ବିଜ୍ଞାନ ଓ ପରିବେଶ – Odisha Reporter https://odishareporter.in Thu, 23 Sep 2021 05:29:29 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ବିଜ୍ଞାନ ଓ ପରିବେଶ – Odisha Reporter https://odishareporter.in 32 32 ବର୍ଷକୁ ୭୦ ଲକ୍ଷ ଲୋକଙ୍କ ଜୀବନ ନେଉଛି ବାୟୁ ପ୍ରଦୂଷଣ, ଗାଇଡଲାଇନ ଜାରି କଲା ହୁ’ https://odishareporter.in/science-environment/air-pollution-kills-7-million-a-year-says-who-678192 Thu, 23 Sep 2021 04:44:47 +0000 https://odishareporter.in/?p=678192

ଜେନେଭା: ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)। ଶେଷଥର ପାଇଁ ୨୦୦୫ରେ ହୁ’ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁ ବର୍ଷକ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ତେଣୁ ବାୟୁ ପ୍ରଦୂଷଣ ପାଇଁ ସୃଷ୍ଟି ହେଉଥିବା ଫୁସଫୁସ ସମ୍ପର୍କିତ ରୋଗ ଉପରେ ରୋଗ ଲଗାଇବା ଓ ମୃତ୍ୟୃହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ […]

The post ବର୍ଷକୁ ୭୦ ଲକ୍ଷ ଲୋକଙ୍କ ଜୀବନ ନେଉଛି ବାୟୁ ପ୍ରଦୂଷଣ, ଗାଇଡଲାଇନ ଜାରି କଲା ହୁ’ appeared first on Odisha Reporter.

]]>

ଜେନେଭା: ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)। ଶେଷଥର ପାଇଁ ୨୦୦୫ରେ ହୁ’ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁ ବର୍ଷକ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି।

ତେଣୁ ବାୟୁ ପ୍ରଦୂଷଣ ପାଇଁ ସୃଷ୍ଟି ହେଉଥିବା ଫୁସଫୁସ ସମ୍ପର୍କିତ ରୋଗ ଉପରେ ରୋଗ ଲଗାଇବା ଓ ମୃତ୍ୟୃହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ ହୁ’ ଏପରି ଗାଇଡଲାଇନ ଜାରି କରିଛି। ମିଳିତ ଜାତିସଂଘର ୧୯୪ ସଦସ୍ୟ ଦେଶକୁ ହୁ’ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ପ୍ରଦୂଷଣର ସୃଷ୍ଟି ହେଉଥିବା ସର୍ବାଧିକ ସ୍ତରକୁ ହ୍ରାସ କରାଯାଇଛି।

ନୂଆ ଗାଇଡଲାଇନରେ ଜୀବାଶ୍ମ ଇନ୍ଧନରୁ ମିଳୁଥିବା କଣିକା ମ୍ୟାଟର ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି। ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ। ଏଥିସହ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଏହା ସବୁଠାରୁ ବଡ଼ ବିପଦ।

ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ତେଣୁ ବାୟୁ ପ୍ରଦୂଷଣ ଜନିତ ସମସ୍ୟାକୁ ସୁଧାରି ପାରିଲେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଏଥିରେ କୁହାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ particulate matter(ପିଏମ)ର ବାର୍ଷିକ ହାରାହାରି ପିଏମ ୨.୫ସ୍ତରକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟରରୁ ୫କୁ ହ୍ରାସ କରିଛି। ସେହିପରି ପିଏମ୧୦ର ସ୍ତରକୁ ୨୦ ମାଇକ୍ରୋଗ୍ରାମ୍ସରୁ ୧୫କୁ ହ୍ରାସ କରାଯାଇଛି। ଯଦି ବର୍ତ୍ତମାନ ବିଶ୍ୱରେ ଜାରି ରହିଥିବା ପ୍ରଦୂଷଣକୁ ହ୍ରାସ କରାଯାଇପାରିବ, ତା’ହେଲେ ପିଏମ୨.୫ ସହ ଜଡ଼ିତ ମୃତ୍ୟୁକୁ ପ୍ରାୟ ୮୦% ହ୍ରାସ କରାଯାଇପାରିବ।

ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଯଦି ପ୍ରସ୍ତାବିତ ମାନଦଣ୍ଡ ପାଳନ କରାଯାଏ, ତେବେ PM 2.5 ରୁ ଘଟୁଥିବା ୮୦% ମୃତ୍ୟୁକୁ ରୋକାଯାଇପାରିବ। particulate matter ନିଃଶ୍ୱାସପ୍ରଶ୍ୱାସ ଦ୍ୱାରା ସିଧା ଫୁସଫୁସରେ ପହଞ୍ଚିଥାଏ। ସେଠାରୁ ଏହା ରକ୍ତରେ ମିଶି ଯାଏ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ। ପରିବହନ ଠାରୁ ଆରମ୍ଭ କରି କୃଷି କ୍ଷେତ୍ର ଓ ଶିଳ୍ପ କାରଖାନାରୁ ଏହି ପିଏମ ସାଧାରଣତଃ ନିର୍ଗତ ହୋଇଥାଏ।

The post ବର୍ଷକୁ ୭୦ ଲକ୍ଷ ଲୋକଙ୍କ ଜୀବନ ନେଉଛି ବାୟୁ ପ୍ରଦୂଷଣ, ଗାଇଡଲାଇନ ଜାରି କଲା ହୁ’ appeared first on Odisha Reporter.

]]>
centre top 2021-09-23 10:59:29 https://odishareporter.in/wp-content/uploads/2021/09/Air-pollution.jpg
ଇତିହାସ ରଚିଲା ସ୍ପେସ୍‌ ଏକ୍ସ, ମହାକାଶକୁ ଗଲେ ୪ ସାଧାରଣ ନାଗରିକ https://odishareporter.in/science-environment/elon-musk-company-spacex-created-history-first-time-4-ordinary-people-sent-into-space-676228 Thu, 16 Sep 2021 08:39:06 +0000 https://odishareporter.in/?p=676228

ନୂଆଦିଲ୍ଲୀ: ଇତିହାସ ରଚିଲା ବିଶ୍ୱର ସବୁଠାରୁ ନାମୀଦାମୀ ବିଜନେସମ୍ୟାନ୍‌ ଏଲନ ମକ୍ସଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ। ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗରିକ। ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମିଶନକୁ ‘ଇନସ୍ପେରିସନ-୪’ ନାଁ ଦିଆଯାଇଛି। ଏହି ୪ ଜଣ ସାଧାରଣ ନାଗରିକ ୩ ଦିନ ଯାଏଁ ୫୭୫ କିଲୋମିଟର ଉପରେ ପୃଥିବୀ କକ୍ଷପଥରେ ପରିକ୍ରମା କରିବେ। ୩ ଦିନ […]

The post ଇତିହାସ ରଚିଲା ସ୍ପେସ୍‌ ଏକ୍ସ, ମହାକାଶକୁ ଗଲେ ୪ ସାଧାରଣ ନାଗରିକ appeared first on Odisha Reporter.

]]>

ନୂଆଦିଲ୍ଲୀ: ଇତିହାସ ରଚିଲା ବିଶ୍ୱର ସବୁଠାରୁ ନାମୀଦାମୀ ବିଜନେସମ୍ୟାନ୍‌ ଏଲନ ମକ୍ସଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ। ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗରିକ। ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମିଶନକୁ ‘ଇନସ୍ପେରିସନ-୪’ ନାଁ ଦିଆଯାଇଛି।

ଏହି ୪ ଜଣ ସାଧାରଣ ନାଗରିକ ୩ ଦିନ ଯାଏଁ ୫୭୫ କିଲୋମିଟର ଉପରେ ପୃଥିବୀ କକ୍ଷପଥରେ ପରିକ୍ରମା କରିବେ। ୩ ଦିନ ପରେ ସ୍ପେସ କ୍ରାଫ୍ଟ ବା ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଓହ୍ଲାଇବ।

ଯେଉଁ ୪ ଜଣ ନାଗରିକ ମହାକାଶକୁ ଯାତ୍ରା କରିଛନ୍ତି ସେମାନେ ଏବେ ଆଉ ସାଧାରଣ ନୁହେଁ ଖାସ୍‌ ବ୍ୟକ୍ତି ବନି ଯାଇଛନ୍ତି। ମହାକାଶକୁ ଯାତ୍ରା କରିଥିବା ସାଧାରଣ ନାଗରିକଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତି ଭାବେ ଇସାକମେନ୍ ଅଛନ୍ତି । ଯିଏ କି ଏହି ପୂରା ମିଶନର ଦାୟିତ୍ୱ ନେଇଛନ୍ତି। ତାଙ୍କ ସହ ୨୯ ବର୍ଷୀୟ ହେୟଲୀ ଆର୍କେନୋ ଅଛନ୍ତି। ସେ ସ୍ୱାସ୍ଥ୍ୟକର୍ମୀ ଭାବେ ଦାୟିତ୍ୱ ନେଇଛନ୍ତି। ସେହିପରି ୫୧ ବର୍ଷୀୟ ସନ୍ ପ୍ରୋକ୍ଟର ମଧ୍ୟ ଏହି ମିଶନରେ ଅଛନ୍ତି। ସେ ଜଣେ ଜିଓଲଜି ପ୍ରଫେସର।  ଚତୁର୍ଥ ବ୍ୟକ୍ତି ରୂପୋ କ୍ରିସ୍ ସିମ୍ବ୍ରୋସ୍କି ମଧ୍ୟ ରହିଛନ୍ତି । ସେ ପୂର୍ବରୁ ଆମେରିକା ବାୟୁସେନାରେ ପାଇଲଟ ରହିସାରିଛନ୍ତି।

ସ୍ପେସ୍ ଏକ୍ସର ମିଶନର ଦାୟିତ୍ୱ ନେଇଥିବା ଇସାକମେନ୍ ହେଉଛନ୍ତି ଇସାକମେନ୍ ପେମେଣ୍ଟ କମ୍ପାନୀର ସଂସ୍ଥାପକ  ଓ ସିଇଓ । ସେ ମାତ୍ର ୧୬ ବର୍ଷ ବୟସରେ କମ୍ପାନୀ ଆରମ୍ଭ କରିଥିଲେ । ସେ ପ୍ରଥମ ଥର ପାଇଁ ସ୍ପେସଏକ୍ସରେ କାମ କରୁଛନ୍ତି । ଏହାପୂର୍ବରୁ ସେ ବ୍ଲୁ ଅରିଜିନ୍ ଓ ଭର୍ଜିନ୍ ସ୍ପେସରେ କାମ କରିସାରିଛନ୍ତି।

ସୂଚନାଯୋଗ୍ୟ, ମହାକାଶ ଯାନ ନାସା ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ଷ୍ଟେସନରୁ ସକାଳ ୫.୩୩ ମିନିଟ୍‌ରେଯାତ୍ରା ଆରମ୍ଭ କରିଥିଲା। ଯେଉଁ ୪ ଜଣ ମହାକାଶକୁ ଯାଇଛନ୍ତି ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପ୍ରଫେସନାଲ ଅନ୍ତରୀକ୍ଷ ଯାତ୍ରୀ ନୁହନ୍ତି। ଏମାନଙ୍କୁ ଏଥିପାଇଁ କେବଳ ୫ ମାସର ଟ୍ରେନିଂ ଦିଆଯାଇଛି।

୨୦୦୯ ପରେ ପ୍ରଥମଥର ପାଇଁ ମଣିଷ ଏତେ ଉଚ୍ଚକୁ ଯାଇଛି। କ୍ୟାନସର ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସେଣ୍ଟ ଜୁଡ୍‌ ଚିଲ୍ଡ୍ରେନ ରିସର୍ଚ୍ଚ ହସ୍ପିଟାଲ ପାଇଁ ପାଣ୍ଠି ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ ରହିଛି।

The post ଇତିହାସ ରଚିଲା ସ୍ପେସ୍‌ ଏକ୍ସ, ମହାକାଶକୁ ଗଲେ ୪ ସାଧାରଣ ନାଗରିକ appeared first on Odisha Reporter.

]]>
left bottom 2021-09-16 14:32:01 https://odishareporter.in/wp-content/uploads/2021/09/spacex.jpg
ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ? https://odishareporter.in/science-environment/scientists-reveal-best-time-to-fly-to-red-planet-is-during-solar-maximum-671060 Sun, 29 Aug 2021 16:09:49 +0000 https://odishareporter.in/?p=671060

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ? ଏବେ ବୈଜ୍ଞାନିକ ଏହାର ଉତ୍ତର ଦେଇଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୟୁସିଏଲଏ ରିସର୍ଚ୍ଚ ସାଇଣ୍ଟିଷ୍ଟର ଟିମ୍ ଓପଟିମାଲ ଟାଇମକୁ ଗଣତି କରି କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଯେତେବେଳେ ସୂର୍ଯ୍ୟ କିରଣ ଅଧିକ ଗରମ ଥିବ ସେତେବେଳେ ମଙ୍ଗଳ ଗ୍ରହକୁ ଯାଇ ପାରିବ। କାରଣ ଏହି ସମୟରେ ବିକିରଣର ଖରାପ ପ୍ରଭାବ ପଡ଼ିବ ନାହିଁ। ବୈଜ୍ଞାନିକ କହିଛନ୍ତି, ଯେତେବେଳେ ସୂର୍ଯ୍ୟର ଉତ୍ତାପ ଅଧିକ […]

The post ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ? appeared first on Odisha Reporter.

]]>

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ? ଏବେ ବୈଜ୍ଞାନିକ ଏହାର ଉତ୍ତର ଦେଇଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୟୁସିଏଲଏ ରିସର୍ଚ୍ଚ ସାଇଣ୍ଟିଷ୍ଟର ଟିମ୍ ଓପଟିମାଲ ଟାଇମକୁ ଗଣତି କରି କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଯେତେବେଳେ ସୂର୍ଯ୍ୟ କିରଣ ଅଧିକ ଗରମ ଥିବ ସେତେବେଳେ ମଙ୍ଗଳ ଗ୍ରହକୁ ଯାଇ ପାରିବ। କାରଣ ଏହି ସମୟରେ ବିକିରଣର ଖରାପ ପ୍ରଭାବ ପଡ଼ିବ ନାହିଁ।

ବୈଜ୍ଞାନିକ କହିଛନ୍ତି, ଯେତେବେଳେ ସୂର୍ଯ୍ୟର ଉତ୍ତାପ ଅଧିକ ଥିବ ସେତେବେଳେ ମହାକାଶଚାରୀ ମଙ୍ଗଳ ଗ୍ରହକୁ ଯାଇପାରିବେ। ଏହି ସମୟରେ ଗଲେ ଘାତକ ରେଡିଏସନ ବା ବିକିରଣରୁ ସୁରକ୍ଷା ମିଳେ।

ମଙ୍ଗଳ ଗ୍ରହରେ ମଣିଷ ପ୍ରବେଶ କରିବାକୁ ଯେଉଁ ଲକ୍ଷ୍ୟ ରଖିଛି ତାହା ପ୍ରବଳ ବିକିରଣ ହେତୁ ସମ୍ଭବ ହୋଇପାରୁ ନାହିଁ। ଏହି ଗ୍ରହରେ ବଡ଼ ବଡ଼ ମହାକାଶଯାନ ଯାଉଥିବାରୁ ମହାକାଶଚାରୀ ଏହି ଘାତକ ବିକିରଣର ସମ୍ମୁଖୀନ ହୋଇପାରନ୍ତି। ଯାହା ମହାକାଶଚାରୀଙ୍କ ମସ୍ତିଷ୍କରେ କ୍ଷତି ପହଞ୍ଚାଇପାରେ, ଏଥିସହିତ ପେଟ ଜନିତ ସମସ୍ୟା ଏବଂ କର୍କଟ ରୋଗର କାରଣ ହୋଇପାରେ। କିନ୍ତୁ ଏବେ ଏହା ଉପରେ ଏକ ଅଧ୍ୟୟନ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟରେ ମଙ୍ଗଳ ଗ୍ରହକୁ ଯାତ୍ରା କଲେ ସୁରକ୍ଷିତ ଯାତ୍ରା କରିହେବ।

ଅଗଷ୍ଟରେ ସ୍ପେସ୍ ଓ୍ୱେଦର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଏ ବାବଦରେ ଉଲ୍ଲେଖ କରାଯାଇଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ମହାକାଶ ବିକିରଣ ମଙ୍ଗଳ ଗ୍ରହକୁ ମଣିଷ ଯିବା ବେଳେ ଅନେକ ଗୁରୁତର ପରିଣାମ ଏବଂ ଅନ୍ୟାନ୍ୟ ବୈଷୟିକ ଅସୁବିଧାର କାରଣ ହୋଇପାରେ। କିନ୍ତୁ ଏହା ଏହାର ଅର୍ଥ ନୁହେଁ ଯେ ଏହି ମିଶନ ସମ୍ପୂର୍ଣ୍ଣ ହେବା ଅସମ୍ଭବ। ହେଲେ ଏବେ ମଙ୍ଗଳ ଗ୍ରହକୁ ଯାଇ ହେବ ଯେତେବେଳେ ସୌର ଶକ୍ତିର ପ୍ରଭାବ ଅଧିକ ରହିଥିବ ବୋଲି ରିପୋର୍ଟରେ କୁହାଯାଇଛି।

ବୈଜ୍ଞାନିକମାନେ କହିଛନ୍ତି ଯେ ମଙ୍ଗଳଗ୍ରହକୁ ଯାଉଥିବା ମହାକାଶଯାନ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ରକ୍ଷା ପାଇପାରିବ। କାରଣ ଦୂରରେ ଥିବା ଗାଲାକ୍ସି ମାନଙ୍କରୁ ନିର୍ଗତ ହେଉଥିବା ବିକିରଣ ସୂର୍ଯ୍ୟଙ୍କ ପାଖରୁ ନିର୍ଗତ ହେଉଥିବା ବିକିରଣକୁ ଅନ୍ୟ ଦିଗକୁ ପରିବର୍ତ୍ତନ କରିଦେବ। ଆଉ ମହାକାଶଯାନଟିକୁ ଏକ ସୁରକ୍ଷା କବଚ ଯୋଗାଇ ଦେବ।

ୟୁସିଏଲଏର ଗବେଷଣା ଅନୁଯାୟୀ ଜିୟୋଫିଜିସିଷ୍ଟ ତଥା ଏହି ଅଧ୍ୟୟନର ସହଯୋଗୀ-ଲେଖକ ୟୁରୀ ଶପ୍ରିଟ୍ସ କହିଛନ୍ତି ଯେ ଏଭଳି ଯାତ୍ରା ସମ୍ଭବ। ମଙ୍ଗଳ ଗ୍ରହକୁ ହାରାହାରି ବିମାନ ଉଡ଼ାଣ ୯ ମାସ ସମୟ ନେଇଥାଏ। ତେଣୁ ଉତକ୍ଷେପଣର ସମୟ ଏବଂ ଉପଲବ୍ଧ ଇନ୍ଧନକୁ ବିଚାରକୁ ନେଇ ଏହା ସମ୍ଭବ। ଆଉ ମଙ୍ଗଳ ଗ୍ରହକୁ ଯାଇ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ପୃଥିବୀକୁ ଫେରିହେବ।

The post ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ? appeared first on Odisha Reporter.

]]>
left bottom 2021-08-29 21:44:22 https://cdn.odishareporter.in/wp-content/uploads/2021/08/29213940/science.jpg
ପୁଣି ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ, ଶନିବାର ରାତିରେ ଅତିକ୍ରମ କରିବ https://odishareporter.in/science-environment/asteroid-speeding-at-94000-kmph-to-approach-earth-668543 Fri, 20 Aug 2021 11:05:00 +0000 https://odishareporter.in/?p=668543

ନୂଆଦିଲ୍ଲୀ: ପୁଣିଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି। ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହି ଉଲକା ପିଣ୍ଡର ଆକାର ଦୁବାଇରେ ଥିବା ବିଶାଳ ବୁର୍ଜ ଖଲିଫା ଠାରୁ ମଧ୍ୟ ବଡ଼। ଶନିବାର ରାତିରେ ଏହା ପୃଥିବୀ ନିକଟରେ ଦେଇ ଗତି କରିବ। ତେଣୁ ଏହା ପୃଥିବୀ ପ୍ରତି ବଡ଼ ବିପଦ ସୃଷ୍ଟି […]

The post ପୁଣି ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ, ଶନିବାର ରାତିରେ ଅତିକ୍ରମ କରିବ appeared first on Odisha Reporter.

]]>

ନୂଆଦିଲ୍ଲୀ: ପୁଣିଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି। ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହି ଉଲକା ପିଣ୍ଡର ଆକାର ଦୁବାଇରେ ଥିବା ବିଶାଳ ବୁର୍ଜ ଖଲିଫା ଠାରୁ ମଧ୍ୟ ବଡ଼। ଶନିବାର ରାତିରେ ଏହା ପୃଥିବୀ ନିକଟରେ ଦେଇ ଗତି କରିବ। ତେଣୁ ଏହା ପୃଥିବୀ ପ୍ରତି ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି।

ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୯ ଗୁଣ ଅଧିକ ଦୂରରେ ଉଲକା ପିଣ୍ଡଟି ଶନିବାର ରାତିରେ ପୃଥିବୀକୁ ଅତିକ୍ରମ କରିବ। ଏହା ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ଗତି କରୁଛି। ତେଣୁ ଏହା ସାମ୍ନାରେ ଯଦି କୌଣସି ଗ୍ରହ କିମ୍ବା ନକ୍ଷତ୍ର ଆସିବେ, ସେଗୁଡ଼ିକ ଧ୍ୱଂସ ହୋଇଯିବେ।

ଏହି ଉଲକା ପିଣ୍ଡର ନାଁ 2016 AJ193 ରଖାଯାଇଛି। ଚଳିତ ଥର ଏହି ଉଲକା ପିଣ୍ଡ ପୃଥିବୀର କୌଣସି କ୍ଷତି କରିପାରିବ ନାହିଁ। କିନ୍ତୁ ୨୦୬୩ରେ ଏପରି ପୁଣି ଏପରି ଏକ ବିଶାଳୟ କାୟ ଉଲକା ପିଣ୍ଡ ପୃଥିବୀରେ ମାଡ଼ ହେବାର ଆଶଙ୍କା ଥିବା ନାସା ପୂର୍ବାନୁମାନ କରିଛି।

ଏହାପୂର୍ବରୁ 2008Go20 ନାମକ ଏହି ଉଲକା ପିଣ୍ଡ ଜୁନ ୨୪ରେ ପୃଥିବୀକୁ ଅତିକ୍ରମ କରିଥିଲା। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଥିଲା। କିନ୍ତୁ ସେପରି କିଛି ବି ଘଟି ନଥିଲା।

ସେହିପରି ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ।

ବୃହସ୍ପତି ଗ୍ରହର କକ୍ଷପଥରେ ସାଧାରଣତ ଉଲକା ପିଣ୍ଡ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି।

The post ପୁଣି ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ, ଶନିବାର ରାତିରେ ଅତିକ୍ରମ କରିବ appeared first on Odisha Reporter.

]]>
Astroid, left bottom 2021-08-21 13:39:49 https://cdn.odishareporter.in/wp-content/uploads/2021/08/20163441/Asteroid.jpg
ଭୁବନେଶ୍ୱର ଏମ୍ସ ଦ୍ୱାରା ନୂଆ ଫଙ୍ଗସ୍‌ର ସନ୍ଧାନ https://odishareporter.in/science-environment/new-fungus-detected-by-bhubaneswar-aiims-668426 Fri, 20 Aug 2021 03:54:07 +0000 https://odishareporter.in/?p=668426

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍‌ସ ଗବେଷକମାନେ ଏକ ନୂଆ ଫଙ୍ଗସ୍‌ର ସନ୍ଧାନ କରିଛନ୍ତି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ସୂଚନା ମିଳିଛି। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଆଣ୍ଟି ବାୟୋଟିକ୍ ଆଦି ଔଷଧ ଦିଆଗଲେ, ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଫଙ୍ଗାଲ୍ ଇନ୍‌ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ […]

The post ଭୁବନେଶ୍ୱର ଏମ୍ସ ଦ୍ୱାରା ନୂଆ ଫଙ୍ଗସ୍‌ର ସନ୍ଧାନ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍‌ସ ଗବେଷକମାନେ ଏକ ନୂଆ ଫଙ୍ଗସ୍‌ର ସନ୍ଧାନ କରିଛନ୍ତି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ସୂଚନା ମିଳିଛି।

କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଆଣ୍ଟି ବାୟୋଟିକ୍ ଆଦି ଔଷଧ ଦିଆଗଲେ, ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଫଙ୍ଗାଲ୍ ଇନ୍‌ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବା ଦେଖାଦେଉଛି।

ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍‌ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ। ଆଖି ନାଲି ପଡ଼ି ଫୁଲିଯାଏ। ମୁଣ୍ଡ ଚାରି ପଟୁ ବିନ୍ଧେ। ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ।

The post ଭୁବନେଶ୍ୱର ଏମ୍ସ ଦ୍ୱାରା ନୂଆ ଫଙ୍ଗସ୍‌ର ସନ୍ଧାନ appeared first on Odisha Reporter.

]]>
Black Fungus, right bottom 2021-08-20 17:56:01 https://cdn.odishareporter.in/wp-content/uploads/2021/05/21072431/Black-Fungus-3.jpg
ବାତ୍ୟା ବିପର୍ଯ୍ୟୟର ତଥ୍ୟ ଦେବ GISAT-1, ଆସନ୍ତାକାଲି ଉତକ୍ଷେପଣ https://odishareporter.in/science-environment/isro-all-set-to-launch-gisat-1-earth-observation-satellite-tomorrow-countdown-begins-666080 Wed, 11 Aug 2021 11:19:30 +0000 https://odishareporter.in/?p=666080

ନୂଆଦିଲ୍ଲୀ: ଇସ୍ରୋ (Indian Space Research Organisation) ବୁଧବାର ସକାଳେ ଏହାର GSLV-F10 ରକେଟ୍ ଉତକ୍ଷେପଣ କରିବ। ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଗୁରୁବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ରକେଟ୍ ବନ୍ଦରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏହା ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି। ଏହି ରକେଟ ଭିତରେ ରହିଛି ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ -1 (GISAT-1), ଯାହାର ନାମ ପରିବର୍ତ୍ତିତ ହୋଇ EOS-03 ରଖାଯାଇଛି। ଏହାର ଓଜନ ୪୧୬ ଟନ୍ ରହିଥିବା ବେଳେ ୫୧.୭୦ ମିଟର ଉଚ୍ଚତା […]

The post ବାତ୍ୟା ବିପର୍ଯ୍ୟୟର ତଥ୍ୟ ଦେବ GISAT-1, ଆସନ୍ତାକାଲି ଉତକ୍ଷେପଣ appeared first on Odisha Reporter.

]]>

ନୂଆଦିଲ୍ଲୀ: ଇସ୍ରୋ (Indian Space Research Organisation) ବୁଧବାର ସକାଳେ ଏହାର GSLV-F10 ରକେଟ୍ ଉତକ୍ଷେପଣ କରିବ। ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଗୁରୁବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ରକେଟ୍ ବନ୍ଦରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏହା ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ରକେଟ ଭିତରେ ରହିଛି ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ -1 (GISAT-1), ଯାହାର ନାମ ପରିବର୍ତ୍ତିତ ହୋଇ EOS-03 ରଖାଯାଇଛି। ଏହାର ଓଜନ ୪୧୬ ଟନ୍ ରହିଥିବା ବେଳେ ୫୧.୭୦ ମିଟର ଉଚ୍ଚତା ରହିଛି। ଏହି ରକେଟରେ ୨,୨୬୮ କିଲୋଗ୍ରାମ ଆର୍ଥ ଅବଜରଭେସନ୍ GISAT-୧ ରହିଛି। ଏହା ଉପରକୁ ଲଞ୍ଚ ହେବାର ମାତ୍ର ୧୮ ମିନିଟରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ (GTO) ରେ ରଖାଯିବ। ଜିଓସାଟ -୧ ହେଉଛି ଦେଶର ପ୍ରଥମ ଉପଗ୍ରହ ଯାହା ପୃଥିବୀ ଉପରେ ପର୍ଯ୍ୟବେକ୍ଷଣ କରିବ।

ଏହି ଉପଗ୍ରହ ବିଭିନ୍ନ ସମୟରେ ପୃଥିବୀକୁ ବିଭିନ୍ନ ଫଟୋ ଚିତ୍ର ପ୍ରଦାନ କରିବ। ଏହା ପ୍ରାକୃତିକ ବିପର୍ଯ୍ୟୟ, ବିଭିନ୍ନ ଘଟଣା ଉପରେ ଧାରାବାହିକ ଫଟୋ ଚିତ୍ର ଏବଂ ଯେକୌଣସି ସ୍ୱଳ୍ପକାଳୀନ ଘଟଣାକୁ ଶୀଘ୍ର ମନିଟରିଂ ସକ୍ଷମ କରିପାରିବ ବୋଲି ପୂର୍ବରୁ ଇସ୍ରୋ କହିଥିଲା। ଏହା ଦିନରାତି ସବୁ ସମୟରେ ଫଟୋ ଉଠାଇପାରିବ। ଏହି ଉପଗ୍ରହ ଜମି, ଜଳ ଏବଂ ପରିବେଶ ସହ ଜଡିତ ବିଭିନ୍ନ ପ୍ରୟୋଗ ପାଇଁ ଫଟୋ ଚିତ୍ର ତଥ୍ୟ ପ୍ରଦାନ କରିବ। ଯାହା କୃଷି, ଜଙ୍ଗଲ ଏବଂ ଜଳ ସମ୍ପଦ ପରିଚାଳନା ପାଇଁ ଉପଯୋଗୀ ଇନପୁଟ ପାଇବ।

ଏହି ଉପଗ୍ରହରେ ୪୨ ମିଟର ରିଜୋଲ୍ୟୁସନ୍ ସହିତ ୬ଟି ବ୍ୟାଣ୍ଡର ମଲ୍ଟି ସ୍ପେକ୍ଟ୍ରାଲ୍ ଭିଜିବିଲ୍ (ଦୃଶ୍ୟମାନ) ଏବଂ ଇନଫ୍ରା-ରେଡ୍, ୧୫୮ ବ୍ୟାଣ୍ଡ ହାଇପର-ସ୍ପେକ୍ଟ୍ରାଲ୍ ଦୃଶ୍ୟମାନ ଏବଂ ୩୧୮ ମିଟର ରିଜୋଲ୍ୟୁସନ୍ ସହିତ ଇନଫ୍ରା-ରେଡ୍ ଏବଂ ୨୫୬ ବ୍ୟାଣ୍ଡ ହାଇପର-ସ୍ପେକ୍ଟ୍ରାଲ୍ ସର୍ଟ ୱେଭ୍ ଇନଫ୍ରା-ରେଡ୍ ରହିଛି।

ଏହାବାଦ ଏହି ଉପଗ୍ରହ ପାଞ୍ଚ ବର୍ଷ ପାଇଁ ଦିନ ରାତି ଓ ସମସ୍ତ ପାଣିପାଗରେ କାମ କରି ପାରିବାର କ୍ଷମତା ରଖିଛି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହି ଉପଗ୍ରହ ଏକ ରଣନୀତିକ ଭୂମିକା ଗ୍ରହଣ କରିପାରିବ ବୋଲି ଇସ୍ରୋ କହିଛି। ଏହି ଉପଗ୍ରହରେ ଅନ୍ୟାନ୍ୟ ଜିନିଷ ମଧ୍ୟରେ ହାଇ ଡାଟା ହ୍ୟାଣ୍ଡଲିଂ ସିଷ୍ଟମ୍ ଏବଂ ହାଇ ଷ୍ଟୋରେଜ୍ ଉପକରଣ ରହିଛି। ୨୦୧୨ରେ PSLV ରକେଟ୍ ବ୍ୟବହାର କରି ୧,୮୫୮ କିଲୋଗ୍ରାମର ରିସାଟ -୧ ଲଞ୍ଚ କରାଯାଇଥିଲା। ଏହାର ମିଶନ ଜୀବନ ପାଞ୍ଚ ବର୍ଷ ଥିଲା।

ସୂଚନାଯୋଗ୍ୟ G GISAT-୧ ମାର୍ଚ୍ଚ ୫, ୨୦୨୦ରେ ଲଞ୍ଚ ହେବାର ଥିଲା। କିନ୍ତୁ ଲଞ୍ଚ ହେବାର କିଛି ଘଣ୍ଟା ପୂର୍ବରୁ ଇସ୍ରେୋ କିଛି ବୈଷୟିକ ତ୍ରୁଟି ପାଇଁ ଏହି ମିଶନକୁ ସ୍ଥଗିତ ରଖିଥିଲା। ଏହା ପରେ ପରେ କରୋନା ମହାମାରୀ ପାଇଁ ଦେଶ ସଟଡାଉନ୍ ଏବଂ ଲକଡାଉନ୍ ହେବା ପରେ ଏହି ମିଶନ ବିଳମ୍ୱ ହୋଇଥିଲା। ବୈଷୟିକ ତ୍ରୁଟି କାରଣରୁ ଏହି ରକେଟକୁ ପୁଣିଥରେ ତ୍ରୁଟି ଶୂନ୍ୟ ଭାବରେ ତିଆରି କରାଯାଇଛି ବୋଲି ଇସ୍ରୋ କହିଛି। ତେବେ ଚଳିତ ବର୍ଷ ମାର୍ଚ୍ଚ ୨୦୨୧ରେ ଏହି GISAT-୧ର ଉତକ୍ଷେପଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଉପଗ୍ରହର ବ୍ୟାଟେରୀ ସମସ୍ୟା ହେତୁ ପୁଣି ବିଳମ୍ବ ହୋଇଥିଲା।

The post ବାତ୍ୟା ବିପର୍ଯ୍ୟୟର ତଥ୍ୟ ଦେବ GISAT-1, ଆସନ୍ତାକାଲି ଉତକ୍ଷେପଣ appeared first on Odisha Reporter.

]]>
left bottom 2021-08-11 20:27:02 https://cdn.odishareporter.in/wp-content/uploads/2021/08/11164756/ISRO.jpg
ମଙ୍ଗଳ ଗ୍ରହରେ ବରଫ, ସାମ୍ନାକୁ ଆସିଲା ଫଟୋ https://odishareporter.in/nation-world/india/nasa-share-new-images-of-the-red-planet-reveal-layers-of-ice-seen-on-mars-663962 Tue, 03 Aug 2021 08:27:29 +0000 https://odishareporter.in/?p=663962

ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ। ଏଠାରେ ଜନଜୀବନ ସମ୍ଭବ ନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି। ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ। ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି କରିଛି ନାସା, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ନାସା ତା’ର ଅଫିସିଆଲ୍‌ ଓ୍ୱେବସାଇଟ୍‌ରେ ମଙ୍ଗଳ ଗ୍ରହ ଏହି ଫଟୋ ଜାରି କରିଛି। ଅର୍ବିଟର ଦ୍ୱାରା […]

The post ମଙ୍ଗଳ ଗ୍ରହରେ ବରଫ, ସାମ୍ନାକୁ ଆସିଲା ଫଟୋ appeared first on Odisha Reporter.

]]>

ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ। ଏଠାରେ ଜନଜୀବନ ସମ୍ଭବ ନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି। ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ। ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି କରିଛି ନାସା, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ନାସା ତା’ର ଅଫିସିଆଲ୍‌ ଓ୍ୱେବସାଇଟ୍‌ରେ ମଙ୍ଗଳ ଗ୍ରହ ଏହି ଫଟୋ ଜାରି କରିଛି। ଅର୍ବିଟର ଦ୍ୱାରା କ୍ୟାପଚର କରାଯାଇଥିବା ଫଟୋରେ ମଙ୍ଗଳ ଗ୍ରହରେ ମାଟି ଉପରେ ବରଫ ପତଳା ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି। ଫଟୋ ସାମ୍ନକୁ ଆସିବେ ସମସ୍ତେ ଚକିତ ହୋଇପଡିଛନ୍ତି।

ଏନ୍‌ଡିଟିଭିର ରିପୋର୍ଟ ମୁତାବକ, କେବଳ ବରଫ ନୁହେଁ ମାଟିରେ ପାଣି ଭଳି ଦେଖା ଯାଉଥିବା କିଛି ଅଂଶ ମଧ୍ୟ ଫଟୋରେ ଦେଖିବାକୁ ମିଳିଛି। ଉକ୍ତ ଫଟୋ ଜରିଆରେ ଅର୍ବିଟର ଲାଲା ଗ୍ରହର ଭିନ୍ନଭିନ୍ନ ବିଶେଷତ୍ୱକୁ ଏବେ ଲୋକଙ୍କ ସାମ୍ନାକୁ ଆଣିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ବୈଜ୍ଞାନିକଙ୍କ ଆଶା ଆହୁରି ଦୃଢ଼ିଭୂତ ହୋଇଛି। ଲାଲ ଗ୍ରହରେ ଯଦି ସତରେ ବରଫ ଅଛି ତେବେ ପାଣି ମଧ୍ୟ ଥିବ ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି।

ନାସା ଦ୍ୱାରା ସୋଶାଲ ମିଡିଆରେ ଜାରି କରାଯାଇଥିବା ଏହି ପୋଷ୍ଟକୁ ଏଯାଏଁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଅନେକ ୟୁଜର୍ସ ମଙ୍ଗଳ ଗ୍ରହର ବରଫ ପଡିଥିବା ଫଟୋକୁ ଦେଖି ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ ମିଳିଥିଲା।  ଏହି ଫଟୋକୁ ମଙ୍ଗଳ ଗ୍ରହର ଉତ୍ତର ମେରୁରୁ ନିଆଯାଇଥିଲା। ଏଭଳି ବାଲିକୁଦ ଗ୍ରହରେ ପ୍ରବଳ ପବନ ବୋହିବାରୁ ତିଆରି ହୋଇଥିଲା। ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ନୀଳ ରଙ୍ଗର ବାଲିକୁଦ ଦୃଶ୍ୟମାନ ହୋଇଥିଲା।

 

View this post on Instagram

 

A post shared by NASA (@nasa)

The post ମଙ୍ଗଳ ଗ୍ରହରେ ବରଫ, ସାମ୍ନାକୁ ଆସିଲା ଫଟୋ appeared first on Odisha Reporter.

]]>
left bottom 2021-08-03 14:06:45 https://cdn.odishareporter.in/wp-content/uploads/2021/08/03135640/Ice-in-Mars-Planet.jpg
ପ୍ରବଳ ଉତ୍ତାପରୁ ବର୍ତ୍ତିବା ପାଇଁ ଦୁବାଇରେ କୃତ୍ରିମ ବର୍ଷା https://odishareporter.in/science-environment/dubai-creates-artificial-rains-through-cloud-seeding-661749 Sun, 25 Jul 2021 17:27:43 +0000 https://odishareporter.in/?p=661749

ଆବୁଧାବି: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆରବ ଦେଶ ସାଧାରଣତଃ ଶୁଖିଲା ରୁହେ। ଏବେ ୟୁଏଇର ଦୁବାଇରେ ତାପମାତ୍ରା ପଚାଶ ଡିଗ୍ରୀ ସେଲସିୟସ ରହିିଛି। ବର୍ଷାର ଘୋର ଅଭାବ ରହିଥିବାରୁ ବାୟୁ ପ୍ରଦୂଷଣ ସହିତ ଉତ୍ତାପ ବୃଦ୍ଧି ପାଇଥାଏ। ବର୍ଷା ହେଉନଥିବାରୁ ଚାଷ କାମ ମଧ୍ୟ ଏଠାରେ ଠିକ୍ ଭାବରେ ହୋଇପାରେନି। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁବାଇରେ ଆରମ୍ଭ ହୋଇଛି କୃତ୍ରିମ ବର୍ଷା ବା ନକଲି ବର୍ଷା। ଡ୍ରୋନ୍ ମାଧ୍ୟମରେ ଦୁବାଇରେ କୃତ୍ରିମ ବର୍ଷା […]

The post ପ୍ରବଳ ଉତ୍ତାପରୁ ବର୍ତ୍ତିବା ପାଇଁ ଦୁବାଇରେ କୃତ୍ରିମ ବର୍ଷା appeared first on Odisha Reporter.

