ପୁରୀ – Odisha Reporter https://odishareporter.in Fri, 17 Sep 2021 11:06:52 +0000 en-US hourly 1 ଗାଧୋଇବାକୁ ଯାଇଥିଲେ, ଭାସିଗଲେ ଦୁଇ ଭାଇ https://odishareporter.in/odisha/puri/2-minor-brothers-drown-to-death-in-delanga-676559 Fri, 17 Sep 2021 11:06:52 +0000 https://odishareporter.in/?p=676559

ପିପିଲି (ଦ୍ୱୀତିକୃଷ୍ଣ ପଟ୍ଟନାୟକ): ଗାଧୋଇବାକୁ ଯାଇଥିଲେ, ନଦୀ ସୁଅରେ ଭାସିଗଲେ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଡେଲାଙ୍ଗ ବ୍ଲକ୍ ଧନକେରା ପଞ୍ଚାୟତର ନାଗଣ ଗାଁରେ। ଗାଁ ଦୁଇ ନାବାଳକ ଭାଇ ସକାଳୁ ସକାଳୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ବନ୍ୟା ଜଳରେ ଦୁଇ ଜଣଙ୍କର ଗୋଡ଼ ଖସି ଯାଇଥିଲା। ଦୁହେଁ ନଦୀ ସୁଅରେ ଭାସି ଯାଇଥିଲେ। ଦୁହିଁଙ୍କୁ ହସ୍ପିଟାଲରେ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କର […]

The post ଗାଧୋଇବାକୁ ଯାଇଥିଲେ, ଭାସିଗଲେ ଦୁଇ ଭାଇ appeared first on Odisha Reporter.

]]>

ପିପିଲି (ଦ୍ୱୀତିକୃଷ୍ଣ ପଟ୍ଟନାୟକ): ଗାଧୋଇବାକୁ ଯାଇଥିଲେ, ନଦୀ ସୁଅରେ ଭାସିଗଲେ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଡେଲାଙ୍ଗ ବ୍ଲକ୍ ଧନକେରା ପଞ୍ଚାୟତର ନାଗଣ ଗାଁରେ। ଗାଁ ଦୁଇ ନାବାଳକ ଭାଇ ସକାଳୁ ସକାଳୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ବନ୍ୟା ଜଳରେ ଦୁଇ ଜଣଙ୍କର ଗୋଡ଼ ଖସି ଯାଇଥିଲା। ଦୁହେଁ ନଦୀ ସୁଅରେ ଭାସି ଯାଇଥିଲେ। ଦୁହିଁଙ୍କୁ ହସ୍ପିଟାଲରେ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କର ବୟସ ୭ ଓ ଅନ୍ୟ ଜଣଙ୍କର ୩ ବର୍ଷ ବୋଲି ଜଣାପଡ଼ିଛି।

ନାଗଣ ଗାଁର ସଦାଶିବ ପ୍ରଧାନଙ୍କ ଦୁଇ କୁନି ପୁଅ ସତ୍ୟଜିତ୍ ଓ ଶୁଭଜିତ୍ ସବୁଦିନ ଭଳି ଆଜି ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ପାଣିରେ ଦୁହେଁ ଭାସି ଯାଇଥିଲେ। ଦୁହିଁଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଡେଲାଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଦୁଇ ଭାଇଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

The post ଗାଧୋଇବାକୁ ଯାଇଥିଲେ, ଭାସିଗଲେ ଦୁଇ ଭାଇ appeared first on Odisha Reporter.

]]>
right bottom 2021-09-17 16:36:52 https://cdn.odishareporter.in/wp-content/uploads/2021/03/31151422/6hnb-1.jpg
ଚିଲିକାରେ ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ବେଆଇନ୍‌ ଚିଙ୍ଗୁଡ଼ି ଘେରି https://odishareporter.in/odisha/puri/in-chilka-illegal-project-was-demolished-676308 Thu, 16 Sep 2021 11:26:50 +0000 https://odishareporter.in/?p=676308

ଚିଲିକା(ଓଡ଼ିଶା ରିପୋର୍ଟର): ପୁରୀ ପ୍ରଶାସନ ପକ୍ଷରୁ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ ପ୍ରକ୍ରିୟାକୁ ଅଧିକ ଜୋରଦାର କରାଯାଇଛି। ଗତକାଲି ଗୋଟିଏ ଦିନରେ ଚିଲିକାରୁ ପ୍ରାୟ ୩୬୦ଏକର ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଇଥିବା ଜଣାପଡିଛି। ସେପଟେ ବେଆଇନ ଘେରି କରିବା ଅଭିଯୋଗରେ ୧୨ ଜଣଙ୍କ ନାମରେ ପ୍ରଶାସନ ପକ୍ଷରୁ ଗତକାଲି  ଥାନାରେ ମାମଲା ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ […]

The post ଚିଲିକାରେ ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ବେଆଇନ୍‌ ଚିଙ୍ଗୁଡ଼ି ଘେରି appeared first on Odisha Reporter.

]]>

ଚିଲିକା(ଓଡ଼ିଶା ରିପୋର୍ଟର): ପୁରୀ ପ୍ରଶାସନ ପକ୍ଷରୁ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ ପ୍ରକ୍ରିୟାକୁ ଅଧିକ ଜୋରଦାର କରାଯାଇଛି। ଗତକାଲି ଗୋଟିଏ ଦିନରେ ଚିଲିକାରୁ ପ୍ରାୟ ୩୬୦ଏକର ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଇଥିବା ଜଣାପଡିଛି। ସେପଟେ ବେଆଇନ ଘେରି କରିବା ଅଭିଯୋଗରେ ୧୨ ଜଣଙ୍କ ନାମରେ ପ୍ରଶାସନ ପକ୍ଷରୁ ଗତକାଲି  ଥାନାରେ ମାମଲା ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁଭାଷ ନାଥଶର୍ମା।

ସୂଚନା ମୁତାବକ ଆଜି ପୁଣି  ଦୁଇଟି ଜେସିବି ଓ  ଗୋଟିଏ ଏକ୍ସାଭେଟର ସାହାଯ୍ୟରେ ଚିଲିକାର ତିଚ୍ଛିଣି ଅଞ୍ଚଳର ଚିତ୍ରକୂଟ ଓ ତିଚ୍ଛିଣିରେ ରହିଥିବା ବେଆଇନ ଚିଙ୍ଗୁଡ଼ି ଘେରି ସଫା କରାଯାଇଛି । କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ ସେଠୀଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ପୁଲିସ, ଦୁଇପ୍ଲାଟୁନ ଫୋର୍ସ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀ, ଫିସରି  ଅଧିକାରୀ ଓ ସ୍ଥାନୀୟ ଆରଆଇଙ୍କ ନେତୃତ୍ୱରେ ଏହି ଉଚ୍ଛେଦ କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ଅପ୍ରିଲ୍ ୨୦୧୭ରେ ପ୍ରାକୃତିକ ପରିବେଶର ସୁରକ୍ଷା ଓ ବେଆଇନ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଦେଶର ୧୫ଟି ରାଜ୍ୟର ଉଚ୍ଚନ୍ୟାୟାଳୟକୁ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଜାନୁଆରି ୨୨, ୨୦୧୯ରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଚିଲିକା, ଭିତରକନିକା ଆଦିରେ ସୃଷ୍ଟି ହୋଇଥିବା ବେଆଇନ ଚିଙ୍ଗୁଡ଼ି ଘେରି ହଟାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥ୍ୟାନୁସାରେ, ୨୦୨୦ କରୋନା ସଂକ୍ରମଣ ପୂର୍ବରୁ ୧୨,୧୩୧ ହେକ୍ଟର ପରିସୀମାରେ ଥିବା ଚିଲିକା ହ୍ରଦର ପ୍ରାୟ ୧୨ ପ୍ରତିଶତ ଅର୍ଥାତ୍ ୧୪୪୦ ହେକ୍ଟର ଅଂଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ରହଥିଲା । ବର୍ତମାନ ଏହା ବୃଦ୍ଧି ପାଇ ୨୧୮୨ ହେକ୍ଟର ହୋଇଛି ।

The post ଚିଲିକାରେ ବୁଲିଲା ବୁଲ୍‌ଡୋଜର, ଭାଙ୍ଗିଲା ବେଆଇନ୍‌ ଚିଙ୍ଗୁଡ଼ି ଘେରି appeared first on Odisha Reporter.

]]>
right top 2021-09-16 17:16:11 https://odishareporter.in/wp-content/uploads/2021/09/790-3.jpg
ଆମ ସଂସ୍ଥା ‘ବିଜୁ ଯୁବବାହିନୀ’ ପରି ହେବନି: ଅପରାଜିତା https://odishareporter.in/odisha/puri/youth-for-action-volunteers-have-been-selected-by-puri-district-and-municipal-officials-today-674879 Sat, 11 Sep 2021 10:45:45 +0000 https://odishareporter.in/?p=674879

ପୁରୀ(ଓଡ଼ିଶା ରିପୋର୍ଟର): ୟୁଥ ଫର ଆକ୍ସନ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ଆଜି ପୁରୀ ଜିଲ୍ଲା ଓ  ପୌରାଂଚଳର କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ପୁରୀ ସହରର ସଂସ୍କୃତି ଭବନରେ ସଂସ୍ଥାର ଉପଦେଷ୍ଟା ତଥା ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ସମସ୍ତ ସଦସ୍ୟମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହ ସମାଜସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ କହିଥିଲେ  । ବିଶେଷକରି ଆଜିର ଯୁବକମାନେ ବେରୋଜଗାର ହେଉଥିବାରୁ ସେମାନଙ୍କୁ ନିଯୁକ୍ତି ସହ ସେମାନେ ସମାଜରେ ଅସହାୟ , ଗରିବମାନଙ୍କୁ […]

The post ଆମ ସଂସ୍ଥା ‘ବିଜୁ ଯୁବବାହିନୀ’ ପରି ହେବନି: ଅପରାଜିତା appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ୟୁଥ ଫର ଆକ୍ସନ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ଆଜି ପୁରୀ ଜିଲ୍ଲା ଓ  ପୌରାଂଚଳର କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ପୁରୀ ସହରର ସଂସ୍କୃତି ଭବନରେ ସଂସ୍ଥାର ଉପଦେଷ୍ଟା ତଥା ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ସମସ୍ତ ସଦସ୍ୟମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହ ସମାଜସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ କହିଥିଲେ  । ବିଶେଷକରି ଆଜିର ଯୁବକମାନେ ବେରୋଜଗାର ହେଉଥିବାରୁ ସେମାନଙ୍କୁ ନିଯୁକ୍ତି ସହ ସେମାନେ ସମାଜରେ ଅସହାୟ , ଗରିବମାନଙ୍କୁ ସହଯୋଗର ହାତ ବଢଇବା ହେଉଛି ୟୁଥ୍ ଫର ଆକ୍ସନ ସ୍ୱେଛାସେବୀ ସଂସ୍ଥାର ଲକ୍ଷ୍ୟ । ତେବେ ବିଜୁ ଯୁବ ବାହିନୀ ଏଭଳି ଏକ ସଂସ୍ଥା ଯାହା ଆଜି ଇତିହାସ ତଳେ ଲୁଚି ଯାଇଛି।

ତେଣୁ ଆମର ସଂସ୍ଥା ସେଭଳି ହେବ ନାହୁଁ କି କୌଣସିଥିରେ ଆମର କର୍ମକର୍ତ୍ତାମାନେ କେବେ ପଛକୁ ହଟିବେ ନାହିଁ।  କାରଣ ୟୁଥ ଫର ଆକ୍ସନ ହେଉଛି ଏକ ଅଣ ରାଜନୈତିକ ସଂସ୍ଥା । ଯାହାକି ରାଜନୀତିରୁ ଊର୍ଦ୍ଧରେ ରହି ଲୋକଙ୍କ ସେବା କରିବା ପାଇଁ ଶପଥ କରିଛି।  ସେପଟେ ଏହି ସମାରୋହରେ ଯୋଗଦେଇ ସାଂସଦ ଅପରାଜିତା ପିପିଲି ଉପନିର୍ବାଚନକୁ ନେଇ ରଖିଛନ୍ତି ପ୍ରତିକ୍ରିୟା ।ବିଜେପି ଉପରେ ଲୋକଙ୍କ ବିଶ୍ୱାସଭାଜନ ରହିଛି ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପନିର୍ବାଚନରେ ବିଜୟ ଲାଭ କରିବେ ବୋଲି କହିଛନ୍ତି। ତେବେ ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ହେବା ଦରକାର । ମାତ୍ର ଏଥିରେ ସହରବାସୀଙ୍କ ସ୍ୱାର୍ଥ ଓ କ୍ଷେତ୍ରର ଇତିହାସକୁ ଗୁରୁତ୍ୱ ଦେଇ ବିକାଶ କରାଯାଉ । ଯାହା ଫଳରେ ସରକାର ବିରୋଧର ସମ୍ମୁଖୀନ ହେବେ ନାହିଁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

The post ଆମ ସଂସ୍ଥା ‘ବିଜୁ ଯୁବବାହିନୀ’ ପରି ହେବନି: ଅପରାଜିତା appeared first on Odisha Reporter.

]]>
right top 2021-09-11 16:15:45 https://odishareporter.in/wp-content/uploads/2021/09/5gb.jpg
ଆଜିଠୁ ୩ ଦିନ ବନ୍ଦ ରହିବ ଜଗା ଦର୍ଶନ https://odishareporter.in/odisha/puri-temple-will-be-closed-for-3-days-from-today-674455 Fri, 10 Sep 2021 02:44:01 +0000 https://odishareporter.in/?p=674455

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠାରୁ ତିନି ଦିନ ବନ୍ଦ ରହିବ ଜଗା ଦର୍ଶନ । ମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଲଗାତର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସ୍ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହି ଏସ୍ଓପି […]

The post ଆଜିଠୁ ୩ ଦିନ ବନ୍ଦ ରହିବ ଜଗା ଦର୍ଶନ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠାରୁ ତିନି ଦିନ ବନ୍ଦ ରହିବ ଜଗା ଦର୍ଶନ । ମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।

ଲଗାତର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସ୍ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହି ଏସ୍ଓପି ଅନୁସାରେ କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ବାକି ୬ ଦିନ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ  ।

ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ । ମହାପ୍ରଭୁଙ୍କ ପାଇଁ ଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିରକୁ ଯାଇପାରିବେ ।

The post ଆଜିଠୁ ୩ ଦିନ ବନ୍ଦ ରହିବ ଜଗା ଦର୍ଶନ appeared first on Odisha Reporter.

]]>
centre bottom 2021-09-10 08:14:01 https://odishareporter.in/wp-content/uploads/2021/09/puri-2.jpg
ମାଛ ପାଇଁ ମହାଭାରତ https://odishareporter.in/odisha/clash-between-two-groups-for-fish-672559 Fri, 03 Sep 2021 08:07:08 +0000 https://odishareporter.in/?p=672559

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ଗାଁ ପୋଖରୀରେ ମାଛ ଧରାକୁ କେନ୍ଦ୍ରକରି ଦୁଇ ସାହି ମଧ୍ୟରେ ହୋଇଛି ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଝାରକଟା ଗାଁରେ। ଗୁରୁତର ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୃଷ୍ଣ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଝାରକଟା ଗାଁ ମଝିରେ ଥିବା ପୋଖରୀରୁ ସାନ ସାହି ଓ […]

The post ମାଛ ପାଇଁ ମହାଭାରତ appeared first on Odisha Reporter.

]]>

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ଗାଁ ପୋଖରୀରେ ମାଛ ଧରାକୁ କେନ୍ଦ୍ରକରି ଦୁଇ ସାହି ମଧ୍ୟରେ ହୋଇଛି ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଝାରକଟା ଗାଁରେ। ଗୁରୁତର ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୃଷ୍ଣ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଝାରକଟା ଗାଁ ମଝିରେ ଥିବା ପୋଖରୀରୁ ସାନ ସାହି ଓ ବଡ଼ ସାହିର ଲୋକ ମାଛ ଧରି ଭାଗବଣ୍ଟା କରି ନିଅନ୍ତି। ହେଲେ ଆଜି ବଡ଼ ସାହିର ଲୋକେ ଗାଁ ପୋଖରୀରୁ ମାଛ ଧରୁଥିଲେ। ଏହି ସମୟରେ ସାନ ସାହିର ଲୋକ ଆସି ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ସାହି ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଆଉ ଏଥିରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

କୃଷ୍ଣପ୍ରସାଦ ଥାନା ପୁଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଛି। ଚାପା ଉତ୍ତେଜନା ରହିଥିବାରୁ ଗାଁରେ ପୁଲିସ ମୁତୟନ ହୋଇଛନ୍ତି।

The post ମାଛ ପାଇଁ ମହାଭାରତ appeared first on Odisha Reporter.

]]>
right bottom 2021-09-03 13:37:08 https://cdn.odishareporter.in/wp-content/uploads/2021/09/03130407/999999999999999.jpg
ବିଧିର ବିଚିତ୍ର ବିଧାନ: କାର ଭିତରେ ସମାଧି https://odishareporter.in/odisha/puri/two-died-in-accident-near-pipili-671045 Sun, 29 Aug 2021 14:03:50 +0000 https://odishareporter.in/?p=671045

ପିପିଲି(ଦ୍ୱତୀକୃଷ୍ଣ ପଟ୍ଟନାୟକ): ରାସ୍ତାକଡ଼ ନାଳକୁ କାର୍ ଖସି ୨ ବନ୍ଧୁଙ୍କ ମୃତ୍ୟୁ । କାର ଭିତରେ ଚାଲିଗଲା ଜୀବନ।  ସତ୍ୟବାଦୀ ଅଳଗୁମର ଖଣ୍ଡୁଆଳ ଗାଁ ନିକଟରେ  ଘଟିଛି ଏମିତି ଅଭାବନୀୟ ଦୁର୍ଘଟଣା। ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ତିନି ସାଙ୍ଗ କାରରେ ବୁଲିବାକୁ ଯାଇଥିଲେ ଭିତର କନିକା l ଭିତର କନିକାରେ ଖୁବ୍ ମଉଜ କରି ଫେରିଥିଲେ l ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗଙ୍କ ଶ୍ୱଶୁର ଘର ସତ୍ୟବାଦୀ ବ୍ଲକ  ସିଂଘାକୁଦା ଗ୍ରାମରେ।  ବାପ ଘରେ ଆସି […]

The post ବିଧିର ବିଚିତ୍ର ବିଧାନ: କାର ଭିତରେ ସମାଧି appeared first on Odisha Reporter.

]]>

ପିପିଲି(ଦ୍ୱତୀକୃଷ୍ଣ ପଟ୍ଟନାୟକ): ରାସ୍ତାକଡ଼ ନାଳକୁ କାର୍ ଖସି ୨ ବନ୍ଧୁଙ୍କ ମୃତ୍ୟୁ । କାର ଭିତରେ ଚାଲିଗଲା ଜୀବନ।  ସତ୍ୟବାଦୀ ଅଳଗୁମର ଖଣ୍ଡୁଆଳ ଗାଁ ନିକଟରେ  ଘଟିଛି ଏମିତି ଅଭାବନୀୟ ଦୁର୍ଘଟଣା।

ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ତିନି ସାଙ୍ଗ କାରରେ ବୁଲିବାକୁ ଯାଇଥିଲେ ଭିତର କନିକା l ଭିତର କନିକାରେ ଖୁବ୍ ମଉଜ କରି ଫେରିଥିଲେ l ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗଙ୍କ ଶ୍ୱଶୁର ଘର ସତ୍ୟବାଦୀ ବ୍ଲକ  ସିଂଘାକୁଦା ଗ୍ରାମରେ।  ବାପ ଘରେ ଆସି ସ୍ତ୍ରୀ ଥିବାରୁ ଫେରିବା ବେଳେ ସାଙ୍ଗରେ ସ୍ତ୍ରୀକୁ ନେବା ପାଇଁ  ସେ ଶ୍ୱଶୁର ଘରକୁ ଯାଉଥିଲେ। କିନ୍ତୁ  ଜଗନ୍ନାଥ ସଡ଼କର ଅଳଗୁମ ନିକଟ ଖଣ୍ଡୁଆଳ ଗାଁ ନିକଟ  ପୋଖରୀକୁ ଭାରସାମ୍ୟ ହରାଇ ତାଙ୍କ କାର ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ  କାରଟି ପୋଖରୀରେ ଅଧା ବୁଡି ଯାଇଥିଲା l

ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ସାକ୍ଷୀଗୋପାଳ ଅଗ୍ନିଶମ ବାହିନୀ କାରକୁ ପାଣି ରୁ ଉଦ୍ଧାର କରିବା ବେଳେ କାରରେ ୩  ଜଣ ଥିଲେ । ସେମାନଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ୨ ଜଣଙ୍କୁ  ମୃତ ଘୋଷଣା କରିଛନ୍ତି l ଏବେ ମୃତଦେହ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡ଼ି ରହିଛି।  ତେବେ ଉକ୍ତ କାରରେ ଆଉ ଜଣେ ଥିବାବେଳେ ସେ ଅଳ୍ପକେ ବଞ୍ଚିଯାଇଛନ୍ତି l ଘଟଣା ସ୍ଥଳରେ ପୁଲିସ ପହଂଚି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।

The post ବିଧିର ବିଚିତ୍ର ବିଧାନ: କାର ଭିତରେ ସମାଧି appeared first on Odisha Reporter.

]]>
right top 2021-08-29 19:33:50 https://cdn.odishareporter.in/wp-content/uploads/2021/08/29192518/yip.jpg
ଦିନରେ ନିଖୋଜ, ରାତିରେ ମିଳିଲା ମୃତଦେହ https://odishareporter.in/odisha/missing-fishermans-body-found-670665 Sat, 28 Aug 2021 04:36:33 +0000 https://odishareporter.in/?p=670665

କୋଣାର୍କ (ସଞ୍ଜୟ ପତି): ଗତକାଲି ମାଛ ମାରିବାକୁ ସମୁଦ୍ରକୁ ଯାଇ ନିଖୋଜ ହୋଇ ଯାଇଥିବା ମତ୍ସ୍ୟଜୀବୀ ପି କେ ଆପଲ ରାଜୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୃତଦେହ ସମୁଦ୍ର କୂଳରେ ଭାସୁଥିବା ବେଳେ ମତ୍ସ୍ୟଜୀବୀମାନେ ତାହାକୁ ଉଦ୍ଧାର କରିଥିଲେ।  ଚନ୍ଦ୍ରଭାଗା ନୋଳିଆ ସାହିରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ଆଜି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯିବେନି ବୋଲି କହିଛନ୍ତି। ଚନ୍ଦ୍ରଭାଗା ନୋଳିଆ ସାହିରୁ ମାଛ ମାରିବାକୁ ଏକ ମୋଟର ଚାଳିତ […]

The post ଦିନରେ ନିଖୋଜ, ରାତିରେ ମିଳିଲା ମୃତଦେହ appeared first on Odisha Reporter.

