ହକି – Odisha Reporter https://odishareporter.in Tue, 14 Sep 2021 10:23:23 +0000 en-US hourly 1 ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହକି ବିଶ୍ୱକପ୍! https://odishareporter.in/sports/hockey/odisha-may-host-junior-mens-hockey-world-cup-in-november-675645 Tue, 14 Sep 2021 10:23:23 +0000 https://odishareporter.in/?p=675645

ନୂଆଦିଲ୍ଲୀ: ହକିର ହବ୍ ଭାବେ ପରିଚୟ ପାଇଥିବା ଓଡ଼ିଶା ଆଉ ଏକ ହକି ବିଶ୍ୱକପ୍ ଆୟୋଜନ କରିପାରେ। ନଭେମ୍ବର ମାସ ୨୫ରୁ ଡିସେମ୍ବର ୫ ତାରିଖ ଯାଏ ଭାରତରେ ଆୟୋଜିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ହେଲେ ଏ ଯାଏ ବିଶ୍ୱକପ୍ ପାଇଁ ଭେନ୍ୟୁ ସ୍ଥିର ହୋଇପାରିନାହିଁ। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ଗୌହାଟୀରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ଲକ୍ଷ୍ନୌ ଏବଂ ଏବେ ଓଡ଼ିଶା ମଧ୍ୟ ଆୟୋଜନ ପାଇଁ ଦୌଡ଼ରେ ସାମିଲ୍ ହୋଇଥିବା […]

The post ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହକି ବିଶ୍ୱକପ୍! appeared first on Odisha Reporter.

]]>

ନୂଆଦିଲ୍ଲୀ: ହକିର ହବ୍ ଭାବେ ପରିଚୟ ପାଇଥିବା ଓଡ଼ିଶା ଆଉ ଏକ ହକି ବିଶ୍ୱକପ୍ ଆୟୋଜନ କରିପାରେ। ନଭେମ୍ବର ମାସ ୨୫ରୁ ଡିସେମ୍ବର ୫ ତାରିଖ ଯାଏ ଭାରତରେ ଆୟୋଜିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ହେଲେ ଏ ଯାଏ ବିଶ୍ୱକପ୍ ପାଇଁ ଭେନ୍ୟୁ ସ୍ଥିର ହୋଇପାରିନାହିଁ। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ଗୌହାଟୀରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ଲକ୍ଷ୍ନୌ ଏବଂ ଏବେ ଓଡ଼ିଶା ମଧ୍ୟ ଆୟୋଜନ ପାଇଁ ଦୌଡ଼ରେ ସାମିଲ୍ ହୋଇଥିବା ଜଣାପଡ଼ିଛି।

ଟୁର୍ଣ୍ଣାମେଣ୍ଟକୁ ଆଉ ଦୁଇ ମାସ ସମୟ ବାକି ଥିବା ବେଳେ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ହକି ଇଣ୍ଡିଆର ନିଷ୍ପତ୍ତି ଅପେକ୍ଷାରେ ରହିଛି। ଜୁନିୟର ମହିଳା ହକି ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ। ତେବେ ଜୁନିୟର ହକି ବିଶ୍ୱକପ୍ ପାଇଁ ଏଯାଏ ଭେନ୍ୟୁ ସ୍ଥିର ହୋଇନାହିଁ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ ଏଫଆଇଏଚ୍ କମ୍ୟୁନିକେସନ୍ ଡିପାର୍ଟମେଣ୍ଟ କହିଛି, ଏଫଆଇଏଚ୍ ପୁରୁଷ ଜୁନିୟର ହକି ବିଶ୍ୱକପ୍ କେଉଁ ସହରରେ ଆୟୋଜିତ ହେବ, ସେ ନେଇ କିଛି ନିର୍ଦ୍ଧାରିତ ହୋଇପାରିନାହିଁ। ତେବେ ଆମେ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ନିମନ୍ତେ ହକି ଇଣ୍ଡିଆ ସହ ଲଗାତର ଯୋଗଯୋଗରେ ରହିଛୁ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ଆୟୋଜନ ପାଇଁ ଯେଉଁ ତିନୋଟି ସହର ଧାର୍ଯ୍ୟ ହୋଇଛି, ସେଥିରେ ସବୁଠାରୁ ନିମ୍ନରେ ରହିଛି ଗୌହାଟୀ। ସେହିପରି ଓଡ଼ିଶାର ଆଉ ଏକ ସୂତ୍ରରେ ଜଣାପଡ଼ିଛି ଯେ ଓଡ଼ିଶାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏବେ କଥାବାର୍ତ୍ତା ଚାଲିଛି।

ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି। ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ସଫଳତାପୂର୍ବକ ଆୟୋଜନ ହୋଇଥିଲା। ଯାହା ପରେ ଓଡ଼ିଶାରେ ମଧ୍ୟ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।

୨୦୧୬ରେ ଜୁନିୟର ପୁରୁଷ ହକି ବିଶ୍ୱକପର ଆୟୋଜନ କରିଥିବା ଲକ୍ଷ୍ନୌ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦୌଡ଼ରେ ରହିଛି। ଉଭୟ ଲକ୍ଷ୍ନୌ ଓ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରିବାର ସମ୍ପୂର୍ଣ୍ଣ ଭିତ୍ତିଭୂମି ଓ ଅଭିଜ୍ଞତା ରହିଛି। ତେବେ ଓଡ଼ିଶାରେ ଜୁନିୟର ହକି ବିଶ୍ୱକପ୍ ହେବ ନା ନାହିଁ, ତା’ ଉପରେ ହକି ଇଣ୍ଡିଆ ଫାଇନାଲ୍ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ଉଭୟ ପୁରୁଷ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ଆୟୋଜନ ପାଇଁ ଦୌଡ଼ରେ ଥିବା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏଥିରୁ ଓହରିଯାଇଥିଲା। ଯାହା ପରେ ପୁରୁଷ ହକି ବିଶ୍ୱକପ୍ ପାଇଁ ଭାରତ ଓ ମହିଳା ଜୁନିୟର ହକି ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆର ଅଂଶଗ୍ରହଣକୁ ନେଇ ସନ୍ଦେହ ଦେଖା ଦେଇଛି। ଉଭୟ ଟିମ୍ କୋଭିଡ୍‌ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିପାରନ୍ତି। ତେବେ ଏ ନେଇ ଉଭୟ ଦେଶ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

The post ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହକି ବିଶ୍ୱକପ୍! appeared first on Odisha Reporter.

]]>
centre bottom 2021-09-14 15:53:23 https://odishareporter.in/wp-content/uploads/2021/09/kalinga-stadium.jpg
ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ: ଅମିତ ରୋହିଦାସ ଶ୍ରେଷ୍ଠ କ୍ରୀଡାବିତ https://odishareporter.in/sports/hockey/felicitates-the-winners-of-biju-patnaik-award-for-sports-and-bravery-670967 Sun, 29 Aug 2021 09:19:58 +0000 https://odishareporter.in/?p=670967

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି କ୍ରୀଡ଼ା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ ଓ କୋଚମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟ ସରକାର।  ଟୋକିଓ ବ୍ରୋଞ୍ଜ ପଦକ ବିଜେତା ହକି ତାରକା ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ରାଶି ରୂପେ ପ୍ରଦାନ କରାଯାଇଛି। ସେହିପରି […]

The post ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ: ଅମିତ ରୋହିଦାସ ଶ୍ରେଷ୍ଠ କ୍ରୀଡାବିତ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି କ୍ରୀଡ଼ା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ ଓ କୋଚମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟ ସରକାର।  ଟୋକିଓ ବ୍ରୋଞ୍ଜ ପଦକ ବିଜେତା ହକି ତାରକା ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ରାଶି ରୂପେ ପ୍ରଦାନ କରାଯାଇଛି।

ସେହିପରି ଓଡ଼ିଶାର ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସାଧନ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ମଧ୍ୟ ପୁରସ୍କାର ରାଶି ରୂପେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।   ପାରା ବ୍ୟାଡମିଣ୍ଟନ ଖେଳାଳୀ ଅଲମ୍ପିଆନ୍ ପ୍ରମୋଦ ଭଗତଙ୍କ କୋଚ ଶିବ ପ୍ରସାଦ ଦାସଙ୍କୁ ଶ୍ରେଷ୍ଠ କୋଚ ଭାବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ସହ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। କଟକ ପୁଲିସର ଏଏସଆଇ ତ୍ରୈଲୋକ୍ୟନାଥ ପରିଡାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ସହ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଏହି ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫ୍ରେନ୍ସ ଯୋଗ ସାମିଲ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀଲିପ ତିର୍କି, ତୁଷାର କାନ୍ତି ବେହେରା, ଭିନିଲ କ୍ରିଷ୍ଣା, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

The post ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ: ଅମିତ ରୋହିଦାସ ଶ୍ରେଷ୍ଠ କ୍ରୀଡାବିତ appeared first on Odisha Reporter.

]]>
hockey, right top 2021-08-29 14:53:52 https://cdn.odishareporter.in/wp-content/uploads/2021/08/29144854/felicitates-the-winners.jpg
ଭାରତୀୟ ହକି ଖେଳାଳିଙ୍କ ନାଁରେ ୧୦ ସରକାରୀ ସ୍କୁଲ୍ https://odishareporter.in/sports/hockey/punjab-names-10-schools-after-indias-hockey-stars-669393 Mon, 23 Aug 2021 13:17:02 +0000 https://odishareporter.in/?p=669393

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛି। ଏହି ସଫଳତା ପାଇଁ ଭାରତୀୟ ହକି ଟିମକୁ ପୁରସ୍କାର ରାଶି ସହ ବିପୁଳ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଉଛି। ଏବେ ପଞ୍ଜାବ ସରକାର ୧୦ ସରକାରୀ ସ୍କୁଲକୁ ହକି ଖେଳାଳିଙ୍କ ନାଁରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମରେ ସ୍ଥାନ ପାଇଥିବା ପଞ୍ଜାବର ବିଭିନ୍ନ ହକି ଖେଳାଳିଙ୍କ […]

The post ଭାରତୀୟ ହକି ଖେଳାଳିଙ୍କ ନାଁରେ ୧୦ ସରକାରୀ ସ୍କୁଲ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛି। ଏହି ସଫଳତା ପାଇଁ ଭାରତୀୟ ହକି ଟିମକୁ ପୁରସ୍କାର ରାଶି ସହ ବିପୁଳ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଉଛି। ଏବେ ପଞ୍ଜାବ ସରକାର ୧୦ ସରକାରୀ ସ୍କୁଲକୁ ହକି ଖେଳାଳିଙ୍କ ନାଁରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମରେ ସ୍ଥାନ ପାଇଥିବା ପଞ୍ଜାବର ବିଭିନ୍ନ ହକି ଖେଳାଳିଙ୍କ ନାଁରେ ସ୍କୁଲ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଅନୁମୋଦନ ଦେଇଥିବା କହିଛନ୍ତି ପଞ୍ଜାବ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା। ଶିକ୍ଷା ମନ୍ତ୍ରୀ କହିଛନ୍ତି, ଜଳନ୍ଧରର ମିଥାପୁରରେ ଥିବା ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ୍ (ଜିଏସଏସଏସ)କୁ ମନପ୍ରୀତ ସିଂହ ନାମରେ ନାମିତ କରାଯାଇଛି। ଏବେ ଏହି ସ୍କୁଲ ମନପ୍ରୀତ ସିଂହ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ୍ ଭାବେ ପରିଚିତ ହେବ।

ସେହିପରି ଅମୃତସରର ତିମ୍ମୋୱାଲରେ ଥିବା ଜିଏସଏସଏସ୍ ସ୍କୁଲ ଭାଇସ୍-କ୍ୟାପଟେନ୍ ହରମନପ୍ରୀତ ସିଂହଙ୍କ ନାଁରେ ନାମିତ ହୋଇଛି। ଏବେ ଏହି ସ୍କୁଲର ନାଁ ଅଲିମ୍ପିଆନ୍ ହରମନପ୍ରୀତ ସିଂହ ଜିଏସଏସଏସ୍ ନାମରେ ନାମିକ ହେବ। ଅମୃତସରର ଅଟ୍ଟାରୀରେ ଥିବା ଜିଏସଏସଏସ୍ ଏବେ ଅଲିମ୍ପିଆନ୍ ଶମଶେର୍ ସିଂହ ସରକାରୀ ସିନିୟର ସେକେଣ୍ଡାରୀ ସ୍କୁଲ ନାମରେ ନାମିତ ହୋଇଛି।

ଫରିଦକୋଟରେ ଥିବା ସରକାରୀ ମିଡଲ୍ ସ୍କୁଲ୍ (ବେସିକ୍ ଗର୍ଲ୍ସ) ଏବେ ଅଲିମ୍ପିଆନ୍ ରୂପିନ୍ଦରପାଲ୍ ସିଂହ ସରକାର ମିଡଲ୍ ସ୍କୁଲ ନାମରୋ ନାମିତ ହୋଇଛି।
ଏହାଛଡ଼ା ଅଲିମ୍ପିଆନ୍ ହାର୍ଦ୍ଦିକ ସିଂହଙ୍କ ନାଁରେ ଜଳନ୍ଧରର ଖୁସ୍ରୋପୁରରେ ଥିବା ସରକାରୀ ମିଡଲ୍ ସ୍କୁଲକୁ ନାମିତ କରାଯାଇଥିବା ବେଳେ ହାର୍ଦ୍ଦିକ ସିଂହଙ୍କ ନାଁରେ ଅମୃତସରର ଖାଲାଇହାରର ସରକାରୀ ପ୍ରାଇମେରୀ ସ୍କୁଲ, ସିମରନଜିତ୍ ସିଂହଙ୍କ ନାଁରେ ଗୁରଦାସପୁର ଚହଲ୍ କଲାନର ସରକାରୀ ହାଇସ୍କୁଲକୁ ନାମିତ କରାଯାଇଛି। ଶିକ୍ଷାମନ୍ତ୍ରୀ ସିଙ୍ଗଲା କହିଛନ୍ତି, ଭାରତୀୟ କ୍ରୀଡ଼ାରେ ପଞ୍ଜାବର ସ୍ୱର୍ଣ୍ଣିମ ଯୋଗଦାନ ରହିଆସିଛି। ଟୋକିଓ ଅଲିମ୍ପିକ୍ସ ପାଇଁ ପଞ୍ଜାବ ସର୍ବାଧିକ ୨୦ଜଣ କ୍ରୀଡ଼ାବିତଙ୍କୁ ପଠାଇଥିଲା।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ବ୍ରୋଞ୍ଜ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇଥିଲା।

The post ଭାରତୀୟ ହକି ଖେଳାଳିଙ୍କ ନାଁରେ ୧୦ ସରକାରୀ ସ୍କୁଲ୍ appeared first on Odisha Reporter.

]]>
left bottom 2021-08-23 18:47:02 https://cdn.odishareporter.in/wp-content/uploads/2021/08/23184614/hockey-6.jpg
ଜନ୍ମ ମାଟିରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା https://odishareporter.in/sports/hockey/odia-hockey-olympian-felicitate-in-sundargarh-669096 Sun, 22 Aug 2021 11:27:25 +0000 https://odishareporter.in/?p=669096

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସ ହକିରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଶାର ୪ ଖେଳାଳିଙ୍କୁ ସୁନ୍ଦରଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର ଏବଂ ସୁନ୍ଦରଗଡ଼ ସହରରେ ଆଜି ଖେଳାଳିମାନଙ୍କୁ ହକି ପ୍ରେମୀ, ସାଧାରଣ ଜନତା ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୃଦୟଭରା ସ୍ୱାଗତ […]

The post ଜନ୍ମ ମାଟିରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସ ହକିରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଶାର ୪ ଖେଳାଳିଙ୍କୁ ସୁନ୍ଦରଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସୁନ୍ଦରଗଡ଼ର ବିକାଶ ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର ଏବଂ ସୁନ୍ଦରଗଡ଼ ସହରରେ ଆଜି ଖେଳାଳିମାନଙ୍କୁ ହକି ପ୍ରେମୀ, ସାଧାରଣ ଜନତା ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୃଦୟଭରା ସ୍ୱାଗତ କରାଯାଇଥିଲା। ଯେଉଁଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୁନ୍ଦରଗଡ଼ ସହରରେ ପାରିଜାତ ପାର୍କଠାରୁ ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ହକି ତାରକାମାନଙ୍କୁ ଖୋଲା ଗାଡ଼ିରେ ନିଆଯାଇଥିଲା। ରାସ୍ତା ଉପରେ ଶହ ଶହ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ମହିଳା ଏବଂ ସାଧାରଣ ଜନତା ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ। ସ୍ଥାନୀୟ ହକିପ୍ରେମୀ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନର କର୍ମକର୍ତ୍ତା ଖେଳାଳିମାନଙ୍କୁ ସ୍ୱାଗତ କରି ନେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ହକି ପ୍ରେମୀ, କ୍ରୀଡ଼ାବିତ୍ ଏବଂ ଜନସାଧାରଣ ସୁନ୍ଦରଗଡ଼ ସହରକୁ ଆସିଥିଲେ। ରାସ୍ତାର ଦୁଇ ପାଶ୍ୱର୍ରେ ଛିଡ଼ା ହୋଇ ଲୋକେ ଅଭିନନ୍ଦନ ଜଣାଇଥିଲେ।

ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ବିକାଶ ଭବନଠାରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହକି ତାରକାମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଏବଂ ସାରା ଓଡ଼ିଶା ଗର୍ବିତ ବୋଲି କହିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍ ରାଜିନ୍ ଏକ୍କା, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

The post ଜନ୍ମ ମାଟିରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା appeared first on Odisha Reporter.

]]>
left bottom 2021-08-22 16:57:25 https://cdn.odishareporter.in/wp-content/uploads/2021/08/22165559/hockey-5.jpg
ଆଉ ୧୦ ବର୍ଷ ହକିର ହାତ ଧରିବ ଓଡ଼ିଶା https://odishareporter.in/sports/hockey/odisha-govt-will-sponsers-another-10-years-for-the-indian-hockey-teams-667807 Tue, 17 Aug 2021 16:08:07 +0000 https://odishareporter.in/?p=667807

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମ୍ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କିନ୍ତୁ ଏବେ ଓଡ଼ିଶା ଆଉ ୧୦ ବର୍ଷ ହକି ଇଣ୍ଡିଆ ସହ ରହିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ୨୦୨୩ ପରେ […]

The post ଆଉ ୧୦ ବର୍ଷ ହକିର ହାତ ଧରିବ ଓଡ଼ିଶା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ହକି ଟିମ୍ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କିନ୍ତୁ ଏବେ ଓଡ଼ିଶା ଆଉ ୧୦ ବର୍ଷ ହକି ଇଣ୍ଡିଆ ସହ ରହିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ୨୦୨୩ ପରେ ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକି ଇଣ୍ଡିଆ ସହ ଆମର ପାର୍ଟନରଶିପ୍ ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଆମେ ଆମର ଏହି ପାର୍ଟନରଶିପକୁ ଆଗକୁ ବଢ଼ାଇବୁ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ହକି ଇଣ୍ଡିଆ ସହ ରହିବା ନେଇ ଆମେ ଘୋଷଣା କରୁଛୁ। ଆଉ ଏହା ଭାରତୀୟ ହକିରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଦେଶକୁ ତା’ର ପୂର୍ବ ଗୌରବ ଫେରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଟୋକିଓରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଆମକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ଭାରତ ତା’ର ପୂର୍ବ ଗୌରବ ଫେରିପାଇବା ସମସ୍ତଙ୍କୁ ଭାବବିହ୍ୱଳ କରିଛି। ଚାରି ଦଶନ୍ଧି ପରେ ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ପଦକ ଜିତିଛି। ଆଉ ପୂରା ଦେଶ ହକି ଦଳର ମ୍ୟାଚ୍ ଦେଖିବା ପାଇଁ ଯେଉଁ ଉତ୍ସାହ ଦେଖାଇଲେ, ତାହା ଏହି କ୍ରୀଡ଼ା ପ୍ରତି ସେମାନଙ୍କର ଭଲପାଇବା ଦର୍ଶାଇଛି।

ସୂଚନାଯୋଗ୍ୟ, ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମକୁ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ସ୍ପନସର୍ ମିଳିନଥିଲା। ତେବେ ଏଭଳି ବିପଦ ସମୟରେ ହକିର ହାତ ଧରିଥିଲେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାର। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଏହାବ୍ୟତୀତ ଓଡ଼ିଶା ସରକାର ବିଶ୍ୱସ୍ତରୀୟ ଟ୍ରେନିଂ, ରିହ୍ୟାବ ସୁବିଧା, ପ୍ରାକ୍ଟିସ୍ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ଜରିଆରେ ହକିକୁ ନୂଆ ଜୀବନ ଦେଇଛନ୍ତି।

ଆଜି ଭାରତୀୟ ହକି ଟିମ୍ ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ଓଡ଼ିଶା ସରକାରଙ୍କ ହାତ ରହିଥିବା ଲୋକେ କହିଛନ୍ତି। କାରଣ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ହକିରେ ବ୍ରୋଞ୍ଜ ପଦକ ଜିତିଛି।

The post ଆଉ ୧୦ ବର୍ଷ ହକିର ହାତ ଧରିବ ଓଡ଼ିଶା appeared first on Odisha Reporter.

]]>
centre top 2021-08-17 21:38:07 https://cdn.odishareporter.in/wp-content/uploads/2021/08/17213451/hockey-india.jpg
ହକି ହିରୋଙ୍କୁ ରାଜଧାନୀରେ ରାଜକୀୟ ସମ୍ବର୍ଦ୍ଧନା https://odishareporter.in/sports/hockey/chief-minister-naveen-patnaik-felicitate-indian-mens-and-womens-hockey-team-667795 Tue, 17 Aug 2021 15:39:27 +0000 https://odishareporter.in/?p=667795

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଓ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ମହିଳା ଟିମକୁ ଆଜି ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସରକାର ପକ୍ଷରୁ ଉଭୟ ମହିଳା ଓ ପୁରୁଷ ହକି ଟିମକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ଦଳକୁ ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ ମହିଳା […]

The post ହକି ହିରୋଙ୍କୁ ରାଜଧାନୀରେ ରାଜକୀୟ ସମ୍ବର୍ଦ୍ଧନା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଓ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ମହିଳା ଟିମକୁ ଆଜି ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସରକାର ପକ୍ଷରୁ ଉଭୟ ମହିଳା ଓ ପୁରୁଷ ହକି ଟିମକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ଦଳକୁ ସମ୍ବର୍ଦ୍ଧନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ ମହିଳା ଓ ପୁରୁଷ ଦଳର ୧୩ ଜଣଙ୍କୁ ପୁରସ୍କୃତ କରିଥିଲେ। ପୁରୁଷ ଦଳର ହରମନପ୍ରୀତ ସିଂହ ଅଲିମ୍ପିକ୍ସରେ ସର୍ବାଧିକ ଗୋଲ ସ୍କୋରର ଭାବେ ପୁରସ୍କୃତ ହୋଇଥିଲେ। ପିଆର୍ ଶ୍ରୀଜେଶ ଗୋଲ ରକ୍ଷଣ ପାଇଁ ଶ୍ରେଷ୍ଠ ଗୋଲକିପର, ସର୍ବାଧିକ ଗୋଲ୍ ଆସିଷ୍ଟ ପାଇଁ ନୀଳକାନ୍ତ ଶର୍ମା, ସର୍ବାଧିକ ଡିଫେନ୍ସିଭ୍ ଟାକଲ ପାଇଁ ରୂପିନ୍ଦର ପାଲ୍ ସିଂହ ଏବଂ ଶ୍ରେଷ୍ଠ ମିଡଫିଲ୍ଡର ଭାବେ ଅମିତ୍ ରୋହିଦାସଙ୍କୁ ପୁରସ୍କୃତ କରାଯାଇଛି।

 

ସେହିପରି ମହିଳା ଟିମ୍ ପାଇଁ ସର୍ବାଧିକ ଗୋଲ୍ କରିଥିବା ବନ୍ଦନା କଟାରିୟା ଓ ଗୁରଜିତ୍ କୌରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସର୍ବାଧିକ ଗୋଲ୍ ରକ୍ଷଣ ପାଇଁ ଶ୍ରେଷ୍ଠ ଗୋଲକିପର ଭାବେ ସବିତା ପୁନିଆ, ସର୍ବାଧିକ ଗୋଲ୍ ଆସିଷ୍ଟ ପାଇଁ କ୍ୟାପଟେନ୍ ରାନୀ ରାମପଲ୍ ଓ ନଭଦୀପ କୌର, ଡିଫେନ୍ସିଭ୍ ଟାକଲ୍ ପାଇଁ ଦୀପଗ୍ରେସ ଏକ୍କା ଏବଂ ସର୍ବାଧିକ ଇଣ୍ଟରସେପ୍ସନ୍ ପାଇଁ ପି. ସୁଶୀଲା ଚାନୁଙ୍କୁ ପୁରସ୍କୃତ କରାଯାଇଛି। ଏ ସମସ୍ତ ଖେଳାଳିଙ୍କୁ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟ ସରକାର ଉଭୟ ମହିଳା ଓ ପୁରୁଷ ଦଳର ପ୍ରତିଟି ଖେଳାଳିଙ୍କୁ ୧୦ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ଏହି ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡ଼ା ଟୋକିଓ ଅଲିମ୍ପିକ୍ସରେ ଏଫଆଇଏଚ୍ ମେଡିକାଲ୍ ଅଫିସର ଭାବେ କାମ କରିଥିବା ବିଭୁକଲ୍ୟାଣ ନାୟକଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମଧ୍ୟ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ, ହକି ଇଣ୍ଡିଆର ଜେନେରାଲ୍ ସେକ୍ରେଟାରୀ ରାଜିନ୍ଦର ସିଂହ, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ହକି ଇଣ୍ଡିଆକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସେହିପରି ହକି ଇଣ୍ଡିଆ ପ୍ରତି ନିସର୍ତ୍ତ ସମର୍ଥନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଆଇଓଏର ସଭାପତି ନରିନ୍ଦର ବାତ୍ରା।

ଏହା ପୂର୍ବରୁ ମଙ୍ଗଳବାର ସକାଳେ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ଖେଳାଳିଙ୍କ ଫଟୋସୁଟ୍ ହୋଇଥିଲା। ମଙ୍ଗଳବାର ସକାଳେ ଉଭୟ ଟିମର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ସ୍ୱତନ୍ତ୍ର ବସରେ ହୋଟେଲକୁ ନିଆଯାଇଥିଲା। ରାସ୍ତାରେ ମଧ୍ୟ ସେମାନଙ୍କୁ ଚିୟର୍-ଅପ୍ କରିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଖେଳାଳିଙ୍କ ରହିବା ଓ ଖାଇବା ଲାଗି ହୋଟେଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ଏଥିପାଇଁ ହୋଟେଲକୁ ସୁନ୍ଦର ସାଜସଜ୍ଜାରେ ସଜାଇ ଦିଆଯାଇଥିଲା। ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଡିସ୍ ଦେବା ଲାଗି ବିଭିନ୍ନ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଖେଳାଳିମାନେ ଏହାର ମଜା ମଧ୍ୟ ଉଠାଇଥିଲେ। ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମରେ ଅଛନ୍ତି ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ।

The post ହକି ହିରୋଙ୍କୁ ରାଜଧାନୀରେ ରାଜକୀୟ ସମ୍ବର୍ଦ୍ଧନା appeared first on Odisha Reporter.

]]>
centre bottom 2021-08-17 21:41:23 https://cdn.odishareporter.in/wp-content/uploads/2021/08/17214009/cm-naveen.jpg
ଟୋକିଓ ଫେରନ୍ତା ହକି ଖେଳାଳିଙ୍କ ପାଇଁ ଟଙ୍କା ବର୍ଷା କଲେ ନବୀନ https://odishareporter.in/sports/hockey/cm-awarded-olympic-hockey-heroes-of-odisha-666044 Wed, 11 Aug 2021 08:45:07 +0000 https://odishareporter.in/?p=666044

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ ଦେଇ ଘର ବାହୁଡ଼ିଥିବା ୪ ଓଡ଼ିଆ ହକି ଖେଳାଳିଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଥିବା ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ପାଇଁ ଟଙ୍କା ବର୍ଷା କରିଛନ୍ତି।  ପୁରୁଷ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ହକି ଖେଳାଳିଙ୍କ ସମ୍ମାନର୍ଥେ […]

The post ଟୋକିଓ ଫେରନ୍ତା ହକି ଖେଳାଳିଙ୍କ ପାଇଁ ଟଙ୍କା ବର୍ଷା କଲେ ନବୀନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ ଦେଇ ଘର ବାହୁଡ଼ିଥିବା ୪ ଓଡ଼ିଆ ହକି ଖେଳାଳିଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଥିବା ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ପାଇଁ ଟଙ୍କା ବର୍ଷା କରିଛନ୍ତି।  ପୁରୁଷ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ହକି ଖେଳାଳିଙ୍କ ସମ୍ମାନର୍ଥେ ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏଥିସହ ଓଡ଼ିଶା ପୁଲିସ ବିଭାଗରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମହିଳା ହକି ଦଳର ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।   ପଦକ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିବା କହିଛନ୍ତି ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ । ପରିବାର ଛାଡ଼ି ଯେଉଁ ତ୍ୟାଗ କରିଥିଲୁ ତାହା ସଫଳ ହୋଇଛି ବୋଲି କହିଛନ୍ତି ଉଭୟ ।

ଟୋକିଓ ଅଲିମ୍ପିକ୍ସରୁ ଘର ବାହୁଡ଼ିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଉଛି।

ଅଲିମ୍ପିକ୍ସ ପଦକ ସ୍ୱର୍ଗୀୟ ବାପାଙ୍କୁ ଉତ୍ସର୍ଗ କଲେ  ଅମିତ୍ ରୋହିଦାସ । ଅଲିମ୍ପିକ୍ସ ଖେଳିବାରେ ବାପାଙ୍କ ବହୁତ ଅବଦାନ ରହିଛି । ଗତବର୍ଷ ତାଙ୍କର ଦେହାନ୍ତ ହୋଇଛି, ସେ ଜୀବୀତ ଥିଲେ ପଦକ ଦେଖି ଖୁବ୍‌ ଖୁସି ହୋଇଥାନ୍ତେ।  ଜିତିବା ପାଇଁ ଲମ୍ବା ସଂଘର୍ଷ କରିବାକୁ ପଡ଼ିଥିଲା । ପରିଶ୍ରମ କରି ନଥିଲେ ସଫଳତା ମିଳି ନ ଥାଆନ୍ତି ବୋଲି ସେ କହିଛନ୍ତି ।

ସେହିପରି ଅଲିମ୍ପିକ୍ସ ପଦକ ବିଜେତା ବିରେନ୍ଦ୍ର ଲାକ୍ରା କହିଛନ୍ତି,ପଦକ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ପରିବାର ଛାଡ଼ି ଯେଉଁ ତ୍ୟାଗ କରିଥିଲୁ ତାହା ଆଜି ସଫଳ ହୋଇଛି । ସେହିପରି ଭାରତ ଓ ଓଡ଼ିଶା ସରକାରଙ୍କ ସମର୍ଥନ ଅନେକ ସହାୟକ ହୋଇଥିବା ସେ କହିଛନ୍ତି । ଗତକାଲି ଟୋକିଓ ଅଲିମ୍ପିକ୍ ପଦକ ବିଜେତା ଓଡ଼ିଶା ଫେରିଥିବା ବେଳେ ଭୁବନେଶ୍ୱର ବିମାନ-ବନ୍ଦରରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ସେବା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏବଂ  ୫ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।

The post ଟୋକିଓ ଫେରନ୍ତା ହକି ଖେଳାଳିଙ୍କ ପାଇଁ ଟଙ୍କା ବର୍ଷା କଲେ ନବୀନ appeared first on Odisha Reporter.