]]>

ଆବୁଧାବି: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆରବ ଦେଶ ସାଧାରଣତଃ ଶୁଖିଲା ରୁହେ। ଏବେ ୟୁଏଇର ଦୁବାଇରେ ତାପମାତ୍ରା ପଚାଶ ଡିଗ୍ରୀ ସେଲସିୟସ ରହିିଛି। ବର୍ଷାର ଘୋର ଅଭାବ ରହିଥିବାରୁ ବାୟୁ ପ୍ରଦୂଷଣ ସହିତ ଉତ୍ତାପ ବୃଦ୍ଧି ପାଇଥାଏ। ବର୍ଷା ହେଉନଥିବାରୁ ଚାଷ କାମ ମଧ୍ୟ ଏଠାରେ ଠିକ୍ ଭାବରେ ହୋଇପାରେନି। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁବାଇରେ ଆରମ୍ଭ ହୋଇଛି କୃତ୍ରିମ ବର୍ଷା ବା ନକଲି ବର୍ଷା। ଡ୍ରୋନ୍ ମାଧ୍ୟମରେ ଦୁବାଇରେ କୃତ୍ରିମ ବର୍ଷା ସାରା ବିଶ୍ୱରେ ଏକ ନୂଆ ବିତର୍କକୁ ସୁଯୋଗ ଦେଇଛି।

ବନ୍ୟା, ମରୁଡ଼ି, ଉତ୍ତାପ ଏବଂ ପ୍ରଦୂଷଣ ଭଳି ସମସ୍ୟାର ମୁକାବିଲା ପାଇଁ କୃତ୍ରିମ ବର୍ଷା ଏକ ପ୍ରଭାବଶାଳୀ ଅସ୍ତ୍ର ଭାବରେ ବିଚାର କରାଯାଉଛି। ଯଦିଓ ଭାରତ ସମେତ ଅନେକ ଦେଶ ଅନେକ ଥର କୃତ୍ରିମ ବର୍ଷା କରିସାରିଛନ୍ତି। କିନ୍ତୁ ଦୁବାଇ ଏପରି ବର୍ଷା କରିବା ପାଇଁ ବ୍ୟବହାର କରୁଥିବା ଡ୍ରୋନ୍ ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର।

କୃତ୍ରିମ ବର୍ଷା ପ୍ରକ୍ରିୟାକୁ ଇଂରାଜୀରେ କ୍ଲାଉଡ୍ ସିଡିଂ ପ୍ରକ୍ରିୟା କୁହାଯାଏ। ଯାହାକି ମହଙ୍ଗା। ଆକଳନ ଅନୁଯାୟୀ ଗୋଟିଏ ବର୍ଗଫୁଟରେ କୃତ୍ରିମ ବର୍ଷା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଭାରତରେ କର୍ଣ୍ଣାଟକ ସରକାର ଦୁଇ ବର୍ଷ ଧରି ଏପରି କୃତ୍ରିମ ବର୍ଷା ପ୍ରକଳ୍ପରେ କାମ କରିଥିଲେ ଯାହାର ମୂଲ୍ୟ ପ୍ରାୟ ୮୯ କୋଟି ଟଙ୍କା ଥିଲା।

ବିମାନ ଯୋଗେ ବାୟୁମଣ୍ଡଳରେ ରାସାୟନିକ ପଦାର୍ଥ ଯେପରିକି ସିଲଭର ଆୟୋଡିଡ୍, ପୋଟାସିୟମ୍ ଆୟୋଡିଡ୍ ସ୍ପ୍ରେ କରାଯାଏ। ଏହି ସ୍ପ୍ରେରେ ଥିବା କଣିକାଗୁଡ଼ିକ ବାୟୁ ମଣ୍ଡଳରେ ଉପସ୍ଥିତ ଜଳୀୟ ବାଷ୍ପକୁ ମେଘ ସୃଷ୍ଟି କରିବାକୁ ସହଯୋଗ କରିଥାଏ। ଯାହା ପରବର୍ତ୍ତୀ ସମୟରେ ବର୍ଷାରେ ପରିଣତ ହୋଇଥାଏ।

ଦୁବାଇରେ ହେଉଥିବା କୃତ୍ରିମ ବର୍ଷା ଏଇଥିପାଇଁ ସ୍ୱତନ୍ତ୍ର କାରଣ ମେଘ ସୃଷ୍ଟି ପାଇଁ ଏଠାରେ ବ୍ୟାଟେରୀ ଚାଳିତ ଡ୍ରୋନ୍ ବ୍ୟବହାର ହୋଇଛି। ଅନ୍ୟ ସବୁଠି ହେଲିକପ୍ଟର ଭଳି ବଡ଼ ବଡ଼ ବିମାନ ବ୍ୟବହାର ହୁଏ। ୨୦୧୭ ଠାରୁ ଏହି ଟେକ୍ନୋଲୋଜି ଉପରେ ଦୁବାଇ ଗବେଷଣା କରିଆସୁଛି।

ଏପରି କୃତ୍ରିମ ବର୍ଷା କିନ୍ତୁ କ୍ଷତିିକାରକ। ମେଦକ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କୋନ୍ଦଳା ମୁରଲୀ ମୋାହନ କହିଛନ୍ତି “ଏପରି କୃତ୍ରମି ବର୍ଷା କ୍ଷତିକାରକ। କାରଣ ମେଘ ସୃଷ୍ଟି କରିବାକୁ ବ୍ୟବହାର ହେଉଥିବା ସମୁଦ୍ରରେ ଅମ୍ଳକାରକ ବୃଦ୍ଧିି ପାଇବ, ଓଜୋନ ସ୍ତର ହ୍ରାସ  ପାଇବା ସହିତ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ସ୍ତରରେ ବୃଦ୍ଧି ଘଟିପାରେ। ଏଥିସହ ଗଛ, ମଣିଷ ଏବଂ ପଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହା କ୍ଷତି ପହଞ୍ଚାଏ।

ବେଜିଂରେ ୨୦୦୮ ଅଲିମ୍ପିକ୍ ଗେମ୍ସରେ ବର୍ଷାକୁ ଏଡାଇବା ପାଇଁ ଚାଇନା କୃତ୍ରିମ ବର୍ଷା ବ୍ୟବହାର କରିଥିଲା। ଏଥିପାଇଁ ରାସାୟନିକ ପଦାର୍ଥ ଥିବା ଏକ ରକେଟକୁ ଆକାଶରେ ନିକ୍ଷେପ କରାଯାଇଥିଲା। ଯାହା ଦ୍ୱାରା ଖେଳ ଆରମ୍ଭ ପୂର୍ବରୁ ବର୍ଷା ହେବ ଆଉ ଖେଳ ବେଳେ ବର୍ଷା ହେବ ନାହିଁ। ଏବେ ଚାଇନା ବହୁ ପରିମାଣରେ କୃତ୍ରିମ ବର୍ଷା କରୁଛି।

କୃତ୍ରିମ ବର୍ଷା ଯୋଗାଇବା ପାଇଁ ପ୍ରଥମେ ଆମେରିକାରେ ୧୯୪୬ ମସିହାରେ କୃତ୍ରିମ ବର୍ଷା କରାଯାଇଥିଲା। ଭାରତରେ ଅନେକ ରାଜ୍ୟରେ ମଧ୍ୟ କୃତ୍ରିମ ବର୍ଷା କରାଯାଇଛି। ତାମିଲନାଡୁ ସରକାର ୧୯୮୩, ୧୯୮୪-୮୭ ଏବଂ ୧୯୯୩-୯୪ ମସିହାରେ ଏହା ଉପରେ କାମ କରିଥିଲେ। ସେହିଭଳି ୨୦୦୩-୦୪ ମସିହାରେ କର୍ଣ୍ଣାଟକ ସରକାର କୃତ୍ରିମ ବର୍ଷା କରିଥିଲେ। ଏହା ବ୍ୟତୀତ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଏହା ଉପରେ କାମ କରିଥିଲେ। ଆଇଆଇଟି-କାନପୁରରେ କୃତ୍ରିମ ବର୍ଷା ଉପରେ ମଧ୍ୟ ଗବେଷଣା ଚାଲିଛି, ଯେଉଁଥି ପାଇଁ HAL ବିମାନ ଯୋଗାଇଥାଏ।

The post ପ୍ରବଳ ଉତ୍ତାପରୁ ବର୍ତ୍ତିବା ପାଇଁ ଦୁବାଇରେ କୃତ୍ରିମ ବର୍ଷା appeared first on Odisha Reporter.

]]>
left bottom, odia offbeat 2021-07-26 17:18:41 https://cdn.odishareporter.in/wp-content/uploads/2021/07/25225356/DUBAI-CLOUD-SEEDING.jpg
କରୋନା ପାଇଁ କମିଛି ସମୁଦ୍ରର ଗର୍ଜନ: ରିପୋର୍ଟ https://odishareporter.in/science-environment/covid-19-lockdown-reduces-sea-noise-study-660780 Thu, 22 Jul 2021 06:35:11 +0000 https://odishareporter.in/?p=660780

ଓ୍ୱେଲିଂଟନ: କରୋନା ପାଇଁ ପ୍ରାୟତଃ ସବୁ ସଂସ୍ଥା ଏବଂ ଯାତାୟତ ପ୍ରଭାବିତ ହୋଇଥିଲା। ତେଣୁ ସମୁଦ୍ରରେ ଜାହାଜ ପରିବହନ ମଧ୍ୟ ଅନେକ ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ସମୁଦ୍ରର ଗର୍ଜନ ମଧ୍ୟ କମିଯାଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡାର ବୈଜ୍ଞାନିକମାନେ ଏକ ଗବେଷଣା କରି ଏହା କହିଛନ୍ତି। ମାର୍ଚ୍ଚ ୨୬, ୨୦୨୦ରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମେ କୋଭିଡ ଲକଡାଉନ୍ ଲଗାଯାଇଥିଲା। ଏହାପରେ ଦେଶର ବ୍ୟସ୍ତବହୁଳ ବନ୍ଦର ହୌରାକି ଗଲ୍ଫରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରହିଥିଲା। ଏହି ଗବେଷଣା ଗ୍ଲୋବାଲ୍ ଚେଞ୍ଜ୍ […]

The post କରୋନା ପାଇଁ କମିଛି ସମୁଦ୍ରର ଗର୍ଜନ: ରିପୋର୍ଟ appeared first on Odisha Reporter.

]]>

ଓ୍ୱେଲିଂଟନ: କରୋନା ପାଇଁ ପ୍ରାୟତଃ ସବୁ ସଂସ୍ଥା ଏବଂ ଯାତାୟତ ପ୍ରଭାବିତ ହୋଇଥିଲା। ତେଣୁ ସମୁଦ୍ରରେ ଜାହାଜ ପରିବହନ ମଧ୍ୟ ଅନେକ ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ସମୁଦ୍ରର ଗର୍ଜନ ମଧ୍ୟ କମିଯାଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡାର ବୈଜ୍ଞାନିକମାନେ ଏକ ଗବେଷଣା କରି ଏହା କହିଛନ୍ତି। ମାର୍ଚ୍ଚ ୨୬, ୨୦୨୦ରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମେ କୋଭିଡ ଲକଡାଉନ୍ ଲଗାଯାଇଥିଲା। ଏହାପରେ ଦେଶର ବ୍ୟସ୍ତବହୁଳ ବନ୍ଦର ହୌରାକି ଗଲ୍ଫରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରହିଥିଲା। ଏହି ଗବେଷଣା ଗ୍ଲୋବାଲ୍ ଚେଞ୍ଜ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି ଏବଂ କାନାଡାର ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟର ଡକ୍ଟର ମାଥ୍ୟୁ ଏହାକୁ ସହଯୋଗ କରିଛନ୍ତି।

ଅକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବୈଜ୍ଞାନିକ ଆସୋସିଏଟ୍ ପ୍ରଫେସର କ୍ରେଗ ରାଡଫୋର୍ଡ କହିଛନ୍ତି, ପ୍ରଥମ ଲକଡାଉନ୍ ହେତୁ ସାମୁଦ୍ରିକ ଜୀବ ଉପରେ ମାନବ କାର୍ଯ୍ୟକଳାପର ପ୍ରଭାବ ମାପିବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ଦେଇଥିଲା। ଏହି ସମୟରେ ସମୁଦ୍ର ପ୍ରାଣୀମାନଙ୍କର ଚାଲି ଚଲଣକୁ ଦେଖିଥିଲୁ। ଯାହାକି ଅପେକ୍ଷାକୃତ ଶାନ୍ତ ଥିଲା ଏବଂ ନିଆରା।

ଶବ୍ଦ ପ୍ରଦୂଷଣ ସାମୁଦ୍ରିକ ଜୀବନକୁ ପ୍ରଭାବିତ କରୁଥିବା ଏହି ଅଧ୍ୟୟନରୁ ଜଣାପଡିଛି। ଏହା ଦ୍ୱାରା ଜଳଚଳ ପ୍ରାଣୀଙ୍କ ଯୋଗାଯୋଗ କୁତ୍ରିମ ଧ୍ୱନି ଦ୍ୱାରା ପ୍ରଭାବିତ ହେଉଛି। ଏମିତିକି ଶିକାରୀ ମାନେ କୁତ୍ରିମ ଧ୍ୱନି ଜରିଆରେ ଶିକାରୀ ଶିକାର କରୁଥିବା ଜଣାପଡ଼ିଛି। ତେବେ ସମୁଦ୍ର ଭିତରେ ଧ୍ୱନିର ପ୍ରଭାବ ବଢ଼ିବା ଚିନ୍ତାର ବିଷୟ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ହୌରାକି ଗଲ୍ଫର ପାଞ୍ଚଟି ସ୍ଥାନରେ ସାମୁଦ୍ରିକ ମାଉଣ୍ଟ ଆକାଉସ୍ଟିକ୍ ରେକର୍ଡିଂ ଷ୍ଟେସନ୍ ବ୍ୟବହାର କରିଥିଲେ ବୈଜ୍ଞାନିକମାନେ। ଫେବୃଆରୀ ୨୦୨୦ରୁ ମେ ୨୦୨୦ ମଧ୍ୟରେ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା। ରେକର୍ଡର ପ୍ରତି ୧୦ ମିନିଟରେ ଦୁଇ ମିନିଟ୍ ଧ୍ୱନି ଧରିଥିଲା, ଯାହା ଘଣ୍ଟା ପ୍ରତି ଛଅ ନମୁନା କିମ୍ବା ଦିନକୁ ୧୪୪ ନମୁନା ସହିତ ସମାନ ଥିଲା। ପରେ ନମୁନା ଗୁଡ଼ିକୁ ପ୍ରି-ଲକଡାଉନ୍ ଏବଂ ଲକଡାଉନ୍ ସମୟରେ ବିଭକ୍ତ କରାଯାଇଥିଲା।

ସାଧାରଣତଃ ଗଲ୍ଫରେ ମିଳୁଥିବା ଦୁଇଟି ପ୍ରଜାତି ଏହି ଅଧ୍ୟୟନର କେନ୍ଦ୍ରବିନ୍ଦୁ ହୋଇଥିଲେ। ଗୋଟିଏ ହେଲା ବୋତଲନୋଜ୍ ଡଲଫିନ୍ ଏବଂ ବିଗିସ୍ ମାଛ। ଉଭୟ ଧ୍ୱନି ଜରିଆରେ ପରସ୍ପର ସହ ଯୋଗାଯୋଗ ରଖନ୍ତି। ଏହି ଧ୍ୱନି ଜରିଆରେ ଜଣେ ଅନ୍ୟକୁ ସୁରକ୍ଷା ଦିଏ ବୋଲି ବୈଜ୍ଞାନିକମାନେ ଅଧ୍ୟୟନ ବେଳେ ଜାଣିବାକୁ ପାଇଛନ୍ତି।

ବୈଜ୍ଞାନିକମାନେ ସମୁଦ୍ର ଶବ୍ଦକୁ ଗୋଟିଏ ନିବୁଜ ଘରେ ହେଉଥିବା ପାର୍ଟି ସହିତ ତୁଳନା କରିଛନ୍ତି। ଉଦାହରଣ ସ୍ୱରୂପ କୋଠରୀରେ ଯେତେ ଲୋକ ଅଛନ୍ତି, ପାଥରେ ଥିବା ଲୋକ ବି ଶୁଣିବା କଷ୍ଟକର। ବୈଜ୍ଞାନିକ ଏଠି ଏଭଳି କହିବାର ଅର୍ଥ ସମୁଦ୍ରରେ ଧ୍ୱନିର ପରିମାଣ ଏତେ ବଢିଛି ଯେ ଗୋଟିଏ ଜଳଚର ପ୍ରାଣୀ ଆଉ ଏକ ଜଳଚର ପ୍ରାଣୀ ସହ ଯୋଗାଯୋଗ କରିପାରୁନି।

ମୋଟ ଉପରେ ଅଧ୍ୟୟନରୁ ଜଣାପଡିଛି ଯେ ଲକଡାଉନ୍ ସମୟରେ ଡଲଫିନ୍ ଏବଂ ଅନ୍ୟ ମାଛ ପରସ୍ପରକୁ ସ୍ପଷ୍ଟ ଭାବରେ ଶୁଣିପାରୁ ଥିଲେ। ଯାହାକି ସ୍ୱାଭାବିକ ଠାରୁ ୨ ଗୁଣା ଅଧିକ। ଆସୋସିଏଟ୍ ପ୍ରଫେସର ରାଡଫୋର୍ଡ କହିଛନ୍ତି ଯେ ଜାହାଜର ଶବ୍ଦ ପ୍ରାୟ ସମସ୍ତ ସାମୁଦ୍ରିକ ପ୍ରାଣୀ ଏବଂ ମାଛ ପାଇଁ ଅତ୍ୟନ୍ତ ବିପଦଜନକ।

The post କରୋନା ପାଇଁ କମିଛି ସମୁଦ୍ରର ଗର୍ଜନ: ରିପୋର୍ଟ appeared first on Odisha Reporter.

]]>
centre bottom 2021-07-22 12:13:58 https://cdn.odishareporter.in/wp-content/uploads/2021/07/22120444/sea-food.jpg
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଷ୍ଟାଡିୟମ ଆକାରର ଉଲକା ପିଣ୍ଡ https://odishareporter.in/science-environment/stadium-sized-asteroid-comes-towards-earth-660609 Wed, 21 Jul 2021 12:18:20 +0000 https://odishareporter.in/?p=660609

ୱାଶିଂଟନ: ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି। ଏଥିରୁ ଅନୁମାନ କରିପାରୁଥିବେ, ଏହା କେତେ ବଡ଼ ଉଲକାପିଣ୍ତ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଛି। ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି […]

The post ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଷ୍ଟାଡିୟମ ଆକାରର ଉଲକା ପିଣ୍ଡ appeared first on Odisha Reporter.

]]>

ୱାଶିଂଟନ: ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି। ଏଥିରୁ ଅନୁମାନ କରିପାରୁଥିବେ, ଏହା କେତେ ବଡ଼ ଉଲକାପିଣ୍ତ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଛି।

ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି ବେଗରେ ଗତି କରୁଛି। ଏହାର ଅର୍ଥ ଘଣ୍ଟାପ୍ରତି ବେଗ ୨୮,୮୦୦ ରହିଛି। ଗତି ଖୁବ ଅଧିକ ଥିବାରୁ ଏହାର ସାମ୍ନାରେ ଯାହା ବି ଆସିବ, ସେଗୁଡ଼ିକ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ନାସା ଏହାର ଗତିପଥ ଉପରେ ନଜର ରଖିଛି।

ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ।

ଏହି ଷ୍ଟାଡିୟମ ଆକାରର ଉଲକା ପିଣ୍ଡର ନିୟର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ଓ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁଣ ଅଧିକ। ଜୁଲାଇ ୨୪ ତାରିଖ ରାତିରେ ଏନଇଓ ଆପୋଲୋ ନାମକ ଏକ କକ୍ଷପଥ ଦେଇ ଗତି କରିବ।

ଅବଶ୍ୟ ଏହା ପୃଥିବୀରେ ମାଡ଼ ହେବାର କୌଣସି ଆଶଙ୍କା ନଥିବା ବୈଜ୍ଞାନିକମାନେ କହିଛନ୍ତି। ତଥାପି ସେମାନେ ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖିଛନ୍ତି।

ବୃହସ୍ପତି ଗ୍ରହର କକ୍ଷପଥରେ ସାଧାରଣତ ଉଲକା ପିଣ୍ଡ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି।

The post ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଷ୍ଟାଡିୟମ ଆକାରର ଉଲକା ପିଣ୍ଡ appeared first on Odisha Reporter.

]]>
Astroid, left bottom 2021-07-22 15:03:06 https://cdn.odishareporter.in/wp-content/uploads/2021/07/21173427/asteroid.jpg
ମହାକାଶରେ ମଜା ନେଇ ଫେରୁଛନ୍ତି ରିଚାର୍ଡ ବ୍ରାନସନ, ସାଙ୍ଗରେ ଭାରତୀୟ ବଂଶୋଦ୍ଭବ https://odishareporter.in/science-environment/richard-branson-creates-history-becomes-first-billionaire-to-fly-into-space-658114 Sun, 11 Jul 2021 16:57:34 +0000 https://odishareporter.in/?p=658114

ନ୍ୟୁୟର୍କ: ଭିର୍ଜିନ୍ ଗାଲାକଟିକ ଗ୍ରୁପର ପ୍ରତିଷ୍ଠାତା ରିଚାର୍ଡ ବ୍ରାନସନ ଏବଂ ଅନ୍ୟ ୫ ଜଣ ମହାକାଶକୁ ଯାତ୍ରା କରି ପହଞ୍ଚିଛନ୍ତି। ଏବେ ସେମାନେ ପୁଣିଥରେ ପୃଥିବୀ ମୁହାଁ ଫେରୁଥିବା ସୂଚନା ରହିଛି। ନିଜେ ରିଚାର୍ଡ ବ୍ରାନସନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଆମାଜନ କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସ (Jeff Bezos) ପ୍ରଥମ ବିଲିଅନର ଭାବରେ ମହାକାଶକୁ ଯାତ୍ରା କରିବେ ବୋଲି ଲକ୍ଷ୍ୟ ରଖିଥିଲେ। ହେଲେ ଏହା ପୂର୍ବରୁ ରିଚାର୍ଡ ବ୍ରାନସନ ମହାକାଶକୁ ଯିବାରେ ସଫଳ […]

The post ମହାକାଶରେ ମଜା ନେଇ ଫେରୁଛନ୍ତି ରିଚାର୍ଡ ବ୍ରାନସନ, ସାଙ୍ଗରେ ଭାରତୀୟ ବଂଶୋଦ୍ଭବ appeared first on Odisha Reporter.

]]>

ନ୍ୟୁୟର୍କ: ଭିର୍ଜିନ୍ ଗାଲାକଟିକ ଗ୍ରୁପର ପ୍ରତିଷ୍ଠାତା ରିଚାର୍ଡ ବ୍ରାନସନ ଏବଂ ଅନ୍ୟ ୫ ଜଣ ମହାକାଶକୁ ଯାତ୍ରା କରି ପହଞ୍ଚିଛନ୍ତି। ଏବେ ସେମାନେ ପୁଣିଥରେ ପୃଥିବୀ ମୁହାଁ ଫେରୁଥିବା ସୂଚନା ରହିଛି। ନିଜେ ରିଚାର୍ଡ ବ୍ରାନସନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଆମାଜନ କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସ (Jeff Bezos) ପ୍ରଥମ ବିଲିଅନର ଭାବରେ ମହାକାଶକୁ ଯାତ୍ରା କରିବେ ବୋଲି ଲକ୍ଷ୍ୟ ରଖିଥିଲେ। ହେଲେ ଏହା ପୂର୍ବରୁ ରିଚାର୍ଡ ବ୍ରାନସନ ମହାକାଶକୁ ଯିବାରେ ସଫଳ ହୋଇଛନ୍ତି।

ଏହି ମହାକାଶ ଯାତ୍ରାରେ ‘ଭିଏସ୍ଏସ୍ ୟୁନିଟି’ର ୬ ଜଣ ମହାକାଶକୁ ଯାତ୍ରା କରିଥିଲେ। ଯେଉଁଥିରେ ଭାରତୀୟ ବଂଶୋଦ୍ଭବ ଏରୋନେଟିକାଲ ଇଞ୍ଜିନିୟର ଶିରିଷା ବାନ୍ଦଲ ରହିଛନ୍ତି। ଭାରତୀୟ ସମୟ ଅନୁସାରେ ନ୍ୟୁ ମେକ୍ସିକୋରୁ ରାତି ୮ ଟାରେ ଯାତ୍ରା ଆରମ୍ଭ କରିଥିଲେ। ଏହି ମହାକାଶଯାନ ନ୍ୟୁ ମେକ୍ସିକୋର ଦକ୍ଷିଣ ମରୁଭୂମିରୁ ମହାକାଶ ଅଭିମୁଖେ ଯାତ୍ରା କରିଥିଲା। କମ୍ପାନୀର ପ୍ରତିଷ୍ଠାତା ସମେତ ଦୁଇ ପାଇଲଟ୍ ଏବଂ ଚାରିଜଣ ମିଶନ୍ ବିଶେଷଜ୍ଞଙ୍କ କ୍ୟାବିନରେ ଏହା ଏକ ପ୍ରଥମ କ୍ର୍ୟୁ। ଭିର୍ଜିନ୍ ଗାଲାକଟିକ୍ ମହାକାଶକୁ ଚତୁର୍ଥ ଥର ପାଇଁ ଯାତ୍ରା କରିଛି।

ଭିଏସଏସ ୟୁନିଟି ସ୍ପେସ ବିମାନ ପ୍ରଥମେ ପୃଥିବୀ ପୃଷ୍ଠରୁ ୪୫ ହଜାର ଫୁଟ ଉପରେ ପହଞ୍ଚିଥିଲା। ପରେ ସେହି ବିମାନରେ ଥିବା ରକେଟ ଇଞ୍ଜିନ ସକ୍ରିୟ ହୋଇ ମହାକାଶ ଅଭିମୁଖେ ଯିବ। ତେବେ ଖବର ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ ବିମାନଟି ଏବେ ପୃଥିବୀ ମୁହାଁ ହୋଇଛି। ବ୍ରାନସନ ଟ୍ୱିଟ୍ କରି ତାଙ୍କର ଏହି ଯାତ୍ରା ସାରା ଜୀବନ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି। ଏହି ଅବସରରେ ତାଙ୍କର ଟିମକୁ ଧନ୍ୟବଦ ଦେଇଛନ୍ତି। ଯେଉଁମାନେ ୧୭ ବର୍ଷ ହେବ କଠିନ ପରିଶ୍ରମ କରି ତାଙ୍କ ଲକ୍ଷ୍ୟକୁ ସଫଳ କରାଇଛନ୍ତି।

ଏଥିସହ ସେ କହିଛନ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ସେ ଓ ତାଙ୍କ ଟିମ୍ ଓଜନ ହ୍ରାସ କରିଥିଲେ ବୋଲି କହିଛନ୍ତି। ମହାକାଶରେ ଥିବା ୧୭ଟି ଝରକାରୁ ପୃଥିବୀର ଆକୃତି ମଧ୍ୟ ଦେଖିଥିଲେ। କିଛି ମିନିଟ୍ ମହାକାଶରେ ରହିବା ପରେ କିନ୍ତୁ ଫେରିଆସିଥିଲେ। ଭିଏସଏସ ଏକତା ହେଉଛି ଏକ ବ୍ୟକ୍ତିଗତ ଜେଟ୍ ଆକୃତିର ମହାକାଶଯାନ। ଭବିଷ୍ୟତର ପର୍ଯ୍ୟଟକଙ୍କ ପାଇଁ ଏଭଳି ବିମାନ ପ୍ରସ୍ତୁତ କରାଯାଇଛି।

ବ୍ରାନସନଙ୍କ ଲକ୍ଷ୍ୟ ହେଉଛି ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା। ଯେଉଁଥିପାଇଁ ୬୦୦ରୁ ଅଧିକ ଲୋକ ଅପେକ୍ଷା କରିଛନ୍ତି। ଭିର୍ଜିନ୍ ଗାଲାକଟିକ୍ ପ୍ରଥମେ ୨୦୧୮ରେ ମହାକାଶକୁ ଉତକ୍ଷେପଣ ହୋଇଥିଲା। ୨୦୦୪ରେ ବ୍ରାନସନ ଏହି ଭିର୍ଜିନ କମ୍ପାନୀକୁ ପ୍ରତିଷ୍ଠା କରିଥିଲେ।

ଏହି ଯାତ୍ରାରେ ସାମିଲ୍ ଥିବା ଏରୋନେଟିକାଲ୍ ଇଞ୍ଜିନିୟର ୩୪ ବର୍ଷିୟ ମହିଳା ଶିରିଶା ମହାକାଶକୁ ଯିବାରେ ତୃତୀୟ ଭାରତୀୟ ବଂଶୋଦ୍ଭବ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସେ ଜନ୍ମଗ୍ରହଣ କରି ଟେକ୍ସାସର ହୁଷ୍ଟମରେ ବଢ଼ିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି ଯେ ଭିଏସଏସ ୟୁନିଟି ୨୨ର କ୍ର୍ୟୁ ସଦସ୍ୟଙ୍କ ସହ ସେ ଯାତ୍ରା କରିଥିବାରୁ ଏବଂ କମ୍ପାନୀର ଜଣେ ଅଂଶ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ଅନୁଭବ କରିଥିବା କହିଛନ୍ତି।

The post ମହାକାଶରେ ମଜା ନେଇ ଫେରୁଛନ୍ତି ରିଚାର୍ଡ ବ୍ରାନସନ, ସାଙ୍ଗରେ ଭାରତୀୟ ବଂଶୋଦ୍ଭବ appeared first on Odisha Reporter.

]]>
left bottom 2021-07-12 10:47:44 https://cdn.odishareporter.in/wp-content/uploads/2021/07/11222628/Richard-Branson-creates-his.jpg
ପୃଥିବୀ ମୁହାଁ ସୌର ଝଡ଼: କାମ କରିବନି ମୋବାଇଲ ନେଟଓ୍ୱର୍କ, ଟିଭି! https://odishareporter.in/science-environment/solar-storm-headed-towards-earth-could-impact-cellphone-gps-signals-experts-caution-658102 Sun, 11 Jul 2021 15:51:20 +0000 https://odishareporter.in/?p=658102

ନୂଆଦିଲ୍ଲୀ: ଦିନେ ଦୁଇ ଦିନ କାମ କରିନପାରେ ମୋବାଇଲ ନେଟଓ୍ୱର୍କ ଏବଂ ଜିପିଏସ। କାରଣ ପୃଥିବୀ ଆଡକୁ ଅଗ୍ରସର ହେଉଛି ସୋଲାର ଷ୍ଟର୍ମ ବା ସୌର ଝଡ଼। ଏବେ ଏହି ସୌର ଝଡ଼ ଘଣ୍ଟା ପିଛା ୧.୬ ଲକ୍ଷ କିଲୋମିଟର ବେଗରେ ଆସୁଛି। ଆଜି କିମ୍ୱା ଆସନ୍ତାକାଲି ଏହି ସୌର ଝଡ଼ ୪୮ ଘଣ୍ଟା ମଧ୍ୟରେ ପୃଥିବୀ ସହ ଧକ୍କା ହୋଇପାରେ। ଏହି ଖବର ଲେଖାହେବାର ୧୫ ଘଣ୍ଟା ପୂର୍ବରୁ ସ୍ପେସ ଓ୍ୱେଦର ନାମକ ଏକ ଓ୍ୱେବସାଇଟ୍ […]

The post ପୃଥିବୀ ମୁହାଁ ସୌର ଝଡ଼: କାମ କରିବନି ମୋବାଇଲ ନେଟଓ୍ୱର୍କ, ଟିଭି! appeared first on Odisha Reporter.

]]>

ନୂଆଦିଲ୍ଲୀ: ଦିନେ ଦୁଇ ଦିନ କାମ କରିନପାରେ ମୋବାଇଲ ନେଟଓ୍ୱର୍କ ଏବଂ ଜିପିଏସ। କାରଣ ପୃଥିବୀ ଆଡକୁ ଅଗ୍ରସର ହେଉଛି ସୋଲାର ଷ୍ଟର୍ମ ବା ସୌର ଝଡ଼। ଏବେ ଏହି ସୌର ଝଡ଼ ଘଣ୍ଟା ପିଛା ୧.୬ ଲକ୍ଷ କିଲୋମିଟର ବେଗରେ ଆସୁଛି। ଆଜି କିମ୍ୱା ଆସନ୍ତାକାଲି ଏହି ସୌର ଝଡ଼ ୪୮ ଘଣ୍ଟା ମଧ୍ୟରେ ପୃଥିବୀ ସହ ଧକ୍କା ହୋଇପାରେ। ଏହି ଖବର ଲେଖାହେବାର ୧୫ ଘଣ୍ଟା ପୂର୍ବରୁ ସ୍ପେସ ଓ୍ୱେଦର ନାମକ ଏକ ଓ୍ୱେବସାଇଟ୍ ଏହି ରିପୋର୍ଟ ଦେଇଛି।

ତେବେ ପୃଥିବୀ ସହିତ ଏହି ସୌର ଝଡ଼ ମାଡ଼ ହେବା ବେଳେ ରଙ୍ଗ ବେରଙ୍ଗର ତରଙ୍ଗ ଦେଖିବାକୁ ମିଳିବ। ଏହା ପୃଥିବୀର ଉତ୍ତର ଏବଂ ଦକ୍ଷିଣ ପୋଲରେ ଏହି ତରଙ୍ଗ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ହେଲେ ଏହାର ପ୍ରଭାବ କିନ୍ତୁ ପୃଥିବୀ ଉପରେ ପଡ଼ିବ। ଧରାପୃଷ୍ଠରେ ଲୋକମାନେ ବ୍ୟବହାର କରୁଥିବା ଜିପିଏସ, ମୋବାଇଲ ନେଟଓ୍ୱର୍କ ଏବଂ ସାଟେଲାଇଟି ଟିଭି ସହିତ ବିଭିନ୍ନ ରେଡିଓ ଫ୍ରିକ୍ୟୁଏନସି କାମ କରିବ ନାହିଁ ବୋଲି ସ୍ପେସ ଓ୍ୱେଦର ଡଟ କମରେ ପ୍ରକାଶିତ ଖବରରେ ଉଲ୍ଲେଖ ରହିଛି।

ପୃଥିବୀରେ ଥିବା ଚୁମ୍ବକୀୟ ପୃଷ୍ଠ ଆମ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ସୃଷ୍ଟି ହୋଇଛି। ଏହା ଆମକୁ ସୂର୍ଯ୍ୟଙ୍କଠାରୁ ବାହାରୁଥିବା ବିପଜ୍ଜନକ କିରଣରୁ ରକ୍ଷା କରିଥାଏ। ଯେତେବେଳେ ବି ଦୃତ ଗତିରେ ଏକ ସୌର ଆଲୋକ ପୃଥିବୀ ଆଡକୁ ଆସେ ସେତେବେଳେ ଚୁମ୍ବକୀୟ ପୃଷ୍ଠକୁ ଧକ୍କା ଦିଏ।

ଯଦି ଏହି ସୌର ଝଡ଼ ଦକ୍ଷିଣ ଦିଗରେ ଆସି ପୃଥିବୀର ବିପରୀତ ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ହେବ ତା’ହେଲେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପିଆଜ ଚୋପା ପରି ମେଲେଇ ଯିବ। ଏହି କାରଣରୁ, ପୃଥିବୀ ପୃଷ୍ଠରେ ଏକ ଚୁମ୍ବକୀୟ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମୟରେ ପୃଥିବୀରେ ଥିବା ଚୁମ୍ବକୀୟ ପ୍ରଭାବ ହ୍ରାସ ପାଏ। ଏହା ପ୍ରାୟ ୬ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥାଏ। କିଛିଦିନ ପରେ କିନ୍ତୁ ପୁଣିଥରେ ଚୁମ୍ବକୀୟ କ୍ଷେତ୍ର ପୂର୍ବାବସ୍ଥାକୁ ଫେରିଆସିବ ବୋଲି ବିଜ୍ଞାନ କୁହେ। ପୂର୍ବାବସ୍ଥାକୁ ଫେରିବା ପାଇଁ ୪୮ ଘଣ୍ଟା ଆବଶ୍ୟକ ବୋଲି କୁହାଯାଉଛି। ତେଣୁ ଏହି ଅବଧି ମଧ୍ୟରେ ଚୁମ୍ୱକୀୟ ଶକ୍ତି ଉପରେ ନିର୍ଭରଶୀଳ ଥିବା ମୋବାଇଲ ନେଟଓ୍ୱର୍କ, ଜିପିଏସ, ସାଟେଲାଇଟ୍ ଟିଭି ଏବଂ ରେଡିଓ ଫ୍ରିକୁଏନ୍ସ କାମ କରିବ ନାହିଁ ବୋଲି ଜଣାପଡ଼ିଛି।

The post ପୃଥିବୀ ମୁହାଁ ସୌର ଝଡ଼: କାମ କରିବନି ମୋବାଇଲ ନେଟଓ୍ୱର୍କ, ଟିଭି! appeared first on Odisha Reporter.

]]>
left bottom 2021-07-12 10:59:07 https://cdn.odishareporter.in/wp-content/uploads/2021/07/11212113/solar-strom.jpg
କୋଭିଡ ପ୍ରକୃତିରୁ ତିଆରି ହୋଇଛି, ଉହାନ ଲ୍ୟାବରୁ ହୋଇନି: ବୈଜ୍ଞାନିକ https://odishareporter.in/science-environment/evidence-points-to-natural-origin-of-covid-not-lab-leak-scientists-657712 Sat, 10 Jul 2021 05:21:11 +0000 https://odishareporter.in/?p=657712

ସିଡନୀ: କୋଭିଡ୍ କେଉଁଠି ବ୍ୟାପିଛି ଏହାକୁ ନେଇ ସମୟ ସମୟରେ ଭିନ୍ନ ଭିନ୍ନ ଯୁକ୍ତି ରଖୁଛନ୍ତି ବୈଜ୍ଞାନିକ ମାନେ। କିଛି ବୈଜ୍ଞାନିକ ଦାବି କରୁଛନ୍ତି ଏହି କରୋନା ଭାଇରସ ଚାଇନାର ଉହାନରେ ଥିବା ଏକ ଲ୍ୟାବରୁ ବାହାରିଛି। ହେଲେ ଆଉ କିଛି ବୈଜ୍ଞାନିକ ଯୁକ୍ତି ରଖିଛନ୍ତି ଏହି ଭାଇରସ ପ୍ରକୃତିରୁ ତିଆରି ହୋଇଛି ଆଉ କିଛି କହୁଛନ୍ତି ୨୦୧୯ ପୂର୍ବରୁ ଏହି ଭାଇରସ ଥିଲା। ଯାହାକୁ ନେଇ ଏବେ ସମସ୍ତେ ଦ୍ୱନ୍ଦ୍ୱରେ। ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ଏହାରି […]

The post କୋଭିଡ ପ୍ରକୃତିରୁ ତିଆରି ହୋଇଛି, ଉହାନ ଲ୍ୟାବରୁ ହୋଇନି: ବୈଜ୍ଞାନିକ appeared first on Odisha Reporter.

]]>

ସିଡନୀ: କୋଭିଡ୍ କେଉଁଠି ବ୍ୟାପିଛି ଏହାକୁ ନେଇ ସମୟ ସମୟରେ ଭିନ୍ନ ଭିନ୍ନ ଯୁକ୍ତି ରଖୁଛନ୍ତି ବୈଜ୍ଞାନିକ ମାନେ। କିଛି ବୈଜ୍ଞାନିକ ଦାବି କରୁଛନ୍ତି ଏହି କରୋନା ଭାଇରସ ଚାଇନାର ଉହାନରେ ଥିବା ଏକ ଲ୍ୟାବରୁ ବାହାରିଛି। ହେଲେ ଆଉ କିଛି ବୈଜ୍ଞାନିକ ଯୁକ୍ତି ରଖିଛନ୍ତି ଏହି ଭାଇରସ ପ୍ରକୃତିରୁ ତିଆରି ହୋଇଛି ଆଉ କିଛି କହୁଛନ୍ତି ୨୦୧୯ ପୂର୍ବରୁ ଏହି ଭାଇରସ ଥିଲା। ଯାହାକୁ ନେଇ ଏବେ ସମସ୍ତେ ଦ୍ୱନ୍ଦ୍ୱରେ। ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ଏହାରି ଭିତରେ ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଟିମ୍ ଦାବି କରିଛନ୍ତି ଯେ କୋଭିଡ ପ୍ରକୃତିରୁ ଉତ୍ପତ୍ତି ହୋଇଛି। ଚାଇନାର ଉହାନ ଲାବୋରେଟୋରୀରୁ କୋଭିଡ-୧୯ ଲିକ୍ ହୋଇଥିବା ଯୁକ୍ତିକୁ ଖଣ୍ଡନ କରିଛି।

ଅଷ୍ଟ୍ରେଲିଆର ନୋବେଲ ବିଜେତା ପ୍ରଫେସର ପିଟର ଡୋହେର୍ଟିଙ୍କୁ ନେଇ ଏହି ଟିମ ତିଆରି ହୋଇଥିଲା। ଏଥିରେ ବ୍ରିଟେନ, ଆମେରିକା, ଚାଇନା, କାନାଡା, ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକ ମଧ୍ୟ ରହିଛନ୍ତି। ନିକଟରେ ଏହି ଅଧ୍ୟୟନ ଭିତ୍ତିକ ନିବନ୍ଧ ଏକ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି।

ଅଧ୍ୟୟନରେ ଦର୍ଶାଯାଇଛି ଯେ କରୋନା ଭାଇରସ ବହୁ ଦିନ ପୂର୍ବରୁ ରହିଥିଲା। ଏହା ମହାମାରୀର ସଙ୍କେତ ମଧ୍ୟ ଦେଇଥିଲା। କରୋନାର ବାୟଲୋଜିକାଲ ନମେଲକ୍ଲେଚର SARS-CoV-2। ଏହିଥିରୁ ମ୍ୟୁଟାଣ୍ଟ ହୋଇ ଦ୍ୱାରା କୋଭିଡ୍-୧୯ ବିକଶିତ ହୋଇଛି। ଏହା ହେଉଛି SARS-CoV-2ର ନବମ ମ୍ୟୁଟାଣ୍ଟ ଯାହା ମଣିଷକୁ ସଂକ୍ରମିତ କରେ। ଗତ ୨୦ ବର୍ଷ ମଧ୍ୟରେ ଏହା ମଧ୍ୟ ସପ୍ତମ ଭାରିଆଣ୍ଟ। ଅର୍ଥାତ୍ ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି କରୋନା ଡିସେମ୍ୱର ୨୦୧୯ରେ ନୁହେଁ ବରଂ 2000 ମସିହା ପୂର୍ବରୁ ବିକଶିତ ହୋଇଛି।

ତେଣୁ ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ SARS-CoV-2 ଥିବା କିମ୍ବା କୌଣସି ଭାଇରସ ଏହି ଲ୍ୟାବରୁ ଲିକ୍ ହୋଇଥିବାର ଯୁକ୍ତି ରଖୁନାହିଁ। ଯାହାକି ଚାଇନା ପାଇଁ ଆଶ୍ୱସ୍ତିକର ଦେଇଛି। କାରଣ ଆମେରିକା ସମେତ ଅନେକ ଦେଶ ଏବଂ ଚାଇନାର ଜଣେ ହୁଇସିଲ ବ୍ଲୋର ମଧ୍ୟ କହିଥିଲେ କୋଭିଡ ଉହାନରୁ ଲିକ୍ ହୋଇଛି।

The post କୋଭିଡ ପ୍ରକୃତିରୁ ତିଆରି ହୋଇଛି, ଉହାନ ଲ୍ୟାବରୁ ହୋଇନି: ବୈଜ୍ଞାନିକ appeared first on Odisha Reporter.

]]>
left top 2021-07-10 13:39:47 https://cdn.odishareporter.in/wp-content/uploads/2021/06/01111651/covid.jpg
ହାଣ୍ଡିଶାଳରେ ଅଛି ରୋଗ ପ୍ରତିରୋଧକ ଶକ୍ତି, ଏମ୍ସ ଭୁବନେଶ୍ୱର ଅଧ୍ୟୟନ ଦେଲା ରିପୋର୍ଟ https://odishareporter.in/science-environment/pakhala-boosts-immunity-aiims-bbsr-study-report-657301 Thu, 08 Jul 2021 11:49:03 +0000 https://odishareporter.in/?p=657301

ଭୁବନେଶ୍ୱର: କୋଭିଡ ଏକ ଥଣ୍ଡା ଜନିତ ସଂକ୍ରମଣ। କୋଭିଡର ପ୍ରାଥମିକ ଲକ୍ଷଣ ଥଣ୍ଡାରୁ ହୁଏ। ତେଣୁ ପ୍ରାୟତଃ ଏହି କୋଭିଡ ମହାମାରୀ ବେଳେ ଅନେକ ଥଣ୍ଡାଜାତୀୟ ଖାଦ୍ୟ ଖାଇବା ଛାଡ଼ି ଦେଇଛନ୍ତି। ବିଗତ ବର୍ଷେ ହେବ କୋଭିଡ ସଂକ୍ରମଣକୁ ମୁକାବିଲା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଏବଂ ଜଡିବୁଟିକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହାର କରୁଛନ୍ତି। ହେଲେ ଏମ୍ସ ଭୁବନେଶ୍ୱର ଏକ ଅଧ୍ୟୟନ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ପ୍ରତ୍ୟେକଟି […]

The post ହାଣ୍ଡିଶାଳରେ ଅଛି ରୋଗ ପ୍ରତିରୋଧକ ଶକ୍ତି, ଏମ୍ସ ଭୁବନେଶ୍ୱର ଅଧ୍ୟୟନ ଦେଲା ରିପୋର୍ଟ appeared first on Odisha Reporter.

