ଅସାଧାରଣ – Odisha Reporter https://odishareporter.in Sun, 15 Mar 2020 05:54:34 +0000 en-US hourly 1 ହାଉସ୍‌ ଆଇସୋଲେସନରେ ୫ କରୋନା ସନ୍ଦିଗ୍ଧ, ୧୪ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ https://odishareporter.in/odisha/5-corona-suspected-persons-in-hous-isoletion-506085 Sun, 15 Mar 2020 05:54:34 +0000 https://odishareporter.in/?p=506085

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ବିଦେଶରୁ ଫେରୁଥିବା ୫  ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ହାଉସ‌୍‍ ଆଇସୋଲେସନ୍‌ରେ ରଖାଯାଇଛି।  ବର୍ତ୍ତମାନ ଏମାନଙ୍କ ଶରୀରରେ କୈାଣସି କରୋନା ଲକ୍ଷଣ ଦେଖାଦେଇନଥିବା ବେଳେ ରିପୋର୍ଟ ନେଗେଟିଭ‌୍‍ ରହିଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ହାଉସ୍‌ ଆଇସୋଲେସନ୍‌ରେ ରଖାଯାଇଛି। ଦୀର୍ଘ ୧୪ ଦିନ ଧରି ପ୍ରତ୍ୟେକ ଦିନ ମେଡିକାଲ ଟିମ‌୍‍ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ବିନିକା ସହରର […]

The post ହାଉସ୍‌ ଆଇସୋଲେସନରେ ୫ କରୋନା ସନ୍ଦିଗ୍ଧ, ୧୪ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ appeared first on Odisha Reporter.

]]>

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ବିଦେଶରୁ ଫେରୁଥିବା ୫  ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ହାଉସ‌୍‍ ଆଇସୋଲେସନ୍‌ରେ ରଖାଯାଇଛି।  ବର୍ତ୍ତମାନ ଏମାନଙ୍କ ଶରୀରରେ କୈାଣସି କରୋନା ଲକ୍ଷଣ ଦେଖାଦେଇନଥିବା ବେଳେ ରିପୋର୍ଟ ନେଗେଟିଭ‌୍‍ ରହିଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ହାଉସ୍‌ ଆଇସୋଲେସନ୍‌ରେ ରଖାଯାଇଛି। ଦୀର୍ଘ ୧୪ ଦିନ ଧରି ପ୍ରତ୍ୟେକ ଦିନ ମେଡିକାଲ ଟିମ‌୍‍ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ବିନିକା ସହରର ଗୋଟିଏ ପରିବାରର ଦୁଇ ଭଉଣୀ ଦୀର୍ଘ ବର୍ଷ ହେବ ବାହାରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆମେରିକାରେ ଇଂଜିନିୟର ଭାବେ ଚାକିରୀ କରୁଥିବା ବେଳେ ଅନ୍ୟ ଜଣକ ବାଙ୍ଗାଲୋରରେ ଚାକିରି କରୁଥିଲେ। ଉଭୟ ଗତ ୯ ତାରିଖରେ ସାଥି ହୋଇ ଘରକୁ ଫେରିଥିଲେ।

ସେହିପରି ସହରର ୨ ବ୍ୟକ୍ତି  ଗତ  ୮ ତାରିଖରେ ଦୁବାଇରୁ ଘରକୁ ଫେରିଥିଲେ।  ସେମାନଙ୍କ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗତ  ୬ ତାରିଖରେ ରୁଷିଆରୁ  ଘରକୁ ଫେରିଥିଲେ। ସହରରେ ୫ କରୋନା ସନ୍ଦିଗ୍ଧ ଥିବା ଖବର ପାଇଲା ପରେ  ଗତକାଲି ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ‌୍‍ ସେମାନଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲେ।

ଏହି ୫ ଜଣ  ହାଉସ‌୍‍ ଆଇସୋଲେସନ‌୍‍ରେ  ଥିବା ବେଳେ ରିପୋର୍ଟ ନେଗେଟିଭ‌୍‍ ଆସିଥିବା ବିନିକା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। କିନ୍ତୁ  ସେମାନଙ୍କୁ ମାକ୍ସ,ଗ୍ଲୋବ‌୍‍ ଆଦି ଦିଆଯାଇଛି। ପରିବାର ଲୋକଙ୍କ ସହିତ  ଗୋଟିଏ ମିଟର ଦୂରତାରୁ କଥା ହେବା ପାଇଁ ପରାମର୍ଶ ଦିଆଯାଇଛି।

The post ହାଉସ୍‌ ଆଇସୋଲେସନରେ ୫ କରୋନା ସନ୍ଦିଗ୍ଧ, ୧୪ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ appeared first on Odisha Reporter.

]]>
centre top 2020-03-15 11:24:34 https://cdn.odishareporter.in/wp-content/uploads/2020/03/15111834/binika-1-1.jpg
ଶୁଣି ପାରନ୍ତିନି କି କହିପାରନ୍ତିନି, କିନ୍ତୁ ମନର ଭାବ ରୂପ ନିଏ କାନଭାସରେ https://odishareporter.in/odisha/disabaled-brother-has-unique-quality-in-angul-district-482715 Mon, 13 Jan 2020 10:22:53 +0000 https://odishareporter.in/?p=482715

ଅନୁଗୋଳ(ବିରଜା ପ୍ରସାଦ ଦାଶ): ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି କଥା ବି କହିପାରନ୍ତିନି । ହେଲେ ମନର ଭାବକୁ ପରିପ୍ରକାଶ ପାଇଁ ସେମାନଙ୍କ ଆଗରେ ନାହିଁ କିଛି ବି ପ୍ରତିବନ୍ଧକ। ଜଣଙ୍କ ହାତର ପେନସିଲ କଥା କହୁଥିବା ବେଳେ ଅନ୍ୟ ଜଣଙ୍କ ପରିକଳ୍ପନା ଚିତ୍ରରେ ରୂପ ନିଏ । ଏହି ଦିବ୍ୟାଙ୍ଗ ଦୁଇ ଭାଇ ହେଲେ ଅନୁଗୁଳ ଜିଲ୍ଲା କୁକୁଡ଼ାଙ୍ଗ ଗାଁର ନିର୍ମଳ ବାରିକଙ୍କ ଦୁଇ ପୁଅ ଶୁଭମ ଓ ପ୍ରୀତମଙ୍କ। ପାଟି […]

The post ଶୁଣି ପାରନ୍ତିନି କି କହିପାରନ୍ତିନି, କିନ୍ତୁ ମନର ଭାବ ରୂପ ନିଏ କାନଭାସରେ appeared first on Odisha Reporter.

]]>

ଅନୁଗୋଳ(ବିରଜା ପ୍ରସାଦ ଦାଶ): ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି କଥା ବି କହିପାରନ୍ତିନି । ହେଲେ ମନର ଭାବକୁ ପରିପ୍ରକାଶ ପାଇଁ ସେମାନଙ୍କ ଆଗରେ ନାହିଁ କିଛି ବି ପ୍ରତିବନ୍ଧକ। ଜଣଙ୍କ ହାତର ପେନସିଲ କଥା କହୁଥିବା ବେଳେ ଅନ୍ୟ ଜଣଙ୍କ ପରିକଳ୍ପନା ଚିତ୍ରରେ ରୂପ ନିଏ । ଏହି ଦିବ୍ୟାଙ୍ଗ ଦୁଇ ଭାଇ ହେଲେ ଅନୁଗୁଳ ଜିଲ୍ଲା କୁକୁଡ଼ାଙ୍ଗ ଗାଁର ନିର୍ମଳ ବାରିକଙ୍କ ଦୁଇ ପୁଅ ଶୁଭମ ଓ ପ୍ରୀତମଙ୍କ।

ପାଟି ସିନା ଖୋଲେନି, ହେଲେ କଥା କହେ ହାତ । ମନର ଭାବ ଭାଷାରେ ନହେଲେ ବି ରୂପ ନିଏ କାନଭାସରେ । ଶୁଭମ ଓ ପ୍ରୀତମ୍ ଜନ୍ମରୁ ଦିବ୍ୟାଙ୍ଗ। କଥା କହିବାକୁ ପାଟି ଖୋଲେନି କି ଶୁଣି ବି ପାରନ୍ତିନି। ଭଗବାନ ଏମାନଙ୍କୁ ଏଥିରେ ସିନା ଉଣା କରିଦେଲେ, ହେଲେ ସେମାନଙ୍କ ଅନ୍ତର୍ନିହିତ ଗୁଣ କିନ୍ତୁ ସୁଦୁରପ୍ରସାରୀ।

ଏଇ ବୟସରୁ ଏମାନେ ଚିତ୍ରକଳାରେ ଯେ ଏତେ ସିଦ୍ଧହସ୍ତ ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବନି। ବଡ଼ ପୁଅ ଶୁଭମ ଏଇ କୁନି ହାତରେ ଯେତେବେଳେ ପେନସିଲ ଧରେ, ସେତେବେଳେ ଜୀବନ୍ତ ହୋଇଯାଆନ୍ତି ତା ଆଖି ସାମ୍ନାରେ ଥିବା ଚରିତ୍ର । ଆଉ ସାନ ପୁଅ ପ୍ରୀତମର ମୂର୍ତ୍ତିକଳାରେ ରହିଛି ଅହେତୁକ ରୁଚି।

ଦୁଇ ପୁଅ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ବି ଏହାକୁ ନେଇ କେବେ ସମସ୍ୟା କି ବୋଝ ଭୋଲି ଭାବି ନାହାନ୍ତି, ଏମାନଙ୍କ ବାପା-ମାଆ ବରଂ ସେମାନଙ୍କ ଆଗ୍ରହ ଏବଂ ରୁଚିକୁ ସମ୍ମାନ ଯୋଗାଇ ଦେଉଛନ୍ତି ସବୁ ପ୍ରକାର ସହଯୋଗ । ଖାଲି ଅନ୍ତର୍ନିହିତ କଳାର ବିକାଶ ପାଇଁ ସୁଯୋଗ ନୁହେଁ, ଉଭୟଙ୍କୁ ସ୍ଥାନୀୟ ଦିବ୍ୟାଙ୍ଗ ବିଦ୍ୟାଳୟରେ ପାଠ ବି ପଢାଉଛନ୍ତି । ଏଣେ ସ୍କୁଲରେ ପାଠପଢ଼ା ସାଙ୍ଗକୁ ଉଭୟ ଚିତ୍ରକଳା ଓ ମୂର୍ତ୍ତି ନିର୍ମାଣରେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ସହ ବହୁ ମାନ ସମ୍ମାନର ଅଧିକାରୀ ହେଲେଣି ଏ ଦୁଇ ଭାଇ।

The post ଶୁଣି ପାରନ୍ତିନି କି କହିପାରନ୍ତିନି, କିନ୍ତୁ ମନର ଭାବ ରୂପ ନିଏ କାନଭାସରେ appeared first on Odisha Reporter.

]]>
right top 2020-01-13 16:08:34 https://cdn.odishareporter.in/wp-content/uploads/2020/01/13154929/b-9cc.jpg
ମା’ ନହୋଇ ମା’ ପରି: ଲକ୍ଷ୍ମୀଙ୍କ ଉପରେ ବୋଝ ଲଦିଦେଲା ବିଧାତା https://odishareporter.in/odisha/tragedy-story-of-laximi-in-koraput-446059 Fri, 11 Oct 2019 15:27:04 +0000 http://odishareporter.in/?p=446059

ଜୟପୁର (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ । ଦୁର୍ଗମ କୋରାପୁଟ ଜିଲ୍ଲା ଖୁଡ଼ିଗୁଡ଼ା ଗାଁର ୧୭ ବର୍ଷର ଝିଅ ଲକ୍ଷ୍ମୀ ଉପରେ ଏବେ ଚାରି ଚାରିଟି କୁନି ଭାଇ ଭଉଣୀଙ୍କ ଲାଳନ ପାଳନର ଦାୟିତ୍ୱ। ଏହା ସାଙ୍ଗକୁ […]

The post ମା’ ନହୋଇ ମା’ ପରି: ଲକ୍ଷ୍ମୀଙ୍କ ଉପରେ ବୋଝ ଲଦିଦେଲା ବିଧାତା appeared first on Odisha Reporter.

]]>

ଜୟପୁର (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ ।

ଦୁର୍ଗମ କୋରାପୁଟ ଜିଲ୍ଲା ଖୁଡ଼ିଗୁଡ଼ା ଗାଁର ୧୭ ବର୍ଷର ଝିଅ ଲକ୍ଷ୍ମୀ ଉପରେ ଏବେ ଚାରି ଚାରିଟି କୁନି ଭାଇ ଭଉଣୀଙ୍କ ଲାଳନ ପାଳନର ଦାୟିତ୍ୱ। ଏହା ସାଙ୍ଗକୁ ବୃଦ୍ଧ ଜେଜେ ବାପାଙ୍କର ବି ସେବା ଶୁଶ୍ରୁଷାର ଭାର।

୫ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ପରେ ହଠାତ୍ ପରିବାର ଉପରେ ପଡିଥିଲା ଚଡ଼କ, ହେଲେ ଜନ୍ମଦାତ୍ରୀ ମାଆ ବି ଏତିକି ବେଳେ ପର ପୁରୁଷକୁ ସାଥୀ କରି ଘର ଛାଡ଼ିଦେବା ପରେ ଯେମିତି ଅନ୍ଧକାର ହୋଇଯାଇଥିଲା ଚଉଦିଗ।

ମାତ୍ର ୭ମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି, ଭାଇ ଉଉଣୀଙ୍କ ମୁହଁରେ ଦାନା ମୁଠେ ଦେବାକୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀର ସଂଘର୍ଷ। କୁଲି ମଜୁରୀ ଗଲେ ହିଁ ଘରେ ଚୂଲି ଜଳେ, ଭାତ ଗଣ୍ଡେ ଫୁଟେ। ଭାଈ ଭଉଣୀଙ୍କ ଏ ଅବସ୍ଥା ଦେଖି ଲକ୍ଷ୍ମୀଙ୍କ ଆଖି ସିନା ଛଳଛଳ ହୋଇଯାଉଛି, ହେଲେ ସ୍ୱପ୍ନ କିନ୍ତୁ ସରିନି। ସେମାନେ ବି ପାଠ ପଢିବେ ଓ ବଡ଼ ମଣିଷ ହେବେ। ଅସୁମାରୀ ଆଶା ରଖିଛନ୍ତି ଯଶୋଦା ସମ ଏ ବଡ଼ ଭଉଣୀ।

ଲକ୍ଷ୍ମୀଙ୍କ ସହ ୬ ପ୍ରାଣୀ କୁଟୁମ୍ବ ରହୁଥିବା ସେହି ବଖୁରିଆ ନୂଆଣିଆଁ ଘର ଯେଉଁଠି ଦିନରେ ଖରା ଆଉ ରାତିରେ ତାରା ଦିଶେ। ବର୍ଷା ହେଲେ ଜାକିଜୁକି ହୋଇ ଗୋଟିଏ କୋଣରେ ବିତେ ରାତି ।  ବୃଦ୍ଧ ଜେଜେବାପାଙ୍କୁ ମିଳୁଥିବା ୫ଶହ ଟଙ୍କା ଭତ୍ତା ଓ ଚାଉଳ ୧୦ କିଲୋ କେତେ ବା ଅଭାବ ପୂରଣ କରିବ। ମାଆଙ୍କ ନାଁରେ ଥିବା ରାସନ କାର୍ଡରେ ଚାଉଳ ମିଳୁଥିଲା, ଏବେ ତା ବି ବନ୍ଦ। ବେଳେବେଳେ କିଛି ସାହାଯ୍ୟ କରୁଛନ୍ତି ପଡ଼ୋଶୀ, ହେଲେ ତାହା କଣ ସବୁଦିନେ ମିଳିବ।

ଏବେ ଲକ୍ଷ୍ମୀଙ୍କ କରୁଣ କାହାଣୀ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବାରେ ସେମାନଙ୍କୁ ଥଇଥାନ ଓ ଘର ଖଣ୍ଡେର ପ୍ରତିଶ୍ରୁତି ମିଳିଛି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତିରେ କେବେ ଦୂର ହେଉଛି ଲକ୍ଷ୍ମୀଙ୍କ ଦୁର୍ଦ୍ଦିନ ତାକୁ ତ ଅପେକ୍ଷା, ହେଲେ ଏ ବୟସରେ ସେ ଯେଉଁ ବିରାଟ ଦାୟିତ୍ୱ ସମ୍ଭାଳିଛନ୍ତି ତାକୁ ପ୍ରଶଂସା ନକରି ରହି ହେବନାହିଁ।

The post ମା’ ନହୋଇ ମା’ ପରି: ଲକ୍ଷ୍ମୀଙ୍କ ଉପରେ ବୋଝ ଲଦିଦେଲା ବିଧାତା appeared first on Odisha Reporter.

