ସୁବର୍ଣ୍ଣପୁର – Odisha Reporter https://odishareporter.in Mon, 19 Jul 2021 10:32:18 +0000 en-US hourly 1 ବିଦ୍ୟୁତ୍ ଆଘାତରେ ୨ ମୃତ https://odishareporter.in/odisha/subarnapur/two-people-were-electrocuted-659986 Mon, 19 Jul 2021 10:32:18 +0000 https://odishareporter.in/?p=659986

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ଆଘାତରେ ଦୁଇ ମୃତ। ମୃତକ ଦୁଇଜଣ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଣ୍ଡକିମାଲ ଗାଁର ରାଧେଶ୍ୟାମ ସାହୁ ଏବଂ ଗୋପ ସାହୁ। ନିଜ ବିଲରେ ବିଦ୍ୟୁତ୍ ସଂଯୋଗ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି। ଉଭୟେ ନିଜ ବିଲରେ ପାଣି ପମ୍ପ ସାହାଯ୍ୟରେ ଜଳସେଚନ ପାଇଁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତରଭା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ […]

The post ବିଦ୍ୟୁତ୍ ଆଘାତରେ ୨ ମୃତ appeared first on Odisha Reporter.

]]>

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ଆଘାତରେ ଦୁଇ ମୃତ। ମୃତକ ଦୁଇଜଣ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଣ୍ଡକିମାଲ ଗାଁର ରାଧେଶ୍ୟାମ ସାହୁ ଏବଂ ଗୋପ ସାହୁ। ନିଜ ବିଲରେ ବିଦ୍ୟୁତ୍ ସଂଯୋଗ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି। ଉଭୟେ ନିଜ ବିଲରେ ପାଣି ପମ୍ପ ସାହାଯ୍ୟରେ ଜଳସେଚନ ପାଇଁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତରଭା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟଙ୍କ ଏଭଳି ଅକାଳ ବିୟୋଗରେ ସମଗ୍ର ତରଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post ବିଦ୍ୟୁତ୍ ଆଘାତରେ ୨ ମୃତ appeared first on Odisha Reporter.

]]>
right bottom 2021-07-19 16:02:18 https://cdn.odishareporter.in/wp-content/uploads/2020/07/23145014/electricshock1666.jpg
ପତି-ପତ୍ନୀଙ୍କ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ହତ୍ୟାର ଶିକାର https://odishareporter.in/odisha/man-killed-in-binika-2-659440 Sat, 17 Jul 2021 03:00:30 +0000 https://odishareporter.in/?p=659440

ବିନିକା (ଓଡ଼ିଶା ରିପୋର୍ଟର): ପତି-ପତ୍ନୀ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ଜଣେ ବ୍ୟକ୍ତି ହତ୍ୟାର ଶିକାର ହୋଇଥିବା ବେଳେ ଆହୁରି ୧୦ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ। ସୂଚନା ଅନୁଯାୟୀ, ଏହି ଗାଁର ଆଲା ସତ୍ୟନାରାୟଣ ବର୍ଷେ ହେଲା ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ତାଙ୍କ ବାପ ଘରେ (ଆନ୍ଧ୍ର ପ୍ରଦେଶର ରାହୁଲପାଲମ ଥାନା ଜନଡ଼ା ଗାଁରେ) ଛାଡ଼ି ଦେଇଛନ୍ତି। ତା’ପରଠାରୁ ସେ ଆଉ ତାଙ୍କୁ […]

The post ପତି-ପତ୍ନୀଙ୍କ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ହତ୍ୟାର ଶିକାର appeared first on Odisha Reporter.

]]>

ବିନିକା (ଓଡ଼ିଶା ରିପୋର୍ଟର): ପତି-ପତ୍ନୀ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ଜଣେ ବ୍ୟକ୍ତି ହତ୍ୟାର ଶିକାର ହୋଇଥିବା ବେଳେ ଆହୁରି ୧୦ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ।

ସୂଚନା ଅନୁଯାୟୀ, ଏହି ଗାଁର ଆଲା ସତ୍ୟନାରାୟଣ ବର୍ଷେ ହେଲା ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ତାଙ୍କ ବାପ ଘରେ (ଆନ୍ଧ୍ର ପ୍ରଦେଶର ରାହୁଲପାଲମ ଥାନା ଜନଡ଼ା ଗାଁରେ) ଛାଡ଼ି ଦେଇଛନ୍ତି। ତା’ପରଠାରୁ ସେ ଆଉ ତାଙ୍କୁ ଆଣିବାକୁ ଯାଇ ନାହାନ୍ତି। ତେଣୁ ଆଲା ସତ୍ୟନାରାୟଣ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମିଳାମିଶା କରାଇବାକୁ ଗତ ୧୪ ତାରିଖ ରାତିରେ ଜନଡ଼ା ଗାଁରୁ ୯ ଜଣ ବ୍ୟକ୍ତିଙ୍କ ସହିତ ବିନିକା ଅଞ୍ଚଳର ଡି. କାଶୀ ବିଶ୍ୱନାଥ ଓ ତାଙ୍କ କାକା ଡି. ରାମବାବୁ ଆନ୍ଧ୍ରାଡେରା ଗାଁରେ ପହଞ୍ଚିଥିଲେ। କିନ୍ତୁ ଆଲା ସତ୍ୟନାରାୟଣ ଏ ସମସ୍ତଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ।  ଏଥିରେ ଡି. କାଶୀ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି।

ଅଭିଯୁକ୍ତ ଆଲା ସତ୍ୟନାରାୟଣ ଫେରାର ହୋଇଯାଇଛି। ବିନିକା ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

The post ପତି-ପତ୍ନୀଙ୍କ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ହତ୍ୟାର ଶିକାର appeared first on Odisha Reporter.

]]>
right bottom 2021-07-17 09:47:39 https://cdn.odishareporter.in/wp-content/uploads/2021/07/17082738/police-5.jpg
ଚାଷୀଙ୍କ ଦୁଃଖ ଶୁଣୁନି ପ୍ରଶାସନ; ଆଜି ବିନିକା ବନ୍ଦ https://odishareporter.in/odisha/binika-strike-today-653603 Fri, 25 Jun 2021 04:00:46 +0000 https://odishareporter.in/?p=653603

ବିନିକା(ଦିଲୀପ ସାହୁ): ବିନିକା ତହସିଲ ଅଞ୍ଚଳରେ ଲାଗି ରହିଛି ମଣ୍ଡିରେ ଧାନବିକ୍ରି ଅବ୍ୟବସ୍ଥା। କେତେବେଳେ ଚାଷୀର ଟୋକନ ଲାପ୍ସ କରୁଛି ତ କେତେବଳେ  ଟ୍ରାକ୍ଟରରେ ଧାନ ଲୋଡ ହୋଇ ଖରା ବର୍ଷାରେ ରାସ୍ତାରେ ଥୁଆ ହେଉଛି। କିନ୍ତୁ ପ୍ରଶାସନ କିଛି ଶୁଣୁ ନ ଥିବାରୁ ଆଜି ୧୧ ଘଣ୍ଟିଆ ବିନିକା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ । ତେବେ ବନ୍ଦ ପାଳନ ବେଳେ […]

The post ଚାଷୀଙ୍କ ଦୁଃଖ ଶୁଣୁନି ପ୍ରଶାସନ; ଆଜି ବିନିକା ବନ୍ଦ appeared first on Odisha Reporter.

]]>

ବିନିକା(ଦିଲୀପ ସାହୁ): ବିନିକା ତହସିଲ ଅଞ୍ଚଳରେ ଲାଗି ରହିଛି ମଣ୍ଡିରେ ଧାନବିକ୍ରି ଅବ୍ୟବସ୍ଥା। କେତେବେଳେ ଚାଷୀର ଟୋକନ ଲାପ୍ସ କରୁଛି ତ କେତେବଳେ  ଟ୍ରାକ୍ଟରରେ ଧାନ ଲୋଡ ହୋଇ ଖରା ବର୍ଷାରେ ରାସ୍ତାରେ ଥୁଆ ହେଉଛି। କିନ୍ତୁ ପ୍ରଶାସନ କିଛି ଶୁଣୁ ନ ଥିବାରୁ ଆଜି ୧୧ ଘଣ୍ଟିଆ ବିନିକା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ । ତେବେ ବନ୍ଦ ପାଳନ ବେଳେ  ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲକୁ  ବାଦ ଦିଆଯାଇଛି। କିନ୍ତୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ-ବଜାର ବନ୍ଦ ରହିବ।

ବିନିକା ବ୍ଳକ୍ ଅଂଚଳର ଅନେକ ଚାଷୀଙ୍କ ଟୋକନ ଲାପ୍ସ ହେବାରୁ ମଣ୍ଡିରେ ଧାନ ବିକ୍ରି କରିବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ଫଳରେ ଦୁଇ ଦିନ ହେଲା ଟ୍ରାକ୍ଟରରେ ଧାନ ଲୋଡ କରି ବିନିକା ତହସିଲ କାର୍ଯ୍ୟାଳୟରେ ବ୍ଳକ୍  କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ କୃଷକ କମିଟି ପକ୍ଷରୁ ପ୍ରତିବାଦ କରାଯାଉଛି ।

ବିନିକା ଦୋକାନବଜାର ବନ୍ଦ ରହିଛି।

ବନ୍ଦ ନେଇ ଗତକାଲି କଂଗ୍ରେସ ପକ୍ଷରୁ ଆଇଆଇସି ଓ ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ଏହାପରେ ଗତକାଲି ଆଡିସନାଲ ଏସ୍‌ପି ଉତ୍କଳ କେଶରୀ ଦାସ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଚାଷୀଙ୍କ  ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏହାପରେ ଆଜି ସକାଳୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ପୁଲିସ୍‌ ସ୍ଥିତି ଉପରେ ନଜର ରଖିଛି।

ସୁବର୍ଣ୍ଣପୁର ଯୁବକ କଂଗ୍ରେସ କମିଟି ସଭାପତି ପ୍ରିୟବ୍ରତ ସାହୁ କହିଛନ୍ତି, ଚାଷୀ ଆନ୍ଦୋଳନ ୨ ଦିନ ହେଲା ତହସିଲ ଅଫିସ ସମ୍ମୁଖରେ ଚାଲିଛି। ପ୍ରଶାସନ ଶୁଣୁନି। ତେଣୁ ବାଧ୍ୟ ହୋଇ ବିନିକା ବନ୍ଦ ଡାକରା ଦେଇଛୁ। ୨୪ ଘଣ୍ଟାରେ ଧାନ ଉଠୁ। ନଚେତ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେବୁ।

ସମସ୍ତ ଚାଷୀ ଯାହାର ଟୋକନ ଲାପ୍ସ କରିଛି ସେମାନଙ୍କର ରିନ୍ୟୁ ହେଉ। ଜମି ହିସାବରେ ଯାହାର କୁଇଣ୍ଟାଲ କମିଛି ତାହାକୁ ବଢ଼ା ଯାଉ, ଯେଉଁ ଚାଷୀ କୋଭିଡରେ ପ୍ରାଣ ହରାଉଛନ୍ତି, ସେମାନଙ୍କ ଧାନ ଯଥାଶୀଘ୍ର ଉଠୁ ବୋଲି ଦାବି ଅନ୍ତର୍ଭୁକ୍ତ ଥିବା ସେ କହିଛନ୍ତି।

The post ଚାଷୀଙ୍କ ଦୁଃଖ ଶୁଣୁନି ପ୍ରଶାସନ; ଆଜି ବିନିକା ବନ୍ଦ appeared first on Odisha Reporter.

]]>
right bottom, Strike 2021-06-25 13:06:45 https://cdn.odishareporter.in/wp-content/uploads/2021/06/25092817/binika-2.jpg
ଐଶ୍ୱର୍ଯ୍ୟାଙ୍କ ଲାଗି ଶାଢୀ ତିଆରି କରିଥିବା ରାଜେଶ ଏବେ ପୁଣି ଚର୍ଚ୍ଚାରେ https://odishareporter.in/odisha/subarnapur/rajesh-who-made-a-sari-for-aishwarya-rai-is-now-back-in-the-spotlight-652901 Tue, 22 Jun 2021 03:24:33 +0000 https://odishareporter.in/?p=652901

ସୁବର୍ଣ୍ଣପୁରରୁ (ରବୀନ୍ଦ୍ର ହୋତା)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ସୁବର୍ଣ୍ଣପୁର । ଦେଶର ବିଭିନ୍ନ ପ୍ରାନ୍ତରେ ସୁବର୍ଣ୍ଣପୁରର ବାନ୍ଧ କଳା ବେଶ୍ ଆଦୃତ ହୋଇଛି । ସବୁବେଳେ କିଛି ନୂଆ କରି ଦେଖାଇବା କାରିଗରଙ୍କ ନିଶା । ଏହି ଲକ୍ଷ୍ୟ ନେଇ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ। ହସ୍ତସନ୍ତ କାରିଗର ରାଜେଶ ମେହର  ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ । ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ […]

The post ଐଶ୍ୱର୍ଯ୍ୟାଙ୍କ ଲାଗି ଶାଢୀ ତିଆରି କରିଥିବା ରାଜେଶ ଏବେ ପୁଣି ଚର୍ଚ୍ଚାରେ appeared first on Odisha Reporter.

]]>

ସୁବର୍ଣ୍ଣପୁରରୁ (ରବୀନ୍ଦ୍ର ହୋତା)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ସୁବର୍ଣ୍ଣପୁର । ଦେଶର ବିଭିନ୍ନ ପ୍ରାନ୍ତରେ ସୁବର୍ଣ୍ଣପୁରର ବାନ୍ଧ କଳା ବେଶ୍ ଆଦୃତ ହୋଇଛି । ସବୁବେଳେ କିଛି ନୂଆ କରି ଦେଖାଇବା କାରିଗରଙ୍କ ନିଶା । ଏହି ଲକ୍ଷ୍ୟ ନେଇ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ।

ତଆରି ହୋଇଥିବା ଶାଢ଼ି।

ହସ୍ତସନ୍ତ କାରିଗର ରାଜେଶ ମେହର  ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ । ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ ପଡୁଛି ।  ମାଆକୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ଏହି ଶାଢୀ। ୧୩ଟି ଭାଷାରେ ଶାଢୀରେ ମାଆ ବୋଲି ଲେଖାଯାଇଛି।  ପୂର୍ବରୁ ବଲିଉଡ ଅଭିନେତ୍ରୀ ଐଶ୍ୱଯର୍ୟା ରାୟଙ୍କ ଲାଗି ଶାଢୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ କାରିଗର ରାଜେଶ। ବଲିଉଡର ଅଭିନେତ୍ରୀ ବିଦ୍ୟା ବାଲନଙ୍କ ପାଇଁ ମଧ୍ୟ ସେ ପ୍ରସ୍ତୁତ କରିଥିଲେ ଗଣିତ ସୂତ୍ରର ଶାଢୀ । ଏକ ଫିଲ୍ମ ପାଇଁ କଳାରଙ୍ଗର ଏହି ଶାଢୀଟି ପ୍ରସ୍ତୁତ ହୋଇଥିଲା। ଆଉ ଏବେ ମାଆଙ୍କୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ମାଆ ଶାଢୀ।  ଜଗଦଜନନୀ ଦେବୀ ମାତାଙ୍କ ପୂଜାର୍ଚ୍ଚନା ସହ ନିଜ ମାଆଙ୍କୁ ମଧ୍ୟ ଏହି ଶାଢୀ ଉପହାର ଭାବେ ଦିଆଯାଇ ପାରିବ ।  ପ୍ରତି ଶାଢୀର ଦାମ ୧୭ରୁ ୨୦ ହଜାର ମଧ୍ୟରେ ରହିଛି।

କିଛି ନୂଆ କରି ଦେଖାଇବା ପାଇଁ ନୂତନ ପରିକଳ୍ପନା କରିଥିଲେ ହସ୍ତତନ୍ତ ଶିଳ୍ପୀ ରାଜେଶ ମେହେର ।  ଏଣୁ ମାଆଙ୍କୁ ସମର୍ପିତ କରି ଭିନ୍ନ ଢଙ୍ଗରେ ଶାଢୀ ତିଆରି କରିବାକୁ ଯୋଜନା ହେଲା । ପ୍ରଥମେ ଗ୍ରାଫ ଓ ପରେ ବାନ୍ଧ କରାଯାଇଥିଲା । ଏହି ଶାଢୀର ବାନ୍ଧ କରିବାକୁ ଗୋଟିଏ ମାସ ସମୟ ଲାଗିଥିଲା । ବାନ୍ଧ ପ୍ରସ୍ତୁତ ପରେ ଶାଢୀ ବୁଣିବାକୁ ଗୋଟିଏ ମାସ ସମୟ ନେଇଥିଲେ ବୁଣାକାର । ଏବେ ପ୍ରସ୍ତୁତ ହୋଇସାରିଛି ମା ଶାଢୀ। ପ୍ରତି ୧୫ ଦିନରେ ଗୋଟିଏ ଶାଢୀ ପ୍ରସ୍ତୁତ ହେଉଛି । ଅନ୍ୟ ଶାଢୀ ଭଳି ବଜାରରେ ଏହି ଶାଢୀ ବେଶ ଆଦୃତ ହେବ ବୋଲି ଆଶା ରଖିଛନ୍ତି ବାନ୍ଧ କାରିଗର।

The post ଐଶ୍ୱର୍ଯ୍ୟାଙ୍କ ଲାଗି ଶାଢୀ ତିଆରି କରିଥିବା ରାଜେଶ ଏବେ ପୁଣି ଚର୍ଚ୍ଚାରେ appeared first on Odisha Reporter.

]]>
Aishwarya Rai Bachchan, right bottom 2021-06-22 13:28:58 https://cdn.odishareporter.in/wp-content/uploads/2021/06/22085050/709-1.jpg
ରଜରେ ଉପରୁ ଖସିଲା ମୃତ୍ୟୁ https://odishareporter.in/odisha/subarnapur/two-people-were-killed-in-the-lightning-strike-one-seriously-651004 Mon, 14 Jun 2021 15:03:45 +0000 https://odishareporter.in/?p=651004

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପହିଲି ରଜକୁ ନେଇ ସାରା ରାଜ୍ୟରେ ଲୋକେ ମଉଜରେ ମାତିଥିବା ବେଳେ ସୁବର୍ଣ୍ଣପୁରରେ ଘଟିଛି ଅଘଟଣ। କେନ୍ଦୁପତ୍ର ଫଡିରେ ଶ୍ରମିକମାନେ କାମ କରୁଥିବା ବେଳେ ଉପରୁ ଖସିଛି ମୃତ୍ୟୁ। ବଜ୍ରପାତରେ ଦୁଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବହଳପଦର ଗାଁର ତ୍ରିଲୋଚନ ପଧାନ ଏବଂ କୁଆଖୋଲ ଅଂଚଳର ବାସନ୍ତୀ ମୁଣ୍ଡା । ଗୁରୁତର ଜଣକ ହେଲେ କୁଆଖୋଲ ଅଂଚଳର ସମାରୁ ମୁଣ୍ଡା । ଏଭଳି ଦୁଃଖଦ ଘଟଣା […]

The post ରଜରେ ଉପରୁ ଖସିଲା ମୃତ୍ୟୁ appeared first on Odisha Reporter.

]]>

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପହିଲି ରଜକୁ ନେଇ ସାରା ରାଜ୍ୟରେ ଲୋକେ ମଉଜରେ ମାତିଥିବା ବେଳେ ସୁବର୍ଣ୍ଣପୁରରେ ଘଟିଛି ଅଘଟଣ। କେନ୍ଦୁପତ୍ର ଫଡିରେ ଶ୍ରମିକମାନେ କାମ କରୁଥିବା ବେଳେ ଉପରୁ ଖସିଛି ମୃତ୍ୟୁ। ବଜ୍ରପାତରେ ଦୁଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ମୃତକମାନେ ହେଲେ ବହଳପଦର ଗାଁର ତ୍ରିଲୋଚନ ପଧାନ ଏବଂ କୁଆଖୋଲ ଅଂଚଳର ବାସନ୍ତୀ ମୁଣ୍ଡା । ଗୁରୁତର ଜଣକ ହେଲେ କୁଆଖୋଲ ଅଂଚଳର ସମାରୁ ମୁଣ୍ଡା । ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ। ଆଜି ସଂଧ୍ୟା ୫ ଟାସମୟରେ ବର୍ଡାକଟା କେନ୍ଦୁପତ୍ର ଫଡିରେ ବଜ୍ରପାତ ହୋଇଥିଲା ।

ସେଠାରେ କେନ୍ଦୁପତ୍ର ବାନ୍ଧୁଥିବା ଶ୍ରମିକ ତ୍ରିଲୋଚନ ପଧାନ, ବାସନ୍ତୀ ମୁଣ୍ଡା ଓ  ଏବସ ସମାରୁ ମୁଣ୍ଡା ଗୁରୁତର ହୋଇଥିଲେ । ତୁରନ୍ତ ଗୁରୁତରମାନଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସମାରୁ ବର୍ତମାନ ଚିକିତ୍ସାଧିନ ଅଛନ୍ତି ।

The post ରଜରେ ଉପରୁ ଖସିଲା ମୃତ୍ୟୁ appeared first on Odisha Reporter.