]]>

ଭୁବନେଶ୍ୱର: କୋଭିଡ ଏକ ଥଣ୍ଡା ଜନିତ ସଂକ୍ରମଣ। କୋଭିଡର ପ୍ରାଥମିକ ଲକ୍ଷଣ ଥଣ୍ଡାରୁ ହୁଏ। ତେଣୁ ପ୍ରାୟତଃ ଏହି କୋଭିଡ ମହାମାରୀ ବେଳେ ଅନେକ ଥଣ୍ଡାଜାତୀୟ ଖାଦ୍ୟ ଖାଇବା ଛାଡ଼ି ଦେଇଛନ୍ତି। ବିଗତ ବର୍ଷେ ହେବ କୋଭିଡ ସଂକ୍ରମଣକୁ ମୁକାବିଲା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଏବଂ ଜଡିବୁଟିକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହାର କରୁଛନ୍ତି। ହେଲେ ଏମ୍ସ ଭୁବନେଶ୍ୱର ଏକ ଅଧ୍ୟୟନ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ପ୍ରତ୍ୟେକଟି ଓଡ଼ିଆଙ୍କ ହାଣ୍ଡିଶାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର କାରକ। ଏହି କାରକ ହେଉଛି ଓଡ଼ିଆଙ୍କ ପ୍ରାଣ କୁହାଯାଉଥିବା ପଖାଳ। ଅନେକ ଓଡ଼ିଆ ସକାଳୁ ସଂଧ୍ୟା ପଖାଳକୁ ନିଜ ଖାଇବାରେ ପସନ୍ଦ କରନ୍ତି। କିନ୍ତୁ କୋଭିଡ ବେଳେ ପଖାଳ ପ୍ରତି ରୁଚି ଥିଲେ ମଧ୍ୟ ସଂକ୍ରମଣର ଭୟାବହତା ପାଇଁ ପଖାଳ ଉପରୁ ମୁହଁ ବୁଲାଇଦେଇଛନ୍ତି।

ଅଧ୍ୟୟନରୁ ଜଣାପଡ଼ିଛି ଯେ ଚାଉଳରୁ ପ୍ରସ୍ତୁତ ହୁଏ ଭାତ। ରାତିରେ ଏହି ଭାତରେ ପାଣି ମିଶିବା ପରେ ତହିଁ ପରଦିନକୁ ପଖାଳରେ ପରିଣତ ହୁଏ। ଆଉ ଏହି ସମୟରେ ପାଣି ଏବଂ ଭାତର ମିଶ୍ରଣରେ ଅନେକ ଅଣୁଜୀବ ତିଆରି ହୁଏ। ଯେଉଁଥିରେ କି ଅନେକ ପ୍ରକାର କାର୍ବୋହାଇଡ୍ରେଟସ ତିଆରି ହୁଏ। ଯାହାକି ସର୍ଟ ଚେନ୍ ଫାଟି ଏସିଡ (ଏସସିଏଫଏ) ତିଆରି କରେ। ଯାହାକୁ ସାଧାରଣରେ ଆମେ ତୋରାଣି କହୁ। ଏମ୍ସ ଭୁବନେଶ୍ୱରର ବାୟୋକେମିଷ୍ଟ୍ରି ବିଭାଗର ମୁଖ୍ୟ ବଳମୁରୁଗାନ ରାମଦାସ ଏହି ଗବେଷଣା କରିଛନ୍ତି। ୨୦୧୯ପାଖରୁ ସେ ଏହାକୁ ନେଇ ଗବେଷଣା କରୁଥିବା କହିଛନ୍ତି।

ସେ କହିଛନ୍ତି ଯେ ପଖାଳକୁ ନେଇ ତିଆରି ହୋଇଥିବା ଗବେଷଣା ଅନୁଯାୟୀ ଏଥିରେ ପୁଷ୍ଟିକର ତତ୍ତ୍ୱ ରହିଛି। ଏହା ମଣିଷର ଶରୀର ପାଇଁ ଲାଭଦାୟକ। ଏହାର ପ୍ରଭାବ ସୀମିତ ରହିଛି। ପାଖାପାଖି ୨୦ଟି ପରିବାରରୁ ସଂଗୃହୀତ “ପଖାଳ ବା ତୋରାଣି” ନମୁନାରୁ ଏହା ମିଳିଛି। ସେ କହିଛନ୍ତି ଯେ ତୋରାଣିରେ ଥିବା ଏସସିଏଫଏ ଅଣୁଗୁଡ଼ିକର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ତୋରାଣିରେ ଉପସ୍ଥିତ ଥିବା ଲାକ୍ଟୋବାସିସିଲସ୍ ଇମ୍ୟୁନୋ ଗ୍ଲୋବୁଲିନକୁ ଇନ୍ଧନ ଯୋଗାଏ। ଯାହା ସ୍ଥାନୀୟ ସଂକ୍ରମଣ, ବିଶେଷକରି ଫୁସଫୁସ ଏବଂ ଅନ୍ତଃନଳୀରେ ଲଢ଼େଇରେ ମୁକାବିଲା କରିବାରେ ସହଯୋଗ କରେ। ଏଥିରେ ଆଣ୍ଟି-ଭାଇରାଲର ତତ୍ତ୍ୱ ରହିଛି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ପଖାଳର ତୋରାଣିରେ ଭୃଣର ବୃଦ୍ଧି ଉପରେ ପ୍ରଭାବ ପକାଇପାରେ ଏବଂ ଗର୍ଭଧାରଣ ଫଳାଫଳକୁ ଉନ୍ନତ କରିପାରେ। ଏହା ଗୋଟିଏ ଗର୍ଭବତୀ ଏବଂ ନୂଆ କରି ମା’ ହୋଇଥିବା ବ୍ୟକ୍ତିର ଶୀରରକୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥାଏ। ପାଣି ଜନିତ ପୁଷ୍ଟିହୀନତାକୁ ରୋକିବାରେ ତୋରାଣି ସାହାଯ୍ୟ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

The post ହାଣ୍ଡିଶାଳରେ ଅଛି ରୋଗ ପ୍ରତିରୋଧକ ଶକ୍ତି, ଏମ୍ସ ଭୁବନେଶ୍ୱର ଅଧ୍ୟୟନ ଦେଲା ରିପୋର୍ଟ appeared first on Odisha Reporter.

]]>
left top, odia health tips 2021-07-08 17:44:57 https://cdn.odishareporter.in/wp-content/uploads/2021/07/08171456/PAKHALA-1.jpg
ନଟ୍ ବୋଲ୍ଟ ବିକଶିତ କଲେ ଓଡ଼ିଆ ଛାତ୍ରଛାତ୍ରୀ, ଖୁବ୍‌ଶୀଘ୍ର ଯିବ ମହାକାଶ https://odishareporter.in/science-environment/odia-students-devlop-nutbolt-it-will-go-to-space-652236 Sat, 19 Jun 2021 04:31:36 +0000 https://odishareporter.in/?p=652236

ଭୁବନେଶ୍ୱର (କପିଳେନ୍ଦ୍ର ପ୍ରଧାନ): ‘ ନାପସାଟ୍’ ରୋଭର ତିଆରି କରି ଖୁବ୍ ପ୍ରଶଂସିତ ହୋଇଥିବା ରାଜ୍ୟର ‘ୟଙ୍ଗ ଟିଙ୍କର ଏକାଡେମୀ’ର ଛାତ୍ରଛାତ୍ରୀ କରିଛନ୍ତି ଆଉ ଏକ କମାଲ। ସେମାନଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟ ମହାକାଶକୁ ଯିବ। ମହାକାଶରେ ଏସବୁ ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତା’ର ପରୀକ୍ଷା ହେବ। ନାସା ପକ୍ଷରୁ ଆୟୋଜିତ କ୍ୟୁବ୍‌ସ ଇନ୍ ସ୍ପେସ୍ ପ୍ରତିଯୋଗିତାରେ ୭୩ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିଛନ୍ତି […]

The post ନଟ୍ ବୋଲ୍ଟ ବିକଶିତ କଲେ ଓଡ଼ିଆ ଛାତ୍ରଛାତ୍ରୀ, ଖୁବ୍‌ଶୀଘ୍ର ଯିବ ମହାକାଶ appeared first on Odisha Reporter.

]]>

ଭୁବନେଶ୍ୱର (କପିଳେନ୍ଦ୍ର ପ୍ରଧାନ): ‘ ନାପସାଟ୍’ ରୋଭର ତିଆରି କରି ଖୁବ୍ ପ୍ରଶଂସିତ ହୋଇଥିବା ରାଜ୍ୟର ‘ୟଙ୍ଗ ଟିଙ୍କର ଏକାଡେମୀ’ର ଛାତ୍ରଛାତ୍ରୀ କରିଛନ୍ତି ଆଉ ଏକ କମାଲ। ସେମାନଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟ ମହାକାଶକୁ ଯିବ। ମହାକାଶରେ ଏସବୁ ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତା’ର ପରୀକ୍ଷା ହେବ।

ନାସା ପକ୍ଷରୁ ଆୟୋଜିତ କ୍ୟୁବ୍‌ସ ଇନ୍ ସ୍ପେସ୍ ପ୍ରତିଯୋଗିତାରେ ୭୩ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିଛନ୍ତି ଏହି ଓଡ଼ିଆ ଛାତ୍ରଛାତ୍ରୀ। ଜୁନ୍ ୨୪ରେ ନାସା ପକ୍ଷରୁ ମହାକାଶକୁ ପ୍ରେରଣ ହେବାକୁ ଥିବା ରକେଟ୍ ଏସ୍ଆର୍-୭ ଜରିଆରେ ମହାକାଶକୁ ଯିବ ସେମାନଙ୍କ ଏକ୍ସପେରିମେଣ୍ଟ।

ଏକାଡେମୀର ୭ ଜଣିଆ ଟିମ୍‌ ୪ଟି ଭିନ୍ନ ଭିନ୍ନ ଧାତୁ (ଏଆଇଏସ୍ଆଇ ୩୦୪ ଷ୍ଟେନ୍‌ଲେସ୍‌ ଷ୍ଟିଲ, ଏଆଇଏସ୍ଆଇ ୩୧୬ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌, ଏ୨୮୬ ସୁପରଆଲୟ ଓ ଇନ୍‌କଲେନ୍‌ ୭୧୮ ସୁପରଆଲୟ)ରେ ପ୍ରସ୍ତୁତ କରିଛନ୍ତି ଏହି ନଟ୍ ବୋଲ୍ଟ।  ଏସବୁ ଧାତୁର ଚୟନ ସହ ସେଗୁଡ଼ିକର ବିକାଶ ପାଇଁ ୩ ମାସ କାଳ ଦିନ ରାତି ଏକ କରିବାକୁ ପଡ଼ିଥିଲା ଏହି କିଶୋର ବୈଜ୍ଞାନିକଙ୍କୁ।

ନାସା ଦ୍ୱାରା ମହାକାଶ ମିଶନ ପାଇଁ ସେମାନଙ୍କର ଏହି ଏକ୍ସପେରିମେଣ୍ଟ ଚୟନ ହେବାପରେ ଟିମ୍‌ ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନସରେ। ଏଥିରୁ ସେମାନଙ୍କୁ ମହାକାଶ ଗବେଷଣା ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି ଟିମ୍‌ର ଦୁଇ କିଶୋର ବୈଜ୍ଞାନିକ ଦୀପାୟନ ଜେନା ଓ ଶ୍ରୀୟା।

ଓଡ଼ିଶାର ଏହି କିଶୋର ବୈଜ୍ଞାନିକଙ୍କ ପ୍ରକଳ୍ପ ବିକାଶରେ ସବୁ ପ୍ରକାର ସହାୟତା କରିଥିଲେ ୟଙ୍ଗ୍ ଟିଙ୍କର୍ ଏକାଡେମୀର ୪ ଜଣିଆ ମେଣ୍ଟର ଟିମ୍। ଏପରିକି ମହାକାଶ ପୃଷ୍ଠରୁ ଏହି ନଟ୍ ବୋଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ସେମାନେ ବିକାଶ କରିଛନ୍ତି ଏକ କ୍ୟୁବ୍‌ ସାଇଜ୍ ସାଟେଲାଇଟ୍- YT ସାଟେଲାଇଟ୍। ମହାକାଶରେ ନଟ୍ ବୋଲ୍ଟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ୟଙ୍ଗ୍ ଟିଙ୍କର୍ ଟିମ୍‌କୁ ପଠାଇବ YT ସାଟେଲାଇଟ୍। ଏହି ଏକ୍ସପେରିମେଣ୍ଟରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ଭବିଷ୍ୟତରେ ମହାକାଶ କାର୍ଯ୍ୟକ୍ରମରେ ଉପଯୁକ୍ତ ଫାଷ୍ଟନରକୁ ବ୍ୟବହାର କରାଯାଇପାରିବ ବୋଲି ଆଶା ରଖିଛନ୍ତି ମେଣ୍ଟର ସୁନୀଲ ପ୍ରଧାନ।

ସ୍ପେସ୍ ମିଶନର ଛୋଟ ଛୋଟ ଉପକରଣକୁ ପରୀକ୍ଷା କରାଇ ଭବିଷ୍ୟତର ସ୍ପେସ୍ ମିଶନକୁ ଅଧିକ ଭଲ କରାଯାଇପାରିବ ବୋଲି କହିଛନ୍ତି ୟଙ୍ଗ୍ ଟିଙ୍କର ଏକାଡେମୀ ସିଇଓ ତଥା ମେଣ୍ଟର ଅନୀଲ ପ୍ରଧାନ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଏପ୍ରିଲ ମାସରେ ୟଙ୍ଗ୍ ଟିଙ୍କର୍ ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ରୋଭୋର୍ ନାସାର ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର୍ ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଥିଲା

 

The post ନଟ୍ ବୋଲ୍ଟ ବିକଶିତ କଲେ ଓଡ଼ିଆ ଛାତ୍ରଛାତ୍ରୀ, ଖୁବ୍‌ଶୀଘ୍ର ଯିବ ମହାକାଶ appeared first on Odisha Reporter.

]]>
NASA, right bottom 2021-06-19 13:18:25 https://cdn.odishareporter.in/wp-content/uploads/2021/06/19095727/youn-tinker-team.jpg
କମ ଦାମରେ ଆୟୁର୍ବେଦର କୋଭିଡ ଚିକିତ୍ସା, କେନ୍ଦ୍ରର ହଁ’କୁ ଅପେକ୍ଷା https://odishareporter.in/science-environment/countrys-first-anti-microbial-roll-on-for-treatment-of-covid-launched-651397 Wed, 16 Jun 2021 11:37:52 +0000 https://odishareporter.in/?p=651397

ବେଙ୍ଗାଲୁରୁ: ଆୟୁର୍ବେଦ ଏବଂ ଆଧୁନିକ ଜ୍ଞାନ କୌଶଳର ମିଳିତ ଉଦ୍ୟମରେ ଏକ ରୋଲ୍ ଅନ୍ (ଲିକ୍ୟୁଡ୍ ବାମ) ତିଆରି ହୋଇଛି। ଏହି ରୋଲ୍ ଅନର କ୍ଲିନିକାଲ ଟ୍ରାଏଲ ୯୯.୯୯୯ ପ୍ରତିଶତ ସଫଳତା ରହିଛି। ଏହା କର୍ଣ୍ଣାଟକର ଆୟୁଷ ବିଭାଗର ଅନୁମତି କ୍ରମେ ତିଆରି ହୋଇଛି। ଯଦି କେନ୍ଦ୍ର ସରକାର ଏହାକୁ ଅନୁମତି ଦେବେ ତାହେଲ କୋଭିଡ ଚିକିତ୍ସାରେ ଏକ ବଡ଼ ସଞ୍ଜିବନୀ ଲୋକଙ୍କୁ ମିଳିବ ବୋଲି ଆଶା କରାଯାଉଛି। ରାଜ୍ୟର ନୂତନ ଲାବ (ଏକ ଆୟୁର୍ବେଦିକ ଷ୍ଟାର୍ଟ […]

The post କମ ଦାମରେ ଆୟୁର୍ବେଦର କୋଭିଡ ଚିକିତ୍ସା, କେନ୍ଦ୍ରର ହଁ’କୁ ଅପେକ୍ଷା appeared first on Odisha Reporter.

]]>

ବେଙ୍ଗାଲୁରୁ: ଆୟୁର୍ବେଦ ଏବଂ ଆଧୁନିକ ଜ୍ଞାନ କୌଶଳର ମିଳିତ ଉଦ୍ୟମରେ ଏକ ରୋଲ୍ ଅନ୍ (ଲିକ୍ୟୁଡ୍ ବାମ) ତିଆରି ହୋଇଛି। ଏହି ରୋଲ୍ ଅନର କ୍ଲିନିକାଲ ଟ୍ରାଏଲ ୯୯.୯୯୯ ପ୍ରତିଶତ ସଫଳତା ରହିଛି। ଏହା କର୍ଣ୍ଣାଟକର ଆୟୁଷ ବିଭାଗର ଅନୁମତି କ୍ରମେ ତିଆରି ହୋଇଛି। ଯଦି କେନ୍ଦ୍ର ସରକାର ଏହାକୁ ଅନୁମତି ଦେବେ ତାହେଲ କୋଭିଡ ଚିକିତ୍ସାରେ ଏକ ବଡ଼ ସଞ୍ଜିବନୀ ଲୋକଙ୍କୁ ମିଳିବ ବୋଲି ଆଶା କରାଯାଉଛି।

ରାଜ୍ୟର ନୂତନ ଲାବ (ଏକ ଆୟୁର୍ବେଦିକ ଷ୍ଟାର୍ଟ ଅପ୍ କମ୍ପାନୀ) ଏବଂ ଆଇଆଇଏସସି ବେଙ୍ଗାଲୁରୁର ମିଳିତ ଉଦ୍ୟମରେ ତିଆରି ହୋଇଛି ‘କୋଭିରକ୍ଷ’। ଏହି ରୋଲ୍ ଅନ୍ ଜଣେ ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟବହାର କରିପାରିବ, ସଂକ୍ରମିତ ହୋଇଥିଲେ ମଧ୍ୟ ବ୍ୟବହାର କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହି କୋଭିରକ୍ଷାକୁ କୋଭିଡରେ ସଂକ୍ରମିତ ହୋଇନଥିବା ୧୦ ହଜାର ଲୋକଙ୍କ କ୍ଷେତ୍ରରେ ପରୀକ୍ଷା କରାଯାଇଥିଲା। ଏହି ରୋଲ୍ ଅନକୁ ଲଗାଇବା ପରେ ଗବେଷଣା ରିପୋର୍ଟରେ କୁହାଯାଇଛି ଏହା ନିଃଶ୍ୱାସ ପ୍ରଶ୍ୱାସ ସମସ୍ୟାକୁ ଦୂର କରେ, ଗଳା ଏବଂ କାଶ ସମସ୍ୟାକୁ ଦୂର କରିବା ସହିତ ଶରୀରରେ ଅକ୍ସିଜେନର ସନ୍ତୁଳନ ରକ୍ଷା କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ କହିଛି ଏବେ ଏହି ରୋଲ୍ ଅନ ତିଆରି କରିବାକୁ କମ୍ପାନୀ ପ୍ରସ୍ତୁତ ଅଛି। ଅପେକ୍ଷା କେନ୍ଦ୍ରର ଅନୁମତିକୁ। ବଜାରରେ ଏବେ ଏହି ୧୦ ମିଲିମିଟର ରୋଲ ଅନର ଦାମ ୧୮ ପ୍ରତିଶତ ଜିଏସଟି ସହିତ ୩୦୦ରୁ ୩୫୦ ଟଙ୍କା ରହିବ। ଯଦି ଏହା ଅଧିକରୁ ଅଧିକ ଉତ୍ପାଦନ ହେବ ତାହେଲେ ଏହାର ଦାମ ୨୦ରୁ ୩୦ ପ୍ରତିଶତ କମିଯିବ। ଅର୍ଥାତ୍ ଏହାର ଦାମ ୨୦୦ ଟଙ୍କାକୁ ଖସି ଆସିବ।

ନୂତନ ଲାବ କହିଛି ଏହି କୋଭିରକ୍ଷ ରୋଲ୍ ଅନରେ କୋଭିଡର ସମସ୍ତ ପ୍ରକାର ଭେରିଆଣ୍ଟ ବିରୋଧରେ ଲଢ଼େଇ କରିପାରିବାର ଦକ୍ଷତା ରହିଛି। ଏହା କୋଭିଡ ସହିତ ବ୍ଲାକ ଫଙ୍ଗସରୁ ମଧ୍ୟ ଦୂରେଇ ରଖିପାରିବ। ଯଦି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବେ ତାହେଲେ ଏହାକୁ ଗାଁରୁ ଗ୍ଲୋବ ସବୁଠି ଉପଲବ୍ଧ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କହିଛି। ଯଦି କେନ୍ଦ୍ର ସରକାର ଏହି ରୋଲ ଅନକୁ ଅନୁମତି ଦେବ ତାହେଲେ କୋଭିଡ ଚିକିତ୍ସାରେ ଦୁନିଆର ପ୍ରଥମ ରୋଲ୍ ଅନ୍ ହେବ।

The post କମ ଦାମରେ ଆୟୁର୍ବେଦର କୋଭିଡ ଚିକିତ୍ସା, କେନ୍ଦ୍ରର ହଁ’କୁ ଅପେକ୍ଷା appeared first on Odisha Reporter.

]]>
left bottom 2021-06-16 17:07:52 https://cdn.odishareporter.in/wp-content/uploads/2021/06/16165400/COVIRAKSHA.jpg
ନେଚର ରିପୋର୍ଟ: କୋଭିଡ-୧୯ର ଉତ୍ପତ୍ତି ପରୀକ୍ଷାଗାରରୁ, ପ୍ରକୃତିରୁ ନୁହେଁ https://odishareporter.in/science-environment/nature-examines-arguments-that-the-coronavirus-sars-cov-2-escaped-from-a-lab-in-china-and-the-science-behind-them-650019 Fri, 11 Jun 2021 02:44:51 +0000 https://odishareporter.in/?p=650019

ନୂଆଦିଲ୍ଲୀ: କରୋନା ପରୀକ୍ଷାଗାରରୁ ତିଆରି ହୋଇଛି ନା ପ୍ରକୃତିରୁ? ଏ  ନେଇ ବିଭିନ୍ନ ଗବେଷକ ନିଜ ନିଜର ମତାମତ ରଖୁଛନ୍ତି। ଏହାରି ଭିତରେ ଅନ୍ତର୍ଜାତୀୟ ଜର୍ଣ୍ଣାଲ ନେଚର ପ୍ରକାଶ କରିଛି କରୋନାକୁ ନେଇ କିଛି ତଥ୍ୟ, ଯାହା ବେଜିଂରୁ କାଠଗଡ଼ାରେ ଛିଡା କରି ଦେଇଛି। ଆମେରିକା ସମେତ ଅନେକ ଦେଶ ଏହି କରୋନା ମହାମାରୀ ଚାଇନାର ଉହାନ ଲ୍ୟାବରୁ ତିଆରି ହୋଇଛି ବୋଲି ଦାବି କରୁଛନ୍ତି। ହେଲେ ଚାଇନା ଏହାକୁ ଖାରଜ କରି ଆସୁଛି। ଏହା ବାଦୁଡିରୁ […]

The post ନେଚର ରିପୋର୍ଟ: କୋଭିଡ-୧୯ର ଉତ୍ପତ୍ତି ପରୀକ୍ଷାଗାରରୁ, ପ୍ରକୃତିରୁ ନୁହେଁ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ପରୀକ୍ଷାଗାରରୁ ତିଆରି ହୋଇଛି ନା ପ୍ରକୃତିରୁ? ଏ  ନେଇ ବିଭିନ୍ନ ଗବେଷକ ନିଜ ନିଜର ମତାମତ ରଖୁଛନ୍ତି। ଏହାରି ଭିତରେ ଅନ୍ତର୍ଜାତୀୟ ଜର୍ଣ୍ଣାଲ ନେଚର ପ୍ରକାଶ କରିଛି କରୋନାକୁ ନେଇ କିଛି ତଥ୍ୟ, ଯାହା ବେଜିଂରୁ କାଠଗଡ଼ାରେ ଛିଡା କରି ଦେଇଛି। ଆମେରିକା ସମେତ ଅନେକ ଦେଶ ଏହି କରୋନା ମହାମାରୀ ଚାଇନାର ଉହାନ ଲ୍ୟାବରୁ ତିଆରି ହୋଇଛି ବୋଲି ଦାବି କରୁଛନ୍ତି। ହେଲେ ଚାଇନା ଏହାକୁ ଖାରଜ କରି ଆସୁଛି। ଏହା ବାଦୁଡିରୁ ସଂକ୍ରମିତ ହୋଇଛି ବୋଲି ବେଜିଂ ଦାବି କରୁଛି। ତେବେ ନେଚରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଭାଇରସକୁ ମଣିଷଙ୍କ ମଧ୍ୟରେ ସଂକ୍ରମଣ କରାଇବା ପାଇଁ ବିଶେଷ ରୂପରେ ତିଆରି କରାଯାଇ ଥାଇପାରେ। ତେଣୁ ନେଚର ଦାବି କରିଛି ଏହି ଭାଇରସ ଚାଇନାର ଲ୍ୟାବରୁ ତିଆରି ହୋଇଛି। ଏହା ପଛରେ ବିଜ୍ଞାନର ଏକ ଭୂମିକା ରହିଛି।

ଏହି ରିପୋର୍ଟରେ କୁହାଯାଇଛି କରୋନା ସଂକ୍ରମଣର ଅନେକ କିଛି ଗୁଣ ବା ଫିଚର ଅସାମାନ୍ୟ ରହିଛି। ଏହି ଭାଇରସର ଜେନେଟିକ ସିକ୍ୟୁଏନ୍ସି ସିଗନାଲିଂର ଏକ ଫିଚର ରହିଛି। ତେଣୁ ଏହି ଭାଇରସ ମାନବ ଦ୍ୱାରା ତିଆରି ହୋଇଛି ବୋଲି ଆଶଙ୍କା କରିଛି ଏହି ଅନ୍ତର୍ଜାତୀୟ ଜର୍ଣ୍ଣାଲ।

ଏଥିରେ କୋଷ ମଧ୍ୟରେ ପ୍ରୋଟିନ୍ ଗୁଡିକ ନିର୍ଦ୍ଦେଶିତ ହୋଇପାରେ। କିନ୍ତୁ ସାଧାରଣତଃ ଏହି ପ୍ରକାର ଭାଇରସରେ ମିଳୁଥିବା ପ୍ରୋଟିନ ଗୁଡ଼ିକର କେଉଁଠାରୁ ସଂକ୍ରମିତ ହୋଇଛି ତାର ପ୍ରମାଣ ରହୁନି। ତେଣୁ ଏହାକୁ ମାନବ ଦ୍ୱାରା ହିଁ ବହୁତ କୌଶଳର ସହ ତିଆରି କରାଯାଇଛି ବୋଲି ଆଶଙ୍କା କରାଯାଉଛି। ଏହି ଭାଇରସ ଦ୍ରୁତ ଗତିରେ ଅନ୍ୟ ଜଣଙ୍କୁ ବ୍ୟାପୁଛି। ହେଲେ କାହା ପାଖରୁ ବ୍ୟାପୁଛି ତାର ପ୍ରମାଣ ରହୁନି। ସେହିପରି ଏହି ଭାଇରସର ଫୁରିନ୍ କ୍ଲିଭିଜ୍ ସାଇଟ୍ ମଧ୍ୟ ମଣିଷ ଦ୍ୱାରା ତିଆରି ହୋଇଥିବା କୁହାଯାଉଛି। କାଲିଫର୍ଣ୍ଣିଆ ସ୍ଥିତ ଭାଇରୋଲୋଜିଷ୍ଟ ଆଣ୍ଡର୍ସେନ କହିଛନ୍ତି, ଫୁରିନ କ୍ଲିଭେଜ ସାଇଟ ହେଉଛି ଏପରି ଏକ ଫିଚର ଯାହାକି ମଣିଷ ଶରୀରରେ ସଂକ୍ରମଣ ପାଇଁ ଦାୟୀ କରାଯାଇପାରେ। ଏହି ଫୁରିନ୍ ସାଇଟ କରୋନାର ସ୍ପାଇକ୍ ପ୍ରୋଟିନରେ ରହିଛି।

ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସାଇଟ୍ ପୂର୍ବରୁ କରୋନାରେ ଦେଖାଯାଇଥିଲା, କିନ୍ତୁ କୋଭିଡ -19 ରେ ସେହି ସମସ୍ତ ଫିଚର ଏକାଠି ଦେଖାଯାଉଛି ଯାହାକି ସଂକ୍ରମଣକୁ ଅଧିକ ବଳ ଯୋଗାଉଛି। ତେଣୁ ଏହା କେବେ ସଂଯୋଗ ବୋଲି କହିହେବନି। ଭାଇରସରେ ଥିବା ନ୍ୟୁକ୍ଲିଓଟାଇଡ୍ସରେ ମଧ୍ୟ ଅନେକ ସଂଯୋଗ ଏହିପରି ରହିଥିବା ଜଣାପଡ଼ିଛି।

ତେବେ ଏହି ଭାଇରସ ପ୍ରକୃତିରୁ ତିଆରି ହୋଇଥିବାର ସେମିତି କୌଣସି ଠୋସ୍ ପ୍ରମାଣ ନାହିଁ। ଏହି ଭାଇରସର ଜିନୋମ ବାଦୁଡି ସହିତ ଲିଙ୍କ ରହିଛି। କାରଣ ଉଭୟଙ୍କ ଜିନୋମ ୯୬% ସମାନ ରହିଛି। ଯଦି ଏହା ବାଦୁଡିରୁ ମଣିଷକୁ ଆସିଛି। ତେଣୁ ବୈଜ୍ଞାନିକମାନେ ଏହାକୁ ପ୍ରକୃତିରୁ ଆସିଛି ବୋଲି କହୁଛନ୍ତି। ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ବାଦୁଡିରୁ ଅନ୍ୟ ଏକ ଜୀବଜନ୍ତୁକୁ ଏହି ସଂକ୍ରମଣ ବ୍ୟାପିଛି ପରେ ମଣିଷ ପାଖକୁ ଏହି ଭାଇରସ ବ୍ୟାପିଛି। ଯଦି ଏହା ସତ ତାହେଲେ ଏପର୍ଯ୍ୟନ୍ତ ୮୦ ହଜାର ସନ୍ଦିଗ୍ଧ ପ୍ରାଣୀଙ୍କର ଜିନୋମ ପରୀକ୍ଷା କରାଯାଇଛି। କିନ୍ତୁ ବାଦୁଡିରୁ କେଉଁ ପ୍ରାଣୀ ପାଖକୁ ବ୍ୟାପିଛି ତାହା ଜଣାପଡ଼ିନାହିଁ। ତେଣୁ ଏହି ଭାଇରସ ପ୍ରକୃତିରୁ ଉତ୍ପତ୍ତି ଦାବିକୁ ଗ୍ରହଣ କରାଯାଇପାରିବନି ବୋଲି ଅନ୍ତର୍ଜାତୀୟ ଜର୍ଣ୍ଣାଲ ନେଚରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

The post ନେଚର ରିପୋର୍ଟ: କୋଭିଡ-୧୯ର ଉତ୍ପତ୍ତି ପରୀକ୍ଷାଗାରରୁ, ପ୍ରକୃତିରୁ ନୁହେଁ appeared first on Odisha Reporter.

]]>
left bottom 2021-06-11 11:54:22 https://cdn.odishareporter.in/wp-content/uploads/2021/05/31155103/Wuhan.jpg
ସାର୍ସକୋଭ-୨ର ଅଣଜେଜେକୁ ଖୋଜିଲେ ଭାରତୀୟ ବୈଜ୍ଞାନିକ https://odishareporter.in/science-environment/great-grandfather-of-sarscov-2-found-649861 Thu, 10 Jun 2021 09:46:57 +0000 https://odishareporter.in/?p=649861

ନୂଆଦିଲ୍ଲୀ: କରୋନା ଭାଇରସ ବଂଶରୁ ସୃଷ୍ଟି ହୋଇଛି SARSCoV-2। ତେବେ ଏହି SARSCoV-2 ନିର୍ଦ୍ଦିଷ୍ଟ ଭାବେ କାହାଠାରୁ ଉତ୍ପତ୍ତି ହୋଇଛି କାହାରିକୁ ଜଣାନାହିଁ। ଯଦି ଜଣାପଡ଼ିଥାନ୍ତା ତାହେଲେ ପ୍ରଥମେ କିଏ ସଂକ୍ରମିତ ହୋଇଛି ଜଣାପଡ଼ିଥାନ୍ତା। ଜାନୁଆରୀରେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହି ସାରିଛି ପ୍ରଥମେ କିଏ ସଂକ୍ରମିତ ହୋଇଛି ଖୋଜିବା କଷ୍ଟକର। ଖୋଜିବା ଅସମ୍ଭବ ମଧ୍ୟ। ଏବେ କିନ୍ତୁ ଭାରତର ଜଣେ ମଲିକୁଲାର ମହାମାରୀ ବୈଜ୍ଞାନିକ କହିଛନ୍ତି କରୋନାର ପୂର୍ବଜକୁ ଜାଣିବା ପାଇଁ ଆଉ ଏକ […]

The post ସାର୍ସକୋଭ-୨ର ଅଣଜେଜେକୁ ଖୋଜିଲେ ଭାରତୀୟ ବୈଜ୍ଞାନିକ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ଭାଇରସ ବଂଶରୁ ସୃଷ୍ଟି ହୋଇଛି SARSCoV-2। ତେବେ ଏହି SARSCoV-2 ନିର୍ଦ୍ଦିଷ୍ଟ ଭାବେ କାହାଠାରୁ ଉତ୍ପତ୍ତି ହୋଇଛି କାହାରିକୁ ଜଣାନାହିଁ। ଯଦି ଜଣାପଡ଼ିଥାନ୍ତା ତାହେଲେ ପ୍ରଥମେ କିଏ ସଂକ୍ରମିତ ହୋଇଛି ଜଣାପଡ଼ିଥାନ୍ତା। ଜାନୁଆରୀରେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହି ସାରିଛି ପ୍ରଥମେ କିଏ ସଂକ୍ରମିତ ହୋଇଛି ଖୋଜିବା କଷ୍ଟକର। ଖୋଜିବା ଅସମ୍ଭବ ମଧ୍ୟ।

ଏବେ କିନ୍ତୁ ଭାରତର ଜଣେ ମଲିକୁଲାର ମହାମାରୀ ବୈଜ୍ଞାନିକ କହିଛନ୍ତି କରୋନାର ପୂର୍ବଜକୁ ଜାଣିବା ପାଇଁ ଆଉ ଏକ ଉପାୟ ଅଛି। ଯାହାକୁ ପ୍ରୋଜେନିଟର ଜିନୋମ କୁହନ୍ତି। ଏହି ପ୍ରୋଜେନିଟର ଜିନୋମ ଅକ୍ଟୋବର ୨୦୧୯ରେ ପ୍ରଥମେ ଦେଖାଦେଇଥିଲା ଏବଂ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରହିଥିଲା। ଏହି ଜିନୋମ ସାର୍ସକୋଭ-୨ ଭୂତାଣୁରେ ମଧ୍ୟ ରହିଥିବା ଜଣାପଡ଼ିଛି। ଏହାକୁ ସାର୍ସକୋଭ-୨ର ବାପାର ବାପାର ବାପା ବା ଅଣଜେଜେ।

ପ୍ରୋଜେନିଟର ଜିନୋମ ହେଉଛି କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ମିଳିଥିବା ଏକ ଜିନୋମ, ଯାହା ଅନ୍ୟ ଏକ ଲୋକଙ୍କ ନିକଟକୁ ସଂକ୍ରମିତ ହୋଇଥାଏ। ଟେମ୍ପୁଲ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଫର ପ୍ରୋଜିନେଟର ଏବଂ ଇଭୋଲ୍ୟୁସନାରୀ ମେଡିସିନର ନିର୍ଦ୍ଦେଶକ ଡକ୍ଟର ସୁଧୀର କୁମାର କହିଛନ୍ତି, ‘୨୪ ଡିସେମ୍ବର ୨୦୧୯ ପରେ ସମସ୍ତେ ସାର୍ସର ନୂଆ ଷ୍ଟ୍ରେନ୍ ବିଷୟରେ ଜାଣିବାକୁ ପାଇଥିଲେ। ହେଲେ ପ୍ରଥମେ କେଉଁ ଷ୍ଟ୍ରେନ ଆସିଛି ଜଣାପଡ଼ିନି। ୨୪ ଡିସେମ୍ୱର ୨୦୧୯ରେ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା।

ଡକ୍ଟର ସୁଧୀର କହିଛନ୍ତି, ଅକ୍ଟୋବର ୨୦୧୯ ପୂର୍ବରୁ କିମ୍ବା ପରେ ଏହି ଭାଇରସର ପ୍ରୋଜେନିଟର ଉତ୍ପତ୍ତି ହୋଇଥିଲା। କରୋନାର ପ୍ରଥମ ସଂକ୍ରମଣ ଚିହ୍ନଟ ହେବାର ଦୁଇ ମାସ ପୂର୍ବରୁ ରେଫରେନ୍ସ ଜିନୋମ ସିକ୍ୟୁଏନ୍ସିକୁ ବ୍ୟାପକ ଭାବରେ ପରୀକ୍ଷା ନିରୀକ୍ଷା କରାଯାଇଛି। କିନ୍ତୁ ଏଯାବତ ପ୍ରୋଜେନିଟରର ମୃତ୍ୟୁ ହୋଇ ନାହିଁ। ଏହି ପ୍ରୋଜେନିଟର ଏପର୍ଯ୍ୟନ୍ତ ଘୂରି ବୁଲୁଛି। ଜାନୁଆରୀ ୨୦୨୦ରେ ଏହି ପ୍ରୋଜେନିଟର ପ୍ରଥମେ ଚାଇନାରେ ଦେଖାଦେଇଥିଲା। ପରେ ମାର୍ଚ୍ଚ ୨୦୨୦ରେ ଆମେରିକାରେ ଦେଖାଦେଇଥିଲା ବୋଲି ଜଣାପଡ଼ିଛି।

ପ୍ରୋଜେନିଟର ବିସ୍ତାର ପାଇଁ କୌଣସି ମ୍ୟୁଟେସନର ଆବଶ୍ୟକତା ନାହିଁ। ଏହା ଆପେ ଆପେ ବ୍ୟାପିଯାଏ। SARS-CoV-2 ହେଉଛି ଏହି ପ୍ରୋଜେନିଟର ଭୂତାଣୁର ଅଣନାତି। ଯାହା ତିନୋଟି ପୂର୍ବ ପିଢ଼ି। ଏବେ ଡକ୍ଟର ସୁଧୀର କୁମାର ଏବଂ ତାଙ୍କ ଟିମ୍ ମ୍ୟୁଟେସନ୍ ଅର୍ଡର ଆନାଲିସିସ୍ ନାମକ ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯାହାକି ଟ୍ୟୁମରରେ ମ୍ୟୁଟେସନ ବେଲେ ଅଧ୍ୟୟନ କରାଯାଏ। ଏହି ଅଧ୍ୟୟନ ଅକ୍ସଫୋର୍ଡ ଏକାଡେମିକ୍ ଜର୍ଣ୍ଣାଲ ମଲିକୁଲାର ବାୟୋଲୋଜି ଏବଂ ଇଭୋଲ୍ୟୁସନରେ ପ୍ରକାଶିତ ହୋଇଛି।

The post ସାର୍ସକୋଭ-୨ର ଅଣଜେଜେକୁ ଖୋଜିଲେ ଭାରତୀୟ ବୈଜ୍ଞାନିକ appeared first on Odisha Reporter.

]]>
coronavirus, left bottom 2021-06-11 07:40:53 https://cdn.odishareporter.in/wp-content/uploads/2021/06/05163829/Corona-3.jpg
ବ୍ଲାକ ଫଙ୍ଗସ ପାଇଁ ବଟିକା ତିଆରି କଲା ଆଇଆଇଟି ହାଇଦ୍ରାବାଦ https://odishareporter.in/science-environment/iit-hyderabad-develops-oral-amphotericin-b-to-treat-black-fungus-647412 Mon, 31 May 2021 08:06:59 +0000 https://odishareporter.in/?p=647412

ହାଇଦ୍ରାବାଦ: କରୋନା ମହାମାରୀ ପରେ ବ୍ଲାକ ଫଙ୍ଗସ ସମସ୍ତଙ୍କ ଟେନସନ ବଢ଼ାଇଛି। ଏହି ରୋଗର ନିରାକରଣ ପାଇଁ ଆଇଆଇଟି ହାଇଦ୍ରାବାଦର ଗେବେଷକ ମାନେ ଏକ ଟାବଲେଟ ବା ବଟିକା (Nanofibrous AMB) ତିଆରି କରିଛନ୍ତି। ଏହି ଟାବଲେଟ ତିଆରରି ଟେକ୍ନୋଲଜିକୁ ସରକାରକୁ ହସ୍ତାନ୍ତର କରିବା ପାଇଁ ଆଇଆଇଟି ହାଇଦ୍ରାବାଦ ନିଷ୍ପତ୍ତି ନେଇଛି। ବ୍ଲାକ ଫଙ୍ଗସ ରୋଗୀଙ୍କୁ ଦିଆଯାଉଥିବା ଆମ୍ଫୋଟେରିସିନ୍ ବି ନାମକ ଇଞ୍ଜେକସନର ଏହା ଟାବଲେଟ ବୋଲି କୁହାଯାଉଛି। ଆଇଆଇଟି ପକ୍ଷରୁ କୁହାଯାଇଛି ଏହି ନାନୋଫାଇବର୍ସ ଏଏମବି […]

The post ବ୍ଲାକ ଫଙ୍ଗସ ପାଇଁ ବଟିକା ତିଆରି କଲା ଆଇଆଇଟି ହାଇଦ୍ରାବାଦ appeared first on Odisha Reporter.

