Politics – Odisha Reporter https://odishareporter.in Wed, 27 Oct 2021 05:43:46 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png Politics – Odisha Reporter https://odishareporter.in 32 32 ନବୀନଙ୍କୁ ଚେତାଇଲେ ଓ ଡରାଇଲେ ସୌମ୍ୟ, ବିଜେଡି କୋରଟିମ୍ ନିର୍ବାକ୍‌ https://odishareporter.in/politics/happenings/bjd-mla-soumya-ranjan-pattnaik-warns-cm-naveen-patnaik-686741 Tue, 26 Oct 2021 13:09:06 +0000 https://odishareporter.in/?p=686741

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ, ଆଚରଣ ଓ ଉଚ୍ଚାରଣ ଉପରେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସମ୍ବାଦପତ୍ରର ସମ୍ପାଦକୀୟରେ ନବୀନଙ୍କୁ ଚେତାଇବା ଓ ଡରାଇବା ସହ ଇତିହାସରେ ସବୁଦିନ ସ୍ମରଣୀୟ ହେବା ଭଳି କାର୍ଯ୍ୟ କରିବାକୁ ସୌମ୍ୟ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଜିତିବା ହିଁ ନବୀନଙ୍କ ସବୁ କାର୍ଯ୍ୟକ୍ରମର ଗୋଟିଏ ମାତ୍ର ଲକ୍ଷ୍ୟ ଓ ରାଜନୀତିକ ବିକଳ୍ପର ଅଭାବ ଯୋଗୁ ତାଙ୍କୁ […]

The post ନବୀନଙ୍କୁ ଚେତାଇଲେ ଓ ଡରାଇଲେ ସୌମ୍ୟ, ବିଜେଡି କୋରଟିମ୍ ନିର୍ବାକ୍‌ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ, ଆଚରଣ ଓ ଉଚ୍ଚାରଣ ଉପରେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସମ୍ବାଦପତ୍ରର ସମ୍ପାଦକୀୟରେ ନବୀନଙ୍କୁ ଚେତାଇବା ଓ ଡରାଇବା ସହ ଇତିହାସରେ ସବୁଦିନ ସ୍ମରଣୀୟ ହେବା ଭଳି କାର୍ଯ୍ୟ କରିବାକୁ ସୌମ୍ୟ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଜିତିବା ହିଁ ନବୀନଙ୍କ ସବୁ କାର୍ଯ୍ୟକ୍ରମର ଗୋଟିଏ ମାତ୍ର ଲକ୍ଷ୍ୟ ଓ ରାଜନୀତିକ ବିକଳ୍ପର ଅଭାବ ଯୋଗୁ ତାଙ୍କୁ ସହଜରେ ସଫଳତା ମିଳୁଛି ବୋଲି ଚେତାଇ ଦେଇଛନ୍ତି। ନିଜର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ବାର୍ତ୍ତାଳାପର ସୁଯୋଗ ନଥିବାରୁ ସମ୍ଭବତଃ ସୌମ୍ୟ ଏବେ ନିୟମିତ ଭାବେ ଗତ କିଛି ମାସ ଧରି ନିଜର ସମ୍ପାଦକୀୟରେ କଡ଼ା ଭାଷାରେ ନବୀନଙ୍କ ଦୋଷତ୍ରୁଟିକୁ ଉଜାଗର କରିବାରେ ଲାଗିଛନ୍ତି।

ସୌମ୍ୟଙ୍କର ଏଭଳି ଆଚରଣ ଏବେ ବିଜେଡିର କୋରଟିମ୍ ପାଇଁ ଗଳାର ‘କଣ୍ଟା’ ସଦୃଶ ହୋଇଛି। ଯାହାକୁ କାଢ଼ିବା କି ଢ଼ୋକିବା ସମ୍ଭବପର ହେଉନଥିବାବେଳେ ବିରୋଧୀଙ୍କ ସହ ସ୍ୱର ମିଶାଇ ସୌମ୍ୟଙ୍କ ନିୟମିତ ଭାବେ ଏଭଳି ଷଣ୍ଢୁଆସୀ ଆକ୍ରମଣ କରୁଥିବାରୁ ବିଜେଡି ନିର୍ବାକ୍ ହୋଇପଡ଼ିଛି। ଏବେ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଲାଗି ରହିଥିବାବେଳେ ସୌମ୍ୟ ଏ ସମ୍ପର୍କରେ ସିଧାସଳଖ ପଦୁଟିଏ କହିନାହାନ୍ତି। ସମ୍ପାଦକୀୟ ମାଧ୍ୟମରେ ସୌମ୍ୟ ନିଜର କଥାକୁ ସିନା ସମଗ୍ର ରାଜ୍ୟବାସୀଙ୍କ ପାଖରେ ପହଂଚାଇବାରେ ସଫଳ ହେଇଛନ୍ତି , କିନ୍ତୁ ଯାହାଙ୍କ(ନବୀନ ପଟ୍ଟନାୟକ) ଉଦ୍ଦେଶ୍ୟରେ ଲେଖିଛନ୍ତି ସେ ଏସବୁ ଜାଣୁଛନ୍ତି କି ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ଓ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେଡି ଉପସଭାପତି, ପର୍ଯ୍ୟବେକ୍ଷକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ନିଜ ମାଲିକାନାରେ ଥିବା ‘ସମ୍ବାଦ’ର ସମ୍ପାଦକୀୟରେ ‘ନବୀନବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ….’ଶୀର୍ଷକ ଏକ ଲେଖା ଲେଖିଛନ୍ତି। ନବୀନ ସରକାରର ୨୦ବର୍ଷର କାର୍ଯ୍ୟକାଳକୁ ସୌମ୍ୟ ତାଙ୍କ ଲେଖାରେ ସମୀକ୍ଷା କରିବା ସହ ନବୀନଙ୍କ କାର୍ଯର୍୍ୟଶୈଳୀ ଓ ଆଚରଣରେ ଆସିଥିବା ଫରକ ସମ୍ପର୍କରେ ମଧ୍ୟ ଚେତାଇ ଦେବାକୁ ପଛାଇ ନାହାନ୍ତି । ସୌମ୍ୟ ଲେଖିଛନ୍ତି, ରାଜନୀତିକ ବିକଳ୍ପ ନଥିବାରୁ ନବୀନଙ୍କୁ ନିର୍ବାଚନୀ ସଫଳତା ମିଳୁଛି ଓ ଏହା ତାଙ୍କୁ ଅହଙ୍କାରୀ କରାଇ ଦେଇଛି, ଯାହାକି ନବୀନଙ୍କ ‘ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ’ ନୀତିକୁ ମଧ୍ୟ ସଙ୍କୁଚିତ କରିଛି। ଆଉ ସାଧାରଣ ଲୋକ ମଧ୍ୟ ଏହା ଅନୁଭବ କଲେଣି ।

ନବୀନଙ୍କ ସବୁ କାର୍ଯ୍ୟକ୍ରମର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ଆଗାମୀ ନିର୍ବାଚନ କିଭଳି ଅଧିକ ଭୋଟ ପାଇ ଜିତିହେବ ଓ ସେଥିପାଇଁ ଯାହା ଦରକାର ଏବଂ କରିବାକୁ ପଡ଼ୁଛି ତାହା ସେ କରୁଛନ୍ତି । ନବୀନଙ୍କ ପ୍ରଥମ ୧୦ବର୍ଷର କାର୍ଯ୍ୟଶୈଳୀ ହିଁ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ମନରେ ଏଭଳି ଏକ ଭଲପାଇବା ସୃଷ୍ଟି କରାଇଛି ଯାହା କମ୍ ରାଜନେତାଙ୍କ ଭାଗ୍ୟରେ ଜୁଟିଥାଏ । ୨୦୨୪ ନିର୍ବାଚନ ବେଳକୁ ନବୀନ ହୁଏତ ଚାମଲିଙ୍ଗ ଓ ଜ୍ୟୋତିବସୁଙ୍କର ସର୍ବାଧିକ ସମୟ କ୍ଷମତାସୀନ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ଭଙ୍ଗ କରିବେ । କିନ୍ତୁ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ନିଜ ନାଁ ଲିପିବଦ୍ଧ ହେବା ଭଳି କାର୍ଯ୍ୟ ସେ କରିପାରିନାହାନ୍ତି। ଚାମଲିଙ୍ଗ ଓ ଜ୍ୟୋତିବସୁଙ୍କ ଯେପରି ଏବେ ମନେ ପକାଇବା ଲୋକଙ୍କ ସଂଖ୍ୟା ନଗଣ୍ୟ ଠିକ୍ ସେଭଳି ଅବସ୍ଥା ନବୀନଙ୍କର ବି ହୋଇପାରେ ବୋଲି ଚେତାବନୀ ଦେବାକୁ ସୌମ୍ୟ ପଛାଇ ନାହାନ୍ତି।

ବିରୋଧୀଙ୍କ ସହ ସ୍ୱର ମିଳାଇ ସୌମ୍ୟ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ସହାୟକ ହୋଇଥିବା ଯୁଗାନ୍ତକାରୀ ଯୋଜନାଗୁଡ଼ିକର ସଫଳତା ଉପରେ ପ୍ରଶ୍ନ ଉଠାଇଚନ୍ତି । ପ୍ରଶିକ୍ଷିତ ଶିକ୍ଷକଙ୍କ ସଂଖ୍ୟା ନବଢାଇ ସ୍କୁଲ କୋଠାକୁ ଚକଚକ୍ କରିବା ଅବା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମୃଦ୍ଧ ନକରି ‘ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ’ ବାଣ୍ଟିଲେ ଓଡ଼ିଆ ଯୁବକମାନଙ୍କ ସ୍ୱପ୍ନ ସାକାର ହୋଇପାରିବ ନାହିଁ । କ୍ଷମତାସୀନ ବ୍ୟକ୍ତିଙ୍କୁ ପୁଲିସ ସୁରକ୍ଷା ଦେବାରେ ଅଧିକ ତତ୍ପର ଥିବାରୁ ‘ମୋ ସରକାର ଯୋଜନା’ ବି ଫେଲ୍ ମାରିଛି ବୋଲି କହିବାକୁ ସୌମ୍ୟ ପଛାଇ ନାହାନ୍ତି ।

ମହିଳା କାର୍ଡ ଖେଳୁଥିବା ନବୀନ ପଟ୍ଟନାୟକ ଓଡ଼ିଶାକୁ ନିଶାମୁକ୍ତ କରିବା, ଦୈନିକ ବଢ଼ୁଥିବା ଅପରାଧକୁ ନିିୟନ୍ତ୍ରଣ ତଥା ମହିଳାଙ୍କୁ ଅଧିକ ସୁରକ୍ଷିତ ପରିବେଶ ଦେବାରେ ବିଫଳ ହୋଇଛି ବୋଲି ସୌମ୍ୟ ପରୋକ୍ଷରେ କହିଛନ୍ତି । ନବୀନଙ୍କ ଡାହାଣ ହାତ ସାଜିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କଠୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ ହେବାର ଉଦାହରଣ ଦେଇ ରାଜ୍ୟରେ ଦୁର୍ନୀତି ଏବେ କେଉଁସ୍ତରରେ ପହଂଚିଛି ଓ ନିର୍ବାଚନରେ ପ୍ରତିଥର ଆବଶ୍ୟକ ପଡ଼ୁଥିବା ଅଧିକ ଅର୍ଥ ଯୋଗାଡ଼ରେ ସମସ୍ତେ ବ୍ୟସ୍ତ ଥିବାରୁ ସ୍ୱଚ୍ଛତା କମିବା ଓ ଦୁର୍ନୀତି ବଢ଼ିବା ଛଡ଼ା ଅନ୍ୟ ବାଟ ନାହିଁ ବୋଲି ସୌମ୍ୟ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସୌମ୍ୟ ଏତେ କଠୋର ଭାବେ ଓ ଖୋଲାଖୋଲି ନିଜ ଦଳର ସରକାର ଓ ନିଜର ନେତାଙ୍କୁ ଗଣମାଧ୍ୟମରେ ସମାଲୋଚନା କରୁଥିବାବେଳେ ତାଙ୍କୁ ବିଜେଡି କୋରଟିମ୍ ହଜମ କରିବା ଏବେ ବାଧ୍ୟବାଧକତା ହୋଇଯାଇଛି । ନବୀନଙ୍କୁ ନିଜର ନେତା ଓ ପ୍ରଭୁ ମାନୁଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ କିମ୍ବା ପ୍ରଶାନ୍ତ ଜଗଦେବଙ୍କ ଭଳି ନେତାଙ୍କ ଉପରେ ସିନା ଆକ୍ରୋଶ ରଖି ବିଜେଡି କୋରଟିମ୍ କାର୍ଯ୍ୟାନୁଷ୍ଠାନ କରିବାରେ ସକ୍ଷମ ହେଲା ମାତ୍ର ସୌମ୍ୟଙ୍କ ଦେହରେ ହାତ ମାରିଲେ ସେ କେତେ ଯେ ଭୟଙ୍କର ହେବେ ତାକୁ ଆକଳନ କରୁଥିବା ବିଜେଡି କ୍ଷମତାକେନ୍ଦ୍ର ଏବେ ନିରବ ରହିବାକୁ ଏକପ୍ରକାର ବାଧ୍ୟ ବୋଲି ସାଧାରଣରେ ଚର୍ଚ୍ଚା ।

The post ନବୀନଙ୍କୁ ଚେତାଇଲେ ଓ ଡରାଇଲେ ସୌମ୍ୟ, ବିଜେଡି କୋରଟିମ୍ ନିର୍ବାକ୍‌ appeared first on Odisha Reporter.

]]>
right bottom 2021-10-27 11:13:46 https://odishareporter.in/wp-content/uploads/2021/10/pandian-naveen-and-soumya.jpg
ମମିତାଙ୍କ ପରିବାରକୁ ଭେଟିବେ ଚେଲା କୁମାର https://odishareporter.in/politics/chellakumar-to-meet-mamitas-family-686699 Tue, 26 Oct 2021 11:21:18 +0000 https://odishareporter.in/?p=686699

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର। ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଯାଇ ମମିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଚେଲା କୁମାର। ତାଙ୍କ ସହ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେୱାଲା ମଧ୍ୟ ଓଡ଼ିଶା ଗସ୍ତ କରିବେ। ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ ଜିଲ୍ଲା ଗସ୍ତ କରିବାର କାର୍ଯକ୍ରମ ରହିଛି। […]

The post ମମିତାଙ୍କ ପରିବାରକୁ ଭେଟିବେ ଚେଲା କୁମାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର। ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଯାଇ ମମିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଚେଲା କୁମାର। ତାଙ୍କ ସହ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେୱାଲା ମଧ୍ୟ ଓଡ଼ିଶା ଗସ୍ତ କରିବେ। ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ ଜିଲ୍ଲା ଗସ୍ତ କରିବାର କାର୍ଯକ୍ରମ ରହିଛି।

ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ ହୋଇଛି। ଗୋବିନ୍ଦ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କର ଭଲ ରହିବା ସହିତ ତାଙ୍କ ମହାଲିଙ୍ଗ କଲେଜକୁ ମନ୍ତ୍ରୀ ନିୟମିତ ଯାଉଥିବାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି। ଏହା ପରଠାରୁ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି କ୍ୟାପ୍‌ଟେନ୍‌। ତାଙ୍କୁ ମନ୍ତ୍ରିମଣ୍ଡଳର ବହିଷ୍କାର ଓ ଗିରଫ ଦାବି କରିଛନ୍ତି କଂଗ୍ରେସ ଓ ବିଜେପି।

ସେପଟେ ଆଜି ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ଆଜି ସକାଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କଣ୍ଟାବାଞ୍ଜୀର ଝରଣୀ ଗାଁରେ ପହଞ୍ଚି ମମିତାଙ୍କ ବାପାମାଆଙ୍କୁ ଭେଟିଥିଲେ। ଘଟଣା ପାଇଁ ସମବେଦନା ଜଣାଇବା ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ମମିତାଙ୍କ ବାପା।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି କରିସାରିଲେଣି ବୋଲି କହିଛନ୍ତି। ଏ ସରକାର ବର୍ଷ ବର୍ଷ ଧରି ଗୋବିନ୍ଦ ସାହୁ ସୃଷ୍ଟି କରି ଚାଲିଥିବା ସମୀର କହିଛନ୍ତି। ତେବେ ଗୋବିନ୍ଦ ସାହୁମାନଙ୍କ ସୃଷ୍ଟିକର୍ତ୍ତାକୁ ଧ୍ୱଂସ କରିବା ଯାଏ ବିଜେପି ଲଢ଼ିବ ବୋଲି ସେ କହିଛନ୍ତି।

 

The post ମମିତାଙ୍କ ପରିବାରକୁ ଭେଟିବେ ଚେଲା କୁମାର appeared first on Odisha Reporter.

]]>
centre bottom 2021-10-26 16:51:18 https://odishareporter.in/wp-content/uploads/2021/10/Chellakumar.jpg
ମମିତା ମାମଲାରେ ଓଡ଼ିଶା ଆସିବ ବିଜେପିର ତିନିଜଣିଆ ଟିମ୍ https://odishareporter.in/politics/happenings/bjps-team-will-travel-odisha-on-mamita-meher-murder-case-686667 Tue, 26 Oct 2021 11:17:55 +0000 https://odishareporter.in/?p=686667

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ନେଇ ବିଜେପି ଆଣିଛି ବଡ଼ ଆରୋପ। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ କରି ଅଭିଯୋଗ ଆଣି କହିଛନ୍ତି, ଗୋବିନ୍ଦ ସାହୁ ସେଠାରେ ରାକେଟ ଚଳାଇଥିଲା। ଯେଉଁଥିରେ ଗୃହ ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସୁଛି। ମନ୍ତ୍ରୀ ସେଠାକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି। […]

The post ମମିତା ମାମଲାରେ ଓଡ଼ିଶା ଆସିବ ବିଜେପିର ତିନିଜଣିଆ ଟିମ୍ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ନେଇ ବିଜେପି ଆଣିଛି ବଡ଼ ଆରୋପ। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ କରି ଅଭିଯୋଗ ଆଣି କହିଛନ୍ତି, ଗୋବିନ୍ଦ ସାହୁ ସେଠାରେ ରାକେଟ ଚଳାଇଥିଲା। ଯେଉଁଥିରେ ଗୃହ ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସୁଛି। ମନ୍ତ୍ରୀ ସେଠାକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି। ମନ୍ତ୍ରୀ ଏହି କଲେଜକୁ ଗଲେ ୟଙ୍ଗ ଲାଗେ ବୋଲି ବି କହିଥିଲେ।

କଳାହାଣ୍ଡିରେ ଏକ ନିରୀହ ଯୁବତୀଙ୍କୁ ନିର୍ମମ ଭାବେ ଯେଉଁଭଳି ହତ୍ୟା କରାଗଲା, ତାହା ଜାତୀୟ ସ୍ତରରେ ପ୍ରସାରିତ ହେବା ଦରକାର। ସେଠାକାର ପୁଲିସ୍ ଅଧିକାରୀ ଏଫଆଇଆର୍ ଗ୍ରହଣ କରିବାକୁ ମନା କରିଦେଲେ। କେଉଁଠି ନା କେଉଁଠି ପୁଲିସ୍ ଜାଣିଥିଲା ଯେ ଏଥିରେ ମନ୍ତ୍ରୀଙ୍କର ହାତ ରହିଛି। ତେଣୁ ପୁଲିସ୍ ଏତଲା ରଖିଲା ନାହିଁ।

ସମ୍ବିତ ପାତ୍ର ଆହୁରି କହିଛନ୍ତି, ଆଶ୍ଚର୍ଯ୍ୟକର କଥା ହେଉଛି, ଯେତେବେଳେ ଗୋବିନ୍ଦକୁ ଟିଟିଲାଗଡ଼ରେ ଗିରଫ କରାଗଲା, ତାକୁ କିଛି ସମୟ ପଚରାଉଚରା କରାଯିବା ପରେ ସେଠାରେ ଅଚାନକ ବିଜୁଳି କଟିଯାଇଥିଲା। କିଛି ସମୟ ପରେ ଲାଇନ୍ ଆସିଲା ବେଳକୁ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା। ତେଣୁ ଶକ୍ତି ମନ୍ତ୍ରୀଙ୍କ ସଂପୃକ୍ତି ନଥିଲେ ଏଭଳି ହୋଇନଥାନ୍ତା ବୋଲି ଅଭିଯୋଗ କରିଛନ୍ତି ସମ୍ବିତ ପାତ୍ର।

ଏହି ଘଟଣା ସମ୍ବନ୍ଧରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଅବଗତ ଅଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଏକ ୩ ଜଣିଆ ଟିମ୍ ଓଡ଼ିଶା ଯିବ। ସେହି ତିନି ଜଣିଆ ସଦସ୍ୟ ହେଉଛନ୍ତି ସାଂସଦ ସୁନୀତା ଦୁଗଲ, ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଓ ବିଧାୟିକା ବନିତା ଶ୍ରୀନିବାସନ୍ ଓ ବିଧାୟିକା ରୂପା ମିତ୍ର ଚୌଧୁରୀ। ଏହି ଟିମ୍ ପୂରା ଘଟଣାର ଅନୁଧ୍ୟାନ କରି ଯଥାଶୀଘ୍ର ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

The post ମମିତା ମାମଲାରେ ଓଡ଼ିଶା ଆସିବ ବିଜେପିର ତିନିଜଣିଆ ଟିମ୍ appeared first on Odisha Reporter.

]]>
right bottom 2021-10-26 16:51:31 https://odishareporter.in/wp-content/uploads/2021/10/sambit-patra.jpg
ଟାର୍ଗେଟରେ ନବୀନ: ଗୋଟେ ପରେ ଗୋଟେ ତୀର ଛାଡୁଛନ୍ତି ସୌମ୍ୟ https://odishareporter.in/politics/soumya-ranjan-patnaik-criticized-odisha-government-686653 Tue, 26 Oct 2021 10:47:07 +0000 https://odishareporter.in/?p=686653

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ  ହୁଲ୍‌ସ୍ତୁଲ ହେଉଛି ଓଡ଼ିଶା। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟର କୋଣ ଅନୁକୋଣରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ବାହାରିଛି ବିଜେଡି। ଦଳ ପୁରୁଖା ମୁଖପାତ୍ରମାନେ ଏହି ବିବାଦଠାରୁ ଦୂରେଇ ରହୁଥିବା ବେଳେ ଆଗକୁ ଆସିଛନ୍ତି ଯୁବ ମୁଖପାତ୍ରମାନେ। ଆଉ ଦିବ୍ୟଶଙ୍କର ପାଇଁ ଅଜବ ଅଜବ ଯୁକ୍ତି ବାଢ଼ିଛନ୍ତି। ଏପରି ସ୍ଥିତିରେ ଦଳ […]

The post ଟାର୍ଗେଟରେ ନବୀନ: ଗୋଟେ ପରେ ଗୋଟେ ତୀର ଛାଡୁଛନ୍ତି ସୌମ୍ୟ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ  ହୁଲ୍‌ସ୍ତୁଲ ହେଉଛି ଓଡ଼ିଶା। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟର କୋଣ ଅନୁକୋଣରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ବାହାରିଛି ବିଜେଡି। ଦଳ ପୁରୁଖା ମୁଖପାତ୍ରମାନେ ଏହି ବିବାଦଠାରୁ ଦୂରେଇ ରହୁଥିବା ବେଳେ ଆଗକୁ ଆସିଛନ୍ତି ଯୁବ ମୁଖପାତ୍ରମାନେ। ଆଉ ଦିବ୍ୟଶଙ୍କର ପାଇଁ ଅଜବ ଅଜବ ଯୁକ୍ତି ବାଢ଼ିଛନ୍ତି। ଏପରି ସ୍ଥିତିରେ ଦଳ ଭିତରେ ଥାଇ ମୁଖିଆଙ୍କୁ ଗୋଟିଏ ପରେ ଗୋଟିଏ ତୀର ଛାଡ଼ୁଛନ୍ତି ସମ୍ୱାଦର ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ମମିତା ହତ୍ୟା ମାମଲାକୁ ନେଇ ସୌମ୍ୟ ନିଜ ସମ୍ୱାଦପତ୍ରରେ ସ୍ତମ୍ଭ ଲେଖିଛନ୍ତି। “ନବୀନ ବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ” ଶୀର୍ଷକ ସମ୍ପାଦକୀୟରେ ସେ ଲେଖିଛନ୍ତି, ଶାସନର ପ୍ରଥମ ଦଶ ବର୍ଷରେ ଯେଉଁ କଥାଗୁଡ଼ିକ ପାଇଁ ନବୀନ ବାବୁ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନ ହୋଇ ପ୍ରିୟପାତ୍ର ହୋଇଥିଲେ, ପରବର୍ତ୍ତୀ ଦଶ ବର୍ଷରେ କିନ୍ତୁ ସେହି ଜୁଆରରେ ଭଟ୍ଟା ପଡ଼ିଲାଣି। ତେବେ ନିର୍ବାଚନରେ ଜିତିବାର ଲକ୍ଷ୍ୟ ସାଧନ ପାଇଁ ଯାହା କିଛି କରିବାକୁ ପଡୁଛି, ତାହା କରଣୀୟ ଏବଂ ବରଣୀୟ। ଫଳରେ ନବୀନଙ୍କ ଶାସନର ସଫଳତାର ମୂଳମନ୍ତ୍ର ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ସଙ୍କୁୁଚିତ ହେଉଥିବା ଲୋକେ ଅନୁଭବ କଲେଣି ବୋଲି ସୌମ୍ୟ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।

ଆଜି ପୁରୀ ଗସ୍ତ ବେଳେ ସାମ୍ୱାଦିକଙ୍କ ପ୍ରଶ୍ନରେ ସୌମ୍ୟ ଆହୁରି କହିଛନ୍ତି-“ମମିତାଙ୍କୁ ଯେଭଳି ହତ୍ୟା ହେଲା, ଓଡ଼ିଶା ପାଇଁ ଆଦୌ ସମ୍ମାନଜନକ ହୋଇନି। ତାହା ଯିଏ କରିଥାଉନା କାହିଁକି, ଏହା ଅତ୍ୟନ୍ତ ଲଜ୍ଜାଜନକ କାର୍ଯ୍ୟ। ଆମେ ମହିଳାଙ୍କ ସଶକ୍ତିକରଣ କଥା କହୁଛେ, ତାଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କଥା କହୁଛେ। ହେଲେ ସେମାନଙ୍କୁ ଯଦି ସର୍ବନିମ୍ନ ସୁରକ୍ଷା ଦେଇନପାରିବା, ଆମପାଇଁ ସମ୍ମାନଜନକ ନୁହେଁ।”

ସୂଚନାରୁ ପ୍ରକାଶ, ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମମିତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତେବେ ଗୋବିନ୍ଦ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା। ବିଜେପି ଓ କଂଗ୍ରେସ ତାଙ୍କ ବହିଷ୍କାର ଓ ଗିରଫ ଦାବି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଯେଉଁଥିପାଇଁ ରାଜରାସ୍ତାକୁ ଓହ୍ଲାଇନ୍ତି ବିଭିନ୍ନ ଜନୈତିକ ଦଳର କର୍ମୀ।

ସେପଟେ ଆଜି ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ଆଜି ସକାଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ କଣ୍ଟାବାଞ୍ଜୀର ଝରଣୀ ଗାଁରେ ପହଞ୍ଚି ମମିତାଙ୍କ ବାପାମାଆଙ୍କୁ ଭେଟିଥିଲେ। ଘଟଣା ପାଇଁ ସମବେଦନା ଜଣାଇବା ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ମମିତାଙ୍କ ବାପା।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି କରିସାରିଲେଣି ବୋଲି କହିଛନ୍ତି। ଏ ସରକାର ବର୍ଷ ବର୍ଷ ଧରି ଗୋବିନ୍ଦ ସାହୁ ସୃଷ୍ଟି କରି ଚାଲିଥିବା ସମୀର କହିଛନ୍ତି। ତେବେ ଗୋବିନ୍ଦ ସାହୁମାନଙ୍କ ସୃଷ୍ଟିକର୍ତ୍ତାକୁ ଧ୍ୱଂସ କରିବା ଯାଏ ବିଜେପି ଲଢ଼ିବ ବୋଲି ସେ କହିଛନ୍ତି।

ଏହି ଟିମ୍‌ରେ ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର, ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ସାଂସଦ ସଂଗୀତା ସିଂହଦେଓ, କେଭି ସିଂହଦେଓ ପ୍ରମୁଖ ସାମିଲ ଅଛନ୍ତି।

The post ଟାର୍ଗେଟରେ ନବୀନ: ଗୋଟେ ପରେ ଗୋଟେ ତୀର ଛାଡୁଛନ୍ତି ସୌମ୍ୟ appeared first on Odisha Reporter.

]]>
centre top 2021-10-26 16:18:08 https://odishareporter.in/wp-content/uploads/2021/10/Soumaranjan.jpg
ଗୃହମନ୍ତ୍ରୀଙ୍କ ବରଖାସ୍ତ ଦାବି: ସବୁ ଏସପି ଅଫିସ ଘେରିବ ବିଜେପି, ମମିତାଙ୍କ ପରିବାରକୁ ଭେଟିବ https://odishareporter.in/politics/happenings/bjp-will-protest-on-every-sp-office-on-26-and-27th-october-686517 Mon, 25 Oct 2021 16:29:30 +0000 https://odishareporter.in/?p=686517

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୁଦ୍ଧରେ ତଦନ୍ତ ଦାବି କରି ରାଜ୍ୟ ବିଜେପି ଏବେ ନିଜର ଆନ୍ଦୋଳନକୁ ଜୋରଦାର କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ୧୫ଜଣିଆ ଟିମ୍ ଆସନ୍ତାକାଲି ମୃତ ମମିତାଙ୍କ ପରିବାରକୁ ଭେଟିବା ସହ ସରଜମିନ୍ ତଦନ୍ତ କରିବ । ଏପଟେ ଯୁବ ବିଜେପି ୨୬ ଓ ୨୭ତାରିଖ ଦୁଇଦିନ ଧରି ରାଜ୍ୟର ସବୁ ପୁଲିସ ଏସପି […]

The post ଗୃହମନ୍ତ୍ରୀଙ୍କ ବରଖାସ୍ତ ଦାବି: ସବୁ ଏସପି ଅଫିସ ଘେରିବ ବିଜେପି, ମମିତାଙ୍କ ପରିବାରକୁ ଭେଟିବ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୁଦ୍ଧରେ ତଦନ୍ତ ଦାବି କରି ରାଜ୍ୟ ବିଜେପି ଏବେ ନିଜର ଆନ୍ଦୋଳନକୁ ଜୋରଦାର କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ୧୫ଜଣିଆ ଟିମ୍ ଆସନ୍ତାକାଲି ମୃତ ମମିତାଙ୍କ ପରିବାରକୁ ଭେଟିବା ସହ ସରଜମିନ୍ ତଦନ୍ତ କରିବ । ଏପଟେ ଯୁବ ବିଜେପି ୨୬ ଓ ୨୭ତାରିଖ ଦୁଇଦିନ ଧରି ରାଜ୍ୟର ସବୁ ପୁଲିସ ଏସପି ଅଫିସ ଘେରାଉ କରିବ ବୋଲି କହିଥିବାବେଳେ ମହିଳା ବିଜେପି ଆଜି ମୁହଁରେ କଳାପଟି ବାନ୍ଧି ମୌନ ଧାରଣା ଦେଇଥିଲା।

ମମିତା ହତ୍ୟାକାଣ୍ଡର ସତ୍ୟାସତ୍ୟ ସଂପର୍କରେ ଜଣିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଆସନ୍ତା କାଲି ଘଟଣା ସ୍ଥଳକୁ ଯିବା ସହ ମୃତ ମମିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିବେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବି ପୀତାମ୍ବର ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସାଂସଦ ସଙ୍ଗୀତା ସିଂହଦେଓ, କେ.ଭି.ସିଂହଦେଓ, ମୁକେଶ ମହାଲିଙ୍ଗ, ଶଂକର ଓରାମ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ରବି ନାଏକ, କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, ପ୍ରଦୀପ ପୁରୋହିତଙ୍କ ସମେତ ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ରହିବେ ।

ସେହିପରି ମମିତା ମେହେର୍ ହତ୍ୟାକାଣ୍ଡ ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରିବା ଦାବିରେ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ଯୁବ ବିଜେପି ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।

ସେହିପରି ମମିତା ମେହେରଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଦାବିରେ ଗତ କିଛଦିନ ଧରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ରାଜ୍ୟ ମହିଳା ବିଜେପି ଆଜି ଭୁବନେଶ୍ୱରରେ ମୌନ ଧାରଣା ଦେଇଥିଲା । ‘ଆଇନ ତା ବାଟରେ ଯିବ’ ବୋଲି ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଇନ ବାଟରେ ଛିଡ଼ା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ଗିରଫ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରମତୀ ସ୍ମୃତି ପଟ୍ଟନାୟକ ପୁଣି ଥରେ ଦାବି କରିଛନ୍ତି । ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜ୍ୟ କଂଗ୍ରେସ ମଧ୍ୟ ବିଭିନ୍ନ ବିକ୍ଷୋଭ କାର୍ଯ୍ୟକ୍ରମ ହାତକୁ ନେଇଛି ।

The post ଗୃହମନ୍ତ୍ରୀଙ୍କ ବରଖାସ୍ତ ଦାବି: ସବୁ ଏସପି ଅଫିସ ଘେରିବ ବିଜେପି, ମମିତାଙ୍କ ପରିବାରକୁ ଭେଟିବ appeared first on Odisha Reporter.

]]>
right bottom 2021-10-25 21:59:30 https://cdn.odishareporter.in/wp-content/uploads/2021/02/13223157/sameer-mohanty.jpg
ପୁଳାପୁଳା ପ୍ରମାଣ ତଥାପି ତଦନ୍ତ ଶୂନ୍‌: ଦିବ୍ୟଶଙ୍କରଙ୍କୁ ‘ବାଜି’ ଲଗାଇଛି ବିଜେଡି https://odishareporter.in/politics/happenings/dibyashankar-has-been-bet-by-the-bjd-core-team-686507 Mon, 25 Oct 2021 15:57:53 +0000 https://odishareporter.in/?p=686507

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତାର ପୁଳାପୁଳା ଅଭିଯୋଗ ଥିଲେ ମଧ୍ୟ ତଦନ୍ତ କିମ୍ବା ପ୍ରମାଣ ସଂଗ୍ରହ ପାଇଁ ପୁଲିସ ସାହସ ଜୁଟାଇ ପାରୁନି। ମମିତାଙ୍କୁ ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସତ୍ତ୍ୱେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ମାର୍କେଟିଂ କରାଉଥିବା ବିଜେଡିର କୋରଟିମ୍ ହିଁ ଦିବ୍ୟଶଙ୍କରଙ୍କ […]

The post ପୁଳାପୁଳା ପ୍ରମାଣ ତଥାପି ତଦନ୍ତ ଶୂନ୍‌: ଦିବ୍ୟଶଙ୍କରଙ୍କୁ ‘ବାଜି’ ଲଗାଇଛି ବିଜେଡି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତାର ପୁଳାପୁଳା ଅଭିଯୋଗ ଥିଲେ ମଧ୍ୟ ତଦନ୍ତ କିମ୍ବା ପ୍ରମାଣ ସଂଗ୍ରହ ପାଇଁ ପୁଲିସ ସାହସ ଜୁଟାଇ ପାରୁନି। ମମିତାଙ୍କୁ ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସତ୍ତ୍ୱେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ମାର୍କେଟିଂ କରାଉଥିବା ବିଜେଡିର କୋରଟିମ୍ ହିଁ ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ବିରୋଧୀଙ୍କ ହୋ-ହାଲ୍ଲା, ଜିଲ୍ଲାସ୍ତରରେ ବନ୍ଦ, ବିକ୍ଷୋଭ ଓ ଧାରଣା ଭିତରେ ବିଜେଡିର ଏହି କୋରଟିମ୍ ଏବେ ‘ଦିବ୍ୟଶଙ୍କର’ଙ୍କୁ ବାଜି ଲଗାଇ ଦଳୀୟ ସଂଗଠନ ଉପରେ ଏକତରଫା ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିଛି। ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦକୁ ସୁରକ୍ଷିତ ରଖି ଏହି କୋରଟିମ୍ ନିଜର ଜଣେ ଯୁବ ବିଧାୟକଙ୍କୁ ପତିଆରା ଦେଖାଇବାକୁ ସୁଯୋଗ ଦେବା ଓ ସଂଗଠନ ଉପରେ ତାଙ୍କର ହାକିମାତି ହିଁ କାମ କରୁଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି। ଅନ୍ୟପକ୍ଷରେ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ ପୁଳାପୁଳା ଅଭିଯୋଗ ଉପରେ ଶାସକ ଦଳର ବିଧାୟକଙ୍କଠୁ ଆରମ୍ଭ କରି ମନ୍ତ୍ରୀ ଓ ସାଂସଦ ପର୍ଯ୍ୟନ୍ତ କେହି ମୁହଁ ଖୋଲିବାକୁ ରାଜି ନଥିବାରୁ ଏହି କୋରଟିମ୍ ଏବେ ଅନଭିଜ୍ଞ ନବାଗତଙ୍କ ମାଧ୍ୟମରେ ବିଜେଡିର ପକ୍ଷ ରଖିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି।

ବିଜେଡି ସୂତ୍ର ଅନୁସାରେ, ଗୋବିନ୍ଦ ସାହୁ ସହ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଥା ଆସୁଥିବାବେଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗକୁ ବିଜେଡିର ଅଧିକାଂଶ ନେତା ବେଶ୍ ଗୁରୁତ୍ୱ ଦେଉଛନ୍ତି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଏହି ମାମଲାକୁ ଦଳ ଯେଭଳି ଢଙ୍ଗରେ ହ୍ୟାଣ୍ଡେଲ କରୁଛି ତାହା ବିଜେଡିର ଅନେକ ନେତାଙ୍କୁ କ୍ଷୁବ୍ଧ କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯୋଗାଯୋଗ ପାଇଁ କୌଣସି ନେତା ଓ ମନ୍ତ୍ରୀଙ୍କୁ ଅନୁମତି ନଥିବାରୁ ତା’ର ଫାଇଦା ଉଠାଇ ବିଜେଡିର ତଥାକଥିତ କୋରଟିମ୍ ଏବେ ନିଜସ୍ୱ ବ୍ୟବସାୟିକ ଓ ରାଜନୀତିକ ସ୍ୱାର୍ଥ ନିମନ୍ତେ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଇଚାଲିଛି।

ଦିବ୍ୟଶଙ୍କର ମାମଲାକୁ ଏହି କୋରଟିମ୍ ଯେଉଁ ଢଙ୍ଗରେ ହ୍ୟାଣ୍ଡେଲ କରୁଛି ଅବା ଦିବ୍ୟଶଙ୍କରଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଦଳର ଯେଉଁମାନଙ୍କୁ ଗଣମାଧ୍ୟମ ସମ୍ମୁଖକୁ ଅଣାଯାଉଛି,ସେମାନଙ୍କର ଅନଭିଜ୍ଞତା ଓ ରାଜନୀତିକ ଅସ୍ତିତ୍ୱ ହିଁ ପରୋକ୍ଷରେ ବିଜେଡିର ପୁରୁଖା ଓ ବରିଷ୍ଠ ନେତାମାନଙ୍କୁ କ୍ଷୁବ୍ଧ କରିଛି। ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ହିଁ ବିଜେଡିର ସମ୍ବଳ ହୋଇଥିବାବେଳେ ସେହି ସମ୍ବଳ ଓ ପୁଞ୍ଜିକୁ ଏହି କୋରଟିମ୍ କାହିଁକି ସାଧାରଣରେ ଲାଞ୍ଛିତ, ଅପମାନିତ ଓ କ୍ଷତାକ୍ତ କରିବା ଜିଦରେ ଅଟଳ ରହିଛି ତାହା ଦଳୀୟ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପକ୍ଷରେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ନେତୃତ୍ୱ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବାରୁ ଏବେ ଦିବ୍ୟଶଙ୍କରଙ୍କ ମାଧ୍ୟମରେ ଏହି କୋରଟିମ୍ ନିଜର ଜଣେ ଅନୁଗତ(ଯୁବ ବିଧାୟକ)ଙ୍କୁ ଆଗକୁ ଆଣିଛି । ଦିବ୍ୟଶଙ୍କରଙ୍କ ପାଖରେ ଶକ୍ତି,ଶିଳ୍ପ,ଗୃହ ଓ ଏମଏସଏମଇ ବିଭାଗର ମନ୍ତ୍ରୀ ପଦ ଥିଲେ ମଧ୍ୟ ସମ୍ପୃକ୍ତ ଯୁବ ବିଧାୟକ ହିଁ ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଛନ୍ତି। ସେହି ଯୁବ ବିଧାୟକ ହିଁ ଏବେ ଦିବ୍ୟଶଙ୍କରଙ୍କ ସୁରକ୍ଷାକବଚ ପାଲଟିଥିବା ଉଭୟ ଦଳ ଓ ବିରୋଧୀ ଦଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୋଇଛି। ନବୀନଙ୍କୁ ମୋହରା ସଜାଇ ଏହି କୋରଟିମ୍ ସମ୍ପୃକ୍ତ ଯୁବ ବିଧାୟକଙ୍କୁ ମୁଣ୍ଡରେ ନେତୃତ୍ୱର ଶିରିପା ବାନ୍ଧବାକୁ ଯାଉଥିବାରୁ ଦିବ୍ୟଶଙ୍କରକୁ ସୁରକ୍ଷା ହିଁ ସରକାର,ଦଳ ଓ ବିରୋଧୀ ଦଳରେ ତାଙ୍କ ପତିଆରା ବୃଦ୍ଧିକୁ ଏକ ପ୍ରମୁଖ ସୁଯୋଗ ଭାବେ ଉପଯୋଗ କରୁଛି।

ଅନ୍ୟପକ୍ଷରେ, ପୁଲିସ ଏପର୍ଯ୍ୟନ୍ତ ମମିତା,ଗୋବିନ୍ଦ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫୋନ୍ କଲ ବିବରଣୀକୁ ତଦନ୍ତ ପରିସରଭୁକ୍ତ କରିନାହିଁ କିମ୍ବା କେଉଁ କାରଣ ପାଇଁ ମମିତାଙ୍କର ନିର୍ମମ ହତ୍ୟା କରାଗଲା ତା’ର ତଥ୍ୟପ୍ରମାଣ ଯୋଗାଡ଼ କରିବାରେ ପୁଲିସ ସକ୍ଷମ ହୋଇନି। ଯଦିଓ ଗୋବିନ୍ଦ ନିଜେ ଅପରାଧ ସ୍ୱୀକାର କରିଛି ଓ ମନ୍ତ୍ରୀଙ୍କ ଆଡ଼କୁ ଯେଭଳି କିଛି ଅଙ୍ଗୁଳି ନିର୍ଦ୍ଦେଶ ନହେବ ସେଥିପାଇଁ ପୁଲିସ ସୁଚିନ୍ତିତ ଭାବେ ବାରମ୍ବାର ପ୍ରେସମିଟ୍ କରିବା, ଅଭଯୁକ୍ତକୁ ଗଣମାଧ୍ୟମଠୁ ଦୂରେଇ ରଖିବା, ମନ୍ତ୍ରୀ ନିଜେ ନିରବତା ଅବଲମ୍ବନ କରୁଛନ୍ତି।

ଗୋବିନ୍ଦ ଓ ମନ୍ତ୍ରୀଙ୍କ ସମ୍ପର୍କ, ସେକ୍ସ ସ୍କାଣ୍ଡାଲ ଅଭିଯୋଗର ତଦନ୍ତ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ଆରମ୍ଭ କରିନଥିବାବେଳେ ବ୍ୟବସାୟିକ ସମ୍ପର୍କ ହିଁ ବାଧକ ସାଜିଛି। ଯେଉଁଥିପାଇଁ ଅଭିଯୋଗ ଉପରେ ପୁଲିସକୁ ତଦନ୍ତ କରିବାକୁ ସ୍ୱାଧୀନତା ମିଳୁନି ଓ ପରୋକ୍ଷରେ ମାମଲାକୁ ଦୁର୍ବଳ କରିଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ଚର୍ଚ୍ଚା ହେଉଛି। ଆଉ ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ୍ ଦେଇ ପୂର୍ବଭଳି ସରକାରୀ କାର୍ଯ୍ୟ କରିବା ନିମନ୍ତେ ଗତ ଶୁକ୍ରବାରଠୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

The post ପୁଳାପୁଳା ପ୍ରମାଣ ତଥାପି ତଦନ୍ତ ଶୂନ୍‌: ଦିବ୍ୟଶଙ୍କରଙ୍କୁ ‘ବାଜି’ ଲଗାଇଛି ବିଜେଡି appeared first on Odisha Reporter.

