ଗସିପ୍ ଗଳି – Odisha Reporter https://odishareporter.in Wed, 29 Jul 2020 13:09:32 +0000 en-US hourly 1 ଏ ପାଣି ଗୁଆଘିଅ ଭଳି, ଫରେନ ଯାଏ https://odishareporter.in/odisha/unseen-side-of-congress-mla-sura-routray-bbsr-557260 Wed, 29 Jul 2020 11:34:03 +0000 https://odishareporter.in/?p=557260

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ସୁର ଭାଇଙ୍କୁ କିଏ ବା ନଜାଣେ। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ବୟସାଧିକ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯବାନ ଟୋକାଭଳି ସୁସ୍ଥ ରଖିଛନ୍ତି। ତାଙ୍କ ରାଜନୈତିକ ଜୀବନ ଛାଡ଼ି ଆଜି ଆମେ ତାଙ୍କ ଫିଟନେସ୍‌ ମନ୍ତ୍ରର […]

The post ଏ ପାଣି ଗୁଆଘିଅ ଭଳି, ଫରେନ ଯାଏ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ସୁର ଭାଇଙ୍କୁ କିଏ ବା ନଜାଣେ। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ବୟସାଧିକ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯବାନ ଟୋକାଭଳି ସୁସ୍ଥ ରଖିଛନ୍ତି। ତାଙ୍କ ରାଜନୈତିକ ଜୀବନ ଛାଡ଼ି ଆଜି ଆମେ ତାଙ୍କ ଫିଟନେସ୍‌ ମନ୍ତ୍ରର ଗୋଟିଏ ଦିଗ ଉପରେ କହିବୁ। ତାହା ହେଉଛି ତାଙ୍କ ଗାଧୁଆ।

ପ୍ରତିଦିନ ତାଙ୍କ ଦିନଚର୍ଯ୍ୟା ମଧ୍ୟରେ ଗାଧୁଆ ବି ଭାରି ସ୍ୱତନ୍ତ୍ର। ଆପଣ ବି ଦେଖିଲେ ଚମକି ପଡ଼ିବେ। ଏ ବୟସରେ ପୂରା ରାଜକୀୟ ଠାଣିରେ ଗାଧୁଆ। ଆଉ ରାଜହଂସ ଭଳି ଜଳକ୍ରୀଡ଼ା। ଭରା ପୋଖରୀରେ ସେ ଜଳହସ୍ତୀ ଭଳି ବୁଡ଼ ପକାନ୍ତି ଆଉ ହଂସ ଭଳି ସନ୍ତରଣ କରନ୍ତି। ଗୁଆଝର ମଠରେ ଥିବା ଏହି ପୋଖରୀ ତାଙ୍କ ପାଇଁ ଓଡ଼ିଶାର ଗଙ୍ଗା । ସେଠାକୁ ଯାଇ ଥରେ ବୁଡ଼ ନ ପକେଇଲେ ତାଙ୍କୁ ଜମାରୁ ଭଲ ଲାଗେନି।

ସୁର ଭାଇଙ୍କ ମତରେ ଗୁଆଝର ପାଣି ହେଉଛି ଗୁଆଘିଅ ଭଳି । ଏ ପାଣି ଖାଣ୍ଟି ପବିତ୍ର । ଏଠୁ ପାଣି ଫରେନକୁ ଯାଏ । ଏହି ମଠର ରକ୍ଷାଣବେକ୍ଷଣ କାମ ସମସ୍ତେ ମିଶି କରଥାନ୍ତି। ଏଠି ଅଲଗା ଅଲଗା ତିନୋଟି ପୁଷ୍କରିଣୀ ରହିଛି । ଏହି ମଠରେ ଯଜ୍ଞ ହୁଏ, ସାଧୁ ସନ୍ଥମାନଙ୍କ ମିଳନ ହୁଏ, ଚନ୍ଦନ ଉତ୍ସବ ସହ ଶୀତଳଶଷ୍ଠୀ ହୁଏ, ନାମ ସଂକୀର୍ତ୍ତନ ମଧ୍ୟ ହୁଏ ବୋଲି ସେ କହିଛନ୍ତି। ତେବେ ଗାଧୋଇବାର ଏସବୁ ଶୈଳୀ ତାଙ୍କ ଫିଟ୍‌ନେସର ସିକ୍ରେଟ୍ ବୋଲି ସୁର ମାନନ୍ତି।

The post ଏ ପାଣି ଗୁଆଘିଅ ଭଳି, ଫରେନ ଯାଏ appeared first on Odisha Reporter.

]]>
right top 2020-07-29 18:39:32 https://cdn.odishareporter.in/wp-content/uploads/2020/07/29165957/Sura.jpg
ସଚିନ ପାଇଲଟଙ୍କ ପରେ ଦଳରେ ଆଉ କିଏ ଅସନ୍ତୁଷ୍ଟ? https://odishareporter.in/nation-world/after-sachin-pilot-who-is-next-congress-leader-556198 Sun, 26 Jul 2020 17:13:46 +0000 https://odishareporter.in/?p=556198

ନୂଆଦିଲ୍ଲୀ: ଏକଦା ମଧ୍ୟପ୍ରଦେଶ କଂଗ୍ରେସର ଚେହେରା କୁହାଯାଉଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏବେ ସେ ଦଳ ଉପରେ ଅସନ୍ତୋଷ ଜାହିର କରି ବିଜେପିରେ ସାମିଲ୍ ହୋଇ ରାଜ୍ୟସଭା ସାଂସଦ ହୋଇଛନ୍ତି। ଏହି ଧାରାରେ ରାଜସ୍ଥାନର ସଚିନ୍ ପାଇଲଟ ଏବେ ଦଳ ଭିତରେ କୋଣଠେସା ହୋଇଛନ୍ତି। ସ୍ଥିତି ଏମିତି ଯେ ଦଳକୁ ବାଏ ବାଏ କରିବା ସ୍ଥିତିରେ ପାଇଲଟ। ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଥିବା ବେଳେ ଏହି ଦୁଇ ନେତା ତାଙ୍କର ଛାଇ ହୋଇ ରହୁଥିବାର ନଜିର ରହିଛି। […]

The post ସଚିନ ପାଇଲଟଙ୍କ ପରେ ଦଳରେ ଆଉ କିଏ ଅସନ୍ତୁଷ୍ଟ? appeared first on Odisha Reporter.

]]>

ନୂଆଦିଲ୍ଲୀ: ଏକଦା ମଧ୍ୟପ୍ରଦେଶ କଂଗ୍ରେସର ଚେହେରା କୁହାଯାଉଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏବେ ସେ ଦଳ ଉପରେ ଅସନ୍ତୋଷ ଜାହିର କରି ବିଜେପିରେ ସାମିଲ୍ ହୋଇ ରାଜ୍ୟସଭା ସାଂସଦ ହୋଇଛନ୍ତି। ଏହି ଧାରାରେ ରାଜସ୍ଥାନର ସଚିନ୍ ପାଇଲଟ ଏବେ ଦଳ ଭିତରେ କୋଣଠେସା ହୋଇଛନ୍ତି। ସ୍ଥିତି ଏମିତି ଯେ ଦଳକୁ ବାଏ ବାଏ କରିବା ସ୍ଥିତିରେ ପାଇଲଟ। ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଥିବା ବେଳେ ଏହି ଦୁଇ ନେତା ତାଙ୍କର ଛାଇ ହୋଇ ରହୁଥିବାର ନଜିର ରହିଛି। ଦଳରେ ଯୁବ ବର୍ଗଙ୍କୁ ଆଗକୁ ନେବା ପାଇଁ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ଦେଇଥିଲେ ରାହୁଲ। ହେଲେ ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦବୀରୁ ଇସ୍ତଫା ଦେବା ପରେ ସୋନିଆ ହୋଇଛନ୍ତି ଦଳର ସଭାପତି। ଆଉ ଦଳର ନେତୃତ୍ୱ ପରିବର୍ତ୍ତନ ହେବା ପରେ ରାହୁଲଙ୍କ ଯୁବ ବ୍ରିଗେଡ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

ସିନ୍ଧିଆ ପରେ ଏବେ ପାଇଲଟ ଦଳର ଏକଜିଟ୍ ଦ୍ୱାରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେବେ କଂଗ୍ରେସର ଆଉ କେହି ନେତା ଅଛନ୍ତି କି? ଯିଏକି ସିନ୍ଧିଆ ଏବଂ ସଚିନଙ୍କ ପରି କୋଣଠେସା ହୋଇଛନ୍ତି? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

କଂଗ୍ରେସ ୱାର୍କିଂ କମିଟିର ଜଣେ ନେତା କହିଛନ୍ତି ଯେଉଁ ନେତା ଦଳ ସହ ପରିଚିତ, ଯେଉଁମାନଙ୍କୁ କମ୍ ସମୟ ମଧ୍ୟରେ ଅଧିକ ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କର ଦକ୍ଷତା ଏବଂ ପ୍ରଭାବ ବଢ଼ିଛି। ଏପରି ପରିସ୍ଥିତିରେ, ଯଦି ସେହି ନେତାମାନେ ବର୍ତ୍ତମାନ ସନ୍ତୁଷ୍ଟ ରହିଛନ୍ତି ତା’ହେଲେ ଦଳରେ ନିଶ୍ଚିତ କିଛି ଗୋଳମାଳିଆ ସ୍ଥିତି ରହିଛି। କଂଗ୍ରେସ ସାଧାରଣତଃ ସମସ୍ତ ନିଷ୍ପତ୍ତି କଂଗ୍ରେସ ୱାର୍କିଂ କମିଟି ମାଧ୍ୟମରେ ନେଇଥାଏ।

ସୂଚନାଯୋଗ୍ୟ, କଂଗ୍ରେସରେ ଥିବାବେଳେ ପାଇଲଟ ଏବଂ ସିନ୍ଧିଆ ରାହୁଲ ବ୍ରିଗେଡର ପ୍ରମୁଖ ଚେହେରା ଥିଲେ। ରାହୁଲ ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ପରେ ଦୁଇ ନେତା ଦଳ ଭିତରେ ବିଦ୍ରୋହୀ ସାବ୍ୟସ୍ତ ହୋଇଛନ୍ତି।

ତେଣୁ ରାହୁଲ ବ୍ରିଗେଡ କଥା ସାମ୍ନାକୁ ଆସିଲେ ଏବେ ହରିଆଣାର ଅଶୋକ ତନୱାର, ମଧ୍ୟପ୍ରଦେଶ ୟୁନିଟର ପୂର୍ବତନ ମୁଖ୍ୟ ଅରୁଣ ଯାଦବ, ମୁମ୍ବାଇର ପୂର୍ବତନ ମୁଖ୍ୟ ମିଲିନ୍ଦ ଦେଓରା ଏବଂ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ପ୍ରତାପ ସିଂ ବାଜଓ୍ୱା,ଝାଡଖଣ୍ଡ କଂଗ୍ରେସର ପୂର୍ବତନ ସଭାପତି ଅଜୟ କୁମାର ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟ ଦୀନେଶ ଗୁଣ୍ଡୁଙ୍କ ନାମ ଚର୍ଚ୍ଚାକୁ ଆସୁଛି। ସେହିପରି ରାହୁଲ ଗାନ୍ଧୀ ନେତୃତ୍ୱ ନେଉଥିବା ବେଳେ ଦଳର ମୁଖପାତ୍ର ହୋଇଥିଲେ ସଞ୍ଜୟ ଝା’। ଏବେ ତାଙ୍କୁ କଂଗ୍ରେସ ବହିଷ୍କାର କରିଛି।

The post ସଚିନ ପାଇଲଟଙ୍କ ପରେ ଦଳରେ ଆଉ କିଏ ଅସନ୍ତୁଷ୍ଟ? appeared first on Odisha Reporter.

]]>
centre bottom, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାହୁଲ ଗାନ୍ଧୀ, ସଚିନ ପାଇଲଟ 2020-07-26 22:51:20 https://cdn.odishareporter.in/wp-content/uploads/2020/07/26224335/Jyotiraditya-Scindia-and-Sachin-Pilot.jpg
୩୦୨୦ ମସିହା ଯାଏ ଲକ୍‌ଡାଉନ୍ ! https://odishareporter.in/politics/gossip-corner/srcs-twitte-regarding-lock-down-552400 Fri, 17 Jul 2020 06:04:41 +0000 https://odishareporter.in/?p=552400

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କୋପ ଦେଖି ସରକାର ବି ବାଟବଣା ହୋଇଗଲେଣି।  ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସ୍ଥିତି ଭଲ ଥିବା ସରକାର ଡେଙ୍ଗୁରା ପିଟୁଥିବା ବେଳେ ଦିନକୁ ଦିନ କିନ୍ତୁ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଲୋକାଲ ସଂକ୍ରମଣ। ଏହି ଅମାନିଆ ମହାମାରୀକୁ କାବୁ କରିବାକୁ ଏଯାଏ କୌଣସି ଭ୍ୟାକସିନ୍‌ ବାହାରି ନ ଥିବାରୁ ସରକାର ଲକ୍‌ଡାଉନ୍‌, ଶଟଡାଉନ୍‌ ଥିଓରି ଆପଣାଇବାକୁ ବାଧ୍ୟ ହେଉଛନ୍ତି। […]

The post ୩୦୨୦ ମସିହା ଯାଏ ଲକ୍‌ଡାଉନ୍ ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କୋପ ଦେଖି ସରକାର ବି ବାଟବଣା ହୋଇଗଲେଣି।  ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସ୍ଥିତି ଭଲ ଥିବା ସରକାର ଡେଙ୍ଗୁରା ପିଟୁଥିବା ବେଳେ ଦିନକୁ ଦିନ କିନ୍ତୁ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଲୋକାଲ ସଂକ୍ରମଣ। ଏହି ଅମାନିଆ ମହାମାରୀକୁ କାବୁ କରିବାକୁ ଏଯାଏ କୌଣସି ଭ୍ୟାକସିନ୍‌ ବାହାରି ନ ଥିବାରୁ ସରକାର ଲକ୍‌ଡାଉନ୍‌, ଶଟଡାଉନ୍‌ ଥିଓରି ଆପଣାଇବାକୁ ବାଧ୍ୟ ହେଉଛନ୍ତି।

ସେହିପରି କିଛି ମାସ ହେବ କରୋନା ଯୋଗୁ ନନ୍‌ଷ୍ଟପ୍‌ ଖଟଣି ପଡ଼ୁଥିବାରୁ ଚାପରେ ରହୁଛନ୍ତି ସରକାରୀ ଅଧିକାରୀ । ଉପରୁ ଘଡ଼ିକି ଘଡ଼ି ମୁଖିଆଙ୍କ ନିର୍ଦ୍ଦେଶ ବଦଳୁ ଥିବା ବେଳେ କେତେବେଳେ କାହା ଭାଗ୍ୟରେ କେଉଁ ଦାୟିତ୍ୱ ପଡ଼ୁଛି ତାହାର ବି ଠିକ୍‌ ରହୁନି। ଏପରି ସ୍ଥିତିରେ ଅଧିକାରୀଙ୍କ କଥାରେ ବି ତାଳମେଳ ରହୁନି। ଫଳରେ ସେମାନଙ୍କୁ ଲୋକହସା ହେବାକୁ ପଡ଼ୁଛି।

ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଆଜି ରାତିରୁ ଆରମ୍ଭ  ହେବାକୁ ଥିବା ଲକ୍‌ଡାଉନ୍‌ କଟକଣା ୩୧.୭.୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅବଗତ କରାଇଥିଲେ। ଏହାପରେ ରାଜ୍ୟ ସରକାରଙ୍କର ବହୁ ଅଧିକାରୀ ମଧ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ଏ ସମ୍ପର୍କରେ ଟ୍ୱିଟ କରିଥିଲେ। କିନ୍ତୁ SRC ପ୍ରଦୀପ ଜେନାଙ୍କ ଟ୍ୱିଟରେ ଦେଖିବାକୁ ମିଳିଥିଲା କିଛି ତ୍ରୁଟି। ଲକ୍‌ଡାଉନ୍‌ କଟକଣା ୩୧.୭.୨୦୨୦ ପର୍ଯ୍ୟନ୍ତ ବଳବତ୍ତର ଥିବା ବେଳେ SRC ଏହାକୁ ଟ୍ୱିଟ କରି ୩୧.୭.୩୦୨୦ ମସିହା ଯାଏ ଲକ୍‌ଡାଉନ୍‌ ବୋଲି ଟ୍ୱିଟ କରିଥିଲେ।

ଏହାକୁ ବହୁ ଲୋକ ରିଟ୍ୱିଟ କରିବା ପରେ SRC ସାର୍‌ଙ୍କ ଚେତା ପଶିଲା। ଫଳରେ  କିଛି ସମୟ ମଧ୍ୟରେ ସେ ଏହାକୁ ନିଜ ପେଜରୁ ଡିଲିଟ୍‌ କରି ଭୁଲ୍‌ ସୁଧାରି ନେଇଥିବା ଦେଖିବାକୁ ମିଳିଛି।

The post ୩୦୨୦ ମସିହା ଯାଏ ଲକ୍‌ଡାଉନ୍ ! appeared first on Odisha Reporter.

]]>
centre bottom, SRC, ଟ୍ୱିଟ 2020-07-17 11:34:41 https://cdn.odishareporter.in/wp-content/uploads/2020/07/17112849/123-111.jpg
କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା https://odishareporter.in/odisha/pradeep-majhi-may-resign-from-congress-551636 Tue, 14 Jul 2020 15:31:28 +0000 https://odishareporter.in/?p=551636

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ପ୍ରତି ଭୟ କମିଛି।  ନେତୃତ୍ୱ ପ୍ରତି ଚାଲେଞ୍ଜ ବଢ଼ିଛି। ତୁଷ୍ଟିକରଣ ରାଜନୀତି ନଛାଡ଼ିଲେ ଦଳ ଆଗକୁ ଆହୁରି  ବିପର୍ଯ୍ୟୟର ସାମ୍ନା କରିବ। ଲେନିନ, ଷ୍ଟାଲିନ୍ ଓ ନବୀନଙ୍କ ଭଳି ଅନୁଶାସନଭରା କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସଙ୍କ ହାଇ କମାଣ୍ଡଙ୍କ ପୂର୍ବ ପତିଆରା ରହିବ ନାହିଁ ଏବଂ ଦଳ ଏଥିପାଇଁ ବହୁ ମୂଲ୍ୟ ଦେବ। ଏହା ସହ ବ୍ୟାକଡୋର ଏଣ୍ଟ୍ରିକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବା ଆଦୌ ଉଚିତ୍‌ […]

The post କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ପ୍ରତି ଭୟ କମିଛି।  ନେତୃତ୍ୱ ପ୍ରତି ଚାଲେଞ୍ଜ ବଢ଼ିଛି। ତୁଷ୍ଟିକରଣ ରାଜନୀତି ନଛାଡ଼ିଲେ ଦଳ ଆଗକୁ ଆହୁରି  ବିପର୍ଯ୍ୟୟର ସାମ୍ନା କରିବ। ଲେନିନ, ଷ୍ଟାଲିନ୍ ଓ ନବୀନଙ୍କ ଭଳି ଅନୁଶାସନଭରା କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସଙ୍କ ହାଇ କମାଣ୍ଡଙ୍କ ପୂର୍ବ ପତିଆରା ରହିବ ନାହିଁ ଏବଂ ଦଳ ଏଥିପାଇଁ ବହୁ ମୂଲ୍ୟ ଦେବ। ଏହା ସହ ବ୍ୟାକଡୋର ଏଣ୍ଟ୍ରିକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବା ଆଦୌ ଉଚିତ୍‌ ନୁହେଁ।

ରାଜସ୍ଥାନରେ ସଚିନ୍ ପାଇଲଟଙ୍କୁ ନେଇ ସୃଷ୍ଟି ପରିସ୍ଥିତି ସମ୍ପର୍କରେ ଷ୍ଟୁଡିଓ ଆଲୋଚନା ବେଳେ ଗଣମାଧ୍ୟମରେ ଏଭଳି ବକ୍ତବ୍ୟ ରଖିଛନ୍ତି ପୂର୍ବତନ ନବରଙ୍ଗପୁର ସାଂସଦ ତଥା ଓଡ଼ିଶା କଂଗ୍ରେସର ଟାଣୁଆ ଯୁବ ଚେହେରା ପ୍ରଦୀପ ମାଝୀ। ଏହି ଆଲୋଚନା ବେଳେ ଶ୍ରୀ ମାଝୀ ଏହା ସ୍ୱୀକାର କରିଛନ୍ତି ଯେ, କଂଗ୍ରେସ ନେତୃତ୍ୱର ଭୁଲ ନିଷ୍ପତ୍ତି ଯୋଗୁ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଜାତୀୟସ୍ତରର ନେତା ଦଳ ଛାଡ଼ି ବିଜେପିରେ ମିଶିଲେ। ସେହି ନେତୃତ୍ୱର ସମାନ ନିଷ୍ପତ୍ତି ଯୋଗୁ ସଚିନ ପାଇଲଟ୍  ଦଳଠାରୁ ମୁହଁ ଫେରାଇ ନେଉଛନ୍ତି। ଏଥିପାଇଁ କଂଗ୍ରେସ ଜାତୀୟ ନେତୃତ୍ୱଙ୍କ ତୁଷ୍ଟିକରଣ ଦାୟୀ ଏବଂ ଏହି ଭୁଲକୁ ସ୍ୱୀକାର କରିବାରେ କୌଣସି କୁଣ୍ଠା ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ଏପରିକି  ଗେହେଲେଟଙ୍କ ଭଳି ବରିଷ୍ଠ ନେତାମାନେ ଯୁବନେତାମନଙ୍କ ପାଇଁ ବାଟ ଛାଡ଼ି ଦେବାକୁ ସେ ପରୋକ୍ଷରେ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀଙ୍କ କହିବା କଥା ଦୁଇ ଦୁଇଟି ନିର୍ବାଚନ ହାରିବା ପରେ କର୍ମୀ ଓ ଦଳରେ କଂଗ୍ରେସ ହାଇକମାଣ୍ଡଙ୍କ କାଟ୍‌ତି କମିଛି। ଯେଉଁ ନେତାମାନେ ନିଷ୍ଠାପର ଉଦ୍ୟମ କରି ଦଳକୁ ସେମାନଙ୍କ ରାଜ୍ୟରେ କ୍ଷମତାକୁ ଆଣିଥିଲେ ସେମାନଙ୍କୁ ପୁରସ୍କାର ବଦଳରେ ପକ୍ଷଛେଦନ କରିବା ଅବା ସଙ୍କୁଚିତ କରିବା ଦଳର ଭବିଷ୍ୟତ ପ୍ରତି କୁଠାରଘାତ ଭଳି। ଏଥିପାଇଁ ଜାତୀୟ ନେତୃତ୍ୱ ଆତ୍ମସମୀକ୍ଷା କରିବା ଉଚିତ୍‌ ଏବଂ ତୁରନ୍ତ ତ୍ରୁଟି ସୁଧାରି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ । ଏପରିକି ହାଇକମାଣ୍ଡଙ୍କ ପ୍ରତି ହର ନରହିଲେ ଦଳ ଓ ସଙ୍ଗଠନରେ ବିଶୃଙ୍ଖଳା ବଢ଼ିଚାଲିବ ବୋଲି ଶ୍ରୀ ମାଝୀ ସ୍ପଷ୍ଟ ଭାବେ କହିଛନ୍ତି।  ଯଦିଓ ବେଳ ଥାଉ ଥାଉ ପଦକ୍ଷେପ ନେଲେ ଦଳ କ୍ଷମତାକୁ ଫେରିବା ଅସମ୍ଭବ ନୁହଁ ବୋଲି ଶ୍ରୀ ମାଝୀ କହିଛନ୍ତି ତେବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଙ୍ଗୁଳି ଉଠାଇ ସେ ଅନେକ କିଛି ଆଭାସ ମଧ୍ୟ ଦେଇଛନ୍ତି। ଶ୍ରୀ ମାଝୀଙ୍କ କଥାରୁ ପରୋକ୍ଷରେ ଏହା ଜଣାପଡ଼ୁଛି ସେ ମଧ୍ୟ ଦଳୀୟ ହାଲଚାଲ ଓ ନେତୃତ୍ୱଙ୍କ ହାବଭାବରେ ସନ୍ତୁଷ୍ଟ ନୁହନ୍ତି।

ସୂଚନାଯୋଗ୍ୟ, ଏକଦା ସିନ୍ଧିଆ ଓ ପାଇଲଟଙ୍କ ଭଳି ଯୁବ ନେତୃତ୍ୱଙ୍କ କୋଟରୀରେ ସାମିଲ ହୋଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରାହୁଲ ଗାନ୍ଧୀଙ୍କର ନିକଟତର ହୋଇପାରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ସଙ୍ଗଠନରେ ତାଙ୍କର ସ୍ୱତନ୍ତ୍ର ପତିଆରା ମଧ୍ୟ ଥିଲା। ଏବେ ମଧ୍ୟ ସେ ପିସିସିର କାର୍ଯ୍ୟକାରୀ ସଭାପତି ଅଛନ୍ତି। କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ନେଇ ଦଳରେ ଲାଗିଥିବା ନିଆଁର ଧାସ ପ୍ରଦୀପଙ୍କୁ ପ୍ରଭାବିତ କଲା ଭଳି ଅନୁମାନ କରାଯାଉଛି। କାରଣ ମଙ୍ଗଳବାରର ପ୍ରତିକ୍ରିୟାରେ ଦଳୀୟ ତ୍ରୁଟିକୁ ଶ୍ୱୀକାର କରିବା ଆଳରେ ଶ୍ରୀ ମାଝୀ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ନେତୃତ୍ୱର ଶୈଳୀକୁ ପରୋକ୍ଷରେ ଚାଲେଞ୍ଜ ମଧ୍ୟ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଏଦଦା ସଚିନ ଓ ସିନ୍ଧଆଙ୍କର ଘନିଷ୍ଠ ଥିବା ପ୍ରଦୀପ ଉଭୟ ଯୁବନେତାଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସ ଛାଡ଼ିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିନାହାନ୍ତି ତ ?

The post କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା appeared first on Odisha Reporter.

]]>
right top 2020-07-15 12:21:58 https://cdn.odishareporter.in/wp-content/uploads/2020/07/14210037/gbnm.jpg
ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼ https://odishareporter.in/nation-world/after-rajasthan-political-situation-now-maha-vikash-aghadi-govt-on-alert-551293 Tue, 14 Jul 2020 03:32:09 +0000 https://odishareporter.in/?p=551293

ମୁମ୍ୱାଇ: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସ୍ଥିତି ଦେଖି ରାତି ଅନିଦ୍ରା ହୋଇଛି ମହାରାଷ୍ଟ୍ର। ରାଜ୍ୟରେ ମହା ବିକାଶ ଅଘାଡ଼ି ( ଶିବସେନା-ଏନସିପି-କଂଗ୍ରେସ) ମେଣ୍ଟ ସରକାର ଥିବାରୁ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ରାଜନୀତିକ ସ୍ଥିତି ଉପୁଜିପାରେ ଆଶଙ୍କା କରିଛନ୍ତି ଏନସିପି ସୁପ୍ରିମୋ ତଥା ଦେଶର ବରିଷ୍ଠ ନେତା ଶରଦ ପାଓ୍ୱାର। ଆଉ ସ୍ଥିତି ବେକାବୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପାଓ୍ୱାର ଭେଟିଥିବା ଚର୍ଚ୍ଚା ହେଉଛି। ରାଜସ୍ଥାନରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ବାବଦରେ ପାଓ୍ୱାର ଉଦ୍ଧବଙ୍କ […]

The post ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼ appeared first on Odisha Reporter.

]]>

ମୁମ୍ୱାଇ: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସ୍ଥିତି ଦେଖି ରାତି ଅନିଦ୍ରା ହୋଇଛି ମହାରାଷ୍ଟ୍ର। ରାଜ୍ୟରେ ମହା ବିକାଶ ଅଘାଡ଼ି ( ଶିବସେନା-ଏନସିପି-କଂଗ୍ରେସ) ମେଣ୍ଟ ସରକାର ଥିବାରୁ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ରାଜନୀତିକ ସ୍ଥିତି ଉପୁଜିପାରେ ଆଶଙ୍କା କରିଛନ୍ତି ଏନସିପି ସୁପ୍ରିମୋ ତଥା ଦେଶର ବରିଷ୍ଠ ନେତା ଶରଦ ପାଓ୍ୱାର। ଆଉ ସ୍ଥିତି ବେକାବୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପାଓ୍ୱାର ଭେଟିଥିବା ଚର୍ଚ୍ଚା ହେଉଛି।

ରାଜସ୍ଥାନରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ବାବଦରେ ପାଓ୍ୱାର ଉଦ୍ଧବଙ୍କ ସହିତ ଆଲୋଚନା କରିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିବା ସୂଚନା ରହିଛି। ମହାରାଷ୍ଟ୍ରରେ ଆଇପିଏସ ଅଧିକାରୀଙ୍କ ବଦଳିକୁ ନେଇ ଶିବସେନା ଏବଂ ଏନସିପି ମଧ୍ୟରେ ବୁଝାମଣା ଠିକ୍ ନାହିଁ। ଏହାକୁ ଦୂର କରିବା ପାଇଁ ଉଭୟ ଦଳର ମୁଖ୍ୟ ମିଶି ଏହି ଭେଟଘାଟ ବେଳେ ଆଲୋଚନା କରିଛନ୍ତି।

ମହାରାଷ୍ଟ୍ରରେ ଏନସିପି ପାଖରେ ଗୃହ ମନ୍ତ୍ରାଳୟ ରହିଛି। ତେଣୁ ପୁଲିସ ଅଧିକାରୀଙ୍କ ବଦଳି ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନିଷ୍ପତ୍ତି କ୍ରମେ ହେବ। ତେବେ ପୁଲିସ ଅଧିକାରୀଙ୍କ ବଦଳି ପୂର୍ବରୁ ସମସ୍ତ ତଥ୍ୟ ଜାଣିବାକୁ ଶିବସେନା ଦାବି କରିଛି।

ଅନ୍ୟପଟେ ନିକଟରେ ଶିବସେନାର ମୁଖପାତ୍ର ‘ସାମ୍ନା’ର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତ କହିଥିଲେ, ମେଣ୍ଟ ସରକାରରେ ସାମିଲ ଥିବା ସହଯୋଗୀ ଦଳ ମଧ୍ୟରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ସଞ୍ଜୟଙ୍କ ଏଭିଳି କହିବା ପଛର କାରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି।

୨୦୧୯ ଅକ୍ଟୋବର ପାଖରୁ ମହାରାଷ୍ଟ୍ର ବିଜେପି ନେତାମାନେ କହୁଛନ୍ତି, କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିପାରେ। ନିକଟରେ କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିବା, ମଧ୍ୟପ୍ରଦେଶରେ ବିଜେପି କମଲନାଥ ସରକାର ଭାଙ୍ଗିବା ଏବେ ରାଜସ୍ଥାନରେ ଗେହଲଟ ସରକାରରେ ଅସ୍ଥିରତା ଆଦି ଘଟଣାକ୍ରମକୁ ନେଇ ଶିବସେନା ଏବେ ଆଲର୍ଟ ହୋଇଥିବା ସୂଚନା ରହିଛି। ତେଣୁ ସହଯୋଗୀ ଦଳ ସହିତ ଆଲୋଚନା କରିବା ଦରକାର ବୋଲି ସଞ୍ଜୟ କହିଥିବା ଚର୍ଚ୍ଚା ହେଉଛି।

The post ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼ appeared first on Odisha Reporter.

]]>
left bottom, ମହାରାଷ୍ଟ୍ର, ରାଜନୀତି 2020-07-14 09:02:56 https://cdn.odishareporter.in/wp-content/uploads/2020/07/14090110/uddhav-pawar.jpg
ବିଜେପିକୁ ଆସିବେନି କିନ୍ତୁ କଂଗ୍ରେସ ଛାଡ଼ିପାରନ୍ତି ପାଇଲଟ୍ https://odishareporter.in/nation-world/speculation-raised-sachin-may-not-join-bjp-551206 Mon, 13 Jul 2020 15:34:19 +0000 https://odishareporter.in/?p=551206

ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ କଂଗ୍ରେସ ସହିତ ଡିଲ୍ କରିବା ସ୍ଥିତିରେ ନଥିବା ଜଣାପଡ଼ିଛି। ବିଜେପିର ତୁଙ୍ଗ ନେତା ନିରବ ରହିବା ସ୍ପଷ୍ଟ କରୁଛି ସଚିନ ଏବେ ବିଜେପିରେ ମିଶିବେ ନାହିଁ। ହେଲେ ସେ ଓ ତାଙ୍କ ଅନୁଗତ ଇସ୍ତଫା ଦେବା ପରେ ଯଦି ସଂଖ୍ୟାଲଘୁରେ ଗେହଲଟ ସରକାର ପରିଣତ ହେବ, ତା’ହେଲେ କରୋନା ମହାମାରୀ ବେଳେ ରାଜନୀତି ଆହୁରି ରୋମାଞ୍ଚ ହେବ ବୋଲି ଜଣାପଡ଼ିଛି। କାରଣ ଏହି ସ୍ଥିତିରେ […]

The post ବିଜେପିକୁ ଆସିବେନି କିନ୍ତୁ କଂଗ୍ରେସ ଛାଡ଼ିପାରନ୍ତି ପାଇଲଟ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ କଂଗ୍ରେସ ସହିତ ଡିଲ୍ କରିବା ସ୍ଥିତିରେ ନଥିବା ଜଣାପଡ଼ିଛି। ବିଜେପିର ତୁଙ୍ଗ ନେତା ନିରବ ରହିବା ସ୍ପଷ୍ଟ କରୁଛି ସଚିନ ଏବେ ବିଜେପିରେ ମିଶିବେ ନାହିଁ। ହେଲେ ସେ ଓ ତାଙ୍କ ଅନୁଗତ ଇସ୍ତଫା ଦେବା ପରେ ଯଦି ସଂଖ୍ୟାଲଘୁରେ ଗେହଲଟ ସରକାର ପରିଣତ ହେବ, ତା’ହେଲେ କରୋନା ମହାମାରୀ ବେଳେ ରାଜନୀତି ଆହୁରି ରୋମାଞ୍ଚ ହେବ ବୋଲି ଜଣାପଡ଼ିଛି। କାରଣ ଏହି ସ୍ଥିତିରେ ହିଁ ସଚିନ ପାଇଲଟଙ୍କ ସ୍ୱପ୍ନ ହୁଏତ ଅଧୁରା ରହିବ କିନ୍ତୁ ଗେହଲଟ ସରକାରକୁ ଖସାଇ ନିଜ ଦମ ଦେଖାଇପାରିବେ।

ଯଦି ଗେହଲଟ ସରକାର ଭାଙ୍ଗିବ ତା’ହେଲେ ରାଜ୍ୟପାଳ ସରକାର ଗଢ଼ିବା ପାଇଁ ଦ୍ୱିତୀୟ ସର୍ବାଧିକ ଆସନ ବିଜୟୀ ହୋଇଥିବା ବିଜେପିକୁ ସରକାର ଗଢ଼ିବା ପାଇଁ ଡାକିପାରନ୍ତି। ଆଉ ଏହି ସମୟରେ ସଚିନଙ୍କ ଗୋଷ୍ଠୀ ବିଜେପିକୁ ସମର୍ଥନ କରିପାରନ୍ତି। ଆଉ ଏଠାରେ ଆରମ୍ଭ ହେବ ସଚିନ ଏବଂ ବିଜେପି ମଧ୍ୟରେ ମୁଲଚାଲ୍।

ଗେହଲଟ-ପାଇଲଟ କଳି ପଛରେ ବିଜେପି ବୋଲି କଂଗ୍ରେସ ଅଭିଯୋଗ କରି ଆସୁଛି। ହେଲେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ମଧ୍ୟ (ମହାରାଣୀ) ଏ ନେଇ ନିରବ ରହିଛନ୍ତି। ଯାହାକି ଅଶୋକ ଗେହଲଟ ସରକାରଙ୍କ ପାଇଁ ଆଶ୍ୱସ୍ତି କର ବିଷୟ। ଯଦି ମହାରାଣୀ ଏ ବାବଦରେ ଉତ୍ସୁକତା ଦେଖାଇଥାନ୍ତେ ହୁଏତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟେନସନ ବଢ଼ିଥାନ୍ତା।

ହେଲେ ସଚିନ ଯଦି ଗେହଲଟ ସରକାରକୁ ଖସାଇବାରେ ସଫଳ ହୁଅନ୍ତି ତା’ହେଲେ ବିଜେପି କେବେ ବ୍ୟାକଫୁଟରେ ବସିବାକୁ ଇଚ୍ଛା କରିବନି। ଏହି ସମୟରେ ବିଜେପି ସଚିନଙ୍କ ସହିତ ଡିଲ୍ କରିପାରେ। ରାଜସ୍ଥାନରେ ସଚିନ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ତେଣୁ ବିଜେପି ସହିତ ଡିଲ୍ କଲେ ଏହି ପଦବୀ ମିଳିବ ବୋଲି ଗ୍ୟାରେଣ୍ଚି ନାହିଁ। କାରଣ ବସୁନ୍ଧରା ହୁଏତ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁନାହାନ୍ତି।

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସଚିନଙ୍କ ଘଟଣା ସମାନ ହୋଇଥିଲେ ମଧ୍ୟ ସ୍ଥିତି ଅଲଗା। ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହ୍ୱାନ ଆଗ୍ରହକ୍ରମେ ସିନ୍ଧିଆ ବିଜେପିରେ ମିଶିଥିଲେ। ଏଥିସହ ସରକାର ଗଢ଼ିବାର ଆଶା ମଧ୍ୟ ବଢ଼ିଥିଲା। ତେଣୁ ଶିବରାଜ ସିନ୍ଧିଆଙ୍କ ବାଟରେ କଣ୍ଟା ହୋଇନଥିଲେ। ଆଉ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଆସନ ନୁହଁ ରାଜ୍ୟସଭା ସାଂସଦ ପଇଁ ଲବି କରିଥିଲେ। ହେଲେ ରାଜସ୍ଥାନର ରାଜନୀତିକ ଚିତ୍ର ଅଲଗା ରହିଛି। ଏଠାରେ ଶିବରାଜ ସିଂହ ଚୌହ୍ୱାନଙ୍କ ଆଗ୍ରହ ମହାରାଣୀ ବସୁନ୍ଧରାଙ୍କ ପାଖରେ ଦେଖିବାକୁ ମିଳିନାହିଁ। ତେଣୁ ରାଜସ୍ଥାନରେ ପାଇଲଟଙ୍କ ସହିତ ଡାଇରେକ୍ଟ ଡିଲ୍ ନକରି କେନ୍ଦ୍ର ବିଜେପି ପରୋକ୍ଷରେ ଡିଲ୍ କରିବାକୁ ଚିନ୍ତା କରୁଛି।

The post ବିଜେପିକୁ ଆସିବେନି କିନ୍ତୁ କଂଗ୍ରେସ ଛାଡ଼ିପାରନ୍ତି ପାଇଲଟ୍ appeared first on Odisha Reporter.

]]>
left top, ଗସିପ ଗଳି, ରାଜନୀତି, ରାଜସ୍ଥାନ ସରକାର, ସଚିନ ପାଇଲଟ 2020-07-13 21:08:24 https://cdn.odishareporter.in/wp-content/uploads/2020/07/13210340/Sachin-Pilot-Ashok-Gehlot.jpg
ମୋଦି ସରକାରରେ କିଏ ସୁପର ପାଓ୍ୱାର? https://odishareporter.in/nation-world/who-is-super-powerful-in-modi-govt-548236 Tue, 07 Jul 2020 06:53:16 +0000 https://odishareporter.in/?p=548236

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଦାଖର ଗଲଓ୍ୱାନ ସୀମାରେ ଚୀନ୍ ସେନା ୨ କିଲୋମିଟର ପଛକୁ ଘୁଞ୍ଚିଛି। ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଥା ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବା ପରେ ଚୀନ୍ ସେନା ପଛକୁ ହଟିଛି ବୋଲି କୁହାଯାଉଛି। ଚୀନ ସହିତ ଲାଗି ରହିଥିବା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ଶାନ୍ତ କରିବା ପାଇଁ ସାମରିକ ସ୍ତରରେ ଆଲୋଚନା ହୋଇଥିଲା। ପ୍ରତି ସପ୍ତାହରେ ଦୁଇ ଦେଶର ସେନା […]

The post ମୋଦି ସରକାରରେ କିଏ ସୁପର ପାଓ୍ୱାର? appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଦାଖର ଗଲଓ୍ୱାନ ସୀମାରେ ଚୀନ୍ ସେନା ୨ କିଲୋମିଟର ପଛକୁ ଘୁଞ୍ଚିଛି। ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଥା ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବା ପରେ ଚୀନ୍ ସେନା ପଛକୁ ହଟିଛି ବୋଲି କୁହାଯାଉଛି।

ଚୀନ ସହିତ ଲାଗି ରହିଥିବା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ଶାନ୍ତ କରିବା ପାଇଁ ସାମରିକ ସ୍ତରରେ ଆଲୋଚନା ହୋଇଥିଲା। ପ୍ରତି ସପ୍ତାହରେ ଦୁଇ ଦେଶର ସେନା ଅଧିକାରୀ ଆଲୋଚନା କରୁଥିଲେ। ଏମିତିକି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜୁନ୍ ୧୭ରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ହେଲେ ଏଯାବତ କୌଣସି ସୁଫଳ ମିଳିନଥିଲା।

ତେବେ ସୀମାରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ବୈଦେଶିକ ମନ୍ତ୍ରୀ ଏବଂ ସାମରିକ ସ୍ତରରେ ମଧ୍ୟ ଦୁଇ ଦେଶ ଆଲୋଚନା କରିଥିଲେ। ହେଲେ ଡୋଭାଲଙ୍କ ଦୁଇ ଘଣ୍ଟାର ବାର୍ତ୍ତା ଚୀନର ଆଭିମୁଖ୍ୟକୁ ପରିବର୍ତ୍ତନ କରିଥିବା କୁହାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ଲେହ ଗସ୍ତ ପଛରେ ଡୋଭାଲଙ୍କ ରଣନୀତି ଥିଲା ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କୁ ସୀମାକୁ ପଠାଇ ଚୀନକୁ ପରୋକ୍ଷରେ ଚେକ୍ ଦେବାକୁ ଡୋଭାଲ ରଣନୀତି ପ୍ରସ୍ତୁତ କରିଥିଲେ ବୋଲି କୁହାଯାଉଛି।

ସର୍ଜିକାଲ ଷ୍ଟ୍ରାଇକ, ଦିଲ୍ଲୀ ଦଙ୍ଗାକୁ ଶାନ୍ତ କରିବା ସହିତ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଦେଖାଦେଇଥିବା ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଡୋଭାଲ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି କୁହାଯାଉଛି। ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା କେରଳ ବ୍ୟାଚର ଏହି ଆଇପିଏସ ଅଫିସର ଅନେକ ପ୍ରସଙ୍ଗରେ ସରକାରଙ୍କ ପାଇଁ ସଙ୍କଟମୋଚକ ସାଜିଛନ୍ତି।

ଦିଲ୍ଲୀ ହିଂସା ସମୟରେ ପରିସ୍ଥିତି ଉପରେ ନଜର ରଖିଥିଲେ

ସିଏଏ-ଏନଆରସିକୁ ବିରୋଧ କରି ଦିଲ୍ଲୀରେ ହିଂସା ହୋଇଥିଲା। ଅଜିତ ଡୋଭାଲ ପରିସ୍ଥିତି ଉପରେ ନଜର ରଖିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପରେ ଡୋଭାଲ ନିଜେ ଦିଲ୍ଲୀ ରାସ୍ତାରେ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

ଧାରା ୩୭୦ ଶେଷ ହେବା ପରେ ଡୋଭାଲଙ୍କର କଶ୍ମୀର ଉପରେ ନଜର

କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦, ୩୫-କ ହଟାଇ ଦେଇଛନ୍ତି। ଏହା ପରେ କଶ୍ମୀରରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଥିଲା। ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଘରେ ବନ୍ଦୀ କରି ରଖା ଯାଇଥିଲା। ସେହି ସମୟରେ ମଧ୍ୟ ଅଜିତ ଡୋଭାଲ ଆଗକୁ ଯାଇ ଗ୍ରାଉଣ୍ଡ ଜିରୋରୁ ପରିସ୍ଥିତି ବୁଝିବା ପାଇଁ କଶ୍ମୀର ଯାଇଥିଲେ।

୨୦୧୪ରେ ମୋଦି ସରକାର ଆସିବା ପରେ ୧୯୬୮ ମସିହାର କେରଳ ବ୍ୟାଚର ଆଇପିଏସ ଅଫିସର ଅଜିତ ଡୋଭାଲ ପ୍ରଥମେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ଏଥିରୁ ପ୍ରମାଣିତ ହୋଇଥିଲା ପିଏମ ମୋଦି ଡୋଭାଲଙ୍କୁ କେତେ ବିଶ୍ୱାସ କରନ୍ତି। ଦେଶ ଭିତରେ ଏବଂ ବାହାରେ ଅପରେସନରେ ଡୋଭାଲ ନେତୃତ୍ୱ ନେଇଥାନ୍ତି। ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ହେଉ ଅବା ଏୟାର ଷ୍ଟ୍ରାଇକ୍ ଡୋଭାଲଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା।

ପୂର୍ବରୁ ବିଭିନ୍ନ ସଙ୍କଟ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଆସି କ୍ରାଇସିସ ମ୍ୟାନେଜର ଭାବରେ ସାମ୍ନାକୁ ଆସୁଥିଲେ। ହେଲେ ଏବେ ଜଣେ ଅଣ ମନ୍ତ୍ରୀ ହୋଇ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ହୋଇଛନ୍ତି ଡୋଭାଲ୍। ତେଣୁ ଚର୍ଚ୍ଚା ହେଉଛି ମନ୍ତ୍ରୀମାନଙ୍କ ଅପେକ୍ଷା ବରିଷ୍ଠ ଅଧିକାରୀଙ୍କ ପତିଆରା ବଢ଼ୁଛି।

The post ମୋଦି ସରକାରରେ କିଏ ସୁପର ପାଓ୍ୱାର? appeared first on Odisha Reporter.