]]>

ହାଇଦ୍ରାବାଦ: କରୋନା ମହାମାରୀ ପରେ ବ୍ଲାକ ଫଙ୍ଗସ ସମସ୍ତଙ୍କ ଟେନସନ ବଢ଼ାଇଛି। ଏହି ରୋଗର ନିରାକରଣ ପାଇଁ ଆଇଆଇଟି ହାଇଦ୍ରାବାଦର ଗେବେଷକ ମାନେ ଏକ ଟାବଲେଟ ବା ବଟିକା (Nanofibrous AMB) ତିଆରି କରିଛନ୍ତି। ଏହି ଟାବଲେଟ ତିଆରରି ଟେକ୍ନୋଲଜିକୁ ସରକାରକୁ ହସ୍ତାନ୍ତର କରିବା ପାଇଁ ଆଇଆଇଟି ହାଇଦ୍ରାବାଦ ନିଷ୍ପତ୍ତି ନେଇଛି। ବ୍ଲାକ ଫଙ୍ଗସ ରୋଗୀଙ୍କୁ ଦିଆଯାଉଥିବା ଆମ୍ଫୋଟେରିସିନ୍ ବି ନାମକ ଇଞ୍ଜେକସନର ଏହା ଟାବଲେଟ ବୋଲି କୁହାଯାଉଛି।

ଆଇଆଇଟି ପକ୍ଷରୁ କୁହାଯାଇଛି ଏହି ନାନୋଫାଇବର୍ସ ଏଏମବି ଔଷଧ ୬୦ ମିଲିଗ୍ରାମର। ଜଣେ ଆକ୍ରାନ୍ତ ଏହି ଟାବଲେଟକୁ ଖାଇବା ପରେ ଶରୀରରେ ଧୀରେ ଧୀରେ କିଡ଼ନୀ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ବ୍ଲାକ ଫଙ୍ଗସର ପ୍ରଭାବ କମିଯାଏ। ଏହି ଟାବଲେଟର ଦାମ ୨୦୦ ଟଙ୍କା ରହିଥିବା ସୂଚନା ରହିଛି।

କେମିକାଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ପ୍ରଫେସର ସପ୍ତାର୍ଷୀ ମଜୁମଦାର ଏବଂ ଡକ୍ଚର ଚନ୍ଦ୍ରଶେଖର ଶର୍ମା କହିଛନ୍ତି ଏହି ଔଷଧ କଳାଜ୍ୱର, ଅନ୍ୟାନ୍ୟ ଭାଇରାଲ ଏବଂ କବକ ରୋଗ କ୍ଷେତ୍ରରେ ପ୍ରଭାବୀ। ୨୦୧୯ ପାଖରୁ ଏହି ଔଷଧ ଉପରେ ଅଧ୍ୟୟନ ଚାଲିଥିଲା ବୋଲି ଉଭୟ କହିଛନ୍ତି।

ଡକ୍ଟର ଶର୍ମା କହିଛନ୍ତି,  ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ଔଷଧ ଉପରେ ଗବେଷଣା କରାଯାଇଥିଲା। ଗୋଟିଏ ବଡ଼ ଫାର୍ମା କମ୍ପାନୀକୁ ଯଦି ଏହି ଔଷଧ ତିଆରିର କୌଶଳ ମିଳିବ ତାହେଲେ ଅଧିକରୁ ଅଧିକ ଏହି ଟାବଲେଟ ତିଆରି ହୋଇପାରିବ। ଏହି ଟାବଲେଟକୁ ନେଇ ସେମିତି କୌଣସି ନିୟମ ନାହିଁ। ଯିଏ ସଫଳ ଭାବରେ ଏହି ଔଷଧକୁ ତିଆରି କରିବ ସେ ଏହି ଟାବଲେଟର ପ୍ୟାଟର୍ଣ୍ଣ ନେଇପାରିବ ବୋଲି ଆଇଆଇଟି ହାଇଦ୍ରାବାଦ କହିଛି।

ସୂଚନାଯୋଗ୍ୟ, କରୋନାରୁ ଆରୋଗ୍ୟ ହେବା ପରେ ବା ପୋଷ୍ଟ କୋଭିଡ ବେଳେ ଅଧିକାଂଶ ଏବେ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି। ଅତ୍ୟଧିକ ଷ୍ଟିରଏଡ ଯୁକ୍ତ ଔଷଧ ଏବଂ ଆଣ୍ଟି ବାୟୋଟିକ ଖାଇଲେ କିମ୍ୱା ହସ୍ପିଟାଲରେ ପରିଷ୍କାର ପରିଛନ୍ନତା ନଥିଲେ ଏହି ବ୍ଲାକ ଫଙ୍ଗସ ଜଣେ ବ୍ୟକ୍ତିଙ୍କ ଶରୀରକୁ ପ୍ରଭାବିତ କରୁଛି।

The post ବ୍ଲାକ ଫଙ୍ଗସ ପାଇଁ ବଟିକା ତିଆରି କଲା ଆଇଆଇଟି ହାଇଦ୍ରାବାଦ appeared first on Odisha Reporter.

]]>
Black Fungus, left bottom 2021-05-31 17:35:21 https://cdn.odishareporter.in/wp-content/uploads/2021/05/31134015/amb.jpg
ଆସନ୍ତାକାଲି ଓଡ଼ିଶା ସମେତ ୨୦ଟି ସହରରେ ଦେଖାଦେବ ଚନ୍ଦ୍ର ଗ୍ରହଣ https://odishareporter.in/nation-world/india/lunar-eclipse-on-may-26-these-indian-cities-will-see-celestial-phenomenon-645856 Tue, 25 May 2021 09:40:27 +0000 https://odishareporter.in/?p=645856

ନୂଆଦିଲ୍ଲୀ: ବାତ୍ୟା ଭିତରେ ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏଥର ଚନ୍ଦ୍ର ଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖିପାରିବେ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ । ବିଶେଷ କରି ଆଣ୍ଡାମାନ ନିକୋବର ଦୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଂଚଳରେ ଚନ୍ଦ୍ର ଗ୍ରହଣ ଦେଖାଦେବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୧୫ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଅପରାହ୍ନ ୪ଟା ୫୮ମିନିଟ୍‌ରେ ଚନ୍ଦ୍ର […]

The post ଆସନ୍ତାକାଲି ଓଡ଼ିଶା ସମେତ ୨୦ଟି ସହରରେ ଦେଖାଦେବ ଚନ୍ଦ୍ର ଗ୍ରହଣ appeared first on Odisha Reporter.

]]>

ନୂଆଦିଲ୍ଲୀ: ବାତ୍ୟା ଭିତରେ ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏଥର ଚନ୍ଦ୍ର ଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖିପାରିବେ । ତେବେ ଭାରତରେ ଚନ୍ଦ୍ର ଗ୍ରହଣ ଆଂଶିକ ଦୃଶ୍ୟମାନ ହେବ । ବିଶେଷ କରି ଆଣ୍ଡାମାନ ନିକୋବର ଦୀପ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଉପକୂଳ ଅଂଚଳରେ ଚନ୍ଦ୍ର ଗ୍ରହଣ ଦେଖାଦେବ ।

ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୧୫ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଅପରାହ୍ନ ୪ଟା ୫୮ମିନିଟ୍‌ରେ ଚନ୍ଦ୍ର ଗ୍ରହଣର ପୂରା ପ୍ରକ୍ରିୟା ଶେଷ ହେଉଥିବା ବେଳେ ସନ୍ଧ୍ୟା ୬ଟା ୨୩ମି ଯାଏ ଏହା ଆଂଶିକ ଭାବେ ଦୃଶ୍ୟମାନ ହେବ ।

ଭାରତର ଅଗରତାଲା, ଆଇଜଲ, କୋଲକାତା, ଚେରାପୁଂଜି, କୁଚ୍‌ବିହାର, ଡାଇମଣ୍ଡ ହାରବର, ଦିଘା, ଗୌହାଟି, ଇମ୍ଫାଲ, ଇଟାନଗର, କୋହିମା, ଲମଡିଙ୍ଗ, ମାଲଦା, ଉତ୍ତର ଲକ୍ଷ୍ମୀପୁର, ପାରାଦି, ପାଶିଘାଟ, ପୋର୍ଟ ବ୍ଲେଅର, ଶିଲଙ୍ଗ, ଶିବ ସାଗର, ସିଲଚର ଏବଂ ପୁରୀରେ ଚନ୍ଦ୍ର ଗ୍ରହଣକୁ ଲୋକେ ଦେଖିପାରିବେ ।

ନାସାର ସୂଚନା ଅନୁସାରେ ଆମେରିକା, କାନାଡା, ମେକ୍ସିକୋ, ସେଣ୍ଟ୍ରାଲ ଆମେରିକା ଏବଂ ଇକ୍ୱେଡର, ପଶ୍ଚିମ ପେରୁ, ଦକ୍ଷିଶ ଚିଲି ଏବଂ ଆର୍ଜେଣ୍ଟିନାରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

ଆସନ୍ତାକାଲିର ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ସମ୍ପର୍ଣ୍ଣ ଭାବେ ପୃଥୀବିର ଛାଇରେ ଲୁଚି ଯିବ । ଏହି ସମୟରେ ଚନ୍ଦ୍ର ସାମାନ୍ୟ ଦିନଠାରୁ ଅଧିକ ବଡ ଏବଂ ଉଜ୍ୱଳ ଦେଖାଯିବ । ଆସନ୍ତାକାଲି ଚନ୍ଦ୍ର ଗ୍ରହଣର ଆଉ ଏକ ବିଶେଷତ୍ୱ ହେଉଛି, ଆକାଶରେ ଲାଲ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ । ତେଣୁ ଏହାକୁ ଲାଲ ଚନ୍ଦ୍ର ବା ବ୍ଲଡ ମୁନ୍ ବୋଲି କୁହାଯାଏ । ବୈଜ୍ଞାନିକଙ୍କ ମତ ଅନୁସାରେ ସୂର୍ଯ୍ୟ, ପୃଥୀବି ଓ ଚନ୍ଦ୍ର ଏକ ସରଳ ରେଖାରେ ଅବସ୍ଥାପିତ ହେଲେ ଆକାଶରେ ଏଭଳି ବ୍ଲଡ ମୁନ୍ ଦେଖାଯାଇଥାଏ ।

ଭାରତରେ ଆଗାମୀ ଚନ୍ଦ୍ର ଗ୍ରହଣ ଚଳିତ ବର୍ଷ ନଭେମ୍ବର ୧୯ ତାରିଖରେ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।

The post ଆସନ୍ତାକାଲି ଓଡ଼ିଶା ସମେତ ୨୦ଟି ସହରରେ ଦେଖାଦେବ ଚନ୍ଦ୍ର ଗ୍ରହଣ appeared first on Odisha Reporter.

]]>
Blood Moon, left bottom, Lunar Eclipse 2021-05-25 18:39:12 https://cdn.odishareporter.in/wp-content/uploads/2021/05/25150952/blood-moon.jpg
୨୬ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦୃଶ୍ୟମାନ ହେବ ସୁପରମୁନ୍ https://odishareporter.in/science-environment/super-blood-moon-to-be-seen-on-may-26-after-first-lunar-eclipse1-645297 Sun, 23 May 2021 08:00:08 +0000 https://odishareporter.in/?p=645297

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ରେ ସଂଗଠିତ ହେବ ବିରଳ ମହାଜାଗତିକ ଘଟଣା। ୨୬ ତାରିଖରେ ଏକକାଳୀନ ସୁପରମୁନ୍, ଲାଲଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। ୨୦୨୧ ମସିହାର ଏହା ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଅର୍ଥାତ୍ ୨୬ ତାରିଖରେ ହେବାକୁ ଯାଉଛି। ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହା ପୃଥିବୀର ଅନେକ ଦେଶରେ ଦୃଶ୍ୟମାନ ହେବ। ଏହା ମଧ୍ୟ ୨୦୨୧ ମସିହାର ଶେଷ ସୁପରମୁନ୍ ଦୃଶ୍ୟମାନ ହେବ। ଏହି […]

The post ୨୬ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦୃଶ୍ୟମାନ ହେବ ସୁପରମୁନ୍ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୬ରେ ସଂଗଠିତ ହେବ ବିରଳ ମହାଜାଗତିକ ଘଟଣା। ୨୬ ତାରିଖରେ ଏକକାଳୀନ ସୁପରମୁନ୍, ଲାଲଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। ୨୦୨୧ ମସିହାର ଏହା ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଅର୍ଥାତ୍ ୨୬ ତାରିଖରେ ହେବାକୁ ଯାଉଛି। ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହା ପୃଥିବୀର ଅନେକ ଦେଶରେ ଦୃଶ୍ୟମାନ ହେବ। ଏହା ମଧ୍ୟ ୨୦୨୧ ମସିହାର ଶେଷ ସୁପରମୁନ୍ ଦୃଶ୍ୟମାନ ହେବ। ଏହି ସମୟରେ ଚନ୍ଦ୍ର ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ।

ସଂଯୋଗ ବଶତଃ ସେହି ଦିନ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ସେହିଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ଣ ୩ଟା ୧୪ ମିନିଟରେ ପ୍ରବେଶ କରିବ ଏବଂ ସଂଧ୍ୟା ୬ଟା ୨୨ରେ ଛାୟାରୁ ସଂପୂର୍ଣ୍ଣ ବାହାରିଯିବ। ଚନ୍ଦ୍ର ଛାୟା ଭିତରେ ଥିବା ବେଳେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ। କିନ୍ତୁ ସେ ସମୟରେ ଭାରତ ତଥା ଓଡ଼ିଶାରେ ଦିନ ହୋଇଥିବ ଏବଂ ଏଠାରେ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଚନ୍ଦ୍ରଗ୍ରହଣ ଦେଖିହେବନାହିଁ।

ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଥିବା ବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରୁଛି। ଯେତେବେଳେ ଏହି ତିନୋଟି ପିଣ୍ଡ ଗୋଟିଏ ସରଳରେଖାରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ, ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗ ଧାରଣ କରିଥାଏ। ଗତ ଏପ୍ରିଲ ୨୬ରେ ଦେଖାଦେଇଥିଲା ୨୦୨୧ ମସିହାର ପ୍ରଥମ ସୁପରମୁନ୍।

The post ୨୬ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦୃଶ୍ୟମାନ ହେବ ସୁପରମୁନ୍ appeared first on Odisha Reporter.

]]>
centre bottom 2021-05-23 13:43:47 https://cdn.odishareporter.in/wp-content/uploads/2021/05/23132836/chandra-grahan.jpg
Covid Alert: ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହର ଆସିବ କହିଲେ ବିଶେଷଜ୍ଞ https://odishareporter.in/science-environment/covid-third-wave-will-come-to-india-within-6-to-8-month-said-professor-bidyasagar-644666 Thu, 20 May 2021 14:25:19 +0000 https://odishareporter.in/?p=644666

ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ଜୋରଦାର କରିବାକୁ ହେବ। ନହେଲେ ହାତ ପାହାନ୍ତାରେ ଆସିବାକୁ ଥିବା ତୃତୀୟ ଲହର ଦେଶକୁ ଆହୁରି ବିପଦ ମୁହାଁ ନେଇଯିବ। ଏବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଛି। ଆଉ ୬-୮  ମାସ ମଧ୍ୟରେ ତୃତୀୟ ଲହର ଭାରତରେ ଆସିଯିବ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ କରୋନାକୁ ରୋକିବା ପାଇଁ ଜାରି ରହିଥିବା ବିଭିନ୍ନ ନିୟମ ଉପରେ କୋହଳ ନକରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍ ବିଦ୍ୟାସାଗର। […]

The post Covid Alert: ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହର ଆସିବ କହିଲେ ବିଶେଷଜ୍ଞ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ଜୋରଦାର କରିବାକୁ ହେବ। ନହେଲେ ହାତ ପାହାନ୍ତାରେ ଆସିବାକୁ ଥିବା ତୃତୀୟ ଲହର ଦେଶକୁ ଆହୁରି ବିପଦ ମୁହାଁ ନେଇଯିବ। ଏବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଛି। ଆଉ ୬-୮  ମାସ ମଧ୍ୟରେ ତୃତୀୟ ଲହର ଭାରତରେ ଆସିଯିବ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ କରୋନାକୁ ରୋକିବା ପାଇଁ ଜାରି ରହିଥିବା ବିଭିନ୍ନ ନିୟମ ଉପରେ କୋହଳ ନକରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍ ବିଦ୍ୟାସାଗର। ଭାଇରସ କେବେ ଆସିବ ଆଉ ଏହାର ବେଗ କିଭଳି ରହିବ ଏ ନେଇ ଏକ ଫର୍ମୁଲା ମଡେଲ ରହିଛି। ଏହି ଫର୍ମୁଲା ମଡେଲ ସହ ଜଡ଼ିତ ଅଛନ୍ତି ଏହି ପ୍ରଫେସର।

ବୁଧବାର ଏମ୍ ବିଦ୍ୟାସାଗର ଚେତାବନୀ ଦେଇ କହିଛନ୍ତି ଯେ ଯଦି ଦେଶରେ ଟିକାକରଣ ଅଭିଯାନ ଜୋରଦାର ନହୁଏ ଏବଂ କରୋନା ନିୟମାବଳୀ ଠିକ୍ ଭାବରେ ପାଳନ ନହୁଏ, ତେବେ ଆସନ୍ତା ୬ ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ। ଗଣିତ ଉପରେ ଆଧାରିତ ଏହି ମଡେଲ କୌଣସି ଲହର ବାବଦରେ ଯଦିଓ ସୂଚନା ଦିଏ ନାହିଁ ହେଲେ ଖୁବଶୀଘ୍ର ତୃତୀୟ ଲହର ଜୁନ୍ ମଧ୍ୟ ଭାଗ ବେଳକୁ ଆସିଯିବ ବୋଲି ଆକଳନ କରାଯାଉଛି। ଏବେ ବି ତୃତୀୟ ଲହର କେବେ ଆସିବ ଏହା ସ୍ପଷ୍ଟ ସୂଚନା ହୋଇନଥିଲେ ମଧ୍ୟ ଆଶଙ୍କା କରାଯାଉଛି ବୋଲି ବିଶେଷଜ୍ଞ କହିଛନ୍ତି।

ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର ଆହୁରି କହିଛନ୍ତି ଯେ ଯଦି ଆଣ୍ଟିବଡି ଶେଷ ହୋଇଯାଏ, ତେବେ ରୋଗ ପ୍ରତିରୋଧ ସମ୍ଭାବନା ହ୍ରାସ ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ଟିକାକରଣ ଜୋରଦାର ହେବା ଉଚିତ। ଆଉ ଭାଇରସ କିଭଳି ବିସ୍ତାର ନକରିବ ସେଥିପ୍ରତି ନିୟମ ପାଳନ କରାଯିବା ଉଚିତ। ଯଦି ତାହା ନହୁଏ, ତୃତୀୟ ଲହର ଛଅରୁ ଆଠ ମାସ ମଧ୍ୟରେ ଆସି ଆହୁରି ବିପର୍ଯ୍ୟୟ କରିପାରେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନଙ୍କ ସମେତ ଅନେକ ବିଶେଷଜ୍ଞ କହିଛନ୍ତି ଯେ କରୋନାର ତୃତୀୟ ଲହର ଆସିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣ ଜୋରଦାର ହେବା ଆବଶ୍ୟକ।

ସୂଚନାଯୋଗ୍ୟ, ବିଶେଷଜ୍ଞମାନେ କହିଛନ୍ତି ଯେ ତୃତୀୟ ଲହର ବେଳେ ଛୋଟ ପିଲାମାନେ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି। ଏହା ପୂର୍ବରୁ ଅନେକ ଦେଶ କରୋନାର ତୃତୀୟ ଲହର ସହିତ ସଂଘର୍ଷ କରୁଛନ୍ତି। କେତେକ ପାଶ୍ଚାତ୍ୟ ଦେଶରେ ଚତୁର୍ଥ ଲହର କଥା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଭାରତରେ ତୃତୀୟ ଲହର ଆସିବା ଏକ ପ୍ରକାର ସ୍ପଷ୍ଟ ।

The post Covid Alert: ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହର ଆସିବ କହିଲେ ବିଶେଷଜ୍ଞ appeared first on Odisha Reporter.

]]>
left top 2021-05-21 09:49:11 https://cdn.odishareporter.in/wp-content/uploads/2020/12/13120630/covid-death.jpg
ଅଧିକ ସମୟ କାମ କରୁଛନ୍ତି କି? ଷ୍ଟ୍ରୋକରେ ଯାଇପାରେ ଜୀବନ https://odishareporter.in/nation-world/india/long-working-hours-are-a-killer-643785 Mon, 17 May 2021 06:37:03 +0000 https://odishareporter.in/?p=643785

ନୂଆଦିଲ୍ଲୀ: ଅଧିକ ସମୟ ଧରି କାମ କରୁଥିବା ହଜାର ହଜାର ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି। ମହାମାରୀ କରୋନା ସମୟରେ ଏହି ଟ୍ରେଣ୍ଡ ଆହୁରି ଘାତକ ହେବାର ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ଜୀବନ କେମିତି ଯାଉଛି, ତା’ ଉପରେ ସର୍ଭେ କରାଯାଇଥିଲା। ଏହାର ରିପୋର୍ଟ journal Environment Internationalରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ମଧ୍ୟରୁ […]

The post ଅଧିକ ସମୟ କାମ କରୁଛନ୍ତି କି? ଷ୍ଟ୍ରୋକରେ ଯାଇପାରେ ଜୀବନ appeared first on Odisha Reporter.

]]>

ନୂଆଦିଲ୍ଲୀ: ଅଧିକ ସମୟ ଧରି କାମ କରୁଥିବା ହଜାର ହଜାର ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି। ମହାମାରୀ କରୋନା ସମୟରେ ଏହି ଟ୍ରେଣ୍ଡ ଆହୁରି ଘାତକ ହେବାର ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ଜୀବନ କେମିତି ଯାଉଛି, ତା’ ଉପରେ ସର୍ଭେ କରାଯାଇଥିଲା।

ଏହାର ରିପୋର୍ଟ journal Environment Internationalରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ମଧ୍ୟରୁ ୭,୪୫,୦୦୦ ଜଣ ୨୦୧୬ରେ ପ୍ରାଣ ହରାଇଛନ୍ତି। ଏହି ଲୋକମାନେ ଷ୍ଟ୍ରୋକ ଓ ହାର୍ଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଛନ୍ତି। ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ୩୦% ବଢ଼ିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେଇରା କହିଛନ୍ତି, ସପ୍ତାହକୁ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କଲେ, ଏହା ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପକାଇଥାଏ। ସର୍ଭେରୁ ମିଳିଥିବା ତଥ୍ୟ ବି ସମାନ କଥା କହିଛି। ତେଣୁ ଏହାକୁ ରୋକିବା ଓ କର୍ମଚାରୀଙ୍କ ସୁରକ୍ଷା ଦିଗରେ ଅଧିକ ତ୍ୱରିତ ପଦକ୍ଷେପ ନେବାକୁ ଆମେ ସମସ୍ତଙ୍କ ଆଗରେ ଏହି ତଥ୍ୟ ଉପସ୍ଥାନ କରୁଛୁ ବୋଲି ସେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ମିଳିତ ଭାବେ ପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି ଯେ ଅଧିକ କାମ କରି ପ୍ରାଣ ହରାଇଥିବା ପ୍ରାୟ ୭୨% ହେଉଛି ପୁରୁଷ, ମଧ୍ୟମ ବୟସ୍କ ଓ ଅତ୍ୟନ୍ତ ବୟସ୍କ। ଅତ୍ୟଧିକ କାମ କରୁଥିଲେ ସଙ୍ଗେସଙ୍ଗେ ମୃତ୍ୟୁ ହୁଏ ନାହିଁ। ଏହାର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଉପରେ ୧୦ ବର୍ଷ ପରେ ମଧ୍ୟ ଦେଖିବାକୁ ମିଳୁଛି। ଦକ୍ଷିଣ-ପୂର୍ବ ଓ ୱେଷ୍ଟର୍ଣ୍ଣ ଫ୍ୟାସିଫିକ ରିଜନରେ ଥିବା ଚାଇନା, ଜାପାନ ଓ ଅଷ୍ଟ୍ରେଲିଆରେ ଏହାର ପ୍ରଭାବ ଅଧିକ ରହିଛି।

ସର୍ଭେ ବେଳେ ୧୯୪ଟି ଦେଶରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ସପ୍ତାହକୁ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ କାମ କରୁଥିବା ଲୋକଙ୍କ କ୍ଷେତ୍ରରେ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ୩୫% ରହିଛି। ସେହିପରି ୩୫ରୁ ୪୦ ଘଣ୍ଟା କାମ କରୁଥିବା ଲୋକଙ୍କ ଅପେକ୍ଷା ୫୫ ଘଣ୍ଟା କାମ କରୁଥିବା ଲୋକଙ୍କ କ୍ଷେତ୍ରରେ ୧୭% ହୃଦଜନିତ ରୋଗ ଦେଖିବାକୁ ମିଳୁଛି।

ସର୍ଭେ ସଂସ୍ଥା ପକ୍ଷରୁ ୨୦୦୦ରୁ ୨୦୧୬ ମସିହା ଯାଏ ତଥ୍ୟକୁ ସାମିଲ କରାଯାଇଛି। ତେଣୁ କୋଭିଡ୍‌ ଅଧିକ ସମୟ କାମ କରୁଥିବା ଲୋକଙ୍କ ଉପରେ କି ପ୍ରଭାବ ପକାଉଛି, ତା’ର ତଥ୍ୟ ସାର୍ବଜନୀନ କରାଯାଇନାହିଁ। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମହାମାରୀ ଯୋଗୁ ଅର୍ଥନୀତି ତଳକୁ ଖସିଛି।

ଏଥିରେ ସୁଧାର ଆଣିବା ପାଇଁ ଲୋକଙ୍କ ୱାର୍କିଂ ସମୟକୁ ବୃଦ୍ଧି କରାଯାଇଛି। ତେଣୁ ଷ୍ଟ୍ରୋକ ଓ ହାର୍ଟ ରୋଗ ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି।

The post ଅଧିକ ସମୟ କାମ କରୁଛନ୍ତି କି? ଷ୍ଟ୍ରୋକରେ ଯାଇପାରେ ଜୀବନ appeared first on Odisha Reporter.

]]>
left bottom, odia health tips 2021-05-17 15:40:08 https://cdn.odishareporter.in/wp-content/uploads/2021/05/17120608/Working.jpg
ଶରୀରରେ ଗୋବର ଲେପିଲେ କରୋନା ସଂକ୍ରମଣରୁ ବର୍ତ୍ତି ହେବ, ସତ କ’ଣ? https://odishareporter.in/science-environment/people-take-cow-dung-therapy-believing-it-will-boost-immunity-against-covid-19-642836 Thu, 13 May 2021 05:48:17 +0000 https://odishareporter.in/?p=642836

ନୂଆଦିଲ୍ଲୀ: କରୋନା କୋପରୁ ବର୍ତ୍ତିବା ପାଇଁ ସମସ୍ତେ ଏବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଅନେକ ଲୋକ ଚେରମୂଳି ପାଖରୁ ଆରମ୍ଭ କରି ଉଷୁମ ପାଣି ୨୪ ଘଣ୍ଟା ପିଉଛନ୍ତି ନିରୋଗ ରହିବା ପାଇଁ। ଏହାରି ଭିତରେ ଏକ ଖବର ଆସିଛି ଯେଉଁଠି ଲୋକମାନେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଶରୀରରେ ଗୋବର ଲେପି ହେଉଛନ୍ତି। ଏଭଳି ହେଲେ ରୋଗ ପ୍ରତିରୋଧକ […]

The post ଶରୀରରେ ଗୋବର ଲେପିଲେ କରୋନା ସଂକ୍ରମଣରୁ ବର୍ତ୍ତି ହେବ, ସତ କ’ଣ? appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା କୋପରୁ ବର୍ତ୍ତିବା ପାଇଁ ସମସ୍ତେ ଏବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଅନେକ ଲୋକ ଚେରମୂଳି ପାଖରୁ ଆରମ୍ଭ କରି ଉଷୁମ ପାଣି ୨୪ ଘଣ୍ଟା ପିଉଛନ୍ତି ନିରୋଗ ରହିବା ପାଇଁ। ଏହାରି ଭିତରେ ଏକ ଖବର ଆସିଛି ଯେଉଁଠି ଲୋକମାନେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଶରୀରରେ ଗୋବର ଲେପି ହେଉଛନ୍ତି।

ଏଭଳି ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ଏହି ଲୋକମାନେ ବିଶ୍ୱାସ ରଖିଛନ୍ତି। ଗୁଜରାଟର ଅହମଦାବାଦରେ ଥିବା ସ୍ୱାମୀନାରାୟଣ ଗୁରୁକୁଳ ବିଶ୍ୱବିଦ୍ୟା ପ୍ରତିଷ୍ଠାନ ଗୌଶାଳରେ ଅନେକ ଲୋକ ଏଭଳି କରୁଥିବା ଦେଖିବାକୁ ମିଳିଛି। ଯାହାକି ସୋଶାଲ ମିଡିଆ ଏବଂ ଅନ୍ତର୍ଜାତୀୟ ମିଡିଆ ରୟଟର୍ସରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ହେଲେ ଏପରି କେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବାର କୋଣସି ପ୍ରମାଣ ନାହିଁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଗୋବରକୁ ଶରୀରରେ ବୋଳିବା ଦ୍ୱାରା ଫଙ୍ଗସ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଯାହାକୁ ବ୍ଲାକ୍ ଫଙ୍ଗସ ବୋଲି କୁହାଯାଉଛି।

ଗତ କିଛି ଦିନ ହେବ ଅହମ୍ମଦାବାଦରେ ପ୍ରତିଦିନ ୧୦ ରି ୧୨ ଜଣ ଏହି ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଏବେ ଏହି ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ଅଲଗା ବ୍ୟବସ୍ଥା କରିଛି। ଡାକ୍ତରଙ୍କ କହିବାନୁସାରେ, ଯେଉଁମାନେ ପୂର୍ବରୁ ଡାଇବେଟିସ ଭଳି ରୋଗରେ ଆକ୍ରାନ୍ତ ଥିବେ ସେମାନେ ଏହି ବ୍ଲାକ ଫଙ୍ଗସ ଦ୍ୱାରା ଶୀଘ୍ର ସଂକ୍ରମିତ ହେଉଛନ୍ତି। ଅହମ୍ମଦାବାଦ ବ୍ୟତୀତ ଏହି ଫଙ୍ଗସ ଓଡିଶା, ଦିଲ୍ଲୀ, ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଏହି ସଂକ୍ରମଣର ଗୋଟିଏ କାରଣ ମଧ୍ୟ ଏହା ଯେ କୋଭିଡ ସଂକ୍ରମଣ ସମୟରେ ଅଧିକ ଷ୍ଟିରଏଡ ଔଷଧ ଲୋକମାନେ ଖାଉଛନ୍ତି। ଯାହାକି ଡାଇବେଟିସକୁ ଅଧିକ ବଢ଼ାଉଛି।

ବିଶେଷଜ୍ଞ କହିଛନ୍ତି, ଏହି ଫଙ୍ଗସ୍ ବାୟୁ ଏବଂ ସ୍ଥଳଭାଗରେ ରହିଛି। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଏହା ସଂକ୍ରମିତ ହୋଇଥାଏ। କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ରେସପିରେଟରୀ ବିଭାଗର ମୁଖ୍ୟ ଡାକ୍ତର ସୂର୍ଯ୍ୟକାନ୍ତ ସ୍ପଷ୍ଟ କରିଛନ୍ତି ଯେ ଏହି ଫଙ୍ଗସ୍ ପ୍ରଥମେ ନାକ ଦେଇ ଶରୀରକୁ ପ୍ରବେଶ କରିଥାଏ ଏବଂ ପରେ ଫୁସଫୁସ ଜରିଆରେ ମସ୍ତିଷ୍କରେ ପହଞ୍ଚେ।

The post ଶରୀରରେ ଗୋବର ଲେପିଲେ କରୋନା ସଂକ୍ରମଣରୁ ବର୍ତ୍ତି ହେବ, ସତ କ’ଣ? appeared first on Odisha Reporter.

]]>
left bottom, OR Special 2021-05-13 15:08:20 https://cdn.odishareporter.in/wp-content/uploads/2021/05/13111543/cow-dung-therapy.jpg
‘କରୋନା ଭାଇରସକୁ ତିଆରି କରିବାକୁ ୨୦୧୫ରୁ ଚିନ୍ତା କରିଥିଲା ଚାଲବାଜ ଚାଇନା’ https://odishareporter.in/science-environment/chinese-scientists-discussed-weaponising-coronavirus-in-2015-report-642096 Mon, 10 May 2021 05:15:15 +0000 https://odishareporter.in/?p=642096

ବେଜିଂ: କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ଚାଇନା ବିଭିନ୍ନ ଦେଶର ଟାର୍ଗେଟରେ ଥିବା ବେଳେ ଏବେ ଆଉ ଏକ ବିବାଦରେ ଫସିଛି। ଅଷ୍ଟ୍ରେଲିଆ ମିଡିଆରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଏବେ ଅନ୍ତର୍ଜାତୀୟ ମିଡିଆରେ ଚାଲବାଜ ଚାଇନା ବିଷୋଦଗାରର ଶିକାର ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଚାଇନା ତୃତୀୟ ବିଶ୍ୱଯୁଦ୍ଧ ଭାବରେ କରୋନା ଭାଇରସକୁ ଜୈବିକ ଅସ୍ତ୍ର କରିଛି। ଆଉ ଚାଇନାର ନର ରୂପୀ ରାକ୍ଷସ ବୈଜ୍ଞାନିକ ଏଥିପାଇଁ ୨୦୧୫ରୁ ପ୍ରସ୍ତୁତି ଚଳାଉଥିଲେ। ଯଦିଓ କରୋନା […]

The post ‘କରୋନା ଭାଇରସକୁ ତିଆରି କରିବାକୁ ୨୦୧୫ରୁ ଚିନ୍ତା କରିଥିଲା ଚାଲବାଜ ଚାଇନା’ appeared first on Odisha Reporter.

]]>

ବେଜିଂ: କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ଚାଇନା ବିଭିନ୍ନ ଦେଶର ଟାର୍ଗେଟରେ ଥିବା ବେଳେ ଏବେ ଆଉ ଏକ ବିବାଦରେ ଫସିଛି। ଅଷ୍ଟ୍ରେଲିଆ ମିଡିଆରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଏବେ ଅନ୍ତର୍ଜାତୀୟ ମିଡିଆରେ ଚାଲବାଜ ଚାଇନା ବିଷୋଦଗାରର ଶିକାର ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଚାଇନା ତୃତୀୟ ବିଶ୍ୱଯୁଦ୍ଧ ଭାବରେ କରୋନା ଭାଇରସକୁ ଜୈବିକ ଅସ୍ତ୍ର କରିଛି। ଆଉ ଚାଇନାର ନର ରୂପୀ ରାକ୍ଷସ ବୈଜ୍ଞାନିକ ଏଥିପାଇଁ ୨୦୧୫ରୁ ପ୍ରସ୍ତୁତି ଚଳାଉଥିଲେ। ଯଦିଓ କରୋନା ଭାଇରସକୁ ନେଇ ବିଭିନ୍ନ ଦେଶ ଚାଇନା ସହିତ ସମ୍ପର୍କ ଖରାପ କରିସାରିଲେଣି ହେଲେ ଚାଲବାଜ ଚାଇନା କରୋନାକୁ ସେ ତିଆରି କରିନାହିଁ ବୋଲି କହୁଛି।

news.com.auରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଇନାର ଏକ ଲ୍ୟାବରେ କରୋନା ଊାଇରସ ବିକଶିତ ହୋଇଥିବା ଦାବି କରାଯାଉଥିବା ବେଳେ ଏକ ଦସ୍ତାବିଜ ପ୍ରକାଶିତ ହୋଇଛି ଯାହା ସାରା ବିଶ୍ୱକୁ ଚକିତ କରିଛି। ଚାଇନାର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଲିଖିତ ଏହି ଡକ୍ୟୁମେଣ୍ଟ ବା ଦସ୍ତାବିଜ ଅନୁଯାୟୀ ୨୦୧୫ରେ କରୋନା ଭାଇରସକୁ ଏକ ଜୈବିକ ଅସ୍ତ୍ର ଭାବରେ ଚାଇନା ତିଆରି କରିଥିଲା। ଏଥିରେ କୁହାଯାଇଛି ଯେ ଚାଇନାର ବୈଜ୍ଞାନିକମାନେ ୨୦୧୫ରେ କରୋନାକୁ ଅସ୍ତ୍ର ଭାବରେ ବ୍ୟବହାର ଉପରେ ଆଲୋଚନା କରିଥିଲେ।

ରିପୋର୍ଟ ଅନୁଯାୟୀ SARS-CoV-2 ନାମକ ଭାଇରସରୁ ଆସିଥିବା କରୋନା ନୂଆ ଯୁଗର ଜେନେଟିକ୍ ଅସ୍ତ୍ର ବା ଜୈବିକ ଅସ୍ତ୍ର କରିବାକୁ ଚାଇନା ବୈଜ୍ଞାନିକ ଆଲୋଚନା କରିଥିଲେ। ଯାହାକୁ କୃତ୍ରିମ ଭାବରେ ମଣିଷଙ୍କ ପାଇଁ ଏକ ମାରାତ୍ମକ ରୋଗରେ ପରିଣତ କରିହେବ| ‘SARSର ଅପ୍ରାକୃତିକ ଉତ୍ପତ୍ତି ଏବଂ ମଣିଷ ଦ୍ୱାରା ତିଆରି ଭାଇରସ୍’ ନାମକ ବାୟୋ ଉଇପନ (ଜୈବିକ ଅସ୍ତ୍ର) ରିପୋର୍ଟରେ ଏହା କୁହାଯାଇଛି। ଏହି ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ହେବ। ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଏହି ତଥ୍ୟରୁ ଜଣାପଡିଛି ଯେ ଚାଇନାର ବୈଜ୍ଞାନିକମାନେ କରୋନାକୁ ଏକ ଜୈବିକ ଅସ୍ତ୍ର ଭାବରେ ତିଆରି କରିଛନ୍ତି।

ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ASPI) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିଟର ଜେନିଙ୍ଗସ ମିଡିଆକୁ କହିଛନ୍ତି ଯେ ଏହି ରିପୋର୍ଟ ଏକ ପ୍ରମୁଖ ଉତ୍ସ ହୋଇପାରେ ଯାହା ଦୀର୍ଘ ଦିନରୁ ସନ୍ଦେହ କରାଯାଉଥିଲା। ଯେହେତୁ ଜେନିଙ୍ଗସ କହିଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଚାଇନାର ବୈଜ୍ଞାନିକମାନେ ସାମରିକ ଅସ୍ତ୍ର ଭାବରେ କରୋନାକୁ ତିଆରି କରି ସାରା ବିଶ୍ୱରେ ଏହାକୁ ବିସ୍ତାର କରିଛି।

ସୂଚନାଯୋଗ୍ୟ, କରୋନା ଭାଇସର ପ୍ରଥମେ ୨୦୧୯ ଡିସେମ୍ୱର ଶେଷ ସପ୍ତାହରେ ଚାଇନାର ଉହାନ ସହରରେ ଥିବା ଏକ ଜୈବିକ ପରୀକ୍ଷାଗାର ନିକଟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଚାଇନା ଏ ବାବଦରେ ସାରା ବିଶ୍ୱକୁ ବହୁ ବିଳମ୍ୱରେ ସୂଚନା ଦେଇଥିଲା। ଏବେ ଏହି ଭାଇରସ ୧୫୦ରୁ ଅଧିକ ଦେଶକୁ ବିସ୍ତାର କରି ସାରିଛି। କୋଟି କୋଟି ଲୋକ ସାରା ବିଶ୍ୱରେ ଏହି ଭାଇରସର ଶିିକାର ହୋଇ ଆଖି ବୁଜିଛନ୍ତି। ଆମେରିକା, ଭାରତ, ବ୍ରିଟେନ, ଅଷ୍ଟ୍ରେଲିଆ ଆଦି ଅନେକ ଦେଶ କରୋନା ଲଢ଼େଇରେ ବିଜୟୀ ହେବେ ସେ ନେଇ ବର୍ଷେରୁ ଅଧିକ ଦିନ ହେବ ଦିନରାତି ଲଢ଼େଇ କରୁଛନ୍ତି। ସମସ୍ତେ ଏହି ଭାଇରସରୁ ବର୍ତ୍ତିବା ପାଇଁ ପ୍ରାଥମିକ ଭାବରେ ମାସ୍କ ଓ ସାମାଜିକ ଦୂରତାକୁ ଅବଲମ୍ୱନ କରୁଛନ୍ତି। ହେଲେ ଚାଇନାରେ କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇଯାଇଛି। ଆଉ ସମସ୍ତେ ବିଭିନ୍ନ ପାର୍ଟି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏକାଠି ହୋଇ ଯୋଗ ଦେଉଥିବାର ନଜିର ରହିଛି।

The post ‘କରୋନା ଭାଇରସକୁ ତିଆରି କରିବାକୁ ୨୦୧୫ରୁ ଚିନ୍ତା କରିଥିଲା ଚାଲବାଜ ଚାଇନା’ appeared first on Odisha Reporter.

]]>
China, left top, New coronavirus strain 2021-05-10 13:30:34 https://cdn.odishareporter.in/wp-content/uploads/2021/04/24103349/corona1-2.jpg
ନାକରେ ସ୍ପ୍ରେ କଲେ ଘାଇଲା ହେବ କରୋନା, ସଫଳତା ହାର ୯୯.୯% https://odishareporter.in/nation-world/india/sanotize-nitric-oxide-nasal-spray-uses-effect-on-corona-641782 Sat, 08 May 2021 10:00:10 +0000 https://odishareporter.in/?p=641782

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱ ଘାଇଲା ହୋଇଛି। ଏଥିରୁ ବାଦ୍ ପଡ଼ିନି ଭାରତ। ଏଠାରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏପରି ପରିସ୍ଥିତିରେ କରୋନାରୁ ତ୍ରାହି ପାଇବା ପାଇଁ ଲୋକେ ଟିକାକୁ ସଞ୍ଜିବନୀ ବୋଲି ଭାବୁଛନ୍ତି। ତେବେ ଟିକାଠାରୁ ଶୀଘ୍ର ଫଳପ୍ରଦ ହେଉଛି ସାନୋଟାଇଜ୍ (SaNOtize) ନାଜାଲ ସ୍ପ୍ରେ। ଯାହାକୁ ନାକରେ ସ୍ପ୍ରେ କରିବା  ମାତ୍ରେ କରୋନା ଚିତପଟାଙ୍ଗ ହେବ। ଏହାକୁ କାନାଡାର ବୈଜ୍ଞାନିକମାନେ […]

The post ନାକରେ ସ୍ପ୍ରେ କଲେ ଘାଇଲା ହେବ କରୋନା, ସଫଳତା ହାର ୯୯.୯% appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱ ଘାଇଲା ହୋଇଛି। ଏଥିରୁ ବାଦ୍ ପଡ଼ିନି ଭାରତ। ଏଠାରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏପରି ପରିସ୍ଥିତିରେ କରୋନାରୁ ତ୍ରାହି ପାଇବା ପାଇଁ ଲୋକେ ଟିକାକୁ ସଞ୍ଜିବନୀ ବୋଲି ଭାବୁଛନ୍ତି। ତେବେ ଟିକାଠାରୁ ଶୀଘ୍ର ଫଳପ୍ରଦ ହେଉଛି ସାନୋଟାଇଜ୍ (SaNOtize) ନାଜାଲ ସ୍ପ୍ରେ। ଯାହାକୁ ନାକରେ ସ୍ପ୍ରେ କରିବା  ମାତ୍ରେ କରୋନା ଚିତପଟାଙ୍ଗ ହେବ। ଏହାକୁ କାନାଡାର ବୈଜ୍ଞାନିକମାନେ ଏହି ରାମବାଣକୁ ଆବିଷ୍କାର କରିଛନ୍ତି। ଏହି ଔଷଧ ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଭାରତକୁ ଏହି ଔଷଧ ଆସିଲେ ବହୁ ଗୁରୁତର କରୋନା ରୋଗୀ ଆରୋଗ୍ୟ ହୋଇପାରିବେ।

ମହମାରୀ କରୋନାକୁ ମାତ୍ ଦେବା ପାଇଁ କାନାଡାର ଭାନକୋଭର ବାୟୋଟେକ୍ ଫାର୍ମ କମ୍ପାନୀ SaNOtize ସ୍ପ୍ରେ ତିଆରି କରିଛି। କମ୍ପାନୀର ଦାବି ଅନୁଯାୟୀ, SaNOtize ଏକ ନାଇଟ୍ରିକ ଏସିଡ୍ ନାଜାଲ ସ୍ପ୍ରେ। ପରୀକ୍ଷଣରୁ ଜଣାପଡ଼ିଛି, ନାକରେ ସ୍ପ୍ରେ କରିବାର ୨୪ ଘଣ୍ଟା ପୂର୍ବରୁ ଭାଇରସ ୧.୩୬୨ ଥିଲା। ଆଉ ସ୍ପ୍ରେ କରିବାର ଗୋଟିଏ ଦିନ ପରେ ଭାଇରସ ୯୫ ପ୍ରତିଶତ ହ୍ରାସ ପାଇଥିଲା। ଆଉ ୭୨ ଘଣ୍ଟା ପରେ କରୋନା ଆକ୍ରାନ୍ତଙ୍କ ଶରୀରକୁ ୯୯ ପ୍ରତିଶତ ବୃଦ୍ଧି ଫଳପ୍ରଦ ହେଉଛି ବୋଲି କମ୍ପାନୀ କହିଛି। ଏହି ସ୍ପ୍ରେକୁ ବ୍ରିଟେନ ଭେରିଆଣ୍ଟ ବିରୋଧରେ ପରୀକ୍ଷା କରାଯାଇଥିଲା। ଏବେ ଜରୁରୀକାଳୀନ ଅନୁମୋଦନ ପାଇଁ କମ୍ପାନୀ ସମଗ୍ର ବିଶ୍ୱରେ ଅନୁମୋଦନକୁ ଅପେକ୍ଷା କରିଛି।

ତେବେ ଏହି ସାନୋଟାଇଜକୁ ଭାରତରେ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନି। କୋଭିଡ ଲଢ଼େଇରେ ଏହା ଏକ ପ୍ରମୁଖ ଅସ୍ତ୍ର ଭାବରେ ଆଗାମୀ ଦିନରେ ବ୍ୟବହାର ହେବ ବୋଲି କୁହାଯାଇଛି। ଯଦି ଭାରତ ଏହି ସ୍ପ୍ରେକୁ ଅନୁମତି ଦେବ ତାହେଲେ ଭାରତ ପାଇଁ ଗେମ୍ ଚେଞ୍ଜର ପ୍ରମାଣିତ ହୋଇପାରେ। ଇସ୍ରାଏଲ୍ ବୈଜ୍ଞାନିକ ଏହି ସ୍ପ୍ରେ ତିଆରି କରିବାରେ ସହଯୋଗ କରିଛନ୍ତି।

ସାନୋଟାଇଜର ସିଇଓ ତଥା ସହ-ପ୍ରତିଷ୍ଠାତା ଡକ୍ଟର ଗିଲି ରେଗେ କହିଛନ୍ତି ଯେ ଆମେ ଭାରତରେ ଅଂଶୀଦାର ଖୋଜୁଛୁ। ଆଶା କରୁଛୁ ଯେ ଏହି ସ୍ପ୍ରେକୁ ଭାରତରେ ଚିକିତ୍ସା ଉପକରଣ ଭାବରେ ଅନୁମୋଦନ କରାଯିବ। ସେ ଭାରତର କିଛି ବଡ ଫାର୍ମା କମ୍ପାନୀ ସହିତ ଆଲୋଚନା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ ସେ ସରକାର କିମ୍ବା ନିୟାମକଙ୍କ ସହ ଯୋଗାଯୋଗ କରିନାହାନ୍ତି।

The post ନାକରେ ସ୍ପ୍ରେ କଲେ ଘାଇଲା ହେବ କରୋନା, ସଫଳତା ହାର ୯୯.୯% appeared first on Odisha Reporter.

