ୍ୱାଦ ଆମେ କିଛି ପାଇପାରୁନୁ’

ଦୁଇ ପଂଚାୟତର ବିକାଶ ପାଇଁ ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୁନାବେଡା ଅଭୟାରଣ୍ୟରେ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରରେ ୭ଟି ରାସ୍ତା ମଞ୍ଜୁର ହୋଇଥିଲେ ବି ଏ ଯାଏ ସଂପୂର୍ଣ୍ଣ ହୋଇ ନାହିଁ। ଡାକ୍ତରଖାନା ଅଛି । ଆମ୍ୱୁଲାନ୍ସର ବ୍ୟବସ୍ଥା ନାହିଁ। ବ୍ୟାଘ୍ର ପ୍ରକଳ୍ପ କରି ଅନେକ କଟକଣା ଲଗା ଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ତଥା ପର୍ଯ୍ୟଟନର କୌଣସି ବିକାଶ କରାଯାଇ ନାହିଁ। ତେଣୁ ଅଞ୍ଚଳର ବିକାଶ ପାଇଁ  ବାଧ୍ୟ ହୋଇ ଛତିଶଗଡରେ ମିଶିବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଧିବାସୀ।

ଏନେଇ ବିଜୟ ଝାଙ୍କର ନାମକ ଆନ୍ଦୋଳନକାରୀ କହିଛନ୍ତି,  “ସ୍ୱାଧୀନତାର ସ୍ୱାଦ ଆମେ କିଛି ପାଇପାରୁନୁ। ରାସ୍ତା ନାହିଁ। ବସ୍‌ ଆସିପାରୁନି। ମାଟି ରାସ୍ତା ଥିଲା ଭଲ ଥିଲା। ହେଲେ ଏବେ ମେଟାଲ ବିଛାଇ ଛାଡ଼ି ଦେଇଛନ୍ତି। ଆଉ କାମ କରୁ ନାହାନ୍ତି। ମେଟାଲ ଉପରେ ଚାଲିଲେ ଶାସ୍ତି ପାଇଲା ପରି ଲାଗୁଛି। ଗୋଟିଏ ଛୋଟ ହସ୍ପିଟାଲ ଅଛି। ଆମ୍ବୁଲାନ୍ସ ଠିକ୍‌ ସମୟରେ ଆସିପାରୁନି। ପିଲାଛୁଆ ପାଠପଢ଼ାରୁ ବଞ୍ଚିତ।”

‘ଭୋଟ ମିଳିଗଲା ପରେ ଆମକୁ ପଶୁପକ୍ଷୀ ପରି ଦେଖୁଛନ୍ତି’

ବିଜୟ ଆହୁରି କହିଛନ୍ତି, ସରକାର ସୁନାବେଡା ଅଭୟାରଣ୍ୟକୁ ଟାଇଗର ପ୍ରୋଜେକ୍ଟ ଘୋଷଣା କରିଥିବାର  ବେଳେ ଏଠାରେ ବାଘଙ୍କ ଦେଖା ନାହିଁ। କିନ୍ତୁ ଏହି ବାହାନାରେ ଆମକୁ କିଛି ସୁବିଧା ଦେଉ ନାହାନ୍ତି ସରକାର।  କିଛି ସମସ୍ୟା କଥା ଉଠାଇଲେ  ତାହା ସେଞ୍ଚୁରୀ ଏରିଆ, ରୋଡ ପିଚୁ ହୋଇପାରିବନି କହୁଛନ୍ତି। ଏହା  ପର୍ଯ୍ୟଟନ ସ୍ଥଳୀ ବି ହୋଇପାରିବନି। ଜମିପଟ୍ଟା ମିଳିପାରିବନି ବୋଲି କହି ଆମକୁ ଫେରାଇ ଦେଉଛନ୍ତି। ଭୋଟ ପାଇଁ ଆସିବା ବେଳେ ସବୁ କରିଦେବାର ମିଠା ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି। ଭୋଟ ମିଳିଗଲା ପରେ ଆମକୁ ପଶୁପକ୍ଷୀ ପରି ଦେଖୁଛନ୍ତି। ସରକାର ଯଦି ଆମକୁ ମଣିଷ ପରି ମାନ୍ୟତା ନ ଦେବେ, ତା’ ହେଲେ ଆମେ ଛତିଶଗଡ଼ରେ ମିଶିବାକୁ ନିଷ୍ପତ୍ତି ନେଇଛୁ।”

ଏନେଇ  ସୁନାବେଡା ପଂଚାୟତ ସରପଂଚ  ତିଲସିଂ ଝାଙ୍କର କହିଛନ୍ତି,  “ସ୍ୱାଧୀନତା ପରଠୁ କିଛି ସୁବିଧା କରୁ ନାହାନ୍ତି ଓଡ଼ିଶା ସରକାର। ରାସ୍ତା ନାହିଁ। ବହୁ କଷ୍ଟରେ ଯାଉଛୁ।  ଓଡ଼ିଶାରେ ରହିଲେ ଏହି ଅବସ୍ଥା ଭୋଗୁଥିବୁ। ତେଣୁ ଓଡ଼ିଶା ଛାଡ଼ି ଛତିଶଗଡ଼ରେ ମିଶିବାକୁ ନିଷ୍ପତ୍ତି ନେଇଛୁ।” ଅନ୍ୟପକ୍ଷରେ ଏ ସଂପର୍କରେ ଜିଲ୍ଲା ପ୍ରଶାସନର ମତାମତ ମିଳି ପାରି ନାହିଁ।

The post “ପ୍ରତି ମୁହୂର୍ତ୍ତରେ ଏଠି ଶାସ୍ତି ପାଇଲା ପରି ଲାଗୁଛି, ଆମେ ଛତିଶଗଡ଼ରେ ମିଶିବୁ” appeared first on Odisha Reporter.

]]>
right bottom 2021-03-13 16:07:39 https://cdn.odishareporter.in/wp-content/uploads/2021/03/13092808/sunabeda.jpg
ଲୋକାର୍ପିତ ହେଲା ଇନ୍ଦ୍ର ଡ୍ୟାମ୍ https://odishareporter.in/odisha/nuapada/tikhali-dam-innagurated-by-cm-naveen-patnaik-625934 Wed, 10 Mar 2021 10:45:03 +0000 https://odishareporter.in/?p=625934

ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ଲୋକାର୍ପିତ ହୋଇଛି ନୂଆପଡ଼ା ଜିଲ୍ଲାର ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବା ତିଖାଲି ଡ୍ୟାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ତିଖାଲି ଡ୍ୟାମକୁ ଲୋକାର୍ପିତ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ […]

The post ଲୋକାର୍ପିତ ହେଲା ଇନ୍ଦ୍ର ଡ୍ୟାମ୍ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ଲୋକାର୍ପିତ ହୋଇଛି ନୂଆପଡ଼ା ଜିଲ୍ଲାର ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବା ତିଖାଲି ଡ୍ୟାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ତିଖାଲି ଡ୍ୟାମକୁ ଲୋକାର୍ପିତ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଞ୍ଚିଛି।

ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲାର ୮୯ଟି ଗାଁ ଏବଂ ବଲାଙ୍ଗିର ଜିଲ୍ଲାର ୧୯ଟି ଗାଁ ଜଳସେଚିତ ହେବ। ଲୋୟର ଇନ୍ଦ୍ର ପାଇଁ ପ୍ରାୟ ୧୯ ହଜାର ୯୦୦ ହେକ୍ଟର ଜମି ପାଣି ପାଇବ। ଏହି ପ୍ରକଳ୍ପ ଯୋଗୁ ୧୨ଟି ଗାଁ ସଂପୂର୍ଣ୍ଣ ବୁଡ଼ି ଯାଇଥିଲା ଓ ୧୯ଟି ଗାଁ ଆଂଶିକ ବୁଡି ହୋଇ ଥିବା ବେଳେ ସମୁଦାୟ ୩୧ ଖଣ୍ଡ ଗାଁ ପ୍ରଭାବିତ ହୋଇ ଥିଲା। ଯେଉଁଥିରେ ପ୍ରାୟ ୬ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ। ଆଜିର ନୂଆପଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କୋମନା ବ୍ଲକର ତିଖାଲି ଡ୍ୟାମ ସାଇଟର ଲୋକାର୍ପଣ କରିଛନ୍ତି। ଏହାପରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ାର ୫୫% ଘରକୁ ପାଇପ ଯୋଗେ ପାନୀୟ ଜଳ ଦେଇପାରିଛୁ। ୨୦୨୨ ସୁଦ୍ଧା ଜିଲ୍ଲାର ସମସ୍ତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାର ୯ଶହରୁ ଅଧିକ ଗାଁକୁ ଫ୍ଲୋରାଇଡ ସମସ୍ୟା ମୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅବସରରେ ଲୋୟର ଇନ୍ଦ୍ର ଡ୍ୟାମ ସାଇଟରେ ସାଇନ୍ସ ପାର୍କ ଓ ମ୍ୟୁଜିୟମ ପ୍ରତିଷ୍ଠା ଏବଂ ଖଡ଼ିଆଳ ଓ ନୂଆପଡ଼ାରେ ୨ଟି ଇନଡୋର ଷ୍ଟାଡିୟମ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ଲୋୟର ଇନ୍ଦ୍ର ସୁକତେଲରେ କେନାଲ କାମ ସରିନି, ଚାଷୀଙ୍କ କ୍ଷେତକୁ ପାଣି ଯାଉ ନ ଥିବା ବେଳେ ଉଦଘାଟନ ଉତ୍ସବ କଣ ପାଇଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏ ପ୍ରହସନ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତ ନିର୍ବାଚନ ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି। କେନ୍ଦ୍ର ପଇସାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଫିତା କାଟିବାରେ ବ୍ୟସ୍ତ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ବିରୋଧ କରିଛି ବିଜେପି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଧୂଆଁବାଣ ଛାଡ଼ିବା ଲାଗି ଏହି ଗସ୍ତ କରୁଛନ୍ତି ବୋଲି ବିଜେପି କହିଛି। ଗତକାଲି ବଲାଙ୍ଗିର ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସମେତ କେତେକ ବିଜେପି କର୍ମୀକୁ କଣ୍ଟାବାଞ୍ଜି ପୁଲିସ ଅଟକ ରଖିଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବଙ୍ଗୋମୁଣ୍ଡା ଛକରେ ସିଏମ ଗୋ ବ୍ୟାକର ନାରା ଦେଇଥିଲେ। ବିଜେପି କର୍ମୀ ଏହି ଘଟଣାରେ ପୁଲିସ୍ ୩୫ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ଅନ୍ୟପଟେ ବିଜେପିର ଅଭିଯୋଗ ନେଇ ବିଜେଡ଼ିର ପ୍ରତିକ୍ରିୟା ମିଳିପାରିନି।

The post ଲୋକାର୍ପିତ ହେଲା ଇନ୍ଦ୍ର ଡ୍ୟାମ୍ appeared first on Odisha Reporter.

]]>
right top 2021-03-10 16:15:03 https://cdn.odishareporter.in/wp-content/uploads/2021/03/10161344/cmo.jpg
ଟାୱାର ବସାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌ https://odishareporter.in/odisha/looting-lakhs-of-money-in-the-name-of-building-towers-625231 Sun, 07 Mar 2021 13:04:17 +0000 https://odishareporter.in/?p=625231

ନୂଆପଡ଼ା(ଓଡ଼ିଶା ରିପୋର୍ଟର) ମୋବାଇଲ ଟାୱାର ବସାଇବା ନାଁରେ ଜମି ମାଲିକଙ୍କଠାରୁ  ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଲୁଟର ଶିକାର ହୋଇଛନ୍ତି ନୂଆପଡା କୋମନା ଥାନା  ଖମାବହି ଗାଁର ସୁବାଷ ଥାପା। ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ନିଜକୁ ରିଲାଏନ୍ସ ଜିଓ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ଜମିରେ ମୋବାଇଲ ଟାୱାର ବସାଇବାପାଇଁ କହିଥିଲେ । ଏଥିପାଇଁ ତାଙ୍କୁ ମାସକୁ ୫ରୁ୭ ହଜାର ମିଳିବ ବୋଲି କହିଥିଲେ । ତେବେ ଏଥିପାଇଁ ଡକ୍ୟୁମେଣ୍ଟ ସହ ୫ […]

The post ଟାୱାର ବସାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌ appeared first on Odisha Reporter.

]]>

ନୂଆପଡ଼ା(ଓଡ଼ିଶା ରିପୋର୍ଟର) ମୋବାଇଲ ଟାୱାର ବସାଇବା ନାଁରେ ଜମି ମାଲିକଙ୍କଠାରୁ  ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଲୁଟର ଶିକାର ହୋଇଛନ୍ତି ନୂଆପଡା କୋମନା ଥାନା  ଖମାବହି ଗାଁର ସୁବାଷ ଥାପା। ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ନିଜକୁ ରିଲାଏନ୍ସ ଜିଓ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ଜମିରେ ମୋବାଇଲ ଟାୱାର ବସାଇବାପାଇଁ କହିଥିଲେ । ଏଥିପାଇଁ ତାଙ୍କୁ ମାସକୁ ୫ରୁ୭ ହଜାର ମିଳିବ ବୋଲି କହିଥିଲେ । ତେବେ ଏଥିପାଇଁ ଡକ୍ୟୁମେଣ୍ଟ ସହ ୫ ହଜାର ଦାଖଲ କରିବାକୁ ପଡିବ ବୋଲି କହିଥିଲେ । ପରେ ବିଭିନ୍ନ ସର୍ତ୍ତର ଆଳ କରି ତାଙ୍କଠୁ ପରବର୍ତ୍ତୀ ସମୟରେ ମୋଟ ୧ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ଅଜଣା ଫୋନ କଲକୁ ବିଶ୍ୱାସକୁ ନନେବା ପାଇଁ କହିଛନ୍ତି ନୂଆପଡା ଏସପି ।

The post ଟାୱାର ବସାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌ appeared first on Odisha Reporter.