]]>
centre bottom 2021-08-11 14:18:35 https://cdn.odishareporter.in/wp-content/uploads/2021/08/11141212/naveen.jpg
ବିବାହରେ ହକି ଷ୍ଟିକ୍ ଉପହାର, ପ୍ରତିବର୍ଷ ୫ହଜାରରୁ ଅଧିକ ମ୍ୟାଚ୍ https://odishareporter.in/sports/hockey/%e2%80%8dhockey-sticks-and-balls-are-given-as-gift-in-wedding-665847 Tue, 10 Aug 2021 12:27:21 +0000 https://odishareporter.in/?p=665847

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଏ। ଏଠାରେ ଅନେକ ହକି ପ୍ରତିଭା ବାହାରିଛନ୍ତି। ହକି ଯେପରି ସେଠାକାର ପାଣି ପବନରେ ରହିଛି, ତାହା ଅନୁଭୂତ ହୁଏ। ସେଥିପାଇଁ ତ ସୁନ୍ଦରଗଡ଼ ତଥା ରାଉରକେଲାରେ ହକିକୁ ଏକ ଉତ୍ସବ ଆକାରରେ ମନାଯାଏ। ଗ୍ରାମାଞ୍ଚଳରେ ଆୟୋଜିତ କୌଣସି ହକି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ସାମୂହିକ ଭୋଜିଭାତର ଆୟୋଜନ କରାଯାଇଥାଏ। ଆଉ ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। ଏବେ ସୁନ୍ଦରଗଡ଼ରେ ହକିକୁ ସେଲିବ୍ରେସନ୍ […]

The post ବିବାହରେ ହକି ଷ୍ଟିକ୍ ଉପହାର, ପ୍ରତିବର୍ଷ ୫ହଜାରରୁ ଅଧିକ ମ୍ୟାଚ୍ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଏ। ଏଠାରେ ଅନେକ ହକି ପ୍ରତିଭା ବାହାରିଛନ୍ତି। ହକି ଯେପରି ସେଠାକାର ପାଣି ପବନରେ ରହିଛି, ତାହା ଅନୁଭୂତ ହୁଏ। ସେଥିପାଇଁ ତ ସୁନ୍ଦରଗଡ଼ ତଥା ରାଉରକେଲାରେ ହକିକୁ ଏକ ଉତ୍ସବ ଆକାରରେ ମନାଯାଏ। ଗ୍ରାମାଞ୍ଚଳରେ ଆୟୋଜିତ କୌଣସି ହକି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ସାମୂହିକ ଭୋଜିଭାତର ଆୟୋଜନ କରାଯାଇଥାଏ। ଆଉ ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି।

ଏବେ ସୁନ୍ଦରଗଡ଼ରେ ହକିକୁ ସେଲିବ୍ରେସନ୍ କରିବାର ବଡ଼ ସୁଯୋଗ ଆସିଛି। ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ଟିମ୍ ଅଲିମ୍ପିକ୍ସରେ ପଦକ ଜିତିଛି। ଭାରତୀୟ ହକିର ବହୁ ପ୍ରତୀକ୍ଷିତ ବିଜୟ ପରେ ନିଜ ଲୁହକୁ ରୋକିପାରି ନଥିଲେ ପୂର୍ବତନ କ୍ୟାପଟେନ୍ ଦିଲୀପ ତିର୍କୀ। ଦିଲୀପ କହିଛନ୍ତି ଯେ ଅଲିମ୍ପିକ୍ସରେ ପଦକ ଜିତିବାର ଯେଉଁ ସ୍ୱପ୍ନ ସେ ଦେଖିଥିଲେ, ତାହା ପୂରଣ ହୋଇଛି। ନିଜ ଘରଠାରୁ ୨୦୦ ମିଟର ଦୂରରେ ରହୁଥିବା ଅମିତ୍ ରୋହିଦାସଙ୍କ ପାଇଁ ସେ ଗର୍ବିତ।

ହକିର ଏହି ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ଅନେକ ପିଢୀ ସେମାନଙ୍କର ଝାଳ ବୁହାଇଛନ୍ତି। ଏବେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଦେଶରେ ହକିର ଏକ ନୂଆ ନର୍ସରୀ ପାଲଟିଛି। ଏପର୍ଯ୍ୟନ୍ତ ଜିଲ୍ଲାରୁ ବାହାରିଥିବା ୯ ଖେଳାଳି ଅଲିମ୍ପିକ୍ସ ଖେଳିସାରିଛନ୍ତି। ସେହିପରି ୬୦ରୁ ଅଧିକ ସବଜୁନିୟର, ଜୁନିୟର ଏବଂ ସିନିୟର ସ୍ତରରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି। ଏଠାକାର କିଛି ଝିଅ ଜାତୀୟ ମହିଳା ହକି ଟିମରେ ଅଛନ୍ତି।

ଏହି ଖେଳ ଦମରେ ହିଁ ଏସବୁ ଖେଳାଳିଙ୍କୁ ଆର୍ମି, ଅର୍ଦ୍ଧସୈନିକ ବଳ, ପୁଲିସ୍, ରେଲୱେ ଓ ବ୍ୟାଙ୍କ ଆଦିରେ ଚାକିରି ମିଳିଛି। ତେବେ ସୁନ୍ଦରଗଡ଼ର ଅଧିକାଂଶ ହକି ଖେଳାଳି ଆଦିବାସୀ ବର୍ଗର। ଏହି ଅଞ୍ଚଳ କେବେ ଓ କେମିତି ହକିର ନର୍ସରୀ ହେଲା, ତାହା କେହି ଜାଣନ୍ତି ନାହିଁ। ସୁନ୍ଦରଗଡ଼ର ସୁଦୂର ଗାଁରେ ହକି ଲୋକଙ୍କ ପରମ୍ପରାର ଏକ ଅଂଶ। ଗ୍ରାମାଞ୍ଚଳରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଶତାଧିକ ଟିମ୍ ଭାଗ ନିଅନ୍ତି। ଏପରିକି ମ୍ୟାଚ୍ ଦେଖିବାକୁ ମଧ୍ୟ ପ୍ରବଳ ଭିଡ଼ ଜମେ।

ପ୍ରତିବର୍ଷ ଏଠାରେ ୫ହଜାରରୁ ଅଧିକ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ। ଟୁର୍ଣ୍ଣାମେଣ୍ଟରେ କୌଣସି କପ୍, ଶିଲ୍ଡ କିମ୍ବା ଟ୍ରଫି ଦିଆଯାଏ ନାହିଁ। ବିଜୟ ପରେ ପୂରା ଗାଁରେ ସାମୂହିକ ଭୋଜିର ଆୟୋଜନ କରାଯାଇଥାଏ। ଏପରିକି କୌଣସି ବିବାହ ହେଲେ, ବର ଓ କନ୍ୟାକୁ ହକି ଷ୍ଟିକ୍ ଏବଂ ବଲ୍ ଉପହାର ଆକାରରେ ଦିଆଯାଏ। ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ, ଯେଉଁଠାରୁ ଜାତୀୟ ଟୁର୍ଣ୍ଣାମେଣ୍ଟରେ ଦୁଇ ଟିମ୍ ଭାଗ ନେଇଛନ୍ତି। ଏହି ଦୁଇଟି ଟିମ୍ ହେଲେ ହକି ଓଡ଼ିଶା ଓ ହକି ଗାଙ୍ଗପୁର ଓଡ଼ିଶା।

The post ବିବାହରେ ହକି ଷ୍ଟିକ୍ ଉପହାର, ପ୍ରତିବର୍ଷ ୫ହଜାରରୁ ଅଧିକ ମ୍ୟାଚ୍ appeared first on Odisha Reporter.

]]>
right bottom 2021-08-10 17:59:42 https://cdn.odishareporter.in/wp-content/uploads/2021/08/10175520/hockey-3.jpg
ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ https://odishareporter.in/sports/hockey/hockey-team-coach-sjoerd-marijne-to-step-down-665132 Sat, 07 Aug 2021 10:32:07 +0000 https://odishareporter.in/?p=665132

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇ ଥିବା ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ ଜୋଏଡ ମାରିନ ପଦ ଛାଡ଼ିବେ। ଅଲିମ୍ପିକ୍ସ ହିଁ ତାଙ୍କର ଭାରତୀୟ ମହିଳା ଦଳ ସହ ଶେଷ ଆସାଇନମେଣ୍ଟ ଥିଲା ବୋଲି ସେ ନିଜେ କହିଛନ୍ତି। ତେଣୁ ସେ ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଯାଇଛି। ୪୭ ବର୍ଷୀୟ ମାରିନଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ […]

The post ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇ ଥିବା ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ ଜୋଏଡ ମାରିନ ପଦ ଛାଡ଼ିବେ। ଅଲିମ୍ପିକ୍ସ ହିଁ ତାଙ୍କର ଭାରତୀୟ ମହିଳା ଦଳ ସହ ଶେଷ ଆସାଇନମେଣ୍ଟ ଥିଲା ବୋଲି ସେ ନିଜେ କହିଛନ୍ତି। ତେଣୁ ସେ ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଯାଇଛି।

୪୭ ବର୍ଷୀୟ ମାରିନଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଦଳ ସେମି ଫାଇନାଲରେ ପରାସ୍ତ ହୋଇଥିଲା। ଏହାପରେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରି ବି ଦଳ ହାରି ଯାଇଥିଲା। ତଥାପି ମହିଳା ଖେଳାଳି ଓ ସେମାନଙ୍କ କୋଚ୍‌ ମାରିନ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ। ଅଷ୍ଟ୍ରେଲିଆକୁ କ୍ୱାର୍ଟର ଫାଇନାଲରେ ହରାଇବା ପରେ ମାରିନଙ୍କୁ ଚକ ଦେ ଇଣ୍ଡିଆର ଶାହାରୁଖ ଖାନଙ୍କ ସହ ତୁଳନା ମଧ୍ୟ କରାଯାଇଥିଲା।

ବ୍ରୋଞ୍ଜ ପଦକ ଲଢ଼େଇରେ ଭାରତ ହାରିବା ପରେ ମାରିନ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ବେଶ ଭାବବିହ୍ୱଳ ହୋଇ ଯାଇଥିଲେ। ସେ କହିଥିଲେ ଯେ “ମୁଁ ଦଳକୁ ନେଇ ଆଉ କୌଣସି ଯୋଜନା କରିନି। କାରଣ ଭାରତୀୟ ମହିଳା ଦଳ ସହ ମୋର ଏହା ଶେଷ ଆସାଇନମେଣ୍ଟ ଥିଲା। ଏବେ ସବୁ କିଛି ଦଳର ଆନାଲିଟିକାଲ କୋଚ୍‌ ଜାନ୍ନେକାଙ୍କ ଉପରେ ନିର୍ଭର କରେ।”

ଏହାପୂର୍ବରୁ ସାଇ ପକ୍ଷରୁ ମାରିନ ଓ ଜାନ୍ନେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମାରିନ ବ୍ୟକ୍ତିଗତ କାରଣ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିବାକୁ ମନା କରିଦେଇଥିଲେ। ମାରିନ ମୁଖ୍ୟ କୋଚ୍‌ ପଦ ଛାଡ଼ିବାକୁ ଥିବାରୁ କିଏ ହେବେ ଦଳ କୋଚିଂ ଦାୟିତ୍ୱ ନେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୭ରେ ପୂର୍ବତନ ନେଦରଲ୍ୟାଣ୍ଡ୍ସର ଖେଳାଳି ମାରିନ ଭାରତୀୟ ମହିଳା ଦଳର କୋଚ୍ ହୋଇଥିଲେ। କିନ୍ତୁ ସେହିବର୍ଷ ଶେଷ ଭାଗରେ ତାଙ୍କୁ ପୁରୁଷ ଦଳର କୋଚ୍ କରାଯାଇଥିଲା। ଏହାପରେ ୨୦୧୮ରେ ପୁଣିଥରେ ମାରିନଙ୍କୁ ମହିଳା ଦଳର ଦାୟିତ୍ୱ ମିଳିଥିଲା।

ସେବେଠାରୁ ସେ ମହିଳା ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାରିନ ଦୀର୍ଘ ୧୬ ମାସ ହେଲା କରୋନା ପାଇଁ ନିଜ ପରିବାର ଲୋକଙ୍କୁ ଭେଟି ନାହାନ୍ତି।

The post ପଦ ଛାଡ଼ିବେ ମହିଳା ହକି ଟିମ୍‌ର ମୁଖ୍ୟ କୋଚ୍‌ appeared first on Odisha Reporter.

]]>
left top, Tokyo Olympics 2021-08-07 16:02:07 https://cdn.odishareporter.in/wp-content/uploads/2021/08/07155949/Marin.jpg
ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍ https://odishareporter.in/sports/hockey/pm-modi-speaks-to-an-emotional-indian-womens-hockey-team-664880 Fri, 06 Aug 2021 09:27:21 +0000 https://odishareporter.in/?p=664880

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି। ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ […]

The post ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଟିମ୍ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ହୁଏତ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି।

ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ ଜିତିବାର ସୁଯୋଗ ହାତରୁ ଚାଲିଯାଇଥିବାରୁ ମହିଳାମାନେ ନିଜର କୋହକୁ ରୋକିପାରିନଥିଲେ। ବ୍ରିଟେନ୍ ଖେଳାଳିମାନେ ଖେଳୁଆଡ଼ ମନୋଭାବ ଦେଖାଇ ଭାରତୀୟ ମହିଳାଙ୍କ ସାନ୍ତ୍ୱନା ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି।

ମ୍ୟାଚ୍ ଶେଷ ହେବା ପରେ ପିଏମ୍ ମୋଦି ମହିଳା ଟିମ୍ ସହ ଫୋନ୍ ଯୋଗେ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ମହିଳା ହକି ଟିମର ସବୁ ଖେଳାଳି ଭାବବିହ୍ୱଳ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ। ମୋଦି କହିଛନ୍ତି, ଆପଣମାନେ ସମସ୍ତେ ଭଲ ଖେଳିଛନ୍ତି। ଗତ ୫-୬ ବର୍ଷ ଧରି ଆପଣମାନେ ଏହି ଖେଳ ପାଇଁ ଖୁବ୍ ଝାଳ ବୁହାଇଛନ୍ତି। ଆପଣଙ୍କ ଏହି ଝାଳବୁହା ପରିଶ୍ରମ ପଦକ ସିନା ଦେଇପାରିଲା ନାହିଁ, କିନ୍ତୁ ଏହା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଁ ଟିମର ସବୁ ସଦସ୍ୟ ଓ କୋଚଙ୍କୁ ବଧେଇ ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହକି ଖେଳାଳି ନବନୀତ କୌରଙ୍କ ଆଖିରେ ଲାଗିଥିବା ଆଘାତ କଥା ପଚାରି ବୁଝିଥିଲେ। ପିଏମ୍ ମୋଦି କହିଲେ, ମୁଁ ଦେଖିଲି ଯେ ଆପଣଙ୍କ ଆଖିରେ ଆଘାତ ଲାଗିଛି। ଜବାବରେ କ୍ୟାପଟେନ୍ ରାଣୀ ରାମପଲ୍ କହିଥିଲେ ଯେ ନବନୀତଙ୍କ ଆଖିରେ ଚାରୋଟି ଷ୍ଟିଚ୍ ପଡ଼ିଛି। ମୋଦି କହିଲେ ଯେ ଆଶା କରୁଛି ନବଦୀପ ଏବେ ଭଲ ଥିବେ। ଫୋନରେ କଥା ହେବା ସମୟରେ ମୋଦି ବନ୍ଦନା କଟାରିୟା, ଗୋଲକିପର ସବିତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଏହାଛଡ଼ା ମୋଦି ମହିଳାମାନଙ୍କୁ ସାନ୍ତ୍ୱନା ଦେଇ କହିଥିଲେ ଯେ କାନ୍ଦିବା ବନ୍ଦ କର, ମୁଁ ଆପଣ ମାନଙ୍କ କାନ୍ଦ ଶୁଣିପାରୁଛି। ପୂରା ଦେଶ ଆପଣମାନଙ୍କ ପାଇଁ ଗର୍ବିତ।

ସୂଚନାଯୋଗ୍ୟ, ଗୁରୁବାର ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ପିଏମ୍ ମୋଦି ମଧ୍ୟ ଭାରତୀୟ ପୁରୁଷ ଟିମର କ୍ୟାପଟେନ୍ ମନପ୍ରୀତ ସିଂହ ଓ କୋଚ୍ ଗ୍ରାହାମ୍ ରିଡଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ।

The post ମୋଦିଙ୍କ ସହ କଥା ହେଉ ହେଉ କାନ୍ଦି ପକାଇଲା ମହିଳା ଟିମ୍ appeared first on Odisha Reporter.

]]>
left top, Tokyo Olympics 2021-08-06 14:57:21 https://cdn.odishareporter.in/wp-content/uploads/2021/08/06145051/modi-4.jpg
ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  https://odishareporter.in/sports/hockey/indian-women-hockey-team-defeats-in-4-3-to-great-britain-664766 Fri, 06 Aug 2021 03:15:58 +0000 https://odishareporter.in/?p=664766

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି। ବ୍ରୋଞ୍ଜ ପଦକ […]

The post ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  appeared first on Odisha Reporter.

]]>

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି।

ବ୍ରୋଞ୍ଜ ପଦକ ଲଢ଼େଇରେ ପ୍ରବେଶ କରିବା ପୂର୍ବରୁ ରାଣୀ ରାମପାଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ହକି ଟିମ୍ ଏକ ଇତିହାସ ରଚିଥିଲା। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ପାଇଁ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ କେବେ ବି ଅଲିମ୍ପିକ୍ସରେ ସେମି ଫାଇନାଲ୍‌ରେ ପ୍ରବେଶ କରି ନଥିଲା।

ଆଜି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ ପାଇଥିଲା। ତେବେ ଭାରତୀୟ ଟିମ୍‌ର ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକ୍‌ରେ ବଲ୍ ବାଜି ଏହି ଗୋଲ୍‌ଟି ହୋଇଥିଲା, ଯାହା ଦଳକୁ ନିରାଶ କରିଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା। କିନ୍ତୁ ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ। ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ଏହା ସହିତ ଦୁଇ ଦଳ ୨-୨ ସ୍ଥିତିରେ ପହଞ୍ଚି ଯାଇଥିଲେ। ଏହା ପରେ ବନ୍ଦନା କଟାରିଆ ଏକ ଗୋଲ୍ କରିଥିଲେ ଏବଂ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ୍ ହୋଇଥିଲା। ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଭାରତ ଉପରେ ଏହି ଗୋଲ୍ ଦେଇଥିଲେ ହୋଲି ୱେବ୍। ଏହା ସହିତ ଦଳ ଖେଳକୁ ୩-୩ ସ୍ଥିତିକୁ ନେଇ ଆସିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍‌ରେ ଆଗୁଆ ହୋଇଯାଇଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍‌କୁ ଆଉ ଗୋଲ୍ କରିବାକୁ ସୁଯୋଗ ଦେଇ ନଥିଲା ଭାରତୀୟ ଦଳ। କିନ୍ତୁ ଗ୍ରେଟ୍ ବ୍ରିଟେନ୍ ଉପରେ ଗୋଲ୍ ଦେବାରେ ବି ବିଫଳ ହୋଇଥିଲା। ଶେଷରେ ୪-୩ ଲିଡ୍‌ରେ ରହି ମ୍ୟାଚ୍ ଜିତି ଯାଇଥିଲା ଗ୍ରେଟ୍ ବ୍ରିଟେନ୍‌।

କିପରି ରହିଥିଲା ଟିମ୍‌ର ଟୋକିଓ ଅଲିମ୍ପିକ୍ସ ଯାତ୍ରା

ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା। ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଆଉ ତା’ପରେ କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧-୦ରେ ହରାଇଥିଲା। କିନ୍ତୁ ଅଲିମ୍ପିକ୍ସରେ ପ୍ରଥମ ଥର ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଠାରୁ ୨-୧ରେ ପରାସ୍ତ ହୋଇଯାଇଥିଲା।

The post ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  appeared first on Odisha Reporter.

]]>
right top, Tokyo Olympics 2021-08-06 12:30:17 https://cdn.odishareporter.in/wp-content/uploads/2021/08/06085151/Untitled-1-1.jpg
ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ହକି ଖେଳାଳିଙ୍କୁ ଜାତିଗତ ଆକ୍ଷେପ https://odishareporter.in/sports/hockey/hockey-player-vandana-katariyas-family-faces-casteist-slurs-after-olympic-loss-664696 Thu, 05 Aug 2021 13:34:06 +0000 https://odishareporter.in/?p=664696

ହରିଦ୍ୱାର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲରେ ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଛି। ଏବେ ଭାରତୀୟ ହକି ଟିମର ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ୍ ବ୍ରିଟେନ୍ ସହ ଲଢ଼ିବ। ହେଲେ ସେମିଫାଇନାଲରେ ହାରିବା ପରେ ଭାରତୀୟ ହକି ଟିମର ଖେଳାଳି ବନ୍ଦନା କଟାରିୟାଙ୍କ ଘର ବାହାରେ ବାଣ ଫୁଟାଇବା ସହ ଜାତିଗତ ଆକ୍ଷେପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ କହିଛନ୍ତି ଯେ ଅନେକ ଦଳିତ ଖେଳାଳି କାରଣରୁ ଭାରତୀୟ […]

The post ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ହକି ଖେଳାଳିଙ୍କୁ ଜାତିଗତ ଆକ୍ଷେପ appeared first on Odisha Reporter.

]]>

ହରିଦ୍ୱାର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲରେ ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଛି। ଏବେ ଭାରତୀୟ ହକି ଟିମର ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ୍ ବ୍ରିଟେନ୍ ସହ ଲଢ଼ିବ। ହେଲେ ସେମିଫାଇନାଲରେ ହାରିବା ପରେ ଭାରତୀୟ ହକି ଟିମର ଖେଳାଳି ବନ୍ଦନା କଟାରିୟାଙ୍କ ଘର ବାହାରେ ବାଣ ଫୁଟାଇବା ସହ ଜାତିଗତ ଆକ୍ଷେପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ କହିଛନ୍ତି ଯେ ଅନେକ ଦଳିତ ଖେଳାଳି କାରଣରୁ ଭାରତୀୟ ମହିଳା ଟିମ୍ ହାରିଲା।

ହରିଦ୍ୱାରର ରୋଶାନାବାଦ ଗାଁରେ ଫରୱାର୍ଡ ଖେଳାଳି ବନ୍ଦନା କଟାରିୟାଙ୍କ ଘର ବାହାରେ ଏହି ଘଟଣା ଘଟିଛି। ତାଙ୍କ ଭାଇ ଶେଖର କହିଛନ୍ତି ଯେ ଟିମର ପରାଜୟରେ ଆମେ ସମସ୍ତେ ଦୁଃଖୀତ। କିନ୍ତୁ ଆମ ଟିମ୍ ଲଢ଼ିକି ହାରିଥିବାରୁ ଆମେ ଗର୍ବିତ। ମ୍ୟାଚର କିଛି ସମୟ ଘର ବାହାରେ ବାଣ ଫୁଟୁଥିବା ଶୁଣିବାକୁ ପାଇଲୁ। ବାହାରେ ଯାଇ ଦେଖିଲୁ ଯେ ଗାଁର ଉଚ୍ଚ ଜାତିର ଦୁଇ ଯୁବକ ନାଚୁଥିଲେ।

ଏହି ଘଟଣାରେ ଶେଖର ପୁଲିସରେ ମାମଲା ଦାୟର କରିଛନ୍ତି। ଏହି ଅଭିଯୋଗ ଅନୁଯାୟୀ, ପରିବାର ଲୋକେ ଘର ବାହାରେ ଦେଖିବାକୁ ପାଇଲେ ଯେ କିଛି ଯୁବକ ଜାତିଆଣ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଥିଲେ। ଯୁବକମାନେ କହୁଥିଲେ ଯେ କିଛି ଦଳିତ ଖେଳାଳି କାରଣରୁ ଭାରତକୁ ଏହି ପରାଜୟ ମିଳିଲା। ଅଭିଯୁକ୍ତ କହିଛନ୍ତି ଯେ କେବଳ ହକି ନୁହେଁ, ବରଂ ପ୍ରତି ଖେଳରୁ ଦଳିତଙ୍କୁ ଦୂରେଇ ରଖିବା ଦରକାର।

ଏଫଆଇଆର୍ ମୁତାବକ, ଅଭିଯୁକ୍ତ ବନ୍ଦନାଙ୍କ ପରିବାରର ସଦସ୍ୟଙ୍କୁ ଅପମାନ କରିଛନ୍ତି ଏବଂ ଶର୍ଟ କାଢ଼ି ନାଚିଥିଲେ। ସିଡକୁଲ୍ ଥାନାର ଏସଏଚଓ ଏଲଏସ୍ ବୁଟୋଲା କହିଛନ୍ତି ଯେ ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏବେ ମାମଲାର ତଦନ୍ତ ଜାରି ରହିଛି।

The post ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ହକି ଖେଳାଳିଙ୍କୁ ଜାତିଗତ ଆକ୍ଷେପ appeared first on Odisha Reporter.

]]>
left bottom 2021-08-05 19:05:34 https://cdn.odishareporter.in/wp-content/uploads/2021/08/05190310/VANDANA-KATARIYA.jpg
ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି https://odishareporter.in/sports/hockey/pm-modi-skips-yoga-session-to-watch-india-mens-hockey-team-match-664681 Thu, 05 Aug 2021 13:10:07 +0000 https://odishareporter.in/?p=664681

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ଟିମ୍ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଭାରତ ଶେଷଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହାର ୪୧ ବର୍ଷ ପରେ ଭାରତ ପୁଣିଥରେ ହକିର ସେହି ସ୍ୱର୍ଣ୍ଣିମ ସମୟକୁ ଫେରିପାରିଛି। ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଆଜି ସକାଳୁ ସମସ୍ତଙ୍କର ନଜର ଟିଭି ଉପରେ ଲାଗି ରହିଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ […]

The post ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ଟିମ୍ ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଭାରତ ଶେଷଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହାର ୪୧ ବର୍ଷ ପରେ ଭାରତ ପୁଣିଥରେ ହକିର ସେହି ସ୍ୱର୍ଣ୍ଣିମ ସମୟକୁ ଫେରିପାରିଛି।

ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଆଜି ସକାଳୁ ସମସ୍ତଙ୍କର ନଜର ଟିଭି ଉପରେ ଲାଗି ରହିଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସବୁ ହକି ପ୍ରେମୀଙ୍କ ଭଳି ଟିଭି ଆଗରେ ବସି ରହିଥିଲେ ଏବଂ ବିଜୟ ପରେ ଖେଳାଳିଙ୍କୁ ବଧେଇ ଜଣାଇଥିଲେ।

ବଡ଼ କଥା ହେଉଛି, ସବୁ ଦିନ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଯୋଗ କରନ୍ତି। କିନ୍ତୁ ଯେତେବେଳେ ଭାରତ ଓ ଜର୍ମାନୀ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍ ଖେଳାଯାଉଥିଲା, ସେହି ସମୟରେ ପିଏମ୍ ମୋଦି ଯୋଗ ଛାଡ଼ି ମ୍ୟାଚ୍ ଦେଖୁଥିଲେ। ଇଣ୍ଡିଆ ଟୁଡେର ଖବର ଅନୁଯାୟୀ, ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଏହି ଐତିହାସିକ ମ୍ୟାଚ୍ ଦେଖିବା ପାଇଁ ପିଏମ୍ ମୋଦି ସମୟ କାଢ଼ିଥିଲେ। ଏପରିକି ପିଏମ୍ ମୋଦି ନିଜର ଯୋଗ ସେସନକୁ ଛାଡ଼ି ଦେଇଥିଲେ।

୪୧ ବର୍ଷ ପରେ ହକିରେ ପଦକ ଜିତିବାକୁ ପିଏମ୍ ମୋଦି ଐତିହାସିକ କହିଛନ୍ତି। ମୋଦି କହିଛନ୍ତି, ଆଜିର ଦିନକୁ ପ୍ରତିଟି ଭାରତୀୟ ମନେ ରଖିବ। ଏହାସହ ପିଏମ୍ ଭାରତୀୟ ପୁରୁଷ ଦଳକୁ ବଧେଇ ଜଣାଇଥିଲେ। ଭାରତର ଏହି ଉପଲବ୍ଧି ପୂରା ଦେଶକୁ, ବିଶେଷକରି ଯୁବକଙ୍କୁ ହକି ପ୍ରତି ଆକୃଷ୍ଟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଜର୍ମାନୀ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚ୍ ଜିତିବାର କିଛି ସମୟ ପରେ ଖୋଦ୍ ପିଏମ୍ ମୋଦି ମଇଦାନରେ ଉପସ୍ଥିତ ଥିବା ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହଙ୍କ ସହ କଥା ହୋଇଥିଲେ। ହଠାତ୍ ପିଏମଙ୍କ ଫୋନ୍ ଆସିବା ଦେଖି ମନପ୍ରୀତଙ୍କ ସହ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ୟାପଟେନ୍ ମନପ୍ରୀତ ଓ କୋଚ୍ ରିଡଙ୍କ ସହ ପିଏମ୍ ମୋଦିଙ୍କର କଥା ହେବାର ଭିଡିଓ ଭାଇରାଲ୍ ହୋଇଛି।

The post ଯୋଗ ଛାଡ଼ି ହକି ମ୍ୟାଚ୍ ଦେଖିଲେ ପିଏମ୍ ମୋଦି appeared first on Odisha Reporter.

]]>
left bottom, Tokyo Olympics 2021-08-05 18:40:07 https://cdn.odishareporter.in/wp-content/uploads/2021/08/05183913/pm-modi-2.jpg
‘ସାହାରା’ ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା https://odishareporter.in/sports/hockey/how-the-odisha-chief-minister-helped-the-indian-hockey-664653 Thu, 05 Aug 2021 12:17:28 +0000 https://odishareporter.in/?p=664653

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ଏହି ବିଜୟ ପରେ ସୋଶାଲ ମିଡିଆ ୟୁଜର୍ ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ସମୟ ଫେରିଆସିଲା ବୋଲି କହୁଛନ୍ତି। ସେହିପରି କିଛି ଲୋକେ ହକିକୁ ପୁଣିଥରେ ଜୀବନ୍ତ କରିଥିବାରୁ ଲୋକେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ […]

The post ‘ସାହାରା’ ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ପଦକ ଜିତିଛି। ଏହି ବିଜୟ ପରେ ସୋଶାଲ ମିଡିଆ ୟୁଜର୍ ଭାରତୀୟ ହକି ଟିମର ସ୍ୱର୍ଣ୍ଣିମ ସମୟ ଫେରିଆସିଲା ବୋଲି କହୁଛନ୍ତି। ସେହିପରି କିଛି ଲୋକେ ହକିକୁ ପୁଣିଥରେ ଜୀବନ୍ତ କରିଥିବାରୁ ଲୋକେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ମିଶି ୫ ବର୍ଷ ପାଇଁ ଚୁକ୍ତି କରିଥିଲା ଏବଂ ସମସ୍ତ ଜାତୀୟ ଟିମ୍ ଯଥା ସିନିୟର, ଜୁନିୟର, ପୁରୁଷ ଓ ମହିଳା ପାଇଁ ପାଖାପାଖି ୧୦୦ କୋଟି ଟଙ୍କାର ଡିଲ୍ କରିଥିଲା। ଏହାବ୍ୟତୀତ ଓଡ଼ିଶା ସରକାର ବିଶ୍ୱସ୍ତରୀୟ ଟ୍ରେନିଂ, ରିହ୍ୟାବ ସୁବିଧା, ପ୍ରାକ୍ଟିସ୍ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ଜରିଆରେ ହକିକୁ ନୂଆ ଜୀବନ ଦେଇଛନ୍ତି।

ଆଜି ଭାରତୀୟ ହକି ଟିମ୍ ଯେଉଁ ସଫଳତା ହାସଲ କରିଛି, ତା’ ପଛରେ ଓଡ଼ିଶା ସରକାରଙ୍କ ହାତ ରହିଥିବା ଲୋକେ କହିଛନ୍ତି। କାରଣ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ହକିରେ ବ୍ରୋଞ୍ଜ ପଦକ ଜିତିଛି। ଯୁବ ଅବସ୍ଥାରେ ମଧ୍ୟ ନବୀନ ପଟ୍ଟନାୟକ ହକି ଖେଳୁଥିଲେ। ଡୁନ୍ ସ୍କୁଲରେ ପାଠ ପଢ଼ୁଥିବା ବେଳେ ନବୀନ ଗୋଲକିପର ଭୂମିକା ତୁଲାଉଥିଲେ।

ଭାରତୀୟ ହକିର ପ୍ରାୟୋଜକ ଥିବା ସାହାରା ପୁରୁଷ ଓ ମହିଳା ଟିମକୁ ସ୍ପନସରରୁ ଓହରି ଯାଇଥିଲା। ଯାହା ପରେ ହକିକୁ କୌଣସି ସ୍ପନସର୍ ମିଳିନଥିଲା। ତେବେ ଏଭଳି ବିପଦ ସମୟରେ ହକିର ହାତ ଧରିଥିଲେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାର। ୨୦୧୮ରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ୧୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଏପରିକି ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ୍ ଓ ତତ୍କାଳୀନ ବିଜେଡି ସାଂସଦ ଦିଲୀପ ତିର୍କୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପୁରୁଷ ଓ ମହିଳା ଟିମର ପ୍ରାୟୋଜକ ହେବା ପାଇଁ ରାଜି କରାଇଥିଲେ।

୨୦୧୪ରେ ଓଡ଼ିଶାରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହକି ଉପରେ ନଜର ପଡ଼ିଥିଲା। ୨୦୧୭ରେ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରାୟୋଜକରେ କଳିଙ୍ଗ୍ ଲାନ୍ସର୍ସ କ୍ଲବ୍ ହକି ଇଣ୍ଡିଆ ଲିଗରେ ବିଜେତା ହୋଇଥିଲା। ଏହା ପରେ ଓଡ଼ିଶା ୨୦୧୮ରେ ହକି ବିଶ୍ୱକପ୍ ଆୟୋଜନ କରିଥିଲା। ସେହିପରି ୨୦୧୯ରେ ଏଫଆଇଏଚ୍ ପୁରୁଷ ସେମିଫାଇନାଲ୍ସ ଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ ଏବଂ ୨୦୨୦ରେ ଏଫଆଇଏଚ୍ ପ୍ରୋ’ଲିଗ୍ ଆୟୋଜିତ ହୋଇଥିଲା। ଆଉଏବୁ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ସମ୍ଭବ ହୋଇଛି। ୨୦୨୩ରେ ମଧ୍ୟ ଓଡ଼ିଶା ହକି ବିଶ୍ୱକପ୍ ଆୟୋଜନ କରିବ।

ଭାରତୀୟ ହକିରେ ଓଡ଼ିଶାର ଆହୁରି ମଧ୍ୟ ଅବଦାନ ରହିଛି। ଉଭୟ ଜାତୀୟ ପୁରୁଷ ଓ ମହିଳା ଟିମରେ ଓଡ଼ିଶାର ଏକାଧିକ ଖେଳାଳି ସ୍ଥାନ ପାଇଛନ୍ତି। ଟୋକିଓ ଗେମ୍ସ ପାଇଁ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପ୍ ଗ୍ରେସପ ଏକ୍କାଙ୍କୁ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ କରାଯାଇଥିଲା।

The post ‘ସାହାରା’ ଛାଡ଼ି ଦେଇଥିଲା ସାଥ୍, ହକିର ହାତ ଧରିଥିଲା ଓଡ଼ିଶା appeared first on Odisha Reporter.