]]>
right top 2021-06-14 20:33:45 https://odishareporter.in/wp-content/uploads/2017/08/lightening.jpg
‘ଶଲାବୁଢ଼ା’ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ https://odishareporter.in/odisha/veteran-actor-atal-viharee-panda-passes-away-648554 Sat, 05 Jun 2021 02:02:01 +0000 https://odishareporter.in/?p=648554

ବିନିକା (ଦିଲ୍ଲୀପ କୁମାର ସାହୁ): ‘ଶଲାବୁଢ଼ା’ ଫେମ୍‌ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ତାଙ୍କ ସାନ ପୁଅ ଅରୁଣ ପଣ୍ଡା ଏହି ସୂଚନା ଦେଇଛନ୍ତି। ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍‌ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବ୍ଲଡ୍‌ ସେପ୍ଟିସେମିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା। ପଶ୍ଚିମ ଓଡ଼ିଶାରେ […]

The post ‘ଶଲାବୁଢ଼ା’ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ appeared first on Odisha Reporter.

]]>

ବିନିକା (ଦିଲ୍ଲୀପ କୁମାର ସାହୁ): ‘ଶଲାବୁଢ଼ା’ ଫେମ୍‌ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ତାଙ୍କ ସାନ ପୁଅ ଅରୁଣ ପଣ୍ଡା ଏହି ସୂଚନା ଦେଇଛନ୍ତି।

ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍‌ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବ୍ଲଡ୍‌ ସେପ୍ଟିସେମିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା।

ପଶ୍ଚିମ ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା ଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା। ସେ ସମ୍ବଲପୁରୀ ଭାଷାରେ ଶତାଧିକ ନାଟକରେ ଅଭିନୟ କରିଥିଲେ। ତା’ ସହିତ ଅନେକ ନାଟକ ରଚନା କରିଥିଲେ। ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ କରିଥିଲେ। ଏହି ସମ୍ବଲପୁରୀ ଫିଲ୍ମରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଆଉ ସେଥିପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସ୍ୱର୍ଗତ ପଣ୍ଡା ‘ଶଲାବୁଢ଼ା’ର ସିକ୍ୱେଲ୍‌ ‘ଆଦିମ ବିଚାର’ରେ ମଧ୍ୟ ଅଭିନୟ କରିଥିଲେ। ଏଥିପାଇଁ ବି ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୨୦ରେ ‘ଶଲାବୁଢ଼ା’ ସିରିଜ୍‌ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ରେ ମଧ୍ୟ ସେ ଅଭିନୟ କରିଥିଲେ।

ମେ’ ୧୬ ତାରିଖରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡା (୮୦)ଙ୍କର ପରଲୋକ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗି ପଡ଼ିଥିଲେ। ଦେହ ଖରାପ ହେବାରୁ ମେ’ ୧୯ ତାରିଖରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମେ’ ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲା। ତେବେ ପୁଣି ଅବସ୍ଥା ଗୁରୁତର ହେବାରୁ ଜୁନ୍‌ ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

The post ‘ଶଲାବୁଢ଼ା’ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ appeared first on Odisha Reporter.

]]>
centre bottom, ollywood 2021-06-05 12:52:47 https://cdn.odishareporter.in/wp-content/uploads/2021/06/05073012/56-1.jpg
କମ୍ପାଉଣ୍ଡର ଦେଲେ ଭୁଲ୍ ଇଞ୍ଜେକ୍ସନ୍, ଚାଲିଗଲା ଶିଶୁର ଜୀବନ! https://odishareporter.in/odisha/subarnapur/5-years-child-dies-due-to-wrong-injection-in-subarnpur-648261 Thu, 03 Jun 2021 16:33:49 +0000 https://odishareporter.in/?p=648261

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବୁ କିଛି ଠିକ୍ ଠାକ୍ ଥିଲା। ଶିଶୁ ଦେହରେ ସାମାନ୍ୟ ଯାଦୁ ଟିଏ ହୋଇଥିଲା। ଯାହା ପରେ ପରିବାର ଲୋକେ ହସ୍ପିଟାଲରୁ ଜଣେ କମ୍ପାଉଣ୍ଡରଙ୍କୁ ଘରକୁ ଡାକିଥିଲେ । କିନ୍ତୁ କମ୍ପାଉଣ୍ଡର ବାବୁ ଏମିତି ଏକ ଇଞ୍ଜେକ୍ସନ୍ ଦେଲେ ଯେ ଶିଶୁଟିର ମୃତ୍ୟୁ ହୋଇଗଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଅଭିଯୋଗ ମୁତାବକ, ଜିଲ୍ଲାର କୋଟସମଲାଇ ଗାଁର ପିଣ୍ଟୁ ଜଗଦଲା ତାଙ୍କର ୫ ବର୍ଷର ପୁଅ ଚନ୍ଦନ ଦେହରେ […]

The post କମ୍ପାଉଣ୍ଡର ଦେଲେ ଭୁଲ୍ ଇଞ୍ଜେକ୍ସନ୍, ଚାଲିଗଲା ଶିଶୁର ଜୀବନ! appeared first on Odisha Reporter.

]]>

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବୁ କିଛି ଠିକ୍ ଠାକ୍ ଥିଲା। ଶିଶୁ ଦେହରେ ସାମାନ୍ୟ ଯାଦୁ ଟିଏ ହୋଇଥିଲା। ଯାହା ପରେ ପରିବାର ଲୋକେ ହସ୍ପିଟାଲରୁ ଜଣେ କମ୍ପାଉଣ୍ଡରଙ୍କୁ ଘରକୁ ଡାକିଥିଲେ । କିନ୍ତୁ କମ୍ପାଉଣ୍ଡର ବାବୁ ଏମିତି ଏକ ଇଞ୍ଜେକ୍ସନ୍ ଦେଲେ ଯେ ଶିଶୁଟିର ମୃତ୍ୟୁ ହୋଇଗଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

ଅଭିଯୋଗ ମୁତାବକ, ଜିଲ୍ଲାର କୋଟସମଲାଇ ଗାଁର ପିଣ୍ଟୁ ଜଗଦଲା ତାଙ୍କର ୫ ବର୍ଷର ପୁଅ ଚନ୍ଦନ ଦେହରେ ଯାଦୁ ହୋଇଥିଲା । ଏହାର ଚିକିତ୍ସା ପାଇଁ ସେ କୋଟସମଲାଇ ଡାକ୍ତରଖାନାର କମ୍ପାଉଣ୍ଡର ଗୁପ୍ତେଶ୍ୱର ମେହେରଙ୍କୁ ଘରକୁ ଡାକିଥିଲେ। କମ୍ପାଉଣ୍ଡର ଜଣକ ଘରକୁ ଆସି ଶିଶୁଟିକୁ ଏକ ଇଞ୍ଜେକ୍ସନ୍ ଦେଇଥିଲେ। ତେବେ ଇଞ୍ଜେକ୍ସନ୍ ଦେବା ପରେ ଶିଶୁଟି ହଠାତ୍ ଗୁରୁତର ହୋଇଯାଇଥିଲା।

ଏହା ପରେ ପରିବାର ଲୋକେ ଶିଶୁଟିକୁ ତୁରନ୍ତ ଉଲୁଣ୍ଡା ଡାକ୍ତରଖାନା ଓ ପରେ ସୋନପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତରଖାନାରେ ଡାକ୍ତର ଶିଶୁଟିକୁ ମୃତ ଘୋଷିତ କରିଥିଲେ। ଯାହା ପରେ କମ୍ପାଉଣ୍ଡରଙ୍କ ଭୁଲ ଇଞ୍ଜେକ୍ସନ୍ କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ଶିଶୁଟି ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତା’ର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ସହ ମୃତ ଦେହର ପୋଷ୍ଟମଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି କହିଛନ୍ତି।

The post କମ୍ପାଉଣ୍ଡର ଦେଲେ ଭୁଲ୍ ଇଞ୍ଜେକ୍ସନ୍, ଚାଲିଗଲା ଶିଶୁର ଜୀବନ! appeared first on Odisha Reporter.

]]>
right bottom 2021-06-03 22:03:49 https://cdn.odishareporter.in/wp-content/uploads/2021/06/03220200/subarnpur.jpg
ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ https://odishareporter.in/odisha/former-minister-kartik-prasad-taria-passed-awaya-644107 Tue, 18 May 2021 07:53:02 +0000 https://odishareporter.in/?p=644107

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ ଗତ କିଛିଦନ ହେଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ।  ସେଠାରୁ ଫେରିବା ପରେ ସମ୍ୱଲପୁରସ୍ଥିତ ନିଜ ଝିଅ ଘରେ ଥିଲେ। ତେବେ ସେଠି ତାଙ୍କର ପରଲୋକ ହୋଇଯାଇଛି। ୧୯୮୫ ମସିହାରେ ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବୀରମହାରାଜପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ […]

The post ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ appeared first on Odisha Reporter.

]]>

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।

ସେ ଗତ କିଛିଦନ ହେଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ।  ସେଠାରୁ ଫେରିବା ପରେ ସମ୍ୱଲପୁରସ୍ଥିତ ନିଜ ଝିଅ ଘରେ ଥିଲେ। ତେବେ ସେଠି ତାଙ୍କର ପରଲୋକ ହୋଇଯାଇଛି।

୧୯୮୫ ମସିହାରେ ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବୀରମହାରାଜପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରୀମଣ୍ଡଳରେ ସେ କିଛି ମାସ ପାଇଁ କୃଷି ଓ ସମବାୟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। 

ସେ ୧୯୯୦ ମସିହାରେ ସୋନପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ଏବଂ ୨୦୧୪ ମସିହାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ସେ ଏବେ ବୀରମହାରାଜପୁର ଓକିଲ ସଂଘର ସଭାପତି ଥିଲେ। ଏହା ପୂର୍ବରୁ ସେ ୫ ଥର ବୀରମହାରାଜପୁର ଓକିଲ ସଂଘର ସଭାପତି ରହିଥିଲେ। 

ତାଙ୍କ ବିୟୋଗରେ ବୀରମହାରାଜପୁରରେ ଶୋକର ଛାୟା ଖେଳି ଯାଇଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ବ୍ୟକ୍ତି ବିଶେଷ ଶୋକବାର୍ତା ଦେଇଛନ୍ତି।

The post ଆରପାରିରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ appeared first on Odisha Reporter.

]]>
Congress, Odisha News, right bottom 2021-05-18 17:23:15 https://cdn.odishareporter.in/wp-content/uploads/2021/05/18132120/congress-2.jpg
ବାପାମା’ଙ୍କ ଆଗରେ ପୁଅ ଜୀବନ୍ତ ଦଗ୍ଧ https://odishareporter.in/odisha/minor-boy-burnt-alive-at-home-in-binika-638420 Sun, 25 Apr 2021 02:23:08 +0000 https://odishareporter.in/?p=638420

ବିନିକା (ଦିଲୀପ ସାହୁ): ଗ୍ୟାସ୍‌ ଲିକ୍‌ ହୋଇ ଘଟିଲା ଅଗ୍ନିକାଣ୍ଡ ଓ ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ନାବାଳକ। ଏହି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁରେ। ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ। ତାଙ୍କୁ ୧୦ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ବାବୁସାନଙ୍କ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍‌ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ […]

The post ବାପାମା’ଙ୍କ ଆଗରେ ପୁଅ ଜୀବନ୍ତ ଦଗ୍ଧ appeared first on Odisha Reporter.

]]>

ବିନିକା (ଦିଲୀପ ସାହୁ): ଗ୍ୟାସ୍‌ ଲିକ୍‌ ହୋଇ ଘଟିଲା ଅଗ୍ନିକାଣ୍ଡ ଓ ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ନାବାଳକ। ଏହି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁରେ।

ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ। ତାଙ୍କୁ ୧୦ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ବାବୁସାନଙ୍କ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍‌ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ହଠାତ୍ ନିଆଁ ଲାଗି ଯାଇଥିଲା ଓ ସଙ୍ଗେ ସଙ୍ଗେ ପୂରା ଘରକୁ ନିଜ କବଳକୁ ନେଇ ଯାଇଥିଲା।

ନିଆଁ ଏତେ ଜୋରରେ ବ୍ୟାପୀ ଯାଇଥିଲା ଯେ ଟିକେଲାଲ ଓ ତାଙ୍କ ପତ୍ନୀ ବାବୁସାନଙ୍କୁ ବଞ୍ଚାଇ ପାରି ନଥିଲେ। ବାବୁସାନ ସେତେବେଳେ ଶୋଇଥିଲେ। ଟିକେଲାଲ ଓ ତାଙ୍କ ପତ୍ନୀ କୌଣସି ମତେ ଘର ବାହାରକୁ ଚାଲି ଆସିଥିଲେ ଓ ବଞ୍ଚି ଯାଇଥିଲେ।
ଘଟଣା ସଂପର୍କରେ ଖବର ପାଇ ବିନିକା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଘରଟି ପୋଡ଼ି ପାଉଁଶ ହୋଇସାରିଥିଲା। ତା’ ସହିତ ବାବୁସାନ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ବାବୁସାନଙ୍କୁ ପରିବାର ଲୋକେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ପରିବାର ଲୋକେ ଓ ଗ୍ରାମବାସୀ ବାବୁସାନଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ମଶାଣିକୁ ନେଇଥିଲେ। କିନ୍ତୁ ବିନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

The post ବାପାମା’ଙ୍କ ଆଗରେ ପୁଅ ଜୀବନ୍ତ ଦଗ୍ଧ appeared first on Odisha Reporter.

]]>
right bottom 2021-04-25 09:56:10 https://cdn.odishareporter.in/wp-content/uploads/2021/04/25074952/burnt1.jpg
ବେକ କଟିବା ସତ୍ତ୍ୱେ ସାହସ ଦେଖାଇଲେ ଛାତ୍ରୀ, ଦୌଡ଼ି ପଳାଇଲେ ଯୁବକ https://odishareporter.in/odisha/college-girl-attacked-in-binika-634883 Mon, 12 Apr 2021 05:48:08 +0000 https://odishareporter.in/?p=634883

ବିନିକା (ଦିଲ୍ଲୀପ ସାହୁ): ଦା’ରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କଲା ଅଜଣା ଯୁବକ। ଫଳରେ ଛାତ୍ରୀଙ୍କ ବେକରେ ଗଭୀର କ୍ଷତ ହୋଇଥିବା ବେଳେ ହାତର ୪ଟି ଆଙ୍ଗୁଠି କଟି ଯାଇଛି। ଏପରି ଅଭିଯୋଗ ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି। ଛାତ୍ରୀଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। ଗତ ଶନିବାର ରାମପୁର ମହିଳାର କଲେଜର ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଘରକୁ […]

The post ବେକ କଟିବା ସତ୍ତ୍ୱେ ସାହସ ଦେଖାଇଲେ ଛାତ୍ରୀ, ଦୌଡ଼ି ପଳାଇଲେ ଯୁବକ appeared first on Odisha Reporter.

]]>

ବିନିକା (ଦିଲ୍ଲୀପ ସାହୁ): ଦା’ରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କଲା ଅଜଣା ଯୁବକ। ଫଳରେ ଛାତ୍ରୀଙ୍କ ବେକରେ ଗଭୀର କ୍ଷତ ହୋଇଥିବା ବେଳେ ହାତର ୪ଟି ଆଙ୍ଗୁଠି କଟି ଯାଇଛି। ଏପରି ଅଭିଯୋଗ ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି। ଛାତ୍ରୀଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। ଗତ ଶନିବାର ରାମପୁର ମହିଳାର କଲେଜର ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଘରକୁ ସାଇକେଲ୍‌ରେ ଫେରୁଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ରାସ୍ତାରେ ଏକୁଟିଆ ପାଇ ଟଣାଓଟରା କରିଥିଲା। ଛାତ୍ରୀ ଜଣକ ବିରୋଧ କରିବାରୁ ଧାନ କଟା ଦା’ରେ ତାଙ୍କ ବେକରେ ଚୋଟ ପକାଇଥିଲା। ପରେ ଆଉ ଥରେ ହାଣିବାକୁ ଉଦ୍ୟମ କଲା ବେଳେ ଛାତ୍ରୀ ଜଣକ ହାତରେ ଦା’ ଧରି ପକାଇଥିଲେ। ଫଳରେ ତାଙ୍କ ହାତର ୪ଟି ଆଙ୍ଗୁଠି କଟି ଯାଇଛି।

ଆକ୍ରମଣ ପରେ ଯୁବକ ଜଣକ ଫେରାର ହୋଇଯାଇଥିଲା। ଛାତ୍ରୀ ରକ୍ତ ଜୁଡୁବୁଡୁ ହୋଇ ଆସୁଥିବା ଦେଖି ଟାଙ୍ଗରକାର୍ଲେ ଗାଁ ଲୋକେ ତାକୁ ଉଦ୍ଧାର କରି ପ୍ରଥମେ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ I ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ମେଡିକାଲ୍‌ରେ ପହଞ୍ଚିଥିଲେ। ସେତେବେଳକୁ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣ କରିଥିବା ଯୁବକ ଜଣଙ୍କ ପରିଚୟ ଜଣାପଡ଼ି ନାହିଁ। ଛାତ୍ରୀଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ ପୁଲିସ।

The post ବେକ କଟିବା ସତ୍ତ୍ୱେ ସାହସ ଦେଖାଇଲେ ଛାତ୍ରୀ, ଦୌଡ଼ି ପଳାଇଲେ ଯୁବକ appeared first on Odisha Reporter.

]]>
Odisha News, right top 2021-04-12 13:36:00 https://cdn.odishareporter.in/wp-content/uploads/2021/04/12110905/foor.jpg
ଓଲଟି ପଡ଼ିଲା ମିନି ଟ୍ରକ୍, ୨୦ ଆହତ https://odishareporter.in/odisha/subarnapur/mini-truck-overturned-in-subarnpur-district-dunguripali-20-injured-633952 Thu, 08 Apr 2021 13:30:40 +0000 https://odishareporter.in/?p=633952

ବିନିକା (ଦିଲୀପ ସାହୁ): ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍। ଫଳରେ ୧୦ ଗୁରୁତର ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ପିପିଲିପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାନଟୀକା ଗାଁରୁ କନ୍ୟାପକ୍ଷ ଲୋକେ ଏକ ମିନି ଟ୍ରକ୍ ଯୋଗେ ଡୁଙ୍ଗୁରିପାଲି ଥାନା କୁଡାଡେ଼ରା ଗାଁକୁ ଝିଅକୁ ଛାଡ଼ିବାକୁ ଆସିଥିଲେ। ସେଠାରୁ ସାନଟୀକା ଗାଁକୁ ଫେରୁଥିବା ସମୟରେ ରାମପୁର […]

The post ଓଲଟି ପଡ଼ିଲା ମିନି ଟ୍ରକ୍, ୨୦ ଆହତ appeared first on Odisha Reporter.

]]>

ବିନିକା (ଦିଲୀପ ସାହୁ): ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍। ଫଳରେ ୧୦ ଗୁରୁତର ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ପିପିଲିପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାନଟୀକା ଗାଁରୁ କନ୍ୟାପକ୍ଷ ଲୋକେ ଏକ ମିନି ଟ୍ରକ୍ ଯୋଗେ ଡୁଙ୍ଗୁରିପାଲି ଥାନା କୁଡାଡେ଼ରା ଗାଁକୁ ଝିଅକୁ ଛାଡ଼ିବାକୁ ଆସିଥିଲେ। ସେଠାରୁ ସାନଟୀକା ଗାଁକୁ ଫେରୁଥିବା ସମୟରେ ରାମପୁର ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ପିପିଲିପାଲି ଗାଁ ନିକଟରେ ମିନି ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ମିନି ଟ୍ରକରେ ବସିଥିବା ୧୦ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇଁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ଉଭୟ ଗୁରୁତର ଏବଂ ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମିନିଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

The post ଓଲଟି ପଡ଼ିଲା ମିନି ଟ୍ରକ୍, ୨୦ ଆହତ appeared first on Odisha Reporter.

