ରାଜନୀତି ହାଲ୍‌ଚାଲ୍‌ – Odisha Reporter https://odishareporter.in Wed, 15 Sep 2021 15:43:21 +0000 en-US hourly 1 ପିପିଲି ପାଇଁ ବିଜେଡିର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା: ଅରୁଣ ଓ ରଣେନ୍ଦ୍ର ବାଦ୍‌ https://odishareporter.in/politics/list-of-bjps-top-20-star-campaigners-for-pipili-676059 Wed, 15 Sep 2021 15:39:55 +0000 https://odishareporter.in/?p=676059

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେପି ପରେ ବିଜେଡି ପକ୍ଷରୁ ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ପିପିଲି ନିର୍ବାଚନ ପ୍ରଚାର କାର୍ଯ୍ୟରୁ ଦଳ ନିଜର ବରିଷ୍ଠ ତଥା ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଥିବାବେଳେ ମନ୍ତ୍ରୀ ଅରୁଣ ସାହୁ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ ଦାସଙ୍କ ସମେତ ଅଧିକାଂଶ ମନ୍ତ୍ରୀଙ୍କୁ ଦୂରେଇ ରଖିଛି। କେବଳ ପୁରୀ ଜିଲ୍ଲାର ୨ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ତୁଷାରକାନ୍ତି ବେହେରାଙ୍କ ସମେତ ମନ୍ତ୍ରୀ ସୁଶାନ୍ତ […]

The post ପିପିଲି ପାଇଁ ବିଜେଡିର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା: ଅରୁଣ ଓ ରଣେନ୍ଦ୍ର ବାଦ୍‌ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ବିଜେପି ପରେ ବିଜେଡି ପକ୍ଷରୁ ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ପିପିଲି ନିର୍ବାଚନ ପ୍ରଚାର କାର୍ଯ୍ୟରୁ ଦଳ ନିଜର ବରିଷ୍ଠ ତଥା ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଥିବାବେଳେ ମନ୍ତ୍ରୀ ଅରୁଣ ସାହୁ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ ଦାସଙ୍କ ସମେତ ଅଧିକାଂଶ ମନ୍ତ୍ରୀଙ୍କୁ ଦୂରେଇ ରଖିଛି। କେବଳ ପୁରୀ ଜିଲ୍ଲାର ୨ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ତୁଷାରକାନ୍ତି ବେହେରାଙ୍କ ସମେତ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଷ୍ଟାର ପ୍ରଚାରକ ତାଲିକାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ହେଡକ୍ୱାର୍ଟର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଦଳର ଉପସଭାପତି ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ସମେତ ଯୁବ,ଛାତ୍ର ଓ ମହିଳା ସଂଗଠନର ମୁଖିଆ ଯଥାକ୍ରମେ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ପ୍ରୀତିରଞ୍ଜନ ଘଡ଼େଇ, ଉମାକାନ୍ତ ସମାନ୍ତରାୟ, ପ୍ରଣବ ବଳବନ୍ତରାୟ, ବିଭୂତି ବଳବନ୍ତରାୟ ଓ ସୁଧୀର କୁମାର ସାମଲଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ଦଳ ସାମିଲ କରିଛି।

ବିଜେଡି ପକ୍ଷରୁ ଏନେଇ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଥିବାବେଳେ ଏହି ନେତାମାନେ ଆସନ୍ତା ୨୦ରୁ ୨୭ତାରିଖ ପର୍ଯ୍ୟନ୍ତ ପିପିଲିରେ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାରର ମଙ୍ଗ ଧରିବେ ବୋଲି ଜଣାପଡ଼ିଛି।

The post ପିପିଲି ପାଇଁ ବିଜେଡିର ୨୦ଜଣିଆ ଷ୍ଟାର ପ୍ରଚାରକ ତାଲିକା: ଅରୁଣ ଓ ରଣେନ୍ଦ୍ର ବାଦ୍‌ appeared first on Odisha Reporter.

]]>
right top 2021-09-15 21:13:21 https://cdn.odishareporter.in/wp-content/uploads/2020/02/13205417/A-JITTERY-BJD-OFFERS-PARTY-POSTS-TO-PEOPLE-WHO-WERE-DENIED-TICKETS.jpg
ଶାସକ ଦଳ ପାଇଁ ଓକିଲାତି କଲେ ଦାମ ! ଅପରାଜିତାଙ୍କୁ ଦେଲେ ଦିଲ୍ଲୀ ଉଦାହରଣ https://odishareporter.in/politics/dama-rout-advocate-for-the-ruling-party-675664 Tue, 14 Sep 2021 11:01:14 +0000 https://odishareporter.in/?p=675664

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜଳ ନିଷ୍କାସନକୁ ନେଇ ଜୋରଧରିଛି ରାଜନୀତି। ଟ୍ୱିଟ୍‌ ୱାର ସାଙ୍ଗକୁ କ୍ୟାମେରା ସାମ୍ନାରେ ଚାଲିଛି ଆକ୍ଷେପ-ପ୍ରତିଆକ୍ଷେପ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇଥିବା ବେଳେ ଜଳବନ୍ଦୀ ଚିତ୍ର ଉଠାଇ ବିଜେଡିକୁ ଟାର୍ଗେକରି କରିଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍କୀ। ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରି ଶାସକ ଦଳକୁ କଟାକ୍ଷ କରିଥିଲେ। କହିଥିଲେ ଇଏ ହେଉଛି ୨୧ ବର୍ଷ ଶାସନକ କାଳର […]

The post ଶାସକ ଦଳ ପାଇଁ ଓକିଲାତି କଲେ ଦାମ ! ଅପରାଜିତାଙ୍କୁ ଦେଲେ ଦିଲ୍ଲୀ ଉଦାହରଣ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜଳ ନିଷ୍କାସନକୁ ନେଇ ଜୋରଧରିଛି ରାଜନୀତି। ଟ୍ୱିଟ୍‌ ୱାର ସାଙ୍ଗକୁ କ୍ୟାମେରା ସାମ୍ନାରେ ଚାଲିଛି ଆକ୍ଷେପ-ପ୍ରତିଆକ୍ଷେପ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇଥିବା ବେଳେ ଜଳବନ୍ଦୀ ଚିତ୍ର ଉଠାଇ ବିଜେଡିକୁ ଟାର୍ଗେକରି କରିଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍କୀ। ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରି ଶାସକ ଦଳକୁ କଟାକ୍ଷ କରିଥିଲେ। କହିଥିଲେ ଇଏ ହେଉଛି ୨୧ ବର୍ଷ ଶାସନକ କାଳର ଚିତ୍ର। ତେବେ ସ୍ମାର୍ଟ ସିଟିର ନଗ୍ନ ଚିତ୍ରକୁ ଦେଖାଇଇ ଅପରାଜିତା ବିଜେଡି ସରକାରକୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ଜବାବ ଦେଇଥିଲେ ବିଜେଡି ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଖାଲି ସେତିକି ନୁହେଁ ଶ୍ରୀମୟୀ ମିଶ୍ରଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡିରୁ ବିଦା ହୋଇଥିବା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ୍। ଏନେଇ ଦାମ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ସମାଲୋଚନାମୂଳକ ପୋଷ୍ଟ କରିଛନ୍ତି। ସେଥିର ସେ ଲେଖିଛନ୍ତି ଯେ, ଲଘୁଚାପ ଜନିତ ଭୀଷଣ ଲଗାଣ ବର୍ଷା ଦ୍ୱାରା ଭୁବନେଶ୍ୱରରେ ସାମୟିକ ଭାବେ କିଛି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାକୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ।

୨୧ ବର୍ଷ ବିଜେଡି ଶାସନରେ ୪ ବର୍ଷ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ ନିଜେ ଅପରାଜିତା l ସେକଥା ଭୁଲିବା ଉଚିତ ନୁହେଁ l ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ଷାଜନିତ ସମସ୍ୟାକୁ ନେଇ ସମାଲୋଚନା କରୁଥୁବା ସାଂସଦ ଅପରାଜିତା ଉତ୍ତର ଦେବେ କି? ଦେଶର ରାଜଧାନୀ ଦିଲ୍ଲୀ ବିମାନ ବନ୍ଦର ବର୍ଷା ପାଣିରେ ଉବୁଟୁବୁ ହେଲାବେଳେ ବିଜେପି ଦଳ କ’ଣ କରୁଛି ? ଦୀର୍ଘବର୍ଷ ଗୁଜୁରାଟରେ ବିଜେପି ଶାସନ ସତ୍ତ୍ୱେ କିଛି ଘଣ୍ଟା ବର୍ଷାରେ ଅହମ୍ମଦାବାଦ ସହର ପାଣିରେ ବୁଡ଼ୁଛି। ଜାମନଗରରେ ସରକାରୀ କାଗଜପତ୍ର ବର୍ଷାପାଣିରେ ଧୋଇଗଲା। ସୁରତ ସହରର ୮୦% ଜଳନିମଗ୍ନ ହେଉଛି। ଭଦୋଦରାରେ ସହର ଭିତରକୁ କୁମ୍ଭୀର ପଶି ଯାଉଛନ୍ତି l

ବିଜେପି ଶାସିତ ମଧ୍ୟପ୍ରଦେଶର ଇନ୍ଦୋରରେ ଲୋକ ପହଁରି ଯିବାଆସିବା କରିଛନ୍ତି। ବର୍ଷା ପାଣିରେ ବେଙ୍ଗାଲୁରୁ ସହରର ଅବସ୍ଥା ଖରାପ। ବର୍ଷାରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ମଥୁରା ଅବସ୍ଥା ଅତ୍ୟନ୍ତ ଖରାପ ହୁଏ।  ଆଗ୍ରା ସହର ଭିତରେ କେତୋଟି ଡଙ୍ଗା ବି ଚାଲେ l

ଯଦି ସାତବର୍ଷ ଦେଶ ଶାସନ କଲାପରେ ଦେଶର ରାଜଧାନୀରେ ବିମାନ ବନ୍ଦର ପାଣିକୁ ଅଟକାଇ ପାରୁନାହାନ୍ତି, ବର୍ଷାପାଣିରେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଜନଜୀବନ ବିପର୍ଯ୍ୟସ୍ତ, ସହରରେ କୁମ୍ଭୀର ବୁଲିଲେଣି, ଡଙ୍ଗା ଚାଲିଲାଣି, ତେବେ ନିଜେ ଚାରିବର୍ଷ ମ୍ୟୁନିସପାଲିଟି କମିଶନର ଚାକିରୀ କରିଥିବା ସହରକୁ ସମକାରଣ ପାଇଁ ସମାଲୋଚନା କରିବା ପୂର୍ବରୁ ଅପରାଜିତା ଆତ୍ମାସମୀକ୍ଷା କରନ୍ତୁ ।

ସୂଚନାଅନୁଯାୟୀ, ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଥିବା ବେଳେ ସ୍ମାର୍ଟସିଟିର ଅବସ୍ଥାକୁ ନେଇ ଟ୍ୱିଟ୍ କରିଥିଲେ  ସାଂସଦ ଅପରାଜିତା ଷ଼ଡଙ୍ଗୀ।  ରାଜଧାନୀର କିଛି ଫଟୋ ସେୟାର କରି ଅପରାଜିତା ଲେଖିଛନ୍ତି, ଏହା ହେଉଛି ଆମର ସ୍ମାର୍ଟସିଟି । ୨୧ ବର୍ଷର ଶାସନ ପରେ ସ୍ଥିତି ଏଭଳି ରହିଛି।   କେନ୍ଦ୍ର ସରକାରଙ୍କ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ ନେଇ ପରାମର୍ଶ ଦେଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଅଳସୁଆମୀ ନା ଉଦାସୀନତା ବୋଲି ପ୍ରଶ୍ନ କରିଥିଲେ ସାଂସଦ ।

The post ଶାସକ ଦଳ ପାଇଁ ଓକିଲାତି କଲେ ଦାମ ! ଅପରାଜିତାଙ୍କୁ ଦେଲେ ଦିଲ୍ଲୀ ଉଦାହରଣ appeared first on Odisha Reporter.

]]>
right top 2021-09-14 16:43:05 https://odishareporter.in/wp-content/uploads/2021/09/6hl-1.jpg
ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଲେ ଶ୍ରୀମୟୀ https://odishareporter.in/politics/happenings/srimayee-kar-gave-answers-to-bhubaneswar-mp-aparajita-sarangis-tweet-675420 Mon, 13 Sep 2021 14:45:18 +0000 https://odishareporter.in/?p=675420

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଜଳ ନିଷ୍କାସନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ୨୧ବର୍ଷର ଶାସନରେ ରାଜଧାନୀର ବିକଟାଳ ଚିତ୍ର ଶେୟାର କରିବା ଓ ଆଜି ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ ନିମନ୍ତେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶ ସତ୍ତ୍ୱେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ନହେବାକୁ […]

The post ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଲେ ଶ୍ରୀମୟୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଜଳ ନିଷ୍କାସନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ୨୧ବର୍ଷର ଶାସନରେ ରାଜଧାନୀର ବିକଟାଳ ଚିତ୍ର ଶେୟାର କରିବା ଓ ଆଜି ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ ନିମନ୍ତେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶ ସତ୍ତ୍ୱେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ନହେବାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଆଉ ବିଜେଡିର ମାଳମାଳ ନେତା ଓ ମନ୍ତ୍ରୀ ଥିବା ସତ୍ତ୍ୱେ ଅପରାଜିତାଙ୍କୁ ଜବାବ ଦେବା ପାଇଁ ବିଜେଡି ନିଜର ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଛି।

ପଶ୍ଚିମଓଡ଼ିଶା ଗସ୍ତରେ ଥିବା ଶ୍ରୀମୟୀ ସମ୍ବଲପୁରରୁ ନିର୍ଦ୍ଦିଷ୍ଟ କିଛି ଟିଭି ଚ୍ୟାନେଲକୁ ଡାକି ଅପରାଜିତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଭୁବନେଶ୍ୱରର ବର୍ଷା ଜଳ ନିଷ୍କାସନକୁ ନେଇ ଉଭୟ ଅପରାଜିତା ଓ ଶ୍ରୀମୟୀଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟ୍ ୱାର୍ ଏବେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁହାଁମୁହିଁ ସ୍ଥିତିକୁ ଆସିଛି। ଆଉ ଏହାସହିତ ଅପରାଜିତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଏବେଠୁ ଶ୍ରୀମୟୀଙ୍କୁ ଆଗକୁ ଆଣିବା ମଧ୍ୟ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜଧାନୀର ବିଭିନ୍ନ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିବାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଟ୍ୱିଟରେ ଫଟୋ ଛାଡ଼ିବା ସହ ୨୧ବର୍ଷର ନବୀନ ପଟ୍ଟନାୟକ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶସତ୍ତ୍ୱେ ଏହି ଜଳ ନିଷ୍କାସନ ନିମନ୍ତେ କାହିଁକି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେଉନି ଓ ଏହାର ତ୍ୱରିତ୍ କାର୍ଯ୍ୟାନ୍ୱୟନ ହୋଇନି ବୋଲି ପ୍ରଶ୍ନ କରିଥିଲେ। ଆଜି ସକାଳେ ସାମ୍ବାଦିକ ସମ୍ମିଳନୀ କରି ଜଳ ନିଷ୍କାସନ କରିବାରେ ବିଏମସି ଓ ରାଜ୍ୟ ସରକାରଙ୍କ ମନ୍ଥର ଗତିକୁ କଡ଼ା ସମାଲୋଚନା କରିବା ସହ ସ୍ଥାୟୀ ସମାଧାନ ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି ଓ ରାଜନୀତିକ ଇଚ୍ଛାଶକ୍ତି ଅଭାବରୁ ସ୍ମାର୍ଟ ଭୁବନେଶ୍ୱରର ଏଭଳି ଅବସ୍ଥା ବୋଲି ଅପରାଜିତା କହିଥିଲେ। ଅପରାଜିତା ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନକୁ ଗସ୍ତ କରି ଜଳମଗ୍ନ ପରିସି୍ଥତି ଅନୁଧ୍ୟାନ କରିଛନ୍ତି।

ଆଉ ଅପରାଜିତାଙ୍କ ଟ୍ୱିଟର ଜବାବ ଦେଇ ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଭୁବନେଶ୍ୱର ଜଳ ନିଷ୍କାସନ ସମସ୍ୟାକୁ ନେଇ ଅପରାଜିତାଙ୍କ ବୟାନ ହାସ୍ୟାସ୍ପଦ । ନିଜକୁ ଭୁବନେଶ୍ୱରର ବୋହୂ ବୋଲି ଦର୍ଶାଇ ଶ୍ରୀମୟୀ କହିଥିଲେ, ଏହା ସାଂସଦ ଓ ପୂର୍ବରୁ ବିଏମସି କମିଶନର ଭାବେ ଅପରାଜିତାଙ୍କ ଅପାରଗତାକୁ ପଦାରେ ପକାଉଛି । ସେ ତାଙ୍କୁ ତାତ୍ସଲ୍ୟ କରି କହିଥିଲେ, ସାଢ଼େ ୩ବର୍ଷ ଧରି ବିଏମସି କମିଶନର ଦାୟିତ୍ୱରେ ଥିବା ଅପରାଜିତାଙ୍କ ଉନ୍ନତ ମସ୍ତିଷ୍କରେ ୨୦୦୬-୦୯ ମସିହା ମଧ୍ୟରେ ଯେଉଁ ଭଲ କାମ କରିଥିଲେ ତା’ର ପରିଣାମ ଏବେ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି। ବିଏମସି କମିଶନର ଭାବେ ଅପରାଜିତାଙ୍କ କାମର ପ୍ରାୟଶ୍ଚିତ କରୁଛନ୍ତି। ଗୁଜୁରାଟ ମଡେଲର ଡିଣ୍ଡିମ ବିଜେପିି ପିଟୁଛି, ଆଉ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଅପରାଜିତା ଅହମ୍ମଦାବାଦରେ ୨-୪ଘଣ୍ଟା ଲଗାଣ ବର୍ଷାରେ ସହରର ବିକଳ ଚିତ୍ର ଦେଖି କାହିଁକି ଚୁପ୍ ଥିଲେ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟବେଳେ ମାନବିକ ସମ୍ବେଦନାହୀନ କାର୍ଯ୍ୟ କରି ଅପରାଜିତା ଶସ୍ତା ଲୋକପ୍ରିୟତା ଚାହୁଁଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି।

ତେବେ ବର୍ଷା ଜଳ ନିଷ୍କାସନ ଆଳରେ ଅପରାଜିତାଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ପକ୍ଷରୁ ଶ୍ରୀମୟୀଙ୍କୁ ଆଗକୁ ଅଣାଯିବାକୁ ନେଇ ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇପଡ଼ିଛି । ଶ୍ରୀମୟୀ ସମ୍ବଲପୁରରୁ ଗଣମାଧ୍ୟମକୁ ରାଜଧାନୀ ଭୁବନେଶ୍ୱରର ଜଳମଗ୍ନ ପରିସ୍ଥିତି ଓ ଅପରାଜିତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିବା ପରେ, ଶ୍ରୀମୟୀଙ୍କୁ ଅପରାଜିତାଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ସ୍ପଷ୍ଟ ହୋଇଛି । ଆଗକୁ ବିଏମସି ନିର୍ବାଚନ ଥିବାରୁ ଶ୍ରୀମୟୀଙ୍କ ଏଭଳି ଆବିର୍ଭାବକୁ ଦେଖି ଉଭୟ ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଜଳ ନିଷ୍କାସନ ପ୍ରସଙ୍ଗରେ ମୁହଁ ଖୋଲି ନିଜର ସ୍ଥିତି ରକ୍ଷା କରିଛନ୍ତି । ତେବେ ପଶ୍ଚିମଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ଆଗରେ ରଖିଥିବା ବିଜେଡି ପୂର୍ବ ଓଡ଼ିଶା ବିଶେଷକରି ରାଜଧାନୀ ରାଜନୀତିରେ ସମ୍ପୃକ୍ତ କରିବାପରେ ଶ୍ରୀମୟୀଙ୍କ ଗତି କୁଆଡ଼େ ତାହା ବି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

The post ଅପରାଜିତାଙ୍କ ଟ୍ୱିଟ୍‌ର ଜବାବ ଦେଲେ ଶ୍ରୀମୟୀ appeared first on Odisha Reporter.

]]>
right top 2021-09-13 20:17:18 https://odishareporter.in/wp-content/uploads/2021/09/aparajita-sarangi-1.jpg
‘ଯେତେବେଳେ କଂଗ୍ରେସ ଛାଡ଼ିଲି, ବିଜେପି ମୋତେ ଟଙ୍କା ଯାଚିଥିଲା’ https://odishareporter.in/politics/happenings/bjp-offered-me-cash-i-refused-says-shrimant-patil-675298 Mon, 13 Sep 2021 08:39:52 +0000 https://odishareporter.in/?p=675298

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପି ସରକାର ଭିତରେ ରାଜନୀତିକ ଆଲୋଡ଼ନ ଲଗାତର ଜାରି ରହିଛି। କଂଗ୍ରେସ ହତ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକ ଶ୍ରୀମନ୍ତ ପାଟିଲ୍ ନିଜର କଟୁ ମନ୍ତବ୍ୟ ଦ୍ୱାରା ଲଗାତର ଚର୍ଚ୍ଚା ସାଉଁଣ୍ଟୁଛନ୍ତି। ଏବେ ସେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦୁଇ ବର୍ଷ ତଳେ କଂଗ୍ରେସରୁ ଅଲଗା ହେବା ପାଇଁ ବିଜେପି ତାଙ୍କୁ ଟଙ୍କା ଯାଚିଥିଲା। ହେଲେ ସେ ଦୃଢତାର ସହ କହିଛନ୍ତି ଯେ ସେ ବିନା […]

The post ‘ଯେତେବେଳେ କଂଗ୍ରେସ ଛାଡ଼ିଲି, ବିଜେପି ମୋତେ ଟଙ୍କା ଯାଚିଥିଲା’ appeared first on Odisha Reporter.

]]>

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପି ସରକାର ଭିତରେ ରାଜନୀତିକ ଆଲୋଡ଼ନ ଲଗାତର ଜାରି ରହିଛି। କଂଗ୍ରେସ ହତ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକ ଶ୍ରୀମନ୍ତ ପାଟିଲ୍ ନିଜର କଟୁ ମନ୍ତବ୍ୟ ଦ୍ୱାରା ଲଗାତର ଚର୍ଚ୍ଚା ସାଉଁଣ୍ଟୁଛନ୍ତି। ଏବେ ସେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦୁଇ ବର୍ଷ ତଳେ କଂଗ୍ରେସରୁ ଅଲଗା ହେବା ପାଇଁ ବିଜେପି ତାଙ୍କୁ ଟଙ୍କା ଯାଚିଥିଲା। ହେଲେ ସେ ଦୃଢତାର ସହ କହିଛନ୍ତି ଯେ ସେ ବିନା ଟଙ୍କାରେ ବିଜେପିରେ ସାମିଲ୍ ହୋଇଥିଲେ।

ଶ୍ରୀମନ୍ତ ପାଟିଲ ସେହି ୧୬ ଜଣ ବିଧାୟକଙ୍କ ମଧ୍ୟରେ ସାମିଲ୍ ଥିଲେ, ଯେଉଁମାନେ ୨୦୧୯ରେ କଂଗ୍ରେସ ଓ ଜେଡିଏସ୍ ଛାଡ଼ି ବିଜେପିକୁ ଆସିଥିଲେ। ଯାହା ପରେ ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱାଧିନ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ଶ୍ରୀମନ୍ତ ପାଟିଲ୍ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିର ହାତ ଧରିଥିଲେ। ହେଲେ ସେ ଟଙ୍କା ପାଇଁ ବିଜେପିକୁ ଆସିନଥିବା କହିଛନ୍ତି।

ସେ କହିଛନ୍ତି, ‘ଯେତେବେଳେ ମୁଁ କଂଗ୍ରେସ ଛାଡ଼ିଲି ବିଜେପି ମୋତେ ପଚାରିଥିଲା ଯେ କେତେ ଟଙ୍କା ଦରକାର। ସେତେବେଳେ ମୁଁ ଟଙ୍କାଟିଏ ବି ନେଇ ନଥିଲି। ଏହା ବଦଳରେ ମନ୍ତ୍ରୀ ପଦ ମିଳିଲେ ଲୋକଙ୍କ ସେବା କରିବି ବୋଲି କହିଥିଲି।’ ଶ୍ରୀମନ୍ତଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ତେଜିବା ପରେ ସେ ଏହାକୁ ଖାରଜ କରିଥିଲେ।

ଶ୍ରୀମନ୍ତ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ସେମାନେ ମୋତେ ଟଙ୍କା ଅଫର୍ କରିନଥିଲେ। ମୁଁ ଭୁଲ୍ ଶବ୍ଦର ପ୍ରୟୋଗ କରିଛି। କେହିବି ମୋତେ ପ୍ରଲୋଭନ ଦେଖାଇବାକୁ ପ୍ରୟାସ କରିନାହାନ୍ତି। ମୁଁ ମୋ ନୀତି ଯୋଗୁ ବିଜେପିରେ ସାମିଲ୍ ହୋଇଛି।

ଶ୍ରୀମନ୍ତ ପାଟିଲ କର୍ଣ୍ଣାଟକର କାଗୱାଡରୁ ବିଧାୟକ ଅଛନ୍ତି। ବର୍ତ୍ତମାନ କ୍ୟାବିନେଟରେ ଶ୍ରୀମନ୍ତଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ କାହିଁକି କ୍ୟାବିନେଟରେ ସାମିଲ୍ କରାଗଲା ନାହିଁ, ସେ ଜାଣନ୍ତି ନାହିଁ।

ଅନ୍ୟପକ୍ଷରେ କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବକୁମାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଶ୍ରୀମନ୍ତ ପାଟିଲ୍ ଯାହା କହିଛନ୍ତି ସବୁ ସତ। ବିଜେପି ଶ୍ରୀମନ୍ତଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏବେ ସେ ସତ କହିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏସିବି ଏହି ଘଟଣାରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଶିବକୁମାର କହିଛନ୍ତି।

The post ‘ଯେତେବେଳେ କଂଗ୍ରେସ ଛାଡ଼ିଲି, ବିଜେପି ମୋତେ ଟଙ୍କା ଯାଚିଥିଲା’ appeared first on Odisha Reporter.

]]>
left bottom 2021-09-13 14:09:52 https://odishareporter.in/wp-content/uploads/2021/09/Shrimant-Patil.jpg
ଭର୍ତ୍ତୃହରିଙ୍କୁ ଶାସ୍ତ୍ର ପାଠ ପଢ଼ାଇଲେ ଦେବାଶିଷ https://odishareporter.in/politics/debasis-samantray-targets-cuttack-mp-675089 Sun, 12 Sep 2021 08:38:56 +0000 https://odishareporter.in/?p=675089

କଟକ(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଦୁର୍ଗା ପୂଜା। ହେଲେ ପୂଜା ଯେତେ ପାଖେଇ ଆସୁଛି, ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ତେଜିବାରେ ଲାଗିଛି ବିବାଦ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ଥିବା ବେଳେ ପ୍ରତିବାଦରେ ଆସନ୍ତା କାଲି କଟକ ବନ୍ଦ ଡାକରା ଦେଇଛି ବିଜେପି।  ।  ଅପରପକ୍ଷେ,  ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରୁଥିବା ବେଳେ ସମର୍ଥନ […]

The post ଭର୍ତ୍ତୃହରିଙ୍କୁ ଶାସ୍ତ୍ର ପାଠ ପଢ଼ାଇଲେ ଦେବାଶିଷ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଦୁର୍ଗା ପୂଜା। ହେଲେ ପୂଜା ଯେତେ ପାଖେଇ ଆସୁଛି, ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ତେଜିବାରେ ଲାଗିଛି ବିବାଦ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ଥିବା ବେଳେ ପ୍ରତିବାଦରେ ଆସନ୍ତା କାଲି କଟକ ବନ୍ଦ ଡାକରା ଦେଇଛି ବିଜେପି।  ।  ଅପରପକ୍ଷେ,  ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରୁଥିବା ବେଳେ ସମର୍ଥନ ଜଣାଇଛନ୍ତି ପୂର୍ବତନ  ବିଧାୟକ ଦେବାଶିଷ ସାମନ୍ତରାୟ । ସରକାରଙ୍କୁ ସମର୍ଥନ ଦେବା ସହ ସାଂସଦ ଭର୍ତ୍ତୃହରିଙ୍କୁ  ଶାସ୍ତ୍ର ପାଠ ପଢ଼ାଇଛନ୍ତି ଦେବାଶିଷ ସାମନ୍ତରାୟ ।

ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜ ପ୍ରତିକ୍ରିୟା ଦେଇ ଦେବାଶିଷ ଜଣାଇଛନ୍ତି,  ମୂର୍ତ୍ତି ଉଚ୍ଚତା ବଢ଼ାଇବାକୁ ଦାବି ଜଣାଇବା ନିମନ୍ତେ କଟକ ସହରରୁ ଏକ କମିଟି ଯାଇ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ସରକାର ମୂର୍ତ୍ତିର ଉଚ୍ଚତା ବଢ଼ାଇବାକୁ ମନା କଲେ। କଟକ ପାଇଁ ସ୍ୱତନ୍ତ୍ର ନିୟମ ହୋଇପାରିବନି।  ନିୟମ ରାଜ୍ୟର ସମସ୍ତଙ୍କ ପାଇଁ ସମାନ  ବୋଲି ରାଜ୍ୟ ସରକାର କହିଛନ୍ତି।

ମୁଖ୍ୟତଃ କୋଭିଡ ତୃତୀୟ ଲହର ଯେପରି ପବାର୍ଣୀ ସମୟରେ ନ ବ୍ୟାପୁ ସେଥିପାଇଁ ସରକାର ଖୁବ୍‌ ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି।   କେରଳରେ ଓମାନ ପର୍ବ ସମୟରେ କଟକଣା ଲାଗୁ ନ ହେବାରୁ ସେଠାରେ ତୃତୀୟ ଲହର ଆରମ୍ଭ ହୋଇଗଲାଣି। ଏପରିକି ସେଠାରୁ ସଂକ୍ରମଣ ମହାରାଷ୍ଟ୍ରରେ ବ୍ୟାପି ପଶ୍ଚିମ ଓଡ଼ିଶାରେ ବି ପହଞ୍ଚିଲାଣି।

ତେଣୁ ପୁଣି ଥରେ ଯେପରି କରୋନା ନ ବ୍ୟାପୁ ସେଥିପ୍ରତି ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ ହେଲେ   ଲୋକଙ୍କ ଜୀବୀକା ଘୋର ବାଧାପ୍ରାପ୍ତ ହେବ । କେବଳ ମୂର୍ତ୍ତିର ଉଚ୍ଚତା ବଢ଼ିଗଲେ, ମା’ଙ୍କ ଦର୍ଶନ କରି ନ ପାରିଲେ ଉଚ୍ଚତାର ମାନେ କିଛି ନାହିଁ। ଶାସ୍ତ୍ରରେ ସେପରି ଲେଖା ହୋଇନି ମୂର୍ତ୍ତି ୧୦ ଫୁଟର ହେବ ବୋଲି।

କେଉଁ ରାଜ୍ୟ କିପରି ପୂଜା ପାଳନ କରିବେ ଏହା ସେମାନଙ୍କ ଦାୟିତ୍ୱ।  ଭର୍ତ୍ତୃହରି ମହତାପ ଜଣେ ବିଜ୍ଞ ସାଂସଦ । ଯେବେଠୁ ପୂଜା ମୂର୍ତ୍ତି ବିବାଦ ଦେଖାଦେଲାଣି, ବୈଠକ ବସିଲାଣି ସାଂସଦଙ୍କୁ ଦେଖିବାକୁ ମିଳି ନ ଥିଲା। ହେଲେ ହଠାତ୍‌ ଆର୍ବିଭାବ ହୋଇ ବିଭ୍ରାଟ ସୃଷ୍ଟିକାରୀ ମତ ଦେବା ଉଚିତ ନୁହେଁ। ସେ ଶାସକ ଦଳର ସାଂସଦ। ତେଣୁ ସରକାରଙ୍କ ନିଷ୍ପତ୍ତି ନେଇ ଯୁକ୍ତି କରିବା ଶୋଭାଜନକ ନୁହେଁ।

ଆସନ୍ତାକାଲି ବିଜେପି ପକ୍ଷରୁ କଟକ ବନ୍ଦ ଡାକାରା ଦିଆଯାଇଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। କଟକବାସୀଙ୍କ ଭାବାବେଗକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ କହିଛନ୍ତି।  ଏଥିସହ କହିଛନ୍ତି, ପୁରୀ ରଥ ଯାତ୍ରାରେ ପୁରୀବାସୀଙ୍କୁ ଆସିବାକୁ ମନା କରାଗଲା। ଏପରିକି ଛାତ ଉପରେ ବି ଏକତ୍ରିତ ହୋଇ ପ୍ରଭୁଙ୍କ ଦର୍ଶନ କରିବାକୁ ମନା କରାଗଲା। ପୁରୀବାସୀ ସରକାରଙ୍କ ନିୟମକୁ ମାନିଲେ। ତେଣୁ ଆମେ ବି କଟକଣା ମାନିବା ଉଚିତ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।

ଅପରପକ୍ଷେ ଏନେଇ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ମୂର୍ତ୍ତି ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ । ଆଉ ୨ ଫୁଟ, ଅଢେଇ ଫୁଟ୍‌ରେ କ’ଣ କରୋନା ଡରି ପଳାଉଛି। ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ  କରି ଯେ କେହି କୋର୍ଟ ଯାଇପାରନ୍ତି।

The post ଭର୍ତ୍ତୃହରିଙ୍କୁ ଶାସ୍ତ୍ର ପାଠ ପଢ଼ାଇଲେ ଦେବାଶିଷ appeared first on Odisha Reporter.

]]>
centre bottom 2021-09-12 14:08:56 https://odishareporter.in/wp-content/uploads/2021/09/bhartuhari-debasis.jpg
ବିପଦରେ ୨୦ ବିଜେଡି ବିଧାୟକଙ୍କ ସଦସ୍ୟତା, ରାଜ୍ୟପାଳ ମାଗିଲେ ନିଯୁକ୍ତି ଷ୍ଟାଟସ୍‌ https://odishareporter.in/politics/members-of-20-bjp-legislators-at-risk-the-governor-asked-for-the-status1-674963 Sat, 11 Sep 2021 16:25:53 +0000 https://odishareporter.in/?p=674963

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ୨୦ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବିଧାୟକ ହୋଇ ଅନ୍ୟ ଲାଭଜନକ ପଦରେ ରହି ସରକାରୀ ସୁବିଧା ଗ୍ରହଣ କରିବା ସେମାନଙ୍କୁ ମହଙ୍ଗା ପଡ଼ିପାରେ। ଗତ ଅଗଷ୍ଟ ୨୬ ତାରିଖରେ ଜାତୀୟ ନିର୍ବାଚନ କମିଶନ ନିଜର ମତାମତ ରାଜ୍ୟପାଳଙ୍କୁ ଜଣାଇବା ପରେ ରାଜଭବନ ପକ୍ଷରୁ ଏହି ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଚିଠି ବା ବିଜ୍ଞପ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଜେଡିର ବିଧାୟକମାନେ ଏକାଧିକ ସରକାରୀ ଲାଭଜନକ […]

The post ବିପଦରେ ୨୦ ବିଜେଡି ବିଧାୟକଙ୍କ ସଦସ୍ୟତା, ରାଜ୍ୟପାଳ ମାଗିଲେ ନିଯୁକ୍ତି ଷ୍ଟାଟସ୍‌ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ୨୦ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବିଧାୟକ ହୋଇ ଅନ୍ୟ ଲାଭଜନକ ପଦରେ ରହି ସରକାରୀ ସୁବିଧା ଗ୍ରହଣ କରିବା ସେମାନଙ୍କୁ ମହଙ୍ଗା ପଡ଼ିପାରେ। ଗତ ଅଗଷ୍ଟ ୨୬ ତାରିଖରେ ଜାତୀୟ ନିର୍ବାଚନ କମିଶନ ନିଜର ମତାମତ ରାଜ୍ୟପାଳଙ୍କୁ ଜଣାଇବା ପରେ ରାଜଭବନ ପକ୍ଷରୁ ଏହି ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଚିଠି ବା ବିଜ୍ଞପ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ବିଧାୟକମାନେ ଏକାଧିକ ସରକାରୀ ଲାଭଜନକ ପଦରେ ରହି ସମ୍ବିଧାନର ଧାରା -୧୯୧ ଅର୍ନ୍ତଗତ ‘ଅଫିସ୍ ଅଫ ପ୍ରଫିଟ୍‌’ ଅଭିଯୋଗ ଆଣି ଆବେଦନକାରୀ ସମରେନ୍ଦ୍ର ବେଉରା ସେମାନଙ୍କର ସଭ୍ୟ ପଦ ରଦ୍ଦ ନିମନ୍ତେ ରାଜ୍ୟପାଳ ଓ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ୍‌.ମୁରଲୀଧର ଓ ଜଷ୍ଟିସ ଏସ.କେ.ପାଣିଗ୍ରାହୀଙ୍କ ଖଣ୍ଡପୀଠ ଜୁଲାଇ ୧୩ତାରିଖରେ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କ ଆବେଦନର ଶୁଣାଣି କରି ରାଜ୍ୟପାଳଙ୍କୁ ୨୦୨୧ ନଭେମ୍ବର ୧୫ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଓ କଡ଼ା ଆଭିମୁଖ୍ୟ ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବିଧାନର ଧାରା ୧୯୧ ଓ ୧୯୨ ଅନ୍ତର୍ଗତ ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ାଯାଇଥିଲା। ୨୦୨୧ ଅଗଷ୍ଟ ୨୬ ତାରିଖରେ କମିଶନ ତାଙ୍କର ମତାମତ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ସହ ଅଧିକ ତଥ୍ୟ ଦେବାକୁ କହିଥିଲେ। ଯାହାପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ଏହି ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଓ ନିର୍ବାଚନ କମିଶନ ମାଗିଥିବା ତଥ୍ୟ ସମ୍ପର୍କରେ ଜଣାଇବାକୁ କୁହାଯାଇଥିଲା ।

ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ମନୋଜ ଦେବୀ ଏ ସମ୍ପର୍କରେ ସେପ୍ଟେମ୍ବର ୪ତାରିଖରେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ୨୦ଜଣ ବିଧାୟକଙ୍କ ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ସଂକ୍ରାନ୍ତ ଚିଠି ବା ବିଜ୍ଞପ୍ତି, ଯଦି ସେମାନେ ଇସ୍ତଫା ଅବା ବାଦ୍ ପଡ଼ିଥାନ୍ତି ତା’ର ତା’ର ଦସ୍ତାବିଜ ସେପ୍ଟେମ୍ବର ୮ତାରିଖ ସୁଦ୍ଧା ନିଶ୍ଚିତ ଭାବେ ଦେବାକୁ କହିଥିଲେ। ଯାହାକି ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଅଧିକ ଖୋଳତାଡ଼ ଯିବ ବୋଲି ଦର୍ଶାଇଛନ୍ତି।

ସଂସଦୀୟ ବ୍ୟାପାର ବିଭାଗ ମାଗିଥିବା ତଥ୍ୟ ଇତିମଧ୍ୟରେ ଯୋଜନା ଓ ସଂଯୋଜନ ବିଭାଗ ଦେଇ ସାରିଥିବାବେଳେ ତାହା ଖୁବଶୀଘ୍ର  ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ ବୋଲି ଜଣାପଡ଼ିଛି। ସମ୍ବିଧାନର ଧାରା ୧୯୧(୧) ଅନ୍ତର୍ଗତ ଯଦି ଏହି ବିଧାୟକମାନେ ଲାଭଜନକ ପଦବୀରେ ରହିଥିବାର ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ବିଜେଡିର ୨୦ଜଣ ବିଧାୟକଙ୍କ ସମ୍ପର୍କରେ ତଥ୍ୟ ମଗାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ନେଉଛନ୍ତି। ସେମାନେ ଏବାବଦରେ ରାଜକୋଷରୁ ପ୍ରାୟ ମାସିକ ୧.୨୦ରୁ ୧୫୦ଲକ୍ଷ ଟଙ୍କା ଲେଖାଁଏ ନେଉଛନ୍ତି। ସେମାନେ ବିଧାୟକ ଭାବେ ଦରମା ନେଉଥିବାବେଳେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଜର ବ୍ୟକ୍ତିଗତ ସଚିବ ଓ ପିଅନ(ଅସ୍ଥାୟୀ ନିଯୁକ୍ତି ସେମାନେ କରିବେ)ଙ୍କ ପାଇଁ ମାସିକ ୫୧୬୦୦ଟଙ୍କା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ପାରିଶ୍ରମିକ, ଟିଏ ଓ ଡିଏ ସହ ଗୋଟିଏ ଗାଡ଼ି ମଧ୍ୟ ଉପଯୋଗ କରୁଛନ୍ତି। ଏହି ବିଧାୟକମାନେ ଏକକାଳୀନ ରାଜକୋଷରୁ ଦରମା ଓ ଅନ୍ୟାନ୍ୟ ସୁବିଧା ନେଉଥିବାରୁ ସେମାନେ ‘ଅଫିସ୍ ଅଫ ପ୍ରଫିଟ୍‌’ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହେବାର ପ୍ରାରମ୍ଭିକ ଯାଂଚରୁ ସ୍ପଷ୍ଟ ହେଉଛି। ମାତ୍ର ସେମାନଙ୍କର ସଦସ୍ୟତା ରଦ୍ଦ ଅବା ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତ ନିଷ୍ପତ୍ତି  ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ଆଧାରରେ ରାଜ୍ୟପାଳ ନେବାର ପ୍ରାବଧାନ ରହିଛି।

ଯେଉଁଥିପାଇଁ ଆବେଦନକାରୀ ଶ୍ରୀ ବେଉରାଙ୍କୁ ଏହି ଅଫିସ ଅଫ ପ୍ରଫିଟ୍ ଅଭିଯୋଗ ସମ୍ପର୍କରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳ ନିଜର ମତାମତ ନଭେମ୍ବର ୧୫ତାରିଖ ସୁଦ୍ଧା ଜଣାଇବେ । ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଏହି ସମୟସୀମା ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟରେ ବୃନ୍ଦାବନ ନାୟକ ବନାମ ଜାତୀୟ ନିର୍ବାଚନ କମିଶନଙ୍କ ରାୟକୁ ଉଲ୍ଲେଖ କରି ଆବେଦନକାରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନଙ୍କ ମତାମତ ନେଇ ରାଜ୍ୟପାଳ ନିଷ୍ପତ୍ତି ଶୁଣାଇବା ବାଧ୍ୟତାମୂଳକ ବୋଲି ଶ୍ରୀ ବେଉରାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।

The post ବିପଦରେ ୨୦ ବିଜେଡି ବିଧାୟକଙ୍କ ସଦସ୍ୟତା, ରାଜ୍ୟପାଳ ମାଗିଲେ ନିଯୁକ୍ତି ଷ୍ଟାଟସ୍‌ appeared first on Odisha Reporter.

