ଓଡ଼ିଶା ସ୍ୱତନ୍ତ୍ର – Odisha Reporter https://odishareporter.in Mon, 27 Apr 2020 15:27:49 +0000 en-US hourly 1 ‘କରୋନା’ ଯୋଗୁ ଦୁର୍ଦ୍ଦିନରେ କଟୁଛି ରିକ୍ସା ଚାଳକଙ୍କ ଜୀବନ https://odishareporter.in/odisha/the-life-of-a-rickshaw-puller-is-being-serious-522209 Mon, 27 Apr 2020 15:27:49 +0000 https://odishareporter.in/?p=522209

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଯୋଗୁଁ ଦୁର୍ଦ୍ଦିନରେ ରିକ୍ସା ଚାଳକ। ଏବେ ରିକ୍ସ ଗଡ଼ୁନଥିବାରୁ ଖାଇବାକୁ ଦୁଇ ଓଳି ପାଉ ନାହାନ୍ତି। କାରଣ ପେଡାଲ୍ ବୁଲିଲେ ଏମାନଙ୍କ ପେଟ ପୂରେ ଓ ଜୀବନର ଗାଡ଼ି ଆଗକୁ ଗଡେ। ହେଲେ ଲକ୍‌ଡାଉନ୍ ଯୋଗୁଁ ମାସେରୁ ଅଧିକ ସମୟ ହେଲାଣି ନା ଠିକରେ ରିକ୍ସା ଗଡୁଛି ନା ଦୁଇଓଳି ଦୁଇ ମୁଠା ଦାନା ଯୋଗାଡ଼ ହୋଇ ପାରୁଛି। ମହାମାରୀ ‘କରୋନା’କୁ ଏହି ରିକ୍ସା ଚାଳକମାନେ ଭଲକରି ଜାଣନାହାନ୍ତି ସତ। ହେଲେ […]

The post ‘କରୋନା’ ଯୋଗୁ ଦୁର୍ଦ୍ଦିନରେ କଟୁଛି ରିକ୍ସା ଚାଳକଙ୍କ ଜୀବନ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଯୋଗୁଁ ଦୁର୍ଦ୍ଦିନରେ ରିକ୍ସା ଚାଳକ। ଏବେ ରିକ୍ସ ଗଡ଼ୁନଥିବାରୁ ଖାଇବାକୁ ଦୁଇ ଓଳି ପାଉ ନାହାନ୍ତି। କାରଣ ପେଡାଲ୍ ବୁଲିଲେ ଏମାନଙ୍କ ପେଟ ପୂରେ ଓ ଜୀବନର ଗାଡ଼ି ଆଗକୁ ଗଡେ। ହେଲେ ଲକ୍‌ଡାଉନ୍ ଯୋଗୁଁ ମାସେରୁ ଅଧିକ ସମୟ ହେଲାଣି ନା ଠିକରେ ରିକ୍ସା ଗଡୁଛି ନା ଦୁଇଓଳି ଦୁଇ ମୁଠା ଦାନା ଯୋଗାଡ଼ ହୋଇ ପାରୁଛି।

ମହାମାରୀ ‘କରୋନା’କୁ ଏହି ରିକ୍ସା ଚାଳକମାନେ ଭଲକରି ଜାଣନାହାନ୍ତି ସତ। ହେଲେ ସଚେତନତାର କଥା ଶୁଣି ଯଥାସମ୍ଭବ ଜୀବିକାର ମାଧ୍ୟମ ରିକ୍ସାକୁ ପରିସ୍କାର ରଖିବାକୁ ଭୁଲୁ ନାହାନ୍ତି। ଯାତ୍ରୀ ନଥିଲେ ମଧ୍ୟ ରିକ୍ସା ସିଟ୍‌କୁ ପାଣି ଢ଼ାଳି ନିୟମିତ ପରିସ୍କାର କରୁଛନ୍ତି। ଯେଉଁ ୫୨ ବଜାର ୫୩ ଗଳିର ସହର କଟକରେ ରାତି ପାହିଲେ ଏମାନଙ୍କୁ ଖୋଜା ପଡ଼େ, ଆଜି ସେମାନେ ଅଲୋଡ଼ା। ‘କରୋନା’ ପାଇଁ ଗାଡ଼ି ମୋଟର ଚାଲୁନି କି ବଡ଼ ମେଡିକାଲକୁ ଆଗଭଳି ରୋଗୀ ଆସୁନାହାନ୍ତି। ତେଣୁ ରୋଜଗାରର ବାଟ ପୂରା ବନ୍ଦ।

ସେମିତି ଅବସ୍ଥା ପର୍ଯ୍ୟଟନର ସହର ପୁରୀରେ। ଯେଉଁଠି ଦିନବେଳା ଫୁରସତ୍ ମିଳେନି, ସେଠି ଏବେ ଭୋକ ଉପାସରେ ସେହି ରିକ୍ସାରେ ଶୋଇ ଶୋଇ ଦିନ ବିତୁଛି। ଗାଡ଼ି ଚାଲୁଥିଲେ ଗାଁକୁ ଚାଲି ଯାଇଥାନ୍ତେ, ହେଲେ ତାହା ବି ଅସମ୍ଭବ ହେଉନି ବୋଲି କହିଛନ୍ତି ଜଣେ ରିକ୍ସା ଚାଳକ।

ଠିକ୍‌ ସେମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବ୍ରହ୍ମପୁରର ପୁରୁଣା ରିକ୍ସାବାଲା କବୀରା ନାଏକ। ଯେନତେନ ପ୍ରକାରେ ମୁଠେ ଅଧେ ପଖାଳରେ ପେଟ ସିନା ପୁରିଯାଉଛି। ହେଲେ ଆଗକୁ ଚଳିବା ସମ୍ଭବ ନୁହେଁ। କାରଣ ମାସେ ହେଲାଣି ଜୀବୀକା ଠପ୍। ଗୋଟିଏ ପଟେ ଯାତ୍ରୀ ଆସୁନାହାନ୍ତି ତ ଅନ୍ୟପଟେ ଲକ୍‌ଡାଉନ୍‌ କଟକଣା। ଦୀର୍ଘ ୪୦ ବର୍ଷର ଅଭିଜ୍ଞତାରେ କେବେ ବି ଏଭଳି ସ୍ଥିତିର ସାମ୍ନା କରିନାହାନ୍ତି। କବୀରାଙ୍କ ଭଳି ସମାନ ଅବସ୍ଥା କୋରା ନାୟକଙ୍କର। ରିକ୍ସା ଯେତେ ଦିନ ଛିଡ଼ା ହେବ, ପେଟ ପାଟଣା ଚିନ୍ତା ସେତିକି ବଢିବ। ହେଲେ ଯେଉଁମାନେ ପରିବାର ଓ ପିଲା ଛୁଆଙ୍କ ଭୋକର ଜ୍ୱାଳା ସହି ନପାରି ରିକ୍ସା ଧରି ରାସ୍ତାକୁ ବାହାରିଛନ୍ତି ଉଦୁଉଦିଆ ଖରାରେ ଏମିତି ଯାତ୍ରୀଙ୍କୁ ଚାହିଁ ଚାହିଁ ଆଖିରୁ ପାଣି ମରୁଛି। ତେଣୁ ଏ ବିପଦ ବେଳରେ ସରକାର ସେମାନଙ୍କ ପ୍ରତି ସଦୟ ହୋଇ ସହାୟତା ଦେବାକୁ କରିଛନ୍ତି ଗୁହାରୀ।

The post ‘କରୋନା’ ଯୋଗୁ ଦୁର୍ଦ୍ଦିନରେ କଟୁଛି ରିକ୍ସା ଚାଳକଙ୍କ ଜୀବନ appeared first on Odisha Reporter.

]]>
centre bottom 2020-04-27 20:57:49 https://cdn.odishareporter.in/wp-content/uploads/2020/04/27205658/riksa.jpg
ବୌଦ୍ଧ ସ୍ମାରକୀର ମୁକସାକ୍ଷୀ ‘ଅରାଗଡ଼’ https://odishareporter.in/odisha/boudha-smarika-at-khurda-518873 Sat, 18 Apr 2020 16:04:57 +0000 https://odishareporter.in/?p=518873

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍‌ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍‌ ରହିଛି- ଶେୟାର୍‌ କଲ୍‌ଚର, ଶେୟାର୍‌ ହେରିଟେଜ୍‌, ଶେୟାର୍ ରେସ୍‌ପନ୍ସିବିଲିଟି। ଅର୍ଥାତ୍‌ ଦାୟିତ୍ୱସମ୍ପନ୍ନ ହୋଇ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଆଜି ବିଶ୍ୱ ଐତିହ୍ୟ ଦିବସର ଆମ ଐତିହ୍ୟକୁ […]

The post ବୌଦ୍ଧ ସ୍ମାରକୀର ମୁକସାକ୍ଷୀ ‘ଅରାଗଡ଼’ appeared first on Odisha Reporter.

]]>

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍‌ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍‌ ରହିଛି- ଶେୟାର୍‌ କଲ୍‌ଚର, ଶେୟାର୍‌ ହେରିଟେଜ୍‌, ଶେୟାର୍ ରେସ୍‌ପନ୍ସିବିଲିଟି। ଅର୍ଥାତ୍‌ ଦାୟିତ୍ୱସମ୍ପନ୍ନ ହୋଇ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଆଜି ବିଶ୍ୱ ଐତିହ୍ୟ ଦିବସର ଆମ ଐତିହ୍ୟକୁ ନେଇ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ ପଢ଼ନ୍ତୁ।

ଅପଣ ଦେଖୁଥିବା ଫଟୋ ଦୁଇଟି ହେଉଛି ଆମ ଓଡ଼ିଶାର ଏକ ପ୍ରମୁଖ ବୌଦ୍ଧ କୀର୍ତ୍ତିର ସ୍ମୃତିଚିହ୍ନ। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧ ଅରଗଡ଼ ପାହାଡ଼ ଉପରେ ଏହି କୀର୍ତ୍ତି ସ୍ତମ୍ଭ ଦଣ୍ଡାୟମାନ। ଆପଣ ଦେଖୁଥିବା ଦ୍ଵିତଳ ପ୍ରାସାଦ ହେଉଛି ଏକ ବୌଦ୍ଧ ଚୈତ୍ୟ।

ଏହି ପ୍ରକାର ଗୃହର ଆଭିମୁଖ୍ୟ ହେଉଛି, ଏହାର ଉପର କୋଠରୀଟି ଉପାସନା ଗୃହ ଭାବେ ବ୍ୟବହାର ହୁଏ। ଯେଉଁଠି ଶ୍ରୀ ବୁଦ୍ଧ କିମ୍ଵା ବୌଦ୍ଧ ଦେବତାଙ୍କ ମୂର୍ତ୍ତି ପୂଜିତ ହୁଅନ୍ତି। ଏବଂ ତଳେ ବୌଦ୍ଧ ଶ୍ରମଣ ଓ ସନ୍ୟାସୀ ବିଶ୍ରାମ ନିଅନ୍ତି।

ସମ୍ଭବତଃ ଏହା ଚତୁର୍ଥ ଶତାବ୍ଦୀର ବୋଲି ଅନୁମିତ ହୁଏ। ଡ. ସତ୍ୟନାରାୟଣ ରାଜଗୁରୁଙ୍କ ଗବେଷଣା କୁହେ, ଏହି ସ୍ଥାନଟି ପ୍ରସିଦ୍ଧ ବୌଦ୍ଧ ତନ୍ତ୍ରବିତ ଆଚାର୍ଯ୍ୟ ଦିଗନାଗଙ୍କ ନିବସସ୍ଥଳୀ ଥିଲା। ଆଜି ଯେଉଁ ଆରାଗଡ଼ ପାହାଡ଼ ଆପଣ ଦେଖୁଛନ୍ତି ତାହାର ପୂର୍ବ ନାମ ଥିଲା ଭୋରଶୈଳ। ଆଉ ନିକଟରେ ଥିବା ବୌଦ୍ଧ ବିହାରର ନାମ ଥିଲା ଜଗଦଲ ବିହାର। ଏହି ନାମରେ ଗ୍ରାମ ଆଜିବି ରହିଛି।
ଅରାଗଡ଼ ପାହାଡ଼ ପାଦଦେଶରୁ ମିଳିଥିବା ପାଞ୍ଚଟି ପ୍ରତିମାରୁ ଏହି ମୂର୍ତ୍ତିଟି ଗୋଟିଏ। ଏଗୁଡ଼ିକ କନ୍ଦା ପଥରରେ ନିର୍ମିତ। ଏହି ମୂର୍ତ୍ତିଗୁଡିକ ହାତରେ ଅସ୍ତ୍ର ଧାରଣ କରି ଧ୍ୟାନସ୍ଥ ମୁଦ୍ରାରେ ଅଛନ୍ତି। ଅସ୍ତ୍ର ଧାରଣ କରିଥିବାରୁ ଏହି ମୂର୍ତ୍ତିଗୁଡିକ ବଜ୍ରଯାନୀଙ୍କ ଇଷ୍ଟ ଦେବତା ହୋଇଥିବା ମନେହୁଏ। ନିର୍ମାଣ ଶୈଳୀ ଦେଖି ଲାଗିବ ଏହା ଦଶମ ଶତାବ୍ଦୀରେ ସୋମବଂଶୀ ରାଜାଙ୍କ ଦ୍ୱାରା ନିର୍ମିତ ବୋଲି ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତ।

The post ବୌଦ୍ଧ ସ୍ମାରକୀର ମୁକସାକ୍ଷୀ ‘ଅରାଗଡ଼’ appeared first on Odisha Reporter.

]]>
centre bottom 2020-04-18 21:34:57 https://cdn.odishareporter.in/wp-content/uploads/2020/04/18213438/garabadu.jpg
ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୪ ବର୍ଷ https://odishareporter.in/odisha/odisha-turns-84-as-a-separate-province-512320 Wed, 01 Apr 2020 02:19:03 +0000 https://odishareporter.in/?p=512320

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦେ ଉତ୍କଳ ଜନନୀ… ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ. ଜନନୀ…ବନ୍ଦେ ଉତ୍କଳ ଜନନୀ…। ସତରେ..ନିଜକୁ ଓଡ଼ିଆ ବୋଲି କହିବାକୁୁ ବହୁତ ଗର୍ବ ଅନୁଭବ ହୁଏ। କାରଣ ପୁଣ୍ୟ ଭୂମି ଓଡ଼ିଶା ବୁକୁରେ ସନ୍ତାନଟିଏ ହୋଇ ଆମେ ଜନ୍ମ ନେଇଛେ, ଯାହାର ଏକ ଗୌରବମୟ ଇତିହାସ ରହିଛି। ପୌରାଣିକ ମତରେ, ମହାଭାରତ ଯୁଦ୍ଧରେ କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା। ସେହିପରି କିମ୍ବଦନ୍ତୀ କହେ, ଉତ୍କଳ ହେଉଛି କଳା, ସଂସ୍କୃତି ଓ ବାଣିଜ୍ୟର […]

The post ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୪ ବର୍ଷ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦେ ଉତ୍କଳ ଜନନୀ… ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ. ଜନନୀ…ବନ୍ଦେ ଉତ୍କଳ ଜନନୀ…। ସତରେ..ନିଜକୁ ଓଡ଼ିଆ ବୋଲି କହିବାକୁୁ ବହୁତ ଗର୍ବ ଅନୁଭବ ହୁଏ। କାରଣ ପୁଣ୍ୟ ଭୂମି ଓଡ଼ିଶା ବୁକୁରେ ସନ୍ତାନଟିଏ ହୋଇ ଆମେ ଜନ୍ମ ନେଇଛେ, ଯାହାର ଏକ ଗୌରବମୟ ଇତିହାସ ରହିଛି। ପୌରାଣିକ ମତରେ, ମହାଭାରତ ଯୁଦ୍ଧରେ କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା। ସେହିପରି କିମ୍ବଦନ୍ତୀ କହେ, ଉତ୍କଳ ହେଉଛି କଳା, ସଂସ୍କୃତି ଓ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ। ଓଡ଼ିଶାର ସାଧବ ପୁଅମାନଙ୍କ ନୌବାଣିଜ୍ୟ କାରବାର ସାରା ବିଶ୍ୱରେ ଓଡ଼ିଶାକୁ ବାଣିଜ୍ୟିକ କ୍ଷେତ୍ରଭାବେ ପ୍ରସିଦ୍ଧ କରିଥିଲା। ତେବେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଶାକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ଭାଷ୍କର୍ଯ୍ୟ, ଖାଦ୍ୟପେୟ, ପର୍ବପର୍ବାଣି ପାଇଁ ଉତ୍କଳ ଆଜି ବିଶ୍ୱବିଦିତ। ଆଜି ସିନା ଆମେ ନିଜକୁ ଓଡ଼ିଆ ବୋଲି ଗର୍ବ କରୁଛେ, ହେଲେ ଦିନ ଥିଲା ଆମ ମାଟି ମା’ ପରାଧିନତାର ଜାଲରେ ଫସିରହିଥିଲା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆକ୍ରମଣ ଓ ଅଧିଗ୍ରହଣକାରୀଙ୍କ ହାତରେ ପରାଧିନ ହୋଇ ନିଜ ଅସ୍ତିତ୍ୱ ଖୋଜୁଥିଲା ଉତ୍କଳ ମାଟି। ଏପରି କି ଏହାର ପରିସୀମା ମଧ୍ୟ ସଠିକ୍ ଭାବେ ନିର୍ଣ୍ଣୟ କରାଯାଇପାରୁ ନ ଥିଲା। ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ମା’ର ଲୁହ ପୋଛିଦେବାକୁ ତା’କୋଳରେ ଜନ୍ମ ନେଲେ ବୀରପୁତ୍ରମାନେ, ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରି ଉତ୍କଳ ମାଟିକୁ ସ୍ୱତନ୍ତ୍ରତା ଦେଇଥିଲେ।

୧୯୩୬ ମସିହା ଏପ୍ରିଲ ୧ ତାରିଖ। ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହୋଇଥିଲା। ପ୍ରତିବର୍ଷ ଗର୍ବିତ ଓଡ଼ିଆମାନେ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଥା’ନ୍ତି। ପବିତ୍ର ଉତ୍କଳ ମାଟିର ଯୋଗ୍ୟ ସନ୍ତାନମାନେ ଦୀର୍ଘ ୩୦ ବର୍ଷ ଧରି ସଂଘର୍ଷ କରି ପରାଧିନ ଥିବା ମାଟି ମା’ଆକୁ ସ୍ୱାଧିନ କରିଥିଲେ ଓ ସ୍ୱତନ୍ତ୍ର ପରିଚୟ ଦେଇଥିଲେ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୨ରେ ଗଠିତ ଉତ୍କଳ ସମ୍ମିଳନୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୦୩ରେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୬୨ଜଣ ସ୍ଥାୟୀ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋବବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, ଭୁବନାନନ୍ଦ ଦାସ ଓ କବିବର ରାଧାନାଥ ରାୟ ପ୍ରମୁଖ ଅନ୍ୟତମ। ସର୍ବମୋଟ ୬ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଲା ଉତ୍କଳ। କଟକ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାକୁ ନେଇ ଓଡ଼ିଶା ମାନଚିତ୍ର ସଜେଇ ହୋଇଥିଲା। କଟକ ଥିଲା ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ରାଜଧାନୀ।

ଆଜି ଓଡ଼ିଶାକୁ ପୂରିଲା ୮୪ ବର୍ଷ। ଉତ୍କଳ ମା’ର ସେହି ଯୋଗ୍ୟ ସନ୍ତାନମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ହିଁ ଓଡ଼ିଶା ମାଟି ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଥିଲା। ଆଉ ଆଜି ବିକଶିତ ହୋଇ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଭାବେ ପରିଚିତ। ଏଣୁ ସେହି ବରପୁତ୍ରମାନଙ୍କ ଅବଦାନକୁ ଓଡ଼ିଶା ମାଟିର ପ୍ରତ୍ୟେକ ସନ୍ତାନ କେବେ ଭୁଲିଯାଇପାରିବେ ନାହିଁ। ଆଜି ଏହି ପବିତ୍ର ଦିନରେ ଆସନ୍ତୁ ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନମାନଙ୍କ ସ୍ମୃତିଚାରଣ କରିବା।

The post ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୪ ବର୍ଷ appeared first on Odisha Reporter.

]]>
right bottom 2020-04-01 09:49:37 https://cdn.odishareporter.in/wp-content/uploads/2020/03/01074810/puri-3.jpg
୧୯୯୮ର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଆଜି ବି ଅକାମୀ https://odishareporter.in/odisha/this-irrigation-project-not-working-since-inception-506360 Mon, 16 Mar 2020 07:51:13 +0000 https://odishareporter.in/?p=506360

ମୋହନା(ମିହିର ଜତି): ଚାଷୀଙ୍କ ସୁବିଧା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଛି ଜଳସେଚନ ପ୍ରକଳ୍ପ। ହେଲେ ସାଧାରଣ ଜ୍ଞାନ ଅଭାବ ଯୋଗୁ ସ୍ଥାନୀୟ ଚାଷୀଙ୍କ କୌଣସି କାମରେ ଲାଗିପାରୁ ନାହିଁ ଏହି ପ୍ରକଳ୍ପ। ଫଳରେ ଚିନ୍ତାରେ ଚାଷୀକୂଳ। ରାଜ୍ୟରେ ଚାଷୀଙ୍କ ଆର୍ଥିକ ଅବସ୍ଥା ବିଷୟରେ କାହାକୁ ବା ଅଛପା! ଏଭଳି ସ୍ଥଳେ ଜଳାଭାବରୁ ସୁଚାରୁ ରୂପେ ଚାଷ କାର୍ଯ୍ୟ ନ କରି ପାରିଲେ ମଧ୍ୟ ନିୟମିତ ଭାବେ ଜଳକର କିନ୍ତୁ ପୈଠ କରୁଛନ୍ତି ଚାଷୀ। […]

The post ୧୯୯୮ର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଆଜି ବି ଅକାମୀ appeared first on Odisha Reporter.

]]>

ମୋହନା(ମିହିର ଜତି): ଚାଷୀଙ୍କ ସୁବିଧା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଛି ଜଳସେଚନ ପ୍ରକଳ୍ପ। ହେଲେ ସାଧାରଣ ଜ୍ଞାନ ଅଭାବ ଯୋଗୁ ସ୍ଥାନୀୟ ଚାଷୀଙ୍କ କୌଣସି କାମରେ ଲାଗିପାରୁ ନାହିଁ ଏହି ପ୍ରକଳ୍ପ। ଫଳରେ ଚିନ୍ତାରେ ଚାଷୀକୂଳ। ରାଜ୍ୟରେ ଚାଷୀଙ୍କ ଆର୍ଥିକ ଅବସ୍ଥା ବିଷୟରେ କାହାକୁ ବା ଅଛପା! ଏଭଳି ସ୍ଥଳେ ଜଳାଭାବରୁ ସୁଚାରୁ ରୂପେ ଚାଷ କାର୍ଯ୍ୟ ନ କରି ପାରିଲେ ମଧ୍ୟ ନିୟମିତ ଭାବେ ଜଳକର କିନ୍ତୁ ପୈଠ କରୁଛନ୍ତି ଚାଷୀ। ଏଭଳି ଅଭାବନୀୟ ସ୍ଥିତି ନଜରକୁ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରୁ। ଏଠାରେ ତଥ୍ୟ ସଂଗ୍ରହ ସମୟରେ ଚାଷୀକୂଳ ସେମାନଙ୍କ ଦୁଃଖ ବଖାଣିଥିଲେ।

ଜଳ ବିହୁନେ ଚାଷ କାର୍ଯ୍ୟ ଅସମ୍ଭବ। ସ୍ଥାନୀୟ ବଡ଼ମଳାଇ ଗ୍ରାମର ଚାଷୀକୂଳକୁ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ନିର୍ମାଣ କରିଛନ୍ତି ଜଳସେଚନ ପ୍ରକଳ୍ପ। ହେଲେ ନିମ୍ନମାନର କାମ, ଅବହେଳା ଏବଂ ସାଧାରଣ ଜ୍ଞାନ ଅଭାବରୁ ପ୍ରକଳ୍ପଟି ନା ଚାଷ କାର୍ଯ୍ୟରେ ଲାଗୁଛି ଆଉ ନା ଚାଷୀକୂଳ ଉପକୃତ ହେଉଛନ୍ତି। ଚାଷୀଙ୍କ କହିବା କଥା ହେଲା, ଘାଇ ତଳେ ଓ କେନାଲଟି ଉପରେ ଥିବାରୁ ପ୍ରକଳ୍ପ ସେମାନଙ୍କ କୌଣସି କାମରେ ଲାଗୁନାହିଁ। ଘାଇରୁ ପାଣି ଉଠୁନାହିଁ କି ଚାଷ ହୋଇପାରୁ ନାହିଁ। ଫଳରେ ଚାଷଜମି ପଡ଼ିଆ ହୋଇ ପଡ଼ୁଛି। ହେଲେ ଗରିବ ଚାଷୀ ନିଜ ଚାଷ ଜମିରେ ପାଣି ଟୋପାଏ ନ ପାଇ ନିୟମିତ ଭାବେ ଜଳକର କିନ୍ତୁ ପୈଠ କରିବାରେ ଲାଗିଛି। ସେହିପରି ଘାଇର ମରାମତି ଅଭାବରୁ ପର୍ଯ୍ୟାପ୍ତ ପାଣି ଗଚ୍ଛିତ ହୋଇପାରୁ ନାହିଁ। ଡ୍ୟାମର ଗେଟ୍ ଚାବି ମଧ୍ୟ ଠିକ୍ ଭାବେ କାମ କରୁ ନ ଥିବାରୁ ବର୍ଷାଦିନେ ପାଣି ସଂରକ୍ଷଣ ହୋଇପାରୁ ନାହିଁ।

ସୂଚନାଯୋଗ୍ୟ, ୧୯୯୮ରୁ ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବଡ଼ମଳାଇ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଆରମ୍ଭ ହୋଇଥିଲା। ପରେ ୨୦୧୪-୧୫ ମସିହାରେ ୨୦ ଲକ୍ଷ ଟଙ୍କା ଅନୁଦାନରେ ପ୍ରକଳ୍ପଟି ନିର୍ମାଣ ହେଲା। ହେଲେ କେନାଲ୍ କେବଳ କିଡିମିଡି ଅଞ୍ଚଳରେ କେତୋଟି ଚାଷ ଜମିକୁ ଛାଡ଼ିଦେଲେ ବଡ଼ମଳାଇ ଗାଁ, ତେନ୍ତୁଳିଖୁଣ୍ଟି, କଇଠପଦା ଓ ଗୋବିନ୍ଦପୁର ଆଦି ଅଞ୍ଚଳରେ ଥିବା ଚାଷ ଜମିଗୁଡ଼ିକୁ ପାଣି ମାଡୁ ନ ଥିବାରୁ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛି। ତେବେ ଏନେଇ ଗଜପତି ଜିଲ୍ଲା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନାଲର ପୁନରୁଦ୍ଧାର ପାଇଁ ୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇ ସାରିଛି। ମାର୍ଚ୍ଚ ୧୫ରୁ ଏହାର କାମ ଆରମ୍ଭ ହୋଇଯିବ। ଯଦି କେନାଲରେ କିଛି ଅସୁବିଧା ରହିଛି, ତା’ର ସ୍ଥାୟୀ ମରାମତି କରାଯିବ ଏବଂ ସମସ୍ତ ଅଞ୍ଚଳକୁ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଛନ୍ତି।

The post ୧୯୯୮ର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଆଜି ବି ଅକାମୀ appeared first on Odisha Reporter.

]]>
right top 2020-03-16 15:36:11 https://cdn.odishareporter.in/wp-content/uploads/2020/03/16120102/mohona-water-irrigation-project.jpg
ଏ ଯୁଗର ବଣ ମଣିଷ; ଉଲ୍ଲଗ୍ନ ହୋଇ ଜଙ୍ଗଲରେ ଘୂରି ବୁଲୁଛନ୍ତି   https://odishareporter.in/odisha/modern-tarzan-in-jharsuguda-506014 Sat, 14 Mar 2020 15:31:57 +0000 https://odishareporter.in/?p=506014

ଲଇକେରା(ଦେବେନ୍ଦ୍ର ବେହେରା): ତାଙ୍କୁ ଦେଖିଲେ କିଏ ସିନେମାର ଟାର୍ଜନ କହୁଛି ତ ଆଉ କିଏ କହୁଛି ସେ ଏଯୁଗର ବଣ ମଣିଷ। ବଣ ଜଙ୍ଗଲରେ ଫଳମୂଳ ଖାଇ ଓ ଉଲ୍ଲଗ୍ନ ହୋଇ ପ୍ରାଚୀନ କାଳରେ ମଣିଷ ଯେଭଳି ଜୀବନ ଜୀଉଁଥିଲା, ଠିକ୍‌ ସେମିତି ଜୀବନ ବଞ୍ଚୁଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ପିଲାଟି ଦିନରୁ ନା ସେ ପୋଷାକ ପିନ୍ଧିଛନ୍ତି ନା ସ୍କୁଲ ବାରଣ୍ଡା ମାଡ଼ିଛନ୍ତି। ପୂରା ଘଟଣା ଏମିତି। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ […]

The post ଏ ଯୁଗର ବଣ ମଣିଷ; ଉଲ୍ଲଗ୍ନ ହୋଇ ଜଙ୍ଗଲରେ ଘୂରି ବୁଲୁଛନ୍ତି   appeared first on Odisha Reporter.

]]>

ଲଇକେରା(ଦେବେନ୍ଦ୍ର ବେହେରା): ତାଙ୍କୁ ଦେଖିଲେ କିଏ ସିନେମାର ଟାର୍ଜନ କହୁଛି ତ ଆଉ କିଏ କହୁଛି ସେ ଏଯୁଗର ବଣ ମଣିଷ। ବଣ ଜଙ୍ଗଲରେ ଫଳମୂଳ ଖାଇ ଓ ଉଲ୍ଲଗ୍ନ ହୋଇ ପ୍ରାଚୀନ କାଳରେ ମଣିଷ ଯେଭଳି ଜୀବନ ଜୀଉଁଥିଲା, ଠିକ୍‌ ସେମିତି ଜୀବନ ବଞ୍ଚୁଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ପିଲାଟି ଦିନରୁ ନା ସେ ପୋଷାକ ପିନ୍ଧିଛନ୍ତି ନା ସ୍କୁଲ ବାରଣ୍ଡା ମାଡ଼ିଛନ୍ତି।

ପୂରା ଘଟଣା ଏମିତି। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତ ସୁଡୁଙ୍ଗ ଗାଁର ଉଦୟ ନାଏକ। ପତ୍ନୀ ଓ ୬ ପୁଅଝିଅଙ୍କୁ ନେଇ ପରିବାର। ଉଦୟଙ୍କ ତୃତୀୟ ପୁଅ ହେଉଛନ୍ତି ଗୋପାଳ। ପିଲାବେଳୁ ସେ ଡ୍ରେସ୍‌ ପିନ୍ଧୁନଥିଲେ। ଗୋପାଳଙ୍କୁ ତାଙ୍କ ମାଆ ଡ୍ରେସ୍‌ ପିନ୍ଧାଇଦେଲେ ସେ ଚିରି ଦେଉଥିଲେ। ତେବେ ଧୀରେ ଧୀରେ ଗୋପାଳଙ୍କ ବୟସ ବଢିବାରୁ ଲୁଗା ପିନ୍ଧିବା ଛାଡ଼ିଦେଲେ। ଏପରିକି ପରିବାର ଲୋକଙ୍କଠାରୁ ଦୂରେଇଗଲେ।

ସେ ଉଲ୍ଲଗ୍ନ ରହି ଘର ପାଖ ଦେଇ ବୋହି ଯାଇଥିବା ନାଳ ଓ ଝାଡ଼ି ଜଙ୍ଗଲରେ ଅଧିକ ସମୟ ଅତିବାହିତ କଲେ। ସେଠାରେ ସେ ଏକ କୁଡ଼ିଆ ନିର୍ମାଣ କରି ପୂରା ଦିନ ରହୁଥିଲେ। ଜଙ୍ଗଲଜାତ ଦ୍ରବ୍ୟ ଖାଇ ବଞ୍ଚୁଥିଲେ। କିନ୍ତୁ ସଞ୍ଜ ନଇଁଗଲେ ସେ ଘରକୁ ଫେରୁଥିଲେ। ଘରର ଯାବତିଅ କାମ କରୁଥିଲେ। ଏହା ଭିତରେ ଗୋପାଳ ୫୦ ବର୍ଷରେ ପଦାର୍ପଣ କଲେଣି। ବିନା ବସ୍ତ୍ରରେ ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଛନ୍ତି ଗୋପାଳ।

ଗୋପାଳଙ୍କ ଏପରି ଆଚରଣ ଦେଖି ବାପା ଉଦୟ ନାଏକ ଓ ମାଆ ଉକିଆ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ମୃତ୍ୟୁ ପରେ ଗୋପାଳ କଣ କରିବ ସେହି ଚିନ୍ତିତରେ ସେମାନେ ଅଛନ୍ତି।

The post ଏ ଯୁଗର ବଣ ମଣିଷ; ଉଲ୍ଲଗ୍ନ ହୋଇ ଜଙ୍ଗଲରେ ଘୂରି ବୁଲୁଛନ୍ତି   appeared first on Odisha Reporter.

]]>
right top 2020-03-14 21:01:57 https://cdn.odishareporter.in/wp-content/uploads/2020/03/14205505/jjjjj.jpg
ଚାନ୍ଦୁଆ ଦେଖାଇଲା ଆତ୍ମନିର୍ଭରଶୀଳତାର ରାସ୍ତା, ମାସକୁ ମହିଳା କମାଉଛନ୍ତି ୭ରୁ ୮ ହଜାର ଟଙ୍କା https://odishareporter.in/odisha/chandua-gives-way-income-to-women-497611 Fri, 21 Feb 2020 12:43:03 +0000 https://odishareporter.in/?p=497611

ଜଳେଶ୍ୱର (ଅଜିତ କୁମାର ଦାସ):  ଆଉ ଘରର ଚାରିକାନ୍ଥ ଭିତରେ ସିମିତ ନାହାନ୍ତି ମହିଳା। ନୂଆ ଆଶା ଆଉ ପରିଚୟ ପାଇଁ ସେମାନେ ଏବେ ପଦାକୁ ଗୋଡ କାଢିଛନ୍ତି। ପରିବାରର ସୁଖ ଦୁଃଖରେ ସହଭାଗିତା ହୋଇ ଆର୍ଥ ଉପାର୍ଜନ କରୁଛନ୍ତି। ସଶକ୍ତ, ସମ୍ପୃଦ୍ଧ ଓ ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କରିଛନ୍ତି ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ମହିଳାଙ୍କୁ ସ୍ୱାବଲମ୍ୱି କରିବା ପାଇଁ ବାଲେଶ୍ୱର ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତରେ ୬ ଟି ସ୍ୱୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) […]

The post ଚାନ୍ଦୁଆ ଦେଖାଇଲା ଆତ୍ମନିର୍ଭରଶୀଳତାର ରାସ୍ତା, ମାସକୁ ମହିଳା କମାଉଛନ୍ତି ୭ରୁ ୮ ହଜାର ଟଙ୍କା appeared first on Odisha Reporter.

]]>

ଜଳେଶ୍ୱର (ଅଜିତ କୁମାର ଦାସ):  ଆଉ ଘରର ଚାରିକାନ୍ଥ ଭିତରେ ସିମିତ ନାହାନ୍ତି ମହିଳା। ନୂଆ ଆଶା ଆଉ ପରିଚୟ ପାଇଁ ସେମାନେ ଏବେ ପଦାକୁ ଗୋଡ କାଢିଛନ୍ତି। ପରିବାରର ସୁଖ ଦୁଃଖରେ ସହଭାଗିତା ହୋଇ ଆର୍ଥ ଉପାର୍ଜନ କରୁଛନ୍ତି। ସଶକ୍ତ, ସମ୍ପୃଦ୍ଧ ଓ ଆତ୍ମନିର୍ଭରଶୀଳର ଉଦାହରଣ ସୃଷ୍ଟି କରିଛନ୍ତି ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ।

ମହିଳାଙ୍କୁ ସ୍ୱାବଲମ୍ୱି କରିବା ପାଇଁ ବାଲେଶ୍ୱର ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତରେ ୬ ଟି ସ୍ୱୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଗଠନ କରାଯାଇଥିଲା। ଏହି ୬ଟି ଏସ୍‌ଏଚ୍‌ଜି ଗୋଷ୍ଠୀର ୪୦ ଜଣ ମହିଳା ମିଶି ୨୦୦୯ ମସିହାରେ ଗଠନ କରିଥିଲେ ‘ମାଆ ଲକ୍ଷ୍ମୀ ଗ୍ରୁପ୍‌’। ପ୍ରତ୍ୟେକ ମହିଳା ମାସିକ ୨୦୦ ଟଙ୍କା ଓ ଜିଲ୍ଲା ଶିଳ୍ପ କେନ୍ଦ୍ର(ସିଆଇସି)ରୁ ଋଣ ନେଇ କାମ ଆରମ୍ଭ କରିଥିଲେ। ନିଜର ପାରିବାରିକ ଜଞ୍ଜାଳ ଭିତରେ ମହିଳାମାନେ କପଡାରୁ ବିଭିନ୍ନ ସରଞ୍ଜାମ ତିଆରି କରି ସ୍ୱାବଲମ୍ୱି ହୋଇଛନ୍ତି। କପଡ଼ାରେ ଚାନ୍ଦୁଆ, ଝୁମର, ଝାଲେରି, ଗାନ୍ଧୀ ବ୍ୟାଗ, ଲାପ୍‌ଟପ୍‌ ବ୍ୟାଗ ପ୍ରଭୃତି ତିଆରି କରି ପିପିଲି ଓ ଭୁବନେଶ୍ୱର ରେ ଥିବା ଉତ୍କଳିକା ସୋ ରୁମ୍‌ରେ ବିକ୍ରି କରୁଛନ୍ତି। ଏହାର ଚାହିଦା ଭଲ ଥିବାରୁ ପଡୋଶୀ ପଶ୍ଚିମବଙ୍ଗର ଦୀଘା, କଲିକତା ଓ ଖଡ଼ଗପୁରରେ ମଧ୍ୟ ବିକ୍ର କରାଯାଉଛି। ଏହାଛଡ଼ା ସ୍ଥାନୀୟ ବଜାର, ବାଣିଜ୍ୟ ମେଳା, ବିଭିନ୍ନ ମନ୍ଦିର ଓ ଘରୋଇ ଅନୁଷ୍ଠାନଠାରୁ  ଅର୍ଡର ପାଇ ତିଆରି କରି ଯୋଗାଉଛନ୍ତି।

ଏବେ ମହିଳାମାନେ ମାସକୁ ୭ରୁ ୮ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହାଛଡ଼ା ଅଜଥା ସମୟ କାଟୁଥିବା ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଚାନ୍ଦୁଆ ତିଆରି ପାଇଁ କଲିକତା ଓ ପିପିଲିରୁ କଞ୍ଚାମାଲ ଆଣିଥାନ୍ତି। ଗୋଟିଏ ୫/୫ ଫୁଟ୍‌ର ହାତବୁଣା ଚାନ୍ଦୁଆ ପାଇଁ ୧୦୦୦ ରୁ ୧୨୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହାକୁ ୧୮୦୦ ରୁ ୨୦୦୦ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ମେଶିନ୍‌ ବୁଣା ଚାନ୍ଦୁଆ ପାଇଁ ୬୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୨ରୁ ୧୫୦୦ ଟଙ୍କରେ ବିକ୍ରି ହେଉଛି। ଗନ୍ଧୀ ବ୍ୟାଗ ତିଆରି ପାଇଁ ୬୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୧୦ ଟଙ୍କାରେ ମିକ୍ରି ହେଉଛି।

ଗ୍ରୁପ୍‌ର ସଭାପତି ଚନ୍ଦ୍ରକାନ୍ତି ଜେନା କହିଛନ୍ତି, ସରକାର ଯଦି ସହାୟତାର ହାତ ବଢାନ୍ତି, ତେବେ ବ୍ୟାଙ୍କ ଏବଂ ଓରମାସରୁ ଋଣ ଆଣି ସଂସ୍ଥାକୁ ଅଧିକ ବଢାଇବା ସହିତ ଅଧିକ ମହିଳାମନଙ୍କୁ ନିଯୁକ୍ତି ଦେଇପାରନ୍ତେ।

The post ଚାନ୍ଦୁଆ ଦେଖାଇଲା ଆତ୍ମନିର୍ଭରଶୀଳତାର ରାସ୍ତା, ମାସକୁ ମହିଳା କମାଉଛନ୍ତି ୭ରୁ ୮ ହଜାର ଟଙ୍କା appeared first on Odisha Reporter.

]]>
right top 2020-02-21 18:13:03 https://cdn.odishareporter.in/wp-content/uploads/2020/02/21180906/chandua.jpg1_.jpg
ପ୍ରେମର ପ୍ରତୀକ ମନ୍ଦିର, ଯେଉଁଠି ପୂଜା କରନ୍ତି ଭାଲେଣ୍ଟାଇନ! https://odishareporter.in/odisha/love-temple1-494946 Fri, 14 Feb 2020 14:12:43 +0000 https://odishareporter.in/?p=494946

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପ୍ରେମର ପ୍ରତୀକ ହେଉଛି ଶଶୀସେଣା ବା ନିମୁହାଁ ମନ୍ଦିର। ଦେଉଳ ଭିତରକୁ ଯିବା ପାଇଁ ଦ୍ୱାର ନାହିଁ। କିନ୍ତୁ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ସେଠାରେ ଭିଡ଼ ଜମେ। ପ୍ରେମିକ ପ୍ରେମିକା ହୁଅନ୍ତୁ ବା ନବ ଦମ୍ପତି ନିଜର ମନସ୍କାମନା ପୂରଣ କରିବା ପାଇଁ ସେଠି ପୂଜା କରନ୍ତି। ଏପରି ମନ୍ଦିର ଆଉ କେଉଁଠି ନୁହେଁ, ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର ସହରରେ ରହିଛି। ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟଙ୍କ ପ୍ରେମ, ପ୍ରଣୟ ଏବଂ […]

The post ପ୍ରେମର ପ୍ରତୀକ ମନ୍ଦିର, ଯେଉଁଠି ପୂଜା କରନ୍ତି ଭାଲେଣ୍ଟାଇନ! appeared first on Odisha Reporter.