]]>
centre bottom, ଅଜିତ ଡୋଭାଲ, ମୋଦି ସରକାର 2020-07-07 12:54:07 https://cdn.odishareporter.in/wp-content/uploads/2020/07/06223032/ajit-doval.jpg
ରାଜ୍ୟସଭାରେ ମୋଦିଙ୍କୁ ଏବେ ବି ଦରକାର ନବୀନଙ୍କ ସହଯୋଗ https://odishareporter.in/odisha/modi-still-needs-naveens-support-in-the-rajya-sabha-542171 Sat, 20 Jun 2020 13:29:57 +0000 https://odishareporter.in/?p=542171

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଶୁକ୍ରବାର ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି। ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ଏକାକୀ ୮ଟି ଆସନରେ ବିଜୟୀ ହୋଇଛି। ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ। ଏବେ ମୋଟ୍ ୧୦ ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି। ନୂଆ ସଦସ୍ୟଙ୍କୁ ମିଶାଇଲେ ସଂସଦର ଏହି ଉଚ୍ଚ ସଦନରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାଂସଦ ସଂଖ୍ୟା ଆସି ୧୦୧ ହୋଇଛି। ପୂର୍ବରୁ […]

The post ରାଜ୍ୟସଭାରେ ମୋଦିଙ୍କୁ ଏବେ ବି ଦରକାର ନବୀନଙ୍କ ସହଯୋଗ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଶୁକ୍ରବାର ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି। ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ଏକାକୀ ୮ଟି ଆସନରେ ବିଜୟୀ ହୋଇଛି। ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ। ଏବେ ମୋଟ୍ ୧୦ ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି। ନୂଆ ସଦସ୍ୟଙ୍କୁ ମିଶାଇଲେ ସଂସଦର ଏହି ଉଚ୍ଚ ସଦନରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାଂସଦ ସଂଖ୍ୟା ଆସି ୧୦୧ ହୋଇଛି। ପୂର୍ବରୁ ୯୦ ଜଣ ଥିଲେ। ତେବେ ମ୍ୟାଜିକ ନମ୍ୱର ୧୨୩ ରହିଛି। ଏହି କାରଣରୁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ‌ କରିବାକୁ ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଭଳି କେତେକ ଅଣ ଏନଡିଏ ଆଞ୍ଚଳିକ ଦଳର ସହଯୋଗ ଉପରେ ନିର୍ଭର କରିବେ।

ଏନଡିଏର ୧୦୧ ସାଂସଦଙ୍କ ମଧ୍ୟରୁ ବିଜେପିର ୮୬ ଜଣ ସାଂସଦ ରହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ୬୫ ଜଣ ସାଂସଦ ରହିଛନ୍ତି। ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ମୋଦି ସରକାର ଅନେକ ବିଲ୍ ରାଜ୍ୟସଭାରେ ପାରିତ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବିଜୁ ଜନତା ଦଳ, ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେ, ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର କଂଗ୍ରେସ ପାର୍ଟି। ଯଦିଓ ଏନଡିଏରେ ସଂଖ୍ୟା ବଢ଼ିଛି। ହେଲେ ଏବେ ବି ଏହି ତିନି ଦଳ ଏନଡିଏ ପାଇଁ ସାହା ଭରସା। ଏହି କାରଣରୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସମେତ ଅନ୍ୟ ଅଣଏନଡିଏ ସହଯୋଗୀ ଦଳଗୁଡ଼ିକୁ ଏହା ପରେ ମଧ୍ୟ ଅସନ୍ତୁଷ୍ଟ କରିବ ନାହିଁ। ଏହି ଦଳଗୁଡ଼ିକୁ ସହାୟତା ସଂକଟ ସମୟରେ ଆବଶ୍ୟକ ଥିବାରୁ ସଂପୃକ୍ତ ରାଜ୍ୟଗୁଡ଼ିକରେ ବିଜେପି ଦୃଢ଼ ବିରୋଧୀ ଦଳର ଭୂମିକା ଗ୍ରହଣ କରିପାରୁ ନାହିଁ।

ବିଜେଡି ୯, ଏଆଇଡିଏମକେ ୯, ଓ୍ୱାଇଏସଆର କଂଗ୍ରେସ ପାଖରେ ଦୁଇ ଜଣ ସାଂସଦ ରହିଛନ୍ତି। ଏନଡିଏ ଓ ଏହି ସହଯୋଗୀ ଦଳଗୁଡ଼ିକର ମୋଟ ରାଜ୍ୟସଭା ଆସନ ସଂଖ୍ୟା ୧୨୨। ଅର୍ଥାତ୍ ମ୍ୟାଜିକ ନମ୍ୱରରୁ ଗୋଟିଏ ଆସନ କମ୍ ରହୁଛି ଏହି ତିନି ଦଳର ସାଂସଦଙ୍କୁ ମିଶାଇ। ବିଜେପି କିମ୍ବା ଏନଡିଏ ଏହି ମ୍ୟାଜିକ ନମ୍ବର ହାସଲ କରିବା ପରେ ଯାଇଁ ଅଣଏନଡିଏ ଆଞ୍ଚଳିକ ଦଳଗୁଡ଼ିକ ବିରୋଧରେ ବିଜେପିର ରଣକୌଶଳରେ ପରିବର୍ତ୍ତନ ଆସିପାରେ।

The post ରାଜ୍ୟସଭାରେ ମୋଦିଙ୍କୁ ଏବେ ବି ଦରକାର ନବୀନଙ୍କ ସହଯୋଗ appeared first on Odisha Reporter.

]]>
centre bottom 2020-06-20 18:59:57 https://cdn.odishareporter.in/wp-content/uploads/2020/06/20185854/Naveen-Modiiiii-1.jpg
ସର୍ଜିକାଲ ଷ୍ଟାଇକ୍, ଏୟାର ଷ୍ଟ୍ରାଇକ୍ ପରେ ଏବେ କେଉଁ ଷ୍ଟ୍ରାଇକ୍? https://odishareporter.in/politics/gossip-corner/why-this-all-party-meeting-is-different-541129 Wed, 17 Jun 2020 16:26:01 +0000 https://odishareporter.in/?p=541129

ନୂଆଦିଲ୍ଲୀ: ଉରି, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ ଜରିଆରେ ଦେଇଥିଲା ଭାରତ। ଏଥର ଡ୍ରାଗନ ସେନାକୁ ଭାରତ ପାନେ ଦେବ ବୋଲି ଆଶା କରାଯାଉଛି। ଉରି, ପୁଲଓ୍ୱାମାର ପ୍ରତିଶୋଧ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁଭଳି ଇଙ୍ଗିତ ଦେଇଥିଲେ ଏବେ ଚୀନ୍ ବିରୋଧରେ ମୋଦି ସମାନ ରଣନୀତି ଆପଣେଇବେ ନା କୂଟନୀତିକ ଯୁଦ୍ଧରେ ହରାଇବେ ତାହା ଏବେ ବଡ଼ ପ୍ରଶ୍ନ। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍କଟ ହୋଇଥିବା […]

The post ସର୍ଜିକାଲ ଷ୍ଟାଇକ୍, ଏୟାର ଷ୍ଟ୍ରାଇକ୍ ପରେ ଏବେ କେଉଁ ଷ୍ଟ୍ରାଇକ୍? appeared first on Odisha Reporter.

]]>

ନୂଆଦିଲ୍ଲୀ: ଉରି, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ ଜରିଆରେ ଦେଇଥିଲା ଭାରତ। ଏଥର ଡ୍ରାଗନ ସେନାକୁ ଭାରତ ପାନେ ଦେବ ବୋଲି ଆଶା କରାଯାଉଛି। ଉରି, ପୁଲଓ୍ୱାମାର ପ୍ରତିଶୋଧ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁଭଳି ଇଙ୍ଗିତ ଦେଇଥିଲେ ଏବେ ଚୀନ୍ ବିରୋଧରେ ମୋଦି ସମାନ ରଣନୀତି ଆପଣେଇବେ ନା କୂଟନୀତିକ ଯୁଦ୍ଧରେ ହରାଇବେ ତାହା ଏବେ ବଡ଼ ପ୍ରଶ୍ନ। ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍କଟ ହୋଇଥିବା ତିକ୍ତତା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ରଣନୀତି ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ସମସ୍ତଙ୍କୁ ଅବଗତ କରାଇବେ।

ତେବେ ଦୁଇ ଦେଶ ପରସ୍ପରର ସହଯୋଗୀ, ବ୍ୟବସାୟିକ ସମ୍ପର୍କ ରହିଛି। ଅନ୍ୟପଟେ ଯଦି ଯୁଦ୍ଧ ହେବ ତା’ହେଲେ ଚୀନ୍ ଆଣବିକ ଶକ୍ତିରେ ଭାରତ ଅପେକ୍ଷା ଅଧିକ ଶକ୍ତିଶାଳୀ ଯାହାକି ଭାରତ ପାଇଁ ସବୁଠୁ ଚିନ୍ତାଜନକ। ଅନ୍ୟପଟେ ଚୀନ ପାଇଁ ବଡ଼ ବଜାର ଭାରତ। ତେଣୁ ଭାରତ ଏବେ ଏହାର ସୁଯୋଗ ନେଇ ଚୀନକୁ ବ୍ଲାକମେଲ୍ କରିପାରେ।
ପାକିସ୍ତାନ ବିରୋଧରେ ଭାରତ ଯେଉଁଭଳି ରଣନୀତି ଆପଣାଇ ଏୟାର ଷ୍ଟ୍ରାଇକ ଏବଂ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ସେହିଭଳି ଭାରତ ଚୀନ୍ ବିରୋଧରେ ରଣନୀତି ଆପଣାଇବା ନା ଆଉ କିଛି ଏବେ ଏହି ପ୍ରଶ୍ନ ସାରା ଦେଶବାସୀଙ୍କ ମନରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସର୍ବଦଳୀୟ ବୈଠକ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ। ଏହା ଭର୍ଚୁଆଲ୍ ବୈଠକ ହେବ। ଏହି ବୈଠକ ଜରିଆରେ ବିରୋଧୀ ଦଳକୁ ଚୀନ ବିରୋଧରେ ସରକାର ତିଆରି କରିଥିବା ରଣନୀତି ବାବଦରେ ଅବଗତ କରାଇବେ। ବିରୋଧୀ ମଧ୍ୟ ସରକାରଙ୍କୁ ଆତ୍ମବିଶ୍ୱାସ ନେବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ସ୍ୱଚ୍ଛତା ବଜାୟ ରଖିବାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ଦେଶର ସୀମା ସୁରକ୍ଷା ପାଇଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ପ୍ରସଙ୍ଗରେ ଗତ ଚାରି ବର୍ଷ ମଧ୍ୟରେ ଏହା ତୃତୀୟ ସର୍ବଦଳୀୟ ବୈଠକ ହେବାକୁ ଯାଉଛି। ୧୪ ଫେବୃଆରୀ ୨୦୧୯ ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ କେନ୍ଦ୍ର ସରକାର ଫେବୃଆରୀ ୧୬ରେ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ତା’ପରେ ଗୃହମନ୍ତ୍ରୀ ଭାବରେ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପୁଲୱାମା ଆକ୍ରମଣରେ ୪୦ ସିଆରପିଏଫ୍ କର୍ମଚାରୀ ନିହତ ହୋଇଥିଲେ।

ଏଥିସହିତ, ସେପ୍ଟେମ୍ବର ୧୮, ୨୦୧୬ ରେ ଉରି (କଶ୍ମୀର) ର ସେନା ଶିବିର ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଏହି ପ୍ରକାର ଆତଙ୍କବାଦୀ ଆକ୍ରମଣରେ ୧୮ ସୈନିକ ସହିଦ ହେବା ପରେ ମଧ୍ୟ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅଧ୍ୟକ୍ଷତା କରିଥିଲେ। ହେଲେ ଏବେ ଚୀନ୍ ସହ ମୁହାଁମୁହିଁ ହୋଇଛି ଭାରତ। ସର୍ବଦଳୀୟ ବୈଠକର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହାର ସମାଧାନ କରିବେ।

ଇତିହାସ ପୃଷ୍ଠାକୁ ଯଦି ଦେଖିବା ୧୯୬୨ ମସିହାରେ ଚୀନ୍ ଯୁଦ୍ଧ ପରେ ଏହା ପ୍ରଥମ ଘଟଣା, ଯେତେବେଳେ ସୀମାରେ ବହୁ ସଂଖ୍ୟକ ଯବାନ ନିହତ ହୋଇଥିଲେ। ଏହାପୂର୍ବରୁ ୧୯୭୫ ରେ, ଏଲଓସି ଉପରେ ଗୁଳି ଚଳାଇ ୪ ଯବାନ ନିହତ ହୋଇଥିଲେ। ସରକାରଙ୍କ ରଣନୀତିକୁ ମଧ୍ୟ ବିରୋଧୀ ସମାଲୋଚନା କରିଛନ୍ତି। ସରକାର କଣ କରିବାକୁ ଚାହୁଁଛନ୍ତି ସେ ବାବଦରେ ଅବଗତ କରାଇବା ଦରକାର ବୋଲି ବିରୋଧୀ କଂଗ୍ରେସ ଦାବି କରିଛି।

The post ସର୍ଜିକାଲ ଷ୍ଟାଇକ୍, ଏୟାର ଷ୍ଟ୍ରାଇକ୍ ପରେ ଏବେ କେଉଁ ଷ୍ଟ୍ରାଇକ୍? appeared first on Odisha Reporter.

]]>
left bottom 2020-06-17 21:56:01 https://cdn.odishareporter.in/wp-content/uploads/2020/06/17215547/modi-xing-ping-22-1.jpg
ଟ୍ରାଉଜର ପଞ୍ଜାବୀ ଡ୍ରେସରେ ହଳ କଲେ ମନ୍ତ୍ରୀ ଅରୁଣ ସାହୁ https://odishareporter.in/odisha/agriculture-minister-plouughing-in-paddy-field-521741 Sun, 26 Apr 2020 10:40:11 +0000 https://odishareporter.in/?p=521741

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ ଅରୁଣ ସାହୁ ହଳ ଲଙ୍ଗଳ ଧରି କ୍ଷେତରେ ହଳ କରୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଧୋବ ଫର ଫର ଟ୍ରାଉଜର ପଞ୍ଜାବୀ ଡ୍ରେସ ପିନ୍ଧି ମନ୍ତ୍ରୀ ହଳ କରୁଥିବା ଫଟୋ ଏବେ ସୋଶାଲ ମିଡିଆରେ ଘୁରିବୁଲୁଛି। ହଁ ତାସହିତ ଅରୁଣ ବାବୁ କରୋନା ସତର୍କତା ବି ଅବଲମ୍ବନ କରି ମୁହଁରେ ମାସ୍କ ମଧ୍ୟ ପିନ୍ଧିଛନ୍ତି। କଥା ହେଉଛି ପବିତ୍ର […]

The post ଟ୍ରାଉଜର ପଞ୍ଜାବୀ ଡ୍ରେସରେ ହଳ କଲେ ମନ୍ତ୍ରୀ ଅରୁଣ ସାହୁ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ ଅରୁଣ ସାହୁ ହଳ ଲଙ୍ଗଳ ଧରି କ୍ଷେତରେ ହଳ କରୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଧୋବ ଫର ଫର ଟ୍ରାଉଜର ପଞ୍ଜାବୀ ଡ୍ରେସ ପିନ୍ଧି ମନ୍ତ୍ରୀ ହଳ କରୁଥିବା ଫଟୋ ଏବେ ସୋଶାଲ ମିଡିଆରେ ଘୁରିବୁଲୁଛି। ହଁ ତାସହିତ ଅରୁଣ ବାବୁ କରୋନା ସତର୍କତା ବି ଅବଲମ୍ବନ କରି ମୁହଁରେ ମାସ୍କ ମଧ୍ୟ ପିନ୍ଧିଛନ୍ତି।

କଥା ହେଉଛି ପବିତ୍ର ବୈଶାଖ ଶୁକ୍ଳ  ତୃତୀୟ ଦିନ ଅବସରରେ ଚାଷୀ ଅଖିମୁଠି ଅନୁକୂଳ କରିଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । ତେଣୁ ଆଜି  କୃଷିମନ୍ତ୍ରୀ କ୍ଷେତରେ ବଳଦ ଯୋଡ଼ି ଚାଷ କାର୍ଯ୍ୟ ପାଇଁ ଅନୁକୂଳ କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଏଥର ଅକ୍ଷୟ  ତୃତୀୟା ଉତ୍ସବ ଫିକା ପଡ଼ିଥିବା ବେଳେ ମନ୍ତ୍ରୀଙ୍କ ଏହି ପ୍ରୟାସ ଚାଷୀଙ୍କ ମନରେ ଉତ୍ସାହ ଭରି ଦେବ ନିଶ୍ଚୟ। ହେଲେ ଏହି ନେତାମାନେ ଯେତେ ଯାହା ଭଲ କାମ କଲେ ବି ଆମ  ସମାଲୋଚକମାନେ ତାଙ୍କୁ ଅଭିନେତା ଦୃଷ୍ଟିରେ ଦେଖନ୍ତି।

ଅବଶ୍ୟ ଟେକ୍‌-ରିଟେକ୍‌ ନେଇ ଅଭିନେତାମାନେ ସୁପରଷ୍ଟାର ହୋଇପାରନ୍ତି ହେଲେ ଆମ ନେତାମାନେ ଯେ, ମେଗା ଷ୍ଟାର ଏକଥାକୁ କେହି କାଟିପାରିବେ ନାହିଁ। ଆଉ ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ ଦେଖି କେହି କେହି କହିଲେଣି ବଲିଉଡ୍‌ର ନାମୀ ଦାମୀ ଅଭିନେତାଙ୍କ ଅଭିନୟ ତାଙ୍କ ଠାରେ ଫିକା ପଡ଼ିଯିବ।

The post ଟ୍ରାଉଜର ପଞ୍ଜାବୀ ଡ୍ରେସରେ ହଳ କଲେ ମନ୍ତ୍ରୀ ଅରୁଣ ସାହୁ appeared first on Odisha Reporter.

]]>
right top 2020-04-27 18:12:50 https://cdn.odishareporter.in/wp-content/uploads/2020/04/26160355/790-1.jpg
ବାଗଚୀଙ୍କ କଥାରେ ପାତ୍ର ଭାଇନା ଖପ୍ପା https://odishareporter.in/politics/political-humour-on-subroto-bagchis-statement-about-media-responsibility-516030 Fri, 10 Apr 2020 10:47:56 +0000 https://odishareporter.in/?p=516030

ପ୍ରଜ୍ଞା ଚୌଧୁରୀ ସାରା ଦେଶରେ ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୋଦି ମ୍ୟାଜିକ୍ ଓଡ଼ିଶାରେ ଫେଲ୍ କରିବାରେ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ହେଉ କିମ୍ବା କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେବାରେ ହେଉ। ସବୁବେଳେ ଅନୁକରଣୀୟ ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ସାଉଁଟିଥାନ୍ତି। ଏଭଳି ଏକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ପଛରେ କିନ୍ତୁ ରାଜତନ୍ତ୍ର ଓ ଏକଛତ୍ରବାଦର ଅପବାଦ ଲଗାଇଛନ୍ତି ଆମ ସାହିର ଗ୍ରସୋରୀ ଦୋକାନର ପାତ୍ର ଭାଇନା ଓ […]

The post ବାଗଚୀଙ୍କ କଥାରେ ପାତ୍ର ଭାଇନା ଖପ୍ପା appeared first on Odisha Reporter.

]]>

ପ୍ରଜ୍ଞା ଚୌଧୁରୀ

ସାରା ଦେଶରେ ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୋଦି ମ୍ୟାଜିକ୍ ଓଡ଼ିଶାରେ ଫେଲ୍ କରିବାରେ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ହେଉ କିମ୍ବା କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେବାରେ ହେଉ। ସବୁବେଳେ ଅନୁକରଣୀୟ ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ସାଉଁଟିଥାନ୍ତି। ଏଭଳି ଏକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ପଛରେ କିନ୍ତୁ ରାଜତନ୍ତ୍ର ଓ ଏକଛତ୍ରବାଦର ଅପବାଦ ଲଗାଇଛନ୍ତି ଆମ ସାହିର ଗ୍ରସୋରୀ ଦୋକାନର ପାତ୍ର ଭାଇନା ଓ ତାର ଚେଲା ଚାମୁଣ୍ଡା। ଛି..ଛି… ଏ କି କଥା? ଏଗୁଡ଼ା ବୋଧେ ଅଶିକ୍ଷିତ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଲା ଭଳି ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏମାନେ କ’ଣ ସାର୍ଟିଫିକେଟ୍ ଦେବେ ଯେ? ଆମ ମୁଖ୍ୟମନ୍ତ୍ରୀଙ୍କୁ ପରା ବାହାର ରାଜ୍ୟ ବି ପ୍ରଶଂସା କଲାଣି। ହଉ… ପାତ୍ର ଭାଇନା ଏତେ ରାଗିଛନ୍ତି ଯଦି, ତା’ର କାରଣଟା ବି ଆସନ୍ତୁ ପଚାରି ବୁଝିବା…

କଥା କ’ଣ କି! ପାତ୍ର ଭାଇନା ସବୁ ଦିନ ଭଳି ଗତକାଲି ବି ଟିଭି ଲଗେଇ ଅନେଇ ବସିଥିଲେ ବାଗଚୀ ବାବୁଙ୍କୁ ଶୁଣିବା ଲାଗି। ତାଙ୍କ ମନରେ ଢେର୍ ପ୍ରଶ୍ନ ଥିଲା। ତାଙ୍କୁ ଏ ଟ୍ୱିଟର ଫୁଇଟର କ’ଣ ଜଣାନାହିଁ। ସେ ଯାହା ଟିଭି ଦେଖି, ନ ହେଲେ ପେପର ପଢ଼ି ସରକାରଙ୍କ କଥା ଜାଣନ୍ତି ଓ ମାନନ୍ତି ମଧ୍ୟ। ସେଇଥିପାଇଁ ଯେବେଠୁ ଏ ଭୂତାଣୁଟା ଆସିଛି ସେ ବାଗଚୀଙ୍କୁ ଶୁଣିବାରେ କେବେ ହେଳା କରନ୍ତିନି। ମହାମାରୀକୁ ନେଇ ତାଙ୍କର ଗୁଡ଼ାଏ ଦ୍ୱନ୍ଦ୍ୱ ଥିଲା। ଭାବିଥିଲେ ଆଜି ବାଗଚୀ କହିବା ବେଳେ ସବୁ ବୁଝେଇ କହିବେ। ହେଲେ କ’ଣ! ବାଗଚୀ ଆସି ଏ ମିଡିଆ ବାଲାଙ୍କୁ କ୍ରିକେଟ୍ ମ୍ୟାଚ୍ ପାଠ ପଢ଼େଇଲେ। ବଲଠାରୁ ଆରମ୍ଭ କରି ବ୍ୟାଟ୍, ରିପ୍ଲେ ଆଉ ଅପଡେଟ୍ ପର୍ଯ୍ୟନ୍ତ ସବୁକିଛି। ପାତ୍ର ଭାଇନା କିଛି ବୁଝିପାରିଲେନି। ଢେର୍ ଚିନ୍ତା କଲେ..।

ଚିନ୍ତା କରୁ କରୁ ସନ୍ଧ୍ୟା ହେଇଗଲା। ଦୋକାନ ପିଲା ଆସି ପାତ୍ର ଭାଇନାଙ୍କୁ କହିଲା ଦୋକାନ ଖୋଲିବା ଚାଲ। ଆଉ କିଛି କ୍ଷଣ ପରେ ଖବର ପାଇଲା ଯେ, ଆମ ମୁଖ୍ୟମନ୍ତ୍ରୀ କାଳେ ତାମିଲ ପତ୍ରିକାର ପ୍ରଚ୍ଛଦରେ ସ୍ଥାନ ପାଇଛନ୍ତି। ସାରା ଦେଶ କାଳେ ନବୀନଙ୍କୁ ଖୁବ୍ ପ୍ରଶଂସା କରୁଛି। ପାତ୍ର ଭାଇନା ଶୁଣି ଆଗେ ଦି-ଘେରା ଖୁସିରେ ନାଚି ପକାଇଲା। ହଠାତ୍ ତା’ର କ’ଣ ହେଲା କେଜାଣି ମନକୁ ମାରି ବସିଗଲା। ଆଉ ସେତିକି ବେଳେ ଯାଇ ମୁଁ ପହଞ୍ଚିଲି କ୍ଷୀର ଆଣିବାକୁ ତା’ ଦୋକାନରେ। ଶୁଣିଲି…

ପାତ୍ର ଭାଇ କହୁଥିଲା- ଆରେ ଆମ ମୁଖ୍ୟମନ୍ତ୍ରୀ ତ ଓଡ଼ିଶା ଗଣମାଧ୍ୟମକୁ ଆଜି କେତେ କ’ଣ ପାଠ ପଢ଼ାଇଲେ।

ଦୋକାନ ପିଲା କହୁଥାଏ- ଭାଇନା ନବୀନ ବାବୁ କ’ଣ କହିଲେକି? ସବୁ ତ ସେ ବାଗଚୀ କହିଲେ।

ପାତ୍ର ଭାଇନା କହିଲା- ଏ ଭୂତାଣୁ ଆସିଲାଠୁ ଯାହା ମୁଖ୍ୟମନ୍ତ୍ରୀ କହିବାକୁ ଚାହାନ୍ତି, ବାଗଚୀ ପରା ସେଇୟା କୁହନ୍ତି।

ଦୋକାନ ପିଲା କହିଲା- ସେଠୁ କ’ଣ ହେଲା। କ’ଣ ଭୁଲ କହିଦେଲେ କି!

ପାତ୍ର ଭାଇନା କହିଲା- ଆରେ… ଆଜି ଯାଏ ଆମ କଥା କିଏ ସରକାରଙ୍କୁ କହିଛି? କିଏ ବାଗଚୀଙ୍କ କଥା ଆମକୁ କହିଛି? ସୂର୍ଯ୍ୟନଗର ଲୋକଟା ପାଇଁ ହେଉ କି ସତ୍ୟନଗର ଘଟଣା ଲୁଚେଇବା ହେଉ। କିଏ ଆମ ପାଇଁ ପ୍ରଶ୍ନ କରିଛି? ଆରେ ତାଙ୍କ ତାଙ୍କ ଭିତରେ ତ କଥା ବାର୍ତ୍ତା ଠିକ୍ ନାହିଁ। ଆଉ ଭୁଲଟାକୁ ଠିକ୍ କରି ବୁଝେଇଦିଅ କହିଲେ କ’ଣ ଦୋଷ। ତା ବୋଲି କ’ଣ କରୋନା, କ୍ରିକେଟ୍ ହୋଇଯିବ?

ଦୋକାନ ପିଲା– ତା’ହେଲେ ନବୀନ ବାବୁଙ୍କୁ କାହିଁକି ସାରା ଦେଶ ପ୍ରଶଂସା କରୁଛି?

ପାତ୍ର ଭାଇନା- ମୁଁ କ’ଣ କରୁନି? ସେଇ ମିଡିଆ କ’ଣ କରୁନି ? ତା’ ବୋଲି କ’ଣ ସବୁବେଳେ ପ୍ରଶଂସା ହିଁ କରାଯିବ। କରୋନା ଆସିଲାଠୁ ସବୁବେଳେ ସରକାରଙ୍କ ସବୁ ବାର୍ତ୍ତା ପରା ଏଇ ମିଡିଆ ବାଲା ଦେଇଛନ୍ତି। ଆମେ ତ ଘରେ ରହିଲେ। ନା କୁଆଡ଼େ ଯାଉଛେ ନା ଦେଖୁଛେ। ଆଉ ଜାଣିଛି, ଯିଏ ଭଲ ଚାହେଁ ସେ ତୁଛାଟାରେ ଅନବରତ ପ୍ରଶଂସା ବି କରେନି। ମିଡିଆ ବାଲାଙ୍କୁ ଏମିତି ଅପମାନ କରି ଆମ ମୁଖ୍ୟମନ୍ତ୍ରୀ ସତେ ଏକଚାଟିଆ ନୀତି ଦେଖେଇଲେ। ସବୁ ରାଜ୍ୟରେ ମିଡିଆ ସାଙ୍ଗେ ମିଶି, ଆଲୋଚନା କରିକି ଏ ଭୂତାଣୁକୁ ବିଦା କରିବାକୁ ଚେଷ୍ଟା କରାଯାଉଛି। ହେଲେ ଏଠି, ଯାହା କହିବୁ, ସେତିକି ଦେଖେଇବ। ଅଧିକ ପଚାରିବନି ନୀତି ଆଣିଲେ ମୁଖ୍ୟମନ୍ତ୍ରୀ। ଏଇଟା ଗଣତନ୍ତ୍ର ନା ରାଜତନ୍ତ୍ର।

ଦୋକାନ ପିଲା- ହଁ ଭାଇନା, ତୁମେ ଠିକ୍ କହିଲ ଯେ.. ମୁଁ ଗୋଟେ କଥା ବୁଝି ପାରୁନି… ଆମ ମୁଖ୍ୟମନ୍ତ୍ରୀ ଏତେ ଭଲ ବୋଲି ତାମିଲ କେମିତି ଜାଣିଲା ଯେ? ତାଙ୍କ ଗଣମାଧ୍ୟମ କ’ଣ ଭଲ ଆଉ ଆମର ସବୁ କ’ଣ ଖରାପ?

ପାତ୍ର ଭାଇନା- ତୁ କ’ଣ ଜାଣିନୁ? ଫୁଟିଲା ଫୁଲ ପରା ଜଗତରେ ବାସେ। ସେଇମିତି ଆମ ନବୀନ ସବୁଆଡ଼େ ବାସନ୍ତି। ବାକି ରହିଲା ତାମିଲ କଥା… ବିନା ଲାଭରେ କିଏ କ’ଣ କରେ କି!! ତୁ କଲେଜ ଗଲେ ପଲିଟିକାଲ ସାଇନ୍ସ ପଢ଼ିବୁ, ତା’ପରେ ଜାଣିବୁ…

ମୁଁ ତ ଜଣେ ସାମ୍ବାଦିକା। ମୋତେ ବି କାଲି ବାଗଚୀଙ୍କ କଥାବାର୍ତ୍ତା ଶୁଣି ଅସହଜ ଲାଗିଥିଲା। ହେଲେ ପାତ୍ର ଭାଇନାଙ୍କ ଏସବୁ ଆଲୋଚନା ଶୁଣିଲା ପରେ ହୃଦୟକୁ ଗୋଟେ ପ୍ରକାର ଶାନ୍ତି ମିଳିଛି। ସତରେ..”ଜନତା ସବ୍ ଜାନତା ହେ…”

The post ବାଗଚୀଙ୍କ କଥାରେ ପାତ୍ର ଭାଇନା ଖପ୍ପା appeared first on Odisha Reporter.

]]>
right top 2020-04-11 10:27:13 https://cdn.odishareporter.in/wp-content/uploads/2020/04/10161722/political-humor.jpg
କ୍ରାଇସିସି ମ୍ୟାନେଜର ନିଜେ କ୍ରାଇସିସରେ ପଡ଼ିଗଲେ https://odishareporter.in/nation-world/congress-crisis-manager-kamalnath-in-trouble-507932 Fri, 20 Mar 2020 07:36:31 +0000 https://odishareporter.in/?p=507932

ଭୋପାଳ: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପରେ ହିସାବ ବରାବର କରିଛି ବିଜେପି। ଗତବର୍ଷ ନଭେମ୍ୱର ମାସ ଶେଷରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର (ଶିବସେନା-ଏନସିପି-କଂଗ୍ରେସ) ଗଠନ ହୋଇଥିଲା। ବିଜେପିକୁ ସାଇଡ୍ କରି ଶିବସେନାକୁ କଂଗ୍ରେସ ସହ ମିଶାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ କମଲନାଥ। ଏବେ କଂଗ୍ରେସର ପୂର୍ବତନ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିରେ ସାମିଲ୍ କରାଇ ବିଜେପି ହିସାବ ନିକାଶ କରିଛି। ଗତବର୍ଷ ଅନ୍ତିମ ସମୟରେ ଚର୍ଚ୍ଚାରେ ଥିଲା ଶିବାସେନା। କାରଣ ହିନ୍ଦୁତ୍ୱକୁ […]

The post କ୍ରାଇସିସି ମ୍ୟାନେଜର ନିଜେ କ୍ରାଇସିସରେ ପଡ଼ିଗଲେ appeared first on Odisha Reporter.

]]>

ଭୋପାଳ: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପରେ ହିସାବ ବରାବର କରିଛି ବିଜେପି। ଗତବର୍ଷ ନଭେମ୍ୱର ମାସ ଶେଷରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର (ଶିବସେନା-ଏନସିପି-କଂଗ୍ରେସ) ଗଠନ ହୋଇଥିଲା। ବିଜେପିକୁ ସାଇଡ୍ କରି ଶିବସେନାକୁ କଂଗ୍ରେସ ସହ ମିଶାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ କମଲନାଥ। ଏବେ କଂଗ୍ରେସର ପୂର୍ବତନ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିରେ ସାମିଲ୍ କରାଇ ବିଜେପି ହିସାବ ନିକାଶ କରିଛି।

ଗତବର୍ଷ ଅନ୍ତିମ ସମୟରେ ଚର୍ଚ୍ଚାରେ ଥିଲା ଶିବାସେନା। କାରଣ ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ଶିବସେନା କଂଗ୍ରେସ ସହ ମିଶି ସରକାର ଗଠନ କରିଛି। ଯାହାକି ଦେଶର ରାଜନୀତିକୁ ନୂଆ ଦିଗ ଦେଇଛି। ତେବେ ଶିବସେନା ସହ କଂଗ୍ରେସ ମେଣ୍ଚ କରାଇବା ପଛରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏକ ମାଧ୍ୟମ ସାଜିଥିବା ବେଳେ ସେତେବେଳର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ପ୍ରଚ୍ଛଦ ପଟରେ ରହିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କଂଗ୍ରେସର କ୍ରାଇସିସି ମ୍ୟାନେଜର ଭାବରେ କମଲନାଥ, ଗୁଲାମ ନବୀ ଆଜାଦ, ଅଶୋକ ଗେହଲଟ ଜଣାଶୁଣା।

ଶିବସେନା ସହ ମେଣ୍ଟ ନେଇ ଶରଦ ପାଓ୍ୱାର ନଭେମ୍ୱର ୧୧ରେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଶରଦ ଓ ସୋନିଆଙ୍କ ବୈଠକ ପରେ ଶିବସେନା ସହ କଂଗ୍ରେସ ମେଣ୍ଟ କରିବାକୁ ରାଜି ନଥିବା ସୂଚନା ମିଳିଥିଲା। ଏମିତିକି ଏହି ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଦଳ ଶିବସେନା ସହ ମେଣ୍ଟ ନେଇ ଏବେ ନିଷ୍ପତ୍ତି ନେଇନାହିଁ। ଏହାପରେ ବିଜେପି ଭାବିଥିଲା କଂଗ୍ରେସ ଓ ଶିବସେନା ସହ ମେଣ୍ଟ ସମ୍ଭବ ନୁହେଁ।

ଏହାପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ସରକାର ଗଢ଼ିବା ପାଇଁ ଗୋଟିଏ ଦିନ ସମୟ ଦେଇଥିଲେ। ହେଲେ ଶିବସେନା ସରକାର ଗଢ଼ି ପାରିନଥିଲା କଂଗ୍ରେସର ସମର୍ଥନ ପତ୍ର ମିଳିନଥିବାରୁ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତା’ପର ଦିନ ଜଣେ ଶିବସେନା ନେତା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଫୋନ କରି ମେଣ୍ଟ ପାଇଁ ହସ୍ତକ୍ଷେପ କରିବାକୁ କହିଥିଲେ। ଆଉ ଏଇଠୁ ପରଦା ପଛରେ ସରକାର ଗଢ଼ିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହାକି ବିଜେପି ବୁଝି ପାରିନଥିଲା।

କଂଗ୍ରେସ ନିଜର ବିଚାରଧାରା ସହ ବୁଝାମଣା କରିବାକୁ ଚେଷ୍ଟା କରୁନଥିଲା। ଅନ୍ୟପଟେ ଶିବସେନା ସମସ୍ତ ପ୍ରକାର ବୁଝାମଣା କରି ବିଜେପିକୁ କ୍ଷମତାରୁ ଦୂରେଇବାକୁ ଚାହୁଁଥିଲା। ଏହାରି ଭିତରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରରେ ଶିବସେନା ସହ ଦଳ ମେଣ୍ଚ କଲେ କୌଣସି ଅସୁବିଧା ହେବନି ବୋଲି ସୋନିଆ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ବୁଝାଇଥିଲେ।

ନଭେମ୍ୱର ୧୮ରୁ ୨୧ ମଧ୍ୟରେ କମଲନାଥ ମଧ୍ୟପ୍ରଦେଶରେ ରହି ଦଳୀୟ ନେତା ଓ ଏନସିପି ସହ କଥା ହୋଇ ସରକାର ଗଢ଼ିବା ପାଇଁ ରାଜି କରାଇଥିଲେ। ଫଳରେ ନଭେମ୍ୱର ୨୨ ତାରିଖରେ ତିନି ଦଳ ଏକ ହୋଇ ସରକାର ଗଢ଼ିବେ ବୋଲି ସନ୍ଧ୍ୟାରେ ମିଳିତ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ।

ଏବେ କମଲନାଥଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଥିବା ଗ୍ୱାଲିଅରର ରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ନିଜ ପଟକୁ ଆଣିଲା। ଏହାପରେ ତାଙ୍କୁ ସମର୍ଥନ କରି ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେଲେ। ଶେଷରେ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଲେ। ତେବେ ଏହି ଷଡ଼ଯନ୍ତ୍ର ପଛରେ ବିଜେପି ରହିଛି ବୋଲି କଂଗ୍ରେସ ଦାବି କରିଛି।

The post କ୍ରାଇସିସି ମ୍ୟାନେଜର ନିଜେ କ୍ରାଇସିସରେ ପଡ଼ିଗଲେ appeared first on Odisha Reporter.

]]>
left bottom 2020-03-20 13:06:31 https://cdn.odishareporter.in/wp-content/uploads/2020/03/20130200/kamal-nath759-1.jpg
ଘୋଡ଼ା ରେଡ୍ଡୀ ଥିଲେ, ମାଲିକ ମିଳିଲେନି ! https://odishareporter.in/odisha/an-article-regarding-rajyasabha-poltics-76-505274 Thu, 12 Mar 2020 13:26:23 +0000 https://odishareporter.in/?p=505274

ରାଜନୀତିରେ ଲଢ଼େଇ ସବୁବେଳେ ରୋଚକ ହୋଇଥାଏ । ବିନା ସସ୍‌ପେନ୍ସ, ଆକ୍ସନ, ଫାଇଟ୍‌ରେ ଏକ ସିନେମା ଯେମିତି ବୋରିଂ ଓ ଫ୍ଲପ୍ ମନେ ହୁଏ, ଠିକ୍ ସେମିତି ରାଜନୀତି ମଧ୍ୟ । ମାନେ ବିନା ଯୁଦ୍ଧରେ ବିଜୟ ହାସଲ ଏକପ୍ରକାର ସ୍ୱାଦହୀନ । ଏହାର ତାଜା ଉଦାହରଣ ହେଉଛି ରାଜ୍ୟରେ ଚାରୋଟି ଆସନ ପାଇଁ ହେଉଥିବା ଚଳିତ ରାଜ୍ୟସଭା ନିର୍ବାଚନ । ଏବେ ରାଜ୍ୟସଭା ନର୍ବାଚନ ପାଇଁ ବିଜେଡି ପକ୍ଷରୁ ଦିଆଯାଇଥିବା ୪ ଜଣ ଯାକ ପ୍ରାର୍ଥୀ […]

The post ଘୋଡ଼ା ରେଡ୍ଡୀ ଥିଲେ, ମାଲିକ ମିଳିଲେନି ! appeared first on Odisha Reporter.

]]>

ରାଜନୀତିରେ ଲଢ଼େଇ ସବୁବେଳେ ରୋଚକ ହୋଇଥାଏ । ବିନା ସସ୍‌ପେନ୍ସ, ଆକ୍ସନ, ଫାଇଟ୍‌ରେ ଏକ ସିନେମା ଯେମିତି ବୋରିଂ ଓ ଫ୍ଲପ୍ ମନେ ହୁଏ, ଠିକ୍ ସେମିତି ରାଜନୀତି ମଧ୍ୟ । ମାନେ ବିନା ଯୁଦ୍ଧରେ ବିଜୟ ହାସଲ ଏକପ୍ରକାର ସ୍ୱାଦହୀନ । ଏହାର ତାଜା ଉଦାହରଣ ହେଉଛି ରାଜ୍ୟରେ ଚାରୋଟି ଆସନ ପାଇଁ ହେଉଥିବା ଚଳିତ ରାଜ୍ୟସଭା ନିର୍ବାଚନ । ଏବେ ରାଜ୍ୟସଭା ନର୍ବାଚନ ପାଇଁ ବିଜେଡି ପକ୍ଷରୁ ଦିଆଯାଇଥିବା ୪ ଜଣ ଯାକ ପ୍ରାର୍ଥୀ ଏକପ୍ରକାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ବିଜେଡି ପାଇଁ ଏକ ବିରାଟ ବିଜୟ ହୋଇପାରେ । କିନ୍ତୁ ରାଜନୀତି ଦୃଷ୍ଟିରେ ଏହା ଏକ ଫ୍ଲପ୍ ଶୋ ବୋଲି କୁହାଯାଇପାରେ । କିଛି ମାସ ତଳେ ମହାରାଷ୍ଟ୍ର ଏବଂ ଏବେ ହୋଲି ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଯେମିତି ରଙ୍ଗ ଲାଗିଲା ଓଡ଼ିଶାରେ ସେମିତି କିଛି ଝଲକ ଦେଖିବାକୁ ମିଳିଲା ନାହିଁ । ଏଥର ରାଜ୍ୟସଭା ପାଇଁ ସବୁଠାରୁ ରୋଚକ ଥିଲା ଚତୁର୍ଥ ଆସନ । ଉଭୟ ସଂଖ୍ୟାର ଖେଳ ଓ ଚତୁର୍ଥ ଆସନ ପାଇଁ ବିଜେଡି ସ୍ଥିର କରିଥିବା ପ୍ରାର୍ଥୀଙ୍କୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ, ଦ୍ୱିତୀୟ, ତୃତୀୟ ଭାବେ  ମୁନା ଖାଁ, ସୁବାସ ସିଂ, ସୁଜିତ କୁମାରଙ୍କ ନାମ ଘୋଷଣା କରିଥିବା ବେଳେ ଚତୁର୍ଥ ପ୍ରାର୍ଥୀ ମମତା ମହାନ୍ତଙ୍କ ନାମ ଘୋଷଣା କରିଥିଲେ । ସଂଖ୍ୟା ଦୃଷ୍ଟିରୁ କେବେ ଏକନମ୍ୱର ଥିବା ଆଉ ଏବେ ଏକ ଅଙ୍କକୁ ଖସି ଆସିଥିବା କଂଗ୍ରେସ ହାତ ଟେକି ଦେଇଥିବା ବେଳେ ବିଜେପି ପଛଘୁଞ୍ଚା ଦେଲା ।

ଅର୍ଥାତ ଦୁଇ ଦଳ ପ୍ରାର୍ଥୀ ନଦେବାରୁ ବିଜେଡି ପକ୍ଷରୁ ଚତୁର୍ଥ ପ୍ରାର୍ଥୀଙ୍କ ବିଜୟ ବିନା ଯୁଦ୍ଧରେ ସୁଗମ ହୋଇଗଲା । ଯଦି ଭୋଟ ହୋଇଥାନ୍ତା ୧୪୭ ବିଧାୟକଙ୍କୁ ନେଇ ୩ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଭୋଟ୍‌ରେ ଜିତାଇବା ପରେ ବିଜେଡି ପାଖରେ ଥିଲା୨୩ ବିଧାୟକଙ୍କ ସମର୍ଥନ । ସମାନ ସଂଖ୍ୟା ବିଜେପିର ଥିଲା । ତେଣୁ ଜିତିବା ପାଇଁ ଦରକାର ହେଉଥିବା ୩୦ ସଂଖ୍ୟା ସ୍ଥିତିରେ ଉଭୟଙ୍କୁ ଆଉ ୭ ବିଧାୟକଙ୍କ ସମର୍ଥନ ଦରକାର ଥିଲା ।

କଂଗ୍ରେସର ବିଧାୟକ ସଂଖ୍ୟା ୯ ଥିବାରୁ ଏମାନଙ୍କ  ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତା । ତଥାପି ବିଜେପି ପାଖରେ ଏକପ୍ରକାର ସୁଯୋଗ ଥାଇ କାହିଁକି ହାତଛଡ଼ା କଲା ତାହା ଏକ ପ୍ରଶ୍ନ ହୋଇ ଥିଲେ ମଧ୍ୟ ଅସମାହିତ ନୁହେଁ । କାରଣ ବର୍ତ୍ତମାନ ବିଜେଡି-ବିଜେପିର ସମ୍ପର୍କ ମିଶାଣ କେତେ ଫେଡ଼ାଣ କେତେ ତାହା ସମସ୍ତଙ୍କୁ ଜଣା । ତେବେ ଚତୁର୍ଥ ପ୍ରାର୍ଥୀକୁ ନେଇ ଗଭୀର ଗବେଷଣା କରାଯାଏ ତେବେ ବହୁ ଗହନ କଥା ଆସିବ । ଗତ ଜୁନ୍ ମାସରେ ରାଜ୍ୟସଭା ନିର୍ବାଚନରେ ତୃତୀୟ ପ୍ରାର୍ଥୀଙ୍କୁ ନେଇ ରାଜନୀତି ବେଶ ରୋଚକ ହୋଇଥିଲା । ବିଜେଡି ପକ୍ଷରୁ  ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନାମ ଘୋଷଣା ପରେ ବିଜେପି ପକ୍ଷରୁ ତୃତୀୟ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଥିଲା ।

ତେବେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନବୀନ ଖୋଲାଖୋଲି ସମର୍ଥନ କରି ରାଜ୍ୟ ସ୍ୱାର୍ଥ ପାଇଁ ଏମିତି ନିଷ୍ପତ୍ତି ବୋଲି ଦ୍ୱାହି ଦେଇଥିଲେ । ହେଲେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ନାମୀଦାମୀ ଖଣି କମ୍ପାନୀରେ ଉଚ୍ଚପଦପଦବୀରେ ରହିଆସିଥିବା ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଉଭୟ ଦଳ କେଉଁ ଲାଭ ପାଇବେ ସେ ସମୟରେ ଖୁବ୍ ଚର୍ଚ୍ଚା ହୋଇଥିଲା ।

ଏବେ ଆସିବା ଏଥର ଚତୁର୍ଥ ପ୍ରାର୍ଥୀ ମମତା ମହାନ୍ତଙ୍କ ପାଖକୁ । ଅଶ୍ୱିନୀ ବୈଷ୍ଣବଙ୍କ ତୁଳନାରେ ମମତା ମହାନ୍ତ ସେମିତି ପ୍ରଶାସନିକ ପ୍ରତିପତ୍ତି, ହେଭିୱେଟ୍ ରାଜନେତା କିମ୍ୱା ଇଣ୍ଡଷ୍ଟ୍ରିଆଲିଷ୍ଟ ନୁହନ୍ତି । ଏସବୁ ବାଦେ ପଲଟିକାଲ ପ୍ରଫିଟ୍ ପାଇଁ ନବୀନ ଯେଉଁ କାର୍ଡ଼ଟି ଖେଳିଲେ ବୋଲି ଚର୍ଚ୍ଚା ହୁଏ ତାହା ହେଉଛି ମହିଳା ଓ କୁଡ଼ୁମୀ କାର୍ଡ଼ । ଅବଶ୍ୟ ମମତାଙ୍କ ଆଉ ଏକ ପରିଚୟ ହେଉଛି ସେ ମୟୂରଭଞ୍ଜ ଜିଲ୍ଲା ପରିଷଦ ପୂର୍ବତନ ସଦସ୍ୟା ଥିଲେ ।  ହେଲେ ଏଠି ନବୀନ ସବୁଠାରୁ ଯେଉଁ ଦିଗଟିକୁ ଧ୍ୟାନ ଦେଇଛନ୍ତି ତାହା ହେଉଛି କୁଡ଼ୁମୀ କାର୍ଡ । କାରଣ ମମତା କୁଡ଼ୁମୀ ସମୁଦାୟ ପକ୍ଷରୁ ନେତୃତ୍ୱ ନେଉଥିବା ବେଳେ ମୟୁରଭଞ୍ଜ ରାଜନୀତିରେ ବେଶ ଗୁରୁତ୍ୱ ବହନ କରେ । ଗତ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଥିଲା । ଅନ୍ୟପକ୍ଷରେ ଏହି କୁଡ଼ୁମୀ ସମ୍ପ୍ରଦାୟ ବିଜେପି ଭୋଟ୍ ବ୍ୟାଙ୍କର ସିଂହ ଭାଗ ବୋଲି ମଧ୍ୟ କୁହାଯାଉଛି । ଯାହାର ଝଲକ ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳିଥିଲା । ଅର୍ଥାତ ବିଜେପି ଫାଇଦାରେ ରହିଥିଲା । ସେମିତି ଏବେ ବିଜେଡିର ଦ୍ୱିତୀୟ ମୁଖିଆ କୁହାଯାଉଥିବା ବବି ଦାସ ମୟୁରଭଞ୍ଜ କଥା ବୁଝୁଥିବା ବେଳେ ମମତାଙ୍କ ପ୍ରାର୍ଥିତ୍ୱର ପ୍ରସ୍ତାବ ସେ ଦେଇଥିବା ଚର୍ଚ୍ଚା ହେଉଛି । ଯାହାବି ହେଉ ମୟୁରଭଞ୍ଜରେ ବିଜେଡି ସଙ୍ଗଠନକୁ ମଜଭୁତ କରିବା ଲକ୍ଷରେ ଥିବା ବେଳେ ବିଜେପି ମଧ୍ୟ ସେଫ୍ ପଲଟିକ୍ସ ଖେଲିଛି । ଅର୍ଥାତ ଯଦି ବିଜେପି ପକ୍ଷରୁ ଏଥର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦିଆଯାଇଥାନ୍ତା ଆଉ କୌଣସି ମତେ ଯଦି ମମତାଙ୍କ ବିରୋଧରେ ସେ ଜିତି ଯାଇଥାନ୍ତେ ତେବେ ଏକ ରାଜନୈତିକ ନକରାତ୍ମକ ବାର୍ତ୍ତା ଯାଇଥାନ୍ତା ।

କୁହାଯାଇଥାନ୍ତା ବିଜେପି ହିଁ ମମତାଙ୍କୁ ହରାଇଲା । ଯାହାର ସିଧାସଳଖ ରାଜନୈତିକ ପ୍ରଭାବ ମୟୁରଭଞ୍ଜର କୁଡ଼ୁମୀ ସମ୍ପ୍ରଦାୟ ଉପରେ ପଡ଼ିଥାନ୍ତା । ତେଣୁ  ଛୋଟିଆ ଲାଭ ପାଇଁ ଏକ ବୃହତ୍ତର ସ୍ୱାର୍ଥକୁ ବଳି ପକାଇବା ପାଇଁ ବିଜେପି ଚାହିଁଲା ନାହିଁ । ତେଣୁ ଯେଉଁ ନେତାମାନେ ମହାରାଷ୍ଟ୍ରର ଏନ୍‌ସିପି ବିଧାୟକଙ୍କ ଭଳି ଫାଇଭ ଷ୍ଟାର ହୋଟେଲ ବୁଲିବା ଓ କୋଟି କୋଟି ଟଙ୍କାର ମୁଲଚାଲ ପାଇଁ ଆଶାରେ ଥିଲେ ସେମାନଙ୍କ ଆଶା କ୍ଷୀଣ ହୋଇଗଲା । ଗୋଟିଏ ବାକ୍ୟରେ କହିହେବ ଘୋଡ଼ା ରେଡ୍ଡୀ ଥିଲେ ହେଲେ ମାଲିକ ମିଳିଲେଣି ।

The post ଘୋଡ଼ା ରେଡ୍ଡୀ ଥିଲେ, ମାଲିକ ମିଳିଲେନି ! appeared first on Odisha Reporter.