]]>
right bottom 2021-04-08 19:00:40 https://cdn.odishareporter.in/wp-content/uploads/2021/04/08185750/Accident-in-Binika.jpg
ମୋ ସ୍ତ୍ରୀ ଆଉ କାହାର ହୋଇପାରିବନି, ତେଣୁ ମୁଁ ୪ ଜଣଙ୍କ ମୁଣ୍ଡ ଉଡ଼େଇ ଦେଲି https://odishareporter.in/odisha/subarnapur/binika-triple-murder-accused-papu-sen-arrested-from-lalan-village-in-uttar-pradesh-633409 Wed, 07 Apr 2021 04:46:48 +0000 https://odishareporter.in/?p=633409

ବିନିକା(ଓଡ଼ିଶା ରିପୋର୍ଟର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟୀ ଗାଁର ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି। ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଛି। ୨୦୨୦ ଜୁଲାଇରେ ଅପରାଧ ଘଟାଇ ଫେରାର ଥିବା ଅଭିଯୁକ୍ତ ପପୁ ସେନଙ୍କୁ ଗତ ୨ ତାରିଖରେ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୋଟ […]

The post ମୋ ସ୍ତ୍ରୀ ଆଉ କାହାର ହୋଇପାରିବନି, ତେଣୁ ମୁଁ ୪ ଜଣଙ୍କ ମୁଣ୍ଡ ଉଡ଼େଇ ଦେଲି appeared first on Odisha Reporter.

]]>

ବିନିକା(ଓଡ଼ିଶା ରିପୋର୍ଟର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟୀ ଗାଁର ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି। ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଛି। ୨୦୨୦ ଜୁଲାଇରେ ଅପରାଧ ଘଟାଇ ଫେରାର ଥିବା ଅଭିଯୁକ୍ତ ପପୁ ସେନଙ୍କୁ ଗତ ୨ ତାରିଖରେ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୋଟ ୪ ଜଣଙ୍କୁ ହତ୍ୟା କରିଥିବା ପପୁକୁ ଧରାଇବାକୁ ପୁଲିସ ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

ଗିରଫ ଅଭିଯୁକ୍ତ ପପୁସେନ।

ସୂଚନା ଅନୁଯାୟୀ ପପୁ ସେନଙ୍କ ଘର ହେଉଛି ଉତ୍ତରପ୍ରଦେଶର ଲଲନ୍‌ଜୁ ଗାଁର। ସେ ବିନିକା ଥାନା ସିଲାଟୀ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ପପୁ ସେନ ସ୍ତ୍ରୀକୁ ନେଇ ଉତ୍ତରପ୍ରେଦଶ ପଳାଇ ଯାଇଥିଲେ। ସେଠାରେ ପପୁଙ୍କର ୪ଟି ପୁଅ ମଧ୍ୟ ହୋଇଥିଲା। ହେଲେ ପପୁଙ୍କର ସ୍ତ୍ରୀଙ୍କ ସହ ସେଠାରେ ରାହୁଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା। ପରେ ରାହୁଲଙ୍କ ସହ  ପପୁଙ୍କର ସ୍ତ୍ରୀ ଫେରାର ହୋଇ ଯାଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରଥମେ ପପୁ ରାହୁଲଙ୍କ ବାପାଙ୍କୁ ୧୬/୦୭/୨୦୨୦ରେ ହତ୍ୟା କରିଥିଲା।

ପରେ ଏକ ଜିପ୍‌ରେ ୨୨/୦୭/୨୦୨୦ରେ ସିଲାଟି ଗାଁକୁ ଆସି ନିଜ ଶାଶୁ, ଶ୍ୱଶୁର ଏବଂ ଶଳାକୁ କୁରାଢ଼ିରେ ହାଣି ଅତି ବୀଭତ୍ସଭାବେ ହତ୍ୟା କରିଥିଲା।ଅଭିଯୁକ୍ତ ପପୁଙ୍କ କହିବା ଅନୁଯାୟୀ ବାପଘର ଲୋକଙ୍କ କଥାରେ ପଡ଼ି ତାଙ୍କ ସ୍ତ୍ରୀ ତାଙ୍କୁ ପ୍ରଥମେ ଛାଡ଼ପତ୍ର ଦେଇଥିଲା। ଆଉ ପରକୀୟା ସମ୍ପର୍କ ଥିବା ରାହୁଲଙ୍କ ସହ ଫେରାର ହୋଇ ଯାଇଥିଲା। ତେଣୁ ଏହି ରାଗରେ ସେ ଶୂଶୁରଘର ଲୋକଙ୍କୁ ହତ୍ୟା କରିଥିଲା। ତେବେ ସେଠାକାର ଉତ୍ତରପ୍ରଦେଶ ପୁଲିସ ଅଭିଯୁକ୍ତଙ୍କୁ ଧରାଇ ଦେବାକୁ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତେବେ ଗତ ଏପ୍ରିଲ ୨ ତାରିଖରେ ପପୁ ତାଙ୍କ ପତ୍ନୀଙ୍କ ପ୍ରେମିକ ରାହୁଲଙ୍କୁ ମର୍ଡ଼ର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ତାଙ୍କୁ  ଗିରଫ କରିଥିବା ଜଣାପଡ଼ିଛି। ଏନେଇ ଉତ୍ତରପ୍ରଦେଶର ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

The post ମୋ ସ୍ତ୍ରୀ ଆଉ କାହାର ହୋଇପାରିବନି, ତେଣୁ ମୁଁ ୪ ଜଣଙ୍କ ମୁଣ୍ଡ ଉଡ଼େଇ ଦେଲି appeared first on Odisha Reporter.

]]>
centre top, murder 2021-04-08 12:45:22 https://cdn.odishareporter.in/wp-content/uploads/2021/04/07100737/6bn-1.jpg
ଦୁଃଖ ଦେଲା ହୋଲି, ନଦୀରେ ବୁଡ଼ିଗଲେ ବିଡିଓଙ୍କ ପୁଅ https://odishareporter.in/odisha/subarnapur/minor-boy-drown-while-bathing-in-mahanadi-river1-631216 Mon, 29 Mar 2021 10:24:38 +0000 https://odishareporter.in/?p=631216

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଖୁସିର ପର୍ବ ହୋଲି। ଆଉ ଏହି ହୋଲିରେ କାଳ ହେଲା ଗାଧୁଆ। ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁରର ସହରରେ। ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଡିଓ ଯୁଧିଷ୍ଟିର ମେହେରଙ୍କର ଏକମାତ୍ର ପୁଅ ହେଉଛନ୍ତି ସୁମିତ୍। ଯାହାର ବୟସ ୧୬ ବର୍ଷ ହେବ। ସୁମିତ୍ ଆଜି ହୋଲି ଖେଳିସାରିବା ପରେ ନିଜ ସାଙ୍ଗମାନଙ୍କ ସହ ଗାଧୋଇବାକୁ ମହାନଦୀ ସେତୁ ଘାଟକୁ ଯାଇଥିଲେ। ନଦୀରେ ଗାଧୋଉଥିବା […]

The post ଦୁଃଖ ଦେଲା ହୋଲି, ନଦୀରେ ବୁଡ଼ିଗଲେ ବିଡିଓଙ୍କ ପୁଅ appeared first on Odisha Reporter.

]]>

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଖୁସିର ପର୍ବ ହୋଲି। ଆଉ ଏହି ହୋଲିରେ କାଳ ହେଲା ଗାଧୁଆ। ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁରର ସହରରେ। ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଡିଓ ଯୁଧିଷ୍ଟିର ମେହେରଙ୍କର ଏକମାତ୍ର ପୁଅ ହେଉଛନ୍ତି ସୁମିତ୍। ଯାହାର ବୟସ ୧୬ ବର୍ଷ ହେବ।

ସୁମିତ୍ ଆଜି ହୋଲି ଖେଳିସାରିବା ପରେ ନିଜ ସାଙ୍ଗମାନଙ୍କ ସହ ଗାଧୋଇବାକୁ ମହାନଦୀ ସେତୁ ଘାଟକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ହଠାତ୍ ପାଣି ସୁଅରେ ଭାସିଯାଇଥିଲେ ସୁମିତ୍।

ଖବର ପାଇ ସ୍ଥାନୀୟ ଲୋକେ ସୁମିତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁମିତଙ୍କ ମୃତ୍ୟୁ ଖବର ପାଇବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

The post ଦୁଃଖ ଦେଲା ହୋଲି, ନଦୀରେ ବୁଡ଼ିଗଲେ ବିଡିଓଙ୍କ ପୁଅ appeared first on Odisha Reporter.

]]>
centre bottom 2021-03-29 16:04:20 https://cdn.odishareporter.in/wp-content/uploads/2021/03/29155244/drowning.jpg
କଲେଜ୍ ପରେ ଏବେ ସ୍କୁଲରେ ପଶିଲା କରୋନା https://odishareporter.in/odisha/subarnapur/6-person-of-a-high-school-tested-covid-19-positive-630813 Sat, 27 Mar 2021 12:47:58 +0000 https://odishareporter.in/?p=630813

ବିନିକା (ଦିଲ୍ଲୀପ କୁମାର ସାହୁ): କରୋନାର ୟୁଟର୍ଣ୍ଣ ପୁଣିଥରେ ଲୋକଙ୍କୁ ଭୟଭୀତ କରିଛି। କିଛି ଦିନ ଧରି ରାଜ୍ୟର ବିଭିନ୍ନ କଲେଜରେ କରୋନା କାୟା ମେଲାଇ ଥିବା ଏବେ ସ୍କୁଲରେ ପହଞ୍ଚିଲାଣି ଏହି ମହାମାରୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଛାତ୍ର ଓ ୨ ଜଣ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖବର ପାଇବା ପରେ ଆଜି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ […]

The post କଲେଜ୍ ପରେ ଏବେ ସ୍କୁଲରେ ପଶିଲା କରୋନା appeared first on Odisha Reporter.

]]>

ବିନିକା (ଦିଲ୍ଲୀପ କୁମାର ସାହୁ): କରୋନାର ୟୁଟର୍ଣ୍ଣ ପୁଣିଥରେ ଲୋକଙ୍କୁ ଭୟଭୀତ କରିଛି। କିଛି ଦିନ ଧରି ରାଜ୍ୟର ବିଭିନ୍ନ କଲେଜରେ କରୋନା କାୟା ମେଲାଇ ଥିବା ଏବେ ସ୍କୁଲରେ ପହଞ୍ଚିଲାଣି ଏହି ମହାମାରୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଛାତ୍ର ଓ ୨ ଜଣ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଖବର ପାଇବା ପରେ ଆଜି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ ବଙ୍କଳ ହାଇସ୍କୁଲକୁ ପହଞ୍ଚିଥିଲେ। ଯାହା ପରେ ସେଠାରେ ୨୦ ଜଣଙ୍କର ଆରଟିପିସିଆର ଏବଂ ୧୩ ଜଣଙ୍କର ଆଟିଂଜେନ୍ ଟେଷ୍ଟ କରାଯାଇଛି।

ସେହିପରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ୧୫ ଜଣଙ୍କର ଆରଟିପିସିଆର ଏବଂ ୩ ଜଣଙ୍କର ଆଟିଂଜେନ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ମୋଟ ୫୧ ଜଣଙ୍କ ସାମ୍ପଲ୍ ଟେଷ୍ଟ କରାଯାଇଥିଲା। ଯେଉଁଥିରୁ ବାଳକ ହାଇସ୍କୁଲର ୪ ଜଣ ଛାତ୍ରକଂ ସହ ୨ ଜଣ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର କହିଛନ୍ତି।

ଏହା ପୂର୍ବରୁ ଆଜି ଝାରସୁଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ୨୧ଜଣଙ୍କ ମଧ୍ୟରେ ୮ ଜଣ ଛାତ୍ର ରହିଥିବା ବେଳେ ୧୩ଜଣ ଶିକ୍ଷକ ଓ କର୍ମଚାରୀ ସାମିଲ ଅଛନ୍ତି।

The post କଲେଜ୍ ପରେ ଏବେ ସ୍କୁଲରେ ପଶିଲା କରୋନା appeared first on Odisha Reporter.

]]>
centre bottom 2021-03-27 18:17:58 https://cdn.odishareporter.in/wp-content/uploads/2021/03/27181534/school-2.jpg
ବରଯାତ୍ରୀ ପାର୍ଟିଙ୍କୁ ନେଇ ଫେରୁଥିଲା ବୋଲେରୋ, ପିଟିଦେଲା ଟ୍ରକ୍‌ https://odishareporter.in/odisha/truck-bolero-accident-in-sonapur-630362 Fri, 26 Mar 2021 02:24:54 +0000 https://odishareporter.in/?p=630362

ସୋନପୁର (ରବୀନ୍ଦ୍ର କୁମାର ହୋତା): ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କି ନିକଟରେ ଆଜି ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁର ଏକ ବରଯାତ୍ରୀ ପାର୍ଟିର କିଛି […]

The post ବରଯାତ୍ରୀ ପାର୍ଟିଙ୍କୁ ନେଇ ଫେରୁଥିଲା ବୋଲେରୋ, ପିଟିଦେଲା ଟ୍ରକ୍‌ appeared first on Odisha Reporter.

]]>

ସୋନପୁର (ରବୀନ୍ଦ୍ର କୁମାର ହୋତା): ବଲାଙ୍ଗିର-ସୋନପୁର ରାସ୍ତାର ବଡ଼ଝିଙ୍କି ନିକଟରେ ଆଜି ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁର ଏକ ବରଯାତ୍ରୀ ପାର୍ଟିର କିଛି ଲୋକ ବୋଲେରୋ ଯୋଗେ ପାଟଣାଗଡ଼ ଯାଇଥିଲେ। ବାହାଘର ସାରି ସେମାନେ ବିଳମ୍ବିତ ରାତିରେ ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଭୋର ସମୟରେ ବଡ଼ଝିଙ୍କିଠାରେ ଏକ ଚାଉଳ ବୋଝେଇ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରମାନଙ୍କୁ ମେଡିକାଲ ସ୍ଥାନାନ୍ତର କରିଛି।

ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ବରଯାତ୍ରୀ ପାର୍ଟିଙ୍କୁ ନେଇ ଫେରୁଥିଲା ବୋଲେରୋ, ପିଟିଦେଲା ଟ୍ରକ୍‌ appeared first on Odisha Reporter.

]]>
accident, right bottom, roadaccident 2021-03-26 17:35:32 https://cdn.odishareporter.in/wp-content/uploads/2021/03/26075152/sonapur.jpg
ମାନିଲେନି କରୋନା କଟକଣା, ପେଟ୍ରୋଲ ପମ୍ପ ସିଲ କଲା ପ୍ରଶାସନ https://odishareporter.in/odisha/subarnapur/administration-seals-petrol-pump-in-subarnapur-630041 Thu, 25 Mar 2021 05:33:19 +0000 https://odishareporter.in/?p=630041

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ନମାନିବା ମହଙ୍ଗା ପଡିଲା। ସୁବର୍ଣ୍ଣପୁରର ଏକ ପେଟ୍ରୋଲ ପମ୍ପକୁ ସିଲ କରିବା ସହ ଫାଇନ ଆଦାୟ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ କରୋନା ନିୟମ ଉଲଂଘନ ଲାଗି ସିଲ କରାଯାଇଛି । ପେଟ୍ରୋଲ ପମ୍ପ ଚାରିପଟେ ବାଉଁଶ ବାରିକେଡ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପୂର୍ବରୁ ଗତକାଲି ଅମାନିଆ ୩ ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଏକ ପେଟ୍ରୋଲ ପମ୍ପକୁ […]

The post ମାନିଲେନି କରୋନା କଟକଣା, ପେଟ୍ରୋଲ ପମ୍ପ ସିଲ କଲା ପ୍ରଶାସନ appeared first on Odisha Reporter.

]]>

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ନମାନିବା ମହଙ୍ଗା ପଡିଲା। ସୁବର୍ଣ୍ଣପୁରର ଏକ ପେଟ୍ରୋଲ ପମ୍ପକୁ ସିଲ କରିବା ସହ ଫାଇନ ଆଦାୟ କରିଛି ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ କରୋନା ନିୟମ ଉଲଂଘନ ଲାଗି ସିଲ କରାଯାଇଛି । ପେଟ୍ରୋଲ ପମ୍ପ ଚାରିପଟେ ବାଉଁଶ ବାରିକେଡ କରାଯାଇଛି ।

ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପୂର୍ବରୁ ଗତକାଲି ଅମାନିଆ ୩ ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଏକ ପେଟ୍ରୋଲ ପମ୍ପକୁ ୫୦ ହଜାର ଟଙ୍କା ଜରିମନା କରିଥିଲା ଜିଲ୍ଲାପ୍ରଶାସନ। ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସାମାଜିକ ଦୂରତା ସମେତ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ।

The post ମାନିଲେନି କରୋନା କଟକଣା, ପେଟ୍ରୋଲ ପମ୍ପ ସିଲ କଲା ପ୍ରଶାସନ appeared first on Odisha Reporter.

]]>
right bottom 2021-03-25 12:39:23 https://cdn.odishareporter.in/wp-content/uploads/2021/03/25105911/ynm-6.jpg
ଧାର ଟଙ୍କା ମାଗିବାରୁ ଫୁଟିଲା ଗୁଳି https://odishareporter.in/odisha/firing-in-sonapur-for-money-matter-629742 Wed, 24 Mar 2021 06:42:59 +0000 https://odishareporter.in/?p=629742

ସୋନପୁର(ରବୀନ୍ଦ୍ର ହୋତା): ଧାର ଟଙ୍କା ମାଗିବାରୁ ଆରମ୍ଭ ହେଲା ଯୁକ୍ତିତର୍କ। ଶେଷରେ ଫୁଟିଲା ଗୁଳି। ଏପରି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲରେ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ । ସେ ଜଣେ ଡ୍ରାଇଭର । ସୂଚନା ଅନୁସାରେ କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭଞ୍ଜନଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଧାର ନେଇଥିଲେ  ।  ଆଜି […]

The post ଧାର ଟଙ୍କା ମାଗିବାରୁ ଫୁଟିଲା ଗୁଳି appeared first on Odisha Reporter.

]]>

ସୋନପୁର(ରବୀନ୍ଦ୍ର ହୋତା): ଧାର ଟଙ୍କା ମାଗିବାରୁ ଆରମ୍ଭ ହେଲା ଯୁକ୍ତିତର୍କ। ଶେଷରେ ଫୁଟିଲା ଗୁଳି। ଏପରି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲରେ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ । ସେ ଜଣେ ଡ୍ରାଇଭର ।

ସୂଚନା ଅନୁସାରେ କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭଞ୍ଜନଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଧାର ନେଇଥିଲେ  ।  ଆଜି ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା । ପ୍ରଭଂଜନ ଟଙ୍କା ମାଗିବାରୁ ଚକ୍ର ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଚକ୍ର ଏକ ବନ୍ଧୁକ  ବାହାର କରି ପ୍ରଭଞ୍ଜନକୁ ଗୁଳି କରିଥିବା ଜଣାପଡ଼ିଛି । ଗୁଳିଟି ପ୍ରଭଂଜନଙ୍କ ମୁଣ୍ଡକୁ ଛୁଇଁ ଦେଇ ପଳାଇ ଯାଇଛି। ତାଙ୍କୁ ସୁବଳୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କାହାକୁ ଗିରଫ କରିନି।

The post ଧାର ଟଙ୍କା ମାଗିବାରୁ ଫୁଟିଲା ଗୁଳି appeared first on Odisha Reporter.

]]>
right bottom 2021-03-24 18:42:05 https://cdn.odishareporter.in/wp-content/uploads/2021/01/20100132/firing-1.jpg
ସାତଜନ୍ମର ସାଥୀକୁ ପରକରି ଆରପାରିକୁ ଚାଲିଗଲା ନବବଧୂ https://odishareporter.in/odisha/subarnapur/the-bride-has-to-look-her-best-during-this-time-624847 Fri, 05 Mar 2021 15:23:38 +0000 https://odishareporter.in/?p=624847

ବିନିକା (ଓଡ଼ିଶା ରିପୋର୍ଟର) ବିବାହ ପରେ ନବବଧୂ ସାଜି ଶାଶୁ ଘରେ ପାଦ ରଖିବାକୁ ବାକି ଥିଲା । ଆଉ ମାତ୍ର କେଇ ଘଣ୍ଟା ହେଲେ ତା ପୂର୍ବରୁ କନ୍ୟା ବେଶରେ ହିଁ ଚାଲିଗଲା ଜୀବନ । ପାଦରେ ଅଳତା, ହାତରେ ଶଂଖା ଓ ମଥାରେ ସିନ୍ଦୂର ପିନ୍ଧିବାର କେଇ ମୁହୂର୍ତ୍ତ ପରେ ହିଁ ସାତଜନ୍ମର ସାଥୀକୁ ପରକରି ସବୁଦିନ ପାଇଁ ଚାଲିଗଲା ନବ ବିବାହିତା କନ୍ୟା । ସୁବର୍ଣ୍ଣପୁର ବିନିକା ବ୍ଲକ ଜୁଲୁଣ୍ଡାରେ ଏଭଳି ଅଭାବନୀୟ […]

The post ସାତଜନ୍ମର ସାଥୀକୁ ପରକରି ଆରପାରିକୁ ଚାଲିଗଲା ନବବଧୂ appeared first on Odisha Reporter.