]]>
left top 2021-05-08 15:36:15 https://cdn.odishareporter.in/wp-content/uploads/2021/05/08153005/sanotize.jpg
ପୃଥିବୀ ଆଡ଼କୁ ଖସୁଛି ଚାଇନା ରକେଟ୍, ବଢ଼ାଇଲା ଚିନ୍ତା https://odishareporter.in/science-environment/china-silent-on-falling-debris-of-its-space-rocket-amid-rising-concerns-641477 Fri, 07 May 2021 09:20:26 +0000 https://odishareporter.in/?p=641477

ବେଜିଂ: ଚାଇନାର ଉହାନ ଭାଇରସକୁ ନେଇ ସାରା ବିଶ୍ୱ ଏବେ କଲବଲ ହେଉଛି। ଏହାରି ଭିତରେ ଚାଇନାର ଏକ ରକେଟ ପୃଥିବୀ ଗ୍ରହ ଆଡ଼କୁ ଖସୁଛି। ଯାହାକି ବିପଦ ଜନକ ବୋଲି ଜଣାପଡ଼ିଛି। ଏହା ଯେଉଁଠି ପଡିବ ସେଠିକାର ଆଖପାଖ ଅଞ୍ଚଳ ଧ୍ୱଂସ ହୋଇଯିବ ବୋଲି କୁହାଯାଉଛି। ବିଶ୍ୱର ଅନେକ ବୈଜ୍ଞାନିକ ଏହାକୁ ନେଇ ଚିନ୍ତିତ ଥିବା ବେଳେ ଡ୍ରାଗନ କିନ୍ତୁ ଏବାବଦରେ ଚୁପ୍ ହୋଇ ବସିଛି। ବେଜିଂର ଏହି ରକେଟ ନାଁ ହେଉଛି ‘ଲଙ୍ଗ ମାର୍ଚ୍ଚ […]

The post ପୃଥିବୀ ଆଡ଼କୁ ଖସୁଛି ଚାଇନା ରକେଟ୍, ବଢ଼ାଇଲା ଚିନ୍ତା appeared first on Odisha Reporter.

]]>

ବେଜିଂ: ଚାଇନାର ଉହାନ ଭାଇରସକୁ ନେଇ ସାରା ବିଶ୍ୱ ଏବେ କଲବଲ ହେଉଛି। ଏହାରି ଭିତରେ ଚାଇନାର ଏକ ରକେଟ ପୃଥିବୀ ଗ୍ରହ ଆଡ଼କୁ ଖସୁଛି। ଯାହାକି ବିପଦ ଜନକ ବୋଲି ଜଣାପଡ଼ିଛି। ଏହା ଯେଉଁଠି ପଡିବ ସେଠିକାର ଆଖପାଖ ଅଞ୍ଚଳ ଧ୍ୱଂସ ହୋଇଯିବ ବୋଲି କୁହାଯାଉଛି। ବିଶ୍ୱର ଅନେକ ବୈଜ୍ଞାନିକ ଏହାକୁ ନେଇ ଚିନ୍ତିତ ଥିବା ବେଳେ ଡ୍ରାଗନ କିନ୍ତୁ ଏବାବଦରେ ଚୁପ୍ ହୋଇ ବସିଛି। ବେଜିଂର ଏହି ରକେଟ ନାଁ ହେଉଛି ‘ଲଙ୍ଗ ମାର୍ଚ୍ଚ 5ବି’ (Long March 5B rocket)। ଆମେରିକା ଏହି ରକେଟ ଉପରେ ଏବେ ତୀକ୍ଷ୍ଣ ନଜର ରଖିଛି।

ଗତ ସପ୍ତାହରେ ଏହି ରକେଟକୁ ନିଜ ସ୍ପେସ ସେଣ୍ଟରରୁ ପଠାଇଥିଲା ଚାଇନା। ଏବେ ସପ୍ତାହକ ପରେ ପୁଣିଥରେ ଏହି ରକେଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଯାଉଛି। ଏହି ‘ଲଙ୍ଗ ମାର୍ଚ୍ଚ 5ବି ରକେଟ’ ଯେଉଁଠି ଖସିବ ସେଠାରେ ବହୁତ କ୍ଷତି ପହଞ୍ଚିବ ବୋଲି ଜଣାପଡ଼ିଛି।

ମଙ୍ଗଳବାର ପେଣ୍ଟାଗନ୍ କହିଛି ଯେ ଚାଇନାର ଏହି ‘ଲଙ୍ଗ ମାର୍ଚ୍ଚ 5ବି ରକେଟ’ ଉପରେ ସେ ନଜର ରଖିଛି। ଯାହାକି ନିୟନ୍ତ୍ରଣ ବାହାରକୁ ଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ପୃଥିବୀର ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରିବାକୁ ଯାଉଛି।

ଏ ପ୍ରସଙ୍ଗରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କିଛି ଜବାବ ଦେଇ ନାହାନ୍ତି। କିନ୍ତୁ ରକେଟ ଖସୁଥିବାରୁ ଏଥିରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଇନା କ’ଣ ପଦକ୍ଷେପ ନେଉଛି ବୋଲି ପଚରାଯିବାରୁ ୱାଙ୍ଗ କହିଛନ୍ତି ଯେ ଏହା ଜଣେ ଦକ୍ଷ ଅଧିକାରୀଙ୍କୁ ପଚାରିବା ଦରକାର।

ସେ କହିଛନ୍ତି, ଚାଇନା ବାହାର ମହାକାଶରେ ଶାନ୍ତିପୂର୍ଣ୍ଣ ଭାବରେ ବ୍ୟବହାର କରିବା ପାଇଁ ପ୍ରତିବଦ୍ଧ। ଆମେ ସବୁ ପକ୍ଷ ସହିତ କାମ କରିବାକୁ ପ୍ରସ୍ତୁତ। ଚାଇନା ଏହାର ସ୍ପେସ୍ ଷ୍ଟେସନର କିଛି ଅଂଶ ଉତକ୍ଷେପଣ ପାଇଁ ରକେଟ୍ ବ୍ୟବହାର କରିଥିଲା। ଅନ୍ୟପକ୍ଷରେ ଚାଇନାର ବିଶେଷଜ୍ଞଙ୍କ କହିଛନ୍ତି ଯେ ଏହି ରକେଟର କିଛି ଅଂଶ ସମୁଦ୍ର ଭିତରେ ଖସିପଡ଼ିବ।

The post ପୃଥିବୀ ଆଡ଼କୁ ଖସୁଛି ଚାଇନା ରକେଟ୍, ବଢ଼ାଇଲା ଚିନ୍ତା appeared first on Odisha Reporter.

]]>
China, left top, space news 2021-05-07 17:02:10 https://cdn.odishareporter.in/wp-content/uploads/2021/05/07144809/china-silent-on-rocket.jpg
ଆବଶ୍ୟକରୁ ଅଧିକ ଲୁଣ ଖାଉଥିବାରୁ ହୃଦ ରୋଗ ହେଉଛି: WHO https://odishareporter.in/science-environment/new-who-benchmarks-help-countries-reduce-salt-intake-and-save-lives-641213 Thu, 06 May 2021 09:21:46 +0000 https://odishareporter.in/?p=641213

ନୂଆଦିଲ୍ଲୀ: ଲୁଣ ବିନା କୌଣସି ଖାଦ୍ୟ ସୁଆଦିଆ ହୋଇପାରେନି। ତେଣୁ ପ୍ରତ୍ୟେକ ଖାଦ୍ୟରେ ଲୁଣ ନିଜର ଉପସ୍ଥିତି ଜାହିର କରେ। ସେହିପରି ଗଳଗଣ୍ଡ ଆଦି ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ଲୁଣ ନିତାନ୍ତ ଆବଶ୍ୟକ। ତେବେ ଆଜି ସାରା ବିଶ୍ୱରେ ଖାଦ୍ୟରେ ଅତ୍ୟଧିକ ଲୁଣ ବ୍ୟବହାର କରୁଥିବାରୁ ହୃଦ ରୋଗ ଭଳି ରୋଗ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ୩୦ ଲକ୍ଷ ଲୋକ ସାରା ବିଶ୍ୱରେ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ସମସ୍ତେ ଏବେ ଖାଦ୍ୟରେ […]

The post ଆବଶ୍ୟକରୁ ଅଧିକ ଲୁଣ ଖାଉଥିବାରୁ ହୃଦ ରୋଗ ହେଉଛି: WHO appeared first on Odisha Reporter.

]]>

ନୂଆଦିଲ୍ଲୀ: ଲୁଣ ବିନା କୌଣସି ଖାଦ୍ୟ ସୁଆଦିଆ ହୋଇପାରେନି। ତେଣୁ ପ୍ରତ୍ୟେକ ଖାଦ୍ୟରେ ଲୁଣ ନିଜର ଉପସ୍ଥିତି ଜାହିର କରେ। ସେହିପରି ଗଳଗଣ୍ଡ ଆଦି ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ଲୁଣ ନିତାନ୍ତ ଆବଶ୍ୟକ। ତେବେ ଆଜି ସାରା ବିଶ୍ୱରେ ଖାଦ୍ୟରେ ଅତ୍ୟଧିକ ଲୁଣ ବ୍ୟବହାର କରୁଥିବାରୁ ହୃଦ ରୋଗ ଭଳି ରୋଗ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ୩୦ ଲକ୍ଷ ଲୋକ ସାରା ବିଶ୍ୱରେ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ସମସ୍ତେ ଏବେ ଖାଦ୍ୟରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଠିକ୍ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଏହା କହିଛନ୍ତି।

ମେ ୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୁଣକୁ ନେଇ ଏକ ବେଞ୍ଚ ମାର୍କ ବା ମାପଦଣ୍ଡ ଜାରି କରିଛି। ୬୦ ରୁ ଅଧିକ ଖାଦ୍ୟରେ ସୋଡିୟମ୍ ସ୍ତର ବା ଲୁଣ ବାବଦରେ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାହାକି ଖାଦ୍ୟର ଗୁଣବତ୍ତା ସହିତ ମଣିଷର ଶରୀର ପାଇଁ ହିତକାରକ ବୋଲି କୁହାଯାଇଛି।

ଏବେ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଚଟପଟି ଖାଦ୍ୟରେ ଲୁଣିଆ ଖାଦ୍ୟ ପଦାର୍ଥ ରହିଥାଏ। ଏହି ସବୁ ଖାଦ୍ୟ ତିଆରି କରୁଥିବା କମ୍ପାନୀକୁ ମଧ୍ୟ ଲୁଣର ପରିମାଣ କମ୍ କରିବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍। ୨୦୨୫ ସୁଦ୍ଧା ସାରା ବିଶ୍ୱରେ ଏବେ ବ୍ୟବହାର ହେଉଥିବା ମୋଟ୍ ଲୁଣରୁ ୩୦ ପ୍ରତିଶତ ଲୁଣ କମ୍ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ କହିଛନ୍ତି ଯେ “ଅନେକ ଲୋକ ସୋଡିୟମ୍ କେତେ ଖାଇବା ଦରକାର ଜାଣନ୍ତି ନାହିଁ। ଏଭଳି ହେବା ଦ୍ୱାରା ସେମାନଙ୍କ ଶରୀରର ପ୍ରତି ବିପଦ ସୃଷ୍ଟି ହେଉଛି। ଲୁଣର ପରିମାଣକୁ ହ୍ରାସ କରିବା ଏବଂ ଲୋକଙ୍କୁ ସଠିକ୍ ଖାଦ୍ୟ ଦେବା ପାଇଁ ଆବଶ୍ୟକ ସୂଚନା ପ୍ରଦାନ କରିବା ଦରକାର। ଏଥିପାଇଁ ସମସ୍ତ ଦେଶକୁ ଏକାଠି ହେବାକୁ ପଡିବ”।

The post ଆବଶ୍ୟକରୁ ଅଧିକ ଲୁଣ ଖାଉଥିବାରୁ ହୃଦ ରୋଗ ହେଉଛି: WHO appeared first on Odisha Reporter.

]]>
left bottom 2021-05-06 14:56:35 https://cdn.odishareporter.in/wp-content/uploads/2021/05/06145130/SALT.jpg
କେଉଁମାନେ କରୋନାରେ ସଂକ୍ରମିତ ହେବା ଆଶଙ୍କା କମ୍, CSIR ଜାରି କଲା ରିପୋର୍ଟ https://odishareporter.in/science-environment/sero-positivity-lower-in-smokers-vegetarians-says-csir-survey-638770 Mon, 26 Apr 2021 07:52:00 +0000 https://odishareporter.in/?p=638770

ନୂଆଦିଲ୍ଲୀ: ଦେଶରେ ଏବେ କୋଣ ଅନୁକୋଣରେ କରୋନା ପାଦ ଥାପି ସାରିଛି। ଗରିବ ଶ୍ରେଣୀର ଲୋକଙ୍କ ପାଖରୁ ଆରମ୍ଭ କରି ଧନୀ ବର୍ଗର ଲୋକ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। କରୋନାର ପ୍ରଥମ ଲହରରେ ଯେଉଁମାନେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ଏବେ ଦ୍ୱିତୀୟ ଲହର ବେଳେ ମଧ୍ୟ ସଂକ୍ରମିତ ହେଉଥିବାର ନଜିର ରହିଛି। ଏବେ କିନ୍ତୁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ଏକ ଗବେଷଣା ରିପୋର୍ଟ ଜାରି କରିଛି ତାହା ଏବେ […]

The post କେଉଁମାନେ କରୋନାରେ ସଂକ୍ରମିତ ହେବା ଆଶଙ୍କା କମ୍, CSIR ଜାରି କଲା ରିପୋର୍ଟ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶରେ ଏବେ କୋଣ ଅନୁକୋଣରେ କରୋନା ପାଦ ଥାପି ସାରିଛି। ଗରିବ ଶ୍ରେଣୀର ଲୋକଙ୍କ ପାଖରୁ ଆରମ୍ଭ କରି ଧନୀ ବର୍ଗର ଲୋକ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। କରୋନାର ପ୍ରଥମ ଲହରରେ ଯେଉଁମାନେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ଏବେ ଦ୍ୱିତୀୟ ଲହର ବେଳେ ମଧ୍ୟ ସଂକ୍ରମିତ ହେଉଥିବାର ନଜିର ରହିଛି। ଏବେ କିନ୍ତୁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ଏକ ଗବେଷଣା ରିପୋର୍ଟ ଜାରି କରିଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଦ୍ୱାରା କ୍ୟାନସର ପାଖରୁ ଆରମ୍ଭ କରି ଅନେକ ରୋଗ ହେବାର ନଜିର ରହିଛି। ହେଲେ ଏବେ ସିଏସଆଇଆର ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ଉଲ୍ଲେଖ ରହିଛି ସିଗାରେଟ୍ ଟାଣୁଥିବା ବ୍ୟକ୍ତି ଏବଂ ଶାକାହାରୀ ଲୋକ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍। ଧୂମପାନ କରିବା ଦ୍ୱାରା ମ୍ୟୁକସ ପ୍ରୋଡକ୍ସନ ବଢ଼ିଯାଏ। ଯାହାକୁ ଫାଷ୍ଟ ଲାଇନ୍ ଅଫ୍ ଡିଫେନ୍ସ କୁହାଯାଏ।

ଏହା ପୂର୍ବରୁ ଫ୍ରାନ୍ସରେ ଦୁଇଟି ଷ୍ଟଡି ରିପୋର୍ଟ ଏବଂ ଇଟାଲୀ-ନ୍ୟୁୟର୍କ ଏବଂ ଚାଇନାରେ ସମାନ ରିପୋର୍ଟରେ ଧୂମପାନ କରୁଥିବା ଲୋକଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ହେବାର ଆଶଙ୍କା କମ୍ ବୋଲି ପ୍ରକାଶ ପାଇଥିଲା। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଦ୍ୱାରା କରାଯାଇଥିବା ଗବେଷଣାରେ ମଧ୍ୟ ସମାନ ଅଧ୍ୟୟନ ପ୍ରକାଶ ପାଇଥିଲା। ୭,୦୦୦ରୁ ଅଧିକ ଲୋକଙ୍କୁ ନେଇ ହୋଇଥିଲା ଏହି ଗବେଷଣା।

ରିପୋର୍ଟ ଅନୁଯାୟୀ ଆମେରିକାର ମୋଟ୍ ଜନସଂଖ୍ୟାର ୧୪ ପ୍ରତିଶତ ଧୂମପାନ କରନ୍ତି। ଆଉ ସେଥିମଧ୍ୟରୁ ସଂକ୍ରମିତ ସଂଖ୍ୟା ମାତ୍ର ୧.୩%। ସେହିଭଳି ୟୁନିଭର୍ସିଟି କଲେଜ ଲଣ୍ଡନ (UCL) ଏକାଡେମିକ୍ସ ବ୍ରିଟେନ, ଚାଇନା, ଆମେରିକା ଏବଂ ଫ୍ରାନ୍ସରେ ଏହିପରି ୨୮ଟି ଗବେଷଣା କରିଛନ୍ତି। ଯେଉଁଥିରେ ସଂକ୍ରମିତଙ୍କ ମଧ୍ୟରୁ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା କମ୍।

ସେହିପରି ବ୍ରିଟେନରେ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଧୂମପାନକାରୀଙ୍କ ସଂଖ୍ୟା ମାତ୍ର ୫%। ଫ୍ରାନ୍ସର ଗବେଷଣା ରିପୋର୍ଟରୁ ଜଣାପଡ଼ିଛି କୋଭିଡ ସଂକ୍ରମଣରେ ଧୂମପାନକାରୀଙ୍କ ଅଂଶ ୭.୧% ରହିଥିବା ବେଳେ ଦେଶରେ ମୋଟ୍ ଧୂମପାନକାରୀ ଜନସଂଖ୍ୟାର ୩୨% ରହିଛି। ଚାଇନାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩.୮% ରୋଗୀ ଧୂମପାନ କରୁଥିଲେ।

ସେହିପରି ଚାଇନାର ଜିନ୍-ଜିନ୍ ଝାଙ୍ଗରେ ହୋଇଥିବା ରିପୋର୍ଟ ଅନୁଯାୟୀ ୯ ଜଣ ରୋଗୀ (୬.୪%) ଧୂମପାନ କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ ଜଣ ଧୂମପାନ କରୁଥିଲେ। ଦୁଇ ଜଣ ଧୂମପାନ ଛାଡ଼ି ଦେଇଥିଲେ। ହେଲେ ଯେଉଁମାନେ ଧୂମପାନ କରୁଥିଲେ ସେମାନେ କରୋନାରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଥିଲା ବୋଲି ଜଣାପଡ଼ିଛି। ଏହି ଫଳାଫଳ ଗୁଡିକ ଫ୍ରାନ୍ସରେ ତର୍ଜମା ହୋଇଥିଲା। ଯେଉଁଥିରେ ଜଣାପଡିଛି ଯେ ସମାନ ବୟସ ଏବଂ ଶ୍ରେଣୀର ଧୂମପାନକାରୀଙ୍କୁ ନେଇ ହୋଇଥିବା ରିପୋର୍ଟରେ ଯେଉଁମାନେ ଧୂମପାନ କରୁଥିଲେ ସେମାନେ କୋଭିଡରେ ସଂକ୍ରମିତ ହେବାର ଆଶଙ୍କା ୮୦ ପ୍ରତିଶତ କମ୍ ରହିଛି।

ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ଶାକାହାରୀ ତାଙ୍କ ଖାଦ୍ୟରେ ଭରପୂର ପରିମାଣରେ ଫାଇବର ରହିଥାଏ। ତେଣୁ ସେମାନଙ୍କର କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ।

The post କେଉଁମାନେ କରୋନାରେ ସଂକ୍ରମିତ ହେବା ଆଶଙ୍କା କମ୍, CSIR ଜାରି କଲା ରିପୋର୍ଟ appeared first on Odisha Reporter.

]]>
COVID-19, left bottom 2021-04-26 14:06:20 https://cdn.odishareporter.in/wp-content/uploads/2021/04/22173345/corona-21.jpg
ମଙ୍ଗଳ ଗ୍ରହରେ ଉଡ଼ିଲା ହେଲିକପ୍ଟର, ଏଥର ଅଧିକ ସମୟ https://odishareporter.in/science-environment/nasa-mars-ingenuity-helicopter-soars-higher-longer-on-2nd-flight-638016 Fri, 23 Apr 2021 09:31:43 +0000 https://odishareporter.in/?p=638016

ନାସା: ପୁଣିଥରେ ମଙ୍ଗଳ ଗ୍ରହରେ ନାସା ନିଜର ଛୋଟିଆ ହେଲିକପ୍ଟର ଇନଜେନ୍ୟୁଟିକୁ ଉଡ଼ାଇବାରେ ସଫଳ ହୋଇଛି। ଚଳିତ ଥର ଏହି ବିମାନ ଅଧିକ ଉଚ୍ଚତାରେ ଏବଂ ଅଧିକ ସମୟ ଉଡ଼ିଥିବା ଜଣାପଡ଼ିଛି। କାଲିଫର୍ଣ୍ଣିଆ ସ୍ଥିତ ପ୍ରୋପଲେଶନ ଲାବୋରଟେରୀର ରିପୋର୍ଟ ଅନୁଯାୟୀ ଚଳିତ ଥର ଏହି ହେଲିକପ୍ଟର ୧୬ ଫୁଟ୍ ଉଚ୍ଚତାରେ ଉଡିଥିବା ବେଳେ ସାଇଡ ପଟେ ୭ ଫୁଟ ଉଚ୍ଚତାରେ ଉଡ଼ିଥିଲା। ସେହିପରି ଚଳିତ ଥର ଏହି ହେଲିକପ୍ଟର ୫୨ ସେକେଣ୍ଡ ପାଇଁ ଉଡ଼ିଥିବା ବେଳେ ପୂର୍ବଥର […]

The post ମଙ୍ଗଳ ଗ୍ରହରେ ଉଡ଼ିଲା ହେଲିକପ୍ଟର, ଏଥର ଅଧିକ ସମୟ appeared first on Odisha Reporter.

]]>

ନାସା: ପୁଣିଥରେ ମଙ୍ଗଳ ଗ୍ରହରେ ନାସା ନିଜର ଛୋଟିଆ ହେଲିକପ୍ଟର ଇନଜେନ୍ୟୁଟିକୁ ଉଡ଼ାଇବାରେ ସଫଳ ହୋଇଛି। ଚଳିତ ଥର ଏହି ବିମାନ ଅଧିକ ଉଚ୍ଚତାରେ ଏବଂ ଅଧିକ ସମୟ ଉଡ଼ିଥିବା ଜଣାପଡ଼ିଛି। କାଲିଫର୍ଣ୍ଣିଆ ସ୍ଥିତ ପ୍ରୋପଲେଶନ ଲାବୋରଟେରୀର ରିପୋର୍ଟ ଅନୁଯାୟୀ ଚଳିତ ଥର ଏହି ହେଲିକପ୍ଟର ୧୬ ଫୁଟ୍ ଉଚ୍ଚତାରେ ଉଡିଥିବା ବେଳେ ସାଇଡ ପଟେ ୭ ଫୁଟ ଉଚ୍ଚତାରେ ଉଡ଼ିଥିଲା। ସେହିପରି ଚଳିତ ଥର ଏହି ହେଲିକପ୍ଟର ୫୨ ସେକେଣ୍ଡ ପାଇଁ ଉଡ଼ିଥିବା ବେଳେ ପୂର୍ବଥର ଏହା ୧୩ ସେକେଣ୍ଡ ପାଇଁ ଉଡ଼ିଥିବା ନେଇ ସୂଚନା ରହିଛି।

ପ୍ରଥମ ଥର ପାଇଁ ନାସା ସୋମବାର ଏହି ବିମାନକୁ ମଙ୍ଗଳ ଗ୍ରହରେ ଉଡାଇବାରେ ସଫଳ ହୋଇଥିଲା। ମଙ୍ଗଳ ଗ୍ରହରେ ଇନଜେନ୍ୟୁଟି ହେଲିକପ୍ଟର ଉଡ଼ିବା ପରେ ବୈଜ୍ଞାନିକମାନେ କାଲିଫର୍ନିଆର ପର୍ସେଭେରାନ୍ସ ରୋଭରରୁ ସିଗନାଲ ପାଇଥିଲେ। ଆଉ ଏହି ସିଗନାଲରେ ହେଲିକପ୍ଟରଟି ଉଡ଼ାଣ ଭରିବା ପରେ ଏକ ବ୍ଲାକ ଆଣ୍ଡ ହ୍ୱାଇଟ୍ ଫଟୋ ଆସିଥିଲା। ଯେଉଁଥିରେ ହେଲିକପ୍ଟର ଛାଇ ଦୃଶ୍ୟମାନ ହୋଇଥିଲା। ଆଉ କିଛି ସମୟ ପରେ ଇନଜେନ୍ୟୁଟି ମଙ୍ଗଳ ପୃଷ୍ଠର ଏକ କଲର ଫଟୋ ପଠାଇଥିଲା।

ପର୍ସେଭେରାନ୍ସ ରୋଭର ଏବଂ ଇନଜେନ୍ୟୁଟି ହେଲିକପ୍ଟର ଫେବୃଆରୀ ମଧ୍ୟଭାଗରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା। ଏବେ ମଙ୍ଗଳର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସଂଗ୍ରହ କରି, ସେଥିରୁ ଅମ୍ଳଜାନ ପ୍ରସ୍ତୁତ କରିଛି ଏହି ପର୍ସେଭେରାନ୍ସ ରୋଭର। ଏଥିରେ ଲାଗିଥିବା କାର୍ ବ୍ୟାଟେରୀ ଆକୃତିର ଯନ୍ତ୍ର ମୋକ୍ସି ଜରିଆରେ ୫ ଗ୍ରାମ୍ ଅକ୍ସିଜେନ ତିଆରି କରିଛି।

ଏହି ଇନଜେନ୍ୟୁଟି ହେଲିକପ୍ଟର ପ୍ରଥମେ ଉଡ଼ାଣ ଭରିବା ବେଳେ ମଙ୍ଗଳ ଗ୍ରହରେ ୧୦୦ ବର୍ଗ ମିଟର ବିମାନ କ୍ଷେତ୍ର ବାଛିଥିଲା ନାସା। ରୋଭର ଏପ୍ରିଲ୍ ୩ରେ ଏୟାରଫିଲ୍ଡରେ ଇନଜେନ୍ୟୁଟି ମୁକ୍ତ କରିଥିଲା। ଆଉ ଏପ୍ରିଲ୍ ୧୮ରେ, ନିୟନ୍ତ୍ରକମାନେ ଇନଜେନ୍ୟୁଟି ହେଲିକପ୍ଟରକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ସଫ୍ଟୱେର୍ ଅପଡେଟ୍ କରିଥିଲେ।

ନାସାର ଇନଜେନ୍ୟୁଟି ହେଲିକପ୍ଟରର ଓଜନ ୧.୮ କିଲୋଗ୍ରାମ ରହିଥିବା ବେଳେ ଉଚ୍ଚତା ୧.୬ ଫୁଟ ବା ୦.୫ ମିଟର ଲମ୍ବା ରହିଛି। ଏଥିରେ ବ୍ୟାଟେରୀ, ହିଟର ଏବଂ ସେନସର ମଧ୍ୟ ରହିଛି। ହେଲିକପ୍ଟରର ଶୀର୍ଷରେ ଏକ ସୋଲାର ପ୍ୟାନେଲ୍ ରହିଛି ଯାହାକି ବ୍ୟାଟେରୀକୁ ଚାର୍ଜ କରେ। ଏହି ମିନି ହେଲିକପ୍ଟର ମାଇନସ୍ ୯୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ ଉଡିପାରିବାର କ୍ଷମତା ରଖିଛି। ଏହାର ମୂଲ୍ୟ ୮୫ ନିୟୁତ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୬ ବିଲିୟନ।

The post ମଙ୍ଗଳ ଗ୍ରହରେ ଉଡ଼ିଲା ହେଲିକପ୍ଟର, ଏଥର ଅଧିକ ସମୟ appeared first on Odisha Reporter.

]]>
left bottom 2021-04-23 15:03:03 https://cdn.odishareporter.in/wp-content/uploads/2021/04/23150119/mars-helicaptor.jpg
ମଙ୍ଗଳ ଗ୍ରହରେ ବିମାନ ଉଡ଼ାଇ ଇତିହାସ ରଚିଲା ନାସା https://odishareporter.in/science-environment/nasas-mars-copter-flight-could-happen-as-soon-as-monday-637017 Mon, 19 Apr 2021 17:10:33 +0000 https://odishareporter.in/?p=637017

ନ୍ୟୁୟର୍କ: ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ମଙ୍ଗଳ ଗ୍ରହରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ନାସାର ଏକ ଛୋଟିଆ ହେଲିକପ୍ଟର ମଙ୍ଗଳ ଗ୍ରହରେ ସଫଳତାର ସହ ଉଡ଼ିଥିବା ଦେଖିବାକୁ ମିଳିଛି। ଇନଜେନ୍ୟୁଟି ନାମକ ହେଲିକପ୍ଟରଟି ନାସାର Perseverance Rover ସହ ମିଶି ମଙ୍ଗଳ ଗ୍ରହରେ ଉଡାଣ ଭରିଛି। ପାଖାପାଖି ୬ ବର୍ଷ ଧରି ନାସା ଏ ନେଇ ପରୀକ୍ଷା କରିବା ପରେ ଶେଷରେ ମଙ୍ଗଳଗ୍ରହରେ ହେଲିକପ୍ଟର ଉଡାଇବାରେ ସଫଳ ହୋଇଛି। ଏହି ଐତିହାସିକ […]

The post ମଙ୍ଗଳ ଗ୍ରହରେ ବିମାନ ଉଡ଼ାଇ ଇତିହାସ ରଚିଲା ନାସା appeared first on Odisha Reporter.

]]>

ନ୍ୟୁୟର୍କ: ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ମଙ୍ଗଳ ଗ୍ରହରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ନାସାର ଏକ ଛୋଟିଆ ହେଲିକପ୍ଟର ମଙ୍ଗଳ ଗ୍ରହରେ ସଫଳତାର ସହ ଉଡ଼ିଥିବା ଦେଖିବାକୁ ମିଳିଛି। ଇନଜେନ୍ୟୁଟି ନାମକ ହେଲିକପ୍ଟରଟି ନାସାର Perseverance Rover ସହ ମିଶି ମଙ୍ଗଳ ଗ୍ରହରେ ଉଡାଣ ଭରିଛି। ପାଖାପାଖି ୬ ବର୍ଷ ଧରି ନାସା ଏ ନେଇ ପରୀକ୍ଷା କରିବା ପରେ ଶେଷରେ ମଙ୍ଗଳଗ୍ରହରେ ହେଲିକପ୍ଟର ଉଡାଇବାରେ ସଫଳ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ନାସା ସିଧାପ୍ରସାରଣ କରିଥିଲା। ଏହି ସଫଳତା ପରେ ଏବେ ନାସା ଏହି ବିମାନ ଜରିଆରେ ମଙ୍ଗଳର ଗ୍ରହ ବାବଦରେ ଅନେକ ତଥ୍ୟ ହାସଲ କରିପାରିବ।

ଇନଜେନ୍ୟୁଟି ହେଲିକପ୍ଟରର ଫିଚର

ନାସାର ଇନଜେନ୍ୟୁଟି ହେଲିକପ୍ଟରଟି ସୋମବାର ମଙ୍ଗଳ ଗ୍ରହର ଧୂଳିଭର୍ତ୍ତି ଅଞ୍ଚଳରେ ଉଡିଛି। ଏହି ମିନି ହେଲିକପ୍ଟର ଓଜନ ୧.୮ କିଲୋଗ୍ରାମ ରହିଥିବା ବେଳେ ଉଚ୍ଚତା ୧.୬ ଫୁଟ ବା ୦.୫ ମିଟର ଲମ୍ବା ରହିଛି। ଏଥିରେ ବ୍ୟାଟେରୀ, ହିଟର ଏବଂ ସେନସର ମଧ୍ୟ ରହିଛି। ହେଲିକପ୍ଟରର ଶୀର୍ଷରେ ଏକ ସୋଲାର ପ୍ୟାନେଲ୍ ରହିଛି ଯାହାକି ବ୍ୟାଟେରୀକୁ ଚାର୍ଜ କରେ। ଏହି ମିନି ହେଲିକପ୍ଟର ମାଇନସ୍ ୯୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ ଉଡିପାରିବାର କ୍ଷମତା ରଖିଛି। ଏହାର ମୂଲ୍ୟ ୮୫ ନିୟୁତ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୬ ବିଲିୟନ।

ବିମାନ ଉଡ଼ାଇବା ବଡ଼ ଚ୍ୟାଲେଞ୍ଜ ଥିଲା

ମଙ୍ଗଳ ଗ୍ରହ ବା ଲାଲ ଗ୍ରହରେ ବିମାନ ଉଡ଼ାଇବା ଏତେ ସହଜ ନୁହେଁ। କାରଣ ଏଠାରେ ବାୟୁମଣ୍ଡଳ ବହୁତ ପତଳା। ଯାହା ପୃଥିବୀର ବାୟୁମଣ୍ଡଳର ମାତ୍ର ଏକ ପ୍ରତିଶତ। ଏପରି ପରିସ୍ଥିତିରେ, ରୋଟ୍ରାଫ୍ଟର ବ୍ଲେଡକୁ ବହୁତ ବ୍ୟବହାର କରିବାକୁ ପଡ଼ିବ। ତେଣୁ ନାସା ଏହି ଇନଜେନ୍ୟୁଟି ହେଲିକପ୍ଟରଟିକୁ ହାଲୁକା କରିଛି। ଏଥିସହ ବ୍ଲେଡଟି ପ୍ରତି ମିନିଟରେ ୨୫୦୦ରୁ ଅଧିକ ଥର ଘୁରିବାର ଦକ୍ଷତା ରଖିଛି। ଏବେ ନାସା ଆଶା ରଖିଛି ଆଗାମୀ ଦିନରେ ଅନ୍ୟ ଗ୍ରହରେ ମଧ୍ୟ ଏହି ବିମାନ ଜରିଆରେ ଗବେଷଣା କରିହେବ।

ମଙ୍ଗଳ ଗ୍ରହରେ ଇନଜେନ୍ୟୁଟି ହେଲିକପ୍ଟର ଉଡ଼ିବା ପରେ ବୈଜ୍ଞାନିକମାନେ କାଲିଫର୍ନିଆର ପର୍ସେଭେରାନ୍ସ ରୋଭରରୁ ସିଗନାଲ ପାଇଥିଲେ। ଆଉ ଏହି ସିଗନାଲରେ ହେଲିକପ୍ଟରଟି ଉଡ଼ାଣ ଭରିବା ପରେ ଏକ ବ୍ଲାକ ଆଣ୍ଡ ହ୍ୱାଇଟ୍ ଫଟୋ ଆସିଥିଲା। ଯେଉଁଥିରେ ହେଲିକପ୍ଟର ଛାଇ ଦୃଶ୍ୟମାନ ହୋଇଥିଲା। ଆଉ କିଛି ସମୟ ପରେ ଇନଜେନ୍ୟୁଟି ମଙ୍ଗଳ ପୃଷ୍ଠର ଏକ କଲର ଫଟୋ ପଠାଇଥିଲା।

ଇନଜେନ୍ୟୁଟି ହେଲିକପ୍ଟରର ପ୍ରୋଜେକ୍ଟ ମ୍ୟାନେଜର ମିମି ଅଙ୍ଗ ଏହି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହା ତାଙ୍କ ଟିମ୍ ପାଇଁ ବହୁତ ବଡ଼ ସଫଳତା ବୋଲି କହିଛନ୍ତି। ସେ କହିଛନ୍ତି ଏବେ ଆମେ କହିପାରିବା ଯେ ଅନ୍ୟ ଗ୍ରହରେ ରୋଟ୍ରାକ୍ରାଫ୍ଟ ଉଡ଼ାଇବାରେ ମଣିଷ ସଫଳ ହୋଇଛି। ଏହି ମିଶନରେ ଅନେକ ବିପଦ ଥିଲା  ବୋଲି କହିଛନ୍ତି।

ଏହି ହେଲିକପ୍ଟର ଉଡ଼ିବା ପୂର୍ବରୁ ମିମି ଆଙ୍ଗ ଏବଂ ତାଙ୍କ ଟିମ୍ ତିନି ଘଣ୍ଟା ଅପେକ୍ଷା କରିଥିଲେ ଯେମିତି କିଛି ଭୁଲ୍ ହୋଇନଯାଉ। କାରଣ ଏହାପୂର୍ବରୁ, ଇନଜେନ୍ୟୁଟି ହେଲିକପ୍ଟରର ପରୀକ୍ଷା ଏପ୍ରିଲ ୧୧ ରେ କରାଯିବାରଥିଲା, କିନ୍ତୁ ବୈଷୟିକ ତ୍ରୁଟି ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଉ ଏହାପରେ ପୁଣିଥରେ ସଫ୍ଟୱେର୍ ଅପଡେଟ୍ କରିବା ପରେ ହେଲିକପ୍ଟରଟି ଉଡ଼ିବାରେ ସଫଳ ହୋଇଛି।

ଏହି ଇନଜେନ୍ୟୁଟି ହେଲିକପ୍ଟରର ଉଡ଼ାଣ ପାଇଁ ମଙ୍ଗଳ ଗ୍ରହରେ ୧୦୦ ବର୍ଗ ମିଟର ବିମାନ କ୍ଷେତ୍ର ବାଛିଥିଲା ନାସା। ରୋଭର ଏପ୍ରିଲ୍ ୩ରେ ଏୟାରଫିଲ୍ଡରେ ଇନଜେନ୍ୟୁଟି ମୁକ୍ତ କରିଥିଲା। ଆଉ ଏପ୍ରିଲ୍ ୧୮ରେ, ନିୟନ୍ତ୍ରକମାନେ ଇନଜେନ୍ୟୁଟି ହେଲିକପ୍ଟରକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ସଫ୍ଟୱେର୍ ଅପଡେଟ୍ କରିଥିଲେ।

The post ମଙ୍ଗଳ ଗ୍ରହରେ ବିମାନ ଉଡ଼ାଇ ଇତିହାସ ରଚିଲା ନାସା appeared first on Odisha Reporter.

]]>
left bottom, NASA 2021-04-23 14:58:06 https://cdn.odishareporter.in/wp-content/uploads/2021/04/19224018/nasa.jpg
ଡବଲ ମାସ୍କ ପିନ୍ଧିବା ରିପୋର୍ଟକୁ ଖାରଜ କଲେ ଆଇସିଏମଆର ବିଶେଷଜ୍ଞ https://odishareporter.in/science-environment/icmr-expert-bust-of-double-mask-theory-and-emphasizes-on-right-way-of-using-mask-to-protect-from-coronavirus-636435 Sat, 17 Apr 2021 11:45:00 +0000 https://odishareporter.in/?p=636435

https://navbharattimes.indiatimes.com/video/news/icmr-expert-bust-of-double-mask-theory-and-emphasizes-on-right-way-of-using-mask-to-protect-from-coronavirus/videoshow/82099772.cms

The post ଡବଲ ମାସ୍କ ପିନ୍ଧିବା ରିପୋର୍ଟକୁ ଖାରଜ କଲେ ଆଇସିଏମଆର ବିଶେଷଜ୍ଞ appeared first on Odisha Reporter.