]]>

କୋଣାର୍କ (ସଞ୍ଜୟ ପତି): ଗତକାଲି ମାଛ ମାରିବାକୁ ସମୁଦ୍ରକୁ ଯାଇ ନିଖୋଜ ହୋଇ ଯାଇଥିବା ମତ୍ସ୍ୟଜୀବୀ ପି କେ ଆପଲ ରାଜୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୃତଦେହ ସମୁଦ୍ର କୂଳରେ ଭାସୁଥିବା ବେଳେ ମତ୍ସ୍ୟଜୀବୀମାନେ ତାହାକୁ ଉଦ୍ଧାର କରିଥିଲେ।  ଚନ୍ଦ୍ରଭାଗା ନୋଳିଆ ସାହିରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ଆଜି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯିବେନି ବୋଲି କହିଛନ୍ତି।

ଚନ୍ଦ୍ରଭାଗା ନୋଳିଆ ସାହିରୁ ମାଛ ମାରିବାକୁ ଏକ ମୋଟର ଚାଳିତ ଡଙ୍ଗାରେ ୬ ଜଣ ମତ୍ସ୍ୟଜୀବୀ  ଗତକାଲି ସକାଳେ ସମୁଦ୍ରକୁ ଯାଉଥିଲେ। ସମୁଦ୍ର କୂଳରୁ ମାତ୍ର ୧୦୦ ମିଟର ଦୂର ଯିବା ପରେ ଢେଉ ମାଡ଼ ଯୋଗୁଁ ଡଙ୍ଗାଟି ଓଲଟି ପଡ଼ିଥିଲା। ୫ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଫେରିଆସିଥିଲେ ଓ  ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ପି କେ ଆପଲ ରାଜୁ ନିଖୋଜ ହୋଇଯାଇଥିଲେ।

ସ୍ଥାନୀୟ ମତ୍ସ୍ୟଜୀବୀ, ଚନ୍ଦ୍ରଭାଗା ସାମୁଦ୍ରିକ ପୁଲିସ୍‌ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଦିନ ତମାମ ଖୋଜାଖୋଜି କରିଥିଲେ ମଧ୍ୟ ଆପଲ ରାଜୁଙ୍କ ପତ୍ତା ମିଳିନଥିଲା ।  ଏହାପରେ ବିଳମ୍ବିତ ରାତ୍ରିରେ ମତ୍ସ୍ୟଜୀବୀମାନେ ସମୁଦ୍ର କୂଳରେ ଖୋଜାଖୋଜି କରିଥିଲେ।  ଚନ୍ଦ୍ରଭାଗାଠାରୁ ଅସ୍ତରଙ୍ଗ ଆଡ଼କୁ ୩ କିଲୋମିଟର ଦୂରରେ ରାତି ୩ଟାରେ ରାଜୁଙ୍କ ମୃତଦେହ ସମୁଦ୍ର କୂଳରେ ଭାସୁଥିବା ଦେଖିବାକୁ ମିଳିଥିଲା ।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ସାମୁଦ୍ରିକ ପୁଲିସ୍‌ ପକ୍ଷରୁ କୁହାଯାଇଛି ।

The post ଦିନରେ ନିଖୋଜ, ରାତିରେ ମିଳିଲା ମୃତଦେହ appeared first on Odisha Reporter.

]]>
right bottom 2021-08-28 10:15:30 https://cdn.odishareporter.in/wp-content/uploads/2021/08/28100516/mlmlml.jpg
ମାଛ ମାରିବାକୁ ଯାଉଥିଲେ ୫ ମତ୍ସ୍ୟଜୀବୀ, ବୁଡ଼ିଗଲା ଡଙ୍ଗା https://odishareporter.in/odisha/boat-drowned-in-sea-in-chandrabhaga-670318 Fri, 27 Aug 2021 04:12:22 +0000 https://odishareporter.in/?p=670318

କୋଣାର୍କ(ସଞ୍ଜୟ ପତି): ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଜଣାଯାଇଛି। ଏପରି ଘଟଣା ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନିକଟରେ ଆଜି ସକାଳୁ ଘଟିଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଏକେ ଆପୋଲୋ ରାଜୁ। ଆଜି ସକାଳେ  ଚନ୍ଦ୍ରଭାଗା ନୋଳିଆ ସାହିର ୫ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାତ୍ର କୂଳରୁ ଅଳ୍ପ ବାଟ ଯିବା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ୪ ମତ୍ସ୍ୟଜୀବୀ ପହଁରି ପହଁରି […]

The post ମାଛ ମାରିବାକୁ ଯାଉଥିଲେ ୫ ମତ୍ସ୍ୟଜୀବୀ, ବୁଡ଼ିଗଲା ଡଙ୍ଗା appeared first on Odisha Reporter.

]]>

କୋଣାର୍କ(ସଞ୍ଜୟ ପତି): ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଜଣାଯାଇଛି। ଏପରି ଘଟଣା ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନିକଟରେ ଆଜି ସକାଳୁ ଘଟିଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଏକେ ଆପୋଲୋ ରାଜୁ।

ଆଜି ସକାଳେ  ଚନ୍ଦ୍ରଭାଗା ନୋଳିଆ ସାହିର ୫ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାତ୍ର କୂଳରୁ ଅଳ୍ପ ବାଟ ଯିବା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ୪ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଥିବା ବେଳେ ଆପୋଲୋ ରାଜୁ ନିଖୋଜ ହୋଇଯାଇଛନ୍ତି।

ଖବର ପାଇ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଡଙ୍ଗାଟି ମାଡ଼ ହେବାରୁ ଆପୋଲୋ ରାଜୁ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି।

The post ମାଛ ମାରିବାକୁ ଯାଉଥିଲେ ୫ ମତ୍ସ୍ୟଜୀବୀ, ବୁଡ଼ିଗଲା ଡଙ୍ଗା appeared first on Odisha Reporter.

]]>
Odisha News, right bottom 2021-08-27 17:12:57 https://cdn.odishareporter.in/wp-content/uploads/2020/08/06143630/drownn-.jpg
ଆରଟିଆଇ ରିପୋର୍ଟରେ ସାଂଘାତିକ ତଥ୍ୟ: ବିପଦପୂର୍ଣ୍ଣ ଶ୍ରୀମନ୍ଦିର ରତ୍ନଭଣ୍ଡାର https://odishareporter.in/odisha/puri-temple-ratna-bhandar-now-in-danger-670105 Thu, 26 Aug 2021 08:10:12 +0000 https://odishareporter.in/?p=670105

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଛି। ବାହାର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି। ଭିତର ଭଣ୍ଡାର ଅବସ୍ଥା ମଧ୍ୟ ସମାନ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସରକାରୀ ତଥ୍ୟରୁ ଏପରି ଅନେକ କଥା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ଦିନେ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି ହୋଇଥିଲା। […]

The post ଆରଟିଆଇ ରିପୋର୍ଟରେ ସାଂଘାତିକ ତଥ୍ୟ: ବିପଦପୂର୍ଣ୍ଣ ଶ୍ରୀମନ୍ଦିର ରତ୍ନଭଣ୍ଡାର appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଛି। ବାହାର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି। ଭିତର ଭଣ୍ଡାର ଅବସ୍ଥା ମଧ୍ୟ ସମାନ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସରକାରୀ ତଥ୍ୟରୁ ଏପରି ଅନେକ କଥା ଜଣାପଡ଼ିଛି।

ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ଦିନେ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି ହୋଇଥିଲା। ହେଲେ ୨୦୧୮ ମସିହାର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ ଉଲ୍ଲେଖ ନାହିଁ। ଫଳରେ ଚାବି ହଜିଯିବା ଘଟଣାର ସତ୍ୟତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ଜାଣିବାକୁ ୨୦୧୮ ମସିହାରେ ଆରଟିଆଇ ଆକ୍ଟରେ ଆବେଦନ ହୋଇଥିଲା । ଏହା ଆଧାରରେ  ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଏପରି ଚାଞ୍ଚଲ୍ୟକର ତଥ୍ୟ।  ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳଙ୍କୁ ମିଳିଥିବା ସୂଚନା ଅନୁସାରେ ଉଭୟ ବାହାର ଭଣ୍ଡାର ଓ ଭିତର ଭଣ୍ଡାର ଅବସ୍ଥା ବିପଦପୂର୍ଣ୍ଣ ରହିଛି। ବହୁ ସ୍ଥାନରେ ଛାତରୁ ସିମେଣ୍ଟ ଖସୁଥିବାବେଳେ କାନ୍ଥ ଓଦା ରହିଛି ବୋଲି ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୮ ଏପ୍ରିଲ୍ ୪ରେ ସ୍ୱତନ୍ତ୍ର କମିଟି ଦ୍ୱାରା ବାହାର ରତ୍ନଭଣ୍ଡାର ଚାବି ଖୋଲାଯାଇଥିଲା। ଭଣ୍ଡାର ମେକାପଙ୍କ ସହ ସମସ୍ତ ପ୍ରାଧିକୃତ ବ୍ୟକ୍ତି ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ। ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା। ସେହିପରି ବାହାର ଭଣ୍ଡାର ଜାଲି ବାଟ ଦେଇ ଭିତର ଭଣ୍ଡାର ଘର କାନ୍ଥ ଓ ଛାତକୁ ମଧ୍ୟ ଲାଇଟ୍ ପକାଇ ପ୍ରାଧିକୃତ ସଦସ୍ୟ ଓ ପ୍ରଶାସକମାନେ ଦେଖିଥିଲେ।

ତେବେ କେହି ଜଣେ ବି ଭିତର ଭଣ୍ଡାର ତାଲା ଖୋଲିବାକୁ ଆବଶ୍ୟକ ମନେ କରିନଥିଲେ। ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା। ସେଥିରୁ ଗୋଟିକରେ ଜଉମୁଦ ରହିଥିଲା। ବାହାରୁ ଏକ ଲୁହା ପାଇପ୍ ଆଣି ଜାଲି ବାଟ ଦେଇ ପାଇପ ଭର୍ତ୍ତି କରି ଭିତର ଭଣ୍ଡାରର ଦୈର୍ଘ୍ୟ ଓ ପ୍ରସ୍ଥ ମାପିଥିଲେ। ହେଲେ କେହି ବି ଭିତର ଭଣ୍ଡାର ଖୋଲିବାକୁ ଚାହିଁନଥିଲେ କି ଉଦ୍ୟମ କରିନଥିଲେ।

ବଡ଼ କଥା ହେଲା ସେଦିନର ପୂରା ବିବରଣୀରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ  ଉଲ୍ଲେଖ ନଥିଲା। ତେଣୁ ରତ୍ନ ଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରୁ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହାଛଡ଼ା ଭଣ୍ଡାର ଘରର ମରାମତି ଜରୁରୀ ଥିଲେ ବି ସେନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ମଧ୍ୟ ଏହି ତଥ୍ୟରୁ ଜଣାପଡ଼ିଛି।

ଆଇନମନ୍ତ୍ରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ପାଇଁ ଯାହା ପଦକ୍ଷେପ ଦରକାର ତାହା ନିଆଯିବ।

The post ଆରଟିଆଇ ରିପୋର୍ଟରେ ସାଂଘାତିକ ତଥ୍ୟ: ବିପଦପୂର୍ଣ୍ଣ ଶ୍ରୀମନ୍ଦିର ରତ୍ନଭଣ୍ଡାର appeared first on Odisha Reporter.

]]>
centre top 2021-08-26 13:43:44 https://cdn.odishareporter.in/wp-content/uploads/2021/03/10140959/Puri-Temple.jpg
ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର https://odishareporter.in/odisha/puri-shreemandir-will-be-closed-for-four-hours-today-669776 Wed, 25 Aug 2021 04:29:40 +0000 https://odishareporter.in/?p=669776

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ।  ଏହି  ଅବସରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ ।  ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଦ୍ୱିତୀୟ ‌ଭୋଗମଣ୍ଡପରେ ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ନୀତି କରାଯିବ। ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ  । ଏହାପରେ ଆସନ୍ତାକାଲି […]

The post ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ।  ଏହି  ଅବସରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ ।  ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜି ଦ୍ୱିତୀୟ ‌ଭୋଗମଣ୍ଡପରେ ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ନୀତି କରାଯିବ। ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ୪ଘଣ୍ଟା ବନ୍ଦ କରାଯିବ  । ଏହାପରେ ଆସନ୍ତାକାଲି ସକାଳ ୭ଟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ। ଆଜି ସର୍ବସାଧାରଣ ଦର୍ଶନର ତୃତୀୟ ଦିନରେ ପହଂଚିଥିବା ବେଳେ ୪ଘଣ୍ଟା ଦର୍ଶନ ବନ୍ଦ ହେଲେ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଂଚିତ ହେବେ।

ସୂଚନାଯୋଗ୍ୟ,କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରାୟ ଚାରି ମାସ ପରେ  ସୋମବାରଠାରୁ କାଳିଆ ଦର୍ଶନ କରିବାର ସୁଯୋଗ ପାଇଥିଲେ  ସମସ୍ତ ଶ୍ରଦ୍ଧାଳୁ।  ଶ୍ରୀମନ୍ଦିରରେ ଆଜି ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାହାରର ଶ୍ରଦ୍ଧାଳୁ  । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ୯୬ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।  ଆଧାର କାର୍ଡ ପରି ପରିଚୟ ପତ୍ର ମଧ୍ୟ ଆବଶ୍ୟକ।  ଏପଟେ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି ବ୍ୟାରିକେଡ୍ ନିର୍ମାଣ ସାଙ୍ଗକୁ ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ  । ହେଲେ ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିବା ପରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।

 

The post ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର appeared first on Odisha Reporter.

]]>
right bottom 2021-08-25 12:55:09 https://cdn.odishareporter.in/wp-content/uploads/2021/08/25100002/puri-1-2.jpg
ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ରତ୍ନସିଂହାସନରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ https://odishareporter.in/odisha/puri-temple-opened-for-all-from-today-669155 Mon, 23 Aug 2021 02:19:41 +0000 https://odishareporter.in/?p=669155

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ମାସର ପ୍ରତିକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୌଭାଗ୍ୟ ପାଇଛନ୍ତି ସର୍ବସାଧାରଣ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ। ସରକାରୀ ଗାଇଡଲାଇନ୍‌ ଅନୁଯାୟୀ,  ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ […]

The post ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ରତ୍ନସିଂହାସନରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ମାସର ପ୍ରତିକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୌଭାଗ୍ୟ ପାଇଛନ୍ତି ସର୍ବସାଧାରଣ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ।

ସରକାରୀ ଗାଇଡଲାଇନ୍‌ ଅନୁଯାୟୀ,  ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ ।

ଶୃଙ୍ଖଳିତ  ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ମଧ୍ୟ ବ୍ୟବସ୍ଥା ହୋଇଛି।  ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ।

ଭକ୍ତଙ୍କ ପରିଚୟ ପତ୍ର ଯାଞ୍ଚ ହେଉଛି।

ସେହିପରି  ଆଜି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର।  କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି।  ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ । ନିରାପଦ ଦୂରତାରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ  । ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ ।

ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ । ତେବେ ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି।  ଧର୍ମାନୁଷ୍ଠାନର ସେବାୟତ RTPCR ନେଗେଟିଭ ବା ଦୁଇ ଡୋଜ୍ କୋଭିଡ୍ ଭ୍ୟାକ୍ସିନ ନେଇଥିବା ଜରୁରୀ  । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।  ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନ୍‌ରେ ଉଲ୍ଲେଖ ଅଛି।

The post ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ରତ୍ନସିଂହାସନରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ appeared first on Odisha Reporter.

]]>
Puri shreemandir, puri temple, right bottom, Sri Jagannath 2021-08-23 13:17:03 https://cdn.odishareporter.in/wp-content/uploads/2021/08/23074715/puri-3-1.jpg
କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର https://odishareporter.in/odisha/puri/temple-will-be-open-to-all-from-tomorrow-669011 Sun, 22 Aug 2021 05:54:27 +0000 https://odishareporter.in/?p=669011

ପୁରୀ (ଓଡ଼ିଶା ରିପୋର୍ଟର): ୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲୁଛି ଶ୍ରୀମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଆର୍‌ଟିପିସିଆର୍‌ ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ। ଶୃଙ୍ଖଳିତ ଦର୍ଶନ […]

The post କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲୁଛି ଶ୍ରୀମନ୍ଦିର। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ।

ଆର୍‌ଟିପିସିଆର୍‌ ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ।

ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହ ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ୟବସ୍ଥା।

ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଦର୍ଶନ କରିଥିଲେ।

The post କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର appeared first on Odisha Reporter.

]]>
right bottom 2021-08-22 12:06:48 https://cdn.odishareporter.in/wp-content/uploads/2021/05/14184412/puri.jpg
ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ୮ଟି ଟିମ୍‌ କରୁଛି ତଦନ୍ତ https://odishareporter.in/odisha/vigilance-raid-on-dist-industrial-officers-house-667879 Wed, 18 Aug 2021 04:21:16 +0000 https://odishareporter.in/?p=667879

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ଆଜି ସକାଳୁ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଏକାସଙ୍ଗରେ ପୁରୀ, ଭୁବନେଶ୍ୱର ଓ ନୟାଗଡ଼ର ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜଲାନ୍ସ ଟିମ୍ । ଏହି ଚଢାଉରେ ୮ଟି ଟିମ୍‌ଙ୍କୁ ନିୟୋଜିତ କରାଯାଇଛି । ୪ ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଚଢାଉରେ […]

The post ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ୮ଟି ଟିମ୍‌ କରୁଛି ତଦନ୍ତ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ଆଜି ସକାଳୁ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଏକାସଙ୍ଗରେ ପୁରୀ, ଭୁବନେଶ୍ୱର ଓ ନୟାଗଡ଼ର ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜଲାନ୍ସ ଟିମ୍ ।

ଏହି ଚଢାଉରେ ୮ଟି ଟିମ୍‌ଙ୍କୁ ନିୟୋଜିତ କରାଯାଇଛି । ୪ ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି । ତେବେ ଚଢାଉ ଜାରି ରହିଥିବାରୁ କେତେ ଆୟ ବହିର୍ଭୂତ ସଂପତ୍ତି ମିଳିଛି ତାହା ସ୍ପଷ୍ଟ ହୋଇନାହିଁ  ।

The post ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ୮ଟି ଟିମ୍‌ କରୁଛି ତଦନ୍ତ appeared first on Odisha Reporter.

]]>
right bottom 2021-08-18 09:51:16 https://cdn.odishareporter.in/wp-content/uploads/2021/08/18095019/puri-2.jpg
ଆଜିଠୁ ବାହାର ଜିଲ୍ଲା ଲୋକ ସ୍ୱର୍ଗଦ୍ୱାରରେ କରିପାରିବେ ଶବ ସତ୍କାର https://odishareporter.in/odisha/outsider-may-miscreant-last-rituals-of-their-near-ones-in-swargdwar-from-today-667313 Mon, 16 Aug 2021 04:07:38 +0000 https://odishareporter.in/?p=667313

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରାୟ ୪ ମାସ ପରେ ଆଜିଠୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ବି ନିଜ ଆତ୍ମୀୟଙ୍କ ଶବସତ୍କାର କରିପାରିବେ । ସରକାରଙ୍କ ନିୟମ ଅନୁଯାୟୀ, କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ ।  ଏଥିସହ ସମ୍ପୂର୍ଣ୍ଣ  କୋଭିଡ୍ କଟକଣାରେ  ଶବ ସତ୍କାର କରାଯିବ ନଚେତ ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ। ଏପ୍ରିଲ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗ ହୋଇଥିଲା ସେହି କଟକଣା ଆଜିଠୁ […]

The post ଆଜିଠୁ ବାହାର ଜିଲ୍ଲା ଲୋକ ସ୍ୱର୍ଗଦ୍ୱାରରେ କରିପାରିବେ ଶବ ସତ୍କାର appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରାୟ ୪ ମାସ ପରେ ଆଜିଠୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ବି ନିଜ ଆତ୍ମୀୟଙ୍କ ଶବସତ୍କାର କରିପାରିବେ । ସରକାରଙ୍କ ନିୟମ ଅନୁଯାୟୀ, କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ ।  ଏଥିସହ ସମ୍ପୂର୍ଣ୍ଣ  କୋଭିଡ୍ କଟକଣାରେ  ଶବ ସତ୍କାର କରାଯିବ ନଚେତ ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ।

ଏପ୍ରିଲ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗ ହୋଇଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି । ପୁରୀ ଜିଲ୍ଲା ବାହାର ଶବସତ୍କାର ଉପରେ ଲାଗିଥିବା କଟକଣା ଉଠିଛି ।

ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା । ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ ଆଧାରରେ ଶବ ସତ୍କାର ହେବ । ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରାଯାଇପାରିବ।

ଶନିବାର ଓ ରବିବାର  ଶଟଡାଉନ୍‌  ସମୟରେ ମଧ୍ୟ ଶବଦାହ କରାଯାଇପାରିବେ  । ହେଲେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ ନ କଲେ ପୁର୍ନବାର କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

The post ଆଜିଠୁ ବାହାର ଜିଲ୍ଲା ଲୋକ ସ୍ୱର୍ଗଦ୍ୱାରରେ କରିପାରିବେ ଶବ ସତ୍କାର appeared first on Odisha Reporter.