]]>

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପ୍ରେମର ପ୍ରତୀକ ହେଉଛି ଶଶୀସେଣା ବା ନିମୁହାଁ ମନ୍ଦିର। ଦେଉଳ ଭିତରକୁ ଯିବା ପାଇଁ ଦ୍ୱାର ନାହିଁ। କିନ୍ତୁ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ସେଠାରେ ଭିଡ଼ ଜମେ। ପ୍ରେମିକ ପ୍ରେମିକା ହୁଅନ୍ତୁ ବା ନବ ଦମ୍ପତି ନିଜର ମନସ୍କାମନା ପୂରଣ କରିବା ପାଇଁ ସେଠି ପୂଜା କରନ୍ତି। ଏପରି ମନ୍ଦିର ଆଉ କେଉଁଠି ନୁହେଁ, ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର ସହରରେ ରହିଛି। ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟଙ୍କ ପ୍ରେମ, ପ୍ରଣୟ ଏବଂ ବିଚ୍ଛେଦର ମୂକସାକ୍ଷୀ ଏହି ମନ୍ଦିର ବୋଲି ଐତିହାସିକ କଥାବସ୍ତୁରୁ ଜଣାପଡ଼େ।

ପ୍ରତାପ ରାୟଙ୍କ ଶଶୀସେଣା କାବ୍ୟରୁ ପ୍ରକାଶ, ଅମରାବତୀର ରାଜକୁମାରୀ ହେଉଛନ୍ତି ଶଶୀସେଣା। ସେ ଗୁରୁକୁଳରେ ପାଠ ପଢ଼ୁଥିବା ବେଳେ ଅହିମାଣିକ୍ୟଙ୍କୁ ପ୍ରେମ କରୁଥିଲେ। ପରେ ଉଭୟେ ରାଜାଙ୍କ ଭୟରେ ପଳାଇ ଆସିଥିଲେ। ସେମାନେ ଭଗବତୀ ମନ୍ଦିର ପ୍ରତିଷ୍ଠା କରି ସେଠାରେ ଜୀବନ ଅତିବାହିତ କରୁଥିଲେ। ଥରେ ଅହିମାଣିକ୍ୟ ଫୁଲ କିଣିବାକୁ ତନ୍ତ୍ରସାଧିକା ଜ୍ଞାନଦେଇ ମାଲୁଣୀଙ୍କ ପାଖକୁ ଯାଇଥିଲେ। ଅହିମାଣିକ୍ୟଙ୍କ ବେଶରେ ଅଭିଭୁତ ହୋଇଥିଲେ ଜ୍ଞାନଦେଈ ମାଲୁଣୀ। ଆଉ ପରେ ତାଙ୍କୁ ତନ୍ତ୍ର ବଳରେ ମେଣ୍ଢା କରିଦେଇଥିଲେ। ରାତିରେ ତନ୍ତ୍ର ବଳରେ ତାଙ୍କୁ ମେଣ୍ଢାରୁ ଭେଣ୍ଡା (ମଣିଷ) କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ଜ୍ଞାନଦେଈ! ଏପଟେ ନିଜ ପ୍ରେମିକକୁ ନପାଇ ଭଗବତୀଙ୍କ ଶରଣ ପଶିଥିଲେ ଶଶିସେଣା।

ପୁରୁଷ ସୈନିକ ବେଶରେ ରାଜା ମାଧବ ଚନ୍ଦ୍ରଙ୍କ ଦରବାରରେ ଉପସ୍ଥିତ ହୋଇଥିଲେ। ସେଠାରେ ନିଜ ପ୍ରେମିକ ନିଖୋଜ ନେଇ ମହାରାଜଙ୍କୁ ଅବଗତ କରାଇଥିଲେ ରାଜକୁମାରୀ। ରାଜାଙ୍କ ନିର୍ଦ୍ଦେଶ ମନ୍ତ୍ରୀ ପାରିଷଦ ବର୍ଗ ସମଗ୍ର ରାଜ୍ୟରେ ଅହିମାଣିକ୍ୟଙ୍କୁ ଖୋଜିଥିଲେ। ମାତ୍ର ପାଇନଥିଲେ। ତେବେ ପରେ ଏହି ଘଟଣା ସହିତ ତନ୍ତ୍ରସାଧିକା ଜ୍ଞାନଦେଈ ମାଲୁଣୀଙ୍କ ସମ୍ପର୍କ ରହିଥିବା ଶୁଣିବାକୁ ମିଳିଥିଲା। ମହାରାଜାଙ୍କ ନିର୍ଦ୍ଦେଶରେ ତନ୍ତ୍ରସାଧିକା ଜ୍ଞାନଦେଈ ମାଲୁଣୀଙ୍କୁ ରାଜ ଦରବାରରେ ଉପସ୍ଥାପିତ କରାଯାଇଥିଲା। ଧମକଚମକ ପରେ ନିଜର ଦୋଷ ମାନିଥିଲେ ଜ୍ଞାନଦେଈ। ଆଉ ତା’ପରେ ଜ୍ଞାନଦେଈ ନିଜର ତନ୍ତ୍ର ବଳରେ ରାଜ ଦରବାରରେ ଅହିମାଣିକ୍ୟଙ୍କୁ ମେଣ୍ଢାରୁ ଭେଣ୍ଡା(ମଣିଷ) କରିଥିଲେ। ଶେଷରେ ଜ୍ଞାନଦେଈଙ୍କ ସବୁ ଦୋଷକୁ କ୍ଷମା ଦେଇଥିଲେ ମହାରାଜା। ଆଉ ତା’ପରେ ରାଜକୁମାରୀ ଶଶିସେଣା ଓ ଅହିମାଣିକ୍ୟଙ୍କ ଭେଟ ହୋଇଥିଲା।

ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟ ଦିନେ ମହାନଦୀ କୂଳରେ ବସିଥିଲେ। ଏହି ସମୟରେ ନିଜ ଜୀବନରେ ଘଟିଥିବା ଘଟଣା ବଖାଣୁଥିଲେ ଅହିମାଣିକ୍ୟ। ଆଉ ଏସବୁ କଥାକୁ ମନଦେଇ ଶୁଣାଉଥିଲେ ଶଶିସେଣା। ଅହିମାଣିକ୍ୟ କହିଥିଲେ ମୁଁ ‘ସାବର’ ତନ୍ତ୍ର ଜାଣିଛି। ଏହି ତନ୍ତ୍ର ବଳରେ ସାପ ହୋଇପାରିବି ବୋଲି ଅହିମାଣିକ୍ୟ କହିଥିଲେ। ଏହାର ନମୁନା ଦେଖାଇବାକୁ ଯାଇ ସେ ଶଶିସେଣାଙ୍କ ହାତରେ ଧୂଳି ଧରାଇ ସାପ ହୋଇଯାଇଥିଲେ। ଆଉ ନିଜ ପ୍ରେମିକଙ୍କ ସାପ ରୂପ ଦେଖି ଭୟଭୀତ ହୋଇ ହାତରେ ଧରିଥିବା ଧୂଳିକୁ ପକେଇ ଦେଇଥିଲେ ଶଶିସେଣା। ତା’ପରେ ନିଜସ୍ୱ ରୂପକୁ ଫେରିପାରିଲେ ନାହିଁ ଅହିମାଣିକ୍ୟ। କିଛି ସମୟରେ ମହାନଦୀ ନୀଳ ଜଳ ରାଶି ଭିତରକୁ ଚାଲିଗଲେ ଅହିମାଣିକ୍ୟ। ଏହା ପରେ ରାଜକୁମାରୀ ଶଶୀସେଣା ମଧ୍ୟ ଉଭାନ ହୋଇଯାଇଥିଲେ। ଏହି ପ୍ରେମ, ମିଳନ ଓ ବିଚ୍ଛେଦର ପ୍ରେମ କାହାଣୀ ପ୍ରତାପ ରାୟଙ୍କ ଶଶୀସେଣା କାବ୍ୟରେ ରହିଛି।

ରାଜକୁମାରୀ ଶଶୀସେଣା ଓ ଅହିମାଣିକ୍ୟଙ୍କ ପ୍ରେମର ପ୍ରତୀକ ଭାବେ ୧୯୨୧ ମସିହାରେ ସୁବର୍ଣ୍ଣପୁର ରାଜା ବୀରମିତ୍ର ଦେଓ ସିଂହଦେଓ କଚେରୀ ଛକ ମୁଖ୍ୟ ରାସ୍ତା କଡ଼ରେ ଏକ ମନ୍ଦିର ନିର୍ମାଣ କରିଥିଲେ। ଯେଉଁ ମନ୍ଦିର ନାଁ ହେଉଛି ‘ଶଶୀସେଣା’ ବା ‘ନିମୁହିଁ’ ମନ୍ଦିର। ଏହି ମନ୍ଦିର ଭିତରକୁ ଯିବାକୁ ରାସ୍ତା ନାହିଁ। ବର୍ଷର ଆଜିର ଦିନରେ ପ୍ରେମିକ ଓ ପ୍ରେମିକା ବା ନବ ଦମ୍ପତିମାନେ ସେଠାକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି।

The post ପ୍ରେମର ପ୍ରତୀକ ମନ୍ଦିର, ଯେଉଁଠି ପୂଜା କରନ୍ତି ଭାଲେଣ୍ଟାଇନ! appeared first on Odisha Reporter.

]]>
right top 2020-02-14 21:04:12 https://cdn.odishareporter.in/wp-content/uploads/2020/02/14192645/love-temple.jpg
ଜର୍ଜୀଆରେ ଚମକିଲେ ଓଡ଼ିଶା କୁନି ଝିଅ https://odishareporter.in/odisha/world-rising-stars-2020-490160 Sun, 02 Feb 2020 12:28:58 +0000 https://odishareporter.in/?p=490160

ପୁରୀ (ଓଡ଼ିଶା ରପୋର୍ଟର): ପୁରୀର କୁନି ଝିଅ ଦିବ୍ୟଶ୍ରୀ ଦେବାଶିଷ ବେହେରା ଜର୍ଜୀଆରେ ଦେଖାଇଲେ କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଛନ୍ତି “ବେଷ୍ଟ ନ୍ୟାସନାଲ୍‌ କଷ୍ଟ୍ୟୁମ୍‌-୨୦୨୦” ଆଉ ଟପ୍‌ ମଡେଲ -୨୦୨୦। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦେଶ ଓ ଓଡ଼ିଆଙ୍କ ଟେକ ରଖିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର। ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ […]

The post ଜର୍ଜୀଆରେ ଚମକିଲେ ଓଡ଼ିଶା କୁନି ଝିଅ appeared first on Odisha Reporter.

]]>

ପୁରୀ (ଓଡ଼ିଶା ରପୋର୍ଟର): ପୁରୀର କୁନି ଝିଅ ଦିବ୍ୟଶ୍ରୀ ଦେବାଶିଷ ବେହେରା ଜର୍ଜୀଆରେ ଦେଖାଇଲେ କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଛନ୍ତି “ବେଷ୍ଟ ନ୍ୟାସନାଲ୍‌ କଷ୍ଟ୍ୟୁମ୍‌-୨୦୨୦” ଆଉ ଟପ୍‌ ମଡେଲ -୨୦୨୦। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦେଶ ଓ ଓଡ଼ିଆଙ୍କ ଟେକ ରଖିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର।

ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ ପାଞ୍ଚବର୍ଷର ଝିଅ ଦିବ୍ୟଶ୍ରୀ। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଫେସନ ଡିଜାଇନିଂ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଆଉ ତାଙ୍କର ଇଚ୍ଛା ସହ ପରିବାର ମଧ୍ୟ ଫେସନ ଡିଜାଇନିଂ କରିବା ପାଇଁ ଯୋଗାଇ ଦେଇଥିଲେ ସମସ୍ତ ପ୍ରକାର ସହଯୋଗ। ଭାରତରେ ବିଭିନ୍ନ ଜାତୀୟ ଫେସନ ଡିଜାଇନିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଶ୍ ସଫଳତା ଅର୍ଜନ କରିଥିଲେ ଦିଦ୍ୟଶ୍ରୀ। ତା’ପରେ ବିଶାଖାପାଟନମ୍‌ ଓ ବେଙ୍ଗାଲୁରୁରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫେସନ ଶୋ’ରେ ମଧ୍ୟ ଦିବ୍ୟଶ୍ରୀଙ୍କୁ ମିଳିଥିଲା ବିଶେଷ ସଫଳତା। ପରେ ଜର୍ଜୀଆ ପାଇଁ ବାଟ ଫିଟିଥିଲା। ଏହା ପରେ ଦିବ୍ୟଶ୍ରୀ ଜର୍ଜୀଆର ତିବିଲସେ (Tibilse) ସହରରେ ପହଞ୍ଚିଥିଲେ।

ଭାରତ ପକ୍ଷରୁ ୪ରୁ ୭ ବର୍ଷ ବୟସ ବିଭାଗରେ ସେ ପ୍ରତିନିଧିତ୍ଵ କରିଥିଲେ। ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ world rising stars-2020 ପ୍ରତିଯୋଗିତାରେ ଭାଗ ନେଇ ଦେଶପାଇଁ ଆଣିଥିଲେ ଗୌରବ। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରୀର ଦିବ୍ୟଶ୍ରୀ କ୍ରାଉନ ଜିତି ଏହି ଗୌରବ ଆଣିଛନ୍ତି। ଆଉ ସବୁଠୁଁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର। ମାତ୍ର ପାଞ୍ଚବର୍ଷ ବୟସରେ ଦିବ୍ୟଶ୍ରୀଙ୍କ ଏଭଳି ପ୍ରତିଭା  ଚୟନକର୍ତ୍ତାଙ୍କ ମନକୁ ଜିଣିନେଇଥିଲା। ଆଉ ଏବେ ରାମ୍ପ ଶୋ’ରେ ବିଶ୍ୱରେକର୍ଡ ପାଇଁ ପ୍ରସ୍ତୁତ ହେବେ ବୋଲି ପରିବାର ଆଶା ରଖିଛି।

ଏତେ କମ ବୟସରୁ  ଦିବ୍ୟଶ୍ରୀଙ୍କର ଫେସନଡିଜାଇନିଂ ପ୍ରତି ଆଗ୍ରହ ସମସ୍ତଙ୍କୁ ଚକିତ କରିଥିଲା। ଉଭୟ ବାପା ଓ ମାଆ ଆଇଟି ସେକ୍ଟରରେ ବାଙ୍ଗାଲୁରୁରେ କାମ କରୁଥିବାରୁ ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ଆଉ ଝିଅ ପଛରେ ସମୟ ଦେବାକୁ ଉଭୟ ଚିନ୍ତା କରିଥିଲେ। ତା’ପରେ ଫେସନ ଡିଜାଇନିଂ, କଷ୍ଟ୍ୟୁମ, ସିଙ୍ଗିଂ ଆଦି ନଲେଜ ଗେନ୍ କରିବା ପାଇଁ ୟୁଟ୍ୟୁବ୍‌ ମାଧ୍ୟମରେ ଶିଖାଇଥିଲେ ପରିବାର ଲୋକ।

The post ଜର୍ଜୀଆରେ ଚମକିଲେ ଓଡ଼ିଶା କୁନି ଝିଅ appeared first on Odisha Reporter.

]]>
right top 2020-02-02 18:03:29 https://cdn.odishareporter.in/wp-content/uploads/2020/02/02175748/puri.jpg
ଗାଁ ମୁଣ୍ଡରେ ଲାଗିଛି ନୋଟିସ୍‌, ପଶିଲେ ୫୦୦୦ ଟଙ୍କା ଫାଇନ୍‌ https://odishareporter.in/odisha/5k-will-be-fined-for-unknown-if-he-entry-this-village-mistakenly1111-486505 Thu, 23 Jan 2020 13:18:50 +0000 https://odishareporter.in/?p=486505

ଚନ୍ଦ୍ରପୁର (ନନ୍ଦକିଶୋର ପଟ୍ଟନାୟକ): ସାବଧାନ! ଗାଁ ଭିତରକୁ ପ୍ରବେଶ କଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହି ଅଜବ ସର୍ତ୍ତ କେବଳ ଅଜଣା ବାହାର ଲୋକଙ୍କ ପାଇଁ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁରେ ମୁଦ୍ର ପୂଜା ଚାଲିଥିବାରୁ ଲୋକେ ଏପରି ସର୍ତ୍ତ ରଖିଛନ୍ତି। ଯାହାର ହାତ ଲେଖା ପୋଷ୍ଟର ଗାଁରେ ଲାଗିଥିବା ଦେଖିବାକୁ ମିଳିଛି। ବଣ ପାହାଡ଼ ଘେରା ଭିତରେ ରହିଛି ବିଷମକଟକ ଥାନା ଖୁଣ୍ଟବାଡି ଗାଁ। ଏଠାରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା […]

The post ଗାଁ ମୁଣ୍ଡରେ ଲାଗିଛି ନୋଟିସ୍‌, ପଶିଲେ ୫୦୦୦ ଟଙ୍କା ଫାଇନ୍‌ appeared first on Odisha Reporter.

]]>

ଚନ୍ଦ୍ରପୁର (ନନ୍ଦକିଶୋର ପଟ୍ଟନାୟକ): ସାବଧାନ! ଗାଁ ଭିତରକୁ ପ୍ରବେଶ କଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହି ଅଜବ ସର୍ତ୍ତ କେବଳ ଅଜଣା ବାହାର ଲୋକଙ୍କ ପାଇଁ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁରେ ମୁଦ୍ର ପୂଜା ଚାଲିଥିବାରୁ ଲୋକେ ଏପରି ସର୍ତ୍ତ ରଖିଛନ୍ତି। ଯାହାର ହାତ ଲେଖା ପୋଷ୍ଟର ଗାଁରେ ଲାଗିଥିବା ଦେଖିବାକୁ ମିଳିଛି।

ବଣ ପାହାଡ଼ ଘେରା ଭିତରେ ରହିଛି ବିଷମକଟକ ଥାନା ଖୁଣ୍ଟବାଡି ଗାଁ। ଏଠାରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଦ୍ରା ପୂଜା ହୋଇଥାଏ। ୨୫ ବର୍ଷର ଥରେ ଏହି ପୂଜା ଗାଁ ଲୋକମାନେ କରିଥାଆନ୍ତି। ମୁଦ୍ରା ପୂଜା କଲେ ଗାଁ ଲୋକଙ୍କ ମଙ୍ଗଳ କାମନା ହୋଇଥାଏ। ଏପରିକି ଗାଁ ଲୋକଙ୍କୁ କୌଣସି ରୋଗବ୍ୟାଧି ହୋଇନଥାଏ ବୋଲି ଆଦିବାସୀଙ୍କର ବିଶ୍ୱାସ ରହିଛି। ସେଥିପାଇଁ କେଉଁ କାଳରୁ ଏହି ପୂଜା କରିଆସୁଛନ୍ତି ଗାଁ ଲୋକେ। ଚଳିତବର୍ଷ ଜାନୁଆରୀ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପୂଜା ଚାଲିଛି। ସେଥିପାଇଁ ଗାଁ ଉତ୍ସବ ମୁଖର ହୋଇଛି।

ମୁଦ୍ରା ପୂଜା ସମୟରେ ଗାଁ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି। ଆଉ ଏହାର ଖିଲାପ କଲେ ୫୦୦୦ ଟଙ୍କା ଜୋରିମାନା କରାଯାଇଛି। ଗାଁର ପ୍ରବେଶ ପଥରେ ଏହି ନିର୍ଦ୍ଦେଶନାମା (ହାତ ଲେଖା ପୋଷ୍ଟର) ଏକ ଗଛରେ ଲାଗିଛି। ସେଥିରେ ଲେଖା ହୋଇଛି “ଦୟାକରି ଗେଟ୍‌ ଭିତରକୁ କେହି ପ୍ରବେଶ କରନ୍ତୁ ନାହିଁ। କାହିଁକି ନା ଗାଁ ଭିତରେ ପୂଜା ଚାଲିଛି। ଯଦି କେହି ବିନା ଅନୁମତିରେ ପ୍ରବେଶ କରନ୍ତି, ତାହାହେଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ।”

ଏପରିକି ଶିକ୍ଷକମାନେ ମଧ୍ୟ ଏହି ରାସ୍ତାଦେଇ ସ୍କୁଲକୁ ଯାଇପାରିବେ ନାହିଁ। ଚାକିରି ଭୟରେ ଶିକ୍ଷକମାନେ ଜଙ୍ଗଲ ରାସ୍ତାଦେଇ ଯାଉଛନ୍ତି। ତେବେ ଛାତ୍ରଛାତ୍ରୀମାନେ ନ ଆସିବାରୁ ଦୁଇ ଦିନ ହେଲା ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିବା ଶିକ୍ଷକ କହିଛନ୍ତି। ଗାଁକୁ ଦିଶାରୀ ଆସି ପୂଜା କରୁଥିବାରୁ ଏଭଳି ବାରଣ କରାଯାଇଛି। ତେବେ ଲଗାତାର ତିନି ଦିନ ଧରି ଗାଁରେ ଏପରି ଅବସ୍ଥା ଉପୁଜିବା ପରେ ମଧ୍ୟ ପ୍ରଶାସନ ତରଫରୁ ଗାଁ ଲୋକଙ୍କୁ ସଚେତନ କରିବାର ବ୍ୟବସ୍ଥା କରାଯାଇ ନାହିଁ ।

The post ଗାଁ ମୁଣ୍ଡରେ ଲାଗିଛି ନୋଟିସ୍‌, ପଶିଲେ ୫୦୦୦ ଟଙ୍କା ଫାଇନ୍‌ appeared first on Odisha Reporter.

]]>
centre bottom 2020-01-23 18:51:41 https://cdn.odishareporter.in/wp-content/uploads/2020/01/23184504/gunupur.jpg
ଉଚ୍ଚ ଶିକ୍ଷିତଙ୍କ ନିମ୍ନ ମନୋବୃତ୍ତି! https://odishareporter.in/odisha/other-side-of-the-engineer-beggar-story-485400 Mon, 20 Jan 2020 11:53:48 +0000 https://odishareporter.in/?p=485400

ଚର୍ଚ୍ଚାରେ ବି-ଟେକ୍‌ ଭିକାରୀ। ଗତ କିଛି ଦିନ ହେଲା ଗଣମାଧ୍ୟମର ଶୀରୋନାମା ପାଲଟିଥିଲେ ଗିରିଜା ଶଙ୍କର ମିଶ୍ର। ସିପେଟ୍‌ରୁ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ପାସ୍‌ କରିଥିବା ଗିରିଜା ଶ୍ରୀକ୍ଷେତ୍ର ପୁରୀରେ ଭିକ୍ଷା ମାଗୁଥିଲେ। ଗିରିଜା କୁହନ୍ତି, ଉଚ୍ଚ ଶିକ୍ଷା ଲାଭ କରିବା ପରେ ସେ ମୁମ୍ବାଇର ଏକ କମ୍ପାନୀରେ ଚାକିରି କରିଥିଲେ। ସେଠାରେ ତାଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ମତାନ୍ତର ଯୋଗୁ ସେ ଚାକିରି ଛାଡ଼ି ଦେଇଥିଲେ। ଏହାପରେ ସେ ସିଧା ପୁରୀ ଆସିଯାଇଥିଲେ। ଏଠାରେ ସେ ଭିକ୍ଷା […]

The post ଉଚ୍ଚ ଶିକ୍ଷିତଙ୍କ ନିମ୍ନ ମନୋବୃତ୍ତି! appeared first on Odisha Reporter.

]]>

ର୍ଚ୍ଚାରେ ବି-ଟେକ୍‌ ଭିକାରୀ। ଗତ କିଛି ଦିନ ହେଲା ଗଣମାଧ୍ୟମର ଶୀରୋନାମା ପାଲଟିଥିଲେ ଗିରିଜା ଶଙ୍କର ମିଶ୍ର। ସିପେଟ୍‌ରୁ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ପାସ୍‌ କରିଥିବା ଗିରିଜା ଶ୍ରୀକ୍ଷେତ୍ର ପୁରୀରେ ଭିକ୍ଷା ମାଗୁଥିଲେ। ଗିରିଜା କୁହନ୍ତି, ଉଚ୍ଚ ଶିକ୍ଷା ଲାଭ କରିବା ପରେ ସେ ମୁମ୍ବାଇର ଏକ କମ୍ପାନୀରେ ଚାକିରି କରିଥିଲେ। ସେଠାରେ ତାଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ମତାନ୍ତର ଯୋଗୁ ସେ ଚାକିରି ଛାଡ଼ି ଦେଇଥିଲେ। ଏହାପରେ ସେ ସିଧା ପୁରୀ ଆସିଯାଇଥିଲେ। ଏଠାରେ ସେ ଭିକ୍ଷା ବୃତ୍ତି କରୁଛନ୍ତି।

ଗଣମାଧ୍ୟମରେ ଗିରିଜାଙ୍କ ସମ୍ପର୍କରେ ଖବର ପ୍ରସାରଣ ହେବାପରେ ଗିରିଜାଙ୍କ ପରିବାର ଲୋକ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ। ଗିରିଜାଙ୍କ ଭିକ୍ଷା ବୃତ୍ତିକୁ ନେଇ ଲୋକମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ଘର ବାହୁଡ଼ା ପରେ ସେମାନେ ଖୁସି ହୋଇଛନ୍ତି। ଏ ଖବରରେ ଅନେକ ଲୋକ ଦୁଃଖୀ, ଗିରିଜାଙ୍କ ଭିକ୍ଷା ବୃତ୍ତିକୁ ନେଇ ନୁହେଁ ବରଂ ତାଙ୍କ ନିଷ୍ପତ୍ତି ପାଇଁ।

ଦେଶ ଯୁବ ପ୍ରତିଭାଙ୍କୁ ନେଇ ଗର୍ବ କରିବା କଥା। ଆଉ ଏ ସମୟରେ ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଭିକ୍ଷା ବୃତ୍ତି କରିବା ଦେଖି ନିରାଶ ହେବା ସ୍ୱାଭାବିକ।

ଗିରାଜା ଶଙ୍କର ମିଶ୍ରଙ୍କ କଥାବାର୍ତ୍ତା ଯଦି ଶୁଣିବେ ଆପଣଙ୍କୁ ଲାଗିବନି ଯେ ତାଙ୍କର ମାନସିକ ସନ୍ତୁଳନ ଠିକ୍‌ ନାହିଁ ବୋଲି। ସେ ଶାରୀରିକ ସକ୍ଷମ ମଧ୍ୟ। ଉଚ୍ଚ ଶିକ୍ଷା ପରେ ଯଦିଓ ସେ ଚାକିରି ନକରିବାର ନିଷ୍ପତ୍ତି ନେଲେ କିନ୍ତୁ ସେ ଏହାର ବିକଳ୍ପ ଭାବେ ନିଜର ଜ୍ଞାନ କୌଶଳ ଦ୍ୱାରା କିଛି ନୂଆ ଉଦ୍ଭାବନ କରିପାରିଥାନ୍ତେ।

କାରଣ ରିପୋର୍ଟରୁ ଯାହା ଜଣାପଡିଛି ଭାରତରେ କେବଳ ୧୦ ଭାଗ ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବାରେ ସଫଳ ହୋଇଛନ୍ତି। ତା’ ମାନେ ହେଉଛି ଗିରିଜା ସେହି ୧୦ ଭାଗ ଯୁବକଙ୍କ ମଧ୍ୟରେ ଜଣେ। ଆର୍ଥିକ ସମସ୍ୟା ଏବଂ ଉପଯୁକ୍ତ ସୁଯୋଗର ଅଭାବ ପାଇଁ ଲକ୍ଷ ଲକ୍ଷ ପିଲା ଏବେବି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

ଅନ୍ୟପକ୍ଷେ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ବେରୋଜଗାର କାରଣରୁ ପ୍ରତି ୨ ଘଣ୍ଟାରେ ଦେଶର ୩ ଜଣ ଶିକ୍ଷିତ ଲୋକ ଆତ୍ମହତ୍ୟା କରୁଛନ୍ତି।

ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରାଖଣ୍ଡ, ମେଘାଳୟ, ଗୋଆ, ଚଣ୍ଡିଗଡ଼, ଡାମନ ଡିଉ, ଦିଲ୍ଲୀ, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀରେ ୨୦୧୮ରେ କୌଣସି ଚାଷୀ, ବିଲରେ କାମ କରୁଥିବା ମଜୁରିଆ ଆତ୍ମହତ୍ୟା କରି ନଥିବା ରିପୋର୍ଟ କହୁଛି। କିନ୍ତୁ ୨୦୧୮ରେ ପ୍ରାୟ ୧୩ ହଜାର ବେକାର ଓ ୧୦ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ଦେଶରେ ଚାଷୀ ଆତ୍ମହତ୍ୟା ଅପେକ୍ଷା ବେରୋଜଗାର ଜନିତ ଆତ୍ମହତ୍ୟା ସଂଖ୍ୟା ବଢ଼ିଛି। ୨୦୧୮ରେ ମୋଟ୍ ୧୨ ହଜାର ୯୩୬ ଜଣ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଛନ୍ତି।

୨୦୧୭ରେ ଦେଶର ୧୨ ହଜାର ୨୪୧ ଜଣ ଲୋକ ବେରୋଜଗାର ଜନିତ କାରଣ ପାଇଁ ଆତ୍ମହତ୍ୟା ହୋଇଛି।

୨୦୧୬ରେ ବେରୋଜଗାର ଜନିତ ଆତ୍ମହତ୍ୟା ସଂଖ୍ୟା ୧୧ ହଜାର ୧୭୩ ରହିଥିଲା। ୨୦୧୫ରେ ବେରୋଜଗାର ଜନିତ ମୃତ୍ୟୁ ସଂଖ୍ୟା ୧୦ ହଜାର ୯୧୨ ରହିଛି।

ଏନସିଆରବି ୨୦୧୫ ପାଖରୁ ୨୦୧୮ ରିପୋର୍ଟକୁ ସମୀକ୍ଷା କରି କହିଛି ଯେ, ୨୦୧୮ରେ ପ୍ରତିଦିନ ୩୫ ଜଣ ଲୋକ, ୨୦୧୭ରେ ପ୍ରାୟ ୩୪ ଜଣ ଏବଂ ୨୦୧୬ରେ ୩୦ ଜଣ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଛନ୍ତି।

ସେହିପରି ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ୮୨ ପ୍ରତିଶତ ଜଣ ପୁରୁଷ ରହିଛନ୍ତି। କେରଳରେ ସର୍ବାଧିକ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଥିବାବେଳେ ଦ୍ୱିତୀୟରେ ତାମିଲନାଡୁ, ତୃତୀୟରେ ମହାରାଷ୍ଟ୍ର, ଚତୁର୍ଥରେ କର୍ଣ୍ଣାଟକ ଏବଂ ପଞ୍ଚମରେ ଉତ୍ତର ପ୍ରଦେଶ ରହିଛି।

ଶେଷରେ ଏତିକି କୁହାଯାଇ ପାରେ ଯେ, ଗିରିଜାଙ୍କ ଏପରି ନିଷ୍ପତ୍ତି କେବଳ ତାଙ୍କ ଦୁର୍ବଳ ମନୋବୃତ୍ତିକୁ ଦର୍ଶାଉନି, ତାଙ୍କ ଶିକ୍ଷାକୁ ମଧ୍ୟ ସେ ଉପଯୁକ୍ତ ସମ୍ମାନ ଦେଇନାହାନ୍ତି। ଅନ୍ୟପକ୍ଷରେ ଆମ ଦେଶରେ ଏଭଳି ଉଚ୍ଚଶିକ୍ଷିତ ଓ ତାଲିମପ୍ରାପ୍ତ ଯୁବକଙ୍କ ପାଇଁ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ତାକୁ ନେଇ ମଧ୍ୟ ବିଚାର କରିବାର ସମୟ ଆସିଯାଇଛି। ବର୍ତ୍ତମାନ ବୋରାଜଗାର ସଂଖ୍ୟା ଦୀର୍ଘ ୪୫ ବର୍ଷର ରେକର୍ଡ ଭାଙ୍ଗିଦେଇଛି।

ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ୍‌- Swainbiswobandita@gmail.com

The post ଉଚ୍ଚ ଶିକ୍ଷିତଙ୍କ ନିମ୍ନ ମନୋବୃତ୍ତି! appeared first on Odisha Reporter.

]]>
2020-01-21 10:38:47 https://cdn.odishareporter.in/wp-content/uploads/2020/01/20185658/biswo-nn.jpg
ଆଦି ସୂର୍ଯ୍ୟ ଜଗନ୍ନାଥ: ଆପଣ ଜାଣିଛନ୍ତି କି ଶ୍ରୀମନ୍ଦିରରେ ଓଲଟା କ୍ରମରେ କାହିଁକି ରହିଛନ୍ତି ନବଗ୍ରହ? https://odishareporter.in/astrology/vastu/today-is-surya-jagannath11-483622 Wed, 15 Jan 2020 16:58:29 +0000 https://odishareporter.in/?p=483622

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ପବିତ୍ର ମକର ସଂକ୍ରାନ୍ତି। ସମଗ୍ର ଭାରତବର୍ଷ ଏହି ପର୍ବ ପାଇଁ ଉତ୍ସବମୁଖର। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉତ୍ତରାୟଣ ଗତି ଆଧାରରେ ପାଳିତ ହୁଏ ଏହି ଉତ୍ସବ। ଆଉ ଏଠି ଆମ ଓଡିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ଉତ୍ତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ। ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଉଦ୍ଭବ ପ୍ରାଣୀମାନଙ୍କ ତାରକ ଓ […]

The post ଆଦି ସୂର୍ଯ୍ୟ ଜଗନ୍ନାଥ: ଆପଣ ଜାଣିଛନ୍ତି କି ଶ୍ରୀମନ୍ଦିରରେ ଓଲଟା କ୍ରମରେ କାହିଁକି ରହିଛନ୍ତି ନବଗ୍ରହ? appeared first on Odisha Reporter.

]]>

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ପବିତ୍ର ମକର ସଂକ୍ରାନ୍ତି। ସମଗ୍ର ଭାରତବର୍ଷ ଏହି ପର୍ବ ପାଇଁ ଉତ୍ସବମୁଖର। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉତ୍ତରାୟଣ ଗତି ଆଧାରରେ ପାଳିତ ହୁଏ ଏହି ଉତ୍ସବ। ଆଉ ଏଠି ଆମ ଓଡିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ଉତ୍ତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ।

ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଉଦ୍ଭବ ପ୍ରାଣୀମାନଙ୍କ ତାରକ ଓ କାରକ। ହେଲେ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଭଗବାନ ଜଗନ୍ନାଥ ହେଉଛନ୍ତି ଆଦିସୂର୍ଯ୍ୟ । ଏହି କଥାର ପ୍ରମାଣ ଆପଣମାନେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବୁଲିବା ବେଳେ ଜାଣିପାରିବେ। ଲଷ୍ମୀ ମନ୍ଦିର ପାର୍ଶ୍ଵରେ ରହିଥିବା ନବଗ୍ରହ ମନ୍ଦିରରେ ସୂର୍ଯ୍ୟଙ୍କ ଓଲଟା ଉପସ୍ଥିତି ହିଁ ଜଗନ୍ନାଥ ମହାପ୍ରଭୁ ଯେ ଆଦି ସୂର୍ଯ୍ୟ ତାହା ପ୍ରମାଣିତ କରେ।

କହିବାର ଅଭିପ୍ରାୟ ଏହା ଯେ, କୋଇଲି ବୈକୁଣ୍ଠକୁ ଲାଗି ଭିତର ବେଢାର ପ୍ରାଚୀର ପାର୍ଶ୍ଵରେ ରହିଛି ନବଗ୍ରହ ମନ୍ଦିର। ଯେହେତୁ କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କ ପ୍ରାକଟ୍ୟ ଲୀଳା ଅନୁଷ୍ଠିତ ହୁଏ, ତେଣୁ ଓଲଟା କ୍ରମେ ଏଠାରେ ନବଗ୍ରହ ସ୍ଥାପିତ ହୋଇଛନ୍ତି। ଯେଉଁ କ୍ରମରେ ବିଭିନ୍ନ ମନ୍ଦିରରେ ଆମେ ସୂର୍ଯ୍ୟଙ୍କଠାରୁ ଆରମ୍ଭ କରି କେତୁଙ୍କ ପର୍ଯ୍ୟନ୍ତ ଗ୍ରହ ଗଣନା କରି ଉପସନା କରୁ ତାହାର ଠିକ ଓଲଟା କ୍ରମ ଏଠାରେ ଦେଖିବାକୁ ମିଳେ।

ମକର ଚଉରାଶି କାହିଁକି ?

ଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର। ଏଣୁ ସେ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଜନ୍ତୁଙ୍କ ପାଳକ। ଏଣୁ ସେହି ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ୮୪ ପ୍ରକାର ବ୍ୟଞ୍ଜନ ପ୍ରସାଦ ଲାଗି ହୁଏ। ଯାହାକୁ ମକର ଚଉରାଶି ଭୋଗ କୁହାଯାଏ। ମକର ଚାଉଳ ବା ଅପକ୍ୱ ଅରୁଆ ଚାଉଳରେ ବିଭିନ୍ନ ସୁମିଷ୍ଟ ଦ୍ରବ୍ୟ ମିଶାଇ ଅନ୍ନବଳି ଭାବେ ମହାପ୍ରଭୁଙ୍କ ପାଖରେ ଦିଗପାଳମାନଙ୍କୁ ସମର୍ପଣ କରାଯାଏ। ଏହା ବ୍ୟତୀତ ମହାପ୍ରଭୁଙ୍କ ପାଖେ ଲାଗି ହେଉଥିବା ୮୪ ପ୍ରକାର ବ୍ୟଞ୍ଜନର ନାଁ ଜାଣିବାକୁ ଚାହୁଁଛନ୍ତି କି। ତେବେ ପଢନ୍ତୁ।

ସେହି ଭୋଗ ଦ୍ରବ୍ୟର ନା ହେଲା :-
୧: ଜଗନ୍ନାଥ ବଲ୍ଲଭ
୨: ଖଜା
୩: ଗଜା
୪: ଶୁକ୍ଳ ଫେଣି
୫: ମିଠା ଫେଣି
୬: ଲୁଣି ଖୁରୁମା
୭: ମିଠା ଖୁରୁମା
୮: ବଡ଼ପୁରୀ
୯: ସାନପୁରୀ
୧୦: କାକତୁଆ ଝିଲି
୧୧: ବଡନାଡୀ
୧୨: ସାନନାଡୀ
୧୩: କାକରା
୧୪: ହଂସକେଳି
୧୫: ଚନ୍ଦ୍ରକାନ୍ତି
୧୬: ବଡା
୧୭: ନାନମାନ
୧୮: ବସନ୍ତ ଆରିସା
୧୯: ପାଗ ଆରିସା
୨୦: ମରିଚ ଲଡୁ
୨୧: ବଡ କ୍ଷୀରିସା
୨୨: କଦମ୍ବା
୨୩: ମେଣ୍ଢା ମୁଣ୍ଡିଆ ଖେଚୁଡ଼ି
୨୪: ନେତ୍ରପୁରୀ
୨୫: ମଗଜ ଲଡୁ
୨୬: ଅମାଲୁ
୨୭: ଡାଳିମ୍ବ
୨୮: ମନୋହର
୨୯: ସରଭଜା
୩୦: ପରିଜାତକ
୩୧: ମାଣ୍ଡୁଅ
୩୨: ବଲ୍ଲଭ କୋରା
୩୩: ଗୋପାଳ ବଲ୍ଲଭ
୩୪: ଅମୃତ ରସାବଳୀ
୩୫: ସୁଆରୀ
୩୬: ଚଢେଇନଦା
୩୭: ବଡକାନ୍ତି
୩୮: ମାଠପୁଳି
୩୯: ଗଗୁଡି
୪୦: ନଡ଼ିଆ ଖୁରି
୪୧: ବୁନ୍ଦିଆ ଖିରି
୪୨: ଟାକୁଆ
୪୩: ପଣା
୪୪: ମହାଦେଇ ଖେଚୁଡ଼ି
୪୫: ମହନଭୋଗ
୪୬: ଜେନାମଣି
୪୭: ସୁଜିଗଜା
୪୮: ବଳିବମାନ ମୁଗ
୪୯: ସୁଆର ପିଠା/ପୋଡା ପିଠା
୫୦: ମାଖନ
୫୧: ଖଳି ରୁଟି
୫୨: କନିକା
୫୩: ସାଧାଅନ୍ନ
୫୪: ଡାଲି
୫୫: ବେସର
୫୬: ପାୟସ
୫୭: ପୁରଏଣ୍ଡୁରି
୫୮: ଅଡାପାକନ
୫୯: ଖୁଆମଣ୍ଡା
୬୦: ଖାଇରଚୁଳ
୬୧: ଲଷ୍ମୀବିଳାସ

୬୨: ଘିଅନ୍ନ
୬୩: ଅନ୍ନ ରସାବଳୀ
୬୪: ଲଡୁ
୬୫: ନଡ଼ିଆ କେଳି
୬୬: ଖାଇର ଚୁଳିଆ
୬୭: ମୋତିଚୁଳ
୬୮: ଧନୁସଂକ୍ରାନ୍ତି ପିଠା
୬୯: ପନସୁଆ ଲଡୁ
୭୦: ସରକୁମ୍ପା
୭୧: ଅରଖଫୁଲ
୭୨: କଡମ୍ବା
୭୩: ଖେଇମଣ୍ଡା
୭୪: ଚେନାପିଠା
୭୫: ଶ୍ରୀହସ୍ତକୋରା
୭୬: ରାଧାବଲ୍ଲଭି
୭୭: ସାଧା ଏଣ୍ଡୁରି
୭୮: ଚୁଲିଆକୂପଡ
୭୯: ଗଇଁଠା
୮୦: ଯେଉଟ
୮୧: କାନଫୁଲି
୮୨: ମେଣ୍ଢାସିଙ୍ଗିଆ
୮୩: ଖଣ୍ଡମଣ୍ଡା
୮୪: କାନ୍ତି

The post ଆଦି ସୂର୍ଯ୍ୟ ଜଗନ୍ନାଥ: ଆପଣ ଜାଣିଛନ୍ତି କି ଶ୍ରୀମନ୍ଦିରରେ ଓଲଟା କ୍ରମରେ କାହିଁକି ରହିଛନ୍ତି ନବଗ୍ରହ? appeared first on Odisha Reporter.

]]>
centre bottom 2020-01-15 22:45:25 https://cdn.odishareporter.in/wp-content/uploads/2020/01/15222802/jagannath-alati.jpg
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଖର୍ଚ୍ଚ ମଞ୍ଜୁର ! https://odishareporter.in/odisha/will-naveens-rupees-500-crore-special-package-under-mgnrega-serve-bjd-before-gp-election-483568 Wed, 15 Jan 2020 14:14:43 +0000 https://odishareporter.in/?p=483568

ଦେବେନ୍ଦ୍ର ପୃଷ୍ଟି ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଆଦି ୪ଟି ଜିଲ୍ଲାର ଦାଦନ ପ୍ରବଣ ୨୦ ବ୍ଲକର ୪୭୭ ଗ୍ରାମ ପଞ୍ଚାୟତର ଦାଦନ ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସରକାରୀ ସୂଚନା ଅନୁସାରେ ଏହି ପ୍ୟାକେଜରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ […]

The post ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଖର୍ଚ୍ଚ ମଞ୍ଜୁର ! appeared first on Odisha Reporter.