]]>
centre top 2021-10-25 21:27:53 https://odishareporter.in/wp-content/uploads/2021/10/naveen-patnaik-and-dibya-sh-1.jpg
ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି ଓ କଂଗ୍ରେସ https://odishareporter.in/politics/bjp-and-congress-demands-cms-interference-on-mamita-murder-case-686176 Sun, 24 Oct 2021 11:24:51 +0000 https://odishareporter.in/?p=686176

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟାକାଣ୍ଡ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଆନ୍ଦୋଳନ ଆହୁରି ଜୋରଦାର କରିବ ବୋଲି କହିଛି ବିଜେପି। ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ସିବିଆଇ ତଦନ୍ତ ହେବ କି ନାହିଁ, ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ଘରୋଇ ଅନୁଷ୍ଠାନକୁ ସରକାରୀ ଅନୁଦାନ କିପରି ଗଲା? କିପରି ଗୋବିନ୍ଦଙ୍କ ଅନୁଷ୍ଠାନକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ଦିଆଗଲା, […]

The post ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି ଓ କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟାକାଣ୍ଡ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଆନ୍ଦୋଳନ ଆହୁରି ଜୋରଦାର କରିବ ବୋଲି କହିଛି ବିଜେପି। ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ସିବିଆଇ ତଦନ୍ତ ହେବ କି ନାହିଁ, ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ଘରୋଇ ଅନୁଷ୍ଠାନକୁ ସରକାରୀ ଅନୁଦାନ କିପରି ଗଲା? କିପରି ଗୋବିନ୍ଦଙ୍କ ଅନୁଷ୍ଠାନକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ଦିଆଗଲା, ତା’ର ଉତ୍ତର ମାଗିଛନ୍ତି ସମୀର ମହାନ୍ତି।

ସମୀର ମହାନ୍ତି କହିଛନ୍ତି, ସିଏଜି ମଧ୍ୟ ଉକ୍ତ କଲେଜରେ ଖର୍ଚ୍ଚ ହୋଇଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମମିତାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ନାରେ ଅଭିଯୋଗ କରୁଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ କିଛି ନ ଜାଣିବା ପରି ନୀରବ ରହିଛନ୍ତି। ମାହାଙ୍ଗା ଡବଲ ମର୍ଡର, ପରୀ ଓ ମମିତା ପ୍ରସଙ୍ଗରେ ମନ୍ତ୍ରୀ ମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନି। ତେଣୁ ଆଗାମୀ ଦିନରେ ଏହି ପ୍ରତିବାଦକୁ ଆହୁରି ଶାଣିତ କରିବୁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ସେପଟେ କଂଗ୍ରେସ ଅଭିଯୋଗ କରିଛି, ମନ୍ତ୍ରୀ ଦିବ୍ୟଶଙ୍କର ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଛତ୍ର ଛାୟାରେ ତାର କଳା କାରନାମା ଚଳାଇଥିଲା ଗୋବିନ୍ଦ ସାହୁ। ତାକୁ ଜାଣିଶୁଣି ଫେରାର କରାଯାଇଥିଲା। ହଠାତ ସେ ଆଖୁ କିଆରିରୁ ଧରାପଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ।

ଗୋବିନ୍ଦର କଲ୍ ଡିଟେଲ୍ସ ଯାଞ୍ଚ ଦାବି ସହିତ ରାଜ୍ୟପାଳ ଆର୍ଟିକିଲ- ୧୫୪, ୧୫୯ ଅନୁସାରେ ନିଜ କ୍ଷମତାର ଉପଯୋଗ କରି କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ। ଆଗରୁ ପ୍ରତାପ ଜେନା, ପ୍ରଶାନ୍ତ ଜଗଦେବ ଅନେକ ବିବାଦରେ ଜଡ଼ିତ ଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ବିଜେଡି ଏହାର ଜବାବରେ କହିଛି, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀମାନେ ଏପରି ନିର୍ବାଚନ ଚାଲ୍ ଖେଳୁଛନ୍ତି। ଜାଣିଶୁଣି ସରକାରଙ୍କୁ ବଦନାମ କରୁଛନ୍ତି। ରାଜ୍ୟ ସରକାର ସବୁବେଳେ ନ୍ୟାୟ ପ୍ରଦାନ କରିବାରେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ।

The post ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି ଓ କଂଗ୍ରେସ appeared first on Odisha Reporter.

]]>
right top 2021-10-24 16:54:51 https://odishareporter.in/wp-content/uploads/2021/10/samir-mohanty-and-debasish-pattnaik.jpg
ଆସନ୍ତାକାଲି ଦମ୍ ଦେଖାଇବେ ପ୍ରଦୀପ ମାଝୀ, ୨୮ରେ ବିଜେଡିରେ ମିଶ୍ରଣ https://odishareporter.in/politics/pradeep-majhi-will-join-in-bjd-28-october-686078 Sat, 23 Oct 2021 16:33:25 +0000 https://odishareporter.in/?p=686078

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆସନ୍ତାକାଲି ନବରଙ୍ଗପୁରରେ ନିଜର ଦମ୍ ଦେଖାଇବେ। ପ୍ରଦୀପଙ୍କ ସମର୍ଥନରେ ଆସନ୍ତାକାଲି ପଂଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ପଦାଧିକାରୀ ଓ କର୍ମୀମାନେ କଂଗ୍ରେସରୁ ସମୂହ ଇସ୍ତଫା ଦେବେ। ଆଉ ୪-୫ଦିନ ମଧ୍ୟରେ ଶ୍ରୀ ମାଝୀ ନିଜ ସମର୍ଥକମାନଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ଶ୍ରୀ […]

The post ଆସନ୍ତାକାଲି ଦମ୍ ଦେଖାଇବେ ପ୍ରଦୀପ ମାଝୀ, ୨୮ରେ ବିଜେଡିରେ ମିଶ୍ରଣ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆସନ୍ତାକାଲି ନବରଙ୍ଗପୁରରେ ନିଜର ଦମ୍ ଦେଖାଇବେ। ପ୍ରଦୀପଙ୍କ ସମର୍ଥନରେ ଆସନ୍ତାକାଲି ପଂଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ପଦାଧିକାରୀ ଓ କର୍ମୀମାନେ କଂଗ୍ରେସରୁ ସମୂହ ଇସ୍ତଫା ଦେବେ। ଆଉ ୪-୫ଦିନ ମଧ୍ୟରେ ଶ୍ରୀ ମାଝୀ ନିଜ ସମର୍ଥକମାନଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ଶ୍ରୀ ମାଝୀ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ସମର୍ଥକମାନଙ୍କର କଂଗ୍ରେସରୁ ସମୂହ ଇସ୍ତଫା ସମ୍ପର୍କରେ ଘୋଷଣା କରିବେ। ପଂଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଂଗଠନରେ ବିଭିନ୍ନ ପଦପଦବୀରେ ଥିବା ନେତା ଓ ଆଗୁଆ କର୍ମୀଙ୍କୁ ମିଶାଇ ମୋଟ ପ୍ରାୟ ୧୨୦୦ଜଣ କଂଗ୍ରେସ ଛାଡ଼ିବେ ବୋଲି ଜଣାପଡ଼ିଛି। ୪୫ବର୍ଷୀୟ ଶ୍ରୀ ମାଝୀ ଦକ୍ଷିଣ ଓଡ଼ିଶାରେ ଏକ ପ୍ରମୁଖ ଆଦିବାସୀ ଚେହେରା ହୋଇଥିବା ବେଳେ ବିଜେଡି ତାଙ୍କୁ ସଂଗଠନରେ ସାମିଲ କରି ଆଦିବାସୀ ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରଦୀପ ବିଜେଡିରେ ସାମିଲ ହେବା ପୂର୍ବରୁ ତାଙ୍କର ଦୁଇ ଅନୁଗତ ତଥା ପୂର୍ବତନ ବିଧାୟକ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇସାରିଛନ୍ତି। ପ୍ରଦୀପ କେବେ ବିଜେଡିରେ ସାମିଲ ହେବେ ତାହା ଆସନ୍ତାକାଲି ଚୂଡ଼ାନ୍ତ ହେବ। ୨୬ରୁ ୩୦ତାରିଖ ମଧ୍ୟରେ ବିଜେଡିରେ ସେ ସାମିଲ ହେବେ ବୋଲି ସୂଚନା ମିଳିଛି। ତେବେ ଭୁବନେଶ୍ୱରରେ ମିଶ୍ରଣ ପର୍ବ ପାଇଁ କୋଭିଡ୍ କଟକଣା ସମସ୍ୟା ହୋଇଥିବାରୁ କେଉଁ ସ୍ଥାନରେ (ଭୁବନେଶ୍ୱର ନା ନବରଙ୍ଗପୁର) ସେ ବିଜେଡିରେ ମିଶିବେ ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନବୀନ ନିବାସ ନେବ ବୋଲି ସୂଚନା ମିଳିଛି। ପ୍ରଦୀପଙ୍କ ଦଳ ଛାଡ଼ିବା କଂଗ୍ରେସ ପାଇଁ ଶକ୍ତ ଧକ୍କା ହୋଇଥିବାବେଳେ ବିଜେଡି ତାଙ୍କୁ ଆସନ୍ତା ଜୁନ୍ ମାସରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନ(ଏନ ଭାସ୍କରରାଓ)ଙ୍କ ସ୍ଥାନରେ ଦଳୀୟ ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

The post ଆସନ୍ତାକାଲି ଦମ୍ ଦେଖାଇବେ ପ୍ରଦୀପ ମାଝୀ, ୨୮ରେ ବିଜେଡିରେ ମିଶ୍ରଣ appeared first on Odisha Reporter.

]]>
2021-10-24 07:13:18 https://cdn.odishareporter.in/wp-content/uploads/2021/06/22182216/pradeep-majhi.jpg
ଲେଖାଶ୍ରୀଙ୍କୁ ରକ୍ତାକ୍ତ କଲା ପୁଲିସ୍‌! https://odishareporter.in/politics/lekhashree-alleges-physical-assault-by-lady-police-during-protest-686027 Sat, 23 Oct 2021 12:06:14 +0000 https://odishareporter.in/?p=686027

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି ମହିଳା ପୁଲିସ୍‌! ଏପରି ଅଭିଯୋଗ କରିଛନ୍ତି ଖୋଦ୍‌ ଲେଖାଶ୍ରୀ। ନବୀନ ନିବାସ ଯାଉଥିବା ବେଳେ ଠେଲାପେଲା ହେବା ସହିତ ତାଙ୍କୁ ଟେକିନେଇ ମହିଳା ପୁଲିସମାନେ ବ୍ୟାରିକେଡ୍‌ ମଝିରେ ପୂରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ  ଗିରଫ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ତାତିଥିଲେ। ସେଥିପାଇଁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ କୋକେଇ […]

The post ଲେଖାଶ୍ରୀଙ୍କୁ ରକ୍ତାକ୍ତ କଲା ପୁଲିସ୍‌! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି ମହିଳା ପୁଲିସ୍‌! ଏପରି ଅଭିଯୋଗ କରିଛନ୍ତି ଖୋଦ୍‌ ଲେଖାଶ୍ରୀ। ନବୀନ ନିବାସ ଯାଉଥିବା ବେଳେ ଠେଲାପେଲା ହେବା ସହିତ ତାଙ୍କୁ ଟେକିନେଇ ମହିଳା ପୁଲିସମାନେ ବ୍ୟାରିକେଡ୍‌ ମଝିରେ ପୂରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ  ଗିରଫ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ତାତିଥିଲେ। ସେଥିପାଇଁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ କୋକେଇ ଶୋଭାଯାତ୍ରା ବାହାର କରିଥିଲେ। ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ନେତ୍ରୀ କୋକେଇ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଇଛନ୍ତି। ତେବେ ରାସ୍ତାରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଶିଶୁ ଭବନ ଛକରେ ପୁଲିସ ଓ ମହିଳା ନେତ୍ରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

ଠେଲାପେଲା ଭିତରେ ପୁଲିସ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି, “ପୁଲିସ ଆମକୁ ଘେରି ଯାଇ ଥାର୍ଡ ଡିଗ୍ରୀ ଦେଇଛି। ଯିଏ ଦୋଷୀ ତାକୁ ଖସିବାକୁ ଦେଉଛି।  ସିଏ ଏବେ ଖୋଲମ୍‌ ଖୋଲା ଘୁରି ବୁଲୁଛି। ହେଲେ ମୋତେ ମହିଳା ପୁଲିସ୍‌ମାନେ ଆକ୍ରମଣ କରିଛନ୍ତି। ନଖରେ ଆମ୍ପୁଡ଼ିଛନ୍ତି। କହୁଣୀ ମାରିଛନ୍ତି। ଟେକିକି ବ୍ୟାରିକେଡ୍‌ ଭିତରେ ପୂରାଇ ଦେଇଛନ୍ତି। ମୋ ଶାଢ଼ୀ ଚିରି ଦେଇଛନ୍ତି। କଳେବଳେ କୌଶଳେ ଲଜ୍ଜ୍ୟା ବଞ୍ଚାଇ ଏଠି ବସିଛି। ଏ ରାଜ୍ୟରେ ଏମିତି ମହିଳାଙ୍କୁ ସମ୍ମାନ ଦିଆଯାଉଛି।”

The post ଲେଖାଶ୍ରୀଙ୍କୁ ରକ୍ତାକ୍ତ କଲା ପୁଲିସ୍‌! appeared first on Odisha Reporter.

]]>
centre bottom 2021-10-23 18:28:19 https://odishareporter.in/wp-content/uploads/2021/10/Lekha-shree.jpg
ଗୃହମନ୍ତ୍ରୀ-ଗୋବିନ୍ଦ ଲିଙ୍କକୁ ନେଇ ପୁଲିସ ଚୁପ୍: ବିଜେଡିର ଦୁଇ ଉପସଭାପତି ମୁହାଁମୁହିଁ https://odishareporter.in/politics/happenings/bjd-vice-president-face-to-face-on-mamita-meher-murder-incident-685813 Fri, 22 Oct 2021 15:37:18 +0000 https://odishareporter.in/?p=685813

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜର ଦୋଷ ସ୍ୱୀକାର କରିବା ସହ କିଭଳି ଅପରାଧ କରିଥିଲା ତାହା ଆଜି ପୁଲିସକୁ ଦେଖାଇବା ପରେ ବି ନବୀନ ପଟ୍ଟନାୟକ ସରକାରର ଚେତା ପଶିନି। ମମିତା ହତ୍ୟା ମାମଲାରେ ପୁଲିସକୁ ତଦନ୍ତ ନିମନ୍ତେ ନବୀନ ପଟ୍ଟନାୟକ ସରକାର ସୁଯୋଗ ନଦେଇ ଓଲଟା କ୍ଷମତାର ଅହଙ୍କାରରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ଜିଦ୍ ଧରି ବସିଛି। ଆଉ […]

The post ଗୃହମନ୍ତ୍ରୀ-ଗୋବିନ୍ଦ ଲିଙ୍କକୁ ନେଇ ପୁଲିସ ଚୁପ୍: ବିଜେଡିର ଦୁଇ ଉପସଭାପତି ମୁହାଁମୁହିଁ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜର ଦୋଷ ସ୍ୱୀକାର କରିବା ସହ କିଭଳି ଅପରାଧ କରିଥିଲା ତାହା ଆଜି ପୁଲିସକୁ ଦେଖାଇବା ପରେ ବି ନବୀନ ପଟ୍ଟନାୟକ ସରକାରର ଚେତା ପଶିନି। ମମିତା ହତ୍ୟା ମାମଲାରେ ପୁଲିସକୁ ତଦନ୍ତ ନିମନ୍ତେ ନବୀନ ପଟ୍ଟନାୟକ ସରକାର ସୁଯୋଗ ନଦେଇ ଓଲଟା କ୍ଷମତାର ଅହଙ୍କାରରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ଜିଦ୍ ଧରି ବସିଛି। ଆଉ ନୈତିକତା ଦୃଷ୍ଟିରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ଜୋର ଧରିଥିବାବେଳେ ଏହାକୁ ଏଡ଼ାଇ ଯାଇ ବିଜେଡିର ଜଣେ ମହିଳା ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଛାତ୍ର ମହାସଚିବ(ଛାତ୍ରୀ ନେତ୍ରୀ) ଇପସିତା ସାହୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯେଉଁସ୍ତରକୁ ଯାଇ ଓକିଲାତି କରୁଛନ୍ତି ତାହା ଯେ ଆଂଚଳିକ ଦଳ ବିଜେଡି ବା ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ଦଳର ଆଭିମୁଖ୍ୟ ତାକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି।

ଏପଟେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳର ଏଭଳି ଓକିଲାତିକୁ ନାପସନ୍ଦ କରି ବିଜେଡି ନେତ୍ରୀଙ୍କ ମାନସିକତାକୁ ଯେତେ କଠୋର ଶବ୍ଦରେ ନିନ୍ଦା କରାଯିବ ତାହା କମ୍ ହେବ ବୋଲି କହିବାକୁ ପଛାଇ ନାହାନ୍ତି । ସୌମ୍ୟ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସତର୍କ କରାଇ ଆତ୍ମନିର୍ମିତ ଅନୁକୂଳ ପରିବେଶକୁ ବେଶୀ ବିଶ୍ୱାସ କରିବା ଆତ୍ମଘାତୀ ହେବ ବୋଲି କହିଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଛତ୍ରଛାୟାରେ ରହି ତାଙ୍କର ସମ୍ପୂର୍ଣ୍ଣ ଅନୁଗତ ଭାବେ ଗୋବିନ୍ଦ ଗତ ପ୍ରାୟ ୩ରୁ ୪ବର୍ଷ ହେବ ଗୋଲାମୁଣ୍ଡା ବ୍ଲକ ପ୍ରଶାସନକୁ ନିୟନ୍ତ୍ରଣ କରୁଥିଲା । ମନ୍ତ୍ରୀଙ୍କର ଖାସ୍ ଲୋକ ବୋଲି ଗୋବିନ୍ଦ ବ୍ଲକଠୁ ଥାନା ପର୍ଯ୍ୟନ୍ତ ସବୁଠି ନିଜର ପତିଆରା ଦେଖାଉଥିଲା । ଆଉ କଳାହାଣ୍ଡି ଜିଲ୍ଲାରେ ଥିବାବେଳେ ମନ୍ତ୍ରୀ ପ୍ରାୟ ସମୟ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଯାଇ ୩-୪ ଘଣ୍ଟା ଏକାନ୍ତରେ ବିତାଇଥାନ୍ତି । ଏପରିକି ମମିତା ତାଙ୍କୁ ଧମକାଇଥିବା ସମ୍ପର୍କରେ ବି ଗୋବିନ୍ଦ ଗତ କିଛିମାସ ତଳେ ମନ୍ତ୍ରୀଙ୍କୁ ଅବଗତ କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି । ମମିତାଙ୍କୁ ହତ୍ୟା କରିବା ଓ ପୁଲିସ ବାରାକରୁ ଫେରାର ହେବା ପର୍ଯ୍ୟନ୍ତ (ଅକ୍ଟୋବର ୮ରୁ ୧୭ତାରିଖ) ମଧ୍ୟରେ ଗୋବିନ୍ଦଙ୍କ ଫୋନରୁ ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଓ ବ୍ୟକ୍ତିଗତ ସହାୟକଙ୍କ ନିକଟକୁ ପ୍ରାୟ ୧୦ରୁ ୧୨ଥର ଫୋନ୍ କରିଥିବା ଏବଂ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଏନେଇ ତଦନ୍ତକାରୀ ଟିମ୍ ମଧ୍ୟ ନିଜର ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇ ସାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏତେ ସବୁ ତଥ୍ୟ ଜାଣିବା ପରେ ବି ତଦନ୍ତକାରୀ ପୁଲିସ କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ସେହିପରି ଗୋବିନ୍ଦଙ୍କ ଫୋନ୍ କଲ ବିବରଣୀକୁ ମଧ୍ୟ ପୁଲିସ ସାର୍ବଜନୀନ କରୁନି । ଯାହାକି ଗୃହମନ୍ତ୍ରୀ ଓ ତାଙ୍କ ଅଫିସ୍ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣିଛି । ଗୋବିନ୍ଦଙ୍କ ସ୍କୁଲ ଓ କଲେଜରେ ମନ୍ତ୍ରୀ ମଧ୍ୟ ନିଜର ଅର୍ଥ ବିନିଯୋଗ କରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏସବୁ ଘଟଣା ଏବଂ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କର ଲିଙ୍କର ତଦନ୍ତ କିଏ କରିବ ଓ କେମିତି ହେବ ତାହା ଏବେବି ଅସ୍ପଷ୍ଟ ।

ଅନ୍ୟପକ୍ଷରେ, ମମିତାଙ୍କ ହତ୍ୟା ଘଟଣାରେ ବିଜେଡିର ଦୁଇ ନେତ୍ରୀ ଯେଭଳି ସାମ୍ବାଦିକ ସମ୍ମିଳନୀ କରି ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦ ବଂଚାଇବା ସପକ୍ଷରେ ଓକିଲାତି କରୁଛନ୍ତି ସେମାନଙ୍କୁୁ ବିଜେଡି ଉପସଭାପତି ସୌମ୍ୟରଞ୍ଜନ କଟୂ ଭାଷାରେ ସମାଲୋଚନା କରିବାକୁ ପଛାଇନାହାନ୍ତି । ବିଜେଡି ନେତ୍ରୀ ପ୍ରମିଳା ଏହାକୁ ଗୋଟିଏ ଛୋଟିଆ ଘଟଣା କହିଥିବାବେଳେ ସୌମ୍ୟ ତାଙ୍କୁ ଜଣେ ସମ୍ବେଦନଶୂନ୍ୟତା ଓ ହୃଦୟହୀନତା ମହିଳା ଭାବେ ଚିତ୍ରଣ କରାଇ ତାଙ୍କର ଏଭଳି ମାନସିକତାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ କମ୍ ହେବ ବୋଲି କହିବାକୁ ପଛାଇ ନାହାନ୍ତି । ଗତ କିଛିମାସ ଧରି ରାଜ୍ୟରେ ସଂଗଠିତ ହେଉଥିବା ଅପରାଧ ଘଟଣାରେ ସରକାର ଓ ବିଜେଡିର ନରମ ଦୃଷ୍ଟିଭଙ୍ଗୀକୁ ମଧ୍ୟ ସୌମ୍ୟ ଉଜାଗର କରି ଏବେ ସମୟୋପଯୋଗୀ ସୁଚିନ୍ତିତ କୌଶଳ ଦ୍ୱାରା ଜନମତକୁ ପ୍ରଭାବିତ କରାଯାଉଛି ବୋଲି କହିଛନ୍ତି । କିନ୍ତୁ ଏ ପ୍ରକାରର ଆତ୍ମନିର୍ମିତ ଅନୁକୂଳ ପରିବେଶକୁ ବେଶୀ ବିଶ୍ୱାସ କରିବା ଆତ୍ମଘାତୀ ହେବ ଓ ନବୀନବାବୁଙ୍କ ପ୍ରଶାସନ ଯେଉଁ ସବୁ କାରଣ ପାଇଁ ଲୋକପ୍ରିୟ ହୋଇଥିଲା ତାହା ଏବେ ବିପଦରେ ବୋଲି ସୌମ୍ୟ ସତର୍କ କରାଇଛନ୍ତି ।

ଅଭିଯୁକ୍ତ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠତାର ପୁଳାପୁଳା ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବାବେଳେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଏବଂ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଥିଲେ ଅଦାଲତକୁ ଯାଅ ବୋଲି ବିଜେଡି ବେପରୁୱା ଢଙ୍ଗରେ କହିବା ପରୋକ୍ଷରେ ବିଜେଡିର କ୍ରୁର ଚେହେରାକୁ ଏବେ ପଦାରେ ପକାଇଲାଣି । ଆଉ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ଟାଳଟୂଳ ନୀତି ହିଁ ବିଜେଡି ନେତାମାନଙ୍କୁ ଏବେ ଦୁଇ ଫାଳ କରିଥିବା ଜଣାପଡ଼ିଛି । ଅବଶ୍ୟ ଆନୁଷ୍ଠାନିକ ଭାବେ ବିଜେଡି ନେତାମାନେ ଏବେ ମୁହଁ ଖୋଲୁନାହାନ୍ତି କିନ୍ତୁ ଦଳର ଆଭିମୁଖ୍ୟକୁ ନେଇ ନେତାମାନଙ୍କ ଭିତରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

The post ଗୃହମନ୍ତ୍ରୀ-ଗୋବିନ୍ଦ ଲିଙ୍କକୁ ନେଇ ପୁଲିସ ଚୁପ୍: ବିଜେଡିର ଦୁଇ ଉପସଭାପତି ମୁହାଁମୁହିଁ appeared first on Odisha Reporter.

]]>
centre top 2021-10-22 21:07:18 https://odishareporter.in/wp-content/uploads/2021/10/soumya-and-pramila.jpg
‘ସେବା ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି’ https://odishareporter.in/politics/pcc-president-niranjan-patnaik-criticised-pradeep-majhi-685715 Fri, 22 Oct 2021 10:25:44 +0000 https://odishareporter.in/?p=685715

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଛନ୍ତି ନିରଞ୍ଜନ। ସେ ଉଭୟଙ୍କୁ ରାଜ୍ୟର ଦଳୀୟ ସଂଗଠନ ମଜବୁତ ସଂପର୍କରେ ଆଲୋଚନା କରିଥିବା ଗଣମାଧ୍ୟମକୁ କହିଛନ୍ତି। ପ୍ରଦୀପ ମାଝୀଙ୍କ ଇସ୍ତଫା ପ୍ରସଙ୍ଗରେ ନିରଞ୍ଜନ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, “ସେବା ନୁହେଁ, ହେବା ପାଇଁ ସେ ଦଳ ଛାଡ଼ିଛନ୍ତି। ଅସ୍ଥିର ମନ, କାଲି କହିଥିଲେ କୁଆଡ଼େ ଯିବେନି? ଆଜି ଛାଡ଼ିଦେଲେ। […]

The post ‘ସେବା ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଛନ୍ତି ନିରଞ୍ଜନ। ସେ ଉଭୟଙ୍କୁ ରାଜ୍ୟର ଦଳୀୟ ସଂଗଠନ ମଜବୁତ ସଂପର୍କରେ ଆଲୋଚନା କରିଥିବା ଗଣମାଧ୍ୟମକୁ କହିଛନ୍ତି।

ପ୍ରଦୀପ ମାଝୀଙ୍କ ଇସ୍ତଫା ପ୍ରସଙ୍ଗରେ ନିରଞ୍ଜନ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, “ସେବା ନୁହେଁ, ହେବା ପାଇଁ ସେ ଦଳ ଛାଡ଼ିଛନ୍ତି। ଅସ୍ଥିର ମନ, କାଲି କହିଥିଲେ କୁଆଡ଼େ ଯିବେନି? ଆଜି ଛାଡ଼ିଦେଲେ। କଂଗ୍ରେସରେ ଯେଉଁ ପୋଜିସନ ଓ ସମ୍ମାନ ପାଉଥିଲେ, ତାହା ପାଉଛନ୍ତି କି ନାହିଁ ଦେଖିବା।”

ସୂଚନାରୁ ପ୍ରକାଶ, କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ଦାବି ନ କରିଥିବା ସତ୍ତ୍ୱେ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି ବୋଲି ନିଜର ଇସ୍ତଫାପତ୍ର ଲେଖିଛନ୍ତି ପ୍ରଦୀପ।

The post ‘ସେବା ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି’ appeared first on Odisha Reporter.

]]>
centre bottom 2021-10-22 15:56:34 https://odishareporter.in/wp-content/uploads/2021/10/Niranjan-and-pradeep.jpg
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ https://odishareporter.in/politics/happenings/pradeep-majhi-resigns-from-congress-685640 Fri, 22 Oct 2021 03:42:02 +0000 https://odishareporter.in/?p=685640

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଶଙ୍କା ଶେଷ ହେଲା। ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା […]

The post କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଶଙ୍କା ଶେଷ ହେଲା। ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ସେ ଦାବି ନ କରିଥିବା ସତ୍ତ୍ୱେ ତାଙ୍କୁ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସେ ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି।

ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଲେଖିଛନ୍ତି ଯେ ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ବହୁତ ଭଲ ଭାବେ ପରିଚାଳିତ ହେଉଥିଲା। କିନ୍ତୁ ଦଳରେ ବିଭିନ୍ନ ସ୍ତରରେ ବିଶୃଙ୍ଖଳିତ ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବା ଫଳରେ ଧୀରେ ଧୀରେ ସାଂଗଠନିକ ସ୍ଥିତି ଭୁଶୁଡ଼ି ଯାଇଛି। ବର୍ତ୍ତମାନ ଦଳ ଏହାର ବିଶ୍ୱାସନୀୟତା ହରାଇ ସାରିଛି, ଯାହାକୁ ପୁଣି ଫେରି ପାଇବାକୁ ଦୀର୍ଘ ଦିନ ଲାଗିବ।

ପ୍ରଦୀପ ଲେଖିଛନ୍ତି ଯେ ସେ ତାଙ୍କ ଲୋକମାନଙ୍କ ସେବା କରିବା ପାଇଁ ଖୁବ୍ ଆଗ୍ରହୀ। ଯେ କୌଣସି ପଦପଦବୀରେ ରହିଲେ ବି ସେ ଲୋକଙ୍କ ସେବା କରିବେ। ତେବେ କଂଗ୍ରେସରେ ରହି ଲୋକଙ୍କ ସେବା କରିବାର ଆଉ ସୁଯୋଗ ନାହିଁ। ସେଥିପାଇଁ ସେ ଅତ୍ୟନ୍ତ ଦୁଃଖର ସହିତ କଂଗ୍ରେସ ଛାଡୁଛନ୍ତି ଓ ସେଥିପାଇଁ ତାଙ୍କୁ କ୍ଷମା କରି ଦିଆଯିବ ବୋଲି ପ୍ରଦୀପ ଲେଖିଛନ୍ତି।

ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି। ବେଶ୍ କିଛି ଦିନ ଆଗରୁ ବି ଏ ନେଇ ଆଲୋଚନା ଚାଲିଥିଲା। ତେବେ ତା’ ଭିତରେ ପ୍ରଦୀପ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହା ପରେ ସେ ଆଉ ଦଳ ଛାଡ଼ିବେନି ବୋଲି କୁହାଯାଇଥିଲା।

ପ୍ରଦୀପଙ୍କ ପୂର୍ବରୁ କିଛି ଦିନ ତଳେ କୈଳାସ କୁଲେସିକା କଂଗ୍ରେସ ଛାଡ଼ିଥିଲେ।  ସେ ବୁଧବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ପୂର୍ବରୁ ସେପ୍ଟେମ୍ବର ୧୫ରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡିରେ ସାମିଲ ହୋଇଥିଲେ।

ପ୍ରଦୀପଙ୍କ ଇସ୍ତଫା ପରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ତାଙ୍କ ଇସ୍ତଫା ଦ୍ୱାରା ଦଳର କିଛି କ୍ଷତି ହେବନାହିଁ। ଏଆଇସିସି ଆଜି ତାଙ୍କୁ ନିଲମ୍ବନ କରିଥା’ନ୍ତା। ତେଣୁ ତା’ ପୂର୍ବରୁ ସେ ଇସ୍ତଫା ଦେଇ ଦେଇଛନ୍ତି। ସେ ଦଳରେ ଯୋଗ ଦେବା ଦିନରୁ ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି। ତେଣୁ ଜନସେବା କରିବାରେ କିଛି ଅସୁବିଧା ନଥିଲା। ଯଦି ଜନସେବା କରୁଥିଲେ, ତା’ହେଲେ ଦୁଇ ଥର ହାରିଥିଲେ କାହିଁକି।

ସୂଚନାଯୋଗ୍ୟ, ପ୍ରଦୀପ ମାଝୀ ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ନବରଙ୍ଗପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ଯୁବ କଂଗ୍ରେସର ସଭାପତି ଓ ଭାରତୀୟ ଯୁବ କଂଗ୍ରେସର ସଂପାଦକ ମଧ୍ୟ ଥିଲେ।

 

The post କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ appeared first on Odisha Reporter.

