ରାୟଗଡ଼ା – Odisha Reporter https://odishareporter.in Mon, 17 Jan 2022 07:14:51 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ରାୟଗଡ଼ା – Odisha Reporter https://odishareporter.in 32 32 ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ https://odishareporter.in/odisha/padmashree-shanti-devi-is-no-more-706921 Mon, 17 Jan 2022 04:29:20 +0000 https://odishareporter.in/?p=706921

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ। ଭୂଦାନ ଆନ୍ଦୋଳନ ପାଇଁ ଘରେ ଘରେ ବେଶ୍ ପରିଚିତ ଥିଲେ ଶାନ୍ତିଦେବୀ। ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ଶାନ୍ତିଦେବୀଙ୍କର ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ […]

The post ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ appeared first on Odisha Reporter.

]]>

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ। ଭୂଦାନ ଆନ୍ଦୋଳନ ପାଇଁ ଘରେ ଘରେ ବେଶ୍ ପରିଚିତ ଥିଲେ ଶାନ୍ତିଦେବୀ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ଶାନ୍ତିଦେବୀଙ୍କର ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶାନ୍ତିଦେବୀ ମାତ୍ର ୧୭ ବର୍ଷ ବୟସରୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବୀ ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେ ଗୁଣୁପୁର ଅଞ୍ଚଳକୁ ଆସି ସମାଜସେବା ଓ ଭୂଦାନ ଆନ୍ଦୋଳନ ଜାରି ରଖିଥିଲେ।

ତାଙ୍କ ନିଃସ୍ୱାର୍ଥପର ସେବା ପାଇଁ ତାଙ୍କୁ ଗତବର୍ଷ ‘ପଦ୍ମଶ୍ରୀ‘ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ସହିତ ସେ ସମ୍ମାନଜନକ ଜମୁନାଲାଲ ବଜାଜ୍ ପୁରସ୍କାର ମଧ୍ୟ ପାଇଥିଲେ।

ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।

The post ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ appeared first on Odisha Reporter.

]]>
right bottom 2022-01-17 12:44:51 https://odishareporter.in/wp-content/uploads/2022/01/781-6.jpg
ଗର୍ଜିଲେ ଆଦିବାସୀ, କହିଲେ -କାରଖାନା କର, ନଚେତ ଆମ ଜାଗା ଫେରାଅ https://odishareporter.in/odisha/tribal-people-block-road-in-demand-of-industry-705909 Wed, 12 Jan 2022 08:05:42 +0000 https://odishareporter.in/?p=705909

ରାୟଗଡ଼ା (ମାଉଡି ବାରିକ): ‘କାରଖାନା ପ୍ରତିଷ୍ଠା ପାଇଁ ଆମ ଅଞ୍ଚଳବାସୀ ୧୭ ବର୍ଷ ହେଲା ଜାଗା ଦେଇଛନ୍ତି। ସେଠାରେ ନା କାରଖାନା ହେଉଛି ନା ଲୋକଙ୍କୁ ଜାଗା ଫେରସ୍ତ ମିଳୁଛି। ମାଳ ମାଳ ମନ୍ତ୍ରୀ ଆସି ଥରକୁ ଥର ନଡ଼ିଆ ଭାଙ୍ଗି କି ଯାଉଛନ୍ତି। ହେଲେ କାରଖାନାର ନାଁ ଗନ୍ଧ ନାହିଁ। ଏହାକୁ ଆଉ ବରଦାସ୍ତ କରାଯିବନି। ମାସେ ଭିତରେ ଆମକୁ ଶେଷ ନିଷ୍ପତ୍ତି ଶୁଣାଅ, ନଚେତ ଜାଗା ଫେରାଅ। ’  ଏପରି କହି ଆଜି ଜିଲ୍ଲା […]

The post ଗର୍ଜିଲେ ଆଦିବାସୀ, କହିଲେ -କାରଖାନା କର, ନଚେତ ଆମ ଜାଗା ଫେରାଅ appeared first on Odisha Reporter.

]]>

ରାୟଗଡ଼ା (ମାଉଡି ବାରିକ): ‘କାରଖାନା ପ୍ରତିଷ୍ଠା ପାଇଁ ଆମ ଅଞ୍ଚଳବାସୀ ୧୭ ବର୍ଷ ହେଲା ଜାଗା ଦେଇଛନ୍ତି। ସେଠାରେ ନା କାରଖାନା ହେଉଛି ନା ଲୋକଙ୍କୁ ଜାଗା ଫେରସ୍ତ ମିଳୁଛି। ମାଳ ମାଳ ମନ୍ତ୍ରୀ ଆସି ଥରକୁ ଥର ନଡ଼ିଆ ଭାଙ୍ଗି କି ଯାଉଛନ୍ତି। ହେଲେ କାରଖାନାର ନାଁ ଗନ୍ଧ ନାହିଁ। ଏହାକୁ ଆଉ ବରଦାସ୍ତ କରାଯିବନି। ମାସେ ଭିତରେ ଆମକୁ ଶେଷ ନିଷ୍ପତ୍ତି ଶୁଣାଅ, ନଚେତ ଜାଗା ଫେରାଅ। ’  ଏପରି କହି ଆଜି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ।

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା କାଶୀପୁରର କଂସାରିଗୁଡ଼ାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ୨୦୦୫ ମସିହାରେ ଜମି ଅଧିଗ୍ରହଣ କରାଯାଇଥିଲା । ଏହା ବଦଳରେ ଜମିହରାଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଥିଲା। କାରଖାନାରେ ଚାକିରି ଖଣ୍ଡେ ପାଇବା ଆଶାରେ ନିରୀହ ଆଦିବାସୀ ସରକାରଙ୍କ ହାତକୁ ନିଜ ଜାଗା ଟେକି ଦେଇଥିଲେ। ହେଲେ ଏଯାଏ କାରଖାନା ପ୍ରତିଷ୍ଠ ହୋଇପାରିନି।ଅପରପକ୍ଷେ, ଲୋକେ ଯେଉଁ ଟଙ୍କା ସରକାରଙ୍କଠାରୁ ପାଇଥିଲେ ତାହା ସାରିଦେଲେଣି। ଫଳରେ ଏବେ ହାତରୁ ଜମି ଚାଲିଯାଇଥିବା ବେଳେ ରୋଜଗାର କିଛି ନ ଥିବାରୁ ନିରୀହ ଆଦିବାସୀ ଭୋକ, ଉପାସରେ ଦିନ କାଟୁଛନ୍ତି।

ଉତ୍ତ୍ୟକ୍ତ ଆଦିବାସୀ ରାସ୍ତା ଅବରୋଧ କରିଛନ୍ତି।

ତେଣୁ ସରକାର ଏ ଦିଗରେ ନିଜ ଶେଷ ନିଷ୍ପତ୍ତି ଜଣାଇବାକୁ ଆଜି ଶହ ଶହ ଆଦିବାସୀ କୋରାପୁଟ ସାଂସଦଙ୍କ ନେତୃତ୍ୱରେ  ରାଜରାସ୍ତାକୁ ଓହ୍ଲାଇ ରାଫୁକଣା ଛକରେ ରାସ୍ତା ଅବରୋଧ କରିଛନ୍ତି ।  ରାସ୍ତା ଅବରୋଧ ଫଳରେ ରାୟଗଡ଼ାରୁ କୋରାପୁଟ୍ ସଂଯୋଗ କରୁଥିବା ୩୨୬ ନମ୍ବର ରାଜ୍ୟ ରାଜପଥ ଓ ରାୟଗଡ଼ାରୁ କାଶୀପୁର ଲମ୍ବିଥିବା ୪୪ ନମ୍ବର ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରୁନି।

ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ସବୁଠି କାରଖାନା ପ୍ରତିଷ୍ଠା କଥା ଉଠିଲେ ଆରମ୍ଭରୁ ପ୍ରବଳ ବିରୋଧ ହେଉଛି । ହେଲେ ଏଠାରେ ଲୋକେ ରାଜି ଅଛନ୍ତି। ଲୋକେ ଚାହୁଁଛନ୍ତି ଏଠାରେ କାରଖାନା ହେଉ ।  କଂସାରିଗୁଡ଼ାରେ ଇସ୍ପାତ କାରଖାନା ନିମନ୍ତେ ୧୭ ବର୍ଷ ହେଲା ଜାଗା ଦେଇଇଛନ୍ତି। ହେଲେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି।   ତେଣୁ  ତୁରନ୍ତ କାରଖାନା କର, ନଚେତ କ୍ଷତିପୂରଣ ସହ ଜାଗା ଫେରାଅ ।  ଏହା ଆମର ଶେଷ ଚେତାବନୀ।  ମାସେ ଭିତରେ ଜବାବ ଦିଅ।” ନଚେତ ଜିରୋ ପଏଣ୍ଟକୁ ବନ୍ଦ କରିବୁକୁ ଧମକ ଦେଇଛନ୍ତି ଏମ୍‌ପି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସ୍‌ ।

ଏନେଇ ରାୟଗଡ଼ା ଉପଜିଲ୍ଲାପାଳ କହିଛନ୍ତି, ଲୋକଙ୍କ ଦାବି, ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଇବୁ । ଯଥା ଶୀଘ୍ର ତାହା ଯେପରି କାର୍ଯ୍ୟକାରୀ ହେବ, ପ୍ରଶାସନ ସେ ଦିଗରେ ପଦକ୍ଷେପ ନେବ।

The post ଗର୍ଜିଲେ ଆଦିବାସୀ, କହିଲେ -କାରଖାନା କର, ନଚେତ ଆମ ଜାଗା ଫେରାଅ appeared first on Odisha Reporter.

]]>
centre bottom 2022-01-12 13:35:42 https://odishareporter.in/wp-content/uploads/2022/01/raya-1.jpg
ଇଞ୍ଜିନିୟରିଂ, ମେଡିକାଲ କଲେଜର ୫୯ ପଜିଟିଭ https://odishareporter.in/odisha/59-positive-cases-identified-from-engineering-medical-college-705414 Mon, 10 Jan 2022 07:04:47 +0000 https://odishareporter.in/?p=705414

ରାୟଗଡ଼ା(ମାଉଡି ବାରିକ): ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଏଥିରୁ ବର୍ତ୍ତି ପାରୁନି ଶିକ୍ଷାନୁଷ୍ଠାନ । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଛନ୍ତି ପୁଳାପୁଳା ପଜିଟିଭ, ଯାହାକି ପ୍ରଶାସନର ଚିନ୍ତ ବଢ଼ାଇ ଦେଉଛି। ରାୟଗଡ଼ା  MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ ବାହାରିଥିବା ବେଳେ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏକାଥରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରୁ ଅଭିଭାବକ ହିଁ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ରାୟଗଡ଼ା  MITS […]

The post ଇଞ୍ଜିନିୟରିଂ, ମେଡିକାଲ କଲେଜର ୫୯ ପଜିଟିଭ appeared first on Odisha Reporter.

]]>

ରାୟଗଡ଼ା(ମାଉଡି ବାରିକ): ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଏଥିରୁ ବର୍ତ୍ତି ପାରୁନି ଶିକ୍ଷାନୁଷ୍ଠାନ । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଛନ୍ତି ପୁଳାପୁଳା ପଜିଟିଭ, ଯାହାକି ପ୍ରଶାସନର ଚିନ୍ତ ବଢ଼ାଇ ଦେଉଛି। ରାୟଗଡ଼ା  MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ ବାହାରିଥିବା ବେଳେ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏକାଥରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରୁ ଅଭିଭାବକ ହିଁ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି।

ରାୟଗଡ଼ା  MITS ଇଞ୍ଜିନିୟରିଂ କଲେଜର ୪୯ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପରେ କଲେଜର ହଷ୍ଟେଲ A ଓ Bକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସମସ୍ତଙ୍କୁ ସଂଘରୋଧରେ ରଖି ଚିକିତ୍ସା କରାଯାଉଛି। ସେମାନଙ୍କ ବାହାରକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି। ଗତ ୬ତାରିଖରେ ଏହି କଲେଜର ୫ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହି କଲେଜର ସମୁଦାୟ ୫୪ ଜଣ ଛାତ୍ରଛାତ୍ରୀ କରୋନା କବଳରେ ପଡ଼ି ସାରିଲେଣି।

ଏନେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି, ଗତ ୨, ୩ ହେଲା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଏପରିକି ଶିକ୍ଷାନୁଷ୍ଠାନରେ ବି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଉଛି। ଯିଏ ନିୟମ ଭଙ୍ଗ କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ବାହାରୁ ଆସୁଛନ୍ତି, ତାଙ୍କର ଟେଷ୍ଟି କରାଯାଉଛି। ଏବେ ଟେଷ୍ଟିଂକୁ ବଢ଼ାଇ ଦିଆଯାଇଛି। ଫଳରେ କେସ୍‌ ସଂଖ୍ୟା ବଢ଼ି ଚାଲିଛି।

ଏହାବାଦ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏନେଇ  ଏଡିଏମ୍‌ ସୂଚନା  ଦେଇଛନ୍ତି।  ପୂର୍ବରୁ ମେଡିକାଲ କଲେଜର ୩ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ କଲେଜରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।

The post ଇଞ୍ଜିନିୟରିଂ, ମେଡିକାଲ କଲେଜର ୫୯ ପଜିଟିଭ appeared first on Odisha Reporter.

]]>
right bottom 2022-01-10 12:34:47 https://cdn.odishareporter.in/wp-content/uploads/2021/08/15113118/Covid19-2.jpg
୩ ଦିନ ହେଲା ପୋଷ୍ଟ ମାଷ୍ଟର ନିଖୋଜ; ବାଇକ୍‌ ମିଳିଲା, ମିଳୁନି ପତ୍ତା https://odishareporter.in/odisha/post-master-missing-from-last-3-days-704982 Sat, 08 Jan 2022 06:40:08 +0000 https://odishareporter.in/?p=704982

ରାୟଗଡ଼ା(ମାଉଡି ବାରିକ): ଗତ ୩ ଦିନ ହେଲାଣି ନିଖୋଜ ଅଛନ୍ତି ପୋଷ୍ଟ ମାଷ୍ଟର । ଖୋଜି ଖୋଜି ମିଳୁନି ପତ୍ତା। ସବୁଆଡ଼ୁ ନିରାଶ ହୋଇ ଏନେଇ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍‌ କେବଳ ଖୋଜିଖୋଜି କରି ବାଇକ୍‌ ପାଇଛି। ହେଲେ ପୋଷ୍ଟ ମାଷ୍ଟରଙ୍କୁ ପାଉନି। ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି ପରିବାର ଲୋକ । ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା […]

The post ୩ ଦିନ ହେଲା ପୋଷ୍ଟ ମାଷ୍ଟର ନିଖୋଜ; ବାଇକ୍‌ ମିଳିଲା, ମିଳୁନି ପତ୍ତା appeared first on Odisha Reporter.

]]>

ରାୟଗଡ଼ା(ମାଉଡି ବାରିକ): ଗତ ୩ ଦିନ ହେଲାଣି ନିଖୋଜ ଅଛନ୍ତି ପୋଷ୍ଟ ମାଷ୍ଟର । ଖୋଜି ଖୋଜି ମିଳୁନି ପତ୍ତା। ସବୁଆଡ଼ୁ ନିରାଶ ହୋଇ ଏନେଇ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍‌ କେବଳ ଖୋଜିଖୋଜି କରି ବାଇକ୍‌ ପାଇଛି। ହେଲେ ପୋଷ୍ଟ ମାଷ୍ଟରଙ୍କୁ ପାଉନି। ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି ପରିବାର ଲୋକ । ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ  ପିସ୍କା ପଙ୍ଗା ପଞ୍ଚାୟତରେ ହୋଇଛି। ନିଖୋଜ  ପୋଷ୍ଟମାଷ୍ଟର ହେଲେ ମାନସ ହିକକା ।

ମାନସଙ୍କ ଘର ମୁନିଗୁଡା ଥାନା କନ୍ଧହୀରବା ଗାଁରେ ବୋଲି ଜଣା ପଡ଼ିଛି। ତାଙ୍କୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

ଗତ ୫ ତାରିଖରେ ମାନସ ବିଷମ କଟକ ଥାନା ରାଶିକଲା ପଞ୍ଚାୟତରୁ ଡୁକୁମ ଯିବା ପାଇଁ ଘା ବାହାରି ଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ବିଷମ କଟକ ଥାନାକୁ ଜଣାଇଥିଲେ ।  ବିଷମ କଟକ ପୁଲିସ୍‌ର ଏକ ଟିମ୍‌ ତଦନ୍ତ ପାଇଁ ଯାଇଥିବା ବେଳେ ରାସ୍ତା କଡ଼ରୁ ତାଙ୍କ ବାଇକ୍ ଉଦ୍ଧାର କରିଛି। ତେବେ ମାନସଙ୍କର ଏ ଯାଏ କୌଣସି ପତ୍ତା ମିଳିନାହିଁ। ଏ ନେଇ ପରିବାର ତରଫରୁ ମୁନିଗୁଡା ଥାନାରେ ଏକ ଏତଲା ଦେଇଥିବା ବେଳେ ପୁଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।

The post ୩ ଦିନ ହେଲା ପୋଷ୍ଟ ମାଷ୍ଟର ନିଖୋଜ; ବାଇକ୍‌ ମିଳିଲା, ମିଳୁନି ପତ୍ତା appeared first on Odisha Reporter.

]]>
right bottom 2022-01-08 12:10:08 https://odishareporter.in/wp-content/uploads/2022/01/missing.jpg
ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ https://odishareporter.in/odisha/jaypur-strike-today-for-12-hours-702602 Thu, 30 Dec 2021 03:24:18 +0000 https://odishareporter.in/?p=702602

ଜୟପୁର(ଟି.ଗୌରିଶଙ୍କର): ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ତଥା ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କୋରାପୁଟ ଜିଲ୍ଲା ଜୟପୁର ସହର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ  ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି ଜୟପୁର ବିଜେପି। ଗତ ୨୪ ତାରିଖ ରାତିରେ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ ମାମଲାର ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେପି ଏହି ବନ୍ଦ ଡାକରା […]

The post ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ appeared first on Odisha Reporter.

]]>

ଜୟପୁର(ଟି.ଗୌରିଶଙ୍କର): ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ତଥା ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କୋରାପୁଟ ଜିଲ୍ଲା ଜୟପୁର ସହର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ  ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି ଜୟପୁର ବିଜେପି।

ଗତ ୨୪ ତାରିଖ ରାତିରେ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ ମାମଲାର ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେପି ଏହି ବନ୍ଦ ଡାକରା ଦେଇଛି ।  ଏଥିଯୋଗୁ ଜୟପୁର ସହରର ଦୋକାନ ବଜାର ବନ୍ଦ ରହିବା ସହ ଯାତାୟତ ମଧ୍ୟ ବନ୍ଦ ରହିଛି ।

ଏହି ଦୁଷ୍କର୍ମ ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲା ବିଜେପି ଓ କଂଗ୍ରେସର ନେତା ଓ କର୍ମୀ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ  । ଏପରିକି ବିଜେପି ପକ୍ଷରୁ ବ୍ରାହ୍ମଣୀଗାଁ ଛକରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ସେପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଏସ୍‌ପିଙ୍କ  ନେତୃତ୍ୱରେ ଏକ ଟିମ୍‌  ତଦନ୍ତ ଜାରି ରଖିଛି।

ଜୟପୁରରେ ଦୋକାନ ବଜାର ବନ୍ଦ ରହିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଗତ ୨୪ ତାରିଖ ରାତିରେ ଦୁଇ ଜଣ ବ୍ୟକ୍ତି ବ୍ରାହ୍ମଣୀଗାଁରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ଘରେ ପଶିଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ   ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।  ପୀଡ଼ିତାଙ୍କ ଡ଼ାକ୍ତରୀ ମାଇନା କରାଯିବା ସହ ସାଇଣ୍ଟିଫିକ ଟିମ୍‌ ମଧ୍ୟ ତଦନ୍ତ କରିଛି।

ଘଟଣାର ୮ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ମିଳି ନ ଥିବାରୁ ସେମାନଙ୍କୁ ଗିରଫ ଦାବିରେ ଆଜି ଜୟପୁର ସହର ବନ୍ଦ ଡାକରା ଦିଆଯାଇଛି।  ଫେରିଥିଲେ ।

 

 

The post ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ appeared first on Odisha Reporter.

]]>
centre bottom 2021-12-30 08:54:18 https://odishareporter.in/wp-content/uploads/2021/12/jaypur-strike.jpg
ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ https://odishareporter.in/odisha/rayagada/two-dies-in-road-accident-in-rayagada-guma-ghati-701454 Fri, 24 Dec 2021 14:05:24 +0000 https://odishareporter.in/?p=701454

କଲ୍ୟାଣସିଂହପୁର (ମାଉଡି ବାରିକ): ଟ୍ରକ୍ ଓ ବାଇକ୍ ମୁହାଁମୁହି ଧକ୍କା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା କୁମ୍ଭିକଟା ଫାଣ୍ଡି ଅନ୍ତର୍ଗତ ଗୁମା ଘାଟିରେ। ଯେଉଁଠାରେ ଟ୍ରକ ଓ ବାଇକ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ କାଶୀପୁର ବ୍ଲକର ଶଙ୍କର ମାଝୀ ଓ ତୁରଲା ଖମନ। ସେହିପରି ଆହତ […]

The post ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ appeared first on Odisha Reporter.

]]>

କଲ୍ୟାଣସିଂହପୁର (ମାଉଡି ବାରିକ): ଟ୍ରକ୍ ଓ ବାଇକ୍ ମୁହାଁମୁହି ଧକ୍କା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା କୁମ୍ଭିକଟା ଫାଣ୍ଡି ଅନ୍ତର୍ଗତ ଗୁମା ଘାଟିରେ। ଯେଉଁଠାରେ ଟ୍ରକ ଓ ବାଇକ ମଧ୍ୟରେ ଜୋରଦାର ଧକ୍କା ହୋଇଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ କାଶୀପୁର ବ୍ଲକର ଶଙ୍କର ମାଝୀ ଓ ତୁରଲା ଖମନ। ସେହିପରି ଆହତ ବ୍ୟକ୍ତି ଜଣକ ହେଲେ ନିରଞ୍ଜନ ଭୋଇ। ଶଙ୍କର ଓ ତୁରଲା ବାଇକ ଯୋଗେ ରାୟଗଡାରୁ ଗାଁକୁ ଫେରୁଥିଲେ। ଦୁହେଁ ଗୁମା ଘାଟି ପାଖରେ ହୋଇଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସହିତ ସେମାନଙ୍କର ବାଇକ୍ ଧକ୍କା ହେଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାରେ ଟ୍ରକ ମଧ୍ୟ ଓଲଟି ଯାଇଥିଲା। ଟ୍ରକ୍ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଅଧିକା ତଦନ୍ତ କରୁଛି। ଏହା ପୂର୍ବରୁ ଆଜି ସକାଳେ ଗୁମା ଘାଟିରେ ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଯେଉଁଥିରେ ଜଣେରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

The post ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ appeared first on Odisha Reporter.

]]>
right bottom 2021-12-24 19:35:24 https://odishareporter.in/wp-content/uploads/2021/12/truck-and-bike.jpg
ଶିକ୍ଷକଙ୍କ ତଣ୍ଟି କାଟି ଦେଲା ପାଗଳ, ଚାଲିଗଲା ଜୀବନ https://odishareporter.in/odisha/a-teacher-found-dead-with-throat-slit-in-rayagada-701384 Fri, 24 Dec 2021 09:54:10 +0000 https://odishareporter.in/?p=701384

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ବାଇକ୍‌ରେ ଯାଉଥିବା ଜଣେ ଶିକ୍ଷକଙ୍କୁ ପାଗଳଟିଏ ଅଟକାଇଲା ଓ ସେ କିଛି ବୁଝିବା ଆଗରୁ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଲା। ଆଉ ସେଇଠାରେ ହିଁ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ। ମୃତ ଶିକ୍ଷକଙ୍କ ନାଁ ମୁକୁନ୍ଦ ପ୍ରସାଦ ନାଥଶର୍ମା। ସେ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଡଙ୍ଗାସିଲ ଅଞ୍ଚଳରେ। […]

The post ଶିକ୍ଷକଙ୍କ ତଣ୍ଟି କାଟି ଦେଲା ପାଗଳ, ଚାଲିଗଲା ଜୀବନ appeared first on Odisha Reporter.