]]>
right bottom 2021-03-07 18:34:17 https://cdn.odishareporter.in/wp-content/uploads/2021/03/07183334/bb-12.jpg
୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଔଷଧିୟ ଗଛ ଲାଗାଇବ ଯୁବକ ସଂଘ https://odishareporter.in/odisha/nuapada/the-youth-union-will-plant-10000-trees-and-21000-medicinal-plants-in-21-villages-620104 Wed, 17 Feb 2021 11:56:36 +0000 https://odishareporter.in/?p=620104

ନୂଆପଡ଼ା(ମାୟାଧର ସରାଫ): ଆଗାମୀ ଦିନରେ ନୂଆପଡା ଜିଲ୍ଲାର ୨୧ଟି ଗାଁର ରାସ୍ତା କଡରେ ବରଗଛ ଥିବ। ଲୋକେ ଖରାଦିନେ ଛାଈ ପାଇବେ। ପରିବେଶ ଠିକ ରହିବ। ସବୁଜିମା ହେବ ନୂଆପଡା ଜିଲ୍ଲା। ଏମିତି କିଛି ସ୍ୱପ୍ନ ଦେଖି ଯୁବକ ମାନେ କାମରେ ଲାଗି ପପଡ଼ିଛନ୍ତି। ନୂଆ ବର୍ଷର ପ୍ରଥମ ଦିନରୁ ଜୁଲାଇ ବନମହୋତ୍ସବ ପର୍ଯ୍ୟନ୍ତ ଜିଲ୍ଲାର ୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଅନ୍ୟାନ୍ୟ ଔଷଧିୟ ଗଛ ଲଗାଇବେ। ଯୁବକଙ୍କ ପ୍ରୟାସକୁ ବନ […]

The post ୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଔଷଧିୟ ଗଛ ଲାଗାଇବ ଯୁବକ ସଂଘ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ): ଆଗାମୀ ଦିନରେ ନୂଆପଡା ଜିଲ୍ଲାର ୨୧ଟି ଗାଁର ରାସ୍ତା କଡରେ ବରଗଛ ଥିବ। ଲୋକେ ଖରାଦିନେ ଛାଈ ପାଇବେ। ପରିବେଶ ଠିକ ରହିବ। ସବୁଜିମା ହେବ ନୂଆପଡା ଜିଲ୍ଲା। ଏମିତି କିଛି ସ୍ୱପ୍ନ ଦେଖି ଯୁବକ ମାନେ କାମରେ ଲାଗି ପପଡ଼ିଛନ୍ତି। ନୂଆ ବର୍ଷର ପ୍ରଥମ ଦିନରୁ ଜୁଲାଇ ବନମହୋତ୍ସବ ପର୍ଯ୍ୟନ୍ତ ଜିଲ୍ଲାର ୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଅନ୍ୟାନ୍ୟ ଔଷଧିୟ ଗଛ ଲଗାଇବେ। ଯୁବକଙ୍କ ପ୍ରୟାସକୁ ବନ ବିଭାଗ ମଧ୍ୟ ପ୍ରଶଂସା କରିଛି। ତେବେ ଆଜି ନୂଆପଡା ଜିଲ୍ଲାର କୋମନା ବ୍ଲକ ଜେଠୁପାଲି ଗାଁର ଏକ ନିଆରା ଦୃଶ୍ୟ ଦେଖିକୁ ମିଳିଥିଲା।  ନିକଟସ୍ଥ ପଣ୍ଡରାପଥର ଗାଁର ମଦର ଟେରେସା ସାର୍ଭିସିଙ୍ଗ ସେଂଟର ଯୁବକ ସଂଘର ସଦସ୍ୟମାନେ ହାତରେ ବରଗଛ ଧରି ଆସିଥିଲେ। ଲୋକେ ସେମାନଙ୍କୁ ସ୍ୱାଗତ କରି ପୂଜାର୍ଚ୍ଚନା କରିଥିଲେ। ଜଣକ ପରେ ଜଣେ ବରଗଛ ରୋପଣ କରିଥିଲେ।

ଦିନକୁ ଦିନ ବିକାଶ ନାମରେ ବିନାଶ ଆଡକୁ ଆମେ ଯାଉଛୁ। ବିକାଶ ନାମରେ ରାସ୍ତା ନିମାର୍ଣ , କଳକାରଖାନା, ଡ୍ୟାମ ନିମାର୍ଣ ନାମରେ ଅନେକ ଗଛ କଟା ଯାଉଛି। ପୁଣି ବରଗଛ କିମ୍ୱା ଔଷଧିୟ ଗଛ ଆଉ ରୋପଣ କରା ଯାଉ ନାହିଁ। ଏସବୁ ଚିନ୍ତା କରି ପଣ୍ଡରାପଥର ଗାଁର ମଦର ଟେରେସା ସାର୍ଭିସିଂ ସେଂଟରର ଯୁବକ ସଂଘର ସଦସ୍ୟଙ୍କୁ ଘାରିଥିଲା।

ଆଉ ନିଜ ଗାଁ ପାଖରେ ଥିବା କୁରେଶ୍ୱର, ବୁଦ୍ଧିକୋମନା, ଜଡାମୁଣ୍ଡା, ଜଟଗଡ, ତରବୋଡ, ନୂଆଗାଁ ଓ ଟିକ୍ରାପଡା ପଂଚାୟତର ୨୧ଟି ଗାଁରେ ବରଗଛ ଲଗାଇବେ। ଜାନୁଆରୀ ୧ ତାରିଖଠାରୁ ବୃକ୍ଷରୋପଣ ଆରମ୍ଭ ହୋଇଛି। ଆଉ ଜୁଲାଇ ମାସର ବନମହୋତ୍ସବ ପର୍ଯ୍ୟନ୍ତ ୧୦ ହଜାର ବରଗଛ ସହ ୩୦ ହଜାର ଔଷଧୀୟ ବୃକ୍ଷ ରୋପଣ କରିବେ। ଯୁବକମାନଙ୍କ ଏ ପ୍ରୟାସକୁ କୋମନା ବନ ବିଭାଗର ରେଞ୍ଜର ପ୍ରଶଂସା କରିଛନ୍ତି।

The post ୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଔଷଧିୟ ଗଛ ଲାଗାଇବ ଯୁବକ ସଂଘ appeared first on Odisha Reporter.

]]>
right top 2021-02-17 17:28:23 https://cdn.odishareporter.in/wp-content/uploads/2021/02/17172314/7bn-1.jpg
ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର https://odishareporter.in/odisha/nuapada/four-year-boy-fell-into-a-well-and-died-616931 Thu, 04 Feb 2021 08:02:17 +0000 https://odishareporter.in/?p=616931

ନୂଆପଡ଼ା(ମାୟାଧର ସରାଫ): ଖେଳ ହେଲା କାଳ। ଖେଳୁ ଖେଳୁ କୂଅରେ ଖସି ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ଖଡିଆଳ ଥାନା ମନ୍ରୀତରାଇ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଖଡିଆଳ ଥାନା ମନ୍ରୀତରାଇ ଗାଁରେ ନିତଧର ମାଝୀ ଙ୍କ ୪ ବର୍ଶର ପୁଅକୁ ନିଜ ଆଈ ମାଙ୍କ ପାଖରେ ଛାଡି ସ୍ତ୍ରୀ ସହ କାମ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ। ୪ ବର୍ଷର […]

The post ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ): ଖେଳ ହେଲା କାଳ। ଖେଳୁ ଖେଳୁ କୂଅରେ ଖସି ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ଖଡିଆଳ ଥାନା ମନ୍ରୀତରାଇ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଖଡିଆଳ ଥାନା ମନ୍ରୀତରାଇ ଗାଁରେ ନିତଧର ମାଝୀ ଙ୍କ ୪ ବର୍ଶର ପୁଅକୁ ନିଜ ଆଈ ମାଙ୍କ ପାଖରେ ଛାଡି ସ୍ତ୍ରୀ ସହ କାମ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ।

୪ ବର୍ଷର ଶିଶୁ ପରମେଶ୍ୱର ନିଜ ଆଈଙ୍କ ପାଖରେ ରହୁଥିଲେ । ସନ୍ଧ୍ୟାରେ ଖେଳୁ ଥିବା ବେଳେ କେତେ ବେଳେ ଘର ପାଖରା ଥିବା ଏକ କୂଅରେ ସେ ପଡି ଯାଇ ଥିଲେ । ଶିଶୁକୁ ଅନେକ ଖୋଜା ଖୋଜି ପରେ ବି ତାର ପତ୍ତା ମିଳି ନଥିଲା। ଗତ କାଲି ସନ୍ଧ୍ୟାରେ କୂଅରେ ଶିଶୁର ଶବ ଭାସୁ ଥିବା ଦେଖିବାକୁ ମିଳି ଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

The post ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର appeared first on Odisha Reporter.

]]>
right bottom 2021-02-04 13:32:17 https://cdn.odishareporter.in/wp-content/uploads/2021/02/04133112/898.jpg
‘ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁ କୋଭିଡ୍ ଟିକାଜନିତ ନୁହେଁ’ https://odishareporter.in/coronavirus/death-of-nuapara-youth-was-not-due-to-a-covid-vaccine-614756 Tue, 26 Jan 2021 15:35:42 +0000 https://odishareporter.in/?p=614756

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁର କାରଣ କୋଭିଡ ଟୀକାଜନିତ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲାର ଜଣେ ୨୭ବର୍ଷୀୟ ଯୁବକଙ୍କର ଆଜି ସକାଳେ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେ ଗୁରୁତର ଭାବେ ରକ୍ତହୀନତାର ଶିକାର ଥିବା ସହ […]

The post ‘ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁ କୋଭିଡ୍ ଟିକାଜନିତ ନୁହେଁ’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁର କାରଣ କୋଭିଡ ଟୀକାଜନିତ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲାର ଜଣେ ୨୭ବର୍ଷୀୟ ଯୁବକଙ୍କର ଆଜି ସକାଳେ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେ ଗୁରୁତର ଭାବେ ରକ୍ତହୀନତାର ଶିକାର ଥିବା ସହ ତାଙ୍କର ମସ୍ତିଷ୍କରେ ମାତ୍ରାଧିକ ରକ୍ତ ବୋହିଥିବାରୁ ମସ୍ତିଷ୍କଘାତ ହୋଇଥିବା ପ୍ରାଥମିକ ପରୀକ୍ଷାନିରୀକ୍ଷା ପରେ ଜଣାପଡ଼ିଛି। ସେ ଜାନୁଆରୀ ୨୩ତାରିଖରେ କୋଭିଡ୍ ଟିକା ନେଇଥିଲେ। ତେବେ ଡାକ୍ତରୀ ଯାଂଚ ପରେ ତାଙ୍କର ମୃତ୍ୟୁର କାରଣ କୋଭିଡଜନିତ ଟିକା ନୁହେଁ ବୋଲି ଜଣାପଡ଼ିଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସେହିପରି ନୂଆପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରୁ ମଧ୍ୟ କୋଭିଡ୍ ଟିକା ନେଇଥିବା ଦୁଇଜଣ ବ୍ୟକ୍ତିଙ୍କର ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିବାର ସୂଚନା ମିଳିଥିଲା। ଉଭୟ ଏବେ ସୁସ୍ଥ ଅଛନ୍ତି। ଗତ ୨୩ତାରିଖରେ ନୂଆପଡ଼ାର ଜଣେ ୨୪ବର୍ଷୀୟା ମହିଳା କୋଭିଡ୍ ଟିକା ନେଇଥିବାବେଳେ ୧୮ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ୨୩ବର୍ଷୀୟ ଯୁବକ ଟିକା ନେଇଥିଲେ। ସେମାନଙ୍କର ଆଜି ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା, କିନ୍ତୁ ଏବେ ଉଭୟ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ସମସ୍ତ ଜିଲ୍ଲା ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ନିଜର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି। ଜାନୁୟାରୀ ୨୮ରୁ ଫେବୃୟାରୀ ୧୦ତାରିଖ ପର୍ଯ୍ୟନ୍ତ ଏହି ଟିକାକରଣ କାର୍ଯ୍ୟ ହେବ।

The post ‘ନୂଆପଡ଼ାର ୨୭ବର୍ଷୀୟ ଯୁବକଙ୍କ ମୃତ୍ୟୁ କୋଭିଡ୍ ଟିକାଜନିତ ନୁହେଁ’ appeared first on Odisha Reporter.

]]>
right top 2021-01-26 21:08:13 https://cdn.odishareporter.in/wp-content/uploads/2021/01/26210537/nuapara.jpg
ନୂଆପଡ଼ା ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି https://odishareporter.in/odisha/pm-modi-talk-with-nuapara-farmers-about-various-matter-605400 Fri, 25 Dec 2020 14:47:36 +0000 https://odishareporter.in/?p=605400

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କୃଷି ଆଇନକୁ ନେଇ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ପ୍ରାନ୍ତର ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ସର୍ମ୍ପକରେ ପଚାରି ବୁଛିଛନ୍ତି। ଏହିକ୍ରମରେ ଆଜି ନୂଆପଡ଼ା ଜିଲ୍ଲାର ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି। ପିଏମ କିଷାନ ଯୋଜନା ସହ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ନବୀନ କିପରି ଉପକୃତ ହୋଇଛନ୍ତି, ସେ […]

The post ନୂଆପଡ଼ା ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କୃଷି ଆଇନକୁ ନେଇ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ପ୍ରାନ୍ତର ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ସର୍ମ୍ପକରେ ପଚାରି ବୁଛିଛନ୍ତି। ଏହିକ୍ରମରେ ଆଜି ନୂଆପଡ଼ା ଜିଲ୍ଲାର ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି।

ପିଏମ କିଷାନ ଯୋଜନା ସହ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ନବୀନ କିପରି ଉପକୃତ ହୋଇଛନ୍ତି, ସେ ନେଇ ଆଲୋଚନା କରିଥିଲେ। ପୂର୍ବରୁ ସାହୁକାରଙ୍କ ଠାରୁ ଋଣ ଆଣି ଚାଷୀ କରଜରେ ବୁଡ଼ି ରହୁଥିଲେ। ତେବେ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା କମ୍ ସୁଧରେ ଋଣ ଆଣି ନବୀନ ଉପକୃତ ହେଉଥିବା କହିଛନ୍ତି। ଆଗକୁ ଏପରି ଋଣ ଆଣିବା ଲାଗି ଅନ୍ୟ ଚାଷୀ ମାନଙ୍କୁ ପ୍ରେରଣା ଦେବା ଲାଗି ଚାଷୀ ନବୀନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ।

ଗୋଟେ ପଟେ ଚାଷୀ ଆନ୍ଦୋଳନକୁ ମାସେ ପୂରିଥିବାବେଳେ ଅନ୍ୟପଟେ ଆଜି କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ଚାଷୀଙ୍କୁ ପରବତ୍ତୀ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଯୋଜନା ଅନ୍ତର୍ଗତ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି କିସ୍ତି ଜାରି କରିଛନ୍ତି। ଏହି ଅବସରରେ ଓଡ଼ିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଚାଷୀମାନଙ୍କୁ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରିବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ମଧ୍ୟ ଦେଇଥିଲେ।

ଏହି ଆଲୋଚନା ଅବସରରେ ମଣ୍ଡି, ଏମଏସସି ବାବଦରେ ଭୁଲ୍ ତଥ୍ୟ ଦିଆଯାଇ ଦେଶର ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ମୋଦି କହିଛନ୍ତି। ସେହିପରି ଖୋଲା ମନରେ ଆମେ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ନେଇ ଗତବର୍ଷ ଫେବ୍ରୁଆରୀରେ କେନ୍ଦ୍ର ସରକାର ପିଏମ୍-କିଷାନ୍ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ ପ୍ରତି ୪ ମାସରେ ଚାଷୀଙ୍କୁ ୨ ହଜାର କରି ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

The post ନୂଆପଡ଼ା ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Odisha Reporter.