]]>
party migration, Pradeep Majhi, Pradesh Congress Committee, right bottom 2021-10-22 15:05:05 https://cdn.odishareporter.in/wp-content/uploads/2021/06/22182216/pradeep-majhi.jpg
ଦିବ୍ୟଶଙ୍କରଙ୍କ ପାଇଁ ପୁଣି ଓକିଲାତି କଲା ବିଜେଡି, ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବି ରହିବେ https://odishareporter.in/politics/bjd-again-indicates-minister-dibya-shankar-not-to-resignation-685628 Thu, 21 Oct 2021 16:40:49 +0000 https://odishareporter.in/?p=685628

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରଠୁ ତା’ର ପୃଷ୍ଠପୋଷକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ମୁଡରେ ନବୀନ ସରକାର ନଥିବା ନେଇ ଆଜି ପୁଣିଥରେ ବିଜେଡି ନିଜର ପ୍ରେସମିଟ୍ ମାଧ୍ୟମରେ ସ୍ପଷ୍ଟ କରିଛି। ଆଉ ମନ୍ତ୍ରୀଙ୍କ ସପକ୍ଷରେ ଓକିଲାତି […]

The post ଦିବ୍ୟଶଙ୍କରଙ୍କ ପାଇଁ ପୁଣି ଓକିଲାତି କଲା ବିଜେଡି, ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବି ରହିବେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରଠୁ ତା’ର ପୃଷ୍ଠପୋଷକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ମୁଡରେ ନବୀନ ସରକାର ନଥିବା ନେଇ ଆଜି ପୁଣିଥରେ ବିଜେଡି ନିଜର ପ୍ରେସମିଟ୍ ମାଧ୍ୟମରେ ସ୍ପଷ୍ଟ କରିଛି। ଆଉ ମନ୍ତ୍ରୀଙ୍କ ସପକ୍ଷରେ ଓକିଲାତି କରି ଯଦି କିଛି ପ୍ରମାଣ ଅଛି କୋର୍ଟ ଯାଇ ଅର୍ଡର ଆଣି ମନ୍ତ୍ରୀଙ୍କୁ ଗିରଫ କରାନ୍ତୁ ବୋଲି ବିଜେଡି କହିଛି। ଏପଟେ ମନ୍ତ୍ରୀଙ୍କୁ ବରଖାସ୍ତ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଦାବି କରିବା ସହ ବିଭିନ୍ନ ଫୋରମରେ ଅଭିଯୋଗ ଏବଂ ବଲାଙ୍ଗିର ବନ୍ଦ କରିଥିଲେ ମଧ୍ୟ ତା’ର ପ୍ରଭାବ ନବୀନ ପଟ୍ଟନାୟକ ସରକାର ଉପରେ ପଡ଼ିନାହିଁ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଛତ୍ରଛାୟାରେ ରହି ଗୋବିନ୍ଦ ନିଜର ମହାଲିଙ୍ଗସ୍ଥିତ ଶିକ୍ଷାନୁଷ୍ଠାନରେ ଅନୈତିକ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ।

ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଅଡ଼ିଓ ଭାଇରାଲ ହେଉଥିଲେ ମଧ୍ୟ ବିଜେଡି କିମ୍ବା ରାଜ୍ୟ ପୁଲିସ ଜାଣିଶୁଣ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ମନ୍ତ୍ରୀଙ୍କୁ ନ ହଟାଇଲେ ପୁଲିସ ତଦନ୍ତ ପ୍ରଭାବିତ ହେବ ବୋଲି ବିରୋଧୀ ଦଳଠୁ ଆରମ୍ଭ କରି ଜାତୀୟ ମହିଳା କମିଶନ କହିଥିଲେ ମଧ୍ୟ ତା’ର ପ୍ରଭାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାର ଉପରେ ପଡ଼ିନି। ଓଲଟା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି କାଲି ଭଳି ଆଜି ମଧ୍ୟ ଓକିଲାତି କରିଛି। ଆଉ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତବେଳେ ସେଠାରେ ମନ୍ତ୍ରୀ ଶ୍ରୀ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚରୁ ଭାଷଣ ଦେବେ ବୋଲି ସୂଚନା ମିଳିଛି। ନିରୀହ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ଦେବାକୁ ତଥା ଶିକ୍ଷାନୁଷ୍ଠାନରେ ଚାଲିଥିବା ସେକ୍ସ ସ୍କାଣ୍ଡାଲରେ ଜଡ଼ିତ ଲୋକଙ୍କୁ ଦଣ୍ଡିତ ପାଇଁ ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଜରୁରୀ ବୋଲି ସାଧାରଣରେ ଦାବି ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ପରାମର୍ଶଦାତା ଓ ବିଜେଡି ଏଥିପ୍ରତି ସାମାନ୍ୟ ଗୁରୁତ୍ୱ ଦେଇନାହାନ୍ତି। ଏପରିକି ତଦନ୍ତକୁ ନିରପେକ୍ଷ କରିବା ପାଇଁ ନୈତିକତା ଦୃଷ୍ଟିରୁ ମଧ୍ୟ ମନ୍ତ୍ରୀ ଶ୍ରୀ ମିଶ୍ର ନିଜଆଡ଼କୁ ମନ୍ତ୍ରୀ ପଦରୁ ଓହରିବାକୁ ବି ଆଗ୍ରହ ଦେଖାଇ ନାହାନ୍ତି।

ବିଜେପି ସାଂସଦ ବସନ୍ତ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏକ କଳିଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଓ ଘଟଣାରେ ସମ୍ପୃକ୍ତ ଅନ୍ୟ କଳଙ୍କିତ ଚେହେରା ସାମ୍ନାକୁ ଆସିବା ଦରକାର ବୋଲି କହିଛନ୍ତି । ଏହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ, ଦୁର୍ଭାଗ୍ୟଜନକ ବୋଲି କହିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ମମିତା ହତ୍ୟା ମାମଲାରେ ପୁଲିସର ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ଏହି କେସରୁ ମନ୍ତ୍ରୀଙ୍କୁ ଖସାଇବାକୁ ପୁଲିସ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି । ମନ୍ତ୍ରୀଙ୍କୁ ତଦନ୍ତ କରିବା ପୁଲିସ ପକ୍ଷେ ସମ୍ଭବପର ନୁହେଁ ଓ ପୁଲିସ ତଦନ୍ତ କରିବା ଅବସ୍ଥାରେ ନାହିଁ ବୋଲି ସେ କହିଛନ୍ତି । ସ୍କୁଲକୁ ମନ୍ତ୍ରୀ ରାତ୍ରିଯାପନ ପାଇଁ ଯାଉଥିବା ମୃତ ମମିତାଙ୍କ ପିତା ଓ ଅନ୍ୟ ଛାତ୍ରଛାତ୍ରୀ କହୁଥିବାବେଳେ ଏହି କଥାକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ସ୍କୁଲକୁ ଶାରୀରିକ ସମ୍ପର୍କ ରଖିବାକୁ ଯାଉଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ ହେଲାନି । ତେଣୁ ମମିତାଙ୍କ ପରିବାରକୁ କିଭଳି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଲେଖାଶ୍ରୀଙ୍କ ଏହି ଅଭିଯୋଗକୁ ବିଜେଡି ମଧ୍ୟ ଅତନ୍ତ ବେପରୁୱା ଭାବେ ନେଇ ନିଜର ଜଣେ ଛାତ୍ରୀ ନେତ୍ରୀ ଇପସିତା ସାହୁଙ୍କ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସପକ୍ଷରେ ଓକିଲାତି କରାଇବାକୁ ପଛାଇ ନାହିଁ । ଗତକାଲି ପ୍ରମିଳା ମଲ୍ଲିକ ଓ ଆଜି ଇପସିତାଙ୍କ ମାଧ୍ୟମରେ ବିଜେଡି କହିଛି ଯେ, ମମିତା ମେହେର ହତ୍ୟା ମାମଲାର ଲିଙ୍କ୍ ଯଦି ମନ୍ତ୍ରୀଙ୍କ ସହ ଅଛି, ତେବେ ବିଜେପି ଏତେ ର‌୍ୟାଲି,ଷ୍ଟ୍ରାଇକ୍ ନକରି ପ୍ରମାଣ ଧରି ଅଦାଲତକୁ ଯାଇ ଜଣକୁ ଦୋଷୀ କରାନ୍ତୁ ଓ ତାଙ୍କୁ ଗିରଫ କରାନ୍ତୁ । ତେବେ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ବିଜେଡିର ଏଭଳି ବେପରୁୱା ଯୁକ୍ତି ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ଭିନ୍ନ ନଗ୍ନ ଚିତ୍ରକୁ ଏବେ ପଦାରେ ପକାଇଛି ।

ମମିତା ମେହେର ମାମଲାରେ ବିଜେପିକୁ ଟାର୍ଗେଟ୍ କରିବାବେଳେ ବିଜେଡି ଭୁଲି ଯାଇଛି ଯେ, ରାଜ୍ୟରେ ଶାସନ କ୍ଷମତାରେ ରହିଛି । ମନ୍ତ୍ରୀଙ୍କ ସହ କଲେଜର ଲିଙ୍କ୍ ଖୋଜିବା ଅବା ତଦନ୍ତକୁ ଆଗେଇ ନେବା କାର୍ଯ୍ୟ ହେଉଛି ବିଜେଡି ସରକାର ଅଧୀନରେ ଥିବା ରାଜ୍ୟ ପୁଲିସର । ଆଉ ଯଦି ଗୃହ ମନ୍ତ୍ରୀ ପଦରୁ ଶ୍ରୀ ମିଶ୍ରଙ୍କୁ ହଟାନଯିବ ତେବେ ପୁଲିସର ତଦନ୍ତ ଦିଗହରା ଓ ଚାପଗ୍ରସ୍ତ ହେବା ସ୍ୱାଭାବିକ । ଏହା ଜଳଜଳ ହୋଇ ଦିଶୁଥିବାବେଳେ ପ୍ରମିଳା ଓ ଇପସିତାଙ୍କ ମୁହଁରେ ଦିବ୍ୟଶଙ୍କରଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିଜେଡିର ରଣନୀତିକାର କ’ଣ ଏତିକି ବୁଝିପାରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

The post ଦିବ୍ୟଶଙ୍କରଙ୍କ ପାଇଁ ପୁଣି ଓକିଲାତି କଲା ବିଜେଡି, ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବି ରହିବେ appeared first on Odisha Reporter.

]]>
right top 2021-10-21 22:10:49 https://odishareporter.in/wp-content/uploads/2021/10/Dibya-and-Govinda.jpg
ଗୋବିନ୍ଦ ନାମ ଭଜୁଛନ୍ତି ଦୁଇ ମନ୍ତ୍ରୀ: ମୁଁ ଟୋକା ହୋଇଯାଏ, ମୋତେ ରେଭେନ୍ସା ଜଣାପଡ଼େ https://odishareporter.in/politics/two-ministers-praise-govind-on-mahaling-college-annual-college-685606 Thu, 21 Oct 2021 15:13:44 +0000 https://odishareporter.in/?p=685606

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଲିଙ୍ଗ କଲେଜ୍‌ ଅଧ୍ୟକ୍ଷ ଗୋବିନ୍ଦ ସାହୁର ନାଁ ଜପୁଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ। କିଏ କହୁଛନ୍ତି କଲେଜ କ୍ୟାମ୍ପସକୁ ଆସିଲେ ୟଙ୍ଗ ଲାଗୁଛି। ଆଉ କିଏ ମହାଲିଙ୍ଗ କଲେଜ୍‌କୁ ଶତାୟୁ ଅନୁଷ୍ଠାନ ରେଭେନ୍ସା ସହ ତୁଳନା କରୁଛନ୍ତି। ତେବେ ଗୁଣଗାନ ଭିତରେ ମନ୍ତ୍ରୀମାନେ ଗୋବିନ୍ଦଙ୍କୁ ଧନ୍ୟବାଦ ଦେବା ସହିତ ବିନ୍ଧାଣୀ ବୋଲି ଅବତାରଣା କରୁଛନ୍ତି। ଇଏ ସେହି ଗୋବିନ୍ଦ ଯିଏ ନିଜର ପରକିୟା ପ୍ରୀତି ପ୍ରଘଟ ହେବା ଆଶଙ୍କା କରି ନିଜ ଅନୁଷ୍ଠାନ […]

The post ଗୋବିନ୍ଦ ନାମ ଭଜୁଛନ୍ତି ଦୁଇ ମନ୍ତ୍ରୀ: ମୁଁ ଟୋକା ହୋଇଯାଏ, ମୋତେ ରେଭେନ୍ସା ଜଣାପଡ଼େ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଲିଙ୍ଗ କଲେଜ୍‌ ଅଧ୍ୟକ୍ଷ ଗୋବିନ୍ଦ ସାହୁର ନାଁ ଜପୁଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ। କିଏ କହୁଛନ୍ତି କଲେଜ କ୍ୟାମ୍ପସକୁ ଆସିଲେ ୟଙ୍ଗ ଲାଗୁଛି। ଆଉ କିଏ ମହାଲିଙ୍ଗ କଲେଜ୍‌କୁ ଶତାୟୁ ଅନୁଷ୍ଠାନ ରେଭେନ୍ସା ସହ ତୁଳନା କରୁଛନ୍ତି। ତେବେ ଗୁଣଗାନ ଭିତରେ ମନ୍ତ୍ରୀମାନେ ଗୋବିନ୍ଦଙ୍କୁ ଧନ୍ୟବାଦ ଦେବା ସହିତ ବିନ୍ଧାଣୀ ବୋଲି ଅବତାରଣା କରୁଛନ୍ତି। ଇଏ ସେହି ଗୋବିନ୍ଦ ଯିଏ ନିଜର ପରକିୟା ପ୍ରୀତି ପ୍ରଘଟ ହେବା ଆଶଙ୍କା କରି ନିଜ ଅନୁଷ୍ଠାନ ତଥା ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛି। ଗୋବିନ୍ଦ ଗିରଫ ହେବା ପରେ ମନ୍ତ୍ରୀଙ୍କ ସେହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଭାଇରାଲ୍‌ ହୋଇଥିବା ଭିଡିଓଟି ହେଉଛି ମହାଲିଙ୍ଗ କଲେଜର ବାର୍ଷିକ ଉତ୍ସବର। ଯେଉଁଥିରେ ଅତିଥିଭାବେ ଯୋଗଦେଇଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଏମାନଙ୍କ ଭିତରୁ ଜଣେ ମନ୍ତ୍ରୀ ଯାଇଥିଲେ ହେଲିକପ୍ଟରରେ। ସେ କଲେଜ କ୍ୟାମ୍ପସରେ ଓହ୍ଲାଇ ସଭା ସ୍ଥଳକୁ ଯାଇଥିଲେ। ଖୋଦ୍‌ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ଓ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ମନ୍ତ୍ରୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସଭା। ଭାଷଣ ଦେବାକୁ ଆସିଲେ କ୍ୟାପ୍‌ଟେନ୍‌ ମହାଶୟ। ଭାଷଣ ଆରମ୍ଭରୁ ଗୋବିନ୍ଦଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କହିଥିଲେ, ଘଣ୍ଟା ଘଣ୍ଟା ଏହି କଲେଜରେ ବସିଛି। ଯେତେବେଳେ ଛାତ୍ରଛାତ୍ରୀଙ୍କ ଗହଣରେ ବସିଛି, ସେତେବେଳେ ମୋ କଲେଜ କଥା ମନେ ପଡ଼ିଯାଇଛି। ଆଜି ଟିକେ ୟଙ୍ଗ୍‌ ୟଙ୍ଗ୍‌ ଲାଗୁଛି। ସେଥିପାଇଁ ବହୁ ଟାଇମ୍‌ କଲେଜକୁ ଦେବାକୁ ଚାହିଁଛୁ। ୫ ବର୍ଷ ଭିତରେ ଗୋବିନ୍ଦ ସାହୁ କଲେଜ ପାଇଁ ଯାହା କରିଛନ୍ତି, ସେଥିପାଇଁ ତାଙ୍କୁ ବହୁବହୁ ଧନ୍ୟବାଦ ଦେଉଛି ବୋଲି କ୍ୟାପ୍‌ଟେନ୍‌ କହିଥିଲେ।

କେବଳ କ୍ୟାପଟେନ ନୁହଁନ୍ତି, ଆଉ ପାଦେ ଆଗକୁ ଯାଇ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନା ଯେଉଁଭଳି ଢଙ୍ଗରେ ନିଜ ଅଭିଭାଷଣରେ ଗୋବିନ୍ଦଙ୍କୁ ଉପରକୁ ଟେକିଦେଇଥିଲେ ଯେ, ନିଜେ ପାଠପଢ଼ିଥିବା ଶତାୟୁ ଶିକ୍ଷାନୁଷ୍ଠାନ ରେଭେନ୍ସା ସହ ତୁଳନା କରିବାକୁ ପଛାଇନଥିଲେ।

ସେ କହିଥିଲେ, “କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବାରମ୍ୱାର ମହାଲିଙ୍ଗ କଲେଜ ବିଷୟରେ ମୋତେ କହୁଥିଲେ। ଆଉ ଏଠାକୁ ଆସିବା ପାଇଁ କହୁଥିଲେ। ମୁଁ ଆଜି ମହାଲିଙ୍ଗ କଲେଜରେ ପହଞ୍ଚିବା ପରେ ଏକଥା ଅନୁଭବ କରୁଛି, ମହାଲିଙ୍ଗ କଲେଜ ରେଭାନ୍ସା କଲେଜଠାରୁ କିଛି କମ୍‌ ନୁହେଁ। ସ୍ଥାନୀୟ ମୁରବୀଙ୍କ ସହଯୋଗରେ କଲେଜରେ ଯେଉଁ ଉନ୍ନତି ହେଉଛି, ତାହାର ବିନ୍ଧାଣୀ ସାଜିଛନ୍ତି ଗୋବିନ୍ଦ ବାବୁ।”

ଗୃହରାଷ୍ଟ୍ର ମନ୍ତ୍ରୀଙ୍କଠୁ ପଞ୍ଚାୟତିରାଜ, ପର୍ଯ୍ୟଟନ ଆଦି ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସମେତ ଏକାଧିକ ନେତା ଆଉ ଅଧିକାରୀଙ୍କ ଏଠି ପାଦ ପଡ଼ିଛି। ସେହି ଅତିଥିଙ୍କୁ ଆପ୍ୟାୟିତ କରି ଗୋବିନ୍ଦ ତିଆରି କରିଛି ନିଜ ସାମ୍ରାଜ୍ୟ। ତାହାରି ଭିତରେ ଝିଅମାନଙ୍କ ସହ ଖରାପ ସମ୍ପର୍କ ରଖୁଥିଲା ଗୋବିନ୍ଦ। କେବଳ ଗୋବିନ୍ଦ ନୁହେଁ, ବିଭିନ୍ନ ସମୟରେ ଏହି କ୍ୟାମ୍ପସକୁ ଆସୁଥିବା ବଡ଼ ବଡ଼ିଆଙ୍କୁ ମଧ୍ୟ ସେ ସନ୍ତୁଷ୍ଟ କରୁଥିଲା ବୋଲି ଅଭିଯୋଗ ହେଉଛି। କିନ୍ତୁ ରାଜନୈତିକ ଛତ୍ରଛାୟାରେ କ୍ଷମତାଶାଳୀ ବନିଯାଇଥିବାରୁ କେହି ଖୋଲୁନଥିଲେ ମୁହଁ। କାରଣ ସବୁସ୍ତରରେ ଜବରଦସ୍ତ ଲିଙ୍କ ଥିଲା ଗୋବିନ୍ଦ ସହିତ। ତେବେ ମମିତା ମର୍ଡର ମାମଲାରୁ ସବୁ କେଳେଙ୍କାରୀର ହୋଇଛି ଖୁଲାସା।

The post ଗୋବିନ୍ଦ ନାମ ଭଜୁଛନ୍ତି ଦୁଇ ମନ୍ତ୍ରୀ: ମୁଁ ଟୋକା ହୋଇଯାଏ, ମୋତେ ରେଭେନ୍ସା ଜଣାପଡ଼େ appeared first on Odisha Reporter.

]]>
centre top 2021-10-21 20:44:57 https://odishareporter.in/wp-content/uploads/2021/10/Gobinda.jpg
ବିଜେଡି ଦେଲା ଇସାରା, ବିଦା ହେବେନି ମନ୍ତ୍ରୀ ଦିବ୍ୟଶଙ୍କର https://odishareporter.in/politics/bjd-indicates-minister-dibya-shankar-resignation-685408 Wed, 20 Oct 2021 16:30:12 +0000 https://odishareporter.in/?p=685408

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତାର ପୁଳାପୁଳା ପ୍ରମାଣ ଓ ଅଭିଯୋଗ ଥିବା ସତ୍ତ୍ୱେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବ ନାହିଁ। ନିରୀହ ଶିକ୍ଷୟିତ୍ରୀ ମମିତା ଏବଂ ସେକ୍ସ ସ୍କାଣ୍ଡାଲର ଶିକାର ହୋଇଥିବା ଅନ୍ୟ ଝିଅମାନଙ୍କୁ ନ୍ୟାୟ ଦେବାକୁ ଜିଲ୍ଲା ବନ୍ଦଠୁ ଆରମ୍ଭ କରି ବିରୋଧୀ ଦଳର ହୋ-ହାଲ୍ଲା ଅବା ସାମାଜିକ ସଂଗଠନଗୁଡ଼ିକର ପ୍ରତିବାଦ ମଧ୍ୟ […]

The post ବିଜେଡି ଦେଲା ଇସାରା, ବିଦା ହେବେନି ମନ୍ତ୍ରୀ ଦିବ୍ୟଶଙ୍କର appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିର୍ମମ ହତ୍ୟା ଓ ସେକ୍ସ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତାର ପୁଳାପୁଳା ପ୍ରମାଣ ଓ ଅଭିଯୋଗ ଥିବା ସତ୍ତ୍ୱେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବ ନାହିଁ। ନିରୀହ ଶିକ୍ଷୟିତ୍ରୀ ମମିତା ଏବଂ ସେକ୍ସ ସ୍କାଣ୍ଡାଲର ଶିକାର ହୋଇଥିବା ଅନ୍ୟ ଝିଅମାନଙ୍କୁ ନ୍ୟାୟ ଦେବାକୁ ଜିଲ୍ଲା ବନ୍ଦଠୁ ଆରମ୍ଭ କରି ବିରୋଧୀ ଦଳର ହୋ-ହାଲ୍ଲା ଅବା ସାମାଜିକ ସଂଗଠନଗୁଡ଼ିକର ପ୍ରତିବାଦ ମଧ୍ୟ ପ୍ରଭାବହୀନ। ବିଜେଡି ଉପସଭାନେତ୍ରୀ ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ସାମ୍ବାଦିକ ସମ୍ମିଳନୀରେ ଯେଉଁଭଳି ଢଙ୍ଗରେ ମମିତା ମେହେର ମୃତ୍ୟୁ ମାମଲାକୁ ଉପସ୍ଥାପିତ କଲେ ତାହା ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷିତ ରଖିବା ପାଇଁ ବିଜେଡିର ରଣନୀତିକୁ ପଦାରେ ପକାଇଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ମନ୍ତ୍ରୀ ପଦ ସୁରକ୍ଷିତ ରଖିବା ପାଇଁ ବିଜେଡିର ଜିଦ୍ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ଫାଇଭ-ଟି ସ୍ଲୋଗାନକୁ ରାଜ୍ୟବାସୀଙ୍କ ନିକଟରେ ପ୍ରହସନରେ ପରିଣତ କରାଇଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଘଟଣାର ରାଜନୀତିକରଣ କରିବା ପାଇଁ ବିଜେପି ଉପରକୁ ଅଙ୍ଗୁଳି ଉଠାଇ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଦେବାକୁ ବିଜେଡି ଆଗେଇ ଆସିଥିବା ଜଣାପଡ଼ିଛି।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମମିତା ମେହେର ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏରେ କାର୍ଯ୍ୟ କରିଥିବା ଜଣେ ଦକ୍ଷ ଅଫିସରଙ୍କୁ ଦିଆଯାଇଛି। ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଜଣେ ଦୁଇଜଣଙ୍କୁ ପୁଲିସ ଧରିଛି ଓ ଆଉ ଯେଉଁମାନେ ଦୋଷୀ ସେମାନଙ୍କୁ ପୁଲିସ ଧରିବ ଓ ପୀଡ଼ିତା ନିଶ୍ଚିତ ଭାବେ ନ୍ୟାୟ ପାଇବେ। ତେବେ ଯେଉଁ ସ୍କୁଲ ଓ କଲେଜରେ ପିଲାମାନେ ପଢ଼ୁଛନ୍ତି ସେଠାରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବିଜେପି ନିନ୍ଦା ନକରି ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରମୟ ନକରୁ ଏବଂ ସେ ଶିକ୍ଷାନୁଷ୍ଠାନ ବଦନାମ ନହେଉ ବୋଲି ପ୍ରମିଳା କହିଛନ୍ତି । ସ୍କୁଲ କଲେଜକୁ ନେତାମାନଙ୍କୁ ଗେଷ୍ଟ କରି ଡକାଯାଏ ଓ ସେଠାକୁ ଯାଉଥିବା ନେତା-ମନ୍ତ୍ରୀମାନେ ଅନୁଷ୍ଠାନର ବିକାଶ ପାଇଁ ଅନୁଦାନ ଦେଇଥାନ୍ତି। ଆଉ ନେତାମାନଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତି ଯଦି ପରେ ଅପରାଧ କରେ ସେଥିପାଇଁ ସମ୍ପୃକ୍ତ ନେତା କି ମନ୍ତ୍ରୀଙ୍କୁ ଦାୟୀ କରିବା ଉଚିତ୍ ନୁହେଁ ବୋଲି ପ୍ରମିଳା କହିବା ସହ ଉତ୍ତରପ୍ରଦେଶରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅଙ୍କ ବିରୁଦ୍ଧରେ ଆସିଥିବା ଗଣହତ୍ୟା ଅଭିଯୋଗ କଥା କହି ଏଠି ମମିତା ମେହେର ମାମଲାର ରାଜନୀତିକରଣ କରାଇବାକୁ ପ୍ରୟାସ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ଯଦି ବାସ୍ତବରେ ମମିତା ମେହେର ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଚାହୁଁଛି ତା’ହେଲେ ଗୃହ ବିଭାଗର ମନ୍ତ୍ରୀ ପଦରୁ କାହିଁକି ଦିବ୍ୟଶଙ୍କରଙ୍କୁ ହଟାଉ ନାହିଁ । ନିଜର ବସ୍ ବିରୁଦ୍ଧରେ ତଦନ୍ତ କରିବା କ’ଣ ଅଧସ୍ତନ ପୁଲିସ ଅଫିସର ପକ୍ଷେ ସମ୍ଭବ କି? ଅକ୍ଟୋବର ୮ରୁ ମମିତା ନିଖୋଜ ହେବାଠୁ ୧୭ତାରିଖରେ ଗୋବିନ୍ଦ ଥାନାରୁ ଫେରାର ହେବା ପର୍ଯ୍ୟନ୍ତ ସେ ମନ୍ତ୍ରୀ ଦିବ୍ୟଶଙ୍କର କିମ୍ବା ତାଙ୍କ ଅଫିସ ସହ ଯୋଗାଯୋଗରେ ନଥିଲା ବୋଲି ବିଜେଡି ସ୍ପଷ୍ଟ ଭାବେ କହିପାରିବ କି? ମନ୍ତ୍ରୀ ପଦରେ ଥାଇ ଦିବ୍ୟଶଙ୍କରଙ୍କ ମୋବାଇଲ ଫୋନକୁ ଯାଂଚ କରିବା ପୁଲିସ ପକ୍ଷେ ସମ୍ଭବ କି? ଦିବ୍ୟଶଙ୍କର ସେ କଲେଜକୁ କାହିଁକି ନିୟମିତ ଯାଉଥିଲେ ଓ ସେଠାରେ କ’ଣ କରୁଥିଲେ ତା’ର ତଦନ୍ତ ପୁଲିସ କରିପାରିବ କି? ତା’ଛଡ଼ା ପ୍ରମିଳା ଆଜି ଯେଭଳି ଢଙ୍ଗରେ ନିରୀହ ଝିଅ ମମିତାଙ୍କ ନିର୍ମମ ହତ୍ୟା ଘଟଣାକୁ ରାଜନୀତିକରଣ କରାଇଛନ୍ତି ସେଥିରୁ ସମ୍ପୃକ୍ତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବା ଆଶା କ୍ଷୀଣ। ବିଜେଡି ଏବେ ବିଜେପି ମୁଣ୍ଡରେ ଅଠା ବୋଳି ଘଟଣାର ରାଜନୀତିକରଣ କରି ପ୍ରକୃତ ଦୋଷୀଙ୍କୁ ଖସାଇ ଦେବାକୁ ଉଦ୍ୟମ ଆରମ୍ଭ କରିଲାଣି।

ମନ୍ତ୍ରୀ ଦିବ୍ୟଶଙ୍କର ସେ ସ୍କୁଲ ଓ କଲେଜ ସହ ୨୦୧୫ ମସିହାରୁ ଭଲ ଭାବେ ଜଡ଼ିତ ଓ ଦିବ୍ୟଶଙ୍କର ପ୍ରତିମାସରେ ସେହି କଲେଜକୁ ଯାଇଥାନ୍ତି । ଏହା ନିଜେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କହୁଥିବାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି । ଦିବ୍ୟଶଙ୍କରଙ୍କ ସହ ଛାଇ ଭଳି ଗୋବିନ୍ଦ ସାହୁ ରହି ଆସିଛନ୍ତି । ତା’ର ତଥ୍ୟପ୍ରମାଣ ସବୁ ଏବେ ଅନୁଷ୍ଠାନର ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ପଦାକୁ ଆଣୁଛନ୍ତି । କଲେଜରେ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଯୌନ ନିର୍ଯାତନାର ଶିକାର ହେଉଥିଲେ କି ନାହିଁ ସେ ସମ୍ପର୍କରେ ମୁହଁ ନଖୋଲି ଓଲଟା ଅନୁଷ୍ଠାନକୁ ବଦନାମ ନକରିବାକୁ ପରାମର୍ଶ ଦେଉଛି । ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ଏବେ ବିଜେଡି ପାଇଁ କାଠିକର ପାଠ ହୋଇଥିବାବେଳେ ତାଙ୍କୁ ମନ୍ତ୍ରୀ କରି ରଖିବା ମଧ୍ୟ ଏକପ୍ରକାରର ବାଧ୍ୟବାଧକତା ହୋଇଯାଇଛି । ତେଣୁ ଘଟଣାରେ ଯିଏ ଯେତେ ହୋ-ହାଲ୍ଲା କଲେ ବି ମମିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବେବିନା, ଇତିଶ୍ରୀ, ମାଧବୀଲତା, ସସ୍ମିତା, ସ୍ମିତାରାଣୀ, ପରୀ, ମାହାଙ୍ଗା ଡବଲ ମର୍ଡର ଆଦି ଘଟଣା ପରି ଏହି ମାମଲାକୁ ଡିଲ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଆଉ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପଦବୀ ସୁରକ୍ଷିତ ବୋଲି ଆଜି ଶ୍ରୀମତୀ ମଲ୍ଲିକ ଇସାରାରେ କହିବା ସହ ବିଜେଡିର ଆଭିମୁଖ୍ୟକୁ ସ୍ପଷ୍ଟ କରାଇଛନ୍ତି ।

The post ବିଜେଡି ଦେଲା ଇସାରା, ବିଦା ହେବେନି ମନ୍ତ୍ରୀ ଦିବ୍ୟଶଙ୍କର appeared first on Odisha Reporter.

]]>
right bottom 2021-10-20 22:00:12 https://odishareporter.in/wp-content/uploads/2017/11/Pramila-Mallick-750x430.jpg
‘ଦିବ୍ୟଶଙ୍କର’ ନିଆଁକୁ ଅଣ୍ଟିରେ ପୁରାଇଛନ୍ତି ନବୀନ: ଜାନକୀ ଯୁଗର ପୁନରାବୃତ୍ତି ହେବ କି? https://odishareporter.in/politics/happenings/will-there-be-a-recurrence-of-the-janaki-pattnaik-era-in-mamita-meher-murder-case-685388 Wed, 20 Oct 2021 14:38:58 +0000 https://odishareporter.in/?p=685388

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତା ଓ ସେକ୍ସ ସ୍କାଣ୍ଡାଲରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଗତ ୩ଦିନ ଧରି ରାଜ୍ୟରେ ସରଗରମ ପରିସ୍ଥିତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦାବିଷ୍ଣୁ ସାଜିଛନ୍ତି। ମହିଳାଙ୍କୁ ନିର୍ମମ ହତ୍ୟାର ତଥ୍ୟ ପ୍ରମାଣ ମିଳିବା ସତ୍ତ୍ୱେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ଓ ଏଭଳି ବେପରୁୱା […]

The post ‘ଦିବ୍ୟଶଙ୍କର’ ନିଆଁକୁ ଅଣ୍ଟିରେ ପୁରାଇଛନ୍ତି ନବୀନ: ଜାନକୀ ଯୁଗର ପୁନରାବୃତ୍ତି ହେବ କି? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତା ଓ ସେକ୍ସ ସ୍କାଣ୍ଡାଲରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଗତ ୩ଦିନ ଧରି ରାଜ୍ୟରେ ସରଗରମ ପରିସ୍ଥିତି ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦାବିଷ୍ଣୁ ସାଜିଛନ୍ତି। ମହିଳାଙ୍କୁ ନିର୍ମମ ହତ୍ୟାର ତଥ୍ୟ ପ୍ରମାଣ ମିଳିବା ସତ୍ତ୍ୱେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ଓ ଏଭଳି ବେପରୁୱା ଆଭିମୁଖ୍ୟ ଓଡ଼ିଶାରେ ୯୦ ଦଶକରେ କଂଗ୍ରେସ ଶାସନର ପୁନରାବୃତ୍ତିର ଅୟଂଆରମ୍ଭ ବୋଲି ଚର୍ଚ୍ଚା ହେଉଛି। ନିଜର ଭାବମୂର୍ତ୍ତି ପାଇଁ ୫ଥର ଶାସନରେ ବସିଥିବା ନବୀନ ଏବେ ଏଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ସାହାସ କରିପାରୁନାହାନ୍ତି ଓ କ’ଣ ତାଙ୍କ ପାଇଁ ବାଧକ ସାଜିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବେବିନା, ଇତିଶ୍ରୀ, ମାଧବୀଲତା, ସସ୍ମିତା ଓ ସ୍ମିତାରାଣୀ ହତ୍ୟା ଭଳି ମମିତା ହତ୍ୟା ମାମଲା ବି କିଛିଦିନର ହୋ-ହାଲ୍ଲା ପରେ ଶାନ୍ତ ପଡ଼ିଯିବ ଭାବି ନବୀନ ସରକାର ଚୁପ୍ ବସି ପଡ଼ିଛନ୍ତି। ତେବେ ନବେ ଦଶକରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ଯେଭଳି ଅଞ୍ଜନା ମିଶ୍ର ମାମଲାରେ ତତକାଳୀନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ସୁରକ୍ଷା ଦେବାକୁ ଜିଦ୍ ଦେଖାଇ ନିଜ ଶାସନର ଅନ୍ତ ଘଟାଇଥିଲା, ଏବେ ଠିକ୍ ସେଭଳି ମମିତା ମେହେର ମାମଲାରେ ନବୀନ ପଟ୍ଟନାୟକ ସରକାର ମନ୍ତ୍ରୀ ଦିବ୍ୟଶଙ୍କରକୁ ସୁରକ୍ଷା ଦେବାର ଜିଦ୍ ଧରି ପରୋକ୍ଷରେ ବିଜେଡି ଶାସନର ପତନର ବୀଜରୋପଣ କରୁଥିବା ଚର୍ଚ୍ଚା ହେଉଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୧୩ ତାରିଖରେ ପୁଲିସ ୪ଦିନ ଅଟକ ରଖିବା ଭିତରେ ସେ ନିଜର ଗଡ଼ଫାଦର ତଥା ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଫୋନ୍ ନମ୍ବରକୁ ଏକାଧିକ ଥର ଫୋନ୍ କରିଛନ୍ତି। ଏପରିକି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ମଧ୍ୟ ୩ରୁ ୪ଥର କଥା ହୋଇଥିବାର ସୂଚନା ମିଳିଛି। ତେଣୁ ୧୭ତାରିଖରେ ଗୋବିନ୍ଦ ଫେରାର ହେବା ପଛରେ ଗୃହ ମନ୍ତ୍ରୀଙ୍କ ଭୂମିକା କ’ଣ ଥିଲା ତାହା ପୁଲିସ ତଦନ୍ତ ପରିସରଭୁକ୍ତ ହେବା ଜରୁରୀ ହୋଇପଡ଼ିଛି।

ସେହିପରି ଗୋବିନ୍ଦଙ୍କ ସ୍କୁଲକୁ ମନ୍ତ୍ରୀ ଶ୍ରୀ ମିଶ୍ର ଅନେକଥର ଯାଇଥିବା ଓ ସେଠାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରହିବାର ତଥ୍ୟ ପ୍ରମାଣ ବି ପୁଲିସ ହାତରେ ଲାଗି ସାରିଛି ଏବଂ ମନ୍ତ୍ରୀଙ୍କ ବଳରେ ଗୋବିନ୍ଦ ନିଜର ଅନୈତିକ କାର୍ଯ୍ୟ ମାଧ୍ୟମରେ ପ୍ରଭାବଶାଳୀ ପାଲଟିଥିବା ସ୍ପଷ୍ଟ ହୋଇଛି। ତେଣୁ ଗୃହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି। ଉଭୟ ଗୋବିନ୍ଦ ଓ ଶ୍ରୀ ମିଶ୍ରଙ୍କ ଫୋନ୍ କଲ୍ ରେକର୍ଡସରୁ ଉଭୟଙ୍କର ସମ୍ପର୍କ ଘନିଷ୍ଠତାର ପ୍ରମାଣ ପୁଲିସକୁ ସହଜରେ ମିଳିପାରିବ। ତେବେ ପ୍ରଶ୍ନ ଉଠୁଛି, ନିଜର ବସ୍ (ଗୃହମନ୍ତ୍ରୀ) ଶ୍ରୀ ମିଶ୍ରଙ୍କୁ ଦେଖିବାମାତ୍ରେ ସାଲ୍ୟୁଟ୍ କରୁଥିବା ରାଜ୍ୟ ପୁଲିସ କ’ଣ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାହାସ କରିପାରିବ? ଏହା ମଧ୍ୟ ପୁଲିସ ପକ୍ଷେ ସମ୍ଭବପର ନୁହେଁ? ଶ୍ରୀ ମିଶ୍ର ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ତଦନ୍ତ ମଧ୍ୟ ନିରପେକ୍ଷ ହେବ ବୋଲି ଆଶା କରାଯାଇ ନପାରେ।

ସେହିପରି ୨୦୧୯ ସାଧାରଣ ନିର୍ବାଚନ ପରଠୁ କଳାହାଣ୍ଡି ଜିଲ୍ଲା ରାଜନୀତିରେ ଶ୍ରୀ ମିଶ୍ରଙ୍କ ପ୍ରଭାବ ବୃଦ୍ଧି ଓ ରାଜ୍ୟର ୪ଟି ହେଭିୱେଟ୍ ବିଭାଗର ମନ୍ତ୍ରୀ ପଦ ତାଙ୍କୁ ଦେଇ ବିଜେଡି ପରାମର୍ଶଦାତା ପରୋକ୍ଷରେ ଶ୍ରୀ ମିଶ୍ରଙ୍କୁ ବଳିୟାନ କରାଇଛନ୍ତି। ଏପରିକି ବିଜେଡିର କଳାହାଣ୍ଡି ଜିଲ୍ଲା ପାଇଁ ଦଳୀୟ କାର୍ଯ୍ୟାଳୟ ନିମନ୍ତେ ଯେଉଁ ଜମିରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ତାହା ଶ୍ରୀ ମିଶ୍ରଙ୍କର ଏବଂ ମୋଟା ଅଙ୍କ ଦେଇ ଦଳ ସେହି ଜମି କିଣିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ବିଜେଡିର ଯେଉଁ ପ୍ରଭାବଶାଳୀ ଯୁବ ବିଧାୟକଙ୍କ ଯୋଗୁ ଶ୍ରୀ ମିଶ୍ର ଏକକାଳୀନ ୪ଟି ବିଭାଗ ଦାୟିତ୍ୱ ତୁଲାଉଛନ୍ତି ସେହି ବିଧାୟକଙ୍କର ପଶ୍ଚିମ ଓଡ଼ିଶାରେ ବ୍ୟବସାୟିକ ସାମ୍ପ୍ରାଜ୍ୟ ବୃଦ୍ଧିରେ ବି ମନ୍ତ୍ରୀ ଶ୍ରୀ ମିଶ୍ର ଭାଗିଦାରୀ ଥିବା ଚର୍ଚ୍ଚା ହେଉଛି।

ଏହି ବ୍ୟବସାୟିକ ହିସାବନିକାସ ସରୁ ନଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ହଟାଇବା କାଳେ ବୁମେରାଂ ହେବ ସେହି ଆଶଙ୍କାରେ ବିଜେଡି ପରାମର୍ଶଦାତା ଓ ସମ୍ପୃକ୍ତ ପ୍ରଭାବଶାଳୀ ଯୁବ ବିଧାୟକ କୁଆଡ଼େ ଏବେ ‘ଦିବ୍ୟଶଙ୍କର’ ରୂପକ ନିଆଁକୁ ଅଣ୍ଟିରେ ପୁରାଇ ରଖିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୂପ ଭାବେ ପ୍ରଭାବିତ କରି ସମୟ ଗଡ଼ାଇ ଚାଲିଛନ୍ତି। ଆଉ ଇତିଶ୍ରୀ, ମାଧବୀଲତା, ସସ୍ମିତା ଓ ସ୍ମିତାରାଣୀ, ମାହାଙ୍ଗା ଡବଲ ମର୍ଡର ଭଳି ମାମଲାରେ ବିରୋଧୀ ଦଳକୁ ମ୍ୟାନେଜ୍ କରି ମାମଲାକୁ ଡଷ୍ଟବିନକୁ ପକାଇବାରେ ସକ୍ଷମ ହୋଇଥିବା ବିଜେଡି ଏବେ ଅନୁରୂପ ଫର୍ମୂଲା ଆପଣାଇ ଦିବ୍ୟଶଙ୍କରକୁ ସୁରକ୍ଷିତ ରଖିବ ବୋଲି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଆଉ ବିବାଦ ଓ ଅନୀତିର ଗନ୍ଧକୁ ବାରି କାର୍ଯ୍ୟାନୁଷ୍ଠାନ ନେଉଥିବା ନବୀନଙ୍କର ଏବେ ଏଭଳି ଆଭିମୁଖ୍ୟ ହିଁ ପରୋକ୍ଷରେ ରାଜ୍ୟବାସୀଙ୍କୁ ୧୯୯୯ ମସିହାର ଅଞ୍ଜନା ମିଶ୍ର ଯୌନ ନିର୍ଯାତନା ମାମଲାରେ କଂଗ୍ରେସ ଜାନକୀବଲ୍ଲଭ ପଟ୍ଟନାୟକ ସରକାରର ଆଭିମୁଖ୍ୟକୁ ସତେଜ କରାଇଛି। ଅଞ୍ଜନା ମାମଲା କଂଗ୍ରେସକୁ ରାଜ୍ୟରେ ତଳିତଳାନ୍ତ କରିଥିବାବେଳେ ମମିତା ମାମଲାରେ ନବୀନଙ୍କ ବର୍ତ୍ତମାନର ଆଚରଣ ପରୋକ୍ଷରେ ବିଜେଡିକୁ ଆଗାମୀ ଦିନରେ ତଳିତଳାନ୍ତ କରାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଏତେ ହୋ-ହାଲ୍ଲା ପରେ ବି ନବୀନ ସରକାର ମମିତା ମେହେର ହତ୍ୟା ଭଳି ସମ୍ବେଦନଶୀଳ ମାମଲାର କ୍ରାଇମବ୍ରାଂଚ ହେଉ ଅବା ଏସଆଇଟି ଅବା ବିଚାରବିଭାଗୀୟ ତଦନ୍ତ ପାଇଁ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ତାହା ବି ବୁଝାପଡ଼ୁନି। ପଂଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିଲେ ବି ବିଭିନ୍ନ ଇସ୍ୟୁରେ ମ୍ୟାନେଜ ହେଉଥିବା ଅପାରଗ ଦୁଇ ବିରୋଧୀ ଦଳର ଦୟନୀୟ ସ୍ଥିତିକୁ ଆକଳନ କରି ସମ୍ଭବତଃ ବିଜେଡି ପରାମର୍ଶଦାତା ଏପରି ଆଭିମୁଖ୍ୟ ଆପଣାଇ ମନ୍ତ୍ରୀ ଦିବ୍ୟଶଙ୍କରକୁ ସୁରକ୍ଷା ଦେବାକୁ ଚିନ୍ତା କରୁଥିବା ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।

The post ‘ଦିବ୍ୟଶଙ୍କର’ ନିଆଁକୁ ଅଣ୍ଟିରେ ପୁରାଇଛନ୍ତି ନବୀନ: ଜାନକୀ ଯୁଗର ପୁନରାବୃତ୍ତି ହେବ କି? appeared first on Odisha Reporter.

