ଅନ୍ୟାନ୍ୟ – Odisha Reporter https://odishareporter.in Sun, 25 Jul 2021 04:11:28 +0000 en-US hourly 1 ବିଜୟରୁ ସିନ୍ଧୁଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ https://odishareporter.in/sports/others/pv-sindhu-won-her-first-match-in-tokyo-olympics-661567 Sun, 25 Jul 2021 04:02:06 +0000 https://odishareporter.in/?p=661567

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ। ଆଜି ଖେଳା ଯାଇଥିବା ଏକ ଗ୍ରୁପ୍ ସ୍ତରୀୟ ମ୍ୟାଚ୍‌ରେ ସିନ୍ଧୁ ଇସ୍ରାଏଲ୍‌ର ସେନିଆ ପୋଲିକାର୍ପୋଭାଙ୍କୁ ସିଧାସଳଖ ୨୧-୭, ୨୧-୧୦ ଗେମ୍‌ରେ ପରାସ୍ତ କରିଛନ୍ତି। ମାତ୍ର ୨୯ ମିନିଟ୍‌ରେ ପୋଲିକାର୍ପୋଭାଙ୍କୁ ପରାସ୍ତ କରି ଦେଇଥିଲେ ସିନ୍ଧୁ। ସିନ୍ଧୁ ‘ଜେ’ ଗ୍ରୁପ୍‌ରେ ଥିବା ବେଳେ ଏଥିରେ ତାଙ୍କ ସହିତ ପୋଲିକାର୍ପୋଭା ଓ ହଂକଂର ଚଙ୍ଗ ନେଙ୍ଗ ୟି ଅଛନ୍ତି। ଏହି ଗ୍ରୁପ୍‌ରେ […]

The post ବିଜୟରୁ ସିନ୍ଧୁଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ। ଆଜି ଖେଳା ଯାଇଥିବା ଏକ ଗ୍ରୁପ୍ ସ୍ତରୀୟ ମ୍ୟାଚ୍‌ରେ ସିନ୍ଧୁ ଇସ୍ରାଏଲ୍‌ର ସେନିଆ ପୋଲିକାର୍ପୋଭାଙ୍କୁ ସିଧାସଳଖ ୨୧-୭, ୨୧-୧୦ ଗେମ୍‌ରେ ପରାସ୍ତ କରିଛନ୍ତି। ମାତ୍ର ୨୯ ମିନିଟ୍‌ରେ ପୋଲିକାର୍ପୋଭାଙ୍କୁ ପରାସ୍ତ କରି ଦେଇଥିଲେ ସିନ୍ଧୁ।

ସିନ୍ଧୁ ‘ଜେ’ ଗ୍ରୁପ୍‌ରେ ଥିବା ବେଳେ ଏଥିରେ ତାଙ୍କ ସହିତ ପୋଲିକାର୍ପୋଭା ଓ ହଂକଂର ଚଙ୍ଗ ନେଙ୍ଗ ୟି ଅଛନ୍ତି। ଏହି ଗ୍ରୁପ୍‌ରେ ସିନ୍ଧୁ ବିଜୟୀ ହୋଇ ନକ୍ଆଉଟ୍ ରାଉଣ୍ଡକୁ ଯିବେ ବୋଲି ଆଶା କରାଯାଉଛି।

ମଙ୍ଗଳବାର (୨୭ ଜୁଲାଇ) ପୋଲିକାର୍ପୋଭା ଓ ଚଙ୍ଗ ନେଙ୍ଗ ୟିଙ୍କ ମଧ୍ୟରେ ମ୍ୟାଚ୍ ହେବ। ସିନ୍ଧୁ ତାଙ୍କ ପରବର୍ତ୍ତୀ ମ୍ୟାଚ୍ ବୁଧବାର (ଜୁଲାଇ ୨୮) ଚଙ୍ଗ ନେଙ୍ଗ ୟିଙ୍କ ସହିତ ଖେଳିବେ। ସୂଚନାଯୋଗ୍ୟ, ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ପିସ୍ତଲରେ ଭାରତ ନିରାଶ ହୋଇଛି। ମାନୁ ଭାକର ଓ ୟାଶ୍ୱିନୀ ସିଂ ଦେଶୱାଲ ଯୋଗ୍ୟତା ପର୍ଯ୍ୟାୟରେ ହାରି ଯାଇଛନ୍ତି। ଟେନିସରେ ମହିଳା ଡବଲ୍ସରେ ସାନିଆ ମିର୍ଜା ଓ ଅଙ୍କିତା ରୈନାଙ୍କ ଯୋଡ଼ି ହାରିଯାଇଛି। ପ୍ରଥମ ରାଉଣ୍ଡରେ ଏହି ଯୋଡ଼ି ୬-୦, ୬-୭, ୮-୧୦ ସେଟ୍‌ରେ ପରାସ୍ତ ହୋଇଛି। ତେବେ ରୋଇଂ ସେମିରେ ପହଞ୍ଚିଛନ୍ତି ଅର୍ଜୁନ ଲାଲ ଜାଟ୍ ଓ ଅରବିନ୍ଦ ସିଂହ। ସେମାନେ ରୋଇଂ ଲାଇଟ୍ୱେଟ୍ ଡବଲ ସ୍କଲ୍ସ ରିପଚେଜ-୨ରେ ସେମିକୁ ଉନ୍ନୀତ ହୋଇଛନ୍ତି।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଗତକାଲି ଦେଶ ପାଇଁ ପ୍ରଥମ ପଦକ ଜିତିଥିଲେ ମୀରାବାଈ ଚାନୁ। ସେ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ସେହିପରି ଭାରତୀୟ ପୁରୁଷ ହକି ଦଳ ଗତକାଲି ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ଦଳ ୩-୨ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା।

The post ବିଜୟରୁ ସିନ୍ଧୁଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ appeared first on Odisha Reporter.

]]>
centre bottom, Tokyo Olympics 2021 2021-07-25 09:41:28 https://cdn.odishareporter.in/wp-content/uploads/2021/07/25093015/sindhu1.jpg
ରବିବାର ମୈଦାନକୁ ଓହ୍ଲାଇବେ ସିନ୍ଧୁ ଓ ମ୍ୟାରିକମ, ଭାରତର ପୂରା ଖେଳସୂଚୀ ଓ ସମୟ ଜାଣନ୍ତୁ https://odishareporter.in/sports/others/indias-schedule-for-tomorrow-661524 Sat, 24 Jul 2021 14:58:53 +0000 https://odishareporter.in/?p=661524

ଟୋକିଓ: ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ଭାରତ ଗୋଟିଏ ପଦକ ଜିତିଛି। ଭାରୋତ୍ତୋଳନରେ ମୀରାବାଈ ଚାନୁ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଆଜି ଦେଶକୁ ବିଭିନ୍ନ କ୍ରୀଡ଼ାରେ ଝଟକା ଲାଗିଥିବା ବେଳେ ଆଉ କିଛି ବିଭାଗରେ ଖେଳାଳିମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ସବୁଠାରୁ ଖରାପ ସମୟ ଶୁଟିଂ ପାଇଁ ଥିଲା। ବନ୍ଧୁକ ଚାଳନାରେ ପଦକ ଦାବିଦାର ସୌରଭ ଚୌଧୁରୀ ଫାଇନାଲ ରାଉଣ୍ଡରେ ସମସ୍ତଙ୍କୁ ନିରାଶ କରିଛନ୍ତି। ବକ୍ସିଂରେ ବିକାଶ କ୍ରିଷ୍ଣା ପ୍ରଥମ […]

The post ରବିବାର ମୈଦାନକୁ ଓହ୍ଲାଇବେ ସିନ୍ଧୁ ଓ ମ୍ୟାରିକମ, ଭାରତର ପୂରା ଖେଳସୂଚୀ ଓ ସମୟ ଜାଣନ୍ତୁ appeared first on Odisha Reporter.

]]>

ଟୋକିଓ: ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ଭାରତ ଗୋଟିଏ ପଦକ ଜିତିଛି। ଭାରୋତ୍ତୋଳନରେ ମୀରାବାଈ ଚାନୁ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଆଜି ଦେଶକୁ ବିଭିନ୍ନ କ୍ରୀଡ଼ାରେ ଝଟକା ଲାଗିଥିବା ବେଳେ ଆଉ କିଛି ବିଭାଗରେ ଖେଳାଳିମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଆଜି ସବୁଠାରୁ ଖରାପ ସମୟ ଶୁଟିଂ ପାଇଁ ଥିଲା। ବନ୍ଧୁକ ଚାଳନାରେ ପଦକ ଦାବିଦାର ସୌରଭ ଚୌଧୁରୀ ଫାଇନାଲ ରାଉଣ୍ଡରେ ସମସ୍ତଙ୍କୁ ନିରାଶ କରିଛନ୍ତି। ବକ୍ସିଂରେ ବିକାଶ କ୍ରିଷ୍ଣା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗରେ ଥିବା ଏକମାତ୍ର ଖେଳାଳି ଭାବେ ସାଇ ପ୍ରଣୀତ ମଧ୍ୟ ହାରି ଯାଇଛନ୍ତି। ତୀରନ୍ଦାଜୀର ମିକ୍ସଡ ଇଭେଣ୍ଟରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ କ୍ୱାର୍ଟର ଫାଇନାଲରେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।

ହେଲେ ଟେବୁଲ ଟେନିସରେ ମନୀକା ବାତ୍ରା ଓ ସୁଥିତ୍ରା ମୁଖାର୍ଜୀ ପ୍ରଥମ ରାଉଣ୍ଡରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ପୁରୁଷ ହକି ଟିମ୍‌ ପ୍ରଥମ ମ୍ୟାଚ୍‌ରେ ଜିତିଛି। ଅବଶ୍ୟ ମହିଳା ହକି ଟିମ ହାରି ଯାଇଛି। ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ସାତ୍ତ୍ୱିକ ଓ ଚିରାଗ ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଛନ୍ତି।

ତେବେ ପ୍ରଥମ ଦିନ ଭଳି ଆସନ୍ତାକାଲି ମଧ୍ୟ ଭାରତୀୟ କ୍ରୀଡ଼ାବିତ୍‌ ବିଭିନ୍ନ ଇଭେଣ୍ଟରେ ଭାଗ ନେବାକୁ ମୈଦାନକୁ ଓହ୍ଲାବେ।

ଏମାନଙ୍କ ମଧ୍ୟରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ସିନ୍ଧୁ ରହିଛନ୍ତି। ସେହିପରି ବକ୍ସିଂରେ ମ୍ୟାରିକମ ରିଗିଂକୁ ଓହ୍ଲାଇବେ। ସାନିଆ ମିର୍ଜା ଓ ଅଙ୍କିତା ରାଇନା ମଧ୍ୟ କାଲି କୋର୍ଟକୁ ଓହ୍ଲାଇବେ। ପୁରୁଷ ହକି ଟିମ୍‌ ବି କାଲି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ।

ଆସନ୍ତୁ ଜାଣିବା ଭାରତର କ୍ରୀଡ଼ାସୂଚୀ ଓ ସମୟ

୧-ସକାଳ ୫.୩୦-୦ ମିଟର ଏୟାର ପିସ୍ତଲ-ଯସ୍ମିନ ସିଂହ ଦେଶୱାଲ ଓ ମନୁ ଭାକର

୨-ସକାଳ ୬.୩୦-ଶୁଟିଂ-ମିରାଜ ଅହମଦ ଖାନ ଓ ଅଙ୍ଗଦ ବୀର ସିଂହ ବାଜୱା

୩-ସକାଳ ୬.୩୦- ଜିମ୍ନାଷ୍ଟିକ(ସବଡିଭିଜନ-୧ ଯୋଗ୍ୟତା ପର୍ଯ୍ୟାୟ)- ପ୍ରଣତି ନାୟକ

୪-ସକାଳ ୬.୪୦-ରୋଇଂ(ପୁରୁଷ ଡବଲ୍ସ)-ରାଉଣ୍ଡ୨-ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂହ

୫- ସକା ୭.୧୦- ବ୍ୟାଡମିଣ୍ଟନ- ପିଭି ସିନ୍ଧୁ ବନାମ କସେନିଆ ପୋଲିକାରାପୋଭା

୬-ସକାଳ ୭.୩୦-ଟେନିସ(ମହିଳା ଡବଲ୍ସ)-ସାନିଆ ମିର୍ଜା ଓ ଅଙ୍କିତା ରାଇନା

୭-ସକାଳ ୮.୩୫-ନୌଚାଳନା(ମହିଳା ରାଉଣ୍ଡ ୧)- ନେତ୍ରା କୁମାନା

୮-ସକାଳ ୯.୩୦- ୧୦ମି ଏୟାର ରାଇଫଲ(ପୁରୁଷ)- ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନୱର

୯-ସକାଳ ୧୦.୩୦-ଟେବୁଲ ଟେନିସ(ପୁରୁଷ ଏକକ)- ସଥିୟାନ ଗନଶେଖରନ

୧୦- ସକାଳ ୧୧.୦୫-ନୌଚାଳନା(ପୁରୁଷ)-ବିଷ୍ଣୁ ସରବାନନ୍‌

୧୧-ମଧ୍ୟାହ୍ନ ୧୨ଟା-ଟେବୁଲ ଟେନିସ(ରାଉଣ୍ଡ-୨)- ମନୀକା ବାତ୍ରା

୧୨-ମଧ୍ୟାହ୍ନ ୧.୩୦-ବକ୍ସିଂ(ମହିଳା)- ମ୍ୟାରି କମ

୧୩-ଅପରାହ୍ନ ୩ଟା- ହକି(ପୁରୁଷ)- ଭାରତ ବନାମ ଅଷ୍ଟ୍ରେଲିଆ

୧୪-ଅପରାହ୍ନ ୩.୬-ବକ୍ସିଂ(ପୁରୁଷ)- ମନୀଷ କୌଶିକ

୧୫-ଅପରାହ୍ନ ୩.୩୨- ସୁଇମିଂ(ରାଉଣ୍ଡ୧ ମହିଳା)-ମାନା ପଟେଲ

୧୬-ଅପରାହ୍ନ ୪.୨୬-ସୁଇମିଂ(ରାଉଣ୍ଡ ୩ ପୁରୁଷ)-ଶ୍ରୀହରି ନଟରାଜ

The post ରବିବାର ମୈଦାନକୁ ଓହ୍ଲାଇବେ ସିନ୍ଧୁ ଓ ମ୍ୟାରିକମ, ଭାରତର ପୂରା ଖେଳସୂଚୀ ଓ ସମୟ ଜାଣନ୍ତୁ appeared first on Odisha Reporter.

]]>
left top, Tokyo Olympics 2021 2021-07-24 20:28:53 https://cdn.odishareporter.in/wp-content/uploads/2021/07/24202824/Sindhu.jpg
ଦମ ଦେଖାଇଲେ ସାତ୍ତ୍ୱିକ-ଚିରାଗ, ହାରିଲେ ସାଇ ପ୍ରଣୀତ https://odishareporter.in/sports/others/shetty-rankireddy-win-but-sai-praneeth-loses-661457 Sat, 24 Jul 2021 10:31:37 +0000 https://odishareporter.in/?p=661457

ଟୋକିଓ: ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଖେଳୁଥିବା ଭାରତର ଦୁଇ ଷ୍ଟାର ଶଟଲର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଡବଲ୍ସର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ଖେଳ ଦେଖାଇ ବିଜୟରୁ ନିଜର ଅଲିମ୍ପିକ୍ସ  ଅଭିଯାନ ଆରମ୍ଭ କରିଛନ୍ତି। ସାତ୍ତ୍ୱିକ-ଚିରାଗ ପ୍ରଥମ ମ୍ୟାଚ୍‌ ଜିତି ଆଗକୁ ବଢ଼ିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ସାଇ ପ୍ରଣୀତ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପରାସ୍ତ ହୋଇଛନ୍ତି। ଏକମାତ୍ର […]

The post ଦମ ଦେଖାଇଲେ ସାତ୍ତ୍ୱିକ-ଚିରାଗ, ହାରିଲେ ସାଇ ପ୍ରଣୀତ appeared first on Odisha Reporter.

]]>

ଟୋକିଓ: ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଖେଳୁଥିବା ଭାରତର ଦୁଇ ଷ୍ଟାର ଶଟଲର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦମଦାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଡବଲ୍ସର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ଖେଳ ଦେଖାଇ ବିଜୟରୁ ନିଜର ଅଲିମ୍ପିକ୍ସ  ଅଭିଯାନ ଆରମ୍ଭ କରିଛନ୍ତି।

ସାତ୍ତ୍ୱିକ-ଚିରାଗ ପ୍ରଥମ ମ୍ୟାଚ୍‌ ଜିତି ଆଗକୁ ବଢ଼ିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ସାଇ ପ୍ରଣୀତ ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପରାସ୍ତ ହୋଇଛନ୍ତି। ଏକମାତ୍ର ଶଟଲର ଭାବେ ପ୍ରଣୀତ ପୁରୁଷ ଏକକ ବର୍ଗରେ ଭାରତକୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିଲେ। ହେଲେ ଆଜି ତାଙ୍କୁ ଇସ୍ରାଏଲର ମିଶା ଜିଲବେରମାନ ବିଦା କରି ଦେଇଛନ୍ତି। ମିଶା ସିଧାସଳଖ ୨-୦ ସେଟ୍‌ରେ ପ୍ରଣୀତଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି।

ଆଜି ସାତ୍ତ୍ୱିକ ଓ ଚିରାଗ ଯୋଡ଼ିଙ୍କ ମୁକାବିଲା ଚାଇନିଜ ତାଇପେଇର ଲୀ ୟାଙ୍ଗ ଓ ୱାଙ୍ଗ ଚି ଲିନଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌କୁ ଭାରତ ୨୧-୧୬ରେ ଜିତି ନେଇଥିଲା। ହେଲେ ଦ୍ୱିତୀୟ ସେଟ୍‌ରେ ଚାଇନିଜ ତାଇପେଇ କମବ୍ୟାକ୍‌ କରି ୨୧-୧୬ ବାଜିମାତ କରିଥିଲା।

ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୁଇ ଦେଶର ଖେଳାଳି କେହି କାହାକୁ ଛାଡ଼ି ନେଇଥିଲେ। ଗେମ୍‌ ପଏଣ୍ଟ ୨୧ ହୋଇଥିଲେ ହେଁ ସଂଘର୍ଷ ଏତେମାତ୍ରାରେ ବଢ଼ି ଯାଇଥିଲା ଯେ ସ୍ଥିତି ୨୫ରେ ପହଞ୍ଚି ଯାଇଥିଲା। ହେଲେ ସାତ୍ତ୍ୱିକ ଓ ଚିରାଗ ନିଜର ଦକ୍ଷତା ବଳରେ ସେଟ୍‌କୁ ୨୭-୨୫ରେ ଜିତି ନେଇଥିଲେ। ଏଥିସହ ମିକ୍ସଡ ଡବଲ୍ସର ଦ୍ୱିତୀୟ ପର୍ଯ୍ୟାୟରେ ନିଜ ସ୍ଥାନ ପକ୍କା କରିଥିଲେ।

The post ଦମ ଦେଖାଇଲେ ସାତ୍ତ୍ୱିକ-ଚିରାଗ, ହାରିଲେ ସାଇ ପ୍ରଣୀତ appeared first on Odisha Reporter.

]]>
left bottom, Tokyo Olympics 2021 2021-07-24 16:01:37 https://cdn.odishareporter.in/wp-content/uploads/2021/07/24155848/Badminton.jpg
ଟୋକିଓ ଅଲିମ୍ପିକ୍ସ: ନିରାଶ କଲେ ଦୀପିକା, ପ୍ରବୀଣ ଓ ସୌରଭ https://odishareporter.in/sports/others/india-loses-olympic-mixed-archery-event-661440 Sat, 24 Jul 2021 09:37:40 +0000 https://odishareporter.in/?p=661440

ଟୋକିଓ: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ପ୍ରଥମ ଦିନରେ ଭାରତ ପାଇଁ ଭାରୋତ୍ତୋଳନରେ ମୀରବାଈ ଚାନୁ ରୌପ ପଦକ ଜିତିଛନ୍ତି। ହେଲେ ପଦକ ଆଶା ଥିବା ତୀରନ୍ଦାଜ ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡ଼ି ସମସ୍ତଙ୍କୁ ନିରାଶ କରିଛନ୍ତି। ସେହିପରି ୧୦ମି ଏୟାର ପିସ୍ତଲ ଫାଇନାଲରେ ଷ୍ଟାର ଶୁଟର ସୌରଭ ଚୌଧୁରୀ ହାରିଯାଇଛନ୍ତି। ଆଜି ତୀରନ୍ଦାଜୀର ମିକ୍ସଡ ଇଭେଣ୍ଟରେ ଭାରତ ପକ୍ଷରୁ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ […]

The post ଟୋକିଓ ଅଲିମ୍ପିକ୍ସ: ନିରାଶ କଲେ ଦୀପିକା, ପ୍ରବୀଣ ଓ ସୌରଭ appeared first on Odisha Reporter.

]]>

ଟୋକିଓ: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ପ୍ରଥମ ଦିନରେ ଭାରତ ପାଇଁ ଭାରୋତ୍ତୋଳନରେ ମୀରବାଈ ଚାନୁ ରୌପ ପଦକ ଜିତିଛନ୍ତି। ହେଲେ ପଦକ ଆଶା ଥିବା ତୀରନ୍ଦାଜ ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡ଼ି ସମସ୍ତଙ୍କୁ ନିରାଶ କରିଛନ୍ତି। ସେହିପରି ୧୦ମି ଏୟାର ପିସ୍ତଲ ଫାଇନାଲରେ ଷ୍ଟାର ଶୁଟର ସୌରଭ ଚୌଧୁରୀ ହାରିଯାଇଛନ୍ତି।

ଆଜି ତୀରନ୍ଦାଜୀର ମିକ୍ସଡ ଇଭେଣ୍ଟରେ ଭାରତ ପକ୍ଷରୁ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ଲଢ଼େଇ କରିଥିଲେ। ଉଭୟ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ପରେ ସମସ୍ତେ ଉଭୟଙ୍କ ଠାରୁ ପଦକ ଆଶା କରିଥିଲେ। କାରଣ ଦୀପିକା କୁମାରୀ ଏବେ ବିଶ୍ୱ ତୀରନ୍ଦାଜୀର ୧ନଂ ଖେଳାଳି।

ଭାରତର ମୁକାବିଲା ଦକ୍ଷିଣ କୋରିଆ ସହ ହୋଇଥିଲା। ହେଲେ ଭାରତ ଏହି ମ୍ୟାଚରେ ୨-୬ରେ ପରାସ୍ତ ହୋଇଛି। ଦକ୍ଷିଣ କୋରିଆ ୩ଟି ସେଟ୍ ଜିତିଥିବା ବେଳେ ଭାରତ ମାତ୍ର ଗୋଟିଏ ସେଟ୍ ଜିତିବାକୁ ସକ୍ଷମ ହୋଇଛି। ଦକ୍ଷିଣ କୋରିଆ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆନ ସାନ ଓ କିମ୍ ଜେ ଡେଓକ ପ୍ରଥମ ଦୁଇ ସେଟ୍‌କୁ ୩୫-୩୨ ଓ ୩୮-୩୭ରେ ଜିତି ନେଇଥିଲେ।

ଏହାପରେ ଭାରତ ବାଉନ୍ସ ବ୍ୟାକ୍ କରି ତୃତୀୟ ସେଟ୍କୁ ୩୭-୩୫ରେ ଜିତି ନେଇଥିଲା। ଅନ୍ତିମ ସେଟ୍ ଭାରତ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଦକ୍ଷିଣ କୋରିଆ ଏହାକୁ ୩୬-୩୩ରେ ଜିତି ସେମି ଫାଇନାଲରେ ପ୍ରବେଶ କରିଥିଲା।

ଶୁଟର ସୌରଭ ଚୌଧୁରୀ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ହାସଲ କରିଥିଲେ। ହେଲେ ଫାଇନାଲ ରାଉଣ୍ଡରେ ସେ ଆଦୌ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ। ତାଙ୍କୁ ୮ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ୭ମରେ ରହି ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସେ ୧୩୭.୪ ପଏଣ୍ଟ ସହ ନିଜର ଅଭିଯାନ ଶେଷ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସୌରଭ ୬୦ଟି ଶୁଟ୍‌ରୁ ୫୮୬ ପଏଣ୍ଟ ସହ ଶୀର୍ଷରେ ରହିଥିଲେ। ଫାଇନାଲରେ ପ୍ରବେଶ କରି ନିରାଶଜନକ ପ୍ରଦର୍ଶନ କରିଥିବା ସୌରଭ ୬ଷ୍ଠ ସ୍ଥାନ ପାଇଁ ମଧ୍ୟ ଲଢ଼େଇ କରିଥିଲେ।

ଏହି ଲଢ଼େଇରେ ୧୦.୬ ଓ ୯.୮ ସ୍କୋର କରି ମୋଟ ୧୩୭.୪ ପଏଣ୍ଟ ପାଇବାକୁ ସକ୍ଷମ ହୋଇଥିଲେ। ଫଳରେ ଚାଇନାର ବୋୱେନ ଝାଙ୍ଗ ୧୩୭.୭ ପଏଣ୍ଟ ହାସଲ କରି ୬ଷ୍ଠ ସ୍ଥାନ ଦଖଲ କରିଥିଲେ।

The post ଟୋକିଓ ଅଲିମ୍ପିକ୍ସ: ନିରାଶ କଲେ ଦୀପିକା, ପ୍ରବୀଣ ଓ ସୌରଭ appeared first on Odisha Reporter.