]]>

ନ୍ୟୁୟର୍କ: ଯଦି ଜଣେ ବ୍ୟକ୍ତି ଡବଲ ମାସ୍କ ପିନ୍ଧିବେ ତାହେଲେ ସେ କୋଭିଡରେ ସଂକ୍ରମିତ ହେବାର ସମ୍ଭାବନା ବହୁତ କମ୍। କାରଣ ଦୁଇଟି ସ୍ତର ରହିବା ଦ୍ୱାରା କରୋନା ଭାଇରସ ନାକ ଏବଂ ପାଟି ପାଖରେ ପହଞ୍ଚି ପାରିବ ନାହିଁ। ଗୋଟିଏ ମାସ୍କ ପିନ୍ଧିଲେ କପଡ଼ାରେ ଥିବା ଫାଙ୍କା ସ୍ଥାନ ଦେଇ ଏହା ନାକ କିମ୍ୱା ପାଟି ପାଖରେ ପହଞ୍ଚି ପାରୁଥିଲା। ହେଲେ ଡବଲ ମାସ୍କ ପିନ୍ଧିବା ପରେ କୋଭିଡ୍ ନାକ ଓ ପାଟି ପାଖରେ ପହଞ୍ଚିବା ସମ୍ଭାବନା କମ୍। ଜାମା ଇଣ୍ଟରନାଲ ମେଡିସିନରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଆମେରିକାର ନର୍ଥ କାରୋଲିନା ସ୍କୁଲ ଅଫ୍ ମେଡିସିନରେ ଏହି ଗବେଷଣା ହୋଇଛି। ଯାହାର ନେତୃତ୍ୱ ନେଇଥିଲେ ଇମିଲି ସିକବେର୍ଟ ବେନ୍ନେଟ୍ଟ। ସେ ସଂକ୍ରମକ ରୋଗ ବିଭାଗର ଆସୋସିଏଟ ପ୍ରଫେସର ରହିଛନ୍ତି।

ଏହି ଗବେଷଣା ରିପୋର୍ଟରେ କୁହାଯାଇଛି ଗୋଟିଏ କପଡା ମାସ୍କ ପ୍ରାୟ ୪୦ ପ୍ରତିଶତ ପ୍ରଭାବଶାଳୀ। ତେଣୁ ଆଉ ଏକ ଫିଲଟରେଡ ମାସ୍କ ବ୍ୟବହାର କରିବା ଦରକାର। ଏଭଳି ହେଲେ କୋଭିଡ ସଂକ୍ରମଣ ପହଞ୍ଚିପାରିବ ନାହିଁ। ଏଭଳି ରିପୋର୍ଟ ବିଭିନ୍ନ ଗବେଷକ ମତ ରଖିବା  ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି।

ଡବଲ ମାସ୍କ ରିପୋର୍ଟକୁ ଖାରଜ କଲେ ଆଇସିଏମଆର ରୋଗ ବିଭାଗର ମୁଖ୍ୟ

ଆଇସିଏମଆରର (ICMR) ରୋଗ ବିଭାଗର ମୁଖ୍ୟ ଡକ୍ଟର ସମୀରନ ପଣ୍ଡା ଏଭଳି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କରୋନା ଭାଇରସ ସର୍ବଦା ପରିବର୍ତ୍ତନଶୀଳ। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ ନୂଆ ମ୍ୟୁଟାଣ୍ଟ ଆସିଛି। ତେଣୁ ଏହା ଗୋଟିଏ ମାସ୍କ ପିନ୍ଧିଥିଲେ ଭିତରକୁ ପ୍ରବେଶ କରି କାହାକୁ ସଂକ୍ରମିତ କରିପାରେ। ଏପରି ପରିସ୍ଥିତିରେ, ଯଦି ଦୁଇଟି ମାସ୍କ ବ୍ୟବହାର କରାଯିବ, ତେବେ ନୂଆ ମ୍ୟୁଟାଣ୍ଟ ଏଥିରେ ପ୍ରବେଶ କରିବାକୁ ସମର୍ଥ ହେବ ନାହିଁ ବୋଲି କୁହାଯାଉଛି। ଯାହାକୁ ଖାରଜ କରିଛନ୍ତି ଡକ୍ଚର ପଣ୍ଡା।

ସେ କହିଛନ୍ତି ଗୋଟିଏ ମାସ୍କକୁ ପ୍ରଥମେ ଠିକ୍ ଭାବରେ ପିନ୍ଧିବା ଦରକାର। ‘ତିନି ପ୍ରକାରର ମାସ୍କ ଅଛି, ପ୍ରଥମଟି ହେଉଛି ସର୍ଜିକାଲ୍ ମାସ୍କ, ଦ୍ୱିତୀୟଟି କପଡା ମାସ୍କ ଏବଂ ତୃତୀୟଟିରେ ରେସପିରେଟର ଲାଗିଛି। ଏହି ତିନୋଟି ମାସ୍କକୁ ବିଭିନ୍ନ ପରିସ୍ଥିତିରେ ବ୍ୟବହାର କରିହେବ। ହେଲେ ଜଣେ ବ୍ୟକ୍ତି ସର୍ଜିକାଲ୍ ମାସ୍କ କିମ୍ବା ଭଲ ଗୁଣବତ୍ତା କପଡାର ମାସ୍କ ପିନ୍ଧିବା ଦରକାର। କପଡା ମାସ୍କ ବ୍ୟବହାର କଲେ ଜଣେ ଏହାକୁ ଧୋଇ ପାରିବ। ଏହାକୁ ସଫା କରି ପୁନର୍ବାର ବ୍ୟବହାର କରିହେବ। ଯଦି ଜଣେ ୫ ଦିନ ପାଇଁ ୫ ଟି ମାସ୍କ ରଖନ୍ତି, ତେବେ ଏହାକୁ ଗୋଟିଏ ପରେ ଗୋଟିଏ ଧୋଇ ବ୍ୟବହାର କରିହେବ।

ମାସ୍କର ବ୍ୟବହାର ଆବଶ୍ୟକ କିନ୍ତୁ ସଠିକ୍ ବ୍ୟବହାର କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ନାକ ଓ ପାଟି ଉପରେ ଲାଗିବା ଦରକାର। କୌଣସି ପକେଟ କିମ୍ୱା କାନରେ ଝୁଲାଇବା ଠିକ୍ ନୁହେଁ। ଯଦି ଜଣେ ଜନଗହଳି ସ୍ଥାନରେ ରହୁଛି ତାହେଲେ ସେ ଫେସ୍ ମାସ୍କ ବ୍ୟବହାର କରିବା ଦରକାର।

The post ଡବଲ ମାସ୍କ ପିନ୍ଧିବା ରିପୋର୍ଟକୁ ଖାରଜ କଲେ ଆଇସିଏମଆର ବିଶେଷଜ୍ଞ appeared first on Odisha Reporter.

]]>
left bottom 2021-04-17 19:40:53 https://cdn.odishareporter.in/wp-content/uploads/2021/04/17171350/double-mask.jpg
ବିଶେଷଜ୍ଞଙ୍କ ଚାଞ୍ଚଲ୍ୟକର ତଥ୍ୟ: ପବନରେ ବ୍ୟାପୁଛି କରୋନା ଭାଇରସ https://odishareporter.in/nation-world/india/covid-predominantly-spreads-through-air-lancet-636157 Fri, 16 Apr 2021 10:48:15 +0000 https://odishareporter.in/?p=636157

କୋଲୋରାଡୋ: ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ାଇବା ଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନା ଭାଇରସ ମୁଖ୍ୟତଃ ପବନରେ ପ୍ରବାହିତ ହୋଇ ଲୋକଙ୍କୁ ସଂକ୍ରମଣ କରୁଛି। କରୋନା ପବନରେ ଜଣଙ୍କଠାରୁ ଆଉ ଜଣଙ୍କ ପାଖକୁ ଯାଉଛି ବୋଲି ନିୟମିତ ଓ ବଳିଷ୍ଠ ପ୍ରମାଣ ମଧ୍ୟ ବିଶେଷଜ୍ଞମାନଙ୍କ ହାତରେ ଲାଗିଛି। କରୋନା ସୃଷ୍ଟି କରୁଥିବା ସାର୍ସ କୋଭ-୨ ଭାଇରସ ବାୟୁମଣ୍ଡଳରେ ବୁଲି ବୁଲି ଲୋକଙ୍କୁ ସଂକ୍ରମଣ କରିବାକୁ ସକ୍ଷମ ବୋଲି ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟରେ ରିପୋର୍ଟ […]

The post ବିଶେଷଜ୍ଞଙ୍କ ଚାଞ୍ଚଲ୍ୟକର ତଥ୍ୟ: ପବନରେ ବ୍ୟାପୁଛି କରୋନା ଭାଇରସ appeared first on Odisha Reporter.

]]>

କୋଲୋରାଡୋ: ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ାଇବା ଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନା ଭାଇରସ ମୁଖ୍ୟତଃ ପବନରେ ପ୍ରବାହିତ ହୋଇ ଲୋକଙ୍କୁ ସଂକ୍ରମଣ କରୁଛି। କରୋନା ପବନରେ ଜଣଙ୍କଠାରୁ ଆଉ ଜଣଙ୍କ ପାଖକୁ ଯାଉଛି ବୋଲି ନିୟମିତ ଓ ବଳିଷ୍ଠ ପ୍ରମାଣ ମଧ୍ୟ ବିଶେଷଜ୍ଞମାନଙ୍କ ହାତରେ ଲାଗିଛି। କରୋନା ସୃଷ୍ଟି କରୁଥିବା ସାର୍ସ କୋଭ-୨ ଭାଇରସ ବାୟୁମଣ୍ଡଳରେ ବୁଲି ବୁଲି ଲୋକଙ୍କୁ ସଂକ୍ରମଣ କରିବାକୁ ସକ୍ଷମ ବୋଲି ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟରେ ରିପୋର୍ଟ ପ୍ରକାଶ ପାଇଛି।

ବ୍ରିଟେନ, ଆମେରିକା, କାନାଡା, ସିଆଇଆରଇଏସ୍‌ର କେମିଷ୍ଟ ଜୋସେ-ଲୁସି ଜିମେନଜେ ଓ କୋଲୋରାଡୋ ବୋଲ୍ଡର ବିଶ୍ୱବିଦ୍ୟାଳୟର ଏକ୍ସପର୍ଟମାନେ କହିଛନ୍ତି, କରୋନା ଭାଇରସ ମୁଖ୍ୟତଃ ବାୟୁ ଦ୍ୱାରା ସଂକ୍ରମିତ କରୁଥିବାରୁ ଏହାକୁ ରୋକିବାକୁ ନିଆଯାଇଥିବା ସ୍ୱାସ୍ଥ୍ୟଗତ ପଦକ୍ଷେପ ଫେଲ ମାରିଛି। ଏହି କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ଭାଇରସ ପବନରେ ସଂକ୍ରମଣ କରୁଥିବା ନେଇ ଏକାଧିକ ପ୍ରମାଣ ରହିଛି। ଅପରପକ୍ଷରେ ବଡ଼ ଜଳବିନ୍ଦୁ ବା ପାଟି ଓ ନାକରୁ ବାହାରୁଥିବା ଡ୍ରପଲେଟ୍ ଯୋଗୁ ଯେ ଏହା ଜଣଙ୍କଠାରୁ ଆଉ ଜଣଙ୍କ ଶରୀରରେ ପ୍ରବେଶ କରୁଛି, ତା’ର କୌଣସି ପ୍ରମାଣ ମିଳିନାହିଁ। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ଏଜେନ୍ସି ଏହାକୁ ଗୁରୁତର ସହ ନେଇ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହାଦ୍ୱାରା ଏୟାରବର୍ଣ୍ଣ ଟ୍ରାନ୍ସମିସନକୁ ଆମେ ରୋକିବାରେ ସକ୍ଷମ ହୋଇପାରିବା ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି, ଖୋଲା ସ୍ଥାନ ଅପେକ୍ଷା ବନ୍ଦ କୋଠରୀରେ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପୁଛି। ତେଣୁ ଇଣ୍ଡୋର ଭେଣ୍ଟିଲେସନ ଦ୍ୱାରା ଆମେ ସଂକ୍ରମଣକୁ ରୋକିପାରିବା। ସବୁ ସଂକ୍ରମଣ ମଧ୍ୟରୁ ପ୍ରାୟ ୪୦% ସଂକ୍ରମିତ ସାଇଲେଣ୍ଟ ଆକ୍ରାନ୍ତଙ୍କ ପାଇଁ ସାମ୍ନାକୁ ଆସୁଛି। ଏହାର ଅର୍ଥ ଲକ୍ଷଣ ନଥିବା କିମ୍ବା ବହୁତ କମ୍ ଲକ୍ଷଣ ଥିବା ଲୋକମାନଙ୍କ ପାଇଁ ସଂକ୍ରମଣ ଅଧିକ ବ୍ୟାପୁଛି। ସାଇଲେଣ୍ଟ ଆକ୍ରାନ୍ତଙ୍କ ପାଇଁ ବିଶ୍ୱରେ କରୋନା ସଂକ୍ରମଣ ଅଧିକ ରହୁଛି।

ଜଣେ ସଂକ୍ରମିତ କଥା କହିବା ବେଳେ, ଚିତ୍କାର କଲା ବେଳେ, ଗୀତ ଗାଇବା ବେଳେ ଓ ଛିଙ୍କିବା ବେଳେ ପବନରେ ଭାଇରସ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିଥାଏ। ଏହାକୁ ରୋକିବା ପାଇଁ ଭେଣ୍ଟିଲେସନ, ଏୟାର ଫିଲ୍ଟରେସନ, ଗହଳୀ ହ୍ରାସ ଆଦି ପଦକ୍ଷେପ ନେବାକୁ ପଡ଼ିବ।

ଏହାବାଦ୍‌ ଯେତେ କମ୍‌ ସମୟ ଲୋକମାନେ ଗୋଟିଏ ବନ୍ଦ ଘରେ ରହିବେ, ସଂକ୍ରମଣ ସେତେ ହ୍ରାସ ପାଇବ। ଘର ମଧ୍ୟରେ ବି ଯଦି ଦୁଇ ଜଣ ଲୋକ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ୬ ଫୁଟର ଦୂରତା ରହୁନାହିଁ, ତା’ହେଲେ ସେମାନଙ୍କୁ ଉପଯୁକ୍ତ ଢଙ୍ଗରେ ମାସ୍କ ପିନ୍ଧିବାକୁ ପଡ଼ିବ। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ଉନ୍ନତଧରଣର ପିପିଇ କିଟ୍‌ ମଧ୍ୟ ଯୋଗାଇ ଦେବାକୁ ହେବ।

The post ବିଶେଷଜ୍ଞଙ୍କ ଚାଞ୍ଚଲ୍ୟକର ତଥ୍ୟ: ପବନରେ ବ୍ୟାପୁଛି କରୋନା ଭାଇରସ appeared first on Odisha Reporter.

]]>
left bottom 2021-04-16 17:24:37 https://cdn.odishareporter.in/wp-content/uploads/2021/04/16161036/Corona-15.jpg
ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ https://odishareporter.in/science-environment/nasa-shares-stunning-image-of-beautiful-blue-dunes-on-mars-634856 Mon, 12 Apr 2021 04:09:34 +0000 https://odishareporter.in/?p=634856

ନାସା: ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ (Blue dunes on Mars)। ମହାକାଶ ଉପରେ ଗବେଷଣା କରୁଥିବା ସଂସ୍ଥା ନାସା ଶୁକ୍ରବାର ଏହି ନୀଳ ରଙ୍ଗର ବାଲିକୁଦର ଫଟୋ ଜାରି କରିଛି। ସାଧାରଣତଃ ମଙ୍ଗଳ ଗ୍ରହର ଆଭ୍ୟନ୍ତର ବାଦାମୀ କିମ୍ୱା ଧୂସର ଦେଖାଯାଏ। ହେଲେ ଏବେ ମଙ୍ଗଳ ଗ୍ରହ ଭିତରେ ଏହି ନୀଳ ରଙ୍ଗର ଏକ ବାଲିକୁଦ ଦେଖିବାକୁ ମିଳିଛି। ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି […]

The post ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ appeared first on Odisha Reporter.

]]>

ନାସା: ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ (Blue dunes on Mars)। ମହାକାଶ ଉପରେ ଗବେଷଣା କରୁଥିବା ସଂସ୍ଥା ନାସା ଶୁକ୍ରବାର ଏହି ନୀଳ ରଙ୍ଗର ବାଲିକୁଦର ଫଟୋ ଜାରି କରିଛି। ସାଧାରଣତଃ ମଙ୍ଗଳ ଗ୍ରହର ଆଭ୍ୟନ୍ତର ବାଦାମୀ କିମ୍ୱା ଧୂସର ଦେଖାଯାଏ। ହେଲେ ଏବେ ମଙ୍ଗଳ ଗ୍ରହ ଭିତରେ ଏହି ନୀଳ ରଙ୍ଗର ଏକ ବାଲିକୁଦ ଦେଖିବାକୁ ମିଳିଛି।

ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି କରିଛି ନାସା। ଏହି ଫଟୋ ଜାରି କରି ନାସା କହିଛି, ରେଡ୍ ପ୍ଲାନେଟରେ ବ୍ଲ୍ୟୁ ଡ୍ୟୁନ୍ସ (ଲାଲ ଗ୍ରହରେ ନୀଳ ରଙ୍ଗର ବାଲିକୁଦ)। ଏହି ଫଟୋ ମଙ୍ଗଳ ଗ୍ରହର ଉତ୍ତର ମେରୁରୁ ନିଆଯାଇଛି। ଏଭଳି ବାଲିକୁଦ ଗ୍ରହରେ ପ୍ରବଳ ପବନ ବୋହିବାରୁ ତିଆରି ହୋଇଛି। ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ନୀଳ ରଙ୍ଗର ବାଲିକୁଦ ଦୃଶ୍ୟମାନ ହେଉଛି।

ସାଧାରଣତଃ ମଙ୍ଗଳ ଗ୍ରହ ଜଳିବା ଭଳି ଦେଖାଯାଏ। ହେଲେ ଏହାର ଭିତରେ ଏଭଳି ନୀଳ ରଙ୍ଗର ବାଲିକୁଦ ଫଟୋ ଉଠାଇବା ପାଇଁ ନାସା ମଙ୍ଗଳ ଓଡିସୀ ଅର୍ବିଟ (କକ୍ଷପଥ)ରେ ଇନଫ୍ରାଡ୍ କ୍ୟାମେରା ବ୍ୟବହାର କରିଛି। ଏହି କ୍ୟାମେରାକୁ ଥର୍ମାଲ୍ ଏମିସନ୍ ଇମେଜିଙ୍ଗ୍ ସିଷ୍ଟମ୍ (THEMIS) ମଧ୍ୟ କୁହାଯାଏ।

ଏହି କ୍ୟାମେରା ଫଟୋ ଉଠାଇବା ସହିତ ମଙ୍ଗଳ ଗ୍ରହର ତାପମାତ୍ରା ମାପିଥାଏ। ଏହାଦ୍ୱାରା ଗ୍ରହରେ କେଉଁ ପ୍ରକାରର ଜିନିଷ ଅଛି ଏବଂ ସେଗୁଡ଼ିକର ତାପମାତ୍ରା ବାବଦରେ ବିଶେଷଜ୍ଞ ଜାଣି ପାରିବେ।

ଏହି ନୀଳ ବାଲିକୁଦର ଫଟୋ କିନ୍ତୁ ଏବେର ନୁହେଁ। ନଭେମ୍ବର ୨୦୦୨ ଏବଂ ୨୦୦୪ ମଧ୍ୟରେ ଏହି ଫଟୋ ଉଠାଯାଇଥିଲା।ମଙ୍ଗଳ ଗ୍ରହରେ ଓଡିସୀ ଅର୍ବିଟରେ ଇନଫ୍ରାଡ୍ କ୍ୟାମେରା ଦ୍ୱାରା ଏହି ଫଟୋ ଉଠାଯାଇଥିଲା। ଏବେ ଏହି ଅର୍ବିଟକୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଏଭଳି ଫଟୋ ଜାରି କରିଛି ନାସା।

୭ ଏପ୍ରିଲ ୨୦୦୧ରେ ଫ୍ଲୋରିଡାର କେପ କେନାଭେରଲ ଏୟାର ଫୋର୍ସ ଷ୍ଟେସନରୁ ଏହି ମାର୍ସ ଓଡିସୀ ଅର୍ବିଟରକୁ ଲଞ୍ଚ କରାଯାଇଥିଲା। ଏବେ ଏହାକୁ ୨୦ ବର୍ଷ ପୂରଣ କରିଛି। ଏହି ଅବସରରେ ନାସା ଏହି ଫଟୋ ଜାରି କରିଛି।

ବୈଜ୍ଞାନିକମାନେ କହିଛନ୍ତି, ମଙ୍ଗଳ ଗ୍ରହରେ ଲଗାତାର ପ୍ରବଳ ପବନ ବୋହିଛି। ତେଣୁ ଏଭଳି ନୀଳ ରଙ୍ଗର ବାଲିକୁଦ ତିଆରି ହୋଇଯାଇଛି। ଛୋଟିଆ ଧୂଳିକଣାର କୌଣସି ରଙ୍ଗ ନଥାଏ। ହେଲେ ଏଗୁଡ଼ିକ ଏକାଠି ହେବା ପରେ ନୀଳ ରଙ୍ଗ ଭଳି ଦେଖାଯାଉଛି।

ଇନଭର୍ସ ୱେବସାଇଟ୍ ପ୍ଲାନେଟାରୀ ଇମେଜ୍ ରିସର୍ଚ୍ଚ ଲାବୋରେଟୋରୀର ଜିଓଲୋଜିଷ୍ଟ୍ ମ୍ୟାକ୍ ଏଓ୍ୱନ କହିଛନ୍ତି, ଧୂଳିର ପ୍ରକୃତ ରଙ୍ଗ ହାଲୁକା ବାଦାମୀ। କିନ୍ତୁ ଏଗୁଡ଼ିକ ଅଧିକ ଦୂରତା ଯାଏ ବିସ୍ତାର କରିଥିବାରୁ ଏହାର ରଙ୍ଗ ନୀଳ ଦେଖାଯାଉଛି।

The post ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ appeared first on Odisha Reporter.

]]>
left top 2021-04-12 09:49:17 https://cdn.odishareporter.in/wp-content/uploads/2021/04/12093831/Blue-dens-on-mars.jpg
‘ବଢ଼ୁଥିବା ସହରୀକରଣ ପାଇଁ ଜଳୁଛି ରାଜଧାନୀ’ https://odishareporter.in/odisha/khorda/due-to-urbanisation-bhubaneswar-turning-into-a-boiling-cauldron-632464 Sat, 03 Apr 2021 12:01:07 +0000 https://odishareporter.in/?p=632464

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪୦ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ରାଜଧାନୀ ଭୁବନେଶ୍ୱର ଏବେ ଉତ୍ତପ୍ତ ସହର ପାଲଟିଛି। ଗତ ବୁଧବାର (ମାର୍ଚ୍ଚ ୩୧) ରାଜଧାନୀର ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ। ୧୯୪୮ ମସିହା ପରେ ଏହି ସହର ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ୪୪ ଡିଗ୍ରୀ ତାପମାତ୍ରା ଛୁଇଁଥିବା ଜଣାପଡ଼ିଛି। ଏହାରି ଭିତରେ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ସ୍କୁଲ ଅଫ୍ ଆର୍ଥ, ମହାସାଗର ଏବଂ ଜଳବାୟୁ […]

The post ‘ବଢ଼ୁଥିବା ସହରୀକରଣ ପାଇଁ ଜଳୁଛି ରାଜଧାନୀ’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪୦ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ରାଜଧାନୀ ଭୁବନେଶ୍ୱର ଏବେ ଉତ୍ତପ୍ତ ସହର ପାଲଟିଛି। ଗତ ବୁଧବାର (ମାର୍ଚ୍ଚ ୩୧) ରାଜଧାନୀର ତାପମାତ୍ରା ଥିଲା ୪୪ ଡିଗ୍ରୀ ସେଲସିୟସ। ୧୯୪୮ ମସିହା ପରେ ଏହି ସହର ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ୪୪ ଡିଗ୍ରୀ ତାପମାତ୍ରା ଛୁଇଁଥିବା ଜଣାପଡ଼ିଛି।

ଏହାରି ଭିତରେ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ସ୍କୁଲ ଅଫ୍ ଆର୍ଥ, ମହାସାଗର ଏବଂ ଜଳବାୟୁ ବିଜ୍ଞାନ ଏକ ଗବେଷଣା ପ୍ରକାଶ କରିଛି। ଯେଉଁଥିରେ ୨୦୦୩-୨୦୧୭ ମଧ୍ୟରେ ରାଜଧାନୀରେ ସହରୀକରଣ ୭୭.୦୫ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ସର୍ବାଧିକ ସହରୀକରଣ ୨୦୦୩–୨୦୦୮ ମଧ୍ୟରେ ୭୧ ପ୍ରତିଶତ ରହିଥିବା ଜଣାପଡ଼ିଛି। ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଅନସୂୟା ବାରିକ୍, ଦେବଦତ୍ତ ସ୍ୱାଇଁ ଏବଂ ଭେଲୁ ଭିନୋଜ। “ଭୁବନେଶ୍ୱର ସହରାଞ୍ଚଳ ଉପରେ ଦ୍ରୁତ ସହରୀକରଣ ଏବଂ ଭୂତଳ ତାପମାତ୍ରା ପରିବର୍ତ୍ତନ ଉପରେ ଏହାର ପ୍ରଭାବ” ରିପୋର୍ଟରେ ଏହି ତିନି ଗବେଷକ ରାଜଧାନୀରେ ବଢ଼ୁଥିବା ତାପମାତ୍ରା ଏବଂ ଜନସଂଖ୍ୟାକୁ ନେଇ ଲେଖିଛନ୍ତି।

୪୦ ହଜାର ଲୋକଙ୍କୁ ନେଇ ୧୯୪୮ ଏପ୍ରିଲ ୧୩ରେ ତିଆରି ହୋଇଥିବା ରାଜଧାନୀ ଭୁବନେଶ୍ୱରର ଏବେ ଲୋକ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଛି। ଆଉ ଲୋକ ସଂଖ୍ୟା ତୁଳନାରେ ଯାନବାହନ ସଂଖ୍ୟା ମଧ୍ୟ ଏହାଠୁ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱର ଏବେ ଉତ୍ତପ୍ତ ସହର ପାଲଟିଛି। ରାଜଧାନୀରେ ତାପମାତ୍ରା ବଢ଼ିବା ପଛର କାରଣ ସହରୀ ଉତ୍ତାପ ବୋଲି ଜଳବାୟୁ ବିଶେଷଜ୍ଞ କହିଛନ୍ତି। ଯଦିଓ ସହରକୁ ଯୋଜନାବଦ୍ଧ ଭାବରେ ବିକାଶ କରାଯାଉଛି ହେଲେ ଏହାର ଦୂରଦୃଷ୍ଟି ବାବଦରେ କେହି ଚିନ୍ତା କରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

CREDAIର ରିପୋର୍ଟ ଅନୁଯାୟୀ ସହର ଏବଂ ଏହାର ଆଖପାଖରେ ପ୍ରତିବର୍ଷ ୨,୦୦୦ ରୁ ୩୦୦୦ ବାସଗୃହ ନିର୍ମାଣ କରାଯାଉଛି। ଆଉ ଯାନବାହାନ ଭୁବନେଶ୍ୱରର ଜନସଂଖ୍ୟାଠାରୁ ଅଧିକ ହୋଇଛି। ୨୦୧୯ ସୁଦ୍ଧା ୧୦ ଲକ୍ଷ ଲୋକଙ୍କ ସଂଖ୍ୟା ଭିତରେ ରାଜଧାନୀରେ ୧.୪ ମିଲିୟନରୁ ଅଧିକ ପଞ୍ଜିକୃତ ଯାନ ରହିଛି। ପଞ୍ଜୀକୃତ ଯାନ ସଂଖ୍ୟା ବାର୍ଷିକ ୩-୫ ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ଜଣାପଡ଼ିଛି।

ତେବେ ୨୦୦୦ ରୁ ୨୦୧୪ ମଧ୍ୟରେ ପାଖାପାଖି ୮୯ ପ୍ରତିଶତ ସହରୀକରଣ ରେକର୍ଡ ହୋଇଛି। ଏହାଦ୍ୱାରା ୮୩ ପ୍ରତିଶତ ଘଞ୍ଚ ଜଙ୍ଗଲ ନଷ୍ଟ ହୋଇଥିବା ରିପୋର୍ଟରେ କୁହାଯାଇଛି। ରାଜଧାନୀ ସହରୀକରଣ ହେବା ଦ୍ୱାରା ଏଠାରେ ଥିବା ଚାଷ ଜମି ଅଧିକ ପ୍ରଭାବିତ ହୋଇଛି। ଯାହାକି ତାପମାତ୍ରା ଏବଂ ବିକିରଣକୁ ରୋକିବାରେ ମୁଖ୍ୟତଃ ସାହାଯ୍ୟ କରେ। ଏହି ସମୟ ମଧ୍ୟରେ ୮୨.୬୪ ପ୍ରତିଶତ ଚାଷ ଜମି ସହରୀ ଜମିରେ ପରିଣତ ହୋଇଥିଲା। ୨୦୦୩ର ରିପୋର୍ଟ ଅନୁଯାୟୀ ଅନାବାଦୀ ଏବଂ କୃଷି ଜମି ପ୍ରାୟ ୫୨.୩ ପ୍ରତିଶତ ଥିଲା। ଯାହାକି ୨୦୧୭ରେ ୧୯.୩ ପ୍ରତିଶତକୁ ଖସି ଆସିଥିଲା। ଏହାଦ୍ୱାରା ସହରର ଭୂତଳ ତାପମାତ୍ରା ପ୍ରଭାବିତ ହୋଇଛି। ​​ଯାହାକି ପ୍ରତି ପାଞ୍ଚ ବର୍ଷରେ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ରିପୋର୍ଟରେ ପ୍ରକାଶ ପାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୦୩-୨୦୦୮ ପରେ ସହରୀକରଣ ପ୍ରକ୍ରିୟା ଟିକିଏ କମିଛି। ହେଲେ ସ୍ଥଳଭାଗର ତାପମାତ୍ରା କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି। ୨୦୧୩-୨୦୧୭ରେ ସହରୀକରଣ ମାତ୍ର ୧୨ ପ୍ରତିଶତ ବିସ୍ତାର ଘଟିଛି କିନ୍ତୁ ସ୍ଥଳଭାଗର ତାପମାତ୍ରା ୯.୮୪ ପ୍ରତିଶତକୁ ବୃଦ୍ଧି ଘଟିଛି।

ଏହାର ଅର୍ଥ ଯଦିଓ ସହରୀକରଣର ହାର ପରବର୍ତ୍ତୀ ହ୍ରାସ ପାଇଛି, ହେଲେ ଏହାର ପ୍ରଭାବରୁ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଯାହାକି ଉତ୍ତାପ ବୃଦ୍ଧି କରିବାରେ ସହାୟକ ହେଉଛି। ସହରୀକରଣ ଓ ଚକାଚକ ରାସ୍ତା ତିଆରି ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ହେଲେ ଏହିସବୁ ରାସ୍ତା ତିଆରି ବେଳେ ହଜାର ହଜାର ଗଛ କଟାଯାଉଛି। ସରକାରୀ ନିୟମ ଅନୁସାରେ ଗଛ କଟା ହେଲେ ଆଉ କୌଣସି ସ୍ଥାନରେ ଚାରା ରୋପଣ କରାଯିବ। ହେଲେ ଆବଶ୍ୟକ ଇଚ୍ଛାଶକ୍ତି ଅଭାବରୁ ଚାରା ରୋପଣ ପାଇଁ ଘୋଷଣା ହେଉଛି ହେଲେ ଏହା କାର୍ଯ୍ୟକାରୀ ହୋଇପାରୁନି। ଯାହାର ପ୍ରମାଣ ଖଣ୍ଡଗିରି-ତୋମାଣ୍ଡୋ ଜାତୀୟ ରାଜପଥ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପାଖାପାଖି ୧୭୦୦ ଗଛ କଟାଯାଇଛି। ଏହାର ପ୍ରତିବଦଳରେ ୩,୪୦୦ ଚାରା ରୋପଣ କରିବା କଥା। ହେଲେ ଏପର୍ଯ୍ୟନ୍ତ ଚାରା ରୋପଣ ଆରମ୍ଭ ହୋଇନାହିଁ ବୋଲି ବିଭାଗର ଜଣେ ଅଧିକାରୀ କହିଥିବା ସୂଚନା ରହିଛି।

The post ‘ବଢ଼ୁଥିବା ସହରୀକରଣ ପାଇଁ ଜଳୁଛି ରାଜଧାନୀ’ appeared first on Odisha Reporter.

]]>
Bhubaneswar, left top 2021-04-03 18:39:22 https://cdn.odishareporter.in/wp-content/uploads/2021/04/03172239/Bhubaneswar.jpg
‘ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି’ https://odishareporter.in/science-environment/human-penises-shrinking-due-to-pollution-scientist-630811 Sat, 27 Mar 2021 12:46:14 +0000 https://odishareporter.in/?p=630811

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଏବେ ଜନ୍ମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଛି। ପରିବେଶବିତ୍ ବା ଗବେଷକ ଦାବି କରିଛନ୍ତି ଯେ ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି। ଏଭଳି ସ୍ଥିତି କିଛି ବର୍ଷ ହେବ ଆରମ୍ଭ ହୋଇଯାଇଛି। ଏବେ ଯେଉଁ ଛୋଟ ଛୁଆ ଜନ୍ମ ହେଉଛନ୍ତି ସେମାନଙ୍କ ଗୁପ୍ତାଙ୍ଗ ଛୋଟ ରହୁଥିବା ଗବେଷକ ଦାବି କରିଛନ୍ତି। ଶାନ୍ନା ସ୍ୱାନ ‘କାଉଣ୍ଟ ଡାଉନ୍’ ନାମକ ଏକ ବହି ଲେଖିଛନ୍ତି। ଯେଉଁଥିରେ ମଣିଷ କିଭଳି ପ୍ରଦୂଷଣର ସାମ୍ନା କରୁଛି […]

The post ‘ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି’ appeared first on Odisha Reporter.

]]>

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଏବେ ଜନ୍ମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଛି। ପରିବେଶବିତ୍ ବା ଗବେଷକ ଦାବି କରିଛନ୍ତି ଯେ ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି। ଏଭଳି ସ୍ଥିତି କିଛି ବର୍ଷ ହେବ ଆରମ୍ଭ ହୋଇଯାଇଛି। ଏବେ ଯେଉଁ ଛୋଟ ଛୁଆ ଜନ୍ମ ହେଉଛନ୍ତି ସେମାନଙ୍କ ଗୁପ୍ତାଙ୍ଗ ଛୋଟ ରହୁଥିବା ଗବେଷକ ଦାବି କରିଛନ୍ତି।

ଶାନ୍ନା ସ୍ୱାନ ‘କାଉଣ୍ଟ ଡାଉନ୍’ ନାମକ ଏକ ବହି ଲେଖିଛନ୍ତି। ଯେଉଁଥିରେ ମଣିଷ କିଭଳି ପ୍ରଦୂଷଣର ସାମ୍ନା କରୁଛି ସେ ବାବଦରେ ଲେଖା ହୋଇଛି। ଯାହାକି ଆଗାମୀ ପିଢ଼ୀ ପାଇଁ ଉଦବେଗଜନକ ବିଷୟ ବୋଲି ସେ ଲେଖିଛନ୍ତି। ଯାହାକି ପ୍ରଜନନ ଦିଗରେ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଇଛି।

ଏହି ପ୍ରଦୂଷଣ ବଢ଼ିବା ପଛରେ ଗବେଷକ ଜଣଙ୍କ phthalates (ଫଥାଲେଟ୍) ନାମକ କେମିକାଲକୁ ଦାୟୀ କରିଛନ୍ତି। ଏହି କେମିକାଲ ପ୍ଲାଷ୍ଟିକ ତିଆରିରେ ବ୍ୟବହାର ହୁଏ। ଆଉ ଏହି କେମିକାଲ ଦ୍ୱାରା ପ୍ରସ୍ତୁତ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ମଣିଷ ଶରୀରରେ ଏଣ୍ଡୋକ୍ରାଇନ୍ ସିଷ୍ଟମ ପ୍ରଭାବିତ ହେଉଛି।

ଶାନ୍ନା ସ୍ନାନ ଗବେଷଣା କରି କହିଛନ୍ତି, ଆଧୁନିକ ସମାଜରେ ଶୁକ୍ରାଣୁ ସଂଖ୍ୟା ମଧ୍ୟ ମଣିଷ ଶରୀରରେ କମିବାରେ ଲାଗିଛି। ଯାହାକି ଉଭୟ ପୁରୁଷ ଏବଂ ମହିଳାଙ୍କ ପ୍ରଜନନ ବିକାଶରେ ପରିବର୍ତ୍ତନ କରୁଛି। ଏଭଳି ହେଲେ ମାନବ ଜାତିର ଭବିଷ୍ୟତ ବିପଦମୁହାଁ।

Phthalates ବାବଦରେ ଗବେଷକ ଜଣଙ୍କ ପରୀକ୍ଷା କରି କହିଛନ୍ତି ଯେ ଗର୍ଭରେ ଶିଶୁଟି ଥିବା ବେଳେ ଫଥାଲେଟ୍ସ୍ ସଂସ୍ପର୍ଶରେ ଆସିଥାଏ। ଆଉ ଜନ୍ମ ହେବା ବେଳେ ଏହି କେମିକାଲର ସଂସ୍ପର୍ଶରେ ଆସିବା ଦ୍ୱାରା ଛୋଟ ଛୁଆର ଗୁପ୍ତାଙ୍ଗ ପ୍ରଭାବିତ ହୋଇଥାଏ। ସେହିପରି ବିଭିନ୍ନ ପ୍ଲାଷ୍ଟିକ ଖେଳଣା ଏବଂ ପ୍ଲାଷ୍ଟିକ କଭର ଭର୍ତ୍ତି ଖାଇବା ଜିନିଷରେ ଛୋଟ ଛୁଆ ହାତ ମାରିଥାଏ। ଆଉ ସେହି ହାତକୁ ପାଟିରେ ପୁରାଇବା ପରେ ଏହି କେମିକାଲ ଶରୀର ମଧ୍ୟକୁ ଯାଇଥାଏ। ଆଉ ଏହାର ପ୍ରଭାବ ଶୁକ୍ରାଣୁ ତିଆରିରେ କ୍ଷତି ପହଞ୍ଚାଇଥାଏ।

The post ‘ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି’ appeared first on Odisha Reporter.

]]>
left bottom, phthalates 2021-03-27 19:47:46 https://cdn.odishareporter.in/wp-content/uploads/2021/03/27181554/pollution.jpg
‘ଗାୟତ୍ରୀ ମନ୍ତ୍ର’ରେ କୋଭିଡ ଚିକିତ୍ସା ସମ୍ଭବ କି? ଗବେଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ https://odishareporter.in/science-environment/can-chanting-gayatri-mantra-treat-covid-19-628544 Fri, 19 Mar 2021 12:34:22 +0000 https://odishareporter.in/?p=628544

ନୂଆଦିଲ୍ଲୀ: ‘ଗାୟତ୍ରୀ ମନ୍ତ୍ର’ କରୋନା ପାଇଁ ବଡ଼ ସଞ୍ଜିବନୀ କି? ଦୀର୍ଘ ବର୍ଷେ ହେବ ସାରା ବିଶ୍ୱ କୋଭିଡ ମହାମାରୀର ଯନ୍ତ୍ରଣାରେ ଦହଗଞ୍ଜ ହେଉଥିବା ବେଳେ କେନ୍ଦ୍ର ସରକାର ‘ଗାୟତ୍ରୀ ମନ୍ତ୍ର’ ଉପରେ ଗବେଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ-ହରିଦ୍ୱାର ସ୍ଥିତ ଏମ୍ସ ଋଷିକେଶରେ ଏହା ଉପରେ ଗବେଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ୪୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଗବେଷଣା ପାଇଁ ଚିହ୍ନଟ ହୋଇଥିବା ୪୦ ଜଣ କରୋନା ଆକ୍ରାନ୍ତଙ୍କୁ […]

The post ‘ଗାୟତ୍ରୀ ମନ୍ତ୍ର’ରେ କୋଭିଡ ଚିକିତ୍ସା ସମ୍ଭବ କି? ଗବେଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ appeared first on Odisha Reporter.

]]>

ନୂଆଦିଲ୍ଲୀ: ‘ଗାୟତ୍ରୀ ମନ୍ତ୍ର’ କରୋନା ପାଇଁ ବଡ଼ ସଞ୍ଜିବନୀ କି? ଦୀର୍ଘ ବର୍ଷେ ହେବ ସାରା ବିଶ୍ୱ କୋଭିଡ ମହାମାରୀର ଯନ୍ତ୍ରଣାରେ ଦହଗଞ୍ଜ ହେଉଥିବା ବେଳେ କେନ୍ଦ୍ର ସରକାର ‘ଗାୟତ୍ରୀ ମନ୍ତ୍ର’ ଉପରେ ଗବେଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ-ହରିଦ୍ୱାର ସ୍ଥିତ ଏମ୍ସ ଋଷିକେଶରେ ଏହା ଉପରେ ଗବେଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ୪୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି।

ଗବେଷଣା ପାଇଁ ଚିହ୍ନଟ ହୋଇଥିବା ୪୦ ଜଣ କରୋନା ଆକ୍ରାନ୍ତଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗୋଟିଏ ‘‘ ଗ୍ରୁପ ଅନ୍ୟଟି ‘ବି‘ ଗ୍ରୁପ। ସମସ୍ତ ଗ୍ରୁପରେ ୨୦ ଜଣ ଲେଖାଏଁ ସଦସ୍ୟ ରହିବେ। ‘‘ ଗ୍ରୁପର ସଦସ୍ୟଙ୍କୁ ସାଧାରଣ ଚିକିତ୍ସା ସହିତ ‘ଗାୟତ୍ରୀ ମନ୍ତ୍ର’ ଜପିବାକୁ ଦିଆଯିବ। ଏହା ସହିତ ସେମାନେ ସକାଳେ ଏବଂ ସଂଧ୍ୟାରେ ଘଣ୍ଟାଏ ଲେଖାଁଏ ପ୍ରାଣାୟମ କରିବେ। ସେହିପରି ‘ବି‘ ଗ୍ରୁପର ସଦସ୍ୟ କୋଭିଡ ଚିକିତ୍ସା ହେବେ। ଏମାନେ କୌଣସି ପ୍ରାଣାୟମ କିମ୍ୱା ଗାୟତ୍ରୀ ମନ୍ତ୍ର ଜପିବେ ନାହିଁ।

୧୪ ଦିନ ପରେ ଉଭୟ ଗ୍ରୁପର ମେଡିକାଲ ରିପୋର୍ଟ ସଂଗ୍ରହ କରାଯିବ। ତାପରେ ଏହି ରିପୋର୍ଟକୁ ତର୍ଜମା କରାଯିବ। ଏହି ଗବେଷଣା କେନ୍ଦ୍ର ସରକାରଙ୍କ ‘ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି’ ଏମ୍ସ ଜରିଆରେ କରାଉଛି। ଏମ୍ସର ପ୍ରିନସିପାଲ ଡକ୍ଟର ରୁଚି ଦୁଆ ଏହା ଉପରେ ନଜର ରଖିବେ। ଡକ୍ଚର ରୁଚି ଏବେ ଏମ୍ସ ଋଷିକେଶର ପୁଲମୋନାରୀ ମେଡିସିନର ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି। ଏହି ପରୀକ୍ଷା ଏବେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଏହି ପ୍ରୋଜେକ୍ଟ ଫେବୃଆରୀ ୫ରେ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି। ସମସ୍ତ ରିପୋର୍ଟ ଏମ୍ସ ଋଷିକେଶ ଦାଖଲ କରିବା ପରେ  ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଚୂଡ଼ାନ୍ତ ରିପୋର୍ଟ ସାର୍ବଜନୀନ କରିବ ବୋଲି ଜଣାପଡ଼ିଛି।

ଏହି ସଂକ୍ରମିତ ବ୍ୟକ୍ତିମାନେ ହସ୍ପିଟାଲ, ଘରେ କିମ୍ୱା ଏମ୍ସ ଋଷିକେଶରେ ରହିବାର ବ୍ୟବସ୍ଥା ହୋଇଛି। ଯେଉଁମାନେ ଗାୟତ୍ରୀ ମନ୍ତ୍ର ଜପିବେ ସେମାନେ ଭିଡିଓ କନଫେରନସିଂ ମାଧ୍ୟମରେ ଯୋଡ଼ି ହୋଇ ରହିବେ। କିଭଳି ଗାୟତ୍ରୀ ମନ୍ତ୍ର ଜପିବେ ଏବଂ ପ୍ରାଣାୟମ କରିବେ ସେଥିପାଇଁ ଭିଡିଓ, ଫଟୋ ସେମାନଙ୍କୁ ଦିଆଯାଇଥିବା ସୂଚନା ରହିଛି।

କାହିଁକି ଗାୟତ୍ରୀ ମନ୍ତ୍ର ଉପରେ ଗବେଷଣା?