]]>
right top 2020-03-13 11:55:48 https://cdn.odishareporter.in/wp-content/uploads/2020/03/12185438/yop.jpg
ଡର କାହାକୁ ଭୟ କାହାକୁ, ନବୀନ ଅଛନ୍ତି ଚଉବାହାକୁ ! https://odishareporter.in/politics/bjd-and-corona-virous-humour-story-502453 Thu, 05 Mar 2020 12:10:18 +0000 https://odishareporter.in/?p=502453

ଆଜି କଟକର ବକ୍ସିବଜାର ଛକରେ ଏକ ଚାହା ଷ୍ଟଲରେ ବିଜେଡିର  ଜଣେ ନେତାଙ୍କ ସହ ଦେଖା ହୋଇଗଲା। ଯଦିଓ ତାଙ୍କ ସହ ସେମିତି ପରିଚୟ ନଥିଲା ତଥାପି ତାଙ୍କ ହାବଭାବରୁ ସେ ଜଣେ ୨୨ କ୍ୟାରେଟ୍‌  ଛାମୁଆ ନେତା ବୋଲି ଜଣାପଡ଼ୁଥିଲେ । ପୁଣି ସେପଟେ ନିଜ ଅଞ୍ଚଳ ତଥା କଟକ ବାଲିଯାତ୍ରା ପଡ଼ିଆରେ ବିଜେଡି ସରକାରର ସମାବେଶ ଥିବାରୁ ସେ ଭାରି ଉତ୍ସାହିତ ଥିଲେ। ଏକଦ୍‌ମ ବ୍ୟସ୍ତ ବି ଥିଲେ। ତାଙ୍କ ଠାଣି ଏବଂ ଚାହାଣୀରୁ […]

The post ଡର କାହାକୁ ଭୟ କାହାକୁ, ନବୀନ ଅଛନ୍ତି ଚଉବାହାକୁ ! appeared first on Odisha Reporter.

]]>

ଆଜି କଟକର ବକ୍ସିବଜାର ଛକରେ ଏକ ଚାହା ଷ୍ଟଲରେ ବିଜେଡିର  ଜଣେ ନେତାଙ୍କ ସହ ଦେଖା ହୋଇଗଲା। ଯଦିଓ ତାଙ୍କ ସହ ସେମିତି ପରିଚୟ ନଥିଲା ତଥାପି ତାଙ୍କ ହାବଭାବରୁ ସେ ଜଣେ ୨୨ କ୍ୟାରେଟ୍‌  ଛାମୁଆ ନେତା ବୋଲି ଜଣାପଡ଼ୁଥିଲେ । ପୁଣି ସେପଟେ ନିଜ ଅଞ୍ଚଳ ତଥା କଟକ ବାଲିଯାତ୍ରା ପଡ଼ିଆରେ ବିଜେଡି ସରକାରର ସମାବେଶ ଥିବାରୁ ସେ ଭାରି ଉତ୍ସାହିତ ଥିଲେ। ଏକଦ୍‌ମ ବ୍ୟସ୍ତ ବି ଥିଲେ। ତାଙ୍କ ଠାଣି ଏବଂ ଚାହାଣୀରୁ  ଲାଗୁଥିଲା ଯେମିତି  ତାଙ୍କ ଉପରେ ସଭା ଆୟୋଜନର ଅଧା ଦାୟିତ୍ୱ ତାଙ୍କ ଉପରେ ଅଛି ।

କଥା ପ୍ରସଙ୍ଗରେ ଆମେ ଗୋଟିଏ କଥା ପଚାରିଦେଲୁ। ଆପଣମାନେ ଜାଣିଥିବେ ଏବେ ପଲ୍ଲୀଠୁ ଦିଲ୍ଲୀ ଏବଂ ଚାହା ଦୋକାନରୁ ଆରମ୍ଭ କରି ପାୱାର କରିଡରର ଚେମ୍ବର ପର୍ଯ୍ୟନ୍ତ ସବୁଠି କରୋନା ଚର୍ଚ୍ଚା। ଯଦିଓ ଆଜି ଦିନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଟକରେ ବିଜେଡି ସରକାରଙ୍କ ପକ୍ଷରୁ ଆୟୋଜନ ହେଉଥିବା ସମାବେଶ ସହ କରୋନାର କୌଣସି ବିଶେଷ ସମ୍ପର୍କ ନାହିଁ ତଥାପି ଏହାକୁ ଏକ ଅପ୍ରସଙ୍ଗ ବୋଲି କହିହେବନି। କାରଣ ଏହି ସମାବେଶର ଗୋଟିଏ ଦିନ ପୂର୍ବରୁ ବିଜେଡି ସରକାରଙ୍କ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି।

ଏଥିରେ କରୋନା ପ୍ରତିଷେଧକ ପାଇଁ କେତେକ ଉପାୟ କହିଛନ୍ତି। ନିଜେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କୌଣସି ଜାଗାରେ ବଡ଼ ସଭାସମିତି ଆୟୋଜନ ନକରିବା, କରମର୍ଦ୍ଦନ ଓ ଆଲିଙ୍ଗନ ନକରିବା ଆଦି ନେଇ କେତେ କଣ କହିଛନ୍ତି। ତେଣୁ ଆଲୋଚନା ଛଳରେ କରୋନା ଭୟ ଥିବା ସତ୍ତ୍ୱେ ସରକାର କେମିତି ସମାବେଶ କରୁଛି ବୋଲି ପ୍ରଶ୍ନ କରିବାରୁ ନେତା ଜଣକ ଏହାକୁ ଯାତ୍ରା ମାର୍କା ହସ ହସି ହାଲୁକାରେ ନେଇଥିଲେ। ଟିକେ ନିରବ ହୋଇ ଏକ ଲମ୍ବା ଚଉଡ଼ା ଡାଇଲଗଟିଏ ମାରିଥିଲେ। କହିଥିଲେ, ଓଡ଼ିଶାର ଯେ ପର୍ଯ୍ୟନ୍ତ ନବୀନ ବାବୁ ଅଛନ୍ତି ଏଠି କାହାରି କିଛି ହେବନି। ଆମେ କହିଲୁ କରୋନା ଏକପ୍ରକାର କରାଳରୂପ ଧାରଣ କଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ହେଲଥ୍‌ ଏମରଜେନ୍ସି ଜାରି ହେଲାଣି। ସବୁଠି ଏକ ପ୍ରକାର କୋକୁଆ ଭୟ ଖେଳିଗଲାଣି। ପ୍ରଶ୍ନ ଅଧା ଶୁଣି ନେତା ଜଣକ ସଙ୍ଗେ ସଙ୍ଗେ ରିଆକ୍ଟିଭ୍‌ ମୁଡ୍‌କୁ ପଳାଇ ଆସିଲେ।

କହିଲେ, ଏ କି କରାଳ ରୂପ? ଅତିତରେ ଆମେ ଫାଇଲିନ, ହୁଡ଼ୁଡୁଡ଼ ଭଳି କରାଳ ବାତ୍ୟାର ସଫଳ ମୁକାବିଲା କରି ପୁରସ୍କାର ପାଇଛେ। ଆଉ କରୋନା ଯଦି ଓଡ଼ିଶା ପାଇଁ ସେମିତି ଭୟଙ୍କର ରୂପ ଆଣେ ତାକୁ ବି ମୁକାବିଲା କରିବାକୁ ଆମ ନବୀନବାବୁ ସକ୍ଷମ। ଏତିକି କହିଲା ବେଳକୁ ଢେର ଟାଇମ ହୋଇଯାଇଥିଲା। ଆଉ ନେତା ଜଣକ ତରବର ହୋଇ ସେଠାରୁ ଚାଲିଯାଇଥିଲେ। ତେବେ ଏହି ନେତାଙ୍କ କଥା ଶୁଣି ଆମର ଗୋଟି ଗୀତ ମନେ ପଡ଼ିଲା। ସେଇଟା ହେଉଛି ଡର କାହାକୁ ଭୟ କାହାକୁ ଠାକୁର ଅଛନ୍ତି ଚଉବାହାକୁ। ଏବେ ଏହି ପଂକ୍ତିଟିକୁ ଯଦି ସେଇ ବାବୁ ଜଣକ କହିଥାନ୍ତେ ସେ ହୁଏତ ଏୟା କହିଥାନ୍ତେ ଡର କାହାକୁ ଭୟ କାହାକୁ ନବୀନ ଅଛନ୍ତି ଚଉବାହାକୁ…।

-ତାପସ ବେହେରା

The post ଡର କାହାକୁ ଭୟ କାହାକୁ, ନବୀନ ଅଛନ୍ତି ଚଉବାହାକୁ ! appeared first on Odisha Reporter.

]]>
right top 2020-03-07 15:15:24 https://cdn.odishareporter.in/wp-content/uploads/2020/03/05173928/maxresdefault.jpg
ସମୀର ଦାଶ ଓ ମେଲାନିଆ ଟ୍ରମ୍ପ https://odishareporter.in/odisha/samerr-dash-and-usa-president-wife-499774 Thu, 27 Feb 2020 14:20:46 +0000 https://odishareporter.in/?p=499774

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀର୍ଷକ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ। ଭାବିଥିବେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ନେଇ କାହିଁକି ଆଲୋଚନାର ପ୍ରସଙ୍ଗ ହେଲା ? ତେବେ କଥାଟି ହେଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ଦାୟିତ୍ୱ ନେବା ପରେ ସେଠିକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅନେକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ଶିକ୍ଷାର ମାନ ପର୍ଯ୍ୟନ୍ତ ଦିଲ୍ଲୀ ସରକାରୀ ସ୍କୁଲଗୁଡ଼ିକର ଏକ ନବକଳେବର […]

The post ସମୀର ଦାଶ ଓ ମେଲାନିଆ ଟ୍ରମ୍ପ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀର୍ଷକ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ। ଭାବିଥିବେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ନେଇ କାହିଁକି ଆଲୋଚନାର ପ୍ରସଙ୍ଗ ହେଲା ? ତେବେ କଥାଟି ହେଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ଦାୟିତ୍ୱ ନେବା ପରେ ସେଠିକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅନେକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ଶିକ୍ଷାର ମାନ ପର୍ଯ୍ୟନ୍ତ ଦିଲ୍ଲୀ ସରକାରୀ ସ୍କୁଲଗୁଡ଼ିକର ଏକ ନବକଳେବର ହୋଇପାରିଛି। ଏମିତିକି ଦିଲ୍ଲୀର ସ୍କୁଲଗୁଡ଼ିକୁ ଏକ ରୋଲ ମଡେଲ ଭାବେ ବିବେଚନା କରାଯାଉଛି।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ସପତ୍ନିକ ଭାରତ ଗସ୍ତ ଆସିଥିବା ବେଳେ ଦିଲ୍ଲୀ ସ୍କୁଲ ଯାଇ ପରିଦର୍ଶନ କରିଥିଲେ ମେଲାନିଆ। ଦକ୍ଷିଣ ଦିଲ୍ଲୀର ମୋତି ବାଗଠାରେ ଥିବା ସର୍ବୋଦୟ କୋ ଏଡୁକେସନ ସିନିୟର ସେକେଣ୍ଡାରୀ ସ୍କୁଲ ଯାଇ ବୁଲାବୁଲି କରିଥିଲେ। ସ୍କୁଲର ଭିତ୍ତିଭୂମି ଏବଂ ଶିକ୍ଷାର ମଡେଲକୁ ନେଇ ଅଭିଭୂତ ହୋଇ ଯାଇଥିଲେ ମେଲାନିଆ। ଖୁବ୍‌ ପ୍ରଶଂସା ବି କରିଥିଲେ।  କହିଥିଲେ ଏହା ତାଙ୍କ ପାଇଁ ଅତ୍ୟନ୍ତ ପ୍ରେରଣା ଦାୟକ। ଏବେ ଆସିବା ଆମ ମନ୍ତ୍ରୀଙ୍କ ପ୍ରସଙ୍ଗକୁ।

୨୦୧୯ ଜୁଲାଇ ମାସରେ ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆୟୋଜିତ ହାପିନେସ୍‌ ଉତ୍ସବରେ ଯୋଗଦେଇଥିଲେ।  ଏହି ଅବସରରେ ଦିଲ୍ଲୀର ବିଭିନ୍ନ ସରକାରୀ ସ୍କୁଲ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଆଶା କରାଯାଉଥିଲା ଶିକ୍ଷା କ୍ଷେତ୍ରରେ ସଂସ୍କାରକୁ ନେଇ ଆକ୍ସନ୍‌ମୁଡ୍‌ରେ ଆସିଥିବା ସମୀର ଦାଶ କିଛି କରିପାରନ୍ତି। ଯେହେତୁ ଦିଲ୍ଲୀରେ ସରକାରୀ ଶିକ୍ଷା ବ୍ୟବସ୍ଥା ଗଲା ୫ ବର୍ଷ ଭିତରେ ଯଥେଷ୍ଟ ବିକଶିତ ହୋଇଛି, ସେହି କ୍ରମରେ ଏହି ଶିକ୍ଷାକୁ ମଡେଲ୍‍ ଭାବେ ରାଜ୍ୟ ସରକାର ଗ୍ରହଣ କରିପାରନ୍ତି। ଫଳସୂରୁପ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ସବୁବେଳେ ଚର୍ଚ୍ଚା ହେଉଥିବା ଗୋଟିଏ ଘସାପିଟା ଡାଇଲଗ୍‌ ଆଉ ଶୁଣିବାକୁ ମିଳିବିନି।

କିନ୍ତୁ ଗତକାଲି ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ରଖିଥିବା ଉତ୍ତର ହିଁ ଆମ ଶିକ୍ଷା ବ୍ୟବସ୍ଥାରେ କେତେ କ’ଣ ପରିବର୍ତ୍ତନ ହୋଇଛି ତାର ଗୁମର ଖୋଲି ଦେଇଛି। ମନ୍ତ୍ରୀ କହିଛନ୍ତି ଯେ, ଏବେ ବି ରାଜ୍ୟରେ ଥିବା ସ୍କୁଲ ମଧ୍ୟରୁ ୯୦ଟିରେ କଳାପଟା ବ୍ୟବସ୍ଥା ନାହିଁ। ସେମିତି ୫୩, ୬୭୦ଟି ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ହୋଇ ନାହିଁ। ୩୭, ୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ। ୩୪, ୩୯୪ଟି ବିଦ୍ୟାଳୟରେ ପାଣି ସହିତ ଶୌଚାଳୟର ବ୍ୟବସ୍ଥା ନାହିଁ। ଏମିତି ଅନେକ ଅବ୍ୟବସ୍ଥାର ହିସାବ ରଖିଛନ୍ତି ମନ୍ତ୍ରୀ।

ତେବେ ଏଠି କହିବାର କଥା ହେଲା। ଯେଉଁ ଦିଲ୍ଲୀ ମଡେଲ ସ୍କୁଲକୁ ପରିଦର୍ଶନ ପାଇଁ ମନ୍ତ୍ରୀ ସମୀର ଦାଶ ଯାଇଥିଲେ ସେଇ ମଡେଲକୁ ବୁଲି ଦେଖିଲେ ମାଲେନିଆ। ଆଉ ଏଠାରୁ କିଛି ଶିଖିଥିବା ମାଲେନିଆ ତାଙ୍କ ଦେଶରେ କେମିତି କାର୍ଯ୍ୟକାରୀ କରିବେ ତାହା ଆପଣ ଅନୁମାନ କରିପାରୁଥିବେ। ହେଲେ ଆମ ଓଡ଼ିଶା ସରକାର କ’ଣ ସବୁ ପରିବର୍ତ୍ତନ କରିପାରିଛନ୍ତି ସେ ଚିତ୍ର ଏବେ ଆପଣଙ୍କ ସାମ୍ନାରେ।

The post ସମୀର ଦାଶ ଓ ମେଲାନିଆ ଟ୍ରମ୍ପ appeared first on Odisha Reporter.

]]>
right top 2020-02-28 10:04:35 https://cdn.odishareporter.in/wp-content/uploads/2020/02/27194930/b-909-2.jpg
ଦୁଇ ଦିନରେ ଦୁଇ ଥର ଭେଟାଭେଟି ହେଲେ ନୀତୀଶ-ତେଜସ୍ୱୀ https://odishareporter.in/nation-world/nitish-meet-tejaswi-2-times-in-2-days-499474 Wed, 26 Feb 2020 17:20:15 +0000 https://odishareporter.in/?p=499474

ପାଟନା: ଚଳିତ ବର୍ଷ ଶେଷ ବେଳକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜନୀତିକ ସମୀକରଣ ବଦଳୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଓ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ପରସ୍ପରକୁ ଏକାନ୍ତରେ ଦୁଇଥର ଭେଟିବା ପରେ ରାଜନୀତିକ ଚିତ୍ର ବଦଳିବ ବୋଲି ଆକଳନ ହେଉଛି। ତେବେ ଏହି ଭେଟଘାଟକୁ ଔପଚାରିକ ବୋଲି ତେଜସ୍ୱୀ ଯାଦବ କହିଛନ୍ତି। ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରିବେ ତା’ହେଲେ ସେ କାହିଁକି […]

The post ଦୁଇ ଦିନରେ ଦୁଇ ଥର ଭେଟାଭେଟି ହେଲେ ନୀତୀଶ-ତେଜସ୍ୱୀ appeared first on Odisha Reporter.

]]>

ପାଟନା: ଚଳିତ ବର୍ଷ ଶେଷ ବେଳକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜନୀତିକ ସମୀକରଣ ବଦଳୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଓ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ପରସ୍ପରକୁ ଏକାନ୍ତରେ ଦୁଇଥର ଭେଟିବା ପରେ ରାଜନୀତିକ ଚିତ୍ର ବଦଳିବ ବୋଲି ଆକଳନ ହେଉଛି। ତେବେ ଏହି ଭେଟଘାଟକୁ ଔପଚାରିକ ବୋଲି ତେଜସ୍ୱୀ ଯାଦବ କହିଛନ୍ତି। ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରିବେ ତା’ହେଲେ ସେ କାହିଁକି ନୀତୀଶଙ୍କୁ ଭେଟିପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ମଙ୍ଗଳବାର (ଫେବୃଆରୀ ୨୫) ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହାପରେ ବିଧାନସଭାରେ ଏନଆରସି ଓ ଏନପିଆର ରାଜ୍ୟରେ ଲାଗୁ ହେବ ନାହିଁ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ବୁଧବାର ମଧ୍ୟ ଏହି ଦୁଇ ନେତା ଭେଟିଥିଲେ।

ଏହାପରେ ତେଜସ୍ୱୀ ଯାଦବ ଗଣମାଧ୍ୟମକୁ କହିଛନ୍ତି, ‘ବିହାରରେ ସରକାରକୁ ଅସ୍ଥିରତା ହେବାକୁ ଦେବୁ ନାହିଁ। ଗତ 4 ବର୍ଷରେ ଚାରିଥର ସରକାର ବଦଳିଛି। ନୀତୀଶ କୁମାର ବିଜେପି ସହ ଲଢ଼ିବାକୁ ସାହାସ ଜୁଟାଇ ପାରୁନାହାନ୍ତି ତେଣୁ ତାଙ୍କୁ ସାଙ୍ଗରେ ନେଇ କ’ଣ କରିବୁ?’

ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ପରସ୍ପରକୁ ଭେଟିବା ପରେ ବିହାର ରାଜନୀତି ସରଗରମ ହୋଇଛି। ତେଜସ୍ୱୀ ଆଗାମୀ ଦିନରେ ଜେଡିୟୁ ସହିତ ଆସିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଜବାବରେ ତେଜସ୍ୱୀ କହିଥିଲେ ବିହାରରେ ସରକାରକୁ ଅସ୍ଥିରତା ହେବାକୁ ଦେବୁନି।

ଅର୍ଥାତ୍ ବିହାରରେ ଏନଆରସି ଏବଂ ଏନପିଆର ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ମେଣ୍ଟ ସରକାରର ସହଯୋଗୀ ବିଜେପି ଏ ନେଇ ନିରବ ରହିଛି। ଯଦି ବିଜେପି ମେଣ୍ଟରୁ ଓହରିବା ନେଇ ନିଷ୍ପତ୍ତି ନେବ ତା’ହେଲେ ନୀତୀଶଙ୍କୁ ତେଜସ୍ୱୀ ସମର୍ଥନ କରିପାରନ୍ତି।

ସୂଚନାଯୋଗ୍ୟ, ୨୦୧୩ରେ ନୀତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲେ। ଏହାପରେ ଆରଜେଡି ସହିତ ମେଣ୍ଟ ଭାଙ୍ଗି ବିଜେପି ସହିତ ମିଶି ନୀତୀଶ କୁମାର ସରକାର ଗଢ଼ିଛନ୍ତି।

The post ଦୁଇ ଦିନରେ ଦୁଇ ଥର ଭେଟାଭେଟି ହେଲେ ନୀତୀଶ-ତେଜସ୍ୱୀ appeared first on Odisha Reporter.

]]>
left bottom 2020-02-26 22:50:15 https://cdn.odishareporter.in/wp-content/uploads/2020/02/26224955/nitish_tejashwi-1.jpg
ପ୍ରଶାନ୍ତ କାହିଁକି ଏବେ ମୋଦୀ ବିରୋଧୀ? https://odishareporter.in/nation-world/why-modis-close-aide-prashant-kishore-now-opposing-498119 Sun, 23 Feb 2020 08:29:16 +0000 https://odishareporter.in/?p=498119

ନୂଆଦିଲ୍ଲୀ: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର କିଛି ଦିନ ତଳେ ବିହାରରେ ପ୍ରେସ କନଫରେନସ କରି ବିହାର ସରକାରର ମୁଖିଆ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ପ୍ରଶାନ୍ତ ବିହାରରେ ଜେଡିୟୁ-ବିଜେପି ମେଣ୍ଟକୁ ଚେକ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏଥିପାଇଁ ବିହାରର କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ଭେଟୁଥିବା ସୂଚନା ରହିଛି। ଜେଡିୟୁର ଉପସଭାପତି ଥିବା ବେଳେ ପ୍ରଶାନ୍ତ କିଶୋର ନାଗରିକତା ସଂଶୋଧନ ଆଇନକୁ […]

The post ପ୍ରଶାନ୍ତ କାହିଁକି ଏବେ ମୋଦୀ ବିରୋଧୀ? appeared first on Odisha Reporter.

]]>

ନୂଆଦିଲ୍ଲୀ: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର କିଛି ଦିନ ତଳେ ବିହାରରେ ପ୍ରେସ କନଫରେନସ କରି ବିହାର ସରକାରର ମୁଖିଆ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ପ୍ରଶାନ୍ତ ବିହାରରେ ଜେଡିୟୁ-ବିଜେପି ମେଣ୍ଟକୁ ଚେକ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏଥିପାଇଁ ବିହାରର କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ଭେଟୁଥିବା ସୂଚନା ରହିଛି। ଜେଡିୟୁର ଉପସଭାପତି ଥିବା ବେଳେ ପ୍ରଶାନ୍ତ କିଶୋର ନାଗରିକତା ସଂଶୋଧନ ଆଇନକୁ ନେଇ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହାପରେ ନୀତୀଶ କୁମାର ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

ବିହାରରେ ଜନ୍ମିତ ପ୍ରଶାନ୍ତ ଉତ୍ତର ପ୍ରଦେଶରେ ପାଠ ପଢ଼ି ସାରିବା ପରେ ଆଫ୍ରିକାରେ ହେଲଥ ପ୍ରଫେଶନାଲ ଭାବରେ କାମ କରୁଥିଲେ। ୨୦୧୧ରେ ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରଶାନ୍ତ କିଶୋରଙ୍କୁ ମିଶାଇଥିଲା। ଏହାପରେ ସେ ୨୦୧୨ରେ ମୋଦୀଙ୍କ ପ୍ରଚାର କ୍ୟାମ୍ପେନରେ ସାମିଲ୍ ହୋଇଥିଲେ।

୨୦୧୪ରେ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ଏହି ସମୟରେ ପ୍ରଶାନ୍ତ କିଶୋର ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଯେଉଁଥିରେ ଅବ୍ କି ବାର୍ ମୋଦୀ ସରକାର ନାରା ପାଖରୁ ଆରମ୍ଭ କରି ଅନେକ ସ୍ଲୋଗାନ ଓ ପ୍ରଚାର ଦାୟିତ୍ୱ ପ୍ରଶାନ୍ତ କିଶୋର ଏବଂ ତାଙ୍କ ଟିମ୍ ତିଆରି କରୁଥିଲା।

ଇଂରାଜୀ ଖବରକାଗଜ ‘ଦ ସଣ୍ଡେ ଇଣ୍ଡିଆନ୍ ଏକ୍ସପ୍ରେସ’ର ରିପୋର୍ଟ ଅନୁଯାୟୀ ୨୦୧୪ରେ ନରେନ୍ଦ୍ର ମୋଦୀ ବିଜୟୀ ହେବା ପରେ ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ (ପିଏମଓ)ରେ ସାମିଲ୍ ହେବାକୁ ଚାହୁଁଥିଲେ। କିଶୋରଙ୍କ କମ୍ପାନୀ I-PAC ଟିମର ଜଣେ ସଦସ୍ୟ ଖବରକାଗଜକୁ ନିଜ ନାମ ଗୋପନୀୟ ରଖି କହିଛନ୍ତି, ପ୍ରଶାନ୍ତ କିଶୋର ସରକାରରେ ସାମିଲ ହେବା ପାଇଁ ଲେଟେରାଲ ଏଣ୍ଟ୍ରିକୁ ସମର୍ଥନ କରୁଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଉଥିଲେ। ପ୍ରଶାନ୍ତ କିଶୋର ଏବଂ ତାଙ୍କର ଏକ ଟିମ୍ ପିଏମଓରେ ଏକ ଟିମ ଭାବରେ ସାମିଲ୍ ହେବାକୁ ଚାହୁଁଥିଲେ। ହେଲେ ଏଭଳି ହୋଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କିନ୍ତୁ ନିଜେ ପ୍ରଶାନ୍ତଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ।

ସୂଚନାଯୋଗ୍ୟ, ୨୦୧୪ ପରେ ପ୍ରଶାନ୍ତ କିଶୋର ବିଜେପି ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ। ଏହାପରେ ସେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ପାଇଁ କାମ କରୁଛନ୍ତି। ମୋଦୀ ସରକାରଙ୍କ ସମସ୍ତ ଆଇନ ଓ କାମକୁ ସେ ଏବେ ଖୁଲମଖୁଲା ବିରୋଧ କରୁଛନ୍ତି।

The post ପ୍ରଶାନ୍ତ କାହିଁକି ଏବେ ମୋଦୀ ବିରୋଧୀ? appeared first on Odisha Reporter.

]]>
centre bottom 2020-02-23 14:03:37 https://cdn.odishareporter.in/wp-content/uploads/2020/02/23135904/prashant-kishore-modi.jpg
କ’ଣ ରହିଛି ମୋଦି-ମମତାଙ୍କ ମଧ୍ୟରେ ବିବାଦ https://odishareporter.in/nation-world/tussle-between-modi-and-mamata-481852 Sat, 11 Jan 2020 06:41:00 +0000 https://odishareporter.in/?p=481852

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ କୋଲାକାତା ସ୍ଥିତ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରସ୍ପରକୁ ଭେଟିବେ। ଆଜି ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେଉଥିବା ବେଳେ ପରସ୍ପରର ଘୋର ବିରୋଧୀ ଏହି ଦୁଇ ନେତା ଭେଟିବାକୁ ଯାଉଛନ୍ତି। ତେବେ ଏହି ଭେଟଘାଟ ହଠାତ୍ କାହିଁକି ଏ ନେଇ ଅନେକ ପ୍ରଶ୍ନ ଉଠିଛି। ମୋଦି ସରକାରଙ୍କ ସିଏଏ, ଏନଆରସି, ଏନପିଆର ଏହି ସବୁକୁ ବିରୋଧ […]

The post କ’ଣ ରହିଛି ମୋଦି-ମମତାଙ୍କ ମଧ୍ୟରେ ବିବାଦ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ କୋଲାକାତା ସ୍ଥିତ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରସ୍ପରକୁ ଭେଟିବେ। ଆଜି ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେଉଥିବା ବେଳେ ପରସ୍ପରର ଘୋର ବିରୋଧୀ ଏହି ଦୁଇ ନେତା ଭେଟିବାକୁ ଯାଉଛନ୍ତି। ତେବେ ଏହି ଭେଟଘାଟ ହଠାତ୍ କାହିଁକି ଏ ନେଇ ଅନେକ ପ୍ରଶ୍ନ ଉଠିଛି।

ମୋଦି ସରକାରଙ୍କ ସିଏଏ, ଏନଆରସି, ଏନପିଆର ଏହି ସବୁକୁ ବିରୋଧ କରୁଛନ୍ତି ମମତା ବାନାର୍ଜୀ। ସଡ଼କରୁ ସଂସଦ ତୃଣମୂଳ କଂଗ୍ରେସର ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ବିଜେପି ଓ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସ୍ଥିତିରେ ଆଜି ଦୁଇ ନେତା ପରସ୍ପରକୁ ଭେଟିବା ଅନେକ ଅସମାହିତ ପ୍ରଶ୍ନକୁ ଉଜାଗର କରିଛି। ଦୁଇ ଦଳ ମଧ୍ୟରେ ଥିବା ବିବାଦ ଏହି ଭେଟଘାଟ ଜରିଆରେ ସମାଧାନ ପାଇଁ ବାଟ ଫିଟାଇବ କି ଏମିତି ଅନେକ ଆଲୋଚନା ହେଉଛି।

କ’ଣ ରହିଛି ବିଜେପି-ଟିଏମସି ମଧ୍ୟରେ ବିବାଦ?

  • ପଶ୍ଚିମବଙ୍ଗରେ ଟିଏମସିର ବିକଳ୍ପ ହେବାକୁ ବିଜେପି ଚେଷ୍ଟା କରୁଛି।
  • ଲୋକସଭା ନିର୍ବାଚନରେ ବିଜେପି ଅନେକ ସ୍ଥାନରେ ବିଜୟୀ ହୋଇଛି।
  • ମମତାଙ୍କ ଟିଏମସିର ସାଂସଦ ପ୍ରାର୍ଥୀଙ୍କୁ ହରାଇ ବିଜେପି ଲୋକଙ୍କ ଆସ୍ଥାଭାଜନ ହୋଇଛି।
  • ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ବିଜେପି କ୍ଷମତା ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି।
  • ମମତାଙ୍କ ଘନିଷ୍ଠ ତଥା ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଚିଟଫଣ୍ଡ ମାମାଲାରେ ଗିରଫ କରିବ ବୋଲି ସିବିଆଇ ଅଣ୍ଟା ଭିଡ଼ିଛି।
  • ଶାରଦା ଚିଟଫଣ୍ଡ ମାମଲାରେ ଅନେକ ଟିଏମସି ନେତା ସାମିଲ୍ ଥିବା ସିବିଆଇ ପ୍ରମାଣ ପାଇଛି।
  • ସିବିଆଇ ରାଜୀବଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ମମତା ବିରୋଧ କରିଥିଲେ।
  • ମମତା କଟ୍ଟର ହିନ୍ଦୁ ରାଜନୀତିକୁ ବିରୋଧ କରୁଥିବା ବେଳେ ପଶ୍ଚିମବଙ୍ଗରେ ବିଜେପି କିନ୍ତୁ ହିନ୍ଦୁତ୍ୱ ରାଜନୀତିକୁ ଗୁରୁତ୍ୱ ଦେଉଛି।
  • ବିଜେପି ବିରୋଧରେ ମମତା ଏବେ ବଡ଼ କଣ୍ଟା।
  • ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଡାକରା ଦେଇ ବିରୋଧୀକୁ ଏକ କରୁଛନ୍ତି।
  • ଅନେକ ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହେଉଛି।
  • ନିକଟରେ ଶିବସେନା ବିଜେପିର ହାତ ଛାଡ଼ିଥିବା ବେଳେ ଜେଡିୟୁ ଛାଡ଼ିବ ବୋଲି ଚର୍ଚ୍ଚା ହେଉଛି।
  • ବିଜେପି ପାଖରେ ବଡ଼ ସହଯୋଗୀ ଦଳ ଭାବରେ କେବଳ ଜେଡିୟୁ ରହିଛି।
  • ପଶ୍ଚିମବଙ୍ଗରେ ସିଏଏ, ଏନପିଆର ଓ ଏନଆରସି ଲାଗୁ କରିବନି ବୋଲି ମମତା କହିଛନ୍ତି।
  • ମୋଦି ସରକାର ଧର୍ମାନ୍ତୀକରଣ ରାଜନୀତି କରନ୍ତି ବୋଲି ମମତା କୁହନ୍ତି।
  • କେନ୍ଦ୍ରର ଅନେକ ଯୋଜନା ଲାଗୁ କରାଉ ନାହାନ୍ତି ମମତା।

The post କ’ଣ ରହିଛି ମୋଦି-ମମତାଙ୍କ ମଧ୍ୟରେ ବିବାଦ appeared first on Odisha Reporter.

]]>
left bottom 2020-01-11 15:41:25 https://cdn.odishareporter.in/wp-content/uploads/2020/01/11120649/mamata-modi.jpg
ରେସ୍‌ରେ ଅଛନ୍ତି ଏହି ସବୁ ନେତା, ଶିଶୁପାଳ କରିଦେବନି ତ ଛାମୁ ? https://odishareporter.in/odisha/race-for-rajyasabha-480650 Tue, 07 Jan 2020 15:57:09 +0000 https://odishareporter.in/?p=480650

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ୍ ସୁଦ୍ଧା ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନକୁ ନେଇ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା।   ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ ଲାଗି ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ।  ଏସବୁ ଭିତରେ ଶାସକ ଦଳର ନେତାମାନେ ଆରମ୍ଭ କଲେଣି ଲବି। ସୋରଜୀନି […]

The post ରେସ୍‌ରେ ଅଛନ୍ତି ଏହି ସବୁ ନେତା, ଶିଶୁପାଳ କରିଦେବନି ତ ଛାମୁ ? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ୍ ସୁଦ୍ଧା ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନକୁ ନେଇ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା।   ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ ଲାଗି ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ।  ଏସବୁ ଭିତରେ ଶାସକ ଦଳର ନେତାମାନେ ଆରମ୍ଭ କଲେଣି ଲବି।

ସୋରଜୀନି ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ, ରଂଜୀବ ବିଶ୍ୱାଳ। ଆସନ୍ତା ଏପ୍ରିଲ ମାସରେ ଏମାନଙ୍କ କାର୍ଯ୍ୟକାଳ ସରିବା ସହ ଖାଲି ହେବ ତିନି ରାଜ୍ୟସଭା ଆସନ। ତା’ସହିତ ଲୋକସଭାକୁ ନିର୍ବାଚିତ ଅନୁଭବ ମହାନ୍ତିଙ୍କ ସ୍ଥାନ ବି ଖାଲି ରହିଛି । ଏହି ୪ ଆସନ ପାଇଁ କିଏ ଯିବେ ରାଜ୍ୟସଭା, କାହା ଉପରେ ଭରସା କରିବେ ନବୀନ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ଆସନ ଯିବା ନିଶ୍ଚିତ। ଏଥିପାଇଁ ଗତ ନିର୍ବାଚନରେ ହାରିଥିବା ଅନେକ ଟପ୍ ନେତା ଆରମ୍ଭ କରିଦେଲେଣି ଲବି। ପଶ୍ଚିମଓଡିଶାରୁ  କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ନଳୀନି ପ୍ରଧାନ ପ୍ରମୁଖ ଦାବିଦାର ଥିବା କୁହାଯାଉଛି। ଏପଟେ ସଂଜୟ ଦାଶବର୍ମା, ଦେବାଶିଷ ସାମନ୍ତରାୟ, ମହେଶ୍ୱର ମହାନ୍ତି, ରବୀନ୍ଦ୍ର ଜେନା ଓ  ଦେବାଶିଷ ମାରାଣ୍ଡି  ମଧ୍ୟ ରେସ୍‌ରେ ଥିବା ଚର୍ଚ୍ଚା ହେଉଛି। ସେହିପରି ନିର୍ବାଚନ ବେଳେ ନବୀନ ଦୁଇ ପୁରୁଖା ପ୍ରସନ୍ନ ପାଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ଲାଗି ନବୀନ ଖୋଲା ଘୋଷଣା କରିଥିଲେ। ତା’ସହିତ ଅନୁସୂଚିତ ଜାତି ଓ ଜାନଜାତି ଏବଂ ମହିଳାଙ୍କ କଥା ବି ନବୀନଙ୍କୁ ଧ୍ୟାନରେ ରଖିବାକୁ ପଡିବ। ତେବେ ଏସବୁ ଆଶାୟୀ ନା ସବୁଥର ଭଳି ଏଥର ବି କିଛି ସରପ୍ରାଇଜ୍ ଦେବେ ନବୀନ ତାକୁ ନେଇ ଦଳର ଭିତରେ ଚର୍ଚ୍ଚା ଚାଲିଛି ।

ସେପଟେ ଏଥର ରାଜ୍ୟସଭା ନିର୍ବାଚନ ଗଣିତକୁ ଓଲଟାପାଲଟ କରିପାରେ ବିଧାନ ପରିଷଦ ଗଠନ ପ୍ରସ୍ତାବ । ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡିବ ନା ନାହିଁ ତାହା ନିର୍ଭର  କରୁଛି ବିଧାନ ପରିଷଦ ଡିଲ୍ ଉପରେ।  କାରଣ ଫେବୃୟାରୀ ମାସରେ ଅଧିବେଶନ ସମୟରେ ବିଧାନ ପରିଷଦ ବିଲ୍ ଆସିବା ନେଇ ବିଜେଡି ଆଶା ରଖିଛି । ସାଂସଦ ପିନାକୀ ମିଶ୍ର ପୂର୍ବରୁ ଏନେଇ ସୂଚନା ଦେଇଥିଲେ।  ଆଉ ମାର୍ଚ୍ଚ ମାସରେ ରାଜ୍ୟସଭା ନିର୍ବାଚନ ସମ୍ଭାବନା ରହିଛି।  ବିଧାନ ପରିଷଦ ବିଲ୍ ପାସ୍ ହେଲେ ବିଜେପିକୁ ଗୋଟିଏ କି ଦୁଇଟି ଆସନ ଛାଡିପାରେ ବିଜେଡି।  ସେପଟେ ଚତୁର୍ଥ ଆସନ ପାଇଁ ଟଣାଓଟରାର ସମ୍ଭାବନା ରହିଛି। କାରଣ ଏନେଇ କାହା ପାଖାରେ ସଂଖ୍ୟା ନାହିଁ। ଏବେ ବିଜେପି-ବିଜେଡି ମଧ୍ୟରେ ମଧୁର ସଂପର୍କ ରହିଛି।  ରାଜ୍ୟସଭା ନିର୍ବାଚନ ଏହି ସଂପର୍କକୁ ଅଧିକ ମଜଭୁତ୍‌ କରିବ ନା ବିଗାଡ଼ିବ ତା ଉପରେ ନଜର ରହିଛି।

The post ରେସ୍‌ରେ ଅଛନ୍ତି ଏହି ସବୁ ନେତା, ଶିଶୁପାଳ କରିଦେବନି ତ ଛାମୁ ? appeared first on Odisha Reporter.

]]>
right top 2020-01-07 21:27:09 https://cdn.odishareporter.in/wp-content/uploads/2020/01/07212625/c-h908-1.jpg
ବିଜେପି ପାଇଁ ଦିଲ୍ଲୀ ଆଉ କେତେ ଦୂର? https://odishareporter.in/nation-world/delhi-election-political-party-strategy-480125 Mon, 06 Jan 2020 13:18:10 +0000 https://odishareporter.in/?p=480125

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଶାସକ ଦଳ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ। ଏହି ତ୍ରିକୋଣୀୟ ମୁକାବିଲାରେ କଂଗ୍ରେସ ନିଜର ପୁରୁଣା ଗଡ଼କୁ ଫେରିବ ବୋଲି ସ୍ୱପ୍ନ ଦେଖୁନଥିଲେ ମଧ୍ୟ ଚଳିତଥର ଖାତା ଖୋଲିବ ବୋଲି ଆକଳନ କରୁଛି। ସେହିପରି ବିଜେପି ୨୦୧୯ ସାଧାରଣ ନିର୍ବାଚନ ବେଳେ ଲୋକସଭା ଫଳାଫଳକୁ ବିଧାନସଭା ନିର୍ବାଚନ ବେଳେ ଦୋହରାଇ କେଜ୍ରିଓ୍ୱାଲ ସରକାରକୁ କ୍ଷମତାଚ୍ୟୁତ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ଆପ୍ କିନ୍ତୁ ୨୦୧୫ […]

The post ବିଜେପି ପାଇଁ ଦିଲ୍ଲୀ ଆଉ କେତେ ଦୂର? appeared first on Odisha Reporter.