]]>
2019-10-12 08:38:40 https://odishareporter.in/wp-content/uploads/2019/10/laxmi3-1.jpg
କଲମ ନିଶାରେ ବଳଭଦ୍ର, ସଂଗ୍ରହ କଲେଣି ୩ ହଜାର ପେନ୍ https://odishareporter.in/odisha/story-of-a-pen-collector-balabhadra-rath-412040 Sat, 27 Jul 2019 16:11:08 +0000 http://odishareporter.in/?p=412040

ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ […]

The post କଲମ ନିଶାରେ ବଳଭଦ୍ର, ସଂଗ୍ରହ କଲେଣି ୩ ହଜାର ପେନ୍ appeared first on Odisha Reporter.

]]>

ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ ଆଗ୍ରସର ହେଉଛନ୍ତି। ଏ ସବୁ ଭିତରେ ଦେଶବିଦେଶର ଅନେକ ଦାମିକା ଓ ପ୍ରସିଦ୍ଧ କମ୍ପାନୀର କଲମ ମଧ୍ୟ ରହିଛି। ତାଙ୍କର ଏହି କଲମ ନିଶା ସଂପର୍କରେ କ’ଣ କହୁଛନ୍ତି ବଳଭଦ୍ର ପଢ଼ନ୍ତୁ।

ପ୍ରଶ୍ନ: ପେନ୍ ସଂଗ୍ରହର ନିଶା କେବେଠୁ?

ବଳଭଦ୍ର: ପେନ୍ ସଂଗ୍ରହର ନିଶା ଅନେକ ଦିନର। ସାମ୍ୱାଦିକତା ପଢିବାର ପ୍ରଥମ ବର୍ଷ ଥିଲା, ୨୦୧୨ ମସିହାର କଥା। ମୋର ଖାତାରେ ଡକ୍ଟର୍ ଫକୀରମୋହନ ନାହକ ତାଙ୍କ କଲମରେ ମୋ ନାଁଟି ଲେଖି ଦେଇଥିଲେ। ପେନ୍‌ଟି ଥିଲା କାଲିଗ୍ରାଫି। ତେବେ ସେ ଅକ୍ଷରଟି ଏତେ ସୁନ୍ଦର ହେଇଥିଲା ଯେ ମୁଁ ଭାବିଲି ମୁଁ କ’ଣ ଏମିତି ଲେଖିପାରିବି ନାହିଁ? ସେଇଠୁ ମନେ ପଡ଼ିଲା ମୋ ବାବାଙ୍କର ଗୋଟେ କଲମ ଥିଲା। ମୋ ବାବାଙ୍କର ଅକ୍ଷର ବି ସୁନ୍ଦର। ଗାଁକୁ ଯାଇଥିଲି, କାଳି କଲମଟି ଆଣିଲି ଏବଂ ଆଉ ଗୋଟେ କାଲିଗ୍ରାଫି ପେନ୍ କିଣି ଅଭ୍ୟାସ କଲି। କିଛିଦିନର ଅଭ୍ୟାସ ପରେ ଦେଖିଲି ଅକ୍ଷର ବହୁତ ସୁନ୍ଦର ହେଉଛି। ଖାଲି ସମୟରେ ପ୍ରତିଦିନ ଯାହା ମନକୁ ଆସିଲା ତାହା ଲେଖୁଥିଲି। ଏମିତିରେ ଦିନେ ଦେଖା ହୁଏ ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତଃ ଶ୍ରୀ ଅସୀମ ବସୁ, ଅସୀମଦାଙ୍କ ସହିତ। ଅସୀମ ବସୁଙ୍କ ପାଖକୁ ମୁଁ ଅନେକ ସମୟରେ ଯାଉଥିଲି। ଥିଏଟର୍ ନଥିଲେ ସେ ପ୍ରାୟ ଦିନ ମାଷ୍ଟର୍କ୍ୟାଣ୍ଟିନ୍ ପାଖ ଗୋଦାବରୀଶ ସାହିତ୍ୟ ସଂସଦକୁ ସଂଧ୍ୟାରେ ଆସୁଥିଲେ। ଗୋଟେ ଦିନ ସେ ପୁଳେ କଲମ ଆଣିଛନ୍ତି ଚିତ୍ର କରିବାକୁ। ତାଙ୍କ ଲେଖା ଦେଖି ଲୋଭ ବଢି ଯାଇଥିଲା। ଅସୀମଦାଙ୍କୁ ମୁଁ ପଚାରିଲି ଏ ପେନ୍ ସବୁ ଏଇଠି କୋଉଠି ମିଳୁଛି? ପେନ୍ ସବୁ କୋଉଠି ମିଳେ ସେ ମତେ କହିଲେ ଆଉ ଅକ୍ଷର ଲେଖା ସୌଖୀନ୍ ଦେଖି କହିଲେ, ତୋ ପାଖରେ ବି ଏମିତି କଳା ଅଛି, ମତେ କହିନୁ ତ ? ତା’ର ଦି’ଦିନ ପରେ ମୋତେ ଦି’ଟା କଲମ ଦେଲେ ଆଉ ଲେଟର୍‌ରେ ଷ୍ଟ୍ରୋକ୍ କେମିତି ବୁଲାଯାଏ ଶିଖେଇ ଦେଲେ। କିଛିଦିନ ଶିଖିଛି ଅସୀମ୍‌ ଦା’ ଆରପାରିକୁ ଚାଲିଗଲେ। ସେଇଠୁ ଶିଖିବା ବନ୍ଦ ହେଇଗଲା। ପରେ ସେ ମୋତେ ଯେତିକି ବତେଇଥିଲେ ସେତିକକୁ ପୁଞ୍ଜି କରି ଏକା ଅଭ୍ୟାସ କଲି। ପରେ ପରେ କଲମ ନିଶା ଏତେ ବଢିଗଲା ଯେ ବିଭିନ୍ନ ସ୍ଥାନରୁ ଖୋଜାଖୋଜି କରି ପେନ୍ ସଂଗ୍ରହରେ ଲାଗିଛି।

ପ୍ରଶ୍ନ: କୋଉଠୁ କୋଉଠୁ ସଂଗ୍ରହ କରିଛନ୍ତି ସବୁ ପେନ୍?

ବଳଭଦ୍ର: ମୋ ସ୍ୱଳ୍ପ ରୋଜଗାରର ସିଂହଭାଗ କଲମ ଆଉ ବହିପତ୍ର କିଣାକିଣିରେ ଯାଏ। ମୁଁ ଯେତେବେଳେ ଯେଉଁଠିକି ଯାଏ ଆଗ ଖବର ନିଏ ଭଲ କଲମ କୋଉଠି ମିଳିବ। କେବଳ କଲମ କିଣିବା ପାଇଁ ୪/୫ ବର୍ଷ ତଳେ ମୁଁ ପ୍ରତ୍ୟେକ ମାସେ, ଦୁଇମାସରେ କୋଲକାତା ଯାଉଥିଲି। କୋଲକାତାର ରାଇଟର୍ସ୍ ବିଲ୍ଡିଂ ତଳେ ଗୋଟେ ଦୋକାନ ଥିଲା, ସେଇଠି ସବୁ ପ୍ରକାର ଫରେନ୍ ପେନ୍ ମିଳୁଥିଲା, ଏବେ ବନ୍ଦ ହେଇଗଲାଣି। ସେଇଠୁ ବହୁତ ପେନ୍ କିଣିଛି। ମୋ ବୃତ୍ତିଗତ କାମରେ ଯେତେବେଳେ ବି ବାହାରକୁ ଯାଏ ସେଇ ସହରର କୋଉଠି ଭଲ କଲମ ଦୋକାନ ଅଛି ତାର ପତ୍ତା କରି ସେଇଠି ପହଞ୍ଚିଯାଏ। ଆଜିକାଲି ଅନ୍ଲାଇନ୍ରେ ବି ବହୁତ ପ୍ରକାରର କଲମ ମିଳୁଛି। ଏହା ବାଦେ ମୋର ପରମ ଶୁଭେଚ୍ଛୁ ଡକ୍ଟର୍ ଇନ୍ଦ୍ରମଣି ଜେନା, ପ୍ରଫେସର୍ ଅଭିନ୍ନଚନ୍ଦ୍ର ସାହୁ, ଡକ୍ଟର୍ ଜୀବନ ନାୟାର୍, ରାଜଧାନୀ କଲେଜର ଇଂରାଜୀ ଅଧ୍ୟାପିକା ଥିବା ମୋ ମାମିନ ନାନୀ, ଲୋକ ସେବକ ମଣ୍ଡଳର ଶ୍ରୀ ପ୍ରଭାସ ଆଚାର୍ଯ୍ୟ, ମୋ ରିକି ଭାଇ, ଭଂଜନଗରର ବାବୁଲି ଭାଇନା, ବିଜୟଲକ୍ଷୀ ମାଉସୀ, ମିଲନ୍ ଭାଇ, ରାଜା ଭାଇ, ମୋ ଦଦେଇ, ଦାଦା-ଖୁଡି, ସମସ୍ତେ ପାଖାପାଖି ୮ଶହରୁ ଅଧିକ ପେନ୍ ଦେଇଥିବେ। ବାବୁଲି ଭାଇନା, ଯାହାଙ୍କ କଥା ଆପଣଙ୍କୁ କହୁଥିଲି ସେ ମୋ କଲମ ନିଶାକୁ ଜବରଦସ୍ତ କରି ଦେଇଛନ୍ତି, ଅନେକ ପୁରୁଣା ପେନ୍ ସବୁ ବିଭିନ୍ନ ମାଧ୍ୟମରୁ ଯୋଗାଡ କରି ଦେଇଛନ୍ତି। ମୋ କଲମ ସଂଗ୍ରହର ନିଶା ଦେଖିକି ମୋର ଅନେକ ସଂପର୍କୀୟ, ବନ୍ଧୁମାନେ ମୋତେ ବହୁତ କଲମ ବି ଦେଇଛନ୍ତି। ମୋର ଆଉ ଜଣେ ଦାଦାପୁଅ ଭାଇ, ସିତୁ ଏବେ ଜର୍ମାନୀରେ ରହୁଛି। ତା’ର ଷ୍ଟଡିଟୁର୍‌ରେ ସେ ପ୍ରତିମାସରେ ଜର୍ମାନୀରୁ ୟୁରୋପରେ ଅନେକ ଦେଶକୁ ଯାଏ। ସିଏ ଯେଉଁ ଦେଶକୁ ଯାଏ, ସେହି ଦେଶର ପେନ୍ ମୋ ପାଇଁ ପେନ୍ କିଣିକି ପଠେଇ ଦିଏ। ବର୍ତ୍ତମାନ ସୁଦ୍ଧା ମୋ ପାଖରେ ୩ହଜାରରୁ ଉର୍ଦ୍ଧ୍ୱ କଲମ ଅଛି। ଆଉ ସବୁ କଲମ ଚାଲିବା ଅବସ୍ଥାରେ ଅଛି।

ପ୍ରଶ୍ନ: କାଲିଗ୍ରାଫି ପାଇଁ ବିଧିବଦ୍ଧ ଶିକ୍ଷା କେଉଁଠୁ ନେଇଛନ୍ତି?

ବଳଭଦ୍ର: ନା। ବୃତ୍ତିର ବଳୟ ଭିତରୁ ବାହାରିପାରିନି। ଏ କଳାକୁ କେବଳ ଏକ ସୌଖୀନ ଭାବେ ସବୁବେଳେ ଗ୍ରହଣ କରିଛି। ଆର୍ଟ୍ କଲେଜ ମାନଙ୍କରେ ପଢା ହୁଏ ବୋଲି ଖାଲି ଶୁଣିଛି। କିଛିଦିନ ତଳେ ତାଜମହଲ୍ ଯାଇଥିଲି। ତାଜ୍‌ମହଲ୍ କାନ୍ଥରେ କାଲିଗ୍ରାଫିରେ ଉର୍ଦ୍ଦୁ ଅକ୍ଷର ସବୁ ଲେଖା ହେଇଛି। ସେ ସମୟରେ ପଥର ଖୋଦେଇ ଯେମିତି ଲେଖା ହେଇଛି ତାହା ସତରେ ଆଶ୍ଚର୍ଯ୍ୟ। ସେସବୁ ଦେଖିକି ଲାଗୁଥିଲା ଅକ୍ଷର ଦ୍ୱାରା ପଥରରେ ଫୁଲ ଫୁଟା ହେଇଛି। ସେଇଠୁ କିଛି ଫଟୋ ଉଠେଇକି ଆଣିଛି। ମୋର ଆଉ ଜଣେ ବଡ଼ଭାଇ ମାନସରଂଜନ ବାରିକ, ଯିଏ ଏବେ ଚିତ୍ରକୋଣ୍ଡାରେ ଏସ୍‌ଡିପିଓ ଅଛନ୍ତି ସିଏ ଭୁବନେଶ୍ୱର ଆସିଲେ ମିଶିକି କାଲିଗ୍ରାଫି ଲେଖାରେ ମାତିଯାଉ। ସିଏ ଜେଏନ୍‌ୟୁ, ଦିଲ୍ଲୀରେ ପଢିଲା ବେଳେ କାଲିଗ୍ରାଫି ଶିଖିଛନ୍ତି।

ପ୍ରଶ୍ନ: ଆପଣଙ୍କ ନଜରରେ ଆଉ କିଏ କଲମ ସଂଗ୍ରହ କରନ୍ତି?

ବଳଭଦ୍ର: ସେ ବାବଦରେ ବିଶେଷ ଧାରଣା ନାହିଁ। ହଁ, ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର୍ ଭାସ୍କର ମିଶ୍ର ବହୁତ କଲମ ସଂଗ୍ରହ କରିଛନ୍ତି। ସେ ପୁରୀରେ ରହନ୍ତି। ତାଙ୍କ ଘର ହେଉଛି କଲମର ଗୋଟେ ଗନ୍ତାଘର। କଲମ ସଂଗ୍ରହ ଆଉ କାହା ପାଖରେ ଅଛି ସେ ବିଷୟରେ ଜଣାନାହିଁ।

The post କଲମ ନିଶାରେ ବଳଭଦ୍ର, ସଂଗ୍ରହ କଲେଣି ୩ ହଜାର ପେନ୍ appeared first on Odisha Reporter.

]]>
2019-07-27 21:41:08 https://odishareporter.in/wp-content/uploads/2019/07/5.jpg
ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମାନସଙ୍କ ସ୍ୟାଣ୍ଡ ଆନିମେସନ ଭିଡିଓ https://odishareporter.in/odisha/sand-sculptor-manas-sahoo-creates-a-sand-animation-video-on-rath-yatra-401757 Wed, 03 Jul 2019 12:43:15 +0000 http://odishareporter.in/?p=401757

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମହାପ୍ରଭୁଙ୍କର ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓରେ ସେ ନିଆରା ଢଙ୍ଗରେ ରଥଯାତ୍ରାକୁ ଉପସ୍ଥାପନ କରିଛନ୍ତି। ଦେବତାମାନେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି ତାହା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଖାଇଛନ୍ତି ମାନସ। ରଥ ନିର୍ମାଣ ପାଇଁ ଦେବତାମାନେ ସ୍ୱର୍ଗରେ ପକ୍ଷୀରାଜ ଅଶ୍ୱକୁ ଚୟନ କରିଛନ୍ତି। ସେହି ପକ୍ଷୀରାଜ ଅଶ୍ୱ ପ୍ରଭୁଙ୍କ ଦିବ୍ୟ ରଥ ପ୍ରସ୍ତୁତ କରିଛନ୍ତି। ଏହାପରେ ରଥ […]

The post ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମାନସଙ୍କ ସ୍ୟାଣ୍ଡ ଆନିମେସନ ଭିଡିଓ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମହାପ୍ରଭୁଙ୍କର ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓରେ ସେ ନିଆରା ଢଙ୍ଗରେ ରଥଯାତ୍ରାକୁ ଉପସ୍ଥାପନ କରିଛନ୍ତି। ଦେବତାମାନେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି ତାହା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଖାଇଛନ୍ତି ମାନସ।

ରଥ ନିର୍ମାଣ ପାଇଁ ଦେବତାମାନେ ସ୍ୱର୍ଗରେ ପକ୍ଷୀରାଜ ଅଶ୍ୱକୁ ଚୟନ କରିଛନ୍ତି। ସେହି ପକ୍ଷୀରାଜ ଅଶ୍ୱ ପ୍ରଭୁଙ୍କ ଦିବ୍ୟ ରଥ ପ୍ରସ୍ତୁତ କରିଛନ୍ତି। ଏହାପରେ ରଥ ଧରାପୃଷ୍ଠକୁ ଅବତରଣ କରି ମହାପ୍ରଭୁଙ୍କୁ ଚାହିଁ ବସିଛନ୍ତି। କେତେବେଳେ ମହାପ୍ରଭୁ ରଥାରୁଢ ହେବେ, ସେହି ସମୟରେ ଦେବତାମାନେ ପୁଷ୍ପବୃଷ୍ଟି କରିବା ପାଇଁ ଅପେକ୍ଷା କରିଛନ୍ତି। ଏହା ଆନିମେସନ ମାଧ୍ୟମରେ ମାନସ ଦେଖାଇବାକୁ ଚେଷ୍ଟା କରିଛନ୍ତି।

ଆନିମେସନ ମାଧ୍ୟମରେ କାଳିଆ ଠାକୁର ରଥାରୁଢ ହୋଇ ସାରା ବିଶ୍ୱ ଭ୍ରମଣ କରି ଜୀବ ଜଗତର ଦୁଃଖ ଦୂର କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରୁଥିବା ଦେଖାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

The post ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମାନସଙ୍କ ସ୍ୟାଣ୍ଡ ଆନିମେସନ ଭିଡିଓ appeared first on Odisha Reporter.