]]>
left bottom, Tokyo Olympics 2021 2021-07-24 15:07:40 https://cdn.odishareporter.in/wp-content/uploads/2021/07/24150638/Deepika-kumari.jpg
ପଦକ ଆଶା ଦେଲେ ସୌରଭ, ଫାଇନାଲ୍‌ରେ ପହଞ୍ଚିଲେ https://odishareporter.in/sports/others/shooter-sourav-in-final-round-in-tokyo-olympic-661353 Sat, 24 Jul 2021 06:13:27 +0000 https://odishareporter.in/?p=661353

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଥିରେ ପଦକ ଆଶା ଦେଇଛନ୍ତି ଭାରତୀୟ ଶୁଟର ସୌରଭ ଚୌଧୁରୀ। ସେ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ସେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ଭଳି ସ୍କୋର କରି ଫାଇନାଲ୍‌କୁ ଯାଇଛନ୍ତି। ଅନ୍ୟପକ୍ଷରେ ଅଭିଷେକ ବର୍ମା ‍ବିଫଳ ହୋଇଛନ୍ତି। ସେ ୯୪, ୯୬, ୯୮, […]

The post ପଦକ ଆଶା ଦେଲେ ସୌରଭ, ଫାଇନାଲ୍‌ରେ ପହଞ୍ଚିଲେ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଥିରେ ପଦକ ଆଶା ଦେଇଛନ୍ତି ଭାରତୀୟ ଶୁଟର ସୌରଭ ଚୌଧୁରୀ। ସେ ୧୦ ମିଟର ପୁରୁଷ ଏୟାର ପିସ୍ତଲ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ହୋଇ ସେ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ସେ ୯୫, ୯୮, ୯୮, ୧୦୦, ୯୮ ଓ ୯୭ ଭଳି ସ୍କୋର କରି ଫାଇନାଲ୍‌କୁ ଯାଇଛନ୍ତି। ଅନ୍ୟପକ୍ଷରେ ଅଭିଷେକ ବର୍ମା ‍ବିଫଳ ହୋଇଛନ୍ତି। ସେ ୯୪, ୯୬, ୯୮, ୯୭, ୯୮ ଓ ୯୨ ଭଳି ସ୍କୋର କରି ୧୭ତମ ସ୍ଥାନରେ ରହିଥିଲେ।

ସେହିପରି ଟେବୁଲ୍ ଟେନିସ୍‌ର ମିକ୍ସଡ ଡବଲ୍ସ ରାଉଣ୍ଡ-୧୬ରେ ହାରି ଯାଇଛନ୍ତି ଭାରତୀୟ ଯୋଡ଼ି ଶରତ କମଳ ଓ ମାନିକ ବାତ୍ରା ହାରି ଯାଇଛନ୍ତି। ଜୁଡ଼ୋରେ ରାଉଣ୍ଡ ୩୨ରେ ୪୮ କେଜି ବର୍ଗରେ ସୁଶୀଳା ଦେବୀ ହାରି ଯାଇଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲରେ ଅପୂର୍ବୀ ଚାନ୍ଦେଲା ଓ ଏଲାଭେନିଲ ଭଲାରିଭାନ୍ ନିରାଶ କରିଛନ୍ତି। ସେମାନେ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିପାରି ନାହାନ୍ତି।

ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟ କ୍ୱାର୍ଟରରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରବେଶ କରିଥିବା ବେଳେ ପୁଲ୍‌ ‘ଏ’ରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇଛି।

The post ପଦକ ଆଶା ଦେଲେ ସୌରଭ, ଫାଇନାଲ୍‌ରେ ପହଞ୍ଚିଲେ appeared first on Odisha Reporter.

]]>
right top, Tokyo Olympics 2021 2021-07-24 11:47:10 https://cdn.odishareporter.in/wp-content/uploads/2021/07/24113742/781-1.jpg
ଅଲିମ୍ପିକ୍ସ ଗାଁରେ ପଶିଲା କରୋନା, ଜଣେ ସଂକ୍ରମିତ https://odishareporter.in/sports/others/first-covid-19-case-found-at-athletes-village-659542 Sat, 17 Jul 2021 09:28:41 +0000 https://odishareporter.in/?p=659542

ଟୋକିଓ: ଆସନ୍ତା ୨୩ ତାରିଖରୁ ଜାପାନର ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବ। ମହାମାରୀ କରୋନା ସଂକ୍ରମଣ ଭିତରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହାକୁ ସଫଳତାର ସହ ଶେଷ କରିବାକୁ ଉଦ୍ୟମ ହେଉଛି। ହେଲେ ଅଲିମ୍ପିକ୍ସ ଗାଁରେ କରୋନା ପଶିବାକୁ ସକ୍ଷମ ହୋଇଛି। ଟୋକିଓ ଅଲିମ୍ପକ୍ସ ଆଥଲେଟିକ୍ସ ଗାଁରେ ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଆଜି ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର ପାଇଁ ଆଥଲେଟିକ୍ସ ଗାଁରେ ସଂକ୍ରମିତ ଚିହ୍ନଟ […]

The post ଅଲିମ୍ପିକ୍ସ ଗାଁରେ ପଶିଲା କରୋନା, ଜଣେ ସଂକ୍ରମିତ appeared first on Odisha Reporter.

]]>

ଟୋକିଓ: ଆସନ୍ତା ୨୩ ତାରିଖରୁ ଜାପାନର ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବ। ମହାମାରୀ କରୋନା ସଂକ୍ରମଣ ଭିତରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହାକୁ ସଫଳତାର ସହ ଶେଷ କରିବାକୁ ଉଦ୍ୟମ ହେଉଛି। ହେଲେ ଅଲିମ୍ପିକ୍ସ ଗାଁରେ କରୋନା ପଶିବାକୁ ସକ୍ଷମ ହୋଇଛି।

ଟୋକିଓ ଅଲିମ୍ପକ୍ସ ଆଥଲେଟିକ୍ସ ଗାଁରେ ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଆଜି ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର ପାଇଁ ଆଥଲେଟିକ୍ସ ଗାଁରେ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।
ଟୋକିଓ ୨୦୨୦ ସିଇଓ ତୋଶହିରୋ ମୁଟୋ କହିଛନ୍ତି, ବିଦେଶରୁ ଆସିଥିବା ଜଣେ ପର୍ଯ୍ୟବେକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେ ଖେଳ ଆୟୋଜନ କାମରେ ସାମିଲ ଥିଲେ। ତେବେ ମୁଟୋ ବିଦେଶୀ ଜଣଙ୍କ କେଉଁ ଦେଶର ସେକଥା କହିନାହାନ୍ତି। ବ୍ୟକ୍ତିଗତ ସୁରକ୍ଷା କାରଣରୁ ଏହାକୁ ଗୁପ୍ତ ରଖାଯାଇଛି। ଏହି ପର୍ଯ୍ୟବେକ୍ଷକ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାରୁ ସେ ଏବେ ଆଇସୋଲେସନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏପରି ଘଟଣା ଘଟିଥିଲା। ଶେଷଥର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଅଲିମ୍ପିକ୍ସକୁ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ଯାଏ ଅଲିମ୍ପିକ୍ସ ଆୟୋଜନ ହେବ। ବିନା ଦର୍ଶକରେ ଅଲିମ୍ପିକ୍ସ ଇଭେଣ୍ଟ ଆୟୋଜନ କରାଯିବ।

The post ଅଲିମ୍ପିକ୍ସ ଗାଁରେ ପଶିଲା କରୋନା, ଜଣେ ସଂକ୍ରମିତ appeared first on Odisha Reporter.

]]>
left bottom 2021-07-17 14:58:41 https://cdn.odishareporter.in/wp-content/uploads/2021/07/17145730/Tokoyo.jpg
କୁନି ଝିଅକୁ ଦେଇ ଦେଲେ ବିଜୟୀ ରାକେଟ, ଦେଖନ୍ତୁ ଭିଡିଓ https://odishareporter.in/sports/others/novak-djokovic-gives-racquet-to-young-fan-after-wimbledon-win-658366 Mon, 12 Jul 2021 15:27:56 +0000 https://odishareporter.in/?p=658366

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍ ୱିମ୍ବଲଡନ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ଏହା ତାଙ୍କ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଥିଲା। ଜୋକୋଭିଚ୍ ଯେ କେବଳ ଟାଇଟଲ୍‌ ଜିତିଛନ୍ତି ତାହା ନୁହେଁ। ମ୍ୟାଚ୍ ପରେ ସେ ଅଗଣିତ ଫ୍ୟାନଙ୍କର ହୃଦୟ ମଧ୍ୟ ଜିଣିଛନ୍ତି। ମ୍ୟାଚ୍ ଜିତିବା ପରେ ଷ୍ଟାଣ୍ଡରେ ବସିଥିବା କିଛି ଫ୍ୟାନ୍ ତାଙ୍କୁ ଚିୟର୍ କରୁଥିଲେ। ଏହି ସମୟରେ ଜୋକୋଭିଚଙ୍କ ନଜର୍ ଏକ କୁନି ଝିଅ ଉପରେ ପଡ଼ିଥିଲା, ଯିଏ ହାତରେ […]

The post କୁନି ଝିଅକୁ ଦେଇ ଦେଲେ ବିଜୟୀ ରାକେଟ, ଦେଖନ୍ତୁ ଭିଡିଓ appeared first on Odisha Reporter.

]]>

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍ ୱିମ୍ବଲଡନ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ଏହା ତାଙ୍କ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଥିଲା। ଜୋକୋଭିଚ୍ ଯେ କେବଳ ଟାଇଟଲ୍‌ ଜିତିଛନ୍ତି ତାହା ନୁହେଁ। ମ୍ୟାଚ୍ ପରେ ସେ ଅଗଣିତ ଫ୍ୟାନଙ୍କର ହୃଦୟ ମଧ୍ୟ ଜିଣିଛନ୍ତି। ମ୍ୟାଚ୍ ଜିତିବା ପରେ ଷ୍ଟାଣ୍ଡରେ ବସିଥିବା କିଛି ଫ୍ୟାନ୍ ତାଙ୍କୁ ଚିୟର୍ କରୁଥିଲେ। ଏହି ସମୟରେ ଜୋକୋଭିଚଙ୍କ ନଜର୍ ଏକ କୁନି ଝିଅ ଉପରେ ପଡ଼ିଥିଲା, ଯିଏ ହାତରେ ଏକ ପ୍ଲାକାର୍ଡ ଧରିଥିଲା, ଯେଉଁଥିରେ ନୋଭାକ ନାଁ ଲେଖାଥିଲା।

ଜୋକୋଭିଚ୍ ତୁରନ୍ତ ସେହି କୁନି ଝିଅ ପାଖକୁ ଦୌଡ଼ିଥିଲେ ଏବଂ ନିଜର ରାକେଟକୁ ସେହି କୁନି ଫ୍ୟାନଙ୍କୁ ଦେଇଥିଲେ। ଏହା ପୂର୍ବରୁ ଗତ ମାସରେ ଫ୍ରେଞ୍ଚ୍ ଓପନ୍ ଜିତିବା ପରେ ମଧ୍ୟ ଜୋକୋଭିଚ୍ ଏଭଳି କରିଥିଲେ। ଏବେ ୱିମ୍ବଲଡନରେ ଜୋକୋଭିଚ୍ ନିଜ ରାକେଟ୍ ଦେଇ ମହାନତାର ପରିଚୟ ଦେଇଛନ୍ତି। କୁନି ଝିଅକୁ ରାକେଟ୍ ଦେଉଥିବା ଭିଡିଓ ୱିମ୍ବଲଡନ୍ ତା’ର ଅଫିସିଆଲ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି। ଏହି ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି।

 

View this post on Instagram

 

A post shared by Wimbledon (@wimbledon)

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିଚ୍ ଇଟାଲୀର ମାଟିଓ ବେରେଟ୍ଟିନୀଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ଟାଇଟଲ୍ ମୁକାବିଲାରେ ସେ ୬-୭(୪/୭), ୬-୪, ୬-୪, ୬-୩ ସେଟରେ ବିଜୟୀ ହୋଇ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି।

ଏଥିସହ ସେ ରୋଜର୍ ଫେଡେରର୍ ଓ ନାଡାଲଙ୍କ (ଉଭୟେ ୨୦ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି) ରେକର୍ଡ ସମକକ୍ଷ ହୋଇଛନ୍ତି। ଚଳିତ ବର୍ଷ ଜୋକୋଭିଚ୍ ଏପର୍ଯ୍ୟନ୍ତ ତିନୋଟି ଯାକ ଗ୍ରାଣ୍ଡସ୍ଲାମ୍ ଜିତିସାରିଥିବା ବେଳେ ତାଙ୍କ ପାଖରେ ଏବେ ଗ୍ରାଣ୍ଡସ୍ଲାମ୍ ପୂରଣ କରିବାର ଭଲ ସୁଯୋଗ ରହିଛି।

The post କୁନି ଝିଅକୁ ଦେଇ ଦେଲେ ବିଜୟୀ ରାକେଟ, ଦେଖନ୍ତୁ ଭିଡିଓ appeared first on Odisha Reporter.

]]>
left bottom 2021-07-12 20:59:15 https://cdn.odishareporter.in/wp-content/uploads/2021/07/12205653/djokovic.jpg
ୱିମ୍ବଲଡନ୍ ଜିତିଲେ, ଅଲିମ୍ପିକକୁ ନେଇ ଦ୍ୱନ୍ଦ୍ୱ https://odishareporter.in/sports/others/novak-djokovic-undecided-about-olympic-participation-658284 Mon, 12 Jul 2021 10:53:02 +0000 https://odishareporter.in/?p=658284

ଲଣ୍ଡନ: ସର୍ବିୟା ଟେନିସ୍ ଷ୍ଟାର୍ ନୋଭାକ୍ ଜୋକୋଭିଚ୍ ୱିମ୍ବଲଡନ୍ ଟାଇଟଲ୍ ଜିତିଛନ୍ତି। ଏଥିସହ ଚଳିତ ବର୍ଷ ଜୋକୋଭିଚ୍ ଏପର୍ଯ୍ୟନ୍ତ ତିନୋଟି ଯାକ ଗ୍ରାଣ୍ଡସ୍ଲାମ୍ ଜିତିସାରିଥିବା ବେଳେ ତାଙ୍କ ପାଖରେ ଏବେ ଗ୍ରାଣ୍ଡସ୍ଲାମ୍ ପୂରଣ କରିବାର ଭଲ ସୁଯୋଗ ରହିଛି। ହେଲେ ଏହି ଷ୍ଟାର୍ ଖେଳାଳି ଅଲିମ୍ପିକରେ ଅଂଶଗ୍ରହଣ କରିବେ ନା ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଦର୍ଶକଙ୍କ ଅନୁପସ୍ଥିତି ଓ ଟୋକିଓରେ କରୋନା ଭାଇରସ୍ ଯୋଗୁ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଜୋକୋଭିଚ୍ ଜାପାନ ଯାତ୍ରା […]

The post ୱିମ୍ବଲଡନ୍ ଜିତିଲେ, ଅଲିମ୍ପିକକୁ ନେଇ ଦ୍ୱନ୍ଦ୍ୱ appeared first on Odisha Reporter.

]]>

ଲଣ୍ଡନ: ସର୍ବିୟା ଟେନିସ୍ ଷ୍ଟାର୍ ନୋଭାକ୍ ଜୋକୋଭିଚ୍ ୱିମ୍ବଲଡନ୍ ଟାଇଟଲ୍ ଜିତିଛନ୍ତି। ଏଥିସହ ଚଳିତ ବର୍ଷ ଜୋକୋଭିଚ୍ ଏପର୍ଯ୍ୟନ୍ତ ତିନୋଟି ଯାକ ଗ୍ରାଣ୍ଡସ୍ଲାମ୍ ଜିତିସାରିଥିବା ବେଳେ ତାଙ୍କ ପାଖରେ ଏବେ ଗ୍ରାଣ୍ଡସ୍ଲାମ୍ ପୂରଣ କରିବାର ଭଲ ସୁଯୋଗ ରହିଛି। ହେଲେ ଏହି ଷ୍ଟାର୍ ଖେଳାଳି ଅଲିମ୍ପିକରେ ଅଂଶଗ୍ରହଣ କରିବେ ନା ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ଦର୍ଶକଙ୍କ ଅନୁପସ୍ଥିତି ଓ ଟୋକିଓରେ କରୋନା ଭାଇରସ୍ ଯୋଗୁ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଜୋକୋଭିଚ୍ ଜାପାନ ଯାତ୍ରା କରିବାକୁ ସେତେଟା ଉତ୍ସାହିତ ନାହାନ୍ତି। ରବିବାର ୱିମ୍ବଲଡନ୍ ଜିତିବା ପରେ ଜୋକୋଭିଚ୍ କହିଛନ୍ତି, ଅଲିମ୍ପିକରେ ଭାଗ ନେବି କି ନାହିଁ, ତାହା ଉପରେ ଚିନ୍ତା କରିବାକୁ ପଡ଼ିବ। ମୁଁ ଆରମ୍ଭରୁ ହିଁ ଅଲିମ୍ପିକରେ ଭାଗ ନେବା ପାଇଁ ଚାହୁଁଥିଲି, କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖି କିଛି ନିଷ୍ପତ୍ତି ନେଇପାରୁନାହିଁ। ଗତ ଦୁଇ-ତିନି ହେଲା ମୁଁ ଯାହା ସବୁ ଶୁଣିଲି, ତାକୁ ଦୃଷ୍ଟିରେ ରଖି ମୋ ପାଇଁ ଏବେ ସ୍ଥିତି ୫୦-୫୦ ରହିଛି।

ଟୋକିଓ ଅଲିମ୍ପିକରେ ଦର୍ଶକଙ୍କ ଅନୁପସ୍ଥିତିକୁ ନେଇ ଜୋକୋଭିଚ୍ ବହୁତ ନିରାଶ ଅଛନ୍ତି। ଏ ନେଇ ଜୋକୋଭିଚ୍ କହିଛନ୍ତି, ଦର୍ଶକଙ୍କ ଅନୁପସ୍ଥିତି ମୋତେ ନିରାଶ କରିଛି। ଏହାଛଡ଼ା ଅଲିମ୍ପିକରେ ଅନେକ କଟକଣା ମଧ୍ୟ ରହିଥିବା ମୁଁ ଶୁଣିବାକୁ ପାଇଛି। ତେଣୁ ଏସବୁକୁ ହ୍ୟାଣ୍ଡଲ୍ କରିବା ମୋ ପକ୍ଷେ ସେତେଟା ସହଜ ହେବନି।

ଟେନିସ୍ ଜଗତର କିଛି ବଡ଼ ଯଥା ରାଫେଲ୍ ନାଡାଲ, ଡୋମିନିକ୍ ଥିଏମ, ଷ୍ଟାନିସ୍ଲାସ୍ ୱାରିଙ୍କା, ନିକ୍ କିର୍ଗିଅସ୍, ସେରେନା ୱିଲିୟମ୍ସ ଓ ସିମୋନା ହାଲେପ୍ ଅଲିମ୍ପିକ୍ କ୍ରୀଡ଼ାରୁ ଓହରି ଯାଇଛନ୍ତି। ଏବେ ଯଦି ଜୋକୋଭିଚ୍ ଓହରିଯିବେ, ତାହେଲେ ଅଲିମ୍ପିକରେ ଟେନିସର ଉତ୍ସାହ ନିଶ୍ଚିତ କମିଯିବ।

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିଚ୍ ଇଟାଲୀର ମାଟିଓ ବେରେଟ୍ଟିନୀଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ଟାଇଟଲ୍ ମୁକାବିଲାରେ ସେ ୬-୭(୪/୭), ୬-୪, ୬-୪, ୬-୩ ସେଟରେ ବିଜୟୀ ହୋଇ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି। ଏଥିସହ ସେ ରୋଜର୍ ଫେଡେରର୍ ଓ ନାଡାଲଙ୍କ (ଉଭୟେ ୨୦ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି) ରେକର୍ଡ ସମକକ୍ଷ ହୋଇଛନ୍ତି।

The post ୱିମ୍ବଲଡନ୍ ଜିତିଲେ, ଅଲିମ୍ପିକକୁ ନେଇ ଦ୍ୱନ୍ଦ୍ୱ appeared first on Odisha Reporter.

]]>
left bottom 2021-07-12 16:23:02 https://cdn.odishareporter.in/wp-content/uploads/2021/07/12162143/novak-djokovic.jpg
ଗ୍ରାଉଣ୍ଡରେ ପତ୍ନୀଙ୍କୁ କଲେ ଭିଡିଓ କଲ୍, କାନ୍ଦି ପକାଇଲେ https://odishareporter.in/sports/others/lionel-messi-video-calling-his-family-after-winning-the-copa-america-2021-658087 Sun, 11 Jul 2021 14:49:11 +0000 https://odishareporter.in/?p=658087

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ବ୍ରାଜିଲକୁ ହରାଇ ୨୮ ବର୍ଷ ପରେ କୋପା ଆମେରିକା ଫୁଟବଲ୍ ଟାଇଟଲ୍ ଉପରେ କବଜା କରିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର କ୍ୟାପଟେନ୍ ଲିଓନେଲ୍ ମେସିଙ୍କର ଖୁସିର ଠିକଣା ନଥିଲା। ମ୍ୟାଚ୍ ଜିତିବା ପରେ ମେସି ଗ୍ରାଉଣ୍ଡରୁ ହିଁ ପତ୍ନୀ ଆଣ୍ଟୋନେଲା ରୋକୁଜୋଙ୍କୁ ଭିଡିଓ କଲ୍ କରି ନିଜ ଖୁସି ଜାହିର୍ କରିଛନ୍ତି। ଆର୍ଜେଣ୍ଟିନା ଫାଇନାଲ୍ ମୁକାବିଲାରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଏହି ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର […]

The post ଗ୍ରାଉଣ୍ଡରେ ପତ୍ନୀଙ୍କୁ କଲେ ଭିଡିଓ କଲ୍, କାନ୍ଦି ପକାଇଲେ appeared first on Odisha Reporter.

