Sports – Odisha Reporter https://odishareporter.in Mon, 10 May 2021 18:29:18 +0000 en-US hourly 1 ଶ୍ରୀଲଙ୍କାରେ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିବ ଟିମ୍ ଇଣ୍ଡିଆ https://odishareporter.in/sports/cricket/india-to-play-3-odis-3-t20is-against-sri-lanka-in-july-642318 Mon, 10 May 2021 18:17:42 +0000 https://odishareporter.in/?p=642318

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ନେଇ ଘୋଷଣା କରିଛନ୍ତି । ଯାହା ପରେ ଏହି ସିରିଜକୁ ନେଇ ଉତ୍ସାହ ବଢ଼ି ଯାଇଛି । ଏହି ସିରିଜ ଜୁଲାଇର ଦ୍ୱିତୀୟ ଭାଗରେ ଖେଳାଯାଇପାରେ । ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ଆୟୋଜନ ହେବ । ଏହି ଗସ୍ତ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ଭାରତୀୟ ଟିମ୍ ଶ୍ରୀଲଙ୍କାରେ ପହଞ୍ଚିବ । ଗାଙ୍ଗୁଲି […]

The post ଶ୍ରୀଲଙ୍କାରେ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିବ ଟିମ୍ ଇଣ୍ଡିଆ appeared first on Odisha Reporter.

]]>

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ନେଇ ଘୋଷଣା କରିଛନ୍ତି । ଯାହା ପରେ ଏହି ସିରିଜକୁ ନେଇ ଉତ୍ସାହ ବଢ଼ି ଯାଇଛି । ଏହି ସିରିଜ ଜୁଲାଇର ଦ୍ୱିତୀୟ ଭାଗରେ ଖେଳାଯାଇପାରେ । ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ଆୟୋଜନ ହେବ ।

ଏହି ଗସ୍ତ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ଭାରତୀୟ ଟିମ୍ ଶ୍ରୀଲଙ୍କାରେ ପହଞ୍ଚିବ । ଗାଙ୍ଗୁଲି ଆଗରୁ ହିଁ ସ୍ପଷ୍ଟ କରିସାରିଛନ୍ତି ଯେ ଏହି ଗସ୍ତରେ କେବଳ ସୀମିତ ଓଭର ବିଶେଷଜ୍ଞ ଖେଳାଳିଙ୍କ ଟିମ୍ ହିଁ ଯିବ ଏବଂ ଇଂଲଣ୍ଡ ଗସ୍ତ କରିଥିବା ଟିମର କୌଣସି ସଦସ୍ୟ ଏଥିରେ ସାମିଲ୍ ହେବେ ନାହିଁ । ଅର୍ଥାତ୍ ବିରାଟ୍ କୋହଲି, ରୋହିତ୍ ଶର୍ମା, ଋଷଭ ପନ୍ତ ଓ ଲୋକେଶ ରାହୁଲଙ୍କ ଭଳି ଆଗଧାଡ଼ିର ଖେଳାଳି ଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ।

ଭାରତୀୟ ଟିମ୍ ଜୁନ୍ ୨ ତାରିଖରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଏବଂ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ପହଞ୍ଚିବ । ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜୁନ୍ ୧୮ ତାରିଖରୁ ସାଉଥାମ୍ପଟନରେ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହା ପରେ ପୂରା ଜୁଲାଇ ମାସରେ ଭାରତ ଇଂଲଣ୍ଡରେ ରହି ପ୍ରାକ୍ଟିସ୍ କରିବ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ । ଏଭଳି ସ୍ଥିତିରେ ଜୁଲାଇ ମାସରେ ଭାରତର ଅନ୍ୟଏକ ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଜୁଲାଇ ୧୩ରୁ ଜୁଲାଇ ୨୭ ଭିତରେ ହେବ । ଏଥିପାଇଁ ଜୁଲାଇ ୫ରେ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚିବ । ଶ୍ରୀଲଙ୍କାରେ ପହଞ୍ଚିବା ପରେ ଟିମ୍ ୭ ଦିନିଆ କ୍ୱାରେଣ୍ଟାଇନରେ ରହିବ । ସିରିଜ୍ ଶେଷ ହେବା ପରେ ଜୁଲାଇ ୨୮ରେ ଭାରତ ସ୍ୱଦେଶ ଫେରିଆସିବ ।

ଯେହେତୁ ଟିମ୍ ଇଣ୍ଡିଆର ସିନିୟର ଖେଳାଳି ଇଂଲଣ୍ଡ ଗସ୍ତରେ ରହିବେ, ଏଥିପାଇଁ ଶ୍ରୀଲଙ୍କା ଗସ୍ତରେ ଭାରତ ବେଞ୍ଚ ଷ୍ଟ୍ରେନ୍ଥକୁ ସୁଯୋଗ ଦେବ । ଏହି ଟିମରେ ୟୁଜବେନ୍ଦ୍ର ଚହଲ୍‌, ସଞ୍ଜୁ ସାମସନ୍‌, ପୃଥ୍ୱୀ ଶ’, ଦୀପକ ଚହର୍‌, ରାହୁଲ୍ ଚହର୍‌, ଜୟଦେବ ଉନାଦକଟ୍‌, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ତେୱାତିଆଙ୍କ ଭଳି ଖେଳାଳି ଯାଇପାରନ୍ତି।

The post ଶ୍ରୀଲଙ୍କାରେ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିବ ଟିମ୍ ଇଣ୍ଡିଆ appeared first on Odisha Reporter.

]]>
left bottom 2021-05-10 23:59:18 https://cdn.odishareporter.in/wp-content/uploads/2021/05/10234723/Team-India-2.jpg
ଆଉ ନାହାନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ https://odishareporter.in/sports/hockey/hockey-wizard-dhyan-chands-eldest-son-brijmohan-passes-away-642312 Mon, 10 May 2021 16:59:31 +0000 https://odishareporter.in/?p=642312

ନୂଆଦିଲ୍ଲୀ: ହକି ଯାଦୁଗର ଭାବେ ସାରା ଦୁନିଆରେ ଚର୍ଚ୍ଚିତ ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହଙ୍କର ଦେହାନ୍ତ ହୋଇଛି । ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ । ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ ହୋଇଥିଲା । ସେ ନିଜ ପତ୍ନୀ, ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି […]

The post ଆଉ ନାହାନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ appeared first on Odisha Reporter.

]]>

ନୂଆଦିଲ୍ଲୀ: ହକି ଯାଦୁଗର ଭାବେ ସାରା ଦୁନିଆରେ ଚର୍ଚ୍ଚିତ ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହଙ୍କର ଦେହାନ୍ତ ହୋଇଛି । ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ । ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ ହୋଇଥିଲା । ସେ ନିଜ ପତ୍ନୀ, ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି । ସେ ରାଜସ୍ଥାନ ସ୍ପୋର୍ଟ୍ସ କାଉନସିଲରେ ରିଜନାଲ୍ ସ୍ପୋର୍ଟ୍ସ ଅଫିସର୍ ପଦରୁ ଅବସର ନେଇଥିଲେ । ତାଙ୍କର ପରିବାର ରାଜସ୍ଥାନର କୋଟାରେ ରୁହନ୍ତି ।

ଆଇଏଏନଏସକୁ ସୂଚନା ନେଇ ଅଶୋକ କୁମାର କହିଛନ୍ତି, ମୋ ବଡ଼ ଭାଇ ମାସକ ତଳେ କୋଭିଡରୁ ସୁସ୍ଥ ହୋଇ ସାରିଥିଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସେ ଇଂଲିଶ ଫିଲ୍ମର ସୌକିନ୍ ଥିଲେ ଏବଂ ଗତ ରାତିରେ ମଧ୍ୟ ଏକ ଫିଲ୍ମ ଦେଇଥିଲେ । ପ୍ରତିଦିନ ଭଳି ଆଜି ସକାଳେ ସେ ମର୍ଣ୍ଣିଂ ୱାକରେ ଯାଇଥିଲେ ଏବଂ ସେଠାରୁ ଫେରି ଜୁସ୍ ପିଇଥିଲେ । ଏହା ପରେ ସେ ବାଥରୁମ୍ ଯାଇଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଛି ।

ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ ଥିଲା । ଦେଶର ଦୁଇ କିମ୍ବଦନ୍ତୀ ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର ଏହି ଦିନ କରୋନାରେ ଦେହାନ୍ତ ହୋଇଥିଲା । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ପରଲୋକ ହୋଇଥିଲା । ସେହିପରି ରବିବାର ପୂର୍ବତନ ହକି ଖେଳାଳି ଜର୍ଜ ଫର୍ଣ୍ଣାଣ୍ଡିଜଙ୍କର କରୋନାରେ ଦେହାନ୍ତ ହୋଇଥିଲେ।

The post ଆଉ ନାହାନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ appeared first on Odisha Reporter.

]]>
left bottom 2021-05-10 22:29:31 https://cdn.odishareporter.in/wp-content/uploads/2021/05/10222846/Brij-Mohan-Singh.jpg
ହତ୍ୟା ମାମଲାରେ ରେସଲର ସୁଶୀଲ କୁମାରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ୍‌ ଜାରି https://odishareporter.in/sports/others/lookout-notice-issued-against-wrestler-sushil-kumar-642219 Mon, 10 May 2021 10:48:52 +0000 https://odishareporter.in/?p=642219

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଖ୍ୟାତ ରେସଲର ସୁଶୀଲ କୁମାରଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଛତ୍ରସାଲ ଷ୍ଟାଡିୟମ ହତ୍ୟାକାଣ୍ଡ ଓ ଗଣ୍ଡଗୋଳ ଘଟଣାରେ ସୁଶୀଲ କୁମାର ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହି ଘଟଣାରେ ରୁଜୁ ଏଫଆଇଆର୍‌ରେ ସୁଶୀଲ କୁମାରଙ୍କ ନାଁ ଯୋଡ଼ି ହେବା ଦିନଠାରୁ ସେ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ୍‌ ଲୁକ ଆଉଟ ନୋଟିସ୍‌ […]

The post ହତ୍ୟା ମାମଲାରେ ରେସଲର ସୁଶୀଲ କୁମାରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ୍‌ ଜାରି appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଖ୍ୟାତ ରେସଲର ସୁଶୀଲ କୁମାରଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଛତ୍ରସାଲ ଷ୍ଟାଡିୟମ ହତ୍ୟାକାଣ୍ଡ ଓ ଗଣ୍ଡଗୋଳ ଘଟଣାରେ ସୁଶୀଲ କୁମାର ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

ଏହି ଘଟଣାରେ ରୁଜୁ ଏଫଆଇଆର୍‌ରେ ସୁଶୀଲ କୁମାରଙ୍କ ନାଁ ଯୋଡ଼ି ହେବା ଦିନଠାରୁ ସେ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ୍‌ ଲୁକ ଆଉଟ ନୋଟିସ୍‌ ଜାରି କରିଛି।

ମଙ୍ଗଳବାଳ ଛତ୍ରସାଲ ଷ୍ଟାଡିୟମ ନିକଟ ମଡେଲ ଟାଉନ ଅଞ୍ଚଳରେ ଥିବା ଗୋଟିଏ କୋଠା ଖାଲି କରିବାକୁ ନେଇ ନେଇ ସୁଶୀଲ ଓ ତାଙ୍କ ସହଯୋଗୀମାନେ ଆଉ ଜଣେ ରେସଲରଙ୍କ ସହ ଗଣ୍ଡଗୋଳ କରିଥିଲେ। ଏହି ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ସାଗର ନାମକ ଜଣେ ୨୪ ବର୍ଷୀୟ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା।

ସାଗରଙ୍କ ଆଉ କିଛି ସହଯୋଗୀ ମଧ୍ୟ ଆହତ ହୋଇଥିଲା। ପୀଡ଼ିତଙ୍କ ପରିବାର ଲୋକଙ୍କ ବୟାନକୁ ଆଧାର କରି ପୁଲିସ୍ ମାମଲା ରୁଜୁ କରିଛି। ମଙ୍ଗଳବାର ରାତିରେ ସାଗର ଓ ତାଙ୍କର ସହଯୋଗୀମାନଙ୍କୁ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଆଣ୍ଡ କୋ ପ୍ରବଳ ମାଡ଼ ମାରିଥିବା ଅଭତଯୋଗ ହୋଇଛି।

ଏହି ଗଣ୍ଡଗୋଳ ସୁଶୀଲ, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ ଓ ଅନ୍ୟମାନଙ୍କ ମଧ୍ୟରେ ହୋଇଥିଲା। ଘଟଣା ପରଠାରୁ ପୁଲିସ୍‌ ସୁଶୀଲଙ୍କୁ ଧରିବା ପାଇଁ ଦିଲ୍ଲୀ-ଏନସିଆର ଓ ପଡ଼ୋଶୀ ରାଜ୍ୟରେ ଚଢ଼ଉ କରିବାରେ ଲାଗିଛି। ତଥାପି ସେ ଫେରାର ରହିଛନ୍ତି।

The post ହତ୍ୟା ମାମଲାରେ ରେସଲର ସୁଶୀଲ କୁମାରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ୍‌ ଜାରି appeared first on Odisha Reporter.

]]>
left bottom 2021-05-10 17:15:31 https://cdn.odishareporter.in/wp-content/uploads/2021/05/10161809/Sushil-Kumar.jpg
ଭାରତରେ ହେବନି ଆଇପିଏଲର ବାକି ମ୍ୟାଚ୍‌ https://odishareporter.in/sports/cricket/remainder-of-ipl-2021-cant-happen-in-india-says-sourav-ganguly-642051 Sun, 09 May 2021 15:19:10 +0000 https://odishareporter.in/?p=642051

ନୂଆଦିଲ୍ଲୀ: କରୋନା ଯୋଗୁ ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ତେବେ ଆଇପିଏଲର ବାକି ମ୍ୟାଚ୍ କେଉଁଠି ଓ କେବେ ହେବ, ସେ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲିି କହିଛନ୍ତି ଯେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ ଭାରତରେ ହେବ ନାହିଁ । ତେବେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ କେବେ ହେବ, ତାହା ଏବେ କହି ହେବ ନାହିଁ । କରୋନା […]

The post ଭାରତରେ ହେବନି ଆଇପିଏଲର ବାକି ମ୍ୟାଚ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ଯୋଗୁ ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ତେବେ ଆଇପିଏଲର ବାକି ମ୍ୟାଚ୍ କେଉଁଠି ଓ କେବେ ହେବ, ସେ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲିି କହିଛନ୍ତି ଯେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ ଭାରତରେ ହେବ ନାହିଁ । ତେବେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକ କେବେ ହେବ, ତାହା ଏବେ କହି ହେବ ନାହିଁ ।

କରୋନା ଯୋଗୁ ଆଇପିଏଲକୁ କିଛି ଦିନ ତଳେ ସ୍ଥଗିତ ରଖାଯାଇଥିଲା । ମୋଟ ୬୦ଟି ୨୯ ମ୍ୟାଚ୍ ଆୟୋଜିତ ହୋଇଛି । ଆଉ ୩୧ଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଯଦି ଲିଗର ବାକି ମ୍ୟାଚ୍ ନହୁଏ, ତାହେଲେ ବୋର୍ଡକୁ ୨୫୦୦ ଟଙ୍କାର କ୍ଷତି ହେବ ।

ସ୍ପୋର୍ଟ୍ସ ଷ୍ଟାର୍ ସହ ସାକ୍ଷାତକାରରେ ସୌରଭ ଗାଙ୍ଗୁଲି କହିଛନ୍ତି, ୧୪ ଦିନର କ୍ୱାରେଣ୍ଟାଇନ୍ କାରଣରୁ ଖେଳାଳିଙ୍କୁ ଅନେକ ଅସୁବିଧା ହେଉଛି । ଏହାକୁ ସମ୍ଭାଳିବା ମଧ୍ୟ ବହୁତ କଷ୍ଟ । କିନ୍ତୁ ଆଇପିଏଲର ବାକି ମ୍ୟାଚ୍ କେବେ ହେବ, ତାହା ଏବେ କହିବା କଷ୍ଟକର । ତେବେ ଏହି ଟି-୨୦ ଲିଗ୍ ଆୟୋଜନ କରିବା ଦୌଡ଼ରେ ଇଂଲଣ୍ଡ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ୟୁଏଇ ଦୌଡ଼ରେ ଅଛନ୍ତି । ଆମେ ବର୍ଷେ ଧରି କରୋନା କାରଣରୁ ଚିନ୍ତାରେ ଅଛୁ । ଡିସେମ୍ବର ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଆମେ ସଂଘର୍ଷ କରୁଛୁ । କେବଳ କ୍ରିକେଟର ନୁହନ୍ତି, ସବୁ ଏହାକୁ ନେଇ ଚିନ୍ତିତ । ଗତ ବର୍ଷ ଆଇପିଏଲକୁ ୟୁଏଇରେ ଆୟୋଜନ କରିବା ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା । କରୋନାର ଦ୍ୱିତୀୟ ଲହର କାରଣରୁ ସବୁକିଛି ଖରାପ ହୋଇ ଗଲା । ଏଭଳି ସ୍ଥିତିରେ ବୁଝିବା ଦରକାର ଯେ କ୍ରିକେଟକୁ ଆୟୋଜନ କରିବା କେତେ କଠିନ ।

ଗାଙ୍ଗୁଲି ଆହୁରି କହିଛନ୍ତି, ଆମେ ବାୟୋ ବବଲ୍ ପ୍ରସ୍ତୁତ କରିଥିଲୁ ଏବଂ ସବୁ ନିୟମର ପାଳନ କଲୁ । ଏଥିପାଇଁ ଆମକୁ ସମସ୍ତଙ୍କର ସହଯୋଗ ମଧ୍ୟ ମିଳିଲା । ଡିିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ କରୋନା ମାମଲା କମ୍ ଥିଲା । ଏହି କାରଣରୁ ଆମେ ମହିଳା କ୍ରିକେଟ୍‌, ସୟଦ ମୁସ୍ତାକ ଅଲୀ ଟ୍ରଫି, ବିଜୟ ହଜାରେ ଟ୍ରଫି କରାଇବାରେ ସଫଳ ହେଲୁ । ଆମେ ଜୁନିୟର କ୍ରିକେଟର ଆୟୋଜନ ପାଇଁ ମଧ୍ୟ ଯୋଜନା କରୁଥିଲୁ, କିନ୍ତୁ କରୋନାର ଦ୍ୱିତୀୟ ଲହର କାରଣରୁ ଆମ ପାଖରେ ସୁଯୋଗ କମ୍ ଥିଲା । ଏହି କାରଣରୁ ଆମକୁ ଏହି ଟୁର୍ଣ୍ଣାମେଣ୍ଟ ସବୁ ବାତିଲ୍ କରିବାକୁ ପଡ଼ିଲା । ସବୁକିଛି କିପରି ଠିକଠାକ୍ ହୋଇଯିବ, ସେଥି ପାଇଁ ଆମେ ପୂରା ପ୍ରୟାସ କରିଥିଲୁ ବୋଲି ଗାଙ୍ଗୁଲି କହିଛନ୍ତି ।

The post ଭାରତରେ ହେବନି ଆଇପିଏଲର ବାକି ମ୍ୟାଚ୍‌ appeared first on Odisha Reporter.

]]>
left top 2021-05-09 20:49:10 https://cdn.odishareporter.in/wp-content/uploads/2021/01/28220031/dada.jpg
କରୋନା ଲଢ଼େଇରେ ହାରିଗଲେ ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନଙ୍କ ପିତା https://odishareporter.in/sports/cricket/chetan-sakariyas-father-loses-battle-with-covid-19-641987 Sun, 09 May 2021 11:07:01 +0000 https://odishareporter.in/?p=641987

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନରେ ରାଜସ୍ଥାନ ରୟାଲ୍ସର ନୂଆ ପ୍ରତିଭା ଚେତନ ସାକାରିୟାଙ୍କର ପିତାଙ୍କର ଦେହାନ୍ତ ହୋଇଛି । ସାକାରିୟାଙ୍କ ପିତା କାଞ୍ଜିଭାଇ ସାକାରିଆ କରୋନା ଭାଇରସରେ ସଂକ୍ରମିତ ଥିଲେ । ତେବେ ଗତ ସପ୍ତାହରେ ଚେତନଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଚେତନଙ୍କ ପିତା କରୋନା ଲଢ଼େଇରେ ହାରି ଯାଇଛନ୍ତି । ଆଇପିଏଲ୍ ସ୍ଥଗିତ ହେବା କାରଣରୁ ଚେତନ ନିଜ […]

The post କରୋନା ଲଢ଼େଇରେ ହାରିଗଲେ ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନଙ୍କ ପିତା appeared first on Odisha Reporter.

]]>

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନରେ ରାଜସ୍ଥାନ ରୟାଲ୍ସର ନୂଆ ପ୍ରତିଭା ଚେତନ ସାକାରିୟାଙ୍କର ପିତାଙ୍କର ଦେହାନ୍ତ ହୋଇଛି । ସାକାରିୟାଙ୍କ ପିତା କାଞ୍ଜିଭାଇ ସାକାରିଆ କରୋନା ଭାଇରସରେ ସଂକ୍ରମିତ ଥିଲେ । ତେବେ ଗତ ସପ୍ତାହରେ ଚେତନଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଚେତନଙ୍କ ପିତା କରୋନା ଲଢ଼େଇରେ ହାରି ଯାଇଛନ୍ତି । ଆଇପିଏଲ୍ ସ୍ଥଗିତ ହେବା କାରଣରୁ ଚେତନ ନିଜ ଘରକୁ ଫେରିଯାଇଥିଲେ ।

ଆଇପିଏଲ୍ ଅକ୍ସନରେ ରାଜସ୍ଥାନ ରୟାଲ୍ସ ଚେତନ ସାକାରିୟାଙ୍କୁ ୧.୨୦ କୋଟି ଟଙ୍କାରେ କିଣିଥିଲା । ଅକ୍ସନର କିଛି ଦିନ ପୂର୍ବରୁ ଚେତନଙ୍କ ସାନ ଭାଇଙ୍କର ଦେହାନ୍ତ ହୋଇଥିଲା । ଆଇପିଏଲ୍ ଚାଲିଥିବା ବେଳେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ସୋଶାଲ ମିଡିଆରେ ଚେତନ ସାକାରିଆଙ୍କ ଜୀବନର କିଛି ଦୁଃଖଦ ମୁହୂର୍ତ୍ତକୁ ଶେୟାର୍ କରିଥିଲେ । ଭାଇଙ୍କ ପରେ ସେ ସାକାରିଆ ନିଜ ବାପାଙ୍କୁ ମଧ୍ୟ ହରାଇଛନ୍ତି ।

ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ ସୂଚନା ଦେଇଛି । ରାଜସ୍ଥାନ ଟ୍ୱିଟ୍ କରିଛି ଯେ ଆମେ ଦୁଃଖିତ ଯେ ଶ୍ରୀ କାଞ୍ଜିବାଇ ସାକାରିଆ ଆଜି କୋଭିଡ୍‌-୧୯ ଲଢ଼େଇରେ ହାରି ଯାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ବର୍ତ୍ତମାନ ତାଙ୍କ ପରିବାର ସହ ଆମର ପୂରା ପ୍ରାର୍ଥନା ରହିଛି । ଆମେ ଚେତନଙ୍କ ସମ୍ପର୍କରେ ଅଛୁ ଏବଂ ଏଭଳି କଠିନ ସମୟରେ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବୁ ।

ଏହା ପୂର୍ବରୁ ଖବର ଆସିଥିଲା ଯେ ଚେତନଙ୍କୁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗତ ସପ୍ତାହରେ ଫୋନ୍ ଆସିଥିଲା । ଯାହା ପରେ ଚେତନ ନିଜ ପରିବାରର ସହାୟତା ପାଇଁ ତୁରନ୍ତ ନିଜର ଆଇପିଏଲ ପ୍ରାପ୍ୟ ଟ୍ରାନ୍ସଫର୍ କରିଥିଲେ । ଚେତନ ଇଣ୍ଡିଆନ୍ ଏକ୍ସପ୍ରେସ ସହ ଆଲୋଚନା ବେଳେ କହିଥିଲେ ଯେ ମୁଁ ଭାଗ୍ୟବାନ ଯେ ରାଜସ୍ଥାନ ରୟାଲ୍ସ କିଛି ଦିନ ତଳେ ପଇସା ଦେଇଥିଲା ଏବଂ ସେହି ପଇସାରେ କଠିନ ସମୟରେ ପରିବାରର ସହାୟତା କରିପାରିଛି ।

ଚଳିତ ଆଇପିଏଲ ସ୍ଥଗିତ ହେବା ସୁଦ୍ଧା ସାକାରିଆ ୭ଟି ୱିକେଟ୍ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା ଦଳର କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତୀ ନିଜ ଭଉଣୀ ବତସଲା ଓ ମା’ଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

The post କରୋନା ଲଢ଼େଇରେ ହାରିଗଲେ ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନଙ୍କ ପିତା appeared first on Odisha Reporter.

]]>
IPL 2021, left bottom 2021-05-09 16:37:01 https://cdn.odishareporter.in/wp-content/uploads/2021/05/09163542/chetan-sakariya.jpg
ମାଳଦ୍ୱୀପରେ ୱାର୍ଣ୍ଣର ଓ ସ୍ଲେଟରଙ୍କ ମଧ୍ୟରେ ହାତାହାତି! ମୁହଁ ଖୋଲିଲେ ଦୁଇ କ୍ରିକେଟର୍ https://odishareporter.in/sports/cricket/david-warner-michael-slater-deny-reports-of-fight-in-maldives-bar-641964 Sun, 09 May 2021 09:28:25 +0000 https://odishareporter.in/?p=641964

ମାଲେ (ମାଳଦ୍ୱୀପ): ଆଇପିଏଲର ୧୪ଶ ସଂସ୍କରଣ ସ୍ଥଗିତ ହେବା ପରେ ଅଧିକାଂଶ ବିଦେଶୀ ଖେଳାଳି ନିଜ ନିଜ ଦେଶକୁ ଫେରିସାରିଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ସରକାର ଦ୍ୱାରା ଯାତ୍ରା ଉପରେ ଲଗାଯାଇଥିବା କଟକଣା କାରଣରୁ ସେମାନଙ୍କ ଦେଶର ଖେଳାଳି, କୋଚ୍ ଓ କମେଣ୍ଟେଟର୍ ନିଜ ନିଜ ଦେଶକୁ ଫେରିପାରି ନାହାନ୍ତି। ବର୍ତ୍ତମାନ ସବୁ ଖେଳାଳି ମାଳଦ୍ୱୀପରେ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ନିଜ ଦେଶରେ କଟକଣା ହଟିବାକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ […]

The post ମାଳଦ୍ୱୀପରେ ୱାର୍ଣ୍ଣର ଓ ସ୍ଲେଟରଙ୍କ ମଧ୍ୟରେ ହାତାହାତି! ମୁହଁ ଖୋଲିଲେ ଦୁଇ କ୍ରିକେଟର୍ appeared first on Odisha Reporter.

]]>

ମାଲେ (ମାଳଦ୍ୱୀପ): ଆଇପିଏଲର ୧୪ଶ ସଂସ୍କରଣ ସ୍ଥଗିତ ହେବା ପରେ ଅଧିକାଂଶ ବିଦେଶୀ ଖେଳାଳି ନିଜ ନିଜ ଦେଶକୁ ଫେରିସାରିଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ସରକାର ଦ୍ୱାରା ଯାତ୍ରା ଉପରେ ଲଗାଯାଇଥିବା କଟକଣା କାରଣରୁ ସେମାନଙ୍କ ଦେଶର ଖେଳାଳି, କୋଚ୍ ଓ କମେଣ୍ଟେଟର୍ ନିଜ ନିଜ ଦେଶକୁ ଫେରିପାରି ନାହାନ୍ତି।

ବର୍ତ୍ତମାନ ସବୁ ଖେଳାଳି ମାଳଦ୍ୱୀପରେ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ନିଜ ଦେଶରେ କଟକଣା ହଟିବାକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ମାଳଦ୍ୱୀପର ଏକ ବାରରେ ଅଷ୍ଟ୍ରେଲିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଓ କ୍ରିକେଟରରୁ କମେଣ୍ଟେଟର ହୋଇଥିବା ମାଇକେଲ୍ ସ୍ଲେଟରଙ୍କ ମଧ୍ୟରେ ହାତାହାତି ହୋଇଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଦୁହେଁ ନୀରବତା ଭାଙ୍ଗିଛନ୍ତି । ୱାର୍ଣ୍ଣର୍ ଓ ସ୍ଲେଟରଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ଦୁହେଁ ଖଣ୍ଡନ କରିଛନ୍ତି ।

ସଣ୍ଡେ ଟେଲିଗ୍ରାଫ୍ ସର୍ବପ୍ରଥମେ ମାଳଦ୍ୱୀପର ତାଜ କୋରେଲ ରିସର୍ଟରେ ୱାର୍ଣ୍ଣର ଓ ସ୍ଲେଟରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପ୍ରକାଶିତ କରିଥିଲା । ଖବର କାଗଜର ରିପୋର୍ଟ ମୁତାବକ, ହୋଟେଲର ବାରରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା ଏବଂ ଉଭୟ ହାତାହାତି ମଧ୍ୟ ହୋଇଥିଲେ । ହେଲେ ଏହି ଖବରକୁ ନେଇ ସ୍ଲେଟର କହିଛନ୍ତି, ‘ମୁଁ ଓ ୱାର୍ଣ୍ଣର ପୁରୁଣ ବନ୍ଧୁ । ଆମ ଭିତରେ କୌଣସି ପ୍ରକାରର ବିବାଦ ହୋଇନାହିଁ ।’ ସ୍ଲେଟର୍ ସିନିୟର ଜର୍ଣ୍ଣାଲିଷ୍ଟ ଫିଲ୍ ରଥଫିଲ୍ଡଙ୍କୁ ମେସେଜ୍ ପଠାଇ ରିପୋର୍ଟ ଭୁଲ୍ ବୋଲି କହିଛନ୍ତି ।

ସେହିପରି ୱାର୍ଣ୍ଣର ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆମ ଭିତରେ ଏମିତି କୌଣସି ବିବାଦ ହୋଇନାହିଁ । ଆପଣମାନେ ଏସବୁ କେମିତି ଲେଖୁଛନ୍ତି, ମୁଁ ଜାଣିପାରୁ ନାହିଁ । ତା’ ପୁଣି ଯେତେବେଳେ ଆପଣ ସେହି ସ୍ଥାନରେ ଉପସ୍ଥିତ ବି ନଥିଲେ । ଆପଣ କିଛି ବି ଦେଖି ନାହାନ୍ତି । ଏଭଳି ସ୍ଥିତିରେ ଯେତେବେଳେ ଆପଣଙ୍କ ପାଖରେ କୌଣସି ସଠିକ୍ ପ୍ରମାଣ ନାହିଁ, ତାହେଲେ ଆପଣ କିଛି ବି ଲେଖିପାରିବେ ନାହିଁ ।

ସୂଚନାଯୋଗ୍ୟ, ଆଇପିଏଲ୍ ସ୍ଥଗିତ ହେବା ପରେ ଅଷ୍ଟ୍ରେଲିଆର ୩୮ ଖେଳାଳି, କୋଚ୍‌, ଅଫିସିଆଲ୍ସ ଓ କମେଣ୍ଟେଟର୍ସ ଏବେ ମାଳଦ୍ୱୀପରେ କ୍ୱାରେଣ୍ଟାଇନରେ ଅଛନ୍ତି । ଏମାନେ ସମସ୍ତେ ଚାର୍ଟାର୍ଡ ଫ୍ଲାଇଟ ଜରିଆରେ ଗୁରୁବାର ଏଠାରେ ପହଞ୍ଚିଛନ୍ତି । ଏଠାରେ ସେମାନଙ୍କୁ ଦୁଇ ସପ୍ତାହ ରହିବାକୁ ପଡ଼ିପାରେ, କାରଣ ଅଷ୍ଟ୍ରେଲିଆ ସରକାର ଭାରତରୁ ଆସୁଥିବା ବିମାନ ଉପରେ ମେ’ ୧୫ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି ।

The post ମାଳଦ୍ୱୀପରେ ୱାର୍ଣ୍ଣର ଓ ସ୍ଲେଟରଙ୍କ ମଧ୍ୟରେ ହାତାହାତି! ମୁହଁ ଖୋଲିଲେ ଦୁଇ କ୍ରିକେଟର୍ appeared first on Odisha Reporter.