]]>
centre bottom, Indian Hockey, Tokyo Olympics 2021-08-17 21:38:55 https://cdn.odishareporter.in/wp-content/uploads/2021/08/05174519/indian-team-naveen-patnaik.jpg
ପୁରୁଷ ହକିର ‘ଦି ୱାଲ୍’, ବିରୋଧୀଙ୍କ ଆକ୍ରମଣକୁ ରୋକିବା ପାଇଁ ସାଜିଥିଲେ ଢାଲ https://odishareporter.in/sports/hockey/pr-srijesh-the-great-wall-of-indian-hockey-team-664594 Thu, 05 Aug 2021 10:35:54 +0000 https://odishareporter.in/?p=664594

ନୂଆଦିଲ୍ଲୀ: ମ୍ୟାଚ୍ ଶେଷ ହେବାକୁ ବାସ୍ କେଇଟା ସେକେଣ୍ଡ ବାକି ଥିଲା। ଏଥର ପୁଣି ଭାରତୀୟ ଡିଫେନ୍ସ ଦ୍ୱାରା ହାଲୁକା ଭୁଲ ହୋଇଗଲା। ଜର୍ମାନୀକୁ ମିଳିଲା ପେନାଲ୍ଟି କର୍ଣ୍ଣର। ବଢ଼ିଗଲା ଛାତିର ସ୍ପନ୍ଦନ। ଭାରତ ପାଖରେ ୫-୪ର ଲିଡ୍ ଥିଲା। ଜର୍ମାନୀ ଯଦି ଗୋଲ୍ କରିଦେଲା, ତାହେଲେ ମୁକାବିଲା ବରାବର ହୋଇଯାଇଥାନ୍ତି ଏବଂ ପରେ ମ୍ୟାଚ୍ ଶୁଟଆଉଟକୁ ଯାଇଥାନ୍ତି। ଶୁଟଆଉଟରେ ଫଳାଫଳ କିଛି ବି ହୋଇପାରିଥାନ୍ତା। କିନ୍ତୁ ଗୋଲକିପର ପିଆର୍ ଶ୍ରୀଜେଶ୍ ୱାଲ୍ ଭଳି ଛିଡ଼ା ହୋଇଗଲେ। […]

The post ପୁରୁଷ ହକିର ‘ଦି ୱାଲ୍’, ବିରୋଧୀଙ୍କ ଆକ୍ରମଣକୁ ରୋକିବା ପାଇଁ ସାଜିଥିଲେ ଢାଲ appeared first on Odisha Reporter.

]]>

ନୂଆଦିଲ୍ଲୀ: ମ୍ୟାଚ୍ ଶେଷ ହେବାକୁ ବାସ୍ କେଇଟା ସେକେଣ୍ଡ ବାକି ଥିଲା। ଏଥର ପୁଣି ଭାରତୀୟ ଡିଫେନ୍ସ ଦ୍ୱାରା ହାଲୁକା ଭୁଲ ହୋଇଗଲା। ଜର୍ମାନୀକୁ ମିଳିଲା ପେନାଲ୍ଟି କର୍ଣ୍ଣର। ବଢ଼ିଗଲା ଛାତିର ସ୍ପନ୍ଦନ। ଭାରତ ପାଖରେ ୫-୪ର ଲିଡ୍ ଥିଲା। ଜର୍ମାନୀ ଯଦି ଗୋଲ୍ କରିଦେଲା, ତାହେଲେ ମୁକାବିଲା ବରାବର ହୋଇଯାଇଥାନ୍ତି ଏବଂ ପରେ ମ୍ୟାଚ୍ ଶୁଟଆଉଟକୁ ଯାଇଥାନ୍ତି। ଶୁଟଆଉଟରେ ଫଳାଫଳ କିଛି ବି ହୋଇପାରିଥାନ୍ତା। କିନ୍ତୁ ଗୋଲକିପର ପିଆର୍ ଶ୍ରୀଜେଶ୍ ୱାଲ୍ ଭଳି ଛିଡ଼ା ହୋଇଗଲେ। ବଲ୍ ତାଙ୍କ ଗ୍ଲୋଭ୍‌ସରେ ବାଜି ବାହାରକୁ ଚାଲିଗଲା। ଏହାରି ଭିତରେ ଫାଇନାଲ୍ ହୁଇସିଲ୍ ବାଜିଗଲା। ବାସ୍ ଏହା ପରେ ଆରମ୍ଭ ହୋଇଗଲା ବିଜୟ ସେଲିବ୍ରେସନ୍। ଭାରତୀୟ ଖେଳାଳିଙ୍କ ଜୋଶ ଊର୍ଦ୍ଧ୍ୱରେ ରହିଥିଲା ଏବଂ ସମସ୍ତେ ଶ୍ରୀଜେଶଙ୍କ ଆଡ଼କୁ ଦୌଡ଼ିଥିଲେ।

ଆମ ପାଖରେ ଅନେକ ମେଡାଲ୍ ଅଛି, କିନ୍ତୁ ଅଲିମ୍ପିକ୍ସ ମେଡାଲ୍ ନାହିଁ। ଅଲିମ୍ପିକ୍ସ ମେଡାଲ୍ ପାଇଁ ମୁଁ ନିଜ ସ୍ୱପ୍ନକୁ ତ୍ୟାଗ କରିଦେଇଛି। ଅଲିମ୍ପିକ୍ସ ଯିବା ପୂର୍ବରୁ ଶ୍ରୀଜେଶ ଏହି ବଡ଼ କଥା କହିଥିଲେ। ଯେତେବେଳେ ଭାରତ ଟୋକିଓ ପାଇଁ ଯାତ୍ରା କଲା, ହୁଏତ କେହି ଭାବିନଥିବେ ଯେ ମେଡାଲ ପାଇଁ ୪୧ ବର୍ଷ ପ୍ରତୀକ୍ଷା ଏଥର ଶେଷ ହେବ ଏବଂ ଶ୍ରୀଜେଶଙ୍କର ଅଧୁରା ସ୍ୱପ୍ନ ମଧ୍ୟ। ଏବେ ଭାରତୀୟ ପୁରୁଷ ହକି ଟିମ୍ ଟୋକିଓରେ ଇତିହାସ ରଚିସାରିଛନ୍ତି। ଏହି ଯାତ୍ରାର ହିରୋ ସାଜିଥିବା ଶ୍ରୀଜେଶଙ୍କ ଯୋଗଦାନକୁ ଆଦୌ ଭୁଲି ହେବ ନାହିଁ।

ପିଆର୍ ଶ୍ରୀଜେଶଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଟିମର ଏକ ମଜଭୁତ୍ ଢାଲ ବୋଲି କହନ୍ତି। ଭାରତୀୟ ହକି ଟିମର କ୍ୟାପଟେନ୍ ମନପ୍ରୀତ ସିଂହ ନିକଟରେ ଏକ ନ୍ୟୁଜ୍ ପୋର୍ଟାଲ ସହ ସାକ୍ଷାତକାରରେ କହିଥିଲେ ଯେ ‘ଶ୍ରୀଜେଶ ସବୁଥର ଆମକୁ ଜୀବନଦାନ ଦିଅନ୍ତି, ଏଥିପାଇଁ ଆମେ ତାଙ୍କୁ ୱାଲ୍ କହୁ। ଶ୍ରୀଜେଶ ଭାରତୀୟ ପୁରୁଷ ହକି ଟିମର ସିନିୟର ଖେଳାଳି ଏବଂ ୨୦୦୬ରୁ ଟିମର ସଦସ୍ୟ ରହିଆସିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚ୍ ହେଉ କିମ୍ବା କ୍ୱାର୍ଟର୍ ଫାଇନାଲ କିମ୍ବା ସେମିଫାଇନାଲ୍ ବଡ଼ି ମ୍ୟାଚ୍ ହେଉ, ଶ୍ରୀଜେଶ ପ୍ରତିଥର ଦେଖାଇଛନ୍ତି ଯେ ଟିମ୍ କାହିଁକି ତାଙ୍କୁ ୱାଲ୍ ବୋଲି ସମ୍ବୋଧନ କରେ। ଶ୍ରୀଜେଶଙ୍କର ଦମଦାର ଡିଫେନ୍ସ ବଳରେ ହିଁ ଭାରତ ଜର୍ମାନୀ ଉପରେ ଥରେ ଲିଡ୍ ହାସଲ କରିବା ପରେ ଆଉ ପଛକୁ ଫେରି ଚାହିଁନାହିଁ। ଶ୍ରୀଜେଶଙ୍କ ଡିଫେନ୍ସ ଦମରେ ହିଁ ଭାରତୀୟ ଟିମ୍ ଗୁରୁବାର ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି।

ଶ୍ରୀଜେଶ ଅନେକ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମର ପ୍ରତିନିଧିତ୍ୱ କରିସାରିଛନ୍ତି। ୨୦୧୬ରେ ତାଙ୍କୁ ଭାରତୀୟ ହକି ଟିମର କ୍ୟାପଟେନ୍ କରାଯାଇଥିଲା। ରିଓ ଅଲିମ୍ପିକ୍ସରେ ତାଙ୍କ ନେତୃତ୍ୱରେ ଭାରତ କ୍ୱାର୍ଟର୍ ଫାଇନାଲରେ ପହଞ୍ଚିଥିଲା। ସେହିପରି ତାଙ୍କ କ୍ୟାପଟେନ୍ସିରେ ଭାରତୀୟ ଟିମ୍ ୨୦୧୬ରେ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ଜିତିଥିଲା। ଏହାବ୍ୟତୀତ ୨୦୧୧ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଶ୍ରୀଜେଶ ପାକିସ୍ତାନ ବିପକ୍ଷରେ ଦୁଇଟି ପେନାଲ୍ଟି ଷ୍ଟ୍ରୋକ୍ ରୋକି ଭାରତକୁ ଟାଇଟଲ୍ ଜିତାଇଥିଲେ।

୨୦୧୪ ଓ ୨୦୧୮ ଚାମ୍ପିୟନ୍ସ ଟ୍ରଫିରେ ସେ ‘ଗୋଥକିପର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ଶ୍ରୀଜେଶ ପିଲାଦିନରୁ ଭଲିବଲ୍ ଓ ଲଙ୍ଗଜମ୍ପରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ପରେ ସେ ହକିରେ କ୍ୟାରିୟର ଗଢ଼ିଥିଲେ। ପରେ ସେ ଭାରତୀୟ ଜୁନିୟର ହକି ଟିମରେ ସ୍ଥାନ ପାଇଥିଲେ। ଏହା ପରଠାରୁ ଶ୍ରୀଜେଶ ଆଉ ପଛକୁ ଚାହିଁ ନାହାନ୍ତି। ହକିରେ ତାଙ୍କର ଯୋଗଦାନ ପାଇଁ ଶ୍ରୀଜେଶଙ୍କୁ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

The post ପୁରୁଷ ହକିର ‘ଦି ୱାଲ୍’, ବିରୋଧୀଙ୍କ ଆକ୍ରମଣକୁ ରୋକିବା ପାଇଁ ସାଜିଥିଲେ ଢାଲ appeared first on Odisha Reporter.

]]>
left top 2021-08-05 16:05:54 https://cdn.odishareporter.in/wp-content/uploads/2021/08/05160404/pr-sreejesh.jpg
ମଇଦାନରେ ଥିଲେ କ୍ୟାପଟେନ୍ ଓ କୋଚ୍: ହଠାତ୍ ଆସିଲା ପିଏମଙ୍କ ଫୋନ୍, ଭିଡିଓ ଭାଇରାଲ୍ https://odishareporter.in/sports/hockey/pm-narendra-modi-speaks-with-coach-and-captain-664547 Thu, 05 Aug 2021 07:24:37 +0000 https://odishareporter.in/?p=664547

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଦୀର୍ଘ ଚାରି ଦଶନ୍ଧିର ଖାଲି ସ୍ଥାନ ପୂରଣ କରିଛି। ସେମିଫାଇନାଲରେ ବେଲଜିୟମ ନିକଟରୁ ହାରିଥିବା ଭାରତୀୟ ଟିମ୍ ଗୁରୁବାର ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଇତିହାସ ପୃଷ୍ଠାରେ ପୁଣି ନିଜକୁ ସାମିଲ କରିଛି। ଏହି ଐତିହାସିକ ମୁହୂର୍ତ୍ତର ମୁକସାଖୀ ହୋଇଛନ୍ତି ୧୩୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟବାସୀ। ଭାରତ ପାଇଁ ବ୍ରୋଞ୍ଜ ପଦକର ମୂଲ୍ୟ କ’ଣ, ତାହା ଦେଶର […]

The post ମଇଦାନରେ ଥିଲେ କ୍ୟାପଟେନ୍ ଓ କୋଚ୍: ହଠାତ୍ ଆସିଲା ପିଏମଙ୍କ ଫୋନ୍, ଭିଡିଓ ଭାଇରାଲ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଦୀର୍ଘ ଚାରି ଦଶନ୍ଧିର ଖାଲି ସ୍ଥାନ ପୂରଣ କରିଛି। ସେମିଫାଇନାଲରେ ବେଲଜିୟମ ନିକଟରୁ ହାରିଥିବା ଭାରତୀୟ ଟିମ୍ ଗୁରୁବାର ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଇତିହାସ ପୃଷ୍ଠାରେ ପୁଣି ନିଜକୁ ସାମିଲ କରିଛି। ଏହି ଐତିହାସିକ ମୁହୂର୍ତ୍ତର ମୁକସାଖୀ ହୋଇଛନ୍ତି ୧୩୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟବାସୀ। ଭାରତ ପାଇଁ ବ୍ରୋଞ୍ଜ ପଦକର ମୂଲ୍ୟ କ’ଣ, ତାହା ଦେଶର ପ୍ରତିଟି ନାଗରିକ ଜାଣିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାର ବାର୍ତ୍ତା ଦେଉଛନ୍ତି। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଆରା ଢଙ୍ଗରେ ଭାରତୀୟ ପୁରୁଷ ହକିକୁ ବଧେଇ ଜଣାଇଛନ୍ତି।

ଜର୍ମାନୀ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚ୍ ଜିତିବାର କିଛି ସମୟ ପରେ ଖୋଦ୍ ପିଏମ୍ ମୋଦି ମଇଦାନରେ ଉପସ୍ଥିତ ଥିବା ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହଙ୍କ ସହ କଥା ହୋଇଛନ୍ତି। ହଠାତ୍ ପିଏମଙ୍କ ଫୋନ୍ ଆସିବା ଦେଖି ମନପ୍ରୀତଙ୍କ ସହ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ୟାପଟେନ୍ ମନପ୍ରୀତ ଓ କୋଚ୍ ରିଡଙ୍କ ସହ ପିଏମ୍ ମୋଦିଙ୍କର କଥା ହେବାର ଭିଡିଓ ଭାଇରାଲ୍ ହୋଇଛି।

ସାଇ ମିଡିଆର ତା’ର ଅଫିସିଆଲ୍ ଟ୍ୱିଟର୍ ପେଜରେ ଏହି ଭିଡିଓ ଶେଆର୍ କରିଛି। ଯେଉଁଥିରେ ଲେଖାଯାଇଛି ଯେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ୍ ଓ କୋଚ୍‌ଙ୍କ ନିକଟରୁ ଏକ ସରପ୍ରାଇଜ୍ ଫୋନ୍ କଲ ଆସିଥିଲା। ଏହି ଫୋନ୍ ଆଉ କେହି ନୁହଁନ୍ତି ବରଂ ପିଏମ୍ ମୋଦି କରିଥିଲେ। ପ୍ରାୟ ୨ ମିନିଟ୍ ୧୫ ସେକେଣ୍ଡ ଧରି ପିଏମ୍ ମୋଦି ଭାରତୀୟ କ୍ୟାପଟେନ୍ ଓ କୋଚଙ୍କ ସହ କଥା ହୋଇଥିଲେ।

ପିଏମ୍ ମୋଦି ପ୍ରଥମେ ମନପ୍ରୀତଙ୍କ ସହ କଥା ହୋଇଥିଲେ ଏବଂ ଏହା ପରେ ଟିମର ଅନ୍ୟ ଜଣେ ସଦସ୍ୟଙ୍କ ସହ କଥା ହୋଇଥିଲେ। ଶେଷରେ ପିଏମ୍ କୋଚଙ୍କ ସହ ମଧ୍ୟ କଥା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ, ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ବ୍ରୋଞ୍ଜ ପଦକ ମ୍ୟାଚ୍ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଜର୍ମାନୀ ଟିମ୍ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା ଏବଂ ଭାରତକୁ ବରାବର ଟକ୍କର ଦେଇଥିଲେ। କିନ୍ତୁ ଭାରତ ତା’ର ଅଗ୍ରଣୀକୁ ବଜାୟ ରଖି ମୁକାବିଲାକୁ ଜିତି ନେଇଥିଲା।

The post ମଇଦାନରେ ଥିଲେ କ୍ୟାପଟେନ୍ ଓ କୋଚ୍: ହଠାତ୍ ଆସିଲା ପିଏମଙ୍କ ଫୋନ୍, ଭିଡିଓ ଭାଇରାଲ୍ appeared first on Odisha Reporter.

]]>
centre bottom 2021-08-05 12:54:37 https://cdn.odishareporter.in/wp-content/uploads/2021/08/05125321/pm-modi-1.jpg
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ https://odishareporter.in/sports/hockey/india-wins-bronze-in-tokyo-olympics-664433 Thu, 05 Aug 2021 03:17:37 +0000 https://odishareporter.in/?p=664433

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚାରି ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ପଦକ। ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି। ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି ଭାରତୀୟ ଦଳ। ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। […]

The post ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଚାରି ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ପଦକ। ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି। ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି ଭାରତୀୟ ଦଳ। ଏହି ଐତିହାସିକ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତ ପକ୍ଷରୁ ଆଜି ସିମରନଜୀତ୍ ସିଂହ (୧୭ଶ, ୩୪ତମ ମିନିଟ୍‌ରେ) ଦୁଇଟି ଗୋଲ କରିଥିବା ବେଳେ ହାର୍ଦ୍ଦିକ ସିଂହ (୨୭ତମ ମିନିଟ୍‌), ହରମନପ୍ରୀତ୍ ସିଂହ (୨୯ତମ ମିନିଟ୍‌) ଓ ରୁପିନ୍ଦର ପଲ୍‌ (୩୧ତମ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ଦେଇଥିଲା ପ୍ରଥମ ଗୋଲ୍‌। ଏହା ପରେ ଜର୍ମାନୀ ୪ଟି ପେନାଲ୍‌ଟି କର୍ଣ୍ଣର ମଧ୍ୟ ପାଇଥିଲା। ତେବେ ସେଗୁଡ଼ିକୁ ଗୋଲରେ ପରିଣତ କରିପାରି ନଥିଲା। ଭାରତ ପକ୍ଷରୁ ବି କୌଣସି ଗୋଲ୍ ହୋଇ ନଥିଲା। ଫଳରେ ପ୍ରଥମ କ୍ୱାର୍ଟରରେ ଭାରତ ୦-୧ରେ ପଛୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ। ସିମରନଜୀନ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ଆଉ ଏହା ସହିତ ଦୁଇ ଦଳ ବରାବର ସ୍ଥିତିରେ ପହଞ୍ଚି ଯାଇଥିଲେ। କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇଥିଲା ଏବଂ ୩-୧ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ଆଉ ଦୁଇଟି ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଦୁଇ ମିନିଟ୍ ବ୍ୟବଧାନରେ ଏହି ଦୁଇଟି ଗୋଲ୍ ହୋଇଥିଲା।  ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଏହି ଦୁଇଟି ଗୋଲ୍ ଦେଇଥିଲେ। ଆଉ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇ ଦଳ ୩-୩ରେ ରହିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତର ଦବଦବା ଦେଖିବାକୁ ମିଳିଥିଲା। ଏହି କ୍ୱାର୍ଟରରେ ରୁପିନ୍ଦର ପଲ୍ ପ୍ରଥମେ ଏକ ଗୋଲ୍ ଦେଇଥିଲେ। ସେ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା। ଏହାର ୩ ମିନିଟ୍‌ ପରେ ଦଳ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସିମରନଜୀତ୍ ସିଂହ ଏହି ଗୋଲ୍‌ଟି ଦେଇଥିଲେ ଓ ଏହା ଥିଲା ଏହି ମ୍ୟାଚ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍‌। ଏହା ସହିତ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳ ୫-୩ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଓ ମ୍ୟାଚ୍‌କୁ ୪-୫ ସ୍ଥିତିକୁ ନେଇଯାଇଥିଲା। କିନ୍ତୁ ତା’ପରେ ଆଉ ଗୋଲ୍ କରିବାକୁ ସଫଳ ହୋଇନଥିଲା ଜର୍ମାନୀ। ଭାରତ ପକ୍ଷରୁ ବି ଏହି କ୍ୱାର୍ଟରରେ ଆଉ କୌଣସି ଗୋଲ୍ ହୋଇ ନଥିଲା। ଖେଳ ଶେଷ ହେବାକୁ ଆଉ ୬.୮ ସେକେଣ୍ଡ ଥିବା ବେଳେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଏହାକୁ ଗୋଲ୍‌ରେ ପରିଣତ କରିପାରି ନଥିଲା।  ଆଉ ଶେଷରେ ଭାରତୀୟ ଦଳ ବିଜୟୀ ହୋଇଥିଲା।

କେବଳ ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମଠୁ ହାରିଲା

ଚଳିତ ଅଲିମ୍ପିକ୍ସର ପୁଲ୍‌ ଏ’ରେ ଥିଲା ଭାରତୀୟ ଦଳ। ପୁଲ୍‌ ସ୍ତରରେ ୫ଟି ମ୍ୟାଚ୍ ଖେଳି ଦଳ ୪ଟିରେ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୭-୧ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲେ ହେଁ ଏହାର ମନୋବଳ ହ୍ରାସ ପାଇ ନଥିଲା। ଦଳ ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଥିଲା। କ୍ୱାର୍ଟର ଫାଇନାଲ୍‌ରେ ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ ରେ ପରାସ୍ତ କରି ୪୯ ବର୍ଷ ପରେ ଅଲିମ୍ପିକ୍ସରେ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଥିଲା। ତେବେ ସେମି ଫାଇନାଲ୍‌ରେ ବେଲଜିୟମ ଠାରୁ ୨-୫ରେ ହାରିଯାଇଥିଲା। ଫଳରେ ଅଲିମ୍ପିକ୍ସରେ ଦଳର ୯ମ ସ୍ୱର୍ଣ୍ଣ ପଦକ ଆଶା ପୂରଣ ହୋଇପାରି ନଥିଲା। ଏହା ପରେ ଆଜି ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଦଳ ଜର୍ମାନୀକୁ ପରାସ୍ତ କରିଛି।

ଅଲିମ୍ପିକ୍ସରେ ତୃତୀୟ ବ୍ରୋଞ୍ଜ ପଦକ

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏଯାବତ୍‌ ମୋଟ ୧୨ଟି ପଦକ ପାଇଛି। ସେଥିମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ ପଦକ। ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା। ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି।

The post ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ appeared first on Odisha Reporter.

]]>
centre top, Tokyo Olympics 2021-08-05 12:46:02 https://cdn.odishareporter.in/wp-content/uploads/2021/08/05105011/iii.jpg
ମ୍ୟାଚ୍ ହାରିବା ପରେ ଅଧିନାୟକ ଓ କୋଚଙ୍କ ସହ କଥା ହେଲେ ମୋଦି https://odishareporter.in/sports/hockey/pm-modi-speaks-with-rani-rampal-and-sjoerd-marijne-664385 Wed, 04 Aug 2021 14:44:02 +0000 https://odishareporter.in/?p=664385

ଟୋକିଓ: ଭଲ ଖେଳ ପ୍ରଦର୍ଶନ କରି ମଧ୍ୟ ଚଳିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ବାଦ ପଡ଼ିଛି ଭାରତୀୟ ମହିଳା ହକି ଦଳ। ସେମି ଫାଇନାଲରେ ଆର୍ଜେଣ୍ଟିନା ଠାରୁ ୨-୧ରେ ଭାରତୀୟ ଦଳ ହାରିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ତଥାପି ଦଳ ପାଖରେ ମେଡାଲ ଜିତିବାର ସୁଯୋଗ ରହିଛି। ସେମିରେ ଦଳ ହାରି ଥିବାରୁ ବ୍ରିଟେନ ସହ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ। ଦଳ ଆଜି ମ୍ୟାଚ୍‌ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

The post ମ୍ୟାଚ୍ ହାରିବା ପରେ ଅଧିନାୟକ ଓ କୋଚଙ୍କ ସହ କଥା ହେଲେ ମୋଦି appeared first on Odisha Reporter.

]]>

ଟୋକିଓ: ଭଲ ଖେଳ ପ୍ରଦର୍ଶନ କରି ମଧ୍ୟ ଚଳିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ବାଦ ପଡ଼ିଛି ଭାରତୀୟ ମହିଳା ହକି ଦଳ। ସେମି ଫାଇନାଲରେ ଆର୍ଜେଣ୍ଟିନା ଠାରୁ ୨-୧ରେ ଭାରତୀୟ ଦଳ ହାରିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ତଥାପି ଦଳ ପାଖରେ ମେଡାଲ ଜିତିବାର ସୁଯୋଗ ରହିଛି। ସେମିରେ ଦଳ ହାରି ଥିବାରୁ ବ୍ରିଟେନ ସହ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବ।

ଦଳ ଆଜି ମ୍ୟାଚ୍‌ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ରାଣୀ ରାମପଲ ଓ କୋଚ୍ ଜୋଏଡ ମାରିନଙ୍କ ସହ କଥା ହୋଇଛନ୍ତି। ମ୍ୟାଚ ହାରିବା ପରେ ସେମାନଙ୍କ ମନୋବଳ ବଢ଼ାଇବାକୁ ମୋଦି ଫୋନ କରିଥିଲେ। ଟୋକିଓ ୨୦୨୦ରେ ଭାରତୀୟ ମହିଳା ଦଳ ଯେଉଁଭଳି ପ୍ରଦର୍ଶନ କରିଛି, ତାହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମଧ୍ୟ ମୋଦି ସେମାନଙ୍କୁ କହିଛନ୍ତି।


ମୋଦି ଫୋନରେ ରାଣୀ ଓ ମାରିନଙ୍କୁ କହିଛନ୍ତି ଯେ ମହିଳା ଟିମ୍‌ ପାଖରେ ଦକ୍ଷ ଆଥଲେଟ ରହିଛନ୍ତି। ସେମାନେ କଠିନ ପରିଶ୍ରମ କରୁଛନ୍ତି। ଏବେ ଆଗକୁ ଦେଖିବାର ଅଛି। ହାରିବା ଓ ଜିତିବା ଖେଳର ଗୋଟିଏ ଅଂଶ। ତେଣୁ ସେମାନେ ଆଦୌ ଭାଙ୍ଗି ପଡ଼ିବା କଥା ନୁହେଁ ବୋଲି ମୋଦି ଉଭୟଙ୍କୁ କହିଛନ୍ତି।

ଏହାବାଦ୍‌ ମୋଦି ଟ୍ୱିଟ ଯୋଗେ ମହିଳା ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଆମ ହକି ଟିମ୍‌ର ପ୍ରଦର୍ଶନ ଯୋଗୁ ଆମେ ଟୋକିଓ ଅଲିମ୍ପିକ୍ସ ୨୦୨୦କୁ ମନେ ରଖିବୁ। ଆଜି ଓ ପୂରା ଗେମ୍ସରେ ଆମ ମହିଳା ହକି ଟିମ୍ ଅତ୍ୟନ୍ତ ସାହାସ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ଟିମ୍ ପାଇଁ ଆମେ ସମସ୍ତେ ଗର୍ବିତ। ଆସନ୍ତା ମ୍ୟାଚ୍‌ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ବୋଲି ମୋଦି କହିଛନ୍ତି।

The post ମ୍ୟାଚ୍ ହାରିବା ପରେ ଅଧିନାୟକ ଓ କୋଚଙ୍କ ସହ କଥା ହେଲେ ମୋଦି appeared first on Odisha Reporter.

]]>
left bottom, Tokyo Olympics 2021-08-04 20:14:02 https://cdn.odishareporter.in/wp-content/uploads/2021/08/04201334/Hockey.jpg2_.jpg
ଅଧାରେ ରହିଲା ସ୍ୱର୍ଣ୍ଣ ଲଢ଼େଇର ଆଶା, ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ https://odishareporter.in/sports/hockey/argentina-beat-india-in-womens-hockey-semi1-664322 Wed, 04 Aug 2021 11:35:21 +0000 https://odishareporter.in/?p=664322

ଟୋକିଓ: ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଟିମ୍‌ର ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ଅଧାରେ ରହି ଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ହରାଇ ପ୍ରଥମଥର ସେମିରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ହାରି ଯାଇଛି। ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା ଚଳିତ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ଆଜି ବାଦ୍‌ ପଡ଼ିଛି ସତ। କିନ୍ତୁ ପ୍ରଥମଥର ସେମିରେ ପ୍ରବେଶ କରି […]

The post ଅଧାରେ ରହିଲା ସ୍ୱର୍ଣ୍ଣ ଲଢ଼େଇର ଆଶା, ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>

ଟୋକିଓ: ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଟିମ୍‌ର ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ଅଧାରେ ରହି ଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ହରାଇ ପ୍ରଥମଥର ସେମିରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ହାରି ଯାଇଛି। ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା ଚଳିତ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଛି।

ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଲଢ଼େଇରୁ ଆଜି ବାଦ୍‌ ପଡ଼ିଛି ସତ। କିନ୍ତୁ ପ୍ରଥମଥର ସେମିରେ ପ୍ରବେଶ କରି ଇତିହାସ ରଚିଥିବା ରାଣୀ ରାମପାଲଙ୍କ ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ। ଭାରତ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଲଢ଼େଇ କରିବ। ଏହି ମ୍ୟାଚ୍‌ଟି ଅଗଷ୍ଟ ୬ ତାରିଖ ସକାଳ ୭ଟାରେ ଅନୁଷ୍ଠିତ ହେବ।

ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରିଥିଲା। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ମ୍ୟାଚ୍‌ର ୨ୟ ମିନିଟ୍‌ରେ ଦଳକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୁରଜିତ କୌର ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ଆର୍ଜେଣ୍ଟିନା ଏହାକୁ ପରିଶୋଧ କରିବାକୁ ଅନେକ ଚେଷ୍ଟା କରିଥିଲେ ହେଁ ସଫଳ ହୋଇଥିଲା। ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା।

କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନା ଗିୟର ବଦଳାଇ କାଉଣ୍ଟର ଆଟାକ କରିଥିଲା। ଏହାର ଫାଇଦା ଦଳକୁ ୧୮ତମ ମିନିଟ୍‌ରେ ମିଳିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମାରିଆ ଗୋଲର ପରିଣତ କରି ସ୍ଥିତି ବାରବର କରିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତକୁ ଆକ୍ରମଣ ପାଇଁ କୌଣସି ସୁଯୋଗ ମିଳି ନଥିଲା। ଆର୍ଜେଣ୍ଟିନା ଏକାଧିକ ଥର ହମଲା କରି ପିସି ପରେ ପିସି ଅର୍ଜନ କରିଥିଲା। ପ୍ରଥମେ ଭାରତ ଏହା ଅଟକାଇବାକୁ ସକ୍ଷମ ହୋଇଥିଲା। କିନ୍ତୁ ୩୬ତମ ମିନିଟ୍‌ରେ ମାରିଆ ପୁଣିଥରେ ଗୋଲ ଦେଇ ସ୍ଥିତିକୁ ୨-୧ କରି ଦେଇଥିଲେ। ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୧ ରହିଥିଲା।

୪ର୍ଥ କ୍ୱାର୍ଟରରେ ଭାରତ ଆକ୍ରମଣ କରିବା ସହ ଲଗାତର ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। କିନ୍ତୁ ଆର୍ଜେଣ୍ଟିନାର ଗୋଲ କିପର ଭାରତର ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲେ। ମ୍ୟାଚ୍‌ ସରିବାକୁ ୧୭ ସେକେଣ୍ଡ ବାକି ଥିବା ବେଳେ ଭାରତ ଚମତ୍କାର ଡିଫ୍ଲେସନ କରିଥିଲା। ହେଲେ ଆର୍ଜେଣ୍ଟିନା ଗୋଲ କିପର ଏହାକୁ ଅଟକାଇ ଦେଇଥିଲେ। ଭାରତ ପିସି ପାଇଁ ଭିଡିଓ ରେଫରାଲ ନେଇଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା।

ଶେଷରେ ଆର୍ଜେଣ୍ଟିନା ମହିଳା ଦଳ ୨-୧ରେ ଭାରତକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା।

The post ଅଧାରେ ରହିଲା ସ୍ୱର୍ଣ୍ଣ ଲଢ଼େଇର ଆଶା, ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>
centre top 2021-08-04 17:10:53 https://cdn.odishareporter.in/wp-content/uploads/2021/08/04170553/Hockey1.jpg
ବ୍ରୋଞ୍ଜ ପାଇଁ ଜର୍ମାନୀ ସହ ଲଢ଼ିବ ଭାରତ https://odishareporter.in/sports/hockey/indian-mens-team-to-play-germany-in-hockey-bronze-play-off-at-tokyo-664064 Tue, 03 Aug 2021 12:27:40 +0000 https://odishareporter.in/?p=664064

ଟୋକିଓ: ଭାରତୀୟ ପୁରୁଷ ହକି ଟିମର ଫାଇନାଲ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି। ମଙ୍ଗଳବାର ପୁରୁଷ ଟିମ୍ ସେମିଫାଇନାଲରେ ବେଲଜିୟମ ନିକଟରୁ ୨-୫ ଗୋଲରେ ହାରି ସ୍ୱର୍ଣ୍ଣ ପଦକ ମୁକାବିଲାରୁ ବଞ୍ଚିତ ହୋଇଛି। ଏହି ପରାଜୟ ସହ ୪୧ ବର୍ଷ ପରେ ଭାରତର ଅଲିମ୍ପିକ୍ସ ଫାଇନାଲ୍ ଖେଳିବା ସ୍ୱପ୍ନ ମଧ୍ୟ ଚୁରମାର୍ ହୋଇଯାଇଛି। ଏବେ ଭାରତ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ସାମ୍ନା ଜର୍ମାନୀ ସହ ହେବ। ଜର୍ମାନୀ ଟିମ୍ ସେମିଫାଇନାଲରେ […]

The post ବ୍ରୋଞ୍ଜ ପାଇଁ ଜର୍ମାନୀ ସହ ଲଢ଼ିବ ଭାରତ appeared first on Odisha Reporter.