]]>

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଶାସକ ଦଳ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ। ଏହି ତ୍ରିକୋଣୀୟ ମୁକାବିଲାରେ କଂଗ୍ରେସ ନିଜର ପୁରୁଣା ଗଡ଼କୁ ଫେରିବ ବୋଲି ସ୍ୱପ୍ନ ଦେଖୁନଥିଲେ ମଧ୍ୟ ଚଳିତଥର ଖାତା ଖୋଲିବ ବୋଲି ଆକଳନ କରୁଛି। ସେହିପରି ବିଜେପି ୨୦୧୯ ସାଧାରଣ ନିର୍ବାଚନ ବେଳେ ଲୋକସଭା ଫଳାଫଳକୁ ବିଧାନସଭା ନିର୍ବାଚନ ବେଳେ ଦୋହରାଇ କେଜ୍ରିଓ୍ୱାଲ ସରକାରକୁ କ୍ଷମତାଚ୍ୟୁତ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ଆପ୍ କିନ୍ତୁ ୨୦୧୫ ଫଳାଫଳର ପୁନରାବୃତ୍ତି କରିବ ବୋଲି କହିଛି। ୨୦୧୪ରେ ସାଧାରଣ ନିର୍ବାଚନ ହୋଇଥିଲା। ବିଜେପି ସମସ୍ତ ଆସନରେ ବିଜୟୀ ହୋଇଥିଲା। ହେଲେ ୨୦୧୫ରେ ବିଧାନସଭା ନିର୍ବାଚନ ବେଳେ ଆପକୁ କିନ୍ତୁ ଦିଲ୍ଲୀବାସୀ କ୍ଷମତାରେ ବସାଇଥିଲେ।

୨୦୧୫ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏଠି ଏକ ପ୍ରକାର କ୍ଲିନ୍ ସୁଇପ କରିଥିଲା। ୭୦ ଆସନରୁ ଆପ୍ ଏକାକୀ ୬୭ଟି ଆସନରେ ଜିତିଥିବା ବେଳେ ବିଜେପି ୩ଟି ଆସନ ଜିତିଥିଲା। କଂଗ୍ରେସ ମୂଳପୋଛ ହୋଇଯାଇଥିଲା।

ତେବେ ସାଧାରଣ ନିର୍ବାଚନ ବେଳେ କିନ୍ତୁ ବିଜେପି ଦମ ଦେଖାଇଥିଲା। ମୋଟ୍ ୭ଟି ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ଜିତିଥିବା ବେଳେ ଆପ୍ ଚିତପଟାଙ୍ଗ୍ ମାରିଥିଲା। ଏବେ ଏହି ଆଧାରରେ ବିଜେପି ସରକାର ଗଢ଼ିବ ବୋଲି ହୁଙ୍କାର ଦେଇଛି।

୨୦୧୪ରେ ମଧ୍ୟ ବିଜେପି ସମସ୍ତ ଲୋକସଭା ଆସନରେ ଜିତିଥିଲା। ହେଲେ ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦଳ ଆପକୁ ଲୋକମାନେ କ୍ଷମତାରେ ବସାଇଥିଲେ।

ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ଆମ ସରକାର ଯଦି ଦିଲ୍ଲୀବାସୀଙ୍କ ପାଇଁ କାମ କରିଥିବ, ତା’ହେଲେ ଦିଲ୍ଲୀବାସୀ ଭୋଟ୍ ଦେବେ। ଆମେ ବିଜେପି-କଂଗ୍ରେସ ସମର୍ଥକଙ୍କୁ ମଧ୍ୟ ଭୋଟ୍ ମାଗିବୁ। ଆମ କାମ ଆଧାରରେ ଭୋଟ୍ ମାଗିବୁ। ଗାଳି ଗୁଲଜ କରିବୁ ନାହିଁ। ଦିଲ୍ଲୀରେ ଏଭଳି ନିର୍ବାଚନ ପ୍ରଥମ ଥର ପାଇଁ ହେବ ବୋଲି ସେ କହିଛନ୍ତି।

ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପରେ ୨୦୧୨ ନଭେମ୍ବର ୨୬ରେ ଜନ୍ମ ନେଇଥିବା ଆମ୍ ଆଦମୀ ପାର୍ଟି ଦୁଇ ଦୁଇଥର କ୍ଷମତାକୁ ଆସିଛି ଏବେ ତୃତୀୟ ଥର ପାଇଁ ଜୋରଦାର ପ୍ରଚାର ଚଳାଇଛି।

ସେହିପରି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଦିଲ୍ଲୀବାସୀ ଏଥର ବିଜେପିକୁ ଭୋଟ୍ ଦେବେ ବୋଲି ସ୍ଥିର କରିସାରିଛନ୍ତି। କେଜ୍ରିଓ୍ୱାଲ ସରକାରଙ୍କ ପାଇଁ କେନ୍ଦ୍ରର ଅନେକ ଯୋଜନା ଏଠାରେ କାର୍ଯ୍ୟକାରୀ ହୋଇପାରିନି। ଯଦି ଆପ୍ କୌଣସି ଡ୍ରାମା ନକରିବ ତା’ହେଲେ ବିଜେପି ଏଠାରେ ଜିତିବ। କେଜ୍ରିଓ୍ୱାଲ କାମ ଆଧାରରେ ଭୋଟ୍ ମାଗିଲେ ବିଜେପି ପାଇଁ ମଙ୍ଗଳ ହେବ ବୋଲି ସେ କହିଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ପ୍ରଶ୍ନରେ ପ୍ରକାଶ ଜାଭଡେକର କହିଛନ୍ତି, ଦିଲ୍ଲୀବାସୀ ହେଉଛନ୍ତି ବିଜେପିର ଚେହେରା।

ତେବେ ଦିଲ୍ଲୀରେ ସର୍ବାଧିକ ଦିନ କ୍ଷମତାରେ ଥିବା ଦଳ କଂଗ୍ରେସ ଚଳିତଥର ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିନି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇନଥିଲା। ଏମିତିକି ଗତ ଦୁଇଟି ଲୋକସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହୋଇଯାଇଛି। ଅନ୍ୟପଟେ ଦିଲ୍ଲୀ କଂଗ୍ରେସର ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଦେହାନ୍ତ ହୋଇଛି। ତେଣୁ ଏବେ ଦିଲ୍ଲୀ କଂଗ୍ରେସ କାହାକୁ ଚେହେରା କରି ଭୋଟ୍ ମାଗିବ ତାହା ଏବେ ପ୍ରଶ୍ନ ଘେରରେ।

ଆଜି ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆପ୍, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି। ଡିସେମ୍ବର ୨୦ରେ ନିଜ ସରକାରର ରିପୋର୍ଟ କାର୍ଡ ଜାରି କରି ଅଛେ ବିତେ ପାଞ୍ଚ ସାଲ୍, ଲଗେ ରହୋ କେଜରିଓ୍ୱାଲ ନାରା ଦେଇଛି ଆପ୍ । ସରକାରୀ ସ୍କୁଲର ନବୀକରଣ, ମୋହଲ୍ଲା କ୍ଲିନିକ ମାଧ୍ୟମରେ ଦିଲ୍ଲୀବାସୀଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା, ବିଜୁଳି ଦର ହ୍ରାସ, ପାଣି ବିଲ୍ କମାଇବା ସହ ସରକାରୀ ବସ୍ ଓ ମେଟ୍ରୋରେ ମହିଳାଙ୍କୁ ସୁବିଧା ଯୋଗାଇ ଦେବାକୁ ଆପ୍ ନିର୍ବାଚନୀ ପ୍ରସଙ୍ଗ କରିଛି। ଏହା ସହ ସହରର ୧୧ ହଜାରଟି ସ୍ଥାନରେ ଓ୍ୱାଇ-ଫାଇ ହଟସ୍ପଟ ଉପଲବ୍ଧ କରାଇବାକୁ ଦିଳ ନିଜର ସଫଳତା ଭାବେ ଦର୍ଶାଇଛି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ, ନାଗରିକତା ସଂଶୋଧନ ଆଇନ୍, ଏନଆରସି, ଏନପିଆର, ଜେଏନୟୁରେ ହିଂସା, ପୂର୍ଣ୍ଣ ରାଜ୍ୟ ଦାବି ଆଦି ପ୍ରସଙ୍ଗକୁ ନେଇ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

The post ବିଜେପି ପାଇଁ ଦିଲ୍ଲୀ ଆଉ କେତେ ଦୂର? appeared first on Odisha Reporter.

]]>
centre bottom 2020-01-06 18:48:10 https://cdn.odishareporter.in/wp-content/uploads/2020/01/06183554/DELHI-PARTY.jpg
ଟ୍ରାଫିକ୍ ନିୟମ ପରିସରଭୁକ୍ତ ନୁହଁନ୍ତି ବିଜେଡି ନେତା ! https://odishareporter.in/odisha/traffic-rule-not-for-bjd-leader-476566 Sat, 28 Dec 2019 07:27:29 +0000 https://odishareporter.in/?p=476566

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ୱର ୨୬ ତାରିଖ ଦିନ ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସ ଶୋଇପଡ଼ିଥିଲେ। ଏହା ଆପଣମାନେ ବୋଧହୁଏ ଜାଣିନଥିବେ। କିନ୍ତୁ ଏହା ପାଖାପାଖି ସତ। ଏହି ତାରିଖରେ ଶାସକ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଥିଲା। ତେଣୁ ଟ୍ରାଫିକ ପୁଲିସ ବୋଧୁଏ ଶୋଇଯାଇଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ନେତାମାନେ ବାଇକ ରାଲି କରିଥିଲେ। ଆଉ ବାଇକ ଚଲାଉଥିବା କୌଣସି ବିଜେଡି ନେତା ହେଲମେଟ ପିନ୍ଧିନଥିଲେ। ବିନା ହେଲମେଟରେ ବାଇକ୍‌ ଚଳେଇ ବିଜେଡି […]

The post ଟ୍ରାଫିକ୍ ନିୟମ ପରିସରଭୁକ୍ତ ନୁହଁନ୍ତି ବିଜେଡି ନେତା ! appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ୱର ୨୬ ତାରିଖ ଦିନ ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସ ଶୋଇପଡ଼ିଥିଲେ। ଏହା ଆପଣମାନେ ବୋଧହୁଏ ଜାଣିନଥିବେ। କିନ୍ତୁ ଏହା ପାଖାପାଖି ସତ। ଏହି ତାରିଖରେ ଶାସକ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଥିଲା। ତେଣୁ ଟ୍ରାଫିକ ପୁଲିସ ବୋଧୁଏ ଶୋଇଯାଇଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ନେତାମାନେ ବାଇକ ରାଲି କରିଥିଲେ। ଆଉ ବାଇକ ଚଲାଉଥିବା କୌଣସି ବିଜେଡି ନେତା ହେଲମେଟ ପିନ୍ଧିନଥିଲେ। ବିନା ହେଲମେଟରେ ବାଇକ୍‌ ଚଳେଇ ବିଜେଡି ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ ନାରା ଦେଇ ଶାସକ ଦଳ ନିଜର ଦମ୍ଭ ଦେଖାଇଛି।

ରାସ୍ତାରେ ଯିଏ ଟ୍ରାଫିକ୍ ଆଇନକୁ ଉଲ୍ଲଂଘନ କରିବ ସେ ଆଇନ ଅନୁସାରେ ଦଣ୍ଡିତ ହେବେ। ଏହି ଆଇନରୁ କୌଣସି ନେତା, ସାମ୍ୱାଦିକ, ଅଭିନେତା, ଜନତା ବର୍ତ୍ତିପାରିବେ ନାହିଁ। କମିଶନରେଟ ପୁଲିସର ମୁଖ୍ୟ ସୁଧାଂଶୁ ଷଡ଼ଙ୍ଗୀ ପ୍ରେସ କନଫରେନସ କରି ଏଭଳି କଡ଼ା ନିର୍ଦ୍ଦେଶ ଦେଇଥିଲେ।

ନିକଟରେ ଓଲିଉଡ଼ର ଚକଲେଟ ବୟ ବାବୁସାନ୍ ମହାନ୍ତି ବିନା ହେଲମେଟରେ ଗାଡ଼ି ଚାଳଉଥିଲେ। ଏ ନେଇ ବାବୁସାନ ଏକ ଭିଡିଓ ପୋଷ୍ଟ କରିଥିଲେ ନିଜ ସୋଶାଲ ମିଡିଆରେ। ଆଉ ଏହି ପୋଷ୍ଟକୁ କମିଶନରେଟ ପୁଲିସ ଏବଂ ଟ୍ରାଫିକକୁ ଟୁଇଟ କରିବା ପରେ ସଙ୍ଗେସଙ୍ଗେ ବାବୁସାନଙ୍କ ନାମରେ ଚାଲାଣ କଟାଯାଇଥିଲା। ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍‌ ନିୟମ ମାନିବାକୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଯାହାକି ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସ କେତେ ସକ୍ରିୟ ଦର୍ଶାଇଥିଲା।

ଟ୍ରାଫିକ ଆଇନକୁ କଡ଼ାକଡ଼ି କରିବାକୁ ଯାଇ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। ଯାହାକି ଭଲ କଥା। ଏହାଦ୍ୱାରା ଲୋକମାନେ ମଧ୍ୟ ହେଲମେଟ ପିନ୍ଧିବା ଓ ଆଇନକୁ ସମ୍ମାନ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ତେବେ ବିଜେଡି ନେତାମାନେ ରାଲି ବେଳେ ବିନା ହେଲମେଟରେ ଗାଡ଼ି ଚଲାଉଥିବାର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏବେ ପୁଲିସ ବିଜେଡି ନେତାଙ୍କୁ ସମାନ ଆଇନ ଆଖିରେ ଦେଖୁଛି କି ଶାସକ ଦଳର ନେତାଙ୍କର ସାତ୍ ଖୁଣ୍ ମାଫ୍ ନ୍ୟାୟରେ କ୍ଷମା ଦେଉଛି ତାହା ଦେଖିବାକୁ ବାକି ରହିଲା। ଯଦି ରାଲି ବେଳେ ହେଲମେଟ ନପିନ୍ଧିଲେ ଚଳିବ ତାହେଲେ ସରକାର ଓ ପୁଲିସ ମଧ୍ୟ ପ୍ରେସ କନଫରେନସ କରି ସ୍ପଷ୍ଟୀକରଣ ଦେବାର ଆବଶ୍ୟକ ରହିଛି।

ଆଇନ ଆଧାରରେ ଦୋଷୀ ସମସ୍ତେ ସମାନ। ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇଏ ହେଉଛି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଓ ଅଭିଯୁକ୍ତଙ୍କ ବାବଦରେ ପ୍ରତିକ୍ରିୟା। ହେଲେ ମୁଖ୍ୟମନ୍ତ୍ରୀଙ୍କର ଏହି କଡ଼ା ନିର୍ଦ୍ଦେଶକୁ ରାଜ୍ୟ ପୁଲିସ ମାନୁନଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଇଛି ରାଜ୍ୟ ପୁଲିସ ଓ ଟ୍ରାଫିକ ପୁଲିସ୍। ଆଉ ତାଙ୍କ ଦଳର ନେତା ଓ କର୍ମୀ ବି। ସେ କିଛି ଦେଖୁ ନାହାନ୍ତି। 

ଖାଲି ଏତିକି ନୁହେଁ ୫-ଟି ଶାସନ ପାଇଁ ରାଜ୍ୟ ସରକାର ଦେଶ ଓ ଜାତିସଂଘରେ ପ୍ରଶଂସା ସାଉଁଟିଥିବା ବେଳେ ରାଜଧାନୀରେ କିଭଳି ୫-ଟି ଚାଲିଛି ତାହା ଡିସେମ୍ୱର ୨୬ ତାରିଖରେ ଦେଖିବାକୁ ମିଳିଥିଲା।

The post ଟ୍ରାଫିକ୍ ନିୟମ ପରିସରଭୁକ୍ତ ନୁହଁନ୍ତି ବିଜେଡି ନେତା ! appeared first on Odisha Reporter.

]]>
centre bottom 2019-12-30 15:09:17 https://cdn.odishareporter.in/wp-content/uploads/2019/12/28125022/bjd-leader-no-helmet.jpg
୭ ମାସ ସରକାରରେ ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକ ବିଲ୍ ଗୃହୀତ https://odishareporter.in/nation-world/after-forming-2nd-time-govt-modi-sarkar-passed-three-big-bill-within-7-months-470512 Thu, 12 Dec 2019 04:08:06 +0000 https://odishareporter.in/?p=470512

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରକୁ ୭ ମାସ ପୂରଣ ହୋଇଛି। ଏହି ୭ ମାସ ମଧ୍ୟରେ ବିଜେପି ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ୩ଟି ବଡ଼ ପ୍ରତିଶ୍ରୁତି ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକକୁ ସଂସଦରେ ଗୃହୀତ କରିବାରେ ସକ୍ଷମ ହୋଇଛି। ଏହି ତିନୋଟି ବିଲରୁ ଦୁଇଟି ବିଲକୁ ମୋଦି ତାଙ୍କ ପ୍ରଥମ ସରକାରରେ ସଂସଦରେ ଗୃହୀତ କରିପାରିନଥିଲେ। ହେଲେ ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରିମଣ୍ଡଳରେ ଅମିତ […]

The post ୭ ମାସ ସରକାରରେ ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକ ବିଲ୍ ଗୃହୀତ appeared first on Odisha Reporter.

]]>

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରକୁ ୭ ମାସ ପୂରଣ ହୋଇଛି। ଏହି ୭ ମାସ ମଧ୍ୟରେ ବିଜେପି ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ୩ଟି ବଡ଼ ପ୍ରତିଶ୍ରୁତି ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକକୁ ସଂସଦରେ ଗୃହୀତ କରିବାରେ ସକ୍ଷମ ହୋଇଛି। ଏହି ତିନୋଟି ବିଲରୁ ଦୁଇଟି ବିଲକୁ ମୋଦି ତାଙ୍କ ପ୍ରଥମ ସରକାରରେ ସଂସଦରେ ଗୃହୀତ କରିପାରିନଥିଲେ। ହେଲେ ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରିମଣ୍ଡଳରେ ଅମିତ ଶାହ ସାମିଲ୍ ହେବା ପରେ ଗୋଟିଏ ପରେ ଗୋଟିଏ ବିଲ୍ ଗୃହୀତ କରି ଚାଲିଛନ୍ତି ମୋଦି ସରକାର। ରାଜ୍ୟସଭାରେ ଶାସକ ଦଳର ସଂଖ୍ୟା ନଥିବାରୁ ବିରୋଧୀ ନାଲି ଆଖି ଦେଖାଉଥିଲେ ମଧ୍ୟ ଅମିତ ଶାହଙ୍କ ରଣନୀତି ଆଗରେ ସବୁ ଫିକା ପଡ଼ିଛି। ଆଉ ସରକାର ବିନା ଦ୍ୱିଧାରେ ବିଲ୍ ଗୁଡ଼ିକୁ ଗୃହୀତ କରିବାରେ ସକ୍ଷମ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ତିନିଟି ଯାକ ବିଲ୍ ବିଜେପିର ବିଚାରଧାରା ଗୁରୁ ଆରଏସଏସର ମଧ୍ୟ ପ୍ରମୁଖ ଦାବି ଥିଲା।

ଏବେ ଆକଳନ କରାଯାଉଛି ମୋଦି ସରକାର ଆଗାମୀ ଦିନରେ ସମାନ ନାଗରିକ ସଂହିତା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବାବଦରେ ବିଧେୟକ ଆଣିବା ପାଇଁ ଯାଉଛନ୍ତି। ସରକାର ଏଥିପାଇଁ ସମସ୍ତ ଦିଗ ଉପରେ ଆଲୋଚନା କରି କାମ ଆରମ୍ଭ କରି ଦେଇଥିବା ଜଣାପଡ଼ିଛି।

ବୁଧବାର ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂଶୋଧିତ ନାଗରିକ ବିଧେୟକକୁ ଉପସ୍ଥାପନ କରିବା ବେଳେ ବିଜେପିର ନିର୍ବାଚନୀ ଘୋଷଣା ପତ୍ର ବାବଦରେ ସଦନକୁ ଅବଗତ କରାଇଥିଲେ। ସେ କହିଥିଲେ ମୋଦି ସରକାର ଭୋଟ ବ୍ୟାଙ୍କକୁ ନେଇ ରାଜନୀତି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ହେଲେ କହି ରଖୁଛୁ ନିର୍ବାଚନ ବେଳେ ବିଜେପି ଯେଉଁ ଘୋଷଣାପତ୍ର ଜାରି କରିଥିଲା ତାହା ସରକାରର ନୀତି ଥିଲା। ଯାହାକୁ ଲୋକମାନେ ବିଶ୍ୱାସ କରି ଭୋଟ୍ ଦେଇ ବିଜୟୀ କରାଇଛନ୍ତି। ଏବେ ବିଜେପି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି।

ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକ ବିଧେୟକକୁ ଦେଶବାସୀଙ୍କ ଆଗରେ ବିଜେପି ରଖିଥିଲା। ଯାହାକୁ ଦେଶବାସୀ ସମର୍ଥନ କରିଛନ୍ତି। ଗଣତନ୍ତ୍ରରେ ଜନାଦେଶଠୁ ବଡ଼ କିଛି ନାହିଁ ବୋଲି ଶାହ କହିଥିଲେ। ଜବାବରେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କହିଥିଲେ, ଘୋଷଣାପତ୍ର କେବେ ସମ୍ୱିଧାନକୁ ବଦଳାଇ ପାରିବ ନାହିଁ। ଆମେ ସମସ୍ତେ ସମ୍ୱିଧାନର ଶପଥ ନେଇଛୁ। ଆମ ପାଇଁ ସମ୍ୱିଧାନ ଆଗ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଧେୟକ ପାସ୍ ହେବା ପରେ ଏବେ ବିଜେପି ଏବଂ ସଂଘ ପରିବାରର ନଜର ସମାନତା ଅଧିକାର ଆଇନ ଉପରେ ରହିଛି ବୋଲି ଜଣାପଡ଼ିଛି। ବିଜେପି ନିର୍ବାଚନୀ ଘୋଷଣା ପତ୍ରରେ ସମାନ ନାଗରିକତା ଆଇନ ଆଣିବ ବୋଲି କହି ସାରିଛି। ଏଥିପାଇଁ ଦଳ ଦୃଢ଼ ପ୍ରତିବଦ୍ଧ। ବିଜେପି ଏହି ସମାନତା ଅଧିକାରକୁ ନେଇ ପୂର୍ବରୁ କହି ସାରଛି, ଯେତେ ପର୍ଯ୍ୟନ୍ତ ସମାନତା ନାଗରିକ ବିଧେୟକ ଆସିବ ନାହଁ ସେଯାଏ ସମସ୍ତ ଲୋକଙ୍କୁ ସମାନତା ଅଧିକାର ମିଳିବ ନାହିଁ। ତେଣୁ ଏହି ବିଧେୟକ ବିଜେପି ସରକାର ଆଣିବ।

ସେହିପରି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ମଧ୍ୟ ବିଜେପି ଏବଂ ସଂଘ ପରିବାର ଜୋର ଦେବାକୁ ଯାଉଛି। ଦେଶରେ ବଢ଼ୁଥିବା ଜନସଂଖ୍ୟା ଆଗାମୀ ଦିନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଓ ଅନେତ ବୁଦ୍ଧିଜୀବୀ ମତ ପ୍ରକାଶ କରି ସାରିଛନ୍ତି। ସଂଘ ପରିବାରର ଜଣେ ନେତା କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ହେବା ଜରୁରୀ। ଯେଉଁଭଳି ଭାବରେ ଦେଶର ଅନେକ ରାଜ୍ୟର ଜନସଂଖ୍ୟା ବଦଳୁଛି ଏହାକୁ ଦେଖିଲେ ଜନସଂଖ୍ୟା ଉପରେ ନିୟନ୍ତ୍ରଣ କରିବାର ଆବଶ୍ୟକ ରହିଛି। ବିଜେପି ଏଥିପାଇଁ ସହମତି ପ୍ରକାଶ କରିଛି ବୋଲି ସଂଘ ନେତା କହିଛନ୍ତି। ଏବେ ତିନୋଟି ବଡ଼ ପ୍ରତିଶ୍ରୁତି ମୋଦି ସରକାର ପୂରଣ କରିସାରିଛନ୍ତି। ଆଗାମୀ ଦିନରେ ମୋଦି ସରକାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଇନ ଆଣିବେ ବୋଲି ତାଙ୍କର ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

The post ୭ ମାସ ସରକାରରେ ତିନି ତଲାକ, ଧାରା ୩୭୦ ଏବଂ ସଂଶୋଧିତ ନାଗରିକ ବିଧେୟକ ବିଲ୍ ଗୃହୀତ appeared first on Odisha Reporter.

]]>
left bottom 2019-12-12 12:11:42 https://odishareporter.in/wp-content/uploads/2019/05/modi-amit-saha.jpg
ପୁଣି ଥରେ ରାହୁଳ ହେବେ କଂଗ୍ରେସ କ୍ୟାପଟେନ! https://odishareporter.in/nation-world/rahul-gandhi-again-may-be-congress-president-468764 Sat, 07 Dec 2019 09:39:16 +0000 https://odishareporter.in/?p=468764

ନୂଆଦିଲ୍ଲୀ: କଂଗ୍ରେସର ନେତୃତ୍ୱ ଗାନ୍ଧି ପରିବାର ପାଖରେ ରହିବ। ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧି ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ଥରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ନେବେ। ଏଭଳି ଇଙ୍ଗିତ ଦେଇଛି ଦଳ। ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନ ପରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ପୁଣି ଥରେ ନେବେ ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ଦେଶ ଖରାପ ସ୍ଥିତି […]

The post ପୁଣି ଥରେ ରାହୁଳ ହେବେ କଂଗ୍ରେସ କ୍ୟାପଟେନ! appeared first on Odisha Reporter.

]]>

ନୂଆଦିଲ୍ଲୀ: କଂଗ୍ରେସର ନେତୃତ୍ୱ ଗାନ୍ଧି ପରିବାର ପାଖରେ ରହିବ। ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧି ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ଥରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ନେବେ। ଏଭଳି ଇଙ୍ଗିତ ଦେଇଛି ଦଳ। ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନ ପରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ପୁଣି ଥରେ ନେବେ ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି।

ଦେଶ ଖରାପ ସ୍ଥିତି ଦେଇ ଗତି କରୁଛି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧି ନେତୃତ୍ୱ ନେବା ଦରକାର ବୋଲି ଲୋକମାନେ କହୁଛନ୍ତି। ତେଣୁ ଏହାକୁ ଦେଖି ଦଳ ଆଗାମୀ ଦିନରେ ରାହୁଲଙ୍କ ମୁଣ୍ଡରେ ମଙ୍ଗୁଆଳ ମୁକୁଟ ପିନ୍ଧାଇପାରେ। ରାହୁଲଙ୍କ ସହିତ ୱେନାଡ଼ ଲୋକସଭା ଆସନରେ ବୁଲିବା ପରେ ସାମ୍ୱାଦିକ ସମ୍ମିଳନୀରେ ଏଭଳି କହିଛନ୍ତି କେ.ସି. ବେଣୁଗୋପାଳ।

ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘଲେ ମଧ୍ୟ କହିଛନ୍ତି, ରାହୁଳ ଗାନ୍ଧି ଦଳର ନେତୃତ୍ୱ ଦେବା ଦରକାର। ସେ ଦେଶର ପ୍ରସଙ୍ଗକୁ ଭଲ ଭାବରେ ଉପସ୍ଥାପନ କରନ୍ତି।

ଆଗାମୀ ଦିନରେ କଂଗ୍ରେସ ଅଧିବେଶନ ବସିବ। ଏହି ବୈଠକରେ ଯୁବ ନେତାମାନେ ରାହୁଳଙ୍କୁ ଦଳର ନେତୃତ୍ୱ ଦେବାକୁ ନେଇ ଦାବି କରିବେ। ଏହି ଅଧିବେଶନରେ କାହିଁକି ରାହୁଳଙ୍କୁ ଦଳର ଅଧ୍ୟକ୍ଷ କରାଯିବ ବୋଲି ଦାବି ଉଠିବ ତାର ମଧ୍ୟ କାରଣ ରହିଛି। ରାଜନୀତିର ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା ତାହେଲେ ୨୦୦୬ରେ ହାଇଦ୍ରାବାଦରେ ଅଖିଳ ଭାରତୀୟ କଂଗ୍ରେସ କମିଟି ବୈଠକ ବସିଥିଲା। ଏହି ଅଧିବେଶନରେ ଉତ୍ତର ପ୍ରଦେଶର କଂଗ୍ରେସ କର୍ମୀମାନେ ରାହୁଳଙ୍କୁ ଦଳର ନେତୃତ୍ୱ ଦିଆଯାଉ ବୋଲି ଦାବି କରିଥିଲେ। ଏହାପରେ ୨୦୦୭ରେ ସେ ଦଳର ମହାସଚିବ ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ୨୦୧୩ରେ ହୋଇଥିବା ଜୟପୁର ଅଧିବେଶନରେ ତାଙ୍କୁ ମହାସଚିବ କରିବାକୁ ଦାବି ଉଠିଥିଲା ଫଳରେ ରାହୁଲ ଗାନ୍ଧି ମହାସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୧୭ରେ ରାହୁଳ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଭାବେ ବିନା କୌଣସି ବିରୋଧରେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ। ଅନେକ ଦଳୀୟ ନେତା ତାଙ୍କୁ ଏହି ନିଷ୍ପତ୍ତିରୁ ଓହରିବାକୁ ପରାମର୍ଶ ଦେଇଥିଲେ। ହେଲେ ସେ ତାଙ୍କ ଜିଦରେ ଅଟଳ ରହିଥିଲେ। ଏହାପରେ ସୋନିଆ ଗାନ୍ଧିଙ୍କୁ ଦଳ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ଏହି ସମୟରେ ଦଳ ବଂଶବାଦକୁ ହଟାଇବାକୁ ଯାଇ ଗାନ୍ଧି ପରିବାରର ବାହାର ଲୋକଙ୍କୁ ଦଳର ନେତୃତ୍ୱ ଦେବ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଶେଷରେ ସୋନିଆଙ୍କୁ ହିଁ ଅନ୍ତରୀଣ ଅଧ୍ୟକ୍ଷ ଭାବରେ କଂଗ୍ରେସ ନିଯୁକ୍ତ କରିଥିଲା।

ଚଳିତଥର କଂଗ୍ରେସର ଅଧିବେଶନ କେଉଁଠି ବସିବ ତାହା ନିଷ୍ପତ୍ତି ନିଆଯାଇ ନାହିଁ। କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନରେ ଏହି ଅଧିବେଶନ ଜାନୁଆରୀ କିମ୍ୱା ଫେବୃଆରୀରେ ହେବାର ସମ୍ଭାବନା ରହିଛି।

The post ପୁଣି ଥରେ ରାହୁଳ ହେବେ କଂଗ୍ରେସ କ୍ୟାପଟେନ! appeared first on Odisha Reporter.

]]>
left bottom 2019-12-07 15:56:51 https://odishareporter.in/wp-content/uploads/2019/10/rahul-gandhi-at-surat-court.jpg
ମହାରାଷ୍ଟ୍ରରେ ମେଣ୍ଟ ପାଇଁ ମୋଦିଙ୍କ ଆଗରେ ପାଓ୍ୱାର କ’ଣ ରଖିଥିଲେ ପ୍ରସ୍ତାବ? https://odishareporter.in/nation-world/to-support-the-bjp-in-forming-government-maharashtra-ncp-chief-sharad-pawar-had-placed-two-conditions-to-pm-466197 Sat, 30 Nov 2019 07:59:25 +0000 https://odishareporter.in/?p=466197

ନୂଆଦିଲ୍ଲୀ: ଅକ୍ଚୋବର ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସରକାର ଗଢ଼ିବା ନେଇ ସମସ୍ତ ଦଳ ପ୍ରୟାସ କରିଥିଲେ। ଶିବସେନା ବିଜେପିକୁ ଛାଡ଼ି ଏନସିପି ଓ କଂଗ୍ରେସ ସହ ମେଣ୍ଟ କରିବ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଏହି ସମୟରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ନଭେମ୍ୱର ୨୦ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ଭେଟଘାଟରୁ ଆକଳନ କରାଯାଉଥିଲା ବିଜେପି ସହ ଏନସିପି ମେଣ୍ଚ କରିପାରେ। ତେବେ ଏହି ଭେଟଘାଟ ରାଜ୍ୟର […]

The post ମହାରାଷ୍ଟ୍ରରେ ମେଣ୍ଟ ପାଇଁ ମୋଦିଙ୍କ ଆଗରେ ପାଓ୍ୱାର କ’ଣ ରଖିଥିଲେ ପ୍ରସ୍ତାବ? appeared first on Odisha Reporter.

]]>

ନୂଆଦିଲ୍ଲୀ: ଅକ୍ଚୋବର ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସରକାର ଗଢ଼ିବା ନେଇ ସମସ୍ତ ଦଳ ପ୍ରୟାସ କରିଥିଲେ। ଶିବସେନା ବିଜେପିକୁ ଛାଡ଼ି ଏନସିପି ଓ କଂଗ୍ରେସ ସହ ମେଣ୍ଟ କରିବ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଏହି ସମୟରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ନଭେମ୍ୱର ୨୦ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ଭେଟଘାଟରୁ ଆକଳନ କରାଯାଉଥିଲା ବିଜେପି ସହ ଏନସିପି ମେଣ୍ଚ କରିପାରେ। ତେବେ ଏହି ଭେଟଘାଟ ରାଜ୍ୟର ଚାଷୀଙ୍କ ସମସ୍ୟା ବାବଦରେ ଥିଲା ବୋଲି କହିଥିଲେ ଶରଦ ପାଓ୍ୱାର।

ଏବେ ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି, ମୋଦି ଓ ପାଓ୍ୱାରଙ୍କ ମଧ୍ୟରେ ଏହି ଭେଟଘାଟ ବେଳେ ମହାରାଷ୍ଟ୍ର ରାଜନୀତି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟରେ ବିଜେପି ସହ ମେଣ୍ଟ ପାଇଁ ଶରଦ ପାଓ୍ୱାର ପ୍ରଧାନମନ୍ତ୍ରୀଙ୍କ ଆଗରେ ଦୁଇଟି ସର୍ତ୍ତ ରଖିଥିଲେ। ପ୍ରଥମ ସର୍ତ୍ତଟି ଥିଲା ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ କେନ୍ଦ୍ରର କୃଷି ମନ୍ତ୍ରୀ ହେବେ ଓ ଦ୍ୱିତୀୟରେ ଦେବେନ୍ଦ୍ର ଫଡ଼ନାବିସଙ୍କ ସ୍ଥାନରେ ବିଜେପିରୁ ଆଉ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହେଲେ ପ୍ରଧାନମନ୍ତ୍ରୀ ଦୁଇଟି ଯାକ ସର୍ତ୍ତକୁ ଖାରଜ କରି ଦେଇଥିଲେ।

ଯଦି ଏନସିପି ରାଜ୍ୟରେ ମେଣ୍ଟ କରିବାକୁ ଯାଇ କୃଷି ମନ୍ତ୍ରୀ ଭଳି ବଡ଼ ପଦ ନେବ ତାହାଲେ ଆଗାମୀ ଦିନରେ ବିହାରର ଜେଡିୟୁ ମଧ୍ୟ ରେଳ ମନ୍ତ୍ରୀ ପାଇଁ ଦାବି କରିପାରେ ବୋଲି ପ୍ରଧାନମନ୍ତ୍ରୀ ବିଚାର କରିଥିଲେ। ଖାଲି ଜେଡିୟୁ ନୁହେଁ ଅନ୍ୟାନ୍ୟ ସହଯୋଗୀ ଦଳ ମଧ୍ୟ ମନ୍ତ୍ରୀ ପଦବୀ ପାଇଁ ବ୍ଲାକମେଲ୍ କରିପାରନ୍ତି। କିନ୍ତୁ ଦେଶର ଜନାଦେଶ ବିଜେପି ସପକ୍ଷରେ ଥିବାରୁ ରାଜ୍ୟରେ କ୍ଷମତାରେ ରହିବା ଆଶାରେ କେନ୍ଦ୍ରର ବଡ଼ ବଡ଼ ମନ୍ତ୍ରୀ ପଦ ହରାଇବା ଠିକ୍ ନୁହେଁ ବୋଲି ବିଚାର କରିଥିଲେ ପ୍ରଧାନମନ୍ତ୍ରୀ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ପାଓ୍ୱାରଙ୍କ ଦ୍ୱିତୀୟ ପ୍ରସ୍ତାବ ବାବଦରେ ବିଚାର କରି ଦେଖଥିଲେ ଯେ, ଫଡନାବିସ ୫ ବର୍ଷ ଯାଏ ରାଜ୍ୟରେ ସ୍ଥିର ସରକାର ଦେଇଛନ୍ତି। ଏମିତିକି ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ଏଭଳି ସ୍ଥିତିରେ ଫଡନାବିସଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟମନ୍ତ୍ରୀ କରିବା ଠିକ୍ ନୁହେଁ। ଶେଷରେ ପାଓ୍ୱାରଙ୍କ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିନଥିଲେ ମୋଦି।

ଏହାପରେ ନଭେମ୍ୱର ୨୨ରେ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିବ ବୋଲି ରାତିରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ପ୍ରସ୍ତାବ ଦେଇଥିଲା। ସେତେବେଳେ ଅଜିତଙ୍କ ସମର୍ଥନରେ ୩୦ ରୁ ୩୫ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସୂଚନା ମିଳିଥିଲା।

ଏହାପରେ ୨୩ ତାରିଖ ସକାଳେ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଅଜିତ ପାଓ୍ୱାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ହେଲେ ଅଜିତଙ୍କ ସମର୍ଥନରେ ବିଧାୟକଙ୍କ ସଂଖ୍ୟା କମିବା ପରେ ଉଭୟ ଫଡନାବିସ ଓ ଅଜିତ ପାଓ୍ୱାର ଇସ୍ତଫା ଦେଇଥିଲେ। ଏହାପରେ ୨୮ ତାରିଖ ଦିନ ମହା ବିକାଶ ଅଘାଡି ସରକାର ରାଜ୍ୟରେ ଶାସନ ଭାର ଦାୟିତ୍ୱ ନେଇଛି।

The post ମହାରାଷ୍ଟ୍ରରେ ମେଣ୍ଟ ପାଇଁ ମୋଦିଙ୍କ ଆଗରେ ପାଓ୍ୱାର କ’ଣ ରଖିଥିଲେ ପ୍ରସ୍ତାବ? appeared first on Odisha Reporter.

]]>
centre bottom 2019-11-30 14:13:10 https://cdn.odishareporter.in/wp-content/uploads/2019/11/30132904/MODI-SHARAD-1.jpg
ବୁଝି ପାରିଲାନି ବିଜେପି, ଶିବସେନା ସହ କଂଗ୍ରେସର ମେଣ୍ଟ କରାଇଲେ ଏହି କଂଗ୍ରେସ ନେତା https://odishareporter.in/nation-world/how-madhya-pradesh-cm-kamal-nath-played-key-role-in-congress-alliance-with-shiv-sena-465520 Thu, 28 Nov 2019 10:43:02 +0000 https://odishareporter.in/?p=465520

ଭୋପାଲ: ଆଜିଠୁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର (ଶିବସେନା-ଏନସିପି-କଂଗ୍ରେସ)ଦାୟିତ୍ୱ ନେବ । ନିର୍ବାଚନ ବେଳେ ଯଦିଓ ଶିବସେନା ଏହି ଏନସିପି ଓ କଂଗ୍ରେସ ବିରୋଧରେ ସ୍ୱର ଶାଣିତ କରି ଅନେକ ସ୍ଥାନରେ ଜିତିଛି। ହେଲେ ନିର୍ବାଚନ ଫଳାଫଳ ପରେ ସେହି ଦଳ ସହ ମିଶି ଶିବସେନା ସରକାର ଗଢ଼ିବାକୁ ଯାଉଛି। ସବୁଠୁ ବଡ଼ କଥା ହେଲା ଶିବସେନା ଭଳି ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ଦଳ କଂଗ୍ରେସ ସହ ମିଶି ସରକାର ଗଠନ କରିଛି। ଯାହାକି, […]

The post ବୁଝି ପାରିଲାନି ବିଜେପି, ଶିବସେନା ସହ କଂଗ୍ରେସର ମେଣ୍ଟ କରାଇଲେ ଏହି କଂଗ୍ରେସ ନେତା appeared first on Odisha Reporter.

]]>

ଭୋପାଲ: ଆଜିଠୁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର (ଶିବସେନା-ଏନସିପି-କଂଗ୍ରେସ)ଦାୟିତ୍ୱ ନେବ । ନିର୍ବାଚନ ବେଳେ ଯଦିଓ ଶିବସେନା ଏହି ଏନସିପି ଓ କଂଗ୍ରେସ ବିରୋଧରେ ସ୍ୱର ଶାଣିତ କରି ଅନେକ ସ୍ଥାନରେ ଜିତିଛି। ହେଲେ ନିର୍ବାଚନ ଫଳାଫଳ ପରେ ସେହି ଦଳ ସହ ମିଶି ଶିବସେନା ସରକାର ଗଢ଼ିବାକୁ ଯାଉଛି। ସବୁଠୁ ବଡ଼ କଥା ହେଲା ଶିବସେନା ଭଳି ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ଦଳ କଂଗ୍ରେସ ସହ ମିଶି ସରକାର ଗଠନ କରିଛି। ଯାହାକି, ଦେଶର ରାଜନୀତିକୁ ନୂଆ ଦିଗ ଦେଇଛି।

ତେବେ ଶିବସେନାକୁ କଂଗ୍ରେସ ସହ ମେଣ୍ଚ କରାଇବା ପଛରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏକ ମାଧ୍ୟମ ସାଜିଥିବା ବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ପ୍ରଚ୍ଛଦ ପଟରେ ରହି ଯୋଡ଼ିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଶିବସେନା ସହ ମେଣ୍ଟ ନେଇ ଶରଦ ପାଓ୍ୱାର ନଭେମ୍ୱର ୧୧ରେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଶରଦ ଓ ସୋନିଆଙ୍କ ବୈଠକ ପରେ ଶିବସେନା ସହ କଂଗ୍ରେସ ମେଣ୍ଟ କରିବାକୁ ରାଜି ନଥିବା ସୂଚନା ମିଳିଥିଲା। ଏମିତିକି ଏହି ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଦଳ ଶିବସେନା ସହ ମେଣ୍ଟ ନେଇ ଏବେ ନିଷ୍ପତ୍ତି ନେଇନାହିଁ। ଏହାପରେ ବିଜେପି ଭାବିଥିଲା କଂଗ୍ରେସ ଓ ଶିବସେନା ସହ ମେଣ୍ଟ ସମ୍ଭବ ନୁହେଁ।

ଏହାପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ସରକାର ଗଢ଼ିବା ପାଇଁ ଗୋଟିଏ ଦିନ ସମୟ ଦେଇଥିଲେ। ହେଲେ ଶିବସେନା ସରକାର ଗଢ଼ି ପାରିନଥିଲା କଂଗ୍ରେସର ସମର୍ଥନ ପତ୍ର ମିଳିନଥିବାରୁ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତା’ପର ଦିନ ଜଣେ ଶିବସେନା ନେତା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଫୋନ କରି ମେଣ୍ଟ ପାଇଁ ହସ୍ତକ୍ଷେପ କରିବାକୁ କହିଥିଲେ। ଆଉ ଏଇଠୁ ପରଦା ପଛରେ ସରକାର ଗଢ଼ିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହାକି ବିଜେପି ବୁଝି ପାରିନଥିଲା।


କଂଗ୍ରେସ ନିଜର ବିଚାରଧାରା ସହ ବୁଝାମଣା କରିବାକୁ ଚେଷ୍ଟା କରୁନଥିଲା। ଅନ୍ୟପଟେ ଶିବସେନା ସମସ୍ତ ପ୍ରକାର ବୁଝାମଣା କରି ବିଜେପିକୁ କ୍ଷମତାରୁ ଦୂରେଇବାକୁ ଚାହୁଁଥିଲା। ଏହାରି ଭିତରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରରେ ଶିବସେନା ସହ ଦଳ ମେଣ୍ଚ କଲେ କୌଣସି ଅସୁବିଧା ହେବନି ବୋଲି ସୋନିଆ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ବୁଝାଇଥିଲେ।

ନଭେମ୍ୱର ୧୮ରୁ ୨୧ ମଧ୍ୟରେ କମଲନାଥ ମଧ୍ୟପ୍ରଦେଶରେ ରହି ଦଳୀୟ ନେତା ଓ ଏନସିପି ସହ କଥା ହୋଇ ସରକାର ଗଢ଼ିବା ପାଇଁ ରାଜି କରାଇଥିଲେ। ଫଳରେ ନଭେମ୍ୱର ୨୨ ତାରିଖରେ ତିନି ଦଳ ଏକ ହୋଇ ସରକାର ଗଢ଼ିବେ ବୋଲି ସନ୍ଧ୍ୟାରେ ମିଳିତ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ।

ଶିବସେନା ସରକାର ଗଢ଼ିବ ବୋଲି ଜଣାପଡ଼ିବା ପରେ ବିଜେପି ରାତି ଅଧିଆ ସରକାର ଗଢ଼ିବା ପାଇଁ ପ୍ରୟାସ କରିଥିଲା। ଏଥିରେ ସଫଳ ହୋଇଥିଲେ ମଧ୍ୟ ମାତ୍ର ୩ ଦିନରେ ଫଡ଼ନାବିସ ସରକାରର ପତନ ହୋଇଥିଲା।

The post ବୁଝି ପାରିଲାନି ବିଜେପି, ଶିବସେନା ସହ କଂଗ୍ରେସର ମେଣ୍ଟ କରାଇଲେ ଏହି କଂଗ୍ରେସ ନେତା appeared first on Odisha Reporter.

]]>
centre bottom 2019-11-28 16:13:02 https://cdn.odishareporter.in/wp-content/uploads/2019/11/28160725/MAHA-BIKASH-AGHADI.jpg
କାହିଁକି ଖାଲି ପଦ ଚାହାଁନ୍ତି ୧୨ ଉପଦେଷ୍ଟା? https://odishareporter.in/odisha/why-12-spoke-person-of-state-govt-dont-want-salary-437963 Sun, 22 Sep 2019 14:56:56 +0000 http://odishareporter.in/?p=437963

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାରରେ ଟାଣିଓଟାରି ଡଜନେରୁ ଅଧିକ ‘ଉପଦେଷ୍ଟା’ ପଦବୀ ସୃଷ୍ଟି କରିଥିବା ବିଜେଡି ସରକାର ପାଇଁ ଏବେ ଏହି ଉପଦେଷ୍ଟାମାନେ ମୁଣ୍ଡବ୍ୟଥା ପାଲଟିଛନ୍ତି। ଦଳୀୟ ନେତାମାନଙ୍କୁ ସରକାରଙ୍କ ଉପଦେଷ୍ଟା ପଦବୀରେ ଥଇଥାନ କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ନୂଆ ସଷ୍ଟୀକରଣ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା। ପ୍ରେସ୍ ରିଲିଜ୍ ଅନୁସାରେ ସରକାରଙ୍କ ବିଭିନ୍ନ ବିଭାଗର ଉପଦେଷ୍ଟା […]

The post କାହିଁକି ଖାଲି ପଦ ଚାହାଁନ୍ତି ୧୨ ଉପଦେଷ୍ଟା? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାରରେ ଟାଣିଓଟାରି ଡଜନେରୁ ଅଧିକ ‘ଉପଦେଷ୍ଟା’ ପଦବୀ ସୃଷ୍ଟି କରିଥିବା ବିଜେଡି ସରକାର ପାଇଁ ଏବେ ଏହି ଉପଦେଷ୍ଟାମାନେ ମୁଣ୍ଡବ୍ୟଥା ପାଲଟିଛନ୍ତି। ଦଳୀୟ ନେତାମାନଙ୍କୁ ସରକାରଙ୍କ ଉପଦେଷ୍ଟା ପଦବୀରେ ଥଇଥାନ କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ନୂଆ ସଷ୍ଟୀକରଣ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା।

ପ୍ରେସ୍ ରିଲିଜ୍ ଅନୁସାରେ ସରକାରଙ୍କ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିନା ଦରମା ଓ ପାରିଶ୍ରମିକରେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ସେମାନଙ୍କୁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ସମର୍ପିତ ଭାବେ କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଦଳୀୟ ନେତାମାନଙ୍କର ଏଭଳି ନିଷ୍ପତ୍ତି ଓ ଆଭିମୁଖ୍ୟକୁ ଉଲ୍ଲେଖନୀୟ ବୋଲି କହିବା ସହ ଏହା ବିଜେଡି ନେତାମାନଙ୍କର ଏହା ନିଃସ୍ୱାର୍ଥପରତା ଓ କୌଣସି ଆର୍ଥିକ ପାରିଶ୍ରମିକ ବିନା ରାଜ୍ୟର ସେବା ପାଇଁ ଉଦ୍ଦେଶ୍ୟକୁ ଦର୍ଶାଉଥିବା କହିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ସତରେ କ’ଣ ଉପଦେଷ୍ଟା ଭାବେ ଥଇଥାନ ହୋଇଥିବା ୧୨ ବିଜେଡି ନେତା କୌଣସି ପାରିଶ୍ରମିକ ନେବେ ନାହିଁ। ଯଦି ବାସ୍ତବରେ ଏହି ନେତାମାନେ ନିଃସ୍ୱାର୍ଥପର ଓ ସମର୍ପଣ ଭାବ ସହ ରାଜ୍ୟର ସେବା ପାଇଁ ଇଚ୍ଛୁକ ତା’ହେଲେ ସେମାନଙ୍କୁ ସରକାର ନିଜର ଉପଦେଷ୍ଟା ପଦବୀରେ ଥଇଥାନ କରିବାର ଆବଶ୍ୟକତା କ’ଣ ରହିଛି? ରାଜ୍ୟର ସେବା କରିପାରିବା ପାଇଁ କୌଣସି ରାଜନେତାଙ୍କୁ ପଦପଦବୀ ଓ ପାହ୍ୟାର କ’ଣ ଆବଶ୍ୟକତା ଅଛି?