SARS-COV2 ହେଉଛି ଏମିତି ଏକ ଭାଇରସ ଯାହାକି ପ୍ରଥମେ ମଣିଷ ଶରୀରରେ ଥିବା ଶ୍ୱାସନଳୀକୁ ଟାର୍ଗେଟ କରେ। ଗାୟତ୍ରୀ ମନ୍ତ୍ର ହେଉଛି ହିନ୍ଦୁମାନଙ୍କର ସବୁଠାରୁ ପବିତ୍ର ମନ୍ତ୍ର। ପୂର୍ବରୁ ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଣାୟାମ ଏବଂ ଗାୟତ୍ରୀ ମନ୍ତ୍ରର ଭୂମିକା ରହିଛି। ତେଣୁ ଏବେ ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ଗାୟତ୍ରୀ ମନ୍ତ୍ର ଏବଂ ପ୍ରାଣାୟମ କେତେ ସଫଳ ହେଉଛି ଗବେଷକ ଜାଣିବାକୁ ଚେଷ୍ଟା କରିଛନ୍ତି।

The post ‘ଗାୟତ୍ରୀ ମନ୍ତ୍ର’ରେ କୋଭିଡ ଚିକିତ୍ସା ସମ୍ଭବ କି? ଗବେଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ appeared first on Odisha Reporter.

]]>
left bottom 2021-03-19 19:58:05 https://cdn.odishareporter.in/wp-content/uploads/2021/03/19180315/gayatri-mantra.jpg
ଏହି ଗଛ ଭିଡ଼ ରାସ୍ତାରୁ ହ୍ରାସ କରିପାରିବ ପ୍ରଦୂଷଣ https://odishareporter.in/nation-world/india/this-super-plant-could-help-soak-up-pollution-on-busy-roads-628395 Fri, 19 Mar 2021 04:00:23 +0000 https://odishareporter.in/?p=628395

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷର ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ପ୍ରତି ୧୦ ଜଣରୁ ୯ ଜଣ ଦୂଷିତ ପରିବେଶରେ ରହୁଛନ୍ତି। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଲକ୍ଷଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଉଛି। ଛୋଟ ପିଲାଙ୍କ ଜୀବନ ଧାରଣର କ୍ଷମତା ପ୍ରଦୂଷଣ ଯୋଗୁ ହ୍ରାସ ପାଉଥିବା ବେଳେ ସେମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ପ୍ରଦୂଷଣ ରୋକିବାକୁ ଶତ ଚେଷ୍ଟା କରାଯାଉଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳିପାରୁନାହିଁ। କଳକାରଖାନା, ନଡ଼ା ଜାଳିବା, ଲୋକଙ୍କ ଘରୁ ବାହାରୁ […]

The post ଏହି ଗଛ ଭିଡ଼ ରାସ୍ତାରୁ ହ୍ରାସ କରିପାରିବ ପ୍ରଦୂଷଣ appeared first on Odisha Reporter.

]]>

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷର ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ପ୍ରତି ୧୦ ଜଣରୁ ୯ ଜଣ ଦୂଷିତ ପରିବେଶରେ ରହୁଛନ୍ତି। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଲକ୍ଷଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଉଛି। ଛୋଟ ପିଲାଙ୍କ ଜୀବନ ଧାରଣର କ୍ଷମତା ପ୍ରଦୂଷଣ ଯୋଗୁ ହ୍ରାସ ପାଉଥିବା ବେଳେ ସେମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ପ୍ରଦୂଷଣ ରୋକିବାକୁ ଶତ ଚେଷ୍ଟା କରାଯାଉଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳିପାରୁନାହିଁ।

କଳକାରଖାନା, ନଡ଼ା ଜାଳିବା, ଲୋକଙ୍କ ଘରୁ ବାହାରୁ ଥିବା ଧୂଆଁ ଓ ଗାଡ଼ିମୋଟର ଯୋଗୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଉଛି। ଅଧିକାଂଶ ସହରରେ ପ୍ରଦୂଷଣର ମୁଖ୍ୟ କାରଣ ହେଲା ଗାଡ଼ି ଚଳାଚଳ। କିନ୍ତୁ ପ୍ରଦୂଷଣର ମାତ୍ରା ହ୍ରାସ କରିବା ପାଇଁ ବୈଜ୍ଞାନିକମାନେ ନୂଆ ଆବିଷ୍କାର କରିଛନ୍ତି। ବିଶ୍ୱରେ ଏମିତି ଏକ ‘ସୁପର ପ୍ଲାଣ୍ଟ’ ରହିଛି, ଯାହା ଭିଡ଼ ରାସ୍ତାରେ ପ୍ରଦୂଷଣ ମାତ୍ରାକୁ କମ୍‌ କରିବାରେ ସକ୍ଷମ ହେଉଛି।

ବ୍ରିଟେନର ରୟାଲ ହର୍ଟିକଲଚର ସୋସାଇଟି(ଆରଏଚ୍ଏସ୍) ପ୍ରଦୂଷଣକୁ ହ୍ରାସ କରି ପାରୁଥିବା ସୁପର ପ୍ଲାଣ୍ଟକୁ ଠାବ କରିଥିବା ଦାବି କରିଛି। Cotoneaster franchetii ଗଛ ସମ୍ପର୍କରେ ଆରଏଚ୍ଏସ୍ କହିଛି। ଏହି ଗଛଟି ବେଶ ଜଙ୍ଗଲିଆ, ଏଭରଗ୍ରୀନ ଓ ଏଥିରେ ଚକଣିଆ ପତ୍ର ରହିଛି। ଏଥିରେ ନାଲି ରଙ୍ଗର ଛୋଟଛୋଟ ଫଳ ମଧ୍ୟ ଫଳୁଛି। ବର ଗଛରେ ଯେଉଁଭଳି ଫଳ ଫଳିଥାଏ, ଠିକ୍‌ ଅନୁରୂପ ଫଳ ଏହି ସୁପର ପ୍ଲାଣ୍ଟରେ ଦେଖିବାକୁ ମିଳିଛି। ଏହାର ପତ୍ର ଉପରେ ଚୁଟି ଭଳି ଅତି ପତଳାର ଆସ୍ତରଣ ମଧ୍ୟ ରହିଛି। ସାଧାରଣ ବ୍ରିଟେନରେ ଦେଖାଯାଉଥିବା ଏହି ଗଛଟି ପ୍ରଦୂଷଣକୁ ପ୍ରାୟ ୨୦% ହ୍ରାସ କରିବାକୁ ସକ୍ଷମ।


ଗଛଟି ବାୟୁମଣ୍ଡଳରୁ ପ୍ରଦୂଷଣକୁ ନିଜ ପତ୍ର ଓ ଡାଳରେ ବାନ୍ଧି ରଖିବାକୁ କ୍ଷମତା ରଖିଛି। ୭ ଦିନରେ ୮୦୦ କିମି ଯାତ୍ରା କରିବା ବେଳେ ଗୋଟିଏ କାର୍‌ରୁ ଯେତିକି ପରିମାଣର ପ୍ରଦୂଷଣ ନିର୍ଗତ ହୋଇଥାଏ, ତା’କୁ ଗୋଟିଏ ମିଟର ଲମ୍ବ Cotoneaster franchetii ନିଜ ପାଖରେ ବାନ୍ଧି ରଖିଥାଏ।

ଗଛଟିକୁ ନେଇ ଆରଏଚ୍‌ଏସ୍‌ ପରୀକ୍ଷାନରୀକ୍ଷା କରିବା ପରେ ଏଭଳି ନିଷ୍କର୍ସରେ ପହଞ୍ଚିଛି। ଆରଏଚ୍‌ଏସ୍‌ କହିଛି, ଭିଡ଼ ହେଉଥିବା ରାସ୍ତାରେ ଏହି ଗଛ ବେଶ ଭଲ ଭାବେ କାମ କରୁଛି। ଭିଡ଼ ରାସ୍ତାରେ ପ୍ରଦୂଷଣ ହ୍ରାସ କରିବାରେ ଏହା ସକ୍ଷମ। ଏବେ ଏହି ସୁପର ପ୍ଲାଣ୍ଟରେ ଆଉ କ’ଣ କ୍ଷମତା ରହିଛି, ତା’ର ପରୀକ୍ଷା କରାଯାଉଛି। ସେହିପରି ଅନ୍ୟ ଗଛ ସହ ମିଶି ଏହାକୁ ବ୍ୟବହାର କଲେ, କ’ଣ ଫାଇଦା ମିଳିବ, ତା’ର ମଧ୍ୟ ସମୀକ୍ଷା କରାଯାଉଛି ବୋଲି ଆରଏଚଏସ୍‌ ମୁଖ୍ୟ କହିଛନ୍ତି।

ବ୍ରିଟେନରେ ବାୟୁ ପ୍ରଦୂଷଣ ଯୋଗୁ ୩୩% ଲୋକ ପ୍ରଭାବିତ ହେଉଛନ୍ତି। କିନ୍ତୁ ମାତ୍ର ୬% ଲୋକ ଏହାର ନିରାକରଣ ପାଇଁ ବା ଏଥିରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥିତିରେ ସୁପର ପ୍ଲାଣ୍ଟ ହିଁ ସମସ୍ତଙ୍କୁ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

The post ଏହି ଗଛ ଭିଡ଼ ରାସ୍ତାରୁ ହ୍ରାସ କରିପାରିବ ପ୍ରଦୂଷଣ appeared first on Odisha Reporter.

]]>
left bottom 2021-03-19 10:23:45 https://cdn.odishareporter.in/wp-content/uploads/2021/03/19092927/super-plant.jpg
ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ https://odishareporter.in/science-environment/delhi-most-polluted-capital-globally-air-quality-report-627735 Wed, 17 Mar 2021 03:24:03 +0000 https://odishareporter.in/?p=627735

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ରାଜଧାନୀ ହେଉଛି ନୂଆଦିଲ୍ଲୀ। ଏଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।  ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ମଧ୍ୟରେ ଦିଲ୍ଲୀର ନାଁ ଆଗରେ ରହିଛି । ସ୍ୱିସ୍ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୱାଲିଟି ରିପୋର୍ଟ-୨୦୨୦ରେ ଏନେଇ ଉଲ୍ଲେଖ ରହିଛି।  ସେହିପରି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୩୦ଟି ସହର ମଧ୍ୟରେ ଭାରତର ୨୨ଟି ସହର ରହିଛି। ୱାର୍ଲ୍ଡ […]

The post ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ appeared first on Odisha Reporter.

]]>

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ରାଜଧାନୀ ହେଉଛି ନୂଆଦିଲ୍ଲୀ। ଏଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।  ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ମଧ୍ୟରେ ଦିଲ୍ଲୀର ନାଁ ଆଗରେ ରହିଛି । ସ୍ୱିସ୍ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୱାଲିଟି ରିପୋର୍ଟ-୨୦୨୦ରେ ଏନେଇ ଉଲ୍ଲେଖ ରହିଛି।  ସେହିପରି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୩୦ଟି ସହର ମଧ୍ୟରେ ଭାରତର ୨୨ଟି ସହର ରହିଛି।

ୱାର୍ଲ୍ଡ କ୍ୟାପିଟାଲ ସିଟି ରାଙ୍କିଙ୍ଗରେ ଦିଲ୍ଲୀ ସବୁଠୁ ଉପରେ ରହିଛି। ଏହାପରେ ଢାକା ଏବଂ ଉଲାନବଟାର ରହିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ୧୫ ପ୍ରତିଶତ  ସୁଧାର ଆସିଛି।  ଏହା ସତ୍ତ୍ୱେ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହର ତାଲିକାର ୧୦ମ ସ୍ଥାନରେ ରହିଛି। ଏଥିସହ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀର ମାନ୍ୟତାକୁ ମଧ୍ୟ ବଜାୟ ରଖିଛି। ଗୁଣବତ୍ତାରେ ସୁଧାର ଆସିଥିଲେ ମଧ୍ୟ ଭାରତରେ ବାୟୁ ପ୍ରଦୂଷଣ ସ୍ଥିତି ବିପଦଜନକ ରହିଥିବା ରିପୋର୍ଟରେ କୁହାଯାଇଛି।

ଭାରତର ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ ହେଉଛି ପରିବହନ, ରନ୍ଧନ ପାଇଁ ବ୍ୟବହାର ହେଉଥିବା ଜାଳେଣି, ଶିଳ୍ପ, ନିର୍ମାଣ, ବର୍ଜ୍ୟବସ୍ତୁ ଦହନ ଏବଂ ସମୟ ସମୟରେ ନଡା ଜଳାଇବା ଆଦି ସାମିଲ ରହିଛି। ଦିଲ୍ଲୀରେ ୨୦ରୁ ୩୦ ପ୍ରତିଶତ ବାୟୁ ପ୍ରଦୂଷଣ ପଞ୍ଜାବରେ ନଡ଼ା ଜଳିବା କାରଣରୁ ହୋଇଥାଏ ବୋଲି ଆକଳନ କରାଯାଉଛି।

ଦିଲ୍ଲୀ ଛଡ଼ା ସବୁଠୁ ଅଧିକ ପ୍ରଦୂଷିତ ଅଞ୍ଚଳ ତାଲିକାରେ ଗାଜିଆବାଦ, ବିଲନ୍ଦସହର, ନଏଡା, ଜଲାଲପୁର, ଗ୍ରେଟର ନଏଡା, କାନପୁର, ଲକ୍ଷ୍ନୌ, ମେରଟ, ଆଗ୍ରା, ମୁଜାଫରନଗର, ହିସାରା, ଭିୱଣ୍ଡି, ଫରିଦାବାଦ, ଫତେହାବାଦ, ଗୁରୁଗ୍ରାମ ଓ ଯମୁନା ନଗର ପ୍ରମୁଖ ରହିଛି।

ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ ଦେଶ ମଧ୍ୟରେ ବାଙ୍ଗଲାଦେଶ, ଚୀନ, ପାକିସ୍ତାନ ଓ ଭାରତ ରହିଛି। ଦେଶ ରାଙ୍କିଙ୍ଗରେ ବାଙ୍ଗଲାଦେଶର ସ୍ଥିତି ସବୁଠାରୁ ଖରାପ ରହିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ଏବଂ ତୃତୀୟ ସ୍ଥାନରେ ଭାରତ ରହିଛି। ସେହିପରି ଚାଇନାର ଜିନ୍‌ଜିଆଙ୍ଗ ସହର ସବୁଠୁ ଅଧିକ ପ୍ରଦୂଷିତ ବୋଲି ଉଲ୍ଲେଖ ରହିଛି।

The post ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ appeared first on Odisha Reporter.

]]>
left bottom 2021-03-17 09:49:41 https://cdn.odishareporter.in/wp-content/uploads/2021/03/17085133/Delhi-most-poluted-Capital.jpg
ନାଇଟ୍ ସିଫ୍ଟ କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ https://odishareporter.in/science-environment/night-shift-work-may-increase-cancer-risk-heres-what-study-has-to-say-625687 Tue, 09 Mar 2021 13:13:05 +0000 https://odishareporter.in/?p=625687

ଓ୍ୱାଶିଂଟନ: ଆଜିକାଲି ପ୍ରାୟତଃ କମ୍ପାନୀ ଏବେ ୨୪ ଘଣ୍ଟିଆ। ଦିନ ପରି ରାତିରେ ମଧ୍ୟ କର୍ମଚାରୀ କାମ କରୁଛନ୍ତି। ହେଲେ ଯେଉଁମାନେ ରାତିରେ ଡ୍ୟୁଟି କରୁଛନ୍ତି ସେମାନଙ୍କ ପାଇଁ ସତର୍କ ହେବାର ସମୟ ଆସିଛି। ଗବେଷକଙ୍କ ଦ୍ୱାରା ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଯେଉଁଥିରେ କ୍ୟାନସରେ ହେବାର ସମ୍ଭାବନା ମଧ୍ୟ ରହିଛି। ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ଗବେଷକ କହିଛନ୍ତି ଯେ, ଯେଉଁମାନେ ରାତିରେ କାମ କରନ୍ତି, ସେମାନଙ୍କ ପାଖରେ ସାଧାରଣ ସିଫ୍ଟରେ କାମ କରୁଥିବା […]

The post ନାଇଟ୍ ସିଫ୍ଟ କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ appeared first on Odisha Reporter.

]]>

ଓ୍ୱାଶିଂଟନ: ଆଜିକାଲି ପ୍ରାୟତଃ କମ୍ପାନୀ ଏବେ ୨୪ ଘଣ୍ଟିଆ। ଦିନ ପରି ରାତିରେ ମଧ୍ୟ କର୍ମଚାରୀ କାମ କରୁଛନ୍ତି। ହେଲେ ଯେଉଁମାନେ ରାତିରେ ଡ୍ୟୁଟି କରୁଛନ୍ତି ସେମାନଙ୍କ ପାଇଁ ସତର୍କ ହେବାର ସମୟ ଆସିଛି। ଗବେଷକଙ୍କ ଦ୍ୱାରା ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଯେଉଁଥିରେ କ୍ୟାନସରେ ହେବାର ସମ୍ଭାବନା ମଧ୍ୟ ରହିଛି।

ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ଗବେଷକ କହିଛନ୍ତି ଯେ, ଯେଉଁମାନେ ରାତିରେ କାମ କରନ୍ତି, ସେମାନଙ୍କ ପାଖରେ ସାଧାରଣ ସିଫ୍ଟରେ କାମ କରୁଥିବା ଲୋକଙ୍କ ଅପେକ୍ଷା ବିଭିନ୍ନ ପ୍ରକାରର କ୍ୟାନସର ରୋଗ ହେବାର ଆଶଙ୍କା ଅଧିକ ରହିଛି। ଷ୍ଟଡି ରିପୋର୍ଟରେ କୁହାଯାଇଛି ଯେ ଶରୀର ୨୪ ଘଣ୍ଟା ଏକ ଲୟରେ କାମ କରେ। ଏହି ସମୟ ମଧ୍ୟରେ ଏହା କର୍କଟ ସହିତ ଜଡିତ କେତେକ ଜିନର କାର୍ଯ୍ୟକଳାପରେ ବାନ୍ଧି ରହିଥାଏ। ଯେଉଁ କାରଣରୁ ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କ ଡିଏନଏ ପ୍ରତି ବିପଦ ରହିଥାଏ। ଏହା ସହିତ ଡିଏନଏ ମରାମତି କରୁଥିବା ଜିନ୍ ମଧ୍ୟ ସଠିକ୍ ଭାବରେ କାମ କରିପାରିବାର ସକ୍ଷମ ହୋଇନଥାଏ।

ଏହି ଗବେଷଣା ରିପୋର୍ଟ ପାଇନାଲ୍ ରିସର୍ଚ୍ଚରେ ପ୍ରକାଶିତ ହୋଇଛି। ଅଧ୍ୟୟନ ବେଳେ ଲ୍ୟାବ ପରୀକ୍ଷାର ରିପୋର୍ଟକୁ ସାମିଲ କରାଯାଇଛି। ଯେଉଁଥିରେ ସୁସ୍ଥ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ସେମାନଙ୍କୁ ରାତିରେ କାମ କରିବାକୁ କୁହାଯାଇଥିବା ସହିତ ଖାଇବା ସୂଚୀ ଦିଆଯାଇଥିଲା।

ଗବେଷକ ମାନେ ରିପୋର୍ଟରେ କହିଛନ୍ତି ଯେ ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କଠାରେ କ୍ୟାନସରକୁ ରୋକିବା ଏବଂ କିଭଳି ଚିକିତ୍ସା କରାଇ ହେବ ତା ଉପରେ ଅଧିକ ଅନୁସନ୍ଧାନ କରାଯିବାର ଆବଶ୍ୟକ ରହିଛି।

ଓ୍ୱାଶିଂଟନ ଷ୍ଟେଟ୍ ୟୁନିଭର୍ସିଟିର କଲେଜ ଅଫ୍ ଫାର୍ମାସି ଏବଂ ଫାର୍ମାସ୍ୟୁଟିକାଲ୍ ସାଇନ୍ସର ଆସୋସିଏଟ୍ ପ୍ରଫେସର ତଥା ଏହି ରିପୋର୍ଟ ଲେଖିଥିବା ପ୍ରଫେସର ଶୋଭନ୍ ଗଡ୍ଡାମିଧି କହିଛନ୍ତି, ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକମାନେ କ୍ୟାନସରରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍କଟ ରୋଗ ଉପରେ ଅନ୍ତର୍ଜାତୀୟ ଏଜେନ୍ସି ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କୁ ସମ୍ଭାବ୍ୟ କାର୍ସିନୋଜେନିକ୍ ବର୍ଗରେ ସାମିଲ କରିଛି।

ଓ୍ୱାଶିଂଟନ ଷ୍ଟେଟ୍ ୟୁନିଭର୍ସିଟିର କଲେଜର ସ୍ପିପ୍ ଆଣ୍ଡ ପରଫରମାନ୍ସ ରିସର୍ଚ୍ଚ ସେଣ୍ଟର ଏବଂ ୟୁଏସ ଡିପାର୍ଟମେଣ୍ଟ ଅଫ୍ ଏନର୍ଜିର ପାସିଫିକ ନର୍ଥଓ୍ୱେଷ୍ଟ ନ୍ୟାଶନାଲ ଲାବୋରୋଟରୀ ସହିତ ମିଶି ଏହି ବୈଜ୍ଞାନିକମାନେ ଗବେଷଣା କରିଛନ୍ତି। ଯେଉଁଥିରେ ଗବେଷକମାନେ ବାୟୋଲଜିକାଲ କ୍ଲକରେ କଣ ହେଲେ ଏଭଳି କର୍କଟ ରୋଗର ସମମ୍ବାବନା ବଢ଼ିଥାଏ ତାର ଗବେଷଣା କରିଛନ୍ତି। ମୋଟ୍ ୧୪ ପ୍ରତିଶତ ଲୋକଙ୍କ ଶରୀରରେ ଏହି ଗବେଷଣା କରିଛନ୍ତି। ଏହି ସମୟ ମଧ୍ୟରେ ପରୀକ୍ଷାରେ ଭାଗ ନେଇଥିବା ଲୋକମାନେ ଓ୍ୱାଶିଂଟନ ଷ୍ଟେଟ୍ ୟୁନିଭର୍ସିଟିର କଲେଜର ପରୀକ୍ଷାଗାରରେ ୭ ଦିନ ବିତାଇଥିଲେ। ଏହି ସମୟ ମଧ୍ୟରେ, ଅଧା ଲୋକଙ୍କୁ ନାଇଟ୍ ସିଫ୍ଟରେ ଏବଂ ବାକି ଲୋକଙ୍କ ଦିନ ସିଫ୍ଟରେ ରଖାଯାଇଥିଲା। ଏହି ସମୟ ମଧ୍ୟରେ, ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କ ଡିଏନଏରେ ଅଧିକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି।

The post ନାଇଟ୍ ସିଫ୍ଟ କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ appeared first on Odisha Reporter.

]]>
left bottom 2021-03-09 18:44:55 https://cdn.odishareporter.in/wp-content/uploads/2021/03/09184222/night-shift.jpg
ଇସ୍ରୋର ଖାସ୍ ସାଟେଲାଇଟ୍ ପଡ଼ୋଶୀ ଦେଶ ଉପରେ ରଖିବ ତୀକ୍ଷ୍ଣ ନଜର https://odishareporter.in/science-environment/isro-to-launch-geo-imaging-satellite-on-march-28-625308 Mon, 08 Mar 2021 04:06:57 +0000 https://odishareporter.in/?p=625308

ନୂଆଦିଲ୍ଲୀ: ସୀମା ଉପରେ ଏଥର ନଜର ରଖିବ ସାଟେଲାଇଟ୍। ଆକାଶମାର୍ଗରୁ ସାଟେଲାଇଟ୍ ଜରିଆରେ ପଡ଼ୋଶୀ ପାକିସ୍ତାନ, ଚାଇନା ସୀମାର ଗତିବିଧି ଉପରେ ନଜର ରଖିବା ପାଇଁ ଇସ୍ରୋ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ସାଟେଲାଇଟ୍। ଖାଲି ସୀମା ବାବଦରେ ନୁହେଁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ସାଟେଲାଇଟ୍ ଆଗୁଆ ସୂଚନା ଦେବ। ଯାହାକି ବହୁ କ୍ଷୟ କ୍ଷତିରୁ ଉଦ୍ଧାର କରିପାରିବ। ଭାରତ ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଏବେ ମହାକାଶକୁ ଯିବ। ମାର୍ଚ୍ଚ ୨୮ରେ ଆନ୍ଧ୍ରପ୍ରଦେଶର ନେଲୋର […]

The post ଇସ୍ରୋର ଖାସ୍ ସାଟେଲାଇଟ୍ ପଡ଼ୋଶୀ ଦେଶ ଉପରେ ରଖିବ ତୀକ୍ଷ୍ଣ ନଜର appeared first on Odisha Reporter.

]]>

ନୂଆଦିଲ୍ଲୀ: ସୀମା ଉପରେ ଏଥର ନଜର ରଖିବ ସାଟେଲାଇଟ୍। ଆକାଶମାର୍ଗରୁ ସାଟେଲାଇଟ୍ ଜରିଆରେ ପଡ଼ୋଶୀ ପାକିସ୍ତାନ, ଚାଇନା ସୀମାର ଗତିବିଧି ଉପରେ ନଜର ରଖିବା ପାଇଁ ଇସ୍ରୋ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ସାଟେଲାଇଟ୍। ଖାଲି ସୀମା ବାବଦରେ ନୁହେଁ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ସାଟେଲାଇଟ୍ ଆଗୁଆ ସୂଚନା ଦେବ। ଯାହାକି ବହୁ କ୍ଷୟ କ୍ଷତିରୁ ଉଦ୍ଧାର କରିପାରିବ। ଭାରତ ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଏବେ ମହାକାଶକୁ ଯିବ। ମାର୍ଚ୍ଚ ୨୮ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାରୁ ଏହା ଉତକ୍ଷେପଣ ହେବ ବୋଲି ସୂଚନା ରହିଛି।

ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରର GSLV-F10 ଜରିଆରେ GSAT-1 ଲଞ୍ଚ କରିବ। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO)ର ଜଣେ ଅଧିକାରୀ କହିଛନ୍ତି ମାର୍ଚ୍ଚ ୨୮ରେ ଏହି ଜିଓ-ଇମେଜିଙ୍ଗ୍ ଉପଗ୍ରହ ଉତକ୍ଷେପଣ ହେବ। ହେଲେ ଏହାର ଉତକ୍ଷେପଣ ପାଣିପାଗର ସ୍ଥିତି ଉପରେ ନିର୍ଭର କରିବ।

ଭାରତର ଏହି ଉପଗ୍ରହକୁ ୩୬,୦୦୦ କିଲୋମିଟର ଉଚ୍ଚତା ବିଶିଷ୍ଟ କକ୍ଷପଥରେ ରଖାଯିବ। ବୈଷୟିକ କାରଣରୁ GSLV-F10 ମାଧ୍ୟମରେ GSAT-1ର ଶୁଭାରମ୍ଭ ସ୍ଥଗିତ ରଖାଯାଇଛି। ଏହାର ଶୁଭାରମ୍ଭ ଗତ ବର୍ଷ ମାର୍ଚ୍ଚ ୫ରେ ହେବାର ଥିଲା ବୋଲି ସୂଚନା ରହିଛି। ମହାକାଶ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହା ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହେବାକୁ ଯାଉଛି। ଏହି ସାଟେଲାଇଟରେ ଉଚ୍ଚ ସ୍ତରୀୟ କ୍ୟାମେରା ସହିତ ଏହି ଉପଗ୍ରହ ରହିଛି। ଯାହାକି ଭାରତୀୟ ସ୍ଥଳ ଏବଂ ମହାସାଗରକୁ ବିଶେଷ କରି ଏହାର ସୀମାକୁ ମନିଟରିଂ କରିବ। ଏମିତିକି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯେକୌଣସି ସ୍ୱଳ୍ପ ମିଆଦି ଘଟଣାର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ।

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ GSAT-1ର ଓଜନ ୨,୨୬୮ କିଲୋଗ୍ରାମ ଏବଂ ଏହା ଏକ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ଉପଗ୍ରହ। ମହାକାଶ ବିଭାଗର ସଚିବ ତଥା ଇସ୍ରୋର ଚେୟାରମ୍ୟାନ୍ କେ ଶିବନ୍ ଗତ ସପ୍ତାହରେ କହିଥିଲେ ଯେ GSAT-1 ମିଶନ ସ୍ଥଗିତ ରହିଥିଲା ବୈଷୟିକ ସମସ୍ୟା ପାଇଁ। ଏବେ ଏହି ସମସ୍ୟାର ସମାଧାନ ହୋଇଛି। କୋଭିଡ୍-୧୯ ଏବଂ ଲକଡାଉନ୍ ପାଇଁ ଏହାର ଉତକ୍ଷେପଣ ବିଳମ୍ୱିତ ହୋଇଛି।

The post ଇସ୍ରୋର ଖାସ୍ ସାଟେଲାଇଟ୍ ପଡ଼ୋଶୀ ଦେଶ ଉପରେ ରଖିବ ତୀକ୍ଷ୍ଣ ନଜର appeared first on Odisha Reporter.

]]>
left bottom 2021-03-08 09:36:57 https://cdn.odishareporter.in/wp-content/uploads/2021/03/08093626/ISRO.jpg
ଭାରତରେ ମୁଣ୍ଡପିଛା ବାର୍ଷିକ ୫୦କେଜି ଖାଦ୍ୟ ନଷ୍ଟ ହେଉଛି https://odishareporter.in/science-environment/indian-households-waste-50-kg-of-food-per-person-per-year-says-unep-624805 Fri, 05 Mar 2021 13:13:26 +0000 https://odishareporter.in/?p=624805

ଅଧିକାଂଶ ଦେଶରେ ଯେଉଁଠି ଖାଦ୍ୟ ପାଇଁ ହାହାକାର ଦେଖିବାକୁ ମିଳିଛି, ସେହିଠାରେ ସବୁ ସୁବିଧା ପାଉଥିବା ଲୋକ ଦିନକରେ କେଜି କେଜି ଖାଦ୍ୟ ନଷ୍ଟ କରୁଛନ୍ତି। ୟୁଏନ୍ ଦ୍ୱାରା ଜାରି ହୋଇଥିବା ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ-୨୦୨୧ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୟୁନାଇଟେଡ୍ ନେସନ୍ ଏନଭାର୍ନମେଣ୍ଟ ପ୍ରୋଗ୍ରାମ୍‌ (UNEP) ରିପୋର୍ଟ ଅନୁସାରେ, ପୂରା ଦୁନିଆରେ ଆନୁମାନିକ ୯୩୧ ମିଲିୟନ୍ ଟନ୍ ଖାଦ୍ୟ ଡଷ୍ଟବିନରେ ଫୋପଡ଼ା ଯାଉଛି। ଏତେ ସଂଖ୍ୟକ ଖାଦ୍ୟ ଘରେ, ଖୁଚୁରା ଦୋକାନୀ, ରେଷ୍ଟୁରାଣ୍ଟ […]

The post ଭାରତରେ ମୁଣ୍ଡପିଛା ବାର୍ଷିକ ୫୦କେଜି ଖାଦ୍ୟ ନଷ୍ଟ ହେଉଛି appeared first on Odisha Reporter.

]]>

ଅଧିକାଂଶ ଦେଶରେ ଯେଉଁଠି ଖାଦ୍ୟ ପାଇଁ ହାହାକାର ଦେଖିବାକୁ ମିଳିଛି, ସେହିଠାରେ ସବୁ ସୁବିଧା ପାଉଥିବା ଲୋକ ଦିନକରେ କେଜି କେଜି ଖାଦ୍ୟ ନଷ୍ଟ କରୁଛନ୍ତି। ୟୁଏନ୍ ଦ୍ୱାରା ଜାରି ହୋଇଥିବା ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ-୨୦୨୧ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୟୁନାଇଟେଡ୍ ନେସନ୍ ଏନଭାର୍ନମେଣ୍ଟ ପ୍ରୋଗ୍ରାମ୍‌ (UNEP) ରିପୋର୍ଟ ଅନୁସାରେ, ପୂରା ଦୁନିଆରେ ଆନୁମାନିକ ୯୩୧ ମିଲିୟନ୍ ଟନ୍ ଖାଦ୍ୟ ଡଷ୍ଟବିନରେ ଫୋପଡ଼ା ଯାଉଛି। ଏତେ ସଂଖ୍ୟକ ଖାଦ୍ୟ ଘରେ, ଖୁଚୁରା ଦୋକାନୀ, ରେଷ୍ଟୁରାଣ୍ଟ ସମେତ ଭୋଜନ କରାଉଥିବା ଅନ୍ୟ ସ୍ଥାନରେ ନଷ୍ଟ ହୋଇଛି।

UNEP ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ରେ ଭାରତରେ ଖାଦ୍ୟଶସ୍ୟ, ତୈଳବୀଜ, ଆଖୁ ଏବଂ ଉଦ୍ୟାନ କୃଷିର ମୋଟ ଉତ୍ପାଦନକୁ ଯଦି ଯୋଡି ଦିଆଯିବ, ତାହେଲେ ଏହା ନଷ୍ଟ ହୋଇଥିବା ଖାଦ୍ୟର ଓଜନ ସହିତ ସମାନ ହେବ। ରିପୋର୍ଟରେ ଦର୍ଶାଯାଇଛି ଯେ ଅଧିକାଂଶ ଖାଦ୍ୟ ଘରେ ନଷ୍ଟ ହେଉଛି। ତା’ପରେ ହୋଟେଲ, ରେଷ୍ଟୁରାଣ୍ଟ ସମେତ ଖାଦ୍ୟ ମିଳୁଥିବା ଅନ୍ୟାନ୍ୟ ସ୍ଥାନ ଅର୍ଥାତ୍ ଖୁଚୁରା ଦୋକାନ ଆଦିରେ ଖାଦ୍ୟ ବହୁତ ନଷ୍ଟ ହେଉଛି। ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ମୁଣ୍ଡପିଛା ବାର୍ଷିକ ୧୨୧ କେଜି ଖାଦ୍ୟ ନଷ୍ଟ କରୁଛି। ଏଥିରେ ଘରୋଇ ଖାଦ୍ୟର ୭୪ ପ୍ରତିଶତ ରହିଛି।

ଦକ୍ଷିଣ ଏସିଆ ଦେଶ ଗୁଡ଼ିକୁ ଯଦି ଦେଖିବା, ତେବେ ଭାରତରେ ମୁଣ୍ଡପିଛା ୫୦ କେଜି ଖାଦ୍ୟ ନଷ୍ଟ ହେଉଛି। ତେବେ ଏହି ମାମଲାରେ ଆଫଗାନିସ୍ତାନ ଶୀର୍ଷରେ ରହିଛି। ଆଫଗାନିସ୍ତାନରେ ୮୧ କେଜି ଖାଦ୍ୟ ମୁଣ୍ଡପିଛା ନଷ୍ଟ ହେଉଛି। ଏହା ପଛକୁ ନେପାଳ (୭୯ କେଜି), ଶ୍ରୀଲଙ୍କା (୭୬ କେଜି) ପାକିସ୍ତାନ (୭୪ କେଜି) ଓ ବାଂଲାଦେଶ (୬୫ କେଜି)ର ନମ୍ବର ରହିଛି। ଏହିପରି ଭାବେ ଦକ୍ଷିଣ ଏସିଆ ଦେଶ ମଧ୍ୟରେ ମୁଣ୍ଡପିଛା ବାର୍ଷିକ ଖାଦ୍ୟ ନଷ୍ଟ ତାଲିକାରେ ଭାରତ ଅନ୍ତିମ ସ୍ଥାନରେ ରହିଛି।

ଗୋଟିଏ ପଟେ ଖାଦ୍ୟ ନଷ୍ଟ ଏବଂ ଅନ୍ୟପଟେ ଭୋକିଲା ସମସ୍ୟା ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। UNFAO ରିପୋର୍ଟ ଅନୁଯାୟୀ, ୨୦୧୯ ବର୍ଷରେ ସାରା ଦୁନିଆରେ ୬୯ କୋଟି ଲୋକ ଭୋକିଲା ରହିଥିଲେ। ତେବେ କରୋନା ମହାମାରୀ ବେଳେ ଏହି ଭୋକିଲା ସଂଖ୍ୟା ଆହୁରି ବୃଦ୍ଧି ପାଇଥିବ ବୋଲି ଫୁଡ୍ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟରେ କୁହାଯାଇଛି।

The post ଭାରତରେ ମୁଣ୍ଡପିଛା ବାର୍ଷିକ ୫୦କେଜି ଖାଦ୍ୟ ନଷ୍ଟ ହେଉଛି appeared first on Odisha Reporter.

]]>
left bottom 2021-03-05 18:43:26 https://cdn.odishareporter.in/wp-content/uploads/2021/03/05184111/waste-food.jpg
୯୦ ଦିନରେ ମଣିଷ ଓହ୍ଲାଇବ ମଙ୍ଗଳ ଗ୍ରହରେ ! https://odishareporter.in/science-environment/nasa-plans-to-launch-mars-ice-mapping-mission-617342 Fri, 05 Feb 2021 12:52:20 +0000 https://odishareporter.in/?p=617342

ନୂଆଦିଲ୍ଲୀ: ଚନ୍ଦ୍ର ପରେ ଯଦି ବୈଜ୍ଞାନିକମାନେ କୌଣସି ଗ୍ରହ ଉପରେ ଅଧିକ ଗବେଷଣା କରନ୍ତି ତାହା ହେଲା ମଙ୍ଗଳ ଗ୍ରହ। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସଏକ୍ସର ମାଲିକ ଏଲୋନ ମସ୍କ ମଧ୍ୟ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ସ୍ପେସ ଏକ୍ସ ଜରିଆରେ ଗବେଷଣାକୁ ଜୋରଦାର କରିଛନ୍ତି। ଖାଲି ଏଲୋନ ଏକା ନୁହନ୍ତି ବିଭିନ୍ନ ଦେଶର ଗବେଷକମାନେ ମଧ୍ୟ ମଙ୍ଗଳ ଗ୍ରହ ଉପରେ ଗବେଷଣା କରୁଛନ୍ତି। ଚନ୍ଦ୍ରରେ ଓହ୍ଲାଇବା  ମଣିଷ ପାଇଁ ସହଜ […]

The post ୯୦ ଦିନରେ ମଣିଷ ଓହ୍ଲାଇବ ମଙ୍ଗଳ ଗ୍ରହରେ ! appeared first on Odisha Reporter.

]]>

ନୂଆଦିଲ୍ଲୀ: ଚନ୍ଦ୍ର ପରେ ଯଦି ବୈଜ୍ଞାନିକମାନେ କୌଣସି ଗ୍ରହ ଉପରେ ଅଧିକ ଗବେଷଣା କରନ୍ତି ତାହା ହେଲା ମଙ୍ଗଳ ଗ୍ରହ। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସଏକ୍ସର ମାଲିକ ଏଲୋନ ମସ୍କ ମଧ୍ୟ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ସ୍ପେସ ଏକ୍ସ ଜରିଆରେ ଗବେଷଣାକୁ ଜୋରଦାର କରିଛନ୍ତି। ଖାଲି ଏଲୋନ ଏକା ନୁହନ୍ତି ବିଭିନ୍ନ ଦେଶର ଗବେଷକମାନେ ମଧ୍ୟ ମଙ୍ଗଳ ଗ୍ରହ ଉପରେ ଗବେଷଣା କରୁଛନ୍ତି। ଚନ୍ଦ୍ରରେ ଓହ୍ଲାଇବା  ମଣିଷ ପାଇଁ ସହଜ ହୋଇଥିବା ବେଳେ ମଙ୍ଗଳରେ ଓହ୍ଲାଇବା ସମୟ ସାପେକ୍ଷ ରହିଛି।

ଏବେ ରକେଟ ଟେକ୍ନୋଲୋଜି ଜରିଆରେ ପୃଥିବୀରୁ ମଙ୍ଗଳ ଗ୍ରହ ଯିବାକୁ ହେଲେ ୯ ମାସ ସମୟ ଲାଗୁଛି। ଏଥିସହ ମଙ୍ଗଳ ଗ୍ରହ ଯିବାକୁ ହେଲେ ରେଡିଏସନର ମଧ୍ୟ ବିପଦ ରହିଛି। ଏବେ କିନ୍ତୁ ନୂଆ ଟେକ୍ନୋଲୋଜିର ଆବିଷ୍କାର ହୋଇଛି। ଯେଉଁଠି ମାତ୍ର ତିନି ମାସରେ ମଙ୍ଗଳ ଗ୍ରହ ପହଞ୍ଚି ହେବ। ଆଉ ରେଡିଏସନର ବିପଦ ମଧ୍ୟ କମ୍ ରହିଛି।

ଆମେରିକାର ନ୍ୟୁଜ ଏଜେନ୍ସି ସିଏନଏନର ରିପୋର୍ଟ ଅନୁୟାୟୀ ଏକ ପରାମାଣୁ ଚାଳିତ ରକେଟ ଜରିଆରେ ତିନି ମାସ ମଧ୍ୟରେ କ୍ରିଉ ମିଶନ ଜରିଆରେ ମଙ୍ଗଳ ଗ୍ରହ ପହଞ୍ଚି ହେବ। ଆମେରିକାର ସ୍ପେସ୍ ଏଜେନ୍ସି ନାସା ୨୦୩୫ ମଧ୍ୟରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଯୋଜନା କରୁଛି। ହେଲେ ଏହି ଗ୍ରହରେ ପହଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ସମୟ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ମହାକାଶରେ ଅଧିକ ସମୟ ଯାତ୍ରା କଲେ ରେଡିଏସନ ବା ବିକିରଣର ବିପଦ ଅଧିକ ରହିବ। ଏହି ରେଡିଏସନ ପାଇଁ ମହାକାଶରେ ଯାତ୍ରା କରିବା ବେଳେ ମଣିଷ ଅସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି।

ଏବେ କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଆମେରିକାର ସିଏଟଲ ବାଟ ଫିଟିଛି। ଅଲ୍ଟ୍ରା ସେଫ୍ ନ୍ୟୁକ୍ଲିଅର ଟେକ୍ନୋଲଜି (ୟୁଏସଏନସି-ଟେକ୍) ଏକ ସ୍ପେସକ୍ରାଫ୍ଟ ଡିଜାଇନ୍ ତିଆରି କରିଛି। ଏହି ଟେକ୍ନୋଲୋଜି ସାହାଯ୍ୟରେ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ଆବଶ୍ୟକ ସମୟକୁ କମାଇଦେବ। ପାଖାପାଖି ତିନି ମାସ ମଧ୍ୟରେ ମଙ୍ଗଳ ଗ୍ରହରେ ପହଞ୍ଚି ହେବ ବୋଲି ଜଣାପଡ଼ିଛି।

ୟୁଏସଏନସି-ଟେକର ନିର୍ଦ୍ଦେଶକ ମାଇକେଲ୍ ଇଡସ ପ୍ରତିକ୍ରିୟାରେ କହିଛନ୍ତି, ରକେଟକୁ ଏଭଳି ଡିଜାଇନ୍ ତିଆରି କରାଯାଇଛି ଯାହାକି ରେଡିଏସନକୁ କମାଇ ଦେବ। ଆଉ କ୍ରିଉ ମେମ୍ୱର ସୁରକ୍ଷିତ ଯାତ୍ରା କରିପାରିବେ। ନାସାର ଚିଫ୍ ଇଞ୍ଜିନିଅର ଜେଫ୍ ଶାହୀ ସିଏନଏନ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି।

The post ୯୦ ଦିନରେ ମଣିଷ ଓହ୍ଲାଇବ ମଙ୍ଗଳ ଗ୍ରହରେ ! appeared first on Odisha Reporter.