]]>

ଟୋକିଓ: ଭାରତୀୟ ପୁରୁଷ ହକି ଟିମର ଫାଇନାଲ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି। ମଙ୍ଗଳବାର ପୁରୁଷ ଟିମ୍ ସେମିଫାଇନାଲରେ ବେଲଜିୟମ ନିକଟରୁ ୨-୫ ଗୋଲରେ ହାରି ସ୍ୱର୍ଣ୍ଣ ପଦକ ମୁକାବିଲାରୁ ବଞ୍ଚିତ ହୋଇଛି। ଏହି ପରାଜୟ ସହ ୪୧ ବର୍ଷ ପରେ ଭାରତର ଅଲିମ୍ପିକ୍ସ ଫାଇନାଲ୍ ଖେଳିବା ସ୍ୱପ୍ନ ମଧ୍ୟ ଚୁରମାର୍ ହୋଇଯାଇଛି। ଏବେ ଭାରତ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ସାମ୍ନା ଜର୍ମାନୀ ସହ ହେବ। ଜର୍ମାନୀ ଟିମ୍ ସେମିଫାଇନାଲରେ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ ଠାରୁ ୧-୩ରେ ଗୋଲରେ ପରାସ୍ତ ହୋଇଛି। ବିଜୟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା ବେଲଜିୟମ ସହ ହେବ। ଉଭୟ ଫାଇନାଲ୍ ଓ ବ୍ରୋଞ୍ଜ ପଦକ ମ୍ୟାଚ୍ ଗୁରୁବାର ଖେଳାଯିବ।

ଅଲିମ୍ପିକ୍ସରେ ଭାରତର ରେକର୍ଡ ସବୁ ଦଳ ଅପେକ୍ଷା ଯଥେଷ୍ଟ ଉନ୍ନତ ରହିଛି। ଭାରତ ଅଲିମ୍ପିକ୍ସ ଇତିହାସରେ ୮ଥର ସ୍ୱର୍ଣ୍ଣ, ଥରେ ରୌପ୍ୟ ଏବଂ ଦୁଇଥର ବ୍ରୋଞ୍ଜ ପଦକ ଜିତିଛି। ଅନ୍ୟପକ୍ଷରେ ଜର୍ମାନୀ ଟିମ୍ ଅଲିମ୍ପିକ୍ସରେ ୪ଥର ସ୍ୱର୍ଣ୍ଣ, ତିନିଥର ରୌପ୍ୟ ଏବଂ ଚାରିଥର ବ୍ରୋଞ୍ଜ ପଦକ ଜିତିଛି। ଜର୍ମାନୀ ଟିମ୍ ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲା। ତା’ର ଏହାର ପୂର୍ବ ଦୁଇ ସଂସ୍କରଣ ଅର୍ଥାତ୍ ୨୦୦୮ ଓ ୨୦୧୨ ସଂସ୍କରଣରେ ଜର୍ମାନୀ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହି ଦୃଷ୍ଟିରୁ ଜର୍ମାନୀ ବିପକ୍ଷ ମୁକାବିଲା ଭାରତ ପାଇଁ କଷ୍ଟସାଧ୍ୟ ହୋଇପାରେ।

ଚଳିତ ଅଲିମ୍ପିକ୍ସରେ ଯଦି ଉଭୟ ଭାରତ ଓ ଜର୍ମାନୀ ଟିମର ପ୍ରଦର୍ଶନ ଉପରେ ନଜର ପକାଇବା, ତାହେଲେ ଭାରତ ସାମାନ୍ୟ ଆଗରେ ରହିଛି। ଜର୍ମାନୀ ଗ୍ରୁପ୍ ପର୍ଯ୍ୟାୟରେ ୫ଟି ମୁକାବିଲାରୁ ୩ଟିର ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା। କ୍ୱାର୍ଟର୍ ଫାଇନାଲରେ ଜର୍ମାନୀ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲା।

ଅନ୍ୟପକ୍ଷରେ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ନିକଟରୁ ୧-୭ ଗୋଲରେ ହାରିବାକୁ ଛାଡ଼ି ଦେଲେ ଭାରତ ବାକି ସବୁ ମ୍ୟାଚରେ ଉଚ୍ଚକୋଟୀର ଖେଳ ଦେଖାଇଥିଲା। ଏହି କାରଣରୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ ବିଜୟ ସହ ଦ୍ୱିତୀୟ ସ୍ଥାନରେ ନକଆଉଟକୁ ଉନ୍ନୀତ ହୋଇଥିଲା। କ୍ୱାର୍ଟର୍ ଫାଇନାଲରେ ଭାରତ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ୪୯ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ତେଣୁ ଚଳିତ ଅଲିମ୍ପିକ୍ସ ପ୍ରଦର୍ଶନ ଭିତ୍ତିରେ ଭାରତ ଜର୍ମାନୀଠାରୁ ସାମାନ୍ୟ ଆଗରେ ରହିଛି।

The post ବ୍ରୋଞ୍ଜ ପାଇଁ ଜର୍ମାନୀ ସହ ଲଢ଼ିବ ଭାରତ appeared first on Odisha Reporter.

]]>
left bottom 2021-08-03 18:14:48 https://cdn.odishareporter.in/wp-content/uploads/2021/08/03175628/indian-hockey.jpg
ଫାଇନାଲ୍‌ରେ ପହଞ୍ଚି ପାରିଲାନି ଭାରତୀୟ ପୁରୁଷ ହକି ଟିମ୍‌, ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ https://odishareporter.in/sports/hockey/india-loses-a-semifinal-match-in-5-2-to-belgium-663878 Tue, 03 Aug 2021 03:36:25 +0000 https://odishareporter.in/?p=663878

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଫାଇନାଲ୍‌ ପହଞ୍ଚି ପାରିଲା ନାହିଁ ଭାରତୀୟ ପୁରୁଷ ହକି ଟିମ୍। ଆଜି ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ବେଲଜିୟମ୍‌ ଠାରୁ ହାରି ଯାଇଛି। ଭାରତକୁ ୫-୨ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ବେଲ୍‌ଜିୟମ। ସ୍ୱର୍ଣ୍ଣ ପଦକ ଆଶା ଧୂଳିସାତ୍ ହେବା ପରେ ଭାରତୀୟ ଟିମ୍ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଅନ୍ୟ ସେମି ଫାଇନାଲ୍ ମ୍ୟାଚ୍‌ଟି ହେବାକୁ ଥିବା ବେଳେ ସେଥିରୁ […]

The post ଫାଇନାଲ୍‌ରେ ପହଞ୍ଚି ପାରିଲାନି ଭାରତୀୟ ପୁରୁଷ ହକି ଟିମ୍‌, ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଫାଇନାଲ୍‌ ପହଞ୍ଚି ପାରିଲା ନାହିଁ ଭାରତୀୟ ପୁରୁଷ ହକି ଟିମ୍। ଆଜି ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ବେଲଜିୟମ୍‌ ଠାରୁ ହାରି ଯାଇଛି। ଭାରତକୁ ୫-୨ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ବେଲ୍‌ଜିୟମ।

ସ୍ୱର୍ଣ୍ଣ ପଦକ ଆଶା ଧୂଳିସାତ୍ ହେବା ପରେ ଭାରତୀୟ ଟିମ୍ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଅନ୍ୟ ସେମି ଫାଇନାଲ୍ ମ୍ୟାଚ୍‌ଟି ହେବାକୁ ଥିବା ବେଳେ ସେଥିରୁ ଯେଉଁ ଟିମ୍ ହାରିବ, ତା’ସହିତ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ ଭାରତୀୟ ଦଳ। ଅଗଷ୍ଟ ୫ ତାରିଖରେ ଏହି ମ୍ୟାଚ୍ ଖେଳାଯିବ।

ଆଜି ମ୍ୟାଚ୍‌ରେ ପ୍ରଥମ ଗୋଲ୍ ଦେଇଥିଲା ବେଲଜିୟମ। ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଦଳ ଦେଇଥିଲା ପ୍ରଥମ ଗୋଲ୍‌। ଦଳ ପାଇଥିବା ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା। ଲୋଇକ୍ ଲୁପେର୍ଟ ଏହି ଗୋଲ୍ ଦେଇଥିଲେ। ଏହା ସହିତ ଦଳ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ସପ୍ତମ ମିନିଟ୍‌ରେ ସ୍ଥିତି ବରାବର କରି ଦେଇଥିଲା ଭାରତୀୟ ଦଳ। ଏକ ପେନାଲ୍‌ଟି କର୍ଣ୍ଣରକୁ ଦଳ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା। ଏହି ଗୋଲ୍‌ଟି ଦେଇଥିଲେ ହରମନପ୍ରୀତ୍ ସିଂହ। ଏହା ପରେ ପରେ ଭାରତ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ଏହି ଗୋଲ୍‌ଟି ଦେଇଥିଲେ ମନଦୀପ ସିଂହ। ଏହା ସହିତ ଭାରତ ପ୍ରଥମ କ୍ୱାର୍ଟରେ ୨-୧ରେ ଆଗୁଆ ରହିଥିଲା।

ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଭାବଶାଳୀ ହୋଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଖେଳ ବଦଳି ଥିଲା। ୧୯ଶ ମିନିଟ୍‌ରେ ବେଲିଜୟମ ତରଫରୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଆଉ ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ସ୍ଥିତି ବରାବର ହୋଇଯାଇଥିଲା। ୨-୨ରେ ଦ୍ୱିତୀୟ କ୍ୱାର୍ଟର ଶେଷ ହୋଇଥିଲା।  ତୃତୀୟ କ୍ୱାର୍ଟର ବି ୨-୨ରେ ଶେଷ ହୋଇଥିଲା। କିନ୍ତୁ ଶେଷ ୧୫ ମିନିଟ୍‌ରେ ବେଲ୍‌ଜିୟମ ଭାରତ ଉପରେ ୩ଟି ଗୋଲ୍ ଦେଇଥିଲା। ଏଥିରୁ ଗୋଟିଏ ଖେଳର ଶେଷତମ ମିନିଟ୍‌ରେ ହୋଇଥିଲା। ବେଲ୍‌ଜିୟମ ପକ୍ଷରୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ତିନୋଟି ଗୋଲ ଦେଇଥିବା ବେଳେ ସେଥିରୁ ଦୁଇଟି ଶେଷ ୧୫ ମିନିଟ୍‌ରେ (୪୯ତମ, ୫୩ ତମ ମିନିଟ୍‌ରେ) ଦେଇଥିଲେ। ଏହା ସହିତ ଚଳିତ ଅଲିମ୍ପିକ୍ସରେ ଏଯାବତ୍ ସେ ୧୪ଟି ଗୋଲ୍ ଦେଇସାରିଲେଣି।

ଆଜିର ମ୍ୟାଚ୍‌ରେ ବେଲ୍‌ଜିୟମ ମୋଟ୍‌ ୧୪ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ଆଉ ଏହା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ଏହି ୧୪ଟି ପେନାଲ୍‌ଟି କର୍ଣ୍ଣରୁ ୪ଟିକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ବେଲ୍‌ଜିୟମ୍‌।

ସୂଚନାଯୋଗ୍ୟ, ଭାରତୀୟ ଦଳ ଚଳିତ ଅଲିମ୍ପିକ୍ସରେ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ୩-୧ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା।  ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୭-୧ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ତେବେ ପୁଲ୍ ଏ’ରେ ଥିବା ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟର ପରବର୍ତ୍ତୀ ୩ଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା। କ୍ୱାର୍ଟର ଫାଇନାଲ୍‌ରେ ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ରେ ପରାସ୍ତ କରି ଚାରି ଦଶନ୍ଧି ପରେ ପୁଣି ଅଲିମ୍ପିକ୍ସ ସେମି ଫାଇନାଲ୍‌ରେ ପହଞ୍ଚିଥିଲା।

The post ଫାଇନାଲ୍‌ରେ ପହଞ୍ଚି ପାରିଲାନି ଭାରତୀୟ ପୁରୁଷ ହକି ଟିମ୍‌, ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ appeared first on Odisha Reporter.

]]>
right bottom 2021-08-03 14:38:45 https://cdn.odishareporter.in/wp-content/uploads/2021/08/03090400/671.jpg
ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତା ପଛରେ ଓଡ଼ିଶା! https://odishareporter.in/sports/hockey/odisha-behind-success-of-indian-hockey-team-at-tokyo-663765 Mon, 02 Aug 2021 12:11:13 +0000 https://odishareporter.in/?p=663765

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସ ଆଣିଛି ଭାରତୀୟ ହକି ପାଇଁ ଡବଲ୍ ଖୁସି। ଅଗଷ୍ଟ ୧ ତାରିଖରେ ଭାରତୀୟ ପୁରୁଷ ହକି ଦଳ ଏବଂ ଅଗଷ୍ଟ ୨ ତାରିଖରେ ମହିଳା ହକି ଟିମ୍ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି। ପୁରୁଷ ହକି ଟିମ୍ ୪୯ ବର୍ଷ ପରେ ଅଲିମ୍ପିକ୍ସ ହକି ସେମିଫାଇନାଲକୁ ଯାଇଛନ୍ତି। ସେହିପରି ମହିଳା ହକି ଟିମ୍ ପ୍ରଥମଥର ଲାଗି ଅଲିମ୍ପିକ୍ସର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଉଭୟ ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ […]

The post ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତା ପଛରେ ଓଡ଼ିଶା! appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସ ଆଣିଛି ଭାରତୀୟ ହକି ପାଇଁ ଡବଲ୍ ଖୁସି। ଅଗଷ୍ଟ ୧ ତାରିଖରେ ଭାରତୀୟ ପୁରୁଷ ହକି ଦଳ ଏବଂ ଅଗଷ୍ଟ ୨ ତାରିଖରେ ମହିଳା ହକି ଟିମ୍ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି। ପୁରୁଷ ହକି ଟିମ୍ ୪୯ ବର୍ଷ ପରେ ଅଲିମ୍ପିକ୍ସ ହକି ସେମିଫାଇନାଲକୁ ଯାଇଛନ୍ତି। ସେହିପରି ମହିଳା ହକି ଟିମ୍ ପ୍ରଥମଥର ଲାଗି ଅଲିମ୍ପିକ୍ସର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଉଭୟ ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ ସୁଅ ଛୁଟୁଛି। ତେବେ ପୁରୁଷ ଓ ମହିଳା ଦଳର ସଫଳତା ପଛରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା କୁହାଯାଉଛି।

ଉଭୟ ପୁରୁଷ ଓ ମହିଳା ଟିମରେ ଓଡ଼ିଶାର ଦୁଇଜଣ ଲେଖାଏ ଖେଳାଳି ରହିଛନ୍ତି। ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ରହିଥିବା ବେଳେ ମହିଳା ହକିରେ ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି। ବୀରେନ୍ଦ୍ର ଓ ଅମିତ୍ ଡିଫେଣ୍ଡର ଭୂମିକା ତୁଲାଉଛନ୍ତି। ସେହିପରି ଦୀପ ଗ୍ରେସ୍ ଏକ୍କା ମଧ୍ୟ ସମାନ ଭୂମିକା ବହନ କରୁଛନ୍ତି। ତେବେ ନମିତାଙ୍କୁ ରିଜର୍ଭ ଖେଳାଳି ଭାବେ ଟିମରେ ସାମିଲ୍ କରାଯାଇଛି। ଏହି ଚାରି ଖେଳାଳି ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର। ସୁନ୍ଦରଗଡ଼ ହେଉଛି ଦେଶର ଏଭଳି ଏକ ଜିଲ୍ଲା, ଯେଉଁଠାରେ ପ୍ରତିବର୍ଷ ଶତାଧିକ ହକି ପ୍ରତିଭା ବାହାରୁଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ହକି ଟିମର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ରହିଛି। ୨୦୧୮ରେ ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳର ନୂଆ ସ୍ପନସର୍‌ ହୋଇଥିଲା ଓଡ଼ିଶା। ଓଡ଼ିଶା ୨୦୨୩ ଯାଏ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବ। ଭାରତୀୟ ହକି ଟିମ୍‌କୁ ସ୍ପନସର କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଥିଲା। ଗତ ତିନି ବର୍ଷ ଧରି ଭାରତୀୟ ଟିମର ଜର୍ସିରେ ଓଡ଼ିଶାର ନାଁ ଉଲ୍ଲେଖ ରହିଛି। ତେଣୁ କେଉଁଠି ନାଁ କେଉଁଠି ଭାରତୀୟ ହକି ଦଳର ସଫଳତା ପଛରେ ଓଡ଼ିଶାର ଭୂମିକା ନିର୍ଣ୍ଣାୟକ ରହିଛି।

ପୁରୁଷ ହକି ଟିମରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଖେଳାଳି ଭାରତୀୟ ଦଳ ପକ୍ଷରୁ ନିୟମିତ ଖେଳିଆସୁଛନ୍ତି। ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ନିକଟରେ ଭାରତ ପକ୍ଷରୁ ୨୦୦ତମ ମ୍ୟାଚ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି।

ବୀରେନ୍ଦ୍ର ମଧ୍ୟ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଖେଳିଥିଲେ। ସେହିପରି ଅମିତ୍ ଭାରତ ପକ୍ଷରୁ ୧୦୦ରୁ ଅଧିକ ମ୍ୟାଚ୍ ଖେଳିସାରିଛନ୍ତି। ଡିଫେଣ୍ଡର ଭାବେ ଉଭୟ ବୀରେନ୍ଦ୍ର ଓ ଅମିତଙ୍କ ପ୍ରଦର୍ଶନ ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଯେଉଁ କାରଣରୁ ଦୁହେଁ ନିୟମିତ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଆସୁଛନ୍ତି।

ସେହିପରି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହିଳା ଡିଫେଣ୍ଡର୍ କୁହାଯାଉଥିବା ଦୀପ ଗ୍ରେସ୍ ଏକ୍କା ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ମଧ୍ୟ ଦୁଇଟି ଏସିଆନ୍ ଗେମ୍ସ (୨୦୧୮ ଓ ୨୦୧୪) ଖେଳିଛନ୍ତି। ଦୀପ ଗ୍ରେସଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା ୨୦୧୬ ରିଓ ଅଲିମ୍ପିକ୍ସ। କାରଣ ଭାରତୀୟ ମହିଳା ହକି ଦଳ ୩୬ ବର୍ଷ ପରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲା। ଦୀପ୍ ପଦାର୍ପଣ ପରଠାରୁ ନିୟମିତ ଭାବେ ଜାତୀୟ ଦଳର ସଦସ୍ୟ ରହିଆସିଛନ୍ତି। ଦୀପଙ୍କୁ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଦଳର ଭାଇସ୍ କ୍ୟାପଟେନ୍ କରାଯାଇଛି। ରକ୍ଷଣପଂକ୍ତିରେ ଦୀପଙ୍କ ଉପସ୍ଥିତି ଭାରତ ପାଇଁ ସର୍ବଦା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ।

The post ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତା ପଛରେ ଓଡ଼ିଶା! appeared first on Odisha Reporter.

]]>
left top 2021-08-02 17:41:13 https://cdn.odishareporter.in/wp-content/uploads/2021/08/02173459/indian-team.jpg
ମିଳିଗଲା ଭାରତକୁ ନୂଆ ‘ୱାଲ୍’, ଟ୍ୱିଟ୍ କଲା ହକି ଇଣ୍ଡିଆ https://odishareporter.in/sports/hockey/savita-punia-the-new-definition-of-wall-as-india-stun-australia-in-womens-hockey-663684 Mon, 02 Aug 2021 08:15:30 +0000 https://odishareporter.in/?p=663684

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ସୋମବାର ମହିଳା ହକିର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଭାରତ ଅପରାଜେୟ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି। ମ୍ୟାଚରେ ଭାରତ ପାଖରେ ହରାଇବାକୁ କିଛି ନଥିଲା, କିନ୍ତୁ ପାଇବା ପାଇଁ ବହୁତ କିଛି ଥିଲା। ଏହି କାରଣରୁ ଭାରତ ପାଇଁ ପ୍ରତିଟି ଖେଳାଳି ଶତପ୍ରତିଶତ ଯୋଗଦାନ ଦେଇଥିଲେ। ଏଥିପାଇଁ ଭାରତୀୟ ମହିଳା ହକି ଟିମର ଏହି ବିଜୟର ଶ୍ରେୟ […]

The post ମିଳିଗଲା ଭାରତକୁ ନୂଆ ‘ୱାଲ୍’, ଟ୍ୱିଟ୍ କଲା ହକି ଇଣ୍ଡିଆ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ସୋମବାର ମହିଳା ହକିର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଭାରତ ଅପରାଜେୟ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି। ମ୍ୟାଚରେ ଭାରତ ପାଖରେ ହରାଇବାକୁ କିଛି ନଥିଲା, କିନ୍ତୁ ପାଇବା ପାଇଁ ବହୁତ କିଛି ଥିଲା। ଏହି କାରଣରୁ ଭାରତ ପାଇଁ ପ୍ରତିଟି ଖେଳାଳି ଶତପ୍ରତିଶତ ଯୋଗଦାନ ଦେଇଥିଲେ। ଏଥିପାଇଁ ଭାରତୀୟ ମହିଳା ହକି ଟିମର ଏହି ବିଜୟର ଶ୍ରେୟ ପୂରା ଟିମକୁ ଦିଆଯାଉଛି। କିନ୍ତୁ ଏଭଳି ଜଣେ ଖେଳାଳି ଥିଲେ, ଯିଏ ଏହି ମ୍ୟାଚରେ ଶତପ୍ରତିଶତରୁ ବହୁତ ଅଧିକ ନିଜର ଯୋଗଦାନ କରିଥିଲେ। ଆଉ ତାଙ୍କରି ପ୍ରଦର୍ଶନ ଦ୍ୱାରା ହିଁ ଭାରତକୁ ଏହି ଐତିହାସିକ ବିଜୟ ମିଳିଲା।

ଆମେ କହୁଛୁ ଭାରତୀୟ ମହିଳା ହକି ଟିମର ଗୋଲକିପର ସବିତା ପୁନିଆଙ୍କ କଥା। ସବିତା ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ୱାଲ୍ (କାନ୍ଥ) ଭଳି ଛିଡ଼ା ହୋଇ ରହିଥିଲେ ଏବଂ ଟିମକୁ ବିଜୟୀ କରାଇଥିଲେ। ବିଶ୍ୱର ଦୁଇ ନମ୍ବର ହକି ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମ କ୍ୱାର୍ଟରରେ ବହୁ ପ୍ରୟାସ ସତ୍ତ୍ୱେ ଅଷ୍ଟ୍ରେଲିଆକୁ ଲିଡ୍ କରିବାକୁ ଦେଇନଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଦମଦାର ଖେଳ ଦେଖାଇଥିଲା ଏବଂ ଗୋଟିଏ ଗୋଲ୍ ଦେଇ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲା। ଭାରତ ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ କାଏମ ରଖି ବିଜୟୀ ହୋଇଥିଲା। ଭାରତ ପାଇଁ ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜିତ୍ କୌର୍। ୨୨ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୁରଜିତ୍ ଗୋଲରେ ପରିଣତ କରିଥିଲେ। ଗୁରଜିତଙ୍କ ବ୍ୟତୀତ ସବିତା ଅଷ୍ଟ୍ରେଲିଆର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିଥିଲେ।

ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରୁ ୭ଟି ପେନାଲ୍ଟି କର୍ଣ୍ଣରକୁ ସବିତା ଏକାକୀ ରୋକିବାରେ ସଫଳ ହୋଇଥିଲେ। ସେହିପରି ସେ ଦୁଇଟି ନିଶ୍ଚିତ ଫିଲ୍ଡ ଗୋଲ୍ ରୋକି ଅଷ୍ଟ୍ରେଲିଆକୁ ଗୋଟିଏ ବି ଗୋଲ୍ କରିବାକୁ ଦେଇନଥିଲେ। ସବିତାଙ୍କ ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ଏପରିକି ହକି ଇଣ୍ଡିଆ ଟ୍ୱିଟ୍ କରି ତାଙ୍କୁ ଭାରତର ନୂଆ ୱାଲ୍ ଆଖ୍ୟା ଦେଇଛି। ହକି ଇଣ୍ଡିଆ ଏହି ଟ୍ୱିଟକୁ ବହୁ ପ୍ରଶଂସକ ରିଟ୍ୱିଟ୍ କରିଛନ୍ତି।

The post ମିଳିଗଲା ଭାରତକୁ ନୂଆ ‘ୱାଲ୍’, ଟ୍ୱିଟ୍ କଲା ହକି ଇଣ୍ଡିଆ appeared first on Odisha Reporter.

]]>
left top 2021-08-02 13:45:30 https://cdn.odishareporter.in/wp-content/uploads/2021/08/02134406/svita.jpg
ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା https://odishareporter.in/sports/hockey/indian-women-hockey-team-enters-semi-finals-in-tokyo-olympics-663599 Mon, 02 Aug 2021 04:46:57 +0000 https://odishareporter.in/?p=663599

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍‌ । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିରେ ପହଞ୍ଚିଛି ଦଳ। ଆଉ ଏହା ସହିତ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍‌। ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛି। ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଛି। ଦଳ ତରଫରୁ […]

The post ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍‌ । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିରେ ପହଞ୍ଚିଛି ଦଳ। ଆଉ ଏହା ସହିତ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍‌। ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛି।

ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଛି। ଦଳ ତରଫରୁ ଏହି ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜୀତ କୌର। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌।

ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ଗୁରଜୀତ ଏହି ଏକମାତ୍ର ଗୋଲ୍‌ କରିଥିଲେ। ଏକ ପେନାଲ୍‌ଟି କର୍ଣ୍ଣର ଦ୍ୱାରା ସେ ଏହି ଗୋଲ୍ କରିଥିଲେ। ଆଉ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ଲିଡ୍‌କୁ ବଜାୟ ରଖିବାରେ ସମର୍ଥ ହୋଇଥିଲା।

ଅଷ୍ଟ୍ରେଲିଆ ଆକ୍ରମଣ ପରେ ଆକ୍ରମଣ କରିଥିଲା। ତେବେ ଭାରତୀୟ ଦଳ ସେସବୁକୁ ପ୍ରତିରୋଧ କରିବାରେ ସମର୍ଥ ହୋଇଥିଲା। ଦଳ ପାଖାପାଖି ୮ଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ ହେବାକୁ ଦେଇ ନଥିଲା। ଆଉ ଏହା ପଛରେ ମୂଖ୍ୟ ଭୂମିକା ଥିଲା ଗୋଲକିପର ତଥା ଉପ-ଅଧିନାୟକ ସବିତା ପୁନିଆଙ୍କର। ସେ ଗୋଲପୋଷ୍ଟ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଝିରେ କାନ୍ଥ ଭଳି ଛିଡ଼ା ହୋଇଥିଲେ। କିନ୍ତୁ ଯେଉଁ ଗୋଟିଏ ପେନାଲ୍‌ଟି କର୍ଣ୍ଣର ଭାରତୀୟ ଦଳ ପାଇଥିଲା, ତାକୁ ଗୋଲ୍‌ରେ ପରିଣତ କରି ଏହି ମ୍ୟାଚ୍‌ ଜିତି ଯାଇଥିଲା।

ଏହି ମ୍ୟାଚ୍ ପରେ ଗୁରଜୀତ କୌର କହିଛନ୍ତି, ‘ଏହି ବିଜୟକୁ ନେଇ ଆମେ ସମସ୍ତେ ବହୁତ ଖୁସି। ଏହି ବିଜୟ ପାଇଁ ସମସ୍ତେ କଠିନ ପରିଶ୍ରମ କରିଥିଲେ। ଆମେ ଏକ ଦଳ ହୋଇ ଖେଳିଥିଲୁ। ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିବାରୁ ଖୁବ୍ ଖୁସି ଅଛୁ। ଯେଉଁମାନେ ଆମକୁ ସମର୍ଥନ କରିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ୍‌। ଆମକୁ ଆମର ପୂରା ଦେଶ ସମର୍ଥନ କରୁଛି। ଆମ ପାଇଁ ପୂରା ଦେଶବାସୀ ପ୍ରାର୍ଥନା କରୁଛନ୍ତି।’

ଲଗାତାର ତିନୋଟି ପରାଜୟ ପରେ ତିନୋଟି ବିଜୟ

ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା। ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍‌ରେ ପରାସ୍ତ ହୋଇଥିଲା। ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଆଉ ଆଜି କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଛି।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ମଧ୍ୟ ସେମି ଫାଇନାଲ୍‌ରେ ପହଞ୍ଚିଛି। ରବିବାର ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ବେଲ୍‌ଜିୟମ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ।

The post ଭାରତୀୟ ମହିଳା ହକି ଟିମ୍‌ର ଐତିହାସିକ ବିଜୟ, ପ୍ରଥମ ଥର ଅଲିମ୍ପିକ୍ସ ସେମିରେ ପହଞ୍ଚିଲା appeared first on Odisha Reporter.

]]>
centre bottom, Tokyo Olympics 2021-08-02 14:28:04 https://cdn.odishareporter.in/wp-content/uploads/2021/08/02101455/hockey-1.jpg
ପୁରୁଷ ହକିକୁ ବଡ଼ ସଫଳତା, ୪୯ ବର୍ଷ ପରେ ସେମିରେ ଭାରତ https://odishareporter.in/sports/hockey/indian-mens-hockey-team-enters-semi-finals-after-beating-great-britain-in-tokyo-olympics11-663497 Sun, 01 Aug 2021 13:32:07 +0000 https://odishareporter.in/?p=663497

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ପହଞ୍ଚିଛି। ରବିବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ଅନ୍ତିମ-୪ ଟିକେଟ୍ କାଟିଛି। ଏଥିସହ ଭାରତ ୪୯ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ କରିଛି। ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସରେ ଭାରତ ଶେଷଥର ଲାଗି ସେମିଫାଇନାଲରେ ପହଞ୍ଚିଥିଲା ଏବଂ ବ୍ରୋଞ୍ଜ ପଦକ ଜିତିଥିଲା। ତେବେ ଶେଷଥର ଲାଗି ଭାରତ ୧୯୮୦ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। […]

The post ପୁରୁଷ ହକିକୁ ବଡ଼ ସଫଳତା, ୪୯ ବର୍ଷ ପରେ ସେମିରେ ଭାରତ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ପହଞ୍ଚିଛି। ରବିବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ଅନ୍ତିମ-୪ ଟିକେଟ୍ କାଟିଛି। ଏଥିସହ ଭାରତ ୪୯ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ କରିଛି। ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସରେ ଭାରତ ଶେଷଥର ଲାଗି ସେମିଫାଇନାଲରେ ପହଞ୍ଚିଥିଲା ଏବଂ ବ୍ରୋଞ୍ଜ ପଦକ ଜିତିଥିଲା। ତେବେ ଶେଷଥର ଲାଗି ଭାରତ ୧୯୮୦ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହା ପରଠାରୁ ଭାରତ ହକିରେ ଲଗାତର ନିରାଶ କରିଥିଲା। ଏବେ ଭାରତ ପାଖରେ ୪୧ ବର୍ଷ ପରେ ପଦକ ଜିତିବାର ଭଲ ସୁଯୋଗ ରହିଛି।

ସେମିଫାଇନାଲରେ ଭାରତର ସାମ୍ନା ବେଲଜିୟମ ସହ ହେବ। ଏହି ମ୍ୟାଚ୍ ବୁଧବାର ଖେଳାଯିବ। ରିଓ ଅଲିମ୍ପିକ୍ସରେ ଭାରତ କ୍ୱାର୍ଟର୍ ଫାଇନାଲରେ ବେଲଜିୟମ ନିକଟରୁ ୧-୩ ଗୋଲରେ ପରାସ୍ତ ହୋଇଥିଲା। କ୍ୱାର୍ଟର୍ ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ ସିଂହ (ଦ୍ୱିତୀୟ), ଗୁରଜନ୍ତ ସିଂହ (୧୬ଶ) ଓ ହାର୍ଦ୍ଦିକ ସିଂହ (୪୫ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ବ୍ରିଟେନ୍ ପକ୍ଷରୁ ସାମ୍ ୱାର୍ଡ (୪୫ତମ) ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ।

ମ୍ୟାଚର ପ୍ରଥମ ହାଫ୍ ଭାରତ ନାଁରେ ରହିଥିଲା। ଆରମ୍ଭରୁ ହିଁ ଭାରତ ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତକୁ ଗୋଟିଏ ସଫଳତା ମିଳିଥିଲା। ମ୍ୟାଚର ସପ୍ତମ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଗୁରଜନ୍ତ ମଧ୍ୟ ଫିଲ୍ଡ ଗୋଲ୍‌ ଦେଇ ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ।

ତୃତୀୟ କ୍ୱାର୍ଟରର ଶେଷ ମିନିଟରେ ଗ୍ରେଟ୍ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୋଲରେ ପରିଣତ କରିଥିଲେ ୱାର୍ଡ। ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ପରସ୍ପର ଉପରକୁ ଘନଘନ ଆକ୍ରମଣ କରିଥିଲେ। ମ୍ୟାଚ୍ ଶେଷ ହେବାକୁ ଆଉ ତିନି ମିନିଟ୍‌ ବାକି ଥିବା ବେଳେ ହାର୍ଦ୍ଦିକ ସିଂହ ଏକାକୀ ବଲକୁ ନେଇ ଗୋଲ୍‌ ଦେଇଥିଲେ। ଶେଷ ମିନିଟରେ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଆଉ ଏଥିସହ ଭାରତ ମୁକାବିଲାକୁ ୩-୧ରେ ଜିତି ନେଇଥିଲା। ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।

The post ପୁରୁଷ ହକିକୁ ବଡ଼ ସଫଳତା, ୪୯ ବର୍ଷ ପରେ ସେମିରେ ଭାରତ appeared first on Odisha Reporter.