]]>
right top 2021-09-13 13:03:34 https://cdn.odishareporter.in/wp-content/uploads/2021/04/03200451/8.jpg
ଆଶୀର୍ବାଦ ନାହିଁ, ତଥାପି ବାନ୍ଧିବାକୁ ସାହସ ପାଉନି ! https://odishareporter.in/politics/when-will-legal-action-be-taken-against-mla-prashant-jagdev-674390 Thu, 09 Sep 2021 14:10:10 +0000 https://odishareporter.in/?p=674390

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକ ପ୍ରତିନିଧି ହୋଇ ଦାଦାଗିରି ଦେଖାଉଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ? ବିଚ୍ ରାସ୍ତାରେ ଜଣେ ଦଳିତ ନେତାଙ୍କୁ ମାଡ଼ ଓ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଜଗଦେବଙ୍କୁ ବାନ୍ଧିବ କି ପୁଲିସ? ଗତକାଲି ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି  ନିରଞ୍ଜନ ସେଠୀଙ୍କୁ ଧକ୍କା ମାରିଥିବାର ଭିଡିଓ ଭାଇରାଲ ପରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ଜଗଦେବଙ୍କ ବିରୋଧରେ […]

The post ଆଶୀର୍ବାଦ ନାହିଁ, ତଥାପି ବାନ୍ଧିବାକୁ ସାହସ ପାଉନି ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକ ପ୍ରତିନିଧି ହୋଇ ଦାଦାଗିରି ଦେଖାଉଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ? ବିଚ୍ ରାସ୍ତାରେ ଜଣେ ଦଳିତ ନେତାଙ୍କୁ ମାଡ଼ ଓ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଜଗଦେବଙ୍କୁ ବାନ୍ଧିବ କି ପୁଲିସ? ଗତକାଲି ବାଲୁଗାଁ ଏନ୍ଏସି ଅଫିସ୍ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି  ନିରଞ୍ଜନ ସେଠୀଙ୍କୁ ଧକ୍କା ମାରିଥିବାର ଭିଡିଓ ଭାଇରାଲ ପରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ଜଗଦେବଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୨୩, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟବି ଲାଗିଛି । ବାଲୁଗାଁ ଏସଡିପିଓଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସ୍ପି । ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି । ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି।

ଏପଟେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ପୁରୀର ତତ୍କାଳୀନ ଏସ୍ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ହେଲେ ଏ ସବୁ ଘଟଣାରେ ମାଫ୍ ପାଇଯାଉଥିବା ଜଗଦେବଙ୍କୁ କିନ୍ତୁ କାଲିର ଘଟଣା ମହଙ୍ଗା ପଡ଼ିଛି । ବାଲୁଗାଁରେ ବିଧାୟକଙ୍କ ଦାଦାଗିରି ଖବର ଗଣମାଧ୍ୟମରେ ପ୍ରଚାର ହେବା ମାତ୍ରେ ତାଙ୍କୁ ବିଜେଡିରୁ ତତକ୍ଷଣାତ୍ ନିଲମ୍ବନ କରିଥିଲେ ଖୋଦ୍ ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ । ଏପରିକି ତାଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ବି ବିଦା ହେବାକୁ ପଡ଼ିଛି।  ତେବେ ଏହି ଦଳୀୟ କାର୍ଯ୍ୟାନୁଷ୍ଠାନକୁ ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର କହି ଆଇନକୁ ହାତକୁ ନେଇ ଜନପ୍ରତିନିଧିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ସେପଟେ ଅଭିଯୋଗ ମାତ୍ରେ କାର୍ଯ୍ୟାନୁଷ୍ଠାନ ନେଇ ଅନେକ ଦିନ ପରେ ନବୀନ ପୁଣି ତାଙ୍କ ସ୍ୱଚ୍ଛ ଶାସନ ଅନ୍ଦାଜକୁ ଆପଣାଇଛନ୍ତି । ତେବେ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ କେବେ ନେବ ବୋଲି  ପ୍ରଶ୍ନ କରିଛି କଂଗ୍ରେସ।

ଗତକାଲିର ଘଟଣା ଓ ବିଜେଡିର ଦଳୀୟ କାଯର୍ୟାନୁଷ୍ଠାନ ପରେ ଦଳର ଶୃଙ୍ଖଳାକୁ ଦେଖି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ ମନ୍ତବ୍ୟ ଦେଇଥିଲେ ପ୍ରଶାନ୍ତ ଜଗଦେବ । ତେବେ ତାଙ୍କ ବିରୋଧରେ ଏବେ ଆଇନ୍ କି କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ ବିଧାୟକ ତାକୁ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

The post ଆଶୀର୍ବାଦ ନାହିଁ, ତଥାପି ବାନ୍ଧିବାକୁ ସାହସ ପାଉନି ! appeared first on Odisha Reporter.

]]>
right top 2021-09-09 19:40:10 https://cdn.odishareporter.in/wp-content/uploads/2021/09/08202022/790-2.jpg
‘ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କର’ https://odishareporter.in/politics/bjp-demand-to-arrest-prasant-jagaddev-674307 Thu, 09 Sep 2021 10:31:07 +0000 https://odishareporter.in/?p=674307

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଦାବି କଲା ବିଜେପି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗିରଫ ଦାବି କରିଛନ୍ତି।  ଦଳୀୟ କାଯର୍ୟାନୁଷ୍ଠାନ କଲେ ଚଳିବନି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦରକାର। ଗିରଫ ନହେଲେ ମଙ୍ଗଳବାର ଏସ୍ପି ଅଫିସ ଘେରାଉ କରିବ SC ମୋର୍ଚ୍ଚା। ଦରକାର ପଡ଼ିଲେ ରାଜ୍ୟ ଓ କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନରେ ଫେରାଦ ହେବ। ୨ ଦଳିତଙ୍କୁ ଜାତିଆଣ ଆକ୍ଷେପ କରି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି। ବିଶୃଙ୍ଖଳିତ […]

The post ‘ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କର’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଦାବି କଲା ବିଜେପି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗିରଫ ଦାବି କରିଛନ୍ତି।  ଦଳୀୟ କାଯର୍ୟାନୁଷ୍ଠାନ କଲେ ଚଳିବନି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦରକାର। ଗିରଫ ନହେଲେ ମଙ୍ଗଳବାର ଏସ୍ପି ଅଫିସ ଘେରାଉ କରିବ SC ମୋର୍ଚ୍ଚା। ଦରକାର ପଡ଼ିଲେ ରାଜ୍ୟ ଓ କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନରେ ଫେରାଦ ହେବ। ୨ ଦଳିତଙ୍କୁ ଜାତିଆଣ ଆକ୍ଷେପ କରି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।

ବିଶୃଙ୍ଖଳିତ ଆଚରଣ ପାଇଁ ଗତକାଲି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ସେହିପରି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ବରଖାସ୍ତ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୪ରୁ ବିଜେଡି ଟିକେଟରେ ବିଧାୟକ ହେବାପରେ ଶ୍ରୀ ଜଗଦେବ ବିଭିନ୍ନ ସମୟରେ  ନିଜର ଦବଙ୍ଗଗିରି ଦେଖାଇ ବିବାଦରେ ରହିଆସିଛନ୍ତି। କେଉଁଠି ସରକାରୀ ଅଧିକାରୀଙ୍କୁ ମାଡ଼ ତ କେଉଁଠି ଉଠାଦେକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ନଜିର ରହିଛି। ଗତକାଲି  ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିଧାୟକ ଜଗଦ୍ଦେବ ଦିନ ପ୍ରାୟ ୧୧ଟାରେ ପହଞ୍ଚିଥିଲେ। ସ୍ଥାନୀୟ ବିଜେପିର ନଗର ମଣ୍ତଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ବିଧାୟକଙ୍କ ଯୋଗଦାନକୁ ବିରୋଧ କରିଥିଲେ। ବିଧାୟକଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ଦେଇନଥିଲେ। ଏହାକୁ ନେଇ ବିଧାୟକ ଓ ନିରଞ୍ଜନ ସେଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଧାୟକ ତାଙ୍କୁ ମାଡ଼ ମାରିଥିଲେ।

ଏହି ଘଟଣାରେ ନିରଞ୍ଜନ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ବିଧାୟକ ତାଙ୍କୁ ମୁଥ ମାରିବା ସହ ବିଧାଗୋଇଠା ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ନିରଞ୍ଜନ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ସେ ବାଲୁଗାଁ ଏନ୍ଏସିର ୧୧ଟି ୱାର୍ଡର ଡ୍ରେନେଜ୍ ସମସ୍ୟା ନେଇ ଦାବିପତ୍ର ଦେବାକୁ ଯାଇଥିଲେ। ତେବେ ନିର୍ବାହୀ ଅଧିକାରୀ ବିଧାୟକ ଆସୁଥିବା ସୂଚନା ଦେଇ ଫାଟକ ବାହାରେ ଅପେକ୍ଷା କରିବାକୁ କହିଥିଲେ। ଏହି ସମୟରେ ବିଧାୟକ ତାଙ୍କୁ ଦେଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କୁ ମୁଥ ମାରିଥିଲେ। ଏଥିରେ ସେ ତଳେ ପଡ଼ିଯିବାରୁ ବିଧାୟକ ଓ ତାଙ୍କ ସମର୍ଥକମାନେ ତାଙ୍କୁ ବିଧାଗୋଇଠା ମାରି ଚାଲିଥିଲେ। ପରେ ତାଙ୍କୁ ତାଙ୍କର ଦଳର କର୍ମୀମାନେ ଉଦ୍ଧାର କରିଥିଲେ।

୨୦୧୬ରେ ବେଗୁନିଆ ବିଧାୟକ ଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରି ଚର୍ଚ୍ଚାରେ ଥିଲେ।  ସେ ସମୟରେ ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସେହିପରି ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ସର୍ବ ସାଧାରଣରେ ଧମକାଇବା ଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ। ବିଧାୟକଙ୍କ ବିରୋଧରେ ଏମିତି ଅପରାଧିକ ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି। ସେହିପରି ମନମୁଣ୍ଡାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ସରକାରୀ ଅଧିକାରୀ ବି ତାଙ୍କ ଦାଦାଗିରିରୁ ବର୍ତ୍ତି ନାହାନ୍ତି। ବୋଲଗଡ଼ ତଦସିଲଦାରଙ୍କୁ ମାଡ଼ ହେଉ କି ପୁରୀ ମନ୍ଦିରରେ ଏସପିଙ୍କୁ ଗାଳି, ସର୍ବସାଧାରଣ ସ୍ଥାନରେ ଅନେକ ବାର ତାଙ୍କ ଔଦ୍ଧତ୍ୟ ଦେଖିବାକୁ ମିଳିଥିଲା।

The post ‘ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କର’ appeared first on Odisha Reporter.

]]>
right bottom 2021-09-09 16:01:07 https://cdn.odishareporter.in/wp-content/uploads/2021/09/09155926/790-2-1.jpg
‘ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି, ହେଲେ ମୂଷା ଭଳି ଲୁଚୁଛନ୍ତି’ https://odishareporter.in/politics/happenings/congress-leader-narasingha-mishra-targets-bjd-674284 Thu, 09 Sep 2021 08:56:49 +0000 https://odishareporter.in/?p=674284

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ’ଦିଲ୍ଲୀ ଗଲେ ବିଜେଡି ନେତା ମୂଷା । କାଳେ ବିଲେଇ ଖାଇଦେବ। ସ୍ୱର ଉତ୍ତୋଳନ କରୁ ନାହାନ୍ତି। ଓଡ଼ିଶାରେ ସିଂହ ନୁହନ୍ତି। କିନ୍ତୁ ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି।’ ଆଜି ଏଭଳି ଢଙ୍ଗରେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ ବାଜି କରୁଛି ବୋଲି କହି ସେ […]

The post ‘ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି, ହେଲେ ମୂଷା ଭଳି ଲୁଚୁଛନ୍ତି’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ’ଦିଲ୍ଲୀ ଗଲେ ବିଜେଡି ନେତା ମୂଷା । କାଳେ ବିଲେଇ ଖାଇଦେବ। ସ୍ୱର ଉତ୍ତୋଳନ କରୁ ନାହାନ୍ତି। ଓଡ଼ିଶାରେ ସିଂହ ନୁହନ୍ତି। କିନ୍ତୁ ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି।’ ଆଜି ଏଭଳି ଢଙ୍ଗରେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ ବାଜି କରୁଛି ବୋଲି କହି ସେ ଏହି ସିଂହ-ମୂଷା ଉପାଖ୍ୟାନ କହିଛନ୍ତି।

ମରୁଡ଼ି ଆଲୋଚନା ବେଳେ ସାରା ରାଜ୍ୟରେ ମରୁଡି ଘୋଷଣା କରନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା । କିନ୍ତୁ ସେହି ସମୟରେ ରାଜସ୍ୱ  ମନ୍ତ୍ରୀ କହିଥିଲେ ରାଜ୍ୟରେ ମରୁଡି ହୋଇନାହିଁ । ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ନରସିଂହ କହିଛନ୍ତି ।

ଏଥିସହ ସେ କହିଛନ୍ତି, ହନୁ ମଲା ବେଳେ ସତ କୁହେ । ଫନି ଦୁର୍ନୀତିର ଚାପ ସହିବାକୁ ପଡ଼ିବାରୁ ପୁରୁଣା କଥା ଦୋହରାଉଛନ୍ତି।

ଏହାର ଜବାବ ଦେବାକୁ ଯାଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଯେତେବେଳେ ଯେଉଁଠି ଯେଉଁ ରୋଲ୍‌ ଦରକାର ତାହା କରାଯାଇଛି। କେତେବେଳେ ସିଂହ ତ କେତେବେଳେ ବାଘର ରୋଲ କରାଯାଇଛି। ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱାର୍ଥଙ୍କୁ ଆଖି ଆଗରେ ରଖି ଯେତେବେଳେ ଯେଉଁ ଗର୍ଜନ ଆବଶ୍ୟକ କରାଯାଉଛି। କେନ୍ଦ୍ରକୁ ଭୟ କରିବାର ପ୍ରଶ୍ନ ଉଠୁନି। କେନ୍ଦ୍ରରେ କଂଗ୍ରେସ ଥିବା ବେଳେ ଭୟ କରିନୁ କି ଏବେ ବିଜେପି ଥିବା ବେଳେ ବି ଡରିବାର ନାହିଁ।

The post ‘ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି, ହେଲେ ମୂଷା ଭଳି ଲୁଚୁଛନ୍ତି’ appeared first on Odisha Reporter.

]]>
centre bottom 2021-09-09 14:38:35 https://cdn.odishareporter.in/wp-content/uploads/2021/09/09142600/nnnn-1.jpg
ବିଧାୟକ ପ୍ରଶାନ୍ତ ଜଗଦେବ ବିଦା : ମାନସ ଦେଖାଇଲେ ଦମ୍ , ରଖିପାରିଲେନି ସଞ୍ଜୟ https://odishareporter.in/politics/mla-prashant-jagdev-has-been-suspended-from-the-bjd-674128 Wed, 08 Sep 2021 15:20:05 +0000 https://odishareporter.in/?p=674128

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଶୃଙ୍ଖଳିତ ଆଚରଣ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ବରଖାସ୍ତ କରାଯାଇଛି। ଏହା ସହିତ ତାଙ୍କୁ ବିଜେଡିରୁ ମଧ୍ୟ ନିଲମ୍ବନ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାଡ଼ିକିଆ ନିର୍ଦ୍ଦେଶନାମାରେ ଶ୍ରୀ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତାଙ୍କୁ ନିଲମ୍ବନ କରାଯିବାର କାରଣ ସମ୍ପର୍କରେ କିଛି ଦର୍ଶାଯାଇନଥିଲେ ମଧ୍ୟ ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ […]

The post ବିଧାୟକ ପ୍ରଶାନ୍ତ ଜଗଦେବ ବିଦା : ମାନସ ଦେଖାଇଲେ ଦମ୍ , ରଖିପାରିଲେନି ସଞ୍ଜୟ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଶୃଙ୍ଖଳିତ ଆଚରଣ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ବରଖାସ୍ତ କରାଯାଇଛି। ଏହା ସହିତ ତାଙ୍କୁ ବିଜେଡିରୁ ମଧ୍ୟ ନିଲମ୍ବନ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାଡ଼ିକିଆ ନିର୍ଦ୍ଦେଶନାମାରେ ଶ୍ରୀ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତାଙ୍କୁ ନିଲମ୍ବନ କରାଯିବାର କାରଣ ସମ୍ପର୍କରେ କିଛି ଦର୍ଶାଯାଇନଥିଲେ ମଧ୍ୟ ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଏହାସହିତ ପୁଲିସକୁ ଆଇନ ଅନୁସାରେ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସବୁଜ ସଙ୍କେତ ଦିଆଯାଇଥିବା ଜଣାପଡ଼ିଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ରୁ ବିଜେଡି ଟିକେଟରେ ବିଧାୟକ ହେବାପରେ ଶ୍ରୀ ଜଗଦେବ ବିଭିନ୍ନ ସମୟରେ  ନିଜର ଦବଙ୍ଗଗିରି ଦେଖାଇ ବିବାଦରେ ରହିଆସିଛନ୍ତି।

କେଉଁଠି ସରକାରୀ ଅଧିକାରୀଙ୍କୁ ମାଡ଼ ତ କେଉଁଠି ଉଠାଦେକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ନଜିର ରହିଛି। କିନ୍ତୁ ସେତେବେଳେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରୁନଥିବା ବିଜେଡି ଏବେ ତାଙ୍କୁ ନିଲମ୍ବନ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି। ଚିଲିକା ନିର୍ବାଚନମଣ୍ଡଳୀ ଉପରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦୀର୍ଘଦିନ ଧରି ନଜର ପକାଇଥିବାବେଳେ ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଶ୍ରୀ ଜଗଦେବଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ପରୋକ୍ଷରେ ଶ୍ରୀ ମଙ୍ଗରାଜଙ୍କ ରାଜନୀତିକ କ୍ୟାରିୟରକୁ ଆଗେଇ ନେବାରେ ସହାୟକ ହେବ ବୋଲି ଚର୍ଚ୍ଚା। ଶ୍ରୀ ଦାସବର୍ମାଙ୍କ ଗୋଟିଚାଳନା ଓ ଶ୍ରୀ ଜଗଦେବଙ୍କ ଜିଦ୍ କାରଣରୁ ୨୦୧୯ ସାଧାରଣ ନିର୍ବାଚନରେ ଚିଲିକା ଆସନରୁ ଶ୍ରୀ ମଙ୍ଗରାଜଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ ଏବେ ଆସିଥିବା ସୁଯୋଗକୁ ଶ୍ରୀ ମଙ୍ଗରାଜ ଭରପୂର ଉପଯୋଗ କରିଥିବା ଚର୍ଚ୍ଚା ହେଉଛି। ତା’ଛଡ଼ା ଶ୍ରୀ ଜଗଦେବ ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଖାସ୍ ଅନୁଗତ ଭାବେ ପରିଚିତ ଓ ଆଜି ପର୍ଯ୍ୟନ୍ତ ତାଙ୍କୁ ଶ୍ରୀ ଦାସବର୍ମା ହିଁ ସୁରକ୍ଷା ଦେଇ ଆସୁଥିଲେ ବୋଲି ବିଜେଡିରେ ଶୁଣିବାକୁ ମିଳେ। ମାତ୍ର ଏବେ ବିଜେଡିରେ ଶ୍ରୀ ଦାସବର୍ମା ନିଜେ ଅଲୋଡ଼ା ହୋଇପଡ଼ିଥିବାବେଳେ ଶ୍ରୀ ଜଗଦେବଙ୍କୁ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବନ ହେବାକୁ ପଡ଼ିଛି। ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଶ୍ରୀ ଦାସବର୍ମାଙ୍କ ପ୍ରଭାବ ପୂର୍ବଭଳି ନଥିବା ତଥା ତାଙ୍କୁ ସୁରକ୍ଷା ଦେବାକୁ କେହି ନଥିବାର ସନ୍ଦେଶ ବିଜେଡି କ୍ଷମତାକେନ୍ଦ୍ର ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନବେଳେ ଦଳୀୟ ଟିକେଟ୍ ନେବା ପାଇଁ ଜିଦ୍ ଧରିବା ଏବଂ ଶ୍ରୀ ଦାସବର୍ମାଙ୍କ ଉଦ୍ୟମରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଶ୍ରୀ ଜଗଦେବ ନିଜର ବିଶୃଙ୍ଖଳିତ ଆଚରଣରେ ସୁଧାର ଆଣିନଥିଲେ।

ସୂଚନାଯୋଗ୍ୟ, ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ମାଡ଼ ମାରିବା ନେଇ ବିଜେପି କର୍ମୀମାନେ ଧାରଣା ଦେବା ସହ ବିଧାୟକ ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି। ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ୨୦୧୬ ମସିହାରେ ବୋଲଗଡ଼ର ତତକାଳୀନ ମହିଳା ତହସିଲଦାରଙ୍କୁ ମାଡ଼ ମାରିବା, ବେଗୁନିଆର ପୂର୍ବତନ ସରପଂଚ ନବକିଶୋର ସ୍ୱାଇଁଙ୍କୁ ଧମକାଇବା, ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶାଳୀନ ଭାଷାରେ ଗାଳି କରିବା, ପୁରୀ ମନ୍ଦିର ପରିସରରେ ଜିଲ୍ଲା ଏସପିଙ୍କୁ ଗାଳିଗୁଲଜ କରି ବିବାଦଘେରରେ ପ୍ରଶାନ୍ତ ଜଗଦେବ ରହି ଆସିଥିଲେ ।

The post ବିଧାୟକ ପ୍ରଶାନ୍ତ ଜଗଦେବ ବିଦା : ମାନସ ଦେଖାଇଲେ ଦମ୍ , ରଖିପାରିଲେନି ସଞ୍ଜୟ appeared first on Odisha Reporter.

]]>
right top 2021-09-08 21:00:37 https://odishareporter.in/wp-content/uploads/2016/11/prasant-jagadeb1.jpg
ରାଜଧାନୀରେ ମାଳମାଳ ‘ନୂଆଁଖାଇ ହୋର୍ଡିଂ’, ପାୱାର ଶୋ’ କଲେ ଶ୍ରୀମୟୀ https://odishareporter.in/politics/in-capital-nuankhai-hoarding-a-power-show-673841 Tue, 07 Sep 2021 16:36:15 +0000 https://odishareporter.in/?p=673841

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ଭେଟଘାଟର ମାଳମାଳ ହୋର୍ଡିଂ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି। ରାଜ୍ୟ ସରକାର ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ପର୍ବ ପାଳନ ନିମନ୍ତେ ଏହି ହୋର୍ଡିଂ ଲଗାଯାଇଥିବାବେଳେ ଏହା ଏବେ ବିଜେଡି ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ  ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ର ଏଭଳି ଜୋରସୋର ପ୍ରଚାର ଓ ମାଳମାଳ ହୋର୍ଡିଂ ଲଗାଯିବାର ପ୍ରଚ୍ଛଦପଟ୍ଟରେ ଓଟିଡିସି ଅଧ୍ୟକ୍ଷା […]

The post ରାଜଧାନୀରେ ମାଳମାଳ ‘ନୂଆଁଖାଇ ହୋର୍ଡିଂ’, ପାୱାର ଶୋ’ କଲେ ଶ୍ରୀମୟୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ଭେଟଘାଟର ମାଳମାଳ ହୋର୍ଡିଂ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି। ରାଜ୍ୟ ସରକାର ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ପର୍ବ ପାଳନ ନିମନ୍ତେ ଏହି ହୋର୍ଡିଂ ଲଗାଯାଇଥିବାବେଳେ ଏହା ଏବେ ବିଜେଡି ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ  ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ର ଏଭଳି ଜୋରସୋର ପ୍ରଚାର ଓ ମାଳମାଳ ହୋର୍ଡିଂ ଲଗାଯିବାର ପ୍ରଚ୍ଛଦପଟ୍ଟରେ ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କ ପ୍ରମୁଖ ଭୂମିକା ଥିବା ଜୋରଦାର ଚର୍ଚ୍ଚା ହେଉଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ପଶ୍ଚିମଓଡ଼ିଶାବାସୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେଡି ପକ୍ଷରୁ ସୁଚିନ୍ତିତ ଢଙ୍ଗରେ ଏଭଳି ମାଳମାଳ ହୋର୍ଡିଂ ଭୁବନେଶ୍ୱରରେ ଲଗାଯାଇଛି ଏବଂ ଶ୍ରୀମୟୀଙ୍କୁ ପଶ୍ଚିମଓଡ଼ିଶାରେ ଦଳର ଚେହେରା ଭାବେ ଉପସ୍ଥାପନ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୧ତାରିଖରେ ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ନିମନ୍ତେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ପକ୍ଷରୁ ‘ନୂଆଁଖାଇ ଭେଟଘାଟ’ର  ବିରାଟ ହୋର୍ଡିଂମାନ ରାଜଧାନୀ ଭୁବନେଶ୍ୱରରେ ଲାଗିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ପଶ୍ଚିମଓଡ଼ିଶାବାସୀଙ୍କ ପ୍ରତି ରାଜ୍ୟ ସରକାର ପାତରଅନ୍ତର କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ମାତ୍ ଦେବା ନିମନ୍ତେ ବିଜେଡି ସରକାରରେ ପ୍ରଥମଥର ପାଇଁ ଏଭଳି ହୋର୍ଡିଂ ମାନ ରାଜଧାନୀରେ ଲାଗିଛି। ଆଉ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣି ଦଳ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରିଥିବା ଜଣାପଡ଼ିଛି।

ବିଜେଡି ସୂତ୍ର ଅନୁସାରେ, ପୂର୍ବରୁ ପଶ୍ଚିମଓଡ଼ିଶାର ବିଜେଡି ରାଜନୀତି ଏୟୁ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କ ଇସାରାରେ ଗତି କରୁଥିବାବେଳେ ଏବେ ସେମାନେ ପ୍ରଭାବହୀନ ହୋଇପଡ଼ିଛନ୍ତି । ପଶ୍ଚିମଓଡ଼ିଶାରେ ଦଳର ଚେହେରା ପାଲଟିଥିବା ବିବାଦୀୟ ନେତାମାନଙ୍କ ଭରସାରେ ରହିବାର ପରିଣାମ ବିଜେଡିକୁ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ମିଳିସାରିଥିବାରୁ ବିଜେଡି ନେତୃତ୍ୱ ଏବେ ସେଠାରେ ନୂଆ ଚେହେରା ସନ୍ଧାନରେ ରହିଛନ୍ତି । ପଶ୍ଚିମଓଡ଼ିଶାରେ ଆଶାନୁରୂପ ନିର୍ବାଚନୀ ଫଳାଫଳ ପାଇଁ ବିଜେଡି ଏବେ ଶ୍ରୀମୟୀଙ୍କୁ ଆଗକୁ ଆଣିଥିବା ଚର୍ଚ୍ଚା ହେଉଛି।

ଗତ ସପ୍ତାହରେ ପଶ୍ଚମଓଡ଼ିଶାର ଦୁଇ ପ୍ରମୁଖ ସ୍ଥାନ ହରିଶଙ୍କର ଓ ନୃସିଂହନାଥ ପୀଠର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳିଥିଲା । ସେହି ବୈଠକରେ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ମୁଖ୍ୟସଚିବ,ଉନ୍ନୟନ କମିଶନର ଓ ଅନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିବାବେଳେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ କିମ୍ବା ପଶ୍ଚିମଓଡ଼ିଶାର କୌଣସି ବିଜେଡି ବିଧାୟକ(ଏହି ଦୁଇ ସ୍ଥାନରେ ଥିବା ବିଜେଡି ବିଧାୟକ)ଙ୍କୁ ବୈଠକରେ ଦେଖିବାକୁ ମିଳିନଥିଲା । ଏହାର ଦୁଇଦିନ ନପୁରୁଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଟିଡିସି ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଡ଼ିଆ ବ୍ୟଞ୍ଜନର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’କୁ ଉଦଘାଟନ କରିଥିଲେ। ସେହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଥିଲେ ମଧ୍ୟ ଶ୍ରୀମୟୀଙ୍କୁ ଖୋଦ୍ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭା ଅଧିବେଶନରେ ଭର୍ଚୁଆଲ ମୋଡରେ ସାମିଲ ହେଉଥିବାବେଳେ ଶ୍ରୀମୟୀଙ୍କ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ମଧ୍ୟ ପାୱାର କରିଡରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ଆସନ୍ତା ସପ୍ତାହରେ ପଶ୍ଚିମଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଯାହାକି ଶ୍ରୀମୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ପଶ୍ଚିମଓଡ଼ିଶାର କଳାକାରମାନଙ୍କୁ ଭୁବନେଶ୍ୱର ଆଣି ସେମାନଙ୍କୁ ମଂଚ ପ୍ରଦାନ କରି ଭର୍ଚୁଆଲ ମୋଡରେ ‘ନୂଆଁଖାଇ ଭେଟଘାଟ’ ପାଳନ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତି ମଧ୍ୟ ଶ୍ରୀମୟୀଙ୍କ ନେତୃତ୍ୱରେ ହୋଇଥିବା ସୂଚନା ମିଳିଛି।

ଏସବୁ ବ୍ୟତୀତ, ପଶ୍ଚିମଓଡ଼ିଶାରେ ଥିବା ଦଳର ଅଧିକାଂଶ ନେତା ବିବାଦୀୟ ହୋଇଥିବାବେଳେ ନିଜ ନିଜର ଏଜେଣ୍ଡାରେ କାମ କରୁଥିବାରୁ ପଶ୍ଚିମଓଡ଼ିଶାର କୌଣସି ପ୍ରମୁଖ ପ୍ରସଙ୍ଗ ଆସିଲେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମୟୀଙ୍କୁ ଆଗକୁ ଆଣି ବିଜେଡି ନେତୃତ୍ୱ ତାଙ୍କୁ  ପଶ୍ଚିମଓଡ଼ିଶାର ଚେହେରା ଭାବେ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ହେଉଛି । ବିଜେଡିର କ୍ଷମତାକେନ୍ଦ୍ରଙ୍କ ଗୁଡବୁକରେ ଥିବା ଶ୍ରୀମୟୀ ଜଣେ ଉଚ୍ଚଶିକ୍ଷିତା ଓ ଏପର୍ଯ୍ୟନ୍ତ ବିବାଦୀୟ ହୋଇନଥିବାରୁ ତାଙ୍କୁ ଆଗକୁ ଆଣି ପଶ୍ଚିମଓଡ଼ିଶାରେ ଉଭୟ ମହିଳା ଓ ଯୁବ ବର୍ଗଙ୍କ ଅଧିକ ଆସ୍ଥାଭାଜନ ହେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଭୁବନେଶ୍ୱରରେ ମେୟର ପଦବୀ ପାଇଁ ବିଜେଡିରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଲାଗି ରହିଥିବାରୁ ଶ୍ରୀମୟୀଙ୍କୁ ଏହି ପଦବୀ ପାଇଁ ଦଳ ମଧ୍ୟ ଆଗକୁ ଆଣିବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ ବୋଲି ସୂଚନା ମିଳିଛି ।

The post ରାଜଧାନୀରେ ମାଳମାଳ ‘ନୂଆଁଖାଇ ହୋର୍ଡିଂ’, ପାୱାର ଶୋ’ କଲେ ଶ୍ରୀମୟୀ appeared first on Odisha Reporter.

]]>
right top 2021-09-07 23:02:17 https://cdn.odishareporter.in/wp-content/uploads/2021/09/07220538/590.jpg
ଫାଙ୍କିଦେଲେ ମନ୍ତ୍ରୀ, କହିଲେ ‘ମୋ ସାଇକେଲ’ ସ୍କିମ୍ ସଫଳ https://odishareporter.in/politics/the-minister-said-the-mo-scheme-was-successful-673826 Tue, 07 Sep 2021 15:35:22 +0000 https://odishareporter.in/?p=673826

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ‘ମୋ ସାଇକେଲ’ ଯୋଜନାରେ ଉଦ୍ଦିଷ୍ଟ ସାଇକେଲଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ ଓ ଅନ୍ୟାନ୍ୟ କାରଣରୁ ସାଧାରଣ ଲୋକେ ଏହାକୁ କବାଡ଼ିଆଙ୍କୁ ବିକ୍ରି ପାଇଁ ନେଉଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଫାଙ୍କି ଦେଇଛନ୍ତି। ଏହି ‘ମୋ ସାଇକେଲ’ ଯୋଜନା ଲୋକଙ୍କ ଦ୍ୱାରା ଆଦୃତ ହୋଇଛି ଓ ବିଫଳ ହୋଇନି ବୋଲି ବିଧାନସଭାରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମନ୍ତ୍ରୀଙ୍କ ବିଧାନସଭାରେ ଏଭଳି ଉତ୍ତର […]

The post ଫାଙ୍କିଦେଲେ ମନ୍ତ୍ରୀ, କହିଲେ ‘ମୋ ସାଇକେଲ’ ସ୍କିମ୍ ସଫଳ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ‘ମୋ ସାଇକେଲ’ ଯୋଜନାରେ ଉଦ୍ଦିଷ୍ଟ ସାଇକେଲଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ ଓ ଅନ୍ୟାନ୍ୟ କାରଣରୁ ସାଧାରଣ ଲୋକେ ଏହାକୁ କବାଡ଼ିଆଙ୍କୁ ବିକ୍ରି ପାଇଁ ନେଉଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଫାଙ୍କି ଦେଇଛନ୍ତି। ଏହି ‘ମୋ ସାଇକେଲ’ ଯୋଜନା ଲୋକଙ୍କ ଦ୍ୱାରା ଆଦୃତ ହୋଇଛି ଓ ବିଫଳ ହୋଇନି ବୋଲି ବିଧାନସଭାରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମନ୍ତ୍ରୀଙ୍କ ବିଧାନସଭାରେ ଏଭଳି ଉତ୍ତର ପରେ ‘ମୋ ସାଇକେଲ’ ଯୋଜନାର ବାସ୍ତବତା ଓ ମନ୍ତ୍ରୀଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖାଦେଇଛି।

ଆଜି ବିଧାୟକ ସୁରେଶ କୁମାର ରାଉତରାୟ ଓ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଭୁବନେଶ୍ୱର ସ୍ମାର୍ଟସିଟି ମିଶନ ଏସପିଭି ଦ୍ୱାରା ୨୦୧୮ ମସିହାରେ କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ମାଧ୍ୟମରେ ୩ଟି ସଂସ୍ଥାଠୁ ୨୫ହଜାର ଟଙ୍କା ଲେଖାଁଏ ଦରରେ ୨ହଜାରଟି ସାଇକେଲ କିଣା ଯାଇଥିଲା । ଏଥିପାଇଁ ୫କୋଟି ଟଙ୍କା ବ୍ୟୟ ହୋଇଥିଲା । ସେଥିରୁ ଏବେ ଏକହଜାର ସାଇକେଲ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ଏକ ହଜାର ସାଇକେଲର ରକ୍ଷଣାବେକ୍ଷଣ ତଥା ମରାମତି କାର୍ଯ୍ୟ ଚାଲିଛି । ପ୍ରକଳ୍ପଟି ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଥିବାରୁ ବିଫଳ ହେବାର ପ୍ରଶ୍ନ ଉଠୁନାହିଁ । ସାଇକେଲ ରକ୍ଷଣାବେକ୍ଷଣ ବାବଦରେ ଦୁଇଟି ସଂସ୍ଥା ମେସର୍ସ ଧରଣୀ ଏଣ୍ଟରପ୍ରାଇଜେସ୍‌(ୟାନା ସାଇକେଲ)କୁ ୨୯.୫୦ ଲକ୍ଷ ଟଙ୍କା ଏବଂ ମେସର୍ସ ୟୁଲୁ ବାଇକସ୍ ପ୍ରାଃ ଲିମିଟେଡ(ୟୁଲୁ ସାଇକେଲ)କୁ ୨୯.୫୦ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। କୌଣସି ଗୋଟିଏ ବି ସାଇକେଲ ଚୋରି ହୋଇନାହିଁ। ଏପରିକି କବାଡ଼ିଆଙ୍କୁ ବିକ୍ରି କରାଯିବାର କୌଣସି ତଥ୍ୟ ମଧ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତ ।

ସେହିପରି ୧୨୧ଟି ବସକୁ କବାଡ଼ିଆ ବାଲାଙ୍କୁ ବିକ୍ରି କରାଯିବାକୁ ନେଇ ଗଣମାଧ୍ୟମରେ ହୋଇଥିବା ଚର୍ଚ୍ଚା ହେଉଥିବାବେଳେ ମନ୍ତ୍ରୀ ମଧ୍ୟ ବିଧାୟକ ଶ୍ରୀ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି। ୨୦୧୦ ମସିହାରେ ଜେଏନୟୁଆରଏମ୍ ଯୋଜନାରେ ମୋଟ ୧୨୫ଖଣ୍ଡ ବସ୍ ମୋଟ ୧୬୯୯.୫୦ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇ ସାର୍ବଜନୀନ ବ୍ୟକ୍ତିଗତ ସହଭାଗିତାରେ ଡ୍ରିମ ଟିମ୍ ସାହାରା ସଂସ୍ଥା ଦ୍ୱାରା ଚଳାଚଳ କରୁଥିଲା। ସେଥି ମଧ୍ୟରୁ ପ୍ରଯୁଜ୍ୟ ସର୍ତ୍ତାବଳୀ ଅନୁସାରେ ୧୨୧ଟି ବସର ଉଦ୍ଦିଷ୍ଟ ସମୟ ସମାପ୍ତ ହେବାପରେ ଏହାକୁ ଅନୁପଯୋଗୀ ଘୋଷଣା କରାଯାଇ ନିୟମ ଅନୁସାରେ ନିଲାମ ପ୍ରକ୍ରିୟାରେ ବିକ୍ରି କରାଯାଇଛି। ଆଉ ୪ଖଣ୍ଡ ବସକୁ ଏବେ ଟଏଲେଟ୍ ଅନ୍ ହ୍ୱିଲ୍ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

The post ଫାଙ୍କିଦେଲେ ମନ୍ତ୍ରୀ, କହିଲେ ‘ମୋ ସାଇକେଲ’ ସ୍କିମ୍ ସଫଳ appeared first on Odisha Reporter.

]]>
right top 2021-09-07 21:27:39 https://cdn.odishareporter.in/wp-content/uploads/2021/03/20154226/Pratap-Jena-89.jpg
ପିପିଲିରେ ବଢ଼ିଲାଣି ନିର୍ବାଚନୀ ତାତି https://odishareporter.in/politics/electoral-campning-have-risen-in-pipili-673183 Sun, 05 Sep 2021 13:47:46 +0000 https://odishareporter.in/?p=673183

ପିପିଲି (ଓଡ଼ିଶା ରିପୋର୍ଟର): ଗତକାଲି ତାରିଖ ଘୋଷଣା ପରେ ଆଜିଠୁ ପିପିଲିରେ ବଢ଼ିଲାଣି ନିର୍ବାଚନୀ ପାରା। ତେଜିଲାଣି ରାଜନୈତିକ ଗତିବିଧି । ଆଜି ରେଙ୍ଗାଳ ମେଲଣ ପଡିଆଠାରେ ପିପିଲି ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ହୋଇଥିଲା, ତ ଏପଟେ ବିଜେଡି କର୍ଯ୍ୟାଳୟରେ ବି ଦଳ କରିଥିଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ । ପିପିଲି ପ୍ରଚାରର ଦ୍ୱିତୀୟ ଇନିଂସ ପାଇଁ ମାତ୍ର ୮ ଦିନର ସମୟ ଥିବାରୁ ସେଭିତରେ କେମିତି ସବୁ ଗାଁ, ସବୁ ଘରକୁ ଛୁଇଁ ହେବ ତାକୁ […]

The post ପିପିଲିରେ ବଢ଼ିଲାଣି ନିର୍ବାଚନୀ ତାତି appeared first on Odisha Reporter.