]]>
left bottom 2021-02-05 18:32:41 https://cdn.odishareporter.in/wp-content/uploads/2021/02/02085215/Nasa.jpg
ଓଡ଼ିଆ ବୈଜ୍ଞାନିକଙ୍କ ଖାଇବାରେ ବିଷ ମିଶାଯାଇଥିଲା https://odishareporter.in/science-environment/i-was-poisoned-senior-isro-scientist-tapan-misra-claims-in-facebook-post-608784 Wed, 06 Jan 2021 02:54:51 +0000 https://odishareporter.in/?p=608784

ବେଙ୍ଗାଲୁରୁ: ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ର ମଙ୍ଗଳବାର ତାଙ୍କ ଫେସବୁକ ପୋଷ୍ଟରେ ତିନି ବର୍ଷ ତଳର ଏକ ଘଟଣା ବାବଦରେ ଲେଖିଛନ୍ତି। ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ତିନି ବର୍ଷ ପୂର୍ବେ ତାଙ୍କ ଖାଇବାରେ ବିଷ ମିଶାଯାଇଥିଲା ଆଉ ସେ ସେହି ଖାଦ୍ୟ ଖାଇଥିଲେ ବୋଲି କହିଛନ୍ତି। ତାଙ୍କ ସହ ଘଟିଥିବା ଏହି ଘଟଣାକୁ ଗୁପ୍ତ ରଖିଥିଲେ ବୋଲି ତପନ ମିଶ୍ର କହିଛନ୍ତି। ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟରେ ଏକ ପଦୋନ୍ନତି […]

The post ଓଡ଼ିଆ ବୈଜ୍ଞାନିକଙ୍କ ଖାଇବାରେ ବିଷ ମିଶାଯାଇଥିଲା appeared first on Odisha Reporter.

]]>

ବେଙ୍ଗାଲୁରୁ: ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ର ମଙ୍ଗଳବାର ତାଙ୍କ ଫେସବୁକ ପୋଷ୍ଟରେ ତିନି ବର୍ଷ ତଳର ଏକ ଘଟଣା ବାବଦରେ ଲେଖିଛନ୍ତି। ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ତିନି ବର୍ଷ ପୂର୍ବେ ତାଙ୍କ ଖାଇବାରେ ବିଷ ମିଶାଯାଇଥିଲା ଆଉ ସେ ସେହି ଖାଦ୍ୟ ଖାଇଥିଲେ ବୋଲି କହିଛନ୍ତି। ତାଙ୍କ ସହ ଘଟିଥିବା ଏହି ଘଟଣାକୁ ଗୁପ୍ତ ରଖିଥିଲେ ବୋଲି ତପନ ମିଶ୍ର କହିଛନ୍ତି।

ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟରେ ଏକ ପଦୋନ୍ନତି ସାକ୍ଷାତକାର ଅବସରରେ ଏଭଳି ଘଟଣା ତାଙ୍କ ସହ ଘଟିଥିଲା ବୋଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଏହି ସୁଯୋଗ୍ୟ ସନ୍ତାନ କହିଛନ୍ତି। ୨୩ ମେ ୨୦୦୭ରେ ତାଙ୍କ ଦୋସା ଏବଂ ଚଟଣୀରେ ଆର୍ସେନିକ୍ ଟ୍ରାଇଅକ୍ସାଇଡ୍ ବିଷାକ୍ତ କେମିକାଲ ମିଶାଯାଇଥିଲା ବୋଲି ତପନ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି। ତପନ ମିଶ୍ର ଏବେ ଇସ୍ରୋର ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟରତ ଅଛନ୍ତି। ଚଳିତମାସ ଶେଷରେ ତପନ ମିଶ୍ର ଅବସର ଗ୍ରହଣ କରିବେ ବୋଲି ସୂଚନା ରହିଛି।

ତେବେ ଜୁଲାଇ ୨୦୧୭ରେ ଗୃହ ବିଭାଗର ସୁରକ୍ଷା କର୍ମୀମାନେ ତାଙ୍କୁ ଭେଟି ଆର୍ସେନିକ୍ ବିଷାକ୍ତ ବିଷୟରେ ସତର୍କ କରାଇଥିଲେ ଏବଂ ଡାକ୍ତରମାନଙ୍କୁ ପ୍ରତିକାର ବାବଦରେ କହିଥିଲେ। ଏହାରି ଭିତରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହିତ ଚର୍ମ, ଫଙ୍ଗଲରେ ସଂକ୍ରମଣର ଶିକାର ହୋଇଥିଲେ ବୋଲି ବୈଜ୍ଞାନିକ ତପନ ମିଶ୍ର କହିଛନ୍ତି। ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଥିବାର ମେଡିକାଲ ରିପୋର୍ଟ ମଧ୍ୟ ସୋଶାଲ ମିଡିଆରେ ଶେୟାର କରିଛନ୍ତି ଶ୍ରୀ ମିଶ୍ର। ଏବେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ବୈଜ୍ଞାନିକ ତପନ ମିଶ୍ର। ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବା ପାଇଁ ଗୁପ୍ତଚର ଏଭଳି କାମ କରିଥାଇପାରନ୍ତି ବୋଲି ସେ ଅନୁମାନ କରିଛନ୍ତି। ତପନ ମିଶ୍ରଙ୍କ ଏହି ଫେସବୁକ ପୋଷ୍ଟ ଉପରେ ଇସ୍ରୋ କୌଣସି ପ୍ରତିକ୍ରିୟା ରଖିନାହିଁ।

Long Kept Secret

We, in ISRO, occasionally heard about highly suspicious death of Prof. Vikram Sarabhai in 1971. Also…

Posted by Tapan Misra on Tuesday, 5 January 2021

The post ଓଡ଼ିଆ ବୈଜ୍ଞାନିକଙ୍କ ଖାଇବାରେ ବିଷ ମିଶାଯାଇଥିଲା appeared first on Odisha Reporter.

]]>
centre bottom 2021-01-06 11:13:39 https://cdn.odishareporter.in/wp-content/uploads/2021/01/06082437/ISRO-TAPAN-MISHRA.jpg
ଆଇଆଇଟି ଦିଲ୍ଲୀ ତିଆରି କଲା ଶାକାହାରୀ ଅଣ୍ଡା https://odishareporter.in/science-environment/mock-egg-prepared-by-iit-delhi-604137 Mon, 21 Dec 2020 15:12:06 +0000 https://odishareporter.in/?p=604137

ନୂଆଦିଲ୍ଲୀ: ବିଜ୍ଞାନର ଆଉ ଏକ ସଫଳତା। ବିଜ୍ଞାନ ଏବଂ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ତିଆରି ହୋଇଛି ଶାକାହାରୀ ଅଣ୍ଡା। ଆଇଆଇଟି ଦିଲ୍ଲୀ ଏହି ଅଣ୍ଡା ତିଆରି କରିଛି। ସାଧାରଣ ଅଣ୍ଡା ଭଳି ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି ଏହି ଅଣ୍ଡାରେ। ଏହାର ସ୍ୱାଦ ମଧ୍ୟ ଭଲ ଥିବା ଜଣାପଡ଼ିଛି। ଆଇଆଇଟି ଦିଲ୍ଲୀ ଏହି ଆବିଷ୍କାର ପାଇଁ ଏସଡିଜି ଫର୍ ଏସଡିଜି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଛି। ୟୁନାଇଟେଡ ନେଶନ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (ୟୁଏନଡିପି)ର […]

The post ଆଇଆଇଟି ଦିଲ୍ଲୀ ତିଆରି କଲା ଶାକାହାରୀ ଅଣ୍ଡା appeared first on Odisha Reporter.

]]>

ନୂଆଦିଲ୍ଲୀ: ବିଜ୍ଞାନର ଆଉ ଏକ ସଫଳତା। ବିଜ୍ଞାନ ଏବଂ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ତିଆରି ହୋଇଛି ଶାକାହାରୀ ଅଣ୍ଡା। ଆଇଆଇଟି ଦିଲ୍ଲୀ ଏହି ଅଣ୍ଡା ତିଆରି କରିଛି। ସାଧାରଣ ଅଣ୍ଡା ଭଳି ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି ଏହି ଅଣ୍ଡାରେ। ଏହାର ସ୍ୱାଦ ମଧ୍ୟ ଭଲ ଥିବା ଜଣାପଡ଼ିଛି।

ଆଇଆଇଟି ଦିଲ୍ଲୀ ଏହି ଆବିଷ୍କାର ପାଇଁ ଏସଡିଜି ଫର୍ ଏସଡିଜି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଛି। ୟୁନାଇଟେଡ ନେଶନ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (ୟୁଏନଡିପି)ର ଲ୍ୟାବରେ ଏହି ପ୍ରତିଯୋଗିତା ହୋଇଥିଲା। ଆଇଆଇଟି ଦିଲ୍ଲୀର ସେଣ୍ଟର ଫର୍ ରୁରାଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନୋଲଜିର ପ୍ରୋଫେସର କାବ୍ୟା ଦଶୋରା ଏହାର ଆବିଷ୍କାର କରିଛନ୍ତି।

ଏଥିପାଇଁ ଜର୍ମାନୀର ଆର୍ଥିକ ସହଯୋଗ ଏବଂ ବିକାଶର ପ୍ରମୁଖ କ୍ରିଷ୍ଟିୟ ଆଇଆଇଟି ଦିଲ୍ଲୀକୁ ପୁରସ୍କୃତ କରିଛି। ପୁରସ୍କାର ସ୍ୱରୂପ 5 ହଜାର ଡଲାର ଦେଇଛି ଏହି ସଂସ୍ଥା।

The post ଆଇଆଇଟି ଦିଲ୍ଲୀ ତିଆରି କଲା ଶାକାହାରୀ ଅଣ୍ଡା appeared first on Odisha Reporter.

]]>
left bottom 2020-12-21 20:42:06 https://cdn.odishareporter.in/wp-content/uploads/2020/12/21204156/egg-1.jpg
ଜହ୍ନରୁ ମାଟି ଧରି ଆସିଲା ମହାକାଶ ଯାନ https://odishareporter.in/science-environment/change-5s-return-with-lunar-sample-602373 Thu, 17 Dec 2020 02:59:57 +0000 https://odishareporter.in/?p=602373

ବେଜିଂ: ଆମେରିକା, ସୋଭିଏତ ସଂଘ ପରେ ଚାଇନାକୁ ବଡ଼ ସଫଳତା। ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିଛି ଚାଇନାର ‘ଚାଙ୍ଗ ଇ-୫’। ପଥର ଏବଂ ଆବର୍ଜନା ନମୁନା ଧରି ଏହି ଯାନ ପୃଥିବୀକୁ ଫେରିଛି। ଗୁରୁବାର ମୋଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲ୍ଲାରେ ଅବତରଣ କରିଛି ‘ଚାଙ୍ଗ ଇ-୫’। ଅବତରଣ କରିବା ପୂର୍ବରୁ କ୍ୟାପସୁଲଟି ପ୍ରଥମେ ଏହାର ଅର୍ବିଟାଲ୍ ମଡ୍ୟୁଲ୍ ଠାରୁ ଅଲଗା ହୋଇ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପାଇଁ ଏକ ଲମ୍ୱା ଡିଆଁ ମାରିଥିଲା। ‘ଚାଙ୍ଗ୍ […]

The post ଜହ୍ନରୁ ମାଟି ଧରି ଆସିଲା ମହାକାଶ ଯାନ appeared first on Odisha Reporter.

]]>

ବେଜିଂ: ଆମେରିକା, ସୋଭିଏତ ସଂଘ ପରେ ଚାଇନାକୁ ବଡ଼ ସଫଳତା। ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିଛି ଚାଇନାର ‘ଚାଙ୍ଗ ଇ-୫’। ପଥର ଏବଂ ଆବର୍ଜନା ନମୁନା ଧରି ଏହି ଯାନ ପୃଥିବୀକୁ ଫେରିଛି। ଗୁରୁବାର ମୋଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲ୍ଲାରେ ଅବତରଣ କରିଛି ‘ଚାଙ୍ଗ ଇ-୫’। ଅବତରଣ କରିବା ପୂର୍ବରୁ କ୍ୟାପସୁଲଟି ପ୍ରଥମେ ଏହାର ଅର୍ବିଟାଲ୍ ମଡ୍ୟୁଲ୍ ଠାରୁ ଅଲଗା ହୋଇ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପାଇଁ ଏକ ଲମ୍ୱା ଡିଆଁ ମାରିଥିଲା।

‘ଚାଙ୍ଗ୍ ଇ -୫’ର ଚାରୋଟି ମଡ୍ୟୁଲ୍ ମଧ୍ୟରୁ ଦୁଇଟି ମଡ୍ୟୁଲ୍ ଡିସେମ୍ବର ୧ ରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା। ସେଠାରେ ଥିବା ଭୂପୃଷ୍ଠରେ ଖନନ କରି ପ୍ରାୟ ଦୁଇ କିଲୋଗ୍ରାମ ନମୁନା ସଂଗ୍ରହ କରିଥିଲା ଏହି କ୍ୟାପସୁଲ୍। ଏହି ନମୁନା ଗୁଡିକ ଏକ ପାତ୍ରରେ ରଖାଯାଇଥିଲା ଏବଂ ମଡ୍ୟୁଲକୁ ସ୍ଥାନାନ୍ତର କରାଯାଇଥିଲା। ‘ଚାଙ୍ଗ ଇ -୫’ ହେଉଛି ଚାଇନାର ତୃତୀୟ ଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି।

ଚାଇନାର ଏହି ମିଶନ ଚନ୍ଦ୍ରର ଅନେକ ରହସ୍ୟ ଖୋଲିପାରେ ବୋଲି ବିଶ୍ୱାସ କରାଯାଏ। ଚାଇନାର ଏହି ଚନ୍ଦ୍ର ମିଶନ ଆଗ୍ନେୟଗିରି କେବେ ସକ୍ରିୟ ଥିଲା ଏବଂ ଚନ୍ଦ୍ରର ଚୁମ୍ବକୀୟ କ୍ଷେତ୍ର କେବେ ନଷ୍ଟ ହୋଇଥିଲା ତାହା ଜାଣିବାରେ ସାହାଯ୍ୟ କରିବ। ଚାଇନାର ଏହି ଅଭିଯାନର ଏକ ଅଂଶ ହେଉଛି ‘ଚାଙ୍ଗ ଇ -୪’। ଯେଉଁ ଯାନ ଚନ୍ଦ୍ରରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ ୨୪ ନଭେମ୍ବରରେ ଚାଇନା ଦକ୍ଷିଣ ହାନନ ପ୍ରଦେଶର ୱେଞ୍ଚାଙ୍ଗ ମହାକାଶଯାନ ଉତକ୍ଷେପଣ ସ୍ଥାନରୁ ‘ଚାଙ୍ଗ ଏ -୫’କୁ ଲଞ୍ଚ କରିଥିଲା। ଚାଇନାର ଏହି ମିଶନ ୪୦ ବର୍ଷ ପୂର୍ବର। ଚନ୍ଦ୍ରରୁ ନମୁନା ସଂଗ୍ରହ କରିବାରେ ବିଶ୍ୱର ଏହା ହେଉଛି ପ୍ରଥମ ଅଭିଯାନ।

ଏହାପୂର୍ବରୁ ପୂର୍ବତନ ସୋଭିଏତ୍ ୟୁନିଅନ୍ ରୋବୋଟିକ୍ ଲୁନା ୨୪ କୁ ମହାକାଶଯାନ ମାଧ୍ୟମରେ ମହାକାଶକୁ ପଠାଇଥିଲା। ଯେଉଁଠାରୁ ବୈଜ୍ଞାନିକମାନେ ଚନ୍ଦ୍ରରୁ ଆଣିଥିବା ନମୁନା ସଂଗ୍ରହ କରିଥିଲେ। ଚନ୍ଦ୍ରକୁ ପ୍ରଥମ ମିଶନ ଆମେରିକାର ଥିଲା, ଯାହାର ନାମ ଥିଲା ‘ଆପୋଲୋ ମିଶନ’। ଏହା ଅଧୀନରେ ୧୯୬୯ ରୁ ୧୯୭୨ ପର୍ଯ୍ୟନ୍ତ ଛଅଟି ବିମାନ ଚନ୍ଦ୍ରକୁ ପଠାଯାଇଥିଲା ଏବଂ ୧୨ ଜଣ ମହାକାଶଚାରୀ ଚନ୍ଦ୍ରରେ ଅବତରଣ କରିଥିଲେ।

ଏପର୍ଯ୍ୟନ୍ତ କେବଳ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ଚନ୍ଦ୍ର ପୃଷ୍ଠରୁ ନମୁନା ଆଣିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଗତ ୪୦ ବର୍ଷ ମଧ୍ୟରେ କୌଣସି ଦେଶ ଏହି ସଫଳତା ହାସଲ ପାଇ ନାହାନ୍ତି।

 

ଆଗକୁ ପଢ଼ନ୍ତୁ : ଅଧିକ ପରିମାଣର ମଦ ନ ଦେବାରୁ ବାହାଘର ପରେ ବରକୁ ମାରିଦେଲେ ସାଙ୍ଗ

 

The post ଜହ୍ନରୁ ମାଟି ଧରି ଆସିଲା ମହାକାଶ ଯାନ appeared first on Odisha Reporter.

]]>
centre bottom, space news 2020-12-17 14:22:18 https://cdn.odishareporter.in/wp-content/uploads/2020/12/17082928/Chang-e-5.jpg
ଏଣିକି ବିନା ଜୀବହତ୍ୟାରେ ତିଆରି ହେବ ମାଂସ, ଚାଲିଛି ପ୍ରସ୍ତୁତି https://odishareporter.in/science-environment/singapore-approves-sale-of-no-kill-lab-grown-meat-598811 Sun, 06 Dec 2020 06:30:07 +0000 https://odishareporter.in/?p=598811

ସିଙ୍ଗାପୁର: ଆମେରିକୀୟ କମ୍ପାନୀ ଜଷ୍ଟ ଇଟ୍  ଚିକେନ୍ ବାଇଟସ୍ ଉତ୍ପାଦନ କରିବ  ଲ୍ୟାବରେ ପ୍ରସ୍ତୁତ ହେଉଥିବା ମାଂସ । କମ୍ପାନୀର କହିବା ଅନୁସାରେ, ଲ୍ୟାବରୁ ପ୍ରସ୍ତୁତ ମାଂସରେ ସମାନ ପୋଷକ ତତ୍ତ୍ୱ ରହିବ, ଯାହା ମାର୍କେଟରେ ମିଳୁଥିବା ମାଂସରେ ଥାଏ । ଆମେରିକୀୟ କମ୍ପାନୀ ଜଷ୍ଟ ଇଟ୍ ଲ୍ୟାବରୁ ପ୍ରସ୍ତୁତ ମାଂସ ପାଇଁ ୧୨୦୦ ଲିଟରର ଏକ ବାୟୋରିଆକ୍ଟରରେ ଆନିମଲଙ୍କ କୋଶିକା ପ୍ରସ୍ତୁତ କରିବ ଓ ପରେ ଏଥରେ ଗଛ ସହ ଜଡ଼ିତ ସାମଗ୍ରୀକୁ ମିଶାଇବ । ପ୍ରାଥମିକ […]

The post ଏଣିକି ବିନା ଜୀବହତ୍ୟାରେ ତିଆରି ହେବ ମାଂସ, ଚାଲିଛି ପ୍ରସ୍ତୁତି appeared first on Odisha Reporter.

]]>

ସିଙ୍ଗାପୁର: ଆମେରିକୀୟ କମ୍ପାନୀ ଜଷ୍ଟ ଇଟ୍  ଚିକେନ୍ ବାଇଟସ୍ ଉତ୍ପାଦନ କରିବ  ଲ୍ୟାବରେ ପ୍ରସ୍ତୁତ ହେଉଥିବା ମାଂସ । କମ୍ପାନୀର କହିବା ଅନୁସାରେ, ଲ୍ୟାବରୁ ପ୍ରସ୍ତୁତ ମାଂସରେ ସମାନ ପୋଷକ ତତ୍ତ୍ୱ ରହିବ, ଯାହା ମାର୍କେଟରେ ମିଳୁଥିବା ମାଂସରେ ଥାଏ ।

ଆମେରିକୀୟ କମ୍ପାନୀ ଜଷ୍ଟ ଇଟ୍ ଲ୍ୟାବରୁ ପ୍ରସ୍ତୁତ ମାଂସ ପାଇଁ ୧୨୦୦ ଲିଟରର ଏକ ବାୟୋରିଆକ୍ଟରରେ ଆନିମଲଙ୍କ କୋଶିକା ପ୍ରସ୍ତୁତ କରିବ ଓ ପରେ ଏଥରେ ଗଛ ସହ ଜଡ଼ିତ ସାମଗ୍ରୀକୁ ମିଶାଇବ । ପ୍ରାଥମିକ ଭାବେ ଏହି ଉତ୍ପାଦର ପରିମାଣ ଅପେକ୍ଷାକୃତ କମ୍ ରହିବ । ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଖୁବଶୀଘ୍ର ରେଷ୍ଟୁରାଣ୍ଟରେ ଲ୍ୟାବ ତିଆରି ମାଂସ ମିଳିବ ।

ଲ୍ୟାବ୍ ମାଂସ ପାଇଁ ଆବଶ୍ୟକ ଆନିମଲ୍ ସେଲ୍ ବା କୋଶିକା, ସେଲ ବ୍ୟାଙ୍କରୁ ନିଆଯିବ ଏବଂ ଏଥିପାଇଁ କୌଣସି ଜୀବକୁ ପକ୍ଷୀଙ୍କୁ ହତ୍ୟା କରିବାର ଆବଶ୍ୟକତା ନାହିଁ । ଏହି ସେଲ୍ ସାଧାରଣତଃ ବଞ୍ଚିଥିବା ଜୀବଙ୍କ ବାୟୋପ୍ସିରୁ ନିଆଯାଇପାରିବ। ଆଉ ସେଲକୁ ବଢ଼ିବା ଲାଗି ବ୍ୟବହାର ହେବାକୁ ଥିବା ପୋଷକ ତତ୍ତ୍ୱ ବିଭିନ୍ନ ଗଛରୁ ନିଆଯିବ। ଆମେରିକିୟ କମ୍ପାନୀ ଜଷ୍ଟ ଇଟ୍ ପାଖରେ ପୂର୍ବରୁ ନନ୍ ଆନିମଲ୍ ପ୍ରଡକ୍ଟ ବିକ୍ରି କରିବାର ଅନୁଭବ ରହିଛି ।

ତଥ୍ୟ ଅନୁସାରେ ଲୋକଙ୍କ ମାଂସ ଭକ୍ଷଣ ଆବଶ୍ୟକତା ପୂରଣ କରିବାକୁ ସାରା ବିଶ୍ୱରେ ପ୍ରତିଦିନ ପାଖାପାଖି ୧୩ କୋଟି କୁକୁଡା ଓ ୪୦ ଲ‍କ୍ଷ ଘୁଷୁରୀଙ୍କ ସମେତ ଅନେକ ଜୀବଜନ୍ତୁଙ୍କୁ ହତ୍ୟା କରାଯାଉଛି । ଏବେ ଜୀବଜଗତରେ ୬୦ ପ୍ରତିଶତ ସ୍ତନ୍ୟପାୟୀ ଜୀବ ଥିବାବେଳେ ୩୬ ପ୍ରତିଶତ ମନୁଷ୍ୟ ଓ କେବଳ ମାତ୍ର ୪ ପ୍ରତିଶତ ଜଙ୍ଗଲୀ ଜନ୍ତୁ ଅଛନ୍ତି । ତେବେ ଆଗକୁ ମାଂସ ଭକ୍ଷଣ ପାଇଁ ଜୈବ ସନ୍ତୁଳନ ବିଗିଡି ଯିବାର ଆଶଙ୍କାକୁ ପ୍ରତିହତ କରିବା ସହ ଜଳବାୟୁଜନିତ ସଂକଟରେ ଲ୍ୟାବ ମାଂସ ଲଗାମ ଦେବ ବୋଲି ଆଶା କରାଯାଉଛି।

The post ଏଣିକି ବିନା ଜୀବହତ୍ୟାରେ ତିଆରି ହେବ ମାଂସ, ଚାଲିଛି ପ୍ରସ୍ତୁତି appeared first on Odisha Reporter.

]]>
left top 2020-12-06 12:01:07 https://cdn.odishareporter.in/wp-content/uploads/2020/12/06115946/meat-veg.jpg
ଆପଣଙ୍କ ଘରେ ଥିବା ପାଣି ବିଶୋଧନକାରୀ ମେସିନ୍ କେତେ ଠିକ୍? https://odishareporter.in/science-environment/how-accurate-is-the-water-purifier-in-your-home-598184 Fri, 04 Dec 2020 10:30:41 +0000 https://odishareporter.in/?p=598184

ନୂଆଦିଲ୍ଲୀ: ଗାଁଠୁ ସହର ଏବେ ସମସ୍ତ ଘରେ ପ୍ରାୟତଃ ଜଳ ବିଶୋଧନକାରୀ ମେସିନ୍ ରହିଛି। ‘ଆରଓ’ ଓ ଡିଜିଟାଲ ଡିସପ୍ଲେ ସହିତ ଏବେ ଓ୍ୱାଟର ପ୍ୟୁରିଫାୟର ମଧ୍ୟ ଉପଲବ୍ଧ। ହେଲେ ଏହାରି ମଧ୍ୟରେ ଅନେକ ସମୟରେ ଅଭିଯୋଗ ଆସେ ‘ଆରଓ’ ଶରୀର ପାଇଁ କ୍ଷତିକାରକ, ଲାଭ ଇତ୍ୟାଦି। ସେହିଭଳି ବିଶୁଦ୍ଧ ପାଣି ନାଁରେ ଦୋକାନ ବଜାର, ହୋଟେଲ, ଟ୍ରେନ ଆଦିରେ ବିଭିନ୍ନ କମ୍ପାନୀର ପ୍ୟାକେଜଡ ପାଣି ବୋତଲ ବିକ୍ରି ହୁଏ। ହେଲେ ଏହି ପାଣି କେତେ ବିଶୁଦ୍ଧ […]

The post ଆପଣଙ୍କ ଘରେ ଥିବା ପାଣି ବିଶୋଧନକାରୀ ମେସିନ୍ କେତେ ଠିକ୍? appeared first on Odisha Reporter.

]]>

ନୂଆଦିଲ୍ଲୀ: ଗାଁଠୁ ସହର ଏବେ ସମସ୍ତ ଘରେ ପ୍ରାୟତଃ ଜଳ ବିଶୋଧନକାରୀ ମେସିନ୍ ରହିଛି। ‘ଆରଓ’ ଓ ଡିଜିଟାଲ ଡିସପ୍ଲେ ସହିତ ଏବେ ଓ୍ୱାଟର ପ୍ୟୁରିଫାୟର ମଧ୍ୟ ଉପଲବ୍ଧ। ହେଲେ ଏହାରି ମଧ୍ୟରେ ଅନେକ ସମୟରେ ଅଭିଯୋଗ ଆସେ ‘ଆରଓ’ ଶରୀର ପାଇଁ କ୍ଷତିକାରକ, ଲାଭ ଇତ୍ୟାଦି। ସେହିଭଳି ବିଶୁଦ୍ଧ ପାଣି ନାଁରେ ଦୋକାନ ବଜାର, ହୋଟେଲ, ଟ୍ରେନ ଆଦିରେ ବିଭିନ୍ନ କମ୍ପାନୀର ପ୍ୟାକେଜଡ ପାଣି ବୋତଲ ବିକ୍ରି ହୁଏ। ହେଲେ ଏହି ପାଣି କେତେ ବିଶୁଦ୍ଧ ପ୍ରଶ୍ନ ଆସେ ଯେତେବେଳେ ପ୍ୟାକେଜଡ ପାଣି ବୋଟଲରୁ ଅନେକ ଅପରିସ୍କାର ସାମଗ୍ରୀ ଉଦ୍ଧାର ହୁଏ। ଏମିତିକି ପ୍ପାଷ୍ଟିକକୁ ନେଇ ପ୍ରଶ୍ନ ଉଠେ।

ଏବେ କିନ୍ତୁ ଏହି ସବୁ ପିଇବା ପାଣିର ଗୁଣବତ୍ତା ବା ମାନ ଯାଞ୍ଚ କରିବେ କେନ୍ଦ୍ର ସରକାର। ପାଣି ଭର୍ତ୍ତି ବୋଟଲ ହେଉ ଅବା ବଡ଼ ବଡ଼ ପାଣି ଫିଲଟରର ମାନ ଯାଞ୍ଚ କରିବେ ସରକାର। ଏନଜିଟିର ଛାଟ ପରେ କେନ୍ଦ୍ର ସରକାର ଏକ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଏବେ ଏହି ଆଧାରରେ ସରକାର ପାଣିର ମାନ ଯାଞ୍ଚ କରିବେ। ଏହି ମାନଦଣ୍ଡ ବିଏସଆଇ ମାର୍କ ରହିଛି।

କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପାଣିର ମାନ ପାଇଁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ, ଖାଦ୍ୟ ନିରାପଦା ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିର ନିୟମକୁ ଆଧାର କରି ଏକ ଗୁଣବତ୍ତା ନିର୍ଦ୍ଧାରଣ କରିବାକୁ କହିଥିଲେ। ଏହାପରେ  ଗତବର୍ଷ ପରିବେଶ ମନ୍ତ୍ରାଳୟକୁ ବର୍ଷେ ମଧ୍ୟରେ ଏକ ରିପୋର୍ଟ ଦେବାକୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) କହିଥିଲେ। ଏମିତିକି ବର୍ଷ ଶେଷ ବେଳକୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବାକୁ କହିଥିଲେ।

ଏବେ ସରକାର ସମସ୍ତ ପାଣି ଫିଲଟର ତିଆରି ଏବଂ ବିକ୍ରି କରୁଥିବା କମ୍ପାନୀକୁ ସାମିଲ୍ କରି ଏକ ବୈଠକ କରିଥିବା ସୂଚନା ରହିଛି। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ ସରକାର ଏବଂ ଜଳ ବିଶୋଧନକାରୀ କମ୍ପାନୀ ମଧ୍ୟରେ ବୁଝାମଣା ହୋଇସାରିଛି। ଖୁବଶୀଘ୍ର ବିଏସଆଇ ଏକ ବିଜ୍ଞପ୍ତି ପ୍ରକାଶ  କରିବ ବୋଲି ସୂଚନା ରହିଛି। ପାଣିର ଟିଡିଏସ ଲେଭେଲ୍ କେତେ ଅଛି ପୂର୍ବରୁ କେତେ ଅଛି ଦେଖିବ ବୋଲି ଜଣାପଡ଼ିଛି।

The post ଆପଣଙ୍କ ଘରେ ଥିବା ପାଣି ବିଶୋଧନକାରୀ ମେସିନ୍ କେତେ ଠିକ୍? appeared first on Odisha Reporter.

]]>
left bottom 2020-12-04 19:03:04 https://cdn.odishareporter.in/wp-content/uploads/2020/12/04160036/water-purifier.jpg
ଜହ୍ନରେ ଦେଖାଦେଲା ‘ବଳୟ’, ଲୋକେ ଦ୍ୱନ୍ଦ୍ୱରେ https://odishareporter.in/odisha/gigantic-ring-spotted-around-moon-595067 Wed, 25 Nov 2020 16:45:45 +0000 https://odishareporter.in/?p=595067

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆକାଶରେ ଜହ୍ନ(ଚନ୍ଦ୍ର)ରେ ଏକ ବଳୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଦ୍ୱନ୍ଦ୍ୱ ଦେଖାଦେଇଛି। ରାଜ୍ୟର ବିଭିନ୍ନ ଅଂଚଳର ଲୋକେ ଜହ୍ନରେ ଏହି ବଳୟ ଦେଖିଥିବାବେଳେ ଏହା ଏକ ସାଧାରଣ ଜାଗତିକ ଘଟଣା ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ପରଠୁ ରାଜଧାନୀ ଆକାଶରେ ଜହ୍ନରେ ଏକ ଗୋଲାକାର ବଳୟ ଦେଖିବାକୁ ମିଳିଥିଲା। କେବଳ ରାଜଧାନୀ ନୁହେଁ ଉପକୂଳ ଓଡ଼ିଶାର […]

The post ଜହ୍ନରେ ଦେଖାଦେଲା ‘ବଳୟ’, ଲୋକେ ଦ୍ୱନ୍ଦ୍ୱରେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆକାଶରେ ଜହ୍ନ(ଚନ୍ଦ୍ର)ରେ ଏକ ବଳୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଦ୍ୱନ୍ଦ୍ୱ ଦେଖାଦେଇଛି। ରାଜ୍ୟର ବିଭିନ୍ନ ଅଂଚଳର ଲୋକେ ଜହ୍ନରେ ଏହି ବଳୟ ଦେଖିଥିବାବେଳେ ଏହା ଏକ ସାଧାରଣ ଜାଗତିକ ଘଟଣା ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।
ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ପରଠୁ ରାଜଧାନୀ ଆକାଶରେ ଜହ୍ନରେ ଏକ ଗୋଲାକାର ବଳୟ ଦେଖିବାକୁ ମିଳିଥିଲା। କେବଳ ରାଜଧାନୀ ନୁହେଁ ଉପକୂଳ ଓଡ଼ିଶାର ଅନ୍ୟ କେତେକ ଜିଲ୍ଲାର ଲୋକମାନେ ମଧ୍ୟ ଜହ୍ନରେ ଏଭଳି ବଳୟ ଦେଖିଛନ୍ତି। ଆକାଶରେ ବର୍ଷା ଓ ବାଦଲ ଥିବାରୁ ଅନେକ ଅଂଚଳରେ ମଧ୍ୟ ଏହା ଦୃଶ୍ୟମାନ ହୋଇପାରିନି।

ତେବେ ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଥିବାବେଳେ ବୈଜ୍ଞାନିକମାନେ ସୂର୍ଯ୍ୟ ଓ ଚନ୍ଦ୍ରରେ ଏଭଳି ‘ବଳୟ’ ପୂର୍ବରୁ ଅନେକଥର ଦେଖାଦେଇଛି ବୋଲି ମତ ଦେଇଛନ୍ତି। ବୈଜ୍ଞାନିକଙ୍କ ମତରେ ଏହାକୁ ‘୨୨ଡିଗ୍ରୀ  ହାଲୋ ବା ୨୨ ଡିଗ୍ରୀ ପ୍ରଭାମଣ୍ଡଳ’ କୁହାଯାଏ। ମେଘ ଓ ଆଲୋକ ଦ୍ୱାରା ସଂଘଠିତ ହେଉଥିବା ଏକ ଅସାଧାରଣ ଦୃଶ୍ୟ ଯାହା ଆମର ଆଖିରେ ଭ୍ରମ ସୃଷ୍ଟି କରିଥାଏ। ବାୟୁମଣ୍ଡଳରେ ପରିବର୍ତ୍ତନ ଯୋଗୁ ଏଭଳି ବଳୟ ସୃଷ୍ଟି ହୋଇଥାଏ  ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

୨୦୧୨ ମସିହାରେ ଆମେରିକାରେ ବାତ୍ୟା ‘ସ୍ୟାଣ୍ଡି’ ଲ୍ୟାଣ୍ଡଫଲ୍ କରିବା ପୂର୍ବ ରାତ୍ରିରେ  ଏଭଳି ବଳୟ ଚନ୍ଦ୍ରରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ପୃଥିବୀର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟରେ ଏଭଳି ବଳୟ ଦେଖାଯାଇଥାଏ।
ସମ୍ଭବତଃ ସାମୁଦ୍ରିକ ଝଡ଼ ‘ନିଭାର’ ଆଜି ମଧ୍ୟରାତ୍ରିରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ତା’ର ପ୍ରଭାବରେ ଚନ୍ଦ୍ରରେ ଏଭଳି ବଳୟ ଦେଖାଦେଇ ପାରିଥାଏ ବୋଲି ପାଣିପାଗ ବିଶେଷଜ୍ଞଙ୍କଠୁ ସୂଚନା ମିଳିଛି।

The post ଜହ୍ନରେ ଦେଖାଦେଲା ‘ବଳୟ’, ଲୋକେ ଦ୍ୱନ୍ଦ୍ୱରେ appeared first on Odisha Reporter.

]]>
right top 2020-11-25 23:04:20 https://cdn.odishareporter.in/wp-content/uploads/2020/11/25221428/9nb-1.jpg
ଚାନ୍ଦରୁ ନମୁନା ଆଣିବା ପାଇଁ ଚାଇନା ପଠାଇଲା ‘ଚାଙ୍ଗ୍ ଏ-୫’ https://odishareporter.in/science-environment/china-launches-mission-to-bring-back-material-from-moon-594522 Tue, 24 Nov 2020 11:14:30 +0000 https://odishareporter.in/?p=594522

ବେଜିଂ: ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ସମ୍ନା କରୁଛି। ସେତେବେଳେ ଚାଇନା ଆଉ ପାଦେ ଆଗକୁ ଯାଇ ଚନ୍ଦ୍ରରୁ ନମୁନା ସଂଗ୍ରହ କରିବା ପାଇଁ ମାନବବିହୀନ ଯାନ ପଠାଇଛି। ମଙ୍ଗଳବାର ଚାଇନା ଏହି ମାନବବିହୀନ ଯାନକୁ ସଫଳ ଭାବରେ ଉତକ୍ଷେପଣ କରିଛି। ନମୁନା ସଂଗ୍ରହ କରିସାରିବା ପରେ ଏହି ଯାନ ପୃଥିବୀକୁ ଫେରିବ ବୋଲି ଚାଇନା ବୈଜ୍ଞାନିକ ଆଶା ରଖିଛନ୍ତି। ଆସୋସିଏଟେଡ୍ ପ୍ରେସର ଖବର ଅନୁଯାୟୀ, ଚାଇନାର ଦକ୍ଷିଣ ପ୍ରାନ୍ତର ହେନାନ ସ୍ଥିତ ବେନଚାଙ୍ଗରୁ ‘ଚାଙ୍ଗ୍ […]

The post ଚାନ୍ଦରୁ ନମୁନା ଆଣିବା ପାଇଁ ଚାଇନା ପଠାଇଲା ‘ଚାଙ୍ଗ୍ ଏ-୫’ appeared first on Odisha Reporter.

]]>

ବେଜିଂ: ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ସମ୍ନା କରୁଛି। ସେତେବେଳେ ଚାଇନା ଆଉ ପାଦେ ଆଗକୁ ଯାଇ ଚନ୍ଦ୍ରରୁ ନମୁନା ସଂଗ୍ରହ କରିବା ପାଇଁ ମାନବବିହୀନ ଯାନ ପଠାଇଛି। ମଙ୍ଗଳବାର ଚାଇନା ଏହି ମାନବବିହୀନ ଯାନକୁ ସଫଳ ଭାବରେ ଉତକ୍ଷେପଣ କରିଛି। ନମୁନା ସଂଗ୍ରହ କରିସାରିବା ପରେ ଏହି ଯାନ ପୃଥିବୀକୁ ଫେରିବ ବୋଲି ଚାଇନା ବୈଜ୍ଞାନିକ ଆଶା ରଖିଛନ୍ତି।

ଆସୋସିଏଟେଡ୍ ପ୍ରେସର ଖବର ଅନୁଯାୟୀ, ଚାଇନାର ଦକ୍ଷିଣ ପ୍ରାନ୍ତର ହେନାନ ସ୍ଥିତ ବେନଚାଙ୍ଗରୁ ‘ଚାଙ୍ଗ୍ ଏ-୫’ ଛଡ଼ାଯାଇଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ଦୀର୍ଘ ୪୦ ବର୍ଷ ଧରି ବୈଜ୍ଞାନିକମାନେ ଏହା ଉପରେ ଅନେକ ତର୍କ ବିତର୍କ କରିଥିଲେ। ଶେଷର ଚାଇନା ମହାକାଶକୁ ମାନବବିହୀନ ଯାନ ପଠାଇ ନମୁନା ସଂଗ୍ରହ କରିବାକୁ ‘ଚାଙ୍ଗ୍ ଏ-୫’କୁ ପଠାଇଛି।

କୁହାଯାଉଛି ଏହି ମହାକାଶଯାନ ଯେତେବେଳେ ଚନ୍ଦ୍ରରେ ପହଞ୍ଚିବ ସେତେବେଳେ ଅନେକ ନମୁନା ଏକାଥରେ ସଂଗ୍ରହ କରିପାରିବ। ଏହି କାମ ‘ଚାଙ୍ଗ୍ ଏ-5’ରେ ଥିବା ଏକ ରବୋର୍ଟ କରିବ। ମୋଟ୍ ୨ କିଲୋଗ୍ରାମର ନମୁନା (ମାଟି, ପଥର) ଆଦି ଉଠାଇବାକୁ ଯୋଜନା ରହିଛି। ମୋଟ୍ କାମ ପାଇଁ ୨୦ ଦିନ ସମୟ ଲାଗିବ ବୋଲି ଜଣାପଡ଼ିଛି।

The post ଚାନ୍ଦରୁ ନମୁନା ଆଣିବା ପାଇଁ ଚାଇନା ପଠାଇଲା ‘ଚାଙ୍ଗ୍ ଏ-୫’ appeared first on Odisha Reporter.

]]>
left bottom 2020-11-24 16:46:05 https://cdn.odishareporter.in/wp-content/uploads/2020/11/24164424/Chang.jpg