ଭାଇରାଲ୍ – Odisha Reporter https://odishareporter.in Wed, 01 Dec 2021 10:00:29 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ଭାଇରାଲ୍ – Odisha Reporter https://odishareporter.in 32 32 କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲା ବର https://odishareporter.in/social-media/viral/groom-breaks-down-after-seeing-his-girlfriend-dressed-as-a-bride-on-wedding-day-viral-video-695785 Wed, 01 Dec 2021 10:00:29 +0000 https://odishareporter.in/?p=695785

ନୂଆଦିଲ୍ଳୀ: ସଜେଇ ହୋଇଥିଲା ବିବାହ ମଣ୍ଡପ। ଚାଲିଥିଲା ବିବାହ। ପୂରା ଅତିଥି ଗଣ ମଧ୍ୟ ଉପସ୍ଥିତ ଥିଲେ। ମଣ୍ଡପକୁ ଆସୁଥିଲେ କନିଆଁ। ଠିକ୍‌ ଏତିକି ବେଳେ କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ବର। ଏପରିକି ସେ ଚାହିଁଲେ ବି ନିଜ କାନ୍ଦ ଆଉ ଅଟକାଇ ପାରିଲେ ନାହିଁ। ବିବାହ ବେଳର ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର ବେଶରେ ଥିଲେ ଡେମୋଟ୍ରିସ କ୍ୟାଶରିସ୍‌। […]

The post କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲା ବର appeared first on Odisha Reporter.

]]>

ନୂଆଦିଲ୍ଳୀ: ସଜେଇ ହୋଇଥିଲା ବିବାହ ମଣ୍ଡପ। ଚାଲିଥିଲା ବିବାହ। ପୂରା ଅତିଥି ଗଣ ମଧ୍ୟ ଉପସ୍ଥିତ ଥିଲେ। ମଣ୍ଡପକୁ ଆସୁଥିଲେ କନିଆଁ। ଠିକ୍‌ ଏତିକି ବେଳେ କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ବର। ଏପରିକି ସେ ଚାହିଁଲେ ବି ନିଜ କାନ୍ଦ ଆଉ ଅଟକାଇ ପାରିଲେ ନାହିଁ। ବିବାହ ବେଳର ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବର ବେଶରେ ଥିଲେ ଡେମୋଟ୍ରିସ କ୍ୟାଶରିସ୍‌। ନିଜ ପ୍ରେମିକା ଆଲେକଜେଣ୍ଡ୍ରିଆଙ୍କୁ କନିଆଁ ବେଶରେ ଦେଖି ଭାବୁକ ହୋଇପଡିଥିଲେ। ବର ବେଶରେ ଡେମୋଟ୍ରିସ ବିବାହର ସବୁ ରୀତିନୀତି ପାଳନ କରିବାକୁ ନିଜ ସାଙ୍ଗମାନଙ୍କ ସହ ପୂରା ପ୍ରସ୍ତୁତ ଅଛନ୍ତି। ଏତିକି ବେଳେ ନିଜ ବାପାଙ୍କ ସହ କନିଆଁ ବେଶରେ ଧଳା ଗାଉନ୍‌ ପିନ୍ଧି ଆଲୋକଜେଣ୍ଡ୍ରିଆ ମଣ୍ଡପରେ ପହଞ୍ଚିଥିଲେ। ବର ନିଜ ପ୍ରମିକାକୁ ପ୍ରଥମଥର ବିବାହର ଧଳା ଗାଉନରେ ଦେଖି ଅତ୍ୟନ୍ତ ଭାବୁକ ହୋଇପଡିଥିଲେ। ଏହାପରେ ସମସ୍ତଙ୍କ ସାମ୍ନାରେ ହିଁ କାନ୍ଦି ପକାଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ତାଙ୍କ ୱେଡିଂ ଭିଡିଓଗ୍ରାଫର ମ୍ୟାଗନୋଲିଆ ରେଡ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବର-କନିଆଁଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହାକୁ ବର୍ତ୍ତମାନ ଯାଏଁ ୩୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ଏହି ଭିଡିଓକୁ ଚାରିଆଡୁ ପ୍ରଶଂସା ମିଳୁଛି। ଜଣେ ୟୁଜର୍ସ ଏହି ଭିଡିଓ ନେଇ କମେଣ୍ଟ କରି କହିଛନ୍ତି, ‘ଏହା ପ୍ରକୃତ ପ୍ରେମର ପ୍ରଦର୍ଶନ। ଆପଣ ବାସ୍ତବରେ ପରସ୍ପରକୁ ବେଶ୍‌ ଭଲ ପାଆନ୍ତି। ମୁଁ ଆପଣଙ୍କୁ ଜାଣି ନଥିଲେ ବି ମୁଁ ମୋର ଶୁଭକାମନା ଜଣାଉଛି ବଲି ଲେଖିଛନ୍ତ।’

The post କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲା ବର appeared first on Odisha Reporter.

]]>
left bottom 2021-12-01 15:30:29 https://odishareporter.in/wp-content/uploads/2021/12/Groom-crying.jpg
ହୁ ହୁ ଜଳୁଥିଲା ବିବାହ ମଣ୍ଡପ, ମଟନ୍‌-ଚିକେନ୍‌ ଖାଇବାରେ ବ୍ୟସ୍ତ ଥିଲେ ଅତିଥି https://odishareporter.in/social-media/viral/guests-busy-in-eating-despite-of-fire-in-a-marriage-hall-behind-them-695496 Tue, 30 Nov 2021 10:32:04 +0000 https://odishareporter.in/?p=695496

ମୁମ୍ବାଇ: ସବୁ କାମ ଚୁଲିକୁ ଯାଉ ଆଗ ପେଟ ପୂଜା ହେଉ। ଯାହା ଘଟିଲେ ଘଟୁ କିନ୍ତୁ ପ୍ରଥମେ ଖାଇବା ହେଉ। ଘର ପୋଡି ପାଉଁଶ ହେଇଯାଉ ପଛେ ଖାଇବା ବନ୍ଦ ନହେଉ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ହୁ ହୁ ଜଳୁଛି ବିବାହ ମଣ୍ଡପ। ଏପଟେ କିନ୍ତୁ ଖାଇବା ଛାଡୁନାହାନ୍ତି ଅତିଥି। ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବା ପରେ ବି ଅତିଥିମାନେ ବିବାହ ଭୋଜିରେ ଚିକେନ୍‌, ମଟନ ଖାଇବା ବନ୍ଦ କରୁନାହାନ୍ତି । […]

The post ହୁ ହୁ ଜଳୁଥିଲା ବିବାହ ମଣ୍ଡପ, ମଟନ୍‌-ଚିକେନ୍‌ ଖାଇବାରେ ବ୍ୟସ୍ତ ଥିଲେ ଅତିଥି appeared first on Odisha Reporter.

]]>

ମୁମ୍ବାଇ: ସବୁ କାମ ଚୁଲିକୁ ଯାଉ ଆଗ ପେଟ ପୂଜା ହେଉ। ଯାହା ଘଟିଲେ ଘଟୁ କିନ୍ତୁ ପ୍ରଥମେ ଖାଇବା ହେଉ। ଘର ପୋଡି ପାଉଁଶ ହେଇଯାଉ ପଛେ ଖାଇବା ବନ୍ଦ ନହେଉ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ।

ହୁ ହୁ ଜଳୁଛି ବିବାହ ମଣ୍ଡପ। ଏପଟେ କିନ୍ତୁ ଖାଇବା ଛାଡୁନାହାନ୍ତି ଅତିଥି। ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବା ପରେ ବି ଅତିଥିମାନେ ବିବାହ ଭୋଜିରେ ଚିକେନ୍‌, ମଟନ ଖାଇବା ବନ୍ଦ କରୁନାହାନ୍ତି । ମହାରାଷ୍ଟ୍ରର ଭିୱଣ୍ଡି ଜିଲ୍ଲାରେ ଚାଲିଥିବା ବିବାହ ସମାରୋହରେ ଏଭଳି କିଛି ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି।

ବାସ୍ତବରେ, ଯେଉଁଠାରେ ବିବାହ ଭୋଜିର ଆୟୋଜନ ହୋଇଥିଲା, ସେହି ସ୍ଥାନର ପଛପଟେ ଥିବା ବିବାହ ମଣ୍ଡପରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟିଥିଲା। ହୁ ହୁ ଜଳୁଥିଲା ବିବାହ ମଣ୍ଡପ। ସୁଉଚ୍ଚ ଯାଏଁ ନିଆଁ ଧାସ ମଧ୍ୟ ଉଠୁଥିଲା। ଏହା ଦେଖିବା ଆଖପାଖର ଲୋକେ ଏକାଠି ହୋଇଯାଇଥିଲେ। ତେବେ ପଛ ପଟେ ନିଆଁ ଲାଗିଥିଲେ ବି ଭୋଜିରେ ଉପସ୍ଥିତ ଲୋକମାନେ ଖାଦ୍ୟ ଖାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦୁଇଜଣ ଲୋକ ନିଜ ଥାଳିରେ ପରସା ଯାଇଥିବା ଚିକେନ୍‌, ମଟନ୍‌ ଖାଇବାରେ ବ୍ୟସ୍ତ ଥିବାବେଳେ ବିବାହ ମଣ୍ଡପରେ ନିଆଁ ଲାଗିଯାଇଥିବା ସ୍ପଷ୍ଟ ଭାବେ ନଜର ଆସିଛି। ସେମାନଙ୍କ ପଛରେ ହିଁ ଏଭଳି ଅଗ୍ନିକାଣ୍ଡ ଘଟଇଥିବା ସତ୍ତ୍ୱେ ଦୁହେଁ ଖାଦ୍ୟ ଖାଇବା ମଜା ନେଉଛନ୍ତି।

ରବିବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଭିୱଣ୍ଡିର ଅସାଂରୀ ବିବାହ ମଣ୍ଡପ ନିକଟରେ ବାଣ ଫୁଟିବା ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ଏହି ଅଗ୍ନିକାଣ୍ଡରେ ଛଅଟି ଗାଡି ମଧ୍ୟ ଜଳି ଯାଇଛି । ସେହିପରି ମଣ୍ଡପର ସାଜସଜ୍ଜ ଓ କିଛି ଆସବାବ ପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଥାନେ ନଗର ନିଗମ ଅନୁସାରେ ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିବା କୁହାଯାଇଛି।

The post ହୁ ହୁ ଜଳୁଥିଲା ବିବାହ ମଣ୍ଡପ, ମଟନ୍‌-ଚିକେନ୍‌ ଖାଇବାରେ ବ୍ୟସ୍ତ ଥିଲେ ଅତିଥି appeared first on Odisha Reporter.

]]>
left bottom 2021-11-30 16:03:19 https://odishareporter.in/wp-content/uploads/2021/11/Fire-at-marriage-hall-1.jpg
ପ୍ରସବ ଯନ୍ତ୍ରଣାରେ ନିଜେ ସାଇକେଲ୍‌ ଚଲାଇ ହସ୍ପିଟାଲ ଗଲେ ସାଂସଦ https://odishareporter.in/social-media/viral/new-zealand-mp-julie-anne-genter-cycles-to-hospital-in-labour-gives-birth-child-695039 Sun, 28 Nov 2021 07:52:04 +0000 https://odishareporter.in/?p=695039

ୱେଲିଂଟନ୍‌: ପ୍ରବସ ଯନ୍ତ୍ରଣା ବେଳେ ବି ସାହସ ଦେଖାଇଲେ ମହିଳା ସାଂସଦ। ନିଜେ ସାଇକେଲ ଚଢ଼ି ଗଲେ ହସ୍ପିଟାଲ। ନେଲେ ନି କାହାର ବି ସହାୟତା। ବିଳମ୍ବିତ ରାତିରେ ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚି ନବଜାତକୁ ଜନ୍ମ ଦେଲେ। ଏଭଳି କିଛି ଦୃଶ୍ୟ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ସେଠାକାର ଜଣେ ମହିଳା ସାଂସଦ ଜୁଲି ଏନ୍‌ ଜେଣ୍ଟର ପ୍ରୱ ଯନ୍ତ୍ରଣାରେ ନିଜେ ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚିବା ପରେ ଭୋର ୩ଟାରେ […]

The post ପ୍ରସବ ଯନ୍ତ୍ରଣାରେ ନିଜେ ସାଇକେଲ୍‌ ଚଲାଇ ହସ୍ପିଟାଲ ଗଲେ ସାଂସଦ appeared first on Odisha Reporter.

]]>

ୱେଲିଂଟନ୍‌: ପ୍ରବସ ଯନ୍ତ୍ରଣା ବେଳେ ବି ସାହସ ଦେଖାଇଲେ ମହିଳା ସାଂସଦ। ନିଜେ ସାଇକେଲ ଚଢ଼ି ଗଲେ ହସ୍ପିଟାଲ। ନେଲେ ନି କାହାର ବି ସହାୟତା। ବିଳମ୍ବିତ ରାତିରେ ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚି ନବଜାତକୁ ଜନ୍ମ ଦେଲେ।

ଏଭଳି କିଛି ଦୃଶ୍ୟ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ସେଠାକାର ଜଣେ ମହିଳା ସାଂସଦ ଜୁଲି ଏନ୍‌ ଜେଣ୍ଟର ପ୍ରୱ ଯନ୍ତ୍ରଣାରେ ନିଜେ ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚିବା ପରେ ଭୋର ୩ଟାରେ ସେ ନବଜାତକୁ ଜନ୍ମ ଦେଇଛନ୍ତି। ଏ ନେଇ ସେ ନିଜେ ଫେସ୍‌ବୁକ୍‌ ଜାରିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ତେବେ ପ୍ରସବ ଯନ୍ତ୍ରଣା ବେଳେ ଏଭଳି ସାଇକେଲ ଚଳାଇବା ତାଙ୍କ ପାଇଁ ସହଜ ନଥିଲା। ଅତ୍ୟନ୍ତ କଷ୍ଟଦାୟକ ଥିଲା। ୨ରୁ ୩ ମିନିଟ୍‌ର ରାସ୍ତା ପାର୍‌ ହେବା ପାଇଁ ତାଙ୍କୁ ୧୦ ମିନିଟ୍‌ ସମୟ ଲାଗିଥିଲା ବୋଲି କହିଛନ୍ତି ଏହି ମହିଳା ସାଂସଦ। ତେବେ ଡେଲିଭରୀ ପରେ ସେ ଏବଂ ତାଙ୍କ ଶିଶୁ ସୁସ୍ଥ ଥିବା କହିଛନ୍ତି।

ସାଂସଦ ଜୁଲିଙ୍କ ସାଇକେଲ ଚଳାଇବାର ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। ଚାରୁଆଡୁ ତାଙ୍କୁ ପ୍ରଶଂସା କରାଯାଉଛି। ସମସ୍ତେ ତାଙ୍କ ସାହସିକତାକୁ ସଲମା କରୁଛନ୍ତି। ଏଥିସହ ନବଜାତର ଜନ୍ମ ପାଇଁ ଶୁଭକାମନା ଜଣାଇଛନ୍ତି।

The post ପ୍ରସବ ଯନ୍ତ୍ରଣାରେ ନିଜେ ସାଇକେଲ୍‌ ଚଲାଇ ହସ୍ପିଟାଲ ଗଲେ ସାଂସଦ appeared first on Odisha Reporter.

]]>
left bottom 2021-11-28 13:28:24 https://odishareporter.in/wp-content/uploads/2021/11/New-zealand-MP.jpg
ଦେଖନ୍ତୁ- ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲଙ୍କ ନୃତ୍ୟ, ଭାଇରାଲ୍‌ ହେଉଛି ଭିଡିଓ https://odishareporter.in/social-media/viral/video-of-rohit-shreyash-and-shardul-goes-viral-694715 Fri, 26 Nov 2021 13:03:53 +0000 https://odishareporter.in/?p=694715

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓଟି କ୍ରିକେଟର ରୋହିତ ଶର୍ମା, ଶ୍ରେୟସ ଆୟର ଓ ଶର୍ଦ୍ଦୁଲ ଠାକୁରଙ୍କର। ଏଥିରେ ସେମାନେ ନୃତ୍ୟ କରୁଛନ୍ତି। ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଏକ ଲୋକପ୍ରିୟ ଗୀତ ହେଉଛି- ‘କୋଇ ସହରୀ ବାବୁ…’। ଆଉ ଏହି ଗୀତର ରିମିକ୍ସରେ ନୃତ୍ୟ କରିଛନ୍ତି ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲ। ଏହି ଭିଡିଓଟି କ୍ଲିପ୍‌ଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି […]

The post ଦେଖନ୍ତୁ- ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲଙ୍କ ନୃତ୍ୟ, ଭାଇରାଲ୍‌ ହେଉଛି ଭିଡିଓ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓଟି କ୍ରିକେଟର ରୋହିତ ଶର୍ମା, ଶ୍ରେୟସ ଆୟର ଓ ଶର୍ଦ୍ଦୁଲ ଠାକୁରଙ୍କର। ଏଥିରେ ସେମାନେ ନୃତ୍ୟ କରୁଛନ୍ତି।

ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଏକ ଲୋକପ୍ରିୟ ଗୀତ ହେଉଛି- ‘କୋଇ ସହରୀ ବାବୁ…’। ଆଉ ଏହି ଗୀତର ରିମିକ୍ସରେ ନୃତ୍ୟ କରିଛନ୍ତି ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲ। ଏହି ଭିଡିଓଟି କ୍ଲିପ୍‌ଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ରୋହିତ ଶର୍ମା।

ଭିଡିଓଟିରେ ତିନି ଜଣଙ୍କ ମଧ୍ୟରୁ ଶ୍ରେୟସ ଭଲ ନାଚିଛନ୍ତି। ତାଙ୍କ ମୁଭ୍‌ ଗୁଡ଼ିକ ବେଶ୍ ପରଫେକ୍ଟ ଲାଗୁଛି। ଭିଡିଓଟି ପୋଷ୍ଟ କରି ରୋହିତ ଶର୍ମା ମଧ୍ୟ ଏ କଥା ଲେଖିଛନ୍ତି। ସେ ଲେଖିଛନ୍ତି- ଖୁବ୍ ବଢ଼ିଆ ଶ୍ରେୟସ। ତୁମର ସମସ୍ତ ମୁଭ୍ ଗୁଡ଼ିକ ପୂରା ଠିକ୍ ଥିଲା।

ରୋହିତ ଏହି ଭିଡିଓଟିକୁ ପୋଷ୍ଟ କରିବା ପରେ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସାଧାରଣ ୟୁଜରମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କ୍ରିକେଟର ଦୀନେଶ କାର୍ତ୍ତିକ ଲେଖିଛନ୍ତି- ଖୁବ୍ ସୁନ୍ଦର।

ସୂଚନାଯୋଗ୍ୟ, ‘କୋଇ ସହରୀ ବାବୁ…’ ଗୀତଟି ୧୯୭୩ରେ ରିଲିଜ୍ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଲୋଫର’ର। ଏଥିରେ ଧର୍ମେନ୍ଦ୍ର ଓ ମମତାଜ ମୁଖ ଚରିତ୍ରରେ ଅଭିନୟ କରିଥିଲେ। ଆଶା ଭୋସଲେ ଗୀତଟିକୁ ଗାଇ ଥିବା ବେଳେ ଲକ୍ଷ୍ମୀକାନ୍ତ ଓ ପ୍ୟାରେଲାଲ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

The post ଦେଖନ୍ତୁ- ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲଙ୍କ ନୃତ୍ୟ, ଭାଇରାଲ୍‌ ହେଉଛି ଭିଡିଓ appeared first on Odisha Reporter.

]]>
right bottom 2021-11-26 18:33:53 https://odishareporter.in/wp-content/uploads/2021/11/90-4.jpg
ଗାୟିକାଙ୍କ ଉପରେ ଢ଼ାଳିଲେ ବାଲଟି ବାଲଟି ଟଙ୍କା https://odishareporter.in/social-media/viral/gujarati-singer-urvashi-radadiyas-fans-showered-notes-on-the-stage-692944 Fri, 19 Nov 2021 08:04:57 +0000 https://odishareporter.in/?p=692944

ଅହମ୍ମଦାବାଦ: ଫ୍ୟାନ୍‌ମାନେ ସେମାନଙ୍କର ପ୍ରିୟ ଅଭିନେତା ଏବଂ ଗାୟକମାନଙ୍କୁ ନେଇ ପାଗଳ। ଏହାକୁ ସେମାନେ ସର୍ବଦା କୌଣସି ପ୍ରକାରେ ପ୍ରମାଣ କରନ୍ତି। ଅଭିନେତା କିମ୍ବା ଗାୟିକାମାନେ ଯେତେବଳେ ଷ୍ଟେଜ୍‌ ଉପରେ ପରଫର୍ମ କରୁଛନ୍ତି ସେତେବେଳେ ଫ୍ୟାନ୍‌ମାନେ ତାଙ୍କ କାର୍ଯ୍ୟକ୍ରମରେ ବିଭୋର ହୋଇ ତାଙ୍କ ଉପରେ ପୁଳା ପୁଳା ଟଙ୍କା ମଧ୍ୟ ଉଡାନ୍ତି। ନିକଟରେ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଗାୟିକାଙ୍କ ଉପରେ ଫ୍ୟାନ୍‌ମାନେ ଢ଼ାଳିଛନ୍ତି ବାଲ୍ଟି ବାଲ୍ଟି ଟଙ୍କା। ଗୁଜୁରାଟର ଜଣେ ପ୍ରସିଦ୍ଧ […]

The post ଗାୟିକାଙ୍କ ଉପରେ ଢ଼ାଳିଲେ ବାଲଟି ବାଲଟି ଟଙ୍କା appeared first on Odisha Reporter.

]]>

ଅହମ୍ମଦାବାଦ: ଫ୍ୟାନ୍‌ମାନେ ସେମାନଙ୍କର ପ୍ରିୟ ଅଭିନେତା ଏବଂ ଗାୟକମାନଙ୍କୁ ନେଇ ପାଗଳ। ଏହାକୁ ସେମାନେ ସର୍ବଦା କୌଣସି ପ୍ରକାରେ ପ୍ରମାଣ କରନ୍ତି। ଅଭିନେତା କିମ୍ବା ଗାୟିକାମାନେ ଯେତେବଳେ ଷ୍ଟେଜ୍‌ ଉପରେ ପରଫର୍ମ କରୁଛନ୍ତି ସେତେବେଳେ ଫ୍ୟାନ୍‌ମାନେ ତାଙ୍କ କାର୍ଯ୍ୟକ୍ରମରେ ବିଭୋର ହୋଇ ତାଙ୍କ ଉପରେ ପୁଳା ପୁଳା ଟଙ୍କା ମଧ୍ୟ ଉଡାନ୍ତି। ନିକଟରେ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଗାୟିକାଙ୍କ ଉପରେ ଫ୍ୟାନ୍‌ମାନେ ଢ଼ାଳିଛନ୍ତି ବାଲ୍ଟି ବାଲ୍ଟି ଟଙ୍କା।

ଗୁଜୁରାଟର ଜଣେ ପ୍ରସିଦ୍ଧ ଗାୟିକା ଉର୍ବଶୀ ରାଡିୟା। ଏହି ପ୍ରସିଦ୍ଧ ଗାୟକଙ୍କ ଉପରେ ଏକ ଇଭେଣ୍ଟ ସମୟରେ ତାଙ୍କ ପ୍ରଶଂସକମାନେ ତାଙ୍କ ଉପରେ କରି ଟଙ୍କା ବର୍ଷା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗାୟିକା ଉର୍ବଶୀ ରାଡିୟା

ଭିଡିଓରେ ଦେଖିବାକୁ ମିଳେ ଯେ ଉର୍ବଶୀ ମଞ୍ଚରେ ଗୀତ ଗାଉଛନ୍ତି।  ଏତିକି ବେଳେ ତାଙ୍କର ଜଣେ ପ୍ରଶଂସକ ପଛରୁ ଆସି ଏକ ବାଲ୍ଟିରେ ଟଙ୍କା ଆଣି ତାଙ୍କ ଉପରେ ଢ଼ାଳିବା ଆରମ୍ଭ କରୁଛନ୍ତି। କେବଳ ସେତିକି ନୁହେଁ ମଞ୍ଚ ତଳେ ଠିଆ ହୋଇଥିବା ଲୋକେ ମଧ୍ୟ ତାଙ୍କ ଉପରେ ଟଙ୍କା ଉଡାଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଉର୍ବଶୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ସେ କ୍ୟାପସରେ ଲେଖିଛନ୍ତି, ‘ଶ୍ରୀ ସମସ୍ତ ହୀରାବାଡି ସଙ୍ଗଠନ ଦ୍ୱାରା ତୁଳସୀ ବିବାହ ଆୟୋଜନ ହୋଇଥିଲା। ଯେଉଁଥିରେ ଲୋକଦିରା ଆୟୋଜିତ ହୋଇଥିଲା। ଅମୂଲ୍ୟ ପ୍ରେମ ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।’ ଲୋକମାନେ ଉର୍ବଶୀଙ୍କର ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଉର୍ବଶୀ ହେଉଛନ୍ତି ପ୍ରସିଦ୍ଧ ଗୁଜରାଟି ଫୋକ୍‌ ସିଙ୍ଗର। ଗୁଜୁରାଟରେ ଉର୍ବଶୀ କାଥିଆୱାଡର କୁକୁ ନାମରେ ମଧ୍ୟ ପ୍ରସିଦ୍ଧ। ସେ ‘ନାଗର ନନ୍ଦ ଜୀ ନା ଲାଲ’ ଗୀତରୁ ବେଶ୍ ପ୍ରସିଦ୍ଧ ହୋଇଛନ୍ତି। ଉର୍ବଶୀ ୬ ବର୍ଷ ବୟସରୁ ନିଜ ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ।

The post ଗାୟିକାଙ୍କ ଉପରେ ଢ଼ାଳିଲେ ବାଲଟି ବାଲଟି ଟଙ୍କା appeared first on Odisha Reporter.

]]>
left bottom, Social Media, viral video 2021-11-19 16:41:05 https://odishareporter.in/wp-content/uploads/2021/11/showered-by-buckets-of-cash.jpg
ଗୋବର ଗିଳି ଗଲେ ଡାକ୍ତର, ଭିଡିଓ ଭାଇରାଲ https://odishareporter.in/social-media/viral/haryana-doctor-eats-cow-dung-video-viral-692759 Thu, 18 Nov 2021 11:29:49 +0000 https://odishareporter.in/?p=692759

ଚଣ୍ଡିଗଡ: ଗୋ’ ମୂତ୍ରାର ଅନେକ ଉପକାରିତା ରିହଛି। ଏହା ଅଧିକାଂଶ ଲୋକ ଜାଣନ୍ତୁ। ଟିଭି ଠାରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଲୋକଙ୍କୁ ଗୋ ମୂତ୍ର ପିଉଥିବାର ନିଶ୍ଚୟ ଦେଖିଥିବେ। ତେବେ ଗୋବର ମଧ୍ୟ ଜାଳେଣି ବ୍ୟବହାର ହେଉଥିବା ଶୁଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ କିଏ କେବେ ଗୋବାର ଖାଇଯାଉଥିବା ଦେଖିଛନ୍ତି କି? ନିକଟରେ ଏଭଳି ହିଁ ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି, ଯିଏ ଗାଈ ଗୋବର ଗିଳି ଯାଉଛନ୍ତି। ଏହି ବ୍ୟକ୍ତିଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ […]

The post ଗୋବର ଗିଳି ଗଲେ ଡାକ୍ତର, ଭିଡିଓ ଭାଇରାଲ appeared first on Odisha Reporter.

]]>

ଚଣ୍ଡିଗଡ: ଗୋ’ ମୂତ୍ରାର ଅନେକ ଉପକାରିତା ରିହଛି। ଏହା ଅଧିକାଂଶ ଲୋକ ଜାଣନ୍ତୁ। ଟିଭି ଠାରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଲୋକଙ୍କୁ ଗୋ ମୂତ୍ର ପିଉଥିବାର ନିଶ୍ଚୟ ଦେଖିଥିବେ। ତେବେ ଗୋବର ମଧ୍ୟ ଜାଳେଣି ବ୍ୟବହାର ହେଉଥିବା ଶୁଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ କିଏ କେବେ ଗୋବାର ଖାଇଯାଉଥିବା ଦେଖିଛନ୍ତି କି? ନିକଟରେ ଏଭଳି ହିଁ ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି, ଯିଏ ଗାଈ ଗୋବର ଗିଳି ଯାଉଛନ୍ତି। ଏହି ବ୍ୟକ୍ତିଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଭିଡିଓରେ ଗୋବର ଖାଉଥିବା ବ୍ୟକ୍ତି ଜଣକ ହେଉଛି ହରିୟାଣାର ଜଣେ ଡାକ୍ତର। ତାଙ୍କ ନାଁ ମନୋଜ ମିତ୍ତଲ। ସେ ଗୋବର ଖାଉଥିବା ସହ ଏହାର ଉପକାରିତା ବିଷୟରେ ମଧ୍ୟ କହୁଛନ୍ତି।

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କ୍ୟାମେରା ଆଗରେ ଡାକ୍ତର ମନୋଜ ମିତ୍ତଲ ଗାଈ ଗୋବରକୁ ତଳୁ ଉଠାଇ ଖାଉଛନ୍ତି। ଗାଈରୁ ପଞ୍ଚଗବ୍ୟ ପ୍ରାପ୍ତ ହୁଏ, ଯାହାର ପ୍ରତ୍ୟେକ ଅଂଶ ମଣିଷ ପାଇଁ ଲାଭଦାୟକ ବୋଲି ସେ କହୁଛନ୍ତି। ଗାଈ ଗୋବର ଖାଇବା ଦ୍ୱାରା ଆମ ଶରୀର ଏବଂ ମନ ଶୁଦ୍ଧ ହୋଇଯାଏ। ଥରେ ଆମେ ଏହାକୁ ଖାଇବା ପରେ ଆମର ମନ ଆଉ ଆତ୍ମା ​​ଶୁଦ୍ଧ ହୋଇଯାଏ ବୋଲି ଡାକ୍ତର କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

କେବଳ ସେତିକି ନୁହେଁ ଗୋ’ମୂତ୍ର ଏବଂ ଗୋବର ଖାଇବା ଦ୍ୱାରା ଅନେକ ଗୁରୁତର ରୋଗରୁ ମୁକ୍ତି ମିଳିଥାଏ ବୋଲି ସେ ଦାବି କରିଛନ୍ତି। ଗୋବର ଖାଇବା କିମ୍ବା ଏହାର ରସ ପିଇବା ଦ୍ୱାରା ମହିଳାଙ୍କୁ ପ୍ରସବ କୌଣସି ଅସୁବିଧା ହୋଇନଥାଏ। ଯଦି ଗର୍ଭବତୀ ମହିଳାମାନେ ନିୟମିତ ଭାବେ ଗୋବର ଖାଆନ୍ତି, ତେବେ ସେମାନଙ୍କର ସାଧାରଣ ପ୍ରସବ ହେବାର ସମ୍ଭାବନା ବଢ଼ିଯାଏ। ଗୋବରରେ ଭିଟାମିନ୍ B12 ପ୍ରଚୁର ପରିମାଣରେ ରହିଛି।  ଯାହା ଶରୀରରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସୁବିଧା ଯୋଗାଇବା ସହିତ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ବୋଲି ସେ ଦାବି କରିଛନ୍ତି।

ସୂଚନା ମୁତାବକ, ଏହି ଭାଇରାଲ ଡାକ୍ତର ଜଣକ ହେଉଛନ୍ତି ହରିୟାଣା କରନାଲର ବାସିନ୍ଦା। ସେ ସେଠାକାର ଏକ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ ନିଯୁକ୍ତ ଅଛନ୍ତି। ଡାକ୍ତରଙ୍କ ଗୋବର ଖାଇବା ଦାବିକୁ ଅନେକ ଲୋକେ ସୋଶାଲ ମିଡିଆରେ ସମର୍ଥନ କରିଥିବା ବେଳେ ଅନେକ ପ୍ରଶ୍ନ ଉଠାଇଛନ୍ତି।

The post ଗୋବର ଗିଳି ଗଲେ ଡାକ୍ତର, ଭିଡିଓ ଭାଇରାଲ appeared first on Odisha Reporter.

]]>
left bottom 2021-11-18 16:59:49 https://odishareporter.in/wp-content/uploads/2021/11/Eat-Cow-Dung.jpg
ଅଚେତ ଯୁବକଙ୍କୁ କାନ୍ଧରେ ବୋହି ନେଲେ ମହିଳା ଇନ୍‌ସ୍ପେକ୍ଟର https://odishareporter.in/social-media/viral/woman-police-inspector-carries-unconscious-man-on-her-shoulders-691068 Thu, 11 Nov 2021 12:04:51 +0000 https://odishareporter.in/?p=691068

ଚେନ୍ନାଇ: ମମତା ଦେଖାଇଲେ ମହିଳା ପୁଲିସ। ପ୍ରବଳ ବର୍ଷା ଭିତରେ ଅଚେତ ଯୁବକଙ୍କ ରକ୍ଷା କଲେ ଜୀବନ। ଯୁବକଙ୍କୁ କାନ୍ଧରେ ବୋହି ନେଲେ। ଖାଲି ପାଦରେ ଯୁବକଙ୍କୁ କାନ୍ଧରେ ଟେକି ଅଟୋରେ ବସାଇ ହସ୍ପିଟାଲ ପହଞ୍ଚାଇଲେ। ଜଣେ ମହିଳା ପୁଲିସଙ୍କ ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚର୍ଚ୍ଚାରେ ଚେନ୍ନାଇର ମହିଳା ଇନ୍‌ସ୍ପେକ୍ଟର ରାଜେଶ୍ୱରୀ। ପ୍ରକୃତରେ ଚେନ୍ନାଇରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶ୍ମଶାନରେ ଥିବା ଜଣେ ଯୁବକ […]

The post ଅଚେତ ଯୁବକଙ୍କୁ କାନ୍ଧରେ ବୋହି ନେଲେ ମହିଳା ଇନ୍‌ସ୍ପେକ୍ଟର appeared first on Odisha Reporter.

]]>

ଚେନ୍ନାଇ: ମମତା ଦେଖାଇଲେ ମହିଳା ପୁଲିସ। ପ୍ରବଳ ବର୍ଷା ଭିତରେ ଅଚେତ ଯୁବକଙ୍କ ରକ୍ଷା କଲେ ଜୀବନ। ଯୁବକଙ୍କୁ କାନ୍ଧରେ ବୋହି ନେଲେ। ଖାଲି ପାଦରେ ଯୁବକଙ୍କୁ କାନ୍ଧରେ ଟେକି ଅଟୋରେ ବସାଇ ହସ୍ପିଟାଲ ପହଞ୍ଚାଇଲେ। ଜଣେ ମହିଳା ପୁଲିସଙ୍କ ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚର୍ଚ୍ଚାରେ ଚେନ୍ନାଇର ମହିଳା ଇନ୍‌ସ୍ପେକ୍ଟର ରାଜେଶ୍ୱରୀ। ପ୍ରକୃତରେ ଚେନ୍ନାଇରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶ୍ମଶାନରେ ଥିବା ଜଣେ ଯୁବକ ଅଚେତ ହୋଇଯାଇଥିଲେ। ଏ ବିଷୟରେ ଜାଣିବା ପରେ ମହିଳା ପୁଲିସ ଇନ୍‌ସ୍ପେକ୍ଟର ତୁରନ୍ତ ତାଙ୍କୁ କାନ୍ଧରେ ପକାଇ ଅଟୋ ପାଖକୁ ନେଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି।

ରିପୋର୍ଟ ମୁତାବକ, ଜଣେ ୨୮ ବର୍ଷୀୟ ଯୁବକ ଚେନ୍ନାଇର ଟିପି ଛତ୍ରମ ଅଞ୍ଚରେ ଥିବା ଏକ ଶ୍ମଶାନରେ ଅଚେତ ହୋଇପଡିଥିଲେ। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି ହୋଇରହିବା ସହ ରାସ୍ତାରେ ଗଛ ଉପୁଡି ପଡିଥିଲା। ଏହି ସୂଚନା ପାଇବା ପାରେ ଘଟଣାସ୍ଥଳରେ ଇନ୍‌ସ୍ପେକ୍ଟର ରଜେଶ୍ୱରୀ ପହଞ୍ଚିଥିଲେ। ସେ ଆଉ କାହାକୁ ଅପେକ୍ଷା ନକରି ଏକାକୀ ଅଚେତ ହୋଇପଡିଥିବା ଯୁବକଙ୍କୁ କାନ୍ଧରେ ଟେକି ନେଇଥିଲେ। କିଛି ବାଟ ଯାଇ ତାଙ୍କ ଅଟୋରେ ବସାଇ ମହିଳା ପୁଲିସ ଡାକ୍ତରଖାନାରେ ପହଞ୍ଚାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ସେପଟେ ସଠିକ ସମୟରେ ଯୁବକଙ୍କୁ ଡାକ୍ତରଖାନା ନିଆଯିବାରୁ ତାଙ୍କର ଜୀବନ ବଞ୍ଚାଯାଇଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ନାଁ ଉଦୟ କୁମାର। ସେ ଶ୍ମାଶନରେ କାମ କରୁଥିବା ପୁଲିସ ସୂଚନାରୁ ଜଣାପଡିଛି।

ଏହି ଭିଡିଓ ଭାଇରାଲ ହେବା ପରେ ଇନ୍‌ସ୍ପେକ୍ଟର ରାଜେଶ୍ୱରୀଙ୍କ ଏହି କାମକୁ କିଏ ମାନବିକତାର ଉଦାହରଣ ବୋଲି କହୁଥିବା ବେଳେ ଆଉ କେହି ମହିଳା ସଶକ୍ତିକରଣ ବୋଲି କହିଛନ୍ତି।

ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଲୋକେ ବାସହରା ହୋଇଛନ୍ତି। ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି। କେବଳ ସେତିକି ନୁହେଁ ବର୍ଷା ଯୋଗୁଁ ଏଯାଏଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଆଗକୁ ପରିସ୍ଥିତି ବିଗିଡ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି।

The post ଅଚେତ ଯୁବକଙ୍କୁ କାନ୍ଧରେ ବୋହି ନେଲେ ମହିଳା ଇନ୍‌ସ୍ପେକ୍ଟର appeared first on Odisha Reporter.