]]>

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ବ୍ରାଜିଲକୁ ହରାଇ ୨୮ ବର୍ଷ ପରେ କୋପା ଆମେରିକା ଫୁଟବଲ୍ ଟାଇଟଲ୍ ଉପରେ କବଜା କରିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର କ୍ୟାପଟେନ୍ ଲିଓନେଲ୍ ମେସିଙ୍କର ଖୁସିର ଠିକଣା ନଥିଲା। ମ୍ୟାଚ୍ ଜିତିବା ପରେ ମେସି ଗ୍ରାଉଣ୍ଡରୁ ହିଁ ପତ୍ନୀ ଆଣ୍ଟୋନେଲା ରୋକୁଜୋଙ୍କୁ ଭିଡିଓ କଲ୍ କରି ନିଜ ଖୁସି ଜାହିର୍ କରିଛନ୍ତି।

ଆର୍ଜେଣ୍ଟିନା ଫାଇନାଲ୍ ମୁକାବିଲାରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଏହି ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର ଖେଳାଳିମାନେ ବିଜୟ ଉତ୍ସବ ମନାଇବାରେ ଲାଗି ପଡ଼ିଥିଲେ। ଏହି ସମୟରେ ମେସି ତୁରନ୍ତ ନିଜ ପତ୍ନୀଙ୍କୁ ଫୋନ୍ କରିଥିଲେ ଏବଂ ନିଜର ତିନି ପିଲାଙ୍କ ସହ କଥା ହୋଇଥିଲେ। ମେସି ବିଜୟୀ ମେଡାଲକୁ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ସେ ଭିଡିଓ କଲ୍ ଜରିଆରେ ଏହି ମେଡାଲକୁ ନିଜ ପରିବାରକୁ ଦେଖାଇଛନ୍ତି।

 

View this post on Instagram

 

A post shared by Copa América (@copaamerica)

ପରିବାର ସହ ମେସିଙ୍କର କଥା ହେବାର ଭିଡିଓ ଏବେ ସୋଶାଲ ଭାଇରାଲ୍ ହୋଇଛି। ଏହି ଭିଡିଓକୁ କୋପା ଆମେରିକାର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଅପଲୋଡ୍ କରାଯାଇଛି। ପରେ ଆଣ୍ଟୋନେଲା ମଧ୍ୟ ମେସିଙ୍କ ସହ କଥାବାର୍ତ୍ତା ହେଉଥିବାର ଭିଡିଓ ସ୍କ୍ରିନଶଟ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେଆର୍ କରିଛନ୍ତି।

ସୂଚନାଯୋଗ୍ୟ, ଆର୍ଜେଣ୍ଟିନା ଏହା ପୂର୍ବରୁ ୧୯୯୩ରେ କୋପା ଆମେରିକା ଟାଇଟଲ୍ ଉପରେ କବଜା କରିଥିଲା। ସେହି ସମୟରେ ଆର୍ଜେଣ୍ଟିନା ଫାଇନାଲରେ ମେକ୍ସିକୋକୁ ହରାଇ ଚାମ୍ପିୟନ୍ ହୋଇଥିଲା। ମେସି ଚଳିତ କୋପା ଆମେରିକାରେ ମୋଟ ୪ଟି ଗୋଲ୍ ଦେଇଛନ୍ତି। ସେ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ୫ଟି ଆସିଷ୍ଟ ମଧ୍ୟ କରିଛନ୍ତି।

ବ୍ରାଜିଲରେ ମାରକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ସମସ୍ତଙ୍କ ନଜର ମେସିଙ୍କ ଉପରେ ଥିଲା। ମେସିଙ୍କ କ୍ୟାରିୟରର ଏହା ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍। ଏହା ପୂର୍ବରୁ ସେ ନିଜ କ୍ଲବ୍ ବାର୍ସିଲୋନାକୁ ଅନେକ ଥର ଚାମ୍ପିୟନ୍ କରାଇସାରିଛନ୍ତି।

The post ଗ୍ରାଉଣ୍ଡରେ ପତ୍ନୀଙ୍କୁ କଲେ ଭିଡିଓ କଲ୍, କାନ୍ଦି ପକାଇଲେ appeared first on Odisha Reporter.

]]>
left bottom 2021-07-11 20:19:11 https://cdn.odishareporter.in/wp-content/uploads/2021/07/11201829/messi1.jpg
ମେସିଙ୍କ କାନ୍ଧରୁ ହଟିଲା ବୋଝ, ୨୮ ବର୍ଷ ପରେ ଟ୍ରଫି ଜିତିଲା ଆର୍ଜେଣ୍ଟିନା https://odishareporter.in/sports/others/lionel-messi-wins-1st-major-trophy-as-argentina-defeat-brazil-in-copa-america-final-658033 Sun, 11 Jul 2021 10:50:44 +0000 https://odishareporter.in/?p=658033

ରିଓ ଡି ଜେନେରୋ: କୋପା ଆମେରିକାରେ ଦୁଇ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍ ଶନିବାର (ଭାରତୀୟ ସମୟାନୁସାରେ ରବିବାର ସକାଳେ) ବ୍ରାଜିଲକୁ ୧-୦ ଗୋଲରେ ହରାଇ କୋପା ଆମେରିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଜିତିଛି। ଏଥିସହ ଆର୍ଜେଣ୍ଟିନା ୧୯୯୩ ମସିହା ପରେ ପ୍ରଥମଥର ବଡ଼ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହାସହ ସୁପରଷ୍ଟାର୍ ଫୁଟବଲର ମେସି ପ୍ରଥମଥର ଲାଗି ଜାତୀୟ ଦଳ ପକ୍ଷରୁ କୌଣସି ଟ୍ରଫି ହାତେଇଛନ୍ତି। ତାଙ୍କ କ୍ୟାରିୟରର ଏହି ଗୋଟିଏ […]

The post ମେସିଙ୍କ କାନ୍ଧରୁ ହଟିଲା ବୋଝ, ୨୮ ବର୍ଷ ପରେ ଟ୍ରଫି ଜିତିଲା ଆର୍ଜେଣ୍ଟିନା appeared first on Odisha Reporter.

]]>

ରିଓ ଡି ଜେନେରୋ: କୋପା ଆମେରିକାରେ ଦୁଇ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍ ଶନିବାର (ଭାରତୀୟ ସମୟାନୁସାରେ ରବିବାର ସକାଳେ) ବ୍ରାଜିଲକୁ ୧-୦ ଗୋଲରେ ହରାଇ କୋପା ଆମେରିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଜିତିଛି। ଏଥିସହ ଆର୍ଜେଣ୍ଟିନା ୧୯୯୩ ମସିହା ପରେ ପ୍ରଥମଥର ବଡ଼ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହାସହ ସୁପରଷ୍ଟାର୍ ଫୁଟବଲର ମେସି ପ୍ରଥମଥର ଲାଗି ଜାତୀୟ ଦଳ ପକ୍ଷରୁ କୌଣସି ଟ୍ରଫି ହାତେଇଛନ୍ତି। ତାଙ୍କ କ୍ୟାରିୟରର ଏହି ଗୋଟିଏ ଅଭାବ ଆଜି ପୂରଣ ହୋଇଛି। କୌଣସି ଅନ୍ତର୍ଜାତୀୟ ଫୁଟବଲ୍ ଟ୍ରଫି ନଜିତିବା, ଯେପରି ତାଙ୍କ କାନ୍ଧ ଉପରେ ଏକ ବୋଝ ଭଳି ଥିଲା। କିନ୍ତୁ ଆଜି ଟ୍ରଫି ଜିତିବା ପରେ ତାଙ୍କ ଆଖିରେ ଲୁହ ଝରି ଆସିଥିଲା।

ଆର୍ଜେଣ୍ଟିନା ପାଇଁ ଆଞ୍ଜେଲ୍ ଡି’ ମାରିଆ ମ୍ୟାଚର ୨୨ତମ ମିନିଟରେ ବିଜୟସୂଚକ ଗୋଲ୍ ଦେଇଥିଲେ। ସେ ରୋଡରିଗୋ ଡି’ ପଲଙ୍କ ଠାରୁ ପାସ୍ ପାଇଁ ଏହାକୁ ଗୋଲରେ ପରିଣତ କରିଥିଲେ। ୩୩ ବର୍ଷୀୟ ଏହି ଅଭିଜ୍ଞ ଷ୍ଟ୍ରାଇକର୍ ବ୍ରାଜିଲର ଦୁର୍ବଳ ଡିଫେନ୍ସର ଫାଇଦା ଉଠାଇଥିଲେ ଏବଂ ଗୋଲକିପର ଏଡରସନଙ୍କୁ ଚକମା ଦେଇ ଗୋଲ୍ ଦେଇଥିଲେ।

ଟୁର୍ଣ୍ଣାମେଣ୍ଟରେ ବ୍ରାଜିଲ ବିପକ୍ଷରେ ଏହା ତୃତୀୟ ଗୋଲ୍ ଥିଲା। ନେମାର ଦମଦାର ଡ୍ରିବଲ୍ ଓ ପାସ୍ ଦ୍ୱାରା ବ୍ରାଜିଲକୁ ବରାବର କରାଇବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଆୟୋଜକ ଦଳର ଷ୍ଟ୍ରାଇକର୍ ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କ ଜବରଦସ୍ତ କିପିଂ ଆଗରେ ହାର୍ ମାନିଥିଲେ। କୋଚ୍ ଟେଟେଙ୍କ ବ୍ରାଜିଲ୍ ଟିମ୍ କୋପା ଆମେରିକାର ଶେଷ ପାଞ୍ଚଟି ମୁକାବିଲା ଜିତିଥିଲା ଏବଂ ସବୁ ମ୍ୟାଚରେ ଗୋଲ୍ ଦେବାରେ ସଫଳ ହୋଇଥିଲା। କିନ୍ତୁ ଫାଇନାଲରେ ଟିମ୍ ଗୋଲ୍ କରିବାରେ ବିଫଳ ହେଲା।

ଅନ୍ୟପକ୍ଷରେ ଆଘାତପ୍ରାପ୍ତ ସତ୍ତ୍ୱେ ମଇଦାନକୁ ଓହ୍ଲାଇଥିବା ମେସି ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ ହେଁ, ଟିମର ବିଜୟରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି। ମେସିଙ୍କ ପାଖରେ ୮୮ତମ ମିନିଟରେ ଗୋଲ୍ କରିବାର ସୁଯୋଗ ଥିଲା, କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ।

 

ଆର୍ଜେଣ୍ଟିନା କୋଚ୍ ଲିଓନେଲ ସ୍କାଲୋନୀ ସେମିଫାଇନାଲରେ କଲମ୍ବିଆକୁ ହରାଇଥିବା ଟିମର ପ୍ରାରମ୍ଭିକ ଏକାଦଶରେ ୫ଟି ପରିବର୍ତ୍ତନ କରିଥିଲେ। ଅନ୍ୟପକ୍ଷରେ ବ୍ରାଜିଲ୍ ତା’ର ଚୂଡ଼ାନ୍ତ ଏକାଧଶରେ କୌଣସି ପରିବର୍ତ୍ତନ କରିନଥିଲା। ଏହି ଟାଇଟଲ୍ ଆର୍ଜେଣ୍ଟିନା ପାଇଁ ବହୁତ ଖାସ। ଆର୍ଜେଣ୍ଟିନା ଶେଷଥର ପାଇଁ ୧୯୯୩ରେ କୋପା ଆମେରିକା ଟାଇଟଲ୍ ଜିତିଥିଲା। ଏହା ପରେ ଆର୍ଜେଣ୍ଟିନା କୌଣସି ଅନ୍ତର୍ଜାତୀୟ ଫୁଟବଲ୍ ଟ୍ରଫି ଜିତିନଥିଲା।

ଆର୍ଜେଣ୍ଟିନା ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଅଭିଯାନ ଶେଷ କରିଛି। ରିଓରେ ଆର୍ଜେଣ୍ଟିନା ତା’ର ୧୫ଶ କୋପା ଆମେରିକା ଟାଇଟଲ୍ ଜିତିଛି। ଏଥିସହ ଆର୍ଜେଣ୍ଟିନା ଉରୁଗୁଏ(୧୫ ଟାଇଟଲ୍)ର ରେକର୍ଡ ସହ ବରାବର କରିନେଇଛି। ବ୍ରାଜିଲ୍ ୯ଥର କୋପା ଆମେରିକାରେ ବିଜୟୀ ହୋଇଛି।

The post ମେସିଙ୍କ କାନ୍ଧରୁ ହଟିଲା ବୋଝ, ୨୮ ବର୍ଷ ପରେ ଟ୍ରଫି ଜିତିଲା ଆର୍ଜେଣ୍ଟିନା appeared first on Odisha Reporter.

]]>
left bottom 2021-07-11 16:28:56 https://cdn.odishareporter.in/wp-content/uploads/2021/07/11161352/lionel-messi-with-trophy.jpg
୪୧ ବର୍ଷ ଅପେକ୍ଷାର ଅନ୍ତ: ପ୍ରଥମଥର ୱିମ୍ବଲଡନ ଟ୍ରଫି ଜିତିଲେ ବାର୍ଟି https://odishareporter.in/sports/others/ash-barty-win-her-1st-wimbledon-657951 Sat, 10 Jul 2021 15:57:01 +0000 https://odishareporter.in/?p=657951

ଲଣ୍ଡନ: ଦୀର୍ଘ ୪୧ ବର୍ଷ ଧରି ଅଷ୍ଟ୍ରେଲିଆ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଷ୍ଟ୍ରେଲିଆ ୪୧ ବର୍ଷ ମଧ୍ୟରେ କେବେ ହେଲେ ମହିଳା ଏକକ ବର୍ଗରେ ୱିମ୍ବଲଡନ ଟ୍ରଫି ଜିତି ନଥିଲା। ହେଲେ ଶନିବାର ଇତିହାସ ରଚିଛନ୍ତି ଆଶେଲଗ ବାର୍ଟି। ସେ ମହିଳା ଏକକ ବର୍ଗରେ ଚାମ୍ପିୟନ ହୋଇ ନିଜ ଟେନିସ କ୍ୟାରିୟରର ପ୍ରଥମ ତଥା ଅଷ୍ଟ୍ରେଲିଆ ପାଇଁ ୪୧ ବର୍ଷ ପରେ ୱିମ୍ବଲଡନ ଟ୍ରଫି ଜିତିଛନ୍ତି। ଶେଷ ଥର ପାଇଁ ୧୯୮୦ରେ ଅଲ ଇଂଲଣ୍ଡ ବ୍ଲକରେ […]

The post ୪୧ ବର୍ଷ ଅପେକ୍ଷାର ଅନ୍ତ: ପ୍ରଥମଥର ୱିମ୍ବଲଡନ ଟ୍ରଫି ଜିତିଲେ ବାର୍ଟି appeared first on Odisha Reporter.

]]>

ଲଣ୍ଡନ: ଦୀର୍ଘ ୪୧ ବର୍ଷ ଧରି ଅଷ୍ଟ୍ରେଲିଆ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଷ୍ଟ୍ରେଲିଆ ୪୧ ବର୍ଷ ମଧ୍ୟରେ କେବେ ହେଲେ ମହିଳା ଏକକ ବର୍ଗରେ ୱିମ୍ବଲଡନ ଟ୍ରଫି ଜିତି ନଥିଲା। ହେଲେ ଶନିବାର ଇତିହାସ ରଚିଛନ୍ତି ଆଶେଲଗ ବାର୍ଟି।

ସେ ମହିଳା ଏକକ ବର୍ଗରେ ଚାମ୍ପିୟନ ହୋଇ ନିଜ ଟେନିସ କ୍ୟାରିୟରର ପ୍ରଥମ ତଥା ଅଷ୍ଟ୍ରେଲିଆ ପାଇଁ ୪୧ ବର୍ଷ ପରେ ୱିମ୍ବଲଡନ ଟ୍ରଫି ଜିତିଛନ୍ତି। ଶେଷ ଥର ପାଇଁ ୧୯୮୦ରେ ଅଲ ଇଂଲଣ୍ଡ ବ୍ଲକରେ ଅଷ୍ଟ୍ରେଲିଆ ପାଇଁ ୱିମ୍ବଲଡନ ଟ୍ରଫି ଇଭୋନେ ଗୋଲାଗୋଙ୍ଗ ଜିତିଥିଲେ।

ଶନିବାର ଖେଳା ଯାଇଥିବା ଏହି ଫାଇନାଲ ମ୍ୟାଚ୍‌ରେ ବାର୍ଟିଙ୍କ ମୁକାବିଲା ପୂର୍ବତନ ନଂ୧ ଖେଳାଳି ଚେକ ଗଣରାଜ୍ୟର କାରୋଲିନା ପ୍ଲିସକୋଭାଙ୍କ ସହ ହୋଇଥିଲା। ପ୍ରଥମ ସେଟ୍‌କୁ ବାର୍ଟି ଏକତରଫା ଭେବେ ୬-୩ରେ ଜିତି ନେଇଥିଲେ। ସମସ୍ତେ ଭାବୁଥିଲେ ଯେ ୱିମ୍ବଲଡନରେ ବାର୍ଟି ହିଁ ଚାମ୍ପିୟନ ହେବେ। ହେଲେ ଦ୍ୱିତୀୟ ସେଟ୍‌ରେ ଜବରଦସ୍ତ କମବ୍ୟାକ କରିଥିଲେ ପ୍ଲିସକୋଭା।

ସେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେଟ୍‌କୁ ୭-୬ରେ ଜିତି ନେଇ ସ୍ଥିତି ୧-୧ରେ ବରାବର କରି ଦେଇଥିଲେ। ତୃତୀୟ ସେଟ୍‌ରେ ବାର୍ଟି ପୁଣି ନିଜର ଦବଦବା ଦେଖାଇଥିଲେ। ସେ ଏହି ସେଟ୍‌କୁ ୬-୩ରେ ଜିତି ନେଇ ଇତିହାସ ପୃଷ୍ଠାରେ ନିଜ ନାଁକୁ ଲେଖି ଦେଇଥିଲେ। ଏଥିସହ ଅଷ୍ଟ୍ରେଲିଆ ପାଇଁ ୪୧ ବର୍ଷ ପରେ ମହିଳା ଏକକ ବର୍ଗରେ ୱିମ୍ବଲଡନ ଟ୍ରଫି ଜିତିବାର ରେକର୍ଡ କରିଛନ୍ତି।


ଅନ୍ୟପକ୍ଷରେ ପ୍ଲିସକୋଭା କ୍ରମାଗତ ଦ୍ୱିତୀୟ ଥର ପାଇଁ କୌଣସି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ୨୦୧୬ରେ ସେ ୟୁଏସ ଓପନ ଫାଇନାଲରେ ବି ପରାସ୍ତ ହୋଇଥିଲେ।

The post ୪୧ ବର୍ଷ ଅପେକ୍ଷାର ଅନ୍ତ: ପ୍ରଥମଥର ୱିମ୍ବଲଡନ ଟ୍ରଫି ଜିତିଲେ ବାର୍ଟି appeared first on Odisha Reporter.

]]>
left bottom 2021-07-10 21:27:01 https://cdn.odishareporter.in/wp-content/uploads/2021/07/10212617/Ash-Barty.jpg
ଅପେକ୍ଷାର ଅନ୍ତ: ଅତିରକ୍ତ ସମୟରେ ଡେନମାର୍କକୁ ହରାଇ ଫାଇନାଲରେ ଇଂଲଣ୍ଡ https://odishareporter.in/sports/others/england-beat-denmark-to-reach-final-of-euro-cup-657168 Thu, 08 Jul 2021 02:39:32 +0000 https://odishareporter.in/?p=657168

ଲଣ୍ଡନ: ଦୀର୍ଘ ୫୫ ବର୍ଷର ଧରି ଇଂଲଣ୍ଡ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୫୫ ବର୍ଷ ପରେ ଇଲିଂଶ ଫୁଟବଲ ଟିମ୍‌ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ୟୁରୋକପର ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡ ପ୍ରତିପକ୍ଷ ଡେନମାର୍କକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି। ବୁଧବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ମ୍ୟାଚ୍‌ର ଫଳାଫଳ ଅତିରିକ୍ତ ସମୟରେ ଆସିଥିଲା। ମ୍ୟାଚ୍‌ର ୧୦୪ତମ ମିନିଟ୍‌ରେ ଇଂଲଣ୍ଡର ଅଧିନାୟକ ହ୍ୟାରୀ କେନ୍‌ […]

The post ଅପେକ୍ଷାର ଅନ୍ତ: ଅତିରକ୍ତ ସମୟରେ ଡେନମାର୍କକୁ ହରାଇ ଫାଇନାଲରେ ଇଂଲଣ୍ଡ appeared first on Odisha Reporter.

]]>

ଲଣ୍ଡନ: ଦୀର୍ଘ ୫୫ ବର୍ଷର ଧରି ଇଂଲଣ୍ଡ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୫୫ ବର୍ଷ ପରେ ଇଲିଂଶ ଫୁଟବଲ ଟିମ୍‌ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ୟୁରୋକପର ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡ ପ୍ରତିପକ୍ଷ ଡେନମାର୍କକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି।

ବୁଧବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ମ୍ୟାଚ୍‌ର ଫଳାଫଳ ଅତିରିକ୍ତ ସମୟରେ ଆସିଥିଲା। ମ୍ୟାଚ୍‌ର ୧୦୪ତମ ମିନିଟ୍‌ରେ ଇଂଲଣ୍ଡର ଅଧିନାୟକ ହ୍ୟାରୀ କେନ୍‌ ଚମତ୍କାର ଗୋଲ ସ୍କୋର କରି ଦଳକୁ ୨-୧ରେ ବିଜୟ ଭେଟି ଦେଇଛନ୍ତି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଲଣ୍ଡନର ୱେମ୍ବଲେ ଷ୍ଟାଡିୟମରେ ୬୫ ହଜାର ଦର୍ଶକ ଉପସ୍ଥିତ ରହିଥିଲେ। ଘରୋଇ ଦର୍ଶକଙ୍କ ଆଗରେ ଇଂଲଣ୍ଡର ଏହି ବହୁ ପ୍ରତିକ୍ଷୀତ ବିଜୟ ପୂରା ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।

ଚଳିତ ୟୁରୋ କପ୍‌ର ପ୍ରଥମ ମ୍ୟାଚ୍‌ରେ ଡେନମାର୍କ ଷ୍ଟାର ଖେଳାଳି କ୍ରିଷ୍ଟାନ ଏରିକସନଙ୍କୁ ହରାଇଥିଲା। ଫିନଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଅଧାରୁ ଏରିକସନ ପଡ଼ିଆ ମଝିରେ ହୃଦଘାତର ଶିକାର ହୋଇଥିଲେ। ସେବେଠାରୁ ସେ ହସ୍ପିଟାଲରେ ଥିବା ବେଳେ ଦଳ କିନ୍ତୁ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଚାଲିଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଡେନମାର୍କ ସମସ୍ତଙ୍କୁ ପ୍ରଭାବିତ କରି ସେମି ଫାଇନାଲ ଟିକେଟ ହାସଲ କରିଥିଲା।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଦଳ ଦମଦାର ଆରମ୍ଭ କରିଥିଲା। ମ୍ୟାଚ୍‌ର ୩୦ତମ ମିନିଟ୍‌ରେ ମିକ୍କେଲ ଡାମସଗାର୍ଡ ଚମତ୍କାର ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଡେନମାର୍କର ଏହି ଗୋଲ ପରେ ଇଂଲିଶ ଖେଳାଳିମାନେ ବ୍ୟାକଫୁଟକୁ ଚାଲି ଯାଇଥିଲେ।

କିନ୍ତୁ ମ୍ୟାଚ୍‌ର ୩୯ତମ ମିନିଟ୍‌ରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲେ। ଡେନମାର୍କର ସିମୋନ କେଜାରେ ଭୁଲ ବଶତଃ ନିଜ ଗୋଲ ପୋଷ୍ଟକୁ ବଲ ମାରି ଦେଇଥିଲେ। ଏହା ଗୋଲରେ ପରିଣତ ହେବା ପରେ ସ୍ଥିତି ୧-୧ରେ ବରାବର ହୋଇଯାଇଥିଲା। ଦୁଇଦଳ ଏହାରେ ସାମନ୍ୟ ରକ୍ଷାଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ।

୯୦ ମିନିଟ୍‌ ସୁଦ୍ଧା ସ୍ଥିତି ପୂର୍ବଭଳି ୧-୧ରେ ରହିବାରୁ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଅତିରକ୍ତ ୩୦ ମିନିଟ୍‌ ଖେଳରେ ଇଂଲଣ୍ଡ ତା’ର ରଣନୀତି ସଂପୂର୍ଣ୍ଣ ବଦଳାଇ ଦେଇଥିଲା। ଆଟାକିଂ ଖେଳ ପ୍ରଦର୍ଶନ କରିବାରୁ ଦଳକୁ ଏହାର ଫାଇଦା ମଧ୍ୟ ମିଳିଥିଲା। ମ୍ୟାଚ୍‌ର ୧୦୪ତମ ମିନିଟ୍‌ରେ ଅଧିନାୟକ କେନ୍‌ ଗୋଲ ସ୍କୋର କରି ଦଳକୁ ୨-୧ରେ ଆଗୁଆ କରିଦେଇଥିଲେ।

ଏହାପରେ ଡେନମାର୍କ ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲା। ଶେଷରେ ଇଂଲଣ୍ଡ ମ୍ୟାଚ୍‌କୁ ୨-୧ରେ ଜିତି ନେଇଥିଲା।

ଏବେ ୧୨ ତାରିଖ ରାତି ୧୨.୩୦ରେ ଇଂଲଣ୍ଡ ୟୁରୋ କପ ଫାଇନାଲ ମ୍ୟାଚ୍‌ରେ ଇଟାଲୀକୁ ଭେଟିବ। ପ୍ରଥମ ସେମିରେ ଇଟାଲୀରେ ପ୍ରତିପକ୍ଷ ସ୍ପେନକୁ ୪-୨(ଶୁଟ ଆଉଟ)ରେ ହରାଇଥିଲା।

The post ଅପେକ୍ଷାର ଅନ୍ତ: ଅତିରକ୍ତ ସମୟରେ ଡେନମାର୍କକୁ ହରାଇ ଫାଇନାଲରେ ଇଂଲଣ୍ଡ appeared first on Odisha Reporter.