]]>

ପିପିଲି (ଓଡ଼ିଶା ରିପୋର୍ଟର): ଗତକାଲି ତାରିଖ ଘୋଷଣା ପରେ ଆଜିଠୁ ପିପିଲିରେ ବଢ଼ିଲାଣି ନିର୍ବାଚନୀ ପାରା। ତେଜିଲାଣି ରାଜନୈତିକ ଗତିବିଧି । ଆଜି ରେଙ୍ଗାଳ ମେଲଣ ପଡିଆଠାରେ ପିପିଲି ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ହୋଇଥିଲା, ତ ଏପଟେ ବିଜେଡି କର୍ଯ୍ୟାଳୟରେ ବି ଦଳ କରିଥିଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ । ପିପିଲି ପ୍ରଚାରର ଦ୍ୱିତୀୟ ଇନିଂସ ପାଇଁ ମାତ୍ର ୮ ଦିନର ସମୟ ଥିବାରୁ ସେଭିତରେ କେମିତି ସବୁ ଗାଁ, ସବୁ ଘରକୁ ଛୁଇଁ ହେବ ତାକୁ ନେଇ ପ୍ରସ୍ତୁତ ହୋଇଛିବ୍ଲୁ ପ୍ରିଣ୍ଟ।

ଏଥର ରୋଡ୍ ସୋ, ବାଇକ୍ ସୋ ମନା ଥିବା, ଏବଂ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ବି କମ୍ ଥିବାରୁ ସେଥିପାଇଁ ବି ଷ୍ଟ୍ରାଟେଜି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଦୁଇ ଦଳ । ହେଲେ ଗତଥର ଭଳି ଏଥର ବି ଦଳୀୟ କାର୍ଯ୍ୟକ୍ରମରେ ବ୍ୟାକ୍‌ଫୁଟ୍‌ରେ କଂଗ୍ରେସ।

ସେପଟେ କିନ୍ତୁ ଏପ୍ରିଲ ମାସର ନିର୍ବାଚନୀ ପରିବେଶ ଭିତରେ ଲୋକଙ୍କ ମଧ୍ୟରେ ଯେଉଁ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଥିଲା, ସେସବୁ ଆଜି ବି କୁହୁଳି ଚାଲିଛି। ଏଇ ଯେମିତି ଯଶୁଆପୁର ପଞ୍ଚାୟତ ଶିରିଆପୁର ଗାଁର କୁନ୍ତି ଭୋଇ । ଏପ୍ରିଲ ମାସରେ ତାଙ୍କ ପାଲଟଣା ଭଙ୍ଗା ଘର ଫଟାକାନ୍ଥରେ ପୋଷ୍ଟର ମାରି ନେତା କହିଥିଲେ ୧୫ ଦିନରେ ଘର ଆସିଯିବ । ହେଲେ ଘର କଣ ମିଳିବ, ନିର୍ବାଚନ ସ୍ଥଗିତ ରହିବା ପରଠୁ ୪ ମାସ ହେଲା ଆଉ କାହାରି ଦର୍ଶନ ଟିକିଏ ନାହିଁ

The post ପିପିଲିରେ ବଢ଼ିଲାଣି ନିର୍ବାଚନୀ ତାତି appeared first on Odisha Reporter.

]]>
2021-09-05 19:17:46 https://cdn.odishareporter.in/wp-content/uploads/2021/08/23170722/BJP-9.jpg
ମହିଳା ଭୋଟ୍ ଉପରେ ବିଜେପିର ନଜର: ଘରକୁ ଘର ବୁଲି ପ୍ରଚାର କରିବ ମହିଳା ମୋର୍ଚ୍ଚା https://odishareporter.in/politics/bjps-eye-on-womens-vote-mahila-morcha-will-campaign-from-door-to-door-672457 Thu, 02 Sep 2021 16:56:13 +0000 https://odishareporter.in/?p=672457

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ସୁଦୃଢ଼ ମହିଳା ଏସଏଚଜି ଭୋଟ୍ ବ୍ୟାଙ୍କରେ ଛିଦ୍ର କରିବା ନିମନ୍ତେ ରାଜ୍ୟ ବିଜେପି ଏବେ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟମାନେ କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବା ନିମନ୍ତେ ଘରକୁ ଘର ବୁଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ମହିଳାଙ୍କୁ ପ୍ରଭାବିତ କରିବା ସହ ବିଜେଡିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର ଲଗାଇବାକୁ ବିଜେପି ଯୋଜନା କରିିଛି। ଆଜି ଦଳର ରାଜ୍ୟ […]

The post ମହିଳା ଭୋଟ୍ ଉପରେ ବିଜେପିର ନଜର: ଘରକୁ ଘର ବୁଲି ପ୍ରଚାର କରିବ ମହିଳା ମୋର୍ଚ୍ଚା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ସୁଦୃଢ଼ ମହିଳା ଏସଏଚଜି ଭୋଟ୍ ବ୍ୟାଙ୍କରେ ଛିଦ୍ର କରିବା ନିମନ୍ତେ ରାଜ୍ୟ ବିଜେପି ଏବେ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟମାନେ କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବା ନିମନ୍ତେ ଘରକୁ ଘର ବୁଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ମହିଳାଙ୍କୁ ପ୍ରଭାବିତ କରିବା ସହ ବିଜେଡିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର ଲଗାଇବାକୁ ବିଜେପି ଯୋଜନା କରିିଛି। ଆଜି ଦଳର ରାଜ୍ୟ ମୁଖ୍ୟାଳୟରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ପ୍ରଭାରୀମାନଙ୍କ ଅନୁଷ୍ଠିତ ବୈଠକରେ ଏହି ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଜ୍ୱଳା, ବେଟି ବଚାଓ-ବେଟି ପଢାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣ ଯୋଜନା,କିଶୋରୀ ଶକ୍ତି ଯୋଜନା, ସ୍ଟେପ୍‌, ସ୍ୱଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରିଛନ୍ତି। ସେହିପରି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି। ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏ ସମସ୍ତ ଯୋଜନାର ସୁଫଳ ରାଜ୍ୟର ବହୁ ମହିଳା ପାଇବାରୁ ବଂଚିତ ହେଉଛନ୍ତି। ଅନ୍ୟପଟେ ମୋଦି ସରକାରଙ୍କ ପ୍ରତ୍ୟେକ ଯୋଜନାକୁ କପି-ପେଷ୍ଟ କରି ରାଜ୍ୟରେ ଶାସକ ବିଜେଡି ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଶାସକ ବିଜେଡି ପ୍ରତାରଣା କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ବୋଲ ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଆଗାମୀ ଦିନରେ ଘର ଘର ବୁଲି ରାଜ୍ୟବାସୀଙ୍କୁ ଅବଗତ ଓ ସଚେତନ କରାଇବେ ବୋଲି ଶ୍ରୀମତୀ ପଟ୍ଟନାୟକ  କହିଛନ୍ତି।
ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ ମହିଳା ମୋର୍ଚ୍ଚାର ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ, ଲେଖାଶ୍ରୀ ସାମନ୍ତସିଂହାର, ଦଶମତୀ ଛତରଙ୍କ ସମେତ ମହିଳା ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

The post ମହିଳା ଭୋଟ୍ ଉପରେ ବିଜେପିର ନଜର: ଘରକୁ ଘର ବୁଲି ପ୍ରଚାର କରିବ ମହିଳା ମୋର୍ଚ୍ଚା appeared first on Odisha Reporter.

]]>
right bottom 2021-09-02 22:47:08 https://cdn.odishareporter.in/wp-content/uploads/2021/08/12095040/BJP-4.jpg
କାହିଁକି କଟିଲା ମନ୍ତ୍ରୀଙ୍କ ନାମ, କୁହ https://odishareporter.in/politics/din-in-odisha-assembly-over-mahanga-double-murder-case-672432 Thu, 02 Sep 2021 14:42:17 +0000 https://odishareporter.in/?p=672432

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନମନ୍ତ୍ରୀଙ୍କୁ ନେଇ ହୁଲସ୍ତୁଲ ମୌସୁମୀ ଅଧିବେଶନ।  ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାର FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ କାହିଁକି ଚାର୍ଜସିଟ୍‌ରୁ କାଟି ଦିଆଗଲା ? FIRର ୧୩ ନମ୍ବରରେ ଥିବା ମନ୍ତ୍ରୀ ପ୍ରତାପଙ୍କ ସମ୍ପର୍କରେ ତଦନ୍ତ ପାଇଁ ସାଲେପୁର JMFC କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ କାହିଁକି […]

The post କାହିଁକି କଟିଲା ମନ୍ତ୍ରୀଙ୍କ ନାମ, କୁହ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନମନ୍ତ୍ରୀଙ୍କୁ ନେଇ ହୁଲସ୍ତୁଲ ମୌସୁମୀ ଅଧିବେଶନ।  ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାର FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ କାହିଁକି ଚାର୍ଜସିଟ୍‌ରୁ କାଟି ଦିଆଗଲା ? FIRର ୧୩ ନମ୍ବରରେ ଥିବା ମନ୍ତ୍ରୀ ପ୍ରତାପଙ୍କ ସମ୍ପର୍କରେ ତଦନ୍ତ ପାଇଁ ସାଲେପୁର JMFC କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ କାହିଁକି ପଦକ୍ଷେପ ନିଆଯାଉନି ? ଏଭଳି ଏକାଧିକ ପ୍ରଶ୍ନ ଉଠାଇ ମନ୍ତ୍ରିପଦରୁ ପ୍ରତାପ ଜେନାଙ୍କୁ ବହିଷ୍କାର ଦାବି କରି ଆଜି ଗୃହ ବାହାରେ ଓ  ଭିତରେ ସ୍ୱର ଉତ୍ତୋଳନ କରିଛନ୍ତି ବିରୋଧୀ ।

ଆଜି ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି । ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା । ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସର ଟାର୍ଗେଟ୍। ଉଭୟ ଦଳର ସେହି ସମାନ ଦାବି । ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର କର । ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, FIRର ୧୩ ନମ୍ବରରେ ଥିବା ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC । ଅଥଚ କୌଣସି ପଦକ୍ଷେପ ନେଇନାହାଁନ୍ତି ରାଜ୍ୟ ସରକାର। ଯଦି ବି ତାଙ୍କ ବିରୋଧରେ ତଦନ୍ତ ହୁଏ, ତାହେଲେ କେଉଁ ଆଧାରରେ ଜଣେ ଥାନା ଅଧିକାରୀ ଆଇନମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବ ? ତେଣୁ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦିଅନ୍ତୁ, ନଚେତ ତାଙ୍କୁ ବହିଷ୍କାର କରାଯାଉ ଏବଂ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରି ଗୃହ ଭିତରେ ଓ ବାହାରେ ଅଡ଼ିବସିଛି ବିଜେପି । କଂଗ୍ରେସ ବି ପ୍ରତାପ ଜେନାଙ୍କୁ ନିଶାନା କରି ୨୦୧୪ରୁ ୫ଟି ହତ୍ୟା ମାମଲା ତାଙ୍କ ନାଁରେ ଥିବାବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠାଇ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି।

୨ ଜାନୁଆରୀ, ୨୦୨୧ । ବିଜେପି ନେତା କୁଳମଣି ଓ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହି ଘଟଣାରେ କୁଳମଣିଙ୍କ ପୁଅ ରମାକାନ୍ତ ମାହାଙ୍ଗା ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଆଉ ୧୩ ନମ୍ବର ମୁଦାଲା ଭାବେ ମନ୍ତ୍ରୀଙ୍କ ନାଁ ଥିଲା FIRରେ।  ଏହାର ପ୍ରାୟ ୫ ମାସ ଧରି ତଦନ୍ତ ପରେ ମେ’ରେ ଚାର୍ଜସିଟ୍ ଦାଖଲ କରିଥିଲା ମାହାଙ୍ଗା ପୁଲିସ।  ସେଥିରେ କିନ୍ତୁ ନଥିଲା ମନ୍ତ୍ରୀଙ୍କ ନାଁ। ଏନେଇ ଗତ ଅଗଷ୍ଟ ୧୬ରେ ସାଲେପୁର JMFC କୋର୍ଟରେ ରମାକାନ୍ତ ଦାଖଲ କରିଥିଲେ ଏକ ପ୍ରୋଟେଷ୍ଟ ପିଟିସନ। ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀଙ୍କ ସଂପୃକ୍ତିର ସାନି ତଦନ୍ତ କରି ରିପୋର୍ଟ ଦେବାକୁ ଗତ ୨୫ ତାରିଖରେ ମାହାଙ୍ଗା ପୁଳିସକୁ ନିର୍ଦ୍ଦେଶ ଦେଇଥିଲେ।  ତାପରଠୁ ଖଡ୍ଗହସ୍ତ ବିରୋଧୀ । ଚଳିତ ଅଧିବେଶନରେ ସରକାରଙ୍କୁ ହଲାପଟା କରୁଥିବାବେଳେ ଶାସକ ଦଳ କହିଛି, ଆଲୋଚନା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ବି ୨ଟି ଅପରାଧିକ ମାମଲାକୁ ଧରି ବିରୋଧୀ ନିଜର ଦଳୀୟ ପ୍ରଚାର କରୁଛନ୍ତି ।

ତେଣେ ମରୁଡ଼ି ପ୍ରସଙ୍ଗରେ ଆଜି କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗରେ ପାଟିତୁଣ୍ଡ କରିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ନିଷ୍ପତ୍ତି ହେଲା ମରୁଡ଼ି ପ୍ରସଙ୍ଗରେ ପୁଣି ଥରେ ଆଲୋଚନା ହେବ।

The post କାହିଁକି କଟିଲା ମନ୍ତ୍ରୀଙ୍କ ନାମ, କୁହ appeared first on Odisha Reporter.

]]>
Mahanga murder case, Pratap jena, right bottom 2021-09-03 15:41:55 https://cdn.odishareporter.in/wp-content/uploads/2021/03/20154226/Pratap-Jena-89.jpg
କଂଗ୍ରେସର ‘ତାଳିପକା’ ଫର୍ମୂଲା, ସଂଗଠନରେ ସାଜିଛି ବାଧକ https://odishareporter.in/politics/the-congress-which-is-set-to-lose-its-existence-now-has-a-talipaka-formula-to-quell-party-tensions-671770 Tue, 31 Aug 2021 16:14:02 +0000 https://odishareporter.in/?p=671770

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ଏବେ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ‘ତାଳିପକା’ ଫର୍ମୂଲା ଆପଣାଇ ପଂଚାୟତ ଓ ପୌର ନିର୍ବାଚନ  ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦଳୀୟ ସଂଗଠନରେ ଫାଟ ଜଳଜଳ ଦିଶୁଥିଲେ ବି କଂଗ୍ରେସ ନେତୃତ୍ୱ କେବଳ ‘ତାଳିପକା’ରେ ରହିଛନ୍ତି। ଯେଉଁଥିପାଇଁ ସଂଗଠନ ଏବେ […]

The post କଂଗ୍ରେସର ‘ତାଳିପକା’ ଫର୍ମୂଲା, ସଂଗଠନରେ ସାଜିଛି ବାଧକ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ଏବେ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ‘ତାଳିପକା’ ଫର୍ମୂଲା ଆପଣାଇ ପଂଚାୟତ ଓ ପୌର ନିର୍ବାଚନ  ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦଳୀୟ ସଂଗଠନରେ ଫାଟ ଜଳଜଳ ଦିଶୁଥିଲେ ବି କଂଗ୍ରେସ ନେତୃତ୍ୱ କେବଳ ‘ତାଳିପକା’ରେ ରହିଛନ୍ତି। ଯେଉଁଥିପାଇଁ ସଂଗଠନ ଏବେ ଅଧିକ ତଳିତଳାନ୍ତ ହେବାରେ ଲାଗିଛି। ଏହାସହିତ ବିଜେଡିର ଇସାରାରେ କଂଗ୍ରେସ କ’ଣ ସତରେ କାମ କରୁଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି।

କଂଗ୍ରେସ ଭବନରେ ଆୟୋଜିତ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ପିସିସି ପର୍ଯ୍ୟବେକ୍ଷକ ଓ ପ୍ରଦେଶ କଂଗ୍ରେସ ସାମୁଖ୍ୟ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେଇଥିଲେ। ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ନେତାମାନଙ୍କୁ ଗୁରୁମନ୍ତ୍ର ଦେଇ କଂଗ୍ରେସ ଓଡ଼ିଶା ପ୍ରଭାରୀ ଏ. ଚେଲାକୁମାର କହିଥିଲେ ଯେ, ତୃଣମୂଳସ୍ତରରେ ଦୁର୍ନୀତିକୁ ପଦାକୁ ଆଣିବାକୁ ହେଲେ ପଂଚାୟତକୁ ଯିବାକୁ ପଡ଼ିବ। ଲୋକମାନଙ୍କ ସହ ମିଶି କାମ କରିବାକୁ ହେବ। ଦଳୀୟ ଶୃଙ୍ଖଳା ଅତି ଦୃଢ଼ ଭାବରେ କାର୍ଯ୍ୟକାରୀ କରାଯିବ । ଯିଏ ଯେକୌଣସି ପଦପଦବୀରେ ଥାଆନ୍ତୁ ନା କାହିଁକି ଦଳୀୟ ବିଶୃଙ୍ଖଳା ଓ ଅମାନ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମୀ ଓ ନେତୃବର୍ଗଙ୍କ ପାଇଁ କଂଗ୍ରେସର ସ୍ଥାନ ନାହିଁ। ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଳାର ବ୍ଲକସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିବ। ଖୁବଶୀଘ୍ର ପିସିସି ଗଠନ କରାଯିବ। ଗଣମାଧ୍ୟମକୁ ଆସି ବିଶୃଙ୍ଖଳିତ ବୟାନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ କଂଗ୍ରେସରେ ଗୋଷ୍ଠୀକନ୍ଦଳ ନାହିଁ । କଂଗ୍ରେସ ଦଳ ଏକ ହୋଇ ପଂଚାୟତ ନିର୍ବାଚନ ଲଢ଼ିବ। ତାରାପ୍ରସାଦ ବାହିନୀପତିଙ୍କ ସହ ବିବାଦର ସମାଧାନ ହୋଇଛି। ପଂଚାୟତ ନିର୍ବାଚନରେ ଦଳ କିପରି ବାଜିମାତ କରିବ ତା’ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ । କଂଗ୍ରେସ ନେତୃବର୍ଗ ଯଥା ରାଜ୍ୟ-ଜିଲ୍ଲା-ବ୍ଲକ ବା ପଂଚାୟତ ସ୍ତରରେ ଯଦି ନିଜ ଭିତରେ ଏକତ୍ର ଭାବ ଓ ନିଷ୍ଠା ନରହିବା ଯାଏ ଦଳ ଶକ୍ତିଶାଳୀ ହୋଇପାରିବ ନାହିଁ ବୋଲି କହିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ଯଜେ୍ଞଶ୍ୱର ବାବୁ  ପ୍ରମୁଖ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସଂଗଠନକୁ ତୃଣମୂଳସ୍ତରରେ ଲୋକଙ୍କ ସହ ରଖିବା ପାଇଁ ଲୋକଙ୍କ ସ୍ୱାର୍ଥଜଡ଼ିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ମାତ୍ର ଏହି ବୈଠକରେ କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ଦଳୀୟ ଶୃଙ୍ଖଳା ଓ ଏକଜୁଟତା ଉପରେ ଗୁରୁତ୍ୱ ଦେଇ ଦଳରେ କନ୍ଦଳ ନଥିବା କଥା କହୁଥିବାବେଳେ ପୁଣିଥରେ କୋରାପୁଟ ଜିଲ୍ଲା ସଂଗଠନକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ବିଧାୟକ କୈଳାସ କୁଲେସିକା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ଗଣମାଧ୍ୟମରେ ଶ୍ରୀ କୁଲେସିକା ନିଜର ଅସନ୍ତୋଷ ଜାହିର କରି ତାରା ଜିଲ୍ଲାରେ ବିଜେଡି ପାଇଁ କାମ କରନ୍ତି ବୋଲି ଅଭିଯୋଗ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଯଦି ଭୁଲ୍ କରି କ୍ଷମା ମାଗିଦେଲେ ସବୁକିଛି କରିହେଉଛି, ତା’ହେଲେ ସିଏ ବି ଭୁଲ୍ କରି କ୍ଷମା ମାଗିଦେବେ ବୋଲି କହିବାକୁ ପଛାଇ ନଥିଲେ। ଏହାସହିତ ସେ ତାରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କର ବୟାନରୁ ଲାଗୁଥିଲା ଯେ, କୋରାପୁଟରେ କଂଗ୍ରେସ ସଂଗଠନରେ ଫାଟ ସେମିତି ଜଳଜଳ ହୋଇ ରହିଛି। ସେହିପରି ପୂର୍ବରୁ ତାରା ମଧ୍ୟ ଅନୁରୂପ ଅଭିଯୋଗ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବିରୁଦ୍ଧରେ ଆଣିଥିଲେ। ତେଣୁ ଦଳୀୟ ନେତାମାନଙ୍କର ଏଭଳି ଅଭିଯୋଗ ହିଁ କେଉଁଠି ନା କେଉଁଠି କଂଗ୍ରେସର କିଛି ନେତା ବିଜେଡିର ଇସାରାରେ କାର୍ଯ୍ୟ କରୁଥିବା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

The post କଂଗ୍ରେସର ‘ତାଳିପକା’ ଫର୍ମୂଲା, ସଂଗଠନରେ ସାଜିଛି ବାଧକ appeared first on Odisha Reporter.

]]>
right top 2021-08-31 21:45:31 https://cdn.odishareporter.in/wp-content/uploads/2021/03/13124255/congress1.jpg
ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ କରିଥିବା ବାହିନୀପତି ଦମ୍ପତିଙ୍କୁ ଝଟ୍‌କା ! https://odishareporter.in/politics/shocking-for-bahinipati-couple-who-rebelled-against-niranjan-671295 Mon, 30 Aug 2021 11:49:40 +0000 https://odishareporter.in/?p=671295

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ବିରୋଧରେ ବିଦ୍ରୋହ କରିଥିବା ବାହିନୀପତି ଦମ୍ପତିକୁ ଶକ୍ତ ଝଟ୍‌କା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ୍ୟଂଦେହି ଡାକରା ଦେଇ ବାହିନୀ ଦମ୍ପତି ନିରାଶ ହୋଇଛନ୍ତି। ସମବେଦନା ଓ ସମର୍ଥନ ତ’ ମିଳିବା ଦୂରର କଥା ଉପରସ୍ତରରୁ ମିଳିଛି ଖୋଲାଚେତାବନୀ। ଅସନ୍ତୁଷ୍ଟ ଥିଲେ ଦଳର ବାହାର ରାସ୍ତାକୁ ଦେଖାଇଛନ୍ତି  ପିସିସି ପ୍ରଭାରୀ ଚେଲ୍ଲା କୁମାର। ସେ କହିଛନ୍ତି, ଯେଉଁମାନେ ଚାହିଁବେ ଦଳ ଛାଡ଼ିପାରିବେ । ତାଙ୍କର ଏହି ମନ୍ତବ୍ୟ ପିସିସି ସଭାପତିଙ୍କ ପାଇଁ […]

The post ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ କରିଥିବା ବାହିନୀପତି ଦମ୍ପତିଙ୍କୁ ଝଟ୍‌କା ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ବିରୋଧରେ ବିଦ୍ରୋହ କରିଥିବା ବାହିନୀପତି ଦମ୍ପତିକୁ ଶକ୍ତ ଝଟ୍‌କା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ୍ୟଂଦେହି ଡାକରା ଦେଇ ବାହିନୀ ଦମ୍ପତି ନିରାଶ ହୋଇଛନ୍ତି। ସମବେଦନା ଓ ସମର୍ଥନ ତ’ ମିଳିବା ଦୂରର କଥା ଉପରସ୍ତରରୁ ମିଳିଛି ଖୋଲାଚେତାବନୀ। ଅସନ୍ତୁଷ୍ଟ ଥିଲେ ଦଳର ବାହାର ରାସ୍ତାକୁ ଦେଖାଇଛନ୍ତି  ପିସିସି ପ୍ରଭାରୀ ଚେଲ୍ଲା କୁମାର। ସେ କହିଛନ୍ତି, ଯେଉଁମାନେ ଚାହିଁବେ ଦଳ ଛାଡ଼ିପାରିବେ । ତାଙ୍କର ଏହି ମନ୍ତବ୍ୟ ପିସିସି ସଭାପତିଙ୍କ ପାଇଁ ସେ ସୁରକ୍ଷା କବଚ ସାଜିଥିବା ଚର୍ଚ୍ଚା ହେଉଛି। ଆଜି ଚେଲ୍ଲା କୁମାର କହିଛନ୍ତି ଯେ, ଯେଉଁମାନେ କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ପଳାନ୍ତୁ ।

ଭୁବନେଶ୍ୱରରେ ପହଞ୍ଚିଥିବା ପିସିସି ପ୍ରଭାରୀ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି। କଂଗ୍ରେସ ଛାଡ଼ିବାକୁ ଚାହୁଁଥିଲେ ସେମାନେ ପଳାନ୍ତୁ। କିଛି ଚିନ୍ତା ନାହିଁ। କଂଗ୍ରେସ ଚିନ୍ତାଧାରାକୁ ଭଲପାଉଥିବା, ନେତୃତ୍ୱକୁ ଭରସା କରୁଥିବା ଲୋକ ରହିବେ। ବହୁ ନେତା ଦଳ ଛାଡ଼ିଛନ୍ତି ତାପରେ ବି କଂଗ୍ରେସ ଶକ୍ତିଶାଳୀ ହୋଇଛି। ତେବେ ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିଛନ୍ତି ଚେଲ୍ଲା କୁମାର। ସେପଟେ ଲଢ଼େଇ ପାଇଁ  ଆକ୍ସନମୋଡରେ ଥିବା ତାରା ପ୍ରସାଦ ବାହିନୀପତି ଅସ୍ତ୍ର ଛାଡ଼ି ଦେଇଛନ୍ତି। କିଛି ଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଗାରିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ନରମି ଯାଇଛନ୍ତି। ରାଗରେ ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଏଣୁତେଣୁ କହି ଦେଇଥିବା କହିବା ସହ ସେ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା। ସେ କହିଛନ୍ତି, ରାଗ କ’ଣ ସବୁ ବେଳେ ରହେ। ଆମେ ରାଜନୀତିଆ ଲୋକ। ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି? ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗରେ କହି ଦେଇଥିଲି। ଅଭିମାନ କରି ତାଙ୍କୁ ସେମିତି କହି ଦେଇଥିଲି। ନିରଞ୍ଜନ ବାବୁ ହେଉଛନ୍ତି ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ।

ଶ୍ରୀ ବାହିନୀପତି କହିଛନ୍ତି, ଗତକାଲି ଆମର (କଂଗ୍ରେସର) ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ମୁଁ ବହୁ ସମୟ ଧରି ଟେଲିଫୋନ୍ ଯୋଗେ ଆଲୋଚନା କରିଛି। ନିରଞ୍ଜନ ବାବୁଙ୍କ ସହିତ ବି ଆଜି ସକାଳେ ଫୋନ୍‌ରେ ବହୁ ସମୟ ଧରି ଆଲୋଚନା କରିଛି। ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି। ସେହିଭଳି ଦଳ ଛାଡ଼ିବେ ନାହିଁ ବୋଲି ତାରା ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। କଂଗ୍ରେସ ଦଳ ଏବେ ବ୍ୟାକ୍ଫୁଟ୍ରେ ଅଛି। କରୋପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି।’ ଏହା ସହିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝି ଓ କୋରାପୁଟ ସପ୍ତଗିରି ଉଲ୍ଲାକଙ୍କ ସହିତ ଆଜି ଆଲୋଚନା କରିବେ ବୋଲି ତାରା କହିଛନ୍ତି।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ସଂପର୍କରେ କିଛି ପତ୍ରପତ୍ରିକାରେ ବାହାରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନରସିଂହ ମିଶ୍ର ବିଜେଡି ସହିତ ସାଲିସ କରିଛନ୍ତି ବୋଲି ମୁଁ କହିଥିବା ନେଇ କିଛି ପତ୍ରପତ୍ରିକାରେ ବାହାରିଥିଲା। କିନ୍ତୁ ମୁଁ ଏମିତି କେବେ ବି କହିନି। ସେ ମୋ ପାଇଁ ଭଗବାନ ଭଳି। ସେ ଜଣେ ସ୍ୱାଭିମାନୀ ଲୋକ। ସେ କାହା ସହ ସଲାସୁତରା କରନ୍ତିନି।

ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ। ସେଥିପାଇଁ  ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହୀନିପତି।  ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ତାରା ମଧ୍ୟ ପିସିସି ସଭାପତିଙ୍କୁ କଡ଼ା ସମାଲୋଚନା କରିଥିଲେ।

The post ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ କରିଥିବା ବାହିନୀପତି ଦମ୍ପତିଙ୍କୁ ଝଟ୍‌କା ! appeared first on Odisha Reporter.

]]>
right top 2021-08-30 17:20:31 https://cdn.odishareporter.in/wp-content/uploads/2021/08/30171720/6890-1.jpg
ମୁଡ୍ ବଦଳିବା ସହିତ ତାରାଙ୍କ ମନ୍ତବ୍ୟ ବଦଳିଲା; ନିରଞ୍ଜନଙ୍କୁ ନେଇ କ’ଣ କହିଲେ ପଢ଼ନ୍ତୁ https://odishareporter.in/politics/happenings/tara-makes-u-turn-in-pcc-president-issue-671226 Mon, 30 Aug 2021 08:59:49 +0000 https://odishareporter.in/?p=671226

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଗାରିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ନରମି ଯାଇଛନ୍ତି। ରାଗରେ ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଏଣୁତେଣୁ କହି ଦେଇଥିବା କହିବା ସହ ସେ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା। ସେ କହିଛନ୍ତି, ରାଗ କ’ଣ ସବୁ ବେଳେ ରହେ। ଆମେ ରାଜନୀତିଆ ଲୋକ। ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି? ପିସିସି […]

The post ମୁଡ୍ ବଦଳିବା ସହିତ ତାରାଙ୍କ ମନ୍ତବ୍ୟ ବଦଳିଲା; ନିରଞ୍ଜନଙ୍କୁ ନେଇ କ’ଣ କହିଲେ ପଢ଼ନ୍ତୁ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଗାରିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ନରମି ଯାଇଛନ୍ତି। ରାଗରେ ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଏଣୁତେଣୁ କହି ଦେଇଥିବା କହିବା ସହ ସେ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା।

ସେ କହିଛନ୍ତି, ରାଗ କ’ଣ ସବୁ ବେଳେ ରହେ। ଆମେ ରାଜନୀତିଆ ଲୋକ। ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି? ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗରେ କହି ଦେଇଥିଲି। ଅଭିମାନ କରି ତାଙ୍କୁ ସେମିତି କହି ଦେଇଥିଲି। ନିରଞ୍ଜନ ବାବୁ ହେଉଛନ୍ତି ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ।

ଶ୍ରୀ ବାହିନୀପତି କହିଛନ୍ତି, ଗତକାଲି ଆମର (କଂଗ୍ରେସର) ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ମୁଁ ବହୁ ସମୟ ଧରି ଟେଲିଫୋନ୍ ଯୋଗେ ଆଲୋଚନା କରିଛି। ନିରଞ୍ଜନ ବାବୁଙ୍କ ସହିତ ବି ଆଜି ସକାଳେ ଫୋନ୍‌ରେ ବହୁ ସମୟ ଧରି ଆଲୋଚନା କରିଛି। ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି।

ସେହିଭଳି ଦଳ ଛାଡ଼ିବେ ନାହିଁ ବୋଲି ତାରା ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। କଂଗ୍ରେସ ଦଳ ଏବେ ବ୍ୟାକ୍ଫୁଟ୍ରେ ଅଛି। କରୋପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି।’ ଏହା ସହିତ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝି ଓ କୋରାପୁଟ ସପ୍ତଗିରି ଉଲ୍ଲାକଙ୍କ ସହିତ ଆଜି ଆଲୋଚନା କରିବେ ବୋଲି ତାରା କହିଛନ୍ତି।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ସଂପର୍କରେ କିଛି ପତ୍ରପତ୍ରିକାରେ ବାହାରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନରସିଂହ ମିଶ୍ର ବିଜେଡି ସହିତ ସାଲିସ କରିଛନ୍ତି ବୋଲି ମୁଁ କହିଥିବା ନେଇ କିଛି ପତ୍ରପତ୍ରିକାରେ ବାହାରିଥିଲା। କିନ୍ତୁ ମୁଁ ଏମିତି କେବେ ବି କହିନି। ସେ ମୋ ପାଇଁ ଭଗବାନ ଭଳି। ସେ ଜଣେ ସ୍ୱାଭିମାନୀ ଲୋକ। ସେ କାହା ସହ ସଲାସୁତରା କରନ୍ତିନି।

ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ। ସେଥିପାଇଁ  ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହୀନିପତି।  ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ତାରା ମଧ୍ୟ ପିସିସି ସଭାପତିଙ୍କୁ କଡ଼ା ସମାଲୋଚନା କରିଥିଲେ।

The post ମୁଡ୍ ବଦଳିବା ସହିତ ତାରାଙ୍କ ମନ୍ତବ୍ୟ ବଦଳିଲା; ନିରଞ୍ଜନଙ୍କୁ ନେଇ କ’ଣ କହିଲେ ପଢ଼ନ୍ତୁ appeared first on Odisha Reporter.

]]>
right bottom 2021-08-30 14:54:01 https://cdn.odishareporter.in/wp-content/uploads/2021/08/30142242/tara-1.jpg
ଠିକା ନିଯୁକ୍ତି ନାଁରେ ବର୍ଷକୁ ୨ ହଜାର କୋଟିର କମିଶନ ଖାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ https://odishareporter.in/politics/happenings/congress-targets-govt-on-contractual-appointment-issue-670916 Sun, 29 Aug 2021 02:18:14 +0000 https://odishareporter.in/?p=670916

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଠିକା ନିଯୁକ୍ତି ନାଁରେ ବର୍ଷକୁ ହାରାହାରି ୨ ହଜାର କୋଟି ଟଙ୍କାର କମିଶନ ରାଜ୍ୟ ସରକାର ଖାଉଛନ୍ତି। ଚୁକ୍ତିଭିତ୍ତିକ ଚାକିରି ଭଳି କୁତ୍ସିତ ବ୍ୟବସ୍ଥାକୁ ସରକାର ତୁରନ୍ତ ବନ୍ଦ କରିବା ସହ ଠିକା ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାରକୁ କଡ଼ା ଭର୍ତ୍ସନା କରି ଏହିଭଳି କହିଛନ୍ତି। ସେ କହିଛନ୍ତି, […]

The post ଠିକା ନିଯୁକ୍ତି ନାଁରେ ବର୍ଷକୁ ୨ ହଜାର କୋଟିର କମିଶନ ଖାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଠିକା ନିଯୁକ୍ତି ନାଁରେ ବର୍ଷକୁ ହାରାହାରି ୨ ହଜାର କୋଟି ଟଙ୍କାର କମିଶନ ରାଜ୍ୟ ସରକାର ଖାଉଛନ୍ତି। ଚୁକ୍ତିଭିତ୍ତିକ ଚାକିରି ଭଳି କୁତ୍ସିତ ବ୍ୟବସ୍ଥାକୁ ସରକାର ତୁରନ୍ତ ବନ୍ଦ କରିବା ସହ ଠିକା ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାରକୁ କଡ଼ା ଭର୍ତ୍ସନା କରି ଏହିଭଳି କହିଛନ୍ତି।

ସେ କହିଛନ୍ତି, ଦୀର୍ଘବର୍ଷ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ରହିଥିଲେ ବି ରାଜ୍ୟର ଆର୍ଥିକ ଅବସ୍ଥାରେ ଏଭଳି କ’ଣ ଅବନତି ହେଲା ଯେ, ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ରୁଲ ଆଣି ୨୦୧୩ରୁ ସମସ୍ତ ଗ୍ରୁପ-ବି, ସି ଓ ଡି ନିଯୁକ୍ତିକୁ ଠିକା କରିଦେଇଛନ୍ତି। ଏହା କ’ଣ ଏକ ଆଦର୍ଶ ସରକାରର ମାନସିକତା? ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।

ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର ଗୁରୁତ୍ୱପୂର୍ଣ୍ଣ ରାୟ ଓ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା ଦେବାର ନିୟମକୁ ଓଡ଼ିଶାରେ ତୁରନ୍ତ ଲାଗୁ କରାଯାଉ। ସରକାରଙ୍କ ଦ୍ୱାରା ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ଓପିଏସ୍‌ସି, ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଓ ଅନ୍ୟାନ୍ୟ ସରକାରୀ ନିଯୁକ୍ତି ବୋର୍ଡ ଦ୍ୱାରା ସିଧାସଳଖ ଭାବେ ଦୁଇ କିମ୍ବା ତିନି ପର୍ଯ୍ୟାୟର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲାପରେ ଯୋଗ୍ୟ ବିବେଚିତ ହୋଇ ଚାକିରି କରୁଥିବା ସମସ୍ତ ବିଭାଗର ଯୁବ କର୍ମଚାରୀମାନଙ୍କୁ ୬ ବର୍ଷ ଯାଏଁ ଦିନମଜୁରୀ ଠାରୁ କମ୍‌ ପାରିଶ୍ରମିକରେ ସରକାର କାମରେ ଖଟାଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଅନ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ଭଳି ସମାନ ପଦ୍ଧତିରେ ଯେଉଁ ବର୍ଗ ବିଶେଷ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ମାସକୁ ଠିକାରେ ମାତ୍ର ୮ ହଜାର ଟଙ୍କା ଦରମା ଦେବା କ’ଣ ଅପମାନ ନୁହେଁ କି?

ଓଡ଼ିଶାରେ ଉଚ୍ଚକୁଶଳୀ ଶ୍ରମିକଙ୍କ ଦିନକୁ ମଜୁରୀ ୪୬୧ ଟଙ୍କା ଓ ମାସକୁ ୧୩୮୩୦ ଟଙ୍କା ହୋଇଥିବାବେଳେ ସରକାରୀ ନିଯୁକ୍ତିରେ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ମାତ୍ର ୮୭୫୦ ଟଙ୍କା, ଯାହାକି ସରକାରଙ୍କ ସମ୍ବେଦନହୀନତାକୁ ସୂଚେଇ ଦେଉଛି । ରାଜ୍ୟ ସରକାର ଅବସର ଗ୍ରହଣ କରୁଥିବା କର୍ମଚାରୀ ମାନଙ୍କୁ ପୁର୍ନବାର ନିଯୁକ୍ତି ଦେଉଥିବାବେଳେ ନୂତନ ନିଯୁକ୍ତି ଉପରେ ଅଂକୁଶ ଲଗାଇ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକଯୁବତୀ ମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି କଂଗ୍ରେସ କହିଛି।

କେବଳ ସେତିକି ନୁହେଁ, ରାଜ୍ୟ ସରକାର ୬୫ ହଜାର ଠିକା ନିଯୁକ୍ତି ସୃଷ୍ଟି କରିଛନ୍ତି। ସରକାରୀ ଚାକିରୀରେ ଠିକା କର୍ମଚାରୀ ଏବଂ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା ଜରିଆରେ ଯେଉଁ ଠିକା କର୍ମଚାରୀଙ୍କୁ କମ୍ ଦରମାରେ ନିଯୁକ୍ତି ଦିଆଯାଉଛି, ସେ ବାବଦରେ ସରକାର ଅତିକମ୍‌ରେ ମାସକୁ ୧୬୬ କୋଟି ଏବଂ ବର୍ଷକୁ ୨୦୦୦ କୋଟି ଟଙ୍କା ହଡ଼ପ କରୁଛନ୍ତି। ବର୍ଷ ବର୍ଷ ଧରି ଏଭଳି ଶହ ଶହ କୋଟି ଟଙ୍କା ସରକାରୀ ଦପ୍ତରରେ ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ପେଟରୁ କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଥିବା କଂଗ୍ରେସ ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ।

The post ଠିକା ନିଯୁକ୍ତି ନାଁରେ ବର୍ଷକୁ ୨ ହଜାର କୋଟିର କମିଶନ ଖାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ appeared first on Odisha Reporter.