]]>

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ବାଇକ୍‌ରେ ଯାଉଥିବା ଜଣେ ଶିକ୍ଷକଙ୍କୁ ପାଗଳଟିଏ ଅଟକାଇଲା ଓ ସେ କିଛି ବୁଝିବା ଆଗରୁ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଲା। ଆଉ ସେଇଠାରେ ହିଁ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ।

ମୃତ ଶିକ୍ଷକଙ୍କ ନାଁ ମୁକୁନ୍ଦ ପ୍ରସାଦ ନାଥଶର୍ମା। ସେ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଡଙ୍ଗାସିଲ ଅଞ୍ଚଳରେ। ଆଜି ସ୍କୁଲ୍‌କୁ ଯାଇ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସେ ବାଇକ୍‌ରେ ଡଙ୍ଗାସିଲ ଫେରୁଥିଲେ। ଏହି ସମୟରେ ବାଟରେ ଜଣେ ପାଗଳ ତାଙ୍କୁ ଅଟକାଇଥିଲା। ଆଉ ସେ ଅଟକିବା ମାତ୍ରେ ପାଗଳିଟି ଅତର୍କିତ ଭାବେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ମୁକୁନ୍ଦଙ୍କ ବେକ କଟି ଯାଇଥିଲା। ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପାଗଳଟି ସେଠାରୁ କୁଆଡ଼େ ଉଭାନ ହୋଇଯାଇଥିଲା।

ଏହି ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ମୁକୁନ୍ଦଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।

The post ଶିକ୍ଷକଙ୍କ ତଣ୍ଟି କାଟି ଦେଲା ପାଗଳ, ଚାଲିଗଲା ଜୀବନ appeared first on Odisha Reporter.

]]>
right bottom 2021-12-24 15:26:00 https://cdn.odishareporter.in/wp-content/uploads/2020/03/26140324/deadbody-10000.jpg
ବନ୍ଧୁ ଘରକୁ ଯାଉଥିଲେ, ପିଟିଦେଲା ଅଜଣା ଗାଡ଼ି https://odishareporter.in/odisha/two-motorcyclists-killed-after-being-hit-by-unidentified-vehicle-near-goudalelibadi-chhak-701282 Fri, 24 Dec 2021 04:12:04 +0000 https://odishareporter.in/?p=701282

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସର୍ବେଶ୍ୱର ବରା ଓ ଆନନ୍ଦ କୁମୁରୁକା। ସର୍ବେଶ୍ୱରଙ୍କ ଘର କଟପାଡୁ ଗାଁରେ ହୋଇଥିବା ବେଳେ ଆନନ୍ଦଙ୍କ ଘର ମୃତେଲି ଗାଁର ‍ବୋଲି ଜଣାପଡ଼ିଛି। ସର୍ବେଶ୍ୱର ଓ ଆନନ୍ଦ ଦୁଇ ବନ୍ଧୁ ଥିଲେ। ମିଳିଥିବା […]

The post ବନ୍ଧୁ ଘରକୁ ଯାଉଥିଲେ, ପିଟିଦେଲା ଅଜଣା ଗାଡ଼ି appeared first on Odisha Reporter.

]]>

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସର୍ବେଶ୍ୱର ବରା ଓ ଆନନ୍ଦ କୁମୁରୁକା। ସର୍ବେଶ୍ୱରଙ୍କ ଘର କଟପାଡୁ ଗାଁରେ ହୋଇଥିବା ବେଳେ ଆନନ୍ଦଙ୍କ ଘର ମୃତେଲି ଗାଁର ‍ବୋଲି ଜଣାପଡ଼ିଛି। ସର୍ବେଶ୍ୱର ଓ ଆନନ୍ଦ ଦୁଇ ବନ୍ଧୁ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସର୍ବେଶ୍ୱର ଓ ଆନନ୍ଦ ଏକ ବାଇକ୍‌ ଯୋଗେ ନିଜ ଘର କଟପାଡୁରୁ ବାହାରି ମୁକୁନ୍ଦପୁରରେ ଥିବା ବନ୍ଧୁ ଘରକୁ ଯାଉଥିଲେ। ଏହି ସମୟରେ ଗୌଡ଼ଲେଲିବାଡ଼ି ଗାଁ ଛକ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ରାଜ୍ୟରେ ଘଟୁଥିବା ପ୍ରତି ଶହେଟି ସଡ଼କ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଛି। ଜାତୀୟ ସ୍ତରରେ ଏହି ସଂଖ୍ୟା ୩୬ ରହିଛି। ଗୁରୁବାର ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଥିଲେ। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ସେ କହିଥିଲେ।

The post ବନ୍ଧୁ ଘରକୁ ଯାଉଥିଲେ, ପିଟିଦେଲା ଅଜଣା ଗାଡ଼ି appeared first on Odisha Reporter.

]]>
right bottom 2021-12-24 12:06:59 https://odishareporter.in/wp-content/uploads/2021/12/accident-1-1.jpg
ତାତିଲେ ଚାଷୀ, ସରକାରୀ କର୍ମଚାରୀଙ୍କୁ କୋଠରୀରେ ତାଲା ପକାଇଲେ https://odishareporter.in/odisha/rayagada/farmers-locked-govt-employee-in-a-room-at-rayagada-700955 Wed, 22 Dec 2021 16:21:57 +0000 https://odishareporter.in/?p=700955

ରାୟଗଡ଼ା (ମାଉଡି ବାରିକ): ସାରା ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ଆଉ ଏହାରି ଭିତରେ ମଣ୍ଡି ଅବ୍ୟବସ୍ଥାକୁ ଚାଷୀ ତାତିଛନ୍ତି। ୩ ଅଧିକାରୀଙ୍କ ସମେତ ଲ୍ୟାମ୍ପ କର୍ମଚାରୀଙ୍କୁ ଏକ କୋଠରୀରେ ତାଲା ପକାଇଲେ ଚାଷୀ। ଏପରି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଧାନ ମଣ୍ଡିରୁ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଉତ୍ୟକ୍ତ ଚାଷୀ ଏକାଠି ହୋଇ ମଣ୍ଡି ପରିଚାଳନା କାର୍ଯ୍ୟରେ ଥିବା ଆରଏମସି, ଏଆରସିଏସ୍ […]

The post ତାତିଲେ ଚାଷୀ, ସରକାରୀ କର୍ମଚାରୀଙ୍କୁ କୋଠରୀରେ ତାଲା ପକାଇଲେ appeared first on Odisha Reporter.

]]>

ରାୟଗଡ଼ା (ମାଉଡି ବାରିକ): ସାରା ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ଆଉ ଏହାରି ଭିତରେ ମଣ୍ଡି ଅବ୍ୟବସ୍ଥାକୁ ଚାଷୀ ତାତିଛନ୍ତି। ୩ ଅଧିକାରୀଙ୍କ ସମେତ ଲ୍ୟାମ୍ପ କର୍ମଚାରୀଙ୍କୁ ଏକ କୋଠରୀରେ ତାଲା ପକାଇଲେ ଚାଷୀ। ଏପରି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଧାନ ମଣ୍ଡିରୁ।

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଉତ୍ୟକ୍ତ ଚାଷୀ ଏକାଠି ହୋଇ ମଣ୍ଡି ପରିଚାଳନା କାର୍ଯ୍ୟରେ ଥିବା ଆରଏମସି, ଏଆରସିଏସ୍ ଓ ଏମଡି କ୍ୟାମ୍ପଙ୍କ ସହିତ କିଛି କର୍ମଚାରୀଙ୍କୁ ମଣ୍ଡି ପରିସରର ଏକ କୋଠରୀ ଭିତରେ ପୁରାଇ ତାଲା ପକାଇ ଦେଇଛନ୍ତି।

ଚାଷୀଙ୍କୁ ଏଯାଏଁ ଧାନ ଫସଲ ବିକ୍ରି ନିମନ୍ତେ ଟୋକନ୍ ଆସିନାହିଁ। ଆଉ କିଛି ଚାଷୀ ଏ ନେଇ ଆବେଦନ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଞ୍ଜୀକରଣ ହୋଇନଥିବା ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ସମୟରେ ପୁଲିସର ହସ୍ତକ୍ଷେପ ଯୋଗୁ ରାତି ପ୍ରାୟ ସାଢ଼େ ୯ଟା ବେଳେ କୋଠରୀ ଭିତରେ ଥିବା ଅଧିକାରୀଙ୍କୁ ବାହାର କରାଯାଇଥିଲା। କୋଠରୀରେ ବନ୍ଦ ଥିବା ଅଧିକାରୀ ଚାଷୀଙ୍କ ଠାରୁ ୫ ଦିନର ସମୟ ମାଗିଛନ୍ତି। ଯଦି ଏହାରି ଭିତରେ କୌଣସି ସମାଧାନ ନହୁଏ, ତାହେଲେ ଚାଷୀ ରାସ୍ତାରୋକ କରିବେ ବୋଲି କହିଛନ୍ତି।

The post ତାତିଲେ ଚାଷୀ, ସରକାରୀ କର୍ମଚାରୀଙ୍କୁ କୋଠରୀରେ ତାଲା ପକାଇଲେ appeared first on Odisha Reporter.

]]>
right bottom 2021-12-22 21:51:57 https://odishareporter.in/wp-content/uploads/2021/12/mandi.jpg
୬ ବର୍ଷର ଶିଶୁର ତଣ୍ଟି କାଟିଦେଲେ https://odishareporter.in/odisha/rayagada/6-years-old-boy-brutally-murdered-in-kalyansighpur-699612 Thu, 16 Dec 2021 14:44:52 +0000 https://odishareporter.in/?p=699612

କଲ୍ୟାଣସିଂହପୁର (ମାଉଡି ବାରିକ): ୬ ବର୍ଷର ବାଳକର ତଣ୍ଟି କାଟିଦେଲେ। ପରେ ମୃତଦେହକୁ ଘର ବାରି ପଟେ ଫୋପାଡ଼ି ଦେଇଛନ୍ତି। ଆଜି ଏମିତି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି କାଶିପୁର ଥାନା ମାଣ୍ଡିବିଶି ଗାଁରେ। ଶିଶୁଟିର ତଣ୍ଟିକାଟିବା ପରେ ତା’ର ମୃତଦେହକୁ ଘର ବାଡ଼ିପଟେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଆଜି ଅପରାହ୍ନ ୪ଟାରୁ ଶିଶୁଟି ନିଖୋଜ ଥିଲା। ବହୁ ଖୋଜାଖୋଜି କରିବା ପରେ ତାଙ୍କ ଘରର ବାରି ପଛ ପଟେ ଶିଶୁଟିର ଗଳାକଟା ମୃତଦେହ ଦେଖିଥିଲେ ପିତା। ଶିଶୁଟିର […]

The post ୬ ବର୍ଷର ଶିଶୁର ତଣ୍ଟି କାଟିଦେଲେ appeared first on Odisha Reporter.

]]>

କଲ୍ୟାଣସିଂହପୁର (ମାଉଡି ବାରିକ): ୬ ବର୍ଷର ବାଳକର ତଣ୍ଟି କାଟିଦେଲେ। ପରେ ମୃତଦେହକୁ ଘର ବାରି ପଟେ ଫୋପାଡ଼ି ଦେଇଛନ୍ତି। ଆଜି ଏମିତି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି କାଶିପୁର ଥାନା ମାଣ୍ଡିବିଶି ଗାଁରେ। ଶିଶୁଟିର ତଣ୍ଟିକାଟିବା ପରେ ତା’ର ମୃତଦେହକୁ ଘର ବାଡ଼ିପଟେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ।

ଆଜି ଅପରାହ୍ନ ୪ଟାରୁ ଶିଶୁଟି ନିଖୋଜ ଥିଲା। ବହୁ ଖୋଜାଖୋଜି କରିବା ପରେ ତାଙ୍କ ଘରର ବାରି ପଛ ପଟେ ଶିଶୁଟିର ଗଳାକଟା ମୃତଦେହ ଦେଖିଥିଲେ ପିତା। ଶିଶୁଟିର ବାପା ଏ ନେଇ କାଶୀପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଆସନ୍ତା କାଲି ସକାଳୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଜଣାପଡିଛି।

ତେବେ କିଏ କାହିଁକି ପିଲାଟିକୁ ଏପରି ନୃଶଂସ ଭାବେ ହତ୍ୟା କଲା, ତାହା ଜଣା ପଡ଼ିନାହିଁ। ଅନ୍ୟପକ୍ଷରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

The post ୬ ବର୍ଷର ଶିଶୁର ତଣ୍ଟି କାଟିଦେଲେ appeared first on Odisha Reporter.

]]>
right top 2021-12-16 21:38:31 https://odishareporter.in/wp-content/uploads/2021/12/child.jpg
ପଞ୍ଚଭୂତରେ ବିଲୀନ ହେଲେ ଓଟିଭି ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ର https://odishareporter.in/odisha/last-cremation-of-rayagada-reporter-ended-last-night-699116 Wed, 15 Dec 2021 02:19:02 +0000 https://odishareporter.in/?p=699116

ଜୟପୁର(ଟି. ଗୌରିଶଙ୍କର): ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୀୟଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଥିଲେ ମନୋଜ ।  ମନୋଜଙ୍କ ଅକସ୍ମାତ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ସାଂସଦ […]

The post ପଞ୍ଚଭୂତରେ ବିଲୀନ ହେଲେ ଓଟିଭି ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ର appeared first on Odisha Reporter.

]]>

ଜୟପୁର(ଟି. ଗୌରିଶଙ୍କର): ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୀୟଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଥିଲେ ମନୋଜ ।  ମନୋଜଙ୍କ ଅକସ୍ମାତ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରିବା ସହ ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି ଉଲ୍ଲେଖ କରିଛନ୍ତି । ଓଟିଭି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ମନୋଜ ପାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି । ଓଟିଭିର ସମସ୍ତ କର୍ମଚାରୀ ଶୋକସଭାରେ ଉପସ୍ଥିତ ରହି ମନୋଜଙ୍କ କର୍ତ୍ତବ୍ୟନିଷ୍ଠାକୁ ମନେ ପକାଇବା ସହ ତାଙ୍କ କାଯର୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ।

The post ପଞ୍ଚଭୂତରେ ବିଲୀନ ହେଲେ ଓଟିଭି ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ର appeared first on Odisha Reporter.

]]>
right bottom 2021-12-15 10:08:52 https://odishareporter.in/wp-content/uploads/2021/12/klkk.jpg
ପିଟି ଦେଲା ବୋଲେରୋ; ଜେଜେମା’ ଓ ନାତି ମୃତ https://odishareporter.in/odisha/rayagada/two-died-in-an-accident-in-rayagada-697162 Tue, 07 Dec 2021 09:48:48 +0000 https://odishareporter.in/?p=697162

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଲାଗୁମ୍ମାପଦର ନିକଟ ଅଙ୍ଗଦ କଲୋନୀରେ ଏକ ବାଇକ୍‌କୁ ବୋଲେରୋଟିଏ ପିଟି ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ସଂପର୍କରେ ଜେଜେମା’ ଓ ନାତି। ମୃତ ମହିଳାଙ୍କ ନାଁ ମମତା ନାଏକ। ତାଙ୍କ ନାତିଙ୍କ ନାଁ ନୂତନ ନାଏକ। ମମତାଙ୍କର ଆଉ ଜଣେ ନାତି ହଂସରାଜ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। କାଶୀପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡ଼ା […]

The post ପିଟି ଦେଲା ବୋଲେରୋ; ଜେଜେମା’ ଓ ନାତି ମୃତ appeared first on Odisha Reporter.

]]>

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଲାଗୁମ୍ମାପଦର ନିକଟ ଅଙ୍ଗଦ କଲୋନୀରେ ଏକ ବାଇକ୍‌କୁ ବୋଲେରୋଟିଏ ପିଟି ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ସଂପର୍କରେ ଜେଜେମା’ ଓ ନାତି।

ମୃତ ମହିଳାଙ୍କ ନାଁ ମମତା ନାଏକ। ତାଙ୍କ ନାତିଙ୍କ ନାଁ ନୂତନ ନାଏକ। ମମତାଙ୍କର ଆଉ ଜଣେ ନାତି ହଂସରାଜ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। କାଶୀପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମମତା ନାଏକ ଜଣ ଅଙ୍ଗନବାଡ଼ି କର୍ମୀ। ତାଙ୍କ ସ୍ୱାମୀ କାଶୀପୁର ବ୍ଲକ୍‌ କଂଗ୍ରେସର ସଭାପତି। ମମତା ଆଜି ଦୁଇ ନାତିଙ୍କ ସହିତ ବାଇକ୍‌ରେ କୌଣସି ସ୍ଥାନରୁ ଘରକୁ ଫେରୁଥିବା ବେଳେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କଳାହାଣ୍ଡି ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହା ପରେ ବୋଲେରୋଟି ଓଲଟି ପଡ଼ିଥିଲା। କାଶୀପୁର ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

The post ପିଟି ଦେଲା ବୋଲେରୋ; ଜେଜେମା’ ଓ ନାତି ମୃତ appeared first on Odisha Reporter.

]]>
right bottom 2021-12-07 15:18:48 https://odishareporter.in/wp-content/uploads/2021/12/88.jpg
ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ୬ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ https://odishareporter.in/odisha/govt-buses-will-not-play-in-6-roots-696034 Thu, 02 Dec 2021 10:47:21 +0000 https://odishareporter.in/?p=696034

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ। ଏହି ପିଏଲ୍‌ଜିଏ ସପ୍ତାହ ମଧ୍ୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇଥା’ନ୍ତି। ଏହି ଆଶଙ୍କାରେ ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାସହ ରାୟଗଡ଼ା ଜିଲ୍ଲା ତଥା ଜିଲ୍ଲା ବାହାରକୁ ୬ଟି ରୁଟ୍‌ରେ ଯାତାୟତ କରୁଥିବା ସରକାରୀ ବସ୍ ଗୁଡ଼ିକର ଚଳାଚଳ ବନ୍ଦ କରି ଦିଆଯାଇଛି। ଚନ୍ଦ୍ରପୁର, ବ୍ରହ୍ମପୁର, କାଶୀପୁର, ଥୁଆମୂଳ ରାମପୁର, ଡଙ୍ଗାପଦର ଓ ନାରାୟଣପାଟଣାକୁ ସରକାରୀ ବସ୍ ଚଳାଚଳ ବନ୍ଦ […]

The post ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ୬ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ appeared first on Odisha Reporter.

]]>

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ। ଏହି ପିଏଲ୍‌ଜିଏ ସପ୍ତାହ ମଧ୍ୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇଥା’ନ୍ତି। ଏହି ଆଶଙ୍କାରେ ନକ୍ସଲ ପ୍ରବଣ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାସହ ରାୟଗଡ଼ା ଜିଲ୍ଲା ତଥା ଜିଲ୍ଲା ବାହାରକୁ ୬ଟି ରୁଟ୍‌ରେ ଯାତାୟତ କରୁଥିବା ସରକାରୀ ବସ୍ ଗୁଡ଼ିକର ଚଳାଚଳ ବନ୍ଦ କରି ଦିଆଯାଇଛି।

ଚନ୍ଦ୍ରପୁର, ବ୍ରହ୍ମପୁର, କାଶୀପୁର, ଥୁଆମୂଳ ରାମପୁର, ଡଙ୍ଗାପଦର ଓ ନାରାୟଣପାଟଣାକୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ଏହାସହ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ପୁଲିସ ଗାଡ଼ି ମୋଟର ଯାଞ୍ଚ କରୁଛି। ଏହା ସହିତ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନକ୍ସଲ ସଂଗଠନ ସିପିଆଇ ବାଶଧାରା ଘୁମୁସର ନାଗାବଳି ଡିଭିଜନ କମିଟି ପକ୍ଷରୁ କଲ୍ୟାଣସିଂହପୁର ପାର୍ସାଲିରେ ବ୍ୟାନର ଓ ପୋଷ୍ଟର ଲଗା ଯାଇଥିଲା। ଡିସେମ୍ବର ୨ ତାରିଖରୁ ୮ ଯାଏ ପିଏଲ୍‌ଜିଏ ସପ୍ତାହ ପାଳନ  କରିବା ପାଇଁ ଏହି ଏଥିରେ ଆହ୍ୱାନ ଦିଆଯାଇଥିଲା।

 

The post ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ୬ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ appeared first on Odisha Reporter.

]]>
right bottom 2021-12-02 16:19:08 https://odishareporter.in/wp-content/uploads/2021/12/naxal-1.jpg
୪ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ https://odishareporter.in/odisha/crime-branch-will-investigate-a-murder-case-against-4-police-officers-695673 Wed, 01 Dec 2021 04:00:59 +0000 https://odishareporter.in/?p=695673

ଜୟପୁର(ଟି ଗୌରୀଶଙ୍କର): ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ରୁଜୁ ହେଲା ହତ୍ୟା ମାମଲା ।  ୨୦୧୭ ମସିହାରେ କୋରାପୁଟ ଜିଲ୍ଲା ଜୟପୁର ଥାନାରେ ପୁଲିସ୍‌ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ  ହୋଇଥିଲା।  ଏହି ଘଟଣାରେ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି  କ୍ରାଇମବ୍ରାଞ୍ଚ । ଏବେ ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । ସୂଚନାଯୋଗ୍ୟ, ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ୨୦୧୭ ମସିହା ଜାନୁଆରୀ ୩୦ ତାରିଖରେ ହତ୍ୟା କରି  […]

The post ୪ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ appeared first on Odisha Reporter.

]]>

ଜୟପୁର(ଟି ଗୌରୀଶଙ୍କର): ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ରୁଜୁ ହେଲା ହତ୍ୟା ମାମଲା ।  ୨୦୧୭ ମସିହାରେ କୋରାପୁଟ ଜିଲ୍ଲା ଜୟପୁର ଥାନାରେ ପୁଲିସ୍‌ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ  ହୋଇଥିଲା।  ଏହି ଘଟଣାରେ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି  କ୍ରାଇମବ୍ରାଞ୍ଚ । ଏବେ ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ୨୦୧୭ ମସିହା ଜାନୁଆରୀ ୩୦ ତାରିଖରେ ହତ୍ୟା କରି  ପୁଲିସ୍‌ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ  ହୋଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି   ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ASP ରାମଚନ୍ଦ୍ର ଥମ୍ବ ଏହି ମାମଲାର ତଦନ୍ତ କରିବେ।

ହତ୍ୟା ମାମଲାରେ ସମ୍ପୃକ୍ତ ୪ ପୁଲିସ୍‌ ଅଧିକାରୀ ।

ଏହି ହତ୍ୟା ଘଟଣାରେ ୪ ପୁଲିସ୍‌ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି।  ସେମାନେ ହେଲେ   ଜୟପୁର ଟାଉନଥାନାର ପୂର୍ବତନ IIC ତପନ ରଥ,  ଜୟପୁର ଥାନାର ତତ୍କାଳୀନ ପୂର୍ବତନ ସବ୍ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ପୂର୍ବତନ ସବ୍ଇନ୍ସପେକ୍ଟର ରାଜେଶ ବଳିୟାରସିଂ। । ଏହାବାଦ ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଆକାଶ ନାମରେ ୧୪ଟି ଅପରାଧିକ ମାମଲା ରହିଥିଲା। ପିଛା କରିବା ସମୟରେ  ବାଇକ୍‌ରୁ ପଡି  ଆକାଶଙ୍କ ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୋଲିସ କହିଥିଲା। ତେବେ ଏହାକୁ ସହଜେ ଗ୍ରହଣ କରି ନ ଥିଲେ ତାଙ୍କ ପରିବାର ଲୋକ। ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ସେତେବେଳେ ତୁମ୍ବି ତୋଫାନ ହୋଇଥିଲା।

ଏପରିକି ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପି, ଜିଲ୍ଲାପାଳ ତଥା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ  ହୋଇଥିଲେ।  ଏହାପରେ ଘଟଣାର ୪ ବର୍ଷ ପରେ  ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାକୁ ଯାଉଛି।

 

The post ୪ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ appeared first on Odisha Reporter.