]]>
centre bottom 2021-08-01 20:41:32 https://cdn.odishareporter.in/wp-content/uploads/2021/08/01185720/hockey.jpg
ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ https://odishareporter.in/sports/hockey/womens-hockey-team-qualifies-for-quarters-663324 Sat, 31 Jul 2021 13:47:00 +0000 https://odishareporter.in/?p=663324

ଟୋକିଓ: ବ୍ରିଟେନ ପାଇଁ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ଏ’ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବ୍ରିଟେନ ପ୍ରତିପକ୍ଷ ଆୟର୍ଲ୍ୟାଣ୍ତକୁ ହରାଇବାରୁ ଭାରତ ଆପେଆପେ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି। ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ୪-୩ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ତେବେ ଏହି ବିଜୟ ଭାରତକୁ କ୍ୱାର୍ଟର୍ସରେ ପହଞ୍ଚାଇବାକୁ ଯଥେଷ୍ଟ ନଥିଲେ। ଆୟର୍ଲ୍ୟାଣ୍ଡ ଓ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ […]

The post ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>

ଟୋକିଓ: ବ୍ରିଟେନ ପାଇଁ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜି ଗ୍ରୁପ ଏ’ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବ୍ରିଟେନ ପ୍ରତିପକ୍ଷ ଆୟର୍ଲ୍ୟାଣ୍ତକୁ ହରାଇବାରୁ ଭାରତ ଆପେଆପେ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି।

ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ୪-୩ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ତେବେ ଏହି ବିଜୟ ଭାରତକୁ କ୍ୱାର୍ଟର୍ସରେ ପହଞ୍ଚାଇବାକୁ ଯଥେଷ୍ଟ ନଥିଲେ। ଆୟର୍ଲ୍ୟାଣ୍ଡ ଓ ବ୍ରିଟେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ଭାରତର ଭାଗ୍ୟ ନିର୍ଭର କରିଥିଲା।

ଯଦି ଆୟର୍ଲ୍ୟାଣ୍ତ ହାରିବ କିମ୍ବା ମ୍ୟାଚ୍‌ ଡ୍ର ରହିବ, ତା’ହେଲେ ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଗ୍ରେଟ ବ୍ରିଟେନ ସନ୍ଧ୍ୟାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ତକୁ ୨-୦ ପରାସ୍ତ କରିଛି। ଏହି ରେଜଲ୍ଟ ପରେ ଭାରତୀୟ ମହିଳା ଟିମ୍‌ରେ ଖୁସିର ମାହୋଲ ଦେଖା ଯାଇଛି।

ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍‌ କ୍ରମାଗତ ୩ଟି ମ୍ୟାଚ୍‌ ହାରିଥିଲା। କିନ୍ତୁ ଗତକାଲି ଆୟର୍ଲ୍ୟାଣ୍ତକୁ ୧-୦ ଗୋଲରେ ପରାସ୍ତ କରିବା ପରେ ଦଳର କ୍ୱାର୍ଟର ଫାଇନାଲ ଖେଳିବାର ଆଶା ସୃଷ୍ଟି ହୋଇଥିଲା। ଏଥିସହ ଆଜି ସକାଳେ ଦଳ ଦକ୍ଷିଣ ଆଫ୍ରିକାକୁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ହରାଇବା ପରେ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଉତ୍କଣ୍ଠା ଆହୁରି ବଢ଼ି ଯାଇଥିଲା।

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଗୋଟିଏ ସମୟରେ ଉଭୟ ଦଳ ୩-୩ ସ୍ଥିତିରେ ଥିଲେ। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତର ବନ୍ଦନା କଟିୟାର ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା ଓ ଶେଷରେ ମ୍ୟାଚ୍‌ ଜିତି ଯାଇଥିଲା। ପୂର୍ବରୁ ହୋଇଥିବା ୩ଟି ଗୋଲ ମଧ୍ୟରୁ ବନ୍ଦନା ୨ଟି ଗୋଲ ଦେଇଥିଲେ।

ତେଣୁ ଚଳିତ ଅଲିମ୍ପିକ୍ସରେ ସେ ପ୍ରଥମ ମହିଳା ଖେଳାଳି ଭାବେ ଗୋଟିଏ ମ୍ୟାଚ୍‌ରେ ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ସେ ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ୧୭ଶ ଓ ୪୯ତମ ମିନିଟ୍‌ରେ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ୩୨ତମ ମିନିଟ୍‌ରେ ଭାରତ ପକ୍ଷରୁ ନେହା ଗୋଟିଏ ଗୋଲ୍ ସ୍କୋର କରିଥିଲେ।

The post ବ୍ରିଟେନ ଜିତିଲା, କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>
left bottom, Tokyo Olympics 2021-07-31 19:17:00 https://cdn.odishareporter.in/wp-content/uploads/2021/07/31191633/Tokyo-2.jpg
ମହିଳା ହକି କ୍ୱାର୍ଟର ଫାଇନାଲ ପାଇଁ ଭାରତୀୟ ଦଳର ଆଶା ଉଜ୍ଜୀବିତ, କିନ୍ତୁ… https://odishareporter.in/sports/hockey/india-beats-south-africa-in-women-hockey-in-olympics-663212 Sat, 31 Jul 2021 07:40:47 +0000 https://odishareporter.in/?p=663212

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ମହିଳା ହକିରେ ଭାରତୀୟ ଦଳକୁ ମିଳିଛି ଲଗାତାର ଦ୍ୱିତୀୟ ବିଜୟ। ଶନିବାର ଦଳ ଏହାର ପଞ୍ଚମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲ୍‌ରେ ପରାସ୍ତ କରିଛି। ଏହା ସହିତ ଦଳର କ୍ୱାର୍ଟର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ ରହିଛି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଗୋଟିଏ ସମୟରେ ଉଭୟ ଦଳ ୩-୩ ସ୍ଥିତିରେ ଥିଲେ। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତର ବନ୍ଦନା କଟିୟାର ଏକ ପେନାଲ୍‌ଟି […]

The post ମହିଳା ହକି କ୍ୱାର୍ଟର ଫାଇନାଲ ପାଇଁ ଭାରତୀୟ ଦଳର ଆଶା ଉଜ୍ଜୀବିତ, କିନ୍ତୁ… appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ମହିଳା ହକିରେ ଭାରତୀୟ ଦଳକୁ ମିଳିଛି ଲଗାତାର ଦ୍ୱିତୀୟ ବିଜୟ। ଶନିବାର ଦଳ ଏହାର ପଞ୍ଚମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲ୍‌ରେ ପରାସ୍ତ କରିଛି। ଏହା ସହିତ ଦଳର କ୍ୱାର୍ଟର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ ରହିଛି।

ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଗୋଟିଏ ସମୟରେ ଉଭୟ ଦଳ ୩-୩ ସ୍ଥିତିରେ ଥିଲେ। କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତର ବନ୍ଦନା କଟିୟାର ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା ଓ ଶେଷରେ ମ୍ୟାଚ୍‌ ଜିତି ଯାଇଥିଲା।

ଦଳ ପକ୍ଷରୁ ବନ୍ଦନା ୩ଟି ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିବା ବେଳେ ୧୭ଶ ଓ ୪୯ତମ ମିନିଟ୍‌ରେ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ୩୨ତମ ମିନିଟ୍‌ରେ ନେହା ଗୋଏଲ ଗୋଟିଏ ଗୋଲ୍ ଦେଇଥିଲେ।

ବଲ୍ ଅଧିକ ସମୟ ଧରି ଭାରତୀୟ ଦଳ ନିୟନ୍ତ୍ରଣରେ ରହିଥିଲା। କିନ୍ତୁ ଯେତେବେଳେ ବି ଦକ୍ଷିଣ ଆଫ୍ରିକା ପ୍ରତିଆକ୍ରମଣ କରିଥିଲା ସେତେବେଳେ ଦଳକୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌’ ସ୍ତରର ସମସ୍ତ ମ୍ୟାଚ୍‌ରେ ହାରିଯାଇଛି।

ଭାରତୀୟ ଦଳ ଏବେ ୬ ପଏଣ୍ଟରେ ରହିଛି। ଆଜି ଅପରାହ୍ଣ ୫ଟା ୧୫ରେ ଗ୍ରେଟ୍ ବ୍ରିଟେନ୍ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହେବ। ଏହି ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡ ବିଜୟୀ ହେଲେ ଭାରତର କ୍ୱାର୍ଟର ଫାଇନାଲ୍ ଯିବା ଆଶା ଧୂଳିସାତ୍ ହୋଇଯିବ। ଯଦି ମ୍ୟାଚ୍ ଡ୍ର’ ହୋଇଯିବ ବା ଗ୍ରେଟ୍‌ ବ୍ରିଟେନ୍ ଜିତି ଯିବ, ତା’ହେଲେ ଭାରତର ଆଗକୁ ବଢ଼ିପାରିବ।

ଲିଗ୍ ପର୍ଯ୍ୟାୟର ପ୍ରଥମ ତିନୋଟି ମ୍ୟାଚ୍ ହାରିବା ଯୋଗୁ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିବା ଭାରତୀୟ ଦଳ ପାଇଁ କଷ୍ଟକର ହୋଇପଡ଼ିଛି। ଗତକାଲି ୧-୦ରେ ଆୟର୍ଲ୍ୟାଣ୍ଡକୁ ହରାଇବା ପରେ ଦଳ ପୁଣି ରେସ୍‌କୁ ଫେରିଛି।

The post ମହିଳା ହକି କ୍ୱାର୍ଟର ଫାଇନାଲ ପାଇଁ ଭାରତୀୟ ଦଳର ଆଶା ଉଜ୍ଜୀବିତ, କିନ୍ତୁ… appeared first on Odisha Reporter.

]]>
right bottom, Tokyo Olympics 2021-07-31 13:10:47 https://cdn.odishareporter.in/wp-content/uploads/2021/07/31130309/india1.jpg
ହକିରେ ପୁରୁଷ ଟିମ୍‌ର ଜଲୱା ଜାରି, ଶେଷ ଲିଗ୍ ମ୍ୟାଚ୍ ବି ଜିତିଲା https://odishareporter.in/sports/hockey/india-mens-hockey-team-beat-japan-finish-2nd-in-group-a-663103 Fri, 30 Jul 2021 14:29:46 +0000 https://odishareporter.in/?p=663103

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ଜଲୱା ଜାରି ରହିଛି। କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତୀୟ ପୁରୁଷ ହକି ଟିମ୍ ପୁଲର ଶେଷ ମ୍ୟାଚରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଗୁରଜନ୍ତ ଦୁଇଟି (୧୭ଶ, ୫୬ତମ), ହରମନପ୍ରୀତ ସିଂହ (୧୩ଶ), ଶମଶେର୍ ସିଂହ (୩୪ତମ) ଓ ନୀଳକାନ୍ତ ଶର୍ମା (୫୧ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। କ୍ୱାର୍ଟର୍ ମୁକାବିଲା ପୂର୍ବରୁ ଏହି ବିଜୟ ଭାରତୀୟ […]

The post ହକିରେ ପୁରୁଷ ଟିମ୍‌ର ଜଲୱା ଜାରି, ଶେଷ ଲିଗ୍ ମ୍ୟାଚ୍ ବି ଜିତିଲା appeared first on Odisha Reporter.

]]>

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ଜଲୱା ଜାରି ରହିଛି। କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତୀୟ ପୁରୁଷ ହକି ଟିମ୍ ପୁଲର ଶେଷ ମ୍ୟାଚରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଗୁରଜନ୍ତ ଦୁଇଟି (୧୭ଶ, ୫୬ତମ), ହରମନପ୍ରୀତ ସିଂହ (୧୩ଶ), ଶମଶେର୍ ସିଂହ (୩୪ତମ) ଓ ନୀଳକାନ୍ତ ଶର୍ମା (୫୧ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। କ୍ୱାର୍ଟର୍ ମୁକାବିଲା ପୂର୍ବରୁ ଏହି ବିଜୟ ଭାରତୀୟ ଟିମର ମନୋବଳ ବଢ଼ାଇବ। ପୁଲରେ ଭାରତ ୪ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି। କ୍ୱାର୍ଟର୍ ଫାଇନାଲରେ ଅଗଷ୍ଟ ୧ ତାରିଖରୁ ଖେଳାଯିବ।

ଶୁକ୍ରବାର ଖେଳାଯାଇଥିବା ପୁଲର ଶେଷ ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରରେ ୧୩ଶ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ଗୋଲରେ ପରିଣତ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଚଳିତ ଅଲିମ୍ପିକ୍ସରେ ହରମନପ୍ରୀତଙ୍କ ଏହା ଚତୁର୍ଥ ଗୋଲ ଥିଲା। ପ୍ରଥମ କ୍ୱାର୍ଟର୍ ଭାରତ ନାଁରେ ରହିଥିବା ଦ୍ୱିତୀୟ କ୍ୱାର୍ଟରରେ ଜାପାନ କମବ୍ୟାକ୍ କରିଥିଲା। ୧୭ଶ ମିନିଟରେ ସିମରନଜିତଙ୍କ ଠାରୁ ପାସ୍ ପାଇ ଗୁରଜନ୍ତ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ। ତେବେ ୧୯ଶ ମିନିଟରେ କେଣ୍ଟା ଟନାକା ଜାପାନ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ଏଥିସହ ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ ଏବଂ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ର ଅଗ୍ରଣୀ ହାସଲ କରିନେଇଥିଲା।

ତୃତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଜାପାନର କୋଟା ୱଟାନାବେ ୩୩ତମ ମିନିଟରେ ଗୋଲ୍ ଦେଇ ସ୍କୋରକୁ ୨-୨ର ବରାବର ସ୍ଥିତିକୁ ଆଣିଥିଲେ। କିନ୍ତୁ ତୁରନ୍ତ ବାଦ୍ ଭାରତ ପ୍ରତିଆକ୍ରମଣ କରି ଗୋଲ ଦେଇ ଦେଇ ପୁଣିଥରେ ମ୍ୟାଚରେ ଲିଡ୍ କାଏମ ରଖିଥିଲା। ୩୪ତମ ମିନିଟରେ ଶମଶେର୍ ସିଂହ ଏହି ଗୋଲଟି ଦେଇଥିଲେ। ଏଥିସହ ତୃତୀୟ କ୍ୱାର୍ଟର୍ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା।

ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତ ଲଗାତର ଦୁଇଟି ଗୋଲ୍ ଦେଇ ଜାପାନକୁ ସମ୍ପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲା। ୫୧ତମ ମିନିଟରେ ନୀଳକାନ୍ତ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୪-୨ରେ ଆଗୁଆ କରାଇଥିଲା ବେଳେ ୫୬ତମ ମିନିଟରେ ଗୁରଜନ୍ତ ଆଉ ଏକ ଗୋଲ୍ ଦେଇ ସ୍କୋରକୁ ୫-୨ରେ ପହଞ୍ଚାଇଥିଲେ। ଫାଇନାଲ୍ ହୁଇସିଲ୍ ବାଜିବାର ଗୋଟିଏ ମିନିଟ୍ ପୂର୍ବରୁ ଜାପାନର କାଜୁମା ମୁରାତା ଗୋଟିଏ ଗୋଲ୍ ଦେଇଥିଲେ ହେଁ ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇସାରିଥିଲା। ଏଥିସହ ଭାରତ ମ୍ୟାଚକୁ ୫-୩ ଗୋଲରେ ବିଜୟୀ ହୋଇଥିଲା।

The post ହକିରେ ପୁରୁଷ ଟିମ୍‌ର ଜଲୱା ଜାରି, ଶେଷ ଲିଗ୍ ମ୍ୟାଚ୍ ବି ଜିତିଲା appeared first on Odisha Reporter.

]]>
hockey, left top, Tokyo Olympics 2021-07-30 20:01:39 https://cdn.odishareporter.in/wp-content/uploads/2021/07/30195923/india-vs-japan.jpg
ଶେଷରେ ମହିଳା ହକି ମୁହଁରେ ଫୁଟିଲା ହସ https://odishareporter.in/sports/hockey/india-women-beat-ireland-1-0-stay-in-hunt-for-hockey-quarters-662987 Fri, 30 Jul 2021 08:01:38 +0000 https://odishareporter.in/?p=662987

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ମୁହଁରେ ହସ ଫୁଟିଛି। ଭାରତୀୟ ମହିଳା ହକି ଟିମ୍ ଆଜି ପୁଲ୍-ଏ’ରେ ତା’ର ଚତୁର୍ଥ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ସ୍ୱାଦ ଚାଖିଛି। ଏହା ପୂର୍ବରୁ ମହିଳା ଟିମ୍ ପ୍ରଥମ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା। ଓଇ ହକି ଷ୍ଟାଡିୟମର ନର୍ଥ ପିଚରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲେ ନବନୀତ କୌର୍ (୫୭ତମ ମିନିଟ୍)। ନବନୀତ […]

The post ଶେଷରେ ମହିଳା ହକି ମୁହଁରେ ଫୁଟିଲା ହସ appeared first on Odisha Reporter.

]]>

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ମୁହଁରେ ହସ ଫୁଟିଛି। ଭାରତୀୟ ମହିଳା ହକି ଟିମ୍ ଆଜି ପୁଲ୍-ଏ’ରେ ତା’ର ଚତୁର୍ଥ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ସ୍ୱାଦ ଚାଖିଛି। ଏହା ପୂର୍ବରୁ ମହିଳା ଟିମ୍ ପ୍ରଥମ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା। ଓଇ ହକି ଷ୍ଟାଡିୟମର ନର୍ଥ ପିଚରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲେ ନବନୀତ କୌର୍ (୫୭ତମ ମିନିଟ୍)।

ନବନୀତ ଫିଲ୍ଡ ଗୋଲ୍ ଦ୍ୱାରା ଭାରତକୁ ଏହି ବହୁ ପ୍ରତୀକ୍ଷିତ ବିଜୟ ଦେଇଥିଲେ। ଏହି ମ୍ୟାଚରେ ଭାରତୀୟ ଫରୱାର୍ଡ ଖେଳାଳି ବିଶେଷକରି ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। କାରଣ ଭାରତ ମ୍ୟାଚରେ ୧୪ ପେନାଲ୍ଟି କର୍ଣ୍ଣର ପାଇଥିଲେ ହେଁ ସେଥିରୁ ଗୋଟିଏ ବି ଗୋଲରେ ପରିଣତ କରିପାରିନଥିଲା। ଅନ୍ୟପକ୍ଷରେ ଆଇରିଶ୍ ଖେଳାଳିଙ୍କୁ ତିନୋଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ସେମାନେ ମଧ୍ୟ ଗୋଟିଏ ବି ଗୋଲ୍ କରିପାରିନଥିଲା।

ଭାରତ ଏବେ ତା’ର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ ଗ୍ରୁପ୍-ଏ’ରେ ଚାରୋଟିରୁ ୩ ପଏଣ୍ଟ ପାଇଛି ଏବଂ ଟିମ୍ ୬ ଟିମ୍ ଭିତରେ ପଞ୍ଚମ ସ୍ଥାନରେ ରହିଛି। ଏବେବି ମହିଳା ହକି ଟିମ୍ ପାଖରେ କ୍ୱାର୍ଟର୍ ଫାଇନାଲକୁ ଯିବାର ସୁଯୋଗ ରହିଛି। କ୍ୱାର୍ଟର୍ ଯିବା ପାଇଁ ଭାରତକୁ ଅତି କମରେ ଆଉ ଏକ ବିଜୟ ଦରକାର। ଅନ୍ୟପକ୍ଷରେ ଆୟର୍ଲ୍ୟାଣ୍ଡ ତା’ର ଶେଷ ମ୍ୟାଚ୍ ଯଦି ଜିତିଯାଏ, ତାହେଲେ ଭାରତ ପାଇଁ କ୍ୱାର୍ଟର୍ ଯିବାକଠିନ ହୋଇଯିବ। ଏଭଳି ସ୍ଥିତିରେ କ୍ୱାର୍ଟରରେ ସ୍ଥାନ ପକ୍କା କରିବାକୁ ହେଲେ, ଭାରତକୁ ତା’ର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ।

ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଟିମ୍ କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଭାରତୀୟ ପୁରୁଷ ଟିମ୍ ଆଜି ତା’ର ଶେଷ ଲିଗ୍ ମ୍ୟାଚରେ ଆୟୋଜନ ଜାପାନକୁ ଭେଟିବ।

The post ଶେଷରେ ମହିଳା ହକି ମୁହଁରେ ଫୁଟିଲା ହସ appeared first on Odisha Reporter.

]]>
Indian Hockey, left bottom, Tokyo Olympics 2021-07-30 14:06:49 https://cdn.odishareporter.in/wp-content/uploads/2021/07/30133116/women-hockey.jpg
ଟୋକିଓ ଅଲିମ୍ପିକ୍ସ: ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ଭାରତ https://odishareporter.in/sports/india-beats-argentina-to-reach-quarter-final-662623 Thu, 29 Jul 2021 03:02:00 +0000 https://odishareporter.in/?p=662623

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳକୁ ମିଳିଛି ଆଉ ଏକ ବିଜୟ। ଡିଫେଣ୍ଡିଂ ଚାମ୍ପିଅନ୍ ଅର୍ଥାତ୍ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଛି ଦଳ। ଏହା ସହିତ ଭାରତୀୟ ଦଳ ପୁଲ୍‌ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଦଳ ପକ୍ଷରୁ ବରୁଣ କୁମାର, ବିବେକ ପ୍ରସାଦ ଓ ହରମନପ୍ରୀତ୍‌ ଗୋଲ୍ କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି […]

The post ଟୋକିଓ ଅଲିମ୍ପିକ୍ସ: ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ଭାରତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳକୁ ମିଳିଛି ଆଉ ଏକ ବିଜୟ। ଡିଫେଣ୍ଡିଂ ଚାମ୍ପିଅନ୍ ଅର୍ଥାତ୍ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଛି ଦଳ। ଏହା ସହିତ ଭାରତୀୟ ଦଳ ପୁଲ୍‌ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି।

ଦଳ ପକ୍ଷରୁ ବରୁଣ କୁମାର, ବିବେକ ପ୍ରସାଦ ଓ ହରମନପ୍ରୀତ୍‌ ଗୋଲ୍ କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ତେବେ ୪୩ତମ ମିନିଟ୍‌ରେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ବରୁଣ କୁମାର। ଏହା ପରେ ୪୮ତମ ମିନିଟ୍‌ରେ ଆର୍ଜେଣ୍ଟିନାର ମେଇକୋ କେସେଲା ଗୋଟିଏ ଗୋଲ ଦେଇ ସ୍ଥିତିକୁ ବରାବର କରି ଦେଇଥିଲେ। କିନ୍ତୁ ୫୮ତମ ମିନିଟ୍‌ରେ ବିବେକ ସାଗର ପ୍ରସାଦ  ଗୋଟିଏ ଗୋଲ୍‌ କରିଥିଲେ। ଏହା ପରେ ପରେ ହରମନପ୍ରୀତ୍‌ ଆଉ ଗୋଟିଏ ଗୋଲ୍ ଦେଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ମ୍ୟାଚ୍ ଥିଲା। ଚାରୋଟି ମ୍ୟାଚ୍‌ରୁ ଦଳ ୩ଟିରେ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ହରାଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ମ୍ୟାଚ୍‌ରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ୩-୦ ଗୋଲ୍‌ରେ ସ୍ପେନ୍‌କୁ ହରାଇଥିଲା। ଆଉ ଏହି ଆତ୍ମବିଶ୍ୱାସକୁ ବଜାୟ ରଖି ଆଜି ଦଳ ତା’ର ଚତୁର୍ଥ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି।

The post ଟୋକିଓ ଅଲିମ୍ପିକ୍ସ: ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ଭାରତ appeared first on Odisha Reporter.

]]>
centre top, Tokyo Olympics 2021-07-29 12:46:32 https://cdn.odishareporter.in/wp-content/uploads/2021/07/29082900/harmanpreet.jpg
ଟୋକିଓ ଅଲିମ୍ପିକ୍ସ: ସ୍ପେନ୍‌କୁ ହରାଇଲା ଭାରତ https://odishareporter.in/sports/hockey/india-rgisters-its-second-win-in-tokyo-662093 Tue, 27 Jul 2021 02:59:49 +0000 https://odishareporter.in/?p=662093

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଆଜି ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ପେନ୍‌କୁ ୩-୦ରେ ହରାଇଛି ଦଳ। ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସ୍ପେନ୍‌ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍‌ ଦେଇଥିଲେ ସିମରନଜୀତ୍‌। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର […]

The post ଟୋକିଓ ଅଲିମ୍ପିକ୍ସ: ସ୍ପେନ୍‌କୁ ହରାଇଲା ଭାରତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଆଜି ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ପେନ୍‌କୁ ୩-୦ରେ ହରାଇଛି ଦଳ।

ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ।

ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସ୍ପେନ୍‌ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍‌ ଦେଇଥିଲେ ସିମରନଜୀତ୍‌। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର ଅଷ୍ଟମ ମିନିଟ୍‌ ଭାରତ ପାଖରେ ପ୍ରଥମ ଗୋଲ୍‌ କରିବାର ଏକ ସୁଯୋଗ ଥିଲା। ସିମରନଜୀତ୍‌ ଏହି ସୁଯୋଗ ପାଇଥିଲେ। କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା। ଭାରତ ପକ୍ଷରୁ ପରବର୍ତ୍ତୀ ଦୁଇଟି ଗୋଲ୍ ରୂପିନ୍ଦର ପାଲ ଦେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଏହାର ଅଭିଯାନ ଆରମ୍ଭ କରିଥିଲା। ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଏହା ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ହାରି ଯାଇଥିଲା। ଅଷ୍ଟ୍ରେଲିଆ ୭-୧ରେ ଭାରତୀୟ ଦଳକୁ ପରାସ୍ତ କରିଥିଲା। ତେବେ ଏହି ପରାଜୟ ସତ୍ତ୍ୱେ ଭାରତୀୟ ଦଳ ଆଜି ଚାପରୁ ବାହାରି ଭଲ ପ୍ରଦର୍ଶନ କରି ତା’ର ତୃତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହା ପରେ ଦଳ ଜାପାନ ଓ ଆର୍ଜେଣ୍ଟିନା ସହିତ ଖେଳିବ।

ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଶୁଟର। ଆଜି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛି। ମନୁ ଭାକର ଓ ସୌରଭ ଚୌଧୁରୀ ଷ୍ଟେଜ-୨ରେ ହାରିଥିବା ବେଳେ ୟାଶ୍ୱିନୀ ଦେଶୱାଲ ଓ ଅଭିଷେକ ବର୍ମା ଷ୍ଟେଜ-୧ରେ ପରାସ୍ତ ହୋଇଥିଲେ।

The post ଟୋକିଓ ଅଲିମ୍ପିକ୍ସ: ସ୍ପେନ୍‌କୁ ହରାଇଲା ଭାରତ appeared first on Odisha Reporter.

]]>
centre bottom, Tokyo Olympics 2021-07-27 11:10:56 https://cdn.odishareporter.in/wp-content/uploads/2021/07/27082531/india-4.jpg
ଟୋକିଓ ଅଲିମ୍ପିକ୍ସ: ପୁଣି ହାରିଲା ଭାରତୀୟ ମହିଳା ହକି ଦଳ https://odishareporter.in/sports/hockey/germany-beats-indias-women-hockey-team-662051 Mon, 26 Jul 2021 15:16:59 +0000 https://odishareporter.in/?p=662051

ଟୋକିଓ: ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ ମହିଳା ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଠାରୁ ଶୋଚନୀୟ ଭାବେ ୫-୧ରେ ହାରିଥିବା ରାଣୀ ରାମପଲଙ୍କ ଭାରତୀୟ ଟିମ୍‌ ଆଜି ଜର୍ମାନୀ ବିରୋଧରେ ସମାନ ଦଶା ଭୋଗିଛି। ଆଜି ମ୍ୟାଚ୍‌ରେ ଭାରତକୁ ଜର୍ମାନୀ ୨-୦ରେ ହରାଇ ଦେଇଛି। ପୂରା ମ୍ୟାଚ୍‌ରେ ଭାରତ ଗୋଲ କରିବାକୁ ଏକାଧିକ ସୁଯୋଗ ପାଇଥିଲା। ହେଲେ କୌଣସି ଥିରେ ମଧ୍ୟ ସଫଳତା ହାସଲ କରିପାରି ନଥିଲା। ଏପରି କି ପେନାଲ୍ଟି […]

The post ଟୋକିଓ ଅଲିମ୍ପିକ୍ସ: ପୁଣି ହାରିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>

ଟୋକିଓ: ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ ମହିଳା ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଠାରୁ ଶୋଚନୀୟ ଭାବେ ୫-୧ରେ ହାରିଥିବା ରାଣୀ ରାମପଲଙ୍କ ଭାରତୀୟ ଟିମ୍‌ ଆଜି ଜର୍ମାନୀ ବିରୋଧରେ ସମାନ ଦଶା ଭୋଗିଛି।

ଆଜି ମ୍ୟାଚ୍‌ରେ ଭାରତକୁ ଜର୍ମାନୀ ୨-୦ରେ ହରାଇ ଦେଇଛି। ପୂରା ମ୍ୟାଚ୍‌ରେ ଭାରତ ଗୋଲ କରିବାକୁ ଏକାଧିକ ସୁଯୋଗ ପାଇଥିଲା। ହେଲେ କୌଣସି ଥିରେ ମଧ୍ୟ ସଫଳତା ହାସଲ କରିପାରି ନଥିଲା। ଏପରି କି ପେନାଲ୍ଟି ଷ୍ଟ୍ରୋକକୁ ମଧ୍ୟ ଦଳ ଗୋଲରେ ପରିଣତ କରିପାରି ନଥିଲା।

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ହାରିଥିବାରୁ ଆଜିର ମ୍ୟାଚ୍‌ରେ କମବ୍ୟାକ୍‌ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ମ୍ୟାଚ୍‌ ଆରମ୍ଭରୁ ଜର୍ମାନୀ ତା’ର ଦବଦବା ଦେଖାଇଥିଲା। ଆଟାକ ପରେ ଆଟାକ କରିବାରୁ ପ୍ରଥମ କ୍ୱାର୍ଟର ତଥା ମ୍ୟାଚ୍‌ର ୧୨ତମ ମିନିଟ୍‌ରେ ଦଳକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା।

ଏହାକୁ ଅଧିନାୟକ ନାଇକ ଲୋରେଞ୍ଜ ଗୋଲରେ ପରିଣତ କରି ଜର୍ମାନୀକୁ ୧-୦ରେ ଆଗୁଆ କରି ଦେଇଥିଲେ। ୨୧ତମ ମିନିଟ୍‌ରେ ଜର୍ମାନୀକୁ ପୁଣି ଗୋଟିଏ ପିସି(ପେନାଲ୍ଟି କର୍ଣ୍ଣର) ମିଳିଥିଲା। ହେଲେ ଏହାକୁ ଭାରତର ଗୋଲ କିପର ସବିତା ଅଟକାଇ ଦେଇ ବଡ଼ ବିପଦ ଟାଳି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୧-୦ ରହିଥିଲା।

ଦ୍ୱିତୀୟ ହାଫରେ ଭାରତ ତା’ର ଗିୟର ବଦଳାଇ ଥିଲା। ଏହାର ଫାଇଦା ମଧ୍ୟ ଦଳକୁ ୩୨ତମ ମିନିଟ୍‌ରେ ପିସି ଆକାରରେ ମିଳିଥିଲା। ଏହାକୁ ଜର୍ମାନୀ ଫରୱାର୍ଡ ଲିସା ଅଲ୍ଟେନବର୍ଗ ଅଟକାଇ ଦେବାରୁ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା।

ଗୋଲ କରିବାରେ ଏହାଠାରୁ ଆଉ ସୁବର୍ଣ୍ଣ ସୁଯୋଗ କିଛି ନଥିଲା। ହେଲେ ଭାରତର ଗୁରଜିତ କୌର ଏହି ସୁବର୍ଣ୍ଣ ସୁଯୋଗକୁ ହାତ ଛଡ଼ା କରିଥିଲେ। ଏହାର ପରିଣାମ ମଧ୍ୟ ଦଳକୁ ଭୋଗିବାକୁ ପଡ଼ିଥିଲା। ଜର୍ମାନୀ କାଉଣ୍ଟର ଆଟାକ କରି ୩୫ତମ ମିନିଟ୍‌ରେ ଆଉ ଗୋଟିଏ ଗୋଲ ସ୍କୋର କରିଥିଲା। ଫଳରେ ସ୍ଥିତି ୨-୦ ହୋଇ ଯାଇଥିଲା।

୩୮ତମ ମିନିଟରେ ଭାରତକୁ ଗୋଲ ସ୍କୋର କରିବାକୁ ସୁଯୋଗ ମିଳିଥିଲେ ହେଁ ବନ୍ଦନା ଏହାର ଫାଇଦା ଉଠାଇବାରେ ସଫଳ ହୋଇ ନଥିଲେ। ସେ ବଲ୍‌କୁ ଚମତ୍କାର ଢଙ୍ଗରେ ହିଟ୍ କରିଥିଲେ ହେଁ ଏହାକୁ ଜର୍ମାନୀ ଗୋଲ କିପର ସୋନଟାଗ ଅଟକାଇ ଦେଇଥିଲେ।

୪ର୍ଥ କ୍ୱାର୍ଟରେ ଭାରତ ଗୋଲ ପରିଶୋଧ କରିବାକୁ ଅନେକ ଚେଷ୍ଟା କରିଥିଲା। ହେଲେ ଭାରତ ସବୁ ଉଦ୍ୟମରେ ଜର୍ମାନୀ ପାଣି ପକାଇ ଦେଇଥିଲା। ଶେଷରେ ଦଳକୁ ୦-୨ରେ ହାରିବାକୁ ପଡ଼ିଥିଲା।

The post ଟୋକିଓ ଅଲିମ୍ପିକ୍ସ: ପୁଣି ହାରିଲା ଭାରତୀୟ ମହିଳା ହକି ଦଳ appeared first on Odisha Reporter.