]]>

ବିନିକା (ଓଡ଼ିଶା ରିପୋର୍ଟର) ବିବାହ ପରେ ନବବଧୂ ସାଜି ଶାଶୁ ଘରେ ପାଦ ରଖିବାକୁ ବାକି ଥିଲା । ଆଉ ମାତ୍ର କେଇ ଘଣ୍ଟା ହେଲେ ତା ପୂର୍ବରୁ କନ୍ୟା ବେଶରେ ହିଁ ଚାଲିଗଲା ଜୀବନ । ପାଦରେ ଅଳତା, ହାତରେ ଶଂଖା ଓ ମଥାରେ ସିନ୍ଦୂର ପିନ୍ଧିବାର କେଇ ମୁହୂର୍ତ୍ତ ପରେ ହିଁ ସାତଜନ୍ମର ସାଥୀକୁ ପରକରି ସବୁଦିନ ପାଇଁ ଚାଲିଗଲା ନବ ବିବାହିତା କନ୍ୟା । ସୁବର୍ଣ୍ଣପୁର ବିନିକା ବ୍ଲକ ଜୁଲୁଣ୍ଡାରେ ଏଭଳି ଅଭାବନୀୟ ଘଟଣାକୁ ନେଇ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

ମଥାରେ ସିନ୍ଦୁର, ହାତର ଶଂଖା ଆଉ ପାଦରେ ଅଳତା ଶୁଖିନଥିବା ବେଳେ ହଠାତ୍ ଆଖି ବୁଜିଦେଲା କନ୍ୟା । ଏପଟେ କିଛି ସମୟ ପୂର୍ବରୁ ହସଖୁସି ଓ ଆନନ୍ଦ ଉତ୍ସାହରେ ଫାଟିପଡ଼ୁଥିବା ପରିବେଶରେ ଛାଇଗଲା ଅସମ୍ଭବ ନୀରବତା । ନିର୍ବାକ ହୋଇଗଲେ ଉଭୟ କନ୍ୟା ଓ ବରପକ୍ଷ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଜୁଲୁଣ୍ଡାରେ ଆଜି ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଜୁଲୁଣ୍ଡା ଗାଁର ସ୍ୱର୍ଗତ ମୁରଲୀ ସାହୁଙ୍କ ଏକମାତ୍ର ଝିଅ ରୋଜିଙ୍କର, ବଲାଙ୍ଗିର ଜିଲ୍ଲା ତେତେଲ ଗାଁର ବିଶିକେଶନ ପଧାନ ସହ ସ୍ଥିର ହୋଇଥିଲା ବିବାହ।  ସେହି ଅନୁସାରେ ଗତକାଲି ବଲାଙ୍ଗିରରୁ ବର ଓ ବରଯାତ୍ରୀ ଦଳ ଆସିବା ପରେ ଧୂମଧାମରେ ଭୋଜିଭାତ ଓ ବିବାହ ଉତ୍ସବ ଶେଷ ହୋଇଥିଲା । ତେବେ ଆଜି ସକାଳୁ  କନ୍ୟା ଶାଶୁଘରକୁ ଯିବା ପୂର୍ବରୁ ହଠାତ୍ ଅଚେତ ହୋଇ ପଡ଼ିଥିଲା । ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ଆଖି ବୁଜି ସାରିଥିଲା ରୋଜି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୁରା ଅଞ୍ଚଳରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । କୁହାଯାଉଛି ଶାଶୁଘରକୁ ଯିବା ପୂର୍ବରୁ ଅତ୍ୟଧିକ କାନ୍ଦି ମୂର୍ଛା ଯିବା ପରେ ହୃଦଘାତରୁ କନ୍ୟାର ଏଭଳି ଅକାଳ ମୃତ୍ୟୁ ହୋଇଛି। ଆଜିକୁ ଦେଢ଼ବର୍ଷ ତଳେ ମୃତ କନ୍ୟାଙ୍କ ବାପା ମୁରଲୀ ସାହୁଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିଲା।

The post ସାତଜନ୍ମର ସାଥୀକୁ ପରକରି ଆରପାରିକୁ ଚାଲିଗଲା ନବବଧୂ appeared first on Odisha Reporter.

]]>
2021-03-05 20:53:38 https://cdn.odishareporter.in/wp-content/uploads/2021/03/05205244/6bnm.jpg
ଥାନାରେ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ https://odishareporter.in/odisha/suicide-attempt-by-contractor-622783 Fri, 26 Feb 2021 06:53:58 +0000 https://odishareporter.in/?p=622783

ବିନିକା(ଦିଲ୍ଲୀପ ସାହୁ):  ଦଶ ବର୍ଷ ତଳେ ୫ ଲକ୍ଷର ଠିକା କାମ କରିଥିବା ବେଳେ ଏଯାଏ ମିଳିନି ୮୭ ହଜାର ଟଙ୍କା। ଧରାଛୁଆଁ ଦେଉ ନ ଥିଲେ ବିଭାଗୀୟ ଯନ୍ତ୍ରୀ। ଆଜି ଉଭୟ ପକ୍ଷ ଆଲୋଚନା ନିମନ୍ତେ ଥାନାକୁ ଯାଇଥିବା ବେଳେ ସେଠାରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଯୁବ ଠିକାଦାର। ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରିନେବା ଫଳରେ ଏକ ବହୁତ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି। ଏପରି […]

The post ଥାନାରେ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ appeared first on Odisha Reporter.

]]>

ବିନିକା(ଦିଲ୍ଲୀପ ସାହୁ):  ଦଶ ବର୍ଷ ତଳେ ୫ ଲକ୍ଷର ଠିକା କାମ କରିଥିବା ବେଳେ ଏଯାଏ ମିଳିନି ୮୭ ହଜାର ଟଙ୍କା। ଧରାଛୁଆଁ ଦେଉ ନ ଥିଲେ ବିଭାଗୀୟ ଯନ୍ତ୍ରୀ। ଆଜି ଉଭୟ ପକ୍ଷ ଆଲୋଚନା ନିମନ୍ତେ ଥାନାକୁ ଯାଇଥିବା ବେଳେ ସେଠାରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ଯୁବ ଠିକାଦାର। ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରିନେବା ଫଳରେ ଏକ ବହୁତ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି। ଏପରି ଘଟଣା ଆଜି  ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଘଟିଛି।

ସୂଚନା ଅନୁଯାୟୀ, ଦୀର୍ଘ ଦଶ ବର୍ଷ ତଳେ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କାର ଡିପାର୍ଟମେଣ୍ଟାଲ କାମ ହୋଇଥିଲା । ସେତେବେଳେ ଉଲୁଣ୍ଡା ବ୍ଲକର ଜେଇ ବିଜୟ ମୂର୍ତ୍ତି ଏଇ ଡିପାର୍ଟମେଣ୍ଟାଲ କାମର ଦାୟିତ୍ୱରେ ଥିଲେ I ଏବେ ମୂର୍ତ୍ତି ବିନିକା ବ୍ଲକ କାର୍ଯ୍ୟାଳୟରେ ଜେଇ ଅଛନ୍ତି I ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ ୮୭ ହଜାର ଟଙ୍କା ପାଇପାରି ନ ଥିବା ଅଭିଯୋଗ କରିଛନ୍ତି।

ଗତ ୧୮ ତାରିଖରେ ଜେଇ ମୂର୍ତ୍ତି ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଉଭୟଙ୍କୁ ବିନିକା ଥାନା ଅଧିକାରୀ ଡାକିଥିଲେ । ବାକି ଟଙ୍କା ପାଇ ନ ଥିବାରୁ  ଆଜି ଥାନା ଅଧିକାରୀ ଏବଂ ଜେଇଙ୍କ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ତ୍ରିଲୋଚନ । ହେଲେ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରିନେଇଥିଲେ।

The post ଥାନାରେ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ appeared first on Odisha Reporter.

]]>
right bottom 2021-02-26 12:23:58 https://cdn.odishareporter.in/wp-content/uploads/2021/02/26122230/abc.jpg
ଜମି ପାଇଁ ଦାଦା-ପୁତୁରା ମୁହାଁମୁହିଁ https://odishareporter.in/odisha/2-serious-in-attack-for-land-disput-615564 Sat, 30 Jan 2021 03:53:20 +0000 https://odishareporter.in/?p=615564

ବିନିକା(ଦିଲୀପ ସାହୁ) : ଜମିଜମା ବିବାଦର ଉଗ୍ର ରୂପ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଶୁଖା ଗାଁରେ। ଦୀର୍ଘ ଦିନ ହେବ ଲାଗି ରହିଥିବା ଜମି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ମୁହାଁମୁହିଁ ହୋଇଥିଲେ କାକା-ପୁତୁରେ। ଉତ୍ତ୍ୟକ୍ତ ପୁତୁରା ଆକ୍ରମଣରେ ଦାଦା ଓ ଜଣେ ଭାଇ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରଦ୍ୱୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

The post ଜମି ପାଇଁ ଦାଦା-ପୁତୁରା ମୁହାଁମୁହିଁ appeared first on Odisha Reporter.

]]>

ବିନିକା(ଦିଲୀପ ସାହୁ) : ଜମିଜମା ବିବାଦର ଉଗ୍ର ରୂପ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଶୁଖା ଗାଁରେ। ଦୀର୍ଘ ଦିନ ହେବ ଲାଗି ରହିଥିବା ଜମି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ମୁହାଁମୁହିଁ ହୋଇଥିଲେ କାକା-ପୁତୁରେ। ଉତ୍ତ୍ୟକ୍ତ ପୁତୁରା ଆକ୍ରମଣରେ ଦାଦା ଓ ଜଣେ ଭାଇ ଗୁରୁତର ହୋଇଥିବା ଜଣାଯାଇଛି।

ଗୁରୁତରଦ୍ୱୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

The post ଜମି ପାଇଁ ଦାଦା-ପୁତୁରା ମୁହାଁମୁହିଁ appeared first on Odisha Reporter.

]]>
right bottom 2021-01-30 09:23:20 https://cdn.odishareporter.in/wp-content/uploads/2020/09/07134311/Knife-attack.jpg
ଭବ୍ୟ ମନ୍ଦିରରେ ପୂଜା ପାଇବେ ମା’ ବିନିକେଇ https://odishareporter.in/odisha/maa-binikei-temple-work-in-progress-613797 Fri, 22 Jan 2021 05:43:41 +0000 https://odishareporter.in/?p=613797

ବିନିକା(ଦିଲୀପ କୁମାର ସାହୁ): ବିନିକା ସହରର ଆରାଧ୍ୟ ଦେବୀ ମା’ ବିନିକେଇ। କାହିଁ କେଉଁ କୂଳରୁ ବିନିକାପଡ଼ାରେ ଏକ ଅଶ୍ୱସ୍ତ ଗଛ ମୂଳେ  ପୂଜା ପାଉଥିଲେ ମା’ । କିନ୍ତୁ ଥରେ ନଦୀରେ ପାଣି ଆସିବାରୁ ମା’ ଭାସି ଭାସି ଆଠମଲ୍ଲିକ କୂଳରେ ଲାଗିଥିଲେ। ସେବେଠୁ ସେଠାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।  ନିଜ ଆରାଧ୍ୟ ଦେବୀଙ୍କ ଦର୍ଶନ ପାଇଁ ବିନିକାବାସୀ ସୁଦୂର ଆଠମଲ୍ଲିକ ଯାଉଥିବା ବେଳେ ନିଜ ଅଞ୍ଚଳରେ ମା’ଙ୍କ ଏକ ମନ୍ଦିର ନିର୍ମାଣ ନିମନ୍ତେ ଦାବି […]

The post ଭବ୍ୟ ମନ୍ଦିରରେ ପୂଜା ପାଇବେ ମା’ ବିନିକେଇ appeared first on Odisha Reporter.

]]>

ବିନିକା(ଦିଲୀପ କୁମାର ସାହୁ): ବିନିକା ସହରର ଆରାଧ୍ୟ ଦେବୀ ମା’ ବିନିକେଇ। କାହିଁ କେଉଁ କୂଳରୁ ବିନିକାପଡ଼ାରେ ଏକ ଅଶ୍ୱସ୍ତ ଗଛ ମୂଳେ  ପୂଜା ପାଉଥିଲେ ମା’ । କିନ୍ତୁ ଥରେ ନଦୀରେ ପାଣି ଆସିବାରୁ ମା’ ଭାସି ଭାସି ଆଠମଲ୍ଲିକ କୂଳରେ ଲାଗିଥିଲେ। ସେବେଠୁ ସେଠାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।  ନିଜ ଆରାଧ୍ୟ ଦେବୀଙ୍କ ଦର୍ଶନ ପାଇଁ ବିନିକାବାସୀ ସୁଦୂର ଆଠମଲ୍ଲିକ ଯାଉଥିବା ବେଳେ ନିଜ ଅଞ୍ଚଳରେ ମା’ଙ୍କ ଏକ ମନ୍ଦିର ନିର୍ମାଣ ନିମନ୍ତେ ଦାବି କରି ଆସୁଥିଲେ। ଦୀର୍ଘ ବର୍ଷ ପରେ ବିନିକାବାସୀଙ୍କ ଏହି ଦାବି ବାସ୍ତବରେ ପରିଣତ ହେବାକୁ ଯାଉଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନିକଟରେ ଥିବା ପାହାଡ ଉପରେ ପୂଜା ପାଇବେ ମା’ ବିନକେଇ। ତିଆରି ହେବ ଭବ୍ୟ ମନ୍ଦିର। ଏଥିନିମନ୍ତେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ମନ୍ଦିର ଶେଷ ହେବା ପରେ ଆଠମଲ୍ଲିକରେ ପୂଜା ପାଉଥିବା ମା’ ବିନିକେଇଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହେବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।

ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ପରିବେଶ ଏବଂ ବଣ ଜଙ୍ଗଲ ଘେରା ପାହାଡ ଉପରେ ୪ ଦଶନ୍ଧି ଧରି ମା’ଙ୍କ ମନ୍ଦିର ତିଆରି କରିବା ପାଇଁ ସହରବାସୀ ବହୁ ଚେଷ୍ଟା କରୁଥିଲେ। ହେଲେ ମନ୍ଦିର ତିଆରି ହୋଇପାରୁ ନଥିଲା। କିନ୍ତୁ ୪ ଦଶନ୍ଧି ପରେ ଆଜି ମନ୍ଦିରର ରାସ୍ତାକାମ ଆରମ୍ଭ ହୋଇଛି। ଏଥିନିମନ୍ତେ ସହରବାସୀ ତଥା ବିନିକା ଅଞ୍ଚଳବାସୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ମା’ ଏଇ ମନ୍ଦିରକୁ ଏକ ପର୍ଯ୍ୟଟନ ସ୍ଥଳୀ କିପରି ଭାବେ କରାଯିବ ସେନେଇ ଚେଷ୍ଟା କରାଯିବ ବୋଲି ବିନିକା ବ୍ଲକ ଅଧ୍ୟକ୍ଷ କହିଛନ୍ତି।

The post ଭବ୍ୟ ମନ୍ଦିରରେ ପୂଜା ପାଇବେ ମା’ ବିନିକେଇ appeared first on Odisha Reporter.

]]>
right bottom 2021-01-22 11:16:26 https://cdn.odishareporter.in/wp-content/uploads/2021/01/22111307/TH.jpg
ଘରେ ନିଆଁ ଲଗାଇଥିଲା ସମ୍ପତ୍ତି ଲୋଭି ମାମୁ , ଆଖି ବୁଜିଲା ଭାଣିଜୀ https://odishareporter.in/odisha/a-minor-girl-dead-after-fighting-for-8-days-612914 Tue, 19 Jan 2021 06:29:03 +0000 https://odishareporter.in/?p=612914

ଝାରସୁଗୁଡ଼ା(ଭାଗିରଥୀ ସାହୁ): ମନ ଖୁସିରେ ମାମୁ ଘରକୁ ବୁଲି ଆସିଥିଲା କୁନି ଭାଣିଜୀ। ହେଲେ ଜାଣି ନ ଥିଲା ମୃତ୍ୟୁ ତାକୁ ଅପେକ୍ଷା କରିଛି। ସମ୍ପତ୍ତି ଲୋଭି ମାମୁ ଘରେ ନିଆଁ ଲଗାଇ ଦେବାରୁ ପୋଡ଼ି ଗୁରୁତର ହୋଇଥିବା ଭାଣିଜୀ ୮ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି। ଏହି ଅଗ୍ନିକାଣ୍ଡରେ ମୃତ ନାବାଳିକାଙ୍କ ମା’ ଅନ୍ୟ ଜଣେ ମାମୁ ଓ ଆଇ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏପରି […]

The post ଘରେ ନିଆଁ ଲଗାଇଥିଲା ସମ୍ପତ୍ତି ଲୋଭି ମାମୁ , ଆଖି ବୁଜିଲା ଭାଣିଜୀ appeared first on Odisha Reporter.

]]>

ଝାରସୁଗୁଡ଼ା(ଭାଗିରଥୀ ସାହୁ): ମନ ଖୁସିରେ ମାମୁ ଘରକୁ ବୁଲି ଆସିଥିଲା କୁନି ଭାଣିଜୀ। ହେଲେ ଜାଣି ନ ଥିଲା ମୃତ୍ୟୁ ତାକୁ ଅପେକ୍ଷା କରିଛି। ସମ୍ପତ୍ତି ଲୋଭି ମାମୁ ଘରେ ନିଆଁ ଲଗାଇ ଦେବାରୁ ପୋଡ଼ି ଗୁରୁତର ହୋଇଥିବା ଭାଣିଜୀ ୮ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି। ଏହି ଅଗ୍ନିକାଣ୍ଡରେ ମୃତ ନାବାଳିକାଙ୍କ ମା’ ଅନ୍ୟ ଜଣେ ମାମୁ ଓ ଆଇ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏପରି ଅଭାବନୀୟ ଘଟଣା ଗତ ୧୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ୍ ବିହାରରେ ଘଟିଥିବା ବେଳେ ଏଥିରେ ପରିବାରର ୪ ଜଣ ଗୁରୁତର ହୋଇ ପଡ଼ିଥିଲେ।

ଗୁରୁତରମାନେ ହେଲେ ରାଜେନ୍ଦର ସିଂ ( ୩୨),  ମଂଜୀତ କୌର (୩୬), ବଲଜୀତ କୌର  (୬୧), । ଏହି ୩ ଜଣ ଏବେ ମଧ୍ୟ  ରାଉରକେଲାରେ ଚିକିତ୍ସାଧୀନ ଅଛନ୍ତି।ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସିଂ ସହ ୨ ଜଣ ଗିରଫ ହୋଇ ସାରିଛନ୍ତି।

ସୂଚନା ଅନୁଯାୟୀ, ଘଟଣା ଦିନ ରାତିରେ ସମସ୍ତେ ଶୋଇ ପଡ଼ିଥିଲେ।  ରବୀନ୍ଦ୍ର  ଯୋଜନା ମୁତାବକ ଘରେ ଆଗରୁ ପେଟ୍ରୋଲ ରଖିଥିଲେ।  ବିଳମ୍ବିତ ରାତିରେ ଘରର ଗେଟ୍‌ ଖୋଲିବାରୁ ତାଙ୍କ ୨ ସହଯୋଗୀ ଘର ଭିତରକୁ ପଶିଥିଲେ। ଏହାପରେ ସମସ୍ତେ ମିଶି ମା’, ପୁଅ, ଝିଅ ଶୋଇଥିବା ରୁମ୍‌ରେ ପେଟ୍ରୋଲ ଢାଳି ଘରର କବାଟକୁ ବାହାରୁ ବନ୍ଦ କରିଦେଇଥିଲେ। ନିଆଁ ଲାଗିବାରୁ ଘରେ ଥିବା ଲୋକେ ଆର୍ତ୍ତ ଚିତ୍କାର କରିଥିଲେ। କିଏ କାଳେ ସନ୍ଦେହ କରିବ ଭାବି କିଛି ସମୟ ପରେ ଘରର କବାଟ ଖୋଲି ଗୁରୁତର ହୋଇପଡ଼ିଥିବା ୪ ଜଣଙ୍କୁ ନିଜ ଗାଡ଼ିରେ ଝାରସୁଗୁଡ଼ାସ୍ଥିତ ଏକ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ଦିନ ମୃତ୍ୟୁ ସହ ସଂଗ୍ରାମ କରି ନାବାଳିକାଜଣକ ଆଜି ସକାଳେ ଆଖି ବୁଜିଥିବା ଜଣାଯାଇଛି।

ଏହି ଘଟଣାରେ ସମ୍ପୃକ୍ତ ରବୀନ୍ଦ୍ର ଓ ତାଙ୍କ ୨ ସହଯୋଗୀଙ୍କୁ ଗତ ୧୩ ତାରିଖରେ ପୁଲିସ୍‌ ଗିରଫ କରିଥିଲା। ୨ ସହଯୋଗୀଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି।

 ସୂଚନାଯୋଗ୍ୟ,ଘଟଣା ଦିନ ତଳ ମହଲାରେ ବୃଦ୍ଧା ନିଜ ପୁଅ, ଝିଅ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ଉପର ମହଲାରେ ଅଭିଯୁକ୍ତ ରବୀନ୍ଦ୍ର  ଓ ଘରର ଚାକର ଶୋଇଥିଲେ। ହେଲେ ଭୋର ୪ଟାରେ ହଠାତ୍‌ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତଳ ମହଲାରେ ଶୋଇଥିବା ୪ ଜଣ ଗୁରୁତର ହୋଇପଡ଼ିଥିଲେ।  ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଘଟଣାର କିଛି ଦିନ ପୂର୍ବରୁ ତାଙ୍କ ଝିଅ ନାତୁଣୀ ସହ ବାପଘରକୁ ବୁଲି ଆସିଥିଲେ। 

ଘଟଣା  ଦିନ ରାତିରେ ଘରର ମେନ୍‌ ଗେଟ୍‌ ସମେତ ଭିତର ପଟୁ କବାଟ ବନ୍ଦ କରି ସମସ୍ତେ ଶୋଇଥିଲେ। ହେଲେ କିପରି ନିଆଁ ଲାଗିଲା, ଉପର ମହଲାରେ ଶୋଇଥିବା ୨ ଜଣ କିପରି ସୁରକ୍ଷିତ ରହିଲେ, ତାହାକୁ ନେଇ ସନ୍ଦେହ ବଢ଼ିଥିଲା।  ଏହାପରେ ପୁଲିସ୍‌ ଖୋଲତାଡ଼ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 

 

The post ଘରେ ନିଆଁ ଲଗାଇଥିଲା ସମ୍ପତ୍ତି ଲୋଭି ମାମୁ , ଆଖି ବୁଜିଲା ଭାଣିଜୀ appeared first on Odisha Reporter.