]]>
left bottom 2021-05-09 14:58:25 https://cdn.odishareporter.in/wp-content/uploads/2021/05/09145651/david-warner-and-michael-sl.jpg
ପରଲୋକରେ ବିସିସିଆଇର ଅଫିସିଆଲ୍ ସ୍କୋରର https://odishareporter.in/sports/cricket/bcci-scorer-kk-tiwari-passes-away-due-to-covid-19-641903 Sat, 08 May 2021 18:28:28 +0000 https://odishareporter.in/?p=641903

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଫିସିଆଲ୍ ସ୍କୋରର କେକେ ତିୱାରୀଙ୍କର କରୋନାରେ ମୃତ୍ୟୁ ହୋଇଛି । ତିୱାରୀ ଗତ କିଛି ଦିନ ଧରି ଝାଝରସ୍ଥିତ ଏମ୍ସରେ ଭର୍ତ୍ତି ଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ । କିନ୍ତୁ ଶନିବାର ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀର କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସଜେଏ)ର ସମ୍ପାଦକ ରାଜେନ୍ଦ୍ର ସଜବାନଙ୍କ କହିବା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିୱାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ଏହାକୁ ନେଇ ତାଙ୍କ ପରିବାର […]

The post ପରଲୋକରେ ବିସିସିଆଇର ଅଫିସିଆଲ୍ ସ୍କୋରର appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଫିସିଆଲ୍ ସ୍କୋରର କେକେ ତିୱାରୀଙ୍କର କରୋନାରେ ମୃତ୍ୟୁ ହୋଇଛି । ତିୱାରୀ ଗତ କିଛି ଦିନ ଧରି ଝାଝରସ୍ଥିତ ଏମ୍ସରେ ଭର୍ତ୍ତି ଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ । କିନ୍ତୁ ଶନିବାର ତାଙ୍କର ଦେହାନ୍ତ ହୋଇଛି ।

ଦିଲ୍ଲୀର କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସଜେଏ)ର ସମ୍ପାଦକ ରାଜେନ୍ଦ୍ର ସଜବାନଙ୍କ କହିବା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିୱାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ଏହାକୁ ନେଇ ତାଙ୍କ ପରିବାର ଲୋକେ ଓ ଦିଲ୍ଲୀର କ୍ରୀଡ଼ା ସମ୍ପ୍ରଦାୟରେ ଖୁବ୍ ଉତ୍ସାହ ଦେଖା ଦେଇଥିଲା । କିନ୍ତୁ ଶନିବାର ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସଜବାନ କହିଛନ୍ତି, ତିୱାରୀଙ୍କ ପରିବାରରେ ପତ୍ନୀ, ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି । ତାଙ୍କ ବଡ଼ ଝିଅ ଓକିଲାତି ପାଠ ପଢ଼ିଛନ୍ତି । ସାନ ଝିଅ ଦ୍ୱାଦଶ ପଢ଼ିବା ପରେ ଇଞ୍ଜିନିୟରିଂର ପ୍ରସ୍ତୁତ କରୁଛନ୍ତି । ତାଙ୍କର ସାନ ପୁଅ ଏବେ ସପ୍ତମ ଶ୍ରେଣୀରେ ପଢ଼ୁଛି । ଦିଲ୍ଲୀର ସ୍ଥାନୀୟ କ୍ରୀଡ଼ା ଅଧିକାରୀ, ଦିଲ୍ଲୀ କ୍ରୀଡ଼ା ସାମ୍ବାଦିକ ସଂଘ ଓ କ୍ରୀଡ଼ା ସାମ୍ବାଦିକ ତିୱାରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ଡିଏସଜେ ପକ୍ଷରୁ ଏକ ବିବୃତ୍ତି ଜାରି କରି ସଜବାନ୍ କହିଛନ୍ତି, ତିୱାରଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଖବର । କ୍ରୀଡ଼ା ସାମ୍ବାଦିକଙ୍କ ପ୍ରିୟ ତିୱାରୀଙ୍କୁ ଆମେ କେବେ ଭୁଲିପାରିବୁନି । ଲାଗୁଛି ଯେମିତି କେହି ଜଣେ ନିଜ ଲୋକ ଚାଲିଗଲେ । ଆପଣ ସର୍ବଦା ଆମ ହୃଦୟରେ ରହିବେ ।

The post ପରଲୋକରେ ବିସିସିଆଇର ଅଫିସିଆଲ୍ ସ୍କୋରର appeared first on Odisha Reporter.

]]>
left bottom 2021-05-09 00:02:23 https://cdn.odishareporter.in/wp-content/uploads/2021/05/08235812/KK-Tiwary.jpg
ଅଶୁଭ ଶନିବାର, ଆଉଜଣେ ଅଲିମ୍ପିକ୍ ବିଜେତାଙ୍କ ଦେହାନ୍ତ https://odishareporter.in/sports/hockey/indian-hockey-legend-mk-kaushik-dies-of-coronavirus-complications-641887 Sat, 08 May 2021 16:15:08 +0000 https://odishareporter.in/?p=641887

ନୂଆଦିଲ୍ଲୀ: ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ଦୁଇ ଧୁରନ୍ଦର ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର କରୋନାରେ ଦେହାନ୍ତ ହୋଇଛି । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ଦେହାନ୍ତ ଖବର ଆସିଛି । ଦୁହେଁ କିଛି ଦିନ ଧରି ଅସୁସ୍ଥ ଥିଲେ […]

The post ଅଶୁଭ ଶନିବାର, ଆଉଜଣେ ଅଲିମ୍ପିକ୍ ବିଜେତାଙ୍କ ଦେହାନ୍ତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ଦୁଇ ଧୁରନ୍ଦର ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର କରୋନାରେ ଦେହାନ୍ତ ହୋଇଛି । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ଦେହାନ୍ତ ଖବର ଆସିଛି । ଦୁହେଁ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ହସ୍ପିଟାଲାରେ ଭର୍ତ୍ତି ହୋଇଥିଲେ ।

ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଟିମର ସଦସ୍ୟ ରହିଥିବା କୌଶିକଙ୍କୁ ଦିଲ୍ଲୀର ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । କୌଶିକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ତାଙ୍କର ଚିକିତ୍ସା ସେହି ନର୍ସିଂ ହୋମରେ ଚାଲିଛି ।

ଭାରତୀୟ ହକିରେ କୌଶିକଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ସେ ୧୯୮୦ ମସ୍କୋ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ଅଲିମ୍ପିକ୍ସ ହକିରେ ଭାରତର ଏହା ଶେଷ ପଦକ ଥିଲା । ଏହା ପରେ ଅଲିମ୍ପିକ୍ ହକିରେ ଭାରତକୁ କୌଣସି ପଦକ ମିଳିନାହିଁ । କେବଳ ଏତିକି ନୁହେଁ କୌଶିକ ଭାରତର ସିନିୟର ପୁରୁଷ ଓ ମହିଳା ଟିମକୁ ମଧ୍ୟ କୋଚିଂ ଦେଇ ସାରିଛନ୍ତି । ୨୦୦୨ରେ ତାଙ୍କ କୋଚିଂରେ ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

ଏହା ପୂର୍ବରୁ ଶନିବାର ସକାଳେ ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

The post ଅଶୁଭ ଶନିବାର, ଆଉଜଣେ ଅଲିମ୍ପିକ୍ ବିଜେତାଙ୍କ ଦେହାନ୍ତ appeared first on Odisha Reporter.

]]>
left bottom 2021-05-08 21:54:07 https://cdn.odishareporter.in/wp-content/uploads/2021/05/08214351/kaushik.jpg
କରୋନାରେ ଚାଲିଗଲେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ହକି ତାରକା https://odishareporter.in/sports/hockey/moscow-olympic-gold-medallist-ravinder-pal-singh-succumbs-to-covid-19-641860 Sat, 08 May 2021 13:55:28 +0000 https://odishareporter.in/?p=641860

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ପୂର୍ବତନ ସଦସ୍ୟ ଓ ମସ୍କୋ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ରବିନ୍ଦର କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଗତ ଏପ୍ରିଲ୍ ୨୪ ତାରିଖରେ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ କିଛି ଦିନ ରହିବା ପରେ ସେ କରୋନାରୁ ସୁସ୍ଥ ହୋଇସାରିଥିଲେ ଏବଂ ରିପୋର୍ଟ […]

The post କରୋନାରେ ଚାଲିଗଲେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ହକି ତାରକା appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ପୂର୍ବତନ ସଦସ୍ୟ ଓ ମସ୍କୋ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ରବିନ୍ଦର କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଗତ ଏପ୍ରିଲ୍ ୨୪ ତାରିଖରେ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲରେ କିଛି ଦିନ ରହିବା ପରେ ସେ କରୋନାରୁ ସୁସ୍ଥ ହୋଇସାରିଥିଲେ ଏବଂ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା । ଯାହା ପରେ ସେ କରୋନା ୱାର୍ଡରୁ ବାହାରେ ରହୁଥିଲେ । ତେବେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଶନିବାର ସକାଳେ ସେ ଲକ୍ଷ୍ନୌରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ରବିନ୍ଦର ୧୯୮୦ରେ ମସ୍କୋରେ ଆୟୋଜିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ୧୯୮୪ରେ ଲସ୍ ଆଞ୍ଜେଲିସ୍ ଅଲିମ୍ପିକ୍ସ କ୍ରୀଡ଼ା ଖେଳିଥିବା ରବିନ୍ଦର ବିବାହ କରିନାହାନ୍ତି । ସେ ୧୯୭୯ରେ ଜୁନିୟର ବିଶ୍ୱକପ୍ ମଧ୍ୟ ଖେଳିଥିଲେ ଏବଂ ହକି ଛାଡ଼ିବା ପରେ ପରେ ଷ୍ଟେଟ୍ ବ୍ୟାଙ୍କରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ସୀତାପୁରରେ ଜନ୍ମିତ ସେଣ୍ଟର ହାଫ୍ ଖେଳାଳି ରବିନ୍ଦର ୧୯୭୯ରୁ ୧୯୮୪ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇ ଅଲିମ୍ପିକ୍ ବ୍ୟତୀତ ସେ ୧୯୮୦ ଓ ୧୯୮୩ରେ ଚାମ୍ପିୟନ୍ସ ଟ୍ରଫି, ୧୯୮୨ ବିଶ୍ୱକପ୍ ଓ ୧୯୮୨ ଏସିଆ କପ୍ ମଧ୍ୟ ଖେଳିଛନ୍ତି ।

ତାଙ୍କ ପରଲୋକରେ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଶୋକବ୍ୟକ୍ତ କରିଛନ୍ତି । କ୍ରୀଡ଼ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, କରୋନା ଲଢ଼େଇରେ ରବିନ୍ଦର ପାଲ ସିଂହ ଜୀ ହାରିଯାଇଥିବା ଖବର ପାଇ ବହୁତ ଦୁଃଖିତ । ଭାରତ ମସ୍କୋ ଅଲିମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା ହକି ଟିମର ଜଣେ ସ୍ୱର୍ଣ୍ଣିମ ସଦସ୍ୟଙ୍କୁ ହରାଇଛି । ଭାରତୀୟ କ୍ରୀଡ଼ାରେ ତାଙ୍କର ଯୋଗଦାନକୁ ମନେ ରଖାଯିବ । ହକି ଇଣ୍ଡିଆ ମଧ୍ୟ ରବିନ୍ଦର ପାଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ।

The post କରୋନାରେ ଚାଲିଗଲେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ହକି ତାରକା appeared first on Odisha Reporter.

]]>
left bottom 2021-05-08 19:25:28 https://cdn.odishareporter.in/wp-content/uploads/2021/05/08191917/ravinder-pal-singh.jpg
୮ ଦିନ ବାୟୋ-ବବଲ ଓ ୧୦ ଦିନ କ୍ୱାରେଣ୍ଟାଇନରେ ରହିବ ଟିମ୍ ଇଣ୍ଡିଆ https://odishareporter.in/sports/cricket/8-day-bubble-in-india-10-day-quarantine-in-uk-families-to-travel-641852 Sat, 08 May 2021 13:39:41 +0000 https://odishareporter.in/?p=641852

ନୂଆଦିଲ୍ଲୀ: କରୋନାର କହର ମଧ୍ୟରେ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିବା ପରେ ଟିମ୍ ଇଣ୍ଡିଆ ଜୁନ୍ ମାସରେ ଦ୍ୱିତୀୟ ବିଦେଶ ଗସ୍ତରେ ଇଂଲଣ୍ଡ ଯିବ। ସେଠାରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବ। ଏହି ମୁକାବିଲା ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ। ଏହା ପରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହାର ଶୁଭାରମ୍ଭ ଅଗଷ୍ଟ ମାସରେ ହେବ। ତେବେ ଇଂଲଣ୍ଡ ଗସ୍ତ ପାଇଁ […]

The post ୮ ଦିନ ବାୟୋ-ବବଲ ଓ ୧୦ ଦିନ କ୍ୱାରେଣ୍ଟାଇନରେ ରହିବ ଟିମ୍ ଇଣ୍ଡିଆ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନାର କହର ମଧ୍ୟରେ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିବା ପରେ ଟିମ୍ ଇଣ୍ଡିଆ ଜୁନ୍ ମାସରେ ଦ୍ୱିତୀୟ ବିଦେଶ ଗସ୍ତରେ ଇଂଲଣ୍ଡ ଯିବ। ସେଠାରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବ। ଏହି ମୁକାବିଲା ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ। ଏହା ପରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହାର ଶୁଭାରମ୍ଭ ଅଗଷ୍ଟ ମାସରେ ହେବ। ତେବେ ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇଥିବା ଭାରତୀୟ ଖେଳାଳିଙ୍କୁ ସପ୍ତାହକ ପାଇଁ କଠିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ, କୋଚ୍ ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ଟିମ୍ ମେ’ ୨୫ ତାରିଖରେ ମୁମ୍ବାଇରେ ଏକତ୍ରିତ ହେବେ ଏବଂ ସେଠାରେ ପ୍ରସ୍ତୁତ କରାଯାଇଥିବା ବାୟୋ ବବଲରେ ୮ ଦିନ ରହିବ। ଏହାରି ଭିତରେ ସବୁ ସଦସ୍ୟଙ୍କ ଦୁଇରୁ ତିନିଥର କୋଭିଡ୍ ଟେଷ୍ଟ କରାଯିବ। ଟିମ୍ ଜୁନ୍ ୨ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଇଂଲଣ୍ଡରେ ପହଞ୍ଚିବା ପରେ ଟିମ୍ ସେଠାରେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବ। ଏହା ପରେ ଜୁନ୍ ୧୮ ତାରିଖରେ ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଖେଳିବାକୁ ଓହ୍ଲାଇବ।

ବିସିସିଆଇର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଭାରତୀୟ ଖେଳାଳି ମେ’ ୨୫ ତାରିଖରେ ବାୟୋ-ବବଲରେ ପ୍ରବେଶ କରିବେ। ସେଠାରେ ୮ ଦିନ କ୍ୱାରେଣ୍ଟାଇନରେ ରହିବେ। ଏହା ମଧ୍ୟରେ ଖେଳାଳିଙ୍କ ଗତିବିଧି ସମ୍ପୂର୍ଣ୍ଣ ପ୍ରତିବନ୍ଧିତ ରହିବ। ଜୁନ୍ ୨ ତାରିଖରେ ଇଂଲଣ୍ଡ ଗସ୍ତ କରିବା ପରେ ସେଠାରେ ଟିମ୍ ତା’ର ଦ୍ୱିତୀୟ କ୍ୱାରେଣ୍ଟାଇନ୍ ପିରିୟଡ୍ ପୂରଣ କରିବ। ଏହି କ୍ୱାରେଣ୍ଟାଇନ୍ ଅବଧି ୧୦ ଦିନର ହେବ। ତେବେ ଏହି ବାୟୋ ବବଲରେ ଭାରତ ପ୍ରାକ୍ଟିସ୍ କରିପାରିବ। ଏହାରି ଭିତରେ ଖେଳାଳିଙ୍କର ଲଗାତର କରୋନା ଟେଷ୍ଟ ହେବ। ତିନିମାସର ଲମ୍ବା ଗସ୍ତ ହୋଇଥିବାରୁ ଭାରତୀୟ ଖେଳାଳିଙ୍କୁ ନିଜ ସହ ପରିବାର ନେବାକୁ ଅନୁମତି ମିଳିବ।

ସୂଚନାଯୋଗ୍ୟ, ଭାରତୀୟ ନାଗରିକଙ୍କୁ ଏବେ ବ୍ରିଟେନରେ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଛି। କିନ୍ତୁ ବଡ଼ ଖେଳାଳିଙ୍କୁ ଇଂଲଣ୍ଡକୁ ପ୍ରବେଶ କରିବା ପାଇଁ ଅନୁମତି ଅଛି। ତେବେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ହୋଟେଲରେ ୧୦ ଦିନ ପାଇଁ କ୍ୱାରେଣ୍ଟାଇନ୍ ପିରିୟଡ଼ କରିବାକୁ ପଡ଼ିବ। ତେବେ ବିସିସିଆଇ ଓ ଇସିବି ପ୍ରୟାସ କରୁଛନ୍ତି ଯେ ଖେଳାଳିଙ୍କୁ ଇଂଲଣ୍ଡରେ ତିନି ଦିନ ରହିବାକୁ ପଡ଼ିବ। କାରଣ ଭାରତ ପୂର୍ବରୁ ହିଁ ସାତଦିନ କ୍ୱାରେଣ୍ଟାଇନରେ ରହି ଇଂଲଣ୍ଡ ପହଞ୍ଚିବ।

ଶୁକ୍ରବାର ଇଂଲଣ୍ଡ ଗସ୍ତ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ବିସିସିଆଇ ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଥିଲା। ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିନାହିଁ। ଅନ୍ୟପକ୍ଷରେ ଆହତରୁ ଫେରିଥିବା ରବୀନ୍ଦ୍ର ଜାଡେଜା ଟିମକୁ ଫେରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଅଗଷ୍ଟ ୪ ତାରିଖରୁ ନଟ୍ଟିଂହାମ୍‌, ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ରୁ ଲର୍ଡ୍ସ, ତୃତୀୟ ଟେଷ୍ଟ ଅଗଷ୍ଟ ୨୫ରୁ ଲିଡ୍ସ, ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୨ରୁ ଲଣ୍ଡନର ଦି ଓଭାଲ୍ ଏବଂ ପଞ୍ଚମ ଓ ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ମାଞ୍ଚେଷ୍ଟରରେ ହେବ।

ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ୍‌), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଆର୍ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ୍‌, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ । ଲୋକେଶ ରାହୁଲ୍ ଓ ଋଦ୍ଧିମାନ ସାହା (ଫିଟ୍ ହେଲେ ସ୍ଥାନ ପାଇବେ)।

The post ୮ ଦିନ ବାୟୋ-ବବଲ ଓ ୧୦ ଦିନ କ୍ୱାରେଣ୍ଟାଇନରେ ରହିବ ଟିମ୍ ଇଣ୍ଡିଆ appeared first on Odisha Reporter.

]]>
left top 2021-05-08 19:09:41 https://cdn.odishareporter.in/wp-content/uploads/2021/05/08190607/team-india-1.jpg
କରୋନା ଲଢ଼େଇରେ ସାମିଲ ହେଲେ ପନ୍ତ, ଦେଲେ ଆର୍ଥିକ ସହାୟତା https://odishareporter.in/sports/cricket/rishabh-pant-donates-to-help-provide-oxygen-cylinders-641846 Sat, 08 May 2021 13:12:53 +0000 https://odishareporter.in/?p=641846

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ୱେଭ ସହ ଲଢ଼େଇ କରୁଥିବା ଦେଶବାସୀଙ୍କ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଯୁବ ୱିକେଟ କିପର ଋଷଭ ପନ୍ତ। ସେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଅକ୍ସିଜେନ ସିଲିଣ୍ଡର ଓ ବେଡ୍‌ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା କରୋନା ରୋଗୀଙ୍କ ପାଇଁ ସେ ଏଭଳି ଅର୍ଥ ଦାନ କରିଥିବା କହିଛନ୍ତି। ସେହିପରି ଗ୍ରାମୀଣ ଭାରତ ଓ ନନ୍‌ ମେଟ୍ରୋରେ କରୋନା ରୋଗୀଙ୍କୁ […]

The post କରୋନା ଲଢ଼େଇରେ ସାମିଲ ହେଲେ ପନ୍ତ, ଦେଲେ ଆର୍ଥିକ ସହାୟତା appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ୱେଭ ସହ ଲଢ଼େଇ କରୁଥିବା ଦେଶବାସୀଙ୍କ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଯୁବ ୱିକେଟ କିପର ଋଷଭ ପନ୍ତ। ସେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଅକ୍ସିଜେନ ସିଲିଣ୍ଡର ଓ ବେଡ୍‌ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଦେଶର ବିଭିନ୍ନ ପ୍ରାନ୍ତରେ ଥିବା କରୋନା ରୋଗୀଙ୍କ ପାଇଁ ସେ ଏଭଳି ଅର୍ଥ ଦାନ କରିଥିବା କହିଛନ୍ତି। ସେହିପରି ଗ୍ରାମୀଣ ଭାରତ ଓ ନନ୍‌ ମେଟ୍ରୋରେ କରୋନା ରୋଗୀଙ୍କୁ ସେବା ଯୋଗାଉଥିବା ସଂଗଠନ ସହ ମିଶି କାମ କରିବା ପାଇଁ ପନ୍ତ ସବୁବେଳେ ଚାହୁଁଥିବା କଥା ମଧ୍ୟ କହିଛନ୍ତି।

ଶନିବାର ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ପନ୍ତ ଲେଖିଛନ୍ତି, ବର୍ତ୍ତମାନ ଦେଶରେ ନିରାଶା ସୃଷ୍ଟି ହୋଇଛି। ମୁଁ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ମୁଁ ବହୁତ ପାଖରୁ ନିଜ ଲୋକଙ୍କୁ ହରାଇବାର କଷ୍ଟ ଦେଖିଛି। ବର୍ଷେ ହେଲାଣି ଯେଉଁ ଲୋକମାନେ କଷ୍ଟ ସହି ଚାଲିଛନ୍ତି, ସେମାନଙ୍କୁ ମୁଁ ସମବେଦନା ଜଣାଉଛି। ଏହି ମହାମାରୀରେ ଆମକୁ ଛାଡ଼ି ଚାଲି ଯାଇଥିବା ଲୋକଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ଗୋଟିଏ କାରଣ ପାଇଁ ସମସ୍ତେ ଟିମ୍‌ ଭଳି ଲଢ଼ିବା ମୁଁ ଖେଳରୁ ଶିଖିଛି। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ନିୟମିତ ଓ ନିରବଚ୍ଛିନ୍ନ ଭାବେ ଭାରତକୁ ସହଯୋଗ କରି ଆସୁଥିବା ସମ୍ମୁଖ ଯୋଦ୍ଧାଙ୍କୁ ମୁଁ ସାଲ୍ୟୁଟ କରୁଛି। କିନ୍ତୁ ଏହି ଅଭୂତ ପୂର୍ବ ସମୟରେ ସମଗ୍ର ଦେଶକୁ ଆମେ ସମସ୍ତେ ଏକାଠି ହୋଇ ସହଯୋଗ କରିବା ଦରକାର।

ମୁଁ ହେମକୁଣ୍ଠ ଫାଉଣ୍ଡେସନକୁ କିଛି ଆର୍ଥିକ ସହାୟତା କରୁଛି। ଏହି ଫାଉଣ୍ଡେସନ ସମଗ୍ର ଦେଶରେ ଲୋକଙ୍କୁ ଅକ୍ସିଜେନ ସିଲିଣ୍ଡର ସହ ବେଡ୍‌, କୋଭିଡ ରିଲିଫ କିଟ୍‌ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବ। ବିଶେଷ କରି ମୁଁ ଗ୍ରାମାଞ୍ଚଳ ଓ ନନ୍‌ ମେଟ୍ରୋଲର ଲୋକଙ୍କ ପାଇଁ କାମ କରୁଥିବା ସଂଗଠନ ସହ ସାମିଲ ହେବାକୁ ସବୁବେଳେ ଆଗ୍ରୀହ ରହିଥାଏ। କାରଣ ସହରରେ ମିଳୁଥିବା ସ୍ୱାସ୍ଥ୍ୟସେବା ସାଧାରଣତଃ ସେମାନଙ୍କୁ ମିଳେନାହିଁ।


ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ କ୍ଷମତା ଓ ଶୈଳୀ ଅନୁସାରେ ସହଯୋଗ କରିବାକୁ ଆଗେଇ ଆସନ୍ତୁ। ଏହାଦ୍ୱାରା ଆମେ ଭାରତର ବିଚ୍ଛାନ୍ନଞ୍ଚଳରେ ପହଞ୍ଚି ପାରିବା। ସେଠାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା କୋଭିଡ ରିଲିଫ ଏବଂ ଟିକାକରଣର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନାତା ବାର୍ତ୍ତା ବାଣ୍ଟି ପାରିବା।

ଦୟା କରି ସମସ୍ତେ ମନେ ରଖନ୍ତୁ ସୁରକ୍ଷିତ ରୁହନ୍ତୁ ଓ ସରକାରଙ୍କ ଧାର୍ଯ୍ୟ ନିୟମକୁ ପାଳନ କରନ୍ତୁ। ସେହିପରି ସମ୍ଭବ ହେବା ମାତ୍ରେ ଟିକା ନିଅନ୍ତୁ ବୋଲି ପନ୍ତ କହିଛନ୍ତି।

ଭାରତରେ ଏବେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏଥିପାଇଁ ପନ୍ତଙ୍କ ପୂର୍ବରୁ ବିରାଟ କୋହଲି, ସଚିନ ତେନ୍ଦୁଲକର, ଶିଖର ଧୱନ, ପ୍ୟାଟ କମିନ୍ସ ଓ ବ୍ରେଟ ଲି’ ପ୍ରମୁଖ ଆର୍ଥିକ ସହାୟତା ଦେଇଛନ୍ତି।

The post କରୋନା ଲଢ଼େଇରେ ସାମିଲ ହେଲେ ପନ୍ତ, ଦେଲେ ଆର୍ଥିକ ସହାୟତା appeared first on Odisha Reporter.

]]>
left bottom 2021-05-08 18:42:53 https://cdn.odishareporter.in/wp-content/uploads/2021/05/08184203/Rishabh-Pant-1.jpg
ଆଇପିଏଲ ଖେଳୁଥିବା ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ କରୋନା https://odishareporter.in/sports/cricket/kkr-pacer-prasidh-krishna-tests-covid-19-positive-641783 Sat, 08 May 2021 09:47:20 +0000 https://odishareporter.in/?p=641783

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତୀୟ କ୍ରିକେଟର ପ୍ରସିଦ୍ଧ କୃଷ୍ଣ। ଚଳିତ ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘର ବେଙ୍ଗାଲୁରୁରେ ଆଇସୋଲେସନରେ ରହିଛନ୍ତି। ଶୁକ୍ରବାର ବିସିସିଆଇ ବିଶ୍ୱ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ସ୍କ୍ୱାଡ ଘୋଷଣା କରିଥିଲା। ପ୍ରସିଦ୍ଧ କୃଷ୍ଣ ଭାରତୀୟ ଟିମରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ସ୍ଥାନ ପାଇଥିଲେ। କିନ୍ତୁ ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ […]

The post ଆଇପିଏଲ ଖେଳୁଥିବା ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ କରୋନା appeared first on Odisha Reporter.

]]>

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତୀୟ କ୍ରିକେଟର ପ୍ରସିଦ୍ଧ କୃଷ୍ଣ। ଚଳିତ ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘର ବେଙ୍ଗାଲୁରୁରେ ଆଇସୋଲେସନରେ ରହିଛନ୍ତି।

ଶୁକ୍ରବାର ବିସିସିଆଇ ବିଶ୍ୱ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ସ୍କ୍ୱାଡ ଘୋଷଣା କରିଥିଲା। ପ୍ରସିଦ୍ଧ କୃଷ୍ଣ ଭାରତୀୟ ଟିମରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ସ୍ଥାନ ପାଇଥିଲେ। କିନ୍ତୁ ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ଟିମ୍ ଇଣ୍ଡିଆ ସହ ଇଂଲଣ୍ଡ ଗସ୍ତ କରିବେ କି ନାହିଁ, ତା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କେକେଆର୍ର ୪ର୍ଥ ଖେଳାଳି ଭାବେ ପ୍ରସିଦ୍ଧ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ତାଙ୍କ ପୂର୍ବରୁ କେକେଆର୍‌ର ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିୟର ଓ ଟିମ୍‌ ସାଇଫର୍ଟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୂଚନା ଅନୁସାରେ, ଟ୍ରେନିଂ ସେସନ୍ସ ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ଠାରୁ ଭାଇରସ ପ୍ରସିଦ୍ଧ ଓ ସନ୍ଦୀପଙ୍କ ଶରୀରରେ ପ୍ରବେଶ କରିଥିଲା। ପ୍ରସିଦ୍ଧ ହେଉଛନ୍ତି ବରୁଣଙ୍କ ଘନିଷ୍ଠ ବନ୍ଧୁ। ଉଭୟ ସବୁବେଳେ ଏକାଠି ବୁଲାବୁଲି କରନ୍ତି। ତେଣୁ ବରୁଣଙ୍କ ଠାରୁ ହିଁ ପ୍ରସିଦ୍ଧ ସଂକ୍ରମିତ ହୋଇଛନ୍ତି।

ମେ’ ୩ରେ ଅନ୍ୟ ଭାରତୀୟ ଖେଳାଳିଙ୍କ ଭଳି ପ୍ରସିଦ୍ଧ ମଧ୍ୟ ଆଇପିଏଲ ବବଲ୍ସରୁ ବାହାରି ନିଜ ବେଙ୍ଗାଲୁରୁ ସ୍ଥିତ ଘରକୁ ଯାଇଥିଲେ। ଟେଷ୍ଟ ଚାମ୍ପିୟନଶିପ୍‌ ଖେଳିବାକୁ ଯିବା ପାଇଁ ଥିବା ଖେଳାଳି ମେ’ ୨୫ରେ ବାୟୋବବଲ୍ସରେ ପ୍ରବେଶ କରିବେ। ଏହି ସମୟରେ ପ୍ରସିଦ୍ଧଙ୍କ ଟେଷ୍ଟ ରିପୋର୍ଟ ନେଗେଟିବ ଆସିବ ବୋଲି ବିସିସିଆଇ ଆଶା ରଖିଛି।

ନ୍ୟୁଜିଲ୍ୟାଣ୍ଡର ଟିମ୍ ସାଇଫର୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଅହମଦାବାଦରେ ହିଁ ଆଇସୋଲେସନରେ ଥିଲେ। ଏବେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି।

The post ଆଇପିଏଲ ଖେଳୁଥିବା ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ କରୋନା appeared first on Odisha Reporter.

]]>
left bottom 2021-05-08 15:17:20 https://cdn.odishareporter.in/wp-content/uploads/2021/05/08151632/prasidh-krishna.jpg
୫୯୮ ୱିକେଟ୍ ନେବା ପରେ ମିଳିଲା ଅନ୍ତର୍ଜାତୀୟ ଡେବ୍ୟୁ କ୍ୟାପ୍ https://odishareporter.in/uncategorized/tabish-khan-becomes-oldest-pak-test-debutant-in-66-years-641603 Fri, 07 May 2021 16:00:19 +0000 https://odishareporter.in/?p=641603

ହରାରେ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ପେସ୍ ବୋଲର ତାବିଶ୍ ଖାନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ତାବିଶ୍ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିବାରେ ୨୪୫ତମ ଖେଳାଳି ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ତାବିଶ ଖାନଙ୍କୁ ୩୬ ବର୍ଷ ୧୪୬ ଦିନରେ ପାକିସ୍ତାନ ପକ୍ଷରୁ ପଦାର୍ପଣ କରିବାର ସୁଯୋଗ ମିଳିଛି । ଏଥିସହ ତାବିଶ୍ ପାକିସ୍ତାନର ଦ୍ୱିତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ପଦାର୍ପଣ କରିଛନ୍ତି । ପାକିସ୍ତାନ ପକ୍ଷରୁ ଟେଷ୍ଟରେ ଡେବ୍ୟୁ […]

The post ୫୯୮ ୱିକେଟ୍ ନେବା ପରେ ମିଳିଲା ଅନ୍ତର୍ଜାତୀୟ ଡେବ୍ୟୁ କ୍ୟାପ୍ appeared first on Odisha Reporter.

]]>

ହରାରେ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ପେସ୍ ବୋଲର ତାବିଶ୍ ଖାନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ତାବିଶ୍ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିବାରେ ୨୪୫ତମ ଖେଳାଳି ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ତାବିଶ ଖାନଙ୍କୁ ୩୬ ବର୍ଷ ୧୪୬ ଦିନରେ ପାକିସ୍ତାନ ପକ୍ଷରୁ ପଦାର୍ପଣ କରିବାର ସୁଯୋଗ ମିଳିଛି । ଏଥିସହ ତାବିଶ୍ ପାକିସ୍ତାନର ଦ୍ୱିତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ପଦାର୍ପଣ କରିଛନ୍ତି । ପାକିସ୍ତାନ ପକ୍ଷରୁ ଟେଷ୍ଟରେ ଡେବ୍ୟୁ କରିବାରେ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ହେଉଛନ୍ତି ମିରାନ୍ ବକ୍ସ । ସେ ୪୭ ବର୍ଷ ବୟସରେ ପଦାର୍ପଣ କରିଥିଲେ ।

ଟେଷ୍ଟ କ୍ୟାପ୍ ମିଳିବା ପରେ ତାବିଶ୍ ଖାନ୍ କହିଛନ୍ତି, ମୋ ପାଇଁ ଶବ୍ଦ ନାହିଁ । ଯେଉଁ ଯୁବ ଖେଳାଳି ପାକିସ୍ତାନରେ କ୍ରିକେଟ୍ ଖେଳିବା ଆରମ୍ଭ କରନ୍ତି, ସେମାନେ ବିଶେଷ କରି ଦିନେ ନା ଦିନେ ଜାତୀୟ ଦଳ ପକ୍ଷରୁ ଟେଷ୍ଟ କ୍ରିକେଟ୍ ଖେଳିବାର ସ୍ୱପ୍ନ ଦେଖିଥାନ୍ତି । ମୋର ଯାତ୍ରା ବହୁତ ଲମ୍ବା ରହିଥିଲା, କିନ୍ତୁ ଆଜି ମୋର ସ୍ୱପ୍ନ ପୂରଣ ହୋଇଛି । ଆଜି ମୋ ଛାତିରେ ପାକିସ୍ତାନର ଷ୍ଟାର୍ ଅଛି ଏବଂ ମଇଦାନରେ ୧୧୦ ପ୍ରତିଶତ ପ୍ରଦର୍ଶନ କରିବି ।

ତାବିଶ୍ ଖାନ୍ ପ୍ରଥମଶ୍ରେଣୀ କ୍ରିକେଟରେ ୫୯୮ ୱିକେଟ୍ ନେଇଛନ୍ତି । ସେ ୧୩୭ ମ୍ୟାଚ୍ ଖେଳି ୨୪.୨୯ ହାରରେ ଏହି ସଫଳତା ଅର୍ଜନ କରଛନ୍ତି । ତାବିଶ୍ ୨୦୦୨-୦୩ରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ । ସେ ୩୮ଥର ଗୋଟିଏ ମ୍ୟାଚରେ ୫ରୁ ଅଧିକ ୱିକେଟ୍ ନେଇଛନ୍ତି ଏବଂ ୭ଥର ୧୦ରୁ ଅଧିକ ସଫଳତା ଅର୍ଜନ କରିଛନ୍ତି । ସେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭୩୩ ରନ୍ କରିଛନ୍ତି ।

ସେହିପରି ତାବିଶ୍ ୫୮ ଲିଷ୍ଟ-ଏ ମ୍ୟାଚରେ ୭୩ ୱିକେଟ୍ ନେଇଛନ୍ତି ଏବଂ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୫/୨୮ ରହିଛି । ଏହାବ୍ୟତୀତ ୪୩ ଟି-୨୦ ମ୍ୟାଚରେ ୪୨ ୱିକେଟ୍ ହାସଲ କରିଛନ୍ତି । ତାବିଶ୍ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍‌)ରେ ମଧ୍ୟ ଖେଳିସାରିଛନ୍ତି । ୨୦୧୮ରେ ସେ କରାଚୀ କିଙ୍ଗସ୍ ପକ୍ଷରୁ ଖେଳିଥିଲେ ।

The post ୫୯୮ ୱିକେଟ୍ ନେବା ପରେ ମିଳିଲା ଅନ୍ତର୍ଜାତୀୟ ଡେବ୍ୟୁ କ୍ୟାପ୍ appeared first on Odisha Reporter.