]]>
centre bottom 2020-12-25 20:29:52 https://cdn.odishareporter.in/wp-content/uploads/2020/12/25201620/pm-modi-3.jpg
ବୋଲେରୋକୁ ପିଟିଲା ଟ୍ରକ୍‌: ୨ ମୃତ, ୫ ଗୁରୁତର https://odishareporter.in/odisha/2-died-and-5-injured-in-an-accident-in-nuapada-602807 Fri, 18 Dec 2020 02:35:52 +0000 https://odishareporter.in/?p=602807

ନୂଆପଡ଼ା (ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାଁ ନିକଟରେ ଏକ ବୋଲେରୋକୁ ଏକ ଟ୍ରକ୍‌ ପିଟି ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଗଜେନ୍ଦ୍ର ଦଣ୍ଡସେନା ଓ ସୁଦେଷ୍ଣା ଦଣ୍ଡସେନା। ସେହିପରି ଗୁରୁତର ଆହତମାନେ ହେଲେ ଦୁଲ୍ଲଭି ଦଣ୍ଡସେନା, ଜୟ ପ୍ରକାଶ ଗହୀର, ଲୀଲାବତି ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର। ସମସ୍ତ ମୃତାହତ କୋମନା ଥାନା ଅନ୍ତର୍ଗତ ତରବୋଡ଼ […]

The post ବୋଲେରୋକୁ ପିଟିଲା ଟ୍ରକ୍‌: ୨ ମୃତ, ୫ ଗୁରୁତର appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାଁ ନିକଟରେ ଏକ ବୋଲେରୋକୁ ଏକ ଟ୍ରକ୍‌ ପିଟି ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ହେଲେ ଗଜେନ୍ଦ୍ର ଦଣ୍ଡସେନା ଓ ସୁଦେଷ୍ଣା ଦଣ୍ଡସେନା। ସେହିପରି ଗୁରୁତର ଆହତମାନେ ହେଲେ ଦୁଲ୍ଲଭି ଦଣ୍ଡସେନା, ଜୟ ପ୍ରକାଶ ଗହୀର, ଲୀଲାବତି ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର।

ସମସ୍ତ ମୃତାହତ କୋମନା ଥାନା ଅନ୍ତର୍ଗତ ତରବୋଡ଼ ଗାଁର। ଗତକାଲି ସେମାନେ ବୋଲେରୋ ଯୋଗେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରୁ ଗାଁକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାଲବାହୀ ଟ୍ରକ୍‌ଟି ବୋଲେରୋଟିକୁ ଧକ୍କା ଦେବା ପରେ ପ୍ରାୟ ୧୦୦ ମିଟର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ଗଜେନ୍ଦ୍ର ଓ ସୁଦେଷ୍ଣାଙ୍କ ମୃତ୍ୟୁ ଘଟିଥିଲା।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କୋମନା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ଜୟ ପ୍ରକାଶ ଗହୀର ଓ ରିଦ୍ଧି ପାତ୍ରଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

The post ବୋଲେରୋକୁ ପିଟିଲା ଟ୍ରକ୍‌: ୨ ମୃତ, ୫ ଗୁରୁତର appeared first on Odisha Reporter.

]]>
right bottom 2020-12-18 08:14:55 https://cdn.odishareporter.in/wp-content/uploads/2020/12/18075837/accident-4.jpg
‘୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ’ https://odishareporter.in/odisha/pari-mother-demand-justice-for-her-daughter-not-10-lakh-rupees-600914 Sat, 12 Dec 2020 06:05:37 +0000 https://odishareporter.in/?p=600914

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): “୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି। ଟଙ୍କା ଦେଲେ ଭାବୁଛନ୍ତି ଆମେ ଚୁପ୍‌ ହୋଇ ବସି ରହିବୁ। କିନ୍ତୁ ଆମର ଟଙ୍କା ଦରକାର ନାହିଁ। ଆମ ଝିଅକୁ ନ୍ୟାୟ ଦରକାର। ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସିବିଆଇ ଏହି ଘଟଣାର ତଦନ୍ତ କରୁ।” ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଝିଅ ହତ୍ୟାକାରୀକୁ ଗିରଫ ଦାବିରେ ଧାରଣାରେ ବସିଥିବା ପରୀର ମା’ […]

The post ‘୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ’ appeared first on Odisha Reporter.

]]>

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): “୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି। ଟଙ୍କା ଦେଲେ ଭାବୁଛନ୍ତି ଆମେ ଚୁପ୍‌ ହୋଇ ବସି ରହିବୁ। କିନ୍ତୁ ଆମର ଟଙ୍କା ଦରକାର ନାହିଁ। ଆମ ଝିଅକୁ ନ୍ୟାୟ ଦରକାର। ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସିବିଆଇ ଏହି ଘଟଣାର ତଦନ୍ତ କରୁ।” ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଝିଅ ହତ୍ୟାକାରୀକୁ ଗିରଫ ଦାବିରେ ଧାରଣାରେ ବସିଥିବା ପରୀର ମା’ ସୌଦାମିନୀ ।

ସୂଚନାଯୋଗ୍ୟ, ପୁରୀ ହତ୍ୟା ଘଟଣାରେ ତାଙ୍କ ପରିବାର ୧୦ ଲକ୍ଷ ଟଙ୍କା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିବା ପରେ ଏହାକୁ ନାପସନ୍ଦ କରିଛନ୍ତି ପରୀର ମା’ । ସେ ଏହା ମନ୍ତ୍ରୀ ଅରୁଣ ସାହୁଙ୍କ ଚକ୍ରାନ୍ତ ବୋଲି କହିଛନ୍ତି। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି, କୌଣସି ଅର୍ଥ ଲାଳସା ମୋତେ ଭ୍ରମିତ କରି ପାରିବ ନାହିଁ ବୋଲି କହିଛନ୍ତି ସୌଦାମିନୀ ।

ଏଥିସହ ସେ କହିଛନ୍ତି ଆମ ପିଲାକୁ ଚୋରି କରି ନେଲେ, ମାରି ଦେଲେ। ପରେ ଆମ ଉପରେ ଆକ୍ରମଣ କଲେ, ମିଛ କେସ୍‌ କଲେ। ଏସପି, କଲେକ୍ଟରଙ୍କୁ ଗୁହାରି ଜଣାଇଲେ ବି କିଛି କାର୍ଯ୍ୟାନୁଷ୍ଠାନ ନେଲେନି। କାହିଁକି ସେମାନେ ଚୁପ୍‌ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୌଦାମିନୀ।

ଅନ୍ୟପଟେ ସଦର ଥାନା ଅଧିକାରୀଙ୍କ ନିଲମ୍ବନ ଏବଂ ଏସ୍‌ଡିପିଓଙ୍କ ବଦଳିରେ ଖୁସି ନ ଥିବା କହିଛନ୍ତି ପରୀର ବାପା ଅଶୋକ।     ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ସମେତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ପରୀଙ୍କ ବାପା ଅଶୋକ ଏବଂ ମା’ ସୌଦାମିନୀ ।

ଝିଅ ମରିବାର ୪ ମାସ ପରେ ବି ଅଭିଯୋଗ କଲେ ପୁଲିସ୍‌ ଆମେ ଉପରେ ଅତ୍ୟାଚାର ଚଳାଇଛି। ତେଣୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରୀର ବାପାମା’।

The post ‘୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ’ appeared first on Odisha Reporter.

]]>
centre top 2020-12-12 11:35:37 https://cdn.odishareporter.in/wp-content/uploads/2020/12/12113123/pari-3.jpg
ଚାଷୀଙ୍କୁ ଟୋକନ୍ ଦେବାରେ ଅବହେଳା କରିବାରୁ ୨ ଅଧିକାରୀ ନିଲମ୍ବିତ https://odishareporter.in/odisha/2-officials-suspended-in-nuapada-599055 Mon, 07 Dec 2020 08:58:50 +0000 https://odishareporter.in/?p=599055

ନୂଆପଡା(ଓଡ଼ିଶା ରିପୋର୍ଟର): ନୂଆପଡା ଜିଲ୍ଲା ସାରାବଙ୍ଗ ଧାନ ମଣ୍ଡିରେ ଚାଷୀଙ୍କୁ ଅଗ୍ରୀମ ଟୋକନ୍ ଦେବାରେ ଅବହେଳା କରିଥିବାରୁ ୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ନୂଆପଡା ଜିଲ୍ଲାପାଳ ସ୍ଵଧାଦେବ ସିଂ। ସେମାନେ ହେଲେ ସାରାବଙ୍ଗ ସମବାୟ ସମିତିର ସଂପାଦକ ଭୀଷ୍ମ କୁମାର ସାହୁ ଏବଂ ଡାଟା ଏଣ୍ଟ୍ରି ଅପରେଟର ପୁର୍ଣ୍ଣେନ୍ଦୁ ଦଣ୍ଡସେନା। ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖରେ ଜିଲ୍ଲାପାଳ ହଠାତ୍ ସାରାବଙ୍ଗ ଧାନ ମଣ୍ଡିକୁ ଯାଇ ଥିଲେ। ସେଠାରେ ଅଗ୍ରୀମ ଟୋକନ ଚାଷୀଙ୍କୁ ଦିଆଯାଇ […]

The post ଚାଷୀଙ୍କୁ ଟୋକନ୍ ଦେବାରେ ଅବହେଳା କରିବାରୁ ୨ ଅଧିକାରୀ ନିଲମ୍ବିତ appeared first on Odisha Reporter.

]]>

ନୂଆପଡା(ଓଡ଼ିଶା ରିପୋର୍ଟର): ନୂଆପଡା ଜିଲ୍ଲା ସାରାବଙ୍ଗ ଧାନ ମଣ୍ଡିରେ ଚାଷୀଙ୍କୁ ଅଗ୍ରୀମ ଟୋକନ୍ ଦେବାରେ ଅବହେଳା କରିଥିବାରୁ ୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ନୂଆପଡା ଜିଲ୍ଲାପାଳ ସ୍ଵଧାଦେବ ସିଂ। ସେମାନେ ହେଲେ ସାରାବଙ୍ଗ ସମବାୟ ସମିତିର ସଂପାଦକ ଭୀଷ୍ମ କୁମାର ସାହୁ ଏବଂ ଡାଟା ଏଣ୍ଟ୍ରି ଅପରେଟର ପୁର୍ଣ୍ଣେନ୍ଦୁ ଦଣ୍ଡସେନା।

ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖରେ ଜିଲ୍ଲାପାଳ ହଠାତ୍ ସାରାବଙ୍ଗ ଧାନ ମଣ୍ଡିକୁ ଯାଇ ଥିଲେ। ସେଠାରେ ଅଗ୍ରୀମ ଟୋକନ ଚାଷୀଙ୍କୁ ଦିଆଯାଇ ନ ଥିବା ଦେଖି ଘଟଣାର ତଦନ୍ତ କରିବାକୁ ଏସିଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସିଏସ ତଦନ୍ତ କରିବା ପରେ ଚାଷୀଙ୍କୁ ଅଗ୍ରୀମ ଟୋକନ ଦିଆଯାଇ ନ ଥିବା ଜଣା ପଡି ଥିଲା। ପରେ ୨ ଜଣଙ୍କୁ ସସପେଣ୍ଡ କରି ସମବାୟ ବିଭାଗ ଧାନ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ଚାଷୀଙ୍କୁ ଟୋକନ୍ ଦେବାରେ ଅବହେଳା କରିବାରୁ ୨ ଅଧିକାରୀ ନିଲମ୍ବିତ appeared first on Odisha Reporter.

]]>
right bottom 2020-12-07 14:28:50 https://cdn.odishareporter.in/wp-content/uploads/2020/12/07112637/nuapada-1.jpg
ନକ୍ସଲ କ୍ୟାମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ https://odishareporter.in/odisha/maoist-camp-busted-in-nuapada1-593622 Sun, 22 Nov 2020 04:44:33 +0000 https://odishareporter.in/?p=593622

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଛତିଶଗଡ଼ ସୀମାନ୍ତ ପାଭଇଷିମୁଣ୍ତି ଗାଁ ନିକଟ ଜଙ୍ଗଲରୁ ନକ୍ସଲ କ୍ୟାମ୍ପ ଠାବ କରିଛନ୍ତି ସିଆର୍‌ପିଏଫ୍ ଯବାନ। ଏହି ନକ୍ସଲ କ୍ୟାମ୍ପରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖ ଦିନ ପାଭଇଷିମୁଣ୍ତି ଗାଁ ନିକଟ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ସିଆର୍‌ପିଏଫ୍ ଯବାନମାନେ ବିଶେଷ ସୂତ୍ରରୁ ଖବର ପାଇଥିଲେ। ପରେ ଭଇଁଷାଦାନୀ ସିଆର୍‌ପିଏଫ୍ f-216 […]

The post ନକ୍ସଲ କ୍ୟାମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଛତିଶଗଡ଼ ସୀମାନ୍ତ ପାଭଇଷିମୁଣ୍ତି ଗାଁ ନିକଟ ଜଙ୍ଗଲରୁ ନକ୍ସଲ କ୍ୟାମ୍ପ ଠାବ କରିଛନ୍ତି ସିଆର୍‌ପିଏଫ୍ ଯବାନ। ଏହି ନକ୍ସଲ କ୍ୟାମ୍ପରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖ ଦିନ ପାଭଇଷିମୁଣ୍ତି ଗାଁ ନିକଟ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ସିଆର୍‌ପିଏଫ୍ ଯବାନମାନେ ବିଶେଷ ସୂତ୍ରରୁ ଖବର ପାଇଥିଲେ। ପରେ ଭଇଁଷାଦାନୀ ସିଆର୍‌ପିଏଫ୍ f-216 କମାଣ୍ଡାଣ୍ଟ ଉଷା ସିଂଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୃତ ସିଂ ଓ ଅନ୍ୟ ଯବାନମାନେ ଛତିଶଗଡ଼ ସୀମାନ୍ତ  ଭଇଁଷମୁଣ୍ତି ଗାଁ ନିକଟ ଜଙ୍ଗଳରେ ଚଢ଼ାଉ କରିଥିଲେ।

ସେଠାରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଥିଲେ। ଜବତ ନକ୍ସଲ ସାମଗ୍ରୀ ମଧ୍ୟରେ ରାଇଫଲ ୫ଟି, ପିସ୍ତଲ ଗୋଟିଏ, ଡିଟୋନେଟର ୩୩ଟି, ବିଦ୍ୟୁତ ତାର ୨୫୦ ମିଟର, ରାଇଫଲ ବ୍ୟାରେଲ ୩ଟି, ରୋଷେଇ ସାମଗ୍ରୀ ଓ ଖାଦ୍ୟ ପଦାର୍ଥଥିଲା।

The post ନକ୍ସଲ କ୍ୟାମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ appeared first on Odisha Reporter.