]]>
right bottom 2021-08-16 09:37:38 https://cdn.odishareporter.in/wp-content/uploads/2021/08/14140129/puri-3.jpg
କାଲିଠୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀ ସହରବାସୀ, କେଉଁ ୱାର୍ଡର ଲୋକେ କେତେବେଳେ ଦର୍ଶନ କରିପାରିବେ ଜାଣନ୍ତୁ https://odishareporter.in/odisha/people-live-in-puri-town-to-visit-shree-mandir-from-tomorrow-667108 Sun, 15 Aug 2021 07:45:19 +0000 https://odishareporter.in/?p=667108

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରତୀକ୍ଷାର ଅନ୍ତ ଘଟିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ। କିନ୍ତୁ ଅଗଷ୍ଟ୨୩ ତାରିଖରୁ ସମସ୍ତେ ପାଇବେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୱାର୍ଡୱାରୀ ପୁରୀ ସହର ବାସିନ୍ଦା ଶ୍ରୀଜିଉଙ୍କୁ ଦର୍ଶନ କରିବେ। ପୁଣି ୱାର୍ଡୱାରୀ ଦର୍ଶନ ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି। ସକାଳ ୭ଟାରୁ ସାଢ଼େ ୧୦ଟା, ୧୧ଟାରୁ ସାଢ଼େ ୨ଟା ଓ ୩ଟା […]

The post କାଲିଠୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀ ସହରବାସୀ, କେଉଁ ୱାର୍ଡର ଲୋକେ କେତେବେଳେ ଦର୍ଶନ କରିପାରିବେ ଜାଣନ୍ତୁ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରତୀକ୍ଷାର ଅନ୍ତ ଘଟିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ। କିନ୍ତୁ ଅଗଷ୍ଟ୨୩ ତାରିଖରୁ ସମସ୍ତେ ପାଇବେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୱାର୍ଡୱାରୀ ପୁରୀ ସହର ବାସିନ୍ଦା ଶ୍ରୀଜିଉଙ୍କୁ ଦର୍ଶନ କରିବେ। ପୁଣି ୱାର୍ଡୱାରୀ ଦର୍ଶନ ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି। ସକାଳ ୭ଟାରୁ ସାଢ଼େ ୧୦ଟା, ୧୧ଟାରୁ ସାଢ଼େ ୨ଟା ଓ ୩ଟା ୩୦ରୁ ୭ଟା- ଏହି ଭଳି ତିନି ପର୍ଯ୍ୟାୟରେ ମିଳିବ ଦର୍ଶନ ଅନୁମତି।

ପ୍ରଥମ ଦିନ ଅର୍ଥାତ୍ ଆସନ୍ତାକାଲି ସକାଳ ୭ଟାରୁ ସାଢ଼େ ୧୦ଟା ମଧ୍ୟରେ ୩,୧୫ ଓ ୧୮ ନମ୍ବର ୱାର୍ଡର ଲୋକେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହା ପରେ ଦିନ ୧୧ଟାରୁ ୬ ଓ ୯ ନମ୍ବର ୱାର୍ଡ ଓ ଦିନ ୩ଟା ୩୦ରୁ ୧୧,୧୨ ଏବଂ ୧୪ ନମ୍ବର ୱାର୍ଡର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳି।

୧୭ ତାରିଖ ସକାଳ ୭ଟାରୁ ୧ ଓ ୪ ନମ୍ବର ୱାର୍ଡ ବାସିନ୍ଦାଙ୍କୁ, ଦିନ ୧୧ଟାରୁ ୫ ନମ୍ବର ୱାର୍ଡ ଓ ୩ଟା ୩୦ରୁ ୭ ଏବଂ୧୦ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳି। ୧୮ ତାରିଖ ସକାଳ ୭ଟାରୁ ୮, ୧୩ ଓ ୧୯ ନମ୍ବର ୱାର୍ଡ, ଦିନ ୧୧ଟାରୁ ୨୩ ଓ ୨୪ ନମ୍ବର ୱାର୍ଡ ଏବଂ ୩ଟା ୩୦ରୁ ୨,୧୬ ଓ୧୭ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ ମିଳିବ।

୧୯ ତାରିଖ ସକାଳ ୭ଟାରୁ ୨୧ ଓ ୨୨ ନମ୍ବର ୱାର୍ଡ, ଦିନ ୧୧ଟାରୁ ୨୦ ଓ ୨୫ ନମ୍ବର ୱାର୍ଡ ଏବଂ ୩ଟା ୩୦ରୁ ୨୬ ଓ୨୮ ନମ୍ବର ୱାର୍ଡର ଲୋକେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ୨୦ତାରିଖ ସକାଳ ୭ଟାରୁ ୨୭ ଓ ୩୦ ନମ୍ବର ୱାର୍ଡ, ଦିନ ୧୧ଟାରେ ୩୧ ନମ୍ବର ୱାର୍ଡ ଏବଂ ୩ଟା ୩୦ରୁ ୨୯ ଓ ୩୨ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଏବେ ପୁରୀ ପୌରପାଳିକା ପକ୍ଷରୁ ସହରବାସୀଙ୍କୁ ଚିରୁକୁଟି ଦିଆଯାଉଛି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ଜଣ ସଦସ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।

ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନକୁ ବ୍ୟବସ୍ଥିତ କରିବା ପାଇଁ କିଓସ୍କ ଓ ବ୍ୟାରିକେଡ୍‌ ପ୍ରସ୍ତୁତ କରାଯାଇଛି। ସେଠାରେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ଵ୍ୟଵସ୍ଥା ହେବ।

ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ କୋଭିଡ୍ ଗାଇଡ୍‌ଲାଇନ୍ ରହିଛି। ଭକ୍ତମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ଶ୍ରୀମନ୍ଦିର ଭିତରକୁ ଫୁଲ, ତୁଳସୀ ପତ୍ର, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ। ସେହିପରି ଶ୍ରୀମନ୍ଦିର ଭିତରେ କୌଣସି ପାର୍ଶ୍ଵ ଦେବଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ପାନ,ଗୁଟଖା ଖାଇବା ଉପରେ କଟକଣା ଲଗାଯାଇଛି। ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଓ ପଲିଥିନ ନେଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଖାଇପାରିବେ ନାହିଁ। ସପ୍ତାହାନ୍ତ ଶଟଡାଉନରେ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ। ସେହିପରି ଆଗକୁ ଆସୁଥିବା ପର୍ବପର୍ବାଣୀ ସମୟରେ ଶ୍ରୀମନ୍ଦିର ବନ୍ଦ ରହିବ।

The post କାଲିଠୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀ ସହରବାସୀ, କେଉଁ ୱାର୍ଡର ଲୋକେ କେତେବେଳେ ଦର୍ଶନ କରିପାରିବେ ଜାଣନ୍ତୁ appeared first on Odisha Reporter.

]]>
right bottom 2021-08-15 13:22:53 https://cdn.odishareporter.in/wp-content/uploads/2021/01/24120917/puri-4.jpg
୧୬ରୁ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ବାହାର ଜିଲ୍ଲାବାସୀ https://odishareporter.in/odisha/puri-swargadwar-will-open-for-other-dist-people-from-16th-august-666923 Sat, 14 Aug 2021 08:32:07 +0000 https://odishareporter.in/?p=666923

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଉନ୍ମୁକ୍ତ ହେବ ପୁରୀ ସ୍ୱର୍ଗ ଦ୍ୱାର ।  ଏଣିକି ପୁରୀ ବାହାର ଜିଲ୍ଲା ଲୋକ ବି ସ୍ୱର୍ଗ ଦ୍ୱାରରେ ନିଜ ପରିଜନଙ୍କ ଶବ ସତ୍କାର କରିପାରିବେ।  ହେଲେ ଶବ ସତ୍କାର ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଦେଇଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ପରେ  କରୋନା ଗ୍ରାଫ୍‌ ତଳମୁହାଁ ଥିବାରୁ ପୁରୀ ବାହାର ଜିଲ୍ଲାବାସୀଙ୍କୁ […]

The post ୧୬ରୁ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ବାହାର ଜିଲ୍ଲାବାସୀ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଉନ୍ମୁକ୍ତ ହେବ ପୁରୀ ସ୍ୱର୍ଗ ଦ୍ୱାର ।  ଏଣିକି ପୁରୀ ବାହାର ଜିଲ୍ଲା ଲୋକ ବି ସ୍ୱର୍ଗ ଦ୍ୱାରରେ ନିଜ ପରିଜନଙ୍କ ଶବ ସତ୍କାର କରିପାରିବେ।  ହେଲେ ଶବ ସତ୍କାର ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଦେଇଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ପରେ  କରୋନା ଗ୍ରାଫ୍‌ ତଳମୁହାଁ ଥିବାରୁ ପୁରୀ ବାହାର ଜିଲ୍ଲାବାସୀଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବାକୁ ଅନୁମତି ଦିଆଯାଇଛି। ହେଲେ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଏହାବାଦ ଶନିବାର, ରବିବାର ଶଟଡାଉନ୍‌ରେ ମଧ୍ୟ ସ୍ୱର୍ଗଦ୍ୱାର ଖୋଲା ରହିବ। ଏହି ସମୟରେ ମଧ୍ୟ ବାହାର ଜିଲ୍ଲାବାସୀ ଶବ ସତ୍କାର କରିପାରିବେ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଗତ ଏପ୍ରିଲ ୨୬ ତାରିଖରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିଲା। ଏଥିପାଇଁ କେବଳ ପୁରୀ ଲୋକଙ୍କୁ ଅନୁମତି ମିଳିଥିଲା। କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ପୁରୀବାସୀ ସେମାନଙ୍କ ଆତ୍ମୀୟଙ୍କ ଶବଦାହ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା।  ।

The post ୧୬ରୁ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ବାହାର ଜିଲ୍ଲାବାସୀ appeared first on Odisha Reporter.

]]>
right top 2021-08-14 14:36:20 https://cdn.odishareporter.in/wp-content/uploads/2021/08/14140129/puri-3.jpg
ଆଜିଠୁ ଜଗା ଦର୍ଶନ https://odishareporter.in/odisha/sebayat-families-allowed-to-visit-puri-temple-from-today-666208 Thu, 12 Aug 2021 02:20:52 +0000 https://odishareporter.in/?p=666208

ପୁରୀ(ଓଡ଼ିଶା ରିପୋର୍ଟର):  ଦୀର୍ଘ ୩ ମାସର ବ୍ୟବଧାନ ପରେ  ଆଜି ସକାଳୁ  ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ସେବକ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ଅଗଷ୍ଟ ୧୬ ତାରିଖରୁ ଜଗାଦର୍ଶନ କରିବେ ପୁରୀ ସହରବାସୀ । ଏହାପରେ ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ସାଧାରଣ ଦର୍ଶନ ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ […]

The post ଆଜିଠୁ ଜଗା ଦର୍ଶନ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର):  ଦୀର୍ଘ ୩ ମାସର ବ୍ୟବଧାନ ପରେ  ଆଜି ସକାଳୁ  ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ସେବକ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ଅଗଷ୍ଟ ୧୬ ତାରିଖରୁ ଜଗାଦର୍ଶନ କରିବେ ପୁରୀ ସହରବାସୀ । ଏହାପରେ ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ ।

ମହାପ୍ରଭୁଙ୍କ ସାଧାରଣ ଦର୍ଶନ ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ଏସଓପି ଜାରି କରିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ହେଲଥ କାର୍ଡ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ ଯାଇପାରିବେ ସେବାୟତ ପରିବାର ।

ସେହିପରି ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଓ୍ୱାର୍ଡଓ୍ୱାରୀ ଦର୍ଶନ କରିବେ । ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଦିଆଯିବ ସ୍ୱତନ୍ତ୍ର ଚିରକୁଟି । ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ସଦସ୍ୟ ଯାଇ ଦର୍ଶନ କରିବେ । ସେହିପରି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ନଚେତ୍ ଡବଲ୍ ଡୋଜ୍ କରୋନା ଟୀକା ରିପୋର୍ଟ ଦେଖାଇ ପାରିବେ ।

ମନ୍ଦିରକୁ ପ୍ରବେଶ ଓ ଦର୍ଶନବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ଆଦିକୁ କଡ଼ାକଡ଼ି ପାଳନ କରିବାକୁ ଏସ୍ଓପିରେ ଦର୍ଶାଯାଇଛି । ଶ୍ରୀମନ୍ଦିର ଭିତରକୁ କୌଣସି ଶ୍ରଦ୍ଧାଳୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ । କୌଣସି ପାର୍ଶ୍ୱ ଦେବାଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ଶ୍ରଦ୍ଧାଳୁ । ସେହିପରି ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଭୋଜନକୁ ବାରଣ କରାଯାଇଛି । ଛେପ ପକାଇଲେ ୫୦୦ ଏବଂ ପଲିଥିନ ନେଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ବି ପଡିବ ।

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ହେବ । ତେବେ ଦର୍ଶନ ସମୟ ରହିଛି ସକାଳ ୭ରୁ ସନ୍ଧ୍ୟା ୭ଟା। ସପ୍ତାହାନ୍ତ ସଟଡାଉନରେ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବାକୁ ଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ । ଏପରିକି ଆସନ୍ତା ପର୍ବପର୍ବାଣୀ ସମୟରେ ବି ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଏସ୍ଓପିରେ ଦର୍ଶାଯାଇଛି ।

The post ଆଜିଠୁ ଜଗା ଦର୍ଶନ appeared first on Odisha Reporter.

]]>
right bottom 2021-08-12 10:37:05 https://cdn.odishareporter.in/wp-content/uploads/2021/08/12074822/PURI-1.jpg
କାଲିଠୁ କାଳିଆ ଦର୍ଶନ; କିଏ ଦେଖାଇବ ଆଧାର କାର୍ଡ ତ କିଏ ଦେଖାଇବ ଆରଟିପିସିଆର ରିପୋର୍ଟ https://odishareporter.in/odisha/puri-temple-will-open-from-tomorrow-666014 Wed, 11 Aug 2021 07:06:42 +0000 https://odishareporter.in/?p=666014

ପୁରୀ(ଓଡ଼ିଶା  ରିପୋର୍ଟର): ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ SOP ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।  ନୂଆ ଏସ୍ଓପି ଅନୁଯାୟୀ, ଆଧାର କାର୍ଡ ଦେଖାଇ ପୁରୀବାସୀ  କାଳିଆ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା ହୋଇଥିବା ବେଳେ ବାହାର ଲୋକଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି।  ଜଗନ୍ନାଥ ସମସ୍ତ ଜଗତର ଠାକୁର ହୋଇଥିବା ବେଳେ ତାଙ୍କ ଦର୍ଶନ ନିମନ୍ତେ ଏପରି ଭିନ୍ନ ଭିନ୍ନ ନିୟମକୁ  ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ନୂଆ ଏସ୍ଓପି ଅନୁସାରେ, ଆସନ୍ତା […]

The post କାଲିଠୁ କାଳିଆ ଦର୍ଶନ; କିଏ ଦେଖାଇବ ଆଧାର କାର୍ଡ ତ କିଏ ଦେଖାଇବ ଆରଟିପିସିଆର ରିପୋର୍ଟ appeared first on Odisha Reporter.

]]>

ପୁରୀ(ଓଡ଼ିଶା  ରିପୋର୍ଟର): ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ SOP ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।  ନୂଆ ଏସ୍ଓପି ଅନୁଯାୟୀ, ଆଧାର କାର୍ଡ ଦେଖାଇ ପୁରୀବାସୀ  କାଳିଆ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା ହୋଇଥିବା ବେଳେ ବାହାର ଲୋକଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି।  ଜଗନ୍ନାଥ ସମସ୍ତ ଜଗତର ଠାକୁର ହୋଇଥିବା ବେଳେ ତାଙ୍କ ଦର୍ଶନ ନିମନ୍ତେ ଏପରି ଭିନ୍ନ ଭିନ୍ନ ନିୟମକୁ  ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।

ନୂଆ ଏସ୍ଓପି ଅନୁସାରେ, ଆସନ୍ତା କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ଦୁଇ ଦିନ କେବଳ ସେବାୟତ ପରିବାର ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ । ସେମାନେ ଯେ କୌଣସି ଦ୍ୱାର ଦେଇ ନିଜ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଯାଇପାରିବେ ।

ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର  ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

କିନ୍ତୁ ୨୩  ତାରିଖଠାରୁ ଆରମ୍ଭ ହେଉଥିବା ସର୍ବସାଧାରଣ ଭକ୍ତଙ୍କ ପାଇଁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇ ଦର୍ଶନ କରିବେ । ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁକରଣ କରାଯିବ।

ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ । ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ । ଭକ୍ତଙ୍କୁ ଯାଞ୍ଚ କରିବା ପାଇଁ କିଓସ୍କୋ ବ୍ୟବସ୍ଥା କରାଯାଇ ଶ୍ରୀମନ୍ଦିରକୁ ପ୍ରବେଶର ସୁଯୋଗ ଦିଆଯିବ । ଭକ୍ତମାନେ ସିଂହ ଦ୍ୱାରରେ ପ୍ରବେଶ କରିବେ ଏବଂ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ ।

The post କାଲିଠୁ କାଳିଆ ଦର୍ଶନ; କିଏ ଦେଖାଇବ ଆଧାର କାର୍ଡ ତ କିଏ ଦେଖାଇବ ଆରଟିପିସିଆର ରିପୋର୍ଟ appeared first on Odisha Reporter.

]]>
centre top 2021-08-11 15:14:43 https://cdn.odishareporter.in/wp-content/uploads/2021/05/25165057/white-flage.jpg
ଭିଜିଲାନ୍ସ ଜାଲରେ କିରାଣି ଓ ଟେକ୍ନିକାଲ କନସଲଟାଣ୍ଟ https://odishareporter.in/odisha/vigilance-raid-in-the-houses-of-2-govt-employees-665693 Tue, 10 Aug 2021 03:00:16 +0000 https://odishareporter.in/?p=665693

କେନ୍ଦୁଝର/ପୁରୀ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ । ସକାଳୁ ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ଆଜି କ୍ଷେତ୍ରବାସୀଙ୍କ କେନ୍ଦୁଝର ସହର ପବିତ୍ରଡିହାସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ଶ୍ୱଶୁର ଘର ଓ ଯୋଡ଼ା ଅଫିସ୍‌ରେ ରେଡ୍ କରିଛନ୍ତି। କ୍ଷେତ୍ରବାସୀଙ୍କ ନାଁରେ […]

The post ଭିଜିଲାନ୍ସ ଜାଲରେ କିରାଣି ଓ ଟେକ୍ନିକାଲ କନସଲଟାଣ୍ଟ appeared first on Odisha Reporter.

]]>

କେନ୍ଦୁଝର/ପୁରୀ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ । ସକାଳୁ ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ଆଜି କ୍ଷେତ୍ରବାସୀଙ୍କ କେନ୍ଦୁଝର ସହର ପବିତ୍ରଡିହାସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ଶ୍ୱଶୁର ଘର ଓ ଯୋଡ଼ା ଅଫିସ୍‌ରେ ରେଡ୍ କରିଛନ୍ତି। କ୍ଷେତ୍ରବାସୀଙ୍କ ନାଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

କ୍ଷେତ୍ରବାସୀଙ୍କ ଘରେ ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରୁଛନ୍ତି।

ଏହାବାଦ ପୁରୀର  ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର କିରାଣି କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ହେଉଛି ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ଚାଲିଛି। କୃଷ୍ଣଚନ୍ଦ୍ରଙ୍କ ପୁରୀ, ଭୁବନେଶ୍ୱରସ୍ଥିତ ବାସଭବନ ଓ ବ୍ରହ୍ମଗିରିସ୍ଥିତ ପୈତୃକ ଘରେ ରେଡ୍ ହେଉଛି। ।

ସକାଳୁ ସକାଳୁ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇପାରିନି। ଯାଞ୍ଚ ସରିବା ପରେ ଏ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

 

The post ଭିଜିଲାନ୍ସ ଜାଲରେ କିରାଣି ଓ ଟେକ୍ନିକାଲ କନସଲଟାଣ୍ଟ appeared first on Odisha Reporter.

]]>
Corrupt Govt Officials, corruption, right bottom, vigilance raid 2021-08-10 12:56:31 https://cdn.odishareporter.in/wp-content/uploads/2021/08/10082400/ssss.jpg
ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା https://odishareporter.in/odisha/puri/mahaprabhu-in-special-vesa-665389 Sun, 08 Aug 2021 14:14:19 +0000 https://odishareporter.in/?p=665389

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା । ପତିତପାବନଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଖଚିତ ହୋଇଛି ଏହି ଦୁର୍ମୂଲ୍ୟ ଚିତା। ଭୋଗମଣ୍ଡପ ଉଠିବା ପରେ ଭଣ୍ଡାର ମେକାପ ତିନି ଠାକୁରଙ୍କ ରତ୍ନଖଚିତ ଚିତାକୁ ପତି ମହାପାତ୍ର ସେବକଙ୍କୁ ପ୍ରଦାନ କରିଥାନ୍ତି ପତି ମହାପାତ୍ର । ଏହାକୁ ସଂସ୍କାର କରାଇ ଶ୍ରୀଜିଉଙ୍କ ମସ୍ତକରେ ପାଟ ଡୋରି ଦ୍ୱାରା ଲାଗି […]

The post ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା । ପତିତପାବନଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଖଚିତ ହୋଇଛି ଏହି ଦୁର୍ମୂଲ୍ୟ ଚିତା। ଭୋଗମଣ୍ଡପ ଉଠିବା ପରେ ଭଣ୍ଡାର ମେକାପ ତିନି ଠାକୁରଙ୍କ ରତ୍ନଖଚିତ ଚିତାକୁ ପତି ମହାପାତ୍ର ସେବକଙ୍କୁ ପ୍ରଦାନ କରିଥାନ୍ତି ପତି ମହାପାତ୍ର । ଏହାକୁ ସଂସ୍କାର କରାଇ ଶ୍ରୀଜିଉଙ୍କ ମସ୍ତକରେ ପାଟ ଡୋରି ଦ୍ୱାରା ଲାଗି କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା ଖଚିତ, ବଳଭଦ୍ରଙ୍କ ମସ୍ତକରେ ନୀଳା ଖଚିତ ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଲାଗି ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡିତ ହୋଇ ଅଣସରରେ ଥିବା ବେଳେ ଶ୍ରୀଜିଉଙ୍କର ଏସବୁ ଚିତା ଓଲାଗି କରାଯାଇଥିଲା ।  ଗୁଣ୍ଡିଚା ଯାତ୍ରାଠାରୁ ଠାକୁରମାନେ ସୋଲ ଚିତା ପରିଧାନ କରି ନବଦିନାତ୍ମକ ଯାତ୍ରା କରିଥିଲେ । ଆଜି ପୁଣି ଥରେ ରତ୍ନଖଚିତ ଚିତାକୁ ପୁଣି ପରିଧାନ କରିଛନ୍ତି। ସେହିପରି ଆଜିର ଦିନଟି ପ୍ରତିଟି ଓଡ଼ିଆ ଏବଂ ଚାଷୀ ଘରେ ଏକ ବଡ ପର୍ବ ଭାବେ ପାଳିତ ହୁଏ । ଚାଷୀପୁଅ ଶୁଦ୍ଧପୁତ ହୋଇ ଚିତୋଉ ପିଠା ପ୍ରସ୍ତୁତ କରି ଜମିରେ ପୋତିବାର ପରମ୍ପରା ରହିଛି।

The post ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା appeared first on Odisha Reporter.