]]>

ଦେବେନ୍ଦ୍ର ପୃଷ୍ଟି

ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଆଦି ୪ଟି ଜିଲ୍ଲାର ଦାଦନ ପ୍ରବଣ ୨୦ ବ୍ଲକର ୪୭୭ ଗ୍ରାମ ପଞ୍ଚାୟତର ଦାଦନ ସମସ୍ୟା ସମାଧାନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସରକାରୀ ସୂଚନା ଅନୁସାରେ ଏହି ପ୍ୟାକେଜରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ସଂପୃକ୍ତ ପଞ୍ଚାୟତଗୁଡ଼ିକର ଶାରୀରିକ କାମ ପାଇଁ ସମର୍ଥ ଶ୍ରମିକମାନଙ୍କୁ ବାର୍ଷିକ ଅନ୍ୟୁନ ୨୦୦ ଦିନର ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ସ୍ଥିରୀକୃତ ସର୍ବନିମ୍ନ ମଜୁରୀ ୨୮୬.୩୦ ଟଙ୍କା ହିସାବରେ ଏହି ୨୦୦ ଦିନ ପାଇଁ ଶ୍ରମିକମାନଙ୍କୁ ମଜୁରୀ ମିଳିବ। ଅର୍ଥାତ ଜଣେ ଜଣେ ଶ୍ରମିକ ବାର୍ଷିକ ପ୍ରାୟ ୫୭ ହଜାର ଟଙ୍କା ପାଇବେ। ଏହା ବାଦ, ପ୍ରତି ବର୍ଷ କାମଧନ୍ଦା ସନ୍ଧାନରେ ଦେଶାନ୍ତରୀ ହେଉଥିବା ଏଭଳି ଶ୍ରମିକମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ବ୍ୟବସ୍ଥା କରାଯିବ। ସେମାନଙ୍କ ପରିବାରଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବ। ଗୃହ ଓ ଅନ୍ୟ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ଥିବା ଶ୍ରମିକମାନଙ୍କ ପରିବାରକୁ ବିବାହ ସହାୟତା, ଶିକ୍ଷା ସହାୟତା ଓ ଭତ୍ତା ଆଦି ଦିଆଯିବ। ସେଥିପାଇଁ ସେମାନଙ୍କୁ ଏହି ଉଦ୍ଦେଶ୍ୟରେ ଗଢ଼ା ଯାଇଥିବା ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜୀକୃତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏହା ରାଜ୍ୟ ଯୋଜନାର ଅଂଶବିଶେଷ।

କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଦାଦନ ସମସ୍ୟା ଦୃଷ୍ଟିକୋଣରୁ ଏହି ସ୍ୱତନ୍ତ୍ର ପ୍ୟାକେଜ ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ। ପ୍ରତିବର୍ଷ ଏହି ଜିଲ୍ଲାଗୁଡ଼ିକରୁ ଲକ୍ଷାଧିକ ଲୋକ କାମଧନ୍ଦା ସନ୍ଧାନରେ ଅନ୍ୟ ରାଜ୍ୟକୁ ପଳାଇଥାନ୍ତି। ନିଜ ଅଞ୍ଚଳରେ ସହଜରେ ସୁବିଧାରେ ନିଯୁକ୍ତି ସୁଯୋଗ ମିଳୁଥିଲେ ନିଶ୍ଚୟ କେହି ଭିଟାମାଟି ଓ ପ୍ରିୟପରିଜନଙ୍କୁ ଛାଡ଼ି ଅଜଣା ଜାଗାକୁ କାମ କରିବାକୁ ଯାଆନ୍ତେ ନାହିଁ। ଅନେକ ସମୟରେ ଘରର ବୁଢ଼ା ବାପାମା’ ଓ କୁନିକୁନି ପିଲାଙ୍କୁ ଛାଡ଼ି ସମର୍ଥ ପୁରୁଷ ଓ ମହିଳାମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ଅନେକ ସମୟରେ ସେଠାରେ ସେମାନଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼େ। ଯେଉଁ ହାରରେ ମଜୁରୀ ମିଳିବା କଥା ମିଳେ ନାହିଁ। ଅନେକ ମଜୁରୀ ବକେୟା ରହେ। ରହିବା ପାଇଁ ଘର ମିଳେ ନାହିଁ। ରୋଗ ହେଲେ ଚିକିତ୍ସା ସୁବିଧା ମିଳେ ନାହିଁ। ଦେହ ଖରାପ ଥାଇ କାମକୁ ନଗଲେ ନିର୍ଯାତନା ମିଳେ। ବେଳେବେଳେ ସ୍ୱାମୀ ପାଇଁ ସ୍ତ୍ରୀକୁ ବା ସ୍ତ୍ରୀ ପାଇଁ ସ୍ୱାମୀକୁ ବନ୍ଧକ ରଖାଯାଏ। କେହି ପ୍ରତିବାଦ କଲେ ଶାରୀରିକ ନିର୍ଯାତନା ବଢ଼େ। କାହାର କାହାର ହାତ ଗୋଡ଼ କାଟି ଦିଆଯାଏ। ଓପାସଭୋକରେ ମାଡ଼ଖାଇ କେହି କେହି ବି ଚିକିତ୍ସା ସୁବିଧା ନପାଇ ମୃତ୍ୟୁ ମୁଖରେ ପଡ଼ନ୍ତି। ଏମିତି ଅନେକ ନିର୍ଯାତନାପୂର୍ଣ୍ଣ କାହାଣୀର ଗନ୍ତାଘର ହେଉଛି ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା। ଏଭଳି ଦେଶାନ୍ତରୀ ଶ୍ରମିକମାନଙ୍କ ପାଇଁ ଏହା ନିଶ୍ଚୟ ଏକ ଆଶାଜନକ ପ୍ୟାକେଜ।

କିନ୍ତୁ ମୁଖ୍ୟମନ୍ତ୍ରୀ କେତେବେଳେ ଏହି ପ୍ୟାକେଜ ଘୋଷଣା କଲେ? ଚାରି ମାସ ତଳୁ ଏହି ଚାରିଟି ଜିଲ୍ଲାର ଦାଦନ ଶ୍ରମିକମାନେ ଘରଦ୍ୱାର ଗାଁଗଣ୍ଡା ଛାଡ଼ି ପ୍ରବାସୀ ହୋଇସାରିଲେଣି। ଦାଦନ ପ୍ରଥା ଅନୁଯାୟୀ ନୂଆଖାଇ ପୂର୍ବରୁ ଶ୍ରମିକମାନେ ଶ୍ରମିକ ଠିକାଦାରମାନଙ୍କଠାରୁ ବଇନା ନେଇଥାନ୍ତି। ସେଇ ବଇନା ଟଙ୍କାରେ ସେମାନେ ନୂଆଖାଇ ପର୍ବ ପାଳନ କରନ୍ତି। ତା’ପରଠୁଁ ସେମାନେ ଘର ଛାଡ଼ିବା ଆରମ୍ଭ କରିଥାନ୍ତି। ଇତିମଧ୍ୟରେ ଚାରି ମାସ ବିତିଗଲାଣି। ଦାଦନ ଗାଁଗୁଡ଼ିକରେ ଆଉ ପ୍ରାୟ ଶ୍ରମିକ ନାହାନ୍ତି। ସମସ୍ତେ ଏବେ ଅନ୍ୟ କେଉଁ ରାଜ୍ୟରେ ଅଳ୍ପ ମଜୁରୀରେ ଅଧିକ ପରିଶ୍ରମ କରୁଥିବେ, ନିର୍ଯାତନା ସହୁ ଥିବେ, ପ୍ରିୟପରିଜନଙ୍କୁ ଝୁରି ହେଉଥିବେ। କେତେକଙ୍କର ଫେରିବାର ଗ୍ୟାରେଣ୍ଟି ନଥିବ। କେହି କେହି ଅଙ୍ଗ ହରେଇ ଫେରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯଦି ଦାଦନ ପ୍ରଥା ସଂପର୍କରେ ସାମାନ୍ୟତମ ଧାରଣା ଥାଆନ୍ତା ତେବେ ସେ ନିଶ୍ଚୟ ଏଭଳି ଏକ ପ୍ୟାକେଜ ନୂଆଖାଇ ପୂର୍ବରୁ ଘୋଷଣା କରିଥାନ୍ତେ। ସେପରି ହୋଇଥିଲେ ଅନେକ ବାଧ୍ୟବାଧକତା ବଶତଃ ସହ୍ୟ କରୁଥିବା ଦାଦନ-ଦୁଃଖରୁ ବର୍ତ୍ତି ଯାଇପାରିଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ ଓ ପରିଚାଳିତ କରୁଥିବା ଅଫିସର ଗୋଷ୍ଠୀ ମଧ୍ୟ ବୋଧହୁଏ ଦାଦନ ସମସ୍ୟାକୁ ଠିକ ଭାବେ ବୁଝି ନାହାନ୍ତି। ନହେଲେ ସେମାନେ ନିଶ୍ଚୟ ଅଧିକ ବିଜ୍ଞତାର ପରିଚୟ ଦେଇଥାନ୍ତେ, ଯଥା ସମୟରେ ଏପରି ଏକ ପ୍ୟାକେଜ ଘୋଷଣା କରି ଲୋକାଭିମୁଖୀ ପ୍ରଶାସନର ପ୍ରମାଣ ଦେଇଥାନ୍ତେ।

ଏହି ଅଞ୍ଚଳରେ ଏବେ ଦାଦନ ଶ୍ରମିକ ନଥିବାବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫୦୦ କୋଟି ଟଙ୍କା କାହା କାମରେ ଲାଗିବ? କିଏ ଏ ମଜୁରୀ ପାଇବ? ରାଜ୍ୟର ଅଧିକାଂଶ ବ୍ଲକରେ ଏମଜିଏନଆରଜିଏରେ ମଣିଷ ନୁହେଁ ମେସିନ କାମ କରିବାର ଅଭିଯୋଗ ଅକଳଣ। ଅନେକ ଅଞ୍ଚଳରେ ଏମଜିଏନଆରଜିଏ ନିର୍ଦ୍ଦେଶାବଳି ଅନୁସାରେ ବି କାମ ହୁଏ ନାହିଁ। ଏହି ଯୋଜନା ଅଧୀନରେ ଜଳ ସଂରକ୍ଷଣ ଓ ଉତ୍ପାଦନକ୍ଷମ ଜମିର ବିକାଶ ଅଗ୍ରାଧିକାର ପାଇବା କଥା। ତାହା ପ୍ରାୟ ହୁଏ ନାହିଁ। ପ୍ରତି ବର୍ଷ ରାସ୍ତାରେ ମୁଠାଏ ମୁଠାଏ ମାଟି ପକେଇ, ପୂର୍ବରୁ ଖୋଳା ଯାଇଥିବା ପୋଖରୀକୁ ଆଉ ଥରେ ଚଞ୍ଛାଚଞ୍ଛି କରି ଟଙ୍କା ଉଠେଇ ନିଆଯାଏ। ଏହି ଯୋଜନାରେ ଠିକାଦାର ନିୟୋଜନ ନିଷିଦ୍ଧ ହୋଇଥିଲେ ବି ବିନା ଚୁକ୍ତିରେ ଠିକାଦାର ହିଁ ପ୍ରଚୁର ରୋଜଗାର ସୁଯୋଗ ପାଇଥାନ୍ତି। ଏହି ଯୋଜନାରେ ବନୀକରଣ ନାଁରେ ଚାରା ଓ ସାର ଟଙ୍କା ହଡ଼ପ ହୁଏ। ଏହି ଯୋଜନାରେ ଚାଷ ପୋଖରୀ ହଜି ଯାଏ, ଜଳ ସଂରକ୍ଷଣ ପ୍ରକଳ୍ପ ପୋତି ହୋଇଯାଏ। ଏହିପରି ଅନେକ କେଳେଙ୍କାରୀ ସଂପର୍କରେ ପରେ ଖବର ମିଳେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ। କେନ୍ଦ୍ରରେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲାବେଳେ ୨୦୦୫-୦୬ ବର୍ଷରୁ କାର୍ଯ୍ୟକାରୀ ହୋଇଆସୁଛି ଏମଜିଏନଆରଇଜିଏ ଯୋଜନା। ଇତିମଧ୍ୟରେ ୧୫ ବର୍ଷ ବିତିଗଲାଣି। ରାଜ୍ୟ ସରକାର ଯଦି ସେବେଠାରୁ ଲୋକଙ୍କ ହିତ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତେ ତେବେ ଏବେ ସୁଦ୍ଧା ପଶ୍ଚିମାଞ୍ଚଳର ଦାଦନ ପ୍ରଥାରେ  ପୂର୍ଣ୍ଣଚ୍ଛେଦ ପଡ଼ି ସାରନ୍ତାଣି। ମାତ୍ର ତାହା ହୋଇନାହିଁ। ଅପରନ୍ତୁ, ଏହି ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି। ୨୦୦୭-୦୮ ବର୍ଷରେ ଓଡ଼ିଶାରେ ଏହି ଯୋଜନାରେ ପ୍ରାୟ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଦିଲ୍ଲୀର ଏକ ସଂସ୍ଥା ରିପୋର୍ଟ ଦେଇଥିଲା। ସେତେବେଳେ ତାହାକୁ ନେଇ ଭୁବନେଶ୍ୱର ଓ ଦିଲ୍ଲୀ ସ୍ତରରେ ହୋହାଲ୍ଲା ହୋଇଥିଲା।

ଏହା ପରେ ମଧ୍ୟ ରାଜ୍ୟ ସରକାର ଏହି ଯୋଜନାକୁ ଦୁର୍ନୀତି ଓ ଅନିୟମିତତା ମୁକ୍ତ ରଖିବା ପାଇଁ ସେପରି କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଅଧିକନ୍ତୁ, ଏହି ଆଇନ ଅନୁସାରେ ପ୍ରତି ଜିଲ୍ଲାରେ ଅଭିଯୋଗ ଶୁଣାଣି ପାଇଁ ଅମ୍ବୁଦ୍‌ସମ୍ୟାନ ନିଯୁକ୍ତି ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ଅଚଳ କରିଦେଇଛନ୍ତି। ୨୦୧୨/୧୩ ପରଠାରୁ ରାଜ୍ୟର ଅନେକ ଜିଲ୍ଲାରେ ଏମଜିଏନଆରଇଜିଏ ଯୋଜନାରେ ଜିଲ୍ଲା ସ୍ତରୀୟ ଅମ୍ବୁଦ୍‌ସମ୍ୟାନ ନାହାନ୍ତି। ଦାଦନ ପ୍ରବଣ ଜିଲ୍ଲାଗୁଡ଼ିକରେ ସେଇ ଅବସ୍ଥା। ତେଣୁ ଲୋକେ ଏହି ଯୋଜନାର ଦୁର୍ନୀତି ଓ ଅନିୟମିତତା ନେଇ କାହା ପାଖରେ ଅଭିଯୋଗ କରିପାରୁ ନାହାନ୍ତି। ହିତାଧିକାରୀମାନେ ମଧ୍ୟ କାମ ବା ନିଯୁକ୍ତି ନପାଇଲେ କେଉଁଠି ଫେରାଦ ହୋଇପାରୁ ନାହାନ୍ତି। ପୂରା ମଜୁରୀ ନେଲେ ବୋଲି ଦସ୍ତଖତ ବା ଟିପ ଚିହ୍ନ ଦେଲା ପରେ ଅଧା ମଜୁରୀ ପାଇଲେ ବି ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି। ଏଭଳି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ଯେଉଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ତାହା ନିୟମ ଅନୁଯାୟୀ ଖର୍ଚ୍ଚ ହେବ ନା ହଡ଼ପ ହେବ?

ଏହି ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ କାର୍ଯ୍ୟକାରୀ ହେବାକୁ ଥିବା ଚାରିଟି ଜିଲ୍ଲାରେ ବିରୋଧୀ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ରହିଛି। କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ର ସାଂସଦମାନେ ଏହି ଦଳର। ଏହି ଅଞ୍ଚଳର ଅନେକ ବିଧାୟକ ମଧ୍ୟ ଏହି ଦଳର। କହିବା ବାହୁଲ୍ୟ ଏହି ସବୁ ଜିଲ୍ଲାର ଚିହ୍ନିତ ପଞ୍ଚାୟତଗୁଡ଼ିକରେ ମଧ୍ୟ ବିଜେପିର ଶକ୍ତି ଓ ସଂଗଠନ ଶାସକ ବିଜେଡି ଅନେକଟା ଦୁର୍ବଳ। ରାଜ୍ୟରେ ୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ଏକ ପ୍ୟାକେଜ ଘୋଷଣା କରି ନାହାନ୍ତି ତ? ପଂଚାୟତିରାଜ ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ତୃଣମୂଳ ସ୍ତରର ଅନେକ ଦଳୀୟ କର୍ମୀଙ୍କୁ ଗ୍ରାମ ରୋଜଗାର ସାଥୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଅନ୍ୟାନ୍ୟ ପଦପଦବୀ ଜରିଆରେ ଆର୍ଥିକ ଫାଇଦା ଦେଇ ବିରୋଧୀ ବିଜେପିକୁ ଟକ୍କର ଦେବା ଉଦ୍ଦେଶ୍ୟ ନାହିଁ ତ? ଯଦି ସତରେ ଶାସକ ଦଳ ଓ ଶାସନ କଳର ଏପରି ଉଦ୍ଦେଶ୍ୟ ଥାଏ ତେବେ ଏହା ଧର୍ମକୁ ଆଖିଠାର ମାରିବା ଭଳି କଥା ହେବ କି ନାହିଁ? ଲକ୍ଷ୍ୟ ଭୋଟ୍‌ ଆଡ଼େ ତୀର ନୋଟ୍‌ ଆଡ଼େ!

The post ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଖର୍ଚ୍ଚ ମଞ୍ଜୁର ! appeared first on Odisha Reporter.

]]>
right top 2020-01-16 11:20:56 https://cdn.odishareporter.in/wp-content/uploads/2020/01/15194359/vote-1.jpg
ବିଲୁପ୍ତ ପ୍ରାୟ ଅବସ୍ଥାରେ ଭୂଦାନ ଆନ୍ଦୋଳନର ଏନ୍ତୁଡିଶାଳ https://odishareporter.in/odisha/santh-vinobas-bhoodan-ashram-neglected-in-odishas-rayagada-482245 Wed, 15 Jan 2020 06:28:20 +0000 https://odishareporter.in/?p=482245

ରାୟଗଡ଼ା(ମନୋଜ ପାତ୍ର): କୁଟି ଖାଅ, କାଟି ପିନ୍ଧ, ମହାତ୍ମା ଗାନ୍ଧୀଙ୍କ ଏହି ଆହ୍ୱାନକୁ ରାୟଗଡା ଜିଲ୍ଳାରେ ପହଞ୍ଚାଇଥିଲେ ସନ୍ଥ ବିନୋବା ଭାବେ। ଚରଖା ଚଲାଇ ଭୂଦାନ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ ରାୟଗଡା ଜିଲ୍ଲା ଗୋପାଳବାଡି ଗାଁରୁ। ଗୋପାଳନ ସହ ଚାଷବାସ କରି ସ୍ଥାନୀୟ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ଅନୁଷ୍ଠାନ ମଧ୍ୟ ଗଢ଼ି ଉଠିଥିଲା। ହେଲେ ସେହି ଅନୁଷ୍ଠାନ ଏବେ ବିଲୁପ୍ତ ପ୍ରାୟ ଅବସ୍ଥାରେ। ୨୬ ଏକର ଜମିରେ ଗଢି ଉଠିଥିବା ଭୂଦାନ ଆନ୍ଦୋଳନର ଏନ୍ତୁଡିଶାଳ […]

The post ବିଲୁପ୍ତ ପ୍ରାୟ ଅବସ୍ଥାରେ ଭୂଦାନ ଆନ୍ଦୋଳନର ଏନ୍ତୁଡିଶାଳ appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): କୁଟି ଖାଅ, କାଟି ପିନ୍ଧ, ମହାତ୍ମା ଗାନ୍ଧୀଙ୍କ ଏହି ଆହ୍ୱାନକୁ ରାୟଗଡା ଜିଲ୍ଳାରେ ପହଞ୍ଚାଇଥିଲେ ସନ୍ଥ ବିନୋବା ଭାବେ। ଚରଖା ଚଲାଇ ଭୂଦାନ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ ରାୟଗଡା ଜିଲ୍ଲା ଗୋପାଳବାଡି ଗାଁରୁ। ଗୋପାଳନ ସହ ଚାଷବାସ କରି ସ୍ଥାନୀୟ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ଅନୁଷ୍ଠାନ ମଧ୍ୟ ଗଢ଼ି ଉଠିଥିଲା। ହେଲେ ସେହି ଅନୁଷ୍ଠାନ ଏବେ ବିଲୁପ୍ତ ପ୍ରାୟ ଅବସ୍ଥାରେ। ୨୬ ଏକର ଜମିରେ ଗଢି ଉଠିଥିବା ଭୂଦାନ ଆନ୍ଦୋଳନର ଏନ୍ତୁଡିଶାଳ ଗୋପାଳବାଡି ଏବେ ପ୍ରାୟ ଭୂତକୋଠିରେ ପରିଣତ ହୋଇଛି।

ରାୟଗଡା କୋଲନରା ବ୍ଲକର ଗୋପାଳବାଡି। ଦିନେ ଏହି  ଅନୁଷ୍ଠାନର ୧୦୦ ଏକର  ପରିମିତ  ଜମି ଥିଲା । ଯାହା ଏବେ ୨୬ ଏକରକୁ ଖସି  ଆସିଛି ଏବଂ ତାର ମୁଖ୍ୟ କାରଣ ହେଉଛି, ବିଭିନ୍ନ ସମୟରେ ଏଠାରୁ ଜମିବାଡି ଗୁଡିକୁ ସ୍ଥାନୀୟ ଭୂମିହୀନଙ୍କୁ ବାଣ୍ଟି ଦିଆଯାଇଛି। ଦିନେ ଗୋପାଳନ ସହ ଚାଷବାସରେ ସମୃଦ୍ଧ ଥିବା ଏହି ଅନୁଷ୍ଠାନର ଘରଦ୍ୱାର ଏବେ ଭାଙ୍ଗିରୁଜି ଗଲାଣି। ପୂର୍ବରୁ ଗୋପାଳବାଡିରେ ଗୋପାଳନ କେନ୍ଦ୍ର, ଚାଷର ଉନ୍ନତି ପାଇଁ କୂଅ ପୋଖରି ଖୋଳିବା, ଚରଖାରେ ଲୁଗା କାଟିବା ସହ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରାଯାଇଥିଲା। ଏବେ କିନ୍ତୁ ଏହି ସ୍ଥାନ ଅଲୋଡ଼ା ହୋଇପଡ଼ିଛି।
୧୯୫୫ ମସିହାର କଥା। କୋରାପୁଟ ଜିଲ୍ଲାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନର ନେତୃତ୍ୱ ନେଇ ଏଠାକୁ ଆସିଥିଲେ ସନ୍ଥ ବିନୋବା ଭାବେ। ପରେ ସ୍ଥାନୀୟ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ପାଇଁ ଗୋପାଳବାଡିରେ ୧୦୦ ଏକର  ପରିମିତ ଜମିରେ ଆରମ୍ଭ କରିଥିଲେ ଚାଷବାସ। ଚରଖା ଚଲାଇ ସୂତାକଟା ଓ ଗୋପାଳନ କାର୍ଯ୍ୟକ୍ରମ ପରବର୍ତ୍ତି ସମୟରେ ଅଖିଳ ଭାରତ ସେବା ସଂଘ ଏହାର ଦାୟିତ୍ୱ ନେଇଥିଲା। ଏଠାରେ ଏକ ବୃଦ୍ଧାଶ୍ରମ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବାବେଳେ ଗୋପାଳବାଡିର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସେପଟେ ଜିଲ୍ଲାପାଳ କହିଛନ୍ତି ସ୍ଥିତିର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

 

The post ବିଲୁପ୍ତ ପ୍ରାୟ ଅବସ୍ଥାରେ ଭୂଦାନ ଆନ୍ଦୋଳନର ଏନ୍ତୁଡିଶାଳ appeared first on Odisha Reporter.

]]>
2020-01-15 11:58:20 https://cdn.odishareporter.in/wp-content/uploads/2020/01/12125119/building.jpg
ଦୁନିଆ ନଦେଖି ଦୁନିଆ ଜିତିଲେ, ଗୀତ ଗୀତରେ ମନ କିଣିଲେ ସୁଦାମ- ଶ୍ରୀଧର https://odishareporter.in/odisha/disability-not-an-obstacle-for-these-divyangs-in-bhadrak-446496 Sat, 12 Oct 2019 16:58:10 +0000 http://odishareporter.in/?p=446496

ଚାନ୍ଦବାଲି (ବାସୁଦେବ ଦାସ): ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏହି ଶାରୀରିକ ଅକ୍ଷମତା। ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରିବା ସହ ସାଉଁଣ୍ଟିଛନ୍ତି ଅନେକ ପୁରସ୍କାର ଓ ମାନପତ୍ର। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡିର ଦୁଇ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ସୁଦାମ ଓ ଶ୍ରୀଧର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶଗଡିଆ ଗାଁର ଜନ୍ମରୁ ଦିବ୍ୟାଙ୍ଗ ସୁଦାମ ନାୟକ। ସେ କୌଣସି […]

The post ଦୁନିଆ ନଦେଖି ଦୁନିଆ ଜିତିଲେ, ଗୀତ ଗୀତରେ ମନ କିଣିଲେ ସୁଦାମ- ଶ୍ରୀଧର appeared first on Odisha Reporter.

]]>

ଚାନ୍ଦବାଲି (ବାସୁଦେବ ଦାସ): ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏହି ଶାରୀରିକ ଅକ୍ଷମତା। ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରିବା ସହ ସାଉଁଣ୍ଟିଛନ୍ତି ଅନେକ ପୁରସ୍କାର ଓ ମାନପତ୍ର। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡିର ଦୁଇ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ସୁଦାମ ଓ ଶ୍ରୀଧର।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶଗଡିଆ ଗାଁର ଜନ୍ମରୁ ଦିବ୍ୟାଙ୍ଗ ସୁଦାମ ନାୟକ। ସେ କୌଣସି ତାଲିମପ୍ରାପ୍ତ କଣ୍ଠଶିଳ୍ପୀ ନୁହନ୍ତି। ହେଲେ ତାଙ୍କ ସୁମଧୁର ଗୀତ କାନରେ ବାଜିଲେ, ଯେ କେହିବି ଘଡିଏ ଛିଡ଼ା ହୋଇ ତାଙ୍କ ଗୀତ ନ ଶୁଣି ଯାଇପାରିବ ନାହିଁ। କିନ୍ତୁ ଏହି ଅକ୍ଷମତା ତାଙ୍କ ଲାଗି କେବେ ବାଧକ ସାଜିନି। ଗୀତକୁ ଶୁଣି ଶୁଣି ମନେ ରଖି ବେଶ ସୁନ୍ଦର ଭାବେ ଗାଇପାରନ୍ତି ସୁଦାମ ।

ପ୍ରତିଦିନ ସକାଳୁ ଘରୁ ବାହାରି ଯାଇ ବୁଲି ବୁଲି ଗାତ ଗାଆନ୍ତି । ଆଉ ଯିଏ ଯାହା ଖୁସିରେ ଦିଏ ସେଥିରେ ଚଳି ଯାଆନ୍ତି ସୁଦାମ। ନିଜର ଏହି କଳା ପାଇଁ ଅନେକ ଯାଗାରୁ ପୁରସ୍କୃତ ହେବା ସହ ମାନପତ୍ର ମଧ୍ୟ ପାଇଛନ୍ତି ସୁଦାମ। କଳା ଆଗରେ ସତେ ଯେମିତି ହାର ମାନିଛି ତାଙ୍କର ଶାରୀରିକ ଅକ୍ଷମତା।

ସେହିପରି ଆଉ ଜଣେ ଦିବ୍ୟାଙ୍ଗ କଳାକାର ହେଉଛନ୍ତି ତିହିଡି ବ୍ଳକର ଶ୍ରୀଧର ମହାଳିକ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ଗୀତକୁ ଶୁଣି ମନେ ରଖନ୍ତି, ଆଉ ନିଜେ ତାଳ ଛନ୍ଦ ପକାଇ ଗୀତ ଗାଆନ୍ତି। ଖାଲି ସେତିକି ନୁହେଁ, ବହୁ ଅର୍କେଷ୍ଟା ଓ ଷ୍ଟେଜ୍ ସୋ’ରେ ମଧ୍ୟ ଗୀତଗାଇ ପୁରସ୍କୃତ ହୋଇଛନ୍ତି ଶ୍ରୀଧର। ଗୀତ ଗାଇ ଯାହା ଦୁଇପଇସା ମିଳେ ଏବଂ ଘରେ ଥିବା ଛୋଟିଆ ଦୋକାନରୁ ପତ୍ନୀ ଯାହା ରୋଜଗାର କରନ୍ତି ସେଥିରେ ନିଜର ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇ ନିଅନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ କେବେ ଦୁଃଖ ପ୍ରକାଶ କରିନାହାନ୍ତି ଶ୍ରୀଧର।

 

The post ଦୁନିଆ ନଦେଖି ଦୁନିଆ ଜିତିଲେ, ଗୀତ ଗୀତରେ ମନ କିଣିଲେ ସୁଦାମ- ଶ୍ରୀଧର appeared first on Odisha Reporter.

]]>
right top 2019-10-12 22:28:10 https://odishareporter.in/wp-content/uploads/2019/10/bhadrak.jpg
ଜୈବିକ ପଦ୍ଧତିରେ ସୁନା ଫଳାଉଛନ୍ତି ଭରତ କାଶୀ https://odishareporter.in/odisha/bharat-kashi-uses-organic-process-for-farming-446132 Sat, 12 Oct 2019 09:37:48 +0000 http://odishareporter.in/?p=446132

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ): ଆଜିକାଲି ସବୁ ପ୍ରକାର ଚାଷରେ ରାସାୟନିକ ସାରର ବହୁଳ ବ୍ୟବହାର କରାଯାଉଛି। ଅବଶ୍ୟ କିଛି ଚାଷୀ ଅଛନ୍ତି ଯେଉଁମାନେ ଜୈବିକ ସାର ବ୍ୟବହାର କରନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ସିଙ୍ଗାରୀ ଗାଁର ଭରତ କାଶୀ। ତାଙ୍କୁ କୁହାଯାଉଛି ସଫଳ ଜୈବିକ ଚାଷୀ। ଭରତ ତାଙ୍କର ୧ ଏକର ୬୦ ଡିସିମିଲ୍ ଜମିରେ ଜୈବିକ ସାର ପ୍ରୟୋଗ କରି ଚାଷ କରୁଛନ୍ତି। ୧ ଏକର ଜାଗାରେ […]

The post ଜୈବିକ ପଦ୍ଧତିରେ ସୁନା ଫଳାଉଛନ୍ତି ଭରତ କାଶୀ appeared first on Odisha Reporter.

]]>

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ): ଆଜିକାଲି ସବୁ ପ୍ରକାର ଚାଷରେ ରାସାୟନିକ ସାରର ବହୁଳ ବ୍ୟବହାର କରାଯାଉଛି। ଅବଶ୍ୟ କିଛି ଚାଷୀ ଅଛନ୍ତି ଯେଉଁମାନେ ଜୈବିକ ସାର ବ୍ୟବହାର କରନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ସିଙ୍ଗାରୀ ଗାଁର ଭରତ କାଶୀ। ତାଙ୍କୁ କୁହାଯାଉଛି ସଫଳ ଜୈବିକ ଚାଷୀ।

ଭରତ ତାଙ୍କର ୧ ଏକର ୬୦ ଡିସିମିଲ୍ ଜମିରେ ଜୈବିକ ସାର ପ୍ରୟୋଗ କରି ଚାଷ କରୁଛନ୍ତି। ୧ ଏକର ଜାଗାରେ ସେ ଖରା, ବର୍ଷା ଓ ଶୀତ ଦିନେ ପରିବା ଚାଷ କରନ୍ତି। ବର୍ଷା ଦିନେ ସେ ଜହ୍ନି, ଝୁଡ଼ଙ୍ଗ, ବଇତାଳୁ, କଲରା ଓ ବାଇଗଣ ଆଦି ପରିବା ଚାଷ କରନ୍ତି।  ଶୀତ ଦିନେ କୋବି, ବିନ୍‌ସ, ମଟର, ଗାଜର, ମୂଳା, ଶିମ୍ୱ, ପିଆଜ ଏବଂ ଖରା ଦିନେ ଜହ୍ନି, ଭେଣ୍ଡି, କାକୁଡ଼ି, ସୁର୍ଯ୍ୟମୁଖୀ ଓ କଞ୍ଚାଲଙ୍କା ବ୍ୟତୀତ ଛତୁ ଚାଷ ମଧ୍ୟ କରନ୍ତି। ବଳକା ଜମିରୁ କିଛି ଅଂଶରେ ସେ ଧାନ କରନ୍ତି।  ଆଉ କିଛି ଜାଗାରେ ସେ ଆମ୍ୱ, ସପୁରୀ, କଦଳୀ ଓ ପଣସ ଗଛ ମଧ୍ୟ ଲଗାଇଛନ୍ତି। ତା’ ସହିତ ଛୋଟ ଗାଡ଼ିଆଟେ ରହିଛି, ଯେଉଁଥିରେ ସେ ମାଛ ଚାଷ କରନ୍ତି। ଏସବୁ କାର୍ଯ୍ୟ ଭରତଙ୍କୁ ତାଙ୍କ ସ୍ତ୍ରୀ ମଧ୍ୟ ସାହାଯ୍ୟ କରନ୍ତି।

ପରିବାରର ଆବଶ୍ୟକତା ମେଣ୍ଟିବା ପରେ ବଳକା ପନିପରିବାକୁ ସେ ମୁନିଗୁଡ଼ା ଓ ବିଷମକଟକ ଠାରେ ଥିବା  ଜୈବ ସାପ୍ତାହିକ ହାଟରେ ବିକ୍ରି କରନ୍ତି। ଆଉ ଏଥିରୁ ଭଲ ଦି’ ପଇସା ପା’ନ୍ତି। ଭରତଙ୍କ ଜୈବ ସାରରେ ଉତ୍ପାଦିତ ପରିବାରର ଏ ଅଞ୍ଚଳରେ ବେଶ୍‌ ଚାହିଦା ମଧ୍ୟ ରହିଛି। ଏଥିପାଇଁ ସେ ଅନେକ ସମ୍ମାନିତ ମଧ୍ୟ ହୋଇଛନ୍ତି। ୨୦୧୬ ମସିହାରେ ସେ ଶ୍ରେଷ୍ଠ ଚାଷୀର ମାନ୍ୟତା ପାଇଥିଲେ। ଏହାସହ ଜୈବିକ ସାର ପ୍ରୟୋଗ କରି ସଫଳ ହୋଇଥିବାରୁ ପିଜିଏସ୍‌-ଇଣ୍ଡିଆ-ଅର୍‌ଗାନିକ୍‌ ତରଫରୁ ପୁରସ୍କୃତ ହୋଇଛନ୍ତି।

ଭାରତ କାଶୀ କହିଛନ୍ତି, “ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ମୁଁ ମାସେ ପ୍ରଶିକ୍ଷଣ ନେଇଥିଲି। ସେଠାରେ ରାସାୟନିକ ସାର ବଦଳରେ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ  କୁହାଯାଇଥିଲା। ଏବେ ନିଜେ କମ୍ପୋଷ୍ଟ ତିଆରି କରି ଜୈବିକ ସାର ପ୍ରସ୍ତୁତ କରୁଛି ଓ ଫସଲରେ ବ୍ୟବହାର କରୁଛି। ଜୈବିକ ପଦ୍ଧତିରେ ଚାଷ କରିବାକୁ ଭାରି ଭଲ ଲାଗୁଛି। ଫସଲରେ ରୋଗ ପୋକ ଲାଗିଲେ ନିମ୍ୱ ତେଲ ପକାଉଛି। ଏଥିସହ କରଞ୍ଜପତ୍ର, ଅରଖ ପତ୍ର ଓ ନିମ୍ୱ ପତ୍ର ସିଝାଇ ଜମିରେ ପ୍ରୟୋଗ କରୁଛୁ।”

ଡମ୍ୱରୁ କାଶୀ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ଭରତ କାଶୀ ବିଭିନ୍ନ ପ୍ରକାର ଚାଷ କରନ୍ତି। ସେ ବଜାରରୁ କୌଣସି ପ୍ରକାରର ସାର କିଣି ଜମିରେ ପକାନ୍ତି ନାହିଁ। ନିଜେ ସାର ତିଆରି କରି ଜମିରେ ପକାନ୍ତି। ସେ ଆମ ଅଞ୍ଚଳର ଜଣେ ଭଲ ଚାଷୀ।”

ଜିଲ୍ଲା କୃଷି ଅଧିକାରୀ ରେଲିଜିୟସ୍‌ ବେକ୍‌ କହିଛନ୍ତି, “୩ ବର୍ଷ ହେଲାଣି ଭାରତ କାଶୀ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି। ବର୍ତ୍ତମାନ ସେ ୧ ଏକର ୬୦ ଡିସମିଲ୍ ଜାଗାରେ ଚାଷ କରୁଛନ୍ତି। ସେ ବର୍ଷକୁ ୩ ଥର ଚାଷ କରୁଛନ୍ତି। ଆଜିର ଦିନରେ ଜୈବିକ ପଦ୍ଧତିରେ ଚାଷ କରିବା ବଡ଼ ଚ୍ୟାଲେଞ୍ଚ। କିନ୍ତୁ ସେ ପ୍ରାମାଣିତ କରିସାରିଛନ୍ତି ଯେ ଏହା ଆଦୌ ଅସମ୍ଭବ ନୁହେଁ। ଏହି ଉପାୟରେ ଚାଷ କରି ମଧ୍ୟ ଭଲ ଦି’ ପଇସା ରୋଜଗାର କରାଯାଇ ପାରିବ। ଅନ୍ୟ ଚାଷୀମାନେ ଭାରତଙ୍କଠୁ ଏହା ଶିଖିବା ଉଚିତ୍।”

 

The post ଜୈବିକ ପଦ୍ଧତିରେ ସୁନା ଫଳାଉଛନ୍ତି ଭରତ କାଶୀ appeared first on Odisha Reporter.

]]>
right bottom 2019-10-12 15:09:08 https://odishareporter.in/wp-content/uploads/2019/10/miniguda-1234.jpg
ପ୍ରାଣଘାତୀ ରୋଗ କବଳରେ ଓଡ଼ିଶାର ଛୋଟ ଛୋଟ ପିଲା! https://odishareporter.in/odisha/odisha-children-under-threat-from-fast-food-445675 Fri, 11 Oct 2019 07:52:54 +0000 http://odishareporter.in/?p=445675

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗକୁ ହୁ ହୁ ହୋଇ ବଢ଼ିପାରେ ହୃଦ୍‌ଘାତର ହାର। ହୃଦ୍‌ରୋଗର ଶିକାର ହୋଇପାରନ୍ତି ଛୋଟଛୋଟ ପିଲା।  ସ୍ୱଳ୍ପ ବୟସରୁ କବଳିତ କରିପାରେ, ତଥାକଥିତ ବୟସ୍କଙ୍କ ବ୍ୟାଧି।  ଏଭଳି ତଥ୍ୟ କମ୍ପ୍ରିହେନ୍ସିଭ୍ ନ୍ୟାସ୍ନାଲ୍ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି। ଯାହା ଶିଶୁ ଓ କିଶୋରଙ୍କ ହୃଦରୋଗ ପ୍ରବଣତା କ୍ଷେତ୍ରରେ ଆମ ରାଜ୍ୟ ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି। ଏବେ ମେଦ ବହୁଳତା, ଉଚ୍ଚ ରକ୍ତଚାପ ଓ କ୍ଷତିକାରକ କୋଲେଷ୍ଟେରଲ୍ କବଳରେ ଓଡ଼ିଶାର ବହୁ […]

The post ପ୍ରାଣଘାତୀ ରୋଗ କବଳରେ ଓଡ଼ିଶାର ଛୋଟ ଛୋଟ ପିଲା! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗକୁ ହୁ ହୁ ହୋଇ ବଢ଼ିପାରେ ହୃଦ୍‌ଘାତର ହାର। ହୃଦ୍‌ରୋଗର ଶିକାର ହୋଇପାରନ୍ତି ଛୋଟଛୋଟ ପିଲା।  ସ୍ୱଳ୍ପ ବୟସରୁ କବଳିତ କରିପାରେ, ତଥାକଥିତ ବୟସ୍କଙ୍କ ବ୍ୟାଧି।  ଏଭଳି ତଥ୍ୟ କମ୍ପ୍ରିହେନ୍ସିଭ୍ ନ୍ୟାସ୍ନାଲ୍ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି। ଯାହା ଶିଶୁ ଓ କିଶୋରଙ୍କ ହୃଦରୋଗ ପ୍ରବଣତା କ୍ଷେତ୍ରରେ ଆମ ରାଜ୍ୟ ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି।

ଏବେ ମେଦ ବହୁଳତା, ଉଚ୍ଚ ରକ୍ତଚାପ ଓ କ୍ଷତିକାରକ କୋଲେଷ୍ଟେରଲ୍ କବଳରେ ଓଡ଼ିଶାର ବହୁ ଶିଶୁ ଓ କିଶୋର।  ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ଏ କ୍ଷେତ୍ରରେ ଟପ୍ ଟେନ୍‌ରେ ଥିବା ବିସ୍ତୃତ ଜାତୀୟ ପୋଷଣ ସର୍ବେକ୍ଷଣ ବା CNNS ରିପୋର୍ଟ କହୁଛି। ୨୦୧୬ରୁ ୧୮ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ହୋଇଥିବା ଏଭଳି ସର୍ଭେ ରିପୋର୍ଟରୁ ଅନେକ ଚାଞ୍ଚଲ୍ୟକର ତଥା ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଓଡ଼ିଶାର ୧୦ରୁ ୧୯ ବର୍ଷୀୟ କିଶୋର କିଶୋରୀଙ୍କ ମଧ୍ୟରୁ ୫.୪ ପ୍ରତିଶତ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି।  ଏକ୍ଷେତ୍ରରେ ଓଡ଼ିଶାର ସ୍ଥାନ ନବମ। ସେହିପରି ରାଜ୍ୟର ୧୦ ରୁ ୧୯ ବର୍ଷୀୟ କିଶୋର କିଶୋରୀଙ୍କ ମଧ୍ୟରୁ ୩.୯ ପ୍ରତିଶତଙ୍କ ରକ୍ତରେ ହାଇ କୋଲେଷ୍ଟେରଲ୍ ପରିଲକ୍ଷିତ ହୋଇଛି। ଏଥିରେ ମଧ୍ୟ ଓଡ଼ିଶା ଟପ୍ ଟେନ୍‌ରେ ରହିଛି। କେବଳ ଏତିକି ନୁହେଁ ସେମାନଙ୍କ ରକ୍ତରେ କ୍ଷତିକାରକ କୋଲେଷ୍ଟେରଲ ମାତ୍ରା ଅଧିକ ଥିବା ବେଳେ, ଅଧିକ ଲିପୋପ୍ରୋଟିନ୍ ଯୁକ୍ତ ଲାଭଦାୟକ କୋଲେଷ୍ଟେରଲ୍ ସ୍ୱଳ୍ପ ମାତ୍ରାରେ ଥିବା ଜଣାପଡ଼ିଛି। ୧୦୦ରୁ ପ୍ରାୟ ୧୯ଟି ଶିଶୁ ଓ କିଶୋରଙ୍କ ଠାରେ ଡାଇବେଟିସ୍‌ର ପୂର୍ବ ଲକ୍ଷଣ ଦେଖିବାକୁ ମିଳିଛି। ୫ରୁ ୧୯ ବର୍ଷୀୟଙ୍କ ମଧ୍ୟରେ ୧୯.୨ ପ୍ରତିଶତ, ପ୍ରାକ୍-ମଧୁମେହରେ ପୀଡ଼ିତ ଥିବା ବେଳେ ୧୦ରୁ ୧୯ ବର୍ଷୀୟଙ୍କଠାରେ ଏହାର ହାର ୧୮.୯ ପ୍ରତିଶତ ରହିଛି।

ତେବେ ପ୍ରଶ୍ନ ଉଠୁଛି, କାହିଁକି ଓଡ଼ିଶାର ଶିଶୁ ଏତେ ହୃଦରୋଗ ପ୍ରବଣ? ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ପାରମ୍ପରିକ ଖାଦ୍ୟଶସ୍ୟ ପରିବର୍ତ୍ତେ ଇନ୍‌ଷ୍ଟାଣ୍ଟ୍ ନୁଡୁଲ୍ ଓ ଫାଷ୍ଟଫୁଡ୍ ଖାଇବାର ବଦଭ୍ୟାସ ପିଲାଙ୍କୁ ଠେଲି ଦେଉଛି ଏଭଳି ପ୍ରାଣଘାତୀ ବିପଦ ଘେରକୁ।

The post ପ୍ରାଣଘାତୀ ରୋଗ କବଳରେ ଓଡ଼ିଶାର ଛୋଟ ଛୋଟ ପିଲା! appeared first on Odisha Reporter.

]]>
right top 2019-10-11 14:36:37 https://odishareporter.in/wp-content/uploads/2019/10/heart-123444.jpg
ଅନ୍ଧବିଶ୍ୱାସ ଉଜାଡୁଛି ଘର ସଂସାର: ୪ ବର୍ଷରେ ଗଞ୍ଜାମରେ ୧୩ ମାମଲା https://odishareporter.in/odisha/superstition-take-life-in-ganjam-444386 Mon, 07 Oct 2019 13:55:31 +0000 http://odishareporter.in/?p=444386

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଉଜୁଡ଼ି ଯାଉଛି ଅନେକ ପରିବାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ଗାଁ ଛାଡ଼ିବାକୁ ପଡ଼ୁଛି ନିର୍ଯାତିତଙ୍କୁ। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରୁ ଏଯାଏଁ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ ଓ କୋଦଳା […]

The post ଅନ୍ଧବିଶ୍ୱାସ ଉଜାଡୁଛି ଘର ସଂସାର: ୪ ବର୍ଷରେ ଗଞ୍ଜାମରେ ୧୩ ମାମଲା appeared first on Odisha Reporter.

]]>

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଉଜୁଡ଼ି ଯାଉଛି ଅନେକ ପରିବାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ଗାଁ ଛାଡ଼ିବାକୁ ପଡ଼ୁଛି ନିର୍ଯାତିତଙ୍କୁ। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରୁ ଏଯାଏଁ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ ଓ କୋଦଳା ଥାନାରେ। ଅଧିକାଂଶ କ୍ଷେତ୍ରରେ ନିର୍ଯାତିତ ଆଉ ନିଜ ଭିଟାମାଟିକୁ ଫେରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି।

କୋଦଳା ବ୍ଲକ ଫାସିପଡ଼ା ଗାଁର ଭୀମ ନାହାକ। ଏବେ ଗାଁକୁ ଫେରିବା ପାଇଁ ଆକୁଳ ନିବେଦନ କରୁଛନ୍ତି। ଆଠ ବର୍ଷ ତଳେ ଗୁଣି ଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଗାଁ ଲୋକେ ତାଙ୍କର ୬ଟି ଦାନ୍ତ ଭାଙ୍ଗିବା ସହିତ ବିଷ୍ଠା ଖୁଆଇବା ପରି ଅକଥନୀୟ ନିର୍ଯାତନା ଦେଇଥିଲେ। ଏପରିକି ୫ ଲକ୍ଷ ଟଙ୍କା ଜୋରିମାନା କରିଥିଲେ। ଶେଷରେ ଗାଁରୁ ଭୀମ ନାହାକ ଓ ତାଙ୍କ ପରିବାରକୁ ତଡ଼ି ଦେଲେ। ମାସ ମାସ ଧରି ବସ୍‌ଷ୍ଟାଣ୍ଡ ଓ ଦୋକାନ ପିଣ୍ଡାରେ ଜୀବନ ବିତାଇବା ପରେ ଖଲ୍ଲିକୋଟରେ ଆଶ୍ରୟ ନେଇଛନ୍ତି ଭୀମ ଭାଇ। ଏପରିକି ତାଙ୍କ ଭାଇ ସୁଦାମ ମଧ୍ୟ ଗାଁ ଲୋକଙ୍କ ନିର୍ଯାତନାର ଶିକାର ହେବା ପରେ ଭିଟାମାଟି ଛାଡ଼ିଛନ୍ତି। ଏବେ ଭିଟାମାଟିକୁ ଫେରିଯିବା ପାଇଁ ପରିବାରର ବହୁତ ଇଚ୍ଛା। କିନ୍ତୁ ଗାଁଲୋକଙ୍କ ଡରରେ ଫେରିପାରୁ ନାହାନ୍ତି ଭୀମ ଓ ତାଙ୍କ ଭଇ ସୁଦାମ।

ସମାନ ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୋବରଲୁଣ୍ଡି ଗାଁର ବାୟା ନାୟକଙ୍କ ପରିବାର। ଗାଁର ୨ ଜଣ ପକ୍ଷାଘାତରେ ଆକ୍ରାନ୍ତ ହେବାପରେ ବାୟାଙ୍କ ସ୍ତ୍ରୀ ସଜନୀଙ୍କ ବିରୋଧରେ ଗୁଣିଗାରେଡ଼ି ଅଭିଯୋଗ ଆଣି ପୂରା ପରିବାରକୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏପରିକି ବିଷ୍ଠା ଖୁଆଇଥିଲେ ଗାଁ ଲୋକେ। ୮ ଲକ୍ଷ ଟଙ୍କା ଜୋରିମାନା କରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ କିଛି ଲୋକଙ୍କୁ ଗିରଫ ସିନା କଲା, ହେଲେ ଜୀବନ ଭୟରେ ଆଉ ଗାଁକୁ ଫେରି ପାରିନାହାନ୍ତି ନିର୍ଯାତନାରେ ଶିକାର ହୋଇଥିବା ସଜନୀଙ୍କ ପରିବାର।

କିଛିଦିନ ତଳେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗାଁରେ ୬ ଜଣଙ୍କୁ ଏଭଳି ନିର୍ଯାତନା ଦେଇଥିଲେ ଗାଁ ଲୋକେ।

ପୁଲିସ୍‌ର ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୨୦୧୬ରୁ ଏଯାଏଁ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ ଓ କୋଦଳା ଥାନାରେ।

ପୀଡ଼ିତମାନେ ଯଦି ଗାଁକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସହାୟତା ଦିଆଯିବ ବୋଲି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।

The post ଅନ୍ଧବିଶ୍ୱାସ ଉଜାଡୁଛି ଘର ସଂସାର: ୪ ବର୍ଷରେ ଗଞ୍ଜାମରେ ୧୩ ମାମଲା appeared first on Odisha Reporter.