]]>
centre bottom, Rathyatra Left 2019-07-03 18:13:15 https://odishareporter.in/wp-content/uploads/2019/07/sand-arts.jpg
ବାଟରୁ ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ଦେଲେ ଦମ୍ପତି https://odishareporter.in/odisha/humanity-is-still-there-around-us-1234-388966 Sun, 02 Jun 2019 10:03:42 +0000 http://odishareporter.in/?p=388966

ସାଲେପୁର(ଓଡ଼ିଶା ରିପୋର୍ଟର): ବଞ୍ଚି ରହିଛି ମଣିଷପଣିଆ ଓ ସାଧୁତା। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍‌ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ୍ ପାଇଥିଲେ ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ । ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ ନମ୍ବର ସଂଗ୍ରହ କରି ବ୍ୟାଗ୍‌ଟି କଟକ […]

The post ବାଟରୁ ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ଦେଲେ ଦମ୍ପତି appeared first on Odisha Reporter.

]]>

ସାଲେପୁର(ଓଡ଼ିଶା ରିପୋର୍ଟର): ବଞ୍ଚି ରହିଛି ମଣିଷପଣିଆ ଓ ସାଧୁତା। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍‌ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ୍ ପାଇଥିଲେ ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ ।

ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ ନମ୍ବର ସଂଗ୍ରହ କରି ବ୍ୟାଗ୍‌ଟି କଟକ କମିଶନରେଟ ପୋଲିସର ଜଣେ କନଷ୍ଟେବଳଙ୍କର ବୋଲି ଜାଣିପାରିଥିଲେ।

ଏହାପରେ ସେମାନେ ଟଙ୍କା ଓ ସୁନା ଅଳଙ୍କାର ଥିବା ବ୍ୟାଗ୍‌ଟିକୁ ସମ୍ପୃକ୍ତ କନଷ୍ଟେବଳଙ୍କୁ ଫେରାଇ ଦେଇଛନ୍ତି। ବିଜୟାନନ୍ଦଙ୍କ ଏହି ବଦାନ୍ୟତା ପାଇଁ କଟକ ଡିସିପି ଅଖିଳେଶ୍ୱର ସିଂହ ତାଙ୍କୁ ସମ୍ମାନିତ କରିଛନ୍ତି।

The post ବାଟରୁ ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ଦେଲେ ଦମ୍ପତି appeared first on Odisha Reporter.

]]>
right top 2019-06-02 15:51:45 https://odishareporter.in/wp-content/uploads/2019/06/bcv.jpg
ଓଡ଼ିଆ ଝିଅ ଚନ୍ଦ୍ରାଣୀ ହେବେ ଦେଶର କନିଷ୍ଠତମ ସାଂସଦ https://odishareporter.in/odisha/kendujhar-mp-chandrani-murmu-is-the-youngest-ever-to-be-elected-to-lok-sabha-385690 Sat, 25 May 2019 13:29:14 +0000 http://odishareporter.in/?p=385690

କେନ୍ଦୁଝର (ପ୍ରଣୟ ପାଣି): “ପାଠପଢ଼ିଲା ବେଳେ ସୁଯୋଗ ମିଳିଲେ ରାଜନୀତି କରିବି ବୋଲି ଭାବିଥିଲି। ହେଲେ ଏତେ ଶୀଘ୍ର ସେ ସୁଯୋଗ ମିଳିବ ବୋଲି କେବେ ଭାବି ନଥିଲି। ସବୁ କିଛି ହଠାତ୍ ହୋଇଗଲା।” ଏହା ହେଉଛି ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ଅଜଣା, ଅଚିହ୍ନା ଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ବିଜୟ ପରବର୍ତ୍ତୀ ପ୍ରତିକ୍ରିୟା। ସେ କେନ୍ଦୁଝର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିବା ଚନ୍ଦ୍ରାଣୀ ବିଜେପି ପ୍ରାର୍ଥୀ ତଥା ଦୁଇ ଥର […]

The post ଓଡ଼ିଆ ଝିଅ ଚନ୍ଦ୍ରାଣୀ ହେବେ ଦେଶର କନିଷ୍ଠତମ ସାଂସଦ appeared first on Odisha Reporter.

]]>

କେନ୍ଦୁଝର (ପ୍ରଣୟ ପାଣି): “ପାଠପଢ଼ିଲା ବେଳେ ସୁଯୋଗ ମିଳିଲେ ରାଜନୀତି କରିବି ବୋଲି ଭାବିଥିଲି। ହେଲେ ଏତେ ଶୀଘ୍ର ସେ ସୁଯୋଗ ମିଳିବ ବୋଲି କେବେ ଭାବି ନଥିଲି। ସବୁ କିଛି ହଠାତ୍ ହୋଇଗଲା।” ଏହା ହେଉଛି ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ଅଜଣା, ଅଚିହ୍ନା ଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ବିଜୟ ପରବର୍ତ୍ତୀ ପ୍ରତିକ୍ରିୟା। ସେ କେନ୍ଦୁଝର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିବା ଚନ୍ଦ୍ରାଣୀ ବିଜେପି ପ୍ରାର୍ଥୀ ତଥା ଦୁଇ ଥର ସାଂସଦ ହୋଇଥିବା ଅନନ୍ତ ନାୟକଙ୍କୁ ୬୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଆଉ ଏହା ସହିତ ତାଙ୍କ ନାଁରେ ଏକ ରେକର୍ଡ ବି ଯୋଡ଼ି ହେବାକୁ ଯାଉଛି। ଶପଥ ନେବା ପରେ ସେ ହୋଇଯିବେ ଭାରତର କନିଷ୍ଠତମ ଲୋକସଭା ସାଂସଦ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ‘ଜନନାୟକ ଜନତା ପାର୍ଟି’ର ପ୍ରତିଷ୍ଠାତା ତଥା ଗତ ନିର୍ବାଚନରେ ହରିଆଣାର ହିସାରରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିବା ଦୁଶ୍ୟନ୍ତ ଚୌଟାଲାଙ୍କ ନାଁରେ ରହିଥିଲା। ଏଥିପାଇଁ ଦୁଶ୍ୟନ୍ତଙ୍କ ନାଁ ‘ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା। ସେ ୧୯୮୮ ମସିହା ଏପ୍ରିଲ୍ ୩ ତାରିଖରେ ଜନ୍ମ ହୋଇଥିଲେ ଓ ୨୦୧୪ରେ ସାଂସଦ ହୋଇଥିଲେ। ଆର୍ଥାତ୍ ସେ ସାଂସଦ ହେବା ବେଳକୁ ୨୬ ବର୍ଷ ବୟସ ପାର କରି ଯାଇଥିଲେ। ଦୁଶ୍ୟନ୍ତ ହେଉଛନ୍ତି ହରିଆଣା ତଥା ଦେଶର ଜଣାଶୁଣା ରାଜନେତା ଓମ୍ ପ୍ରକାଶ ଚୌଟାଲାଙ୍କ ନାତି।

ସୋଆ ବିଶ୍ୱବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ବୟସ ଆଜି (ଶନିବାର) ପର୍ଯ୍ୟନ୍ତ ୨୫ ବର୍ଷ ୧୧ ମାସ ୯ ଦିନ ହୋଇଛି। ସେ ୨୦୧୭ରେ ପଢ଼ା ଶେଷ କରିଥିଲେ।

ଦେଶର କନିଷ୍ଠତମ ସାଂସଦ ହେବାକୁ ଯାଉଥିବା ବେଳେ ଚନ୍ଦ୍ରାଣୀ କହିଛନ୍ତି,“ମୋ ପାଇଁ ଏହା ବହୁତ ଖୁସିର ବିଷୟ। ମୋ ପାଇଁ ବହୁତ ଗୌରବର ବିଷୟ ଯେ ଏତେ ଅଳ୍ପ ବୟସରେ ସଂସଦରେ ମୁଁ ଆମ ଅଞ୍ଚଳର ପ୍ରତିନିଧିତ୍ୱ କରିବି। ସଂସଦରେ ଆମ ଅଞ୍ଚଳର ସମସ୍ୟାଗୁଡ଼ିକୁ ଉପସ୍ଥାପିତ କରିବି। ସଫଳତା ସହିତ ମୋ କାନ୍ଧକୁ ଯେଉଁ ଗୁରୁ ଦାୟିତ୍ୱ ଆସିଛି, ତାକୁ ନିଷ୍ଠାର ସହିତ ନିର୍ବାହ କରିବାକୁ ଚେଷ୍ଟା କରିବି।”

ସେ ଆହୁରି କହିଛନ୍ତି,“ମୋ ବୟସ ବା ଅନୁଭୂତି କେବେ ବି ସଂସଦରେ ମୋ ସ୍ୱରକୁ ଚାପି ପାରିବନି। ସଂସଦରେ ଯେତେବେଳେ ଯାହା କହିବା କଥା ମୁଁ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିବି।”

The post ଓଡ଼ିଆ ଝିଅ ଚନ୍ଦ୍ରାଣୀ ହେବେ ଦେଶର କନିଷ୍ଠତମ ସାଂସଦ appeared first on Odisha Reporter.

]]>
right top 2019-05-25 19:21:30 https://odishareporter.in/wp-content/uploads/2019/05/788-1.jpg
‘୧୦ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ’ https://odishareporter.in/odisha/events/power-restoration-very-soon-in-bbsr-377978 Wed, 08 May 2019 08:06:20 +0000 https://odishareporter.in/?p=377978

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି କାମ। ବର୍ତ୍ତମାନ ସୁଦ୍ଧା କିଛି ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ। ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦୦ପ୍ରତିଶତ ବିଦ୍ୟୁତ୍ ସେବା ମିଳିବ। ଗତକାଲି ରାତିରେ ଭୁବନେଶ୍ୱର ଓ କଟକ ସହରର କିଛି ଜାଗାରେ ବିଦ୍ୟୁତ ଯୋଗାଣ କରାଯାଇଛି। ଗତକାଲି ଭୁବନେଶ୍ୱରରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଭୁବନେଶ୍ୱରରେ […]

The post ‘୧୦ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି କାମ। ବର୍ତ୍ତମାନ ସୁଦ୍ଧା କିଛି ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ। ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦୦ପ୍ରତିଶତ ବିଦ୍ୟୁତ୍ ସେବା ମିଳିବ।

ଗତକାଲି ରାତିରେ ଭୁବନେଶ୍ୱର ଓ କଟକ ସହରର କିଛି ଜାଗାରେ ବିଦ୍ୟୁତ ଯୋଗାଣ କରାଯାଇଛି। ଗତକାଲି ଭୁବନେଶ୍ୱରରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଭୁବନେଶ୍ୱରରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ରହିଛି । ଆଜି ବିଦ୍ୟୁତ୍‌ ଯୋଗାଣ ଉପଭୋକ୍ତା ସଂଖ୍ୟା ଡବଲ ହୋଇଯିବ। ତେବେ ଦିନକ ପରେ ବିଦ୍ୟୁତ୍‌ ଯୋଗାଣ ଉଲ୍ଲେଖନୀୟ ସଂଖ୍ୟା ଛୁଇଁବ ବୋଲି କୁହାଯାଉଛି। କଟକରେ ବି କିଛି ଅଞ୍ଚଳରେ ଗତକାଲି ବିଦ୍ୟୁତ୍‌ ଯୋଗାଣ ହୋଇଛି। କଟକର ଆଉ କିଛି ଅଞ୍ଚଳରେ ଆଜି ବିଦ୍ୟୁତ୍‌ ଯୋଗାଣ କରାଯିବ। ସେହିପରି ପୁରୀକୁ ଅଧିକ କର୍ମଚାରୀଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ସେସୁ ସିନିୟର ଜିଏମ୍ ସୁବ୍ରତ ମିଶ୍ର।

The post ‘୧୦ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ’ appeared first on Odisha Reporter.

]]>
centre top 2019-05-08 15:51:45 https://odishareporter.in/wp-content/uploads/2019/05/lite000000000000000000.jpg
୬ ପୋଲିଂ କର୍ମଚାରୀ ନିଲମ୍ବିତ https://odishareporter.in/odisha/bargarh-collector-suspends-3-presiding-officers-3-sectors-officers-371012 Fri, 19 Apr 2019 08:31:22 +0000 https://odishareporter.in/?p=371012

ବରଗଡ଼(ଦୀପକ ଶର୍ମା): ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବରଗଡ଼ ଜଲ୍ଲାପାଳ ଏହି ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଅଫିସର ଥିବାବେଳେ ୩ଜଣ ସେକ୍ଟର ଅଫିସର ଅଛନ୍ତି। ସେମାନେ ହେଲେ ୬୮ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ,୨୩୫ ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ, ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, […]

The post ୬ ପୋଲିଂ କର୍ମଚାରୀ ନିଲମ୍ବିତ appeared first on Odisha Reporter.

]]>

ବରଗଡ଼(ଦୀପକ ଶର୍ମା): ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବରଗଡ଼ ଜଲ୍ଲାପାଳ ଏହି ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଅଫିସର ଥିବାବେଳେ ୩ଜଣ ସେକ୍ଟର ଅଫିସର ଅଛନ୍ତି। ସେମାନେ ହେଲେ ୬୮ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ,୨୩୫ ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ, ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ୧୧୬ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ, ଓ ୧୧୬ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ।

 

The post ୬ ପୋଲିଂ କର୍ମଚାରୀ ନିଲମ୍ବିତ appeared first on Odisha Reporter.

]]>
centre top 2019-04-19 20:49:20 https://odishareporter.in/wp-content/uploads/2019/04/EVM....jpg
ଭାରତର ପ୍ରଥମ ମହିଳା ରାଜ୍ୟପାଳଙ୍କ ବିଷୟରେ ୯ଟି ଅଜଣା କଥା https://odishareporter.in/odisha/sarojini-naidu-birth-anniversary1234-339317 Wed, 13 Feb 2019 13:44:50 +0000 https://odishareporter.in/?p=339317

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ହେଉଛି ଜନ୍ମଦିନ। ‘ଦ ନାଇଟ୍‌ଆଙ୍ଗେଲ୍‌ ଅଫ୍‌ ଇଣ୍ଡିଆ’ ନାମରେ ପ୍ରସିଦ୍ଧି ଅର୍ଜନ କରିଥିବା ସରୋଜିନୀ ୧୮୭୯ ମସିହା ୧୩ ଫେବୃଆରୀରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ଆଜି ସରୋଜିନୀ ନାଇଡୁଙ୍କ ଜନ୍ମ ଜୟନ୍ତୀରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡ଼ିତ ଥିବା କିଛି ଅଜଣା କଥା। ୧. ସରୋଜିନୀ ନାଇଡୁଙ୍କ ପିତା ଅଘୋର ନାଥ ଚଟ୍ଟୋପାଧ୍ୟାୟ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ […]

The post ଭାରତର ପ୍ରଥମ ମହିଳା ରାଜ୍ୟପାଳଙ୍କ ବିଷୟରେ ୯ଟି ଅଜଣା କଥା appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ହେଉଛି ଜନ୍ମଦିନ। ‘ଦ ନାଇଟ୍‌ଆଙ୍ଗେଲ୍‌ ଅଫ୍‌ ଇଣ୍ଡିଆ’ ନାମରେ ପ୍ରସିଦ୍ଧି ଅର୍ଜନ କରିଥିବା ସରୋଜିନୀ ୧୮୭୯ ମସିହା ୧୩ ଫେବୃଆରୀରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ଆଜି ସରୋଜିନୀ ନାଇଡୁଙ୍କ ଜନ୍ମ ଜୟନ୍ତୀରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡ଼ିତ ଥିବା କିଛି ଅଜଣା କଥା।

୧. ସରୋଜିନୀ ନାଇଡୁଙ୍କ ପିତା ଅଘୋର ନାଥ ଚଟ୍ଟୋପାଧ୍ୟାୟ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜରେ ଅଧ୍ୟକ୍ଷ ଥିଲେ। ତାଙ୍କ ମାତା ବରଦା ସୁନ୍ଦରୀ ଜଣେ କବୟିତ୍ରୀ ଥିଲେ ଏବଂ ବଙ୍ଗଳା ଭାଷାରେ କବିତାମାନ ଲେଖୁଥିଲେ।

୨. ସରୋଜିନୀ ନାଇଡୁ ଥିଲେ ସ୍ୱାଧୀନତା ସଂଗ୍ରାମୀ, କବୟିତ୍ରୀ ତଥା ଭାରତର ପ୍ରଥମ ମହିଳା ରାଜ୍ୟପାଳ। ପିଲାଦିନୁ ହିଁ ସେ ଲେଖାପଢ଼ାରେ ପ୍ରବୀଣ ଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ।