]]>
left bottom, viral video 2021-11-11 17:34:51 https://odishareporter.in/wp-content/uploads/2021/11/Police-carries-man-on-her-shoulders.jpg
ବାଣରେ ନିଆଁ ଲଗାଇ ପେଟ୍ରୋଲ ପମ୍ପରେ ପକାଇ ଦେଲେ https://odishareporter.in/social-media/viral/lit-firecraker-at-petrol-pump-goes-viral-689217 Thu, 04 Nov 2021 12:05:30 +0000 https://odishareporter.in/?p=689217

ସୁରଟ: ଗାଡ଼ିରେ ତେଲ ଭର୍ତ୍ତି କରିବା ପରେ ପେଟ୍ରୋଲ ପମ୍ପକୁ ଫିଙ୍ଗି ଦେଲେ ଜଳନ୍ତା ବାଣ। ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟ ସହରରେ। ଆଉ ଏହାର ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ଗୋଟିଏ ସ୍କୁଟିରେ ତେଲ ଭର୍ତ୍ତି କରିବାକୁ ଆସିଛନ୍ତି। ତେଲ ଭର୍ତ୍ତି ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଏକ ଜଳନ୍ତା ବାଣକୁ ସେଠାରେ ଫିଙ୍ଗି ଦେଇଛି। ପେଟ୍ରୋଲ ପମ୍ପରେ ଥିବା ଜଣେ […]

The post ବାଣରେ ନିଆଁ ଲଗାଇ ପେଟ୍ରୋଲ ପମ୍ପରେ ପକାଇ ଦେଲେ appeared first on Odisha Reporter.

]]>

ସୁରଟ: ଗାଡ଼ିରେ ତେଲ ଭର୍ତ୍ତି କରିବା ପରେ ପେଟ୍ରୋଲ ପମ୍ପକୁ ଫିଙ୍ଗି ଦେଲେ ଜଳନ୍ତା ବାଣ। ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟ ସହରରେ। ଆଉ ଏହାର ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେଉଛି।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ଗୋଟିଏ ସ୍କୁଟିରେ ତେଲ ଭର୍ତ୍ତି କରିବାକୁ ଆସିଛନ୍ତି। ତେଲ ଭର୍ତ୍ତି ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଏକ ଜଳନ୍ତା ବାଣକୁ ସେଠାରେ ଫିଙ୍ଗି ଦେଇଛି। ପେଟ୍ରୋଲ ପମ୍ପରେ ଥିବା ଜଣେ ଆଟେଣ୍ଡାଣ୍ଟ ସଙ୍ଗେ ସଙ୍ଗେ ଉକ୍ତ ବାଣକୁ ଗୋଡ଼ରେ ସେଠାରୁ ଦୂରକୁ ଠେଲି ଦେଉଛନ୍ତି। ବାଣ ଫୁଟିଛି ମଧ୍ୟ। ତେବେ ଏହାର ତୀବ୍ରତା ଖୁବ୍ କମ୍ ଥିଲା।

ସିସିଟିଭି ଯାଞ୍ଚ କରିବା ପରେ ପୁଲିସ୍‌ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୧୮ ବର୍ଷ ହୋଇଛି। ସେମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି। ତେବେ ମଜା କରିବା ପାଇଁ ସେମାନେ ସେମିତି କରିଥିବା କହିଛନ୍ତି। ଏଭଳି କରିବା ପଛରେ ସେମାନଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ପୁଲିସ୍‌କୁ କହିଛନ୍ତି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

The post ବାଣରେ ନିଆଁ ଲଗାଇ ପେଟ୍ରୋଲ ପମ୍ପରେ ପକାଇ ଦେଲେ appeared first on Odisha Reporter.

]]>
left bottom 2021-11-04 17:39:31 https://odishareporter.in/wp-content/uploads/2021/10/Petrol-8.jpg
ଅପେକ୍ଷା କରିଥିଲା ବର, କିନ୍ତୁ କନିଆଁର ଖାଇବା ସରୁନି https://odishareporter.in/social-media/viral/foodie-bride-eating-pasta-and-french-fries-before-her-wedding-video-goes-viral-687835 Sat, 30 Oct 2021 11:59:25 +0000 https://odishareporter.in/?p=687835

ନୂଆଦିଲ୍ଲୀ: କିଛି ଯୁବତୀଙ୍କୁ ଖାଦ୍ୟ ଖାଇବା ବେଶ୍‌ ଭଲ ଲାଗେ। ସେମାନଙ୍କ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଥାଏ। ଏପରିକି ନିଜ ବିବାହ ଦିନ ମଧ୍ୟ ବରକୁ ପଛରେ ପକାଇ ସେ ଖାଦ୍ୟକୁ ଆଗ ବାଛନ୍ତି। ସେମାନେ ଖାଇବା ଛାଡି ପାରନ୍ତି ନାହାନ୍ତି। ବରଯାତ୍ରୀ ଆସି ଦୁଆର ମୁହଁରେ ଠିଆ ହୋଇଥିଲେ ମଧ୍ୟ ଏମାନେ ଖାଇବା ଛାଡନ୍ତି ନାହିଁ। ଏଭଳି ହିଁ ଏକ ନବବଧୂର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। […]

The post ଅପେକ୍ଷା କରିଥିଲା ବର, କିନ୍ତୁ କନିଆଁର ଖାଇବା ସରୁନି appeared first on Odisha Reporter.

]]>

ନୂଆଦିଲ୍ଲୀ: କିଛି ଯୁବତୀଙ୍କୁ ଖାଦ୍ୟ ଖାଇବା ବେଶ୍‌ ଭଲ ଲାଗେ। ସେମାନଙ୍କ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଥାଏ। ଏପରିକି ନିଜ ବିବାହ ଦିନ ମଧ୍ୟ ବରକୁ ପଛରେ ପକାଇ ସେ ଖାଦ୍ୟକୁ ଆଗ ବାଛନ୍ତି। ସେମାନେ ଖାଇବା ଛାଡି ପାରନ୍ତି ନାହାନ୍ତି। ବରଯାତ୍ରୀ ଆସି ଦୁଆର ମୁହଁରେ ଠିଆ ହୋଇଥିଲେ ମଧ୍ୟ ଏମାନେ ଖାଇବା ଛାଡନ୍ତି ନାହିଁ। ଏଭଳି ହିଁ ଏକ ନବବଧୂର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବରଯାତ୍ରୀ ଆସି ଦୁଆର ମୁହଁରେ ଠିଆ ହୋଇଛି। ବିବାହ ପାଇଁ ଅପେକ୍ଷା କରିଛି ବର। ଶୁଭ ବେଳା ବି ଗଡିଯାଇଛି। ଏପଟେ କିନ୍ତୁ ଖାଇବା ଛାଡୁନି କନିଆଁ। ସେ ଗୋଡ ଉପରେ ଗୋଡ ରଖି ଫ୍ରେଞ୍ଚଫ୍ରାଏ ଏବଂ ପାସ୍ତା ଖାଇବରେ ବ୍ୟସ୍ତ ଅଛି। ଯେତେ ଡାକିଲେ ବି ଉଠୁନି। ଲଗାତର ଖାଇ ଚାଲିଛି। କେବଳ ସେତିକି ନୁହେଁ ମଦ ପିଇବାରେ ମଧ୍ୟ ମାହିର ଅଛି ନବବଧୂ।

ପୂରା ନବବଧୂ ଗେଟ୍‌ଅପ୍‌ରେ ସଜେଇ ହୋଇ ଖାଇବାକୁ ବସିପଡିଛି କନିଆଁ। ବିବାହ ପାଇଁ ସାଙ୍ଗ ଆସି ଡାକିବା ପରେ ବି ସେ ଉଠୁନି। ବରଯାତ୍ରୀ ଓ ବିବାହ ପରେ ଦେଖିବା ଆଗ ଖାଇବା ସରୁ ବୋଲି ଭିଡିଓରେ କନିଆଁ ଜଣକ କହୁଥିବା ଶୁଣିବାକୁ ମିଳିଛି।

ଏହି ଫୁଡି କନିଆଁଙ୍କ  ଆଉ ଏକ ମଜାଦାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ଶାଶୁଙ୍କ ସାମ୍ନାରେ ଜଣେ ସାଂସ୍କାରୀ ବୋହୂ ଭାବରେ ଅଭିନୟ କରୁଥିବାବେଳେ ଅନ୍ୟ ପଟେ ହାତରେ ମଦ ଗ୍ଲାସ ଧରି ମଦ ପିଉଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓଟି କେବେକାର ଓ କେଉଁଠାର ତାହା ଜଣାପଡିନାହିଁ। ସୋଶାଲ ମିଡଆରେ ଏହି ଫୁଡି ବା ଖାଉ ନବବଧୂର ଭିଡିଓ ଜୋରସୋରରେ ଭାଇରାଲ ହେଉଛି।

ଭାଇରାଲ ହେଉଥିବ ଏହି ଭିଡିଓକୁ ଦେଖିବା ପରେ କହିବା ଭୁଲ ହେବ ନାହିଁ ଯେ ଆଜିର ଝିଅମାନେ ବିବାହ ଦିନ ଲାଜ କରିବା ଅପେକ୍ଷା କୁଲ୍‌ ରହିବା ଓ ମସ୍ତି କରିବାକୁ ଅଧିକ ପସନ୍ଦ କରନ୍ତି।

 

View this post on Instagram

 

A post shared by WedAbout.com (@wedabout)

The post ଅପେକ୍ଷା କରିଥିଲା ବର, କିନ୍ତୁ କନିଆଁର ଖାଇବା ସରୁନି appeared first on Odisha Reporter.

]]>
left bottom, viral video 2021-10-30 17:34:28 https://odishareporter.in/wp-content/uploads/2021/10/Foodi-Bride.jpg
ବାଧିଲା ତେଲ ଦର; ନିଜ ବାଇକ୍‌କୁ ସାଇକେଲ କରିଦେଲେ ଯୁବକ, ଦେଖନ୍ତୁ ଭିଡିଓ https://odishareporter.in/social-media/man-unique-jugaad-amidst-petrol-price-hike-converts-bike-into-cycle-687659 Sat, 30 Oct 2021 04:10:38 +0000 https://odishareporter.in/?p=687659

ନୂଆଦିଲ୍ଲୀ: ରାତି ପାହିଲେ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲର ଏପରି ମହଙ୍ଗା ମାଡ଼ର ଶିକାର ହୋଇ ଅତିଷ୍ଠ ହେଲେଣି ସାଧାରଣ ଲୋକ । କରୋନା କାଳରେ ଅନେକ ଲୋକ ବେରୋଜଗାର ହୋଇ ଯାଇଥିବା ବେଳେ ବୋଝ ଉପରେ ନଳିତ ବିଡ଼ା ସାଜୁଛି ତେଲ ଦର। ରାତି ପାହିଲେ କର୍ମସ୍ଥଳକୁ ଯିବା ନିମନ୍ତେ ଗାଡ଼ିରେ ତେଲ ପକାଇବାକୁ ପଡ଼ୁଥିବାରୁ  ଏହାର  ଅହେତୁକ ଦର ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି। ଏପରିକି ଏହା ସାଧାରଣ […]

The post ବାଧିଲା ତେଲ ଦର; ନିଜ ବାଇକ୍‌କୁ ସାଇକେଲ କରିଦେଲେ ଯୁବକ, ଦେଖନ୍ତୁ ଭିଡିଓ appeared first on Odisha Reporter.

]]>

ନୂଆଦିଲ୍ଲୀ: ରାତି ପାହିଲେ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲର ଏପରି ମହଙ୍ଗା ମାଡ଼ର ଶିକାର ହୋଇ ଅତିଷ୍ଠ ହେଲେଣି ସାଧାରଣ ଲୋକ । କରୋନା କାଳରେ ଅନେକ ଲୋକ ବେରୋଜଗାର ହୋଇ ଯାଇଥିବା ବେଳେ ବୋଝ ଉପରେ ନଳିତ ବିଡ଼ା ସାଜୁଛି ତେଲ ଦର। ରାତି ପାହିଲେ କର୍ମସ୍ଥଳକୁ ଯିବା ନିମନ୍ତେ ଗାଡ଼ିରେ ତେଲ ପକାଇବାକୁ ପଡ଼ୁଥିବାରୁ  ଏହାର  ଅହେତୁକ ଦର ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି। ଏପରିକି ଏହା ସାଧାରଣ ଲୋକଙ୍କ ପୂରା ବଜେଟକୁ ଦୋହଲାଇ ଦେଉଛି।  ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିଲେ ମଧ୍ୟ ଉଭୟ ପରସ୍ପରକୁ ଦୋଷାରୋପ କରି ଚୁପ୍‌ ବସୁଛନ୍ତି।

ଏପରି ସ୍ଥିତିରେ ତେଲ ଦର ବୃଦ୍ଧିରେ ଅତିଷ୍ଠ ହୋଇ ଜଣେ ଲୋକ ଏପରି ଉପାୟ ବାହର କରିଛନ୍ତି, ଯାହାକୁ ଦେଖି ଆପଣ ବି ଘଡ଼ିବେ ଭାବିବେ। ବ୍ୟକ୍ତିଜଣକ  ବାଇକ୍‌ ଚଳାଉଛନ୍ତି, କିନ୍ତୁ ତାହା ତେଲରେ ଚାଲୁନି। ବାଇକ୍‌ରେ ମାରିବାକୁ ପଡ଼ୁଛି ପେଡେଲ । ତେଲ ଦରରୁ ମୁକ୍ତି ପାଇବାକୁ ବ୍ୟକ୍ତିଜଣକ ଏପରି ଯୋଗାଡ଼ କରିଛନ୍ତି, ଯାହା ଦେଖି ଜଣେ ହସି ହସି ବେଦମ ହୋଇଯିବ । ତେଲ ପକାଇବାରୁ ବଞ୍ଚିବା ନିମନ୍ତେ ବ୍ୟକ୍ତିଜଣକ ଏପରି ଅଭିନବ ଉପାୟ ଆପଣାଇଛନ୍ତି।

ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ବ୍ୟକ୍ତିଜଣକ ବାଇକ୍‌ ଚଳାଉଛନ୍ତି, ହେଲେ ପେଡେଲ ମାରୁଛନ୍ତି। ତେଣୁ ତାଙ୍କ ଗାଡ଼ିଟି ଅଧା ବାଇକ୍‌ ଓ ଅଧା  ସାଇକେଲ । ଏହା ଚଲାଇବେ ସାଇକେଲ ପରି, କିନ୍ତୁ ଦେଖାଯିବ ବାଇକ୍‌ ପରି।

The post ବାଧିଲା ତେଲ ଦର; ନିଜ ବାଇକ୍‌କୁ ସାଇକେଲ କରିଦେଲେ ଯୁବକ, ଦେଖନ୍ତୁ ଭିଡିଓ appeared first on Odisha Reporter.

]]>
left bottom 2021-10-30 09:40:38 https://odishareporter.in/wp-content/uploads/2021/10/cycle-1.jpg
ୟୁଟ୍ୟୁବ୍‌ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ନାବାଳିକା https://odishareporter.in/social-media/viral/kerala-girl-delivers-baby-watching-youtube-videos-687187 Thu, 28 Oct 2021 07:43:29 +0000 https://odishareporter.in/?p=687187

ଥିରୁବନ୍ତପୁରମ: ୟୁଟ୍ୟୁବ୍‌ ଭିଡିଓ ଦେଖି ଘରେ ସନ୍ତାନ ଜନ୍ମ କଲେ ନାବାଳିକା। ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲ୍ଲାରେ। ଏଠାରେ ଜଣେ ୧୭ ବର୍ଷର ନାବାଳିକା ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇ ଘରେ ୟୁଟ୍ୟୁବ୍ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ନାବାଳିକାଙ୍କ ବାପା-ମା’ ଏ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜଣା ଥିଲେ। ବୁଧବାର ସୂଚନା ଦେଇ ପୁଲିସ କହିଛି […]

The post ୟୁଟ୍ୟୁବ୍‌ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ନାବାଳିକା appeared first on Odisha Reporter.

]]>

ଥିରୁବନ୍ତପୁରମ: ୟୁଟ୍ୟୁବ୍‌ ଭିଡିଓ ଦେଖି ଘରେ ସନ୍ତାନ ଜନ୍ମ କଲେ ନାବାଳିକା। ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲ୍ଲାରେ। ଏଠାରେ ଜଣେ ୧୭ ବର୍ଷର ନାବାଳିକା ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇ ଘରେ ୟୁଟ୍ୟୁବ୍ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ନାବାଳିକାଙ୍କ ବାପା-ମା’ ଏ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜଣା ଥିଲେ।

ବୁଧବାର ସୂଚନା ଦେଇ ପୁଲିସ କହିଛି ଯେ, ଶିଶୁର ଜନ୍ମ ପରେ ମା ଏବଂ ଶିଶୁକୁ ମଞ୍ଜେରୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଅଛନ୍ତି। ସେପଟେ ଦୁଷ୍କର୍ମ ଅଭିଯୋଗରେ ୨୧ ବର୍ଷିୟ ଯୁବକଙ୍କୁ POCSO  ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି।

ପୁଲିସ କହିଛି ଯେ, ଏହି ମାମଲା ଜିଲ୍ଲାର କୋଟାକ୍କଲ ପୁଲିସ ଷ୍ଟେସନ ଅଧୀନରେ ଆସିଛି। ଯେଉଁଠାରେ ନାବାଳିକା ଅକ୍ଟୋବର ୨୦ ତାରିଖରେ ନିଜ ଘରେ ୟୁଟ୍ୟୁବ୍ ଦେଖି ତାଙ୍କ ପେଟ କାଟି ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ନାବାଳିକା ଜଣକ ପ୍ରସବ ସମୟରେ କାହାରି କୌଣସି ସହାୟତା ନେଇ ନଥିଲେ ଏବଂ ଅକ୍ଟୋବର ୨୨ରେ ଶିଶୁଟିର କାନ୍ଦ ଶୁଣି ନାବାଳିକାର ପିତାମାତା ଏହି ଘଟଣା ବିଷୟରେ ଜାଣିଥିଲେ।

ପୁଲିସ ସୂଚନା ମୁତାବକ, ଉକ୍ତ ନାବାଳିକା ଦ୍ୱାଦଶ ଶ୍ରେଣୀରେ ପାଠ ପଢେ। ତାଙ୍କ ବାପ ମାଆ ଦୃଷ୍ଟିହୀନ ହେବା ଯୋଗୁଁ ଏହାକୁ ଲୁଚାଇବାରେ ସେ ସଫଳ ହୋଇଥିଲା। ଉଭୟଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ପ୍ରେମ ସମ୍ପର୍କ ଚାଲିଥିଲା ଏବଂ ନାବାଳିକାକୁ ୧୮ ବର୍ଷ ହେବା ପରେ ଉଭୟ ବିବାହ କରିବାକୁ ଯୋଜନା କରିଥିଲେ। ବର୍ତ୍ତମାନ ନାବାଳିକା ଏବଂ ତାଙ୍କ ନବଜନ୍ମିତ ଶିଶୁକୁ ଅଭିଯୁକ୍ତଙ୍କ ପରିବାର ଲୋକେ ଦେଖାରେଖା କରୁଛନ୍ତି।

The post ୟୁଟ୍ୟୁବ୍‌ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ନାବାଳିକା appeared first on Odisha Reporter.

]]>
left bottom 2021-10-28 13:13:29 https://odishareporter.in/wp-content/uploads/2021/10/Child.jpg
ଝରଣାରେ ଗାଧଉଥିଲେ ମା’-ଝିଅ, ହଠାତ୍‌ ମାଡ଼ି ଆସିଲା ଭୟଙ୍କର ବନ୍ୟା https://odishareporter.in/social-media/viral/mother-and-child-rescued-from-raging-waterfall-in-tamil-nadu-686926 Wed, 27 Oct 2021 10:21:08 +0000 https://odishareporter.in/?p=686926

ଚେନ୍ନାଇ: ଝରଣାର ମଜା ନେଉଥିଲେ ମା’ ଓ କୁନି ଝିଅ। ଦୁହେଁ ମିଶି ଗାଧଉଥିଲେ। ସୁନ୍ଦର ପ୍ରକୃତିକୁ ମନଭରି ଉପଭୋଗ ମଧ୍ୟ କରୁଥିଲେ। ହେଲେ ହଠାତ୍‌ ଦେଖୁଦେଖୁ ଝରଣା ନେଇଥିଲା ଭୟଙ୍କର ରୂପ। ପ୍ରବଳ ବେଗରେ ମାଡିଆଥିସିଲା ବନ୍ୟା। ହେଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମା’-ଝିଅ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ସାଲେମ ଜିଲ୍ଲାରେ। ଅନାଇଭରି ୱାଟରଫଲରୁ ଆସିଛି ଏକ ଛତି ଥରା ଦୃଶ୍ୟ। ଏଠାରେ ଜଣେ ମହିଳା ନିଜ କୁନି […]

The post ଝରଣାରେ ଗାଧଉଥିଲେ ମା’-ଝିଅ, ହଠାତ୍‌ ମାଡ଼ି ଆସିଲା ଭୟଙ୍କର ବନ୍ୟା appeared first on Odisha Reporter.

]]>

ଚେନ୍ନାଇ: ଝରଣାର ମଜା ନେଉଥିଲେ ମା’ ଓ କୁନି ଝିଅ। ଦୁହେଁ ମିଶି ଗାଧଉଥିଲେ। ସୁନ୍ଦର ପ୍ରକୃତିକୁ ମନଭରି ଉପଭୋଗ ମଧ୍ୟ କରୁଥିଲେ। ହେଲେ ହଠାତ୍‌ ଦେଖୁଦେଖୁ ଝରଣା ନେଇଥିଲା ଭୟଙ୍କର ରୂପ। ପ୍ରବଳ ବେଗରେ ମାଡିଆଥିସିଲା ବନ୍ୟା। ହେଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମା’-ଝିଅ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ସାଲେମ ଜିଲ୍ଲାରେ।

ଅନାଇଭରି ୱାଟରଫଲରୁ ଆସିଛି ଏକ ଛତି ଥରା ଦୃଶ୍ୟ। ଏଠାରେ ଜଣେ ମହିଳା ନିଜ କୁନି ଝିଅ ସହ ଝରଣାରେ ଗାଧଉଥିଲେ। ଆଖପାଖରେ ଅନକେ ପର୍ଯ୍ୟଟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ହଠାତ୍‌ ଝରଣାର ଜଳସ୍ତର ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା।

ଦେଖୁଦେଖୁ ଭୟଙ୍କର ରୂପ ନେଇ ମାଡି ଆସିଥିଲା ବନ୍ୟା। ତେବେ ନିଜ ଛୁଆକୁ ରକ୍ଷା କରି ମହିଳା ଜଣକ ପଥର ସହାୟତାରେ ଅଟକି ରହିଥିଲେ। ପରେ ସେଠାରେ ଉପସ୍ଥିତ ଥିବା କିଛି ବନବିଭାଗ କର୍ମଚାରୀ ଦଉଡି ସହାୟତାରେ ଜୀବନକୁ ବାଜି ଲଗାଇ ଉଭୟ ମା’-ଝିଅଙ୍କୁ ଉଦ୍ଧାର କରିଥିଲେ। ଏହି ସମସ୍ତ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓଟିକୁ ସୋଶାଲ ମିଡିଆରେ ଆଇଏଏସ୍‌ ଅଭନିଶ ଶରଣ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ସୁପରହିରୋଜ, ହ୍ୟୁଜ ରେସ୍ପେକ୍ଟ। ଭିଡିଓଟି ଭାଇରାଲ ହେବା ପରେ ଅଧିକାରୀମାନେ କିଛି ସମୟ ପାଇଁ ଜଳପ୍ରପାତ ନିକଟକୁ ଯିବା ଆସିବାରେ ରୋକ ଲଗାଇ ଦେଇଥିଲେ।

ସୂଚନାନୁସାରେ, କଲଭାରାୟଣ ପାହାଡ ନିକଟରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଅନାଇଭରି ଜଳପ୍ରପାତର ଜଳ ସ୍ତର ଦ୍ରୁତ ଗତିରେ ବଢ଼ିଯାଇଥିଲା। ଏସବୁ ଏତେ ଶୀଘ୍ର ଘଟିଥିଲା ଯେ ସେଠାରେ ଉପସ୍ଥିତ ପର୍ଯ୍ୟଟକମାନେ ବାହାରକୁ ଯିବା ପାଇଁ ସୁଯୋଗ ପାଇନଥିଲେ।

ଅନାଇଭରି ଜଳପ୍ରପାତ ହେଉଛି ସାଲେମ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାଳ। ଯେଉଁଠାକୁ ବୁଲିବା ପାଇଁ ଅନେକ ପର୍ଯ୍ୟଟକ ଆସନ୍ତି। ଗତ ସପ୍ତାହ ଶେଷରେ ମଧ୍ୟ ବହୁ ସଂଖ୍ୟକ ଲୋକ ଏଠାକୁ ଆସିଥିଲେ।

The post ଝରଣାରେ ଗାଧଉଥିଲେ ମା’-ଝିଅ, ହଠାତ୍‌ ମାଡ଼ି ଆସିଲା ଭୟଙ୍କର ବନ୍ୟା appeared first on Odisha Reporter.

]]>
left bottom, viral video 2021-10-27 15:52:54 https://odishareporter.in/wp-content/uploads/2021/10/Raging-Waterfall.jpg
ପର୍ଣ୍ଣ ୱେବସାଇଟ୍‌ରେ ପଢ଼ାଉଛନ୍ତି ଗଣିତ https://odishareporter.in/social-media/viral/teacher-uses-pornhub-to-give-maths-lessons-686573 Tue, 26 Oct 2021 05:59:08 +0000 https://odishareporter.in/?p=686573

ନୂଆଦିଲ୍ଲୀ: ପିଲାମାନେ କିଭଳି ସରଳ ଢ଼ଙ୍ଗରେ ବୁଝିପାରିବେ ଏବଂ ମନେ ରଖିପାରିବେ ସେଥିପାଇଁ ଶିକ୍ଷକମାନେ ଶିକ୍ଷା ଦେବା ପାଇଁ ଚେଷ୍ଟା କରନ୍ତି। ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ନୂଆ ନୂଆ ଉପାୟ ସବୁ ଆପଣାଇଥାନ୍ତି ଶିକ୍ଷକ। କିନ୍ତୁ ତାଇୱାନରେ ଜଣେ ଶିକ୍ଷକ ଗୋଟିଏ ପାଦ ଆଗକୁ ଯାଇ ପିଲାଙ୍କୁ ପଢ଼ାଇବା ଲାଗି ଏକ ଅଜବଗଜବ ଉପାୟ ଆପଣାଇଛନ୍ତି। ପର୍ଣ୍ଣ ୱେବସାଇଟ୍‌ ଜରିଆରେ ସେ ପିଲାଙ୍କୁ ପଢ଼ାଉଛନ୍ତି ଗଣିତ। ଚାଙ୍ଗସୁ ନାମକ ଏହି ଶିକ୍ଷକ ଜଣକ ଗଣିତରେ ମାଷ୍ଟର ଡିଗ୍ରୀ […]

The post ପର୍ଣ୍ଣ ୱେବସାଇଟ୍‌ରେ ପଢ଼ାଉଛନ୍ତି ଗଣିତ appeared first on Odisha Reporter.

]]>

ନୂଆଦିଲ୍ଲୀ: ପିଲାମାନେ କିଭଳି ସରଳ ଢ଼ଙ୍ଗରେ ବୁଝିପାରିବେ ଏବଂ ମନେ ରଖିପାରିବେ ସେଥିପାଇଁ ଶିକ୍ଷକମାନେ ଶିକ୍ଷା ଦେବା ପାଇଁ ଚେଷ୍ଟା କରନ୍ତି। ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ନୂଆ ନୂଆ ଉପାୟ ସବୁ ଆପଣାଇଥାନ୍ତି ଶିକ୍ଷକ। କିନ୍ତୁ ତାଇୱାନରେ ଜଣେ ଶିକ୍ଷକ ଗୋଟିଏ ପାଦ ଆଗକୁ ଯାଇ ପିଲାଙ୍କୁ ପଢ଼ାଇବା ଲାଗି ଏକ ଅଜବଗଜବ ଉପାୟ ଆପଣାଇଛନ୍ତି। ପର୍ଣ୍ଣ ୱେବସାଇଟ୍‌ ଜରିଆରେ ସେ ପିଲାଙ୍କୁ ପଢ଼ାଉଛନ୍ତି ଗଣିତ।

ଚାଙ୍ଗସୁ ନାମକ ଏହି ଶିକ୍ଷକ ଜଣକ ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ୧୫ ବର୍ଷ ଧରି ଅନଲାଇନ୍ ଏବଂ ତାଇୱାନ ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ପୂର୍ବରୁ ସେ ଅନଲାଇନ୍ କ୍ଲାସ୍ ପାଇଁ ୟୁଟ୍ୟୁବ୍ ଉପରେ ନିର୍ଭର କରୁଥିଲେ, କିନ୍ତୁ ଗତ ବର୍ଷ ସେ ‘ପର୍ଣ୍ଣହବ୍‌’ କିଛି ଏପିସୋଡ୍ ଅପଲୋଡ୍ କରି କ୍ଲାସ ନେବାକୁ ନିଷ୍ପତ୍ତି ନେଇଥିଲେ।

ତାଇୱାନର ଗଣିତ ଶିକ୍ଷକ ଚାଙ୍ଗସୁ

ଚାଙ୍ଗସୁ କୁହନ୍ତି, ‘ଯେହେତୁ ବହୁତ କମ୍ ଲୋକ ଆଡଲ୍ଟ ଭିଡିଓ ପ୍ଲାଟଫର୍ମରେ ଗଣିତ ପଢ଼ାନ୍ତି। ଏହି ପ୍ଲାଟଫର୍ମରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ଅଶ୍ଳୀଳ ଭିଡିଓ ଦେଖନ୍ତି। ମୁଁ ଭାବିଲି ଯଦି ମୁଁ ମୋର ଭିଡିଓ ଅପଲୋଡ୍ କରେ, ତେବେ ଅନେକ ଲୋକ ଏହାକୁ ବ୍ୟବହାର କରିବେ।’ ଚାଙ୍ଗସୁ XVideos ଏବଂ NXNN ରେ ମଧ୍ୟ ତାଙ୍କ ଭିଡିଓ ଅପଲୋଡ୍ କରିବାକୁ ଚେଷ୍ଟା କରିଥିଲେ।

ବର୍ତ୍ତମାନ ଚାଙ୍ଗସୁଙ୍କ ନିଜର ‘ଚାଙ୍ଗସୁମାଥ୍ 666’ ନାମକ ଏକ ପର୍ଣ୍ଣହବ୍ ଚ୍ୟାନେଲ୍ ଅଛି। ସେ କହିଛନ୍ତି, ‘ ଯେଉଁ ଛାତ୍ରଙ୍କୁ ଗଣିତ ପଢ଼ିବା ପାଇଁ ଜଣେ ଶିକ୍ଷକଙ୍କ ଆବଶ୍ୟକତା ରହିଥାଏ, ସେମାନେ ମୋତେ ପର୍ଣ୍ଣହବ ଜରିଆରେ ଜାଣନ୍ତି। ସେମାନଙ୍କ ମଧ୍ୟରୁ କେତେକ ମୋ ପାଠ୍ୟକ୍ରମ କିଣନ୍ତି।’ ଚାଙ୍ଗସୁ ପର୍ଣ୍ଣହବ ଜରିଆରେ ପାଠ ପଢ଼ାଇ  ବାର୍ଷିକ ପ୍ରାୟ ୧.୮୮ କୋଟି ଟଙ୍କା ରୋଜଗାର କରନ୍ତି ଅର୍ଥାତ୍ ମାସକୁ ପ୍ରାୟ ୧୫ ଲକ୍ଷ ଟଙ୍କା ସେ ଅର୍ଜନ କରନ୍ତି।

ଚାଙ୍ଗସୁ ସ୍ୱୀକାର କରିଛନ୍ତି ଯେ ସେ ପର୍ଣ୍ଣହବ୍ ଜରିଆରେ ଗଣିତ ଶିକ୍ଷା ଦେବାକୁ ଚାହୁଁ ନଥୁଲେ, ବରଂ ଏହା ଜରିଆରେ ଜଣେ ତାଇୱାନ ଶିକ୍ଷକ ଭଲ କ୍ୟାଲକୁଲସ ଶିକ୍ଷା ଦେଇପାରିବ ବୋଲି ସେ ବିଶ୍ୱକୁ ଜଣାଇବାକୁ ଚାହୁଁଥିଲେ ବୋଲି କହିଛନ୍ତି।

The post ପର୍ଣ୍ଣ ୱେବସାଇଟ୍‌ରେ ପଢ଼ାଉଛନ୍ତି ଗଣିତ appeared first on Odisha Reporter.

]]>
left top, OR Special 2021-10-26 12:44:12 https://odishareporter.in/wp-content/uploads/2021/10/uses-Pornhub-to-give-Maths-lessons.jpg
ଲୋକସଂଖ୍ୟା ବଢ଼ାଇଲେ ମିଳିବ ମାଗଣାରେ ଜମି! https://odishareporter.in/social-media/viral/social-viral-australian-town-quilpie-free-land-offer-for-free-residential-land-terms-685624 Thu, 21 Oct 2021 16:17:10 +0000 https://odishareporter.in/?p=685624

କାନ୍‌ବେରା: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାରତ ସମେତ ଅନେକ ଦେଶ କେତେ କଣ କଠୋର ନିୟମ କରୁଛନ୍ତି। ହେଲେ ଏ ଭୂଖଣ୍ଡରେ ଏମିତି କିଛି ଦେଶ ରହିଛି, ଯେଉଁଠି ଜନସଂଖ୍ୟା ବୃଦ୍ଧି ପାଇଁ ଦିଆଯାଉଛି ମାଗଣାରେ ଜମି ଅଫର। ଏପରି ଅଫର ଭାରତରେ ନୁହେଁ, ଅଷ୍ଟ୍ରେଲିଆର କ୍ୱିଲ୍‌ପି ସହରରେ ଦିଆଯାଉଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ସର୍ତ୍ତକଥା ପଛରେ ପକାନ୍ତୁ। ପ୍ରଥମେ ଆସନ୍ତୁ ନଜର ପକାଇବା କ୍ୱିଲ୍‌ପି ସହର ବିଷୟରେ। ଏହି ସହରରେ ଜନସଂଖ୍ୟା ବହୁତ […]

The post ଲୋକସଂଖ୍ୟା ବଢ଼ାଇଲେ ମିଳିବ ମାଗଣାରେ ଜମି! appeared first on Odisha Reporter.

]]>

କାନ୍‌ବେରା: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାରତ ସମେତ ଅନେକ ଦେଶ କେତେ କଣ କଠୋର ନିୟମ କରୁଛନ୍ତି। ହେଲେ ଏ ଭୂଖଣ୍ଡରେ ଏମିତି କିଛି ଦେଶ ରହିଛି, ଯେଉଁଠି ଜନସଂଖ୍ୟା ବୃଦ୍ଧି ପାଇଁ ଦିଆଯାଉଛି ମାଗଣାରେ ଜମି ଅଫର। ଏପରି ଅଫର ଭାରତରେ ନୁହେଁ, ଅଷ୍ଟ୍ରେଲିଆର କ୍ୱିଲ୍‌ପି ସହରରେ ଦିଆଯାଉଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି।

ସର୍ତ୍ତକଥା ପଛରେ ପକାନ୍ତୁ। ପ୍ରଥମେ ଆସନ୍ତୁ ନଜର ପକାଇବା କ୍ୱିଲ୍‌ପି ସହର ବିଷୟରେ। ଏହି ସହରରେ ଜନସଂଖ୍ୟା ବହୁତ କମ୍‌। ଅର୍ଥାତ ଏଠାରେ ମାତ୍ର ୮୦୦ ଲୋକ ରହୁଛନ୍ତି। ଯେଉଁଥିପାଇଁ ପଶୁ ଓ ମେଣ୍ଢା ପାଳନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ନିଯୁକ୍ତି ସୁଯୋଗ ପୂରଣ ହୋଇପାରୁ ନାହିଁ। ଜନସଂଖ୍ୟା କମ୍‌ ଯୋଗୁ ଏପରି ସମସ୍ୟା ଉପୁଜୁଛି। ତେଣୁ ଜନସଂଖ୍ୟା ବୃଦ୍ଧି ପାଇଁ ମାଗଣା ଜମିର ଅଫର ଦେବାକୁ ଘୋଷଣା କରିଥିଲା କ୍ୱିଲ୍‌ପି ସିଟି କାଉନ୍‌ସିଲ।

ସିଟି କାଉନ୍‌ସିଲର ଏହି ଘୋଷଣା ପରେ ଲୋକମାନେ ଲୋଭରେ ପଡ଼ି ଜମି ହାତେଇବା ପାଇଁ ଆଗେଇ ଆସିବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଘୋଷଣାର ଦୁଇ ସପ୍ତାହ ଭିତରେ ପୂରା ଅଷ୍ଟ୍ରେଲିଆ ମହାଦେଶ ଓ ବିଦେଶରୁ ପାଖାପାଖି ୨୫୦ ଲୋକ ମାଗଣା ଜମି ସମ୍ପର୍କରେ ତଥ୍ୟ ନେଇଥିଲେ।କ୍ୱିଲ୍‌ପି ସିଟି କାଉନ୍‌ସିଲର ଅଧିକାରୀଙ୍କ କହିବା ଅନୁସାରେ ମାଗଣା ଜମି ପାଇବା ପାଇଁ ବ୍ରିଟେନ୍‌, ଭାରତ, ହଂକଂ, ନ୍ୟୁଜିଲାଣ୍ଡର ଲୋକମାନେ ତଥ୍ୟ ସଂଗ୍ରହ କରିଥିଲେ।

ମାଗଣାରେ ଜମି ପାଇବା ପାଇଁ କ୍ୱିଲ୍‌ପି ସିଟି କାଉନ୍‌ସିଲ ଏକ ସର୍ତ୍ତ ରଖିଥିଲା। ସର୍ତ୍ତ ଅନୁସାରେ ମାଗଣା ଜମି ପାଇଁ ଆବେଦନ କରିଥିବା ବ୍ୟକ୍ତିମାନେ ଅଷ୍ଟ୍ରେଲିଆର ସ୍ଥାୟୀ ନାଗରିକ ହେବା ଆବଶ୍ୟକ।

The post ଲୋକସଂଖ୍ୟା ବଢ଼ାଇଲେ ମିଳିବ ମାଗଣାରେ ଜମି! appeared first on Odisha Reporter.