]]>
right bottom 2021-08-09 09:15:36 https://cdn.odishareporter.in/wp-content/uploads/2021/08/08194321/6hl-1.jpg
ପୁରୀବାସୀଙ୍କ ପାଇଁ ନୂଆ ଏସ୍‌ଓପି: ବିନା ଟିକା ପ୍ରମାଣପତ୍ରରେ କରି ହେବ ଜଗା ଦର୍ଶନ https://odishareporter.in/odisha/no-covid-certificate-required-for-enter-in-temple-664879 Fri, 06 Aug 2021 09:19:57 +0000 https://odishareporter.in/?p=664879

ପୁରୀ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ଭକ୍ତ ପାଇଁ ବନ୍ଦ ଥିବା  ଶ୍ରୀମନ୍ଦିର  ଆସନ୍ତା  ୧୬ ତାରିଖରୁ ଖୋଲିବ। ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ କେବଳ ପୁରୀ ସହରବାସୀଙ୍କ ପାଇଁ ଜାରି ହୋଇଛି ନୂଆ SOP। ପୁରୀ ପୌରାଞ୍ଚଳର ୩୨ଟି  ୱାର୍ଡରେ ବଣ୍ଟନ ହେବ ଟୋକନ୍। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ପୂର୍ବ ଭଳି କିଓସ୍କ ମାଧ୍ୟମରେ […]

The post ପୁରୀବାସୀଙ୍କ ପାଇଁ ନୂଆ ଏସ୍‌ଓପି: ବିନା ଟିକା ପ୍ରମାଣପତ୍ରରେ କରି ହେବ ଜଗା ଦର୍ଶନ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ଭକ୍ତ ପାଇଁ ବନ୍ଦ ଥିବା  ଶ୍ରୀମନ୍ଦିର  ଆସନ୍ତା  ୧୬ ତାରିଖରୁ ଖୋଲିବ। ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ କେବଳ ପୁରୀ ସହରବାସୀଙ୍କ ପାଇଁ ଜାରି ହୋଇଛି ନୂଆ SOP।

ପୁରୀ ପୌରାଞ୍ଚଳର ୩୨ଟି  ୱାର୍ଡରେ ବଣ୍ଟନ ହେବ ଟୋକନ୍। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ପୂର୍ବ ଭଳି କିଓସ୍କ ମାଧ୍ୟମରେ ଟୋକନ୍ ଓ ଆଧାର କାର୍ଡ ଦେଖାଇବେ। ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ। ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏହାବାଦ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ  ଜଳାଇବାକୁ ବାରଣ କରାଯାଇଥିବା ବେଳେ  ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ବସି ପ୍ରସାଦ ସେବନ କରିବାକୁ ମଧ୍ୟ ମନା କରାଯାଇଛି।

କିଛି ଦିନ ପୂର୍ବେ ଆୟୋଜିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଡବଲ ଡୋଜ ଟିକା କିମ୍ବା RT-PCR ନେଗେଟିଭ ଜରୁରୀ ବୋଲି କୁହାଯାଇଥିଲା। ୯୬ ଘଣ୍ଟା ପୂର୍ବରୁ RT-PCR ନେଗେଟିଭ ରିପୋର୍ଟ ଥିବା ଜରୁରୀ ବୋଲି କୁହାଯାଇଥିଲା। ହେଲେ ଏବେ ତାହାକୁ ଉଠାଇ ଦିଆଯାଇଛି। ଏଥିଯୋଗୁ ଭକ୍ତ ମହଲରେ ଆଶ୍ୱସ୍ତି ଖେଳି ଯାଇଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଖୋଲିବା ନେଇ ବସିଥିବା ଛତିଶାନିଯୋଗ ବୈଠକ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର। ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ୨୧ ଓ ୨୨ ତାରିଖ ଶଟ୍‌ଡାଉନ୍‌ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି। ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍‌ କରାଯିବ।

୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ସପ୍ତାହାନ୍ତ ଶଟଡାଉନ, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ମନା ବୋଲି ଘୋଷଣା କରିଛନ୍ତି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

The post ପୁରୀବାସୀଙ୍କ ପାଇଁ ନୂଆ ଏସ୍‌ଓପି: ବିନା ଟିକା ପ୍ରମାଣପତ୍ରରେ କରି ହେବ ଜଗା ଦର୍ଶନ appeared first on Odisha Reporter.

]]>
right top 2021-08-06 14:57:57 https://cdn.odishareporter.in/wp-content/uploads/2021/03/10204049/puri.jpg
୬ ମାସ ବି ଗଲାନି; ବନ୍ୟା ଆସୁ ଆସୁ  ଭୁଶୁଡ଼ିଗଲା ପଥର ପ୍ୟାକିଂ https://odishareporter.in/odisha/stone-packing-in-the-bhargabi-river-belt-collapsed-664133 Wed, 04 Aug 2021 02:30:51 +0000 https://odishareporter.in/?p=664133

ପୁରୀ(ଓଡ଼ିଶା ରିପୋର୍ଟର): ୬ ମାସ ବି ଗଲାନି ନଦୀର ପଥର ପ୍ୟାକିଂ । ପ୍ରଥମ ବନ୍ୟା ଜଳ ଆସୁ ଆସୁ ତାହା ବି ଭୁଶୁଡ଼ି ପଡିଲା । ଏପରି  ଘଟଣା ପୁରୀ ଜିଲ୍ଲା ବଲଙ୍ଗା ଜଳସଂପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀରେ ଦେଖିବାକୁ ମିଳିଛି । ପ୍ରଥମ ବନ୍ୟା ଜଳ ଆସୁ ଆସୁ ପଥର ପ୍ୟାକିଂ ଭୁଶୁଡ଼ି ନଦୀ ଗର୍ଭରେ ଲୀନ ହୋଇ ଯାଇଛି । ନିମ୍ନମାନର କାମ ଯୋଗୁଁ ଏପରି ହୋଇଥିବା […]

The post ୬ ମାସ ବି ଗଲାନି; ବନ୍ୟା ଆସୁ ଆସୁ  ଭୁଶୁଡ଼ିଗଲା ପଥର ପ୍ୟାକିଂ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ୬ ମାସ ବି ଗଲାନି ନଦୀର ପଥର ପ୍ୟାକିଂ । ପ୍ରଥମ ବନ୍ୟା ଜଳ ଆସୁ ଆସୁ ତାହା ବି ଭୁଶୁଡ଼ି ପଡିଲା ।

ଏପରି  ଘଟଣା ପୁରୀ ଜିଲ୍ଲା ବଲଙ୍ଗା ଜଳସଂପଦ ବିଭାଗ ଅଧୀନରେ ଥିବା ହରିପୁର ନିକଟ ଭାର୍ଗବୀ ନଦୀରେ ଦେଖିବାକୁ ମିଳିଛି । ପ୍ରଥମ ବନ୍ୟା ଜଳ ଆସୁ ଆସୁ ପଥର ପ୍ୟାକିଂ ଭୁଶୁଡ଼ି ନଦୀ ଗର୍ଭରେ ଲୀନ ହୋଇ ଯାଇଛି । ନିମ୍ନମାନର କାମ ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭୁବନେଶ୍ୱର-ନିମାପଡ଼ାକୁ ସଂଯୋଗ କରୁଥିବା ହରିପୁର ବ୍ରିଜ ନିକଟରେ ପ୍ରାୟ ୨ ଶହ ମିଟରର ପଥର ପ୍ୟାକିଂ କରାଯାଇଥିଲା । ଭାର୍ଗବୀ ନଦୀରେ ଆସୁଥିବା ବନ୍ୟାରୁ ହରିପୁର ପଞ୍ଚାୟତର ୧୦ ଖଣ୍ଡ ଗାଁକୁ ରକ୍ଷା କରିବାକୁ ଜଳସଂପଦ ବିଭାଗ ଏହି ପଥର ପ୍ୟାକିଂ କରିଥିଲା । କିନ୍ତୁ ଗୋଟିଏ ବନ୍ୟା ବି ଏହି ପଥରବନ୍ଧ ସମ୍ଭାଳି ପାରି ନାହଁ ।

ପ୍ରଥମ ବନ୍ୟା ଜଳ ଆସୁ ଆସୁ ଭୁଶୁଡ଼ି ପଡ଼ିଲା ପଥର ପ୍ୟାକିଂ। ଏହାର ତଦନ୍ତ ସହିତ ପୁଣି ଥରେ କାମ ପାଇଁ  ଲୋକେ ଦାବି  କରିଛନ୍ତି । ସେପଟେ ଖୁବ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ  ।

ଏନେଇ ସ୍ଥାନୀୟ ବାସିନ୍ଦା ପ୍ରତାପ ବେହେରା କହିଛନ୍ତି, ୬ ମାସ ଭିତରେ ଭୁଶୁଡ଼ି ଗଲା ପଥର ପ୍ୟାକିଂ। ତେଣୁ  କେତେ ନିମ୍ନମାନର କାମ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ଏହାକୁ ତୁରନ୍ତ ପୁଣିଥରେ ମରାମତି କରାଯାଉ।

ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି, କେନାଲ ପାଣି ଝର ଯୋଗୁ ମାଟି ଖସିଛି। ତୁରନ୍ତ କାମ ଆରମ୍ଭ ହେବ।

The post ୬ ମାସ ବି ଗଲାନି; ବନ୍ୟା ଆସୁ ଆସୁ  ଭୁଶୁଡ଼ିଗଲା ପଥର ପ୍ୟାକିଂ appeared first on Odisha Reporter.

]]>
right bottom 2021-08-04 09:47:25 https://cdn.odishareporter.in/wp-content/uploads/2021/08/04075855/PURI.jpg
ଖୋଲିଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ଅନଲାଇନ୍‌ ଟିକେଟ କରି ପଶିଲେ ପର୍ଯ୍ୟଟକ https://odishareporter.in/odisha/konark-temple-opened-from-today-663582 Mon, 02 Aug 2021 03:44:04 +0000 https://odishareporter.in/?p=663582

କୋଣାର୍କ(ସଞ୍ଜୟ ପତି): କରୋନାର ଦ୍ଵିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ  ଖୋଲିଛି ବିଶ୍ୱ ଐତିହ୍ୟ  ସୂର୍ଯ୍ୟମନ୍ଦିର।  ସ୍ୱତନ୍ତ୍ର ଗାଇଡଲାଇନ୍‌ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର୍‌ କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜିଙ୍ଗ, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଥିବା ବେଳେ ଦିନକୁ ଦୁଇବେଳା ଦୁଇ […]

The post ଖୋଲିଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ଅନଲାଇନ୍‌ ଟିକେଟ କରି ପଶିଲେ ପର୍ଯ୍ୟଟକ appeared first on Odisha Reporter.

]]>

କୋଣାର୍କ(ସଞ୍ଜୟ ପତି): କରୋନାର ଦ୍ଵିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ  ଖୋଲିଛି ବିଶ୍ୱ ଐତିହ୍ୟ  ସୂର୍ଯ୍ୟମନ୍ଦିର।  ସ୍ୱତନ୍ତ୍ର ଗାଇଡଲାଇନ୍‌ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର୍‌ କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ ।

କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜିଙ୍ଗ, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଥିବା ବେଳେ ଦିନକୁ ଦୁଇବେଳା ଦୁଇ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଛି । ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ଥିବା ବାର କୋଡକୁ ନିଜ ମୋବାଇଲରେ ସ୍କାନ କରି ଟିକେଟ କରିବା ବ୍ୟବସ୍ଥା କରାଯାଇଛି ।

ଆଜି ସକାଳ ୬ଟାରେ ମନ୍ଦିର ଗେଟ ଖୋଲିବା ପରେ ପର୍ଯ୍ୟଟକମାନେ ଲାଇନ୍‌ରେ ଭିତରକୁ ପ୍ରବେଶ କରିଛନ୍ତି । ତେବେ ମନ୍ଦିରକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିବା ବେଳେ ସ୍ଥାନୀୟ ଗାଇଡ଼ ,ଫଟୋଗ୍ରାଫର , ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିନଥିବାରୁ ସେମାନେ ନିରାଶ ହୋଇଛନ୍ତି ।

ସୂର୍ଯ୍ୟମନ୍ଦିର ଖୋଲିବା ନିଷ୍ପତିକୁ କୋଣାର୍କ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ନିରବି ଯାଇଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଥରେ ଚଳଚଂଚଳ ହେବ ଓ ଜୀବନ ଜୀବିକା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଜାରି ଗାଇଡଲାଇନ୍ ଅନୁଯାୟୀ, ମଙ୍ଗଳବାରଠୁ ସମଲେଶ୍ୱରୀ ମନ୍ଦିର ଖୋଲିବ। ଏଥିସହ ଆସନ୍ତାକାଲିଠୁ ନନ୍ଦନକାନନ ଖୋଲିବାକୁ ମଧ୍ୟ ଆଲୋଚନା ହୋଇଛି। ଏହାବାଦ ଆସନ୍ତା ୫ ତାରିଖରେ ଭିତରକନିକା ଖୋଲିବ।

ଅଗଷ୍ଟ ଗାଇଡଲାଇନ୍‌ ଅନୁଯାୟୀ,  ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା। ଭୁବନେଶ୍ୱର, କଟକ ଓ ପୁରୀ ସହରକୁ ଛାଡ଼ିଦେଲେ ଉପକୂଳର ଅନ୍ୟ ଅଞ୍ଚଳରୁ ସପ୍ତାହାନ୍ତ ଶଟଡାଉନ୍ ହଟିଯିବା ସହ ସନ୍ଧ୍ୟା ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ଫଳରେ ପ୍ରାୟ ତିନି ମାସ ପରେ ସନ୍ଧ୍ୟା ସମୟରେ ଚଳପ୍ରଚଳ ହୋଇଛି ବଜାର। ସେହିପରି ମଲ୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବା ପରେ ଏଠାକୁ ବି ଗ୍ରାହକଙ୍କ ଆଗମନ ଆରମ୍ଭ ହୋଇଛି। ସିନେମା ହଲ୍ ଗୁଡ଼ିକ ବି ଖୋଲିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

The post ଖୋଲିଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ଅନଲାଇନ୍‌ ଟିକେଟ କରି ପଶିଲେ ପର୍ଯ୍ୟଟକ appeared first on Odisha Reporter.

]]>
right top 2021-08-02 09:21:08 https://cdn.odishareporter.in/wp-content/uploads/2021/08/02091237/konark.jpg
ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଣାର୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା https://odishareporter.in/odisha/puri/review-of-konark-development-by-puri-district-collector-662273 Tue, 27 Jul 2021 12:51:49 +0000 https://odishareporter.in/?p=662273

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା  କୋଣାର୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରାଯାଇଛି। ବିଶ୍ଵ ଐତିହ୍ୟ ପର୍ଯ୍ୟଟନସ୍ଥଳୀ   କୋଣାର୍କର ପାରିପାର୍ଶ୍ଵିକ ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ଆଜି ପୁରୀ ଜିଲ୍ଲାପାଳ  ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପ୍ରତ୍ନତତ୍ଵ ବିଭାଗ ଜମିରେ ଜବରଦଖଲ କରିଥିବା  ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଚିହ୍ନଟ ହୋଇଥିବା ସାଢେ ତିନି ଏକର ଜମିରେ ଆସ୍ଥାୟୀ ଭାବେ ଥଇଥାନ ପାଇଁ ଓ ବି ସି […]

The post ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଣାର୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା appeared first on Odisha Reporter.

]]>

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା  କୋଣାର୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରାଯାଇଛି। ବିଶ୍ଵ ଐତିହ୍ୟ ପର୍ଯ୍ୟଟନସ୍ଥଳୀ   କୋଣାର୍କର ପାରିପାର୍ଶ୍ଵିକ ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ଆଜି ପୁରୀ ଜିଲ୍ଲାପାଳ  ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପ୍ରତ୍ନତତ୍ଵ ବିଭାଗ ଜମିରେ ଜବରଦଖଲ କରିଥିବା  ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଚିହ୍ନଟ ହୋଇଥିବା ସାଢେ ତିନି ଏକର ଜମିରେ ଆସ୍ଥାୟୀ ଭାବେ ଥଇଥାନ ପାଇଁ ଓ ବି ସି ସି ଦ୍ଵାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜିଲ୍ଲାପାଳ ବୁଲି ଦେଖିଛନ୍ତି।

ଏହି କାର୍ଯ୍ୟକୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏଥିସହ ଥଇଥାନ ସମ୍ପର୍କରେ ଜିଲ୍ଲାପାଳ ଉଠାଦୋକାନି ମାନଙ୍କ ସହ ଆଲୋଚନା କରିଥିଲେ । ପରେ ଚନ୍ଦ୍ରଭାଗା ଠାରୁ କୋଣାର୍କ ଓ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ୪ କିଲୋମିଟର ୫୦୦ ମିଟର ଲମ୍ବରେ ୩୬କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ୬ଲେନ ରୋଡ  ଓ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ମିଟର ଲମ୍ବ ପ୍ରସ୍ତାବିତ ୨ଲେନ ବିଶିଷ୍ଟ ରିଙ୍ଗ ରୋଡ କାର୍ଯ୍ୟ , କୋଣାର୍କ କାକଟପୁର ରାସ୍ତାରେ ନିର୍ମାଣଧୀନ ସ୍ମାର୍ଟ ପାର୍କ କାର୍ଯ୍ୟର ସମୀକ୍ଷା କରିଥିଲେ ଜିଲ୍ଲାପାଳ।

ଚନ୍ଦ୍ରଭାଗା ବେଳାମାର୍ଗ , ବାଙ୍ଗର ମଉଜାରେ ଥିବା ସରକାରୀ ଜମି ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଠାରୁ ତଥ୍ୟ ନେଇଥିଲେ । ଅସ୍ଥାୟୀ ଦୋକାନୀଙ୍କ ଥଇଥାନ ପରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ୩୨ଏକର ଜମିରେ ଓ ବି ସି ସି ଦ୍ଵାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଥିଲେ ।

The post ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଣାର୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା appeared first on Odisha Reporter.

]]>
right bottom 2021-07-27 18:21:49 https://cdn.odishareporter.in/wp-content/uploads/2020/05/20184021/konark.jpg
ରାସ୍ତା ପାଇଁ ୪୨ କୋଟି: ହାତ ମାରୁ ମାରୁ ଉଠୁଛି ପିଚୁ https://odishareporter.in/odisha/low-quality-road-work-in-astarang-of-puri-dist-661769 Mon, 26 Jul 2021 02:39:23 +0000 https://odishareporter.in/?p=661769

କୋଣାର୍କ (ଓଡ଼ିଶା ରିପୋର୍ଟର): ୩୧ କିଲୋମିଟର ରାସ୍ତାର ପୁନଃ ନିର୍ମାଣ ପାଇଁ ମଞ୍ଜୁର ହୋଇଛି ୪୨ କୋଟି ଟଙ୍କା। ମାତ୍ର ରାସ୍ତା କାମ  ନ ସରୁଣୁ ହାତ ମାରୁ ମାରୁ ଉଠୁଛି ପୁଳା ପୁଳା ପିଚୁ। ଏପରି ନିମ୍ନମାନର କାମ ପୁରୀ ଜିଲ୍ଲା ନିମାପଡା-ଅସ୍ତରଙ୍ଗ ରାସ୍ତାରେ ଦେଖିବାକୁ ମିଳିଛି। ମା’ ମଙ୍ଗଳା ପୀଠ କାକାଟପୁର, କଟକ ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ନିମାପଡ଼ା-ଅସ୍ତରଙ୍ଗ ୩୧ କିଲୋମିଟରର ରାସ୍ତାର ପୁନଃ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୪୨ […]

The post ରାସ୍ତା ପାଇଁ ୪୨ କୋଟି: ହାତ ମାରୁ ମାରୁ ଉଠୁଛି ପିଚୁ appeared first on Odisha Reporter.

]]>

କୋଣାର୍କ (ଓଡ଼ିଶା ରିପୋର୍ଟର): ୩୧ କିଲୋମିଟର ରାସ୍ତାର ପୁନଃ ନିର୍ମାଣ ପାଇଁ ମଞ୍ଜୁର ହୋଇଛି ୪୨ କୋଟି ଟଙ୍କା। ମାତ୍ର ରାସ୍ତା କାମ  ନ ସରୁଣୁ ହାତ ମାରୁ ମାରୁ ଉଠୁଛି ପୁଳା ପୁଳା ପିଚୁ। ଏପରି ନିମ୍ନମାନର କାମ ପୁରୀ ଜିଲ୍ଲା ନିମାପଡା-ଅସ୍ତରଙ୍ଗ ରାସ୍ତାରେ ଦେଖିବାକୁ ମିଳିଛି।

ମା’ ମଙ୍ଗଳା ପୀଠ କାକାଟପୁର, କଟକ ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ନିମାପଡ଼ା-ଅସ୍ତରଙ୍ଗ ୩୧ କିଲୋମିଟରର ରାସ୍ତାର ପୁନଃ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୪୨ କୋଟି ଟଙ୍କାର ଟେଣ୍ଡର କରିଥିଲା । କେବିଏମ କନଷ୍ଟ୍ରକସନ୍‌ ନାମକ ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେବା ପରେ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ଛେଲା ଛେଲା ପିଚୁ ଉଠୁଥିବା ଦେଖାଯାଇଛି।

ସମ୍ପୃକ୍ତ ଠିକା ସଂସ୍ଥା ପୁରୁଣା ରାସ୍ତା ଉପରେ କେବଳ ପିଚୁ ଗୋଡ଼ି ରୋଲିଂ କରି ଛାଡ଼ି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାସ୍ତାର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନିମାପଡ଼ା ପୂର୍ତ୍ତ ବିଭାଗ ଏସ୍‌ଡିପିଓ କହିଛନ୍ତି।

ଏନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ୫୦ କୋଟିର କାମ ହେଉଛି। ଏଥିରେ ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାଜସ୍ୱ ଲୁଟ୍‌ ହେଉଛି ।  ଆମ ଟିକସରେ ଆମମାନଙ୍କ ପାଇଁ ଏପରି କାମ ହେଉଛି। ଅଧା ଟଙ୍କା ଖାଇ ଯାଉଛନ୍ତି, ଆଉ ଅଧାରେ ଉପରେ କିଛି ପିଚୁ ଢାଳି ରାସ୍ତା କରୁଛନ୍ତି।

The post ରାସ୍ତା ପାଇଁ ୪୨ କୋଟି: ହାତ ମାରୁ ମାରୁ ଉଠୁଛି ପିଚୁ appeared first on Odisha Reporter.

]]>
centre bottom 2021-07-26 09:36:00 https://cdn.odishareporter.in/wp-content/uploads/2021/07/26080703/pichu-1.jpg
ପୁରୀ :ଗୋଡାଇ ଗୋଡ଼ାଇ ହତ୍ୟା https://odishareporter.in/odisha/puri/puri-chased-and-killed-661751 Sun, 25 Jul 2021 16:32:39 +0000 https://odishareporter.in/?p=661751

ପୁରୀ(ଓଡ଼ିଶା ରିପୋର୍ଟର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ  ହତ୍ୟା। ପୁରୀ ବାସେଲି ସାହି ଥାନା ଅନ୍ତର୍ଗତ ବଡ ପୋଖରୀ ଜାଗା ନିକଟରେ ଦୁର୍ବୃତ୍ତ ମାନେ ଗୋଡାଇ ଗୋଡ଼ାଇ ହାଣିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା କୁହାଯାଇଛି ।ମୃତ ଯୁବକ ହେଉଛନ୍ତି ଜିତେନ୍ଦ୍ର ପୁରୋହିତ। ବାସେଲି ସାହି ଓଡ଼ିଆମଠ ନିକଟରେ ତାଙ୍କ ଘର। ସେ ଜଣେ ଶିଳ୍ପୀ କାରିଗର। ପୂର୍ବରୁ ମଧ୍ୟ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା।ଉକ୍ତ ଘଟଣା ସମ୍ପର୍କରେ ବାସେଲି ସାହି ଥାନାରେ ଅଭିଯୋଗ ହୋଇଥିଲା। ଜାଗାରୁ ଘରକୁ […]

The post ପୁରୀ :ଗୋଡାଇ ଗୋଡ଼ାଇ ହତ୍ୟା appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ  ହତ୍ୟା। ପୁରୀ ବାସେଲି ସାହି ଥାନା ଅନ୍ତର୍ଗତ ବଡ ପୋଖରୀ ଜାଗା ନିକଟରେ ଦୁର୍ବୃତ୍ତ ମାନେ ଗୋଡାଇ ଗୋଡ଼ାଇ ହାଣିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା କୁହାଯାଇଛି ।ମୃତ ଯୁବକ ହେଉଛନ୍ତି ଜିତେନ୍ଦ୍ର ପୁରୋହିତ। ବାସେଲି ସାହି ଓଡ଼ିଆମଠ ନିକଟରେ ତାଙ୍କ ଘର। ସେ ଜଣେ ଶିଳ୍ପୀ କାରିଗର। ପୂର୍ବରୁ ମଧ୍ୟ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା।ଉକ୍ତ ଘଟଣା ସମ୍ପର୍କରେ ବାସେଲି ସାହି ଥାନାରେ ଅଭିଯୋଗ ହୋଇଥିଲା। ଜାଗାରୁ ଘରକୁ ଫେରୁଥିବା ସମୟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏସ୍ପିଙ୍କ ସହ ଥାନା ଅଧିକାରୀଙ୍କ ତଦନ୍ତ ଆରମ୍ଭ। ଦୁର୍ବୁତ୍ତମାନେ ଗୋଡ଼ାଇ ଗୋଡ଼ାଇ ଭୁଜାଲି ଓ ମାରଣାସ୍ତ୍ରରେ ମୁଣ୍ଡ, ହାତ ମୁହଁଆଦି ସ୍ଥାନକୁ ଚୋଟ ମାରିଛନ୍ତି। ଘଟଣାସ୍ଥଳରେ ଭୁଜାଲି ପଡ଼ିଥିବା ଜଣାପଡ଼ିଛି।

The post ପୁରୀ :ଗୋଡାଇ ଗୋଡ଼ାଇ ହତ୍ୟା appeared first on Odisha Reporter.