]]>
centre bottom 2021-08-29 08:38:17 https://cdn.odishareporter.in/wp-content/uploads/2021/08/29074352/satyaprakash.jpg
ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ କମ୍ପିଲା ରାଜପଥ https://odishareporter.in/politics/happenings/bjp-protest-against-law-ministers-expulsion-670486 Fri, 27 Aug 2021 12:12:41 +0000 https://odishareporter.in/?p=670486

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛି। ସାଲେପୁର ଜେଏମଏଫସି କୋର୍ଟ ଚାର୍ଜସିଟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଯୋଡିବା ପାଇଁ ନିର୍ଦ୍ଦେଶ ଦେବା ପରେ ବିଜେପି ଏହି ପ୍ରତିବାଦ କରିଛି। ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚାର୍ଜସିଟରୁ ମନ୍ତ୍ରୀଙ୍କ ନାଁ […]

The post ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ କମ୍ପିଲା ରାଜପଥ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛି। ସାଲେପୁର ଜେଏମଏଫସି କୋର୍ଟ ଚାର୍ଜସିଟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଯୋଡିବା ପାଇଁ ନିର୍ଦ୍ଦେଶ ଦେବା ପରେ ବିଜେପି ଏହି ପ୍ରତିବାଦ କରିଛି। ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚାର୍ଜସିଟରୁ ମନ୍ତ୍ରୀଙ୍କ ନାଁ କାଟିଥିବା ସଂପୃକ୍ତ ପୁଲିସ ଅଫିସରଙ୍କୁ ବହିଷ୍କାର ଦାବି କରିଥିଲା ଦଳ। ବିଜେପିର ପ୍ରତିବାଦ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଏ ନେଇ ବିଜେପି ନେତା ବାବୁ ସିଂ କହିଛନ୍ତି, ଜାନୁଆରୀ ମାସରେ ମାହାଙ୍ଗରେ ଦୁଇ ବିଜେପି ନେତା କୁଳମଣି ପରିଡ଼ା ଓ ତାଙ୍କ ଦିବ୍ୟସିଂହ ବରଳାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାରେ କୁଳମଣି ବରାଳଙ୍କ ପୁଅ ୧୩ ଜଣଙ୍କ ବିରୋଧରେ ଏଫଆଇଆର୍ କରିଥିଲେ। ସେଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କର ନାଁ ମଧ୍ୟ ଥିଲା। ହେଲେ ଚାର୍ଜସିଟ୍ ବେଳେ ୧୨ ଜଣଙ୍କର ନାଁ ଥିବା ବେଳେ ମନ୍ତ୍ରୀଙ୍କ ନାଁ ହଟିଗଲା। ଆଉ କିଛି ମନ୍ତ୍ରୀ ମଧ୍ୟ ଅଲଗା ଅଲଗା ହତ୍ୟାକାଣ୍ଡରେ ସଂପୃକ୍ତ ରହୁଛନ୍ତି। ଯେଉଁ ଆଇନ୍ ମନ୍ତ୍ରୀ ଲୋକମାନଙ୍କୁ ସହାୟତା ଦେବା କଥା, ସେ ନିଜେ ଆଜି ଦୋଷୀ ହେଉଛନ୍ତି। ଆଉ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ସରକାର। ତେଣୁ ଆମେ ଦାବି କରୁଛୁ ଯେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ନଚେତ୍ ମନ୍ତ୍ରିମଣ୍ଡଳରୁ ତାଙ୍କୁ ବହିଷ୍କାର କରାଯାଉ।

ଗୁରୁବାର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ କରିବାକୁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ। ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ କରିଥିଲେ। ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ କରିଥିଲେ। ମନ୍ତ୍ରୀଙ୍କ ନାଁକୁ ବାଦ ଦେଇ ଚାର୍ଜସିଟ୍ ଦାଖଲ କରିଥିଲା ପୁଲିସ।

ସୂଚନାଯୋଗ୍ୟ, ଗତ ଜାନୁଆରୀରେ ସାଲେପୁରର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକ୍ରେ ଘରକୁ ଆସୁଥିଲେ। ଘରଠାରୁ ଅଳ୍ପ ଦୂରରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ଦିବ୍ୟସିଂହ। ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଦର୍ଶାଇ କୁଳମଣିଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

The post ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ କମ୍ପିଲା ରାଜପଥ appeared first on Odisha Reporter.

]]>
right top 2021-08-27 17:42:41 https://cdn.odishareporter.in/wp-content/uploads/2021/08/27173803/bjp-12.jpg
ଯଦି ନାରାୟଣ ରାଣେ ଗିରଫ ହେଲେ, ଉଦ୍ଧବ ଠାକରେ କାହିଁକି ନୁହେଁ? https://odishareporter.in/politics/happenings/if-narayan-rane-arrested-for-controversial-statement-then-why-not-udhav-thackery-669863 Wed, 25 Aug 2021 10:42:06 +0000 https://odishareporter.in/?p=669863

ମୁମ୍ୱାଇ: ବିଜ୍ଞାନ କୁହେ ମଣିଷ ଜିଭ (Tongue)ର ଲମ୍ୱା ୮.୫ ସେଣ୍ଟିମିଟର। ଏହି ଜିଭର ଯଦିଓ ହାଡ ନାହିଁ ହେଲେ ଟଙ୍ଗ ସ୍ଲିପ କାରଣରୁ ଶାନ୍ତି ଭଙ୍ଗ ହେବାର ସମ୍ଭାବନା ମଧ୍ୟ ରହିଛି। ଯାହାର ପରିଣାମ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହୁ କହୁ କହି ଦେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେତେ ତମ ସ୍ୱାଧୀନତା ଦିବସ ବୋଲି ଜାଣି ନଥିଲେ। ସେ ତାଙ୍କ ପାଖରେ ବସିଥିବା ସହଯୋଗୀଙ୍କୁ ପଚାରି ବୁଝିଥିଲେ ଦେଶ କେତେ […]

The post ଯଦି ନାରାୟଣ ରାଣେ ଗିରଫ ହେଲେ, ଉଦ୍ଧବ ଠାକରେ କାହିଁକି ନୁହେଁ? appeared first on Odisha Reporter.

]]>

ମୁମ୍ୱାଇ: ବିଜ୍ଞାନ କୁହେ ମଣିଷ ଜିଭ (Tongue)ର ଲମ୍ୱା ୮.୫ ସେଣ୍ଟିମିଟର। ଏହି ଜିଭର ଯଦିଓ ହାଡ ନାହିଁ ହେଲେ ଟଙ୍ଗ ସ୍ଲିପ କାରଣରୁ ଶାନ୍ତି ଭଙ୍ଗ ହେବାର ସମ୍ଭାବନା ମଧ୍ୟ ରହିଛି। ଯାହାର ପରିଣାମ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହୁ କହୁ କହି ଦେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେତେ ତମ ସ୍ୱାଧୀନତା ଦିବସ ବୋଲି ଜାଣି ନଥିଲେ। ସେ ତାଙ୍କ ପାଖରେ ବସିଥିବା ସହଯୋଗୀଙ୍କୁ ପଚାରି ବୁଝିଥିଲେ ଦେଶ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ନାରାୟଣ ରାଣେ ଏହି କଥା ଗୋଟିଏ ପ୍ରେସ କନଫରେନସରେ କହିବା ବେଳେ କହିଥିଲେ ତାଙ୍କୁ ଇଚ୍ଛା ହେଉଥିଲା ସେହି ସମୟରେ ଗୋଟିଏ ଚାପୁଡା ମାରିବେ। ଏହା ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉଦ୍ଦେଶ୍ୟରେ କହିଥିଲେ।

ଯେଉଁଥିପାଇଁ ମଙ୍ଗଳବାର ମହାରାଷ୍ଟ୍ର ପୁଲିସ ନାରାୟଣ ରାଣେଙ୍କୁ ଗିରଫ କରିଥିଲା। ଏହାପରେ ନାରାୟଣ ରାଣେଙ୍କ ସମର୍ଥକ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି। ସମାନ କଥା ଶିବସେନାର ସମର୍ଥକ ମାନେ ମଧ୍ୟ କରିଛନ୍ତି। ଏଥିସହ କୋଭିଡ ବେଳେ ଜନଆଶୀର୍ବାଦ ଯାତ୍ରା କରିଥିବାରୁ ପୁଲିସ ନାରାୟଣ ରାଣେଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇଛି। ପରେ ବିଳମ୍ୱିତ ରାତିରେ ନାରାୟଣ ରାଣେ ଜାମିନ ପାଇଛନ୍ତି। କୋର୍ଟ ଜାମିନ ଦେବା ବେଳେ କିନ୍ତୁ ବିଭିନ୍ନ ସର୍ତ୍ତ ରଖିଛନ୍ତି। ତେବେ ନାରାୟଣ ରାଣେଙ୍କ ଗିରଫଦାରୀଙ୍କୁ ବିଜେପି ବିରୋଧ କରିଛି। ହେଲେ ଚାପୁୁଡା ମାରିବା ମନ୍ତବ୍ୟକୁ ନେଇ ବିଜେପି କୌଣସି ପ୍ରତିକ୍ରିୟା ରଖି ନାହିଁ।

ବିଜେପି ନେତା କହିଛନ୍ତି ନିଜ ସରକାରରେ ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ ଆଇନକୁ ପରିହାସ କରି ବୁଲୁଛନ୍ତି, କିନ୍ତୁ ଉଦ୍ଧବଙ୍କ ଜିଭରୁ କୌଣସି ଶବ୍ଦ ବାହାରିଲାନି । ତେବେ ପ୍ରଶ୍ନ ନାରାୟଣ ରାଣେ କି ଅନୀଲ ଦେଶମୁଖ ନୁହେଁ। ପ୍ରଶ୍ନ ହେଲା ଠିକ ଏବଂ ଭୁଲର। କାରଣ ଯଦି ମୁଖ୍ୟମନ୍ତ୍ରୀଙ୍କୁ ଥପଡ ମାରିବା ପାଇଁ ନାରାୟଣ ରାଣେଙ୍କୁ ଗିରଫ କରାଯାଏ, ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚପଲରେ ମାରିବାକୁ ଉଦ୍ଧବ ନିଜେ ଯେଉଁ ଧମକ ଦେଇଥିଲେ ସେତେବେଳେ ଉଦ୍ଧବ ବନ୍ଧାହେଲେନି କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି।

ଯୋଗୀଙ୍କୁ ଚପଲରେ ମାରିବା ଠିକ୍ ଥିଲା: ଉଦ୍ଧବ ଠାକରେ

୨୦୧୮ ମସିହା ମେ ୨୬ରେ ଉଦ୍ଧବ ଠାକରେ କହିଥିଲେ ‘ଯୋଗୀ ଆଦିତ୍ୟନାଥ କେଉଁ ପ୍ରକାର ଯୋଗୀ? ଯଦି ତୁମେ ଜଣେ ଯୋଗୀ ତେବେ ତୁମେ କିପରି ମୁଖ୍ୟମନ୍ତ୍ରୀ ହୋଇପାରିବ … ଯଦି ତୁମେ ଯୋଗୀ ତେବେ ତୁମେ ସବୁକିଛି ବଳିଦାନ ଦେଇ ବସିବା ଉଚିତ୍। ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କ କ’ଣ କହିବ?… ସେ ଚପଲ ପିନ୍ଧି ସିଧା ଶିବାଜୀ ମହାରାଜଙ୍କ ପାଖକୁ ଯାଇଥିଲେ। ମୋତେ ଏଭଳି ଲାଗୁଥିଲା ଯେମିତି ମୁଁ ତାଙ୍କୁ ଚପଲରେ ସେଠି ମାରିବା ଠିକ୍ ଥିଲା’। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଏପରି ଧମକ ଦେଇ ଅପରାଧି କରି ନାହାନ୍ତି କି?

ଖାଲି ଏତିକି ନୁହେଁ ନାରାୟଣ ରାଣେ ଗିରଫ ହେବା ପରେ ଶିବସେନା ସମର୍ଥକ ବିଭିନ୍ନ ପାର୍ଟି ଅଫିସରେ ଭଙ୍ଗାରୁଜା କରିଥିଲେ। ଏବଂ ଯେଉଁଠି ସେମାନେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଦେଖିବେ ସେଠାରେ ସେମାନେ ରାସ୍ତା ଉପରେ ବାଡେଇବେ ବୋଲି ଶିବସେନା ସମର୍ଥକ ଧମକ ଦେଇଥିଲେ। ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶିବସେନା ସମର୍ଥକ ଏପରି ଧମକ ଦେବା କଣ ଅପରାଧ ନୁହେଁ କି? ପୁଲିସ ଏହି ସ୍ଥିତିରେ ଶିବସେନା ସମର୍ଥକଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ ନକରି ମୁଖ୍ୟମନ୍ତ୍ରୀଙ୍କ ବୋଲକରା ସାଜି ନାହାନ୍ତି କି?

ଖାଲି ଏତିକି ନୁହେଁ ଗତବର୍ଷ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଉଦ୍ଧବ ଠାକରେଙ୍କ ଏକ କାର୍ଟୁନ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଦେଖି ଶିବସେନା ସମର୍ଥକ ସେହି ବ୍ୟକ୍ତିଙ୍କ ଘରେ ବସି ମାଡ଼ ମାରି ଲହୁ ଲୁହାଣ କରିଥିଲେ। ସେତେବେଳେ ଉଦ୍ଧବ ଠାକରେ କାହିଁକି ନିରବ ଥିଲେ?

ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଏବଂ ନାରାୟଣ ରାଣେଙ୍କ କଳି ବହୁ ପୁରୁଣା। ନାରାୟଣ ରାଣେ ମଧ୍ୟ ଶିବସେନାର କର୍ମୀ ଥିଲେ। ଛୋଟ ବେଳେ ଛେଳି ଚରାଉଥିବା ନାରାୟଣ ରାଣେ ଶିବସେନାରୁ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ। ପରେ ଉଦ୍ଧବ ଠାକେରଙ୍କ ସହ ବିବାଦ ବଢିବା ପରେ ସେ ଦଳ ଛାଡ଼ି ପ୍ରଥମେ କଂଗ୍ରେସ ପରେ ପରେ ବିଜେପିରେ ସାମିଲ୍ ହୋଇଥିଲେ।

The post ଯଦି ନାରାୟଣ ରାଣେ ଗିରଫ ହେଲେ, ଉଦ୍ଧବ ଠାକରେ କାହିଁକି ନୁହେଁ? appeared first on Odisha Reporter.

]]>
left bottom 2021-08-25 16:21:49 https://cdn.odishareporter.in/wp-content/uploads/2021/08/25161003/Udhav-thakrey-narayan-rane.jpg
ମନ ଜିଣିବାକୁ ବଡ଼ ଷ୍ଟ୍ରାଟେଜି https://odishareporter.in/politics/great-strategy-to-win-the-heart-669130 Sun, 22 Aug 2021 14:35:10 +0000 https://odishareporter.in/?p=669130

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ, ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଯୁବବର୍ଗଙ୍କୁ ଫୋକସ୍ ଦିଆଯାଇଛି। ଆଉ ଏବେ ମହିଳାଙ୍କ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।  ପ୍ରଶାସନର ଶୀର୍ଷସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ରୋଜଗାର ସୁଯୋଗ ଦେବାପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ତାସହିତ ଯେଉଁ ସବୁ ବିଭାଗ ଏ କ୍ଷେତ୍ରରେ ପଛରେ ପ଼ଡିଛନ୍ତି ସେମାନଙ୍କୁ କରାଯାଇଛି ତାଗିଦ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର […]

The post ମନ ଜିଣିବାକୁ ବଡ଼ ଷ୍ଟ୍ରାଟେଜି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ, ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଯୁବବର୍ଗଙ୍କୁ ଫୋକସ୍ ଦିଆଯାଇଛି। ଆଉ ଏବେ ମହିଳାଙ୍କ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।  ପ୍ରଶାସନର ଶୀର୍ଷସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ରୋଜଗାର ସୁଯୋଗ ଦେବାପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ତାସହିତ ଯେଉଁ ସବୁ ବିଭାଗ ଏ କ୍ଷେତ୍ରରେ ପଛରେ ପ଼ଡିଛନ୍ତି ସେମାନଙ୍କୁ କରାଯାଇଛି ତାଗିଦ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର କଡ଼ା ମନିଟରିଂ ହେଉଥିବା ଏହି ଚିଠାରୁ ଜଣାପଡ଼ିଛି। ସମୀକ୍ଷା ପରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ହସ୍ତତନ୍ତ ଓ ବୟନଶିଳ୍ପ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସରକାର । ପଞ୍ଚାୟତିରାଜ ବିଭାଗକୁ ବି ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ କରାଯାଇଛି ତାଗିଦ।  SHG ସଦସ୍ୟାମାନଙ୍କୁ ଅଧିକରୁ ଅଧିକ କାମ ଦେବା ପାଇଁ ମୋଟ୍ ୧୯ଟି ବିଭାଗକୁ ଦିଆଯାଇଛି  ଟାସ୍କ । ଯେମିତିକି ଏବେ ୧୧ଟି ଜିଲ୍ଲାରେ SHG ଗ୍ରୁପ୍ ଧାନ ସଂଗ୍ରହ କରୁଥିବା ବେଳେ ସବୁ ଜିଲ୍ଲାରେ ସେମାନଙ୍କୁ ଏଥିରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଠିକ୍ ସେଭଳି ପିଡିଏସ୍ ସାମଗ୍ରୀ ବଣ୍ଟନ, ମାଛ ଚାଷ, ପରିବା ଚାଷ, ଛତୁ ଚାଷ, ସ୍କୁଲ ଗୁଡ଼ିକୁ ଯୁନିଫର୍ମ ଯୋଗାଣ, ଇଲେକ୍ଟ୍ରି ମିଟର ରିଡିଂ ଓ ବିଲ୍ କଲେକ୍ସନ, ଆହାର ଯୋଜନା ଓ ବୃକ୍ଷ ରୋପଣ ଆଦି କାମ ଦେବାକୁ କୁହଯାଇଛି।  ମିଶନ୍ ଶକ୍ତିକୁ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦିଆଯିବା ପରେ ଏସବୁ ଉପରେ ଫୋକସ୍ କରାଯାଉଛି। ଆସନ୍ତା ଆର୍ଥିକ ବର୍ଷରୁ ଏହି ବିଭାଗ ପାଇଁ ବଜେଟରେ ମଧ୍ୟ ବ୍ୟବସ୍ଥା ରହିବ। ରାଜ୍ୟରେ ଏବେ ୬ ଲକ୍ଷ ସ୍ୱୟଂ ସହାୟକ ଗ୍ରୁପ୍ ଥିବା ବେଳେ ସେଥିରେ ପ୍ରାୟ ୭୦ ଲକ୍ଷ ସଦସ୍ୟ ଅଛନ୍ତି । ତେଣୁ ବିଭିନ୍ନ ଯୋଜନା କରି ସେମାନଙ୍କ ମନ ଜିଣିବାକୁ ତିଆରି ହୋଇଛି ବଡ଼ ଷ୍ଟ୍ରାଟେଜି । ବିଭିନ୍ନ ନିର୍ବାଚନରେ ସରକାରୀ ବିରୋଧୀ ହାଓ୍ୱା ଥିବା ସତ୍ତ୍ୱେ ମହିଳାମାନଙ୍କ ଭୋଟ୍ ବିଜେଡି ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି ।

ତେଣୁ ମହିଳା ଭୋଟ୍‌ ବ୍ୟାଙ୍କରେ ଯେପରି ବିରୋଧୀ ଭାଗ ନବସାନ୍ତି ଓ ନିଜ ଭୋଟ୍ ବ୍ୟାଙ୍କ ଅକ୍ଷୁଣ୍ଣ ରଖିବାକୁ ବିଜେଡି SHG କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । ତେବେ ବିରୋଧୀ କହିଛନ୍ତି ମହିଳା ସଶକ୍ତୀକରଣ ନାଁରେ ଏସ୍ଏଚ୍‌ଜିଙ୍କୁ ବ୍ୟବହାର କରି ପଂଚାୟତ ଓ ପୌର ନିର୍ବାଚନ ପାର ହେବାକୁ ବିଜେଡିର ଏସବୁ ଯୋଜନା।   ମହିଳା ହୁଅନ୍ତୁ କି ଚାଷୀ, ଯୁବବର୍ଗ ହୁଅନ୍ତୁ କି ଗରିବଗୁରୁବା ବିଭିନ୍ନ ସ୍କିମ୍ ଆଣି ଏବେଠାରୁ ନିଜ ସପକ୍ଷରେ ମାହୋଲ୍ ବନାଇବାକୁ ଚେଷ୍ଟା କରୁଛି ବିଜେଡି । ତେବେ ଏସବୁ ଷ୍ଟ୍ରାଟେଜି କେତେ କାମ ଦେଉଛି ତା ଉପରେ ନଜର ରହିଛି।

The post ମନ ଜିଣିବାକୁ ବଡ଼ ଷ୍ଟ୍ରାଟେଜି appeared first on Odisha Reporter.

]]>
centre bottom 2021-08-22 20:05:10 https://cdn.odishareporter.in/wp-content/uploads/2021/04/01215556/naveen.jpg
ଦଳ ଛାଡ଼ିବେ କି ତାରା ? https://odishareporter.in/politics/jaipur-mla-tara-prasad-bahinipati-lashed-out-at-pcc-president-niranjan-patnaik-669114 Sun, 22 Aug 2021 13:09:29 +0000 https://odishareporter.in/?p=669114

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କହିଛନ୍ତି  ସମ୍ମାନ ପାଇଁ ଲଢ଼େଇ ଜାରି ରହିବ । ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି। କଂଗ୍ରେସ କାହାର ପୈତୃକ ସଂପତ୍ତି ନୁହେଁ। ସମ୍ମାନ ହାସଲ ପାଇଁ ଦିଲ୍ଲୀ ଯାଏଁ କଥା ନେବି। ଦଳର ଗତି ନିମ୍ନଗାମୀ ହେଲାଣି।  ପିସିସି ସଭାପତି ଦଳକୁ ଏକଜୁଟ କରିବା କଥା ବୋଲି ତାରା କହିଛନ୍ତ। ପୂର୍ବରୁ ତାରା କହିଥିଲେ ଯେ, […]

The post ଦଳ ଛାଡ଼ିବେ କି ତାରା ? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କହିଛନ୍ତି  ସମ୍ମାନ ପାଇଁ ଲଢ଼େଇ ଜାରି ରହିବ । ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି। କଂଗ୍ରେସ କାହାର ପୈତୃକ ସଂପତ୍ତି ନୁହେଁ। ସମ୍ମାନ ହାସଲ ପାଇଁ ଦିଲ୍ଲୀ ଯାଏଁ କଥା ନେବି। ଦଳର ଗତି ନିମ୍ନଗାମୀ ହେଲାଣି।  ପିସିସି ସଭାପତି ଦଳକୁ ଏକଜୁଟ କରିବା କଥା ବୋଲି ତାରା କହିଛନ୍ତ।

ପୂର୍ବରୁ ତାରା କହିଥିଲେ ଯେ, କଂଗ୍ରେସରେ ରହିବି, ହେଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ।  ସେ ବିବାଦର ସମାଧାନ କରିବା ବଦଳରେ ଏହାକୁ ବଢ଼ାଉଛନ୍ତି। ତାଙ୍କର ବୟସ ହେଇଗଲାଣି। ସେ ପିସିସି ସଭାପତି ପଦ ଛାଡି ଦେବା କଥା। ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ, ସେ ଜାଣି ନାହାନ୍ତି। ଆହୁରୀ କହିଥିଲେ ଯେ,

ପିସିସି ସଭାପତି ପଦ କ’ଣ ତାଙ୍କ ପୈତୃକ ସମ୍ପତ୍ତି। ପିସିସି ସଭାପତି ପଦ ପାଇଁ ସେ ଯୋଗ୍ୟ ନୁହନ୍ତି। ମୋ ସମ୍ମାନ ଉପରକୁ ଆଞ୍ଚ ଆସିଛି। ଦରକାର ପଡ଼ିଲେ ବିଧାନସଭାରୁ ଇସ୍ତଫା ଦେବି । ପୁଣି ଥରେ ଲଢ଼ିବି। ଦିଲ୍ଲୀ ଯାଏ ଯିବି। ତାରା କହିଥିଲେ ଯେ, ପୂର୍ବତନ ବିଧାୟକ କୈଳାସ କୁଲେସିକା ଯଶବନ୍ତପୁର ଓ ନାରାୟଣପାଟଣା ବ୍ଲକ ସଭାପତି ନିଯୁକ୍ତି ନିମନ୍ତେ ଟଙ୍କା ମାଗାଯାଇଥିବା ଅଭିଯୋଗ ଆଣି ଜିଲ୍ଲା ସଭାପତି (ମୀନାକ୍ଷୀ ବାହିନୀପତି) ଓ ମୋ ବିରୋଧରେ ଫେସବୁକ୍‌ରେ ଛାଡ଼ିଲେ।  ନିର୍ବାଚନର ଅଢ଼େଇ ବର୍ଷ ପରେ ଟଙ୍କା ମାଗିବା ଘଟଣା କିପରି ଉଠିଲା? ଏନେଇ ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତି କଥା ହେଲେ। ଯଦି କୈଳାସ କୁଲେସିକା ଜିଲ୍ଲାରେ ରହିବେ, ତା’ହେଲେ ଏନେଇ ଜିଲ୍ଲା ସଭାପତିଙ୍କୁ କାହିଁକି ଜଣାଗଲା ନାହିଁ? କୈଳାସ କୁଲେସିକା ଦଳ ଛାଡ଼ିବା ନିଷ୍ପତ୍ତି ପ୍ରତ୍ୟାହାର କଲେ ବୋଲି କାହିଁକି ଜିଲ୍ଲା ସଭାପତିଙ୍କୁ ନିରଞ୍ଜନ ପଟ୍ଟନାୟକ ଜଣାଇଲେ ନାହିଁ? ଯେଉଁମାନେ ଦଳକୁ ବିଶୃଙ୍ଖଳିତ କରୁଛନ୍ତି, ଇସ୍ତଫା ଦେବେ ବୋଲି ଧମକ ଦେଉଛନ୍ତି, ତାଙ୍କୁ ସୁଯୋଗ  ଦିଆଯାଉଛି।  କଂଗ୍ରେସ ଦିନକୁ ଦିନ ତଳକୁ ତଳ ଯାଉଛି। ଆମେ  ଲଢ଼େଇ ଜାରି ରଖିବୁ।

ସେ ଆହୁରି କହିଥିଲେ ଯେ, ବିଜେଡି ବିଧାୟକ ନବୀନଙ୍କ ନାଁରେ ଜିତନ୍ତି।  ମୋଦିଙ୍କ ନାଁରେ ବିଜେପି ବିଧାୟକ ଜିତନ୍ତି । କଂଗ୍ରେସ ବିଧାୟକ କିନ୍ତୁ ନିରଞ୍ଜନଙ୍କ ନାଁରେ ଜିତିପାରନ୍ତି ନାହିଁ।

The post ଦଳ ଛାଡ଼ିବେ କି ତାରା ? appeared first on Odisha Reporter.

]]>
right top 2021-08-22 18:39:29 https://cdn.odishareporter.in/wp-content/uploads/2020/09/15143246/tara1.jpg
ପଂଚାୟତ ନିର୍ବାଚନରେ ଭୋଟ୍ ହେରାଫେରି ପାଇଁ ସରକାର ଅସାଧୁ ଉଦ୍ୟମ କରିଛନ୍ତି : ବିଜେପି https://odishareporter.in/politics/happenings/bjp-targets-govt-on-panchayat-election-issue-668945 Sun, 22 Aug 2021 02:30:00 +0000 https://odishareporter.in/?p=668945

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ବୁଥସ୍ତରରେ ତତ୍କାଳ ଭୋଟ୍ ଗଣତି ବ୍ୟବସ୍ଥାରେ ଅବାଞ୍ଝିତ ପରିବର୍ତ୍ତନ କରି ରାଜ୍ୟ ସରକାର ପ୍ରଚଳିତ ଭୋଟ୍ ଗଣତି ପ୍ରକ୍ରିୟାକୁ ସନ୍ଦେହଘେରକୁ ଠେଲି ଦେଇଛନ୍ତି। ଏହା ରାଜ୍ୟରେ ପଂଚାୟତ ନିର୍ବାଚନରେ ଭୋଟ ହେରାଫେରି ଉଦ୍ୟମର ଆଭାସ ଦେଉଛି ଓ କପି କରି ପ୍ରଥମ ହେବାକୁ ବିଜେଡି ସରକାର ଏବେଠୁ ଲକ୍ଷ୍ୟ ରଖିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ଶାଖା ପଂଚାୟତିରାଜ ସମିତି ସଂଯୋଜକ ଶଙ୍କର୍ଷଣ ପରିଡ଼ା ଅଭିଯୋଗ କରିଛନ୍ତି […]

The post ପଂଚାୟତ ନିର୍ବାଚନରେ ଭୋଟ୍ ହେରାଫେରି ପାଇଁ ସରକାର ଅସାଧୁ ଉଦ୍ୟମ କରିଛନ୍ତି : ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ବୁଥସ୍ତରରେ ତତ୍କାଳ ଭୋଟ୍ ଗଣତି ବ୍ୟବସ୍ଥାରେ ଅବାଞ୍ଝିତ ପରିବର୍ତ୍ତନ କରି ରାଜ୍ୟ ସରକାର ପ୍ରଚଳିତ ଭୋଟ୍ ଗଣତି ପ୍ରକ୍ରିୟାକୁ ସନ୍ଦେହଘେରକୁ ଠେଲି ଦେଇଛନ୍ତି। ଏହା ରାଜ୍ୟରେ ପଂଚାୟତ ନିର୍ବାଚନରେ ଭୋଟ ହେରାଫେରି ଉଦ୍ୟମର ଆଭାସ ଦେଉଛି ଓ କପି କରି ପ୍ରଥମ ହେବାକୁ ବିଜେଡି ସରକାର ଏବେଠୁ ଲକ୍ଷ୍ୟ ରଖିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ଶାଖା ପଂଚାୟତିରାଜ ସମିତି ସଂଯୋଜକ ଶଙ୍କର୍ଷଣ ପରିଡ଼ା ଅଭିଯୋଗ କରିଛନ୍ତି ଯେ, କପି କରି ପଂଚାୟତ ନିର୍ବାଚନରେ ପ୍ରଥମ ହେବା ପାଇଁ ଭୋଟ୍ ହେରାଫେରି କରିବାକୁ ଏବେଠୁ ଅସାଧୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପଂଚାୟତ ନିର୍ବାଚନରେ ରାଜ୍ୟର ପ୍ରାୟ ୧ ଲକ୍ଷ ବୁଥ୍‌ର ୪ ଲକ୍ଷ ଭୋଟ ବାକ୍ସକୁ ବିଧିବଦ୍ଧ ଭାବେ ସୁରକ୍ଷା ଦେବା ପାଇଁ ବ୍ଲକସ୍ତରରେ ଆବଶ୍ୟକୀୟ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା ନାହିଁ କିମ୍ବା ଜିଲ୍ଲାସ୍ତରରେ ଏତେ ବିପୁଳ ସଂଖ୍ୟକ ଭୋଟବାକ୍ସ ପାଇଁ ଏ ଯାବତ ରାଜ୍ୟରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ବିଧାନସଭା ଓ ସଂସଦୀୟ ନିର୍ବାଚନ କ୍ଷେତ୍ରରେ ପ୍ରତି ପଂଚାୟତରେ ବୁଥ୍ ମାତ୍ର ୪ କିମ୍ବା ୫ ରେ ସୀମିତ ଥିଲାବେଳେ ପଂଚାୟତ ନିର୍ବାଚନରେ ଏହି ବୁଥ୍ ସଂଖ୍ୟା ପ୍ରାୟ ୧୫ରୁ ୩୦। ପୌର ନିର୍ବାଚନ ପରାଜୟ ଭୟରେ ପ୍ରାୟ ୩ ବର୍ଷ ଧରି ପୌର ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିଥିବା ରାଜ୍ୟ ସରକାର ପୁନଶ୍ଚ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପରୋକ୍ଷଭାବେ ପ୍ରଭାବିତ କରି ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିବାର ଅସାଧୁ ଉଦ୍ୟମ ଜାରି ରଖିଛନ୍ତି।

ସେ କହିଛନ୍ତି, ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ୱାର୍ଡ ଏବଂ ପଂଚାୟତସ୍ତରରେ ଦଳୀୟ ନିର୍ବାଚନୀ ବ୍ୟବସ୍ଥା ନାହିଁ, ଏହା ନିର୍ଦଳୀୟ। ନିର୍ବାଚନୀ ପ୍ରକ୍ରିୟାର ଅଂଶ ବିଶେଷଭାବେ ଭୋଟ ବାକ୍ସ ପ୍ରାବଧାନ ଓ ଗଣତିର ଗଣିତକୁ ସହଜ ସରଳ ମାନସାଙ୍କ ପରିବର୍ତ୍ତେ ଜଟିଳ ଜ୍ୟାମିତିରେ ପରିଣତ କରି ତୃଣମୂଳ ଗଣତାନ୍ତ୍ରିକ ବିଧି ବିଧାନର ବ୍ୟାପକ ଉଲଂଘନ କରିବାକୁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି।

ଶ୍ରୀ ପରିଡ଼ା ଆହୁରି କହିଛନ୍ତି, ଶାସକ ବିଜେଡିର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭାଷାରେ ରାଜ୍ୟ ସରକାର କପି କରି ଫାଷ୍ଟ ହେଉଛନ୍ତି । ତେଣୁ ସରକାର ଅଭ୍ୟାସଗତ ଭାବେ ପଂଚାୟତ ନିର୍ବାଚନରେ ମଧ୍ୟ କପି କରି ପ୍ରଥମ ହେବାପାଇଁ ଏବେ ଉଦ୍ୟମ କରିବାକୁ ପଛାଇନାହାନ୍ତି । ଲୋକସଭା ଓ ବିଧାନସଭା ଲୋକମାନଙ୍କ ସଭା ନୁହେଁ ଏହା ଲୋକ ପ୍ରତିନିଧିମାନଙ୍କର ସଭା । ଲୋକମାନଙ୍କୁ ପ୍ରତ୍ୟକ୍ଷ ଶାସନରେ ଭାଗିଦାରୀ କରିବା ନିମନ୍ତେ ୧୯୯୩ ମସିହାରେ ଭାରତୀୟ ସଂମ୍ବିଧାନ ସଂଶୋଧନ କାରାଯାଇ ଶକ୍ତିଶାଳୀ ତୃଣମୂଳ ସରକାର (ପଂଚାୟତ) ଗଠନ କରିବାର ପରିକଳ୍ପନାକୁ ସାମ୍ବିଧାନିକ ମର୍ଯ୍ୟାଦା ମିଳିଲା। ତଦନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଭଳି ତୃଣମୂଳ ସ୍ତରରେ ଅନ୍ୟ ଏକ କାର୍ଯ୍ୟନିର୍ବାହୀ ସରକାର ଗଠନ କରିବା ପାଇିଁ ସାମ୍ବିଧାନିକ ଆଇନ ପ୍ରଣୟନ କରାଗଲା । କ୍ଷମତାର୍ପିତ ଜନତା ଓ ଉତ୍ତରଦାୟୀ ତୃଣମୂଳ ସରକାରର ଗଠନ ବ୍ୟବସ୍ଥାକୁ ଭୁଲୁଣ୍ଠିତ କରିବାକୁ ରାଜ୍ୟ ସରକାର ଭୋଟ ହେରାଫେରିର ସଙ୍ଗୀନ ଷଡ଼ଯନ୍ତ୍ର ରଚିବା ସହିତ ବିଜେପିର କ୍ରମବର୍ଦ୍ଧିଷ୍ଣୁ ଜନମତ ସପକ୍ଷରେ ବିଜୟ ଲାଭ କରିବା ନିମନ୍ତେ ଗଳାବାଟ ଖୋଜୁଛନ୍ତି ।

ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥା ଓ ନିର୍ବାଚନୀ ପ୍ରକ୍ରିୟା ଯାହା ୭୩ତମ ସଂମ୍ବିଧାନ ସଂଶୋଧନର ମାର୍ଗଦର୍ଶକ ଭାବେ ଉଭା ହୋଇଥିଲା, ତାକୁ ଏବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ବଳରେ ବ୍ୟାପକ ପରିବର୍ତ୍ତନ କରାଇ ରାଜ୍ୟ ସରକାର ପ୍ରଚଳିତ ପଂଚାୟତିରାଜ ବିଧିବ୍ୟବସ୍ଥାକୁ ଭଣ୍ଡୁର କରିବାରେ ଲାଗି ପଡ଼ିଛନ୍ତି । ତେଣୁ ଓଡ଼ିଶା ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ନଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ଅନୁରୋଧ କରିବା ସହ ବିଧି ଆଧାରିତ ନିର୍ବାଚନ କରିବାକୁ ଦାବି କରିଛି ବୋଲି ଶଙ୍କର୍ଷଣ ପରିଡ଼ା କହିଛନ୍ତି।

 

The post ପଂଚାୟତ ନିର୍ବାଚନରେ ଭୋଟ୍ ହେରାଫେରି ପାଇଁ ସରକାର ଅସାଧୁ ଉଦ୍ୟମ କରିଛନ୍ତି : ବିଜେପି appeared first on Odisha Reporter.

]]>
centre bottom 2021-08-23 07:59:59 https://cdn.odishareporter.in/wp-content/uploads/2021/08/22075131/Shankar-parida.jpg
ଖରସ୍ରୋତା ପ୍ରୋଜେକ୍ଟ ପାଇଁ ଫେକ୍ ପରିବେଶ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ https://odishareporter.in/politics/happenings/the-congress-demanded-action-668920 Sat, 21 Aug 2021 16:15:23 +0000 https://odishareporter.in/?p=668920

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବିବାଦୀୟ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ କରାଯାଇଛି। ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ନକଲି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ(ଇଏସଆଇଏ) ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ନିମନ୍ତେ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ […]

The post ଖରସ୍ରୋତା ପ୍ରୋଜେକ୍ଟ ପାଇଁ ଫେକ୍ ପରିବେଶ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବିବାଦୀୟ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ କରାଯାଇଛି। ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ନକଲି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ(ଇଏସଆଇଏ) ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ନିମନ୍ତେ ଦାବି କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ ଓ ମନୋରଞ୍ଜନ ଦାଶ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ହାଇଦ୍ରାବାଦର ଆଇଆଇଟି ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏପରିକି ରାଜ୍ୟ ସରକାର ଯେଉଁ ଇଏସଆଇଏ ରିପୋର୍ଟକୁ ଦେଖାଉଛନ୍ତି ତାହା ଅସଲି ନୁହେଁ ନକଲି। ୯୦୦ କୋଟି ଟଙ୍କାର ଠିକାଦାରୀ କାମ ପାଇଁ ରାଜ୍ୟ ସରକାର ଏଭଳି ନିମ୍ନ ସ୍ତରକୁ ଖସି ଯାଇ ମିଛ ଫେକ୍ ରିପୋର୍ଟ ଦେଖେଇ ଲୋକଙ୍କୁ ଭୂଆଁ ବୁଲେଇବା ତାହା ଅତ୍ୟନ୍ତ ଲଜ୍ଜାଜନକ। ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପରିବେଶ ସାମାଜକି ପ୍ରଭାବ (ଇଏସଆଇଏ) ପରିବେଶ ସାମାଜିକ ପ୍ରଭାବ ରିପୋର୍ଟର୍ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ଯେହେତୁ ପ୍ରକଳ୍ପଟି ଭିତରକନିକା ଇକୋ ସେନ୍‌ସିଟିଭ ଜୋନ୍ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍‌ସିଟିଭ୍ ଜୋନ କମିଟିର ସହମତି ଏବଂ ସ୍ୱୀକୃତି ନେବା ଜରୁରୀ। ଭିତରକନିକା ଉପରେ ପ୍ରକଳ୍ପର କ’ଣ ପ୍ରତିକୂଳ ପ୍ରଭାବ ବା ପଡ଼ିବ ନାହିଁ ତାର ସବିଶେଷ ସର୍ଭେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ କରାଯାଏ, ତା’ପରେ ଇକୋ ସେନ୍‌ସିଟିଭ ଜୋନ କମିଟିର ବୈଠକରେ ଆଲୋଚନା ପରେ ଯଦି ଏହାକୁ ଅନୁମତି ମିଳେ ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ  ରହିଛି।  ଏ ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ୨୦୧୫ ଜୁନ୍ ୧୬ତାରିଖରେ ଏକ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ। ମାତ୍ର ରାଜ୍ୟ ସରକାର ଏହି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସଂପର୍କରେ କୌଣସି (ପରିବେଶ ସାମାଜିକ ପ୍ରଭାବ) ଅନୁଧ୍ୟାନ କରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ଯେ, ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମତି ଦେବା ପୂର୍ବରୁ  ଭିତରକନିକା ଉପରେ କ’ଣ ପ୍ରଭାବ ପଡ଼ିବ ସେ ସମ୍ପର୍କରେ କାହିଁକି ଦେଶର ବିଶ୍ୱସନୀୟ ସଂସ୍ଥା ଠାରୁ ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ ପ୍ରସ୍ତୁତ କଲେ ନାହିଁ । ଏହା ଏକ ସ୍ପର୍ଶକାତର ପରିବେଶ ସଂକ୍ରାନ୍ତ ପ୍ରସଙ୍ଗ ହୋଇଥିବାବେଳେ ସରକାର ଆଇଆଇଟି ହାଇଦ୍ରାବାଦର ସିଭିଲ ଇଂଜିନିୟରିଂ ବିଭାଗ ଦ୍ୱାରା କାହିଁକି ପ୍ରସ୍ତୁତ କରାଇଲେ । ଯେଉଁ ରିପୋର୍ଟ ସରକାର ଦେଖାଉଛନ୍ତି ସେଥିରେ ସେଥିରେ ଭିତରକନିକା ଜାତୀୟ ଉଦ୍ୟାନ ସପଂର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ। ଯଦି ଅଛି ସରକାର ଦେଖେଇ ଦିଅନ୍ତୁ କେଉଁଠି ଓ କ’ଣ ଉଲ୍ଲେଖ ଅଛି? ପ୍ରକଳ୍ପ ପାଇଁ ୪୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ସରିବାପରେ କାହିଁକି ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂ ଡାକିଲେ? ଏହି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ ସରକାରଙ୍କ ପାଖରେ ନରହି ଠିକା ନେଇଥିବା ସଂସ୍ଥା ମେଘା ଇନ୍‌ଫ୍ରା ପାଖରେ ରହିଲା କେମିତି? ବାସ୍ତବରେ ଏହି ସର୍ଭେ ରିପୋର୍ଟ ରାଜ୍ୟ ସରକାର କରିଛନ୍ତି ନା ଠିକାଦାର ସଂସ୍ଥା ପକ୍ଷରୁ ଲୁଚାଛପାରେ ପ୍ରସ୍ତୁତ କରାଯାଇଛି ସେ ନେଇ କଂଗ୍ରେସ ଜବାବ ମାଗିଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

The post ଖରସ୍ରୋତା ପ୍ରୋଜେକ୍ଟ ପାଇଁ ଫେକ୍ ପରିବେଶ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ appeared first on Odisha Reporter.