]]>
right bottom 2021-10-21 21:47:10 https://odishareporter.in/wp-content/uploads/2021/10/viral-australian.jpg
ବୟସ ବର୍ଷେ, କିନ୍ତୁ ମାସିକ ରୋଜଗାର ୭୫,୦୦୦ https://odishareporter.in/social-media/viral/1-year-old-influencer-baby-earns-rs-75000-almost-every-month-685489 Thu, 21 Oct 2021 08:06:19 +0000 https://odishareporter.in/?p=685489

ୱାଶିଂଟନ: ବୟସ ବର୍ଷେ। କିନ୍ତୁ ରୋଜଗାର କୌଣସି ବୟସ୍କଙ୍କଠାରୁ କମ୍‌ ନୁହେଁ। ବର୍ଷକର ଛୁଆ ଅର୍ଜୁଛି ମାସକୁ ହଜାର ହଜାର ଟଙ୍କା। ବଡ ବଡ ଚାକିରିଆଙ୍କୁ ମାତ ଦେଉଛି। ମାସିକ ୭୫ ଜହାର ଟଙ୍କା ରୋଜଗାର କରି ସମସ୍ତଙ୍କୁ ଚକିତ କରିଛି ବର୍ଷକର  ଛୁଆ। ଆମେରିକାର ଜଣେ ବର୍ଷକର କୁନି ଛୁଆ ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛି। ‘ବେବି ବ୍ରିଗ୍ସ’ ନାମରେ ପରିଚିତ ଏହି ଛୁଆ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ […]

The post ବୟସ ବର୍ଷେ, କିନ୍ତୁ ମାସିକ ରୋଜଗାର ୭୫,୦୦୦ appeared first on Odisha Reporter.

]]>

ୱାଶିଂଟନ: ବୟସ ବର୍ଷେ। କିନ୍ତୁ ରୋଜଗାର କୌଣସି ବୟସ୍କଙ୍କଠାରୁ କମ୍‌ ନୁହେଁ। ବର୍ଷକର ଛୁଆ ଅର୍ଜୁଛି ମାସକୁ ହଜାର ହଜାର ଟଙ୍କା। ବଡ ବଡ ଚାକିରିଆଙ୍କୁ ମାତ ଦେଉଛି। ମାସିକ ୭୫ ଜହାର ଟଙ୍କା ରୋଜଗାର କରି ସମସ୍ତଙ୍କୁ ଚକିତ କରିଛି ବର୍ଷକର  ଛୁଆ।

ଆମେରିକାର ଜଣେ ବର୍ଷକର କୁନି ଛୁଆ ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛି। ‘ବେବି ବ୍ରିଗ୍ସ’ ନାମରେ ପରିଚିତ ଏହି ଛୁଆ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି କୁନି ଛୁଆକୁ ଭୁରିଭୁରି ପ୍ରଶଂସା ମଧ୍ୟ କରୁଛନ୍ତି।

ବେବି ବିଗ୍ସ ହେଉଛି ଏବେକାର ସବୁଠୁ କନିଷ୍ଠ ଭ୍ରମଣକାରୀ। ସେ ଆମେରିକାରୁ ଅନ୍ୟ ସହରକୁ ଯାତ୍ରା କରେ। ନିଜ ମା’ ସହ ସାରା ବିଶ୍ୱ ଭ୍ରମଣ କରି ମାସରେ ପ୍ରାୟ ଏକ ହଜାର ଡଲାର ଅର୍ଥାତ ୭୫ ହଜାର ଟଙ୍କା ରୋଜଗାର କରେ।

ଡେଲି ମେଲର ଖବର ଅନୁଯାୟୀ ଶିଶୁର ନାମ ବ୍ରିଗ୍ସ। ମାତ୍ର ଗୋଟିଏ ବର୍ଷ ବୟସରେ ସେ ଏପର୍ଯ୍ୟନ୍ତ ୪୫ ଟି ବିମାନରେ ଯାତ୍ରା କରିସାରିଲାଣି। ଆଲାସ୍କା, କାଲିଫର୍ନିଆ, ଫ୍ଲୋରିଡା, ଉଟାହ, ଆଇଡାହୋ ସମେତ ଆମେରିକାର ୧୬ଟି ରାଜ୍ୟ ଭ୍ରମଣ କରିସାରିଲାଣି ଏହି କୁନି ଛୁଆ।

ବ୍ରିଗ୍ସଙ୍କ ମା’ ଜେସ୍ କହିଛନ୍ତି ଯେ, ସେ ଗତ ବର୍ଷ ଅକ୍ଟୋବର ୧୪ରେ ଜନ୍ମ ହୋଇଥିଲେ ଏବଂ ଜନ୍ମର ମାତ୍ର ତିନି ସପ୍ତାହ ମଧ୍ୟରେ ସେ ତା’ର ପ୍ରଥମ ଯାତ୍ରା କରିଥିଲା। ସେ ଆଲାସ୍କା ଯାଇ ଭାଲୁ ଦେଖିଛି। ୟେଲୋଷ୍ଟୋନ  ଜାତୀୟ ଉଦ୍ୟାନରେ ଗଧିଆ ଏବଂ ଉଟାହୋର ଡେଲିକେଟ୍‌ ଆର୍କ ଓ କାଲିଫର୍ଣ୍ଣିଆରେ ସମୁଦ୍ରର ମଜା ନେଇସାରିଲାଣି।

ବ୍ରିଗ୍ସ ଏବେ ସୋଶାଲ ମିଡିଆର ଭାଇରାଲ ବେବି। ବ୍ରିଗ୍ସଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୩୦ ହଜାରରୁ ଅଧିକ। ତାଙ୍କ ମା ଜେସ୍ ପୂର୍ବରୁ ‘ପାର୍ଟ ଟାଇମ୍ ଟୁରିଷ୍ଟ’ ନାମକ ଏକ ବ୍ଲଗ୍ ଚଳାନ୍ତି। ତାଙ୍କୁ ସମସ୍ତ ଯାତ୍ରା ପାଇଁ ଟଙ୍କା ମିଳେ ଏବଂ ସେ ଟ୍ରାଭେଲିଂକୁ ନେଇ ରିଭ୍ୟୁ ଲେଖିବା କାମ କରନ୍ତି।

ବ୍ରିଗ୍ସଙ୍କ ମା’ଙ୍କ ମୁତାବକ, ‘୨୦୨୦ରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ସେ ବହୁତ ନର୍ଭସ ଥିଲେ। ସେ ଭାବିଲେ ଯେ ବର୍ତ୍ତମାନ ତାଙ୍କ କ୍ୟାରିୟର ସମାପ୍ତ ହୋଇଯିବ। କିନ୍ତୁ ବ୍ରିଗ୍ସଙ୍କୁ ଜନ୍ମ ଦେବା ପରେ ସେ ନିଜ କ୍ୟାରିଅରକୁ ଏକ ନୂତନ ଉଚ୍ଚତାକୁ ନେଇଗଲେ।

ଏକ ନୂଆ ବ୍ଲକ ତିଆରି କରି ମୁଁ ମୋର ପିଲାମାନଙ୍କ ସହିତ ଭ୍ରମଣ କରେ ଏବଂ ଏଠାରେ ସେମାନଙ୍କର ଅନୁଭୂତି ବାଣ୍ଟିଥାଏ, ଏହା ଅନେକ ପିତାମାତାଙ୍କୁ ସାହାଯ୍ୟ କରେ ଯେଉଁମାନେ ପିଲାମାନଙ୍କ ସହିତ ଭ୍ରମଣ କରିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି।’ ଜେସ୍ କହିଛନ୍ତି ଯେ, କରୋନା ପରେ ଆମେ ସମସ୍ତ ପ୍ରୋଟୋକଲକୁ ପାଳନ କରି ଯାତ୍ରା କରୁଛୁ। ଆମର ଲକ୍ଷ୍ୟ ହେଉଛି ନୂତନ ସ୍ଥାନ ଆବିଷ୍କାର କରିବା।

The post ବୟସ ବର୍ଷେ, କିନ୍ତୁ ମାସିକ ରୋଜଗାର ୭୫,୦୦୦ appeared first on Odisha Reporter.

]]>
left bottom 2021-10-21 13:36:19 https://odishareporter.in/wp-content/uploads/2021/10/Viral-Baby.jpg
ବାୟା କରୁଛି ‘ଡାଲଗୋନା କ୍ୟାଣ୍ଡି’ https://odishareporter.in/social-media/viral/squid-game-korean-dalgona-candy-craze-street-vendors-685095 Tue, 19 Oct 2021 07:27:00 +0000 https://odishareporter.in/?p=685095

ନୂଆଦିଲ୍ଲୀ: ବାୟା କରୁଛି ଡାଲଗୋନା କ୍ୟାଣ୍ଡି। ଚାରିଆଡେ ଏହି କ୍ୟାଣ୍ଡିକୁ ନେଇ ଚାଲିଛି ଚର୍ଚ୍ଚା। ମୋବାଇଲରୁ ବାହାରି ଏବେ ସଡକ ଉପରୁ ଉଠି ଆସିଛି ଏହି ‘ଡାଲଗୋନା କ୍ୟାଣ୍ଡି’। ଦୋକାନରେ ଏହି କ୍ୟାଣ୍ଡିକୁ ନେଇ ଏବେ ଜମୁଛି ଭିଡ। ପ୍ରକୃତରେ ଦକ୍ଷିଣ କୋରିଆ ସିରିଜ ‘ସ୍କ୍ୱିଡ ଗେମ୍‌’ ସମଗ୍ର ବିଶ୍ୱରେ ଲୋକଙ୍କୁ ପାଗଳ କରିଦେଇଛି। ଏହି ସିରିଜରେ ୬ଟି ଖେଳ ଅଛି, ଯେଉଁଥିରୁ ସବୁଠାରୁ ଲୋକପ୍ରିୟ ହେଉଛି ‘ଡାଲଗୋନା କ୍ୟାଣ୍ଡି ଖେଳ। ଯଦି ଆପଣ ଏହି ସିରିଜ୍ […]

The post ବାୟା କରୁଛି ‘ଡାଲଗୋନା କ୍ୟାଣ୍ଡି’ appeared first on Odisha Reporter.

]]>

ନୂଆଦିଲ୍ଲୀ: ବାୟା କରୁଛି ଡାଲଗୋନା କ୍ୟାଣ୍ଡି। ଚାରିଆଡେ ଏହି କ୍ୟାଣ୍ଡିକୁ ନେଇ ଚାଲିଛି ଚର୍ଚ୍ଚା। ମୋବାଇଲରୁ ବାହାରି ଏବେ ସଡକ ଉପରୁ ଉଠି ଆସିଛି ଏହି ‘ଡାଲଗୋନା କ୍ୟାଣ୍ଡି’। ଦୋକାନରେ ଏହି କ୍ୟାଣ୍ଡିକୁ ନେଇ ଏବେ ଜମୁଛି ଭିଡ।

ପ୍ରକୃତରେ ଦକ୍ଷିଣ କୋରିଆ ସିରିଜ ‘ସ୍କ୍ୱିଡ ଗେମ୍‌’ ସମଗ୍ର ବିଶ୍ୱରେ ଲୋକଙ୍କୁ ପାଗଳ କରିଦେଇଛି। ଏହି ସିରିଜରେ ୬ଟି ଖେଳ ଅଛି, ଯେଉଁଥିରୁ ସବୁଠାରୁ ଲୋକପ୍ରିୟ ହେଉଛି ‘ଡାଲଗୋନା କ୍ୟାଣ୍ଡି ଖେଳ। ଯଦି ଆପଣ ଏହି ସିରିଜ୍ ଦେଖିଥିବେ, ତେବେ ଏହି କୋରିଆର କ୍ୟାଣ୍ଡ ଖେଳକୁ ସିରିଜର କଠିନ ଖେଳ ବୋଲି କହିବା ଭୁଲ୍ ହେବ ନାହିଁ। ଏବେ ଏହି କ୍ୟାଣ୍ଡିର କ୍ରେଜ ରାସ୍ତା ଉପରକୁ ଆସିଛି।

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ରାସ୍ତାଘାଟରେ ଡାଲଗୋନା କ୍ୟାଣ୍ଡି ବିକ୍ରି ହେଉଛି। ‘ସ୍କ୍ୱିଡ ଗେମ୍‌’ରୁ ପ୍ରେରିତ ହୋଇ ଏହି କ୍ୟାଣ୍ଡିକୁ ଏବେ ଜୋରସୋରରେ ତିଆରି କରାଯାଇଛି।  ଚିନି ଏବଂ ବେକିଂ ସୋଡା ଦ୍ୱାରା ନିର୍ମିତ ଏହି ମିଠା ଚକୋଲେଟ ବା କ୍ୟାଣ୍ଡିକୁ ବିଭିନ୍ନ ପ୍ରକାରର ଆକୃତି ରହିଛି, ଯାହା ଲୋକଙ୍କ ସ୍ୱାଦକୁ ଦ୍ୱିଗୁଣିତ କରିଛି। କୋରିଆର ଡାଲଗୋନା କ୍ୟାଣ୍ଡି କେବଳ ଲମ୍ବା କିମ୍ବା ଗୋଲକାର ଆକୃତି ମଧ୍ୟରେ ସୀମିତ ନୁହେଁ, କ୍ୟାଣ୍ଡିକୁ କଙ୍କାଳ ପରି କଠିନ ଆକୃତି ମଧ୍ୟ ଦିଆଯାଇଛି।

ଜଣେ ଦୋକାନୀଙ୍କ କହିବା ମୁତାବକ, ଗତ ୪ ସପ୍ତାହ ହେଲା ତାଙ୍କୁ ଦିନେ ବି ଛୁଟି ମିଳିନି। ପ୍ରବଳ ସଂଖ୍ୟାରେ ଲୋକେ ତାଙ୍କ ଦୋକାନକୁ ଆସୁଛନ୍ତି। ବେଳେବେଳେ ଦିନରେ ଏକଥାତରେ ୩୦୦ରୁ ଅଧିକ ଗ୍ରାହକ ଆସି ଏହି କ୍ୟାଣ୍ଡି କିଣିବାକୁ ଭିଡ ଜମାଉଛନ୍ତି। ପୂର୍ବରୁ ମଧ୍ୟ ଏହି ମିଠା କ୍ୟାଣ୍ଡି ୧୯୭୦ ରୁ ୧୯୯୦ ଦଶକ ମଧ୍ୟରେ କୋରିଆର ଏକ ଲୋକପ୍ରିୟ ଚକୋଲେଟ ଥିଲା।

The post ବାୟା କରୁଛି ‘ଡାଲଗୋନା କ୍ୟାଣ୍ଡି’ appeared first on Odisha Reporter.

]]>
left bottom 2021-10-19 12:58:34 https://odishareporter.in/wp-content/uploads/2021/10/Dalgona-candy.jpg
ବିଗାଡ଼ି ଦେଲା ବନ୍ୟା, ଭୋଜି ହଣ୍ଡାରେ ମଣ୍ଡପକୁ ଗଲେ ବର-କନ୍ୟା https://odishareporter.in/social-media/viral/bride-and-groom-reach-wedding-hall-in-cooking-vessel-684846 Mon, 18 Oct 2021 10:43:42 +0000 https://odishareporter.in/?p=684846

ଥିରୁବନ୍ତପୁରମ: ବର ଥିଲା ଏବଂ କନ୍ୟା ବି ଥିଲା। ସାଙ୍ଗରେ ବ୍ୟାଣ୍ଡ ବାଜା ମଧ୍ୟ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସବୁ ବିଗାଡି ଦେଲା ବନ୍ୟା। ବାଧ୍ୟ ହୋଇ କାର୍‌ ବଦଳରେ ଭୋଜି ହଣ୍ଡା ଭିତରେ ବସି ମଣ୍ଡପକୁ ଗଲେ ବର-କନ୍ୟା। କେରଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୁସ୍ଫଳନ ଯୋଗୁଁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏଭଳିସ୍ଥିତିରେ ଏକ ନିଆରା ବିବାହ ହୋଇଛି। ବନ୍ୟା ପାଣି ଭିତରେ ଏକ […]

The post ବିଗାଡ଼ି ଦେଲା ବନ୍ୟା, ଭୋଜି ହଣ୍ଡାରେ ମଣ୍ଡପକୁ ଗଲେ ବର-କନ୍ୟା appeared first on Odisha Reporter.

]]>

ଥିରୁବନ୍ତପୁରମ: ବର ଥିଲା ଏବଂ କନ୍ୟା ବି ଥିଲା। ସାଙ୍ଗରେ ବ୍ୟାଣ୍ଡ ବାଜା ମଧ୍ୟ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସବୁ ବିଗାଡି ଦେଲା ବନ୍ୟା। ବାଧ୍ୟ ହୋଇ କାର୍‌ ବଦଳରେ ଭୋଜି ହଣ୍ଡା ଭିତରେ ବସି ମଣ୍ଡପକୁ ଗଲେ ବର-କନ୍ୟା।

କେରଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୁସ୍ଫଳନ ଯୋଗୁଁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏଭଳିସ୍ଥିତିରେ ଏକ ନିଆରା ବିବାହ ହୋଇଛି। ବନ୍ୟା ପାଣି ଭିତରେ ଏକ ଅଜବଗଜବ ଢ଼ଙ୍ଗରେ ମଣ୍ଡପରେ ପହଞ୍ଚିଛନ୍ତି ବର-କନ୍ୟା। ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏକ ବଡ ରସ ହଣ୍ଡା ଭିତରେ ବସି ଭାସି ଭାସି ବର-କନ୍ୟା ବିବାହ ମଣ୍ଡପରେ ଯାଇ ପହଞ୍ଚିଛନ୍ତି। ସେଠାରେ ବୈଦିକ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ହୋଇଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଏହି ବର-କନ୍ୟା ଦୁଇ ଜଣ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ। ଚେଙ୍ଗନୁରର ଏକ ହସ୍ପିଟାଲରେ ଦୁହେଁ ଏକାଠି କାମ କରନ୍ତି। ଏହି ଦୁଇ ଜଣଙ୍କ ବିବାହ ଦିନ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଥିଲା। ଯିବା ଆସିବା କରିବାରେ ବହୁ ଅସୁବିଧା ଉପୁଜିଥିଲା। ଏଭଳି ସ୍ଥିତିରେ ବର-କନ୍ୟା ଦ୍ୱୟ ମଣ୍ଡପରେ ପହଞ୍ଚିବା ମୁସକିଲ୍‌ ହୋଇପଡିଥିଲା। ସେପଟେ ଶୁଭ ମୁହୁର୍ତ୍ତ ମଧ୍ୟ ଗଡି ଯାଉଥିଲେ। ତେଣୁ ଏକ ବଡ ଆକାରର ରୋଷେଇ ହଣ୍ଡା ଭିତରେ ବସି ମଣ୍ଡପକୁ ଯାଇଥିଲେ ବର-କନ୍ୟା।

ମନ୍ଦିର ଭିତରେ ଏହି ବିବାହ ହୋଇଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଆରା ବିବାହରେ କେବଳ ପରିବାର ଲୋକେ ଏବଂ ନିକଟ ସମ୍ପର୍କୀୟ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବମାନଙ୍କୁ ହିଁ ଆମନ୍ତ୍ରିତ କରାଯାଇଥିଲା।

ନିଜ ବିବାହକୁ ନେଇ ଉକ୍ତ ସ୍ୱାସ୍ଥ୍ୟକର୍ମୀ ଦ୍ୱୟ କହିଛନ୍ତି, ସୋମବାର ଦିନ ବିବାହ ଲଗ୍ନ ସ୍ଥିର ହୋଇଥିଲା। ଏହା ସବୁଠୁ ଶୁଭ ମୁହୂର୍ତ୍ତ ଥିଲା। ବନ୍ୟା ପରିସ୍ଥିତି ଉପୁଜିଥିଲେ ମଧ୍ୟ ଏହି ଶୁଭ ଲଗ୍ନକୁ ହାତଛଡା କରିବାକୁ ଆମେ ଚାହୁଁନଥିଲୁ। ସେମାନେ ଆହୁରି କହିଛନ୍ତ, କିଛି ଦିନ ତଳେ ମନ୍ଦିରକୁ ଯାଇଥିଲୁ। ସେତେବେଳେ କିନ୍ତୁ ଜମାରୁ ମଧ୍ୟ ପାଣି ନଥିଲା। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଏବେ ପାଣି ଭର୍ତ୍ତି ହୋଇଯାଇଛି।

The post ବିଗାଡ଼ି ଦେଲା ବନ୍ୟା, ଭୋଜି ହଣ୍ଡାରେ ମଣ୍ଡପକୁ ଗଲେ ବର-କନ୍ୟା appeared first on Odisha Reporter.

]]>
left bottom 2021-10-18 16:13:42 https://odishareporter.in/wp-content/uploads/2021/10/Bride-and-groom-in-cooking-vessel.jpg
ମନ୍ଦିର ଭିତରେ ଝୁଲିଛି ୫ କୋଟିରୁ ଅଧିକ ଟଙ୍କା https://odishareporter.in/social-media/viral/kanyaka-parameswari-temple-currency-notes-worth-rs-5-crore-used-to-decorate-683541 Tue, 12 Oct 2021 09:32:01 +0000 https://odishareporter.in/?p=683541

ଅବରାବତୀ: ମନ୍ଦିର ଭିତିରେ ଝୁଲିଛି ପୁଳା ପୁଳା ଟଙ୍କା। ଠାକୁରଙ୍କୁ ବି ଟଙ୍କାରେ ସଜେଇ ଦିଆଯାଇଛି। ୧୦, ୫୦, ୧୦୦, ୨୦୦, ୫୦୦ ଠାରୁ ଆରମ୍ଭ କରି ୨୦୦୦ ଟଙ୍କିଆ ନୋଟ୍‌ ସବୁ ମନ୍ଦିର ଭିତରେ ଖଞ୍ଜା ଯାଇଛି। କେଉଁଠି ଟଙ୍କାରେ ଫୁଲ କରି ଲଗାଯାଇଛି ତ ଆଉ କେଉଁଠି ମାଲ କରି। ପାଖାପାଖି ୫ କୋଟିରୁ ଅଧିକ ଟଙ୍କାରେ ସଜେଇ ହୋଇଛି ମନ୍ଦିର। ଆନ୍ଧ୍ରପ୍ରଦେଶ ନେଲ୍ଲୋର ସ୍ଥିତ କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ଦଶହରା ଅବସରରେ ଏଭଳି […]

The post ମନ୍ଦିର ଭିତରେ ଝୁଲିଛି ୫ କୋଟିରୁ ଅଧିକ ଟଙ୍କା appeared first on Odisha Reporter.

]]>

ଅବରାବତୀ: ମନ୍ଦିର ଭିତିରେ ଝୁଲିଛି ପୁଳା ପୁଳା ଟଙ୍କା। ଠାକୁରଙ୍କୁ ବି ଟଙ୍କାରେ ସଜେଇ ଦିଆଯାଇଛି। ୧୦, ୫୦, ୧୦୦, ୨୦୦, ୫୦୦ ଠାରୁ ଆରମ୍ଭ କରି ୨୦୦୦ ଟଙ୍କିଆ ନୋଟ୍‌ ସବୁ ମନ୍ଦିର ଭିତରେ ଖଞ୍ଜା ଯାଇଛି। କେଉଁଠି ଟଙ୍କାରେ ଫୁଲ କରି ଲଗାଯାଇଛି ତ ଆଉ କେଉଁଠି ମାଲ କରି। ପାଖାପାଖି ୫ କୋଟିରୁ ଅଧିକ ଟଙ୍କାରେ ସଜେଇ ହୋଇଛି ମନ୍ଦିର।

ଆନ୍ଧ୍ରପ୍ରଦେଶ ନେଲ୍ଲୋର ସ୍ଥିତ କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ଦଶହରା ଅବସରରେ ଏଭଳି ବିଡା ବିଡା ଟଙ୍କାରେ ସଜା ଯାଇଛି। ବର୍ଷ ବର୍ଷ ଧରି ଏହି ମନ୍ଦିରରେ ଦେବୀଙ୍କ ମୂର୍ତ୍ତିକୁ ବିଭିନ୍ନ ରୂପରେ ପୂଜା କରାଯାଇଥାଏ। ନଅ ଦିନର ନବରାତ୍ରୀ ତଥା ଦଶହରା ସମୟରେ ଦେବୀଙ୍କୁ ଧନଦାତ୍ରୀ ତଥା ଧନଲକ୍ଷ୍ମୀ ରୂପେ ସେଠାକାର ଲୋକେ ପୂଜା କରନ୍ତି।

ଟଙ୍କାରେ ସଜେଇ ହୋଇଛି ମନ୍ଦିର

ଏଥିଲାଗି ୧୦୦ରୁ ଅଧିକ ସ୍ୱୟଂସେବକମାନେ ୫ କୋଟି ୧୬ ଲକ୍ଷ ଟଙ୍କାର ବିଭିନ୍ନ ନୋଟ୍‌ରେ ମନ୍ଦିରକୁ ସଜାଇଛନ୍ତି। ଏଥିପାଇଁ ୨୦୦୦ ଟଙ୍କା ଠାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟ୍‌ର ବ୍ୟବହାର କରାଯାଇଛି। ଏହି ମନ୍ଦିରକୁ ଦେଖିବା ପାଇଁ ଏବେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ସେପର୍ଟ ସୋଶାଲ ମିଡିଆରେ ମଧ୍ୟ ଟଙ୍କାରେ ସୁସଜ୍ଜିତ ମନ୍ଦିରର ଫଟୋ ମଧ୍ୟ ଭାଇରାଲ ହୋଇଛି।

ଚାରି ବର୍ଷ ପୂର୍ବେ ୧୧ କୋଟି ଟଙ୍କା ଖର୍ଚ୍ଚରେ ପୁରୁଣା କନ୍ୟାକା ପରମେଶ୍ୱରୀ ମନ୍ଦିରର ମିଖ୍ୟ ଦ୍ୱାର ତିଆରି ହୋଇଥିଲା। ସେହି ଦିନଠାରୁ ପ୍ରତି ବର୍ଷ ଦଶହରା ସମାରୋହକୁ ଏଠି ଭବ୍ୟ ରୂପେ ଆୟୋଜିତ କରାଯାଉଛି। ନେଲ୍ଲୋର ମହାନଗର ନିଗମ ଅଧ୍ୟକ୍ଷ କୁହନ୍ତି, ୭ କିଲୋ ସୁନା ଏବଂ ୬୦ କିଲୋ ରୂପେରେ ମଧ୍ୟ ଦେବାଦେବୀଙ୍କୁ ଏଠି ସଜାଯାଏ। ଅନେକ ସ୍ଥାନରେ ଟଙ୍କାରେ ମଧ୍ୟ ଦେବାଦେବୀଙ୍କୁ ସଜାଇ ପୂଜା କରାଯାଏ।

The post ମନ୍ଦିର ଭିତରେ ଝୁଲିଛି ୫ କୋଟିରୁ ଅଧିକ ଟଙ୍କା appeared first on Odisha Reporter.

]]>
left bottom 2021-10-12 15:02:39 https://odishareporter.in/wp-content/uploads/2021/10/currency-notes-in-temple.jpg
ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଚୋର: ଯଦି ଟଙ୍କା ନଥିଲା କାହିଁକି ତାଲା ପକାଉଥିଲ https://odishareporter.in/social-media/viral/thief-left-letter-to-deputy-collector-house-683305 Mon, 11 Oct 2021 12:17:13 +0000 https://odishareporter.in/?p=683305

ଭୋପାଲ: ଚୋରି କରିବାକୁ ଆସି ଚିଠି ଲେଖିଦେଇ ଗଲା ଚୋର। ସେ ପୁଣି ଜିଲ୍ଲାପାଳଙ୍କ ନାଁରେ। କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଘରକୁ ଚୋରି କରିବାକୁ ଆସି ଖୋଦ୍‌ ଜିଲ୍ଲାପାଳଙ୍କ ଡାଏରୀରେ ଏବଂ ପେନ୍‌ ବ୍ୟବହାର କରି ଚିଠି ଲେଖିଲା ଚୋର। ଏବେ ଏହି ଚିଠି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ଦେୱାସରେ ଘଟିଛି ଏଭଳି ଅଜବ ଚୋରି ଘଟଣା। ଏଠାକାର କିଛି ଚୋର ଉପ-ଜିଲ୍ଲାପଳଙ୍କ ଘରକୁ ଟାର୍ଗେଟ କରିଥିଲେ। ଘରେ କେହି ନଥିବାର […]

The post ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଚୋର: ଯଦି ଟଙ୍କା ନଥିଲା କାହିଁକି ତାଲା ପକାଉଥିଲ appeared first on Odisha Reporter.

]]>

ଭୋପାଲ: ଚୋରି କରିବାକୁ ଆସି ଚିଠି ଲେଖିଦେଇ ଗଲା ଚୋର। ସେ ପୁଣି ଜିଲ୍ଲାପାଳଙ୍କ ନାଁରେ। କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଘରକୁ ଚୋରି କରିବାକୁ ଆସି ଖୋଦ୍‌ ଜିଲ୍ଲାପାଳଙ୍କ ଡାଏରୀରେ ଏବଂ ପେନ୍‌ ବ୍ୟବହାର କରି ଚିଠି ଲେଖିଲା ଚୋର। ଏବେ ଏହି ଚିଠି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଧ୍ୟପ୍ରଦେଶର ଦେୱାସରେ ଘଟିଛି ଏଭଳି ଅଜବ ଚୋରି ଘଟଣା। ଏଠାକାର କିଛି ଚୋର ଉପ-ଜିଲ୍ଲାପଳଙ୍କ ଘରକୁ ଟାର୍ଗେଟ କରିଥିଲେ। ଘରେ କେହି ନଥିବାର ସୁଯୋଗ ପାଇ ଚୋରମାନେ କବାଟ ଭାଙ୍ଗି ପଶିଥିଲେ। ହେଲେ ହାତରେ କିଛି ଲାଗିନଥିଲା। ଘରେ ଟଙ୍କାଟିଏ ବି ନଥିଲା। ଏଥିରେ ବିରକ୍ତ ହୋଇ ଚୋର ଉପ-ଜିଲ୍ଲାପାଳଙ୍କ ନାଁରେ ତାଙ୍କ ଡାଏରୀରେ ଏକ ଚିଠି ଲେଖି ଆସିଥିଲା। ଏହି ଚିଠିରେ ଲେଖାଥିଲା-‘ଯଦି ଘରେ ଟଙ୍କା ନଥିଲା ତେବେ କାହିଁକି ତଲା ପକାଉଥିଲ। କଲେକ୍ଟର।’

ପ୍ରକୃତରେ, ଏହି ଚୋର ଜଣକ ଖଟେଗାଓଁ ଏସଡିଏମ (ଡେପୁଟି କଲେକ୍ଟର) ତ୍ରିଲୋଚନ ଗଉଡ୍‌ଙ୍କ ସିଭିଲ ଲାଇନରେ ସ୍ଥିତ ସରକାରୀ ଘରେ ଚୋରି କରିବାକୁ ଯାଇଥିଲେ। ଗଉଡ୍‌ ବର୍ତ୍ତମାନ ଦେୱାସର ଖାଟେଗାଓଁ ତହସିଲର SDM ଅଟନ୍ତି। ସେ ପ୍ରାୟ ୧୫ ଦିନ ଧରି ଦେୱାସରେ ଥିବା ତାଙ୍କ ଘରକୁ ଆସି ନଥିଲେ।

ହେଲେ ଗତକାଲି ରାତିରେ ଉପ-ଜିଲ୍ଲାପାଳ ଉକ୍ତ ଘରକୁ ଯାଇଥିଲେ। ଘରର ତାଲା ଭାଙ୍ଗି ପଡିଥିବା ଦେଖି  ସେ ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତ ବେଳେ ଚୋର ଜିଲ୍ଲାପାଳଙ୍କ ନାଁରେ ଲେଖିଥିବା ଏହି ହାତ ଲେଖା ଚିଠି ମିଳିଥିଲା। ଏହି ଚିଠିଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ପୁଲିସ ଏକ ଅଜ୍ଞାତ ମାମଲା ରୁଜୁ କରି ଚୋରକୁ ଖୋଜିବା ଆରମ୍ଭ କରିଛି। ଉକ୍ତ ଚୋର ଏସ୍‌ଡିଏମ୍‌ଙ୍କ ଘରୁ ଗୋଟିଏ ସୁନା ମୁଦି, କିଛି ରୂପା ଅଳଙ୍କାର ଏବଂ ନଗଦ ୩୦ ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡିଛି।

 

The post ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଚୋର: ଯଦି ଟଙ୍କା ନଥିଲା କାହିଁକି ତାଲା ପକାଉଥିଲ appeared first on Odisha Reporter.

]]>
left bottom 2021-10-11 17:47:13 https://odishareporter.in/wp-content/uploads/2021/10/Thief.jpg
ହସୁଛନ୍ତି ମା’ ଦୁର୍ଗା https://odishareporter.in/social-media/viral/goddess-dugra-became-the-center-of-attraction-in-a-happy-posture-photo-viral-683260 Mon, 11 Oct 2021 10:18:43 +0000 https://odishareporter.in/?p=683260

ଭୋପାଲ: ଏଥର ମହିଷାମର୍ଦ୍ଦିନୀଙ୍କ ଆଖିରେ ଆଉ କ୍ରୋଧ ନାହିଁ। ମୁହଁରେ ଫୁଟିଛି ହସ। ଆଖିରେ ପ୍ରସନ୍ନ ଓ ମୁହଁରେ ହସ ନେଇ ଏଥିର ଆସିଛନ୍ତି ମା’ ଦୁର୍ଗା। ମା’ ଦୁର୍ଗାଙ୍କ ୯ ରୂପର ଆରାଧନାର ପର୍ବ ନବରାତ୍ରୀ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଯାଇଛି। ଘରେ ଘଟ ବସାଇବା ସହ ବିଭିନ୍ନ ସ୍ଥାନରେ ଦେବୀଙ୍କ ଆକର୍ଷଣୀୟ ପ୍ରତିମା ସ୍ଥାପନ କରାଯାଇଛି। ଏହାରି ଭିତରେ ମା’ଙ୍କ ଏକ ଆକର୍ଷଣୀୟ ପ୍ରତିମାର ଫଟୋ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନବରାତ୍ରୀ […]

The post ହସୁଛନ୍ତି ମା’ ଦୁର୍ଗା appeared first on Odisha Reporter.