]]>
right top 2021-07-25 22:02:39 https://cdn.odishareporter.in/wp-content/uploads/2021/07/25220128/t78.jpg
‘ପର କଲେ ୫ ପୁଅ, କାଳିଆ ପାଖକୁ ଯାଉଛି’ https://odishareporter.in/odisha/old-man-walked-from-bhubaneswar-to-puri-rescued-by-volunteers1-661414 Sat, 24 Jul 2021 08:48:34 +0000 https://odishareporter.in/?p=661414

ପୁରୀ(ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ପିଲାମାନେ ସାହାରା ହେବା ବଦଳରେ ହେଲେ ବଇରୀ। ସେବା ସୁଶ୍ରୁଷା ବଦଳରେ ମିଳିଲା ଗୋଇଠା ମାଡ଼। ଅସହ୍ୟ ହେଲା ଯନ୍ତ୍ରଣା। ୫ ପୁଅ ଥାଇ ବି ଆଖିରୁ ଶୁଖୁନି ଲୁହ। ଶେଷରେ କାଳିଆ ପୁଅକୁ ଟିକେ ଦେଖିବାକୁ ବୃଦ୍ଧ ଜଣକ ବର୍ଷା ରାତିରେ ଘରୁ ଗୋଡ଼ କାଢ଼ିଲେ। ଭୁବନେଶ୍ୱରରୁ ଚାଲି ଚାଲି ବାହାରିଲେ ପୁରୀ। ଆଉ ବର୍ଷା ଯୋଗୁ ଚନ୍ଦନପୁର ନିକଟରେ ପାଦ ଅଟକି ଯାଇଥିବା ବେଳେ ଉଦ୍ଧାର କରିଥିଲେ ସ୍ୱେଚ୍ଛାସେବୀ। […]

The post ‘ପର କଲେ ୫ ପୁଅ, କାଳିଆ ପାଖକୁ ଯାଉଛି’ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ପିଲାମାନେ ସାହାରା ହେବା ବଦଳରେ ହେଲେ ବଇରୀ। ସେବା ସୁଶ୍ରୁଷା ବଦଳରେ ମିଳିଲା ଗୋଇଠା ମାଡ଼। ଅସହ୍ୟ ହେଲା ଯନ୍ତ୍ରଣା। ୫ ପୁଅ ଥାଇ ବି ଆଖିରୁ ଶୁଖୁନି ଲୁହ। ଶେଷରେ କାଳିଆ ପୁଅକୁ ଟିକେ ଦେଖିବାକୁ ବୃଦ୍ଧ ଜଣକ ବର୍ଷା ରାତିରେ ଘରୁ ଗୋଡ଼ କାଢ଼ିଲେ। ଭୁବନେଶ୍ୱରରୁ ଚାଲି ଚାଲି ବାହାରିଲେ ପୁରୀ। ଆଉ ବର୍ଷା ଯୋଗୁ ଚନ୍ଦନପୁର ନିକଟରେ ପାଦ ଅଟକି ଯାଇଥିବା ବେଳେ ଉଦ୍ଧାର କରିଥିଲେ ସ୍ୱେଚ୍ଛାସେବୀ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଦେଉଳିପାଟଣା ଗାଁର ଭଗବାନ ସାହୁଙ୍କୁ ବୟସ ୮୮ ଛୁଇଁଲାଣି। ୫ ପୁଅକୁ ଗୋଟିଏ ଝିଅକୁ ନେଇ ସଂସାର। ହେଲେ ଏହା ପରେ ବି ନିଜର ବୋଲି ତାଙ୍କର କେହି ନାହିଁ। ପୁଅ ବୋହୂ ନାତିନାତୁଣୀ ମେଳରେ ହସଖୁସିରେ ଜୀବନ କଟିବା ସମୟରେ ସେ ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା।

କାଳିଆକୁ ନିଜ ଗୁହାରୀ ଜଣାଉଛନ୍ତି ଭଗବାନ ସାହୁ।

ପୁଅ, ବୋହୂ ତାଙ୍କୁ ପଚାରୁ ନ ଥିବା ବେଳେ ଜଣେ ତ ହାତ ବି ଉଠାଇବାକୁ ପଛାଉ ନାହାନ୍ତି। ଶାନ୍ତିରେ ବଞ୍ଚିବାକୁ ଦେବାକୁ ଗୋଟିଏ ପୁଅର ଗୋଡ଼ ଧରିବାରୁ ସେ ଗୋଇଠା ମାରିବାକୁ ବି ପଛାଇଲା ନାହିଁ। ପୁଅ ବୋହୂଙ୍କ ଅସହ୍ୟ ଯନ୍ତ୍ରଣା ଆଉ ସହି ହେଉନି। ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ। ନିଜର ବୋଲି ଏ ଦୁନିଆରେ କେହି ନାହିଁ ବୋଲି ଭାବି ନେଇ ଶେଷରେ କାଳିଆ ପାଖକୁ ଧାଇଁଲେ ଭଗବାନ। ତାଙ୍କୁ ନିଜ ଦୁଃଖ ଜଣାଇଲେ ଶାନ୍ତି ମିଳିବ, ମୋକ୍ଷ ପ୍ରାପ୍ତି ହେବ ବୋଲି ଆଶା ବି ଥିଲା।

ଅଣ୍ଟା ସଳଖି ପାଦ ଚାଲିବାକୁ ବଳ ନ ଥିଲେ ବି ନିଜ ଦୁଃଖ ଜଣାଇବାକୁ ଘରୁ ଗୋଡ଼ କାଢ଼ି ଚନ୍ଦନପୁରରେ ପହଞ୍ଚି ଯାଇଥିଲେ। ମାତ୍ର ବର୍ଷା ଯୋଗୁ ଚନ୍ଦନପୁର ବାଇପାସ୍‌ ନିକଟରେ ଅନ୍ଧାର ରାତିରେ ଅଟକି ଯାଇଥିଲେ। ସେଠାରେ ସ୍ୱେଚ୍ଛାସେବୀ କୁଶଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଉଦ୍ଧାର କରାଯାଇଛି।

ସ୍ୱେଚ୍ଛାସେବୀ ଭଗବାନଙ୍କୁ ଉଦ୍ଧାର କରୁଛନ୍ତି।

ବସ ଟ୍ରେନ ଯାଉ ନ ଥିବା ବେଳେ ଚାଲି ଚାଲି କାହିଁକି ଯାଉଛ ବୋଲି ପଚାରିବାକୁ ସମ୍ଭାଳିପାରିଲେନି କୋହ। ୫ ପୁଅ ପର କଲେ ଏବେ କାଳିଆ ପୁଅ ପାଖକୁ ଯାଉଛି ବୋଲି କହି ବଖାଣିଥିଲେ ନିଜ ହୃଦୟର କୋହ। ଏବେ ତାଙ୍କୁ  ବୀରପ୍ରତାପପୁରଠାରେ ଥିବା ନୀଳାନ୍ଦ୍ରି ନିଳୟଠାରେ ରଖାଯାଇଛି।

https://fb.watch/6Xzg0WTAxY/

The post ‘ପର କଲେ ୫ ପୁଅ, କାଳିଆ ପାଖକୁ ଯାଉଛି’ appeared first on Odisha Reporter.

]]>
right top 2021-07-24 15:46:37 https://cdn.odishareporter.in/wp-content/uploads/2021/07/24141333/opppp.jpg
ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀବିଜେ https://odishareporter.in/odisha/puri/special-adhara-pana-ritual-held-in-each-chariots-660953 Thu, 22 Jul 2021 15:46:57 +0000 https://odishareporter.in/?p=660953

ପୁରୀ (ଓଡ଼ିଶା ରିପୋର୍ଟର): ସରି ସରି ଆସୁଛି ଘୋଷ ଯାତ୍ରା। ଆଜି ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥରେ ଠାକୁରମାନଙ୍କ ଅଧର ଉଚ୍ଚର ତିନିଟି ଲେଖାଏଁ ମୋଟ ୯ଟି ମାଟିହାଣ୍ଡି ରଖାଯାଇ ସେଥିରେ ସ୍ୱାଦିଷ୍ଟ ପଣା ପ୍ରସ୍ତୁତ କରାଯାଇଥିଲା। ଏହି ପଣାରେ ସୁସ୍ୱାଦୁ ଓ ସୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର, ଗୋଲମରିଚ, ଛାଚି, ଜାଇଫଳ ଆଦି ସାମଗ୍ରୀ ବ୍ୟବହାର ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, […]

The post ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀବିଜେ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ସରି ସରି ଆସୁଛି ଘୋଷ ଯାତ୍ରା। ଆଜି ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥରେ ଠାକୁରମାନଙ୍କ ଅଧର ଉଚ୍ଚର ତିନିଟି ଲେଖାଏଁ ମୋଟ ୯ଟି ମାଟିହାଣ୍ଡି ରଖାଯାଇ ସେଥିରେ ସ୍ୱାଦିଷ୍ଟ ପଣା ପ୍ରସ୍ତୁତ କରାଯାଇଥିଲା। ଏହି ପଣାରେ ସୁସ୍ୱାଦୁ ଓ ସୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର, ଗୋଲମରିଚ, ଛାଚି, ଜାଇଫଳ ଆଦି ସାମଗ୍ରୀ ବ୍ୟବହାର ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପକ୍ଷରୁ ଏ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।

ଏହି ପଣାକୁ ତିନି ଠାକୁରଙ୍କୁ ଅର୍ପଣ ପରେ ଭକ୍ତଙ୍କୁ ଦିଆନଯାଇ ରଥ ଉପରେ ହାଣ୍ଡି ଭାଙ୍ଗି ଦିଆଯାଇଥିଲା। ଯାହାକୁ ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡିଚାମଣ୍ଡା ପାଇ ଧନ୍ୟ ମନେ କରିବାର ବିଶ୍ୱାସ ରହିଛି। ଆସନ୍ତାକାଲି ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ନିଳାଦ୍ରୀବିଜେ।

ସୁଆର ସେବାୟତ ମାନେ ଏହି ପଣା ପ୍ରସ୍ତୁତ କରିଥିବା ବେଳେ ପୂଜାପଣ୍ଡା ସାମନ୍ତ ଲାଗି କରିଥିଲେ। ବିଶ୍ୱାସ ରହିଛି ଅସରିରି, ଚଣ୍ଡୀ, ଚାମୁଣ୍ଡା, ରଥରେ ଥିବା ପାର୍ଶ୍ଵଦେବାଦେବୀ ଓ ଅନେକ ଅତୃପ୍ତ ମାନେ ରଥରେ ରହିଥାନ୍ତି। ସେମାନେ ଏହି ଅଧର ହାଣ୍ଡି ଭଙ୍ଗା ପରେ ରଥରେ ଗଡ଼ୁଥିବା ଜଳ ପାଇଁ ତୃପ୍ତ ହୋଇଥାନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାନୟନ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି। ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ।

The post ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀବିଜେ appeared first on Odisha Reporter.

]]>
Adharapana Niti, centre bottom, Rathayatra 2021 2021-07-23 17:36:28 https://cdn.odishareporter.in/wp-content/uploads/2021/07/22211430/adharapana-niti.jpg
କେମିତି ଭାଙ୍ଗିଲା ମହାପ୍ରଭୁଙ୍କ କିରୀଟ? https://odishareporter.in/odisha/puri/how-sri-jagannaths-kirit-broke-in-sunabesha-660936 Thu, 22 Jul 2021 14:49:41 +0000 https://odishareporter.in/?p=660936

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଲାଗି ହୋଇଥିଲା। ହେଲେ ଏହି ସୁନାବେଶରେ ଦେଖିବାକୁ ମିଳିଥିଲା ବଡ଼ ବିଭ୍ରାଟ। ମହାପ୍ରଭୁ ଜଗନ୍ନାଥଙ୍କୁ ସୁନାବେଶରେ ଲାଗି ହୋଇଥିଲା ଭଙ୍ଗା କିରୀଟ, ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ବ୍ୟଥିତ କରିଛି। ଦୁର୍ବଳ କିରୀଟର ଏକ କିଆ ଭାଙ୍ଗି ଯାଇଥିବା ଭଣ୍ଡାର ମେକାପ ସ୍ୱୀକାର କରିଛି। ଯାହା ପରେ ଶ୍ରୀମନ୍ଦିର କମାଣ୍ଡରଙ୍କଠୁ ମଗାଯାଇଛି ରିପୋର୍ଟ। ରତ୍ନଭଣ୍ଡାରରେ ଠାକୁରଙ୍କ ମହଣ ମହଣ ସୁନା ଗଛିତ ଥିବାବେଳେ ଭଙ୍ଗା […]

The post କେମିତି ଭାଙ୍ଗିଲା ମହାପ୍ରଭୁଙ୍କ କିରୀଟ? appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଲାଗି ହୋଇଥିଲା। ହେଲେ ଏହି ସୁନାବେଶରେ ଦେଖିବାକୁ ମିଳିଥିଲା ବଡ଼ ବିଭ୍ରାଟ। ମହାପ୍ରଭୁ ଜଗନ୍ନାଥଙ୍କୁ ସୁନାବେଶରେ ଲାଗି ହୋଇଥିଲା ଭଙ୍ଗା କିରୀଟ, ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ବ୍ୟଥିତ କରିଛି। ଦୁର୍ବଳ କିରୀଟର ଏକ କିଆ ଭାଙ୍ଗି ଯାଇଥିବା ଭଣ୍ଡାର ମେକାପ ସ୍ୱୀକାର କରିଛି। ଯାହା ପରେ ଶ୍ରୀମନ୍ଦିର କମାଣ୍ଡରଙ୍କଠୁ ମଗାଯାଇଛି ରିପୋର୍ଟ। ରତ୍ନଭଣ୍ଡାରରେ ଠାକୁରଙ୍କ ମହଣ ମହଣ ସୁନା ଗଛିତ ଥିବାବେଳେ ଭଙ୍ଗା ଦଦରା ଅଳଙ୍କାର ଲାଗି ହେବା ଅତ୍ୟନ୍ତ ଦୁଃଖ ଓ ଲଜ୍ଜାକର କଥା ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ।

ଗତକାଲି ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶର ଚିତ୍ର ଖୋଦ୍ ମହାପ୍ରଭୁ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ। ହେଲେ ବଡ଼ କଥା ହେଲା ଭଣ୍ଡାର ଘରୁ ଆସିଲା ବେଳେ କିରୀଟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା, ହେଲେ ବେଶ ଓଲାଗି ବେଳକୁ ଗୋଟିଏ କିଆ ଗାଏବ ଥିଲା। ଏମିତିକି ସୁନାବେଶ ଦର୍ଶନ ଚାଲିଥିବା ବେଳେ କିରୀଟର ଭଙ୍ଗା ସ୍ଥାନ ଲୁଚାଇବାକୁ କେହି ଜଣେ ସେବକ ଏହାକୁ ମଲ୍ଲି ଫୁଲରେ ଏମିତି ସଜେଇ ଦେଇଥିଲେ ଯେ, ସହଜରେ ଆଉ ଆଖିରେ ପଡ଼ିନଥିଲା। ତେବେ ଏଠି ପ୍ରଶ୍ନ କିରୀଟର ଏକ କିଆ କେମିତି ଭାଙ୍ଗିଲା ? ଆଉ ସେହି ଭଙ୍ଗା କିରୀଟ ଗଲା କୁଆଡ଼େ?

ବାମପଟର ତୃତୀୟ କିଆ ଘଟଣା ଗଣମାଧ୍ୟମ ନଜରକୁ ଆସିବା ପରେ ନିଜେ ଭଣ୍ଡାର ମେକାପ କ୍ୟାମେରା ଆଗରେ ସତ ମାନିଥିଲେ। ଆଉ ସେ କହିଥିଲେ, ରଥ ଉପରେ ସୁନାବେଶ ବେଳେ ଜଣେ ସେବାୟତଙ୍କ ହାତ ବାଜି କିରୀଟ କିଆଟି ଭାଙ୍ଗିଗଲା। ତାହା ସୁରକ୍ଷିତ ରହିଛି, ଏହାର ମରାମତି ହେବ। ସେପଟେ ଛତିଶା ନିଯୋଗ ନାୟକ କହିଛନ୍ତି, ଦୁର୍ବଳ କିରୀଟ ମରାମତି ପାଇଁ ବହୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛୁ। ହେଲେ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣେ ନୀତି ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମାଗିଛୁ।

ଏହା ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାର ଗୁଡ଼ିକ ଶହ ଶହ ବର୍ଷ ପୁରୁଣା। ଏମିତିକି ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆଣିଥିବା ବିପୁଳ ସୁନାରେ ଏସବୁ ଅଳଙ୍କାର ମାନ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। ତେଣୁ ଏତେ ବର୍ଷ ପୁରୁଣା ଅଳଙ୍କାର ପାଇଁ ଏବେ ମରାମତି ଆବଶ୍ୟକ।

ସେପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ମହାପ୍ରଭୁଙ୍କୁ ଭଙ୍ଗା କିରୀଟ ଲଗାଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଭଣ୍ଡାରରେ ଏବେ ବି ମହଣ ମହଣ ସୁନାରେ ନିର୍ମିତ ବିବିଧ ଅଳଙ୍କାର ମାନ ରହିଛି। ହେଲେ ସେସବୁକୁ କଢ଼ା ଯାଉନି। କେବଳ କିଛି ହାତଗଣତି ଭଙ୍ଗା ଦଦରା ଅଳଙ୍କାରକୁ ଠାକୁରଙ୍କୁ ଲାଗି ହେଉଛି। ଠାକୁରଙ୍କ ନାଁରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିରେ ନୂଆ କିରୀଟି ଓ ନୂଆ ଅଳଙ୍କାର ନିର୍ମାଣ କରାଯିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଉଭୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉନଥିବାରୁ ଠାକୁର ଭଙ୍ଗା କିରୀଟ ଲଗାଉଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜାକର କଥା ବୋଲି କହିଛନ୍ତି।

The post କେମିତି ଭାଙ୍ଗିଲା ମହାପ୍ରଭୁଙ୍କ କିରୀଟ? appeared first on Odisha Reporter.

]]>
right top 2021-07-22 20:41:30 https://cdn.odishareporter.in/wp-content/uploads/2021/07/22201608/jagannath-2.jpg
ସୁନାବେଶ ସମୟରେ ଅଘଟଣ, ମହାପ୍ରଭୁଙ୍କ କିରୀଟିର କିଆ ଭାଙ୍ଗିଗଲା https://odishareporter.in/odisha/puri/occurrence-during-the-sunabesa-660717 Thu, 22 Jul 2021 02:34:12 +0000 https://odishareporter.in/?p=660717

ପୁରୀ(ଓଡ଼ିଶା ରିପୋର୍ଟର) ସୁନାବେଶ ସମୟରେ ଅଘଟଣ। ସୁନାବେଶ ସମୟରେ ମହାପ୍ରଭୁଙ୍କ କିରିଟିର ବାମପଟୁ ତୃତୀୟ କିଆ ଭାଙ୍ଗିଯାଇଛି । ଭାଙ୍ଗିଯାଇଥିବା କିଆ ସ୍ଥାନରେ ଫୁଲ ଲଗାଇ ଦିଆଯାଇଥିବା ଦେଖିବା ମିଳିଥିଲା। ମହାପ୍ରଭୁଙ୍କ ଏହି କିରିଟିରେ ସାଧାରଣତଃ ୨୧ଟି କିଆ ଥାଏ। ତେବେ ୨୦ଟି ଥିବାବେଳେ ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରୀଜଗନ୍ନାଥଙ୍କ ବାମପଟ ତୃତୀୟ କିଆଟି ନଥିଲା। ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ […]

The post ସୁନାବେଶ ସମୟରେ ଅଘଟଣ, ମହାପ୍ରଭୁଙ୍କ କିରୀଟିର କିଆ ଭାଙ୍ଗିଗଲା appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର) ସୁନାବେଶ ସମୟରେ ଅଘଟଣ। ସୁନାବେଶ ସମୟରେ ମହାପ୍ରଭୁଙ୍କ କିରିଟିର ବାମପଟୁ ତୃତୀୟ କିଆ ଭାଙ୍ଗିଯାଇଛି । ଭାଙ୍ଗିଯାଇଥିବା କିଆ ସ୍ଥାନରେ ଫୁଲ ଲଗାଇ ଦିଆଯାଇଥିବା ଦେଖିବା ମିଳିଥିଲା। ମହାପ୍ରଭୁଙ୍କ ଏହି କିରିଟିରେ ସାଧାରଣତଃ ୨୧ଟି କିଆ ଥାଏ। ତେବେ ୨୦ଟି ଥିବାବେଳେ ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରୀଜଗନ୍ନାଥଙ୍କ ବାମପଟ ତୃତୀୟ କିଆଟି ନଥିଲା। ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ ଠିକଠାକ୍ ଥିଲା। କିନ୍ତୁ ରଥ ଉପରେ ହାତ ବାଜି ଭାଙ୍ଗିଯାଇଛି। ତାକୁ ସୁରକ୍ଷିତ ଭାବେ ରଖାଯାଇଛି, ଏହାର ମରାମତି ହେବ ବୋଲି କହିଛନ୍ତି। ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଏସବୁର ମରାମତି ପାଇଁ ପୂର୍ବରୁ କୁହାଯାଇଥିଲା।

ସେପଟେ  ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ। ମହଣ ମହଣ ସୁନାରେ ସଜ୍ଜିତ ହୋଇଥିଲେ ଶ୍ରୀଜିଉ।  ରଥ ଉପରେ ତିନି ଠାକୁର ଏହି ଅପରୂପ ଓ ଅନନ୍ୟ ବେଶରେ ଦର୍ଶନ ଦେଇଥିଲେ। କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳରେ ଝଟକିଥିଲେ ଶ୍ରୀଜିଓ। ତେବେ କରୋନା ଯୋଗୁଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ଆୟୋଜନ ହୋଇଥିଲା ମହାପ୍ରଭୁଙ୍କ ସୁନା ବେଶ। ପୁରୀ ସହରର କିଛି ଅଞ୍ଚଳରେ ୧୪୪ ଧାରା ଲାଗିଛି। ଆଜି ରଥ ଉପରେ ତିନି ଠାକୁରଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ।

The post ସୁନାବେଶ ସମୟରେ ଅଘଟଣ, ମହାପ୍ରଭୁଙ୍କ କିରୀଟିର କିଆ ଭାଙ୍ଗିଗଲା appeared first on Odisha Reporter.