ଯଦି ଏମାନେ କୌଣସି ଆର୍ଥିକ ସୁବିଧାସୁଯୋଗ ନନେବେ ତା’ହେଲେ ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ୪ଜଣଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟାରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର କାହିଁକି ବିଧିବଦ୍ଧ ବିଜ୍ଞପ୍ତି କଲେ? ସରକାରଙ୍କ ବିଭିନ୍ନ ବିଭାଗରେ ସେମାନଙ୍କ ପାଇଁ ଅଫିସ୍,ଗାଡ଼ି ଓ କର୍ମଚାରୀଙ୍କୁ କାହିଁକି ନିୟୋଜିତ କରାଯାଇଛି? ରାଜ୍ୟର ସେବା କରିବା ପାଇଁ କ’ଣ ଦଳୀୟ ନେତାମାନଙ୍କୁ ଅଫିସଠୁ ଆରମ୍ଭ କରି ସମସ୍ତ ସରକାରୀ ସୁବିଧା ମିଳିବା ଜରୁରୀ କି ଆଦି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଚର୍ଚ୍ଚା ହେଉଛି, ଦଳୀୟ ନେତାମାନଙ୍କୁ ସରକାରୀ ଉପଦେଷ୍ଟା ପଦରେ ନିଯୁକ୍ତିକୁ ନେଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଛବି ଧୂମିଳ ହେଉଥିବାରୁ ଏଭଳି ନୂଆ ଫନ୍ଦିଫିକର ବାହାର କରାଯାଇଛି। ଶୁଣିବାକୁ ମିଳୁଛି, ଏହି ବିଜେଡି ନେତାମାନଙ୍କୁ କୁଆଡ଼େ ସରକାରୀ ଦସ୍ତାବିଜରେ କିଛି ଦରମା କିମ୍ବା ପାରିଶ୍ରମିକ ମିଳିବ ନାହିଁ ମାତ୍ର ଦଳ ପକ୍ଷରୁ ସେସବୁ ବନ୍ଦୋବସ୍ତ କରାଯିବ।

The post କାହିଁକି ଖାଲି ପଦ ଚାହାଁନ୍ତି ୧୨ ଉପଦେଷ୍ଟା? appeared first on Odisha Reporter.

]]>
right bottom 2019-09-22 20:26:56 https://odishareporter.in/wp-content/uploads/2019/09/bjd-1-1.jpg
ବରିଷ୍ଠ ଆଇଏଏସ୍ ଅସିତ୍ ଓ ସୁରେଶଙ୍କ ମଧ୍ୟରେ ଛକାପଞ୍ଝା! https://odishareporter.in/odisha/two-senior-ias-officers-reportedly-vying-for-chief-secretary-post-418173 Fri, 09 Aug 2019 16:02:00 +0000 http://odishareporter.in/?p=418173

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ଆସୀନ ହେବା ପାଇଁ ଏବେ ୧୯୮୬ ବ୍ୟାଚର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିବା କୁହାଯାଉଛି। ୧୯୮୩ ବ୍ୟାଚ୍ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅଧିକ ଦିନ ମୁଖ୍ୟ ସଚିବ ପଦରେ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନଥିବାବେଳେ, ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ସେହିପରି ଅନ୍ୟ ଜଣେ […]

The post ବରିଷ୍ଠ ଆଇଏଏସ୍ ଅସିତ୍ ଓ ସୁରେଶଙ୍କ ମଧ୍ୟରେ ଛକାପଞ୍ଝା! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ଆସୀନ ହେବା ପାଇଁ ଏବେ ୧୯୮୬ ବ୍ୟାଚର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିବା କୁହାଯାଉଛି। ୧୯୮୩ ବ୍ୟାଚ୍ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅଧିକ ଦିନ ମୁଖ୍ୟ ସଚିବ ପଦରେ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନଥିବାବେଳେ, ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ସେହିପରି ଅନ୍ୟ ଜଣେ ବରିଷ୍ଠ ଆଇଏଏସ୍ ନିତେନ ଚନ୍ଦ୍ର ମଧ୍ୟରେ ଦୁଇଦିନ ତଳେ ହୋଇଥିବା ବଦଳି ନିର୍ଦ୍ଦେଶରେ ଅସନ୍ତୁଷ୍ଟ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ପଳାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ୨୦୨୦ ଫେବୃୟାରୀ ମାସରେ ଅବସର ନେବାକୁ ଥିବା ବେଳେ ତାଙ୍କୁ ରାଜ୍ୟ ନିର୍ବାଚନ କମିଶନର ପଦବୀରେ ଅବସ୍ଥାପିତ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଯଦି ଶ୍ରୀ ପାଢ଼ୀଙ୍କୁ ଅବସର ପୂର୍ବରୁ ମୁଖ୍ୟ ସଚିବ ପଦରୁ ହଟାଯାଏ ତା’ହେଲେ ଏହି ପଦ ପାଇଁ ୧୯୮୬ ବ୍ୟାଚର ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଦାବିଦାର ଅଛନ୍ତି। ଶ୍ରୀ ତ୍ରିପାଠୀ ଏବେ ଉନ୍ନୟନ କମିଶନର, କେବିକେ ମୁଖ୍ୟ ପ୍ରଶାସକ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ପାୱାର କରିଡରରେ ଚର୍ଚ୍ଚା ଅନୁସାରେ ୧୯୮୬ ବ୍ୟାଚର ଆଇଏଏସ୍ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହେବା ପାଇଁ ଲବି ଜୋରଦାର କରିଛନ୍ତି।

୧୯୮୬ ବ୍ୟାଚରେ ମୋଟ ୫ଜଣ ଆଇଏଏସ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଏଲଏନ୍ ଗୁପ୍ତା ସ୍ୱେଚ୍ଛାକୃତ ଅବସର ନେଇଥିବାବେଳେ ଜିଭିଭି ଶର୍ମା ଏବେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହି ବ୍ୟାଚର ଅନ୍ୟଜଣେ ଆଇଏଏସ୍ ଏସପି ଠାକୁରଙ୍କୁ ଗତ ଦୁଇଦିନ ତଳେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭଳି ଗୁରୁତ୍ୱହୀନ ପଦବୀକୁ ବଦଳି କରାଯାଇଛି। ତେଣୁ ୧୯୮୬ ବ୍ୟାଚର ଆଇଏଏସ୍ ଅସିତ୍ ତ୍ରିପାଠୀ ଓ ସୁରେଶ ମହାପାତ୍ରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି।

ଆଇଏଏସ୍ ମହଲରେ ଚର୍ଚ୍ଚା ଅନୁସାରେ ଗୃହ ବିଭାଗ ଓ ଉନ୍ନୟନ କମିଶନର ଦାୟିତ୍ୱରେ ଥିବା ଶ୍ରୀ ତ୍ରିପାଠୀଙ୍କ ଉପରେ ରାଜ୍ୟ ସରକାର ଏବେ ଅଧିକ ନିର୍ଭରଶୀଳ ଥିଲେ ମଧ୍ୟ ଶ୍ରୀ ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦ ପାଇଁ ‘ଡାର୍କ ହର୍ସ’ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ଜୋରଦାର ପ୍ରୟାସ ମଧ୍ୟ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ପାହ୍ୟାର ଆଇଏଏସ ନିତେନ ଚନ୍ଦ୍ରଙ୍କୁ ଗତ ଦୁଇଦିନ ତଳେ ରାଜ୍ୟ ସରକାର ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରିଛନ୍ତି। ୧୯୯୦ ବ୍ୟାଚର ଆଇଏଏସ ନିତେନଙ୍କୁ ବଦଳି କରିବାର ୨୪ଘଣ୍ଟା ନପୁରୁଣୁ ୧୯୯୩ ବ୍ୟାଚ ଆଇଏଏସ୍ ତଥା ଅର୍ଥ ସଚିବ ଅଶୋକ କେ ମୀନାଙ୍କୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ବିନା କାରଣରେ ନିତେନଙ୍କୁ ଏଭଳି ବଦଳି କରାଯାଇଥିବାରୁ ସେ ଅପମାନିତ ବୋଧ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ପଳାଇଥିବା ଜଣାପଡ଼ିଛି।

ଆଇଏଏସ ଅଫିସରମାନଙ୍କ ମଧ୍ୟରେ ଚାଲିଥିବା ଏଭଳି ଶୀତଳ ଯୁଦ୍ଧର ପ୍ରଭାବ ଆଗାମୀ ଦିନରେ ରାଜ୍ୟ ପ୍ରଶାସନିକ କାର୍ଯ୍ୟରେ ବ୍ୟାପକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି।

The post ବରିଷ୍ଠ ଆଇଏଏସ୍ ଅସିତ୍ ଓ ସୁରେଶଙ୍କ ମଧ୍ୟରେ ଛକାପଞ୍ଝା! appeared first on Odisha Reporter.

]]>
centre bottom 2019-08-09 21:32:10 https://odishareporter.in/wp-content/uploads/2019/08/surash-mohapatra.jpg
ଓଡ଼ିଶା ସମବାୟ ବ୍ୟାଙ୍କରେ ଧଳାହାତୀ ପୋଷା! https://odishareporter.in/politics/gossip-over-illegalities-being-committed-in-odsiha-state-coop-bank-403511 Tue, 09 Jul 2019 08:58:24 +0000 http://odishareporter.in/?p=403511

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିର ଗନ୍ତାଘର ପାଲଟିଥିବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ରେ ଏବେ ଧଳାହାତୀ ପୋଷା ଚାଲିଛି ବୋଲି ଚର୍ଚ୍ଚା। ସରକାରୀ ନିୟମକୁ ଅଣଦେଖା କରି ମୋଟା ଅଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବେଆଇନ ଭାବେ ସମବାୟ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ କରାଯାଉଛି। ଆଉ ତାଙ୍କୁ ଯେତିକି ଦରମା ଦିଆଯାଉଛି ତାହା କୁଆଡ଼େ ରାଜ୍ୟର ମୁଖ୍ୟ ସଚିବଙ୍କ ଦରମାଠୁ ବି ଢେର ଅଧିକ। ଶୁଣିବାକୁ ମିଳୁଛି, ବିଭିନ୍ନ ପ୍ରକାରର ଦୁର୍ନୀତିକୁ […]

The post ଓଡ଼ିଶା ସମବାୟ ବ୍ୟାଙ୍କରେ ଧଳାହାତୀ ପୋଷା! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିର ଗନ୍ତାଘର ପାଲଟିଥିବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ରେ ଏବେ ଧଳାହାତୀ ପୋଷା ଚାଲିଛି ବୋଲି ଚର୍ଚ୍ଚା। ସରକାରୀ ନିୟମକୁ ଅଣଦେଖା କରି ମୋଟା ଅଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବେଆଇନ ଭାବେ ସମବାୟ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥଇଥାନ କରାଯାଉଛି। ଆଉ ତାଙ୍କୁ ଯେତିକି ଦରମା ଦିଆଯାଉଛି ତାହା କୁଆଡ଼େ ରାଜ୍ୟର ମୁଖ୍ୟ ସଚିବଙ୍କ ଦରମାଠୁ ବି ଢେର ଅଧିକ।

ଶୁଣିବାକୁ ମିଳୁଛି, ବିଭିନ୍ନ ପ୍ରକାରର ଦୁର୍ନୀତିକୁ ନେଇ ଗତ କିଛିବର୍ଷ ଧରି ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ପରିଚାଳନାଗତ ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ରାଜ୍ୟ ସରକାର ଏହାକୁ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ଅୟସର ଆଡ୍ଡାସ୍ଥଳୀ କରିଛନ୍ତି। ସମବାୟ ବ୍ୟାଙ୍କ ମାଧ୍ୟମରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା କାରବାର କରୁଥିଲେ ମଧ୍ୟ ଏହି ଶୀର୍ଷ ସମବାୟ ବ୍ୟାଙ୍କରେ ଦୁର୍ନୀତି ତଥା ଅନିୟମିତତା ରୋକିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି। ସ୍ଥିତି ଏପରି ହେଉଛି ଯେ, ଯିଏ ବି ଦାୟିତ୍ୱରେ ରହୁଛି ସିଏ ଏହି ସଂସ୍ଥାକୁ ସୁଧାରିବା ପରିବର୍ତ୍ତେ କୁଆଡ଼େ ଲୁଟିବାରେ ଲାଗୁଛନ୍ତି।

ଚର୍ଚ୍ଚା ହେଉଛି, ଗତ ମାସରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କୁଆଡ଼େ ରାଜ୍ୟ ସମବାୟ ବ୍ୟାଙ୍କରେ ୩ଲକ୍ଷ ଟଙ୍କା ଦରମାରେ ‘ସିଷ୍ଟମ ହେଡ୍’ ଭାବେ ଥଇଥାନ କରାଯାଇଛି। ତାଙ୍କୁ ଦରମା ବ୍ୟତୀତ ସରକାରୀ କ୍ୱାର୍ଟର୍ସ, ଗାଡ଼ି, ଡ୍ରାଇଭର ଓ ପିଅନ ଆଦି ମଧ୍ୟ ଯୋଗାଇ ଦିଆଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ମୋଟାଅଙ୍କର ଦରମା ଓ ଶୀର୍ଷ ପଦବୀରେ ନିଯୁକ୍ତି ପାଇ କୁଆଡ଼େ ବ୍ୟାଙ୍କ ପକ୍ଷରୁ କୌଣସି ବିଜ୍ଞାପନ ଦିଆଯାଇନଥିଲା କିମ୍ବା କୌଣସି ଚୟନ ପ୍ରକ୍ରିୟା ହୋଇନାହିଁ। କେବଳ ‘ଚୁଜ୍ ଆଣ୍ଡ ପିକ୍ ’ ଫର୍ମୁଲାରେ ପ୍ରିୟାପ୍ରୀତି ତୋଷଣ କରି କୁଆଡ଼େ ଏଭଳି ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପାହ୍ୟାରେ ଥିବା କୌଣସି ଅଧିକାରୀଙ୍କୁ ମଧ୍ୟ ଏତେ ମୋଟା ଅଙ୍କର ଦରମା ମିଳୁନି।

ଶୁଣିବାକୁ ମିଳୁଛି, ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କୁଆଡ଼େ ମନଇଚ୍ଛା ନିଜର ଜଣେ ବନ୍ଧୁଙ୍କୁ ‘ସିଷ୍ଟମ ହେଡ୍’ ପଦବୀରେ ଥଇଥାନ କରାଇଛନ୍ତି। ଏଥିପାଇଁ ବ୍ୟାଙ୍କର ପରିଚାଳନା ବୋର୍ଡ କିମ୍ବା ଅନ୍ୟ କାହାଠୁ ପୂର୍ବ ଅନୁମତି ନିଆଯାଇନଥିଲା। ତା’ଛଡ଼ା ଏହି ପଦବୀ ପାଇଁ ଜଣେ ବ୍ୟକ୍ତିଙ୍କୁ ଏତେ ମୋଟା ଅଙ୍କର ଦରମା ବି କିଭଳି ଚୂଡ଼ାନ୍ତ କରାଗଲା, ତାକୁ ନେଇ କୁଆଡ଼େ ବ୍ୟାଙ୍କ ପରିଚାଳନା ବୋର୍ଡ ପ୍ରଶ୍ନ କରିଥିଲା। କିନ୍ତୁ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଜଣକ କୁଆଡ଼େ ନିଜକୁ ତୃତୀୟ ମହଲାର ଏଜେଣ୍ଟ କହି ଉକ୍ତ ବେଆଇନ ନିଯୁକ୍ତିକୁ ଯୁକ୍ତିସଙ୍ଗତ ବୋଲି ଦର୍ଶାଇବାକୁ ପ୍ରୟାସ କରୁଥିବା ଚର୍ଚ୍ଚା।

The post ଓଡ଼ିଶା ସମବାୟ ବ୍ୟାଙ୍କରେ ଧଳାହାତୀ ପୋଷା! appeared first on Odisha Reporter.

]]>
centre bottom 2019-07-09 14:28:24 https://odishareporter.in/wp-content/uploads/2019/07/IMG_1008.jpg
ଗିରଫ ବିଧାୟକଙ୍କୁ ଆରାମ ଦେବାକୁ ମନ୍ତ୍ରୀଙ୍କ ଚାପ! https://odishareporter.in/odisha/gossip-on-a-minister-pressurising-the-govt-to-offer-comfort-to-arrested-mla-in-a-top-hospital-398829 Thu, 27 Jun 2019 12:40:54 +0000 http://odishareporter.in/?p=398829

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ସରକାରୀ ଜେଇଙ୍କୁ ଉଠବସ କରିବା ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ପ୍ରଦାନ ନିମନ୍ତେ ଏବେ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଜଣେ ମନ୍ତ୍ରୀଙ୍କ ମାତ୍ରାଧିକ ଚାପ ଯୋଗୁ ଶ୍ରୀ ମେହେରଙ୍କୁ ଏବେ ଭୁବନେଶ୍ୱରର କୌଣସି ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଇବାକୁ ବଲାଙ୍ଗିର ଜିଲ୍ଲା ପୁଲିସ୍ ବାଧ୍ୟ ହୋଇଛି। ଶୁଣିବାକୁ ମିଳୁଛି, […]

The post ଗିରଫ ବିଧାୟକଙ୍କୁ ଆରାମ ଦେବାକୁ ମନ୍ତ୍ରୀଙ୍କ ଚାପ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ସରକାରୀ ଜେଇଙ୍କୁ ଉଠବସ କରିବା ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ପ୍ରଦାନ ନିମନ୍ତେ ଏବେ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଜଣେ ମନ୍ତ୍ରୀଙ୍କ ମାତ୍ରାଧିକ ଚାପ ଯୋଗୁ ଶ୍ରୀ ମେହେରଙ୍କୁ ଏବେ ଭୁବନେଶ୍ୱରର କୌଣସି ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଇବାକୁ ବଲାଙ୍ଗିର ଜିଲ୍ଲା ପୁଲିସ୍ ବାଧ୍ୟ ହୋଇଛି।

ଶୁଣିବାକୁ ମିଳୁଛି, ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ବିରୋଧୀ ଦଳର ହଟ୍ଟଗୋଳ ଭୟରେ ପାଟଣାଗଡ଼ ବିଧାୟକ ଶ୍ରୀ ମେହରଙ୍କୁ ଗିରଫ ପାଇଁ ଶେଷରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ପୁଲିସ ତାଙ୍କୁ ଜୁନ୍ ୨୪ତାରିଖରେ ଗିରଫ କରିବା ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ମାତ୍ର ହାଜତରେ ରହିବା ପରିବର୍ତ୍ତେ ସେ ଛାତିରେ ଯନ୍ତ୍ରଣା ହେଉଥିବା କହି ପାଟଣାଗଡ଼ ସବଡିଭିଜନ ମେଡିକାଲର ଆଇସିୟୁକୁ ସ୍ଥାନାନ୍ତର ହୋଇଥିଲେ।

ଶ୍ରୀ ମେହେରଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ଦେବା ପାଇଁ ପଶ୍ଚିମ ଓଡ଼ିଶାର ଏହି ପ୍ରଭାବଶାଳୀ ମନ୍ତ୍ରୀଙ୍କ ଚାପ ଯୋଗୁ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ରଖିବାକୁ ବାଧ୍ୟ ହୋଇଥିଲେ। ଏବେ ସମ୍ପୃକ୍ତ ମନ୍ତ୍ରୀ ପୁଣିଥରେ ଜିଲ୍ଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରି ଶ୍ରୀ ମେହେରଙ୍କୁ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଜିଦ୍ ଧରି ବସିଥିବାରୁ ଜିଲ୍ଲା ପ୍ରଶାସନ ଦ୍ୱନ୍ଦ୍ୱରେ ପଡ଼ିଛି। ଏହି କ୍ୟାବିନେଟ୍ ମନ୍ତ୍ରୀ ଜଣକ କୁଆଡ଼େ ବଲାଙ୍ଗିରର ବିଜେଡି ବ୍ୟାପାରରେ ବି ମୁଣ୍ଡ ପୂରାନ୍ତି। ଚର୍ଚ୍ଚା ହେଉଛି, ମନ୍ତ୍ରୀଙ୍କ ଚାପ ଯୋଗୁ ବିଧାୟକ ଶ୍ରୀ ମେହେର ଦିନେ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ସ୍ଥାନାନ୍ତର ହେବେ। କୋର୍ଟରୁ ଜାମିନ ମଞ୍ଜୁର ନହେବା ପର୍ଯ୍ୟନ୍ତ ବିଧାୟକ ଶ୍ରୀ ମେହେର ହସ୍ପିଟାଲରେ ଚିକିତ୍ସା ନାଁରେ ଭୁବନେଶ୍ୱରରେ ଆରାମରେ ରହିବେ ବୋଲି ଚର୍ଚ୍ଚା ହେଉଛି।

The post ଗିରଫ ବିଧାୟକଙ୍କୁ ଆରାମ ଦେବାକୁ ମନ୍ତ୍ରୀଙ୍କ ଚାପ! appeared first on Odisha Reporter.

]]>
left top 2019-06-27 18:10:54 https://odishareporter.in/wp-content/uploads/2019/06/gassip.jpg
ବିଜେପି ଯୋଗସୂତ୍ରରେ ଉପକୂଳିଆ ବିଜେଡି ନେତା https://odishareporter.in/politics/gossip-over-post-result-possibilities-in-odisha-383759 Thu, 23 May 2019 09:38:14 +0000 http://odishareporter.in/?p=383759

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ସିଟ୍ ସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଥିବା ବିଜେଡି ଏବେ ନିଜର ‘ପ୍ଲାନ-ବି’କୁ କାର୍ଯ୍ୟକାରୀ କରିବାକୁ ପୁରା ଦମରେ ଲାଗି ପଡ଼ିଥିବାବେଳେ ବିଜେଡିର ବହୁ ଉପକୂଳିଆ ନେତା ଏବେ ବିଜେପି ଶିବିର ସହ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେପି ରାଜ୍ୟରେ ୫୦ରୁ ଅଧିକ ବିଧାନସଭା ଜିଣିବାର ସମ୍ଭାବନା ଥିବାରୁ କୁଆଡ଼େ ଉପକୂଳ ଓଡ଼ିଶାର ପ୍ରାୟ ଡଜନେରୁ ଅଧିକ ବିଜେଡି ନେତା ଏବେ ବିଜେପିର କିଛି ବରିଷ୍ଠ ନେତା(ପୂର୍ବରୁ ବିଜେଡିରେ […]

The post ବିଜେପି ଯୋଗସୂତ୍ରରେ ଉପକୂଳିଆ ବିଜେଡି ନେତା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ସିଟ୍ ସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ ଥିବା ବିଜେଡି ଏବେ ନିଜର ‘ପ୍ଲାନ-ବି’କୁ କାର୍ଯ୍ୟକାରୀ କରିବାକୁ ପୁରା ଦମରେ ଲାଗି ପଡ଼ିଥିବାବେଳେ ବିଜେଡିର ବହୁ ଉପକୂଳିଆ ନେତା ଏବେ ବିଜେପି ଶିବିର ସହ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେପି ରାଜ୍ୟରେ ୫୦ରୁ ଅଧିକ ବିଧାନସଭା ଜିଣିବାର ସମ୍ଭାବନା ଥିବାରୁ କୁଆଡ଼େ ଉପକୂଳ ଓଡ଼ିଶାର ପ୍ରାୟ ଡଜନେରୁ ଅଧିକ ବିଜେଡି ନେତା ଏବେ ବିଜେପିର କିଛି ବରିଷ୍ଠ ନେତା(ପୂର୍ବରୁ ବିଜେଡିରେ ଥିଲେ)ଙ୍କ ସହ ଯୋଗସୂତ୍ରରେ ରହିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ଥିତିକୁ ଦେଖି ବିଜେଡିର ଏହି ଉପକୂଳିଆ ନେତାମାନେ କୁଆଡ଼େ ବିଜେପି ଶିବିରକୁ ଲମ୍ଫ ମାରିବେ। ବିଜେପି ମଧ୍ୟ ଏଥିପାଇଁ ସେମାନଙ୍କୁ କୁଆଡ଼େ ଆକର୍ଷଣୀୟ ଅଫର୍ ଦେଉଛି।

ଚର୍ଚ୍ଚା ହେଉଛି, ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲାରେ ସକ୍ରିୟ ଥିବା ବିଜେପିର ଦୁଇଜଣ ବରିଷ୍ଠ ନେତା କୁଆଡ଼େ ନିଜର ପୁରୁଣା ଦଳ ବିଜେଡିର ଏହି ନେତାମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଏହି ଦୁଇ ବିଜେପି ନେତାଙ୍କ ମଧ୍ୟରୁ ଜଣେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାବେଳେ ଅନ୍ୟଜଣେ ପୂର୍ବରୁ ଜାତୀୟସ୍ତରରେ ବିଜେଡିର ଚେହେରା ଭାବେ କାମ କରିସାରିଛନ୍ତି। ତାଙ୍କର ଦିଲ୍ଲୀ ଲବି ମଧ୍ୟ ଭଲ। ତେଣୁ ବିଜେଡିରେ ଥିବା ନିଜନିଜର ପୁରୁଣା ସମ୍ପର୍କକୁ ଏହି ଦୁଇ ନେତା କୁଆଡ଼େ ଏବେ ଆକ୍ଟିଭ୍ କରାଇ ବିଜେପିକୁ ରାଜ୍ୟରେ କ୍ଷମତାସୀନ କରାଇବା ସହ ବିଜେଡି ମୁଖିଆଙ୍କୁ ଉଚିତ୍ ଜବାବ ଦେବାର ମାର୍ଗ ପ୍ରଶସ୍ତ କରୁଛନ୍ତି।

ଶୁଣିବାକୁ ମିଳୁଛି, ବିଜେଡିର କିଛି ନେତା ଏବେ ବିଜେପି ସହ ଯୋଗସୂତ୍ରରେ ରହିଥିବା କଥା ଗୁଇନ୍ଦା ବିଭାଗ ​ସରକାରଙ୍କୁ ​ସତର୍କ କରାଇ ସାରିଲାଣି। ଏହି ଦୁଇ ନେତାଙ୍କ ରଣନୀତି ସଫଳ ହେଲେ ବିଜେଡି ତଳିତଳାନ୍ତ ହେବାର ଆଶଙ୍କା ରହିଥିବାରୁ ସେମାନଙ୍କୁ କିଭଳି ଚେକ୍ ଦେଇ ହେବ ସେ​ଥିପାଇଁ ବିଜେଡି ଏବେ କୁଆଡ଼େ ​ନୂଆ ଷ୍ଟ୍ରାଟେଜୀ ତିଆରି କରୁଛି। ସେଥିପାଇଁ ଏହି ଦୁଇ ନେତା ସକ୍ରିୟ ଥିବା ଜିଲ୍ଲାର ଜଣେ ପ୍ରଭାବଶାଳୀ ତଥା ସେମାନଙ୍କ କଟ୍ଟରବିରୋଧୀ ଯୁବନେତାଙ୍କୁ କୁଆଡ଼େ ବିଜେଡି ଅଧିକ କ୍ଷମତାଶାଳୀ କରିବାକୁ ଯୋଜନା କରିଛି।

ଚର୍ଚ୍ଚା ହେଉଛି, ବିଜେପିର ବିଧାନସଭା ଫଳାଫଳକୁ ନେଇ ଆଶଙ୍କିତ ବିଜେଡି ଯଦି ବିଧାନସଭାରେ ଦୁଇ ତୃତୀୟାଂଶ ସିଟ୍ ନପା​ଏ ତା’ହେଲେ ନିଜର ‘ପ୍ଲାନ-ବି’କୁ କାର୍ଯ୍ୟକ୍ଷମ କରିବ। କିଣାବିକା ହେବାକୁ ଥିବା ଦଳର ଜଣେ ବରିଷ୍ଠ ନେତାଙ୍କ ସହ ମିଶି ଏହି ଡିଲକୁ ଆଗେଇ ନେଉଛିି। ବିଜେଡି ଗୋଟିଏପଟେ ‘ପ୍ଲାନ-ବି’କୁ କାର୍ଯ୍ୟକାରୀ କରି ନିଜର କଳେବର ବଢ଼ାଇବାକୁ କାମ କରୁଥିବାବେଳେ ଅନ୍ୟପଟେ ନିଜ ଦଳର ନେତାମାନଙ୍କୁ ବିଜେପିଠୁ ଦୂରେଇ ରଖିବା ପାଇଁ ଉପକୂଳରେ ନିଜର କିଛି ବିଶ୍ୱସ୍ତ ​ନେତାଙ୍କୁ ଆଗକୁ ଆଣିବାରେ ଲାଗିଛି ବୋଲି ଚର୍ଚ୍ଚା।

The post ବିଜେପି ଯୋଗସୂତ୍ରରେ ଉପକୂଳିଆ ବିଜେଡି ନେତା appeared first on Odisha Reporter.

]]>
2019-05-23 15:08:14 https://odishareporter.in/wp-content/uploads/2019/05/CARTOON-FINAL.jpg
ବିଜେଡିର ପ୍ଲାନ୍-ବି, କେଉଁ ଦଳ ହେବ ତଳିତଳାନ୍ତ! https://odishareporter.in/odisha/gossip-about-bjds-plan-b-in-post-poll-scenario-382511 Mon, 20 May 2019 15:19:29 +0000 http://odishareporter.in/?p=382511

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଫଳାଫଳକୁ ନେଇ ଏବେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକୁ ଆଶା ଓ ଆଶଙ୍କାରେ ପକାଇଥିବାବେଳେ ବିଜେଡି ନିଜର ‘ପ୍ଲାନ-ବି’ ପ୍ରସ୍ତୁତ କରୁଥିବା ଚର୍ଚ୍ଚା। ବିଜେପି ରାଜ୍ୟରେ ୫୦ରୁ ଅଧିକ ବିଧାନସଭା ଆସନ ଜିଣିବା ପାଇଁ ଦମ୍ଭୋକ୍ତି ବାଢ଼ୁଥିବାରୁ ବିଜେଡି ଏବେ କୁଆଡ଼େ ଅନ୍ୟ ଏକ ପ୍ରମୁଖ ରାଜନୀତିକ ଦଳ ଉପରେ ନଜର ପକାଇଛି। କଂଗ୍ରେସରୁ ଆସି ଏବେ ବିଜେଡିରେ ପ୍ରଭାବଶାଳୀ ପାଲଟିଥିବା ଜଣେ ନେତାଙ୍କ ମାଧ୍ୟମରେ କୁଆଡ଼େ ଏହି ‘ପ୍ଲାନ-ବି’କୁ ପ୍ରସ୍ତୁତ କରାଯାଉଛି। ଶୁଣିବାକୁ […]

The post ବିଜେଡିର ପ୍ଲାନ୍-ବି, କେଉଁ ଦଳ ହେବ ତଳିତଳାନ୍ତ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଫଳାଫଳକୁ ନେଇ ଏବେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକୁ ଆଶା ଓ ଆଶଙ୍କାରେ ପକାଇଥିବାବେଳେ ବିଜେଡି ନିଜର ‘ପ୍ଲାନ-ବି’ ପ୍ରସ୍ତୁତ କରୁଥିବା ଚର୍ଚ୍ଚା। ବିଜେପି ରାଜ୍ୟରେ ୫୦ରୁ ଅଧିକ ବିଧାନସଭା ଆସନ ଜିଣିବା ପାଇଁ ଦମ୍ଭୋକ୍ତି ବାଢ଼ୁଥିବାରୁ ବିଜେଡି ଏବେ କୁଆଡ଼େ ଅନ୍ୟ ଏକ ପ୍ରମୁଖ ରାଜନୀତିକ ଦଳ ଉପରେ ନଜର ପକାଇଛି। କଂଗ୍ରେସରୁ ଆସି ଏବେ ବିଜେଡିରେ ପ୍ରଭାବଶାଳୀ ପାଲଟିଥିବା ଜଣେ ନେତାଙ୍କ ମାଧ୍ୟମରେ କୁଆଡ଼େ ଏହି ‘ପ୍ଲାନ-ବି’କୁ ପ୍ରସ୍ତୁତ କରାଯାଉଛି।

ଶୁଣିବାକୁ ମିଳୁଛି, ଏହି ନେତାଜଣକ ମାଇନ୍ସ ଓ ଠିକାଦାରୀ କାରବାର ସହ ଜଡ଼ିତ ଥିବାରୁ କିଛି ବିଧାୟକଙ୍କୁ କିଣିବାକୁ କୁଆଡ଼େ ଯୋଜନା ଚାଲିଛି। ଏହି ନେତାଙ୍କୁ ବିଶ୍ୱାସକୁ ନେଇ ବିଜେଡି କୁଆଡ଼େ ହାୱଲା ମାଧ୍ୟମରେ ନିଜର ନିର୍ବାଚନୀ ପାଣ୍ଠି ପରିଚାଳନା କରିଥିଲା। ଏହି ନେତାଜଣକ ମଧ୍ୟ ମନ୍ତ୍ରୀ ହେବେ ବୋଲି ଏବେଠୁ ଦୃଢ଼ ଆଶାବାଦୀ ଅଛନ୍ତି। ନିଜର ପାରିବାପଣିଆ ଦେଖାଇବା ପାଇଁ କୁଆଡ଼େ ସେହି ରାଜନୀତିକ ଦଳର ଦୁଇ ତୃତୀୟାଂଶ ବିଧାୟକଙ୍କୁ କିଣିବାକୁ ସେ ‘ଥୋପ’ ପକାଇବା ଆରମ୍ଭ କରିଛନ୍ତି। ନିଜର ପୁରୁଣା ଦଳ ହୋଇଥିବାରୁ ତାଙ୍କୁ ଏଥିପାଇଁ କୁଆଡ଼େ ଏଜେନ୍ସୀ ବା ମଧ୍ୟସ୍ଥି ମଧ୍ୟ ମିଳିଯାଇଛନ୍ତି।

ମେ’ ୨୩ତାରିଖ ପରେ ଯଦି ବିଜେଡି ୧୦୦ରୁ କମ୍ ବିଧାନସଭା ସିଟ୍ ଆଣେ,ତା’ହେଲେ ‘ପ୍ଲାନ-ବି’କୁ ସବୁସମୟରେ ‘ରେଡି’ ରଖାଯିବ। ଯାହାଫଳରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ପୂର୍ବଭଳି ଯାହା ଚାହିଁବେ, ଖୁଲମଖୁଲା କରିପାରିବ। ବିଜେଡିର ଏହି ‘ପ୍ଲାନ-ବି’ ଯୋଗୁ ରାଜ୍ୟରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ସମ୍ପୃକ୍ତ ଦଳଗୁଡ଼ିକ ସବୁଦିନ ପାଇଁ ନିଜର ଅସ୍ତିତ୍ୱ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କୁଆଡ଼େ ସେହି ଦଳର କିଛି ବରିଷ୍ଠ ନେତା ବି ଏବେ ବିଜେଡି ସହ ଯୋଗସୂତ୍ରରେ ରହିଛନ୍ତି। ବିଜେପିକୁ ଚେକ୍ ଦେବାର ବାହାନା ଦେଖାଇ ଏହି ନେତାମାନେ କୁଆଡ଼େ ଗୁପ୍ତ ବୁଝାମଣା ଆଧାରରେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା।

The post ବିଜେଡିର ପ୍ଲାନ୍-ବି, କେଉଁ ଦଳ ହେବ ତଳିତଳାନ୍ତ! appeared first on Odisha Reporter.

]]>
centre bottom 2019-05-20 20:49:53 https://odishareporter.in/wp-content/uploads/2019/05/CARTOON-XXX.jpg
ଫଳ ନବାହାରୁଣୁ ନେତାଙ୍କ ମନ୍ତ୍ରୀ ପଦ ପାଇଁ ଲବି ! https://odishareporter.in/politics/gossip-some-bjd-mla-candidates-are-now-lobbying-for-ministerial-posts-381605 Fri, 17 May 2019 08:57:18 +0000 https://odishareporter.in/?p=381605

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନିର୍ବାଚନ ଫଳାଫଳ ନଆସୁଣୁ କିଛି ବିଜେଡି ନେତାଙ୍କ ଘରେ କୁଆଡ଼େ ମନ୍ତ୍ରୀ ପଦ ଆଶାୟୀଙ୍କ ଆସର ବସୁଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେଡିର ୩-୪ଜଣ ନେତାଙ୍କ ଘରେ କୁଆଡ଼େ ଏବେ ବିଧାୟକ ପ୍ରାର୍ଥୀ ହୋଇଥିବା ଅନେକ ନେତାଙ୍କ ଭିଡ଼ ଜମୁଛି। ଏଥିରୁ ଅଧିକାଂଶ କୁଆଡ଼େ ମନ୍ତ୍ରୀ ଆଶାରେ ଦୌଡ଼ୁଛନ୍ତି। କିଛି ନେତା ଏବେ ରିଲାକ୍ସ ହେବା ପାଇଁ ରାଜ୍ୟ ବାହାରେ ଥିବାବେଳେ ଆଉ କିଛି ନେତା କୁଆଡ଼େ ନିୟମିତ ଭାବେ ଏହି […]

The post ଫଳ ନବାହାରୁଣୁ ନେତାଙ୍କ ମନ୍ତ୍ରୀ ପଦ ପାଇଁ ଲବି ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନିର୍ବାଚନ ଫଳାଫଳ ନଆସୁଣୁ କିଛି ବିଜେଡି ନେତାଙ୍କ ଘରେ କୁଆଡ଼େ ମନ୍ତ୍ରୀ ପଦ ଆଶାୟୀଙ୍କ ଆସର ବସୁଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେଡିର ୩-୪ଜଣ ନେତାଙ୍କ ଘରେ କୁଆଡ଼େ ଏବେ ବିଧାୟକ ପ୍ରାର୍ଥୀ ହୋଇଥିବା ଅନେକ ନେତାଙ୍କ ଭିଡ଼ ଜମୁଛି। ଏଥିରୁ ଅଧିକାଂଶ କୁଆଡ଼େ ମନ୍ତ୍ରୀ ଆଶାରେ ଦୌଡ଼ୁଛନ୍ତି। କିଛି ନେତା ଏବେ ରିଲାକ୍ସ ହେବା ପାଇଁ ରାଜ୍ୟ ବାହାରେ ଥିବାବେଳେ ଆଉ କିଛି ନେତା କୁଆଡ଼େ ନିୟମିତ ଭାବେ ଏହି ଆତ୍ମଘୋଷିତ ପାୱାର ସେଣ୍ଟର ପାଲଟିଥିବା ୩-୪ଜଣ ନେତାଙ୍କ ଘରେ ଭିଡ଼ ଜମାଉଛନ୍ତି।

ଅବଶ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଦଳର ପୁରୁଖା ନେତାମାନଙ୍କୁ ପଛରେ ପକାଇ ଏହି ୩-୪ଜଣ ନେତା ଏବେ କୁଆଡ଼େ ବିଜେଡି ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ନିକଟତର ହୋଇପାରିଛନ୍ତି। ଯେଉଁଥିପାଇଁ ସେମାନଙ୍କ ଘରକୁ ଏବେ ଦଳୀୟ ନେତାଙ୍କ ଲମ୍ବା ଧାଡ଼ି ଲାଗିଛି। ଏପରିକି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କିଏ ମନ୍ତ୍ରୀ ହେବ ଓ କାହା ପାଖରେ କେଉଁ ବିଭାଗ ରହିବ ତା’ର କୁଆଡ଼େ ଏକ ସମ୍ଭାବ୍ୟ ତାଲିକା ଏହି ନେତାମାନେ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଏହି ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ନିମନ୍ତେ କୁଆଡ଼େ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର କହିଥିବା ସେମାନେ କହି ବୁଲୁଛନ୍ତି। ଦଳୀୟ ଟିକେଟ୍ ବଣ୍ଟନ କ୍ଷେତ୍ରରେ ଏହି ୩-୪ଜଣ ନେତା କୁଆଡ଼େ ନିଜର କିଛି ସମର୍ଥକଙ୍କ ପାଇଁ ଦଳୀୟ ଟିକେଟ୍ ପକ୍କା କରାଇଥିବାରୁ ସେମାନେ ପ୍ରସ୍ତୁତ କରୁଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକାକୁ ନେଇ ବିଜେଡି ନେତାମାନଙ୍କ ମନରେ ଉତ୍କଣ୍ଠା ବଢ଼ିଛି।

ଏହି ୪ଜଣ ନେତାଙ୍କ ମଧ୍ୟରେ ୨ଜଣ ବିଜେଡିର ସାଂସଦ ହୋଇଥିବାବେଳେ ଆଉ ଦୁଇଜଣ ପ୍ରଶାସନିକ ଅଫିସରରୁ ରାଜନେତା ପାଲଟିଛନ୍ତି। ଏମାନଙ୍କ ବ୍ୟତୀତ ବିଜେଡିର ଆଉ ଜଣେ ନୂଆ ‘କ୍ଷମତାକେନ୍ଦ୍ର’ କୁଆଡ଼େ ନିଜର କିଛି ଖାସ୍ ସମର୍ଥକଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇବାକୁ ଏବେଠୁ ଲାଗି ପଡ଼ିଛନ୍ତି। ଅବଶ୍ୟ ଏହି ‘କ୍ଷମତାକେନ୍ଦ୍ର’ଙ୍କ ପ୍ରଭାବ ଯାହା, ସେ ଯାହାକୁ ଚାହିଁବେ ତାଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇବାରେ ତାଙ୍କ ପକ୍ଷରେ ବିଶେଷ ସମସ୍ୟା ହେବନି। ଏସବୁ ଭିତରେ କିନ୍ତୁ ବିଜେଡି ଦ୍ୱିତୀୟ କ୍ଷମତାକେନ୍ଦ୍ର ଦଳର ପ୍ରଦର୍ଶନକୁ ନେଇ ଅଙ୍କ କଷିବାରେ ଲାଗିଥିବାବେଳେ କିଛି ଦଳୀୟ ନେତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ କୁଆଡ଼େ ଗୁଇନ୍ଦା କଳକୁ ଲଗାଇଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଫଳ ନବାହାରୁଣୁ ବିଜେଡି ନେତାମାନଙ୍କର ଏହି ‘ବିଲୁଆ ବିଚାର’ ଆଗକୁ କେତେ ସଫଳ ହେଉଛି ଓ ତଥାକଥିତ ପାୱାରସେଣ୍ଟରମାନଙ୍କର କେତେ ଅନୁଗତଙ୍କୁ ‘ମନ୍ତ୍ରୀ ପଦ’ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର।

The post ଫଳ ନବାହାରୁଣୁ ନେତାଙ୍କ ମନ୍ତ୍ରୀ ପଦ ପାଇଁ ଲବି ! appeared first on Odisha Reporter.

]]>
2019-05-17 14:27:52 https://odishareporter.in/wp-content/uploads/2019/05/final-cartoon.jpg
ବିଜେଡିରେ ନୂଆ ମୁଖିଆଙ୍କ ଆବିର୍ଭାବ! https://odishareporter.in/politics/gossip-on-emergence-of-a-new-power-centre-in-bjd-381114 Wed, 15 May 2019 10:44:33 +0000 https://odishareporter.in/?p=381114

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଓ ବାତ୍ୟା ‘ଫୋନି’ ମଧ୍ୟରେ ବିଜେଡି ଦଳରେ ଘଟିଥିବା ଏକ ପ୍ରମୁଖ ଘଟଣା ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି। ଶାସକ ବିଜେଡିରେ ଏବେ ଏକ ନୂଆ କ୍ଷମତାକେନ୍ଦ୍ରଙ୍କ ଅଭ୍ୟୁଦୟ ହୋଇଛି ଯିଏକି ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର କ୍ଷମତା ରଖିଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ସାଧାରଣ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ବିଜେଡି ନିଜର ଏହି ନୂଆ ‘କ୍ଷମତାକେନ୍ଦ୍ର’କୁ ଗ୍ରହଣ କରିସାରିଛି। ବିଜେଡିର ନିର୍ବାଚନୀ ପାଣ୍ଠି ବଣ୍ଟନଠୁ ଆରମ୍ଭ […]

The post ବିଜେଡିରେ ନୂଆ ମୁଖିଆଙ୍କ ଆବିର୍ଭାବ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଓ ବାତ୍ୟା ‘ଫୋନି’ ମଧ୍ୟରେ ବିଜେଡି ଦଳରେ ଘଟିଥିବା ଏକ ପ୍ରମୁଖ ଘଟଣା ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି। ଶାସକ ବିଜେଡିରେ ଏବେ ଏକ ନୂଆ କ୍ଷମତାକେନ୍ଦ୍ରଙ୍କ ଅଭ୍ୟୁଦୟ ହୋଇଛି ଯିଏକି ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର କ୍ଷମତା ରଖିଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସାଧାରଣ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ବିଜେଡି ନିଜର ଏହି ନୂଆ ‘କ୍ଷମତାକେନ୍ଦ୍ର’କୁ ଗ୍ରହଣ କରିସାରିଛି। ବିଜେଡିର ନିର୍ବାଚନୀ ପାଣ୍ଠି ବଣ୍ଟନଠୁ ଆରମ୍ଭ କରି କେତେକ ଆସନରେ ଟିକେଟ୍ ବଣ୍ଟନରେ ମଧ୍ୟ ଏହି ନୂଆ ‘କ୍ଷମତାକେନ୍ଦ୍ର’ଙ୍କ ନିଷତ୍ତି ହିଁ ଚୂଡ଼ାନ୍ତ ବୋଲି ପ୍ରମାଣିତ ହୋଇଛି। ବିଜେଡି ଇତିହାସରେ ପ୍ରଥମଥର ପାଇଁ ଦଳର ନିର୍ବାଚନୀ ପାଣ୍ଠି କୁଆଡ଼େ ନବୀନ ନିବାସ ବାହାରେ ଏହି କ୍ଷମତାକେନ୍ଦ୍ରଙ୍କ ବାସଭବନରେ ରଖାଯାଇ ପ୍ରାର୍ଥୀଙ୍କୁ ବଣ୍ଟାଯାଇଥିଲା। ପ୍ୟାରୀମୋହନ ମହାପାତ୍ର ବିଜେଡିର ସର୍ବେସର୍ବା ଥିବାବେଳେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନୀ ପାଣ୍ଠି ନବୀନ ନିବାସରେ ହିଁ ଦିଆଯାଉଥିଲା। କିନ୍ତୁ ବିଜେଡିର ନେତାମାନଙ୍କ ମଧ୍ୟରେ ଏହି ନୂଆ ‘କ୍ଷମତାକେନ୍ଦ୍ର’ଙ୍କ ଗ୍ରହଣୀୟତା ସୃଷ୍ଟି କରିବା ପାଇଁ ଦ୍ୱିତୀୟ କ୍ଷମତାକେନ୍ଦ୍ର କୁଆଡ଼େ ଏହି କୂଟନୀତିକ ଚାଲ୍ ଚଳାଇ ଏଥିରେ ସଫଳ ହୋଇଛନ୍ତି।

ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ନିର୍ବାଚନୀ ପାଣ୍ଠି ବାଣ୍ଟିବା ମାଧ୍ୟମରେ ବିଜେଡିରେ କୁଆଡ଼େ ଏହି ଯୁବନେତା ନିଜକୁ ସର୍ବାଧିକ ପାୱାରଫୁଲ୍ ‘କ୍ଷମତାକେନ୍ଦ୍ର’ ଭାବେ ଗଢ଼ି ତୋଳିଛନ୍ତି। ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ଅଲିଖିତ ବୁଝାମଣା ମାଧ୍ୟମରେ ଏହି ନୂଆ କ୍ଷମତାକେନ୍ଦ୍ର କୁଆଡ଼େ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ଦଳରେ କିଏ କେଉଁ ବିଭାଗର ମନ୍ତ୍ରୀ ହେବ ତାହା କୁଆଡ଼େ ଏହି ‘କ୍ଷମତାକେନ୍ଦ୍ର’ ନିଜ ଘରେ ବସି ଚିଠା ପ୍ରସ୍ତୁତ କରିବାରେ ଲାଗିଛନ୍ତି। କିଛି ନେତା ମଧ୍ୟ ମନ୍ତ୍ରୀ ହେବା ଆଶାରେ ଏହି ଯୁବନେତା ତଥା ‘କ୍ଷମତାକେନ୍ଦ୍ର’ଙ୍କ ପାଖରେ ନସରପସର ହେବାରେ ଲାଗିଲେଣି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ ସମୟରେ ଦଳର ବରିଷ୍ଠ ନେତାମାନଙ୍କୁ ଏହି ନୂଆ କ୍ଷମତାକେନ୍ଦ୍ର ଯେଉଁ ଭଳି କଦର୍ଯ୍ୟ ଆଚରଣ ଦେଖାଉଥିଲେ ସେଥିରୁ ସେ କେତେ ପାୱାରଫୁଲ୍ ଓ ଅନ୍ୟ ନେତାମାନେ କେତେ ଅସହାୟ ତାହା କୁଆଡ଼େ ସ୍ପଷ୍ଟ ବାରି ହୋଇଯାଉଥିଲା। ଉଦାହରଣସ୍ୱରୂପ, ବିଜେଡି ସୁପ୍ରିମୋଙ୍କ ରାଜନୀତିକ ସଚିବଙ୍କୁ କୁଆଡ଼େ ଏହି ନୂଆ ‘କ୍ଷମତାକେନ୍ଦ୍ର’ ନାଁ ଧରି ଡାକିବାକୁ ପଛାନ୍ତି ନାହିଁ, ଯଦିଓ ସେ ତାଙ୍କଠୁ ବୟସରେ ଢେର ବଡ଼। ୨୦୧୭ ମସିହାରେ ମନ୍ତ୍ରୀ ପଦ ଯିବାପରେ ସମ୍ପୃକ୍ତ ଯୁବନେତାଜଣକ ‘ସୁପର ସିଏମ୍ ’ ଭାବେ କମବ୍ୟାକ୍ କରିବେ ବୋଲି ନିଜର ଖାସ୍ ଲୋକମାନଙ୍କୁ କହିଥିଲେ। ଯାହାକୁ କୁଆଡ଼େ ମାତ୍ର ଦେଢ଼ବର୍ଷ ମଧ୍ୟରେ ଏହି ଯୁବନେତାଜଣକ କାମରେ କରି ଦେଖାଇଛନ୍ତି ବୋଲି ଚର୍ଚ୍ଚା।

The post ବିଜେଡିରେ ନୂଆ ମୁଖିଆଙ୍କ ଆବିର୍ଭାବ! appeared first on Odisha Reporter.