]]>
centre bottom 2019-10-07 21:57:33 https://odishareporter.in/wp-content/uploads/2019/10/sssss-2.jpg
ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା https://odishareporter.in/odisha/blind-teacher-teaches-student-in-kendrapara-district-444048 Sun, 06 Oct 2019 17:31:54 +0000 http://odishareporter.in/?p=444048

ଆଳି (ବନମାଳି ସାହୁ): ଜନ୍ମରୁ ଦିବ୍ୟାଙ୍ଗ। ସେ ଦେଖିପାରନ୍ତି ନାହିଁ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ କେବେ ହରାଇ ପାରିନି। ଜଣେ ସାଧାରଣ ମଣିଷ ପରି ନିଜ କାମ ନିଜେ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଭାବରେ ଆନନ୍ଦରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡା ଗାଁର ଗୋଲେଖ ବିହାରୀ ମହାନ୍ତି। ନିଜ ଗାଁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ଗୋଲେଖ […]

The post ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା appeared first on Odisha Reporter.

]]>

ଆଳି (ବନମାଳି ସାହୁ): ଜନ୍ମରୁ ଦିବ୍ୟାଙ୍ଗ। ସେ ଦେଖିପାରନ୍ତି ନାହିଁ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ କେବେ ହରାଇ ପାରିନି। ଜଣେ ସାଧାରଣ ମଣିଷ ପରି ନିଜ କାମ ନିଜେ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଭାବରେ ଆନନ୍ଦରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡା ଗାଁର ଗୋଲେଖ ବିହାରୀ ମହାନ୍ତି।

ନିଜ ଗାଁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ଗୋଲେଖ ସ୍କୁଲ୍ ଯାଆନ୍ତି, ପିଲାଙ୍କୁ ପାଠ ପଢ଼ାନ୍ତି, ପିଲା ବି ପାଠ ବୁଝି ତାଙ୍କୁ ଉତ୍ତର ଦିଅନ୍ତି। ଖାଲି ସେତିକି ନୁହେଁ, ମୋବାଇଲ୍ ସାହାଯ୍ୟରେ ନମ୍ବର ଲଗାଇ ଅନ୍ୟମାନଙ୍କ ସହ କଥା ମଧ୍ୟ ହୋଇପାରନ୍ତି। ଏସବୁ କାମ କରିବା ପାଇଁ କାହା ଉପରେ ନିର୍ଭର କରନ୍ତି ନାହିଁ ଗୋଲେଖ। ପ୍ରଖର ଆଘ୍ରାଣ ଶକ୍ତି ଯୋଗୁ ସେ ସବୁ କାମ ଏକୁଟିଆ କରିପାରୁଥିବା ଗୋଲେଖ କହିଛନ୍ତି ।

ଖାଲି ସେତିକି ନୁହେଁ, ହସ୍ତତନ୍ତରେ ସିଦ୍ଧହସ୍ତ ଗୋଲେଖ ସମୟ ପାଇବା କ୍ଷଣି ଲାଗି ଯାଆନ୍ତି ବୁଣାବୁଣି କାମରେ। ହସ୍ତତନ୍ତ ବ୍ୟତୀତ ଗୀତ ଗାଇବା ଓ ମୃଦଙ୍ଗ ବଜାଇବାରେ ବେଶ୍ ପାରଙ୍ଗମ ସେ। ପ୍ରତ୍ୟେକ ଦିନ ସଂଧ୍ୟା ହେବାକ୍ଷଣି ନିଜ ଗାଁ ଠାକୁରାଣୀ ମନ୍ଦିରରେ ପହଞ୍ଚି ଆରମ୍ଭ କରିଦିଅନ୍ତି ଭଜନ ଜଣାଣ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ନିଜ ଅଂଚଳରେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି ଗୋଲେଖ ସାର୍। ଦିବ୍ୟାଙ୍ଗ ହୋଇ ମଧ୍ୟ ଗୋଲେଖ ସାରଙ୍କ ଅସାଧାରଣ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।

The post ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା appeared first on Odisha Reporter.

]]>
right top 2019-10-06 23:01:54 https://odishareporter.in/wp-content/uploads/2019/10/blion-teacher-teaches-student-in-kendrapara-district.jpg
ସ୍ୱପ୍ନ ଅଛି ହାକିମ ହେବେ, ହାର୍‌ ମାନିନାହାନ୍ତି ଦିବ୍ୟାଙ୍ଗ ସନ୍ତୋଷ https://odishareporter.in/odisha/disabled-youth-in-difficult-situation-in-gunupur-under-rayagada-441962 Tue, 01 Oct 2019 13:10:07 +0000 http://odishareporter.in/?p=441962

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ମନରେ ଥିଲା ଅସୁମାରୀ ସ୍ୱପ୍ନ। ସୁନ୍ଦର ଭବିଷ୍ୟତ ହାତ ଠାରି ଆଗକୁ ଡାକୁଥିଲା। ହେଲେ ଭାଗ୍ୟ ଯେ ଏମିତି ଦାଉ ସାଧିବ କିଏ ଜାଣିଥିଲା? ସମୟ ଯେ ଏତେ ନିର୍ଦ୍ଦୟ ହୋଇପାରେ ସନ୍ତୋଷ ଶବରଙ୍କୁ ଜଣାନଥିଲା। ଏକ ଟ୍ରେନ୍‌ ଦୁର୍ଘଟଣାରେ ହରାଇବସିଲେ ଦୁଇ ଗୋଡ଼। ଦଇବ ତାଙ୍କୁ ଦିବ୍ୟାଙ୍ଗ ସଜାଇଥିଲେ ମଧ୍ୟ ସେ ହାର ମାନି ନାହାନ୍ତି। ଛାତିରେ ଛାତିଏ କୋହକୁ ଜାବୁଡ଼ି ଧରି ପାଠ ପଢ଼ୁଛନ୍ତି। ହାକିମ ବାବୁ ହେବାର […]

The post ସ୍ୱପ୍ନ ଅଛି ହାକିମ ହେବେ, ହାର୍‌ ମାନିନାହାନ୍ତି ଦିବ୍ୟାଙ୍ଗ ସନ୍ତୋଷ appeared first on Odisha Reporter.

]]>

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ମନରେ ଥିଲା ଅସୁମାରୀ ସ୍ୱପ୍ନ। ସୁନ୍ଦର ଭବିଷ୍ୟତ ହାତ ଠାରି ଆଗକୁ ଡାକୁଥିଲା। ହେଲେ ଭାଗ୍ୟ ଯେ ଏମିତି ଦାଉ ସାଧିବ କିଏ ଜାଣିଥିଲା? ସମୟ ଯେ ଏତେ ନିର୍ଦ୍ଦୟ ହୋଇପାରେ ସନ୍ତୋଷ ଶବରଙ୍କୁ ଜଣାନଥିଲା। ଏକ ଟ୍ରେନ୍‌ ଦୁର୍ଘଟଣାରେ ହରାଇବସିଲେ ଦୁଇ ଗୋଡ଼। ଦଇବ ତାଙ୍କୁ ଦିବ୍ୟାଙ୍ଗ ସଜାଇଥିଲେ ମଧ୍ୟ ସେ ହାର ମାନି ନାହାନ୍ତି। ଛାତିରେ ଛାତିଏ କୋହକୁ ଜାବୁଡ଼ି ଧରି ପାଠ ପଢ଼ୁଛନ୍ତି। ହାକିମ ବାବୁ ହେବାର ସ୍ୱପ୍ନ ମଧ୍ୟ ଦେଖୁଛନ୍ତି ସନ୍ତୋଷ।

ରାୟଗଡ଼ା ଗୁଣପୁର ଅଞ୍ଜରସିଂହ ଗାଁର ସନ୍ତୋଷ ଶବର। ଭଲ ପାଠ ପଢ଼ନ୍ତି। ଗାଁ ସ୍କୁଲରେ ପାଠ ପଢ଼ା ସରିବା ପରେ କାଶୀନଗର କଲେଜରେ ଯୁକ୍ତ ୩ ବିଜ୍ଞାନରେ ନାମ ଲେଖାଇଥିଲେ। ଘରଠାରୁ କଲେଜ ବହୁ ଦୂର ହୋଇଥିବାରୁ ସେ ଗୁଣପୁରରେ ରହୁ ପ୍ରତିଦିନ ଯିବା ଆସିବା କରୁଥିଲେ। ଦିନେ ସେ ଟ୍ରେନ୍‌ରେ କାଶୀନଗର ଯାଉଥିଲେ। ଆଉ ସେଠାରେ ସେ ଓହ୍ଲାଇବା ବେଳେ ଟ୍ରେନ୍ ତଳେ ପଡ଼ି ଯାଇଥିଲେ। ଟ୍ରେନ୍‌ଟି ତାଙ୍କ ଦୁଇ ଗୋଡ଼ ଉପରେ ଚଢ଼ି ଯାଇଥିଲା। ସୌଭାଗ୍ୟ ବଶତଃ ତାଙ୍କର ଜୀବନ ସିନା ବଞ୍ଚି ଯାଇଥିଲା, ହେଲେ ହରାଇବାକୁ ପଡ଼ିଥିଲା ଦୁଇ ଗୋଡ଼। ଏହାପରଠାରୁ ସନ୍ତୋଷଙ୍କ ମୁହଁରୁ ହସ ଶୁଖି ଯାଇଛି। ଯେଉଁ ପାଦରେ ଦିନେ ଚାଲି ଚାଲି କଲେଜ ଯାଉଥିଲେ, ଆଜି ସିଏ ଆଉ କାହାର ଆଶ୍ରା ସାଜିଛନ୍ତି। ଅନ୍ୟ କାହାର ବିନା ସାହାଯ୍ୟରେ ଚାଲି ପାରୁ ନାହାନ୍ତି। ଏହା ପରେ ମଧ୍ୟ ସେ କେବେ ଭାଙ୍ଗି ପଡ଼ି ନାହାନ୍ତି। ଗତବର୍ଷ ସିନା ପରୀକ୍ଷା ଦେଇପାରିଲେ ନାହିଁ। ଏଥର କିନ୍ତୁ ସେ ଯୁକ୍ତ ୩ର ଶେଷ ବର୍ଷର ପରୀକ୍ଷା ଦେବେ। ପ୍ରଶାସନ ପକ୍ଷରୁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ଏକ ତିନି ଚକିଆ ଗାଡି ଯୋଗାଇ ଦିଆଯାଇଛି। ସେଇଥିରେ ସେ ଯିବାଆସିବା କରୁଛନ୍ତି।

ଏ ସମ୍ପର୍କରେ ସନ୍ତୋଷ କହିଛନ୍ତି-“କୃତ୍ରିମ ଅଙ୍ଗ ଦିଆଗଲେ ମୁଁ ପୂର୍ବ ପରି ଚାଲି ପାରିବି। ଆଉ ଅଧିକ ପାଠ ପଢ଼ିପାରିବି। ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି।”

The post ସ୍ୱପ୍ନ ଅଛି ହାକିମ ହେବେ, ହାର୍‌ ମାନିନାହାନ୍ତି ଦିବ୍ୟାଙ୍ଗ ସନ୍ତୋଷ appeared first on Odisha Reporter.

]]>
right top 2019-10-01 18:40:07 https://odishareporter.in/wp-content/uploads/2019/10/Rayagada.jpg
ଶୁଆ ଶୁଣୁଛି ଭାଗବତ! https://odishareporter.in/odisha/parrot-is-listen-bhagabata-in-balangir-434532 Sat, 14 Sep 2019 13:23:29 +0000 http://odishareporter.in/?p=434532

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଚାଲିଛି ଭାଗବତ ପାରାୟଣ। ପୁରାଣ ପାଠ କରି ଭଗବାନଙ୍କୁ ସ୍ମରଣ କରୁଛନ୍ତି ମହିଳା ଭକ୍ତ। ହେଲେ ପୁରାଣ ପାଠ କରାଯାଉଥିବା ସ୍ଥାନରେ ବସିଛନ୍ତି ଦୁଇଟି ଶୁଆ। ଏମାନେ କୁଆଡ଼େ ଭାଗବତ ଶୁଣନ୍ତି ବୋଲି କୁହାଯାଉଛି।  ଏଭଳି ଦେଖିବାକୁ ମିଳିଛି ବଲାଙ୍ଗିର ସହରର ପ୍ୟାଲେସ ଲାଇନସ୍ଥିତ ଗିରୀଶି ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଭାଗବତ ଟୁଙ୍ଗିରେ। ଗିରୀଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ୬ ମାସ ତଳେ ପୁରାଣ ପାଠ ଚାଲିଥିବା ବେଳେ ଅଚାନକ […]

The post ଶୁଆ ଶୁଣୁଛି ଭାଗବତ! appeared first on Odisha Reporter.

]]>

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଚାଲିଛି ଭାଗବତ ପାରାୟଣ। ପୁରାଣ ପାଠ କରି ଭଗବାନଙ୍କୁ ସ୍ମରଣ କରୁଛନ୍ତି ମହିଳା ଭକ୍ତ। ହେଲେ ପୁରାଣ ପାଠ କରାଯାଉଥିବା ସ୍ଥାନରେ ବସିଛନ୍ତି ଦୁଇଟି ଶୁଆ। ଏମାନେ କୁଆଡ଼େ ଭାଗବତ ଶୁଣନ୍ତି ବୋଲି କୁହାଯାଉଛି।  ଏଭଳି ଦେଖିବାକୁ ମିଳିଛି ବଲାଙ୍ଗିର ସହରର ପ୍ୟାଲେସ ଲାଇନସ୍ଥିତ ଗିରୀଶି ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଭାଗବତ ଟୁଙ୍ଗିରେ।

ଗିରୀଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ୬ ମାସ ତଳେ ପୁରାଣ ପାଠ ଚାଲିଥିବା ବେଳେ ଅଚାନକ ଘରକୁ ପଶି ଆସିଥିଲେ ଏହି ଦୁଇ ଶୁଆ। ସେହିଦିନଠୁ ଦୁଇ ଶୁଆଙ୍କୁ ଘରେ ପାଳିପୋଷି ଯତ୍ନ ନେଉଛନ୍ତି ଗିରୀଶଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ପଣ୍ଡା। ତେବେ ଯେତେବେଳେ ଭାଗବତ ପାଠ ହୁଏ, ସେହି ସମୟରେ ଚୁପଚାପ୍‌ ରହିବା ସହ ଭାଗବତ ଓ ଗୀତାପାଠ ଶୁଣନ୍ତି ଏହି ଦୁଇ ଶୁଆ। ଭଜନ, କୀର୍ତ୍ତନ, ଗିନି, ମୃଦଙ୍ଗ ଶଦ୍ଦ ଭିତରେ ମଧ୍ୟ ବିଚଳିତ ହୁଅନ୍ତିନି। ଏକାଦଶୀରେ ଯେତେ ଚେଷ୍ଟା କଲେ ବି ଦୁଇ ଶୁଆ ଅନ୍ନ ଖାଆନ୍ତିନି ବୋଲି କହିଛନ୍ତି ପୁଷ୍ପାଞ୍ଜଳୀ।

ଭାଗବତ ଟୁଙ୍ଗୀରେ ଦୁଇ ଶୁଆ ଭାଗବତ ଶୁଣୁଥିବା ଖବର ଜାଣିବା ପରେ ପକ୍ଷୀ ଦୁଇଟିକୁ ଦେଖିବା ଲାଗି ପଡ଼ୋଶୀଙ୍କ ଭିଡ଼ ଜମୁଛି। ପୁରାଣ ପାଠ ଆରମ୍ଭ ହେଉ ହେଉ ପଡ଼ୋଶୀମାନେ ପହଞ୍ଚି ଯାଉଛନ୍ତି ଗିରୀଶଙ୍କ ଭାଗବତ ଟୁଙ୍ଗିରେ।

The post ଶୁଆ ଶୁଣୁଛି ଭାଗବତ! appeared first on Odisha Reporter.

]]>
right top 2019-09-14 18:53:29 https://odishareporter.in/wp-content/uploads/2019/09/perrot-is-listening-bhagabata.jpg
ବାନ୍ଧକଳାରେ ତିଆରି ହେଲା ତ୍ରିରଙ୍ଗା ଶାଢ଼ୀ, ନାଁ ‘ଅତୁଲ୍ୟ ଭାରତ’ https://odishareporter.in/odisha/ganesh-meher-weaves-magic-in-the-unique-theme-based-saris1-419236 Mon, 12 Aug 2019 11:20:23 +0000 http://odishareporter.in/?p=419236

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି। ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି […]

The post ବାନ୍ଧକଳାରେ ତିଆରି ହେଲା ତ୍ରିରଙ୍ଗା ଶାଢ଼ୀ, ନାଁ ‘ଅତୁଲ୍ୟ ଭାରତ’ appeared first on Odisha Reporter.

]]>

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ ଏ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଚାଲିଛି।

ବାନ୍ଧକଳା ପାଇଁ ସୁବର୍ଣ୍ଣପୁର ପ୍ରସିଦ୍ଧ। ହଜାର ହଜାର ବର୍ଷରୁ ଏ ମାଟିର ଭୁଲିଆ ସଂପ୍ରଦାୟର ଲୋକେ ଏହାରି ମାଧ୍ୟମରେ ତିଆରି କରୁଛନ୍ତି ଶାଢ଼ି। ଏହି କଳା କାରିଗରୀର ପଟାନ୍ତର ନାହିଁ। ଜିଲ୍ଲାର ଗାଁ ଗାଁରେ ଥିବା ହଜାର ହଜାର ବୟନଶିଳ୍ପୀଙ୍କ ଏହି କଳାଚାତୁରୀ ବିଶ୍ୱ ବସ୍ତ୍ର ବଜାରରେ ଚହଳ ସୃଷ୍ଟି କରିବା ସହ ଏହି ମାଟିକୁ ଦେଇଛନ୍ତି ଏକ ଭିନ୍ନ ପରିଚୟ। ତେବେ ଆଉ ପାଦେ ଆଗକୁ ଯାଇ ସୂତା ଓ ରଙ୍ଗରେ ସୂକ୍ଷ୍ମ ବାନ୍ଧକଳାକୁ ଉପଯୋଗ କରି ସେଥିରେ ଦେଶ ପ୍ରୀତିର ଭାବ ଭରି ଗଣେଶ ବୁଣିଛନ୍ତି ତ୍ରିରଙ୍ଗା ସଦୃଶ ଦେଖାଯାଉଥିବା ଏହି ‘ଅତୁଲ୍ୟ ଭାରତ’ ଶାଢ଼ୀ। ଏହି ଶାଢ଼ୀଟିକୁ ବୁଣିବା ପାଇଁ ତାଙ୍କୁ ୬ ମାସ ଲାଗିଥିଲା। ଆଉ ଏଥିପାଇଁ ସେ ୬୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଅଗଷ୍ଟ ୧୫ ପୂର୍ବରୁ ଶାଢ଼ୀଟି ପ୍ରସ୍ତୁତ ହୋଇଥିବାରୁ ଦେଶର ସ୍ୱାଧୀନତା ପାଇଁ ତାଙ୍କ କଳା ସମର୍ପିତ ହୋଇପାରିଛି ବୋଲି କହିଛନ୍ତି ବାନ୍ଧଶିଳ୍ପୀ ଗଣେଶ ମେହେର।

ସେହିପରି ଗଣେଶ ମାଟିମା’ ଓ ମାତୃଭାଷାକୁ ନେଇ ବୁଣିଛନ୍ତି ‘ବର୍ଣ୍ଣଶିଖା’ ନାମରେ ଅନ୍ୟ ଏକ ଶାଢ଼ୀ। ଏହି ଶାଢ଼ୀରେ ଓଡିଆ ବର୍ଣ୍ଣମାଳାର ସବୁ ଅକ୍ଷର ସହ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତା ‘ମାତୃଭୂମି ମାତୃଭାଷାରେ ମମତା’ର ଏକ ପଂକ୍ତିକୁ ବି ସାମିଲ୍‌ କରିଛନ୍ତି। ଏଥିସହ ସେ ଓ ତାଙ୍କ ପରିବାର ଲୋକଙ୍କ ସହ ମିଶି ପ୍ରାକୃତିକ ରଙ୍ଗର ବ୍ୟବହାର କରି ‘ନେଚର’ ନାଁରେ ଏକ ଭିନ୍ନ ଧରଣର ଶାଢ଼ୀ ବୁଣିଛନ୍ତି।

The post ବାନ୍ଧକଳାରେ ତିଆରି ହେଲା ତ୍ରିରଙ୍ଗା ଶାଢ଼ୀ, ନାଁ ‘ଅତୁଲ୍ୟ ଭାରତ’ appeared first on Odisha Reporter.

]]>
left top 2019-08-12 16:54:26 https://odishareporter.in/wp-content/uploads/2019/08/ki.jpg
ଜଣଙ୍କୁ ମହାନ କରେ ତାଙ୍କ ମହତ କାମ, ସେମିତି ଦୁଇ ଜଣ ହେଉଛନ୍ତି ରତୀନ୍ଦ୍ର ଓ ନନ୍ଦ https://odishareporter.in/odisha/meet-two-men-whose-deeds-make-them-extraordinary-415703 Sun, 04 Aug 2019 15:49:13 +0000 http://odishareporter.in/?p=415703

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହତ କାମ ଯେ କୌଣସି ମଣିଷକୁ ମହାନ କରିଦିଏ। ନିଜର ଅନନ୍ୟ ଉଦ୍ୟମ ଲାଗି ସମାଜ ପାଇଁ ସେମାନେ ପାଲଟିଯାନ୍ତି ପ୍ରେରଣାର ଉତ୍ସ ଓ ଜୀବନ୍ତ ଉଦାହରଣ। ସେମିତି ଦୁଇଜଣ ନିଆରା ମଣିଷ ହେଲେ ବାଲେଶ୍ୱର ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ା ଓ ଭଦ୍ରକ ଧ୍ରୁବପହଲିପୁର ଗାଁରେ ଧ୍ରୁବତାରା ସାଜିଥିବା ନନ୍ଦ ଜେନା। ଜଣେ ଭଲପାଏ ପରିବେଶକୁ ଆଉ ଜଣେ ଅଭାବୀ ମଣିଷଙ୍କ ଅସୁବିଧା ଦୂର କରିବାକୁ। ବାଲେଶ୍ୱର ଜିଲ୍ଲା ଘଣ୍ଟୁଆ […]

The post ଜଣଙ୍କୁ ମହାନ କରେ ତାଙ୍କ ମହତ କାମ, ସେମିତି ଦୁଇ ଜଣ ହେଉଛନ୍ତି ରତୀନ୍ଦ୍ର ଓ ନନ୍ଦ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହତ କାମ ଯେ କୌଣସି ମଣିଷକୁ ମହାନ କରିଦିଏ। ନିଜର ଅନନ୍ୟ ଉଦ୍ୟମ ଲାଗି ସମାଜ ପାଇଁ ସେମାନେ ପାଲଟିଯାନ୍ତି ପ୍ରେରଣାର ଉତ୍ସ ଓ ଜୀବନ୍ତ ଉଦାହରଣ। ସେମିତି ଦୁଇଜଣ ନିଆରା ମଣିଷ ହେଲେ ବାଲେଶ୍ୱର ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ା ଓ ଭଦ୍ରକ ଧ୍ରୁବପହଲିପୁର ଗାଁରେ ଧ୍ରୁବତାରା ସାଜିଥିବା ନନ୍ଦ ଜେନା। ଜଣେ ଭଲପାଏ ପରିବେଶକୁ ଆଉ ଜଣେ ଅଭାବୀ ମଣିଷଙ୍କ ଅସୁବିଧା ଦୂର କରିବାକୁ।

ବାଲେଶ୍ୱର ଜିଲ୍ଲା ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଥରେ ଦେଖିଲେ ମନ ଦୋହଲିଯିବ। ମେଡିକାଲ୍‌ର ପରିବେଶ ପାର୍କ ଭଳି ଦେଖାଯାଉଛି। ଏଠି ପବନରେ ଦୋଳି ଖେଳୁଛି ମନ ଜିଣିଲା ପରି ରଙ୍ଗବେରଙ୍ଗର ଫୁଲ ଓ ଫଳ। ମେଡିକାଲ୍‌ର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ାଙ୍କ ଯାଦୁକରୀ ହାତର ସ୍ପର୍ଶରେ ଏ ସବୁ ସମ୍ଭବପର ହୋଇପାରିଛି। ଡାକ୍ତର ନଥିବା ବେଳେ ସେ ସବୁ ଦାୟିତ୍ୱ ସମ୍ଭାଳୁଥିଲେ। ରୋଗୀ ସେବାରେ ନିଜକୁ ନିୟୋଜିତ କରୁଥିଲେ। ତେବେ ସେଥିରୁ ଟିକିଏ ଫୁରୁସତ ମିଳିଲେ ଲାଗିଯାଉଥିଲେ ପରିବେଶକୁ ଅଧିକ ଆକର୍ଷଣୀୟ କରିବାରେ। ଫୁଲ ଫଳ ସହିତ ସେ ଅନେକ ଔଷଧୀୟ ବୃକ୍ଷ ସହ ପନିପରିବା ଚାଷ କରୁଥିଲେ। ରତୀନ୍ଦ୍ରନାଥଙ୍କ ଏହି ନିଆରା ଉଦ୍ୟମରେ ସହଯୋଗ କରିଥାନ୍ତି ମେଡିକାଲରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ।

ସେହିପରି ଆଉ ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା ଧ୍ରୁବପହଲିପୁର ଗାଁର ନନ୍ଦ ଜେନା। ଅନ୍ୟ ମୁହଁରେ ହସ ଦେଖିଲେ ସିଏ ଅନୁଭବ କରନ୍ତି ଅଫୁରନ୍ତ ଆନନ୍ଦ। ଘର ତାଙ୍କର ସିନା ନୂଆଣିଆ, ହେଲେ ମନ କିନ୍ତୁ ଆକାଶଛୁଆଁ। ସେଇଥିପାଇଁ ତାଙ୍କ ଉଦ୍ୟମରେ ୨ବର୍ଷ ହେଲା ଗାଁର ୪୦ରୁ ଊର୍ଦ୍ଧ୍ୱ ପରିବାର ମୁନ୍ଦେ ସ୍ୱଚ୍ଛ ପିଇବା ପାଣି ପାଇପାରୁଛନ୍ତି।

ସମୁଦ୍ର କୂଳରେ ଘର ହୋଇଥିବାରୁ ଲୁଣି ପାଣିରେ ଅତିଷ୍ଠ ହୋଇ ନିଜ ପରିବାର ଓ ୨୦୦ ଗାଁ ଲୋକଙ୍କ ସମସ୍ୟା ଦେଖି ସହିପାରି ନଥିଲେ ନନ୍ଦ। ପ୍ରଶାସନ କୌଣସି ପ୍ରକାରର ବ୍ୟବସ୍ଥା ନକରିବାରୁ ଶେଷରେ ପେଟରୁ କାଟି ନିଜ କଷ୍ଟଅର୍ଜିତ ରୋଜଗାରରେ ଖୋଳିଛନ୍ତି ଏକ ବୋରିଂ। ଯେଉଁଥିରୁ ମିଠା ପାଣି ନେଇ ମଧୁର ଆଶୀର୍ବାଦରେ ତାଙ୍କୁ ପୋତି ପକାଉଛନ୍ତି ଧ୍ରୁବପହଲିପୁର ବାସିନ୍ଦା।

The post ଜଣଙ୍କୁ ମହାନ କରେ ତାଙ୍କ ମହତ କାମ, ସେମିତି ଦୁଇ ଜଣ ହେଉଛନ୍ତି ରତୀନ୍ଦ୍ର ଓ ନନ୍ଦ appeared first on Odisha Reporter.

]]>
centre bottom 2019-08-04 21:19:13 https://odishareporter.in/wp-content/uploads/2019/08/garden.jpg
କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ଝୁରୁଛି ଜନ୍ମମାଟି https://odishareporter.in/odisha/whole-of-india-will-celebrate-vijay-divas-on-friday-411047 Thu, 25 Jul 2019 14:43:02 +0000 http://odishareporter.in/?p=411047

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାକ ସେନାକୁ ପରାଜିତ କରିବାର ୨୦ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ସାରା ଦେଶ ପାଳିବ କାର୍ଗିଲ ବିଜୟ ଦିବସ। ଚଳିତବର୍ଷ ଏହି ବିଜୟକୁ ଅଧିକ ସ୍ମରଣୀୟ କରିବାକୁ ବିଶେଷ ଆୟୋଜନ କରିଛି ଭାରତୀୟ ସେନା। ଆଉ ଏପଟେ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ବୀର ଓଡ଼ିଆ ଯବାନଙ୍କୁ ଝୁରୁଛି ଜନ୍ମମାଟି। କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ବୀର ପୁଅ ଗୋପୀନାଥ ମହାରଣା। ଦେଶ ମାତୃକାର ସେବା […]

The post କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ଝୁରୁଛି ଜନ୍ମମାଟି appeared first on Odisha Reporter.

]]>

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାକ ସେନାକୁ ପରାଜିତ କରିବାର ୨୦ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ସାରା ଦେଶ ପାଳିବ କାର୍ଗିଲ ବିଜୟ ଦିବସ। ଚଳିତବର୍ଷ ଏହି ବିଜୟକୁ ଅଧିକ ସ୍ମରଣୀୟ କରିବାକୁ ବିଶେଷ ଆୟୋଜନ କରିଛି ଭାରତୀୟ ସେନା। ଆଉ ଏପଟେ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ବୀର ଓଡ଼ିଆ ଯବାନଙ୍କୁ ଝୁରୁଛି ଜନ୍ମମାଟି।

କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ବୀର ପୁଅ ଗୋପୀନାଥ ମହାରଣା। ଦେଶ ମାତୃକାର ସେବା କରିବା ପାଇଁ ଗୋପୀନାଥ ସେନାରେ ଯୋଗ ଦେଇଥିଲେ। ହେଲେ ୧୯୯୯ କାର୍ଗିଲ୍‌ ଯୁଦ୍ଧରେ ସେ ସହିଦ୍‌ ହୋଇଗଲେ। ୨୦ ବର୍ଷ ତଳର ସେହି କଥା ଆଜି ମନେ ପଡ଼ିଲେ ତାଙ୍କ ମାଆ ଝୁମୁରି ମହାରଣା ସ୍ତବ୍ଧ ହୋଇଯାଆନ୍ତି। ପୁଅ ସିନା ପାଖରେ ନାହିଁ, ହେଲେ ତା ବୀରତ୍ୱର ଗାଥା ମନ ଭିତରେ ଗୁଞ୍ଜରି ଉଠିଲେ ଆଖିରୁ ଝରି ଆସେ ଧାର ଧାର ଲୁହ। ଖାଲି ଘରଲୋକ କାହିଁକି, ଗୋପୀନାଥଙ୍କ ଅଦମ୍ୟ ସାହସ ଓ ବୀରତ୍ୱକୁ ଭୁଲି ନାହାନ୍ତି ଗାଁ ଲୋକେ। ତାଙ୍କ ଅବର୍ତ୍ତମାନରେ ଏବେ ମଧ୍ୟ ସହିଦଙ୍କୁ ଝୁରି ହେଉଛନ୍ତି ତାଙ୍କ ପରିବାର, ଆତ୍ମୀୟ ଓ ସାରା ଗାଁ।

ସେହିଭଳି କାର୍ଗିଲରେ ବିଜୟର ବାନା ଉଡ଼ାଇବା ପୂର୍ବରୁ ଶତ୍ରୁ ଗୁଳିରେ ପ୍ରାଣବଳି ଦେଇଥିବା ଆଉ ଜଣେ ବୀର ସୈନିକ ହେଉଛନ୍ତି ସହିଦ ସଚ୍ଚିଦାନନ୍ଦ ମଲ୍ଲିକ। କେନ୍ଦ୍ରାପଡ଼ା ରାଜନନଗର ବ୍ଲକ୍ କଣିଆହାଟ ଅଞ୍ଚଳର ଏହି ଯୋଦ୍ଧାଙ୍କୁ ହରାଇବା ପରେ ପରିବାରରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ। ତଥାପି ଶତ୍ରୁ ଆଗରେ ସେ ଦେଖାଇଥିବା ପରାକ୍ରମ ମନେ ପକାଇ ଗର୍ବରେ ଛାତି ଫୁଲାଇ ଦିଅନ୍ତି ସଚ୍ଚିଦାନନ୍ଦଙ୍କ ଘର ଲୋକେ ଆଉ ଗ୍ରାମବାସୀ।

୧୯୯୯ର କାର୍ଗିଲ ବିଜୟ ଦିବସକୁ ମହାସମାରୋହରେ ପାଳନ କରିବାର ଅବ୍ୟବହିତ ପୂର୍ବରୁ ଜାମ୍ମୁ ଓ କାଶ୍ମୀରର ଦ୍ରାସ ସେକ୍ଟରରେ ଅତି ଚିତ୍ତାକର୍ଷକ ଡେୟାର ଡେଭିଲ ଶୋ’ ପ୍ରଦର୍ଶନ କରୁଛନ୍ତି ଭାରତୀୟ ସ୍ଥଳସେନାର ଯବାନ। ଏଣେ ପାକିସ୍ତାନ ବିରୋଧରେ ଭାରତର ଏହି ସାମରିକ ବିଜୟର ୨୦ ବର୍ଷ ପୂର୍ତ୍ତିକୁ ଅତି ରୋମାଞ୍ଚକର ଢଙ୍ଗରେ ପାଳନ ପାଇଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି ସ୍ଥଳସେନା। କେଉଁଠି ଯୁଦ୍ଧାସ୍ତ୍ର ପ୍ରଦର୍ଶନ ଜରିଆରେ ତ ଆଉ କେଉଁଠି କାର୍ଗିଲ ବିଜୟ ଜ୍ୟୋତିକୁ ଚାରିଆଡ଼େ ବୁଲାଇ ବୀର ସହିଦଙ୍କ ଆତ୍ମୀୟଙ୍କୁ ସମ୍ମାନିତ କରାଯାଉଛି।

୧୯୯୯ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ୫୨୭ ଯବାନ ସହିଦ ହୋଇଥିଲେ। ହେଲେ ସେମାନଙ୍କ ପ୍ରାଣବଳି ବୃଥା ଯାଇନଥିଲା। ପ୍ରାୟ ୬୦ ଦିନର ଏହି ଯୁଦ୍ଧ ଶେଷରେ ବିଜୟ ପତାକା ଉଡାଇଥିଲା ଭାରତ। ଆଉ ସେବେଠୁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ଭାରତୀୟ ସେନା ପାଳନ କରି ଆସୁଛି ବିଜୟ ଦିବସ।

The post କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ଝୁରୁଛି ଜନ୍ମମାଟି appeared first on Odisha Reporter.

]]>
right top 2019-07-26 07:18:27 https://odishareporter.in/wp-content/uploads/2019/07/solger.jpg
ସହିଦ୍‌ ଶ୍ରୀନିବାସଙ୍କୁ ଝୁରୁଛି ଜନ୍ମମାଟି https://odishareporter.in/odisha/village-remembers-its-brave-son-and-kargil-martyr-srinivas-patra-410559 Wed, 24 Jul 2019 15:15:42 +0000 http://odishareporter.in/?p=410559

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏଥିପାଇଁ ବୀରତ୍ୱ ଓ ବଳିଦାନର ପର୍ବ ପାଳିବାକୁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସହିଦ ଯବାନଙ୍କ ଜନ୍ମଭୂମି ଗଞ୍ଜାମ ଜିଲ୍ଲା ଜଗଦଳପୁର ଗାଁରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ବ୍ରହ୍ମପୁର ନିକଟ ଜଗଦଳପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ଶ୍ରୀନିବାସ ପାତ୍ର। ଦେଶମାତୃକାର ସେବା ପାଇଁ ସେ ସେନାରେ ଯୋଗ ଦେଇଥିଲେ। ଛୁଟି […]

The post ସହିଦ୍‌ ଶ୍ରୀନିବାସଙ୍କୁ ଝୁରୁଛି ଜନ୍ମମାଟି appeared first on Odisha Reporter.

]]>

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏଥିପାଇଁ ବୀରତ୍ୱ ଓ ବଳିଦାନର ପର୍ବ ପାଳିବାକୁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସହିଦ ଯବାନଙ୍କ ଜନ୍ମଭୂମି ଗଞ୍ଜାମ ଜିଲ୍ଲା ଜଗଦଳପୁର ଗାଁରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି।

ବ୍ରହ୍ମପୁର ନିକଟ ଜଗଦଳପୁର ଗାଁ। ଏଇଠି ଜନ୍ମ ଗ୍ରହଣ କରିଥିଲେ ଶ୍ରୀନିବାସ ପାତ୍ର। ଦେଶମାତୃକାର ସେବା ପାଇଁ ସେ ସେନାରେ ଯୋଗ ଦେଇଥିଲେ। ଛୁଟି ମିଳିଲେ ସେ ଜନ୍ମମାଟିକୁ ଧାଇଁ ଆସୁଥିଲେ। ଆଜି ବି ସେ ଦିନର କଥା ମନେ ଅଛି। ୧୯୯୯ ମସିହା ଜୁନ ମାସରେ ଶ୍ରୀନିବାସଙ୍କର ବାହାଘର ହୋଇଥିଲା। ବିବାହର ମାତ୍ର ୬ ଦିନ ପରେ କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା। ନବବଧୂକୁ ଘରେ ଛାଡ଼ି ରଣଭୂମିରେ ଝାସ ଦେଇଥିଲେ ଶ୍ରୀନିବାସ। ଆଉ ଘର ଛାଡ଼ିବାର ୭ ଦିନ ପରେ ଜୁଲାଇ ୫ ତାରିଖରେ ଆସିଲା ତାଙ୍କର ସହିଦ ହୋଇଥିବାର ଖବର। ଏହି ଖବର ପ୍ରଚାରିତ ହେବା ପରେ ପୂରା ପରିବାର ଭାଙ୍ଗିପଡ଼ିଥିଲା। ଗାଁରେ ଶୋକର ଛାୟା ଖେଳିଯାଇଥିଲା।

ଆଜି ଶ୍ରୀନିବାସ ସହିଦ୍‌ ହେବାର ୨୦ ବର୍ଷ ପୂରିଛି। କିନ୍ତୁ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି। ଏବେବି ମନେପକାଇ ଝୁରି ହେଉଛନ୍ତି ତାଙ୍କ ଭାଇ ତ୍ରିଲୋଚନ ପାତ୍ର।

କାର୍ଗିଲ୍‌ ବୀରତ୍ୱ ଓ ବଳିଦାନର ପର୍ବ ପାଳିବା ପାଇଁ ସମଗ୍ର ଦେଶରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜଗଦଳପୁର ଗାଁ ମଧ୍ୟ ସଜେଇ ହେଉଛି। ତାଙ୍କ ପ୍ରତିମୂର୍ତ୍ତି ରଙ୍ଗ କରି ଚଉତରା କାନ୍ଥରେ ଅଙ୍କାଯାଉଛି ଦେଶାତ୍ମବୋଧକ ବାର୍ତ୍ତା। ସତେ ଯେମିତି ଗାଁର ପିଲାଠୁ ବୁଢ଼ା ସମସ୍ତଙ୍କ ଆଖି କହୁଛି ଗର୍ବ ଓ ଗୌରବର କଥା। କାରଣ ଏଇ ମାଟିର ପୁଅ ୨୦ ବର୍ଷ ତଳେ ଦେଶ ପାଇଁ ଦେଇଥିଲେ ଜୀବନର ଭେଟି।

ସେପଟେ କାର୍ଗିଲ୍ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ସେନା ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଛି। କାର୍ଗିଲ୍ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବୋଫର୍ସ ତୋପର ପ୍ରଦର୍ଶନ ସହ ଦ୍ରାସ୍‌ରେ ହୋଇଛି ପ୍ରତୀକାତ୍ମକ ସମରସଜ୍ଜା। ଦୁର୍ଗମ ପର୍ବତ ଚଢ଼ି ପରାକ୍ରମ ଓ ରଣକୌଶଳ ପ୍ରଦର୍ଶନ କରୁଛନ୍ତି ଭାରତୀୟ ସେନାର କୁଶଳୀ ଯୋଦ୍ଧା।

The post ସହିଦ୍‌ ଶ୍ରୀନିବାସଙ୍କୁ ଝୁରୁଛି ଜନ୍ମମାଟି appeared first on Odisha Reporter.

]]>
centre bottom 2019-07-24 20:46:10 https://odishareporter.in/wp-content/uploads/2019/07/b.pur3_.jpg
ରକ୍ଷଣଶୀଳତାର ବାଡ଼ ଭାଙ୍ଗିଲେ ତିନି ଭଉଣୀ, ବାପାଙ୍କ ଶବକୁ ଦେଲେ କାନ୍ଧ https://odishareporter.in/odisha/three-sisters-in-malkangiri-go-against-tradition-for-cremation-of-their-father-408176 Fri, 19 Jul 2019 16:31:24 +0000 http://odishareporter.in/?p=408176

ମାଲକାନଗିରି(ଜିତେନ୍ଦ୍ର ବେଉରା): ବାପାଙ୍କ ମୃତ୍ୟୁ ପରେ ମଶାଣି ଯାଏଁ ଶବକୁ କାନ୍ଧେଇ ବୋହି ନେଲେ ଦୁଇ ଭଉଣୀ। ସବୁଠୁ ବଡ଼ ଭଉଣୀ ସେମାନଙ୍କୁ ସମସ୍ତ କାମରେ ସହଯୋଗ କଲେ। ଜୁଈରେ ଶୋଇଥିବା ବାପାଙ୍କ ମୁହଁରେ ମୁଖାଗ୍ନି ଦେଲେ ସାନ ଝିଅ। ଏହାକୁ ନେଇ ଗତ ଦୁଇଦିନ ହେଲା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି। ତିନି ଭଉଣୀଙ୍କ ଏପରି କାମକୁ ସ୍ଥାନୀୟ ଲୋକଙ୍କ ଭରପୂର ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି। ସମାଜବିଜ୍ଞାନୀ ମଧ୍ୟ ଝିଅଙ୍କ […]

The post ରକ୍ଷଣଶୀଳତାର ବାଡ଼ ଭାଙ୍ଗିଲେ ତିନି ଭଉଣୀ, ବାପାଙ୍କ ଶବକୁ ଦେଲେ କାନ୍ଧ appeared first on Odisha Reporter.

]]>

ମାଲକାନଗିରି(ଜିତେନ୍ଦ୍ର ବେଉରା): ବାପାଙ୍କ ମୃତ୍ୟୁ ପରେ ମଶାଣି ଯାଏଁ ଶବକୁ କାନ୍ଧେଇ ବୋହି ନେଲେ ଦୁଇ ଭଉଣୀ। ସବୁଠୁ ବଡ଼ ଭଉଣୀ ସେମାନଙ୍କୁ ସମସ୍ତ କାମରେ ସହଯୋଗ କଲେ। ଜୁଈରେ ଶୋଇଥିବା ବାପାଙ୍କ ମୁହଁରେ ମୁଖାଗ୍ନି ଦେଲେ ସାନ ଝିଅ। ଏହାକୁ ନେଇ ଗତ ଦୁଇଦିନ ହେଲା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି। ତିନି ଭଉଣୀଙ୍କ ଏପରି କାମକୁ ସ୍ଥାନୀୟ ଲୋକଙ୍କ ଭରପୂର ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି। ସମାଜବିଜ୍ଞାନୀ ମଧ୍ୟ ଝିଅଙ୍କ ଏପରି କାର୍ଯ୍ୟକୁ ସମର୍ଥନ ଜଣାଇଛନ୍ତି।

ମାଲକାନଗିରି ଜିଲ୍ଲା କୁମୁଟିଗୁଡ଼ା ଗାଁର ସୁକାନ୍ତ ଚନ୍ଦ୍ର ପଟ୍ଟନାୟକ ଜଣେ ସାଇକେଲ୍‌ ଦୋକାନୀ। ସେଥିରୁ ସେ ଯାହା ଉପାର୍ଜନ କରନ୍ତି, ସେଥିରେ ପୂରା ପରିବାର ଚଳେ। ପରିବାର କହିଥିଲେ ସୁକାନ୍ତଙ୍କ ପତ୍ନୀ ଓ ତିନି ଝିଅ। ବଡ଼ ଝିଅ ବାହା ହୋଇଯାଇ ଥିବାରୁ ଦୁଇ ଝିଅ ପାଖରେ ଥିଲେ।

ଦିନେ ହଠାତ ସୁକାନ୍ତ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁର ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା।

ବାପାଙ୍କ ମୃତ୍ୟୁ ପାଇ ଘରେ ପହଞ୍ଚିଲେ ବିବାହିତ ବଡ଼ ଝିଅ। ସେତେବେଳକୁ ଅବିବାହିତ ଦୁଇ ଭଉଣୀ ବାପାଙ୍କ କୋକେଇକୁ କାନ୍ଧେଇ ମଶାଣିକୁ ନେଇଯାଇଥିଲେ। ଶ୍ମଶାନରେ ବିବାହିତ ବଡ଼ଭଉଣୀ ସବୁ କ୍ରିୟାକର୍ମ କଲେ। ଆଉ ଶେଷରେ ଘଟମାଠିଆ ଧରି ଜୁଈ ଚାରିପାଖେ ବୁଲିଲେ, ପରମ୍ପରାକୁ ପଛ କରି ମୁଖାଗ୍ନି ଦେଲେ ସାନଝିଅ ସଂଗୀତା। ଆଉ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ତେବେ ବଡ଼ କଥା ହେଉଛି ତିନିଝିଅଙ୍କ ସଂସ୍କାରମୁଖୀ ଏହି ବଡ଼ ପଦକ୍ଷେପକୁ ସ୍ଥାନୀୟ ଲୋକ ବିପୁଳ ସମର୍ଥନ ଦେଇଛନ୍ତି।

ଝିଅ ଶବ କାନ୍ଧେଇବା କିମ୍ବା ମୁଖାଗ୍ନି ଦେବାର ଭଳି ଘଟଣା ମାଲକାନଗିରି ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି। ହେଲେ ୧୪ ବର୍ଷ ତଳେ ସମାନ କାରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଆଉ ଜଣେ ସାହସୀ ଝିଅ ତଥା ଅଭିନେତ୍ରୀ ମଧୁମିତା ମହାନ୍ତି। ସେତେବେଳେ ମଧୁମିତା ତାଙ୍କ ବାପା ତଥା ପ୍ରତିଷ୍ଠିତ ସାହିତ୍ୟିକ ଶରତ ମହାନ୍ତିଙ୍କୁ ମୁଖାଗ୍ନି ଦେଇ ପରିବର୍ତ୍ତନର ନୂଆ ଧାରା ସୃଷ୍ଟି କରିଥିଲେ।

ସମାଜଶାସ୍ତ୍ରୀ ପଣ୍ଡିତ ବୀରେନ୍ଦ୍ର ପଣ୍ଡା କହିଛନ୍ତି,“ବେଦର ସଂସ୍କାର ଅନୁସାରେ ଝିଅମାନେ ବାପାଙ୍କୁ ମୁଖାଗ୍ନି ଦେଇପାରିବେ ଓ ସଂସ୍କାର କାର୍ଯ୍ୟ କରିପାରିବେ। ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ଯେଉଁମାନେ ବେଦ ବିଷୟରେ ଜାଣିନଥିବେ, ସେମାନେ ହୁଏତ ବିରୋଧ କରିଥାଇପାରନ୍ତି।”

The post ରକ୍ଷଣଶୀଳତାର ବାଡ଼ ଭାଙ୍ଗିଲେ ତିନି ଭଉଣୀ, ବାପାଙ୍କ ଶବକୁ ଦେଲେ କାନ୍ଧ appeared first on Odisha Reporter.