]]>
right bottom 2021-08-22 12:23:03 https://cdn.odishareporter.in/wp-content/uploads/2021/08/21230133/CONGRESS-5.jpg
ବର୍ଷିଲେ ତାରା, କହିଲେ- ପିସିସି ସଭାପତି ପଦ ପାଇଁ ନିରଞ୍ଜନ ଯୋଗ୍ୟ ନୁହଁନ୍ତି https://odishareporter.in/politics/happenings/congress-mla-tara-bahinipati-targets-pcc-chief-668493 Fri, 20 Aug 2021 09:18:31 +0000 https://odishareporter.in/?p=668493

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କଂଗ୍ରେସରେ ରହିବି, ହେଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ।  ସେ ବିବାଦର ସମାଧାନ କରିବା ବଦଳରେ ଏହାକୁ ବଢ଼ାଉଛନ୍ତି। ତାଙ୍କର ବୟସ ହେଇଗଲାଣି। ସେ ପିସିସି ସଭାପତି ପଦ ଛାଡି ଦେବା କଥା। ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ, ସେ ଜାଣି ନାହାନ୍ତି।’ ଏମିତି କିଛି ପ୍ରତିକ୍ରିୟା ଦେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ […]

The post ବର୍ଷିଲେ ତାରା, କହିଲେ- ପିସିସି ସଭାପତି ପଦ ପାଇଁ ନିରଞ୍ଜନ ଯୋଗ୍ୟ ନୁହଁନ୍ତି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କଂଗ୍ରେସରେ ରହିବି, ହେଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ।  ସେ ବିବାଦର ସମାଧାନ କରିବା ବଦଳରେ ଏହାକୁ ବଢ଼ାଉଛନ୍ତି। ତାଙ୍କର ବୟସ ହେଇଗଲାଣି। ସେ ପିସିସି ସଭାପତି ପଦ ଛାଡି ଦେବା କଥା। ଜଣେ ମହିଳା ଜିଲ୍ଲା ସଭାପତିଙ୍କ ସହ କେମିତି ବ୍ୟବହାର କରାଯାଏ, ସେ ଜାଣି ନାହାନ୍ତି।’ ଏମିତି କିଛି ପ୍ରତିକ୍ରିୟା ଦେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି, ପିସିସି ସଭାପତି ପଦ କ’ଣ ତାଙ୍କ (ନିରଞ୍ଜନ ପଟ୍ଟନାୟକ) ପୈତୃକ ସମ୍ପତ୍ତି। ପିସିସି ସଭାପତି ପଦ ପାଇଁ ସେ ଯୋଗ୍ୟ ନୁହନ୍ତି। ମୋ ସମ୍ମାନ ଉପରକୁ ଆଞ୍ଚ ଆସିଛି। ଦରକାର ପଡ଼ିଲେ ବିଧାନସଭାରୁ ଇସ୍ତଫା ଦେବି । ପୁଣି ଥରେ ଲଢ଼ିବି। ଦିଲ୍ଲୀ ଯାଏ ଯିବି।

ତାରା କହିଛନ୍ତି, ପୂର୍ବତନ ବିଧାୟକ କୈଳାସ କୁଲେସିକା ଯଶବନ୍ତପୁର ଓ ନାରାୟଣପାଟଣା ବ୍ଲକ ସଭାପତି ନିଯୁକ୍ତି ନିମନ୍ତେ ଟଙ୍କା ମାଗାଯାଇଥିବା ଅଭିଯୋଗ ଆଣି ଜିଲ୍ଲା ସଭାପତି (ମୀନାକ୍ଷୀ ବାହିନୀପତି) ଓ ମୋ ବିରୋଧରେ ଫେସବୁକ୍‌ରେ ଛାଡ଼ିଲେ।  ନିର୍ବାଚନର ଅଢ଼େଇ ବର୍ଷ ପରେ ଟଙ୍କା ମାଗିବା ଘଟଣା କିପରି ଉଠିଲା? ଏନେଇ ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତି କଥା ହେଲେ। ଯଦି କୈଳାସ କୁଲେସିକା ଜିଲ୍ଲାରେ ରହିବେ, ତା’ହେଲେ ଏନେଇ ଜିଲ୍ଲା ସଭାପତିଙ୍କୁ କାହିଁକି ଜଣାଗଲା ନାହିଁ? କୈଳାସ କୁଲେସିକା ଦଳ ଛାଡ଼ିବା ନିଷ୍ପତ୍ତି ପ୍ରତ୍ୟାହାର କଲେ ବୋଲି କାହିଁକି ଜିଲ୍ଲା ସଭାପତିଙ୍କୁ ନିରଞ୍ଜନ ପଟ୍ଟନାୟକ ଜଣାଇଲେ ନାହିଁ? ଯେଉଁମାନେ ଦଳକୁ ବିଶୃଙ୍ଖଳିତ କରୁଛନ୍ତି, ଇସ୍ତଫା ଦେବେ ବୋଲି ଧମକ ଦେଉଛନ୍ତି, ତାଙ୍କୁ ସୁଯୋଗ  ଦିଆଯାଉଛି।  କଂଗ୍ରେସ ଦିନକୁ ଦିନ ତଳକୁ ତଳ ଯାଉଛି। ଆମେ  ଲଢ଼େଇ ଜାରି ରଖିବୁ।

ସେ ଆହୁରି କହିଛନ୍ତି, ବିଜେଡି ବିଧାୟକ ନବୀନଙ୍କ ନାଁରେ ଜିତନ୍ତି।  ମୋଦିଙ୍କ ନାଁରେ ବିଜେପି ବିଧାୟକ ଜିତନ୍ତି । କଂଗ୍ରେସ ବିଧାୟକ କିନ୍ତୁ ନିରଞ୍ଜନଙ୍କ ନାଁରେ ଜିତିପାରନ୍ତି ନାହିଁ।

ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବାରୁ କିଛି ଦିନ ପୂର୍ବେ ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନିପତି।  ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

ମୀନାକ୍ଷୀ କହିଥିଲେ, ଉକ୍ତ ପ୍ରେଟସମିଟ୍‌ରେ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିଲା। ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ। ଏମପି ଯେଉଁ କାମ କରୁଛନ୍ତି, ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି  ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି, ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହେଁ।

ଏହା ସହିତ ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ମୀନାକ୍ଷୀ କହିଥିଲେ।

The post ବର୍ଷିଲେ ତାରା, କହିଲେ- ପିସିସି ସଭାପତି ପଦ ପାଇଁ ନିରଞ୍ଜନ ଯୋଗ୍ୟ ନୁହଁନ୍ତି appeared first on Odisha Reporter.

]]>
centre top 2021-08-20 14:48:31 https://cdn.odishareporter.in/wp-content/uploads/2021/08/20144257/tara.jpg
ଧର୍ମେନ୍ଦ୍ର-ଅଶ୍ୱିନୀଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ, ଟ୍ରେନରେ ରାୟଗଡ଼ା ଗଲେ ଅଶ୍ୱିନୀ https://odishareporter.in/politics/happenings/central-minister-dharmendra-pradhan-and-ashwini-vaishanv-started-jana-ashirvad-jatra-668372 Thu, 19 Aug 2021 16:25:40 +0000 https://odishareporter.in/?p=668372

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଆଜି ୪ଦିନିଆ ଓଡ଼ିଶା ଗସ୍ତରେ ଆସି ପହଂଚିବା ସହ ସେମାନଙ୍କର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ନିଜର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସାଧାରଣ ନାଗରିକଙ୍କ ଭଳି ହୀରାଖଣ୍ଡ ଏକ୍ସପ୍ରେସରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖୋର୍ଦ୍ଧା, […]

The post ଧର୍ମେନ୍ଦ୍ର-ଅଶ୍ୱିନୀଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ, ଟ୍ରେନରେ ରାୟଗଡ଼ା ଗଲେ ଅଶ୍ୱିନୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଆଜି ୪ଦିନିଆ ଓଡ଼ିଶା ଗସ୍ତରେ ଆସି ପହଂଚିବା ସହ ସେମାନଙ୍କର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ନିଜର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସାଧାରଣ ନାଗରିକଙ୍କ ଭଳି ହୀରାଖଣ୍ଡ ଏକ୍ସପ୍ରେସରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତା ଆଶୀର୍ବାଦ ଲୋଡ଼ିବେ ବୋଲି ଜଣାପଡ଼ିଛି।

ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ବୈଷ୍ଣବ ୪ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ରହି ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଦୁଇ ମନ୍ତ୍ରୀ ସିଧାସଳଖ ପୁରୀ ଗସ୍ତ କରିଥିଲେ। ବାଟରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ବିଭିନ୍ନ ଛକରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଉଭୟ ମନ୍ତ୍ରୀ ଭୁବନେଶ୍ୱର ଫେରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ସେମାନଙ୍କୁ ଦଳର ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ବହୁମୁଖୀ ବିକାଶ ହେଉଛି ବିଜେପିର ପ୍ରାଥମିକତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ପ୍ରୟାସ ହେଉଛି ପୂର୍ବଦ୍ୟୋୟର ବିକାଶ। ରାଜ୍ୟର ଗରିବ, ବଂଚିତ, ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ତ୍ୱରିତ୍ୱ ପଦକ୍ଷେପ ସ୍ୱରୂପ ଆମେ ସମସ୍ତେ କାର୍ଯ୍ୟ କରିବୁ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେସନ ବୁଲି ଦେଖିବା ସହ ସାଧାରଣ ନାଗରିକଙ୍କ ଭଳି ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ରାୟଗଡ଼ା ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ସହ ବିଜେପିର କିଛି ନେତା ମଧ୍ୟ ରାୟଗଡ଼ା ଯାଇଛନ୍ତି। ସେ ନିଜର ଜନ ଆଶୀର୍ବାଦ ଯାତ୍ରାରେ ଆସନ୍ତାକାଲି ରାୟଗଡ଼ାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କୋରାପୁଟ ଗସ୍ତ କରିବେ ଓ ସେଠାରେ ରାତ୍ରିଯାପନ କରିବେ। ଶ୍ରୀ ବୈଷ୍ଣବ ୨୧ ତାରିଖରେ କୋରାପୁଟରୁ ବାହାରି ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର, ପାପଡ଼ାହାଣ୍ଡି, କୋକସରା, ଜୁନାଗଡ ଦେଇ ଭବାନୀପାଟଣାଠାରେ ପହଂଚି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରାତ୍ରଯାପନ କରିବେ । ସେହିପରି ୨୨ ତାରିଖରେ ସେ ଭବାନୀପାଟଣାରୁ କେସିଙ୍ଗା, ଟିଟିଲାଗଡ଼, କଂଟାବାଞ୍ଜି, ପାଟଣାଗଡ଼ ଦେଇ ବଲାଙ୍ଗୀରଠାରେ ପହଂଚିବେ। ସେଠାରେ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ସଂଗଠନ ଓ ବର୍ଗର ଲୋକମାନଙ୍କ ସହ ଆଲୋଚନା କରି ରାତିରେ ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବେ।

ସେହିପରି ଆସନ୍ତାକାଲିଠୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ନିଜର ଜନ ଆଶୀର୍ବାଦ ଯାତ୍ରାରେ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଏହି ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବିଜେପି ସଂଗଠନ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ। ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ।

The post ଧର୍ମେନ୍ଦ୍ର-ଅଶ୍ୱିନୀଙ୍କ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ, ଟ୍ରେନରେ ରାୟଗଡ଼ା ଗଲେ ଅଶ୍ୱିନୀ appeared first on Odisha Reporter.

]]>
2021-08-20 08:16:10 https://cdn.odishareporter.in/wp-content/uploads/2021/08/19215350/ashwin-vaishanv.jpg
୧୫ବର୍ଷ ଧରି ‘ଏୟାରଷ୍ଟ୍ରିପ’ ସ୍ୱପ୍ନ ଦେଖାଉଛନ୍ତି ସରକାର, ଆସନ୍ତାକାଲି ଯିବେ ମୁଖ୍ୟମନ୍ତ୍ରୀ https://odishareporter.in/politics/happenings/cm-naveen-patnaik-will-distribute-smart-health-card-from-tomorrow-668358 Thu, 19 Aug 2021 15:50:41 +0000 https://odishareporter.in/?p=668358

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ତଥା ରାଜ୍ୟର ସବୁଠୁ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଗସ୍ତ କରି ‘ସ୍ମାର୍ଟ ହେଲଥ୍ କାର୍ଡ’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଜିଲ୍ଲା ଗସ୍ତ ହୋଇଥିବାବେଳେ ଶାସକ ବିଜେଡି ଏହି କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେବା ପାଇଁ ଏବେ ରାଜ୍ୟସ୍ତରର ପ୍ରାୟ ୩ ଡଜନରୁ ଅଧିକ ନେତାଙ୍କୁ ମାଲକାନଗିରିରେ ନିୟୋଜିତ କରିଛି। ପଂଚାୟତ […]

The post ୧୫ବର୍ଷ ଧରି ‘ଏୟାରଷ୍ଟ୍ରିପ’ ସ୍ୱପ୍ନ ଦେଖାଉଛନ୍ତି ସରକାର, ଆସନ୍ତାକାଲି ଯିବେ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ତଥା ରାଜ୍ୟର ସବୁଠୁ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଗସ୍ତ କରି ‘ସ୍ମାର୍ଟ ହେଲଥ୍ କାର୍ଡ’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଜିଲ୍ଲା ଗସ୍ତ ହୋଇଥିବାବେଳେ ଶାସକ ବିଜେଡି ଏହି କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେବା ପାଇଁ ଏବେ ରାଜ୍ୟସ୍ତରର ପ୍ରାୟ ୩ ଡଜନରୁ ଅଧିକ ନେତାଙ୍କୁ ମାଲକାନଗିରିରେ ନିୟୋଜିତ କରିଛି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରୁଥିବାବେଳେ ଏହି ମାଓପ୍ରବଣ ଜିଲ୍ଲାକୁ ଆକାଶମାର୍ଗରେ ସବୁଦିନିଆ ସଂଯୋଗ ନିମନ୍ତେ ରାଜ୍ୟ ସରକାର ଦେଖାଇଥିବା ‘ଏୟାରଷ୍ଟ୍ରିପ୍‌’ ନିର୍ମାଣ କାର୍ଯ୍ୟ ଏବେବି ଅନିଶ୍ଚିତତା ମଧ୍ୟରେ ରହିଛି।

୨୦୦୭ ଅଗଷ୍ଟ ୨୯ତାରିଖରେ ଏହି ‘ଏୟାରଷ୍ଟ୍ରିପ୍‌’ ନିର୍ମାଣ କାର୍ଯ୍ୟକୁ ପ୍ରଶାସନିକ ଓ ବଜେଟ୍ ଅନୁମୋଦନ ଦେଇଥିବା ରାଜ୍ୟ ସରକାର ବିଗତ ୧୫ବର୍ଷ ଧରି ଜିଲ୍ଲାବାସୀଙ୍କୁ କେବଳ ସ୍ୱପ୍ନ ଦେଖାଇ ଚାଲିଛନ୍ତି। ଏବେପୁଣି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଦୁଇଦିନ ପୂର୍ବରୁ ରାଜ୍ୟ ସରକାର ସେହି ପ୍ରସ୍ତାବିତ ‘ଏୟାରଷ୍ଟ୍ରିପ’ ହେବାକୁ ଥିବା ଜଙ୍ଗଲଜମିର କିସମ ପରିବର୍ତ୍ତନ ଆବେଦନକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଖାରଜ କରିଦେଇଥିବା ଦର୍ଶାଇ କ୍ଷତିପୂରଣ ବନୀକରଣ ନିମନ୍ତେ ସାନି ଜମି ଚିହ୍ନଟ କରିବାକୁ ମାଲକାନଗିରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଅନ୍ୟ ଅଂଚଳ ସହ ଆକାଶମାର୍ଗରେ ମାଲକାନଗିରି ଜିଲ୍ଲାକୁ ଯୋଡ଼ିବା ପାଇଁ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ୧୫ବର୍ଷ ପରେ ବି ସେହି ଫାଇଲ୍ ଭିତରେ ରହିବା ବିଜେଡି ସରକାରଙ୍କର ଜିଲ୍ଲା ପ୍ରତି ଆନ୍ତରିକତାକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ସେଠାରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବେ । ଏହି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରିକୁ ଚୟନ କରିଥିବାବେଳେ ପୌର ଓ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ତା’ର ଭରପୂର ଫାଇଦା ନେବାକୁ ପ୍ରୟାସ କରିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ ଗସ୍ତରେ ଆସି ଜିଲ୍ଲାରେ ମାତ୍ର ୪୦ ମିନିଟ୍ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ସଫଳ କରିବା ପାଇଁ ମନ୍ତ୍ରୀ ନବ କିଶୋର ଦାସ, ବିକ୍ରମ କେଶରୀ ଆରୁଖ, ସମୀର ଦାଶ, ଜଗନ୍ନାଥ ସାରକା, ତୁଷାରକାନ୍ତି ବେହେରା, ପଦ୍ମିନୀ ଦିଆନ, ଅରୁଣ ସାହୁ, ପଦ୍ମନାଭ ବେହେରାଙ୍କ ସମେତ ବିଧାୟକ ଚନ୍ଦ୍ରସାରଥୀ ବେହେରା, ପ୍ରଣବପ୍ରକାଶ ଦାସ,ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, କୁନା ତ୍ରିପାଠୀ ଓ ଅନ୍ୟ ପ୍ରାୟ ୩ ଡଜନରୁ ଅଧିକ ନେତା ଏବେ ଜିଲ୍ଲାରେ ଡେରା ପକାଇଛନ୍ତି। ଏହି ବିଜେଡି ନେତାମାନେ ଜିଲ୍ଲାର ୭ଟି ବ୍ଲକ ଓ ୨ଟି ପୌରାଂଚଳରେ କାର୍ଡ ବଣ୍ଟନ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ମାଓବାଦୀ ପ୍ରଭାବିତ ଜିଲ୍ଲାବାସୀଙ୍କୁ ୨୦୦୭ ପଂଚାୟତ ନିର୍ବାଚନ ପୂର୍ବରୁ ‘ଏୟାରଷ୍ଟ୍ରିପ’ ଉପହାର ଦେବା ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେତେବେଳେ ୬.୪୧କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ରାଜ୍ୟ ରାଜକୋଷରୁ କରାଯାଇଥିଲା । ମ୍ୟାପଟେକ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଡିଜିପିଏସ୍ ସର୍ଭେ କରାଯାଇ ମୋଟ ୯୪.୨୫୪ ହେକ୍ଟର ଜମିରେ ଏହି ଏୟାରଷ୍ଟ୍ରିପ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମାଲକାନଗିରି ତହସିଲ ଅନ୍ତର୍ଗତ ବାଇଲାପାରି, ବାଟାପାଲି,ନିଲିମାରି ଓ ଗୋରେଗୁଡ଼ି ରାଜସ୍ୱ ଗାଁ ନିକଟରେ ଏହି ଏୟାରଷ୍ଟ୍ରିପ ନିର୍ମାଣ ହେବ।

ତେବେ ଏଥିରେ ୧୩.୨୩୩ ହେକ୍ଟର ଜଙ୍ଗଲଜମି ରହିଥିବାରୁ ଆବଶ୍ୟକ ଅନୁମୋଦନ ନିମନ୍ତେ ପ୍ରଶାସନିକ ଅନୁମତିର ପ୍ରାୟ ୧୦ବର୍ଷ ପରେ ଅର୍ଥାତ ୨୦୧୭ ଡିସେମ୍ବର ୧ତାରିଖରେ ମାଲକାନଗିରି ପୂର୍ତ୍ତ ଡିଭିଜନ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଜଙ୍ଗଲଜମି କିସମ ପରିବର୍ତ୍ତନ ପାଇଁ କ୍ଷତିପୂରଣ ବନୀକରଣ ନିମନ୍ତେ ଚିତ୍ରକୋଣ୍ଡା ତହସିଲର ପଣାସପୁଟ ଗାଁ’ରେ ପ୍ରାୟ ୨୬.୪୬୬ ହେକ୍ଟର ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ ଏହି ଜମି ଜଙ୍ଗଲ ନିକଟରେ ନୁହେଁ ଦର୍ଶାଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହି ଆବେଦନକୁ ଖାରଜ କରିବା ସହ କ୍ଷତିପୂରଣ ବନୀକରଣ ନିମନ୍ତେ ସାନି ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ପଠାଇବାକୁ କହିଛନ୍ତି। ଏହାପରେ ରାଜ୍ୟ ପୂର୍ତ୍ତ ବିଭାଗ ଗତକାଲି ଅର୍ଥାତ ଅଗଷ୍ଟ ୧୮ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ବନୀକରଣ ନିମନ୍ତେ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ଜମି ଚିହ୍ନଟ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଏତେ ବର୍ଷ ଧରି ପ୍ରସ୍ତାବିତ ‘ଏୟାରଷ୍ଟ୍ରିପ’ ପାଇଁ ଶୋଇ ରହିଥିବା ରାଜ୍ୟ ସରକାର କାହିଁକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତର ଦୁଇଦିନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ିଲେ। ଜିଲ୍ଲାବାସୀଙ୍କୁ ‘ଏୟାରଷ୍ଟ୍ରିପ’ ନାଁରେ ପୁଣିଥରେ ଲଲିପପ୍ ଦେବାକୁ ପ୍ରୟାସ ହେଉଛି କି ବୋଲି ସାଧାରଣରେ ଚର୍ଚ୍ଚା।

The post ୧୫ବର୍ଷ ଧରି ‘ଏୟାରଷ୍ଟ୍ରିପ’ ସ୍ୱପ୍ନ ଦେଖାଉଛନ୍ତି ସରକାର, ଆସନ୍ତାକାଲି ଯିବେ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>
2021-08-20 08:17:15 https://cdn.odishareporter.in/wp-content/uploads/2021/07/15160038/cm-naveen-patnaik-1.jpg
ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ https://odishareporter.in/politics/happenings/political-parties-gear-up-for-panchayat-elections-in-odisha-668345 Thu, 19 Aug 2021 14:59:45 +0000 https://odishareporter.in/?p=668345

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଅଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ତିନି ରାଜନୀତିକ ଦଳ। ଗାଁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନେତାମାନେ ଗାଁ ମୁହାଁ ହେଲେଣି। ଏହିକ୍ରମରେ ଆଜି ବିଜେପି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ପ୍ରଥମ ଦିନରେ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ହେବା ପରେ ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ […]

The post ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଅଛି ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ତିନି ରାଜନୀତିକ ଦଳ। ଗାଁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନେତାମାନେ ଗାଁ ମୁହାଁ ହେଲେଣି। ଏହିକ୍ରମରେ ଆଜି ବିଜେପି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ପ୍ରଥମ ଦିନରେ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳମନ୍ତ୍ରୀ ହେବା ପରେ ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି।

କେନ୍ଦ୍ରର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ଜନତାଙ୍କ ପାଖକୁ ପହଞ୍ଚିବାକୁ ଉଦ୍ଦେଶ୍ୟ ରଖିଛନ୍ତି। ଆଶୀର୍ବାଦ ନେଇ ଦଳ ପାଇଁ ତୟାର କରିବେ ପଞ୍ଚାୟତ ଭୋଟ୍ ଭିତ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବାହାରିଥିଲେ ପୁରୀ। ପୁରୀ ଯିବା ବାଟରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଉ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ଅଭିଯାନ।

କାର୍ଯ୍ୟସୂଚୀ ଅନୁଯାୟୀ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିବାକୁ ଥିବା ଏଇ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଆଜି ଟ୍ରେନ୍ ଯୋଗେ ପ୍ରଥମେ ରାୟଗଡ଼ା ଓ ସେଠାରୁ ନବରଙ୍ଗପୁର ଓ ବଲାଙ୍ଗିର ଯିବେ। ତେବେ ଜଗନ୍ନାଥ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀକୁ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳ ନେଇ ସୂଚନା ଦେଇଥିଲେ। ସେପଟେ ଧର୍ମେନ୍ଦ୍ର ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଗୋଟିଏ ସମୟରେ କରାଯିବା ଉପରେ ଜୋର୍ ଦେଇଥିଲେ।

ପଞ୍ଚାୟତ ନିର୍ବାଚନକୁ ଯିବା ପୂର୍ବରୁ ଯୋଜନାର ଅସ୍ତ୍ର ସହ ବିଜେଡି ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡକୁ ମୁଖ୍ୟ ଅସ୍ତ୍ର କରି ବିଜେଡି ପଞ୍ଚାୟତ ନିର୍ବାଚନ ଡାକରା ଦେବ। ଅଗଷ୍ଟ ୧୫ରେ ଏନେଇ ଘୋଷଣା ପରେ ଆସନ୍ତାକାଲି ମାଲକାନଗିରିରୁ ହିଁ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଜିଲ୍ଲା ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ଜିଲ୍ଲା ସଂସ୍କୃତି ଭବନରେ ୧୫୦ ଜଣ ହିତାଧିକାରୀଙ୍କୁ କାର୍ଡ ବାଣ୍ଟି ଯୋଜନାର ଆରମ୍ଭ କରିବେ। ତେଣୁ ତା ପୂର୍ବରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ୮ ମନ୍ତ୍ରୀଙ୍କ ସହ ଆଗଧାଡ଼ିର ବହୁ ଦଳୀୟ ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ସରଗରମ ଜିଲ୍ଲା ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ପରେ ୨୩ ତାରିଖ ପର୍ଯ୍ୟନ୍ତ ଏହିସବୁ ନେତାମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବ୍ଲକ୍‌ୱାରି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯିବ। ଏଥିପାଇଁ ପ୍ରଶାସନିକ ସ୍ତରରେ ବି ବ୍ୟାପକ ପ୍ରସ୍ତୁତି ହୋଇଛି। ଅପରପକ୍ଷେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବି ରଣନୀତି ଚଳାଇଛି। କଂଗ୍ରେସ ମଧ୍ୟ ସ୍ଥାନୀୟ ପ୍ରସଙ୍ଗ ଆଧାରରେ ନିର୍ବାଚନକୁ ଓହ୍ଲାଇବ ବୋଲି କହିଛି।

The post ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ appeared first on Odisha Reporter.

]]>
right top 2021-08-19 20:33:54 https://cdn.odishareporter.in/wp-content/uploads/2021/08/19202917/bjd-bjp-and-congress.jpg
ବାହିନୀପତି ଦମ୍ପତିଙ୍କ ବିଦ୍ରୋହ: ପିସିସି ବିରୋଧରେ ଯୁଦ୍ଧ ଘୋଷଣା ! https://odishareporter.in/politics/the-koraput-congress-is-at-loggerheads-668259 Thu, 19 Aug 2021 10:27:13 +0000 https://odishareporter.in/?p=668259

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଗ୍ର ହେଉଛି କୋରାପୁଟ କଂଗ୍ରେସ କନ୍ଦଳ। ପିସିସି ବିରୋଧରେ ଖୁଲମଖୋଲା ବର୍ଷିଛନ୍ତି ବାହିନୀପତି ଦମ୍ପତି। ପିସିସିର ମନମାନି ଅଭିଯୋଗ ଆଣି ଉଭୟେ ଖୋଲାଖୋଲି ବିଦ୍ରୋହ କରିଛନ୍ତି।  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ କହିଛନ୍ତି, ପିସିସି ସଭାପତି ଅଯୋଗ୍ୟ। ଯାହାକୁ ନେଇ କୋରାପୁଟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି। ତାରା କହିଛନ୍ତି ଯେ, କଂଗ୍ରେସକୁ ସୁଦୃଢ କରିବାକୁ ହେଲେ  ପିସିସି ସଭାପତିକୁ  ହଟାଇବାକୁ ହେବ।  ପିସିସି ହଟାଇବା ଅଭିଯାନ ଯୋରଦାର କରାଯିବ । ସଂଗଠନକୁ ସୁଦୃଢ […]

The post ବାହିନୀପତି ଦମ୍ପତିଙ୍କ ବିଦ୍ରୋହ: ପିସିସି ବିରୋଧରେ ଯୁଦ୍ଧ ଘୋଷଣା ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଗ୍ର ହେଉଛି କୋରାପୁଟ କଂଗ୍ରେସ କନ୍ଦଳ। ପିସିସି ବିରୋଧରେ ଖୁଲମଖୋଲା ବର୍ଷିଛନ୍ତି ବାହିନୀପତି ଦମ୍ପତି। ପିସିସିର ମନମାନି ଅଭିଯୋଗ ଆଣି ଉଭୟେ ଖୋଲାଖୋଲି ବିଦ୍ରୋହ କରିଛନ୍ତି।  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ କହିଛନ୍ତି, ପିସିସି ସଭାପତି ଅଯୋଗ୍ୟ। ଯାହାକୁ ନେଇ କୋରାପୁଟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି। ତାରା କହିଛନ୍ତି ଯେ, କଂଗ୍ରେସକୁ ସୁଦୃଢ କରିବାକୁ ହେଲେ  ପିସିସି ସଭାପତିକୁ  ହଟାଇବାକୁ ହେବ।  ପିସିସି ହଟାଇବା ଅଭିଯାନ ଯୋରଦାର କରାଯିବ । ସଂଗଠନକୁ ସୁଦୃଢ କରିବା ପରିବର୍ତ୍ତେ ଦଳ ମଧ୍ୟରେ କନ୍ଦଳ ଲଗାଉଛନ୍ତି।  ଏଥିନେଇ ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି । ପିସିସି ସଭାପତିଙ୍କ  ଉପରେ କୌଣସି ନେତାଙ୍କ ଆସ୍ଥା ନାହିଁ। ରାହୁଲ ଓ ସୋନିଆଙ୍କ ପାଖରେ ଏନେଇ ଦାବି କରିବୁ ବୋଲି ସେ କହିଛନ୍ତି।  ସେମାନେ ନ ଶୁଣିଲେ ଦିଲ୍ଲୀରେ ଲଢେଇ ହେବ ବୋଲି ସେ କହିଛନ୍ତି।  ପିସିସି ସଭାପତି ଜଣେ ଅଯୋଗ୍ୟ । ସଭାପତି ପୂର୍ବରୁ  ସମସ୍ତଙ୍କୁ ଜିତାଇବେ ବୋଲି କହିଥିଲେ।  ମାତ୍ର ୯ ଜଣ ଆଣିଲେ ବୋଲି ସେ କହିଛନ୍ତି।

ଏପଟେ ବାହିନୀପତି ଦମ୍ପତିଙ୍କୁ ଟାର୍ଗେଟ କରିଛନ୍ତି  ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।  ଧମକ ନଦେଇ ପ୍ରଥମେ ପଦବୀରୁ ଇସ୍ତଫା ଦେଇ ଦେଖାନ୍ତୁ ବୋଲି  କୈଳାଶ କୁଲେସିକା ଆହ୍ୱାନ କରିଛନ୍ତି।  ସେ ଚତୁର ନେତା ଯାହା  କୁହନ୍ତି କରନ୍ତି ନାହିଁ । ଆମ ପଛରେ ବି ହଜାର ହଜାର କର୍ମୀ  ଅଛନ୍ତି ।  ଆମେ ବି ପିସିସି ସମ୍ମୁଖରେ  ଠିଆ କରାଇ ପାରିବୁ। ଜିଲ୍ଲା ପିଲାଙ୍କୁ  ଚାକିରି ନ ମିଳିଲେ ଆତ୍ମହୁତି ଧମକ ଦେଇଥିଲେ । ଜିଲ୍ଲା ପିଲାକୁ କେତେ ମିଳିଛି ଚାକିରି ।  ତାରା ଅତ୍ମା ହୁତି ଦେଲେ କି ବୋଲି  କୈଳାଶ କୁଲେସିକା ପ୍ରଶ୍ନ କରିଛନ୍ତି।

ଗତକାଲି କଂଗ୍ରେସରୁ ଇସ୍ତଫା ଧମକ ଦେଇଥିଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଥିଲେ। କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବାରୁ ମିନାକ୍ଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଥିଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିବା ମଧ୍ୟ ମିନାକ୍ଷୀ କହିଥିଲେ । ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ।  ଏମପି ଯେଉଁ କାମ କରୁଛନ୍ତି ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି ଓ ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହଁ। ସେହିଭଳି ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ସେ କହିଥିଲେ। ତେବେ ପିସିସି ବିରୋଧରେ ତାରା ଦମ୍ପତ୍ତିଙ୍କ ଖୁଲମଖୋଲା ଯୁଦ୍ଧ ଘୋଷଣା ନେଇ କଂଗ୍ରେସରେ କମ୍ପନ୍ନ ସଅଷ୍ଟି କରିଛି।

The post ବାହିନୀପତି ଦମ୍ପତିଙ୍କ ବିଦ୍ରୋହ: ପିସିସି ବିରୋଧରେ ଯୁଦ୍ଧ ଘୋଷଣା ! appeared first on Odisha Reporter.

]]>
centre top, Tara prasad Bahinipati 2021-08-19 18:53:43 https://cdn.odishareporter.in/wp-content/uploads/2021/08/19154319/6890.jpg
ପ୍ରକଳ୍ପ ପାଇଁ ଲୋକଙ୍କୁ ବିଶ୍ୱାସକୁ ନିଅ, ଦମନ ନୀତି ଛାଡ଼: ବୈଜୟନ୍ତ https://odishareporter.in/politics/bjp-national-vice-president-baijayant-panda-slams-odisha-govt-over-kharasrota-river-water-project-668106 Wed, 18 Aug 2021 16:22:07 +0000 https://odishareporter.in/?p=668106

The post ପ୍ରକଳ୍ପ ପାଇଁ ଲୋକଙ୍କୁ ବିଶ୍ୱାସକୁ ନିଅ, ଦମନ ନୀତି ଛାଡ଼: ବୈଜୟନ୍ତ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅନ୍ତର୍ଗତ ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ଦମନ ଆଭିମୁଖ୍ୟକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଲୋକଙ୍କ ପ୍ରତିନିଧି ନୁହେଁ ବରଂ ଅହଙ୍କାରୀ ଓ ମାଫିଆ ଭଳି ରାଜ୍ୟ ସରକାର ଆଚରଣ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ବିନା ଜନଶୁଣାଣିରେ କେନ୍ଦ୍ରାପଡ଼ାରେ ଖରସ୍ରୋତା ନଦୀର ଜଳକୁ ଅନ୍ୟତ୍ର ନେବା ପାଇଁ ବଳପୂର୍ବକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବା ଦୁର୍ଭାଗ୍ୟଜନକ। କେନ୍ଦ୍ରାପଡ଼ା ଏବେ ଭୂତଳ ଜଳ ହ୍ରାସର ସମ୍ମୁଖୀନ ହେଉଛି ଓ ସାଧାରଣ ଲୋକେ ଏନେଇ ଚିନ୍ତିତ ଅଛନ୍ତି। ଏହି କାରଣରୁ ସେଠାର ଲୋକଙ୍କୁ ପ୍ରଥମେ ବିଶ୍ୱାସକୁ ନିଆଯିବାର ଥିଲା ଓ ସେମାନଙ୍କୁ ଦମନ କରିବା ପରିବର୍ତ୍ତେ ସେମାନଙ୍କ ସହ ପରାମର୍ଶ କରିବା ଉଚିତ୍ ଥିଲା। ଏଭଳି ପରିଯୋଜନାରେ ଯେଉଁଠି ପରିବେଶଜନିତ ସମସ୍ୟା ଥାଏ, ସେଠାରେ ଜନଶୁଣାଣି ଜରୁରୀ ହୋଇଥାଏ। କିନ୍ତୁ ଓଡ଼ିଶା ସରକାର ଲୋକଙ୍କ ପ୍ରତିନିଧି ହେବା ବଦଳରେ ଅହଙ୍କାରୀ ଓ ମାଫିଆ ଭଳି ଆଚରଣ କରୁଛନ୍ତି। ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ଆଭିମୁଖ୍ୟର ପୁନର୍ବିଚାର କରି ନମ୍ରତାର ସହ ଲୋକଙ୍କ ସଙ୍ଗେ ଯୋଡ଼ି ହେବା ଉଚିତ୍ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ରାଜକନିକାର ଭାରିଗଦାଠାରେ ଖରସୋତ୍ରା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ନଦୀ ପାଣି ଶୁଖିବାର ଆଶଙ୍କା କରି ସ୍ଥାନୀୟ ଲୋକେ ବିରୋଧ କରୁଥିବାବେଳେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସରକାରଙ୍କ ଦମନ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାର ପାନୀୟ ଜଳ ପ୍ରକଳ୍ପ କରନ୍ତୁ ବୋଲି ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନଦେଇ ଏକତରଫା ଭାବେ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି ।

The post ପ୍ରକଳ୍ପ ପାଇଁ ଲୋକଙ୍କୁ ବିଶ୍ୱାସକୁ ନିଅ, ଦମନ ନୀତି ଛାଡ଼: ବୈଜୟନ୍ତ appeared first on Odisha Reporter.

]]>
2021-08-18 22:09:41 https://cdn.odishareporter.in/wp-content/uploads/2021/08/18215143/baijayant-panda.jpg
ସ୍ୱାସ୍ଥ୍ୟ କାର୍ଡରୁ କୋଟିଏ ଓଡ଼ିଆଙ୍କୁ କାହିଁକି ବଞ୍ଚିତ କରୁଛ: ନିରଞ୍ଜନ https://odishareporter.in/politics/happenings/pcc-president-niranjan-patnaik-slams-govt-on-smart-health-card-668101 Wed, 18 Aug 2021 15:54:51 +0000 https://odishareporter.in/?p=668101

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସାଢ଼େ ୩କୋଟି ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିବା ସହ ଆଉ କୋଟିଏ ଓଡ଼ିଆଙ୍କୁ କାହିଁକି ଏଥିରୁ ବଂଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟର ୯୭ ଲକ୍ଷ ୫୦ହଜାର ପରିବାର ବା ୩କୋଟି ୩୦ଲକ୍ଷ ଲୋକଙ୍କୁ ସ୍ମାର୍ଟ […]

The post ସ୍ୱାସ୍ଥ୍ୟ କାର୍ଡରୁ କୋଟିଏ ଓଡ଼ିଆଙ୍କୁ କାହିଁକି ବଞ୍ଚିତ କରୁଛ: ନିରଞ୍ଜନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସାଢ଼େ ୩କୋଟି ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିବା ସହ ଆଉ କୋଟିଏ ଓଡ଼ିଆଙ୍କୁ କାହିଁକି ଏଥିରୁ ବଂଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟର ୯୭ ଲକ୍ଷ ୫୦ହଜାର ପରିବାର ବା ୩କୋଟି ୩୦ଲକ୍ଷ ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ଯୋଗାଇ ଦେବେ। ଏହି ସ୍ୱାସ୍ଥ୍ୟ କାର୍ଡରେ ପ୍ରତି ପରିବାର ବାର୍ଷିକ ୫ଲକ୍ଷ ଟଙ୍କାର ଚିକିତ୍ସା ସେବା ୨୦୦ରୁ ଅଧିକ ବେସରକାରୀ ମେଡିକାଲରେ ପାଇବାକୁ ହକଦାର ହେବେ। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ଓଡ଼ିଶାର ପାଖାପାଖି କୋଟିଏ ଲୋକ ଏହି ସେବା ପାଇବାରୁ ବଂଚିତ କାହିଁକି ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ କୋଟିଏ ଲୋକଙ୍କୁ ସରକାର ସ୍ମାର୍ଟ କାର୍ଡରୁ ବଂଚିତ କରୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରାୟ ୯୦ଲକ୍ଷ ଲୋକଙ୍କର ୫ଲକ୍ଷ ଟଙ୍କା ତ ଦୂରର କଥା ଲକ୍ଷେ କି ଦୁଇଲକ୍ଷ ଟଙ୍କା ବାର୍ଷିକ ଡାକ୍ତରଖାନାରେ ଖର୍ଚ୍ଚ କରିବାର ସମ୍ବଳ ନାହିଁ।

ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଅବା ନିଜେ ସ୍ୱାଧୀନ ଭାବେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକମାନେ ହିଁ ସରକାରଙ୍କ ଏହି ଘୋଷଣାରେ ଅଧିକ ପ୍ରଭାବିତ ହେବେ। ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାର୍ନାଜୀ ବଙ୍ଗଳାର ସମସ୍ତ ୯ କୋଟି ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ କାର୍ଡ ପ୍ରଦାନ କରିଛନ୍ତି। ତେଣୁ ସମସ୍ତ ଓଡ଼ଶାବାସୀଙ୍କୁ ତୁରନ୍ତ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦେବା ପାଇଁ ପରିବର୍ତ୍ତିତ ଗାଇଡଲାଇନ ଜାରି କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ହେଉଛି ପ୍ରତ୍ୟେକ ମନୁଷ୍ୟର ଏକ ମୌଳିକ ଅଧିକାର। ତେଣୁ ରାଜ୍ୟର ୨୬ ଭାଗ ଜନସାଧାରଣଙ୍କୁ ଏହି ଅଧିକାରରୁ ବଂଚିତ କରିବାର ଅଧିକାର ଓଡ଼ିଶା ସରକାରଙ୍କ ନାହିଁ। ଅବଶ୍ୟ ଯେଉଁମାନଙ୍କର ସ୍ୱାସ୍ଥ୍ୟବୀମା ଭଳି ଆନୁସଙ୍ଗିକ ସୁବିଧାସୁଯୋଗ ରହିଛି, ସେମାନେ ସ୍ୱେଚ୍ଛାକୃତ ଭାବେ ସରକାରୀ ପ୍ରେତ୍ସାହନକୁ ପରିତ୍ୟାଗ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

The post ସ୍ୱାସ୍ଥ୍ୟ କାର୍ଡରୁ କୋଟିଏ ଓଡ଼ିଆଙ୍କୁ କାହିଁକି ବଞ୍ଚିତ କରୁଛ: ନିରଞ୍ଜନ appeared first on Odisha Reporter.