]]>

ଭୋପାଲ: ଏଥର ମହିଷାମର୍ଦ୍ଦିନୀଙ୍କ ଆଖିରେ ଆଉ କ୍ରୋଧ ନାହିଁ। ମୁହଁରେ ଫୁଟିଛି ହସ। ଆଖିରେ ପ୍ରସନ୍ନ ଓ ମୁହଁରେ ହସ ନେଇ ଏଥିର ଆସିଛନ୍ତି ମା’ ଦୁର୍ଗା।

ମା’ ଦୁର୍ଗାଙ୍କ ୯ ରୂପର ଆରାଧନାର ପର୍ବ ନବରାତ୍ରୀ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଯାଇଛି। ଘରେ ଘଟ ବସାଇବା ସହ ବିଭିନ୍ନ ସ୍ଥାନରେ ଦେବୀଙ୍କ ଆକର୍ଷଣୀୟ ପ୍ରତିମା ସ୍ଥାପନ କରାଯାଇଛି। ଏହାରି ଭିତରେ ମା’ଙ୍କ ଏକ ଆକର୍ଷଣୀୟ ପ୍ରତିମାର ଫଟୋ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନବରାତ୍ରୀ ଅବସରରେ ମଧ୍ୟପ୍ରଦେଶ ଛିନ୍ଦୱାଡାରେ ମା’ଙ୍କର ଏକ ହସୁଥିବା ମୂର୍ତ୍ତି ତିଆରି ହୋଇଛି। ଏହି ମୂର୍ତ୍ତି ଏବେ ସମସ୍ତଙ୍କ ମନମୋହିନେଇଛି। ଯିଏ ଦେଖୁଛି ସିଏ ଘଡିଏ ମା’ଙ୍କ ମୂର୍ତ୍ତିକୁ ଚାହିଁ ରହୁଛି। ମା’ଙ୍କ ମୂର୍ତ୍ତିଟି ମଧ୍ୟ ଦେଖିବାକୁ ପୂରାପୁରି ସଜୀବ ଭଳି ଲାଗୁଛି। ଯେପରି ସତରେ ମା’ ଦୁର୍ଗା ସ୍ୱର୍ଗରୁ ଓହ୍ଲାଇ ଆସିଲା ଭଳି ମନେ ହେଉଛି।

ମା’ଙ୍କ ଏହି ଆକର୍ଷଣୀୟ ପ୍ରତିମାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ମଧ୍ୟପ୍ରଦେଶର ସିଙ୍ଗୋଡିରେ ବାସ କରୁଥିବା ମୂର୍ତ୍ତିକାର ପବନ ପ୍ରଜାପତି ଦୁର୍ଗାଙ୍କ ଏହି ମନମୁଗ୍ଧ କରୁଥିବା ମୂର୍ତ୍ତିକୁ ତିଆରି କିରଛନ୍ତି। ଦୁର୍ଗାଙ୍କ ଏହି ହସୁଥିବା ପ୍ରତିମାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ପ୍ରତିଦିନ ଲୋକଙ୍କ ଭିଡ ଜମୁଛି। ଏହି ଛୋଟ ଗାଁଟି ଏବେ ତୀର୍ଥ କ୍ଷେତ୍ର ପାଲଟିଯାଇଛି। କେବଳ ଛିନ୍ଦୱାଡା ନୁହେଁ ପଡୋଶୀ ଜିଲ୍ଲା ନରସିଂହପୁର, ବୈତୁଲ, ହୋଶଙ୍ଗାବାଦ, ସିବିନ ଯାଏଁ ଦୁର୍ଗାଙ୍କ ଏହି ମୂର୍ତ୍ତିକୁ ନେଇ ଚର୍ଚ୍ଚା ଚାଲିଛି। ଲୋକେ ମୂର୍ତ୍ତିର ଚିତ୍ରକଳା ନେଇକୁ ପ୍ରଶଂସା କରୁଛନ୍ତି।

ସେପଟେ ଉକ୍ତ ମୂର୍ତ୍ତିକୁ ତିଆରି କରିଥିବା ମୂର୍ତ୍ତିକାର କହିଛନ୍ତି, କରୋନା କାଳରେ ସେ ଅନେକ ଲୋକଙ୍କ ମୁହଁରେ ଦୁଃଖ ଦେଖିଛନ୍ତି। ତେଣୁ ଲୋକେ ଯେପରି ନିଜ ଦୁଃଖ ଭୁଲିଯିବେ, ସେଥିପାଇଁ ମା’ ଦୁର୍ଗାଙ୍କ ଏଭଳି ହସୁଥିବା ମୂର୍ତ୍ତି ତିଆରି କରିବା ପାଇଁ ଚିନ୍ତା କରିଥିଲୁ ବୋଲି ସେ କହିଛନ୍ତି।

The post ହସୁଛନ୍ତି ମା’ ଦୁର୍ଗା appeared first on Odisha Reporter.

]]>
left bottom 2021-10-11 15:53:31 https://odishareporter.in/wp-content/uploads/2021/10/Durga.jpg
ଭାଇରାଲ୍‌ ହେଉଛି ଆର୍ଯ୍ୟନଙ୍କ ମା’ ଗୌରୀଙ୍କ ଭିଡିଓ https://odishareporter.in/social-media/viral/gauri-khans-video-goes-viral-682919 Sat, 09 Oct 2021 14:18:58 +0000 https://odishareporter.in/?p=682919

ମୁମ୍ବାଇ: ଡ୍ରଗ୍ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଏବେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ଶୁକ୍ରବାର ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ସେଠାକୁ ପଠାଇ ଦିଆଯାଇଛି। କୋର୍ଟରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ଖବର ଆସିବା ପରେ କାନ୍ଦି ପକାଇଥିଲେ ତାଙ୍କ ମା’ ଗୌରୀ ଖାଁ। ସେ ତାଙ୍କ କାରର ପଛ ସିଟ୍‌ରେ ବସିଥିବା ବେଳେ ମୁହଁରେ ହାତ ଦେଇ କାନ୍ଦୁଥିଲେ। ଆଉ ଏହି ଦୃଶ୍ୟ […]

The post ଭାଇରାଲ୍‌ ହେଉଛି ଆର୍ଯ୍ୟନଙ୍କ ମା’ ଗୌରୀଙ୍କ ଭିଡିଓ appeared first on Odisha Reporter.

]]>

ମୁମ୍ବାଇ: ଡ୍ରଗ୍ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଏବେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ଶୁକ୍ରବାର ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ସେଠାକୁ ପଠାଇ ଦିଆଯାଇଛି।

କୋର୍ଟରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ଖବର ଆସିବା ପରେ କାନ୍ଦି ପକାଇଥିଲେ ତାଙ୍କ ମା’ ଗୌରୀ ଖାଁ। ସେ ତାଙ୍କ କାରର ପଛ ସିଟ୍‌ରେ ବସିଥିବା ବେଳେ ମୁହଁରେ ହାତ ଦେଇ କାନ୍ଦୁଥିଲେ। ଆଉ ଏହି ଦୃଶ୍ୟ ଅନେକଙ୍କ କ୍ୟାମେରାରେ କଏଦ ହୋଇଯାଇଥିଲା, ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

ଗୌରୀଙ୍କର ଗତକାଲି ଜନ୍ମଦିନ ଥିଲା। ଗତକାଲି ସେ ୫୧ ବର୍ଷରେ ପାଦ ଥାପିଛନ୍ତି। କିନ୍ତୁ ଜନ୍ମଦିନରେ ପୁଅର ଏଭଳି ଦୁର୍ଦ୍ଦଶା ଦେଖି ସେ ଭାଙ୍ଗି ପଡ଼ିଥିଲେ। ସେ ପୁଅକୁ ଜେଲ୍‌କୁ ନଯିବାକୁ ଦେବା ପାଇଁ ଆଇନର ସବୁ ଦିଗର ଉପଯୋଗ କରିଥିଲେ। ତେବେ ପୁଅର ଜାମିନ୍ କରାଇବାରେ ବିଫଳ ହୋଇଥିଲେ।

ଅନ୍ୟପକ୍ଷରେ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ଆର୍ଯ୍ୟନ ଶାନ୍ତ ଦେଖା ଯାଉଥିଲେ। ପୁଲିସ୍ ତାଙ୍କୁ କାର୍‌ରେ ବସାଇ ନେବା ବେଳେ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ସୂଚନାଯୋଗ୍ୟ, ଆର୍ଯ୍ୟନଙ୍କୁ ମୁମ୍ବାଇର ଏକ କୋର୍ଟ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏନ୍‌ସିବିର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

The post ଭାଇରାଲ୍‌ ହେଉଛି ଆର୍ଯ୍ୟନଙ୍କ ମା’ ଗୌରୀଙ୍କ ଭିଡିଓ appeared first on Odisha Reporter.

]]>
left bottom 2021-10-09 19:56:20 https://odishareporter.in/wp-content/uploads/2021/10/Untitled-1-6.jpg
ପାର୍କରେ ବୁଲୁ ବୁଲୁ କୋଟିପତି https://odishareporter.in/social-media/viral/woman-finds-4-carat-yellow-diamond-at-arkansas-state-park-682814 Sat, 09 Oct 2021 08:51:51 +0000 https://odishareporter.in/?p=682814

ୱାଶିଂଟନ: ପାର୍କରେ ବୁଲୁ ବୁଲୁ ଚମକିଲା ଭାଗ୍ୟ। ରାତାରାତି କୋଟିପତି ପାଲଟି ଗଲେ ମହିଳା। ‘ଭଗବାନ ଯେବେ ବି ଦିଅନ୍ତି ଛପର ଫାଡି ଦିଅନ୍ତି।’ ଏହି ଉକ୍ତିଟି ଜଣେ ମହିଳାଙ୍କ ନିକଟରେ ସତ୍ୟ ପ୍ରମାଣିତ ହୋଇଛି। ପାର୍କରେ ବୁଲୁଥିବା ବେଳେ ଜଣେ ମହିଳାଙ୍କୁ ମିଳିଛି ଦୁର୍ଲଭ ହୀରା। କାଲିଫର୍ଣ୍ଣିଆର ଜଣେ ମହିଳାଙ୍କ ଏଭଳି ଭାଗ୍ୟ ଚମକିଛି। ନୋରେନ୍‌ ୱେଡବର୍ଗ ନାମକ ମହିଳା ଗତ ସେପ୍ଟେମ୍ବର ୨୩ ତାରିଖରେ ‘କ୍ରେଟର ଅଫ୍ ଡାଇମଣ୍ଡସ୍‌ ଷ୍ଟେଟ ପାର୍କ’ ବୁଲିବାକୁ ଯାଇଥିଲେ। […]

The post ପାର୍କରେ ବୁଲୁ ବୁଲୁ କୋଟିପତି appeared first on Odisha Reporter.

]]>

ୱାଶିଂଟନ: ପାର୍କରେ ବୁଲୁ ବୁଲୁ ଚମକିଲା ଭାଗ୍ୟ। ରାତାରାତି କୋଟିପତି ପାଲଟି ଗଲେ ମହିଳା। ‘ଭଗବାନ ଯେବେ ବି ଦିଅନ୍ତି ଛପର ଫାଡି ଦିଅନ୍ତି।’ ଏହି ଉକ୍ତିଟି ଜଣେ ମହିଳାଙ୍କ ନିକଟରେ ସତ୍ୟ ପ୍ରମାଣିତ ହୋଇଛି। ପାର୍କରେ ବୁଲୁଥିବା ବେଳେ ଜଣେ ମହିଳାଙ୍କୁ ମିଳିଛି ଦୁର୍ଲଭ ହୀରା।

କାଲିଫର୍ଣ୍ଣିଆର ଜଣେ ମହିଳାଙ୍କ ଏଭଳି ଭାଗ୍ୟ ଚମକିଛି। ନୋରେନ୍‌ ୱେଡବର୍ଗ ନାମକ ମହିଳା ଗତ ସେପ୍ଟେମ୍ବର ୨୩ ତାରିଖରେ ‘କ୍ରେଟର ଅଫ୍ ଡାଇମଣ୍ଡସ୍‌ ଷ୍ଟେଟ ପାର୍କ’ ବୁଲିବାକୁ ଯାଇଥିଲେ। ସେଠାରେ ସେ ବୁଲିବା ବେଳେ ତାଙ୍କୁ ଅଚାନକ ଏକ ହଳଦିଆ ରଙ୍ଗର ୪.୩୮ କ୍ୟାରେଟ୍‌ର ହୀରା ଖଣ୍ଡ ମିଳିଥିଲା। ନୋରେନ୍‌ଙ୍କୁ ଯେଉଁ ହୀରା ମିଳିଥିଲା ତା’ର ଦାମ୍‌ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ।

ନୋରେନ୍‌ ୱେଡବର୍ଗ ନାମକ ମହିଳାଙ୍କୁ ପାର୍କ ଭିତରୁ ହଳଦିଆ ରଙ୍ଗର ହୀରା ମିଳିଛି

ଉକ୍ତ ମହିଳା ଜଣକ କହିଛନ୍ତି, ସେ ଜାଣି ନଥିଲେ ଯେ‌, ତାଙ୍କ ହାତରେ ଏତେ ଦାମୀ ହୀରା ଲାଗିଛି। ତଳେ ପଡିଥିବା ଏକ ଚକମକ କରୁଥିବା ହଳଦିଆ ରଙ୍ଗର ପଥରକୁ ସେ ଉଠାଇଥିଲେ ବୋଲି କହିଛନ୍ତି। ନୋରେନ୍‌ ଏହି ହୀରାକୁ ନିଜ ଘରକୁ ନେଇ ଯାଇଛନ୍ତି।

ୟୁଏସ୍‌ଏ ଟୁଡେ ମୁତାବକ, ନୋରେନ୍‌ଙ୍କୁ ୧୯୦୬ ପରଠାରୁ ବର୍ତ୍ତମାନର ସବୁଠାରୁ ବଡ଼ ହୀରା ମିଳିଛି। ୧୯୭୨ରେ ‘କ୍ରେଟର ଅଫ୍ ଡାଇମଣ୍ଡସ୍‌’ ଷ୍ଟେଟ୍‌ ପାର୍କରେ ପରିଣତ ହୋଇଥିଲା। ଏହି ପାର୍କକୁ ସାଧାରଣ ଲୋକେ ଆସି ହୀରା ଖୋଜି ପାରିବେ। ଯଦି ସନ୍ଧାନ ବେଳେ କାହାକୁ ହୀରା ମିଳେ ତେବେ ଉକ୍ତ ବ୍ୟକ୍ତି ସେହି ହୀରାକୁ ନିଜ ପାଖରେ ରଖିପାରିବେ ଏବଂ ଇଚ୍ଛା ଅନୁଯାୟୀ ବିକ୍ରି ମଧ୍ୟ କରିପାରିବେ।

ବର୍ତ୍ତମାନ ଯାଏଁ ଏହି ପାର୍କ ଭିତରୁ ପ୍ରାୟ ୭୫,୦୦୦ଟି ହୀର ମିଳିସାରିଲାଣି। ଚଳିତ ବର୍ଷ ହିଁ ଏହି ପାର୍କରୁ ୨୫୮ଟି ହୀରା ମିଳିଥିବା ସୂଚନା ରହିଛି।

The post ପାର୍କରେ ବୁଲୁ ବୁଲୁ କୋଟିପତି appeared first on Odisha Reporter.

]]>
left bottom 2021-10-09 14:22:23 https://odishareporter.in/wp-content/uploads/2021/10/Woman-in-park.jpg
ଧୋନିଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଝିଅ, ହେଲେ ଶୁଣିଲେନି https://odishareporter.in/social-media/viral/ms-dhoni-daughter-ziva-dhoni-prays-for-csk-against-delhi-capitals-681658 Tue, 05 Oct 2021 07:46:19 +0000 https://odishareporter.in/?p=681658

ନୂଆଦିଲ୍ଲୀ: ବାପା ଧୋନିଙ୍କ ପାଇଁ ଠାକୁରଙ୍କୁ ଡାକିଲେ ଝିଅ ଜିଭା। ହାତ ଯୋଡି କଲେ ପ୍ରାର୍ଥନା। ମାହି ଏବଂ ତାଙ୍କ ଟିମ୍‌କୁ ଜିତାଇବା ପାଇଁ ପ୍ରାର୍ଥନା କରିଥିଲେ ଜିଭା। ହେଲେ କିଛି ଲାଭ ହେଲା ନାହିଁ। କୁନି ଝିଅର ପ୍ରାର୍ଥନା ଶୁଣିଲେନି ଠାକୁର। ଶେଷରେ ଧୋନିଙ୍କ ଟିମ୍‌ ହାରିଗଲା। ହେଲେ ବାପାଙ୍କ ପାଇଁ ପ୍ରାର୍ଥନା କାରିବା ବେଳେ ଜିଭାଙ୍କ ଫଟୋ କିନ୍ତୁ ସମସ୍ତଙ୍କ ମନ ଜିତି ନେଲା। ଗତକାଲି ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟେଲ୍ଡ ଏବଂ ଚେନ୍ନାଇ […]

The post ଧୋନିଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଝିଅ, ହେଲେ ଶୁଣିଲେନି appeared first on Odisha Reporter.

]]>

ନୂଆଦିଲ୍ଲୀ: ବାପା ଧୋନିଙ୍କ ପାଇଁ ଠାକୁରଙ୍କୁ ଡାକିଲେ ଝିଅ ଜିଭା। ହାତ ଯୋଡି କଲେ ପ୍ରାର୍ଥନା। ମାହି ଏବଂ ତାଙ୍କ ଟିମ୍‌କୁ ଜିତାଇବା ପାଇଁ ପ୍ରାର୍ଥନା କରିଥିଲେ ଜିଭା। ହେଲେ କିଛି ଲାଭ ହେଲା ନାହିଁ। କୁନି ଝିଅର ପ୍ରାର୍ଥନା ଶୁଣିଲେନି ଠାକୁର। ଶେଷରେ ଧୋନିଙ୍କ ଟିମ୍‌ ହାରିଗଲା। ହେଲେ ବାପାଙ୍କ ପାଇଁ ପ୍ରାର୍ଥନା କାରିବା ବେଳେ ଜିଭାଙ୍କ ଫଟୋ କିନ୍ତୁ ସମସ୍ତଙ୍କ ମନ ଜିତି ନେଲା।

ଗତକାଲି ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟେଲ୍ଡ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାମୁହିଁ ହୋଇଥିଲେ। ଅତ୍ୟନ୍ତ ରୋମାଞ୍ଚକର ଥିଲା ଏହି ମ୍ୟାଚ୍‌। ତେବେ ଚେନ୍ନାଇ ସୁପର କିଙ୍ଗସ୍‌ର ବିଜୟ ପାଇଁ କରାଯାଇଥିଲା ପ୍ରାର୍ଥନା। ଏହି ମ୍ୟାଚ୍‌ ବେଳେ ସିଏସ୍‌କେର କୁଲ କ୍ୟାପଟେନ୍‌ ଏମ୍‌ ଏସ୍‌ ଧୋନିଙ୍କ ଝିଅର ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା।

୫ ବର୍ଷୀୟ ଜିଭା ଧୋନି ଦୁବାଇ ଷ୍ଟାଡିଅମର ଭିଜିଟର୍ସ ଗ୍ୟାଲେରୀରେ ମା’ ସାଖି ଧୋନିଙ୍କ କୋଳରେ ବସି ହାତ ଜୋଡି, ମୁଣ୍ଡ ନୁଆଁଇ, ଆଖି ବନ୍ଦ କରି ପ୍ରାର୍ଥନା କରିଥିଲେ। ଅନେକ ଲୋକେ ଜିଭାଙ୍କୁ ଏଭଳି ପ୍ରାର୍ଥନା କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଏସ୍‌କେ ଟିମ୍‌ର ବିଜୟ ପାଇଁ ଠାକୁରଙ୍କୁ ଡାକୁଥିଲେ ଜିଭା। କିନ୍ତୁ ଶେଷ ମୁହୂର୍ତ୍ତରେ ଗୋଟିଏ ଝଟ୍‌କାରେ ହାରି ଯଇଥିଲା ଧୋନିଙ୍କ ଟିମ୍‌। କିନ୍ତୁ ଜିଭା ଧୋନିଙ୍କ ଏହି କ୍ୟୁଟ ଫଟୋ ସମସ୍ତଙ୍କୁ ମତୁଆଲା କରିଥିଲା। ଜିଭାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଜିଭାଙ୍କ ଫଟୋ ଶେୟାର କରି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ୟୁଜର୍ସମାନେ ଜିଭାର ଏହି ଫଟୋକୁ ବେଶ ପସନ୍ଦ କରୁଛନ୍ତି। ଫଟୋକୁ ଶେଆର କିଛି ୟୁଜର୍ସ ‘ଏହା ଦିନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ’ ବୋଲି ବର୍ଣ୍ଣନା କରିଛନ୍ତି।

ସୋମବାର ରାତିରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସକୁ ୩ ୱିକେଟରେ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟେଲ ମ୍ୟାଚ୍‌କୁ ଜିତିବା ପାଇଁ ଶେଷ ଓଭରରେ କଠିନ ସଂଘର୍ଷ କରିଥିଲା। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୩୬ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୨ଟି ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି।

The post ଧୋନିଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଝିଅ, ହେଲେ ଶୁଣିଲେନି appeared first on Odisha Reporter.

]]>
left bottom, Viral photo 2021-10-05 13:16:19 https://odishareporter.in/wp-content/uploads/2021/10/Ziva-Dhoni.jpg
ଟିକା ନେବାକୁ ଯାଇଥିଲେ, ଛୁଞ୍ଚି ଦେଖି ଦୌଡିଲେ https://odishareporter.in/social-media/viral/girl-drama-during-corona-vaccine-video-viral-681349 Mon, 04 Oct 2021 07:32:03 +0000 https://odishareporter.in/?p=681349

ଭୋପାଲ: କରୋନାକୁ ମାତ୍‌ ଦେବା ପାଇଁ ଚାଲିଛି ଟିକାକରଣ। ଚାରଆଡେ ଜୋରସୋର ଟିକା ଦିଆ ଚାଲିଛି। ଏହାରି ଭିତରେ ଏକ ଟିକା କେନ୍ଦ୍ରରେ ଜଣେ ଯୁବତୀଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ଟିକା ନେବାକୁ ଆସି ଛୁଞ୍ଚି ଦେଖି ଭୟରେ ଦୌଡି ପଳାଇଛନ୍ତି। ମଧ୍ୟ ପ୍ରଦେଶର ଧାର ଜିଲ୍ଲା ଲେବଡ ଟିକାକେନ୍ଦ୍ରରେ ଘଟିଛି ଏଭଳି ଘଟଣା। ଟିକା ନେବାକୁ ଆସିଥିବା ଜଣେ ଯୁବତୀଙ୍କ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଛି। ସେ ଇଞ୍ଜେକସନ ସିରିଞ୍ଜ ଦେଖି ଭୟଭୀତ ହୋଇପଡିଛନ୍ତି। […]

The post ଟିକା ନେବାକୁ ଯାଇଥିଲେ, ଛୁଞ୍ଚି ଦେଖି ଦୌଡିଲେ appeared first on Odisha Reporter.

]]>

ଭୋପାଲ: କରୋନାକୁ ମାତ୍‌ ଦେବା ପାଇଁ ଚାଲିଛି ଟିକାକରଣ। ଚାରଆଡେ ଜୋରସୋର ଟିକା ଦିଆ ଚାଲିଛି। ଏହାରି ଭିତରେ ଏକ ଟିକା କେନ୍ଦ୍ରରେ ଜଣେ ଯୁବତୀଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ଟିକା ନେବାକୁ ଆସି ଛୁଞ୍ଚି ଦେଖି ଭୟରେ ଦୌଡି ପଳାଇଛନ୍ତି।

ମଧ୍ୟ ପ୍ରଦେଶର ଧାର ଜିଲ୍ଲା ଲେବଡ ଟିକାକେନ୍ଦ୍ରରେ ଘଟିଛି ଏଭଳି ଘଟଣା। ଟିକା ନେବାକୁ ଆସିଥିବା ଜଣେ ଯୁବତୀଙ୍କ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଛି। ସେ ଇଞ୍ଜେକସନ ସିରିଞ୍ଜ ଦେଖି ଭୟଭୀତ ହୋଇପଡିଛନ୍ତି। ଏପରିକି ସେ ସେଠାରେ ଜୋରଦାର ହଙ୍ଗାମା ମଧ୍ୟ କରିଛନ୍ତି। ଯାହାର ଭିଡିଓ ଏବେ ସୋଲାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରୀନା ଭୁରାଲି ନାମକ ଜଣେ ଯୁବତୀ କରୋନା ଟିକା କେନ୍ଦ୍ରକୁ ଯାଇଥିଲେ। କିନ୍ତୁ ସେଠାରେ ଛୁଞ୍ଚି ଦେଖି ଏତେ ଡରି ଯାଇଥିଲେ ଯେ ସେ ଦୌଡି ଟିକାକେନ୍ଦ୍ରର ବାହାରକୁ ପଳାଇଥିଲେ। ପରେ ତାଙ୍କୁ ପରିବାର ଲୋକେ ଟାଣି ଆଣିଥିଲେ। ହେଲେ ସେ ଟିକା ନେବାକୁ ଜମାରୁ ରାଜି ହୋଇନଥିଲେ। ପରେ ଜୋରଜବରଦସ୍ତି କରି ଘର ଲୋକେ ତାଙ୍କୁ ଟିକା ଦେଇଥିଲେ। ତେବେ ଟିକା ଦେବା ବେଳେ ମଧ୍ୟ ସେ ଜୋରସୋରରେ ପାଟି କରିଥିଲେ। ଏପରିକି କାନ୍ଦି କାନ୍ଦି ତଳେ ଗଡି ଯାଇଥିଲେ।

କିଛି ଦିନ ତଳେ ମଧ୍ୟ ପ୍ରଦେଶର ବୈତୁଲ ଜିଲ୍ଲାରେ ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଥିଲା। ସେଠାରେ ଭଗବାନଙ୍କ ନାଁ ନେଇ ଜଣେ  ମହିଳା ଟିକା ନ ଲଗାଇବା ପାଇଁ ନାଟକ କରିଥିଲେ। ପ୍ରକୃତରେ ଯେତେବେଳେ ମହିଳାଙ୍କୁ ଟିକା  ନେବା ପାଇଁ କୁହାଯାଇଥିଲା ସେତେବେଳେ ସେ ମନା କରିଦେଇଥିଲେ। ଏହାପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏକ ମନ୍ଦିର ଭିତରକୁ ଟାଣି ନେଇ ଯାଇଥିଲେ। ମନ୍ଦିର ଭିତରେ ଭଗବାନ ଶିବଙ୍କ ମୂର୍ତ୍ତି ଉପରେ ହାତ ରଖି କହିଥିଲେ, ‘ଭଗବାନ ମୋତେ ଟିକା ନେବା ପାଇଁ ମନା କରିଛନ୍ତି।’ ଏହି ଘଟଣାଟି ମଧ୍ୟ ସେତେବେଳେ ଭାଇରାଲ ହୋଇଥିଲା।

The post ଟିକା ନେବାକୁ ଯାଇଥିଲେ, ଛୁଞ୍ଚି ଦେଖି ଦୌଡିଲେ appeared first on Odisha Reporter.

]]>
left bottom 2021-10-04 13:02:03 https://odishareporter.in/wp-content/uploads/2021/10/VACCINE.jpg
ଭୋଜି ଖାଇବାକୁ ଦେଲେନି, ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର https://odishareporter.in/social-media/viral/photographer-deletes-all-marriage-pics-when-served-no-food-at-wedding-680880 Sat, 02 Oct 2021 08:04:58 +0000 https://odishareporter.in/?p=680880

ନୂଆଦିଲ୍ଲୀ: ବିବାହ ଦିନର ସ୍ମୃତିକୁ ସାଇତି ରଖିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏଥିପାଇଁ ଫଟୋ ସୁଟ୍‌ଠାରୁ ଆରମ୍ଭ କରି ଭିଡିଓ ସୁଟ୍‌ କେତେ କ’ଣ କରନ୍ତି। ଫଟୋ ସୁଟ୍‌ ପାଇଁ ବିବାହରେ ପ୍ରମୁଖ ଭୂମିକା ନେଇଥାଏ ଫଟୋଗ୍ରାଫର। ସମସ୍ତ ମୁହୂର୍ତ୍ତକୁ ସେ ନିଜ କ୍ୟାମେରାରେ କଏଦ୍‌ କରିବାକୁ ଚେଷ୍ଟା କରିଥାଏ। ଏହାରି ଭିତରେ ସେ ଖାଇବାକୁ ମଧ୍ୟ ସମୟ ପାଇ ପାରେ ନାହିଁ। ନିକଟରେ ଭୋଜି ଖାଇବାକୁ ନେଇ ଜଣେ ପଟୋଗ୍ରାଫର ସହ ଏକ ଅଦ୍ଭୁତ […]

The post ଭୋଜି ଖାଇବାକୁ ଦେଲେନି, ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର appeared first on Odisha Reporter.

]]>

ନୂଆଦିଲ୍ଲୀ: ବିବାହ ଦିନର ସ୍ମୃତିକୁ ସାଇତି ରଖିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏଥିପାଇଁ ଫଟୋ ସୁଟ୍‌ଠାରୁ ଆରମ୍ଭ କରି ଭିଡିଓ ସୁଟ୍‌ କେତେ କ’ଣ କରନ୍ତି। ଫଟୋ ସୁଟ୍‌ ପାଇଁ ବିବାହରେ ପ୍ରମୁଖ ଭୂମିକା ନେଇଥାଏ ଫଟୋଗ୍ରାଫର। ସମସ୍ତ ମୁହୂର୍ତ୍ତକୁ ସେ ନିଜ କ୍ୟାମେରାରେ କଏଦ୍‌ କରିବାକୁ ଚେଷ୍ଟା କରିଥାଏ। ଏହାରି ଭିତରେ ସେ ଖାଇବାକୁ ମଧ୍ୟ ସମୟ ପାଇ ପାରେ ନାହିଁ। ନିକଟରେ ଭୋଜି ଖାଇବାକୁ ନେଇ ଜଣେ ପଟୋଗ୍ରାଫର ସହ ଏକ ଅଦ୍ଭୁତ ଘଟଣା ଘଟିଛି। ଭୋଜି ଖାଇବାକୁ ମନା କରିବାକୁ ରାଗି ଯାଇଛନ୍ତି ଫଟୋଗ୍ରାଫର।

ନିକଟରେ ଏଭଳି ହିଁ ଘଟଣା ସାମ୍ନାକୁ ଆସିଛି। ବିବାହ ଭୋଜି ଖାଇବାକୁ ଜଣେ ଫଟୋଗ୍ରାଫରକୁ ବାରଣ କରାଯାଇଛି। ଏଥିରେ ରାଗିଯାଇ ସେ ବର ସାମ୍ନାରେ ହିଁ ବିବାହର ସମସ୍ତ ଫଟୋ ଡିଲିଟ୍‌ କରି ଦେଇଛନ୍ତି। ଉକ୍ତ ଫଟୋଗ୍ରାଫର ଜଣକ ଏସମସ୍ତ ଘଟଣାକୁ ନିଜ ସୋଶାଲ ମିଡିଆରେ ବଖାଣିଛନ୍ତି।  ଏଥିସହ ଲୋକଙ୍କୁ ତାଙ୍କର ମତ ମାଗିଛନ୍ତି।

ଫଟୋଗ୍ରାଫର ଜଣକ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଁ ଜଣେ ପେଶାଦାର ଫଟୋଗ୍ରାଫର ନୁହେଁ। ମୁଁ ପୋଷା କୁକୁରଙ୍କୁ ବୁଲାଏ ଏବଂ ତାଙ୍କ ଫଟୋ ଉଠାଏ। ଏହା ମୋର ସଉକ। ତେବେ ମୋର ଜଣେ ବନ୍ଧୁ ଟଙ୍କା ସଞ୍ଚୟ ପାଇଁ ମୋତେ ତାଙ୍କ ବିବାହର ଫଟୋ ଉଠାଇବା ପାଇଁ ଅନୁରୋଧ କରିଥିଲେ। ୱେଡିଂ ଫଟୋଗ୍ରାଫି ମୋର କାମ ନୁହେଁ କହି ପ୍ରଥମେ ମୁଁ ମନା କରିଦେଇଥିଲି। କିନ୍ତୁ ପରେ ସେ ବାଧ୍ୟ କରିବାକୁ ମୁଁ ଫଟୋଗ୍ରାଫି କରିଥିଲି। ଏଥିପାଇଁ ସେ ମୋତେ ୨୫୦ ଡଲାର ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ।

ଫଟୋଗ୍ରାଫର ଜଣକ ଆହୁରି ଲେଖିଛନ୍ତି, ବିବାହ ଦିନ ସକାଳ ୧୧ଟାରେ ଫଟୋ ଉଠାଇବା କାମ ଆରମ୍ଭ ହୋଇଥିଲା। ରାତି ୮ଟାରେ ଏହି କାମ ସରିବାର ଥିଲା। ଏହାରି ଭିତରେ ସନ୍ଧ୍ୟା ୫ଟାରେ ଭୋଜି ଖାଇବା ଆରମ୍ଭ ହୋଇଥିଲା। ତେବେ ଫଟୋଗ୍ରାଫର ପାଇଁ କୌଣସି ଟେବୁଲରେ ସ୍ଥାନ ନଥିଲା। ମୋତେ ଖାଦ୍ୟ ଖାଇବାକୁ ମନା କରି ଦିଆଯାଇଥିଲା। ଲଗାତର ଫଟୋ ଉଠାଇବା ପାଇଁ କୁହାଯାଇଥିଲା।

ପରେ ଫଟୋଗ୍ରାଫର ଜଣକ ବର ପାଖକୁ ଯାଇ ୨୦ ମିନିଟ୍‌ ବ୍ରେକ ଦେବା ପାଇଁ କହିଥିଲେ। କିନ୍ତୁ ଏଥିରେ ବର ମାନିନଥିଲେ। ଲଗାତାର ଫଟୋ ଉଠାଅ ନଚେତ ଟଙ୍କା ଦେବେନି ବୋଲି ଧମକ ଦେଇଥିଲେ। ଶେଷରେ ଭୋକ ଯନ୍ତ୍ରଣା ଯୋଗୁଁ ସେ ରାଗି ଯାଇ ବର ସାମ୍ନାରେ ହିଁ ବିବାହର ସବୁ ଫଟୋ ଡିଲିଟ୍‌ କରିଦେଇ ଥିଲେ ବୋଲି କହିଛନ୍ତି।

ଫଟୋଗ୍ରାଫରଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କର ଏହି ପୋଷ୍ଟରେ ଭିନ୍ନ ଭିନ୍ନ କେମଣ୍ଟ ଦେଉଛନ୍ତି। କେତେକ ୟୁଜର୍ସ ଫଟୋଗ୍ରାଫରଙ୍କୁ ସମର୍ଥନ କରିଛନ୍ତି। ସେ ଯାହା କରିଛନ୍ତି ଠିକ୍‌ କରିଛନ୍ତି ବୋଲି କହିଛନ୍ତି।

The post ଭୋଜି ଖାଇବାକୁ ଦେଲେନି, ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର appeared first on Odisha Reporter.

]]>
left bottom 2021-10-02 13:34:58 https://odishareporter.in/wp-content/uploads/2021/10/Photography.jpg
ଲାସ୍ୟମୟୀ କି ହାସ୍ୟମୟୀ ନୁହେଁ, ପ୍ରେସ୍‌ର କୁକରକୁ ବାହାହେଲେ ଯୁବକ https://odishareporter.in/social-media/viral/indonesian-man-marries-to-rice-cooker-pic-goes-viral123-680690 Fri, 01 Oct 2021 14:59:50 +0000 https://odishareporter.in/?p=680690

ନୂଆଦିଲ୍ଲୀ: ଲାସ୍ୟମୟୀ, ହାସ୍ୟମୟୀ…। ବିବାହ ପୂର୍ବରୁ ଏମିତି କେତେ କଣ ସ୍ୱପ୍ନ ଆଖି ଆଗରେ ଘୂରିବୁଲେ। ଆଉ ତା’ପରେ ବାସ୍ତବ ଜୀବନରେ ସେମିତି ପାଇବାକୁ ମନ ହୋଇଥାଏ। ଏ ସ୍ୱପ୍ନ ପ୍ରତ୍ୟେକ ପୁରୁଷ ତା’ ଜୀବନରେ ଦେଖିଥାଏ। ହେଲେ ଏ ଅଜବ ଦୁନିଆରେ ଦେଖିବାକୁ ମିଳିଛି ଏକ ଗଜବ ଘଟଣା। ଜଣେ ଯୁବକ ଲାସ୍ୟମୟୀ ବା ହାସ୍ୟମୟୀଙ୍କ ପାଇଁ ପାଗଳ ହୋଇନାହିଁ। ହୋଇଛି ଏକ ବିଦ୍ୟୁତ ଚାଳିତ ପ୍ରେସରକୁକର ପାଇଁ। କଥାଟି ବିଶ୍ୱାସ ହେଉନଥିଲେ ବି ବାସ୍ତବରେ […]

The post ଲାସ୍ୟମୟୀ କି ହାସ୍ୟମୟୀ ନୁହେଁ, ପ୍ରେସ୍‌ର କୁକରକୁ ବାହାହେଲେ ଯୁବକ appeared first on Odisha Reporter.