]]>
left top, Tokyo Olympics 2021-07-26 20:46:59 https://cdn.odishareporter.in/wp-content/uploads/2021/07/26204317/Hockey-1.jpg
ଭାରତର ଶୋଚନୀୟ ପରାଜୟ, କଙ୍ଗାରୁ ଟିମ୍ ଠାରୁ ୧-୭ରେ ହାରିଲା https://odishareporter.in/sports/hockey/india-thrashed-1-7-by-australia-in-mens-hockey-661692 Sun, 25 Jul 2021 12:48:30 +0000 https://odishareporter.in/?p=661692

ଟୋକିଓ: ଚଳିତ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିବା ଭାରତୀୟ ପୁରୁଷ ହକି ଟିମ୍ ଦ୍ୱିତୀୟ ମ୍ୟାଚରେ ଲଜ୍ଜାଜନକ ପରାଜୟ ସ୍ୱୀକାର କରିଛି। ଆଠଥର ଅଲିମ୍ପିକ୍ସ ଚାମ୍ପିୟନ୍ ରବିବାର ଭାରତୀୟ ପୁରୁଷ ଟିମ୍ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ ନିକଟରୁ ୧-୭ ଗୋଲରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହି ମ୍ୟାଚରେ ଭାରତକୁ ୬ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏଥିରୁ ଗୋଟିଏ ବି ଗୋଲରେ ପରିଣତ ହୋଇପାରିନଥିଲା। ପ୍ରଥମ ମୁକାବିଲାରେ ଭାରତ […]

The post ଭାରତର ଶୋଚନୀୟ ପରାଜୟ, କଙ୍ଗାରୁ ଟିମ୍ ଠାରୁ ୧-୭ରେ ହାରିଲା appeared first on Odisha Reporter.

]]>

ଟୋକିଓ: ଚଳିତ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିବା ଭାରତୀୟ ପୁରୁଷ ହକି ଟିମ୍ ଦ୍ୱିତୀୟ ମ୍ୟାଚରେ ଲଜ୍ଜାଜନକ ପରାଜୟ ସ୍ୱୀକାର କରିଛି। ଆଠଥର ଅଲିମ୍ପିକ୍ସ ଚାମ୍ପିୟନ୍ ରବିବାର ଭାରତୀୟ ପୁରୁଷ ଟିମ୍ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ ନିକଟରୁ ୧-୭ ଗୋଲରେ ଶୋଚନୀୟ ଭାବେ ପରାସ୍ତ ହୋଇଛି।

ଏହି ମ୍ୟାଚରେ ଭାରତକୁ ୬ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏଥିରୁ ଗୋଟିଏ ବି ଗୋଲରେ ପରିଣତ ହୋଇପାରିନଥିଲା। ପ୍ରଥମ ମୁକାବିଲାରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶୋଚନୀୟ ପ୍ରଦର୍ଶନ କରିଛି। ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆର ବ୍ଲେକ୍ ଗୋଭର୍ସ ଦୁଇଟି (୪୦ତମ, ୪୨ତମ) ଗୋଲ୍‌ ଦେଇଥିବା ବେଳେ ଜେମ୍ସ ବିଲ୍ (୧୦), ଜେରେମୀ ହେୱାର୍ଡ (୨୧ତମ), ଆଣ୍ଡ୍ର୍ୟୁ ଓଗିଲଭି (୨୩ତମ), ଜୋଶୁଆ ବେଲ୍ଟଜ (୨୬ତମ), ଟିମ୍ ବ୍ରାଣ୍ଡ (୫୧ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ ଦେଇଥିଲେ ଦିଲପ୍ରୀତ ସିଂହ (୩୪ତମ)।

 

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ କିଛି ସମୟ ପାଇଁ ଅଷ୍ଟ୍ରେଲିଆକୁ ଟକ୍କର ଦେଇଥିଲା। ହେଲେ ବାକି ସମୟରେ ଭାରତ କଙ୍ଗାରୁ ଟିମ୍ ଆଗରେ ତିଷ୍ଠିପାରି ନଥିଲା। ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ୍ ଦେଇଥିଲା। ମ୍ୟାଚର ଦଶମ ମିନିଟରେ ଜାକବ ହ୍ୱେଟନଙ୍କ ଦମଦାର ଫ୍ଲିକକୁ ଜେମ୍ସ ବିଲ୍ ଗୋଲରେ ପରିଣତ କରିଥିଲେ। ଯଦିଓ ଭାରତ ଅଷ୍ଟମ ଓ ୧୫ଶ ମିନିଟରେ ଦୁଇଟି ପେନାଲ୍ଟି ସୁଯୋଗ ସୃଷ୍ଟି କରିଥିଲା, କିନ୍ତୁ ଏଥିମଧ୍ୟରୁ ଗୋଟିଏ ବି ଗୋଲରେ ପରିଣତ ହୋଇନଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ୨୧ତମ ମିନିଟରେ ଜେରେମୀ ହେୱାର୍ଡ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନିଜ ଦଳକୁ ୨-୦ରେ ଆଗୁଆ କରାଇଥିଲେ। ଏହା ପରେ ଫ୍ଲିନ୍ ଓଗିଲଭି ୨୩ତମ ଓ ଜୋଶୁଆ ବେଲ୍ଟଜ ୨୬ତମ ମିନିଟରେ ଗୋଲ୍ ସ୍କୋର କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪-୦ ଗୋଲର ବୃହତ ଅଗ୍ରଣୀ ହାସଲ କରିନେଇଥିଲା।

ତୃତୀୟ କ୍ୱାର୍ଟରରେ ଭାରତ ମ୍ୟାଚକୁ କମବ୍ୟାକ୍ କରିଥିଲା। ୩୪ତମ ମିନିଟରେ ରୂପିନ୍ଦର ପାଲ୍ ସର୍କଲ୍ ଭିତରକୁ ଶଟ୍ ମାରିଥିଲେ ଏବଂ ଦିଲପ୍ରୀତ ସିଂହ କଙ୍ଗାରୁ ଗୋଲ୍ କିପର ଆଣ୍ଡ୍ର୍ୟୁ ଚାର୍ଟରଙ୍କୁ ଚକମା ଦେଇ ବଲକୁ ସିଧା ପୋଷ୍ଟ ଭିତରକୁ ମାରିଥିଲେ। କିନ୍ତୁ ଭାରତର ଏହି ପ୍ରତ୍ୟାବର୍ତ୍ତନକୁ ଫିକା କରିଦେଇଥିଲେ ବ୍ଲେକ୍ ଗୋଭର୍ସ, ଯିଏ ଲଗାତର ଦୁଇଟି (୪୦ତମ, ୪୨ତମ) ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୬-୧ରେ ଆଗୁଆ କରାଇଥିଲେ।

ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଟିମ୍ ବ୍ରାଣ୍ଡ ୫୧ତମ ମିନିଟରେ ଅଷ୍ଟ୍ରେଲିଆ ପାଇଁ ସପ୍ତମ ଗୋଲ୍ ଦେଇଥିଲେ। ସେ ମିଡଫିଲ୍ଡରୁ ଲମ୍ବା ପାସ୍ ପାଇ ବଲକୁ ଗୋଲ୍ ପୋଷ୍ଟ ଭିତରକୁ ମାରିଥିଲେ। ଭାରତ ଗୋଲ୍ କରିବା ପାଇଁ ବହୁତ ପ୍ରୟାସ କରିଥିଲେ ହେଁ, କୌଣସି ସଫଳତା ମିଳିନଥିଲା। ଫଳରେ ଅଷ୍ଟ୍ରେଲିଆ ମୁକାବିଲାକୁ ୭-୧ ଗୋଲରେ ଏକତରଫା ଭାବେ ଜିତି ନେଇଥିଲା।

ଏହି ପରାଜୟ ସତ୍ତ୍ୱେ ଭାରତର ଆଶା ଶେଷ ହୋଇନାହିଁ। ଭାରତ ଆହୁରି ତିନୋଟି ମ୍ୟାଚ୍ ଖେଳିବ। ମଙ୍ଗଳବାର ସକାଳ ସାଢ଼େ ୬ଟାରେ ଭାରତ ସ୍ପେନକୁ ଭେଟିବ। ଏହା ପରେ ଜାପାନ ଓ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ଖେଳିବ।

The post ଭାରତର ଶୋଚନୀୟ ପରାଜୟ, କଙ୍ଗାରୁ ଟିମ୍ ଠାରୁ ୧-୭ରେ ହାରିଲା appeared first on Odisha Reporter.

]]>
left bottom, Tokyo Olympics 2021-07-25 18:43:23 https://cdn.odishareporter.in/wp-content/uploads/2021/07/25181731/hockey-ind-vs-aus.jpg
ଅଲିମ୍ପିକ୍ସ ଆରମ୍ଭରୁ ଝୁଣ୍ଟିଲା ଭାରତ: ମହିଳା ହକି ଟିମ୍‌ ୫-୧ରେ ହାରିଲା https://odishareporter.in/sports/hockey/india-women-lost-netherlands-661512 Sat, 24 Jul 2021 13:45:22 +0000 https://odishareporter.in/?p=661512

ଟୋକିଓ: ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ପୁରଷ ଟିମ୍‌ କମାଲ କରିଥିଲେ ହେଁ ଭାରତୀୟ ମହିଳା ହକି ଟିମ୍‌ ଆରମ୍ଭରୁ ଝୁଣ୍ଟିଛି। ଆଜି ଅଲିମ୍ପିକ୍ସର ପ୍ରଥମ ମ୍ୟାଚ୍‌ରେ ମହିଳା ଟିମ୍‌ ନେଦରଲ୍ୟାଣ୍ଡ୍ସକୁ ଭେଟିଥିଲା। ହେଲେ ରାଣୀ ରାମପଲଙ୍କ ଭାରତୀୟ ଟିମ୍‌ ଏକତରଫା ଭାବେ ପରାସ୍ତ ହୋଇଛି। ଘନଘନ ଆକ୍ରମଣ କରି ନେଦରଲ୍ୟାଣ୍ଡ୍ସ ୫ଟି ଗୋଲ ସ୍କୋର କରିଥିବା ବେଳେ ଭାରତୀୟ ମହିଳା ଟିମ୍‌ କେବଳ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଛି। ବିଶେଷ କରି ସେକେଣ୍ଡ […]

The post ଅଲିମ୍ପିକ୍ସ ଆରମ୍ଭରୁ ଝୁଣ୍ଟିଲା ଭାରତ: ମହିଳା ହକି ଟିମ୍‌ ୫-୧ରେ ହାରିଲା appeared first on Odisha Reporter.

]]>

ଟୋକିଓ: ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ପୁରଷ ଟିମ୍‌ କମାଲ କରିଥିଲେ ହେଁ ଭାରତୀୟ ମହିଳା ହକି ଟିମ୍‌ ଆରମ୍ଭରୁ ଝୁଣ୍ଟିଛି। ଆଜି ଅଲିମ୍ପିକ୍ସର ପ୍ରଥମ ମ୍ୟାଚ୍‌ରେ ମହିଳା ଟିମ୍‌ ନେଦରଲ୍ୟାଣ୍ଡ୍ସକୁ ଭେଟିଥିଲା। ହେଲେ ରାଣୀ ରାମପଲଙ୍କ ଭାରତୀୟ ଟିମ୍‌ ଏକତରଫା ଭାବେ ପରାସ୍ତ ହୋଇଛି।

ଘନଘନ ଆକ୍ରମଣ କରି ନେଦରଲ୍ୟାଣ୍ଡ୍ସ ୫ଟି ଗୋଲ ସ୍କୋର କରିଥିବା ବେଳେ ଭାରତୀୟ ମହିଳା ଟିମ୍‌ କେବଳ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଛି।

ବିଶେଷ କରି ସେକେଣ୍ଡ ହାଫରେ ନେଦରଲ୍ୟାଣ୍ଡ୍ସର ଖେଳାଳିମାନେ ଭାରତକୁ ଗୋଲ ସ୍କୋର କରିବାକୁ କୌଣସି ସୁଯୋଗ ଦେଇ ନଥିଲେ। ଏପରି କି ବଲ ପାଇବାକୁ ଭାରତୀୟ ଦଳର ଖେଳାଳିମାନେ ପୂରା ପଡ଼ିଆରେ ସଂଘର୍ଷ କରିଥିଲେ।

ମ୍ୟାଚ୍‌ ଆରମ୍ଭରୁ ନେଦରଲ୍ୟାଣ୍ଡ୍ସ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ମ୍ୟାଚର ୯ମ ମିନିଟରେ ଦଳ ପକ୍ଷରୁ ଫେଲିସେ ଅଲବେର୍ସ ଗୋଲ ସ୍କୋର କରି ନେଦରଲ୍ୟାଣ୍ଡ୍ସକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏହାର କିଛି ମିନିଟ୍‌ ମଧ୍ୟରେ ଭାରତ କାଉଣ୍ଟର ଆଟାକ କରି ସ୍ଥିତି ୧-୧ କରି ଦେଇଥିଲା। ଭାରତ ପକ୍ଷରୁ ଅଧିନାୟକ ରାଣୀ ରାମପଲ ହିଁ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ୧-୧ରେ ସରିଥିଲା।

ଦ୍ୱିତୀୟ କ୍ୱାର୍ଟର୍‌ରେ ଉଭୟ ଦଳ ପାଇଁ ଏକାଧିକ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ତଥାପି ଏହି କ୍ୱାର୍ଟର୍‌ରେ ଭାରତ ଅପେକ୍ଷା ନେଦରଲ୍ୟାଣ୍ଡ୍ସ ଭଲ ପ୍ରଦର୍ଶନ କରିଥିଲା।

ହାଫ ଟାଇମ ପରେ ସ୍ଥିତି ପୂରା ବଦଳି ଯାଇଥିଲା। ପୂର୍ବରୁ ସାମାନ୍ୟ ଡିଫେନସିଭ ଖେଳ ଖେଳୁଥିବା ନେଦରଲ୍ୟାଣ୍ଡ୍ସ ହଠାତ୍‌ ଆଟାକିଂ ମୁଡକୁ ଚାଲି ଆସିଥିଲା। ଭାରତୀୟ ସୁରକ୍ଷାବଳୟ ଭେଦ କରି ଘନଘନ ଆକ୍ରମଣ କରିଥିଲା। ପ୍ରଥମଥରୁ ଗୋଲ କିପର ସବିତା କିଛି ଶଟ୍‌କୁ ଅଟକାଇ ଦେଇଥିଲେ।

ହେଲେ ୪୧ ତମ ମିନିଟ୍‌ରେ ନେଦରଲ୍ୟାଣ୍ଡ୍ସକୁ ମିଳିଥିବା ପେନାଲ୍ଟି ଶଟ୍‌କୁ ଭାନ ଜେଫୀନ ଗୋଲରେ ପରିଣତ କରି ସ୍ଥିତି ୨-୧ କରି ଦେଇଥିଲେ। ଏହାପରେ ଫେଲିସେ ଅଲବେର୍ସ ଓ ଫେଡ୍ରିକ ମଟଲା ଗୋଲ ସ୍କୋର କରି ସ୍ଥିତିକୁ ୪-୧ କରି ଦେଇଥିଲେ। ତୃତୀୟ କ୍ୱାର୍ଟର୍‌ରେ ନେଦରଲ୍ୟାଣ୍ଡ୍ସ ୩ଟି ଗୋଲ ସ୍କୋର କରିଥିଲା।


୪ର୍ଥ କ୍ୱାର୍ଟର୍‌ରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ କାଉଣ୍ଟର ଆଟାକ କରିଥିଲେ ହେଁ ଏହାକୁ ନେଦରଲ୍ୟାଣ୍ଡ୍ସ ଭଣ୍ଡୁର କରି ଦେଇଥିଲା। ବରଂ ଦଳ ୫୩ତମ ମିନିଟ୍‌ରେ ଗୋଲ ସ୍କୋର କରି ବ୍ୟବଧାନକୁ ୫-୧ କରି ଦେଇଥିଲା। କାଇଆ ଭାନ ମାସ୍କେର ଏହି ଗୋଲ ଦେଇଥିଲେ।

ଶେଷ ୭ ମିନିଟ୍‌ରେ ଭାରତ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଆଉ ସମ୍ଭବ ହୋଇ ନଥିଲା। ଶେଷରେ ଭାରତୀୟ ଦଳ ୫-୧ରେ ମ୍ୟାଚ୍‌ ହାରିଥିଲା।

ଭାରତୀୟ ଦଳ ପକ୍ଷରୁ ଆଜି ଷ୍ଟାର୍ଟିଂ ୧୧ରେ ଓଡ଼ିଶାର ଦୀପଗ୍ରେସ ଏକ୍କା ରହିଥିଲେ ହେଁ ସେ କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି।

The post ଅଲିମ୍ପିକ୍ସ ଆରମ୍ଭରୁ ଝୁଣ୍ଟିଲା ଭାରତ: ମହିଳା ହକି ଟିମ୍‌ ୫-୧ରେ ହାରିଲା appeared first on Odisha Reporter.

]]>
centre bottom, Tokyo Olympics 2021-07-24 19:16:20 https://cdn.odishareporter.in/wp-content/uploads/2021/07/24191506/Hockey.jpg
ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍ https://odishareporter.in/sports/hockey/india-hockey-team-beats-newzland-by-3-2-661300 Sat, 24 Jul 2021 03:55:14 +0000 https://odishareporter.in/?p=661300

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍। ଗ୍ରୁପ୍‌ ‘ଏ’ରେ ଥିବା ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଦଳ ୩-୨ ଗୋଲ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ରୂପିନ୍ଦର ପଲ୍ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ମ୍ୟାଚ୍‌ ଆରମ୍ଭ ହେବାର ୬ ମିନିଟ୍‌ ପରେ ନ୍ୟୁଜିଲ୍ୟାଣ୍ଡର କେନ୍ ରସେଲ୍ ଦେଇଥିଲେ ପ୍ରଥମ ଗୋଲ୍‌। ସେ […]

The post ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍। ଗ୍ରୁପ୍‌ ‘ଏ’ରେ ଥିବା ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଦଳ ୩-୨ ଗୋଲ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି।

ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ରୂପିନ୍ଦର ପଲ୍ ସିଂହ ଗୋଟିଏ ଗୋଲ୍ ଦେଇଥିଲେ।

ମ୍ୟାଚ୍‌ ଆରମ୍ଭ ହେବାର ୬ ମିନିଟ୍‌ ପରେ ନ୍ୟୁଜିଲ୍ୟାଣ୍ଡର କେନ୍ ରସେଲ୍ ଦେଇଥିଲେ ପ୍ରଥମ ଗୋଲ୍‌। ସେ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ହେଲେ ଏହାର ୪ ମିନିଟ୍ ପରେ ରୂପିନ୍ଦର ଦେଇଥିଲେ ଏକ ଗୋଲ୍‌। ଏହା ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସମାନ ସ୍ଥିତିକୁ ଚାଲି ଆସିଥିଲେ।

ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ପଛକୁ ପଛ ଲଗାତାର ଚାରୋଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଦଳ ସେଗୁଡ଼ିକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇ ନଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଖେଳ ସଂପୂର୍ଣ୍ଣ ଭାବେ ଭାରତ ନିୟନ୍ତ୍ରଣରେ ରହିଥିଲା। ୨୬ତମ ମିନିଟ୍‌ରେ ଭାରତ ପକ୍ଷରୁ ହରମନପ୍ରୀତ୍‌ ଦେଇଥିଲେ ଦ୍ୱିତୀୟ ଗୋଲ୍‌। ଏହା ସହିତ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ୨-୧ରେ ଆଗୁଆ ରହିଥିଲା। ଏହା ପରେ ପରେ ହରମନପ୍ରୀତ୍‌ ଦଳ ପାଇଁ ଆଉ ଏକ ଗୋଲ ଦେଇଥିଲେ। ଫଳରେ ଭାରତ ୩-୧ରେ ଆଗୁଆ ରହିଥିଲା।

୪୩ ତମ ମିନିଟ୍‌ରେ ନ୍ୟୁଜିଲ୍ୟାଣ୍ଡ ଆଉ ଗୋଟିଏ ଗୋଲ ଦେଇ ଥିଲା। ତେବେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଭଲ ଖେଳିଥିଲେ ମଧ୍ୟ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ। ଆଉ ଶେଷରେ ୩-୨ରେ ଭାରତ ବିଜୟୀ ହୋଇଥିଲା।

ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସ ଆୟୋଜକ ଜାପାନକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ।

ଅନ୍ୟପକ୍ଷରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ। ସେମାନେ ଚାଇନିଜ ତାଇପେଇ ଯୋଡ଼ି ଚି-ଚୁନ୍ ତାଙ୍ଗ ଓ ଚିଆ-ଏନ୍‌ ଯୋଡ଼ିଙ୍କୁ ୫-୩ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟକୁ ସାମିଲ କରାଯାଇଛି ଓ ଭାରତ ପକ୍ଷରୁ ଦୀପିକା ଓ ପ୍ରବୀଣ ପ୍ରଥମ ଯୋଡ଼ି ଭାବେ ଏଥିରେ ଭାଗ ନେଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ଦୀପିକା ଓ ପ୍ରବୀଣ ଏକାଠି ଖେଳୁଛନ୍ତି।

ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚୀନର ଶୁଟର ୟାଙ୍ଗ କିଆନ୍‌। ସେ ଶନିବାର ମହିଳା ୧୦ ମିଟର ଏୟାର ରାଇଫଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

The post ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍ appeared first on Odisha Reporter.

]]>
centre bottom, Tokyo Olympics 2021-07-24 11:00:22 https://cdn.odishareporter.in/wp-content/uploads/2021/07/24092111/india-3.jpg
ଆଉ ନାହାନ୍ତି ସ୍ୱାଧୀନ ଭାରତର ଅଲିମ୍ପିକ୍ ଚାମ୍ପିୟନ୍ କେଶବ ଦତ୍ତ https://odishareporter.in/sports/hockey/indian-hockey-legend-keshav-chandra-dutt-passed-away-657079 Wed, 07 Jul 2021 13:41:39 +0000 https://odishareporter.in/?p=657079

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ମହାନ୍ ଖେଳାଳି ତଥା ଅଲିମ୍ପିଆନ୍ କେଶବ ଚନ୍ଦ୍ର ଦତ୍ତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। କେଶବ ଦତ୍ତ ସ୍ୱାଧୀନ ପରେ ୧୯୪୮ରେ ଭାରତକୁ ମିଳିଥିବା ଐତିହାସିକ ବିଜୟର ସଦସ୍ୟ ଥିଲେ, ଯେଉଁଥିରେ ଟିମ୍ ଲଣ୍ଡନର ୱେମ୍ବଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ଗ୍ରେଟ୍ ବ୍ରିଟେନକୁ ୪-୦ ଗୋଲରେ ହରାଇଥିଲା। ୧୯୪୮ ଅଲିମ୍ପିକ୍ ପୂର୍ବରୁ ଦତ୍ତ ୧୯୪୭ରେ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ପୂର୍ବ ଆଫ୍ରିକା ଗସ୍ତ କରିଥିଲେ। ୧୯୨୫ […]

The post ଆଉ ନାହାନ୍ତି ସ୍ୱାଧୀନ ଭାରତର ଅଲିମ୍ପିକ୍ ଚାମ୍ପିୟନ୍ କେଶବ ଦତ୍ତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ମହାନ୍ ଖେଳାଳି ତଥା ଅଲିମ୍ପିଆନ୍ କେଶବ ଚନ୍ଦ୍ର ଦତ୍ତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। କେଶବ ଦତ୍ତ ସ୍ୱାଧୀନ ପରେ ୧୯୪୮ରେ ଭାରତକୁ ମିଳିଥିବା ଐତିହାସିକ ବିଜୟର ସଦସ୍ୟ ଥିଲେ, ଯେଉଁଥିରେ ଟିମ୍ ଲଣ୍ଡନର ୱେମ୍ବଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ଗ୍ରେଟ୍ ବ୍ରିଟେନକୁ ୪-୦ ଗୋଲରେ ହରାଇଥିଲା। ୧୯୪୮ ଅଲିମ୍ପିକ୍ ପୂର୍ବରୁ ଦତ୍ତ ୧୯୪୭ରେ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ପୂର୍ବ ଆଫ୍ରିକା ଗସ୍ତ କରିଥିଲେ।

୧୯୨୫ ମସିହା, ୨୯ ଡିସେମ୍ବରରେ ଲାହୋର (ଏବେ ପାକିସ୍ତାନ)ରେ ଜନ୍ମିତ ଦତ୍ତ ୧୯୫୨ ହେଲସିଙ୍କି ଅଲିମ୍ପିକରେ ମଧ୍ୟ ଭାରତୀୟ ହକି ଟିମୀ ସଦସ୍ୟ ଥିଲେ, ଯେଉଁଠାରେ ଟିମ୍ ଫାଇନାଲରେ ନେଦରଲ୍ୟାଣ୍ଡକୁ ୬-୧ରେ ହରାଇ ଲଗାତର ପଞ୍ଚମଥର ଅଲିମ୍ପିକ୍ ଚାମ୍ପିୟନ୍ ହୋଇଥିଲା।

ଦତ୍ତ ୧୯୫୦ରେ କଲକତା (ଏବେ କୋଲକାତା) ଯିବା ପରେ ମୋହନ ବାଗାନ କ୍ଲବର ପ୍ରତିନିଧତ୍ୱ କରିଥିଲେ। ହକି ଇଣ୍ଡିଆର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍ ଦତ୍ତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ସମସ୍ତେ ଦତ୍ତଙ୍କ ଦେହାନ୍ତରେ ବହୁତ ଦୁଃଖିତ। ସେ ୧୯୪୮ ଓ ୧୯୫୨ ଅଲିମ୍ପିକରେ ସାମିଲ୍ ଭାରତୀୟ ହକି ଟିମର ଏକମାତ୍ର ସଦସ୍ୟ ଜୀବିତ ଥିଲେ ଏବଂ ଏବେ ତାଙ୍କର ଯିବା ଦ୍ୱାରା ଏକ ଯୁଗର ଶେଷ ହୋଇଛି।

ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି, ଆମେ ସମସ୍ତେ ସ୍ୱାଧୀନତା ପରେ ଅଲିମ୍ପିକରେ ତାଙ୍କର ଅଦ୍ଭୁତ କାରନାମା ଶୁଣି ବଡ଼ ହୋଇଛୁ। ସେ ଦେଶର ଆଗାମୀ ହକି ଖେଳାଳିଙ୍କ ପାଇଁ ନିଶ୍ଚିତ ପ୍ରେରଣାସ୍ରୋତ ହେବେ। ହକି ଇଣ୍ଡିଆ ଏହି ଦୁଃଖଦ ଖବର ଶୁଣି ଅତ୍ୟନ୍ତ ମର୍ମାହତ ଏବଂ ମହାସଂଘ ପକ୍ଷରୁ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛୁ।

The post ଆଉ ନାହାନ୍ତି ସ୍ୱାଧୀନ ଭାରତର ଅଲିମ୍ପିକ୍ ଚାମ୍ପିୟନ୍ କେଶବ ଦତ୍ତ appeared first on Odisha Reporter.

]]>
left bottom 2021-07-07 19:11:39 https://cdn.odishareporter.in/wp-content/uploads/2021/07/07191117/keshab-dutta.jpg
ଅଲିମ୍ପିକ୍ସରେ ହକି ଟିମ୍‌ର ଉପ ଅଧିନାୟକ ହେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା https://odishareporter.in/sports/hockey/birendra-lakra-became-the-vice-captain-of-the-mens-hockey-team-at-the-olympics-652967 Tue, 22 Jun 2021 07:39:24 +0000 https://odishareporter.in/?p=652967

ନୂଆଦିଲ୍ଲୀ: ପୁଣିଥରେ ଜାତୀୟ ପୁରୁଷ ହକି ଟିମ୍‌ରେ ଓଡ଼ିଆଙ୍କ ଦବଦବା ଦେଖିବାକୁ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଲାକ୍ରା ଓ ହରମନପ୍ରୀତି ସିଂହ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। Manpreet Singh to lead the Indian Men's Hockey Team's #Tokyo2020 campaign, alongside Birendra Lakra […]

The post ଅଲିମ୍ପିକ୍ସରେ ହକି ଟିମ୍‌ର ଉପ ଅଧିନାୟକ ହେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା appeared first on Odisha Reporter.

]]>

ନୂଆଦିଲ୍ଲୀ: ପୁଣିଥରେ ଜାତୀୟ ପୁରୁଷ ହକି ଟିମ୍‌ରେ ଓଡ଼ିଆଙ୍କ ଦବଦବା ଦେଖିବାକୁ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଲାକ୍ରା ଓ ହରମନପ୍ରୀତି ସିଂହ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।


ପୂର୍ବଭଳି ମନପ୍ରୀତ ସିଂହ ପୁରୁଷ ଦଳର ଅଧିନାୟକ ପଦ ଦାୟିତ୍ୱରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ପୁରୁଷ ହକି ଟିମ୍‌ରେ ଲାକ୍ରାଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ରହିଛନ୍ତି। ସେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ସେହିପରି ଲାକ୍ରାଙ୍କ ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ। ୨୦୧୬ରେ ସେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। କିନ୍ତୁ ୨୦୧୨ରେ ଭାରତକୁ ବିଶ୍ୱ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ଭାରତୀୟ ମହିଳା ହକି ଟିମ୍‌ର ଉପ ଅଧିନାୟକ ଭାବେ ଓଡ଼ିଆ ଝିଅ ଦୀପଗ୍ରେସ ଏକାଙ୍କୁ ନିଯୁକ୍ତି ମିଳିଥିଲା। ରାଣୀ ରାମପଲ ପୂର୍ବଭଳି ମହିଳା ଦଳର ଅଧିନାୟିକତ୍ୱ ଅଲିମ୍ପିକ୍ସରେ କରିବେ।

The post ଅଲିମ୍ପିକ୍ସରେ ହକି ଟିମ୍‌ର ଉପ ଅଧିନାୟକ ହେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା appeared first on Odisha Reporter.

]]>
centre top 2021-06-22 13:18:09 https://cdn.odishareporter.in/wp-content/uploads/2021/06/22130704/bir.jpg
ଅଲିମ୍ପିକ୍ ପାଇଁ ଦୀପ୍ ଗ୍ରେସ୍ ଭାରତୀୟ ଟିମର ଭାଇସ୍ କ୍ୟାପଟେନ୍ https://odishareporter.in/sports/hockey/odishas-deep-grace-ekka-have-been-selected-as-joint-vice-captains-of-the-16-member-squad-selected-for-tokyo2020-652862 Mon, 21 Jun 2021 16:27:56 +0000 https://odishareporter.in/?p=652862

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ପାଇଁ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍ ଓ ଭାଇସ୍ କ୍ୟାପଟେନ୍ ଘୋଷଣା ହୋଇଛି। ଅଭିଜ୍ଞ ଷ୍ଟ୍ରାଇକର୍ ରାନୀ ରାମପଲ୍ ଅଲିମ୍ପିକରେ ଭାରତୀୟ ଦଳର କ୍ୟାପଟେନ୍ ହେବେ। ସେହିପରି ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ଭାରତୀୟ ମହିଳା ହକି ଟିମର ଭାଇସ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଦୀପ୍ ଗ୍ରେସଙ୍କ ସହ ସବିତାଙ୍କୁ ମଧ୍ୟ ଭାଇସ୍ କ୍ୟାପଟେନ୍ କରାଯାଇଛି। ଉଭୟ ଦୀପ୍ ଗ୍ରେସ୍ ଓ ସବିତା ଅଭିଜ୍ଞ ଖେଳାଳି। ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି […]

The post ଅଲିମ୍ପିକ୍ ପାଇଁ ଦୀପ୍ ଗ୍ରେସ୍ ଭାରତୀୟ ଟିମର ଭାଇସ୍ କ୍ୟାପଟେନ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ପାଇଁ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍ ଓ ଭାଇସ୍ କ୍ୟାପଟେନ୍ ଘୋଷଣା ହୋଇଛି। ଅଭିଜ୍ଞ ଷ୍ଟ୍ରାଇକର୍ ରାନୀ ରାମପଲ୍ ଅଲିମ୍ପିକରେ ଭାରତୀୟ ଦଳର କ୍ୟାପଟେନ୍ ହେବେ। ସେହିପରି ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ଭାରତୀୟ ମହିଳା ହକି ଟିମର ଭାଇସ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଦୀପ୍ ଗ୍ରେସଙ୍କ ସହ ସବିତାଙ୍କୁ ମଧ୍ୟ ଭାଇସ୍ କ୍ୟାପଟେନ୍ କରାଯାଇଛି।

ଉଭୟ ଦୀପ୍ ଗ୍ରେସ୍ ଓ ସବିତା ଅଭିଜ୍ଞ ଖେଳାଳି। ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୋଚ୍ ମାରିନ୍। ସେ କହିଛନ୍ତି, ମୁଁ ରାନୀଙ୍କୁ କ୍ୟାପଟେନ୍ ହେବା ନେଇ ଅଭିନନ୍ଦନ ଜଣାଉଛନ୍ତି। ଏହାଛଡ଼ା ଦୀପ୍ ଗ୍ରେସ୍ ଏକ୍କା ଓ ସବିତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଏହି ତିନି ଭେଟେରାନ୍ ଖେଳାଳିଙ୍କ ପାଖରେ ନେତୃତ୍ୱ ନେବାର ପ୍ରଚୁର ଅଭିଜ୍ଞତା ରହିଛି। ମୋର ବିଶ୍ୱାସ ଏମାନେ ଅଲିମ୍ପିକରେ ନିଶ୍ଚିତ ସଫଳ ହେବେ।

ଭାଇସ୍ କ୍ୟାପଟେନ୍ ଚୟନ ହେବା ପରେ ଦୀପ୍ ଗ୍ରେସ୍ କହିଛନ୍ତି, ଅଲିମ୍ପିକରେ ଭାରତର ଭାଇସ୍ କ୍ୟାପଟେନ୍ ହେବା ମୋ ପାଇଁ ସମ୍ମାନର କଥା। ଏହା ମୋତେ ଭଲ ପ୍ରଦର୍ଶନ କରିବାରେ ପ୍ରୋତ୍ସାହନ କରିବ। ଭାରତୀୟ ଦଳରେ ବିଭିନ୍ନ ପ୍ରାନ୍ତରୁ ଖେଳାଳି ଅଛନ୍ତି। କିନ୍ତୁ ମହାମାରୀ ସମୟରେ ଅର୍ଥାତ୍ ୧୫ ମାସ ଧରି ଆମେ ଏକତା ବଜାୟ ରଖିଛୁ, ଯାହା ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା।

ଗତ ୧୭ ତାରିଖରେ ଟୋକିଓ ଅଲିମ୍ପିକ୍ କ୍ରୀଡ଼ା ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରାଯାଇଥିଲା। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ମଧ୍ୟ ସ୍ଥାନ ପାଇଥିଲେ।

ଭାରତୀୟ ସ୍କ୍ୱାଡ୍
ଗୋଲକିପର: ସବିତା (ଭାଇସ୍ କ୍ୟାପଟେନ୍‌)

ଡିଫେଣ୍ଡର୍ସ: ଦୀପ୍ ଗ୍ରେସ୍ ଏକ୍କା (ଭାଇସ୍ କ୍ୟାପଟେନ୍‌), ନିକ୍କି ପ୍ରଧାନ, ଗୁରଜିତ୍ କୌର୍, ଉଦିତା

ମିଡଫିଲ୍ଡର୍ସ: ନିଶା, ନେହା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନବଜୋତ୍ କୌର୍, ସାଲିମା ଟେଟେ

ଫରୱାର୍ଡସ୍: ରାନୀ (କ୍ୟାପଟେନ୍), ନବନୀତ୍ କୌର, ଲାଲରେମଶିଆମି, ବନ୍ଦନା କାଟାରିଆ, ଶର୍ମିଳା ଦେବୀ ।

The post ଅଲିମ୍ପିକ୍ ପାଇଁ ଦୀପ୍ ଗ୍ରେସ୍ ଭାରତୀୟ ଟିମର ଭାଇସ୍ କ୍ୟାପଟେନ୍ appeared first on Odisha Reporter.