]]>
centre top 2021-10-20 20:09:40 https://odishareporter.in/wp-content/uploads/2021/10/janaki-pattnaik-and-naveen-.jpg
ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇଯିବ କି? https://odishareporter.in/politics/action-against-dibyashankar-if-found-involved-in-case-says-bjd-685366 Wed, 20 Oct 2021 13:04:43 +0000 https://odishareporter.in/?p=685366

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ସରଗରମ ରହିଛି। କ୍ଷମତାରେ ଥିବା ବିଜେଡି ସରକାରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା କ୍ୟାପଟେନ୍ ଦିବଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିରୋଧୀ ଦଳ ଦାବି କରିଛନ୍ତି। ଆଉ ଚାରିଆଡ଼ୁ ଚାପ ପଡ଼ିବା ପରେ ବିଜେଡି ପକ୍ଷରୁ ପ୍ରେସ କନଫରେନ୍ସ କରାଯାଇଛି ଏହା ଉପରେ ପ୍ରତିକ୍ରିୟା ଦିଆଯାଇଛି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ମମିତାଙ୍କ ହତ୍ୟା ପଛରେ ମନ୍ତ୍ରୀଙ୍କର […]

The post ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇଯିବ କି? appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ସରଗରମ ରହିଛି। କ୍ଷମତାରେ ଥିବା ବିଜେଡି ସରକାରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା କ୍ୟାପଟେନ୍ ଦିବଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିରୋଧୀ ଦଳ ଦାବି କରିଛନ୍ତି। ଆଉ ଚାରିଆଡ଼ୁ ଚାପ ପଡ଼ିବା ପରେ ବିଜେଡି ପକ୍ଷରୁ ପ୍ରେସ କନଫରେନ୍ସ କରାଯାଇଛି ଏହା ଉପରେ ପ୍ରତିକ୍ରିୟା ଦିଆଯାଇଛି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ମମିତାଙ୍କ ହତ୍ୟା ପଛରେ ମନ୍ତ୍ରୀଙ୍କର ହାତ ଥିବ, ତାହେଲେ ତାଙ୍କୁ ନିଶ୍ଚୟ ଦଣ୍ଡିତ କରାଯିବ।

ପ୍ରମିଳା ମଲ୍ଲିକ କହିଛନ୍ତି, ମମିତାଙ୍କ ମୃତ୍ୟୁ ଆମ ସମାଜ ପାଇଁ ବଡ଼ କ୍ଷତି। ତାଙ୍କ ମୃତ୍ୟୁରେ ଆମେ ମର୍ମାହତ। ଏଭଳି ଏକ ଦୁଃଖ ସମୟରେ ଆମେ ତାଙ୍କ ପରବାରକୁ ସମବେଦନା ଜଣାଉଛୁ। ଘଟଣାରେ ଯେଉଁମାନଙ୍କର ସଂପୃକ୍ତି ରହିଛି, ସେ ସମସ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ। ଏନଆଇଏରେ କାମ କରୁଥିବା ଜଣେ ଦକ୍ଷ ପୁଲିସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଯେଉଁମାନେ ଏହି କାମରେ ଲିପ୍ତ ଥିବେ, ପୁଲିସ୍ ଅଫିସର ସେମାନଙ୍କୁ ନିଶ୍ଚୟ ଧରିବେ। ଏବଂ ପୀଡ଼ିତା ଓ ତାଙ୍କ ପରିବାର ନିଶ୍ଚିତ ଭାବେ ନ୍ୟାୟ ପାଇବେ।

ପ୍ରମିଳା କହିଛନ୍ତି, ମମିତା ମୃତ୍ୟୁ ଘଟଣାରେ ପୁଲିସ୍ ଜଣେ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିରେ ଆଉ ଯେଉଁମାନେ ସଂପୃକ୍ତ ଥିବେ, ପୁଲିସ୍ ସେମାନଙ୍କୁ ନିଶ୍ଚତ ଧରିବ। ଯଦି ମନ୍ତ୍ରୀ ଏଥିରେ ସଂପୃକ୍ତ ଥିବେ, ତାହେଲେ ସେ ନିଶ୍ଚିତ ଦଣ୍ଡ ପାଇବେ। ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇପାରିବ ନାହିଁ। ପ୍ରମିଳା ଆହୁରି କହିଛନ୍ତି ଯେ ପୁଲିସ୍ କେଉଁଠି ମହିଳାଙ୍କ ଉପରେ ଅନ୍ୟାୟ କରୁନାହାନ୍ତି।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଛି। ପୁଲିସ ତାକୁ ଗିରଫ କରିବା ପରେ ହତ୍ୟାର କାରଣ ଜଣାପଡ଼ିଛି। ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ କରିବା ପାଇଁ ଗୋବିନ୍ଦକୁ ପୁଲିସ ରିମାଣ୍ଡରେ ନେଇଛି। ତେବେ ଏହାରି ଭିତରେ ଗୋବିନ୍ଦ ସହିତ ବିଜେଡିର ମାଳମାଳ ନେତାଙ୍କ ଫଟୋ ଭାଇରାଲ୍‌ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। କାରଣ ଶୁଣିବାକୁ ମିଳୁଛି ଗୋବିନ୍ଦ ହେଉଛନ୍ତି ଦିବ୍ୟଶଙ୍କର ଅତି ନିଜର ଲୋକ। ସେ ନିୟମିତ ଗୋବିନ୍ଦଙ୍କ ସ୍କୁଲକୁ ଯାଉଥିଲେ ଓ ରାତିରେ ରହୁଥିଲେ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛି।

The post ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇଯିବ କି? appeared first on Odisha Reporter.

]]>
right bottom 2021-10-20 21:39:11 https://odishareporter.in/wp-content/uploads/2021/10/pramila-mallick.jpg
ଦିବ୍ୟଶଙ୍କରଙ୍କୁ କାଢ଼ିବାକୁ ନବୀନଙ୍କ ପାଉନି ସାହସ, କିଏ ଦେଉଛି ସୁରକ୍ଷା? https://odishareporter.in/politics/happenings/cm-naveen-patnaik-did-not-have-the-courage-to-remove-captain-dibya-shankar-mishra-685236 Tue, 19 Oct 2021 16:02:09 +0000 https://odishareporter.in/?p=685236

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ସନସାଇନ୍ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ହେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ୨ଦିନର ଲୁଚକାଳି ପରେ ଆଜି ପୁଣିଥରେ ପୁଲିସ ଗିରଫ କରିଥିଲେ ମଧ୍ୟ ତା’ର ପୃଷ୍ଠପୋଷକଙ୍କ ପାଖରେ ପହଂଚିବାକୁ ରାଜ୍ୟ ପୁଲିସ ସକ୍ଷମ ହୋଇପାରିନି। ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠତା ଓ ଛତ୍ରଛାୟାରେ ରହି ଗୋବିନ୍ଦ ଏହି ସ୍କୁଲ ପରିସରରେ ଅନୈତିକ […]

The post ଦିବ୍ୟଶଙ୍କରଙ୍କୁ କାଢ଼ିବାକୁ ନବୀନଙ୍କ ପାଉନି ସାହସ, କିଏ ଦେଉଛି ସୁରକ୍ଷା? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ସନସାଇନ୍ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ହେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ୨ଦିନର ଲୁଚକାଳି ପରେ ଆଜି ପୁଣିଥରେ ପୁଲିସ ଗିରଫ କରିଥିଲେ ମଧ୍ୟ ତା’ର ପୃଷ୍ଠପୋଷକଙ୍କ ପାଖରେ ପହଂଚିବାକୁ ରାଜ୍ୟ ପୁଲିସ ସକ୍ଷମ ହୋଇପାରିନି। ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠତା ଓ ଛତ୍ରଛାୟାରେ ରହି ଗୋବିନ୍ଦ ଏହି ସ୍କୁଲ ପରିସରରେ ଅନୈତିକ କାର୍ଯ୍ୟ ଚଳାଇଥିବା ନେଇ ମମିତାଙ୍କ ପରିବାର ସମେତ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବାରମ୍ବାର ଦାବି କରି ଆସୁଥିବାବେଳେ ସ୍କୁଲରେ ଚାଲିଥିବା ସେକ୍ସ ସ୍କାଣ୍ଡାଲରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି।

ମମିତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଭିତରେ ଗୋବିନ୍ଦଙ୍କ ପୃଷ୍ଠପୋଷକ ତଥା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ନହେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ଫାଇଭ-ଟି ଶାସନର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି। ମମିତା ନିଖୋଜ ଓ ହତ୍ୟା ଘଟଣାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ବିବାଦୀୟ ଥିବାବେଳେ ପୁଲିସର ତଦନ୍ତ କିପରି ନିରପେକ୍ଷ ହୋଇପାରିବ ତାକୁ ନେଇ ପ୍ରଶ୍ନ ଉଠିଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ତ୍ରାଣକର୍ତ୍ତା ଭାବେ ବିଜେଡର ଜଣେ ପ୍ରଭାବଶାଳୀ ବିଧାୟକ ରହିଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ନବୀନ ଓ ତାଙ୍କ ପରାମର୍ଶଦାତାଙ୍କ ପକ୍ଷେ ସମ୍ଭବପର ହୋଇପାରୁନଥିବା ବିଜେଡି ମହଲରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଆଜି ମହାଲିଙ୍ଗ ଷ୍ଟାଡ଼ିୟମରୁ ଜଣେ ମହିଳାଙ୍କ ଗଳିତ ଅର୍ଦ୍ଧଦଗ୍ଧ ଶବ ଜବତ ହେବା ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସଙ୍କଟରେ ପଡ଼ିଛି। କଳାହାଣ୍ଡିରେ ଉତ୍ତ୍ୟକ୍ତ ସାଧାରଣ ଲୋକେ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଚପଲ ମାଡ଼ କରିବା ସହ ନାରୀଙ୍କ ପ୍ରତି ବଢ଼ୁଥିବା ନିର୍ଯାତନାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ମମିତା ନିଖୋଜ ଓ ହତ୍ୟା ଘଟଣା ଉଭୟ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଥିବାବେଳେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି, ମାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ଅବା ପରୋକ୍ଷ ସମ୍ପୃକ୍ତି ଯୋଗୁ ସରକାର ଚୁପ୍ ହୋଇ ବସିଥିବା ଜଣାପଡ଼ିଛି ।

ଯଦିଓ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ଅଡ଼ିଓ ଓ ଭିଡିଓ ଭାଇରାଲ ହେଉଥିବାରୁ ପୁଲିସ୍ ଏହି ମାମଲାର କିଭଳି ନିରପେକ୍ଷ ତଦନ୍ତ କରିବ ତାକୁ ନେଇ ପ୍ରଶ୍ନ ଉଠିଛି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ଏହି ସ୍କୁଲ ସେକ୍ସ ସ୍କାଣ୍ଡାଲକୁ ନେଇ ମମିତାଙ୍କ ପରିବାର ଓ ତାଙ୍କ ସହକର୍ମୀମାନେ ଅନେକ ଅଭିଯୋଗ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ହିଁ ବିଜେଡି ସରକାରର ମହିଳାଙ୍କ ପ୍ରତି ଆଭିମୁଖ୍ୟକୁ ପଦାରେ ପକାଇଛି । ପୁଲିସ ଯେତେ ଯାହା କହିଲେ ମଧ୍ୟ ନିଜର ବସ୍‌(ମାଲିକ) ତଥା ଗୃହ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅବା ତାଙ୍କର ସମ୍ପୃକ୍ତିକୁ ଲୋକଲୋଚନକୁ ଆଣିବାକୁ ସାହାସ କରିପାରିବ ନାହିଁ, ଓଲଟା ପାଇଥିବା ପ୍ରମାଣକୁ ବି ନଷ୍ଟ କରିବାର ଆଶଙ୍କା ରହିଛି ।

ତେଣୁ ଏସବୁ ପରିଦୃଶ୍ୟରେ ମନ୍ତ୍ରୀ ଶ୍ରୀ ମିଶ୍ର ନୈତିକତା ଦୃଷ୍ଟିରୁ ନିଜ ଆଡ଼ୁ ଇସ୍ତଫା ଦେଇ ମମିତା ନିଖୋଜ ଓ ହତ୍ୟା ଘଟଣାର ତଦନ୍ତରେ ସହଯୋଗ କରିବାର ଆବଶ୍ୟକତା ରହିଛି । ନଚେତ୍ ଦୁର୍ନୀତି ଅବା ବିବାଦର ଗନ୍ଧ ବାରି ଅତୀତରେ ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀମାନଙ୍କୁ ବାଦ୍ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଗୃହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ କ୍ଷେତ୍ରରେ ଅନୁରୂପ ନିଷ୍ପତ୍ତି ନେବା ଜରୁରୀ ହୋଇପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ମନ୍ତ୍ରୀ ଶ୍ରୀ ମିଶ୍ର ଏବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସବୁଠୁ ଅଧିକ ପାୱାରଫୁଲ୍ ବିଭାଗଗୁଡ଼ିକର ମନ୍ତ୍ରୀ । ଆଉ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପାଖରେ ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହ ଭଳି ବିଭାଗକୁ ଠୁଳ କରାଇବା ପଛରେ ବି ଜଣେ ଯୁବ ବିଧାୟକଙ୍କ ଭୂମିକା ରହିଛି । ତାଙ୍କୁ ମନ୍ତ୍ରୀ ପଦରେ ବସାଇ ପ୍ରଚ୍ଛଦପଟ୍ଟରେ ଏହି ଯୁବ ବିଧାୟକ ଏସବୁ ବିଭାଗର ଅଘୋଷିତ ସୁପର ମିନିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା । ମମିତା ମାମଲାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗ ସମ୍ପର୍କରେ ଉଭୟ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ମଧ୍ୟ ତୃତୀୟ ମହଲାକୁ ଅବଗତ କରିସାରିଲାଣି । କିନ୍ତୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କଲେ ଏହି ଯୁବ ବିଧାୟକଙ୍କର ବ୍ୟବସାୟିକ ସାମ୍ପ୍ରାଜ୍ୟ ଭୁଷୁଡ଼ି ପଡ଼ିବାର ଆଶଙ୍କା ରହିଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ନବୀନ ଓ ତାଙ୍କ ପରାମର୍ଶଦାତା ସକ୍ଷମ ହୋଇପାରୁନାହାନ୍ତି ।

କଳାହାଣ୍ଡି ଜିଲ୍ଲାର ଜଣେ ଯୁବ ଠିକାଦାରଙ୍କର କରୋନାରେ ମୃତ୍ୟୁ ଯୋଗୁ ଏହି ଯୁବ ବିଧାୟକଙ୍କର ପ୍ରାୟ ୫୦ରୁ ୬୦କୋଟି ଟଙ୍କା ବୁଡ଼ି ଯାଇଥିବା ଗତ କିଛିମାସ ତଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମମିତା ନିଖୋଜ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠ ସମ୍ପର୍କ ଗୃହ ମନ୍ତ୍ରୀଙ୍କର ରହିଥିବା ଓ ସେ ସ୍କୁଲରେ ଅନେକ ସମୟ ବିତାଉଥିବାର ପ୍ରମାଣ ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ଥିଲେ ବି ତାଙ୍କୁ ବହିଷ୍କାର କରିବାକୁ ନବୀନ ସାହାସ କରିପାରୁନାହାନ୍ତି । ଯେଉଁଥିପାଇଁ ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତବେଳେ ସଭା ମଂଚରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଦେଖିବାକୁ ମିଳିବ ଓ ସେ ଭାଷଣ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କାର୍ଯ୍ୟସୂଚୀରୁ ସ୍ପଷ୍ଟ ଜଣାପଡ଼ୁଛି । ତେଣୁ ନବୀନ ପଟ୍ଟନାୟକ ସରକାର ଏହି ଘଟଣାକୁ ବିଶେଷ ଗୁରୁତ୍ୱ ଦେଉନଥିବା ଅବା ମନ୍ତ୍ରୀଙ୍କୁ ବାଦ୍ ଦେବାକୁ ଚାହୁଁ ନଥିବା ଜଣାପଡ଼ିଛି ।

The post ଦିବ୍ୟଶଙ୍କରଙ୍କୁ କାଢ଼ିବାକୁ ନବୀନଙ୍କ ପାଉନି ସାହସ, କିଏ ଦେଉଛି ସୁରକ୍ଷା? appeared first on Odisha Reporter.

]]>
right top 2021-10-19 22:54:49 https://odishareporter.in/wp-content/uploads/2021/10/naveen-patnaik-and-dibya-sh.jpg
ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ https://odishareporter.in/politics/union-minister-criticized-odisha-govt-685217 Tue, 19 Oct 2021 15:24:02 +0000 https://odishareporter.in/?p=685217

ବାରିପଦା(ମାନିକ ଲାଲ୍‌ ପାଣି): ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। କେନ୍ଦ୍ର ଦେଉଥିବା ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରି ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି। ଏହାଦ୍ୱାରା ଜନତାଙ୍କ ଲକ୍ଷ ଲକ୍ଷ ଟଙ୍କା ଅପଚୟ ହେଉଛି ବୋଲି ବିଶେଶ୍ୱର ଟୁଡୁ କହିଛନ୍ତି। ସେ କହିଛନ୍ତି, ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ମେଡ଼ିକାଲ୍‌ କଲେଜରେ ଆବଶ୍ୟକ ଯନ୍ତ୍ରପାତି […]

The post ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.

]]>

ବାରିପଦା(ମାନିକ ଲାଲ୍‌ ପାଣି): ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। କେନ୍ଦ୍ର ଦେଉଥିବା ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରି ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି। ଏହାଦ୍ୱାରା ଜନତାଙ୍କ ଲକ୍ଷ ଲକ୍ଷ ଟଙ୍କା ଅପଚୟ ହେଉଛି ବୋଲି ବିଶେଶ୍ୱର ଟୁଡୁ କହିଛନ୍ତି।

ସେ କହିଛନ୍ତି, ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ମେଡ଼ିକାଲ୍‌ କଲେଜରେ ଆବଶ୍ୟକ ଯନ୍ତ୍ରପାତି ନାହିଁ। ଯେଉଁଥିପାଇଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ନ ପାଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି। ଏପରି ସ୍ଥିତିରେ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିବା ହାସ୍ୟାସ୍ପଦ। ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ବିଜେଡି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମ ଆୟୋଜନ କରୁଛି। ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ କରି ଭୋଟ୍‌ ପାଇଁ ଲୋକଙ୍କୁ ଭକୁଆ ବନାଯାଉଛି।”

ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ନଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଦୁଇ ଥର ଲୋକାର୍ପିତ କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ଜନତାଙ୍କ ଟିକସ ଟଙ୍କାକୁ ଅପଚୟ କରି ସରକାର ଏହି ପରି ଦଳୀୟ କାର୍ଯ୍ୟକ୍ରମ କରୁଥିବାରୁ ଆଗାମୀ ୨୨ ତାରିଖରେ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଭାଜପା ବିରୋଧ କରିବ।”

ଓଏଏସ୍‌ ସଂଘ ସହ ହୋଇଥିବା ବିବାଦ କଥାକୁ ପୁଣି ଥରେ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଆଉ ପ୍ରଶ୍ନ ପଚାରିଛନ୍ତି, ପୂର୍ବରୁ ଶ୍ୟାମାଖୁଣ୍ଟ ବିଡ଼ିଓଙ୍କୁ ହୋଇଥିବା ଦୁର୍ବ୍ୟବହାର ବେଳେ କାହିଁକି ଓଏଏସ୍‌ ସଂଘ ଚୁପ୍‌ ବସିଥିଲା? ଏବେ କାହା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

The post ବିଜୁ ସ୍ଵାସ୍ଥ୍ୟ କାର୍ଡକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.

]]>
right bottom 2021-10-19 20:56:30 https://odishareporter.in/wp-content/uploads/2021/10/union-minister-bishweswar-tudu.jpg
ବଢ଼ିଲା କ୍ୟାପ୍‌ଟେନ୍‌ଙ୍କ ଅଡୁଆ, ତେଜୁଛି ଇସ୍ତଫା ଦାବି https://odishareporter.in/politics/congress-and-bjp-demands-captain-dibya-shankar-mishra-resignation-685211 Tue, 19 Oct 2021 14:39:19 +0000 https://odishareporter.in/?p=685211

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ପୁଲିସ ହେପାଜତରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ଓ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ୍‌ରୁ ମୃତଦେହ ଉଦ୍ଧାର ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଓ ବିଜେପି। ଆଜି ଅପରାହ୍ନରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଛି। ଫାଟକ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି ଦଳୀୟ କର୍ମୀ। ମାଷ୍ଟର କ୍ୟାଣ୍ଟିନ […]

The post ବଢ଼ିଲା କ୍ୟାପ୍‌ଟେନ୍‌ଙ୍କ ଅଡୁଆ, ତେଜୁଛି ଇସ୍ତଫା ଦାବି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ପୁଲିସ ହେପାଜତରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ଓ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ୍‌ରୁ ମୃତଦେହ ଉଦ୍ଧାର ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଓ ବିଜେପି।

ଆଜି ଅପରାହ୍ନରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଛି। ଫାଟକ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି ଦଳୀୟ କର୍ମୀ। ମାଷ୍ଟର କ୍ୟାଣ୍ଟିନ ଛକରେ ମଧ୍ୟ ଜୋରଦାର ପ୍ରତିବାଦ କରିଛି ଦଳ। ସେପଟେ ମନ୍ତ୍ରୀଙ୍କ ଜିଲ୍ଲା କଳାହାଣ୍ଡିରେ ପ୍ରତିବାଦର ନିଆଁ ଜଳୁଛି। ଭବାନୀପାଟଣା ଟାଉନ ଥାନା ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବା ସହ ପୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦିବ୍ୟଶଙ୍କରଙ୍କ ପୋଷ୍ଟର।

ସେପଟେ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସାମ୍ୱାଦିକ ସମ୍ମିଳନୀ କରି ମହାଲିଙ୍ଗ କଲେଜରେ ସେକ୍ସ ରାକେଟ୍‌ ଚାଲିଥିବାର ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଛାତ୍ରୀମାନଙ୍କୁ ମାର୍କ ବଢ଼ାଇବାର ପ୍ରଲୋଭନ ଦେଖାଇ ସେଠାରେ ଚାଲିଥିଲା ଦେହ ବେପାର। ସାଲୁଜା ଆହୁରି ଗୁରୁତର ଅଭିଯୋଗ ଆଣି କହିଛନ୍ତି, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର କଲେଜକୁ ଯାଉଥିଲେ। ଏପରିକି ସେଠାରେ ରାତ୍ରୀ ଯାପନ କରୁଥିଲେ। ଘଟଣାର ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ସାଲୁଜା।

ବିଜେପି ରାଜ୍ୟ ସଭାପତି ସମୀରଞ୍ଜନ ମହାନ୍ତି ଘଟଣାକୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଘଟଣାରେ ଯେଉଁମାନଙ୍କର ସଂପୃକ୍ତି ଅଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାଷ୍ଠାନ ଦାବି କରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଦଳ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସେପଟେ ଆଇନ ତା’ ବାଟରେ ଯିବ ଓ ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି କହିଛି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।

ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ଚାଲିଥିବା କେଳେଙ୍କାରୀ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। କଲେଜକୁ ବିଭିନ୍ନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ମିଳିଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ। ଏପରିକି ମହାଲିଙ୍ଗରେ ନିର୍ମାଣଧୀନ ଷ୍ଟାଡିୟମ୍‌ର ଠିକା କାମ ମଧ୍ୟ କଲେଜ ମାଲିକ ଗୋବିନ୍ଦ ସାହୁ ପାଇଥିଲେ। ଅଭିଯୋଗ ଅନୁସାରେ କଲେଜ ପରିସରରେ ସେକ୍ସ ରାକେଟ୍‌ ଠୁ ଆରମ୍ଭ କରି ସବୁ ପ୍ରକାର ଅନୈତିକ କାମ ଚାଲୁଥିଲା। ୨୦୧୩ ମସିହାରେ ଏହି କଲେଜରୁ ପ୍ରଶ୍ନପତ୍ର ଲିକ ମାମଲାରେ ସୁପରିଟେଣ୍ଡଣ୍ଟଙ୍କୁ ପୁଲିସ ଗରିଫ କରିଥିଲା। କଲେଜରେ ନାନା କେଳେଙ୍କାରୀ ଚାଲିଥିବା ସତ୍ତ୍ୱେ ଏହି ଅନୁଷ୍ଠାନକୁ ପ୍ରହୋତ୍ସାନ ଦେଉଥିଲେ ଖୋଦ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କେବଳ ଦିବ୍ୟଶଙ୍କର ନୁହନ୍ତି କଲେଜର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଓ ଜ୍ୟୋତି ପାଣିଗ୍ରାହୀ ସାମିଲ ମଧ୍ୟ ହୋଇ ଗୋବିନ୍ଦଙ୍କ ଗୁଣ ଗାନ କରିଥିଲ।

The post ବଢ଼ିଲା କ୍ୟାପ୍‌ଟେନ୍‌ଙ୍କ ଅଡୁଆ, ତେଜୁଛି ଇସ୍ତଫା ଦାବି appeared first on Odisha Reporter.

]]>
centre bottom 2021-10-19 20:09:19 https://odishareporter.in/wp-content/uploads/2021/10/Dibya-Shankar-Mishra.jpg
ଶିକ୍ଷୟିତ୍ରୀ ନିଖୋଜ: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟୀ କଲା ପରିବାର, ନବୀନ ଚୁପ୍‌, ତଦନ୍ତ ଦାବି https://odishareporter.in/politics/happenings/state-home-minister-responsible-for-mamita-meher-missing-case-alleged-family-684929 Mon, 18 Oct 2021 13:39:31 +0000 https://odishareporter.in/?p=684929

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବା ଘଟଣାକୁ ନେଇ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉଜାଗର ହେବାରେ ଲାଗିଛି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ମମିତା ନିଖୋଜ ହେବାର ୧୦ଦିନ ବିତିଯାଇଥିଲେ ବି ତାଙ୍କୁ ଠାବ କରିବାରେ ପୁଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିବାବେଳେ ଗୃହମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚିତ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଥାନାରୁ ଫେରାର ହୋଇଯିବା […]

The post ଶିକ୍ଷୟିତ୍ରୀ ନିଖୋଜ: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟୀ କଲା ପରିବାର, ନବୀନ ଚୁପ୍‌, ତଦନ୍ତ ଦାବି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବା ଘଟଣାକୁ ନେଇ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉଜାଗର ହେବାରେ ଲାଗିଛି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ମମିତା ନିଖୋଜ ହେବାର ୧୦ଦିନ ବିତିଯାଇଥିଲେ ବି ତାଙ୍କୁ ଠାବ କରିବାରେ ପୁଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିବାବେଳେ ଗୃହମନ୍ତ୍ରୀଙ୍କ ଘନିଷ୍ଠ ଭାବେ ପରିଚିତ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଥାନାରୁ ଫେରାର ହୋଇଯିବା ଏବଂ ମମିତାଙ୍କ ପିତା ସିଧାସଳଖ ଏଥିପାଇଁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଦାୟୀ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି।

ମମିତା ଯେଉଁ ସ୍କୁଲରେ ଥିଲେ ସେଠାକୁ ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନ୍ତ୍ରୀମାନେ ଯାଉଥିଲେ ବୋଲି ମମିତାଙ୍କ ପିତାଙ୍କ ସଙ୍ଗୀନ ଅଭିଯୋଗ ପରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏହାସହିତ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତସାହାସ ଦେଖାନ୍ତୁ ଓ ମମିତାଙ୍କୁ ତୁରନ୍ତ ଉଦ୍ଧାର କରନ୍ତୁ ବୋଲି ଦାବି କରିଛନ୍ତି। ତେବେ ନାରୀଙ୍କ ପ୍ରତି ଏଭଳି ଅତ୍ୟାଚାର ଘଟଣାରେ ନବୀନ ପଟ୍ଟନାୟକ ସରକାର ଚୁପ୍ ରହିବା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ସଙ୍କଟରେ ପକାଇଛି, ଯାହାର ପରିଣାମ ବିଜେଡିକୁ ଆଗାମୀ ପଂଚାୟତ ନିର୍ବାଚନରେ ଭୋଗିବାକୁ ପଡ଼ିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି।

ମମିତା ନିଖୋଜ ହେବା ଘଟଣାରେ ତାଙ୍କ ପିତା ଆଜି ଗଣମାଧ୍ୟମ ସମ୍ମୁଖକୁ ଆସି ସିଧାସଳଖ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟୀ କରିଛନ୍ତି । ମମିତା ଚାକିରି କରିଥିବା ଘରୋଇ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠତା ଥିବା ଓ ଅନେକ ସମୟରେ ସେ ସ୍କୁଲକୁ ଯାଇ ଘଣ୍ଟା ଘଣ୍ଟା ସମୟ ବିତାଉଥିବା କଥା ମନ୍ତ୍ରୀ ନିଜେ ସ୍ୱୀକାର କରିଥିବାବେଳେ ମମିତାଙ୍କ ପିତା ମଧ୍ୟ ସେହି ସ୍କୁଲରେ ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନ୍ତ୍ରୀମାନେ ଆସିଥାନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି। ମମିତାଙ୍କ ପରିବାର ନ୍ୟାୟ ଦାବି କରି ତୁରନ୍ତ ତାଙ୍କ ଝିଅକୁ ଠାବ କରାଯାଉ ବୋଲି ଦାବି କରିଛନ୍ତି।

ଏପଟେ ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଥିବାରୁ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାର ସତସାହାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାନ୍ତୁ ବୋଲି କହିଛନ୍ତି। ବିଜେପିର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମା’କୁ ସମ୍ମାନ ଓ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ନିଖୋଜର ୧୦ଦିନ ପରେ ବି କଳହାଣ୍ଡି ଜିଲ୍ଲାର ଜଣେ ଶିକ୍ଷୟିତ୍ରୀଙ୍କୁ ଠାବ କରିବାରେ ସକ୍ଷମ ହୋଇନି। ବିଜେଡି ସରକାରର ଛତ୍ରଛାୟାରେ ରହି ମହିଳାଙ୍କ ବିରୁଦ୍ଧରେ ଅନେକ ଅତ୍ୟାଚାର ଘଟଣା ଅତୀତରେ ହୋଇଛି ।

ମମିତା ନିଖୋଜ ଘଟଣାରେ ଗୋବିନ୍ଦ ସାହୁ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇସାରିଛି ଓ ଶ୍ରୀ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଅତି ସୁସମ୍ପର୍କ ଥିବା ଚର୍ଚ୍ଚା ଓ ଆଲୋଚନାରୁ ମଧ୍ୟ ଜଣାପଡ଼ି ସାରିଲାଣି। ତେଣୁ ମମିତା ନିଖୋଜ ଘଟଣାକୁ ଚପାଇ ଦେବାକୁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିଜେ ଏହି ଘଟଣାରେ ସମ୍ପୃକ୍ତ ଥିବାରୁ ନିରପେକ୍ଷ ତଦନ୍ତ ପୁଲିସ କରିବା ସମ୍ଭବପର ନୁହେଁ। ମନ୍ତ୍ରୀ ହୁଏତ କ୍ଷମତାର ଅପବ୍ୟବହାର କରି ତଥ୍ୟ ପ୍ରମାଣ ନଷ୍ଟ କରିପାରନ୍ତି। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଅବିଳମ୍ବେ ବରଖାସ୍ତ କରାଯାଉ ଓ ସେ ପଦବୀରେ ରହିଲେ ତଦନ୍ତ ପ୍ରଭାବିତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ମମିତାଙ୍କୁ ତୁରନ୍ତ ଠାବ କରି ତାଙ୍କ ପରିବାରକୁ ନ୍ୟାୟ ମଧ୍ୟ ଦିଆଯାଉ ବୋଲି ବିଜେପି ଦାବି କରିଛି।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମମିତା ମେହେରଙ୍କ ନିଖୋଜ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଥାନାରୁ ଫେରାର କରାଇବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ହାତ ଥିବା ଦାବି କରିଛନ୍ତି । ଗୋବିନ୍ଦୁ ସାହୁଙ୍କୁ ଗିରଫ କରିବା ପରେ କାହା ଇଙ୍ଗିତରେ ପୁଲିସ ଛାଡ଼ି ଦେଇଛି ବୋଲି ସେ ପ୍ରଶ୍ନ କରିବା ସହ ମନ୍ତ୍ରୀ ଶ୍ରୀ ମିଶ୍ର ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଘଟଣାର ତଦନ୍ତ ଭାର ସିବିଆଇ ହସ୍ତାନ୍ତର କରିବାକୁ ସେ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ସ୍କୁଲରେ ସେକ୍ସ ସ୍କାଣ୍ଡାଲକୁ ନେଇ ତଥ୍ୟ ବାହାରିଛି । ସ୍କୁଲରେ ସେକ୍ସ ସ୍କାଣ୍ଡାଲ କଥା ମମିତା ମେହେର ଜାଣିଥିଲେ । ଏଭଳି କାର୍ଯ୍ୟ ବିରୋଧରେ ପ୍ରତିବାଦ କରିବାରୁ ତାଙ୍କୁ ଧମକ ମିଳିଥିଲା । ମମିତା ସ୍କୁଲ ଛାଡ଼ି ଚାଲି ଯାଇଥିଲେ । ମାତ୍ର ମିଟିଂ ଆଳରେ ମମିତାଙ୍କୁ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଡାକିଥିଲେ ଓ ସେଦିନଠୁ ସେ ନିଖୋଜ ହୋଇଯାଇଛନ୍ତି । ତେଣୁ ଗୋବିନ୍ଦ ସାହୁଙ୍କୁ କିଏ ଥାନାରୁ ଛାଡ଼ିଲା ଓ ତାଙ୍କୁ କିଏ ଫେରାର ହେବାକୁ ସୁଯୋଗ ଦେଲା ତା’ର ତଦନ୍ତ ହେବା ଜରୁରୀ । କାହିଁକି ଗୋବିନ୍ଦଙ୍କୁ ରିମାଣ୍ଡରେ ଅଣାଗଲାନି କିମ୍ବା କୋର୍ଟ ଚାଲାଣ କରାଗଲାନି । ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ଥିବା ମନ୍ତ୍ରୀ ନିଜେ ସ୍ୱୀକାର କରିସାରିଛନ୍ତି । ତେଣୁ ଏହି ସମସ୍ତ ଘଟଣାରେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ନିରପେକ୍ଷ ତଦନ୍ତ ହେଉ । ମମିତାଙ୍କୁ ଠାବ କରାଯାଇ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ କଂଗ୍ରେସ ଦାବି କରିଛି ।

ସୂଚନାଯୋଗ୍ୟ, ମନ୍ତ୍ରୀ ଶ୍ରୀ ମିଶ୍ର ଏବେ ନବୀନ ସରକାରରେ ଏକକାଳୀନ ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହିଛନ୍ତି । ମନ୍ତ୍ରୀ ପଦ ପାଇବା ପରଠୁ କ୍ଷମତାର ଅପବ୍ୟବହାର କରି ଶ୍ରୀ ମିଶ୍ର ଧରାକୁ ସରା ମଣିବାରେ ଲାଗିଥିବାର ଅଭିଯୋଗ ବିଭିନ୍ନ ସମୟରେ ହୋଇଆସିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଇ ପରୋକ୍ଷରେ ଏଭଳି ଅନ୍ୟାୟକୁ ପ୍ରଶୟ ଦେଉଥିବା ଚର୍ଚ୍ଚା ।

The post ଶିକ୍ଷୟିତ୍ରୀ ନିଖୋଜ: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟୀ କଲା ପରିବାର, ନବୀନ ଚୁପ୍‌, ତଦନ୍ତ ଦାବି appeared first on Odisha Reporter.