]]>

ନୂଆଦିଲ୍ଲୀ: ଲାସ୍ୟମୟୀ, ହାସ୍ୟମୟୀ…। ବିବାହ ପୂର୍ବରୁ ଏମିତି କେତେ କଣ ସ୍ୱପ୍ନ ଆଖି ଆଗରେ ଘୂରିବୁଲେ। ଆଉ ତା’ପରେ ବାସ୍ତବ ଜୀବନରେ ସେମିତି ପାଇବାକୁ ମନ ହୋଇଥାଏ। ଏ ସ୍ୱପ୍ନ ପ୍ରତ୍ୟେକ ପୁରୁଷ ତା’ ଜୀବନରେ ଦେଖିଥାଏ। ହେଲେ ଏ ଅଜବ ଦୁନିଆରେ ଦେଖିବାକୁ ମିଳିଛି ଏକ ଗଜବ ଘଟଣା। ଜଣେ ଯୁବକ ଲାସ୍ୟମୟୀ ବା ହାସ୍ୟମୟୀଙ୍କ ପାଇଁ ପାଗଳ ହୋଇନାହିଁ। ହୋଇଛି ଏକ ବିଦ୍ୟୁତ ଚାଳିତ ପ୍ରେସରକୁକର ପାଇଁ। କଥାଟି ବିଶ୍ୱାସ ହେଉନଥିଲେ ବି ବାସ୍ତବରେ ଏମିତି ଘଟିଛି। ଜଣେ ଯୁବକ ଏକ ବିଦ୍ୟୁତ ପ୍ରେସର କୁକରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି।

ବିବାହ କରିଥିବା ଏହି ଯୁବକ ଜଣକ ଇଣ୍ଡୋନେସିଆର୍‌ ଖୋଇରୋଲ୍‌ ଅମନ ବୋଲି କୁହାଯାଉଛି। ସେ ରୋଷେଇରେ ବ୍ୟବହାର କରୁଥିବା ବିଦ୍ୟୁତ ପ୍ରେସର କୁକରକୁ ବିବାହ କରିଛି। ତାହା ପୁଣି ପାରମ୍ପରିକ ରୀତିନୀତିରେ। ଖୋଇରୋଲ୍‌ ନିଜେ ଧଳା ରଙ୍ଗର ପୋଷାକ ସେରୱାନୀ ପିନ୍ଧି ଥିବା ବେଳେ ଟୋପି ପିନ୍ଧିଛନ୍ତି। ଆଉ ବେକରେ ପକାଇଛନ୍ତି ମାଳ। ସେ ଧଳା ରଙ୍ଗର ବିଦ୍ୟୁତ ଚାଳିତ ପ୍ରେସର କୁକୁର ଉପରେ ଓଢ଼ଣୀ ପକାଇ କେତେ ବେଳେ ପ୍ରିତିମୟୀ ତୁମ୍ୱନ ଦେଉଛନ୍ତି ତ ଆଉ କେତେବେଳେ ଆଲିଙ୍ଗନ କରୁଛନ୍ତି, ସତେ ଯେପରି ପ୍ରେମିକାଟିଏ ପରି।

ଖୋଇରୋଲ୍‌ ବିବାହ ପରେ ଏମିତି କିଛି ଆବେଗପୂର୍ଣ୍ଣ ମୁହୂର୍ତ୍ତର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରିକି ସେ ନିଜେ ମଧ୍ୟ ଟ୍ୱିଟରରେ ଏହି ଫଟୋ ଗୁଡ଼ିକ ସେୟାର୍‌ କରିଛନ୍ତି। ଆଉ ତା’ରେ ଲୋକମାନେ ବିନ୍ଦାସ ଭାବେ କମେଣ୍ଟ ଦେଉଛନ୍ତି।

The post ଲାସ୍ୟମୟୀ କି ହାସ୍ୟମୟୀ ନୁହେଁ, ପ୍ରେସ୍‌ର କୁକରକୁ ବାହାହେଲେ ଯୁବକ appeared first on Odisha Reporter.

]]>
left bottom 2021-10-01 20:29:50 https://odishareporter.in/wp-content/uploads/2021/10/Marriage.jpg
ବୃଦ୍ଧାଙ୍କୁ ଡ଼ରିଗଲା ବାଘ https://odishareporter.in/social-media/viral/woman-fights-with-leopard-with-her-walking-stick-goes-viral-680250 Thu, 30 Sep 2021 07:10:34 +0000 https://odishareporter.in/?p=680250

ମୁମ୍ବାଇ: ବୃଦ୍ଧାଙ୍କୁ ଡରିଗଲା ବାଘ। ବାଘ ସହ ମୁହାଁମୁହିଁ ହେଲେ ବୟସ୍କ ମହିଳା। ସାହସିକତାର ସହ ମୁକାବିଲା କରି କଲରାପତରିଆ ବାଘକୁ ଡରାଇ ଦେଲେ। ବାଘ ମଧ୍ୟ ମହିଳାଙ୍କୁ ଡରି ଉକ୍ତ ସ୍ଥାନ ଛାଡି ଦୌଡି ପଳାଇଲା।  ମୁମ୍ବାଇର ଆରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଛାତି ଥରାଇଲାଭଳି ଘଟଣା, ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏକ ଜନବସତି ଅଞ୍ଚଳରେ ଘଟିଛି ଏହି ଘଟଣା। ରାତିରେ ୫୫ ବର୍ଷୀୟ ନିର୍ମଳା ଦେବୀ ନାମକ ଜଣେ […]

The post ବୃଦ୍ଧାଙ୍କୁ ଡ଼ରିଗଲା ବାଘ appeared first on Odisha Reporter.

]]>

ମୁମ୍ବାଇ: ବୃଦ୍ଧାଙ୍କୁ ଡରିଗଲା ବାଘ। ବାଘ ସହ ମୁହାଁମୁହିଁ ହେଲେ ବୟସ୍କ ମହିଳା। ସାହସିକତାର ସହ ମୁକାବିଲା କରି କଲରାପତରିଆ ବାଘକୁ ଡରାଇ ଦେଲେ। ବାଘ ମଧ୍ୟ ମହିଳାଙ୍କୁ ଡରି ଉକ୍ତ ସ୍ଥାନ ଛାଡି ଦୌଡି ପଳାଇଲା।  ମୁମ୍ବାଇର ଆରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଛାତି ଥରାଇଲାଭଳି ଘଟଣା, ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏକ ଜନବସତି ଅଞ୍ଚଳରେ ଘଟିଛି ଏହି ଘଟଣା। ରାତିରେ ୫୫ ବର୍ଷୀୟ ନିର୍ମଳା ଦେବୀ ନାମକ ଜଣେ ବୃଦ୍ଧା ଘରୁ ବାହାରି ତାଙ୍କ ବାରଣ୍ଡାରେ ଆସି ବସିଥିଲେ। ତେବେ ସେଠାରେ ଏକ କଲରାପତରିଆ ବାଘ ପୂର୍ବରୁ ବୁଲୁଥିଲା। ବୃଦ୍ଧାଜଣକ ବାଘକୁ ନେଇ ସାମନ୍ୟତମ ଟେର ପାଇନଥିଲେ। ତେବେ ସେ ବସିବା ପରେ ବାଘଟି ରାତିର ଅନ୍ଧାରର ଫାଇଦା ଉଠାଇ ହଠାତ୍ ତାଙ୍କ ଉପରକୁ ଝାମ୍ପି ପଡିଥିଲା।

ବାଘର ଆକ୍ରମଣରେ ବୃଦ୍ଧା ଜଣକ ପ୍ରଥମେ ଗଳି ପଡିଥିଲେ ହେଲେ ପରେ ସେ ଉଠିପଡି ଧରିଥିବା ଆଶା ବାଡି ସାହାଯ୍ୟରେ ବାଘଟିକୁ ଘଉଡାଇ ସାହସିକତାର ସହ ମୁକାବିଲା କରିଥିଲେ। ପରେ ବାଘଟି ତାଙ୍କୁ ଡରି ସେଠାରୁ ଦଉଡି ପଳାଇଥିଲା।

ବୃଦ୍ଧାଙ୍କ ଚିତ୍କାର ଶୁଣି ଅନ୍ୟ ଲୋକେ ମଧ୍ୟ ଜମା ହୋଇଯାଇଥିଲେ ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧାଙ୍କର ଏଥିରେ ମୁହଁ ଓ ବେକରେ ସାମାନ୍ୟ କ୍ଷତ ହୋଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଛି। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଦେଖିବା ପରେ କିଛି ଲୋକ ଚକିତ ହୋଇଯାଇଥିବା ବେଳେ ଆଉ କିଛି ଲୋକ ବୃଦ୍ଧାଙ୍କ ସାହସିକତାକୁ ନେଇ ପ୍ରଶଂସା କରିଛନ୍ତି।

ସୂଚନା ଯୋଗ୍ୟ ଯେ, ମୁମ୍ବାଇର ଏହି ଅଞ୍ଚଳରେ ବାଘ ବୁଲିବା ତୃତୀୟ ଘଟଣା। ଏହାପୂର୍ବରୁ ଏକ କଳରାପତରିଆ ବାଘ ଉକ୍ତ ଅଞ୍ଚଳରେ ଏକ ୪ ବର୍ଷ ଶିଶୁ ଉପରେ ଆକ୍ରମଣ କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁଟିର ଜୀବନ ବଞ୍ଚି ଯାଇଥିଲା।

The post ବୃଦ୍ଧାଙ୍କୁ ଡ଼ରିଗଲା ବାଘ appeared first on Odisha Reporter.

]]>
left bottom 2021-09-30 12:40:34 https://odishareporter.in/wp-content/uploads/2021/09/woman-fights-with-leopard.jpg
ଭାଇଭଉଣୀଙ୍କ କ୍ୟୁଟ୍‌ ଗୁହାରୀର ଉତ୍ତର ରଖିଲେ ଆସାମ ସିଏମ୍‌ https://odishareporter.in/social-media/asam-cm-responds-siblings-letter-about-their-teeth-680185 Thu, 30 Sep 2021 04:37:51 +0000 https://odishareporter.in/?p=680185

ଦିସପୁର: ‘ମୋଦି ଜୀ ଓ ହିମନ୍ତ ବିଶ୍ୱ ଶର୍ମା ଜୀ …ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।’ ସୋଶାଲ ମିଡିଆରେ ଏପରି ପୋଷ୍ଟ କରି ନିଜ ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱା ଶର୍ମାଙ୍କୁ ଗତକାଲି ୨ ଭାଇଭଉଣୀ ଜଣାଇବା ପରେ ଏହା […]

The post ଭାଇଭଉଣୀଙ୍କ କ୍ୟୁଟ୍‌ ଗୁହାରୀର ଉତ୍ତର ରଖିଲେ ଆସାମ ସିଏମ୍‌ appeared first on Odisha Reporter.

]]>

ଦିସପୁର: ‘ମୋଦି ଜୀ ଓ ହିମନ୍ତ ବିଶ୍ୱ ଶର୍ମା ଜୀ …ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।’ ସୋଶାଲ ମିଡିଆରେ ଏପରି ପୋଷ୍ଟ କରି ନିଜ ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱା ଶର୍ମାଙ୍କୁ ଗତକାଲି ୨ ଭାଇଭଉଣୀ ଜଣାଇବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଲା।

ଏହି ଛୋଟ ପିଲାଙ୍କ ସମସ୍ୟାକୁ ଅଣଦେଖା କରି ନ ପାରି ତୁରନ୍ତ ଏହାର ଉତ୍ତର ରଖିଛନ୍ତି ଆସାମ ସିଏମ୍‌ ହିମନ୍ତ ବିଶ୍ୱା ଶର୍ମା । ସେ ଟ୍ୱିଟ କରିଛନ୍ତି, ଆପଣ ୨ ଜଣଙ୍କ ପାଇଁ ଗୁଆହାଟିରେ ଜଣେ ଖୁବ୍‌ ଭଲ ଡେଣ୍ଟିଷ୍ଟଙ୍କୁ ଦେଖାଇବାର ବନ୍ଦୋବସ୍ତ କରିଦେବି। ଆପଣଙ୍କ ସମସ୍ୟା ସମାଧାନ ହୋଇଗଲେ ଏକସଙ୍ଗେ ଆପଣ ମନ ପସନ୍ଦର ଭୋଜନର ମଜା ଉଠାଇବା।

ଆସାମର ୬ ବର୍ଷୀୟ ରଇସା ରାବଜା ଅହମ୍ମଦ ଏବଂ ୫ ବର୍ଷୀୟ ଆର୍ଯ୍ୟନ ଅହମ୍ମଦ। ଏମାନେ ଦୁଇ ଜଣ ଭଉଣୀ। ଏହି ଦୁଇ ଜଣ କୁନି କୁନି ଛୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପାଖକୁ  ଚିଠି ଲେଖି ନିଜ ସମସ୍ୟା  ସମ୍ପର୍କରେ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦୁଇଟି ପୃଥକ ଚିଠି ପଠାଯାଇଛି। ଚିଠିରେ ନିଜ ଦାନ୍ତ ବିଷୟରେ ରାବଜା ଏବଂ ଆର୍ଯ୍ୟନ ଅଭିଯୋଗ କରିଛନ୍ତି। ଉଭୟ ପିଲା କହିଛନ୍ତି, ଦାନ୍ତ ନଉଠିବା ଯୋଗୁଁ ସେମାନଙ୍କ ପ୍ରିୟ ଖାଦ୍ୟ ଚୋବାଇବା କଷ୍ଟକର ହୋଇପଡୁଛି। କାରଣ ସେମାନଙ୍କର ପିଲାଦିନର ଦାନ୍ତ ନଷ୍ଟ ହେବା ପରେ, ନୂଆ ଦାନ୍ତ ଉଠିବା ପାଇଁ ବହୁତ ସମୟ ଲାଗୁଛି। ସେଥିପାଇଁ ସେ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ସିଏମଙ୍କୁ ଚିଠି ଲେଖିଛନ୍ତି ଗୁହାରି କରିଛନ୍ତି।

ଫେସ୍‌ବୁକ୍‌ରେ ଏହି ଦୁଇ ଭାଇ ଭଉଣୀଙ୍କ ଚିଠିର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟଟିକୁ ଦୁଇ ପିଲାଙ୍କ ଦାଦା ମୁଖତାର ଅହମ୍ମଦ ଶେଆର କରିଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ନରେନ୍ଦ୍ର ମୋଦି ଜୀ ଏବଂ ହିମନ୍ତ ବିଶ୍ୱ ଶର୍ମା ଜୀ, ମୋ ଝିଆରୀ ରାବଜା ଏବଂ ପୁତୁରା ଆର୍ଯ୍ୟନଙ୍କ ତରଫରୁ ଏହା ଲେଖାଯାଇଛି। ବିଶ୍ୱାସ କରନ୍ତୁ, ମୁଁ ଘରେ ନାହିଁ, ଡ୍ୟୁଟିରେ ଅଛି। ଦୟାକରି ସେମାନଙ୍କ ଦାନ୍ତ ପାଇଁ କିଛି ଆବଶ୍ୟକ ପଦେକ୍ଷପ ନିଅନ୍ତୁ।’

ଏହି ପୋଷ୍ଟଟିକୁ ସେପ୍ଟେମ୍ବର ୨୫ ତାରିଖରେ ଶେଆର କରାଯାଇଥିଲା। କୁନି ଭାଇଭଉଣୀଙ୍କ ଏହି କ୍ୟୁଟ୍‌ ଗୁହାରିକୁ ସୋଶାଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ୟୁଜର୍ସମାନେ ଏହି ପୋଷ୍ଟରେ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି।

The post ଭାଇଭଉଣୀଙ୍କ କ୍ୟୁଟ୍‌ ଗୁହାରୀର ଉତ୍ତର ରଖିଲେ ଆସାମ ସିଏମ୍‌ appeared first on Odisha Reporter.

]]>
left bottom 2021-09-30 11:16:46 https://odishareporter.in/wp-content/uploads/2021/09/cmm.jpg
‘ଦାନ୍ତ ଉଠୁନି, ଖାଇ ପାରୁନୁ…’ ମୋଦିଙ୍କୁ ଗୁହାରି କଲେ ଭାଇ ଭଉଣୀ https://odishareporter.in/social-media/viral/assam-siblings-letter-to-pm-modi-and-cm-himanta-biswa-sarma-after-losing-baby-teeth-679945 Wed, 29 Sep 2021 08:58:29 +0000 https://odishareporter.in/?p=679945

ଦିସପୁର: ‘ମୋଦି ଜୀ…ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି କିଛି ଗୁହାରି କରିଛନ୍ତି ଆସାମର ଦୁଇ କୁନି ଭାଇ ଭଉଣୀ। ଏମାନଙ୍କ ଏହି ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସାମର ୬ ବର୍ଷୀୟ ରଇସା […]

The post ‘ଦାନ୍ତ ଉଠୁନି, ଖାଇ ପାରୁନୁ…’ ମୋଦିଙ୍କୁ ଗୁହାରି କଲେ ଭାଇ ଭଉଣୀ appeared first on Odisha Reporter.

]]>

ଦିସପୁର: ‘ମୋଦି ଜୀ…ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି କିଛି ଗୁହାରି କରିଛନ୍ତି ଆସାମର ଦୁଇ କୁନି ଭାଇ ଭଉଣୀ। ଏମାନଙ୍କ ଏହି ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆସାମର ୬ ବର୍ଷୀୟ ରଇସା ରାବଜା ଅହମ୍ମଦ ଏବଂ ୫ ବର୍ଷୀୟ ଆର୍ଯ୍ୟନ ଅହମ୍ମଦ। ଏମାନେ ଦୁଇ ଜଣ ଭାଉଣୀ। ଏହି ଦୁଇ ଜଣ କୁନି କୁନି ଛୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମା ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱା ଶର୍ମାଙ୍କ ପାଖକୁ ନିଜ ହାତରେ ଚିଠି ଲେଖିଛନ୍ତି। ଚିଠି ମାଧ୍ୟରେ ଏମାନେ ତାଙ୍କ ସମସ୍ୟା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମାଙ୍କୁ ଦୁଇଟି ପୃଥକ ଚିଠି ପଠାଯାଇଛି। ଚିଠିରେ ନିଜ ଦାନ୍ତ ବିଷୟରେ ରାବଜା ଏବଂ ଆର୍ଯ୍ୟନ ଅଭିଯୋଗ କରିଛନ୍ତି। ଉଭୟ ପିଲା କହିଛନ୍ତି, ଦାନ୍ତ ନଉଠିବା ଯୋଗୁଁ ସେମାନଙ୍କ ପ୍ରିୟ ଖାଦ୍ୟ ଚୋବାଇବା କଷ୍ଟକର ହୋଇପଡୁଛି। କାରଣ ସେମାନଙ୍କର ପିଲାଦିନର ଦାନ୍ତ ନଷ୍ଟ ହେବା ପରେ, ନୂଆ ଦାନ୍ତ ଉଠିବା ପାଇଁ ବହୁତ ସମୟ ଲାଗୁଛି। ସେଥିପାଇଁ ସେ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ସିଏମଙ୍କୁ ଚିଠି ଲେଖିଛନ୍ତି ଗୁହାରି କରିଛନ୍ତି।

ଫେସ୍‌ବୁକ୍‌ରେ ଏହି ଦୁଇ ଭାଇ ଭଉଣୀଙ୍କ ଚିଠିର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟଟିକୁ ଦୁଇ ପିଲାଙ୍କ ଦାଦା ମୁଖତାର ଅହମ୍ମଦ ଶେଆର କରିଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ନରେନ୍ଦ୍ର ମୋଦି ଜୀ ଏବଂ ହିମନ୍ତ ବିଶ୍ୱ ଶର୍ମା ଜୀ, ମୋ ଝିଆରୀ ରାବଜା ଏବଂ ପୁତୁରା ଆର୍ଯ୍ୟନଙ୍କ ତରଫରୁ ଏହା ଲେଖାଯାଇଛି। ମୁଁ ଘରେ ନାହିଁ, ଡ୍ୟୁଟିରେ ଅଛି। ଦୟାକରି ସେମାନଙ୍କ ଦାନ୍ତ ପାଇଁ କିଛି ଆବଶ୍ୟକ ପଦେକ୍ଷପ ନିଅନ୍ତୁ।’ ଏହି ପୋଷ୍ଟଟିକୁ ୨୫ ସେପ୍ଟେମ୍ବରରେ ଶେଆର କରାଯାଇଥିଲା। କୁନି ଝିଆଙ୍କ ଏହି କ୍ୟୁଟ୍‌ ଗୁହାରିକୁ ସୋଶାଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ୟୁଜର୍ସମାନେ ଏହି ପୋଷ୍ଟରେ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।

The post ‘ଦାନ୍ତ ଉଠୁନି, ଖାଇ ପାରୁନୁ…’ ମୋଦିଙ୍କୁ ଗୁହାରି କଲେ ଭାଇ ଭଉଣୀ appeared first on Odisha Reporter.

]]>
left bottom 2021-09-29 14:32:41 https://odishareporter.in/wp-content/uploads/2021/09/Letter-to-pm-modi.jpg
ବୁଢ଼ୀ ମା’ଙ୍କ ଅର୍ଡର ଶୁଣି କନଫ୍ୟୁଜ୍‌ ହୋଇଗଲା ଆଲେକ୍ସା https://odishareporter.in/social-media/desi-dadi-video-dadi-special-request-to-alexa-funny-viral-video-678536 Fri, 24 Sep 2021 04:29:04 +0000 https://odishareporter.in/?p=678536

ଆଜିକାଲି ସୋଶାଲ ମିଡିଆରେ ଧୁମ୍‌ ମଚାଇଛନ୍ତି ଜଣେ ବୟସ୍କା ମହିଳା। ମହିଳାଙ୍କ  କାରନାମା ସୋଶାଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ମହିଳାଜଣକ ଘରେ ଥିବା ଆଲେକ୍ସାକୁ ଏପରି ଅର୍ଡର ଦେଉଛନ୍ତି ଯେ ବିଚରା ଆଲେକ୍ସା କନଫ୍ୟୁଜ ହୋଇଯାଉଛି। ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ ଆଲେକ୍ସା ଦେଖିବାକୁ ମିଳୁଛି। ଆଲେକ୍ସା ମୁଖ୍ୟତଃ ଘର ଲୋକ ପଚାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଘରେ ଥିବା ବିଭିନ୍ନ ସ୍ମାର୍ଟ ଡିଭାଇସ୍‌କୁ ବି କଣ୍ଟ୍ରୋଲ କରିଥାଏ। ହେଲେ  ମହିଳାଜଣକ ଏପରି […]

The post ବୁଢ଼ୀ ମା’ଙ୍କ ଅର୍ଡର ଶୁଣି କନଫ୍ୟୁଜ୍‌ ହୋଇଗଲା ଆଲେକ୍ସା appeared first on Odisha Reporter.

]]>

ଆଜିକାଲି ସୋଶାଲ ମିଡିଆରେ ଧୁମ୍‌ ମଚାଇଛନ୍ତି ଜଣେ ବୟସ୍କା ମହିଳା। ମହିଳାଙ୍କ  କାରନାମା ସୋଶାଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ମହିଳାଜଣକ ଘରେ ଥିବା ଆଲେକ୍ସାକୁ ଏପରି ଅର୍ଡର ଦେଉଛନ୍ତି ଯେ ବିଚରା ଆଲେକ୍ସା କନଫ୍ୟୁଜ ହୋଇଯାଉଛି।

ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ ଆଲେକ୍ସା ଦେଖିବାକୁ ମିଳୁଛି। ଆଲେକ୍ସା ମୁଖ୍ୟତଃ ଘର ଲୋକ ପଚାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଘରେ ଥିବା ବିଭିନ୍ନ ସ୍ମାର୍ଟ ଡିଭାଇସ୍‌କୁ ବି କଣ୍ଟ୍ରୋଲ କରିଥାଏ। ହେଲେ  ମହିଳାଜଣକ ଏପରି ଅର୍ଡର ପରେ ଅର୍ଡର ଦେଇଚାଲିଲେ ଯେ, ବାଟବଣା ହୋଇଗଲା ଆଲେକ୍ସା। ଏପରିକି ସବୁବେଳେ ଫଟାଫଟ ଉତ୍ତର ଦେଉଥିବା ଏହି ସ୍ମାର୍ଟ ଡିଭାଇସ ବ ଟିକେ ଅଟକିଗଲା।

ଭାଇରାଲ ହୋଇଥିବା ଭିଡିଓରେ ବୁଢ଼ି ମା’ଜଣକ ଆଲେକ୍ସାକୁ ପ୍ରଭୁ ଗଣେଶଙ୍କ ସବୁ ଭଜନ, ମନ୍ତ୍ର ବଜାଇବାକୁ କହିଲେ। ହେଲେ ଏହା ଶୁଣି ଆଲେକ୍ସାର ଅକଲ ଗୁଡମ ହୋଇଗଲା। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଥିବା ବେଳେ ଲୋକେ ବି ଏହାକୁ ବାର ବାର ଦେଖୁଛନ୍ତି।

ଦାଦୀଙ୍କ ଏହି ଭିଡିଓକୁ  ଇନଷ୍ଟାଗ୍ରାମ୍‌ରେ ‘lifeneedsaholiday’ ଆକାଉଣ୍ଟରୁ ଶେଆର କରାଯାଇଛି। ଏହାକୁ ୮୦ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି। ଏପରିକି ବହୁ ୟୁଜର୍ସ ଖୁବ୍‌ ମଜେଦାର କମେଣ୍ଟ ବି ଦେବାରେ ଲାଗିଛନ୍ତି। କେହି କେହି ବୁଢ଼ି ମା’ ବହୁତ୍‌ ସୁଇଟ ବୋଲି ଲେଖୁଥିବା ବେଳେ କେହି କେହି ସବୁ ବୁଢ଼ି ମା’ ଏହିପରି ବୋଲି କମେଣ୍ଟ କରିଛନ୍ତି।

 

The post ବୁଢ଼ୀ ମା’ଙ୍କ ଅର୍ଡର ଶୁଣି କନଫ୍ୟୁଜ୍‌ ହୋଇଗଲା ଆଲେକ୍ସା appeared first on Odisha Reporter.

]]>
right bottom, viral video 2021-09-24 13:29:46 https://odishareporter.in/wp-content/uploads/2021/09/alexa-2.jpg
କ୍ୟାନ୍‌ସର ପୀଡିତ ବାପାକୁ ଲଣ୍ଡା କଲେ, ନିଜେ ବି ହେଲେ https://odishareporter.in/social-media/viral/son-shaves-head-to-support-father-battling-cancer-678263 Thu, 23 Sep 2021 07:57:14 +0000 https://odishareporter.in/?p=678263

ନୂଆଦିଲ୍ଲୀ: କ୍ୟାନ୍‌ସର, ଏହି ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ। ଏହା କେତେ ଯେ ମାରାତ୍ମକ, ଯିଏ ଭୋଗିଛି ସିଏ ଜାଣିଛି। ଏହା ଏକ ଏଭଳି ରୋଗ ଯେଉଁଥିରେ କେବଳ ରୋଗୀ ନୁହନ୍ତି, ତାଙ୍କର ପୂରା ପରିବାର ମଧ୍ୟ କଷ୍ଟ ପାଆନ୍ତି। କେମୋଥେରାପି ଏବଂ ରେଡିଏସନ୍‌ ଭଳି ବହୁ କଷ୍ଟ ଟ୍ରିଟମେଣ୍ଟ ଦେଇ ରୋଗୀକୁ ଗତି କରିବାକୁ ପଡେ। ଏହି ଚିକିତ୍ସାରେ କ୍ୟାନ୍‌ସର ରୋଗୀଙ୍କ ଶରୀର ଅତ୍ୟନ୍ତ ଦର୍ବଳ ହୋଇଯାଏ। କଠିନ କେମୋଥେରାପି ଯୋଗୁଁ ରୋଗୀଙ୍କ […]

The post କ୍ୟାନ୍‌ସର ପୀଡିତ ବାପାକୁ ଲଣ୍ଡା କଲେ, ନିଜେ ବି ହେଲେ appeared first on Odisha Reporter.

]]>

ନୂଆଦିଲ୍ଲୀ: କ୍ୟାନ୍‌ସର, ଏହି ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ। ଏହା କେତେ ଯେ ମାରାତ୍ମକ, ଯିଏ ଭୋଗିଛି ସିଏ ଜାଣିଛି। ଏହା ଏକ ଏଭଳି ରୋଗ ଯେଉଁଥିରେ କେବଳ ରୋଗୀ ନୁହନ୍ତି, ତାଙ୍କର ପୂରା ପରିବାର ମଧ୍ୟ କଷ୍ଟ ପାଆନ୍ତି। କେମୋଥେରାପି ଏବଂ ରେଡିଏସନ୍‌ ଭଳି ବହୁ କଷ୍ଟ ଟ୍ରିଟମେଣ୍ଟ ଦେଇ ରୋଗୀକୁ ଗତି କରିବାକୁ ପଡେ। ଏହି ଚିକିତ୍ସାରେ କ୍ୟାନ୍‌ସର ରୋଗୀଙ୍କ ଶରୀର ଅତ୍ୟନ୍ତ ଦର୍ବଳ ହୋଇଯାଏ। କଠିନ କେମୋଥେରାପି ଯୋଗୁଁ ରୋଗୀଙ୍କ ଚେହେରା ବଦଳିଯିବା ସହ ତାଙ୍କ କେଶ ମଧ୍ୟ ଝଡିଯାଏ।

କେଶ ହରାଇବା ବେଳେବେଳେ ରୋଗୀଙ୍କ ଉପରେ ମାନସିକ ଚାପ ପକାଇଥାଏ। କ୍ୟାନ୍‌ସର ରୋଗୀକୁ ଖୁସି କରାଇବା ତଥା ମାନସିକ ଚାପରୁ ଦୂରେଇ ରଖିବା ପାଇଁ ତାଙ୍କ ପରିବାର ସଦସ୍ୟ ହୁଅନ୍ତୁ ଅବା କୌଣସି ବନ୍ଧୁ, ତାଙ୍କୁ କ୍ୟାନ୍‌ସର ସହ ଲଢ଼ିବା ପାଇଁ ଶକ୍ତି ଦିଅନ୍ତି। ରୋଗୀଙ୍କ କେଶ ଝଡୁଥିବା ଦେଖି, ତାଙ୍କୁ ଦୁଃଖ ଅନୁଭବ ନ କରାଇବା ପାଇଁ ନିଜେ ମଧ୍ୟ ଲଣ୍ଡା ହୋଇଯା’ନ୍ତି। ନିକଟରେ ଏଭଳି ହିଁ ଏକ ପ୍ରେରଣାଦାୟକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହିପରି ଏକ ଘଟଣାକ୍ରମରେ କ୍ୟାନ୍‌ସର ପୀଡିତ ବାପାଙ୍କ ପାଇଁ ଲଣ୍ଡା ହୋଇଛି ପୁଅ। ନିଜ ବାପାକୁ ଲଣ୍ଡା କରିବା ସହ ନିଜେ ମଧ୍ୟ ନିଜର କେଶ କାଟିଦେଇଛି। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ପ୍ରଥମେ ବାପାଙ୍କୁ ଟ୍ରିମରରେ ଲଣ୍ଡା କରୁଛି ପୁଅ। ଏହାପରେ ସେ ମଧ୍ୟ ନିଜେ ଲଣ୍ଡା ହୋଇଯାଉଛି। ଏକ କପଡା ଉପରେ କ୍ୟାନ୍‌ସର ପୀଡିତ ବାପା ନିଜ କଟା ଚୁଟିଗୁଡିକୁ ଦେଖି ଦୁଃଖିତ ହୋଇଯାଉଛନ୍ତି। ଏହାପରେ କଳା ରଙ୍ଗର କଟା କେଶ ପଡୁଥିବା ଦେଖ, ନିଜ ପୁଅକୁ ଦେଖିବା ପାଇଁ ପଛକୁ ବୁଲିପଡୁଛନ୍ତି। ପୁଅକୁ ମଧ୍ୟ ଲଣ୍ଡା ହେଉଥିବା ଦେଖି କ୍ୟାନ୍‌ସର ପୀଡିତ ବାପା ଜଣକ ନିଜ ଆଖିରୁ ଆଉ ଲୁହକୁ ଅଟକାଇ ପାରୁନାହାନ୍ତି। ପରେ ଉଭୟ ବାପା ପୁଅ ଭାବୁକ ହୋଇପଡୁଛନ୍ତି। ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗୁଛନ୍ତି।

ଏହି ସମସ୍ତ ଘଟଣାର ଭିଡିଓକୁ ଉକ୍ତ ପୁଅ ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଏହାକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆପଣ ଜଣେ ମୋର ଅଦ୍ଭୁତ ବାପା ହୋଇଥିବାରୁ ଧନ୍ୟବାଦ। ବାପା ଯେପରି ପୁଅ ମଧ୍ୟ ସେପରି। ବର୍ତ୍ତମାନ ଆମେ ଦୁହେଁ ଏକାଭଳି, ଦୁଇ ଜଣ ହ୍ୟାଣ୍ଡସମ୍‌ ବ୍ୟକ୍ତି।’

ଏହି ଭିଡିଓଟି ଭାଇରାଲ ହେବା ସହ ସୋଶାଲ ମଡିଆରେ ଅନେକ ୟୁଜର୍ସଙ୍କୁ ଭାବୁକ କରିଦେଇଛି। ଏହ ଦେଖି ଅନେକଙ୍କ ଆଖିରୁ ଲୁହ ମଧ୍ୟ ଝରି ଆସିଛି।  ଜଣେ ୟୁଜର୍ସ କ୍ୟାନ୍‌ସର ପୀଡିତ ରୋଗୀଙ୍କୁ ଲଢ଼ିବା ପାଇଁ ସାହାସ ଦେବାକୁ ପୁଅଙ୍କ ଏଭଳି କାରନାମା ଦେଖି ଚକିତ ହୋଇପଡିଛନ୍ତି। ଆଉ ଜଣେ ୟୁଜର୍ସ ‘ଦୁଇ ଜଣ ଅଦ୍ଭୁତ ବ୍ୟକ୍ତି’ ବୋଲି କମେଣ୍ଟ ଦେଇଛନ୍ତି। ଭିଡିଓଟିକୁ ବର୍ତ୍ତମାନ ଯାଏଁ ୨୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

The post କ୍ୟାନ୍‌ସର ପୀଡିତ ବାପାକୁ ଲଣ୍ଡା କଲେ, ନିଜେ ବି ହେଲେ appeared first on Odisha Reporter.

]]>
left bottom, viral video 2021-09-23 13:58:28 https://odishareporter.in/wp-content/uploads/2021/09/battling-cancer.jpg
ନାଇଟି ପିନ୍ଧି ଫ୍ଲାଏଓଭର ଉପରେ ନାଚିଲେ, ଫାଇନ୍‌ ଗଣିଲେ https://odishareporter.in/social-media/viral/influencer-fined-for-dancing-on-kolkata-flyover-video-goes-viral-678232 Thu, 23 Sep 2021 07:12:10 +0000 https://odishareporter.in/?p=678232

କୋଲକାତା: ସୋଶାଲ ମିଡିଆରେ ପପୁଲାର ହେବା ପାଇଁ ଆଜିକାଲି ସମସ୍ତେ ଚେଷ୍ଟା କରୁଛନ୍ତି। କିଭଳି ତାଙ୍କ ଫଲୋଅର୍ସ ସଂଖ୍ୟା, ଲାଇକ୍ସ ଏବଂ ସେଆର ବଢ଼ିବ ସେନେଇ ଉଦ୍ୟମ କରୁଛନ୍ତି। ଅଧିକାଂଶ ଲୋକଙ୍କ ଏହି ଉଦ୍ୟମ ସଫଳ ମଧ୍ୟ ହୋଇଛି। କିଏ ଡ୍ୟାନ୍ସ କରି ପପୁଲାର ହେଉଛି ତ’ ଆଉ କିଏ କମେଡି କରି। ସେହିପରି କିଏ ଗୀତ ଗାଇ ପପୁଲାର ହେଉଛି ତ ଆଉ କିଏ ଜୋକ୍ସ ଶୁଣାଇ। ତେବେ ନିକଟରେ ସୋଶାଲ ମିଡିଆରେ ପୂର୍ବରୁ ସକ୍ରିୟ […]

The post ନାଇଟି ପିନ୍ଧି ଫ୍ଲାଏଓଭର ଉପରେ ନାଚିଲେ, ଫାଇନ୍‌ ଗଣିଲେ appeared first on Odisha Reporter.

]]>

କୋଲକାତା: ସୋଶାଲ ମିଡିଆରେ ପପୁଲାର ହେବା ପାଇଁ ଆଜିକାଲି ସମସ୍ତେ ଚେଷ୍ଟା କରୁଛନ୍ତି। କିଭଳି ତାଙ୍କ ଫଲୋଅର୍ସ ସଂଖ୍ୟା, ଲାଇକ୍ସ ଏବଂ ସେଆର ବଢ଼ିବ ସେନେଇ ଉଦ୍ୟମ କରୁଛନ୍ତି। ଅଧିକାଂଶ ଲୋକଙ୍କ ଏହି ଉଦ୍ୟମ ସଫଳ ମଧ୍ୟ ହୋଇଛି। କିଏ ଡ୍ୟାନ୍ସ କରି ପପୁଲାର ହେଉଛି ତ’ ଆଉ କିଏ କମେଡି କରି। ସେହିପରି କିଏ ଗୀତ ଗାଇ ପପୁଲାର ହେଉଛି ତ ଆଉ କିଏ ଜୋକ୍ସ ଶୁଣାଇ। ତେବେ ନିକଟରେ ସୋଶାଲ ମିଡିଆରେ ପୂର୍ବରୁ ସକ୍ରିୟ ଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି କିଛି କରିବା ମହଙ୍ଗା ପଡିଛି।

ସ୍ୟାଣ୍ଡି ଶାହା ନମକ ଜଣେ ସୋଶାଲ ମିଡିଆ ୟୁଜର୍ସଙ୍କୁ ପଶ୍ଚିମବଙ୍ଗର ଏକ ଫ୍ଲାଏଓଭର ଉପରେ ଡ୍ୟାନ୍ସ କରିବା ଭାରି ପଡିଛି। ତାଙ୍କ ନାଁରେ ଏଫ୍‌ଆଇ୍ଆର୍‌ ରୁଜୁ ହେବା ସହ ତାଙ୍କୁ ମୋଟା ଅଙ୍କର ଫାଇନ୍‌ ମଧ୍ୟ ଗଣିବାକୁ ପଡିଛି।

ସୂଚନା ମୁତାବକ, ସ୍ୟାଣ୍ଡି ଜଣେ ସୋଶାଲ ମିଡିଆ ୟୁଜର୍ସ। ସେ ମଙ୍ଗଳବାର ଦିନ କୋଲକାତାର ମା’ ଫ୍ଲାଏଓଭର ଉପରେ ନିଜ କାର୍‌ ରଖି। ରାସ୍ତା ମଝିରେ ଡିଭାଇଡର ଉପରେ ଠିଆ ହୋଇ ନାଇଟି ପିନ୍ଧି ଡ୍ୟାନ୍ସ କରିଥିଲେ। ୩ ମିନିଟ୍‌ ୩୮ ସେକେଣ୍ଡର ଏହି ଭିଡିଓଟିକୁ ସେ ନିଜ ସୋଶାଲ ମିଡିଆରେ ଶେଆର ମଧ୍ୟ କରିଥିଲେ। ଫେସ୍‌ବୁକ୍‌ରେ ଏହି ଭିଡିଓଟି ଭାଇରାଲ ହୋଇଛି। ଏଯାଏଁ ଏହି ଭିଡିଓକୁ ୪.୨ ମିଲିଅନରୁ ବି ଅଧିକ ଲୋକ ଦେଖିସାରିଲେଣି। ସେପଟେ ଅନେକ ଲୋକେ ଏହି ଭିଡିଓଟିକୁ କୋଲକାତା ପୁଲିସକୁ ଟ୍ୟାଗ୍‌ କରିଛନ୍ତି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା ପାଇଁ ପ୍ରଭାବିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସେପଟେ କୋଲକାତା ପୁଲିସ ମଧ୍ୟ କାର୍‌ ମାଲିକ ଏବଂ ସ୍ୟାଣ୍ଡିଙ୍କ ବିରୋଧରେ ଆକ୍ସନ ନେଇଛି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କାର୍‌ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ କାର୍‌ର ମାଲିକ କିଏ ତାହା ଜଣାପଡିଛି। ପୁଳିସ ସ୍ୟାଣ୍ଡି ଶାହା ଏବଂ ଭିଡିଓ ରେକର୍ଡ କରୁଥିବା ସମୟରେ ତାଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ନୋଟିସ ପଠାଇଛି। ଏଥିସହ ଫାଇନ୍‌ ଭରିବାକୁ ମଧ୍ୟ କହିଛି ପୁଲିସ୍‌।

ସେପଟେ ସୋଶାଲ ମିଡିଆରେ ୧୫ ଲକ୍ଷରୁ ବି ଅଧିକ ଫର୍ଲୋଅର୍ସ ଥିବା ସ୍ୟାଣ୍ଡି ଶାହା ପ୍ରଥମେ ମନା କରୁଥିଲେ କିନ୍ତୁ, ପରେ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି। ନିୟମ ଅନୁଯାୟୀ ଫ୍ଲାଏଓଭର ଉପରେ କାର୍‌ ଅଟକାଇବା ମନା ବୋଲି ସେ ପୂର୍ବରୁ ଜଣିଥିବା କହିଛନ୍ତି।

 

The post ନାଇଟି ପିନ୍ଧି ଫ୍ଲାଏଓଭର ଉପରେ ନାଚିଲେ, ଫାଇନ୍‌ ଗଣିଲେ appeared first on Odisha Reporter.