୩. ଏହାପରେ ୧୬ ବର୍ଷ ବୟସରେ ସରୋଜିନୀ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଚାଲି ଯାଇଥିଲେ। ସେଠାରେ ସେ ‘କିଙ୍ଗସ୍‌ କଲେଜ୍‌’ ଓ ପରେ କେମ୍ରିଜ୍‌ର ‘ଗିରଟନ୍‌ କଲେଜ୍‌’ରେ ଅଧ୍ୟୟନ ଶେଷ କରିଥିଲେ।

୪. ସରୋଜିନୀ ନାଇଡୁଙ୍କର ବିବାହ ୧୯ ବର୍ଷ ବୟସରେ ଗୋବିନ୍ଦାରାଜୁଲୁଙ୍କ ସହିତ ହୋଇଥିଲା।

୫. ପାଠପଢ଼ା ସହିତ ସରୋଜିନୀ କବିତା ମଧ୍ୟ ଲେଖୁଥିଲେ। ଭାରତୀ ସାହିତ୍ୟକୁ ତାଙ୍କର ଅନେକ ଅବଦାନ ରହିଛି। ତାଙ୍କ ପ୍ରଥମ କବିତା ସଙ୍କଳନ ଥିଲା The Golden Threshold ଯାହାକି ୧୯୦୫ ମସିହାରେ ପ୍ରକାଶିତ ହୋଇଥିଲା।

୬. ୧୯୧୪ ମସିହାରେ ଲଣ୍ଡନରେ ସେ ପ୍ରଥମଥର ପାଇଁ ଗାନ୍ଧିଜୀଙ୍କୁ ଭେଟିଥିଲେ। ଗାନ୍ଧିଜୀଙ୍କୁ ସାକ୍ଷାତ କରିବା ପରେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା ଏବଂ ସେ ଗାନ୍ଧିଜୀଙ୍କ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇ ଦେଶସେବାରେ ନିଜକୁ ସମର୍ପିତ କରିଥିଲେ।

୭. ଗାନ୍ଧିଜୀଙ୍କ ଡାକରାରେ ସରୋଜିନୀ ଅନେକ ସତ୍ୟାଗ୍ରହ ଓ ଅହିଂସା ଆନ୍ଦୋଳନରେ ଭାଗ ନେଇଥିଲେ। ୧୯୪୨ରେ ହୋଇଥିବା ‘ଭାରତଛାଡ଼ ଆନ୍ଦୋଳନ’ରେ ଭାଗ ନେଇ ଜେଲ୍‌ ଯାଇଥିଲେ।

୮. ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ। ସରୋଜିନୀଙ୍କୁ ‘ଦି ନାଇଟିଆଙ୍ଗଲ୍ ଅଫ୍‌ ଇଣ୍ଡିଆ’ (The Nightingale Of India) ବୋଲି କୁହାଯାଏ।

୯. ଭାରତବର୍ଷ ସ୍ୱାଧୀନତା ପ୍ରାପ୍ତି ପରେ ସରୋଜିନୀ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଭାବରେ, ଉତ୍ତରପ୍ରଦେଶର ଗଭର୍ଣ୍ଣର ଦାୟିତ୍ୱ ନିର୍ବାହ କରିଥିଲେ।

ବିପଦ ସମୟରେ ଭୟ ନକରି ଜଣେ ବୀରାଙ୍ଗନା ଭାବରେ ଗାଁଗାଁ ବୁଲି ଦେଶପ୍ରେମ ସୃଷ୍ଟି କରୁଥିବା ମହିଳା ହେଉଛନ୍ତି ସରୋଜିନୀ ନାଇଡୁ। ସେଥିପାଇଁ ଗାନ୍ଧିଜୀ ତାଙ୍କୁ ଶ୍ରଦ୍ଧାରେ “ଆଜିର ମୀରାବାଈ”  ବୋଲି ଡାକୁଥିଲେ। ୨ ମାର୍ଚ୍ଚ ୧୯୪୯ ମସିହାରେ ସରୋଜିନୀଙ୍କ ପରଲୋକ ଗମନ କରିଥିଲେ।

The post ଭାରତର ପ୍ରଥମ ମହିଳା ରାଜ୍ୟପାଳଙ୍କ ବିଷୟରେ ୯ଟି ଅଜଣା କଥା appeared first on Odisha Reporter.

]]>
2019-02-13 19:15:20 https://odishareporter.in/wp-content/uploads/2019/02/sarojini.jpg
ଯୁବ ଚାଷୀଙ୍କ କମାଲ: ଚାଷ କାମ ପାଇଁ ତିଆରି କଲେ ଡ୍ରୋନ୍‌ https://odishareporter.in/odisha/young-farmer-designs-a-drone-meant-to-help-farmers-in-sowing-seeds-and-spraying-pesticides-321999 Mon, 07 Jan 2019 11:15:41 +0000 https://odishareporter.in/?p=321999

ଗୁଣପୁର (ଇନ୍ଦ୍ରଜିତ୍‌ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଳକ୍‌ ସନ୍ୟାସୀଗୁଡ଼ର ଯୁବ ଚାଷୀ ପି. ବାବୁ ରାଓ ଏମିତି ଏକ ଡ୍ରୋନ୍‌ ତିଆରି କରିଛନ୍ତି ଯାହା ଆଗାମୀ ଦିନରେ ଚାଷ କାର୍ଯ୍ୟର ଏକ ଅବିଚ୍ଛେଦ୍ୟ  ଅଙ୍ଗ ହେବାକୁ ଯାଉଛି। ଏହି ଡ୍ରୋନ୍‌ ଦ୍ୱାରା ଔଷଧ ଛିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା ସବୁକିଛି କରିହେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଏକ ନୂତନ ଡ୍ରୋନ ତିଆରି କରିବାକୁ ସକ୍ଷମ ହୋଇଛନ୍ତି ବାବୁ ରାଓ। ପ୍ରାୟ […]

The post ଯୁବ ଚାଷୀଙ୍କ କମାଲ: ଚାଷ କାମ ପାଇଁ ତିଆରି କଲେ ଡ୍ରୋନ୍‌ appeared first on Odisha Reporter.

]]>

ଗୁଣପୁର (ଇନ୍ଦ୍ରଜିତ୍‌ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଳକ୍‌ ସନ୍ୟାସୀଗୁଡ଼ର ଯୁବ ଚାଷୀ ପି. ବାବୁ ରାଓ ଏମିତି ଏକ ଡ୍ରୋନ୍‌ ତିଆରି କରିଛନ୍ତି ଯାହା ଆଗାମୀ ଦିନରେ ଚାଷ କାର୍ଯ୍ୟର ଏକ ଅବିଚ୍ଛେଦ୍ୟ  ଅଙ୍ଗ ହେବାକୁ ଯାଉଛି। ଏହି ଡ୍ରୋନ୍‌ ଦ୍ୱାରା ଔଷଧ ଛିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା ସବୁକିଛି କରିହେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଏକ ନୂତନ ଡ୍ରୋନ ତିଆରି କରିବାକୁ ସକ୍ଷମ ହୋଇଛନ୍ତି ବାବୁ ରାଓ।

ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ ବାବୁ ରାଓ ଏହି ଅତ୍ୟାଧୁନିକ ଡ୍ରୋନ୍‌ ସ୍ପ୍ରେ ମେସିନ୍ ତିଆରି କରିଛନ୍ତି। ଦିନକୁ ଦିନ ଚାଷ କ୍ଷେତ୍ରରେ ମୂଲିଆଙ୍କ ଅଭାବ ଲାଗି ରହିଥିବାରୁ ଏହି ମେସିନ ଚାଷ କାର୍ଯ୍ୟରେ ବେଶ୍‌ ସହାୟକ ହେବ ବୋଲି  ବାବୁ ରାଓ ଆଶା ରଖିଛନ୍ତି ।

ପିଲାବେଳୁ ପାଠ ପଢ଼ା ସହ ତାଙ୍କର ଚାଷ ପ୍ରତି ଆଗ୍ରହ ରହିଥିଲା। ଗ୍ରାଜୁଏସନ୍ ଓ ପରେ ଆନ୍ଧ୍ରରୁ ବିଏଡ୍ ପାସ୍ ପରେ ଚାକିରି ନମିଳିବାରୁ ଚାଷ କରିବାକୁ ସେ ମନ ସ୍ଥିର କରିନେଇଥିଲେ। ବିଦେଶରେ ଡ୍ରୋନ୍‌ ସାହାଯ୍ୟରେ ଔଷଧ ଛିଞ୍ଚନ କରାଯାଉଥିବା ସେ ୟୁଟ୍ୟୁବରେ ଦେଖିଥିଲେ।

ଏହି ଭିଡିଓ ଦେଖିବା ପରେ କିଛି ନୂଆ କରିବାକୁ ତାଙ୍କର ଇଚ୍ଛା ହୋଇଥିଲା। ଏହାପରେ ସେ ଏପରି ଏକ ଅତ୍ୟାଧୁନିକ ଡ୍ରୋନ୍‌ ମେସିନ୍ ତିଆରି କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୨୦ ମାସ ସମୟ ଲାଗିଥିଲା। ଏହି ମେସିନ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ମଧ୍ୟ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ବାବୁ ରାଓ କହିଛନ୍ତି, “ଭବିଷ୍ୟତରେ ଏହି ଡ୍ରୋନ୍‌ ଏକ ଭଲ କୃଷି ଯନ୍ତ୍ରପାତି ହୋଇପାରିବ। ମେସିନ୍‌ର ମୂଳ ଲକ୍ଷ୍ୟ ହେଉଛି କମ୍‌ ସମୟରେ ଅଧିକ ଜମିରେ ଔଷଧ ଛିଞ୍ଚନ କରିପାରିବ। ଚକଡ଼ା ପୋକ ଓ କପାରେ ଧଳା ମାଛି ଏଡ଼ାଇବାକୁ ଏହି ମେସିନ୍‌ ଭଲ କାମ କରିବ। ଏହି ଡ୍ରୋନ୍‌କୁ ମୁଁ ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ସମ୍ମାନ’ ଯୋଜନାରେ ଅଂଶଗ୍ରହଣ କରାଇଛି। ଯଦି ସରକାର ପଦକ୍ଷେପ ନିଅନ୍ତି, ଚାଷୀ ଉପକୃତ ହୋଇପାରିବେ।”

ସେ ଆହୁରି କହିଛନ୍ତି, “ଯେ କୌଣସି ଚାଷୀ ଏହାକୁ ପରିଚାଳିତ କରିପାରିବେ। ଏକର ପ୍ରତି ଚାଷ ଜମିରେ ସ୍ପ୍ରେ କରିବାକୁ ୩ ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଡ୍ରୋନ୍‌ ସାହାଯ୍ୟରେ ୨୦୦ ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ବିନା ବୈଜ୍ଞାନିକ ଜ୍ଞାନ କୌଶଳରେ ଚାଷରେ ଲାଭ ମିଳିପାରିବ ନାହିଁ। ଏହି ମେସିନ୍‌ ବ୍ୟତୀତ ମୁଁ ଆଉ କିଛି ନୂଆ ତିଆରି କରିବାକୁ ଚାହୁଁଛି। ଯଦି ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ କିଛି ତିଆରି କରିପାରିବି।”

The post ଯୁବ ଚାଷୀଙ୍କ କମାଲ: ଚାଷ କାମ ପାଇଁ ତିଆରି କଲେ ଡ୍ରୋନ୍‌ appeared first on Odisha Reporter.

]]>
right top 2019-01-07 16:45:41 https://odishareporter.in/wp-content/uploads/2019/01/drone1.jpg
‘ନିଜ ଅଞ୍ଚଳ ସହ ଓଡ଼ିଶାର ବିକାଶ ପାଇଁ କାମ କରିବି’ https://odishareporter.in/odisha/interview-with-oas-prabhati-jhudia-315674 Sat, 22 Dec 2018 12:10:14 +0000 https://odishareporter.in/?p=315674

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ‘ଲେହେରୋଁ ସେ ଡରକେ କଭି ନୌକା ପାର୍‌ ନହିଁ ହୋତି, କୋଶିଶ୍‌ କରନେ ୱାଲୋକିଂ କଭି ହାର୍‌ ନହିଁ ହୋତି’। ଯାହାର ଅର୍ଥକୁ ଶରଳ ଭାଷାରେ କହିଲେ ଏହା ହିଁ ହେବ ଯେ, ପ୍ରଚେଷ୍ଟା କଲେ ସଫଳତା ଅବଶ୍ୟ ମିଳିଥାଏ। ସେହି ପ୍ରଚେଷ୍ଟାର ଉଦାହରଣ ହେଉଛନ୍ତି ପ୍ରଭାତୀ ଝୋଡ଼ିଆ। ଆଦିବାସୀ ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ମହିଳା ଓଏଏସ୍‌ ଭାବେ ସେ କୃତକାର୍ଯ୍ୟ ହୋଇଛନ୍ତି। ଗୁରୁବାର ପ୍ରକାଶ ପାଇଥିବା ଓପିଏସ୍‌ସି ପରୀକ୍ଷାରେ ୧୦୬ଜଣ କୃତକାର୍ଯ୍ୟଙ୍କ […]

The post ‘ନିଜ ଅଞ୍ଚଳ ସହ ଓଡ଼ିଶାର ବିକାଶ ପାଇଁ କାମ କରିବି’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ‘ଲେହେରୋଁ ସେ ଡରକେ କଭି ନୌକା ପାର୍‌ ନହିଁ ହୋତି, କୋଶିଶ୍‌ କରନେ ୱାଲୋକିଂ କଭି ହାର୍‌ ନହିଁ ହୋତି’। ଯାହାର ଅର୍ଥକୁ ଶରଳ ଭାଷାରେ କହିଲେ ଏହା ହିଁ ହେବ ଯେ, ପ୍ରଚେଷ୍ଟା କଲେ ସଫଳତା ଅବଶ୍ୟ ମିଳିଥାଏ। ସେହି ପ୍ରଚେଷ୍ଟାର ଉଦାହରଣ ହେଉଛନ୍ତି ପ୍ରଭାତୀ ଝୋଡ଼ିଆ।

ଆଦିବାସୀ ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ମହିଳା ଓଏଏସ୍‌ ଭାବେ ସେ କୃତକାର୍ଯ୍ୟ ହୋଇଛନ୍ତି। ଗୁରୁବାର ପ୍ରକାଶ ପାଇଥିବା ଓପିଏସ୍‌ସି ପରୀକ୍ଷାରେ ୧୦୬ଜଣ କୃତକାର୍ଯ୍ୟଙ୍କ ମଧ୍ୟରୁ ସେ ୭୬ତମ ସ୍ଥାନ ଗ୍ରହଣ କରିଛନ୍ତି।

ରାୟଗଡ଼ା ଜିଲ୍ଲା ଉପାନ୍ତ କାଶୀପୁର ବ୍ଲକ ଟିକିରି ପରି ଏକ ଦୁର୍ଗମ ଅଞ୍ଚଳରୁ ଆସିଥିବା ପ୍ରଭାତୀ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ଏକ ଗୌରବର କଥା। ନିକଟରେ ଓଡ଼ିଶା ରିପୋର୍ଟର ସହ ମନଖୋଲି କଥା ହୋଇଥିଲେ ପ୍ରଭାତୀ। ଆମ ପ୍ରତିନିଧି ବିଶ୍ୱବନ୍ଦିତାଙ୍କ ସହ ତାଙ୍କ ବାର୍ତ୍ତାଳାପର କିଛି ଅଂଶ ଆମେ ନିମ୍ନରେ ଦେଉଛୁ।

ସଫଳତାର ଶ୍ରେୟ କାହାକୁ ଦେବେ?

ଉତ୍ତର: ନିଶ୍ଚିତ ଭାବେ ମୁଁ ମୋ ସଫଳତାର ଶ୍ରେୟ ମୋ ବାପା ମାଆଙ୍କୁ ଦେବାକୁ ଚାହିଁବି। ଏ କଥା ବି ସତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମାଆ ମାଝିଘରିଆଣୀଙ୍କ ଆଶିର୍ବାଦରୁ ମୁଁ କୃତକାର୍ଯ୍ୟ ହୋଇଛି।

ଆପଣ ଆଜି OAS ପାଇଛନ୍ତି, ଏଇଟା By chance ନା By choice?

ଉତ୍ତର: ଛୋଟବେଳୁ ମୁଁ ଜଣେ ବ୍ୟୁରୋକ୍ରାଟ୍‌ ହେବାର ଲକ୍ଷ ରଖିଥିଲି। ବହୁ ତଳସ୍ତରରୁ ଉପରକୁ ଆସିଛି। ତେଣୁ OAS ହେବା by choice ବୋଲି କହିପାରନ୍ତି। ତଥାପି ମୁଁ ସନ୍ତୁଷ୍ଟ ନାହିଁ। ମୁଁ UPSC ୨୦୧୯କୁ ଲକ୍ଷ୍ୟ ରଖିଛି। ସେଠି ବି ମୁଁ ସଫଳତା ପାଇବି ବୋଲି ଆଶାବାଦୀ ଅଛି।

ଆପଣ ରାୟଗଡ଼ା ଜିଲ୍ଲା କାଶିପୁରର ଟିକିରିରେ ରୁହନ୍ତି। ଯେଉଁଠି ଲୋକମାନେ ଅପପୁଷ୍ଟି ଭୋଗୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ଅଛନ୍ତି। ଆଗକୁ ଆପଣଙ୍କ ହାତକୁ କ୍ଷମତା ଆସିବ। ତା ହେଲେ, ଆପଣ ଏହି ଅଞ୍ଚଳ ପାଇଁ କ’ଣ କରିବେ?