]]>
centre bottom 2021-12-01 10:18:57 https://cdn.odishareporter.in/wp-content/uploads/2021/02/20090446/police-2-1.jpg
ନିଜ ଗାଡ଼ିରେ ରାସ୍ତାକଡରୁ ବୃଦ୍ଧଙ୍କୁ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ https://odishareporter.in/odisha/rayagada/sub-collector-of-rayagada-taken-a-patient-to-hospital-his-own-vehicle-691772 Sun, 14 Nov 2021 13:07:36 +0000 https://odishareporter.in/?p=691772

ରାୟଗଡ଼ା (ମନୋଜ କୁମାର ପାତ୍ର): ରାସ୍ତା କଡରେ ଛାଡ଼ି ଦେଇଗଲା ଅଟୋ ଡ୍ରାଇଭର। ହସ୍ପିଟାଲକୁ ଯିବାକୁ ଆସିଲାନି ଆମ୍ବୁଲାନ୍ସ। ହେଲେ ରାସ୍ତା କଡ଼ରେ ଅସହାୟ ହୋଇ ପଡି ରହିଥିବା ଜଣେ ବୃଦ୍ଧ ରୋଗୀକୁ ମାନବିକତା ଦେଖାଇ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସିତ କଲେ ଉପଜିଲ୍ଲାପାଳ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ। ରାୟଗଡା ସହରର ଜିସିଡି ହାଇସ୍କୁଲ ରାସ୍ତା କଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଜଣେ ରୋଗୀକୁ ନିଜ […]

The post ନିଜ ଗାଡ଼ିରେ ରାସ୍ତାକଡରୁ ବୃଦ୍ଧଙ୍କୁ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ appeared first on Odisha Reporter.

]]>

ରାୟଗଡ଼ା (ମନୋଜ କୁମାର ପାତ୍ର): ରାସ୍ତା କଡରେ ଛାଡ଼ି ଦେଇଗଲା ଅଟୋ ଡ୍ରାଇଭର। ହସ୍ପିଟାଲକୁ ଯିବାକୁ ଆସିଲାନି ଆମ୍ବୁଲାନ୍ସ। ହେଲେ ରାସ୍ତା କଡ଼ରେ ଅସହାୟ ହୋଇ ପଡି ରହିଥିବା ଜଣେ ବୃଦ୍ଧ ରୋଗୀକୁ ମାନବିକତା ଦେଖାଇ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସିତ କଲେ ଉପଜିଲ୍ଲାପାଳ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ। ରାୟଗଡା ସହରର ଜିସିଡି ହାଇସ୍କୁଲ ରାସ୍ତା କଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଜଣେ ରୋଗୀକୁ ନିଜ ଗାଡିରେ ଡାକ୍ତରଖାନା ନେଇ ମହାନତାର ପରିଚୟ ଦେଇଛନ୍ତି ଉପଜିଲ୍ଲାପାଳ।

ରାୟଗଡା ଜିଲ୍ଲା କୋତାପେଟା ଗ୍ରାମର ଜଣେ ବୃଦ୍ଧ ପି. ରାମୁଲୁ ଆଜି ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ବସ୍ ଯୋଗେ ରାୟଗଡା ଆସିଥିଲେ। ରାୟଗଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଏକ ଅଟୋରିକ୍ସାରେ ଡାକ୍ତରଖାନା ଯାଉଥିଲେ। ହେଲେ ଜିସିଡି ହାଇସ୍କୁଲ ରୋଡରେ ଏକ ରାଲି ଓ ସରକାରୀ କାର୍ଯ୍ୟକ୍ରମ ଚାଲୁଥିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା। ଯେଉଁ କାରଣରୁ ଅଟୋଚାଳକ ରାମୁଲୁଙ୍କୁ ରାସ୍ତାକଡ଼ରେ ଛାଡି ଚାଲିଯାଇଥିଲେ। ଦୀର୍ଘ ସମୟ ଧରି ସେଠାରେ ପଡ଼ି ରହିଥିବା ରାମୁଲୁଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ କେହିବି ସାହାଯ୍ୟ କରିନଥିଲେ।

ରାସ୍ତାକଡରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ସ୍ଥାନୀୟ କିଛି ଯୁବକ ଆଗେଇ ଆସିଥିଲେ। ସେମାନେ ଆମ୍ବୁଲାନ୍ସ ପଠାଇବାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମ୍ୟାନେଜରକୁ ଯୋଗାଯୋଗ କରି ଅନୁରୋଧ କରିଥିଲେ। ହେଲେ ହସ୍ପିଟାଲରେ ଆମ୍ବୁଲାନ୍ସର କୌଣସି ବ୍ୟବସ୍ଥା ନଥିବା ସେଠାକାର ମ୍ୟାନେଜର କହିଥିବା ଅଭିଯୋଗ ହୋଇଛି। ଆଉ ସେହି ସମୟରେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସେହି ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ରେ ଗହଳି ଦେଖି ଅଟକି ଯାଇଥିଲେ।

ଘଟଣା ସଂପର୍କରେ ଜାଣିବା ପରେ ବୃଦ୍ଧ ରୋଗୀଙ୍କୁ ନିଜ ସରକାରୀ ଗାଡ଼ିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଓ ତାଙ୍କର ଚିକିତ୍ସା କରାଇଥିଲେ। ସେତେବେଳେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରିସରରେ ୫ଟି ଆମ୍ବୁଲାନ୍ସ ରହିଥିଲେ ବି ଗୋଟିଏ ହେଲେ ଆମ୍ବୁଲାନ୍ସ ରୋଗୀକୁ ଆଣିବାକୁ ନଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜରୁରୀ ସମୟରେ ଯଦି ଆମ୍ବୁଲାନ୍ସ ଅସହାୟ ରୋଗୀଙ୍କ କାମରେ ନଆସେ ତାହେଲେ ଆମ୍ବୁଲାନ୍ସ ରହିବାର ମୂଲ୍ୟ କଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପକ୍ଷରେ ଉପଜିଲ୍ଲାପାଳ କହିଛନ୍ତି ଯେ ରୋଗୀକୁ ନେବା ପାଇଁ ଆମ୍ବୁଲାନ୍ସ ଆସୁଥିଲା। ଯେହେତୁ ସେ ସେହି ବାଟରେ ଯାଉଥିଲେ, ତେଣୁ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ରୋଗୀଙ୍କୁ ହସ୍ପିଟାଲ ନେଇ ଆସିଥିଲେ।

The post ନିଜ ଗାଡ଼ିରେ ରାସ୍ତାକଡରୁ ବୃଦ୍ଧଙ୍କୁ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ appeared first on Odisha Reporter.

]]>
right top 2021-11-14 18:39:26 https://odishareporter.in/wp-content/uploads/2021/11/sub-collector.jpg
ଘାଟିରେ ଓଲଟିଲା ଟ୍ରାକ୍ଟର, ୧୮ ଆହତ https://odishareporter.in/odisha/18-injured-as-a-tractor-turns-over-in-gunpur-691508 Sat, 13 Nov 2021 09:11:50 +0000 https://odishareporter.in/?p=691508

ଗୁଣୁପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଟଲଣା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଆହତମାନଙ୍କ ମଧ୍ୟରେ ୧୭ ଜଣ ଶ୍ରମିକ ଥିବା ବେଳେ  ଜଣେ ଗାଡି ଡ୍ରାଇଭର ଥିବା ଜଣାଯାଇଛି। ଆହତ ଶ୍ରମିକଙ୍କ ଘର କଇଁପୁର ପଞ୍ଚାୟତର ଲୁମୁଡାସିଂ ଗାଁର ବୋଲି ଜଣାପଡିଛି।   ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। […]

The post ଘାଟିରେ ଓଲଟିଲା ଟ୍ରାକ୍ଟର, ୧୮ ଆହତ appeared first on Odisha Reporter.

]]>

ଗୁଣୁପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଟଲଣା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଆହତମାନଙ୍କ ମଧ୍ୟରେ ୧୭ ଜଣ ଶ୍ରମିକ ଥିବା ବେଳେ  ଜଣେ ଗାଡି ଡ୍ରାଇଭର ଥିବା ଜଣାଯାଇଛି। ଆହତ ଶ୍ରମିକଙ୍କ ଘର କଇଁପୁର ପଞ୍ଚାୟତର ଲୁମୁଡାସିଂ ଗାଁର ବୋଲି ଜଣାପଡିଛି।   ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ,  ୧୭ ଜଣ ଶ୍ରମିକ  ରାସ୍ତା କାମ ସାରି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ। ଟଲଣା ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତ ଶ୍ରମିକଙ୍କୁ ଅଗ୍ନିଶମ ବାହିନୀ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି।

The post ଘାଟିରେ ଓଲଟିଲା ଟ୍ରାକ୍ଟର, ୧୮ ଆହତ appeared first on Odisha Reporter.

]]>
centre bottom 2021-11-13 14:45:01 https://odishareporter.in/wp-content/uploads/2021/11/Untitled-1-20.jpg
ଜ୍ୱାଇଁ ଡାକରା ପାଇ ଶ୍ୱଶୁର ଘରକୁ ଯାଉଥିଲେ, ବାଟରେ ଘଟିଗଲା ଦୁର୍ଘଟଣା https://odishareporter.in/odisha/ond-dead-in-accident-689070 Thu, 04 Nov 2021 02:54:42 +0000 https://odishareporter.in/?p=689070

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଦୀପାବଳିରେ ଶ୍ୱଶୁର ଘରୁ ଆସିଥିଲା ଜ୍ୱାଇଁ ଡାକରା । ମାତ୍ର ଶ୍ୱଶୁର ଘରେ ପହଞ୍ଚି ପାରିଲେନି ଜ୍ୱାଇଁ। ବାଟରେ ଘଟିଗଲା ଅଘଟଣ। ଶ୍ୱଶୁର ଘରେ ପହଞ୍ଚିବା ପୂର୍ବରୁ  ନାଳରେ ଖସି ପଡ଼ିଲା ବାଇକ୍‌।  ଫଳରେ ଆଖି ବୁଜିଲେ ଜ୍ୱାଇଁ । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା  ଜିଲ୍ଲା ବିଷମ କଟକ ଥାନା ଚାଟିକୋଣା ଗାଁ ନିକଟରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ଟାକ୍ରି। ସୂଚନାଯୋଗ୍ୟ, ଦୀପାବଳି ପାଇଁ ସୀମାଞ୍ଚଳଙ୍କ ଶ୍ୱଶୁର ଘରୁ […]

The post ଜ୍ୱାଇଁ ଡାକରା ପାଇ ଶ୍ୱଶୁର ଘରକୁ ଯାଉଥିଲେ, ବାଟରେ ଘଟିଗଲା ଦୁର୍ଘଟଣା appeared first on Odisha Reporter.

]]>

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଦୀପାବଳିରେ ଶ୍ୱଶୁର ଘରୁ ଆସିଥିଲା ଜ୍ୱାଇଁ ଡାକରା । ମାତ୍ର ଶ୍ୱଶୁର ଘରେ ପହଞ୍ଚି ପାରିଲେନି ଜ୍ୱାଇଁ। ବାଟରେ ଘଟିଗଲା ଅଘଟଣ। ଶ୍ୱଶୁର ଘରେ ପହଞ୍ଚିବା ପୂର୍ବରୁ  ନାଳରେ ଖସି ପଡ଼ିଲା ବାଇକ୍‌।  ଫଳରେ ଆଖି ବୁଜିଲେ ଜ୍ୱାଇଁ । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା  ଜିଲ୍ଲା ବିଷମ କଟକ ଥାନା ଚାଟିକୋଣା ଗାଁ ନିକଟରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ଟାକ୍ରି।

ସୂଚନାଯୋଗ୍ୟ, ଦୀପାବଳି ପାଇଁ ସୀମାଞ୍ଚଳଙ୍କ ଶ୍ୱଶୁର ଘରୁ ଜ୍ୱାଇଁ ଡାକରା ଆସିଥିଲା। ଆଜି ସକାଳେ ସେ ବାଇକ୍‌ ଯୋଗେ ନିଜ ଗାଁ ସରାବାଲିରୁ ଶ୍ୱଶୁର ଘର ବାରିଗୁଡା ଗାଁକୁ ଯାଉଥିଲେ। ତେବେ ଚାଟିକୋଣ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ନାଳ ଭିତରେ ପଶି ଯାଇଥିଲା । ବାଇକ୍‌ ସହ ସୀମାଞ୍ଚଳ ମଧ୍ୟ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ବିଷମକଟକ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି।

The post ଜ୍ୱାଇଁ ଡାକରା ପାଇ ଶ୍ୱଶୁର ଘରକୁ ଯାଉଥିଲେ, ବାଟରେ ଘଟିଗଲା ଦୁର୍ଘଟଣା appeared first on Odisha Reporter.

]]>
centre bottom 2021-11-04 08:24:42 https://odishareporter.in/wp-content/uploads/2021/11/Untitled-1-4.jpg
ଆଜି ରାୟଗଡାରେ ବିଜେପିର ଚକା ଜାମ, ରାସ୍ତାକୁ ଓହ୍ଲାଉ ଓହ୍ଲାଉ ଟେକି ନେଲା ପୁଲିସ୍‌ https://odishareporter.in/odisha/raygada-strike-by-bjp-686265 Mon, 25 Oct 2021 03:32:57 +0000 https://odishareporter.in/?p=686265

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡା ସହର ଦେଇ ଯାଉଥିବା ତୃତୀୟ ରେଳ ଲାଇନ ପାଇଁ ବିସ୍ଥାପିତ ହୋଇଥିବା ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଢ଼ିହ ପଟ୍ଟା ପ୍ରଦାନ ଦାବିରେ ଆଜି ରାୟଗଡା ସହରରେ ୧୨ ଘଣ୍ଟିଆ ଚକ୍କା ଜାମ ଡାକରା ଦେଇଛି ବିଜେପି ନଗର ମୋର୍ଚ୍ଚା । ହେଲେ ଆନ୍ଦୋଳନ ଆରମ୍ଭ ହେଉ ହେଉ ପୁଲିସ୍‌ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ଉଠାଇ ନେଇଛି। ଫଳରେ ତୀବ୍ର […]

The post ଆଜି ରାୟଗଡାରେ ବିଜେପିର ଚକା ଜାମ, ରାସ୍ତାକୁ ଓହ୍ଲାଉ ଓହ୍ଲାଉ ଟେକି ନେଲା ପୁଲିସ୍‌ appeared first on Odisha Reporter.

]]>

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡା ସହର ଦେଇ ଯାଉଥିବା ତୃତୀୟ ରେଳ ଲାଇନ ପାଇଁ ବିସ୍ଥାପିତ ହୋଇଥିବା ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଢ଼ିହ ପଟ୍ଟା ପ୍ରଦାନ ଦାବିରେ ଆଜି ରାୟଗଡା ସହରରେ ୧୨ ଘଣ୍ଟିଆ ଚକ୍କା ଜାମ ଡାକରା ଦେଇଛି ବିଜେପି ନଗର ମୋର୍ଚ୍ଚା । ହେଲେ ଆନ୍ଦୋଳନ ଆରମ୍ଭ ହେଉ ହେଉ ପୁଲିସ୍‌ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ଉଠାଇ ନେଇଛି। ଫଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବିଜେପି ପକ୍ଷରୁ ଆଜି ରାୟଗଡା ସହରର ତୁମ୍ବିଗୁଡା ଛକ, ସିରିଗୁଡା ଛକ, ମଝି ଘରିଆଣି ମନ୍ଦିର ଛକରେ ରାସ୍ତାଜାମ କରାଯାଇଛି । ତେବେ ଏସବୁ ସ୍ଥାନରେ ପୋଲିସ ପହଞ୍ଚି ଭାଜପା ନଗର ସଭାପତିଙ୍କ ସମେତ ୧୫ ବିଜେପି କର୍ମୀଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ଆଣି ଥାନାରେ ଅଟକ ରଖିଛି ।

ପୋଲିସର ଏଭଳି ପଦକ୍ଷେପକୁ ନଗର ଭାଜପା ପକ୍ଷରୁ ତୀବ୍ର ନିନ୍ଦା କରାଯିବ ସହ ବସ୍ତି ବାସିନ୍ଦାଙ୍କୁ ନ୍ୟାୟ ଦେବାକୁ ଆଗକୁ ଏହି ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।

ଏନେଇ ରାୟଗଡା ନଗର ବିଜେପି ମୋର୍ଚ୍ଚା  ସଭାପତି ଶ୍ୟାମ କୁମାର ଦାସ କହିଛନ୍ତି, ଦୀର୍ଘ ଦିନ ହେଲାଣି ବିଜେପି ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବିପତ୍ର ଦିଆଯାଇଥିଲା । ମାତ୍ର ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ରାୟଗଡ଼ା ବନ୍ଦ ଡାକରା ଦିଆଯାଇଛି। ମାତ୍ର ଅଧ ଘଣ୍ଟାର ଆନ୍ଦୋଳନ ପରେ ସହିପାରିଲେଣି ସରକାରୀ ଦଳ। ପୁଲିସ୍‌ ଲଗାଇ ଆମ କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଇଛି। ଜିଲ୍ଲା ପ୍ରଶାସନ ଶାସକ ଦଳ ଇଙ୍ଗିତରେ କାମ କରୁଛନ୍ତି। ବିଜେପି ଗରୀବଙ୍କ ଉପରେ ଜୁଲମ ସହିବ ନାହିଁ।  ଆଗକୁ ଏଥିନିମନ୍ତେ ଆଇନ ବିଶୃଙ୍ଖଳା ହେଲେ ପ୍ରଶାସନ ହିଁ ଦାୟୀ ରହିବ।

The post ଆଜି ରାୟଗଡାରେ ବିଜେପିର ଚକା ଜାମ, ରାସ୍ତାକୁ ଓହ୍ଲାଉ ଓହ୍ଲାଉ ଟେକି ନେଲା ପୁଲିସ୍‌ appeared first on Odisha Reporter.

]]>
right bottom 2021-10-25 09:02:57 https://odishareporter.in/wp-content/uploads/2021/10/protest.jpg
ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ୍ https://odishareporter.in/odisha/rayagada/rayagada-district-court-upholds-death-sentence-verdict-for-9-convicts-in-the-putasingh-family-murder-case-685552 Thu, 21 Oct 2021 11:12:37 +0000 https://odishareporter.in/?p=685552

ରାୟଗଡ଼ା (ମନୋଜ ପାତ୍ର): ରାୟଗଡା ପୁଟାସିଂ ଥାନା କିତ୍ତୁମ ଗାଁରେ ୨୦୧୬ ମସିହା ଜଘନ୍ୟ ହତ୍ୟା ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୬ ମସିହାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ଆଜି ରାୟଗଡା ଜିଲ୍ଲା ଦୌରାଜଜ କୋର୍ଟରେ ଶୁଣାଣି ହୋଇଛି। ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ କିତ୍ତୁମ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମା ଓ ବଡ଼ ଝିଅକୁ ଏହି ଗ୍ରାମର ଜଣେ ନାବାଳକ ସମେତ ୯ […]

The post ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ୍ appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): ରାୟଗଡା ପୁଟାସିଂ ଥାନା କିତ୍ତୁମ ଗାଁରେ ୨୦୧୬ ମସିହା ଜଘନ୍ୟ ହତ୍ୟା ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୬ ମସିହାରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ଆଜି ରାୟଗଡା ଜିଲ୍ଲା ଦୌରାଜଜ କୋର୍ଟରେ ଶୁଣାଣି ହୋଇଛି।

୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ କିତ୍ତୁମ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମା ଓ ବଡ଼ ଝିଅକୁ ଏହି ଗ୍ରାମର ଜଣେ ନାବାଳକ ସମେତ ୯ ଜଣ ବ୍ୟକ୍ତି ଅପହରଣ କରି ନେଇ ଗାଁ ଦାଣ୍ଡରେ ବାନ୍ଧି ମାଡ଼ ମାରିବା ସହ ସେମାନଙ୍କର ଶରୀରର ବିଭିନ୍ନ ଅଙ୍ଗରେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମାରିଦେବା ସହ ପୋତି ଦେଇଥିଲେ।

ଏହାପରେ ପ୍ରମାଣକୁ ଲୁଚାଇବା ପାଇଁ ପୋତାଯାଇଥିବା ସ୍ଥାନରୁ ମୃତଦେହକୁ ଆଣି ପୋଡି ଦେଇଥିଲେ। ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ ପରିବାରର ସାନ ଝିଅ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ହତ୍ୟା ଘଟଣାରେ ସେତେବେଳେ ପୁଟାସିଂ ପୁଲିସ୍‍ ଜଣେ ନାବାଳକ ସମେତ ୯ ଜଣକୁ ଗିରଫ କରିଥିଲା ।

ଏହି ମାମଲାର ଶୁଣାଣି କରି ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହାର ବିରୋଧରେ ଅଭିଯୁକ୍ତ ମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଏହାର ପୁନଃବିଚାର ପାଇଁ ରାୟଗଡା ଜିଲ୍ଲା ଦୌରାଜର୍ଜ କୋର୍ଟକୁ ନିର୍ଦ୍ଦେଶ ଦେବା ପରେ ଏହି କୋର୍ଟରେ ମାମଲା ଚାଲୁଥିଲା। ତେବେ ଆଜି ଏହି ମାମଲାର ଶୁଣାଣୀ ହୋଇ ରାୟ ପ୍ରକାଶ ପାଇଛି।

ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣୀ କରି ୯ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିବା କହିଛନ୍ତି ସରକାରୀ ଓକିଲ। ତେବେ ଏହି ମାମଲରେ କୌଣସି ପ୍ରତ୍ୟକ୍ଷ ସାକ୍ଷୀ ପ୍ରମାଣ ନଥିବା ଦର୍ଶାଇ ହାଇକୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ। ଅନ୍ୟପକ୍ଷେ ଏଭଳି ଘଟଣା ନିଶ୍ଚିତ ଭାବେ ଭୁଲ ବୋଲି ସ୍ୱୀକାର କରିଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ। କୋର୍ଟଙ୍କ ଏହି ରାୟକୁ ନେଇ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସମ୍ପର୍କୀୟ।

The post ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ୍ appeared first on Odisha Reporter.

]]>
right top 2021-10-21 16:45:02 https://odishareporter.in/wp-content/uploads/2021/10/rayagada-2.jpg
ପୁଅର ମୃତଦେହ ମିଳିଲା, ବାପା ଏବେବି ନିଖୋଜ https://odishareporter.in/odisha/rayagada/son-dead-body-found-but-father-still-missing-in-rayagada-684854 Mon, 18 Oct 2021 10:42:58 +0000 https://odishareporter.in/?p=684854

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ାରେ ନାଗାବଳୀ ନଦୀ ଝୁଲାପୋଲୋ ନିକଟରୁ ରବିବାର ଭାସି ଯାଇଥିବା ବାପ ପୁଅଙ୍କ ମଧ୍ୟରୁ ବର୍ତ୍ତମାନ ପୁଅର ମୃତ ଦେହ ମିଳିଛି। ରାୟଗଡ଼ା ଠାରୁ ୩ କିଲୋମିଟର ବେହେରା ଗୁଡା ନିକଟରୁ ପୁଅ କେ. ଜିତେନ୍ଦ୍ରର ମୃତ ଦେହକୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଠାବ କରିଛି। ତେବେ ନିଖୋଜ ଥିବା କେ. ଶ୍ରୀନିବାସଙ୍କ ପତ୍ତା ଏଯାଏ ମିଳିପାରି ନାହିଁ। ଗତକାଲି କସ୍ତୁରୀ ଶ୍ରୀନୁ ଓ ତାଙ୍କ ପରିବାରର ୧୬ ଜଣ ଦୁଇଟି […]

The post ପୁଅର ମୃତଦେହ ମିଳିଲା, ବାପା ଏବେବି ନିଖୋଜ appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ାରେ ନାଗାବଳୀ ନଦୀ ଝୁଲାପୋଲୋ ନିକଟରୁ ରବିବାର ଭାସି ଯାଇଥିବା ବାପ ପୁଅଙ୍କ ମଧ୍ୟରୁ ବର୍ତ୍ତମାନ ପୁଅର ମୃତ ଦେହ ମିଳିଛି। ରାୟଗଡ଼ା ଠାରୁ ୩ କିଲୋମିଟର ବେହେରା ଗୁଡା ନିକଟରୁ ପୁଅ କେ. ଜିତେନ୍ଦ୍ରର ମୃତ ଦେହକୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଠାବ କରିଛି। ତେବେ ନିଖୋଜ ଥିବା କେ. ଶ୍ରୀନିବାସଙ୍କ ପତ୍ତା ଏଯାଏ ମିଳିପାରି ନାହିଁ।

ଗତକାଲି କସ୍ତୁରୀ ଶ୍ରୀନୁ ଓ ତାଙ୍କ ପରିବାରର ୧୬ ଜଣ ଦୁଇଟି ଗାଡିରେ ରାୟଗଡା ବୁଲିବାକୁ ଆସି ପ୍ରଥମେ ମଝିଘରିଆଣୀ ମନ୍ଦିରକୁ ଯାଇଥିଲେ। ସେଠାରୁ ଦର୍ଶନ ସାରି ଝୁଲାପୋଲ ବୁଲିବାକୁ ଆସିଥିଲେ । ଏହି ସମୟରେ କସ୍ତୁରୀ ଶ୍ରୀନୁ ଗୋଡ ଧୋଇବା ପାଇଁ ନଦୀ ଭିତରକୁ ପଶିଥିଲେ। ହେଲେ ଗୋଡ଼ ଖସି ଯିବାରୁ ସେ ଭାସି ଯାଇଥିଲେ। ବାପା ଭାସି ଯାଉଥିବା ଦେଖି କୂଳରେ ଥିବା ପୁଅ ଜିତେନ୍ଦ୍ର ବାପାକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶିଥିଲେ। ହେଲେ ନାଗାବଳୀର ପ୍ରଖର ସ୍ରୋତରେ ସେ ବି ଭାସି ଯାଇଥିଲେ।

ବାପ-ପୁଅ ଦୁହେଁ ଭାସି ଯାଇଥିବା ଦେଖି ସାଙ୍ଗରେ ଥିବା ପରିବାର ଲୋକେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତା ନେଇଥିଲେ। ତେବେ କୌଣସି ଫଳ ନମିଳିବାରୁ ସନ୍ଧ୍ୟାରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀ ଭିତରେ ପଶି ବହୁତ ଖୋଜାଖୋଜି କରିଥିଲେ ବି ବାପ-ପୁଅ ଦୁହିଁଙ୍କ କୌଣସି ପତ୍ତା ମିଳିପାରି ନଥିଲା। ଗତକାଲି ରାତିରୁ ଅଗ୍ନିଶମ ବାହିନୀ ଖୋଜା ଖୋଜି ଚଳାଇ ଥିବାବେଳେ ବର୍ତ୍ତମାନ ପୁଅର ମୃତଦେହ ମିଳିଛି।

The post ପୁଅର ମୃତଦେହ ମିଳିଲା, ବାପା ଏବେବି ନିଖୋଜ appeared first on Odisha Reporter.