]]>
left bottom 2021-05-07 21:48:26 https://cdn.odishareporter.in/wp-content/uploads/2021/05/07212841/tabish-Khan.jpg
ଇଂଲଣ୍ଡ ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଫେରିଲେ ଜାଡେଜା ଓ ଶାମି https://odishareporter.in/sports/cricket/india-squad-for-wtc-final-england-tests-jadeja-returns-hardik-kuldeep-miss-out-641572 Fri, 07 May 2021 13:41:38 +0000 https://odishareporter.in/?p=641572

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଛି । ସେହିପରି ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ସମାନ ଦଳ ଘୋଷଣା କରାଯାଇଛି । ସ୍କ୍ୱାଡକୁ ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରତ୍ୟାବର୍ତ୍ତନ କରିଛନ୍ତି । […]

The post ଇଂଲଣ୍ଡ ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଫେରିଲେ ଜାଡେଜା ଓ ଶାମି appeared first on Odisha Reporter.

]]>

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଛି । ସେହିପରି ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ସମାନ ଦଳ ଘୋଷଣା କରାଯାଇଛି ।

ସ୍କ୍ୱାଡକୁ ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୁହେଁ ଆହତ କାରଣରୁ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଯୁବ ଓପ୍ନର ପୃଥ୍ୱୀ ଶ’ ଓ ପେସର ଭୁବନେଶ୍ୱର କୁମାରଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ । ଶାମି ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଶାମି ଭାରତ ପକ୍ଷରୁ ଖେଳିଥିଲେ। ଏହି ଟେଷ୍ଟରେ ଶାମିଙ୍କ କାନ୍ଧରେ ଆଘାତ ଲାଗିଥିଲା ।

ସେହିପରି ଜାଡେଜା ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଆହତ ହୋଇଥିଲେ । ଯେଉଁ କାରଣରୁ ଉଭୟ ଶାମି ଓ ଜାଡେଜା ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ୍ ଖେଳିପାରିନଥିଲେ । ଏବେ ଦୁହେଁ ଫିଟ୍ ହୋଇସାରିଛନ୍ତି ଏବଂ ନିକଟରେ ଆଇପିଏଲ ଖେଳି କମବ୍ୟାକ୍ କରିଛନ୍ତି । ଏହି ଦୁହିଁଙ୍କ ବ୍ୟତୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚୟନ ହୋଇଥିବା ସ୍କ୍ୱାଡରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫେବୃଆରୀ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୩-୧ରେ ବିଜୟୀ ହୋଇଥିଲା ।

ଟିମର ନେତୃତ୍ୱ ନେବେ ବିରାଟ୍ କୋହଲି । ତାଙ୍କ ଡେପୁଟୀ ଭାବେ ଆଜିଙ୍କ୍ୟ ରାହାଣେ ଟିମରେ ଅଛନ୍ତି । ଅଭିମନ୍ୟୁ ଈଶ୍ୱରନ୍‌, ପ୍ରସିଦ୍ଧ କୃଷ୍ଣ, ଆଭେଶ ଖାନ୍ ଓ ଅର୍ଜାନ୍ ନାଗୱାସୱାଲ୍ଲା ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିବେ । ଏହାବ୍ୟତୀତ ରେଗୁଲାର ସ୍କ୍ୱାଡରେ ରୋହିତ୍ ଶର୍ମା ଓ ଶୁବମନ୍ ଗିଲଙ୍କ ସମେତ ଚେତେଶ୍ୱର ପୂଜାରା, ଋଷଭ ପନ୍ତ ରହିଛନ୍ତି । ରିଜର୍ଭ ୱିକେଟକିପର ଭାବେ ଋଦ୍ଧିମାନ ସାହା ଓ ଲୋକେଶ ରାହୁଲ୍ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦର ନିଜ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । ପେସ୍ ଡିପାର୍ଟମେଣ୍ଟରେ ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି ।

ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ୍‌), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଆର୍ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ୍‌, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ । ଲୋକେଶ ରାହୁଲ୍ ଓ ଋଦ୍ଧିମାନ ସାହା (ଉଭୟେ ଫିଟନେସ୍ କ୍ଲିୟର କରିନାହାନ୍ତି) ।

The post ଇଂଲଣ୍ଡ ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଫେରିଲେ ଜାଡେଜା ଓ ଶାମି appeared first on Odisha Reporter.

]]>
left top 2021-05-07 19:16:51 https://cdn.odishareporter.in/wp-content/uploads/2021/05/07191029/team-india.jpg
ବିରାଟ୍ ଓ ଅନୁଷ୍କା ଦାନ କଲେ ୨ କୋଟି, ଲୋକଙ୍କୁ କଲେ ଅପିଲ୍ https://odishareporter.in/sports/cricket/virat-kohli-and-anushka-sharma-have-donated-2cr-in-the-covid19-relief-fund-641517 Fri, 07 May 2021 11:03:45 +0000 https://odishareporter.in/?p=641517

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦେଶରେ ଘାତକ କରୋନା ଭାଇରସ୍ ମହାମାରୀ ବିରୋଧରେ ଆଗକୁ ଆସିଛନ୍ତି । ଦୁହେଁ କୋଭିଡ୍‌-୧୯ ସହାୟତା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି । ଏହା ସହ ବିରାଟ୍ ଓ ଅନୁଷ୍କା ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ଆଗକୁ ଆସିବା ପାଇଁ କହିଛନ୍ତି ଓ ସ୍ୱଇଚ୍ଛାରେ ଦାନ କରିବାକୁ ଅନୁରୋଧ କରିଛନ୍ତି । ଆଇପିଏଲ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ […]

The post ବିରାଟ୍ ଓ ଅନୁଷ୍କା ଦାନ କଲେ ୨ କୋଟି, ଲୋକଙ୍କୁ କଲେ ଅପିଲ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦେଶରେ ଘାତକ କରୋନା ଭାଇରସ୍ ମହାମାରୀ ବିରୋଧରେ ଆଗକୁ ଆସିଛନ୍ତି । ଦୁହେଁ କୋଭିଡ୍‌-୧୯ ସହାୟତା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି । ଏହା ସହ ବିରାଟ୍ ଓ ଅନୁଷ୍କା ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ଆଗକୁ ଆସିବା ପାଇଁ କହିଛନ୍ତି ଓ ସ୍ୱଇଚ୍ଛାରେ ଦାନ କରିବାକୁ ଅନୁରୋଧ କରିଛନ୍ତି ।

ଆଇପିଏଲ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମର କ୍ୟାପଟେନ୍ ବିରାଟ୍ କୋହଲି ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ତାଙ୍କ ସହ ଅନୁଷ୍କା ମଧ୍ୟ ଅଛନ୍ତି । ବିରାଟ୍ କହିଛନ୍ତି ଯେ ସେ ଓ ଅନୁଷ୍କା କୋଭିଡ୍‌-୧୯ ଲଢ଼େଇ ବିରୋଧରେ ଅଧିକରୁ ଅଧିକ ଲୋକଙ୍କୁ ସହାୟତା କରିବାକୁ ପ୍ରୟାସ କରିଛନ୍ତି । ବିରାଟ୍ ଓ ଅନୁଷ୍କାଙ୍କ ଏହି ମହତ କାମ ପାଇଁ ସୋଶାଲ ମିଡିଆରେ ଦୁହିଁଙ୍କୁ ଖୁବ୍ ପ୍ରଶଂସା କରାଯାଉଛି ।

ବିରାଟ୍ ଓ ଅନୁଷ୍କା ଏହି ଅଭିଯାନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦୁହେଁ ପାଣ୍ଠି ସଂଗ୍ରହ କରୁଥିବା ଏକ ସଂସ୍ଥା କେଟା ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରୁଛନ୍ତି । ଏହି ଅଭିଯାନ ୭ଦିନ ଧରି ଚାଲିବ ଏବଂ ସଂଗୃହିତ ପାଣ୍ଠି ଏସିଟି ଗ୍ରାଣ୍ଟସ୍ ନାମକ ଏକ ସଂସ୍ଥାକୁ ଦିଆଯିବ, ଯାହା ଅକ୍ସିଜେନ୍ ଓ ଚିକିତ୍ସା ସୁବିଧା ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରିବ । ସୋଶାଲ ମିଡିଆରେ ବିରାଟ୍ ଓ ଅନୁଷ୍କାଙ୍କ ଏହି କାମକୁ ବହୁତ ପ୍ରଶଂସା କରାଯାଉଛି ।

କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଆଇପିଏଲର ୧୪ଶ ସଂସ୍କରଣକଚୁ ୨୯ ମ୍ୟାଚ୍ ପରେ ସ୍ଥଗିତ କରିଦିଆଯାଇଛି । ଏହି କାରଣରୁ ଲିଗରେ ସାମିଲ୍ ଖେଳାଳିମାନେ ଏବେ ନିଜ ନିଜର ଘରକୁ ଫେରିଯାଇଛନ୍ତି । ଅଧିକାଂଶ ଭାରତୀୟ ଖେଳାଳି ନିଜ ନିଜର ଘରେ ପହଞ୍ଚି ଯାଇଛନ୍ତି । ବିରାଟ୍ କୋହଲି ମଧ୍ୟ ମୁମ୍ବାଇ ଫେରି ଆସିଛନ୍ତି।

The post ବିରାଟ୍ ଓ ଅନୁଷ୍କା ଦାନ କଲେ ୨ କୋଟି, ଲୋକଙ୍କୁ କଲେ ଅପିଲ୍ appeared first on Odisha Reporter.

]]>
left bottom 2021-05-07 16:34:17 https://cdn.odishareporter.in/wp-content/uploads/2021/05/07163245/Virat-Kohli-and-Anushka-Sha.jpg
ମା’ଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ଭଉଣୀଙ୍କୁ ବି ହରାଇଲେ ଭାରତୀୟ କ୍ରିକେଟର୍‌ https://odishareporter.in/sports/cricket/2-weeks-after-her-mothers-demise-veda-krishnamurthy-loses-her-sister-to-covid-19-641311 Thu, 06 May 2021 15:08:11 +0000 https://odishareporter.in/?p=641311

ନୂଆଦିଲ୍ଲୀ: କରୋନା ମହାମାରୀ ଲୋକଙ୍କୁ ନାହିଁ ନଥିବା କଷ୍ଟ ଦେଉଛି । ଏହା କେବଳ ସାଧାରଣ ଲୋକଙ୍କୁ ନୁହେଁ ବରଂ ଅନେକ ସେଲିବ୍ରିଟୀଙ୍କୁ ମଧ୍ୟ ଜୀବନ ନେଉଛି। ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ କ୍ରିକେଟର୍ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭଉଣୀ ବତସଲା ଶିବକୁମାରଙ୍କ କୋଭିଡ୍‌-୧୯ ମହାମାରୀ କାରଣରୁ ଦେହାନ୍ତ ହୋଇଛି । ଦୁଇ ସପ୍ତାହ ତଳେ ବେଦାଙ୍କ ମା’ଙ୍କ ମଧ୍ୟ ଏହି ଘାତକ ମହାମାରୀ ଯୋଗୁ ଦେହାନ୍ତ ହୋଇଥିଲା । ବୁଧବାର ରାତିରେ ୩୫ ବର୍ଷୀୟା ବତସଲାଙ୍କ […]

The post ମା’ଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ଭଉଣୀଙ୍କୁ ବି ହରାଇଲେ ଭାରତୀୟ କ୍ରିକେଟର୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ମହାମାରୀ ଲୋକଙ୍କୁ ନାହିଁ ନଥିବା କଷ୍ଟ ଦେଉଛି । ଏହା କେବଳ ସାଧାରଣ ଲୋକଙ୍କୁ ନୁହେଁ ବରଂ ଅନେକ ସେଲିବ୍ରିଟୀଙ୍କୁ ମଧ୍ୟ ଜୀବନ ନେଉଛି। ଭାରତୀୟ ମହିଳା କ୍ରିକେଟ୍ ଟିମର ଷ୍ଟାର୍ କ୍ରିକେଟର୍ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭଉଣୀ ବତସଲା ଶିବକୁମାରଙ୍କ କୋଭିଡ୍‌-୧୯ ମହାମାରୀ କାରଣରୁ ଦେହାନ୍ତ ହୋଇଛି । ଦୁଇ ସପ୍ତାହ ତଳେ ବେଦାଙ୍କ ମା’ଙ୍କ ମଧ୍ୟ ଏହି ଘାତକ ମହାମାରୀ ଯୋଗୁ ଦେହାନ୍ତ ହୋଇଥିଲା ।

ବୁଧବାର ରାତିରେ ୩୫ ବର୍ଷୀୟା ବତସଲାଙ୍କ ଦେହାନ୍ତ ଏକ ପ୍ରାଇଭେଟ୍ ହସ୍ପିଟାଲରେ ହୋଇଥିଲା । ଗତ ମାସରେ ବେଦାଙ୍କ ମା’ ଚେଲବମ୍ବା ଦେବୀଙ୍କର ଦେହାନ୍ତ ହୋଇଥିଲା । ଭାରତ ପକ୍ଷରୁ ୪୮ ଦିନିକିଆ ଅନ୍ତର୍ଜାତୀୟ ଓ ୭୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଙ୍ଗାଲୁରୁର ଏହି କ୍ରିକେଟର୍ ଏପ୍ରିଲ୍ ୨୪ ତାରିଖରେ ନିଜ ମା’ଙ୍କର ଦେହାନ୍ତ ଖବର ଟ୍ୱିଟ୍ ଜରିଆରେ ଜଣାଇଥିଲେ । ଏହାସହ ସେ କହିଥିଲେ ସେ ତାଙ୍କ ଭଉଣୀ ମଧ୍ୟ ସଂକ୍ରମିତ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଛି ।

ବେଦା ଲେଖିଥିଲେ, ମୋ ମା’ଙ୍କର ଦେହାନ୍ତରେ ମିଳିଥିବା ବାର୍ତ୍ତାର ସମ୍ମାନ କରୁଛି । ମୋ’ ମା’ଙ୍କ ବିନା ମୋ ପରିବାର ପୂରା ଶେଷ ହୋଇଯାଇଛି । ଏବେ ମୋ ଭଉଣୀ ପାଇଁ ପ୍ରାର୍ଥନା କରନ୍ତୁ । ତେବେ ମୋର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଯେଉଁମାନେ ଏହି ସମୟ ଅତିକ୍ରମ କରିସାରିଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ।

ସୂଚନାଯୋଗ୍ୟ, ଭାରତ ବର୍ତ୍ତମାନ ଦ୍ୱିତୀୟ ଲହରରେ ବହୁ କ୍ଷତି ସହୁଛି । ଗତ କିଛି ଦିନ ହେବ ଲଗାତୀ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ପ୍ରମୁଖ ମେଡିସିନର ଅଭାବ ଦ୍ୱାରା ଏହି ସଙ୍କଟ ଆହୁରି ବଢ଼ିଯାଇଛି ।

The post ମା’ଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ଭଉଣୀଙ୍କୁ ବି ହରାଇଲେ ଭାରତୀୟ କ୍ରିକେଟର୍‌ appeared first on Odisha Reporter.

]]>
left bottom 2021-05-06 20:38:11 https://cdn.odishareporter.in/wp-content/uploads/2021/05/06203426/veda-krishnamurthy.jpg
ଆଇପିଏଲ୍ ବବଲରେ କେମିତି ପଶିଲା କରୋନା? ଜବାବ ଦେଲେ ଦାଦା https://odishareporter.in/sports/cricket/how-did-coronavirus-enter-ipl-bio-bubble-what-sourav-ganguly-said-641292 Thu, 06 May 2021 13:43:44 +0000 https://odishareporter.in/?p=641292

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ୁଥିବାର ଦେଖି ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ଏହି ଲିଗରେ ଲଗାତର ଖେଳାଳି ଓ ଫ୍ରାଞ୍ଚାଇଜିର କିଛି ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁକାରଣରୁ ଏହି ବଡ଼ ନିଷ୍ପତ୍ତି ନିଆ ଗଲା । ତେବେ ଏହାରି ଭିତରେ ଲଗାତର ପ୍ରଶ୍ନ ଉଠୁଛି ଯେ ବାୟୋ-ବବଲରେ କରୋନା କେମିତି ପ୍ରବେଶ କଲା । ଏହାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି । ଗାଙ୍ଗୁଲି […]

The post ଆଇପିଏଲ୍ ବବଲରେ କେମିତି ପଶିଲା କରୋନା? ଜବାବ ଦେଲେ ଦାଦା appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ୁଥିବାର ଦେଖି ଆଇପିଏଲର ୧୪ଶ ସଂସ୍କରଣକୁ ସ୍ଥଗିତ କରାଯାଇଛି । ଏହି ଲିଗରେ ଲଗାତର ଖେଳାଳି ଓ ଫ୍ରାଞ୍ଚାଇଜିର କିଛି ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁକାରଣରୁ ଏହି ବଡ଼ ନିଷ୍ପତ୍ତି ନିଆ ଗଲା । ତେବେ ଏହାରି ଭିତରେ ଲଗାତର ପ୍ରଶ୍ନ ଉଠୁଛି ଯେ ବାୟୋ-ବବଲରେ କରୋନା କେମିତି ପ୍ରବେଶ କଲା । ଏହାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି ।

ଗାଙ୍ଗୁଲି କହିଛନ୍ତି, ଯେତେବେଳେ ଆମେ ଆଇପିଏଲ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ, ସେତେବେଳେ ବାତାବରଣ ସେତେଟା ଖରାପ ନଥିଲା । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନଥିଲା । ଆମେ ଇଂଲଣ୍ଡ ସିରିଜ୍ ମଧ୍ୟ ସଫଳତାର ସହ ଶେଷ କରିଥିଲୁ । ଫେବୃଆରୀରେ କୋଭିଡ୍‌-୧୯ ମାମଲା ଅଧିକ ନଥିଲା । ଗତ ତିନି ସପ୍ତାହରେ ମାମଲା ଅଧିକ ବଢ଼ିଛି । ଏହା ପୂର୍ବରୁ କିଛି ବି ନଥିଲା । ଆମେ ୟୁଏଇରେ ଆଇପିଏଲ୍ ଆୟୋଜନ କରିବା ପାଇଁ ଯୋଜନା କରିଥିଲୁ, କିନ୍ତୁ ଏହାକୁ ପୁଣି ଭାରତରେ କରାଇବାକୁ ନିଷ୍ପତ୍ତି ନେଇଥିଲୁ ।

ଗାଙ୍ଗୁଲି କହିଛନ୍ତି, ଆଇପିଏଲରେ ବାୟୋ-ବବଲର କୌଣସି ଉଲ୍ଲଙ୍ଘନ ହୋଇନାହିଁ । ବୋର୍ଡକୁ ଯେଉଁ ରିପୋର୍ଟ ମିଳିଛି, ସେଥିରୁ ଜଣାପଡ଼ିଛି ଯେ ବାୟୋ-ବବଲର କୌଣସି ଉଲ୍ଲଙ୍ଘନ ହୋଇନାହିଁ । ଏହା କେମିତି ହେଲା, ଏହା ଉପରେ କହିବା କଷ୍ଟକର । ଦେଶରେ ଏତେ ସଂଖ୍ୟକ ଲୋକେ ସଂକ୍ରମିତ ହୋଇଛନ୍ତି, ଏହା ଉପରେ କହିବା ବି କଷ୍ଟକର ।

ଗାଙ୍ଗୁଲି କହିଛନ୍ତି, ୟୁକେର କମ୍ପାନୀ ରେସଟ୍ରାଟାକୁ ବାୟୋବବଲ୍ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇନଥିଲା, କାରଣ ଭାରତରେ ସେମାନଙ୍କର ଉପସ୍ଥିତି ସେତେଟା ବଡ଼ ନୁହେଁ । ଆମେ ଯେଉଁମାନଙ୍କୁ ଏହି ଦାୟିତ୍ୱ ଦେଇଥିଲୁ, ସେମାନେ ପେସାଦାର । ଅନେକ ପେସାଦାର କମ୍ପାନୀ ମଧ୍ୟ ଦୁନିଆର ଅଧିକାଂଶ ସ୍ଥାନରେ ବାୟୋ ବବଲ୍ ଭିତରକୁ ଆସୁଥିବା ଭାଇରସକୁ ରୋକି ପାରିନାହାନ୍ତି । ଯେତେବେଳେ ଇଂଲଣ୍ଡରେ ଦ୍ୱିତୀୟ ମହାମାରୀର ଲହର ଆସିଲା, ଇଂଲିଶ୍ ପ୍ରିମିୟର୍ ଲିଗରେ ଅନେକ ମାମଲା ସାମ୍ନାକୁ ଆସିଥିଲା । ମାଞ୍ଚେଷ୍ଟର ସିଟି, ଆର୍ସେନାଲ୍‌ର ଖେଳାଳି ସଂକ୍ରମିତ ହୋଇଥିଲେ । ଯାହା ପରେ ମ୍ୟାଚ୍ ତାରିଖ ପୁନଃନିର୍ଦ୍ଧାରିତ ହୋଇଥିଲା । ଯେହେତୁ ସେମାନଙ୍କ ସିଜନ୍ ୬ ମାସ ଲମ୍ବା ଚାଲିଥାଏ, ତେଣୁ ସେମାନେ ଏଭଳି ନିଷ୍ପତ୍ତି ନେଲେ । କିନ୍ତୁ ଆମର ସିଜନ୍ ବହୁତ ଟାଇଟ୍ ରହିଥାଏ । ଆମକୁ ବିଦେଶୀ ଖେଳାଳିଙ୍କୁ ରିଲିଜ୍ କରିବାକୁ ପଡ଼ିଥାଏ, ତେଣୁ ପୁଣିଥରେ କାର୍ଯ୍ୟକ୍ରମ ସ୍ଥିର କରିବା କଷ୍ଟକର ହୋଇଥାଏ ।

ଗାଙ୍ଗୁଲି ମଧ୍ୟ ସବୁ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି, ବିଦେଶୀ ଖେଳାଳିଙ୍କ ଉପରେ ପୂରା ନଜର ରଖାଯାଉଛି ଏବଂ ସେମାନେ ସୁରକ୍ଷିତ ଭାବେ ଘରେ ପହଞ୍ଚିବେ । ଅଷ୍ଟ୍ରେଲିଆ ଖେଳାଳି ମାଳଦ୍ୱୀପ ଯାଇ ସେଠାରେ କ୍ୱାରେଣ୍ଟାଇନରେ ରହିବେ ଏବଂ ସେଠାରୁ ସିଧା ଅଷ୍ଟ୍ରେଲିଆ ପହଞ୍ଚିବେ । ଭାରତୀୟ ଖେଳାଳି ନିଜ ନିଜର ଘରେ ଭ୍ୟାକସିନ୍ ନେଇପାରିବେ, କାରଣ ସେମାନଙ୍କ ପାଖରେ ଏବେ ପୂରା ସମୟ ଅଛି । ସବୁ ଭାରତୀୟ ଖେଳାଳି ନିଜ ନିଜର ଘରକୁ ଯାଇଛନ୍ତି, ଯାହା ସେମାନଙ୍କ ପାଇଁ ସହଜ ବିକଳ୍ପ ହେବ ବୋଲି ଗାଙ୍ଗୁଲି କହିଛନ୍ତି ।

The post ଆଇପିଏଲ୍ ବବଲରେ କେମିତି ପଶିଲା କରୋନା? ଜବାବ ଦେଲେ ଦାଦା appeared first on Odisha Reporter.

]]>
IPL 2021, left bottom 2021-05-07 12:50:35 https://cdn.odishareporter.in/wp-content/uploads/2021/05/06191130/dada.jpg
ଇତିହାସ ରଚିଲେ ପନ୍ତ, ପ୍ରଥମ ଭାରତୀୟ ୱିକେଟ କିପର ଭାବେ ସୃଷ୍ଟି କଲେ ଏମିତି ରେକର୍ଡ https://odishareporter.in/sports/cricket/rishabh-pant-makes-history-641285 Thu, 06 May 2021 12:53:25 +0000 https://odishareporter.in/?p=641285

ଦୁବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ କିପର ଭାବେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟସମାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ତାଲିକାର ୬ନଂ ସ୍ଥାନରେ ପନ୍ତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ରାଙ୍କ। ସେ କେବେ ହେଲେ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ […]

The post ଇତିହାସ ରଚିଲେ ପନ୍ତ, ପ୍ରଥମ ଭାରତୀୟ ୱିକେଟ କିପର ଭାବେ ସୃଷ୍ଟି କଲେ ଏମିତି ରେକର୍ଡ appeared first on Odisha Reporter.

]]>

ଦୁବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ କିପର ଭାବେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟସମାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ତାଲିକାର ୬ନଂ ସ୍ଥାନରେ ପନ୍ତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ରାଙ୍କ। ସେ କେବେ ହେଲେ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରି ନଥିଲେ।

ଭାରତ ନିକଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିଥିଲା। ଏଥିରେ ପନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପନ୍ତ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୩ୟ ଶତକ ମଧ୍ୟ ହାସଲ କରିଥିଲେ। ଘରୋଇ ମାଟିରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ହିଁ ପନ୍ତ ଶତକ ହାସଲ କରିଥିଲେ।

ଅଷ୍ଟ୍ରେଲିଆରେ ମଧ୍ୟ ପନ୍ତଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତ ସିରିଜ୍‌ ଜିତିଥିଲା। କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବାରୁ ପନ୍ତଙ୍କୁ ଆଇସିସିର ଟପ୍‌ ଟେନ୍‌ ଟେଷ୍ଟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସ୍ଥାନ ମିଳିଛି। ପନ୍ତଙ୍କ ପୂର୍ବରୁ କୌଣସି ଭାରତୀୟ ୱିକେଟ କିପର କେବେ ହେଲେ ଆଇସିସି ଟେଷ୍ଟ ବ୍ୟାଟିଂ ତାଲିକାର ଟପ୍‌ ୧୦ରେ ସ୍ଥାନ ପାଇ ନଥିଲେ।

ପନ୍ତ ନୂଆ ଇତିହାସ ସୃଷ୍ଟି କରିଥିବାରୁ ତାଙ୍କ ଆଇପିଏଲ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛି। ଟେଷ୍ଟ ମ୍ୟାଚ୍‌ରେ ବିଫଳ ହେଉଥିବା ପନ୍ତଙ୍କୁ ଏକଦା ସ୍କ୍ୱାଡରୁ ବାଦ ଦିଆଯାଇଥିଲା। ତେବେ ୬ ମାସ ମଧ୍ୟରେ ସେ ଜବର ଦସ୍ତ କମବ୍ୟାକ କରିଥିଲେ। ଅଷ୍ଟ୍ରେଲିଆ ମାଟିରେ ସେ ଘରୋଇ ଦଳ ବିପକ୍ଷରେ ୨ଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ।


ଗୋଟିଏ ଅର୍ଦ୍ଧଶତକ ଯୋଗୁ ଭାରତ ସିଡ୍‌ନୀ ଟେଷ୍ଟକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ସେହିପରି ଶେଷ ମ୍ୟାଚ୍‌ରେ ପନ୍ତ ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ମାଟିରେ ଅର୍ଦ୍ଧଶତକ ହାସଲ କରି ସିରିଜ୍‌ ଜିତାଇଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୯୨ ରନ୍ କରିଥିବା ପନ୍ତ ଦ୍ୱିତୀୟ ଟେଷ୍ଟରେ ଅପରାଜିତ ୫୮ ରନ୍ କରିଥିଲେ। ତୃତୀୟ ମ୍ୟାଚରେ ତାଙ୍କ ବ୍ୟାଟ୍ ଆଦୌ ଚାଲି ନଥିଲା। କିନ୍ତୁ ଶେଷ ମ୍ୟାଚରେ ସେ ମ୍ୟାଚ୍ ୱିନିଂ ଶତକ ହାସଲ କରି ଭାରତକୁ ୩-୧ରେ ସିରିଜ୍ ବିଜୟୀ କରାଇଥିଲେ।

ଅନ୍ୟପକ୍ଷରେ ଆଇସିସି ରାଙ୍କ ଅନୁସାରେ, କେନ୍‌ ୱିଲିୟମସନ ପୂର୍ବଭଳି ୧ନଂ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଷ୍ଟିଭ ସ୍ମିଥ ଓ ତୃତୀୟରେ ମାର୍ନସ ଲାବୁଶେନ ରହିଛନ୍ତି।

ଟପ୍ ୧୦ ଭିତରେ ଭାରତର ରୋହିତ ଶର୍ମା ଓ ବିରାଟ କୋହଲି ରହିଛନ୍ତି। ବିରାଟ ପୂର୍ବଭଳି ୫ନଂ ସ୍ଥାନରେ ଥିବା ବେଳେ ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ପନ୍ତ, ରୋହିତ ଓ ନ୍ୟୁଜିଲ୍ୟାଣ୍ଡର ହେନରୀ ନିକୋଲ୍ସଙ୍କ ପଏଣ୍ଟ ସମାନ ରହିଛି। ସମସ୍ତେ ୪୪୭ ଲେଖାଏ ପଏଣ୍ଟ ପାଇଛନ୍ତି। ହେଲେ ପନ୍ତ ୬ନଂରେ ଥିବା ବେଳେ ହେନରୀ ୭ନଂ ଓ ରୋହିତଙ୍କ ନାଁ ୮ନଂରେ ରହିଛି।

ପୂର୍ବରୁ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଥିବା ଚେତେଶ୍ୱର ପୂଜାରା ୧୪ନଂ ସ୍ଥାନକୁ ଖସି ଯାଇଛନ୍ତି। ୧୫ତମ ସ୍ଥାନରେ ଅଜିଙ୍କ୍ୟ ରାହଣେ ରହିଛନ୍ତି।

ଦିନିକିଆର ୧ନଂ ବ୍ୟାଟସମ୍ୟାନ ବାବର ଆଜମ ଗୋଟିଏ ସ୍ଥାନ ତଳକୁ ଖସି ୯ନଂରେ ଥିବା ବେଳେ ୪ନଂରେ ଜୋ ରୁଟ ଓ ୧୦ନଂରେ ଡାଭିଡ ୱାର୍ଣ୍ଣର ରହିଛନ୍ତି।

The post ଇତିହାସ ରଚିଲେ ପନ୍ତ, ପ୍ରଥମ ଭାରତୀୟ ୱିକେଟ କିପର ଭାବେ ସୃଷ୍ଟି କଲେ ଏମିତି ରେକର୍ଡ appeared first on Odisha Reporter.