ଉତ୍ତର: ସେଇଟା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ମୁଁ ଜାଣିଛି ସେହି ଜାଗାରେ କ’ଣ ସବୁ ଅସୁବିଧା ରହିବ। ତେଣୁ ଆଗାମୀ ଦିନରେ ମୁଁ ସେସବୁ ଉପରେ ଧ୍ୟାନ ଦେବି। କେବଳ ମୋ ଅଞ୍ଚଳରେ ନୁହେଁ ମୁଁ ଯେଉଁଠିକୁ ବି ଯାଏ ସେଠି ରହି ମୁଁ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେବି।

କୁହାଯାଉଛି ସରକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଆପଣଙ୍କ ପାଖକୁ କ୍ଷମତା ଆସିଲେ ଆପଣ ସାଧାରଣ ଲୋକଙ୍କ ଅସୁବିଧା ବୁଝିବାକୁ ଚେଷ୍ଟା କରିବେ କି ?

ଉତ୍ତର: ହଁ, ଲୋକମାନଙ୍କ ମନରେ ଗୋଟେ ଧାରଣା ରହିଛି ଯେ, ସରକାର ସେମାନଙ୍କ କଥାକୁ କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି। ସେଇଟା ସତ ନୁହେଁ। ସରକାର ଆମମାନଙ୍କ ପାଇଁ ବହୁତ କିଛି କରିବେ କିନ୍ତୁ ଆମ ସହଯୋଗ ଦରକାର। ଆମେ ସଠିକ୍‌ ରହି ସରକାରଙ୍କ ଯୋଜନାର ଫାଇଦା ଉଠାଇ ପାରିଲେ ଭଲ।

ଟ୍ରେନିଂ ପରେ କେଉଁ ସ୍ଥାନକୁ ନିଜର କର୍ମକ୍ଷେତ୍ର ଭାବେ ବାଛିବେ?

ଉତ୍ତର: ମୁଁ KBK ଅଞ୍ଚଳରେ କାମ କରିବାକୁ ଚାହେଁ।

ଆପଣ ଅଧ୍ୟାପନା କରନ୍ତି। ଏପଟେ ପରୀକ୍ଷା। ଦୁଇଟି ଗୁରୁ ଦାୟିତ୍ୱକୁ ଆପଣ କେମିତି ନିର୍ବାହ କଲେ। କଷ୍ଟ ହେଇଛି କି ?

ଉତ୍ତର: ଫଳପ୍ରଦ ରହିଲା। ମୁଁ ଯେହେତୁ ଓଡ଼ିଆ ମିଡିୟମ୍‌ରେ ପାଠ ପଢୁଥିଲି, ତେଣୁ ଅଧ୍ୟାପନା ସମୟରେ ସ୍ପୋକେନ୍‌ ଇଂଲିଶ୍‌ ଡେଭଲପ୍‌ କରିଛି।

ଯେଉଁମାନେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ କ’ଣ ଟିପ୍ସ ଦେବେ?

ଉତ୍ତର: ମହତ ଉଦ୍ଦେଶ୍ୟ ରଖି କାମ କରନ୍ତୁ ଏବଂ ପରିଶ୍ରମ କରନ୍ତୁ। କାରଣ ପରିଶ୍ରମର କିଛି ବିକଳ୍ପ ନାହିଁ। ଦେଖିବେ ନିଶ୍ଚିତ ସଫଳ ହେବେ।

 

 

 

The post ‘ନିଜ ଅଞ୍ଚଳ ସହ ଓଡ଼ିଶାର ବିକାଶ ପାଇଁ କାମ କରିବି’ appeared first on Odisha Reporter.

]]>
left top 2018-12-22 17:46:24 https://odishareporter.in/wp-content/uploads/2018/12/maxresdefault-4.jpg
୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ https://odishareporter.in/odisha/this-odishi-dancer-has-travelled-62-countries-already-312998 Sun, 16 Dec 2018 02:54:38 +0000 https://odishareporter.in/?p=312998

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଓଡ଼ିଶୀ’ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ। ମାତ୍ର ୧୭ ବର୍ଷର କ୍ୟାରିଅର୍‌ରେ ଶାଶ୍ୱତ ୬୨ଟି ଦେଶ ଭ୍ରମଣ କରିବା ସହ ସେଠାରେ ‘ଓଡ଼ିଶୀ’ ପରିବେଷଣ କରିବାର ସୁଯୋଗ ପାଇ ସାରିଲେଣି। ଏହି ଉଦୀୟମାନ ପ୍ରତିଭା ବିଦେଶ ବୁଲିବା ସହ ଯେତିକି ଦେଶରେ ଷ୍ଟେଜ୍‌ ଶୋ’ କରିଛନ୍ତି, […]

The post ୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଓଡ଼ିଶୀ’ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ। ମାତ୍ର ୧୭ ବର୍ଷର କ୍ୟାରିଅର୍‌ରେ ଶାଶ୍ୱତ ୬୨ଟି ଦେଶ ଭ୍ରମଣ କରିବା ସହ ସେଠାରେ ‘ଓଡ଼ିଶୀ’ ପରିବେଷଣ କରିବାର ସୁଯୋଗ ପାଇ ସାରିଲେଣି।

ଏହି ଉଦୀୟମାନ ପ୍ରତିଭା ବିଦେଶ ବୁଲିବା ସହ ଯେତିକି ଦେଶରେ ଷ୍ଟେଜ୍‌ ଶୋ’ କରିଛନ୍ତି, ବୋଧହୁଏ ତାଙ୍କ ସମସାମୟିକ କୌଣସି ଓଲିଉଡ୍ କଳାକାରଙ୍କ ଭାଗ୍ୟରେ ଏହା ଜୁଟି ନ ଥିବ। ଓଡ଼ିଶୀ ନାଚୁ ନାଚୁ କେତେବେଳେ ଯେ ୬୨ ଦେଶରେ ଏହି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ସାରିଲେଣି, ସେ କଥା ନିଜେ ମଧ୍ୟ ଜାଣି ନାହାନ୍ତି ବୋଲି ଶାଶ୍ୱତ କୁହନ୍ତି।

ନିକଟରେ ଆୟୋଜିତ ‘କୋଣାର୍କ ମହୋତ୍ସବ’ରେ ଶାଶ୍ୱତ ତାଙ୍କ କ୍ୟାରିଅର୍‌ର ୧୦,୦୦୦ତମ ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି। ତାଙ୍କ ଓଡ଼ିଶୀ ନୃତ୍ୟର ଯାତ୍ରା ୨୦୦୧ ମସିହା ଏହି ‘କୋଣାର୍କ ମହୋତ୍ସବ’ରୁ ହିଁ ଆରମ୍ଭ ହୋଇଥିଲା। ତେବେ ୧୦.୦୦୦ମଞ୍ଚରେ ନାଚିବାର ସୁଯୋଗ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ସହ ଲୋକଙ୍କ ଭଲ ପାଇବା ନିକଟରେ ଚିର ଋଣୀ ବୋଲି ସେ କହିଛନ୍ତି।

The post ୬୨ ଦେଶ ବୁଲି ସାରିଲେଣି ଏହି ଓଡ଼ିଶୀ ନୃତ୍ୟଶିଳ୍ପୀ appeared first on Odisha Reporter.

]]>
centre bottom 2018-12-16 08:25:18 https://odishareporter.in/wp-content/uploads/2018/12/saswat-joshi-6.jpg
ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ https://odishareporter.in/odisha/spl-story-on-artist-l-iswar-rao-300243 Mon, 12 Nov 2018 14:08:26 +0000 https://odishareporter.in/?p=300243

ଭୁବନେଶ୍ୱର(ମିହିର ପଟ୍ଟନାୟକ/ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଇଶ୍ୱର। ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ। ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ […]

The post ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ appeared first on Odisha Reporter.

]]>

ଭୁବନେଶ୍ୱର(ମିହିର ପଟ୍ଟନାୟକ/ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଇଶ୍ୱର। ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ।

ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହ ନିର୍ମିତ ପ୍ରତିମା, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏପଟେ ଏହି ମହାନ୍‌ ବ୍ୟକ୍ତିଙ୍କୁ ନିଜ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ ଏଲ୍‌.ଇଶ୍ୱର ରାଓ। ବିଶ୍ୱର ସର୍ବୋଚ୍ଚ କୁହାଯାଉଥିବା ୧୮୨ ମିଟର ଉଚ୍ଚର ପଟେଲଙ୍କ ପ୍ରତିମାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ, ଈଶ୍ୱର ସୃଷ୍ଟି କରିଛନ୍ତି ଲୌହମାନବଙ୍କର ନିଆରା କୃତି। କାଚ ବୋତଲ ଭିତରେ ସେ ସାବୁନରେ ପ୍ରସ୍ତୁତ କରିଛନ୍ତି ପଟେଲଙ୍କ ସବୁଠାରୁ କ୍ଷୁଦ୍ରାକୃତି ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ମାତ୍ର ୩ ଇଞ୍ଚ।

ଖାଲି ମୂର୍ତ୍ତି ଗଢ଼ିବା ନୁହେଁ, ସବୁଠାରେ ଆଶ୍ଚର୍ଯ୍ୟ ଲାଗେ ସୋଡ଼ା ବୋତଲ ଭିତରେ ରହିଥିବା ତାଙ୍କ ହାତ ତିଆରି କୃତିକୁ ଦେଖିଲେ। ସେ ମୂର୍ତ୍ତିଗୁଡ଼ିକୁ ଏମିତି ଢଙ୍ଗରେ ଛୋଟ ମୁହଁ ବୋତଲ ଭିତରେ ସ୍ଥାନୀତ କରିପାରନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ପର୍ଯ୍ୟାପ୍ତ ପରିମାଣର ସୋଡ଼ା ବୋତଲ ସଂଗ୍ରହ କରି ସେ ମୂର୍ତ୍ତିଗୁଡିକୁ ସେଥିରେ ରଖିଛନ୍ତି। ଯାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ରହୁଥିବା ଏଲ୍.ଇଶ୍ୱର ରାଓ ହେଉଛନ୍ତି କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରୁଥିବା ଜଣେ ନିଆରା ଶିଳ୍ପୀ। ନିଜ କଳା ଜରିଆରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ବାର ପୁରସ୍କୃତ ହୋଇଛନ୍ତି। ସମ୍ପ୍ରତି ଜଟଣୀ ହାଟବଜାର ଅଞ୍ଚଳରେ ରହୁଥିବା ଈଶ୍ୱର ନିଜ ଘରେ ଏକ ନିଆରା ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଥିରେ ତାଙ୍କ ହାତତିଆରି କଳାକୃତିକୁ ଆପଣ ଦେଖିପାରିବେ। ସେ ଏହାର ନାଁ ରଖିଛନ୍ତି ‘ରାଣା ମ୍ୟୁଜିୟମ୍‌’।

ପେନ୍‌ସିଲ୍‌ ମୁନ, ଚକ୍‌ ଖଡ଼ି, ସାବୁନ ଓ ତେନ୍ତୁଳୀ ମଞ୍ଜିରେ ସେ ପ୍ରସ୍ତୁତ କରନ୍ତି ସୁକ୍ଷ୍ମାତିସୁକ୍ଷ୍ମ କାରୁକାର୍ଯ୍ୟ। ଅତି ନିଖୁଣ ଭାବେ ନିଜ କଳାକୁ ଏହା ମାଧ୍ୟମରେ ପ୍ରସ୍ତୁତ କରିଥାନ୍ତି ଈଶ୍ୱର।

ଖାଲି ସୂକ୍ଷ୍ମ କଳା ନୁହେଁ, ପଥର ଖୋଦେଇ ଓ ମୂର୍ତ୍ତି ନିର୍ମାଣ ସହ ଚିତ୍ରକଳାରେ ବେଶ୍ ସିଦ୍ଧହସ୍ତ ହେଉଛନ୍ତି ଈଶ୍ୱର। ନିଜ କଳାକୁ ବଞ୍ଚାଇ ରଖିବା ସହ କିଛି ଛୋଟ ପିଲାଙ୍କୁ ସେ ନିଜ ଉଦ୍ୟମରେ ବିନା ମୂଲ୍ୟରେ ଚିତ୍ରକଳା ଶିକ୍ଷା ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ତାଙ୍କଠାରୁ ଚିତ୍ରକଳା ଶିକ୍ଷା କରୁଛନ୍ତି।

ପରିବାର ଓ ଶିକ୍ଷାଗତ ଯୋଗ୍ୟତା

ପିତା ଏଲ୍‌.ଏରେୟା, ମା’ ଶ୍ରୀମତୀ ଏଲ୍‌.ଆପଲ୍ଲା ନର୍ସିମ୍ମା। ୩ ଭାଇ ଉଭଣୀଙ୍କ ମଧ୍ୟରେ ଈଶ୍ୱର ହେଉଛନ୍ତି ମଝିଆଁ। ପିଲାଟିବେଳୁ ସେ ଥିଲେ କଳା ମନସ୍କ। କେମିତି କିଛି ନୂଆ ଗଢ଼ିବେ ସବୁବେଳେ ଚିନ୍ତା କରୁଥାନ୍ତି। ୪ର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ଚକ୍‌ଖଡ଼ି ଖଣ୍ଡକରେ ନଖରେ ଖୋଳି ଖୋଳି ସେ ସୁନ୍ଦର କାନ‍ଫୁଲଟିଏ ଗଢ଼ି ଦେଇଥିଲେ। ଯାହାକୁ ଦେଖି ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷଣ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେବେଠାରୁ ଈଶ୍ୱରଙ୍କ ପାଦ କେବେ ଥମିନାହିଁ। ଚରୈବେତି ଚରୈବେତି ନ୍ୟାୟରେ ସେ ଆଗକୁ ବଢ଼ି ଚାଲିଛନ୍ତି।

ପରିବାରରେ କେହି କଳାକାର ଅଛନ୍ତି କି ବୋଲି ପ୍ରଶ୍ନ କରିବାରୁ ମନା କରନ୍ତି ଈଶ୍ୱର। ପିତା ରେଳବାଇ କର୍ମଚାରୀ। ଏଣୁ ଖୋର୍ଦ୍ଧାରୋଡ୍‌ ଡିଭିଜନରେ କାର୍ଯ୍ୟ କରୁଥାନ୍ତି। ଆଉ ପିଲାଟିବେଳୁ ଜଟଣୀରେ ରହିବାରୁ ଗଣେଶ ପୂଜା ଦେଖି ମୂର୍ତ୍ତି ଗଢ଼ିବାକୁ ମନା ବଳାନ୍ତି ଈଶ୍ୱର। ଗଣ୍ଡମୁଣ୍ଡା ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ରରେ ସେ ୪ ବର୍ଷ ପାଇଁ ନେଇଛନ୍ତି ଟ୍ରେନିଂ।

ପୁରସ୍କାର

ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ, ମିରାକଲ୍ ୱାର୍ଲଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଓଡ଼ିଶା ବୁକ୍‌ ଅଫ୍‌ ରେକର୍ଡ, ଆନ୍ଧ୍ର ବୁକ୍‌ ଅଫ୍‌ ରେକର୍ଡ ଭଳି ସମ୍ମାନଜନକ ପୁରସ୍କାର ସାଉଣ୍ଟିଥିବା ଏହି ବିଚକ୍ଷଣ କଳାକାର ଜଣଙ୍କୁ କିନ୍ତୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରି ନାହିଁ।

The post ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ appeared first on Odisha Reporter.