]]>
right top 2021-01-19 12:36:56 https://cdn.odishareporter.in/wp-content/uploads/2020/11/01110926/fire.jpg
ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି; ନିଜ ଦେହରେ ନିଆଁ ଲଗାଇଲେ ମହିଳା https://odishareporter.in/odisha/woman-set-fire-in-her-own-body-609889 Sat, 09 Jan 2021 06:09:37 +0000 https://odishareporter.in/?p=609889

ବିନିକା(ଦିଲୀପ ସାହୁ):  ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ । ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା କରିଛନ୍ତି ମହିଳା । ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ଘଟିଛି । ମୃତ ମହିଳାଜଣକ ହେଲେ ବେହେରାମାଲ ଗାଁର ଭାନୁମତୀ ଭୋଇ (୪୦) । ସୂଚନାଯୋଗ୍ୟ, ଗତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଝଗଡା ହୋଇଥିବା ବେଳେ ସ୍ୱାମୀ ଘରୁ […]

The post ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି; ନିଜ ଦେହରେ ନିଆଁ ଲଗାଇଲେ ମହିଳା appeared first on Odisha Reporter.

]]>

ବିନିକା(ଦିଲୀପ ସାହୁ):  ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ । ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା କରିଛନ୍ତି ମହିଳା । ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ଘଟିଛି । ମୃତ ମହିଳାଜଣକ ହେଲେ ବେହେରାମାଲ ଗାଁର ଭାନୁମତୀ ଭୋଇ (୪୦) ।

ସୂଚନାଯୋଗ୍ୟ, ଗତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଝଗଡା ହୋଇଥିବା ବେଳେ ସ୍ୱାମୀ ଘରୁ ବାହାରକୁ ଚାଲିଆସିଥିଲେ । ପରେ ଭାନୁମତୀ ନିଜ ଦେହରେ କିରୋସିନି ଢାଳି ଦିଆସିଲି ମାରିବା ସହ ପୋଡି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି । ଭାନୁମତିଙ୍କ ପାଞ୍ଚ ବର୍ଷର ଗୋଟିଏ ପୁଅ ଏବଂ ୬ ମାସର ଝିଅ ଅଛନ୍ତି I

The post ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି; ନିଜ ଦେହରେ ନିଆଁ ଲଗାଇଲେ ମହିଳା appeared first on Odisha Reporter.

]]>
right top 2021-01-09 11:39:37 https://cdn.odishareporter.in/wp-content/uploads/2020/10/09171305/fire-2.jpg
ପିଇଓଙ୍କ ପ୍ରକାଣ୍ଡ ଘର, ଆଜି ପଶିଛି ଭିଜିଲାନ୍ସ https://odishareporter.in/odisha/vigilance-raid-in-engineer-peos-house-604856 Thu, 24 Dec 2020 04:02:13 +0000 https://odishareporter.in/?p=604856

ବ୍ରହ୍ମପୁର/ସୋନପୁର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘର ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ। ଉଦ୍ଧବଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ […]

The post ପିଇଓଙ୍କ ପ୍ରକାଣ୍ଡ ଘର, ଆଜି ପଶିଛି ଭିଜିଲାନ୍ସ appeared first on Odisha Reporter.

]]>

ବ୍ରହ୍ମପୁର/ସୋନପୁର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘର ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ।

ଉଦ୍ଧବଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ହୋଇଛି। ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାଯାଇଛି।

ଏହାବ୍ୟତୀତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ମଧ୍ୟ ରେଡ୍ ହୋଇଛି।  ଦୁର୍ଯୋଧନଙ୍କ ସୋନପୁର ଘର ଓ ଅଫିସ୍‌ରେ ଏହି ରେଡ ହେଉଛି।

The post ପିଇଓଙ୍କ ପ୍ରକାଣ୍ଡ ଘର, ଆଜି ପଶିଛି ଭିଜିଲାନ୍ସ appeared first on Odisha Reporter.

]]>
right bottom 2020-12-24 18:49:35 https://cdn.odishareporter.in/wp-content/uploads/2020/12/24092831/peo-1.jpg
ଜୀବନ ପାଲଟିଛି ଯନ୍ତ୍ରଣା https://odishareporter.in/odisha/dibyang-still-is-waiting-for-government-help-599629 Tue, 08 Dec 2020 13:31:06 +0000 https://odishareporter.in/?p=599629

ବିନିକା/ଉଦଳା (ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ଆଜି ବି ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯାହାଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରୀ ସହାୟତା। ଏମିତିକି ପ୍ରମାଣ ପତ୍ର ଥାଇ ମଧ୍ୟ ମିଳିପାରୁନି ସରକାରୀ ଭତ୍ତା। ଆଜି ଏମିତି କିଛି ଦିବ୍ୟାଙ୍ଗଙ୍କ କଥା କହିବୁ, ଯିଏ କେବଳ ଭଗବାନ ଭରସାକୁ ହିଁ ଅପେକ୍ଷା କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାଉଁଶପାଳ ଗ୍ରାମର ବସନ୍ତ ମଲ୍ଲିକଙ୍କ ପରିବାର। ବସନ୍ତଙ୍କର ଏକମାତ୍ର ପୁଅ […]

The post ଜୀବନ ପାଲଟିଛି ଯନ୍ତ୍ରଣା appeared first on Odisha Reporter.

]]>

ବିନିକା/ଉଦଳା (ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ଆଜି ବି ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯାହାଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରୀ ସହାୟତା। ଏମିତିକି ପ୍ରମାଣ ପତ୍ର ଥାଇ ମଧ୍ୟ ମିଳିପାରୁନି ସରକାରୀ ଭତ୍ତା। ଆଜି ଏମିତି କିଛି ଦିବ୍ୟାଙ୍ଗଙ୍କ କଥା କହିବୁ, ଯିଏ କେବଳ ଭଗବାନ ଭରସାକୁ ହିଁ ଅପେକ୍ଷା କରିଛନ୍ତି।

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାଉଁଶପାଳ ଗ୍ରାମର ବସନ୍ତ ମଲ୍ଲିକଙ୍କ ପରିବାର। ବସନ୍ତଙ୍କର ଏକମାତ୍ର ପୁଅ ସାଗର ମଲ୍ଲିକ ଜନ୍ମରୁ ଦିବ୍ୟାଙ୍ଗ। ପୁଅର ଜନ୍ମ ପରେ ବାପା ମା ବାହାରକୁ କାମ କରିବାକୁ ଯାଇ ଆଉ ଫେରିନଥିଲେ। ଇତି ମଧ୍ୟରେ ୯ ବର୍ଷ ବିତିଯାଇଥିଲେ ହେଁ, ବାପା ମାଙ୍କ ମୁହଁ ଦେଖିନାହିଁ ସାଗର। ଏଭଳି ସ୍ଥିତିରେ ସେ ଏବେ ଜେଜେ ମା ଦ୍ରୌପଦୀ ମଲ୍ଲିକଙ୍କ ପାଖରେ ରହୁଛି। ହେଲେ ଜେଜେ ମା ଦ୍ରୌପଦୀ ବି ଜଣେ ଦିବ୍ୟାଙ୍ଗ। ଦ୍ରୌପଦୀ ଏବେ ନିରୁପାୟ, କାରଣ ସେ ଏକ ହୋଟେଲରେ ବାସନ ମାଜିବା କାମ କରି ପରିବାର ଚଳାଉଛନ୍ତି। ଏହାସାଙ୍ଗକୁ ଦିବ୍ୟାଙ୍ଗ ନାତିର ସମସ୍ତ ଦାୟିତ୍ୱ ମଧ୍ୟ ବୁଝନ୍ତି ଦ୍ରୌପଦୀ। ସାଗର ୨୦୧୮ରୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଭତ୍ତା ଓ ରାସନ ପାଉନଥିବାର ଜେଜେ ମା ଦ୍ରୌପଦୀ ଅଭିଯୋଗ କରିଛନ୍ତି।

ସେହିପରି ଉଦଳା ଏନ୍ଏସିର ସୁରେନ ଚୌଧୁରୀଙ୍କ ଅବସ୍ଥା କହିଲେ ନସରେ। ସୁରେନଙ୍କ ଏକମାତ୍ର ପୁଅ ଆଶୁତୋଷ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ ମଧ୍ୟ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା ବି ହୋଇପାରୁନି। ସରକାରୀ ସହାୟତା ପାଇଁ ସେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ତଦନ୍ତ ପରେ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।

ଆଉ ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାକିଂଘିରିଡି ପଞ୍ଚାୟତ ଟିକ୍ରାପଡାରେ। ଏଠାକାର ରତି ତାଣ୍ଡିଙ୍କର ତିନୋଟି ସନ୍ତାନ ଦିବ୍ୟାଙ୍ଗ। ରଥିଙ୍କ ବଡ଼ପୁଅ ମନନ୍ତୋଶ ଏବଂ ମଝିଆ ଝିଅ ଲକ୍ଷ୍ମୀ ବଧିର ହୋଇଥିବା ବେଳେ ସାନପୁଅ ଆନନ୍ଦ ଭଲଭାବେ ଚଳାବୁଲା କରିପାରୁନାହିଁ ଏବଂ ତା’ର ଗୋଟିଏ ଆଖିକୁ ମଧ୍ୟ ଦିଶୁନାହିଁ। ଯାହା ଫଳରେ ପରିବାରର ତିନି ଭାଇଭଉଣୀ ଦିବ୍ୟାଙ୍ଗ।

ବାପା ରଥି ଏବଂ ମାଆ ସୁବା କୁଳି ଦିନମଜୁରି କରି ପରିବାର ଚଳାଇଥାନ୍ତି। କିନ୍ତୁ ସେମାନଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ୨ ମାସ ହେଲା ଭତ୍ତା ମିଳିଥିବା ବେଳେ ଆଉ ଜଣଙ୍କୁ ଏଯାଏ ମିଳିନି ଭତ୍ତା। ଏଭଳି ସ୍ଥିତିରେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

The post ଜୀବନ ପାଲଟିଛି ଯନ୍ତ୍ରଣା appeared first on Odisha Reporter.

]]>
right bottom 2020-12-08 19:01:06 https://cdn.odishareporter.in/wp-content/uploads/2020/12/08185859/divyanga.jpg
କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା   https://odishareporter.in/odisha/dhanu-yatra-will-not-celebrated-this-year-due-to-covid-regulation-599528 Tue, 08 Dec 2020 09:01:01 +0000 https://odishareporter.in/?p=599528

ବିନିକା (ଦିଲ୍ଲୀପ ସାହୁ): ଧନୁଯାତ୍ରା ମହୋତ୍ସବରେ ବସୁଥିଲା କଂସଙ୍କ ଦରବାର। ଚାଲୁଥିଲା ତାଙ୍କ ରାଜୁତି। ତାଙ୍କ ଆଦେଶ ମାନିବାକୁ ଅପେକ୍ଷା କରି ରହୁଥିଲେ ପ୍ରଜା। ଦୀର୍ଘ ୭ ବର୍ଷ ହେଲା ଏସ୍‌.ରାମପୁର ଗାଁରେ ମହା ଆଡମ୍ୱରରେ ପାଳିତ ହୋଇଆସୁଥିବା  ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଏଥର କିନ୍ତୁ ଇତିହାସ। ନା ମୀନା ବଜାର ପଡ଼ିଛି ନା  ଜମିଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର। ଏଥର କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା। ସରକାରଙ୍କ କରୋନା କଟକଣା ଯୋଗଁ […]

The post କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା   appeared first on Odisha Reporter.

]]>

ବିନିକା (ଦିଲ୍ଲୀପ ସାହୁ): ଧନୁଯାତ୍ରା ମହୋତ୍ସବରେ ବସୁଥିଲା କଂସଙ୍କ ଦରବାର। ଚାଲୁଥିଲା ତାଙ୍କ ରାଜୁତି। ତାଙ୍କ ଆଦେଶ ମାନିବାକୁ ଅପେକ୍ଷା କରି ରହୁଥିଲେ ପ୍ରଜା। ଦୀର୍ଘ ୭ ବର୍ଷ ହେଲା ଏସ୍‌.ରାମପୁର ଗାଁରେ ମହା ଆଡମ୍ୱରରେ ପାଳିତ ହୋଇଆସୁଥିବା  ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଏଥର କିନ୍ତୁ ଇତିହାସ। ନା ମୀନା ବଜାର ପଡ଼ିଛି ନା  ଜମିଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର। ଏଥର କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା।

ସରକାରଙ୍କ କରୋନା କଟକଣା ଯୋଗଁ ଏଥର ବନ୍ଦ ହୋଇଯାଇଛି ବହୁ ପ୍ରତିକ୍ଷୀତ ଧନୁଯାତ୍ରା। କେବଳ ବିଧିରକ୍ଷା ପାଇଁ ରାମପୁର ଗୋପାଳଜୀ ମନ୍ଦିରରେ ପାଳିତ ହୋଇଛି ଏହି ମହୋତ୍ସବ। ଗୋପପୁର କମିଟି ଦ୍ୱାରା ଭାଗବତ ପୁରାଣ ପାଠ କୃଷ୍ଣ ଜନ୍ମରୁ ଆରମ୍ଭ କରି କଂସ ନିଧନ ଏବଂ ନନ୍ଦ ଉତ୍ସବ ପର୍ଯ୍ୟନ୍ତ ପଠନ କରାଯାଇଥିଲା।

ଏଇ ଭାଗବତ ପୁରାଣକୁ ବ୍ୟାସ ଶ୍ରୀରାମ ପଣ୍ଡା ପଠନ କରୁଥିବା ବେଳେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି  ଚାରିଆଡେ ଭଗବାନଙ୍କ ନାମ ପ୍ରକମ୍ପିତ ହୋଇଛି। କୋଭିଡ ନିୟମ ମାନି ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।

The post କରୋନା କଟକଣା ଆଗରେ ଫିକା ପଡ଼ିଗଲା କଂସଙ୍କ ଦବଦବା   appeared first on Odisha Reporter.

]]>
right bottom 2020-12-08 14:39:04 https://cdn.odishareporter.in/wp-content/uploads/2020/12/08143033/sonapur-2.jpg
ଆଖି ପିଛୁଳାକେ ଜଳିଗଲା ଟ୍ରକ https://odishareporter.in/odisha/truck-burnt-in-binika-599305 Tue, 08 Dec 2020 02:10:06 +0000 https://odishareporter.in/?p=599305

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ସର୍ଟ ସର୍କିଟରୁ ଏକ ଟ୍ରକ୍‌ରେ ନିଆଁ  ଲାଗି ଯାଇଥିବା ଜଣାଯାଇଛି I  ଟ୍ରକ ଡ୍ରାଇଭର ଓ ହେଲପର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝଇ ହୋଇ ଆସୁଥିବା ଏକ ଟ୍ରକରେ ଅଚାନକ ନିଆଁ ଲାଗି ଯାଇଥିଲା। ସର୍ଟସର୍କିଟ ହୋଇଯିବାରୁ ଏପରି ନିଆଁ ଲାଗିଥିବା ଅନୁମାନ କରାଯାଉଛି।  ଟ୍ରକର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି I ଖବର ପାଇ […]

The post ଆଖି ପିଛୁଳାକେ ଜଳିଗଲା ଟ୍ରକ appeared first on Odisha Reporter.

]]>

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ସର୍ଟ ସର୍କିଟରୁ ଏକ ଟ୍ରକ୍‌ରେ ନିଆଁ  ଲାଗି ଯାଇଥିବା ଜଣାଯାଇଛି I  ଟ୍ରକ ଡ୍ରାଇଭର ଓ ହେଲପର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗତକାଲି ବିଳମ୍ୱିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝଇ ହୋଇ ଆସୁଥିବା ଏକ ଟ୍ରକରେ ଅଚାନକ ନିଆଁ ଲାଗି ଯାଇଥିଲା। ସର୍ଟସର୍କିଟ ହୋଇଯିବାରୁ ଏପରି ନିଆଁ ଲାଗିଥିବା ଅନୁମାନ କରାଯାଉଛି।  ଟ୍ରକର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି I

ଖବର ପାଇ ଘଟଣାସ୍ଥଳରେ ବିନିକା ଓ ଏସ ରାମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ I ଟ୍ରକଟି କିନ୍ତୁ କୁଆଡେ ଯାଉଥିଲା ତାହା ଜଣାପଡିନାହିଁ I

The post ଆଖି ପିଛୁଳାକେ ଜଳିଗଲା ଟ୍ରକ appeared first on Odisha Reporter.

]]>
right top 2020-12-08 07:40:06 https://cdn.odishareporter.in/wp-content/uploads/2020/12/08073819/truck-1.jpg
କାନ୍ଥ ଭାଙ୍ଗି ଲୁଟିନେଲେ ୧୭ ଲକ୍ଷର ସୁନା https://odishareporter.in/odisha/more-than-17-lakh-cost-gold-loot-in-binika-596428 Mon, 30 Nov 2020 02:33:55 +0000 https://odishareporter.in/?p=596428

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରର ଶ୍ରୀ କ୍ରିଷ୍ଣା ଜୁଏଲର୍ସରୁ ୩୫୦  ଗ୍ରାମ ସୁନା ଚୋରି ହୋଇଥିବା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି I ଗତକାଲି ଶ୍ରୀ କ୍ରିଷ୍ଣା ଜୁଏଲର୍ସର ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି ସୁନା ଲୁଟ୍‌ କରିଛନ୍ତି। ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାଯାଇଛି। ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେଲାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି […]

The post କାନ୍ଥ ଭାଙ୍ଗି ଲୁଟିନେଲେ ୧୭ ଲକ୍ଷର ସୁନା appeared first on Odisha Reporter.

]]>

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରର ଶ୍ରୀ କ୍ରିଷ୍ଣା ଜୁଏଲର୍ସରୁ ୩୫୦  ଗ୍ରାମ ସୁନା ଚୋରି ହୋଇଥିବା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି I ଗତକାଲି ଶ୍ରୀ କ୍ରିଷ୍ଣା ଜୁଏଲର୍ସର ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି ସୁନା ଲୁଟ୍‌ କରିଛନ୍ତି। ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାଯାଇଛି।

ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେଲାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି I ତୁରନ୍ତ ଲୁଟେରାଙ୍କୁ ଧରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

The post କାନ୍ଥ ଭାଙ୍ଗି ଲୁଟିନେଲେ ୧୭ ଲକ୍ଷର ସୁନା appeared first on Odisha Reporter.