]]>
left bottom, viral video 2021-09-23 15:50:51 https://odishareporter.in/wp-content/uploads/2021/09/Sandy-saha.jpg
ଶାଢ଼ୀ ପିନ୍ଧିଲେ ରେଷ୍ଟୁରାଣ୍ଟ ମନା! https://odishareporter.in/social-media/viral/delhi-restaurant-denies-woman-entry-for-wearing-saree1-678011 Wed, 22 Sep 2021 11:56:58 +0000 https://odishareporter.in/?p=678011

ନୂଆଦିଲ୍ଲୀ: ଅଧିକାଂଶ ମହିଳା ଶାଢ଼ୀ ପିନ୍ଧିବାକୁ ପସନ୍ଦ କରନ୍ତି। ଶାଢ଼ୀ ହେଉଛି ଏକ ଭାରତୀୟ ପାରମ୍ପରିକ ପୋଷାକ ମଧ୍ୟରୁ ଗୋଟିଏ। ଶାଢ଼ୀ ପିନ୍ଧିବା ଦ୍ୱାରା ମହିଳାଙ୍କ ସୁନ୍ଦରତା ଆହୁରି ବଢ଼ିଥାଏ। ତେବେ ନିକଟରେ ଶାଢ଼ୀ ପିନ୍ଧିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ତାଙ୍କୁ ନାନା ହଇରାଣ ମଧ୍ୟ ହେବାକୁ ପଡିଛି। ଶାଢ଼ୀ ପିନ୍ଧିଥିବାରୁ ଏକ ରେଷ୍ଟୁରାଣ୍ଟ ଭିତରକୁ ଜଣେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଏଭଳି ଏକ ଘଟଣା ଘଟିଛି ନୂଆ ଦିଲ୍ଲୀରେ। ସେଠାକାର ଏକ […]

The post ଶାଢ଼ୀ ପିନ୍ଧିଲେ ରେଷ୍ଟୁରାଣ୍ଟ ମନା! appeared first on Odisha Reporter.

]]>

ନୂଆଦିଲ୍ଲୀ: ଅଧିକାଂଶ ମହିଳା ଶାଢ଼ୀ ପିନ୍ଧିବାକୁ ପସନ୍ଦ କରନ୍ତି। ଶାଢ଼ୀ ହେଉଛି ଏକ ଭାରତୀୟ ପାରମ୍ପରିକ ପୋଷାକ ମଧ୍ୟରୁ ଗୋଟିଏ। ଶାଢ଼ୀ ପିନ୍ଧିବା ଦ୍ୱାରା ମହିଳାଙ୍କ ସୁନ୍ଦରତା ଆହୁରି ବଢ଼ିଥାଏ। ତେବେ ନିକଟରେ ଶାଢ଼ୀ ପିନ୍ଧିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ତାଙ୍କୁ ନାନା ହଇରାଣ ମଧ୍ୟ ହେବାକୁ ପଡିଛି। ଶାଢ଼ୀ ପିନ୍ଧିଥିବାରୁ ଏକ ରେଷ୍ଟୁରାଣ୍ଟ ଭିତରକୁ ଜଣେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ।

ଏଭଳି ଏକ ଘଟଣା ଘଟିଛି ନୂଆ ଦିଲ୍ଲୀରେ। ସେଠାକାର ଏକ ରେଷ୍ଟୁରାଣ୍ଟ ଜଣେ ମହିଳାଙ୍କୁ ଶାଢ଼ୀ ପିନ୍ଧିଥିବାରୁ ପ୍ରବେଶ ଅନୁମତି ଦେଇନାହିଁ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଅନିତା ଚୌଧୁରୀ ନାମକ ଜଣେ ମହିଳା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ୧୬ ସେକେଣ୍ଡର ଭିଡିଓ ଶେଆର କରିଛନ୍ତି। ଏଥିରେ ଦିଲ୍ଲୀ ସ୍ଥିତ ଅକ୍ୱିଲା ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ତାଙ୍କୁ କହୁଛନ୍ତି, ଆପଣ ଶାଢ଼ୀ ପିନ୍ଧି ଭିତରକୁ ଯାଇପାରିବେ ନାହିଁ। ଶାଢ଼ୀ ଏକ ସ୍ମାର୍ଟ ପୋଷାକ ନୁହେଁ ତେଣୁ ଆପଣ ରେଷ୍ଟୁରାଣ୍ଟ ଭିତରକୁ ଯାଇପାରିବେ ନାହିଁ।

ଅନିତା ଚୌଧୁରୀ

ଏହି ଭିଡିଓକୁ ଶେଆର କରି ଅନିତା କ୍ୟାପଶନରେ ଲେଖିଛନ୍ତି, ରେଷ୍ଟୁରାଣ୍ଟ ଭିତରକୁ ଶାଢ଼ୀର ଅନୁମତି ନାହିଁ, କାରଣ ଭାରତୀୟ ଶାଢ଼ୀ ଏବେ ସ୍ମାର୍ଟ ପୋଷାକ ନୁହେଁ। ସ୍ମାର୍ଟ ପୋଷାକର ପରିଭାଷା କ’ଣ ଦୟାକରି ମୋତେ କୁହନ୍ତୁ। ଏହାକୁ ପରିଭାଷିତ କରିବା ପରେ ମୁଁ ଶାଢ଼ୀ ପିନ୍ଧିବା ବନ୍ଦ କରିଦେବି।

ସୂଚନା ମୁତାବକ, ଅନିତା ହେଉଛନ୍ତି ଜଣେ ପୂର୍ବତନ ସାମ୍ବାଦିକା। ସେ ନିଜ ଝିଅର ଜନ୍ମ ଦିନ ପାଳିବା ପାଇଁ ପୂର୍ବରୁ ହିଁ ଏହି ରେଷ୍ଟୁରାଣ୍ଟରେ ଏକ ଟେବୁଲ ବୁକ୍‌ କରିଥିଲେ। ତେବେ ଯେତେବେଳେ ସେ ଝିଅ ଜନ୍ମଦିନ ସେଲିବ୍ରେଟ୍‌ କରିବା ପାଇଁ ରେଷ୍ଟୁରାଣ୍ଟକୁ ଯାଇଥିଲେ ସେତେବେଳେ ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା।  ଏହା ଦେଖି ତାଙ୍କ ଝିଅ ମା’ଙ୍କୁ ଭିତରକୁ ଯିବାକୁ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ହୋଟେଲ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ। ସେ କହିଥିଲେ, ତୁମେ ଯାଇ ପାରିବ, କିନ୍ତୁ ତୁମ ମା’ ନୁହେଁ, କାରଣ ସେ ଶାଢ଼ୀ ପିନ୍ଧିଛନ୍ତି।’

ଏହି ଭିଡିଓକୁ ଶେଆର କରି ଅନିତା ଭାରତ ସରକାରଙ୍କ ଅନେକ ମନ୍ତ୍ରାଳୟକୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ସେପଟେ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଉକ୍ତ ରେଷ୍ଟୁରାଣ୍ଟ ବିରୋଧରେ ଖରାପ ରେଟିଂ ଦେବା ଆରମ୍ଭ କରିଦେଇଛନ୍ତି। ଗୁଗୁଲ ତରଫରୁ ଏହି ରେଷ୍ଟୁରାଣ୍ଟକୁ ୫ରୁ ୧.୧ ରେଟିଂ ମିଳିଥିଲା ବେଳେ ଜୋମାଟୋରେ ଏହାକୁ ୫ରୁ ୨ ପଏଣ୍ଟ ମିଳିଛି।

The post ଶାଢ଼ୀ ପିନ୍ଧିଲେ ରେଷ୍ଟୁରାଣ୍ଟ ମନା! appeared first on Odisha Reporter.

]]>
Delhi, left bottom, viral video 2021-09-23 13:42:07 https://odishareporter.in/wp-content/uploads/2021/09/woman-wareing-saree.jpg
ରକେଟ୍‌ ଲଞ୍ଚର ଧରି ବୋଟିଂ କରୁଛନ୍ତି ତାଲିବାନୀ https://odishareporter.in/social-media/viral/taliban-fighters-pedalling-boats-with-rocket-launcher-677418 Mon, 20 Sep 2021 12:09:33 +0000 https://odishareporter.in/?p=677418

କାବୁଲ: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ କ’ଣ କରୁଛନ୍ତି ତାଲିବାନୀ? ନିକଟରେ ସୋଶାଲ ମିଡିଆରେ ତାଲିବାନୀଙ୍କ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଆଫଗାନିସ୍ତାନରେ ସେମାନେ କ’ଣ କରୁଛନ୍ତି ସେଥିରୁ ଦେଖିବାକୁ ମିଳିଥିଲା। କେତେବେଳେ ପିଲାଙ୍କ ପାର୍କରେ ଖେଳୁଥିଲେ ତ ଆଉ କେତେବେଳେ ଜିମ୍‌ରେ ମଜାଳିଆ ଢ଼ଙ୍ଗରେ କସରତ କରୁଥିଲେ। ଏବେ ତାଲିବାନୀ ବନ୍ଧୁକଧାରୀମାନେ ନଦୀରେ ବୋଟିଂ କରିବା ପାଇଁ ମଧ୍ୟ ପହଞ୍ଚି ଯାଇଛନ୍ତି। ମଜା କଥା ହେଉଛି ସମସ୍ତ ତାଲିବାନୀ ସୈନ୍ୟ ହାତରେ […]

The post ରକେଟ୍‌ ଲଞ୍ଚର ଧରି ବୋଟିଂ କରୁଛନ୍ତି ତାଲିବାନୀ appeared first on Odisha Reporter.

]]>

କାବୁଲ: ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ କ’ଣ କରୁଛନ୍ତି ତାଲିବାନୀ? ନିକଟରେ ସୋଶାଲ ମିଡିଆରେ ତାଲିବାନୀଙ୍କ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଆଫଗାନିସ୍ତାନରେ ସେମାନେ କ’ଣ କରୁଛନ୍ତି ସେଥିରୁ ଦେଖିବାକୁ ମିଳିଥିଲା। କେତେବେଳେ ପିଲାଙ୍କ ପାର୍କରେ ଖେଳୁଥିଲେ ତ ଆଉ କେତେବେଳେ ଜିମ୍‌ରେ ମଜାଳିଆ ଢ଼ଙ୍ଗରେ କସରତ କରୁଥିଲେ। ଏବେ ତାଲିବାନୀ ବନ୍ଧୁକଧାରୀମାନେ ନଦୀରେ ବୋଟିଂ କରିବା ପାଇଁ ମଧ୍ୟ ପହଞ୍ଚି ଯାଇଛନ୍ତି। ମଜା କଥା ହେଉଛି ସମସ୍ତ ତାଲିବାନୀ ସୈନ୍ୟ ହାତରେ ରକେଟ ଲଞ୍ଚର ଧରି ନୌକାବିହାର କରିଛନ୍ତି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଡେଲି ମେଲ୍‌ର ଏକ ରିପୋର୍ଟ ମୁତାବକ, ଆଫଗାନିସ୍ତାନର ବାମିୟାନ ଅଞ୍ଚଳ ସ୍ଥିତ ବନ୍ଦ-ଏ-ଆମିର ନ୍ୟାସନାଲ ପାର୍କରୁ ଆସିଛି ଏହି ଚିତ୍ର। ତାଲିବାନୀ ଯୋଦ୍ଧାମାନେ ନଦୀକୁ ଦେଖି ପାଣିକୁ ଡେଇଁ ପଡୁଛନ୍ତି। ସେଠାରେ ସେମାନେ ପ୍ଲେମିଙ୍ଗୋ ବୋଟ୍‌ରେ ବୋଟିଂ କରୁଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସେମାନେ ହାତରେ ରକେଟ୍‌ ଲଞ୍ଚର ଧରି ବୋଟିଂ କରୁଥିବା ମଧ୍ୟ ନଜର ଆସିଛନ୍ତି। ତାଲିବାନୀଙ୍କ ଏହି ଫଟୋକୁ ଜଣେ ଆଫଗାନିସ୍ତାନ ସାମ୍ବାଦିକ ଟ୍ୱିଟ୍‌ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ତାଲିବାନ କବ୍‌ଜା କରିବା ପୂର୍ବରୁ ଏହି ସ୍ଥାନଟି ଆଫଗାନବାସୀଙ୍କ ପିକନିକ୍ ସ୍ପଟ୍‌ ଥିଲା, କିନ୍ତୁ ଆଜି ତାଲିବାନ ବନ୍ଧୁକଧାରୀମାନେ ଏହାକୁ କବ୍‌ଜା କରି ନେଇଛନ୍ତି। ରକେଟ ଲଞ୍ଚର ସହ ଆହୁରି ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଧରିଥିବା ସେମାନେ ଦେଖିବାକୁ ମିଳିଛି।

ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ ମଧ୍ୟ ତାଲିବାନ ସୈନ୍ୟମାନେ ଛୋଟ ପିଲାଙ୍କ ପାର୍କ ଭିତରେ ବସି ଘୋଡା ଦୋଳିରେ ବସିବା ଠାରୁ ଆରମ୍ଭ କରି ପିଲାଙ୍କ ଖେଳଣାରେ ଖେଳୁଥିବା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନ ବୁଲି ବୁଲି କାବୁଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଜିନିଷକୁ ଉପଭୋଗ କରୁଛି। ନିକଟରେ ପ୍ରାଣୀ ଉଦ୍ୟାନରେ ମଧ୍ୟ ପଶୁମାନଙ୍କ ଉପରକୁ ବନ୍ଧୁକ ଦେଖାଉଥିବାର ଫଟୋ ସାମ୍ନାକୁ ଆସିଥିଲା ଯାହା ଭାଇରାଲ ହୋଇଥିଲା।

The post ରକେଟ୍‌ ଲଞ୍ଚର ଧରି ବୋଟିଂ କରୁଛନ୍ତି ତାଲିବାନୀ appeared first on Odisha Reporter.

]]>
left bottom, Viral photo 2021-09-20 17:40:18 https://odishareporter.in/wp-content/uploads/2021/09/Talibani-boating-with-rocket-launcher.jpg
ଜେଜେ ମା’ କଲେ କିସ୍, ଲାଜେଇ ଗଲେ ଜେଜେ, ଭିଡିଓ ଭାଇରାଲ୍ https://odishareporter.in/social-media/viral/indian-old-couple-kissing-video-goes-viral-in-instagram-675699 Tue, 14 Sep 2021 12:00:57 +0000 https://odishareporter.in/?p=675699

ନୂଆଦିଲ୍ଲୀ: ପ୍ରେମର କୌଣସି ବୟସ ସୀମା ନଥାଏ। କୁନି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏ, ସମସ୍ତଙ୍କର ଭଲପାଇବା କିଛି ନା କିଛି ନିଆରା। ଆଜିକାଲି ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଲୋକଙ୍କର ହୃଦୟକୁ ଜିଣି ନେଇଛି। ଏହି ଭିଡିଓରେ ଜଣେ ବୟସ୍କ ଦମ୍ପତି ଏକାଠି ତଳେ ବସିଛନ୍ତି। ଏହାରି ଭିତରେ ଜେଜେ ମା’ ହଠାତ୍ ଜେଜେଙ୍କ ଗାଲକୁ କିସ୍ କରି ପକାଉଛନ୍ତି। ଏହା ପରେ ଜେଜେ ଲାଜେଇକି ନିଜ […]

The post ଜେଜେ ମା’ କଲେ କିସ୍, ଲାଜେଇ ଗଲେ ଜେଜେ, ଭିଡିଓ ଭାଇରାଲ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ପ୍ରେମର କୌଣସି ବୟସ ସୀମା ନଥାଏ। କୁନି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏ, ସମସ୍ତଙ୍କର ଭଲପାଇବା କିଛି ନା କିଛି ନିଆରା। ଆଜିକାଲି ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଲୋକଙ୍କର ହୃଦୟକୁ ଜିଣି ନେଇଛି।

ଏହି ଭିଡିଓରେ ଜଣେ ବୟସ୍କ ଦମ୍ପତି ଏକାଠି ତଳେ ବସିଛନ୍ତି। ଏହାରି ଭିତରେ ଜେଜେ ମା’ ହଠାତ୍ ଜେଜେଙ୍କ ଗାଲକୁ କିସ୍ କରି ପକାଉଛନ୍ତି। ଏହା ପରେ ଜେଜେ ଲାଜେଇକି ନିଜ ମୁହଁକୁ ତଳକୁ କରିନେଇଛନ୍ତି। ଆଉ ସୋଶାଲ ମିଡିଆରେ ଏହି ଦୃଶ୍ୟ ଦେଖି ଲୋକେ ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଜେଜେ ମା’ ମଧ୍ୟ ନିଜ ହସଭରା ମୁହଁକୁ ଅନ୍ୟ ଆଡ଼କୁ କରି ନେଉଛନ୍ତି।

 

View this post on Instagram

 

A post shared by @kethamma__avva

ଏହି ଭିଡିଓକୁ ଇନଷ୍ଟାଗ୍ରାମ୍ ପେଜ୍ @kethamma__avvaରେ ଶେଆର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୧ ମିଲିୟନରୁ ଅଧିକ ଲୋକେ ଦେଖି ସାରିଲେଣି। ଏହି ପେଜର ବାୟୋରେ କୁହାଯାଇଛି ଯେ ଏଠାରେ ଦର୍ଶକଙ୍କୁ ମଧ୍ୟବର୍ଗୀୟ ପରିବାରର କିଛି ମଜାଦାର ଏବଂ କମେଡି ଭିଡିଓ ମିଳିବ। ଏହି ପେଜକୁ ୧ଲକ୍ଷ ୧୧ହଜାରୁ ଅଧିକ ଲୋକେ ଫଲୋ କରିଛନ୍ତି।

 

View this post on Instagram

 

A post shared by @kethamma__avva

ବାସ୍ କେଇ ସେକେଣ୍ଡର ଏହି ଭିଡିଓ ସୋଶାଲ ମିଡିଆରେ ଲୋକଙ୍କ ହୃଦୟ ଜିଣି ନେଇଛି। ହଜାର ହଜାର ଲୋକେ ଜେଜେମା’ ଓ ଜେଜେଙ୍କର ଏହି କ୍ଲିପ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲେଖିଛନ୍ତି, ପ୍ରକୃତ ଭଲପାଇବାର କୌଣସି ବୟସ ନଥାଏ। ଆଉ ଜଣେ କହିଛନ୍ତି, ଏହାକୁ ହିଁ ପ୍ରକୃତ ଭଲପାଇବା କୁହନ୍ତି।

The post ଜେଜେ ମା’ କଲେ କିସ୍, ଲାଜେଇ ଗଲେ ଜେଜେ, ଭିଡିଓ ଭାଇରାଲ୍ appeared first on Odisha Reporter.

]]>
left bottom 2021-09-14 17:30:57 https://odishareporter.in/wp-content/uploads/2021/09/viral.jpg
ତୁରନ୍ତ ଅଫିସ୍‌ ଡ଼ାକ, ନଚେତ୍‌ ବିବାହ ଭାଙ୍ଗି ଦେବ ‘ୱାର୍କ ଫ୍ରମ୍‌ ହୋମ୍‌’ https://odishareporter.in/social-media/viral/women-complaining-about-work-from-home-of-her-husband-675327 Mon, 13 Sep 2021 10:45:59 +0000 https://odishareporter.in/?p=675327

ନୂଆଦିଲ୍ଲୀ: ବୈବାହିକ ଜୀବନ ପାଇଁ ଏବେ କାଳ ହୋଇଛି ୱାର୍କ ଫ୍ରମ୍‌ ହୋମ୍‌। ଦେଉଛି ଦୁନିଆ ଟେନ୍‌ସନ୍‌। ନା ଶୁଆଇ ଦେଉଛି ନା ବସାଇ ଦେଉଛି। ଘରେ ବସି କାମ କରୁଛନ୍ତି ସ୍ୱାମୀ। କିନ୍ତୁ ହଇରାଣ ହେଉଛନ୍ତି ସ୍ତ୍ରୀ। ଏହି ୱାର୍କ ଫ୍ରମ୍‌ ହୋମ ଏବେ ବିବାହ ଭାଙ୍ଗିବାର କାରଣ ହୋଇପାରେ ବୋଲି ଜଣେ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏନେଇ ସେ ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି। ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି। […]

The post ତୁରନ୍ତ ଅଫିସ୍‌ ଡ଼ାକ, ନଚେତ୍‌ ବିବାହ ଭାଙ୍ଗି ଦେବ ‘ୱାର୍କ ଫ୍ରମ୍‌ ହୋମ୍‌’ appeared first on Odisha Reporter.

]]>

ନୂଆଦିଲ୍ଲୀ: ବୈବାହିକ ଜୀବନ ପାଇଁ ଏବେ କାଳ ହୋଇଛି ୱାର୍କ ଫ୍ରମ୍‌ ହୋମ୍‌। ଦେଉଛି ଦୁନିଆ ଟେନ୍‌ସନ୍‌। ନା ଶୁଆଇ ଦେଉଛି ନା ବସାଇ ଦେଉଛି। ଘରେ ବସି କାମ କରୁଛନ୍ତି ସ୍ୱାମୀ। କିନ୍ତୁ ହଇରାଣ ହେଉଛନ୍ତି ସ୍ତ୍ରୀ। ଏହି ୱାର୍କ ଫ୍ରମ୍‌ ହୋମ ଏବେ ବିବାହ ଭାଙ୍ଗିବାର କାରଣ ହୋଇପାରେ ବୋଲି ଜଣେ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ଏନେଇ ସେ ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି।

ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି। ଏହା କାର୍ଯ୍ୟ କରିବା ପ୍ରଣାଳୀକୁ ଅଧିକ ପ୍ରଭାବିତ କରିଛି। ଏଥିପାଇଁ ଲୋକେ ଘରେ ରହି କାମ କରୁଛନ୍ତି। ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ ୱାର୍କ ଫ୍ରମ୍‌ ହୋମ୍‌ ଏବେ ନୂଆ ଟ୍ରେଣ୍ଡ ପାଲଟିଛି। ତେବେ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ପାଇଁ ୱାର୍କ ଫର୍ମ ହୋମ୍‌ ପାଲଟିଛି ମୁଣ୍ଡବିନ୍ଧାର କାରଣ। ଏହି ଟ୍ରେଣ୍ଡ ତାଙ୍କୁ କରିସାରିଲାଣି ବିରକ୍ତ। ବିଶେଷ କରି ଗୃହିଣୀମାନେ ଏଥିପାଇଁ ଘାଣ୍ଟି ହୋଇଗଲେଣି।

ନିକଟରେ ଏଭଳି ହିଁ ଜଣେ ଗୃହିଣୀଙ୍କ ଅଭିଯୋଗଭରା ଚିଠି ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଳ ହେବାରେ ଲାଗିଛି। ୱାର୍କ ଫ୍ରମ୍‌ ହୋମ୍‌ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବସ୍‌ ଉଦ୍ଦେଶ୍ୟରେ ଏକ ମଜାଦାର ଚିଠି ଲେଖିଛନ୍ତି। ଏଥିରେ ସେ ତାଙ୍କୁ ଧର୍ମସଙ୍କଟରୁ ରକ୍ଷା କରିବାକୁ ନିବେଦନ କରିଛନ୍ତି। ୱାର୍କ ଫ୍ରମ୍ ହୋମ୍ ବନ୍ଦ କରି ୱାର୍କ ଆଟ୍ ଅଫିସ୍ ଆରମ୍ଭ କରିବାକୁ ସେ ଅପିଲ କରିଛନ୍ତି। ଏହି ଚିଠିଟି ପ୍ରସିଦ୍ଧ ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ହର୍ଷ ଗୋଏଙ୍କା ନିଜେ ଏହି ଚିଠିକୁ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି।

ଡିଅର୍‌ ସର୍‌, ମୁଁ ଆପଣଙ୍କ ଜଣେ କର୍ମଚାରୀଙ୍କ ପତ୍ନୀ। ଦୟାକରି ଅଫିସ ଆରମ୍ଭ କରନ୍ତୁ। ୱାର୍କ ଫ୍ରମ୍ ହୋମରେ ସ୍ୱାମୀ ଦିନକୁ ୧୨ରୁ ୧୩ ଥର କଫି କରି ଆଣିବାକୁ ବରାଦ ଦେଉଛନ୍ତି। ଏହାସହ ବିଭିନ୍ନ ପ୍ରକାର ସୁଆଦିଆ ଆଇଟମର ତିଆରି କରି ଖୁଆଇବାକୁ ବାଧ୍ୟ କରୁଛନ୍ତି। ଅଫିସ୍ କାମ ସରିବା ପରେ ଘରେ କେବଳ ଶୋଇ ରହୁଛନ୍ତି। ପୂର୍ବ ପରି କୌଣସି କାମରେ ସାହାଯ୍ୟ କରୁନାହାନ୍ତି। ଘରେ ରହି ରହି ମାନ୍ଦା ହୋଇଗେଲଣି। ଘରେ ଦୁଇଟି ପିଲାଥିବା ବେଳେ ଘରେ କାମ କରୁଥିବା ସ୍ୱାମୀଙ୍କ ଡିମାଣ୍ଡ୍ ପୂରଣ କରି କରି ମୁଁ ଥକି ଗଲେଣି ବୋଲି ମହିଳା ଜଣକ ଚିଠିରେ ଅଭିଯୋଗ କରିଛନ୍ତି।

ମହିଳା ଜଣଙ୍କ ଆହୁରି ଲେଖନ୍ତି, ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି ସ୍ୱାମୀ। ଏବେ ଅଫିସ୍ ଯିବାରେ କୌଣସି ଅସୁବିଧା ନାହିଁ। କୋଭିଡ୍ ପ୍ରଟୋକଲ୍ ମାନି ସ୍ୱାମୀ କାମ କରିପାରିବେ। ୱର୍କ ଫ୍ରମ୍ ହୋମ୍ ଏବେ ତାଙ୍କ ପାଇଁ ବୋଝ ପାଲଟି ଗଲାଣି। ତୁରନ୍ତ ସ୍ୱାମୀଙ୍କୁ ଅଫିସରେ କାମ କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ସ୍ତ୍ରୀ। ଯଦି ଏପରି ୱାର୍କ ଫ୍ରମ୍ ହୋମ୍ ଜାରି ରୁହେ ତେବେ ତାଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ପାରିବନି। ଖୁବଶୀଘ୍ର ବିବାହ ଭାଙ୍ଗିଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ଶିଳ୍ପପତି ହର୍ଷ ଗୋଏଙ୍କା କ’ଣ ଉତ୍ତର ଦେବେ ଜାଣି ପାରୁନାହାନ୍ତି। ଏହି ଚିଠିକୁ ଶେୟାର କରି ହର୍ଷ ଗୋଏଙ୍କା ଲେଖିଛନ୍ତି, ମୁଁ ଏବେ ହରଡଘଣାରେ ପଡ଼ିଛି, କ’ଣ କରିବି ଜାଣି ପାରୁନି। ଏହି ଚିଠିଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଚାରିଆଡେ ସୋଶାଲ ମିଡିଆରେ ଭାଇରାଲ ହୋଇଛି ମହିଳାଙ୍କ ଏହି ଚିଠି। ଲୋକେ ଏଥିରେ ମଜାଦାର ଢ଼ଙ୍ଗରେ କମେଣ୍ଟ ମଧ୍ୟ କରୁଛନ୍ତି।

The post ତୁରନ୍ତ ଅଫିସ୍‌ ଡ଼ାକ, ନଚେତ୍‌ ବିବାହ ଭାଙ୍ଗି ଦେବ ‘ୱାର୍କ ଫ୍ରମ୍‌ ହୋମ୍‌’ appeared first on Odisha Reporter.

]]>
left bottom, Viral 2021-09-13 16:16:40 https://odishareporter.in/wp-content/uploads/2021/09/Women-Angry-On-Husbands-Work-From-Home.jpg
ଫୁଟବଲ୍ ଷ୍ଟାଡିୟମରେ ବିଲେଇକୁ ବଞ୍ଚାଇ ଦେଲା ଜାତୀୟ ପତାକା, ଭିଡିଓ ଭାଇରାଲ୍ https://odishareporter.in/social-media/viral/miami-football-fans-catch-falling-cat-in-american-flag-during-game-675180 Sun, 12 Sep 2021 16:33:19 +0000 https://odishareporter.in/?p=675180

ନୂଆଦିଲ୍ଲୀ: କଥାରେ ଅଛି ବିଲେଇମାନଙ୍କର ୯ ଜୀବନ ରହିଛି। ଆଉ ବାସ୍ତବରେ ତାହା ପ୍ରମାଣିତ ହୋଇଛି। ନିଶ୍ଚିତ ମରଣ ମୁଖରୁ ବଞ୍ଚି ଯାଇଛି ଏକ ବିଲେଇ। ତା’ ପୁଣି ଆମେରିକା ପତାକା ପାଇଁ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଘଟଣା ଘଟିଛି ଆମେରିକାର ମିଆଁମିରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ। ଷ୍ଟାଡିୟମରେ ଏକ ଫୁଟବଲ୍ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍ ଚାଲିଥିବା ବେଳେ ଗ୍ୟାଲେରୀର ଏକ ବାଲକୋନୀରେ ଫସିଯାଇଥିବା ଏକ ବିଲେଇ। ବିଲେଇ ବାଲକୋନୀରୁ […]

The post ଫୁଟବଲ୍ ଷ୍ଟାଡିୟମରେ ବିଲେଇକୁ ବଞ୍ଚାଇ ଦେଲା ଜାତୀୟ ପତାକା, ଭିଡିଓ ଭାଇରାଲ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: କଥାରେ ଅଛି ବିଲେଇମାନଙ୍କର ୯ ଜୀବନ ରହିଛି। ଆଉ ବାସ୍ତବରେ ତାହା ପ୍ରମାଣିତ ହୋଇଛି। ନିଶ୍ଚିତ ମରଣ ମୁଖରୁ ବଞ୍ଚି ଯାଇଛି ଏକ ବିଲେଇ। ତା’ ପୁଣି ଆମେରିକା ପତାକା ପାଇଁ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଘଟଣା ଘଟିଛି ଆମେରିକାର ମିଆଁମିରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ।

ଷ୍ଟାଡିୟମରେ ଏକ ଫୁଟବଲ୍ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍ ଚାଲିଥିବା ବେଳେ ଗ୍ୟାଲେରୀର ଏକ ବାଲକୋନୀରେ ଫସିଯାଇଥିବା ଏକ ବିଲେଇ। ବିଲେଇ ବାଲକୋନୀରୁ ଖସି ପଡ଼ିବା ଏକ ପ୍ରକାର ନିଶ୍ଚିତ ଥିଲା। କିନ୍ତୁ ବିଲେଇକୁ ବଞ୍ଚାଇ ଦେଲା ଆମେରିକା ପତାକା। ଏହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଷ୍ଟାଡିୟମରେ ଖଚାଖଚ୍ ଭରି ରହିଛନ୍ତି ଦର୍ଶକ। ଏହାରି ଭିତରେ ଏକ ବିଲେଇଟି ବାଲକୋନୀରେ ଝୁଲି ପଡ଼ିଥିଲା। ବିଲେଇର ଗୋଡ଼ ଧୀରେ ଧୀରେ ଖସୁ ଥିବାର ଦେଖି ତଳେ ଛିଡ଼ା ହୋଇଥିବା ଦର୍ଶକ ହାତରେ ଆମେରିକା ପତାକା ଧରି ଦେଖାଇଥିଲେ। ବିଲେଇର ଗୋଡ଼ ଯେତେବେଳେ ଖସିଲା, ସେହି ସମୟରେ ତଳେ ଛିଡ଼ା ହୋଇଥିବା ଦର୍ଶକ ବିଲେଇକୁ ସେହି ପତାକାରେ ଧରି ପକାଇଥିଲେ। ଆଉ ସୌଭାଗ୍ୟବଶତଃ ବିଲେଇଟି ବଞ୍ଚି ଯାଇଛି। ଯଦି ବିଲେଇଟି ତଳେ ପଡ଼ିଥାନ୍ତା, ତାହେଲେ ସେ ଆଉ ବଞ୍ଚିପାରିନଥାନ୍ତା। ଏହାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏହି ଭିଡିଓକୁ ମଧ୍ୟ ଲକ୍ଷାଧିକ ଲୋକେ ଦେଖି ସାରିଲେଣି।

ଆମେରିକା ଟୁଡେ ରିପୋର୍ଟ ମୁତାବକ, ବିଲେଟିକୁ ଷ୍ଟାଡିୟମ ସୁରକ୍ଷା କର୍ମୀ ଧରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ବିଲେଇର ଦେହରେ ମଧ୍ୟ କୌଣସି ଆଘାତ ଲାଗିନଥିବା ଜଣାପଡ଼ିଛି।

The post ଫୁଟବଲ୍ ଷ୍ଟାଡିୟମରେ ବିଲେଇକୁ ବଞ୍ଚାଇ ଦେଲା ଜାତୀୟ ପତାକା, ଭିଡିଓ ଭାଇରାଲ୍ appeared first on Odisha Reporter.

]]>
left bottom 2021-09-12 22:04:49 https://odishareporter.in/wp-content/uploads/2021/09/cat1.jpg
ତାଲିବାନୀଙ୍କ ବନ୍ଧୁକକୁ ଡରିଲେନି ମହିଳା, ଫଟୋ ଭାଇରାଲ https://odishareporter.in/social-media/viral/woman-protester-stands-firm-as-taliban-fighter-points-gun-at-her-673977 Wed, 08 Sep 2021 08:30:43 +0000 https://odishareporter.in/?p=673977

କାବୁଲ: ତାଲିବାନୀଙ୍କ ବନ୍ଧୁକକୁ ଭୟ ନାହିଁ। ବନ୍ଧୁକଧାରୀ ସହ ଆଖିରେ ଆଖି ମିଶାଲେ। ହେଲେ ଫେସ୍‌‌ ଟୁ ଫେସ୍‌। ଯେତେ ନାଲିଆଖି ଦେଖାଇଲେ ମଧ୍ୟ ରାସ୍ତା ମଝିରେ ଦମ୍ଭ ଧରି ଠିଆ ହୋଇ ରହିଲେ ମହିଳା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଫଗାନିସ୍ତାନର ରାଜଧାନୀ କାବୁଲ ସଡକ ଉପରେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଆଫଗାନିସ୍ତାନର ରାଜଧାନୀ କାବୁଳରେ ମଙ୍ଗଳବାର ପିକିସ୍ତାନ ବିରୋଧରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ପାକିସ୍ତାନ ଦୂତାବାସ ଆଗରେ ବିକ୍ଷୋଭ […]

The post ତାଲିବାନୀଙ୍କ ବନ୍ଧୁକକୁ ଡରିଲେନି ମହିଳା, ଫଟୋ ଭାଇରାଲ appeared first on Odisha Reporter.