]]>
left bottom 2021-07-08 08:09:32 https://cdn.odishareporter.in/wp-content/uploads/2021/07/08080855/England.jpg
ଶୁଟ ଆଉଟରେ ସ୍ପେନକୁ ହରାଇ ଫାଇନାଲରେ ଇଟାଲୀ https://odishareporter.in/sports/others/italy-beat-spain-4-2-in-penalty-shootout-656839 Wed, 07 Jul 2021 01:52:37 +0000 https://odishareporter.in/?p=656839

ଲଣ୍ଡନ: ୟୁରୋ କପ ୨୦୨୦ର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଟାଲୀ। ଗତକାଲି ବିଳମ୍ବିତ ରାତିରେ ଖେଳା ଯାଇଥିବା ସେମି ଫାଇନାଲରେ ଦଳ ସ୍ପେନକୁ ପେନାଲ୍ଟି ଶୁଟ ଆଉଟ(୪-୨)ରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ମ୍ୟାଚ୍‌ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ହେଁ କେହି ବି ଏହାକୁ ଗୋଲରେ ପରିଣତ କରି ପାରି ନଥିଲେ। ତେବେ ମ୍ୟାଚ୍‌ର ୬୦ତମ ମିନିଟ୍‌ରେ […]

The post ଶୁଟ ଆଉଟରେ ସ୍ପେନକୁ ହରାଇ ଫାଇନାଲରେ ଇଟାଲୀ appeared first on Odisha Reporter.

]]>

ଲଣ୍ଡନ: ୟୁରୋ କପ ୨୦୨୦ର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଟାଲୀ। ଗତକାଲି ବିଳମ୍ବିତ ରାତିରେ ଖେଳା ଯାଇଥିବା ସେମି ଫାଇନାଲରେ ଦଳ ସ୍ପେନକୁ ପେନାଲ୍ଟି ଶୁଟ ଆଉଟ(୪-୨)ରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ମ୍ୟାଚ୍‌ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ହେଁ କେହି ବି ଏହାକୁ ଗୋଲରେ ପରିଣତ କରି ପାରି ନଥିଲେ। ତେବେ ମ୍ୟାଚ୍‌ର ୬୦ତମ ମିନିଟ୍‌ରେ ଇଟାଲୀର ଫେଡରିକୋ ଚିଏସା ଚମତ୍କାର ଗୋଲ ସ୍କୋର କରି ଦଳରୁ ୧-୦ରେ ଆଗୁଆ କରି ଦେଇଥିଲେ। ୧-୦ରେ ପଛରେ ଥିବା ସ୍ପେନ ହଠାତ୍‌ ତା’ର ରଣନୀତି ବଦଳାଇ କାଉଣ୍ଟର ଆଟାକ ଆରମ୍ଭ କରିଥିଲା।

ଦଳକୁ ଏହାର ଫାଇଦା ମଧ୍ୟ ମିଳିଥିଲା। ଦଳର ଷ୍ଟାର ଖେଳାଳି ଅଲଭୋରା ମୋରାଟା ମ୍ୟାଚର ୮୦ତମ ମିନିଟରେ ଗୋଲ ସ୍କୋର କରି ସ୍ଥିତି ୧-୧ କରି ଦେଇଥିଲେ। ୯୦ ମିନିଟ୍ ମଧ୍ୟରେ ସ୍ଥିତି ୧-୧ ରହିବାରୁ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ୩୦ ମିନିଟ୍ ସମୟରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଫଳରେ ଫାଇନାଲ ଟିକେଟ ପାଇଁ ଦୁଇ ଦଳ ମଧ୍ୟରେ ପେନାଲ୍ଟି ଶୁଟ ଆଉଟ ହୋଇଥିଲା।


ପ୍ରଥମ ଶଟ୍ ଉଭୟ ଦଳ ମିସ୍ କରିଥିଲେ। ହେଲେ ଏହାପରେ ଇଟାଲୀ କ୍ରମାଗତ ୪ଟି ଶଟ୍ ଗୋଲରେ ପରିଣତ କରିଥିବା ବେଳେ ଇଟାଲୀ ମାତ୍ର ୨ଟି ଗୋଲ ସ୍କୋର କରିପାରି ଥିଲା। ସ୍ପେନ ପକ୍ଷରୁ ୪ର୍ଥ ଶଟ୍ ମାରିବାକୁ ଆସିଥିବା ମୋରାଟା ପେନାଲ୍ଟି ଶଟ୍ ମିସ୍ କରିଥିଲେ। ହେଲେ ଏହା ପରେ ଇଟାଲୀ ପକ୍ଷରୁ ଜୋରଘିନୋ ନିଜର ପେନାଲ୍ଟି ଶଟ୍‌କୁ ଗୋଲରେ ପରିଣତ କରିବା କ୍ଷଣି ଦଳ ୪-୨ରେ ମ୍ୟାଚ୍‌କୁ ଜିତି ନେଇଥିଲା।


ଆଜି ରାତି ୧୨.୩୦ରେ ଦ୍ୱିତୀୟ ସେମି ଫାଇନାଲରେ ଡେନମାର୍କ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ରେ ଯିଏ ଜିତିବ ଉକ୍ତ ଦଳ ଇଟାଲୀ ସହ ରବିବାର ରାତିରେ ଫାଇନାଲ ମ୍ୟାଚ୍‌ ଖେଳିବ।

The post ଶୁଟ ଆଉଟରେ ସ୍ପେନକୁ ହରାଇ ଫାଇନାଲରେ ଇଟାଲୀ appeared first on Odisha Reporter.

]]>
Euro cup 2020, Football, left top 2021-07-07 12:37:50 https://cdn.odishareporter.in/wp-content/uploads/2021/07/07072012/Italy.jpg
ଐତିହାସିକ ୱିମ୍ବଲଡନ୍ ମ୍ୟାଚ୍ ଜିତିଲେ ସାନିଆ-ବୋପନ୍ନା https://odishareporter.in/sports/others/bopanna-sania-wins-historic-wimbledon-match-between-indian-pairs-655779 Fri, 02 Jul 2021 18:16:22 +0000 https://odishareporter.in/?p=655779

ଲଣ୍ଡନ: ଭାରତର ସାନିଆ ମିର୍ଜା ଓ ରୋହନ୍ ବୋପନ୍ନାଙ୍କ ଅଭିଜ୍ଞ ଯୋଡ଼ି ୱିମ୍ବଲଡନ୍ ଓପନରେ ଐତିହାସିକ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ସାନିଆ ଓ ବୋପନ୍ନା ମିକ୍ସଡ୍ ଡବଲ୍ସର ପ୍ରଥମ ରାଉଣ୍ଡରେ ନିଜ ଦେଶର ରାମକୁମାର ରାମନାଥନ ଓ ଅଙ୍କିତା ରାଇନାଙ୍କୁ ସିଧାସଳଖ ୬-୨, ୭-୬ ସେଟରେ ହରାଇଛନ୍ତି । ଏଥିସହ ଓପନ୍ ଯୁଗରେ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଦୁଇ ଭାରତୀୟ ଟିମ୍ ପରସ୍ପର ବିରୋଧରେ ଖେଳୁଥିଲେ । ରାମନାଥନ ଏହି ମ୍ୟାଚ୍ ଜରିଆରେ ଗ୍ରାଣ୍ଡସ୍ଲାମ୍ […]

The post ଐତିହାସିକ ୱିମ୍ବଲଡନ୍ ମ୍ୟାଚ୍ ଜିତିଲେ ସାନିଆ-ବୋପନ୍ନା appeared first on Odisha Reporter.

]]>

ଲଣ୍ଡନ: ଭାରତର ସାନିଆ ମିର୍ଜା ଓ ରୋହନ୍ ବୋପନ୍ନାଙ୍କ ଅଭିଜ୍ଞ ଯୋଡ଼ି ୱିମ୍ବଲଡନ୍ ଓପନରେ ଐତିହାସିକ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ସାନିଆ ଓ ବୋପନ୍ନା ମିକ୍ସଡ୍ ଡବଲ୍ସର ପ୍ରଥମ ରାଉଣ୍ଡରେ ନିଜ ଦେଶର ରାମକୁମାର ରାମନାଥନ ଓ ଅଙ୍କିତା ରାଇନାଙ୍କୁ ସିଧାସଳଖ ୬-୨, ୭-୬ ସେଟରେ ହରାଇଛନ୍ତି । ଏଥିସହ ଓପନ୍ ଯୁଗରେ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଦୁଇ ଭାରତୀୟ ଟିମ୍ ପରସ୍ପର ବିରୋଧରେ ଖେଳୁଥିଲେ ।

ରାମନାଥନ ଏହି ମ୍ୟାଚ୍ ଜରିଆରେ ଗ୍ରାଣ୍ଡସ୍ଲାମ୍ ପଦାର୍ପଣ କରିଛନ୍ତି, ଯିଏ ୨୧ଥର ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ କ୍ୱାଲିଫାଇଙ୍ଗ୍ କରିବାରେ ବିଫଳ ହୋଇସାରିଛନ୍ତି । ମ୍ୟାଚର ପ୍ରଥମ ସେଟକୁ ସାନିଆ ଓ ବୋପନ୍ନା ସହଜରେ ଜିତି ନେଇଥିଲେ, କିନ୍ତୁ ଦ୍ୱିତୀୟ ସେଟରେ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜ ମିଳିଥିଲା । ଚାରିଜଣଙ୍କ ମଧ୍ୟରୁ ବୋପନ୍ନା ନିଜର ଦମଦାର ସର୍ଭିସ୍ ଓ ବେସଲାଇନରେ ଗ୍ରାଉଣ୍ଡ ଷ୍ଟ୍ରୋକ୍ ଦ୍ୱାରା ସବୁଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ।

ସାନିଆ ଓ ଆମେରିକାର ବେଥାନି ମ୍ୟାଟେକ୍ ସାଣ୍ଡସଙ୍କ ଯୋଡ଼ି ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ଅଙ୍କିତା ଓ ତାଙ୍କ ଆମେରିକୀୟ ଯୋଡ଼ିଦାର ଲରେନ୍ ଡେଭିସ୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ରାଇନା ଓ ଡେଭିଡ୍ ଗୁରୁବାର ବିଳମ୍ବିତ ରାତିରେ ଆମେରିକାର ଆସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କ ନିକଟରୁ ସିଧାସଳଖ ସେଟରେ ହାରିଯାଇଥିଲେ ।

ଆମେରିକାର ୧୪ତମ ସିଡ୍ ଯୋଡ଼ି ଅଙ୍କିତା ଓ ଡେଭିସଙ୍କୁ ୬-୩, ୬-୨ ସେଟରେ ହରାଇଥିଲେ । ଏହି ମ୍ୟାଚଟି ମାତ୍ର ୭୦ ମିନିଟ୍ ଧରି ଚାଲିଥିଲା । ବୋପନ୍ନା ଓ ଦିବିଜ ଶରଣ ପୁରୁଷ ଡବଲ୍ସର ପ୍ରଥମ ରାଉଣ୍ଡରୁ ଆଗକୁ ବଢ଼ି ପାରିନାହାନ୍ତି ।

The post ଐତିହାସିକ ୱିମ୍ବଲଡନ୍ ମ୍ୟାଚ୍ ଜିତିଲେ ସାନିଆ-ବୋପନ୍ନା appeared first on Odisha Reporter.

]]>
left bottom 2021-07-02 23:46:22 https://cdn.odishareporter.in/wp-content/uploads/2021/07/02234438/sania-mirza-and-rohan-bopan.jpg
ଅଲିମ୍ପିକ୍ ପୂର୍ବରୁ ରାଜଧାନୀରେ ପୁଣି ବଢ଼ିଲା କରୋନା ସଂକ୍ରମଣ https://odishareporter.in/sports/others/bach-arrives-in-tokyo-on-july-8-infections-on-rise-again-655478 Thu, 01 Jul 2021 15:28:43 +0000 https://odishareporter.in/?p=655478

ଟୋକିଓ: ଟୋକିଓ ଅଲିମ୍ପିକକୁ ଆଉ ପ୍ରାୟ ୨୦ ଦିନ ସମୟ ରହିଲା ଏଥିପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମସ୍ ବାକ୍ ଜୁଲାଇ ୮ ତାରିଖରେ ଟୋକିଓରେ ପହଞ୍ଚିବେ ଏବଂ ସେଠାରେ ତିନି ଦିନ ଯାଏ କ୍ୱାରେଣ୍ଟାଇନରେ ରହିବା ପରେ କ୍ରୀଡ଼ା ପାଇଁ ହେବାକୁଥିବା ବୈଠକରେ ଭାଗ ନେବେ । କିନ୍ତୁ ଏହା ପୂର୍ବରୁ ଜାପାନର ରାଜଧାନୀ ଟୋକିଓରେ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ଜୁଲାଇ ୨୩ ତାରିଖରୁ ଆରମ୍ଭ […]

The post ଅଲିମ୍ପିକ୍ ପୂର୍ବରୁ ରାଜଧାନୀରେ ପୁଣି ବଢ଼ିଲା କରୋନା ସଂକ୍ରମଣ appeared first on Odisha Reporter.

]]>

ଟୋକିଓ: ଟୋକିଓ ଅଲିମ୍ପିକକୁ ଆଉ ପ୍ରାୟ ୨୦ ଦିନ ସମୟ ରହିଲା ଏଥିପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମସ୍ ବାକ୍ ଜୁଲାଇ ୮ ତାରିଖରେ ଟୋକିଓରେ ପହଞ୍ଚିବେ ଏବଂ ସେଠାରେ ତିନି ଦିନ ଯାଏ କ୍ୱାରେଣ୍ଟାଇନରେ ରହିବା ପରେ କ୍ରୀଡ଼ା ପାଇଁ ହେବାକୁଥିବା ବୈଠକରେ ଭାଗ ନେବେ । କିନ୍ତୁ ଏହା ପୂର୍ବରୁ ଜାପାନର ରାଜଧାନୀ ଟୋକିଓରେ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି।

ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ । ତେବେ ଅଲିମ୍ପିକ୍ ପୂର୍ବରୁ ଟୋକିଓରେ କରୋନା ସଂକ୍ରମଣ ମାମଲା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବୁଧବାର ଟୋକିଓରେ ୭୧୪ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପାଞ୍ଚ ସପ୍ତାହ ପରେ ସର୍ବାଧିକ । ଟୋକିଓରେ ଲଗାତର ୧୧ ଦିନ ଧରି କରୋନା ମାମଲା ବଢ଼ିବାରେ ଲାଗିଛି । ତେବେ ଏହାର ସାତ ଦିନ ତଳେ ସଂକ୍ରମଣ ସଂଖ୍ୟା ବହୁତ କମ୍ ଥିଲା।

ଜାପାନରେ କେବଳ ୧୨ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି । ସେହିପରି ଅନ୍ୟ କିଛି ରାଜ୍ୟରେ ଲାଗୁ ହୋଇଥିବା ଏମରଜେନ୍ସି ଜୁଲାଇ ୧୨ ତାରିଖରେ ଶେଷ ହେବ । ତେବେ ଅଲିମ୍ପିକ୍ ଆରମ୍ଭ ହେବା ସମୟରେ ସରକାର ରାଜ୍ୟ ଗୁଡ଼ିକରେ ପୁଣିଥରେ ଏମରଜେନ୍ସି ଲାଗୁ କରିପାରନ୍ତି ।

The post ଅଲିମ୍ପିକ୍ ପୂର୍ବରୁ ରାଜଧାନୀରେ ପୁଣି ବଢ଼ିଲା କରୋନା ସଂକ୍ରମଣ appeared first on Odisha Reporter.

]]>
left bottom, Tokyo Olympics 2021 2021-07-05 17:19:00 https://cdn.odishareporter.in/wp-content/uploads/2021/07/01205807/olympics.jpg
ଜାପାନ ରାଜଧାନୀରେ ଦମ୍ ଦେଖାଇବେ ଭାରତୀୟ ସେନା https://odishareporter.in/or-special/athletes-going-to-tokyo-olympics-from-indian-army-655434 Thu, 01 Jul 2021 13:49:35 +0000 https://odishareporter.in/?p=655434

ଭାରତୀୟ ସେନା ଯେ କେବଳ ସୀମାରେ ଦେଶର ସୁରକ୍ଷା କରୁଛନ୍ତି ତାହା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଟେକ ରଖିଛନ୍ତି। ସେନା ପ୍ରତିଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମି ଏବଂ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଥାଏ, ଯାହାଦ୍ୱାରା କ୍ରୀଡ଼ାବିତ୍ କିମ୍ବା ସେନାବାହିନୀରେ ଯୋଗ ଦେଇଥିବା ଆଥଲେଟମାନଙ୍କୁ ସେମାନଙ୍କୁ ବାସ୍ତବ ସ୍ଥାନ ମିଳିଥାଏ। ଅତୀତରେ ଭାରତୀୟ ସେନାରୁ ଅନେକ ଆଥଲଟେ୍ ଦେଶ ପାଇଁ ଅଲିମ୍ପିକରେ ପ୍ରତିନିଧିତ୍ୱ କରିସାରିଛନ୍ତି । ତେଣୁ ଏଥର […]

The post ଜାପାନ ରାଜଧାନୀରେ ଦମ୍ ଦେଖାଇବେ ଭାରତୀୟ ସେନା appeared first on Odisha Reporter.

]]>

ଭାରତୀୟ ସେନା ଯେ କେବଳ ସୀମାରେ ଦେଶର ସୁରକ୍ଷା କରୁଛନ୍ତି ତାହା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଟେକ ରଖିଛନ୍ତି। ସେନା ପ୍ରତିଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଭିତ୍ତିଭୂମି ଏବଂ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇଥାଏ, ଯାହାଦ୍ୱାରା କ୍ରୀଡ଼ାବିତ୍ କିମ୍ବା ସେନାବାହିନୀରେ ଯୋଗ ଦେଇଥିବା ଆଥଲେଟମାନଙ୍କୁ ସେମାନଙ୍କୁ ବାସ୍ତବ ସ୍ଥାନ ମିଳିଥାଏ। ଅତୀତରେ ଭାରତୀୟ ସେନାରୁ ଅନେକ ଆଥଲଟେ୍ ଦେଶ ପାଇଁ ଅଲିମ୍ପିକରେ ପ୍ରତିନିଧିତ୍ୱ କରିସାରିଛନ୍ତି । ତେଣୁ ଏଥର ଟୋକିଓ ଅଲିମ୍ପିକରେ କେଉଁ ଭାରତୀୟ ସେନା ଆଥଲେଟ୍ ଭାବେ ଯୋଗ ଦେବେ, ଆସନ୍ତୁ ଜାଣିବା ।

ଅମିତ୍ ପଙ୍ଘଲ (ବକ୍ସିଂ)

ଅମିତ୍ ପଙ୍ଘଲ (ବକ୍ସିଂ): ୧୯୯୫ ମସିହା, ଅକ୍ଟୋବର ୧୬ ତାରିଖରେ ଜନ୍ମିତ ଅମିତ୍ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ସୁବେଦାର ଅଛନ୍ତି । ଏହି ୨୫ ବର୍ଷୀୟ ବକ୍ସର୍ ୨୦୧୯ରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୨୦ରେ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେ ଟୋକିଓ ଅଲିମ୍ପିକରେ ୫୨ କେଜି ବର୍ଗରେ ଭାରତର ପ୍ରତିନିଧତ୍ୱ କରିବେ । ଅମିତ୍ ମଧ୍ୟ ଭାରତର ବଡ଼ ପଦକ ଆଶା ।

ମନିଷ କୌଶିକ (ବକ୍ସିଂ)

ମନିଷ କୌଶିକ (ବକ୍ସିଂ): ମନିଷ ବର୍ତ୍ତମାନ ଭାରତୀୟ ସେନାରେ ଯୁଗ୍ମ କମିଶନ ଅଫିସର୍ ଭାବେ କାର୍ୟ୍ୟମରତ ଅଛନ୍ତି । ହରିୟାଣାର ଏହି ବକ୍ସର୍ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ହ୍ୟାରୀ ଗାର୍ସାଇଡଙ୍କ ବିପକ୍ଷ କ୍ୱାଲିଫାଇଙ୍ଗ ରାଉଣ୍ଡ ଜିତିବା ସହ ସେ ଶେଷ ଭାରତୀୟ ବକ୍ସର୍ ଭାବେ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ଟୋକିଓ ଅଲିମ୍ପିକରେ ୬୩ କେଜି ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ ।

ସତୀଶ କୁମାର

ସତୀଶ କୁମାର (ବକ୍ସିଂ): ୧୯୮୯ରେ ଜନ୍ମିତ ସତୀଶ ୨୦୦୮ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଏହା ପରଠାରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ବକ୍ସିଂ ଇଭେଣ୍ଟରେ ଭାଗ ନେଇଛନ୍ତି । ଏହି ହେଭିୱେଟ୍ ବକ୍ସର୍ ଜଣଜ ୨୦୧୪ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି । ୩୨ ବର୍ଷୀୟ ସତୀଶ ଏସିଆନ୍ ବକ୍ସିଂ ଅଲିମ୍ପିକ୍ କ୍ୱାଲିଫାୟରରେ ଓଟଗୋନବାୟେର ଦାଇଭିଙ୍କୁ ହରାଇ ପ୍ରଥମ ଭାରତୀୟ ବକ୍ସର ଭାବେ ଟୋକିଓ ଟିକେଟ୍ କାଟିଥିଲେ । ଅଲିମ୍ପିକରେ ସେ ୯୧ କେଜି ବର୍ଗରେ ପ୍ରତିନିଧତ୍ୱ କରିବେ ।

ଅବିନାଶ ସାବଲେ (ଆଥଲେଟିକ୍ସ)

ଅବିନାଶ ସାବଲେ (ଆଥଲେଟିକ୍ସ): ୧୯୯୪ରେ ଜନ୍ମିତ ଅବିନାଶ ସ୍କୁଲ୍ ଜୀବନ ପରେ ହିଁ ଭାରତୀୟ ସେନାରେ ମହର୍ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଚଳିତ ବର୍ଷ ପଟିଆଲାରେ ଆୟୋଜିତ ଫେଡେରେସନ୍ କପରେ ସେ ୩୦୦୦ ମିଟର୍ ଷ୍ଟିପଲଚେଜରେ ୮:୨୦.୨୧ ମିନିଟରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ୨୬ ବର୍ଷୀୟ ଏହି ଆଥଲେଟ୍ ୨୦୧୯ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ । ସେ ଟୋକିଓରେ ନିଜ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ।

ନୀରଜ ଚୋପ୍ରା (ଜାଭେଲିନ୍)

ନୀରଜ ଚୋପ୍ରା (ଜାଭେଲିନ୍): ୧୯୯୭ରେ ଜନ୍ମିତ ନୀରଜ ୨୦୧୬ରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ ଯୋଗ ଦେଇଥିଲେ । ସେ ଭାରତ ପକ୍ଷରୁ ଜାଭେଲିନ୍ ଥ୍ରୋ’ରେ ପ୍ରତିନିଧିତ୍ୱ କରନ୍ତି । ସେ ମାର୍ଚ୍ଚ ୨୦୨୧ରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୮୮.୦୭ ମିଟର୍ ଜାଭେଲିନ୍ ଥ୍ରୋ’ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏହି ୨୩ ବର୍ଷୀୟ ଆଥଲେଟ୍ ୨୦୧୮ରେ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ଦମଦାର ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି । ଅଲିମ୍ପିକରେ ତାଙ୍କ ଠାରୁ ଦେଶ ନିଶ୍ଚିତ ପଦକ ଆଶା କରୁଛି ।

ଅର୍ଜୁନ ଲାଲ ଜଟ୍ ଓ ଅରବିନ୍ଦ ସିଂହ (ରୋଇଂ)