]]>
2018-11-12 20:07:15 https://odishareporter.in/wp-content/uploads/2018/11/4-13.jpg
ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ପୂର୍ବତନ ସାଂସଦ https://odishareporter.in/odisha/at-80-this-former-odisha-mp-is-leading-the-life-of-a-student-296857 Sat, 03 Nov 2018 15:31:43 +0000 https://odishareporter.in/?p=296857

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ଜଣେ ପୂର୍ବତନ ସାଂସଦ। ନାଁ ତାଙ୍କର ନାରାୟଣ ସାହୁ। ବୟସ ୮୦ ହେବ। ସେ ପାଲଲହଡ଼ାରୁ ଦୁଇ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ୧୯୮୦ମସିହାରେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଧୀରେ ଧୀରେ ରାଜନୀତିରୁ ଆଦର୍ଶ ଦୂରେଇ ଯିବାରୁ ସେ ରାଜନୀତିକ ଜୀବନରୁ ଦୂରେଇ ଗଲେ। ଆଉ ନିଷ୍ପତ୍ତି ନେଲେ ଶେଷ ଜୀବନ ଛାତ୍ର ଭାବେ ବିତେଇବେ। ୧୯୬୩ ମସିହାରେ ରେଭେନ୍ସାରୁ […]

The post ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ପୂର୍ବତନ ସାଂସଦ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ଜଣେ ପୂର୍ବତନ ସାଂସଦ। ନାଁ ତାଙ୍କର ନାରାୟଣ ସାହୁ। ବୟସ ୮୦ ହେବ। ସେ ପାଲଲହଡ଼ାରୁ ଦୁଇ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହେବା ପରେ ୧୯୮୦ମସିହାରେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଧୀରେ ଧୀରେ ରାଜନୀତିରୁ ଆଦର୍ଶ ଦୂରେଇ ଯିବାରୁ ସେ ରାଜନୀତିକ ଜୀବନରୁ ଦୂରେଇ ଗଲେ। ଆଉ ନିଷ୍ପତ୍ତି ନେଲେ ଶେଷ ଜୀବନ ଛାତ୍ର ଭାବେ ବିତେଇବେ।

୧୯୬୩ ମସିହାରେ ରେଭେନ୍ସାରୁ ଅର୍ଥନୀତି ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ନାରାୟଣ ସାହୁ। ଆଉ ୪୬ ବର୍ଷ ପରେ ୨୦୦୯ରେ ପୁଣିଥରେ ଆରମ୍ଭ କଲେ ଛାତ୍ର ଜୀବନ। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୦୦୯ରୁ ୧୧ ଯାଏ ସ୍ନାତକୋତ୍ତର ଡିଗ୍ରୀ ଓ ୨୦୧୨ରେ ଫିଲୋସୋଫିରେ ଏମ୍‌ଫିଲ୍‌ କଲେ। ଆଉ ଏବେ ପିଏଚ୍‌ଡି କରୁଛନ୍ତି ନାରାୟଣ। ପଛୁଆ ଅଞ୍ଚଳରୁ ଆସିଥିବା ନାରାୟଣ ଉଚ୍ଚ ଶିକ୍ଷା ଲାଭ କରିପାରିନଥିଲେ। ଯାହାକୁ ସେ ଏବେ ସାକାର କରୁଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ନୀଳକଣ୍ଠ ହଷ୍ଟେଲ୍ ରୁମ୍ ନଂ ୨୪ରେ ରହୁଛନ୍ତି ନାରାୟଣ। ଅନ୍ତେବାସୀଙ୍କ ସହ ବେଶ୍ ଥଟା ମଜା ମଧ୍ୟ କରୁଛନ୍ତି। ନାରାୟଣଙ୍କ ମେଳାପି ପ୍ରକୃତି ତାଙ୍କୁ ଅନ୍ତେବାସୀଙ୍କ ଗହଣରେ ସ୍ୱତନ୍ତ୍ର ପରିଚୟ ଦେଇଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତରେ ନାରାୟଣଙ୍କ ଏଭଳି ପ୍ରଚେଷ୍ଟା ଅନ୍ୟ ଛାତ୍ରଙ୍କ ପାଇଁ ଉଦାହରଣ ହୋଇ ରହିବ।

The post ପରିଣତ ବୟସରେ ଛାତ୍ର ଜୀବନ ବିତାଉଛନ୍ତି ପୂର୍ବତନ ସାଂସଦ appeared first on Odisha Reporter.

]]>
centre bottom 2018-11-04 09:01:06 https://odishareporter.in/wp-content/uploads/2018/11/narayan-sahoo.jpg
ସାମାଜିକ ବାସନ୍ଦ ବୃଦ୍ଧଙ୍କ ଶେଷ ଆଶ୍ରା ସାଜିଲେ ଡାକ୍ତର https://odishareporter.in/odisha/after-ostracism-by-society-family-took-oldman-hospital-in-a-hand-driven-cart-290407 Fri, 19 Oct 2018 07:05:21 +0000 https://odishareporter.in/?p=290407

ଭୁବନେଶ୍ୱର (ସୁବ୍ରତ କୁମାର ନାୟକ): ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଏବେବି ବି ସମାଜରେ ବଞ୍ଚିରହିଛି କୁସଂସ୍କାର ଏବଂ ଅନ୍ଧ ବିଶ୍ୱାସ। ଶିକ୍ଷାର ଅଭାବ ହେଉ କିମ୍ବା ବର୍ଷ ବର୍ଷ ଧରି ଚଳିଆସିଥିବା ପ୍ରଥା ଠିକ୍‌ କିମ୍ବା ଭୁଲ, ତା’ର ବିଚାର କରିବାର ସଚେତନତାର ଅଭାବ, ଏବେ ମଧ୍ୟ ସାମାଜିକ ବାସନ୍ଦର ପ୍ରଥା ଚାଲୁରହିଛି। ଆଉ ଏକଥା ପାଦରେ ଘା’ ହୋଇ ପଚି ଯାଇଥିବାରୁ ଗାଁ’ରେ ବାସନ୍ଦ ହୋଇଥିବା ଜଣେ ରୋଗୀ ରାତିର ଅନ୍ଧକାରରେ ଏକ […]

The post ସାମାଜିକ ବାସନ୍ଦ ବୃଦ୍ଧଙ୍କ ଶେଷ ଆଶ୍ରା ସାଜିଲେ ଡାକ୍ତର appeared first on Odisha Reporter.

]]>

ଭୁବନେଶ୍ୱର (ସୁବ୍ରତ କୁମାର ନାୟକ): ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଏବେବି ବି ସମାଜରେ ବଞ୍ଚିରହିଛି କୁସଂସ୍କାର ଏବଂ ଅନ୍ଧ ବିଶ୍ୱାସ। ଶିକ୍ଷାର ଅଭାବ ହେଉ କିମ୍ବା ବର୍ଷ ବର୍ଷ ଧରି ଚଳିଆସିଥିବା ପ୍ରଥା ଠିକ୍‌ କିମ୍ବା ଭୁଲ, ତା’ର ବିଚାର କରିବାର ସଚେତନତାର ଅଭାବ, ଏବେ ମଧ୍ୟ ସାମାଜିକ ବାସନ୍ଦର ପ୍ରଥା ଚାଲୁରହିଛି। ଆଉ ଏକଥା ପାଦରେ ଘା’ ହୋଇ ପଚି ଯାଇଥିବାରୁ ଗାଁ’ରେ ବାସନ୍ଦ ହୋଇଥିବା ଜଣେ ରୋଗୀ ରାତିର ଅନ୍ଧକାରରେ ଏକ ଡୋଲି ଶଗଡ଼ରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିବା ଘଟଣାରୁ ସ୍ପଷ୍ଟ ହୋଇଛି।

ଗୁରୁବାର ରାତିରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ଜୁଡୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁଠି ଜଣେ ବୃଦ୍ଧ ଅନ୍ଧାରରେ ଏକ ଡୋଲି ଶଗଡ଼ରେ ବୁହା ହୋଇ ଡାକ୍ତରବାବୁଙ୍କ ଦ୍ଵାରସ୍ଥ ହୋଇଛନ୍ତି। ବୃଦ୍ଧଙ୍କ ପାଦରେ ଘା’ ପଚି ପୋକ ଲାଗିଯାଇଥିବା କାରଣରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଜଣାଯାଇଛି।

ଏହି ପ୍ରଥା ଅନୁଯାୟୀ ଵୟସ୍କ ଵ୍ୟକ୍ତିଙ୍କୁ ଚରମ ଅଵହେଳା କରୁଥିବା ପରିଵାରକୁ ଦଣ୍ଡିତ କରିବାକୁ ଏପରି ସାମୟିକ ବାସନ୍ଦ ଲାଗୁ ହୋଇଥାଏ। ତାଙ୍କୁ ଆରୋଗ୍ୟ କରାଇ, ତାଙ୍କ ପରିବାର ବର୍ଗ ଶୌଚ ନହେବା ପର୍ଯ୍ୟନ୍ତ ଗାଁର ଲୋକେ ତାଙ୍କୁ ସ୍ପର୍ଶ କରନ୍ତି ନାହିଁ। ଏପରିକି ତାଙ୍କୁ ଦିନବେଳା ଗାଁରେ ଆତଯାତ ହେବାକୁ ମଧ୍ୟ ଦିଆଯାଏ ନାହିଁ।

ଗୁରୁବାର ଦିନ ପୀଡ଼ିତ ବୃଦ୍ଧଙ୍କ ପାଦର ଅବସ୍ଥା ଅତି ଖରାପ ହୋଇଯିବାରୁ ବାଧ୍ୟ ହୋଇ ତାଙ୍କ ବୃଦ୍ଧା ପତ୍ନୀ ଓ ପୁଅ ଦୁହେଁ ସାହିଭାଇଙ୍କ ଅଜାଣତରେ ତାଙ୍କୁ ରାତିର ଅନ୍ଧକାର ମଧ୍ୟରେ ଏକ ଡୋଲି ଶଗଡ଼ରେ ଟାଣି ଟାଣି ଆଣି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।

ସରକାରୀ ସୁବିଧାରୁ ୧୦୮ ଆମ୍ବୁଲାନ୍ସ ସେବା ମିଳୁଥିଲେ ହେଁ ତାହାର ଲାଭ ନେବା ପାଇଁ ମଧ୍ୟ ସେମାନେ ସାହସ ଜୁଟାଇ ପାରିନଥିଲେ। ବୋଧହୁଏ କାହାରି ସାହାଯ୍ୟ ମାଗିଲେ ଉତ୍ତରରେ ନା ମିଳିବା ନେଇ ସେମାନେ ନିଶ୍ଚିତ ହୋଇଯାଇଥିଲେ। ଆମ୍ବୁଲାନ୍ସ ଡ୍ରାଇଭର କିମ୍ବା ମେଡିକାଲ କର୍ମଚାରୀ କାଳେ ତାଙ୍କୁ ଘୃଣାରେ ମନା କରିଦେଇ ଅପମାନିତ କରିବେ, ସେଇ ଭୟରେ ସେମାନେ ଆମ୍ବୁଲାନ୍ସର ସାହାଯ୍ୟ ମଧ୍ୟ ନେଇନଥିଲେ।

ଅନ୍ୟ ଲୋକ ବୃଦ୍ଧଙ୍କୁ ଛୁଇଁବେନି ବୋଲି ସେମାନେ ନିଶ୍ଚିତ ଥିଲେ ମଧ୍ୟ ଡାକ୍ତରଙ୍କୁ ଏବଂ ଡାକ୍ତରୀ ବିଜ୍ଞାନକୁ ଭରସା କରି ସେମାନେ ସାହସ ଜୁଟାଇବା ନିଶ୍ଚୟ ସକାରାତ୍ମକ ସଙ୍କେତ। ପୁଣିଥରେ ପ୍ରମାଣିତ ହୋଇଛି ଯେ, ଯେତେଵେଳେ ସାହି ଭାଇ, ପାଖ ପଡେ଼ାଶୀ ଛୁଅଁନ୍ତି ନାହିଁ, ଅଟୋ ଚାଳକ ଛୁଅଁନ୍ତି ନାହିଁ, ସେତେଵେଳେ ଡାକ୍ତରବାବୁ ହିଁ ଏକମାତ୍ର ସାହା ଭରସା କାରଣ ତାଙ୍କ ପାଖେ ଛୁଆଁ ଅଛୁଆଁ ଭାଵ ନଥାଏ।

ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କ ଦ୍ଵାରା ଡୋଲି ଶଗଡ଼ରେ ବୁହା ହୋଇ ଆସିଥିବା ବୃଦ୍ଧ ରୋଗୀଙ୍କୁ ଦେଖି ମେଡିକାଲ ପରିସରରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଥିଲେ।
ବୃଦ୍ଧ ଜଣଙ୍କ ଭୀତତ୍ରସ୍ତ ଅବସ୍ଥାରେ ସମସ୍ତଙ୍କୁ ହାତଯୋଡ଼ି ନମସ୍କାର କରୁଥିଲେ। ହୁଏତ ତାଙ୍କ ମନରେ ଆଶଙ୍କା ଥିଲା, ତାଙ୍କୁ ହସ୍ପିଟାଲ ବାବୁମାନେ ଫେରାଇ ଦେବେନି ତ!


ଶେଷ ଖବର ସୁଦ୍ଧା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ ବୃଦ୍ଧଙ୍କୁ ଆଶୁ ଚିକିତ୍ସା ଯୋଗାଇଦେବା ସହ ତାଙ୍କୁ ଏକ ଶଯ୍ୟା ଦେବାର ବନ୍ଦୋବସ୍ତ କରିଛନ୍ତି। ଗାଁରୁ ବାସନ୍ଦ ହୋଇଥିବା ଏହି ପରିବାର ପାଇଁ ଡା ଜ୍ୟେଷ୍ଠୀ ଭଗବାନ ସଦୃଶ ଉଭା ହୋଇଛନ୍ତି। ସେ ବୃଦ୍ଧଙ୍କ ପତ୍ନୀ ଓ ପୁତ୍ରଙ୍କୁ ରୋଗୀ ଖୁବଶୀଘ୍ର ଭଲ ହୋଇଯିବେ ବୋଲି ଆଶ୍ୱାସନା ଦେଇଛନ୍ତି।

The post ସାମାଜିକ ବାସନ୍ଦ ବୃଦ୍ଧଙ୍କ ଶେଷ ଆଶ୍ରା ସାଜିଲେ ଡାକ୍ତର appeared first on Odisha Reporter.

]]>
centre bottom 2018-10-19 13:55:15 https://odishareporter.in/wp-content/uploads/2018/10/jodumo-cover.jpg
ପ୍ରସୂତିଙ୍କୁ ଭାରରେ ବୋହିଲେ ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର https://odishareporter.in/odisha/ambulance-driver-help-to-carry-pegnant-woman-on-cot-284102 Fri, 05 Oct 2018 06:58:49 +0000 https://odishareporter.in/?p=284102

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଲଛିମିପୁର ଗାଁରେ। ତେବେ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ଏଠାରେ ନିଜେ ଆମ୍ବୁଲାନ୍ସର ଡ୍ରାଇଭର ପ୍ରଦୀପ ମଣ୍ଡଳ ପ୍ରସୂତିଙ୍କୁ ଭାରରେ ବୋହି ନେଇଥିବା ଦେଖିବାକୁ ମିଳିଥିଲା। ଗାଁର ତୁଲା ଖରାଙ୍କର ପ୍ରସବ ବେଦନା ଆରମ୍ଭ […]

The post ପ୍ରସୂତିଙ୍କୁ ଭାରରେ ବୋହିଲେ ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର appeared first on Odisha Reporter.

]]>

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଲଛିମିପୁର ଗାଁରେ।

ତେବେ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ଏଠାରେ ନିଜେ ଆମ୍ବୁଲାନ୍ସର ଡ୍ରାଇଭର ପ୍ରଦୀପ ମଣ୍ଡଳ ପ୍ରସୂତିଙ୍କୁ ଭାରରେ ବୋହି ନେଇଥିବା ଦେଖିବାକୁ ମିଳିଥିଲା।

ଗାଁର ତୁଲା ଖରାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। ଆମ୍ବୁଲାନ୍ସ ଆସିଥିଲା, ହେଲେ ଗାଁ ଭିତରକୁ ଯିବାକୁ ରାସ୍ତା ନଥିବାରୁ ଆଖ ଗାଁରେ ଅଟକି ଥିଲା।

ଏହାପରେ ଆମ୍ବୁଲାନ୍ସ ଡ୍ରାଇଭର୍‌ ଗାଁର ଆଶା ଦିଦିଙ୍କୁ ଡାକି ପାହାଡ଼ିଆ ରାସ୍ତାରେ ଲଛିମିପୁର ଗାଁରେ ପହଞ୍ଚି ଥିଲେ। ତା’ପରେ ପ୍ରସୂତିଙ୍କୁ ପ୍ରାୟ ୫ କିମି ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର ବି ପ୍ରସୂତିଙ୍କୁ ବୋହିବାରେ ସାହାଯ୍ୟ କରିଥିଲେ।

ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ତାଙ୍କର ଅଧିକ ସମ୍ପର୍କୀୟ ନଥିଲେ। ତେଣୁ  ନିଜେ ଆମ୍ବୁଲାନ୍ସ ଡ୍ରାଇଭର ଆଶା ଦିଦିଙ୍କ ସହ ମିଶି ତାଙ୍କୁ ଭାରରେ ବୋହି ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ଏପରି ସହଯୋଗକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

The post ପ୍ରସୂତିଙ୍କୁ ଭାରରେ ବୋହିଲେ ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର appeared first on Odisha Reporter.