]]>
right bottom 2020-11-22 10:23:44 https://cdn.odishareporter.in/wp-content/uploads/2020/11/22101423/mao-1.jpg
ଗୁହାରି କରିବାକୁ ୭୦ କି.ମି ସାଇକଲ ଚଲାଇଲେ ବୃଦ୍ଧ https://odishareporter.in/odisha/old-man-cycling-70-km-to-appeal-collector-in-nuapada-593475 Sat, 21 Nov 2020 10:30:01 +0000 https://odishareporter.in/?p=593475

ନୂଆପଡା(ମାୟାଧର ସରାଫ): ପୁଲିସଠାରୁ ଆରମ୍ଭ କରି ପ୍ରଶାସନ । କେହି ଶୁଣିଲେନି ଗୁହାର । ତେଣୁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିବା ପାଇଁ ଦୀର୍ଘ ୭୦ କିଲୋମିଟର ସାଇକଲ ଚଲାଇଲେ ବୃଦ୍ଧ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲାରୁ। ଖଡିଆଳ ବ୍ଲକ ବରପଦର ଗାଁର ଗଣପତି ଦୁରିଆ। ବଷୟ ୬୫ ବର୍ଷ ହେବ। ଗଣପତିଙ୍କୁ ଗୋଟିଏ ଇନ୍ଦିରା ଆବାସ ମିଳିଥିଲା। କାର୍ଯ୍ୟାଦେଶ ପାଇ ସେ ଘର ନିର୍ମାଣ ଆରମ୍ଭ କରିଥିଲେ। ହେଲେ ତାଙ୍କ ଜମିକୁ ଅନ୍ୟ […]

The post ଗୁହାରି କରିବାକୁ ୭୦ କି.ମି ସାଇକଲ ଚଲାଇଲେ ବୃଦ୍ଧ appeared first on Odisha Reporter.

]]>

ନୂଆପଡା(ମାୟାଧର ସରାଫ): ପୁଲିସଠାରୁ ଆରମ୍ଭ କରି ପ୍ରଶାସନ । କେହି ଶୁଣିଲେନି ଗୁହାର । ତେଣୁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିବା ପାଇଁ ଦୀର୍ଘ ୭୦ କିଲୋମିଟର ସାଇକଲ ଚଲାଇଲେ ବୃଦ୍ଧ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲାରୁ।

ଖଡିଆଳ ବ୍ଲକ ବରପଦର ଗାଁର ଗଣପତି ଦୁରିଆ। ବଷୟ ୬୫ ବର୍ଷ ହେବ। ଗଣପତିଙ୍କୁ ଗୋଟିଏ ଇନ୍ଦିରା ଆବାସ ମିଳିଥିଲା। କାର୍ଯ୍ୟାଦେଶ ପାଇ ସେ ଘର ନିର୍ମାଣ ଆରମ୍ଭ କରିଥିଲେ। ହେଲେ ତାଙ୍କ ଜମିକୁ ଅନ୍ୟ ଜଣେ ବ୍ୟକ୍ତି ହଡପ୍‌ କରିବାରୁ ଇନ୍ଦିରଆବାସ ଘର ନିର୍ମାଣ ସାରି ପାରୁ ନାହାନ୍ତି।

ନିଜ ଜମି ହଡ୍‌ପ ନେଇ ଗଣପତି ଥାନାରେ ଅଭିଯୋଗ କରିଥିଲେ। ହେଲେ ଥାନା ବାବୁ ଶୁଣିଲେ ନାହିଁ। ପରେ ତହସିଲଦାରଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କିଛି ସୁଫଳ ମିଳିଲାନାହିଁ। ଶେଷରେ ବାଧ୍ୟ ହୋଇ ସେ ନୂଆପଡା ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିବାକୁ ଆସିଲେ।

ବରପଦର ଗାଁରୁ ସାଇକେଲ୍‌ ଚଳାଇ ୭୦ କିଲୋମିଟର ଦୂର ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ତେବେ ଦୁର୍ଭଗ୍ୟବଶତଃ ଜିଲ୍ଲାପାଳଙ୍କୁ ଭେଟି ପାରିଲେ ନାହିଁ। ଦୀର୍ଘ ସମୟ ଧରି ବସିବା ପରେ ଜିଲ୍ଲାପାଳଙ୍କ ଅଭିଯୋଗ ବାକ୍ସରେ ଗଣପତି ନିଜ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଜିଲ୍ଲାପାଳ ତାଙ୍କ ଅଭିଯୋଗ ଶୁଣିବେ ବୋଲି ସେ ଆଶା କରୁଛନ୍ତି ।

The post ଗୁହାରି କରିବାକୁ ୭୦ କି.ମି ସାଇକଲ ଚଲାଇଲେ ବୃଦ୍ଧ appeared first on Odisha Reporter.

]]>
centre bottom 2020-11-21 16:11:46 https://cdn.odishareporter.in/wp-content/uploads/2020/11/21155923/old-man-in-cycle.jpg
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଜା https://odishareporter.in/odisha/20-year-jail-term-for-raping-minor-girl2-592466 Thu, 19 Nov 2020 02:40:49 +0000 https://odishareporter.in/?p=592466

ନୂଆପଡ଼ା(ମାୟାଧର ସରାଫ ): ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ସଜା । ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷର ସଜ୍ଜା ଶୁଣାଇଛନ୍ତି । ଏହାସହ  ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି  । ସୂଚନାଯୋଗ୍ୟ,  ୨୦୧୮ ମସିହାରେ ସଂପୃକ୍ତ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଜଣଙ୍କ ନାବାଳିକାକୁ  ବାଇକ୍‌ରେ ଗାଁ  ନିକଟ ଜଙ୍ଗଲକୁ ନେଇ […]

The post ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଜା appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ ): ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ସଜା । ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷର ସଜ୍ଜା ଶୁଣାଇଛନ୍ତି । ଏହାସହ  ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି  ।

ସୂଚନାଯୋଗ୍ୟ,  ୨୦୧୮ ମସିହାରେ ସଂପୃକ୍ତ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଜଣଙ୍କ ନାବାଳିକାକୁ  ବାଇକ୍‌ରେ ଗାଁ  ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିଲା  ।

ଗତକାଲି ସ୍ୱତନ୍ତ୍ର ଜଜ୍ ପୋସ୍କୋ କୋର୍ଟ ମାମଲାର ବିଚାର କରି ଦୋଷୀକୁ ୨୦ବର୍ଷ ଜେଲ ଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି  ।

The post ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଜା appeared first on Odisha Reporter.

]]>
right top 2020-11-19 08:20:07 https://cdn.odishareporter.in/wp-content/uploads/2020/11/19080818/judge-4.jpg
ବାଘ ମୁଣ୍ଡ ଓ ଛାଲ ଜବତ https://odishareporter.in/odisha/leopard-head-and-skin-seazed-573811 Sun, 20 Sep 2020 04:53:56 +0000 https://odishareporter.in/?p=573811

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଟିପାଝର ଗାଁରେ ଜଣଙ୍କ ଘରୁ ବନ ବିଭାଗ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ନୂଆପଡ଼ା ବନ ବିଭାଗ ଟିପାଝର ଗାଁର ଏହି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ସହିତ ୨୦ କିଲୋ ବାର୍‌ହା ମାଂସ ଜବତ କରାଯାଇଛି। ତା’ସହିତ ବଜ୍ରକପ୍ତାର କାତି ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏ ଘଟଣାରେ ୩ […]

The post ବାଘ ମୁଣ୍ଡ ଓ ଛାଲ ଜବତ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଟିପାଝର ଗାଁରେ ଜଣଙ୍କ ଘରୁ ବନ ବିଭାଗ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ଜବତ କରିଛି।

ବିଶେଷ ସୂତ୍ରରୁ ଖବର ପାଇ ନୂଆପଡ଼ା ବନ ବିଭାଗ ଟିପାଝର ଗାଁର ଏହି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କଲରାପତରିଆ ବାଘର ମୁଣ୍ଡ ଓ ଛାଲ ସହିତ ୨୦ କିଲୋ ବାର୍‌ହା ମାଂସ ଜବତ କରାଯାଇଛି। ତା’ସହିତ ବଜ୍ରକପ୍ତାର କାତି ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଶିକାରୀଙ୍କ ସଂଖ୍ୟା ବଢିବାର ସମ୍ଭାଵନା ଅଛି। ବନ ବିଭାଗର ଏସିଏଫ ଜୟରାମ ଶବର ଓ ରେଞ୍ଜର ବିନିତା ଭୋଇ ଗାଁରେ ରହି ଘଟଣାର ତଦନ୍ତ ଚଲାଇଛନ୍ତି।

The post ବାଘ ମୁଣ୍ଡ ଓ ଛାଲ ଜବତ appeared first on Odisha Reporter.

]]>
left bottom 2020-09-20 12:04:46 https://cdn.odishareporter.in/wp-content/uploads/2020/09/20101924/skin.jpg
ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ https://odishareporter.in/odisha/a-man-arrested-in-charge-of-diamond-smuggling-569998 Mon, 07 Sep 2020 02:25:14 +0000 https://odishareporter.in/?p=569998

ନୂଆପଡ଼ା(ମାୟାଧର ସରାଫ):  ଛତିଶଗଡ଼ର ଗରିଆବନ୍ଧ ପୁଲିସ୍ ହୀରା ଚୋରାଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ଛତିଶଗଡ ଗରିଆବନ୍ଧ ଏସପି ଭୋଜରାମ ପଟେଲ ଜଣାଇଛନ୍ତି ଯେ,  ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରାଚାଲାଣ ହେଉଥିବା ଖବର ପାଇ ଗତ ୫ ତାରିଖରେ ଓଡିଶା ସୀମାରେ ଦେଭୋଗ ଥାନା ପୁଲିସ୍‌ ଆଗରୁ ଜଗି ରହିଥିଲା । ବାଇକ୍‌ରେ ଆସୁଥିବା ଜନୈକ ବ୍ୟକ୍ତିଙ୍କୁ ତଲାସି ପରେ ତାଙ୍କ ପାଖରୁ ୧୭୧ ଖଣ୍ତ ହୀରା […]

The post ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ):  ଛତିଶଗଡ଼ର ଗରିଆବନ୍ଧ ପୁଲିସ୍ ହୀରା ଚୋରାଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି।

ଛତିଶଗଡ ଗରିଆବନ୍ଧ ଏସପି ଭୋଜରାମ ପଟେଲ ଜଣାଇଛନ୍ତି ଯେ,  ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରାଚାଲାଣ ହେଉଥିବା ଖବର ପାଇ ଗତ ୫ ତାରିଖରେ ଓଡିଶା ସୀମାରେ ଦେଭୋଗ ଥାନା ପୁଲିସ୍‌ ଆଗରୁ ଜଗି ରହିଥିଲା । ବାଇକ୍‌ରେ ଆସୁଥିବା ଜନୈକ ବ୍ୟକ୍ତିଙ୍କୁ ତଲାସି ପରେ ତାଙ୍କ ପାଖରୁ ୧୭୧ ଖଣ୍ତ ହୀରା ଜବତ କରାଯାଇଥିଲା । ଯାହାର ବଜାର ମୂଲ୍ୟ ୨୫ ଲକ୍ଷ ହେବ ।

ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ନୂତନ ପଟେଲ ବୋଲି ଏସପି ଜଣାଇଛନ୍ତି । ତାଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରା ଯାଇଛି । ହେଲେ ଏହି ହୀରା କେଉଁଠିକୁ ଯାଉଥିଲା, ଏହା ପଛରେ ରାକେଟ ଅଛି କି ନାହିଁ ସେ ସମ୍ପର୍କରେ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି।

The post ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ appeared first on Odisha Reporter.

]]>
right top, smuggling 2020-09-07 08:41:14 https://cdn.odishareporter.in/wp-content/uploads/2020/09/07075226/nuapada.jpg
କାନ୍ଥ ତଳେ ଚାପି ହୋଇଗଲେ ବୃଦ୍ଧ https://odishareporter.in/odisha/ola-man-dead-due-to-wall-collapsed-567059 Fri, 28 Aug 2020 04:48:18 +0000 https://odishareporter.in/?p=567059

ନୂଆପଡ଼ା(ମାୟାଧର ସରାଫ୍‌):  ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବିଶିବାହାଲ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତ୍ରିନାଥ ଭୋଇ (୬୫)। ଗତକାଲି ରାତିରେ ତ୍ରିନାଥ ନିଜ ଘରେ ଶୋଇଥିଲେ। ହେଲେ ଲଗାଣ ବର୍ଷା ଯୋଗୁ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡି ତାଙ୍କ ଉପରେ ପଡ଼ି ଯାଇଥିଲା। ପରିବାର ଲୋକେ ଶବ୍ଦ ଶୁଣି ଆସି ଦେଖିଲା ବେଳକୁ ତ୍ରିନାଥଙ୍କ ଉପରେ କାନ୍ଥ ପଡ଼ି ଘଟଣାସ୍ଥଳରେ ତାଙ୍କ […]

The post କାନ୍ଥ ତଳେ ଚାପି ହୋଇଗଲେ ବୃଦ୍ଧ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ୍‌):  ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବିଶିବାହାଲ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତ୍ରିନାଥ ଭୋଇ (୬୫)।

ଗତକାଲି ରାତିରେ ତ୍ରିନାଥ ନିଜ ଘରେ ଶୋଇଥିଲେ। ହେଲେ ଲଗାଣ ବର୍ଷା ଯୋଗୁ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡି ତାଙ୍କ ଉପରେ ପଡ଼ି ଯାଇଥିଲା। ପରିବାର ଲୋକେ ଶବ୍ଦ ଶୁଣି ଆସି ଦେଖିଲା ବେଳକୁ ତ୍ରିନାଥଙ୍କ ଉପରେ କାନ୍ଥ ପଡ଼ି ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନଇ ଖବର ପାଇ କୋମନା ଆସିଷ୍ଟାଣ୍ଡ  ତହସିଲଦାର ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

The post କାନ୍ଥ ତଳେ ଚାପି ହୋଇଗଲେ ବୃଦ୍ଧ appeared first on Odisha Reporter.

]]>
right bottom 2020-08-28 10:18:18 https://cdn.odishareporter.in/wp-content/uploads/2020/08/28090303/death-33888.jpg
ବାଇକ୍-ପିକ୍‌ଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା https://odishareporter.in/odisha/bike-and-pick-up-van-accident-555257 Fri, 24 Jul 2020 07:48:51 +0000 https://odishareporter.in/?p=555257

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବଡ଼ମହେଶ୍ୱର ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରାଜ କୁମାର ଶବର ଓ ଦିବ୍ୟ ରଞ୍ଜନ ଘିବେଲା। ରାଜଙ୍କ ଘର ପୋଡ଼ପାଲିରେ ହୋଇଥିବା ବେଳେ ଦିବ୍ୟଙ୍କ ଘର ତୁମେରବାହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ରାଜ ଓ ଦିବ୍ୟ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବଡ଼ମହେଶ୍ୱର […]

The post ବାଇକ୍-ପିକ୍‌ଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବଡ଼ମହେଶ୍ୱର ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରାଜ କୁମାର ଶବର ଓ ଦିବ୍ୟ ରଞ୍ଜନ ଘିବେଲା। ରାଜଙ୍କ ଘର ପୋଡ଼ପାଲିରେ ହୋଇଥିବା ବେଳେ ଦିବ୍ୟଙ୍କ ଘର ତୁମେରବାହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ରାଜ ଓ ଦିବ୍ୟ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବଡ଼ମହେଶ୍ୱର ଗାଁ ନିକଟରେ ପିକ୍ଅପ୍ ଭ୍ୟାନ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହା ସହ ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୁଲିସ  ପଚରାଉଚରା କରୁଛି।

The post ବାଇକ୍-ପିକ୍‌ଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା appeared first on Odisha Reporter.