]]>
left top 2021-05-06 18:23:25 https://cdn.odishareporter.in/wp-content/uploads/2021/05/06182239/Rishabh-Pant.jpg
ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମରୁ ଚାଲିଥିଲା ବେଟିଂ, ଏହି ବ୍ୟକ୍ତି କରୁଥିଲେ ସହଯୋଗ https://odishareporter.in/sports/cricket/in-delhi-corruptors-used-cleaner-for-pitch-siding-to-aid-betting-641061 Wed, 05 May 2021 15:26:29 +0000 https://odishareporter.in/?p=641061

ନୂଆଦିଲ୍ଲୀ: କରୋନା ପାଇଁ ଅଧାରୁ ବନ୍ଦ ହୋଇଯାଇଥିବା ଆଇପିଏଲକୁ ନେଇ ବଡ଼ ଖୁଲାସା ହୋଇଛି। ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଚାଲିଥିବା ଗୋଟିଏ ମ୍ୟାଚ୍‌ରେ ପ୍ରବଳ ବେଟିଂ ହୋଇଥିଲା। ଷ୍ଟାଡିୟମରେ ନିୟୋଜିତ ଜଣେ ସଫେଇ କର୍ମଚାରୀ ହିଁ ବୁକିମାନଙ୍କୁ ସହ ଯୋଗାଯୋଗରେ ରହି ପିଚ୍‌ ସେଡିଂ ବେଟିଂ କରୁଥିଲେ। ବିସିସିଆଇର ଦୁର୍ନୀତି ନିବାରଣ ଶାଖା (ଏସିୟୁ)ର ମୁଖ୍ୟ ଶବୀର ହୁସେନ୍ ଶେଖାଦାମ ଖଣ୍ଡୱାୱାଲା ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ପିଚ୍-ସାଇଡିଂ ହେଉଛି ବଲଟୁ ବଲ୍ ବେଟିଂ। ଏଥିରେ ବୁକିମାନେ […]

The post ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମରୁ ଚାଲିଥିଲା ବେଟିଂ, ଏହି ବ୍ୟକ୍ତି କରୁଥିଲେ ସହଯୋଗ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ପାଇଁ ଅଧାରୁ ବନ୍ଦ ହୋଇଯାଇଥିବା ଆଇପିଏଲକୁ ନେଇ ବଡ଼ ଖୁଲାସା ହୋଇଛି। ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଚାଲିଥିବା ଗୋଟିଏ ମ୍ୟାଚ୍‌ରେ ପ୍ରବଳ ବେଟିଂ ହୋଇଥିଲା। ଷ୍ଟାଡିୟମରେ ନିୟୋଜିତ ଜଣେ ସଫେଇ କର୍ମଚାରୀ ହିଁ ବୁକିମାନଙ୍କୁ ସହ ଯୋଗାଯୋଗରେ ରହି ପିଚ୍‌ ସେଡିଂ ବେଟିଂ କରୁଥିଲେ। ବିସିସିଆଇର ଦୁର୍ନୀତି ନିବାରଣ ଶାଖା (ଏସିୟୁ)ର ମୁଖ୍ୟ ଶବୀର ହୁସେନ୍ ଶେଖାଦାମ ଖଣ୍ଡୱାୱାଲା ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।

ପିଚ୍-ସାଇଡିଂ ହେଉଛି ବଲଟୁ ବଲ୍ ବେଟିଂ। ଏଥିରେ ବୁକିମାନେ ଷ୍ଟାଡିୟମରେ କ’ଣ ଚାଲିଛି, ତା’ହା ଟିଭିରେ ପ୍ରସାରଣ ହେବାର କିଛି ସେକେଣ୍ଡ ପୂର୍ବରୁ ନିଜର ସହଯୋଗୀମାନଙ୍କ ଦ୍ୱାରା ଜାଣି ନିଅନ୍ତି। ଏହି ସମୟରେ ହିଁ ବଲଟୁ ବଲ ବେଟିଂ କରାଯାଏ। ଷ୍ଟାଡିୟମରେ ଥିବା ବ୍ୟକ୍ତି ଫୋନ୍‌ ଯୋଗେ ଆଗୁଆ ଗୋଟିଏ ବଲ୍‌ରେ କ’ଣ ହେଉଛି, ସେକଥା ଟିଭିରେ ପ୍ରସାରଣ ହେବା ପୂର୍ବରୁ ଜଣାଇ ଦେଇଥାଏ। କାରଣ ୨ଟି କିମ୍ବା ଗୋଟିଏ ବଲ୍‌ ପଡ଼ିଆରେ ବୋଲିଂ ହେବା ପରେ ଏହା ଟିଭିରେ ଟେଲିକାଷ୍ଟ ହୋଇଥାଏ। ଏହାକୁ ପିଚ୍‌ ସାଇଡିଂ ବେଟିଂ କୁହାଯାଏ।

ଏପରି ବେଟିଂ ଚଳିତ ଆଇପିଏଲ୍‌ର ଗୋଟିଏ ମ୍ୟାଚ୍‌ରେ ହୋଇଥିବା ଶବୀର ଦାବି କରିଛନ୍ତି। ଗୁଜରାଟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାରିଥିବା ଶବୀର ପିଟିଆଇକୁ କହିଛନ୍ତି ଯେ ଜଣେ ଏସିୟୁ ଅଧିକାରୀ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି। ତାଙ୍କୁ ବାକୁ କରିବା ପରେ ତାଙ୍କ ବିଷୟରେ ସବିଶେଷ ତଥ୍ୟ ଦିଲ୍ଲୀକୁ ଦିଆଯାଇଛି। ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ନିଜର ଦୁଇଟି ଯାକ ଫୋନ୍ ଛାଡ଼ି ଖସି ଯିବାକୁ ସକ୍ଷମ ହୋଇଛନ୍ତି।

ଏସିୟୁ ଦିଲ୍ଲୀ ପୁଲିସ ନିକଟରେ ଏହାର ଅଭିଯୋଗ ଦାଖଲ କରିଛି। ଆମେ ଦିଲ୍ଲୀ ପୁଲିସକୁ ଧନ୍ୟବାଦ ଦେଉଛୁ। କାରଣ ଏସିୟୁ ସୂଚନା ଅନୁଯାୟୀ ସେମାନେ ଅନ୍ୟ ଏକ ମାମଲାରେ କୋଟଲାରୁ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଦିଲ୍ଲୀ ପୁଲିସ୍‌ ମେ’ ୨ରେ କୋଟଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଳେ ନକଲି ପରିଚୟ ପତ୍ର ଧରି ଷ୍ଟାଡିୟମରେ ପ୍ରବେଶ କରିଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା।

ହୁସେନ୍ କହିଛନ୍ତି, ଏହି ଲୋକମାନେ ଦୁଇଟି ଭିନ୍ନ ଭିନ୍ନ ଦିନରେ କୋଟଲାରେ ପହଞ୍ଚିବାରେ ସଫଳ ହୋଇଥିଲେ। ସେଠାରୁ ଖସି ପଳାଇବାରେ ସଫଳ ହୋଇଥିବା ବ୍ୟକ୍ତି ଜଣଙ୍କ ସଫେଇ କର୍ମଚାରୀ ଭାବେ ଷ୍ଟାଡିୟମକୁ ଆସିଥିଲେ। ସେ ଟୁର୍ଣ୍ଣାମେଣ୍ଟ ପାଇଁ କାମ କରୁଥିବାରୁ ଆମ ପାଖରେ ତାଙ୍କର ସମସ୍ତ ବିବରଣୀ ଅଛି। ତାଙ୍କର ଆଧାର କାର୍ଡ ବିବରଣୀ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି। ମୁଁ ନିଶ୍ଚିତ ଯେ ତାଙ୍କୁ ଦିନେ କିମ୍ବା ଦୁଇ ଦିନ ଭିତରେ ଦିଲ୍ଲୀ ପୁଲିସ୍‌ ଗିରଫ କରିବ।

ସେ ଆହୁରି କହିଛନ୍ତି, କୋଟଲା କମ୍ପ୍ଲେକ୍ସ ଏକ ନିର୍ଜନ ଅଞ୍ଚଳରେ ସଫେଇ କର୍ମଚାରୀ ବେଶରେ ଥିବା ଯୁବକ ଜଣଙ୍କ ଏକୁଟିଆ ଠିଆ ହୋଇଥିଲେ। ତାଙ୍କୁ ଦେଖିବା କ୍ଷଣି ଆମର ଜଣେ ଜଣେ ଅଧିକାରୀ ତାଙ୍କ ପାଖକୁ ଯାଇ, ଏଠାରେ କ’ଣ କରୁଛ ବୋଲି ପଚାରିଥିଲେ। ସେ ଏହାର ଜବାବରେ କହିଥିଲେ ମୁଁ ମୋର ଗର୍ଲଫ୍ରେଣ୍ଡ ସହ କଥା ହେଉଛି। ଏକଥା ଶୁଣି ଅଧିକାରୀ ଜଣଙ୍କ ତାଙ୍କୁ ନମ୍ବରକୁ ଡାଏଲ କରି ଫୋନ ଦେବାକୁ କହିଥିଲେ।

ଅଧିକାରୀ ଜଣଙ୍କ ତାଙ୍କ ଫୋନକୁ ଦେଖୁଥିବା ବେଳେ ଯୁବକ ଜଣଙ୍କ ସେଠାରୁ ଦୌଡ଼ି ପଳାଇଥିଲେ ବୋଲି ହୁସେନ କହିଛନ୍ତି। ତେବେ କୋଟଲାର କେଉଁ ମ୍ୟାଚ୍‌ରେ ଏପରି ହୋଇଥିଲା ସେକଥା ସେ କହିନାହାନ୍ତି।

ହୁସେନ ଘଟଣା ସମ୍ପର୍କରେ ଆହୁରି ବିସ୍ତୃତ ସୂଚନା ଦେଇ କହିଛନ୍ତି, ଯୁବକ ଜଣଙ୍କ ଏକ ଆଇ-କାର୍ଡ ଲଗାଇଥିଲେ ଓ ଦୁଇଟି ମୋବାଇଲ୍ ଫୋନ୍ ଧରିଥିଲେ। ତାଙ୍କ ହାବ ଭାବ ଦେଖି ଆମ ଅଧିକାରୀ ସନ୍ଦେହ କରିଥିଲେ। ସେ ବଡ଼ବଡ଼ ବୁକିମାନଙ୍କୁ କାଳେ ସୂଚନା ଦେଉଥିବେ, ସେଥିପାଇଁ ଆମେ ଘଟଣା ସମ୍ପର୍କରେ ଦିଲ୍ଲୀ ପୁଲିସ୍‌କୁ ଜଣାଇଥିଲୁ। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

The post ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମରୁ ଚାଲିଥିଲା ବେଟିଂ, ଏହି ବ୍ୟକ୍ତି କରୁଥିଲେ ସହଯୋଗ appeared first on Odisha Reporter.

]]>
left bottom 2021-05-05 20:56:29 https://cdn.odishareporter.in/wp-content/uploads/2021/05/05205548/IPL1.jpg
୮ ଇଂଲଣ୍ଡ ଖେଳାଳି ଫେରିଲେ ସ୍ୱଦେଶ https://odishareporter.in/sports/cricket/eight-of-the-11-england-cricketers-reach-home-from-covid-hit-ipl-2021-641058 Wed, 05 May 2021 15:24:08 +0000 https://odishareporter.in/?p=641058

ଲଣ୍ଡନ: ଆଇପିଏଲରେ ଭାଗ ନେଉଥିବା ଇଂଲଣ୍ଡର ୮ଜଣ ଖେଳାଳି ବୁଧବାର ସ୍ୱଦେଶ ଫେରିଯାଇଛନ୍ତି। ଏଥିରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ ବଟଲର୍ ଓ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଥିବା ଜନ୍ନି ବେୟାରଷ୍ଟୋ ସାମିଲ୍ ଅଛନ୍ତି। ଭାରତର ୪ ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ଆୟୋଜକ ମଙ୍ଗଳବାର ଆଇପିଏଲକୁ ସସପେଣ୍ଡ କରିଥିଲେ। ଇଂଲଣ୍ଡର ୧୧ ଜଣ ଖେଳାଳି ଆଇପିଏଲରେ ଭାଗ ନେଉଛନ୍ତି। ସ୍କାଏ ସ୍ପୋର୍ଟ୍ସ ମୁତାବକ, ସାମ୍ କୁରାନ୍‌, ଟମ୍ କୁରାନ୍‌, […]

The post ୮ ଇଂଲଣ୍ଡ ଖେଳାଳି ଫେରିଲେ ସ୍ୱଦେଶ appeared first on Odisha Reporter.

]]>

ଲଣ୍ଡନ: ଆଇପିଏଲରେ ଭାଗ ନେଉଥିବା ଇଂଲଣ୍ଡର ୮ଜଣ ଖେଳାଳି ବୁଧବାର ସ୍ୱଦେଶ ଫେରିଯାଇଛନ୍ତି। ଏଥିରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ ବଟଲର୍ ଓ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଥିବା ଜନ୍ନି ବେୟାରଷ୍ଟୋ ସାମିଲ୍ ଅଛନ୍ତି।

ଭାରତର ୪ ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ଆୟୋଜକ ମଙ୍ଗଳବାର ଆଇପିଏଲକୁ ସସପେଣ୍ଡ କରିଥିଲେ। ଇଂଲଣ୍ଡର ୧୧ ଜଣ ଖେଳାଳି ଆଇପିଏଲରେ ଭାଗ ନେଉଛନ୍ତି। ସ୍କାଏ ସ୍ପୋର୍ଟ୍ସ ମୁତାବକ, ସାମ୍ କୁରାନ୍‌, ଟମ୍ କୁରାନ୍‌, ସାମ୍ ବିଲିଙ୍ଗସ୍‌, କ୍ରିସ୍ ଓକ୍ସ, ମୋଇନ୍ ଅଲୀ ଓ ଜେସନ୍ ରୟ ବ୍ରିଟେନ୍ ଫେରିଯାଇଛନ୍ତି।

ତେବେ ଇଂଲଣ୍ଡର ସୀମିତ ଓଭର ଫର୍ମାଟର କ୍ୟାପଟେନ୍ ଇଆନ୍ ମୋର୍ଗାନ୍‌, ଡେୱିଡ୍ ମଲାନ୍ ଓ କ୍ରିସ୍ ଜୋର୍ଡାନ୍ ଆଗାମୀ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିପାରନ୍ତି। କରୋନା ମହାମାରୀ କାରଣରୁ ବ୍ରିଟେନ୍ ଭାରତକୁ ‘ରେଡ୍ ଲିଷ୍ଟ’ (ବିପଦ ତାଲିକା)ରେ ରଖିଛି ଏବଂ ଏଭଳି ସ୍ଥିତିରେ କ୍ରିକେଟରଙ୍କୁ ୧୦ ଦିନ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଅନୁମୋଦିତ ସୁବିଧାରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ସବୁ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପଠାଇବା ପାଇଁ ଆଇପିଏଲ୍ ପ୍ରତିଶ୍ରୁତି ଦେଇଛି। ଅଷ୍ଟ୍ରେଲିଆ ସରକାର ଅତି କମରେ ମେ’ ୧୫ ତାରିଖ ସୁଦ୍ଧା ଭାରତରୁ ଆସିବାକୁ ଥିବା ପ୍ରତିଟି ଲୋକଙ୍କ ଆସିବା ଉପରେ କଟକଣା ଲଗାଇଛି। ଏଭଳି ସ୍ଥିତିରେ କ୍ରିକେଟର୍ ସ୍ୱଦେଶ ଫେରିବା ପୂର୍ବରୁ ମାଳଦ୍ୱୀପ କିମ୍ବା ଶ୍ରୀଲଙ୍କାରେ ରହିପାରନ୍ତି।

The post ୮ ଇଂଲଣ୍ଡ ଖେଳାଳି ଫେରିଲେ ସ୍ୱଦେଶ appeared first on Odisha Reporter.

]]>
IPL2021, left bottom 2021-05-05 20:54:08 https://cdn.odishareporter.in/wp-content/uploads/2021/05/05205207/england.jpg
ଆଇପିଏଲର ପିଛା ଛାଡ଼ୁନି କରୋନା, ଚେନ୍ନାଇ ସୁପର କିଙ୍ଗସର ମାଇକେଲ ହସି ସଂକ୍ରମିତ https://odishareporter.in/sports/cricket/chennai-super-kings-batting-coach-michael-hussey-tests-positive-641044 Wed, 05 May 2021 14:25:53 +0000 https://odishareporter.in/?p=641044

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପିଛା ଛାଡ଼ୁନି କରୋନା। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆଇପିଏଲକୁ ସ୍ଥଗିତ କରାଯାଇଛି। ତଥାପି ଆଜି ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ କୋଚ୍‌ ତଥା ଭେଟରାନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ହସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପୂର୍ବରୁ ଚେନ୍ନାଇର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ଓ ବସ୍‌ କ୍ଲିନର କୋରନାରେ ଆକ୍ରାନ୍ତ ହୋଇଥିଲେ। ଆଜି ହସିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ […]

The post ଆଇପିଏଲର ପିଛା ଛାଡ଼ୁନି କରୋନା, ଚେନ୍ନାଇ ସୁପର କିଙ୍ଗସର ମାଇକେଲ ହସି ସଂକ୍ରମିତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପିଛା ଛାଡ଼ୁନି କରୋନା। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆଇପିଏଲକୁ ସ୍ଥଗିତ କରାଯାଇଛି। ତଥାପି ଆଜି ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ କୋଚ୍‌ ତଥା ଭେଟରାନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ହସି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଦିଲ୍ଲୀରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପୂର୍ବରୁ ଚେନ୍ନାଇର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ଓ ବସ୍‌ କ୍ଲିନର କୋରନାରେ ଆକ୍ରାନ୍ତ ହୋଇଥିଲେ। ଆଜି ହସିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ଅଧିକ ପରୀକ୍ଷା ପାଇଁ ତାଙ୍କ ନମୁନା ଆଉ ଥରେ ଲ୍ୟାବକୁ ପଠାଯାଇଛି।

ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟୋଡ ଗ୍ରୀନବର୍ଗ କହିଛନ୍ତି, “ଆମେ ଆଜି ହସିଙ୍କ ସହ କଥା ହୋଇଥିଲୁ। ସେ ପୂରା ଠିକ୍‌ ଅଛନ୍ତି। ତାଙ୍କ ଶରୀରରେ ଖୁବ କମ୍ ଲକ୍ଷଣ ରହିଛି। ସେ ନିଜ ହୋଟେଲ ରୁମ୍‌ରେ ସଂପୂର୍ଣ୍ଣ ଭାବେ ଆଇସୋଲେସନରେ ରହିଛନ୍ତି। ତାଙ୍କ ଚାରିପାଖରେ ଭଲ ସପୋର୍ଟ ସିଷ୍ଟମ ଯୋଗାଇ ଦିଆଯାଇଛି।”

କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ଆଇପିଏଲ ଭାରତର ୬ଟି ସ୍ଥାନ-ମୁମ୍ବାଇ, ଦିଲ୍ଲୀ, ଅହମଦାବା, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ସୁରକ୍ଷିତ ବାୟୋବବଲ୍ସରେ ଖେଳାଯାଉଥିଲା। କିନ୍ତୁ ସୋମବାର ବାୟୋବବଲ୍ସ ଭେଦ କରି କରୋନା ଖେଳାଳିଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଥିଲା।

୪ ଜଣ କ୍ରିକେଟର ଓ କିଛି ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହେବାରୁ ମଙ୍ଗଳବାର ବିସିସିଆଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଇପିଏଲକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା। ରବିବାର ସୁଦ୍ଧା ଟୁର୍ଣ୍ଣାମେଣ୍ଟର ୬୦ଟି ମ୍ୟାଚ୍‌ରୁ ମାତ୍ର ୨୯ଟି ଖେଳା ଯାଇଥିଲା। ଆଇପିଏଲ ଅଧାରୁ ବନ୍ଦ ହୋଇଥିବାରୁ ବିସିସିଆଇକୁ ପ୍ରାୟ ୨ ହଜାରରୁ ୨୫ ଶହ କୋଟି କ୍ଷତି ସହିବାକୁ ପଡ଼ିବ।

The post ଆଇପିଏଲର ପିଛା ଛାଡ଼ୁନି କରୋନା, ଚେନ୍ନାଇ ସୁପର କିଙ୍ଗସର ମାଇକେଲ ହସି ସଂକ୍ରମିତ appeared first on Odisha Reporter.

]]>
left top 2021-05-05 19:55:53 https://cdn.odishareporter.in/wp-content/uploads/2021/05/05195511/IPL-2.jpg
ଘର ଭିତରୁ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଉଠାଇ ନେଲେ, ଖୁବ୍ ମାରପିଟ୍ କଲେ https://odishareporter.in/sports/cricket/stuart-macgill-ex-australian-cricketer-kidnapped-and-released-in-sydney-640910 Wed, 05 May 2021 07:26:50 +0000 https://odishareporter.in/?p=640910

ସିଡନୀ: କ୍ରିକେଟ୍ ଜଗତରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର, ଯାହା ସମସ୍ତଙ୍କ ଚକିତ କରିଦେଇଛି । ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍ ସ୍ପିନର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଘର ଭିତରୁ ଅପହରଣ କରାଯାଇଥିବା ଖବର ଅଷ୍ଟ୍ରେଲିଆ ଗଣମାଧ୍ୟମ ସୂଚନା ଦେଇଛି। ମ୍ୟାକଗିଲଙ୍କ ଗତ ମାସରେ ସିଡନୀସ୍ଥିତ ତାଙ୍କ ଘରୁ କିଛି ଦୃବୁର୍ତ୍ତ ଉଠାଇ ନେଇଥିଲେ, କିନ୍ତୁ ଘଣ୍ଟାଏ ପରେ ତାଙ୍କୁ ଛାଡି ଦେଇଥିଲେ। ଏହି ମାମଲାରେ ଅଷ୍ଟ୍ରେଲିଆ ପୁଲିସ୍ ବୁଧବାର ଚାରିଜଣ ଲୋକଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ପରେ […]

The post ଘର ଭିତରୁ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଉଠାଇ ନେଲେ, ଖୁବ୍ ମାରପିଟ୍ କଲେ appeared first on Odisha Reporter.

]]>

ସିଡନୀ: କ୍ରିକେଟ୍ ଜଗତରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର, ଯାହା ସମସ୍ତଙ୍କ ଚକିତ କରିଦେଇଛି । ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍ ସ୍ପିନର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଘର ଭିତରୁ ଅପହରଣ କରାଯାଇଥିବା ଖବର ଅଷ୍ଟ୍ରେଲିଆ ଗଣମାଧ୍ୟମ ସୂଚନା ଦେଇଛି। ମ୍ୟାକଗିଲଙ୍କ ଗତ ମାସରେ ସିଡନୀସ୍ଥିତ ତାଙ୍କ ଘରୁ କିଛି ଦୃବୁର୍ତ୍ତ ଉଠାଇ ନେଇଥିଲେ, କିନ୍ତୁ ଘଣ୍ଟାଏ ପରେ ତାଙ୍କୁ ଛାଡି ଦେଇଥିଲେ। ଏହି ମାମଲାରେ ଅଷ୍ଟ୍ରେଲିଆ ପୁଲିସ୍ ବୁଧବାର ଚାରିଜଣ ଲୋକଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ପରେ ଅଷ୍ଟ୍ରେଲିଆ ପୁଲିସ୍ ବିସ୍ତୁତ ସୂଚନା ଦେଇଛି ।

ନ୍ୟୁ ସାଉଥ୍ ୱେଲ୍ସ ପୁଲିସ୍ କହିଛି, ଗତ ଏପ୍ରିଲ୍ ୧୪ ତାରିଖରେ ୫୦ ବର୍ଷୀୟ ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ତିନିତଣ ଲୋକେ ଅପହରଣ କରି ନେଇଥିଲେ । ସେମାନେ ମ୍ୟାକଗିଲଙ୍କୁ ସହରର ଏକ ବାହ୍ୟ ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ଖୁବ୍ ମାରପିଟ୍ କରିଥିଲେ । ଏପରିକି ବନ୍ଧୁକ ଦେଖାଇ ମ୍ୟାକଗିଲଙ୍କ ଧମକାଇ ଥିଲେ। ତେବେ ଘଣ୍ଟାଏ ପରେ ମ୍ୟାକଗିଲଙ୍କୁ ସେମାନେ ଛାଡ଼ି ଦେଇଥିଲେ। ନ୍ୟୁ ସାଉଥ୍ ୱେଲ୍ସର ପୁଲିସ୍ ଅଧୀକ୍ଷକ ଆନ୍ଥୋନୀ ହୋଲ୍ଟନ୍ କହିଛନ୍ତି, ମୁଁ ଜାଣିଛି ଯେ ତାଙ୍କୁ ଘଣ୍ଟାଏ ରଖାଯାଇଥିଲା ଏବଂ ଏହି ସମୟ ତାଙ୍କ ପାଇଁ ଅତି ଭୟଙ୍କର ଥିଲା।

ହୋଲ୍ଟନ୍ କହିଛନ୍ତି, ‘ଯେଉଁମାନେ ଅପହରଣ କରିଥିଲେ, ସେଥିମଧ୍ୟରୁ ଜଣେ ମ୍ୟାକଗିଲଙ୍କ ଜଣାଶୁଣା ଥିଲେ। ମ୍ୟାକଗିଲ୍ ଏହି ଘଟଣାକୁ ମନେ ପକାଇ ଏବେବି ଭୟଭୀତ ହୋଇପଡ଼ୁଛନ୍ତି।’ ବହୁ ତଦନ୍ତ କଲା ପରେ ପୁଲିସ୍ ଷ୍ଟ୍ରାଇକ୍ ଫୋର୍ସ ଓ ଦଙ୍ଗା ଅଧିକାରୀ ବୁଧବାର ସ୍ଥାନୀୟ ସମୟ ଅନୁସାରେ ସକାଳ ୬ଟା ବେଳେ ୨୭, ୨୯, ୪୨ ଓ ୪୬ ବୟସ ବର୍ଗର ଚାରିଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଲୋକଙ୍କୁ ପୁଲିସ୍ ଷ୍ଟେସନ ନିଆଯାଇଛି ଏବଂ ସେମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଯାଇଛି । ଗିରଫ ବ୍ୟକ୍ତିଙ୍କ ନାଁ ଖୁଲାସା କରାଯାଇନାହିଁ ।

ସୂଚନାଯୋଗ୍ୟ, ମ୍ୟାକଗିଲ୍ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ସ୍ପିନର୍ । ତେବେ ଶେନ୍ ୱାର୍ଣ୍ଣଙ୍କ କାରଣରୁ ତାଙ୍କ କ୍ୟାରିୟର ପ୍ରଭାବିତ ହୋଇଥିଲା । ମ୍ୟାକଗିଲ୍ ୧୯୮୮ରୁ ୨୦୦୮ ଭିତରେ ୪୪ ଟେଷ୍ଟ ଖେଳି ୨୯.୦୨ ହାରରେ ୨୦୮ ୱିକେଟ୍ ନେଇଛନ୍ତି ।

The post ଘର ଭିତରୁ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଉଠାଇ ନେଲେ, ଖୁବ୍ ମାରପିଟ୍ କଲେ appeared first on Odisha Reporter.

]]>
left bottom 2021-05-05 12:56:50 https://cdn.odishareporter.in/wp-content/uploads/2021/05/05125136/stuart-macgill.jpg
‘ଜୀବନରେ କେବେବି ଏତେ ଅସହାୟ ଅନୁଭବ କରିନାହିଁ’ https://odishareporter.in/sports/cricket/never-felt-so-helpless-in-life-suresh-raina-reacts-to-growing-covid-19-crisis-in-india-640885 Wed, 05 May 2021 05:43:16 +0000 https://odishareporter.in/?p=640885

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ନାହିଁ ନଥିବା ଭୟ ସୃଷ୍ଟି କରିଛି । କିିଛି ରାଜ୍ୟରେ ଅକ୍ସିଜେନ୍‌, ହସ୍ପିଟାଲ ଓ ଔଷଧ ଭଳି ସଙ୍କଟ ଦେଖା ଦେଇଛି । କରୋନା ମାମଲା ଲଗାତର ବଢ଼ୁଥିବାର ଦେଖି ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଏହି ନିଷ୍ପତ୍ତିକୁ ଅନେକ କ୍ରିକେଟର ସମର୍ଥନ କରିଛନ୍ତି । ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ଖେଳାଳି ସୁରେଶ ରାଇନା […]

The post ‘ଜୀବନରେ କେବେବି ଏତେ ଅସହାୟ ଅନୁଭବ କରିନାହିଁ’ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ନାହିଁ ନଥିବା ଭୟ ସୃଷ୍ଟି କରିଛି । କିିଛି ରାଜ୍ୟରେ ଅକ୍ସିଜେନ୍‌, ହସ୍ପିଟାଲ ଓ ଔଷଧ ଭଳି ସଙ୍କଟ ଦେଖା ଦେଇଛି । କରୋନା ମାମଲା ଲଗାତର ବଢ଼ୁଥିବାର ଦେଖି ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଏହି ନିଷ୍ପତ୍ତିକୁ ଅନେକ କ୍ରିକେଟର ସମର୍ଥନ କରିଛନ୍ତି । ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ଖେଳାଳି ସୁରେଶ ରାଇନା ମଧ୍ୟ ବିସିସିଆଇ ଦ୍ୱାରା ଆଇପିଏଲକୁ ସ୍ଥଗିତ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ କରୋନା ଏବେ ଆଉ ମଜାକ ହୋଇ ରହିନାହିଁ ।

ରାଇନା ଟ୍ୱିଟ୍ କରି କହିଛନ୍ତି, ଏହା ଆଉ ମଜାକ ହୋଇ ରହିନାହିଁ । ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ବାଜିରେ ଲାଗିଛି ଏବଂ ଜୀବନରେ କେବେବି ଏତେ ଅସହାୟ ଅନୁଭୂତ କରିନାହିଁ । ଆମେ ତେଣିକି ଯେତେ ବି ସହାୟତା କରିବାକୁ ଚାହିଁଲେ ବି ଆମ ପାଖରେ ସବୁ ଉତ୍ସ ଶେଷ ହୋଇ ସାରିଛି । ଦେଶର ପ୍ରତିଟି ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ପରସ୍ପର ସହ ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ସଲାମ୍ ।

ସୂଚନାଯୋଗ୍ୟ, କୋଲକାତା ନାଇଟ୍ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର ସୋମବାର କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ସମୟ ପରେ ଚେନ୍ନାଇ ସୁପର୍ କିଙ୍ଗସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ଓ ସପୋର୍ଟ ଷ୍ଟାପ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । କିନ୍ତୁ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇ ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲା । ସେହିପରି ଚେନ୍ନାଇର ମାଇକେଲ ହସି ମଧ୍ୟ କରୋନାରେ ଆକ୍ରାନ୍ତ ଥିଲା ଜଣାପଡ଼ିଛି ।

ଆଇପିଏଲର ୧୪ଶ ସଂସ୍କରଣ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ମୋଟ ୨୯ଟି ମ୍ୟାଚ୍ ଶେଷ ହୋସାରିଥିବା ବେଳେ ଆଉ ୩୧ଟି ମ୍ୟାଚ୍ ଖେଳାଯିବାକୁ ଅଛି । ଗୋଟିଏ ପଟେ ଦେଶରେ କରୋନା ମାମଲା ଲଗାତର ବଢ଼ୁଥିବା ବେଳେ ଆଇପିଏଲକୁ ଜାରି ରଖିବାକୁ ନେଇ ଅନେକ ସମାଲୋଚନା କରାଯାଇଥିଲା । ଏବେ ଆଇପିଏଲକୁ ସାମୟିତ ବନ୍ଦ କରାଯାଇଥିବାରୁ ଏହାକୁ ଅନେକ ପୂର୍ବତନ ଖେଳାଳି ସମର୍ଥନ କରିଛନ୍ତି।

The post ‘ଜୀବନରେ କେବେବି ଏତେ ଅସହାୟ ଅନୁଭବ କରିନାହିଁ’ appeared first on Odisha Reporter.

]]>
left bottom 2021-05-05 11:23:31 https://cdn.odishareporter.in/wp-content/uploads/2021/05/05111038/suresh-raina.jpg
୪ କ୍ରିକେଟରଙ୍କୁ କରୋନା ପରେ ସ୍ଥଗିତ ହେଲା ଆଇପିଏଲ https://odishareporter.in/sports/cricket/ipl-2021-suspended-for-now-due-to-covid-19-cases-640670 Tue, 04 May 2021 07:46:40 +0000 https://odishareporter.in/?p=640670

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅଧାରୁ ସ୍ଥଗିତ ହୋଇଛି ଫାଟଫଟ କ୍ରିକେଟ ଆଇପିଏଲ। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ସମ୍ପର୍କ ବସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କରୋନା ପାଇଁ ଭାରତ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ କରୋନା […]

The post ୪ କ୍ରିକେଟରଙ୍କୁ କରୋନା ପରେ ସ୍ଥଗିତ ହେଲା ଆଇପିଏଲ appeared first on Odisha Reporter.