ଅର୍ଜୁନ ଲାଲ ଜଟ୍ ଓ ଅରବିନ୍ଦ ସିଂହ (ରୋଇଂ): ଅର୍ଜୁନ ଜଟ୍ ଓ ଅରବିନ୍ଦ ସିଂହ ୨୦୧୭ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଦୁହେଁ ପୁନେସ୍ଥିତ ଆର୍ମି ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟରେ ରୋଇଂ ତାଲିମ ନେଉଛନ୍ତି। ଅର୍ଜୁନ ଓ ଅରବିନ୍ଦ ଟୋକିଓରେ ଆୟୋଜିତ ଏସିଆନ୍ କଣ୍ଟିନେଣ୍ଟାଲ୍ ଫାଇନାଲ୍ ରେସରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରୁଷ ଲାଇଟୱେଟ୍ ଡବଲ୍ ସ୍କଲ୍ସ ଇଭେଣ୍ଟ ପାଇଁ ଟୋକିଓ ଟିକେଟ୍ କାଟିଛନ୍ତି । ଦୁହେଁ ଭାରତର ଏକମାତ୍ର ରୋଇିଂ ଯୋଡ଼ି ଭାବେ ଟୋକିଓରେ ପ୍ରତିନିଧିତ୍ୱ କରିବେ ।

ବିଷ୍ଣୁ ସର୍ବାନନ୍ (ସେଲିଂ)

ବିଷ୍ଣୁ ସର୍ବାନନ୍ (ସେଲିଂ): ବିଷ୍ଣୁ ୨୦୧୭ରେ ଭାରତୀୟ ସେନାରେ ନାଏବ ସୁବେଦାର ଭାବେ ଯୋଗ ଦେଇଥିଲେ । ସେ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ । ତାଙ୍କ ପିତା ଜଣେ ଦକ୍ଷ ସେଲର୍, ଯିଏ ମାଡ୍ରାସ୍ ସାପର୍ସ ସେଲର୍ । ପିତାଙ୍କ ଠାରୁ ପ୍ରେରଣା ପାଇଁ ବିଷ୍ଣୁ ୨୦୧୪ରେ ସେଲିଂରେ ପାଦ ଥାପିଥିଲେ । ବିଷ୍ଣୁ ଗତ ଦୁଇ ବର୍ଷ ଧରି ମାଲତାରେ ଟ୍ରେନିଂ ନେଇ ଆସୁଛନ୍ତି ଏବଂ ସେ ମୁସାନ୍ନା ସେଲିଂ ଚାମ୍ପିୟନଶିପରେ ଭାଗ ନେଇ ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ ।

ପ୍ରବୀଣ ଯାଦବ (ଆର୍ଚେରୀ)

ପ୍ରବୀଣ ଯାଦବ (ଆର୍ଚେରୀ): ୧୯୯୬ରେ ଜନ୍ମିତ ପ୍ରବୀଣ ଯାଦବ ଭାରତୀୟ ସେନାରେ ହାବିଲଦାର ଅଛନ୍ତି ଏବଂ ସେ ପୁନେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟରେ ତାଲିମପ୍ରାପ୍ତ ଅଛନ୍ତି । ସେ ଟୋକିଓ ଅଲିମ୍ପିକରେ ଭାରତ ପକ୍ଷରୁ ରିକର୍ଭ ବର୍ଗରେ ପ୍ରତିନିଧିତ୍ୱ କରିବେ । ୨୦୧୯ରେ ବିଶ୍ୱ ଆର୍ଚେରୀ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ଜିତି ଅଲିମ୍ପିକକୁ କ୍ୱାଲିଫାଏ କରିଥିଲେ । ୨୦୦୫ ପରେ ସେ ପ୍ରତମ ଭାରତୀୟ ଭାବେ ଏହି ବର୍ଗରେ ଅଲିମ୍ପିକ୍ ଟିକେଟ୍ କାଟିଛନ୍ତି ।

ତରୁଣଦୀପ ରାଏ (ଆର୍ଚେରୀ)

ତରୁଣଦୀପ ରାଏ (ଆର୍ଚେରୀ): ୧୯୮୪ରେ ଜନ୍ମିତ ତରୁଣଦୀପ ରାଏ ସିକ୍କିମରେ ଭାରତୀୟ ସେନାରେ ଜୁନିୟର କମିଶନ୍ ଅଫିସର୍ ଭାବେ କାମ କରୁଛନ୍ତି । ସେ ଭାରତ ପକ୍ଷରୁ ଆର୍ଚେରୀରେ ପ୍ରତିନିଧିତ୍ୱ କରନ୍ତି । ୨୦୦୩ରେ ମାତ୍ର ୧୯ ବର୍ଷ ବୟସରେ ସେ ଆର୍ଚେରୀରେ ଡେବ୍ୟୁ କରିଥିଲେ । ସେ ୨୦୦୫ ଓ ୨୦୧୯ରେ ରୌପ୍ୟ ବିଜେତା ବିଶ୍ୱ ଚାମ୍ପିୟନଶିପ୍ ଟିମର ସଦସ୍ୟ ଥିଲେ । ଏହି ୩୭ ବର୍ଷୀୟ ଆର୍ଚର୍ ୨୦୧୦ ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ମେଡାଲ୍ ଜିତିବାର ଗୌରବ ଅର୍ଜନ କରିଥିଲେ।

The post ଜାପାନ ରାଜଧାନୀରେ ଦମ୍ ଦେଖାଇବେ ଭାରତୀୟ ସେନା appeared first on Odisha Reporter.

]]>
left bottom 2021-07-01 20:15:25 https://cdn.odishareporter.in/wp-content/uploads/2021/07/01191245/tokyo.jpg
ହାତ ଉଠାଇପାରୁ ନଥିଲେ, ଏବେ ଅଲିମ୍ପିକ୍ ଟିକେଟ୍ କାଟି ରଚିଲେ ଇତିହାସ https://odishareporter.in/or-special/sajan-prakash-breaks-pain-barrier-to-create-magic-654859 Tue, 29 Jun 2021 16:24:32 +0000 https://odishareporter.in/?p=654859

ଭାରତୀୟ ସୁଇମର୍ ସାଜନ ପ୍ରକାଶ ବେକରେ ଆଘାତ କାରଣରୁ ସୁଇମିଂ କରିବାରେ ଅସମର୍ଥ ଥିଲେ, କିନ୍ତୁ ସେ ଜଦରବସ୍ତ ପ୍ରତ୍ୟାବର୍ତ୍ତନ କରି ଟୋକିଓ ଅଲିମ୍ପିକ୍ ପାଇଁ ‘ଏ’ କଟ୍ ହାସଲ କରିଛନ୍ତି । ଅଲିମ୍ପିକ୍ ପାଇଁ ସିଧାସଳଖ କ୍ୱାଲିଫାଏ କରିବାରେ ଭାରତର ପ୍ରଥମ ସୁଇମର୍ ହୋଇଥିବା କେରଳର ଏହି ଖେଳାଳିଙ୍କର ଖୁବ୍ ପ୍ରଶଂସା କରାଯାଉଛି । ୨୭ ବର୍ଷୀୟ ସାଜନ ପ୍ରକାଶ ରୋମରେ ସେଟେ କୋଲି ଟ୍ରଫିର ପୁରୁଷ ୨୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ୧ ମିନିଟ୍ […]

The post ହାତ ଉଠାଇପାରୁ ନଥିଲେ, ଏବେ ଅଲିମ୍ପିକ୍ ଟିକେଟ୍ କାଟି ରଚିଲେ ଇତିହାସ appeared first on Odisha Reporter.

]]>

ଭାରତୀୟ ସୁଇମର୍ ସାଜନ ପ୍ରକାଶ ବେକରେ ଆଘାତ କାରଣରୁ ସୁଇମିଂ କରିବାରେ ଅସମର୍ଥ ଥିଲେ, କିନ୍ତୁ ସେ ଜଦରବସ୍ତ ପ୍ରତ୍ୟାବର୍ତ୍ତନ କରି ଟୋକିଓ ଅଲିମ୍ପିକ୍ ପାଇଁ ‘ଏ’ କଟ୍ ହାସଲ କରିଛନ୍ତି । ଅଲିମ୍ପିକ୍ ପାଇଁ ସିଧାସଳଖ କ୍ୱାଲିଫାଏ କରିବାରେ ଭାରତର ପ୍ରଥମ ସୁଇମର୍ ହୋଇଥିବା କେରଳର ଏହି ଖେଳାଳିଙ୍କର ଖୁବ୍ ପ୍ରଶଂସା କରାଯାଉଛି । ୨୭ ବର୍ଷୀୟ ସାଜନ ପ୍ରକାଶ ରୋମରେ ସେଟେ କୋଲି ଟ୍ରଫିର ପୁରୁଷ ୨୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ୧ ମିନିଟ୍ ୫୬.୩୮ ସେକେଣ୍ଡର ରେକର୍ଡ ସମୟ ସହ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଟାଇମ୍ ହାସଲ କରିଥିଲେ।

କୋଭିଡ୍-୧୯ ମହାମାରୀ କାରଣରୁ ଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ସାଜନ ଥାଇଲ୍ୟାଣ୍ଡରେ ଫସି ଯାଇଥିଲେ । ସେ ଆହତ କାରଣରୁ ୭ରୁ ୮ ମାସ ସୁଇମିଂ ପୁଲରୁ ଦୂରେଇ ରହିଥିଲେ । ଆହତ ଏବଂ ଏହିସବୁ କାରଣରୁ ସେ ବହୁତ ଭାଙ୍ଗିପଡ଼ି ଥିଲେ, କିନ୍ତୁ ଅଗଷ୍ଟ ୨୦୨୦ରେ ଅଭ୍ୟାସ ପାଇଁ ଦୁବାଇ ଯିବା ପରେ ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା । ଦୁବାଇରେ କୋଚ୍ ପ୍ରଦୀପ କୁମାରଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରିବା ଦ୍ୱାରା ତାଙ୍କ ଖେଳରେ ଅନେକ ସୁଧାର ଆସିଥିଲା ।

ସାଜନ ପିଟିଆଇକୁ କହିଛନ୍ତି, ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍ ବେଳେ ବେକରେ ଯନ୍ତ୍ରଣା ହୋଇଥିଲା, କିନ୍ତୁ ମୋତେ ଲାଗିଲା ଯେ ଏହା କୌଣସି ଚମତ୍କାରିତା ଦ୍ୱାରା ଶେଷ ହୋଯିବ। ମୁଁ ପେନକିଲର୍ ମେଡିସିନ୍ ସହ କିଛି ପ୍ରତିଯୋଗିତାରେ ଭାଗ ନେଲି । ନେପାଳରେ ହୋଇଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ମୁଁ ହାତ ଉଠାଇ ପାରୁନଥିଲି । ଏହା ପରେ ମୁଁ ସ୍କାନ୍ କରାଇଥିଲି, ଯେଉଁଥିରେ ଜଣାପଡ଼ିଲା ଯେ ମୋ ବେକ ପାଖରେ ସ୍ଲିପ୍ ଡିସ୍କ ରହିଛି । ଏହାର ପ୍ରଭାବରେ ମୋର ବାମ ହାତରେ ଖୁବ୍ ଯନ୍ତ୍ରଣା ହେଉଥିଲା । ଏହା ପରେ ମୁଁ ଯେତେବେଳେ ଫିଟ୍ ହେଲି, ହଠାତ୍ ଲକଡାଉନ୍ ହୋଇଗଲା । ମୁଁ ସେହି ସମୟରେ ଥାଇଲ୍ୟାଣ୍ଡରେ ଥିଲି ଏବଂ ମୋ ସହ କେହି ଫିଜିଓ ନଥିଲେ । ଅଗଷ୍ଟରେ ଦୁବାଇ ଚାଲିଗଲି। ମୋ ଫିଜିଓ ରିଚାର୍ଡ ମୋତେ ସହାୟତା କରିଥିଲେ । ମୁଁ ନିଜ ଭିତରେ ସୁଧାର କରିବା ଆରମ୍ଭ କଲି । ଏଥିପାଇଁ ମୋର କୋଚ୍ ଓ ତାଙ୍କ ପତ୍ନୀ ଖୁବ୍ ସହାୟତା କରିଥିଲେ ।

ସାଜନ କହିଛନ୍ତି, ‘ପ୍ରଥମ ତିନି ମାସ ମୁଁ ବଟରଫ୍ଲାଇକୁ ଥରେ ବି କରିପାରୁନଥିଲି । ଏଭଳି ସମୟରେ ମୋ ପାଇଁ ସୁସ୍ଥ ରହିବା ମୁଖ୍ୟ ପ୍ରାଥମିକତା ଥିଲା। ମୁଁ ଆହତ ହୋଇଥିଲି ଏବଂ ମାନସିକ ଭାବେ ଦୃଢ଼ ନଥିଲି । ଏଥରୁ ବାହାରିବା ପାଇଁ ମୋ ପାଇଁ ବହୁତ କଷ୍ଟକର ଥିଲା।’ ନଭେମ୍ବର-ଡିସେମ୍ବରରେ ସାଜନଙ୍କ ଯନ୍ତ୍ରଣା କମ୍ ହୋଇଥିଲା ଏବଂ ପୁଣିଥରେ ସୁଇମିଂ ପୁଲ୍ ଯିବା ପାଇଁ ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା । ଫେବୃଆରୀରେ ଲାଟଭିଆ ଓପନରେ ଭଲ ଫଳାଫଳା ମିଳିବାପରେ ଅଲିମ୍ପିକ ପାଇଁ ସାଜନଙ୍କର ଆଶା ବଢ଼ିଥିଲା ।

ସାଜନ କହିଛନ୍ତି, ଯେତେବେଳେ ମୁଁ ଲାଟଭିଆରେ ପ୍ରଥମ ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଯାଇଥିଲି, ମୁଁ ବଟରଫ୍ଲାଇ ପାଇଁ ବେଶୀ ଅଭ୍ୟାସ କରିନଥିଲି । ସେଠାରେ ଯେତେବେଳେ ମୁଁ ଦୁଇ ମିନିଟରୁ କମ୍ ସମୟରେ ସୁଇମିଂ ପୂରଣ କଲି, ମୋର ଆଶା ବଢ଼ିଯାଇଥିଲା । ସମୟ ଅନୁସାରେ ମୁଁ ପ୍ରଦର୍ଶନରେ ସୁଧାର କରିବାରେ ଲାଗିଲି । ଏବେ ମୁଁ ବାସ୍ତବରେ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଥିବାରୁ ବହୁତ ଖୁସି ।

The post ହାତ ଉଠାଇପାରୁ ନଥିଲେ, ଏବେ ଅଲିମ୍ପିକ୍ ଟିକେଟ୍ କାଟି ରଚିଲେ ଇତିହାସ appeared first on Odisha Reporter.

]]>
left bottom, Tokyo Olympics 2021 2021-07-05 17:20:12 https://cdn.odishareporter.in/wp-content/uploads/2021/06/29215409/sajan-prakash.jpg
ଅଲିମ୍ପିକ୍ ଯିବା ପାଇଁ ପାଖରେ ପଇସା ନଥିଲା, ତଥାପି ଭାରତ ପାଇଁ ଜିତିଥିଲେ ପ୍ରଥମ ବ୍ୟକ୍ତିଗତ ମେଡାଲ୍ https://odishareporter.in/sports/others/kd-jadhav-indias-first-individual-olympic-medallist-654488 Mon, 28 Jun 2021 11:50:53 +0000 https://odishareporter.in/?p=654488

ଅଲିମ୍ପିକ୍ କ୍ରୀଡ଼ାର ୩୨ତମ ସଂସ୍କରଣ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେବ। ଏହି କ୍ରୀଡ଼ା ମହାକୁମ୍ଭକୁ ଆଉ ମାସେରୁ କମ୍ ସମୟ ବାକି ରହିଲା। ଏଥିପାଇଁ ସବୁ ଦେଶର ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଭାରତ ମଧ୍ୟ ଏଥର ନୂଆ ଆଶା ନେଇ ଅଲିମ୍ପିକକୁ ଓହ୍ଲାଇବ। ଯଦି ଆମେ ପୂର୍ବ ସଂସ୍କରଣ ଗୁଡ଼ିକୁ ଦେଖିବା, ତାହେଲେ ଭାରତର ପ୍ରଦର୍ଶନ ଭଲ ରହିନାହିଁ। ତେଣୁ ଭାରତ ଏଥର ଅଧିକ ପଦକ ଜିତିବା ନେଇ ମଧ୍ୟ ଆଶା […]

The post ଅଲିମ୍ପିକ୍ ଯିବା ପାଇଁ ପାଖରେ ପଇସା ନଥିଲା, ତଥାପି ଭାରତ ପାଇଁ ଜିତିଥିଲେ ପ୍ରଥମ ବ୍ୟକ୍ତିଗତ ମେଡାଲ୍ appeared first on Odisha Reporter.

]]>

ଅଲିମ୍ପିକ୍ କ୍ରୀଡ଼ାର ୩୨ତମ ସଂସ୍କରଣ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେବ। ଏହି କ୍ରୀଡ଼ା ମହାକୁମ୍ଭକୁ ଆଉ ମାସେରୁ କମ୍ ସମୟ ବାକି ରହିଲା। ଏଥିପାଇଁ ସବୁ ଦେଶର ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଭାରତ ମଧ୍ୟ ଏଥର ନୂଆ ଆଶା ନେଇ ଅଲିମ୍ପିକକୁ ଓହ୍ଲାଇବ। ଯଦି ଆମେ ପୂର୍ବ ସଂସ୍କରଣ ଗୁଡ଼ିକୁ ଦେଖିବା, ତାହେଲେ ଭାରତର ପ୍ରଦର୍ଶନ ଭଲ ରହିନାହିଁ। ତେଣୁ ଭାରତ ଏଥର ଅଧିକ ପଦକ ଜିତିବା ନେଇ ମଧ୍ୟ ଆଶା ରହିଛି।

ଅଲିମ୍ପିକରେ ଭାରତ କେଉଁ ଇଭେଣ୍ଟରେ ସର୍ବାଧିକ ପଦକ ଜିତିଛି, ତାହା ସମସ୍ତେ ଜାଣନ୍ତି। ଭାରତ ହକିରେ ହିଁ ସବୁଠାରୁ ଅଧିକ ପଦକ ଜିତିଛି। ତେବେ ହକି ତ ଦଳଗତ ପ୍ରଦର୍ଶନ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଅଲିମ୍ପିକରେ ଭାରତ ପାଇଁ ପ୍ରଥମ ବ୍ୟକ୍ତିଗତ ପଦକ କିଏ ଜିତିଥିଲେ। ସେହି ମହାନ୍ କ୍ରୀଡ଼ାବିତ୍ ଜଣକ ହେଉଛନ୍ତି କେଡି ଯାଦବ, ଯିଏ ୧୯୫୨ ହେଲସିଙ୍କି ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିଲେ।

୧୯୫୨ରେ ଭାରତୀୟ ଫ୍ୟାନଙ୍କୁ ଭାରତୀୟ ହକି ଟିମ୍ ଠାରୁ ସ୍ୱର୍ଣ୍ଣ ପଦକ ଜିତିବାର ଆଶା ଥିଲା, କିନ୍ତୁ ଏହି ଅଲିମ୍ପିକ୍ କ୍ରୀଡ଼ାରେ ଭାରତକୁ ଆଉ ଏକ ପଦକ ଲାଭ ହୋଇଥିଲା । ଭାରତ ପକ୍ଷରୁ କେଡି ଯାଦବ ରେସଲିଂରେ ଦେଶକୁ ପ୍ରଥମ ପଦକ ଦେଇଥିଲେ। ଖଶାଭା ଦାଦାସାହେବ ଯାଦବ ଫ୍ରିଷ୍ଟାଇଲ୍ ରେସଲିଂରେ ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲେ । ଏଥିସହ ଦେଶ ପାଇଁ ବ୍ୟକ୍ତିଗତ ମେଡାଲ୍ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଥିଲେ । ଯାଦବ ପ୍ରଥମ ଥର ୧୯୪୮ରେ ଲସ୍ ଆଞ୍ଜେଲିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଇଥିଲେ । ହେଲେ ସେ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇ ଥିଲେ। କିନ୍ତୁ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଥିଲା ।

କିଏ କେଡି ଯାଦବ?
କେଡି ଯାଦବଙ୍କର ଜନ୍ମ ୧୯୨୬ରେ ମହାରାଷ୍ଟ୍ରର ସତାରାରେ ହୋଇଥିଲା । ସେ ଏଭଳି ଏକ ପରିବାରରେ ଜନ୍ମ ହୋଇଥିଲେ, ଯେଉଁଠାରେ ପିଲାଦିନରୁ ହିଁ ରେସଲିଂରେ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା । ତାଙ୍କ ପିତା ଦାଦାସାହେବ ମଧ୍ୟ ରେସଲିଂ କରୁଥିଲେ ଏବଂ ମାତ୍ର ପାଞ୍ଚ ବର୍ଷରେ ହିଁ ଯାଦବଙ୍କୁ ରେସଲିହ ଶିଖାଇବା ଆରମ୍ଭ କରିଦେଇଥିଲେ । ଯାଦବ କଲେଜରେ ପାଠ ପଢ଼ୁଥିବା ସମୟରେ ରେସଲିଂରେ ଭାଗ ନେଉଥିଲେ । ତାଙ୍କ କଲେଜର ଡିନ୍ ଆରମ୍ଭରୁ ଯାଦବଙ୍କ ଶରୀରକୁ ଦେଖି ତାଙ୍କୁ ଖେଳିବା ପାଇଁ ପଠାଇ ନଥିଲେ । କିନ୍ତୁ ଯେତେବେଳେ ଯାଦବଙ୍କୁ ସୁଯୋଗ ମିଳିଲା, ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ ।

କେଡି ଯାଦବଙ୍କ ପାଖରେ ହେଲସିଙ୍କି ଅର୍ଥାତ୍ ୧୯୫୨ ଅଲିମ୍ପିକକୁ ଯିବା ପାଇଁ ଟଙ୍କା ନଥିଲା । ଏ ସମ୍ବନ୍ଧରେ ତାଙ୍କ ପୁଅ ରଞ୍ଜିତ ଯାଦବ କହିଥିଲେ ଯେ ତତ୍କାଳୀନ ବମ୍ବେ ମୁଖ୍ୟମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଠାରୁ ସହାୟତା ମଗାଯାଇଥିଲା, କିନ୍ତୁ ସେ କ୍ରୀଡ଼ା ଶେଷ ହେବା ପରେ ଆସିବାକୁ କହିଥିଲେ। ଏହା ପରେ କେଡି ଯାଦବଙ୍କ କଲେଜ୍ ପ୍ରିନ୍ସିପାଲ୍ ନିଜ ଘର ଋଣ ରଖି ତାଙ୍କୁ ପଇସା ଦେଇଥିଲେ । ଯାଦବ ମଧ୍ୟ ନିରାଶ କରିନଥିଲେ ।

କେଡି ଯାଦବଙ୍କ ଅଲିମ୍ପିକ୍ ଯାତ୍ରା

କେଡି ଯାଦବ ୧୯୫୨ ଅଲିମ୍ପିକର ଫ୍ରିଷ୍ଟାଇଲ୍ ରେସଲିଂର ବାଣ୍ଟାମୱେଟ୍ ବର୍ଗର ପ୍ରଥମ ତିନୋଟି ରାଉଣ୍ଡରେ ସହଜ ବିଜୟ ହାସଲ କରିଥିଲେ। ହେଲେ ଚତୁର୍ଥ ରାଉଣ୍ଡରେ ସେ ହାରି ଯାଇଥିଲେ । ପଞ୍ଚମ ତଥା ମେଡାଲ ରାଉଣ୍ଡରେ କେଡି ଯାଦବ ଜାପାନର ଶୋହାଚି ଇଶିଙ୍କଠାରୁ ପରାସ୍ତ ହୋଇଥିଲେ ହେଁ ସେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ ।

ପଦକ ଜିତି ସ୍ୱଦେଶ ଫେରିବା ପରେ ତାଙ୍କୁ ବମ୍ବେର ମୁଖ୍ୟମନ୍ତ୍ରୀ ମୋରାରଜୀ ଦେଶାଇ ସମ୍ମାନିତ କରିଥିଲେ । ଯାଦବ ଆହତ କାରଣରୁ ପରବର୍ତ୍ତୀ ଅଲିମ୍ପିକରେ ଭାଗ ନେଇପାରିନଥିଲେ। ସେ ୧୯୫୫ରେ ଷ୍ଟେଟ୍ ପୁଲିସରେ ସବ୍-ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ୧୯୮୪ରେ ତାଙ୍କର ଦେହାନ୍ତ ହୋଇଥିଲା। ପଦକ ଜିତିବାର ୪୯ ବର୍ଷ ପରେ ଅର୍ଥାତ୍ ୨୦୦୧ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।

The post ଅଲିମ୍ପିକ୍ ଯିବା ପାଇଁ ପାଖରେ ପଇସା ନଥିଲା, ତଥାପି ଭାରତ ପାଇଁ ଜିତିଥିଲେ ପ୍ରଥମ ବ୍ୟକ୍ତିଗତ ମେଡାଲ୍ appeared first on Odisha Reporter.