]]>
right bottom 2020-07-24 13:18:51 https://cdn.odishareporter.in/wp-content/uploads/2020/06/10142943/Road-Traffic-Accident-ooo.jpg
ୟୁଟ୍ୟୁବ୍‌ ଦେଖୁଥିଲେ, ଫାଟିଗଲା ମୋ‍ବାଇଲ୍ https://odishareporter.in/odisha/mobile-blast-in-nuapada-554707 Thu, 23 Jul 2020 04:17:53 +0000 https://odishareporter.in/?p=554707

ନୂଆପଡ଼ା(ମୟାଧର ସରାଫ୍): ମୋବାଇଲ୍‌ରେ ୟୁଟ୍ୟୁବ୍‌ ଦେଖୁଥିଲେ, ହଠାତ୍‌ ତାହା ଫାଟିଗଲା । ହେଲେ ଅଳ୍ପକେ ବର୍ତ୍ତିଗଲେ ଯୁବତୀ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡ଼ାରେ।  ଯୁବତୀଙ୍କ ନାଁ ଯମୁନା ମେହେର। ଯମୁନା ମେହେର ୪ ମାସ ପୂର୍ବେ ଅନ୍‌ଲାଇନ୍‌ରେ ଏକ ଦାମୀ କମ୍ପାନୀର ମୋବାଇଲ ମଗାଇଥିଲେ। ହେଲେ ମଙ୍ଗଳବାର ସନ୍ଧ୍ୟାରେ  ସେ ମୋବାଇଲ୍‌ରେ ୟୁଟ୍ୟୁବ୍‌ ଦେଖୁଥିବା ବେଳେ ହଠାତ୍ ତାହା ଗରମ ହୋଇଯାଇଥିଲା। ଆଉ ଧୂଆଁ ବାହାରିବାରୁ ସେ ମୋବାଇଲ୍‌କୁ ତଳେ ପକାଇ […]

The post ୟୁଟ୍ୟୁବ୍‌ ଦେଖୁଥିଲେ, ଫାଟିଗଲା ମୋ‍ବାଇଲ୍ appeared first on Odisha Reporter.

]]>

ନୂଆପଡ଼ା(ମୟାଧର ସରାଫ୍): ମୋବାଇଲ୍‌ରେ ୟୁଟ୍ୟୁବ୍‌ ଦେଖୁଥିଲେ, ହଠାତ୍‌ ତାହା ଫାଟିଗଲା । ହେଲେ ଅଳ୍ପକେ ବର୍ତ୍ତିଗଲେ ଯୁବତୀ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡ଼ାରେ।  ଯୁବତୀଙ୍କ ନାଁ ଯମୁନା ମେହେର।

ଯମୁନା ମେହେର ୪ ମାସ ପୂର୍ବେ ଅନ୍‌ଲାଇନ୍‌ରେ ଏକ ଦାମୀ କମ୍ପାନୀର ମୋବାଇଲ ମଗାଇଥିଲେ। ହେଲେ ମଙ୍ଗଳବାର ସନ୍ଧ୍ୟାରେ  ସେ ମୋବାଇଲ୍‌ରେ ୟୁଟ୍ୟୁବ୍‌ ଦେଖୁଥିବା ବେଳେ ହଠାତ୍ ତାହା ଗରମ ହୋଇଯାଇଥିଲା। ଆଉ ଧୂଆଁ ବାହାରିବାରୁ ସେ ମୋବାଇଲ୍‌କୁ ତଳେ ପକାଇ ଦେଇଥିଲେ। ଏହାପରେ ମୋବାଇଲ୍‌ଟି ଫାଟି ଯାଇଥିଲା। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

The post ୟୁଟ୍ୟୁବ୍‌ ଦେଖୁଥିଲେ, ଫାଟିଗଲା ମୋ‍ବାଇଲ୍ appeared first on Odisha Reporter.

]]>
right bottom 2020-07-23 10:38:46 https://cdn.odishareporter.in/wp-content/uploads/2020/07/23094724/mobile.jpg
କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ, ଆଖି ବୁଜିଲେ ପ୍ରବାସୀ ମହିଳା https://odishareporter.in/odisha/women-in-quarentine-centre-dead-541240 Thu, 18 Jun 2020 04:41:15 +0000 https://odishareporter.in/?p=541240

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଲିଟିଗୁଡା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜନୈକ ପ୍ରବାସୀ ଓଡିଆ ବିଧବା ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୢତକ ସିନାପାଲି ବ୍ଲକ ଖର୍ସେଲ ଗାଁର ମଦନା ମାଝୀ ବୋଲି ଜଣା ପଡିଛି। ମଦନା ମାଝୀ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ସେ ଗତ ୧୩ ତାରିଖରେ ତାମିଲନାଡୁରୁ ଫେରି ଲିଟିଗୁଡା ଟିଏମସିରେ ରହୁଥିଲେ । ଗତକାଲି ଗଳା ଓ ଛାତିରେ ଯନ୍ତ୍ରଣା ଅନୁଭଵ କରିବାରୁ ସେ ଟିଏମସି […]

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ, ଆଖି ବୁଜିଲେ ପ୍ରବାସୀ ମହିଳା appeared first on Odisha Reporter.

]]>

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଲିଟିଗୁଡା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜନୈକ ପ୍ରବାସୀ ଓଡିଆ ବିଧବା ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୢତକ ସିନାପାଲି ବ୍ଲକ ଖର୍ସେଲ ଗାଁର ମଦନା ମାଝୀ ବୋଲି ଜଣା ପଡିଛି। ମଦନା ମାଝୀ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ସେ ଗତ ୧୩ ତାରିଖରେ ତାମିଲନାଡୁରୁ ଫେରି ଲିଟିଗୁଡା ଟିଏମସିରେ ରହୁଥିଲେ ।

ଗତକାଲି ଗଳା ଓ ଛାତିରେ ଯନ୍ତ୍ରଣା ଅନୁଭଵ କରିବାରୁ ସେ ଟିଏମସି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିନାପାଲି ଡାକ୍ତରଖାନା ଓ ପରେ ଖଡିଆଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇ ଥିଲା । ଖଡିଆଳ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସିନାପାଲି ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ମୃତ୍ୟୁର କାରଣ ଜଣା ପଡି ନାହିଁ ।

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ, ଆଖି ବୁଜିଲେ ପ୍ରବାସୀ ମହିଳା appeared first on Odisha Reporter.

]]>
right bottom 2020-06-18 10:11:15 https://cdn.odishareporter.in/wp-content/uploads/2020/04/07082712/deadbody-10000.jpg
ଚଢ଼ିଗଲା ଟ୍ରକ୍‌, ଜନ୍ମଦିନରେ ଚାଲିଗଲା ୯ ବର୍ଷର ବୈଷ୍ଣବୀଙ୍କ ଜୀବନ https://odishareporter.in/odisha/9-years-old-girl-died-in-an-accident-in-nuapada-537286 Sun, 07 Jun 2020 07:03:43 +0000 https://odishareporter.in/?p=537286

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡ଼େନ ଛକ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୯ ବର୍ଷର ଝିଅର ମୃତ୍ୟୁ ଘଟିଛି। ତାଙ୍କ ନାଁ ବୈଷ୍ଣବୀ ଖମ୍ପରିଆ। ବୈଷ୍ଣବୀ ତାଙ୍କ ମା’ ରୀତା ଖମ୍ପରିଆଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍‌ଟି ବୈଷ୍ଣବୀଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି […]

The post ଚଢ଼ିଗଲା ଟ୍ରକ୍‌, ଜନ୍ମଦିନରେ ଚାଲିଗଲା ୯ ବର୍ଷର ବୈଷ୍ଣବୀଙ୍କ ଜୀବନ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡ଼େନ ଛକ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୯ ବର୍ଷର ଝିଅର ମୃତ୍ୟୁ ଘଟିଛି। ତାଙ୍କ ନାଁ ବୈଷ୍ଣବୀ ଖମ୍ପରିଆ।

ବୈଷ୍ଣବୀ ତାଙ୍କ ମା’ ରୀତା ଖମ୍ପରିଆଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍‌ଟି ବୈଷ୍ଣବୀଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ରୀତା ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ବୈଷ୍ଣବୀଙ୍କର ଜନ୍ମଦିନ ଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖଡ଼ିଆଳ ପୁଲିସ୍ ଟ୍ରକ୍‌ଟିକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

The post ଚଢ଼ିଗଲା ଟ୍ରକ୍‌, ଜନ୍ମଦିନରେ ଚାଲିଗଲା ୯ ବର୍ଷର ବୈଷ୍ଣବୀଙ୍କ ଜୀବନ appeared first on Odisha Reporter.

]]>
right top 2020-06-07 12:37:25 https://cdn.odishareporter.in/wp-content/uploads/2020/06/07123257/girl.jpg
ଟିଏମ୍‌ସିରେ ଆଖି ବୁଜିଲା ଶିଶୁ କନ୍ୟା https://odishareporter.in/odisha/girl-child-died-in-tmc-1-536951 Sat, 06 Jun 2020 05:00:03 +0000 https://odishareporter.in/?p=536951

ନୂଆପଡା(ମାୟାଧର ସରାଫ):ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ଟିଏମସି(ଅସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର)ରେ  ଜଣେ ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।  ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଖଡିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର କଲସାଏଙ୍କ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରରୁ ଫେରି ଏହି ଟିଏମ୍‌ସିରେ ରହିଥିଲେ । ସେମାନଙ୍କ ମଧ୍ୟରେ କଲସାଏ, ତାଙ୍କ ସ୍ତ୍ରୀ ଓ  ୩ ଶିଶୁ  ଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଟିଏମ୍‌ସିରେ ପହଞ୍ଚିଥିଲେ। ଏହାପରେ […]

The post ଟିଏମ୍‌ସିରେ ଆଖି ବୁଜିଲା ଶିଶୁ କନ୍ୟା appeared first on Odisha Reporter.

]]>

ନୂଆପଡା(ମାୟାଧର ସରାଫ):ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ଟିଏମସି(ଅସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର)ରେ  ଜଣେ ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।  ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଖଡିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର କଲସାଏଙ୍କ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରରୁ ଫେରି ଏହି ଟିଏମ୍‌ସିରେ ରହିଥିଲେ । ସେମାନଙ୍କ ମଧ୍ୟରେ କଲସାଏ, ତାଙ୍କ ସ୍ତ୍ରୀ ଓ  ୩ ଶିଶୁ  ଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଟିଏମ୍‌ସିରେ ପହଞ୍ଚିଥିଲେ। ଏହାପରେ ନିଜ  ୭ ବର୍ଷର ଝିଅ ବର୍ଷାକୁ ଜ୍ୱର ହେଉଥିବାରୁ ଚିକିତ୍ସା ନିମନ୍ତେ ଟିଏମସି ଦାୟିତ୍ୱରେ  ଥିବା କର୍ମଚାରୀଙ୍କୁ  କଲସାଏ ଜଣାଇଥିଲେ । କିନ୍ତୁ ତାଙ୍କ ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା।

ଫଳରେ ଆଜି ସକାଳେ ବର୍ଷାଙ୍କର ଟିଏମସିରେ ମୃତ୍ୟୁ ହୋଇଥିବା ଜଣାଯାଇଛି। । ଡାକ୍ତରୀ ଦଳ ପହଞ୍ଚି ମୃତ ଶିଶୁର ସ୍ୱାବ ସଂଗ୍ରହ କରିଥିବା ବେଳେ  ଖଡିଆଳ ବିଡିଓ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

The post ଟିଏମ୍‌ସିରେ ଆଖି ବୁଜିଲା ଶିଶୁ କନ୍ୟା appeared first on Odisha Reporter.

]]>
right top 2020-06-06 13:05:41 https://cdn.odishareporter.in/wp-content/uploads/2020/06/06102810/nuapada-1-1.jpg
ଦୀପକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ https://odishareporter.in/odisha/half-buned-dead-body-of-a-man-gound-in-nuapada-534908 Sun, 31 May 2020 05:22:06 +0000 https://odishareporter.in/?p=534908

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡା ଜିଲ୍ଲା ଜୋଙ୍କ ଥାନା ପଛ ପଟେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୀପକ ପାଣ୍ଡେ। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଏକ ଢାବାରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ ଢାବା ବନ୍ଦ ଥିବାରୁ ଖରିଆର ରୋଡ୍‌ରେ ରହୁଥିଲେ। ଗତକାଲି ତାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ନୂଆପଡ଼ା ଏସପି ବିନୀତ […]

The post ଦୀପକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡା ଜିଲ୍ଲା ଜୋଙ୍କ ଥାନା ପଛ ପଟେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦୀପକ ପାଣ୍ଡେ। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଏକ ଢାବାରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ ଢାବା ବନ୍ଦ ଥିବାରୁ ଖରିଆର ରୋଡ୍‌ରେ ରହୁଥିଲେ।

ଗତକାଲି ତାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ନୂଆପଡ଼ା ଏସପି ବିନୀତ ଅଗ୍ରୱାଲଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ଏହାସହ ପୁଲିସ୍‌ ସନ୍ଧାନୀ କୁକୁର ଆଣି ଘଟଣାର ତଦନ୍ତ କରିଛି। ଦୀପକଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦିଆ ଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଏଯାଏଁ ପୁଲିସ୍ କାହାକୁ ଗିରଫ କରି ନାହିଁ।

The post ଦୀପକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ appeared first on Odisha Reporter.