]]>

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅଧାରୁ ସ୍ଥଗିତ ହୋଇଛି ଫାଟଫଟ କ୍ରିକେଟ ଆଇପିଏଲ। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ସମ୍ପର୍କ ବସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି।

ଗତବର୍ଷ କରୋନା ପାଇଁ ଭାରତ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।

ଚଳିତ ବର୍ଷ କରୋନା ସଂକ୍ରମଣ ସତ୍ତ୍ୱେ ଭାରତରେ ଆଇପିଏଲ ଆରମ୍ଭ ହୋଇଥିଲା। ସଂକ୍ରମଣ ଯୋଗୁ ବିନା ଦର୍ଶକରେ ଚଳିତ ବର୍ଷ ଆଇପିଏଲ ଖେଳାଯାଉଥିଲା। ବାୟୋବବଲ୍ସରେ ୨୯ଟି ମ୍ୟାଚ୍‌ ଖେଳାଯାଇଥିଲେ ହେଁ ହଠାତ୍‌ ଗତକାଲି ସବୁକିଛି ବଦଳି ଯାଇଥିଲା। ଗତକାଲି କୋଲକାତାର ଦୁଇ ଜଣ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।


ଆଜି ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା ଓ ସନ ରାଇଜର୍ସ ହାଇଦ୍ରାବାଦ୍‌ର ରିଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ିଥିଲା। ଦୁଇ ଦିନରେ ୪ ଜଣ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଥିଲା। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲର ଚଳିତ ସିଜିନକୁ ବାତିଲ କରିଛି। ୪ କ୍ରିକେଟର କରୋନାରେ ଆକ୍ରାନ୍ତ ହେବା ପରେ ବିସିସିଆଇ ପକ୍ଷରୁ ଜରୁରୀ ବୈଠକ ଡକା ଯାଇଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା।

ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, “ଆପିଏଲ ଜିସି ଓ ବିସିସିଆଇ ସର୍ବସମ୍ମତିକ୍ରମେ ଟୁର୍ଣ୍ଣାମେଣ୍ଟର ୨୦୨୧ ସିଜିନକୁ ତତ୍କାଳ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ଖେଳାଳି, ଷ୍ଟାଫ ଓ ଆଇପିଏଲ ସହ ଜଡ଼ିତ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ବୁଝାମଣା କରିବାକୁ ଚାହେଁନାହିଁ।

ବର୍ତ୍ତମାନ ଗୋଟିଏ କଠିନ ସମୟ ଚାଲିଛି। ବିଶେଷ କରି ଭାରତରେ ଲୋକଙ୍କୁ ଗୋଟିଏ ସକରାତ୍ମକ ପରିବେଶ ସହ ମୁହଁରେ ହସ ଫୁଟାଇବାକୁ ବିସିସିଆଇ ପ୍ରୟାସ କରିଥିଲା। କିନ୍ତୁ ଏବେ ସ୍ଥିତିକୁ ଦେଖି ଟୁର୍ଣ୍ଣାମେଣ୍ଟକୁ ସସପେଣ୍ଡ କରାଯାଉଛି। ତେଣୁ ସମସ୍ତେ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ଯାଇପାରିବେ। ବିସିସିଆଇ ତା’ର କ୍ଷମତା ଅନୁସାରେ ଆଇପିଏଲରେ ଯୋଗାଦେଇଥିବା ସମସ୍ତ ଖେଳାଳି ଓ ସଦସ୍ୟଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ପହଞ୍ଚାଇବାକୁ ଚେଷ୍ଟା କରିବ।


ବିସିସିଆଇ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ରାଜ୍ୟ କ୍ରିକେଟ ଆସୋସିଏସନ, ଖେଳାଳି, ଫ୍ରାଞ୍ଚାଇଜ୍ ଓ ସମସ୍ତ ସର୍ଭିସ ପ୍ରୋଭାଇଡରଙ୍କୁ ଧନ୍ୟବାଦ ଜଣାଉଛି। କାରଣ ସେମାନଙ୍କ ବିନା ସହଯୋଗରେ ଏପରି ଏକ କଷ୍ଟକର ସମୟରେ କେବେ ହେଲେ ଆଇପିଏଲ ଆୟୋଜନ ହୋଇପାରି ନଥାଆନ୍ତା।

ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ହେବାର ଥିଲା। କିନ୍ତୁ ରିଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହୋଇଥିବାରୁ ପୂରା ଟିମ୍‌ ଆଇସୋଲେସନରେ ରହିଥିଲା। ଏହି କାରଣରୁ ଆଜିର ମ୍ୟାଚ୍‌କୁ ମଧ୍ୟ ସ୍ଥଗିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଦିଲ୍ଲୀର ସବୁ ସଦସ୍ୟ ମଧ୍ୟ ଅମିତ ମିଶ୍ରାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଯୋଗୁ ଆଇସୋଲେସନରେ ରହିଛନ୍ତି।  

୪ କ୍ରିକେଟଙ୍କ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍ ଏଲ ବାଲାଜୀ ଓ ବସ୍‌ କ୍ଲିନର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚେନ୍ନାଇ ଏଥିପାଇଁ ତା’ର ଅଭ୍ୟାସ କାର୍ଯ୍ୟକ୍ରମକୁ ବାତିଲ କରିଥିଲା।

ସୂଚନାଯୋଗ୍ୟ, ଆଇପିଏଲ ଚାଲୁଥିବା ବେଳେ କୌଣସି ଖେଳାଳି ପଜିଟିଭ ହେବା ପ୍ରଥମ ଘଟଣା। ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅକ୍ଷର ପଟେଲ, ଆରସିବିର ଦେବଦତ୍ତ ପାଡିକ୍କଲ ଓ କେକେଆର୍‌ର ନୀତୀଶ ରାଣା ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ।

The post ୪ କ୍ରିକେଟରଙ୍କୁ କରୋନା ପରେ ସ୍ଥଗିତ ହେଲା ଆଇପିଏଲ appeared first on Odisha Reporter.

]]>
centre bottom, IPL2021 2021-05-04 13:48:02 https://cdn.odishareporter.in/wp-content/uploads/2021/05/04131613/IPL-1.jpg
ଆଇପିଏଲକୁ ଘାରିଲା କରୋନା ଭୟ: ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ https://odishareporter.in/sports/cricket/delhi-capitals-contingent-isolating-themselves-640596 Tue, 04 May 2021 02:58:34 +0000 https://odishareporter.in/?p=640596

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଚାଲିଥିବା ଆଇପିଏଲ ଉପରେ କଳାବାଦଲ ଘୋଟାଇବାରେ ଲାଗିଛି। ସୋମବାର କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂରା ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ଦେଖାଦେଇଛି। କରୋନ ଯୋଗୁ ଗତକାଲି ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ ମଧ୍ୟ ସ୍ଥଗିତ ରହିଛି। ଏବେ ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ସଦସ୍ୟ ଆଇସୋଲେସନରେ ରହିଛନ୍ତି। ସଦସ୍ୟମାନେ ନିଜ ନିଜ ରୁମ୍‌ରେ ସେଲଫ ଆଇସୋଲେସନରେ ରହିଥିବା ଜଣାପଡ଼ିଛି। ଏପ୍ରିଲ […]

The post ଆଇପିଏଲକୁ ଘାରିଲା କରୋନା ଭୟ: ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଚାଲିଥିବା ଆଇପିଏଲ ଉପରେ କଳାବାଦଲ ଘୋଟାଇବାରେ ଲାଗିଛି। ସୋମବାର କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂରା ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ଦେଖାଦେଇଛି।

କରୋନ ଯୋଗୁ ଗତକାଲି ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ ମଧ୍ୟ ସ୍ଥଗିତ ରହିଛି। ଏବେ ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ସଦସ୍ୟ ଆଇସୋଲେସନରେ ରହିଛନ୍ତି। ସଦସ୍ୟମାନେ ନିଜ ନିଜ ରୁମ୍‌ରେ ସେଲଫ ଆଇସୋଲେସନରେ ରହିଥିବା ଜଣାପଡ଼ିଛି।

ଏପ୍ରିଲ ୨୯ରେ ଦିଲ୍ଲୀ ଓ କୋଲକାତା ପରସ୍ପରକୁ ଭେଟିଥିଲେ। ପୁଣି ଦୁଇ ଦଳ ମେ’ ୮ରେ ମ୍ୟାଚ୍‌ ଖେଳିବାର ରହିଛି। ଏସବୁ ଭିତରେ ହଠାତ୍‌ କୋଲକାତାର ଦୁଇ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀ କ୍ୟାମ୍ପ ପକ୍ଷରୁ କୁହାଯାଇଛି ଯେ “ ସୋମବାର ମଧ୍ୟାହ୍ନରୁ ହିଁ ସମସ୍ତ ସଦସ୍ୟ ନିଜ ନିଜ ରୁମରେ ଆଇସୋଲେସନରେ ରହିଛନ୍ତି।”

ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଦିନ ପଞ୍ଜାବ କିଙ୍ଗସକୁ ଭେଟିଥିଲେ। ବର୍ତ୍ତମାନ ଋଷଭ ପନ୍ତଙ୍କ ଦଳ ଆଇପିଏଲ ପଏଣ୍ଟ ଟେବୁଲରେ ୧୨ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟରଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ ଦଳର ଅନ୍ୟ ସଦସ୍ୟମାନଙ୍କ ଠାରୁ ପୃଥକ କରି ରଖାଯାଇଛି। ଏହି ଦୁଇ ଖେଳାଳିଙ୍କୁ ଛାଡ଼ି ଦେଲେ ବାକି ସମସ୍ତ ଖେଳାଳି ଓ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ସତର୍କତା ପଦକ୍ଷେପ ସ୍ୱରୂପ ସମସ୍ତେ ଆଇସୋଲେସନରେ ରହିଛନ୍ତି। ବରୁଣ ଓ ସନ୍ଦୀପଙ୍କ ସ୍ୱାସ୍ଥ୍ୟ ଉପରେ ମେଡିକାଲ ଟିମ୍‌ ନଜର ରଖିଛି।

କେବଳ କୋଲକାତା ନୁହେଁ, ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ଓ ବସ୍‌ କ୍ଲିନର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ଦଳର ଟ୍ରେନିଂ ସେସନ୍ସକୁ ବାତିଲ କରାଯାଇଛି। ଚେନ୍ନାଇ ଶନିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସହ ମ୍ୟାଚ୍‌ ଖେଳିଥିଲା।

The post ଆଇପିଏଲକୁ ଘାରିଲା କରୋନା ଭୟ: ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ appeared first on Odisha Reporter.

]]>
IPL2021, left top 2021-05-04 12:40:42 https://cdn.odishareporter.in/wp-content/uploads/2021/05/04082745/Delhi.jpg
କେକେଆର୍ ପରେ ଧୋନିଙ୍କ ଟିମର ତିନି ସଦସ୍ୟ କରୋନାରେ ଆକ୍ରାନ୍ତ https://odishareporter.in/sports/cricket/three-members-of-csk-contingent-test-positive-none-of-them-players-640502 Mon, 03 May 2021 11:40:59 +0000 https://odishareporter.in/?p=640502

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣ ପାଇଁ ଆଜିର ଦିନ ବହୁତ ଖରାପ । ସକାଳେ ଖବର ଆସିଥିଲା ଯେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଟିମର ଦୁଇ ଜଣ ଖେଳାଳି କୋଭିଡ୍‌-୧୯ ପଜିଟିଭ୍ ଆସିବା ପରେ ଆଜିର ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି । ଏବେ ଖବର ଆସିଛି ଯେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାମ୍ପରେ ମଧ୍ୟ କରୋନା ପ୍ରବେଶ କରିଛି । ଚେନ୍ନାଇର ତିନିଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କୌଣସି ଖେଳାଳିଙ୍କ […]

The post କେକେଆର୍ ପରେ ଧୋନିଙ୍କ ଟିମର ତିନି ସଦସ୍ୟ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣ ପାଇଁ ଆଜିର ଦିନ ବହୁତ ଖରାପ । ସକାଳେ ଖବର ଆସିଥିଲା ଯେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଟିମର ଦୁଇ ଜଣ ଖେଳାଳି କୋଭିଡ୍‌-୧୯ ପଜିଟିଭ୍ ଆସିବା ପରେ ଆଜିର ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି । ଏବେ ଖବର ଆସିଛି ଯେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାମ୍ପରେ ମଧ୍ୟ କରୋନା ପ୍ରବେଶ କରିଛି । ଚେନ୍ନାଇର ତିନିଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କୌଣସି ଖେଳାଳିଙ୍କ ନାଁ ନଥିବା ଜଣାପଡ଼ିଛି ।

ଇଏସପିଏନକ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ସିଏସକେର ସିଇଓ କାଶୀ ବିଶ୍ୱନାଥ, ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ଏବଂ ଜଣେ ବସ୍ କ୍ଲିନର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ତିନି ଜଣ ସଦସ୍ୟଙ୍କୁ ଆଇସୋଲେଟ୍ କରିଦିଆଯାଇଛି । ତେବେ କରୋନା ଆକ୍ରାନ୍ତ ଖବର ସାମ୍ନାକୁ ଆସିବା ପରେ ଟିମର ଖେଳାଳିମାନେ ନିଜ ନିଜର ପ୍ରାକ୍ଟିସ୍ ସେସନ୍ ବାତିଲ କରିଦେଇଛନ୍ତି । ଏତେ କଡ଼ାକଡ଼ି କୋଭିଡ୍‌-୧୯ ପ୍ରୋଟୋକଲ ସତ୍ତ୍ୱେ ଆଇପିଏଲରେ କୋଭିଡ୍‌-୧୯ର ଏଣ୍ଟ୍ରୀ ବିସିିସିଆଇର ହୋଶ ଉଡ଼ାଇ ଦେଇଛି ।

ଏହା ପୂର୍ବରୁ କେକେଆରର ଦୁଇ ଖେଳାଳି ଯଥା ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁକାରଣରୁ ଆଜି ସନ୍ଧ୍ୟାରେ କେକେଆର୍ ଓ ଆରସିବି ମଧ୍ୟରେ ହେବାକୁଥିବା ମ୍ୟାଚକୁ ବିସିସିଆଇ ସ୍ଥଗିତ କରିଦେଇଛି । ଏହି ମ୍ୟାଚରେ ଅନ୍ୟ ଦିନ ଆୟୋଜିତ ହେବ। ତେବେ ବିସିସିଆଇ ମ୍ୟାଚର ତାରିଖ ଘୋଷଣା କରିନାହିଁ ।

ସୂଚନାଯୋଗ୍ୟ, ଚଳିତ ଆଇପିଏଲର ପାଖାପାଖି ଅଧା ମ୍ୟାଚ୍ ଶେଷ ହେବାକୁ ବସିଲାଣି । ଏହାରି ଭିତରେ କିଛି ଅଷ୍ଟ୍ରେଲିଆ ଖେଳାଳି ବିସିସିଆଇର ବାୟୋ ବବଲ୍ ନିୟମ କାରଣରୁ ଆଇପିଏଲ୍ ଛାଡ଼ି ସ୍ୱଦେଶ ଫେରିଯାଇଛି । ତେବେ ଏହି ପ୍ରଶ୍ନ ଉଠୁଛି ଯେ ବାୟୋ ବବଲ୍ ବାତାବରଣ ଭିତରେ ମଧ୍ୟ ଆଇପିଏଲରେ କରୋନା କିପରି ପ୍ରବେଶ କଲା, ତାହା ବଡ଼ ପ୍ରଶ୍ନ ।

The post କେକେଆର୍ ପରେ ଧୋନିଙ୍କ ଟିମର ତିନି ସଦସ୍ୟ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>
IPL 2021, left top 2021-05-03 17:10:59 https://cdn.odishareporter.in/wp-content/uploads/2021/05/03170754/csk.jpg
ଆଇପିଏଲର ଦୁଇ ଖେଳାଳିଙ୍କୁ କରୋନା, ଆଜିର ମ୍ୟାଚ୍‌ ସ୍ଥଗିତ https://odishareporter.in/sports/cricket/varun-sandeep-test-positive-for-covid-19-640425 Mon, 03 May 2021 07:05:49 +0000 https://odishareporter.in/?p=640425

ନୂଆଦିଲ୍ଲୀ: କଡ଼ା କଟକଣା ଭିତରେ ଖେଳା ଯାଉଥିବା ଆଇପିଏଲରେ ପଶିଛି କରୋନା। ଠିକ୍‌ ମ୍ୟାଚ୍‌ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ବିରାଟ କୋହଲିଙ୍କ ଆରିସିବି ଆଜି କୋଲକାତା ବିପକ୍ଷରେ ଥିବା ମ୍ୟାଚ୍‌ ଖେଳିବ ନାହିଁ ବୋଲି କହିଛି। ଏହି କାରଣରୁ ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ […]

The post ଆଇପିଏଲର ଦୁଇ ଖେଳାଳିଙ୍କୁ କରୋନା, ଆଜିର ମ୍ୟାଚ୍‌ ସ୍ଥଗିତ appeared first on Odisha Reporter.

]]>

ନୂଆଦିଲ୍ଲୀ: କଡ଼ା କଟକଣା ଭିତରେ ଖେଳା ଯାଉଥିବା ଆଇପିଏଲରେ ପଶିଛି କରୋନା। ଠିକ୍‌ ମ୍ୟାଚ୍‌ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ବିରାଟ କୋହଲିଙ୍କ ଆରିସିବି ଆଜି କୋଲକାତା ବିପକ୍ଷରେ ଥିବା ମ୍ୟାଚ୍‌ ଖେଳିବ ନାହିଁ ବୋଲି କହିଛି।

ଏହି କାରଣରୁ ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଏ ସଂକ୍ରାନ୍ତରେ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କେକେଆର କ୍ୟାମ୍ପରୁ କରୋନା ଚିହ୍ନଟ ହୋଇଥିବାରୁ ତାଙ୍କ ବିରୋଧରେ ଖେଳିବାକୁ ଆରସିବି ରାଜି ହୋଇନାହିଁ। ବରୁଣ ଓ ସନ୍ଦୀପଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏବେ କୋଲକାତାର ସବୁ ଖେଳାଳି ଓ ସଦସ୍ୟ ଆଇସୋଲେସନରେ ଅଛନ୍ତି। ସେମାନଙ୍କର ଟେଷ୍ଟ କରାଯିବ। ଏହି କାରଣରୁ ଆଜିର ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ଆଜି ଅପରାହ୍ନରେ ହିଁ ମ୍ୟାଚ୍‌ କେବେ ହେବ, ସେ ବିଷୟରେ ଘୋଷଣା କରାଯିବ।

ସୂଚନା ଅନୁସାରେ, ଏବେ ଉଭୟଙ୍କର ଦ୍ୱିତୀୟ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। କାରଣ ଦିଲ୍ଲୀ କ୍ୟାପିଟାଲ୍ସର ଅନରିଚ ନୋର୍ଜେଙ୍କ ସହ ସମାନ ଘଟଣା ଘଟିଥିଲା। ପ୍ରଥମେ ତାଙ୍କ ରିପୋର୍ଟ ଭୁଲରେ ପଜଟିଭ ଆସିଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟ ରିପୋର୍ଟରେ ଏହା ନେଗେଟିଭ ଆସିଥିଲା। ତେଣୁ ବରୁଣ ଓ ସନ୍ଦୀପଙ୍କର ଦ୍ୱିତୀୟ ଥର ଟେଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ବରୁଣ ଓ ସନ୍ଦୀପ ଅଭ୍ୟାସ ବେଳେ ସାମାନ୍ୟ ଆହତ ହୋଇଥିଲେ। ଏହି କାରଣରୁ ସେମାନେ ସ୍କାନ ପାଇଁ ବାଓବବଲ୍ସ ବାହାରକୁ ଯାଇଥିଲେ। ଏହି ସମୟରେ ଉଭୟ ଭାଇରସ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ, ଆଇପିଏଲ ଚାଲୁଥିବା ବେଳେ କୌଣସି ଖେଳାଳି ପଜିଟିଭ ହେବା ପ୍ରଥମ ଘଟଣା। ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅକ୍ଷର ପଟେଲ, ଆରସିବିର ଦେବଦତ୍ତ ପାଡିକ୍କଲ ଓ କେକେଆର୍‌ର ନୀତୀଶ ରାଣା ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ।

The post ଆଇପିଏଲର ଦୁଇ ଖେଳାଳିଙ୍କୁ କରୋନା, ଆଜିର ମ୍ୟାଚ୍‌ ସ୍ଥଗିତ appeared first on Odisha Reporter.

]]>
IPL 2021, left top 2021-05-03 14:33:15 https://cdn.odishareporter.in/wp-content/uploads/2021/05/03123518/IPL.jpg
ଧୱନ ଧମାକା, ଚେନ୍ନାଇକୁ ହଟାଇ ଶୀର୍ଷରେ ଦିଲ୍ଲୀ https://odishareporter.in/sports/cricket/dhawan-69-guides-delhi-to-a-7-wicket-win-over-punjab-640335 Sun, 02 May 2021 18:57:44 +0000 https://odishareporter.in/?p=640335

ଅହମ୍ମଦାବାଦ: ଶିଖର୍ ଧୱନଙ୍କ ଦମଦାର ଇନିଂସ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଖେଳାଯାଇଥିବା ଆଇପିଏଲର ୨୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଅନ୍ୟପକ୍ଷରେ ଶୀର୍ଷରେ ଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ଦ୍ୱିତୀୟକୁ ଖସି ଆସିଛି । ଆଜି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ୍ ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ୯୯ ରନ୍ ବଳରେ ନିର୍ଦ୍ଧାରିତ ୨୦ […]

The post ଧୱନ ଧମାକା, ଚେନ୍ନାଇକୁ ହଟାଇ ଶୀର୍ଷରେ ଦିଲ୍ଲୀ appeared first on Odisha Reporter.

]]>

ଅହମ୍ମଦାବାଦ: ଶିଖର୍ ଧୱନଙ୍କ ଦମଦାର ଇନିଂସ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଖେଳାଯାଇଥିବା ଆଇପିଏଲର ୨୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଅନ୍ୟପକ୍ଷରେ ଶୀର୍ଷରେ ଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ଦ୍ୱିତୀୟକୁ ଖସି ଆସିଛି ।

ଆଜି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ୍ ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ୯୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୧୭.୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଛି । ଦିଲ୍ଲୀ ପକ୍ଷରୁ ଧୱନ୍ ସର୍ବାଧିକ ୬୯ (୪୭ ବଲ୍‌, ୬ ଚୌକା, ୨ ଛକା) ରନ୍ ଓ ଶିମରନ୍ ହେଟମେୟର୍ ୧୬ (୪ ବଲ୍‌, ୧ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିଲେ ।

୧୬୭ ରନର ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିଲେ ଓପ୍ନର ପୃଥ୍ୱୀ ଶ’ ଓ ଧୱନ୍ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ । ପୃଥ୍ୱୀ ମାତ୍ର ୨୨ ବଲରେ ୩ ଚୌକା ଓ ୩ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ଷ୍ଟିଭ୍ ସ୍ମିଥ୍ ୨୫ ରନର ଉପଯୋଗୀ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ । କ୍ୟାପଟେନ୍ ଋଷଭ ପନ୍ତ ୧୪ ରନ୍ କରି କ୍ରିସ୍ ଜୋର୍ଡାନଙ୍କ ଶିକାର ହୋଇଥିଲେ । ତେବେ ଧୱନ ଓ ହେଟମେୟରଙ୍କ ଯୋଡ଼ି ଟିମକୁ ଜିତାଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିୟମିତ କ୍ୟାପଟେନ୍ ଲୋକେଶ ରାହୁଲଙ୍କ ଅନୁପସ୍ଥିତି ଅନୁଭୂତ କରିଥିଲା । ହେଲେ ତାଙ୍କ ସ୍ଥାନରେ ଟିମର ନେତୃତ୍ୱ ନେଉଥିବା ମୟଙ୍କ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ତାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ । ମୟଙ୍କ ୫୮ ବଲରେ ୮ ଚୌକା ଓ ୪ ଛକା ସହ ୯୯ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେୱିଡ୍ ମଲାନ୍ ୨୬, ପ୍ରବସିମରନ୍ ୧୨, କ୍ରିସ୍ ଗେଲ୍ ୧୩ ରନ୍ କରିଥିଲେ । ତେବେ ବାକି ବ୍ୟାଟ୍ସମ୍ୟାନ୍ ଯଥା ଦୀପକ ହୁଡ୍ଡା (୧), ଶାହରୁଖ୍ ଖାନ୍ (୪), କ୍ରିସ୍ ଜୋର୍ଡାନ୍ (୨) ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ୩ଟି ୱିକେଟ୍ ନେଇଥିଲେ ।

The post ଧୱନ ଧମାକା, ଚେନ୍ନାଇକୁ ହଟାଇ ଶୀର୍ଷରେ ଦିଲ୍ଲୀ appeared first on Odisha Reporter.

]]>
IPL 2021, left top 2021-05-03 00:27:44 https://cdn.odishareporter.in/wp-content/uploads/2021/05/03002605/delhi-capitals.jpg
ପରାଜୟ ପିଛା ଛାଡ଼ୁନି, ପୁଣି ହାରିଲା ହାଇଦ୍ରାବାଦ https://odishareporter.in/sports/cricket/jos-buttler-hundred-powers-rajasthan-to-55-run-win-over-hyderabad-640291 Sun, 02 May 2021 14:19:53 +0000 https://odishareporter.in/?p=640291

ନୂଆଦିଲ୍ଲୀ: ନୂଆ କ୍ୟାପଟେନ୍ ନିଯୁକ୍ତି ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦର ଭାଗ୍ୟ ବଦଳିଲା ନାହିଁ । ପୁଣି ହାରିଲା ହାଇଦ୍ରାବାଦ । ରବିବାର ଖେଳାଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୫୫ ରନରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାସ୍ତ ହୋଇଛି । ଏହି ବିଜୟ ସହ ରାଜସ୍ଥାନ ସପ୍ତମରୁ ସିଧା ପଞ୍ଚମକୁ ଉଠିଛି । ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଜୋସ ବଟଲର (୧୨୪)ଙ୍କ ଦମଦାର ଶତକ […]

The post ପରାଜୟ ପିଛା ଛାଡ଼ୁନି, ପୁଣି ହାରିଲା ହାଇଦ୍ରାବାଦ appeared first on Odisha Reporter.

]]>

ନୂଆଦିଲ୍ଲୀ: ନୂଆ କ୍ୟାପଟେନ୍ ନିଯୁକ୍ତି ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦର ଭାଗ୍ୟ ବଦଳିଲା ନାହିଁ । ପୁଣି ହାରିଲା ହାଇଦ୍ରାବାଦ । ରବିବାର ଖେଳାଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୫୫ ରନରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାସ୍ତ ହୋଇଛି । ଏହି ବିଜୟ ସହ ରାଜସ୍ଥାନ ସପ୍ତମରୁ ସିଧା ପଞ୍ଚମକୁ ଉଠିଛି ।

ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଜୋସ ବଟଲର (୧୨୪)ଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ୮ ୱିକେଟ ହରାଇ ୧୬୫ ରନ୍ କରିବାକୁ ସକ୍ଷମ ହୋଇଛି ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଓପ୍ନର ଯଶସ୍ୱୀ ଜୈସୱାଲ୍ (୧୨)ଙ୍କ ୱିକେଟ୍ ହରାଇଥିଲା । ତେବେ ବଟଲର୍ ଓ କ୍ୟାପଟେନ୍ ସଞ୍ଜୁ ସାମସନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୫୦ ରନର ପାର୍ଟନରଶିପ୍ କରି ଦଳକୁ ବନ ସ୍କୋର ଅଭିମୁଖେ ନେଇଥିଲେ । ସାମସନ୍ ୩୩ ବଲରେ ୪ ଚୌକା ଓ ୨ ଛକା ସହ ୪୮ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ରିୟାନ ପରାଗ ମଧ୍ୟ ବଟଲରଙ୍କ ଭରପୂର ସହଯୋଗ କରିଥିଲେ ।

୩୯ ବଲରେ ଅର୍ଦ୍ଧଶତକ ମାରିଥିବା ବଟଲର୍ ୫୬ ବଲରେ ନିଜର ଶତକ ପୂରଣ କରିଥିଲେ । ଶତକ ସହ ବଟଲର ଟିମର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ । ବଟଲର୍ ୬୪ ବଲରେ ୧୧ ଚୌକା ଓ ୮ ଛକା ସହ ୧୨୪ ରନ୍ କରି ଆଉଟ୍ ହୋଇଥିଲେ । ପରାଗ ୧୫ ଓ ଡେଭିଡ୍ ମିଲର୍ ୭ ରନ୍ କରି ଅପରାଜିତ ଥିଲେ ।

୨୨୧ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦକୁ ଭଲ ଆରମ୍ଭ ମିଳିଥିଲା । ଦୁଇ ଓପ୍ନର ମନିଷ ପାଣ୍ଡେ ଓ ଜନ୍ନି ବେୟାରଷ୍ଟୋ ପାୱାରପ୍ଲେ’ରେ ୫୭ ରନ୍ ଯୋଡ଼ିଥିଲେ । ମନିଷ ୨୦ ବଲରେ ୩୧ (୩ ଚୌକା, ୨ ଛକା) ରନ୍ କରି ମୁସ୍ତାଫିଜୁର ରେହମାନଙ୍କ ଶିକାର ହୋଇଥିଲେ । ବେୟାରଷ୍ଟୋ ୩୦ ରନ୍ କରି ଆଉଟ୍ ହୋଇଥିଲେ । ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ କ୍ୟାପଟେନ୍ ହୋଇଥିବା କେନ୍ ୱିଲିୟମସନ୍ (୨୧) ବ୍ୟାଟରେ କିଛି କମାଲ୍ କରିପାରିନଥିଲେ ।

ଟପ୍ ତିନି ବ୍ୟାଟ୍ସମ୍ୟାନଙ୍କ ଆଉଟ୍ ପରେ ହାଇଦ୍ରାବାଦର ବିଜୟ ଆଶା ମଉଳି ଯାଇଥିଲା । ମିଡଲ୍ ଅର୍ଡରରେ ବିଜୟ ଶଙ୍କର (୮), କେଦାର ଯାଦବ (୧୯), ମହମ୍ମଦ ନବି (୧୭) ନିରାଶ କରିଥିଲେ । ଅବଦୁଲ୍ ସମାଦ୍ ୧୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଭୁବନେଶ୍ୱର କୁମାର ୧୪ ଓ ସନ୍ଦୀପ ଶର୍ମା ୮ ରନ୍ କରି ଅପରାଜିତ ଥିଲେ । ରାଜସ୍ଥାନ ରୟାଲ୍ସ ମୁସ୍ତାଫିଜୁର ଓ କ୍ରିସ୍ ମୋରିସ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ ।

The post ପରାଜୟ ପିଛା ଛାଡ଼ୁନି, ପୁଣି ହାରିଲା ହାଇଦ୍ରାବାଦ appeared first on Odisha Reporter.

]]>
IPL 2021, left top 2021-05-02 19:52:46 https://cdn.odishareporter.in/wp-content/uploads/2021/05/02194930/JOS-BUTLER.jpg
ମ୍ୟାଚ୍ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ରାହୁଲ୍‌ https://odishareporter.in/sports/cricket/kl-rahul-admitted-to-hospital-with-severe-abdomen-pain-640284 Sun, 02 May 2021 13:30:09 +0000 https://odishareporter.in/?p=640284

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାହୁଲ୍ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆପେଣ୍ଡିସାଇଟିସ୍ ହୋଇଥିବା ସୂଚନା ମିଳିଛି । ପଞ୍ଜାବ କିଙ୍ଗସ୍ ତା’ର ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି । ଏହାସହ ରାହୁଲଙ୍କର ସର୍ଜରୀ ହେବ ବୋଲି ଫ୍ରାଞ୍ଚଇଜି ଜଣାଇଛି । ରବିବାର ପଞ୍ଜାବ କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସ […]

The post ମ୍ୟାଚ୍ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ରାହୁଲ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାହୁଲ୍ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆପେଣ୍ଡିସାଇଟିସ୍ ହୋଇଥିବା ସୂଚନା ମିଳିଛି । ପଞ୍ଜାବ କିଙ୍ଗସ୍ ତା’ର ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି । ଏହାସହ ରାହୁଲଙ୍କର ସର୍ଜରୀ ହେବ ବୋଲି ଫ୍ରାଞ୍ଚଇଜି ଜଣାଇଛି । ରବିବାର ପଞ୍ଜାବ କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ଖେଳିବ ।

ପଞ୍ଜାବ କିଙ୍ଗସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଲେଖିଛି, କେଏଲ୍ ରାହୁଲ୍ ଗତ ରାତିରେ ପେଟରେ ଯନ୍ତ୍ରଣା ଅନୁଭୂତ କରିଥିଲେ ଏବଂ ଔଷଧରୁ କୌଣସି ଫାଇଦା ନମିଳିବାରୁ ତାଙ୍କର ପରୀକ୍ଷା ପାଇଁ ଏମରଜେନ୍ସି ୱାର୍ଡକୁ ନିଆଯାଇଥିଲା । ପରୀକ୍ଷାକୁ ଜଣାପଡ଼ିଛି ଯେ ତାଙ୍କୁ ତୀବ୍ର ଆପେଣ୍ଡିସାଇଟିସ୍ ଅଛି । ଏହା ସର୍ଜରୀ ଦ୍ୱାରା ହିଁ ସଫଳ ହୋଇପାରିବ ଏବଂ ସୁରକ୍ଷା କାରଣରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।

ରାହୁଲ ବର୍ତ୍ତମାନ ଆଇପିଏଲ୍‌-୨୦୨୧ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି । ଏଭଳି ସ୍ଥିତିରେ ତାଙ୍କର ଚୂଡ଼ାନ୍ତ ଏକାଦଶରେ ନରହିବ, ଟିମ୍ ପାଇଁ ବଡ଼ ଝଟକା ହେବ । ଏପରିକି ରାହୁଲଙ୍କ ସ୍ଥାନରେ ଏବେ ଟିମର କ୍ୟାପଟେନ୍ କିଏ ହେବ, ତାହା ମଧ୍ୟ ବଡ଼ ପ୍ରଶ୍ନ । ଟିମରେ କ୍ରିସ୍ ଗେଲଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି, କିନ୍ତୁ ପଞ୍ଜାବ ଟିମ୍ କାହାକୁ କ୍ୟାପଟେନ୍ କରୁଛି, ତାହା ଦେଖିବାକୁ ବାକି ରହିଲା ।

The post ମ୍ୟାଚ୍ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ରାହୁଲ୍‌ appeared first on Odisha Reporter.