]]>
centre top 2021-10-18 19:17:27 https://odishareporter.in/wp-content/uploads/2021/10/capt-divya-shankar-mishar.jpg
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ, କହିଲେ- ବିଜେଡି ଆମକୁ ଗୋଇଠା ମାରିଛି https://odishareporter.in/politics/happenings/ex-minister-joins-bjp-684807 Mon, 18 Oct 2021 08:20:23 +0000 https://odishareporter.in/?p=684807

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୋ ବାପା, ମାଆ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ। ହେଲା ସେହି ଦଳ ଆମକୁ ଗୋଇଠା ମାରିଛି। ବିଜେଡି ଦଳ ମୋର ବହୁତ କ୍ଷତି କରିଛି।” ଆଜି ବିଜେପିରେ ଯୋଗ ଦେବା ପରେ ଏପରି କହିଛନ୍ତି ପୂର୍ବତନ ବିଜେଡି ନେତା ତଥା ମନ୍ତ୍ରୀ ଅଞ୍ଜଳି ବେହେରା। ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଦଳରେ […]

The post ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ, କହିଲେ- ବିଜେଡି ଆମକୁ ଗୋଇଠା ମାରିଛି appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୋ ବାପା, ମାଆ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ। ହେଲା ସେହି ଦଳ ଆମକୁ ଗୋଇଠା ମାରିଛି। ବିଜେଡି ଦଳ ମୋର ବହୁତ କ୍ଷତି କରିଛି।” ଆଜି ବିଜେପିରେ ଯୋଗ ଦେବା ପରେ ଏପରି କହିଛନ୍ତି ପୂର୍ବତନ ବିଜେଡି ନେତା ତଥା ମନ୍ତ୍ରୀ ଅଞ୍ଜଳି ବେହେରା।

ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଅଞ୍ଜଳିଙ୍କ ସହିତ ବିଜେଡିର କିଛି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ ଅଞ୍ଜଳି ବେହେରା କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି।

ଅଞ୍ଜଳି ବେହେରା ବିଜେଡି ଟିକେଟ୍‌ରେ ହିନ୍ଦୋଳ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୦୧୪ ଓ ୨୦୧୯ରେ ଅଞ୍ଜଳି ବେହେରାଙ୍କୁ ଆଉ ସେଠାରୁ ଟିକେଟ୍ ଦିଆଯାଇ ନଥିଲା। ଦଳ ଏଠାରୁ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ଦୁଇ ଥର ଯାକ ବିଜୟୀ ହୋଇଥିଲେ।

The post ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ, କହିଲେ- ବିଜେଡି ଆମକୁ ଗୋଇଠା ମାରିଛି appeared first on Odisha Reporter.

]]>
right bottom 2021-10-18 14:21:25 https://odishareporter.in/wp-content/uploads/2021/10/bjp-4.jpg
ସୋମବାର ୬ ଘଣ୍ଟିଆ ରେଳରୋକକୁ ଓଡ଼ିଶାରେ କଂଗ୍ରେସର ସମର୍ଥନ https://odishareporter.in/politics/congress-protest-monday-684559 Sat, 16 Oct 2021 16:44:29 +0000 https://odishareporter.in/?p=684559

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ପ୍ରତିବାଦ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ସୋମବାର ୧୮ତାରିଖରେ ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ ଡାକରାକୁ ଓଡ଼ିଶାରେ କଂଗ୍ରେସ ସମର୍ଥନ କରିଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳରୋକ କରାଯିବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ […]

The post ସୋମବାର ୬ ଘଣ୍ଟିଆ ରେଳରୋକକୁ ଓଡ଼ିଶାରେ କଂଗ୍ରେସର ସମର୍ଥନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ପ୍ରତିବାଦ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ସୋମବାର ୧୮ତାରିଖରେ ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ ଡାକରାକୁ ଓଡ଼ିଶାରେ କଂଗ୍ରେସ ସମର୍ଥନ କରିଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳରୋକ କରାଯିବାର କାର୍ଯ୍ୟକ୍ରମ ରହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା, ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡଦେବା ଏବଂ କୃଷକ ବିରୋଧୀ ତିନିଟିି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୧୮ ତାରିଖରେ ରେଳରୋକ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସର ସମର୍ଥନ କରିବାପାଇଁ ନିଷ୍ପତ୍ତି ନେଇଛି । ଓଡ଼ିଶାରେ ପ୍ରଦେଶ କଂଗ୍ରେସ ମଧ୍ୟ ଏହି ରୋଳରୋକକୁ ସମର୍ଥନ କରିବ। ତେଣୁ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତି ମାନଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠର କର୍ମକତା, ସାଂସଦ ଓ ବିଧାୟକ ପ୍ରାର୍ଥୀ, କୃଷକ, ଶ୍ରମିକ ଓ ଜନସାଧାରଣ ଆସନ୍ତା ସୋମବାର ଦିନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ରେଳରୋକରେ ସାମିଲ ହୋଇ ରେଳରୋକ ଡାକରା କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଦେଶରେ ଚାଲିଥିବା ଅନ୍ୟାୟ, ଅବିଚାର, ଅତ୍ୟାଚାର, କୃଷକ ଗଣହତ୍ୟା, କୃଷକ ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ମହିଳାମାନଙ୍କ ବିରୋଧରେ ହିଂସା ଆକ୍ରମଣ ଇତ୍ୟାଦି ସବୁ ପାଇଁ କେନ୍ଦ୍ରର ମୋଦି ସରକାର ଦାୟୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

The post ସୋମବାର ୬ ଘଣ୍ଟିଆ ରେଳରୋକକୁ ଓଡ଼ିଶାରେ କଂଗ୍ରେସର ସମର୍ଥନ appeared first on Odisha Reporter.

]]>
right bottom 2021-10-16 22:14:29 https://cdn.odishareporter.in/wp-content/uploads/2021/08/14092840/Congress-4.jpg
୨୨ରେ ମୟୂରଭଞ୍ଜ ଯିବେ ନବୀନ, ବିଜେଡି ପଠାଇବ ୧୦୦ ନେତା https://odishareporter.in/politics/happenings/cm-naveen-patnaik-visits-mayurbhanj-on-22nd-october-684295 Fri, 15 Oct 2021 14:30:26 +0000 https://odishareporter.in/?p=684295

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତୃଣମୂଳସ୍ତରର ନିଜର ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶହରା ପୂଜା ପରେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ଗସ୍ତ ଆରମ୍ଭ କରିବେ। ଆସନ୍ତା ଅକ୍ଟୋବର ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ […]

The post ୨୨ରେ ମୟୂରଭଞ୍ଜ ଯିବେ ନବୀନ, ବିଜେଡି ପଠାଇବ ୧୦୦ ନେତା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତୃଣମୂଳସ୍ତରର ନିଜର ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶହରା ପୂଜା ପରେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ଗସ୍ତ ଆରମ୍ଭ କରିବେ। ଆସନ୍ତା ଅକ୍ଟୋବର ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ସୂଚନା ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତା ୨୨ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିବାବେଳେ ବିଜେଡି ପକ୍ଷରୁ ଏଥିରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତବେଳେ ପ୍ରାୟ ୧୫୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରି ସିଧାସଳଖ ବିଜେଡି ସପକ୍ଷରେ ଜନମତ ସୃଷ୍ଟି ପାଇଁ ଦଳ ରଣନୀତି କରିଛି।

ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଡେରା ପକାଇ ଦଳୀୟ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଦେଖାଇବା ସହ ଏହି କାର୍ଡ ବଣ୍ଟନ କରି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଜିଲ୍ଲାର ସମସ୍ତ ପୌରାଂଚଳ ଓ ଏନଏସିରେ ମଧ୍ୟ ବିଜେଡି ନିଜର ନେତାମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି।

୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଜିଲ୍ଲାରେ ଆଶାନୁରୂପ ଫଳ ମିଳିନଥିବାବେଳେ ଦଳ ଏଥର କିନ୍ତୁ ବିରୋଧୀଙ୍କୁ ମାତ୍ ଦେଇ ନିଜର ଭୋଟବ୍ୟାଙ୍କକୁ ସୁଦୃଢ଼ କରାଇବାକୁ ଲକ୍ଷ୍ୟ ରଖିଛି। ବିଜେଡି ପ୍ରାୟ ୧୮ଜଣ ମନ୍ତ୍ରୀ,୩୦ରୁ ଅଧିକ ବିଧାୟକ ଓ ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ବୋର୍ଡ ଅଧ୍ୟକ୍ଷ, ସରକାରଙ୍କ ପରାମର୍ଶଦାତା ଆଦି ମୋଟ ପ୍ରାୟ ୧୦୦ରୁ ଅଧିକ ବିଜେଡି ନେତାମାନଙ୍କୁ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ କରିବ ବୋଲି ଜଣାପଡ଼ିଛି । ଏହି ନେତାମାନଙ୍କୁ ୨୧ତାରିଖ ସନ୍ଧ୍ୟା ସୁଦ୍ଧା ଆବଣ୍ଟିତ ବ୍ଲକ ଓ ପୌରାଂଚଳରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ଆଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୭ ନିର୍ବାଚନରେ ବିଜେଡି ଦୁର୍ବଳ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଗସ୍ତ କରିଛନ୍ତି। କରୋନା କଟକଣା ମଧ୍ୟରେ ବି କାର୍ଡ ବଣ୍ଟନର ଶୁଭାରମ୍ଭ ପାଇଁ ମୁଖ୍ୟଢ଼ନ୍ତ୍ରୀ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି ଓ ପୁରୀ ଜିଲ୍ଲା ଗସ୍ତ କରିସାରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ମାସ ଶେଷ ସୁଦ୍ଧା ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସରକାରୀ କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

The post ୨୨ରେ ମୟୂରଭଞ୍ଜ ଯିବେ ନବୀନ, ବିଜେଡି ପଠାଇବ ୧୦୦ ନେତା appeared first on Odisha Reporter.

]]>
centre bottom 2021-10-15 20:26:06 https://cdn.odishareporter.in/wp-content/uploads/2021/01/22211405/naveen-3.jpg
କଂଗ୍ରେସ ଛାଡ଼ିଲେ ନବୀନ ନନ୍ଦ https://odishareporter.in/politics/nabin-nanda-resigns-from-congress-683965 Thu, 14 Oct 2021 07:33:02 +0000 https://odishareporter.in/?p=683965

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ନନ୍ଦ ଲେଖିଛନ୍ତି ଯେ ସେ ତାଙ୍କ ନିଜ ଇଚ୍ଛାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି। କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଢେଙ୍କାନାଳ […]

The post କଂଗ୍ରେସ ଛାଡ଼ିଲେ ନବୀନ ନନ୍ଦ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ନନ୍ଦ ଲେଖିଛନ୍ତି ଯେ ସେ ତାଙ୍କ ନିଜ ଇଚ୍ଛାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି।

କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଢେଙ୍କାନାଳ ବିଧାନସଭା ଆସନ ପାଇଁ ୨୦୧୯ରେ ପ୍ରାର୍ଥୀ କରିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି।
୨୦୦୯ରେ ନବୀନ ନନ୍ଦ ଏନ୍‌ସିପି ଟିକେଟ୍‌ରେ ଢେଙ୍କାନାଳ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ସେହି ଗୋଟିଏ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଶ୍ରୀ ନନ୍ଦ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ତେବେ କୋଲକାତାରେ ଏକ ସ୍ପାରୁ ଗିରଫ ହେବା ପରେ ୨୦୧୮ରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେବାକୁ ଇଚ୍ଛୁକ ଥିଲେ। କିନ୍ତୁ ବିଜେପି ତାଙ୍କୁ ଢେଙ୍କାନାଳ ଆସନରୁ ପ୍ରାର୍ଥୀ କରିପାରିବନି ବୋଲି କହିଥିଲା। ଏହା ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଓ ପ୍ରାର୍ଥୀ ହୋଇଥିଲେ। ତେବେ ସେ ଏହି ନିର୍ବାଚନରେ ହାରି ଯାଇଥିଲେ।

The post କଂଗ୍ରେସ ଛାଡ଼ିଲେ ନବୀନ ନନ୍ଦ appeared first on Odisha Reporter.

]]>
right bottom 2021-10-14 13:10:08 https://odishareporter.in/wp-content/uploads/2021/10/6.jpg
ବିଜେଡି ଇସାରାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନ ଦେଉନି ଜିଲ୍ଲା ପ୍ରଶାସନ: ବିଜେପି https://odishareporter.in/politics/bjp-criticised-district-administration-683873 Wed, 13 Oct 2021 16:09:00 +0000 https://odishareporter.in/?p=683873

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ଦେଉନି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ତଥା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ହରିଲୁଟ୍ କରି ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି […]

The post ବିଜେଡି ଇସାରାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନ ଦେଉନି ଜିଲ୍ଲା ପ୍ରଶାସନ: ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ଦେଉନି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ତଥା ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ହରିଲୁଟ୍ କରି ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆଦିବାସୀ ସମୁଦାୟଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶାର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି, ଯାହାକି ସୌଭାଗ୍ୟର ବିଷୟ।

ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀ ଟୁଡୁ ଯେତେବେଳେ ସମୀକ୍ଷା ବୈଠକ କରୁଛନ୍ତି, ସେତେବେଳେ ରାଜ୍ୟ ପ୍ରଶାସନ ସହଯୋଗ କରୁନିି। ଏପରିକି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଗସ୍ତ ସମୟରେ ପ୍ରୋଟୋକଲ ଅନୁସାରେ ସହଯୋଗ ଓ ସମ୍ମାନ ଦେବାରେ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରିଛି। ଜିଲ୍ଲାର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଉପସ୍ଥିତ ନରହି ଅନ୍ୟ ଓ କନିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଲ୍ଲାପାଳ ଓ ଜିଲ୍ଲାର ପ୍ରଶାସକଙ୍କ ଏତାଦୃଶ ଅବହେଳା ପ୍ରଦର୍ଶନ କରିବା ପ୍ରଶାସନର ସାହସ ନୁହେଁ ବରଂ ଏଥିରେ ରାଜ୍ୟ ସରକାର ଓ ଶାସକ ଦଳର ପ୍ରଚ୍ଛନ୍ନ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଅସହିଷ୍ଣୁତା କାରଣରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅସହଯୋଗ ଓ ଅସମ୍ମାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ତଥା ମିଥ୍ୟା ଓ ମନଗଢ଼ା ବିଷୟକୁ ନେଇ ଶାସକ ଦଳ ମିଛ ପ୍ରଚାର କରୁଛି ବୋଲି ଶ୍ରୀ ଗଣ୍ଡ କହିଛନ୍ତି।

ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଆଦିବାସୀମାନଙ୍କ ବିକାଶ ନିମନ୍ତେ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବିକାଶ କାର୍ଯ୍ୟ ପରିବର୍ତ୍ତେ ପ୍ରଶାସନ ଓ ଶାସକ ଦଳର ନେତା ଏବଂ ଠିକାଦାରଙ୍କ ମାଧ୍ୟମରେ ହରିଲୁଟ୍ କରାଯାଉଛି। ପ୍ରଶାସନିକ ଅଧିକାରୀ ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ଲୋକଙ୍କ ସେବା କାର୍ଯ୍ୟ ପରିବର୍ତ୍ତେ ଶାସକ ଦଳର ହାତବାରିସି ସାଜିଛନ୍ତି। ନିରପେକ୍ଷତା ପରିବର୍ତେ ପ୍ରଶାସନିକ ଅଧିକାରୀମାନେ ପକ୍ଷପାତିତା କରୁଛନ୍ତି। ଦଳୀୟ ସ୍ୱାର୍ଥ ପାଇଁ ଅସହିଷ୍ଣୁ ହୋଇ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଅସହଯୋଗ ଓ ଅସମ୍ମାନ କରିବାକୁ ପରୋକ୍ଷରେ ନିର୍ଦ୍ଦେଶ ଦେଉଛନ୍ତି ରାଜ୍ୟ ସରକାର। ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଉତ୍ତର ରଖିପାରୁନାହାନ୍ତି। ଶାସକ ଦଳର ଏତାଦୃଶ କାମଳନୀତି କୁ ବିଜେପି ଦୃଢ ନିନ୍ଦା କରୁଛି ବୋଲି ଶ୍ରୀ ଗଣ୍ଡ କହିଛନ୍ତି।

ତେଣୁ ରାଜ୍ୟ ସରକାର ଆଦିବାସୀ ସମୁଦାୟଙ୍କ ବିରୋଧୀ ନହୋଇ କେନ୍ଦ୍ର ସରକାର ଦେଉଥିବା ବିପୁଳ ଅର୍ଥକୁ ଆଦିବାସୀଙ୍କ ବିକାଶ ପାଇଁ ସଠିକ୍ କାର୍ଯ୍ୟ  ଓ ବିନିଯୋଗ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ସହଯୋଗ କରନ୍ତୁ ଓ ମିଥ୍ୟା ଅପପ୍ରଚାରରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ଏସଟି ମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ମାଝୀ ଏବଂ ଭଜନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

The post ବିଜେଡି ଇସାରାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନ ଦେଉନି ଜିଲ୍ଲା ପ୍ରଶାସନ: ବିଜେପି appeared first on Odisha Reporter.

]]>
right bottom 2021-10-13 21:39:00 https://cdn.odishareporter.in/wp-content/uploads/2021/08/12095040/BJP-4.jpg
‘ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି’ https://odishareporter.in/politics/collector-acting-like-bjds-district-president-say-minister-683843 Wed, 13 Oct 2021 15:20:44 +0000 https://odishareporter.in/?p=683843

ବାରିପଦା(ମାନିକ ଲାଲ ପାଣି): “ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି। ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍‌ମାନେ ବିଜେଡି କର୍ମୀ।” ଆଜି ଏପରି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମୟୂରଭଞ୍ଜ ଉପରେ ରାଜ କରିଥିବା ପାଇଁ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ଜିଲ୍ଲାପାଳ ଓ ବଡ଼ ବଡ଼ ଅଧିକାରୀ। ଲେକେ ସେମାନଙ୍କୁ ଜବାବ ମାଗିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ବାରିପଦାରେ ରହିବା ପାଇଁ […]

The post ‘ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି’ appeared first on Odisha Reporter.

]]>

ବାରିପଦା(ମାନିକ ଲାଲ ପାଣି): “ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି। ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍‌ମାନେ ବିଜେଡି କର୍ମୀ।” ଆଜି ଏପରି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମୟୂରଭଞ୍ଜ ଉପରେ ରାଜ କରିଥିବା ପାଇଁ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ଜିଲ୍ଲାପାଳ ଓ ବଡ଼ ବଡ଼ ଅଧିକାରୀ। ଲେକେ ସେମାନଙ୍କୁ ଜବାବ ମାଗିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ବାରିପଦାରେ ରହିବା ପାଇଁ ସର୍କିଟ ହାଉସରେ ବ୍ୟବସ୍ଥା କରିବାକୁ ଚିଠି ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ସର୍କିଟ୍‌ ହାଉସ୍‌ରେ ରଙ୍ଗ ଦିଆଯାଉଥିବା ବାହାନା କରି ରୁମ୍‌ ଅଭାବ ରହିଛି ବୋଲି କହିଥିଲେ ମୟୂରଭଞ୍ଜ ଏଡିଏମ୍‌। କେତେ କହିବା ପରେ ବହୁ କଷ୍ଟରେ ଆମକୁ ଗୋଟିଏ ରୁମ୍‌ ଦେଇଥିଲେ। ପରେ ଅସନ୍ତୋଷ ଝାଡ଼ିବା ପରେ ଆଉ ଦୁଇଟି ରୁମ୍‌ ମିଳିଥିଲା। ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭିଆଇପି ସୁଟ୍‌ ନଦେଇ ଛୋଟ ରୁମ୍‌ରେ ରହିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଜଣେ ଡାଇରେକ୍ଟରଙ୍କୁ ଭିଆଇପି ସୁଟ୍ ଦିଆଯାଇଥିଲା। ତାହା ପୁଣି ନିଜ ବିଭାଗର ଡାଇରେକ୍ଟରଙ୍କୁ ଭିଆଇପି ସୁଟ୍ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି,“ମୟୂରରଭଞ୍ଜ ଜିଲ୍ଲାରେ ଓଏଏସ୍‌ ସଂଘ ଏକ ଦଳର ଇସାରାରେ ଏଭଳି କରିଛନ୍ତି। କାହିଁକି ନା କିଛି ଦିନ ହେବ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ବ୍ଲକସ୍ତରରେ ଯାଇ ପ୍ରତ୍ୟେକ ଯୋଜନାର ସମୀକ୍ଷା କରୁଛନ୍ତି। ଆଉ ଅଧିକାରୀମାନେ ସେମାନଙ୍କ ଦୋଷ ଦୁର୍ବଳତାକୁ ଲୁଚାଉଛନ୍ତି। ଖାଲି ଏତିକି ନୁହେଁ, ବରଂ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବିଡ଼ିଓ ଓ ତହସିଲଦାରମାନେ ଲୋକଙ୍କ ସମସ୍ୟାକୁ ଶୁଣୁ ନାହାନ୍ତି। କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପଚାରିଲେ କିଛି ଉତ୍ତର ମିଳୁନାହିଁ। ଅଧିକାରୀମାନେ କେବେ ଭାବି ନଥିଲେ, ଜଣେ କେନ୍ଦ୍ରମନ୍ତ୍ରୀ ଏମିତି ବ୍ଲକ ଓ ଜିଲ୍ଲାସ୍ତରକୁ ଯାଇ ସମୀକ୍ଷା କରିବେ।”

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବ୍ୟାବହାରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍ ସଂଘର କର୍ମକର୍ତ୍ତା। ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏପରିକି କଳା ବ୍ୟାଚ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

The post ‘ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି’ appeared first on Odisha Reporter.

]]>
centre bottom 2021-10-13 20:50:44 https://odishareporter.in/wp-content/uploads/2021/10/Biswaswar-Tudu.jpg
କଂଗ୍ରେସ ଭବନରେ ସକାଳେ ଭାଙ୍ଗିଲେ, ପୁଣି ସନ୍ଧ୍ୟାରେ ଭାଙ୍ଗିଲେ https://odishareporter.in/politics/ransacking-inside-congress-bhawan-again-683823 Wed, 13 Oct 2021 13:51:38 +0000 https://odishareporter.in/?p=683823

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ଦୁଇ ଦୁଇ ଥର ରାଜ୍ୟ କଂଗ୍ରେସ ଭବନରେ ହୋଇଛି ଭଙ୍ଗାରୁଜା। ସକାଳେ ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା। ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭାଙ୍ଗା ଯାଇଛି। ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। କେତେକ ଯୁବକ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। […]

The post କଂଗ୍ରେସ ଭବନରେ ସକାଳେ ଭାଙ୍ଗିଲେ, ପୁଣି ସନ୍ଧ୍ୟାରେ ଭାଙ୍ଗିଲେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଗୋଟିଏ ଦିନରେ ଦୁଇ ଦୁଇ ଥର ରାଜ୍ୟ କଂଗ୍ରେସ ଭବନରେ ହୋଇଛି ଭଙ୍ଗାରୁଜା। ସକାଳେ ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା। ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭାଙ୍ଗା ଯାଇଛି। ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। କେତେକ ଯୁବକ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ମାତ୍ର କିଏ ଓ କେଉଁ ଉଦ୍ଦେଶ୍ୟରେ ଆକ୍ରମଣ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସେପଟେ କିନ୍ତୁ ବିଧାୟକ ସୁରେଶ ରାଉତରାୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଆଉ କହିଛନ୍ତି ବିଜେପି ଓ ବିଜେଡି ଷଡଯନ୍ତ୍ର କରି ଆମକୁ ଦୁର୍ବ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି-“ଏଇଟା କଂଗ୍ରେସର ଗୋଟିଏ ରୋଗ। ମୋର ୫୦ ବର୍ଷର ଅଭିଜ୍ଞତା ଭିତରେ ଦେଖିଛି ବହୁ ପୋଡ଼ାଜଳା ଓ ଭଙ୍ଗାରୁଜା। ଫାଇଲ ଜଳୁଥିବା ଦେଖିଛି। ୧୦ରୁ ଅଧିକ ଥର ଜଳୁଥିବା ବେଳେ ଅଫିସ ଭିତରେ ପଶି ନେତାଙ୍କୁ ଉଦ୍ଧାର କରିଛି। ବାରମ୍ୱାର  କଂଗ୍ରେସ ଅଫିସ୍‌ରେ ଆକ୍ରମଣ ହେଉଛି। ଏ ମନ୍ଦିରକୁ ଧ୍ୱଂସ୍‌ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ବିରୋଧୀ ବିଜେପି ଓ ବିଜେଡି ସମେତ କଂଗ୍ରେସର ମଧ୍ୟ ଭୂମିକା ରହିଛି। ଯେଉଁମାନେ ସଭାପତି ହେବା ପାଇଁ ବ୍ୟାକୁଳ ଅଛନ୍ତି। ସେମାନେ ଚାହୁଁଛନ୍ତି କଂଗ୍ରସ ବଦନାମ ହେଇଯାଉ। କେହି କାହାକୁ ସହ୍ୟ କରିପାରୁ ନାହାନ୍ତି। ଯଦି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତେ, ତାହାହେଲେ ଏପରି ହୁଅନ୍ତା ନାହିଁ। ଏବେ ସମୟ ଆସି ଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କଣ କରୁଛନ୍ତି ସୋନିଆ ଗାନ୍ଧି? କଣ କରୁଛନ୍ତି ରାହୁଲ ଗାନ୍ଧି? କଣ କରୁଛନ୍ତି ଚେଲା କୁମାର? କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।”

ସେ ଆହୁରି କହିଛନ୍ତି-“ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ। ଏହି ସମୟରେ କଂଗ୍ରେସ ବଦନାମ ହେଲେ ବିଜେଡି ଓ ବିଜେପିକୁ ଫାଇଦା ମିଳିବ। ସେମାନେ ପରସ୍ପର ଭିତରେ ଲଢ଼ିବେ। କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ।”

The post କଂଗ୍ରେସ ଭବନରେ ସକାଳେ ଭାଙ୍ଗିଲେ, ପୁଣି ସନ୍ଧ୍ୟାରେ ଭାଙ୍ଗିଲେ appeared first on Odisha Reporter.

]]>
centre top 2021-10-13 19:21:38 https://odishareporter.in/wp-content/uploads/2021/10/671-4.jpg
କଂଗ୍ରେସ ଭବନରେ ପଶି କିଏ ଭଙ୍ଗାରୁଜା କଲା? https://odishareporter.in/politics/group-of-unidentified-persons-vandalised-the-congress-bhawan-683804 Wed, 13 Oct 2021 11:44:45 +0000 https://odishareporter.in/?p=683804

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କେତେକ ଯୁବକ ଯୁବ କଂଗ୍ରେସ ଅଫିସ୍‌ ତାଲା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଛି। ଅଫିସ୍‌ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ଅଛନ୍ତି? କାହିଁକି ଏଭଳି ଭଙ୍ଗାରୁଜା କରିଛନ୍ତି, ସେ […]

The post କଂଗ୍ରେସ ଭବନରେ ପଶି କିଏ ଭଙ୍ଗାରୁଜା କଲା? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କେତେକ ଯୁବକ ଯୁବ କଂଗ୍ରେସ ଅଫିସ୍‌ ତାଲା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଛି। ଅଫିସ୍‌ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ଅଛନ୍ତି? କାହିଁକି ଏଭଳି ଭଙ୍ଗାରୁଜା କରିଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।

ଭଙ୍ଗାରୁଜା ପରେ ପଡ଼ିଛି ଚେୟାର

ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, “କଂଗ୍ରେସ ଭବନରେ ଭଙ୍ଗାରୁଜା ହେବା ଏକ ଚିନ୍ତା ଜନକ କଥା। କିଏ କଂଗ୍ରେସ ଭବନ ଭିତରେ ପଶିଲା? ତାହାର ତଦନ୍ତ ହେବା ଦରକାର। ମିଳିଥିବା ସୂଚନା ମୁତାବକ, ମୁହଁ ମୁଖା ଓ ହାତରେ ଗ୍ଲୋବ ପିନ୍ଧି ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆକ୍ରମଣକାରୀମାନେ ତାଙ୍କ ପରିଚୟ ଦେବାକୁ ଭୟ କରୁଛନ୍ତି। କେବଳ ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗା ଯାଇନି। କଂଗ୍ରେସ ଅଫିସ୍‌କୁ ମଧ୍ୟ ଭଙ୍ଗା ଯାଇଛି।”

କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି-“କଂଗ୍ରେସ ଭବନ ହେଉଛି ଆମ ପାଇଁ ମନ୍ଦିର। ଏହା ଭିତରେ ପଶି ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗିଲା କିଏ? ବିଜେପି ଓ ବିଜେଡିର ସାହସ ନାହିଁ ଯେ, ସେମାନେ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିବେ। ତେଣୁ ଆମ ଭିତରୁ କେହି ଭଙ୍ଗାଭଙ୍ଗି କରିଛନ୍ତି। ଯୁବ କଂଗ୍ରେସ ଶାସକ ବିଜେଡି ସହିତ ସାଲିସ କରିଛି। ଯାହାକୁ ସାଧାରଣ କଂଗ୍ରେସ କର୍ମୀଟିଏ ସହିପାରୁନାହାନ୍ତି। ଯେଉଁଥିପାଇଁ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥାଇ ପାରେ।”

ସେ ଆହୁରି ମଧ୍ୟ କହିଛନ୍ତି-“ଯୁବ କଂଗ୍ରେସ ସଭାପତି ଅଫିସ ଆସୁନାହାନ୍ତି। କଂଗ୍ରେସର ପ୍ରତିବାଦ ଓ ଶୋଭାଯାତ୍ରାରେ ତାଙ୍କୁ ଦେଖିବାକୁ ମିଳୁନାହିଁ। ଯେଉଁଥିପାଇଁ ତାଙ୍କୁ ସବୁଠି ବିରୋଧ କରାଯାଇଛି। ଏପରିକି କଂଗ୍ରେସ ଭିତରେ ତାଙ୍କୁ ପୂରାଇ ଦିଆଯାଇନଥିଲା। ଯୁବ କଂଗ୍ରେସ ଭିତରେ ଥିବା ଗୋଷ୍ଠୀ କନ୍ଦଳ ଯୋଗୁ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି।”

The post କଂଗ୍ରେସ ଭବନରେ ପଶି କିଏ ଭଙ୍ଗାରୁଜା କଲା? appeared first on Odisha Reporter.

]]>
centre bottom 2021-10-13 17:15:51 https://odishareporter.in/wp-content/uploads/2021/10/Congress-2.jpg
ବିଜେପିକୁ ଶକ୍ତ ଝଟକା, କଂଗ୍ରେସରେ ମିଶିଲେ ମନ୍ତ୍ରୀ ଯଶପାଲ ଓ ବିଧାୟକ ସଞ୍ଜୀବ https://odishareporter.in/nation-world/india/minister-yashpal-arya-mla-sanjeev-arya-join-congress-683197 Mon, 11 Oct 2021 06:54:07 +0000 https://odishareporter.in/?p=683197

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ନେତା ଯଶପାଲ ଆର୍ଯ୍ୟ ଓ ତାଙ୍କ ପୁଅ ତଥା ବିଧାୟକ ସଞ୍ଜୀବ ଆଜି କଂଗ୍ରେସରେ ମିଶିଛନ୍ତି। ଯଶପାଲ ଉତ୍ତରାଖଣ୍ଡ ସରକାରରେ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଞ୍ଜୀବ ନୈନତାଲରୁ ଦଳୀୟ ଟିକେଟରେ ବିଧାନସଭାକୁ ଯାଇଥିଲେ। ହେଲେ ଏବେ ବାପା-ପୁଅ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ଆଜି ଯଶପାଲ […]

The post ବିଜେପିକୁ ଶକ୍ତ ଝଟକା, କଂଗ୍ରେସରେ ମିଶିଲେ ମନ୍ତ୍ରୀ ଯଶପାଲ ଓ ବିଧାୟକ ସଞ୍ଜୀବ appeared first on Odisha Reporter.

]]>

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ନେତା ଯଶପାଲ ଆର୍ଯ୍ୟ ଓ ତାଙ୍କ ପୁଅ ତଥା ବିଧାୟକ ସଞ୍ଜୀବ ଆଜି କଂଗ୍ରେସରେ ମିଶିଛନ୍ତି।

ଯଶପାଲ ଉତ୍ତରାଖଣ୍ଡ ସରକାରରେ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଞ୍ଜୀବ ନୈନତାଲରୁ ଦଳୀୟ ଟିକେଟରେ ବିଧାନସଭାକୁ ଯାଇଥିଲେ। ହେଲେ ଏବେ ବାପା-ପୁଅ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି।

ଆଜି ଯଶପାଲ ଓ ସଞ୍ଜୀବ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ, ରଣଦୀପ ସୂର୍ଯ୍ୟେୱାଲା ଓ କେସି ଭେନୁଗୋପାଳ ଉପସ୍ଥିତ ରହିଥିଲେ। ନିକଟରେ ଯଶପାଲ ଉତ୍ତରାଖଣ୍ଡ କ୍ୟାବିନେଟରୁ ଇସ୍ତଫା ଦେଇ ସାରିଥିବା ରଣଦୀପ ଉକ୍ତ କାର୍ଯ୍ୟକ୍ରମ ବେଳେ ସୂଚନା ଦେଇଛନ୍ତି।

କେବଳ ଯଶପାଲ କିମ୍ବା ସଞ୍ଜୀବ ନୁହନ୍ତି, ଉଭୟଙ୍କ ସମର୍ଥକମାନେ ମଧ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିଛନ୍ତି। କଂଗ୍ରେସରେ ମିଶିବା ପୂର୍ବରୁ ଆଜି ଉଭୟ ବାପା-ପୁଅ ଯୋଡ଼ି ଦିଲ୍ଲରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ବାପା-ପୁଅ ଯୋଡ଼ିଙ୍କୁ କଂଗ୍ରେସକୁ ସ୍ୱାଗତ କରି ଭେନୁଗୋପାଲ କହିଛନ୍ତି, “ଏହା ଘର ବାହୁଡ଼ା। ଏପରି ମିଶ୍ରଣ ଉତ୍ତରାଖଣ୍ଡରେ ଜନମତର ପବନ କାହା ସପକ୍ଷରେ ବହୁଛି, ତା’କୁ ସ୍ପଷ୍ଟ କରିଛି।”

ଯଶପାଲ ବିଜେପିରେ ମିଶିବା ପୂର୍ବରୁ ୨୦୦୭ରୁ ୨୦୧୪ ଯାଏ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଭାବେ କାମ କରୁଥିଲେ। ଏହାପରେ ସେ ବିଜେପିରେ ମିଶିଥିଲେ। ଏବେ ଠିକ୍‌ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ ତାଙ୍କ ପୁଅ ସଞ୍ଜୀବଙ୍କୁ ସାଙ୍ଗରେ ଧରି କଂଗ୍ରେସରେ ମିଶିଛନ୍ତି। କଂଗ୍ରେସର ହରିଶ ରାୱତ ସରକାର ସମୟରେ ଯଶପାଲ ବିଧାନସଭା ବାଚସ୍ପତି ଓ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ତେବେ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟରୁ ଯଶପାଲ ମୁକ୍ତେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ।

The post ବିଜେପିକୁ ଶକ୍ତ ଝଟକା, କଂଗ୍ରେସରେ ମିଶିଲେ ମନ୍ତ୍ରୀ ଯଶପାଲ ଓ ବିଧାୟକ ସଞ୍ଜୀବ appeared first on Odisha Reporter.

]]>
Bjp, Congress, left bottom 2021-10-13 16:31:19 https://odishareporter.in/wp-content/uploads/2021/10/Yashpal.jpg
ବିଜୁ ସ୍ମାର୍ଟ କାର୍ଡ : ବିଜେଡି-ବିଜେପି ସମ୍ପର୍କକୁ ନେଇ ଦ୍ୱନ୍ଦ୍ୱରେ ଭୋଟର, ବିଜେପିକୁ ପଡ଼ିପାରେ ମହଙ୍ଗା https://odishareporter.in/politics/odisha-voter-confused-682935 Sat, 09 Oct 2021 16:03:51 +0000 https://odishareporter.in/?p=682935

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ସବୁ ପ୍ରୟାସ ସତ୍ତ୍ୱେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ଦୀର୍ଘ ୩ବର୍ଷ ପରେ ବି ଲାଗୁ କରିନଥିବା ବିଜେଡି ସରକାର ଏବେ ଜୋରଦାର ଢଙ୍ଗରେ ନିଜସ୍ୱ ଫ୍ଲାଗସିପ୍ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି। ୨୦୧୮ ଅଗଷ୍ଟ ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏବେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡି […]

The post ବିଜୁ ସ୍ମାର୍ଟ କାର୍ଡ : ବିଜେଡି-ବିଜେପି ସମ୍ପର୍କକୁ ନେଇ ଦ୍ୱନ୍ଦ୍ୱରେ ଭୋଟର, ବିଜେପିକୁ ପଡ଼ିପାରେ ମହଙ୍ଗା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ସବୁ ପ୍ରୟାସ ସତ୍ତ୍ୱେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ଦୀର୍ଘ ୩ବର୍ଷ ପରେ ବି ଲାଗୁ କରିନଥିବା ବିଜେଡି ସରକାର ଏବେ ଜୋରଦାର ଢଙ୍ଗରେ ନିଜସ୍ୱ ଫ୍ଲାଗସିପ୍ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି। ୨୦୧୮ ଅଗଷ୍ଟ ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏବେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡି ଏହି ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରୁଛି। ଏପର୍ଯ୍ୟନ୍ତ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ ହୋଇଥିବାବେଳେ ସାଢ଼େ ୯୬ଲକ୍ଷ ପରିବାରକୁ କାର୍ଡ ବଣ୍ଟନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମାତ୍ର ଯେଉଁ ଶୈଳୀରେ ଜିଲ୍ଲାଗୁଡ଼ିକରେ ବିଜେଡି ଏହି କାର୍ଡ ବଣ୍ଟନ କରୁଛି ଓ ବିଜେପିର ବିଧାୟକ ଓ ସାଂସଦମାନେ ସହଯୋଗର ହାତ ବଢ଼ାଉଛନ୍ତି ତାହା ଉଭୟ ବିଜେପି କର୍ମୀ ଓ ସାଧାରଣ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏପରିକି ବିଜେପିର ଏଭଳି ସହଯୋଗ ମଧ୍ୟ ଦଳକୁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ଦୀର୍ଘ ୩ବର୍ଷ ଧରି ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ବିଜେପି ପକ୍ଷରୁ ସବୁ ସମୟରେ ଦାବି ହୋଇ ଆସୁଛି। ମାତ୍ର ବିଜେପିର ଏହି ଦାବିକୁ ବିଜେଡି ସବୁବେଳେ ଖାରଜ କରିବା ସହ ନିଜସ୍ୱ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ଅଧିକ ଭଲ ବୋଲି ଯୁକ୍ତି ବାଢ଼ୁଛି । ତେବେ ଏହି ଯୋଜନାରେ ପ୍ରାୟ ସାଢ଼େ ୯୬ଲକ୍ଷ ପରିବାରକୁ ସାମିଲ କରିବା ସହ ଅଗଷ୍ଟ ୨୦ତାରିଖରୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରୁ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି ଓ ପୁରୀ ଜିଲ୍ଲାରେ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇସାରିଥିବାବେଳେ ବିଜେପି ବିଧାୟକ ଓ ସାଂସଦମାନେ ଏହି ସରକାରୀ କାର୍ଯ୍ୟକ୍ରମରେ ବେଶ୍ ସହଯୋଗ ଯୋଗାଇ ଦେଉଛନ୍ତି । ଯଦିଓ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିଜେଡି ନିଜର ଦଳୀୟ କାର୍ଯ୍ୟକ୍ରମ ଶୈଳୀରେ ଜିଲ୍ଲାସ୍ତରରେ କରୁଛି, ଆଉ ଏହାକୁ ଜାଣି ମଧ୍ୟ ବିଜେପି ପକ୍ଷରୁ ସହଯୋଗର ହାତ ବଢ଼ାଯିବା ସାଧାରଣ ଲୋକଙ୍କୁ ଚକିତ କରିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେଡି ନିଜର ସଂଗଠନ ଦୁର୍ବଳ ଥିବା ଜିଲ୍ଲାଗୁଡ଼ିକ ଉପରେ ଫୋକସ୍ କରି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦେଇଛି । ଆଉ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଜିଲ୍ଲାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କରୁଛନ୍ତି ବିଜେଡି ନିଜର ମନ୍ତ୍ରୀ ଓ ନେତାମାନଙ୍କୁ ପଠାଇ ସେସବୁ ଜିଲ୍ଲାର ପଂଚାୟତ ଓ ପୌରାଂଚଳର ୱାର୍ଡଗୁଡ଼ିକରେ କାର୍ଡ ବାଣ୍ଟି ପରୋକ୍ଷରେ ନିଜର ସଂଗଠନକୁ ସକ୍ରିୟ କରାଉଛି। ଆଉ ବିଜେପି ବିଧାୟକମାନେ ଏସବୁ ଅଂଚଳରେ କାର୍ଡ ବଣ୍ଟା ଆଳରେ ମୋହରା ପାଲଟୁଛନ୍ତି।

ମାଲକାନଗିରିରେ କାର୍ଡ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପି ବିଧାୟକ ଆଦିତ୍ୟ ମାଢ଼ୀ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବାକୁ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅନେକ ଦାବି ରଖିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ସମ୍ପୂର୍ଣ୍ଣ ଭାବେ ‘ହାଇଜ୍ୟାକ୍‌’ କରି ନେଇଥିବାରୁ ସେଠାରେ ବିଜେପିର ସ୍ୱର କ୍ଷୀଣ ରହିଲା । ଅନୁରୂପ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ସେ ସାମିଲ ହୋଇନଥିଲେ। ମାତ୍ର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ବିଜେଡି ନେତାମାନଙ୍କ ସହ ମିଶି କାର୍ଡ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ସେହିପରି ବଲାଙ୍ଗିରରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ, ଗଜପତିରେ ବିଜେପି ବିଧାୟକ କେ.ନାରାୟଣ ରାଓ, ପୁରୀରେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଦେବଗଡ଼ରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ପୁରୀର ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଶ୍ରୀ ମହାପାତ୍ରଙ୍କୁ ବିଜେଡି ମନ୍ତ୍ରୀ ଓ ସାଂସଦଙ୍କ ଅପଦସ୍ତ କରିବାକୁ ପଛାଇ ନଥିଲେ । ତଥାପି ବିଜେପି ଏଥିରୁ କିଛି ନଶିଖି ଓଲଟା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟ କାର୍ଡ ବଣ୍ଟନରେ ବିଜେଡିକୁ ସହଯୋଗର ହାତ ବଢ଼ାଇଛି।

ଆଜି ପୁରୀ ପୌରାଂଚଳରେ ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟାଯିବାବେଳେ ପେଣ୍ଠକଟାଠାରେ ଉଭୟ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ଧରି ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡା ଓ ଶ୍ରୀମୟୀ ମିଶ୍ର ଏହି କାର୍ଡ ବାଣ୍ଟୁଥିବାବେଳେ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’କୁ ନେଇ ଦୁଇ ଦଳର କର୍ମୀ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ପୁରୀରେ ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ଏହି କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ତେଣୁ ଏହି କାର୍ଡ ବଣ୍ଟା ଭଳି ସରକାରୀ କାର୍ଯ୍ୟକ୍ରମରୁ ସ୍ୱାସ୍ଥ୍ୟ ବିଭାଗର କୌଣସି କର୍ମଚାରୀଙ୍କୁ ସାମିଲ ନକରି ଶାସକ ବିଜେଡି ନିଜର ରାଜନୀତିକ ଫାଇଦା ଚାହୁଁଥିବାବେଳେ ବିଜେପିର ଆଭିମୁଖ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗୋଟିଏପଟେ ବିଜେପ ନିଜର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡ଼ା ଗସ୍ତକୁ ବିରୋଧ କରି ଦଳୀୟ ପଦାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଅନ୍ୟପଟେ ବିଜେଡିକୁ ରାଜନୀତିକ ମାଇଲେଜ୍ ଦେବାକୁ ଉଦ୍ଦିଷ୍ଟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରୁଛି। କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ବିଜେପିର ଏଭଳି ସହଯୋଗ ପରୋକ୍ଷରେ ବିଜେଡିକୁ ସୁହାଉଥିବାବେଳେ ବିଜେପି ପାଇଁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଏହା ବୁମେରାଂ ହେବାର ଆଶଙ୍କା ରହିଛି।

The post ବିଜୁ ସ୍ମାର୍ଟ କାର୍ଡ : ବିଜେଡି-ବିଜେପି ସମ୍ପର୍କକୁ ନେଇ ଦ୍ୱନ୍ଦ୍ୱରେ ଭୋଟର, ବିଜେପିକୁ ପଡ଼ିପାରେ ମହଙ୍ଗା appeared first on Odisha Reporter.