]]>
right bottom 2020-05-31 10:52:06 https://cdn.odishareporter.in/wp-content/uploads/2020/05/31094726/deadbody-1100.jpg
ନୂଆପଡ଼ାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ https://odishareporter.in/odisha/another-12-corona-cases-in-nuapada-534381 Fri, 29 May 2020 15:41:37 +0000 https://odishareporter.in/?p=534381

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ସିନାପାଲିରୁ ୩, ଭେଡେନରୁ ୩, ଖଡ଼ଇାଳରୁ ୪, ନୂଆପଡ଼ାରୁ ୨ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧ ମୁମ୍ବାଇ ଓ ଜଣେ ହାଇଦ୍ରାବାଦ ଫେରନ୍ତା। ସମସ୍ତ ଆକ୍ରାନ୍ତ ପୁରୁଷ ଓ କ୍ୱାରେଣ୍ଟାଇନ୍‌ରେ ଥିଲେ। ରକ୍ତ ଓ ସ୍ୱାବ ଟେଷ୍ଟ ରିପୋଟ୍‌ ପଜିଟିଭ ଆସିବା ପରେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଗଣମାଧ୍ୟମକୁ […]

The post ନୂଆପଡ଼ାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ସିନାପାଲିରୁ ୩, ଭେଡେନରୁ ୩, ଖଡ଼ଇାଳରୁ ୪, ନୂଆପଡ଼ାରୁ ୨ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧ ମୁମ୍ବାଇ ଓ ଜଣେ ହାଇଦ୍ରାବାଦ ଫେରନ୍ତା। ସମସ୍ତ ଆକ୍ରାନ୍ତ ପୁରୁଷ ଓ କ୍ୱାରେଣ୍ଟାଇନ୍‌ରେ ଥିଲେ। ରକ୍ତ ଓ ସ୍ୱାବ ଟେଷ୍ଟ ରିପୋଟ୍‌ ପଜିଟିଭ ଆସିବା ପରେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏମାନଙ୍କୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୫ରେ ପହଞ୍ଚିଛି।

ଆଜି ଗୋଟିଏ ଦିନରେ ଏମାନଙ୍କୁ ମିଶାଇ ରାଜ୍ୟରେ ୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସଞ୍ଜ ବେଳେ ପୁଣି ୧୨ ଜଣ ନୂଆପଡ଼ା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। କୌଣସି ଆକ୍ରାନ୍ତ ସୁସ୍ଥ ହୋଇନାହାନ୍ତି।

ତେବେ ରାଜ୍ୟର ଚିତ୍ରକୁ ଦେଖିଲେ ଆଜି ସୁଦ୍ଧାରେ ‘କରୋନା’ରେ ୧୭୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୪୯ ଜଣ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

The post ନୂଆପଡ଼ାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.

]]>
right top 2020-05-29 22:40:51 https://cdn.odishareporter.in/wp-content/uploads/2020/05/09161030/corona-in-odisha.jpg
ସାଇକେଲ୍‌ରେ ସୁରତରୁ ନୂଆପଡ଼ା https://odishareporter.in/odisha/six-persons-reached-nuapada-on-cycles-all-the-way-from-surat-in-gujarat-522578 Wed, 29 Apr 2020 05:45:18 +0000 https://odishareporter.in/?p=522578

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ବନ୍ଦ ହେତୁ ବାହାର ରାଜ୍ୟରେ ହାତ ବାନ୍ଧି ବସିଛନ୍ତି ବହୁ ଶ୍ରମିକ।  ପାଖରେ ଥିବା ଟଙ୍କା ସରିଯିବାରୁ ଭୋକ ଉପାସରେ କଟୁଛି ଦିନ। ଏପଟେ  ଓଡ଼ିଶାକୁ ଫେରିବାକୁ ଗାଡ଼ିମୋଟର ସବୁ ବନ୍ଦ ରହିଛି। ସବୁ ପଟୁ ନିରାଶ ହେବା ପରେ ଶେଷରେ ସାଇକେଲରେ ସୁରତରୁ ଗଞ୍ଜାମ ଜିଲ୍ଲା ସୋରଡ଼ାକୁ ବାହାରିଛନ୍ତି ୬ ଶ୍ରମିକ। ଅଦ୍ୟାବଧୀ ସେମାନେ ୧୩ ଦିନ ମଧ୍ୟରେ ୧୧୦୦ କି.ମି ଅତିକ୍ରମ କରି ସାରି ଗତକାଲି […]

The post ସାଇକେଲ୍‌ରେ ସୁରତରୁ ନୂଆପଡ଼ା appeared first on Odisha Reporter.

]]>

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ବନ୍ଦ ହେତୁ ବାହାର ରାଜ୍ୟରେ ହାତ ବାନ୍ଧି ବସିଛନ୍ତି ବହୁ ଶ୍ରମିକ।  ପାଖରେ ଥିବା ଟଙ୍କା ସରିଯିବାରୁ ଭୋକ ଉପାସରେ କଟୁଛି ଦିନ। ଏପଟେ  ଓଡ଼ିଶାକୁ ଫେରିବାକୁ ଗାଡ଼ିମୋଟର ସବୁ ବନ୍ଦ ରହିଛି। ସବୁ ପଟୁ ନିରାଶ ହେବା ପରେ ଶେଷରେ ସାଇକେଲରେ ସୁରତରୁ ଗଞ୍ଜାମ ଜିଲ୍ଲା ସୋରଡ଼ାକୁ ବାହାରିଛନ୍ତି ୬ ଶ୍ରମିକ।

ଅଦ୍ୟାବଧୀ ସେମାନେ ୧୩ ଦିନ ମଧ୍ୟରେ ୧୧୦୦ କି.ମି ଅତିକ୍ରମ କରି ସାରି ଗତକାଲି ଓଡ଼ିଶା ସୀମା ନୂଆପଡ଼ା ଜିଲ୍ଲାରେ ପ୍ରବେଶ କରିଥିଲେ। ଏହାପରେ ନୂଆପଡ଼ାରୁ ଏହି ଶ୍ରମିକମାନେ ନିଜ ଗାଁ ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଭିମୁଖେ ବାହାରିଥିଲେ। ସେମାନେ ସନ୍ଧ୍ୟା ସୁଦ୍ଧା ନୂଆପଡ଼ା ଜିଲ୍ଲା ସୀମା ଅତିକ୍ରମ କରି ବଲାଙ୍ଗିର ଜିଲ୍ଲାରେ ପ୍ରବେଶ କରିଥିବା ସୂଚନା ମିଳିଥିଲା। 

ମିଳିଥିବା ସୂଚନା ଅନୁସାରେ, ଏହି ଶ୍ରମିକମାନେ ପେଟପାଟଣା ପାଇଁ ସୁରତରେ ଥିବା ଏକ କପଡ଼ା ମିଲ୍‌କୁ କାମ କରିବାକୁ ଯାଇଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବାରୁ କପଡ଼ା ମିଲ୍‌ ବନ୍ଦ ହୋଇଯାଇଥିଲା। କାମ ବନ୍ଦ ହୋଇଯିବାରୁ ସେମାନେ ଦୁଇ ମୁଠା ଖାଇବାକୁ ପାଇ ନଥିଲେ। ଶେଷରେ ସେମାନେ ଓଡ଼ିଶା ଫେରିବାକୁ ଯୋଜନା କରିଥିଲେ।

ଲକ୍‌ଡାଉନ ପାଇଁ ବସ୍‌ ଓ ଟ୍ରେନ୍‌ ଚାଲୁ ନଥିବାରୁ ସାଇକେଲ ଯୋଗେ ଛଅ ଜଣ ଶ୍ରମିକ ନିଜ ଯାତ୍ରା ଆରମ୍ଭ କରିଥିଲେ।  ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି, ଭୋକ ଉପାସରେ ସେମାନେ ୧୧୦୦ କିମି ବାଟ ଅତିକ୍ରମ କରି ସାରିଲେଣି।  ଏଥିପାଇଁ ସେମାନଙ୍କୁ ୧୩ ଦିନ ସମୟ ଲାଗିଥିଲା।

ଏବେ ସବୁ ଦୋକାନ, ବଜାର, ହୋଟେଲ ବନ୍ଦ ଥିବାରୁ ଏହି  ଯାତ୍ରା ସମୟରେ ଅନେକ ଦିନ ସେମାନେ ଭୋକ ଉପାସରେ କଟାଇଛନ୍ତି। କେବେ କେବେ ଲୋକଙ୍କୁ ମାଗି ଖାଇଛନ୍ତି ତ କେତେବେଳେ ଖାଲି ପେଟରେ ସାଇକେଲ ଚଳାଇ ଚଳାଇ ମାଇଲ ମାଇଲ ବାଟ ଅତିକ୍ରମ କରିଛନ୍ତି । ଏହି ଶ୍ରମିକମାନେ ନିଜ ଗାଁ ଗଞ୍ଜାମ ଜିଲ୍ଲାର ସୋରଡ଼ାକୁ ଯିବେ। ଏଥିପାଇଁ ୩୦୦ କିଲୋକମିଟର ଯାତ୍ରା କରିବାକୁ ପଡ଼ିବ।

ଜଣେ ଶ୍ରମିକ କହିଛନ୍ତି,“ ସୁରତରେ କାମ କରୁଥିଲୁ। କରୋନା ପାଇଁ ତାହା ବନ୍ଦ ହୋଇଗଲା। ଆମେ ଖାଇବାକୁ ପାଇଲୁ ନାହିଁ। ସେଥିପାଇଁ ଆମେ ଓଡ଼ିଶା ପଳାଇ ଆସିଲୁ।”

The post ସାଇକେଲ୍‌ରେ ସୁରତରୁ ନୂଆପଡ଼ା appeared first on Odisha Reporter.

]]>
right top 2020-04-29 11:15:18 https://cdn.odishareporter.in/wp-content/uploads/2020/04/29091332/labour00.jpg
ବଜ୍ରପାତରେ ୨ ମୃତ, ୪ ଗୁରୁତର https://odishareporter.in/odisha/2dead-in-lightening-520812 Fri, 24 Apr 2020 02:59:43 +0000 https://odishareporter.in/?p=520812

ବାସୁଦେବପୁର/ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଓ ବଜ୍ରପାତ ହେବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବାଭାବେ ନଗରରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକଦ୍ୱୟ ହେଲେ ବିଷ୍ଣୁପଦ ବିଶ୍ୱାସ(୪୫) ଓ ମହୁମିତା ହୋତା (୨୭)। ଗତକାଲି ସନ୍ଧ୍ୟାରେ ବିଷ୍ଣୁପଦ ବିଲରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ […]

The post ବଜ୍ରପାତରେ ୨ ମୃତ, ୪ ଗୁରୁତର appeared first on Odisha Reporter.

]]>

ବାସୁଦେବପୁର/ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଓ ବଜ୍ରପାତ ହେବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ଭଦ୍ରକ ଜିଲ୍ଲା କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବାଭାବେ ନଗରରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକଦ୍ୱୟ ହେଲେ ବିଷ୍ଣୁପଦ ବିଶ୍ୱାସ(୪୫) ଓ ମହୁମିତା ହୋତା (୨୭)।

ଗତକାଲି ସନ୍ଧ୍ୟାରେ ବିଷ୍ଣୁପଦ ବିଲରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ସେହି ଗାଁର ମହୁମିତା ଗୁହାଳରେ ଗାଈ ବାନ୍ଧୁଥିବା ବେଳେ ବଜ୍ରପାତ ହେବାରୁ  ତାଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ନାୟକାଣିଡିହି ଥାନା ଅନ୍ତର୍ଗତ କରଞ୍ଜଆଡିଆ ଗାଁର ରଘୁନାଥ ତରାଇ(୫୫) ବଜ୍ରପାତରେ ଆହତ ହୋଇଛନ୍ତି। ସେ ଘରେ ଥିବା ବେଳେ ବଜ୍ରପାତ ଶିକାର ହୋଇଥିଲେ। ତାଙ୍କ ଶରୀର ଆଶିଂକ ଭାବେ ପୋଡ଼ିଯାଇଛି।

କାଳ ବୈଶାଖୀର ପ୍ରଭାବରେ ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବଜ୍ରପାତରେ ବିଲେଇ ଅଞ୍ଚର ଗାଁର ଶରତ ଭୋଇ ଓ ନୀରନ ଭୋଇ ଏବଂ ବଘାମୁଣ୍ତା ଗାଁର ସଜନା ଆଡବାହୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି।

 ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ତଥା ବାଡ ଭାଙ୍ଗି ପଡିଛି। ଫଳରେ କୋମନା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଠପ୍‌ ହୋଇଯାଇଥିଲା।

The post ବଜ୍ରପାତରେ ୨ ମୃତ, ୪ ଗୁରୁତର appeared first on Odisha Reporter.

]]>
right bottom 2020-04-24 08:29:43 https://cdn.odishareporter.in/wp-content/uploads/2020/04/24081408/death-6600.jpg
ଥାଳି ବଜାଇ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା https://odishareporter.in/odisha/ledies-aware-vilkagers-about-corana-514714 Tue, 07 Apr 2020 04:15:31 +0000 https://odishareporter.in/?p=514714

ନୂଆପଡ଼ା (ମାୟାଧର ସରାଫ): କରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ସଚେତନ କରୁଛନ୍ତି। ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପାଇକପଡା ଗାଁର ମହିଳାମାନେ ଲୋକମାନଙ୍କୁ ଅଭିନବ ଉପାୟରେ ସଚେତନ କରୁଛନ୍ତି। ମହିଳାମାନେ ଗାଁ ଗାଁ ବୁଲି ଥାଳି ବଜାଇ ଲୋକଙ୍କୁ ଘର ନ ବାହାରିବା ପାଇଁ କହୁଛନ୍ତି। ମହିଳାମାନେ ଦିନକୁ ଦୁଇରୁ ତିନି ଥର ଥାଳି ବଜାଇ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ […]

The post ଥାଳି ବଜାଇ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): କରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ସଚେତନ କରୁଛନ୍ତି। ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପାଇକପଡା ଗାଁର ମହିଳାମାନେ ଲୋକମାନଙ୍କୁ ଅଭିନବ ଉପାୟରେ ସଚେତନ କରୁଛନ୍ତି।

ମହିଳାମାନେ ଗାଁ ଗାଁ ବୁଲି ଥାଳି ବଜାଇ ଲୋକଙ୍କୁ ଘର ନ ବାହାରିବା ପାଇଁ କହୁଛନ୍ତି। ମହିଳାମାନେ ଦିନକୁ ଦୁଇରୁ ତିନି ଥର ଥାଳି ବଜାଇ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରୁଛନ୍ତି। ଏହାସହ ଗାଁର କୌଣସି ବ୍ୟକ୍ତି ଯେମିତି ବାହାରକୁ ନ ଯିବେ, ଆଉ ବାହାର ଲୋକ ଗାଁକୁ ନ ଆସିବେ, ସେଥିପାଇଁ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। ଗାଁକୁ ଆସୁଥିବା ସମସ୍ତ ଲୋକ ସାବୁନରେ ହାତ ଧୋଇ ଭିତରକୁ ଆସିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି।

ଲକ୍‌ଡାଉନ୍‌ ନ ଉଠିବା ପର୍ଯ୍ୟନ୍ତ ମହିଳାମାନେ ଲୋକମାନଙ୍କୁ ଏପରି ସଚେତନ କରିବା ଜାରି ରଖିବେ  ବୋଲି କହିଛନ୍ତି।

The post ଥାଳି ବଜାଇ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା appeared first on Odisha Reporter.