]]>

କାବୁଲ: ତାଲିବାନୀଙ୍କ ବନ୍ଧୁକକୁ ଭୟ ନାହିଁ। ବନ୍ଧୁକଧାରୀ ସହ ଆଖିରେ ଆଖି ମିଶାଲେ। ହେଲେ ଫେସ୍‌‌ ଟୁ ଫେସ୍‌। ଯେତେ ନାଲିଆଖି ଦେଖାଇଲେ ମଧ୍ୟ ରାସ୍ତା ମଝିରେ ଦମ୍ଭ ଧରି ଠିଆ ହୋଇ ରହିଲେ ମହିଳା। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଫଗାନିସ୍ତାନର ରାଜଧାନୀ କାବୁଲ ସଡକ ଉପରେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଆଫଗାନିସ୍ତାନର ରାଜଧାନୀ କାବୁଳରେ ମଙ୍ଗଳବାର ପିକିସ୍ତାନ ବିରୋଧରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ପାକିସ୍ତାନ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ରାଲିରେ ଅଧିକାଂଶ ମହିଳା ସାମିଲ ହୋଇଥିଲା। ଏହି ସମୟରେ ଜଣେ ଆଫଗାନ ମହିଳା ତାଲିବାନ ଯବାନକୁ ସାମ୍ନାକୁ କରିଥିଲେ।

ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିବା ପାଇଁ ତାଲିବାନ ଯବାନ ଜଣକ ମହିଳାଙ୍କ ଉପରକୁ ବନ୍ଧୁକ ଦେଖାଇଥିଲେ। କିନ୍ତୁ ମହିଳା ଜଣକ ବନ୍ଧୁକକୁ ଟିକେ ବି ଭୟ କରିନଥିଲେ। ଦମ୍ଭଧରୀ ଉକ୍ତ ତାଲିବାନୀର ସାମ୍ନାକୁ କରିଥିଲେ। ତାଲିବାନୀ ଆଗରେ ହିଁ ଲଗାଇଥିଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା।

ଟୋଲ ନ୍ୟୁଜ ସାମ୍ବାଦିକ ଜହରା ରହିମି ଏହି ଫଟୋକୁ ତାଙ୍କ ଟୁଇଟର ଆକାଉଣ୍ଟରେ ଶେଆର କରିଛନ୍ତି। ଏହାକୁ ଶେଆର କରି ସେ ଲଖିଛନ୍ତି, ‘ତାଲିବାନ ବନ୍ଧୁକଧାରୀ ଆଗରେ ଜଣେ ଆଫଗାନ ମହିଳା ନିର୍ଭୟରେ ଠିଆ ହୋଇଛନ୍ତି।’

ସୂଚନା ମୁତାବକ ତାଲିବାନ ହାତକୁ ଚାଲିଯାଇଛି ଆଫଗାନିସ୍ତାନ। ଏହାପରେ ସେଠାରେ ତାଲିବାନ ପୁଣି ତା’ର ଦମନକାରୀ ଶାସନ ଦୋହରାଇବା ନେଇ ଆଶଙ୍କା କରାଯାଉଛି। ସେପଟେ ତାଲିବାନକୁ ସହଯୋଗ କରୁଛି ପାକିସ୍ତାନ। ଯାହାକୁ ନେଇ ଆଫଗାନବାସୀ ବିରୋଧ କରିଛନ୍ତି।

The post ତାଲିବାନୀଙ୍କ ବନ୍ଧୁକକୁ ଡରିଲେନି ମହିଳା, ଫଟୋ ଭାଇରାଲ appeared first on Odisha Reporter.

]]>
left bottom, Viral photo 2021-09-08 14:00:43 https://cdn.odishareporter.in/wp-content/uploads/2021/09/08140019/woman-stand-on-gun-point.jpg
ବାଘ-ବିଲେଇ ମୁହାଁମୁହିଁ, ଭିଡିଓ ଭାଇରାଲ https://odishareporter.in/social-media/viral/a-leopard-and-a-cat-come-face-to-face-after-falling-down-a-well-673440 Mon, 06 Sep 2021 11:21:46 +0000 https://odishareporter.in/?p=673440

ମୁମ୍ବାଇ: ମୁହାଁମୁହିଁ ହେଲେ ଦୁଇ କ୍ୟାଟ୍।  ବିଗ୍ କ୍ୟାଟ୍ ସହ ମୁହାଁମୁହିଁ ହୋଇଛି ସ୍ମଲ୍ କ୍ୟାଟ୍‌। କିଏ କାହାଠାରୁ କମ୍‌ ନୁହନ୍ତି। କଲରାପତରିଆ ବାଘକୁ ହାଇମ ଦେଖାଉଛି ବିଲେଇ। ସେପଟେ ବାଘ ମଧ୍ୟ ଛାଡୁନି। ବିଲେଇକୁ ନିଜ ପଞ୍ଝାରେ କେତେବେଳେ ଆଟାକ୍‌ କରୁଛି ଆଉ କେତେବେଳେ କାମୁଡିବା ପାଇଁ ଚେଷ୍ଟା କରୁଛି। ସେପଟେ ବିଲେଇ ମଧ୍ୟ ନିଜକୁ ରକ୍ଷା କରିବାକୁ ଯାଇ ବାଘକୁ ମାରିଦେଉଛି ନଖ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଏକ କୂଅ ଭିତରେ। […]

The post ବାଘ-ବିଲେଇ ମୁହାଁମୁହିଁ, ଭିଡିଓ ଭାଇରାଲ appeared first on Odisha Reporter.

]]>

ମୁମ୍ବାଇ: ମୁହାଁମୁହିଁ ହେଲେ ଦୁଇ କ୍ୟାଟ୍।  ବିଗ୍ କ୍ୟାଟ୍ ସହ ମୁହାଁମୁହିଁ ହୋଇଛି ସ୍ମଲ୍ କ୍ୟାଟ୍‌। କିଏ କାହାଠାରୁ କମ୍‌ ନୁହନ୍ତି। କଲରାପତରିଆ ବାଘକୁ ହାଇମ ଦେଖାଉଛି ବିଲେଇ। ସେପଟେ ବାଘ ମଧ୍ୟ ଛାଡୁନି। ବିଲେଇକୁ ନିଜ ପଞ୍ଝାରେ କେତେବେଳେ ଆଟାକ୍‌ କରୁଛି ଆଉ କେତେବେଳେ କାମୁଡିବା ପାଇଁ ଚେଷ୍ଟା କରୁଛି। ସେପଟେ ବିଲେଇ ମଧ୍ୟ ନିଜକୁ ରକ୍ଷା କରିବାକୁ ଯାଇ ବାଘକୁ ମାରିଦେଉଛି ନଖ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଏକ କୂଅ ଭିତରେ।

ପ୍ରକୃତରେ ମହାରାଷ୍ଟ୍ର ନାସିକ ଅଞ୍ଚଳରେ ଥିବା ଏକ କୂଅରେ ଖସି ପଡିଥିଲା କଲରାପତରିଆ ବାଘ। ତେବେ ଏହି କୂଅରେ ପୂର୍ବରୁ ଏକ ବିଲେଇ ମଧ୍ୟ ଖସି ପଡି ସେଠାରେ ଥିଲା। ଏହି ସମୟରେ ଉଭୟ ବିଲେଇ ଓ ବାଘ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ। ତେବେ କେହି କାହାରିକୁ କ୍ଷତି ପହଞ୍ଚାଇ ନଥିଲେ। ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କିଛି ସମୟ ପରେ ଖବର ପାଇ ବନବିଭାଗ କର୍ମଚାରୀ କଲରାପତରିଆ ବାଘକୁ ଉଦ୍ଧାର କରିଥିଲେ।  ବାଘକୁ ଉଦ୍ଧାର ପରେ ଜଙ୍ଗଲ ମଧ୍ୟରେ ଛାଡି ଦିଆଯାଇଥିବା ସୂଚନା ମିଳିଛି। ସେପଟେ ଲୋକେ ବିଲେଇ ଓ ବାଘର ଏହି ଭିଡିଓଟିକୁ ଖୁବ୍‌ ପସନ୍ଦ କରିଛନ୍ତି। ଜଣେ ବ୍ୟକ୍ତିଙ୍କ କହିବା ମୁତାବକ, ବିଲେଇର ପିଛା କରି ବାଘଟି କୂଅ ଭିତରେ ଖସି ପଡିଥିଲା। ପରେ ଦୁହିଁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

The post ବାଘ-ବିଲେଇ ମୁହାଁମୁହିଁ, ଭିଡିଓ ଭାଇରାଲ appeared first on Odisha Reporter.

]]>
left bottom, viral video 2021-09-06 16:53:07 https://cdn.odishareporter.in/wp-content/uploads/2021/09/06165129/tiger-an-cat.jpg
ମଝି ନଦୀରେ ଚାଲିଛି ପାଠପଢ଼ା https://odishareporter.in/social-media/viral/school-running-on-floating-boat-in-the-ganga-river-673078 Sun, 05 Sep 2021 07:57:14 +0000 https://odishareporter.in/?p=673078

ପାଟନା: ଚାରିଆଡେ କେବଳ ପାଣି ଆଉ ପାଣି। ଆଉ ପାଣି ଭିତରେ ଚାଲିଛି ପାଠ ପଢ଼ା। ନଦୀ ମଝିରେ ଡଙ୍ଗାରେ ବସିଛନ୍ତି ପିଲା, ଆଉ ପଢ଼ାଉଛନ୍ତି ଶିକ୍ଷକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କଟିହାର ଜିଲ୍ଲାରେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ କଟିହାର ଜିଲ୍ଲା ମନିହାରୀ ଅନୁମଣ୍ଡଳର ଅନେକ ଅଞ୍ଚଳରେ ଏବେ ବନ୍ୟା ପାଣି ପସିଛି। ଏଭଳି ପରିସ୍ଥିତିରେ ଏଠି ଯୁଆଡେ […]

The post ମଝି ନଦୀରେ ଚାଲିଛି ପାଠପଢ଼ା appeared first on Odisha Reporter.

]]>

ପାଟନା: ଚାରିଆଡେ କେବଳ ପାଣି ଆଉ ପାଣି। ଆଉ ପାଣି ଭିତରେ ଚାଲିଛି ପାଠ ପଢ଼ା। ନଦୀ ମଝିରେ ଡଙ୍ଗାରେ ବସିଛନ୍ତି ପିଲା, ଆଉ ପଢ଼ାଉଛନ୍ତି ଶିକ୍ଷକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କଟିହାର ଜିଲ୍ଲାରେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ କଟିହାର ଜିଲ୍ଲା ମନିହାରୀ ଅନୁମଣ୍ଡଳର ଅନେକ ଅଞ୍ଚଳରେ ଏବେ ବନ୍ୟା ପାଣି ପସିଛି। ଏଭଳି ପରିସ୍ଥିତିରେ ଏଠି ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି ହିଁ ଦେଖାଯାଉଛି। ଘରଗୁଡିକ ବୁଡି ଯାଇଛି। ଯାତାୟତ ଏକପ୍ରକାର ଠପ୍‌ ହୋଇଛି। ଏତେ ସବୁ ପରେ ମଧ୍ୟ ସେଠାରେ ପାଠ ପଢ଼ା ଅଟକି ନାହିଁ। ସେଠରେ ଫ୍ରି କୋଚିଂ ଚଳାଉଥିବା କୁନ୍ଦନ, ପଙ୍କଜ ଏବଂ ରବିନ୍ଦ୍ର କିନ୍ତୁ ନିଜ ଦାୟିତ୍ୱ ତୁଲାଇ ଚାଲିଛନ୍ତି। ବନ୍ୟା ସତ୍ତ୍ୱେ ଡଙ୍ଗା ଉପରେ ହିଁ ଏମାନେ ଖୋଲି ଦେଇଛନ୍ତି କୋଚିଂ କ୍ଲାସ।

ପିଲାଙ୍କୁ ପଢ଼ାଉଥିବା ତିନି ଯୁବକଙ୍କ କହିବା ମୁତାବକ, ସେମାନେ ଗତ କିଛି ବର୍ଷ ଧରି ଏହି ଅଞ୍ଚଳର ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ବନ୍ୟା ସମୟରେ ସରକାର ଅନ୍ୟାନ୍ୟ ସୁବିଧା ଯୋଗାଉଛନ୍ତି, ଯେଉଁ ବିଦ୍ୟାଳୟ ସେମାନେ ନିଜ ସ୍ତରରେ ଚଳାଉଥିଲେ, ବର୍ତ୍ତମାନ ସେମାନେ ଏକ ଡଙ୍ଗା ସାହାୟତାରେ ଶିକ୍ଷାଦାନ ଜାରି ରଖିବାକୁ ଚାହୁଁଥିବା ସେମାନେ କହିଛନ୍ତି।

ସେପଟେ ଏହି ଭାସମାନ କୋଚିଂ କ୍ଲାସରେ ପଢ଼ୁଥିବା ପିଲାମାନେ କହିଛନ୍ତି, ଗଙ୍ଗା ନଦୀରେ ବନ୍ୟା ଯୋଗୁଁ ପୂରା ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଭଳି ସ୍ଥିତିରେ ଡଙ୍ଗା ହିଁ ଏକମାତ୍ର ସୁରକ୍ଷିତ ସ୍ଥାନ। ଡଙ୍ଗାରେ ଚାଲିଥିବା ପାଠଶାଳାରେ ପଢ଼ିବା ପାଇଁ ସେମାନେ ମଧ୍ୟ ଆଗ୍ରହି ଥିବା କହିଛନ୍ତି।

The post ମଝି ନଦୀରେ ଚାଲିଛି ପାଠପଢ଼ା appeared first on Odisha Reporter.

]]>
left bottom, viral video 2021-09-05 13:43:29 https://cdn.odishareporter.in/wp-content/uploads/2021/09/05132738/Floting-School.jpg
ବିଦେଶୀ ଡ୍ୟାନ୍ସିଂ ଡ୍ୟାଡ୍‌ଙ୍କ ‘ଛମକ୍‌ ଛଲୋ…’, ଭିଡିଓ ଭାଇରାଲ https://odishareporter.in/social-media/viral/american-couple-dances-to-chammak-challo-to-celebrate-25th-wedding-anniversary-671560 Tue, 31 Aug 2021 08:06:18 +0000 https://odishareporter.in/?p=671560

ନୂଆଦିଲ୍ଲୀ: ପୁଣି ଫେରିଲେ ଡ୍ୟାନ୍ସିଂ ଡ୍ୟାଡ୍‌। ହେଲେ ଏଥର କିନ୍ତୁ ଭିନ୍ନ ଅନ୍ଦାଜରେ ନଜର ଆସିଲା ତାଙ୍କ ସ୍ୱାଗ। ଶାହାରୁଖ ଓ କରୀନାଙ୍କ ଗୀତ ଛମକ୍‌ ଛଲୋ…ରେ ଧୁମ୍‌ ନାଚିଲେ। କେବଳ ସେ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଲଗାଇଲେ ଠୁମ୍‌କା। ବିଦେଶୀ ହୋଇ ଦେଶୀ ଗେଟ୍‌ଅପ୍‌ରେ ଆସିଲେ ନଜର। ସେରୱାନୀ ସାଙ୍ଗକୁ ଲେହେଙ୍ଗାରେ କଲେ ଜବରଦସ୍ତ ଡ୍ୟାନ୍ସ। ପୁଣି ଦେଖିବାକୁ ମିଳିଛି ବିଦେଶୀଙ୍କ ଦେଶୀ ଅନ୍ଦଜ। ପୂର୍ବରୁ ଭୋଜପୁରୀ ଗୀତ ‘ଲଲି ପପ୍‌ ଲାଗେଲୁ…’ ଏବଂ […]

The post ବିଦେଶୀ ଡ୍ୟାନ୍ସିଂ ଡ୍ୟାଡ୍‌ଙ୍କ ‘ଛମକ୍‌ ଛଲୋ…’, ଭିଡିଓ ଭାଇରାଲ appeared first on Odisha Reporter.

]]>

ନୂଆଦିଲ୍ଲୀ: ପୁଣି ଫେରିଲେ ଡ୍ୟାନ୍ସିଂ ଡ୍ୟାଡ୍‌। ହେଲେ ଏଥର କିନ୍ତୁ ଭିନ୍ନ ଅନ୍ଦାଜରେ ନଜର ଆସିଲା ତାଙ୍କ ସ୍ୱାଗ। ଶାହାରୁଖ ଓ କରୀନାଙ୍କ ଗୀତ ଛମକ୍‌ ଛଲୋ…ରେ ଧୁମ୍‌ ନାଚିଲେ। କେବଳ ସେ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଲଗାଇଲେ ଠୁମ୍‌କା। ବିଦେଶୀ ହୋଇ ଦେଶୀ ଗେଟ୍‌ଅପ୍‌ରେ ଆସିଲେ ନଜର। ସେରୱାନୀ ସାଙ୍ଗକୁ ଲେହେଙ୍ଗାରେ କଲେ ଜବରଦସ୍ତ ଡ୍ୟାନ୍ସ।

ପୁଣି ଦେଖିବାକୁ ମିଳିଛି ବିଦେଶୀଙ୍କ ଦେଶୀ ଅନ୍ଦଜ। ପୂର୍ବରୁ ଭୋଜପୁରୀ ଗୀତ ‘ଲଲି ପପ୍‌ ଲାଗେଲୁ…’ ଏବଂ ତେଲୁଗୁ ଗୀତ ‘ବୁଟା ବୁମା..’ରେ ଡ୍ୟାନ୍ସ କରି ଇଣ୍ଟରନେଟ୍‌ର ସେନ୍‌ସେନ୍‌ ପାଲଟିଥିବା ଡ୍ୟାନ୍ସି ଡ୍ୟାଡ୍‌ ଓରଫ୍‌ ରିକି ପଣ୍ଡ ପୁଣି ଏକ ନୂଆ ଅନ୍ଦାନରେ ଫେରିଛନ୍ତି। ଏଥିର ମଧ୍ୟ ସେ ତାଙ୍କ ସ୍ତ୍ରୀଙ୍କ ସହ ଆସିଛନ୍ତି ନଜର। ସେ ଶାହାରୁଖ ଓ କରୀନାଙ୍କ ଫିଲ୍ମ ‘ରା-ୱାନ୍‌’ର ଛମକ୍‌ ଛଲୋ… ଗୀତରେ ଜବରଦସ୍ତ ନାଚିଛନ୍ତି। ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ରିକି ପଣ୍ଡ ଏବଂ ତାଙ୍କ ପତ୍ନୀ ରୋକ୍‌ସାନ୍‌ ହିନ୍ଦୀ ଗୀତରେ ଠୁମ୍‌କା ଲଗାଇ ନିଜ ୨୫ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରେ ଦୁହେଁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ରିକି ଲାଲା ରଙ୍ଗ କୁର୍ତା ସହ ପାଇଜାମା ଏବଂ ବାଦାମୀ ରଙ୍ଗର ନେହେରୁ ଜ୍ୟାକେଟ୍‌ ପିନ୍ଧିଥିବା ବେଳେ ତାଙ୍କ ପିତ୍ନୀ ନେଭି ବ୍ଲୁର କୁର୍ତା ସାଙ୍ଗକୁ ସ୍କଟ ପିନ୍ଧିଥିଲେ। ଏଥିସହ ନିଜ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ଷ୍ଟାଇଲରେ ନାଚିଥିଲେ ଏହି ବିଦେଶୀ ଦମ୍ପତି।

ରିକି ତାଙ୍କର ଏହି ଡ୍ୟାନ୍ସିଂ ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ କ୍ୟାପସନରେ ଲେଖିଛନ୍ତି ‘ଛମକ୍‌ ଛଲୋ…ହ୍ୟାପି ୨୫ତମ ବିବାହ ବାର୍ଷିକୀ’। ସେ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ତାଙ୍କୁ ଭାରତୀୟ ପୋଷାକ ପ୍ରଦାନ କରିଥିଲେ ଏବଂ ତାଙ୍କ ଡ୍ୟାନ୍ସକୁ କୋରିଓଗ୍ରାଫ କରିଥିଲେ। ଏପର୍ଯ୍ୟନ୍ତ ତାଙ୍କର ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଅନେକ ୟୁଜର୍ସମାନେ ମଜାଦାର କମେଣ୍ଟ କରି ତାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।

ସୋଶାଲ ମିଡିଆରେ ରିକି ପଣ୍ଡ ଡ୍ୟାନ୍ସ ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ସୋଶାଲ ମିଡିଆରେ ଡ୍ୟାନ୍ସିଂ ଡ୍ୟାଡ୍‌ ରୂପେ ବେଶ୍‌ ଜଣାଶୁଣା। ତାଙ୍କର ଡ୍ୟାନ୍ସ ଭିଡିଓ ୟୁଜର୍ସମାନଙ୍କୁ ଖୁବ ପସନ୍ଦ ଆସେ। କିଛି ଦିନ ପୂର୍ବରୁ ରିକି ‘ବଚପନ୍‌ କା ପ୍ୟାର୍‌’ ଗୀତରେ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଏହି ଭିଡିଓକୁ ମଧ୍ୟ ଲୋକେ ପସନ୍ଦ କରିଥିଲେ।

 

View this post on Instagram

 

A post shared by Ricky Pond (@ricky.pond)

 

View this post on Instagram

 

A post shared by Ricky Pond (@ricky.pond)

The post ବିଦେଶୀ ଡ୍ୟାନ୍ସିଂ ଡ୍ୟାଡ୍‌ଙ୍କ ‘ଛମକ୍‌ ଛଲୋ…’, ଭିଡିଓ ଭାଇରାଲ appeared first on Odisha Reporter.

]]>
left bottom, viral video 2021-08-31 13:43:02 https://cdn.odishareporter.in/wp-content/uploads/2021/08/31133534/American-Couple-Dance.jpg
ମଣ୍ଡପ ଉପରେ ପୁସ୍‌-ଅପ୍ସ ମାରିଲେ ବର-କନିଆଁ https://odishareporter.in/social-media/viral/bride-and-groom-do-push-ups-onstage-in-viral-video-671152 Mon, 30 Aug 2021 06:34:33 +0000 https://odishareporter.in/?p=671152

ନୂଆଦିଲ୍ଲୀ: ନିଜ ବିବାହ ଦିନକୁଟିକୁ ସ୍ମରଣୀୟ କରିବା ପାଇଁ ଚାହିଁ ରହିଥା’ନ୍ତି ବର-କନିଆଁ। ଏଥିପାଇଁ କେତେ କ’ଣ କରିପକାନ୍ତି। ପ୍ରି-ୱେଡିଂ ଫଟୋସୁଟ୍‌ ଠାରୁ ଆରମ୍ଭ କରି ଡିଜାଇନର ଡ୍ରେସ୍‌ ଯାଏଁ। କେବଳ ସେତିକି ନୁହେଁ ବିବାହ ପୂର୍ବରୁ ନିଜେ କିଭଳି ସ୍ଲିମ ଏବଂ ଫିଟ୍‌ ରହିବେ ସେଥିପାଇଁ ମଧ୍ୟ ତତ୍ପର ଥାଆନ୍ତି। ଜିମ୍‌ ଯାଇ ନିଜକୁ ଫିଟ୍‌ ରଖନ୍ତି। କିନ୍ତୁ କେବେ କିଏ ବିବାହ ମଣ୍ଡପ ଉପରେ ମଧ୍ୟ ଫିଟ୍‌ ରହିବା ପାଇଁ ଉଦ୍ୟମ କରୁଥିବା ଦେଖିଛନ୍ତି। […]

The post ମଣ୍ଡପ ଉପରେ ପୁସ୍‌-ଅପ୍ସ ମାରିଲେ ବର-କନିଆଁ appeared first on Odisha Reporter.

]]>

ନୂଆଦିଲ୍ଲୀ: ନିଜ ବିବାହ ଦିନକୁଟିକୁ ସ୍ମରଣୀୟ କରିବା ପାଇଁ ଚାହିଁ ରହିଥା’ନ୍ତି ବର-କନିଆଁ। ଏଥିପାଇଁ କେତେ କ’ଣ କରିପକାନ୍ତି। ପ୍ରି-ୱେଡିଂ ଫଟୋସୁଟ୍‌ ଠାରୁ ଆରମ୍ଭ କରି ଡିଜାଇନର ଡ୍ରେସ୍‌ ଯାଏଁ। କେବଳ ସେତିକି ନୁହେଁ ବିବାହ ପୂର୍ବରୁ ନିଜେ କିଭଳି ସ୍ଲିମ ଏବଂ ଫିଟ୍‌ ରହିବେ ସେଥିପାଇଁ ମଧ୍ୟ ତତ୍ପର ଥାଆନ୍ତି। ଜିମ୍‌ ଯାଇ ନିଜକୁ ଫିଟ୍‌ ରଖନ୍ତି। କିନ୍ତୁ କେବେ କିଏ ବିବାହ ମଣ୍ଡପ ଉପରେ ମଧ୍ୟ ଫିଟ୍‌ ରହିବା ପାଇଁ ଉଦ୍ୟମ କରୁଥିବା ଦେଖିଛନ୍ତି। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ଡିଜାଇନର ଲେହେଙ୍ଗା ସାଙ୍ଗକୁ ବ୍ରାଇଡାଲ ମେକ୍‌ଅପ୍‌। ପୁରାପୂରି ନବବଧୂ ବେଶରେ ସଜେଇ ହୋଇଛି କନିଆଁ। ସେପଟେ ବର ମଧ୍ୟ ସେରାୱାନି ପିନ୍ଧି ଫୁଲ୍‌ ଗେଟ୍‌-ଅପ୍‌ରେ ପ୍ରସ୍ତୁତ। ହେଲେ ବିବାହ କରିବାକୁ ଯିବା ପୂର୍ବରୁ ଉଭୟ ମଣ୍ଡପରେ ହିଁ ମାରିଛନ୍ତି ଧଡାଧଡ଼ ପୁସ୍‌-ଅପ୍ସ। ବର-କନିଆଁଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କନିଆଁ ଜଣକ ହେଉଛନ୍ତି ଅକ୍ଷିତା ଅରୋଡା ମାହାଜନ। ସେ ପେଶରେ ଜଣେ ଫିଟ୍‌ନେସ୍‌ କୋଚ। ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଭିଡିଓକୁ ପୋଷ୍ଟ କରି ସେ ଲେଖିଛନ୍ତି ‘ଏକ ଦମ୍ପତି ଯିଏ ଏକାଠି ଲିଫ୍ଟ କରୁଛନ୍ତି।’ ଏହି ଭିଡିଓ କ୍ଲିପ୍‌ରେ ସେ ତାଙ୍କ ବର ଆଦିତ୍ୟ ମହାଜନଙ୍କ ସହ ପୁସ୍-ଅପ୍ ମାରୁଥିବା ଦେଖିବାକୁ ମିଳିଛି। ଆଦିତ୍ୟ ମହାଜନ ମଧ୍ୟ ଜଣେ ଫିଟନେସ୍ କୋଚ୍ ଅଟନ୍ତି। ଦୁହେଁ ୱେଡିଂ ଗେଟ୍‌ଅପ୍‌ରେ ସଜେଇ ମଣ୍ଡପ ଉପରେ ସମସ୍ତଙ୍କ ଆଗରେ ପୁସ୍-ଅପ୍ ମାରି ଅନ୍ୟକୁ ଫିଟ୍‌ ରହିବା ପାଇଁ ପ୍ରେରଣା ଦେଇଛନ୍ତି।

ଏହି ଭିଡିଓଟିକୁ ବର୍ତ୍ତମାନ ଯାଏଁ ୩ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି। ଏଥିସହ ଅନେକ ୟୁଜର କମେଣ୍ଟ କରି ଉଭୟ ବର-କନିଆଁଙ୍କ ପ୍ରଶଂସା କରିଛନ୍ତି।

The post ମଣ୍ଡପ ଉପରେ ପୁସ୍‌-ଅପ୍ସ ମାରିଲେ ବର-କନିଆଁ appeared first on Odisha Reporter.

]]>
left bottom 2021-08-30 12:04:33 https://cdn.odishareporter.in/wp-content/uploads/2021/08/30120143/Bride-And-Groom-Do-Push-Ups.jpg
ରାଗିଗଲେ କନିଆଁ, ମଣ୍ଡପ ଉପରେ ବରକୁ ମାରିଲେ ଚାପୁଡ଼ା https://odishareporter.in/social-media/viral/bride-beats-groom-for-chewing-gutka-during-wedding-rituals-in-mandap-670741 Sat, 28 Aug 2021 08:22:47 +0000 https://odishareporter.in/?p=670741

ନୂଆଦିଲ୍ଲୀ: ରିତିନୀତିରେ ଚାଲିଥିଲା ବାହାଘର। ମନ୍ତ୍ର ପଢ଼ୁଥିଲେ ଜଜମାନ। ସେପଟେ ବାଜା ସାଙ୍ଗକୁ ବାଣ ମଧ୍ୟ ଫୁଟୁଥିଲା। ପରିବାର ଲୋକେ ଏବଂ ଅତିଥିଗଣ ମଧ୍ୟ ରୁଣ୍ଡ ହୋଇଥିଲେ। ଏତିକି ବେଳେ ହଠାତ୍ ମଣ୍ଡପ ଉପରେ ରାଗିଗଲେ କନିଆଁ। ରାଗରେ ତମ୍‌ତମ୍‌ ହୋଇ ମନ୍ତ୍ର ପଢ଼ୁଥିବା ପଣ୍ଡିତକୁ ଅଟକାଇ ବରକୁ ମାରିଦେଲେ ଚାପୁଡା। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଶେଆର ହୋଇଛି। ଏହାକୁ […]

The post ରାଗିଗଲେ କନିଆଁ, ମଣ୍ଡପ ଉପରେ ବରକୁ ମାରିଲେ ଚାପୁଡ଼ା appeared first on Odisha Reporter.

]]>

ନୂଆଦିଲ୍ଲୀ: ରିତିନୀତିରେ ଚାଲିଥିଲା ବାହାଘର। ମନ୍ତ୍ର ପଢ଼ୁଥିଲେ ଜଜମାନ। ସେପଟେ ବାଜା ସାଙ୍ଗକୁ ବାଣ ମଧ୍ୟ ଫୁଟୁଥିଲା। ପରିବାର ଲୋକେ ଏବଂ ଅତିଥିଗଣ ମଧ୍ୟ ରୁଣ୍ଡ ହୋଇଥିଲେ। ଏତିକି ବେଳେ ହଠାତ୍ ମଣ୍ଡପ ଉପରେ ରାଗିଗଲେ କନିଆଁ। ରାଗରେ ତମ୍‌ତମ୍‌ ହୋଇ ମନ୍ତ୍ର ପଢ଼ୁଥିବା ପଣ୍ଡିତକୁ ଅଟକାଇ ବରକୁ ମାରିଦେଲେ ଚାପୁଡା। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଶେଆର ହୋଇଛି। ଏହାକୁ official_niranjanm87  ନାମକ ୟୁଜର ଶେଆର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୁଟଖା ଖାଉଥିବା ବରକୁ ପାନେ ଦେଇଛନ୍ତି ନବବଧୂ। ସମସ୍ତ ଆଗରେ ସେ ମାରିଛନ୍ତି ଚାପୁଡା।

ବର କନିଆଁ ମଣ୍ଡପରେ ବସିଛନ୍ତି। ହଠାତ୍‌ ପଣ୍ଡିତଙ୍କୁ ମନ୍ତ୍ର ପଢ଼ିବାକୁ ଅଟକାଉଛନ୍ତି ନବବଧୂ। ଏହାପରେ ପାଖରେ ବସିଥିବା ବରକୁ ରାଗିଯାଇ ଚାପୁଡା କସି ଦେଉଛନ୍ତି। ଶୀଘ୍ର ଯାଇ ପାଟିରୁ ଗୁଟଖା ଫୋପାଡି ଅସ ବୋଲି କହୁଛନ୍ତି। ନବବଧୂର କଥାମାନି ବର ମଧ୍ୟ ଧଡ଼ପଡ ଠିଆ ହୋଇ ଯାଉଛି। ଖାଉଥିବା ଗୁଟଖାକୁ ମୁହଁରୁ ଫୋପାଡି ଦେଉଛି।  କେବଳ ସେତିକି ନୁହେଁ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ରାଗିଯାଇ ନବବଧୂ ଜଣକ ଚାପୁଡ଼ା ମାରିଛନ୍ତି।

ଏହି ମଜାଦାର ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ବର୍ତ୍ତମାନ ଯାଏଁ ୨ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି। ଅନେକ ଲୋକେ ଏହି ଭିଡିଓରେ କମେଣ୍ଟ ମଧ୍ୟ କରିଛନ୍ତି। କନିଆଁ ଜଣକ ବରକୁ ଉଚିତ ଶିକ୍ଷା ଦେଇଛି ବୋଲି କିଛି ୟୁଜର୍ସମାନେ ଲେଖିଛନ୍ତି। ତେବେ କେଉଁ ସ୍ଥାନରେ ଏଭଳି ଘଟଣା ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ।

ସୂଚନା ମୁତାବକ ଗୁଟଖା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନୀକାରକ। ଏହା ଆମ ଶରୀରକୁ କ୍ଷତି ପହଞ୍ଚାଏ। ଏହି କାରଣ ଯୋଗୁଁ ସରକାର ମଧ୍ୟ ଗୁଟଖା ନଖାଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।

The post ରାଗିଗଲେ କନିଆଁ, ମଣ୍ଡପ ଉପରେ ବରକୁ ମାରିଲେ ଚାପୁଡ଼ା appeared first on Odisha Reporter.

]]>
left bottom 2021-08-28 13:52:47 https://cdn.odishareporter.in/wp-content/uploads/2021/08/28134831/Bride-Slap-Groom.jpg
ବାଜିଲାନି ପସନ୍ଦ ମୁତାବକ ଗୀତ, ମଣ୍ଡପକୁ ଗଲେନି ନବବଧୂ https://odishareporter.in/social-media/viral/bride-gets-angry-on-playing-wrong-entry-song-see-viral-video-670066 Thu, 26 Aug 2021 06:38:11 +0000 https://odishareporter.in/?p=670066

ନୂଆଦିଲ୍ଲୀ: ବିବାହ ଦିନଟିକୁ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ପୂର୍ବରୁ କେତେ କ’ଣ ପ୍ରସ୍ତୁତି କରନ୍ତି। ବିଶେଷ କରି ଯୁବତୀମାନେ ଅଧିକ ପ୍ଲାନିଂ କରିଥା’ନ୍ତି। ବିବାହର ଲେହେଙ୍ଗା ଠାରୁ ଆରମ୍ଭ କରି ମେକ୍‌-ଅପ୍‌ ମେହେନ୍ଦୀ, ହଳଦିକୁ ନେଇ କରିଥାନ୍ତି ନାନା ଯୋଜନା। ଏସବୁ ଜନିଷ ଯଦି କନିଆଁର ମନପସନ୍ଦ ମୁତାବକ ନହେଲା ତେବେ କଥା ସରିଲା। ତା’ ମନକୁ କଷ୍ଟ ହୁଏ। ନିକଟରେ ଏଭଳି ହିଁ କିଛି ଘଟିଛି ଏକ ବିବାହରେ। ବିବାହ ଚାଲିଥିଲା। […]

The post ବାଜିଲାନି ପସନ୍ଦ ମୁତାବକ ଗୀତ, ମଣ୍ଡପକୁ ଗଲେନି ନବବଧୂ appeared first on Odisha Reporter.

]]>

ନୂଆଦିଲ୍ଲୀ: ବିବାହ ଦିନଟିକୁ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ପୂର୍ବରୁ କେତେ କ’ଣ ପ୍ରସ୍ତୁତି କରନ୍ତି। ବିଶେଷ କରି ଯୁବତୀମାନେ ଅଧିକ ପ୍ଲାନିଂ କରିଥା’ନ୍ତି। ବିବାହର ଲେହେଙ୍ଗା ଠାରୁ ଆରମ୍ଭ କରି ମେକ୍‌-ଅପ୍‌ ମେହେନ୍ଦୀ, ହଳଦିକୁ ନେଇ କରିଥାନ୍ତି ନାନା ଯୋଜନା। ଏସବୁ ଜନିଷ ଯଦି କନିଆଁର ମନପସନ୍ଦ ମୁତାବକ ନହେଲା ତେବେ କଥା ସରିଲା। ତା’ ମନକୁ କଷ୍ଟ ହୁଏ। ନିକଟରେ ଏଭଳି ହିଁ କିଛି ଘଟିଛି ଏକ ବିବାହରେ।

ବିବାହ ଚାଲିଥିଲା। ଏଣ୍ଟ୍ରି କରିବାକୁ ପୂରା ପ୍ରସ୍ତୁତ ଥିଲେ ନବବଧୂ। ହେଲେ ଠିକ୍‌ ସମୟରେ ବାଜିଲାନି ତାଙ୍କ ମନପସନ୍ଦର ଗୀତ। ବାସ୍‌ ଏତିରେ ବିଗିଡିଗଲା ତାଙ୍କ ମୁଡ୍‌, ରାଗିଗଲେ। ରାଗ ଏତେ ଯେ ସେ ଆଉ ବିବାହ ମଣ୍ଡପକୁ ମଧ୍ୟ ଏଣ୍ଟ୍ରି କଲେ ନାହିଁ। ଭୁଲ୍‌ ଗୀତ ବାଜିବାରୁ ତାଙ୍କ ମନକୁ ଆଘାତ ଲାଗିଲା। ଗୋଡ କଚାଡି କାନ୍ଦୁଣୁ ମାନ୍ଦୁଣୁ ହୋଇଗଲେ। ଏପରିକି ଅଧା ବାଟରୁ ସେ ପଛକୁ ଫେରି ଯିବାକୁ ମଧ୍ୟ ଚେଷ୍ଟା କରିଥିଲେ। ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓଟିକୁ ଖୋଦ ନବବଧୂ ସାଜିଥିବା ଶିବାନୀ ପପ୍ପଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିରେ କ୍ୟାପସନରେ ସେ ଲେଖିଛନ୍ତି,‘ମୁଁ ମଣ୍ଡପକୁ ଏଣ୍ଟ୍ରି କରିବା ସମୟରେ ମୋ ପସନ୍ଦ ମୁତାବକ ଗୀତ ବାଜି ନଥିଲା।’ ଭିଡିଓରେ ଦେଖିବାକୁ ମିଳିଛି ଯେ, ନବବଧୂ ଜଣକ କହୁଛନ୍ତି ମୁଁ ଯେଉଁ ଗୀତ ବଜାଇବାକୁ କହିଥିଲି ତାହା କାହିଁକି ବାଜିଲାନି? ପରିବାର ଲୋକେ ତାଙ୍କୁ ବହୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ବୁଝୁ ନାହାନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ନବବଧୂଙ୍କ ଗୋଡ ଅଉ ମଣ୍ଡପ ଆଡକୁ ବଢ଼ିନଥିଲା। ଏହା ଦେଖି ସେଠାରେ ଉପସ୍ଥିତ ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଭିଡିଓଟି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଯାଏ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର ଏହି ଭିଡିଓରେ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆରେ, ଇଏ ତ ପାପାର ପରୀ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ‘ଡିଜେ ବାଲେ ବାବୁ ଦୁଲହନ କା ଗାନା ବଜାଦେ’। ସେହିପରି ଆଉ ଜଣେ କହିଛନ୍ତି, ଏହି ଦିନଟି ତାଙ୍କ ଦିନ। ଏଥିପାଇଁ ତାଙ୍କ ପସନ୍ଦ ମୁତାବକ ଗୀତ ବାଜିବା ଉଚିତ।

 

View this post on Instagram

 

A post shared by Voompla (@voompla)

The post ବାଜିଲାନି ପସନ୍ଦ ମୁତାବକ ଗୀତ, ମଣ୍ଡପକୁ ଗଲେନି ନବବଧୂ appeared first on Odisha Reporter.