]]>
centre top 2021-10-09 21:45:52 https://odishareporter.in/wp-content/uploads/2019/05/BJD-BJP-.jpg
ତାଲିକା କେଁ; ଆପତ୍ତି ଉଠାଇଲେ ବିଜେପି ଓ କଂଗ୍ରେସ https://odishareporter.in/politics/bjp-and-congress-opposed-panchayat-poll-reservation-draft-list-682923 Sat, 09 Oct 2021 14:46:09 +0000 https://odishareporter.in/?p=682923

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଆସନ ସଂରକ୍ଷଣର ଚିଠା ତାଲିକା। ଏଥିରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ଆଉ ରାଜ୍ୟ ସରକାରଙ୍କ ଏ ଆସନ ସଂରକ୍ଷଣ ଚିଠା ତାଲିକାକୁ ବିରୋଧ କରୁଛନ୍ତି ରାଜ୍ୟର ପ୍ରମୁଖ୍ୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ। ଆଉ ଅଭିଯୋଗ କରିଛନ୍ତି, ବିଜେଡି ନେତାଙ୍କ ପ୍ରଭାବରେ ଏଭଳି ତାଲିକା ପ୍ରକାଶ କରାଯାଇଛି। ଆଉ ଏହାର ଜବାବ ରଖିଛି […]

The post ତାଲିକା କେଁ; ଆପତ୍ତି ଉଠାଇଲେ ବିଜେପି ଓ କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଆସନ ସଂରକ୍ଷଣର ଚିଠା ତାଲିକା। ଏଥିରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ଆଉ ରାଜ୍ୟ ସରକାରଙ୍କ ଏ ଆସନ ସଂରକ୍ଷଣ ଚିଠା ତାଲିକାକୁ ବିରୋଧ କରୁଛନ୍ତି ରାଜ୍ୟର ପ୍ରମୁଖ୍ୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ। ଆଉ ଅଭିଯୋଗ କରିଛନ୍ତି, ବିଜେଡି ନେତାଙ୍କ ପ୍ରଭାବରେ ଏଭଳି ତାଲିକା ପ୍ରକାଶ କରାଯାଇଛି। ଆଉ ଏହାର ଜବାବ ରଖିଛି ବିଜେଡି।

ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର ଓ କଳାହାଣ୍ଡିରେ ଜିଲ୍ଲା ପରିଷଦ ସଦସ୍ୟ ବର୍ଗରେ ପଛୁଆ ବର୍ଗଙ୍କ ଲାଗି ଆଦୌ ସଂରକ୍ଷଣ ନାହିଁ। ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ୩ଟି ଲେଖାଏଁ, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁରରେ ୨ଟି ଲେଖାଏଁ ଓ ବୌଦ୍ଧରେ ପଛୁଆ ବର୍ଗ ଲାଗି ଗୋଟିଏ ସିଟ ସଂରକ୍ଷଣ ରହିଛି। କଳାହାଣ୍ଡି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୮ଟି ଆସନ ସଂରକ୍ଷଣ ଥିବା ବେଳେ ଅଣସଂରକ୍ଷିତ ବର୍ଗ ପାଇଁ ଅନ୍ୟ ୧୮ଟି ଆସନ ରହିଛି। ତେବେ ପଛୁଆ ବର୍ଗ ପାଇଁ ଗୋଟିଏ ମଧ୍ୟ ଆସନ ସଂରକ୍ଷିତ ନଥିବାରୁ ସେମାନଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି।

ବରଗଡ଼ ଜିଲ୍ଲାର ଗୁଡେଶିରା ପଂଚାୟତରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସରପଞ୍ଚ ଆସନ କିନ୍ତୁ ଅଣସଂରକ୍ଷିତ ମହିଳା ପାଇଁ ଉଦ୍ଦିଷ୍ଟ ରହିଛି। ଜିଲ୍ଲାରେ ଅନ୍ୟ ସ୍ଥାନରେ ମଧ୍ୟ ଆସନ ସଂରକ୍ଷଣ ଠିକ୍‌ରେ କରାଯାଇନଥିବା ଅଭିଯୋଗ ହେଉଛି। କେବଳ ବରଗଡ଼ ଜିଲ୍ଲା ନୁହେଁ, ରାଜ୍ୟରେ ଥିବା ୯୨ ହଜାର ଓ୍ୱାର୍ଡ, ୬୮୦୦ ପଞ୍ଚାୟତ ଓ ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ଗଡ଼ବଡ ହୋଇଥିବା ଅଭିଯୋଗ ହୋଇଛି।

ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ଦ୍ଧାରିତ ତାରିଖ ଅର୍ଥାତ ଅକ୍ଟୋବର ୮ ତାରିଖରେ ୧୦ଟି ଜିଲ୍ଲାରେ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ପ୍ରକାଶ କରନଥିବା ଅଭିଯୋଗ କରିଛି ବିଜେପି। ଏହାଦ୍ୱାରା ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ସେହିପରି ଚିଠା ତାଲିକା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କରିବା ସହିତ ରାଜ୍ୟ ନିର୍ବାଚନ ଆୟୋଗରେ ଅଭିଯୋଗ ଦାଖଲ କରାଯିବ ବୋଲି ଦଳ କହିଛି। କଂଗ୍ରେସ ଅଭିଯୋଗ କରିଛି, ବିଜେଡି ନେତାଙ୍କ ପ୍ରଭାବରେ ଏଭଳି ତାଲିକା ପ୍ରକାଶ କରାଯାଇଛି। ଏହା ତ୍ରୁଟିପୂର୍ଣ୍ଣ ଥିବାରୁ ବାତିଲ କରିବାକୁ ଦାବି କରିଛି ଦଳ। ବିଜେଡି କହିଛି, ଯାହାର କିଛି ଆପତ୍ତି ରହିଛି ସେମାନେ ଅଭିଯୋଗ କରିପାରିବେ।

କଂଗ୍ରେସ ବିଧାୟକ ତାରାପ୍ରାସାଦ ବାହିନୀପତି କହିଛନ୍ତି-“କେଉଁଟା ଏସି, କେଉଁଟା ଏସ୍‌ଟି, କେଉଁଟା ଓବିସି ହେବ ତାହା ପୂର୍ବରୁ ନିର୍ଦ୍ଧାରଣ କରାଯାଇଛି। ପ୍ରକାଶ ପାଇଥିବା ତାଲିକା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ରହିଛି। ରାଜନୈତିକ ଅଭିସନ୍ଧୀ ରଖି ଏପରି ତାଲିକା ପ୍ରକାଶ କରାଯାଇଛି। ଏଭଳି ତାଲିକାକୁ ବାତିଲ କରାଯାଉଛ।”

ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ଏପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ। ରାଜ୍ୟ ସରକାର ତାଙ୍କର ଦାୟୀତ୍ୱ ଠିକ୍‌ ଭାବେ ସମ୍ପାଦନ କରିନାହାନ୍ତି।”

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି-“ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ପଞ୍ଚାୟତରେ ଥିବା ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା ହୋଇନଥିଲେ ଅଭିଯୋଗ କରିପାରିବେ। ଆଉ ଅଭିଯୋଗର ସତ୍ୟତା ଥିଲେ ପରିବର୍ତ୍ତନ କରାଯାଇପାରିବ।”

The post ତାଲିକା କେଁ; ଆପତ୍ତି ଉଠାଇଲେ ବିଜେପି ଓ କଂଗ୍ରେସ appeared first on Odisha Reporter.

]]>
centre bottom 2021-10-09 21:35:54 https://cdn.odishareporter.in/wp-content/uploads/2021/04/03200451/8.jpg
ଅଭଦ୍ର ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି କଲେ ସିଦ୍ଧୁ https://odishareporter.in/nation-world/india/navjot-singh-sidhu-said-abusive-words-for-cm-charanjit-singh-channi-video-viral-682502 Fri, 08 Oct 2021 08:08:11 +0000 https://odishareporter.in/?p=682502

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଅପଶବ୍ଦ ବ୍ୟବହାର କଲେ ତାଙ୍କ ଦଳର ହିଁ ରାଜ୍ୟ ସଭାପତି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଚନ୍ନିଙ୍କ ବିରୋଧରେ ପ୍ରୟୋଗ କଲେ ଅଭଦ୍ର ଭାଷା।  ୟୁପି ଲଖିମପୁର ହିଂସା କାଣ୍ଡ ସ୍ଥଳ ବୁଲିବାକୁ ଯାଇଥିଲେ ଉଭୟ ନେତା। କିନ୍ତୁ ବାଟରେ ନବଜୋତ ସିଂହ ସିଦ୍ଧୁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ସିଦ୍ଧୁ ଉତ୍‌କ୍ଷିପ୍ତ ହୋଇ ତାଙ୍କ ନାଁରେ ଏକ ଅପଶବ୍ଦ […]

The post ଅଭଦ୍ର ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି କଲେ ସିଦ୍ଧୁ appeared first on Odisha Reporter.

]]>

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଅପଶବ୍ଦ ବ୍ୟବହାର କଲେ ତାଙ୍କ ଦଳର ହିଁ ରାଜ୍ୟ ସଭାପତି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଚନ୍ନିଙ୍କ ବିରୋଧରେ ପ୍ରୟୋଗ କଲେ ଅଭଦ୍ର ଭାଷା।  ୟୁପି ଲଖିମପୁର ହିଂସା କାଣ୍ଡ ସ୍ଥଳ ବୁଲିବାକୁ ଯାଇଥିଲେ ଉଭୟ ନେତା। କିନ୍ତୁ ବାଟରେ ନବଜୋତ ସିଂହ ସିଦ୍ଧୁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ସିଦ୍ଧୁ ଉତ୍‌କ୍ଷିପ୍ତ ହୋଇ ତାଙ୍କ ନାଁରେ ଏକ ଅପଶବ୍ଦ କହିଛନ୍ତି। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା ସିଦ୍ଧୁଙ୍କ ଏହି ଭିଡିଓକୁ ପଞ୍ଜାବ କଂଗ୍ରେସ ହିଁ ଶେଆର କରିଛି।

ଲଖିମପୁର ଯିବା ପାଇଁ ସିଦ୍ଧୁ ମୋହାଲି ବିମାନ ବନ୍ଦର ଛକ ନିକଟରେ ନିଜ ପ୍ରୋଟେଷ୍ଟ ମାର୍ଚ୍ଚ ଆରମ୍ଭ କରିବା ପାଇଁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ। ହେଲେ ଚନ୍ନି ଆସିବାରେ ବିଳମ୍ବ ହୋଇଥିଲା। ନିକଟରେ ଉପସ୍ଥିତ ଥିବା ଜଣେ କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁଙ୍କୁ କହିଥିଲେ, ୨ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଚନ୍ନି ପହଞ୍ଚିବେ। ଏଥିରେ ସିଦ୍ଧୁ ରାଗି ଯାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ।

ସିଦ୍ଧୁ କହିଥିଲେ, ‘ଆମେ ଦୀର୍ଘ ସମୟ ହେଲା ଚନ୍ନିଙ୍କୁ ଅପେକ୍ଷା କରିଛୁ। ଚନ୍ନି ୨୦୨୨ରେ କଂଗ୍ରେସର ନୌକା ବୁଡାଇ ଦେବେ। ଭଗବନ୍ତ ସିଂହ ସିଦ୍ଧୁଙ୍କ ପୁଅକୁ (ନବଜୋତ ସିଂହ ସିଦ୍ଧୁଙ୍କ ବାପା) ମୁଖ୍ୟମନ୍ତ୍ରୀ କରାଇଥିଲେ କେତେ ସଫଳତା ମିଳିଥା’ନ୍ତା ଦେଖିଥାନ୍ତ।’ ସେପଟେ ସିଦ୍ଧୁଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅକାଳୀ ଦଳ ତାଙ୍କୁ ଘେରିଛି।

ଏହି ଭିଡିଓକୁ ନେଇ ପଞ୍ଜାବ କଂଗ୍ରେସର ନେତୃତ୍ୱ ମଧ୍ୟରେ କିଭଳି କନ୍ଦଳ ରହିଛି ତା’ ସ୍ପଷ୍ଟ ବାରି ହୋଇପଡିଛି। ସିଦ୍ଧୁଙ୍କ ଏହି ଭିଡିଓ ତାଙ୍କ ଛାତି ଭିତରେ ଥିବା ଅନେକ କୋହକୁ ମଧ୍ୟ ସାମ୍ନାକୁ ଆଣିଛି। କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂହ ସିଦ୍ଧୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଙ୍କକଷି ଦେଇଥିଲେ। ଯାହାକି ତାଙ୍କର ବହୁ ଦିନର ଅଭିଳାଷ ରହିଥିଲା।

କିନ୍ତୁ ୧୦ଜନପଥରେ କେନ୍ଦ୍ର କଂଗ୍ରେସ ନେତୃତ୍ୱର ମିଶାଣ ଫେଡାଣରେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ନିସ୍କର୍ଷ ବାହାରିଥିଲା। ଆଉ କେନ୍ଦ୍ର କଂଗ୍ରେସର ନିଷ୍ପତ୍ତିକୁ ଦଳର ଆଜ୍ଞାଧିନ ନେତା ଭାବେ ମାନିନେଇ ସିଦ୍ଧୁ ଚନ୍ନିଙ୍କୁ ଶୁଭେଚ୍ଛା ଦେଇଥିଲେ। ସେତେବେଳେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ସିଦ୍ଧୁଙ୍କ ଏକ ବଢ଼ ଭୂମିକା ଥିଲା ବୋଲି ମଧ୍ୟ କୁହାଯାଏ। କାରଣ ଚନ୍ନିଙ୍କ ପୂର୍ବରୁ ଆଉ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ନେଇ ଚର୍ଚ୍ଚା ହେଉଥିଲା ଯିଏକି ଅମିରନ୍ଦରଙ୍କ କୋଟେରିର ନେତା ଥିଲେ।

ତେବେ ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସିଦ୍ଧୁ ଅସନ୍ତୋଷ ଜାହିର କରିଥିଲେ। ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ନେଇ ଚନ୍ନିଙ୍କ ଉପରେ ଅସନ୍ତୋଷ ଜାହିର କରି ପିସିସି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ସିଦ୍ଧୁ। ପରେ ସିଦ୍ଧୁଙ୍କ କଥାରେ ସହମତି ପ୍ରକାଶ କରି ଚନ୍ନି ଦଳୀୟ କନ୍ଦଳରେ ପ୍ୟାଚ୍‌ ପକାଇଥିଲେ।

The post ଅଭଦ୍ର ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି କଲେ ସିଦ୍ଧୁ appeared first on Odisha Reporter.

]]>
left bottom 2021-10-08 14:48:57 https://odishareporter.in/wp-content/uploads/2021/10/Sidhu.jpg
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ବିଧାୟକଙ୍କୁ ଘେରିଲେ ବିଜେଡି ସାଂସଦ ଓ ମନ୍ତ୍ରୀ https://odishareporter.in/politics/bjd-ministers-and-mp-criticized-bjp-mla-682383 Thu, 07 Oct 2021 16:29:37 +0000 https://odishareporter.in/?p=682383

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେଡି ନେତାମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। କିଛି ସମୟ ପାଇଁ ସରକାରୀ କାର୍ଯ୍ୟକ୍ରମ ବିଜେଡିର ରାଜନୀତିକ ସଭା ପାଲଟି […]

The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ବିଧାୟକଙ୍କୁ ଘେରିଲେ ବିଜେଡି ସାଂସଦ ଓ ମନ୍ତ୍ରୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେଡି ନେତାମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। କିଛି ସମୟ ପାଇଁ ସରକାରୀ କାର୍ଯ୍ୟକ୍ରମ ବିଜେଡିର ରାଜନୀତିକ ସଭା ପାଲଟି ଯାଇଥିଲା। ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ପୁରୀ ଜିଲ୍ଲାର ସମସ୍ତ ବ୍ଲକରେ ସାଧାରଣ ଲୋକମାନେ ଦେଖୁଥିବାବେଳେ ଟେଲିଭିଜନ ମାଧ୍ୟମରେ ରାଜ୍ୟବାସୀ ଏଭଳି ତୁ ତୁ ମେ ମେ ଦେଖିବାକୁ ପାଇଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଜଣେ ବିଜେପି ବିଧାୟକଙ୍କୁ ଡାକି ଏଭଳି ମିଳିତ ଭାବେ ସମାଲୋଚନା କରିବାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ସୂଚନା ଅନୁସାରେ, ଆଜି ବ୍ରହ୍ମଗିରିର କେରାଣ୍ଡିଆଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ୧୦୦୬.୮୨କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ୧୧୩.୪୮କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଉଦଘାଟନ ଓ ୮୯୩.୩୪ କୋଟି ଟଙ୍କାର ୧୮୨ଟି ପ୍ରକଳ୍ପର ଶିଳାନ୍ୟାସ ଏଥିରେ ସାମିଲ ଅଛି। ଏହି ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଭାବେ ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଆଉ ସଭା ମଂଚରୁ ନିଜର ଭାଷଣ ମାଧ୍ୟମରେ ସେ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ଓ ଦଳମତ ନିର୍ବିଶେଷରେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ଦିଆଯାଉ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ନିତି ଆୟୋଗ ବୈଠକରେ ନିର୍ବାଚିତ ସରକାରଙ୍କୁ କାମ କରିବାର ସୁଯୋଗ ଦେବା କଥା କହିଥିବାରୁ ସେ ଏହାକୁ ସ୍ୱାଗତ କରୁଛନ୍ତି ଓ ସମାନ ସୁଯୋଗ ଓଡ଼ିଶାର ଲୋକ ପ୍ରତିିନିଧିମାନଙ୍କୁ ଦେବାକୁ ଦାବି କରିଥିଲେ। ତେବେ ଶ୍ରୀ ମହାପାତ୍ର ଏତିକି କହିବା ପରେ କହିବା ପରେ ତାଙ୍କୁ ସଙ୍ଗେସଙ୍ଗେ ବିଜେଡି ସାଧାରଣ ସମ୍ପାଦିକା ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପରୋକ୍ଷରେ କଡ଼ା ଜବାବ ଦେଇଥିଲେ। ଆଉ ସାଂସଦ ପିନାକୀ ମିଶ୍ରଙ୍କୁ ବି ବିଧାୟକଙ୍କ କଥାର ଜବାବ ରଖିବାକୁ ସେହି ମଂଚରେ ହିଁ ଇସାରା ଦିଆଯାଇଥିଲା। ଶ୍ରୀ ମହାପାତ୍ରଙ୍କୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସମୀର ରଞ୍ଜନ ଦାଶ ମଧ୍ୟ ପ୍ରତି ଜବାବ ଦେବାକୁ ପଛାଇ ନଥିଲେ। ଲାଗୁଥିଲା ସତେ ଯେମିତି ଉକ୍ତ ମଂଚ ସରକାରୀ କାର୍ଯ୍ୟକ୍ରମ ପାଇଁ ନୁହେଁ ବରଂ ବିଜେପି ବିଧାୟକଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ବିଜେଡି ସେହି ମଂଚ ପ୍ରସ୍ତୁତ କରିଛି।

ବିଧାୟକ ଶ୍ରୀ ମହାପାତ୍ରଙ୍କ ଭାଷଣ ସରୁ ସରୁ ସଭାରେ ଆଙ୍କରିଂ ଦାୟିତ୍ୱରେ ଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍‌, ଗଣତନ୍ତ୍ରରେ ଜନତା ହିଁ ସରକାର ଚଳାନ୍ତି । ଏକଥା ନବୀନ ପଟ୍ଟନାୟକ କହିଛନ୍ତି। ହିତାଧିକାରୀଙ୍କଠୁ ଫିଡବ୍ୟାକ୍ ଆଧାରରେ ଏ ସରକାର ଯୋଜନା ପ୍ରସ୍ତୁତ କରନ୍ତି ଓ ତାକୁ କାର୍ଯ୍ୟକାରୀ କରନ୍ତି। ଶ୍ରୀମୟୀଙ୍କ ଏଭଳି କହି ପରୋକ୍ଷରେ ରାଜ୍ୟରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଓଡ଼ିଶାରେ କାମ କରିବାକୁ ସୁଯୋଗ ଦିଆଯାଉନଥିବାର ଅଭିଯୋଗକୁ ଏଡ଼ାଇବାକୁ ପ୍ରୟାସ କରିଥିଲେ ।

ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର ଆଉ ପାଦେ ଆଗେଇ ଯାଇ ସିଧାସଳଖ ବିଧାୟକ ଶ୍ରୀ ମହାପାତ୍ରଙ୍କୁ କହିଥିଲେ ଯେ, ଭାରତବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବିରୋଧୀ ଦଳଙ୍କୁ ଉପଯୁକ୍ତ ସମ୍ମାନ ମିଳୁଛି। ମୁଖ୍ୟମନ୍ତ୍ରୀ ନିଜେ ସମ୍ମାନ ଦିଅନ୍ତି ଓ ଯନ୍ତ୍ରୀଠୁ ଆରମ୍ଭ କରି ସରକାରର ସମସ୍ତ ପ୍ରଶାସନିକ ଅଧିକାରୀମାନେ ବି । ଅନ୍ୟ ରାଜ୍ୟରେ ତ ବିରୋଧୀ ଦଳ ସଦସ୍ୟମାନଙ୍କୁ ଜେଲ୍ ଓ ମାଡ଼ ଖାଇବାକୁ ପଡ଼ୁଛି । ଏଠି ସେଭଳି ସମସ୍ୟା ନାହିଁ । ସଂଘୀୟ ସହଯୋଗର ମନୋଭାବ ଓ ଗଠନମୂଳକ ସହଯୋଗରେ ଏଠିକାର ସରକାର ବିଶ୍ୱାସ କରନ୍ତି । ଆଉ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ଦାବିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ କହିଥିଲେ ଯେ, ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆଉ ଦୁଇବର୍ଷ ପରେ ଦେଶର ବହୁ ରାଜ୍ୟ ଲାଗୁ କରିବେ । ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ ଇନ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ ଦେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ ।

ସେହିପରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିôଥଲେ ଯେ, ଆୟୁଷ୍ମାନରେ ଆପତ୍ତି ନାହିଁ କିନ୍ତୁ ତାହା ଓଡ଼ିଶାର ସବୁବର୍ଗର ଲୋକଙ୍କୁ ସୁବିଧା ଦେଇପାରିବ ନାହିଁ । ଓଡ଼ିଶାର ପ୍ରତି ଶହେ ପରିବାରରୁ ୮୪ ପ୍ରତିଶତ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିଛନ୍ତି । କିନ୍ତୁ ଆୟୁଷ୍ମାନ ଯୋଜନାରେ ମାତ୍ର ୫୦ ପ୍ରତିଶତ ହୋଇଥାନ୍ତେ । ବାକି ଲୋକମାନଙ୍କ କଥା କିଏ ବୁଝିବ ବୋଲି ସେ ପ୍ରଶ୍ନ କରିଥିଲେ । ଭାରତବର୍ଷରେ କୋଭିଡ୍ ପରିଚାଳନାବେଳେ କେନ୍ଦ୍ର ସରକାର ଯାହା କରିପାରିଲେ ନାହିଁ ତାହା ରାଜ୍ୟ ସରକାର କରି ଦେଖାଇଛନ୍ତି ।

ସେହିପରି ମନ୍ତ୍ରୀ ସମୀର ଦାଶ ମଧ୍ୟ ପରୋକ୍ଷରେ ଆୟୁଷ୍ମାନ ଯୋଜନାକୁ ସମାଲୋଚନା କରିବାକୁ ଏହି ମଂଚରୁ ପଛାଇ ନଥିଲେ ।
ରାଜନୀତିକ ବିଶ୍ଲେଷକଙ୍କ ମତରେ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ବିଧାୟକମାନେ ସାମିଲ ହେଉଛନ୍ତି । କିନ୍ତୁ ଆଜି ଯେଭଳି ଭାବେ ବ୍ରହ୍ମଗିିରି ବିଜେପି ବିଧାୟକଙ୍କୁ ମଂଚରେ ଅପମାନିତ ହେବାକୁ ପଡ଼ିଛି, ବୋଧହୁଏ ସେଥିରୁ ବିଜେପି ନେତାମାନେ କିଛି ଶିଖିବା କଥା । ଆଉ ତା’ର ଜବାବ ମଧ୍ୟ ଦେବା ଦରକାର । ନଚେତ୍ ବିଜେଡି ସହ ସଲାସୁତୁରାରେ ଦଳୀୟ କର୍ମୀମାନଙ୍କ ମନୋବଳ ନିମ୍ନଗାମୀ ହେବ ଓ ଯାହାର ପ୍ରଭାବ ନିର୍ବାଚନୀ ଫଳାଫଳ ଉପରେ ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ବିଧାୟକଙ୍କୁ ଘେରିଲେ ବିଜେଡି ସାଂସଦ ଓ ମନ୍ତ୍ରୀ appeared first on Odisha Reporter.

]]>
centre bottom 2021-10-07 21:59:37 https://odishareporter.in/wp-content/uploads/2021/10/Lalitendu-and-Naveen.jpg
ମୁଖ୍ୟମନ୍ତ୍ରୀଙ୍କ ଆଗରେ କଥା କଟାକଟି ହେଲେ ବିଧାୟକ-ସାଂସଦ https://odishareporter.in/politics/lalitendu-and-pinaki-fight-in-front-of-cm-682343 Thu, 07 Oct 2021 14:12:35 +0000 https://odishareporter.in/?p=682343

ପୁରୀ(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ କଥା କଟାକଟି ହେଲେ ବିଧାୟକ ଓ ସାଂସଦ। ବ୍ରହ୍ମଗିରିରେ ଚାଲିଥିବା ସ୍ମାର୍ଟ କାର୍ଡ ବଣ୍ଟନ ସଭାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ […]

The post ମୁଖ୍ୟମନ୍ତ୍ରୀଙ୍କ ଆଗରେ କଥା କଟାକଟି ହେଲେ ବିଧାୟକ-ସାଂସଦ appeared first on Odisha Reporter.

]]>

ପୁରୀ(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ କଥା କଟାକଟି ହେଲେ ବିଧାୟକ ଓ ସାଂସଦ। ବ୍ରହ୍ମଗିରିରେ ଚାଲିଥିବା ସ୍ମାର୍ଟ କାର୍ଡ ବଣ୍ଟନ ସଭାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି।

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗଦେଇ କରିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରାନ୍ତୁ। ଏହା ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ। ସେହିପରି ଜନ ପ୍ରତିନିଧିଙ୍କୁ ଦଳମତ ନିର୍ବିଶେଷରେ କାମ କରିବା ସୁଯୋଗ ମିଳୁ ବୋଲି ଲଳିତେନ୍ଦୁ କହିଛନ୍ତି।

ଲଳିତେନ୍ଦୁଙ୍କ ଆରୋପର ଜବାବ ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ସେ କହିଛନ୍ତି, ଆୟୁଷ୍ମାନ ଯୋଜନାଠାରୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ। ଦିନ ଆସିବ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏହାକୁ ଅନୁସରଣ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେପଟେ ଲଳିତେନ୍ଦୁଙ୍କ ଜନ ପ୍ରତିନିଧିଙ୍କୁ ଦଳମତ ନିର୍ବିଶେଷରେ କାମ କରିବା ସୁଯୋଗ ମିଳୁ ଆରୋପର ଜବାବ ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ସେ କହିଛନ୍ତି, କେବଳ ଓଡ଼ିଶାରେ ହିଁ ଏହି ସୁଯୋଗ ମିଳୁଛି। ଅନ୍ୟ ରାଜ୍ୟରେ ବିରୋଧୀ ବିଧାୟକମାନେ ମାଡ଼ ଖାଉଛନ୍ତି। କେବଳ ନବୀନ ସରକାରରେ ବିରୋଧୀ ବିଧାୟକଙ୍କୁ ସମ୍ମାନ ମିଳୁଛି ବୋଲି ପିନାକୀ କହିଛନ୍ତି।

ପୂର୍ବରୁ ମଧ୍ୟ ଏପରି ଦୃଶ୍ୟ ବଲାଙ୍ଗିରିରେ ଦେଖିବାକୁ ମିଳିଥିଲା। ସ୍ମାର୍ଟକର୍ଡ ବଣ୍ଟନ ସଭାରେ ମୁହାଁମୁହିଁ ହୋଇଥିଲେ ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

The post ମୁଖ୍ୟମନ୍ତ୍ରୀଙ୍କ ଆଗରେ କଥା କଟାକଟି ହେଲେ ବିଧାୟକ-ସାଂସଦ appeared first on Odisha Reporter.

]]>
centre bottom 2021-10-07 19:42:35 https://odishareporter.in/wp-content/uploads/2021/10/Lalitendu-and-Pinaki.jpg
ବିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା https://odishareporter.in/politics/baijayant-panda-retains-his-post-as-national-vice-president-of-bjp-682252 Thu, 07 Oct 2021 09:16:16 +0000 https://odishareporter.in/?p=682252

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି। କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି। ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ ଓ ପୀୟୂଷ ଗୋୟଲ ପ୍ରମୁଖ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ଏହି କମିଟିରେ […]

The post ବିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି। କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି।

ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ ଓ ପୀୟୂଷ ଗୋୟଲ ପ୍ରମୁଖ ସ୍ଥାନ ପାଇଛନ୍ତି।

ଓଡ଼ିଶାରୁ ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସ୍ଥାନ ପାଇଛନ୍ତି।

ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାଂସଦ ବସନ୍ତ ପଣ୍ଡା ସାମିଲ ହୋଇଥିବା ବେଳେ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ସମୀର ମହାନ୍ତି, ପ୍ରଦୀପ୍ତ ନାଏକ ଓ ମାନସ ମହାନ୍ତି ଅଛନ୍ତି।

୮୦ ଜଣ ନିୟମିତ ସଦସ୍ୟଙ୍କ ଜାତୀୟ କାର୍ଯ୍ୟକାରିଣୀରେ ୫୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ୧୭୯ ଜଣ ସ୍ଥାୟୀ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି।

The post ବିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା appeared first on Odisha Reporter.

]]>
centre bottom 2021-10-07 15:49:45 https://odishareporter.in/wp-content/uploads/2021/10/jp-nadda-1.jpg
ପୁଣି ବିବାଦରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ https://odishareporter.in/politics/bjd-mla-byomkesh-ray-in-controversy-682142 Wed, 06 Oct 2021 17:00:08 +0000 https://odishareporter.in/?p=682142

again controversy

The post ପୁଣି ବିବାଦରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ନିୟମକୁ ଉଲ୍ଲଘଂନ କରି ଚାନ୍ଦବାଲିି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବେ ପୁଣିଥରେ ବିବାଦଘେରରେ। ନିଜର କ୍ଷମତାର ଅପବ୍ୟବହାର କରି ପୁଲିସକୁ ଚକ୍‌ମା ଦେଇ ଶ୍ରୀ ରାୟ ନିଜ ଗାଡ଼ିକୁ ପୁରୀ ଶ୍ରୀମନ୍ଦିର ସମ୍ମୁଖକୁ ନେବାରେ ସକ୍ଷମ ହୋଇଥିଲେ। ଯାହାକୁ ସ୍ଥାନୀୟ ଜଣେ ଯୁବକ ନିଜର ଫେସବୁକ୍ ମାଧ୍ୟମରେ ଲାଇଭ୍ ପ୍ରସାରଣ କରି ପୁରୀ ଏସପି ଓ ପୁଲିସକୁ ଜବାବ ମାଗିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଓଡ଼ି୨୨ଏନ୍‌୦୦୧ ନମ୍ବର ବିଶିଷ୍ଟ ଫୋର୍ଡ କମ୍ପାନୀର ଏକ ବିଳାସପୂର୍ଣ୍ଣ ଗାଡ଼ି ଶ୍ରୀମନ୍ଦିର ସମ୍ମୁଖ ଅରୁଣ ସ୍ତମ୍ଭ ନିକଟରେ ପାର୍କିଂ କରିଥିଲା। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ଏହା ଦେଖିଥିଲେ ମଧ୍ୟ କେହି କିଛି ପ୍ରତିବାଦ ଜଣାଇନଥିଲେ। ସ୍ଥାନୀୟ ଜଣେ ଯୁବକ ଏନେଇ ପୁଲିସକୁ ପ୍ରଶ୍ନ କରିବା ସହ ଏ ଗାଡ଼ି କିଭଳି ଶ୍ରୀମନ୍ଦିର ସାମ୍ନାକୁ ଆସିଲା ବୋଲି ପ୍ରଶ୍ନ କରିଥିଲେ। ମାତ୍ର ପୁଲିସ କିଛି ନକହି ଏଡ଼ାଇ ଯିବାରୁ ସେ ନିଜର ଫେସବୁକ ମାଧ୍ୟମରେ ଏହି ଗାଡ଼ି ଅଟକି ରହିଥିବାର ଭିଡ଼ିଓକୁ ଭାଇରାଲ କରିଥିଲେ। ସେ ପୁରୀର ବାସିନ୍ଦା ହୋଇଥିଲେ ମଧ୍ୟ ତାଙ୍କଠୁ ଗତକାଲି ଫାଇନ୍ ରଖାଯାଇଥିବାବେଳେ ଏହି ଗାଡ଼ିକୁ କିଏ ମନ୍ଦିର ପାଖକୁ ନେବାକୁ ଅନୁମତି ଦେଲା ବୋଲି ସେ ଭିଡିଓ ମାଧ୍ୟମରେ ପୁରୀ ଜିଲ୍ଲା ଏସପିଙ୍କୁ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ଯୁବକଙ୍କ ଏଭଳି ଲାଇଭ୍ ପ୍ରସାରଣକୁ ସେଠାରେ ଥିବା ପୁଲିସ କର୍ମଚାରୀମାନେ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏପରିକି ଯୁବକଙ୍କ ଏଭଳି ଲାଇଭ୍ ପ୍ରସାରଣକୁ ଦେଖି ପୁଲିସ ସୁରକ୍ଷା ମଧ୍ୟରେ ଡ୍ରାଇଭର ଗାଡ଼ିକୁ ସେଠାରୁ ନେଇ ପଳାଇଥିଲେ। ପରେ ଗାଡ଼ିର ସମ୍ମୁଖ ପଟରେ ‘ଏମଏଲଏ’ ପାସ୍ ମରାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକି ଜଣେ ବିଜେଡି ବିଧାୟକଙ୍କର ଗାଡ଼ି ବୋଲି ଜଣାପଡ଼ିଥିଲା । ପରେ ରାଜ୍ୟ ପରିବହନ ବିଭାଗର ତଥ୍ୟ ଅନୁସାରେ ସମ୍ପୃକ୍ତ ନମ୍ବର ବିଶିଷ୍ଟ ଗାଡ଼ି ବିଧାୟକ ବ୍ୟୋମକେଶ ରାୟଙ୍କର। ସେହି ଏଣ୍ଡେଭର ଗାଡ଼ିଟି ୨୦୨୦ ଜୁଲାଇ ୨୨ତାରିଖରେ ପଞ୍ଜିକୃତ ହୋଇଛି । ଆଜି ଗାଡ଼ିଟି ପୁରୀ ଶ୍ରୀମନ୍ଦିର ସମ୍ମୁଖକୁ ଯିବାବେଳେ ଉକ୍ତ ଗାଡ଼ିରେ ବିଧାୟକ ଶ୍ରୀ ରାୟ ଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଏହାର ୭୫ମିଟର ପରିସର ମଧ୍ୟରେ ଥିବା ସମସ୍ତ ଦୋକାନ ଓ ଘରକୁ ଉଚ୍ଛେଦ କରିଛନ୍ତି । ଏହାସହିତ ଶ୍ରୀମନ୍ଦିର ନିକଟକୁ କେବଳ ଭିଭିଭିଆଇପିଙ୍କ(ଜେଡ୍‌, ୱାଇ ପ୍ଲସ ସୁରକ୍ଷାରେ) ଥିବା ବ୍ୟକ୍ତିଙ୍କ ଗାଡ଼ି ବ୍ୟତୀତ ଅନ୍ୟ କାହାରି ଯିବା ପାଇଁ ଅନୁମତି ନାହିଁ । ଅନ୍ୟମାନଙ୍କୁ ଶ୍ରୀମନ୍ଦିରଠୁ ପ୍ରାୟ ୫୦୦ମିଟର ଦୂରରେ ଗାଡ଼ି ପାର୍କିଂ ରଖିବାର ନିୟମ ରହିଛି । ପୁଲିସ ମଧ୍ୟ ସେଠାରେ ବ୍ୟାରିକେଡ୍ କରି ଗାଡ଼ିକୁ ଅଟକାଇଥାଏ । ମାତ୍ର ଏତେ କଡ଼ା ସୁରକ୍ଷା ମଧ୍ୟରେ ବିଧାୟକ ଶ୍ରୀ ରାୟ କିଭଳି ନିଜ ଗାଡ଼ିକୁ ମନ୍ଦିର ପାଖକୁ ନେଇଥିଲେ ତାହା ନାକେବଳ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବରଂ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ବିଧାୟକ ନିଜେ ଆଇନକୁ ଉଲ୍ଲଘଂନ କରୁଥିବାବେଳେ ତାଙ୍କଠୁ କାହିଁକି ଫାଇନ୍ ରଖାନଯିବ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି ।ପୂର୍ବରୁ ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସ ସହଯୋଗୀଙ୍କ ଗାଡ଼ି ଚଢ଼ି ଶ୍ରୀ ରାୟ ବିବାଦଘେରକୁ ଆସିଥିଲେ। ଦ୍ୱିତୀୟ କ୍ଷମତାକେନ୍ଦ୍ର ଓ ବିଜେଡି ସଂଗଠନ ସମ୍ପାଦକଙ୍କ ଘନିଷ୍ଠ ବୋଲି କହି ବିଧାୟକ ଶ୍ରୀ ରାୟ ଏବେ ଧରାକୁ ସରା ମଣି ନିଜର କ୍ଷମତାର ଅପବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି।

The post ପୁଣି ବିବାଦରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ appeared first on Odisha Reporter.