]]>
centre top 2021-07-22 11:32:33 https://cdn.odishareporter.in/wp-content/uploads/2021/07/22080111/6kl.jpg
କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ https://odishareporter.in/odisha/2-nonsebayats-seen-at-balarams-ratha-in-puri-660473 Wed, 21 Jul 2021 05:21:47 +0000 https://odishareporter.in/?p=660473

ପୁରୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଚଳିତ ବର୍ଷ ବି କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥ ଯାତ୍ରା ଓ ବାହୁଡ଼ା ଅନୁଷ୍ଠିତ ହୋଇଥିବା ବେଳେ ଭାଇଭଉଣୀଙ୍କ ସହ କାଳିଆ ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଲାଗିଛି। ସବୁକିଛି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଥିବା ବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ପହଞ୍ଚିଗଲେ ଅଣସେବାୟତ ।  ଏହି ଫଟୋ ଏବେ […]

The post କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଚଳିତ ବର୍ଷ ବି କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥ ଯାତ୍ରା ଓ ବାହୁଡ଼ା ଅନୁଷ୍ଠିତ ହୋଇଥିବା ବେଳେ ଭାଇଭଉଣୀଙ୍କ ସହ କାଳିଆ ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଲାଗିଛି। ସବୁକିଛି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଥିବା ବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ପହଞ୍ଚିଗଲେ ଅଣସେବାୟତ ।  ଏହି ଫଟୋ ଏବେ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି । ନିଜ ସୋଶାଲ ମିଡିଆ ସାଇଟରେ ଦୁଇ ଜଣ ଏହି ଫଟୋ ଅପଲୋଡ ମଧ୍ୟ କରିଛନ୍ତି । ଦୁଇ ଜଣ ବ୍ୟକ୍ତି ମାସ୍କ ପିନ୍ଧିଥିବାରୁ ଏହା ଚଳିତ ବର୍ଷର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣସେବାୟତ ।

ପୁଲିସ୍‌ ଉପସ୍ଥିତିରେ ଦୁଇ ଜଣ ଯୁବକ ରଥ ଉପରେ ଚଢି କେମିତି ଫଟୋ ଉଠାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଫଟୋରେ ଥିବା ଏହି ଦୁଇ ଯୁବକ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ  । ଏନେଇ ଜିଲ୍ଲାପାଳ କହିଛନ୍ତି ଘଟଣାର ଅନୁଧ୍ୟାନ କରାଯାଉଛି  । ସେହିପରି କର୍ଫ୍ୟୁ ସତ୍ତ୍ୱେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଜଣେ ଅଣ ସେବାୟତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

The post କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ appeared first on Odisha Reporter.

]]>
Bahuda Yatra2021, right bottom 2021-07-21 14:00:40 https://cdn.odishareporter.in/wp-content/uploads/2021/07/21104953/lllpppp.jpg
ଆଜି ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ୩ ଠାକୁର https://odishareporter.in/odisha/suna-besha-ritual-of-lord-jagannath-will-be-celebrated-today-660439 Wed, 21 Jul 2021 02:31:00 +0000 https://odishareporter.in/?p=660439

ପୁରୀ(ଓଡ଼ିଶା ରିପୋର୍ଟର): ଜନ୍ମବେଦୀରେ  ଲୀଳାଖେଳା ସାରି ଗତକାଲି ନୀଳକନ୍ଦର ଫେରିଛନ୍ତି ମହାବାହୁ । ଆଜି ରଥ ଉପରେ ହେବ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର।  ତେବେ  କୋଭିଡ କଟକଣା ଯୋଗୁ ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସରିଛି ବାହୁଡାଯାତ୍ରା ।   କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ପାଇଁ  ନିର୍ଦ୍ଧାରିତ ସମୟ ଆଗରୁ ସିଂହଦ୍ୱାର […]

The post ଆଜି ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ୩ ଠାକୁର appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଜନ୍ମବେଦୀରେ  ଲୀଳାଖେଳା ସାରି ଗତକାଲି ନୀଳକନ୍ଦର ଫେରିଛନ୍ତି ମହାବାହୁ । ଆଜି ରଥ ଉପରେ ହେବ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର।  ତେବେ  କୋଭିଡ କଟକଣା ଯୋଗୁ ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ ।

ରଥରେ କାଳିଆ ସାଆନ୍ତା।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସରିଛି ବାହୁଡାଯାତ୍ରା ।   କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ପାଇଁ  ନିର୍ଦ୍ଧାରିତ ସମୟ ଆଗରୁ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ୩ ରଥ ।ଏପଟେ ସୁନାବେଶ ପାଇଁ ସହରର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ।  ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଏବଂ ନିଳାଦ୍ରୀ ବିଜେ ପାଇଁ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ଏସବୁ ଅଞ୍ଚଳକୁ ଛାଡିଦେଲେ ପୁରୀ ପୌରାଞ୍ଚଳର ଅନ୍ୟ ସମସ୍ତ ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି।

ତିନି ରଥ ଏବେ ସିଂହଦ୍ୱାର ସମ୍ମୁଖରେ । ଆଜି ହେବ ଶ୍ରୀଜୀଉଙ୍କ ସୁନାବେଶ । ଏହା ପରେ ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଏହି କ୍ରମରେ ପୁରୀ ବେଳାଭୂମିର ଝୁରା ବାଲିରେ ଜଗତରନାଥ ଜଗନ୍ନାଥଙ୍କ ସୁନାବେଶର ଏକ ପ୍ରତିକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଳୁକା କଳାରେ ୩ ଠାକୁରଙ୍କ ପ୍ରତିମୂର୍ତ୍ତି।

ସେପଟେ ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାକୁ ତିଆରି କରିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା  । ଏବର୍ଷ ବଡଦାଣ୍ଡରେ ଘର ହୋଇ ମଧ୍ୟ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ନିଜ ବାଲୁକା କଳା ମାଧ୍ୟମରେ ନିଜେ ଦର୍ଶନ କରିବା ସହ ଜଗନ୍ନାଥପ୍ରେମୀଙ୍କୁ  ଶ୍ରୀଜିଉଙ୍କ ସୁନାବେଶର ଦର୍ଶନ କରାଇଛନ୍ତି  ।

The post ଆଜି ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ୩ ଠାକୁର appeared first on Odisha Reporter.

]]>
rightb bottom, suna besha 2021-07-21 13:02:35 https://cdn.odishareporter.in/wp-content/uploads/2021/07/21075834/puri-2-3.jpg
ରତ୍ନ ବେଦୀକୁ ବାହୁଡ଼ୁଛନ୍ତି ମହାପ୍ରଭୁ, ଗଡ଼ିଲା ବଳଭଦ୍ରଙ୍କ ରଥ https://odishareporter.in/odisha/bahuda-yatra-starts-in-puri-660252 Tue, 20 Jul 2021 08:06:30 +0000 https://odishareporter.in/?p=660252

ପୁରୀ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ରଥଟଣା।  ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ରଥ। ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।  ବାହୁଡ଼ା ଯାତ୍ରାର ସମସ୍ତ ନୀତି ନିର୍ଦ୍ଧାରିତ ନିର୍ଘଣ୍ଟଠାରୁ ଆଗୁଆ ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି । କର୍ଡନ ଭିତରେ କୋଭିଡ୍‌ କଟକଣାରେ ଗଡ଼ୁଛି ରଥ । ନବଦିନାତ୍ମକ ଯାତ୍ରା ସାରି ଭାଇଭଉଣୀଙ୍କ ସହ ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ୁଥିବା ମହାପ୍ରଭୁ […]

The post ରତ୍ନ ବେଦୀକୁ ବାହୁଡ଼ୁଛନ୍ତି ମହାପ୍ରଭୁ, ଗଡ଼ିଲା ବଳଭଦ୍ରଙ୍କ ରଥ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ରଥଟଣା।  ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ରଥ। ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।  ବାହୁଡ଼ା ଯାତ୍ରାର ସମସ୍ତ ନୀତି ନିର୍ଦ୍ଧାରିତ ନିର୍ଘଣ୍ଟଠାରୁ ଆଗୁଆ ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି । କର୍ଡନ ଭିତରେ କୋଭିଡ୍‌ କଟକଣାରେ ଗଡ଼ୁଛି ରଥ ।

ନବଦିନାତ୍ମକ ଯାତ୍ରା ସାରି ଭାଇଭଉଣୀଙ୍କ ସହ ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ୁଥିବା ମହାପ୍ରଭୁ ବାଟରେ ମାଉସୀ ମା ଘରେ ଖାଇବେ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

ତିନି ଠାକୁର ଓ ସୁଦର୍ଶନ ଧାଡି ପହଣ୍ଡିରେ ଆସିଥିଲେ ରଥ ଉପରକୁ। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଆସିଥିଲେ ପ୍ରଭୁ ଜଗତର ନାଥ। ହଲି ହଲି ଝୁଲି ଝୁଲି ଆସି ବିରାଜିତ ହୋଇଥିଲେ ନନ୍ଦିଘୋଷରେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତିକାନ୍ତି। ଏହାପରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଗଡ଼ିଲା ରଥା।

ଅପରାହ୍‌ଣ ୪ଟା ସୁଦ୍ଧା ରଥଟଣା ‌ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସମସ୍ତ ନୀତି ଶେଷ ହୋଇଯାଇ ରଥ ଗଡ଼ିବା ଆରମ୍ଭ ହୋଇଯାଇଛି।।

ସୂଚନାଯୋଗ୍ୟ, ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ  । ଏଥିଲାଗି ଗତ ସଂଧ୍ୟାରୁ ଆରମ୍ଭ ହୋଇଛି ସମସ୍ତ ରୀତିନୀତି ।

ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି ।  ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍ ।

ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି  ।

The post ରତ୍ନ ବେଦୀକୁ ବାହୁଡ଼ୁଛନ୍ତି ମହାପ୍ରଭୁ, ଗଡ଼ିଲା ବଳଭଦ୍ରଙ୍କ ରଥ appeared first on Odisha Reporter.

]]>
centre bottom 2021-07-20 13:36:30 https://cdn.odishareporter.in/wp-content/uploads/2021/07/20133315/bala.jpg
ଗଜପତି ମହାରାଜାଙ୍କ ରେକର୍ଡ, ଛେରାପହଁରାକୁ ୫୦ ବର୍ଷ ପୂରିଲା https://odishareporter.in/odisha/puri-gajaparti-maharajas-chera-panhara-completed-50-years-660240 Tue, 20 Jul 2021 07:43:46 +0000 https://odishareporter.in/?p=660240

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ରେକର୍ଡ କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି। ୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା। ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା କରି ଆସୁଛନ୍ତି ଗଜପତି। କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ  । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ।  ଗଜପତି ମହାରାଜାଙ୍କୁ ଏବେ ୬୮ ବର୍ଷ  । ସୂଚନାଯୋଗ୍ୟ, ଆଜି ଜନ୍ମବେଦିରୁ […]

The post ଗଜପତି ମହାରାଜାଙ୍କ ରେକର୍ଡ, ଛେରାପହଁରାକୁ ୫୦ ବର୍ଷ ପୂରିଲା appeared first on Odisha Reporter.

]]>

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ରେକର୍ଡ କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି।

୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା। ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା କରି ଆସୁଛନ୍ତି ଗଜପତି। କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ  । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ।  ଗଜପତି ମହାରାଜାଙ୍କୁ ଏବେ ୬୮ ବର୍ଷ  ।

ସୂଚନାଯୋଗ୍ୟ, ଆଜି ଜନ୍ମବେଦିରୁ  କର୍ମବେଦିକୁ  ବାହୁଡ଼ୁଛନ୍ତି ମହାବାହୁ। । ନବଦିନ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। କରୋନା କଟକଣା ପାଇଁ ଏଥର ବି ବିନା ଭକ୍ତରେ ହେଉଛି ବାହୁଡ଼ା ଯାତ୍ରା।

The post ଗଜପତି ମହାରାଜାଙ୍କ ରେକର୍ଡ, ଛେରାପହଁରାକୁ ୫୦ ବର୍ଷ ପୂରିଲା appeared first on Odisha Reporter.

]]>
Bahuda Yatra2021, right top 2021-07-20 16:56:00 https://cdn.odishareporter.in/wp-content/uploads/2021/07/20131051/pppgaja.jpg
ରଥରେ ବିରାଜିଲେ ୩ ଠାକୁର, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ପହଣ୍ଡି https://odishareporter.in/odisha/pahandi-bije-completed-before-time-660193 Tue, 20 Jul 2021 06:01:12 +0000 https://odishareporter.in/?p=660193

ପୁରୀ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜମାନ ହେଲେ ତିନି ଠାକୁର । ଶେଷ ହେଲା ପହଣ୍ଡି ବିଜେ। ଆଜି ସକାଳେ କରୋନା କଟକଣା ଭିତରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ । ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ […]

The post ରଥରେ ବିରାଜିଲେ ୩ ଠାକୁର, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ପହଣ୍ଡି appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜମାନ ହେଲେ ତିନି ଠାକୁର । ଶେଷ ହେଲା ପହଣ୍ଡି ବିଜେ।

ଆଜି ସକାଳେ କରୋନା କଟକଣା ଭିତରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ।

ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ।  ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ ମହାପ୍ରଭୁ। ଏହାପରେ ଧାଡ଼ି ପହଣ୍ଡିରେ ଦେବୀ ସୁଭଦ୍ରା ଦେବଦଳନ ରଥକୁ ବିଜେ କରିଥିଲେ।  ଶେଷରେ ଗୁଣ୍ଡିଚାରୁ ବାହାରି ଗହଳି ଲଗାଇ ଟାହିଆ ହଲେଇ ହଲେଇ ଆସିଥିଲେ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ।   ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହୋଇ ନନ୍ଦିଘୋଷ ରଥରେ ବିରାଜମାନ ହୋଇ ସାରିଛନ୍ତି। 

ରଥାରୁଢ଼ ମହାବାହୁ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି  ।  ରଥାରୁଢ ହୋଇସାରିଛନ୍ତି ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ବଡ଼ଠାକୁର ଶ୍ରୀଜଗନ୍ନାଥ।  । ଏହାପରେ ଗଜପତି ମହାରାଜା ପହଞ୍ଚି  ୩ ରଥରେ ଛେରା ପହଁରା କରିଛନ୍ତି।

ସୂଚନାଯୋଗ୍ୟ, ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ରତ୍ନବେଦୀକୁ ଫେରିବେ ମହାବାହୁ  । ଏଥିଲାଗି ଗତ ସଂଧ୍ୟାରୁ ରୀତିନୀତି ଆରମ୍ଭ ହୋଇଛି । ବାହୁଡ଼ା ପହଣ୍ଡି ଲାଗି ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି ନୀତି କରାଯାଇଥିଲା । ଆଜି ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।

ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି ।  ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍ ।

ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି  ।

The post ରଥରେ ବିରାଜିଲେ ୩ ଠାକୁର, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ପହଣ୍ଡି appeared first on Odisha Reporter.

]]>
right top 2021-07-20 11:31:12 https://cdn.odishareporter.in/wp-content/uploads/2021/07/20112829/ratha-1-1.jpg
ଆଜି ବାହୁଡ଼ିବେ ମହାପ୍ରଭୁ https://odishareporter.in/odisha/bahuda-yatra-today-in-puri-with-restriction-660139 Tue, 20 Jul 2021 02:18:02 +0000 https://odishareporter.in/?p=660139

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜନ୍ମ ବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ଆଜି ବାହୁଡ଼ିବେ ମହାପ୍ରଭୁ । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ।  ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା ନୀତି ସମ୍ପନ୍ନ ହେବ । ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ […]

The post ଆଜି ବାହୁଡ଼ିବେ ମହାପ୍ରଭୁ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜନ୍ମ ବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ଆଜି ବାହୁଡ଼ିବେ ମହାପ୍ରଭୁ । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ।  ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା ନୀତି ସମ୍ପନ୍ନ ହେବ । ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।

ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ମହାପ୍ରଭୁ ରତ୍ନବେଦୀକୁ ଫେରିବେ । ଏଥିଲାଗି ଗତ ସଂଧ୍ୟାରୁ ରୀତିନୀତି ଆରମ୍ଭ ହୋଇଛି । ବାହୁଡ଼ା ପହଣ୍ଡି ଲାଗି ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି ନୀତି କରାଯାଇଥିଲା । ଏହାସହ ତିନି ରଥରେ ଚାରମାଳ ବନ୍ଧା ହୋଇଛି ।

ବାହୁଡ଼ା ପାଇଁ ଖାଁ ଖାଁ ବଡ଼ ଦାଣ୍ଡ।

ଗୁଣ୍ଡିଚା ଯାତ୍ରା ଦିନ ରଥ କର୍ଡନ ଭିତରକୁ କେତେକ ଅଣ-ସେବାୟତଙ୍କ ପ୍ରବେଶ ବିବାଦ ପରେ ଭକ୍ତଶୂନ୍ୟ ବାହୁଡ଼ାଯାତ୍ରା ପାଇଁ ଉଭୟ ପୋଲିସ ଓ ପ୍ରଶାସନ କଳ-ବଳ-କୌଶଳ ଲଗାଇ ଦେଇଛି  । ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି ।  ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍ ।

ବାହୁଡ଼ା ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର।

ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି  ।

ତାସହ ବାହୁଡ଼ାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟର ମଧ୍ୟ ସମୀକ୍ଷା ହୋଇଛି ।

The post ଆଜି ବାହୁଡ଼ିବେ ମହାପ୍ରଭୁ appeared first on Odisha Reporter.

]]>
right top 2021-07-20 10:09:32 https://cdn.odishareporter.in/wp-content/uploads/2021/07/20074441/puri-1-2.jpg
କାଲି ବାହୁଡ଼ା, ଆଜିଠୁ ପୁରୀରେ ଲାଗୁ ହେବ କର୍ଫ୍ୟୁ https://odishareporter.in/odisha/corfew-will-be-implemented-in-puri-from-today-night-659860 Mon, 19 Jul 2021 02:24:27 +0000 https://odishareporter.in/?p=659860

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରସୋର ପ୍ରସ୍ତୁତିରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନ । ଘୋଷଯାତ୍ରା ଭଳି ଆଜି ରାତି ୮ଟାରୁ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ  ପୁରୀ ସହରରେ ଜାରି ହେବ କର୍ଫ୍ୟୁ । ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ନିୟମ ଖିଲାପ କରି ଅନାଧିକାର ଭାବେ ପୁରୀରେ ପ୍ରବେଶ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି […]

The post କାଲି ବାହୁଡ଼ା, ଆଜିଠୁ ପୁରୀରେ ଲାଗୁ ହେବ କର୍ଫ୍ୟୁ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରସୋର ପ୍ରସ୍ତୁତିରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନ । ଘୋଷଯାତ୍ରା ଭଳି ଆଜି ରାତି ୮ଟାରୁ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ  ପୁରୀ ସହରରେ ଜାରି ହେବ କର୍ଫ୍ୟୁ । ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ନିୟମ ଖିଲାପ କରି ଅନାଧିକାର ଭାବେ ପୁରୀରେ ପ୍ରବେଶ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।

ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ସହ ନିର୍ଦ୍ଧାରିତ ସମୟରେ ରଥଟଣା ଶେଷ କରିବାକୁ ସମସ୍ତ ବନ୍ଦୋବସ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ । SJTA ପକ୍ଷରୁ ଆଜି ବାହୁଡା ପ୍ରସ୍ତୁତି ନେଇ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏଥିରେ ଅଧ୍ୟକ୍ଷତା କରିବେ । ହୋଟେଲ, ଲଜିଂ ଆଉ ଘର ମାଲିକଙ୍କୁ ବଡଦାଣ୍ଡରେ ଓ ଛାତରେ ନ ରହିବା ପାଇଁ ପୋଲିସ ପକ୍ଷରୁ ତାଗିଦ କରାଯାଇଛି । ସେପଟେ  ନବମୀ  ତିଥୀରେ ଆଜି ସନ୍ଧ୍ୟା ଦର୍ଶନ କାର୍ଯ୍ୟକ୍ରମ ରହିଛି।

The post କାଲି ବାହୁଡ଼ା, ଆଜିଠୁ ପୁରୀରେ ଲାଗୁ ହେବ କର୍ଫ୍ୟୁ appeared first on Odisha Reporter.

]]>
right bottom 2021-07-19 10:58:46 https://cdn.odishareporter.in/wp-content/uploads/2021/07/19075254/puri-6.jpg
ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ: ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ https://odishareporter.in/odisha/puri/action-against-10-violators-for-allegedly-flouting-curfew-imposed-during-ratha-jatra-festival-659092 Thu, 15 Jul 2021 12:24:20 +0000 https://odishareporter.in/?p=659092

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ୍ ଏସଓପି ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣାଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଥିଲା। ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି। ବାକି […]

The post ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ: ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ୍ ଏସଓପି ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣାଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଥିଲା। ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି।

ବାକି ୮ ଜଣ ହେଲେ ପୁରୀର ସୋମନାଥ ସାହୁ, ରଞ୍ଜନ କୁମାର ପାତ୍ର, ସୁବ୍ରତ ପଣ୍ଡା, ଭବାନୀ ଜେନା, ମନୋରଞ୍ଜନ ମିଶ୍ର, ରାଜଦୀପ ହରିଚନ୍ଦନ, ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ। ଏମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ପୁଲିସ। ତେବେ ଆଜି ସକାଳେ ବଡ଼ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ବେଳେ ବୁଧବାର ମଧ୍ୟ ଗଙ୍ଗା ଲଜିଂକୁ ସିଲ କରିଥିଲା ପ୍ରଶାସନ। ଇସ୍କନ ଭକ୍ତ ଛାତରେ ରହି ରଥ ଦେଖିବା ଅଭିଯୋଗରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସିଲ୍ ହୋଇଛି।

ରଥଯାତ୍ରା ପୂରା ପୁରୀ ସହରରେ ୧୪୪ ଧାରା ଜାରି ହୋଇଥିଲା। । ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଥିବା ଜିଲ୍ଲାପାଳ କହିଥିଲେ। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ।

ଏପରିକି ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍‌ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରିବା ପାଇଁ କୁହାଯାଇଥିଲା। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କେବଳ ପୁରୀରେ ରଥଯାତ୍ରା ହୋଇଛି।

The post ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ: ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ appeared first on Odisha Reporter.