]]>
left bottom 2019-05-15 16:40:29 https://odishareporter.in/wp-content/uploads/2019/05/cartoon.jpg
ନିର୍ବାଚନ ସରିଲା, ଏବେ ଥଇଥାନ ବେଳ https://odishareporter.in/odisha/where-will-bjd-rehabilitate-these-spokespersons-375449 Mon, 29 Apr 2019 16:35:48 +0000 https://odishareporter.in/?p=375449

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିର୍ବାଚନ ତାତି ତୀବ୍ର ହେବା ଦିନଠାରୁ, ରାଜ୍ୟବାସୀ ଫି-ଦିନ୍ ସବୁ ଟିଭିରେ ଗୋଟିଏ ଛବି ଦେଖି ଆସୁଥିଲେ। ଗୋଟେ ଲେଖା କାଗଜ ହାତରେ ଧରି ଶାସକ ଦଳର ତିନିମୂର୍ତ୍ତି, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଆଗରେ ଠିଆ ହୋଇଥିବେ। କେତେବେଳେ ‘ଓଟିଭି’ର ଭୁଲ୍‌ ତ କେତେବେଳେ ବୈଜୟନ୍ତ ପଣ୍ଡାଙ୍କ ଦୋଷ। ଏ ସବୁ ଅଭିଯୋଗ ନେଇ ଫେରାଦ ହେଉଥିଲେ କମିଶନଙ୍କ ପାଖରେ। ହେଲେ ଆଜି ସେ ଖେଳ ସରିଲା। ଏଣିକି କାହା […]

The post ନିର୍ବାଚନ ସରିଲା, ଏବେ ଥଇଥାନ ବେଳ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନିର୍ବାଚନ ତାତି ତୀବ୍ର ହେବା ଦିନଠାରୁ, ରାଜ୍ୟବାସୀ ଫି-ଦିନ୍ ସବୁ ଟିଭିରେ ଗୋଟିଏ ଛବି ଦେଖି ଆସୁଥିଲେ। ଗୋଟେ ଲେଖା କାଗଜ ହାତରେ ଧରି ଶାସକ ଦଳର ତିନିମୂର୍ତ୍ତି, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଆଗରେ ଠିଆ ହୋଇଥିବେ। କେତେବେଳେ ‘ଓଟିଭି’ର ଭୁଲ୍‌ ତ କେତେବେଳେ ବୈଜୟନ୍ତ ପଣ୍ଡାଙ୍କ ଦୋଷ। ଏ ସବୁ ଅଭିଯୋଗ ନେଇ ଫେରାଦ ହେଉଥିଲେ କମିଶନଙ୍କ ପାଖରେ।

ହେଲେ ଆଜି ସେ ଖେଳ ସରିଲା। ଏଣିକି କାହା ନାଁରେ ଆଉ କାହା ଆଗରେ ଅଭିଯୋଗ କରିବେ ଏହି ତ୍ରିମୂର୍ତ୍ତି? ଏହାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଲୋକେ ଥଟ୍ଟାରେ କହିଲେଣି, ଏଣିକି ବିଜେଡି ନୂଆ ଯୋଜନା ଆରମ୍ଭ କରି ଏହି ୩ ମୂର୍ତ୍ତିଙ୍କ ଥଇଥାନ କରୁ, ନଚେତ୍‌ ଏମାନେ ଏବେ କରିବେ କ’ଣ?

ଆମେ କହୁଛୁ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ଲେନିନ୍‌ ମହାନ୍ତିଙ୍କ କଥା। ଏମାନଙ୍କ ପ୍ରସଙ୍ଗରେ ଆପଣ ଟିଭି, ଖବରକାଗଜ କି ସୋଶାଲ୍ ମିଡିଆରେ ଯେତିକି ଶୁଣି ନ ଥିବେ କି ପଢ଼ି ନ ଥିବେ ତା’ଠାରୁ ଢେର ଥର ଅଭିଯୋଗ ଦାଖଲ କରିବାକୁ ଯାଉଥିବାର ଦୃଶ୍ୟ ଦେଖିଥିବେ। ଖାଲି ଏ ୩ ଜଣ ନୁହେଁ ବେଳେ ବେଳେ କଂଗ୍ରେସ ଛାଡ଼ି ବିଜେଡି ହାତ ଧରିଥିବା ସୁଲୋଚନା ଦାସଙ୍କୁ ମଧ୍ୟ ଏମିତି ସ୍ଥିତିରେ ଆପଣ ଦେଖିଥିବେ।

ଦଳର ସ୍ଵାର୍ଥ ପ୍ରତି ସମର୍ପିତ ଏଇ ବିଚକ୍ଷଣ ପ୍ରବକ୍ତାମାନେ ଏତେ ପରିଶ୍ରମ କରିବା ପରେ ସେମାନଙ୍କୁ ଦଳ କେଉଁଠି ଓ କେମିତି ଥଇଥାନ କରୁଛି, ତାହା ଖାଲି ଦେଖିବାକୁ ବାକି ରହିଲା।

The post ନିର୍ବାଚନ ସରିଲା, ଏବେ ଥଇଥାନ ବେଳ appeared first on Odisha Reporter.

]]>
left top 2019-04-29 22:05:48 https://odishareporter.in/wp-content/uploads/2019/04/6tn.jpg
ଭିଡିଓ ପଛର ସତ: ଭାଇରାଲ ଭିଡିଓ, ଟିଭି ଇଣ୍ଟରଭ୍ୟୁ ଆଉ ସେ ! https://odishareporter.in/odisha/what-is-the-truth-behind-naveens-gym-video-365917 Tue, 09 Apr 2019 11:07:58 +0000 https://odishareporter.in/?p=365917

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପାଇଁ ଏବେ ସମ୍ପୂର୍ଣ୍ଣ ଫିଟ୍‌। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ନେଇ ଭାଇରାଲ ହୋଇଥିବା ଭିଡିଓ ହିଁ ଏ କଥା କହୁଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ପୂର୍ବରୁ ଏହି ଭିଡିଓକୁ ବଜାରକୁ ଛାଡ଼ିବା ନିଶ୍ଚିତ ଭାବେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ହେଲାଣି। ଭିଡିଓଟି ଦେଖିବା ପରେ, ସବୁବେଳେ ଧୋବ ଫରଫର କୁର୍ତ୍ତା ପାଇଜାମା ପରିଧାନ କରୁଥିବା ଆମ ମୁଖ୍ୟମନ୍ତ୍ରୀଙ୍କୁ […]

The post ଭିଡିଓ ପଛର ସତ: ଭାଇରାଲ ଭିଡିଓ, ଟିଭି ଇଣ୍ଟରଭ୍ୟୁ ଆଉ ସେ ! appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପାଇଁ ଏବେ ସମ୍ପୂର୍ଣ୍ଣ ଫିଟ୍‌। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ନେଇ ଭାଇରାଲ ହୋଇଥିବା ଭିଡିଓ ହିଁ ଏ କଥା କହୁଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ପୂର୍ବରୁ ଏହି ଭିଡିଓକୁ ବଜାରକୁ ଛାଡ଼ିବା ନିଶ୍ଚିତ ଭାବେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ହେଲାଣି।

ଭିଡିଓଟି ଦେଖିବା ପରେ, ସବୁବେଳେ ଧୋବ ଫରଫର କୁର୍ତ୍ତା ପାଇଜାମା ପରିଧାନ କରୁଥିବା ଆମ ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ଆଗରେ ଉଭା ହୋଇଛନ୍ତି। ଜୀବଦ୍ଦଶାରେ ‘ନବୀନ ନିବାସ’ ଭିତରକୁ ଯାଇପାରି ନ ଥିବା ବ୍ୟକ୍ତିମାନେ, ନିବାସର ଭିତିରି ଦୃଶ୍ୟଗୁଡିକୁ ପ୍ରତ୍ୟକ୍ଷ କଲେ। କଳା ରାଉଣ୍ଡ ନେକ୍‌ ବାଲା ଟି-ଶାର୍ଟ ପିନ୍ଧି ଗାର୍ଡେନରେ ନବୀନ ଜଗିଂ କରୁଥାଆନ୍ତି। ବ୍ୟାୟାମ୍‌ କରୁଥିବା ଅବସ୍ଥାରେ ନବୀନ ଓଡ଼ିଆ ନ୍ୟୁଜ ଚ୍ୟାନେଲ ଦେଖୁଥିବା ମଧ୍ୟ ଦେଖାଇ ଦିଆଗଲା। ଆଉ ଶେଷରେ ନିଜ ତୁଣ୍ଡରେ ନିଜେ ନବୀନ କହିଥିଲେ ‘ମୁଁ ନିର୍ବାଚନ ଲାଗି ପୂରା ଫିଟ୍‌’।

କିନ୍ତୁ ନବୀନ ବାବୁଙ୍କ ବାସ୍ତବିକ ସ୍ୱାସ୍ଥ୍ୟାବସ୍ଥା ଓ ଭିଡିଓରେ ତାଙ୍କ ଜଗିଂ କରିବାର ଦୃଶ୍ୟ ଆଦୌ ମ୍ୟାଚ୍ କରୁନି ବୋଲି ଲୋକେ କହୁଛନ୍ତି। ନିକଟରେ ସେ ଯେତେବେଳେ ହିଂଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଛତ୍ରପୁର ଯାଇଥିଲେ, ଓ ତା ପୂର୍ବରୁ ମାଆ ତାରାତାରିଣୀଙ୍କ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ, ସେତେବେଳେ ସ୍ପଷ୍ଟ ହୋଇଯାଇଥିଲା ଯେ, ନବୀନ ବାବୁଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଅଛି। କାରଣ ସେ ଠିକ୍‌ରେ ଚାଲି ମଧ୍ୟ ପାରୁ ନ ଥିଲେ। ଅବଶ୍ୟ ଏହା ବି ହୋଇପାରେ ସେ ଥକ୍କା ହୋଇ ପଡ଼ିଥିଲେ।

ତେଣୁ ଭାଇରାଲ୍ ଭିଡିଓରେ ହଠାତ୍ ସେ ଜଗିଂ କରୁଥିବା ଓ ଏକ ଜାତୀୟ ଗଣମାଧ୍ୟମକୁ ବ୍ୟାୟାମ କରୁକରୁ ଇଣ୍ଟରଭ୍ୟୁ ଦେବା ଏକ ପୂର୍ବ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଶୁଣିବାକୁ ମିଳୁଛି। କେତେକ କହିଛନ୍ତି ଏହା ନବୀନଙ୍କ ପୁରୁଣା ଭିଡିଓ। ଆଉ କେହି ତାଙ୍କ ପେଟର ସାଇଜ୍ କେମିତି ହଠାତ୍ କମିଯାଇଛି, ତାକୁ ନେଇ ମଧ୍ୟ ଆଲୋଚନା କଲେ।

ଶୁଣିବାକୁ ମିଳୁଛି, ଏନ୍‌ଡିଟିଭିରେ ନବୀନଙ୍କ ସାକ୍ଷାତକାର ଏକ ପୂର୍ବ ପ୍ରାୟୋଜିତ କାର୍ଯ୍ୟକ୍ରମ। ଗୋଟିଏ ଗୁଳିରେ ଦୁଇଟି ଶିକାର। କାରଣ ଥାର୍ଡଫ୍ଲୋର୍‌ ଜାଣିଥିଲା ଯେ, ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ହିଁ ରାଜ୍ୟରେ ବେଶି ଆଲୋଚନା ହେଉଛି। ସେଥିପାଇଁ ଏନ୍‌ଡିଟିଭି ଭଳି କ୍ରେଡିବିଲିଟି ଥିବା ଜାତୀୟ ଗଣମାଧ୍ୟମକୁ ଠିକ୍‌ କରାଗଲା ଏବଂ ସ୍ୱାସ୍ଥ୍ୟ ହିଁ ଏଥିରେ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଠିକ୍ କରାଗଲା। ସେହି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବ୍ୟାୟାମ କରୁଥିବା ଅବସ୍ଥାରେ ହିଁ ଲମ୍ବା ସାକ୍ଷାତକାର ନିଆଯାଇଛି।

କିନ୍ତୁ ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ ଯେ, ରାଜ୍ୟର ଅଧିକାଂଶ ଗଣମାଧ୍ୟମ ସଂସ୍ଥା, ଟିଭି ଚ୍ୟାନେଲ୍‌ ଓ ଖବରକାଗଜ ଏବେ ବିଜେଡିର କର୍ତ୍ତୃତ୍ୱାଧୀନ ରହିଛି। ହେଲେ ପାଣ୍ଡିଆନ୍‌ ଓ ନବୀନ ଏଗୁଡିକ ମଧ୍ୟରୁ ଗୋଟିଏ ବି ସଂସ୍ଥାକୁ ବିଶ୍ୱାସକୁ ନ ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେବାକୁ ବାଛିଲେ।

ଆଉ କୌଶଳ କ୍ରମେ ଏହି ସାକ୍ଷାତକାରରେ ନବୀନଙ୍କ ଚରମ ଶତ୍ରୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇଥିଲେ। କହିଥିଲେ ‘ଆମ ଦଳର ଜଣେ ପୂର୍ବତନ ସାଂସଦ ମୋ ଦେହ ଖରାପ ଥିବା କଥା ପ୍ରଚାର କରିଛନ୍ତି।’ କିନ୍ତୁ କାହାର ନାଁ ନେଉନାହାଁନ୍ତି। ତେଣୁ ସାକ୍ଷାତକାର ନେଉଥିବା ସାମ୍ବାଦିକ ପଚାରିଲେ, ‘ଆପଣ ବୈଜୟନ୍ତ ପଣ୍ଡାଙ୍କ କଥା କହୁଛନ୍ତି କି ?’ ତତକ୍ଷଣାତ ନବୀନ କହିଥିଲେ- ‘ହଁ’।

ଭାଇରାଲ୍ ହୋଇଥିବା ଭିଡିଓଟି ଏହି ସାକ୍ଷାତକାରର ପ୍ରମୋ ବା ପ୍ରଚାର ପାଇଁ ପ୍ରସ୍ତୁତ ଭିଡିଓ। ଭିଡିଓଟି ପୁଣି ଏନ୍‌ଡିଟିଭି ତରଫରୁ ନୁହେଁ, ବିଜେଡି ତରଫରୁ ହିଁ ଭାଇରାଲ୍ କରାଯାଇଛି। ସମ୍ପାଦିତ ଅଂଶଟି ଟିଭିରେ ପ୍ରସାରଣ ହେଲା ଏବଂ ଅଣସମ୍ପାଦିତ ଅଂଶଟି ଭାଇରାଲ ହୋଇ ମୁଖ୍ୟମନ୍ତ୍ରୀ ଫିଟ୍‌ ବୋଲି ପ୍ରଚାର କରିଦିଆଗଲା।

ବାସ୍ତବରେ ବିଜେଡି ପାଇଁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି କରିଛି ନବୀନଙ୍କ ସ୍ୱାସ୍ଥ୍ୟ, ଏକଥା ଦଳ ଭିତରେ ବି ନେତାମାନେ ଆଲୋଚନା କରୁଛନ୍ତି। ଏହି ଭାଇରାଲ୍ ଭିଡିଓରୁ ଦୁଇଟି କଥା ସ୍ପଷ୍ଟ ହୋଇଗଲା ଯେ- ଦଳ ସଭାପତିଙ୍କ ସ୍ୱାସ୍ଥ୍ୟ ଦଳ ପାଇଁ ଆଗାମୀ ନିର୍ବାଚନରେ ସମସ୍ୟା ସୃଷ୍ଟି କରିଛି। ଆଉ ଦ୍ୱିତୀୟ କଥାଟି ହେଲା- ବିଜେଡି, ନବୀନ ଓ ପାଣ୍ଡିଆନ୍‌ଙ୍କ ପାଇଁ ସବୁଠୁ ବଡ଼ ଶତ୍ରୁ ବିଜେପି କି କଂଗ୍ରେସ ନୁହେଁ, ବଡ଼ଶତ୍ରୁ ହେଲେ ବୈଜୟନ୍ତ ପଣ୍ଡା।

ଶୁଣାଯାଉଛି, ଏ ସବୁ ଆୟୋଜନ କାଳେ ପାଣ୍ଡିଆନ୍ ବାବୁ କରିଥିଲେ। ଇଣ୍ଟରଭ୍ୟୁ ବେଳେ ସେ ମଧ୍ୟ ନବୀନଙ୍କ ପାଖେପାଖେ ଥିବା ଦେଖିବାକୁ ମିଳୁଛି। (ଫଟୋ ଦେଖନ୍ତୁ)। ଯଦି ନବୀନ ଇଲେକ୍ସନ ପାଇଁ ପୂରା ଫିଟ୍ ଅଛନ୍ତି, ତେବେ ତାଙ୍କ ପାଇଁ ୯ କୋଟି ଟଙ୍କା ବ୍ୟୟରେ ହାଇଟେକ୍ ଆରାମଦାୟକ ପ୍ରଚାର-ବସ୍ କାହିଁକି କିଣା ଯାଇଛି?

ମୁଖ୍ୟମନ୍ତ୍ରୀ ସୁସ୍ଥ ନୁହନ୍ତି, ଏ କଥାଟି ଉଠିଥିଲା ଗତ ସ୍ୱାଧୀନତା ଦିବସ ପ୍ୟାରେଡରୁ । ପ୍ୟାରେଡରେ ଅଭିବାଦନ ଗ୍ରହଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅସହଜ ଅନୁଭବ କରି, ତଳେ ବସିପଡ଼ିବା ଭଳି ସ୍ଥିତି ଉପୁଜିଥିଲା। ପାଖରେ ଥିବା ଅଙ୍ଗରକ୍ଷୀ ତାଙ୍କୁ ଚଉକିରେ ବସାଇ ଦେଇଥିଲେ ଓ ସେ ବସିଥିବା ଅବସ୍ଥାରେ ଅଭିବାଦନ ଗ୍ରହଣ କରିଥିଲେ। ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେଲା ଆଉ ମୁଖ୍ୟମନ୍ତ୍ରୀ ସୁସ୍ଥ ନାହାନ୍ତି ବୋଲି ପ୍ରଚାରିତ ହେଲା।

ଆଉ ଏହି ଘଟଣା ବିଜେଡି ଭୋଟ୍‌ ବ୍ୟାଙ୍କକୁ ପ୍ରଭାବିତ କରିବ ବୋଲି ଆଶଙ୍କା ଉପୁଜିଲା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଏହି ଦଳରେ ଏମିତି କୌଣସି ବ୍ୟକ୍ତିତ୍ୱ ନାହାନ୍ତି ଯିଏ ବିଜେଡି ଭୋଟ ହାତେଇ ପାରିବ। ଏଣୁ ମୁଖ୍ୟମନ୍ତ୍ରୀ ସୁସ୍ଥ ଏବଂ ସେ ନିର୍ବାଚନ ଲଢ଼ିବାକୁ ସମ୍ପୁର୍ଣ୍ଣ ଫିଟ୍‌ ବୋଲି ଦେଖାଇବାକୁ ଉଦ୍ଦେଶ୍ୟମୂଳକ ଭାବେ ସମ୍ପୃକ୍ତ ଭିଡିଓଟି ପ୍ରସ୍ତୁତ ହୋଇଛି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତି କରିବାରେ ଧୁରନ୍ଧର ପାଣ୍ଡିଆନ୍‌ଙ୍କ ଭୂମିକା ମଧ୍ୟ ଅନସ୍ୱୀକାର୍ଯ୍ୟ। କାରଣ ଏନ୍‌ଡିଟିଭି ଭିଡିଓ ସୁଟ୍‌ କରାଯାଉଥିବା ବେଳେ ପାଣ୍ଡିଆନ୍‌ଙ୍କ ଉପସ୍ଥିତି ଏହାକୁ ପ୍ରମାଣିତ କରିଛି। ଯାହାର ଫଟୋଟିଏ ଏବେ ଭାଇରାଲ ହେଉଛି।

ବିଜେଡିର ଅନେକ ବରିଷ୍ଠ ନେତା ତଥା ବିଜୁ ଅନୁଗତଙ୍କ ସହ ପାଣ୍ଡିଆନ୍‌ଙ୍କ ସମ୍ପର୍କ ତିକ୍ତ। ଯାହା ସାଧାରଣ ଓଡ଼ିଆ ଲୋକେ ଜାଣି ସାରିଛନ୍ତି। କ୍ଷମତା କେନ୍ଦ୍ର ବୋଲାଉଥିବା ଏହି ତାମିଲ ଅଫିସରଙ୍କ ହାତରେ ବିଜେଡିର ରିମୋଟ କଣ୍ଟ୍ରୋଲ ରହିଛି। ଏପରିକି ତାଙ୍କରି ସକାଶେ ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଆଉ ବୈଜୟନ୍ତ ପଣ୍ଡା ଏହାକୁ ବିରୋଧ କରିବାରୁ ତାଙ୍କର ଶତ୍ରୁ ପାଲଟି ଯାଇଥିଲେ। କିଛି ନେତା ଓ ଅଫିସର, ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାର ଫାଇଦା ଉଠାଉଛନ୍ତି ବୋଲି ଓଡ଼ିଶାବାସୀ ଜାଣନ୍ତି।

The post ଭିଡିଓ ପଛର ସତ: ଭାଇରାଲ ଭିଡିଓ, ଟିଭି ଇଣ୍ଟରଭ୍ୟୁ ଆଉ ସେ ! appeared first on Odisha Reporter.

]]>
right top 2019-04-09 16:37:58 https://odishareporter.in/wp-content/uploads/2019/04/lolo.jpg
ହାୱାଲା ଫର୍ମୂଲାରେ ବଣ୍ଟାଯାଉଛି ନିର୍ବାଚନୀ ପାଣ୍ଠି! https://odishareporter.in/odisha/gossip-one-major-party-in-odisha-has-chosen-hawala-route-to-send-funds-to-its-candidates-1234-365082 Sun, 07 Apr 2019 14:44:05 +0000 https://odishareporter.in/?p=365082

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଏକ ପ୍ରମୁଖ ରାଜନୀତିକ ଦଳ ଏବେ ହାୱାଲାର ନୂଆ ଫର୍ମୂଲାରେ ନିଜର ପ୍ରାର୍ଥୀଙ୍କ ନିକଟରେ ନିର୍ବାଚନୀ ପାଣ୍ଠି ପହଞ୍ଚାଇବାର ବ୍ୟବସ୍ଥା କରିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ନିର୍ବାଚନ ଲଢ଼ିବା ପାଇଁ ନିଜର ବିଧାୟକ ପ୍ରାର୍ଥୀମାନଙ୍କୁ ଏହି ନିର୍ଦ୍ଦିଷ୍ଟ ଦଳ କୁଆଡ଼େ ସର୍ବନିମ୍ନ ଦେଢ଼ରୁ ଦୁଇ କୋଟି ଟଙ୍କା ଦେଉଛି। ଯେଉଁଠି ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିରୋଧୀ ଦଳର ହେଭିୱେଟ୍ ନେତା ମଇଦାନରେ ଅଛନ୍ତି ସେମାନଙ୍କୁ ଅପେକ୍ଷାକୃତ ଅଧିକ ନିର୍ବାଚନୀ ପାଣ୍ଠି ଯୋଗାଇ ଦିଆଯାଉଛି। […]

The post ହାୱାଲା ଫର୍ମୂଲାରେ ବଣ୍ଟାଯାଉଛି ନିର୍ବାଚନୀ ପାଣ୍ଠି! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଏକ ପ୍ରମୁଖ ରାଜନୀତିକ ଦଳ ଏବେ ହାୱାଲାର ନୂଆ ଫର୍ମୂଲାରେ ନିଜର ପ୍ରାର୍ଥୀଙ୍କ ନିକଟରେ ନିର୍ବାଚନୀ ପାଣ୍ଠି ପହଞ୍ଚାଇବାର ବ୍ୟବସ୍ଥା କରିଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ନିର୍ବାଚନ ଲଢ଼ିବା ପାଇଁ ନିଜର ବିଧାୟକ ପ୍ରାର୍ଥୀମାନଙ୍କୁ ଏହି ନିର୍ଦ୍ଦିଷ୍ଟ ଦଳ କୁଆଡ଼େ ସର୍ବନିମ୍ନ ଦେଢ଼ରୁ ଦୁଇ କୋଟି ଟଙ୍କା ଦେଉଛି। ଯେଉଁଠି ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିରୋଧୀ ଦଳର ହେଭିୱେଟ୍ ନେତା ମଇଦାନରେ ଅଛନ୍ତି ସେମାନଙ୍କୁ ଅପେକ୍ଷାକୃତ ଅଧିକ ନିର୍ବାଚନୀ ପାଣ୍ଠି ଯୋଗାଇ ଦିଆଯାଉଛି। ଦଳ କୁଆଡ଼େ ପ୍ରଥମଥର ପାଇଁ ହାୱାଲା ପନ୍ଥା ବ୍ୟବହାର କରି ନିଜର ପ୍ରାର୍ଥୀମାନଙ୍କ ପାଖରେ ଏହି ପାଣ୍ଠି ପହଞ୍ଚାଇବାର ବ୍ୟବସ୍ଥା କରିଛି। ତା’ପୁଣି ଅତ୍ୟନ୍ତ ସୁଚିନ୍ତିତ ଉପାୟରେ।

ଚର୍ଚ୍ଚା ହେଉଛି, ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ କୁଆଡ଼େ ରାଜ୍ୟର ଏକାଧିକ ସ୍ଥାନରେ ନିଜର ବିଶ୍ୱସ୍ତ ବ୍ୟକ୍ତିବିଶେଷଙ୍କ ପାଖରେ ନିର୍ବାଚନ ପାଣ୍ଠି ଠୁଳ କରିଛି। ନିର୍ବାଚନରେ ଦଳୀୟ ଟିକେଟ୍ ନେଉଥିବା ପ୍ରାର୍ଥୀଙ୍କୁ ୨-୩ଟି ପର୍ଯ୍ୟାୟରେ ଏହି ପାଣ୍ଠି ଦିଆଯାଉଛି।

ପ୍ରାର୍ଥୀଙ୍କ ପାଖକୁ ଦଳର ମୁଖିଆଙ୍କ ରାଜନୀତିକ ସଚିବଙ୍କ ଫୋନ୍ କଲ ଯାଉଛି ଓ ତାଙ୍କୁ ତାଙ୍କ ନିଜ ଅଞ୍ଚଳର ସଦର ମହକୁମାର ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିକଟରୁ ଏହି ପାଣ୍ଠି ସଂଗ୍ରହ କରିବାକୁ କୁହାଯାଉଛି। ଫିଲ୍ମ ଷ୍ଟାଇଲରେ କେହି ଜଣେ ଅଜଣା ବ୍ୟକ୍ତି ଆସି ପ୍ରାର୍ଥୀଙ୍କୁ ପାଣ୍ଠି ଦେଉଛନ୍ତି ଓ ଫୋନ୍ ମାଧ୍ୟମରେ ସେ କୁଆଡ଼େ ମୁଖିଆଙ୍କ ରାଜନୀତିକ ସଚିବଙ୍କ ସହ କଥା କରାଇ ଦେଉଛନ୍ତି। ଯାହାଫଳରେ ପ୍ରାର୍ଥୀଜଣକ ନିର୍ବାଚନୀ ପାଣ୍ଠି ପାଇଥିବାର ପ୍ରମାଣ ଭୁବନେଶ୍ୱରରେ ଥିବା ରାଜନୀତିକ ସଚିବଙ୍କ ପାଖରେ ପହଞ୍ଚି ଯାଉଛି। ଦଳ କୁଆଡ଼େ ଏଥର ନିର୍ବାଚନୀ ଖର୍ଚ୍ଚକୁ ଗତ ସାଧାରଣ ନିର୍ବାଚନ ତୁଳନାରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି କରିଛି।

ଚର୍ଚ୍ଚା ହେଉଛି, ୨୦୧୪ ମସିହା ନିର୍ବାଚନବେଳେ ଦଳ ଯେଉଁ ଫର୍ମୂଲାରେ ପ୍ରାର୍ଥୀଙ୍କ ପାଖରେ ନିର୍ବାଚନୀ ପାଣ୍ଠି ପହଞ୍ଚାଇବାର ବ୍ୟବସ୍ଥା କରିଥିଲା ତାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଦେଖାଦେବାରୁ କାଳେ ଚଳିତଥର ସେଭଳି ସମସ୍ୟା ହେବ, ସେହି ଆଶଙ୍କାରେ କୁଆଡ଼େ ନିର୍ବାଚନର ବହୁ ପୂର୍ବରୁ କିଛି ବ୍ୟବସାୟୀ, ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ ମାଧ୍ୟମରେ ଏହି ପାଣ୍ଠି ଦଳୀୟ ପ୍ରାର୍ଥୀଙ୍କ ନିକଟରେ ପହଞ୍ଚାଯାଉଛି। ଏପରିକି ଭୋଟରଙ୍କୁ ହାତେଇବା ପାଇଁ ଦଳ ମଧ୍ୟ ନୂଆ ନୂଆ ଫନ୍ଦି ଆପଣାଇ ସେମାନଙ୍କ ନିକଟରେ ମୋଟା ଅଙ୍କର ପାଣ୍ଠି ପହଞ୍ଚାଉଛି। ଦଳ ପକ୍ଷରୁ ପ୍ରାର୍ଥୀଙ୍କ ପାଖରେ ନୂଆ ଶୈଳୀରେ ନିର୍ବାଚନୀ ପାଣ୍ଠି ପହଞ୍ଚାଇବାର ଏଭଳି ହାୱାଲା ବ୍ୟବସ୍ଥାକୁ ନେଇ ପ୍ରାର୍ଥୀମାନେ ଖୁସି ବ୍ୟକ୍ତ କରୁଥିବାବେଳେ ନିର୍ବାଚନୀ ଖର୍ଚ୍ଚ ଆକଳନ କରିବା ଦାୟିତ୍ୱରେ ଥିବା ନିର୍ବାଚନ କମିଶନଙ୍କର ପ୍ରତିନିଧିମାନେ କିଭଳି ଏହାର ଟେର୍ ପାଉନାହାନ୍ତି ତାକୁ ନେଇ ଚର୍ଚ୍ଚା।

The post ହାୱାଲା ଫର୍ମୂଲାରେ ବଣ୍ଟାଯାଉଛି ନିର୍ବାଚନୀ ପାଣ୍ଠି! appeared first on Odisha Reporter.

]]>
centre bottom 2019-04-07 20:16:18 https://odishareporter.in/wp-content/uploads/2019/04/HAWALA.jpg
ନିଜ ନେତାଙ୍କୁ ଟ୍ରାକିଂ କରୁଛି ବିଜେଡି ! https://odishareporter.in/odisha/gossip-bjd-tracking-its-own-leaders-via-phone-1234-356292 Thu, 21 Mar 2019 13:07:32 +0000 https://odishareporter.in/?p=356292

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଥିବା ଅସନ୍ତୋଷ ଉପରେ ଲଗାମ ଦେବାରେ ବିଫଳ ହୋଇଥିବା ବିଜେଡି ଏବେ କୁଆଡ଼େ ନିଜ ନେତାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଟେଲିଫୋନ୍ ଟ୍ୟାପିଙ୍ଗ ଓ ଟ୍ୟାପିଂକୁ ଜୋରଦାର କରିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ୧୨ଟି ଲୋକସଭା ଓ ୮୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ବିଜେଡି ଏବେ ସଜବାଜ ହେଉଛି। ଦୁଇ-ତିନି ଦିନ ମଧ୍ୟରେ କୁଆଡ଼େ […]

The post ନିଜ ନେତାଙ୍କୁ ଟ୍ରାକିଂ କରୁଛି ବିଜେଡି ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଥିବା ଅସନ୍ତୋଷ ଉପରେ ଲଗାମ ଦେବାରେ ବିଫଳ ହୋଇଥିବା ବିଜେଡି ଏବେ କୁଆଡ଼େ ନିଜ ନେତାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଟେଲିଫୋନ୍ ଟ୍ୟାପିଙ୍ଗ ଓ ଟ୍ୟାପିଂକୁ ଜୋରଦାର କରିଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ୧୨ଟି ଲୋକସଭା ଓ ୮୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ବିଜେଡି ଏବେ ସଜବାଜ ହେଉଛି। ଦୁଇ-ତିନି ଦିନ ମଧ୍ୟରେ କୁଆଡ଼େ ଦଳ ନିଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କରିବ। କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ତୀବ୍ର ଗୋଷ୍ଠୀକନ୍ଦଳ ଏବଂ ଆଶାୟୀଙ୍କ ଲମ୍ବା ଲାଇନ୍ ବିଜେଡିର ଅଡ଼ୁଆ ବଢ଼ାଇଲାଣି।

ଟିକେଟ୍ କଟିବାର ଆଶଙ୍କା ଥିବା ନିଜ ଦଳର ନେତାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏବେ କୁଆଡ଼େ ଟେଲିଫୋନ୍ ଟ୍ରାକିଂ ଜୋରଦାର ହେଉଛି। ଆଉ ଏହାର ଆଭାସ ପାଇବା ପରେ ନେତାମାନେ କୁଆଡ଼େ ହ୍ୱାଟସଅପ୍ କଲ୍ ଓ ଅନ୍ୟ ଅଜଣା ନମ୍ବରରୁ ନିଜର ସହଯୋଗୀଙ୍କ ସହ କଥା ହେବାକୁ ସୁରକ୍ଷିତ ମଣୁଛନ୍ତି। ଏପରିକି ନିଜେ ଫୋନ୍ ଧରିଲେ କାଳେ ‘ଲୋକେସନ୍ ଟ୍ରାକିଂ’ରେ ତାହା ଜଣାପଡ଼ିଯିବ, ସେଥିପାଇଁ ଏବେ ସେମାନେ ଫୋନକୁ ନିଜ ବାସଭବନରେ ଥୋଇଦେଇ ବାହାରକୁ ଯାଉଛନ୍ତି। ଉପକୂଳ ଓଡ଼ିଶାର ପ୍ରାୟ ୨୦ରୁ ୨୫ଜଣ ବିଧାୟକ ଏବେ କୁଆଡ଼େ ବିଜେପି ସହ ସମ୍ପର୍କରେ ରହିଥିବାରୁ ଏଭଳି ଟ୍ରାକିଂ ମାଧ୍ୟମରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଉଦ୍ୟମ ଚାଲିଛି। ନିଜର ଜଣେ ଖାସ୍ ଅଫିସରଙ୍କ ମାଧ୍ୟମରେ ବିଜେଡି କୁଆଡ଼େ ନିୟମିତ ଭାବେ ଏସବୁ ରିପୋର୍ଟକୁ ଯାଞ୍ଚ କରୁଛି।

ଚର୍ଚ୍ଚା ହେଉଛି, ଉପକୂଳ ଓଡ଼ିଶାର ଦୁଇଜଣ ବରିଷ୍ଠ ତଥା ପ୍ରଭାବଶାଳୀ ବିଜେଡି ବିଧାୟକଙ୍କର ଫୋନ୍ ନମ୍ବରକୁ ଟ୍ରାକିଂ କରି ସେମାନେ ବିଜେପି ସହ ସମ୍ପର୍କରେ ଥିବାର ଖବର ପାଇବାରେ ସକ୍ଷମ ହୋଇଥିଲେ। ଯାହାକୁ ଆଧାର କରି ଏବେ ସେହି ଦୁଇ ନେତାଙ୍କୁ କୁଆଡ଼େ ନବୀନ ନିବାସ ଡକାଯାଇ କଡ଼ା ତାଗିଦ୍ କରାଯାଇଥିଲା। ସେମାନେ ଯେଭଳି ବିଜେପି କ୍ୟାମ୍ପକୁ ନଡେଇଁବେ ସେଥିପାଇଁ କୁଆଡ଼େ ସେମାନଙ୍କୁ ରାଜ୍ୟସଭା ପଠାଇବାର ଲୋଭ ଦେଖାଯାଇଛି। କିନ୍ତୁ ସେଭଳି ଅଫରକୁ କୁଆଡ଼େ ସେମାନେ ମାନିବା ବ ବିଶ୍ଵାସ କରିବା ସ୍ଥିତିରେ ନଥିବା ଚର୍ଚ୍ଚା।

The post ନିଜ ନେତାଙ୍କୁ ଟ୍ରାକିଂ କରୁଛି ବିଜେଡି ! appeared first on Odisha Reporter.

]]>
2019-03-21 18:38:03 https://odishareporter.in/wp-content/uploads/2019/03/F-I-N-A-L.jpg
ଉଡୁଛି ଖବର, ବିଜେଡି ଛାଡ଼ିବେ ରାଜା ସ୍ୱାଇଁ ! https://odishareporter.in/politics/rumor-on-athagarh-mla-ranendra-pratap-swain-352214 Wed, 13 Mar 2019 12:04:47 +0000 https://odishareporter.in/?p=352214

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍‌ ରାଜାଙ୍କୁ ନେଇ ଏବେ ଏମିତି କିଛି ଶୁଣିବାକୁ ମିଳୁଛି, ଯାହା ହୁଏତ ଆଠଗଡ଼ବାସୀଙ୍କ ପାଇଁ ଅପ୍ରତ୍ୟାଶିତ। ସବୁବେଳେ ବିଜେଡି ପାଇଁ ଚର୍ଚ୍ଚାରେ ରହୁଥିବା ରାଜା ଏଥର କୁଆଡେ ବିଜେପିରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି କିଛି ଅସମର୍ଥିତ ସୁତ୍ରରୁ ଶୁଣିବାକୁ ମିଳୁଛି। ଏକ ଇଂରାଜୀ ଖବରକାଗଜର ତଥ୍ୟ ମୁତାବକ ରାଜାଙ୍କ ଆସନ ଆଠଗଡ଼ରେ ସମୀକରଣ ପରିବର୍ତ୍ତନର ଆଭାସ ମିଳୁଛି। ଆଉ ସିଧାସଳଖ କୁହାଯାଉଛି ରାଜା ଏଥର […]

The post ଉଡୁଛି ଖବର, ବିଜେଡି ଛାଡ଼ିବେ ରାଜା ସ୍ୱାଇଁ ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ୍‌ ରାଜାଙ୍କୁ ନେଇ ଏବେ ଏମିତି କିଛି ଶୁଣିବାକୁ ମିଳୁଛି, ଯାହା ହୁଏତ ଆଠଗଡ଼ବାସୀଙ୍କ ପାଇଁ ଅପ୍ରତ୍ୟାଶିତ। ସବୁବେଳେ ବିଜେଡି ପାଇଁ ଚର୍ଚ୍ଚାରେ ରହୁଥିବା ରାଜା ଏଥର କୁଆଡେ ବିଜେପିରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି କିଛି ଅସମର୍ଥିତ ସୁତ୍ରରୁ ଶୁଣିବାକୁ ମିଳୁଛି। ଏକ ଇଂରାଜୀ ଖବରକାଗଜର ତଥ୍ୟ ମୁତାବକ ରାଜାଙ୍କ ଆସନ ଆଠଗଡ଼ରେ ସମୀକରଣ ପରିବର୍ତ୍ତନର ଆଭାସ ମିଳୁଛି। ଆଉ ସିଧାସଳଖ କୁହାଯାଉଛି ରାଜା ଏଥର ପଦ୍ମମୁହାଁ ହୋଇଛନ୍ତି।

ଥାର୍ଡ ଫ୍ଲୋର ସହ ତିକ୍ତ ସମ୍ପର୍କ ବୋଧହୁଏ ତାଙ୍କ ଟିକେଟ ପାଇବା ଦିଗରେ ବାଧକ ହୋଇଥାଇପାରେ। କିନ୍ତୁ ଏ କଥା ମଧ୍ୟ ଅନସ୍ୱୀକାର୍ଯ୍ୟ ଯେ, ବିଜେଡି ଅନ୍ୟ ଜଣଙ୍କୁ ଆଠଗଡ଼ ଗଡ଼ ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଛି। ସିଧା ସିଧା କହିବାକୁ ଗଲେ ପୁରୀ ଜିଲା କଂଗ୍ରେସର ପୂର୍ବତନ ସଭାପତି ତଥା ଛାତ୍ର ଜନତା ଦଳର ପୂର୍ବ ରାଜ୍ୟ ସଭାପତି ଉମାବଲ୍ଲଭ ରଥ ଏବେ ଆଠଗଡରେ କଂଗ୍ରେସ ସଙ୍ଗଠନ ସଜାଡୁ ଥିଲେ ହେଁ ସେ କୁଆଡେ ସେହି ସ୍ଥାନରୁ ଶଂଖ ଟିକେଟ ପାଇଁ ଥାର୍ଡ ଫ୍ଲୋର ଠିକାଦାରଙ୍କ ସହ ଡିଲ୍‌ କରି ସାରିଛନ୍ତି। ଆଉ ଏହି ସୂଚନା ପାଇବା ପରେ ‘କଟକୀ ଷଣ୍ଢ’ ରାଜା ବିଜେପିରେ ତାଙ୍କ ଚେରକୁ ମଜଭୁତ୍‌ କରି ଆଠଗଡ଼ରେ ପଦ୍ମ ଫୁଟାଇବାକୁ ପଣ କରିଥିବା ଚର୍ଚ୍ଚା ହେଉଛି।

୯୦ ମସିହାର ରାଜନୀତିକୁ ଜାଣିଥିବା ଲୋକେ କହୁଛନ୍ତି ଉମା ଛାତ୍ର ଜୀବନରୁ ଆଠଗଡ଼ ସହର ସହ ଓତଃପ୍ରୋତ ଭାବେ ଜଡ଼ିତ। ଏପରିକି ସେତେବେଳେ ସେ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଥିଲେ ହେଁ, ବିଜୁ ବାବୁଙ୍କ ତତ୍କାଳୀନ ଜଣେ ଅବୁଝା ପୁଅଙ୍କ ସହ ଚରମ ତିକ୍ତତା ଯୋଗୁ ଆଠଗଡ଼ ଆସନରୁ ରାଜାଙ୍କୁ ଟିକେଟ ମିଳିଥିଲା ଏବଂ ଏହାକୁ ଚ୍ୟାଲେଞ୍ଜ କରି ଉମା ସେତେବେଳେ ବିଦ୍ରୋହୀ ପ୍ରାର୍ଥୀ ସାଜିଥିଲେ।

ଆଠଗଡ଼ ଟାଉନ୍‌ରେ ଲୁଲୁ ରଥ ଭାବେ ପରିଚିତ ଉମା ବେଶ୍ କିଛି ଦିନ ଧରି ହାତପାର୍ଟି ନାଁରେ ନିଜ ପୁରୁଣା ସଙ୍ଗଠନକୁ ସକ୍ରିୟ କରିଛନ୍ତି ଏବଂ ଏହା ରଣେନ୍ଦ୍ରଙ୍କ ପାଇଁ ଘାତକ ସାଜିବାର ସମ୍ଭାବନା ରହିଛି। ବେଦାନ୍ତ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ରାଜ୍ୟବ୍ୟାପୀ ରଥଯାତ୍ରା କରିଥିବା ଉମାଙ୍କୁ ନିଜ ପକେଟ୍‌ରେ ରଖିବା ପାଇଁ ଥାର୍ଡ ଫ୍ଲୋର ଗତ ୪ ମାସ ତଳୁ ଏକ ଅଲିଖିତ ବୁଝାମଣା କରିଥିବା ଶୁଣାଯାଉଛି।

ଚର୍ଚ୍ଚା ହେଉଛି, ସେବେଠାରୁ ଉମାଙ୍କ ପାଇଁ ଥାର୍ଡ ଫ୍ଲୋର ତରଫରୁ ଏକ ବିଧିବଦ୍ଧ ପ୍ୟାକେଜ୍‌ ପ୍ରସ୍ତୁତ ହୋଇ ରହିଛି। ତେବେ ପ୍ୟାରୀମୋହନଙ୍କ ଅମଳରେ ରାଜେଶ ପ୍ରଭାକର ଭାୟା ଚକରା ଓରଫ ରମେଶ ରାଉତ ଦେଇ  ଶକ୍ତ ଝଟ୍‌କା ଖାଇବା ପରେ ବାସ୍ତବ ରାଜନୀତିକୁ ବୁଝିଥିବା ରାଜା ସ୍ୱାଇଁ ସେବେଠାରୁ ପଦ୍ମ ଦଳ ସହ ଭିତିରିଆ ସମ୍ପର୍କ ବଢ଼ାଇଥିବା ଶୁଣିବାକୁ ମିଳୁଛି।

ଆଉ ପ୍ୟାରୀଙ୍କ ଭଳି ଏବେ ଥାର୍ଡ ଫ୍ଲୋର ପୁଣି ଝଟ୍‌କା ଦେବା ପୂର୍ବରୁ ବେଳହୁଁ ସାବଧାନ ନୀତିରେ ରାଜା କେଉଁ ମୁହୂର୍ତ୍ତରେ ପଦ୍ମ ଗାଡ଼ିଆରେ ବୁଡ଼ ମାରି ପାରନ୍ତି ବୋଲି ଆକଳନ କରାଯାଉଛି। କିନ୍ତୁ ରାଜାଙ୍କ ବିଜେପି ପ୍ରବେଶ ଖବରକୁ ବୁଧବାର ଆଠଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ପଦ୍ମଦଳ ନେତା ବିଭୁତି ମିଶ୍ର ଏକ ମନଗଢା କାହାଣୀ  ବୋଲି କହିଛନ୍ତି।

କେବଳ ରାଜା ନୁହଁନ୍ତି, ବିଜେଡି ଟିକେଟରେ କଟକରୁ ଲଗାଦାର ଜିତି ଆସୁଥିବା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେପି ପ୍ରତି ଢଳୁଥିବା ଚର୍ଚ୍ଚା ହେଉଛି ।

The post ଉଡୁଛି ଖବର, ବିଜେଡି ଛାଡ଼ିବେ ରାଜା ସ୍ୱାଇଁ ! appeared first on Odisha Reporter.