]]>
right top 2019-07-19 22:03:13 https://odishareporter.in/wp-content/uploads/2019/07/malkangiri.jpg
ମହାପୁରୁଷଙ୍କୁ ଛାଡ଼ିଲେନି, ସିମେଣ୍ଟ ଗେଟ୍‌ ନିର୍ମାଣ ନାଁରେ ଲୁଟିଲେ! https://odishareporter.in/odisha/people-resent-construction-of-a-cement-gate-with-46-lakh-plus-budget-at-entrance-road-to-a-sacred-site-407691 Thu, 18 Jul 2019 16:11:03 +0000 http://odishareporter.in/?p=407691

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠର ଉନ୍ନତିକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି। ପୀଠର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଟଙ୍କାକୁ ମୁଖ୍ୟରାସ୍ତା କଡ଼ରେ ନିର୍ମାଣ ହେଉଥିବା ସିମେଣ୍ଟ ଗେଟ ପାଇଁ ଖର୍ଚ୍ଚ କରାଯାଉଛି। ଯହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡ଼େ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ ପ୍ରବେଶପଥରେ ନିର୍ମାଣ କରାଯାଉଛି ଏକ ସିମେଣ୍ଟ ଗେଟ୍‌। […]

The post ମହାପୁରୁଷଙ୍କୁ ଛାଡ଼ିଲେନି, ସିମେଣ୍ଟ ଗେଟ୍‌ ନିର୍ମାଣ ନାଁରେ ଲୁଟିଲେ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠର ଉନ୍ନତିକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି। ପୀଠର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଟଙ୍କାକୁ ମୁଖ୍ୟରାସ୍ତା କଡ଼ରେ ନିର୍ମାଣ ହେଉଥିବା ସିମେଣ୍ଟ ଗେଟ ପାଇଁ ଖର୍ଚ୍ଚ କରାଯାଉଛି। ଯହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡ଼େ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ ପ୍ରବେଶପଥରେ ନିର୍ମାଣ କରାଯାଉଛି ଏକ ସିମେଣ୍ଟ ଗେଟ୍‌। ଯେଉଁଥିରେ ପୀଠ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। କେବଳ ଏହି ଗେଟ ପାଇଁ ଖର୍ଚ୍ଚ ହେବ ୪୬ ଲକ୍ଷ ୧୪ ହଜାର ୩୮୯ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସରକାରୀ ହିସାବରେ ଏହା ହିଁ ଦର୍ଶାଯାଇଛି।

ତେବେ ଅସଲ କଥା ହେଉଛି, ଅତିବଡ଼ି ପୀଠର ଉନ୍ନତିକରଣ ଲାଗି ଏହି ଟଙ୍କା ଆସିଥିଲା। ଆଉ ଏହି ଅର୍ଥ ମଞ୍ଜୁର କରିଥିଲା ରାଜ୍ୟ ସଂସ୍କୃତି ବିଭାଗ। ପୀଠରେ ପର୍ଯ୍ୟଟକଙ୍କ ଲାଗି ଆବଶ୍ୟକ ସର୍ମନିମ୍ନ ସୁବିଧା- ଶୌଚାଳୟ କିମ୍ୱା ବିଶ୍ରାମାଗାର ନାହିଁ। ତେବେ ଗେଟ୍‌ ନିର୍ମାଣରେ ଏତେ ଟଙ୍କା କାହିଁକି ଖର୍ଚ୍ଚ ହେଉଛି, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପୀଠର ସଂରକ୍ଷଣ ଓ ପୁନରୁଦ୍ଧାର କାମ ପାଇଁ ଆସିଥିବା ଟଙ୍କା ଏକ ନୂଆ କାମରେ ଖର୍ଚ୍ଚ କରିବାକୁ କିଏ ଅନୁମତି ଦେଲା ବୋଲି ଜାଣିବାକୁ ଚାହିଁଛନ୍ତି ସ୍ଥାନୀୟ ଲୋକ। ସେହିପରି ଗେଟ୍‌ଟି ପୀଠ ଠାରୁ ୬ କିଲୋମିଟର ଦୂରରେ ଥିବାରୁ ପର୍ଯ୍ୟଟକଙ୍କୁ ମାର୍ଗ ଦର୍ଶାଇବା କ୍ଷେତ୍ରରେ ଏହା କେତେ ଉପଯୋଗୀ ହେବ, ତାହା ବୁଝାପଡୁନି।

ସ୍ଥାନୀୟ ବାସିନ୍ଦା ଭଗବାନ ଦାଶ କହିଛନ୍ତି-“ସେହି ଅର୍ଥ ଖର୍ଚ୍ଚ ହୋଇଥିଲେ ପୀଠରେ ଗୋଟିଏ ଭଲ ଭଜନ ଓ ସତ୍‌ସଙ୍ଗ ହଲ୍‌ ତିଆରି ହୋଇପାରି ଥାଆନ୍ତା। ଏହାଛଡ଼ା ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ମଧ୍ୟ ନିର୍ମାଣ ହୋଇପାରି ଥାଆନ୍ତା। କିନ୍ତୁ ତାହା କରାନଯାଇ ଗେଟ୍‌ ନିର୍ମାଣ କରାଯାଉଛି।”

ସ୍ଥାନୀୟ ବାସିନ୍ଦା ବୀରବର ଦାଶ କହିଛନ୍ତି,“ପୀଠର ବିକାଶ ହେବା କଥା। ତାହା ନହୋଇ ଗେଟର ବିକାଶ ହେଲେ ଲାଭ କଣ? ପର୍ଯ୍ୟଟକ କଣ ଗେଟ୍‌ ଦେଖିବା ପାଇଁ ଆସିବେ?”

ସରକାରୀ ନିୟମ ଅନୁଯାୟୀ, ଐତିହାସିକ ସ୍ଥାନ ଓ କୀର୍ତ୍ତିରାଜିଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ କାମ ନିଜେ ସଂସ୍କୃତି ବିଭାଗ କରିବା କଥା। ତେବେ ୨୦୧୭ ମସିହା ପରଠାରୁ ଏହି କାମ ଗୁଡ଼ିକୁ ଠିକାଦାରଙ୍କୁ ଦିଆଯାଉଛି। ସେହିପରି ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଯେମିତିକି ପୁରୀ- ସାତଲହଡ଼ି ମଠର ରକ୍ଷଣାବେକ୍ଷଣ ପାଇଁ ପ୍ରଥମେ ଟେଣ୍ଡର କରିଥିଲେ ସରକାର। କିନ୍ତୁ ପରେ ଏହି ଟେଣ୍ଡରକୁ ଥରେ ନୁହେଁ, ଦୁଇ ଦୁଇ ଥର ବାତିଲ କରାଯିବା ସହ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ସାନି ଟେଣ୍ଡର କରାଇଥିଲେ। ଯାହା ଓଡ଼ିଶା ପୂର୍ତ୍ତ ପିଭାଗ (OPWD) ନିୟମର ଖୋଲା ଉଲ୍ଲଘଂନ କରୁଛି। ତେବେ କିଛି ନିର୍ଦ୍ଧିଷ୍ଟ ଠିକାଦାରକୁ ଟେଣ୍ଡର ପ୍ରକ୍ରିୟାରୁ ବାହାରେ ରଖିବା ଲାଗି ଏହି ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ଉଠିଛି।

ଅନ୍ୟପକ୍ଷରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି-“ଅଭିଯୋଗର ତଦନ୍ତ କରି ପଦକ୍ଷେପ ନିଆଯିବ।”

The post ମହାପୁରୁଷଙ୍କୁ ଛାଡ଼ିଲେନି, ସିମେଣ୍ଟ ଗେଟ୍‌ ନିର୍ମାଣ ନାଁରେ ଲୁଟିଲେ! appeared first on Odisha Reporter.

]]>
centre top 2019-07-18 22:22:57 https://odishareporter.in/wp-content/uploads/2019/07/aatibadi-pitha.jpg
ବିଶ୍ୱଭୂଷଣଙ୍କୁ ମିଶାଇ ଓଡ଼ିଶାରୁ ୧୦ ଜଣ ହେଲେଣି ରାଜ୍ୟପାଳ https://odishareporter.in/odisha/bb-harichandan-tenth-odia-to-be-appointed-governor-407265 Wed, 17 Jul 2019 16:12:27 +0000 http://odishareporter.in/?p=407265

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ବର୍ଷ ପରେ ଓଡ଼ିଶାର ୨ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଏକ ସମୟରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଗତକାଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାବେଳେ ବିଜେପି ନେତ୍ରୀ ଦ୍ରୋପଦୀ ମୁର୍ମୁ ଏବେ ଝାରଖଣ୍ଡର ରାଜ୍ୟପାଳ ଅଛନ୍ତି। ସଂଯୋଗବଶତଃ ଗତ ପ୍ରାୟ ୨୮ବର୍ଷ ତଳେ ୧୯୯୧ ମସିହାରେ ଓଡ଼ିଶାର ୩ଜଣ ବିଶିଷ୍ଟ ରାଜନେତା ଚିନ୍ତାମଣି ପାଣିଗ୍ରାହୀ , ଲୋକନାଥ ମିଶ୍ର ଓ […]

The post ବିଶ୍ୱଭୂଷଣଙ୍କୁ ମିଶାଇ ଓଡ଼ିଶାରୁ ୧୦ ଜଣ ହେଲେଣି ରାଜ୍ୟପାଳ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ବର୍ଷ ପରେ ଓଡ଼ିଶାର ୨ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଏକ ସମୟରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଗତକାଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାବେଳେ ବିଜେପି ନେତ୍ରୀ ଦ୍ରୋପଦୀ ମୁର୍ମୁ ଏବେ ଝାରଖଣ୍ଡର ରାଜ୍ୟପାଳ ଅଛନ୍ତି। ସଂଯୋଗବଶତଃ ଗତ ପ୍ରାୟ ୨୮ବର୍ଷ ତଳେ ୧୯୯୧ ମସିହାରେ ଓଡ଼ିଶାର ୩ଜଣ ବିଶିଷ୍ଟ ରାଜନେତା ଚିନ୍ତାମଣି ପାଣିଗ୍ରାହୀ , ଲୋକନାଥ ମିଶ୍ର ଓ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କୁ ମଧ୍ୟ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଏକସମୟରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ଶ୍ରୀ ହରିଚନ୍ଦନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଓଡ଼ିଶାର ମୋଟ ୧୦ଜଣ ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି।

ବିଶିଷ୍ଟ ରାଜନେତା ହରେକୃଷ୍ଣ ମହତାବ ପ୍ରଥମ ଓଡ଼ିଆ ଭାବେ ୧୯୫୫ ମାର୍ଚ୍ଚରୁ ୧୯୫୬ ଅକ୍ଟୋବର ପର୍ଯ୍ୟନ୍ତ ତତକାଳୀନ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ପରେ ବ୍ରହ୍ମପୁରରେ ଜନ୍ମିତ ଭାରତ ଭିଭି ଗିରିଙ୍କୁ ଅର୍ଥାତ୍ ୧୯୫୬ ଜୁନରୁ ୧୯୬୦ ମସିହା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ରାଜ୍ୟପାଳ, ୧୯୬୦ଜୁଲାଇରୁ ୧୯୬୫ ଏପ୍ରିଲ ପର୍ଯ୍ୟନ୍ତ କେରଳର ରାଜ୍ୟପାଳ, ୧୯୬୫ ଏପ୍ରିଲରୁ ୧୯୬୭ ମେ’ ମାସ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ସେ ୧୯୬୯ରୁ ୧୯୭୪ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ୪ର୍ଥ ରାଷ୍ଟ୍ରପତି ପଦରେ ଆସୀନ ହୋଇପାରିଥିଲେ ।

ସେହିପରି ତାଙ୍କ ପରେ ଓଡ଼ିଶାର ତୃତୀୟ ବ୍ୟକ୍ତି ଭାବେ ଅବିଭକ୍ତ କଟକ ଜିଲ୍ଲାରେ ଜନ୍ମିତ ନିତ୍ୟାନନ୍ଦ କାନୁନଗୋ ୧୯୬୫ ଅଗଷ୍ଟରୁ ୧୯୭୧ ଜାନୁୟାରୀ ପର୍ଯ୍ୟନ୍ତ ଗୁଜରାଟ ଓ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ କାନୁନଗୋ ୧୯୬୫ ଅଗଷ୍ଟରୁ ୧୯୬୭ ଜୁଲାଇ ମାସ ପର୍ଯ୍ୟନ୍ତ ଗୁଜରାଟର ଓ ପରେ ୧୯୬୭ ଡିସେମ୍ବରରୁ ୧୯୭୧ ଜାନୁୟାରୀ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଥିଲେ।

ଚତୁର୍ଥ ବ୍ୟକ୍ତି ଭାବେ ଓଡ଼ିଶା ହାଇକୋର୍ଟର ତତକାଳୀନ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର ଓଡ଼ିଶାର ରାଜ୍ୟପାଳ ଭାବେ ୧୯୮୨ ଜୁନ ୨୫ରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

ତାଙ୍କ ପରେ ପୁରୀରେ ଜନ୍ମିତ ବିଶିଷ୍ଟ ରାଜନେତା ଚିନ୍ତାମଣି ପାଣିଗ୍ରାହୀ ୧୯୮୯ ଜୁଲାଇରୁ ୧୯୯୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମଣିପୁରର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

ସେହିପରି ପୁରୀର ଅନ୍ୟଜଣେ ବିଶିଷ୍ଟ ରାଜନେତା ଲୋକନାଥ ମିଶ୍ର ୧୯୯୧ ମାର୍ଚ୍ଚରୁ ୧୯୯୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି । ସେ ୧୯୯୨-୯୩ ମସିହାରେ ମଧ୍ୟ ଅତିରିକ୍ତ ଭାବେ ନାଗାଲ୍ୟାଣ୍ଡର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିିଥିଲେ ।

ସେହିପରି ଅବିଭକ୍ତ କଟକ ଜିଲ୍ଲାରେ ଜନ୍ମିତ ବିଶିଷ୍ଟ ରାଜନେତା ସୁରେନ୍ଦ୍ରନାଥ ଦ୍ୱିବେଦୀ ୧୯୯୧ ମାର୍ଚ୍ଚରୁ ୧୯୯୩ ଜୁଲାଇ ମାସ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ପରେ ଅଷ୍ଟମ ବ୍ୟକ୍ତି ଭାବେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୨୦୦୯ ନଭେମ୍ବରରୁ ୨୦୧୪ ଡିସେମ୍ବର ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିଥିଲେ।

ତାଙ୍କପରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଜ୍ୟର ପ୍ରଥମ ମହିଳା ଭାବେ ରାଜ୍ୟପାଳ ହେବାର ସୁଯୋଗ ପାଇଥିଲେ। ଶ୍ରୀମତୀ ମୁର୍ମୁ ୨୦୧୫ ମେ’ ମାସରୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଓଡ଼ିଶାର ଦଶମ ବ୍ୟକ୍ତି ଭାବେ ଖୋର୍ଦ୍ଧାରେ ଜନ୍ମିତ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଗତକାଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।

The post ବିଶ୍ୱଭୂଷଣଙ୍କୁ ମିଶାଇ ଓଡ଼ିଶାରୁ ୧୦ ଜଣ ହେଲେଣି ରାଜ୍ୟପାଳ appeared first on Odisha Reporter.

]]>
right top 2019-07-17 22:04:33 https://odishareporter.in/wp-content/uploads/2019/07/Bb-Harichandan-tenth-Odia-to-be-appointed-governor.jpg
ପୁଅର ନୃଶଂସ କାଣ୍ଡ, ଜନ୍ମକଲା ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଲା https://odishareporter.in/odisha/son-arrested-for-thrashing-his-mother-in-public-405530 Fri, 12 Jul 2019 17:02:53 +0000 http://odishareporter.in/?p=405530

କୋଣାର୍କ (ସଞ୍ଜୟ ପତି): ଯେଉଁ ମାଆ ଦିନେ ଗର୍ଭରେ ଧାରଣ କରିଥିବା ଶିଶୁକୁ ଦୁନିଆକୁ ଆଣିଥିଲେ, ଆଉ ତା’ର ହାତ ଧରି ଦୁନିଆ ଦାଣ୍ଡରେ ଚାଲିବା ଶିଖାଇଥିଲେ, ତା’ର ସବୁ ଅଳି ଅର୍ଦ୍ଦଳିକୁ ସହ୍ୟ କରି ରାତି ରାତି ଅନିଦ୍ରା ରହି ସନ୍ତାନର ସେବା କରୁଥିଲେ ସେଇ ଜନ୍ମଦାତ୍ରୀ ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଛି ପୁଅ। ସେ ମାଆ ଭାବିଥିଲେ, ବାର୍ଦ୍ଧକ୍ୟ ବେଳେ ପିଲା ମୋର ଆଶାବାଡ଼ି ହେବ। ଦୁଃଖ ବେଳେ ଆଖିରୁ ଲୁହ ପୋଛିଦେବ। […]

The post ପୁଅର ନୃଶଂସ କାଣ୍ଡ, ଜନ୍ମକଲା ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଲା appeared first on Odisha Reporter.

]]>

କୋଣାର୍କ (ସଞ୍ଜୟ ପତି): ଯେଉଁ ମାଆ ଦିନେ ଗର୍ଭରେ ଧାରଣ କରିଥିବା ଶିଶୁକୁ ଦୁନିଆକୁ ଆଣିଥିଲେ, ଆଉ ତା’ର ହାତ ଧରି ଦୁନିଆ ଦାଣ୍ଡରେ ଚାଲିବା ଶିଖାଇଥିଲେ, ତା’ର ସବୁ ଅଳି ଅର୍ଦ୍ଦଳିକୁ ସହ୍ୟ କରି ରାତି ରାତି ଅନିଦ୍ରା ରହି ସନ୍ତାନର ସେବା କରୁଥିଲେ ସେଇ ଜନ୍ମଦାତ୍ରୀ ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଛି ପୁଅ। ସେ ମାଆ ଭାବିଥିଲେ, ବାର୍ଦ୍ଧକ୍ୟ ବେଳେ ପିଲା ମୋର ଆଶାବାଡ଼ି ହେବ। ଦୁଃଖ ବେଳେ ଆଖିରୁ ଲୁହ ପୋଛିଦେବ। କିନ୍ତୁ ମାଆର ସେହି ଆଶା, ଆଶାରେ ରହିଗଲା। ପୁଅ ସବୁ କିଛି ଭୁଲିଗଲା ଏବଂ ନୃଶଂସ ପାଲଟି ମାଆକୁ ଦେଲା ଅକଥନୀୟ ନିର୍ଯାତନା। ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ହାଟସାହିରେ।

ଅମ୍ମୁଣିଆପାଟଣା ଗାଁ ହାଟସାହିରେ ବାସ କରନ୍ତି ସାରଦା ବେହେରା (୭୫)। ବର୍ଷେ ତଳେ ସ୍ୱାମୀଙ୍କୁ ହରାଇଥିଲେ ସାରଦା। ବଢ଼ିଲା ପୁଅ ବାସୁ ଓ ଝିଅ ମିନତୀକୁ ନେଇ ତାଙ୍କ ପରିବାର। ଦାରିଦ୍ର୍ୟ ତାଙ୍କ ଚାରି ପଟେ ବେଡ଼ି ପରି ଗୁଡ଼ାଇ ରହିଛି। ଘର ଛପରରେ ଥିବା କଣାରେ ଦିନରେ ସୂର୍ଯ୍ୟ ଓ ରାତିରେ ଚାନ୍ଦ ଦେଖାଯାଉଛି। ମିନତୀ ଗାଁ ସ୍କୁଲରେ ରୋଷେଇ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର।

ସୂଚନା ଅନୁଯାୟୀ, ପୁଅ ବାସୁ ଚାହୁଁଥିଲା ଗୋଟିଏ ଦୋକାନ କରିବ। ମାତ୍ର ସମ୍ୱଳ ନଥିବାରୁ ସେ ଜମି ବିକ୍ରି କରିବା ପାଇଁ ମାଆଙ୍କୁ ବାରମ୍ୱାର କହୁଥିଲା। ମାତ୍ର ଏଥିରେ ସେ ରାଜି ହେଉନଥିଲେ। ଯାହାକୁ ନେଇ ମାଆ ଓ ପୁଅଙ୍କ ମଧ୍ୟରେ ଅନେକ ସମୟରେ ବଚସା ହେଉଥିଲା। ଏପରିକି ନିଶାସକ୍ତ ଅବସ୍ଥାରେ ଜନ୍ମକଲା ମାଆଙ୍କୁ ବାସୁ ସର୍ବ ସମ୍ମୁଖରେ ମାଡ଼ ମାରୁଥିଲେ। ହେଲେ ସାହି ପଡ଼ିଶା କେହି ପ୍ରତିବାଦ କରୁନଥିଲେ।

ଦୁଇଦିନ ତଳେ ବାସୁର ନିର୍ଯାତନା ଅସହ୍ୟ ହୋଇଥିଲା। ବିଚ୍‌ ରାସ୍ତାରେ ମାଆର ଚୁଟି ଟାଣି ମାଡ଼ ମାରୁଥିଲା ବାସୁ। ଏପରିକି ରାସ୍ତାରେ ଘୋଷାରି ଘୋଷାରି କେତେବେଳେ ତାଙ୍କ ମୁଣ୍ଡକୁ ବାଡ଼ଉଥିଲା ତ ଆଉ କେତେବେଳେ ନିଶାରେ ଥାଇ ଅଶ୍ଳୀଳ ଗାଳି ଦେଉଥିଲା। ପୁଅର ଏଭଳି ‘ବୀରତ୍ୱପୂର୍ଣ୍ଣ’ କାରବାରର ପ୍ରମାଣ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଅବଶ୍ୟ ପୁଅ ବାସୁର ନିଷ୍ଠୁରତା ସୀମା ଟପିଯିବାରୁ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ତେଣେ ଝିଅ ମିନତୀଙ୍କ ଅଭିଯୋଗ କ୍ରମେ ନିମାପଡ଼ା ଥାନା ପୁଲିସ ବାସୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାରୁ ପ୍ରକାଶ, ବାସୁଙ୍କର ବିବାହ ହୋଇଥିଲା। ମାତ୍ର ସେ ସବୁବେଳେ ନିଶାସକ୍ତ ରହୁଥିଲେ ଏବଂ ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଯେଉଁଥି ପାଇଁ ପତ୍ନୀ ଘର ଛାଡ଼ି ଚାଲି ଯାଇଛନ୍ତି।

The post ପୁଅର ନୃଶଂସ କାଣ୍ଡ, ଜନ୍ମକଲା ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଲା appeared first on Odisha Reporter.

]]>
right top 2019-07-12 22:38:35 https://odishareporter.in/wp-content/uploads/2019/07/nemapada1111.jpg
ସମସ୍ୟା ଘେରରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ନାହାନ୍ତି ଆବଶ୍ୟକ ଷ୍ଟାଫ୍‌! https://odishareporter.in/odisha/local-mp-demands-filling-up-of-posts-at-the-central-university-in-koraput-405008 Thu, 11 Jul 2019 14:15:46 +0000 http://odishareporter.in/?p=405008

କୋରାପୁଟ(ସୂର୍ଯ୍ୟ ପଣ୍ଡା/ଟି.ଗୌରୀଶଙ୍କର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଦୀପ ଜାଳିବା ପାଇଁ କୋରାପୁଟରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହା ଭିତରେ ଏହି ବିଶ୍ୱବିଦ୍ୟାଳୟକୁ ୧୦ ବର୍ଷ ପୂରିଲାଣି। ହେଲେ ଏବେବି ସମସ୍ୟା ଜାଲରୁ ମୁକୁଳି ପାରିନି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଟିଚିଙ୍ଗ ଷ୍ଟାଫ୍‌ ଓ ନନ୍‌ଟିଚିଙ୍ଗ ଷ୍ଟାଫ୍‌ ପଦବୀ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଚାଲିଛି ପ୍ରଶାସନିକ ଭବନ। ଏପରି ସମସ୍ୟାକୁ ନେଇ କୋରାପୁଟ ସାଂସଦ […]

The post ସମସ୍ୟା ଘେରରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ନାହାନ୍ତି ଆବଶ୍ୟକ ଷ୍ଟାଫ୍‌! appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ପଣ୍ଡା/ଟି.ଗୌରୀଶଙ୍କର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଦୀପ ଜାଳିବା ପାଇଁ କୋରାପୁଟରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହା ଭିତରେ ଏହି ବିଶ୍ୱବିଦ୍ୟାଳୟକୁ ୧୦ ବର୍ଷ ପୂରିଲାଣି। ହେଲେ ଏବେବି ସମସ୍ୟା ଜାଲରୁ ମୁକୁଳି ପାରିନି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଟିଚିଙ୍ଗ ଷ୍ଟାଫ୍‌ ଓ ନନ୍‌ଟିଚିଙ୍ଗ ଷ୍ଟାଫ୍‌ ପଦବୀ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଚାଲିଛି ପ୍ରଶାସନିକ ଭବନ। ଏପରି ସମସ୍ୟାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି।

କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି,“କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଟିଚିଂ ଷ୍ଟାଫ୍‌ ପୂରଣ ହୋଇପାରୁନି। ଯାହାଦ୍ୱାରା ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି।”

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ ୨୦୦୯ ଅନୁସାରେ ଓଡ଼ିଶା ସମେତ ଦେଶରେ ୧୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା। ତେବେ ପ୍ରତିଷ୍ଠା ହୋଇଥିବା ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବହୁ ପଛରେ ପଡ଼ିଛି। ବିଶ୍ୱବିଦ୍ୟାଳୟରେ ୭ଟି ସ୍କୁଲ ଓ ୧୪ଟି ବିଭାଗ ପାଇଁ ଆବଶ୍ୟକ୧୫୪ରୁ ମାତ୍ର ୧୭ ଜଣ ଟିଚିଙ୍ଗ ଷ୍ଟାଫ୍ ଅଛନ୍ତି। ପ୍ରଫେସର ପଦ ପାଇଁ ଥିବା ୨୩ ରୁ ୨୩ଟି ଓ ୪୩ଟି ଆସୋସିଏଟ୍‌ ପ୍ରଫେସର ପଦରୁ ୪୨ ଖାଲି ପଡ଼ିଛି। ୮୮ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବଦଳରେ ଅଛନ୍ତି ମାତ୍ର ୧୬ ଜଣ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏପରି ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିକ୍ଷାବିତ।

The post ସମସ୍ୟା ଘେରରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ନାହାନ୍ତି ଆବଶ୍ୟକ ଷ୍ଟାଫ୍‌! appeared first on Odisha Reporter.

]]>
centre bottom 2019-07-11 19:45:46 https://odishareporter.in/wp-content/uploads/2019/07/local-mp-demands-filling-up-of-posts-at-the-central-university-in-koraput.jpg
୨୪ ଡିଗ୍ରୀରୁ କମିବନି ଏସି ତାପମାତ୍ରା: ଶକ୍ତି ସଂରକ୍ଷଣ ଗାଇଡ୍‌ଲାଇନ୍‌କୁ ଫୁ https://odishareporter.in/odisha/despite-govt-notification-to-set-ac-temperature-at-24-offices-in-state-capital-refuse-to-do-so-404678 Thu, 11 Jul 2019 02:04:50 +0000 http://odishareporter.in/?p=404678

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪ ଡିଗ୍ରୀରୁ କମ୍‌ ରହିବନି ଏୟାର କଣ୍ଡିସନ୍‌ର (ଏସି)ର ତାପମାତ୍ରା। ବିଜୁଳି ଅପଚୟ ରୋକିବା ପାଇଁ କେନ୍ଦ୍ର ସରକାର ଏପରି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଯାହାକୁ ରାଜ୍ୟ ସରକାର ମଧ୍ୟ ପାଳନ କରିଛନ୍ତି। ସେଥିପାଇଁ ଗତମାସରୁ ସରକାରୀ କାର୍ଯ୍ୟାଳୟରେ ସଚେତନତା ମୂଳକ ପୋଷ୍ଟର ଲଗାଇବାକୁ କୁହାଯାଇଛି। ଶକ୍ତି ସଂରକ୍ଷଣ ସାଙ୍ଗକୁ ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ହେଲେ ରାଜଧାନୀର ସରକାରୀ କାର୍ଯ୍ୟାଳୟରେ ଏହି […]

The post ୨୪ ଡିଗ୍ରୀରୁ କମିବନି ଏସି ତାପମାତ୍ରା: ଶକ୍ତି ସଂରକ୍ଷଣ ଗାଇଡ୍‌ଲାଇନ୍‌କୁ ଫୁ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪ ଡିଗ୍ରୀରୁ କମ୍‌ ରହିବନି ଏୟାର କଣ୍ଡିସନ୍‌ର (ଏସି)ର ତାପମାତ୍ରା। ବିଜୁଳି ଅପଚୟ ରୋକିବା ପାଇଁ କେନ୍ଦ୍ର ସରକାର ଏପରି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଯାହାକୁ ରାଜ୍ୟ ସରକାର ମଧ୍ୟ ପାଳନ କରିଛନ୍ତି। ସେଥିପାଇଁ ଗତମାସରୁ ସରକାରୀ କାର୍ଯ୍ୟାଳୟରେ ସଚେତନତା ମୂଳକ ପୋଷ୍ଟର ଲଗାଇବାକୁ କୁହାଯାଇଛି। ଶକ୍ତି ସଂରକ୍ଷଣ ସାଙ୍ଗକୁ ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ହେଲେ ରାଜଧାନୀର ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇ ଦିଆଯାଇଛି।

ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ (ଓପେପା) ମୁଖ୍ୟାଳୟରେ ବାବୁ କି ଅନ୍ୟ କେହି ନଥିବା ବେଳେ ଏସି ଚାଲିଥିବାର ଦେଖିବାକୁ ମିଳିଛି। ଏସିର ତାପମାତ୍ରା ୨୪ ଡିଗ୍ରୀ ସେଲ୍‌ସିୟସ୍‌ରୁ ମଧ୍ୟ କମ୍‌ ରହିଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଏକ ସରକାରୀ କାର୍ଯ୍ୟାଳୟରେ ଏସିକୁ ୨୪ରୁ ତଳକୁ ନକରିବାକୁ କାନ୍ଥରେ ପୋଷ୍ଟର ଲାଗିଛି। ଏପରିକି ଏସି ଉପରେ ସଚେତନଧର୍ମୀ ଷ୍ଟିକର ମଧ୍ୟ ଲାଗିଛି। ହେଲେ ଏଠି ଏସି କିନ୍ତୁ ଚାଲିଛି ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ।

ବିଜୁଳି ଅପବ୍ୟହାରକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ଜାରି କରିଥିଲେ। ଗତ ଜୁନ ୧୧ ତାରିଖରେ ରାଜ୍ୟ ସରକାର ମଧ୍ୟ ଅନୁରୂପ ଗାଇଡ୍‌ଲାଇନ୍‌ ଆଣିଥିଲେ। ଏସି ତାପମାତ୍ରାକୁ ୨୪ ଡିଗ୍ରୀ ସେଲ୍‌ସିୟସ୍‌ରେ ସେଟ୍‌ କରିବା ଲାଗି ସବୁ ସରକାରୀ କାର୍ଯ୍ୟାଳୟରେ ପୋଷ୍ଟର ଲଗାଇବାକୁ କୁହାଯାଇଥିଲା। ତା’ସତ୍ତ୍ୱେ ମଧ୍ୟ ଏଭଳି ସ୍ଥିତି ଦୁର୍ଭାଗ୍ୟଜନକ।

କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ର ତର୍ଜମା ଅନୁଯାୟୀ, ଏସିରେ ଗୋଟିଏ ଡିଗ୍ରୀ ତାପମାତ୍ରା ବଢ଼ାଇଲେ ୬ ପ୍ରତିଶତ ବିଜୁଳି ଶକ୍ତି ସଂରକ୍ଷଣ ହୋଇପାରିବ। ତେବେ ଏକ୍ଷେତ୍ରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଛି ସଚିବାଳୟ ସେବା ସଂଘ। ବିଦ୍ୟୁତ ବିଭାଗ ମୁଖ୍ୟଯନ୍ତ୍ରୀ ସନ୍ତୋଷ ଦାସ କହିଛନ୍ତି-“ଏସି ବ୍ୟବହାର କରନ୍ତୁ। କିନ୍ତୁ ତାପମାତ୍ରା ୨୪ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍‌ ରଖନ୍ତୁ ନାହିଁ। ଯାହାଫଳରେ ଶକ୍ତି ସଂରକ୍ଷଣ ହୋଇପାରିବ। ୨୦ ବା ୨୧ ଡିଗ୍ରୀରେ ଏସି ଚଲାଇଲେ ଅଧିକ ଶକ୍ତି ଖର୍ଚ୍ଚ ହେବ।”

କେବଳ ବିଜୁଳି ଅପଚୟ ନୁହେଁ, ଏସି ତାପମାତ୍ରାକୁ ଅଧିକ କମାଇଲେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଗଭୀର କୁପ୍ରଭାବ ପଡିବାର ଆଶଙ୍କା ରହିଛି। ଡାକ୍ତରଙ୍କ ମତରେ ମଣିଷ ଶରୀରର ଆଭ୍ୟନ୍ତରିଣ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ୍‌ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍‌। ତେଣୁ କମ୍ ତାପମାତ୍ରାରେ ଅଧିକ ସମୟ ରହିଲେ ଏହା ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ।

ପରିସଂଖ୍ୟନ ଅନୁଯାୟୀ, ଆମ ଦେଶରେ ଖର୍ଚ୍ଚ ହେଉଥିବା ବିଜୁଳିର ୩୦ରୁ ୪୦ ପ୍ରତିଶତ କେବଳ ଏସି ପାଇଁ ଖର୍ଚ୍ଚ ହୋଇଥାଏ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଏସି ବ୍ୟବହାରକାରୀଙ୍କ ସଂଖ୍ୟା କିନ୍ତୁ ମାତ୍ର ୬ ପ୍ରତିଶତ ରହିଛି।

The post ୨୪ ଡିଗ୍ରୀରୁ କମିବନି ଏସି ତାପମାତ୍ରା: ଶକ୍ତି ସଂରକ୍ଷଣ ଗାଇଡ୍‌ଲାଇନ୍‌କୁ ଫୁ appeared first on Odisha Reporter.

]]>
centre top 2019-07-11 07:34:50 https://odishareporter.in/wp-content/uploads/2019/07/govt-office.jpg
ସାବାସ୍‌ ସ୍ୱେଚ୍ଛାସେବୀ: ରଥଯାତ୍ରାର ଜନସମୁଦ୍ରରେ ଆମ୍ବୁଲାନ୍ସ ପାଇଁ ତିଆରି କଲେ ରାସ୍ତା https://odishareporter.in/odisha/volunteers-create-human-corridor-for-smooth-passage-ambulance-during-ratha-jatra-403887 Mon, 08 Jul 2019 13:49:28 +0000 http://odishareporter.in/?p=403887

ଭୁବନେଶ୍ୱର: ମାତ୍ର କିଛି ସେକେଣ୍ଡ ଡେରି ହେଲେ ଜୀବନ ଚାଲିଯିବାର ସମ୍ଭବନା ଥିବାରୁ ଆମ୍ବୁଲାନ୍ସ ପାଇଁ ପ୍ରତିଟି ସେକେଣ୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତା’ଛଡ଼ା ହାତଗଣତି କିଛି ଯାନବାହାନକୁ ଏଡ଼ାଇ ଆମ୍ବୁଲାନ୍ସ ଟ୍ରାଫିକ୍‌ ପାର୍‌ ହେବା ହେବା କେତେ ଯେ କଷ୍ଟକର ହୋଇପଡ଼େ ସମସ୍ତେ ଜାଣନ୍ତି। ତେବେ ପ୍ରଶ୍ନ ଉଠେ ରଥଯାତ୍ରା ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଆମ୍ବୁଲାନ୍ସ କେମିତି ଯିବ? ଗତ ୪ ତାରିଖ ରଥଯାତ୍ରାରେ ତାହା ସମ୍ଭବ […]

The post ସାବାସ୍‌ ସ୍ୱେଚ୍ଛାସେବୀ: ରଥଯାତ୍ରାର ଜନସମୁଦ୍ରରେ ଆମ୍ବୁଲାନ୍ସ ପାଇଁ ତିଆରି କଲେ ରାସ୍ତା appeared first on Odisha Reporter.

]]>

ଭୁବନେଶ୍ୱର: ମାତ୍ର କିଛି ସେକେଣ୍ଡ ଡେରି ହେଲେ ଜୀବନ ଚାଲିଯିବାର ସମ୍ଭବନା ଥିବାରୁ ଆମ୍ବୁଲାନ୍ସ ପାଇଁ ପ୍ରତିଟି ସେକେଣ୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତା’ଛଡ଼ା ହାତଗଣତି କିଛି ଯାନବାହାନକୁ ଏଡ଼ାଇ ଆମ୍ବୁଲାନ୍ସ ଟ୍ରାଫିକ୍‌ ପାର୍‌ ହେବା ହେବା କେତେ ଯେ କଷ୍ଟକର ହୋଇପଡ଼େ ସମସ୍ତେ ଜାଣନ୍ତି। ତେବେ ପ୍ରଶ୍ନ ଉଠେ ରଥଯାତ୍ରା ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଆମ୍ବୁଲାନ୍ସ କେମିତି ଯିବ? ଗତ ୪ ତାରିଖ ରଥଯାତ୍ରାରେ ତାହା ସମ୍ଭବ କରିପାରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଏବିଭିପି ଏବଂ ଅନ୍ୟ କିଛି ସଂଗଠନର ୧ ହଜାରରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀଙ୍କ ମାନବ ଶୃଙ୍ଖଳ ପରି ଅଭିନବ ଉଦ୍ୟମ।

ପୁରୀ ଏସ୍‌ପିଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ଅପ୍‌ଲୋଡ୍‌ ହେବାପରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ହଠାତ ଜନସମୁଦ୍ର ଭିତରେ ହାତ ଧରାଧରି ହୋଇ ମାନବଶୃଙ୍ଖଳ ପ୍ରସ୍ତୁତ ହେଉଛି। ବଡ଼ଦାଣ୍ଡର ଠିକ୍‌ ମଝିରେ ଆମ୍ବୁଲାନ୍ସ ଯିବା ଭଳି ଫାଙ୍କ ବା ରାସ୍ତା ସୃଷ୍ଟି ହୋଇଯାଉଛି।


ଆମ୍ବୁଲାନ୍ସ ଯିବାପରେ ଏହି ସ୍ୱେଚ୍ଛାସେବୀମାନେ ପୁଣି ପରସ୍ପର ଆଡ଼କୁ ଆଗେଇ ଆସି ମିଶିଯାଉଛନ୍ତି। ମାନବିକତା ଏବଂ ଶୃଙ୍ଖଳାର ବାର୍ତ୍ତା ବହନ କରୁଥିବା ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀ ଏସ୍‌ପିଙ୍କ ସୂଚନା ଅନୁଯାୟୀ ଏଥରର ରଥଯାତ୍ରାରେ ୧୦ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ୧୨୦୦ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ। ସେମାନେ ଏଥିପାଇଁ ଘଣ୍ଟା ଘଣ୍ଟା ଅଭ୍ୟାସ ମଧ୍ୟ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

The post ସାବାସ୍‌ ସ୍ୱେଚ୍ଛାସେବୀ: ରଥଯାତ୍ରାର ଜନସମୁଦ୍ରରେ ଆମ୍ବୁଲାନ୍ସ ପାଇଁ ତିଆରି କଲେ ରାସ୍ତା appeared first on Odisha Reporter.