]]>
right bottom 2021-10-18 16:12:58 https://odishareporter.in/wp-content/uploads/2021/10/rayagada-1.jpg
ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା https://odishareporter.in/odisha/rayagada/father-and-son-missing-in-nagavali-river-684702 Sun, 17 Oct 2021 16:50:10 +0000 https://odishareporter.in/?p=684702

ରାୟଗଡ଼ା (ମନୋଜ ପାତ୍ର): ଗୋଡ଼ ଧୋଇବାକୁ ଯାଇ ଭାସିଗଲେ ବାପା। ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ାରେ। ରାୟଗଡ଼ାର ନାଗାବଳୀରେ ବାପପୁଅ ଭାସି ଯାଇଛନ୍ତି। ବାପା ଉଦ୍ଧାର ହୋଇଥିବା ବେଳେ ପୁଅ ନିଖୋଜ ଅଛି। ଆଜି ପାରଳାଖେମୁଣ୍ଡିରୁ ଏକ ପରିବାର ରାୟଗଡା ବୁଲିବା ପାଇଁ ଆସିଥିଲେ। ସେମାନେ ପ୍ରଥମେ ମଝି ଘରିଆଣି ମନ୍ଦିର ଦର୍ଶନ ସାରି ନାଗାବଳୀ ନଦୀ ଝୁଲା ପୋଲୋ ନିକଟକୁ ବୁଲିବା ପାଈଁ […]

The post ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): ଗୋଡ଼ ଧୋଇବାକୁ ଯାଇ ଭାସିଗଲେ ବାପା। ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ାରେ। ରାୟଗଡ଼ାର ନାଗାବଳୀରେ ବାପପୁଅ ଭାସି ଯାଇଛନ୍ତି। ବାପା ଉଦ୍ଧାର ହୋଇଥିବା ବେଳେ ପୁଅ ନିଖୋଜ ଅଛି।

ଆଜି ପାରଳାଖେମୁଣ୍ଡିରୁ ଏକ ପରିବାର ରାୟଗଡା ବୁଲିବା ପାଇଁ ଆସିଥିଲେ। ସେମାନେ ପ୍ରଥମେ ମଝି ଘରିଆଣି ମନ୍ଦିର ଦର୍ଶନ ସାରି ନାଗାବଳୀ ନଦୀ ଝୁଲା ପୋଲୋ ନିକଟକୁ ବୁଲିବା ପାଈଁ ଆସିଥିଲେ। ଏହି ସମୟରେ ବାପା କେ. ଶ୍ରୀନିବାସ ଗୋଡ଼ ଧୋଇବାକୁ ନଦୀ ଭିତରକୁ ଯାଇଥିଲେ। ହେଲେ ଏହି ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଯାହା ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

ଏହି ସମୟରେ ତାଙ୍କ ପୁଅ କେ. ଜିତେନ୍ଦ୍ର ବାପାକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସି ଯାଇଥିଲା। ସ୍ଥାନୀୟ ମାରିଗୁଡା ଗ୍ରାମବାସୀ ଉଦ୍ଧାର କାମ ଜାରି ରହିଛି। ଅଗ୍ନିଶମ ବାହିନୀ ନାଗାବଳୀ ନଦୀରେ ଖୋଜା ଖୋଜି ଚଳାଇଛନ୍ତି।

The post ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା appeared first on Odisha Reporter.

]]>
right top 2021-10-17 22:20:10 https://odishareporter.in/wp-content/uploads/2021/10/rayagada.jpg
ସେଲଫି ହେଲା କାଳ, ନଦୀକୁ ଖସି ପଡ଼ିଲେ ଯୁବକ https://odishareporter.in/odisha/youth-missing-when-taking-selfie-681322 Mon, 04 Oct 2021 06:30:57 +0000 https://odishareporter.in/?p=681322

ରାୟଗଡ଼ା(ମନୋଜ ପାତ୍ର ): ସେଲଫି ହେଲା କାଳ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକଜଣକ ହେଉଛନ୍ତି ବିଲାଲ ଅନସାରି  ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ବିଲାଲ ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ । ରବିବାର ବିଲାଲ ନିଜ ସାଙ୍ଗମାନଙ୍କ ସହିତ ନାଗାବଳୀ ଝୁଲାପୋଲ ନିକଟକୁ ବୁଲିବାକୁ ଯାଇଥିଲେ । […]

The post ସେଲଫି ହେଲା କାଳ, ନଦୀକୁ ଖସି ପଡ଼ିଲେ ଯୁବକ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର ): ସେଲଫି ହେଲା କାଳ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକଜଣକ ହେଉଛନ୍ତି ବିଲାଲ ଅନସାରି  ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ବିଲାଲ ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ ।

ରବିବାର ବିଲାଲ ନିଜ ସାଙ୍ଗମାନଙ୍କ ସହିତ ନାଗାବଳୀ ଝୁଲାପୋଲ ନିକଟକୁ ବୁଲିବାକୁ ଯାଇଥିଲେ । ହେଲେ ସେଲଫି ନେବାବେଳେ ବିଲାଲ ହଠାତ୍‌ ପାଣି ଭିତରକୁ ଖସି ପଡ଼ି ନିଖୋଜ ହୋଇ ଯାଇଥିଲେ ।  ଏ ନେଇ ତାଙ୍କ ସହଯୋଗୀମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । ନିଖୋଜ ଯୁବକଙ୍କ ପତ୍ତା ମିଲିନି ।

The post ସେଲଫି ହେଲା କାଳ, ନଦୀକୁ ଖସି ପଡ଼ିଲେ ଯୁବକ appeared first on Odisha Reporter.

]]>
right bottom 2021-10-04 13:47:04 https://odishareporter.in/wp-content/uploads/2021/10/selfie-boy.jpg
ଗଛରେ ପିଟି ହୋଇ ଜମିରେ ପଡ଼ିଲେ! https://odishareporter.in/odisha/two-dead-in-an-accident-680544 Fri, 01 Oct 2021 06:32:35 +0000 https://odishareporter.in/?p=680544

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିଫ୍ଟ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମିରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ରାମନାଗଡ଼ା ବ୍ଲକର ଦଣ୍ଡୁଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ନାଁ ଜଣାପଡ଼ିନାହିଁ। ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଆଜି ସକାଳେ ଦୁଇଜଣଙ୍କ ମୃତଦେହ ଇରିଗେସନ ଅଫିସ ନିକଟରେ […]

The post ଗଛରେ ପିଟି ହୋଇ ଜମିରେ ପଡ଼ିଲେ! appeared first on Odisha Reporter.

]]>

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିଫ୍ଟ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମିରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ରାମନାଗଡ଼ା ବ୍ଲକର ଦଣ୍ଡୁଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ନାଁ ଜଣାପଡ଼ିନାହିଁ।

ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଆଜି ସକାଳେ ଦୁଇଜଣଙ୍କ ମୃତଦେହ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମି ଭିତରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

କୁହାଯାଉଛି, ସେମାନେ ବାଇକ୍‌ରେ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇ ଜମିରେ ପଡ଼ିଯାଇଥିଲେ ଓ ସେମାନଙ୍କ ମୃତ୍ୟୁ ଘଟିଥିଲା। ବାଇକ୍‌ଟି ମଧ୍ୟ ଘଟଣାସ୍ଥଳରେ ପଡ଼ିଥିଲା।  ପୁଲିସ ଦୁର୍ଘଟଣାଗସ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

 

 

The post ଗଛରେ ପିଟି ହୋଇ ଜମିରେ ପଡ଼ିଲେ! appeared first on Odisha Reporter.

]]>
right bottom 2021-10-01 12:02:35 https://odishareporter.in/wp-content/uploads/2021/10/accident-1.jpg
ଶୋଇଥିବା ବେଳେ ଗଳାକାଟି ଫେରାର୍ https://odishareporter.in/odisha/rayagada/man-killed-in-rayagada-677761 Tue, 21 Sep 2021 12:45:49 +0000 https://odishareporter.in/?p=677761

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ଥାନା ରଘୁବାରି ଗ୍ରାମରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ଉକ୍ତ ଗ୍ରାମର ଜଣେ ଯୁବକକୁ ଆଉଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନା ହେଉଛି ଶିବ ଡଙ୍ଗୀରି। ଶିବ ଆଜି ଅପରାହ୍ନରେ ଖାଇ ସାରିବା ପରେ ନିଜ ଦୋକାନ ପିଣ୍ଡାରେ ଶୋଇ ଥିଲେ। ଏହି ସମୟରେ ପଡୋଶୀ ପତ୍ରାପଡା ଗ୍ରାମର ଜଣେ ବ୍ୟକ୍ତି ଆସି ଏକ ଧାରୁଆ ଅସ୍ତ୍ରରେ ଶିବ […]

The post ଶୋଇଥିବା ବେଳେ ଗଳାକାଟି ଫେରାର୍ appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ଥାନା ରଘୁବାରି ଗ୍ରାମରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ଉକ୍ତ ଗ୍ରାମର ଜଣେ ଯୁବକକୁ ଆଉଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନା ହେଉଛି ଶିବ ଡଙ୍ଗୀରି।

ଶିବ ଆଜି ଅପରାହ୍ନରେ ଖାଇ ସାରିବା ପରେ ନିଜ ଦୋକାନ ପିଣ୍ଡାରେ ଶୋଇ ଥିଲେ। ଏହି ସମୟରେ ପଡୋଶୀ ପତ୍ରାପଡା ଗ୍ରାମର ଜଣେ ବ୍ୟକ୍ତି ଆସି ଏକ ଧାରୁଆ ଅସ୍ତ୍ରରେ ଶିବ ଡଙ୍ଗରିର ବେକ କାଟି ଦେଇଥିଲା। ଫଳରେ ପ୍ରବଳ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଟପଟ ହୋଇ ଶିବର ମୃତ୍ୟୁ ଘଟିଛି। ତେବେ ଏହି ନାରକୀୟ ହତ୍ୟାକାଣ୍ଡ ଘଟାଇବା ପରେ ବ୍ୟକ୍ତି ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିବ ଡଙ୍ଗରିର ପରିବାର ଲୋକେ ଅମ୍ବାଦୋଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ରଘୁବାରି ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

The post ଶୋଇଥିବା ବେଳେ ଗଳାକାଟି ଫେରାର୍ appeared first on Odisha Reporter.

]]>
right bottom 2021-09-21 18:15:49 https://odishareporter.in/wp-content/uploads/2021/09/rayagada.jpg
ରାତି ଅଧରେ ଗଛରେ ପିଟି ହେଲା ସ୍କୁଟି https://odishareporter.in/odisha/accident-in-midnight-of-yesterday-in-raygada-672792 Sat, 04 Sep 2021 03:48:05 +0000 https://odishareporter.in/?p=672792

ରାୟଗଡ଼ା (ମନୋଜ ପାତ୍ର): ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଟି। ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ଓ ହୁକୁମତୋଳା ବାଇପାସ ରାସ୍ତାର ବଳରାମ ଛକ ନିକଟରେ।  ମୃତ ନାବାଳକ ହେଲେ ଥେରୁବାଲି ଅଞ୍ଚଳର ପବିତ୍ର ମହାନନ୍ଦିଆ। ଆହତ ଅଗୁ ସୁରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ତାଙ୍କ ଘର ବିଷମକଟକ ଅଞ୍ଚଳରେ। ମିଳିଥିବା […]

The post ରାତି ଅଧରେ ଗଛରେ ପିଟି ହେଲା ସ୍କୁଟି appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଟି। ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ଓ ହୁକୁମତୋଳା ବାଇପାସ ରାସ୍ତାର ବଳରାମ ଛକ ନିକଟରେ।  ମୃତ ନାବାଳକ ହେଲେ ଥେରୁବାଲି ଅଞ୍ଚଳର ପବିତ୍ର ମହାନନ୍ଦିଆ। ଆହତ ଅଗୁ ସୁରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ତାଙ୍କ ଘର ବିଷମକଟକ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପବିତ୍ର ଓ ସୁରେଶ ସ୍କୁଟିରେ କୌଣସି ଏକ କାମରେ ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ବଳରାମ ଛକ ନିକଟରେ ସେମାନଙ୍କ ସ୍କୁଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଆଜି ସକାଳେ ମର୍ନିଙ୍ଗ ୱାକରେ ଯାଉଥିବା କିଛି ଲୋକ ଦୁର୍ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୁନିଗୁଡା ଡାକ୍ତରଖାନାକୁ ଶବ ବ୍ୟବଛେଦ ପଠାଇଛି। ଗୁରୁତର ଆହତ ହୋଇଥିବା ସୁରେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି l ପୁଲିସ୍ ଘଟଣାର ତଦନ୍ତ କରୁଛି।

 

The post ରାତି ଅଧରେ ଗଛରେ ପିଟି ହେଲା ସ୍କୁଟି appeared first on Odisha Reporter.

]]>
right bottom 2021-09-04 09:28:18 https://cdn.odishareporter.in/wp-content/uploads/2021/09/04091129/8888888880000.jpg
ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ https://odishareporter.in/odisha/photographers-hanging-dead-body-found-in-rayagada-672113 Thu, 02 Sep 2021 04:42:37 +0000 https://odishareporter.in/?p=672113

ରାୟଗଡ଼ା (ମନୋଜ ପାତ୍ର): ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ା ସହରରୁ। ମୃତ ଯୁବକ ଜଣଙ୍କ ହେଲେ ବୋବିଲା ରାଜୁ। ସେ ଜଣେ ଫଟୋଗ୍ରାଫର ଥିଲେ। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, ବୋବିଲାଙ୍କ ପରିବାର କପିଳାସ ରୋଡ୍‌ରେ ରହନ୍ତି। ତାଙ୍କ ବାପାମା’ […]

The post ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ା ସହରରୁ। ମୃତ ଯୁବକ ଜଣଙ୍କ ହେଲେ ବୋବିଲା ରାଜୁ। ସେ ଜଣେ ଫଟୋଗ୍ରାଫର ଥିଲେ। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ବୋବିଲାଙ୍କ ପରିବାର କପିଳାସ ରୋଡ୍‌ରେ ରହନ୍ତି। ତାଙ୍କ ବାପାମା’ ଓ ସାନଭାଇ ତିନିଦିନ ତଳେ କୌଣସି କାମରେ ପାର୍ବତୀପୁର ଯାଇଥିଲେ। ରାଜୁ ଏକୁଟିଆ ଘରେ ଥିଲେ। ଗତକାଲି ତାଙ୍କର ଝୁଲନ୍ତା ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା।

ବୋବିଲାଙ୍କୁ  ଅନ୍ୟ କୌଣସି ସ୍ଥାନରେ ପିଟିପିଟି ହତ୍ୟା କରିବା ପରେ ଘରକୁ ଆଣି ଫ୍ୟାନରେ ଝୁଲାଇ ଦିଆଯାଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ବୋବିଲା ବାପାଙ୍କ କହିଛନ୍ତି, ରାତି ଗୋଟାଏ ବେଳେ ମୋ ପୁଅର ମୋବାଇଲ ଫୋନରୁ କଲ୍‌ ଆସିଥିଲା। କିଛି ଲୋକ ତାକୁ ପିଟୁ ଥିଲେ। ତିରିଶି ହଜାର ଟଙ୍କା ଦେଲେ ଛାଡ଼ିବେ ବୋଲି କହିବା ପରେ ଫୋନ୍‌ କଟି ଯାଇଥିଲା।

ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ପୁଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

The post ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ appeared first on Odisha Reporter.

]]>
right bottom 2021-09-02 10:12:37 https://cdn.odishareporter.in/wp-content/uploads/2021/09/02090618/murder.jpg
ଗ୍ରାମରକ୍ଷୀଙ୍କୁ ଡାକି ନେଇ ଗୁଳି କରିଦେଲେ https://odishareporter.in/odisha/naxals-shut-a-tribal-people-in-allegation-of-police-informer-671855 Wed, 01 Sep 2021 05:46:50 +0000 https://odishareporter.in/?p=671855

ରାୟଗଡ଼ା(ମନୋଜ ପାତ୍ର): ପୁଣି ବର୍ବର କାଣ୍ଡ ଘଟାଇଲେ ନକ୍ସଲ। ଗ୍ରାମରକ୍ଷୀଙ୍କୁ ଘରୁ ଡାକି ନେଇ ଗୁଳି କରିଦେଲେ। ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ଘଟାଇଲେ ଏପରି ସାଂଘାତିକ କାଣ୍ଡ। ଏପରି ଅଭାବନୀୟ କାଣ୍ଡ ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଟିକରପଡ଼ା ଗାଁରେ ଘଟିଛି। ମୃତକ ହେଲେ ଟିକରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନା। ଗତ ରାତିରେ ପ୍ରାୟ ୧୦ରୁ ଅଧିକ ନକ୍ସଲ ଟିକରପଡ଼ାର ପହଞ୍ଚିଥିଲେ। ଏହାପରେ ସେମାନେ ସନ୍ତୋଷଙ୍କ କବାଟ ବାଡ଼େଇ ତାଙ୍କୁ ଡାକି ନେଇଥିଲେ । କିଛି […]

The post ଗ୍ରାମରକ୍ଷୀଙ୍କୁ ଡାକି ନେଇ ଗୁଳି କରିଦେଲେ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): ପୁଣି ବର୍ବର କାଣ୍ଡ ଘଟାଇଲେ ନକ୍ସଲ। ଗ୍ରାମରକ୍ଷୀଙ୍କୁ ଘରୁ ଡାକି ନେଇ ଗୁଳି କରିଦେଲେ। ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ଘଟାଇଲେ ଏପରି ସାଂଘାତିକ କାଣ୍ଡ। ଏପରି ଅଭାବନୀୟ କାଣ୍ଡ ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଟିକରପଡ଼ା ଗାଁରେ ଘଟିଛି। ମୃତକ ହେଲେ ଟିକରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନା।

ଗତ ରାତିରେ ପ୍ରାୟ ୧୦ରୁ ଅଧିକ ନକ୍ସଲ ଟିକରପଡ଼ାର ପହଞ୍ଚିଥିଲେ। ଏହାପରେ ସେମାନେ ସନ୍ତୋଷଙ୍କ କବାଟ ବାଡ଼େଇ ତାଙ୍କୁ ଡାକି ନେଇଥିଲେ । କିଛି ଦୂର ଯିବା ପରେ ଗାଁ ଦାଣ୍ଡରେ ସେମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି ।

ନକ୍ସଲ ଛାଡ଼ି ଯାଇଥିବା ଚିଠି।

ମୃତଦେହ ନିକଟରୁ ୨ଟି ହାତଲେଖା ଚିଠି ମିଳିଛି। ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ସନ୍ତୋଷଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

The post ଗ୍ରାମରକ୍ଷୀଙ୍କୁ ଡାକି ନେଇ ଗୁଳି କରିଦେଲେ appeared first on Odisha Reporter.

]]>
right bottom 2021-09-01 11:17:36 https://cdn.odishareporter.in/wp-content/uploads/2021/04/18075116/Naxal-3.jpg
ନିଲମ୍ବିତ ହେଲେ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ, ଲାଞ୍ଚ ନେବା ଘଟଣାକୁ ମିଛ କହୁଥିଲେ https://odishareporter.in/odisha/excise-inspector-of-raygada-suspended-671822 Wed, 01 Sep 2021 03:41:26 +0000 https://odishareporter.in/?p=671822

ରାୟଗଡ଼ା(ମନୋଜ ପାତ୍ର):   ପ୍ରଥମେ ଲାଞ୍ଚ ନେବା ଘଟଣାକୁ ସଫା ସଫା ମନା କରି ଦେଉଥିଲେ। ଏହା କେବେକାର ଘଟଣା ମନେ ପଡ଼ୁନି  ବୋଲି କହିବା ସହ କୋଭିଡ, ରେଡକ୍ରସ ପାଇଁ କଲେକସନ୍‌ ହୋଇଥିବ ବୋଲି ବି କହିବାକୁ ପଛାଇ ନ ଥିଲେ। କିନ୍ତୁ କିଛି ବି ଚାଲ୍‌ କାମ ଦେଲାନି । ଶେଷରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ […]

The post ନିଲମ୍ବିତ ହେଲେ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ, ଲାଞ୍ଚ ନେବା ଘଟଣାକୁ ମିଛ କହୁଥିଲେ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର):   ପ୍ରଥମେ ଲାଞ୍ଚ ନେବା ଘଟଣାକୁ ସଫା ସଫା ମନା କରି ଦେଉଥିଲେ। ଏହା କେବେକାର ଘଟଣା ମନେ ପଡ଼ୁନି  ବୋଲି କହିବା ସହ କୋଭିଡ, ରେଡକ୍ରସ ପାଇଁ କଲେକସନ୍‌ ହୋଇଥିବ ବୋଲି ବି କହିବାକୁ ପଛାଇ ନ ଥିଲେ। କିନ୍ତୁ କିଛି ବି ଚାଲ୍‌ କାମ ଦେଲାନି । ଶେଷରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି।

ମଦ ଦୋକାନ କର୍ମଚାରୀଙ୍କଠାରୁ  ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ଲାଞ୍ଚ ନେଉଥିବାର ଭିଡିଓ ପ୍ରାୟ ୧୫ ଦିନ ପୂର୍ବେ ଖୁବ୍‌ ଭାଇରାଲ ହୋଇଥିଲା।  ଏହା ଗତ ଏପ୍ରିଲ ମାସର ଘଟଣା ହୋଇଥିବା ବେଳେ ଗତ ୧୫ ଦିନ ପୂର୍ବେ ଏହା ସୋଶାଲ ମିଡିଆରେ ଘୂରି ବୁଲିଲା। ହେଲେ  ଭିଡିଓ ଭାଇରାଲ ହେବା ପରେ  ଏଥିରେ ନିଜ ସମ୍ପୃକ୍ତିକୁ ସଫା ସଫା ମନା କରି ଦେଇଥିବା ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ଶେଷରେ ନିଲମ୍ବିତ ହୋଇଛନ୍ତି।  ଏହି ଘଟଣାରେ ପୂର୍ବରୁ ଜଣେ ଅବକାରୀ କନଷ୍ଟେବଲ ନିଲମ୍ବିତ ହୋଇଥିବା ବେଳେ ଏବେ ଅବକାରୀ ଅଧୀକ୍ଷକଙ୍କ ପାଳି ପଡ଼ିଲା।

ମିଳିଥିବା ସୂଚନା ଅନୁଯାୟୀ,  ରାୟଗଡ଼ା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ କନଷ୍ଟେବଲ ସୁଶାନ୍ତ ପାତ୍ର ଗତ ଏପ୍ରିଲ ୧୩  ତାରିଖରେ ଗୁଣପୁରକୁ ଯାଇଥିବା ବେଳେ ଏକ ଲଜ୍‌ରେ ରହିଥିଲେ। ସେଠାରେ କୌଣସି ମଦ ଦୋକାନର କର୍ମଚାରୀଙ୍କ ସହ ଟଙ୍କା କାରବାରକୁ ନେଇ ହୋଇଥିବା ସେମାନଙ୍କ କଥାବାର୍ତ୍ତାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅବକାରୀ ଅଧୀକ୍ଷକ ତାଙ୍କ ବିଭାଗର କନଷ୍ଟେବଲଙ୍କ ଜରିଆରେ ଅର୍ଥ କାରବାର କଥା କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଶୁଣା ଯାଉଥିଲା।

ଭିଡିଓ ଭାଇରାଲ ହେବା ପରେ ରାୟଗଡା ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।  ‘ଆମେ କେତେ ମନ ଦେଇ କାମ କରୁଛୁ। ଆମାଉଣ୍ଟ  ବହୁତ କମ୍‌ ହୋଇଗଲା ।   ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି। ଏପରିକି ପାତ୍ରପୁରରେ ଥିବା ବେଳେ ଗୋଟିଏ ମଦ ଦୋକାନରୁ ୧୫ ହଜାର ନେଉଥିଲି’ ବୋଲି ଅବକାରୀ ଅଧୀକ୍ଷକ କହୁଥିବା ଶୁଣିବାକୁ ମିଳୁଥିଲା। ତେବେ ଉଭୟ ଅବକାରୀ ଅଧୀକ୍ଷକ ଓ କନଷ୍ଟେବଲ ଏବେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ସେମାନଙ୍କୁ ଫସା ଯାଉଥିବା କହିଥିଲେ।

ଘଟଣାର ପ୍ରାଥମିକ ତଦନ୍ତ ପରେ ଭିଡ଼ିଓରେ ଦେଖା ଯାଉଥିବା ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାରେ ସବିଶେଷ ତଦନ୍ତ ପାଇଁ ଏଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ସଂପୃକ୍ତ ରହିଥିବା ଅନ୍ୟମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଜିଏବି ଏଭଳି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ  ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

The post ନିଲମ୍ବିତ ହେଲେ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ, ଲାଞ୍ଚ ନେବା ଘଟଣାକୁ ମିଛ କହୁଥିଲେ appeared first on Odisha Reporter.