]]>
centre top 2018-10-05 12:28:49 https://odishareporter.in/wp-content/uploads/2018/10/chitraknda.jpg
ସୁନା ଝିଅ ସିତୁଲ୍‌, ଏମିତି ସାହାଯ୍ୟ କଲେ ଯାହା ସମସ୍ତେ ମନେ ରଖିବେ https://odishareporter.in/odisha/touching-gesture-by-9-year-old-neuro-patient-for-a-fellow-patient-in-hospital-283486 Wed, 03 Oct 2018 18:39:56 +0000 https://odishareporter.in/?p=283486

(ଓଡ଼ିଶା ରିପୋର୍ଟର): ୯ ବର୍ଷର ଝିଅ ସିତୁଲ୍‌। ଗତବର୍ଷ ସାରା ଓଡ଼ିଶାରେ ନାଟକ ଅଭିନୟ ପ୍ରତିଯୋଗିତାରେ ପ୍ରଥମ ମଧ୍ୟ ହୋଇଥିଲେ। ଅଭିନୟ ବ୍ୟତୀତ ନୃତ୍ୟ ଏବଂ ସଙ୍ଗୀତରେ ପାରଙ୍ଗମ ସିତୁଲ୍‌। କିନ୍ତୁ ସେ Acute cerebellitis ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କ ଚଳଚଞ୍ଚଳ ପାଦ ଏବେ ନିଷ୍ପ୍ରଭ ହୋଇଯାଇଛି। ଏଭଳି ସ୍ଥିତିରେ ଯେକେହି ମଧ୍ୟ ଭାଙ୍ଗିପଡ଼ିବ, କିନ୍ତୁ ସିତୁଲ୍‌ ଏଭଳି କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛି। ବର୍ତ୍ତମାନ କଟକ ଶିଶୁଭବନରେ ଭର୍ତ୍ତି ହୋଇଛନ୍ତି ସିତୁଲ୍। […]

The post ସୁନା ଝିଅ ସିତୁଲ୍‌, ଏମିତି ସାହାଯ୍ୟ କଲେ ଯାହା ସମସ୍ତେ ମନେ ରଖିବେ appeared first on Odisha Reporter.

]]>

(ଓଡ଼ିଶା ରିପୋର୍ଟର): ୯ ବର୍ଷର ଝିଅ ସିତୁଲ୍‌। ଗତବର୍ଷ ସାରା ଓଡ଼ିଶାରେ ନାଟକ ଅଭିନୟ ପ୍ରତିଯୋଗିତାରେ ପ୍ରଥମ ମଧ୍ୟ ହୋଇଥିଲେ। ଅଭିନୟ ବ୍ୟତୀତ ନୃତ୍ୟ ଏବଂ ସଙ୍ଗୀତରେ ପାରଙ୍ଗମ ସିତୁଲ୍‌। କିନ୍ତୁ ସେ Acute cerebellitis ରୋଗରେ ଆକ୍ରାନ୍ତ ହେବାପରେ ତାଙ୍କ ଚଳଚଞ୍ଚଳ ପାଦ ଏବେ ନିଷ୍ପ୍ରଭ ହୋଇଯାଇଛି। ଏଭଳି ସ୍ଥିତିରେ ଯେକେହି ମଧ୍ୟ ଭାଙ୍ଗିପଡ଼ିବ, କିନ୍ତୁ ସିତୁଲ୍‌ ଏଭଳି କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛି।

ବର୍ତ୍ତମାନ କଟକ ଶିଶୁଭବନରେ ଭର୍ତ୍ତି ହୋଇଛନ୍ତି ସିତୁଲ୍। ତାଙ୍କ ପାଖ ବେଡ୍‌ରେ ଚିକିତ୍ସିତ ହେଉଥିବା ଆଉ ଜଣେ ଶିଶୁର ଚିକିତ୍ସାରେ ହଠାତ୍‌ ୧୩୦୦ ଟଙ୍କାର ଇଞ୍ଜେକ୍ସନ୍‌ ଦରକାର ହେଲା। କିନ୍ତୁ ତା’ର ଗରିବ ବାପାଙ୍କ ପକ୍ଷେ ଏହି ଇଞ୍ଜେକ୍ସନ୍ କିଣିବା ପାଇଁ ପାଖରେ ଟଙ୍କା ନଥିଲା। ଏସବୁ ଦେଖୁଥିବା ସିତୁଲ୍‌ କାନ୍ଦି କାନ୍ଦି ତାଙ୍କ ମାଙ୍କ ପାଖେ ଅଳି କରି କହିଲେ, ‘ମୋ ଔଷଧ ପାଇଁ ଯେଉଁ ଟଙ୍କା ରଖିଛ, ତାକୁ ସେଇ ପିଲାର ବାପାଙ୍କୁ ଦେଇଦିଅ, ମୋତେ ଭଗବାନ ବଞ୍ଚାଇବେ।’

ସିତୁଲଙ୍କ ବାପା ମା ନିଜ ଝିଅ ଚିକିତ୍ସା ପାଇଁ ଆଣିଥିବା ଟଙ୍କା ପାଖ ଝିଅର ବାପା ମା’ଙ୍କୁ ଦେଇଦେଲେ। ଶେଷଖବର ସୁଦ୍ଧା ଅନ୍ୟ ପିଲାଟିର ଚିକିତ୍ସା ଆରମ୍ଭ ହୋଇପାରିଥିବା ଜଣାଯାଇଛି। ସତରେ ୯ ବର୍ଷର ସିତୁଲ୍‌ ପାଖରେ ଅଛି ଏକ ବିଶାଳ ହୃଦୟ।

The post ସୁନା ଝିଅ ସିତୁଲ୍‌, ଏମିତି ସାହାଯ୍ୟ କଲେ ଯାହା ସମସ୍ତେ ମନେ ରଖିବେ appeared first on Odisha Reporter.

]]>
centre bottom 2018-10-04 13:04:09 https://odishareporter.in/wp-content/uploads/2018/10/SUNAJHIA-SITUL.jpg
୮୯ ବର୍ଷର ଏହି ବୃଦ୍ଧ ପିଏଚ୍‌ଡି କରିବେ, ଜାଣନ୍ତୁ ତାଙ୍କ ସମ୍ପର୍କରେ https://odishareporter.in/nation-world/89-years-old-man-inspires-to-complete-phd-in-philosophy-277318 Tue, 18 Sep 2018 08:38:53 +0000 https://odishareporter.in/?p=277318

ନୂଆଦିଲ୍ଲୀ:  କଥାରେ ଅଛି ପାଠ ପଢ଼ିବା ପାଇଁ କୌଣସି ବୟସ ସୀମା ନ ଥାଏ। ମନରେ ଇଚ୍ଛା ଥିଲେ ବୟସ ଏଥିପାଇଁ ବାଧକ ସାଜି ନ ଥାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କର୍ଣ୍ଣାଟକର ଜଣେ ସ୍ୱାଧୀନତା ସଂଗ୍ରାମୀ। ବୟସ ତାଙ୍କୁ ୯୦ ଛୁଇଁବାକୁ ବସିଲାଣି। ହେଲେ ଯେଉଁ ବୟସରେ ଖାଇ, ପିଇ ଆରାମ କରିବା କଥା ସେହି ବୟସରେ ତାଙ୍କୁ ପାଠ ପଢା ନିଶା ଘାରିଛି। ଏଣୁ ଦର୍ଶନ ଶାସ୍ତ୍ରରେ ସେ ପିଏଚ୍‌ଡି କରିବେ […]

The post ୮୯ ବର୍ଷର ଏହି ବୃଦ୍ଧ ପିଏଚ୍‌ଡି କରିବେ, ଜାଣନ୍ତୁ ତାଙ୍କ ସମ୍ପର୍କରେ appeared first on Odisha Reporter.

]]>

ନୂଆଦିଲ୍ଲୀ:  କଥାରେ ଅଛି ପାଠ ପଢ଼ିବା ପାଇଁ କୌଣସି ବୟସ ସୀମା ନ ଥାଏ। ମନରେ ଇଚ୍ଛା ଥିଲେ ବୟସ ଏଥିପାଇଁ ବାଧକ ସାଜି ନ ଥାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କର୍ଣ୍ଣାଟକର ଜଣେ ସ୍ୱାଧୀନତା ସଂଗ୍ରାମୀ।

ବୟସ ତାଙ୍କୁ ୯୦ ଛୁଇଁବାକୁ ବସିଲାଣି। ହେଲେ ଯେଉଁ ବୟସରେ ଖାଇ, ପିଇ ଆରାମ କରିବା କଥା ସେହି ବୟସରେ ତାଙ୍କୁ ପାଠ ପଢା ନିଶା ଘାରିଛି। ଏଣୁ ଦର୍ଶନ ଶାସ୍ତ୍ରରେ ସେ ପିଏଚ୍‌ଡି କରିବେ ବୋଲି ଏବେ ଅଣ୍ଟା ଭିଡିଛନ୍ତି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି କର୍ଣ୍ଣାଟକ କୋପାଲ୍‌ର ଶରଣ ବାସବରାଜ୍‌ ବିସାରହଲ୍ଲୀ(୮୯)। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ। ଦେଶ ପରାଧିନତାର ଶୃଙ୍ଖଳରେ ବନ୍ଧା ପଡିଥିବା ବେଳେ ଏହି ଜାତୀୟ ସଂଗ୍ରାମରେ ନିଜକୁ ଝାସ ଦେଇଥିଲେ ବିସାରହଲ୍ଲୀ। ଫଳରେ ପାଠପଢାରେ ଡୋରୀ ବନ୍ଧା ହୋଇଥିଲା।

ଏବେ ସେ ଏହି ଅଧୂରା ଆଶା ପୂରଣ କରିବାକୁ ଯାଉଛନ୍ତି  ବିସାରହଲ୍ଲୀ।
ସେ କର୍ଣ୍ଣାଟକର Hampi Universityରେ ନିଜର ପିଏଚ୍‌ଡି କରିବାକୁ ଚାହୁଁଛନ୍ତି। ନିକଟରେ ସେ ଏଥିପାଇଁ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି।

ବିସାରହଲ୍ଲୀଙ୍କ କହିବା ଅନୁସାରେ, ପୂର୍ବ ବର୍ଷ ପିଏଚ୍‌ଡି ପାଇଁ ସେ ପ୍ରବେଶିକା ପରୀକ୍ଷା ଦେଇଥିଲେ। ମାତ୍ର ସେଥିରେ ସେ ଅକୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ଏଥରର ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବେ ବୋଲି ଦୃଢ ଆତ୍ମବିଶ୍ୱାସ ରଖିଛନ୍ତି।
କନ୍ନଡ ସାହିତ୍ୟରେ ଏକ ପୁସ୍ତକ ଲେଖିବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ରହିଛି ବୋଲି ସେ କୁହନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବିସାରହଲ୍ଲୀଙ୍କ କନ୍ନଡ ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକୋତ୍ତର ହାସଲ କରି ସାରିଛନ୍ତି।

The post ୮୯ ବର୍ଷର ଏହି ବୃଦ୍ଧ ପିଏଚ୍‌ଡି କରିବେ, ଜାଣନ୍ତୁ ତାଙ୍କ ସମ୍ପର୍କରେ appeared first on Odisha Reporter.

]]>
right top 2018-09-18 08:39:07 https://odishareporter.in/wp-content/uploads/2018/09/swadhinata1.jpg
ବିବାହ କରିବେ ବୋଲି ସ୍ଥିର କରିଛନ୍ତି ରାଜ୍ୟର ପ୍ରଥମ କିନ୍ନର ଓଏଫଏସ୍ https://odishareporter.in/odisha/odishas-first-transgender-ofs-officer-aishawrya-decides-to-get-married-273913 Sun, 09 Sep 2018 11:05:46 +0000 https://odishareporter.in/?p=273913

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସଂସାର ଯାକର ନିନ୍ଦା ଆଉ ଅପବାଦ ମଧ୍ୟରେ ମୋ ଜୀବନ ଆଜିଯାଏ କଟି ଆସିଛି। ଏମିତି ବି ଦିନ ଥିଲା ଯେବେ, କ୍ଲାସ୍‌ରେ ପାଠ ପଢୁଥିବା ମୋ ସହପାଠୀମାନେ ମୋ ଲିଙ୍ଗ ଜାଣିବାକୁ ମୋତେ ଉଲଗ୍ନ କରି ପକାଉଥିଲେ। କଲେଜ ଆଉ ୟୁନିଭର୍ସିଟିରେ ବି ଅନେକ ଥର ଯୌନ ଉତ୍ପୀଡ଼ନର ଶିକାର ହୋଇଛି। ତଥାପି ଶିକ୍ଷାକୁ ସବୁବେଳେ ଶ୍ରେଷ୍ଠ ଭାବିଛି ଆଉ ପାଠପଢା ଛାଡିନି। ଖାସ୍‌ ସେଇଥି ପାଇଁ ମତେ ଆଜି ଆପଣମାନେ ଏଠି […]

The post ବିବାହ କରିବେ ବୋଲି ସ୍ଥିର କରିଛନ୍ତି ରାଜ୍ୟର ପ୍ରଥମ କିନ୍ନର ଓଏଫଏସ୍ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସଂସାର ଯାକର ନିନ୍ଦା ଆଉ ଅପବାଦ ମଧ୍ୟରେ ମୋ ଜୀବନ ଆଜିଯାଏ କଟି ଆସିଛି। ଏମିତି ବି ଦିନ ଥିଲା ଯେବେ, କ୍ଲାସ୍‌ରେ ପାଠ ପଢୁଥିବା ମୋ ସହପାଠୀମାନେ ମୋ ଲିଙ୍ଗ ଜାଣିବାକୁ ମୋତେ ଉଲଗ୍ନ କରି ପକାଉଥିଲେ। କଲେଜ ଆଉ ୟୁନିଭର୍ସିଟିରେ ବି ଅନେକ ଥର ଯୌନ ଉତ୍ପୀଡ଼ନର ଶିକାର ହୋଇଛି। ତଥାପି ଶିକ୍ଷାକୁ ସବୁବେଳେ ଶ୍ରେଷ୍ଠ ଭାବିଛି ଆଉ ପାଠପଢା ଛାଡିନି। ଖାସ୍‌ ସେଇଥି ପାଇଁ ମତେ ଆଜି ଆପଣମାନେ ଏଠି ଦେଖୁଛନ୍ତି।”

ଏ କଥା କହିଛନ୍ତି ରାଜ୍ୟର ପ୍ରଥମ କିନ୍ନର ଓଏଫଏସ୍ ଅଧିକାରୀ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ। ୩୪ ବର୍ଷୀୟ ଏହି ଅଧିକାରୀ ଜଣକ ୨୦୧୦ରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଓଡିଶାର ପ୍ରଥମ କିନ୍ନର ଅଫିସର ହେବାର ମାନ୍ୟତା ପାଇଥିଲେ। ସମ୍ପ୍ରତି ସେ ଓଡିଶା ବିତ୍ତୀୟ ସେବା(Odisha Finance Service)ର ଜଣେ ଅଧିକାରୀ ଭାବେ କାର୍ଯ୍ୟରତ।

ଏଥର ଐଶ୍ୱର୍ଯ୍ୟା ବାହା ହେବେ। ଆଉ କାହାର ଟାହି, ଟାପରା, ଅପମାନ କି ଦଣ୍ଡର ଭୟ ନାହିଁ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଭଳି ଅନେକ ମଣିଷଙ୍କ ଲାଗି ଆଶାର ଆଲୋକ ଦେଖାଇଛନ୍ତି ବୋଲି ସେ କୁହନ୍ତି। ଏଣୁ ଆଉ ବିଳମ୍ବ ନ କରି ଆର ବର୍ଷ ସେ ବିବାହ କରିବାକୁ ସ୍ଥିର କରିଥିବା କହିଛନ୍ତି।

ନିକଟରେ ସୁପ୍ରିମ୍‌ କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ନେଇ ଲାଗି ରହିଥିବା ବାଦବିବାଦର ଅନ୍ତ ଘଟାଇଥିଲେ। ଏଭଳି ସମ୍ପର୍କ ଆଉ ଅପରାଧ ପର୍ଯ୍ୟାୟଭୁକ୍ତ ହେବନାହିଁ ବୋଲି ନ୍ୟାୟାଳୟ କହିବା ପରେ ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଧାରା ୩୭୭ ବେଆଇନ୍‌ ହୋଇଯାଇଛି। ଏଣିକି ଏଥିପାଇଁ କାହାରିକୁ ଦଣ୍ଡିତ କରାଯାଇ ପାରିବ ନାହିଁ ବୋଲି ଘୋଷଣା ପରେ LGBTQ ସମ୍ପଦାୟରେ ଖୁସିର ଲହରୀ ଖେଳିଥିଲା।

ଐଶ୍ୱର୍ଯ୍ୟା ମଧ୍ୟ ଏହି ନିଷ୍ପତ୍ତି ଶୁଣିବା ପରେ ଆନନ୍ଦିତ ବୋଲି କହିଛନ୍ତି। ନିଜ ବୟଫ୍ରେଣ୍ଡଙ୍କ ସହ ଆଉ ଡରି ଡରି ମିଶିବାକୁ ପଡିବନି। ନିଜ ପାର୍ଟନରଙ୍କୁ ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ଏଣୁ ଯଦି ଆଇନ୍‌ ଅନୁମତି ଦିଏ ତେବେ ଦୁହେଁ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ମଧ୍ୟ ସେ ଜଣାଇଛନ୍ତି।

ଢେଙ୍କାନାଳସ୍ଥିତ Indian Institute of Mass Communication (IIMC)ରେ ସାମ୍ବାଦିକତାର ଡିପ୍ଲୋମା କରିଛନ୍ତି ଐଶ୍ୱର୍ଯ୍ୟା। ହେଲେ ସେ ଏହାକୁ ପେସା ଭାବେ ଗ୍ରହଣ କରିପାରିନାହାନ୍ତି। କାରଣ ଏଠାରେ ପାଠପଢ଼ା ସମୟରେ ସେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଆଉ ସୌଭାଗ୍ୟକୁ ଏଥିରେ ସେ କୃତକାର୍ଯ୍ୟ ହେବା ପରେ ପ୍ରଶାସନିକ ସେବାରେ ଯୋଗ ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

The post ବିବାହ କରିବେ ବୋଲି ସ୍ଥିର କରିଛନ୍ତି ରାଜ୍ୟର ପ୍ରଥମ କିନ୍ନର ଓଏଫଏସ୍ appeared first on Odisha Reporter.