]]>
left bottom, Tokyo Olympics 2021 2021-07-05 17:20:26 https://cdn.odishareporter.in/wp-content/uploads/2021/06/28171053/khashaba-dadasaheb-jadhav.jpg
ଦୀପିକା କୁମାରୀଙ୍କ ସଂଘର୍ଷର କାହାଣୀ, ଅଟୋ ଚାଳକଙ୍କ ଝିଅରୁ ବିଶ୍ୱର ୧ନଂ ଖେଳାଳି https://odishareporter.in/sports/others/archer-deepika-kumari-becomes-world-no-1-after-winning-gold-654411 Mon, 28 Jun 2021 08:00:53 +0000 https://odishareporter.in/?p=654411

ନୂଆଦିଲ୍ଲୀ: ବିଶ୍ୱର ୧ ନଂ ତୀରନ୍ଦାଜି ଖେଳାଳି ବନି ଯାଇଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସରେ ଚାଲିଥିବା ବିଶ୍ୱକପ ଷ୍ଟେଜ-୩ରେ ସେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୨୭ ବର୍ଷୀୟ ଦୀପିକା କୁମାର ୨୦୧୨ରେ ପ୍ରଥମଥର ବିଶ୍ୱ ତୀରନ୍ଦାଜ ରାଙ୍କର ୧ନଂ ସ୍ଥାନ ହାସଲ କରିଥିଲେ। ଏହାପରେ ସେ ଏହାକୁ ହରାଇ ଦେଇଥିଲେ। କିନ୍ତୁ ରବିବାର ସେ ୩ଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପୁଣି ଏହି ୧ନଂ […]

The post ଦୀପିକା କୁମାରୀଙ୍କ ସଂଘର୍ଷର କାହାଣୀ, ଅଟୋ ଚାଳକଙ୍କ ଝିଅରୁ ବିଶ୍ୱର ୧ନଂ ଖେଳାଳି appeared first on Odisha Reporter.

]]>

ନୂଆଦିଲ୍ଲୀ: ବିଶ୍ୱର ୧ ନଂ ତୀରନ୍ଦାଜି ଖେଳାଳି ବନି ଯାଇଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସରେ ଚାଲିଥିବା ବିଶ୍ୱକପ ଷ୍ଟେଜ-୩ରେ ସେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୨୭ ବର୍ଷୀୟ ଦୀପିକା କୁମାର ୨୦୧୨ରେ ପ୍ରଥମଥର ବିଶ୍ୱ ତୀରନ୍ଦାଜ ରାଙ୍କର ୧ନଂ ସ୍ଥାନ ହାସଲ କରିଥିଲେ।

ଏହାପରେ ସେ ଏହାକୁ ହରାଇ ଦେଇଥିଲେ। କିନ୍ତୁ ରବିବାର ସେ ୩ଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପୁଣି ଏହି ୧ନଂ ସ୍ଥାନ ଦଖଲ କରିଛନ୍ତି। ଦୀପିକା ମହିଳା ଏକକ, ମହିଳା ଟିମ ଇଭେଣ୍ଟ ଓ ମିକ୍ସଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମିକ୍ସିଡ ଇଭେଣ୍ଟରେ ଦୀପିକାଙ୍କ ପାର୍ଟନର ଥିଲେ ତାଙ୍କ ଜୀବନ ସାଥୀ ଅତୁନ ଦାସ।

ତେବେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିବା ଦୀପିକା ବିଶ୍ୱର ୧ ନଂ ସ୍ଥାନରେ ପହଞ୍ଚିବା ପାଇଁ ଅନେକ ସଂଘର୍ଷ କହିଛନ୍ତି। ତାଙ୍କ ସଂଘର୍ଷର କାହାଣୀ କୌଣସି ଫିଲ୍ମ ଠାରୁ କମ ନୁହେଁ। ତାଙ୍କ ବାପା ଜଣେ ଅଟୋ ରିକ୍ସା ଚାଳକ ହୋଇଥିବା ବେଳେ ମା’ ହେଉଛନ୍ତି ଜଣେ ନର୍ସ।

ରାଞ୍ଚି ଠାରୁ ୧୫ କିମି ଦୂର ରାତୁ ଛାତି ଗାଁରେ ୧୯୯୪ ମସିହା ଜୁନ୍‌ ୧୩ରେ ଜନ୍ମ ଗ୍ରହଣ କରିଥିଲେ ଦୀପିକା। ସେ ପିଲାଟି ବେଳୁ ଗଛରେ ଫଳିଥିବା ଆମ୍ବକୁ ଟେକା ମାରି ଲକ୍ଷ୍ୟଭେଦ କରିବାର ଅଭ୍ୟାସ ଆରମ୍ଭ କରିଥିଲେ। ତାଙ୍କର ଲକ୍ଷ୍ୟଭେଦ କ୍ଷମତା ଭଲ ଥିବାରୁ ସମସ୍ତେ ତାଙ୍କୁ ଜଣେ ତୀରନ୍ଦାଜ ହେବାକୁ ପରାମର୍ଶ ଦେଇଥିଲେ।

ହେଲେ ଆର୍ଥିକ ସଙ୍କଟ ଦୀପିକାଙ୍କ ଏହି ସ୍ୱପ୍ନ ବାଟରେ କଣ୍ଟା ହୋଇ ଛିଡ଼ା ହୋଇଥିଲା। ତଥାପି ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ଅଭ୍ୟାସ ପାଇଁ ତୀର କିମ୍ବା ଧନୁ ମିଳିପାରୁ ନଥିଲା। ହେଲେ ଦୀପିକା ବାଉଁଶ ତିଆରି ଧନୁ ଓ ତୀରରେ ଅଭ୍ୟାସ ଆରମ୍ଭ କରିଥିଲେ। ଦୀପିକାଙ୍କ ଏହି ଇଚ୍ଛା ଶକ୍ତି ଦେଖି ତାଙ୍କର ଜଣେ ସମ୍ପର୍କୀୟ ବିଦ୍ୟା କୁମାରୀ ସହଯୋଗ କରିବା ଆରମ୍ଭ କରିଥିଲେ। ସେତେବେଳେ ବିଦ୍ୟା ଟାଟା ତୀରନ୍ଦାଜି ଏକାଡେମୀରେ ରହୁଥିଲେ। ସେ ହିଁ ଦୀପିକାଙ୍କୁ ତୀର ଚଳାଇବାର ତାଲିମ ଦେବାର ବ୍ୟବସ୍ଥା କରିଥିଲେ।

୨୦୦୫ରେ ଦୀପିକା ଅର୍ଜୁନ ତୀରନ୍ଦାଜି ଏକାଡେମୀରେ ଭର୍ତ୍ତି ହେବାର ସୁଯୋଗ ପାଇଥିଲେ। ତେବେ ତାଙ୍କ ପ୍ରଫେସନାଲ ତୀର ଚାଳନା ଅଭିଯାନ ୨୦୦୬ରୁ ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଜାମସେଦପୁରରେ ଥିବା ଟାଟା ତୀରନ୍ଦାଜି ଏକାଡେମୀରେ ଯୋଗଦେଇଥିଲେ।

ଏଠାରେ ସେ ଉପଯୁକ୍ତ ଖେଳ ସାମଗ୍ରୀ ଓ ୟୁନିଫର୍ମରେ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ତାଙ୍କୁ ମାସିକ ୫୦୦ ଟଙ୍କା ଲେଖାଏ ଷ୍ଟାଇପେଣ୍ଡ ମଧ୍ୟ ମିଳୁଥିଲା। ୨୦୦୯ ନଭେମ୍ବର ମାସରେ ସେ କ୍ୟାଡେଟ ୱାର୍ଲ୍ଡ ଚାମ୍ପିୟନଶିପ ଟାଇଟଲ ଜିତିଥିଲେ। ଏହାପରେ ସେ ନିଜ ଘରକୁ ଫେରିଥିଲେ। ଅର୍ଥାତ ସେ ୩ ବର୍ଷ କାଳ ଘରକୁ ଆସି ନଥିଲେ।

ଏହିଠାରୁ ଦୀପିକା ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ିବା ଆରମ୍ଭ କରିଥିଲେ। ୨୦୧୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏହି ଇଭେଣ୍ଟରେ ସେ ମହିଳା ଟିମ ବର୍ଗରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୨ ଲଣ୍ଡନ  ଅଲିମ୍ପିକ୍ସ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ। ଏଠାରେ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ। ୨୦୧୨ ବିଶ୍ୱକପର ବ୍ୟକ୍ତିଗତ ଷ୍ଟେଜ ରିକର୍ଭ ଇଭେଣ୍ଟରେ ଦୀପିକା ପ୍ରଥମଥର ସ୍ୱର୍ଣ୍ଣ ଜିତିଥିଲେ।ଏହାପରେ ସେ ବିଶ୍ୱର ୧ନଂ ଖେଳାଳି ହୋଇଥିଲେ। ୨୦୧୨ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି। ୨୦୧୬ରେ ଭାରତ ସରକାର ଦୀପିକାଙ୍କୁ ପଦ୍ମଶ୍ରୀ ଦେଇଛନ୍ତି।

ଏବେ ସେ ବିଶ୍ୱର ୧ନଂ ସ୍ଥାନରେ ପହଞ୍ଚିବା ସହ ୩ଟି ସ୍ୱର୍ଣ୍ଣ ଜିତିଛନ୍ତି। ତେଣୁ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସରେ ସେ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତେ ଆଶା କରିଛନ୍ତି। ତାଙ୍କ ସ୍ୱାମୀ ଅତୁନ ଦାସ ମଧ୍ୟ ଜଣେ ତୀରନ୍ଦାଜ। ୨୦୨୦ ମସିହା ଜୁନ୍‌ ୩୦ରେ ଦୀପିକା ସବୁଦିନ ପାଇଁ ତାଙ୍କ ହାତ ଧରିଥିଲେ। ଉଭୟ ଭାରତକୁ ପ୍ରତିନିଧିତ୍ୱ କରି ୱାର୍ଲ୍ଡକପ ଷ୍ଟେଜ-୩ରେ ସ୍ୱର୍ଣ୍ଣ ଜିତିଛନ୍ତି।

The post ଦୀପିକା କୁମାରୀଙ୍କ ସଂଘର୍ଷର କାହାଣୀ, ଅଟୋ ଚାଳକଙ୍କ ଝିଅରୁ ବିଶ୍ୱର ୧ନଂ ଖେଳାଳି appeared first on Odisha Reporter.

]]>
left bottom 2021-06-28 13:40:53 https://cdn.odishareporter.in/wp-content/uploads/2021/06/28133007/Deepika-Kumari.jpg
ହତ୍ୟା ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ଫଟୋ ଉଠାଇବାକୁ ନିୟମ ଭୁଲି ଗଲେ ପୁଲିସ୍‌ କର୍ମଚାରୀ https://odishareporter.in/sports/others/police-photo-op-with-murder-accused-sushil-kumar-653860 Fri, 25 Jun 2021 15:59:37 +0000 https://odishareporter.in/?p=653860

ନୂଆଦିଲ୍ଲୀ: ସହଯୋଗୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ଅଲିମ୍ପିକ୍ସ ମେଡାଲିଷ୍ଟ ସୁଶୀଲ କୁମାରଙ୍କ ପ୍ରତି ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବଳା ପଦାକୁ ଆସିଛି। ଦିଲ୍ଲୀ ପୁଲିସ୍‌ର କିଛି କର୍ମଚାରୀ ସୁଶୀଲ କୁମାରଙ୍କ ସହ ଫଟୋ ପୋଜ ଦେବାକୁ ସବୁ ନିୟମକୁ ଜଳାଞ୍ଜଳୀ ଦେଇଛନ୍ତି। ସୁଶୀଲ କୁମାର ମଧ୍ୟ ପୁଲିସ୍‌ କର୍ମଚାରୀଙ୍କ ସହ ହସ ଖୁସିରେ ଫଟୋ ଉଠାଇବା ବେଳେ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ସୁଶୀଲ କୁମାର ନାଲି ରଙ୍ଗର […]

The post ହତ୍ୟା ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ଫଟୋ ଉଠାଇବାକୁ ନିୟମ ଭୁଲି ଗଲେ ପୁଲିସ୍‌ କର୍ମଚାରୀ appeared first on Odisha Reporter.

]]>

ନୂଆଦିଲ୍ଲୀ: ସହଯୋଗୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ଅଲିମ୍ପିକ୍ସ ମେଡାଲିଷ୍ଟ ସୁଶୀଲ କୁମାରଙ୍କ ପ୍ରତି ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବଳା ପଦାକୁ ଆସିଛି। ଦିଲ୍ଲୀ ପୁଲିସ୍‌ର କିଛି କର୍ମଚାରୀ ସୁଶୀଲ କୁମାରଙ୍କ ସହ ଫଟୋ ପୋଜ ଦେବାକୁ ସବୁ ନିୟମକୁ ଜଳାଞ୍ଜଳୀ ଦେଇଛନ୍ତି।

ସୁଶୀଲ କୁମାର ମଧ୍ୟ ପୁଲିସ୍‌ କର୍ମଚାରୀଙ୍କ ସହ ହସ ଖୁସିରେ ଫଟୋ ଉଠାଇବା ବେଳେ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ସୁଶୀଲ କୁମାର ନାଲି ରଙ୍ଗର ଟି-ଶର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ସେ ସ୍ମିତ ହାସ୍ୟ ଦେଇ ଫଟୋ ପୋଜ ଦେଇଥିବା ବେଳେ ତାଙ୍କ ଚାରି ପାଖରେ ୟୁନିଫର୍ମରେ ପୁଲିସ କର୍ମଚାରୀମାନେ ଛିଡ଼ା ହୋଇଛନ୍ତି।

ସମସ୍ତେ କ୍ୟାମେରାକୁ ଚାହିଁଥିବା ବେଳେ ସୁଶୀଲଙ୍କ ସହ ଫଟୋ ଉଠାଉଥିବାରୁ ନିଜକୁ ଗର୍ବିତ ହେବା ଭଳି ମନେ କରୁଥିବା ଦେଖିବାକୁ ମିଳିଛି। ଜଣେ ପୁଲିସ୍‌ କର୍ମଚାରୀ ମଧ୍ୟ ନିଜ ମୋବାଇଲେ ସହଯୋଗୀମାନେ ସୁଶୀଲଙ୍କ ସହ ଦେଉଥିବା ପୋଜ୍‌କୁ କଏଦ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁଶୀଲ କିମ୍ବା ଅନ୍ୟ କୌଣସି ପୁଲିସ କର୍ମଚାରୀଙ୍କ ମୁହଁରେ ମାସ୍କ ନାହିଁ। କରୋନା ସଂକ୍ରମଣ ଭିତରେ ପୁଲିସ୍‌ର ଏପରି ବେପରୁଆ ଆଚରଣ ସମସ୍ତଙ୍କୁ ଚକିତ କରିଛି। ଏହି ଫଟୋ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର ଯିଏ ଅଲିମ୍ପିକ୍ସରେ ଦୁଇଥର ମେଡାଲ ଜିତିଛନ୍ତି। ତେବେ ରେସଲର ସାଗରଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଦିଲ୍ଲୀ ପୁଲିସ୍‌ ମେ’ ୨୩ରେ ଗିରଫ କରିଥିଲା। ସୁଶୀଲ ଓ ତାଙ୍କ ସହଯୋଗୀମାନେ ସାଗରଙ୍କୁ ପିଟିପିଟି ହତ୍ୟା କରିଥିବା ପୁଲିସ୍‌ କହିଛି। ମେ’ ୨୩ରୁ ଗିତରଫ ହେବା ପରେ ସୁଶୀଲ ପୁଲିସ୍‌ ହେପାଜତରେ ଅଛନ୍ତି।

The post ହତ୍ୟା ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ଫଟୋ ଉଠାଇବାକୁ ନିୟମ ଭୁଲି ଗଲେ ପୁଲିସ୍‌ କର୍ମଚାରୀ appeared first on Odisha Reporter.

]]>
left bottom 2021-06-25 21:29:37 https://cdn.odishareporter.in/wp-content/uploads/2021/06/25212915/Sushil-Kumar-1.jpg
ଚାଲିଗଲେ ଗ୍ରେଟ ଖଲିଙ୍କ ମା’ https://odishareporter.in/sports/others/great-khalis-mother-tandi-devi-dies-652664 Mon, 21 Jun 2021 04:51:31 +0000 https://odishareporter.in/?p=652664

ନୂଆଦିଲ୍ଲୀ: ରେସଲର ତଥା WWEର ପୂର୍ବତନ ଚାମ୍ପିୟନ ଗ୍ରେଟ ଖଲିଙ୍କ ମା’ ତଣ୍ଡୀ ଦେବୀଙ୍କ ଦେହାନ୍ତ ହୋଇଛି। ମଲ୍ଟି ଅର୍ଗାନ ଫେଲ ଯୋଗୁ ସେ ଲୁଧିଆନାର ଧ୍ୟାନଚାନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ପକ୍ଷରୁ ତଣ୍ଡୀ ଦେବୀଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦୀର୍ଘ ୨ ବର୍ଷ ହେଲାଣି ଖଲିଙ୍କ ମା’ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ପୂର୍ବରୁ […]

The post ଚାଲିଗଲେ ଗ୍ରେଟ ଖଲିଙ୍କ ମା’ appeared first on Odisha Reporter.

]]>

ନୂଆଦିଲ୍ଲୀ: ରେସଲର ତଥା WWEର ପୂର୍ବତନ ଚାମ୍ପିୟନ ଗ୍ରେଟ ଖଲିଙ୍କ ମା’ ତଣ୍ଡୀ ଦେବୀଙ୍କ ଦେହାନ୍ତ ହୋଇଛି। ମଲ୍ଟି ଅର୍ଗାନ ଫେଲ ଯୋଗୁ ସେ ଲୁଧିଆନାର ଧ୍ୟାନଚାନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ପକ୍ଷରୁ ତଣ୍ଡୀ ଦେବୀଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ୨ ବର୍ଷ ହେଲାଣି ଖଲିଙ୍କ ମା’ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ପୂର୍ବରୁ ତାଙ୍କର ଚିକିତ୍ସା ଜଲନ୍ଧରରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ କରାଯାଉଥିଲା। ତେବେ ଗତ ସପ୍ତାହରେ ତାଙ୍କୁ ଲୁଧିଆନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରରୁ ଗୁରୁବାର ଠାରୁ ସେ ଭେଣ୍ଟିଲେଟରରେ ଥିଲେ।

ହେଲେ ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତଣ୍ଡୀ ଦେବୀଙ୍କ ଅନ୍ତିମ ସଂସ୍କାର ଖଲିଙ୍କ ଜନ୍ମସ୍ଥାନ ହିମାଚଳ ପ୍ରଦେଶର ସିରାମୁର ଜିଲ୍ଲା ଅନ୍ତର୍ଗତ ଧିରାଇନା ଗାଁରେ ହେବ ବୋଲି ଜଣାପଡ଼ିଛି।

ଦିଲୀପ ସିଂହ ରାଣା ଓରଫ ଗ୍ରେଟ ଖାଲି ୨୦୦୦ ମସିହାରେ ପ୍ରଫେସନାଲ ରେସଲିଂରେ ଡେବ୍ୟୁ କରିଥିଲେ। ପଞ୍ଜାବ ପୁଲିସର ପୂର୍ବତନ ଅଧିକାରୀ ଖଲି ୨୦୦୬ରୁ ୨୦୧୪ ଯାଏ WWE ସହ ଜଡ଼ିତ ଥିଲେ। ୨୦୦୭ରେ ସେ ଜନ ସିନାଙ୍କୁ ହରାଇଥିଲେ।

ଏହାପରେ ସେ ୱାର୍ଲ୍ଡ ହେଭିୱେଟ ଚାମ୍ପିୟନଶିପ ବେଲ୍ଟ ଜିତିଥିଲେ। ସେ ୪ଟି ହଲିଉଡ ଓ ୨ଟି ବଲିଉଡ ସିନେମାନେ ମଧ୍ୟ ଅଭିନୟ କରିଛନ୍ତି। ସେ ପ୍ରଥମ ଭାରତୀୟ ରେସଲର ଭାବେ WWE ଚାମ୍ପିୟନଶିପ୍‌ ବେଲ୍ଟ ଜିତିବାର ରେକର୍ଡ କରିଥିଲେ।

The post ଚାଲିଗଲେ ଗ୍ରେଟ ଖଲିଙ୍କ ମା’ appeared first on Odisha Reporter.

]]>
left bottom 2021-06-21 10:21:31 https://cdn.odishareporter.in/wp-content/uploads/2021/06/21101927/Great-Khali.jpg
ଅଲିମ୍ପିକ୍ସରେ ଦେଖିବାକୁ ମିଳିବନି ନେମାରଙ୍କ ଝଲକ https://odishareporter.in/sports/others/neymar-to-miss-tokyo-olympics-651901 Fri, 18 Jun 2021 03:44:33 +0000 https://odishareporter.in/?p=651901

ୱାଶିଂଟନ: ବିଶ୍ୱର ସବୁଠାରୁ ଦାମୀ ଫୁଟବଲର ନେମାରଙ୍କୁ ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ନାହିଁ। ଏହି ପ୍ରଖ୍ୟାତ ଷ୍ଟ୍ରାଇକରଙ୍କୁ ବ୍ରାଜିଲର ଟୋକିଓ ଅଲିମ୍ପିକ୍ସ ସ୍କ୍ୱାଡରୁ ବାଦ ଦିଆଯାଇଛି। ତେବେ ସ୍କ୍ୱାଡକୁ ଭେଟରାନ ଡାନିଏଲ ଅଲଭେସ କମବ୍ୟାକ୍‌ କରିଛନ୍ତି। ସେ ଦୀର୍ଘ ଦିନ ହେଲା ବ୍ରାଜିଲର ସ୍କ୍ୱାଡରେ ନଥିଲେ। ବର୍ତ୍ତମାନ ଆଣ୍ଠୁ ସମସ୍ୟା ଯୋଗୁ ସେ କୋମା ଆମେରିକା ମଧ୍ୟ ଖେଳୁନାହାନ୍ତି। ଅଲିମ୍ପିକ୍ସରେ ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍‌ ଜୁଲାଇ ୨୨ରେ ଖେଳିବ। ଏହା ପୂର୍ବରୁ ଅଲଭେସ ଫିଟ […]

The post ଅଲିମ୍ପିକ୍ସରେ ଦେଖିବାକୁ ମିଳିବନି ନେମାରଙ୍କ ଝଲକ appeared first on Odisha Reporter.