]]>
IPL 2021, left bottom 2021-05-03 15:13:56 https://cdn.odishareporter.in/wp-content/uploads/2021/05/02185921/rahul.jpg
ୱାର୍ଣ୍ଣର ହଟିଲେ, ୱିଲିୟମସନ୍ ହାଇଦ୍ରାବାଦର ନୂଆ କ୍ୟାପଟେନ୍‌ https://odishareporter.in/sports/cricket/williamson-takes-over-sunrisers-hyderabad-captaincy-from-warner-for-rest-of-ipl-2021-640115 Sat, 01 May 2021 18:25:52 +0000 https://odishareporter.in/?p=640115

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ବଡ଼ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜି ଶନିବାର ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନଙ୍କଠୁ ଟିମର କ୍ୟାପଟେନ୍ ଭାର ପ୍ରଦାନ କରିଛି । ୱିଲିୟମସନ୍ ଏବେ ବାକି ମ୍ୟାଚ୍ ଗୁଡ଼ିକରେ ହାଇଦ୍ରାବାଦ ଟିମର ନେତୃତ୍ୱ ନେବେ । ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଚଳିତ ସଂସ୍କରଣରେ ୬ଟିରୁ ୫ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟୀ ହୋଇଛି । ଏପରିକି ବ୍ୟାଟ୍ସମ୍ୟାନ୍ […]

The post ୱାର୍ଣ୍ଣର ହଟିଲେ, ୱିଲିୟମସନ୍ ହାଇଦ୍ରାବାଦର ନୂଆ କ୍ୟାପଟେନ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ବଡ଼ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜି ଶନିବାର ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନଙ୍କଠୁ ଟିମର କ୍ୟାପଟେନ୍ ଭାର ପ୍ରଦାନ କରିଛି । ୱିଲିୟମସନ୍ ଏବେ ବାକି ମ୍ୟାଚ୍ ଗୁଡ଼ିକରେ ହାଇଦ୍ରାବାଦ ଟିମର ନେତୃତ୍ୱ ନେବେ ।

ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଚଳିତ ସଂସ୍କରଣରେ ୬ଟିରୁ ୫ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟୀ ହୋଇଛି । ଏପରିକି ବ୍ୟାଟ୍ସମ୍ୟାନ୍ ଭାବେ ସେ ଫର୍ମରେ ମଧ୍ୟ ନାହାନ୍ତି । ସନରାଇଜର୍ସ ଆଜି ଏକ ବିଜ୍ଞପ୍ତି ଜାରି କହିଛି ଯେ, ସନରାଇଜର୍ସ ହାଇଦ୍ରାବାଦ ଘୋଷଣା କରୁଛି ଯେ କାଲିର ମ୍ୟାଚ୍ ଏବଂ ଆଇପିଏଲର ବାକି ମ୍ୟାଚରେ କେନ୍ ୱିଲିୟମସନ୍ କ୍ୟାପଟେନ୍ ହେବେ ।

ଟିମ୍ ମ୍ୟାନେଜମେଣ୍ଟ ଆହୁରି କହିଛି ଯେ ‘ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ବିଦେଶୀ ଖେଳାଳିଙ୍କ ସଂଯୋଜନରେ ମଧ୍ୟ ପରିବର୍ତ୍ତନ କରାଯିବ । ଆମ ପାଇଁ ଏହି ନିଷ୍ପତ୍ତି ନେବା ସହଜ ନଥିଲା, କାରଣ ଟିମ୍ ମ୍ୟାନେଜମେଣ୍ଟ ୱାର୍ଣ୍ଣରଙ୍କୁ ଖୁବ୍ ସମ୍ମାନ କରେ । ଆଶା କରୁଛୁ ଯେ ବାକି ମ୍ୟାଚରେ ସେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ ।’ ୱିଲିୟମସନ୍ ଏହା ପୂର୍ବରୁ ୨୦୧୮ ଓ ୨୦୧୯ରେ ସନରାଇଜର୍ସ ହାଇଦ୍ରାବାଦ ଟିମର ନେତୃତ୍ୱ ନେଇ ସାରିଛନ୍ତି ।

ଆଇପିଏଲ ସିଜନ୍ ଅଧାରୁ କ୍ୟାପଟେନଙ୍କୁ ହଟାଇବା ପ୍ରଥମ ଘଟଣା ନୁହେଁ । ଗତ ବର୍ଷ ୟୁଏଇରେ ଆୟୋଜିତ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଦିନେଶ କାର୍ତ୍ତିକ କ୍ୟାପଟେନ୍ ପଦ ଛାଡ଼ିଥିଲେ । ତାଙ୍କ ସ୍ଥାନରେ ଇଆନ୍ ମୋର୍ଗାନ୍ କ୍ୟାପଟେନ୍ ହୋଇଥିଲେ । ଏହା ପୂର୍ବରୁ ୨୦୧୪ରେ ଶିଖର ଧୱନଙ୍କୁ ହଟାଇ ସନରାଇଜର୍ସ ହାଇଦ୍ରାବାଦ ଡାରେନ ସାମିଙ୍କୁ କ୍ୟାପଟେନ୍ ପଦ ଦେଇଥିଲା ।

The post ୱାର୍ଣ୍ଣର ହଟିଲେ, ୱିଲିୟମସନ୍ ହାଇଦ୍ରାବାଦର ନୂଆ କ୍ୟାପଟେନ୍‌ appeared first on Odisha Reporter.

]]>
left bottom 2021-05-02 00:06:23 https://cdn.odishareporter.in/wp-content/uploads/2021/05/01235544/david-warner-and-kane-wiili.jpg
ପୋଲାର୍ଡ ପାୱାର, ମୁମ୍ବାଇର ରେକର୍ଡ ବ୍ରେକିଂ ବିଜୟ https://odishareporter.in/sports/cricket/pollard-87-helps-mumbai-gun-down-219-run-target-vs-chennai-640114 Sat, 01 May 2021 18:16:02 +0000 https://odishareporter.in/?p=640114

ନୂଆଦିଲ୍ଲୀ: କାଇରନ୍ ପୋଲାର୍ଡ ପାୱାର ହିଟିଂ ଦମରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପାଞ୍ଚଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଖେଳାଯାଇଥିବା ଆଇପିଏଲର ଏକ ହାଇଭୋଲଟେଜ୍ ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୮ ରନ୍ କରିଥିଲା । ଜବାବରେ ମୁମ୍ବାଇ ଶେଷ ବଲରେ ମ୍ୟାଚକୁ ଜିତି ନେଇଛି । ଗୋଟିଏ ପଟେ ଆଇପିଏଲରେ ଚେନ୍ନାଇର ଏହା ସର୍ବାଧିକ […]

The post ପୋଲାର୍ଡ ପାୱାର, ମୁମ୍ବାଇର ରେକର୍ଡ ବ୍ରେକିଂ ବିଜୟ appeared first on Odisha Reporter.

]]>

ନୂଆଦିଲ୍ଲୀ: କାଇରନ୍ ପୋଲାର୍ଡ ପାୱାର ହିଟିଂ ଦମରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପାଞ୍ଚଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଖେଳାଯାଇଥିବା ଆଇପିଏଲର ଏକ ହାଇଭୋଲଟେଜ୍ ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୮ ରନ୍ କରିଥିଲା । ଜବାବରେ ମୁମ୍ବାଇ ଶେଷ ବଲରେ ମ୍ୟାଚକୁ ଜିତି ନେଇଛି । ଗୋଟିଏ ପଟେ ଆଇପିଏଲରେ ଚେନ୍ନାଇର ଏହା ସର୍ବାଧିକ ସ୍କୋର ହୋଇଥିବା ବେଳେ ମୁମ୍ବାଇ ମଧ୍ୟ ରେକର୍ଡ ଚେଜ୍ କରିଛି ।

ମୁମ୍ବାଇ ବିଜୟରେ ହିରୋ ଭୂମିକା ବହନ କରିଥିବା ପୋଲାର୍ଡ ମାତ୍ର ୩୪ ବଲରେ ୮୭ ରନର ବିଧ୍ୱଂସୀ ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୬ ଚୌକା ଓ ୮ ବିଶାଳ ଛକା ସାମିଲ୍ ଅଛି । ପରାଜୟ ସତ୍ତ୍ୱେ ଚେନ୍ନାଇ ପ୍ରଥମ ସ୍ଥାନରେ ରହିଥିବା ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଛି ।

୨୧୯ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ମିଳିଥିଲା । କ୍ୟାପଟେନ୍ ରୋହିତ୍ ଶର୍ମା ଓ କ୍ୱିଣ୍ଟନ୍ ଡି’କକ୍ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ । କିନ୍ତୁ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର । ରୋହିତ୍ ୩୫ (୨୪ ବଲ୍‌, ୪ ଚୌକା, ୧ ଛକା) ରନ୍ କରି ଶାର୍ଦ୍ଦୁଲଙ୍କ ଶିକାର ହୋଇଥିଲେ । ଏହା ପରେ ଡି’କକ୍ (୩୮)ଙ୍କୁ ଆଉଟ୍ କରିଥିଲେ ମୋଇନ୍ ଅଲୀ । ଇନଫର୍ମ ସୂର୍ଯ୍ୟକୁମାର ଯାଦବ (୩)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ରବୀନ୍ଦ୍ର ଜାଡେଜା ।

୮୧ ରନ୍ ଭିତରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ମୁମ୍ବାଇକୁ ପୁଣିଥରେ ଟ୍ରାକକୁ ଆଣିଥିଲେ ପୋଲାର୍ଡ । ପୋଲାର୍ଡଙ୍କୁ ସାଥ୍ ଦେଇଥିଲେ କୃନାଲ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୮୯ ରନର ଭାଗିଦାରୀ କରିଥିଲେ । କୃନାଲ୍ ୨୩ ବଲରେ ୩୨ (୨ ଚୌକା, ୨ ଛକା) ରନ୍ କରି ସାମ୍ କୁରାନଙ୍କ ଶିକାର ହୋଇଥିଲେ । କୃନାଲଙ୍କ ଭାଇ ହାର୍ଦ୍ଦିକ ମଧ୍ୟ ଲଗାତର ୨ଟି ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ । କିନ୍ତୁ କୁରାନଙ୍କ ବଲରେ ଆଉ ଏକ ଛକା ମାରିବା ପ୍ରୟାସରେ ହାର୍ଦ୍ଦିକ ନିଜ ୱିକେଟ୍ ହରାଇ ବସିଥିଲେ । ହାର୍ଦ୍ଦିକ ମାତ୍ର ୭ ବଲରେ ୧୬ ରନ୍ କରିଥିଲେ । ଜେମ୍ସ ନିଶାମ ଖାତା ଖୋଲିପାରିନଥିଲେ । ଶେଷ ଓଭରରେ ମୁମ୍ବାଇକୁ ୧୬ ରନ୍ ଆବଶ୍ୟକ ଥିବା ବେଳେ ପୋଲାର୍ଡ ଷ୍ଟ୍ରାଇକ୍ ଜାରି ରଖି ଶେଷ ବଲରେ ମୁମ୍ବାଇକୁ ଜିତାଇଥିଲେ ।

ଏହା ପୂର୍ବରୁ ଅମ୍ବାତି ରାୟୁଡୁଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ବଡ଼ ସ୍କୋର କରିଥିଲା । ଚେନ୍ନାଇ ପକ୍ଷରୁ ରାୟୁଡୁ ମାତ୍ର ୨୭ ବଲରେ ୪ ଚୌକା ଓ ୭ ଛକା ସହ ସର୍ବାଧିକ ୭୨ ରନ୍ କରି ଅପରାଜିତ ଥିଲେ । ସେହିପରି ଡୁପ୍ଲେସିସ୍ ୫୦ ଓ ମୋଇନ୍ ୫୮ ରନର ଇନିଂସ୍ ଖେଳିଥିଲେ ।

The post ପୋଲାର୍ଡ ପାୱାର, ମୁମ୍ବାଇର ରେକର୍ଡ ବ୍ରେକିଂ ବିଜୟ appeared first on Odisha Reporter.

]]>
IPL 2021, left top 2021-05-01 23:55:29 https://cdn.odishareporter.in/wp-content/uploads/2021/05/01234724/KIERON-POLLARD.jpg
ମୁମ୍ବାଇ ବୋଲରଙ୍କୁ ନିର୍ଧୁମ୍ ଧୁଲେଇ କଲେ ରାୟୁଡୁ https://odishareporter.in/sports/cricket/rayudu-72-not-out-gives-csk-218-4-640104 Sat, 01 May 2021 15:58:45 +0000 https://odishareporter.in/?p=640104

ନୂଆଦିଲ୍ଲୀ: ଅମ୍ବାତି ରାୟୁଡୁଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୪ ୱିକେଟ୍ ହରାଇ ୨୧୮ ରନର ବଡ଼ ସ୍କୋର କରିଛି । ଏହି ମ୍ୟାଚ୍ ଜିତିବା ପାଇଁ ମୁମ୍ବାଇକୁ ୨୧୯ ରନ୍ କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ରାୟୁଡୁ ମାତ୍ର ୨୭ ବଲରେ ୪ ଚୌକା ଓ ୭ ଛକା ସହ ସର୍ବାଧିକ ୭୨ ରନ୍ […]

The post ମୁମ୍ବାଇ ବୋଲରଙ୍କୁ ନିର୍ଧୁମ୍ ଧୁଲେଇ କଲେ ରାୟୁଡୁ appeared first on Odisha Reporter.

]]>

ନୂଆଦିଲ୍ଲୀ: ଅମ୍ବାତି ରାୟୁଡୁଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୪ ୱିକେଟ୍ ହରାଇ ୨୧୮ ରନର ବଡ଼ ସ୍କୋର କରିଛି । ଏହି ମ୍ୟାଚ୍ ଜିତିବା ପାଇଁ ମୁମ୍ବାଇକୁ ୨୧୯ ରନ୍ କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ରାୟୁଡୁ ମାତ୍ର ୨୭ ବଲରେ ୪ ଚୌକା ଓ ୭ ଛକା ସହ ସର୍ବାଧିକ ୭୨ ରନ୍ କରି ଅପରାଜିତ ଥିଲେ । ସେହିପରି ଡୁପ୍ଲେସିସ୍ ୫୦ ଓ ମୋଇନ୍ ୫୮ ରନର ଇନିଂସ୍ ଖେଳିଥିଲେ ।

ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଚେନ୍ନାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଓପ୍ନର ଋତୁରାଜ ଗାଏକ୍ୱାଡ୍ ମାତ୍ର ୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ । ତେବେ ଅନ୍ୟତମ ଓପ୍ନର ଫାଫ୍ ଡୁପ୍ଲେସିସ୍ ଓ ମୋଇନ୍ ଅଲୀ ଜବରଦସ୍ତ ବ୍ୟାଟିଂ କରିଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ଶତକୀୟ (୧୦୮) ଭାଗିଦାରୀ କରି ଚେନ୍ନାଇକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ । ଡୁପ୍ଲେସିସ୍ ୨୭ ବଲରେ ଓ ମୋଇନ୍ ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ।

ଟିମର ସ୍କୋର ୧୧୨ ଥିବା ବେଳେ ମୋଇନଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରିଥିଲେ । ସେହିପରି ଡୁପ୍ଲେସିସଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ କାଇରନ୍ ପୋଲାର୍ଡ । ମୋଇନ୍ ୩୬ ବଲରେ ୫ ଚୌକା ଓ ୫ ଛକା ସହ ୫୮ ଓ ଡୁପ୍ଲେସିସ୍ ୨୮ ବଲରେ ୨ ଚୌକା ଓ ୪ ଛକା ସହ ୫୦ ରନ୍ କରିଥିଲେ । ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା (୨) କିଛି ଖାସ୍ କରିପାରିନଥିଲେ ଏବଂ ତାଙ୍କୁ ମଧ୍ୟ ପୋଲାର୍ଡ ଆଉଟ୍ କରିଥିଲେ । ୪ ରନ୍ ଭିତରେ ୩ ୱିକେଟ୍ ହରାଇବା ପରେ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା । କିନ୍ତୁ ଅମ୍ବାତି ରାୟୁଡୁ ଟିମର ଗତି କମ୍ କରିବାକୁ ଦେଇନଥିଲେ । ସେ ମୁମ୍ବାଇର ଷ୍ଟାର୍ ବୋଲର ବୁମ୍ରା ଓ ବୋଲ୍ଟଙ୍କୁ ନିର୍ଧୁମ ଧୁଲେଇ କରିଥିଲେ ।

ଏହିପରି ଭାବେ ରାୟୁଡୁ ମାତ୍ର ୨୦ ବଲରେ ଅର୍ଦ୍ଧଶତକ ମାରିଥିଲେ । ତାଙ୍କୁ ରବୀନ୍ଦ୍ର ଜାଡେଜା ମଧ୍ୟ ଭରପୂର ସହଯୋଗ କରିଥିଲେ । କିନ୍ତୁ ରାୟୁଡୁଙ୍କ ତୁଳନାରେ ଜାଡେଜା ଧିମା ବ୍ୟାଟିଂ କରିଥିଲେ । ରାୟୁଡୁ ଓ ଜାଡେଜା ଶେଷ ୪୮ ବଲରେ ୧୦୨ ରନ୍ ଯୋଡ଼ି ଟିମର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । ମୁମ୍ବାଇ ପକ୍ଷରୁ ପୋଲାର୍ଡ ୨ଟି, ବୋଲ୍ଟ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

The post ମୁମ୍ବାଇ ବୋଲରଙ୍କୁ ନିର୍ଧୁମ୍ ଧୁଲେଇ କଲେ ରାୟୁଡୁ appeared first on Odisha Reporter.

]]>
IPL 2021, left top 2021-05-01 21:29:36 https://cdn.odishareporter.in/wp-content/uploads/2021/05/01212802/ambati-rayudu.jpg
ଟସ୍ ଜିତିଲେ ରୋହିତ୍‌, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ https://odishareporter.in/sports/cricket/rohit-wins-toss-mumbai-opt-to-field-in-delhi-640081 Sat, 01 May 2021 13:47:28 +0000 https://odishareporter.in/?p=640081

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୭ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିବ । ଉକ୍ତ ମ୍ୟାଚରେ ମୁମ୍ବାଇ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ନେଥନ କୁଲ୍ଟର-ନାଇଲଙ୍କ ସ୍ଥାନରେ ଧୱଲ୍ କୁଲକର୍ଣ୍ଣିଙ୍କୁ ଏବଂ ଜୟନ୍ତ ଯାଦବଙ୍କ ସ୍ଥାନରେ […]

The post ଟସ୍ ଜିତିଲେ ରୋହିତ୍‌, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୭ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିବ ।

ଉକ୍ତ ମ୍ୟାଚରେ ମୁମ୍ବାଇ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ନେଥନ କୁଲ୍ଟର-ନାଇଲଙ୍କ ସ୍ଥାନରେ ଧୱଲ୍ କୁଲକର୍ଣ୍ଣିଙ୍କୁ ଏବଂ ଜୟନ୍ତ ଯାଦବଙ୍କ ସ୍ଥାନରେ ଜେମ୍ସ ନିଶାମଙ୍କୁ ସାମିଲ୍ କରାଯାଇଛି । ତେବେ ଚେନ୍ନାଇ ଟିମ୍ ଅପରିବର୍ତ୍ତିତ ରହିଛ ।

ସୂଚନାଯୋଗ୍ୟ, ଉଭୟ ଟିମ୍ ସେମାନଙ୍କର ଶେଷ ମ୍ୟାଚରେ ବିଜୟୀ ହୋଇଥିଲେ । ଚେନ୍ନାଇ ତା’ର ପୂର୍ବ ମ୍ୟାଚରେ ଆରସିବିକୁ ହରାଇଥିବା ବେଳେ ମୁମ୍ବାଇ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍‌), କ୍ୱିଣ୍ଟନ୍ ଡି’କକ୍‌ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ୍ ଚହର୍‌, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା ।

ଚେନ୍ନାଇ ସୁପର୍ କିଙ୍ଗସ୍‌: ଋତୁରାଜ ଗାଏକ୍ୱାଡ, ଫାଫ୍ ଡୁପ୍ଲେସିସ୍‌, ସୁରେଶ ରାଇନା, ମୋଇନ୍ ଅଲୀ, ଅମ୍ବାତି ରାୟୁଢୁ, ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ସାମ୍ କୁରାନ୍, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍‌, ଲୁଙ୍ଗି ଏନଗିଡି ।

The post ଟସ୍ ଜିତିଲେ ରୋହିତ୍‌, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ appeared first on Odisha Reporter.

]]>
IPL 2021, left top 2021-05-01 19:22:22 https://cdn.odishareporter.in/wp-content/uploads/2021/05/01191624/ipl-match-27.jpg
ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ https://odishareporter.in/sports/others/suryakumar-yadavs-pic-goes-viral-639949 Sat, 01 May 2021 04:12:28 +0000 https://odishareporter.in/?p=639949

ନୂଆଦିଲ୍ଲୀ: ଗୁରୁବାର ଦିନ ଆଇପିଏଲର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଥିଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଏହି ଦିନ ମୁମ୍ୱାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ତାହା ପୁଣି ପଡ଼ିଆ ବାହାରେ ଘଟିଥିବା ଏକ ଘଟଣାକୁ ନେଇ। ମ୍ୟାଚ‌୍‍ ପରେ ସୂର୍ଯ୍ୟ କୁମାର ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀଙ୍କୁ ଚୁମା ଦେଇଥିଲେ। ଆଉ ଏହାର ଫଟୋ ସୋଶାଲ‌୍‍ ମିଡିଆରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା। ସୂର୍ଯ୍ୟକୁମାର ସାମାଜିକ […]

The post ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ appeared first on Odisha Reporter.

]]>

ନୂଆଦିଲ୍ଲୀ: ଗୁରୁବାର ଦିନ ଆଇପିଏଲର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଥିଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଏହି ଦିନ ମୁମ୍ୱାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ତାହା ପୁଣି ପଡ଼ିଆ ବାହାରେ ଘଟିଥିବା ଏକ ଘଟଣାକୁ ନେଇ।

ମ୍ୟାଚ‌୍‍ ପରେ ସୂର୍ଯ୍ୟ କୁମାର ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀଙ୍କୁ ଚୁମା ଦେଇଥିଲେ। ଆଉ ଏହାର ଫଟୋ ସୋଶାଲ‌୍‍ ମିଡିଆରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା।

ସୂର୍ଯ୍ୟକୁମାର ସାମାଜିକ ଦୂରତା ରକ୍ଷା କରି ତାଙ୍କ ପତ୍ନୀଙ୍କୁ ଚୁମା ଦେଇଥିଲେ। ନା, ଆପଣମାନେ ଯେମିତି ଭାବୁଛନ୍ତି ସେମିତି ନୁହେଁ। ସେ ତାଙ୍କ ପତ୍ନୀଙ୍କୁ ଆଦୌ ଫ୍ଲାଇଂ କିସ‌୍‍ ଦେଇ ନଥିଲେ।

ସୂର୍ଯ୍ୟକୁମାର ଓ ତାଙ୍କ ପତ୍ନୀ ମଧ୍ୟରେ ଥିଲା ଏକ କାଚର କାନ୍ଥ। ଗୋଟିଏ ପାର୍ଶ୍ୱରେ ସୂର୍ଯ୍ୟକୁମାର ଥିଲେ ଓ ଅନ୍ୟ ପାଖରେ ଥିଲେ ତାଙ୍କ ପତ୍ନୀ। ଦେବୀଶା କାଚର କାନ୍ଥରେ ନିଜ ଗାଲକୁ ଲଗାଇ ଦେଇଥିଲେ ଓ ଅନ୍ୟପଟରେ ଥିବା ସୂର୍ଯ୍ୟକୁମାର ସେହି ସ୍ଥାନରେ କାଚ ଉପରେ କିସ‌୍‍ କରିଥିଲେ।

ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା। ସେହିପରି ପୂର୍ବତନ କ୍ରିକେଟର ଜାହିର ଖାନଙ୍କ ପତ୍ନୀ ସାଗରିକା ମଧ୍ୟ ଏହି ଫଟୋକୁ ଶେଆର କରିଥିଲେ।

ଗୁରୁବାର ସୂର୍ଯ୍ୟକୁର ୧୦ଟି ବଲରୁ ୧୬ ରନ ସଂଗ୍ରହ କରିଥିଲେ। ଭଲ ଆରମ୍ଭ କରିଥିଲେ ମଧ୍ୟ ଆଉ ଅଧିକ ରନ‌୍‍ କରିପାରି ନଥିଲେ। କ୍ରିସ ମୋରିସଙ୍କ ବଲରେ ଜୋଶ ବଟଲରଙ୍କ ହାତରେ ସେ କ୍ୟାଚ‌୍‍ ଆଉଟ‌୍‍ ହୋଇଥିଲେ।

ସୂଚନାଯୋଗ୍ୟ, ଆଜି ମୁମ୍ୱାଇ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସକୁ ଭଟେିବ। ଦିଲ୍ଲୀରେ ଏହି ମ୍ୟାଚ ଖେଳାଯିବ।

The post ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ appeared first on Odisha Reporter.

]]>
left bottom 2021-05-01 09:43:55 https://cdn.odishareporter.in/wp-content/uploads/2021/05/01094108/surya-kumar.jpg
ଧୋନିଙ୍କ ପରେ ରାହୁଲଙ୍କ ଠାରୁ ବି ହାରିଲେ କୋହଲି https://odishareporter.in/sports/cricket/punjab-beat-bangalore-by-34-runs-in-ipl-2021-639898 Fri, 30 Apr 2021 17:54:26 +0000 https://odishareporter.in/?p=639898

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲଙ୍କୁ ଆକର୍ଷଣୀୟ ଇନିଂସ୍ ଓ ହରପ୍ରୀତ ବ୍ରାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସ୍ ୩୪ ରନରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଲଗାତର ଦ୍ୱିତୀୟ ପରାଜୟ ସତ୍ତ୍ୱେ ଆରସିବି ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ ୫ ୱିକେଟ୍ […]

The post ଧୋନିଙ୍କ ପରେ ରାହୁଲଙ୍କ ଠାରୁ ବି ହାରିଲେ କୋହଲି appeared first on Odisha Reporter.

]]>

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲଙ୍କୁ ଆକର୍ଷଣୀୟ ଇନିଂସ୍ ଓ ହରପ୍ରୀତ ବ୍ରାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସ୍ ୩୪ ରନରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଲଗାତର ଦ୍ୱିତୀୟ ପରାଜୟ ସତ୍ତ୍ୱେ ଆରସିବି ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ଜବାବରେ ଆରସିବି ୮ ୱିକେଟ୍ ହରାଇ ୧୪୫ ରନ୍ କରିଛି। ଆରସିବି ପକ୍ଷରୁ କୋହଲି ଓ ରଜତ ପାଟିଦାର ଭଲ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ମିଡଲ୍ ଅର୍ଡରରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଏବି ଡି’ଭିଲିୟର୍ସ ନିରାଶ କରିଥିଲେ, ଯାହା ଦଳର ପରାଜୟର କାରଣ ହୋଇଛି ।

୧୮୦ ରନର ଲକ୍ଷ୍ୟର ପିଛା କରୁଥିବା ଆରସିବି ଇନଫର୍ମ ଓପ୍ନର ଦେବଦତ୍ତ ପାଡିକଲ୍ (୭)ଙ୍କ ୱିକେଟ୍ ହରାଇଥିଲା। ଏହା ପରେ କୋହଲି ଓ ପାଟିଦାର ଦ୍ୱିତୀୟ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ । କୋହଲି (୩୫)ଙ୍କୁ ଆଉଟ୍ କରି ହରପ୍ରୀତ ବ୍ରାର୍ ପଞ୍ଜାବକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଅନ୍ୟତମ ସେଟ୍ ବ୍ୟାଟ୍ସମ୍ୟାନ୍ ପାଟିଦାର (୩୧)ଙ୍କୁ କ୍ରିସ୍ ଜୋର୍ଡାନ୍ ପ୍ୟାଭିଲିୟନ୍ ପଠାଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଫର୍ମରେ ମ୍ୟାକ୍ସୱେଲ୍ ଖାତା ଖୋଲିପାରିନଥିବା ବେଳେ ଡି’ଭିଲିୟର୍ସ (୩) ମଧ୍ୟ ଦୁଇ ଅଙ୍କ ଛୁଇଁପାରିନଥିଲେ। ଶାହବାଜ ଅହମ୍ମଦ (୮) ଓ ଡାନିଏଲ୍ ସାମ୍ସ (୩)ଙ୍କୁ ରବି ବିଷ୍ଣୋଇ ପ୍ୟାଭିଲିୟନ୍ ପଠାଇଥିଲେ । ଏଥିସହ ୯୬ ରନ୍ ଭିତରେ ୭ ୱିକେଟ୍ ହରାଇବା ପରେ ଆରସିବିର ବିଜୟ ଆଶା ଧୂଳିସାତ୍ ହୋଇଥିଲା । ଶେଷକ୍ରମରେ ହର୍ଷଲ୍ ପଟେଲ୍ ଦ୍ରୁତ ୩୧ (୧୩ ବଲ୍‌, ୩ ଚୌକା ଓ ୨ ଛକା) ଓ କାଇଲ୍ ଜେମିସନ୍ ଅପରାଜିିତ ୧୬ ରନ୍ କରି ଦଳକୁ ୧୪୫ ରନରେ ପହଞ୍ଚାଇଥିଲେ । ପଞ୍ଜାବ ପକ୍ଷରୁ ହରପ୍ରୀତ ୩ଟି ଓ ବିଷ୍ଣୋଇ ୨ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ରାହୁଲଙ୍କ ୯୧ (୫୭ ବଲ୍‌, ୭ ଚୌକା ଓ ୫ ଛକା) ଓ ଗେଲଙ୍କ ୪୬ (୨୪ ବଲ୍‌, ୬ ଚୌକା ଓ ୨ ଛକା) ରନ୍ ବଳରେ ପଞ୍ଜାବ ୧୭୯ ରନ୍ କରିଥିଲା । ଭଲ ଆରମ୍ଭ ସତ୍ତ୍ୱେ ପଞ୍ଜାବ ମିଡଲ୍ ଓଭର ଗୁଡ଼ିକରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ତେବେ ହରପ୍ରୀତ ଓ ରାହୁଲ୍ ଶେଷ ୩୨ ବଲରେ ୬୧ ରନ୍ ଯୋଡ଼ି ପଞ୍ଜାବକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ବ୍ରାର୍ ୧୭ ବଲରେ ୧ ଚୌକା ଓ ୨ ଛକା ସହ ୨୫ ରନ୍ କରି ଅପରାଜିତ ଥିଲେ । ଆରସିବି ପକ୍ଷରୁ ଜେମିସନ୍ ୨ଟି, ସାମ୍ସ, ୟୁଜବେନ୍ଦ୍ର ଚହଲ୍ ଓ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

The post ଧୋନିଙ୍କ ପରେ ରାହୁଲଙ୍କ ଠାରୁ ବି ହାରିଲେ କୋହଲି appeared first on Odisha Reporter.

]]>
left top 2021-04-30 23:24:26 https://cdn.odishareporter.in/wp-content/uploads/2021/04/30231934/virat-kohli-2.jpg
ରାହୁଲଙ୍କ ବିସ୍ଫୋରକ ଇନିଂସ୍‌, ପଞ୍ଜାବ ୧୭୯/୫ https://odishareporter.in/sports/cricket/kl-rahul-harpreet-brar-cameo-fires-punjab-to-179-5-in-20-overs-639882 Fri, 30 Apr 2021 15:52:07 +0000 https://odishareporter.in/?p=639882

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲ୍ ଓ କ୍ରିସ୍ ଗେଲଙ୍କ ଦମଦାର ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ୍ ଏଠାରେ ଖେଳାଯାଉଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଛି । ଫଳରେ ଆରସିବିକୁ ଜିତିବା ପାଇଁ ୧୮୦ ରନ୍ କରିବାକୁ ପଡ଼ିବ । ପଞ୍ଜାବ ପକ୍ଷରୁ ରାହୁଲ୍ ସର୍ବାଧିକ ୯୧ (୫୭ ବଲ୍‌, ୭ ଚୌକା ଓ ୫ ଛକା) ଓ ଗେଲ୍ ୪୬ (୨୪ ବଲ୍‌, ୬ ଚୌକା ଓ […]

The post ରାହୁଲଙ୍କ ବିସ୍ଫୋରକ ଇନିଂସ୍‌, ପଞ୍ଜାବ ୧୭୯/୫ appeared first on Odisha Reporter.

]]>

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲ୍ ଓ କ୍ରିସ୍ ଗେଲଙ୍କ ଦମଦାର ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ୍ ଏଠାରେ ଖେଳାଯାଉଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଛି । ଫଳରେ ଆରସିବିକୁ ଜିତିବା ପାଇଁ ୧୮୦ ରନ୍ କରିବାକୁ ପଡ଼ିବ । ପଞ୍ଜାବ ପକ୍ଷରୁ ରାହୁଲ୍ ସର୍ବାଧିକ ୯୧ (୫୭ ବଲ୍‌, ୭ ଚୌକା ଓ ୫ ଛକା) ଓ ଗେଲ୍ ୪୬ (୨୪ ବଲ୍‌, ୬ ଚୌକା ଓ ୨ ଛକା) ରନ୍ କରିଛନ୍ତି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ସୁଯୋଗ ପାଇଥିବା ପ୍ରବସିମରନ୍ ସିଂହ (୭) ନିରାଶ କରିଥିଲେ । ତାଙ୍କ ସ୍ଥାନରେ ଆସିଥିବା କ୍ରିସ୍ ଗେଲ୍ କ୍ରିଜକୁ ଆସିବା ମାତ୍ରକେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଗେଲ୍ କାଇଲ୍ ଜେମିସନଙ୍କ ଗୋଟିଏ ଓଭରରେ ୫ଟି ଚୌକା ମାରି ପଞ୍ଜାବକୁ ଭଲ ସ୍ଥିତିକୁ ଆସିଥିଲେ । ଏହିପରି ରାହୁଲଙ୍କ ସହ ମିଶି ଗେଲ୍ ଟିମର ସ୍କୋରକୁ ଆଗକୁ ନେଇଥିଲେ ।

ତେବେ ଟିମର ସ୍କୋର ୯୯ ଥିବା ବେଳେ ଗେଲଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଡାନିଏଲ୍ ସାମ୍ସ । ଗେଲ୍ ଆଉଟ୍ ହେବା ପରେ ପଞ୍ଜାବ ମାତ୍ର ୧୯ ରନ୍ ଭିତରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲେ । ହେଲେ ଏହି ସମୟରେ ରାହୁଲଙ୍କୁ ସାଥ୍ ଦେଇଥିଲେ ହରପ୍ରୀତ ବ୍ରାର୍ । ହରପ୍ରୀତ ଓ ରାହୁଲ୍ ଶେଷ ୩୨ ବଲରେ ୬୧ ରନ୍ ଯୋଡ଼ି ପଞ୍ଜାବକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ବ୍ରାରଜ୍ ୧୭ ବଲରେ ୧ ଚୌକା ଓ ୨ ଛକା ସହ ୨୫ ରନ୍ କରି ଅପରାଜିତ ଥିଲେ । ଆରସିବି ପକ୍ଷରୁ ଜେମିସନ୍ ୨ଟି, ସାମ୍ସ, ୟୁଜବେନ୍ଦ୍ର ଚହଲ୍ ଓ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

The post ରାହୁଲଙ୍କ ବିସ୍ଫୋରକ ଇନିଂସ୍‌, ପଞ୍ଜାବ ୧୭୯/୫ appeared first on Odisha Reporter.