]]>
right bottom 2020-11-30 08:03:55 https://cdn.odishareporter.in/wp-content/uploads/2020/11/30080228/loot-7.jpg
ଆଜି ୧୨ ଘଣ୍ଟା ବନ୍ଦ ରହିବ ଏହି ସହର https://odishareporter.in/odisha/this-towen-will-remin-close-for-12-hours-today-593912 Mon, 23 Nov 2020 04:27:37 +0000 https://odishareporter.in/?p=593912

ସୋନପୁର(ରବୀନ୍ଦ୍ର ଦାସ): – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଉଲୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ଗତ ଏକ ସପ୍ତାହ ହେଲା ଏହି ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।ଏହାସତ୍ତ୍ୱେ ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ୧୨ ଘଣ୍ଟିଆ  ବନ୍ଦ ଡାକରା ଦେଇଛି ମଞ୍ଚ। ଏହାକୁ ସମର୍ଥନ ଜଣାଇ ଆଜି ଉଲୁଣ୍ଡା ସଦର ମହକୁମାର ସମସ୍ତ ଦୋକାନ ବଜାର,ସରକାରୀ ବେସରକାରୀ ପ୍ରତିଷ୍ଠାନ ଏବଂ […]

The post ଆଜି ୧୨ ଘଣ୍ଟା ବନ୍ଦ ରହିବ ଏହି ସହର appeared first on Odisha Reporter.

]]>

ସୋନପୁର(ରବୀନ୍ଦ୍ର ଦାସ): – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଉଲୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ଗତ ଏକ ସପ୍ତାହ ହେଲା ଏହି ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।ଏହାସତ୍ତ୍ୱେ ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ୧୨ ଘଣ୍ଟିଆ  ବନ୍ଦ ଡାକରା ଦେଇଛି ମଞ୍ଚ।

ଏହାକୁ ସମର୍ଥନ ଜଣାଇ ଆଜି ଉଲୁଣ୍ଡା ସଦର ମହକୁମାର ସମସ୍ତ ଦୋକାନ ବଜାର,ସରକାରୀ ବେସରକାରୀ ପ୍ରତିଷ୍ଠାନ ଏବଂ ବ୍ୟାଙ୍କ ବନ୍ଦ ରହିଛି। ସେହିପରି ସୋନପୁର ସମ୍ୱଲପୁର ରାସ୍ତାରେ ଉଲୁଣ୍ଡା ଦେଇ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପୂର୍ବରୁ ମଧ୍ୟ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେତେବେଳେ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।

ଦୀର୍ଘ ବର୍ଷ ପରେ ବି ଦାବୀ ପୂରଣ ନହେବାରୁ ଏବେ ପୁନର୍ବାର ଆନ୍ଦୋଳନ କରାଯାଉଛି। ଆଗକୁ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତବାନୀ ଦେଇଛନ୍ତି ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା।

The post ଆଜି ୧୨ ଘଣ୍ଟା ବନ୍ଦ ରହିବ ଏହି ସହର appeared first on Odisha Reporter.

]]>
right top 2020-11-23 09:57:37 https://cdn.odishareporter.in/wp-content/uploads/2020/11/23095534/ulunda.jpg
ସୁବର୍ଣ୍ଣପୁରରେ ୨୪ ଟିକିଆ ହାତୀପଲ https://odishareporter.in/odisha/mass-group-of-elelphant-enter-in-subarnapur-district-593384 Sat, 21 Nov 2020 06:49:02 +0000 https://odishareporter.in/?p=593384

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲାରେ ଲୋକଙ୍କ ନୀଦ ହଜାଇ ଦେଇଛି ହାତୀ । ବିନିକା ବନବିଭାଗ ଅଧିନରେ ଥିବା ସିନ୍ଦୁରପୁର ଗାଁରେ ୨୪ ଟିକିଆ ହାତୀପଲ ପସିଛନ୍ତି । ବ୍ୟାପକ ଉପଦ୍ରବ ସହ ହାତୀ ଧାନ ଫସଲ ଖାଇଦେଉଛି ।  ଶତାଧିକ ଏକର ଦଳି ହାତୀପଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସିନ୍ଦୁରପୁର, ଗଣେଶପୁର, ଝାରପଡା ଗାଁରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଫସଲ ବଞ୍ଚାଇବା ଲାଗି ଚାଷୀମାନେ […]

The post ସୁବର୍ଣ୍ଣପୁରରେ ୨୪ ଟିକିଆ ହାତୀପଲ appeared first on Odisha Reporter.

]]>

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲାରେ ଲୋକଙ୍କ ନୀଦ ହଜାଇ ଦେଇଛି ହାତୀ । ବିନିକା ବନବିଭାଗ ଅଧିନରେ ଥିବା ସିନ୍ଦୁରପୁର ଗାଁରେ ୨୪ ଟିକିଆ ହାତୀପଲ ପସିଛନ୍ତି । ବ୍ୟାପକ ଉପଦ୍ରବ ସହ ହାତୀ ଧାନ ଫସଲ ଖାଇଦେଉଛି ।  ଶତାଧିକ ଏକର ଦଳି ହାତୀପଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସିନ୍ଦୁରପୁର, ଗଣେଶପୁର, ଝାରପଡା ଗାଁରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଫସଲ ବଞ୍ଚାଇବା ଲାଗି ଚାଷୀମାନେ ରାତି ରାତି ଉଜାଗର ରହୁଛନ୍ତି ।  ନିଆଁ ଜାଳି, ଟିଣ ବଜାଇ, ଠେଙ୍ଗା ବାଡି ଧରି ବନ ବିଭାଗ ହାତୀ ଘଉଡାଇବାକୁ ଚାଷୀଙ୍କ ସହ ମିଶି ଉଦ୍ୟମ ଜାରି ରଖିଛି । ମହାନଦୀ ଡେଇଁ ହାତୀପଲ ବିନିକା ଅଞ୍ଚଳରେ ପଶିଥିବା ବନ ବିଭାଗ କହିଛି ।

The post ସୁବର୍ଣ୍ଣପୁରରେ ୨୪ ଟିକିଆ ହାତୀପଲ appeared first on Odisha Reporter.

]]>
right bottom 2020-11-21 12:19:02 https://cdn.odishareporter.in/wp-content/uploads/2019/12/23115651/elephant-666.jpg
ଚାଷୀଙ୍କ ନାଁରେ ଆସିଲା ୧୦ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ https://odishareporter.in/odisha/a-farmer-from-subernapur-dist-got-notice-from-gst-in-connection-with-rs-10-crore-gst-fraud-592986 Fri, 20 Nov 2020 06:25:56 +0000 https://odishareporter.in/?p=592986

ସୋନପୁର(ରବୀନ୍ଦ୍ର ହୋତା): ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍‌ଟି ଠକେଇ ସାମନାକୁ ଆସିଛି । ଏଥର ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି । ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ […]

The post ଚାଷୀଙ୍କ ନାଁରେ ଆସିଲା ୧୦ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ appeared first on Odisha Reporter.

]]>

ସୋନପୁର(ରବୀନ୍ଦ୍ର ହୋତା): ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍‌ଟି ଠକେଇ ସାମନାକୁ ଆସିଛି । ଏଥର ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି । ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ସହ ସମସ୍ତ କାଗଜ ପତ୍ର ଦେଇଥିଲେ । ତା ପରେ ସାଲେପାଲି ଗାଁରେ ତାଙ୍କ ନାଁରେ ‘ବାଗ୍ ଏଣ୍ଡ ବାଗ୍’ ନାଁରେ ଏକ କଂପାନୀ ଚାଲୁଛି ବୋଲି ଭବାନୀପାଟଣା ଜିଏସ୍‌ଟି ଅଫିସ ଜାଣିବାକୁ ପାଇଥିଲା । ଏହାପରେ ଜିଏସ୍‌ଟି  ଅଧିକାରୀମାନେ ଆସି ଚଢ଼ଉ  କରିବା ସହ ନବୀନଙ୍କୁ ସମନ କରିଥିଲେ ।

ଘଟଣା ସମ୍ପର୍କରେ ନବୀନ ରାମପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ନବୀନ ଗୋଟିଏ ଏକର ଜମିରେ ଚାଷ ସହ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଛନ୍ତି । ହେଲେ ତାଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିବା ପରେ ପରିବାରରେ ଭାଳେଣି ପଡ଼ିଯାଇଛି ।

The post ଚାଷୀଙ୍କ ନାଁରେ ଆସିଲା ୧୦ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ appeared first on Odisha Reporter.

]]>
right bottom 2020-11-20 11:57:25 https://cdn.odishareporter.in/wp-content/uploads/2020/11/20112841/sonapur-2.jpg
ଲାଞ୍ଚ ନେବା ବେଳେ ଧରାପଡିଲେ ତହସିଲଦାର https://odishareporter.in/odisha/tahasildar-arrested-in-clegation-of-taking-bribe-591871 Tue, 17 Nov 2020 07:27:10 +0000 https://odishareporter.in/?p=591871

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ କୁମାର ବେହେରା । ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଘରଡିହ ବିକ୍ରି କରିବା ବେଳେ ସେଲ୍ଡିଡ୍ ଅନୁମତି ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଏକ ଟିମ ତାଙ୍କସରକାରୀ ବାସଭବନ ଯାଇ ଯୋଜନା ମୁତାବକ ଛକି ରହିଥିଲେ। ଏହି […]

The post ଲାଞ୍ଚ ନେବା ବେଳେ ଧରାପଡିଲେ ତହସିଲଦାର appeared first on Odisha Reporter.

]]>

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ କୁମାର ବେହେରା । ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଘରଡିହ ବିକ୍ରି କରିବା ବେଳେ ସେଲ୍ଡିଡ୍ ଅନୁମତି ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଏକ ଟିମ ତାଙ୍କସରକାରୀ ବାସଭବନ ଯାଇ ଯୋଜନା ମୁତାବକ ଛକି ରହିଥିଲେ। ଏହି ସମୟରେ ସୁବ୍ରତ ୨୦ ହଜାର ଟଙ୍କା ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ।

ପରେ ସୁବର୍ଣ୍ଣପୁର, ବଲାଙ୍ଗିର, ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ୪ଜଣ ଡିଏସ୍ସିଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ ଧରପଗଡ଼ରେ ସାମିଲ ହୋଇଥିଲେ। ତହସିଲଦାରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

The post ଲାଞ୍ଚ ନେବା ବେଳେ ଧରାପଡିଲେ ତହସିଲଦାର appeared first on Odisha Reporter.

]]>
right top 2020-11-17 13:29:23 https://cdn.odishareporter.in/wp-content/uploads/2020/11/17092402/sonapur.jpg
ଚାଲି ଯାଉଥିଲେ, ଦଳି ମାରିଦେଲା ହାତୀ https://odishareporter.in/odisha/elephant-killed-a-man-7-588295 Fri, 06 Nov 2020 03:50:15 +0000 https://odishareporter.in/?p=588295

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ୍ ହାତୀପାହୁଲ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଉଗ୍ରସେନ ଭୋଇ । ଗତକାଲି ରାତିରେ ହାତୀପାହୁଲ ଅଞ୍ଚଳକୁ ୪୦ଟି ହାତୀ ପଶି ଆସି ସ୍ଥାନୀୟ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଥିଲେ । ଖବରପାଇ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବା ବେଳେ ଘଟିଯାଇଛି ଅଘଟଣ । ନିକଟରେ ଚାଲିଯାଇଥିବା ଉଗ୍ରସେନଙ୍କୁ କଚାଡ଼ି ଦଳିଦେଲା ହାତୀ । ଫଳରେ […]

The post ଚାଲି ଯାଉଥିଲେ, ଦଳି ମାରିଦେଲା ହାତୀ appeared first on Odisha Reporter.

]]>

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ୍ ହାତୀପାହୁଲ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଉଗ୍ରସେନ ଭୋଇ ।

ଗତକାଲି ରାତିରେ ହାତୀପାହୁଲ ଅଞ୍ଚଳକୁ ୪୦ଟି ହାତୀ ପଶି ଆସି ସ୍ଥାନୀୟ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଥିଲେ । ଖବରପାଇ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବା ବେଳେ ଘଟିଯାଇଛି ଅଘଟଣ । ନିକଟରେ ଚାଲିଯାଇଥିବା ଉଗ୍ରସେନଙ୍କୁ କଚାଡ଼ି ଦଳିଦେଲା ହାତୀ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଏ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

The post ଚାଲି ଯାଉଥିଲେ, ଦଳି ମାରିଦେଲା ହାତୀ appeared first on Odisha Reporter.

]]>
right bottom 2020-11-06 09:20:15 https://cdn.odishareporter.in/wp-content/uploads/2020/09/07123847/deadbody-12333.jpg
ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ https://odishareporter.in/odisha/two-sisters-dead-in-snake-bite-in-sonepur-585388 Wed, 28 Oct 2020 06:15:07 +0000 https://odishareporter.in/?p=585388

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ପଞ୍ଚମହଲା ଗାଁରେ ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ ନିକିତା (୧୨) ଓ ଅର୍ଚ୍ଚିତା (୧୩)। ଗତକାଲି ରାତିରେ ଦୁଇ ଭଉଣୀ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସାରା […]

The post ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ appeared first on Odisha Reporter.

]]>

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ପଞ୍ଚମହଲା ଗାଁରେ ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ ନିକିତା (୧୨) ଓ ଅର୍ଚ୍ଚିତା (୧୩)।

ଗତକାଲି ରାତିରେ ଦୁଇ ଭଉଣୀ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସାରା ଗାଁରେ ଶୋକରଛାୟା ଖେଳିଯାଇଛି।

The post ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ appeared first on Odisha Reporter.

]]>
right bottom 2020-10-28 11:45:07 https://cdn.odishareporter.in/wp-content/uploads/2020/10/28114402/gate1.jpg
ଆଜିଠୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ହେଲା ଏହି ସହର https://odishareporter.in/odisha/this-city-of-odisha-shutdown-for-72hrs-571288 Fri, 11 Sep 2020 02:26:50 +0000 https://odishareporter.in/?p=571288

ବିନିକା(ଓଡ଼ିଶା ରିପୋର୍ଟର): ଆଜି ସକାଳ ୬ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍‌ ଘୋଷଣା କରାଯାଇଛି  । ଶଟଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତି ନିଆଯାଇଛି । ଗତ କିଛି ଦିନ ହେଲା ବିନିକା ସହରରେ କରୋନା ପଜିଟିଭ ସଂଖ୍ୟା ମଧ୍ୟ ବଢିଚାଲିଛି।  ତେବେ କରୋନାକୁ ରୋକିବା ପାଇଁ ବିନିକା ସହରର ବଣିକ ସଂଘ, ଗ୍ୟାରେଜ ସଂଘ, ଡେଲି ମାର୍କେଟ ସଂଘ, ଲାୟନ୍ସ କ୍ଲବ, […]

The post ଆଜିଠୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ହେଲା ଏହି ସହର appeared first on Odisha Reporter.

]]>

ବିନିକା(ଓଡ଼ିଶା ରିପୋର୍ଟର): ଆଜି ସକାଳ ୬ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍‌ ଘୋଷଣା କରାଯାଇଛି  । ଶଟଡାଉନ୍‌ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତି ନିଆଯାଇଛି ।

ଗତ କିଛି ଦିନ ହେଲା ବିନିକା ସହରରେ କରୋନା ପଜିଟିଭ ସଂଖ୍ୟା ମଧ୍ୟ ବଢିଚାଲିଛି।  ତେବେ କରୋନାକୁ ରୋକିବା ପାଇଁ ବିନିକା ସହରର ବଣିକ ସଂଘ, ଗ୍ୟାରେଜ ସଂଘ, ଡେଲି ମାର୍କେଟ ସଂଘ, ଲାୟନ୍ସ କ୍ଲବ, ନୂଆ ବସଷ୍ଟାଣ୍ଡ ସଂଘ ପକ୍ଷରୁ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିନିକା ତହସିଲଦାର, ଥାନା ଅଧିକାରୀ, ଏନଏସି କର୍ମଚାରୀ, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା । ଜିଲ୍ଲାରେ  କରୋନା ପଜିଟିଭଙ୍କ ସଂଖ୍ୟା ୧୪୮୯ରେ ପହଞ୍ଚି ସାରିଥିବା ବେଳେ ଆକ୍ଟିଭ କେସ୍‌ ରହିଛି  ୭୬୦ । ଜିଲ୍ଲାରେ ୭୨୬ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ଆଖି ବୁଜି ସାରିଲେଣି ୩ ଜଣ।

The post ଆଜିଠୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ହେଲା ଏହି ସହର appeared first on Odisha Reporter.

]]>
right top, shut down 2020-09-11 07:56:50 https://cdn.odishareporter.in/wp-content/uploads/2020/08/27095422/shut-bdown-1.jpg
ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା https://odishareporter.in/odisha/more-than-3-lakh-loot-from-a-farmers-account-570052 Mon, 07 Sep 2020 05:36:00 +0000 https://odishareporter.in/?p=570052

ସୋନପୁର(ରବୀନ୍ଦ୍ର ହୋତା): ଜଣେ କୃଷକଙ୍କ ସ୍ମାର୍ଟ ଫୋନର ଅପବ୍ୟବହାର କରି ୩ ଲକ୍ଷ ୭୦ ହଜାର ଟଙ୍କା ଚଳୁ ହୋଇଯାଇଛି।  ଗୀତ ଟ୍ରାନ୍ସଫର କରିବା ବାହାନାରେ କୃଷକଙ୍କ ଫୋନ୍‌ରୁ ସିମ୍‌ କାଢିନେଇ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଲେ ଜଣେ ନାବାଳକ।  ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାରସମାଳ ଗାଁରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ ଘଟଣାର ଖୋଳତାଡ କରି ୪ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି […]

The post ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା appeared first on Odisha Reporter.

]]>

ସୋନପୁର(ରବୀନ୍ଦ୍ର ହୋତା): ଜଣେ କୃଷକଙ୍କ ସ୍ମାର୍ଟ ଫୋନର ଅପବ୍ୟବହାର କରି ୩ ଲକ୍ଷ ୭୦ ହଜାର ଟଙ୍କା ଚଳୁ ହୋଇଯାଇଛି।  ଗୀତ ଟ୍ରାନ୍ସଫର କରିବା ବାହାନାରେ କୃଷକଙ୍କ ଫୋନ୍‌ରୁ ସିମ୍‌ କାଢିନେଇ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଲେ ଜଣେ ନାବାଳକ।  ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାରସମାଳ ଗାଁରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ ଘଟଣାର ଖୋଳତାଡ କରି ୪ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ସାରସମାଳ ଗାଁର ରାଘବ ମାଝି ନାମକ ଚାଷୀଙ୍କ ସ୍ମାର୍ଟଫୋନରେ ତାଙ୍କ ପୁଅ ଖେଳୁଥିଲା। ଏହି ସମୟରେ ଘର ପାଖର ଜଣେ ୧୭ ବର୍ଷୀୟ ନାବାଳାକ ଏହାକୁ ନେଇଯାଇଥିଲା ।  ଗୀତ ଟ୍ରାନ୍ସଫର କରିବା ବାହାନାରେ ସିମ୍‌କୁ କାଢିନେଇ ନିଜ ଫୋନରେ ପକାଇଥିଲା । ତେବେ ଚଞ୍ଚକତା କରି ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ।

ଚାଷୀଜଣଙ୍କ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯିବା ପରେ ଏହା ଜଣାପଡିଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ସମୁଦାୟ ୭ ଜଣଙ୍କୁ ଗିରଫ କରିଛି।

The post ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା appeared first on Odisha Reporter.

]]>
loot, right top 2020-09-07 11:06:00 https://cdn.odishareporter.in/wp-content/uploads/2020/09/07110410/phn-1.jpg
ବୀଭତ୍ସ ହତ୍ୟାକାଣ୍ଡ: ମୁଣ୍ଡ, ହାତ ଓ ଗୋଡ଼ ଅଲଗା କରିଦେଲେ https://odishareporter.in/odisha/man-killed-in-sonepur-569737 Sat, 05 Sep 2020 07:37:56 +0000 https://odishareporter.in/?p=569737

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଲୁତୁରପଙ୍କ ନିକଟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଲୁତୁରପଙ୍କ-କେଞ୍ଜିରିଆପାଲି ରାସ୍ତାକଡ଼ରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ସହିତ ଦୁଇ ଗୋଡ଼ ଓ ହାତକୁ ଶରୀରରୁ ଅଲଗା କରି ଦିଆଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୁବଳୟା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ବୀଭତ୍ସ ହତ୍ୟାକାଣ୍ଡ: ମୁଣ୍ଡ, ହାତ ଓ ଗୋଡ଼ ଅଲଗା କରିଦେଲେ appeared first on Odisha Reporter.

]]>

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଲୁତୁରପଙ୍କ ନିକଟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଲୁତୁରପଙ୍କ-କେଞ୍ଜିରିଆପାଲି ରାସ୍ତାକଡ଼ରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ସହିତ ଦୁଇ ଗୋଡ଼ ଓ ହାତକୁ ଶରୀରରୁ ଅଲଗା କରି ଦିଆଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୁବଳୟା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ବୀଭତ୍ସ ହତ୍ୟାକାଣ୍ଡ: ମୁଣ୍ଡ, ହାତ ଓ ଗୋଡ଼ ଅଲଗା କରିଦେଲେ appeared first on Odisha Reporter.