]]>
left top 2019-03-13 17:49:31 https://odishareporter.in/wp-content/uploads/2019/03/raja-Edit.jpg
ବଳ ଯୋଗାଡୁଛି ବିଜେପି: ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜଙ୍କୁ ନେଇ ଚର୍ଚ୍ଚା https://odishareporter.in/politics/rumor-on-bjp-strategy-for-19-general-election-1-350813 Sun, 10 Mar 2019 15:49:44 +0000 https://odishareporter.in/?p=350813

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ମହାସମର ଲାଗି ପୂର୍ବରୁ ବଳ ଯୋଗାଡିବାରେ ଲାଗିଛି ବିଜେପି। ସାଧାରଣ ନିର୍ବାଚନ ପୂର୍ବରୁ ଶକ୍ତି ସାମର୍ଥ୍ୟ ବଢାଇବା ଲକ୍ଷ୍ୟରେ ରାଜ୍ୟ ରାଜନୀତିରେ ପ୍ରଭାବ ଥିବା ନେତାଙ୍କୁ ନିଜ ପଟକୁ ନେବା ଲାଗି ଗୋଟି ଚାଳନା ଆରମ୍ଭ ହୋଇଯାଇଛି।  ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜ ତ୍ରିପାଠୀ ପଦ୍ମ ଧରିବା ନେଇ ପ୍ରକିୟା ଚାଲିଥିବା ସୂଚନା ମିଳିଛି। କୁହାଯାଉଛି ଯଦିଓ ଏ ନେଇ ବ୍ରଜ କିଛି କହିନାହାଁନ୍ତି ତେବେ ଦାମ ଓ ଖାରବେଳେ […]

The post ବଳ ଯୋଗାଡୁଛି ବିଜେପି: ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜଙ୍କୁ ନେଇ ଚର୍ଚ୍ଚା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ମହାସମର ଲାଗି ପୂର୍ବରୁ ବଳ ଯୋଗାଡିବାରେ ଲାଗିଛି ବିଜେପି। ସାଧାରଣ ନିର୍ବାଚନ ପୂର୍ବରୁ ଶକ୍ତି ସାମର୍ଥ୍ୟ ବଢାଇବା ଲକ୍ଷ୍ୟରେ ରାଜ୍ୟ ରାଜନୀତିରେ ପ୍ରଭାବ ଥିବା ନେତାଙ୍କୁ ନିଜ ପଟକୁ ନେବା ଲାଗି ଗୋଟି ଚାଳନା ଆରମ୍ଭ ହୋଇଯାଇଛି।  ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜ ତ୍ରିପାଠୀ ପଦ୍ମ ଧରିବା ନେଇ ପ୍ରକିୟା ଚାଲିଥିବା ସୂଚନା ମିଳିଛି।

କୁହାଯାଉଛି ଯଦିଓ ଏ ନେଇ ବ୍ରଜ କିଛି କହିନାହାଁନ୍ତି ତେବେ ଦାମ ଓ ଖାରବେଳେ ବିଜେପି ଆଡକୁ ଢଳୁଥିବା ସଙ୍କେତ ଦେଇଛନ୍ତି । ଏଥିସହିତ ବିଜେପି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇ ନ ଥିବା ନେତାଙ୍କୁ ଦଳ ପୁଣି କୋଳେଇ ନେବାର ସମୀକରଣ ବି ଚାଲିଥିବା ଚର୍ଚ୍ଚା ହେଉଛି।

ଉଭୟ ଦାମ ରାଉତ  ଓ ଖାରବେଳ ଦିଲ୍ଲୀ ଯାଇ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରି ଫେରିଛନ୍ତି । ଖାରବେଳ ପଦ୍ମ ଟିକେଟରେ ସାଂସଦ ଭାବେ ଲଢିବାକୁ ଆଗ୍ରହୀ ବୋଲି ସ୍ପଷ୍ଟ କରିଛନ୍ତି। ସେପଟେ ବ୍ରଜ କ୍ୟାମେରା ସାମନାରେ କିଛି କହି ନ ଥିଲେ ବି ସମୟ ଆସିଲେ ସବୁ କହିବେ ବୋଲି ଓଟିଭିକୁ କହିଛନ୍ତି।

ଦାମ ଓ ଖାରବେଳ ବେଶ କିଛି ମାସ ହେବ ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରି ରାଜ୍ୟ ତମାମ ବୁଲିବା ସହ ନବୀନଙ୍କ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି । ୬ ଥରର ବିଧାୟକ ଦାମଙ୍କ ପ୍ରଭାବ ନିଜ ନିର୍ବାଚନ ମଣ୍ଡଳୀ ପାରାଦ୍ୱୀପ ସହ ରାଜ୍ୟ ରାଜନୀତିରେ ବି ରହିଛି । ଏଣେ ଖାରବେଳ ବି  ବାଲେଶ୍ୱରରୁ ବିଜେପି ଟିକେଟରେ ତିନିଥର ସାଂସଦ ହୋଇଛନ୍ତି । ନିଜ ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ରାଜ୍ୟ ରାଜନୀତିରେ ପରିଚିତ ଖାରବେଳ ନବୀନଙ୍କ ବିରୋଧରେ କହି ବିଭିନ୍ନ ସ୍ଥାନରେ ଅକ୍ରୋଶର ଶିକାର ବି ହୋଇଛନ୍ତି । ତଥାପି ପଛକୁ ହଟି ନାହାଁନ୍ତି । ବ୍ରଜତ୍ରିପାଠୀ ବିଜେଡିରୁ ଜିତି ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ହେଇଥିଲେ । ତେଣୁ ନବୀନ ବିରୋଧୀ ଏ ତିନି ନେତାଙ୍କୁ  ଆପଣାଇ ବିଜେପି ବଳ ଯୋଗାଡ଼ କରିବାର ମଉକାରୁ ହାତଛଡା କରିବିନି ବୋଲି କୁହାଯାଉଛି ।

ଏ ତିନି ନେତାଙ୍କ ବାଦ୍ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ଗତକାଲି ବିଜେଡିର ଭୁବନେଶ୍ୱର ଜିଲ୍ଲା କାଯର୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିବା ବାବୁ ସିଂ ବି ବିଜେପି ଯିବା ଉଦ୍ୟମରେ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଏହାବାଦ୍ ବିଜେପିରୁ ଇସ୍ତଫା ଦେଇ ଅନ୍ୟ କୌଣିସ ଦଳକୁ ଯାଇ ନ ଥିବା ବରିଷ୍ଠ ନେତା ବିଜୟ ମହାପାତ୍ର  ଓ ଦିଲ୍ଲୀପ ରାୟଙ୍କୁ ପୁଣି ଫେରାଇ ଆଣିବାକୁ ପ୍ରୟାସ ଚାଲିଥିବା ବି ଚର୍ଚ୍ଚା ଚାଲିଛି।

The post ବଳ ଯୋଗାଡୁଛି ବିଜେପି: ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜଙ୍କୁ ନେଇ ଚର୍ଚ୍ଚା appeared first on Odisha Reporter.

]]>
right bottom 2019-03-10 21:21:18 https://odishareporter.in/wp-content/uploads/2019/03/b7-1.jpg
ଟିକେଟ ନେବ ତ ଚୁପ୍ ରୁହ, ନହେଲେ… https://odishareporter.in/politics/gossip-on-how-some-powerful-officers-have-been-ill-treating-party-leaders-343076 Sat, 23 Feb 2019 10:39:39 +0000 https://odishareporter.in/?p=343076

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଟିକେଟ୍ ପାଇବାକୁ ନେଇ ଅନିଶ୍ଚିତତାରେ ଥିବା ବିଜେଡି ନେତାମାନଙ୍କୁ ଏବେ କୁଆଡ଼େ ଖୋଲାଖୋଲି ଧମକ ମିଳୁଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେଡିର ନେତାମାନଙ୍କୁ କୁଆଡ଼େ ଦଳର ମୁଖିଆଙ୍କ ନାଁରେ ତୃତୀୟ ମହଲାର ବାବୁମାନେ ଧମକ ଦେବାରେ ଲାଗିଛନ୍ତି। ନବୀନ ନିବାସରେ ବୈଠକ ଆଳରେ ନେତାମାନଙ୍କୁ କୁଆଡ଼େ ଏଭଳି ଧମକ ଦିଆଯାଉଛି ଯେ ସେମାନେ ତାକୁ ସହି ପାରୁନାହାନ୍ତି କି କିଛି କହି ବି ପାରୁନାହାନ୍ତି। ନେତାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତର […]

The post ଟିକେଟ ନେବ ତ ଚୁପ୍ ରୁହ, ନହେଲେ… appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଟିକେଟ୍ ପାଇବାକୁ ନେଇ ଅନିଶ୍ଚିତତାରେ ଥିବା ବିଜେଡି ନେତାମାନଙ୍କୁ ଏବେ କୁଆଡ଼େ ଖୋଲାଖୋଲି ଧମକ ମିଳୁଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେଡିର ନେତାମାନଙ୍କୁ କୁଆଡ଼େ ଦଳର ମୁଖିଆଙ୍କ ନାଁରେ ତୃତୀୟ ମହଲାର ବାବୁମାନେ ଧମକ ଦେବାରେ ଲାଗିଛନ୍ତି। ନବୀନ ନିବାସରେ ବୈଠକ ଆଳରେ ନେତାମାନଙ୍କୁ କୁଆଡ଼େ ଏଭଳି ଧମକ ଦିଆଯାଉଛି ଯେ ସେମାନେ ତାକୁ ସହି ପାରୁନାହାନ୍ତି କି କିଛି କହି ବି ପାରୁନାହାନ୍ତି। ନେତାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ପ୍ରସ୍ତୁତି ପ୍ରସଙ୍ଗରେ ଆଲୋଚନା କରିବା ଆଳରେ ନବୀନ ନିବାସ ଡକାଯାଉଛି ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ କୁଆଡ଼େ ଏପରି ଧମକ ଦିଆଯାଉଛି।

ରାଜନୀତିକ ସ୍ତରରେ ନୁହେଁ ବରଂ ତୃତୀୟ ମହଲାର ଅଫିସରମାନେ ଯାହା ପାଇଁ ଯେଉଁଠି ଟିକେଟ୍ ଚୂଡ଼ାନ୍ତ କରିବେ, ତାକୁ ମାନିବା ପାଇଁ ଦଳୀୟ ନେତାଙ୍କୁ ବାଧ୍ୟ କରାଯାଉଛି। ଦଳ ପଛେ ୪-୫ଟି ସିଟ ହାରିଯାଉ, କିନ୍ତୁ ଦଳରେ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି କ୍ଷମତାକେନ୍ଦ୍ର କୁଆଡ଼େ ରୋକଠୋକ୍ କହୁଛନ୍ତି। ନେତାମାନଙ୍କୁ ଏଭଳି ଧମକ ଦେଇ କୁଆଡ଼େ ପରୋକ୍ଷରେ ସେ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ହିଁ ସମର୍ଥନ କରିବାକୁ ହେବ ବୋଲି ଧମକ ଦିଆଯାଉଛି। ଟିକେଟ ହରାଇବା ଆଶଙ୍କା କାରଣରୁ କ୍ଷମତାକେନ୍ଦ୍ରଙ୍କ ଏଭଳି ଆଚରଣରେ ନେତାମାନେ ଚୁପ୍ ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ନିର୍ବାଚନରେ ସେମାନଙ୍କୁ ଟିକେଟ୍ ନମିଳିଲେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଯାଇ କାର୍ଯ୍ୟ କରିବାକୁ ସେମାନେ ପଛାଇବେ ନାହିଁ ବୋଲି ଏବେଠୁ କହି ବୁଲିଲେଣି।

ଦଳର ସାଂଗଠନିକ ବ୍ୟାପାରରେ ମୁଣ୍ଡ ପୂରାଇଥିବା ସରକାରୀ ଅଫିସରମାନଙ୍କର ଆଚରଣ ଦିନକୁ ଦିନ ଅଧିକ ରୁକ୍ଷ ହେଉଥିବାରୁ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି କିଛି ନେତାଙ୍କୁ ତ ନବୀନ ନିବାସର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବି ରୁକ୍ଷ ବ୍ୟବହାର କରିବାକୁ କୁଆଡ଼େ ପଛାଉ ନାହାନ୍ତି। କେବଳ ଟିକେଟ ଆଶାରେ ନେତାମାନେ ଏସବୁ ସହି ଯାଉଥିଲେ ମଧ୍ୟ ତାହା ଆଗାମୀ ଦିନରେ ବିଜେଡିକୁ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା।

The post ଟିକେଟ ନେବ ତ ଚୁପ୍ ରୁହ, ନହେଲେ… appeared first on Odisha Reporter.

]]>
right bottom 2019-02-23 16:09:39 https://odishareporter.in/wp-content/uploads/2019/02/1-20.jpg
ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା, ମୂଲଚାଲ! https://odishareporter.in/politics/gossip-over-parallel-selection-of-candidates-in-bjd-for-2019-polls-340714 Sat, 16 Feb 2019 16:57:34 +0000 https://odishareporter.in/?p=340714

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନରେ ବିଜେଡିରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାକୁ ନେଇ କୁଆଡ଼େ ପାୱାର କରିଡରର ସଦସ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏକାଧିକ ତାଲିକା ପ୍ରସ୍ତୁତ କରି ପାୱାର କରିଡରର ଦୁଇଟି ପ୍ରଭାବଶାଳୀ ଗୋଷ୍ଠୀ କୁଆଡ଼େ ନେତାମାନଙ୍କ ସହ ବାର୍ଗେନିଂ କରୁଥିବା ଚର୍ଚ୍ଚା। ବିଭିନ୍ନ ସର୍ଭେ ରିପୋର୍ଟକୁ ଆଧାର କରି ବିଜେଡି ଏବେ ପ୍ରାର୍ଥୀ ଚୟନ କାର୍ଯ୍ୟ କରୁଛି। ଆଉ ଏହି ଚୟନ ଦାୟିତ୍ୱ କୁଆଡ଼େ କୌଣସି ଅଭିଜ୍ଞ ରାଜନୀତିଜ୍ଞଙ୍କୁ ଦିଆଯାଇନି। ସରକାରୀ […]

The post ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା, ମୂଲଚାଲ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନରେ ବିଜେଡିରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାକୁ ନେଇ କୁଆଡ଼େ ପାୱାର କରିଡରର ସଦସ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏକାଧିକ ତାଲିକା ପ୍ରସ୍ତୁତ କରି ପାୱାର କରିଡରର ଦୁଇଟି ପ୍ରଭାବଶାଳୀ ଗୋଷ୍ଠୀ କୁଆଡ଼େ ନେତାମାନଙ୍କ ସହ ବାର୍ଗେନିଂ କରୁଥିବା ଚର୍ଚ୍ଚା। ବିଭିନ୍ନ ସର୍ଭେ ରିପୋର୍ଟକୁ ଆଧାର କରି ବିଜେଡି ଏବେ ପ୍ରାର୍ଥୀ ଚୟନ କାର୍ଯ୍ୟ କରୁଛି। ଆଉ ଏହି ଚୟନ ଦାୟିତ୍ୱ କୁଆଡ଼େ କୌଣସି ଅଭିଜ୍ଞ ରାଜନୀତିଜ୍ଞଙ୍କୁ ଦିଆଯାଇନି। ସରକାରୀ ଚାକିରିରୁ ଅବସର ନେଇ ବିଜେଡିର ଗୋଟିଏ ଶାଖାର ମୁଖିଆ ହୋଇଥିବା ଜଣେ ବାବୁ ଓ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୁଆଡ଼େ ବିଭିନ୍ନ ସର୍ଭେ ରିପୋର୍ଟକୁ ଆଧାର କରି ଏକ ତାଲିକା ପ୍ରସ୍ତୁତ କରୁଛନ୍ତି। ଆଉ ସେହି ପ୍ରାର୍ଥୀ ତାଲିକାକୁ ଜଣେ ପ୍ରଭାବଶାଳୀ ଯୁବନେତାଙ୍କୁ ଧରାଇ ଦିଆଯାଇଛି, ଯାହାକୁ ଧରି ସିଏ କୁଆଡ଼େ ଏବେ ମୂଲଚାଲ୍ କରିବା ଆରମ୍ଭ କରିଦେଇଛନ୍ତି। ଅବଶ୍ୟ ଏହି ଯୁବନେତାଙ୍କ ଘରେ ରାତି ପାହିଲେ ସମ୍ପୃକ୍ତ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନସରପସର ହେଉଥିବା ଦେଖିବାକୁ ମିଳିଛି।

ଏପଟେ କ୍ଷମତାକେନ୍ଦ୍ର ନିଜର ଅଧସ୍ତନ ଓଏସଡି (ଖାସ୍ ଅଫିସର)ଙ୍କ ମାଧ୍ୟମରେ କୁଆଡ଼େ ଗୁଇନ୍ଦା ଇନପୁଟ୍ ଓ ଜିଲ୍ଲା ପ୍ରଶାସନଠୁ ମିଳିଥିବା ରିପୋର୍ଟକୁ ଆଧାର କରି ଅନ୍ୟ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଆଉ ସେହି ତାଲିକା ଆଧାରରେ ଏବେ ପ୍ରକୃତ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସେପଟେ ତୃତୀୟ ମହଲାରେ ଅବାଧ ପ୍ରବେଶ ଥିବା ସେହି ପ୍ରଭାବଶାଳୀ ଯୁବନେତାଜଣକ ଯେଉଁ ଡମ୍ମି ତାଲିକା ଧରିଛନ୍ତି ତାକୁ ନେଇ ସିଏ କୁଆଡ଼େ ଏବେ ଆଶାୟୀଙ୍କ ସହ ମୂଲଚାଲ ଆରମ୍ଭ କରିଛନ୍ତି। କାରଣ ସିଏ କୁଆଡ଼େ ଏବେ ନିଜକୁ ‘ସୁପର ସିଏମ’ କହି ବୁଲୁଥିବା ତଥା କ୍ଷମତାକେନ୍ଦ୍ର ତାଙ୍କ କଥାରେ ଉଠବସ୍ ହେଉଛନ୍ତି ବୋଲି କୁଆଡ଼େ କିଛି ବିଜେଡି ନେତାଙ୍କ ମାଧ୍ୟମରେ ପ୍ରଚାର କରାଉଛନ୍ତି। ଆଉ କ୍ଷମତାକେନ୍ଦ୍ରଙ୍କ ସହ ଥିବା ନିଜର ସମ୍ପର୍କ ଆଧାରରେ ସିଏ କୁଆଡ଼େ ଯେଉଁ ପ୍ରାର୍ଥୀ ତାଲିକା ଧରି ବୁଲୁଛନ୍ତି ତାହା ହିଁ ଚୂଡ଼ାନ୍ତ ବୋଲି ସନ୍ଦେଶ ଦେଉଛନ୍ତି।

ଶୁଣିବା କଥା ହେଉଛି, ଏହି ଯୁବ ନେତାଜଣକ ଏବେ ଅଧିକାଂଶ ଟିକେଟ୍ ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଇ ସେମାନଙ୍କର ମୂଲଚାଲ କରୁଥିବାର ଖବର ପାଇବା ପରେ କ୍ଷମତାକେନ୍ଦ୍ର କୁଆଡ଼େ ଅତ୍ୟନ୍ତ ଚତୁରତାର ସହ ନିଜ ଅଫିସ୍ ମାଧ୍ୟମରେ ସମାନ୍ତରାଳ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛନ୍ତି। ଆଉ ସେହି ତାଲିକା ଆଧାରରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରାଯାଉଛି। ଯେଉଁ ନେତାମାନଙ୍କୁ ପ୍ରାର୍ଥୀ ହେବା ପାଇଁ ସବୁଜ ସଙ୍କେତ ଦିଆଯାଉଛି ସେମାନଙ୍କୁ ଏ ସମ୍ପର୍କରେ କାହାରିକୁ ନଜଣାଇବାକୁ କୁଆଡ଼େ ତାଗିଦ୍ କରାଯାଉଛି। ଆଉ ଏସବୁ ସମ୍ପର୍କରେ ଟେର ପାଇନଥିବା ଆତ୍ମଘୋଷିତ ‘ସୁପର ସିଏମ୍ ’ କୁଆଡ଼େ ନିଜେ ଧରିଥିବା ତାଲିକା ଆଧାରରେ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି। ନିଜର ସମ୍ପର୍କୀୟଙ୍କଠୁ ଆରମ୍ଭ କରି ଅନ୍ୟ କିଛି ବର୍ଗର ଲୋକଙ୍କୁ ବିଜେଡି ଟିକେଟ୍ ଦେବା ପାଇଁ କୁଆଡ଼େ ବଡ଼ ଧରଣର ମୂଲଚାଲ୍ ବି କରୁଛନ୍ତି। କିନ୍ତୁ ଏହି ଯୁବନେତାଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଅନ୍ୟ କିଛି ନେତା ଅଭିଯୋଗ କରିବା ପରେ କ୍ଷମତାକେନ୍ଦ୍ର କୁଆଡ଼େ ଏଭଳି ସମାନ୍ତରାଳ ପ୍ରାର୍ଥୀ ତାଲିକାର ଚାଲ୍ ଖେଳିଥିବା ଚର୍ଚ୍ଚା।

The post ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା, ମୂଲଚାଲ! appeared first on Odisha Reporter.

]]>
centre top 2019-02-17 07:12:00 https://odishareporter.in/wp-content/uploads/2019/02/CARTOON-FINAL.jpg
କିଏ ଖାଇଲା ଦଳର ୯ କୋଟି, ଖୋଳତାଡ଼ ଆରମ୍ଭ https://odishareporter.in/politics/gossip-over-rumours-that-a-leader-of-a-certain-party-has-siphoned-off-rs-none-crore-335500 Tue, 12 Feb 2019 10:10:00 +0000 https://odishareporter.in/?p=335500

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଦଳରେ ଏବେ କୁଆଡ଼େ ୯କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଟେକ୍ନୋଲୋଜି ମାଧ୍ୟମରେ ଦଳର ସନ୍ଦେଶ ଓ ଦଳର ବଡ଼ନେତାଙ୍କୁ ସାଧାରଣ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ଏକ ଅଭିଯାନରେ କୁଆଡ଼େ ଏଭଳି ବଡ଼ଧରଣର ଘୋଟାଲା ହୋଇଛି। ଘୋଟାଲା ହୋଇଥିବା ପାଣ୍ଠିର ପରିମାଣ ବେଶ୍ ଅଧିକ ହୋଇଥିବାରୁ ଏହି ଘଟଣାକୁ ବାହାରେ ସାର୍ବଜନୀନ କଲେ ତାହା ନିର୍ବାଚନୀ ବର୍ଷରେ ଦଳ ପାଇଁ ହିଁ ବୁମେରାଂ ହେବ, ସେଇ ଆଶଙ୍କାରେ […]

The post କିଏ ଖାଇଲା ଦଳର ୯ କୋଟି, ଖୋଳତାଡ଼ ଆରମ୍ଭ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଦଳରେ ଏବେ କୁଆଡ଼େ ୯କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଟେକ୍ନୋଲୋଜି ମାଧ୍ୟମରେ ଦଳର ସନ୍ଦେଶ ଓ ଦଳର ବଡ଼ନେତାଙ୍କୁ ସାଧାରଣ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ଏକ ଅଭିଯାନରେ କୁଆଡ଼େ ଏଭଳି ବଡ଼ଧରଣର ଘୋଟାଲା ହୋଇଛି। ଘୋଟାଲା ହୋଇଥିବା ପାଣ୍ଠିର ପରିମାଣ ବେଶ୍ ଅଧିକ ହୋଇଥିବାରୁ ଏହି ଘଟଣାକୁ ବାହାରେ ସାର୍ବଜନୀନ କଲେ ତାହା ନିର୍ବାଚନୀ ବର୍ଷରେ ଦଳ ପାଇଁ ହିଁ ବୁମେରାଂ ହେବ, ସେଇ ଆଶଙ୍କାରେ ଦଳର ଷ୍ଟ୍ରାଟେଜିମେକରମାନେ କୁଆଡ଼େ ନିରବତା ଅବଲମ୍ବନ କରୁଛନ୍ତି।

ଚର୍ଚ୍ଚା ହେଉଛି, ଦଳର ସ୍ଥିତି ଭଲ ନଥିବା ଜିଲ୍ଲାରେ ପ୍ରତ୍ୟେକ ପରିବାର ନିକଟରେ ଟେକ୍ନୋଲୋଜି ମାଧ୍ୟମରେ ଦଳର ବଡ଼ନେତାଙ୍କ ଝଲକ ଓ ବାଣୀ ପହଞ୍ଚାଇବା ପାଇଁ ଏକ ଅଭିଯାନ ଯୋଜନା ହୋଇଛି। ତା’ଛଡ଼ା ଅନ୍ୟ ଏକ କାର୍ଯ୍ୟକ୍ରମ ମଧ୍ୟ ରାଜ୍ୟବ୍ୟାପୀ କରାଯାଉଛି। ଏହି ଦୁଇଟି ଯାକ କାର୍ଯ୍ୟକ୍ରମ କୁଆଡ଼େ ଟେକ୍ନୋଲୋଜି ଆଧାରିତ ଓ ଏଥିପାଇଁ ହାଇଦ୍ରାବାଦର ଏକ ସଂସ୍ଥା ସହ ବୁଝାମଣା ହୋଇଛି। ଟେକ୍ନୋଲୋଜି ସହାୟତା ଦେଇଥିବା ସଂସ୍ଥା ସହ ଡିଲ୍ କରିଥିବା ବ୍ୟକ୍ତିଜଣକ ( ଯିଏ କି ଦଳରେ ବେଶ ପ୍ରଭାବଶାଳୀ) କୁଆଡ଼େ ଏଥିପାଇଁ ମୋଟା ଅଙ୍କର ପାଣ୍ଠିକୁ ଚଳୁ କରିଦେଇଛନ୍ତି। ନିର୍ବାଚନ ପ୍ରଚାରରେ ଏହି ଟେକ୍ନୋଲୋଜିକୁ ସମ୍ପୃକ୍ତ ଦଳ ହିଁ ସର୍ବପ୍ରଥମେ ଉପଯୋଗ କରୁଛି ତଥା ଏହା ବିଶ୍ୱରେ କୌଣସି ସ୍ଥାନରେ ଉପଯୋଗ ହୋଇନି ବୋଲି ଦଳର ଷ୍ଟ୍ରାଟେଜିମେକରଙ୍କୁ ‘ଦିନରେ ଲଣ୍ଠନ ଦେଖାଇ’ ସମ୍ପୃକ୍ତ ବ୍ୟକ୍ତିିଜଣକ କୁଆଡ଼େ ପ୍ରଭାବିତ କରିବା ପରେ ଏହି ପାଣ୍ଠି ହାତେଇ ନେଇଥିଲେ।

କିନ୍ତୁ ଏହି ‘ଟେକ୍ନୋଲୋଜି’ ପାଇଁ ଏତେ ପରିମାଣର ପାଣ୍ଠି ସମ୍ପୃକ୍ତ କୁହାଳିଆ ବ୍ୟକ୍ତିଜଣକ ହାତେଇ ନେଇଥିବା ଜଣାପଡ଼ିବା ପରେ ଦଳର ଅନ୍ୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି କୁଆଡ଼େ ସ୍ୱର ଉଠାଇଛନ୍ତି। ଦୁଇଜଣ ଯାକ ରାଜନୀତିରେ ପାଦ ରଖିବାର ଅଳ୍ପ ଦିନ ମଧ୍ୟରେ ନିଜ ନିଜର ଭାଉ ବଢ଼ାଇବାରେ ବେଶ ସଫଳ ହୋଇଛନ୍ତି। ତେଣୁ ଟେକ୍ନୋଲୋଜି ଆଳ ଦେଖାଇ ଜଣେ ଏତେ ପରିମାଣର ପାଣ୍ଠି ହାତେଇବା କୁଆଡ଼େ ଅନ୍ୟଜଣଙ୍କ ପାଇଁ ଅସହ୍ୟ ହେଲା। ଆଉ ସିଏ କୁଆଡ଼େ ଏହି କଥାକୁ ଦଳର ଷ୍ଟ୍ରାଟେଜିମେକରଙ୍କ କାନରେ ପକାଇ ଦେଇଛନ୍ତି। ଯାହାପରେ ହିଁ ଏହି ପାଣ୍ଠିକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ଶୁଣିବାକୁ ମିଳୁଛି, ଭୋଟରଙ୍କ ପାଖରେ ଦଳର ବଡ଼ନେତାଙ୍କୁ ପହଞ୍ଚାଇବା ପାଇଁ ଯେଉଁ ଟେକ୍ନୋଲୋଜି ଏବେ ଉପଯୋଗ ହେଉଛି ସେଥିନିମନ୍ତେ କୁଆଡ଼େ ଅତିବେଶୀରେ ଦେଢ଼ କୋଟିରୁ ସାଢ଼େ ୩କୋଟି ଟଙ୍କା ଖର୍ଚ୍ଚ ହେବ। ମାତ୍ର ଏହି କୁହାଳିଆ ଓ ଭଦ୍ରମୁଖାଧାରୀ ବ୍ୟକ୍ତିଜଣକ କୁଆଡ଼େ ୧୨କୋଟି ଟଙ୍କା ନେଇଯାଇଛନ୍ତି। ଏତେ ପରିମାଣର ପାଣ୍ଠି କିଭଳି ସମ୍ପୃକ୍ତ ବ୍ୟକ୍ତିଙ୍କଠୁ ଫେରସ୍ତ ଅଣାଯିବ ଓ ତାଙ୍କୁ ଆଗାମୀ ଦିନରେ କୌଣସି ଆର୍ଥିକ ବ୍ୟାପାରରେ ଜଡ଼ିତ କରାନଯିବ ସେନେଇ ଏବେ ଷ୍ଟ୍ରାଟେଜୀ ପ୍ଲାନ କରାଯାଉଥିବା ଚର୍ଚ୍ଚା।

The post କିଏ ଖାଇଲା ଦଳର ୯ କୋଟି, ଖୋଳତାଡ଼ ଆରମ୍ଭ appeared first on Odisha Reporter.

]]>
centre bottom 2019-02-12 15:40:00 https://odishareporter.in/wp-content/uploads/2019/02/CARTOON-final-1.jpg
ଆଇଏଏସ ବାବୁଙ୍କ ଟ୍ରାଭେଲ୍ ବିଜିନେସ୍ https://odishareporter.in/politics/gossip-on-a-ias-officer-who-is-making-money-from-his-travel-business-in-odisha-338031 Mon, 11 Feb 2019 15:07:47 +0000 https://odishareporter.in/?p=338031

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ଆଇଏଏସ ଅଫିସରଙ୍କ ଆଶ୍ଚର୍ଯ୍ୟଜନକ ସମ୍ପତ୍ତି ବୃଦ୍ଧିକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ରାଜ୍ୟ ପ୍ରଶାସନିକ କରିଡରରେ ଏଣ୍ଟ୍ରି ମାରିଥିବା ଏହି ଅଣଓଡ଼ିଆ ଆଇଏଏସ ଏବେ କୁଆଡ଼େ ଓଡ଼ିଶାରେ ଟ୍ରାଭେଲ୍ ବିଜିନେସ୍ ଆରମ୍ଭ କରିଛନ୍ତି। ଶୁଣିବାକୁ ମିଳୁଛି, ମାତ୍ର ୮-୯ବର୍ଷର ଚାକିରୀ କାଳ ଭିତରେ ଏହି ବାବୁ କୁଆଡ଼େ କୋଟି କୋଟି ଟଙ୍କାର ମାଲିକ ପାଲଟିଛନ୍ତି। ବାବୁ କୁଆଡ଼େ ଅନେକ ଦାମୀ କାର କିଣି ସେସବୁ ଭଡ଼ାରେ ଲଗାଉଛନ୍ତି। ତା’ପୁଣି ସରକାରୀ ଓ […]

The post ଆଇଏଏସ ବାବୁଙ୍କ ଟ୍ରାଭେଲ୍ ବିଜିନେସ୍ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ଆଇଏଏସ ଅଫିସରଙ୍କ ଆଶ୍ଚର୍ଯ୍ୟଜନକ ସମ୍ପତ୍ତି ବୃଦ୍ଧିକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ରାଜ୍ୟ ପ୍ରଶାସନିକ କରିଡରରେ ଏଣ୍ଟ୍ରି ମାରିଥିବା ଏହି ଅଣଓଡ଼ିଆ ଆଇଏଏସ ଏବେ କୁଆଡ଼େ ଓଡ଼ିଶାରେ ଟ୍ରାଭେଲ୍ ବିଜିନେସ୍ ଆରମ୍ଭ କରିଛନ୍ତି। ଶୁଣିବାକୁ ମିଳୁଛି, ମାତ୍ର ୮-୯ବର୍ଷର ଚାକିରୀ କାଳ ଭିତରେ ଏହି ବାବୁ କୁଆଡ଼େ କୋଟି କୋଟି ଟଙ୍କାର ମାଲିକ ପାଲଟିଛନ୍ତି। ବାବୁ କୁଆଡ଼େ ଅନେକ ଦାମୀ କାର କିଣି ସେସବୁ ଭଡ଼ାରେ ଲଗାଉଛନ୍ତି। ତା’ପୁଣି ସରକାରୀ ଓ ବେସରକାରୀ ଅଫିସରେ। ସରକାରଙ୍କ ବିଭିନ୍ନ ବିଭାଗରେ ଆବଶ୍ୟକ ପଡ଼ୁଥିବା ଗାଡ଼ି କୁଆଡ଼େ ଏହି ବାବୁଙ୍କ ଟ୍ରାଭେଲ୍ ଏଜେନ୍ସିରୁ ଯାଉଛି। ତା’ଛଡ଼ା ବାବୁ ଏବେ ଗତ କିଛିମାସ ତଳେ କୁଆଡ଼େ ପ୍ରାୟ ଅଢ଼େଇ କୋଟି ଟଙ୍କାର ଏକ କୋଠା କିଣିଛନ୍ତି। କ୍ଷମତାକେନ୍ଦ୍ରଙ୍କ ଖାସ୍ ହୋଇଥିବାରୁ ବାବୁ କୁଆଡ଼େ ଏକ ଦୁହାଁଳିଆ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ଯେଉଁଠି କୋଟି କୋଟି ଟଙ୍କା କେବଳ ରାଜନୀତିକ କାର୍ଯ୍ୟ ପାଇଁ କୁଆଡ଼େ ଖର୍ଚ୍ଚ ହେଉଛି। ଆଉ ତା’ର ଫାଇଦା ଉଠାଇ ଏହି ବାବୁଜଣକ ନିଜର ବ୍ୟାଙ୍କ ବାଲାନ୍ସ ବଢ଼ାଇ ଚାଲିଛନ୍ତ।

କେବଳ ଏହି ବାବୁ ନୁହନ୍ତି, କ୍ଷମତାକେନ୍ଦ୍ରଙ୍କ ପାଖ ଲୋକ ବୋଲାଉଥିବା ଆଉ ଦୁଇଜଣ ଆଇଏଏସ ମଧ୍ୟ କୁଆଡ଼େ ଅନୁରୂପ ଭାବେ ଓଡ଼ିଶାରେ ନିଜର ବିପୁଳ ପରିମାଣର ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି। କଳିଙ୍ଗ ନଗରରେ ଥିବା ଶିଳ୍ପାଞ୍ଚଳରେ କୁଆଡ଼େ ଏବେ ଜଣେ ଆଇଏଏସ କୁଆଡ଼େ ମୋଟା ଅଙ୍କର ଅର୍ଥ ବିନିଯୋଗ କରିଛନ୍ତି।

କିଛି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଆଇଏଏସ କୁଆଡ଼େ ରାଜ୍ୟ ରାଜକୋଷକୁ ଲୁଟି ବେନାମୀ କମ୍ପାନୀ ଖୋଲି ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଟଙ୍କାର ନିବେଶ କରୁଛନ୍ତି। ରାଜନେତାମାନଙ୍କ ଅପାରଗତା ଓ ବିରୋଧୀ ଦଳର ନିରବତାର ଫାଇଦା ନେଇ ଏହି ଅଫିସରମାନେ ଓଡ଼ିଶାକୁ ଆଖିବୁଜା ଲୁଟିବାରେ ଲାଗିଛନ୍ତି। ସରକାରୀ ଅଫିସରମାନଙ୍କ ଏଭଳି ଆଖିଦୃଶିଆ ସମ୍ପତ୍ତି ବୃଦ୍ଧି ପାଉଥିଲେ ବି ତାହା ଉପରେ ରାଜ୍ୟ ଭିଜିଲାନ୍ସ ଜାଣିଶୁଣି ଆଖିବୁଜି ଦେଇଛି ବୋଲି ଚର୍ଚ୍ଚା।

The post ଆଇଏଏସ ବାବୁଙ୍କ ଟ୍ରାଭେଲ୍ ବିଜିନେସ୍ appeared first on Odisha Reporter.

]]>
right bottom 2019-02-11 20:37:47 https://odishareporter.in/wp-content/uploads/2019/02/CARTOON-final.jpg
ଇଏ କି ଦଳ? ଏଠି ମୁଖିଆ ନୁହେଁ, କା’ ହିଁ ପାୱାରଫୁଲ୍! https://odishareporter.in/politics/gossip-on-a-powerful-party-where-heads-are-powerless-and-are-remote-controlled-332105 Tue, 29 Jan 2019 14:23:12 +0000 https://odishareporter.in/?p=332105

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜକୁ ସବୁଠୁ ଲୋକପ୍ରିୟ ବୋଲି ଦାବି କରୁଥିବା ରାଜନୀତିକ ଦଳରେ ମୁଖିଆ ନୁହେଁ ବରଂ ତାଙ୍କ କା’ ହିଁ ପାୱାରଫୁଲ୍ ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏହି ଦଳର ସମସ୍ତ ଛାମୁଆ ସଂଗଠନରେ କା’ର ପ୍ରଭାବ ବେଶୀ ଅଧିକ। ଦଳର ମୁଖ୍ୟ ସଂଗଠନ, ଛାତ୍ର, ଯୁବ ଓ ମହିଳା ସଂଗଠନରେ କୁଆଡ଼େ ମୁଖିଆଙ୍କ ପରିବର୍ତ୍ତେ ସେମାନଙ୍କ କା’ ହିଁ ସର୍ବେସର୍ବା ପାଲଟିଛନ୍ତି। ଚର୍ଚ୍ଚା ହେଉଛି, ଦଳର ମୁଖ୍ୟ ସଂଗଠନର ପ୍ରକୃତ ନିୟନ୍ତ୍ରଣ ସୁପ୍ରିମୋଙ୍କ […]

The post ଇଏ କି ଦଳ? ଏଠି ମୁଖିଆ ନୁହେଁ, କା’ ହିଁ ପାୱାରଫୁଲ୍! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜକୁ ସବୁଠୁ ଲୋକପ୍ରିୟ ବୋଲି ଦାବି କରୁଥିବା ରାଜନୀତିକ ଦଳରେ ମୁଖିଆ ନୁହେଁ ବରଂ ତାଙ୍କ କା’ ହିଁ ପାୱାରଫୁଲ୍ ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏହି ଦଳର ସମସ୍ତ ଛାମୁଆ ସଂଗଠନରେ କା’ର ପ୍ରଭାବ ବେଶୀ ଅଧିକ। ଦଳର ମୁଖ୍ୟ ସଂଗଠନ, ଛାତ୍ର, ଯୁବ ଓ ମହିଳା ସଂଗଠନରେ କୁଆଡ଼େ ମୁଖିଆଙ୍କ ପରିବର୍ତ୍ତେ ସେମାନଙ୍କ କା’ ହିଁ ସର୍ବେସର୍ବା ପାଲଟିଛନ୍ତି।

ଚର୍ଚ୍ଚା ହେଉଛି, ଦଳର ମୁଖ୍ୟ ସଂଗଠନର ପ୍ରକୃତ ନିୟନ୍ତ୍ରଣ ସୁପ୍ରିମୋଙ୍କ କା’ ହାତରେ ରହିଛି । ସୁପ୍ରିମୋ କେବଳ ପୋଷ୍ଟରବଏ ସାଜିଛନ୍ତି। ଦଳର ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତ ନେତା ଓ କର୍ମୀମାନଙ୍କର ଏହା ଦେହସୁହା ବି ହୋଇଗଲାଣି। ଦଳର ସୁପ୍ରିମୋଙ୍କ ଦେଖାଦେଖି ଅନ୍ୟ ଛାମୁଆ ସଂଗଠନଗୁଡ଼ିକରେ ବି କା’ଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। ଶୁଣିବାକୁ ମିଳୁଛି, ମହିଳା ସଂଗଠନର ମୁଖିଆଙ୍କ କା’ କୁଆଡ଼େ ତାଙ୍କ ‘ମଉସା’। ଯିଏକି ଏବେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ମଉସାଙ୍କ ବିନା ପରାମର୍ଶରେ କୁଆଡ଼େ ସିଏ ହଲିଲା ପାଣିରେ ବି ଗୋଡ଼ ବୁଡ଼ାନ୍ତି ନାହିଁ।

ଠିକ୍ ସେମିତି ଛାତ୍ର ସଂଗଠନର ମୁଖିଆଙ୍କ କା’ କୁଆଡ଼େ ଜଣେ ନେତ୍ରୀ ପାଲଟିଛନ୍ତି। ଯିଏକି ଖୁବ୍ କମଦିନ ମଧ୍ୟରେ ଠିକଣା ଜାଗାରେ ନିଜର ପତିଆରା ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି। ଛାତ୍ର ସଂଗଠନ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଉଛି ତା’ର ବଜେଟ୍ କୁଆଡ଼େ ଏହି ନେତ୍ରୀ ଚୂଡ଼ାନ୍ତ କରୁଛନ୍ତି ଓ ତାକୁ ଉପରମହଲରୁ ଅନୁମୋଦନ ମଧ୍ୟ ସେ ହିଁ କରାଇ ଆଣୁଛନ୍ତି। ନୂଆପଡ଼ା, କଳାହାଣ୍ଡିଠୁ ଆରମ୍ଭ କରି ରାଜ୍ୟ ବାହାରକୁ ଦଳୀୟ କାର୍ଯ୍ୟରେ କୁଆଡ଼େ ତାଙ୍କୁ ହିଁ ପଠାଯାଉଛି ବୋଲି ଚର୍ଚ୍ଚା ହେଉଛି। ଦଳର ମେନ୍ ଜାଗାରେ ଟେଣ୍ଟ୍ ପକାଇ ଅଫିସ୍ କରିଥିବା ଏହି ନେତ୍ରୀ କୁଆଡ଼େ ଦଳର କୋର୍ ଗ୍ରୁପର ନେତାଙ୍କ ସଙ୍ଗେ ସମ୍ପର୍କ ବଢ଼ାଇ ଛାତ୍ର ଓ ଯୁବ ସଂଗଠନରେ ନିଜର ପ୍ରଭାବ ଦେଖାଇବାରେ ଲାଗିଛନ୍ତି।

ସେହିପରି ଦଳର ଯୁବ ସଂଗଠନର ମୁଖିଆ କୁଆଡ଼େ ନିଜର ଅପାରଗତାରୁ ହିଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି। ସେ କୁଆଡ଼େ ପ୍ରତ୍ୟେକ କାର୍ଯ୍ୟରେ ନିଜର ଗୁରୁଙ୍କ ସହାୟତା ଲୋଡ଼ୁଛନ୍ତି। ଆଉ ତାଙ୍କ ଗୁରୁଙ୍କ ବିନା ଇସାରାରେ ସିଏ ସାଂଗଠନିକ କାର୍ଯ୍ୟ ତ ଦୂରର କଥା ମୁହଁ ବି ଖୋଲୁନାହାନ୍ତି। ଯେଉଁ ଢଙ୍ଗରେ ଏ ଦଳ ଚାଲିଛି ସେଭଳି କୁଆଡ଼େ ସମଗ୍ର ଦେଶରେ ଥିବା ଅନ୍ୟ କେଉଁ ରାଜନୀତିକ ଦଳରେ ଦେଖିବାକୁ ମିଳେନି। ଏତେ ବଡ଼ ଦଳରେ ଏଭଳି କା’ ଶାସନ ନିର୍ବାଚନୀ ବର୍ଷରେ କୁଆଡ଼େ ଦଳର ସବୁସ୍ତରର କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଯାହା ନିର୍ବାଚନ ସମୟରେ ଅଧିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା।

The post ଇଏ କି ଦଳ? ଏଠି ମୁଖିଆ ନୁହେଁ, କା’ ହିଁ ପାୱାରଫୁଲ୍! appeared first on Odisha Reporter.