]]>
centre top 2021-10-06 22:30:08 https://odishareporter.in/wp-content/uploads/2021/10/Byamakesha.jpg
ଏତେ ଧୂଳି ଆସିଲା କେଉଁଠୁ? ସନ୍ଦେହ ଘେରରେ ପ୍ରିୟଙ୍କାଙ୍କ ଝାଡୁ ମରା https://odishareporter.in/nation-world/india/how-priyanka-gandhi-got-broom-in-pac-guest-house-investigation-started-682003 Wed, 06 Oct 2021 10:42:01 +0000 https://odishareporter.in/?p=682003

ନୂଆଦିଲ୍ଲୀ: ଭିଭିଆଇପି ଗେଷ୍ଟ ହାଉସକୁ ଏତେ ଧୂଳି ଆସିଲା କେଉଁଠୁ? କିଏ ଦେଲା ଝାଡୁ? କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଏ ଝାଡୁ ମରା ଲୋକ ଦେଖାଣିଆ ଥିଲା କି? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଲଖିମପୁର ଖେରି ଯିବା ସମୟରେ ପୁଲିସ ପ୍ରିୟଙ୍କା ଗାନ୍ଧିଙ୍କୁ ପିଏସି ଗେଷ୍ଟ ହାଉସରେ ଅଟକ ରଖିଥିଲା। ତେବେ ଏହି ଗେଷ୍ଟ ହାଉସରେ ରହିବା ବେଳେ ପ୍ରିୟଙ୍କା ଝାଡୁ ମାରିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ […]

The post ଏତେ ଧୂଳି ଆସିଲା କେଉଁଠୁ? ସନ୍ଦେହ ଘେରରେ ପ୍ରିୟଙ୍କାଙ୍କ ଝାଡୁ ମରା appeared first on Odisha Reporter.

]]>

ନୂଆଦିଲ୍ଲୀ: ଭିଭିଆଇପି ଗେଷ୍ଟ ହାଉସକୁ ଏତେ ଧୂଳି ଆସିଲା କେଉଁଠୁ? କିଏ ଦେଲା ଝାଡୁ? କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଏ ଝାଡୁ ମରା ଲୋକ ଦେଖାଣିଆ ଥିଲା କି? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ଲଖିମପୁର ଖେରି ଯିବା ସମୟରେ ପୁଲିସ ପ୍ରିୟଙ୍କା ଗାନ୍ଧିଙ୍କୁ ପିଏସି ଗେଷ୍ଟ ହାଉସରେ ଅଟକ ରଖିଥିଲା। ତେବେ ଏହି ଗେଷ୍ଟ ହାଉସରେ ରହିବା ବେଳେ ପ୍ରିୟଙ୍କା ଝାଡୁ ମାରିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ ପ୍ରିୟଙ୍କାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଆରମ୍ଭ ହୋଇଛି ତଦନ୍ତ।

ଭିଭିଆଇପି ଗେଷ୍ଟ ହାଉସରେ ତାଙ୍କୁ କିଏ ଛାଡୁ ଦେଲା ଏବଂ ଧୂଳି ଆସିଲା କେଉଁଠୁ। ତାଙ୍କୁ ନେଇ ଯାଂଚ ଆରମ୍ଭ ହୋଇଛି। ଯେଉଁ ଝାଡୁରେ ପ୍ରିୟଙ୍କା ଗାନ୍ଧି ଝାଡୁ କରିଥିଲେ ତାକୁ ତାଙ୍କର ଜଣେ ଷ୍ଟାଫ ଦେଇଥିଲେ। ପ୍ରିୟଙ୍କା ଝାଡୁ ମାଗିବା ପରେ ତାଙ୍କ ଷ୍ଟାଫ ଗେଷ୍ଟ ହାଉସର ଜଣେ କର୍ମଚାରୀଙ୍କ ଠାରୁ ଆଣିଥିଲେ।

ଏହି ମାମଲାରେ ଏବେ ପିଏସି ଅଧିକାରୀମାନେ ଗେଷ୍ଟ ହାଉସର କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ଏକ ରିପୋର୍ଟ ତିଆରି କରିଛନ୍ତି। ଦ୍ୱିତୀୟ ବାହିନୀ ପିଏସିର ସେନାନାୟକ ଯାଦବେନ୍ଦ୍ର ସିଂହ କହିଛନ୍ତି, ଜାଣିଶୁଣି ଏ ନାଟକ ହୋଇଛି। ଗେଷ୍ଟ ହାଉସ କର୍ମଚାରୀଙ୍କ ଠାରୁ ଝାଡୁ ମାଗି ପ୍ରିୟଙ୍କା ଝାଡୁ କରିଛନ୍ତି। ଏହାପରେ ନିଜେ ହିଁ ସେ ଏହାକୁ ଭାଇରାଲ କରିଥିବା ସେ ଦାବି କରିଛନ୍ତି।

ଯେଉଁ ଗେଷ୍ଟ ହାଉସରେ ପ୍ରିୟଙ୍କା ଗାନ୍ଧି ରହିଥିଲେ, ସେଠି ୪ଟି ରୁମ୍‌ ଅଛି। ସବୁ ରୁମ୍‌ରେ ଏସିର ମଧ୍ୟ ବ୍ୟବସ୍ଥା ହୋଇଛି। ଏହି ୪ଟି ରୁମକୁ ସଫାସୁତୁରା ପାଇଁ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି। ରୁମ୍‌ ବୁକ୍‌ ହେଉ ଅବା ନହେଉ ପ୍ରତିଦିନ ଏହି ଭିଭିପିଆଇ ଗେଷ୍ଟ ହାଉସର ରୁମ୍‌ଗୁଡିକୁ ସଫା କରାଯାଏ। ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଭିଭିଆଇପି ପ୍ରୋଟୋକଲ ଅନୁସାରେ ଏଠି ରଖାଯାଇଥିଲା। କିନ୍ତୁ ପ୍ରତିଦିନ ସଫା ହେଉଥିବା ରୁମ୍‌ ଭିତରକୁ ହଠାତ ଏତେ ପରିମାଣର ଧୂଳି ଆସିଲା କେଉଁଠୁ? ତାଙ୍କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ଏତେ ଧୂଳି ଆସିଲା କେଉଁଠୁ? ସନ୍ଦେହ ଘେରରେ ପ୍ରିୟଙ୍କାଙ୍କ ଝାଡୁ ମରା appeared first on Odisha Reporter.

]]>
left bottom 2021-10-06 16:42:16 https://odishareporter.in/wp-content/uploads/2021/10/Priyanka-gandhi.jpg
ଓଡ଼ିଶା କଂଗ୍ରେସକୁ ଫେରିବେ ପୁରୁଣା ନେତା! https://odishareporter.in/politics/happenings/congress-will-bring-back-their-veteran-leader-for-betterment-of-party-681812 Tue, 05 Oct 2021 14:17:54 +0000 https://odishareporter.in/?p=681812

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ସବୁଠାରୁ ପୁରୁଣା ଦଳ କଂଗ୍ରେସ ଯେପରି ରାଜ୍ୟରେ ଅଚଳ ହୋଇପଡ଼ିଛି। ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କଂଗ୍ରେସ କିପରି ପୁଣିଥରେ କୂଳକୁ ଆସିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କଂଗ୍ରେସରେ ଏକାଧିକ ପୁରୁଖା ନେତାକୁ ଅଣଦେଖା କରାଯାଇଛି। ବର୍ତ୍ତମାନ ଦଳର […]

The post ଓଡ଼ିଶା କଂଗ୍ରେସକୁ ଫେରିବେ ପୁରୁଣା ନେତା! appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ସବୁଠାରୁ ପୁରୁଣା ଦଳ କଂଗ୍ରେସ ଯେପରି ରାଜ୍ୟରେ ଅଚଳ ହୋଇପଡ଼ିଛି। ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କଂଗ୍ରେସ କିପରି ପୁଣିଥରେ କୂଳକୁ ଆସିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

କଂଗ୍ରେସରେ ଏକାଧିକ ପୁରୁଖା ନେତାକୁ ଅଣଦେଖା କରାଯାଇଛି। ବର୍ତ୍ତମାନ ଦଳର ଯେଉଁ ଦୟନୀୟ ସ୍ଥିତି ରହିଛି, ତାକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ପୁରୁଣା ନେତାମାନଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲାଣି। ଦଳ ଛାଡ଼ିଥିବା ବରିଷ୍ଠ ନେତାମାନଙ୍କୁ ପୁଣି ଥରେ କଂଗ୍ରେସରେ ସାମିଲ କରିବା ଲାଗି ଏଆଇସିସି ସଙ୍କେତ ଦେଇଛି।। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସର ଏକ ଗୋଷ୍ଠୀ ଉଦ୍ୟମ ଚଳାଇଛି।

ସେହିପରି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କୁ ମଧ୍ୟ ଆଣିବା ପାଇଁ ପ୍ରୟାସ ଚାଲିଛି। କାରଣ ଶ୍ରୀ ଗମାଙ୍ଗୋ ଏବେ ବିଜେପିରେ ଅଲୋଡ଼ା ହୋଇ ପଡ଼ିଛନ୍ତି। ଏହାଛଡ଼ା ରାଜ୍ୟ କଂଗ୍ରେସର ଗତିବିଧିରେ ଆଉ ଆଗଭଳି ସକ୍ରିୟ ନଥିବା କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଦଳୀୟ ଦାୟିତ୍ୱ ଦେବାପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଯଦିଓ ଏହି ନେତାମାନଙ୍କ ବୟସ ଅଧିକ, କିନ୍ତୁ ସେମାନଙ୍କର ଅଭିଜ୍ଞତା କଂଗ୍ରେସ ପାଇଁ କାମ ଦେବ ବୋଲି କିଛି କଂଗ୍ରେସ ନେତା ଏଆଇସିସିକୁ ପ୍ରସ୍ତାବ ଦେଇଛନ୍ତି।

ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂଦେଓ ଏବଂ ଜୟଦେବ ଜେନାଙ୍କ ସମେତ ପ୍ରସାଦ ହରିଚନ୍ଦନଙ୍କୁ ଅଣଦେଖା ନକରିବାକୁ ଏହି ପ୍ରସ୍ତାବରେ କୁହାଯାଇଛି। ଅନ୍ୟ ପକ୍ଷରେ ବାରମ୍ୱାର ବିଫଳତା କାରଣରୁ ତୁରନ୍ତ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଜୋରସୋର ଲବି କରିବା ଆରମ୍ଭ କରିଦେଇଛି। ରବିବାର ପିପିଲି ଉପନିର୍ବାଚନ ଗଣତିରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ଦେଖି କିଛି ଅସନ୍ତୁଷ୍ଟ ଗୋଷ୍ଠୀ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଥିଲେ।

ନିରଞ୍ଜନ କଂଗ୍ରେସର ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରିଛନ୍ତି। ସେ ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ଵ ଦେଉଛନ୍ତି। କଂଗ୍ରେସ ଭବନ ଆସୁ ନାହାନ୍ତି କି କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରୁନାହାନ୍ତି। ପିପିଲି, ବାଲେଶ୍ୱର, ତିର୍ତ୍ତୋଲରେ ନିରଞ୍ଜନ ଟିକେଟ୍ ବିକିଥିବା ଅଭିଯୋଗ ମଧ୍ୟ କରିଥିଲେ ଏହି ଗୋଷ୍ଠୀ। ତା’ସହ ସେ ଶାସକ ଦଳ ସହ ବୁଝାମଣା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ଆଉ ନିରଞ୍ଜନଙ୍କ ବିରୋଧରେ ଏ ଆନ୍ଦୋଳନ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ କର୍ମୀ।

ନିକଟରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଏବଂ ପ୍ରଦୀପ ମାଝୀ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବରେ ରାଜି ହେଉଛି କି ନାହିଁ, ତାହା ଭିନ୍ନ କଥା, କିନ୍ତୁ ପ୍ରଦୀପ ଆଉ ଦଳ ଛାଡ଼ି ଅନ୍ୟ କୁଆଡେ ଯିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି। ସେପଟେ ପିପିଲି ପରାଜୟ ପରେ ନିରଞ୍ଜନ ମଧ୍ୟ ପଦ ଛାଡ଼ିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଇସାରିଛନ୍ତି। ଦେଶର ସର୍ବ ବୃହତ ଏହି ପୁରୁଣା ଦଳ ଏବେ ଘଡ଼ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି। କଂଗ୍ରେସ ନା କେନ୍ଦ୍ରରେ ନା ରାଜ୍ୟରେ କ୍ଷମତାରେ ରହିଛି। ତେଣୁ କଂଗ୍ରେସ ତା’ର ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ଏକପ୍ରକାର ପ୍ରୟାସ ଆରମ୍ଭ କରିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

The post ଓଡ଼ିଶା କଂଗ୍ରେସକୁ ଫେରିବେ ପୁରୁଣା ନେତା! appeared first on Odisha Reporter.

]]>
centre top 2021-10-05 20:54:48 https://odishareporter.in/wp-content/uploads/2021/10/giridhar-gamango-and-srikant-jena.jpg
ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ହାଇକୋର୍ଟ https://odishareporter.in/politics/anticipatory-bail-plea-of-chilika-mla-prashant-jagdev-rejected-by-orissa-high-court-681786 Tue, 05 Oct 2021 13:18:43 +0000 https://odishareporter.in/?p=681786

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ଓଡ଼ିଶା ହାଇକୋର୍ଟ। ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଯଦି ଆବେଦନ କରନ୍ତି, ସେହିଦିନ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାନ୍ତଙ୍କ ନାଁରେ ବିଜେପି ବ୍ଲକ ସଭାପତିଙ୍କୁ ଆକ୍ରମଣ ମାମଲା ରହିଛି। ଆକ୍ରମଣ ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ସେପ୍ଟେମ୍ୱର ୮ ତାରିଖରେ ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ […]

The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ହାଇକୋର୍ଟ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ଓଡ଼ିଶା ହାଇକୋର୍ଟ। ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଯଦି ଆବେଦନ କରନ୍ତି, ସେହିଦିନ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାନ୍ତଙ୍କ ନାଁରେ ବିଜେପି ବ୍ଲକ ସଭାପତିଙ୍କୁ ଆକ୍ରମଣ ମାମଲା ରହିଛି। ଆକ୍ରମଣ ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।

ସେପ୍ଟେମ୍ୱର ୮ ତାରିଖରେ ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଧକ୍କା ମାରିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ତାଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୨୩, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ-ବିରେ ଦଫା ଲାଗାଇଛି।

ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର ଓ ଗାଳି ଦେବା ଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ପୁରୀର ତତ୍କାଳୀନ ଏସ୍‌ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡାଇ ଗୋଡ଼ାଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ରହିଛି। ହେଲେ ଏ ସବୁ ଘଟଣାରେ ମାଫ୍‌ ପାଇଯାଉଥିଲେ ଜଗଦେବ। ତାଙ୍କୁ ବିଜେପି ବ୍ଲକ ସଭାପତିଙ୍କ ମାଡ଼ ମାରିବା ମହଙ୍ଗା ପଡ଼ିଛି। ତାଙ୍କୁ ବିଜେଡିରୁ ତତକ୍ଷଣାତ୍ ନିଲମ୍ବନ କରାଯାଇଛି। ଖୋଦ୍ ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ ଏପରି ନିଷ୍ପତ୍ତି ନେଇଛନ୍ତି। ଏପରିକି ତାଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଛି।

The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେଲେନି ହାଇକୋର୍ଟ appeared first on Odisha Reporter.

]]>
right top 2021-10-05 20:55:00 https://odishareporter.in/wp-content/uploads/2021/10/Prasanta.jpg
ବିଜେପି ଛାଡ଼ିବେ ଜୟରାମ ପାଙ୍ଗି, କହିଲେ- ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର https://odishareporter.in/politics/jayaram-pangi-to-leave-bjp-681704 Tue, 05 Oct 2021 08:47:53 +0000 https://odishareporter.in/?p=681704

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କଲେ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି। ଏହାର ଲକ୍ଷ୍ୟ ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡ଼ର କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ। ଏହା ସହିତ ବିଜେପି ଛାଡ଼ିବେ ବୋଲି ଶ୍ରୀ ପାଙ୍ଗି କହିଛନ୍ତି। ଜୟରାମ ପାଙ୍ଗି କହିଛନ୍ତି, ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର। ଦୀର୍ଘ ୪୪ ବର୍ଷ ହେଲା […]

The post ବିଜେପି ଛାଡ଼ିବେ ଜୟରାମ ପାଙ୍ଗି, କହିଲେ- ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର appeared first on Odisha Reporter.

]]>

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କଲେ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି। ଏହାର ଲକ୍ଷ୍ୟ ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡ଼ର କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ। ଏହା ସହିତ ବିଜେପି ଛାଡ଼ିବେ ବୋଲି ଶ୍ରୀ ପାଙ୍ଗି କହିଛନ୍ତି।

ଜୟରାମ ପାଙ୍ଗି କହିଛନ୍ତି, ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର। ଦୀର୍ଘ ୪୪ ବର୍ଷ ହେଲା ମୁଁ ଦଳୀୟ ରାଜନୀତିରେ ରହିଛି। ଜୀବନର ଶେଷ ପର୍ଯ୍ୟାୟରେ ମୁଁ ମା’, ମାଟି ଓ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ କିଛି କରିବା ପାଇଁ ଚାହୁଁଛି, ଯେଉଁଗୁଡ଼ିକୁ ମୁଁ ଆଜି ପର୍ଯ୍ୟନ୍ତ କରିପାରି ନାହିଁ। ଏଠାରେ ଅନେକ ସମସ୍ୟା ରହିଛି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆନ୍ଧ୍ର ଓ ଛତିଶଗଡ଼ର ସୀମା ରହିଛି। ଏଇ ସବୁ ଅଞ୍ଚଳରେ ଥିବା ମୋର ଆଦିବାସୀ ଭାଇଭଉଣୀମାନେ ଏବେ ବି ସ୍ୱାଧୀନତା ପାଇ ନାହାନ୍ତି। ଏବେ ବି ଗାଁ ଗଣ୍ଡାକୁ ରାସ୍ତାଘାଟ ହୋଇନାହିଁ। ଏହା ସହିତ ଏସବୁ ଅଞ୍ଚଳରେ ଆହୁରି ଅନେକ ମୌଳିକ ସମସ୍ୟା ରହିଛି, ଯେଉଁ ଗୁଡ଼ିକର ସମାଧାନ ହୋଇପାରି ନାହିଁ। ତା’ହେଲେ ମୁଁ କାହିଁକି ରାଜନୀତି କରିବି? ମୁଁ ଏବେ ଯେତେ ସତ କଥା କହିଲେ ମଧ୍ୟ ସରକାର କହିବେ ବିରୋଧୀ ଦଳର ସଦସ୍ୟ ଭାବେ କହୁଛି। ସେଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ମୁଁ ଅବିଭକ୍ତ କୋରାପୁଟ ଜିଲ୍ଲା ସହିତ ପାହାଡ଼ିଆ କନ୍ଧମାଳ ଜିଲ୍ଲା, ଆନ୍ଧ୍ର ସୀମାନ୍ତରେ ଥିବା ଅଞ୍ଚଳ ଓ ବିବାଦୀୟ କୋଟିଆ ଅଞ୍ଚଳର ସବୁ ସମସ୍ୟାର ସମାଧାନ କରିବାକୁ ଚାହୁଁଛି। ଆଉ ଏଥିପାଇଁ ଏକମାତ୍ର ବାଟ ହେଉଛି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା। ଏହି ଦାବିକୁ ପରିଚାଳନା କରିବା ପାଇଁ ଗତକାଲି ଆମେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରିଛୁ। ଏହି ପରିଷଦକୁ ଆଗେଇ ନେବା ପାଇଁ ମୋତେ ଦଳ ଛାଡ଼ିବାକୁ ପଡ଼ିବ ବୋଲି ଶ୍ରୀ ପାଙ୍ଗି କହିଛନ୍ତି।

ସେ କହିଛନ୍ତି, ମୁଁ କାହାକୁ ବିରୋଧ କରି ଦଳ ଛାଡ଼ୁ ନାହିଁ। ମୁଁ ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେଇ ଏହି ଆନ୍ଦୋଳନକୁ ଆଗକୁ ନେବି। ଆମର ଆଗାମୀ ଦିନରେ ଦାବି ରହିବ ଦଣ୍ଡକରାଣ୍ୟ ପର୍ବତମାଳା ଆଦିବାସୀ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା।

ସୂଚନାଯୋଗ୍ୟ, ଶ୍ରୀ ପାଙ୍ଗି ପଟାଙ୍ଗି ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାୟକ ହୋଇଥିବା ବେଳେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳରୁ କୋରାପୁଟ ଲୋକସଭା ଆସନରୁ ସେ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେପିରୁ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।

The post ବିଜେପି ଛାଡ଼ିବେ ଜୟରାମ ପାଙ୍ଗି, କହିଲେ- ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର appeared first on Odisha Reporter.

]]>
right top 2021-10-05 14:44:56 https://odishareporter.in/wp-content/uploads/2021/10/Pangi.jpg
କାହିଁକି ଲଢ଼ିପାରୁନି ବିଜେପି ଓ କଂଗ୍ରେସ ? ପିପିଲି ରେଜଲ୍ଟ ବିଜେଡି ପାଇଁ ବି ସତର୍କ ଘଣ୍ଟି https://odishareporter.in/politics/happenings/why-bjp-and-congress-not-able-to-fight-against-bjd-in-election-681515 Mon, 04 Oct 2021 15:27:14 +0000 https://odishareporter.in/?p=681515

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୨୧ବର୍ଷ ଧରି କ୍ଷମତାସୀନ ବିଜେଡି ପୁଣିଥରେ ନିଜକୁ ଅପରାଜେୟ ଭାବେ ପ୍ରମାଣିତ କରିଛି । ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହେବାପରେ ବିଜେଡି ନିଜର ଅପରାଜେୟ ଛବିକୁ ସୁରକ୍ଷିତ ରଖିଥିଲେ ମଧ୍ୟ ଦଳ ଯେଭଳି ଢଙ୍ଗରେ ନିର୍ବାଚନ ଲଢ଼ିଥିଲା ସେହି ଅନୁସାରେ ଫଳାଫଳ ବିଶେଷ ଉତ୍ସାହଜନକ ହୋଇନାହିଁ। ତା’ଛଡ଼ା ଲଢ଼େଇ ମଇଦାନ ଏକତରଫା ଥିବାବେଳେ ବିଜେଡି ପ୍ରାର୍ଥୀ ଜିତିବାର ବ୍ୟବଧାନ ଦଳୀୟ ରଣନୀତିକାରଙ୍କୁ ଚିନ୍ତାରେ ପକାଇଛି। […]

The post କାହିଁକି ଲଢ଼ିପାରୁନି ବିଜେପି ଓ କଂଗ୍ରେସ ? ପିପିଲି ରେଜଲ୍ଟ ବିଜେଡି ପାଇଁ ବି ସତର୍କ ଘଣ୍ଟି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ୨୧ବର୍ଷ ଧରି କ୍ଷମତାସୀନ ବିଜେଡି ପୁଣିଥରେ ନିଜକୁ ଅପରାଜେୟ ଭାବେ ପ୍ରମାଣିତ କରିଛି । ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହେବାପରେ ବିଜେଡି ନିଜର ଅପରାଜେୟ ଛବିକୁ ସୁରକ୍ଷିତ ରଖିଥିଲେ ମଧ୍ୟ ଦଳ ଯେଭଳି ଢଙ୍ଗରେ ନିର୍ବାଚନ ଲଢ଼ିଥିଲା ସେହି ଅନୁସାରେ ଫଳାଫଳ ବିଶେଷ ଉତ୍ସାହଜନକ ହୋଇନାହିଁ। ତା’ଛଡ଼ା ଲଢ଼େଇ ମଇଦାନ ଏକତରଫା ଥିବାବେଳେ ବିଜେଡି ପ୍ରାର୍ଥୀ ଜିତିବାର ବ୍ୟବଧାନ ଦଳୀୟ ରଣନୀତିକାରଙ୍କୁ ଚିନ୍ତାରେ ପକାଇଛି।

ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସର ତ୍ରୁଟିପୂର୍ଣ୍ଣ ରଣନୀତି ଓ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ବିଜେଡିକୁ ଫାଇଦା ମିଳିବାରେ ଲାଗିଛି। ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ପାଇଁ ୟୁ-ଟର୍ଣ୍ଣ ହୋଇଥିଲେ ମଧ୍ୟ ଲୋକଙ୍କ ଆସ୍ଥାକୁ ନିଜ ସପକ୍ଷରେ ବାନ୍ଧି ରଖିବା ଓ ରାଜ୍ୟରେ ସଂଗଠନକୁ ଅଧିକ ସୁଦୃଢ଼ କରିବାରେ ମୁଖ୍ୟ ବିରୋଧୀ ଦଳ ବିଜେପି ଫେଲ୍ ମାରିଛି । ଆଉ ତୀବ୍ର ଗୋଷ୍ଠୀକନ୍ଦଳ ଓ ଶାସକ ଦଳ ସହ ସଲାସୁତରା ଯୋଗୁ କଂଗ୍ରେସ କ୍ରମାଗତ ନିଜର ଅମାତନ ହରାଇବା ସହ ରାଜ୍ୟରେ ପୋଷ୍ଟର ଦଳ ହେବାକୁ ଯାଉଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୨୦୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରୁଦ୍ରଙ୍କ ଦିବଂଗତ ପିତା ପ୍ରଦୀପ ମହାରଥୀଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ୫୦.୬୬% ଭୋଟ ମିଳିଥିବାବେଳେ ରୁଦ୍ରଙ୍କୁ ୫୩.୬ ପ୍ରତିଶତ ଭୋଟ୍ ମିଳିଛି । କିନ୍ତୁ ପ୍ରଦୀପଙ୍କ ତୁଳନାରେ ତାଙ୍କର ବିଜୟ ବ୍ୟବଧାନ ମାତ୍ର ୫୧୨୯ଖଣ୍ଡ ଅଧିକ। ଆଉ ଏହି ସଂଖ୍ୟା ହିଁ ଶାସକ ବିଜେଡି ପ୍ରତି ପିପିଲିରେ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ପଦାରେ ପକାଇ ଦେଇଛି। ଏକଦା ନିଜର ଗଡ଼ ଥିବା ପିପିଲିରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଏଥର ଅମାନତ ରଖିବାରେ ସକ୍ଷମ ହୋଇନଥିବାବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିପାରିଛନ୍ତି।

ପିପିଲି ଉପନିର୍ବାଚନରେ ବିଜେଡି ୧୦୦ରୁ ଅଧିକ ରାଜ୍ୟସ୍ତରର ଦଳୀୟ ନେତାମାନଙ୍କ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ନିଜର ଉପସ୍ଥିତି ଜାହିର କରିଥିବାବେଳେ ବିଜେପିର ନିର୍ବାଚନୀ ରଣନୀତି ଯେଭଳି ରହିଲା, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଶ୍ରିତଙ୍କ ନିଜସ୍ୱ ଭୋଟବ୍ୟାଙ୍କର ଫାଇଦା ଉଠାଇବା ପରିବର୍ତ୍ତେ ବିଜେପି ତାଙ୍କୁ ଏକାକୀ ନିର୍ବାଚନ ମଇଦାନରେ ଏକାକୀ କରିଦେଇଥିଲା । ପ୍ରଚାର ମଇଦାନରୁ ବିଜେପିର ହେଭିୱେଟ୍ ନେତା ଦୂରେଇ ରହିଥିଲେ, ଆଉ ଦଳୀୟ କର୍ମୀଙ୍କ ଜୋସ୍ ବଢ଼ାଇବାକୁ ବି ଦଳ ଆଶାନୁରୂପ ଉଦ୍ୟମ କରିନଥିଲା । ତଥାପି ଶାସକ ବିଜେଡିର ଚକ୍ରବ୍ୟୁହକୁ ଭେଦ କରି ଆଶ୍ରିତ ନିଜ ସପକ୍ଷରେ ଭୋଟ ବୃଦ୍ଧି କରିପାରିଛନ୍ତି । ଏପରିକି ଉପନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରଭାବଶାଳୀ ନେତା ଯୁଧିଷ୍ଠିର ସାମନ୍ତରାୟ ବିଜେଡିରେ ସାମିଲ ହୋଇଥିଲେ ବି ତା’ର ଫାଇଦା ବିଜେଡିକୁ ମିଳିଲା ନାହିଁ । ଓଲଟା କଂଗ୍ରେସର ଭୋଟ ବ୍ୟାଙ୍କ ବିଜେପି ଆଡ଼କୁ ପଳାଇଥିଲା ।

ନିର୍ବାଚନ ଜିତିବା ପାଇଁ ବିଜେଡି ଦୀର୍ଘଦିନ ଧରି ପ୍ରୟାସ କରିବା ସହ ନେତାମାନଙ୍କୁ ପଂଚାୟତ ୱାର୍ଡସ୍ତରରେ ରଖିବାର ଫାଇଦା ଦଳକୁ ସେଭଳି ମିଳିଲା ନାହିଁ । ଯେଉଁଥିପାଇଁ ଦଳର ବିଜୟ ମାତ୍ର ୨୧ହଜାର ମଧ୍ୟରେ ସୀମିତ ରହିଲା । ବିଜେଡିର ଦିବଂଗତ ପ୍ରଦୀପ ମହାରଥୀଙ୍କ ପ୍ରତି ସମବେଦନା ଓ ବିକାଶର ସ୍ଲୋଗାନ ପିପିଲିରେ ଫେଲ୍ ମାରିଛି । ଶାସକ ବିଜେଡି ଗତ ୮ମାସ ଧରି ପିପିଲିରେ ଉପନିର୍ବାଚନ ଜିତିବା ପାଇଁ କସରତ କରିଛି । ଶାସକ ଦଳ ଭାବେ ବିଜେଡି ଯେତିକି ଫାଇଦା ନେବା କଥା ଚଳିତ ନିର୍ବାଚନରେ ନିଜର ଶତାଧିକ ନେତାଙ୍କୁ ପଂଚାୟତରେ ମୁତୟନ କରି ବିଜେଡି ସେହି ଫାଇଦା ନେଇଥିବା ଚର୍ଚ୍ଚା ହେଉଛି।

ପ୍ରଥମଥର ପାଇଁ ବିଜେଡି ନିଜର ପୋଷ୍ଟରବଏ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାର ମଇଦାନରୁ ଦୂରେଇ ରଖିଥିଲା । ଦଳ ପିପିଲିରେ ବିଜୟୀ ହେବାକୁ ନେଇ ଦୃଢ଼ ନିଶ୍ଚିତ ଥିବାବେଳେ ନବୀନଙ୍କୁ ମଇଦାନରୁ ଦୂରେଇ ରଖି ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠୁ ପରୀକ୍ଷାମୂଳକ ପ୍ରୟୋଗ ଆରମ୍ଭ କରିଥିଲା । ବିରୋଧୀ ଦଳଙ୍କ ଆନ୍ତରିକ ବିହୀନ ଲଢ଼େଇ ଓ ନବୀନଙ୍କ ବିନା ପ୍ରଚାରରେ ବିଜେଡିକୁ ଯଦିଓ ପିପିଲିରେ ସଫଳତା ମିଳିଛି, ମାତ୍ର ଭୋଟ ବ୍ୟବଧାନ ହାର ୨୧ହଜାରରେ ସୀମିତ ରହିବା ହିଁ ଦଳର ନିର୍ବାଚନୀ ଷ୍ଟ୍ରାଟେଜୀ ଓ ସରକାରଙ୍କ ପ୍ରତି ଥିବା ଆକ୍ରୋଶକୁ ପଦାରେ ପକାଇଛି । ଶାସକ ବିଜେଡିର ସବୁ ପ୍ରୟାସ ସତ୍ତ୍ୱେ ଦେଢ଼ ଦଶନ୍ଧି ଧରି ଦଳର ଗଡ଼ ପିପିଲିରେ ଭୋଟ ବ୍ୟବଧାନ ୩୦ହଜାରରୁ ଅଧିକ ନହେବା ପରୋକ୍ଷରେ ଆଶ୍ରିତଙ୍କ ଲୋକପ୍ରିୟତା ଓ ସରକାର ପ୍ରତି ଅସନ୍ତୋଷକୁ ପ୍ରମାଣିତ କରାଇଛି । ବିଜେଡିକୁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନବେଳେ ଏହାର ଆଭାସ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ବିଜେପି ଯଦି ନିଜର ତ୍ରୁଟିକୁ ସଂଶୋଧନ ନକରେ ତା’ହେଲେ ତା’ର ଫାଇଦା ବିଜେଡିକୁ ମିଳିବା ସ୍ୱାଭାବିକ ।

ତେବେ ପ୍ରଶ୍ନ ଉଠୁଛି, ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପି ରାଜ୍ୟର ଶାସକ ବିଜେଡି ସହ ଲଢ଼େଇ କରୁନି କାହିଁକି? କଂଗ୍ରେସ ନିଜର ଅମାନତ ହରାଉଥିଲେ ମଧ୍ୟ ଶାସକ ଦଳର ଗଣ୍ଡି ଭିତରକୁ ନିଜକୁ ସ୍ୱତନ୍ତ୍ର କରାଉ ନାହିଁ କାହିଁକି? ପ୍ରତ୍ୟେକଟି ଉପନିର୍ବାଚନ ପରେ କଂଗ୍ରେସର ରାଜ୍ୟ ମୁଖିଆଙ୍କ ବିରୁଦ୍ଧରେ କାହିଁକି ଦଳୀୟ ନେତାଙ୍କ ଅସନ୍ତୋଷ ପ୍ରକଟ ହେଉଛି । କଂଗ୍ରେସ ନେତାମାନେ ଶାସକ ବିଜେଡି ସହ ଭିତିରି ସମ୍ପର୍କରେ ରହିଥିବା ନେଇ ଖୋଦ୍ ଦଳୀୟ ନେତାମାନେ ଗଣମାଧ୍ୟମରେ କହିବାକୁ ପଛାଉ ନାହାନ୍ତି । ଯାହାର ପ୍ରଭାବ ସାଧାରଣ ଭୋଟରଙ୍କ ଉପରେ ପଡ଼ୁଛି ।

୨୦୧୭ ସାଧାରଣ ନିର୍ବାଚନରେ ବିଜେପିକୁ ଉଲ୍ଲେଖନୀୟ ସଫଳତା ମିଳିଥିବାବେଳେ ତାକୁ ଆଗକୁ ନେବାରେ ବିଜେପି ସକ୍ଷମ ହୋଇପାରିଲା ନାହିଁ କାହିଁକି? ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ନିଜର ସଂଗଠନକୁ ସୁଦୃଢ଼ କରି ରାଜ୍ୟରେ ନିଜ ସପକ୍ଷରେ ମାହୋଲ୍ କରିବା ପରିବର୍ତ୍ତେ ଉପନିର୍ବାଚନଗୁଡ଼ିକୁ ବିନା ଜୋସରେ ଲଢ଼ିବା ବି ଦଳର କର୍ମୀ ଓ ସାଧାରଣ ଜନତାଙ୍କୁ ନିରାଶ କରିଛି । ଶାସକ ବିଜେଡି ପ୍ରତି ଅସନ୍ତୁଷ୍ଟ ଥିବା ଭୋଟର ଏବେ ରାଜ୍ୟରେ ବିକଳ୍ପ ଦଳଟିଏ ବି ପାଉନାହାନ୍ତି । ବିଜେପୁର, ପାଟକୁରା, ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନରେ ବିଜେପିର ରଣନୀତି ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପାଟକୁରାରେ ହେଭିୱେଟ୍ ବିଜୟ ମହାପାତ୍ରଙ୍କ ଜିତିବାର ମାହୋଲ୍‌କୁ ବି ବିଜେପି ନିଜ ସପକ୍ଷରେ ନେଇପାରିଲା ନାହିଁ । ଶେଷ ମୁହୂର୍ତ୍ତରେ ପାଟକୁରାରେ ବିଜୟ ଓ ପିପିଲିରେ ଆଶ୍ରିତଙ୍କୁ ନିଜ ଦମରେ ଲଢ଼ିବାକୁ ପଡ଼ିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ଏପଟେ ବିଜେପି ନେତା ଐରଖାରବେଳ ସ୍ୱାଇଁ କହିଛନ୍ତି ଯେ, ବିଜେଡିକୁ ହରାଇବା ପାଇଁ ବିଜେପି ପାଖରେ ବିକଳ୍ପ ବ୍ୟବସ୍ଥା ନାହିଁ । ତେଣୁ ଓଡ଼ିଶାରେ ବିଜେପି ବାରମ୍ବାର ବିଫଳ ହେଉଛି । ଦଳରେ ସମନ୍ୱୟର ଅଭାବ ରହିଛି । ଓଡ଼ିଶାରେ ବିଜେପି କାହିଁକି ହାରୁଛି ତା’ର ସମୀକ୍ଷା କେନ୍ଦ୍ରୀୟ ନେତୃତ୍ୱ କରିବା ଉଚିତ୍ ।

ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, କଂଗ୍ରେସରେ ଦଳୀୟ କନ୍ଦଳ ନୂଆକଥା ନୁହେଁ । ନେତୃତ୍ୱ ପରିବର୍ତ୍ତନ ନେଇ ହାଇକମାଣ୍ଡ ବିଚାର କରିବେ । ଯାହାର ଅସୁବିଧା ହେଉଛି ହାଇକମାଣ୍ଡଙ୍କୁ ଜଣାନ୍ତୁ । ପିପିଲିରେ ଦଳୀୟ ପ୍ରାର୍ଥୀ ୩ ନମ୍ବରରେ ରହିବେ ବୋଲି ଆମେ ଆଗରୁ କହି ସାରିଛୁ ।

ଅନ୍ୟପକ୍ଷରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ସବୁ ଉପନିର୍ବାଚନରେ ବିଜେଡି ଜିତିଛି । ପିପିଲି ଫଳାଫଳ ପଂଚାୟତ ନିର୍ବାଚନରେ କର୍ମୀଙ୍କ ମନୋବଳ ବୃଦ୍ଧି କରିବ । ବିକାଶ ସହ ଲୋକେ ରହିଲେ । ପଂଚାୟତ ନିର୍ବାଚନରେ ଦଳ ବିପୁଳ ବିଜୟ କରିବ । ନବୀନ ପଟ୍ଟନାୟକ ୧ ନମ୍ବର ଥିଲେ ଓ ରହିଛନ୍ତି ମଧ୍ୟ । ନବୀନଙ୍କ ନେତୃତ୍ୱ ଉପରେ ଲୋକଙ୍କ ଆସ୍ଥା ରହିଛି ।

The post କାହିଁକି ଲଢ଼ିପାରୁନି ବିଜେପି ଓ କଂଗ୍ରେସ ? ପିପିଲି ରେଜଲ୍ଟ ବିଜେଡି ପାଇଁ ବି ସତର୍କ ଘଣ୍ଟି appeared first on Odisha Reporter.