]]>
centre bottom 2021-09-01 09:11:26 https://cdn.odishareporter.in/wp-content/uploads/2021/09/01090929/sus-1.jpg
ଅନଲାଇନ୍‌ କ୍ଲାସ୍‌ କରିବାକୁ ପାହାଡ଼ ଚଢ଼ିଥିଲେ ନାବାଳକ, ହଠାତ୍‌ ଖସିଗଲା ଗୋଡ଼ https://odishareporter.in/odisha/a-minotr-boy-fall-down-from-top-of-the-hill-667917 Wed, 18 Aug 2021 06:27:15 +0000 https://odishareporter.in/?p=667917

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ମନରେ ଥିଲା ପାଠ ପଢ଼ିବା ଲାଗି ଅସୁମାରୀ ଇଚ୍ଛା। ପ୍ରତିକୂଳ ପରିସ୍ଥିତିର ସାମନା କରି ବି ପାଠ ପଢ଼ାରୁ ଓହରି ନ ଥିଲେ ୧୩ ବର୍ଷର ନାବାଳକ। ୨ ବର୍ଷ ହେବ କରୋନା ଯୋଗୁ କ୍ଲାସ୍‌ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ ଚାଲିଥିଲା ପାଠପଢ଼ା। ହେଲେ ବିଧିର ବିଧାନ ଥିଲା ଅଲଗା। ବଣ ପାହାଡ଼ ଘେରା ଅଞ୍ଚଳରେ ରହୁଥିବା ଜଣେ ନାବାଳକ ପାଠ ପଢ଼ିବା ପାଇଁ ପାହାଡ଼ ଚଢ଼ିଥିବା ବେଳେ ହଠାତ୍‌ ଖସି ପଡ଼ିଲେ। ଆଉ […]

The post ଅନଲାଇନ୍‌ କ୍ଲାସ୍‌ କରିବାକୁ ପାହାଡ଼ ଚଢ଼ିଥିଲେ ନାବାଳକ, ହଠାତ୍‌ ଖସିଗଲା ଗୋଡ଼ appeared first on Odisha Reporter.

]]>

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ମନରେ ଥିଲା ପାଠ ପଢ଼ିବା ଲାଗି ଅସୁମାରୀ ଇଚ୍ଛା। ପ୍ରତିକୂଳ ପରିସ୍ଥିତିର ସାମନା କରି ବି ପାଠ ପଢ଼ାରୁ ଓହରି ନ ଥିଲେ ୧୩ ବର୍ଷର ନାବାଳକ। ୨ ବର୍ଷ ହେବ କରୋନା ଯୋଗୁ କ୍ଲାସ୍‌ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ ଚାଲିଥିଲା ପାଠପଢ଼ା। ହେଲେ ବିଧିର ବିଧାନ ଥିଲା ଅଲଗା।

ବଣ ପାହାଡ଼ ଘେରା ଅଞ୍ଚଳରେ ରହୁଥିବା ଜଣେ ନାବାଳକ ପାଠ ପଢ଼ିବା ପାଇଁ ପାହାଡ଼ ଚଢ଼ିଥିବା ବେଳେ ହଠାତ୍‌ ଖସି ପଡ଼ିଲେ। ଆଉ ଫୁଟିବା ଆଗରୁ ଝଡ଼ିଗଲା ବଣ ମଲ୍ଲୀ। ପୁଅର ଏପରି ଆକସ୍ମିତ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ। ଏପରି ହୃଦୟ ବିଦାରକ ଘଟଣା ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡା ଗାଁରେ ଘଟି ଯାଇଛି। ମୃତକ ହେଲେ ୧୩ ବର୍ଷୀୟ ଆନ୍ଦ୍ରିୟ ଜାଗାରାଙ୍ଗ।

ମୃତ ନାବାଳକଙ୍କ ନିକଟରେ ଶୋକାକୂଳ ପରିବାର ଲୋକ ।

ସୂଚନା ଅନୁଯାୟୀ, ଆନ୍ଦ୍ରିୟ କଟକର ଏକ ମିଶନାରୀ ସ୍କୁଲ୍ ରେ ନାମ ଲେଖାଇଥିଲେ। ହେଲେ କରୋନା ମହାମାରୀ ଯୋଗୁ  ପ୍ରାୟ ୨ ବର୍ଷ ହେବ ଗାଁରେ ରହି ପାଠ ପଢ଼ୁଥିଲେ। ଗାଁକୁ ନେଟୱର୍କ ଆସୁନଥିବା ଯୋଗୁଁ ଆଜି ନାବାଳକ ଜଣଙ୍କ ମୋବାଇଲ୍ ଧରି ଗାଁ ନିକଟରେ ଥିବା ପାହାଡ ଉପରେ ଚଢ଼ିଥିଲେ। ହେଲେ ପୂର୍ବରୁ ବର୍ଷା ହୋଇଥିବା ଯୋଗୁଁ ପଥରରେ ପାଦ ଖସି ଯାଇଥିଲା। ଫଳରେ ନାବାଳକଜଣଙ୍କ ପାହାଡ଼ ଉପରୁ ଖସି ପଡ଼ିଥିଲେ।

ତାଙ୍କ ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଆହତ ନାବାଳକକୁ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

The post ଅନଲାଇନ୍‌ କ୍ଲାସ୍‌ କରିବାକୁ ପାହାଡ଼ ଚଢ଼ିଥିଲେ ନାବାଳକ, ହଠାତ୍‌ ଖସିଗଲା ଗୋଡ଼ appeared first on Odisha Reporter.

]]>
right top 2021-08-18 13:03:23 https://cdn.odishareporter.in/wp-content/uploads/2021/07/14081824/minor.jpg
‘ମୁଁ ସବ୍‌ଇନ୍ସପେକ୍ଟର ଥିବା ବେଳେ ଏହାଠୁ ଅଧିକ ନେଉଥିଲି’, ଭିଡିଓ ଭାଇରାଲ https://odishareporter.in/odisha/video-viral-in-raygada-667598 Tue, 17 Aug 2021 04:30:45 +0000 https://odishareporter.in/?p=667598

ରାୟଗଡ଼ା(ମନୋଜ ପାତ୍ର): “ଆମେ କେତେ ମନ ଦେଇ କାମ କରୁଛୁ। ଏତେ କମ୍‌ ଆମାଉଣ୍ଟ ହେଲେ କ’ଣ କରିବୁ। ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି।”  ରାୟଗଡ଼ାରେ ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାୟଗଡ଼ା ଅବକାରୀ ବିଭାଗର ଜଣେ କନଷ୍ଟେବଲ ଦୃଶ୍ୟମାନ ହେଉଥିବା ବେଳେ ଯେଉଁ ସ୍ୱର ଶୁଭୁଛି ତାହା ଅବକାରୀ ଅଧୀକ୍ଷକଙ୍କର ବୋଲି କୁହାଯାଉଛି। ହେଲେ ଉଭୟ […]

The post ‘ମୁଁ ସବ୍‌ଇନ୍ସପେକ୍ଟର ଥିବା ବେଳେ ଏହାଠୁ ଅଧିକ ନେଉଥିଲି’, ଭିଡିଓ ଭାଇରାଲ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): “ଆମେ କେତେ ମନ ଦେଇ କାମ କରୁଛୁ। ଏତେ କମ୍‌ ଆମାଉଣ୍ଟ ହେଲେ କ’ଣ କରିବୁ। ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି।”  ରାୟଗଡ଼ାରେ ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାୟଗଡ଼ା ଅବକାରୀ ବିଭାଗର ଜଣେ କନଷ୍ଟେବଲ ଦୃଶ୍ୟମାନ ହେଉଥିବା ବେଳେ ଯେଉଁ ସ୍ୱର ଶୁଭୁଛି ତାହା ଅବକାରୀ ଅଧୀକ୍ଷକଙ୍କର ବୋଲି କୁହାଯାଉଛି। ହେଲେ ଉଭୟ ଏହାକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓ ଗତ ୩ ଦିନ ହେବ ଭାଇରାଲ ହେଉଥିବା ବେଳେ ଆଜି ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ କନଷ୍ଟେବଲ ସୁଶାନ୍ତ ପାତ୍ର ଗତ ଏପ୍ରିଲ ୧୩  ତାରିଖରେ ଗୁଣପୁରକୁ ଯାଇଥିବା ବେଳେ ଏକ ଲଜ୍‌ରେ ରହିଥିଲେ। ସେଠାରେ କୌଣସି ମଦ ଦୋକାନର କର୍ମଚାରୀଙ୍କ ସହ ଟଙ୍କା କାରବାରକୁ ନେଇ ହୋଇଥିବା ସେମାନଙ୍କ କଥାବାର୍ତ୍ତାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଅବକାରୀ ଅଧୀକ୍ଷକ ତାଙ୍କ ବିଭାଗର କନଷ୍ଟେବଲଙ୍କ ଜରିଆରେ ଅର୍ଥ କାରବାର କଥା କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଶୁଣା ଯାଉଛି।

ଭିଡିଓ ଭାଇରାଲ ହେବା ପରେ ରାୟଗଡା ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ’ବାକି ନିଅ, ଆଡଭାନ୍ସ ବି ନିଅ। ଆଉ ୧.୫ ୨ ଦିନରେ ଦେଇଦେବି। ହିସାବ ସବୁ ଆଣିଛି’ ବୋଲି ମଦ ଦୋକାନ କର୍ମଚାରୀ ଜଣକ କହୁଛନ୍ତି।

ଅନ୍ୟପକ୍ଷରେ  ‘ଆମେ କେତେ ମନ ଦେଇ କାମ କରୁଛୁ। ଆମାଉଣ୍ଟ  ବହୁତ କମ୍‌ ହୋଇଗଲା ।   ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି। ଏପରିକି ପାତ୍ରପୁରରେ ଥିବା ବେଳେ ଗୋଟିଏ ମଦ ଦୋକାନରୁ ୧୫ ହଜାର ନେଉଥିଲି’ ବୋଲି ଅବକାରୀ ଅଧୀକ୍ଷକ କହୁଥିବା ଶୁଣିବାକୁ ମିଳୁଛି। ତେବେ ଉଭୟ ଅବକାରୀ ଅଧୀକ୍ଷକ ଓ କନଷ୍ଟେବଲ ଏବେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ସେମାନଙ୍କୁ ଫସା ଯାଉଥିବା କହିଛନ୍ତି।

ଏନେଇ ଅବକାରୀ ଅଧୀକ୍ଷକ କହିଛନ୍ତି, ଆମର ଏଥିରେ କିଛି ସମ୍ପୃକ୍ତି ନାହିଁ। କେବେକାର ଘଟଣା ମୋର ମନେ ପଡ଼ୁନି । କୋଭିଡ, ରେଡକ୍ରସ ପାଇଁ କଲେକସନ୍‌ ହୋଇଥିବ। କିଏ ଭାଇରାଲ କରିଛି।

କନଷ୍ଟେବଲ ସୁଶାନ୍ତ ପାତ୍ର କହିଛନ୍ତି, ଭିଡିଓରେ କିଛି ସତ୍ୟତା ନାହିଁ। ମୋର କିଛି ସମ୍ପୃକ୍ତି ନାହିଁ। ସେଠାରେ କିଛି ଲାଞ୍ଚ କାରବାର ହୋଇନି। ମୋ ପକେଟରେ ମୁଁ ହାତ ଭର୍ତ୍ତି କରିଛି। ସରକାରୀ ପଇସା ଭୁଲ୍‌ ଭାବେ ରହି ଯାଇଥିଲା। ଏପ୍ରିଲ ୧୨ରେ ସରକାରୀ ଚାଲାଣ କଟିଥିଲା। ଟଙ୍କା କାରବାର କିଛି ନାହିଁ। ସରକାରୀ ଚାଲାଣ ମୋତେ ହ୍ୱାଟସ୍‌ ଆପ୍‌ରେ ମେସେଜ କରିଥିଲେ। କିଛି ଟଙ୍କା କାରବାର ହୋଇନି। ନ୍ୟସ୍ତସ୍ୱାର୍ଥ ପାଇଁ ଏପରି ଭିଡିଓ କରି କିଏ ଭାଇରାଲ କରିଛି।

ଏନେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି,   ଘଟଣାରେ ପ୍ରାଥମିକ ଭାବେ ଭିଡ଼ିଓରେ ଦେଖା ଯାଉଥିବା ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି ।ଏହି ଘଟଣାରେ ସବିଶେଷ ତଦନ୍ତ ପାଇଁ ଏଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ସଂପୃକ୍ତ ରହିଥିବା ଅନ୍ୟମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଜିଏବି ଏଭଳି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

The post ‘ମୁଁ ସବ୍‌ଇନ୍ସପେକ୍ଟର ଥିବା ବେଳେ ଏହାଠୁ ଅଧିକ ନେଉଥିଲି’, ଭିଡିଓ ଭାଇରାଲ appeared first on Odisha Reporter.

]]>
centre bottom, Corrupt Police, viral video 2021-08-17 12:56:16 https://cdn.odishareporter.in/wp-content/uploads/2021/08/17095610/raygada-1.jpg
ଅଭିଯୋଗକାରୀ ହିଁ କରିଥିଲା ଚୋରି, ଶେଷରେ ସତ ଓଗାଳିଲା https://odishareporter.in/odisha/complaint-was-theft-police-found-663869 Tue, 03 Aug 2021 02:54:04 +0000 https://odishareporter.in/?p=663869

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଏକ ଚୋରି ଘଟଣାର ଛାନଭିନ କରୁ କରୁ ପୁଲିସ୍‌ ପାଇଲା ରୋଚକ ତଥ୍ୟ।  ଯିଏ ଅଭିଯୋଗ କରିଥିଲା ସେ  ହିଁ ସାଜିଥିଲା ଚୋର । ନିଜ ଭାଇ ଆଖିରେ ଧୂଳି ଦେଇ ସବୁ ଟଙ୍କା ହଡ଼ପ କରିବା ଅଭିଯୋଗରେ ରଚା ଯାଇଥିଲା ଏପରି ପୂରା ଗେମ୍‌ ପ୍ଲାନ୍‌। ନିଜେ ଟଙ୍କା ଲୁଚାଇ ଆଣିଥିଲା ଚୋରି ଅଭିଯୋଗ। ହେଲେ ଶେଷରେ ପୁଲିସ୍‌ ପଚରାଉଚରା ସମୟରେ ସତ ଓଗାଳିଲା ଅଭିଯୋଗକାରୀ। ତାଙ୍କ ଘରୁ ପୁଲିସ୍‌ ୨୪ ଲକ୍ଷ […]

The post ଅଭିଯୋଗକାରୀ ହିଁ କରିଥିଲା ଚୋରି, ଶେଷରେ ସତ ଓଗାଳିଲା appeared first on Odisha Reporter.

]]>

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଏକ ଚୋରି ଘଟଣାର ଛାନଭିନ କରୁ କରୁ ପୁଲିସ୍‌ ପାଇଲା ରୋଚକ ତଥ୍ୟ।  ଯିଏ ଅଭିଯୋଗ କରିଥିଲା ସେ  ହିଁ ସାଜିଥିଲା ଚୋର । ନିଜ ଭାଇ ଆଖିରେ ଧୂଳି ଦେଇ ସବୁ ଟଙ୍କା ହଡ଼ପ କରିବା ଅଭିଯୋଗରେ ରଚା ଯାଇଥିଲା ଏପରି ପୂରା ଗେମ୍‌ ପ୍ଲାନ୍‌। ନିଜେ ଟଙ୍କା ଲୁଚାଇ ଆଣିଥିଲା ଚୋରି ଅଭିଯୋଗ। ହେଲେ ଶେଷରେ ପୁଲିସ୍‌ ପଚରାଉଚରା ସମୟରେ ସତ ଓଗାଳିଲା ଅଭିଯୋଗକାରୀ। ତାଙ୍କ ଘରୁ ପୁଲିସ୍‌ ୨୪ ଲକ୍ଷ ଟଙ୍କା ଓ  ସୁନା ଅଳଙ୍କାର ଜବତ କରିଛି। ଶେଷରେ ଯିଏ ଅଭିଯୋଗ କରିଥିଲା, ତାକୁ ହିଁ ବାନ୍ଧିଲା ପୁଲିସ୍‌।  ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଂଚଳରେ ।

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ବି. ବିଶ୍ୱ ଗଣପତି ଶର୍ମା ଓ ତାଙ୍କ ମା’  ଆନ୍ଧ୍ର ଯାଇଥିବା ବେଳେ କେହି ତାଙ୍କ ଘରେ ପଶି ୩୦ ଲକ୍ଷ ଟଙ୍କା ଓ ୧୦  ଭରି ସୁନା ଚୋରି କରି ନେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ  । ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ସଦର ପୁଲିସ୍‌ ତନାଘନା ଆରମ୍ଭ କରିଥିଲା । ସାଇଂଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ କରି ପୁଲିସ୍‌ ଯାହା ପାଇଲା ତାହାକୁ ବିଶ୍ୱାସ କରିବା ସହଜ ନ ଥିଲା।

। ତଦନ୍ତ ବେଳେ ଅଭିଯୋଗକାରୀ ବିଶ୍ଵନାଥ ଉପରେ ପୁଲିସ୍‌ର ସନ୍ଦେହ ବଢ଼ିଲା।  ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶ ପାଲକୋଣ୍ଡା ଯାଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୋଗ କରି ବିଶ୍ୱ ଗଣପତିଙ୍କ ଉପରେ ସନ୍ଦେହ ହେବାରୁ ଜେରା କଲାବେଳେ ସତକଥା ମାନି ଯାଇଥିଲା ।

ନିଜ ଭାଇକୁ ଲୁଚାଇ ଟଙ୍କା ହଡ଼ପ କରିବା ନିମନ୍ତେ ବିଶ୍ୱନାଥ ବିଛାଇଥିଲେ ଏପରି ସୁଚିନ୍ତିତ ଜାଲ। ନିଜର ଏକ ଜାଗା କିଣିବା ପାଇଁ ସେ ଘରେ ଟଙ୍କା ଲୁଚାଇ ଚୋରିର ନାଟକ କରିଥିଲେ। ବିଶ୍ୱ ଗଣପତିଙ୍କଠାରୁ ପାଇଥିବା  ସୂଚନା ମୁତାବକ ପୁଲିସ୍‌ ତାଙ୍କ ରାୟଗଡ଼ାସ୍ଥିତ ଘରୁ  ହିଁ   ୨୪ ଲକ୍ଷ ଟଙ୍କା ଓ ସୁନା ଗହଣା  ଜବତ କରିଛି । ଅବଶିଷ୍ଟ ୬ ଲକ୍ଷ ଟଙ୍କା ଜବତ ପାଇଁ ଅଭିଯୁକ୍ତକୁ  ଅଟକ ରଖି ଅଧିକ ତଦନ୍ତ ଚଳାଇ ଥିବା ପୁଲିସ୍‌ କହିଛି।

ଏନେଇ ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ କହିଛନ୍ତି,  ୩୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ଲୁଟ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ତଦନ୍ତ ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶରେ ୨ଟି ଟିମ୍‌ ଗଠିତ ହୋଇଥିଲା।  ଛାନଭିନ ବେଳେ ଘରେ ଟଙ୍କା ଲୁଚା ଯାଇଥିବା ଜଣାପଡ଼ିଥିଲା। ଏହାପରେ ଘରୁ ୨୪ ଲକ୍ଷ ଓ ସୁନା ଘରୁ ମିଳିଲା। ଜାଗା କିଣିବା ପାଇଁ ଭାଇକୁ ଲୁଚାଇକି ଏହି ନାଟକ କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ।

The post ଅଭିଯୋଗକାରୀ ହିଁ କରିଥିଲା ଚୋରି, ଶେଷରେ ସତ ଓଗାଳିଲା appeared first on Odisha Reporter.

]]>
centre bottom 2021-08-03 08:31:10 https://cdn.odishareporter.in/wp-content/uploads/2021/08/03081917/chori-1.jpg
ଚିକିତ୍ସା ପାଇଁ ଆସିଥିଲେ ଯୁବତୀ, ଝରକାରୁ ଡେଇଁ ପଡ଼ିଲେ https://odishareporter.in/odisha/a-young-girl-allegedly-committed-suicide-by-jumping-from-the-bathroom-of-third-floor-of-medical-657737 Sat, 10 Jul 2021 06:25:47 +0000 https://odishareporter.in/?p=657737

ରାୟଗଡ଼ା(ମନୋଜ ମୁନି): ଚିକିତ୍ସା ହେବାକୁ ହସ୍ପିଟାଲରେ ଆଡମିଟ ହୋଇଥିବା ଜଣେ ଯୁବତୀ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ରାୟଗଡ଼ା ହସ୍ପିଟାଲରେ  ଆଜି ଭୋରରୁ ହୋଇଛି। ମୃତ ଯୁବତୀଙ୍କ ଘର ସଦର ଥାନା ତୁମ୍ବିଗୁଡ଼ା ଗାଁରେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ,  ଅସୁସ୍ଥତା ଯୋଗୁଁ ଗତ ୭ ତାରିଖରେ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ତାଙ୍କୁ ଜ୍ୱର ହୋଇଥିଲା। ଚିକିତ୍ସାଧୀନ ଥିବା […]

The post ଚିକିତ୍ସା ପାଇଁ ଆସିଥିଲେ ଯୁବତୀ, ଝରକାରୁ ଡେଇଁ ପଡ଼ିଲେ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ମୁନି): ଚିକିତ୍ସା ହେବାକୁ ହସ୍ପିଟାଲରେ ଆଡମିଟ ହୋଇଥିବା ଜଣେ ଯୁବତୀ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ରାୟଗଡ଼ା ହସ୍ପିଟାଲରେ  ଆଜି ଭୋରରୁ ହୋଇଛି। ମୃତ ଯୁବତୀଙ୍କ ଘର ସଦର ଥାନା ତୁମ୍ବିଗୁଡ଼ା ଗାଁରେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ,  ଅସୁସ୍ଥତା ଯୋଗୁଁ ଗତ ୭ ତାରିଖରେ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ତାଙ୍କୁ ଜ୍ୱର ହୋଇଥିଲା। ଚିକିତ୍ସାଧୀନ ଥିବା ବେଳେ ଆଜି ଭୋର ପ୍ରାୟ ୪ଟାରେ ସେ ବାଥରୁମ୍‌କୁ ଯାଇ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ବାଥରୁମ୍‌ର କାଚ ଝରକା ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ ।  ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି।   ଯୁବତୀଜଣକ କାହିଁକି ଆତ୍ମହତ୍ୟା କଲେ ଜଣା ପଡ଼ି ନ ଥିବା ବେଳେ ପୁଲିସ୍‌ ତଦନ୍ତ ପରେ ଘଟଣା ସାମନାକୁ ଆସିବ ବୋଲି ରାୟଗଡ଼ା ଏଡିଏମ୍‌ କହିଛନ୍ତି।

The post ଚିକିତ୍ସା ପାଇଁ ଆସିଥିଲେ ଯୁବତୀ, ଝରକାରୁ ଡେଇଁ ପଡ଼ିଲେ appeared first on Odisha Reporter.