]]>
centre top 2019-07-08 19:19:28 https://odishareporter.in/wp-content/uploads/2019/07/ambulance.jpg
ପାଦରେ ଚାଲି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଛନ୍ତି ଡାକ୍ତର ଚିତ୍ତରଞ୍ଜନ https://odishareporter.in/odisha/dr-chittaranjan-jena-honoured-for-his-initiative-to-reach-doorsteps-of-people-living-in-remote-and-inaccessible-areas-403526 Sun, 07 Jul 2019 16:24:44 +0000 http://odishareporter.in/?p=403526

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତାକୁ ସାତ ଦଶନ୍ଧିରୁ ଅଧିକ କାଳ ବିତିସାରିଥିଲେ ମଧ୍ୟ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ସାତ ସପନ। କିନ୍ତୁ କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଡାକ୍ତରଖାନା ଆସୁନଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁଛି, ସାଥିରେ ପହଞ୍ଚୁଛି ମାଗଣା ଔଷଧ, ସଚେତନତା ଏବଂ ଭଲପାଇବା। ଏଭଳି ଗାଁ’ମାନଙ୍କରେ ବସବାସ କରୁଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିଛନ୍ତି କୋରାପୁଟର ଦଶମନ୍ତପୁର ଗିରିଲିଗୁମ୍ମାରେ କାର୍ଯ୍ୟରତ ଡାକ୍ତର ଚିତ୍ତରଞ୍ଜନ ଜେନା। ଏଥିପାଇଁ ସେ […]

The post ପାଦରେ ଚାଲି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଛନ୍ତି ଡାକ୍ତର ଚିତ୍ତରଞ୍ଜନ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତାକୁ ସାତ ଦଶନ୍ଧିରୁ ଅଧିକ କାଳ ବିତିସାରିଥିଲେ ମଧ୍ୟ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ସାତ ସପନ। କିନ୍ତୁ କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଡାକ୍ତରଖାନା ଆସୁନଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁଛି, ସାଥିରେ ପହଞ୍ଚୁଛି ମାଗଣା ଔଷଧ, ସଚେତନତା ଏବଂ ଭଲପାଇବା। ଏଭଳି ଗାଁ’ମାନଙ୍କରେ ବସବାସ କରୁଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିଛନ୍ତି କୋରାପୁଟର ଦଶମନ୍ତପୁର ଗିରିଲିଗୁମ୍ମାରେ କାର୍ଯ୍ୟରତ ଡାକ୍ତର ଚିତ୍ତରଞ୍ଜନ ଜେନା।

ଏଥିପାଇଁ ସେ ମାଇଲ ମାଇଲ ଦୁର୍ଗମ ବାଟ ପାଦରେ ଚାଲି ସ୍ୱାସ୍ଥ୍ୟସେବା ସୁବିଧା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଏଥିପାଇଁ ଆଜି ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ସେ ଦିଲ୍ଲୀଠାରେ ସମ୍ମାନିତ ହେବା ପରେ ସାରା ରାଜ୍ୟରେ ତାଙ୍କ ମହତ୍‌ ପ୍ରୟାସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ସେ ଏକା ନୁହନ୍ତି, ତାଙ୍କ ସହିତ ୯ ଜଣ ସହଯୋଗୀ ମଧ୍ୟ ଅଛନ୍ତି। ଏହି କମିଟିର ନାଁ ସେ ଦେଇଛନ୍ତି, ‘ଗାଁକୁ ଚାଲ କମିଟି’। ତାଙ୍କର ଏହି ଅଭିଯାନ ବିଷୟରେ ଡାକ୍ତର ଚିତ୍ତରଞ୍ଜନ କୁହନ୍ତି, ‘ୱାନ୍‌ ଡେ ୱିଥ୍‌ ଗଡ୍ସ ଓନ୍‌ ପିପୁଲ’ ବା ‘ଭଗବାନଙ୍କ ନିଜ ଲୋକଙ୍କ ସହ ଦିନେ’। ଅର୍ଥାତ ସେ ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀଙ୍କୁ ‘ଭଗବାନଙ୍କ ନିଜ ଲୋକ’ ବୋଲି ଭାବନ୍ତି। ସେ କୁହନ୍ତି, ସେମାନଙ୍କ ସେବା ହିଁ ପ୍ରକୃତ ସେବା, ସେଥିରେ ହିଁ ଆତ୍ମସନ୍ତୋଷ ମିଳେ।

କଟକ ଏସସିବି ମେଡିକାଲ କଲେଜ୍‌ର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଡା. ଚିତ୍ତରଞ୍ଜନ ଏପରି ଅଭିନବ କାର୍ଯ୍ୟ ପାଇଁ କାହିଁକି ଚିନ୍ତା କଲେ ପଚାରିଲେ କୁହନ୍ତି, ୨୦୦୭ ମସିହାରେ ଦଶମନ୍ତପୁର ବ୍ଲକ୍‌ରେ ହଇଜା ବ୍ୟାପି ୩୫୦ ଜଣଙ୍କ ଜୀବନ ନେଇଥିଲା। ଏହି ଘଟଣା ତାଙ୍କୁ ଅପ୍ରମିତ ଦୁଃଖ ଆଣି ଦେଇଥିଲା। ଏହି ନିରୀହ ଓ ଅବହେଳିତ ଆଦିବାସୀଙ୍କ ପାଇଁ ସେ କିଛି କରିବାକୁ ମନସ୍ଥ କରିଥିଲେ, ଯାହା ୨୦୧୭ ମସିହା ଅଗଷ୍ଟ ୧୫ରେ ବାସ୍ତବ ରୂପ ନେଇଥିଲା।

ଅପହଞ୍ଚ ଇଲାକାରେ ଥିବା ଗାଁ ଗୁଡ଼ିକୁ ଗାଁକୁ ଚାଲ କମିଟି ସଦସ୍ୟମାନଙ୍କ ସହ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ବଣ୍ଟନ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରନ୍ତି। ମଶା କାହିଁକି ହୁଅନ୍ତି ବୁଝାଇବା, ମଶାରୀ ବ୍ୟବହାର ଓ ସାବୁନ୍‌ରେ ହାତ ଧୋଇବାର ଲାଭ ଏବଂ ପରିବେଶ ସଫାସୂତୁରା ରଖିବା ଆଦି ଲୋକଙ୍କୁ ବୁଝାନ୍ତି। ହଇଜା ଭଳି ଜଳ ବାହିତ ରୋଗ କାହିଁକି ହୁଏ ଓ ସ୍ୱଚ୍ଛ ପାନୀୟ ଜଳ ପିଇବାର ଉପକାରିତା ବାବଦରେ ମଧ୍ୟ ସେମାନଙ୍କୁ ବୁଝାଇଥାନ୍ତି। ଏସବୁ ବାଦ୍‌ ବାଲ୍ୟବିବାହ, ଝଡ଼ାଫୁଙ୍କା ଆଦି ବିଭିନ୍ନ ସାମାଜିକ କୁପ୍ରଥା ଓ ଅନ୍ଧବିଶ୍ୱାସ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରନ୍ତି।

ଏହି କମିଟି ଅଧୀନରେ ଏବେ ‘ସ୍ୱାସ୍ଥ୍ୟ ସହାୟକ ବାହିନୀ’ ମଧ୍ୟ ଗଠିତ ହୋଇଛି ଓ ଏମାନେ ଗାଁରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱ ନେଉଛନ୍ତି। ଏଥିରେ ଆଶା କର୍ମୀ, ଏଏନ୍‌ଏମ୍‌ ଏବଂ ଡାକ୍ତରଙ୍କ ବଡ଼ ଭୂମିକା ମଧ୍ୟ ରହୁଛି। ଡାକ୍ତର ଚିତ୍ତରଞ୍ଜନ କୁହନ୍ତି, ଦିନ ଆସିବ ଯେବେ ଅଧିକ ମୃତ୍ୟୁହାର ଓ ସ୍ଵାସ୍ଥ୍ୟ ସଚେତନତାର ଅଭାବ ପାଇଁ ପରିଚିତ ଦଶମନ୍ତପୁର ବ୍ଲକ୍‌ ରାଜ୍ୟର ଆଦର୍ଶ ବ୍ଲକ୍‌ର ମାନ୍ୟତା ପାଇବ।

ଡାକ୍ତର ଚିତ୍ତରଞ୍ଜନ ଜେନା ଆଜି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦ୍ୱାରା ନୂଆଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି, ଯେଭଳି ବ୍ୟାଙ୍କସେବା ପ୍ରତି ପରିବାରକୁ ପହଞ୍ଚାଇବା ପାଇଁ ‘ଜନଧନ’ ଯୋଜନା ଆରମ୍ଭ କରାଯାଇଛି, ଠିକ ସେହିପରି ସ୍ୱାସ୍ଥ୍ୟସେବା ଦେଶର କୋଣ ଅନୁକୋଣ, ଏପରିକି ବିଚ୍ଛିନ୍ନାଞ୍ଚଳରେ ଯେମିତି ପହଞ୍ଚିପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଉ। ସଚେତନତା ଏବଂ ଯୋଗାଯୋଗର ଅଭାବ ଅନ୍ୟ ସମସ୍ୟା କାରଣରୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଲୋକଙ୍କ ସୁସ୍ଥ ଜୀବନ ଏପରି ଉପାୟରେ ସୁନିଶ୍ଚିତ କରାଯାଇପାରିବ। ଏହି ଉପାୟରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ମଧ୍ୟ ସାମିଲ କରାଯାଇପାରିବ ବୋଲି ସେ କହିଛନ୍ତି।

The post ପାଦରେ ଚାଲି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଛନ୍ତି ଡାକ୍ତର ଚିତ୍ତରଞ୍ଜନ appeared first on Odisha Reporter.

]]>
left top 2019-08-26 00:34:48 https://odishareporter.in/wp-content/uploads/2019/07/Dr-Chitta.jpg
ଶଙ୍କର ସାର୍‌ଙ୍କ ନିଆରା ପ୍ରୟାସ: ପାରମ୍ପରିକ ଦେଶୀଧାନ ସଂରକ୍ଷଣ ପାଇଁ ଜାରି ରଖିଛନ୍ତି ଅଭିଯାନ https://odishareporter.in/odisha/traditional-seeds-conserved-by-a-teacher-399044 Thu, 27 Jun 2019 06:56:34 +0000 http://odishareporter.in/?p=399044

ନବରଙ୍ଗପୁର(ନବଘନ ବିଷୋୟୀ): ବିଲୋପ ପାଇବାକୁ ବସିଲାଣି ଦେଶୀ ଧାନ। ଆଧୁନିକ ଯୁଗରେ ପାରମ୍ପରିକ ଧାନ ବିହନ ଛାଡି ହାଇବ୍ରିଡ୍ ବିହନକୁ ଅଧିକ ପସନ୍ଦ କରୁଛନ୍ତି ଚାଷୀ। ଏଭଳି ସମୟରେ ପୁରୁଣା ଦେଶୀ ଧାନ ବିହନ ସଂରକ୍ଷଣ କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଚଳାଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ମେଦେଇ ଗାଁର ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ। ପୁରୁଣା ଧାନ ବିହନ ସଂରକ୍ଷଣ କରି ସୃଷ୍ଟି କରିଛନ୍ତି ଏକ ନିଆରା ପରିଚୟ। ତାଙ୍କ ବୟସ […]

The post ଶଙ୍କର ସାର୍‌ଙ୍କ ନିଆରା ପ୍ରୟାସ: ପାରମ୍ପରିକ ଦେଶୀଧାନ ସଂରକ୍ଷଣ ପାଇଁ ଜାରି ରଖିଛନ୍ତି ଅଭିଯାନ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଷୋୟୀ): ବିଲୋପ ପାଇବାକୁ ବସିଲାଣି ଦେଶୀ ଧାନ। ଆଧୁନିକ ଯୁଗରେ ପାରମ୍ପରିକ ଧାନ ବିହନ ଛାଡି ହାଇବ୍ରିଡ୍ ବିହନକୁ ଅଧିକ ପସନ୍ଦ କରୁଛନ୍ତି ଚାଷୀ। ଏଭଳି ସମୟରେ ପୁରୁଣା ଦେଶୀ ଧାନ ବିହନ ସଂରକ୍ଷଣ କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଚଳାଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ମେଦେଇ ଗାଁର ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ। ପୁରୁଣା ଧାନ ବିହନ ସଂରକ୍ଷଣ କରି ସୃଷ୍ଟି କରିଛନ୍ତି ଏକ ନିଆରା ପରିଚୟ। ତାଙ୍କ ବୟସ ୬୫ ବର୍ଷ।

ଶଙ୍କର ଚାକିରି ଜୀବନରୁ ଅବସର ନେବା ପରେ ସେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଥିଲେ। ହେଲେ କୃଷି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେଥିପାଇଁ ଖୋଲିଥିବା ସ୍କୁଲଟିକୁ ସେ ବନ୍ଦ କରି ଦେଇଥିଲେ। ତା’ପରେ ସେ ବିଭିନ୍ନ କିସମର ଧାନବିହନ ସଂଗ୍ରହର ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ଅଞ୍ଚଳ ବୁଲି ପାରମ୍ପରିକ ଦେଶୀଧାନ ବିହନ ସଂଗ୍ରହ କରିଥିଲେ। ଏହାର ଉତ୍ପାଦନ ଓ ଗୁଣବତ୍ତା ଉପରେ ସେ ଗବେଷଣା କରିଥିଲେ।

ଶଙ୍କର ପାଞ୍ଚ ଶହରୁ ଅଧିକ ବିଲୁପ୍ତ  ପ୍ରଜାତିର ପାରମ୍ପରିକ ଦେଶୀଧାନ ସଂଗ୍ରହ କରିଛନ୍ତି। ଚାଷୀମାନେ ଶଙ୍କରଙ୍କ ଘରକୁ ଆସି ବିଭିନ୍ନ ଦେଶୀଧାନ ସମ୍ପର୍କରେ ଜାଣିବା ସହ ଚାଷ ପାଇଁ ପରାମର୍ଶ ନେଇଥାଆନ୍ତି। ଘର ବାରିରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିବା ସହିତ ଔଷଧୀୟ ଫୁଲ ବଗିଚା ମଧ୍ୟ କରିଛନ୍ତି ଶଙ୍କର।
ଦେଶୀ ଧାନ ଗବେଷଣା ଓ ସଂଗ୍ରହକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି। ଶଙ୍କରଙ୍କ ଦେଶୀ ଧାନ ବିହନ ସଂଗ୍ରହ ଉଦ୍ୟମକୁ ଜୟପୁର ସ୍ଥିତ ଆଞ୍ଚଳିକ କୃଷି ଗବେଷଣାଗାରର ଭାରପ୍ରାପ୍ତ ଅଧିକାରୀ ପ୍ରଶଂସା କରିଛନ୍ତି।

ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ କହିଛନ୍ତି,“ ଦେଶୀ ଧାନରେ କମ୍ ଖର୍ଚ୍ଚ ହୋଇଥାଏ। ଏହାସହ ଅଳ୍ପ ପରିଶ୍ରମ କଲେ ଭଲ ଅମଳ ହୋଇଥାଏ। ଦେଶୀ ଧାନରେ ଅଧିକ ଔଷଧୀୟ ଗୁଣ ରହିଛି।”

The post ଶଙ୍କର ସାର୍‌ଙ୍କ ନିଆରା ପ୍ରୟାସ: ପାରମ୍ପରିକ ଦେଶୀଧାନ ସଂରକ୍ଷଣ ପାଇଁ ଜାରି ରଖିଛନ୍ତି ଅଭିଯାନ appeared first on Odisha Reporter.

]]>
right top 2019-06-27 16:11:10 https://odishareporter.in/wp-content/uploads/2019/06/888888888888.jpg
ଯନ୍ତ୍ରଣା ସହ ଯୁଝି ଯୁଝି ଥକିଗଲେଣି ଶୀତଲ, ଚାହୁଁଛନ୍ତି ଇଚ୍ଛାମୃତ୍ୟୁ https://odishareporter.in/odisha/bed-ridden-for-a-year-following-a-road-accident-young-sheetal-wants-to-end-her-life-397212 Sat, 22 Jun 2019 12:43:17 +0000 http://odishareporter.in/?p=397212

ଭଦ୍ରକ (ତପନ ସ୍ୱାଇଁ): ସେଦିନ ପାଠ ପଢ଼ିବା ପାଇଁ ବଡ଼ ଭଉଣୀ ସହ ସ୍କୁଲ ଯାଇଥିଲେ ଶୀତଲ। ଆଉ ଅପରାହ୍ନରେ ଘରକୁ ଫେରିବା ବେଳେ ମାଡ଼ିଗଲା ଦାନବ ରୂପୀ ଟ୍ରକ୍‌। ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲେ ବଡ଼ ଭଉଣୀ। ସେହି ଦୁର୍ଘଟଣାରେ ଆହତ ହେଲେ ଶୀତଲ। ଏବେବି ସେ ଶଯ୍ୟାଶାୟୀ। ବାପାଙ୍କ ଦୁଃଖ ଓ ଦେହର ଯନ୍ତ୍ରଣା ଶୀତଲଙ୍କୁ ବ୍ୟଥିତ କରିଛି। ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଥିବାରୁ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ଶୀତଲ। ସେଦିନ ଥିଲା […]

The post ଯନ୍ତ୍ରଣା ସହ ଯୁଝି ଯୁଝି ଥକିଗଲେଣି ଶୀତଲ, ଚାହୁଁଛନ୍ତି ଇଚ୍ଛାମୃତ୍ୟୁ appeared first on Odisha Reporter.

]]>

ଭଦ୍ରକ (ତପନ ସ୍ୱାଇଁ): ସେଦିନ ପାଠ ପଢ଼ିବା ପାଇଁ ବଡ଼ ଭଉଣୀ ସହ ସ୍କୁଲ ଯାଇଥିଲେ ଶୀତଲ। ଆଉ ଅପରାହ୍ନରେ ଘରକୁ ଫେରିବା ବେଳେ ମାଡ଼ିଗଲା ଦାନବ ରୂପୀ ଟ୍ରକ୍‌। ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲେ ବଡ଼ ଭଉଣୀ। ସେହି ଦୁର୍ଘଟଣାରେ ଆହତ ହେଲେ ଶୀତଲ। ଏବେବି ସେ ଶଯ୍ୟାଶାୟୀ। ବାପାଙ୍କ ଦୁଃଖ ଓ ଦେହର ଯନ୍ତ୍ରଣା ଶୀତଲଙ୍କୁ ବ୍ୟଥିତ କରିଛି। ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଥିବାରୁ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ଶୀତଲ।

ସେଦିନ ଥିଲା ଅଶୁଭ ୨୦୧୮ ଜୁଲାଇ ୧୯ ତାରିଖ। ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଖୁସିରେ ପିଲାମାନେ ଘରକୁ ଫେରୁଥିଲେ। କିଏ ସାଇକେଲ୍‌ ଚଲାଇ ଆସୁଥିଲା ତ ଆଉ କିଏ ବସ୍ତାନି ଧରି ଚାଲି ଚାଲି ଆସୁଥିଲେ। ତେବେ ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟରେ ଜାତୀୟ ରାଜପଥ ଅତିକ୍ରମ କଲା ବେଳେ ହଠାତ ଏକ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ିଗଲା। ଫଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ରାହାଞ୍ଜ ଗାଁର ସୁବାସ ସାହୁ ବଡ଼ ଝିଅ ସ୍ୱାତୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ବଡ଼ ମଝିଆଁ ଝିଅ ଶୀତଲ। ଦୁର୍ଘଟଣାର ବର୍ଷକ ପରେ ମଧ୍ୟ ସେ ସୁସ୍ଥ ହୋଇନାହାନ୍ତି। ଏବେ ବି ସେ ଶଯ୍ୟାଶାୟୀ ଅଛନ୍ତି।

ସାନ ଭଉଣୀଙ୍କ ସହ ଶୀତଲ

ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଶୀତଲଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁନଥିଲା। ଧୀରେ ଧୀରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିବା ଦେଖି ପରିବାର ଲୋକେ ତାଙ୍କୁ ଘରୋଇ ହସ୍ପିଟାଲ୍‌କୁ ନେଇଯାଇଥିଲେ। ସେଠାରେ ବର୍ତ୍ତମାନ ସୁଦ୍ଧା ଧାରଉଧାର କରି ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ଆଜିପର୍ଯ୍ୟନ୍ତ ଶୀତଲଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ପରିବର୍ତ୍ତନ ହେଉନି। ଗୋଡ଼, ହାତରେ ସୃଷ୍ଟି ହୋଇଥିବା କ୍ଷତ ଶୁଖୁନି। ଓଲଟା ଧୀରେ ଧୀରେ ଘାଆ ସବୁ ପଚିବା ଆରମ୍ଭ କରିଦେଲାଣି। ଯାହାଫଳରେ ସେ ଚାଲିବୁଲି ମଧ୍ୟ ପାରୁ ନାହାନ୍ତି। ପାଖରେ ଅର୍ଥ ନଥିବାରୁ ହସ୍ପିଟାଲରେ ଶୀତଲଙ୍କୁ ଅଧିକ ସମୟ ରଖିବା ସମ୍ଭବ ହେଉନାହିଁ। ତେଣୁ ପରିବାର ଲୋକେ ବାଧ୍ୟ ହୋଇ ଶୀତଲଙ୍କୁ ଘରକୁ ନେଇ ଅସିଛନ୍ତି। ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଶୀତଲ ଇଚ୍ଛାମୃତ୍ୟୁ ଚାହୁଁଥିବା ତାଙ୍କ ବାପା ସୁବାସ କହିଛନ୍ତି।
ସୂଚନାରୁ ପ୍ରକାଶ, ସୁବାସ ପେସାରେ ଜଣେ ଅଖା ବେପାରୀ। ସେଥିରୁ ଯାହା ଉପାର୍ଜନ ହୁଏ ସେଥିରେ ଚଳେ ପୂରା ପରିବାର। ସୁବାସଙ୍କ ପରିବାର କହିଲେ ୬ ଝିଅ ଓ ସ୍ତ୍ରୀ। ସେଥିରୁ ଦୁର୍ଘଟଣାରେ ବଡ଼ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ବଡ଼ ମଝିଆ ଝିଅ ଏବେ ଶଯ୍ୟାଶାୟୀ ଅଛନ୍ତି।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ଶୀତଲଙ୍କୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୦ ହଜାର ଟଙ୍କା ମିଳିଛି। ସେହି ଅର୍ଥରେ ଶୀତଲଙ୍କୁ ଦୀର୍ଘ କାଳ ଚିକିତ୍ସା କରିବା ସମ୍ଭବ ନଥିଲା। ସେଥିପାଇଁ ଧାର ଉଧାର କରି ଝିଅର ଚିକିତ୍ସା କରିଥିଲେ ସୁବାସ। ଏବେ ସେ ଅନ୍ୟର ସାହାଯ୍ୟ ଲୋଡ଼ିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରନ୍ତି, ତେବେ ତାଙ୍କ ଝିଅ ପୂର୍ବ ପରି ସ୍କୁଲ ଯାଇପାରନ୍ତା ଓ ଚାଲିବୁଲି ପାରନ୍ତା।

The post ଯନ୍ତ୍ରଣା ସହ ଯୁଝି ଯୁଝି ଥକିଗଲେଣି ଶୀତଲ, ଚାହୁଁଛନ୍ତି ଇଚ୍ଛାମୃତ୍ୟୁ appeared first on Odisha Reporter.

]]>
centre top 2019-06-24 17:26:27 https://odishareporter.in/wp-content/uploads/2019/06/bhadrak.jpg111.jpg
ମୌସୁମୀ ଆସିଲାଣି: ହେଲେ ମଣ୍ଡିରୁ ଉଠିନି ରବି ଧାନ, ଚିନ୍ତାରେ ଚାଷୀ https://odishareporter.in/odisha/farmers-in-big-trouble-as-huge-amounts-of-unsold-paddy-are-still-lying-unprotected-in-mandis-396484 Thu, 20 Jun 2019 15:50:30 +0000 http://odishareporter.in/?p=396484

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନି। ଆଗକୁ ମୌସୁମୀ ବର୍ଷା, ଆଉ ତାପୂର୍ବରୁ ଯଦି ଧାନ ନ ଉଠେ ତେବେ ଅଧିକାଂଶ ମଣ୍ଡିରେ ଅସୁରକ୍ଷିତ ହୋଇ […]

The post ମୌସୁମୀ ଆସିଲାଣି: ହେଲେ ମଣ୍ଡିରୁ ଉଠିନି ରବି ଧାନ, ଚିନ୍ତାରେ ଚାଷୀ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନି। ଆଗକୁ ମୌସୁମୀ ବର୍ଷା, ଆଉ ତାପୂର୍ବରୁ ଯଦି ଧାନ ନ ଉଠେ ତେବେ ଅଧିକାଂଶ ମଣ୍ଡିରେ ଅସୁରକ୍ଷିତ ହୋଇ ପଡ଼ିରହିଥିବା ଧାନ ପଚିସଢ଼ି ନଷ୍ଟ ହେବା ସୁନିଶ୍ଚିତ।

ଚାଷୀମାନଙ୍କ ଦୁଃଖ କହିଲେ ନ ସରେ। ଆସନ୍ତା ୮ ତାରିଖରେ କଳାହାଣ୍ଡି ଜିଲ୍ଲା ଚଞ୍ଚରାଭାଡ଼ି ଗାଁର ଗୋପାଳ ତାଣ୍ଡିଙ୍କ ଝିଅ ବାହାଘର ହେବ। ସେଥିପାଇଁ ୬ ଦିନ ତଳେ ମଣ୍ଡିକୁ ଧାନ ଆଣିଥିଲେ। ଧାନର ଓଜନ ମଧ୍ୟ ସରିଛି। ହେଲେ ମିଲର୍ସ ଆସୁନଥିବାରୁ ମଣ୍ଡିରେ ଧାନକୁ ଧରି ରାତି ଦିନ ବସିରହିଛନ୍ତି। କେମିତି ଝିଅ ବାହାଘର କରାଇବେ ସେହି ଚିନ୍ତାରେ ଏବେ କାଳାତିପାତ କରୁଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ଚଢ଼େଇପଙ୍କ ମଣ୍ଡିରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି। ଖୋଲା ଆକାଶ ତଳେ ପଡ଼ିରହିଛି ଧାନ। ବର୍ଷା ପାଣିରେ ବତୁରିଯାଉଛି ଅମଳ ହୋଇଥିବା ଫସଲ। କେଉଁଠି ଉଇ ଚରିଗଲାଣି ତ ଆଉ କେଉଁଠି ଗଜା ହେଲାଣି। ତଥାପି ଧାନ ଉଠାଇବାର ନାଁ ଧରୁନାହାଁନ୍ତି ମିଲର୍ସ ଓ ପ୍ରଶାସନ। ଫଳରେ ଅମଳ ଧାନକୁ ଧରି ରାତି ସାରା ଅନିଦ୍ରା ହୋଇ ଜଗୁଛନ୍ତି ଚାଷୀ।

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ମଧ୍ୟ ସଙ୍ଗିନ ସ୍ଥିତି। ମିଲର୍ସ ନ ଆସିବାରୁ କଳାପାଣି ମାର୍କେଟ ୟାର୍ଡରେ ଗଜା ହେବାକୁ ବସିଲାଣି ବସ୍ତା ବସ୍ତା ଧାନ। ତଥାପି ନିଦ ଭାଙ୍ଗୁନି ଜିଲ୍ଲା ପ୍ରଶାସନ ଓ ସରକାରଙ୍କର। ଏହାରି ଫାଇଦା ନେଇ ଶସ୍ତା ଦରରେ ଚାଷୀଙ୍କଠୁ ଧାନ କିଣି ନେଉଛନ୍ତି ଛତିଶଗଡ଼ ବେପାରୀ। ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ତଥ୍ୟ କହୁଛି, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମଣ୍ଡି ଗୁଡ଼ିକରେ ୨ ଲକ୍ଷ ୫୩ ହଜାର କ୍ୱିଣ୍ଟାଲ୍ ଧାନ ପଡ଼ିରହିଛି। ତେବେ ଆସନ୍ତା ୨-୩ ଭିତରେ ଧାନ ନଉଠିଲେ ରାସ୍ତାକୁ ଓହ୍ଲାଇବାକ ଚାଷୀ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।

The post ମୌସୁମୀ ଆସିଲାଣି: ହେଲେ ମଣ୍ଡିରୁ ଉଠିନି ରବି ଧାନ, ଚିନ୍ତାରେ ଚାଷୀ appeared first on Odisha Reporter.

]]>
right top 2019-06-20 21:20:30 https://odishareporter.in/wp-content/uploads/2019/06/Farmers-in-big-trouble-as-huge-amounts-of-unsold-paddy-are-still-lying-unprotected-in-mandis.jpg
ଧୀରେ ଫେରୁଛି ସାତପଡ଼ାର ସୌନ୍ଦର୍ଯ୍ୟ, ଦୂର ଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ https://odishareporter.in/odisha/tourist-traffic-in-satapara-rising-gradually-post-cyclone-fani-395531 Tue, 18 Jun 2019 11:40:38 +0000 http://odishareporter.in/?p=395531

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ସାତପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉଜାଡ଼ି ଦେଇଥିଲା ବାତ୍ୟା ‘ଫୋନି’। ଧୀରେ ଧୀରେ ଅଣ୍ଟାସଳଖି ଛିଡ଼ା ହେଉଛି ଏହି ପର୍ଯ୍ୟଟନ ସ୍ଥଳ। ପୂର୍ବ ପରି ପୁଣି ଚିଲିକାର ନୀଳ ଜଳରାଶିରେ ଖେଳୁଛନ୍ତି ଇରାୱାଡ଼ି ଡଲଫିନ୍‌। ଆଉ ସାତପଡ଼ାରୁ ଚିଲିକାର ଏହି ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି। ବାତ୍ୟା ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହାର ପ୍ରଭାବରେ ନୀଳାମ୍ୱୁ ଚିଲିକା ଉଗ୍ରରୂପ ଧାରଣ କରିଥିଲା। ଉଜାଡ଼ି ଦେଇଥିଲା ସାତପଡ଼ାର ପ୍ରାକୃତିକ […]

The post ଧୀରେ ଫେରୁଛି ସାତପଡ଼ାର ସୌନ୍ଦର୍ଯ୍ୟ, ଦୂର ଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ appeared first on Odisha Reporter.

]]>

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ସାତପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉଜାଡ଼ି ଦେଇଥିଲା ବାତ୍ୟା ‘ଫୋନି’। ଧୀରେ ଧୀରେ ଅଣ୍ଟାସଳଖି ଛିଡ଼ା ହେଉଛି ଏହି ପର୍ଯ୍ୟଟନ ସ୍ଥଳ। ପୂର୍ବ ପରି ପୁଣି ଚିଲିକାର ନୀଳ ଜଳରାଶିରେ ଖେଳୁଛନ୍ତି ଇରାୱାଡ଼ି ଡଲଫିନ୍‌। ଆଉ ସାତପଡ଼ାରୁ ଚିଲିକାର ଏହି ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି।

ବାତ୍ୟା ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହାର ପ୍ରଭାବରେ ନୀଳାମ୍ୱୁ ଚିଲିକା ଉଗ୍ରରୂପ ଧାରଣ କରିଥିଲା। ଉଜାଡ଼ି ଦେଇଥିଲା ସାତପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ। ପର୍ଯ୍ୟଟକଙ୍କୁ ଚିଲିକାର ଡଲଫିନ୍‌, ସି-ମାଉଥ୍ ଓ ରାଜହଂସ ଆଦି ଅଞ୍ଚଳ ବୁଲାଉଥିବା ଯନ୍ତ୍ର ଚାଳିତ ଡ଼ଙ୍ଗା ଗୁଡ଼ିକ ବାତ୍ୟାରେ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା। ହେଲେ ବାତ୍ୟା ଭାଙ୍ଗି ପାରିନି ଡଙ୍ଗା ଚାଳକମାନଙ୍କର ସାହସ ଓ ମନୋବଳ। ଏବେ ଚିଲିକାର ସୌନ୍ଦର୍ଯ୍ୟକୁ ଫେରାଇ ଆଣିବା ପାଇଁ ସେମାନେ ଲାଗି ପଡ଼ିଛନ୍ତି। ଆଉ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କୁ ଡଙ୍ଗାରେ ଚିଲିକାର ଅପରୂପ ଦୃଶ୍ୟ ଦେଖାଉଛନ୍ତି।

ଜଣେ ପର୍ଯ୍ୟଟକ ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି, “ବାତ୍ୟା ପୂର୍ବରୁ ସାତପଡ଼ା ବୁଲିବା ପାଇଁ ଆସିବାକୁ ଯୋଜନା କରିଥିଲୁ। କିନ୍ତୁ ଆସିନଥିଲୁ। ଏବେ ଆସିବା ପରେ ଜାଣିବାକୁ ପାଇଲୁ ବାତ୍ୟା କେମିତି ଏଠାରେ ତାଣ୍ଡବଲୀଳା ରଚିଥିଲା। ସବୁ କିଛି ଭାଙ୍ଗି ଯାଇଛି। ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି। ଆମ ପରି ଅନେକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି”

ସ୍ଥାନୀୟ ଦୋକାନୀ ଆଦର୍ଶ ଜାଲି କହିଛନ୍ତି, “ବାତ୍ୟାରେ ବହୁତ କ୍ଷୟକ୍ଷତି ହୋଇଛି। ପର୍ଯ୍ୟଟକ ଆସୁଥିବାରୁ ଆମେ ଦୋକାନ ଖୋଲୁଛୁ। ଛପର ଉଡ଼ାଇ ନେଇଥିବାରୁ ଖୋଲା ଆକାଶ ତଳେ ଦୋକାନ ଖୋଲୁଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନାହିଁ।”

ବାତ୍ୟା ପ୍ରଭାବରେ ଅନେକ ଡଙ୍ଗା ଭାଙ୍ଗି ଯାଇଛି। ଯେଉଁ ଚାରି ପାଞ୍ଚଟି ଡଙ୍ଗା ଭଲ ଅବସ୍ଥାରେ ରହିଛି, ତା’ରି ସାହାଯ୍ୟରେ ପର୍ଯ୍ୟଟକମାନେ ଚିଲିକା ବୁଲିବାର ସୁଯୋଗ ପାଉଛନ୍ତି। ବାତ୍ୟା ଦ୍ୱାରା ଚିଲିକାର ସି-ମାଉଥ୍ , ରାଜହଂସ ଭଳି ସୁନ୍ଦର ସ୍ଥାନ କ୍ଷତିଗ୍ରସ୍ତ ହେବାରୁ ପର୍ଯ୍ୟଟକମାନଙ୍କୁ କେବଳ ଚିଲିକାରେ ଡଲଫିନ୍‌ ଦେଖାଇବାର ସୁଯୋଗ ଦିଆଯାଉଛି ବୋଲି ବୋଟ ଆସୋସେସନ୍ ମେମ୍ବର ଅବିନାଶ କହିଛନ୍ତି l

The post ଧୀରେ ଫେରୁଛି ସାତପଡ଼ାର ସୌନ୍ଦର୍ଯ୍ୟ, ଦୂର ଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ appeared first on Odisha Reporter.

]]>
right top 2019-06-18 17:10:38 https://odishareporter.in/wp-content/uploads/2019/06/chilika.jpg
ମଣିଷ ରକ୍ତରେ ହୋଲି ଖେଳୁଛି ମଣିଷ, ଦ୍ୱୈତନଗରୀରେ ରୁଜୁ ହୋଇଛି ଅଧିକ ହତ୍ୟା ମାମଲା https://odishareporter.in/odisha/number-of-murders-is-on-the-rise-in-the-twin-city111-393718 Thu, 13 Jun 2019 14:22:48 +0000 http://odishareporter.in/?p=393718

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ମାସ ହେଲା ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କେଉଁଠି ଭାଇର ମୁଣ୍ଡ ଭାଇ ଗଡ଼ାଇଲାଣି, ତ ଆଉ କେଉଁଠି ଅକଥନୀୟ ନିର୍ଯାତନାରେ ଗଲାଣି ବୋହୂର ଜୀବନ। ଏଭଳି ବର୍ବରକାଣ୍ଡ ବିଶେଷ କରି ଗ୍ରାମାଞ୍ଚଳରେ ବେଶୀ ଘଟୁଛି। ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ଚଳିତବର୍ଷ ପ୍ରତି ମାସରେ ହାରାହାରି ଶହେ ହତ୍ୟାକାଣ୍ଡ ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ […]

The post ମଣିଷ ରକ୍ତରେ ହୋଲି ଖେଳୁଛି ମଣିଷ, ଦ୍ୱୈତନଗରୀରେ ରୁଜୁ ହୋଇଛି ଅଧିକ ହତ୍ୟା ମାମଲା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ମାସ ହେଲା ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କେଉଁଠି ଭାଇର ମୁଣ୍ଡ ଭାଇ ଗଡ଼ାଇଲାଣି, ତ ଆଉ କେଉଁଠି ଅକଥନୀୟ ନିର୍ଯାତନାରେ ଗଲାଣି ବୋହୂର ଜୀବନ। ଏଭଳି ବର୍ବରକାଣ୍ଡ ବିଶେଷ କରି ଗ୍ରାମାଞ୍ଚଳରେ ବେଶୀ ଘଟୁଛି। ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ଚଳିତବର୍ଷ ପ୍ରତି ମାସରେ ହାରାହାରି ଶହେ ହତ୍ୟାକାଣ୍ଡ ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଜୁନ୍‌ ୧୧ ତାରିଖରେ ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଠିକ୍‌ ସେମିତି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅନ୍ତର୍ଗତ ତିଲେଇମାଲରେ ରାତିରେ ଶୋଇଥିବା ବେଳେ ସାନ ଭାଇର ମୁଣ୍ଡ କାଟିଦେଲା ବଡ଼ ଭାଇ।

ଗତ ୮ ତାରିଖରେ ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁରରେ ନବବଧୂଙ୍କୁ ହାତୁଡିରେ ପିଟି ପିଟି ମାରିଦେଲେ ଶାଶୂଘର ଲୋକେ। ତା’ପରଦିନ ଅର୍ଥାତ ୭ ତାରିଖରେ ଯାଜପୁର ଜିଲ୍ଲା ଜନିନ୍ଦାପାଳରେ ଟ୍ରକ୍‌ ମାଲିକ ନିରଞ୍ଜନ ସାହୁଙ୍କୁ ଗଳା କାଟି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏଭଳି କ୍ରମାଗତ ଅପରାଧ ଭିତରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ହତ୍ୟାକାଣ୍ଡ। ଗତ ୭ ତାରିଖରେ ସମସ୍ତଙ୍କ ସାମ୍ନାରେ ଦିନ ଦି’ପହରରେ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ। ଆଉ ହତ୍ୟା ପରେ ଘଟଣାସ୍ଥଳରୁ ବେଧଡ଼କ ଖସି ପଳାଇଲା। ଯାହା ସିସିଟିଭିରେ କଏଦ ହୋଇଛି। ଗତ କିଛି ମାସ ହେଲା ଏଭଳି କ୍ରମାଗତ ଭାବେ ସଂଘଟିତ ହେଉଛି ହତ୍ୟାକାଣ୍ଡ। ଏହି ସବୁ ହତ୍ୟାକାଣ୍ଡ ପଛରେ ରହିଛି ପାରିବାରିକ, ଜମିଜମା ବିବାଦ ଓ ପୂର୍ବ ଶତ୍ରୁତା। ଆଇନ କାନୁନ୍‌କୁ ଖାତିର ନକରି ନିଜ ହାତରେ ନିଜେ ଦଣ୍ଡବିଧାନ କରିବା ସହ ମଣିଷକୁ ମାରୁଛି ମଣିଷ। ଯାହା ବର୍ତ୍ତମାନ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି।

ଚଳିତ ନିର୍ବାଚନୀ ବର୍ଷରେ ସଂଘଟିତ ହୋଇଛି ସର୍ବାଧିକ ହତ୍ୟାକାଣ୍ଡ। ରାଜ୍ୟ କ୍ରାଇମ ରେକର୍ଡସ ବ୍ୟୁରୋର ତଥ୍ୟ ଅନୁଯାୟୀ, ଗତ ଜାନୁଆରୀରୁ ମାର୍ଚ୍ଚ ଭିତରେ ୩୩୭ଟି ହତ୍ୟା ମାମଲା ରୁଜୁ ହୋଇଛି। ଅର୍ଥାତ ପ୍ରତିମାସରେ ବିଭିନ୍ନ କାରଣରୁ ହାରାହାରି ଶହେଟି ହତ୍ୟାକାଣ୍ଡ ଘଟିଯାଉଛି। ମାର୍ଚ୍ଚ ମାସ ପରେ ମଧ୍ୟ ଏଭଳି ଆହୁରି ଅପରାଧ ଘଟିଛି। ଏହାବ୍ୟତୀତ ଗତବର୍ଷର ରେକର୍ଡ ଯଦି ଦେଖିବା, ତେବେ ସର୍ବାଧିକ ହତ୍ୟା ମାମଲା ରୁଜୁ ହୋଇଛି ଦ୍ୱୈତନଗରୀରେ।

୨୦୧୮ ମସିହାରେ ଭୁବନେଶ୍ୱରରେ ୪୩ଟି ଓ କଟକରେ ୨୯ଟି ହତ୍ୟା ମାମଲା ରୁଜୁ ହୋଇଥିଲା। ଯାହା ପୂର୍ବବର୍ଷର ତୁଳନାରେ ୭ ପ୍ରତିଶତ ଅଧିକ। ତେବେ କାହିଁକି ବଢ଼ିଚାଲିଛି ହତ୍ୟା ମାମଲା? କାହିଁକି ଦଣ୍ଡବିଧାନ ବ୍ୟବସ୍ଥାକୁ ଖାତିର କରୁନାହାଁନ୍ତି ଅପରାଧୀ? ଏନେଇ ନାନା ପ୍ରଶ୍ନ ଉଠିଛି।

The post ମଣିଷ ରକ୍ତରେ ହୋଲି ଖେଳୁଛି ମଣିଷ, ଦ୍ୱୈତନଗରୀରେ ରୁଜୁ ହୋଇଛି ଅଧିକ ହତ୍ୟା ମାମଲା appeared first on Odisha Reporter.

]]>
centre bottom 2019-06-13 19:53:55 https://odishareporter.in/wp-content/uploads/2019/06/NUMBER-OF-MURDERS-IS-ON-THE-RISE-IN-THE-TWIN-CITY.jpg
କୋରାପୁଟର ଆମ୍ବ ଦିଲ୍ଲୀରେ ବିକ୍ରି ହେବ https://odishareporter.in/odisha/koraput-mangoes-will-be-sold-in-delhi-now-392857 Tue, 11 Jun 2019 12:36:34 +0000 http://odishareporter.in/?p=392857

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟର ଆମ୍ବ ଦିଲ୍ଲୀରେ ଜିଲ୍ଲା ପ୍ରଶାସନର ‘ଓରମାସ୍’ ସହାୟତାରେ ସହାୟତାରେ ବିକ୍ରି ହେବ। ଗତକାଲି କୋରାପୁଟ୍‌ର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଯାଇଛି। ଏହା ନିୟମିତ ଭାବେ କରାଗଲେ ଆମ୍ବ ପାଇଁ ଉଚିତ ମୂଲ୍ୟ ମିଳିବ ବୋଲି ଆମ୍ୱ ଚାଷୀ ଆଶା କରିଛନ୍ତି। ଆମ୍ବ କିଣିବା ପାଇଁ ଦିଲ୍ଲୀର ମଦର୍ସ ଡେୟାରୀର ପ୍ରତିନିଧି ନିକଟରେ କୋରାପୁଟ ଆସିଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଆମ୍ବ ଚାଷୀଙ୍କ […]

The post କୋରାପୁଟର ଆମ୍ବ ଦିଲ୍ଲୀରେ ବିକ୍ରି ହେବ appeared first on Odisha Reporter.

]]>

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟର ଆମ୍ବ ଦିଲ୍ଲୀରେ ଜିଲ୍ଲା ପ୍ରଶାସନର ‘ଓରମାସ୍’ ସହାୟତାରେ ସହାୟତାରେ ବିକ୍ରି ହେବ। ଗତକାଲି କୋରାପୁଟ୍‌ର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଯାଇଛି। ଏହା ନିୟମିତ ଭାବେ କରାଗଲେ ଆମ୍ବ ପାଇଁ ଉଚିତ ମୂଲ୍ୟ ମିଳିବ ବୋଲି ଆମ୍ୱ ଚାଷୀ ଆଶା କରିଛନ୍ତି।

ଆମ୍ବ କିଣିବା ପାଇଁ ଦିଲ୍ଲୀର ମଦର୍ସ ଡେୟାରୀର ପ୍ରତିନିଧି ନିକଟରେ କୋରାପୁଟ ଆସିଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଆମ୍ବ ଚାଷୀଙ୍କ ବଗିଚା ଦେଖିଥିଲେ। ପରେ ଦଶମନ୍ତପୁର ଖଜୁରିପୁଟ ଗ୍ରାମର ଦୁଇଜଣ ଚାଷୀ ନାଥ ସାନ୍ତା ଓ ପରମା ପୂଜାରୀଙ୍କ ଆମ୍ବ ବଗିଚାରେ ଫଳିଥିବା ଉନ୍ନତ ମାନର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ନେବାକୁ ସ୍ଥିର କରିଥିଲେ। ଉଭୟଙ୍କ ବଗିଚାଲୁ ପ୍ରାୟ ଦୁଇ ଟନ ଆମ୍ବ ଦିଲ୍ଲୀ ନିଆଯାଇଥିବା ଓରମାସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇଥିବାରୁ ଚାଷୀ ମଧ୍ୟ ବେଶ୍ ଖୁସି ଅନୁଭବ କରିଛନ୍ତି।

ଆମ୍ୱ ଚାଷୀ ନାଥ ସାନ୍ତା କହିଛନ୍ତି-“ଆଗରୁ ଏହି ଜମିରେ ମାଣ୍ଡିଆ ଚାଷ କରୁଥିଲୁ। ସେଥିରୁ ବେଶୀ ଲାଭ ମିଳୁନଥିଲା। ବହୁତ କ୍ଷତି ହେଉଥିଲା। ଓରମାସ୍‌ ସହାୟତାରେ ଆମେ ଏହି ଜମିକୁ ସମତୁଲ କରି ଆମ୍ୱ ଚାଷ କରିଛୁ। ବର୍ତ୍ତମାନ ଏଠାରେ ୪୮୦ଟି ଆମ୍ୱ ଗଛ ପୋତି ଥିଲୁ। ଗତବର୍ଷ ୩୦,୦୦୦ ଟଙ୍କାର ଆମ୍ୱ ବିକି ଥିଲୁ। ଏଥର ଆମ ଆମ୍ୱ ଦିଲ୍ଲୀ ପଠାଇଛୁ। ସେଥିରୁ ୬୦ ରୁ ୭୦ହଜାର ବା ତା’ଠାରୁ ଅଧିକ ଟଙ୍କାରେ ପାଇବୁ ବୋଲି ଭାବିଛୁ।”

The post କୋରାପୁଟର ଆମ୍ବ ଦିଲ୍ଲୀରେ ବିକ୍ରି ହେବ appeared first on Odisha Reporter.