]]>
right bottom 2021-08-18 22:01:52 https://cdn.odishareporter.in/wp-content/uploads/2021/03/25163943/Niranjan-pattnaik.jpg
ଗରିବଙ୍କୁ ମାଗଣା ଆଇନ ସହାୟତା: ୫ବର୍ଷ ବିତିଲା, ୭୦% ପଂଚାୟତରେ ଆରମ୍ଭ ହୋଇନି ଯୋଜନା https://odishareporter.in/politics/happenings/madhubabu-aain-sahayata-yojana-for-legal-failed-in-odisha-667804 Tue, 17 Aug 2021 15:55:00 +0000 https://odishareporter.in/?p=667804

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଗହଳିରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଓ ଦ୍ୱାରଦେଶରେ ଆଇନ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ବିଜେଡି ସରକାର ଗତ ୫ବର୍ଷ ତଳେ ଆରମ୍ଭ କରିଥିବା ‘ମଧୁବାବୁ ଆଇନ ସହାୟତା ଯୋଜନା’ ଏବେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୬ ଅକ୍ଟୋବର ୨ରୁ କାର୍ଯ୍ୟକ୍ଷମ ଏହି ଯୋଜନା ଏପର୍ଯ୍ୟନ୍ତ ରାଜ୍ୟର ୭୦ ପ୍ରତିଶତ ପଂଚାୟତାରେ ଆରମ୍ଭ ହୋଇନଥିବାବେଳେ ବାକି ୩୦ ପ୍ରତିଶତ ପଂଚାୟତରେ ନାଁକୁ ମାତ୍ର ଚାଲିଛି। ୨୦୧୭ ମସିହା ପଂଚାୟତ ନିର୍ବାଚନରେ ଏହି ଯୋଜନାକୁ ଆୟୁଧ […]

The post ଗରିବଙ୍କୁ ମାଗଣା ଆଇନ ସହାୟତା: ୫ବର୍ଷ ବିତିଲା, ୭୦% ପଂଚାୟତରେ ଆରମ୍ଭ ହୋଇନି ଯୋଜନା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଗହଳିରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଓ ଦ୍ୱାରଦେଶରେ ଆଇନ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ବିଜେଡି ସରକାର ଗତ ୫ବର୍ଷ ତଳେ ଆରମ୍ଭ କରିଥିବା ‘ମଧୁବାବୁ ଆଇନ ସହାୟତା ଯୋଜନା’ ଏବେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୬ ଅକ୍ଟୋବର ୨ରୁ କାର୍ଯ୍ୟକ୍ଷମ ଏହି ଯୋଜନା ଏପର୍ଯ୍ୟନ୍ତ ରାଜ୍ୟର ୭୦ ପ୍ରତିଶତ ପଂଚାୟତାରେ ଆରମ୍ଭ ହୋଇନଥିବାବେଳେ ବାକି ୩୦ ପ୍ରତିଶତ ପଂଚାୟତରେ ନାଁକୁ ମାତ୍ର ଚାଲିଛି। ୨୦୧୭ ମସିହା ପଂଚାୟତ ନିର୍ବାଚନରେ ଏହି ଯୋଜନାକୁ ଆୟୁଧ କରି ଓକିଲ ଓ ସାଧାରଣ ଲୋକଙ୍କ ଭୋଟ ହାତେଇଥିବା ଶାସକ ବିଜେଡି ଏବେ ସେହି ଯୋଜନାକୁ ଭୁଲି ଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗାଁ ଗହଳିରେ ଆର୍ଥିକ ଓ ଅନ୍ୟାନ୍ୟ କାରଣରୁ ଆଇନଗତ ସହାୟତା ପାଇବାରୁ ବଂଚିତ ହେଉଥିବା ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ସେମାନଙ୍କର ଦ୍ୱାରଦେଶରେ ଆଇନ ସହାୟତା ଦେବା ପାଇଁ ‘ମଧୁବାବୁ ଆଇନ ସହାୟତା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତି ପଂଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯାଇ ଜଣେ ଲେଖାଏଁ ଓକିଲଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ମହିଳା, ଶିଶୁ, ଅନୁସୂଚିତ ଜାତି ଓ ଜନଜାତି, ଏସଇବିସି ସମେତ ସମାଜର ବଂଚିତ ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ଉଲ୍ଲେଖ ରହିଥିଲା।

ସବୁ ପଂଚାୟତ ଅଫିସରେ ପ୍ରତି ଶନିବାର ଓ ରବିବାର ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରିବ। ଗ୍ରାମ ରୋଜଗାର ସେବକ(ଜିଆରଏସ) ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଗାଁ ଗହଳିରେ ଯାହାର ଆଇନ ସହାୟତା ଆବଶ୍ୟକ ଥିବ ସେଭଳି ଲୋକଙ୍କୁ ଚିହ୍ନଟ କରି ଏହି ଓକିଲମାନଙ୍କ ମାଧ୍ୟମରେ ମାଗଣାରେ ସହାୟତା ଦେବା ଦିଗରେ ପଦକ୍ଷେପ ନେଇଥାନ୍ତେ। ଏଥିପାଇଁ ଓକିଲମାନଙ୍କୁ ପ୍ରତିଥର ୫୦୦ଟଙ୍କା ଫି’ ମଧ୍ୟ ସରକାରଙ୍କ ପକ୍ଷରୁ ଦେବାର ବ୍ୟବସ୍ଥା ରହିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରତ୍ୟେକ ପଂଚାୟତ ନିମନ୍ତେ ୩ଜଣିଆ ଓକିଲଙ୍କ ତାଲିକା ସରକାରଙ୍କୁ ସୁପାରିଶ କରିବେ ଓ ସରକାର ସେଥିରୁ ଜଣଙ୍କୁ ଏହି ସହାୟତା କେନ୍ଦ୍ରରେ ନିଯୁକ୍ତି ଦେଇଥାନ୍ତେ। ସମ୍ପୃକ୍ତ ଓକିଲଙ୍କୁ ୨ବର୍ଷ ପାଇଁ ନିଯୁକ୍ତି ମିଳିବାର ପ୍ରାବଧାନ ରହିଛି।

ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗାଁ ଗହଳିରେ ଅନେକ ଲୋକ ଅର୍ଥ ଅଭାବ ଓ ବିଭିନ୍ନ ସମସ୍ୟାରୁ ଆଇନଗତ ସହାୟତାରୁ ବଂଚିତ ହେଉଥିଲେ ମଧ୍ୟ ରାଜ୍ୟ ସରକାର ନିଜ ଘୋଷିତ ‘ମଧୁବାବୁ ଆଇନ ସହାୟତା’ ଯୋଜନାକୁ ଲାଗୁ କରିବାରେ ଆନ୍ତରିକତା ଦେଖାଇ ନାହାନ୍ତି

ରାଜ୍ୟ ଆଇନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମୋଟ ୬୮୦୨ଟି ପଂଚାୟତ ଥିବାବେଳେ ସେଥିରୁ ମାତ୍ର ୨୦୭୪ଟି ପଂଚାୟତରେ ଏବେ ମଧୁବାବୁ ଆଇନ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି। ବାକି ୪୭୨୮ଟି ପଂଚାୟତରେ ଏପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲିନି। ଆଉ ଯେଉଁ ପଂଚାୟତରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି ସେଥିରୁ ଅଧିକାଂଶ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଓକିଲଙ୍କର ୨ବର୍ଷିଆ କାର୍ଯ୍ୟକାଳ ମଧ୍ୟ ସରିବାକୁ ବସିଲାଣି। ଜିଲ୍ଲାପାଳମାନେ ଏଦିଗରେ ଆନ୍ତରିକତା ଦେଖାଉନଥିବାରୁ ଏହି ଯୋଜନା ଫେଲ୍ ମାରିଛି।

ସବୁଠୁ ବଡ଼ କଥା ହେଉଛି, ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନା ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟର ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଗରିବଙ୍କୁ ଆଇନଗତ ସହାୟତା ଓ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର କାର୍ଯ୍ୟକାରିତାର କେବେ ସମୀକ୍ଷା କରିନାହାନ୍ତି। କିମ୍ବା ଏନେଇ ଜିଲ୍ଲାପାଳମାନଙ୍କୁ ତାଗିଦ୍ ମଧ୍ୟ କରିନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଯୋଜନା ୫ବର୍ଷ ପୂର୍ବରୁ କାର୍ଯ୍ୟକାରୀ ହୋଇ ମଧ୍ୟ ଏବେ କେବଳ ଘୋଷଣା ମଧ୍ୟରେ ସୀମିତ ହୋଇଯାଇଛି।

The post ଗରିବଙ୍କୁ ମାଗଣା ଆଇନ ସହାୟତା: ୫ବର୍ଷ ବିତିଲା, ୭୦% ପଂଚାୟତରେ ଆରମ୍ଭ ହୋଇନି ଯୋଜନା appeared first on Odisha Reporter.

]]>
Government of Odisha, right bottom 2021-08-18 13:37:35 https://cdn.odishareporter.in/wp-content/uploads/2021/08/17212427/odisha-2.jpg
ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁନର୍ଗଠିତ https://odishareporter.in/politics/happenings/state-bjp-minority-morcha-restructured-667759 Tue, 17 Aug 2021 12:51:05 +0000 https://odishareporter.in/?p=667759

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁର୍ନଗଠିତ ହୋଇଛି। ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଆଜି ମୋର୍ଚ୍ଚାର ରାଜ୍ୟ କମିଟିରେ ୫ଜଣ ଉପସଭାପତି, ୨ଜଣ ସାଧାରଣ ସମ୍ପାଦକ, ୫ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ କାର୍ଯ୍ୟାଳୟ ସମ୍ପାଦକଙ୍କୁ ଅବସ୍ଥାପିତ କରିଛନ୍ତି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ଏହି ପଦାଧିକାରୀ ତାଲିକା ଘୋଷଣା ହୋଇଛି। ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର […]

The post ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁନର୍ଗଠିତ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁର୍ନଗଠିତ ହୋଇଛି। ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଆଜି ମୋର୍ଚ୍ଚାର ରାଜ୍ୟ କମିଟିରେ ୫ଜଣ ଉପସଭାପତି, ୨ଜଣ ସାଧାରଣ ସମ୍ପାଦକ, ୫ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ କାର୍ଯ୍ୟାଳୟ ସମ୍ପାଦକଙ୍କୁ ଅବସ୍ଥାପିତ କରିଛନ୍ତି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ଏହି ପଦାଧିକାରୀ ତାଲିକା ଘୋଷଣା ହୋଇଛି।

ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ କହିଛନ୍ତି ଯେ, ସଂଖ୍ୟାଲଘୁ ସମୁଦାୟର ସାମୁହିକ ବିକାଶ ପାଇଁ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇବା ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟ ହେବ। ମୋର୍ଚ୍ଚାର ରାଜ୍ୟ କମିଟିରେ ୪ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ୧୭ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ମନୋନୀତ କରାଯାଇଛି।

ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେ ଶେଖ୍ ରଫିକ୍‌, ମିର୍ଜା ଜାଫର୍ ବେଗ୍‌, ଗୁରିନ୍ଦର୍ ସିଂହ, ସଲିମ୍ ଖାନ୍‌, ମମତା ମହାପାତ୍ର; ରାଜ୍ୟ ସାଧାରଣ ସଂପାଦକ ଭାବେ ବଲବିନ୍ଦର୍ ସିଂହ ଓ ଶେଖ୍ ମହମ୍ମଦ୍ ଜଲାଲ୍ଲୁଦ୍ଦିନ୍ ଆକବର୍‌, ସଂପାଦକ ଭାବେ ଶେଖ୍ ହସନ୍‌, ସୋନିଆ ଦାସ, ଶାହିଦା ଖାତୁନ୍‌, ଶେଖ୍ ଗଫୁର୍‌, ଶେଖ୍ ଚାନ୍ଦ୍ , ସୋଶାଲ ମିଡିଆ ସଂଯୋଜକ ଶେଖ୍ ମେରାଜୁଦ୍ଦିନ୍‌, ସୋସିଆଲ ମିଡିଆ ସହ ସଂଯୋଜକ ଭାବେ ମେହେରୁଲ୍ଲା ଶେଖ, କୋଷାଧ୍ୟକ୍ଷ ଭାବେ ଘାସିରାମ ଜୈନ ଓ କାର୍ଯ୍ୟାଳୟ ସଂପାଦକ ଭାବେ କୈଳାଶ ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ସଂଖ୍ୟାଲଘୁ ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ମହମ୍ମଦ ସଫିକ୍‌, ମହମ୍ମଦ ରଫିକ୍‌, ମହତାବ ଖାନ୍ ଏବଂ ଅଧ୍ୟାପକ ଅବଦୁଲ୍ ସଲାମ୍‌ଙ୍କୁ ମନୋନୀତ କରାଯାଇଛି।

ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଗୋଲାମ୍ ଜିଲାନି ହବିବି, ନବ ବେହେରା, ଶେଖ୍ ଅହସାନ୍‌, ଶେଖ୍ ଜମାଲୁଦ୍ଦିନ, ମହମ୍ମଦ୍ ଗଫୁର ଖାନ୍‌, ମହମ୍ମଦ୍ ରାଜା, ନାଦିର୍ ରାଜା, ରିୟାଜ୍ ହୁସେନ୍‌, ମହମ୍ମଦ୍ ସବିର, ଶେଖ୍ ଆୟୁବ ମହମ୍ମଦ, ମେହେମ୍ମୁଦ୍ ଖାନ୍‌, ହରମିନ୍ଦର୍ ସିଂହ, ପରମଜିତ୍ ସିଂହ ସାନ୍ଧୁ, ଶେଖ୍ ତୋଫାନ, ରୋଜାଲିନ ଯୋଶେଫ୍‌, ହସରତ୍ ଅଲ୍ଲୀ ଖାନ୍ ଏବଂ ମହମ୍ମଦ୍ ସିରାଜ୍ ଆଲମ୍‌ଙ୍କୁ ମନୋନୀତ କରାଯାଇଛି।

The post ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପୁନର୍ଗଠିତ appeared first on Odisha Reporter.

]]>
right top 2021-08-18 15:31:45 https://cdn.odishareporter.in/wp-content/uploads/2021/07/03153852/BJP-2.jpg
ସ୍ମାର୍ଟ କାର୍ଡ ବଣ୍ଟା: ୨୦ରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ, ଫାଇଦା ଚକ୍କରରେ ବିଜେଡି https://odishareporter.in/politics/happenings/cm-naveen-patnaik-tour-to-all-districts-from-august-20-for-health-smart-card-667534 Mon, 16 Aug 2021 15:44:49 +0000 https://odishareporter.in/?p=667534

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବାର ୩ବର୍ଷ ପରେ ଏଥିରେ ଆଉ ୨୦.୮୦ଲକ୍ଷ ହିତାଧିକାରୀ ପରିବାରକୁ ସାମିଲ ସହ ସମସ୍ତଙ୍କୁ ସ୍ମାର୍ଟ କାର୍ଡ(ସ୍ୱାସ୍ଥ୍ୟ ବୀମା କାର୍ଡ) ବାଣ୍ଟିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ସମାରୋହରେ ସ୍ମାର୍ଟ କାର୍ଡ ସମ୍ପର୍କରେ ଘୋଷଣା କରିଥିବାବେଳେ ଆସନ୍ତା ୨୦ତାରିଖରୁ ମାଲକାନଗିରି ଜିଲ୍ଲାରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରୁ ଫାଇଦା ନେବା […]

The post ସ୍ମାର୍ଟ କାର୍ଡ ବଣ୍ଟା: ୨୦ରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ, ଫାଇଦା ଚକ୍କରରେ ବିଜେଡି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବାର ୩ବର୍ଷ ପରେ ଏଥିରେ ଆଉ ୨୦.୮୦ଲକ୍ଷ ହିତାଧିକାରୀ ପରିବାରକୁ ସାମିଲ ସହ ସମସ୍ତଙ୍କୁ ସ୍ମାର୍ଟ କାର୍ଡ(ସ୍ୱାସ୍ଥ୍ୟ ବୀମା କାର୍ଡ) ବାଣ୍ଟିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ସମାରୋହରେ ସ୍ମାର୍ଟ କାର୍ଡ ସମ୍ପର୍କରେ ଘୋଷଣା କରିଥିବାବେଳେ ଆସନ୍ତା ୨୦ତାରିଖରୁ ମାଲକାନଗିରି ଜିଲ୍ଲାରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରୁ ଫାଇଦା ନେବା ପାଇଁ ଶାସକ ବିଜେଡି ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କୁ ‘ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ’ ବାଣ୍ଟି ବିଜେଡି ସେମାନଙ୍କର ନିକଟତର ହେବାକୁ ଲକ୍ଷ୍ୟ ରଖିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ। ପ୍ରାୟ ୪ମାସ ପରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ କୌଣସି ଜିଲ୍ଲା ଗସ୍ତରେ ଯିବେ। ଏହାସହିତ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ଯୋଗୁ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପୁଣିଥରେ ଆରମ୍ଭ ହେବ। ମାଲକାନଗିରି ଜିଲ୍ଲା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ସେଠାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ, ଶିଳାନ୍ୟାସ ସହ ଏହି ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରୁ ନିଜର ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡିର ୭ରୁ ଅଧିକ ମନ୍ତ୍ରୀ ସମେତ ପ୍ରାୟ ୩୦ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ୧୮ତାରିଖ ସୁଦ୍ଧା ମାଲକାନଗିରିରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ୭ ବ୍ଲକ ଓ ଗୋଟିଏ ମ୍ୟୁନିସପାଲଟିରେ ଏହି ମନ୍ତ୍ରୀ ଓ ନେତାମାନେ ରହି ସ୍ଥାନୀୟ ବିଜେଡି ନେତାମାନଙ୍କ ସହାୟତାରେ ପଂଚାୟତୱାରି ସ୍ମାର୍ଟ କାର୍ଡ ବାଣ୍ଟିବେ। ଏହାସହିତ ରାସନ କାର୍ଡଧାରୀ(ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ) ପରିବାରକୁ ସ୍ମାର୍ଟ କାର୍ଡ ଦେବାକୁ ଏବେ ସରକାର ନୂଆ ନିୟମ କରିଥିବାରୁ ସେହି ଆଧାରରେ ବିଜେଡି ନେତାମାନେ ମଧ୍ୟ ନିଜର ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ୨୦ରେ ମାଲକାନଗିରି ଜିଲ୍ଲା ଗସ୍ତ ପରେ ୨୩ରେ ଗଞ୍ଜାମ ଜିଲ୍ଲାରେ ‘ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଅବଶ୍ୟ ଗଞ୍ଜାମ ଗସ୍ତରେ ନଯାଇ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭର୍ଚୁଆଲରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ, ମାତ୍ର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳରେ ଉକ୍ତ କାର୍ଡ ବାଣ୍ଟିବା ପାଇଁ ରାଜ୍ୟସ୍ତରର ବିଜେଡି ନେତାମାନଙ୍କୁ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟସ୍ତରର ପ୍ରାୟ ୧୨ରୁ ଅଧିକ ମନ୍ତ୍ରୀ ଓ ୫୦ଜଣ ନେତାଙ୍କୁ ୨୧ତାରିଖ ସୁଦ୍ଧା ସେମାନଙ୍କୁ ଆବଣ୍ଟିତ ସ୍ଥାନରେ ପହଂଚିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୨୫ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ।

ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ସେଠାରେ ସ୍ମାର୍ଟ କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ଏହି ଜିଲ୍ଲା ପାଇଁ ବିଜେଡି ନିଜର ୮ରୁ ଅଧିକ ମନ୍ତ୍ରୀ ଓ ପ୍ରାୟ ୪୦ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ୨୪ତାରିଖ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ପହଂଚିବାକୁ ନିର୍ଦ୍ଦେଶ ଜାରି କରିଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ ପାଇଁ ସମ୍ପୃକ୍ତ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗତ ଫେବୃୟାରୀ ୧୬ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ପ୍ରଥମ ପର୍ଯ୍ୟାୟ କରୋନା ଲହର ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଥିଲେ। ତେବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହର ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା, ଯାହାକି ୨୦ତାରିଖରୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି।

ଆସନ୍ତା ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ତଥା ରାଜ୍ୟରେ କରୋନା ସଂକ୍ରମଣ ମାମଲା ଏବେ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଭର୍ଚୁଆଲରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ତଥା ରାଜନୀତିକ ଦୃଷ୍ଟିରୁ ଆବଶ୍ୟକତା ଥିବା ଜିଲ୍ଲାକୁ ହିଁ ଗସ୍ତ କରିବେ ବୋଲି ଜଣାପଡ଼ିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହିଲେ ବି ବିଜେଡି ନିଜର ନେତାମାନଙ୍କୁ ଜିଲ୍ଲା ଗସ୍ତରେ ପଠାଇ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ସପକ୍ଷରେ ମାହୋଲ ସୃଷ୍ଟି କରିବାକୁ ରଣନୀତି ଆରମ୍ଭ କରିଦେଇଛି। ବିଶେଷକରି ବିଜେଡି ଏବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନିଜର ଭୋଟବ୍ୟାଙ୍କ ବୃଦ୍ଧି କରି ଆଗାମୀ ପୌର ଓ ପଂଚାୟତ ନିର୍ବାଚନକୁ ଏକପାଖିଆ ବିଜୟ ଲକ୍ଷ୍ୟ ରଖିଛି।

The post ସ୍ମାର୍ଟ କାର୍ଡ ବଣ୍ଟା: ୨୦ରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ, ଫାଇଦା ଚକ୍କରରେ ବିଜେଡି appeared first on Odisha Reporter.

]]>
centre bottom 2021-08-17 09:07:27 https://cdn.odishareporter.in/wp-content/uploads/2021/07/15160038/cm-naveen-patnaik-1.jpg
ଜଗନ୍ନାଥଙ୍କୁ ଅଟକାଇଲେ ଅପରାଜିତା https://odishareporter.in/politics/bhubaneswars-senior-bjp-leader-jagannath-pradhan-will-not-leave-the-bjp-667418 Mon, 16 Aug 2021 10:20:46 +0000 https://odishareporter.in/?p=667418

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେପି ଛାଡ଼ିବେନି ଭୁବନେଶ୍ୱରର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଦଳରେ ଅଛନ୍ତି ଏବଂ ପୂର୍ବଭଳି ସେ ରହିବେ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ନିଜର ମତ ପରିବର୍ତ୍ତନ କରିଛନ୍ତି ଜଗନ୍ନାଥ। ସଂସଦ ଅଧିବେଶନ ସରିବା ପରେ ଭୁବନେଶ୍ୱର ଫେରିବା ପରେ ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ଭେଟି ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ଏହାପରେ ଆଜି ପୁଣି ଥରେ ୩ ଘଣ୍ଟା ଧରି ଜଗନ୍ନାଥ […]

The post ଜଗନ୍ନାଥଙ୍କୁ ଅଟକାଇଲେ ଅପରାଜିତା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେପି ଛାଡ଼ିବେନି ଭୁବନେଶ୍ୱରର ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଦଳରେ ଅଛନ୍ତି ଏବଂ ପୂର୍ବଭଳି ସେ ରହିବେ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ନିଜର ମତ ପରିବର୍ତ୍ତନ କରିଛନ୍ତି ଜଗନ୍ନାଥ। ସଂସଦ ଅଧିବେଶନ ସରିବା ପରେ ଭୁବନେଶ୍ୱର ଫେରିବା ପରେ ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ଭେଟି ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ଏହାପରେ ଆଜି ପୁଣି ଥରେ ୩ ଘଣ୍ଟା ଧରି ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।

ତାସହ ସାଙ୍ଗଠନିକ ଜିଲ୍ଲାରେ ଯାହା କିଛି ବିବାଦ ଥିଲା, ସେସବୁର ବି ଆଲୋଚନା ପରେ ସମାଧାନ ହୋଇଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକଳାପକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ ଜଗନ୍ନାଥ। ଏହାର ସମାଧାନ ନେଇ ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ଜଣାଇଥିଲେ।

ରାଜ୍ୟ ସଭାପତି ତାଙ୍କୁ ଡାକି ଆଲୋଚନା ବି କରିଛନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ ଜଗନ୍ନାଥ। ଏପରିକି ଜଗନ୍ନାଥ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା।  ସେ ଭୁବନେଶ୍ୱର ଉତ୍ତରର ବିଜେଡି ବିଧାୟକ ସୁଶାନ୍ତ ରାଉତ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିବା ସ୍ୱୀକାର ବି କରିଥିଲେ। ଶେଷରେ ସାଂସଦ ଅପରାଜିତାଙ୍କ ହସ୍ତକ୍ଷେପ ପରେ ଆଜି ସବୁ ବିବାଦର ଅନ୍ତ ହୋଇଥିବା କୁହାଯାଉଛି।

The post ଜଗନ୍ନାଥଙ୍କୁ ଅଟକାଇଲେ ଅପରାଜିତା appeared first on Odisha Reporter.

]]>
right top 2021-08-16 20:35:06 https://cdn.odishareporter.in/wp-content/uploads/2021/08/16154904/690-5.jpg
‘ସୁସ୍ଥ ଓଡ଼ିଶା’ ସହିତ ସିଏମଓଙ୍କ ସମ୍ପର୍କ କ’ଣ? https://odishareporter.in/politics/happenings/whats-is-the-link-between-cmo-and-sustha-odisha-bjp-reacts-667202 Sun, 15 Aug 2021 14:37:42 +0000 https://odishareporter.in/?p=667202

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସିଏମଓଙ୍କ ସହ ‘ସୁସ୍ଥ ଓଡ଼ିଶା’ର ସମ୍ପର୍କ କ’ଣ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସରକାରୀ ଅଫିସ ହୋଇଥିବା ବେଳେ ‘ସୁସ୍ଥ ଓଡ଼ିଶା’ ନାମକ ଏକ ପ୍ରାଇଭେଟ ଫେସବୁକ ପେଜ ସହ କ’ଣ ରହିଛି ନେଣ ଦେଣ? ଦଳୀୟ ପ୍ରଚାରରେ ମାତିନିତ ସିଏମଓ? କାରଣ ଆଜି ସିଏମଓଙ୍କ ଫେସବୁକ ପେଜରୁ ସରକାରୀ କାର୍ଯ୍ୟକ୍ରମକୁ ଉକ୍ତ ପେଜ ସହ ଟ୍ୟାଗ କରାଯାଇ ପୋଷ୍ଟ କରାଯାଇଛି। ଯାହାକୁ ନେଇ ଉଠିଛି ପ୍ରଶ୍ନ। ଆଜି ରାଜ୍ୟ ସରକାର ସ୍ୱାଧୀନତା ଦିବସ […]

The post ‘ସୁସ୍ଥ ଓଡ଼ିଶା’ ସହିତ ସିଏମଓଙ୍କ ସମ୍ପର୍କ କ’ଣ? appeared first on Odisha Reporter.

]]>

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସିଏମଓଙ୍କ ସହ ‘ସୁସ୍ଥ ଓଡ଼ିଶା’ର ସମ୍ପର୍କ କ’ଣ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସରକାରୀ ଅଫିସ ହୋଇଥିବା ବେଳେ ‘ସୁସ୍ଥ ଓଡ଼ିଶା’ ନାମକ ଏକ ପ୍ରାଇଭେଟ ଫେସବୁକ ପେଜ ସହ କ’ଣ ରହିଛି ନେଣ ଦେଣ? ଦଳୀୟ ପ୍ରଚାରରେ ମାତିନିତ ସିଏମଓ? କାରଣ ଆଜି ସିଏମଓଙ୍କ ଫେସବୁକ ପେଜରୁ ସରକାରୀ କାର୍ଯ୍ୟକ୍ରମକୁ ଉକ୍ତ ପେଜ ସହ ଟ୍ୟାଗ କରାଯାଇ ପୋଷ୍ଟ କରାଯାଇଛି। ଯାହାକୁ ନେଇ ଉଠିଛି ପ୍ରଶ୍ନ। ଆଜି ରାଜ୍ୟ ସରକାର ସ୍ୱାଧୀନତା ଦିବସ ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଥିବା ବେଳେ ଏହାର ପ୍ରଚାର ଉଦ୍ଦେଶ୍ୟରେ ସିଏମଓଙ୍କ ଫେସବୁକ ପେଜରେ ପୋଷ୍ଟ କରାଯାଇଛି। ଯାହାକୁ ‘ସୁସ୍ଥ ଓଡ଼ିଶା’ ନାମକ ବିଜେଡି ଦ୍ୱାରା ପଚିଚାଳିତ ଫେସବୁକ ପେଜ ସହ ଟ୍ୟାଗ କରାଯାଇଛି। ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

ସୂଚନା ଅନୁଯାୟୀ ରାଜ୍ୟ ସରକାର ସ୍ୱାଧୀନତା ଦିବସ ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି। ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବାକୁଥିବା ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହେବ ବୋଲି ସରକାର କହିଛନ୍ତି। ଏ ନେଇ ସିଏମଓଙ୍କ ଫେସବୁକ ପେଜରେ ପୋଷ୍ଟ ହୋଇଛି। ଯେଉଁଥିରେ ‘ସୁସ୍ଥ ଓଡ଼ିଶା’ ନାମକ ଏକ ପେଜକୁ ଟ୍ୟାଗ କରାଯାଇଛି। ଯାହା ବିଜେଡି ଦ୍ୱାରା ପରିଚାଳିତ ଏକ ଫେସବୁକ ପେଜ୍ ବୋଲି ସେଥିରେ ଦର୍ଶାଯାଇଛି। ଆଉ ଏହି ପେଜର ଡିପିରେ ରହିଛି ଶାସକ ଦଳର ଦଳୀୟ ଚିହ୍ନ ‘ଶଙ୍ଖ’ ରହିଛି। ଏହାକୁ ନେଇ ବିଜେପି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଫିସର ଫେସବୁକ ପେଜ (ସିଏମଓ) ସରକାରୀ କାମ ପାଇଁ ବ୍ୟବହୃତ ହୁଏ। ହେଲେ ‘ସୁସ୍ଥ ଓଡ଼ିଶା’ ନାମକ ଫେସବୁକ ପେଜକୁ ଟ୍ୟାଗ କରିବା କେବେ ଗ୍ରହଣୀୟ ନୁହେଁ। ‘ସୁସ୍ଥ ଓଡ଼ିଶା’ ଫେସବୁକ ପେଜଟି ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ଏବଂ ସେହି ପେଜରେ ରହିଛି ବିଜୁ ଜନତା ଦଳର ଲୋଗୋ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି, “କେନ୍ଦ୍ରର ଜାତୀୟ ଖାଦ୍ୟ ସୁରକ୍ଷା ପାଖରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ ସମସ୍ତ କଥାକୁ ମୁଖ୍ୟମନ୍ତ୍ରୀ ରାଜନୀତିକରଣ କରିଛନ୍ତି। ଆଉ ସମସ୍ତ ପ୍ରସଙ୍ଗକୁ ଦଳୀୟ ଭିତ୍ତିରେ ଓଡ଼ିଶାରେ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଦଳୀୟ ଲୋଗୋ ଲାଗି ପରିଚାଳିତ ହେଉଥିବା ‘ସୁସ୍ଥ ଓଡ଼ିଶା’ ପେଜକୁ ଟ୍ୟାଗ କରିବାର ଅର୍ଥ ପ୍ରମାଣ କରିଛି ଆଗାମୀ ଦିନରେ ଶାସକ ଦଳର ଲୋକ ଏହି ଯୋଜନାର କେବଳ ଲାଭ ପାଇବେ। ସିଏମଓ ଆକାଉଣ୍ଟରୁ ଯେଉଁଭଳି ପୋଷ୍ଟ ହୋଇଛି ତାହା ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ଏ ନେଇ ଆଗାମୀ ଦିନରେ କ୍ଷମା ମାଗିବାର ଆବଶ୍ୟକତା ରହିଛି”।

The post ‘ସୁସ୍ଥ ଓଡ଼ିଶା’ ସହିତ ସିଏମଓଙ୍କ ସମ୍ପର୍କ କ’ଣ? appeared first on Odisha Reporter.

]]>
centre top 2021-08-16 14:59:53 https://cdn.odishareporter.in/wp-content/uploads/2021/08/15192836/SUSTHA-ODISHA.jpg
ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ https://odishareporter.in/politics/the-three-political-parties-have-begun-to-gain-strength-667027 Sat, 14 Aug 2021 14:15:50 +0000 https://odishareporter.in/?p=667027

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଅନୁଭୂତ ହେଲାଣି ରାଜନୈତିକ ଉଷ୍ମତା । ସରଗରମ ମାହୋଲ  । ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ।  ଭୋଟରଙ୍କୁ ମନେଇବାକୁ କଲେଣି ରଣନୀତି । କାରଣ ଆଗକୁ ବାଜିପାରେ ପୌର ଓ ପଞ୍ଚାୟତ ନିର୍ବାଚନ ବିଗୁଲ୍ । ଭାରତୀୟ ଜନତା ପାର୍ଟି ଅଗଷ୍ଟ ୧୯ରୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା କରିବ।  ମଙ୍ଗ ଧରିବେ ଦୁଇ କେନ୍ଦ୍ରମନ୍ତ୍ରୀ  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । […]

The post ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଅନୁଭୂତ ହେଲାଣି ରାଜନୈତିକ ଉଷ୍ମତା । ସରଗରମ ମାହୋଲ  । ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ।  ଭୋଟରଙ୍କୁ ମନେଇବାକୁ କଲେଣି ରଣନୀତି । କାରଣ ଆଗକୁ ବାଜିପାରେ ପୌର ଓ ପଞ୍ଚାୟତ ନିର୍ବାଚନ ବିଗୁଲ୍ । ଭାରତୀୟ ଜନତା ପାର୍ଟି ଅଗଷ୍ଟ ୧୯ରୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା କରିବ।  ମଙ୍ଗ ଧରିବେ ଦୁଇ କେନ୍ଦ୍ରମନ୍ତ୍ରୀ  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଗଷ୍ଟ ୧୯ରେ ପୁରୀ ବଡ଼ଦାଣ୍ଡରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରି କାର୍ଯ୍ୟକ୍ରମ ଆରମ୍ଭ କରିବେ।   ସେଇଦିନ ସନ୍ଧ୍ୟାରେ ହୀରାଖଣ୍ଡ ଏକ୍ସପ୍ରେସ୍ ଯୋଗେ ରାୟଗଡ଼ା ଗସ୍ତ କରିବେ ବୈଷ୍ଣବ । ୨୦ରେ କୋରାପୁଟରେ ଜନତାଙ୍କ ଆଶୀର୍ବାଦ ଲୋଡ଼ିବେ।  ୨୧ରେ ଜୟପୁର, ନବରଙ୍ଗପୁର ଓ ଭବାନୀପାଟଣାରେ ଲୋକଙ୍କୁ ଭେଟିବେ । ୨୨ରେ ବଲାଙ୍ଗୀର କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ।  ସେହିଭଳି ଧର୍ମେନ୍ଦ୍ର ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଜନ ଆଶୀର୍ବାଦ ଯାତ୍ରା କରିବେ  ଉଭୟ ମନ୍ତ୍ରୀ । ୪ ଦିନ ଭିତରେ ମୋଟ ୪୧୯ କିଲୋମିଟର ଯାତ୍ରା କରି ୧୧୫ଟି ସ୍ଥାନରେ ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ସାମିଲ ହେବେ।  ଏ ଅବଧିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବେ । ରାଜ୍ୟରେ ଶାସକ ବିଜେଡିର ଦୋଷ, ତ୍ରୁଟି ଓ ଦୁର୍ବଳତାକୁ ବି ପଦାକୁ ଆଣିବ ବିଜେପି  ।

ସେପଟେ ଶାସକ ବିଜେଡି ବି ରାଜନୈତିକ କାଯର୍ୟକ୍ରମ ଆଗକୁ ବଢ଼ାଇଛି।  ଆସନ୍ତାକାଲି ସ୍ୱାଧୀନତା ଦିବସରେ ଘୋଷଣା ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ଅଗଷ୍ଟ ୨୦ରେ ମାଲକାନଗିରି ଗସ୍ତ କରି ମେଗା ସୋ ଜରିଆରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବେ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାଣୀ । ଉପସ୍ଥିତ ରହିବେ ପ୍ରାୟ ୮ ଜଣ ମନ୍ତ୍ରୀ ଓ ୧୦ରୁ ଅଧିକ ବିଧାୟକ । ଏଥିପାଇଁ ଜିଲ୍ଲାରେ ଜୋରଦାର ହେଲାଣି ତୟାରି।  ଏହା ଜରିଆରେ ତୃଣମୂଳ ସ୍ତରରେ ନିଜ ସ୍ଥିତି ଅଧିକ ମଜବୁତ କରିବା ଲାଗି ଯୋଜନା କରିଛି ବିଜେଡି।  କଂଗ୍ରେସ ବି ପଛରେ ପଡ଼ିନି  । ପଞ୍ଚାୟତ କମିଟି ଗଠନ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।  ଦରଦାମ ବୃଦ୍ଧି, କୋଭିଡ୍ ପରିଚାଳନାରେ ବିଫଳତା ଓ ଅର୍ଥନୈତିକ ଶିଥିଳତାକୁ ମୁଖ୍ୟ ଅସ୍ତ୍ର କରି ପଞ୍ଚାୟତ ନିର୍ବାଚନ ପାରି ହେବାକୁ ଲକ୍ଷ୍ୟ ରଖିଛି ଦଳ।

ରାଜନୀତି ସମୀକ୍ଷକଙ୍କ ମତରେ, ଯଦିଓ କୋଭିଡ୍ ସ୍ଥିତିରେ ସୁଧାର ଆସିନି, କିନ୍ତୁ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି କୌଣସି ଦଳ।  ଏମିତିକି ଦଳଡିଆଁ ଲାଗି ବି ସଜବାଜ ଆରମ୍ଭ ହେଲାଣି  । ନିର୍ବାଚନ ବୈତରଣୀ ପାର ହେବାକୁ ନେତା ଏବେ ଭୋଟରମୁହାଁ। ସରକାର କୋଭିଡ୍ କଟକଣା ମାନିବାକୁ ଜନତାଙ୍କୁ ପରାମର୍ଶ ଦେଉଥିବା ବେଳେ ନେତା ଓ କର୍ମୀ କିନ୍ତୁ ନିୟମକୁ ଫୁ କରି ମଇଦାନ ଓହ୍ଲାଇବାକୁ ତୟାର।

The post ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ appeared first on Odisha Reporter.