]]>
right top 2020-09-05 13:08:53 https://cdn.odishareporter.in/wp-content/uploads/2020/08/19075342/dead.jpg
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜୀବନ https://odishareporter.in/odisha/2-dead-in-road-accident-sonepur-568277 Mon, 31 Aug 2020 09:14:12 +0000 https://odishareporter.in/?p=568277

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ତାଲମେଣ୍ଡା ଗାଁର ଦୟାସାଗର ସାହୁ। ତେବେ ଅନ୍ୟ ଜଣଙ୍କର  ପରିଚୟ ମିଳିନାହିଁ। ଆଜି ସକାଳେ ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଏହି ଦୁଇ ବାଇକ୍ ମଧ୍ୟରେ‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୟାସାଗରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ […]

The post ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜୀବନ appeared first on Odisha Reporter.

]]>

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ଜଣେ ମୃତକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ତାଲମେଣ୍ଡା ଗାଁର ଦୟାସାଗର ସାହୁ। ତେବେ ଅନ୍ୟ ଜଣଙ୍କର  ପରିଚୟ ମିଳିନାହିଁ।

ଆଜି ସକାଳେ ସୋନପୁର-ବିନିକା ରାସ୍ତାର କବାଟତଲାଇ ଛକ ନିକଟରେ ଏହି ଦୁଇ ବାଇକ୍ ମଧ୍ୟରେ‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୟାସାଗରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

The post ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜୀବନ appeared first on Odisha Reporter.

]]>
right bottom 2020-08-31 14:44:12 https://cdn.odishareporter.in/wp-content/uploads/2020/08/31144055/yyyyyyyyyyyyyyyyyyyyy.jpg
ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ https://odishareporter.in/odisha/flood-situation-in-subarnapur-dist-567088 Fri, 28 Aug 2020 07:17:00 +0000 https://odishareporter.in/?p=567088

ସୋନୁପର/ବୌଦ୍ଧ(ଓଡ଼ିଶା ରିପୋର୍ଟର): ତିନି ଦିନର ଲଗାଣ ବର୍ଷା ପରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ପାଣି ଛଡ଼ାଯିବା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପୁର ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁର ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ମହାନଦୀର ବଢ଼ି ପାଣିରେ ବାଉରୀଯୋରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବୀରମହାରାଜପୁରରୁ ରେଢୋଖୋଲ,ବୌଦ୍ଧ ଏବଂ ଆଠମଲ୍ଲିକକୁ ଯୋଗାଯାଗ ବିଚ୍ଛିନ୍ନ ହୋଇଛି। […]

The post ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.

]]>

ସୋନୁପର/ବୌଦ୍ଧ(ଓଡ଼ିଶା ରିପୋର୍ଟର): ତିନି ଦିନର ଲଗାଣ ବର୍ଷା ପରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ପାଣି ଛଡ଼ାଯିବା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପୁର ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁର ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିଭଳି ମହାନଦୀର ବଢ଼ି ପାଣିରେ ବାଉରୀଯୋରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବୀରମହାରାଜପୁରରୁ ରେଢୋଖୋଲ,ବୌଦ୍ଧ ଏବଂ ଆଠମଲ୍ଲିକକୁ ଯୋଗାଯାଗ ବିଚ୍ଛିନ୍ନ ହୋଇଛି। ଘୁଂଘିଯୋରରେ ବନ୍ୟାପାଣି ଚାଲୁଥିବାରୁ ବୀରମହାରାଜପୁର-ଅମରପାଲି ରାସ୍ତାରେ ବହଳପଦର ପଞ୍ଚାୟତ, ଦୁର୍ଜନତଇଲା ଏବଂ ଲୁତୁରପଂକ ପଞ୍ଚାୟତ ସମେତ ସମ୍ୱଲପୁର ଜିଲ୍ଲାର ଚାରମାଳ,  ରେଙ୍ଗାଲି ଏବଂ ରେଢାଖୋଲ ଅଞ୍ଚଳକୁ ୨ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ ରହିଛି।

ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ପଞ୍ଚାୟତର ହିକୁଡି, ବିଜେପୁର ଏବଂ ମୁଣ୍ଡଘାଟ ଗାଁ ଏବେ ପାଣି ଘେରରେ ଥିବା ସହ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ମହାନଦୀ କୂଳରେ ଥିବା ଆପଟନୁଆଁଗଡ, ଖମ୍ୱଶିରିପାଲି, ନୁଆଁପାଲି, ଦେଉଳୀ, ଫୁଲଚାର, ନୁଆଁଗକେଲଗାଁ, କେଉଟିପାଲି ଏବଂ କୁଂଜାମହୁଲ ଭଳି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ୟାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।

ଅନ୍ୟପକ୍ଷରେ ହୀରାକୁଦ ଗେଟ୍ ଖୋଲିବା ପରେ ବୌଦ୍ଧରେ ବିପଦ ସଙ୍କେତ ଛୁଇଁଲା ମହାନଦୀ। ବିପଦ ସଙ୍କେତ ୮୦.୭୦ ମିଟର ଛୁଇଁଛି। ଏଥିସହ ତଳିଆ ଅଞ୍ଚଳରେ ମହାନଦୀର ବନ୍ୟା ଜଳ ପଶିଛି।

ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

The post ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.

]]>
right bottom 2020-08-28 12:47:00 https://cdn.odishareporter.in/wp-content/uploads/2020/08/28103707/sonpur-55888.jpg
ପାଣି ପିଇବାକୁ ଆସି ମରିଗଲା ହାତୀ ଛୁଆ https://odishareporter.in/odisha/deadbody-of-a-baby-elephant-found-565032 Fri, 21 Aug 2020 03:59:59 +0000 https://odishareporter.in/?p=565032

ସୁନ୍ଦରଗଡ଼( ବିଜୟ ବରୁଆଁ): ପାଣି ପିଇବାକୁ ଆସି କାଦୁଅରେ ଫସି ଗଲା ହାତୀ ଛୁଆ। ଆଉ ସେଠାରୁ ବାହାରି ନ ପାରି ପାଣିରେ ବୁଡ଼ି ପ୍ରାଣ ହରାଇଲା। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଦାଘୋରା ସେକ୍ସନର ଖଜୁରବାହାଲ ଗାଁରେ ଘଟିଯାଇଛି। ଗାଁ  ବନ୍ଧ ନିକଟ ଏକ ଛୋଟ ପୋଖରୀରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର  କରାଯାଇଛି। ପାଣିରେ ବୁଡ଼ିଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।  ନିକଟ ଜଙ୍ଗଲରୁ ଏକ […]

The post ପାଣି ପିଇବାକୁ ଆସି ମରିଗଲା ହାତୀ ଛୁଆ appeared first on Odisha Reporter.

]]>

ସୁନ୍ଦରଗଡ଼( ବିଜୟ ବରୁଆଁ): ପାଣି ପିଇବାକୁ ଆସି କାଦୁଅରେ ଫସି ଗଲା ହାତୀ ଛୁଆ। ଆଉ ସେଠାରୁ ବାହାରି ନ ପାରି ପାଣିରେ ବୁଡ଼ି ପ୍ରାଣ ହରାଇଲା। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଦାଘୋରା ସେକ୍ସନର ଖଜୁରବାହାଲ ଗାଁରେ ଘଟିଯାଇଛି।

ଗାଁ  ବନ୍ଧ ନିକଟ ଏକ ଛୋଟ ପୋଖରୀରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର  କରାଯାଇଛି। ପାଣିରେ ବୁଡ଼ିଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।  ନିକଟ ଜଙ୍ଗଲରୁ ଏକ ହାତୀପଲ ପାଣି ପିଇବାକୁ ଆସିଥିବା ବେଳେ ଛୁଆ ହାତୀଟି ଫସି ଯାଇ ଆଖି ବୁଜିଥିବା ଆଲୋଚନା ହେଉଛି। ବନ୍ଧ ପାଖରେ ବହୁ ହାତୀଙ୍କ ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ଗାଁ ଲୋକେ ହାତୀ ଛୁଆର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସେହି ଅଞ୍ଚଳରେ ଏକ ଚିତା ବାଘର ମୃତ ଦେହ କ୍ଷତାକ୍ତ ଅବସ୍ଥା ରେ ରେଳ ଧାରଣ କଡ଼ରୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ଏବଂ ଆଜି ଆଉ ଏକ ହାତୀ ଛୁଆ ର ମୃତ୍ୟୁ ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି ।

The post ପାଣି ପିଇବାକୁ ଆସି ମରିଗଲା ହାତୀ ଛୁଆ appeared first on Odisha Reporter.

]]>
right top 2020-08-21 09:49:31 https://cdn.odishareporter.in/wp-content/uploads/2020/08/21092844/elephant.jpg
ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ନିଲାମ ହେବ https://odishareporter.in/odisha/sambalpuri-saree-wore-by-bollywood-actress-vidya-balan-going-for-auction-564115 Tue, 18 Aug 2020 03:19:50 +0000 https://odishareporter.in/?p=564115

ସୋନପୁର(ରବୀନ୍ଦ୍ର ହୋତା): ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ସମ୍ବଲପୁରୀ ବାନ୍ଧ ଶାଢ଼ି ପିନ୍ଧି ବେଶ୍‌ ସୁନ୍ଦର ଦେଖାଯାଉଥିଲେ ଅଭିନେତ୍ରୀ ବିଦ୍ୟା ବାଲାନ । ବିଦ୍ୟା ଏହି ଶାଢି ପିନ୍ଧିବା ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହି ଶାଢ଼ିକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ବିଦ୍ୟା ବାଲାନ ଏହି ଶାଢ଼ି ପିନ୍ଧି ‘ଶକୁନ୍ତଳା ଦେବୀ’ ଫିଲ୍ମର ପ୍ରମୋସନ କରିବା ପରେ ଶାଢ଼ିକୁ ଚାରିଆଡୁ ପ୍ରଶଂସା ମିଳିଥିଲା। ଖୋଦ ବିଦ୍ୟା ମଧ୍ୟ ଏହାକୁ ପିନ୍ଧି ଖୁବ୍‌ ଖୁସି […]

The post ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ନିଲାମ ହେବ appeared first on Odisha Reporter.

]]>

ସୋନପୁର(ରବୀନ୍ଦ୍ର ହୋତା): ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ସମ୍ବଲପୁରୀ ବାନ୍ଧ ଶାଢ଼ି ପିନ୍ଧି ବେଶ୍‌ ସୁନ୍ଦର ଦେଖାଯାଉଥିଲେ ଅଭିନେତ୍ରୀ ବିଦ୍ୟା ବାଲାନ । ବିଦ୍ୟା ଏହି ଶାଢି ପିନ୍ଧିବା ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହି ଶାଢ଼ିକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ବିଦ୍ୟା ବାଲାନ ଏହି ଶାଢ଼ି ପିନ୍ଧି ‘ଶକୁନ୍ତଳା ଦେବୀ’ ଫିଲ୍ମର ପ୍ରମୋସନ କରିବା ପରେ ଶାଢ଼ିକୁ ଚାରିଆଡୁ ପ୍ରଶଂସା ମିଳିଥିଲା। ଖୋଦ ବିଦ୍ୟା ମଧ୍ୟ ଏହାକୁ ପିନ୍ଧି ଖୁବ୍‌ ଖୁସି ଅନୁଭବ କରୁଥିବା କହୁଥିବା ବେଳେ ଏହାର ବୁଣାକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

ଚୁକ୍ତି ମୁତାବକ ବିଦ୍ୟା ଏହି ଶାଢ଼ି ପିନ୍ଧିବା ପରେ ଫେରାଇ ଦେଇଥିଲେ।  ଶାଢ଼ିଟି ଓଡ଼ିଶା ଫେରି ଆସିଥିବା ଖବର ପ୍ରଚାରିତ ହେବା ପରଠାରୁ ଲାଇମ୍‌ଲାଇଟ୍‌ରେ ଥିବା ଏହି ସମ୍ବଲପୁରୀ ବାନ୍ଧ ଶାଢ଼ି  କିଣିବା ପାଇଁ ବହୁ ବ୍ୟକ୍ତି ଆଗ୍ରହ ପ୍ରକାଶ କଲେ। ଫଳରେ ଅଗଷ୍ଟ ୧୫ରୁ ଅନ୍‌ଲାଇନ୍‌ରେ ଏହାର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆସନ୍ତା ୨୦ ତାରିଖ ରାତି ୧୦ ଯାଏ ଚାଲିବ । ନିଲାମରେ ଭାଗ ନେବାକୁ ଚାହୁଁଥିବା ଇଚ୍ଛୁକ ବ୍ୟକ୍ତି ଗୁଗୁଲ ଫର୍ମସରେ ଆବେଦନ କରିପାରିବେ । ନିଲାମରୁ ଯେଉଁ ଅର୍ଥ ସଂଗୃହୀତ ହେବ, ତାକୁ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ।

ଉତ୍କଳ ଅମ୍ରିତା ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ନିକଟରେ ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଅନୀତା ସାବତ ଓ ଅମ୍ରିତା ସାବତ ପହଞ୍ଚାଇଥିଲେ। ସେମାନେ ଏ ସମ୍ପର୍କରେ ସୂଚନା ଦେଇ  କହିଛନ୍ତି,  ପ୍ରତି ରାତି ୧୦ଟାରେ ଦିନର ହାଇଏଷ୍ଟ ବିଡର ଓ ମୂଲ୍ୟ ଘୋଷଣା କରାଯିବ। ସୋଶାଲ ମିଡିଆ, ଟ୍ୱିଟର,ଫେସବୁକ ଓ ଇନଷ୍ଟାଗ୍ରାମ୍‌ରେ ଏହାକୁ  ଚେକ୍‌ କରିହେବ।

ଏହାବ୍ୟତୀତ, ସେମାନେ କହିଛନ୍ତି ବୁଣାକାର ଭାଗବତ ମେହର ଶାଢ଼ି ଡିଜାଇନ ପ୍ରସ୍ତୁତ କରିଥିବା ବେଳେ ତାଙ୍କୁ ଶ୍ରେୟ ମିଳୁ ନ ଥିବାରୁ ସେ ମନ କଷ୍ଟ କଲେ। କିନ୍ତୁ ବିଦ୍ୟା ବାଲାନ ପିନ୍ଧିବା ପରେ ସେ ବହୁତ ଖୁସି ହେଲେ। ତେଣୁ ନିଲାମ ପ୍ରକ୍ରିୟାରୁ ସଂଗୃହୀତ ଅର୍ଥ ତାଙ୍କୁ ଦିଆଯିବ।

ବୁଣାକାର ଭାଗବତ ମେହେର କହିଛନ୍ତି, ୨୦୧୫-୧୬ରେ ସେ ଶାଢି ଡିଜାଇନ କରିଥିଲି। ଟଙ୍କାରେ କିଛି ନାହିଁ। ସବୁଆଡେ ନାଁ ମିଳୁଛି, ପ୍ରଶଂସା ମିଳୁଥିବାରୁ ବହୁତ ଖୁସି ଅଛି।

The post ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ନିଲାମ ହେବ appeared first on Odisha Reporter.

]]>
centre bottom 2020-08-18 08:49:50 https://cdn.odishareporter.in/wp-content/uploads/2020/08/18084426/bidya-9.jpg
ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍ https://odishareporter.in/odisha/truck-meets-with-an-accident-in-sonepur-561661 Mon, 10 Aug 2020 07:43:07 +0000 https://odishareporter.in/?p=561661

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ସମ୍ୱଲପୁର ରାସ୍ତାର ସିଣ୍ଡୋଲ ସାଲେସିଂ ନିକଟରେ ଆଜି ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଉଲୁଣ୍ଡା ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ସମ୍ୱଲପୁରରୁ ବୀରମହାରାଜପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ସିଣ୍ଡୋଲ ସାଲେସିଂ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ […]

The post ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍ appeared first on Odisha Reporter.

]]>

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ସମ୍ୱଲପୁର ରାସ୍ତାର ସିଣ୍ଡୋଲ ସାଲେସିଂ ନିକଟରେ ଆଜି ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଉଲୁଣ୍ଡା ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ସମ୍ୱଲପୁରରୁ ବୀରମହାରାଜପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ସିଣ୍ଡୋଲ ସାଲେସିଂ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଦୁର୍ଘଟଣାଗ୍ରସ୍ତ ସିମେଣ୍ଟ ବୋଝେଇ ଟ୍ରକ୍‌ରେ ୫୦୦ ବସ୍ତା ସିମେଣ୍ଟ ଥିବା ଜଣାପଡ଼ିଛି। ପୁଲିସ୍ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

The post ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍ appeared first on Odisha Reporter.

]]>
right bottom 2020-08-10 13:13:07 https://cdn.odishareporter.in/wp-content/uploads/2020/08/10130417/jjjjjjjjjjjjj.jpg
ପଲିଥିନ୍‌ ତଳେ କଟୁଛି ଜୀବନ https://odishareporter.in/odisha/subarnapur/poor-family-living-under-polythene-in-sonepur-561392 Sun, 09 Aug 2020 10:36:59 +0000 https://odishareporter.in/?p=561392

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପ୍ରଥମେ ରୋଗ ଆଉ ପରେ ବନ୍ୟା ଭାଙ୍ଗିଦେଲା ପରିବାରର ମେରୁଦଣ୍ଡ। ଏପଟେ ଚିକିତ୍ସା ଅନ୍ୟପଟେ ମୁଣ୍ଡ ଗୁଂଜିବାର ଚିନ୍ତା। ପରିବାରକୁ ସତେ ଯେମିତି ତଳି ତଳାନ୍ତ କରିପକାଇଛି। ସରକାରୀ ସହାୟତା ପାଇଁ ବାରଦୁଆର ପରେ ବି ମିଳିଲାନି ସହାୟତା। ଏବେ ତାରପୋଲିନ ପାଲଟିଛି ଅସହାୟ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାର ସ୍ଥାନ। ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଏଭଳି ଏକ ଅସହାୟ ପରିବାରର ଦୁଃଖ କାହାଣୀ ଦେଖିବାକୁ ମିଳିଛି। ଭଂଗା ତାରପୋଲିନ ଘର। ଆଉ ଏହି […]

The post ପଲିଥିନ୍‌ ତଳେ କଟୁଛି ଜୀବନ appeared first on Odisha Reporter.