]]>
centre bottom 2021-10-04 20:57:51 https://odishareporter.in/wp-content/uploads/2021/10/congress-and-bjp.jpg
ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, ଦଶହରା ପୂର୍ବରୁ ଯିବେ ୩ ଜିଲ୍ଲା https://odishareporter.in/politics/before-dussehra-cm-naveen-patnaik-visit-the-district-680729 Fri, 01 Oct 2021 16:28:29 +0000 https://odishareporter.in/?p=680729

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲ୍ଲା ଗସ୍ତରେ ଯିବେ। ଦଶହରା ପୂର୍ବରୁ ୬ ଦିନିଆ ଦିଲ୍ଲୀ ଗସ୍ତ ଶେଷକରି ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ ୩ଟି ଜିଲ୍ଲା ଗସ୍ତ କରିବେ। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହରେ ୩ଟି ଜିଲ୍ଲାକୁ ସରକାରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ […]

The post ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, ଦଶହରା ପୂର୍ବରୁ ଯିବେ ୩ ଜିଲ୍ଲା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲ୍ଲା ଗସ୍ତରେ ଯିବେ। ଦଶହରା ପୂର୍ବରୁ ୬ ଦିନିଆ ଦିଲ୍ଲୀ ଗସ୍ତ ଶେଷକରି ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ ୩ଟି ଜିଲ୍ଲା ଗସ୍ତ କରିବେ। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହରେ ୩ଟି ଜିଲ୍ଲାକୁ ସରକାରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୪ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବାଣ୍ଟିବାର ଶୁଭାରମ୍ଭ କରିବା ସହ ୪୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହାପରେ ଆସନ୍ତା ୭ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ ପାଇଁ ସରକାରୀସ୍ତରରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେଉଥିବାବେଳେ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ଦଶହରା ପୂଜା ପରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ବ୍ରହ୍ମଗିରି ଓ ଦେବଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପାଇଁ ଅଚାନକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଏସପି ଓ ବରିଷ୍ଠ ଅଧିକାରୀମାନେ ଆଜି ବ୍ରହ୍ମଗିରି ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣଠୁ ସଭା ପର୍ଯ୍ୟନ୍ତ ଏହି ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ବିଜେଡି ପକ୍ଷରୁ ଆଜି ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅକ୍ଟୋବର ୮ରେ ବାରିପଦା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ଯାହାକୁ ଏବେ ସ୍ଥଗିତ ରଖାଯାଇଛି ଓ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୦ରୁ ୨୫ତାରିଖ ମଧ୍ୟରେ ବାରିପଦା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସମସ୍ତ ୩୦ଟି ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଗସ୍ତରୁ ରାଜନୀତିକ ଫାଇଦା ଉଠାଇବାକୁ ବିଜେଡି ଜୋରଦାର ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।

The post ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, ଦଶହରା ପୂର୍ବରୁ ଯିବେ ୩ ଜିଲ୍ଲା appeared first on Odisha Reporter.

]]>
centre bottom 2021-10-01 22:02:33 https://cdn.odishareporter.in/wp-content/uploads/2021/06/26074055/naveen.jpg
ପିପିଲି ଉପନିର୍ବାଚନରେ ୭୮.୨୫% ମତଦାନ, ନବୀନ ସରକାର ଅମଳରେ ସର୍ବାଧିକ ଭୋଟିଂ https://odishareporter.in/politics/happenings/78-25-percentage-vote-in-pipili-by-election-680726 Fri, 01 Oct 2021 16:17:42 +0000 https://odishareporter.in/?p=680726

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ମତଦାନ ଶେଷ ହୋଇଛି ଓ ମୋଟ ୭୮.୨୫ % ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିବାବେଳେ ପଶ୍ଚିମବଙ୍ଗ ଉପନିର୍ବାଚନ ତୁଳନାରେ ଓଡ଼ିଶାରେ ମତଦାନ ହାର ଅଧିକ ରହିଛି। ଏହାସହିତ ୧୯୯୫ ମସିହା ପରେ ପିପିଲି ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ଗତକାଲି ପିପିଲି ବିଧାନସଭା ଉପନିର୍ବାଚନରେ ମତଦାନ […]

The post ପିପିଲି ଉପନିର୍ବାଚନରେ ୭୮.୨୫% ମତଦାନ, ନବୀନ ସରକାର ଅମଳରେ ସର୍ବାଧିକ ଭୋଟିଂ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ମତଦାନ ଶେଷ ହୋଇଛି ଓ ମୋଟ ୭୮.୨୫ % ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିବାବେଳେ ପଶ୍ଚିମବଙ୍ଗ ଉପନିର୍ବାଚନ ତୁଳନାରେ ଓଡ଼ିଶାରେ ମତଦାନ ହାର ଅଧିକ ରହିଛି। ଏହାସହିତ ୧୯୯୫ ମସିହା ପରେ ପିପିଲି ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ଗତକାଲି ପିପିଲି ବିଧାନସଭା ଉପନିର୍ବାଚନରେ ମତଦାନ ହାର ୭୮. ୨୫% ରହିଥିଲା, ଯାହାକି ନବୀନ ପଟ୍ଟନାୟକ ସରକାର ଅମଳରେ ସର୍ବାଧିକ ମତଦାନ। ୨୦୦୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପିପିଲିରେ ୫ଟି ବିଧାନସଭା ନିର୍ବାଚନ ହୋଇଥିବାବେଳେ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀ ହିଁ ପ୍ରାର୍ଥୀ ହେଉଥିଲେ। କିନ୍ତୁ କୌଣସି ଗୋଟିଏ ଥର ବି ଏତେ ପରିମାଣରେ ମତଦାନ ହୋଇନାହିଁ, ଯାହା ଚଳିତ ଉପନିର୍ବାଚନରେ ହୋଇଛି।

ଶେଷଥର ପାଇଁ ୧୯୯୫ ମସିହାରେ ପିପିଲିରେ ୮୨.୩ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ଓ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ବିଜୟୀ କରାଇଥିଲେ। ୨୦୦୦ ମସିହାରୁ ନିୟମିତ ଭାବେ ବିଜେଡି ନେତା ପ୍ରଦୀପ ମହାରଥୀ ବିଜୟୀ ହେଉଥିଲେ ମଧ୍ୟ ମତଦାନ ହାର ଅପେକ୍ଷାକୃତ କମ୍ ରହିଛି। ଶ୍ରୀ ମହାରଥୀଙ୍କ ଅକାଳ ମୃତ୍ୟୁ ଯୋଗୁ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି।

ତେବେ ପିପିଲି ବିଧାନସଭା ନିର୍ବାଚନରେ ମତଦାନ ହାର ୨୦୦୦ ମସିହାରେ ୭୦.୮% ଥିବାବେଳେ ପ୍ରଦୀପ ମହାରଥୀ ୨୨୭୨୬ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ବିଜେଡି ନେତା ଶ୍ରୀ ମହାରଥୀ ୨୦୦୪ ନିର୍ବାଚନରେ ମତଦାନ ହାର ୭୩.୪ ପ୍ରତିଶତ ଥିବାବେଳେ ୧୦୬୧୨ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।

ସେହିପରି ୨୦୦୯ ବିଧାନସଭା ନିର୍ବାଚନରେ ୭୩.୪ ପ୍ରତିଶତ ମତଦାନ ହାର ଓ ୧୨୫୦୫ ଖଣ୍ଡ ଭୋଟରେ, ୨୦୧୪ ନିର୍ବାଚନରେ ୭୭.୪% ମତଦାନ ହାର ଓ ୩୩୪୭୪ଖଣ୍ଡ ଭୋଟ ଏବଂ ୨୦୧୯ ନିବାଚନରେ ୭୬% ମତଦାନ ହାର ଓ ୧୫୭୮୭ଖଣ୍ଡ ଭୋଟରେ ମହାରଥୀ ବିଜୟୀ ହୋଇଥିଲେ । ତାଙ୍କର ଅକାଳ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଛନ୍ତି । ମଇଦାନରେ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ରୁଦ୍ରପ୍ରତାପଙ୍କ ମଧ୍ୟରେ ହିଁ ଲଢ଼େଇ ହୋଇଛି । ଗତକାଲି ଶାନ୍ତିଶୃଙ୍ଖଳାର ସହ ପିପିଲିରେ ମତଦାନ ଶେଷ ହୋଇଛି।

The post ପିପିଲି ଉପନିର୍ବାଚନରେ ୭୮.୨୫% ମତଦାନ, ନବୀନ ସରକାର ଅମଳରେ ସର୍ବାଧିକ ଭୋଟିଂ appeared first on Odisha Reporter.

]]>
centre top 2021-10-01 21:47:42 https://odishareporter.in/wp-content/uploads/2021/10/evm.jpg
କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ? ଏମିତି ଜବାବ ରଖିଲେ https://odishareporter.in/politics/happenings/pradeep-majhi-reply-on-whether-he-joining-bjd-or-not-680453 Thu, 30 Sep 2021 14:45:20 +0000 https://odishareporter.in/?p=680453

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଲଗାତର ଜାରି ରହିଛି। ତେବେ ସତରେ କ’ଣ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ କି ପ୍ରଦୀପ? ଏ ନେଇ ଜବାବ ରଖିଛନ୍ତି ଖୋଦ ପ୍ରଦୀପ ମାଝୀ। ଓଟିଭିର ଲୋକପ୍ରିୟ ଟକ୍ ଶୋ’ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ। ପାଓ୍ୱାର କରିଡରରେ ରହି ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଲେ, ଦଳ ପରିବର୍ତ୍ତନ କରିବେ […]

The post କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ? ଏମିତି ଜବାବ ରଖିଲେ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଲଗାତର ଜାରି ରହିଛି। ତେବେ ସତରେ କ’ଣ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ କି ପ୍ରଦୀପ? ଏ ନେଇ ଜବାବ ରଖିଛନ୍ତି ଖୋଦ ପ୍ରଦୀପ ମାଝୀ।

ଓଟିଭିର ଲୋକପ୍ରିୟ ଟକ୍ ଶୋ’ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ। ପାଓ୍ୱାର କରିଡରରେ ରହି ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଲେ, ଦଳ ପରିବର୍ତ୍ତନ କରିବେ କି ବୋଲି ହୋଷ୍ଟ ମନରଂଜନ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏପରି ସୁଯୋଗ ମିଳିଲେ ବିଚାର କରିବେ।

ପ୍ରଦୀପ ମାଝୀ କହିଛନ୍ତି, ମୁଁ କେବେବି ବିଜେଡି ଆଇଡୋଲୋଜିକୁ ବିଶ୍ୱାସ କରିବା କଥା କହିନାହିଁ। କଂଗ୍ରେସ ଓ ବିଜେଡି ଆଇଡୋଲୋଜି ଭିତରେ ବିଶେଷ ଫରକ ନାହିଁ। ବିଜେଡିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଆଜି ନୁହେଁ ଗତ ତିନି-ଚାରି ବର୍ଷ ଧରି ହେଇ ଆସୁଛି। ଆଇଡୋଲୋଜି ପରିବର୍ତ୍ତନ କରିବାର ସେମିତି ଯୋଜନା ନାହିଁ। କିନ୍ତୁ ଲୋକଙ୍କ ସେବା କରିବାର ଅଧିକ ସୁଯୋଗ ମିଳିଲେ, ତାକୁ ହାତଛଡ଼ା କରିବା ଠିକ୍ ହେବ ନାହିଁ।

ଯଦି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ମିଳେ, ତାହେଲେ ଏହା ଉପରେ ମୁଁ ନିଶ୍ଚୟ ଚିନ୍ତା କରିବି। ଆଦର୍ଶ ଦୃଷ୍ଟିରୁ ଦେଖିଲେ କଂଗ୍ରେସ ଓ ବିଜେଡି ମଧ୍ୟରେ ବିଶେଷ କିଛି ଫରକ ନାହିଁ। ବିଜେଡିକୁ ପ୍ରଶଂସା କରି ସେ କହିଛନ୍ତି, ଏହି ଦଳରେ ଶୃଙ୍ଖଳା ଅଛି, ଶାସନରେ ସ୍ଥିରତା ଅଛି, ଯାହାକି କଂଗ୍ରେସରେ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ‘ଓଡ଼ିଶା ରିପୋର୍ଟର’ ସହ କଥାବାର୍ତ୍ତାବେଳେ ୪୫ବର୍ଷୀୟ ଶ୍ରୀ ମାଝୀ ସ୍ପଷ୍ଟ ଭାବେ କିଛି କହିନଥିଲେ ମଧ୍ୟ ବିଜେଡିରେ ସାମିଲ ହେବା ପ୍ରସଙ୍ଗକୁ ସେ ସମ୍ପୂର୍ଣ୍ଣ ଏଡ଼ାଇ ନଥିଲେ। ରାଜ୍ୟରେ କଂଗ୍ରେସ ସଂଗଠନ ଦିନକୁ ଦିନ ତଳକୁ ତଳ ଯାଉଥିବାବେଳେ ଶ୍ରୀ ମାଝୀ ଦଳ ଛାଡ଼ିବା ପ୍ରାୟତଃ ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି।

ନବରଙ୍ଗପୁର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜେଡି ପାଖରେ ଜଣେ ଦକ୍ଷ ଆଦିବାସୀ ନେତା ନଥିବାରୁ ଦଳ ଏବେ ଶ୍ରୀ ମାଝୀଙ୍କ ଉପରେ ଭରସା କରିବାକୁ ଯୋଜନା ରଖିଛି । ଶ୍ରୀ ମାଝୀ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ୨୦୦୯ରୁ ୨୦୧୧ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଭାବେ ନବରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ । ତା’ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

The post କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ? ଏମିତି ଜବାବ ରଖିଲେ appeared first on Odisha Reporter.

]]>
right bottom 2021-09-30 21:47:54 https://cdn.odishareporter.in/wp-content/uploads/2021/08/24134302/pradeep-majhi.jpg
ଖରସ୍ରୋତା ମେଗା ପ୍ରକଳ୍ପର ଜାଲ୍ ରିପୋର୍ଟ ଦେଲା କିଏ, କ୍ରାଇମବାଂଚ ତଦନ୍ତ ହେଉ: କଂଗ୍ରେସ https://odishareporter.in/politics/congress-criticized-odisha-govt-680144 Wed, 29 Sep 2021 17:04:43 +0000 https://odishareporter.in/?p=680144

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ହାଇଦ୍ରାବାଦ ଆଇଆଇଟିର ଜାଲ୍ ରିପୋର୍ଟ ଦେଖାଇ ରାଜ୍ୟ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି। ଏହି ଜାଲ୍ ରିପୋର୍ଟ ଦେଲା କିଏ ଓ ସରକାର କିଭଳି ଏହି ପ୍ରକଳ୍ପକୁ ମଞ୍ଜୁର କଲେ ତା’ର ତଦନ୍ତ କ୍ରାଇମବ୍ରାଂଚ କରୁ ବୋଲି କଂଗ୍ରେସ କହିବା ସହ ଠିକାଦାର ସଂସ୍ଥାକୁ ତୁରନ୍ତ କଳା ତାଲିକାଭୁକ୍ତ ପାଇଁ ଦାବି କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ […]

The post ଖରସ୍ରୋତା ମେଗା ପ୍ରକଳ୍ପର ଜାଲ୍ ରିପୋର୍ଟ ଦେଲା କିଏ, କ୍ରାଇମବାଂଚ ତଦନ୍ତ ହେଉ: କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ହାଇଦ୍ରାବାଦ ଆଇଆଇଟିର ଜାଲ୍ ରିପୋର୍ଟ ଦେଖାଇ ରାଜ୍ୟ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି। ଏହି ଜାଲ୍ ରିପୋର୍ଟ ଦେଲା କିଏ ଓ ସରକାର କିଭଳି ଏହି ପ୍ରକଳ୍ପକୁ ମଞ୍ଜୁର କଲେ ତା’ର ତଦନ୍ତ କ୍ରାଇମବ୍ରାଂଚ କରୁ ବୋଲି କଂଗ୍ରେସ କହିବା ସହ ଠିକାଦାର ସଂସ୍ଥାକୁ ତୁରନ୍ତ କଳା ତାଲିକାଭୁକ୍ତ ପାଇଁ ଦାବି କରିଛି।

କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଜାଲ ରିପୋର୍ଟ ଦେଖାଇ ରାଜ୍ୟ ସରକାର ଏହାକୁ ମଞ୍ଜୁର କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ହିଁ ପ୍ରଥମେ ଖୁଲାସା କରିଥିଲା । ଏବେ ଆରଟିଆଇ ତଥ୍ୟ ରାଜ୍ୟ ସରକାରଙ୍କୁ ଜାଲିଆତିକୁ ସ୍ପଷ୍ଟ ଦିବାଲୋକରେ ଧରା ପକେଇ ଦେଇଛି। ଖରସ୍ରୋତା ନଦୀ ଉପରେ ଭଦ୍ରକ ଜିଲ୍ଲା ପାଇଁ ହେଉଥିବା ୧ ହଜାର କୋଟି ଟଙ୍କାର ସଂପୂର୍ଣ୍ଣ ମେଗାପାଇପ ଜଳ ପ୍ରକଳ୍ପଟି ସବୁଠୁ ଏକ ବଡ଼ ଦୁର୍ନୀତି ବୋଲି ଆଇଆଇଟି ହାଇଦ୍ରାବାଦ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟରୁ ପ୍ରମାଣିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଇଆଇଟିର ଜାଲି ରିପୋର୍ଟ ରାଜ୍ୟ ଇତିହାସର ସବୁଠାରୁ କଳଙ୍କିତ ଘଟଣା ବୋଲି କଂଗ୍ରେସ କହିଛି।

ପରିବେଶ ମଂଜୁରୀ ପାଇଁ ଜାଲ ରିପୋର୍ଟ ପ୍ରଦାନ କରିବା ଏକ ଧର୍ତ୍ତବ୍ୟ ଅପରାଧ, ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଆରଡବ୍ଲୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ମକଦମା ରୁଜୁ କରାଯିବା ପାଇଁ କଂଗ୍ରେସ ଦାବି କରୁଛି। ଯେହେତୁ ଜାଲ ରିପୋର୍ଟ ବଳରେ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି ତେଣୁ ଧରାପଡ଼ିବା ପରେ ସଂପୂର୍ଣ୍ଣ ପ୍ରକଳ୍ପ ବେଆଇନ ଏବଂ ଅବୈଧ ତେଣୁ ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛିି । ଏଭଳି ଏକ ବିରାଟ ଦୁର୍ନୀତି ସମ୍ଭବପର ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଭୂମିକାକୁ ଏଡ଼ାଇ ଦିଆଯାଇ ନପାରେ ଯେଉଁଥିପାଇଁ ବିଧାୟକ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡ଼ି ନେତା ମୁହଁ ଖୋଲୁନାହାଁନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ଜାଲ ସାର୍ଟିଫିକେଟ ଆସିଲା କେଉଁଠୁ, କିଏ ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରିଛି ଏହାର ତଦନ୍ତ ସରିବା ଯାଏ ଗ୍ରାମୀଣ ଜଳ ଯୋଗାଣ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଉ ଏବଂ ସଂପୃକ୍ତ ଠିକାଦାର ସଂସ୍ଥାକୁ ରାଜ୍ୟରେ ବ୍ଲାକଲିଷ୍ଟ କରାଯାଉ ବୋଲି ଶ୍ରୀ ନାୟକ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏହି ଘୋଟାଲାରେ କୌଣସି ଭୂମିକା ନାହିଁ ତେବେ କାଳବିଳମ୍ବ ନକରି ଜାଲ ରିପୋର୍ଟ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥି, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

The post ଖରସ୍ରୋତା ମେଗା ପ୍ରକଳ୍ପର ଜାଲ୍ ରିପୋର୍ଟ ଦେଲା କିଏ, କ୍ରାଇମବାଂଚ ତଦନ୍ତ ହେଉ: କଂଗ୍ରେସ appeared first on Odisha Reporter.

]]>
right bottom 2021-09-29 22:34:43 https://cdn.odishareporter.in/wp-content/uploads/2019/11/27183746/satya.jpg
ପୁଲିସ୍ ତ ସୁରକ୍ଷିତ ନୁହେଁ, ଲୋକେ କ’ଣ ସୁରକ୍ଷିତ ରହିବେ: ବିଜେପି https://odishareporter.in/politics/happenings/bjp-demands-strict-action-against-balanga-police-station-incident-679786 Tue, 28 Sep 2021 15:23:56 +0000 https://odishareporter.in/?p=679786

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି। ଯେଉଁ ଅଂଚଳରେ ନିଜେ ରକ୍ଷକ ସୁରକ୍ଷିତ ନାହାନ୍ତି, ସେ ଅଂଚଳବାସୀ କେମିତି ସୁରକ୍ଷିତ ରହିବେ ବୋଲି ବିଜେପି ଅଭିଯୋଗ କରିଛି। ସ୍ଥାନୀୟ ପୁଲିସ ଏବଂ ସରକାରୀ କର୍ମଚାରୀଙ୍କ ସହାୟତାରେ ଭୋଟରମାନଙ୍କୁ ଅର୍ଥ ଦେଇ ପ୍ରଭାବିତ କରାଯାଉଛି। ଭୋଟ ଗ୍ରହଣ ଦିନ ବୁଥ୍ […]

The post ପୁଲିସ୍ ତ ସୁରକ୍ଷିତ ନୁହେଁ, ଲୋକେ କ’ଣ ସୁରକ୍ଷିତ ରହିବେ: ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି। ଯେଉଁ ଅଂଚଳରେ ନିଜେ ରକ୍ଷକ ସୁରକ୍ଷିତ ନାହାନ୍ତି, ସେ ଅଂଚଳବାସୀ କେମିତି ସୁରକ୍ଷିତ ରହିବେ ବୋଲି ବିଜେପି ଅଭିଯୋଗ କରିଛି।

ସ୍ଥାନୀୟ ପୁଲିସ ଏବଂ ସରକାରୀ କର୍ମଚାରୀଙ୍କ ସହାୟତାରେ ଭୋଟରମାନଙ୍କୁ ଅର୍ଥ ଦେଇ ପ୍ରଭାବିତ କରାଯାଉଛି। ଭୋଟ ଗ୍ରହଣ ଦିନ ବୁଥ୍ ଭିତରେ ପଶି ଗଣ୍ଡଗୋଳ ଭିଆଇବା ସହ ବିଜେପି ଏଜେଣ୍ଟଙ୍କୁ ଅପହରଣ ଓ ଅର୍ଥ ବଳରେ ପ୍ରଭାବିତ କରି ଜୋର ଜବରଦସ୍ତ ଭୋଟ୍ ହାତେଇବାକୁ ବିଜେଡି ଯୋଜନା କରିଛି। ଏନେଇ ବିଜେପି ପକ୍ଷରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଧିବଦ୍ଧ ଭାବେ ଦାବିପତ୍ର ଦିଆଯାଇଛି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭୋଟ ଗ୍ରହଣ ତାରିଖ ଯେତେ ପାଖେଇ ଆସୁଛି, ଦିନକୁ ଦିନ ଏହି ଅଂଚଳରେ ହିଂସା ଓ ଅଶାନ୍ତ ବାତାବରଣ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଗତ କିଛି ଦିନ ମଧ୍ୟରେ ଘଟିଯାଇଥିବା ଘଟଣାଗୁଡ଼ିକ ହିଁ ଏହି ଅଂଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଗତକାଲି ରାତିରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସୀମାରେ ଥିବା ବଳଙ୍ଗା ଥାନା ବିସ୍ପୋରଣ ସାଧାରଣ ଜନତାଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ଏହି ଥାନାର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଥମେ ସାତଶଙ୍ଖସ୍ଥିତ ବିଜେପି ନିର୍ବାଚନ କାର୍ଯ୍ୟାଳୟରେ ବୋମାମାଡ ଏବଂ ପରେ ବଳଙ୍ଗା ଥାନା ବିସ୍ପୋରଣ ଆଦୌ ଅକସ୍ମାତ ନୁହେଁ ବରଂ ଏହା ଏକ ସୁପରିକଳ୍ପିତ। ବଳଙ୍ଗା ଥାନାରେ କେତେ ଦିନ ହେଲା ବାଣ ଥିଲା ଏବଂ କାହିଁକି ଓ କାହା ପ୍ରରୋଚନାରେ ନିଷ୍କ୍ରିୟ କରାଯାଇନଥିଲା, ତା’ର ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଡଃ ପାତ୍ର କହିଛନ୍ତି।

ବିଜେଡି ଗୁଣ୍ଡା ଓ କର୍ମକର୍ତ୍ତାଙ୍କ ଜରିଆରେ ଶାସକ ବିଜେଡି ନେତାମାନେ ବିଜେପି ନେତା ଓ କର୍ମୀଙ୍କୁ ପ୍ରଚାର କାର୍ଯ୍ୟରେ ବାଧା ଦେବା, ଧମକ ଦେବା, ଆକ୍ରମଣ କରିବା ଭଳି ଅଗଣତାନ୍ତ୍ରିକ ପନ୍ଥା ଆପାଣାଇଛନ୍ତି। ପିପିଲି ଅଂଚଳରେ ଗ୍ୟାଙ୍ଗୱାର ଦୀର୍ଘ ବର୍ଷ ଧରି ଜାରି ରହିଛି। ଭୋଟରଙ୍କ ମନରେ ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି ନିର୍ବାଚନକୁ ପ୍ରଭାବିତ କରିବାର ପ୍ରୟାସ ଜାରି ରଖିଛି। ତେଣୁ ସମସ୍ତ ବୁଥ୍‌ରେ ଅବାଧ, ମୁକ୍ତ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯିବା ସହ ସିସିଟିଭି ଓ ୱେବକାଷ୍ଟ କରିବା ପାଇଁ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଦାବି କରାଯାଇଛି।

ଡଃ ପାତ୍ରଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଠାକୁର ରଣଜିତ୍ ଦାସ, ଉର୍ମିଳା ମହାପାତ୍ର,ଶ୍ରୀତମ ଦାସ, ଜୟନ୍ତ ଜେନା, ସୁଜିତ୍ କୁମାର ଦାସ, କାମାକ୍ଷା ପ୍ରଧାନ ପ୍ରମୁଖ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି।

The post ପୁଲିସ୍ ତ ସୁରକ୍ଷିତ ନୁହେଁ, ଲୋକେ କ’ଣ ସୁରକ୍ଷିତ ରହିବେ: ବିଜେପି appeared first on Odisha Reporter.

]]>
right bottom 2021-09-28 20:53:56 https://odishareporter.in/wp-content/uploads/2021/09/bjp-7.jpg
ରାଜଧାନୀରୁ ୨୦କିମି ଦୂର ପିପିଲିରେ ବିକାଶ ବହୁ ଦୂରରେ: ବିଜେପି https://odishareporter.in/politics/happenings/bjp-criticise-state-govt-on-last-day-of-pipili-byelection-campaign-679516 Mon, 27 Sep 2021 16:28:48 +0000 https://odishareporter.in/?p=679516

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପ୍ରଚାରର ଶେଷଦିନରେ ବିଜେପି,କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ପିପିଲିରେ ପ୍ରଚାରରେ ଶେଷଦିନରେ କଂଗ୍ରେସର ବହୁ ହେଭିୱେଟ୍ ନେତା ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବାବେଳେ ବିଜେଡି ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କ ମାଧ୍ୟମରେ ପ୍ରଚାର କରିଛି। ବିଜେପି ମଧ୍ୟ ପିପିଲିରେ ବିକାଶକୁ ପ୍ରସଙ୍ଗ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ପିପିଲିରେ ଦଳୀୟ ପ୍ରାର୍ଥୀ ଆଶ୍ରିତ […]

The post ରାଜଧାନୀରୁ ୨୦କିମି ଦୂର ପିପିଲିରେ ବିକାଶ ବହୁ ଦୂରରେ: ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପ୍ରଚାରର ଶେଷଦିନରେ ବିଜେପି,କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ପିପିଲିରେ ପ୍ରଚାରରେ ଶେଷଦିନରେ କଂଗ୍ରେସର ବହୁ ହେଭିୱେଟ୍ ନେତା ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବାବେଳେ ବିଜେଡି ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କ ମାଧ୍ୟମରେ ପ୍ରଚାର କରିଛି। ବିଜେପି ମଧ୍ୟ ପିପିଲିରେ ବିକାଶକୁ ପ୍ରସଙ୍ଗ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ପିପିଲିରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର କରିବା ସହ ପିପିଲି ନିର୍ବାଚନମଣ୍ଡଳୀରେ ବିକାଶ ବହୁ ଦୂରରେ ବୋଲି କହିଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ମାତ୍ର ୨୦କିମି ଦୂରରେ ପିପିଲିର ବିକାଶର ସ୍ଥିତି ଯାହା ତାହା ସମଗ୍ର ରାଜ୍ୟର ନବୀନ ପଟ୍ଟନାୟକ ସରକାର ଅସଲ ମୁଖା ଖୋଲି ଦେଇଛି। ପିପିଲି-ଡେଲାଙ୍ଗ ଅଂଚଳର ବିକାଶ ଆଜି ମଧ୍ୟ ବହୁ ଦୂରରେ ପରିଲକ୍ଷିତ ହେବା ଅତ୍ୟନ୍ତ ଲଜ୍ଜାଜନକ।

ପିପିଲି ଚାନ୍ଦୁଆ ପାଇଁ ବିଶ୍ୱବିଖ୍ୟାତ। ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ବିଶ୍ୱବିଖ୍ୟାତ ପିପିଲି ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ୱଂସାଭିମୁଖୀ। ସେହିପରି ଏକଦା ରାଜଧାନୀ ଭୂବନେଶ୍ୱର ତଥା ଆଖପାଖ ଅଂଚଳକୁ ପନିପରିବା ଯୋଗାଇ ଆସୁଥିବା ପିପିଲି-ଡେଲାଙ୍ଗ ଅଂଚଳରେ ଜଳସେଚନ ଅଭାବରୁ ଆଜି ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ । ଛାଷୀ ଭାଇଭଉଣୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିନାହିଁ ।

ରାଜ୍ୟର ଉପାନ୍ତ ଅଂଚଳରେ ଥିବା ରାସ୍ତାଘାଟରୁ ନିମ୍ନମାନର ରାସ୍ତାଘାଟ ପରିଲକ୍ଷିତ ହେଉଛି । ସାମାନ୍ୟ ବର୍ଷା ପାଣି କାରଣରୁ ଗମନାଗମନ ଓ ଯାତାୟତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ। ଏହି ଅଂଚଳବାସୀ ବାସଗୃହ, ପାନୀୟ ଜଳ, ରାସ୍ତାଘାଟ, ସ୍ୱାସ୍ଥ୍ୟ ସେବା ଭଳି ମୈାଳିକ ସୁବିଧା ପାଇବାକୁ ବଂଚିତ ହେଉଛନ୍ତିା ଫନୀ ବାତ୍ୟା ବିତିବାର ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ସୁଦ୍ଧା ଅଂଚଳର ଗରିବ ଲୋକଙ୍କ ସମସ୍ୟା ବର୍ତମାନ ମଧ୍ୟ ଆଖି ସମ୍ମୁଖରେ ଦୃଶ୍ୟମାନ ହେଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।

କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ରାଜ୍ୟବାସୀଙ୍କୁ ବୋକା ବନାଇବା ସହ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଶାସକ ବିଜେଡିର କାର୍ଯ୍ୟକର୍ତା ଏବଂ ନେତୃବୃନ୍ଦ ହଡ଼ପ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନ ସମୟରେ ମିଛ କଥା ଓ ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କ ଭୋଟ ହାତେଇ ବିଜେଡି ବାରମ୍ବାର ପ୍ରତାରଣ ଦେଇ ଆସୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରଚାର ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଶରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

The post ରାଜଧାନୀରୁ ୨୦କିମି ଦୂର ପିପିଲିରେ ବିକାଶ ବହୁ ଦୂରରେ: ବିଜେପି appeared first on Odisha Reporter.

]]>
right top 2021-09-27 21:58:48 https://cdn.odishareporter.in/wp-content/uploads/2021/02/13223157/sameer-mohanty.jpg
ମୁଖ୍ୟମନ୍ତ୍ରୀ ୪ରେ ଗଜପତି ଓ ୮ରେ ମୟୂରଭଞ୍ଜ ଯିବେ https://odishareporter.in/politics/happenings/cm-visits-gajapati-and-mayurbhanj-on-4th-and-8th-october-respectively-679493 Mon, 27 Sep 2021 15:37:56 +0000 https://odishareporter.in/?p=679493

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବୁଧବାର ଭୁବନେଶ୍ୱର ଫେରିବା ପରେ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ସେହିପରି ୮ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅକ୍ଟୋବର […]

The post ମୁଖ୍ୟମନ୍ତ୍ରୀ ୪ରେ ଗଜପତି ଓ ୮ରେ ମୟୂରଭଞ୍ଜ ଯିବେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବୁଧବାର ଭୁବନେଶ୍ୱର ଫେରିବା ପରେ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ସେହିପରି ୮ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହାସହିତ ପ୍ରାୟ ୩୪୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପାରଳାଖେମୁଣ୍ଡିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାକୁ ୮ତାରିଖରେ ମୁଖ୍ୟମନ୍ତ୍ରୀ ଗସ୍ତ କରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ୮ତାରିଖରେ ବାରିପଦା ଗସ୍ତ କରି ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ପ୍ରାୟ ୭୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିପାରନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ଜିଲ୍ଲାକୁ ସରକାରୀ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଶାସକ ବିଜେଡି ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ନିଜର ନେତାମାନଙ୍କୁ ବ୍ଲକୱାରି ଦାୟିତ୍ୱ ବଣ୍ଟନ କରିଛି। ମାଲକାନଗିରି, ସୁନ୍ଦରଗଡ଼ ଓ ବଲାଙ୍ଗିର ପରେ ବିଜେଡିର ମନ୍ତ୍ରୀ ଓ ରାଜ୍ୟସ୍ତରୀୟ ନେତାମାନେ ଏହି ଦୁଇ ଜିଲ୍ଲାରେ ମଧ୍ୟ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ।

ଗଜପତି ଜିଲ୍ଲାରେ ୧୪ ମନ୍ତ୍ରୀଙ୍କ ସମେତ ୪୦ରୁ ଅଧିକ ନେତା ଏବଂ ମୟୂରଭଞ୍ଜ ଜିଲ୍ଲାରେ ୧୭ ମନ୍ତ୍ରୀଙ୍କ ସମେତ ୭୦ରୁ ଅଧିକ ନେତାଙ୍କ ମାଧ୍ୟମରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଗତ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ଭଲ ପ୍ରଦର୍ଶନ କରିନଥିବାରୁ ଏବେ ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି।

The post ମୁଖ୍ୟମନ୍ତ୍ରୀ ୪ରେ ଗଜପତି ଓ ୮ରେ ମୟୂରଭଞ୍ଜ ଯିବେ appeared first on Odisha Reporter.

]]>
right bottom 2021-09-27 21:07:56 https://cdn.odishareporter.in/wp-content/uploads/2021/07/15160038/cm-naveen-patnaik-1.jpg
ପିପିଲିରେ ସରିଲା ପ୍ରଚାର: ଗୁରୁବାର ୩୪୮ ବୁଥରେ ହେବ ଭୋଟ୍‌ https://odishareporter.in/politics/happenings/pipili-byelection-campaign-ends-vote-on-30th-september-679487 Mon, 27 Sep 2021 15:33:22 +0000 https://odishareporter.in/?p=679487

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ଥର ସ୍ଥଗିତ ରହିବା ପରେ ଆସନ୍ତା ଗୁରୁବାର ୩୦ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବନ୍ଦ କରିଥିବାବେଳେ ଆସନ୍ତା ୩୦ତାରିଖରେ ପିପିଲି ନିର୍ବାଚନମଣ୍ଡଳୀର ମୋଟ ୩୪୮ଟି ବୁଥରେ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ମଇଦାନରେ […]

The post ପିପିଲିରେ ସରିଲା ପ୍ରଚାର: ଗୁରୁବାର ୩୪୮ ବୁଥରେ ହେବ ଭୋଟ୍‌ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ଥର ସ୍ଥଗିତ ରହିବା ପରେ ଆସନ୍ତା ଗୁରୁବାର ୩୦ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବନ୍ଦ କରିଥିବାବେଳେ ଆସନ୍ତା ୩୦ତାରିଖରେ ପିପିଲି ନିର୍ବାଚନମଣ୍ଡଳୀର ମୋଟ ୩୪୮ଟି ବୁଥରେ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ମଇଦାନରେ ମୋଟ ୧୦ଜଣ ପ୍ରାର୍ଥୀ ରହିଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ଏକଜିଟ୍ ପୋଲ ଉପରେ ନିର୍ବାଚନ କମିଶନ କଟକଣା ଜାରି ରହିଛନ୍ତି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ ଭୋଟ ଫଳାଫଳର ପୂର୍ବାନୁମାନ ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ବୋଲି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ପାଇଁ ମୋଟ ୩୪୮ ବୁଥରେ ଭୋଟଗ୍ରହଣ କରାଯିବ। ଏହି ବୁଥ ମଧ୍ୟରୁ ପ୍ରାୟ ୧୦୨ଟି ବୁଥକୁ ଅତିସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ୍ ଗାଇଡଲାଇନକୁ ପାଳନ କରି ଭୋଟଗ୍ରହଣ କରାଯିବ । ସାନିଟାଇଜର, ଥର୍ମାଲ ସ୍କାନିଂ ଆଦି ବ୍ୟବସ୍ଥା ପ୍ରତ୍ୟେକ ବୁଥରେ କରାଯିବ। ଏଥିପାଇଁ ମୋଟ ୧୭୪୦ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩୪୦ଜଣଙ୍କୁ ରିଜର୍ଭ ରଖାଯାଇଛି । ମୋଟ ୨.୨୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ବୋଲି ସୂଚନା ମିଳିଛି।

ଭୋଟ ଗ୍ରହଣ ଗୁରୁବାର ହେବାକୁ ଥିବାବେଳେ ପିପିଲିରେ ଡେରା ପକାଇଥିବା ନିର୍ବାଚନମଣ୍ଡଳୀ ବାହାରର ନେତାମାନଙ୍କୁ ସ୍ଥାନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ୧୦ରୁ ଅଧିକ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ପ୍ରଚାରର ମଙ୍ଗ ଧରିଥିବାବେଳେ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଗୋଟିଏ ଦିନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ। ପ୍ରଥମଥର ପାଇଁ ଏହି ଉପନିର୍ବାଚନରେ ବିଜେଡି ନିଜର ଷ୍ଟାର ପ୍ରଚାରକ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ନାହିଁ।

The post ପିପିଲିରେ ସରିଲା ପ୍ରଚାର: ଗୁରୁବାର ୩୪୮ ବୁଥରେ ହେବ ଭୋଟ୍‌ appeared first on Odisha Reporter.

]]>
centre top 2021-09-27 21:03:22 https://odishareporter.in/wp-content/uploads/2021/09/pipili-by-election.jpg