]]>
right bottom 2021-07-10 14:26:00 https://cdn.odishareporter.in/wp-content/uploads/2021/07/10115323/raygada.jpg
ଟିକା ନେଲେ ମରି ଯାଉଛନ୍ତି! ଭୟରେ ଗାଁ ଛାଡ଼ିଲେ ଲୋକେ https://odishareporter.in/odisha/rayagada/people-left-the-village-for-fear-of-covid-vaccination-650001 Thu, 10 Jun 2021 17:19:21 +0000 https://odishareporter.in/?p=650001

ରାୟଗଡ଼ା (ମନୋଜ ପାତ୍ର): କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକରଣ ହିଁ ଏକମାତ୍ର ରାମବାଣ ବୋଲି କୁହାଯାଉଛି। ଟିକାକରଣ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବାକୁ ମଧ୍ୟ ସରକାର କରୁଛନ୍ତି। କିନ୍ତୁ ରାୟଗଡା ଜିଲ୍ଲାରେ ଏହି ଟିକାକରଣ ଫେଲ ମାରିଛି। ସଚେତନତା ଅଭାବରୁ ଏବେ ଗାଁ ଗଣ୍ଡାରେ ଟିକା ନା ଶୁଣିଲେ ଲୋକେ ଭୟରେ ତାଟିକବାଟ ପକାଉଥିବା ବେଳେ କେତେକ ସ୍ଥାନରେ ଲୋକେ ମେଡିକାଲ ଟିମ୍ଁ‌ ଦେଖିଲେ ଗାଁ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି। କରୋନା […]

The post ଟିକା ନେଲେ ମରି ଯାଉଛନ୍ତି! ଭୟରେ ଗାଁ ଛାଡ଼ିଲେ ଲୋକେ appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକରଣ ହିଁ ଏକମାତ୍ର ରାମବାଣ ବୋଲି କୁହାଯାଉଛି। ଟିକାକରଣ ପ୍ରକ୍ରିୟାକୁ ଅଧିକ ଜୋରଦାର କରିବାକୁ ମଧ୍ୟ ସରକାର କରୁଛନ୍ତି। କିନ୍ତୁ ରାୟଗଡା ଜିଲ୍ଲାରେ ଏହି ଟିକାକରଣ ଫେଲ ମାରିଛି। ସଚେତନତା ଅଭାବରୁ ଏବେ ଗାଁ ଗଣ୍ଡାରେ ଟିକା ନା ଶୁଣିଲେ ଲୋକେ ଭୟରେ ତାଟିକବାଟ ପକାଉଥିବା ବେଳେ କେତେକ ସ୍ଥାନରେ ଲୋକେ ମେଡିକାଲ ଟିମ୍ଁ‌ ଦେଖିଲେ ଗାଁ ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି।

କରୋନା ଟିକା ନେଲେ ଲୋକେ ମରିଯାଉଥିବା ଖବର ପ୍ରଚାରିତ ହେବା ଦ୍ୱାରା ଆଦିବାସୀ ଇଲାକାରେ ଲୋକେ ଟିକା ନେବାକୁ ଡରୁଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇ ପୁଣିଥରେ ଟିକା ଦାନ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଅର୍ନ୍ତଗତ ଚମ୍ପାକଣା ଗାଁର ଅଧିକାଂଶ ଘରେ ଲୋକେ ନଥିବା ବେଳେ ଅନେକ ଘରେ ତାଲା ପଡ଼ିଛି। ଏହାର କାରଣ ହେଉଛି କରୋନା ଟିକା ଭୟ। ଟୀକା ଦେବା ନାଁ ଶୁଣିବା ମାତ୍ରେ ଲୋକେ ଘରଦ୍ୱାର ଛାଡି ଗାଁରୁ ଛୁ ମାରୁଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଗାଁରେ ଅପେକ୍ଷା କରିବା ପରେ ଟିକା ଦେଇନପାରି ଖାଲି ହାତରେ ଫେରି ଯାଉଛନ୍ତି। କେବଳ ଚମ୍ପାକଣା ନୁହେଁ ନିକଟସ୍ଥ କିଆଝୋଲା, ତରଳାବାଡ଼ି ସମେତ ଅନ୍ୟ କିଛି ଗ୍ରାମରେ ମଧ୍ୟ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା ନେବା ଲୋକର ସ୍ୱାସ୍ଥ୍ୟ ଖରାପ ହେଉଥିବା ଓ ସେ କିଛିଦିନ ପରେ ମରି ଯାଉଥିବା ଖବର ପ୍ରଚାରିତ ହେବା ପରେ ଗାଁ ଗହଳିରେ ଏବେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି ଓ ଲୋକେ ଟିକା ନେବାକୁ ମଙ୍ଗୁନାହାନ୍ତି।

ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଁ ଗହଳିରେ କରୋନ ଟିକା ଦେବା ପାଇଁ ସଚେତନ କରାଯାଉଥିବା କୁହାଯାଉଛି, ହେଲେ ଗାଁ ଗହଳିରେ ଏହାର କୌଣସି ପ୍ରଭାବ ପଡୁଥିବା ଲକ୍ଷ୍ୟ କରାଯାଉନାହିଁ। ଆଦିବାସୀ ଗ୍ରାମରେ କରୋନା ଟିକା ନେଲେ ଲୋକେ ଅସୁସ୍ଥ ହୋଇ ପଡିବା ସହ ମୃତ୍ୟୁ ବରଣ କରୁଥିବା ଗୁଜବ ପ୍ରଚାର ହେବାରେ ଲାଗିଛି। ଫଳରେ ଲୋକେ ଟିକା ନାଁ ଶୁଣିଲେ ଭୟଭୀତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କ ମନରୁ ଏଭଳି ଭୟ ଦୂର କରିବା ସହ ଟିକା ପ୍ରତି ବିଶ୍ୱାସ ଜନ୍ମାଇବା ଆବଶ୍ୟକ ହୋଇ ପଡିଛି।

ଅନ୍ୟପଟେ ଏଭଳି ଘଟଣା ବାରମ୍ୱାର ଘଟୁଥିବା ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ତେବେ ଗ୍ରାମାଞ୍ଚଳ ଗୁଡିକରେ ପୁଣି ବ୍ୟାପକ ସଚେତନତା ଆରମ୍ଭ କରାଯିବ ଏବଂ ଲୋକଙ୍କୁ ଟିକାକରଣ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ।

The post ଟିକା ନେଲେ ମରି ଯାଉଛନ୍ତି! ଭୟରେ ଗାଁ ଛାଡ଼ିଲେ ଲୋକେ appeared first on Odisha Reporter.

]]>
centre bottom, Covid Vaccine 2021-06-11 15:20:39 https://cdn.odishareporter.in/wp-content/uploads/2021/06/10224852/vaccine-6.jpg
ଡଙ୍ଗରିଆଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ https://odishareporter.in/odisha/rayagada/dangrias-hunger-satisfy-salap-jau-649663 Wed, 09 Jun 2021 12:02:10 +0000 https://odishareporter.in/?p=649663

କଲ୍ୟାଣସିଂପୁର(ମାଉଡ଼ି ବାରିକ୍): ଭୋକ ମେଣ୍ଟାଉଛି ସଲପ ଜାଉ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳ ପାରସାଲି ପଞ୍ଚାୟତର  ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନେ ଏବେବି ସଲପ ଗଛର ଶୁଖିଲା କାଣ୍ଡର ଚୁନାକୁ ଜାଉ କରି ଖାଉଛନ୍ତି। ତେବେ ଏହା ଅଖାଦ୍ୟ ଓ ଏହା ଦ୍ୱାରା ଝାଡାବାନ୍ତି ଵ୍ୟାପିପାରେ ବୋଲି  କହିଛନ୍ତି ବିଡିଓ। ଶୁଖିଯାଇଥିବା ସଲପ ଗଛର ଛୋଟ ଛୋଟ କାଠକୁ ସଂଗ୍ରହ କରି ପିଠି ଗୁଣ୍ଡ କରନ୍ତି ଆଦିବାସୀ।  ଏହି ଗୁଣ୍ଡକୁ ଚକିରେ […]

The post ଡଙ୍ଗରିଆଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ appeared first on Odisha Reporter.

]]>

କଲ୍ୟାଣସିଂପୁର(ମାଉଡ଼ି ବାରିକ୍): ଭୋକ ମେଣ୍ଟାଉଛି ସଲପ ଜାଉ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳ ପାରସାଲି ପଞ୍ଚାୟତର  ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନେ ଏବେବି ସଲପ ଗଛର ଶୁଖିଲା କାଣ୍ଡର ଚୁନାକୁ ଜାଉ କରି ଖାଉଛନ୍ତି। ତେବେ ଏହା ଅଖାଦ୍ୟ ଓ ଏହା ଦ୍ୱାରା ଝାଡାବାନ୍ତି ଵ୍ୟାପିପାରେ ବୋଲି  କହିଛନ୍ତି ବିଡିଓ।

ଶୁଖିଯାଇଥିବା ସଲପ ଗଛର ଛୋଟ ଛୋଟ କାଠକୁ ସଂଗ୍ରହ କରି ପିଠି ଗୁଣ୍ଡ କରନ୍ତି ଆଦିବାସୀ।  ଏହି ଗୁଣ୍ଡକୁ ଚକିରେ ଘୁରେଇ ଚାଲୁଣିରେ ଚଲେଇ ବାହାର କରନ୍ତି ଚୁନା।  ଚୁନାକୁ ଗୋଟାଏ ଦିନ ବତରେଇ ଗରମ ପାଣି ରେ ଗୋଳାଇ ପ୍ରସ୍ତୁତ କରୁଛନ୍ତି ସଲପ ଜାଉ। ଏହି ସଲପ ଜାଉକୁ ଜଙ୍ଗଲି ଶାଗ ସହିତ ଖାଉଛନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳ ପାରାସାଲି ପଞ୍ଚାୟତ ବୁଡୁଣୀ ଗାଁର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ସଲପ ଯାଉ ସ୍ୱାସ୍ଥ୍ୟପକ୍ଷେ ହାନିକାର ହୋଇଥିଲେ ମଧ୍ୟ ବଞ୍ଚିବା ପାଇଁ ସେମାନେ ଏହା ଖାଇବାକୁ ବାଧ୍ୟ ହେଉଛନ୍ତି। ଏହା ସେମାନଙ୍କର ଏକ ପାରମ୍ପରିକ ଖାଦ୍ୟ ମଧ୍ୟ।

ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ରହିଥିବା ନିୟମଗିରି ପର୍ବତ ଉପରେ ବସ୍ ବାସ କରୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ମୁଖ୍ୟସ୍ରୋତରେ ପହଞ୍ଚାଇବା ତଥା ପାଇଁ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ନିମନ୍ତେ ୧୯୮୬ମସିହାରେ ସରକାରଙ୍କ ସ୍ୱତନ୍ତ୍ର ବିଭାଗ “ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା”(DKDA) ନାମରେ କାର୍ଯ୍ୟକାରୀ ହୋଇଥିଲା । ୨୦୧୭ ମସିହାରେ ପୁଣି ଆଉ ଗୋଟିଏ ବିଭାଗ ଯୋଡା ଗଲା । ସେହି ବିଭାଗ ହେଉଛି “ଓଡିଶା ଆଦିମ ଜନଜାତି ସହସକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ। ଅର୍ଥାତ୍ ଓ.ପି.ଇ.ଲି.ପି(Odisha PVTG Empowermentand livelihoods improvement programma)।  ଏହି ବିଭାଗକୁ ଓଡିଶା ସରକାର ଓ ଆଇଫୋଡ୍ (IFAD) କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଏହାର ପରିଚାଳା ଓ ଖର୍ଚ୍ଚ କରିବା ଦାୟିତ୍ଵ “ଫାର୍ ମୁନିଗୁଡା” ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା କୁ ଦିଆଯାଇଛି।ହେଲେ ଏମାନଙ୍କ ଉନ୍ନତି ପାଇଁ ଏହି ଦୁଇ ବିଭାଗ ଜରିଆରେ ଆସିଥିବା କୋଟି କୋଟି ଟଙ୍କା କୁ କାର୍ଯ୍ୟର ତଦାରଖ ଦାୟିତ୍ୱରେ ଥିବା ଅଧିକାରୀ ଲୁଟ୍‌ କରୁଥିବା ଅଭିଯୋଗ ହେଉଛି।

ଦୀର୍ଘ ୩୫ ବର୍ଷ ହେଵ ଏହି ଦୁଇ ବିଭାଗର ଏହି ଅଞ୍ଚଳର  ଲୋକଙ୍କ ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏବେବି ଏମାନେ ସଲପ ଜାଉ ପରି ଅଖାଦ୍ୟ ଖାଇ ବଞ୍ଚୁଛନ୍ତି ଡଙ୍ଗରିଆ କନ୍ଧ।

ସଲପ ଜାଉ ଅଖାଦ୍ୟ । କିନ୍ତୁ ଡଙ୍ଗରିଆ କନ୍ଧମାନେ ଏହାକୁ ଖାଉଛନ୍ତି । ଏଣୁ ମୁଁ ନିଜେ ଯାଇ ଦେଖି  ନଖାଇବକୁ ସଚେତନ କରିଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଲୁ ଚରଣ ନାୟକ କହିଛନ୍ତି । କିନ୍ତୁ ଡିକେଡିଏ ଓ ଓପିଲିପି  ବିଭାଗରେ କର୍ମଚାରୀ ଡଙ୍ଗରିଆ କନ୍ଧଙ୍କ ଉନ୍ନତି ନାମରେ ଆସୁଥିବା ଅର୍ଥ ବ୍ୟାପକ ହେରଫେର  ଅଭିଯୋଗକୁ ସେ ଏଡ଼ାଇ ଦେଇଛନ୍ତି।

The post ଡଙ୍ଗରିଆଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ appeared first on Odisha Reporter.

]]>
centre bottom 2021-06-09 17:32:10 https://cdn.odishareporter.in/wp-content/uploads/2021/06/09172602/salap.jpg
ଏମିତି ଵି ଆସେ ମୃତ୍ୟୁ, ଗାଧୋଇବା ବେଳେ ପଡ଼ିଗଲା ଗଛ https://odishareporter.in/odisha/a-woman-deda-due-to-a-large-tree-fell-down-on-her-head-649530 Wed, 09 Jun 2021 07:27:17 +0000 https://odishareporter.in/?p=649530

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଏମିତି ବି ଆସେ ମୃତ୍ୟୁ। ନଈକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳାଙ୍କ ଉପରେ ଏକ  ବିରାଟକାୟ ଗଛ ପଡ଼ିଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।  ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ବାହାରପଦାମଞ୍ଜି ଗାଁରେ। ମୃତ ମହିଳାଙ୍କ ନାଁ ସୁମିତ୍ରା ସାହୁ। ଆଜି ସକାଳେ ଗାଁ ନିକଟ ଝରଣାକୁ ସୁମିତ୍ରା ଗାଧୋଇବାକୁ ଯାଇଥିଲେ।  ମାତ୍ର ଗାଧୋଇବା ବେଳେ ହଠାତ୍ ତାଙ୍କ ଉପରେ ଏକ ବିରାଟକାୟ ଶୁଖିଲା ଆମ୍ବ […]

The post ଏମିତି ଵି ଆସେ ମୃତ୍ୟୁ, ଗାଧୋଇବା ବେଳେ ପଡ଼ିଗଲା ଗଛ appeared first on Odisha Reporter.

]]>

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଏମିତି ବି ଆସେ ମୃତ୍ୟୁ। ନଈକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳାଙ୍କ ଉପରେ ଏକ  ବିରାଟକାୟ ଗଛ ପଡ଼ିଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।  ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ବାହାରପଦାମଞ୍ଜି ଗାଁରେ।

ମୃତ ମହିଳାଙ୍କ ନାଁ ସୁମିତ୍ରା ସାହୁ। ଆଜି ସକାଳେ ଗାଁ ନିକଟ ଝରଣାକୁ ସୁମିତ୍ରା ଗାଧୋଇବାକୁ ଯାଇଥିଲେ।  ମାତ୍ର ଗାଧୋଇବା ବେଳେ ହଠାତ୍ ତାଙ୍କ ଉପରେ ଏକ ବିରାଟକାୟ ଶୁଖିଲା ଆମ୍ବ ଗଛ ଭାଙ୍ଗି ପଡ଼ି ଯାଇଥିଲା।

ପରିବାର ଲୋକେ ପହଞ୍ଚି ଗୁରୁତର ସୁମିତ୍ରାଙ୍କୁ ମେଡିକାଲ ନେବାକୁ ବାହାରିଥିଲେ। କିନ୍ତୁ ତା’ ପୂର୍ବରୁ ସେ ଆଖି ବୁଜି ଦେଇଥିଲେ।

ଖବର ପାଇ କାଶୀପୁର ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏସଂପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

The post ଏମିତି ଵି ଆସେ ମୃତ୍ୟୁ, ଗାଧୋଇବା ବେଳେ ପଡ଼ିଗଲା ଗଛ appeared first on Odisha Reporter.

]]>
accident, right bottom 2021-06-09 16:17:18 https://cdn.odishareporter.in/wp-content/uploads/2021/06/09125404/tree1.jpg
ରାୟଗଡ଼ାରେ ରୋଗୀଙ୍କଠାରୁ ମୃତ୍ୟୁହାର ଅଧିକ! https://odishareporter.in/odisha/death-rate-in-rayagada-is-higher-than-positive-rate-648670 Sat, 05 Jun 2021 09:28:43 +0000 https://odishareporter.in/?p=648670

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡା ଜିଲ୍ଳାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଜିଲ୍ଳାରେ ପ୍ରତିଦିନ ୨୦୦ରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତା ସଙ୍ଗେ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ଜିଲ୍ଲାରେ ୧୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି। ପ୍ରତିଦିନ […]

The post ରାୟଗଡ଼ାରେ ରୋଗୀଙ୍କଠାରୁ ମୃତ୍ୟୁହାର ଅଧିକ! appeared first on Odisha Reporter.

]]>

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡା ଜିଲ୍ଳାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଜିଲ୍ଳାରେ ପ୍ରତିଦିନ ୨୦୦ରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତା ସଙ୍ଗେ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ଜିଲ୍ଲାରେ ୧୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି। ପ୍ରତିଦିନ ୩ରୁ ୩ ଜଣଙ୍କ ମୃତ୍ୟୁ ଘଟୁଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ କରୋନା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। କରୋନା ମୃତ୍ୟୁକୁ ନେଇ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। କୋଭିଡ୍‍ ହସ୍ପିଟାଲର ଚିକିତ୍ସା ଅବହେଳାକୁ ଦାୟୀ କରୁଥିବା ବେଳେ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ନେଇ ଅନେକ ରୋଗୀଙ୍କ ସମ୍ପର୍କୀୟ ତଥା ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।

କରୋନାରେ ମୃତ୍ୟୁବରଣ କରିଥିବା ଜଣେ ରୋଗୀଙ୍କ ସଂପର୍କୀୟ ଜି. ମୃତ୍ୟୁଞ୍ଜୟ କହିଛନ୍ତି ଯେ ଇଏସଆଇ କୋଭିଡ଼ ହସ୍ପିଟାଲରେ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି। ସେଠାରେ ରୋଗୀଙ୍କୁ କି ଔଷଧ ଦିଆଯାଉଛି, କ’ଣ ଖାଇବାକୁ ଦିଆଯାଉଛି, କେମିତି ଚିକିତ୍ସା କରାଯାଉଛି କିଛି ପ୍ରକାଶ କରାଯାଉନି। ସେଠି ଆମ ରୋଗୀ ମରିଗଲେ। ଝିଅଟିଏ ଭୋକ ଭୋକ କହି ମରିଗଲା। ଖାଇବାକୁ ଦେଉଛନ୍ତି କି ନାହିଁ ଜଣାନାହିଁ। ସେହିପରି ରାୟଗଡ଼ା ବାସିନ୍ଦା ଶ୍ୟାମ କୁମାର ଦାଶ କହିଛନ୍ତି ଯେ ଜିଲ୍ଲାରେ କରୋନା ପିଜିଟିଭିଟି ହାରଠାରୁ ମୃତ୍ୟୁହାର ଅଧିକ। ପଜିଟିଭିଟି ହାର ୬୦ ହେଲେ ମୃତ୍ୟୁହାର ୭୦। ଏହା ନିଶ୍ଚୟ ଚିନ୍ତାଜନକ।

ଅନ୍ୟପଟେ କରୋନା ହସ୍ପିଟାଲରୁ ବି ଆସୁଛି ଅନେକ ଖୁସି ଖବର । ଅନେକ ରୋଗୀ ଏଠାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ମଧ୍ୟ ହସ୍ପିଟାଲର ସେବା ସୁଶ୍ରୁଷାରେ ଭଲ ହେଉଥିବା କହିଛନ୍ତି। କୋଭିଡ୍‍ ହସ୍ପିଟାଲ ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଉତ୍ତମ ସେବା ଓ ବ୍ୟବହାର ଯୋଗୁଁ କରୋନାରୁ ସୁସ୍ଥ ହୋଇ ନବଜୀବନ ଲାଭ କରିଥିବା କହିଛନ୍ତି ରୋଗୀ ଓ ସମ୍ପର୍କୀୟ। ସୁସ୍ଥ ହୋଇଥିବା କୋଭିଡ୍‍ ରୋଗୀ ବିଦ୍ୟାଭୂଷଣ ପଣ୍ଡା କହିଛନ୍ତି ଯେ ତାଙ୍କ ବାପାଙ୍କୁ କରୋନା ହୋଇଥିଲା। ତାଙ୍କୁ ମଧ୍ୟ କରୋନା ହୋଇଥିଲା। ସମସ୍ତେ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠା ଡାକ୍ତର, ନର୍ସ ଓ ଅନ୍ୟମାନଙ୍କ ସେବା ଓ ଚିକିତ୍ସା ଯୋଗୁଁ ସେମାନେ ସଂପୂର୍ଣ୍ଣ ଭଲ ହୋଇ ଘରକୁ ଫେରୁଛନ୍ତି। ସୁସ୍ଥ ହୋଇଥିବା ଅନ୍ୟ ବହୁ କୋଭିଡ୍‍ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ କୋଭିଡ଼ ହସ୍ପିଟାଲର ଷ୍ଟାଫଙ୍କ ସେବା ଓ ଚିକିତ୍ସାକୁ ପ୍ରଶଂସା କରିଛନ୍ତି।

ତେବେ ରାୟଗଡା କୋଭିଡ୍‍ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ବଢୁଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର। ରାୟଗଡ଼ା କୋଭିଡ଼ ହସ୍ପିଟାଲର ଡାକ୍ତର ଚନ୍ଦ୍ର ଶେଖର ବେହେରା କହିଛନ୍ତି ଯେ କାଜୁଆଲିଟି ବଢ଼ିଛି, ଏହା ସତ। ତେବେ ଅନେକ ରୋଗୀ ମଧ୍ୟ ଭଲ ହୋଇଛନ୍ତି। ରାୟଗଡ଼ା ହସ୍ପିଟାଲରେ ଆବଶ୍ୟକ ସଂଖ୍ୟାରେ ଷ୍ଟାଫ୍‍ ନଥିବାରୁ ସୀମିତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଛି। ଅଧିକ ଡାକ୍ତର ଓ ନର୍ସ ଦିଆଗଲେ ଅଧିକ ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ମିଳିପାରିବ। ସେହିପରି କୋଭିଡ୍‍ ହସ୍ପିଟାଲରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ଅନେକ ରୋଗୀ ଗୁରୁତର ଅବସ୍ଥାରେ ଶେଷ ସମୟରେ ହସ୍ପିଟାଲକୁ ଆସୁଥିବାରୁ ମୃତ୍ୟୁ ଘଟୁଥିବା ସେ କହିଛନ୍ତି।

The post ରାୟଗଡ଼ାରେ ରୋଗୀଙ୍କଠାରୁ ମୃତ୍ୟୁହାର ଅଧିକ! appeared first on Odisha Reporter.