]]>
centre bottom 2021-08-14 19:45:50 https://cdn.odishareporter.in/wp-content/uploads/2021/03/19194034/bjd-bjd-and-congress.jpg
୨୪ବର୍ଷ ପରେ ବିଜେଡିର ଜାତିଆଣ ରାଜନୀତି, ଓବିସିଙ୍କୁ ଦେବ ୨୭% ଟିକେଟ https://odishareporter.in/politics/happenings/bjd-to-give-27-percent-tickets-to-obc-666651 Fri, 13 Aug 2021 09:34:54 +0000 https://odishareporter.in/?p=666651

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ନିର୍ବାଚନୀ ସଫଳତା ପାଉଥିବା ବିଜେଡି ନିଜର ୨୪ବର୍ଷର ଇତିହାସରେ ପ୍ରଥମଥର ପାଇଁ ଜାତିଆଣ ରାଜନୀତିକୁ ମୋହରା କରିଛି। ବିଜେଡି ଆସନ୍ତା ପଂଚାୟତ ନିର୍ବାଚନ ସମେତ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ପଛୁଆ ବର୍ଗ(ଓବିସି)ର ପ୍ରାର୍ଥୀଙ୍କୁ ଦେବ । ମାତ୍ର ୨୧ବର୍ଷ ଧରି ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଜେଡି ସରକାର ବିଫଳ ହୋଇଛି। ରାଜ୍ୟର ଦୁଇ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ […]

The post ୨୪ବର୍ଷ ପରେ ବିଜେଡିର ଜାତିଆଣ ରାଜନୀତି, ଓବିସିଙ୍କୁ ଦେବ ୨୭% ଟିକେଟ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ନିର୍ବାଚନୀ ସଫଳତା ପାଉଥିବା ବିଜେଡି ନିଜର ୨୪ବର୍ଷର ଇତିହାସରେ ପ୍ରଥମଥର ପାଇଁ ଜାତିଆଣ ରାଜନୀତିକୁ ମୋହରା କରିଛି। ବିଜେଡି ଆସନ୍ତା ପଂଚାୟତ ନିର୍ବାଚନ ସମେତ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ପଛୁଆ ବର୍ଗ(ଓବିସି)ର ପ୍ରାର୍ଥୀଙ୍କୁ ଦେବ । ମାତ୍ର ୨୧ବର୍ଷ ଧରି ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଜେଡି ସରକାର ବିଫଳ ହୋଇଛି।

ରାଜ୍ୟର ଦୁଇ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡି ଆଗାମୀ ଦିନରେ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ଓବିସି ବର୍ଗର ଲୋକଙ୍କୁ ଦେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଘୋଷଣା କରିଛନ୍ତି। ଓବିସି ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଏଣିକି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ(ଏସଇବିସି) ତାଲିକା ପୂର୍ବଭଳି ପ୍ରସ୍ତୁତ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ସଂରକ୍ଷଣ ସୁବିଧା ପାଉଛନ୍ତି। ସେହିପରି ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ସାମିଲ କରିପାରୁଛନ୍ତି । ରାଜ୍ୟର ୨୦୯ଟି ଜାତି ଓ ଉପଜାତି ଏବେ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ ଥିବାବେଳେ ରାଜ୍ୟଗୁଡ଼ିକ ଏସଇବିସି ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ହୋଇଛି। କିନ୍ତୁ ସଂରକ୍ଷଣରେ ଥିବା ୫୦ପ୍ରତିଶତ ସୀମାକୁ ଉଠାଇବାକୁ ବିଜେଡି ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି, ଯେଉଁଥିପାଇଁ ଓବିସି ବର୍ଗ ବା ଏସଇବିସି ବର୍ଗର ଲୋକଙ୍କୁ ମାତ୍ର ୨୭% ସଂରକ୍ଷଣ ରାଜ୍ୟରେ ଦିଆଯାଇପାରୁନି । ରାଜ୍ୟ ସରକାରଙ୍କ ଏସଇବିସି ଆଇନ-୨୦୦୮ରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ୨୭% ସଂରକ୍ଷଣ ଦେବା ସମ୍ଭବପର ହେଉନାହିଁ। ତେବେ ପଛୁଆ ବର୍ଗଙ୍କ ସଠିକ ଗଣନା କରାଗଲେ ଅବା ଜାତିଭିତ୍ତିକ ଗଣନା ହେଲେ ତାକୁ ଆଧାର କରି ୫୦% ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ବୋଲି ଉଭୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ୨୧ବର୍ଷ ଧରି ବିଜେଡି ରାଜ୍ୟରେ ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଫଳ ହୋଇଛି । ନିଜର ଦୀର୍ଘବର୍ଷର ବିଫଳତାକୁ ଲୁଚାଇବା ପାଇଁ ବିଜେଡି ଏବେ ନିର୍ବାଚନରେ ୨୭% ପ୍ରାର୍ଥୀ ଦେବ କହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ଏବେବି ଓବିସି ବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଉଛି। ବିଜେପି ଗତକାଲି ସାମ୍ବାଦିକ ସମ୍ମିଳନୀ କରି ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଓବିସିଙ୍କୁ ସଂରକ୍ଷଣ ନଦେବାକୁ କରିଥିବା ଚକ୍ରାନ୍ତକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରୁଛନ୍ତି ବୋଲି କହିବା ପରେ ବିଜେଡିର ଚେତା ପଶିଛି । ପଂଚାୟତ ନିର୍ବାଚନରେ ଭୋଟ୍ ହାତଛଡ଼ା ହେବା ଭୟରେ ଦଳ ଓବିିସି ବର୍ଗଙ୍କୁ ୨୭% ଟିକେଟ୍ ଦେବ ବୋଲି ଘୋଷଣା କରିଛି ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଥିବା ବିଜେଡି କେବଳ ଲୋକସଭା ନିର୍ବାଚନରେ ୭ଜଣ ମହିଳା(୩୩%) ଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବାରେ ବିଜେଡି ସତସାହାସ ଜୁଟାଇ ପାରିନଥିଲା। ୨୦୧୯ ନିର୍ବାଚନରେ ଦଳ ମାତ୍ର ୨୦ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଯଦି ୨୦୧୯ ସାଧାରଣ ନିର୍ବାଚନବେଳେ ନିଜ ଘୋଷଣା ଅନୁସାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥାନ୍ତେ, ତା’ହେଲେ ବିଜେଡି ୪୪ଜଣ ମହିଳାଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥାନ୍ତା।

ନିଜ ସରକାରର ୨୧ବର୍ଷର ବିଫଳତାକୁ ଲୁଚାଇବାକୁ ପଂଚାୟତ ନିର୍ବାଚନରେ ଜାତିକୁ ଆଧାର କରି ଭୋଟ ମାଗିବାକୁ ଲକ୍ଷ୍ୟ ରଖିଥିବା ନବୀନ ପ୍ରଥମଥର ପାଇଁ ଜାତି କାର୍ଡର ରାଜନୀତିକୁ ଅଗ୍ରାଧିକାର ଦେଇଥିବା ଜଣାପଡ଼ିଛି।

The post ୨୪ବର୍ଷ ପରେ ବିଜେଡିର ଜାତିଆଣ ରାଜନୀତି, ଓବିସିଙ୍କୁ ଦେବ ୨୭% ଟିକେଟ appeared first on Odisha Reporter.

]]>
centre top 2021-08-13 15:30:30 https://cdn.odishareporter.in/wp-content/uploads/2021/08/13150250/56-2.jpg
ସରକାରଙ୍କ ନିର୍ଦ୍ଦେଶକୁ ପ୍ରଭାତଙ୍କ ବିରୋଧ, ଦାମ ବି ମୁହଁ ଖୋଲିଲେ https://odishareporter.in/politics/prabhats-opposition-to-the-governments-order-665916 Tue, 10 Aug 2021 15:54:00 +0000 https://odishareporter.in/?p=665916

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାର୍ବଣ ପାଇଁ ଏସଓପିକୁ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ବିରୋଧ କରିଥିବାବେଳେ ପଂଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନାପସନ୍ଦ କରିଛନ୍ତି। ଉଭୟ ନେତା ରାଜ୍ୟର କ୍ଷମତାସୀନ ବିଜେଡି ସହ ପରୋକ୍ଷରେ ଜଡ଼ିତ ଥିବାବେଳେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାର ଓ ଦଳର ନୀତିକୁ ବିରୋଧ କରିବାକୁ ନେଇ ରାଜନୀତିକ  ଉଷ୍ମତା ପ୍ରକାଶ ପାଇଛି। ବିଜେଡି ନେତା ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା […]

The post ସରକାରଙ୍କ ନିର୍ଦ୍ଦେଶକୁ ପ୍ରଭାତଙ୍କ ବିରୋଧ, ଦାମ ବି ମୁହଁ ଖୋଲିଲେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାର୍ବଣ ପାଇଁ ଏସଓପିକୁ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ବିରୋଧ କରିଥିବାବେଳେ ପଂଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନାପସନ୍ଦ କରିଛନ୍ତି। ଉଭୟ ନେତା ରାଜ୍ୟର କ୍ଷମତାସୀନ ବିଜେଡି ସହ ପରୋକ୍ଷରେ ଜଡ଼ିତ ଥିବାବେଳେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାର ଓ ଦଳର ନୀତିକୁ ବିରୋଧ କରିବାକୁ ନେଇ ରାଜନୀତିକ  ଉଷ୍ମତା ପ୍ରକାଶ ପାଇଛି।
ବିଜେଡି ନେତା ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଧାସଳଖ ରାଜ୍ୟ ସରକାରଙ୍କ ଦ୍ୱାରା ପାର୍ବଣ ପାଇଁ ଜାରି ଏସଓପି ଉପରେ ଆପତ୍ତି ଉଠାଇଛନ୍ତି।  କଟକ ମହାନଗର ପୂଜା କମିଟି ସମ୍ପାଦକ ଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ ତାହା ସେ ବୁଝିପାରୁନାହାନ୍ତି। ଦୁଗାଙ୍କ ମୂର୍ତ୍ତି ୩ରୁ ୪ଫୁଟ ମଧ୍ୟରେ ସୀମିତ ରହିବ, ପୂର୍ଣ୍ଣାୟବ ହେବ ନାହିଁ। ଏହା କୋଭିଡକୁ କିଭଳି ସାହାଯ୍ୟ କରିବ ତାହା ସେ ବୁଝିପାରୁନାହାନ୍ତି। ଧର୍ମୀୟ ଭାବନାକୁ ବିଚାରକୁ ନେଇ ସରକାର ନିଷ୍ପତ୍ତି ନିଅନ୍ତୁ। ଶାନ୍ତି କମିଟି କ’ଣ ଭାବିଛି ସେ ଜାଣନ୍ତି ନାହିଁ । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତବର୍ଷର ନିଷ୍ପତ୍ତିକୁ ଏଥର ଦୋହରାଯାଇଛି । ଏବର୍ଷ ଏହା ଉପରେ ଟିକିଏ ବିଚାର କରିବାର ଥିଲା। କଟକ ସହରର ସବୁ ପୂଜା ମଣ୍ଡପ ଓ ପୂଜା କମିଟି ପକ୍ଷରୁ ସରକାରଙ୍କ ପାଖରେ ଏନେଇ ଆପତ୍ତି କରାଯିବ ବୋଲି ସେ କହିଛନ୍ତି।

ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ସରକାରରେ କୌଣସି ନିଷ୍ପତ୍ତି ହେଉନଥିବାବେଳେ ବିଜେଡିର ବରିଷ୍ଠ ନେତା ଶ୍ରୀ ତ୍ରିପାଠୀଙ୍କ ଏହି ବିରୋଧକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି।
ସେହିପରି, ପଂଚାୟତ ନିର୍ବାଚନ ପାଇଁ ଏବେ ରାଜନୀତିକ ଦଳଗୁଡ଼ିକ ଯେଭଳି ପ୍ରସ୍ତୁତି ଚଳାଇଛନ୍ତି ତାକୁ ନାପସନ୍ଦ କରି ପୂର୍ବତନ ପଂଚାୟତିରାଜ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଦଳୀୟ ଭିତ୍ତିରେ ହେବ ନାହିଁ ବୋଲି ବିଜୁବାବୁ ଆଇନ ପ୍ରଣୟନ କରିଥିଲେ। କିନ୍ତୁ ବିଜେଡି ଏବେ ବିଜୁବାବୁଙ୍କ ସ୍ୱପ୍ନକୁ ଚୂରମାର କରି ପଂଚାୟତ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛି। ବିଜେଡି ଏବେ ସରକାରରେ ଅଛି। ମୁଖ୍ୟମନ୍ତ୍ରୀ ନିଜେ ସବୁ ଦଳର ନେତାମାନଙ୍କୁ ଡାକି ପଂଚାୟତ ନିର୍ବାଚନକୁ ଦଳୀୟ ଭିତ୍ତିରେ ନକରି ଯୋଗ୍ୟ ପ୍ରାର୍ଥୀ ଯେମିତି ନିର୍ବାଚିତ ହୋଇ ଆସିବେ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ।

ଦଳୀୟ ଭିତ୍ତିରେ ନିର୍ବାଚନ ହେଲେ ଯୋଗ୍ୟ ଲୋକେ କିଭଳି ପଂଚାୟତର ନେତୃତ୍ୱ ନେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳୀୟ ଭିତ୍ତିରେ ନିର୍ବାଚନ ଯୋଗୁ ଏବେ ଗାଁ ଗହଳିରେ ମନରେଗା ଯୋଜନାରେ ଗରିବ ଲୋକେ କାମ ପାଉନାହାନ୍ତି ଓଲଟା ମେସିନ୍ କାମ କରୁଛି। ଆବାସ ଯୋଜନାରେ ଦୁର୍ନୀତି ହେଉଛି। ତେଣୁ ପଂଚାୟତ ନିର୍ବାଚନକୁ ଦଳୀୟ ଭିତ୍ତିରେ କରିବା ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି ତାକୁ ଶାସକ ଦଳ ହିସାବରେ ବିଜେଡି ପୁନଃର୍ବିଚାର କରୁ ଓ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରୁ ବୋଲି ଡାକ୍ତର ରାଉତ କହିଛନ୍ତି।
ଦୀର୍ଘଦିନ ଧରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉନଥିବା ଡାକ୍ତର ରାଉତ ଆଜି ପଂଚାୟତ ନିର୍ବାଚନ ଆଳରେ ବିଜେଡି ସରକାରକୁ ସମାଲୋଚନା କରିବାକୁ ନେଇ ରାଜନୀତିକ ଉଷ୍ମତା ପ୍ରକାଶ ପାଇଛି । ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଏବେ ପାରାଦୀପରୁ ବିଜେଡି ବିଧାୟକ ଥିବାବେଳେ ଡାକ୍ତର ରାଉତ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି ।

The post ସରକାରଙ୍କ ନିର୍ଦ୍ଦେଶକୁ ପ୍ରଭାତଙ୍କ ବିରୋଧ, ଦାମ ବି ମୁହଁ ଖୋଲିଲେ appeared first on Odisha Reporter.

]]>
right top 2021-08-10 21:25:28 https://odishareporter.in/wp-content/uploads/2015/12/tipathy1.jpg
ବିଜେଡି ପାଇଁ ‘ସୌମ୍ୟ’ କଣ୍ଟା: ଗିଳିପାରୁନି କି କାଢ଼ି ପାରୁନି https://odishareporter.in/politics/somya-thorn-for-the-bjd-665878 Tue, 10 Aug 2021 13:45:41 +0000 https://odishareporter.in/?p=665878

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ଦେଢ଼ମାସ ବ୍ୟବଧାନରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ସିଧାସଳଖ ଟାର୍ଗେଟ୍ କରିବାପରେ ଦଳୀୟ ସଂଗଠନ ଓ ପାୱାର କରିଡରରେ କମ୍ପନ ସୃଷ୍ଟି ହୋଇଛି। ଉଭୟ ଦଳ ଓ ସରକାର ସାମୁହିକ ନିଷ୍ପତ୍ତିରେ ନୁହେଁ ବରଂ ଦୁଇ ଜଣଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିରେ ଚାଲୁଛି ତାହା ସୌମ୍ୟ ଇଙ୍ଗିତ କରାଇବା ସହ ପରୋକ୍ଷରେ ନବୀନଙ୍କ ଅପାରଗତା ଉପରେ ମଧ୍ୟ ଅଙ୍ଗୁଳି […]

The post ବିଜେଡି ପାଇଁ ‘ସୌମ୍ୟ’ କଣ୍ଟା: ଗିଳିପାରୁନି କି କାଢ଼ି ପାରୁନି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ଦେଢ଼ମାସ ବ୍ୟବଧାନରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ସିଧାସଳଖ ଟାର୍ଗେଟ୍ କରିବାପରେ ଦଳୀୟ ସଂଗଠନ ଓ ପାୱାର କରିଡରରେ କମ୍ପନ ସୃଷ୍ଟି ହୋଇଛି। ଉଭୟ ଦଳ ଓ ସରକାର ସାମୁହିକ ନିଷ୍ପତ୍ତିରେ ନୁହେଁ ବରଂ ଦୁଇ ଜଣଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିରେ ଚାଲୁଛି ତାହା ସୌମ୍ୟ ଇଙ୍ଗିତ କରାଇବା ସହ ପରୋକ୍ଷରେ ନବୀନଙ୍କ ଅପାରଗତା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସୌମ୍ୟଙ୍କ ଏଭଳି ଆଭିମୁଖ୍ୟ ଏବେ ବିଜେଡି ପାଇଁ କଣ୍ଟା ସଦୃଶ ହୋଇଛି, ଯାହାକୁ ଦଳ ଗିଳିପାରୁନି କିମ୍ବା କାଢ଼ିପାରୁ ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ବାର୍ଷିକ ଉତ୍ସବରେ ଯୋଗ ଦେଇ ଶାସକ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସିଧାସଳଖ ନବୀନଙ୍କ ଦଳୀୟ ସଂଗଠନ  ଓ ସରକାର ପରିଚାଳନାର ଅନ୍ଧାରୀ ଦିଗ ଆଡ଼କୁ ଇଙ୍ଗିତ କରିଛି। ନବୀନ ନିଜେ ରାଜ୍ୟର କିମ୍ବା ରାଜ୍ୟବାସୀଙ୍କ କିଛି ବୁଝନ୍ତି ନାହିଁ, ବିଜେଡି ସଂଗଠନ ଓ ସରକାରରେ ବବି ଓ ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ଆଖିବୁଜି ସମ୍ମତି ଜଣାନ୍ତି ବୋଲି ସନ୍ଦେଶ ଦେବାକୁ ସୌମ୍ୟ ପଛାଇ ନାହାନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ୨୧ବର୍ଷ ଧରି କ୍ଷମତାରେ ଥିବା ଗୋଟିଏ ଦଳର ପରିଚାଳନା ତଥା ସରକାର ଯେ ସାମୁହିକ ନିଷ୍ପତ୍ତି ନୁହେଁ ବରଂ ଏକଛତ୍ରବାଦ ନୀତିରେ ପରିଚାଳିତ ହେଉଛି ତାହା ମଧ୍ୟ ପରୋକ୍ଷରେ  ସୌମ୍ୟ ଇଙ୍ଗିତ କରିଛନ୍ତି। ଏହାସହିତ ବବି ଓ ପାଣ୍ଡିଆନଙ୍କର ନିଜସ୍ୱ ସ୍ୱାର୍ଥ ମଧ୍ୟ ଥାଇପାରେ ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭ୍ରମିତ ମଧ୍ୟ କରିବାର ଆଶଙ୍କା ବି ସୌମ୍ୟ କରିଛନ୍ତି। ବିଜେଡି ବିଧାୟକ ତଥା ବରିଷ୍ଠ ଉପସଭାପତିଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ସଙ୍ଗୀନ ଓ ଗୁରୁତର ହେଲେ ମଧ୍ୟ ବିଜେଡି ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନି।

ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, “ସୌମ୍ୟ ବାବୁ ଯାହା କହିଛନ୍ତି, ତାହା ଭୁଲ୍ ନୁହେଁ। ଦଳ ଓ ସରକାର ଏବେ କେମିତି ଚାଲିଛି ତାହା ସମସ୍ତେ ଜାଣନ୍ତି। ଏଠି ବିରୋଧୀ ଦଳ ସ୍ଥାଣୁ ହୋଇ ସରକାରୀ ଦଳର ଇଙ୍ଗିତରେ କାର୍ଯ୍ୟ କରୁଛି। ଗଣମାଧ୍ୟମ ବି ଭୟ ଓ ଚାପ ମଧ୍ୟରେ କେବଳ ଶାସକ ଦଳକୁ ବାହାବା ଦେବାରେ ବ୍ୟସ୍ତ ରହିଛି। ରାଜ୍ୟର ବୁଦ୍ଧିଜୀବୀ ଓ ଶିକ୍ଷିତ ବର୍ଗଙ୍କ ସ୍ୱର ମଧ୍ୟ କ୍ଷୀଣ। ଯାହାର ଫାଇଦା ବିଜେଡିର ତଥାକଥିତ କ୍ଷମତାକେନ୍ଦ୍ର ଉଠାଉଛନ୍ତି । ଦଳର ନେତାମାନେ, ଏପରିକି କ୍ୟାବିନେଟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ସଚିବ ପାହ୍ୟାର ଅଫିସର ପର୍ଯ୍ୟନ୍ତ କେହି ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି। ତେଣୁ ରାଜ୍ୟରେ ଶାସନ କେମିତି ଚାଲିଛି ତାହା ଟିକେ ଗଭୀର ଭାବେ ଅନୁଧ୍ୟାନ କଲେ ଯେକେହି ଜାଣିପାରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଦେଢ଼ ମାସ ତଳେ ସୌମ୍ୟ ନିଜର ମାଲିକାନା ଥିବା ସମ୍ବାଦପତ୍ରରେ ଏକ ସମ୍ପାଦକୀୟରେ କୋଭିଡ୍ ମୃତ୍ୟୁ ପ୍ରସଙ୍ଗ ଉଠାଇ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ସୌମ୍ୟ ଏବେ ବିଜେଡି ପାଇଁ ଏଭଳି କଣ୍ଟା ପାଲଟିଛନ୍ତି ଯାହାଙ୍କୁ ବିଜେଡି ନା କାଢ଼ି ପାରୁଛି , ନା ଢ଼ୋକି ପାରୁଛି । ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଦୂରଗାମୀ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କାରେ ବି ବିଜେଡି ଚୁପ୍ ରହିବାକୁ ବାଧ୍ୟ ହେଉଛି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।

The post ବିଜେଡି ପାଇଁ ‘ସୌମ୍ୟ’ କଣ୍ଟା: ଗିଳିପାରୁନି କି କାଢ଼ି ପାରୁନି appeared first on Odisha Reporter.

]]>
centre top 2021-08-10 19:21:16 https://odishareporter.in/wp-content/uploads/2017/05/somya.png
ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ https://odishareporter.in/politics/preparations-for-the-panchayat-elections-665194 Sat, 07 Aug 2021 14:24:50 +0000 https://odishareporter.in/?p=665194

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ।  ଏଥିପାଇଁ ଶାସକ ଦଳ ବିଜେଡିଠାରୁ ଆରମ୍ଭ କରି ବିଜେପି, କଂଗ୍ରେସ ଯାଏଁ, ସଭିଏଁ ଆରମ୍ଭ କଲେଣି ଅଙ୍କକଷା । ଆଜି ବିଜେପି ରାଜ୍ୟ କାଅର୍ଯ୍ୟାଳୟରେ ଆରମ୍ଭ ହୋଇଛି ଦୁଇଦିନିଆ ପଞ୍ଚାୟତରାଜ କର୍ମଶାଳା।  ଯେଉଁଥିରେ ବିଜେପିର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତ କରୁଛନ୍ତି ରଣନୀତି।  ପ୍ରମୁଖଭାବେ ଏଥିରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତି ଓ ଅନ୍ୟ ସଦସ୍ୟ ମାନେ ଯୋଗ […]

The post ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ।  ଏଥିପାଇଁ ଶାସକ ଦଳ ବିଜେଡିଠାରୁ ଆରମ୍ଭ କରି ବିଜେପି, କଂଗ୍ରେସ ଯାଏଁ, ସଭିଏଁ ଆରମ୍ଭ କଲେଣି ଅଙ୍କକଷା । ଆଜି ବିଜେପି ରାଜ୍ୟ କାଅର୍ଯ୍ୟାଳୟରେ ଆରମ୍ଭ ହୋଇଛି ଦୁଇଦିନିଆ ପଞ୍ଚାୟତରାଜ କର୍ମଶାଳା।  ଯେଉଁଥିରେ ବିଜେପିର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତ କରୁଛନ୍ତି ରଣନୀତି।  ପ୍ରମୁଖଭାବେ ଏଥିରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତି ଓ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ । ବିଶେଷକରି ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ମିଳିଥିବା ସଫଳତାକୁ ଦୁଇଗୁଣ କରିବା ଲାଗି ଦଳ ଆରମ୍ଭ କରିଛି ମାନସ ମନ୍ଥନ। କଂଗ୍ରେସ ମଧ୍ୟ ପଞ୍ଚାୟତ କମିଟି ଗଠନ କରି ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଲାଗି ଅଣ୍ଟା ଭିଡ଼ୁଛି । ଏପଟେ ଶାସକ ବିଜେଡି ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ଲୋକଙ୍କ ସହ ଥିବା ସୁସମ୍ପର୍କକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି।

କରୋନା ମିଟର ପୂରା ଖସି ନ ଥିଲେ ବି ଉଷ୍ମ ହେବାରେ ଲାଗିଛି ରାଜନୈତିକ ବାତାବରଣ । ବିଭିନ୍ନ ପ୍ରସଙ୍ଗ ଉଠାଇବା ହେଉ ବା ନିଜ ଦଳୀୟ ସଂଗଠନ ମଜବୁତ ହେଉ, ସବୁ ଦଳ ପକ୍ଷରୁ ବିଭିନ୍ନ ବାହାନାରେ ତୃଣମୂଳ ସ୍ତରର ଭୋଟରଙ୍କ ନିକଟତର ହେବାକୁ ଚାଲିଛି ପ୍ରୟାସ।  ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି କଂଗ୍ରେସ । ସେପଟେ ପଶ୍ଚିମ ଓଡ଼ିଶାରେ WODCର ମୁଖ୍ୟାଳୟ ସ୍ଥାପନ ସହ କାଉନ୍ସିଲ ଗଠନ ଓ ବିକାଶ ପରିଷଦକୁ ଅଧିକ ଅନୁଦାନ ଦାବି ଉଠାଇ ଲୋକଙ୍କ ନଜରକୁ ଆସିବାକୁ ଲକ୍ଷ୍ୟ ରଖିଛି ବିଜେପି।  ସେହିପରି ବିଜେଡି ସୁନ୍ଦରଗଡ଼ ପ୍ରଭାରୀ ପ୍ରୀତିରଞ୍ଜନ ଘଡ଼େଇ ରାଜଗାଙ୍ଗପୁର ଗସ୍ତ କରି ବ୍ଲକ୍‌ସ୍ତରୀୟ କର୍ମୀ ସମ୍ମଳନୀରେ ଦଳୀୟ ଗୋଷ୍ଠୀ କନ୍ଦଳ ଛାଡ଼ି ପଞ୍ଚାୟତ ନିର୍ବାଚନ ଲାଗି ମନାଉଥିବା ଦେଖିବାକୁ ମିଳିଛି।  ବିଶେଷଜ୍ଞଙ୍କ ମତ, ରାଜନୈତିକ ଦଳଗୁଡ଼ିକର ଏସବୁ କାର୍ଯ୍ୟକଳାପ ସ୍ପଷ୍ଟ ଦର୍ଶାଉଛି, ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ ସଜବାଜ।

ଏହା ଭିତରେ ପୌର ନିର୍ବାଚନ ସମୟ ସୀମା ପ୍ରାୟ ୩ ବର୍ଷ ଗଡ଼ିଲାଣି । ତଥାପି ରାଜ୍ୟ ସରକାର ପୌର ନିର୍ବାଚନର ନା ଗନ୍ଧ ଧରୁ ନଥିବାରୁ ବିଜେପି ଏହାଭିତରେ ରାଜ୍ୟପାଳ ଓ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ  ଭେଟି ଶୀଘ୍ର ପୌର ନିର୍ବାଚନ କରାଇବାକୁ ଦାବି କରିଥିଲା । ସେପଟେ ୨୦୨୨ରେ ପଞ୍ଚାୟତ ନିର୍ବାଚନ । ତେଣୁ ଏକକାଳୀନ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ଭାବନାକୁ ବି ଏଡ଼ାଯାଇ ନପାରେ।

The post ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ appeared first on Odisha Reporter.

]]>
2021-08-07 19:54:50 https://cdn.odishareporter.in/wp-content/uploads/2021/08/07195403/590.jpg
ପକ୍କାଘର ଅଯୋଗ୍ୟ ନେଉଛନ୍ତି, ଯୋଗ୍ୟ ପାଉନାହାନ୍ତି, ଲଢ଼େଇ କରିବ ବିଜେପି https://odishareporter.in/politics/the-bjp-will-fight-the-incompetent-unqualified-incompetent-664734 Thu, 05 Aug 2021 16:08:48 +0000 https://odishareporter.in/?p=664734

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପକ୍କାଘର ବଣ୍ଟନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଅଯୋଗ୍ୟ ହିତାଧିକାରୀ ତଥା ବିଜେଡି କର୍ମୀମାନଙ୍କୁ ପକ୍କାଘର ଦିଆଯାଉଛି । ଅଥଚ ଯୋଗ୍ୟ ହିତାଧିକାରୀ ପକ୍କାଘର ଖଣ୍ଡେ ପାଉନାହାନ୍ତି। ତେଣୁ ଶେଷ ଯୋଗ୍ୟ ହିତାଧିକାରୀ ପକ୍କାଘର ନପାଇବା ପର୍ଯ୍ୟନ୍ତ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ଗସ୍ତ କରି ସରଜମିନ୍ ଯାଂଚ କରି […]

The post ପକ୍କାଘର ଅଯୋଗ୍ୟ ନେଉଛନ୍ତି, ଯୋଗ୍ୟ ପାଉନାହାନ୍ତି, ଲଢ଼େଇ କରିବ ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପକ୍କାଘର ବଣ୍ଟନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଅଯୋଗ୍ୟ ହିତାଧିକାରୀ ତଥା ବିଜେଡି କର୍ମୀମାନଙ୍କୁ ପକ୍କାଘର ଦିଆଯାଉଛି । ଅଥଚ ଯୋଗ୍ୟ ହିତାଧିକାରୀ ପକ୍କାଘର ଖଣ୍ଡେ ପାଉନାହାନ୍ତି। ତେଣୁ ଶେଷ ଯୋଗ୍ୟ ହିତାଧିକାରୀ ପକ୍କାଘର ନପାଇବା ପର୍ଯ୍ୟନ୍ତ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ଗସ୍ତ କରି ସରଜମିନ୍ ଯାଂଚ କରି ଫେରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ,  ଗାଁ ଗହଳିରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ପୁଲିସ ଗିରଫ କରୁଛି।

୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। ଏହି ଯୋଜନାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ପକ୍କା ଘର ଆସିଛି। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ଯୋଗ୍ୟ ହିତାଧିକାରୀମାନେ ଘର ଖଣ୍ଡେ ପାଇବାରୁ ବଂଚିତ ରହିଛନ୍ତି । ଏହାକୁ ବିରୋଧ କରିବାରୁ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ଗ୍ରାମପଂଚାୟତରେ ସରକାରୀ କଳକୁ ଲଗାଇ ଶାସକ ବିଜେଡି ଗରିବ ହିତାଧିକାରୀଙ୍କ ଉପରେ ଆକ୍ରମଣ କରିଛିା ପୁଲିସ ମଧ୍ୟ ଏଥିରେ ସାମିଲ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ଗିରଫ କରିଛି । କୁବେରା ପଂଚାୟତର ଅନେକ ଲୋକ ପକ୍କାଘର ପାଇବାରୁ ବଂଚିତ ଅଛନ୍ତି। ଭଣ୍ଡାରିପୋଖରୀରେ ମଧ୍ୟ ୮ଟି ପରିବାରକୁ ପକ୍କା ଘର ମିଳିନାହିଁ। ଏ ବାବଦରେ ପ୍ରଶାସନ ପାଖରେ ଗୁହାରୀ ଜଣାଇଲେ ବି କିଛି ଫଳପ୍ରଦ ହେଉନାହିଁ ।

ପକ୍କାଘର ବଂଟନରେ ଅନିୟମିୟତା କରିଥିବା ସରକାରୀ ବାବୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏହା ବିରୁଦ୍ଧରେ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତିରୋଧ କଲେ ପୁଲିସ ନାଲିଆଖି ଦେଖାଉଛି। ଗୋଟିଏ ଘରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ରହୁଛନ୍ତି । କଚ୍ଚାଘରେ ଲୋକ ପାଲ ଟାଣି ରହୁଛନ୍ତି । କିନ୍ତୁ ଅଯୋଗ୍ୟ ହିତାଧିକାରୀ, ଧନୀ ଶ୍ରେଣୀ ଏବଂ ବିଜେଡି କର୍ମୀମାନଙ୍କୁ ପକ୍କା ଘର ବଂଟନ କରାଯାଇଛି । ଆବାସ ଯୋଜନାରେ ମହାଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଂଟନ କେଳେଙ୍କାରୀରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ଗତ ନିର୍ବାଚନରେ ରାଜ୍ୟ ସରକାର ପିଠା ଯୋଜନା କରିଥିଲେ ।

ସେହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ଯାଏଁ ପକ୍କା ଘର ମିଲିଲା ନାହିଁ । ପକ୍କା ଘର ବଂଟନରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ପୂର୍ବରୁ ଅଭିଯୋଗ କରିଥିଲା । ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉା ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିବା ସହ ଶେଷ ଯୋଗ୍ୟ ହିତାଧିକାରୀ ଘର ନପାଇବା ଯାଏଁ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

The post ପକ୍କାଘର ଅଯୋଗ୍ୟ ନେଉଛନ୍ତି, ଯୋଗ୍ୟ ପାଉନାହାନ୍ତି, ଲଢ଼େଇ କରିବ ବିଜେପି appeared first on Odisha Reporter.

]]>
right bottom 2021-08-05 21:52:50 https://cdn.odishareporter.in/wp-content/uploads/2021/05/21225312/bjp-6.jpg
କଂଗ୍ରେସର ଜର୍ସି ପିନ୍ଧିବେ ନା ବାହାରୁ କୋଚ୍‌ ସାଜିବେ ପ୍ରଶାନ୍ତ କିଶୋର? https://odishareporter.in/politics/happenings/will-prashant-kishor-wear-the-congress-jersey-664633 Thu, 05 Aug 2021 11:51:58 +0000 https://odishareporter.in/?p=664633

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଥିବା ବେଳେ ଆଜି ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ମଧ୍ୟ ତାଙ୍କୁ ଦଳରେ କେଉଁ ଭୂମିକା ଦେବ, ତା’ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ଏସବୁ ଭିତରେ ପ୍ରଶାନ୍ତ କିଶୋର କଂଗ୍ରେସର ଜର୍ସି ପିନ୍ଧି ସିଧାସଳଖ ମୈଦାନକୁ ଓହ୍ଲାଇବେ ନା ବାହାରୁ କୋଚ୍‌ ହେବାକୁ ପସନ୍ଦ କରିବେ, ତା’ହା ଏବେ […]

The post କଂଗ୍ରେସର ଜର୍ସି ପିନ୍ଧିବେ ନା ବାହାରୁ କୋଚ୍‌ ସାଜିବେ ପ୍ରଶାନ୍ତ କିଶୋର? appeared first on Odisha Reporter.

]]>

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଥିବା ବେଳେ ଆଜି ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ମଧ୍ୟ ତାଙ୍କୁ ଦଳରେ କେଉଁ ଭୂମିକା ଦେବ, ତା’ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ଏସବୁ ଭିତରେ ପ୍ରଶାନ୍ତ କିଶୋର କଂଗ୍ରେସର ଜର୍ସି ପିନ୍ଧି ସିଧାସଳଖ ମୈଦାନକୁ ଓହ୍ଲାଇବେ ନା ବାହାରୁ କୋଚ୍‌ ହେବାକୁ ପସନ୍ଦ କରିବେ, ତା’ହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

୨୦୧୪ ପରଠାରୁ କଂଗ୍ରେସର ଅବସ୍ଥା ଦେଶରେ ଧୀରେଧୀରେ ବିଲୁପ୍ତ ହେବାରେ ଲାଗିଛି। ୨୦୧୯ ନିର୍ବାଚନ ପରେ ଦଳ ଆହୁରି ଖରାପ ସ୍ଥିତିକୁ ଚାଲି ଆସିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଟ୍ରାକ୍‌କୁ ଫେରିବାକୁ ଚାହୁଁଛି। ଦଳର ଏପରି କମବ୍ୟାକ୍‌ ପାଇଁ ପ୍ରଶାନ୍ତ କିଶୋର ଏକମାତ୍ର ଯୋଗ୍ୟ ବ୍ୟକ୍ତି ବୋଲି କୁହାଯାଉଛି।

ସେ ମଧ୍ୟ ଦଳକୁ ପୁଣି ଟ୍ରାକ୍‌କୁ ଫେରାଇବା ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଏକାଧିକ ରାଉଣ୍ଡର ବୈଠକ ମଧ୍ୟ କରିଛନ୍ତି। ତେଣୁ ସେ କଂଗ୍ରେସ ପାଇଁ ଗେମ ଚେଞ୍ଜର ହେବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି, ପ୍ରଶାନ୍ତ କିଶୋରଙ୍କୁ ଦଳରେ ମୁଖ୍ୟ ପରାମର୍ଶଦାତା ପଦରେ ଅବସ୍ଥାପିତ କରିବାକୁ ଯୋଜନା କରାଯାଇଛି।

ସେ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଦାୟିତ୍ୱରେ ରହିପାରନ୍ତି। ତାଙ୍କୁ ଦଳ ପକ୍ଷରୁ ନିର୍ବାଚନ ରଣନୀତିର ଜାତୀୟ ସାଧାରଣ ସମ୍ପାଦକ ପଦ ଦେବାକୁ ବିଚାର କରାଯାଉଥିବା ସେ କହିଛନ୍ତି।

କିନ୍ତୁ ପ୍ରଶାନ୍ତ କିଶୋର ବାରମ୍ବାର ଗାନ୍ଧି ପରିବାରର ସଦସ୍ୟଙ୍କ ସହ ଆଲୋଚନା କରୁଥିଲେ ହେଁ କେବେ ହେଲେ ସିଧାସଳଖ ଦଳରେ ସାମିଲ ହେବେ ବୋଲି କହିନାହାନ୍ତି। ତେଣୁ ସେ ଦଳରେ ଯୋଗ ଦେବେ କି ନାହିଁ, ସେକଥା ସଂସଦର ମୌସୁମୀ ଅଧିବେଶନ ପରେ ଜଣାପଡ଼ିବ। ଯଦି ସେ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ନ ହେବେ, ତା’ହେଲେ ବାହାରୁ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ।

ପ୍ରଶାନ୍ତ କିଶୋରଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ତାଙ୍କ ପାଖକୁ ଏଯାଏ କଂଗ୍ରେସ ପକ୍ଷରୁ ପଦପଦବୀର ଅଫର ଆସିନାହିଁ। ସେହିପରି ସେ ମଧ୍ୟ କୌଣସି ପଦପଦବୀର ଆବଶ୍ୟକ କରୁନାହାନ୍ତି। ସେ କେବଳ ଫ୍ରି ହ୍ୟାଣ୍ଡ ବା ମୁକ୍ତ ହସ୍ତରେ କାମ କରିବାକୁ ଚାହୁଁଛନ୍ତି।

କାରଣ ପୂର୍ବରୁ ସେ ଯେଉଁ ସବୁ ଦଳ ପାଇଁ କାମ କରିଛନ୍ତି, ସେମାନେ ସମସ୍ତେ ପ୍ରଶାନ୍ତଙ୍କ ନିର୍ଦ୍ଦେଶରେ ହିଁ ବାଟ ଚାଲିଥିଲେ। କଂଗ୍ରେସରେ ମଧ୍ୟ ପ୍ରଶାନ୍ତ ସେଭଳି ପରିବେଶ ଚାହୁଁଛନ୍ତି। ସେ ମୁକ୍ତ ଭାବେ କାମ କରିବା ସହ ନିଜ ଇଚ୍ଛାରେ ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ତେଣୁ କଂଗ୍ରେସ ତାଙ୍କ କଥାରେ କେବଳ ପରିଚାଳିତ ହେବା ଦରକାର ବୋଲି ପ୍ରଶାନ୍ତ ଚାହୁଁଛନ୍ତି। କଂଗ୍ରେସ ଯଦି ତାଙ୍କର ଏସବୁ କଥାରେ ରାଜି, ତା’ହେଲେ ସେ ଖୁବଶୀଘ୍ର ଦଳ ପାଇଁ କୋଚ ସାଜି ପାରନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ପ୍ରଶାନ୍ତ କିଶୋର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଘରକୁ ଯାଇଥିଲେ। ଏଠାରେ ସେ ଆଲୋଚନା କରି ଫେରିବା ପରେ କଂଗ୍ରେସ ପାଇଁ ସେ କାମ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୧୪ ନିର୍ବାଚନ ପରେ ଫର୍ମ ହରାଇଥିବା କଂଗ୍ରେସ ୨୦୧୯ରେ ଆହୁରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକାଧିକ ନେତା ଦଳ ଛାଡ଼ିବା ମଧ୍ୟ ଦଳ ପାଇଁ କାଳ ହୋଇଛି। ଏସବୁ ଭିତରେ ରାଜନୀତିକ ପଣ୍ଡିତମାନେ ପ୍ରଶାନ୍ତ କିଶୋର ଦଳର ସଙ୍କଟମୋଚକ ସାଜିବେ ବୋଲି ମତ ଦେଉଛନ୍ତି।

The post କଂଗ୍ରେସର ଜର୍ସି ପିନ୍ଧିବେ ନା ବାହାରୁ କୋଚ୍‌ ସାଜିବେ ପ୍ରଶାନ୍ତ କିଶୋର? appeared first on Odisha Reporter.