]]>
right bottom 2020-04-07 09:48:38 https://cdn.odishareporter.in/wp-content/uploads/2020/04/07085433/nupada00.jpg
ଶୌଚ ପାଇଁ ଯାଉଥିଲେ, ଭାଲୁ ହାବୁଡ଼ରେ ପଡ଼ିଗଲେ https://odishareporter.in/odisha/bear-attacked-a-person-511482 Sun, 29 Mar 2020 09:06:12 +0000 https://odishareporter.in/?p=511482

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ ବାଗଲୋରା ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମନଧର ମାଝି। ଆଜି ସକାଳେ ମନଧର ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ସେ ୩ଟି ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ସେଥିମଧ୍ୟରୁ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତେବେ ମନଧରଙ୍କ ଏକ ପୋଷା କୁକୁର ଦୌଡ଼ି ଆସି ଭାଲୁଙ୍କୁ ଘୋଉଡ଼ାଇ ଦେଇଥିଲା। ପରେ ଗାଁ […]

The post ଶୌଚ ପାଇଁ ଯାଉଥିଲେ, ଭାଲୁ ହାବୁଡ଼ରେ ପଡ଼ିଗଲେ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ ବାଗଲୋରା ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ମନଧର ମାଝି।

ଆଜି ସକାଳେ ମନଧର ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ସେ ୩ଟି ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ସେଥିମଧ୍ୟରୁ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତେବେ ମନଧରଙ୍କ ଏକ ପୋଷା କୁକୁର ଦୌଡ଼ି ଆସି ଭାଲୁଙ୍କୁ ଘୋଉଡ଼ାଇ ଦେଇଥିଲା।

ପରେ ଗାଁ ଲୋକେ ସୂଚନା ପାଇ ତାଙ୍କୁ ନିକଟସ୍ଥ ବୋଡ଼େନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭାଲୁ ମନଧରଙ୍କ ହାତ, ଜଂଘ ଓ ପିଠିକୁ କ୍ଷତାକ୍ତ କରି ଦେଇଛି।

The post ଶୌଚ ପାଇଁ ଯାଉଥିଲେ, ଭାଲୁ ହାବୁଡ଼ରେ ପଡ଼ିଗଲେ appeared first on Odisha Reporter.

]]>
right bottom 2020-03-29 15:02:45 https://cdn.odishareporter.in/wp-content/uploads/2020/03/29142115/nuapada-12340.jpg
ଅସହାୟଙ୍କ ଦେବଦୂତ ସାଜିଛନ୍ତି ରାଜେଶ https://odishareporter.in/odisha/rajesh-doing-well-for-the-people-during-lock-down-510966 Sat, 28 Mar 2020 08:08:17 +0000 https://odishareporter.in/?p=510966

ନୂଆପଡ଼ା(ମାୟାଧର ସରାଫ୍): କରୋନା ପାଇଁ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ହୋଇଛି। ଦୋକାନ ବଜାର ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଏହି ସମୟରେ ଅସହାୟ, ଦିବ୍ୟାଙ୍ଗ ଓ ମାନସିକ ବିକୃତଙ୍କ ପାଇଁ ଦେବଦୂତ ସାଜିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲାଲସାହେବପଡ଼ାର ରାଜେଶ କୁମାର ପୋଢ। ରାଜେଶ ପ୍ରତିଦିନ ଘର ଘର ବୁଲି ଓ ହୋଟେଲକୁ ଯାଇ କିଛି ବଳକା ଖାଦ୍ୟ ଯୋଗାଡ଼ କରି ଦିବ୍ୟାଙ୍ଗମାନଙ୍କୁ  ଦିନକୁ ଦୁଇ ଓଳି ଖାଇବାକୁ ଦେଉଥିଲେ।  ହେଲେ ଏବେ […]

The post ଅସହାୟଙ୍କ ଦେବଦୂତ ସାଜିଛନ୍ତି ରାଜେଶ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ୍): କରୋନା ପାଇଁ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ହୋଇଛି। ଦୋକାନ ବଜାର ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଏହି ସମୟରେ ଅସହାୟ, ଦିବ୍ୟାଙ୍ଗ ଓ ମାନସିକ ବିକୃତଙ୍କ ପାଇଁ ଦେବଦୂତ ସାଜିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଲାଲସାହେବପଡ଼ାର ରାଜେଶ କୁମାର ପୋଢ।

ରାଜେଶ ପ୍ରତିଦିନ ଘର ଘର ବୁଲି ଓ ହୋଟେଲକୁ ଯାଇ କିଛି ବଳକା ଖାଦ୍ୟ ଯୋଗାଡ଼ କରି ଦିବ୍ୟାଙ୍ଗମାନଙ୍କୁ  ଦିନକୁ ଦୁଇ ଓଳି ଖାଇବାକୁ ଦେଉଥିଲେ।  ହେଲେ ଏବେ ଲକ୍‌ଡାଉନ୍‌ ହେବା ଦ୍ୱାରା  ଲୋକେ ଘରୁ ବାହାରୁ ନଥିବା ବେଳେ ହୋଟେଲ ସବୁ ବନ୍ଦ  ହୋଇଯାଇଛି। ଫଳରେ ସେ ଆଉ  ବଳକା ଖାଦ୍ୟ ସଂଗ୍ରହ କରିପାରୁ ନାହାନ୍ତି।

ଏଥିରେ କିନ୍ତୁ ସେ ହାର ନମାନି ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରି ୨୦ରୁ ୨୫ ଜଣ ଅସହାୟ ଦିବ୍ୟାଙ୍ଗ ଓ ମାନସିକ ବିକୃତଙ୍କ ଘରକୁ ଯାଇ, ରାସ୍ତାରେ ଖୋଜି ଖୋଜି ଦି ଓଳି ଖାଇବାକୁ ଦେଉଛନ୍ତି। ଲକ୍‌ଡାଉନ୍ ବେଳେ ଦୁଇ ମୁଠା ଭାତ ପାଇ ଲୋକେ ବି ଖୁସୀ ଅନୁଭବ କରୁଛନ୍ତି।

ଏନେଇ  ରାଜେଶ କୁମାର ପୋଢ଼ କହିଛନ୍ତି,“ଲକ୍‌ଡାଉନ୍ ଯୋଗୁ ଲୋକେ ବହୁ ହଇରାଣ ହେଉଛନ୍ତି। ମୁଁ ଆଉ ମୋ ସ୍ତ୍ରୀ ମିଶି ରୋଷେଇ କରି ଲୋକଙ୍କୁ ଖାଦ୍ୟ ଦେଉଛୁ। ”

 

The post ଅସହାୟଙ୍କ ଦେବଦୂତ ସାଜିଛନ୍ତି ରାଜେଶ appeared first on Odisha Reporter.

]]>
right bottom 2020-03-28 14:14:32 https://cdn.odishareporter.in/wp-content/uploads/2020/03/28131051/nuapada-12333.jpg
ଘରକୁ ଫେରୁଥିଲେ ସ୍ୱାମୀସ୍ତ୍ରୀ, ପିଟି ଦେଲା ଟ୍ରକ୍‌ https://odishareporter.in/odisha/truck-hits-a-bike-501010 Mon, 02 Mar 2020 03:55:50 +0000 https://odishareporter.in/?p=501010

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଘୋଟଶ୍ୱର ଗାଁ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବଲାଙ୍ଗିର ଜିଲ୍ଲା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ବୋଲି ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ଘୋଟଶ୍ୱର ଗାଁରୁ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ […]

The post ଘରକୁ ଫେରୁଥିଲେ ସ୍ୱାମୀସ୍ତ୍ରୀ, ପିଟି ଦେଲା ଟ୍ରକ୍‌ appeared first on Odisha Reporter.

]]>

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଘୋଟଶ୍ୱର ଗାଁ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବଲାଙ୍ଗିର ଜିଲ୍ଲା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ବୋଲି ଜଣାପଡିଛି ।

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ଘୋଟଶ୍ୱର ଗାଁରୁ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ । ମାତ୍ର  ଘୋଟଶ୍ୱର ଗାଁରୁ ବାହାରି ଜାତୀୟ ରାଜପଥକୁ ଯାଉଥିବା ବେଳେ ଏକ ମାଲ ବୋଝେଇ ଟ୍ରକ୍‌ ବାଇକ୍‌ଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଉପାସୀଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି। କ୍ଷତିପୂରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଛି ।

The post ଘରକୁ ଫେରୁଥିଲେ ସ୍ୱାମୀସ୍ତ୍ରୀ, ପିଟି ଦେଲା ଟ୍ରକ୍‌ appeared first on Odisha Reporter.

]]>
centre bottom 2020-03-02 09:25:50 https://cdn.odishareporter.in/wp-content/uploads/2020/03/02092325/truck-1-1.jpg
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ ! https://odishareporter.in/odisha/man-dead-in-accident-499850 Fri, 28 Feb 2020 02:52:58 +0000 https://odishareporter.in/?p=499850

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମପୁର ଛକରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ ନାଗ। ତାଙ୍କ ଘର ଦାନୋଝଲା ଗାଁରେ। ଗତକାଲି ସନ୍ଧ୍ୟାରେ ଜୟନ୍ତ ନିଜର ଜଣେ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗ ଦେବାକୁ ଧରମପୁର ଯାଇଥିଲେ। ଆଜି ସକାଳେ ଧରମପୁର ଛକରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏକ ଅଜଣା ଗାଡ଼ି ତାଙ୍କୁ ପିଟି ଚାଲି ଯାଇ ଥିବା ଅନୁମାନ କରାଯାଉଛି। […]

The post ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ ! appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମପୁର ଛକରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ ନାଗ। ତାଙ୍କ ଘର ଦାନୋଝଲା ଗାଁରେ।

ଗତକାଲି ସନ୍ଧ୍ୟାରେ ଜୟନ୍ତ ନିଜର ଜଣେ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗ ଦେବାକୁ ଧରମପୁର ଯାଇଥିଲେ। ଆଜି ସକାଳେ ଧରମପୁର ଛକରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏକ ଅଜଣା ଗାଡ଼ି ତାଙ୍କୁ ପିଟି ଚାଲି ଯାଇ ଥିବା ଅନୁମାନ କରାଯାଉଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ ! appeared first on Odisha Reporter.

]]>
right bottom 2020-02-28 08:22:58 https://cdn.odishareporter.in/wp-content/uploads/2020/02/28082249/accident-1-1.jpg
ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରଙ୍କ ମୃତଦେହ https://odishareporter.in/odisha/deadbody-found-9-498444 Mon, 24 Feb 2020 07:59:37 +0000 https://odishareporter.in/?p=498444

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ଦର୍ଲିପଡା ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ,ଆଜି ସକାଳେ ସେବାଶ୍ରମ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଜେ ପିନ୍ଧିଥିବା ସାର୍ଟରେ ସେ  ଝୁଲୁଥିବାର ଦେଖିବାକୁ ମିଳିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।  ମୃତ୍ୟୁର କାରଣ ଜଣାପଡିନାହିଁ। ଅଧିକ ଜାଣିବା ପାଇଁ ପୁଲିସ‌୍‍ […]

The post ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରଙ୍କ ମୃତଦେହ appeared first on Odisha Reporter.

]]>

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ଦର୍ଲିପଡା ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ,ଆଜି ସକାଳେ ସେବାଶ୍ରମ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଜେ ପିନ୍ଧିଥିବା ସାର୍ଟରେ ସେ  ଝୁଲୁଥିବାର ଦେଖିବାକୁ ମିଳିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।  ମୃତ୍ୟୁର କାରଣ ଜଣାପଡିନାହିଁ। ଅଧିକ ଜାଣିବା ପାଇଁ ପୁଲିସ‌୍‍ ତଦନ୍ତ ଜାରି ରଖିଛି।

The post ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରଙ୍କ ମୃତଦେହ appeared first on Odisha Reporter.

]]>
right bottom 2020-02-24 13:29:37 https://odishareporter.in/wp-content/uploads/2019/09/deadbody-1.jpg
ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ https://odishareporter.in/odisha/two-labour-death-in-nuapada-497685 Sat, 22 Feb 2020 02:48:37 +0000 https://odishareporter.in/?p=497685

ନୂଆପଡ଼ା (ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଗନିଆରୀ ଗାଁର ବିଳାସିନୀ ବାଗ୍‌ ଓ ସିନାପାଲି ବ୍ଲକ ମାଲପଡା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାସିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାସିନୀଙ୍କ ପରିବାରର ୫ ଜଣ […]

The post ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଗନିଆରୀ ଗାଁର ବିଳାସିନୀ ବାଗ୍‌ ଓ ସିନାପାଲି ବ୍ଲକ ମାଲପଡା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାସିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାସିନୀଙ୍କ ପରିବାରର ୫ ଜଣ ଇଟାଭାଟି ମାଲିକ ପାଖରେ ବନ୍ଧକ ଅଛନ୍ତି।

୬ ମାସ ତଳେ ବିଳାସିନୀ, ତାଙ୍କ ବର୍ଷକର ପୁଅ, ବାପା, ମାଆ, ଭଉଣୀ ଓ ଭିଣୋଇ ଇଟା ଭାଟିରେ କାମ କରିବାକୁ ସିକନ୍ଦରାବାଦ ଯାଇଥିଲେ। ହେଲେ କିଛି ଦିନ କାମ କଲା ପରେ ବିଳାସିନୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା।  ଅର୍ଥାଭାବରୁ ତାଙ୍କ ମୃତଦେହ ଗାଁକୁ ଆସି ପାରି ନଥିଲା। ତେବେ ତାଙ୍କ ବର୍ଷକର ପୁଅ, ବାପା, ମାଆ, ଭଉଣୀ ଓ ଭିଣୋଇଙ୍କୁ ଇଟାଭାଟି ମାଲିକ ବନ୍ଧକ ରଖିଛି। ସେମାନେ ଅଗ୍ରୀମ ନେଇଥିବା ଟଙ୍କା ଫେରସ୍ତ ନକଲେ ଛାଡ଼ିବ ନାହିଁ ବୋଲି ଇଟାଭାଟି ମାଲିକ ଧମକ ଦେଉଛି। ଏନେଇ ବିଳାସିନୀଙ୍କ ବାପା ତାଙ୍କ ବନ୍ଧୁବାନ୍ଧବଙ୍କୁ ଫୋନ୍‌ ଦ୍ୱାରା ଜଣାଇଛନ୍ତି। ଏ ସମ୍ପର୍କରେ ଖବର ପାଇ ଘଟଣାର ତଦନ୍ତ ସହ ବନ୍ଧକଙ୍କୁ ଉଦ୍ଧାର କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ କହିଛି।

ସେହିପରି ଜିତେନ୍ଦ୍ର ମାଝୀ ଗୁଜରାଟରେ କାମ କଲା ବେଳେ ମେସିନରେ ଦୁଇ ହାତ କଟି ଯିବାରୁ ସେଠାରେ ତାଙ୍କର ଫେବ୍ରୁଆରୀ ୧୬ ତାରିଖରେ ମୃତ୍ୟୁ ଘଟିଥିଲା। ଜିତେନ୍ଦ୍ରଙ୍କ ମୃତଦେହ ୧୮ ତାରିଖ ଦିନ ଗାଁକୁ ଫେରିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

The post ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଛି ୫ ଜୀବନ appeared first on Odisha Reporter.