]]>
center top, centre top 2018-09-09 11:05:46 https://odishareporter.in/wp-content/uploads/2018/09/RITUPARNA.jpg
ଦୀର୍ଘ ବର୍ଷ ହେଲା ବଦଳିନି ସ୍କୁଲ ସିଲାବସ୍, ନୂଆ ବିଷୟ ଜାଣିବାରୁ ଛାତ୍ରଛାତ୍ରୀ ବଞ୍ଚିତ https://odishareporter.in/odisha/no-change-in-school-syllabus-since-2009-worries-academics-and-experts-270860 Sun, 02 Sep 2018 15:52:08 +0000 https://odishareporter.in/?p=270860

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତଙ୍କ ଅନୁସାରେ ୨୦୦୯ରେ ଶେଷ ଥର ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲାମାନେ ସମାନ ବିଷୟ ପଢୁଛନ୍ତି। ଫଳରେ ନୂଆ ନୂଆ ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଢ଼ାଞ୍ଚାରେ ଆସୁଛି। ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଛି ବୋଲି ସେମାନେ କହିଛନ୍ତି । ପ୍ରତି ୩ ବର୍ଷରେ ସିଲାବସ୍‌ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢ଼ନ୍ତେ ଏବଂ ଏହା ସେମାନଙ୍କ ଜ୍ଞାନବର୍ଦ୍ଧନରେ ସହାୟକ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି। ତେବେ ମାଧ୍ୟମିକ ଶିକ୍ଷା ପରିଷଦ […]

The post ଦୀର୍ଘ ବର୍ଷ ହେଲା ବଦଳିନି ସ୍କୁଲ ସିଲାବସ୍, ନୂଆ ବିଷୟ ଜାଣିବାରୁ ଛାତ୍ରଛାତ୍ରୀ ବଞ୍ଚିତ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତଙ୍କ ଅନୁସାରେ ୨୦୦୯ରେ ଶେଷ ଥର ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲାମାନେ ସମାନ ବିଷୟ ପଢୁଛନ୍ତି।

ଫଳରେ ନୂଆ ନୂଆ ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଢ଼ାଞ୍ଚାରେ ଆସୁଛି। ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଛି ବୋଲି ସେମାନେ କହିଛନ୍ତି ।

ପ୍ରତି ୩ ବର୍ଷରେ ସିଲାବସ୍‌ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢ଼ନ୍ତେ ଏବଂ ଏହା ସେମାନଙ୍କ ଜ୍ଞାନବର୍ଦ୍ଧନରେ ସହାୟକ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି।

ତେବେ ମାଧ୍ୟମିକ ଶିକ୍ଷା ପରିଷଦ ଭିନ୍ନ ମତ ପୋଷଣ କରିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି-“୨୦୧୨ ମସିହାରେ ନବମ ଓ ୨୦୧୩ ମସିହାରେ ଦଶମ ଶ୍ରେଣୀ ସିଲାବସ୍‌ ପରିବର୍ତ୍ତନ କରାଯାଇଥିଲା। ଆଗକୁ ମ୍ୟାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ୩ ସେଟ୍ ବଦଳରେ ୪ ସେଟ୍ ପ୍ରଶ୍ନପତ୍ର ଆସିବ। ଏଥିଲାଗି ଅଧିକ ପ୍ରଶ୍ନ ଆବଶ୍ୟକ ପଡ଼ିବ । ତା’କୁ ଦୃଷ୍ଟିରେ ରଖି ସିଲାବସ୍‌ରେ ପରିବର୍ତ୍ତନ କରିବା ପାଇଁ  ପ୍ରକ୍ରିୟା ଆରମ୍ଭ ହୋଇସାରିଛି।”

୨୦୦୯ ନ୍ୟାସନାଲ୍‌ କରିକୁଲମ୍‌ ଫ୍ରେମ୍‌ଓ୍ୱର୍କ ପରିବର୍ତ୍ତନ ହୋଇଥିଲା। ତା’ପରଠାରୁ ଏଥିରେ ପରିବର୍ତ୍ତନ ହୋଇନାହିଁ। ସେହି ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଓଡ଼ିଶା ସିଲାବସ୍‌ରେ ପରିବର୍ତ୍ତନ କରିନଥିବା କୁହାଯାଉଛି। ତେବେ ନ୍ୟାସନାଲ କରିକୁଲମ୍‌ରେ ପରିବର୍ତ୍ତନ ନ ହେଲେ ମଧ୍ୟ ବିଷୟ ପରିବର୍ତ୍ତନରେ କୌଣସି ଅସୁବିଧା ନାହିଁ ବୋଲି ଶିକ୍ଷାବିତ୍ କହିଛନ୍ତି।

The post ଦୀର୍ଘ ବର୍ଷ ହେଲା ବଦଳିନି ସ୍କୁଲ ସିଲାବସ୍, ନୂଆ ବିଷୟ ଜାଣିବାରୁ ଛାତ୍ରଛାତ୍ରୀ ବଞ୍ଚିତ appeared first on Odisha Reporter.

]]>
centre bottom 2018-09-02 15:52:08 https://odishareporter.in/wp-content/uploads/2018/03/matric-1.jpg
ଚମକିଲେ ଦୂତି, ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ https://odishareporter.in/odisha/odia-sprinter-dutee-chand-wins-silver-in-100-metre-at-asian-games-1234-235-268038 Sun, 26 Aug 2018 14:38:03 +0000 https://odishareporter.in/?p=268038

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଚମକିଛନ୍ତି। ୧୦୦ ମିଟର୍‌ ଫାଇନାଲ ଦୌଡ଼ରେ  ଦୂତୀ ଦ୍ୱିତୀୟ ସ୍ଥାନ ଦଖଲ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ୧୦୦ ମିଟର୍‌ ଦୂରତା ଅତିକ୍ରମ କରିବାକୁ ଦୂତି ୧୧.୩୨ ସେକେଣ୍ଡ ନେଇଥିଲେ। ମାତ୍ର ୨ ସେକେଣ୍ଡ ପାଇଁ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ୧୧.୪୩ ସେକେଣ୍ଡରେ ୧୦୦ ମିଟର୍‌ ଦୂରତା ଅତିକ୍ରମ କରି ଦୂତି ଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିଥିଲେ।

The post ଚମକିଲେ ଦୂତି, ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ appeared first on Odisha Reporter.

]]>

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଚମକିଛନ୍ତି। ୧୦୦ ମିଟର୍‌ ଫାଇନାଲ ଦୌଡ଼ରେ  ଦୂତୀ ଦ୍ୱିତୀୟ ସ୍ଥାନ ଦଖଲ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି।

୧୦୦ ମିଟର୍‌ ଦୂରତା ଅତିକ୍ରମ କରିବାକୁ ଦୂତି ୧୧.୩୨ ସେକେଣ୍ଡ ନେଇଥିଲେ। ମାତ୍ର ୨ ସେକେଣ୍ଡ ପାଇଁ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ।

୧୧.୪୩ ସେକେଣ୍ଡରେ ୧୦୦ ମିଟର୍‌ ଦୂରତା ଅତିକ୍ରମ କରି ଦୂତି ଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିଥିଲେ।

The post ଚମକିଲେ ଦୂତି, ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ appeared first on Odisha Reporter.

]]>
centre top 2018-08-27 02:30:00 https://odishareporter.in/wp-content/uploads/2018/08/dutti1.jpg
‘ଗୁରୁଙ୍କ ସ୍ଥାନ ଗୁଗୁଲ୍ କେବେ ନେଇପାରିବ ନାହିଁ’ https://odishareporter.in/odisha/vicepresidentinodisha-aiimsconvocation-267680 Sat, 25 Aug 2018 13:43:57 +0000 https://odishareporter.in/?p=267680

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ବିଦ୍ୟା ହେଉଛି ମହାନ ପେସା। ଏହି ପେସା ମିଶନ ହେଉ, କମିଶନ ନ ହେଉ। ଭୁବନେଶ୍ୱର ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ। ସେ କହିଛନ୍ତି- “ଭାରତର ଆତ୍ମା ଗାଁରେ ରହିଛି। ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ମିଳିବା ଦରକାର। ଡାକ୍ତରମାନଙ୍କୁ ଗ୍ରାମାଞ୍ଚଳରେ ସେବା କରିବାକୁ ପଡ଼ିବ।” ଉପରାଷ୍ଟ୍ରପତି ଆହୁରି କହିଛନ୍ତି- “ମାଆ ମାଟି ଓ ମାତୃଭାଷାକୁ କେବେ ଭୁଲନ୍ତୁ ନାହିଁ। ଆମ […]

The post ‘ଗୁରୁଙ୍କ ସ୍ଥାନ ଗୁଗୁଲ୍ କେବେ ନେଇପାରିବ ନାହିଁ’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ବିଦ୍ୟା ହେଉଛି ମହାନ ପେସା। ଏହି ପେସା ମିଶନ ହେଉ, କମିଶନ ନ ହେଉ। ଭୁବନେଶ୍ୱର ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ।

ସେ କହିଛନ୍ତି- “ଭାରତର ଆତ୍ମା ଗାଁରେ ରହିଛି। ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ମିଳିବା ଦରକାର। ଡାକ୍ତରମାନଙ୍କୁ ଗ୍ରାମାଞ୍ଚଳରେ ସେବା କରିବାକୁ ପଡ଼ିବ।”

ଉପରାଷ୍ଟ୍ରପତି ଆହୁରି କହିଛନ୍ତି- “ମାଆ ମାଟି ଓ ମାତୃଭାଷାକୁ କେବେ ଭୁଲନ୍ତୁ ନାହିଁ। ଆମ ଜୀବନରେ ଗୁରୁଙ୍କ ଅତୁଳନୀୟ ଅବଦାନ ରହିଛି। ଗୁରୁଙ୍କ ସ୍ଥାନ ଗୁଗୁଲ୍ ନେଇ ପାରିବ ନାହିଁ।”

ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ଡିଗ୍ରୀ ପ୍ରଦାନ କରିଛନ୍ତି।

ଏହି ଅବସରରେ ଏମ୍‌ସ ପରିସରରେ ନାଇଟ୍ ସେଲ୍ଟର୍, ବର୍ଣ୍ଣ ୟୁନିଟ୍‌ ଓ ଧର୍ମଶାଳାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉପରାଷ୍ଟ୍ରପତି ଏମ୍‌ସରେ କାର୍ଯ୍ୟକ୍ରମ ପରେ ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି।

The post ‘ଗୁରୁଙ୍କ ସ୍ଥାନ ଗୁଗୁଲ୍ କେବେ ନେଇପାରିବ ନାହିଁ’ appeared first on Odisha Reporter.

]]>
centre bottom 2018-08-25 13:49:14 https://odishareporter.in/wp-content/uploads/2018/08/president.jpg
ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା https://odishareporter.in/odisha/high-court-dismisses-govt-notification-seeking-affidavits-from-teachers-266641 Wed, 22 Aug 2018 14:23:10 +0000 https://odishareporter.in/?p=266641

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାର ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହାଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଆରେ ସତ୍ୟପାଠ ଆହ୍ୱାନ କରିଥିଲେ। ତେବେ ସତ୍ୟପାଠରେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା, ତାହା ଶିକ୍ଷକ ଓ ଅଧ୍ୟାପକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା। […]

The post ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା appeared first on Odisha Reporter.

]]>
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାର ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହାଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଆରେ ସତ୍ୟପାଠ ଆହ୍ୱାନ କରିଥିଲେ।
ତେବେ ସତ୍ୟପାଠରେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା, ତାହା ଶିକ୍ଷକ ଓ ଅଧ୍ୟାପକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା।
ହାଇକୋର୍ଟର ବିଚାରପତି ଜଷ୍ଟିସ ଏ.କେ.ରଥ ମାମଲାର ବିଚାର କରି ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି। କୋର୍ଟଙ୍କ ରାୟ ସରକାରଙ୍କୁ ଝଟକା ହୋଇଛି। ୨୦୧୭ ଅକ୍ଟୋବର ୨୨ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଏପଟେ ସପ୍ତମ ଦିନରେ ଭୁବନେଶ୍ୱର ମାହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଡେଡ୍‌ଲାଇନ ଦେଇଛି ମିଳିତ ମଞ୍ଚ। ଦାବି ପୂରଣ ନହେଲେ ୨୫ରୁ ଆନ୍ଦୋଳକକୁ ବ୍ୟାପକ କରିବାକୁ ମଞ୍ଚ ଚେତାବନୀ ଦେଇଛି।

The post ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ଝଟକା appeared first on Odisha Reporter.

]]>
2018-08-22 14:23:10 https://odishareporter.in/wp-content/uploads/2018/08/highcourt.jpg
୭ରେ ହେବାକୁ ଥିବା CT/B.ED ପ୍ରବେଶିକା ପରୀକ୍ଷା ୧୬ରେ ହେବ https://odishareporter.in/odisha/ct-bed-exam-schedule-changeed-today-260753 https://odishareporter.in/odisha/ct-bed-exam-schedule-changeed-today-260753#respond Mon, 06 Aug 2018 11:50:05 +0000 http://odishareporter.in/?p=260753

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୭ ତାରିଖରେ ହେବାକୁ ଥିବା ଅନ୍‌ଲାଇନ୍‌ CT/B.ED ପ୍ରବେଶିକା ପରୀକ୍ଷା ୧୬ ତାରିଖରେ ହେବ। ପ୍ରସ୍ତାବିତ ୨୪ ଘଣ୍ଟିଆ ରାଜ୍ୟବ୍ୟାପୀ ପରିବହନ ଧର୍ମଘଟ ପାଇଁ ଏହି ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ତେବେ ୭ ତାରିଖ ବ୍ୟତୀତ ଅନ୍ୟାନ୍ୟ ପରୀକ୍ଷା ନିର୍ଦ୍ଧାତ ସୂଚୀ ଅନୁସାରେ ହେବ। ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ/ଶିକ୍ଷା ଓ ଗବେଷଣା ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଅଗଷ୍ଟ ୮ରୁ ୧୪ ତାରିଖ ମଧ୍ୟରେ […]

The post ୭ରେ ହେବାକୁ ଥିବା CT/B.ED ପ୍ରବେଶିକା ପରୀକ୍ଷା ୧୬ରେ ହେବ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୭ ତାରିଖରେ ହେବାକୁ ଥିବା ଅନ୍‌ଲାଇନ୍‌ CT/B.ED ପ୍ରବେଶିକା ପରୀକ୍ଷା ୧୬ ତାରିଖରେ ହେବ। ପ୍ରସ୍ତାବିତ ୨୪ ଘଣ୍ଟିଆ ରାଜ୍ୟବ୍ୟାପୀ ପରିବହନ ଧର୍ମଘଟ ପାଇଁ ଏହି ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ତେବେ ୭ ତାରିଖ ବ୍ୟତୀତ ଅନ୍ୟାନ୍ୟ ପରୀକ୍ଷା ନିର୍ଦ୍ଧାତ ସୂଚୀ ଅନୁସାରେ ହେବ। ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ/ଶିକ୍ଷା ଓ ଗବେଷଣା ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ତେବେ ଅଗଷ୍ଟ ୮ରୁ ୧୪ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ସୂଚନାରୁ ପ୍ରକାଶ, ରାଜ୍ୟର ୧୫ଟି ଜିଲ୍ଲାର ୪୯ଟି ବୈଷୟିକ ଅନୁଷ୍ଠାନରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷା ଅନୁଷ୍ଠାନମାନଙ୍କରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା।

The post ୭ରେ ହେବାକୁ ଥିବା CT/B.ED ପ୍ରବେଶିକା ପରୀକ୍ଷା ୧୬ରେ ହେବ appeared first on Odisha Reporter.

]]>
https://odishareporter.in/odisha/ct-bed-exam-schedule-changeed-today-260753/feed 0 2018-08-06 17:34:45 https://odishareporter.in/wp-content/uploads/2018/06/494429-chseresults.jpg