]]>
centre bottom 2021-06-21 22:00:39 https://cdn.odishareporter.in/wp-content/uploads/2021/06/21215648/deep-grace-ekka-1.jpg
ବିବାଦ ପରେ ନିଷ୍ପତ୍ତିି ବଦଳାଇଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ହେଲେ ଆଡହକ୍ କମିଟିର ଚେୟାରମ୍ୟାନ୍ https://odishareporter.in/sports/hockey/dilip-tirkey-tirkey-appointed-as-odisha-hockey-adhoc-committe-chairman-652048 Fri, 18 Jun 2021 12:06:15 +0000 https://odishareporter.in/?p=652048

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ବିବାଦ ପରେ ଶେଷରେ ହକି ଇଣ୍ଡିଆ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍ ବଦଳାଇଯାଇଛି। ଚାରିଆଡ଼ୁ ବିରୋଧର ସ୍ୱର ଉଠିବା ପରେ ପୂର୍ବତନ ହକି ତାରକା ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ଆଡହକ୍ କମିଟିର ଚେୟାରମ୍ୟାନ୍ ହୋଇଥିବା ଭୋଳାନାଥ ସିଂହ ଆଡହକ୍ କମିଟିର ସଦସ୍ୟ ହୋଇଛନ୍ତି। କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ରାଜେନ୍ଦ୍ର ପାଣି, ଆରକେ […]

The post ବିବାଦ ପରେ ନିଷ୍ପତ୍ତିି ବଦଳାଇଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ହେଲେ ଆଡହକ୍ କମିଟିର ଚେୟାରମ୍ୟାନ୍ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ବିବାଦ ପରେ ଶେଷରେ ହକି ଇଣ୍ଡିଆ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍ ବଦଳାଇଯାଇଛି। ଚାରିଆଡ଼ୁ ବିରୋଧର ସ୍ୱର ଉଠିବା ପରେ ପୂର୍ବତନ ହକି ତାରକା ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି। ସେହିପରି ପୂର୍ବରୁ ଆଡହକ୍ କମିଟିର ଚେୟାରମ୍ୟାନ୍ ହୋଇଥିବା ଭୋଳାନାଥ ସିଂହ ଆଡହକ୍ କମିଟିର ସଦସ୍ୟ ହୋଇଛନ୍ତି।

କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ରାଜେନ୍ଦ୍ର ପାଣି, ଆରକେ ଶ୍ରୀବାସ୍ତକ ଓ ଅଧିପ ଦାସ ମଧ୍ୟ ଆଡହକ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି।କିଛି ଦିନ ତଳେ ହକି ଇଣ୍ଡିଆ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ହକି ଝାଡ଼ଖଣ୍ଡର ସଭାପତି ଭୋଳାନାଥ ସିଂହଙ୍କୁ ନିଯୁକ୍ତ କରିଥିବା ବେଳେ ଦିଲ୍ଲୀପ ତିର୍କୀଙ୍କୁ କେବଳ କମିଟିର ସଦସ୍ୟ କରିଥିଲା । ଯାହା ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଓଡ଼ିଶାରେ ଏତେ ଦକ୍ଷ ହକି ଖେଳାଳି ଥାଉ ଥାଉ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ କରାଯିବା ଲୋକେ ସହଜରେ ଗ୍ରହଣ କରିପାରିନଥିଲେ।

ଗୋଟିଏ ପଟେ ଦିଲ୍ଲୀପ ତିର୍କୀ ଭାରତର ପୂର୍ବତନ କ୍ୟାପଟେନ୍ ସହ ଓଡ଼ିଶା ହକିର ସବୁଠାରୁ ବଡ଼ ଖେଳାଳି। କିନ୍ତୁ ତାଙ୍କୁ ଚେୟାରମ୍ୟାନ୍ ବଦଳରେ କମିଟିର ସଦସ୍ୟ କରାଯାଇଥିଲା । ଅନ୍ୟ ପକ୍ଷରେ ଭୋଳାନାଥ ଜଣେ କୁସ୍ତି ଖେଳାଳି ଥିଲେ । ଆଉ ତାଙ୍କ ହାତରେ ଚେୟାରମ୍ୟାନ୍ ଭଳି ବଡ଼ ପଦ, ତା’ ପୁଣି ଓଡ଼ିଶା ହକି ଆଡହକ୍ କମିଟିର। ଏସବୁ ହକି ଇଣ୍ଡିଆ ଜାଣିଶୁଣି ଏବଂ ହକି ଓଡ଼ିଶାକୁ ଭାଙ୍ଗିବାକୁ ପ୍ରୟାସ କରୁଥିବା ଅନେକେ ମତ ଦେଇଛନ୍ତି।

କିଛି ଦିନ ତଳେ ହକି ଇଣ୍ଡିଆ ହକି ଗାଙ୍ଗପୁର ଓଡ଼ିଶାର ସଦସ୍ୟତା କାଟି ଦେଇଥିବା ବେଳେ ହକି ଓଡ଼ିଶାର ଭୋଟ୍ ଅଧିକାରକୁ ମଧ୍ୟ ଛଡ଼ାଇ ନେଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ରହିଛି, ସେହି ରାଜ୍ୟରେ ହକିକୁ ଅଣଦେଖା ପଛର କାରଣ କ’ଣ।

The post ବିବାଦ ପରେ ନିଷ୍ପତ୍ତିି ବଦଳାଇଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ହେଲେ ଆଡହକ୍ କମିଟିର ଚେୟାରମ୍ୟାନ୍ appeared first on Odisha Reporter.

]]>
centre bottom 2021-06-18 17:37:37 https://cdn.odishareporter.in/wp-content/uploads/2021/06/18173336/dilip-tirkey.jpg
ଅଲିମ୍ପିକ୍ସ ପାଇଁ ଘୋଷିତ ହକି ଟିମ୍‌ରେ ଦୁଇ ଓଡ଼ିଆ https://odishareporter.in/sports/hockey/two-odia-in-16-members-olympic-bound-indian-hockey-mens-team-651951 Fri, 18 Jun 2021 06:51:34 +0000 https://odishareporter.in/?p=651951

ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଟିମ୍‌ର ୧୬ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ଏଥିରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଟିମରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ। ବାକି ୬ ଖେଳାଳି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ଗୋଲ କିପର ପିଆର ଶ୍ରୀଜେଶ […]

The post ଅଲିମ୍ପିକ୍ସ ପାଇଁ ଘୋଷିତ ହକି ଟିମ୍‌ରେ ଦୁଇ ଓଡ଼ିଆ appeared first on Odisha Reporter.

]]>

ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଟିମ୍‌ର ୧୬ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ଏଥିରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଟିମରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ। ବାକି ୬ ଖେଳାଳି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଛନ୍ତି।

କ୍ରମାଗତ ତୃତୀୟ ଥର ପାଇଁ ଗୋଲ କିପର ପିଆର ଶ୍ରୀଜେଶ ଓ ଅଧିନାୟକ ମନପ୍ରୀତ ସିଂହ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ସେହିପରି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଥିବା ହରମନପ୍ରୀତ ସିଂହ, ରୁପିନ୍ଦରପାଲ ସିଂହ, ସୁରେନ୍ଦ୍ର କୁମାର ଓ ମଦଦୀପ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ଅଛନ୍ତି।

୨୦୧୬ରେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ବୀରେନ୍ଦ୍ର ଲାକ୍ରା ଅଲିମ୍ପିକ୍ସ ଖେଳି ପାରି ନଥିଲେ। ହେଲେ ଏଥର ଡିଫେଣ୍ଡର ଭୂମିକାରେ ସେ ଦଳକୁ କମବ୍ୟାକ କରିଛନ୍ତି। ଏମାନଙ୍କ ବ୍ୟତୀତ ଅମିତ ରୋହିଦାସ, ହାର୍ଦ୍ଦିକ ସିଂହ, ବିବେକ ସାଗର, ନୀଲକଣ୍ଠ ଶର୍ମା, ସୁମିତ, ଶଶମେର ସିଂହ, ଦୀଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ଲଳିତ କୁମାର ଉପାଧ୍ୟାୟ ରହିଛନ୍ତି। ଏମାନେ ସମସ୍ତେ ନିଜ ନିଜର ପ୍ରଥମ ଅଲିମ୍ପିକ୍ସ ଖେଳିବେ।

ଭାରତୀୟ ପୁରୁଷ ହକି ଦଳ ଏଯାଏ ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛି। ତେବେ ୪୧ ବର୍ଷ ତଳେ ଶେଷଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍‌ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ସେବେଠାରୁ ଦଳ ପଦକ ଜିତିପାରିନି। ହେଲେ ଏବେ ନିଜର ଭାଗ୍ୟ ବଦଳାଇବାକୁ ଦଳ ଚେଷ୍ଟା କରିବ।


ଚଳିତ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗ୍ରୁପ୍‌ ଏ’ରେ ରହିଛି। ଏହି ଗ୍ରୁପ୍‌ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସ୍ପେନ ଓ ଆୟୋଜନ ଜାପାନ ରହିଛି। ଆସନ୍ତା ମାସ ୨୩ ତାରିଖରୁ ଅଗଷ୍ଟ ୫ ତାରିଖ ଟୋକିଓରେ ଅଲିମ୍ପିକ୍ସ ଖେଳାଯିବ।

The post ଅଲିମ୍ପିକ୍ସ ପାଇଁ ଘୋଷିତ ହକି ଟିମ୍‌ରେ ଦୁଇ ଓଡ଼ିଆ appeared first on Odisha Reporter.

]]>
centre bottom 2021-06-18 12:21:34 https://cdn.odishareporter.in/wp-content/uploads/2021/06/18122058/Hockey.jpg
ଅଲିମ୍ପିକ୍ ଟିମରେ ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା https://odishareporter.in/sports/hockey/odishas-deep-grace-ekka-has-been-selected-in-the-16-member%e0%ac%95-indian-womens-hockey-team-for-tokyo2020-651741 Thu, 17 Jun 2021 11:19:02 +0000 https://odishareporter.in/?p=651741

ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ କ୍ରୀଡ଼ା ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରିଛି। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ତେବେ ଆଉ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ନମିଳିବା ହକି ପ୍ରେମୀଙ୍କୁ ନିରାଶ କରିଛି। ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ମଧ୍ୟ ସ୍ଥାନ ପାଇଥିଲେ। ଟିମର କ୍ୟାପଟେନ୍ ଦାୟିତ୍ୱ ସର୍ବୋପରି ରାନୀ ରାମପଲଙ୍କୁ ଦିଆଯାଇଛି। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଚାଲିଥିବା […]

The post ଅଲିମ୍ପିକ୍ ଟିମରେ ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା appeared first on Odisha Reporter.

]]>

ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ କ୍ରୀଡ଼ା ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରିଛି। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ତେବେ ଆଉ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ନମିଳିବା ହକି ପ୍ରେମୀଙ୍କୁ ନିରାଶ କରିଛି। ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ମଧ୍ୟ ସ୍ଥାନ ପାଇଥିଲେ। ଟିମର କ୍ୟାପଟେନ୍ ଦାୟିତ୍ୱ ସର୍ବୋପରି ରାନୀ ରାମପଲଙ୍କୁ ଦିଆଯାଇଛି। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଚାଲିଥିବା କ୍ୟାମ୍ପରୁ ଟିମ୍ ଚୟନ କରାଯାଇଛି।

ଭାରତୀୟ ସ୍କ୍ୱାଡରେ ୮ ଜଣ ଅଭିଜ୍ଞ ଭେଟେରାନଙ୍କୁ ସ୍ଥାନ ମିଳିଥିବା ବେଳେ ୮ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି, ଯେଉଁମାନେ ଅଲିମ୍ପିକ୍ ଡେବ୍ୟୁ କରିବେ। ଟିମ୍ ଚୟନ ନେଇ କୋଚ୍ ମାରିନ୍ କହିଛନ୍ତି, ଚୟନ ହୋଇଥିବା ଟିମ୍ ବର୍ଷେ ଧରି କଠିନ ପରିଶ୍ରମ କରିଆସୁଛନ୍ତି। ଏହି ଟିମରେ ଅଭିଜ୍ଞ ଖେଳାଳି ଓ ନୂଆ ପ୍ରତିଭାର ମିଶ୍ରଣ ରହିଛି, ଯାହା ଫଳପ୍ରଦ ହେବ। ଏହି ଟିମ୍ ଅଲିମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆମେ ଆଶାବାଦୀ ଅଛୁ ।

ସେହିପରି ହକି ଇଣ୍ଡିଆର ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍ କହିଛନ୍ତି, ବର୍ତ୍ତମାନ ଭାରତୀୟ ମହିଳା ଟିମ୍ ଯେଉଁ ଫର୍ମରେ ଅଛି, ତାକୁ ହାସଲ କରିବା ପାଇଁ ଟିମ୍ ବର୍ଷେ ଧରି ଅନେକ ପରିଶ୍ରମ କରିଛି। ମୁଁ ନିଶ୍ଚିତ ଯେ ଏହି ଟିମ୍ ବିରୋଧୀ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବ। ଚୟନ ହୋଇଥିବା ସମସ୍ତ ଖେଳାଳିଙ୍କୁ ମୁଁ ଅଲିମ୍ପିକରେ ଭଲ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି।

ସଂକ୍ଷେପରେ ଦୀପ ଗ୍ରେସ୍ ଏକ୍କା: ଭାରତୀୟ ମହିଳା ହକି ଦଳର ଡିଫେନ୍ସ କହିଲେ ଦୀପ ଗ୍ରେସ୍ ଏକ୍କାଙ୍କୁ ହିଁ ବୁଝାଏ। ଦୀପ୍ ଗ୍ରେସଙ୍କ ଉପସ୍ଥିତି ଭାରତୀୟ ଡିଫେନ୍ସକୁ ଅଧିକ ଶକ୍ତିଶାଳୀ କରାଇଥାଏ। ହୁଏତ ସେ ଡିଫେଣ୍ଡର୍ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି, କିନ୍ତୁ ସେ ଜଣେ ଗୋଲକିପର ହେବାକୁ ଚାହୁଁଥିଲେ। ୨୦୧୧ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଦୀପ୍ ଗ୍ରେସ ଭାରତ ପକ୍ଷରୁ ୨୦୨ ମ୍ୟାଚ୍ ଖେଳି ୧୩ ଗୋଲ୍ ଦେଇଛନ୍ତି। ପଦାର୍ପଣ ପରଠାରୁ ସେ ଜାତୀୟ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଭାରତ ଅଣ୍ଡର୍‌-୧୮ ଏସିଆ କପ୍ ହକି ବ୍ରୋଞ୍ଜ ପଦକ ଜିତିଥିଲା। ଏହାଛଡ଼ା ସେ ୨୦୧୩ରେ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ (ରାଉଣ୍ଡ-୨), ମହିଳା ଜୁନିୟର ବିଶ୍ୱକପ୍ ବ୍ରୋଞ୍ଜ ପଦକ, ୨୦୧୩ରେ ମହିଳା ହକି ଏସିଆ କପରେ ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ରହିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ। ୨୦୧୬, ଜୁନ୍ ୩ ତାରିଖରେ ନିଜର ୨୨ତମ ଜନ୍ମଦିନରେ ଦୀପ୍ ଗ୍ରେସ୍ ୧୦୦ତମ ଅନ୍ତର୍ଜାତୀୟ କ୍ୟାପ୍ ପରିଧାନ କରିଥିଲେ। ଏହା ପରେ ଅକ୍ଟୋବର ୬ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମ୍ୟାଲେସିୟା ବିପକ୍ଷ ମ୍ୟାଚରେ ସେ ନିଜର ୧୫୦ତମ ମ୍ୟାଚ୍ ଖେଳିଥିବା ବେଳେ ୨୦୧୯, ଅକ୍ଟୋବରରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚରେ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ସେ ଅଲିମ୍ପିକ୍ସ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳି ଓଡ଼ିଶାରେ ପଦାର୍ପଣ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସେ ନିଜର ଦମଦାର ଡିଫେନ୍ସ ଦ୍ୱାରା ଭାରତୀୟ ମହିଳା ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଟାର୍ଗେଟ୍ କରିଛନ୍ତି।

୧୬ ଜଣିଆ ସ୍କ୍ୱାଡରେ ୮ ଜଣ ଅଭିଜ୍ଞ ଖେଳାଳି ଯଥା ରାନୀ, ସବିତା, ଦୀପ ଗ୍ରେସ ଏକ୍କା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନିକ୍କି ପ୍ରଧାନ, ନବଜୋତ୍ କୌର୍ ଓ ବନ୍ଦନା କାଟାରିଆ ସ୍ଥାନ ପାଇଛନ୍ତି। ଏମାନଙ୍କ ପାଖରେ ଅଲିମ୍ପିକ୍ ସହ ପ୍ରଚୁର ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଏହି ୮ ଖେଳାଳି ମୋଟ ୧୪୯୨ ମ୍ୟାଚ୍ ଖେଳିଛନ୍ତି। ସେହିପରି ଅଲିମ୍ପିକରେ ଡେବ୍ୟୁ କରିବାକୁ ଥିବା ୮ ନୂଆ ଖେଳାଳି ହେଲେ ଗୁରଜିତ୍ କୌର୍, ଉଦିତା, ନିଶା, ନେହା, ନବନୀତ କୌର, ଶର୍ମିଳା ଦେବୀ ଓ ଲାଲରେମଶିଆମି।

ଭାରତୀୟ ସ୍କ୍ୱାଡ୍
ଗୋଲକିପର: ସବିତା;

ଡିଫେଣ୍ଡର୍ସ: ଦୀପ୍ ଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ୍ କୌର୍, ଉଦିତା

ମିଡଫିଲ୍ଡର୍ସ: ନିଶା, ନେହା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନବଜୋତ୍ କୌର୍, ସାଲିମା ଟେଟେ

ଫରୱାର୍ଡସ୍: ରାନୀ (କ୍ୟାପଟେନ୍), ନବନୀତ୍ କୌର, ଲାଲରେମଶିଆମି, ବନ୍ଦନା କାଟାରିଆ, ଶର୍ମିଳା ଦେବୀ ।

The post ଅଲିମ୍ପିକ୍ ଟିମରେ ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା appeared first on Odisha Reporter.

]]>
centre top, Indian Hockey 2021-06-17 17:41:15 https://cdn.odishareporter.in/wp-content/uploads/2021/06/17164824/deep-grace-ekka.jpg
ଆଉ ନାହାନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ https://odishareporter.in/sports/hockey/hockey-wizard-dhyan-chands-eldest-son-brijmohan-passes-away-642312 Mon, 10 May 2021 16:59:31 +0000 https://odishareporter.in/?p=642312

ନୂଆଦିଲ୍ଲୀ: ହକି ଯାଦୁଗର ଭାବେ ସାରା ଦୁନିଆରେ ଚର୍ଚ୍ଚିତ ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହଙ୍କର ଦେହାନ୍ତ ହୋଇଛି । ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ । ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ ହୋଇଥିଲା । ସେ ନିଜ ପତ୍ନୀ, ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି […]

The post ଆଉ ନାହାନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ appeared first on Odisha Reporter.

]]>

ନୂଆଦିଲ୍ଲୀ: ହକି ଯାଦୁଗର ଭାବେ ସାରା ଦୁନିଆରେ ଚର୍ଚ୍ଚିତ ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହଙ୍କର ଦେହାନ୍ତ ହୋଇଛି । ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ । ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ ହୋଇଥିଲା । ସେ ନିଜ ପତ୍ନୀ, ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି । ସେ ରାଜସ୍ଥାନ ସ୍ପୋର୍ଟ୍ସ କାଉନସିଲରେ ରିଜନାଲ୍ ସ୍ପୋର୍ଟ୍ସ ଅଫିସର୍ ପଦରୁ ଅବସର ନେଇଥିଲେ । ତାଙ୍କର ପରିବାର ରାଜସ୍ଥାନର କୋଟାରେ ରୁହନ୍ତି ।

ଆଇଏଏନଏସକୁ ସୂଚନା ନେଇ ଅଶୋକ କୁମାର କହିଛନ୍ତି, ମୋ ବଡ଼ ଭାଇ ମାସକ ତଳେ କୋଭିଡରୁ ସୁସ୍ଥ ହୋଇ ସାରିଥିଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସେ ଇଂଲିଶ ଫିଲ୍ମର ସୌକିନ୍ ଥିଲେ ଏବଂ ଗତ ରାତିରେ ମଧ୍ୟ ଏକ ଫିଲ୍ମ ଦେଇଥିଲେ । ପ୍ରତିଦିନ ଭଳି ଆଜି ସକାଳେ ସେ ମର୍ଣ୍ଣିଂ ୱାକରେ ଯାଇଥିଲେ ଏବଂ ସେଠାରୁ ଫେରି ଜୁସ୍ ପିଇଥିଲେ । ଏହା ପରେ ସେ ବାଥରୁମ୍ ଯାଇଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଛି ।

ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ ଥିଲା । ଦେଶର ଦୁଇ କିମ୍ବଦନ୍ତୀ ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର ଏହି ଦିନ କରୋନାରେ ଦେହାନ୍ତ ହୋଇଥିଲା । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ପରଲୋକ ହୋଇଥିଲା । ସେହିପରି ରବିବାର ପୂର୍ବତନ ହକି ଖେଳାଳି ଜର୍ଜ ଫର୍ଣ୍ଣାଣ୍ଡିଜଙ୍କର କରୋନାରେ ଦେହାନ୍ତ ହୋଇଥିଲେ।

The post ଆଉ ନାହାନ୍ତି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ appeared first on Odisha Reporter.

]]>
left bottom 2021-05-10 22:29:31 https://cdn.odishareporter.in/wp-content/uploads/2021/05/10222846/Brij-Mohan-Singh.jpg
ଅଶୁଭ ଶନିବାର, ଆଉଜଣେ ଅଲିମ୍ପିକ୍ ବିଜେତାଙ୍କ ଦେହାନ୍ତ https://odishareporter.in/sports/hockey/indian-hockey-legend-mk-kaushik-dies-of-coronavirus-complications-641887 Sat, 08 May 2021 16:15:08 +0000 https://odishareporter.in/?p=641887

ନୂଆଦିଲ୍ଲୀ: ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ଦୁଇ ଧୁରନ୍ଦର ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର କରୋନାରେ ଦେହାନ୍ତ ହୋଇଛି । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ଦେହାନ୍ତ ଖବର ଆସିଛି । ଦୁହେଁ କିଛି ଦିନ ଧରି ଅସୁସ୍ଥ ଥିଲେ […]

The post ଅଶୁଭ ଶନିବାର, ଆଉଜଣେ ଅଲିମ୍ପିକ୍ ବିଜେତାଙ୍କ ଦେହାନ୍ତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ଦୁଇ ଧୁରନ୍ଦର ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର କରୋନାରେ ଦେହାନ୍ତ ହୋଇଛି । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ଦେହାନ୍ତ ଖବର ଆସିଛି । ଦୁହେଁ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ହସ୍ପିଟାଲାରେ ଭର୍ତ୍ତି ହୋଇଥିଲେ ।

ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଟିମର ସଦସ୍ୟ ରହିଥିବା କୌଶିକଙ୍କୁ ଦିଲ୍ଲୀର ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । କୌଶିକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ତାଙ୍କର ଚିକିତ୍ସା ସେହି ନର୍ସିଂ ହୋମରେ ଚାଲିଛି ।

ଭାରତୀୟ ହକିରେ କୌଶିକଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ସେ ୧୯୮୦ ମସ୍କୋ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ଅଲିମ୍ପିକ୍ସ ହକିରେ ଭାରତର ଏହା ଶେଷ ପଦକ ଥିଲା । ଏହା ପରେ ଅଲିମ୍ପିକ୍ ହକିରେ ଭାରତକୁ କୌଣସି ପଦକ ମିଳିନାହିଁ । କେବଳ ଏତିକି ନୁହେଁ କୌଶିକ ଭାରତର ସିନିୟର ପୁରୁଷ ଓ ମହିଳା ଟିମକୁ ମଧ୍ୟ କୋଚିଂ ଦେଇ ସାରିଛନ୍ତି । ୨୦୦୨ରେ ତାଙ୍କ କୋଚିଂରେ ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

ଏହା ପୂର୍ବରୁ ଶନିବାର ସକାଳେ ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

The post ଅଶୁଭ ଶନିବାର, ଆଉଜଣେ ଅଲିମ୍ପିକ୍ ବିଜେତାଙ୍କ ଦେହାନ୍ତ appeared first on Odisha Reporter.

]]>
left bottom 2021-05-08 21:54:07 https://cdn.odishareporter.in/wp-content/uploads/2021/05/08214351/kaushik.jpg
କରୋନାରେ ଚାଲିଗଲେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ହକି ତାରକା https://odishareporter.in/sports/hockey/moscow-olympic-gold-medallist-ravinder-pal-singh-succumbs-to-covid-19-641860 Sat, 08 May 2021 13:55:28 +0000 https://odishareporter.in/?p=641860

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ପୂର୍ବତନ ସଦସ୍ୟ ଓ ମସ୍କୋ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ରବିନ୍ଦର କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଗତ ଏପ୍ରିଲ୍ ୨୪ ତାରିଖରେ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ କିଛି ଦିନ ରହିବା ପରେ ସେ କରୋନାରୁ ସୁସ୍ଥ ହୋଇସାରିଥିଲେ ଏବଂ ରିପୋର୍ଟ […]

The post କରୋନାରେ ଚାଲିଗଲେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ହକି ତାରକା appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ପୂର୍ବତନ ସଦସ୍ୟ ଓ ମସ୍କୋ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ରବିନ୍ଦର କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଗତ ଏପ୍ରିଲ୍ ୨୪ ତାରିଖରେ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲରେ କିଛି ଦିନ ରହିବା ପରେ ସେ କରୋନାରୁ ସୁସ୍ଥ ହୋଇସାରିଥିଲେ ଏବଂ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା । ଯାହା ପରେ ସେ କରୋନା ୱାର୍ଡରୁ ବାହାରେ ରହୁଥିଲେ । ତେବେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଶନିବାର ସକାଳେ ସେ ଲକ୍ଷ୍ନୌରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ରବିନ୍ଦର ୧୯୮୦ରେ ମସ୍କୋରେ ଆୟୋଜିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ୧୯୮୪ରେ ଲସ୍ ଆଞ୍ଜେଲିସ୍ ଅଲିମ୍ପିକ୍ସ କ୍ରୀଡ଼ା ଖେଳିଥିବା ରବିନ୍ଦର ବିବାହ କରିନାହାନ୍ତି । ସେ ୧୯୭୯ରେ ଜୁନିୟର ବିଶ୍ୱକପ୍ ମଧ୍ୟ ଖେଳିଥିଲେ ଏବଂ ହକି ଛାଡ଼ିବା ପରେ ପରେ ଷ୍ଟେଟ୍ ବ୍ୟାଙ୍କରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ସୀତାପୁରରେ ଜନ୍ମିତ ସେଣ୍ଟର ହାଫ୍ ଖେଳାଳି ରବିନ୍ଦର ୧୯୭୯ରୁ ୧୯୮୪ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇ ଅଲିମ୍ପିକ୍ ବ୍ୟତୀତ ସେ ୧୯୮୦ ଓ ୧୯୮୩ରେ ଚାମ୍ପିୟନ୍ସ ଟ୍ରଫି, ୧୯୮୨ ବିଶ୍ୱକପ୍ ଓ ୧୯୮୨ ଏସିଆ କପ୍ ମଧ୍ୟ ଖେଳିଛନ୍ତି ।

ତାଙ୍କ ପରଲୋକରେ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଶୋକବ୍ୟକ୍ତ କରିଛନ୍ତି । କ୍ରୀଡ଼ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, କରୋନା ଲଢ଼େଇରେ ରବିନ୍ଦର ପାଲ ସିଂହ ଜୀ ହାରିଯାଇଥିବା ଖବର ପାଇ ବହୁତ ଦୁଃଖିତ । ଭାରତ ମସ୍କୋ ଅଲିମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା ହକି ଟିମର ଜଣେ ସ୍ୱର୍ଣ୍ଣିମ ସଦସ୍ୟଙ୍କୁ ହରାଇଛି । ଭାରତୀୟ କ୍ରୀଡ଼ାରେ ତାଙ୍କର ଯୋଗଦାନକୁ ମନେ ରଖାଯିବ । ହକି ଇଣ୍ଡିଆ ମଧ୍ୟ ରବିନ୍ଦର ପାଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି ।

The post କରୋନାରେ ଚାଲିଗଲେ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ହକି ତାରକା appeared first on Odisha Reporter.

]]>
left bottom 2021-05-08 19:25:28 https://cdn.odishareporter.in/wp-content/uploads/2021/05/08191917/ravinder-pal-singh.jpg
ଅଲିମ୍ପିକ୍ ଚାମ୍ପିୟନ୍‌କୁ ଧୂଳି ଚଟାଇଲା ଭାରତ https://odishareporter.in/sports/hockey/india-outclass-olympic-champions-argentina-3-0-in-their-second-match-of-fih-pro-league-635030 Mon, 12 Apr 2021 13:01:17 +0000 https://odishareporter.in/?p=635030

ବ୍ୟୁନସ୍ ଆୟର୍ସ: ଚଳିତ ଏଫଆଇଏଚ୍ ପ୍ରୋ ହକି ଲିଗରେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନାକୁ ଧୂଳି ଛଟାଇଛି ଭାରତ। ଏଠାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ହକି ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୦ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ଆର୍ଜେଣ୍ଟିନାକୁ ଶୁଟଆଉଟରେ ୩-୨ ଗୋଲରେ ହରାଇଥିଲା। ତେବେ ଆଜି ମ୍ୟାଚରେ ଏକତରଫା ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ସବୁ ବିଭାଗରେ ପଛରେ ପକାଇଛି। ଏହି ବିଜୟ ସହ ଭାରତ ଏଫଆଇଏଚ୍ ପ୍ରୋ ଲିଗ୍ […]

The post ଅଲିମ୍ପିକ୍ ଚାମ୍ପିୟନ୍‌କୁ ଧୂଳି ଚଟାଇଲା ଭାରତ appeared first on Odisha Reporter.