]]>
right top 2020-02-22 10:35:16 https://cdn.odishareporter.in/wp-content/uploads/2020/02/22081705/nuapada-123.jpg
ସଡ଼କ ଦୁର୍ଘଟଣାରେ ଏବିଡିଓଙ୍କ ମୃତ୍ୟୁ https://odishareporter.in/odisha/belapada-abdo-died-in-a-road-accident1-496207 Tue, 18 Feb 2020 04:37:49 +0000 https://odishareporter.in/?p=496207

ନୂଆପଡ଼ା (ମାୟାଧର ସରାଫ୍): ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ର ଏବିଡିଓ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଗତକାଲି କୌଣସି କାମରେ ଏବିଡିଓ ବଙ୍ଗୋମୁଣ୍ଡା ଆସୁଥିଲେ। ତେବେ ବଙ୍ଗୋମୁଣ୍ତା ନିକଟ ଏମିନିଟି ସେଣ୍ଟର ପାଖରେ ତାଙ୍କ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ […]

The post ସଡ଼କ ଦୁର୍ଘଟଣାରେ ଏବିଡିଓଙ୍କ ମୃତ୍ୟୁ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ୍): ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ର ଏବିଡିଓ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଗତକାଲି କୌଣସି କାମରେ ଏବିଡିଓ ବଙ୍ଗୋମୁଣ୍ଡା ଆସୁଥିଲେ। ତେବେ ବଙ୍ଗୋମୁଣ୍ତା ନିକଟ ଏମିନିଟି ସେଣ୍ଟର ପାଖରେ ତାଙ୍କ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ରାୟପୁର ନିଆଯାଉ ଥିଲା। କିନ୍ତୁ ବାଟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କ କାର୍‌ ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କୁ ଖଡ଼ିଆଳ ସ୍ଥିତ ମିସନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାମ ବିଳାସ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଳକ୍‌ରେ କାର୍ଯ୍ୟ କରିଥିଲେ।

The post ସଡ଼କ ଦୁର୍ଘଟଣାରେ ଏବିଡିଓଙ୍କ ମୃତ୍ୟୁ appeared first on Odisha Reporter.

]]>
right top 2020-02-18 10:14:54 https://cdn.odishareporter.in/wp-content/uploads/2020/02/18101424/89-2.jpg
ସାନ ଭାଇ ନେଲା ବଡ଼ ଭାଇର ଜୀବନ https://odishareporter.in/odisha/younger-brother-killed-elder-brother-2-495133 Sat, 15 Feb 2020 06:32:56 +0000 https://odishareporter.in/?p=495133

ନୂଆପଡ଼ା (ମାୟାଧର ସରାଫ): ପାରିବାରିକ କଳହର କରୁଣ ପରିଣତି। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହରିଜନପଡ଼ାରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଶିବା ହରିପାଲ। ପୁଲିସ୍ ଅଭିଯୁକ୍ତ ଦିବ୍ୟା ହରିପାଲକୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସାନଭାଇ ଦିବ୍ୟା ହଠାତ […]

The post ସାନ ଭାଇ ନେଲା ବଡ଼ ଭାଇର ଜୀବନ appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ): ପାରିବାରିକ କଳହର କରୁଣ ପରିଣତି। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହରିଜନପଡ଼ାରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଶିବା ହରିପାଲ। ପୁଲିସ୍ ଅଭିଯୁକ୍ତ ଦିବ୍ୟା ହରିପାଲକୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସାନଭାଇ ଦିବ୍ୟା ହଠାତ ଉତ୍ତକ୍ଷିପ୍ତ ହୋଇ ପଡ଼ିଥିଲେ। ଘରୁ ଏକ ଟାଙ୍ଗିଆ ଆଣି ବଡ଼ ଭାଇ ଶିବାଙ୍କ ଉପରକୁ ଆକ୍ରମଣ କରିଥିଲେ। ଶିବାଙ୍କର ବେକ ଓ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବଡ଼ ପୁଅର ମୃତ୍ୟୁକୁ ନେଇ ବାପା ରବୀନ୍ଦ୍ର ହରିପାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

The post ସାନ ଭାଇ ନେଲା ବଡ଼ ଭାଇର ଜୀବନ appeared first on Odisha Reporter.

]]>
right top 2020-02-15 12:02:56 https://odishareporter.in/wp-content/uploads/2019/09/deadbody-1.jpg
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୬ ଘଣ୍ଟିଆ ନୂଆପଡ଼ା ବନ୍ଦ https://odishareporter.in/odisha/nuapada-strike-for-medical-college-489703 Sat, 01 Feb 2020 09:33:33 +0000 https://odishareporter.in/?p=489703

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୬ ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିଲା। ଏଥିସହ ଦୋକାନ ବଜାର,ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ଥିଲା। କେନ୍ଦ୍ର ସରକାର ଘୋଷଣା କରି ଥିବା ୭୩ଟି ମେଡିକାଲ କଲେଜ ମଧ୍ୟରୁ ଗୋଟିଏ ନୂଆପଡାରେ କରିବାକୁ ମେଡିକାଲ କଲେଜ ପ୍ରତିଷ୍ଠା ସାମୁଖ୍ୟ ଓ ଜିଲ୍ଲା ଓକିଲ […]

The post ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୬ ଘଣ୍ଟିଆ ନୂଆପଡ଼ା ବନ୍ଦ appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୬ ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିଲା। ଏଥିସହ ଦୋକାନ ବଜାର,ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ଥିଲା।

କେନ୍ଦ୍ର ସରକାର ଘୋଷଣା କରି ଥିବା ୭୩ଟି ମେଡିକାଲ କଲେଜ ମଧ୍ୟରୁ ଗୋଟିଏ ନୂଆପଡାରେ କରିବାକୁ ମେଡିକାଲ କଲେଜ ପ୍ରତିଷ୍ଠା ସାମୁଖ୍ୟ ଓ ଜିଲ୍ଲା ଓକିଲ ସଂଘ ଦାବି କରିଛି। ଆସନ୍ତାକାଲି ଓକିଲ ସଂଘର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

The post ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୬ ଘଣ୍ଟିଆ ନୂଆପଡ଼ା ବନ୍ଦ appeared first on Odisha Reporter.

]]>
right bottom 2020-02-01 15:03:33 https://cdn.odishareporter.in/wp-content/uploads/2020/02/01145126/nuapada-900.jpg
ମାରିଦେଲା ପ୍ରେମ: ବାହାଘର ହୋଇଥାନ୍ତା, ଏବେ କାନ୍ଦବୋବାଳିରେ ଫାଟିପଡ଼ୁଛି https://odishareporter.in/odisha/young-man-death-after-asid-attack-489536 Sat, 01 Feb 2020 04:42:48 +0000 https://odishareporter.in/?p=489536

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା ଲଖନା ଥାନା ଅର୍ନ୍ତଗତ ବଙ୍ଗାମୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଗାଁର ଆଲୋକ କୁମାର ସାହୁ ଗତ ନଭେମ୍ୱର ୧୦ ତାରିଖରେ ବାହା ହୋଇ ଥାଆନ୍ତେ। ଏଥିପାଇଁ ସେ ୭ ତାରିଖ ଦିନ ସେ ତାଙ୍କ ବନ୍ଧୁବାନ୍ଧବଙ୍କୁ ବାହାଘର କାର୍ଡ ଦେବାକୁ  ଯାଇଥିଲେ। ସେ କାର୍ଡ ବାଣ୍ଟି  ସନ୍ଧ୍ୟାରେ ଗାଁକୁ ଫେରିବା ବେଳେ ତାଙ୍କ ଉପରକୁ କେହି ଏସିଡ୍‌ ଫୋପାଡ଼ି ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୂଆପଡ଼ା […]

The post ମାରିଦେଲା ପ୍ରେମ: ବାହାଘର ହୋଇଥାନ୍ତା, ଏବେ କାନ୍ଦବୋବାଳିରେ ଫାଟିପଡ଼ୁଛି appeared first on Odisha Reporter.

]]>

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା ଲଖନା ଥାନା ଅର୍ନ୍ତଗତ ବଙ୍ଗାମୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଗାଁର ଆଲୋକ କୁମାର ସାହୁ ଗତ ନଭେମ୍ୱର ୧୦ ତାରିଖରେ ବାହା ହୋଇ ଥାଆନ୍ତେ। ଏଥିପାଇଁ ସେ ୭ ତାରିଖ ଦିନ ସେ ତାଙ୍କ ବନ୍ଧୁବାନ୍ଧବଙ୍କୁ ବାହାଘର କାର୍ଡ ଦେବାକୁ  ଯାଇଥିଲେ। ସେ କାର୍ଡ ବାଣ୍ଟି  ସନ୍ଧ୍ୟାରେ ଗାଁକୁ ଫେରିବା ବେଳେ ତାଙ୍କ ଉପରକୁ କେହି ଏସିଡ୍‌ ଫୋପାଡ଼ି ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ  କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର  କରାଯାଇଥିଲା। ହେଲେ ୩ ମାସ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି।

ତେବେ ଏକ ପ୍ରେମ ବ୍ୟାପାରକୁ ନେଇ ଏହି ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି। ଆଲୋକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ହେଲେ ଆଲୋକଙ୍କ ବିବାହ ଅନ୍ୟ ସ୍ଥାନରେ ଠିକ୍‌ ହୋଇଥିଲା। ବାହାଘରକୁ ୩ ଦିନ ବାକି ଥିବାରୁ ସେ ବାହାଘର କାର୍ଡ ବାଣ୍ଟି ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଁ ପୋଖରୀ ନିକଟରେ ତାଙ୍କୁ କେହି ଏସିଡ ମାଡ ହୋଇଥିଲା। ଯୁବକଙ୍କ ଅନ୍ୟତ୍ର ବିବାହ ଠିକ୍‌ ହୋଇଥିବାରୁ ପ୍ରେମିକାଙ୍କ ସହ ମିଶି ଅନ୍ୟ ୨ ଜଣ ତାଙ୍କୁ ଏସିଡ୍‌ ଫୋପାଡ଼ିଥିଲେ। ତେବେ ପୂରା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ପ୍ରେମିକାଙ୍କ ସମେତ ୬ ଜଣଙ୍କୁ ପୁଲିସ  ଗିରଫ କରି କୋର୍ଟ ଚଲାଣ କରିଛି। ଏହି ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଏଯାଏ ଗିରଫ କରା ଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

The post ମାରିଦେଲା ପ୍ରେମ: ବାହାଘର ହୋଇଥାନ୍ତା, ଏବେ କାନ୍ଦବୋବାଳିରେ ଫାଟିପଡ଼ୁଛି appeared first on Odisha Reporter.

]]>
right top 2020-02-01 10:37:07 https://cdn.odishareporter.in/wp-content/uploads/2020/02/01093310/nuapada-1230.jpg
ହାତୀ ହାବୁଡ଼ରେ ପଡ଼ିଗଲେ ବିଷ୍ଣୁ https://odishareporter.in/odisha/elephant-killed-a-man-5-489105 Fri, 31 Jan 2020 02:14:32 +0000 https://odishareporter.in/?p=489105

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା ଦରଗାଁ ନିକଟରେ ଏକ ଦନ୍ତା ହାତୀ ଆକ୍ରମଣରେ ଗତକାଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ । ହାତୀ ଆକ୍ରମଣରେ ୨ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟାଙ୍ଗରିପଡା ଗାଁର କିଛି ଲୋକ ନିକଟସ୍ଥ ଦରଗାଁକୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ  ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। […]

The post ହାତୀ ହାବୁଡ଼ରେ ପଡ଼ିଗଲେ ବିଷ୍ଣୁ appeared first on Odisha Reporter.

]]>

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା ଦରଗାଁ ନିକଟରେ ଏକ ଦନ୍ତା ହାତୀ ଆକ୍ରମଣରେ ଗତକାଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ । ହାତୀ ଆକ୍ରମଣରେ ୨ଜଣ ଗୁରୁତର ମଧ୍ୟ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଟାଙ୍ଗରିପଡା ଗାଁର କିଛି ଲୋକ ନିକଟସ୍ଥ ଦରଗାଁକୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ  ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଦଳି ଦେବାରୁ ଘଟଣାସ୍ଥଳରେ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

The post ହାତୀ ହାବୁଡ଼ରେ ପଡ଼ିଗଲେ ବିଷ୍ଣୁ appeared first on Odisha Reporter.

]]>
right top 2020-01-31 07:44:32 https://cdn.odishareporter.in/wp-content/uploads/2020/01/31074214/hati-1-1...jpg
ପୁଅକୁ ଫାଶୀ ଦେବାକୁ ମା’ର ଦାବି https://odishareporter.in/odisha/woman-demands-death-punishment-to-her-son-482315 Sun, 12 Jan 2020 09:34:07 +0000 https://odishareporter.in/?p=482315

ନୂଆପଡ଼ା (ମାୟାଧର ସରାଫ୍): ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ, ହତାଶାରେ ଏ କଥା  କହିଛନ୍ତି ରୁକ୍ମିଣୀ ରଣା। ତାଙ୍କର ୧୨ ବର୍ଷର ଝିଅକୁ ତାଙ୍କ ପୁଅ ଶୋଭାବନ ବଳି ଦେଇ ଦେଇଥିବା ଅଭିଯୋଗ ହୋଇଛି। […]

The post ପୁଅକୁ ଫାଶୀ ଦେବାକୁ ମା’ର ଦାବି appeared first on Odisha Reporter.

]]>

ନୂଆପଡ଼ା (ମାୟାଧର ସରାଫ୍): ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ, ହତାଶାରେ ଏ କଥା  କହିଛନ୍ତି ରୁକ୍ମିଣୀ ରଣା। ତାଙ୍କର ୧୨ ବର୍ଷର ଝିଅକୁ ତାଙ୍କ ପୁଅ ଶୋଭାବନ ବଳି ଦେଇ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଶୋଭାବନଙ୍କୁ ଗିରଫ ମଧ୍ୟ କରିଛି।  ଜଣେ ତାନ୍ତ୍ରିକର କଥାରେ ପଡ଼ି ସେ ଏହି କାଣ୍ଡ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ  ପୁଅର ଜଘନ୍ୟକାଣ୍ଡକୁ ନେଇ ଲୋକେ ଟାହି ଟାପରାକୁ ସହି ନପାରି ରୁକ୍ମିଣୀଙ୍କ ପୂରା ପରିବାର ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁ ଛାଡ଼ି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଥିବା ସଂପର୍କୀୟଙ୍କ ଘରକୁ ପଳାଇ ଆସିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୧୩ ତାରିଖରେ ଶୋଭାବନ ନିଜ ମାମୁ ପୁଅ ଭାଇ ମିଥୁନକୁ ବଳି ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା।  ତେବେ ଜାମିନରେ ଜେଲ୍‌ରୁ ବାହାରିବା ପରେ ସେ ନିଜ ଭଉଣୀକୁ ବଳି ଦେଇଛି।

 

The post ପୁଅକୁ ଫାଶୀ ଦେବାକୁ ମା’ର ଦାବି appeared first on Odisha Reporter.

]]>
centre bottom 2020-01-12 15:08:02 https://cdn.odishareporter.in/wp-content/uploads/2020/01/12144647/nuapada-1100.jpg