]]>
centre bottom 2021-08-05 17:21:58 https://cdn.odishareporter.in/wp-content/uploads/2021/08/05171327/PK.jpg
ପୌର ନିର୍ବାଚନରେ ବିଳମ୍ବ, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି https://odishareporter.in/politics/delays-in-municipal-elections-bjp-handed-over-to-governor-664096 Tue, 03 Aug 2021 14:38:58 +0000 https://odishareporter.in/?p=664096

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଜାଣିଶୁଣି ୩ବର୍ଷ ହେଲା ପୌର ନିର୍ବାଚନ କରାଉନଥିବା ନେଇ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏହାସହିତ ତୁରନ୍ତ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାବି ଜଣାଇଛନ୍ତି। ବିଜେପିର ରାଜ୍ୟ ପୌରାଂଚଳ କମିଟି ଅଧ୍ୟକ୍ଷ କେଭି ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକପତ୍ର ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା […]

The post ପୌର ନିର୍ବାଚନରେ ବିଳମ୍ବ, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଜାଣିଶୁଣି ୩ବର୍ଷ ହେଲା ପୌର ନିର୍ବାଚନ କରାଉନଥିବା ନେଇ ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏହାସହିତ ତୁରନ୍ତ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାବି ଜଣାଇଛନ୍ତି।
ବିଜେପିର ରାଜ୍ୟ ପୌରାଂଚଳ କମିଟି ଅଧ୍ୟକ୍ଷ କେଭି ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକପତ୍ର ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହଦେଓ କହିଛନ୍ତି ଯେ,  ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ। କିନ୍ତୁ ଦୁର୍ଭାଗ୍ୟର କଥା, ରାଜ୍ୟରେ ଗତ ୨୦୧୮

ସେପ୍ଟେମ୍ବର ମାସରୁ ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୩ ବର୍ଷ ଧରି ପୌର ନିର୍ବାଚନ ହୋଇପାରି ନାହିଁ। ପରାଜୟ ଆଶଙ୍କାରେ ଆତଙ୍କିତ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାତବାରେସୀ କରି ଜନସାଧାରଣଙ୍କୁ ଅର୍ପିତ କ୍ଷମତାର ଦୁରୁପଯୋଗ କରିବା ସହ ରାଜ୍ୟରେ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଜାରି ରଖିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ଓ ନିର୍ବାଚନ କରାଇବାରେ ରାଜ୍ୟ ସରକାରଙ୍କର ଅଭ୍ୟାସଗତ ଅସହଯୋଗକୁ ପ୍ରତିହତ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ନହୋଇ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଆୟୋଗ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି। ଲାଗୁଛି, ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି।  ଦୀର୍ଘ ୩ ବର୍ଷ ଧରି ନିର୍ବାଚନ ହୋଇନଥିବା କାରଣରୁ ରାଜ୍ୟରେ ଏନଏସି ଓ ପୌରାଚଂଳ ମାନଙ୍କରେ ଜନ ପ୍ରତିନିଧି ନାହାନ୍ତି। ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି।

ଏହା ଦ୍ୱାରା ସହରାଚଂଳରେ ବସବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁ ବଂଚିତ ରହୁଛନ୍ତି। କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍ କରୁଛନ୍ତି । ରାଜ୍ୟର ୧୧୪ ଟି ଏନଏସି ଏବଂ ୬ଟି ମହାନଗର ନିଗମରେ ସ୍ଥିତି ବେହାଲ ହୋଇଛି । ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧିମାନେ ନିର୍ବାଚନ ଲଢିଥାନ୍ତି। କିନ୍ତୁ ଜନପ୍ରତିନିଧି ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ। ତେଣୁ ତୁରନ୍ତ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଗୋଲକ ମହାପାତ୍ର,ଲେଖାଶ୍ରୀ ସାମନ୍ତସିଂହାର, ଜଗନ୍ନାଥ ପ୍ରଧାନ, ଉର୍ମିଳା ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ଥିଲେ।

The post ପୌର ନିର୍ବାଚନରେ ବିଳମ୍ବ, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି appeared first on Odisha Reporter.

]]>
right bottom 2021-08-03 20:09:39 https://cdn.odishareporter.in/wp-content/uploads/2021/06/08205542/BJP-3.jpg
କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର୍ ଅନୁଭବ ମହାନ୍ତି ? https://odishareporter.in/politics/where-did-the-bjds-handsome-star-anubhab-mohanty-663467 Sun, 01 Aug 2021 11:46:00 +0000 https://odishareporter.in/?p=663467

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର ଅନୁଭବ ମହାନ୍ତି ? ଦଳରେ କୋଣ ଠେସା ହେଉଛନ୍ତି କି ଅନୁଭବ ? ପାୱାର ହାଇଜାକ୍‌ ପାଇଁ ହେଉଛି କି ଭିତରି ଯୋଜନା ?  କାରଣ ୟଙ୍ଗ ଏବଂ ଆକ୍ଟିଭ ପଲିଟିସିଆନ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଉ ଆଗ ଭଳି ସକ୍ରିୟ ଥିବା ଦେଖିବାକୁ ମିଳୁ ନାହିଁ। ଏସବୁ ଚର୍ଚ୍ଚାର କାରଣ ହେଉଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ‘ଜିଆଇ ଟ୍ୟାଗ୍‌’ ଦାବି ପ୍ରସଙ୍ଗରେ ଅନୁଭବଙ୍କୁ […]

The post କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର୍ ଅନୁଭବ ମହାନ୍ତି ? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର ଅନୁଭବ ମହାନ୍ତି ? ଦଳରେ କୋଣ ଠେସା ହେଉଛନ୍ତି କି ଅନୁଭବ ? ପାୱାର ହାଇଜାକ୍‌ ପାଇଁ ହେଉଛି କି ଭିତରି ଯୋଜନା ?  କାରଣ ୟଙ୍ଗ ଏବଂ ଆକ୍ଟିଭ ପଲିଟିସିଆନ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଉ ଆଗ ଭଳି ସକ୍ରିୟ ଥିବା ଦେଖିବାକୁ ମିଳୁ ନାହିଁ। ଏସବୁ ଚର୍ଚ୍ଚାର କାରଣ ହେଉଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ‘ଜିଆଇ ଟ୍ୟାଗ୍‌’ ଦାବି ପ୍ରସଙ୍ଗରେ ଅନୁଭବଙ୍କୁ ଦେଖିବାକୁ ମିଳିଲା ନାହିଁ।

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ‘ଜିଆଇ ଟ୍ୟାଗ୍‌’ ଦେବା ପାଇଁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ପାର୍ଲାମେଣ୍ଟ୍‌ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ଦେଇଛନ୍ତି। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଦାବି କରିଛନ୍ତି ବିଜେଡିର ଏହି ତିନି ରାଜ୍ୟସଭା ସାଂସଦ ।

ହେଲେ ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିବା ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳି ନଥିଲା।  କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ ମିଳିପାରିଲେ ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବାରିବା ସହ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ ବୋଲି କହିଛନ୍ତି ସାଂସଦ ସୁବାସ ସିଂହ।  ହେଲେ କେନ୍ଦ୍ରାପଡ଼ାକୁ ନିଜ କର୍ମଭୂମି ମାନି  ଜିଲ୍ଲା ପ୍ରତି ଜୀବନ ସମର୍ପିତ ବୋଲି ଡେଙ୍ଗୁରା ପିଟୁଥିବା ଅନୁଭବ ଏବାବଦରେ ପୂରା ଚୁପ୍‌ଚାପ୍‌ ଅଛନ୍ତି। ସୋଶାଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ୍‌ ରହୁଥିବା ଅନୁଭବ ଏ ବାବଦରେ ମଧ୍ୟ ତାଙ୍କର କିଛି ଶୋର୍‌ ଶବ୍ଦ ନାହିଁ।

କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି।

ବଳଦେବ ଜିଉ ମନ୍ଦିରରେ ରଥଯାତ୍ରା ପାଇଁ ମୁହଁ ଖୋଲିଥିବା ଅନୁଭବ ରସାବଳୀକୁ ‘ଜିଆଇ ଟ୍ୟାଗ୍‌’ ପ୍ରସଙ୍ଗରେ ନିରବ ରହିବା ଅନେକ କିଛି ଚର୍ଚ୍ଚାକୁ ଇଙ୍ଗିତ କରୁଛି।  କୁହାଯାଉଛି ପତ୍ନୀ ବର୍ଷାଙ୍କ ସହ ପାରିବାରିକ କଳି ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ଏହାର ସିଧା ପ୍ରଭାବ ଦଳୀୟ ଇମେଜ୍‌ ଉପରେ ପଡ଼ିଛି। ତେଣୁ ଭାବମୂର୍ତ୍ତିର ଡ୍ୟାମେଜ୍‌ କଣ୍ଟ୍ରୋଲ ପାଇଁ ଅନୁଭବଙ୍କୁ ଧୀର ପାଣି ପଥର କାଟେ ନ୍ୟାୟରେ ତାଙ୍କ ପକ୍ଷଛେଦନ କରାଯାଇଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ ୟଙ୍ଗ୍ ଏବଂ ସେନ୍‌ସେସନ୍‌ ହିରୋ କୁହାଯାଉଥିବା ଅନୁଭବଙ୍କୁ ଆଉଟ୍‌ କରାଯାଇ ତାଙ୍କ ସ୍ଥାନରେ ଅରିନ୍ଦମ ରୟଙ୍କୁ ଏଣ୍ଟ୍ରି କରାଯାଇ ସାରିଲାଣି।

ଏହାର ଉଦାହରଣ ଗତ ବର୍ଷ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା। ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଥିଲେ ଅନୁଭବ। ଆଉ ତାଙ୍କ ସ୍ଥାନରେ ଥିଲେ ଅରିନ୍ଦମ। ଖାଲି ସେତିକି ନୁହେଁ  ଗତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଅଞ୍ଚଳରେ ପ୍ରସ୍ତାବିତ ବନ୍ଦର ପାଇଁ ସରଜମିନ ଅନୁଧ୍ୟାନ ବେଳେ ଅନୁଭବଙ୍କୁ ଦେଖିବାକୁ ମିଳିଲା ନାହିଁ। ସେ ଜାଗାରେ 5T ସଚିବ ଭିକେ ପାଣ୍ଡିଆନ୍‌, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କ ସହ ଅନ୍ୟ ଅଫିସିଆଲ ମାନଙ୍କୁ ଦେଖିବାକୁ ମିଳିଲା।

ତେବେ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଏତେ ବଡ଼ ସମ୍ଭାବ୍ୟ ମେଗାପ୍ରକଳ୍ପର କାର୍ଯ୍ୟକ୍ରମରେ ଖୋଦ ନିଜ ଅଞ୍ଚଳର ସାଂସଦଙ୍କ ଅନୁପସ୍ଥିତକୁ ନେଇ ରାଜନୀତିକ ଚର୍ଚ୍ଚା ହୋଇଥିଲା। କେବଳ ସେତିକି ନୁହେଁ ପରେ ପରେ ବିଜେଡି ପକ୍ଷରୁ କଳାହାଣ୍ଡି ଓ ସୁନ୍ଦରଗଡ଼ ଓ ନୂଆପଡ଼ାରେ ଆୟୋଜନ କରାଯାଇଥିବା ବିଶାଳ ସରକାରୀ କାର୍ଯ୍ୟକ୍ରମରେ ଅନୁଭବଙ୍କ ଅନୁପସ୍ଥିତ ଦେଖିବାକୁ ମିଳିଲା।

ଯେଉଁଠି ଦଳର ପ୍ରାୟ ୧୨ମନ୍ତ୍ରୀ, ୪୦ ବିଧାୟକ, ବହୁ ଦଳୀୟ ପଦାଧିକାରୀ ଏବଂ ଛାମୁଆ ଯୁବ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ  ଅନୁଭବଙ୍କ ପତିଆରାକୁ ଦୁର୍ବଳ ପାଇଁ ଏମିତି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରାଯାଉଥିବା ରାଜନୀତିକ ମହଲରେ ବେଶ ଚର୍ଚ୍ଚା ହେଉଛି।

The post କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର୍ ଅନୁଭବ ମହାନ୍ତି ? appeared first on Odisha Reporter.

]]>
right bottom 2021-08-02 17:36:44 https://cdn.odishareporter.in/wp-content/uploads/2019/11/08194709/anubhav-1.jpg
କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର କହିବା ଅଭ୍ୟାସ ଛାଡ଼ନ୍ତୁ ରାଜ୍ୟ ସରକାର: ବିଜେପି https://odishareporter.in/politics/happenings/bjp-warns-state-govt-not-to-misguide-people-663184 Sat, 31 Jul 2021 05:34:26 +0000 https://odishareporter.in/?p=663184

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ପ୍ରଚାର କରିବା ଅଭ୍ୟାସକୁ ରାଜ୍ୟ ସରକାର ଛାଡ଼ନ୍ତୁ ଓ ରାଜ୍ୟବାସୀଙ୍କୁ ଆଉ ଭ୍ରମିତ ନକରନ୍ତୁ ବୋଲି ବିଜେପି କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲ୍ଲାରେ ଆରମ୍ଭ କରିଥିବା ପାଇଲଟ୍ ପ୍ରକଳ୍ପ ‘ଭିଟାମିନଯୁକ୍ତ ଚାଉଳ’ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ନିଜସ୍ୱ ଯୋଜନା କହିବାପରେ ବିଜେପି ଏହାକୁ କଡ଼ା ଭାଷାରେ ଭର୍ତ୍ସନା କରିଛି। ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ […]

The post କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର କହିବା ଅଭ୍ୟାସ ଛାଡ଼ନ୍ତୁ ରାଜ୍ୟ ସରକାର: ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ପ୍ରଚାର କରିବା ଅଭ୍ୟାସକୁ ରାଜ୍ୟ ସରକାର ଛାଡ଼ନ୍ତୁ ଓ ରାଜ୍ୟବାସୀଙ୍କୁ ଆଉ ଭ୍ରମିତ ନକରନ୍ତୁ ବୋଲି ବିଜେପି କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲ୍ଲାରେ ଆରମ୍ଭ କରିଥିବା ପାଇଲଟ୍ ପ୍ରକଳ୍ପ ‘ଭିଟାମିନଯୁକ୍ତ ଚାଉଳ’ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ନିଜସ୍ୱ ଯୋଜନା କହିବାପରେ ବିଜେପି ଏହାକୁ କଡ଼ା ଭାଷାରେ ଭର୍ତ୍ସନା କରିଛି।

ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଟାମିନଯୁକ୍ତ ଚାଉଳ ବଂଟନ କରି କେନ୍ଦ୍ରୀୟ ଅର୍ଥରେ ପୁଣିଥରେ ବାହାବା ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ସଂସଦରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ କହି ସାରିିଛନ୍ତି ଯେ, କେନ୍ଦ୍ର ସରକାର ପାଇଲଟ୍ ପ୍ରୋଜେକ୍ଟ ଜରିଆରେ ୧୫ଟି ରାଜ୍ୟରେ କୁପୋଷଣଜନିତ ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦେଉଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଯୋଜନା । ଗତକାଲି ଏହି ପାଇଲଟ୍ ପ୍ରୋଜେକ୍ଟକୁ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ଜିଲ୍ଲାକୁ କେନ୍ଦ୍ର ସରକାର ୧୭୪.୬୪କୋଟି ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି । କୁପୋଷଣ ଶିକାର ଥିବା ଓଡିଶାର କୋମଳମତି ଶିଶୁ ଓ ମାଆ ମାନଙ୍କ ପାଇଁ ଭିଟାମିନଯୁକ୍ତ ଚାଉଳ କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ ମଧ୍ୟ ଓଡ଼ିଶା ସରକାର କିଭଳି ଏହାକୁ ନିଜସ୍ୱ ଯୋଜନା କହୁଛନ୍ତି । ଆଉ ଲୋକଙ୍କୁ ଭ୍ରମିତ କରୁଛନ୍ତି, ତାହା ଆଶ୍ଚର୍ଯ୍ୟର କଥା । କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପଚେଷ୍ଟାରୁ ବିଜେଡି ସରକାର ବିରତ ହୁଅନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନଥିବାରୁ ବିଜେପି ପ୍ରଶ୍ନ ଉଠାଇଥିଲା । ଓଡିଶା ବାହାରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ଆଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜେପି ବାରମ୍ବାର ଏହାକୁ ଲାଗୁ କରିବା ପାଇଁ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ଗତ କାଲି ବାଧ୍ୟ ବାଧ୍ୟକତାରେ ଏହି କାର୍ଯ୍ୟକ୍ରମକୁ ଓଡ଼ିଶାରେ ଲାଗୁ କରିଛନ୍ତି । କିନ୍ତୁ ବିଜେପି ପକ୍ଷରୁ ଉଠାଯାଇଥିବା ଭୂତ ରାସନ କାର୍ଡ ସଂପର୍କରେ ରାଜ୍ୟ ସରକାର କୌଣସି ଉତ୍ତର ରଖିନାହାନ୍ତି ।

ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ରାସନକାର୍ଡଧାରୀ ଅଛନ୍ତି । ସେଥିମଧ୍ୟରୁ ପ୍ରାୟ ୫ଲକ୍ଷ ୪୩ହଜାର ୬୯୯ଜଣ କାର୍ଡଧାରୀ ଏପରି ଅଛନ୍ତି ଯେଉଁମାନଙ୍କୁ କି ରାଜ୍ୟସରକାର ରାସନ୍ ଆବଂଟନ କରିପାରୁନାହାନ୍ତି । ଯାହାକୁ ବିଜେପି ଗୁପ୍ତ ରାସନକାର୍ଡ ବୋଲି କହୁଛି ଓ ଏହି କାର୍ଡଧାରୀଙ୍କ ନାଁରେ ପ୍ରତିମାସରେ ୨୯ହଜାର ୪୯୭ଟନ୍ ଖାଦ୍ୟଶସ୍ୟ କିଏ ଖାଉଛି, ତା’ର ଉତ୍ତର ରାଜ୍ୟସରକାର ରଖନ୍ତୁ ବୋଲିି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।

The post କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର କହିବା ଅଭ୍ୟାସ ଛାଡ଼ନ୍ତୁ ରାଜ୍ୟ ସରକାର: ବିଜେପି appeared first on Odisha Reporter.

]]>
right bottom 2021-07-31 11:05:05 https://cdn.odishareporter.in/wp-content/uploads/2021/06/08205542/BJP-3.jpg
ପଂଚାୟତ ଭୋଟ: ବିଜେଡିକୁ ଚିନ୍ତା ‘ଭୋଟରଙ୍କ ଆକ୍ରୋଶ’, ମନ୍ତ୍ରୀଙ୍କୁ ଗାଳି କରି ଫେରାଇଦେଲେ https://odishareporter.in/politics/the-minister-was-scolded-and-returned-662595 Wed, 28 Jul 2021 16:50:04 +0000 https://odishareporter.in/?p=662595

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ  ୩ବର୍ଷ ବିଳମ୍ବ ପାଇଁ ରାଜ୍ୟ ବିଜେପି ହୋ-ହାଲ୍ଲା କରୁଥିବାବେଳେ ଶାସକ ବିଜେଡି ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କରିଛି। ବିଜେଡି ନିଜର ସଂଗଠନକୁ ପୁଣି ସକ୍ରିୟ କରି ତୃଣମୂଳସ୍ତରରେ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ଏଡ଼ାଇ ଆସନ୍ତା ପଂଚାୟତ ନିର୍ବାଚନରେ ପୂର୍ବ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ଅନ୍ୟ କେତେକ ଜିଲ୍ଲାରେ ଦଳ ପ୍ରତି ଭୋଟର […]

The post ପଂଚାୟତ ଭୋଟ: ବିଜେଡିକୁ ଚିନ୍ତା ‘ଭୋଟରଙ୍କ ଆକ୍ରୋଶ’, ମନ୍ତ୍ରୀଙ୍କୁ ଗାଳି କରି ଫେରାଇଦେଲେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ  ୩ବର୍ଷ ବିଳମ୍ବ ପାଇଁ ରାଜ୍ୟ ବିଜେପି ହୋ-ହାଲ୍ଲା କରୁଥିବାବେଳେ ଶାସକ ବିଜେଡି ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କରିଛି। ବିଜେଡି ନିଜର ସଂଗଠନକୁ ପୁଣି ସକ୍ରିୟ କରି ତୃଣମୂଳସ୍ତରରେ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ଏଡ଼ାଇ ଆସନ୍ତା ପଂଚାୟତ ନିର୍ବାଚନରେ ପୂର୍ବ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ଅନ୍ୟ କେତେକ ଜିଲ୍ଲାରେ ଦଳ ପ୍ରତି ଭୋଟର ଓ କର୍ମୀମାନଙ୍କ ମଧ୍ୟରେ ରହିଥିବା ଆକ୍ରୋଶକୁ ପ୍ରଶମିତ କରିବା ବିଜେଡି ପାଇଁ ଏବେ  ଚ୍ୟାଲେଞ୍ଜ ପାଲଟିଥିବାବେଳେ ମନ୍ତ୍ରୀମାନଙ୍କୁ ଲୋକେ ସିଧାସଳଖ ବିରୋଧ କରିବା ଶାସକ ବିଜେଡିର ଚିନ୍ତା ବଢ଼ାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଆଜି ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏରସମା ବ୍ଲକର ଗଡ଼ବିଶୁନପୁର ପଂଚାୟତରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମହାବାତ୍ୟା ପ୍ରଭାବିତ ଏହି ପଂଚାୟତର ଜୁଣଗିରି ଗାଁ’ରେ ରାସ୍ତା,ପାନୀୟ ଜଳ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ତୀବ୍ର ଅସନ୍ତୋଷ ଓ ଆକ୍ରୋଶର ଶିକାର ଆଜି ମନ୍ତ୍ରୀ ଶ୍ରୀ ଦାସଙ୍କୁ ହେବାକୁ ପଡ଼ିଛି। ପୁଲିସ ଉପସ୍ଥିତିରେ ମନ୍ତ୍ରୀଙ୍କୁ ଗାଁ ଲୋକେ ଗାଳିଗୁଲଜ କରିବା ସହ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ଓ ମନ୍ତ୍ରୀ ବାଧ୍ୟ ହୋଇ ସେଠାରୁ ଅନ୍ୟ ବାଟ ଦେଇ ଯାଇଥିବା ଜଣାପଡ଼ିଛି।

ସେହିପରି ଗତ ୩ଦିନ ତଳେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମଧ୍ୟ ପଶ୍ଚିମଓଡ଼ିଶା ପ୍ରତି ଅବହେଳା ହେଉଥିବା ଦର୍ଶାଇ ରାସ୍ତା ମଝିରେ ବିଳମ୍ବିତ ସନ୍ଧ୍ୟାରେ ଲୋକେ ଅଟକ ରଖିଥିଲେ। ପଶ୍ଚିମ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ଓ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନି ଦର୍ଶାଇ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଲୋକେ ଘେରିଥିଲେ। ପୁଲିସର ହସ୍ତକ୍ଷେପ ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ଘର ଟିଟିଲଗଡ଼ ଯିବା ସମ୍ଭବପର ହୋଇପାରିଥିଲା।

ଏହି ଦୁଇଟି ଘଟଣା ନୁହେଁ, ପଂଚାୟତ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସିବ, ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ ସେତିକି ପରିମାଣରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିବାର ଆଶଙ୍କା ରହିଛି। ବିଶେଷକରି ଗତ ଦେଢ଼ବର୍ଷ ଧରି କରୋନା ମହାମାରୀ ସମୟରେ ଗାଁ ଗହଳିରେ ଲୋକଙ୍କୁ ମୌଳିକ ସେବା ଓ ଭିତ୍ତିଭୂମି ସୁବିଧାରୁ ବଂଚିତ ହେବାକୁ ପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ଗାଁ ଗହଳିରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ପଡ଼ିଛି। ଗାଁ ଗୁଡ଼ିକରେ ଭିତ୍ତିଭୂମି ସୁଧାରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା  ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୪୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ୩ବର୍ଷ ପରେ ବି ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି। ଆବାସ ଯୋଜନାଗୁଡ଼ିକରେ ଘର ଆବଣ୍ଟନ ମଧ୍ୟ ହେଉନାହିଁ।

ବ୍ଲକଗୁଡ଼ିକୁ ‘ପିସି’ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତାଗିଦ୍ କରିବା ସତ୍ତ୍ୱେ ଏବେ ବ୍ଲକଗୁଡ଼ିକରେ ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ‘ପିସି’ କାରବାରର ଅଭିଯୋଗ ହେଉଛି। ମନରେଗା କାର୍ଯ୍ୟରେ ସର୍ବନିମ୍ନ ୩୦ ପ୍ରତିଶତ ‘ପିସି’ ଓ ଅନ୍ୟାନ୍ୟ କାର୍ଯ୍ୟରେ ୧୫ ପ୍ରତିଶତ ‘ପିସି’ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାଧ୍ୟତାମୂଳକ ପ୍ରାବଧାନ ପାଲଟିଯାଇଛି। ସେହିପରି ତଳସ୍ତରରେ ଥିବା ବିଭିନ୍ନ ସରକାରୀ ସେବା ଯୋଗାଣକାରୀ ଅଫିସଗୁଡ଼ିକ ଦୁର୍ନୀତିରେ ବୁଡ଼ି ରହିଛି। ଚୋରା ମଦ ଓ ନିଶାଦ୍ରବ୍ୟ କାରବାର ଗାଁ ଗହଳିର ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ବିପର୍ଯ୍ୟସ୍ତ କରିସାରିଲାଣି । ଏସବୁ ଜାଣି ମଧ୍ୟ ସରକାର ଅଜଣା ହୋଇ ରହିଛନ୍ତି, ଯେଉଁଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ବିଜେଡିର ଜିଲ୍ଲାସ୍ତରର ସଂଗଠନଗୁଡ଼ିକରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ରହିଛି। ଦଳର ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ପାଖରେ ନିଜର ଆପତ୍ତି ଅଭିଯୋଗ ପହଂଚାଇବାର ମାଧ୍ୟମ ଜିଲ୍ଲାସ୍ତରର ନେତା ଓ କର୍ମୀଙ୍କୁ ମିଳୁନଥିବାରୁ ତା’ର ପ୍ରତିଫଳନ ଦଳର ସଂଗଠନ ଉପରେ ପଡ଼ିଛି। ବିଧାୟକକେନ୍ଦ୍ରିକ ଦଳ ବିଜେଡିର ସୁନ୍ଦରଗଡ଼, ମୟୂରଭଞ୍ଜ, ଗଜପତି, ବଲାଙ୍ଗିର, ସମ୍ବଲପୁର ସମେତ ଢେଙ୍କାନାଳ, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ସଂଗଠନରେ ଫାଟ ଜଳଜଳ ହୋଇ ଦିଶୁଛି।

ଏସବୁ ମଧ୍ୟରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସାଂଗଠନିକ ଅପାରଗତାରୁ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଥିବା ଶାସକ ବିଜେଡିକୁ ଆଗାମୀ ପଂଚାୟତ ନିର୍ବାଚନରେ ଦଳୀୟ ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ତଥା ସାଧାରଣ ଲୋକଙ୍କ ଆକ୍ରୋଶ ହିଁ ବେଶ୍ ମହଙ୍ଗା ପଡ଼ିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି ।

The post ପଂଚାୟତ ଭୋଟ: ବିଜେଡିକୁ ଚିନ୍ତା ‘ଭୋଟରଙ୍କ ଆକ୍ରୋଶ’, ମନ୍ତ୍ରୀଙ୍କୁ ଗାଳି କରି ଫେରାଇଦେଲେ appeared first on Odisha Reporter.

]]>
centre top 2021-07-29 11:42:14 https://odishareporter.in/wp-content/uploads/2019/01/naveen-1.jpg
ପୌର ନିର୍ବାଚନ ପାଇଁ ବିଜେପିର ସଜବାଜ, ୧୯ ନେତାଙ୍କୁ ଦାୟିତ୍ୱ https://odishareporter.in/politics/the-bjp-is-gearing-up-for-the-by-elections-with-19-leaders-in-charge-8-662554 Wed, 28 Jul 2021 13:43:06 +0000 https://odishareporter.in/?p=662554

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେପି ଆଜି ଏକ କମିଟି ଗଠନ କରି ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି। ଦୀର୍ଘ ୩ବର୍ଷ ପରେ ରାଜ୍ୟରେ ପୌର ନିର୍ବାଚନ କରିବା ପ୍ରସଙ୍ଗକୁ ନେଇ ବିଜେପି ଗତ ୩ଦିନ ଧରି ଅଧିକ ତତ୍ପରତା ଦେଖାଇବାରେ ଲାଗିଛି। ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର […]

The post ପୌର ନିର୍ବାଚନ ପାଇଁ ବିଜେପିର ସଜବାଜ, ୧୯ ନେତାଙ୍କୁ ଦାୟିତ୍ୱ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେପି ଆଜି ଏକ କମିଟି ଗଠନ କରି ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି। ଦୀର୍ଘ ୩ବର୍ଷ ପରେ ରାଜ୍ୟରେ ପୌର ନିର୍ବାଚନ କରିବା ପ୍ରସଙ୍ଗକୁ ନେଇ ବିଜେପି ଗତ ୩ଦିନ ଧରି ଅଧିକ ତତ୍ପରତା ଦେଖାଇବାରେ ଲାଗିଛି।
ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ବରିଷ୍ଠ ନେତା କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଗଠନ କରିଛି। କମିଟିରେ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବାବେଳେ ଅନ୍ୟ ୧୭ଜଣ ନେତାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ଜିଲ୍ଲା ପ୍ରଭାରୀ କମିଟି ଗଠନ ହୋଇଛି।

ବିଜେପିର ତାଲିକା ଅନୁସାରେ ଶ୍ରୀ ସିଂହଦେଓଙ୍କୁ ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜର ବାରିପଦା ଓ ରାଇରଙ୍ଗପୁର , ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା, ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ଼ ଓ ସମ୍ବଲପୁର, ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ଓଂ ବିନୋଦ ଦାସଙ୍କୁ କଟକ ସହର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବାଲେଶ୍ୱର ଓ ଭଦ୍ରକ, ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ କଟକ ସଦର, ପୂର୍ବତନ ନଗରପାଳ ନିହାର ରାୟଙ୍କୁ ପାନପୋଷ (ରାଉରକେଲା), ପୂର୍ବତନ ନଗରପାଳ ସୁନୀଲ ଶର୍ମାଙ୍କୁ ଅନୁଗୁଳ ଓ ଢେଙ୍କାନାଳ, ଭୁବନେଶ୍ୱର ମହାନଗର ନିଗମର ଉପ ନଗରପାଳ ଉର୍ମିଳା ମହାପାତ୍ରଙ୍କୁ ବୌଦ୍ଧ, କନ୍ଧମାଳ ଓ ନୟାଗଡ଼, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଓ ପୂର୍ବତନ ନଗରପାଳ ତିରୁପତି ନାୟକଙ୍କୁ ଗଜପତି, ଗଞ୍ଜାମ ଓ ଘୁମୁସର, ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କୁ କେନ୍ଦ୍ରାପଡ଼ା, ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଜଗତସିଂହପୁର ଓ ଯାଜପୁର, ପୂର୍ବତନ ନଗରପାଳ ସୀମାଂଚଳ ଖଟେଇଙ୍କୁ କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼, ପୂର୍ବତନ ନଗରପାଳ ଦିଲୀପ ମିଶ୍ରଙ୍କୁ କେଉଁଝର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

The post ପୌର ନିର୍ବାଚନ ପାଇଁ ବିଜେପିର ସଜବାଜ, ୧୯ ନେତାଙ୍କୁ ଦାୟିତ୍ୱ appeared first on Odisha Reporter.

]]>
right top 2021-07-28 19:14:29 https://cdn.odishareporter.in/wp-content/uploads/2021/06/08205542/BJP-3.jpg
ନବୀନଙ୍କ ସହ ଭଲ ସଂପର୍କ, ସାରା ଦେଶରେ ‘ଖେଲା’ ହବ: ମମତା https://odishareporter.in/politics/happenings/mamata-banerjee-skipped-todays-opposition-meeting-662486 Wed, 28 Jul 2021 11:17:38 +0000 https://odishareporter.in/?p=662486

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ଜଳକା କରିଦେଇଛନ୍ତି। ଆଜି ପେଗାସସ୍‌ ଘଟଣାରେ ୧୪ଟି ବିରୋଧୀ ଦଳ ବୈଠକ କରିଥିଲେ। କୁହାଯାଉଥିଲା ଏହି ବୈଠକରେ ହିଁ ମମତା ଯୋଗଦେବାକୁ ଦିଲ୍ଲୀ ଆସିଛନ୍ତି। ହେଲେ ଆଜି ସେ ବିରୋଧୀଙ୍କ ପେଗାସସ୍‌ ମହାମେଳିରେ ଯୋଗ ଦେଇନାହାନ୍ତି। ପେଗାସସ ଘଟଣାରେ କେନ୍ଦ୍ରକୁ ସବୁବେଳେ ଘେରୁଥିବା ଓ ପ୍ରଥମ ରାଜ୍ୟ ଭାବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା […]

The post ନବୀନଙ୍କ ସହ ଭଲ ସଂପର୍କ, ସାରା ଦେଶରେ ‘ଖେଲା’ ହବ: ମମତା appeared first on Odisha Reporter.

]]>

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ଜଳକା କରିଦେଇଛନ୍ତି। ଆଜି ପେଗାସସ୍‌ ଘଟଣାରେ ୧୪ଟି ବିରୋଧୀ ଦଳ ବୈଠକ କରିଥିଲେ। କୁହାଯାଉଥିଲା ଏହି ବୈଠକରେ ହିଁ ମମତା ଯୋଗଦେବାକୁ ଦିଲ୍ଲୀ ଆସିଛନ୍ତି। ହେଲେ ଆଜି ସେ ବିରୋଧୀଙ୍କ ପେଗାସସ୍‌ ମହାମେଳିରେ ଯୋଗ ଦେଇନାହାନ୍ତି।

ପେଗାସସ ଘଟଣାରେ କେନ୍ଦ୍ରକୁ ସବୁବେଳେ ଘେରୁଥିବା ଓ ପ୍ରଥମ ରାଜ୍ୟ ଭାବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ମମତାଙ୍କ ଏପରି ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମଙ୍ଗଳବାର ମମତା ଦିଲ୍ଲୀ ଆସିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ସେ ପେଗାସସ୍‌ ଫୋନ ଟ୍ୟାପିଂ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରାଯିବା ଦରକାର ବୋଲି କହିଥିଲେ।

ହେଲେ ଆଜି ସେ ପେଗାସସ୍‌ ଉପରେ ବିରୋଧୀ କରୁଥିବା ବୈଠକରେ ଯୋଗଦେଇନାହାନ୍ତି। ଏହାକୁ ନେଇ ଅନେକ ପ୍ରକାରର ଆକଳନ କରାଯାଇଛି। ତେବେ ମମତା ସବୁ ଆକଳନ ମଧ୍ୟରେ ବଡ଼ ବୟାନ ଦେଇ ନୂଆ ଟ୍ୱିଷ୍ଟ ଆଣିଛନ୍ତି। ପୂର୍ବଭଳି ସେ ବିଜେପି ବିରୋଧରେ ସ୍ୱର ଶାଣିତ କରିବା ସହ ବିରୋଧୀଙ୍କୁ ଏକାଠି କରିବାର ପ୍ରୟାସ ଜାରି ରହିବ ବୋଲି କହିଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗରେ ଖେଲା ହୋବେ ବୋଲି କହୁଥିବା ମମତା ଏବେ ସାରା ଦେଶରେ ଖେଲା ହବ ବୋଲି କହିଛନ୍ତି। ଏହାର ଅର୍ଥ ସେ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ସାରା ଦେଶରେ ଏକାଠି କରିବେ ବୋଲି ସଙ୍କେତ ଦେଇଛନ୍ତି।

ବିରୋଧୀ ଦଳଗୁଡ଼ିକ ସହ ତାଙ୍କ ସମ୍ପର୍କ ଭଲ ଥିବା ମଧ୍ୟ ମମତା କହିଛନ୍ତି। ସେ କହିଛନ୍ତି, “ମୁଁ ଜଗନ, ନବୀନ ବାବୁ, ଚନ୍ଦ୍ରବାବୁ, ଷ୍ଟାଲିନ, ଉଦ୍ଧବ ଓ ହେମନ୍ତ ସୋରେନଙ୍କ ସହ ଭଲ ସମ୍ପର୍କ ରଖିଛି। ଯଦି ରାଜନୀତିକ ଝଡ଼ ସୃଷ୍ଟି ହେଲା, ତା’ହେଲେ ଏହାକୁ କେହି ଅଟକାଇ ପାରିବେ ନାହିଁ। ଉତ୍ତର ପ୍ରଦେଶରେ ବିଜେପିକୁ ହରାଇବାକୁ ହେଲେ, ରାଜନୀତିକ ଦଳଗୁଡ଼ିକୁ ପ୍ରଥମେ ଚିନ୍ତା କରିବାକୁ ପଡ଼ିବ। ଯଦି ରାଜନୀତି ଦଳଗୁଡ଼ିକ ସିରିୟସ, ତା’ହେଲେ ୬ ମାସ ମଧ୍ୟରେ ନିଶ୍ଚିତ ଏହାର ଫଳାଫଳ ମିଳିବ।”

ମମତା ବିରୋଧୀଙ୍କ ବୈଠକକୁ ଯାଇ ନଥିଲେ ମଧ୍ୟ ତାଙ୍କ ଦଳ ପେଗାସସ୍‌ ଘଟଣାରେ ଚାଲିଥିବା ଲଢ଼େଇରେ ସବୁଠାରେ ଆଗରେ ରହିଛି ବୋଲି କହିଛନ୍ତି। ଏଥିସହ ସେ ସବୁ ରାଜନୀତିକ ଦଳ ଏକାଠି କାମ କରିବା ଦରକାର। ଏକାଠି ବୈଠକ କରିବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରିବା ଦରକାର ବୋଲି ମମତା କହିଛନ୍ତି।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମମତା ବିରୋଧୀଙ୍କୁ ନେଇ ମେଣ୍ଟ କରିବାକୁ ଚାହୁଁଛନ୍ତି। ଏହାର ନେତୃତ୍ୱ ସେ ନେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ଦିଲ୍ଲୀ ଆସିଛନ୍ତି। ଏହି ସମୟରେ ସେ ସୋନିଆ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ବିରୋଧୀ ଦଳର ସୁପ୍ରିମୋ ମାନଙ୍କୁ ଭେଟିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଜି ବିରୋଧୀ ମହାମେଣ୍ଟର ନେତୃତ୍ୱ କିଏ ନେବ ବୋଲି ସାମ୍ବାଦିକମାନେ ମମତାଙ୍କୁ ପ୍ରଶ୍ନ ପଚାରିବାରୁ ସେ ତେର୍ଚ୍ଛବାଣ ମାରିଛନ୍ତି। ସେ କହିଛନ୍ତି, “ମୁଁ ଜ୍ୟୋତିଷ ନୁହେଁ। କେହି ଜଣେ ନିଶ୍ଚିତ ଆଗକୁ ଆସିବେ। ମୁଁ ଏହାକୁ ସମର୍ଥନ କରିବି।” କ’ଣ ଆପଣ ନିଜେ ବିରୋଧୀ ମେଣ୍ଟର ଚେହେରା ହେବ କି ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି, “ମୁଁ ଜଣେ ସାଧାରଣ କର୍ମୀ। ମୁଁ କର୍ମୀ ଭାବେ କାମ କରିବାକୁ ଚାହେଁ। ସଂସଦ ଅଧିବେଶନ ପରେ ଏ ସମ୍ପର୍କରେ ଆଲୋଚନା ହେବ। ଏକାଠି କାମ କରିବା ପାଇଁ ଗୋଟିଏ କମନ ପ୍ଲାଟଫର୍ମ ରହିବ।”

ସେ ସୋନିଆ ଗାନ୍ଧି ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପ୍ରସଙ୍ଗରେ ଭେଟିବେ ବୋଲି କହିଛନ୍ତି। ସେ ଗତକାଲି ଲାଲୁ ପ୍ରସାଦ ଯାଦବଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସବୁ ଦଳର ନେତାଙ୍କ ସହ ବିଜେପି ବିରୋଧରେ ରଣନୀତି କରିବାକୁ ମମତା ଯୋଜନା କରିଥିବା କଥାକୁ ସ୍ୱୀକାର କରିଛନ୍ତି।

ପେଗାସସ୍‌ ରିପୋର୍ଟ ସମ୍ପର୍କରେ ମମତା ମତ ରଖି ତାଙ୍କ ଫୋନ ମଧ୍ୟ ଟ୍ୟାପ କରାଯାଇଥିବା ଦୋହରାଇଛନ୍ତି। ଏହି କାରଣରୁ ସେ କାହା ସହ କଥା ହୋଇପାରୁ ନାହାନ୍ତି ବୋଲି ମଧ୍ୟ କହିଛନ୍ତି। ମମତା କହିଛନ୍ତି, “ଯଦି ବି ମୁଁ ପେଗାସସ୍‌ ତାଲିକାରେ ନାହିଁ, ତଥାପି ମୁଁ ଯଦି ଅଭିଷେକ ବାନାର୍ଜୀ କିମ୍ବା ପିକେ(ପ୍ରଶାନ୍ତ କିଶୋର)ଙ୍କ ସହ କଥା ହେବି, ତା’ହେଲେ ଏହାକୁ ହ୍ୟାକ୍‌ କରାଯାଇପାରିବ।

କାରଣ ଏହି ଦୁଇ ଜଣଙ୍କ ଫୋନ ନମ୍ବର ହ୍ୟାକ ତାଲିକାରେ ରହିଛି। ଯଦି ଜଣଙ୍କ ଫୋନ ହ୍ୟାକ୍‌ ହୋଇଛି, ତା’ହେଲେ ତାଙ୍କ ସହ କଥା ହେଉଥିବା ସମସ୍ତଙ୍କ ଫୋନ୍‌ ହ୍ୟାକ୍‌ କରାଯାଇ ପାରିବ।”

The post ନବୀନଙ୍କ ସହ ଭଲ ସଂପର୍କ, ସାରା ଦେଶରେ ‘ଖେଲା’ ହବ: ମମତା appeared first on Odisha Reporter.

]]>
left bottom 2021-07-28 16:47:38 https://cdn.odishareporter.in/wp-content/uploads/2021/07/28163415/Mamata-6.jpg