]]>

ବ୍ୟୁନସ୍ ଆୟର୍ସ: ଚଳିତ ଏଫଆଇଏଚ୍ ପ୍ରୋ ହକି ଲିଗରେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନାକୁ ଧୂଳି ଛଟାଇଛି ଭାରତ। ଏଠାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ହକି ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୦ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ଆର୍ଜେଣ୍ଟିନାକୁ ଶୁଟଆଉଟରେ ୩-୨ ଗୋଲରେ ହରାଇଥିଲା। ତେବେ ଆଜି ମ୍ୟାଚରେ ଏକତରଫା ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ସବୁ ବିଭାଗରେ ପଛରେ ପକାଇଛି। ଏହି ବିଜୟ ସହ ଭାରତ ଏଫଆଇଏଚ୍ ପ୍ରୋ ଲିଗ୍ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି।

ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଏକାଦଶ), ଲଲିତ ଉପାଧ୍ୟାୟ (୨୫ତମ) ଓ ମନଦୀପ ସିଂହ (୫୮ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଛନ୍ତି। ଭାରତର ଏବେ ୮ ମ୍ୟାଚରୁ ୧୫ ପଏଣ୍ଟ ହୋଇଯାଇଛି। ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଏଫଆଇଏଚ୍ ହକି ପ୍ରୋ ଲିଗ୍ ପଏଣ୍ଟ ଟେବୁଲରେ ଆର୍ଜେଣ୍ଟିନା ୧୨ ମ୍ୟାଚରୁ ୧୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।

ଆଗାମୀ ଅଲିମ୍ପିକ୍ସ ଗେମ୍ସରେ ଭାରତ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ପରସ୍ପର ବିପକ୍ଷରେ ମ୍ୟାଚ୍ ଖେଳିବ। ଏହି ତିନି ଟିମ୍ ଅଲିମ୍ପିକ୍ସ ଗେମ୍ସର ଗ୍ରୁପ୍-ଏରେ ସ୍ପେନ୍, ନ୍ୟୁଜିଲ୍ୟାଣ୍ଡ ଓ ଆୟୋଜକ ଜାପାନ ସହ ସ୍ଥାନ ପାଇଛନ୍ତି।

ଆଜି ମ୍ୟାଚ୍ ଆରମ୍ଭରୁ ଆର୍ଜେଣ୍ଟିନା ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରରେ ଆର୍ଜେଣ୍ଟିନା ତାରକା ମାର୍ଟିନ୍ ଫେରାରିଓଙ୍କ ଦୁଇଟି ନିଶ୍ଚିତ ଶଟକୁ ଭାରତର ଗୋଲକିପର କୃଷ୍ଣ ବାହାଦୂର ପାଠକ ରୋକିବାରେ ସଫଳ ହୋଇଇଥିଲେ। ଭାରତ ମଧ୍ୟ ପ୍ରତିଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରର ଏକାଦଶ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୋଲରେ ପରିଣତ କରିଥିଲେ ହରମନପ୍ରୀତ।

ଏହା ପରେ ଲଲିତ ଉପାଧ୍ୟାୟ ଦ୍ୱିତୀୟ କ୍ୱାର୍ଟରରେ ଭାରତର ଗୋଲ୍ ଧାରା ବଜାୟ ରଖିଥିଲେ। ସେ ୨୫ତମ ମିନିଟରେ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ। ତୃତୀୟ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିବା ବେଳେ ଫାଇନାଲ୍ ହୁଟର ବାଜିବାର ଦୁଇ ମିନିଟ୍ ପୂର୍ବରୁ ମନଦୀପ ଆକର୍ଷଣୀୟ ଗୋଲ୍ ଦେଇ ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ଆର୍ଜେଣ୍ଟିନା କମବ୍ୟାକ୍ କରିବାକୁ ପ୍ରୟାସ କରିଥିଲେ ହେଁ, ସେତବେଳକୁ ବହୁତ ବିଳମ୍ବ ହୋଇସାରିଥିଲା।

ମ୍ୟାଚରେ ଚମତ୍କାର ଗୋଲକିପିଂ କରିଥିବା ଗୋଲକିପର ପାଠକ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମ୍ୟାଚ୍ ପରେ ସେ କହିଥିଲେ, `ପୂରା ଟିମ୍ ଜବରଦସ୍ତ ଡିଫେଣ୍ଡ୍ କରିଥିଲା। ଆର୍ଜେଣ୍ଟିନାର ଡିଫେନ୍ସ ମଧ୍ୟ ଭଲ ରହିଥିଲା, କିନ୍ତୁ ଆମେ ଅଧିକ ସୁଯୋଗ ସୃଷ୍ଟି କରିଥିଲୁ। ଏବେବି ଆମକୁ ଅନେକ ବିଭାଗରେ ସୁଧାର ଆଣିବାକୁ ପଡ଼ିବ। ବିଶେଷକରି ମିଡଫିଲ୍ଡରେ ସୁଧାରର ଆବଶ୍ୟକ ରହିଛି।`

The post ଅଲିମ୍ପିକ୍ ଚାମ୍ପିୟନ୍‌କୁ ଧୂଳି ଚଟାଇଲା ଭାରତ appeared first on Odisha Reporter.

]]>
left top 2021-04-12 18:32:21 https://cdn.odishareporter.in/wp-content/uploads/2021/04/12182944/Indian-hockey-team.jpg
ବଦଳିବ ସୁନ୍ଦରଗଡ଼ର ଷ୍ଟାଡିୟମର ରୂପ, ଦେଖନ୍ତୁ ୱାର୍ଲ୍‌ଡ କ୍ଲାସ୍‌ ଝଲକ https://odishareporter.in/sports/cm-lays-foundation-of-world-class-hockey-stadium-in-rourkela-619877 Tue, 16 Feb 2021 11:13:57 +0000 https://odishareporter.in/?p=619877

ରାଉରକେଲା (ପବନ ତିୱାରୀ): ଷ୍ଟିଲ୍‌ ସିଟି ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ୍‌। ଯାହାର ନାଁ ରଖାଯାଇଛି ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିପିୟୁଟି ପରିସରରେ ହେବାକୁ ଥିବା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ। ଯେଉଁଥିରେ ୨୦,୦୦୦ ଦର୍ଶକ ବସିବାର ବ୍ୟବସ୍ଥା ରହିବ। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ବ୍ଲକରେ ହକି ପାଇଁ ଆଷ୍ଟ୍ରୋ ଟ୍ରପ୍‌ ମଧ୍ୟ ନିର୍ମାଣ ହେବ। ଷ୍ଟାଡିୟମର ଡିଜାଇନ୍‌ ଫଟୋ ଗୁଡ଼ିକ ରିଲିଜ୍‌ କରାଯାଉଛି। […]

The post ବଦଳିବ ସୁନ୍ଦରଗଡ଼ର ଷ୍ଟାଡିୟମର ରୂପ, ଦେଖନ୍ତୁ ୱାର୍ଲ୍‌ଡ କ୍ଲାସ୍‌ ଝଲକ appeared first on Odisha Reporter.

]]>

ରାଉରକେଲା (ପବନ ତିୱାରୀ): ଷ୍ଟିଲ୍‌ ସିଟି ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ୍‌। ଯାହାର ନାଁ ରଖାଯାଇଛି ବିର୍ସାମୁଣ୍ଡା ହକି ଷ୍ଟାଡିୟମ। ବିପିୟୁଟି ପରିସରରେ ହେବାକୁ ଥିବା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ଭିତରେ ସରିବ। ଯେଉଁଥିରେ ୨୦,୦୦୦ ଦର୍ଶକ ବସିବାର ବ୍ୟବସ୍ଥା ରହିବ। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ବ୍ଲକରେ ହକି ପାଇଁ ଆଷ୍ଟ୍ରୋ ଟ୍ରପ୍‌ ମଧ୍ୟ ନିର୍ମାଣ ହେବ। ଷ୍ଟାଡିୟମର ଡିଜାଇନ୍‌ ଫଟୋ ଗୁଡ଼ିକ ରିଲିଜ୍‌ କରାଯାଉଛି। ଥରେ ସହି ଫଟୋ ଦେଖିଲେ ଆଖି ଲାଗିଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସରସ୍ୱତୀ ପୂଜା ଅବସରରେ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମ ନିର୍ମାଣ ହେଲେ ରାଜ୍ୟର ହକି ଖେଳାଳିମାନେ ବେଶ୍‌ ଉପକୃତ ହେବେ ବୋଲି ଆକା କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ୱାର୍ଲ୍‌ଡ କ୍ଲାସ କରିବା ଆଶାରେ ଅନ୍ୟ ପ୍ରକଳ୍ପ ପରି ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଫଟୋରେ ରହିଯିବନି ତ?

ଏମିତି ଦେଖାଯିବ ବିର୍ସାମୁଣ୍ଡା ହକି ଷ୍ଟାଡିୟମ

ରାଉରକେଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦଶ ମିନିଟ ଧରି ଓଡ଼ିଆରେ ଭାଷଣ ଦେଇଥିଲେ। ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ନବୀନ। ଏ ପ୍ରକଳ୍ପମାନଙ୍କ ମଧ୍ୟରେ ଜଳ ଯୋଗାଣ ପ୍ରକଳ୍ପ, ଜଳସେଚନ ଯୋଜନା, ବିଭିନ୍ନ ଉନ୍ନତି ମୂଳକ କାମ ସ୍ଥାନ ପାଇଛି। ସମାରୋହରେ କ୍ରୀଡାମନ୍ତ୍ରୀ ତୁସାରକାନ୍ତି ବେହେରା, ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି, ସୁନ୍ଦରଗଡ଼ ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରେଇ, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗଦେଇଥିଲେ। ଏହା ବ୍ୟତୀତ ୧୭ ଜଣ ମନ୍ତ୍ରୀ ଓ ୮୦ ଜଣ ବିଧାୟକ ସମଗ୍ର ଜିଲ୍ଲାରେ ଉପସ୍ଥିତ ରହି ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ନବୀନଙ୍କ ଗସ୍ତକୁ ନେଇ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେକ୍ଟର ୮ ଜୁବଲି ପାର୍କଠାରେ ବିଜେପି ପକ୍ଷରୁ କରାଯାଇଥିଲା ବିକ୍ଷୋଭ ପ୍ରଦର୍ଶନ। ଦଳର ନେତାଙ୍କୁ ବିକ୍ଷୋଭ ସ୍ଥଳରୁ ପୁଲିସ ଉଠାଇ ନେଇ ଥିଲା। ସେହିପରି ବିର୍ସାମୁଣ୍ଡା ଛକରେ କଂଗ୍ରେସ ପକ୍ଷରୁ କରାଯାଇଥିଲା ‘ଧୋକ୍କା ଦିବସ’। କଂଗ୍ରେସର କର୍ମୀମାନେ ବିଶ୍ରା ଛକରେ ବିକ୍ଷୋଭ କରିଥିଲେ।

The post ବଦଳିବ ସୁନ୍ଦରଗଡ଼ର ଷ୍ଟାଡିୟମର ରୂପ, ଦେଖନ୍ତୁ ୱାର୍ଲ୍‌ଡ କ୍ଲାସ୍‌ ଝଲକ appeared first on Odisha Reporter.

]]>
centre bottom 2021-02-16 17:18:08 https://cdn.odishareporter.in/wp-content/uploads/2021/02/16163628/rkl-3.jpg
ୱେବସାଇଟ୍ ନଥିବାରୁ କଟିଲା ହକି ଓଡ଼ିଶାର ଆଜୀବନ ସଦସ୍ୟତା! https://odishareporter.in/sports/due-to-no-proper-website-hockey-odisha-revoked-from-hockey-indias-permanent-member-616479 Tue, 02 Feb 2021 12:41:57 +0000 https://odishareporter.in/?p=616479

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ହକି ୱାର୍ଲ୍ଡ କପ୍ ଆୟୋଜନ କରି ସାରା ଦୁନିଆରେ ଖୁବ୍ ପ୍ରଶଂସା ସାଉଁଣ୍ଟିଥିଲା ଓଡ଼ିଶା। ଏହି ସଫଳ ଆୟୋଜନ ପରେ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ୨୦୨୩ ୱାର୍ଲ୍ଡ କପ୍‌ର ଆୟୋଜନ ଦାୟିତ୍ୱ ମଧ୍ୟ ଓଡ଼ିଶାକୁ ଦେଇଛି। ଓଡ଼ିଶାରେ ଦୁଇଟି ଭେନ୍ୟୁ ଅର୍ଥାତ୍ ରାଉରକେଲା ଓ ଭୁବନେଶ୍ୱରରେ ୨୦୨୩ ହକି ୱାର୍ଲ୍ଡ କପ୍ ମ୍ୟାଚ୍ ଖେଳାଯିବ। ଏସବୁ ସଫଳତାର ଶ୍ରେୟ ହକି ଇଣ୍ଡିଆର ଆଫିଲିଟେଟ୍ ୟୁନିଟ୍ ଥିବା […]

The post ୱେବସାଇଟ୍ ନଥିବାରୁ କଟିଲା ହକି ଓଡ଼ିଶାର ଆଜୀବନ ସଦସ୍ୟତା! appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ହକି ୱାର୍ଲ୍ଡ କପ୍ ଆୟୋଜନ କରି ସାରା ଦୁନିଆରେ ଖୁବ୍ ପ୍ରଶଂସା ସାଉଁଣ୍ଟିଥିଲା ଓଡ଼ିଶା। ଏହି ସଫଳ ଆୟୋଜନ ପରେ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ୨୦୨୩ ୱାର୍ଲ୍ଡ କପ୍‌ର ଆୟୋଜନ ଦାୟିତ୍ୱ ମଧ୍ୟ ଓଡ଼ିଶାକୁ ଦେଇଛି। ଓଡ଼ିଶାରେ ଦୁଇଟି ଭେନ୍ୟୁ ଅର୍ଥାତ୍ ରାଉରକେଲା ଓ ଭୁବନେଶ୍ୱରରେ ୨୦୨୩ ହକି ୱାର୍ଲ୍ଡ କପ୍ ମ୍ୟାଚ୍ ଖେଳାଯିବ।

ଏସବୁ ସଫଳତାର ଶ୍ରେୟ ହକି ଇଣ୍ଡିଆର ଆଫିଲିଟେଟ୍ ୟୁନିଟ୍ ଥିବା ହକି ଓଡ଼ିଶାକୁ ମିଳିବା ଦରକାର। କିନ୍ତୁ ଏବେ ହକି ଓଡ଼ିଶା ଆଜୀବନ ସଦସ୍ୟତାରୁ ହଟି ହକି ଇଣ୍ଡିଆର ଆସୋସିଏଟ୍ ସଦସ୍ୟ ହୋଇଯାଇଛି। ଯେଉଁ କାରଣରୁ ହକି ଇଣ୍ଡିଆ ନିର୍ବାଚନ ପାଇଁ ହକି ଓଡ଼ିଶାକୁ ଭୋଟିଂ ଅଧିକାର ମିଳିନାହିଁ। ହକି ଓଡ଼ିଶାର ସମ୍ପାଦକ ପ୍ରତାପ ଶତପଥୀ ଏହାକୁ ‘ଅସାମ୍ବିଧାନିକ’ ବୋଲି କହିଛନ୍ତି। ପ୍ରତାପ ଶତପଥୀ କହିଛନ୍ତି, ୧୯୬୨ରେ ଓଡ଼ିଶା ହକି ଆସୋସିଏସନର ଗଠନ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୦୯ରେ ହକି ଓଡ଼ିଶାର ଗଠନ ହୋଇଥିଲା। ଯାହା ପରେ ଆମେ ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ଥିଲୁ। କିନ୍ତୁ ଏଇ ବର୍ଷେ ହେବ ଯେଉଁଭଳି ଭାବେ ଆମର ଆଜୀବନ ସଦସ୍ୟତା ବାତିଲ କରାଯାଇଛି, ତାହା ଅସାମ୍ବିଧାନିକ।

ଶ୍ରୀ ଶତପଥି କହିଛନ୍ତି, ଆମର ଶେଷ ସାଧାରଣ ବୈଠକରେ ଆମେ ୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟ ଦାଖଲ କରିଥିଲୁ। କିନ୍ତୁ ଜାତୀୟ ଫେଡେରେସନ୍ ଆମକୁ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଥିବା ଏବଂ ହକି ପ୍ରଚାର ପାଇଁ ଏକ ୱେବସାଇଟ୍ କରିବାକୁ ପରାମର୍ଶ ଦେଇଥିଲା, ଯାହାର ପ୍ରକ୍ରିୟା ଏବେ ଜାରି ରହିଛି। ଯଦି ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ହେବା ପାଇଁ ୱେବସାଇଟ୍ ହିଁ ଏକମାତ୍ର ପାରାମିଟର୍, ତାହେଲେ ମୁଁ କହିବି ଯେ ବର୍ତ୍ତମାନ ହକି ଇଣ୍ଡିଆର ଅଧିକାଂଶ ସ୍ଥାୟୀ ସଦସ୍ୟଙ୍କର ୱେବସାଇଟ୍ ନାହିଁ କି ଜିଲ୍ଲା ୟୁନିଟ୍ ମଧ୍ୟ ନାହିଁ। କିନ୍ତୁ ଆମେ ଏ ଲଢ଼େଇ ଜାରି ରଖିବୁ ବୋଲି ଶ୍ରୀ ଶତପଥି କହିଛନ୍ତି।

ହକି ଇଣ୍ଡିଆର ସ୍ଥାୟୀ ଓ ଆସୋସିଏଟ୍ ସଦସ୍ୟ ଭିତରେ ସେତେଟା ଫରକ ନାହିଁ। ଏକମାତ୍ର ଫରକ ହେଉଛି ସ୍ଥାୟୀ ସଦସ୍ୟଙ୍କ ପାଖରେ ଭୋଟିଂ ଦେବାର ଅଧିକାର ଅଛି ଏବଂ ଆସୋସିଏଟ୍ ସଦସ୍ୟଙ୍କ ପାଖରେ ଏହି ଅଧିକାର ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଓଡ଼ିଶା ହକିର ହବ୍ ଭାବେ ପରିଚିତ ହୋଇଛି, ସେହି ରାଜ୍ୟର ହକି ସଂଘ ଜାତୀୟ ସଂଘର ସ୍ଥାୟୀ ସଦସ୍ୟରୁ କେମିତି କଟିଲା। ନିକଟରେ ଓଡ଼ିଶା ଏକାଧିକ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ଯେପରିକି ଚାମ୍ପିୟନ୍ସ ଟ୍ରଫି, ହକି ୱାର୍ଲ୍ଡ ସିରିଜ୍, ଅଲିମ୍ପିକ୍ କ୍ୱାଲିଫିକେସନ୍, ହକି ୱାର୍ଲ୍ଡ କପ୍ ଆଦି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ସାମିଲ୍‌ ଅଛି। ଏହିସବୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଓଡ଼ିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ସାମାନ୍ୟ ୱେବସାଇଟ୍ ଟିଏ କରିବା ପାଇଁ ସରକାର ଆଗ୍ରହ ଦେଖାଇଲେ ନାହିଁ ଏବଂ ଏହି ୱେବସାଇଟ୍ ପାଇଁ ହକି ଓଡ଼ିଶା ଜାତୀୟ ସଂଘର ସ୍ଥାୟୀ ସଦସ୍ୟ ନହେବା ନୈରାଶ୍ୟଜନକ। ଏପରିକି ଏହା ଓଡ଼ିଶାର ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ କି ନାହିଁ, ତାହା ସମୟ କହିବ।

ହକି ଇଣ୍ଡିଆର ମୋଟ ୨୨ଟି ସ୍ଥାୟୀ ସଦସ୍ୟ ରହିଛନ୍ତି। ସେହିପରି ୩୬ଟି ଆସୋସିଏଟ୍ ସଦସ୍ୟ ରହିଛନ୍ତି। ଏହି ୩୬ଟି ମଧ୍ୟରୁ ହକି ଓଡ଼ିଶା ମଧ୍ୟ ରହିଛି। ସେହିପରି ହକି ଇଣ୍ଡିଆ ଅଧୀନରେ ୩୯ଟି ଏକାଡେମୀ ସଦସ୍ୟ ରହିଛନ୍ତି। ଓଡ଼ିଶାର ଆଉଏକ ହକି ସଂଘ ଥିବା ହକି ଗାଙ୍ଗପୁରକୁ ଗତବର୍ଷ ଆସୋସିଏଟ୍ ସଦସ୍ୟତାରୁ କାଟି ଦିଆଯାଇଛି। ଆଗାମୀ ଦିନରେ ଯଦି ହକି ଓଡ଼ିଶାର ଆସୋସିଏଟ୍ ସଦସ୍ୟତା ବାତିଲ୍ କରାଯିବ, ତାହେଲେ ଏହା ଓଡ଼ିଶା ହକି ପାଇଁ ଲଜ୍ଜାଜନକ ବିଷୟ ହେବ।

The post ୱେବସାଇଟ୍ ନଥିବାରୁ କଟିଲା ହକି ଓଡ଼ିଶାର ଆଜୀବନ ସଦସ୍ୟତା! appeared first on Odisha Reporter.

]]>
right bottom 2021-02-02 18:16:54 https://cdn.odishareporter.in/wp-content/uploads/2021/02/02175516/hockey.jpg
ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ https://odishareporter.in/sports/chief-secretary-and-the-secretary-of-5t-visited-rourkela-for-hockey-stadium-613079 Tue, 19 Jan 2021 12:51:08 +0000 https://odishareporter.in/?p=613079

ରାଉରକେଲା (ପବନ ତିୱାରୀ): ୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବ ହକି ୱାର୍ଲ୍ଡ କପ୍। ଏଥର ୱାର୍ଲ୍ଡ କପ୍ ମ୍ୟାଚ୍ ରାଜଧାନୀ ଭୁବନେଶ୍ୱର ବ୍ୟତୀତ ରାଉରକେଲାରେ ମଧ୍ୟ ହେବ। ହକି ୱାର୍ଲ୍ଡ କପ୍ ପାଇଁ ରାଉରକେଲାର ବିପିୟୁଟି ପରିସରରେ ନିର୍ମିତ ହେବ ନୂଆ ଷ୍ଟାଡିୟମ। ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭିକେ ପାଣ୍ଡିଆନ୍, କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗର ସ୍ୱତନ୍ତ୍ର ସଚିବ ଆର୍ ଭିନୀଲ କ୍ରିଷ୍ଣା ରାଉରକେଲା […]

The post ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ appeared first on Odisha Reporter.

]]>

ରାଉରକେଲା (ପବନ ତିୱାରୀ): ୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବ ହକି ୱାର୍ଲ୍ଡ କପ୍। ଏଥର ୱାର୍ଲ୍ଡ କପ୍ ମ୍ୟାଚ୍ ରାଜଧାନୀ ଭୁବନେଶ୍ୱର ବ୍ୟତୀତ ରାଉରକେଲାରେ ମଧ୍ୟ ହେବ। ହକି ୱାର୍ଲ୍ଡ କପ୍ ପାଇଁ ରାଉରକେଲାର ବିପିୟୁଟି ପରିସରରେ ନିର୍ମିତ ହେବ ନୂଆ ଷ୍ଟାଡିୟମ। ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭିକେ ପାଣ୍ଡିଆନ୍, କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗର ସ୍ୱତନ୍ତ୍ର ସଚିବ ଆର୍ ଭିନୀଲ କ୍ରିଷ୍ଣା ରାଉରକେଲା ଗସ୍ତ କରି ବିପିୟୁଟି ପରିସରରେ ନିର୍ମିତ ହେବାକୁଥିବା ପ୍ରସ୍ତାବିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ୨୦୨୨ ସୁଦ୍ଧା ଏହାକୁ ପୂରା କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଏହି ପ୍ରକଳ୍ପ ସମ୍ପର୍କରେ କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଆଲୋଚନା କରିଛନ୍ତି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରାଯିବ। ସୂଚନାଯୋଗ୍ୟ, ଗତମାସରେ ରାଉରକେଲାରେ ୨୦୨୩ ବିଶ୍ୱକପ୍ ଓଡ଼ିଶାରେ ଆୟୋଜନ ହେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିପିୟୁଟିରେ ହେବାକୁଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମରେ ଉଭୟ ଖେଳାଳି ଓ ଦର୍ଶକଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବା ପାଇଁ ଏହାର ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଏହା ଭାରତର ସର୍ବବୃହତ ହକି ଷ୍ଟାଡିୟମ ହେବ ଏବଂ ଏକାଥରକେ ୨୦ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ। ବିଶ୍ୱର ଅତ୍ୟାଧୁନିକ ପିଚ୍ ସହ ଫ୍ଲଡ୍ ଲାଇଟ୍, ଅଭ୍ୟାସ ପିଚ୍, ଜିମ୍, ହାଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହ ପାର୍କିଂ ଓ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ।

The post ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ appeared first on Odisha Reporter.

]]>
right bottom 2021-01-19 18:44:33 https://cdn.odishareporter.in/wp-content/uploads/2021/01/19181929/hockey.jpg
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ବିଦାୟ https://odishareporter.in/sports/olympian-michel-kindo-gave-guard-of-honour-in-last-journey-607387 Fri, 01 Jan 2021 09:09:30 +0000 https://odishareporter.in/?p=607387

ରାଉରକେଲା (ଓଡ଼ିଶା ରିପୋର୍ଟର): ହକି ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ଦିଆଗଲା ଅନ୍ତିମ ବିଦାୟ। ଆଜି ରାଉରକେଲା ହମିରପୁର ଚର୍ଚ୍ଚରେ କିଣ୍ଡୋଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି କିଣ୍ଡୋଙ୍କ ମରଶରୀରକୁ ଆଇଜିଏଚ୍ ମର୍ଭ ହାଉସରୁ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା ପରେ ହମିରପୁର ଚର୍ଚ୍ଚରେ ତାଙ୍କୁ ଗ୍ରାଭିୟାର୍ଡ ଦିଆଯାଇଥିଲା। ସେଠାରେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ […]

The post ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ବିଦାୟ appeared first on Odisha Reporter.

]]>

ରାଉରକେଲା (ଓଡ଼ିଶା ରିପୋର୍ଟର): ହକି ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ଦିଆଗଲା ଅନ୍ତିମ ବିଦାୟ। ଆଜି ରାଉରକେଲା ହମିରପୁର ଚର୍ଚ୍ଚରେ କିଣ୍ଡୋଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି କିଣ୍ଡୋଙ୍କ ମରଶରୀରକୁ ଆଇଜିଏଚ୍ ମର୍ଭ ହାଉସରୁ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା ପରେ ହମିରପୁର ଚର୍ଚ୍ଚରେ ତାଙ୍କୁ ଗ୍ରାଭିୟାର୍ଡ ଦିଆଯାଇଥିଲା।

ସେଠାରେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ, ମ୍ୟୁନିସିପାଲ କର୍ପୋରେସନର କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପାନପୋଷ ଉପଜିଲ୍ଲାପାଳ ଦୌଲତ କୁମାର, ଡେପୁଟୀ କମିଶନର ସୁଧାଂଶୁ ଶେଖର ଭୋଇ ଓ ସୀତାଦେବୀ ମାଝୀ, ରାଜ୍ୟ ହକି ଉନ୍ନୟନ କମିଟିର ଚେୟାରମ୍ୟାନ୍ ଦିଲୀପ ତିର୍କୀ, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜିଏମ୍ ଅଜୟ ନାୟକ, ସିଜିଏମ୍ ବିଜୟ ରାଉତ ଓ ଧୀରେନ ମିଶ୍ର, ଡିଏସଓ ତେଜ୍ କୁମାର ଖେସ୍ ଉପସ୍ଥିତ ରହି ଏହି ମହାନ ହକି ତାରକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ରାଉରକେଲା କିଛି ଜଣାଶୁଣା ହକି କୋଚ୍, କ୍ରୀଡ଼ା ସଂଗଠନ, କ୍ରୀଡ଼ା ପ୍ରେମୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ପୂର୍ବତନ ହକି ତାରକା ମଧ୍ୟ ଉପସ୍ଥିତ ରହି କିଣ୍ଡୋଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସୂଚନାଯୋଗ୍ୟ, ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା କିଣ୍ଡୋଙ୍କର ୭୪ ବର୍ଷ ବୟସରେ ଗୁରୁବାର ଦେହାନ୍ତ ହୋଇଥିଲା। ତାଙ୍କ ପରଲୋକରେ ହକି ଜଗତରେ ଶୋକର ଛାୟା ଖେଳିଯାଇଥିଲା। କିଣ୍ଡୋ ୧୯୭୨ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ତିନି ତିନିଟି ବିଶ୍ୱକପରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୭୫ରେ କୁଆଲାଲମ୍ପୁରରେ ଭାରତୀୟ ଟିମର ସ୍ୱର୍ଣ୍ଣ ପଦକ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଭାରତୀୟ ହକି ପ୍ରତି ଉଲ୍ଲେଖନୀୟ ଅବଦାନ ଯୋଗୁଁ ମାଇକେଲ କିଣ୍ଡୋଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

The post ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ବିଦାୟ appeared first on Odisha Reporter.

]]>
right bottom 2021-01-01 14:43:01 https://cdn.odishareporter.in/wp-content/uploads/2021/01/01143410/kindo.jpg
ନୂଆବର୍ଷରେ ହେବ ଅଲିମ୍ପିଆନଙ୍କ ଶେଷକୃତ୍ୟ https://odishareporter.in/sports/the-last-rites-of-the-michel-kindo-will-held-tomorrow-607266 Thu, 31 Dec 2020 15:37:02 +0000 https://odishareporter.in/?p=607266

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ହକି ଖେଳାଳି ତଥା ଅଲିମ୍ପିଆନ ମାଇକେଲ କିଣ୍ଡୋଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ୪୪ ବର୍ଷ ଧରି ଓଡ଼ିଶାରେ ରହି ଆସୁଥିବା ଶ୍ରୀ କିଣ୍ଡୋ ଅର୍ଜୁନ ପୁରସ୍କାର ପାଇବା ସହିତ ଭାରତୀୟ ହକି ପାଇଁ ଅନେକ ଗୌରବ ଆଣିଥିଲେ। ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ମୂଳବାସିନ୍ଦା ଶ୍ରୀ କିଣ୍ଡୋ ଆର୍‌ଏସ୍‌ପି ଚାକିରୀରୁ ଅବସରର୍ ନେବା ପରେ ରାଉରକେଲା ସହରର ସେକ୍ଟ-୬ରେ ନିଜ ପତ୍ନୀ ଓ ପୁଅଙ୍କ ସହିତ ରହିଆସୁଥିଲେ। ଗତ […]

The post ନୂଆବର୍ଷରେ ହେବ ଅଲିମ୍ପିଆନଙ୍କ ଶେଷକୃତ୍ୟ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ହକି ଖେଳାଳି ତଥା ଅଲିମ୍ପିଆନ ମାଇକେଲ କିଣ୍ଡୋଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ୪୪ ବର୍ଷ ଧରି ଓଡ଼ିଶାରେ ରହି ଆସୁଥିବା ଶ୍ରୀ କିଣ୍ଡୋ ଅର୍ଜୁନ ପୁରସ୍କାର ପାଇବା ସହିତ ଭାରତୀୟ ହକି ପାଇଁ ଅନେକ ଗୌରବ ଆଣିଥିଲେ। ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ମୂଳବାସିନ୍ଦା ଶ୍ରୀ କିଣ୍ଡୋ ଆର୍‌ଏସ୍‌ପି ଚାକିରୀରୁ ଅବସରର୍ ନେବା ପରେ ରାଉରକେଲା ସହରର ସେକ୍ଟ-୬ରେ ନିଜ ପତ୍ନୀ ଓ ପୁଅଙ୍କ ସହିତ ରହିଆସୁଥିଲେ।

ଗତ କିଛିଦିନ ଧରି ସେ ବାର୍ଦ୍ଧ୍ୟକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ। ଆଇଜିଏଚ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଆଲବର୍ଟ କିଣ୍ଡୋ ଓ ପତ୍ନୀ ଶୀଳା କିଣ୍ଡୋଙ୍କ ସମେତ ଅନ୍ୟ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ପାନପୋଷ କ୍ରୀଡ଼ା ସଙ୍ଗଠନର ସାଧାରଣ ସମ୍ପାଦକ ସୁଶାନ୍ତ ବେହେରାଙ୍କ ସମେତ ଅନ୍ୟମାନେ ହସ୍‌ପିଟାଲ୍‌ରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।

ସୂଚନା ମୁତାବକ ତାଙ୍କ ଶେଷ କୃତ୍ୟ ଶୁକ୍ରବାର ଦିନ ହମିରପୁର ଚର୍ଚ୍ଚରେ ମଧ୍ୟାହ୍ନ ସମୟରେ ସମ୍ପନ୍ନ ହେବ। ତାଙ୍କ ମୃତ୍ୟୁରେ ପାନପୋଷ କ୍ରୀଡ଼ା ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ମହେନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ, ସାଧାରଣ ସମ୍ପାଦକ ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ସୁଚିତ୍ରା ଦାସ, ସଦସ୍ୟ ରଶ୍ମିତ ସାହାଣୀ, ଗୀତାଞ୍ଜଳି ଟପ୍ନୋ, ସତ୍ୟରଞ୍ଜନ ପଣ୍ଡା, ରେଶ୍ମା ଲାକ୍ରା, ଅରବିନ୍ଦ ପାତ୍ର, ନିଖିଳ କଳାକାର ପ୍ରଧାନ, ଗୋପିନାଥ ପଣ୍ଡା, ନୃସିଂହ ଚରନ ସାହୁ, ରଶ୍ମିତା କୁଲ୍ଲୁ, ଆଇନ ଉପଦେଷ୍ଟା ଧିରେନ୍ଦ୍ର ଦାସ ପ୍ରମୁଖ ଶୋକବାର୍ତ୍ତା ଦେଇଛନ୍ତି। ଏହା ସହିତ ଓଡ଼ିଶା ଜଣେ ବର୍ଷିୟାନ ହକି ପ୍ରତିଭାଙ୍କୁ ହରାଇଲା ବୋଲି ପିଏସ୍‌ଏ ପକ୍ଷରୁ କୁହାଯାଇଛି।

The post ନୂଆବର୍ଷରେ ହେବ ଅଲିମ୍ପିଆନଙ୍କ ଶେଷକୃତ୍ୟ appeared first on Odisha Reporter.

]]>
hockey, right bottom 2020-12-31 21:07:02 https://cdn.odishareporter.in/wp-content/uploads/2020/12/31210106/kindo.jpg