]]>
right bottom 2021-07-15 17:54:20 https://cdn.odishareporter.in/wp-content/uploads/2021/07/15175117/ratha-yatra.jpg
ରଥ ଚକରେ ଫାଟ, ଯାଞ୍ଚ ବେଳେ ଧରା ପଡ଼ିଗଲା https://odishareporter.in/odisha/crack-in-ratha-in-puri-658977 Thu, 15 Jul 2021 06:56:01 +0000 https://odishareporter.in/?p=658977

ପୁରୀ(ଓଡ଼ିଶା ରିପୋର୍ଟର): ରଥରେ ଫାଟ । ପୁରୀରେ ତିନି ଠାକୁରଙ୍କ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି  । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି । ସେହିପରି  ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଦକ୍ଷିଣ ମୋଡ଼ ପୂର୍ବରୁ ରଥକୁ ନିୟମିତ ଯାଞ୍ଚ ବେଳେ ତିନି ରଥରେ ଫାଟ ଥିବା ଜଣାପଡ଼ିଛି ।  ବିଶେଷଜ୍ଞ ଟିମ୍ ପହଞ୍ଚି […]

The post ରଥ ଚକରେ ଫାଟ, ଯାଞ୍ଚ ବେଳେ ଧରା ପଡ଼ିଗଲା appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ରଥରେ ଫାଟ । ପୁରୀରେ ତିନି ଠାକୁରଙ୍କ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି  । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି ।

ସେହିପରି  ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଦକ୍ଷିଣ ମୋଡ଼ ପୂର୍ବରୁ ରଥକୁ ନିୟମିତ ଯାଞ୍ଚ ବେଳେ ତିନି ରଥରେ ଫାଟ ଥିବା ଜଣାପଡ଼ିଛି ।  ବିଶେଷଜ୍ଞ ଟିମ୍ ପହଞ୍ଚି ରଥ  ମରାମତି କରୁଛନ୍ତି । ଫାଟକୁ ସଜଡ଼ା ଯିବା ପରେ ରଥକୁ ଦକ୍ଷିଣ ମୋଡ଼ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ ।

ଏନେଇ ବରିଷ୍ଠ ତତ୍ତ୍ୱାବଧାରକ କହିଛନ୍ତି ରଥ ଚକରେ ଥିବା ଫାଟକୁ ମରାମତି କରାଯାଉଛି।  ସବୁ ଚକ ତନଖି କରାଯିବ। ଦେବୀ ସୁଭଦ୍ରାଙ୍କ ରଥରେ ସାମାନ୍ୟ ତ୍ରୁଟି ରହିଛି। ଦରକାର ପଡ଼ିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ଦକ୍ଷିଣ ମୋଡ଼ ପରେ ଆଉ ଥରେ ମଧ୍ୟ ଯାଞ୍ଚ ହେବ।

ରଥ ଚକର ମରାମତି ଚାଲିଛି।

ଏନେଇ ମୁଖ୍ୟ ମହାରଣା ନରସିଂହ ମହାପାତ୍ର କହିଛନ୍ତି, ଚକ ବାମ ପଟକୁ ଢଳି ଯାଇଛି।  ତାହାକୁ ପୂରା ସିଧା କରାଯିବ । ଏହାପରେ ତାକୁ ସାଇଜ କରାଯିବ।

ଦକ୍ଷିଣ ମୋଡ଼ ପରେ ନାକଚଣା ଦୁଆର ମୁହଁରେ ରହିବ ରଥ ।  ସେତେବେଳେ ମଧ୍ୟ ଯାଞ୍ଚ କରାଯିବ।   ବାରମ୍ବାର ବ୍ରେକକ୍‌ ପଡ଼ିବା ଯୋଗୁ ଚକ ମାଡ଼ ହେବା ହୋଇ ଏପରି ହୋଇଛି।

The post ରଥ ଚକରେ ଫାଟ, ଯାଞ୍ଚ ବେଳେ ଧରା ପଡ଼ିଗଲା appeared first on Odisha Reporter.

]]>
right bottom 2021-07-15 12:26:01 https://cdn.odishareporter.in/wp-content/uploads/2021/07/15122342/puri-2-1.jpg
ଶରଧା ବାଲିରେ ମହାପ୍ରଭୁ, କୋହଳ ହେଲା କର୍ଫ୍ୟୁ କଟକଣା https://odishareporter.in/odisha/curfew-restrictions-in-puri-is-slightly-liberal-today-658409 Tue, 13 Jul 2021 03:41:47 +0000 https://odishareporter.in/?p=658409

ପୁରୀ: କରୋନା ସମୟରେ କଟକଣାଯୁକ୍ତ ରଥ ଯାତ୍ରା ପାଇଁ ଗତ ୧୧ ତାରିଖ ରାତିରୁ ପୁରୀ ସହରରେ ୨ ଦିନ ପାଇଁ ଲାଗୁ ହୋଇଥିଲା କର୍ଫ୍ୟୁ। ଏହି   କଟକଣା ଆଜି ରାତି ୮ଟା ଯାଏ ଲାଗୁ ହୋଇଥିଲା। ହେଲେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିକୁ ସାମାନ୍ୟ କୋହଳ କରାଯାଇଛି। ଗତକାଲି ସନ୍ଧ୍ୟା ପୂର୍ବରୁ ୩ ରଥ ଶରଧା ବାଲିରେ ପହଞ୍ଚି ସାରିଥିବା ବେଳେ ସମଗ୍ର ପୁରୀ ସହର ପାଇଁ ଆଜି ରାତି ୮ ଯାଏଁ ଜାରି କର୍ଫ୍ୟୁ […]

The post ଶରଧା ବାଲିରେ ମହାପ୍ରଭୁ, କୋହଳ ହେଲା କର୍ଫ୍ୟୁ କଟକଣା appeared first on Odisha Reporter.

]]>

ପୁରୀ: କରୋନା ସମୟରେ କଟକଣାଯୁକ୍ତ ରଥ ଯାତ୍ରା ପାଇଁ ଗତ ୧୧ ତାରିଖ ରାତିରୁ ପୁରୀ ସହରରେ ୨ ଦିନ ପାଇଁ ଲାଗୁ ହୋଇଥିଲା କର୍ଫ୍ୟୁ। ଏହି   କଟକଣା ଆଜି ରାତି ୮ଟା ଯାଏ ଲାଗୁ ହୋଇଥିଲା। ହେଲେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିକୁ ସାମାନ୍ୟ କୋହଳ କରାଯାଇଛି।

ଗତକାଲି ସନ୍ଧ୍ୟା ପୂର୍ବରୁ ୩ ରଥ ଶରଧା ବାଲିରେ ପହଞ୍ଚି ସାରିଥିବା ବେଳେ ସମଗ୍ର ପୁରୀ ସହର ପାଇଁ ଆଜି ରାତି ୮ ଯାଏଁ ଜାରି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। କେବଳ ଶରଧାବାଲି ସନ୍ନିକଟ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର  ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦୃଷ୍ଟିରୁ  ଗୁଣ୍ଡିଚା ମନ୍ଦିର ପାଖରେ ୧୪ ତାରିଖ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ବାନାମ୍ବର ଛକରୁ ମାଟିଆପଡ଼ା ଛକ, ମାଟିଆପଡ଼ା ଛକରୁ ଆଶୁତୋଷ ମଠ ଛକ;  ଆଶୁତୋଷ ମଠ ଛକରୁ ନୀଳକଣ୍ଠ ମନ୍ଦିର ଛକ ଯାଏଁ କର୍ଫ୍ୟୁ କଟକଣା ବଳବତ୍ତର ରହିବ।  ସେହିପରି ନୀଳକଣ୍ଠ ମନ୍ଦିର ଛକରୁ ବଡ଼ ଶଙ୍ଖ ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ଏହି ସବୁ ଅଞ୍ଚଳରେ ଦୋକାନ ବଜାର ଓ ବାଣିଜ୍ୟିକ  ପ୍ରତିଷ୍ଠାନ ବନ୍ଦ ରହିବ।

ଏହି ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟ ଗାଡିଗୁଡିକ ଯିବା ଆସିବା ଉପରେ ମଧ୍ୟ କଟକଣା ବଳବତ୍ତର ରହିବ ।

ସେହିପରି ଗତକାଲି ରତ୍ନ ସିଂହାସନ ଛାଡ଼ି ଜନ୍ମ ବେଦୀ ଅଭିମୁଖେ ବାହାରି ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଭାଇ ଭଉଣୀଙ୍କ ସହ ପହଞ୍ଚିଥିଲେ କାଳିଆ ସାଆନ୍ତ । ରଥାରୁଢ଼ ମହାପ୍ରଭୁ ଗତକାଲି ରଥରେ ରହିବା ପରେ ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ । ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ । ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ ।

ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟାହ୍ନ ଧୂପ, ସନ୍ଧ୍ୟା  ଆଳତୀ, ସନ୍ଧ୍ୟା ଧୂପ, ବଡଶୃଙ୍ଗାର ବେଶ ନୀତି ଅନୁଷ୍ଠିତ ହୋଇ ରଥାରୂଢ ଠାକୁରଙ୍କ ନିକଟରେ ଶୁଖିଲା ଭୋଗ ଖଇ, କୋରା, ଫଳମୂଳ ଆଦି ଲାଗି ହୋଇଥିଲା । ଆଜି ମଙ୍ଗଳଆରତୀ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆରତୀ, ସଂଧ୍ୟା ଧୂପ ପରେ ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ହେବ । ଆଡ଼ପ ମଣ୍ଡପରେ ଠାକୁରମାନଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହେବ । ପରଦିନ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ହେବା ସହ ଆଡ଼ପ ଅବଢ଼ା ବାହାରିବ।

ଶାସ୍ତ୍ରରେ କୁହାଯାଇଛି, ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।  ହେଲେ କରୋନା କଟକଣା ପାଇଁ ଚଳିତ ଥର ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ହେବନି ଭକ୍ତ-ଭଗବାନଙ୍କ ମିଳନ । ହେଲେ ଭକ୍ତଙ୍କୁ କିନ୍ତୁ ଆଡ଼ପ ଅବଢ଼ା ମିଳିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି  । ତେବେ କୋଭିଡ କଟକଣା ଲାଗି ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି ।

The post ଶରଧା ବାଲିରେ ମହାପ୍ରଭୁ, କୋହଳ ହେଲା କର୍ଫ୍ୟୁ କଟକଣା appeared first on Odisha Reporter.

]]>
centre bottom 2021-07-13 09:23:25 https://cdn.odishareporter.in/wp-content/uploads/2021/07/13091033/puri-saradha.jpg
ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ https://odishareporter.in/odisha/ratha-yatra-in-puri-3-658212 Mon, 12 Jul 2021 06:59:02 +0000 https://odishareporter.in/?p=658212

ପୁରୀ(ଓଡ଼ିଶା ରିପୋର୍ଟର): ଲଗାତାର ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। କୋଭିଡ଼ କଟକଣା ଯୋଗୁ ଦିବ୍ୟ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ  । ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ।  ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡ଼ିଲା ରଥ। ଏହାପରେ ଦର୍ପଦଳନରେ ଚାଲିଛନ୍ତି ଭଉଣୀ ସୁଭଦ୍ରା। ସବା ଶେଷରେ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।  ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବାହାରିଛନ୍ତି ଶ୍ରୀଜଗନ୍ନାଥ । […]

The post ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଲଗାତାର ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। କୋଭିଡ଼ କଟକଣା ଯୋଗୁ ଦିବ୍ୟ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ  । ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ।  ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡ଼ିଲା ରଥ।

ଏହାପରେ ଦର୍ପଦଳନରେ ଚାଲିଛନ୍ତି ଭଉଣୀ ସୁଭଦ୍ରା। ସବା ଶେଷରେ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।  ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବାହାରିଛନ୍ତି ଶ୍ରୀଜଗନ୍ନାଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର ।

ସୂଚନାଯୋଗ୍ୟ, ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ନିଜ ଅନୁଗାମୀଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଥିଲେ। ଏହାପରେ ୩ ରଥରେ ସାରଥୀ ଓ ଘୋଡ଼ାଯଚା କାମ ସମ୍ପନ କରାଯାଇ ଆରମ୍ଭ ହେଲା ରଥ ଟଣା।

ସୂଚନାଯୋଗ୍ୟ, ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କ ସହ ଆଜି ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ । ଆଜି ସବୁ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଲାଣି ରଥ ଟଣା।

The post ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ appeared first on Odisha Reporter.

]]>
centre top, Rathayatra 2021 2021-07-12 14:59:28 https://cdn.odishareporter.in/wp-content/uploads/2021/07/12145919/puri-5.jpg
ଆଜି ଶ୍ରୀଗୁଣ୍ଡିଚା ଯାତ୍ରା, ଚାଲିଛି ପହଣ୍ଡି https://odishareporter.in/odisha/ratha-festival-today-658139 Mon, 12 Jul 2021 02:02:55 +0000 https://odishareporter.in/?p=658139

ପୁରୀ(ଓଡ଼ିଶା ରିପୋର୍ଟର):  ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ରତ୍ନ ବେଦିରୁ ବାହାରିବେ ଶ୍ରୀଜିଉ।  ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ଯିବେ ପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଲାଗି ରଥ ଓ ପଥ ଉଭୟେ ପ୍ରସ୍ତୁତ। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା। କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ […]

The post ଆଜି ଶ୍ରୀଗୁଣ୍ଡିଚା ଯାତ୍ରା, ଚାଲିଛି ପହଣ୍ଡି appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର):  ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ରତ୍ନ ବେଦିରୁ ବାହାରିବେ ଶ୍ରୀଜିଉ।  ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ଯିବେ ପ୍ରଭୁ ଶ୍ରୀଜଗନ୍ନାଥ।

ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଲାଗି ରଥ ଓ ପଥ ଉଭୟେ ପ୍ରସ୍ତୁତ। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା। କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ  ହୋଇଥିବା ବେଳେ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ଏହାପରେ ଆରମ୍ଭ ହୋଇଗଲାଣି ଶ୍ରୀଜିଉଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିବେ ଶ୍ରୀଜିଉ।

ସୂଚନାଯୋଗ୍ୟ,  କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ପୁଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ।

ରଥଯାତ୍ରାର ଲାଇଭ ଅପଡେଟ ପଢିବା ପାଇଁ କ୍ଲିକ କରନ୍ତୁ

ଗତକାଲି  ରାତି ୮ଟାରୁ ସହରରେ ଲାଗୁ ହୋଇଥିବା କର୍ଫ୍ୟୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ   ବଳବତ୍ତର ରହିବ। ଏପରିକି ବଡ଼ଦାଣ୍ଡ କଡ଼ରେ ଥିବା ଘର ଛାତ ଉପରୁ ବି ଦର୍ଶନକୁ ବାରଣ କରାଯାଇଛି । ଅପରପକ୍ଷେ ପୁଲିସ ଡିଜି ଆଜି ପୁରୀ ଯାଇ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଗତଥର ଭଳି ଏଥର ବି ସେବାୟତ ଟାଣିବେ ତିନି ରଥ । ଏଥିପାଇଁ ପ୍ରତି ରଥ ପିଛା ୫ ଶହ ଲେଖାଏଁ ସେବାୟତ ରହିବେ । ଖୋଦ୍ ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସ୍ପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ ।

The post ଆଜି ଶ୍ରୀଗୁଣ୍ଡିଚା ଯାତ୍ରା, ଚାଲିଛି ପହଣ୍ଡି appeared first on Odisha Reporter.

]]>
centre top, Rathayatra 2021 2021-07-12 11:19:39 https://cdn.odishareporter.in/wp-content/uploads/2021/07/12073114/ratha.jpg
ଅପେକ୍ଷା କରିଛି ତିନି ରଥ: ଆସିବେ ଭଗବାନ, ଆସିବେନି ଭକ୍ତ… https://odishareporter.in/odisha/puri/three-chariots-are-waiting-god-will-come-devotees-will-not-come-9-658088 Sun, 11 Jul 2021 14:50:01 +0000 https://odishareporter.in/?p=658088

ପୁରୀ(ଓଡ଼ିଶା ରିପୋର୍ଟର) ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ।  ସାଆନ୍ତ କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଆସନ୍ତାକାଲି ଅପରାହ୍ଣ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଏଥିପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ସିଂହଦ୍ୱାର ଆଗରେ ତିନିଠାକୁରଙ୍କ ଅପେକ୍ଷାରେ ତିନି ରଥ।  କେତେବେଳେ […]

The post ଅପେକ୍ଷା କରିଛି ତିନି ରଥ: ଆସିବେ ଭଗବାନ, ଆସିବେନି ଭକ୍ତ… appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର) ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ।  ସାଆନ୍ତ କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଆସନ୍ତାକାଲି ଅପରାହ୍ଣ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ଏଥିପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ସିଂହଦ୍ୱାର ଆଗରେ ତିନିଠାକୁରଙ୍କ ଅପେକ୍ଷାରେ ତିନି ରଥ।  କେତେବେଳେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହେବେ ଜଗତ ଠାକୁର । ପରମ୍ପରା ମୁତାବକ ଆଜି ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ପୂଜାପଣ୍ଡା ସେବାୟତମାନେ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ବିଜେ କରାଇଥିଲେ । ଏହା ପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା ତିନି ରଥ ଡାହୁକଙ୍କ ବୋଲି, ଘଣ୍ଟୁଆଙ୍କ ଘଣ୍ଟ ଧ୍ୱନିରେ ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଭିଡ଼ି ଆଣିଥିଲେ ସେବାୟତ। ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ପ୍ରସ୍ତୁତି।  ଆଗକୁ ବଢୁଥିଲା ତ ଜଗଦଗୁରୁ ଶଙ୍କରାଚାଯର୍ୟଙ୍କ ପାଖକୁ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଏପଟେ ଭକ୍ତଶୂନ୍ୟ ଘୋଷଯାତ୍ରା ପାଇଁ ବି ସଂପୂର୍ଣ୍ଣ ପ୍ରସ୍ତୁତ ପୁଲିସ ପ୍ରଶାସନ । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ।  ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ। ଏପରିକି ବଡ଼ଦାଣ୍ଡ କଡ଼ରେ ଥିବା ଘର ଛାତ ଉପରୁ ବି ଦର୍ଶନକୁ ବାରଣ କରାଯାଇଛି । ଅପରପକ୍ଷେ ପୁଲିସ ଡିଜି ଆଜି ପୁରୀ ଯାଇ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ସହ ରଥଯାତ୍ରା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଗତଥର ଭଳି ଏଥର ବି ସେବାୟତ ଟାଣିବେ ତିନି ରଥ । ଏଥିପାଇଁ ପ୍ରତି ରଥ ପିଛା ୫ ଶହ ଲେଖାଏଁ ସେବାୟତ ରହିବେ । ଖୋଦ୍ ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସ୍ପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ । ବିଳମ୍ବିତ ରାତିରେ ସେନାପଟା ଲାଗି ସରିବା ପରେ ଭୋର ସାଢ଼େ ୪ଟାରେ ହେବ ମଙ୍ଗଳ ଆଳତୀ ସକାଳ ୮ଟାରେ ରଥ ପ୍ରତିଷ୍ଠା ପରେ ସାଢ଼େ ୮ଟାରେ ଆରମ୍ଭ ହେବ ପହଣ୍ଡି । ସାଢ଼େ ୧୧ଟାରେ ପହଣ୍ଡି ସରିବା ପରେ ୧୨ଟା ୪୫ରୁ ୨ଟା ଭିତରେ ଛେରାପହଁରା ଓ ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥଟଣା ।

The post ଅପେକ୍ଷା କରିଛି ତିନି ରଥ: ଆସିବେ ଭଗବାନ, ଆସିବେନି ଭକ୍ତ… appeared first on Odisha Reporter.

]]>
centre top 2021-07-11 20:22:47 https://cdn.odishareporter.in/wp-content/uploads/2021/07/11201711/780.jpg
ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ https://odishareporter.in/odisha/three-chariots-reach-near-singha-dwara-in-puri-658011 Sun, 11 Jul 2021 08:36:11 +0000 https://odishareporter.in/?p=658011

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ସରିଛି ସବୁ ପ୍ରସ୍ତୁତି। ସିଂହଦ୍ୱାର ସାମ୍ନାରେ ବି ଲାଗି ସାରିଛନ୍ତି ତିନି ରଥ। ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। କୋଭିଡ୍ ନିୟମ ପାଳନକ୍ରମେ ସେବାୟତମାନେ ତିନି ରଥକୁ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ। ସେହିପରି ପରମ୍ପରା […]

The post ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ସରିଛି ସବୁ ପ୍ରସ୍ତୁତି। ସିଂହଦ୍ୱାର ସାମ୍ନାରେ ବି ଲାଗି ସାରିଛନ୍ତି ତିନି ରଥ।

ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। କୋଭିଡ୍ ନିୟମ ପାଳନକ୍ରମେ ସେବାୟତମାନେ ତିନି ରଥକୁ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ।

ସେହିପରି ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି। ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ନିଜର ୬ ଜଣ ଅୁଗାମୀଙ୍କ ସହ ଯିବାକୁ ସମ୍ମତି ପ୍ରଦାନ କରିଛନ୍ତି ଶଙ୍କରାଚାର୍ଯ୍ୟ। ଏହା ସହିତ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ସେ ପ୍ରଶାସନକୁ କହିଛନ୍ତି। ସେହିପରି କରୋନା କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଘରେ ରହି ରଥଯାତ୍ରା ଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଶଙ୍କରାଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ଶ୍ରୀମନ୍ଦିର ମାମଲାରେ ପ୍ରଶାସନ ତାଙ୍କୁ ଗରୁତ୍ୱ ଦେଉ ନାହିଁ। ପରିଚାଳନା କମିଟି ବୈଠକର ପୂର୍ଣ୍ଣାଙ୍ଗ ତଥ୍ୟ ତାଙ୍କୁ ଦିଆଯାଉନି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେଉ ନାହିଁ।

କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ କରାଯାଉଛି। ପୁରୀ ସହରରେ ଆଜିଠୁ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯିବ। ଆଜି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ବଳବତ୍ତର ରହିବ। ବଡ଼ଦାଣ୍ଡରେ ଦୁଇ ପାର୍ଶ୍ୱରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ ଓ ଧର୍ମଶାଳାକୁ ଖାଲି କରାଯାଇଛି। ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ।

କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ। କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଛି। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟ କରାଯାଇଛି।

କର୍ଫ୍ୟୁ ସମୟରେ ଲୋକଙ୍କ ସୁବିଧା ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ଜରୁରୀ ସ୍ଥିତିରେ ଲୋକେ 18003457495 ନମ୍ବରରେ ଫୋନ୍ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

The post ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ appeared first on Odisha Reporter.