]]>
right top 2021-06-05 14:58:43 https://cdn.odishareporter.in/wp-content/uploads/2021/05/21091021/Corona-Odisha.jpg
ଆମେ ନିୟମ ରାଜାକୁ ପୂଜା କରୁଛୁ , ଆମକୁ କରୋନା ହେବନି https://odishareporter.in/odisha/rayagada/the-kandha-tribe-in-raygarh-oppose-covid-test-643912 Mon, 17 May 2021 13:29:10 +0000 https://odishareporter.in/?p=643912

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର):କୋଭିଡ଼ ଟେଷ୍ଟକୁ ବିରୋଧ କଲେ ଡ଼ଙ୍ଗରିଆ କନ୍ଧ। ନିୟମଗିରିରେ କରୋନା ବୋଲି କିଛି ନାହିଁ। ଆମେ ନିୟମ ରାଜାକୁ ପୂଜା କରୁଛୁ । ତେଣୁ  ଆମର କିଛି ହେବାର ନାହିଁ ବୋଲି କହିଛନ୍ତି ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକକା ଲଦ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲି ପଞ୍ଚାୟତରେ ଆଜି କୋଭିଡ୍‌ ଟେଷ୍ଟ କରିବାକୁ ଯାଇଥିବା ଟିମକୁ ଏମିତି କହି ଫେରାଇ ଦେଇଥିଲେ।  ବିଡିଓଙ୍କ ସହିତ ଏକ ମେଡିକାଲ୍ ଟିମ୍ […]

The post ଆମେ ନିୟମ ରାଜାକୁ ପୂଜା କରୁଛୁ , ଆମକୁ କରୋନା ହେବନି appeared first on Odisha Reporter.

]]>

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର):କୋଭିଡ଼ ଟେଷ୍ଟକୁ ବିରୋଧ କଲେ ଡ଼ଙ୍ଗରିଆ କନ୍ଧ। ନିୟମଗିରିରେ କରୋନା ବୋଲି କିଛି ନାହିଁ। ଆମେ ନିୟମ ରାଜାକୁ ପୂଜା କରୁଛୁ । ତେଣୁ  ଆମର କିଛି ହେବାର ନାହିଁ ବୋଲି କହିଛନ୍ତି ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକକା ଲଦ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲି ପଞ୍ଚାୟତରେ ଆଜି କୋଭିଡ୍‌ ଟେଷ୍ଟ କରିବାକୁ ଯାଇଥିବା ଟିମକୁ ଏମିତି କହି ଫେରାଇ ଦେଇଥିଲେ।  ବିଡିଓଙ୍କ ସହିତ ଏକ ମେଡିକାଲ୍ ଟିମ୍ ପାରସାଲୀ ଠାରେ କ୍ୟାମ୍ପ କରି ଭୂତାଣୁ ପରୀକ୍ଷା କରିବା ନିମନ୍ତେ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କେହି ଡ଼ଙ୍ଗରିଆ କନ୍ଧ ସହଯୋଗ କରି ନଥିଲେ।

ଫଳରେ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଏନେଇ  ବୁଝାସୁଝା କରିବାକୁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି କଲ୍ୟାଣସିଂହପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲୁଚାରଣ ନାୟକ।

The post ଆମେ ନିୟମ ରାଜାକୁ ପୂଜା କରୁଛୁ , ଆମକୁ କରୋନା ହେବନି appeared first on Odisha Reporter.

]]>
right bottom 2021-05-17 18:59:10 https://cdn.odishareporter.in/wp-content/uploads/2021/05/17185442/nmk.jpg
୪ ମାସ ତଳେ ପଡ଼ିଥିଲା ହାତଗଣ୍ଠି; ଗୁଳି ଫୁଟାଇ ଜୀବନ ହାରିଲେ ଯବାନ https://odishareporter.in/odisha/jawan-committed-suicide-after-4-months-of-marriage-639260 Wed, 28 Apr 2021 09:06:15 +0000 https://odishareporter.in/?p=639260

କଲ୍ୟାଣସିଂହପୁର(ମାଉଡି ବାରିକ): ୪ ମାସ ପୂର୍ବେ ପଡ଼ିଥିଲା ହାତଗଣ୍ଠି । ହସଖୁସିର ସଂସାର ଆରମ୍ଭ ହୋଇଥିଲା। ହେଲେ ଅଚାନକ ସଂସାର ଆରମ୍ଭ ହେଉ ହେଉ ଉଜୁଡ଼ିଗଲା।  ନିଜ ରାଇଫଲ୍‌ରୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। ଏପରି  ଅଭାବନୀୟ  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଯାଇଛି। ମୃତ ଯବାନଜଣକ ହେଲେ ଦିଲ୍ଲୀପ ମାଇ। ସେ କାଶୀପୁର ଥାନା BSF ୬୮ ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ।  ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ […]

The post ୪ ମାସ ତଳେ ପଡ଼ିଥିଲା ହାତଗଣ୍ଠି; ଗୁଳି ଫୁଟାଇ ଜୀବନ ହାରିଲେ ଯବାନ appeared first on Odisha Reporter.

]]>

କଲ୍ୟାଣସିଂହପୁର(ମାଉଡି ବାରିକ): ୪ ମାସ ପୂର୍ବେ ପଡ଼ିଥିଲା ହାତଗଣ୍ଠି । ହସଖୁସିର ସଂସାର ଆରମ୍ଭ ହୋଇଥିଲା। ହେଲେ ଅଚାନକ ସଂସାର ଆରମ୍ଭ ହେଉ ହେଉ ଉଜୁଡ଼ିଗଲା।  ନିଜ ରାଇଫଲ୍‌ରୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। ଏପରି  ଅଭାବନୀୟ  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଯାଇଛି।

ମୃତ ଯବାନଜଣକ ହେଲେ ଦିଲ୍ଲୀପ ମାଇ। ସେ କାଶୀପୁର ଥାନା BSF ୬୮ ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ।  ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଆଜି ମଧ୍ୟାହ୍ନ ସମୟରେ ଦିଲ୍ଲୀପ ନିଜ କ୍ୟାମ୍ପରେ ଥିବା ବେଳେ ହଠାତ୍‌ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା। ସାଥୀ ଯବାନମାନେ ଦୌଡ଼ି ଯାଇ ଘଟଣାସ୍ଥଳରେ ଦିଲ୍ଲୀପଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ନିଜ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅନ୍ୟ ଯବାନମାନଙ୍କ ସୂତ୍ରରୁ ଜଣାପଡ଼ିଛି।

ଘଟଣାସ୍ଥଳରେ ରାୟଗଡ଼ା ଡିଏସ୍‌ପି ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ମୃତକଙ୍କ ଘର କେଉଁଠି ଜଣାପଡ଼ିନାହିଁ।

The post ୪ ମାସ ତଳେ ପଡ଼ିଥିଲା ହାତଗଣ୍ଠି; ଗୁଳି ଫୁଟାଇ ଜୀବନ ହାରିଲେ ଯବାନ appeared first on Odisha Reporter.

]]>
right bottom 2021-04-28 14:36:15 https://cdn.odishareporter.in/wp-content/uploads/2021/02/26225338/soldier.jpg
ଘାଟିରେ ଉଠୁଥିଲା, ହଠାତ୍‌ ଓଲଟି ପଡ଼ିଲା ‘ଓମ୍ ସାଇ’ ବସ୍‌ https://odishareporter.in/odisha/bus-accident-in-rayagada-2-638652 Mon, 26 Apr 2021 02:03:27 +0000 https://odishareporter.in/?p=638652

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଘାଟିକୁ ଉଠୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓମ୍ ସାଇ ନାମକ ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା । ତେବେ ଘାଟିରେ ଉଠିବାବେଳେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା । ଫଳରେ ବସ୍‌ରେ ଥିବା […]

The post ଘାଟିରେ ଉଠୁଥିଲା, ହଠାତ୍‌ ଓଲଟି ପଡ଼ିଲା ‘ଓମ୍ ସାଇ’ ବସ୍‌ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଘାଟିକୁ ଉଠୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଓମ୍ ସାଇ ନାମକ ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା । ତେବେ ଘାଟିରେ ଉଠିବାବେଳେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା । ଫଳରେ ବସ୍‌ରେ ଥିବା ପ୍ରାୟ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଖବରପାଇ ମୁକୁନ୍ଦପୁର ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଆଣି ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଛି।

The post ଘାଟିରେ ଉଠୁଥିଲା, ହଠାତ୍‌ ଓଲଟି ପଡ଼ିଲା ‘ଓମ୍ ସାଇ’ ବସ୍‌ appeared first on Odisha Reporter.

]]>
right bottom 2021-04-26 09:43:44 https://cdn.odishareporter.in/wp-content/uploads/2021/04/26073049/bsu.jpg
ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ https://odishareporter.in/odisha/earthquake-hits-rayagada-district-early-this-morning-635789 Thu, 15 Apr 2021 05:06:01 +0000 https://odishareporter.in/?p=635789

ରାୟଗଡ଼ା(ମନୋଜ ପାତ୍ର): ଆଜି ଭୋରରୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁ ଧନଜୀବନ ହାନୀ ହୋଇଥିବାର କୌଣସି ସୂଚନା ମିଳିପାରିନି। ଭୋରରୁ ଲୋକେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ଏହାର ଝଟକା ଅନୁଭବ କରିପାରିନଥିଲେ । ତଥାପି କିଛି ଲୋକ ମୃଦୁ ଭୂକମ୍ପ ଅନୁଭବ କରିପାରି […]

The post ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): ଆଜି ଭୋରରୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପ ଯୋଗୁ ଧନଜୀବନ ହାନୀ ହୋଇଥିବାର କୌଣସି ସୂଚନା ମିଳିପାରିନି।

ଭୋରରୁ ଲୋକେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ଏହାର ଝଟକା ଅନୁଭବ କରିପାରିନଥିଲେ । ତଥାପି କିଛି ଲୋକ ମୃଦୁ ଭୂକମ୍ପ ଅନୁଭବ କରିପାରି ଭୟଭୀତ ହୋଇପଡିଥିବା ସୂଚନା ମିଳିଛି ।

The post ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ appeared first on Odisha Reporter.

]]>
right top 2021-04-15 10:36:38 https://cdn.odishareporter.in/wp-content/uploads/2021/04/15103135/earthquack.1.jpg
GIET ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩ ଦିନ ପାଇଁ ପ୍ରବେଶ ମନା https://odishareporter.in/odisha/2-positive-cases-found-in-giet-university-3-days-restriction-on-movement-633713 Thu, 08 Apr 2021 05:23:54 +0000 https://odishareporter.in/?p=633713

ଗୁଣପୁର(ଇନ୍ଦ୍ରଜିତ ପଣ୍ଡା):  ରାୟଗଡ଼ା ଜିଲ୍ଲା ଗୁଣପୁରସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି -GIET  ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ବିଶ୍ୱବିଦ୍ୟାଳୟକୁ ଆଜିଠାରୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶଅନୁଯାୟୀ, କରୋନା ସଂକ୍ରମିତ ଚିହ୍ନଟ ହେବା କାରଣରୁ GIET  ବିଶ୍ୱବିଦ୍ୟାଳୟକୁ ଗତକାଲି ସିଲ୍‌ କରି ଦିଆଯାଇଛି। ଆଜିଠୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ […]

The post GIET ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩ ଦିନ ପାଇଁ ପ୍ରବେଶ ମନା appeared first on Odisha Reporter.

]]>

ଗୁଣପୁର(ଇନ୍ଦ୍ରଜିତ ପଣ୍ଡା):  ରାୟଗଡ଼ା ଜିଲ୍ଲା ଗୁଣପୁରସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି -GIET  ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ବିଶ୍ୱବିଦ୍ୟାଳୟକୁ ଆଜିଠାରୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି।

ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶଅନୁଯାୟୀ, କରୋନା ସଂକ୍ରମିତ ଚିହ୍ନଟ ହେବା କାରଣରୁ GIET  ବିଶ୍ୱବିଦ୍ୟାଳୟକୁ ଗତକାଲି ସିଲ୍‌ କରି ଦିଆଯାଇଛି। ଆଜିଠୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।  ଫଳରେ କ୍ୟାଂପସ ବାହାରେ ଥିବା ଛାତ୍ରଛାତ୍ରୀ, ଷ୍ଟାଫ୍ ଭିତରକୁ ଆସିପାରିବେ ନାହିଁ କି ଭିତରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ବାହାରକୁ ଯାଇ ପାରିବେ ନାହିଁ । ଏଥିସହ ସାମାଜିକ ଦୂରତା ରକ୍ଷା କରିବାକୁ ସମସ୍ତଙ୍କୁ କୁହାଯାଇଛି।

କ୍ୟାମ୍ପସ୍‌ ମଧ୍ୟରେ ଥିବା ସମସ୍ତଙ୍କର ଆଜିଠୁ କୋଭିଡ ଟେଷ୍ଟ କରାଯିବ।  ମେଡିକାଲ୍ ଟିମ୍‌କୁ ସହଯୋଗ କରିବା ଲାଗି କ୍ୟାମ୍ପସ୍‌ରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ କ୍ୟାମ୍ପସ୍‌ ବାହାରେ ଥିବା ହଷ୍ଟେଲରେ ରହୁଥିବା ପିଲାଙ୍କୁ ମଧ୍ୟ ବାହାରକୁ ବାହାରିବାକୁ ବାରଣ କରାଯାଇଛି।

The post GIET ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩ ଦିନ ପାଇଁ ପ୍ରବେଶ ମନା appeared first on Odisha Reporter.

]]>
centre bottom 2021-04-08 11:12:40 https://cdn.odishareporter.in/wp-content/uploads/2021/04/08105024/GIET-university.jpg
ସପ୍ତାହକୁ ୩ ଦିନ ମାଆ ମଝିଘରିଆଣୀ ଦର୍ଶନ ବନ୍ଦ https://odishareporter.in/odisha/majhighariani-temples-over-covid-surge-632760 Sun, 04 Apr 2021 15:56:52 +0000 https://odishareporter.in/?p=632760

ରାୟଗଡ଼ା (ମନୋଜ ପାତ୍ର): ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଦୈବି ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ରବିବାର ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏହି ସମୟରେ ମନ୍ଦିରର ପୂଜାବିଧି ରୀତିନୀତି ଅନୁସାରେ ହେବ। ଅନ୍ୟାଦେଶ ପର୍ଯ୍ୟନ୍ତ ମଙ୍ଗଳବାର, ବୁଧବାର ଓ ରବିବାର ସାଧାରଣ […]

The post ସପ୍ତାହକୁ ୩ ଦିନ ମାଆ ମଝିଘରିଆଣୀ ଦର୍ଶନ ବନ୍ଦ appeared first on Odisha Reporter.

]]>

ରାୟଗଡ଼ା (ମନୋଜ ପାତ୍ର): ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଦୈବି ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ରବିବାର ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏହି ସମୟରେ ମନ୍ଦିରର ପୂଜାବିଧି ରୀତିନୀତି ଅନୁସାରେ ହେବ। ଅନ୍ୟାଦେଶ ପର୍ଯ୍ୟନ୍ତ ମଙ୍ଗଳବାର, ବୁଧବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ମା’ ମଝିଘରିଆଣୀଙ୍କ ଚୈତ୍ରପର୍ଵ ପାଇଁ ଏପ୍ରିଲ ୨୩ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଛି।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ମଝିଘରିଆଣି ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ପଶ୍ଚିମ ଓଡ଼ିଶାର ଏହି ପ୍ରସିଦ୍ଧ ମନ୍ଦିରକୁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ପ୍ରଭୁତି ପଡୋଶୀ ରାଜ୍ୟରୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାଆନ୍ତି। ମହାମାରୀ କରୋନା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

 

The post ସପ୍ତାହକୁ ୩ ଦିନ ମାଆ ମଝିଘରିଆଣୀ ଦର୍ଶନ ବନ୍ଦ appeared first on Odisha Reporter.

]]>
right bottom 2021-04-04 21:26:52 https://cdn.odishareporter.in/wp-content/uploads/2021/04/04212529/Majhighariani-Temples.jpg
ଦୁଇ ଜଣଙ୍କୁ ଭଲ ପାଉଥିଲେ, ଏବେ ଛୁଆର ବାପାକୁ ଖୋଜୁଛନ୍ତି https://odishareporter.in/odisha/woman-lands-herself-in-trouble-after-falling-in-love-with-two-men-632290 Fri, 02 Apr 2021 17:17:26 +0000 https://odishareporter.in/?p=632290

ରାୟଗଡ଼ା(ମନୋଜ ପାତ୍ର): ଦୁଇ ଦୁଇ ଜଣଙ୍କୁ  ଭଲ ପାଇଥିଲେ। ହେଲେ କାହାର ହୋଇପାରିଲେ ନାହିଁ। କିନ୍ତୁ ବାହା ନହୋଇ ଏବେ ମାଆ ହୋଇଛନ୍ତି। ଆଉ ନିଜ ଗର୍ଭରୁ ଜନ୍ମିତ ପିଲାର ବାପାକୁ ଖୋଜୁଛନ୍ତି। ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରୁ ଆସିଛି। ପରିବାର ଲୋକେ ବାହାର କରିଦେଇଥିବାରୁ ନିଜ ୮ ଦିନ ଛୁଆକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି ଏହି ଯୁବତୀ ଜଣଙ୍କ। ବିଷମକଟକ ବ୍ଲକ ଅଞ୍ଚଳର […]

The post ଦୁଇ ଜଣଙ୍କୁ ଭଲ ପାଉଥିଲେ, ଏବେ ଛୁଆର ବାପାକୁ ଖୋଜୁଛନ୍ତି appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): ଦୁଇ ଦୁଇ ଜଣଙ୍କୁ  ଭଲ ପାଇଥିଲେ। ହେଲେ କାହାର ହୋଇପାରିଲେ ନାହିଁ। କିନ୍ତୁ ବାହା ନହୋଇ ଏବେ ମାଆ ହୋଇଛନ୍ତି। ଆଉ ନିଜ ଗର୍ଭରୁ ଜନ୍ମିତ ପିଲାର ବାପାକୁ ଖୋଜୁଛନ୍ତି। ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରୁ ଆସିଛି। ପରିବାର ଲୋକେ ବାହାର କରିଦେଇଥିବାରୁ ନିଜ ୮ ଦିନ ଛୁଆକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି ଏହି ଯୁବତୀ ଜଣଙ୍କ।

ବିଷମକଟକ ବ୍ଲକ ଅଞ୍ଚଳର ପଦ୍ମା (ଛଦ୍ମନାମ) ନିଜ ଗାଁର ଜଣେ ଯୁବକକୁ ଭଲ ପାଉଥିଲେ। ପଦ୍ମାଙ୍କ ସରଳତାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କୁ ବିବାହ କରି ସଂସାର ଗଢ଼ିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ ପଦ୍ମା। ଏହାରି ଭିତରେ ପଦ୍ମାଙ୍କ ମୋବାଇଲ୍‌କୁ ଆସିଲା ଏକ ଅଜଣା କଲ୍‌। ଯାହାକୁ ରିସିଭ୍‌ କରିବା ପରେ ତାଙ୍କ ପ୍ରେମରେ ପଡ଼ିଗଲେ ପଦ୍ମା। ତା’ପରେ ପଦ୍ମାଙ୍କ ମୋବାଇଲ୍‌କୁ ଆସିଲା ଘନଘନ ଫୋନ୍‌। ଉଭୟ ପରସ୍ପରକୁ ଭଲ ପାଇଲେ। ଫୋନ୍‌ରେ ଆରମ୍ଭ ହୋଇଥିବା କଥାବାର୍ତ୍ତା ଧୀରେ ଧୀରେ ଆଗକୁ ବଢ଼ିଲା। ଆଉ ପ୍ରେମିକ ଆଗରେ ନିଜକୁ ସମର୍ପି ଦେଇଥିଲେ ପଦ୍ମା। ସେ ଦୁଇ ଜଣଙ୍କୁ ଭଲ ପାଉଥିଲେ ସତ, ହେଲେ କାହାକୁ କିଛି କହୁ ନଥିଲେ। ଏହାରି ଭିତରେ ପଦ୍ମା ଗର୍ଭବତୀ ହୋଇଯାଇଥିଲେ।

ପଦ୍ମା ଗର୍ଭବତୀ ହୋଇଥିବା ଜାଣି ତାଙ୍କର ଦୁଇ ପ୍ରେମିକ ପ୍ରବର ଧରାଛୁଆଁ ଦେଲେନାହିଁ। ଏପରିକି ପଦ୍ମାଙ୍କ ଫୋନ୍‌ ମଧ୍ୟ ଉଠାଇଲେ ନାହିଁ। ଧୀରେ ଧୀରେ କଥା ପ୍ରଘଟ ହେଲା। ପରିବାର ଲୋକେ ଜାଣିଲେ। ଲୋକ ଲଜ୍ଜ୍ୟା ଭୟରେ ସେମାନେ ପଦ୍ମାକୁ ଘରୁ ବାହାର କରିଦେଲେ। ନିଜର ନୂଆ ଠିକଣା ଖୋଜିବାକୁ ଯାଇ ପଦ୍ମା ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲିଗଲେ। ହେଲେ ଦାଦନ ଖଟିବାକୁ ସାଥ୍‌ ଦେଲାନାହିଁ ଶରୀର। ତେଣୁ ପୁଣି ଘରେ ଗାଁକୁ ଫେରିଆସିଲେ।

ଗତ ୧୫ ତାରିଖରେ ରାୟଗଡ଼ା ମେଡିକାଲ୍‌ରେ ପଦ୍ମା ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ପରିବାର ଲୋକେ ତଡିଦେଇଥିବାରୁ ପଦ୍ମା ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି। ଆଉ ନିଜ ଜନ୍ମିତ ସନ୍ତାନର ବାପାର ପରିଚୟ ପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି।

ସେପଟେ ପଦ୍ମାଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ତାଙ୍କର ଦୁଇ ପ୍ରେମିକ। ଯଦିଓ ପଦ୍ମାଙ୍କ ସହ ସେମାନଙ୍କ ପ୍ରେମ ଓ ଶାରୀରିକ ସମ୍ପର୍କ ଥିଲା, କିନ୍ତୁ ଜନ୍ମିତ ଶିଶୁଟି ସେମାନଙ୍କ ନୁହେଁ ବୋଲି ଉଭୟେ କହିଛନ୍ତି। ଏଥିପାଇଁ ସେମାନେ ସବୁ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ‘ୱାନଷ୍ଟପ୍‌’ ସେଣ୍ଟର ପକ୍ଷରୁ ଉଭୟ ଯୁବକ ଓ ସେମାନଙ୍କ ପରିବାରକୁ ଡାକି କାଉନସେଲିଂ କରାଯାଇଥିଲା। ହେଲେ କାଉନସେଲିଂ ଫଳପ୍ରଦନ ହୋଇପାରିନଥିଲା। ଶେଷରେ ସଂସ୍ଥା ପକ୍ଷରୁ ଉଭୟ ପ୍ରେମିକଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲିସ ଉଭୟଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡିତା ଯୁବତୀ ଓ ତା’ର ନବଜାତ ସନ୍ତାନକୁ ସ୍ୱଳ୍ପକାଳୀନ ଆବାସ ଗୃହକୁ ପଠାଇ ଦିଆ ଯାଇଥିବା କହିଛନ୍ତି ‘ୱାନଷ୍ଟପ’ ସଂସ୍ଥାର ଅଧିକାରୀ।

The post ଦୁଇ ଜଣଙ୍କୁ ଭଲ ପାଉଥିଲେ, ଏବେ ଛୁଆର ବାପାକୁ ଖୋଜୁଛନ୍ତି appeared first on Odisha Reporter.