]]>

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପ୍ରଥମେ ରୋଗ ଆଉ ପରେ ବନ୍ୟା ଭାଙ୍ଗିଦେଲା ପରିବାରର ମେରୁଦଣ୍ଡ। ଏପଟେ ଚିକିତ୍ସା ଅନ୍ୟପଟେ ମୁଣ୍ଡ ଗୁଂଜିବାର ଚିନ୍ତା। ପରିବାରକୁ ସତେ ଯେମିତି ତଳି ତଳାନ୍ତ କରିପକାଇଛି। ସରକାରୀ ସହାୟତା ପାଇଁ ବାରଦୁଆର ପରେ ବି ମିଳିଲାନି ସହାୟତା। ଏବେ ତାରପୋଲିନ ପାଲଟିଛି ଅସହାୟ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାର ସ୍ଥାନ। ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଏଭଳି ଏକ ଅସହାୟ ପରିବାରର ଦୁଃଖ କାହାଣୀ ଦେଖିବାକୁ ମିଳିଛି।

ଭଂଗା ତାରପୋଲିନ ଘର। ଆଉ ଏହି ଘର ଭିତରେ ଅସହାୟ ଭାବେ ପଡି ରହିଛନ୍ତି ପୂରା ପରିବାର। ଦିନେ କି ଦୁଇଦିନ ନୁହେଁ। ଆଜିକୁ ବର୍ଷେରୁ ଅଧିକ ସମୟ ହୋଇଗଲା ଏହିଭଳି ଦୟନୀୟ ଭାବେ ପଡି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନର୍ଡା ଗାଁର ଲକ୍ଷ୍ମୀ ରଣା ଓ ତାଙ୍କ ପରିବାର। ଆଜିକୁ ବର୍ଷେ ତଳେ ହଠାତ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଗଲେ ଲକ୍ଷ୍ମୀ ରଣା। ପରିବାର ଲୋକ ଲକ୍ଷ୍ମୀଙ୍କୁ ଭଲ କରିବାକୁ ବୁର୍ଲା, ଭୁବନେଶ୍ୱରଠୁ ଆରମ୍ଭକରି କଟକ ବଡ ମେଡିକାଲ ପର୍ଯ୍ୟନ୍ତ ନେଲେ। ଲକ୍ଷ୍ମୀଙ୍କୁ ଭଲ କରିବାକୁ ହାତରେ ଥିବା ଧନ ସମ୍ପତ୍ତି ସାଙ୍ଗକୁ ଟଙ୍କା ସୁନା ସବୁ ସାରିଦେଲେ। ହେଲେ ଭଲ ହେଲେନାହିଁ ଲକ୍ଷ୍ମୀ। ଏବେ ଏହିଭଳି କଷ୍ଟଦାୟକ ଜୀବନ ବିତାଉଥିଲେବି ଅଧିକ ଚିକିତ୍ସା କରିବାକୁ ପାଖରେ ଧନ ନାହିଁ।

କେବଳ ଲକ୍ଷ୍ମୀଙ୍କ ଚିକିତ୍ସା ଚିନ୍ତା ପରିବାରକୁ ଘାରିଛି ତା’ ନୁହେଁ, ଗତବର୍ଷ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଧୋଇଯାଇଛି ଲକ୍ଷ୍ମୀଙ୍କ ଘର। ଏଣୁ ଦୀର୍ଘ ଏକବର୍ଷ ହେଲା ଏକ ପଲିଥିନ୍‌ ତଳେ ଗୋଟିଏ ପରିବାରର ୭ ଜଣ ଜୀବନ ବିତାଉଛନ୍ତି। ଯାହା ଉପାର୍ଜନ ହେଉଛି ସେଥିରେ କଷ୍ଟେମଷ୍ଟେ ଦୁଇଓଳି ଖାଇବାକୁ ଚଳୁଛି। ଲକ୍ଷ୍ମୀଙ୍କ ଚିକିତ୍ସା କିମ୍ୱା ଘର ଖଣ୍ଡିଏ କରିବାକୁ ସମର୍ଥ ହେଉନାହିଁ ଲକ୍ଷ୍ମୀଙ୍କ ପରିବାର। ଏବେ ସରକାରୀ ସହାୟତା ସହ ଲକ୍ଷ୍ମୀଙ୍କ ଚିକିସିା ଦାବୀ କରିଛନ୍ତି ପରିବାର ଓ ଗ୍ରାମବାସୀ। ଅପରପକ୍ଷରେ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଗଲେ ସରକାରୀ ବିଧି ବ୍ୟବସ୍ଥା ଭିତରେ ତାଙ୍କ ଚିକିସିା କରାଯିବ ବୋଲି ସିଡିଏମଓ କହିଛନ୍ତି।

The post ପଲିଥିନ୍‌ ତଳେ କଟୁଛି ଜୀବନ appeared first on Odisha Reporter.

]]>
right bottom 2020-08-10 08:21:55 https://cdn.odishareporter.in/wp-content/uploads/2020/08/09160034/s2.jpg
ସାଧାରଣ ଲୋକଙ୍କୁ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ମନା https://odishareporter.in/odisha/restriction-on-common-man-entry-in-block-office-557583 Thu, 30 Jul 2020 09:02:36 +0000 https://odishareporter.in/?p=557583

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଉଲୁଣ୍ଡା ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ବ୍ଲକ୍‌ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଏହି ନିୟମ ବଳବତ୍ତର ରହିବ। ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରୁ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ […]

The post ସାଧାରଣ ଲୋକଙ୍କୁ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ମନା appeared first on Odisha Reporter.

]]>

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଉଲୁଣ୍ଡା ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ବ୍ଲକ୍‌ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଏହି ନିୟମ ବଳବତ୍ତର ରହିବ।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରୁ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକତ୍ସାଧୀନ ଅଛନ୍ତି।

The post ସାଧାରଣ ଲୋକଙ୍କୁ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ମନା appeared first on Odisha Reporter.

]]>
right bottom 2020-07-30 14:36:30 https://cdn.odishareporter.in/wp-content/uploads/2020/07/30135639/oooooooo.jpg
ବସ୍‌ରୁ ମିଳିଲା ବିପୁଳ କଫ୍‌ ସିରପ୍‌ https://odishareporter.in/odisha/cough-syrup-seized-from-bus-sonepur-555273 Fri, 24 Jul 2020 07:45:22 +0000 https://odishareporter.in/?p=555273

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜ ଛକ ନିକଟରୁ ଏକ ଘରୋଇ ବସ୍‌ରୁ ୬୪୦ ବୋତଲ କଫ୍‌ ସିରପ୍ ‌ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଜବତ କଫ୍‌ ସିରପ୍‌ର ମୂଲ୍ୟ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିବା ଏକ ଘରୋଇ ବସ୍‌ରେ କଫ୍‌ ସିରପ୍‌ ଯାଉଥିବା ସୋନପୁର ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ୍ ଯୋଜନା ମୁତାବକ କୁଞ୍ଜ […]

The post ବସ୍‌ରୁ ମିଳିଲା ବିପୁଳ କଫ୍‌ ସିରପ୍‌ appeared first on Odisha Reporter.

]]>

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜ ଛକ ନିକଟରୁ ଏକ ଘରୋଇ ବସ୍‌ରୁ ୬୪୦ ବୋତଲ କଫ୍‌ ସିରପ୍ ‌ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଜବତ କଫ୍‌ ସିରପ୍‌ର ମୂଲ୍ୟ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିବା ଏକ ଘରୋଇ ବସ୍‌ରେ କଫ୍‌ ସିରପ୍‌ ଯାଉଥିବା ସୋନପୁର ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ୍ ଯୋଜନା ମୁତାବକ କୁଞ୍ଜ ଛକରେ ଜଗି ରହିଥିଲା। ବସ୍‌ଟି କୁଞ୍ଜ ଛକରେ ପହଞ୍ଚିବା ପରେ ପୁଲିସ୍‌ ଚଢ଼ଉ କରି ୬୪୦ ବୋତଲ କଫ୍‌ ସିରପ୍‌ ଜବତ କରିବା ସହ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ତେବେ ଏତେ ପରିମାଣରେ କଫ୍‌ ସିରପ୍‌ କେଉଁଠି ଆସିଲା ପୁଲିସ୍‌ ସେଇ ନେଇ ତଦନ୍ତ ଜାରି ରଖିଛି।

The post ବସ୍‌ରୁ ମିଳିଲା ବିପୁଳ କଫ୍‌ ସିରପ୍‌ appeared first on Odisha Reporter.

]]>
right bottom 2020-07-24 13:25:20 https://cdn.odishareporter.in/wp-content/uploads/2020/07/24124807/cup-siriaf999.jpg
ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା https://odishareporter.in/odisha/triple-murder-in-a-family-554741 Thu, 23 Jul 2020 04:50:10 +0000 https://odishareporter.in/?p=554741

ବିନିକା( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ମୃତକମାନେ ହେଲେ ବୁଲୁ ଭୋଇ(୬୫),  ତାଙ୍କ ସ୍ତ୍ରୀ  ବଇଦେହି ଭୋଇ (୫୫) ଓ ପୁଅ  ଶିବ ଭୋଇ (୨୫)। ଗତକାଲି ରାତିରେ କେହି ଦୁର୍ବୃତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତଦେହ ଘର ବାହାରେ ପଡ଼ିଥିବା […]

The post ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା appeared first on Odisha Reporter.

]]>

ବିନିକା( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ମୃତକମାନେ ହେଲେ ବୁଲୁ ଭୋଇ(୬୫),  ତାଙ୍କ ସ୍ତ୍ରୀ  ବଇଦେହି ଭୋଇ (୫୫) ଓ ପୁଅ  ଶିବ ଭୋଇ (୨୫)।

ଗତକାଲି ରାତିରେ କେହି ଦୁର୍ବୃତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତଦେହ ଘର ବାହାରେ ପଡ଼ିଥିବା ବେଳେ ତାଙ୍କ ବାପା ଓ ମାଆଙ୍କ ମୃତଦେହ  ଘର ଭିତରେ ପଡ଼ି ରହିଛି। ଆଜି ସକାଳେ ଶିବ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ବୁଲୁ ଭୋଇଙ୍କ ଦୁଇଟି ଝିଅ  ବାହା ହୋଇ ଯାଇଥିବା ବେଳେ ସାନ ପୁଅ ଶଙ୍କର ଭୋଇ ତାମିଲନାଡୁରେ କାମ କରୁଛନ୍ତି।

The post ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା appeared first on Odisha Reporter.

]]>
right top 2020-07-23 10:28:59 https://cdn.odishareporter.in/wp-content/uploads/2020/07/23101238/binika-4400.jpg
କରୋନା କଟକଣା ଯୋଗୁଁ ବାପାଙ୍କୁ ମୁଖାଗ୍ନି ଦେଇପାରିଲେନି ଏକମାତ୍ର ପୁଅ https://odishareporter.in/odisha/man-in-quarantine-centre-requests-to-attend-his-fathers-last-rites-in-subarnpur-district-552822 Sat, 18 Jul 2020 09:24:24 +0000 https://odishareporter.in/?p=552822

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବାପାଙ୍କ ଦେହ ଖରାପ ଶୁଣି ସୁଦୂର ବାଙ୍ଗାଲୋରରୁ ଘରକୁ ଆସିଥିଲେ। କିନ୍ତୁ ବାପାଙ୍କ ସେବାଯତ୍ନ କରିବା ପରିବର୍ତ୍ତେ ସରକାରୀ କଟକଣା ଯୋଗୁଁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ହେଲା। ଏକମାତ୍ର ପୁଅ ସେଇଟି ଥିବାବେଳେ ବାପାଙ୍କର ପରଲୋକ ହୋଇଗଲା। ସେ ମୁଖାଗ୍ନି ଦେଇପାରିଲେନି। ଏବେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଘରକୁ ଯିବାକୁ ପ୍ରଶାସନକୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି, ଅନୁମତି ମିଳିବ କି ନାହିଁ ସନ୍ଦେହ। ଏହି କରୁଣ ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା […]

The post କରୋନା କଟକଣା ଯୋଗୁଁ ବାପାଙ୍କୁ ମୁଖାଗ୍ନି ଦେଇପାରିଲେନି ଏକମାତ୍ର ପୁଅ appeared first on Odisha Reporter.

]]>

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବାପାଙ୍କ ଦେହ ଖରାପ ଶୁଣି ସୁଦୂର ବାଙ୍ଗାଲୋରରୁ ଘରକୁ ଆସିଥିଲେ। କିନ୍ତୁ ବାପାଙ୍କ ସେବାଯତ୍ନ କରିବା ପରିବର୍ତ୍ତେ ସରକାରୀ କଟକଣା ଯୋଗୁଁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ହେଲା। ଏକମାତ୍ର ପୁଅ ସେଇଟି ଥିବାବେଳେ ବାପାଙ୍କର ପରଲୋକ ହୋଇଗଲା। ସେ ମୁଖାଗ୍ନି ଦେଇପାରିଲେନି। ଏବେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଘରକୁ ଯିବାକୁ ପ୍ରଶାସନକୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି, ଅନୁମତି ମିଳିବ କି ନାହିଁ ସନ୍ଦେହ। ଏହି କରୁଣ ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦରର।

ସୂଚନାଅନୁସାରେ, ବହଳପଦର ପଞ୍ଚାୟତ ଅନ୍ତର୍ଗତ ଶରଧାପାଲି ଗାଁର ପ୍ରଭୁ ମିଂଜ ବାଙ୍ଗାଲୋରର ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲେ। ତେବେ କିଡୀନ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ବାପାଙ୍କ ଦେହ ହଠାତ ଅଧିକ ଖରାପ ହେବା ଶୁଣି ସେ ଗାଁକୁ ପଳାଇ ଆସିଥିଲେ। ହେଲେ କରୋନା କଟକଣା ଯୋଗୁଁ ତାଙ୍କୁ ଗାଁରେ ପୂରେଇ ଦିଆଗଲା ନାହିଁ। ବାପାଙ୍କ ସେବାଯତ୍ନ କରିବା ପରିବର୍ତ୍ତେ ତାଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ହେଲା। ସେ ସେଇଠି ଥିବା ଅବସ୍ଥାରେ ୩ ଦିନ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଗଲା। ସେ କ୍ୱାରେଣ୍ଟାଇନ୍‌ରେ ଥିବାରୁ ତାଙ୍କ ବାପାଙ୍କ ଶବଦାହ ମଧ୍ୟ କରି ପାରି ନଥିଲେ।

ଇତିମଧ୍ୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସେ ୧୮ ଦିନ ବିତାଇ ସାରିଲେଣି। ଏବେ ବାପାଙ୍କ ଶୁଦ୍ଧକ୍ରିୟା କରିବାକୁ ଘରକୁ ଛାଡ଼ିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ତାଙ୍କୁ କ୍ୱାରେଣ୍ଟାଇନ୍‌ରୁ ଛାଡିବାକୁ ତାଙ୍କ ବିଧବା ମାଆ ଗାନ୍ଦ ମିଂଜ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି।

The post କରୋନା କଟକଣା ଯୋଗୁଁ ବାପାଙ୍କୁ ମୁଖାଗ୍ନି ଦେଇପାରିଲେନି ଏକମାତ୍ର ପୁଅ appeared first on Odisha Reporter.

]]>
right bottom 2020-07-18 15:10:08 https://cdn.odishareporter.in/wp-content/uploads/2020/07/18144742/sonpur-22-88.jpg
ମହାନଦୀକୁ ଡେଇଁ ପଡ଼ିଥିଲେ ମହିଳା, ଉଦ୍ଧାର ହେଲେ https://odishareporter.in/odisha/woman-jumped-into-mahanadi-rescued-551689 Wed, 15 Jul 2020 03:19:10 +0000 https://odishareporter.in/?p=551689

ସୋନପୁର( ରବୀନ୍ଦ୍ର ହୋତା); ସ୍ୱାମୀଙ୍କ ସହ ଝଗଡ଼ା କରି ମହାନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର ହୋଇଛନ୍ତି।  ସୋନପୁର ମହାନଦୀ କୁମ୍ଭାରପଡ଼ା ନିକଟରୁ ସମ୍ପୃକ୍ତ ମହିଳାଙ୍କୁ ୨ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଗତକାଲି ସନ୍ଧ୍ୟା ସମୟରେ ମହାନଦୀ ବ୍ରିଜ୍‌କୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ […]

The post ମହାନଦୀକୁ ଡେଇଁ ପଡ଼ିଥିଲେ ମହିଳା, ଉଦ୍ଧାର ହେଲେ appeared first on Odisha Reporter.

]]>

ସୋନପୁର( ରବୀନ୍ଦ୍ର ହୋତା); ସ୍ୱାମୀଙ୍କ ସହ ଝଗଡ଼ା କରି ମହାନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର ହୋଇଛନ୍ତି।  ସୋନପୁର ମହାନଦୀ କୁମ୍ଭାରପଡ଼ା ନିକଟରୁ ସମ୍ପୃକ୍ତ ମହିଳାଙ୍କୁ ୨ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି ।

ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଗତକାଲି ସନ୍ଧ୍ୟା ସମୟରେ ମହାନଦୀ ବ୍ରିଜ୍‌କୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୀରା ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ।

ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ପତ୍ତା ପାଇପାରି ନ ଥିଲେ।  ନଦୀରେ ଭାସି ଭାସି ଯାଉଥିବାବେଳେ ଲଙ୍କେଶ୍ୱର ଘାଟତଳ କୁମ୍ଭାରପଡ଼ାରୁ ଦୁଇ ମତ୍ସ୍ୟଜୀବୀ ରାତି ପ୍ରାୟ ୯ଟା ବେଳକୁ ତାଙ୍କୁ ଉଦ୍ଧାର କରିଥିଲେ।   ମହିଳାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ମେ ମାସରେ ମୀରାଙ୍କର ବାହାଘର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ସେ ଭାସିଗଲେ ତାହାର ତଦନ୍ତ ଚାଲିଛି।

The post ମହାନଦୀକୁ ଡେଇଁ ପଡ଼ିଥିଲେ ମହିଳା, ଉଦ୍ଧାର ହେଲେ appeared first on Odisha Reporter.

]]>
centre bottom 2020-07-15 08:49:10 https://cdn.odishareporter.in/wp-content/uploads/2020/07/15084412/sonapur-1-1.jpg
ପୋଖରୀରେ ବୁଡ଼ିଗଲେ ଆକାଶ https://odishareporter.in/odisha/1-man-digged-in-pond-549261 Thu, 09 Jul 2020 05:45:44 +0000 https://odishareporter.in/?p=549261

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡଖମାର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକଙ୍କ ହେଲେ ୨୬ ବର୍ଷୀୟ ଆକାଶ କୁମାର ଦାଶ। ତାଙ୍କ ଘର ଶଙ୍କରା ଗାଁରେ । ମିଳିଥିବା ସୂଚନା ଅନୁସାରେ, ଆକାଶ ଚାରିଦିନ ତଳେ ବଡଖମାର ଗାଁର ବରାହପଦର ମଠକୁ ଯାଇଥିଲେ। ତେବେ ଗତକାଲି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ମଠକୁ ଫେରିନଥିଲେ। ପରେ ସମସ୍ତେ ତାଙ୍କୁ ଖୋଜିଖୋଜି କରିଥିଲେ। ହେଲେ […]

The post ପୋଖରୀରେ ବୁଡ଼ିଗଲେ ଆକାଶ appeared first on Odisha Reporter.

]]>

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡଖମାର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକଙ୍କ ହେଲେ ୨୬ ବର୍ଷୀୟ ଆକାଶ କୁମାର ଦାଶ। ତାଙ୍କ ଘର ଶଙ୍କରା ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ଆକାଶ ଚାରିଦିନ ତଳେ ବଡଖମାର ଗାଁର ବରାହପଦର ମଠକୁ ଯାଇଥିଲେ। ତେବେ ଗତକାଲି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ମଠକୁ ଫେରିନଥିଲେ। ପରେ ସମସ୍ତେ ତାଙ୍କୁ ଖୋଜିଖୋଜି କରିଥିଲେ। ହେଲେ ପାଇ ନଥିଲେ। ଆଜି  ସକାଳେ ଆକାଶଙ୍କ ମୃତଦେହ ମଠ ନିକଟ ପୋଖରୀରୁ ମିଳିଥିଲା। ସୁବଳୟା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆକାଶଙ୍କ ମୃତ୍ୟୁ ପୋଖରୀରେ ବୁଡ଼ି ହୋଇଛି ନା, ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ୍ ଖୋଳତାଡ଼ କରୁଛି।

The post ପୋଖରୀରେ ବୁଡ଼ିଗଲେ ଆକାଶ appeared first on Odisha Reporter.

]]>
right bottom 2020-07-09 11:15:44 https://cdn.odishareporter.in/wp-content/uploads/2020/07/09104834/deadbody000.jpg
ବୋଲେରୋ-କାର୍ ମୁହାଁମୁହିଁ ଧକ୍କା https://odishareporter.in/odisha/bolero-car-accident-546052 Wed, 01 Jul 2020 05:14:14 +0000 https://odishareporter.in/?p=546052

ସୋନପୁର(ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ତରେଇକେଲା ବୁଲାଣିରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଏସ୍.କେ ମାହିସିନ୍‌ ଜାମେଦର , ଅଲି ଆସଗର ଖାନ୍‌ ଓ ଏସ୍‌. କେ ନାଜରୁଲ୍‌ ଜାମଦର। ସମସ୍ତଙ୍କ ଘର ପଶ୍ଚିମବଙ୍ଗରେ। ସମସ୍ତେ ଟାଇଲ କରିଗର […]

The post ବୋଲେରୋ-କାର୍ ମୁହାଁମୁହିଁ ଧକ୍କା appeared first on Odisha Reporter.

]]>

ସୋନପୁର(ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ତରେଇକେଲା ବୁଲାଣିରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ହେଲେ ଏସ୍.କେ ମାହିସିନ୍‌ ଜାମେଦର , ଅଲି ଆସଗର ଖାନ୍‌ ଓ ଏସ୍‌. କେ ନାଜରୁଲ୍‌ ଜାମଦର। ସମସ୍ତଙ୍କ ଘର ପଶ୍ଚିମବଙ୍ଗରେ। ସମସ୍ତେ ଟାଇଲ କରିଗର ବୋଲି ଜଣାପଡ଼ିଛି। ଗୁରୁତର ରତ୍ନାକର ପୁଟେଲ,ସାହେବ ହୁସେନ, ସୁଶିଳ ପ୍ରଧାନ ଓ ପ୍ରଦୀପ ଅଗ୍ରୱାଲଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ଟାଇଲ କରିଗରମାନେ ବୋଲେରୋରେ ଝାରସୁଗୁଡ଼ାରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ତରେଇକେଲା ବୁଲାଣିରେ ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।  ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

The post ବୋଲେରୋ-କାର୍ ମୁହାଁମୁହିଁ ଧକ୍କା appeared first on Odisha Reporter.

]]>
right top 2020-07-01 10:47:56 https://cdn.odishareporter.in/wp-content/uploads/2020/07/01102707/accident.jpg