]]>
centre bottom 2019-06-11 18:06:34 https://odishareporter.in/wp-content/uploads/2019/06/koraput1.jpg
ଭାଇ ପାଇଁ ରୋଷେଇ କରିଥିଲେ ଭଉଣୀ, ହେଲେ ବିଳମ୍ବ ଯୋଗୁ ଓପାସ ରହିଲେ ନନା https://odishareporter.in/odisha/pratap-sarangi-did-not-eat-meal-at-his-house-yesterday-1234-392499 Mon, 10 Jun 2019 16:54:20 +0000 http://odishareporter.in/?p=392499

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ପରେ ଘରକୁ ଫେରିବେ ଭାଇ। ସେଥିପାଇଁ ନିଜ ହାତରେ ଛଅ ତିଅଣ ନଅ ଭଜା କରି ଅନାଇ ବସିଥିଲେ ଭଉଣୀ। ହେଲେ କାର୍ଯ୍ୟକ୍ରମରେ ବିଳମ୍ବ ଯୋଗୁ ଭାଇଙ୍କୁ ଓପାସରେ ଶୋଇବାକୁ ପଡ଼ିଲା। ଆମେ କହୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିଷୟରେ। ପ୍ରତାପ ଷଡ଼ଙ୍ଗୀ। ଗାଁରେ ସମସ୍ତେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। ମନ୍ତ୍ରୀ ହେବା ପରେ […]

The post ଭାଇ ପାଇଁ ରୋଷେଇ କରିଥିଲେ ଭଉଣୀ, ହେଲେ ବିଳମ୍ବ ଯୋଗୁ ଓପାସ ରହିଲେ ନନା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ପରେ ଘରକୁ ଫେରିବେ ଭାଇ। ସେଥିପାଇଁ ନିଜ ହାତରେ ଛଅ ତିଅଣ ନଅ ଭଜା କରି ଅନାଇ ବସିଥିଲେ ଭଉଣୀ। ହେଲେ କାର୍ଯ୍ୟକ୍ରମରେ ବିଳମ୍ବ ଯୋଗୁ ଭାଇଙ୍କୁ ଓପାସରେ ଶୋଇବାକୁ ପଡ଼ିଲା। ଆମେ କହୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିଷୟରେ।

ପ୍ରତାପ ଷଡ଼ଙ୍ଗୀ। ଗାଁରେ ସମସ୍ତେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। ମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଘରକୁ ଆସୁଛନ୍ତି। ସେଥିପାଇଁ ତାଙ୍କ ଭଉଣୀ ବିଳାସିନୀ ନୂଆଁଣିଆ ଚାଳ ଘରେ ତାଙ୍କୁ ଚାହିଁ ବସିଛନ୍ତି। ସେଥିପାଇଁ ସେ ନିଜ ହାତରେ ନନାଙ୍କ ପାଇଁ ଦହି ପଖାଳ ସାଙ୍ଗକୁ ଫୁଟୁଗୁଡ଼ି (ଜଙ୍ଗଲରେ ଫୁଟିଥିବା ଏକ ଫଳ) ଖମ୍ୱ ଆଳୁ ଭଜା, ଶାଗ ଓ କଦଳୀ ଭଜା କରିଛନ୍ତି। ହେଲେ ସଞ୍ଜ ଯାଇ ରାତି ହେଲା। ନନା ଆସୁଛନ୍ତି ଆସୁଛନ୍ତି ବୋଲି ଶୁଣିବାକୁ ମିଳୁଥିଲେ ହେଁ ସେ ବ୍ୟସ୍ତ ଥିଲେ ଅନ୍ୟ କାର୍ଯ୍ୟକ୍ରମରେ। ରାତି ପ୍ରାୟ ୧୨ଟା ହେବ ନନା ଘରେ ପହଞ୍ଚିଲେ। ଆଉ ଭଉଣୀଙ୍କ ହାତ ରନ୍ଧା ଖାଇବେ କ’ଣ ପାଣି ପିଇ ଶୋଇପଡ଼ିଲେ। କାରଣ ରାତି ୧୨ଟା ପରେ ନନା ଖାଦ୍ୟ ଗ୍ରହଣ କରନ୍ତି ନାହିଁ ବୋଲି ବିଳାସିନୀ କହିଛନ୍ତି।

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ପଦ ପାଇଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ମଧ୍ୟ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇନାହିଁ। କ୍ଷମତା ଓ ପତିଆରା କେଉଁଥିରେ ବି ଉଣା ନୁହନ୍ତି, ହେଲେ ଗାଁ ମାଟିରେ ପାଦ ରଖିଲେ ଏସବୁ ଯେମିତି ତୁଚ୍ଛ ତାଙ୍କ ପାଇଁ। ଗତକାଲି ଜନ୍ମମାଟି ଗୋପୀନାଥପୁରରେ ପାଦ ଦେବା ପୂର୍ବରୁ ପ୍ରଥମେ ଯାଇଥିଲେ ନିଜ ଗୁରୁ ତ୍ରିଲୋଚନ ସାହୁଙ୍କ ନିକଟକୁ। ଗୁରୁଙ୍କ ପାଦ ଛୁଇଁ ସାଷ୍ଟାଙ୍ଗ ପ୍ରଣାମ ସହ ସାଙ୍ଗର ଆଣିଥିବା ଉତ୍ତରୀୟ ପିନ୍ଧାଇ ଗୁରୁଭକ୍ତିର ଅପୂର୍ବ ନିଦର୍ଶନ ଦେଖାଇଥିଲେ। ସେପଟେ ଏଭଳି ଯଶସ୍ୱୀ ଛାତ୍ରଙ୍କୁ ପାଖରେ ପାଇ ନିଜେ ଲେଖିଥିବା ଦୁଇ ପଦ କବିତା ପଢ଼ି ଶୁଣାଇଥିଲେ ପ୍ରତାପଙ୍କ ଗୁରୁ। ପରେ ନିଜ ସଫେଦ ସରକାରୀ ଗାଡ଼ିରେ ଫେରିଥିଲେ ଗୋପୀନାଥପୁରସ୍ଥିତ ନିଜ ମାଟିକାନ୍ଥରେ ଗଢ଼ା ନୂଆଁଣିଆ ଚାଳଘରକୁ। ସେତେବେଳକୁ ଅଧରାତି ହୋଇ ସାରିଥିଲା। ଭାବିଥିଲେ ରାତି ୧୨ଟା ପୂର୍ବରୁ ଘରକୁ ଫେରିବେ ଓ ଭଉଣୀଙ୍କ ହାତ ରନ୍ଧା ଖାଇବେ।

କିନ୍ତୁ ବିଧିର ବିଧାନ ଥିଲା ଆଉ କିଛି। ନିଜ ଗାଁର ପୁଅକୁ ପାଖରୁ ଦେଖିବା ପାଇଁ ଭାବବିହ୍ଵଳ ହୋଇଯାଇଥିଲେ କର୍ମୀ ଓ ପରିଜନ। ଶୋଭାଯାତ୍ରାରେ ପାଛୋଟି ନେଇଯାଇଥିଲେ ନିଜ ଘରକୁ। ସେତେବଳକୁ ରାତି ୧୨ ପରେ ହୋଇଯାଇଥିଲା। ତେଣୁ ଭଉଣୀ ରାନ୍ଧିଥିବା ନିଜ ମନପସନ୍ଦର ଖାଦ୍ୟ ଖାଇପାରିନଥିଲେ। କାରଣ ରାତି ୧୨ ପରେ ପ୍ରତାପ ନନା ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ଲୋକଙ୍କ ସହିତ କଥାବାର୍ତ୍ତା ସାରିଲା ବେଳକୁ ରାତି ପ୍ରାୟ ୨ଟା ହୋଇଯାଇଥିଲା।

ରାତିରେ ଗାଧୋଇ ପାଣି ପିଇ ଶୋଇ ପଡ଼ିଲେ ନନା। ଭାବିଥିଲେ ସକାଳେ ଉଠି ଭଉଣୀ ସହିତ କଥା ହେବେ। ସେଥିପାଇଁ ଆଜି ଭୋର ୫ଟା ବେଳେ ଉଠି ପଡ଼ିଥିଲେ। ସେତେବେଳକୁ ଲୋକେ ଘରେ ପହଞ୍ଚି ସାରିଥିଲେ। ଆଉ ସେମାନଙ୍କଠାରୁ ଫୁରସତ ପାଇ ଗାଁ ପୋଖରୀରେ ଗାଧୋଇ ମହାଦେବଙ୍କୁ ପୂଜା କରି ଘରୁ ବାହାରିବା ପାଇଁ ପ୍ରସ୍ତୁତ ହେଉଥିଲେ ନନା। ଠିକ୍‌ ଏତିକି ବେଳେ ଭଉଣୀ ବିଳାସିନୀ ଅଳି କଲେ। କହିଲେ ‘ଭାଇ ତୁମେ ଖାଇକି ଯିବ’। ବହୁ ଦିନ ପରେ ଘରକୁ ଫେରିଥିବାରୁ ଭଉଣୀଙ୍କ କଥା କାଟି ପାରିଲେ ନାହିଁ ନନା। ସେଥିପାଇଁ ନିଜ ହାତରେ ତିଆରି କରିଥିବା ଚକୁଳି ପିଠା, କଦଳୀ ଭଜା, ପଣଶ, ଫୁଟୁଗୁଡ଼ି ଆଳୁଭଜା, ଶାଗ, ଆମ୍ୱ ଓ ଦହି ଖାଇଥିଲେ। ଘରୁ ବାହାରିବା ବେଳେ ଠାକୁରଙ୍କୁ ମୁଣ୍ଡିଆ ମାରି ଧଳା ରଙ୍ଗର ସରକାରୀ ଗାଡ଼ିରେ ବସି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଆଉ ଘର ଛାଡ଼ିବା ବେଳେ ଶୀଘ୍ର ଫେରିବେ ବୋଲି କହିଥିବା ଭଉଣୀ ବିଳାସିନୀ ପଣ୍ଡା କହିଛନ୍ତି।

ଆଜି ନନା ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତା’ ପୂର୍ବରୁ ସେ କହିଛନ୍ତି-“ସରଳ ଜୀବନ ମୋ ପାଇଁ ଜଟିଳ ହୋଇପଡ଼ିଲାଣି। ମୋ ପାଖକୁ ପ୍ରତିଦିନ ବହୁ ଫୋନ୍‌ କଲ ଆସୁଛି। ମୁଁ ସମସ୍ତଙ୍କ ଫୋନ ଉଠାଇ ପାରୁ ନାହିଁ। ମୋତେ ସମସ୍ତେ ପ୍ରଶଂସା କରୁଛନ୍ତି। ତାହା ପରେ ମଧ୍ୟ କିଛି ନିନ୍ଦା କରୁଛନ୍ତି। ୨୦ ବର୍ଷ ତଳର ଗୋଟିଏ ଘଟଣାକୁ କିଛି ଗଣମାଧ୍ୟମ ପ୍ରତିନିଧି, କମ୍ୟୁନିଷ୍ଟ ନେତା ଓ କେତେକ ବାଲେଶ୍ୱରୀଆ ନେତା ଉଠାଇଛନ୍ତି। ଗ୍ରାହାମ୍‌ ଷ୍ଟେନ୍ସ ପୋଡ଼ିରେ ପ୍ରତାପ ଷଡଙ୍ଗୀ ସମ୍ପୃକ୍ତ ଅଛନ୍ତି, ସେ ଗୋଟିଏ ଅପରାଧୀ ବୋଲି ବ୍ୟାଖ୍ୟା କରୁଛନ୍ତି। ନିନ୍ଦା ଓ ପ୍ରଶଂସା ଗୋଟିଏ ମୁଦ୍ରାର ଏପାଖ ସେପାଖ।”

The post ଭାଇ ପାଇଁ ରୋଷେଇ କରିଥିଲେ ଭଉଣୀ, ହେଲେ ବିଳମ୍ବ ଯୋଗୁ ଓପାସ ରହିଲେ ନନା appeared first on Odisha Reporter.

]]>
centre bottom 2019-06-10 22:48:08 https://odishareporter.in/wp-content/uploads/2019/06/pratap-sadangi-in-bbsr.jpg
ଯେଉଁଠି ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ହୋଇଥିଲେ ଆଜି ସେଇଠି ବିଡିଓଙ୍କ ପାଦ ପଡ଼ିଛି https://odishareporter.in/odisha/chitrakonda-bdo-is-in-moist-village-where-former-collector-kidnaped-392043 Sun, 09 Jun 2019 13:12:45 +0000 http://odishareporter.in/?p=392043

ମାଲକାନଗିରି(ଓଡ଼ିଶା ରିପୋର୍ଟର):ବିକାଶର ପ୍ରତିଶ୍ରୁତି ଦେଇ ଏଇ ମାଟିରେ ଦିନେ ପାଦ ଥାପିଥିଲେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା। ହେଲେ ଏଇଠାରୁ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ତା ପରଠାରୁ ଆଉ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ି ନ ଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ଏଇ ଧୂଳିପୁଟ ମାଟିରେ। ତେଣୁ ସରକାରୀ ସହାୟତା ଆଶା ଛାଡ଼ି ଦେଇଥିଲେ ଅଞ୍ଚଳବାସୀ। ନିଜ ପାଇଁ ନିଜେ ଲଢି ଜୀଇଁବାର ନିଷ୍ପତ୍ତି ନେଇଥିଲେ। ହେଲେ ଦୀର୍ଘ ଦିନର ବ୍ୟବଧାନ ପରେ ଅଞ୍ଚଳବାସୀଙ୍କ […]

The post ଯେଉଁଠି ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ହୋଇଥିଲେ ଆଜି ସେଇଠି ବିଡିଓଙ୍କ ପାଦ ପଡ଼ିଛି appeared first on Odisha Reporter.

]]>

ମାଲକାନଗିରି(ଓଡ଼ିଶା ରିପୋର୍ଟର):ବିକାଶର ପ୍ରତିଶ୍ରୁତି ଦେଇ ଏଇ ମାଟିରେ ଦିନେ ପାଦ ଥାପିଥିଲେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା। ହେଲେ ଏଇଠାରୁ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ତା ପରଠାରୁ ଆଉ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ି ନ ଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ଏଇ ଧୂଳିପୁଟ ମାଟିରେ। ତେଣୁ ସରକାରୀ ସହାୟତା ଆଶା ଛାଡ଼ି ଦେଇଥିଲେ ଅଞ୍ଚଳବାସୀ। ନିଜ ପାଇଁ ନିଜେ ଲଢି ଜୀଇଁବାର ନିଷ୍ପତ୍ତି ନେଇଥିଲେ।

ହେଲେ ଦୀର୍ଘ ଦିନର ବ୍ୟବଧାନ ପରେ ଅଞ୍ଚଳବାସୀଙ୍କ ମନରେ ପୁଣି ଉଇଁଛି ବିକାଶର ସ୍ୱପ୍ନ। ଲାଲଗଡ଼ର ଧୂଳିପୁଟ ମାଟିରେ ଆଉ ଜଣେ ସରକାରୀ ବାବୁଙ୍କୁ ଦେଖି ଆଶାବାଦୀ ହୋଇଛନ୍ତି ଏମାନେ। ଏବେ ଏହି ଗାଁ ଗସ୍ତରେ ଯାଇଛନ୍ତି ଚିତ୍ରକୋଣ୍ଡାର ବିଡ଼ିଓ ଲରେମୋହନ କରସାଲ।

ମାଲକାନଗିରି ଜିଲ୍ଲାର ମାଓଗଡ଼ ଭାବେ ପରିଚିତ ଧୂଳିପୁଟ ଗ୍ରାମ। ୨୦୧୧ରେ ଏହି ଗ୍ରାମରୁ ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିଥିଲେ ମାଓବାଦୀ। ପରେ ଅବଶ୍ୟ ଭିନିଲ କ୍ରିଷ୍ଣାଙ୍କୁ ଛାଡ଼ି ଦେଇଥିଲେ। ହେଲେ ଏହି ଘଟଣା ପରଠାରୁ ଠାରୁ ଧୂଳିପୁଟ ପଞ୍ଚାୟତ ବିକାଶର ଆଢୁଆଳରେ ରହି ଯାଇଥିଲା। ସରକାରୀ କର୍ମଚାରୀ ଏଠାକୁ ଆସିବାକୁ ସାହସ କରୁ ନଥିଲେ।

ଏବେ ଚିତ୍ରକୋଣ୍ଡା ବିଡିଓ ଲରେମୋହନ ପାହାଡ଼, ଜଙ୍ଗଲ ରାସ୍ତାରେ ଚାଲିଚାଲି ପହଞ୍ଚିଥିଲେ ଏହି ଗାଁରେ। ଲୋକଙ୍କୁ ଭେଟି ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥିଲେ। ଆଉ ପ୍ରତିଶ୍ରୁତି ଦେଇଥିଲେ ଗାଁର ବିକାଶ କରିବେ ବୋଲି।
ଏହି ଗାଁ ପରିଦର୍ଶନ କରିବା ପରେ ବିଡିଓ କହିଛନ୍ତି, ବଣ ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତାଟିଏ ବି ନାହିଁ।

୨ ବର୍ଷ ପୂର୍ବେ ଏହାକୁ ପଞ୍ଚାୟତର ମାନ୍ୟତା ମିଳିଛି, ହେଲେ ଏଯାଏ ନିର୍ମାଣ ହୋଇନି ପଞ୍ଚାୟତ ଗୃହ। ରାସ୍ତା ନଥିବାରୁ ସ୍ୱାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ। ପାନୀୟ ଜଳର ବି ସୁବିଧା ନାହିଁ। ଏଠାରୁ ଫେରିବା ପରେ ସ୍ଥିତି ସମୀକ୍ଷା କରି ପ୍ରାଥମିକ କାମ ଭାବେ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବି ବୋଲି କହିଛନ୍ତି ବିଡିଓ।

The post ଯେଉଁଠି ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ହୋଇଥିଲେ ଆଜି ସେଇଠି ବିଡିଓଙ୍କ ପାଦ ପଡ଼ିଛି appeared first on Odisha Reporter.

]]>
right top 2019-06-09 19:11:10 https://odishareporter.in/wp-content/uploads/2019/06/479.jpg
ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ରଚାଯାଉଛି ଷଡ଼ଯନ୍ତ୍ର! https://odishareporter.in/odisha/campaign-against-union-minister-pratap-sarangi-is-part-of-larger-conspiracy-389890 Tue, 04 Jun 2019 13:28:45 +0000 http://odishareporter.in/?p=389890

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି କି ଷଡ଼ଯନ୍ତ୍ର? ଏପରି କହିବାର କାରଣ ହେଉଛି ଏକ ନିର୍ଦ୍ଦଷ୍ଟ କୋଟେରୀ ଗ୍ରୁପ୍‌ ତାଙ୍କ ବିରୋଧରେ ପ୍ରତିଦିନ ନାନା ଅପପ୍ରଚାର କରିଚାଲିଛନ୍ତି। ଏପରିକି ତାଙ୍କ ନାଁ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ା ଯାଉଛି। ବିଶେଷ କରି ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜୀଅନ୍ତା ଜାଳିଦେବା ମାମଲାରେ ତାଙ୍କୁ ଯୋଡ଼ିବାକୁ ଉଦ୍ୟମ ହେଉଛି। ଏପରି କରି ସଂଖ୍ୟାଲଘୁଙ୍କ […]

The post ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ରଚାଯାଉଛି ଷଡ଼ଯନ୍ତ୍ର! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି କି ଷଡ଼ଯନ୍ତ୍ର? ଏପରି କହିବାର କାରଣ ହେଉଛି ଏକ ନିର୍ଦ୍ଦଷ୍ଟ କୋଟେରୀ ଗ୍ରୁପ୍‌ ତାଙ୍କ ବିରୋଧରେ ପ୍ରତିଦିନ ନାନା ଅପପ୍ରଚାର କରିଚାଲିଛନ୍ତି। ଏପରିକି ତାଙ୍କ ନାଁ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ା ଯାଉଛି। ବିଶେଷ କରି ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜୀଅନ୍ତା ଜାଳିଦେବା ମାମଲାରେ ତାଙ୍କୁ ଯୋଡ଼ିବାକୁ ଉଦ୍ୟମ ହେଉଛି। ଏପରି କରି ସଂଖ୍ୟାଲଘୁଙ୍କ ପ୍ରିୟ ଭାଜନ ହେବାକୁ ଉଦ୍ୟମ କରାଯାଉଛି। ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି।

ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀ ପଦକୁ ବିରୋଧ କରିଛି ଅଲ୍‌ ଇଣ୍ଡିଆ ଖ୍ରୀଷ୍ଟିଆନ୍‌ ମାଇନରିଟି ଫ୍ରଣ୍ଟ ଓ ଏଥିପାଇଁ ଆଜି ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଧାରଣାରେ ମାତ୍ର ୪ ଜଣ ବସିଛନ୍ତି। ବାଇଟ୍‌ ନେବା ପାଇଁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଧାରଣାରେ ବସିଥିବା ଲୋକଙ୍କଠାରୁ ଅଧିକ ଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଧାରଣାରେ ବସିଥିବା ଅଲ୍‌ ଇଣ୍ଡିଆ ଖ୍ରୀଷ୍ଟିଆନ୍‌ ମାଇନରିଟି ଫ୍ରଣ୍ଟର ପ୍ରତିଷ୍ଠାତା ଫିଲିପ୍‌ ଖ୍ରୀଷ୍ଟି କହିଛନ୍ତି,“ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟାକାଣ୍ଡରେ ପ୍ରତାପ ଷଡ଼ଙ୍ଗୀଙ୍କ ହାତ ରହିଛି। ସେତେବେଳେ ସେ ବଜରଙ୍ଗ ଦଳର ରାଜ୍ୟ ମୁଖିଆ ଥିଲେ। ଆମେ ଚାହୁଁଛୁ ସେପରି ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦରୁ ହଟାଯାଉ। ଯଥାଶୀଘ୍ର ତାଙ୍କୁ ବାଲେଶ୍ୱର ପଠାଯାଉ।”

ତେବେ ଏଠାରେ କହିରଖିବା ଉଚିତ ହେବ ଯେ, ୧୯୯୯ ଜାନୁଆରୀ ୨୨ ତାରିଖରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଥିବା ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଶିଶୁ ପୁତ୍ର ହତ୍ୟାକାଣ୍ଡରେ ପ୍ରତାପ ଷଡ଼ଙ୍ଗୀଙ୍କ ହାତ ଥିବା ସମ୍ପର୍କରେ କୌଣସି ପ୍ରମାଣ ବା ତଥ୍ୟ ନାହିଁ। ଏପରିକି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦାରା ସିଂହଙ୍କର ବଜରଙ୍ଗ ଦଳର କୌଣସି ସମ୍ପର୍କ ନାହିଁ ବୋଲି ଜଷ୍ଟିସ୍‌ ୱାଧୱା କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି। ତା’ହେଲେ ସେତେବେଳେ ବଜରଙ୍ଗ ଦଳର ରାଜ୍ୟ ସଭାପତି ଥିବା ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ଏହି ହତ୍ୟାକାଣ୍ଡ ମାମଲାରେ କଣ ପାଇଁ ଯୋଡ଼ା ଯାଉଛି? ଏହା ପଛରେ ଅନ୍ୟ କିଛି ଷଡ଼ଯନ୍ତ୍ର ନାହିଁ ତ?

ଲୋକସଭା ନିର୍ବାଚନରେ ଜିତିବା ପରେ ଚର୍ଚ୍ଚା

ନିଆରା ଜୀବନ ଶୈଳୀରେ ବଞ୍ଚୁଥିବା ଶ୍ରୀ ଷଡ଼ଙ୍ଗୀ ଚଳିତ ନିର୍ବାଚନରେ ଦୁଇ କୋଟିପତି ପ୍ରାର୍ଥୀ ତଥା ବିଜେଡିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ବାବୁ ରବୀନ୍ଦ୍ର ବିଜେଡି ସାଂସଦ ରହିବା ସହିତ ଜଣେ ଜଣାଶୁଣା ଶିଳ୍ପପତି। ଠିକ୍‌ ସେମିତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଜଣେ କୁବେର। ଏପରି ଦୁଇ କୋଟିପତିଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି ନନା। ଏମାନଙ୍କ ଅର୍ଥ ବଳ ଆଗରେ ପ୍ରତାପଙ୍କ ଆର୍ଥିକ ସ୍ଥିତି ଶୂନ୍ୟ ବୋଲି କହିଲେ ଠିକ୍‌ ହେବ। କିନ୍ତୁ ଲୋକପ୍ରିୟତାରେ ନନା ଯେ ଏହି କୋଟିପତିଙ୍କୁ ଧୂଳି ଚଟାଇ ଦେଇପାରନ୍ତି, ତାହା ପ୍ରମାଣିତ ହୋଇଛି।

ଦୁଇ ଦୁଇ ଥର ବିଧାୟକ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ନିଆରା। ପୂର୍ବରୁ ସେ ବିଧାନସଭାରେ ନୀଳଗିରିବାସୀଙ୍କ ଦାବି ଉପସ୍ଥାପନ କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ତର୍କରେ ଭାଗ ନେଇଛନ୍ତି। କିନ୍ତୁ ନିଜେ ରହୁଥିଲେ ଗାଁର ଏକ ଚାଳ ଛପର ଘରେ। ତାଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ନିରାଡ଼ମ୍ୱର। ସାଧାରଣ ଧୋତି କୁର୍ତ୍ତାରେ ରହୁଥିବା ନନା ସକାଳୁ ଉଠନ୍ତି, ଲିମ୍ୱ ଦାନ୍ତକାଠିରେ ଦାନ୍ତ ଘଷନ୍ତି। ଗାଁ ଦାଣ୍ଡରେ ଥିବା ନଳକୂପ ତଳେ ସ୍ନାନ କରନ୍ତି। ଆଉ ଜନସାଧାରଣ ଏଭଳି ନିର୍ମୋହୀ ଲୋକକୁ କାହିଁକି ବା ପସନ୍ଦ ନ କରିବେ? ନିଜର କର୍ମମୟ ଜଞ୍ଜାଳରୁ ଫୁରସତ ମିଳିଲେ ଛୋଟ ଛୋଟ ଛୁଆଙ୍କ ସହିତ ସେ ସମୟ ଅତିବାହିତ କରନ୍ତି। କେତେବେଳେ ଗାଁ ଦାଣ୍ଡରେ ପିଲାଙ୍କ ସହିତ କ୍ରିକେଟ୍‌ ଖେଳନ୍ତି ତ ଆଉ କେତେବେଳେ ତାଙ୍କୁ ଛୋଟ ଛୁଆଙ୍କୁ ଧରି ବୁଲୁଥିବାର ଦେଖିବାକୁ ମିଳେ। ଏସବୁର ଫଟୋ ଏବେ ସୋଶାଲ୍‌ ମିଡ଼ିଆରେ ଘୂରି ବୁଲୁଛି। ଯାହାକୁ ନେଇ ପ୍ରତାପ ଜତୀୟ ମିଡ଼ିଆରେ ଢେର ଚର୍ଚ୍ଚା ସାଉଣ୍ଟିଛନ୍ତି।

ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟାକାଣ୍ଡ କେବେ ହୋଇଥିଲା

୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଯାଇଥିଲା ଏହି ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍‌ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳି ଦେଇଥିଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ। ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।

The post ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ରଚାଯାଉଛି ଷଡ଼ଯନ୍ତ୍ର! appeared first on Odisha Reporter.

]]>
centre top 2019-06-04 19:36:01 https://odishareporter.in/wp-content/uploads/2019/06/campaign-against-union-minister-pratap-sarangi-is-part-of-larger-conspiracy.jpg
ପ୍ରଶାସନ ଶୁଣିଲାନି, ଲୋକେ ସମାଧାନ କଲେ ପାଣି ସମସ୍ୟା https://odishareporter.in/odisha/people-solve-water-problem-389625 Tue, 04 Jun 2019 07:19:20 +0000 http://odishareporter.in/?p=389625

ନୂଆପଡା(ଓଡ଼ିଶା ରିପୋର୍ଟର):  ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଦୀର୍ଘ ଦିନ ହେବ ପାରଦ ଖସିବା ନାଁ ଧରୁନି। ଏପରି ସ୍ଥିତିରେ ପିଇବା ପାଣି ଟୋପେ ନ ପାଇ  ଡହଳବିକଳ ହେଉଛନ୍ତି ନୂଆପଡା  ଜିଲା କୋମନାବାସୀ। ଯେଉଁ ପୋଖରୀ ପାଣି ପିଇବାକୁ ଗାଁ ଲୋକେ ବାଧ୍ୟ ହେଉଛନ୍ତି, ତାହା ଗାଧୁଆପାଧୁଆ ପାଇଁ ବି ଉପଯୁକ୍ତ ନୁହେଁ। ଗାଁରେ ଥିବା ଗୃହପାଳିତ ପଶୁଙ୍କ ଅବସ୍ଥା ନ କହିବା ଭଲ।  ସରକାର ଏବଂ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ନିଜ […]

The post ପ୍ରଶାସନ ଶୁଣିଲାନି, ଲୋକେ ସମାଧାନ କଲେ ପାଣି ସମସ୍ୟା appeared first on Odisha Reporter.

]]>

ନୂଆପଡା(ଓଡ଼ିଶା ରିପୋର୍ଟର):  ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଦୀର୍ଘ ଦିନ ହେବ ପାରଦ ଖସିବା ନାଁ ଧରୁନି। ଏପରି ସ୍ଥିତିରେ ପିଇବା ପାଣି ଟୋପେ ନ ପାଇ  ଡହଳବିକଳ ହେଉଛନ୍ତି ନୂଆପଡା  ଜିଲା କୋମନାବାସୀ। ଯେଉଁ ପୋଖରୀ ପାଣି ପିଇବାକୁ ଗାଁ ଲୋକେ ବାଧ୍ୟ ହେଉଛନ୍ତି, ତାହା ଗାଧୁଆପାଧୁଆ ପାଇଁ ବି ଉପଯୁକ୍ତ ନୁହେଁ। ଗାଁରେ ଥିବା ଗୃହପାଳିତ ପଶୁଙ୍କ ଅବସ୍ଥା ନ କହିବା ଭଲ।  ସରକାର ଏବଂ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ନିଜ ସମସ୍ୟାର ସମାଧାନ କଲେ ଗ୍ରାମବାସୀ ।

ଗ୍ରାମବାସୀଙ୍କ ଏପରି ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଅବଗତ ଥାଇ ମଧ୍ୟ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଲା । ଶେଷରେ ଗାଁର କିଛି ସ୍ୱେଚ୍ଛାସେବୀ ଯୁବକ ଆଗକୁ ବଢିଛନ୍ତି। ସେମାନେ  ନିଜ ଗାଁର ପାଣି ସମସ୍ୟାର ସମାଧାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଗ୍ରାମାଞ୍ଚଳରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦିଆଯାଉଥିବା ନେଇ ସରକାରଙ୍କ ପ୍ରତିଶ୍ରୁତି ଯେ କେତେ ମାତ୍ରାରେ ପୂରଣ ହେଉଛି, ତାହା କୋମନାକୁ ଗଲେ ଜଣାପଡିବ। ଏଠାରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି।  ଗାଁରେ ଥିବା ପ୍ରାୟ ସମସ୍ତ କୂଅ ଏବଂ ପୋଖରୀ ମଧ୍ୟ ଶୁଖି ଯାଇଛି। ଯେଉଁ କିଛି ପୋଖରୀ ଅଛି, ତାହା ବ୍ୟବହାର ଉପଯୋଗୀ ନୁହେଁ।

ଏସବୁ ଦେଖି ଗାଁର କିଛି ସ୍ୱେଚ୍ଛାସେବୀ ଆଗେଇ ଆସି ନଦୀରେ ଆଡିବନ୍ଧ ବାନ୍ଧିଲେ। ୫ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଜଳ ଯୋଗାଣ ପ୍ରକଳ୍ପ ଠିକ୍ ଭାବ ଚାଲିଲା। ଫଳରେ ଲୋକଙ୍କ ସମସ୍ୟା ଦୂର ଦେବା ସହ ପଶୁ ପକ୍ଷୀମାନେ ମଧ୍ୟ ପାଣି ପିଇବାକୁ ପାଇଲେ।

ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କ୍ରିଷ୍ଣା ତିୱାରୀ ମଧ୍ୟ ସ୍ୱେଚ୍ଛାସେବୀଙ୍କ ସହ କାମ କଲେ। ବାଲିରେ ଆଡି ବନ୍ଧ ବାନ୍ଧିଥିବା ଜାଗାରେ ଏକ  ଚେକ୍‌ଡ୍ୟାମ୍‌ ହେଲେ ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।

The post ପ୍ରଶାସନ ଶୁଣିଲାନି, ଲୋକେ ସମାଧାନ କଲେ ପାଣି ସମସ୍ୟା appeared first on Odisha Reporter.

]]>
right top 2019-06-04 13:02:13 https://odishareporter.in/wp-content/uploads/2019/06/WhatsApp-Image-2019-06-03-a.jpg
ରାତି ପାହିଲେ ସାବିତ୍ରୀ ବ୍ରତ, ଫଳ ବଜାରରେ ମହଙ୍ଗା ମାଡ଼ https://odishareporter.in/odisha/fruits-rate-high-for-sabitri-389050 Sun, 02 Jun 2019 12:44:00 +0000 http://odishareporter.in/?p=389050

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ସାବିତ୍ରୀ ବ୍ରତ। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଏଥିପାଇଁ ଲାଗିଛି ପ୍ରବଳ ଭିଡ଼।  ତେବେ ସାଧାରଣ ସମୟ ଠାରୁ ଏବେ ମାର୍କେଟରେ ଚଢ଼ା ରେଟ୍ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଫଳ ବଜାରରେ ମହଙ୍ଗା ମାଡ଼ । ଆଗ ଅପେକ୍ଷା ଡବଲ୍, ଟ୍ରିପଲ୍ ହୋଇଛି ଫଳ ରେଟ୍ । ରାଜଧାନୀରେ ସାବିତ୍ରୀ ବ୍ରତକୁ ନଜରରେ ରଖି ଭଳିକି ଭଳି ଆମ୍ବ, ଅଙ୍ଗୁର, କେନ୍ଦୁ, କଦଳୀ, ସେଓ, […]

The post ରାତି ପାହିଲେ ସାବିତ୍ରୀ ବ୍ରତ, ଫଳ ବଜାରରେ ମହଙ୍ଗା ମାଡ଼ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ସାବିତ୍ରୀ ବ୍ରତ। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଏଥିପାଇଁ ଲାଗିଛି ପ୍ରବଳ ଭିଡ଼।  ତେବେ ସାଧାରଣ ସମୟ ଠାରୁ ଏବେ ମାର୍କେଟରେ ଚଢ଼ା ରେଟ୍ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଫଳ ବଜାରରେ ମହଙ୍ଗା ମାଡ଼ । ଆଗ ଅପେକ୍ଷା ଡବଲ୍, ଟ୍ରିପଲ୍ ହୋଇଛି ଫଳ ରେଟ୍ । ରାଜଧାନୀରେ ସାବିତ୍ରୀ ବ୍ରତକୁ ନଜରରେ ରଖି ଭଳିକି ଭଳି ଆମ୍ବ, ଅଙ୍ଗୁର, କେନ୍ଦୁ, କଦଳୀ, ସେଓ, ସପୁରୀ ଭଳି ଫଳ ବିକ୍ରି କରୁଛନ୍ତି ଦୋକାନୀ । ତେବେ ଗତବର୍ଷଠୁ ଏବର୍ଷ ରେଟ୍ ଅଧିକ ଥିବାରୁ ଲୋକେ କମ୍ କିଣୁଛନ୍ତି । ଫଳରେ ଆଗଭଳି ବେପାର ଜମୁନଥିବା ଦୋକାନୀ କହିଛନ୍ତି ।

କଟକ ଓ ବାଲେଶ୍ୱର ସହରରେ ବି ସାବିତ୍ରୀ ବ୍ରତ ପାଇଁ ଦେଖିବାକୁ ମିଳିଛି ବେଶ୍ ଭିଡ଼। ଫଳ ଦୋକାନ, ଶଙ୍ଖା, ଚୁଡ଼ି ଓ ଲୁଗା ଦୋକାନରେ ପ୍ରବଳ ଗହଳି ଲାଗି ରହିଛି। ବାଲେଶ୍ୱର ଫାଣ୍ଡି ଛକର ଫଳ ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି । ତେବେ ଫଳ ଦୋକାନରେ ଚଢ଼ା ଦର ପାଇଁ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ବାତ୍ୟା ଫୋନି ଯୋଗୁ ବିକ୍ରି କମ୍ ହେଉଥିବା ବେପାରୀ କହିଛନ୍ତି ।

The post ରାତି ପାହିଲେ ସାବିତ୍ରୀ ବ୍ରତ, ଫଳ ବଜାରରେ ମହଙ୍ଗା ମାଡ଼ appeared first on Odisha Reporter.

]]>
left top 2019-06-02 18:30:27 https://odishareporter.in/wp-content/uploads/2019/06/c-00.jpg
ଫୋନି ପାଇଁ ଆସିଥିଲା ଫୋନ୍ https://odishareporter.in/odisha/journalist-recounts-his-experience-while-covering-cyclone-fani-388708 Sat, 01 Jun 2019 14:31:49 +0000 http://odishareporter.in/?p=388708

ସେ ଦିନ ମେ’ ୧ ତାରିଖ। ଅଫିସ୍‌ରୁ ମୋ ପାଖକୁ ଦିନ ଗୋଟେ ସାଢ଼େ ଗୋଟେ ବେଳକୁ ଫୋନ୍‌ ଆସିଲା। ସେପଟୁ ଆମ ଇନ୍‌ପୁଟ୍‌ ହେଡ୍‌ ମତେ କହୁଥିଲେ, “ଗୌରୀ ତୁମକୁ ବାତ୍ୟା ‘ଫୋନି’ କଭରେଜ୍‌ ପାଇଁ ଭଦ୍ରକ କିମ୍ବା ଯାଜପୁର ଯିବାକୁ ପଡ଼ିବ। ତୁମର କିଛି ଅସୁବିଧା ଅଛି କି ?”  ବିନା କୌଣସି ପ୍ରଶ୍ନରେ ମୁଁ ସିଧା ସିଧା ହଁ କହିଦେଲି। ମେ’ ୩ରେ ଓଡ଼ିଶା ଉପକୂଳବର୍ତ୍ତୀ ଯେକୌଣସି ଏକ ସ୍ଥାନରେ ‘ଫୋନି’ ଲ୍ୟାଣ୍ଡଫଲ୍‌ […]

The post ଫୋନି ପାଇଁ ଆସିଥିଲା ଫୋନ୍ appeared first on Odisha Reporter.

]]>

ସେ ଦିନ ମେ’ ୧ ତାରିଖ। ଅଫିସ୍‌ରୁ ମୋ ପାଖକୁ ଦିନ ଗୋଟେ ସାଢ଼େ ଗୋଟେ ବେଳକୁ ଫୋନ୍‌ ଆସିଲା। ସେପଟୁ ଆମ ଇନ୍‌ପୁଟ୍‌ ହେଡ୍‌ ମତେ କହୁଥିଲେ, “ଗୌରୀ ତୁମକୁ ବାତ୍ୟା ‘ଫୋନି’ କଭରେଜ୍‌ ପାଇଁ ଭଦ୍ରକ କିମ୍ବା ଯାଜପୁର ଯିବାକୁ ପଡ଼ିବ। ତୁମର କିଛି ଅସୁବିଧା ଅଛି କି ?”  ବିନା କୌଣସି ପ୍ରଶ୍ନରେ ମୁଁ ସିଧା ସିଧା ହଁ କହିଦେଲି। ମେ’ ୩ରେ ଓଡ଼ିଶା ଉପକୂଳବର୍ତ୍ତୀ ଯେକୌଣସି ଏକ ସ୍ଥାନରେ ‘ଫୋନି’ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇ ସାରିଥିବାରୁ ସାରା ରାଜ୍ୟର ଗଣମାଧ୍ୟମ ସେତେବେଳକୁ ତତ୍ପର ଥାଆନ୍ତି।

ମୁଁ ଖବର ପାଇବା ମାତ୍ରେ ଆଉ ଡେରି ନକରି ଭୁବନେଶ୍ୱର ଯିବା ପାଇଁ ଘରୋଇ ବସ ଟିକେଟ କାଉଣ୍ଟରକୁ ଗଲି। ମୋର ଦୁଇଟି ଟିକେଟ ଦରକାର ଥାଏ। କିନ୍ତୁ କୌଣସି ବସ୍‌ରେ ଗୋଟିଏ ବି ସିଟ୍‌ ଫାଙ୍କା ନଥାଏ। ବହୁ କଷ୍ଟରେ ଏକ ବସର ଶେଷ ସିଟ ମିଳିଲା। ଟିକେଟ୍‌ ଧରି ମୁଁ ଘରକୁ ଆସିଲି। ମୋ ସ୍ତ୍ରୀକୁ କହିଲି ମୋତେ ଭୁବନେଶ୍ୱର ଯିବାକୁ ପଡ଼ିବ। ଅଫିସରୁ ଫୋନ ଆସିଥିଲା। ସ୍ତ୍ରୀ କହିଲା କ’ଣ ପାଇଁ ଏମିତି ହଠାତ୍ ? ମୁଁ କହିଲି ‘ଫୋନି’ ଆସୁଛି। ମୋତେ ସ୍ପଟ୍‌ ରିପୋର୍ଟିଂ ପାଇଁ ଯିବାକୁ ହେବ। ମୋ ମୁଁହରୁ ଏଇ କଥା ସ୍ତ୍ରୀ ଶୁଣିବା ପରେ ସେ ଆଉ କିଛି ପ୍ରଶ୍ନ ନକରି କହିଲେ ହଉ ବାହାର, କ’ଣ କ’ଣ ଜିନିଷ ତୁମର ଦରକାର, କୁହ?

ମୁଁ ଯେତେବେଳେ ବି କୌଣସି କାମରେ ଘରୁ ବାହାରକୁ ଯିବା କଥା କହିଛି ସବୁଥିରେ ଟିକିଏ ବାରଣ କରୁଥିବା ମୋ ସ୍ତ୍ରୀ ଆଜି ବିନା ପ୍ରଶ୍ନରେ ମୋର ଆବଶ୍ୟକ ଜିନିଷ ସଜାଡ଼ିବାକୁ ବାହାରି ପଡ଼ୁଛି ଦେଖି ମତେ ଆଶ୍ଚର୍ଯ୍ୟ ଲାଗିଲା।

ତା’ ପରେ ଆଉ କିଛି କଥା ନାହିଁ। ସିଧା ରାତି ସାଢ଼େ ଦଶରେ ମୁଁ ଆଉ ମୋ ସହଯୋଗୀ କ୍ୟାମେରା ପର୍ସନ ବିକ୍ରମ ପାଢ଼ୀ ଜୟପୁର ୟୁନିଟ୍ ଧରି ବାହାରିଲୁ ଭୁବନେଶ୍ୱର। ସକାଳୁ ଭୁବନେଶ୍ୱରରେ ପହଞ୍ଚିଥିଲୁ। ହେଲେ ଏପଟେ ରାତିରେ ଅଫିସ୍‌ରୁ ମୋ ମୋବାଇଲ୍‌କୁ ମେସେଜ୍‌ ଆସିଛି ଯେ, ତୁମେ ଓ କ୍ୟାମେରା ପର୍ସନ ସନ୍ତୋଷ ତରାଇ ଯାଜପୁର ଯିବ।

ଆଉ ଫୁରୁସତ୍ ନାହିଁ। ପୁଣି ଆମେ ଫେରିଲୁ। ଜୟପୁର ୟୁନିଟ୍‌ ସହ ବିକ୍ରମଙ୍କୁ ସେଠି ଛାଡ଼ି ଭୁବନେଶ୍ୱର ୟୁନିଟ ସହ କ୍ୟାମେରାପର୍ସନ ସନ୍ତୋଷ ତରାଇ ଓ ମୁଁ ଯାଜପୁର ଅଭିମୁଖେ ବାହାରିଲୁ।

ଆମେ ଯାଜପୁରରେ ପହଞ୍ଚୁ ପହଞ୍ଚୁ ଜାଣିବାକୁ ପାଇଲୁ ଆସନ୍ନ ‘ଫୋନି’ର ମୁକାବିଲା ପାଇଁ କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି।  ଆମେ ତୁରନ୍ତ ସେଠି ଖବର ସଂଗ୍ରହ ପାଇଁ ପହଞ୍ଚିଗଲୁ। ସେତେବେଳକୁ ଆମେ କେହି କ’ଣ ଖାଇଛୁ ନଖାଇଛୁ, ତା’ର ଚିନ୍ତା ନଥିଲା। ତା’ରି ଭିତରେ ଅନେକ୍‌ ଜାଗାକୁ ଯାଇ ବିଭିନ୍ନ ପ୍ରକାର ରିପୋର୍ଟ ସଂଗ୍ରହ କରିବାରେ ବ୍ୟସ୍ତ ଥାଉ ଏବଂ ଭୁବନେଶ୍ୱର ଅଫିସ୍‌କୁ ତତ୍‌କ୍ଷଣାତ୍‌ ସବୁ ପଠାଉଥାଉ। ଠିକ୍‌ ସେତିକି ବେଳେ ଅଫିସ୍‌ରୁ ଫୋନ୍‌ ଆସିଲା। ରାତି ୮ଟାରେ ଲାଇଭ୍‌ ଯିବ। ସେତେବେଳକୁ ପବନ ବହିବା ଆରମ୍ଭ କରୁଥାଏ। ଧୂଳିଝଡ଼ ମଧ୍ୟ ହେଉଥାଏ।

ଠିକ୍ ସନ୍ଧ୍ୟା ୭ଟାରେ ଆମେ ବାହାରିଗଲୁ ଯାଜପୁର ଜିଲ୍ଲାର ସିମୁଳିଆ ପଞ୍ଚାୟତ। ଯାହାକି ଏକ ଚାଷୀମାନଙ୍କର ଗାଁ। ଆମେ ପହଞ୍ଚିଲାରୁ ଚାଷୀମାନେ ତାଙ୍କ ଦୁଃଖ ବଖାଣିବା ଆରମ୍ଭ କଲେ। ସେ ପୂର୍ବରୁ ଦେଖିଥିବା ବାତ୍ୟା, ତା’ର ଭୟାବହତା ବିଷୟରେ ଶୁଣାଇଲେ। ଆମେ ଲାଇଭ୍‌ ପାଇଁ ତରତର ହେଲାବେଳକୁ ଲାଇନ୍‌ କଟିଗଲା। ଫଳରେ ଲାଇଭ୍‌ ହୋଇପାରିଲା ନାହିଁ। ରେକର୍ଡ କରି ପଠାଇବାକୁ ପଡ଼ିଲା। ରାତିରେ ତାହା ସ୍ପେଶାଲ ଲାଇଭ କଭରେଜ୍‌ରେ ଟେଲିକାଷ୍ଟ ହେଲା।

ଗତ ରାତିର ବସ୍‌ ଯାତ୍ରା, ଆଜି ଦିନସାରା ଓ ରାତି ଏତେବେଳ ଯାଏଁ କାମ କରିବା ଭିତରେ ମୁନିଗୁଡ଼ାରୁ ମା’ ଫୋନ କରୁଥାଏ। ଟିଭିରେ ମତେ ଦେଖି ଡରୁଥାଏ। ମା’ର ଫୋନ୍‌ ଉଠେଇଲାବେଳକୁ ସେପଟୁ ଶୁଭୁଥିଲା, ବର୍ଷା-ପବନ ହେଲାଣି, ତୁ କେମିତି ଅଛୁ ? କୋଉଠି ରହୁଛୁ ? ଆରେ ପୁଅ, ଖିଆ ପିଆ କରୁଛୁ ନା ନାହିଁ…?

ତା’ର ଆଉ ଟିକେ ପରେ ସ୍ତ୍ରୀର ଫୋନ ଆସିଲା। ମତେ ସେ ପଚାରୁଥିଲା, ‘କେମିତି ଅଛ ? କିଛି ଅସୁବିଧା ନାହିଁ ତ ? ଖାଇଲଣି ନା ନାହିଁ ?  ସେପଟେ ତୁମର ବର୍ଷା ପବନ ହେଲାଣି…? ତା’ର ସବୁ ପ୍ରଶ୍ନରେ ମୁଁ ଖାଲି ତାକୁ ପଚାରୁଥିଲି ତୁ କେମିତି ଅଛୁ ? କରେଣ୍ଟ ଅଛି ନା ନାହିଁ ? ଝିଅ କ’ଣ କରୁଛି ? ଖାଉଛି ନା ସବୁଦିନ ଭଳି ହଇରାଣ କରୁଛି ?