]]>
IPL 2021, left top 2021-04-30 21:25:10 https://cdn.odishareporter.in/wp-content/uploads/2021/04/30211958/KL-RAHUL-1.jpg
ସଚିନଙ୍କ ପରେ ‘ମିଶନ ଅକ୍ସିଜେନ’କୁ ଆର୍ଥିକ ସହାୟତା କଲେ ଶିଖର ଧୱନ https://odishareporter.in/sports/cricket/dhawan-to-donate-rs-20-lakh-money-from-post-match-ipl-awards-to-mission-oxygen-639864 Fri, 30 Apr 2021 14:35:06 +0000 https://odishareporter.in/?p=639864

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା କରିଛନ୍ତି କ୍ରିକେଟର ଶିଖର ଧୱନ। ସେ ଆଇପିଏଲ ମ୍ୟାଚ୍‌ରୁ ପାଉଥିବା ସମସ୍ତ ପୁରସ୍କାର ରାଶି ଓ ୨୦ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଭାବେ ମିଶନ ଏକ୍ସିଜେନ ଉଦ୍ଦେଶ୍ୟରେ ଦାନ କରିବେ। ଗୋଟିଏ ଗ୍ରୁପ୍‌ ଅକ୍ସିଜେନ କନସେନଟ୍ରାଟୋରସ ଆମଦାନୀ ପାଇଁ ପ୍ରୟାସ କରୁଛି। ଏହା ଆସିବା ପରେ ହସ୍ପିଟାଲ ଗୁଡ଼ିକୁ ଦିଆଯାଇବ। ମିଶିନ ଏକ୍ସିଜେନ ନାଁରେ ଏହି ଗ୍ରୁପ କାମ କରୁଛି। ଗୁରୁବାର […]

The post ସଚିନଙ୍କ ପରେ ‘ମିଶନ ଅକ୍ସିଜେନ’କୁ ଆର୍ଥିକ ସହାୟତା କଲେ ଶିଖର ଧୱନ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା କରିଛନ୍ତି କ୍ରିକେଟର ଶିଖର ଧୱନ। ସେ ଆଇପିଏଲ ମ୍ୟାଚ୍‌ରୁ ପାଉଥିବା ସମସ୍ତ ପୁରସ୍କାର ରାଶି ଓ ୨୦ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଭାବେ ମିଶନ ଏକ୍ସିଜେନ ଉଦ୍ଦେଶ୍ୟରେ ଦାନ କରିବେ।

ଗୋଟିଏ ଗ୍ରୁପ୍‌ ଅକ୍ସିଜେନ କନସେନଟ୍ରାଟୋରସ ଆମଦାନୀ ପାଇଁ ପ୍ରୟାସ କରୁଛି। ଏହା ଆସିବା ପରେ ହସ୍ପିଟାଲ ଗୁଡ଼ିକୁ ଦିଆଯାଇବ। ମିଶିନ ଏକ୍ସିଜେନ ନାଁରେ ଏହି ଗ୍ରୁପ କାମ କରୁଛି। ଗୁରୁବାର ଏହି ଗ୍ରୁପ୍‌କୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ୧ କୋଟି ଟଙ୍କା ଦେଇଥିଲେ। ଏବେ ଧୱନ ସମାନ ପନ୍ଥା ଆପଣାଇଛନ୍ତି।

ଶିଖର ଧୱନ ଟ୍ୱିଟ କରି କହିଛନ୍ତି, “ଆମେ ବର୍ତ୍ତମାନ ଗୋଟିଏ ଅସାଧାରଣ ସମୟର ସମ୍ମୁଖୀନ ହେଉଛୁ। ଏହି ସମୟରେ ସମସ୍ତେ ଆଗକୁ ଆସି ନିଜ ସକ୍ଷମ ଅନୁସାରେ ଅନ୍ୟକୁ ସହାୟତା କରିବା। ବର୍ଷବର୍ଷ ଧରି ମୁଁ ଆପଣମାନଙ୍କ ଭଲ ପାଇବା ପାଇ ଆସିଛି। ଏଥିପାଇଁ ମୁଁ ସବୁବେଳେ କୃତଜ୍ଞ। ଏବେ ଦେଶର ଲୋକଙ୍କୁ କିଛି ଦେବାର ପାଳି ମୋର ପଡ଼ିଛି।

ମିଶନ ଅକ୍ସିଜେନକୁ ମୁଁ ୨୦ ଲକ୍ଷ ଟଙ୍କା ଓ ଆଇପିଏଲ ମ୍ୟାଚ୍‌ ପରେ ପାଉଥିବା ସମସ୍ତ ବ୍ୟକ୍ତିଗତ ପୁରସ୍କାର ରାଶି ଦାନ କରିବି। ଅକ୍ସିଜେନ ପାଇଁ ଏହି ମିଶନ ଆରମ୍ଭ ହୋଇଛି। ମୁଁ ସମସ୍ତ ସମ୍ମୁଖଯୋଦ୍ଧାଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଉଛି। ଆମେ ସବୁବେଳେ ଆପଣମାନଙ୍କ ଋଣୀ ହୋଇ ରହିବୁ।

ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ। ଦୟା କରି ଅତି ଜରୁରୀ ପଡ଼ିଲେ ଘରୁ ବାହାରନ୍ତୁ। ଏକାଠି ଆମେ ଜିତିପାରିବା।”


ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କେଉଁଠି ଅକ୍ସିଜେନ ସଙ୍କଟ ଦେଖାଯାଉଛି ତ ଆଉ କେଉଁଠି ହସ୍ପିଟାଲରେ ବେଡ୍‌ ମିଳୁନାହିଁ। ଏହାକୁ ଦୂର କରିବା ପାଇଁ ଅନେକ କ୍ରିକେଟର ସହାୟତା କରିବାକୁ ଆଗେଇ ଆସୁଛନ୍ତି। କେକେଆର ବୋଲର ପ୍ୟାଟ କମିନ୍ସ ପ୍ରଥମେ ପିଏମ କେୟାର୍ସ ଫଣ୍ଡକୁ ୫୦ ହଜାର ଡଲାର ଦାନ କରିଥିଲେ। ଏହାପରେ ଅକ୍ସିଜେନ ଯୋଗାଣ ପାଇଁ ବ୍ରେଟ ଲି’ ଗୋଟିଏ ବିଟ୍‌ କଏନ ବା ୪୧ ଲକ୍ଷ ଟଙ୍କା ଦେଇଥିଲେ।


ଗତକାଲି ସଚିନ ତେନ୍ଦୁଲକର ମିଶନ ଅକ୍ସିଜେନ ଗ୍ରୁପ୍‌କୁ ୧ କୋଟି ଟଙ୍କା ଦେଇଥିବା ଟ୍ୱିଟ କରି ସୂଚନା ଦେଇଥିଲେ।

The post ସଚିନଙ୍କ ପରେ ‘ମିଶନ ଅକ୍ସିଜେନ’କୁ ଆର୍ଥିକ ସହାୟତା କଲେ ଶିଖର ଧୱନ appeared first on Odisha Reporter.

]]>
left bottom 2021-04-30 20:05:06 https://cdn.odishareporter.in/wp-content/uploads/2021/04/30200439/IPL-9.jpg
ଟସ୍ ଜିତିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ https://odishareporter.in/sports/cricket/royal-challengers-bangalore-win-the-toss-opt-to-bowl-against-punjab-kings-639852 Fri, 30 Apr 2021 13:44:35 +0000 https://odishareporter.in/?p=639852

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ପଞ୍ଜାବ କିଙ୍ଗସକୁ ଭେଟିଛୁ । ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ । ଉକ୍ତ ମ୍ୟାଚରେ ଉଭୟ ଦଳ ସେମାନଙ୍କର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି । ଆରସିବି ଟିମରୁ ୱାଶିଂଟନ୍ ସୁନ୍ଦର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶହବାଜ ଅହମ୍ମଦଙ୍କୁ ସାମିଲ୍ କରାଯାଇଛି । ସେହିପରି ପଞ୍ଜାବ ଟିମ୍ […]

The post ଟସ୍ ଜିତିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ appeared first on Odisha Reporter.

]]>

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ପଞ୍ଜାବ କିଙ୍ଗସକୁ ଭେଟିଛୁ । ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ ।

ଉକ୍ତ ମ୍ୟାଚରେ ଉଭୟ ଦଳ ସେମାନଙ୍କର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି । ଆରସିବି ଟିମରୁ ୱାଶିଂଟନ୍ ସୁନ୍ଦର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶହବାଜ ଅହମ୍ମଦଙ୍କୁ ସାମିଲ୍ କରାଯାଇଛି ।

ସେହିପରି ପଞ୍ଜାବ ଟିମ୍ ତିନୋଟି ପରିବର୍ତ୍ତନ ସହ ଓହ୍ଲାଇବ । ମୟଙ୍କ ଅଗ୍ରୱାଲ୍ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ପ୍ରବସିମରନ୍ ସିଂହ ସ୍ଥାନ ପାଇଛନ୍ତି । ସେହିପରି ମୋଜେସ୍ ହେନରିକ୍ସ ଓ ଅର୍ଶଦୀପ ସିଂହଙ୍କୁ ବାଦ୍ ଦିଆଯାଇଛି । ଏମାନଙ୍କ ସ୍ଥାନରେ ରିଲେ ମେରେଡିଥ୍ ଓ ହରପ୍ରୀତ ବ୍ରାରଙ୍କୁ ସୁଯୋଗ ମିଳିଛି ।

ଆରସିବି: ବିରାଟ୍ କୋହଲି (କ୍ୟାପଟେନ୍), ଦେବଦତ୍ତ ପାଡିକଲ, ରଜତ ପାଟିଦାର,ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡିଭିଲିୟର୍ସ, ୱାଶିଂଟନ୍ ସୁନ୍ଦର, ଡାନିଏଲ ସାମ୍ସ, କାଇଲ ଜେମିସନ୍, ହର୍ଷଲ୍ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ।

ପଞ୍ଜାବ କିଙ୍ଗସ୍: ଲୋକେଶ ରାହୁଲ୍ (କ୍ୟାପଟେନ୍, ୱିକେଟକିପର), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ନିକୋଲାସ୍ ପୁରନ୍, ଦୀପକ ହୁଡା, ମୋଜେସ୍ ହେନରିକ୍ସ, ଶାହରୁଖ୍ ଖାନ୍, କ୍ରିସ୍ ଜୋର୍ଡାନ୍, ରବି ବିଷ୍ଣୋଇ, ମହମ୍ମଦ ଶାମି, ଅର୍ଶଦୀପ ସିଂହ।

The post ଟସ୍ ଜିତିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ appeared first on Odisha Reporter.

]]>
IPL 2021, left top 2021-04-30 19:25:15 https://cdn.odishareporter.in/wp-content/uploads/2021/04/30191429/ipl-8.jpg
ଟି-୨୦ ବିଶ୍ୱକପ ପାଇଁ ବିସିସିଆଇର ପ୍ଲାନ ବି, ଜାଣନ୍ତୁ କ’ଣ https://odishareporter.in/sports/cricket/bcci-keep-uae-as-plan-b-for-t20-world-cup-639835 Fri, 30 Apr 2021 12:22:00 +0000 https://odishareporter.in/?p=639835

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର ଭାରତକୁ ମିଳିଛି। ଗତବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାର ଥିଲା। କିନ୍ତୁ କରୋନା କହର ଯୋଗୁ ଏହା ବାତିଲ ହୋଇଥିଲା। ଏହାପରେ ଭାରତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଅଧିକାର ପାଇଛି। ତେବେ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଶ୍ୱକପ ଆୟୋଜନ ଉପରେ କଳାବାଦଲ ଘୋଟାଇ ଯାଇଛି। କିନ୍ତୁ ଯେମିତି ହେଲେ ବିଶ୍ୱକପ ଆୟୋଜନ କରିବାକୁ ବିସିସିଆଇ ପ୍ଲାନ ବି’ ପ୍ରସ୍ତୁତ […]

The post ଟି-୨୦ ବିଶ୍ୱକପ ପାଇଁ ବିସିସିଆଇର ପ୍ଲାନ ବି, ଜାଣନ୍ତୁ କ’ଣ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର ଭାରତକୁ ମିଳିଛି। ଗତବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାର ଥିଲା। କିନ୍ତୁ କରୋନା କହର ଯୋଗୁ ଏହା ବାତିଲ ହୋଇଥିଲା। ଏହାପରେ ଭାରତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଅଧିକାର ପାଇଛି।

ତେବେ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଶ୍ୱକପ ଆୟୋଜନ ଉପରେ କଳାବାଦଲ ଘୋଟାଇ ଯାଇଛି। କିନ୍ତୁ ଯେମିତି ହେଲେ ବିଶ୍ୱକପ ଆୟୋଜନ କରିବାକୁ ବିସିସିଆଇ ପ୍ଲାନ ବି’ ପ୍ରସ୍ତୁତ କରିଛି। ଯଦି ଭାରତରେ ବିଶ୍ୱକପ୍‌ ଟି-୨୦ ଆୟୋଜନ ହୋଇପାରିବ ନାହିଁ, ତା’ହେଲେ ବିସିସିଆଇ ଏହାକୁ ୟୁଏଇରେ କରିବାକୁ ଲକ୍ଷ୍ୟ ରଖିଛି।

ଗତବର୍ଷ ଆଇପିଏଲ ଯେଉଁଭଳି ଭାବେ କରୋନା ସଂକ୍ରମଣ ଯୋଗୁ ଭାରତ ବଦଳରେ ୟୁଏଇରେ ହୋଇଥିଲା, ଠିକ୍‌ ସେହିପରି ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି।

ବିସିସିଆଇର ଜେନେରାଲ ମ୍ୟାନେଜର ଅଫ ଗେମ ଡେଭଲପମେଣ୍ଟ ଧୀରଜ ମାଲହୋତ୍ରା କହିଛନ୍ତି, ଭାରତୀୟ କ୍ରିକେଟ ବୋର୍ଟ ବର୍ତ୍ତମାନ ୟୁଏଇରେ ଟି-୨୦ ବିଶ୍ୱକପ୍‌ ଆୟୋଜନ କରିବା ବିକଳ୍ପ ଉପରେ ଚିନ୍ତା କରୁଛି। ଯଦି ଭାରତରେ କରୋନା ସ୍ଥିତି ନ ସୁଧୁରିବ, ତା’ହେଲେ ୟୁଏଇକୁ ବିକଳ୍ପ ଭାବେ ବିବେଚନା କରାଯିବ।

ତଥାପି ଭାରତରେ ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଆଇସିସି ସହ ମଧ୍ୟ ଏସବୁ ବିଷୟରେ କଥାବାର୍ତ୍ତା ଚାଲିଛି। ବିସିସିଆଇ ସ୍ଥିତିକୁ ଦେଖି ପରବର୍ତ୍ତୀ ଅବସ୍ଥାରେ ଏହାର ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଶେଷ ଭାଗ ଆଡ଼କୁ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

The post ଟି-୨୦ ବିଶ୍ୱକପ ପାଇଁ ବିସିସିଆଇର ପ୍ଲାନ ବି, ଜାଣନ୍ତୁ କ’ଣ appeared first on Odisha Reporter.

]]>
left bottom 2021-04-30 17:52:00 https://cdn.odishareporter.in/wp-content/uploads/2021/04/30175005/BCCI.jpg
ମୋଦି ଷ୍ଟାଡିୟମରେ ପୃଥ୍ୱୀ ପ୍ରହାର, ଦିଲ୍ଲୀର ଦମଦାର ବିଜୟ https://odishareporter.in/sports/cricket/prithvi-shaw-41-ball-82-gives-dc-7-wicket-win-over-kkr-639701 Thu, 29 Apr 2021 17:23:49 +0000 https://odishareporter.in/?p=639701

ଅହମ୍ମଦାବାଦ: ଜବରଦସ୍ତ ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ୱୀ ଶ’ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେକେଆର୍ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଛନ୍ତି । ତାଙ୍କୁ ସାଥ୍ ଦେଇଛନ୍ତି ପାର୍ଟନର୍ ଶିଖର ଧୱନ୍ । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ ଆଇପିଏଲ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି । କେକେଆର ଦ୍ୱାରା ୧୫୫ ରନର ଟାର୍ଗେଟକୁ […]

The post ମୋଦି ଷ୍ଟାଡିୟମରେ ପୃଥ୍ୱୀ ପ୍ରହାର, ଦିଲ୍ଲୀର ଦମଦାର ବିଜୟ appeared first on Odisha Reporter.

]]>

ଅହମ୍ମଦାବାଦ: ଜବରଦସ୍ତ ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ୱୀ ଶ’ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେକେଆର୍ ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଛନ୍ତି । ତାଙ୍କୁ ସାଥ୍ ଦେଇଛନ୍ତି ପାର୍ଟନର୍ ଶିଖର ଧୱନ୍ । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି । ଏହି ବିଜୟ ସହ ଦିଲ୍ଲୀ ଆଇପିଏଲ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ।

କେକେଆର ଦ୍ୱାରା ୧୫୫ ରନର ଟାର୍ଗେଟକୁ ଦିଲ୍ଲୀ ମାତ୍ର ୧୬.୩  ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି । ପୃଥ୍ୱୀ ଶ’ ୪୨ ବଲରେ ୧୧ ଚୌକା ଓ ୩ ଛକା ସହ ୮୨ ଏବଂ ଧୱନ୍ ୪୭ ବଲରେ ୪ ଚୌକା ଓ ୧ ଛକା ସହ ୪୬ ରନ୍ କରି ଆଉଟ୍ ହୋଇଛନ୍ତି । ଉଭୟ ପୃଥ୍ୱୀ ଓ ଧୱନ୍ ପ୍ରଥମ ୱିକେଟ୍ ପାଇଁ ୧୩୨ ରନ୍ ଯୋଡ଼ିଛନ୍ତି, ଯାହା ଦିଲ୍ଲୀର ବିଜୟ ପାଇଁ ଯଥେଷ୍ଟ ଥିଲା ।

ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀକୁ ଅବିଶ୍ୱସନୀୟ ଆରମ୍ଭ ଦେଇଥିଲେ ପୃଥ୍ୱୀ । ଇନିଂସର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ଶିବମ୍ ମାଭି ପ୍ରଥମ ବଲରେ ନୋ’ ବଲ୍ ପକାଇଥିଲେ । କିନ୍ତୁ ପରବର୍ତ୍ତୀ ୬ ବଲରେ ପୃଥ୍ୱୀ କ୍ରମାଗତ ୬ ଚୌକା ମାରି ନୂଆ ରେକର୍ଡ ସ୍ଥାପନ କରିଥିଲେ । ଏହା ପରେ ପୃଥ୍ୱୀ ଗୋଟିଏ ପଟେ ଦ୍ରୁତ ଗତିରେ ରନ୍ କରିଚାଲିଥିବା ବେଳେ ତାଙ୍କୁ ଭରପୂର ସହଯୋଗ କରିଥିଲେ । ଫଳରେ ପୃଥ୍ୱୀ ମାତ୍ର ୧୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ନେଇଥିଲେ ।

ଏକ ସମୟରେ ଲାଗୁଥିବା ଦୁଇ ଓପ୍ନର ବିନା କ୍ଷତିରେ ଦଳକୁ ଜିତାଇ ଦେବେ । କିନ୍ତୁ ଉଭୟ ଧୱନ ଓ ପୃଥ୍ୱୀଙ୍କୁ ଆଉଟ୍ କରି ପ୍ୟାଟ୍ କମିନ୍ସ ଦିଲ୍ଲୀର ଏହି ଆଶା ଧୂଳିସାତ୍ କରିଦେଇଥିଲେ । ଧୱନଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍‌ ଋଷଭ ପନ୍ତ ଦ୍ରୁତ ୧୬ (୮ ବଲ, ୨ ଛକା, ୧ ଚୌକା) ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ । ମାର୍କସ୍ ଷ୍ଟୋଇନିସ୍ ୬ ରନ୍ କରି ଅପରାଜିତ ଥିଲେ । କେକେଆର୍ ପକ୍ଷରୁ କମିନ୍ସ ୩ଟି ଯାକ ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା । ରସେଲ୍ ଦ୍ରୁତ ୪୫ (୨୭ ବଲ୍‌, ୨ ଚୌକା, ୪ ଛକା) ରନ୍ ଓ ଶୁବମନ୍ ଗିଲ୍ ୪୩ (୩୮ ବଲ୍‌, ୩ ଚୌକା ଓ ୧ ଛକା) ରନ୍ କରିଛନ୍ତି । କେକେଆରର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଓପ୍ନର ନୀତୀଶ ରାଣା (୧୨) ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ତ୍ରିପାଠୀ (୧୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଲଗାତର ନିରାଶ କରିଥିବା ଗିଲ୍ ଶେଷରେ ଫର୍ମ ହାସଲ କରିଛନ୍ତି । କିନ୍ତୁ ମିଡଲ୍ ଅର୍ଡରରେ କ୍ୟାପଟେନ୍ ମୋର୍ଗାନ୍ ଓ ସୁନୀଲ ନରିନ୍ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଦୁହିଁଙ୍କୁ ଲଲିତ ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ । ଦିନେଶ କାର୍ତ୍ତିକ (୧୪) ମଧ୍ୟ ସୁଯୋଗର ଫାଇଦ ଉଠାଇବାରେ ବିଫଳ ହୋଇଛନ୍ତି । ରସେଲ୍ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ, କିନ୍ତୁ ଶେଷ ତିନି ଓଭରରେ ସେ ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ପ୍ୟାଟ୍ କମିନ୍ସ ୧୩ ବଲରେ ମାତ୍ର ୧୧ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ଓ ଲଲିତ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

The post ମୋଦି ଷ୍ଟାଡିୟମରେ ପୃଥ୍ୱୀ ପ୍ରହାର, ଦିଲ୍ଲୀର ଦମଦାର ବିଜୟ appeared first on Odisha Reporter.

]]>
IPL 2021, left top 2021-04-29 22:53:49 https://cdn.odishareporter.in/wp-content/uploads/2021/04/29225059/Prithvi-Shaw.jpg
କେକେଆରକୁ ୧୫୪ ରନରେ ପହଞ୍ଚାଇଲେ ରସେଲ୍‌ https://odishareporter.in/sports/cricket/delhi-restrict-kolkata-to-154-despite-russell-blitz-639683 Thu, 29 Apr 2021 15:49:00 +0000 https://odishareporter.in/?p=639683

ଅହମ୍ମଦାବାଦ: ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମ୍ୟାଚ୍ ଜିତିବା ପାଇଁ ୧୫୫ ରନ୍ କରିବାକୁ ପଡ଼ିବ । ଉକ୍ତ ମ୍ୟାଚରେ କେକେଆର୍ ପକ୍ଷରୁ ରସେଲ୍ ଦ୍ରୁତ ୪୫ (୨୭ ବଲ୍‌, ୨ ଚୌକା, ୪ ଛକା) ରନ୍ ଓ ଶୁବମନ୍ ଗିଲ୍ ୪୩ (୩୮ ବଲ୍‌, […]

The post କେକେଆରକୁ ୧୫୪ ରନରେ ପହଞ୍ଚାଇଲେ ରସେଲ୍‌ appeared first on Odisha Reporter.

]]>

ଅହମ୍ମଦାବାଦ: ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମ୍ୟାଚ୍ ଜିତିବା ପାଇଁ ୧୫୫ ରନ୍ କରିବାକୁ ପଡ଼ିବ ।

ଉକ୍ତ ମ୍ୟାଚରେ କେକେଆର୍ ପକ୍ଷରୁ ରସେଲ୍ ଦ୍ରୁତ ୪୫ (୨୭ ବଲ୍‌, ୨ ଚୌକା, ୪ ଛକା) ରନ୍ ଓ ଶୁବମନ୍ ଗିଲ୍ ୪୩ (୩୮ ବଲ୍‌, ୩ ଚୌକା ଓ ୧ ଛକା) ରନ୍ କରିଛନ୍ତି । ତେବେ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଛି ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା କେକେଆରର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଓପ୍ନର ନୀତୀଶ ରାଣା (୧୨) ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ତ୍ରିପାଠୀ (୧୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଲଗାତର ନିରାଶ କରିଥିବା ଗିଲ୍ ଶେଷରେ ଫର୍ମ ହାସଲ କରିଛନ୍ତି । କିନ୍ତୁ ମିଡଲ୍ ଅର୍ଡରରେ କ୍ୟାପଟେନ୍ ମୋର୍ଗାନ୍ ଓ ସୁନୀଲ ନରିନ୍ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଦୁହିଁଙ୍କୁ ଲଲିତ ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ । ଦିନେଶ କାର୍ତ୍ତିକ (୧୪) ମଧ୍ୟ ସୁଯୋଗର ଫାଇଦ ଉଠାଇବାରେ ବିଫଳ ହୋଇଛନ୍ତି।

ରସେଲ୍ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ, କିନ୍ତୁ ଶେଷ ତିନି ଓଭରରେ ସେ ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ପ୍ୟାଟ୍ କମିନ୍ସ ୧୩ ବଲରେ ମାତ୍ର ୧୧ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ଓ ଲଲିତ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି ।

The post କେକେଆରକୁ ୧୫୪ ରନରେ ପହଞ୍ଚାଇଲେ ରସେଲ୍‌ appeared first on Odisha Reporter.

]]>
IPL 2021, left top 2021-04-29 21:21:31 https://cdn.odishareporter.in/wp-content/uploads/2021/04/29211754/Andre-Russell.jpg
ୱିନିଂ ଟ୍ରାକକୁ ଫେରିଲା ଡିଫେଣ୍ଡିଂ ଚାମ୍ପିୟନ୍‌ https://odishareporter.in/sports/cricket/quinton-de-kock-bowlers-help-mumbai-indians-return-to-winning-ways-639640 Thu, 29 Apr 2021 13:51:16 +0000 https://odishareporter.in/?p=639640

ନୂଆଦିଲ୍ଲୀ: ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ଟ୍ରାକକୁ ଫେରିଛି । ଗୁରୁବାର ଖେଳାଯାଇଥିବା ଆଇପିଏଲର ୨୪ ମ୍ୟାଚରେ କ୍ୱିଣ୍ଟନ୍ ଡି’କକ୍ ଓ କୃନାଲ୍ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ମୁମ୍ବାଇ ୧୮.୩ […]

The post ୱିନିଂ ଟ୍ରାକକୁ ଫେରିଲା ଡିଫେଣ୍ଡିଂ ଚାମ୍ପିୟନ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ଟ୍ରାକକୁ ଫେରିଛି । ଗୁରୁବାର ଖେଳାଯାଇଥିବା ଆଇପିଏଲର ୨୪ ମ୍ୟାଚରେ କ୍ୱିଣ୍ଟନ୍ ଡି’କକ୍ ଓ କୃନାଲ୍ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ମୁମ୍ବାଇ ୧୮.୩ ଓଭରରେ ୩ ୱିକେଟ୍ ହରାଇ ୧୭୨ ରନ୍ କରି ବିଜୟୀ ହୋଇଛି ।

ମୁମ୍ବାଇ ପକ୍ଷରୁ ଡି’କକ୍ ସର୍ବାଧିକ ୭୦ (୫୦ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିବା ବେଳେ କୃନାଲ୍ ମଧ୍ୟ ୩୯ (୨୬ ବଲ୍, ୨ ଚୌକା, ୨ ଛକା) ରନର ଉପଯୋଗୀ ଇନିଂସ୍ ଖେଳି ମୁମ୍ବାଇକୁ ବିଜୟୀ କରାଇଛନ୍ତି । ତେବେ କ୍ୟାପଟେନ୍ ରୋହିତ୍ ଶର୍ମା ନିରାଶ କରିଛନ୍ତି । ରାଜସ୍ଥାନ ପକ୍ଷରୁ କ୍ରିସ୍ ମୋରିସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବୋଲର ମୁମ୍ବାଇ ବ୍ୟାଟିଂରେ ଅଙ୍କୁଶ ଲଗାଇପାରି ନାହାନ୍ତି ।

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇର ଦୁଇ ଓପ୍ନର ରୋହିତ୍ ଓ ଡି’କକ୍ ପ୍ରଥମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ । ରୋହିତ୍ ୧୪ ରନ୍ କରି ମୋରିସଙ୍କ ଶିକାର ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ (୧୬) ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ । ତେବେ ଡି’କକ୍ ଓ କୃନାଲ୍ ୬୩ ରନର ଭାଗିଦାରୀ କରି ମୁମ୍ବାଇର ବିଜୟକୁ ସହଜ କରି ଦେଇଥିଲେ । ଏହା ପରେ କାଇରନ୍ ପୋଲାର୍ଡ ବ୍ୟାଟିଂ କରିବାକୁ ଦ୍ରୁତ ରନ୍ କରି ମୁମ୍ବାଇକୁ ଜିତାଇଥିଲେ । ପୋଲାର୍ଡ ୮ ବଲରେ ୨ ଚୌକା ଓ ୧ ଛକା ସହ ୧୬ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ମୋରିସ୍ ୨ଟି ଓ ମୁସ୍ତାଫିଜୁର ରେହମାନ୍ ଗୋଟିଏ ସଫଳତା ହାସଲ କରିଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ଜୋସ୍ ବଟଲର୍ ଓ ଯଶସ୍ୱୀ ଜୈସୱାଲ୍ ଭଲ ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୬ ରନର ପାର୍ଟନରଶିପ୍ କରିଥିଲେ । ତେବେ ବଟଲର୍ ୪୧ (୩୨ ବଲ୍‌, ୩ ଚୌକା ଓ ୩ ଛକା) ରନ୍ କରିଥିବା ବେରେ ସ୍ପିନର୍ ରାହୁଲ୍ ଚହରଙ୍କ ବଲରେ ୱିକେଟ କିପର କ୍ୱିଣ୍ଟନ୍ ଡି’କକଙ୍କ ଦ୍ୱାରା ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ଜୈସୱାଲ୍ ମଧ୍ୟ ଭଲ ଆରମ୍ଭ କରିବା ସତ୍ତ୍ୱେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଜୈସୱାଲ୍ ମାତ୍ର ୨୦ ବଲରେ ୨ ଚୌକା ଓ ୨ ଛକା ବଳରେ ୩୨ ରନ୍ କରି ଚହରଙ୍କ ଶିକାର ହୋଇଥିଲେ ।

କ୍ୟାପଟେନ୍ ସାମସନ୍ ଓ ଶିବମ୍ ଦୁବେ ଟିମ୍ ପାଇଁ ଉପଯୋଗୀ ରନ୍ ଯୋଡ଼ିଥିଲେ । ସାମସନ୍ ଓ ଦୁବେଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୫୭ ରନର ଭାଗିଦାରୀ ହୋଇଥିଲା । ତେବେ ସାମସନ୍ ୪୨ (୨୭ ବଲ୍‌, ୫ ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ମୁମ୍ବାଇ ସ୍ପୀଡ୍ ଷ୍ଟାର୍ ଟ୍ରେଣ୍ଟ ବୋଲ୍ଟ କ୍ଲିନ୍ ବୋଲ୍ଡ କରିଥିଲେ । ଏହା ପରେ ଦୁବେ (୩୫)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଯଶପ୍ରୀତ ବୁମ୍ରା । ଦୁହିଁଙ୍କ ଆଉଟ୍ ପରେ ଦଳର ରନ୍ ଗତି ସାମାନ୍ୟ ହ୍ରାସ ପାଇଥିଲା । ରିୟାନ ପରାଗ ୮ ଓ ଡେଭିଡ୍ ମିଲର୍ ୭ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ରାହୁଲ୍ ଚହର୍ ୨ଟି, ବୋଲ୍ଟ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।

The post ୱିନିଂ ଟ୍ରାକକୁ ଫେରିଲା ଡିଫେଣ୍ଡିଂ ଚାମ୍ପିୟନ୍‌ appeared first on Odisha Reporter.

]]>
IPL 2021, left top 2021-04-29 19:34:07 https://cdn.odishareporter.in/wp-content/uploads/2021/04/29191920/mumbai-indians-1.jpg
ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ କେକେଆର୍‌ https://odishareporter.in/sports/cricket/delhi-won-the-toss-and-elected-to-field-first1-639634 Thu, 29 Apr 2021 13:43:10 +0000 https://odishareporter.in/?p=639634

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ । ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ କେକେଆର୍ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚରେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅମିତ୍ ମିଶ୍ର କାନ୍ଧ ଜନିତ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଥିବା ବେଳେ ଲଲିତ ଯାଦବଙ୍କୁ ସୁଯୋଗ ମିିଳିଛି । ତେବେ କେକେଆର […]

The post ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ କେକେଆର୍‌ appeared first on Odisha Reporter.