]]>
centre bottom 2019-01-29 19:54:42 https://odishareporter.in/wp-content/uploads/2019/01/cart-final.jpg
ସାମ୍ବିଧାନିକ ସଂସ୍ଥାକୁ କୁଆଡ଼େ ମ୍ୟାନେଜ୍ କରୁଛନ୍ତି ବାବୁ ! https://odishareporter.in/politics/gossip-about-a-certain-bureaucrat-turned-bjd-politician-is-allegedly-manipulating-a-central-agency-330167 Fri, 25 Jan 2019 09:23:09 +0000 https://odishareporter.in/?p=330167

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଥିବା ଏକ ଜାତୀୟ ସଂସ୍ଥାର ରାଜ୍ୟ ଅଫିସକୁ କୁଆଡ଼େ ଜଣେ ପୂର୍ବତନ ପ୍ରଶାସକ ମ୍ୟାନେଜ୍ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, କେନ୍ଦ୍ରରେ ବିଜେପି କ୍ଷମତାସୀନ ଥାଇ ମଧ୍ୟ ଏହି ଜାତୀୟ ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟ କୁଆଡ଼େ ବିଜେପି ପକ୍ଷରୁ ଉପସ୍ଥାପନ କରାଯାଉଥିବା ଦୁର୍ନୀତି ଓ ଲୋକଙ୍କ ଅଭିଯୋଗକୁ ଶୁଣିବାକୁ ତତ୍ପରତା ଦେଖାଉନାହିଁ। ଚର୍ଚ୍ଚା ହେଉଛି, ଜଣେ ପୂର୍ବତନ ପ୍ରଶାସକ କୁଆଡ଼େ ନିଜର ପ୍ରଭାବ ବିସ୍ତାର କରି ଓଡ଼ିଶାରେ ଥିବା ଏହି ସାମ୍ବିଧାନିକ […]

The post ସାମ୍ବିଧାନିକ ସଂସ୍ଥାକୁ କୁଆଡ଼େ ମ୍ୟାନେଜ୍ କରୁଛନ୍ତି ବାବୁ ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଥିବା ଏକ ଜାତୀୟ ସଂସ୍ଥାର ରାଜ୍ୟ ଅଫିସକୁ କୁଆଡ଼େ ଜଣେ ପୂର୍ବତନ ପ୍ରଶାସକ ମ୍ୟାନେଜ୍ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, କେନ୍ଦ୍ରରେ ବିଜେପି କ୍ଷମତାସୀନ ଥାଇ ମଧ୍ୟ ଏହି ଜାତୀୟ ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟ କୁଆଡ଼େ ବିଜେପି ପକ୍ଷରୁ ଉପସ୍ଥାପନ କରାଯାଉଥିବା ଦୁର୍ନୀତି ଓ ଲୋକଙ୍କ ଅଭିଯୋଗକୁ ଶୁଣିବାକୁ ତତ୍ପରତା ଦେଖାଉନାହିଁ।

ଚର୍ଚ୍ଚା ହେଉଛି, ଜଣେ ପୂର୍ବତନ ପ୍ରଶାସକ କୁଆଡ଼େ ନିଜର ପ୍ରଭାବ ବିସ୍ତାର କରି ଓଡ଼ିଶାରେ ଥିବା ଏହି ସାମ୍ବିଧାନିକ ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟକୁ ଦୁର୍ବଳ କରିବାରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଅନିୟମିତତା ସମ୍ପର୍କରେ ବି ଏହି ସଂସ୍ଥାରେ ଅଭିଯୋଗ କଲେ କୌଣସି ସୁଫଳ ମିଳୁନି। ଏପରିକି କେନ୍ଦ୍ରରେ ବିଜେପି କ୍ଷମତାରେ ଥିଲେ ମଧ୍ୟ ସମ୍ପୃକ୍ତ ଦଳ ପକ୍ଷରୁ ରାଜକୋଷକୁ ଖୋଳ କରିବା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଖୋଳତାଡ଼ ପାଇଁ ଅଭିଯୋଗ ଦେଲାପରେ ବି ସାମାନ୍ୟତମ ପଦକ୍ଷେପ ନିଆଯାଇପାରୁନି।

ରାଜ୍ୟର କ୍ଷମତାସୀନ ସରକାରରେ ଥିବା କିଛି ସଚିବ କୁଆଡ଼େ ଏବେ ର୍ଦୁନୀତିକୁ ନୀତି କରି ରାଜକୋଷ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏଥିପାଇଁ ଆବଶ୍ୟକ ନିୟମକାନୁନକୁ ବି ସେମାନେ ପାଳନ କରୁନାହାନ୍ତି। ଏସବୁ ଯୋଗୁ ଟିକସଦାତାଙ୍କ କୋଟି କୋଟି ଟଙ୍କା ସେମାନଙ୍କ ତହବିଲକୁ ଯାଉଥିବାର ଆଶଙ୍କା ସୃଷ୍ଟି ହେଉଛି। ଯେଉଁ ଢଙ୍ଗରେ ସେମାନେ ଏଭଳି କୋଟି କୋଟି ଟଙ୍କା ଲୁଟ୍ କରୁଛନ୍ତି ତା’ର ଖୋଳତାଡ଼ କରିବା ପାଇଁ ସମ୍ପୃକ୍ତ ସାମ୍ବିଧାନିକ ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟରେ ଆପତ୍ତି କରାଗଲେ କୌଣସି ସୁଫଳ ମିଳିପାରୁନି।

ଚର୍ଚ୍ଚା ହେଉଛି ଶାସକ ବିଜେଡିରେ ସାମିଲ ହୋଇଥିବା ଜଣେ ପୂର୍ବତନ ପ୍ରଶାସକ କୁଆଡ଼େ ନିୟମିତ ଭାବେ ଏହି ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟ ସହ ଯୋଗସୂତ୍ରରେ ରହୁଛନ୍ତି। ଆଉ ନିଜର ପାରିବାପଣିଆ ଦେଖାଇବା ପାଇଁ କୁଆଡ଼େ ସମ୍ପୃକ୍ତ ଅଫିସକୁ ମ୍ୟାନେଜ କରୁଛନ୍ତି ବୋଲି ବାହାସ୍ଫୋଟ ମାରୁଛନ୍ତି। ଏହି ଆଳରେ ସିଏ କୁଆଡ଼େ ମୋଟା ଅଙ୍କର ଅର୍ଥ ହରିଲୁଟ୍ କରିବାରେ ଲାଗିଛନ୍ତି।

ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରିବାର ଏହି ପ୍ରଶାସକଙ୍କ କାର୍ଯ୍ୟ ଓ ସମ୍ପୃକ୍ତ ସଂସ୍ଥାର ପଦାଧିକାରୀଙ୍କ ସନ୍ଦେହଜନକ ଭୂମିକା ଯୋଗୁ ରାଜ୍ୟର ସାଧାରଣ ଲୋକ ସରକାରୀ ପାଣ୍ଠିର ବାଟମାରଣା ହେଉଥିବା ଜାଣି ବି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ନିଜର କିଛି ଆଳୁଦୋଷ ପାଇଁ ଖୁବକମ୍ ଦିନ ମଧ୍ୟରେ ବିବାଦୀୟ ହୋଇପଡ଼ିଥିବା ଏହି ପୂର୍ବତନ ପ୍ରଶାସକଙ୍କୁ ଅବଶ୍ୟ ତୃତୀୟ ମହଲାରୁ ‘ଚେକ୍ ଆଣ୍ଡ ବାଲାନ୍ସ’ ମିଳିଛି।

ତଥାପି ସେ ଏହି ସାମ୍ବିଧାନିକ ସଂସ୍ଥାକୁ ମ୍ୟାନେଜ କରି ସରକାରକୁ ସମାଲୋଚନାରୁ ସୁରକ୍ଷିତ ରଖୁଛନ୍ତି ବୋଲି ସଫେଇ ଦେଉଥିବାରୁ ତାଙ୍କ ଉପରେ ତୃତୀୟ ମହଲା କଠୋର ହୋଇପାରୁନି। ଯେଉଁଥିପାଇଁ ସିଏ କୁଆଡ଼େ ଧୀରେଧୀରେ ଆଉ ଏକ ପାୱାରସେଣ୍ଟର ଭାବେ ଉଭା ହେବାରେ ଲାଗିଛନ୍ତି। ଆଉ ଦଳ ଭିତରେ ତାଙ୍କର ସମର୍ଥକମାନଙ୍କୁ ସିଏ କୁଆଡ଼େ ଏବେ ନିଜ ପାଖରେ ଅବସ୍ଥାପିତ କରୁଛନ୍ତି ବୋଲି ଚର୍ଚ୍ଚା।

The post ସାମ୍ବିଧାନିକ ସଂସ୍ଥାକୁ କୁଆଡ଼େ ମ୍ୟାନେଜ୍ କରୁଛନ୍ତି ବାବୁ ! appeared first on Odisha Reporter.

]]>
centre bottom 2019-01-25 14:53:22 https://odishareporter.in/wp-content/uploads/2019/01/CARTOON-FINAL-2.jpg
ବିଜେଡି ପାଇଁ ଡିଲ୍ କରୁଛନ୍ତି କିଛି ଜିଲ୍ଲାପାଳ ଓ ଏସପି! https://odishareporter.in/politics/gossip-street-some-collectors-and-sps-are-finalising-bjds-political-deals-327161 Sat, 19 Jan 2019 10:34:43 +0000 https://odishareporter.in/?p=327161

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ବିଜେଡିରେ ଅନ୍ୟ ଦଳର ନେତାମାନଙ୍କୁ ସାମିଲ କରିବା ପାଇଁ କୁଆଡ଼େ କେତେକ ଜିଲ୍ଲାପାଳ ଓ ଏସପି ଏବେ ଡିଲ୍ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟର ଯେଉଁସବୁ ଅଞ୍ଚଳରେ ବିଜେଡିର ସ୍ଥିତି ଅପେକ୍ଷାକୃତ ଦୁର୍ବଳ ରହିଛି ସେଠାରେ ଅନ୍ୟ ଦଳରୁ ନେତାମାନଙ୍କୁ ଆମଦାନୀ କରିବାର ପ୍ରାରମ୍ଭିକ ଦାୟିତ୍ୱ କୁଆଡ଼େ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ଉପରେ ନ୍ୟସ୍ତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟ କଥାବାର୍ତ୍ତା ଏହି ଜିଲ୍ଲାସ୍ତରର ଅଫିସରମାନଙ୍କ ମାଧ୍ୟମରେ ଆରମ୍ଭ […]

The post ବିଜେଡି ପାଇଁ ଡିଲ୍ କରୁଛନ୍ତି କିଛି ଜିଲ୍ଲାପାଳ ଓ ଏସପି! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ବିଜେଡିରେ ଅନ୍ୟ ଦଳର ନେତାମାନଙ୍କୁ ସାମିଲ କରିବା ପାଇଁ କୁଆଡ଼େ କେତେକ ଜିଲ୍ଲାପାଳ ଓ ଏସପି ଏବେ ଡିଲ୍ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟର ଯେଉଁସବୁ ଅଞ୍ଚଳରେ ବିଜେଡିର ସ୍ଥିତି ଅପେକ୍ଷାକୃତ ଦୁର୍ବଳ ରହିଛି ସେଠାରେ ଅନ୍ୟ ଦଳରୁ ନେତାମାନଙ୍କୁ ଆମଦାନୀ କରିବାର ପ୍ରାରମ୍ଭିକ ଦାୟିତ୍ୱ କୁଆଡ଼େ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ଉପରେ ନ୍ୟସ୍ତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟ କଥାବାର୍ତ୍ତା ଏହି ଜିଲ୍ଲାସ୍ତରର ଅଫିସରମାନଙ୍କ ମାଧ୍ୟମରେ ଆରମ୍ଭ ହେବାପରେ ତୃତୀୟ ମହଲା ତତ୍ପରତା ଦେଖାଇଥାଏ ଏବଂ ତା’ପରେ ହିଁ ସବୁକିଛି ଚୂଡ଼ାନ୍ତ ହୋଇଥାଏ।

ଚର୍ଚ୍ଚା ହେଉଛି, କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାକୁ ଗୋଡ଼ ଟେକି ବସିଥିବା କିଛି ବିଧାୟକଙ୍କ କ୍ଷେତ୍ରରେ କୁଆଡ଼େ ଏଭଳି ହୋଇଛି। ଏକ ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ କୁଆଡ଼େ ବିଜେଡିର ଦୁର୍ବଳ ସ୍ଥିତିକୁ ସଜାଡ଼ିବା ପାଇଁ ଅନ୍ୟ ଦଳରୁ ନେତାଙ୍କୁ ଆମଦାନୀ କରିବାର ଦାୟିତ୍ୱ ନେଇଥିଲେ। ସେହି ଜିଲ୍ଲାକୁ ବିଜେଡିର ପର୍ଯ୍ୟବେକ୍ଷକ ଗସ୍ତ କରୁଥିଲେ ମଧ୍ୟ ସେ କୁଆଡ଼େ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲାସ୍ତରର ଦଳୀୟ ନେତାଙ୍କୁ ସାଂଗଠନିକ କାର୍ଯ୍ୟକ୍ରମରେ ଆବଶ୍ୟକ ଗୁରୁତ୍ୱ ଦେଇପାରୁନଥିଲେ। ସ୍ଥାନୀୟ ସମୀକରଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଯେଉଁ ପରାମର୍ଶ ଦେଉଛନ୍ତି ତାକୁ କୁଆଡ଼େ ସିଏ ମାନିବାକୁ ଏକରକମ ବାଧ୍ୟ ହେଉଛନ୍ତି। ତା’ଛଡ଼ା ତୃତୀୟ ମହଲା ବି କୁଆଡ଼େ ସେଭଳି ସଙ୍କେତ ସମ୍ପୃକ୍ତ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ କୁଆଡ଼େ ଦେଇଛି।

ଚର୍ଚ୍ଚା ହେଉଛି, ସେହି ଜିଲ୍ଲାରୁ ଏବେ ୨ଜଣ ବିଧାୟକ କୁଆଡ଼େ ବିଜେଡି ଶିବିରରେ ସାମିଲ ହେବାକୁ ଗୋଡ଼ ଟେକି ବସିଛନ୍ତି। ଜିଲ୍ଲାପାଳଜଣକ ମଧ୍ୟସ୍ଥି ଭୂମିକା ତୁଲାଇ ସେହି ଦୁଇ ଅଣବିଜେଡି ବିଧାୟକଙ୍କୁ ପ୍ରଶାସନିକ କାର୍ଯ୍ୟରେ ଗୁରୁତ୍ୱ ଦେଇ ଆସୁଥିଲେ। ଯାହାର ଫାଇଦା ଉଠାଇ ଏହି ଜିଲ୍ଲାପାଳ ସମ୍ପୃକ୍ତ ଦୁଇ ବିଧାୟକଙ୍କୁ କୁଆଡ଼େ ଏବେ ବିଜେଡିରେ ସାମିଲ କରିବାର ମାର୍ଗକୁ ପ୍ରଶସ୍ତ କରିଛନ୍ତି।

କେବଳ ଏହି ଜିଲ୍ଲାପାଳ ନୁହନ୍ତି, ଉପକୂଳ ଓଡ଼ିଶାର ୨ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଅନୁରୂପ ଫର୍ମୂଲାରେ ରହିଛନ୍ତି। ଏବେ ରାଜ୍ୟରେ କାର୍ଯ୍ୟରତ ଅଧ ଡଜନେରୁ ଅଧିକ ପ୍ରଶାସକ(ଯୁଗ୍ମ ସଚିବ ବା ତଦୁର୍ଦ୍ଧ୍ଵ ପାହ୍ୟା ଅଫିସର) କୁଆଡ଼େ ବିଜେଡି ଟିକେଟରେ ଲଢ଼ିବାକୁ ସଜବାଜ ହେଲେଣି। ସେମାନେ ବି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ମାଧ୍ୟମରେ ନିଜ ସପକ୍ଷରେ ପୋଜିଟିଭ ରିପୋର୍ଟ କାର୍ଡ ତୃତୀୟ ମହଲାକୁ ପଠାଇବାକୁ ଲବି ଆରମ୍ଭ କରିଛନ୍ତି।

ଚର୍ଚ୍ଚା ହେଉଛି, ବିଜେଡି ଏଥର ଦଳୀୟ ଟିକେଟ ଚୂଡ଼ାନ୍ତ କରିବା ବେଳେ ଦଳର ନେତାମାନଙ୍କ ପରିବର୍ତ୍ତେ ଜଣେ ଆଇପିଏସଙ୍କ କଥାକୁ ଅଧିକ ପ୍ରାଥମିକତା ଦେଇଛି। ଆଉ ସେହି ଆଇପିଏସ ଅଧିକାରୀ କୁଆଡ଼େ ଦଳଡିଆଁଙ୍କୁ ଗ୍ରୀନ୍ ସିଗନାଲ ଦେବାଠୁ ଆରମ୍ଭ କରି ଦଳୀୟ ଟିକେଟ୍ ଚୂଡ଼ାନ୍ତ କରିବାରେ ମୁଖ୍ୟ ଭୂମିକା ତୁଲାଉଛନ୍ତି। ୨୦୧୪ ମସିହାରେ ଯେଉଁ ଆଇପିଏସ ଏଭଳି କାର୍ଯ୍ୟ କରୁଥିଲେ ତାଙ୍କ ପରିବର୍ତ୍ତେ ତାଙ୍କର ଶିଷ୍ୟଙ୍କୁ ତୃତୀୟ ମହଲା କୁଆଡ଼େ ଏଭଳି କାର୍ଯ୍ୟରେ ଲଗାଇଛି ବୋଲି ଚର୍ଚ୍ଚା।

The post ବିଜେଡି ପାଇଁ ଡିଲ୍ କରୁଛନ୍ତି କିଛି ଜିଲ୍ଲାପାଳ ଓ ଏସପି! appeared first on Odisha Reporter.

]]>
ceentre bottom 2019-01-19 16:04:43 https://odishareporter.in/wp-content/uploads/2019/01/CARTOON-FINAL-1.jpg
ସୁପ୍ରିମୋ ନୁହେଁ, ‘ଯୁବନେତା’ଙ୍କୁ ସନ୍ତୁଷ୍ଟ କରି ପଦବୀ ନିଅ! https://odishareporter.in/politics/gossip-now-a-certain-young-leader-is-calling-shots-in-bjd-party-and-govt-326696 Thu, 17 Jan 2019 16:33:21 +0000 https://odishareporter.in/?p=326696

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ବର୍ଷ ଧରି କ୍ଷମତାସୀନ ବିଜେଡିରେ ଏବେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା। ଦଳର ବରିଷ୍ଠ ତଥା ଅନୁଭବୀ ନେତାମାନଙ୍କୁ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ଜଣେ ଯୁବନେତାଙ୍କୁ କୁଆଡ଼େ ସାଂଗଠନିକ କ୍ଷେତ୍ରରେ ସର୍ବେସର୍ବା ଭାବେ ଉପସ୍ଥାପିତ କରାଯାଉଛି। ଦଳୀୟ ଟିକେଟଠୁ ଆରମ୍ଭ କରି ସାଂଗଠନିକ ପଦପଦବୀ କୁଆଡ଼େ ଏହି ଯୁବନେତାଙ୍କ ଦୟାରେ ମିଳୁଛି ବୋଲି ତାଙ୍କର ସହଯୋଗୀମାନେ ପ୍ରଚାର କରୁଥିବା ଓ ତୃତୀୟ ମହଲା ଏହାକୁ ନିରବ ସମର୍ଥନ ଜଣାଉଥିବାରୁ ଦଳ […]

The post ସୁପ୍ରିମୋ ନୁହେଁ, ‘ଯୁବନେତା’ଙ୍କୁ ସନ୍ତୁଷ୍ଟ କରି ପଦବୀ ନିଅ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ବର୍ଷ ଧରି କ୍ଷମତାସୀନ ବିଜେଡିରେ ଏବେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା। ଦଳର ବରିଷ୍ଠ ତଥା ଅନୁଭବୀ ନେତାମାନଙ୍କୁ ଏବେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇ ଜଣେ ଯୁବନେତାଙ୍କୁ କୁଆଡ଼େ ସାଂଗଠନିକ କ୍ଷେତ୍ରରେ ସର୍ବେସର୍ବା ଭାବେ ଉପସ୍ଥାପିତ କରାଯାଉଛି। ଦଳୀୟ ଟିକେଟଠୁ ଆରମ୍ଭ କରି ସାଂଗଠନିକ ପଦପଦବୀ କୁଆଡ଼େ ଏହି ଯୁବନେତାଙ୍କ ଦୟାରେ ମିଳୁଛି ବୋଲି ତାଙ୍କର ସହଯୋଗୀମାନେ ପ୍ରଚାର କରୁଥିବା ଓ ତୃତୀୟ ମହଲା ଏହାକୁ ନିରବ ସମର୍ଥନ ଜଣାଉଥିବାରୁ ଦଳ ଭିତରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଲାଣି।

ଚର୍ଚ୍ଚା ହେଉଛି, ଉପକୂଳ ଓଡ଼ିଶାର ଏହି ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଏବେ କୁଆଡ଼େ ପୁଣିଥରେ ଦଳର ପାଣ୍ଠି ସଂଗ୍ରହ ଦାୟିତ୍ୱ ସମ୍ଭାଳିବାରେ ସକ୍ରିୟ ଭୂମିକା ତୁଲାଉଛନ୍ତି। ଅବଶ୍ୟ ଦଳରେ ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକ ସାମିଲ ହେବାପରେ ପାଣ୍ଠି ସଂଗ୍ରହର କିଛି ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ ହୋଇଛି।

ଏହି ଯୁବନେତା ଏବେ ତୃତୀୟ ମହଲାର ଅଧିକ ନିକଟତର ବୋଲି ପ୍ରଚାର ଚାଲିଥିବାରୁ ତାଙ୍କର ଅନୁଗତମାନେ କୁଆଡ଼େ ବିଭିନ୍ନ ଉପାୟରେ ନିଜର ତହବିଲ ବୃଦ୍ଧି କରିବାରେ ଲାଗିଛନ୍ତି। ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟରେ ଡିଲ୍ ସମେତ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକଠୁ ମଧ୍ୟ ମୋଟା ଅଙ୍କ ଆଦାୟ କରି ନିଜର ବ୍ୟାଙ୍କ ବାଲାନ୍ସ ବଢ଼ାଇବାରେ ଲାଗିଛନ୍ତି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଜୋରିମାନା ପୈଠ କରିନଥିବା କେତେକ ଖଣି ଲିଜଧାରୀଙ୍କୁ ସରକାରୀ ଅନୁକମ୍ପା ଦେଖାଇବା ପାଇଁ କୁଆଡ଼େ ଏହି ଗୋଷ୍ଠୀ ପୁରା ଦମରେ ଲାଗିପଡ଼ିଛି।

ତୃତୀୟ ମହଲା ସହ ଘନିଷ୍ଠତାର ଆଳ ଦେଖାଇ ଅନ୍ୟ ସରକାରୀ ଅଫିସରମାନଙ୍କୁ ଏହି ଗୋଷ୍ଠୀ ପ୍ରଭାବିତ କରିବାରେ ଲାଗିଛି। ଯେଉଁଥିପାଇଁ ବର୍ଷେ ପରେ ବି ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଖିଲାପୀ ଖଣି ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାରେ ସକ୍ଷମ ହୋଇପାରିନି। ଏହି ଗୋଷ୍ଠୀରେ ଥିବା ସଦସ୍ୟମାନଙ୍କୁ କୁଆଡ଼େ ଏବେ ବିଭିନ୍ନ ସାଂଗଠନିକ ପଦପଦବୀରେ ଅବସ୍ଥାପିତ କରାଇ ସେମାନଙ୍କ ପ୍ରଭାବ ଦଳରେ ଅଧିକ ବୋଲି ସନ୍ଦେଶ ଦିଆଯାଉଛି। ଯାହାକି ସେମାନଙ୍କୁ ଏଭଳି ଡିଲ୍ କରାଇବାରେ ସହାୟକ ହେବ।

ଚର୍ଚ୍ଚା ହେଉଛି, ଖଣି କାରବାରରେ ଗତ କିଛିବର୍ଷ ପୂର୍ବରୁ ଜଡ଼ିତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ କୁଆଡ଼େ ନିକଟରେ ଦଳୀୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ତା’ପୁଣି କୁଆଡ଼େ ସମ୍ପୃକ୍ତ ପ୍ରଭାବଶାଳୀ ଯୁବନେତାଙ୍କ ପ୍ରତ୍ୟକ୍ଷ ସୁପାରିସରେ।

ଶୁଣିବାକୁ ମିଳୁଛି, ସୁପ୍ରିମୋଙ୍କୁ ଖୁସି କରିବା ପାଇଁ ଗୁଇନ୍ଦା ବିଭାଗ ଓ ପ୍ରଶାସନ ସୁହାଇବା ଭଳି ରିପୋର୍ଟ ଦେଉଥିବାରୁ ତୃତୀୟ ମହଲା ବାବୁ କୁଆଡ଼େ ବାସ୍ତବ ତଥ୍ୟ ଜାଣିବାରେ ସକ୍ଷମ ହେଉନାହାନ୍ତି। ଆଉ ଦଳରେ ଦୀର୍ଘଦିନ ଧରି ପଡ଼ି ରହିଥିବା ନେତାମାନଙ୍କ ପରିବର୍ତ୍ତେ ଏଭଳି ନବାଗତମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦବୀରେ ପୁରସ୍କୃତ କରାଯାଉଥିବା ଚର୍ଚ୍ଚା।

The post ସୁପ୍ରିମୋ ନୁହେଁ, ‘ଯୁବନେତା’ଙ୍କୁ ସନ୍ତୁଷ୍ଟ କରି ପଦବୀ ନିଅ! appeared first on Odisha Reporter.

]]>
centre bottom 2019-01-17 22:03:21 https://odishareporter.in/wp-content/uploads/2019/01/ga.jpg
କଳାହାଣ୍ଡି ଛାତ୍ରୀ ନିର୍ଯାତନାକାରୀଙ୍କ ପାୱାର୍ କରିଡର୍ ଲିଙ୍କ୍ ! https://odishareporter.in/politics/gossip-lane-man-accused-of-sexual-harassment-of-a-school-girl-has-allegedly-links-with-power-corridor-324808 Sun, 13 Jan 2019 15:37:21 +0000 https://odishareporter.in/?p=324808

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଓ କଳାହାଣ୍ଡିରେ ଅନ୍ତେବାସୀ ଓ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଏବେ କନ୍ଧମାଳରେ ସେବାଶ୍ରମ ସ୍କୁଲ ଛାତ୍ରୀଙ୍କ ହଷ୍ଟେଲରେ ପ୍ରସବ ଘଟଣା ରାଜ୍ୟର ଭାବମୂର୍ତ୍ତିକୁ ଯଥେଷ୍ଟ ନିନ୍ଦିତ କରିଛି। ତେବେ କଳାହାଣ୍ଡି ଯୌନ ନିର୍ଯାତନା ଘଟଣାର ଲିଙ୍କ୍ ପାୱାର କରିଡର ପର୍ଯ୍ୟନ୍ତ ଲମ୍ବିଥିବାର ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, କଳାହାଣ୍ଡି ସେବାଶ୍ରମ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀ(ଅନ୍ତେବାସୀ) ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେହି ମାମଲାରେ ଗିରଫ ହୋଇଥିବା ଶିକ୍ଷକଙ୍କର […]

The post କଳାହାଣ୍ଡି ଛାତ୍ରୀ ନିର୍ଯାତନାକାରୀଙ୍କ ପାୱାର୍ କରିଡର୍ ଲିଙ୍କ୍ ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଓ କଳାହାଣ୍ଡିରେ ଅନ୍ତେବାସୀ ଓ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଏବେ କନ୍ଧମାଳରେ ସେବାଶ୍ରମ ସ୍କୁଲ ଛାତ୍ରୀଙ୍କ ହଷ୍ଟେଲରେ ପ୍ରସବ ଘଟଣା ରାଜ୍ୟର ଭାବମୂର୍ତ୍ତିକୁ ଯଥେଷ୍ଟ ନିନ୍ଦିତ କରିଛି। ତେବେ କଳାହାଣ୍ଡି ଯୌନ ନିର୍ଯାତନା ଘଟଣାର ଲିଙ୍କ୍ ପାୱାର କରିଡର ପର୍ଯ୍ୟନ୍ତ ଲମ୍ବିଥିବାର ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, କଳାହାଣ୍ଡି ସେବାଶ୍ରମ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀ(ଅନ୍ତେବାସୀ) ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେହି ମାମଲାରେ ଗିରଫ ହୋଇଥିବା ଶିକ୍ଷକଙ୍କର କୁଆଡ଼େ ସିଧାସଳଖ ନହେଲେ ବି ତୃତୀୟ ମହଲା ସହ ପରୋକ୍ଷ ସମ୍ପର୍କ ରହିଛି। ନିର୍ବାଚନ ବର୍ଷ ହୋଇଥିବାରୁ ସମ୍ପୃକ୍ତ ପ୍ରଭାବଶାଳୀ ଶିକ୍ଷକଙ୍କୁ ଗିରଫ କରି ଜିଲ୍ଲା ପ୍ରଶାସନ କୁଆଡ଼େ ଘଟଣାକୁ ଚପାଇବା ନିମନ୍ତେ ତାଳିପକା ଉଦ୍ୟମ କରିଛି। ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧର ସେହି ସେବାଶ୍ରମ ସ୍କୁଲର ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଥିଲେ ମଧ୍ୟ ତା’ର କୁଆଡ଼େ ଖୋଳତାଡ଼ ଏଯାଏ ହୋଇନି। କଳାହାଣ୍ଡିର ସମ୍ପୃକ୍ତ ସେବାଶ୍ରମ ସ୍କୁଲକୁ ବିଜେଡିର କିଛି ନେତା ଏପରିକି କେତେଜଣ ବିଧାୟକ ନିୟମିତ ଯାଉଥିଲେ ବୋଲି ସ୍ଥାନୀୟ ନେତାମାନେ ଖୋଲାଖୋଲି ଅଭିଯୋଗ କରୁଛନ୍ତି।

ଚର୍ଚ୍ଚା ହେଉଛି, ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା କଳାହାଣ୍ଡି ଶିକ୍ଷକଙ୍କ ଭାଇ କୁଆଡ଼େ ନବୀନ ନିବାସ ଓ ତୃତୀୟ ମହଲାର ଅତ୍ୟନ୍ତ ଖାସ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ କୁଆଡ଼େ ସମ୍ପୃକ୍ତ ଶିକ୍ଷକଙ୍କ ବଡ଼ଭାଇ (ଜଣେ ଅବସରପ୍ରାପ୍ତ ଅଫିସର) ଏବେବି କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ କଥା ବୁଝୁଥିବା ସମ୍ପୃକ୍ତ ଅବସରପ୍ରାପ୍ତ ଅଫିସରଙ୍କର କୁଆଡ଼େ ତୃତୀୟ ମହଲା ଓ ନବୀନ ନିବାସ ପର୍ଯ୍ୟନ୍ତ ଅବାଧ ପ୍ରବେଶ ରହିଛି। ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରହି ସଂଗଠନ କଥା ବୁଝିବା ସହ ନିୟମିତ ଭାବେ ପ୍ରତି ସପ୍ତାହରେ ତୃତୀୟ ମହଲା ଓ ନବୀନ ନିବାସ ଆସିଥାନ୍ତି। ସମ୍ପୃକ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବାରୁ ତାଙ୍କର ମାତ୍ରାଧିକ ପ୍ରଭାବ କୁଆଡ଼େ ରାଜ୍ୟ ପ୍ରଶାସନ ଉପରେ ରହିଛି। ଆଉ ସେହି କାରଣରୁ କଳାହାଣ୍ଡି ଜିଲ୍ଲାର ସେବାଶ୍ରମ ସ୍କୁଲ ନାବାଳିକା ନିର୍ଯାତନା ଘଟଣାକୁ କୁଆଡ଼େ ଚପାଇ ଦିଆଯାଉଛି।

ସେହିପରି ଢେଙ୍କାନାଳ ଶେଲଟର ହୋମରେ ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ମୁଖ୍ୟ କାର୍ପଟଦାରଙ୍କୁ କୁଆଡ଼େ ବିଜେଡିର ଜଣେ ପ୍ରଭାବଶାଳୀ ମୁଖପାତ୍ରଙ୍କ ସମର୍ଥନ ମିଳୁଥିଲା। ସାମ୍ବାଦିକ ସମ୍ମିଳନୀ କରି ଏକଥା ବିଜେପି ବହୁ ପୂର୍ବରୁ ଉଠାଇ ସାରିଛି।

ଏବେ ସମାନ ନିର୍ଯାତନା ଅଭିଯୋଗ କନ୍ଧମାଳରୁ ଆସିଛି। ଆଉ ଅଷ୍ଟମ ଶ୍ରେଣୀର ଛାତ୍ରୀ ହଷ୍ଟେଲ ଶୌଚାଳୟରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିବାର ଖବରକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦିଓ ଏହି ମାମଲାକୁ ଭିନ୍ନ ରୂପ ଦେଇ ଚପାଇ ଦେବାକୁ ଉଦ୍ୟମ ଚାଲିଛି, କିନ୍ତୁ କେଉଁ ପରିସ୍ଥିତିରେ ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କ ଗର୍ଭଧାରଣ ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଏତେଦିନ ଚପାଇ ରଖିଥିଲେ ତା’ର ଖୋଳତାଡ଼ କରାଯିବାକୁ ଦାବି ହୋଇଛି।

ଚର୍ଚ୍ଚା ହେଉଛି, ଏସବୁ ଅଭିଯୋଗଗୁଡ଼ିକର ଯଦି ଏକ ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ ହୁଅନ୍ତା, ତେବେ କିଛି ଭଦ୍ର ମୁଖାଧାରୀ ଅଫିସର ଓ ନେତାଙ୍କ ଅସଲ ଚେହେରା ପଦାରେ ପଡ଼ନ୍ତା। କିନ୍ତୁ ନିର୍ବାଚନୀ ବର୍ଷରେ ସରକାର ଏଭଳି କରି ନିଜ ଗୋଡ଼ରେ କୁରାଢ଼ୀ ମାରିବାକୁ ଚାହୁଁନାହାନ୍ତି ବୋଲି ଚର୍ଚ୍ଚା।

 

The post କଳାହାଣ୍ଡି ଛାତ୍ରୀ ନିର୍ଯାତନାକାରୀଙ୍କ ପାୱାର୍ କରିଡର୍ ଲିଙ୍କ୍ ! appeared first on Odisha Reporter.

]]>
left bottom 2019-01-13 21:07:21 https://odishareporter.in/wp-content/uploads/2019/01/CARTOON-FINAL.jpg
ବାବୁ ଏବେବି ବିଜେଡି ନେତାଙ୍କ ଗଳାର ମାଳି https://odishareporter.in/politics/gossip-a-person-close-to-some-bjd-leaders-is-back-again-amidst-them-despite-being-arrested-for-fraud-in-the-past-323024 Thu, 10 Jan 2019 09:59:41 +0000 https://odishareporter.in/?p=323024

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଜଣେ ମେଡିକାଲ ବାବୁ ଏବେ ବି କିଛି ବିଜେଡି ନେତାଙ୍କ ଗଳାର ମାଳି ହୋଇ ରହିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟ ସରକାରଙ୍କ ଏକ ବିଭାଗ ଅଧୀନରେ କାର୍ଯ୍ୟ କରି ଗତ ଦୁଇବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିଲ୍ ଜାଲିଆତି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ମେଡିକାଲ ବାବୁ ଜଣକ ଏବେ କୁଆଡ଼େ ପୁଣିଥରେ ବିଜେଡିରେ ନିଜର ପୁରୁଣା ଫର୍ମ ଫେରିପାଇଛନ୍ତି। ବିଜେଡିର ଜଣେ ପୂର୍ବତନ ମନ୍ତ୍ରୀ […]

The post ବାବୁ ଏବେବି ବିଜେଡି ନେତାଙ୍କ ଗଳାର ମାଳି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଜଣେ ମେଡିକାଲ ବାବୁ ଏବେ ବି କିଛି ବିଜେଡି ନେତାଙ୍କ ଗଳାର ମାଳି ହୋଇ ରହିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟ ସରକାରଙ୍କ ଏକ ବିଭାଗ ଅଧୀନରେ କାର୍ଯ୍ୟ କରି ଗତ ଦୁଇବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିଲ୍ ଜାଲିଆତି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ମେଡିକାଲ ବାବୁ ଜଣକ ଏବେ କୁଆଡ଼େ ପୁଣିଥରେ ବିଜେଡିରେ ନିଜର ପୁରୁଣା ଫର୍ମ ଫେରିପାଇଛନ୍ତି।

ବିଜେଡିର ଜଣେ ପୂର୍ବତନ ମନ୍ତ୍ରୀ ଓ ଦୁଇଜଣ ଯୁବ ବିଧାୟକଙ୍କର ଅତ୍ୟନ୍ତ ଖାସ୍ ଭାବେ ପରିଚିତ ଏହି ଗଳାର ମାଳି କୁଆଡ଼େ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଭାରତ ସରକାରଙ୍କ ମାଲିକାନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ସେହି ପୂର୍ବତନ ଯୁବମନ୍ତ୍ରୀ ଓ ଉପକୂଳ ଜିଲ୍ଲାର ଦୁଇ ଯୁବ ବିଧାୟକଙ୍କ ସହ ତାଙ୍କୁ କୁଆଡ଼େ ଦେଖିବାକୁ ମିଳିଥିଲା। ଏହି ଗଳାର ମାଳି ପାଇଁ ପୂର୍ବରୁ ସମ୍ପୃକ୍ତ ୩ ଯୁବନେତା ବିବାଦୀୟ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜର ପ୍ରଭାବ ମାଧ୍ୟମରେ ଏହି ଯୁବନେତାମାନେ କୁଆଡ଼େ ସେମାନଙ୍କର ଗଳାର ମାଳିଙ୍କୁ ସରକାରୀ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରାଇଥିଲେ। ଏପରିକି ସମ୍ପୃକ୍ତ ମେଡିକାଲ ବାବୁଙ୍କ ଚାକିରି ଯାଉଯାଉ ରହିଗଲା।

ଏହି ଯୁବନେତାମାନଙ୍କର ବିଭିନ୍ନ ‘କଳା’ କାରନାମାର ଏହି ବାବୁ କୁଆଡ଼େ ଏକମାତ୍ର ମୂକସାକ୍ଷୀ ହୋଇଥିବାରୁ ସେମାନେ କିଛିଦିନର ବିରାମ ପରେ ପୁଣିଥରେ ତାଙ୍କୁ ନିଜ ସହ ନେଇଛନ୍ତି। ଦିଲ୍ଲୀରେ ଚାଷୀ ସମାବେଶର ପ୍ରସ୍ତୁତି ନାଁରେ ପଞ୍ଚତାରକା ହୋଟେଲରେ ଅୟସ କରିଥିବା ଜଣେ ଯୁବ ବିଧାୟକଙ୍କ ଛାଇ ଭଳି କୁଆଡ଼େ ଏହି ବାବୁ ଜଣକ ରହିଥିଲେ। ଗତ ଦୁଇବର୍ଷ ପୂର୍ବରୁ ଏହି ମେଡିକାଲ ବାବୁ ଏତେ ବିବାଦୀୟ ଓ ବଦନାମ ହୋଇଥିଲେ ମଧ୍ୟ ପୁଣିଥରେ ସମ୍ପୃକ୍ତ ୩ ନେତା ଓ ତାଙ୍କ ମଧ୍ୟରେ ଘନିଷ୍ଠତା ଗଢ଼ିଉଠିବାକୁ ନେଇ ଏବେ ଚର୍ଚ୍ଚା ।

The post ବାବୁ ଏବେବି ବିଜେଡି ନେତାଙ୍କ ଗଳାର ମାଳି appeared first on Odisha Reporter.

]]>
right bottom 2019-01-10 15:29:41 https://odishareporter.in/wp-content/uploads/2019/01/FINAL.jpg
ବିଜେଡିର ଚାଷୀ ଦରଦ ନା ହଲିଡେ୍ ଟ୍ରିପ୍ https://odishareporter.in/odisha/gossip-are-bjd-leaders-and-workers-in-delhi-for-farmers-cause-or-on-a-holiday-trip-322069 Mon, 07 Jan 2019 16:42:46 +0000 https://odishareporter.in/?p=322069

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳର ଆଗଧାଡ଼ିର କର୍ମୀମାନଙ୍କୁ ବିଜେଡି ଏବେ ରାଜଧାନୀ ଦିଲ୍ଲୀ ବୁଲାଇ ସାଧାରଣ ନିର୍ବାଚନ ପାଇଁ ସେମାନଙ୍କୁ ମାନସିକସ୍ତରରେ ଫୂର୍ତ୍ତି କରାଉଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ଦାବିରେ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମର ଚାରିକାନ୍ଥ ଭିତରେ ବିଜେଡିର ପ୍ରସ୍ତାବିତ ଚାଷୀ ସମାବେଶ ଏବେ କେବଳ ପ୍ରହସନ ପାଲଟିବାକୁ ଯାଉଛି। ବିଜେଡି ନେତାମାନଙ୍କର ଆଚରଣ ହିଁ ରାଜ୍ୟର ଗରିବ ଚାଷୀଙ୍କ ପ୍ରତି ଦଳର କେତେ ଦରଦ ରହିଛି ତାକୁ […]

The post ବିଜେଡିର ଚାଷୀ ଦରଦ ନା ହଲିଡେ୍ ଟ୍ରିପ୍ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳର ଆଗଧାଡ଼ିର କର୍ମୀମାନଙ୍କୁ ବିଜେଡି ଏବେ ରାଜଧାନୀ ଦିଲ୍ଲୀ ବୁଲାଇ ସାଧାରଣ ନିର୍ବାଚନ ପାଇଁ ସେମାନଙ୍କୁ ମାନସିକସ୍ତରରେ ଫୂର୍ତ୍ତି କରାଉଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ଦାବିରେ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମର ଚାରିକାନ୍ଥ ଭିତରେ ବିଜେଡିର ପ୍ରସ୍ତାବିତ ଚାଷୀ ସମାବେଶ ଏବେ କେବଳ ପ୍ରହସନ ପାଲଟିବାକୁ ଯାଉଛି। ବିଜେଡି ନେତାମାନଙ୍କର ଆଚରଣ ହିଁ ରାଜ୍ୟର ଗରିବ ଚାଷୀଙ୍କ ପ୍ରତି ଦଳର କେତେ ଦରଦ ରହିଛି ତାକୁ ପଦାରେ ପକାଇଛି।

ଚର୍ଚ୍ଚା ହେଉଛି, ଦିଲ୍ଲୀ ଚାଷୀ ସମାବେଶରେ ସାମିଲ ହେବାକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନରେ ଯାଇଥିବା ୧୫୦୦ ଜଣଙ୍କ ମଧ୍ୟରେ ପ୍ରକୃତ ଚାଷୀଙ୍କ ସଂଖ୍ୟା ୫ ପ୍ରତିଶତ ବି ଟପିବନି। ଟ୍ରେନରେ ଯାଇଥିବା ଦଳର ମହିଳା, ଛାତ୍ର ଓ ଯୁବ ସଂଗଠନର କର୍ମୀ ଓ ଆଗଧାଡ଼ିର ନେତାମାନଙ୍କ ଆଚରଣ ଦେଖିଲେ ସେମାନେ ରାଜ୍ୟର ଚାଷୀଙ୍କ ସହ ଜଡ଼ିତ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଦିଲ୍ଲୀ ଦରବାରରେ ଉତଥାପନ କରିବାକୁ ଯାଉଛନ୍ତି ବୋଲି କହିଲେ ବି କେହି ବିଶ୍ୱାସ କରିବେ ନାହିଁ। ସତେ ଯେମିତି ସେମାନେ ପିକନିକ୍ କରିବାକୁ ଯାଇଛନ୍ତି!

୫ତାରିଖ ରାତିରେ ଭୁବନେଶ୍ୱରରୁ ବାହାରିଥିବା ଟ୍ରେନ ୭ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି। ଆଉ ଏହି ୪୦ ଘଣ୍ଟାର ଯାତ୍ରାକୁ ଦଳୀୟ କର୍ମୀମାନେ ସ୍ୱତନ୍ତ୍ର ଟ୍ରେନ ଭିତରେ କୁଆଡ଼େ ଭରପୂର ମଉଜମସ୍ତି କରିଛନ୍ତି। ଆଉ ଆଜି ରାତିରେ ସେମାନଙ୍କ ରହିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା ନକହିବା ଭଲ। ଚର୍ଚ୍ଚା ହେଉଛି, ଦଳର ଆଗଧାଡ଼ିର କିଛି ବିଧାୟକ ଓ ନେତା କୁଆଡ଼େ ଓଡ଼ିଶା ସରକାରଙ୍କ ଓଡ଼ିଶା ଭବନ କି ଓଡ଼ିଶା ସଦନରେ ନରହି ପଞ୍ଚତାରକା ହୋଟେଲକୁ ବାଛିଛନ୍ତି। ଗତକାଲି ରାତିଠୁ ସୁରାସାକିରେ ମଦମସ୍ତ ଥିବା ଏହି ନେତାମାନଙ୍କ ଆଚରଣ ବି ଦଳର କିଛି ବରିଷ୍ଠ ନେତାଙ୍କୁ କୁଆଡ଼େ ଅସନ୍ତୁଷ୍ଟ କରିଛି। ଓଡ଼ିଶାରୁ କୁଆଡ଼େ ଟ୍ରେନ ଓ ପ୍ଲେନରେ ପ୍ରାୟ ୨ହଜାର କର୍ମୀ ଓ ନେତା ଦିଲ୍ଲୀ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଦଳୀୟ ନେତ୍ରୀଙ୍କ ସଂଖ୍ୟା ପ୍ରାୟ ୨୦୦। ନିର୍ବାଚନୀ ବର୍ଷରେ ନିଜର ଗୁରୁତ୍ୱ ବଢ଼ାଇ ଟିକେଟ୍ ଖଣ୍ଡେ ହାସଲ କରିବା ଚକ୍କରରେ ବି ଏହି ନେତ୍ରୀମାନେ କୁଆଡ଼େ ଅଛନ୍ତି। ଯେଉଁଥିପାଇଁ ଦଳର ଆଗ ଧାଡ଼ିର ଯୁବନେତାମାନଙ୍କୁ ଭେଟିବାକୁ କୁଆଡ଼େ ଏହି ନେତ୍ରୀମାନଙ୍କ ଭିଡ଼ ଜମିଛି।

ଚର୍ଚ୍ଚା ହେଉଛି, ଦିଲ୍ଲୀ ଦରବାରରେ ବିଜୁ କୃଷକ ଜନତା ଦଳ ବ୍ୟାନରରେ ‘କୃଷକ ଅଧିକାର ଯାତ୍ରା’ କରିଥିବା ଓଡ଼ିଶାର ବିଜେଡି ନେତୃତ୍ୱ କ’ଣ ସତରେ ରାଜ୍ୟରେ କୌଣସି ଜଣେ ପ୍ରକୃତ ଚାଷୀଙ୍କୁ ପାଇଲେନି? ରାଜ୍ୟରେ ୧୯ବର୍ଷ ଧରି ଦୁର୍ଦ୍ଦଶା ପୀଡ଼ିତ ଚାଷୀଙ୍କୁ ଧରି ସମାବେଶ କରିଥିଲେ ହୁଏତ ଜାତୀୟ ଗଣମାଧ୍ୟମରେ ଏସବୁ ଆଲୋଚନାର ବିଷୟ ପାଲଟିଥାନ୍ତା। ତାହା ନକରି ଏନସିଆର ଅଞ୍ଚଳରେ ବସ୍ତିରେ ରହୁଥିବା ଓଡ଼ିଆ ଶ୍ରମିକଙ୍କୁ ଭଡ଼ାରେ ଆଣି ବିଜେଡି ସେଠାରେ ଚାଷୀ ଦୁର୍ଦ୍ଦଶାର ଛବି ଦେଖାଇବାକୁ କୁଆଡ଼େ ଯୋଜନା କରିଛି। ଓଡ଼ିଶାବାସୀଙ୍କ ଟିକସ ଅର୍ଥକୁ ହରିଲୁଟ୍ କରି ବିଜେଡି ନେତୃତ୍ୱ ଏବେ ଦଳୀୟ କର୍ମୀଙ୍କ ମଉଜମସ୍ତି ପାଇଁ ଦିଲ୍ଲୀରେ ଏଭଳି ସମାବେଶ ନକରି ଯଦି ଅନ୍ତତଃପକ୍ଷେ ୧୦୦ କିମ୍ବା ୨୦୦ଟଙ୍କାର ବୋନସ ଘୋଷଣା କରିଥାନ୍ତେ ହୁଏତ ତାହା ବିଜେଡିକୁ ନିର୍ବାଚନୀ ଫାଇଦା ଦେଇଥାନ୍ତା ବୋଲି ଚର୍ଚ୍ଚା।

The post ବିଜେଡିର ଚାଷୀ ଦରଦ ନା ହଲିଡେ୍ ଟ୍ରିପ୍ appeared first on Odisha Reporter.

]]>
centre bottom 2019-01-07 22:12:46 https://odishareporter.in/wp-content/uploads/2019/01/g-1.jpg