]]>
centre bottom 2021-04-02 22:47:26 https://cdn.odishareporter.in/wp-content/uploads/2021/04/02214300/ray.jpg
ରୋଗୀଙ୍କ ଜୀବନ ବଞ୍ଚାଇଲେ, ୬୨ହଜାର ଟଙ୍କା ଫେରାଇଦେଲେ https://odishareporter.in/odisha/rayagada/the-ambulance-driver-showed-humanity-631646 Wed, 31 Mar 2021 07:13:50 +0000 https://odishareporter.in/?p=631646

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ମାନବିକତା ଦେଖାଇଲେ ଆମ୍ବୁନାନ୍ସ ଡ୍ରାଇଭର।  ଜଣେ ଦୁର୍ଘଟଣାଗସ୍ତ ବାଇକ୍ ଆରୋହୀଙ୍କୁ ୬୨ହଜାର ଟଙ୍କା ଫେରାଇଛନ୍ତି ଡ୍ରାଇଭର।  ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ କାକରମାସ୍କା ଗ୍ରାମର ଜଣେ ଯୁବକ ଡମ୍ବରୁଧର କୁଟ୍ରୁକା ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସେ ରାସ୍ତାକଡ଼ରେ ଅଚେତ୍ ଅବସ୍ଥାରେ ପଡିଯାଇଥିଲେ। ପରେ ଏକ ଅଜଣା ନମ୍ବରରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କଲ୍ ଆସିଥିଲା। ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲା ଆମ୍ବୁଲାନ୍ସ।  ଜେକେପୁର ସ୍ଥିତ ୧୦୮ଆମ୍ବୁଲାସ୍ସର […]

The post ରୋଗୀଙ୍କ ଜୀବନ ବଞ୍ଚାଇଲେ, ୬୨ହଜାର ଟଙ୍କା ଫେରାଇଦେଲେ appeared first on Odisha Reporter.

]]>

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ମାନବିକତା ଦେଖାଇଲେ ଆମ୍ବୁନାନ୍ସ ଡ୍ରାଇଭର।  ଜଣେ ଦୁର୍ଘଟଣାଗସ୍ତ ବାଇକ୍ ଆରୋହୀଙ୍କୁ ୬୨ହଜାର ଟଙ୍କା ଫେରାଇଛନ୍ତି ଡ୍ରାଇଭର।  ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ କାକରମାସ୍କା ଗ୍ରାମର ଜଣେ ଯୁବକ ଡମ୍ବରୁଧର କୁଟ୍ରୁକା ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସେ ରାସ୍ତାକଡ଼ରେ ଅଚେତ୍ ଅବସ୍ଥାରେ ପଡିଯାଇଥିଲେ।

ପରେ ଏକ ଅଜଣା ନମ୍ବରରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କଲ୍ ଆସିଥିଲା। ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲା ଆମ୍ବୁଲାନ୍ସ।  ଜେକେପୁର ସ୍ଥିତ ୧୦୮ଆମ୍ବୁଲାସ୍ସର ଦୁଇ ଜଣ ପାଇଲଟ୍ ସମେତ ଜଣେ ଫାର୍ମାସିଷ୍ଟ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକ ଡମ୍ବରୁଧରଙ୍କୁ ଉଦ୍ଧାର କରିବା ସହ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏଥିସହ ସେ ପାଇଥିବା ସମସ୍ତ ଟଙ୍କା ଏବଂ ଡକ୍ୟୁମେଣ୍ଟ ତାଙ୍କୁ ଫେରାଇଥିଲେ । ଆମ୍ବୁଲାନ୍ସର ଡ୍ରାଇଭର ଗୋବର୍ଦ୍ଧନ ସାହୁକାର କହିଛନ୍ତି ଯେ, ଦୁର୍ଘଟଣା ନେଇ ଏକ ଫୋନ୍‌ କଲ ଆସିଥିଲା। ତୁରନ୍ତ ଆମେ ଯାଇ ସେଠାରେ ପହଞ୍ଚି ଥିଲୁ। ପହଞ୍ଚିଲା ବେଳକୁ କୌଣସି ଲୋକ ସେଠାରେ ନଥିଲେ। ସେଠାରେ ଯେଉଁ କେତେ ଜଣ ଥିଲେ ରୋଗୀକୁ କେହି ଛୁଇଁ ନଥିଲେ। ପାଖରେ ତାଙ୍କର ସବୁଯାକ ଜିନିଷପତ୍ର ପଡ଼ିଥିଲା। ଆମେ ତାକୁ ଉଠାଇ ଆଣିଲୁ। ମେଡିକାଲରେ ପହଞ୍ଚିଲା ପରେ ତାଙ୍କ ଜିନିଷପତ୍ର ସହ ୬୨ହଜାର ଟଙ୍କା ଫେରାଇ ଦେଲୁ।

The post ରୋଗୀଙ୍କ ଜୀବନ ବଞ୍ଚାଇଲେ, ୬୨ହଜାର ଟଙ୍କା ଫେରାଇଦେଲେ appeared first on Odisha Reporter.

]]>
right top 2021-03-31 16:13:20 https://cdn.odishareporter.in/wp-content/uploads/2021/03/31124247/tgn.jpg
ଚିରକୁଟି ଦେଖାଅ, ପାଣି ନିଅ-ନହେଲେ ନାହିଁ https://odishareporter.in/odisha/rayagada/water-crishis-in-raygarh-631613 Wed, 31 Mar 2021 04:38:06 +0000 https://odishareporter.in/?p=631613

ରାୟଗଡ଼ା (ଓଡ଼ିଶା ରିପୋର୍ଟର) ପାଣି ପାଇଁ ଚିରକୁଟି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି। ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି। ବିଶେଷ କରି ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ନଳକୂଅ ନିକଟରେ ମହିଳାଙ୍କ ଲମ୍ବା ଧାଡ଼ି ଲାଗୁଛି।  କାହା ହାତରେ ଗରା ତ […]

The post ଚିରକୁଟି ଦେଖାଅ, ପାଣି ନିଅ-ନହେଲେ ନାହିଁ appeared first on Odisha Reporter.

]]>

ରାୟଗଡ଼ା (ଓଡ଼ିଶା ରିପୋର୍ଟର) ପାଣି ପାଇଁ ଚିରକୁଟି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି। ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି। ବିଶେଷ କରି ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ନଳକୂଅ ନିକଟରେ ମହିଳାଙ୍କ ଲମ୍ବା ଧାଡ଼ି ଲାଗୁଛି।  କାହା ହାତରେ ଗରା ତ ଆଉ କାହା ହାତରେ ବାଲ୍ଟି ।

ତା ସାଙ୍ଗକୁ ଖଣ୍ଡେ ଖଣ୍ଡେ ଧଳା କାଗଜର ଚିରକୁଟି । ଏହି ଚିରକୁଟିରେ ଲେଖାଯାଇଛି ମହିଳାଙ୍କ ନାଁ । ଯାହାକୁ ଚିରକୁଟି ମିଳୁଛି, ସେ ନଳକୂଅରୁ ପାଣି ନେଉଛି । ଏ ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ପ୍ରତିଦିନ ପାଣି ପାଇଁ ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟି ସଂଗ୍ରହ କରୁଛନ୍ତି ଗାଁର ମହିଳାମାନେ । ନାଗାବଳୀ ନଦୀ କୂଳରେ ଥାଇ ମଧ୍ୟ ଗାଁରେ ଭୀଷଣ ଜଳକଷ୍ଟ।

୨୦ଟି ପରିବାର ପାଇଁ ରହିଛି ଗୋଟିଏ ମାତ୍ର ଟ୍ୟୁବ୍‌ୱେଲ, ହେଲେ ତାହା ବି ଠିକ୍‌ରେ କାମ କରୁନି। ମାତ୍ର ୧୦-୨୦ ହାଣ୍ଡି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନଥିବା ଲୋକଙ୍କ ଅଭିଯୋଗ କରିଛନ୍ତି।

The post ଚିରକୁଟି ଦେଖାଅ, ପାଣି ନିଅ-ନହେଲେ ନାହିଁ appeared first on Odisha Reporter.

]]>
drinking water problem 2021-03-31 15:38:08 https://cdn.odishareporter.in/wp-content/uploads/2021/03/31100729/bnm-2.jpg
ସ୍କୁଟର ଚାଳକଙ୍କ ଉପରେ ପଡ଼ିଲା ୧୮,୫୦୦ ଟଙ୍କା ଫାଇନ୍‌ https://odishareporter.in/odisha/transport-department-fined-a-person-with-18500-rupees-629121 Mon, 22 Mar 2021 03:19:57 +0000 https://odishareporter.in/?p=629121

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ାରେ ଜଣେ ସ୍କୁଟର ଚାଳକଙ୍କ ଠାରୁ ଆଦାୟ ହୋଇଛି ୧୮ ହଜାର ୫ଶହ ଟଙ୍କାର ଜୋରିମାନା। ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା ଏବଂ ରେଡ୍‌ଲାଇଟ ସିଗ୍‌ନାଲ୍‌ ଅତିକ୍ରମ କରିବା ଆଦି ଅନେକ କାରଣ ଦର୍ଶାଇ ପରିବହନ ବିଭାଗ ପକ୍ଷରୁ ତାଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି। ଗତକାଲି ସନ୍ଧ୍ୟାରେ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ରାୟଗଡ଼ା ସହରର ଡିଆଇବି ଛକ ନିକଟରେ ଗାଡ଼ି […]

The post ସ୍କୁଟର ଚାଳକଙ୍କ ଉପରେ ପଡ଼ିଲା ୧୮,୫୦୦ ଟଙ୍କା ଫାଇନ୍‌ appeared first on Odisha Reporter.

]]>

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ାରେ ଜଣେ ସ୍କୁଟର ଚାଳକଙ୍କ ଠାରୁ ଆଦାୟ ହୋଇଛି ୧୮ ହଜାର ୫ଶହ ଟଙ୍କାର ଜୋରିମାନା। ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା ଏବଂ ରେଡ୍‌ଲାଇଟ ସିଗ୍‌ନାଲ୍‌ ଅତିକ୍ରମ କରିବା ଆଦି ଅନେକ କାରଣ ଦର୍ଶାଇ ପରିବହନ ବିଭାଗ ପକ୍ଷରୁ ତାଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି।

ଗତକାଲି ସନ୍ଧ୍ୟାରେ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ରାୟଗଡ଼ା ସହରର ଡିଆଇବି ଛକ ନିକଟରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ସଂପୃକ୍ତ ସ୍କୁଟର ଚାଳକ ଅଟକି ନଥିଲେ। ସେ ଦ୍ରୁତ ଗତିରେ ଖସି ପଳାଇବାକୁ ପ୍ରୟାସ କରିଥିଲେ। ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ତାଙ୍କୁ ପିଛା କରିଥିଲେ ଓ ଧରିଥିଲେ।

ତା’ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା। ସେ ହେଲମେଟ୍ ପିନ୍ଧି ନଥିଲେ। ଗାଡ଼ିର ଇନ୍ସ୍ୟୁରାନ୍ସ କାଗଜପତ୍ର ନଥିଲା। ଏସବୁ ଦେଖିବା ପରେ ପରିବହନ ବିଭାଗ ଅଧିକାରୀମାନେ ତାଙ୍କ ଉପରେ ୧୮ ହଜାର ୫ ଶହ ଟଙ୍କାର ଫାଇନ୍ କରିଥିଲେ।

The post ସ୍କୁଟର ଚାଳକଙ୍କ ଉପରେ ପଡ଼ିଲା ୧୮,୫୦୦ ଟଙ୍କା ଫାଇନ୍‌ appeared first on Odisha Reporter.

]]>
right bottom 2021-03-22 13:44:16 https://cdn.odishareporter.in/wp-content/uploads/2021/03/22084639/6-5.jpg
ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ   https://odishareporter.in/odisha/rayagada/vigilance-raid-at-the-residence-of-govt-officer-in-raygarh-628068 Thu, 18 Mar 2021 03:40:10 +0000 https://odishareporter.in/?p=628068

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ।  ଆୟ ବହିର୍ଭୂତ ସମ୍ପତ୍ତି ନେଇ ଶ୍ୱଶୁରଙ୍କ ଘରେ ଭିଜିଲାନ୍ସ ରେଡ୍‌ ଚାଲୁଥିବା ବେଳେ ଏହି ଲିଙ୍କରେ ତାଙ୍କ ଜ୍ୱାଇଁ ଆସିଥିଲେ। ଏଭଳି ଚିତ୍ର ରାୟଗଡ଼ାରୁ ଆସିଛି। ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ଜଣିଆ ଟିମ ରାୟଗଡା କସ୍ତୁରୀ ନଗର ବାଲାଜି ଟାୱାର ସ୍ଥିତ ତାଙ୍କ ବାସ ଭବନରେ […]

The post ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ   appeared first on Odisha Reporter.

]]>

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ।  ଆୟ ବହିର୍ଭୂତ ସମ୍ପତ୍ତି ନେଇ ଶ୍ୱଶୁରଙ୍କ ଘରେ ଭିଜିଲାନ୍ସ ରେଡ୍‌ ଚାଲୁଥିବା ବେଳେ ଏହି ଲିଙ୍କରେ ତାଙ୍କ ଜ୍ୱାଇଁ ଆସିଥିଲେ। ଏଭଳି ଚିତ୍ର ରାୟଗଡ଼ାରୁ ଆସିଛି।

ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ଜଣିଆ ଟିମ ରାୟଗଡା କସ୍ତୁରୀ ନଗର ବାଲାଜି ଟାୱାର ସ୍ଥିତ ତାଙ୍କ ବାସ ଭବନରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ନଗଦ ଟଙ୍କା ସହ ଏଟିଏମ କାର୍ଡ ଓ କିଛି କାଗଜପତ୍ର ଭିଜିଲାନ୍ସ ଅଧିକାରୀ ଜବତ କରିଛି । ସହକାରୀ ଯନ୍ତ୍ରୀ ବିରେନ୍ଦ୍ର ଖରାଙ୍କ ଶ୍ୱଶୁରଙ୍କ ଲିଙ୍କରେ ଏହି ଚଢ଼ାଉ କରାଯାଇଛି।

ଖରିଆର ରେଞ୍ଜର ଥିବା ତାଙ୍କ ଶ୍ୱଶୁର ସଦାନନ୍ଦ ସୁନାନୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ଚାଲୁଥିବା ବେଳେ ଏହି ଲିଙ୍କରେ ରାୟଗଡ଼ା ଓ କଳାହାଣ୍ଡି ସମେତ ୬ଟି ସ୍ଥାନରେ ରେଡ୍‌ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

The post ଶ୍ୱଶୁର ପାଇଁ ଫସିଲେ ଜ୍ୱାଇଁ   appeared first on Odisha Reporter.

]]>
right top 2021-03-18 09:21:34 https://cdn.odishareporter.in/wp-content/uploads/2021/03/18090827/7nm-2.jpg
ଜଳିଗଲା ଯାତ୍ରୀବାହୀ ବସ୍ ‘ବର୍ଷା’ https://odishareporter.in/odisha/rayagada/bus-fire-in-rayagada-619071 Sat, 13 Feb 2021 02:07:46 +0000 https://odishareporter.in/?p=619071

ରାୟଗଡ଼ା(ମନୋଜ ପାତ୍ର): ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍ ‘ବର୍ଷା’ ‌। ହେଲେ ସୌଭାଗ୍ୟକ୍ରମେ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ରାତିରେ ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଘଟିଯାଇଛି। ଗତକାଲି ସନ୍ଧ୍ୟାରେ କୋଷାଗୁମୁଡ଼ାରୁ ବାହାରିଥିଲା ‘ବର୍ଷା’ ବସ୍‌।  ସେଥିରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ । ବସ୍‌ଟି  ଦ୍ରୁତ ଗତିରେ ଯାଉଥିବାବେଳେ ଲକ୍ଷ୍ମୀପୁର ନିକଟରେ ପୋଡ଼ା ଗନ୍ଧ ବାହାରିଥିଲା । ତେବେ ଗାଡ଼ି ଚାଳକ ଏଥିପ୍ରତି […]

The post ଜଳିଗଲା ଯାତ୍ରୀବାହୀ ବସ୍ ‘ବର୍ଷା’ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍ ‘ବର୍ଷା’ ‌। ହେଲେ ସୌଭାଗ୍ୟକ୍ରମେ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ରାତିରେ ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଘଟିଯାଇଛି।

ଗତକାଲି ସନ୍ଧ୍ୟାରେ କୋଷାଗୁମୁଡ଼ାରୁ ବାହାରିଥିଲା ‘ବର୍ଷା’ ବସ୍‌।  ସେଥିରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ । ବସ୍‌ଟି  ଦ୍ରୁତ ଗତିରେ ଯାଉଥିବାବେଳେ ଲକ୍ଷ୍ମୀପୁର ନିକଟରେ ପୋଡ଼ା ଗନ୍ଧ ବାହାରିଥିଲା । ତେବେ ଗାଡ଼ି ଚାଳକ ଏଥିପ୍ରତି ଧ୍ୟାନ ନ ଦେଇ ଗାଡ଼ି ଚଳାଇବାରୁ ପଛ ଟାୟାର ଫାଟି ଗାଡ଼ିଟି ଜଳିଯାଇଥିଲା । ସୌଭାଗ୍ୟବଶଃତ ବସ୍‌ରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି  ନିଆଁକୁ ଆୟତ୍ତ କରିଛି ।

The post ଜଳିଗଲା ଯାତ୍ରୀବାହୀ ବସ୍ ‘ବର୍ଷା’ appeared first on Odisha Reporter.

]]>
right top 2021-02-13 08:35:28 https://cdn.odishareporter.in/wp-content/uploads/2021/02/13073335/bus-1.jpg
ଚାଙ୍ଗୁ ବଜାଇ କମ୍ପାଇ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ https://odishareporter.in/odisha/special-festival-karj-of-the-saura-tribe-617930 Mon, 08 Feb 2021 12:04:44 +0000 https://odishareporter.in/?p=617930

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ସୌରା ଆଦିବାସୀଙ୍କ ନିଆରା ପରବ କାରଜ। ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ନେଇ କିଛି ବର୍ଷ ବ୍ୟବଧାନରେ ପାଳନ କରିଥାନ୍ତି ଏହି କାରଜ। ବିଶ୍ୱାସ ରହିଛି ପିତୃ ଲୋକ ସନ୍ତୁଷ୍ଟ ହେଲେ ଘରର ମଙ୍ଗଳ ହୋଇଥାଏ। ଏହି ପରବ ଗାଁର ସମସ୍ତ ପରିବାର ମିଶି ପାଳନ କରିଥାନ୍ତି। ଆଉ ଶେଷ ଦିନରେ ପାରମ୍ପରିକ ବାଦ୍ୟ ଚାଙ୍ଗୁ, ତୁଡୁମ୍ ଓ ଢାମ୍ପର ତାଳେ ତାଳେ  ଚାଲେ ନାଚ।  ଗାଁ ଦାଣ୍ଡ କମ୍ପି ଉଠେ। ଏମିତି […]

The post ଚାଙ୍ଗୁ ବଜାଇ କମ୍ପାଇ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ସୌରା ଆଦିବାସୀଙ୍କ ନିଆରା ପରବ କାରଜ। ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ନେଇ କିଛି ବର୍ଷ ବ୍ୟବଧାନରେ ପାଳନ କରିଥାନ୍ତି ଏହି କାରଜ। ବିଶ୍ୱାସ ରହିଛି ପିତୃ ଲୋକ ସନ୍ତୁଷ୍ଟ ହେଲେ ଘରର ମଙ୍ଗଳ ହୋଇଥାଏ। ଏହି ପରବ ଗାଁର ସମସ୍ତ ପରିବାର ମିଶି ପାଳନ କରିଥାନ୍ତି। ଆଉ ଶେଷ ଦିନରେ ପାରମ୍ପରିକ ବାଦ୍ୟ ଚାଙ୍ଗୁ, ତୁଡୁମ୍ ଓ ଢାମ୍ପର ତାଳେ ତାଳେ  ଚାଲେ ନାଚ।  ଗାଁ ଦାଣ୍ଡ କମ୍ପି ଉଠେ। ଏମିତି ପରମ୍ପରା ରାୟଗଡା ଜିଲ୍ଲା ଗୁଣପୁର ନିକଟ ଚିନ୍ତାଲୁଗୁଡା ଅଞ୍ଚଳରେ ବହୁ ବର୍ଷ ହେବ ଚାଲି ଆସୁଛି। କାର୍ଯ୍ୟକ୍ରମରେ ବହୁ ଆଦିବାସୀ ସାମିଲ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିଧର ଗମାଙ୍ଗ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଗାଁର ସମସ୍ତ ଆଦିବାସୀ ପରିବାର ପ୍ରଥମେ ବାବୁ ଦେବତାକୁ(ଆଦିବାସୀ ଦେବତା) ପୂଜା କରନ୍ତି। ନୂଆ ମାଟି ହାଣ୍ଡି ଧରି ନଦୀକୁ ଯାଇ ପୂଜା କରି ପାଣି ଧରି ଆସନ୍ତି। ସେହି ପାଣିରେ ରୋଷେଇ କରି ପିତୃ ପୁରୁଷକୁ ଭୋଗ ଲଗାଇଥାନ୍ତି। ଏହା ଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ଓ ପରିବାରର ମଙ୍ଗଳ ହେଉଥିବା ନେଇ ବିଶ୍ୱାସ କରନ୍ତି ସଉରା ଆଦିବାସୀ। ଏହି ପରବ ୫, ୭ ଓ ୯ ବର୍ଷ ବ୍ୟବଧାନରେ ଯେକୌଣସି ରବିବାର ଦିନରେ ପାଳନ ହୋଇଥାଏ। ପୂର୍ବ ପୁରୁଷ ଅମଳରୁ  ଏମିତି ପର୍ବ ପାଳନ ହୋଇ ଆସୁଛି। ଏହି ପରବ ଦୀର୍ଘ ବର୍ଷ ବ୍ୟବଧାନରେ ପାଳନହେଉଥିବାରୁ ଅଧିକ ଜନ ସମାବେଶ ହୋଇଥିବା ଦେଖିବାକୁ ମିଳିଛି।

ଯିଏ ଯେଉଁଠି ଥିଲେ ମଧ୍ୟ ପିତୃ ଶ୍ରାଦ୍ଧ ପାଳନ ବେଳେ ସମଷ୍ତେ ଗାଁକୁ ଫେରି ଆସନ୍ତି। ସମସ୍ତ ପରିବାର ଏକାଠି ହୋଇ ଏହି ପିତୃ ଶ୍ରାଦ୍ଧ( କାରଜ) ପାଳନ କରନ୍ତି।

The post ଚାଙ୍ଗୁ ବଜାଇ କମ୍ପାଇ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>
right top 2021-02-08 17:34:44 https://cdn.odishareporter.in/wp-content/uploads/2021/02/08173125/6789.jpg
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ https://odishareporter.in/odisha/padmashree-kamala-pujaree-admitted-in-hospital-due-to-illness-616569 Wed, 03 Feb 2021 02:11:35 +0000 https://odishareporter.in/?p=616569

ଜୟପୁର(ଟି. ଗୌରି ଶଙ୍କର): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ତାଙ୍କୁ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗତ ମାସେ ଧରି ଅସୁସ୍ଥ ହେବା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତକାଲି ଅଧିକ ଅସୁସ୍ଥ ଅନୁଭବ କରିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ରକ୍ତ ଚାପ ବଢିବା ସହିତ କିଡନୀ ସମସ୍ୟା ରହିଛି । ଏବେ […]

The post ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ appeared first on Odisha Reporter.

]]>

ଜୟପୁର(ଟି. ଗୌରି ଶଙ୍କର): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ତାଙ୍କୁ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗତ ମାସେ ଧରି ଅସୁସ୍ଥ ହେବା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଗତକାଲି ଅଧିକ ଅସୁସ୍ଥ ଅନୁଭବ କରିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ରକ୍ତ ଚାପ ବଢିବା ସହିତ କିଡନୀ ସମସ୍ୟା ରହିଛି । ଏବେ  ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି।

The post ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ appeared first on Odisha Reporter.

]]>
right bottom 2021-02-03 12:01:17 https://cdn.odishareporter.in/wp-content/uploads/2021/02/03073944/kamala-2.jpg