ସେତିକି ବେଳେ ମୋର ମନେ ପଡ଼ୁଥିଲା, ଆଉ ଦି’ଦିନ ପରେ ମୋ ଜନ୍ମ ଦିନ(ମେ’ ପାଞ୍ଚ ତାରିଖ)। ବାହାଘର ହେବାର ୩ ବର୍ଷ ଭିତରେ ଆମେ ଦୁହେଁ କେବେ ମୋ ଜନ୍ମଦିନରେ ଏକାଠି ରହିନୁ କି ପାଳିପାରିନୁ। ଏଥର ମୋ ସ୍ତ୍ରୀର ଭାରି ଇଛା ଥିଲା ଯେ, ମୋ ଜନ୍ମ ଦିନରେ ଏକାଠି ରହିବୁ। ମୋ ଝିଅକୁ ମାତ୍ର ୧୧ ମାସ। ତା’ର ଉପସ୍ଥିତି ଆମ ଜୀବନକୁ ଆହୁରି ସୁନ୍ଦର କରିଛି। କିନ୍ତୁ ଏଥର ମଧ୍ୟ ସେ ଆଶା ଟିକକ ଆଶାରେ ରହିଲା। ହେଲେ ଏମିତି ଗୋଟେ ପ୍ରାକୃତିକ ଵିପର୍ଯ୍ୟୟରେ ମତେ କାମ କରିବାର ଯେଉଁ ସୁଯୋଗ ମିଳିଛି ସେଥିପାଇଁ ଖୁସି ଲାଗୁଥିଲା। ମୋ ସ୍ତ୍ରୀ ଓ ମୁଁ ପ୍ରାୟ ସମୟ ଏକାଠି ରହି ନ ପାରିବାର କାରଣ ଟି ହେଲା ମୋ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ। କିନ୍ତୁ ମୋ କର୍ମକ୍ଷେତ୍ର କୋରାପୁଟର ଜୟପୁରରେ। ମୋ ସ୍ତ୍ରୀ ଘରୋଇ କାମରେ କେବେ ଜୟପୁର ତ କେବେ ମୁନିଗୁଡ଼ା ତ ପୁଣି କେବେ ଶ୍ୱଶୁର ଘର ଗୁଣପୁରରେ ଥାଏ। ଏମିତି ଜୀବନ ଭିତରେ ଗତ ତିନି ବର୍ଷରେ ମୋ ଜନ୍ମ ଦିନରେ ଆମେ କେବେ ଏକାଠି ରହିବାର ସୁଯୋଗ ପାଇନୁ।

ଏତେ କଥା ଭାବିବା ଭିତରେ ହଠାତ୍‌ ମୋ ସ୍ତ୍ରୀର ଫୋନ୍‌ ଆସିଲା। ସେ କହୁଥାଏ, ‘ଫୋନି’ କଭରେଜ ସାରିବା ପରେ ଏଥର ଆମେ ତୁମ ଜନ୍ମଦିନ ପାଳିବା। ଜମା ବ୍ୟସ୍ତ ହେବନି, ଆମର ଏଠି କିଛି ଅସୁବିଧା ନାହିଁ। ତୁମେ ନିଜ ପ୍ରତି ଧ୍ୟାନ ଦେଇ ରିପୋର୍ଟିଂ କର। ମୋ ସ୍ତ୍ରୀର ଏତେ ସବୁ କଥା ମୋ ଅନ୍ତରରୁ ଲୁହ ଝରେଇ ଦେଉଥାଏ। ମୋ ୧୧ ମାସର ଝିଅକୁ ୪ ଦିନ ଛାଡ଼ି ରହିବାର କଷ୍ଟ ଓ ମୋ ସ୍ତ୍ରୀର ଏଭଳି ଆତ୍ମବିଶ୍ୱାସ ଭରା କଥା ମତେ ମୋ କାମ କରିବା ପାଇଁ ପୁଣି ପ୍ରେରିତ କରୁଥାଏ।

ସିମୁଳିଆରୁ ଫେରି ରାତି ୨ଟା ଯାଏ ଆମେ ଯାଜପୁର ଜିଲ୍ଲାର ଦଶରଥପୁର ଓ ବରୀ ବ୍ଲକର ବିଭିନ୍ନ ଗାଁ ଗାଁ ବୁଲି ରିପୋର୍ଟ କରୁଥିବା ବେଳେ ଦଶରଥପୁର ବ୍ଲକ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରୁଥାଆନ୍ତି। ଆମେ ସେଠି ତାଙ୍କ ସହ ଗୋଟେ ୱାନ୍-ଟୁ-ୱାନ୍ କରି ତୁରନ୍ତ ଅଫିସକୁ ପଠାଇବାଲୁ। ତାହା ଯାଇ ରାତି ୧୨ଟାରେ ଟେଲିକାଷ୍ଟ ହେଲା। ରାତି ୨ଟାରେ ଆମେ ରହୁଥିବା ହୋଟେଲରେ ପହଞ୍ଚିଲା ବେଳକୁ ସ୍ଥିତି ଭୟଙ୍କର ହେବାକୁ ଲାଗିଲାଣି। ଗଛ ଉପୁଡ଼ି ରାସ୍ତାରେ ପଡ଼ିଲାଣି। ଘର ଭାଙ୍ଗିଲାଣି। ସକାଳୁ ଉଠି ଦେଖିଲାବେଳକୁ ଜବରଦସ୍ତ ବର୍ଷା ଲାଗିରହିଛି। ଠିକ୍ ସେତିକି ବେଳକୁ ଦିନ ପ୍ରାୟ ୮ଟା କି ସାଢ଼େ ୮ଟା ହବ। ଖବର ଆସି ପହଞ୍ଚିଲା ଯେ, ପୁରୀରେ ‘ଫୋନି’ ଲ୍ୟାଣ୍ଡଫଲ କରୁଛି।

ଏପଟେ ଯାଜପୁରେ ଝାଟିମାଟି, ଚାଳଛପର ଘର ସବୁ ଆକାଶରେ ଉଡ଼ିଲାଣି। ତା’ରି ଭିତରେ ଯେତେ ସମ୍ଭବ ରିପୋର୍ଟ କରି ଆମେ ଅଫିସ୍‌କୁ ପଠାଉଥାଉ। ସେତିକିବେଳକୁ ଭୁବନେଶ୍ୱର ଅଫିସ୍‌ରୁ ମୋ ସହଯୋଗୀ ସୌମ୍ୟା ଏସ. ମହାପାତ୍ର କହିଲେ, ଭାଇ ଭୁବନେଶ୍ୱରରେ ଆଉ କିଛି ନାହିଁ। ଅଫିସ କଥା କିଛି କୁହନି, ବୁଲେଟିନ ବନ୍ଦ ହେଲାଣି। ସବୁ ଭାଙ୍ଗିରୁଜି ଗଲାଣି। ସାଟେଲାଇଟ୍ ଡିଶ୍ ବି ଭାଙ୍ଗିଯାଇଛି। ପାଖରେ ଥିବା ବସ୍ତି ଲୋକଙ୍କୁ ଆମ ଷ୍ଟାଫ ସବୁ ଉଦ୍ଧାର କରୁଛନ୍ତି।

ଏବେ କେମିତି ଖବର ବାଜିବ, ଆମେ କେମିତି ରିପୋର୍ଟ ପଠେଇବୁ, ସେ କଥା ଭାବିଲା ବେଳକୁ ଚିନ୍ତା ବଢୁଥାଏ। ସେପଟୁ ଘରୁ ସ୍ତ୍ରୀର ଫୋନ୍‌ ଆସିଲା। ସେ କହୁଥାଏ, ତୁମେ କେଉଁଠି ଅଛ ? ଏତେ ବର୍ଷା ପବନ ହେଲାଣି। ତା ସହ କଥା ଭିତରେ ଝିଅ ରଡ଼ି କରି କାନ୍ଦୁଥିବାର ଶୁଣାଗଲା। ତା’ପରେ ଫୋନ୍‌ କଟିଗଲା।

ଯାଜପୁରରେ ସେତେବେଳକୁ ବାତ୍ୟା ଯୋଗୁ ୪ଜଣ ପ୍ରାଣ ହରାଇ ସାରିଥାଆନ୍ତି। ସେ ଖବର ଆମେ ପାଇଲୁ। ରାସ୍ତାରେ ଇଲେକ୍ଟ୍ରି ତାର ସବୁ ଛିଣ୍ଡି ପଡ଼ିଥାଏ। ଗଛ ଉପୁଡ଼ି ଯାଇଥାଏ। ସବୁପ୍ରକାର ଯୋଗାଯୋଗ ବନ୍ଦ।

୩ତାରିଖ ଦିନ ସାରା କିଛି ଖିଆପିଆ ହେଇ ନଥାଏ। ମୋବାଇଲ୍‌ରୁ ଚାର୍ଜ ସରି ଯାଇଥାଏ। ଲାଇନ୍‌ ଦିନବେଳୁ କଟିଯାଇଥାଏ। ରାତିରେ ବି କୌଣସି ଜାଗାରେ ଖାଇବାକୁ ମିଳିଲାନି। ମୋ ସହଯୋଗୀ କ୍ୟାମେରା ପର୍ସନ ସନ୍ତୋଷ ତରାଇଙ୍କ ସାଙ୍ଗ ଯାଜପୁରରେ ରହୁଛନ୍ତି ବୋଲି ସେ କହିଲେ। ତାଙ୍କ ଘରକୁ ଆମେ ଗଲୁ। ସେଠି ତାଙ୍କ ମାଆ ରୁଟି ଭଜା କରି ଖାଇବାକୁ ଦେଲେ। କୌଣସିମତେ ତାଙ୍କ ଘରେ ମୋବାଇଲ୍ ଚାର୍ଜ କରି ହୋଟେଲ୍‌କୁ ଫେରିଲୁ।

ତା’ ପରଠାରୁ ଅଫିସ ସହ ଯେତେ ଯୋଗାଯୋଗ କଲେ ବି ଆଉ ଲାଗିଲାନି। ସେମିତି ୩ ତାରିଖ ରାତି ବିତିଲା। ଶେଷରେ ୪ତାରିଖରେ ଅଫିସ୍‌ରୁ ମେସେଜ ଆସିଲା ବାହାରକୁ ଯାଇଥିବା  ଟିମ୍ ଭୁବନେଶ୍ୱର ଫେରିଆସ।

ଆମେ ଭୁବନେଶ୍ୱର ପହଞ୍ଚିଗଲୁ। ବାଟରେ ଯାହା ଯାହା ‘ଫୋନି’ ସମ୍ପର୍କିତ ଖବର ସମ୍ଭବ ଥିଲା ତାହାକୁ କଭର କଲୁ। ଅଫିସ୍‌ରେ ସବୁ କଥା ଆଲୋଚନା ହେଲା। ତା’ପରେ ମୋର ଆଉ କିଛି କାମ ନ ଥାଏ। ଆମକୁ ପୁଣି ଜୟପୁର ଫେରିଯିବାକୁ କୁହାଗଲା। ଆମେ ସଙ୍ଗେ ସାଙ୍ଗେ ଅଫିସରୁ ଚାଲିଆସିଲୁ। ଯେକୌଣସିମତେ ଆମେ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କୋରାପୁଟ ବାହାରିଲୁ। ହେଲେ ଆମେ ଫେରୁଛୁ ବୋଲି ଘରକୁ ଜଣେଇ ହେଲାନାହିଁ। ରାତି ୨ଟାରେ ଆନ୍ଧ୍ରସୀମାରେ ପହଞ୍ଚିଲା ବେଳକୁ ସ୍ତ୍ରୀର ଫୋନ ଲାଗିଲା। ସକାଳୁ ଜୟପୁରରେ ପହଞ୍ଚିବି ବୋଲି କହିଲି। ଘରେ ପହଞ୍ଚିବା ପରେ ମୋତେ ଦେଖି ମୋ ଝିଅ କେତେ ଯେ ଖୁସି ହେଉଥିଲା ସେ କଥା କହିପାରିବିନି। ମତେ ମୋ ଝିଅ ଗୋଟାପଣେ କୁଣ୍ଢେଇପକେଇଲା।

ମୋ ଜନ୍ମଦିନ ପାଳିବା ପାଇଁ ପୂର୍ବରୁ ଯେଉଁ ସବୁ ଯୋଜନା ହୋଇଥିଲା ସେ ସବୁ ଯୋଜନାରେ ହିଁ ରହିଗଲା। ସ୍ତ୍ରୀ କହିଲା ବାତ୍ୟାରେ ଏତେ ସମସ୍ୟା ହୋଇଛି। ପୁଣି ତୁମେ ନିଜେ କ୍ଲାନ୍ତ। ତୁମେ ଟିକେ ରେଷ୍ଟ୍ ନିଅ। ମୁଁ ସେତେବେଳେ ଭାବୁଥିଲି, ମୋ ଜୀବନର ପ୍ରତିଟି ସୁବିଧା ଅସୁବିଧାରେ ମତେ ସହଜରେ ଆଗକୁ ନେଇଯାଉଥିବା ମୋ ସ୍ତ୍ରୀ ମତେ ସତରେ କେତେ ବୁଝି ପାରେ, ତା’ ଆତ୍ମିୟତା, ତା’ ଆନ୍ତରିକତା ମତେ ସଦାବେଳେ ମୋହଗ୍ରସ୍ତ କରେ।

The post ଫୋନି ପାଇଁ ଆସିଥିଲା ଫୋନ୍ appeared first on Odisha Reporter.

]]>
2019-06-01 20:08:35 https://odishareporter.in/wp-content/uploads/2019/06/t.gourisankar.jpg
କଥା ନୁହେଁ, କର୍ମ ଯାହାର ଜୀବନର ମନ୍ତ୍ର https://odishareporter.in/odisha/pratap-sarangi-the-man-who-believe-work-388016 Fri, 31 May 2019 03:17:45 +0000 http://odishareporter.in/?p=388016

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୋଦି ସରକାରର ସେକେଣ୍ଡ ଟର୍ମରେ ପୁଣି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡ଼ିଶାରୁ ଅନ୍ୟଜଣେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।ଜଣେ ଅତି ସାଧାରଣ ମଣିଷ ଭାବେ ଜଣାଶୁଣା ପ୍ରତାପ ମୋଦିଙ୍କ ଗୁଡ୍ ବୁକ୍‌ରେ ରହିଥିବାରୁ ତାଙ୍କୁ ମଧ୍ୟ ମିଳିଛି ମନ୍ତ୍ରୀପଦ। ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ଭାବେ ଶପଥ ନେବାବେଳେ ଅତିଥିମାନେ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ଅତି ସାଧାରଣ ଜୀବନ […]

The post କଥା ନୁହେଁ, କର୍ମ ଯାହାର ଜୀବନର ମନ୍ତ୍ର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୋଦି ସରକାରର ସେକେଣ୍ଡ ଟର୍ମରେ ପୁଣି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡ଼ିଶାରୁ ଅନ୍ୟଜଣେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।ଜଣେ ଅତି ସାଧାରଣ ମଣିଷ ଭାବେ ଜଣାଶୁଣା ପ୍ରତାପ ମୋଦିଙ୍କ ଗୁଡ୍ ବୁକ୍‌ରେ ରହିଥିବାରୁ ତାଙ୍କୁ ମଧ୍ୟ ମିଳିଛି ମନ୍ତ୍ରୀପଦ। ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ଭାବେ ଶପଥ ନେବାବେଳେ ଅତିଥିମାନେ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ଅତି ସାଧାରଣ ଜୀବନ ଯାପନ ଲାଗି ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ମୋଦି ଭାବେ ଜଣାଶୁଣା।

କଥା ନୁହେଁ, କାମକୁ ଜୀବନର ମନ୍ତ୍ର କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଚଣ୍ଡ ପ୍ରତିଭାକୁ ଚିହ୍ନି ୨ବର୍ଷ ତଳୁ ତାଙ୍କୁ ଶ୍ରେଷ୍ଠ ରାଜନେତା ଭାବେ ସମ୍ମାନିତ କରିଥିଲା ଓଟିଭି। ୨୦୧୭ ମସିହାରେ ଓଟିଭି ସିଟିଜେନ୍ ଆଓ୍ୱାର୍ଡ ଅବସରରେ ଏହି ପୁରସ୍କାର ଦୌଡ଼ରେ ଥିବା ୩ଜଣ ରାଜନେତାଙ୍କୁ ପଛରେ ପକାଇ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିଲେ ପ୍ରତାପ ଷଡ଼ଙ୍ଗୀ ।ଜଣେ ସଚ୍ଚା ରାଷ୍ଟ୍ରୀୟ ସ୍ୱୟଂ ସେବକରୁ ରାଜନୀତିରେ ପାଦ ଦେଇ ସମାଜରେ ବହୁ ସଂସ୍କାର ମୂଳକ କାମରେ ନିଜକୁ ନିୟୋଜିତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ପ୍ରତାପ ଷଡ଼ଙ୍ଗୀ ।ତା’ସହ ବିଧାୟକ ଥିବାବେଳେ ବିଧାନସଭାରେ ବହୁ ତଥ୍ୟଭିତ୍ତିକ ପ୍ରସଙ୍ଗ ଉପସ୍ଥାପନ କରି ସରକାରଙ୍କୁ ଅକଳରେ ମଧ୍ୟ ପକାଇ ଦେଉଥିଲେ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପୀନାଥପୁର ଶାସନରେ ପ୍ରତାପ ଷଡ଼ଙ୍ଗୀଙ୍କ ଜନ୍ମ। ଦୁଇ  ଭାଇ ଓ ଭଉଣୀଙ୍କ ଭିତରୁ ପ୍ରତାପ ହେଉଛନ୍ତି ବଡ଼। ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆର୍‌ଏସ୍‌ଏସ୍‌) ସହିତ ଯୋଡ଼ି ହୋଇଯାଇଥିଲେ ସେ। ନିଜର ନିଷ୍ଠାପର

କାର୍ଯ୍ୟ ପାଇଁ ସେ ଜଣେ ଦକ୍ଷ ସଙ୍ଗଠକ ହୋଇପାରିଛନ୍ତି। ଏହାଛଡ଼ା ବିଶ୍ୱହିନ୍ଦୁ ପରିଷଦର ସେ ଜଣେ ସକ୍ରିୟ ସଭ୍ୟ ଅଛନ୍ତି। ବାଲେଶ୍ୱର ଫକୀର ମୋହନ  ମହାବିଦ୍ୟାଳୟରୁ ବିଏ ପାସ କରିବା ପରେ ନୀଳଗିରି ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ମାତ୍ର ସେଠାରେ ସେ ବେଶୀ ଦିନ ରହିପାରି ନ ଥିଲେ।

ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କ ମନରେ ରହିଥିଲା।୨୦୦୪ ଓ ୨୦୦୯ ମସିହାରେ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ମାତ୍ର ୨୦୧୪ ନିର୍ବାଚନରେ  ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। କିନ୍ତୁ ଏଥର ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାବାସୀଙ୍କ ମନ କିଣି ପାରିଛନ୍ତି

ପ୍ରତାପ ଷଡ଼ଙ୍ଗୀ। ତାଙ୍କ ବିରୋଧରେ ଲଢ଼ୁଥିବା ଦୁଇ ଶିଳ୍ପପତିଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ବିଜୟ ବାନା ଉଡ଼ାଇଥିବାରୁ ଓଡ଼ିଶାର ଚାରିଆଡ଼ୁ ତାଙ୍କ ପାଇଁ  ଅଭିନନ୍ଦନର ସୁଅ ଛୁଟିଛି।

The post କଥା ନୁହେଁ, କର୍ମ ଯାହାର ଜୀବନର ମନ୍ତ୍ର appeared first on Odisha Reporter.

]]>
centre bottom 2019-05-31 08:47:45 https://odishareporter.in/wp-content/uploads/2019/05/c-89.jpg
ପ୍ରିୟ ‘ସୈନିକ’ଙ୍କୁ ଫେରି ପାଇଲେ ମୋଦି, ମନ୍ତ୍ରିମଣ୍ଡଳରେ ଦେଲେ ସ୍ଥାନ https://odishareporter.in/odisha/modi-honours-partys-old-guard-pratap-sarangi-and-inducts-him-into-his-council-of-ministers-387972 Thu, 30 May 2019 17:16:08 +0000 http://odishareporter.in/?p=387972

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହମାରା ପୁରାନା ଔର ସୁଦୃଢ଼ ସୈନିକ ହୈ ।” ଭୁବନେଶ୍ୱରରେ ୨୦୧୭ରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ ଆସୁଥିବା ବେଳେ ବିମାନବନ୍ଦରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖି ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ସେଠାରେ ଉପସ୍ଥିତ ସମସ୍ତ ରାଜନେତାଙ୍କୁ ଚକିତ କରିଥିଲା। ରାଜ୍ୟର ବଡ଼ ବଡ଼ ନେତା ସେଠାରେ ଉପସ୍ଥିତ ଥିବା ବେଳେ ପ୍ରତାପଙ୍କ ସହିତ ମୋଦିଙ୍କ ଆଲୋଚନା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା ଓ ତାହା ସେତେବେଳେ ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ […]

The post ପ୍ରିୟ ‘ସୈନିକ’ଙ୍କୁ ଫେରି ପାଇଲେ ମୋଦି, ମନ୍ତ୍ରିମଣ୍ଡଳରେ ଦେଲେ ସ୍ଥାନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହମାରା ପୁରାନା ଔର ସୁଦୃଢ଼ ସୈନିକ ହୈ ।” ଭୁବନେଶ୍ୱରରେ ୨୦୧୭ରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ ଆସୁଥିବା ବେଳେ ବିମାନବନ୍ଦରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖି ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ସେଠାରେ ଉପସ୍ଥିତ ସମସ୍ତ ରାଜନେତାଙ୍କୁ ଚକିତ କରିଥିଲା। ରାଜ୍ୟର ବଡ଼ ବଡ଼ ନେତା ସେଠାରେ ଉପସ୍ଥିତ ଥିବା ବେଳେ ପ୍ରତାପଙ୍କ ସହିତ ମୋଦିଙ୍କ ଆଲୋଚନା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା ଓ ତାହା ସେତେବେଳେ ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ତା’ପରେ ଅନେକ ବାର ମୋଦି ଓଡ଼ିଶା ଗସ୍ତରେ ଆସିଛନ୍ତି ଓ ଯାଇଛନ୍ତି। ତେବେ ନିର୍ବାଚନ ବେଳେ ମୋଦିଙ୍କର ସେହି ‘ପୁରୁଣା ସୈନିକ’ଙ୍କ କଥା ମନେ ପଡ଼ିଥିଲା। ସେଥିପାଇଁ ସେ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ପ୍ରଚାର କରିବାକୁ ବାଲେଶ୍ୱର ଲୋକସଭା ମଣ୍ଡଳୀକୁ ଯାଇଥିଲେ। ବସ୍ତାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ନିଜର ପୁରୁଣା ସୈନିକ(ପ୍ରତାପ)ଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ମୋଦି। ଆଉ ମୋଦିଙ୍କ ସେହି କଥାକୁ ରଖିଛନ୍ତି ବାଲେଶ୍ୱରବାସୀ। ବିଜେଡିର କୋଟିପତି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ଭୋଟ୍‌ ନଦେଇ ପ୍ରତାପ ଷଡଙ୍ଗୀଙ୍କୁ ଭୋଟ ଦେଇ ସଂସଦ ପଠାଇଛନ୍ତି। ଆଉ ମୋଦି ଫେରି ପାଇଛନ୍ତି ନିଜର ପୁରୁଣା ସୈନିକଙ୍କୁ। ମୋଦି ମଧ୍ୟ ବାଲେଶ୍ୱରବାସୀଙ୍କୁ ନିରାଶ କରିନାହାନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୋଦି। ଆଜି ସେ ଯେତେବେଳେ ଶପଥ ନେବା ପାଇଁ ଆସିଥିଲେ, ସେତେବେଳେ କରତାଳିରେ ଫାଟି ପଡ଼ିଥିଲା ସମଗ୍ର ପରିବେଷ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବା ସମସ୍ତ ସାଂସଦ ଓ ଅତିଥିମାନେ କରତାଳି ମାରିଥିଲେ।

ରାଜ୍ୟରୁ ଜିତିଥିବା ୮ ଜଣ ସାଂସଦଙ୍କ ଭିତରୁ ପ୍ରତାପ ସବୁଠାରୁ ଗରିବ ଏବଂ ସାଧାସିଧା ଓ ସରଳ ବ୍ୟକ୍ତିତ୍ୱ। ପିଲାବେଳୁ ସନ୍ନ୍ୟାସୀ ହେବା ପାଇଁ ପ୍ରତାପ ରାମକୃଷ୍ଣ ମଠକୁ ଚାଲି ଯାଇଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତାଙ୍କୁ ମଠ ଗ୍ରହଣ ନକରି ନିଜ ମାଆଙ୍କ ସେବା କରିବା ପାଇଁ କହିଥିଲା। ସେଠାରୁ ଫେରି ପ୍ରତାପ ପାଠ ପଢ଼ିବା ସହିତ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଶିକ୍ଷାର ଦୀପ ଜଳାଇବା ପାଇଁ ସେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍କୁଲ ପ୍ରତିଷ୍ଠା କରିଥିଲେ। ଏହାଛଡ଼ା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଯାହାର ବିବରଣୀ ଓ ପ୍ରମାଣ ବିଭିନ୍ନ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି।

ଚୁମ୍ୱକରେ ‘ପ୍ରତାପ ନନା’

ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍‌ଡିଭିଜନ୍‌ ସଦର ମହକୁମାଠାରୁ ୩ କିମି ଗଲେ ପଡ଼ିଥାଏ ଗୋପୀନାଥପୁର ଶାସନ। ଏହିଠାରେ ପ୍ରତାପ ଷଡ଼ଙ୍ଗୀଙ୍କ ଜନ୍ମ। ଦୁଇ ଭାଇ ଓ ଭଉଣୀଙ୍କ ଭିତରୁ ଇଏ ବଡ଼। ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆର୍‌ଏସ୍‌ଏସ୍‌) ସହିତ ଯୋଡ଼ି ହୋଇଯାଇଥିଲେ ସେ। ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ସେ ଜଣେ ଦକ୍ଷ ସଙ୍ଗଠକ ହୋଇପାରିଛନ୍ତି। ଏହାଛଡ଼ା ବିଶ୍ୱହିନ୍ଦୁ ପରିଷଦର ସେ ଜଣେ ସକ୍ରିୟ ସଭ୍ୟ ଅଛନ୍ତି। ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରୁ ବିଏ ପାସ କରିବା ପରେ ନୀଳଗିରି ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ମାତ୍ର ସେଠାରେ ସେ ବେଶୀ ଦିନ ରହିପାରି ନ ଥିଲେ। ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କ ମନରେ ରହିଥିଲା।

୨୦୦୪ ଓ ୨୦୦୯ ମସିହାରେ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ମାତ୍ର ୨୦୧୪ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। କିନ୍ତୁ ଏଥର ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାବାସୀଙ୍କ ମନ କିଣି ପାରିଛନ୍ତି ପ୍ରତାପ ନନା। ତାଙ୍କ ବିରୋଧରେ ଲଢ଼ୁଥିବା ଦୁଇ ଶିଳ୍ପପତିଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ବିଜୟ ବାନା ଉଡ଼ାଇଥିବାରୁ ଓଡ଼ିଶାର ଚାରିଆଡ଼ୁ ନନାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି। ଏବେ ନନାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ସମଗ୍ର ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: ନନାଙ୍କ ଛକାରେ ୨ କୋଟିପତି ନେତା ଚିତ୍‌ପଟାଙ୍ଗ

The post ପ୍ରିୟ ‘ସୈନିକ’ଙ୍କୁ ଫେରି ପାଇଲେ ମୋଦି, ମନ୍ତ୍ରିମଣ୍ଡଳରେ ଦେଲେ ସ୍ଥାନ appeared first on Odisha Reporter.

]]>
left top 2019-05-30 23:04:04 https://odishareporter.in/wp-content/uploads/2019/05/modi-honours-partys-old-guard-pratap-sarangi-and-inducts-him-into-his-council-of-ministers.jpg
କପିଲ୍‌ଙ୍କ ଶୋ’ରେ ଦୌଡ଼ ରାଣୀ ଦୂତୀ ଚାନ୍ଦ https://odishareporter.in/odisha/duti-chand-in-kapil-sharma-show-387758 Thu, 30 May 2019 08:17:20 +0000 http://odishareporter.in/?p=387758

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତେ ସବୁ ଚର୍ଚ୍ଚା ପରେ ଦୂତୀ ଏବେ ପହଞ୍ଚିଛନ୍ତି କପିଲ ଶର୍ମାଙ୍କ ଶୋ’ରେ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି। ସୋନି ଟିଭିରେ ପ୍ରସାରିତ ହେଉଥିବା କମେଡି ଶୋ ‘ଦ କପିଲ ଶର୍ମା ଶୋ’ର ହୋଷ୍ଟ ହେଉଛନ୍ତି କପିଲ। ଏହି ଶୋରେ […]

The post କପିଲ୍‌ଙ୍କ ଶୋ’ରେ ଦୌଡ଼ ରାଣୀ ଦୂତୀ ଚାନ୍ଦ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତେ ସବୁ ଚର୍ଚ୍ଚା ପରେ ଦୂତୀ ଏବେ ପହଞ୍ଚିଛନ୍ତି କପିଲ ଶର୍ମାଙ୍କ ଶୋ’ରେ। ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଶୋରେ ଯୋଗ ଦେଇଛନ୍ତି।

ସୋନି ଟିଭିରେ ପ୍ରସାରିତ ହେଉଥିବା କମେଡି ଶୋ ‘ଦ କପିଲ ଶର୍ମା ଶୋ’ର ହୋଷ୍ଟ ହେଉଛନ୍ତି କପିଲ। ଏହି ଶୋରେ ଦୂତୀ କ’ଣ ପାଇଁ ଯୋଗ ଦେଇଛନ୍ତି ତାର ସୂଚନା ମିଳିନାହିଁ। ଦୂତୀଙ୍କ ସହ ଏହି ଶୋର ପ୍ରସିଦ୍ଧ ଫୁଟ୍‌ବଲ୍‌ ଖେଳାଳି ବାଇଚୁନ୍‌ ଭୁଟିଆ ଏବଂ ହକି ଖେଳାଳି ସନ୍ଦିପ୍‌ ସିଂ ମଧ୍ୟ ଯୋଗ ଦେଇଛନ୍ତି। ତେବେ କପିଲ ଦୂତୀଙ୍କୁ ତାଙ୍କ ଶୋ’କୁ ନିମନ୍ତ୍ରଣ କରିଥିବାରୁ ଦୂତୀ କପିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଫେସବୁକ୍‌ ଆକାଉଣ୍ଟରେ କପିଲ ଶର୍ମାଙ୍କ ଶୋ’ରେ ଉଠାଇଥିବା ଫଟୋ  ଶେଆର କରି ଦୂତୀ ଲେଖିଛନ୍ତି- ପ୍ରଥମ ଓଡ଼ିଆ ଝିଅ ଭେବେ କପିଲ ଶର୍ମାଙ୍କ ଶୋରେ ଯୋଗ ଦେଇଥିବାରୁ ମୁଁ ବେଶ୍‌ ଖୁସି ଏବଂ ଆନନ୍ଦିତ। କପିଲ୍‌ ଶର୍ମାଙ୍କୁ ଧନ୍ୟବାଦ।

 

The post କପିଲ୍‌ଙ୍କ ଶୋ’ରେ ଦୌଡ଼ ରାଣୀ ଦୂତୀ ଚାନ୍ଦ appeared first on Odisha Reporter.

]]>
right top 2019-05-30 13:54:08 https://odishareporter.in/wp-content/uploads/2019/05/duti.jpg
କଳାରୁ ଧଳା ହେଲା ମେ’ ୨୯, ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ? https://odishareporter.in/odisha/there-are-many-reasons-why-naveens-oath-taking-ceremony-was-scheduled-on-may-29-387507 Wed, 29 May 2019 16:21:55 +0000 http://odishareporter.in/?p=387507

ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା। ୬ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହାର ଠିକ୍‌ ଆଜିର ଦିନରେ ବିଜେଡି ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍‌ନାଇଟ୍‌ ଅପରେସନ୍‌ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚା […]

The post କଳାରୁ ଧଳା ହେଲା ମେ’ ୨୯, ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ? appeared first on Odisha Reporter.

]]>

ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା।

୬ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହାର ଠିକ୍‌ ଆଜିର ଦିନରେ ବିଜେଡି ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍‌ନାଇଟ୍‌ ଅପରେସନ୍‌ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚା ଯାଇଥିଲା। ହେଲେ ସୌଭାଗ୍ୟକୁ ନବୀନ ବିଦେଶରୁ ଫେରି ଆସିବା ପରେ ବିଜେଡି ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଗଲା। ବିଜୁ ବାବୁଙ୍କ ଚିର ଅନୁଗତ କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଷଡ଼ଯନ୍ତ୍ର ଫସର ଫାଟିଲା ଆଉ କିଛି ବିଧାୟକଙ୍କ ଅସଲ ଚେହେରା ପଦାରେ ପଡ଼ିଲା।

ସରକାର ଭାଙ୍ଗି ଦେବାକୁ ରଚାଯାଇଥିବା ଷଡ଼ଯନ୍ତ୍ର ଫସର ଫାଟିବା ପରେ ଦଳରୁ ବିଦା ହୋଇଥିଲେ ସେ ସମୟର ଦଳର ହେଭିୱେଟ୍‌ ପ୍ୟାରୀ ବାବୁ। ସବୁବେଳେ ବିଜୁ ଲିଗାସି କଥା କହି ଦଳର କ୍ଷମତାକେନ୍ଦ୍ର ସାଜିଥିବା ପ୍ୟାରୀ ମୁଖ୍ୟମନ୍ତ୍ରୀ ହେବା ଆଶାରେ ରଚିଥିବା ଚକ୍ରବ୍ୟୁହରେ ନିଜ ଫସିଗଲେ।

ଆଉ ବିଜେଡି ପାଇଁ ମେ’ ୨୯ ସାଜିଥିଲା କଳା ଦିବସ। ୨୦୧୨ ପରେ ଯେତେଥର ଏହି ଦିନ ଆସିଛି ପ୍ୟାରୀଙ୍କ ବିଶ୍ୱାସଘାତକତା କଥା ମନ ପକାଇଛି ଓଡ଼ିଶାର ରାଜନୀତି। କିନ୍ତୁ ଆଜି ସେଇ କଳଙ୍କିତ ଦିନଟି ପୁଣି ସ୍ମରଣୀୟ ହୋଇଛି। ଦେଶରେ ରେକର୍ଡ ସଂଖ୍ୟକ ଥର ଓଡ଼ିଶାର ଭାଗ୍ୟଡୋରି ହାତେଇ ଥିବା ନବୀନଙ୍କୁ ୫ମ ଥର ପାଇଁ ଗାଦିରେ ବସାଇଛନ୍ତି ଓଡ଼ିଶାର ଜନତା।

ଆଉ ଲୋକେ କହୁଛନ୍ତି ମେ’ ୨୯ କଳାରୁ ଆଜି ଧଳା ହେଲା। ମାନେ ଶୁଭ ଦିନଟିଏ।

ଆଉ ଗୋଟିଏ କଥା ମଧ୍ୟ ଆଜି ଜଣାପଡିଛି।

ସୋଶାଲ ମିଡିଆରେ କୁଆଡେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ଜନ୍ମଦିନ ବୋଲି କଥା ଉଠିଛି। ଯଦି କଥାଟି ସତ, ତା’ହେଲେ ନିଶ୍ଚିତ ରୂପେ ବିଜେଡି ପାଇଁ ପାଣ୍ଡିଆନ୍‌ ଶୁଭଙ୍କର ବୋଲି କୁହାଯାଇପାରେ। ନଚେତ୍‌ ତାଙ୍କ ଜନ୍ମଦିନ ନା ମେ’ ୨୯ରେ ପଡିଥାନ୍ତା ନା ଏଇଦିନ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ନେଇଥାନ୍ତେ।

କାରଣ ସମସ୍ତେ ଜାଣନ୍ତି ଏବେ ସେତେବେଳର ପ୍ୟାରୀଙ୍କ ତୁଳନାରେ ଅଧିକ ଦବଦବା ପାଣ୍ଡିଆନ୍‌ଙ୍କର ରହିଛି। ତାଙ୍କ ବିନା ଇଶାରାରେ ବିଜେଡିର ପତ୍ରଟିଏ ହଲେନି ବୋଲି ସମସ୍ତେ ଜାଣନ୍ତି। ତେଣୁ ଶପଥ ଉତ୍ସବ ପାଇଁ ମେ’29 ତାରିଖରେ କରାଯିବା ପଛରେ ପାଣ୍ଡିଆନ ବାବୁଙ୍କ ଭୂମିକା ରହିଥିବା କୁହାଯାଉଛି।

The post କଳାରୁ ଧଳା ହେଲା ମେ’ ୨୯, ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ? appeared first on Odisha Reporter.

]]>
centre bottom 2019-05-29 21:55:46 https://odishareporter.in/wp-content/uploads/2019/05/There-are-many-reasons-why-Naveens-oath-taking-ceremony-was-scheduled-on-May-29.jpg
ନିର୍ବାଚନ ଜିତିବାକୁ ଅର୍ଥ କି ବାହୁବଳ ନୁହେଁ, ଜନତା ଭାଗ୍ୟ ନିୟନ୍ତା: ପ୍ରମାଣ କଲେ ମକରନ୍ଦ ମୁଦୁଲି https://odishareporter.in/odisha/newly-elected-independent-mla-makarand-muduli-proves-it-is-peoples-support-and-not-money-that-decides-the-winner-387479 Wed, 29 May 2019 14:29:47 +0000 http://odishareporter.in/?p=387479

ରାୟଗଡ଼ା(ମନୋଜ ପାତ୍ର): ବ୍ୟୟବହୁଳ ନିର୍ବାଚନ ଯୁଦ୍ଧର ପରମ୍ପରା ଭିତରେ ଭିନ୍ନ ଜଣେ ଯୋଦ୍ଧା ହେଉଛନ୍ତି ମକରନ୍ଦ ମୁଦୁଲି। ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ହେଲେ ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ସେ ଜନତାଙ୍କ ଭାଗ୍ୟବିଧାତା ପାଲଟି ଯାଇଛନ୍ତି। ରାୟଗଡ଼ା ବିଧାନସଭାର ଏହି ଝୋଡ଼ିଆ ସଂପ୍ରଦାୟର ସ୍ୱାଧୀନ ପ୍ରାର୍ଥୀ ନିଜର ଅକ୍ଲାନ୍ତ ସଂଘର୍ଷ ବଳରେ ହଜାର ହଜାର ଭୋଟ୍‌ରେ ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପରାସ୍ତ କରି ବନି ଯାଇଛନ୍ତି […]

The post ନିର୍ବାଚନ ଜିତିବାକୁ ଅର୍ଥ କି ବାହୁବଳ ନୁହେଁ, ଜନତା ଭାଗ୍ୟ ନିୟନ୍ତା: ପ୍ରମାଣ କଲେ ମକରନ୍ଦ ମୁଦୁଲି appeared first on Odisha Reporter.

]]>

ରାୟଗଡ଼ା(ମନୋଜ ପାତ୍ର): ବ୍ୟୟବହୁଳ ନିର୍ବାଚନ ଯୁଦ୍ଧର ପରମ୍ପରା ଭିତରେ ଭିନ୍ନ ଜଣେ ଯୋଦ୍ଧା ହେଉଛନ୍ତି ମକରନ୍ଦ ମୁଦୁଲି। ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ହେଲେ ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ସେ ଜନତାଙ୍କ ଭାଗ୍ୟବିଧାତା ପାଲଟି ଯାଇଛନ୍ତି। ରାୟଗଡ଼ା ବିଧାନସଭାର ଏହି ଝୋଡ଼ିଆ ସଂପ୍ରଦାୟର ସ୍ୱାଧୀନ ପ୍ରାର୍ଥୀ ନିଜର ଅକ୍ଲାନ୍ତ ସଂଘର୍ଷ ବଳରେ ହଜାର ହଜାର ଭୋଟ୍‌ରେ ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପରାସ୍ତ କରି ବନି ଯାଇଛନ୍ତି ବିଧାୟକ।

ଓଡ଼ିଶା ଇଲେକ୍‌ସନ ୱାଚ୍‌ ତଥ୍ୟ ଅନୁଯାୟୀ, ସବୁଠୁ ଗରିବ ପ୍ରାର୍ଥୀ ହେଉଛନ୍ତି ରାୟଗଡ଼ାର ମକରନ୍ଦ ମୁଦୁଲି। ନିର୍ବାଚନ ସମୟରେ ତାଙ୍କ ପାଖରେ ଥିଲା ମାତ୍ର ୧୫ ହଜାର ଟଙ୍କା। ଏଭଳି ସ୍ଥିତିରେ ତାଙ୍କ ବିପକ୍ଷରେ ଥିଲେ ଏକାଧିକ ପୁଞ୍ଜିପତି ନେତା। ତଥାପି ସେସବୁକୁ ଖାତିର ନକରି ନିଜ ଲୋକଙ୍କୁ ଧରି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ କରୁଥିଲେ ମକରନ୍ଦ। ପାଖରେ ଅର୍ଥ ନଥିବାରୁ କିଏ ତାଙ୍କ ପାଇଁ ଲିଫଲେଟ୍‌ ଛପାଇ ଦେଇଥିଲେ ତ ଆଉ କିଏ ନିଜ ଗାଡ଼ିରେ ନିଜେ ତେଲ ପକାଇ ପ୍ରତି ବୁଥ୍‌କୁ ଯାଇ ପ୍ରଚାର କରିଥିଲେ। ଶେଷରେ ଏହି ଅଭିନବ ଅଭିଯାନ ଭିତରେ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ୪, ୮୩୮ ଭୋଟରେ ପରାସ୍ତ କରି ବାଜି ମାରିଥିଲେ ମନ୍ଦରନ୍ଦ।

ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିଧାରୀ ମକରନ୍ଦ ଛାତ୍ର ଜୀବନରୁ ଜାରି ରଖିଥିଲେ ନିଜର ସଂଘର୍ଷର ଯାତ୍ରା। ଛାତ୍ର ଆନ୍ଦୋଳନରୁ ଆରମ୍ଭ କରିଥିଲେ କ୍ୟାରିୟର। ଏହାପରେ ୨୦୦୦ ମସିହାରେ ପାଦ ଦେଇଥିଲେ ପ୍ରତ୍ୟକ୍ଷ ରାଜନୀତିରେ। ୨୦୦୦ ଓ ୨୦୦୪ ମସିହାରେ ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ଆସନରୁ ବହୁଜନ ସମାଜ ପାର୍ଟି ଟିକଟରେ ନିର୍ବାଚନ ଲଢ଼ିଥିଲେ ମକରନ୍ଦ। କିନ୍ତୁ ସେ ସଫଳତା ପାଇନଥିଲେ। ଏହାପରେ କଂଗ୍ରେସରେ ଯୋଗଦେଇ ୨୦୧୪ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିଲେ। ଏଥର କିନ୍ତୁ କଂଗ୍ରେସ ଟିକଟ ନଦେବାରୁ ଶେଷରେ ଆତ୍ମବିଶ୍ୱାସ ଓ ଦୀର୍ଘ ବର୍ଷର ଲୋକ ସମ୍ପର୍କକୁ ପାଥେୟ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ସଫଳତା ପାଇଥିଲେ।

The post ନିର୍ବାଚନ ଜିତିବାକୁ ଅର୍ଥ କି ବାହୁବଳ ନୁହେଁ, ଜନତା ଭାଗ୍ୟ ନିୟନ୍ତା: ପ୍ରମାଣ କଲେ ମକରନ୍ଦ ମୁଦୁଲି appeared first on Odisha Reporter.

]]>
right top 2019-05-29 19:59:47 https://odishareporter.in/wp-content/uploads/2019/05/Newly-elected-independent-mla-Makarand-muduli-proves-it-is-peoples-support-and-not-money-that-decides-the-winner.jpg
କାଠମାଣ୍ଡୁରେ ପହଞ୍ଚିଲା ଟିମ୍, ଉଦ୍ଧାର ହେବ କଳ୍ପନାଙ୍କ ମରଶରୀର https://odishareporter.in/odisha/odisha-team-visit-kathmandu-to-bring-back-kalpana-das-body-386533 Mon, 27 May 2019 13:15:19 +0000 http://odishareporter.in/?p=386533

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି ବସିଛନ୍ତି। ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ […]

The post କାଠମାଣ୍ଡୁରେ ପହଞ୍ଚିଲା ଟିମ୍, ଉଦ୍ଧାର ହେବ କଳ୍ପନାଙ୍କ ମରଶରୀର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି ବସିଛନ୍ତି।

ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ନୂଆଦିଲ୍ଲୀ ହୋଇ କାଠମାଣ୍ଡୁ ଗସ୍ତ କରିଛନ୍ତି।

ଏଥି ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇ ପାରିବ ସେନେଇ ତତ୍ପରତା ଦେଖାଇଛନ୍ତି। ନେପାଳର ୧୦ଜଣ ଶେରପା ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଉଦ୍ଧାର ଲାଗି ଚେଷ୍ଟା ଚଳାଇଛନ୍ତି। ତେବେ ପାଗ ଭଲ ରହିଲେ ଆଜି ଉଦ୍ଧାର ସମ୍ଭବ ହେବ ବୋଲି ସୂଚନା ମିଳିଛି।

The post କାଠମାଣ୍ଡୁରେ ପହଞ୍ଚିଲା ଟିମ୍, ଉଦ୍ଧାର ହେବ କଳ୍ପନାଙ୍କ ମରଶରୀର appeared first on Odisha Reporter.

]]>
right top 2019-05-27 19:04:26 https://odishareporter.in/wp-content/uploads/2019/05/bcio.jpg