]]>
left bottom 2021-08-26 12:08:11 https://cdn.odishareporter.in/wp-content/uploads/2021/08/26120649/Bride-Get-Angry.jpg
ସମୁଦ୍ରରେ ଖେଳିଲା ପିଙ୍କ୍ ଡଲଫିନ୍, ଭିଡିଓ ଭାଇରାଲ୍ https://odishareporter.in/social-media/viral/video-of-pink-dolphins-swimming-in-ocean-goes-viral-669425 Mon, 23 Aug 2021 15:31:17 +0000 https://odishareporter.in/?p=669425

ନୂଆଦିଲ୍ଲୀ: ସାଧାରଣ ଦୁନିଆ ଠାରୁ ସମୁଦ୍ରର ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ। ସେଠାକାର ତାପମାତ୍ରା, ଗଛ, କୀଟ ଓ ପଶୁ ସମସ୍ତେ ସାମାନ୍ୟ ଦୁନିଆ ଠାରୁ ଅଲଗା ହୋଇଥାନ୍ତି। ସମୁଦ୍ରରେ ଏବେବି ବଡ଼ ସଂଖ୍ୟାରେ ଏମିତି କିଛି ପ୍ରଜାତି ଅଛନ୍ତି, ଯାହାଙ୍କର ସନ୍ଧାନ ଜାରି ରହିଛି। ସମୁଦ୍ରରେ ପ୍ରାୟତଃ ଡଲଫିନ୍ ଅଧିକ ଦେଖିବାକୁ ମିଳେ। ହେଲେ କେହି କେବେ ପିଙ୍କ୍ ଡଲଫିନ୍ ଦେଖିଛନ୍ତି କି? ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ବି ଏହା ସତ। ଆଜିକାଲି ସୋଶାଲ ମିଡିଆରେ […]

The post ସମୁଦ୍ରରେ ଖେଳିଲା ପିଙ୍କ୍ ଡଲଫିନ୍, ଭିଡିଓ ଭାଇରାଲ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ସାଧାରଣ ଦୁନିଆ ଠାରୁ ସମୁଦ୍ରର ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ। ସେଠାକାର ତାପମାତ୍ରା, ଗଛ, କୀଟ ଓ ପଶୁ ସମସ୍ତେ ସାମାନ୍ୟ ଦୁନିଆ ଠାରୁ ଅଲଗା ହୋଇଥାନ୍ତି। ସମୁଦ୍ରରେ ଏବେବି ବଡ଼ ସଂଖ୍ୟାରେ ଏମିତି କିଛି ପ୍ରଜାତି ଅଛନ୍ତି, ଯାହାଙ୍କର ସନ୍ଧାନ ଜାରି ରହିଛି। ସମୁଦ୍ରରେ ପ୍ରାୟତଃ ଡଲଫିନ୍ ଅଧିକ ଦେଖିବାକୁ ମିଳେ। ହେଲେ କେହି କେବେ ପିଙ୍କ୍ ଡଲଫିନ୍ ଦେଖିଛନ୍ତି କି? ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ବି ଏହା ସତ।

ଆଜିକାଲି ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଏକ ପିଙ୍କ ଡଲଫିନ୍ ଦେଖିବାକୁ ମିଳିଛି। ଆଉ ଏହି ଡଲଫିନର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଡଲଫିନ୍ ସମୁଦ୍ରରେ ଖୁବ୍ ମଜାରେ ଖେଳୁଛି। ସାଧାରଣତ ନୀଳ କିମ୍ବା କଳା ରଙ୍ଗର ଡଲଫିନ୍ ଦେଖିବାକୁ ମିଳେ, କିନ୍ତୁ ଏହି ଭିଡିଓରେ ଯେଉଁ ଡଲଫିନ୍ ଦେଖିବାକୁ ମିଳିଛି ତାହା ପିଙ୍କ୍।

ଏହି ଭିଡିଓ କୌଣସି ସମୁଦ୍ରରୁ ଶୁଟ୍ କରାଯାଇଛି। ହେଲେ ଏହା କେଉଁଠିକାର, ତା’ର ସୂଚନା ଦିଆଯାଇନାହିଁ। ଡଲଫିନ୍ ହେଉଛି ଏକ ଫ୍ରେଣ୍ଡଲୀ ସାମୁଦ୍ରିକ ଜୀବ। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ପିଙ୍କ ଡଲଫିନ୍ ପାଣିରେ ଛୋଟ ଛୁଆଙ୍କ ଭଳି ଖେଳୁଛି। କେତେବେଳେ ପାଣି ଉପରକୁ ଯାଉଛି ତ କେତେବେଳେ ପାଣି ଭିତରକୁ ଚାଲି ଯାଉଛି। ସମୁଦ୍ରରେ ଏଭଳି ଦୃଶ୍ୟ ଖୁବ୍ ଜବରଦସ୍ତ ହୋଇଛି।

ଏହି ଭିଡିଓକୁ ଆଇଏଫସ୍ ଅଫିସର୍ ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର୍ କରିଛନ୍ତି। ଭିଡିଓକୁ ଶେୟାର୍ କରି ସେ ଲେଖିଛନ୍ତି, ଯଦି ଆପଣମାନେ ପିଙ୍କ ଡଲଫିନ୍ ଦେଖିନାହାନ୍ତି, ତାହେଲେ ଏଠାରେ ଦେଖନ୍ତୁ। ଏହି ଭିଡିଓଟି ମାତ୍ର ୧୫ ସେକେଣ୍ଡର। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୬ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ସୋଶାଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି।

The post ସମୁଦ୍ରରେ ଖେଳିଲା ପିଙ୍କ୍ ଡଲଫିନ୍, ଭିଡିଓ ଭାଇରାଲ୍ appeared first on Odisha Reporter.

]]>
left bottom 2021-08-23 21:03:51 https://cdn.odishareporter.in/wp-content/uploads/2021/08/23205942/pink-dolphin.jpg
ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ଚପଲରେ ସେକି ଦେଇ ଗଲେ ମହିଳା https://odishareporter.in/social-media/viral/anothe-thappad-kand-in-lucknow-a-woman-beaten-an-auto-driver-669249 Mon, 23 Aug 2021 07:33:08 +0000 https://odishareporter.in/?p=669249

ଲକ୍ଷ୍ନୌ: ପୁଣି ବିଚ୍‌ ରାସ୍ତାରେ ହେଲା ଚାପୁଡା କାଣ୍ଡ। କେବଳ ଚାପୁଡା ନୁହେଁ ଚପଲରେ ସେକି ଦେଇ ଗଲେ ମହିଳା। ଜଣେ ଅଟୋ ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାରିଲେ ମାଡ଼। ପୁଲିସ ଉପସ୍ଥିତିରେ ଡ୍ରାଇଭରଙ୍କୁ ମାଡ ଉପରେ ମାଡ ମାରି ଚାଲିଲେ ମହିଳା। ଏଭଳି ଘଟଣା ଘଟିଛି ପୁଣି ଥରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ସୂଚନା ମୁତାବକ ଲକ୍ଷ୍ନୌରେ ଜଣେ ଅଟୋ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ଜଣେ ମହିଳା ଚାପୁଡା ମାରି ସହ ଚପଲରେ ମାଡ ମାରିଛନ୍ତି। ଡ୍ରାଇଭର […]

The post ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ଚପଲରେ ସେକି ଦେଇ ଗଲେ ମହିଳା appeared first on Odisha Reporter.

]]>

ଲକ୍ଷ୍ନୌ: ପୁଣି ବିଚ୍‌ ରାସ୍ତାରେ ହେଲା ଚାପୁଡା କାଣ୍ଡ। କେବଳ ଚାପୁଡା ନୁହେଁ ଚପଲରେ ସେକି ଦେଇ ଗଲେ ମହିଳା। ଜଣେ ଅଟୋ ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାରିଲେ ମାଡ଼। ପୁଲିସ ଉପସ୍ଥିତିରେ ଡ୍ରାଇଭରଙ୍କୁ ମାଡ ଉପରେ ମାଡ ମାରି ଚାଲିଲେ ମହିଳା। ଏଭଳି ଘଟଣା ଘଟିଛି ପୁଣି ଥରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ।

ସୂଚନା ମୁତାବକ ଲକ୍ଷ୍ନୌରେ ଜଣେ ଅଟୋ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ଜଣେ ମହିଳା ଚାପୁଡା ମାରି ସହ ଚପଲରେ ମାଡ ମାରିଛନ୍ତି। ଡ୍ରାଇଭର ଜଣକ ପୂରା ଭଡା ମାଗିବା ପରେ ଦୁଇ ଜଣ ପୁରୁଷଙ୍କ ସାଙ୍ଗରେ ଥିବା ମହିଳା ଜଣକ ରାଗି ଯାଉଛନ୍ତି। ପରେ ସମସ୍ତ ଆଗରେ ଜୋତା କାଢ଼ି ତାଙ୍କୁ ପିଟୁଛନ୍ତି। ଏହାପରେ ଡ୍ରାଇଭର ଜଣକ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ ପୁଲିସ ଏବଂ ହୋମଗାର୍ଡଙ୍କୁ ସହାୟତା ମାଗୁଛନ୍ତି। ପରେ ବଡ କଷ୍ଟରେ ଉକ୍ତ ମହିଳାଙ୍କ ଠାରୁ ଅଟୋ ଡ୍ରାଇଭରଙ୍କୁ ରକ୍ଷା କରୁଛନ୍ତି ଟ୍ରାଫିକ ପୁଲିସ। ଏହି ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ସେପଟେ ଥାନାରେ ଏହି ମାମଲାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, କମ୍‌ ଭଡ଼ାକୁ ନେଇ ଏହି ଡ୍ରାଇଭର ଜଣକ ବିରୋଧ କରିଥିଲେ। ମହିଳା ଏବଂ ଦୁଇ ପୁରୁଷଙ୍କ ଠାରୁ ସେ ପୂରା ଭଡ଼ା ଟଙ୍କା ମାଗିଥିଲେ। ଏଥିରେ ମହିଳା ଜଣକ ରାଗି ଯାଇ ତାଙ୍କୁ ମାରପିଟ୍‌ କରିଥିବା ସେ କହିଛନ୍ତି। ସେପଟେ  ଭିଡ ବଢ଼ୁଥିବା ଦେଖି  ଘଟଣାସ୍ଥଳରୁ ହିଁ ମହିଳା ଏବଂ ଦୁଇ ପୁରୁଷ ଫେରାର ହୋଇଯାଇଥିବା ଟ୍ରାଫିକ୍‌ ପୁଲିସ ଜଣକ କହିଛନ୍ତି।

ଭିଡିଓଟି ସାମ୍ନାକୁ ଆସିବା ପରେ ଉକ୍ତ ମହିଳାଙ୍କୁ ଅନେକ ୟୁଜର୍ସ ସମାଲୋଚନା କରିଛନ୍ତି। ସେପଟେ ଆଉ କିଛି ସୋଶାଲ ମିଡିଆ ଷ୍ଟଣ୍ଟ ପାଇଁ ଏଭଳି କରାଯାଉଥିବା ଅଭିଯୋଗ ଉଠାଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଲକ୍ଷ୍ନୌରେ ଏଭଳି ସମାନ ଘଟଣା ସାମ୍ନାକୁ ଆସିଥିଲା। ଜଣେ ଯୁବତୀ କ୍ୟାବ୍‌ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ ମାରିଥିଲେ। ଗୋଟିଏ କି ଦୁଇଟି ନୁହେଁ ଲଗାତାର ସମସ୍ତଙ୍କ ସାମ୍ନାରେ ଯୁବତୀ ଜଣକ ଡ୍ରାଇଭରଙ୍କୁ ୨୧ଟି ଚାପୁଡା ମାରିଥିଲେ। ପରେ ଏହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଉକ୍ତ ଡ୍ରାଇଭର। ପୁଲିସ ମଧ୍ୟ ଅଭିଯୁକ୍ତ ଯୁବତୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଏଯାଏଁ ଏହି ମାମଲା ଶାନ୍ତ ପଡି ନାହିଁ। ଯୁବତୀ ଜଣକଙ୍କୁ ତାଙ୍କର ଏଭଳି କାଣ୍ଡ ପାଇଁ ତାଙ୍କୁ ଚାରିଆଡୁ ବିରୋଧ କରାଯାଉଛି।

The post ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ଚପଲରେ ସେକି ଦେଇ ଗଲେ ମହିଳା appeared first on Odisha Reporter.

]]>
left bottom, viral video 2021-08-23 14:47:22 https://cdn.odishareporter.in/wp-content/uploads/2021/08/23125621/Lucknow-chappal_kaand.jpg
ବାଇକ୍ ସମେତ ଚାଳକଙ୍କୁ ମଧ୍ୟ ଉଠାଇ ଆଣିଲା ପୁଲିସ https://odishareporter.in/social-media/viral/viral-picture-of-motorcycle-being-towed-along-with-rider-in-pune-668701 Sat, 21 Aug 2021 07:04:43 +0000 https://odishareporter.in/?p=668701

ମୁମ୍ବାଇ: ବନ୍ୟା ସମୟରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ଏୟାରଲିପ୍ଟ କରାଯାଉଥିବା ଆପଣମାନେ ଦେଖିଥିବେ। କିନ୍ତୁ କେବେ ବାଇକ୍‌ ସହ ବାଇକ ଉପରେ ବସିଥିବା ଚାଳକଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଇଥିବା ଦେଖିଛନ୍ତି? ନିକଟରେ ଏଭଳି ହିଁ ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଅଜବଗଜବ ଭିଡିଓ ସାମ୍ନାକୁ ଆସିଛି। ନୋ ପାର୍କିଂ ଜୋନ୍‌ରେ ବାଇକ୍‌ ଠିଆ କରିଥିବା ଏକ ବାଇକ୍‌କୁ ଟ୍ରାଫିକ୍‌ ପୁଲିସ […]

The post ବାଇକ୍ ସମେତ ଚାଳକଙ୍କୁ ମଧ୍ୟ ଉଠାଇ ଆଣିଲା ପୁଲିସ appeared first on Odisha Reporter.

]]>

ମୁମ୍ବାଇ: ବନ୍ୟା ସମୟରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ଏୟାରଲିପ୍ଟ କରାଯାଉଥିବା ଆପଣମାନେ ଦେଖିଥିବେ। କିନ୍ତୁ କେବେ ବାଇକ୍‌ ସହ ବାଇକ ଉପରେ ବସିଥିବା ଚାଳକଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଇଥିବା ଦେଖିଛନ୍ତି? ନିକଟରେ ଏଭଳି ହିଁ ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଅଜବଗଜବ ଭିଡିଓ ସାମ୍ନାକୁ ଆସିଛି। ନୋ ପାର୍କିଂ ଜୋନ୍‌ରେ ବାଇକ୍‌ ଠିଆ କରିଥିବା ଏକ ବାଇକ୍‌କୁ ଟ୍ରାଫିକ୍‌ ପୁଲିସ କ୍ରେନ ସାହାଯ୍ୟରେ ଉଠାଇ ଆଣିଛି। ମଜା କଥା ହେଉଛି ଯେ, ଏହି ବାଇକ୍‌କୁ ଉଠାଇବା ସମୟରେ ବାଇକ୍‌ ଚାଳକ ଜଣକ ବାଇକ୍‌ ଉପରେ ବସିଥିବ ନଜର ଆସିଥିଲେ। ଏହି ଦୃଶ୍ୟକୁ ଦେଖି ସେଠାରେ ପ୍ରବଳ ଭିଡ ଜମିଥିଲା।

ବାଇକ ଚାଳକ ଜଣକ ବାଇକ୍‌କୁ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ। କହିଥିଲେ-‘ସାର୍‌ ମୋ ବାଇକ୍‌ଟି ନୋ ପାର୍କିଂ ଜୋନ୍‌ରେ ନଥିଲା।’ ଏହା କହିବା ସତ୍ତ୍ୱେ ଟ୍ରାଫିକ ପୁଲିସ ଜଣକ କିଛି ଶୁଣି ନଥିଲେ। ବାଇକ୍‌ ସମେତ ବାଇକ୍‌ ଚାଳକଙ୍କୁ ମଧ୍ୟ କ୍ରେନ୍‌ ସହାଯ୍ୟରେ ଉଠାଇ ନେଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଭାଇରାଲ ହୋଇଛି। ଟ୍ରାଫିକ ବିଭାଗର ଏଭଳି କାର୍ଯ୍ୟ ଉପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ପୁଣେ ଟ୍ରାଫିକ୍‌ ଡିସିପି ରାହୁଲ ଶ୍ରୀରାମ କହିଛନ୍ତି, ‘ବାଇକ୍‌ଟି ନୋ ପାର୍କିଂ ଜୋନ୍‌ରେ ପାର୍କିଂ ହୋଇଥିଲା। ଯେତେବେଳେ ଆମ ଅଧିକାରୀମାନେ ଉକ୍ତ ବାଇକ୍‌କୁ ଉଠାଇ ନେଇଥିଲେ, ସେତେବେଳେ ବାଇକର ମାଲିକ ଦୌଡି ଆସି ବାଇକ୍‌ ଉପରେ ବସି ପଡିଥିଲେ। ତାଙ୍କୁ ବାଇକ୍‌ ଉପରୁ ତଳକୁ ଓହ୍ଲାଇବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ସେ ଶୁଣି ନଥିଲେ। ପରେ ସେ ନିଜ ଭୁଲ ମାନିଛନ୍ତି। ଜରିମାନା ମଧ୍ୟ ଦେଇଥିବା ଟ୍ରାଫିକ ଡିସିପି କହିଛନ୍ତି।’

The post ବାଇକ୍ ସମେତ ଚାଳକଙ୍କୁ ମଧ୍ୟ ଉଠାଇ ଆଣିଲା ପୁଲିସ appeared first on Odisha Reporter.

]]>
left bottom 2021-08-21 12:38:35 https://cdn.odishareporter.in/wp-content/uploads/2021/08/21123343/traffic-police-towed-rider-along-with-bike.jpg
ଅଟୋ ଡ୍ରାଇଭର ପାଇଁ ଫାଇନ୍‌ ରାଶି ଦେଲେ ପୁଲିସ ବାବୁ https://odishareporter.in/social-media/viral/nagpur-cop-pays-fine-for-auto-driver-667329 Mon, 16 Aug 2021 05:51:59 +0000 https://odishareporter.in/?p=667329

ନାଗପୁର: ସହୃଦୟ ଦେଖାଇଲେ ପୁଲିସ ବାବୁ। ଅଟୋ ଡ୍ରାଇଭର ପାଇଁ ନିଜେ ଭରିଲେ ଫାଇନ୍‌ ଟଙ୍କା।  ପୁଲିସ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ଜାତ ହୁଏ। ପୁଲିସର ପରିଚୟ ଜଣେ କଠୋର ଅଧିକାରୀ ଭାବରେ ହୋଇଥାଏ। ପ୍ରାୟତଃ ଅଧିକାଂଶ ପୁଲିସ ବାବୁଙ୍କ ଆଚରଣ ଦେଖି ଲୋକେ ଭୟଭୀତ ହେବା ସହ ଚିନ୍ତିତ ହୋଇପଡନ୍ତି।  କିନ୍ତୁ ଏଭଳି କିଛି ସଚ୍ଚୋଟ ପୁଲିସ କର୍ମଚାରୀ ଅଛନ୍ତି, ଯିଏକି ଅନ୍ୟମାନଙ୍କ ସହାୟତା କରିବା ପାଇଁ ଆଗକୁ ଆସିଯା’ନ୍ତି। ମହାରାଷ୍ଟ୍ର ନଗପୁରରେ […]

The post ଅଟୋ ଡ୍ରାଇଭର ପାଇଁ ଫାଇନ୍‌ ରାଶି ଦେଲେ ପୁଲିସ ବାବୁ appeared first on Odisha Reporter.

]]>

ନାଗପୁର: ସହୃଦୟ ଦେଖାଇଲେ ପୁଲିସ ବାବୁ। ଅଟୋ ଡ୍ରାଇଭର ପାଇଁ ନିଜେ ଭରିଲେ ଫାଇନ୍‌ ଟଙ୍କା।  ପୁଲିସ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ଜାତ ହୁଏ। ପୁଲିସର ପରିଚୟ ଜଣେ କଠୋର ଅଧିକାରୀ ଭାବରେ ହୋଇଥାଏ। ପ୍ରାୟତଃ ଅଧିକାଂଶ ପୁଲିସ ବାବୁଙ୍କ ଆଚରଣ ଦେଖି ଲୋକେ ଭୟଭୀତ ହେବା ସହ ଚିନ୍ତିତ ହୋଇପଡନ୍ତି।  କିନ୍ତୁ ଏଭଳି କିଛି ସଚ୍ଚୋଟ ପୁଲିସ କର୍ମଚାରୀ ଅଛନ୍ତି, ଯିଏକି ଅନ୍ୟମାନଙ୍କ ସହାୟତା କରିବା ପାଇଁ ଆଗକୁ ଆସିଯା’ନ୍ତି।

ମହାରାଷ୍ଟ୍ର ନଗପୁରରେ ଏଭଳି ହିଁ ଜଣେ ପୁଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିଛି। ନଗପୁରର ବରିଷ୍ଠ ପୁଲିସ ଅଧିକାରୀ ଅଜୟ ମାଲବିୟ। ନିକଟରେ ସେ ଏଭଳି କିଛି କାମ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛି। ଏପରିକି ସୋଶାଲ ମିଡିଆରେ ମଧ୍ୟ ତାଙ୍କର ଜୋରଦାର ଚର୍ଚ୍ଚା ହେଉଛି।

ସୀତାବୁଲ୍‌ଦି ଟ୍ରାଫିକ ଅଞ୍ଚଳରେ ରୋହିତ ନାମକ ଜଣେ ଅଟୋ ଡ୍ରାଇଭର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିଲେ। ଏହି କାରଣ ଯୋଗୁଁ ବରିଷ୍ଠ ପୁଲିସ ଅଧିକାରୀ ଅଜୟ ମାଲବିୟ ଅଟୋ ଡ୍ରାଇଭରଙ୍କ ନାଁରେ ୨୦୦୦ ଟଙ୍କା ଚାଲାଣ କାଟିଥିଲେ। କେବଳ ସେତିକି ନୁହେଁ ଉକ୍ତ ଅଟୋ ଡ୍ରାଇଭରଙ୍କ ଅଟୋକୁ ମଧ୍ୟ ସେ ଜବତ କରିନେଇଥିଲେ।

ତେବେ ଫାଇନ୍‌ ଭରିବାକୁ ଅଟୋ ଡ୍ରାଇଭର ଅସମର୍ଥ ଥିଲେ। ଫଳରେ ବାଧ୍ୟ ହୋଇ ଫାଇନ୍‌ ଦେବାକୁ ତାଙ୍କ  କୁନି ପୁଅ ସଞ୍ଚିତ କରି ରଖିଥିବା ପିଗି ବ୍ୟାଙ୍କରୁ ଟଙ୍କା ନେଇ ଥାନାରେ ପହଞ୍ଚିଥିଲେ। ଏହି ଦୃଶ୍ୟ ଦେଖି ପୁଲିସ ବାବୁଙ୍କ ହୃଦୟ ତରଳି ଯାଇଥିଲା। ସେ ଅଟୋ ଡ୍ରାଇଭରଙ୍କ ଠାରୁ ଆଉ ଫାଇନ୍‌ ଟଙ୍କା ନେଇନଥିଲେ। ଅଟୋ ଡ୍ରାଇଭରଙ୍କ ବଦଳରେ ସେ ନିଜେ ଫାଇନ୍‌ ଟଙ୍କା ଦେଇଥିଲେ। ନାଗପୁର ପୁଲିସ ଏସମସ୍ତ ଘଟଣା ବିଷୟରେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେଆର କରିଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ ଅଗଷ୍ଟ ୮ ତାରିଖରେ ଉକ୍ତ ଅଟୋ ଡ୍ରାଇଭରଙ୍କ ନାଁରେ ଚାଲାଣ କଟିଥିଲା, କାରଣ ସେ ନୋ ପାର୍କିଂରେ ନିଜ ଅଟୋ ପାର୍କିଂ କରିଥିଲେ। ଲକଡାଉନ୍‌ ଯୋଗୁଁ ଅଟୋ ଡ୍ରାଇଭର ରୋହିତଙ୍କ ପାଖରେ କୌଣସି ଟଙ୍କା ନଥିଲା। ଏଥିପାଇଁ ସେ ଫାଇନ୍‌ ଟଙ୍କା ଦେବାକୁ ଅସମର୍ଥ ଥିଲେ।

The post ଅଟୋ ଡ୍ରାଇଭର ପାଇଁ ଫାଇନ୍‌ ରାଶି ଦେଲେ ପୁଲିସ ବାବୁ appeared first on Odisha Reporter.

]]>
left bottom, Maharashtra, Maharashtra Police 2021-08-16 13:06:21 https://cdn.odishareporter.in/wp-content/uploads/2021/08/16112142/cop-pay-fine-for-auto-driver.jpg
ମ୍ୟାଚ ବେଳେ ବିରାଟଙ୍କ ନାଗିନ ଡ୍ୟାନ୍ସ! https://odishareporter.in/social-media/viral/virats-nagin-dance-during-lords-test-match-against-england-667035 Sat, 14 Aug 2021 15:27:49 +0000 https://odishareporter.in/?p=667035

ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡର ଲର୍ଡସରେ ଚାଲିଛି। ଦଳ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୬୪ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଏହି ଦ୍ୱିତୀୟ ଦିନରେ ବିରାଟ କୋହଲିଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିରାଟ କୋହଲିଙ୍କ ଏହି ଫଟୋ ଲର୍ଡସ ଷ୍ଟାଡିୟମର ଏକ ବାଲକୋନୀରେ ଛିଡ଼ା ହୋଇଥିବା ବେଳେ […]

The post ମ୍ୟାଚ ବେଳେ ବିରାଟଙ୍କ ନାଗିନ ଡ୍ୟାନ୍ସ! appeared first on Odisha Reporter.

]]>

ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡର ଲର୍ଡସରେ ଚାଲିଛି। ଦଳ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୬୪ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଏହି ଦ୍ୱିତୀୟ ଦିନରେ ବିରାଟ କୋହଲିଙ୍କ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିରାଟ କୋହଲିଙ୍କ ଏହି ଫଟୋ ଲର୍ଡସ ଷ୍ଟାଡିୟମର ଏକ ବାଲକୋନୀରେ ଛିଡ଼ା ହୋଇଥିବା ବେଳେ ଉଠାଯାଇଛି।

ଏହି ଫଟୋକୁ ଦେଖି ସୋଶାଲ ମିଡିଆରେ ଲୋକେ ଅନୁମାନ କରିଥିଲେ ଯେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲର୍ଡସ ବାଲକୋନୀରେ ନାଗିନ ଡ୍ୟାନ୍ସ କରୁଥିଲେ। ଯେଉଁଥିରେ ବିରାଟ କୋହଲିଙ୍କ ପୋଜ୍ ନାଗିନ ଡ୍ୟାନ୍ସ ପରି ଦେଖାଯାଉଛି। ଏହାକୁ ଦେଖି ମହମ୍ମଦ ସିରାଜ ଏବଂ କେ.ଏଲ୍ ରାହୁଲ ମଧ୍ୟ ହସୁ ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସୋଶାଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ୟୁଜର।

ଦ୍ୱିତୀୟ ଦିନରେ ବିରାଟ କୋହଲିଙ୍କ ଫଟୋ ଭାଇରାଲ ହୋଇଥିବାବେଳେ ତୃତୀୟ ଦିନରେ ଅର୍ଥାତ୍ ଶନିବାର ଭାରତୀୟ ଖେଳାଳିଙ୍କ ପ୍ରତି ଭଲ ବ୍ୟବହାର ହୋଇନଥିବା ଦେଖିବାକୁ ମିଳିଛି। ଦର୍ଶକ ଟିମ୍ ଇଣ୍ଡିଆ ବ୍ୟାଟସମ୍ୟାନ କେ.ଏଲ୍ ରାହୁଲଙ୍କ ଉପରେ ଶାମ୍ପେନ୍ ବୋତଲରେ ଲାଗିଥିବା କର୍କକୁ ଫିଙ୍ଗିଥିଲେ। ଯାହାକୁ ଦେଖି ଦର୍ଶକଙ୍କ ଆଚରଣ ଉପରେ ଅଧିନାୟକ ବିରାଟ କୋହଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ କୋହଲି କହିଛନ୍ତି ତାଙ୍କ ଆଡକୁ କର୍କ ଫିଙ୍ଗିବାକୁ।

ସୂଚନାଯୋଗ୍ୟ, ତୃତୀୟ ଦିନରେ ୩୬୪ ରନର ଟାର୍ଗେଟ ପିଛା କରି ଇଂଲଣ୍ଡ ଖବର ଲେଖା ହେବା ସୁଦ୍ଧା ୫ ୱିକେଟ୍ ହରାଇ ୩୦୯ ରନ୍ କରିଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟି ମ୍ୟାଚ୍ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ଡ୍ର ରହିଥିଲା। ଶେଷ ଦିନରେ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୧୫୭ ରନ୍ ଆବଶ୍ୟକ ଥିଲା, କିନ୍ତୁ ବର୍ଷା ପାଇଁ ଗୋଟିଏ ବି ବଲ୍ ଖେଳାଯାଇ ପାରିନଥିଲା। ତେଣୁ ମ୍ୟାଚକୁ ଡ୍ର ରଖାଯାଇଥିଲା।

The post ମ୍ୟାଚ ବେଳେ ବିରାଟଙ୍କ ନାଗିନ ଡ୍ୟାନ୍ସ! appeared first on Odisha Reporter.

]]>
left bottom 2021-08-14 20:59:16 https://cdn.odishareporter.in/wp-content/uploads/2021/08/14205606/Kohli-nagin-dance.jpg
କରୋନା ରୋଗୀଙ୍କ ପାଇଁ ଡେଲ୍ଟା ରୋବୋଟ୍‌ https://odishareporter.in/social-media/viral/covid-helper-indonesian-village-turns-unwanted-trash-into-delta-robot-666988 Sat, 14 Aug 2021 12:28:19 +0000 https://odishareporter.in/?p=666988

ନୂଆଦିଲ୍ଲୀ: ପୂରା ବିଶ୍ୱକୁ କବଳିତ କରିଛି କରୋନା। ଚାରିଆଡେ ହାହାକାର। ସମସ୍ତଙ୍କୁ କରୁଛି କଲବଲ। ବିଦେଶରେ ଏବେ ମାତିଛି କରୋନାର ଡେଲ୍ଟା ଭାରିଏଣ୍ଟ। ବିଶେଷକରି ଇଣ୍ଡୋନେସିଆ ଏବେ ଡେଲ୍ଟା ଭାରିଏଣ୍ଟ ସହ ଲଢ଼ୁଛି। ଏଠାରେ ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ଜଣେ ବ୍ୟକ୍ତି ତିଆରି କରିଛନ୍ତି ନିଆରା ରୋବୋଟ୍‌। ଇଣ୍ଡୋନେସିଆର ୫୩ ବର୍ଷୀୟ ଅସିୟାନ୍ତୋ। ସେ କବାଡି ଜିନିଷରେ ତିଆରି କରିଛନ୍ତି ରୋବୋଟ୍‌, ଆଉ ଏହାର ନାଁ ଦେଇଛନ୍ତି […]

The post କରୋନା ରୋଗୀଙ୍କ ପାଇଁ ଡେଲ୍ଟା ରୋବୋଟ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ପୂରା ବିଶ୍ୱକୁ କବଳିତ କରିଛି କରୋନା। ଚାରିଆଡେ ହାହାକାର। ସମସ୍ତଙ୍କୁ କରୁଛି କଲବଲ। ବିଦେଶରେ ଏବେ ମାତିଛି କରୋନାର ଡେଲ୍ଟା ଭାରିଏଣ୍ଟ। ବିଶେଷକରି ଇଣ୍ଡୋନେସିଆ ଏବେ ଡେଲ୍ଟା ଭାରିଏଣ୍ଟ ସହ ଲଢ଼ୁଛି। ଏଠାରେ ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ଜଣେ ବ୍ୟକ୍ତି ତିଆରି କରିଛନ୍ତି ନିଆରା ରୋବୋଟ୍‌।

ଇଣ୍ଡୋନେସିଆର ୫୩ ବର୍ଷୀୟ ଅସିୟାନ୍ତୋ। ସେ କବାଡି ଜିନିଷରେ ତିଆରି କରିଛନ୍ତି ରୋବୋଟ୍‌, ଆଉ ଏହାର ନାଁ ଦେଇଛନ୍ତି ଡେଲ୍ଟା ରୋବୋଟ୍‌। ଘରେ ପ୍ରସ୍ତୁତ ହୋଇଥିବା ଏହି ରୋବୋଟ୍‌ ବେଶ୍‌ ଉପଯୋଗୀ। ଏହା କୀଟନାଶକ ସ୍ପ୍ରେ କରିବା ଠାରୁ ଆରମ୍ଭ କରି କୋଭିଡ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ଖାଦ୍ୟ ପହଞ୍ଚାଇବା କାମ କରେ।

ରିମୋଟ୍‌ରେ ଚାଲିତ ଏହି ରୋବୋଟ୍‌ର ମୁଣ୍ଡକୁ ରାଇସ୍‌ କୁକର୍‌ରେ ତିଆରି କରାଯାଇଛି

ଯେଉଁ କରୋନା ରୋଗୀମାନେ ସେଲ୍ଫ ଆଇସୋଲେସନରେ ରହୁଛନ୍ତି ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗଉଛି  ଡେଲ୍ଟା ରୋବୋଟ୍‌। ସେମାନଙ୍କୁ ସ୍ପିକର୍‌ ଜରିଆରେ ହେଲୋ… କହିବା ସହ ତାଙ୍କ ପାଖକୁ ଖାଦ୍ୟ ପହଞ୍ଚାଏ। କେବଳ ସେତିକି ନୁହେଁ ସେମାନେ କିଭଳି ଶୀଘ୍ର ସୁସ୍ଥ ହେବେ ସେଥିପାଇଁ ପ୍ରାର୍ଥନା ମଧ୍ୟ କରେ।

ରିମୋଟ୍‌ରେ ଚାଲିତ ଏହି ରୋବୋଟ୍‌ର ମୁଣ୍ଡକୁ ରାଇସ୍‌ କୁକର୍‌ରେ ତିଆରି କରାଯାଇଛି। ସେହିପରି ତା’ର ଶରୀରଟି ପୁରୁଣା କମ୍ପ୍ୟୁଟର ମନିଟର ଏବଂ ଅନ୍ୟ କିଛି କବାଡି ଜିନିଷରେ ତିଆରି କରାଯାଇଛି। ଥରେ ଚାର୍ଜ ହେଲା ଏହାର ବ୍ୟାଟେରୀ ପ୍ରାୟ ୧୨ ଘଣ୍ଟା ଯାଏ ଚାଲେ।

ସୂଚନା ମୁତାବକ, ଡେଲ୍ଟା ରୋବୋଟ୍‌ ଇଣ୍ଡୋନେସିଆର ଟେମ୍ବୋକ ଗାଁରେ ତିଆରି ହୋଇଥିବା ଅନେକ ରୋବୋଟ ମଧ୍ୟରୁ ଗୋଟିଏ। ଉକ୍ତ ଗାଁଟି ନିଜର ଅଦ୍ଭୁତ ଉଦ୍ଭାବନ ପାଇଁ ବେଶ୍‌ ପ୍ରସିଦ୍ଧ। ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍ତମ ସହର ସୁରାବାୟା ଠାରେ ଏହି ଗାଁ ଉପସ୍ଥିତ, ଯେଉଁଠି ଗତ ଏକ ମାସ ଧରି କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି।

The post କରୋନା ରୋଗୀଙ୍କ ପାଇଁ ଡେଲ୍ଟା ରୋବୋଟ୍‌ appeared first on Odisha Reporter.

]]>
left bottom 2021-08-14 17:58:59 https://cdn.odishareporter.in/wp-content/uploads/2021/08/14175433/Delta-robot.jpg