]]>

ୱାଶିଂଟନ: ବିଶ୍ୱର ସବୁଠାରୁ ଦାମୀ ଫୁଟବଲର ନେମାରଙ୍କୁ ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ନାହିଁ। ଏହି ପ୍ରଖ୍ୟାତ ଷ୍ଟ୍ରାଇକରଙ୍କୁ ବ୍ରାଜିଲର ଟୋକିଓ ଅଲିମ୍ପିକ୍ସ ସ୍କ୍ୱାଡରୁ ବାଦ ଦିଆଯାଇଛି। ତେବେ ସ୍କ୍ୱାଡକୁ ଭେଟରାନ ଡାନିଏଲ ଅଲଭେସ କମବ୍ୟାକ୍‌ କରିଛନ୍ତି। ସେ ଦୀର୍ଘ ଦିନ ହେଲା ବ୍ରାଜିଲର ସ୍କ୍ୱାଡରେ ନଥିଲେ।

ବର୍ତ୍ତମାନ ଆଣ୍ଠୁ ସମସ୍ୟା ଯୋଗୁ ସେ କୋମା ଆମେରିକା ମଧ୍ୟ ଖେଳୁନାହାନ୍ତି। ଅଲିମ୍ପିକ୍ସରେ ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍‌ ଜୁଲାଇ ୨୨ରେ ଖେଳିବ। ଏହା ପୂର୍ବରୁ ଅଲଭେସ ଫିଟ ହୋଇଯାଇଥିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ପ୍ରଥମ ମ୍ୟାଚ୍‌ରେ ବ୍ରାଜିଲ ଓ ଜର୍ମାନୀ ମୁହାଁମୁହିଁ ହେବେ।

ସେହିପରି ନେମାରଙ୍କ ପିଏସ୍‌ଜି ସହଯୋଗୀ ମାରକ୍ୟୁନହୋସ ମଧ୍ୟ ବ୍ରାଜିଲ ଫୁଟବଲ ଟିମର କୋଚ୍‌ ଆଣ୍ଡ୍ରେ ଜାରଡିନେଙ୍କ ଟୋକିଓ ସ୍କ୍ୱାଡ ତାଲିକାରେ ନାହାନ୍ତି। ୫ ବର୍ଷ ତଳେ ମାରକ୍ୟୁନହୋସ ରିଓ ଅଲିମ୍ପିକ୍ସରେ ବ୍ରାଜିଲ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହେଲେ ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ନେମାର ବ୍ରାଜିଲ ପାଇଁ କୋମା ଆମେରିକାରେ ପ୍ରତିନିଧିତ୍ୱ କରୁଛନ୍ତି। ସେ ସଂପୂର୍ଣ୍ଣ ଫିଟ ମଧ୍ୟ ରହିଛନ୍ତି। ହେଲେ ହଠାତ୍‌ ତାଙ୍କୁ କାହିଁକି ଅଲିମ୍ପିକ୍ସ ଭଳି ଇଭେଣ୍ଟ ପାଇଁ ଘୋଷିତ ସ୍କ୍ୱାଡରୁ ବାଦ ଦିଆଗଲା, ତାହା ଜଣାପଡ଼ିନି।

ଅନ୍ୟପକ୍ଷରେ ରାଫେଲ ନାଡାଲଙ୍କ ପରେ ନେମାର ଏମିତି ଗୋଟିଏ ବଡ଼ ନାଁ ଯାହାଙ୍କ ଝଲକ ଅଲିମ୍ପିକ୍ସରେ ଦେଖିବାକୁ ମିଳିବନି। ୨୦୦୮ରେ ନାଡାଲ ଅଲିମ୍ପିକ୍ସର ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଏବେ ଆମେରିକା ଓପନ ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଥିବାରୁ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି।

The post ଅଲିମ୍ପିକ୍ସରେ ଦେଖିବାକୁ ମିଳିବନି ନେମାରଙ୍କ ଝଲକ appeared first on Odisha Reporter.

]]>
left bottom 2021-06-18 09:14:33 https://cdn.odishareporter.in/wp-content/uploads/2021/06/18091403/Neymar.jpg
ରେକର୍ଡ ବୁକ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ୟୁରୋ କପ୍‌ରେ ଦେଖାଇଲେ ଜଲୱା https://odishareporter.in/sports/others/cristiano-ronaldo-is-all-time-top-scorer-at-euros-651267 Wed, 16 Jun 2021 03:11:01 +0000 https://odishareporter.in/?p=651267

ବୁଡାପେଷ୍ଟ: ବିଶ୍ୱ ତଥା ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜକୁ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି। ଚଳିତ ୟୁରୋ କପ୍‌ର ମଙ୍ଗଳବାର ରାତିରେ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ରେ ରୋନାଲ୍ଡୋ ଡବଲ ଗୋଲ ସ୍କୋର କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ଜିତିବାକୁ ପର୍ତ୍ତୁଗାଲକୁ ଜୋରଦାର ସଂଘର୍ଷ କରିବାକୁ ପଡ଼ିଥିଲା। ମ୍ୟାଚ୍‌ ସରିବାକୁ ୩ ମିନିଟ୍‌ ବାକି ଥିବା ବେଳେ ପର୍ତ୍ତୁଗାଲ କାଉଣ୍ଟର ଆଟାକ କରି ପ୍ରଥମ ଗୋଲ ଦେଇଥିଲା। ଏହାର ମାତ୍ର ଗୋଟିଏ […]

The post ରେକର୍ଡ ବୁକ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ୟୁରୋ କପ୍‌ରେ ଦେଖାଇଲେ ଜଲୱା appeared first on Odisha Reporter.

]]>

ବୁଡାପେଷ୍ଟ: ବିଶ୍ୱ ତଥା ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜକୁ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି। ଚଳିତ ୟୁରୋ କପ୍‌ର ମଙ୍ଗଳବାର ରାତିରେ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ରେ ରୋନାଲ୍ଡୋ ଡବଲ ଗୋଲ ସ୍କୋର କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ଜିତିବାକୁ ପର୍ତ୍ତୁଗାଲକୁ ଜୋରଦାର ସଂଘର୍ଷ କରିବାକୁ ପଡ଼ିଥିଲା।

ମ୍ୟାଚ୍‌ ସରିବାକୁ ୩ ମିନିଟ୍‌ ବାକି ଥିବା ବେଳେ ପର୍ତ୍ତୁଗାଲ କାଉଣ୍ଟର ଆଟାକ କରି ପ୍ରଥମ ଗୋଲ ଦେଇଥିଲା। ଏହାର ମାତ୍ର ଗୋଟିଏ ମିନିଟ୍‌ ପରେ ରୋନାଲ୍ଡ ନିଜର ପ୍ରଥମ ତଥା ପର୍ତ୍ତୁଗାଲ ପକ୍ଷରୁ ଦ୍ୱିତୀୟ ଗୋଲ କରିଥିଲେ। ଇଞ୍ଜୁରୀ ଟାଇମରେ ରୋନାଲ୍ଡ ପୁଣି ଗୋଟିଏ ଗୋଲ ସ୍କୋର କରି ନିଜ ଟିମକୁ ୩-୦ରେ ଜିତାଇଥିଲେ।

ଏହି ଡବଲ ଗୋଲ ସହ ରୋନାଲ୍ଡୋ ଏବେ ୟୁରୋ ଚାମ୍ପିୟନଶିପ୍‌ରେ ସର୍ବାଧିକ ୧୧ ଗୋଲ ସ୍କୋର କରିବାର ରେକର୍ଡ କରିଛନ୍ତି। ସେ ଫ୍ରାନ୍ସର ମହାନ ଖେଳାଳି ମାଇକେଲ ପ୍ଲାଟିନିଙ୍କ ଠାରୁ ୨ଟି ଗୋଲ ଆଗରେ ରହିଛନ୍ତି। ରୋନାଲ୍ଡୋ ତାଙ୍କୁ ଅତିକ୍ରମ କରି ଯାଇଥିଲେ ହେଁ ପ୍ଲାଟିନିଙ୍କ ୯ଟି ଗୋଲ ସମସ୍ତଙ୍କର ସବୁଦିନ ପାଇଁ ମନେ ରହିବ। କାରଣ ସେ ୟୁରୋ ୧୯୮୪ରେ ହିଁ ସମସ୍ତ ୯ଟି ଗୋଲ ସ୍କୋର କରିଥିଲେ।

ରୋନାଲ୍ଡୋ ସର୍ବାକାଳୀନ ଗୋଲ ସ୍କୋର କରିବାର ରେକର୍ଡ କରିଥିଲେ ହେଁ ସେ ଚଳିତ ବର୍ଷ ନିଜର ୫ ୟୁରୋ କପ ଖେଳୁଛନ୍ତି। ସେହିପରି ସେ ସର୍ବାଧିକ ୨୨ଟି ମ୍ୟାଚ୍‌ ମଧ୍ୟ ୟୁରୋ କପରେ ଖେଳି ସାରିଲେଣି। ଚଳିତ ୟୁରୋ କପ୍‌ର ପ୍ରଥମ ମ୍ୟାଚରେ ରୋନାଲ୍ଡୋ ନିଜର ୧୦ମ ଓ ୧୧ତମ ଗୋଲ କରିବା ସହ ପର୍ତ୍ତୁଗାଲ ପାଇଁ ୧୦୫ ଓ ୧୦୬ତମ ଗୋଲ ସ୍କୋର କରିଛନ୍ତି।

ରୋନାଲ୍ଡୋଙ୍କ ଆଗରେ ପର୍ତ୍ତୁଗାଲ ପାଇଁ ଅଲୀ ଡାଇ ସର୍ବାଧିକ ୧୦୯ଟି ଗୋଲ ସ୍କୋର କରିଛନ୍ତି। ତେଣୁ ଚଳିତ ୟୁରୋ କପ୍‌ରେ ସେ ନିଜ ଦେଶ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାର ସୁଯୋଗ ପାଇବେ।

The post ରେକର୍ଡ ବୁକ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ୟୁରୋ କପ୍‌ରେ ଦେଖାଇଲେ ଜଲୱା appeared first on Odisha Reporter.

]]>
left top 2021-06-16 08:41:01 https://cdn.odishareporter.in/wp-content/uploads/2021/06/16084021/Cristiano-Ronaldo.jpg
ଆଉ ନାହାନ୍ତି ଏସିଆନ୍ସ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗେକା ସିଂ https://odishareporter.in/sports/others/asian-games-gold-medallist-boxer-dingko-singh-passes-away1-649817 Thu, 10 Jun 2021 06:06:02 +0000 https://odishareporter.in/?p=649817

ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ଜଗତରୁ ଆସିଛି ଦୁଃଖଦ ଖବର। ବ୍ୟାଙ୍କକ୍ ଏସିଆନ୍ସ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗକୋ ସିଂହଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ଡିଙ୍ଗକୋ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ୨୦୧୭ରୁ ତାଙ୍କର ଲିଭର୍ କ୍ୟାନସରର ଚିକିତ୍ସା ଚାଲିଥିଲା। ହେଲେ ଗୁରୁବାର ଶେଷ ଏହି ଲଢ଼େଇରେ ହାରି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା। ଗତ ବର୍ଷ ଏହି କିମ୍ବଦନ୍ତୀ ବକ୍ସର କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ତେବେ […]

The post ଆଉ ନାହାନ୍ତି ଏସିଆନ୍ସ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗେକା ସିଂ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ଜଗତରୁ ଆସିଛି ଦୁଃଖଦ ଖବର। ବ୍ୟାଙ୍କକ୍ ଏସିଆନ୍ସ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗକୋ ସିଂହଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ଡିଙ୍ଗକୋ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ୨୦୧୭ରୁ ତାଙ୍କର ଲିଭର୍ କ୍ୟାନସରର ଚିକିତ୍ସା ଚାଲିଥିଲା। ହେଲେ ଗୁରୁବାର ଶେଷ ଏହି ଲଢ଼େଇରେ ହାରି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା।

ଗତ ବର୍ଷ ଏହି କିମ୍ବଦନ୍ତୀ ବକ୍ସର କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ତେବେ କରୋନାକୁ ମାତ୍ ଦେବାରେ ସେ ସଫଳ ହୋଇଥିଲେ। ୨୦୨୦ରେ ଡିଙ୍ଗକୋଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବିଲିୟାରୀ ସାଇନ୍ସେସ (ଆଇଏଲବିଏସ)ରେ ରେଡିଏସନ୍ ଥେରାପି ଦିଆଯାଇଥିଲା। ଏହା ପରେ ସେ ଇମ୍ଫାଲ ଫେରିଯଇଥିଲେ।

୧୯୯୮ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁଙ୍କ ସମେତ ଅନେକ ଖେଳାଳି ଡିଙ୍ଗକୋଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କ୍ରୀଡ଼ା ମନ୍ତ୍ରୀ ରିଜିଜୁ ଟୁଇଟ୍ କରି ଲେଖିଛନ୍ତି, ଡିଙ୍ଗକୋ ସିଂଙ୍କ ଦେହାନ୍ତରେ ମୁଁ ବହୁତ ଦୁଃଖି। ସେ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ବକ୍ସର। ଡିଙ୍ଗକୋ ୧୯୯୮ ବ୍ୟାଙ୍କକ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତରେ ବକ୍ସିକୁ ନୂଆ ପରିଚୟ ଦେଇଥିଲେ। ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ବିଜେନ୍ଦର ସିଂହ ଟୁଇଟ୍ କରି ଲେଖିଛନ୍ତି, ଏଭଳି ଅପୂରଣୀୟ କ୍ଷତି ପ୍ରତି ମୋର ହାର୍ଦ୍ଦିକ ସମବେଦନା। ତାଙ୍କର ଜୀବନ ଓ ସଂଘର୍ଷ ସବୁଦିନ ପାଇଁ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ। ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଏଭଳି ଦୁଃଖ ସମୟରେ ଭଗବାନ ଶକ୍ତି ପ୍ରଦାନ କରନ୍ତୁ।

ସେହିପରି ଅଲିମ୍ପିଆନ୍ ଏମସି ମ୍ୟାରୀ କମ୍ ଲେଖିଛନ୍ତି, ଆପଣ ଦେଶର ପ୍ରକୃତ ହିରୋ। ଆପଣ ଆଜି ଦୁନିଆ ଛାଡ଼ି ଚାଲିଯାଇଛନ୍ତି, କିନ୍ତୁ ଆପଙ୍କ ଉତ୍ତରାଧିକାରୀ ଆମ ସହ ଚିରଦିନ ପାଇଁ ରହିବ।

ବକ୍ସିଂରୁ ସନ୍ନ୍ୟାସ ନେବା ପରେ ନାଭିରେ କାର୍ଯ୍ୟରତ ଡିଙ୍ଗକୋ ସିଂ କୋଚିଂରେ ନିଜର ଯୋଗଦାନ କରିଥିଲେ। ଡିଙ୍ଗକୋ ସିଂହ ୬ଥରର ବିଶ୍ୱ ଚାମ୍ପିୟନ୍ ଏମସି ମ୍ୟାରୀ କମ୍ ଓ ଅଭିଜ୍ଞ ବକ୍ସର ଏଲ୍ ସରିତା ଦେବୀଙ୍କ ପାଇଁ ପ୍ରେରଣା ସ୍ରୋତ ଥିଲେ ।

The post ଆଉ ନାହାନ୍ତି ଏସିଆନ୍ସ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗେକା ସିଂ appeared first on Odisha Reporter.

]]>
left top 2021-06-10 12:10:48 https://cdn.odishareporter.in/wp-content/uploads/2021/06/10113423/dingko-singh.jpg
ଖଲିସ୍ତାନ ଆତଙ୍କୀକୁ ସହିଦ କହି ଟ୍ରୋଲ ହେଲେ ହରଭଜନ ସିଂହ https://odishareporter.in/sports/others/harbhajan-singh-brutally-trolled-in-social-media-649097 Mon, 07 Jun 2021 11:12:25 +0000 https://odishareporter.in/?p=649097

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ହରଭଜନ ସିଂହ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ଏଥର କୌଣସି ଭଲ କାମ ନୁହେଁ ବରଂ ସେ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଧ୍ରନୱାଲେକୁ ସହିଦ ବୋଲି କହି ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଅପରେସନ ବ୍ଲୁ ଷ୍ଟାର ବେଳେ ସ୍ୱର୍ଣ୍ଣ ମନ୍ଦିରରେ କର୍ଣ୍ଣାଇଲ ସହ ଆଉ କିଛି ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କୁ ହରଭଜନ ସହିଦ କହିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି କାରଣରୁ ସେ ସୋଶାଲ […]

The post ଖଲିସ୍ତାନ ଆତଙ୍କୀକୁ ସହିଦ କହି ଟ୍ରୋଲ ହେଲେ ହରଭଜନ ସିଂହ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ହରଭଜନ ସିଂହ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ଏଥର କୌଣସି ଭଲ କାମ ନୁହେଁ ବରଂ ସେ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଧ୍ରନୱାଲେକୁ ସହିଦ ବୋଲି କହି ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି।

ଅପରେସନ ବ୍ଲୁ ଷ୍ଟାର ବେଳେ ସ୍ୱର୍ଣ୍ଣ ମନ୍ଦିରରେ କର୍ଣ୍ଣାଇଲ ସହ ଆଉ କିଛି ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କୁ ହରଭଜନ ସହିଦ କହିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି କାରଣରୁ ସେ ସୋଶାଲ ମିଡିଆରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।


ଅପରେସନ ବ୍ଲୁ ଷ୍ଟାରର ୩୭ ବର୍ଷ ପୂର୍ତ୍ତି ଅବସରରେ ହରଭଜନ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ “ସହିଦମାନଙ୍କୁ ସଲାମ। ୧୯୮୪ ଜୁନ୍ ୧ରୁ ଜୁନ୍‌ ୬ ମଧ୍ୟରେ ଶ୍ରୀ ହରମନନ୍ଦିର ସାହିବ ଭିତରେ ହୋଇଥିବା ଅପରେସନରେ ସମସ୍ତ ସହିଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ।” ବାସ୍‌ ହରଭଜନଙ୍କ ଏପରି ପୋଷ୍ଟକୁ ନେଇ ସୋଶାଲ ମିଡିଆରେ ଝଡ଼ ଦେଖିବାକୁ ମିଳିଛି।

ସେ ଆତଙ୍କବାଦୀ କର୍ଣ୍ଣାଇଲକୁ ସହିଦ କହିଥିବାରୁ ତାଙ୍କୁ ସୋଶାଲ ମିଡିଆ ବ୍ୟବହାରୀ ଟ୍ରୋଲ କରିଛନ୍ତି। ଏପରି କି କିଛି ଲୋକ ହରଭଜନ ଭାରତରେ ରହିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି। ଅବଶ୍ୟ ହରଭଜନ ନିଜ ପୋଷ୍ଟରେ କର୍ଣ୍ଣାଇଲର ନାଁ ନେଇ ନଥିଲେ ମଧ୍ୟ ତା’ର ଫଟୋ ସବୁଠାରୁ ଆଗରେ ରହିଛି। ବିବାଦ ପରେ ମଧ୍ୟ ହରଭଜନ ନିଜ ପୋଷ୍ଟକୁ ଡିଲିଟ କରିନାହାନ୍ତି କିମ୍ବା କ୍ଷମା ମାଗି ନାହାନ୍ତି।

The post ଖଲିସ୍ତାନ ଆତଙ୍କୀକୁ ସହିଦ କହି ଟ୍ରୋଲ ହେଲେ ହରଭଜନ ସିଂହ appeared first on Odisha Reporter.

]]>
left bottom 2021-06-07 16:42:25 https://cdn.odishareporter.in/wp-content/uploads/2021/06/07164203/Harbhajan-Singh-1.jpg
ଗୁଜବରେ ଲାଗିଲା ବିରାମ, ହସ୍ପିଟାଲରୁ ଆସିଲା ମିଲଖା ସିଂହଙ୍କ ପ୍ରଥମ ଫଟୋ https://odishareporter.in/sports/others/watch-photos-flying-sikh-milkha-singh-doing-better-hospital-gives-health-update1-648765 Sat, 05 Jun 2021 15:35:44 +0000 https://odishareporter.in/?p=648765

ଚଣ୍ଡୀଗଡ଼: କୋଭିଡ୍-୧୯ ସଂକ୍ରମଣ ସହ ସଂଗ୍ରାମ କରୁଥିବା ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ୍ ଶିଖ୍ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ପୂର୍ବାପେକ୍ଷା ଉନ୍ନତ ଅଛି। ହସ୍ପିଟାଲରୁ ତାଙ୍କର ଏକ ଫଟୋ ସାମ୍ନାକୁ ଅଛି। ଫଟୋରେ ତାଙ୍କୁ ହ୍ୱିଲଚେୟାରରେ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଚିକିତ୍ସା ପିଜିଆଇଏମଇଆର୍ ହସ୍ପିଟାଲରେ ଚାଲିଛି। ହସ୍ପିଟାଲ୍ ଶନିବାର ଏହି […]

The post ଗୁଜବରେ ଲାଗିଲା ବିରାମ, ହସ୍ପିଟାଲରୁ ଆସିଲା ମିଲଖା ସିଂହଙ୍କ ପ୍ରଥମ ଫଟୋ appeared first on Odisha Reporter.

]]>

ଚଣ୍ଡୀଗଡ଼: କୋଭିଡ୍-୧୯ ସଂକ୍ରମଣ ସହ ସଂଗ୍ରାମ କରୁଥିବା ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ୍ ଶିଖ୍ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ପୂର୍ବାପେକ୍ଷା ଉନ୍ନତ ଅଛି। ହସ୍ପିଟାଲରୁ ତାଙ୍କର ଏକ ଫଟୋ ସାମ୍ନାକୁ ଅଛି। ଫଟୋରେ ତାଙ୍କୁ ହ୍ୱିଲଚେୟାରରେ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଚିକିତ୍ସା ପିଜିଆଇଏମଇଆର୍ ହସ୍ପିଟାଲରେ ଚାଲିଛି। ହସ୍ପିଟାଲ୍ ଶନିବାର ଏହି ସୂଚନା ଦେଇଛି। ମିଲଖା ଏବେବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ପିଜିଆଇଏମଇଆରର ଅଫିସିଆଲ୍ ମୁଖପାତ୍ର ପ୍ରଫେସର୍ ଅଶୋକ କୁମାର କହିଛନ୍ତି, କୋଭିଡ୍-୧୯ କାରଣୁରୁ ମିଲଖା ସିଂହଙ୍କୁ ଜୁନ୍ ୩ ତାରିଖରୁ ପିଜିଆଇଏମଇଆରର ଏନଏଚଇ ବ୍ଲକର ଆଇସିୟୁରେ ଭର୍ତ୍ତି କରାଯାଇଛି। ପୂର୍ବ ଦିନଗୁଡ଼ିକ ତୁଳନାରେ ଆଜି ଅର୍ଥାତ୍ ଜୁନ୍ ୫ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉନ୍ନତ ଅଛି। କିନ୍ତୁ ଏବେବି ସେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି।

ହସ୍ପିଟାଲ୍ ମୁଖପାତ୍ର ଶନିବାର ସକାଳେ ସୋଶାଲ୍ ମିଡିଆରେ ଜାରି କିଛି ମିଥ୍ୟା ମିଡିଆ ପୋଷ୍ଟକୁ ନେଇ କହିଛନ୍ତି ଯେ ଏସବୁ ଗୁଜବକୁ ଅଣଦେଖା କରନ୍ତୁ। ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର। ମିଲଖା ସିଂହଙ୍କୁ ଅକ୍ସିଜେନ୍ ସ୍ତର ହ୍ରାସ ପାଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ମଧ୍ୟ ଏଭଳି ଗୁଜବକୁ ଖାରଜ କରି ମିଲଖା ସିଂହଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ରିଜିଜୁ ଟୁଇଟ୍ କରି କହିଛନ୍ତି, ଦୟାକରି ଏହି ମହାନ ଆଥଲେଟ୍ ଓ ଭାରତର କିମ୍ବଦନ୍ତୀ ମିଲଖା ସିଂହ ବିଷୟରେ ଭୁଲ୍ ଖବର ପ୍ରସାରିତ କରନ୍ତୁ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ତାଙ୍କର ଶୀଘ୍ର ସୁସ୍ଥ ହେବାର ପ୍ରାର୍ଥନା କରୁଛି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସୂଚନା ନେବା ପାଇଁ ଫୋନ୍ କରିଥିଲେ। ପ୍ରଧାନମନ୍ତ୍ରୀ ମିଲଖା ସିଂହଙ୍କ ସହ କଥା ହୋଇଥିଲେ ଏବଂ ଶୀଘ୍ର ସୁସ୍ଥ ହୋଇ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କୁ ଆଶୀର୍ବାଦ ଦେବେ ଏବଂ ସେମାନଙ୍କୁ ପ୍ରେରିତ କରିବେ।

ମିଲଖାଙ୍କୁ ଗତ ରବିବାର ମୋହାଲି ଏକ ପ୍ରାଇଭେଟ୍ ହସ୍ପିଟାଲରୁ ସଂକ୍ରମଣର ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଘରେ ତାଙ୍କର ଅକ୍ସିଜେନ୍ ଲଗାଯାଇଥିଲା। ମିଲଖାଙ୍କ ୮୨ ବର୍ଷୀୟ ପତ୍ନୀ ନିର୍ମଳ ଫୋର୍ଟିସ୍ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲର ଆଇସିୟୁରେ ଅଛନ୍ତି।

The post ଗୁଜବରେ ଲାଗିଲା ବିରାମ, ହସ୍ପିଟାଲରୁ ଆସିଲା ମିଲଖା ସିଂହଙ୍କ ପ୍ରଥମ ଫଟୋ appeared first on Odisha Reporter.