]]>
centre top 2021-07-11 14:14:27 https://cdn.odishareporter.in/wp-content/uploads/2021/07/11140457/chariots.jpg
ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ, ଆଜି ଲାଗୁ ହେବନି ସଟଡାଉନ୍‌ କଟକଣା https://odishareporter.in/odisha/shutdown-restrictions-will-nt-be-implemented-in-puri-today-657671 Sat, 10 Jul 2021 02:08:05 +0000 https://odishareporter.in/?p=657671

ପୁରୀ(ଓଡ଼ିଶା ରିପୋର୍ଟର): ମଝିରେ ଆଉ ମାତ୍ର ଗୋଟିଏ ଦିନ । ଏହାପରେ ଆସନ୍ତା ସୋମବାର ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀବିଗ୍ରହ । ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ ।  ଏହାକୁ ନଜରରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ରବିବାର ରାତିରୁ ମଙ୍ଗଳବାର ରାତି ଯାଏ ସହରରେ ଲାଗୁ ହେବ କର୍ଫ୍ୟୁ। କର୍ଫ୍ୟୁକୁ ଆଖି ଆଗରେ ରଖି  ଆଜି ପୁରୀରେ ଲାଗୁ ହେବନି ସପ୍ତାହାନ୍ତ […]

The post ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ, ଆଜି ଲାଗୁ ହେବନି ସଟଡାଉନ୍‌ କଟକଣା appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ମଝିରେ ଆଉ ମାତ୍ର ଗୋଟିଏ ଦିନ । ଏହାପରେ ଆସନ୍ତା ସୋମବାର ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀବିଗ୍ରହ । ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ ।  ଏହାକୁ ନଜରରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ରବିବାର ରାତିରୁ ମଙ୍ଗଳବାର ରାତି ଯାଏ ସହରରେ ଲାଗୁ ହେବ କର୍ଫ୍ୟୁ।

କର୍ଫ୍ୟୁକୁ ଆଖି ଆଗରେ ରଖି  ଆଜି ପୁରୀରେ ଲାଗୁ ହେବନି ସପ୍ତାହାନ୍ତ ସଟଡାଉନ୍‌ କଟକଣା । ଶନିବାର ଥିଲେ ମଧ୍ୟ ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ସଟଡାଉନ କୋହଳ କରାଯିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟ୍ କରିଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଥିଲେ ।

ଆସନ୍ତା ସୋମବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ୧୧ ତାରିଖ ରବିବାର ରାତି ୮ଟାରୁ ୧୩ ତାରିଖ ମଙ୍ଗଳବାର ରାତି ୮ଟା ଯାଏଁ କର୍ଫ୍ୟୁ  ଲାଗିବ । ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିବେ ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ  ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାବ୍ୟତୀତ ବଡ଼ଦାଣ୍ଡରେ  ଥିବା କୌଣସି ଦୋକାନ ଖୋଲାଯିବ ନାହିଁ ।

କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବା ନିମନ୍ତେ ଅନୁମତି ମିଳିଛି। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ ।

The post ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ, ଆଜି ଲାଗୁ ହେବନି ସଟଡାଉନ୍‌ କଟକଣା appeared first on Odisha Reporter.

]]>
right top 2021-07-10 08:16:03 https://cdn.odishareporter.in/wp-content/uploads/2021/07/10073555/puri-1.jpg
ବିନା ଭକ୍ତରେ ନବଯୌବନ ଦର୍ଶନ https://odishareporter.in/odisha/puri/nabajouban-darshan-of-lord-jagannath-657632 Fri, 09 Jul 2021 14:42:43 +0000 https://odishareporter.in/?p=657632

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଅନବସର ସରିବା ପରେ ଆଜି ନେତ୍ରୋତ୍ସବରେ ଦେଉଳ ଭିତରେ ଜଗା ବଳିଆଙ୍କ ସହ ଚତୁର୍ଦ୍ଧା ମୂରତୀ ନବଯୌବନ ରୂପରେ ଝଟକୁଛନ୍ତି। ହେଲେ କରୋନା ମହାମାରୀ ସାଜିଛି ପ୍ରତିବନ୍ଧକ। ଆଜି ଅବକାଶ ନୀତି ପରେ ଦଶାବତାର ପଟିଦିଅଁ ଦକ୍ଷିଣି ଘରକୁ ବାହୁଡ଼ା ବିଜେ କରିଥିଲେ। ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ଆଖିଝଲସା ରୂପ ମୋକ୍ଷ ପ୍ରଦାନକାରୀ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦର୍ଶନରୁ ବଞ୍ଚିତ […]

The post ବିନା ଭକ୍ତରେ ନବଯୌବନ ଦର୍ଶନ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଅନବସର ସରିବା ପରେ ଆଜି ନେତ୍ରୋତ୍ସବରେ ଦେଉଳ ଭିତରେ ଜଗା ବଳିଆଙ୍କ ସହ ଚତୁର୍ଦ୍ଧା ମୂରତୀ ନବଯୌବନ ରୂପରେ ଝଟକୁଛନ୍ତି। ହେଲେ କରୋନା ମହାମାରୀ ସାଜିଛି ପ୍ରତିବନ୍ଧକ। ଆଜି ଅବକାଶ ନୀତି ପରେ ଦଶାବତାର ପଟିଦିଅଁ ଦକ୍ଷିଣି ଘରକୁ ବାହୁଡ଼ା ବିଜେ କରିଥିଲେ।

ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ଆଖିଝଲସା ରୂପ ମୋକ୍ଷ ପ୍ରଦାନକାରୀ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦର୍ଶନରୁ ବଞ୍ଚିତ ଭକ୍ତ ବ୍ୟାକୁଳ ଥିଲେ ବି ଉପାୟଶୂନ୍ୟ। ଦଇତାପତି ମାନେ ସର୍ବାଙ୍ଗ ବନ୍ଦାପନା କରିଥିଲେ। ଏହାପରେ ନେତ୍ରୋତ୍ସବ ବନ୍ଦାପନା ଓ ରାଜନୀତି ହୋଇ ଯାତ୍ରାଙ୍ଗୀ ମହାସ୍ନାନ ହୋଇଥିଲା। ଯଦିଓ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା, ହେଲେ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଜୋରସରରେ ଆଗେଇ ଚାଲିଛି। ପ୍ରାୟ ଦୁଇ ହଜାର ସେବାୟତ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ସରିଛି। ଯାହାଙ୍କର ନେଗେଟିଭ୍ ରିପୋର୍ଟ ଆସିଛି ସେମାନଙ୍କୁ ପାସ୍ ପ୍ରଦାନ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରଥଖଳାରେ ଦଣ୍ଡାୟମାନ ତିନି ରଥର ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଦରଜୀ ସେବକ ମାନେ ଏବେ କନା ମଣ୍ଡଣିରେ ବ୍ୟସ୍ତ ଅଛନ୍ତି। ଆସନ୍ତାକାଲି ସୁଦ୍ଧା ସେମାନେ କାମ ଶେଷ କରିଦେବେ। ଏଥି ପାଇଁ ପ୍ରାୟ ୧୨୫୦ ମିଟର କନା ବ୍ୟବହାର ହୋଇଛି। ୧୧ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସକାଳ ଧୂପ ସରିଲେ ରଥଖଳାଙ୍କୁ ଆଜ୍ଞମାଳ ବିଜେ ହେବ। ଏହାପରେ ରଥକୁ ସିଂହଦ୍ୱାର ସାମ୍ନାକୁ ଟଣାଯିବ। ଗତଥର ଭଳି ଏଥର ବି ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ବିଶେଷ କରି ବଡ଼ଦାଣ୍ଡ ଉପରେ ଅଧିକ ଫୋକସ୍ ରହିବ। କେହି ନିଜ ଘର ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ। ଜରୁରୀକାଳୀନ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ପରିସ୍ଥିତିରେ ଯେପରି ଏସଓପି ଉଲ୍ଲଂଘନ ନହୁଏ, ସେଥିପ୍ରତି ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।

ଜୁଲାଇ ୧୨, ସୋମବାର ରଥଯାତ୍ରା ଥିବାରୁ ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ବଳବତ୍ତର ରହିବ। ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ ଶନିବାର ପୁରୀ ସହରରେ ସଟଡାଉନ୍ କୋହଳ କରାଯିବାକୁ ନିଷ୍ପତ୍ତି ହୋଇଛି।

The post ବିନା ଭକ୍ତରେ ନବଯୌବନ ଦର୍ଶନ appeared first on Odisha Reporter.

]]>
right bottom 2021-07-09 20:12:43 https://cdn.odishareporter.in/wp-content/uploads/2021/05/25165057/white-flage.jpg
ରବିବାରଠୁ ପୁରୀରେ କର୍ଫ୍ୟୁ, କାଲି ଲାଗୁ ହେବନି ଶଟଡାଉନ୍‌ https://odishareporter.in/odisha/shut-down-restriction-will-not-be-implemented-in-puri-for-this-saturday-657459 Fri, 09 Jul 2021 05:23:52 +0000 https://odishareporter.in/?p=657459

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ। ଆସନ୍ତା ସୋମବାର ରଥ ଯାତ୍ରା। ଏହାକୁ ଆଖି ଆଗରେ ରଖି ରବିବାର ରାତ୍ର ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ୨ ଦିନ କର୍ଫ୍ୟୁ ଲାଗିବାକୁ ଥିବାରୁ ଆସନ୍ତାକାଲି ଅର୍ଥାତ ଶନିବାର ଶଟଡାଉନ୍‌ କଟକଣା ପୁରୀରେ ଲାଗୁ ହେବ ନାହିଁ। ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ […]

The post ରବିବାରଠୁ ପୁରୀରେ କର୍ଫ୍ୟୁ, କାଲି ଲାଗୁ ହେବନି ଶଟଡାଉନ୍‌ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ। ଆସନ୍ତା ସୋମବାର ରଥ ଯାତ୍ରା। ଏହାକୁ ଆଖି ଆଗରେ ରଖି ରବିବାର ରାତ୍ର ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ୨ ଦିନ କର୍ଫ୍ୟୁ ଲାଗିବାକୁ ଥିବାରୁ ଆସନ୍ତାକାଲି ଅର୍ଥାତ ଶନିବାର ଶଟଡାଉନ୍‌ କଟକଣା ପୁରୀରେ ଲାଗୁ ହେବ ନାହିଁ।

ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।

ଆଜି ସକାଳୁ ଚକାଅପସର ନୀତି କରାଯିବା ପରେ ମଙ୍ଗଳଆରତୀ ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତାପରେ ନବଯୌବନ ଦର୍ଶନ ବିଧି ରହିଛି । ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ ।

ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୁରତୀଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ  ଭକ୍ତ ।

ଅନ୍ୟପଟେ ଗତକାଲି ଚତୁର୍ଦ୍ଦଶୀ ତିଥିରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେନୀତି ସମାପନ ହୋଇଛି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଡ଼ି ପ୍ରସାଦ ଲାଗି ପରେ ପୂର୍ଣ୍ଣ ଅଣସର ଗୁପ୍ତ ସେବା ନୀତି ଶେଷ ହୋଇଛି । ଏପଟେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥ କନା ମୁଣ୍ଡଣି କାର୍ଯ୍ୟ କରାଯାଉଛି ।

ଏନେଇ ବିନାୟକ ଦାସମହାପାତ୍ର କହିଛନ୍ତି, ସମସ୍ତ ନିତୀକାନ୍ତି ଶୃଙ୍ଖଳାର ସହ ଚାଲିଛି। ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରୁରେ କିପରି ହେବ, ମହାପ୍ରଭୁ କିପରି ରତ୍ନ ସିଂହାସନକୁ ଫେରିବେ ସେଥିପାଇଁ ସମସ୍ତେ ପ୍ରାଣପଣେ ଲାଗିଛନ୍ତି

The post ରବିବାରଠୁ ପୁରୀରେ କର୍ଫ୍ୟୁ, କାଲି ଲାଗୁ ହେବନି ଶଟଡାଉନ୍‌ appeared first on Odisha Reporter.

]]>
Rathayatra 2021, right top 2021-07-09 13:07:12 https://cdn.odishareporter.in/wp-content/uploads/2021/07/09105033/puri.jpg
ସୁସ୍ଥ ହେଉଛନ୍ତି ମହାପ୍ରଭୁ https://odishareporter.in/odisha/puri/mahaprabhu-is-slowly-recovering-656176 Sun, 04 Jul 2021 10:56:33 +0000 https://odishareporter.in/?p=656176

ପୁରୀ(ଓଡ଼ିଶା ରିପୋର୍ଟର) ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ।  ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ । ଏହା ପରେ ଶ୍ରୀଜିଉ ସୁସ୍ଥ ହେବେ । ଦଶମୀ ତିଥିରେ ମହାପ୍ରଭୁ ଚକାକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ନୀତି ପରେ […]

The post ସୁସ୍ଥ ହେଉଛନ୍ତି ମହାପ୍ରଭୁ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର) ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ।  ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ ।

ଏହା ପରେ ଶ୍ରୀଜିଉ ସୁସ୍ଥ ହେବେ । ଦଶମୀ ତିଥିରେ ମହାପ୍ରଭୁ ଚକାକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ନୀତି ପରେ ପଣା ଚକଟା ଭୋଗ ସହ ଚକା ବିଜେ ନୀତି କରାଯିବ ।  ଜୁଲାଇ ୯ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ ।

ଜୁଲାଇ ୧୦ ଓ ୧୧ ଦୁଇ ଦିନ ଧରି ଉଭା ଯାତ୍ରା ପରେ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ଏପଟେ ତିନି ରଥର ନିର୍ମାଣ କାର୍ଯ୍ୟ ବି ପ୍ରାୟ ସରି ଆସିଲାଣି  । ଏବେ ରଥର ପ୍ରଭା, ବେଦୀ ଓ ସିଂହାସନ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।  ଚିତ୍ରକର ଏବଂ ରୂପକାର ସେବାୟତ ସୌନ୍ଦଯର୍ୟକରଣରେ ଲାଗିଛନ୍ତି।

The post ସୁସ୍ଥ ହେଉଛନ୍ତି ମହାପ୍ରଭୁ appeared first on Odisha Reporter.

]]>
2021-07-04 16:26:33 https://cdn.odishareporter.in/wp-content/uploads/2020/06/05073034/puri-11111111111111111110000000000000.jpg
ଛାତ ଉପରୁ ରଥଯାତ୍ରା ଦେଖିବା ମନା https://odishareporter.in/odisha/puri/devotees-will-not-be-allowed-to-watch-rathyatra-from-the-roofs-in-puri-655863 Sat, 03 Jul 2021 06:45:26 +0000 https://odishareporter.in/?p=655863

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି […]

The post ଛାତ ଉପରୁ ରଥଯାତ୍ରା ଦେଖିବା ମନା appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଛି। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ।

ଜିଲ୍ଲାପାଳ ଆହୁରି କହିଛନ୍ତି, ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍‌ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରି ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ଯାଇପାରିବେ ନାହିଁ।

ପୁରୀ ଏସ୍‌ପି କହିଛନ୍ତି ଯେ ବଡ଼ଦାଣ୍ଡରେ ୨୦୦ରୁ ଅଧିକ ଘର ରହିଛି। ଘରଗୁଡ଼ିକର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଲୋକଙ୍କୁ ଆଦୌ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ପୁଲିସ୍ ମୁତୟନ ହେବେ। ଲୋକମାନଙ୍କୁ ଏନେଇ ସଚେତନ ମଧ୍ୟ କରାଯିବ। ସେହିପରି ବଡ଼ଦାଣ୍ଡରେ ପ୍ରାୟ ୪୧ଟି ହୋଟେଲ୍‌ ଓ ଲଜ୍ ରହିଛି। ନିଷ୍ପତ୍ତି ପ୍ରକାରେ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପର୍ଯ୍ୟଟକଙ୍କୁ ରଖିବାକୁ ବୁକିଂ ନ କରିବାକୁ ସେମାନଙ୍କୁ କୁହାଯିବ। ଏହି ହୋଟେଲ୍ ଓ ଲଜ୍‌ ଗୁଡ଼ିକୁ ଖାଲି କରାଯିବ। ହୋଟେଲ୍‌ ଓ ଲଜ୍‌ର ମାଲିକମାନଙ୍କ ସହିତ ବୈଠକ କରାଯାଇ ସେମାନଙ୍କୁ ସଚେତନ କରାଯିବ।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କେବଳ ପୁରୀରେ ରଥଯାତ୍ରା ହେବ। ବିନା ଭକ୍ତରେ ଓ ଅନେକ କଟକଣା ମଧ୍ୟରେ ଏଠାରେ ରଥଯାତ୍ରା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରଥଯାତ୍ରା ପାଇଁ ଏବେ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।

The post ଛାତ ଉପରୁ ରଥଯାତ୍ରା ଦେଖିବା ମନା appeared first on Odisha Reporter.

]]>
Rathayatra 2021, right bottom 2021-07-03 14:48:43 https://cdn.odishareporter.in/wp-content/uploads/2020/07/01125939/ratha-1.jpg
ମହାପ୍ରଭୁଙ୍କ ସେବା କରିବେ କୁନି ସେବାୟତ https://odishareporter.in/odisha/puri/now-junior-sevayat-will-serve-to-sri-jagannath-655162 Wed, 30 Jun 2021 16:30:15 +0000 https://odishareporter.in/?p=655162

ପୁରୀ (ଓଡ଼ିଶା ରିପୋର୍ଟର): ବ୍ରହ୍ମାଣ୍ଡକର୍ତ୍ତା ଜଗତପତିଙ୍କ ସେବାରେ ଦିନରାତି ସେବାୟତ ମାନେ ଲାଗିପଡିଥାନ୍ତି। ସକାଳରୁ ସଞ୍ଜ ପୁଣି ରାତ୍ର ପହୁଡ ଏହାରି ଭିତରେ ମଙ୍ଗଳାଆରତୀ, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ପୁଣି ଭୋଗମଣ୍ଡପରେ ୫୬ ଭୋଗ ଲାଗିଥାଏ। ତାପରେ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପରେ ଚନ୍ଦନ ଲାଗ, ବଡ଼ସିଂହାର ବେଶ ପୁଣି ବଡ଼ସିଂହାର ଭୋଗ ନୀତି ଆଦି ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ସେ ସମସ୍ତ ସେବାରେ ବିଭିନ୍ନ ପ୍ରକାର ସେବାୟତ ସେବାନିଷ୍ଟ ହୋଇଥାନ୍ତି। ଏହା କାଳ କାଳ ଧରି […]

The post ମହାପ୍ରଭୁଙ୍କ ସେବା କରିବେ କୁନି ସେବାୟତ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରିପୋର୍ଟର): ବ୍ରହ୍ମାଣ୍ଡକର୍ତ୍ତା ଜଗତପତିଙ୍କ ସେବାରେ ଦିନରାତି ସେବାୟତ ମାନେ ଲାଗିପଡିଥାନ୍ତି। ସକାଳରୁ ସଞ୍ଜ ପୁଣି ରାତ୍ର ପହୁଡ ଏହାରି ଭିତରେ ମଙ୍ଗଳାଆରତୀ, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ପୁଣି ଭୋଗମଣ୍ଡପରେ ୫୬ ଭୋଗ ଲାଗିଥାଏ। ତାପରେ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପରେ ଚନ୍ଦନ ଲାଗ, ବଡ଼ସିଂହାର ବେଶ ପୁଣି ବଡ଼ସିଂହାର ଭୋଗ ନୀତି ଆଦି ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ସେ ସମସ୍ତ ସେବାରେ ବିଭିନ୍ନ ପ୍ରକାର ସେବାୟତ ସେବାନିଷ୍ଟ ହୋଇଥାନ୍ତି।

ଏହା କାଳ କାଳ ଧରି ପିଢୀ ପରେ ପିଢୀ ସେବାୟତ ମାନେ ସେବା କରୁଛନ୍ତି। ଆଉ ଏବେ କୁନି କୁନି ପିଲାମାନେ ସେବାୟତ କୂଳରେ ଜନ୍ମ ନେଇ ଆଗକୁ ସେହି ସେବାରେ ଲାଗିବେ। ଆଉ ଏବେ ଠାରୁ ମହାପ୍ରଭୁଙ୍କ ପ୍ରତି ସମର୍ପଣ, କର୍ତ୍ତବ୍ୟ ନିଷ୍ଠର ପରିଭାଷା ଦେଖିବାକୁ ମିଳୁଛି। ପୁରାଣ ପଣ୍ଡା ସେବାୟତଙ୍କର ଦୁଇ ପୁତ୍ର। ରୁଦ୍ରନାରାୟଣ ପଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢୁଛି କିନ୍ତୁ ମହାପ୍ରଭୁଙ୍କ କଥା କହିଲା ବେଳକୁ ଭକ୍ତିଭାବରେ ମନ ଭରିଯାଇଛି।

ଶ୍ରୀଜଗନ୍ନାଥ ଭଜନ, ଜଣାଣ ଓ ବେଦ ପାଠରେ ପାରଜ୍ଞମ ହୋଇଛନ୍ତି। ମନ୍ତ୍ର ଉଚ୍ଚାରଣ ସମୟରେ ପୂରାପୂରି ଶୁଦ୍ଧ ଭାବରେ ଉଚ୍ଚାରଣ କରୁଛନ୍ତି। ଅତି ସୁନ୍ଦର ଭାବରେ ପାଟ ପିନ୍ଧୁଥିବା ରୁଦ୍ରନାରାୟଣ ପ୍ରତିଦିନ ଶ୍ରୀମନ୍ଦିରକୁ ଯାଇଥାନ୍ତି। ତାଙ୍କ ପିତାଙ୍କ ସହ ମା’ ବିମଳାଙ୍କ ଦର୍ଶନ କରିବା ପରେ ମହାଲକ୍ଷ୍ମୀ ଓ ପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ଶାନ୍ତାକାରଂ ଭଜନକୁ ବୋଲିବା ସମୟରେ ଆଖି ଛଳଛଳ ହୋଇଯାଇ ଥାଏ।

ରଥଯାତ୍ରାକୁ ନେଇ ଅନେକ ଉତ୍କଣ୍ଠା ରହିଛି ବୋଲି କହିଛନ୍ତି ରୁଦ୍ର। ସେପଟେ ଏଲ କେଜିରେ ପଢୂଥିବା ଅନିକେଶ ପୁରାଣପଣ୍ଡା କଥା କହିଲା ବେଳକୁ ପିଟି ଲାଗୁଛି କିନ୍ତୁ ଆତି ସୁନ୍ଦର ଭାବରେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ସେହିପରି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟଯୋଶୀମହାପାତ୍ରଙ୍କ ପୁତ୍ର ହରଗୋବିନ୍ଦ ପଟ୍ଟଯୋଶୀ ମହାପାତ୍ର ନୂତନ ଭାବରେ ବ୍ରତପନୋୟନ ହୋଇଛନ୍ତି ଓ ଆଗକୁ ସେବାନିଷ୍ଟ ହେବେ ତା ପର୍ବରୁ ମନରେ ଧ୍ୟାନ ରେ ମହାପ୍ରଭୁ। ଭଗବାନଙ୍କ ପ୍ରତି ସମର୍ପଣ ମନୋଭାବ, ଭକ୍ତିଭାବ ପିଲାଟିବେଳୁ ଦୃଶ୍ୟମାନ ହେଉଛି।

The post ମହାପ୍ରଭୁଙ୍କ ସେବା କରିବେ କୁନି ସେବାୟତ appeared first on Odisha Reporter.

]]>
Puri shreemandir, right bottom 2021-07-03 11:20:22 https://cdn.odishareporter.in/wp-content/uploads/2021/06/30215953/puri-4.jpg