]]>

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ । ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ କେକେଆର୍ ପ୍ରଥମେ ବ୍ୟାଟିଂ କରିବ ।

ଏହି ମ୍ୟାଚରେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅମିତ୍ ମିଶ୍ର କାନ୍ଧ ଜନିତ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଥିବା ବେଳେ ଲଲିତ ଯାଦବଙ୍କୁ ସୁଯୋଗ ମିିଳିଛି । ତେବେ କେକେଆର ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଦିଲ୍ଲୀ ତା’ର ଶେଷ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଥିବା ବେଳେ କେକେଆର୍ ତା’ର ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱିୀ ଶ’, ଶିଖର ଧୱନ୍, ଷ୍ଟିଭ୍ ସ୍ମିଥ୍, ଋଷଭ ପନ୍ତ (କ୍ୟାପଟେନ୍), ଶିମରନ୍ ହେଟମେୟର୍, ମାର୍କସ୍ ଷ୍ଟୋଇନିସ୍, ଅକ୍ଷର ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, ଅମିତ୍ ମିଶ୍ର, ଆଭେଶ ଖାନ୍।

କେକେଆର୍: ନୀତୀଶ ରାଣା, ଶୁବମନ୍ ଗିଲ୍, ରାହୁଲ୍ ତ୍ରିପାଠୀ, ଇଆନ୍ ମୋର୍ଗାନ୍ (କ୍ୟାପଟେନ୍), ଦିନେଶ କାର୍ତ୍ତିକ (ୱିକେଟକିପର), ସୁନୀଲ ନରିନ୍, ଆନ୍ଦ୍ରେ ରସେଲ୍, ପ୍ୟାଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, ଶିବମ୍ ମାଭି, ପ୍ରସିଦ୍ଧ କୃଷ୍ଣ।

The post ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ କେକେଆର୍‌ appeared first on Odisha Reporter.

]]>
left bottom 2021-04-29 19:14:02 https://cdn.odishareporter.in/wp-content/uploads/2021/04/29191220/ipl-match-25.jpg
ମୁମ୍ବାଇକୁ ୧୭୨ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ https://odishareporter.in/sports/cricket/samson-buttler-and-jaiswal-help-rajasthan-post-171-4-639588 Thu, 29 Apr 2021 11:48:24 +0000 https://odishareporter.in/?p=639588

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଛି । କ୍ରମାଗତ ମ୍ୟାଚ୍ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟଧାରାକୁ ଫେରିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ । ରାଜସ୍ଥାନକୁ ଭଲ ଷ୍ଟାର୍ଟ ମିଳିଥିଲା । ଜୋସ ବଟଲର ଓ ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ମିଡଲ୍ ଅର୍ଡରରେ କ୍ୟାପଟେନ୍ ସଞ୍ଜୁ ସାମସନ୍ ନିର୍ଣ୍ଣାୟକ ଇନିଂସ୍ ଖେଳାଳି ରାଜସ୍ଥାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି […]

The post ମୁମ୍ବାଇକୁ ୧୭୨ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଛି । କ୍ରମାଗତ ମ୍ୟାଚ୍ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟଧାରାକୁ ଫେରିବା ପାଇଁ ୧୭୨ ରନ୍ କରିବାକୁ ପଡ଼ିବ । ରାଜସ୍ଥାନକୁ ଭଲ ଷ୍ଟାର୍ଟ ମିଳିଥିଲା । ଜୋସ ବଟଲର ଓ ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ମିଡଲ୍ ଅର୍ଡରରେ କ୍ୟାପଟେନ୍ ସଞ୍ଜୁ ସାମସନ୍ ନିର୍ଣ୍ଣାୟକ ଇନିଂସ୍ ଖେଳାଳି ରାଜସ୍ଥାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ।

ଟସ୍ ହାରି ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ଜୋସ୍ ବଟଲର୍ ଓ ଯଶସ୍ୱୀ ଜୈସୱାଲ୍ ଭଲ ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୬ ରନର ପାର୍ଟନରଶିପ୍ କରିଥିଲେ । ତେବେ ବଟଲର୍ ୪୧ (୩୨ ବଲ୍‌, ୩ ଚୌକା ଓ ୩ ଛକା) ରନ୍ କରିଥିବା ବେରେ ସ୍ପିନର୍ ରାହୁଲ୍ ଚହରଙ୍କ ବଲରେ ୱିକେଟ କିପର କ୍ୱିଣ୍ଟନ୍ ଡି’କକଙ୍କ ଦ୍ୱାରା ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ଜୈସୱାଲ୍ ମଧ୍ୟ ଭଲ ଆରମ୍ଭ କରିବା ସତ୍ତ୍ୱେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଜୈସୱାଲ୍ ମାତ୍ର ୨୦ ବଲରେ ୨ ଚୌକା ଓ ୨ ଛକା ବଳରେ ୩୨ ରନ୍ କରି ଚହରଙ୍କ ଶିକାର ହୋଇଥିଲେ ।

କ୍ୟାପଟେନ୍ ସାମସନ୍ ଓ ଶିବମ୍ ଦୁବେ ଟିମ୍ ପାଇଁ ଉପଯୋଗୀ ରନ୍ ଯୋଡ଼ିଥିଲେ । ସାମସନ୍ ଓ ଦୁବେଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୫୭ ରନର ଭାଗିଦାରୀ ହୋଇଥିଲା। ତେବେ ସାମସନ୍ ୪୨ (୨୭ ବଲ୍‌, ୫ ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ମୁମ୍ବାଇ ସ୍ପୀଡ୍ ଷ୍ଟାର୍ ଟ୍ରେଣ୍ଟ ବୋଲ୍ଟ କ୍ଲିନ୍ ବୋଲ୍ଡ କରିଥିଲେ।

ଏହା ପରେ ଦୁବେ (୩୫)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଯଶପ୍ରୀତ ବୁମ୍ରା । ଦୁହିଁଙ୍କ ଆଉଟ୍ ପରେ ଦଳର ରନ୍ ଗତି ସାମାନ୍ୟ ହ୍ରାସ ପାଇଥିଲା । ରିୟାନ ପରାଗ ୮ ଓ ଡେଭିଡ୍ ମିଲର୍ ୭ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ରାହୁଲ୍ ଚହର୍ ୨ଟି, ବୋଲ୍ଟ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

The post ମୁମ୍ବାଇକୁ ୧୭୨ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ appeared first on Odisha Reporter.

]]>
left top 2021-04-29 17:21:17 https://cdn.odishareporter.in/wp-content/uploads/2021/04/29171741/sanju-samson.jpg
ଭାରତର କରୋନା ଲଢ଼େଇ ପାଇଁ ରାଜସ୍ଥାନ ରୟାଲ୍ସର ଆର୍ଥିକ ସହାୟତା https://odishareporter.in/sports/cricket/rajasthan-royals-contribute-rs-7-5-crore-639576 Thu, 29 Apr 2021 11:25:40 +0000 https://odishareporter.in/?p=639576

ଜୟପୁର: କରୋନା ସହ ଲଢ଼େଇ କରୁଥିବା ଭାରତୀୟଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସ। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କା ଦାନ କରିଛି। ଟିମ୍ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ରାଜସ୍ଥାନ ରୟାଲ୍ସର ଖେଳାଳି, ମାଲିକ ଓ ମ୍ୟାନେଜମେଣ୍ଟ ପକ୍ଷରୁ କୋଭିଡ୍-୧୯ରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ୧ ମିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। […]

The post ଭାରତର କରୋନା ଲଢ଼େଇ ପାଇଁ ରାଜସ୍ଥାନ ରୟାଲ୍ସର ଆର୍ଥିକ ସହାୟତା appeared first on Odisha Reporter.

]]>

ଜୟପୁର: କରୋନା ସହ ଲଢ଼େଇ କରୁଥିବା ଭାରତୀୟଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସ। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କା ଦାନ କରିଛି। ଟିମ୍ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ରାଜସ୍ଥାନ ରୟାଲ୍ସର ଖେଳାଳି, ମାଲିକ ଓ ମ୍ୟାନେଜମେଣ୍ଟ ପକ୍ଷରୁ କୋଭିଡ୍-୧୯ରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ୧ ମିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଅର୍ଥକୁ ରାଜସ୍ଥାନ ରୟାଲ୍ସ ଫାଉଣ୍ଡେସନ ଓ ଦ ବ୍ରିଟିଶ ଏସିଆନ ଟ୍ରଷ୍ଟ ଜରିଆରେ ଖର୍ଚ୍ଚ କରାଯିବ।”
ସଂସ୍ଥା ପକ୍ଷରୁ ଆହୁରି କୁହାଯାଇଛି ଯେ ବ୍ରିଟିଶ ଏସିଆନ ଟ୍ରଷ୍ଟ ଭାରତ ସରକାରଙ୍କ ଏକାଧିକ ଜନହିତକର ଅଭିଯାନରେ ସାମିଲ ହୋଇଛି। ବିଶେଷ କରି ଶିକ୍ଷା ଓ ଦକ୍ଷତା ବୃଦ୍ଧି ଦିଗରେ କାମ କରାଯାଉଛି। ଟ୍ରଷ୍ଟ ପ୍ରତିଷ୍ଠାତା ପ୍ରିନ୍ସ ଚାର୍ଲେସ ଭାରତ ପାଇଁ ଏବେ ଅକ୍ସିଜେନ ଅଭିଯାନ ଆରମ୍ଭ କରିଛନ୍ତି।

ବର୍ତ୍ତମାନ ଅକ୍ସିଜେନ କନସେନଟ୍ରାଟୋରସ ଆବଣ୍ଟନ ଉପରେ ଫୋକସ କରାଯାଉଛି। ଏହାଦ୍ୱାରା ବାୟୁମଣ୍ଡଳରୁ ଅମ୍ଳଜାନ ସଂଗ୍ରହ ହୋଇପାରିବ। ରାଜସ୍ଥାନ ରୟାଲ୍ସ ସଂଗ୍ରହ କରିଥିବା ଅର୍ଥ ପୂରା ଭାରତରେ ଖର୍ଚ୍ଚ ହେବ। କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜସ୍ଥାନରେ ଏହାକୁ ଫୋକସ କରାଯାଇଛି।

ଏଠାରେ ଆରଆରଏଫର ଅଧ୍ୟକ୍ଷ ରଣଜୀତ ବାରଠାକୁର ରାଜସ୍ଥାନବାସୀଙ୍କୁ ସହଯୋଗ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। କରୋନା ବେଳେ ଲୋକଙ୍କୁ ଆବଶ୍ୟକ ସହାୟତା କରିବା ପାଇଁ ରାଜସ୍ଥାନ ରୟାଲ୍ସର ମାଲିକ ଓ ଖେଳାଳି ଏକାଠି ହୋଇ ଏହି ଅଭିଯାନ ଆରମ୍ଭ କରିଥିବା ଉକ୍ତ ଫ୍ରାଞ୍ଚାଇଜ୍ କହିଛି।

ଏହାପୂର୍ବରୁ କେକେଆର ପକ୍ଷରୁ ଖେଳୁଥିବା ପ୍ୟାଟ କମିନ୍ସ ପିଏମ କେୟାର୍ସ ଫଣ୍ଡକୁ ୫୦ ହଜାର ଡଲାର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରେଟ ଲି’ କରୋନା ଲଢ଼େଇ ପାଇଁ ପ୍ରାୟ ୪୧ ଲକ୍ଷ ଟଙ୍କା ଦାନ କରିଥିଲେ।

The post ଭାରତର କରୋନା ଲଢ଼େଇ ପାଇଁ ରାଜସ୍ଥାନ ରୟାଲ୍ସର ଆର୍ଥିକ ସହାୟତା appeared first on Odisha Reporter.

]]>
left bottom 2021-04-29 16:55:40 https://cdn.odishareporter.in/wp-content/uploads/2021/04/29165504/RR.jpg
’ବାୟୋ ବବଲ୍’ରେ ଆଇପିଏଲ୍, କେମିତି ଏଥିରେ ସୁରକ୍ଷିତ ରୁହନ୍ତି ଖେଳାଳି? https://odishareporter.in/sports/cricket/what-is-bio-bubble-how-players-are-safe-in-this-environment-during-covid-19-crisis-639566 Thu, 29 Apr 2021 11:12:04 +0000 https://odishareporter.in/?p=639566

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣର ୨୦ରୁ ଅଧିକ ମ୍ୟାଚ୍ ଶେଷ ହୋଇସାରିଲାଣି। ଗୋଟିଏ ପଟେ ଦେଶରେ ଯେଉଁଠି କରୋନାର ଦ୍ୱିତୀୟ ଲହର୍ ସାଙ୍ଘାତିକ ହେବାରେ ଲାଗିଛି, ସେହି ସମୟରେ ଏହି ବ୍ୟୟବହୁଳ ଲିଗର ଆୟୋଜନ କରାଯାଉଛି। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କିଛି କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ଏବେ ସବୁ ଖେଳାଳି କରୋନାରୁ ମୁକ୍ତ ହୋଇସାରିଛନ୍ତି ଏବଂ ସମସ୍ତେ ନିଜ ନିଜର ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଛନ୍ତି। କରୋନ କାଳରେ ଆଇପିଏଲର ଆୟୋଜନକୁ […]

The post ’ବାୟୋ ବବଲ୍’ରେ ଆଇପିଏଲ୍, କେମିତି ଏଥିରେ ସୁରକ୍ଷିତ ରୁହନ୍ତି ଖେଳାଳି? appeared first on Odisha Reporter.

]]>

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣର ୨୦ରୁ ଅଧିକ ମ୍ୟାଚ୍ ଶେଷ ହୋଇସାରିଲାଣି। ଗୋଟିଏ ପଟେ ଦେଶରେ ଯେଉଁଠି କରୋନାର ଦ୍ୱିତୀୟ ଲହର୍ ସାଙ୍ଘାତିକ ହେବାରେ ଲାଗିଛି, ସେହି ସମୟରେ ଏହି ବ୍ୟୟବହୁଳ ଲିଗର ଆୟୋଜନ କରାଯାଉଛି। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କିଛି କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ଏବେ ସବୁ ଖେଳାଳି କରୋନାରୁ ମୁକ୍ତ ହୋଇସାରିଛନ୍ତି ଏବଂ ସମସ୍ତେ ନିଜ ନିଜର ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଛନ୍ତି।

କରୋନ କାଳରେ ଆଇପିଏଲର ଆୟୋଜନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ତେବେ ଏହି ମୁଦ୍ଦାକୁ ଅଧିକ ଉଜାଗର କରିଛନ୍ତି ଅଷ୍ଟ୍ରେଲିଆ ଖେଳାଳି। କାରଣ ଅଷ୍ଟ୍ରେଲିଆର କିଛି ଖେଳାଳି ଆଇପିଏଲରୁ ଓହରି ଯାଇଛନ୍ତି। ଆଡାମ ଜାମ୍ପା, କେନ୍ ରିଚାର୍ଡସନ୍ ଓ ଆଣ୍ଡ୍ରୁ ଟାଇଙ୍କ ଭଳି ଖେଳାଳି ଆଇପିଏଲ୍ ଅଧାରୁ ସ୍ୱଦେଶ ଫେରିଯାଇଛନ୍ତି। ବାୟୋ ବବଲ୍ କାରଣରୁ ଜାମ୍ପା ଆଇପିଏଲ୍ ଛାଡ଼ିଥିବା କହିଛନ୍ତି। ୨୦୨୦ରେ ୟୁଏଇରେ ବାୟୋ ବବଲ ପରିବେଶ ତୁଳନାରେ ଭାରତରେ ଜାମ୍ପା ନିଜକୁ ସୁରକ୍ଷିତ ମନେ କରୁପାରୁନାହାନ୍ତି। ଏଭଳି ସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ବାସ୍ତବରେ ଏହି ବାୟୋ ବବଲ୍ କ’ଣ ଏବଂ ଏଥିରେ ଖେଳାଳି ଏତେ ସୁରକ୍ଷିତ କିପରି ରହୁଛନ୍ତି।

 

ବାୟୋ ବବଲ୍ ନୂଆ ଶବ୍ଦ ନୁହେଁ। ଆଇପିଏଲର ପୂର୍ବ ସଂସ୍କରଣରେ ମଧ୍ୟ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ବାୟୋ ବବଲକୁ ଇକୋ ବବଲ୍ ମଧ୍ୟ କୁହାଯାଏ। ଏହା ଏକ ପ୍ରକାରର ସୁରକ୍ଷିତ ବାତାବରଣ ହୋଇଥାଏ। ମ୍ୟାଚରେ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସୁରକ୍ଷିତ ବାତାବରଣ ମଧ୍ୟରେ ରୁହନ୍ତି। ଏହା ଏଭଳି ଏକ ବାତାବରଣ, ଯେଉଁଠାରେ ଏକ ଟିମର ବାହ୍ୟ ଦୁନିଆରୁ ସମ୍ପର୍କ କଟିଯାଇ ଥାଏ। କହିବାକୁ ଗଲେ ଏହା ଏକ ପ୍ରକାର କ୍ୱାରେଣ୍ଟାଇନ୍ ସଦୃଶ ହୋଇଥାଏ, କିନ୍ତୁ ଏଥିରେ ନିୟମ ଅଧିକ କଡ଼ାକଡ଼ି ରହିଥାଏ।

 

ଏହି ସୁରକ୍ଷିତ ବାତାବରଣକୁ ଯିଏ ବି ପ୍ରବେଶ କରିଥାଏ, ସେ ବାହ୍ୟ ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଥାଏ। ଖେଳାଳିଙ୍କର କରୋନା ଟେଷ୍ଟ କରାଉଥିବା ଟିମକୁ ମଧ୍ୟ ଏହି ନିୟମର ଅନୁପାଳନ କରିବାକୁ ପଡ଼ିଥାଏ। ଏମାନେ ମଧ୍ୟ ବାୟୋ ବବଲରୁ ବାହାରକୁ ଯାଇପାରିବେ ନାହିଁ। ଯେଉଁମାନେ ପୂର୍ବରୁ କରୋନା ଟେଷ୍ଟ କରାଇ ସାରିଥିବେ, ସେହିମାନେ ହିଁ ଏହି ବାତାବରଣକୁ ଆସିପାରିବେ। ଅର୍ଥାତ୍ ଯେଉଁମାନେ ସଂକ୍ରମଣରୁ ସମ୍ପୂର୍ଣ୍ଣ ଦୂରରେ ରହିଥିବେ ଏବଂ ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଥିବ, ସେମାନେ ହିଁ ବାୟୋ ବବଲକୁ ଯାଇପାରିବେ।

ଆଇପିଏଲ୍ ଆରମ୍ଭ ହେବାର ୭ ଦିନ ପୂର୍ବରୁ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥିଲା। କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଖେଳାଳିଙ୍କୁ ବାୟୋ ବବଲରେ ସାମିଲ୍ କରାଯାଇଥାଏ। ଅର୍ଥାତ୍ ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ବବଲ୍ ମଇଦାନଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ। ଖେଳାଳିମାନେ ଏହାରି ଭିତରେ ହିଁ ରହିଥାନ୍ତି। ଏହି ବବଲ୍ ଭିତରେ ଯେତେ ଲୋକ ରୁହନ୍ତି, ସେମାନେ କେବଳ ପରସ୍ପର ସହ ସାକ୍ଷାତ କରିପାରିବେ, କାରଣ ସେମାନେ ସମସ୍ତେ କରୋନାରୁ ବହୁ ଦୂରରେ ରୁହନ୍ତି। ସମସ୍ତଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍ ରହିଥାଏ।

ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ କେହିବି ଏହି ବବଲରୁ ବାହାରି ପାରିବେ ନାହିଁ । ବିଶେଷ ପରିସ୍ଥିତିରେ ବାହାରକୁ ଯିବା ପାଇଁ ଏବଂ ବବଲକୁ ଫେରିବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥାଏ। କରୋନା ରିପୋର୍ଟ ନେଗେଟିଭ୍ ହେବା ପରେ ପୁଣିଥରେ ବାୟୋ ବବଲ୍ ସହ ଯୋଗ ଦେବେ। ବିସିସିଆଇ ମୁତାବକ, ଯଦି କେହି ବବଲ୍ ଭାଙ୍ଗେ, ତାହେଲେ ସେ କୋଡ୍ ଅଫ୍ କଣ୍ଡକ୍ଟର ଦୋଷୀ ସାବ୍ୟସ୍ତ ହେବ। ତାଙ୍କ ବିରୋଧରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇପାରେ।

The post ’ବାୟୋ ବବଲ୍’ରେ ଆଇପିଏଲ୍, କେମିତି ଏଥିରେ ସୁରକ୍ଷିତ ରୁହନ୍ତି ଖେଳାଳି? appeared first on Odisha Reporter.

]]>
IPL 2021, left bottom 2021-04-29 16:45:14 https://cdn.odishareporter.in/wp-content/uploads/2021/04/29163208/ipl-bio-bubble.jpg
ଟସ୍ ଜିତିଲା ମୁମ୍ବାଇ, ଈଶାନ୍ କିଶନ ଆଉଟ୍‌ https://odishareporter.in/sports/cricket/mumbai-drop-ishan-kishan-and-opt-to-bowl-against-rajasthan-in-delhi-639546 Thu, 29 Apr 2021 09:42:47 +0000 https://odishareporter.in/?p=639546

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୪ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଇଶାନ୍ କିଶନ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ନାଥନ କୁଲ୍ଟର-ନାଇଲଙ୍କୁ ସାମିଲ୍ କରାଯାଇଛି । ସେହିପରି ରାଜସ୍ଥାନ […]

The post ଟସ୍ ଜିତିଲା ମୁମ୍ବାଇ, ଈଶାନ୍ କିଶନ ଆଉଟ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୪ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ ।

ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଇଶାନ୍ କିଶନ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ନାଥନ କୁଲ୍ଟର-ନାଇଲଙ୍କୁ ସାମିଲ୍ କରାଯାଇଛି । ସେହିପରି ରାଜସ୍ଥାନ ଟିମ୍ ଅପରିବର୍ତ୍ତିତ ରହିଛି ।

ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ତା’ର ଶେଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଥିବା ବେଳେ ମୁମ୍ବାଇ ତା’ର ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନିକଟରୁ ପରାସ୍ତ ହୋଇଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍‌), କ୍ୱିଣ୍ଟନ୍ ଡି’କକ୍‌ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ୍ ଚହର୍‌, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା ।

ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର୍‌, ଯଶସ୍ୱୀ ଜୈସୱାଲ୍‌, ସଞ୍ଜୁ ସାମସନ୍ (କ୍ୟାପଟେନ୍‌/ୱିକେଟ୍ କିପର), ଶିବମ ମାଭି, ଡେଭିଡ୍ ମିଲର୍‌, ରାହୁଲ୍ ତେୱାତିଆ, ରିୟାନ୍ ପରାଗ, କ୍ରିସ୍ ମୋରିସ୍‌, ଜୟଦେବ ଉନାଦକଟ୍‌, ଚେତନ ସାକାରିୟା, ମୁସ୍ତାଫିଜୁର ରେହମାନ୍ ।

The post ଟସ୍ ଜିତିଲା ମୁମ୍ବାଇ, ଈଶାନ୍ କିଶନ ଆଉଟ୍‌ appeared first on Odisha Reporter.

]]>
IPL 2021, left top 2021-04-29 15:28:44 https://cdn.odishareporter.in/wp-content/uploads/2021/04/29151211/ipl-match-23-1.jpg
ପୁଣି ହାରିଲା ହାଇଦ୍ରାବାଦ, ପଞ୍ଚମ ବିଜୟ ସହ ଶୀର୍ଷରେ ଚେନ୍ନାଇ https://odishareporter.in/sports/cricket/csk-beats-srh-by-7-wickets-and-regain-top-spots-in-ipl-2021-639427 Wed, 28 Apr 2021 17:40:02 +0000 https://odishareporter.in/?p=639427

ନୂଆଦିଲ୍ଲୀ: ଋତୁରାଜ ଗାଏକ୍ୱାଡ୍ (୭୫) ଓ ଫାଫ୍ ଡୁପ୍ଲେସିସ (୫୬)ଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗସ୍ ପୁଣିଥରେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ କବଜା କରିଛି । ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ହାଇଦ୍ରାବାଦ ପଞ୍ଚମ ପରାଜୟ ସହ ଶେଷ ସ୍ଥାନରେ ରହିଛି । ଚଳିତ ଆଇପିଏଲରେ ପ୍ରଥମଥର ଲାଗି ଦିଲ୍ଲୀର ଫିରୋଜ ଶାହ କୋଟଲା […]

The post ପୁଣି ହାରିଲା ହାଇଦ୍ରାବାଦ, ପଞ୍ଚମ ବିଜୟ ସହ ଶୀର୍ଷରେ ଚେନ୍ନାଇ appeared first on Odisha Reporter.

]]>

ନୂଆଦିଲ୍ଲୀ: ଋତୁରାଜ ଗାଏକ୍ୱାଡ୍ (୭୫) ଓ ଫାଫ୍ ଡୁପ୍ଲେସିସ (୫୬)ଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗସ୍ ପୁଣିଥରେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ କବଜା କରିଛି । ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ହାଇଦ୍ରାବାଦ ପଞ୍ଚମ ପରାଜୟ ସହ ଶେଷ ସ୍ଥାନରେ ରହିଛି ।

ଚଳିତ ଆଇପିଏଲରେ ପ୍ରଥମଥର ଲାଗି ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୩ ୱିକେଟରେ ୧୭୧ ରନ୍ କରିଥିଲା । କିନ୍ତୁ ଏହି ଲକ୍ଷ୍ୟକୁ ଚେନ୍ନାଇ ସହଜରେ ହାସଲ କରିନେଇଛି । ଚେନ୍ନାଇ ମାତ୍ର ୧୮.୩ ଓଭରରେ ୩ ୱିକେଟ୍ ହରାଇ ବିଜୟ ହାସଲ କରିଛି ।

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ପାଇଁ ଶତକୀୟ (୧୨୯) ଭାଗିଦାରୀ କରି ହାଇଦ୍ରାବାଦ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ଡୁପ୍ଲେସିସ୍ ୩୨ ବଲରେ ଓ ଋତୁରାଗ ୩୬ ବଲରେ ଅର୍ଦ୍ଧଶତକ ମାରିଥିଲେ । ଅର୍ଦ୍ଧଶତକ ମାରିବା ପରେ ଋତୁରାଜ ୮ ବଲରେ ଦ୍ରୁତ ୨୫ ରନ୍ କରିଥିଲେ । ଋତୁରାଜଙ୍କୁ ହାଇଦ୍ରାବାଦ ସ୍ପିନର ରଶିଦ୍ ଖାନ୍ କ୍ଲିନ୍ ବୋଲ୍ଡ କରିଥିଲେ ।

ରଶିଦ୍ ମଧ୍ୟ ସେଟ୍ ବ୍ୟାଟ୍ସମ୍ୟାନ୍ ଡୁପ୍ଲେସିସ୍ ଓ ତୃତୀୟ ସ୍ଥାନରେ ବ୍ୟାଟିଂ ମୋଇନ୍ ଅଲୀ (୮)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ । ତେବେ ଆରସିବି ବିପକ୍ଷ ମ୍ୟାଚରେ ଧମାକା କରିଥିବା ରବୀନ୍ଦ୍ର ଜାଡେଜା (୭) ଓ ସୁରେଶ ରାଇନା (୧୭) ଅପରାଜିତ ରହି ଟିମକୁ ୯ ବଲ୍ ବାକି ଥାଇ ବିଜୟୀ କରାଇଥିଲେ । ହାଇଦ୍ରାବାଦ ପକ୍ଷରୁ ରଶିଦ୍ ୩ଟି ଯାକ ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ପାଣ୍ଡେ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୭୧ ରନ୍ କରିଛି । ପାଣ୍ଡେ ୪୬ ବଲରେ ୫ ଚୌକା ଓ ୧ ଛକା ସହ ୬୧ ଓ ୱାର୍ଣ୍ଣର୍ ୫୫ ବଲରେ ୩ ଚୌକା ଓ ୨ ଛକା ସହ ୫୭ ରନ୍ କରିଥିଲେ ।

ଏହା ବ୍ୟତୀତ ୱିଲିୟମସନ୍ ଓ କେଦାର ଯାଦବ ଶେଷ ୧୩ ବଲରେ ଦ୍ରୁତ ୩୭ ରନ୍ ଯୋଡ଼ି ହାଇଦ୍ରାବାଦ ସ୍କୋରକୁ ୧୭୧ ରନରେ ପହଞ୍ଚାଥିଲେ । ୱିଲିୟମସନ୍ ୧୦ ବଲରେ ୪ ଚୌକା ଓ ୧ ଛକା ସହ ୨୬ ଓ କେଦାର ୪ ବଲରେ ୧୦ (୧ ଚୌକା ଓ ୧ ଛକା) ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ଏନଗିଡି ୨ଟି ଓ କୁରାନ୍ ଗୋଟିଏ ୱିକେଟ୍ ନେଇଥିଲେ ।

The post ପୁଣି ହାରିଲା ହାଇଦ୍ରାବାଦ, ପଞ୍ଚମ ବିଜୟ ସହ ଶୀର୍ଷରେ ଚେନ୍ନାଇ appeared first on Odisha Reporter.

]]>
left top 2021-04-28 23:10:02 https://cdn.odishareporter.in/wp-content/uploads/2021/04/28230207/RUTURAJ.jpg
ପୂର୍ବତନ କ୍ରିକେଟର୍ ୬ ବର୍ଷ ବ୍ୟାନ୍‌ https://odishareporter.in/sports/cricket/srilankas-nuwan-zoysa-banned-for-six-years-for-trying-to-fix-matches-639409 Wed, 28 Apr 2021 16:21:26 +0000 https://odishareporter.in/?p=639409

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଓ କୋଚ୍ ନୂୱାନ୍ ଜୋୟସା ୬ ବର୍ଷ ବାସନ୍ଦ ହୋଇଛନ୍ତି । ମ୍ୟାଚ୍ ଫିକ୍ସ କରିବା ତଥା ସନ୍ଦିଗ୍ଧ ଭାରତୀୟ ବୁକିଂଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ଖୁଲାସା ନକରିବା କାରଣରୁ ଜୋୟସା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏବେ ତାଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ୬ ବର୍ଷ ପାଇଁ ବାସନ୍ଦ କରିଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁଯାୟୀ, ବାମହାତୀ ପେସ ବୋଲର ଜୋୟସାଙ୍କ ଉପରେ ଏହି ପ୍ରତିବନ୍ଧକ […]

The post ପୂର୍ବତନ କ୍ରିକେଟର୍ ୬ ବର୍ଷ ବ୍ୟାନ୍‌ appeared first on Odisha Reporter.

]]>

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଓ କୋଚ୍ ନୂୱାନ୍ ଜୋୟସା ୬ ବର୍ଷ ବାସନ୍ଦ ହୋଇଛନ୍ତି । ମ୍ୟାଚ୍ ଫିକ୍ସ କରିବା ତଥା ସନ୍ଦିଗ୍ଧ ଭାରତୀୟ ବୁକିଂଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ଖୁଲାସା ନକରିବା କାରଣରୁ ଜୋୟସା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏବେ ତାଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ୬ ବର୍ଷ ପାଇଁ ବାସନ୍ଦ କରିଦିଆଯାଇଛି ।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁଯାୟୀ, ବାମହାତୀ ପେସ ବୋଲର ଜୋୟସାଙ୍କ ଉପରେ ଏହି ପ୍ରତିବନ୍ଧକ ପୂର୍ବ ତାରିଖ ଅର୍ଥାତ୍ ଅକ୍ଟୋବର ୩୧, ୨୦୧୮ରୁ ଲାଗୁ ହେବ । କାରଣରୁ ଜୋୟସାଙ୍କୁ ସେବେଠାରୁ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଇଥିଲା ।

ଆଇସିସିର ଇଣ୍ଟିଗ୍ରିଟୀ ୟୁନିଟର ଜେନେରାଲ୍ ମ୍ୟାନେଜର ଆଲେକ୍ସ ମାର୍ଶଲ କହିଛନ୍ତି, ‘ଜାତୀୟ ଟିମର କୋଚ୍ ଭାବେ ଜୋୟସା ନିଜକୁ ଆଦର୍ଶ ଭାବେ ସ୍ଥାପିତ କରିବାର ଥିଲା । କିନ୍ତୁ ଏହା ବଦଳରେ ସେ ଦୁର୍ନୀତିକୁ ପ୍ରଶୟ ଦେଇ ଖୋଦ୍ ଦୁର୍ନୀତିଖୋର ହୋଇଗଲେ ଏବଂ ଅନ୍ୟମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ମ୍ୟାଚ୍ ଫିକ୍ସ କରିବାର ଖେଳର ନୀତି ସହ ଠକାମି କରିବା ସହ ସମାନ । କ୍ରିକେଟରେ ଏଭଳି କାମକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ।’

ଶ୍ରୀଲଙ୍କା ପକ୍ଷରୁ ୩୦ ଟେଷ୍ଟ (୬୪ ୱିକେଟ୍‌) ଓ ୯୫ ଦିନିକିଆ (୧୦୮ ୱିକେଟ୍‌) ନେଇଥିବା ୪୨ ବର୍ଷୀୟ ଜୋୟସାଙ୍କ ଉପରେ ୨୦୧୭ରେ ୟୁଏଇରେ ଆୟୋଜିତ ଜି-୧୦ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଟିମର ବୋଲିଂ କୋଚ୍ ଭାବେ ଦୁର୍ନୀତି ଗତିବିଧିରେ ସାମିଲ୍ ହୋଇଥିବାର ଅଭିଯୋଗ ଲାଗିଥିଲା । ଜୋୟସା ଏହା ପୂର୍ବରୁ ଶ୍ରୀଲଙ୍କା-ଏ’ ଟିମର ବୋଲିଂ କୋଚ୍ ରହିଆସିଛନ୍ତି ।

The post ପୂର୍ବତନ କ୍ରିକେଟର୍ ୬ ବର୍ଷ ବ୍ୟାନ୍‌ appeared first on Odisha Reporter.

]]>
left bottom 2021-04-28 21:53:29 https://cdn.odishareporter.in/wp-content/uploads/2021/04/28214900/zoysa.jpg