]]>
left bottom 2021-06-05 21:20:34 https://cdn.odishareporter.in/wp-content/uploads/2021/06/05210422/milkha-singh.jpg
ପିଏମ୍ ମୋଦି ଦେଲେ ନିର୍ଦ୍ଦେଶ, ଟୋକିଓ ଯିବାକୁ ଥିବା ସବୁ ଆଥଲେଟଙ୍କୁ ତୁରନ୍ତ ଟିକା ଦିଅ https://odishareporter.in/sports/others/pm-modi-chairing-a-meeting-to-review-preparations-for-the-olympics-648274 Thu, 03 Jun 2021 17:41:51 +0000 https://odishareporter.in/?p=648274

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ବିଗୁଲ୍ ବାଜିବାକୁ ଆଉ ମାତ୍ର ୫୦ ଦିନ ବାକି ରହିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲିମ୍ପିକ୍ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଥଲେଟଙ୍କ ପାଇଁ ନିରବଚ୍ଛିନ୍ନ ପ୍ରଶିକ୍ଷଣ, ଅଲିମ୍ପିକ୍ କୋଟା ହାସଲ କରିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା, ଆଥଲେଟଙ୍କୁ ଟିକାକରଣ ଏବଂ ସେମାନଙ୍କୁ ପ୍ରଦାନ କରାଯାଉଥିବା ଅନୁକୂଳ ସହାୟତା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଛନ୍ତି। […]

The post ପିଏମ୍ ମୋଦି ଦେଲେ ନିର୍ଦ୍ଦେଶ, ଟୋକିଓ ଯିବାକୁ ଥିବା ସବୁ ଆଥଲେଟଙ୍କୁ ତୁରନ୍ତ ଟିକା ଦିଅ appeared first on Odisha Reporter.

]]>

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ବିଗୁଲ୍ ବାଜିବାକୁ ଆଉ ମାତ୍ର ୫୦ ଦିନ ବାକି ରହିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲିମ୍ପିକ୍ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଥଲେଟଙ୍କ ପାଇଁ ନିରବଚ୍ଛିନ୍ନ ପ୍ରଶିକ୍ଷଣ, ଅଲିମ୍ପିକ୍ କୋଟା ହାସଲ କରିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା, ଆଥଲେଟଙ୍କୁ ଟିକାକରଣ ଏବଂ ସେମାନଙ୍କୁ ପ୍ରଦାନ କରାଯାଉଥିବା ଅନୁକୂଳ ସହାୟତା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଟୋକିଓ ଅଲିମ୍ପିକ୍ ପାଇଁ ଯାତ୍ରା କରୁଥିବା ସମସ୍ତ ଯୋଗ୍ୟ ଏବଂ ସମ୍ଭାବ୍ୟ ଆଥଲେଟ୍, ସହଯୋଗୀ ଷ୍ଟାଫ୍ ଏବଂ ଅଧିକାରୀଙ୍କୁ ତୁରନ୍ତ ଟିକା ଦିଆଯାଉ। ପିଏମ୍ ମୋଦି କହିଛନ୍ତି ଯେ ଜୁଲାଇରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଭାରତୀୟ ଅଲିମ୍ପିକ୍ ଦଳ ସହ ଯୋଗ ଦେବେ। ଏହି ଅବସରରେ ସେ ଭାରତୀୟ ଆଥଲେଟଙ୍କୁ ପ୍ରୋତ୍ସାହନ କରିବା ସହ ସମସ୍ତ ଭାରତୀୟଙ୍କୁ ଶୁଭକାମନା ଜଣାଇବେ।

ପିଏମ୍ ମୋଦି କହିଛନ୍ତି, କ୍ରୀଡ଼ା ଆମ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବ କ୍ରୀଡ଼ାବିତ୍ ଏକ ମଜଭୁତ୍ ଓ ଜୀବନ୍ତ ସଂସ୍କୃତିର ନିର୍ମାଣ କରୁଛନ୍ତି। ଅଲିମ୍ପିକରେ ଭାଗ ନେଉଥିବା ଯୁବ କ୍ରୀଡ଼ାବିତଙ୍କ ସହ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିଛି। ଗ୍ଲୋବାଲ୍ ସ୍ତରରେ ସଫଳ ପ୍ରଦର୍ଶନ କରିଥିବା ପ୍ରତ୍ୟେକ ଯୁବ ଖେଳାଳି ହଜାର ହଜାର ସଂଖ୍ୟାରେ ଯୁବକଙ୍କୁ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରେରିତ କରିବେ।

ଅନ୍ୟପକ୍ଷରେ ଅଧିକାରୀ କହିଛନ୍ତି, ଅଲିମ୍ପିକରେ ଭାଗ ନେଉଥିବା ଆଥଲେଟଙ୍କୁ ପ୍ରୋତ୍ସାହନ କରିବା ଏବଂ ସେମାନଙ୍କର ମନୋବଳ ବଢ଼ାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ମୋଟ ୧୦୦ ଆଥଲେଟ୍ ୧୧ କ୍ରୀଡ଼ାରେ ଟୋକିଓ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଥିବା ଅଧିକାରୀମାନେ ପିଏମ୍ ମୋଦିଙ୍କୁ ଜଣାଇଛନ୍ତି। ଏହାସହ ଆଉ ୨୫ ଆଥଲେଟଙ୍କର କ୍ୱାଲିଫାଏ କରିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କ୍ରୀଡ଼ାବିତଙ୍କ ପାଇଁ ସବୁବେଳେ ଆଗକୁ ଆସିଛନ୍ତି। ତାଙ୍କ କାର୍ଯ୍ୟକାଳରେ କ୍ରୀଡ଼ାବିତଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।

The post ପିଏମ୍ ମୋଦି ଦେଲେ ନିର୍ଦ୍ଦେଶ, ଟୋକିଓ ଯିବାକୁ ଥିବା ସବୁ ଆଥଲେଟଙ୍କୁ ତୁରନ୍ତ ଟିକା ଦିଅ appeared first on Odisha Reporter.

]]>
left top 2021-06-03 23:11:51 https://cdn.odishareporter.in/wp-content/uploads/2021/06/03230910/pm-modi.jpg
୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁଶୀଲ କୁମାର https://odishareporter.in/sports/others/sushil-kumar-sent-to-14-day-judicial-custody-648049 Wed, 02 Jun 2021 17:23:50 +0000 https://odishareporter.in/?p=648049

ନୂଆଦିଲ୍ଲୀ: ରେସଲର୍ ସାଗର ଧାନକର ହତ୍ୟା ମାମଲାର ଅଭିଯୁକ୍ତ ସୁଶୀଲ କୁମାରଙ୍କୁ ରୋହିଣୀ ଜିଲ୍ଲା କୋର୍ଟ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏବେ ସୁଶୀଲ କୁମାରଙ୍କୁ ମଣ୍ଡୋଲୀ ଜେଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ତାଙ୍କୁ ତିହାର ଜେଲ୍ ପଠାଯିବ ବୋଲି ଖବର ସୂଚନା ମିଳିଥିଲା, କିନ୍ତୁ ସୁରକ୍ଷା କାରଣରୁ ମଣ୍ଡୋଲୀ ଜେଲକୁ ପଠାଇ ଦିଆଯାଇଛି। ୪ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀ ପୁଲିସ୍ ବୁଧବାର ସୁଶୀଲ କୁମାରଙ୍କୁ ରୋହିଣୀ […]

The post ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁଶୀଲ କୁମାର appeared first on Odisha Reporter.

]]>

ନୂଆଦିଲ୍ଲୀ: ରେସଲର୍ ସାଗର ଧାନକର ହତ୍ୟା ମାମଲାର ଅଭିଯୁକ୍ତ ସୁଶୀଲ କୁମାରଙ୍କୁ ରୋହିଣୀ ଜିଲ୍ଲା କୋର୍ଟ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏବେ ସୁଶୀଲ କୁମାରଙ୍କୁ ମଣ୍ଡୋଲୀ ଜେଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ତାଙ୍କୁ ତିହାର ଜେଲ୍ ପଠାଯିବ ବୋଲି ଖବର ସୂଚନା ମିଳିଥିଲା, କିନ୍ତୁ ସୁରକ୍ଷା କାରଣରୁ ମଣ୍ଡୋଲୀ ଜେଲକୁ ପଠାଇ ଦିଆଯାଇଛି।

୪ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀ ପୁଲିସ୍ ବୁଧବାର ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରେ ହାଜର କରାଇଥିଲା। ଯାହା ପରେ କୋର୍ଟ ସୁଶୀଲଙ୍କୁ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟଙ୍କ ଆଦେଶ ପରେ ସୁଶୀଲ କୁମାରଙ୍କୁ ଜେଲ୍ ସ୍ଥାନାନ୍ତର କରାଯାଇଛି।

ସୁଶୀଲ୍ କୁମାରଙ୍କୁ କୋର୍ଟରେ ହାଜର କରାଇ ପୁଲିସ୍ ରିମାଣ୍ଡ ଅବଧିକୁ ଆଉ ୩ ଦିନ ବଢ଼ାଇବାକୁ ଦାବି ଆବେଦନ କରିଥିଲା, କିନ୍ତୁ ସୁଶୀଲଙ୍କ ଓକିଲ ପ୍ରଦୀପ ରାଣା ପୁଲିସର ଆବେଦନର ବିରୋଧ କରିଥିଲେ। ଯାହା ପରେ କୋର୍ଟ ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶୀଲଙ୍କୁ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଦୀପ ରାଣା ଆବେଦନ କରିଥିଲେ ଯେ ସୁଶୀଲଙ୍କୁ ପଦ୍ମଶ୍ରୀ, ଅର୍ଜୁନ ପୁରସ୍କାର ଓ ବାକି ସବୁ ପୁରସ୍କାର ମିଳୁ। ସୁଶୀଲ ଦେଶକୁ ଗୌରବାନ୍ୱିତ କରିଛନ୍ତି। ତା’ଛଡ଼ା ସାଗର ଧାନକର ହତ୍ୟା ମାମଲାରେ କୌଣସି ଅସ୍ତ୍ରର ବ୍ୟବହାର କରାଯାଇନାହିଁ। ସେଥିପାଇଁ ଏବେ ପୁଲିସ୍ କଷ୍ଟଡିର ଆବଶ୍ୟକ ନାହିଁ। ଓକିଲ୍ ମଧ୍ୟ ଆହୁରି ପଚାରିଛନ୍ତି ଯେ ପୁଲିସ୍ ୧୦ ଦିନର ରିମାଣ୍ଡରେ କ’ଣ ହାସଲ କରିଛି?

ସୁଶୀଲଙ୍କ ଓକିଲ୍ କହିଛନ୍ତି, ପୁଲିସ୍ କେବଳ ପ୍ରତାରିକ ପାଇଁ ରିମାଣ୍ଡ ଚାହୁଁଛି। ପୁଲିସ୍ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ। ୨୪୦ ଘଣ୍ଟା ରିମାଣ୍ଡରେ ରଖି ସାରିଲେଣି। ଏଥିରେ ପୁଲିସ୍ କ’ଣ ପଚରାଉଚରା କରିଛି। ଏବେ ୧୧ରୁ ୯ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିସାରିଛି। କିନ୍ତୁ ଏହି ମାମଲାରେ ପୁଲିସ୍ ଗୋଟିଏ ବି ଲାଠି ଜବତ କରିପାରିନାହିଁ।

ସୂଚନାଯୋଗ୍ୟ, ମେ’ ୪ ତାରିଖ ରାତିରେ ଛତ୍ରସାଲ୍ ଷ୍ଟାଡିୟମରେ ସୁଶୀଲ କୁମାର ଓ ତାଙ୍କର କିଛି ସହଯୋଗୀଙ୍କ ଆକ୍ରମଣରେ ୨୩ ବର୍ଷୀୟ ରେସଲର୍ ସାଗରଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ। ଏହାପରଠାରୁ ସୁଶୀଲ ପ୍ରାୟ ୧୯ଦିନ ଧରି ଫେରାର୍ ଥିଲେ। ମଡେଲ୍ ଟାଉନସ୍ଥିତ ଏକ ପ୍ରପର୍ଟିକୁ ନେଇ ଏହି ବିବାଦ ହୋଇଥିବା କୁହାଯାଉଛି।

The post ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁଶୀଲ କୁମାର appeared first on Odisha Reporter.

]]>
left top 2021-06-02 22:53:50 https://cdn.odishareporter.in/wp-content/uploads/2021/06/02225309/sushil-kumar.jpg
ସାଗର ରାଣା ହତ୍ୟା ମାମଲା: ଆଉ ୪ ଦିନ ପାଇଁ ରିମାଣ୍ଡରେ ଗଲେ ରେସଲର ସୁଶୀଲ କୁମାର https://odishareporter.in/sports/others/court-extends-sushil-kumar-court-extends-sushil-kumar-647040 Sat, 29 May 2021 12:48:22 +0000 https://odishareporter.in/?p=647040

ନୂଆଦିଲ୍ଲୀ: ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଓ ତାଙ୍କ ସହଯୋଗୀଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି। ଦିଲ୍ଲୀର ଗୋଟିଏ କୋର୍ଟ ପୁଲିସ୍‌ ହେପାଜତରେ ସୁଶୀଲ ଓ ଅଜୟଙ୍କୁ ଜେରା କରିବାର ଆବଶ୍ୟକ ଥିବାରୁ ୪ ଦିନର ରିମାଣ୍ତ ପାଇଁ ଅନୁମତି ଦେଇଛନ୍ତି। ମେ’ ୨୩ରେ କୋର୍ଟ ସୁଶୀଲ ଓ ଅଜୟଙ୍କୁ ୬ ଦିନିଆ ରିମାଣ୍ତରେ ନେବାକୁ ଅନୁମତି ଦେଇଥିଲେ। ଆଜି ଏହି ଅବଧି ଶେଷ […]

The post ସାଗର ରାଣା ହତ୍ୟା ମାମଲା: ଆଉ ୪ ଦିନ ପାଇଁ ରିମାଣ୍ଡରେ ଗଲେ ରେସଲର ସୁଶୀଲ କୁମାର appeared first on Odisha Reporter.

]]>

ନୂଆଦିଲ୍ଲୀ: ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଓ ତାଙ୍କ ସହଯୋଗୀଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି। ଦିଲ୍ଲୀର ଗୋଟିଏ କୋର୍ଟ ପୁଲିସ୍‌ ହେପାଜତରେ ସୁଶୀଲ ଓ ଅଜୟଙ୍କୁ ଜେରା କରିବାର ଆବଶ୍ୟକ ଥିବାରୁ ୪ ଦିନର ରିମାଣ୍ତ ପାଇଁ ଅନୁମତି ଦେଇଛନ୍ତି।

ମେ’ ୨୩ରେ କୋର୍ଟ ସୁଶୀଲ ଓ ଅଜୟଙ୍କୁ ୬ ଦିନିଆ ରିମାଣ୍ତରେ ନେବାକୁ ଅନୁମତି ଦେଇଥିଲେ। ଆଜି ଏହି ଅବଧି ଶେଷ ହେଉଥିବାରୁ ପୁଲିସ୍ ସେମାନଙ୍କୁ କୋର୍ଟରେ ହାଜର କରାଇଥିଲା।

କୋର୍ଟ ରିମାଣ୍ତ ଅବଧି ବୃଦ୍ଧି କରିବା ବେଳେ ସୁଶୀଲଙ୍କ ମେଡିକାଲ ଚେକଅପ ପ୍ରତି ୨୪ ଘଣ୍ଟାରେ ଥରେ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ ଦିନିଆ ରିମାଣ୍ତ ସମୟରେ ସୁଶୀଲଙ୍କ ଓକିଲ ତାଙ୍କୁ ଭେଟିପାରିବେ। ପୁଲିସ୍‌ ଆଜି ରୋହିଣୀ କୋର୍ଟରେ ସୁଶୀଲ ଓ ଅଜୟଙ୍କ ପାଇଁ ୭ ଦିନିଆ ରିମାଣ୍ଡ ମାଗିଥିଲା। ହେଲେ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି।

ଚଳିତ ମାସ ୪ ତାରିଖ ରାତି ପ୍ରାୟ ୧୧ଟା ବେଳେ ସାଗର ରାଣା ରହୁଥିବା ଏମ୍ ବ୍ଲକର ସେହି ଫ୍ଲାଟରେ କିଛି ଲୋକେ ପହଞ୍ଚିଥିଲେ। ମିଡିଆ ରିପୋର୍ଟ ମୁତାବକ, ସାଗର ଓ ତାଙ୍କ ସାଥୀଙ୍କୁ ଅପହରଣ କରାଯାଇଥିଲା। ସାଗରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କୁ ଅପହରଣ କରାଯାଇଥିଲା, ସେମାନେ ପୁଲିସକୁ କହିଥିଲେ ଯେ ତଳେ ଥିବା କାରରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଧୁକ ମୁନରେ ରଖି ଛତ୍ରସାଲ୍ ଷ୍ଟାଡିୟମକୁ ନିଆଯାଇଥିଲା।

ଛତ୍ରସାଲ୍ ଷ୍ଟାଡିୟମର ପାର୍କିଂରେ ସାଗର ଓ ତାଙ୍କର ବନ୍ଧୁ ସୋନୁ ଓ ଅମିତ୍ କୁମାରଙ୍କୁ ଖୁବ୍ ମାରପିଟ୍ କରାଯାଇଥିଲା। ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ହୋଇଯାଇ ଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସାଗରଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସୁଶୀଲଙ୍କ ନାଁ ସାମ୍ନାକୁ ଆସିଥିଲା। ସେବେଠାରୁ ସୁଶୀଲ ଓ ତାଙ୍କ ସହଯୋଗୀମାନେ ଫେରାର ଥିଲେ। ଶେଷରେ ୨୨ ତାରିଖ ରାତିରେ ତାଙ୍କୁ ଓ ସହଯୋଗୀ ଅଜୟଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଏଯାଏ ପୂରା ଘଟଣାରେ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିସାରିଲାଣି।

The post ସାଗର ରାଣା ହତ୍ୟା ମାମଲା: ଆଉ ୪ ଦିନ ପାଇଁ ରିମାଣ୍ଡରେ ଗଲେ ରେସଲର ସୁଶୀଲ କୁମାର appeared first on Odisha Reporter.

]]>
left bottom 2021-05-29 18:18:22 https://cdn.odishareporter.in/wp-content/uploads/2021/05/29181726/Sushil-Kumar-6.jpg
ରେଲୱେ ଚାକିରିରୁ ସସପେଣ୍ଡ ହେଲେ ସୁଶୀଲ କୁମାର https://odishareporter.in/sports/others/sushil-kumar-suspended-from-railways-after-arrest-in-murder-case-645922 Tue, 25 May 2021 12:46:05 +0000 https://odishareporter.in/?p=645922

ନୂଆଦିଲ୍ଲୀ: ରେସଲର ସାଗର ଧାନକର ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ସୁଶୀଲଙ୍କୁ ରେଲୱେ  ସିନିୟର କମର୍ଶିଆଲ୍ ପଦରୁ ତତ୍କାଳ ପ୍ରଭାବରେ ସସପେଣ୍ଡ କରିଦିଆଯାଇଛି । ସୁଶୀଲଙ୍କ ସସପେଣ୍ଡ ମେ’ ୨୩ ତାରିଖରୁ ଲାଗୁ କରାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସସପେଣ୍ଡ ରହିବେ। ଦୁଇଦିନ ତଳେ ସୁଶୀଲଙ୍କୁ ଦିଲ୍ଲୀ ପୁଲିସ୍ ସାଗର ଧାନକର ହତ୍ୟା ଅଭିଯୋଗରେ ଗିରଫ କରିଥିଲା । ହତ୍ୟା ଅଭିଯୋଗରେ […]

The post ରେଲୱେ ଚାକିରିରୁ ସସପେଣ୍ଡ ହେଲେ ସୁଶୀଲ କୁମାର appeared first on Odisha Reporter.

]]>

ନୂଆଦିଲ୍ଲୀ: ରେସଲର ସାଗର ଧାନକର ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ସୁଶୀଲଙ୍କୁ ରେଲୱେ  ସିନିୟର କମର୍ଶିଆଲ୍ ପଦରୁ ତତ୍କାଳ ପ୍ରଭାବରେ ସସପେଣ୍ଡ କରିଦିଆଯାଇଛି । ସୁଶୀଲଙ୍କ ସସପେଣ୍ଡ ମେ’ ୨୩ ତାରିଖରୁ ଲାଗୁ କରାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସସପେଣ୍ଡ ରହିବେ।

ଦୁଇଦିନ ତଳେ ସୁଶୀଲଙ୍କୁ ଦିଲ୍ଲୀ ପୁଲିସ୍ ସାଗର ଧାନକର ହତ୍ୟା ଅଭିଯୋଗରେ ଗିରଫ କରିଥିଲା । ହତ୍ୟା ଅଭିଯୋଗରେ ସୁଶୀଲଙ୍କ ବିରୋଧରେ ହେଉଥିବା ତଦନ୍ତକୁ ନେଇ ରେଲୱେ ଏହି ପଦକ୍ଷେପ ଉଠାଇଛି। ଏହା ପୂର୍ବରୁ ଦିଲ୍ଲୀ ପୁଲିସର ଅପରାଧ ଶାଖାର ଅଧିକାରୀ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବା ପାଇଁ ମଙ୍ଗଳବାର ସୁଶୀଲଙ୍କୁ ନେଇ ଛତ୍ରସାଲ୍ ଷ୍ଟାଡିୟମ ଯାଇଥିଲା। ଅଧିକାରୀ କହିଛନ୍ତି ଯେ ପୁଲିସ୍ କର୍ମୀ ସକାଳ ସମୟରେ ଅପରାଧ ସ୍ଥଳକୁ ଯାଇଥିଲା ଏବଂ ଦ୍ୱିପହରରେ ଫେରିଆସିଥିଲା । ଘଟଣା ଦିନ କେଉଁ ପରିସ୍ଥିତିରେ ଅପରାଧ ଘଟିଥିଲା, ଏହା ଜାଣିବା ପାଇଁ ପୁଲିସ୍ ସୁଶୀଲଙ୍କୁ ଘଟଣାସ୍ଥଳକୁ ନେଇଥିଲା ।

ସୋମବାର ସୁଶୀଲଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଅଧିକାରୀ ଜଣକ କହିଛନ୍ତି ଯେ ସେ ଏହି ମାମଲାର ତଦନ୍ତ ଅଲଗା ଆଙ୍ଗଲରୁ କରୁଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଆଗରୁ କହିଥିଲେ ଯେ ଘଟଣାକ୍ରମ ସମ୍ବନ୍ଧରେ ଜାଣିବା ପାଇଁ ସୁଶୀଲଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା । ଏହାସହ କେଉଁ ପରିସ୍ଥିତିରେ ଅପରାଧ ହେଲା ଏବଂ ସେ (ସୁଶୀଲ) କେଉଁ କେଉଁ ସ୍ଥାନକୁ ଯାଇଥିଲେ, ତାହା ଜାଣିବାକୁ ପୁଲିସ୍ ପ୍ରୟାସ କରିଥିଲା।

ସୂଚନାଯୋଗ୍ୟ, ମେ’ ୪ ତାରିଖ ରାତିରେ ଛତ୍ରସାଲ୍‌ ଷ୍ଟାଡିୟମରେ ସୁଶୀଲ କୁମାର ଓ ତାଙ୍କର କିଛି ସହଯୋଗୀଙ୍କ ଆକ୍ରମଣରେ ୨୩ ବର୍ଷୀୟ ରେସଲର୍ ସାଗରଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ। ଏହାପରଠାରୁ ସୁଶୀଲ ପ୍ରାୟ ୧୯ଦିନ ଧରି ଫେରାର୍ ଥିଲେ। ମଡେଲ୍ ଟାଉନସ୍ଥିତ ଏକ ପ୍ରପର୍ଟିକୁ ନେଇ ଏହି ବିବାଦ ହୋଇଥିବା କୁହାଯାଉଛି ।

The post ରେଲୱେ ଚାକିରିରୁ ସସପେଣ୍ଡ ହେଲେ ସୁଶୀଲ କୁମାର appeared first on Odisha Reporter.

]]>
left bottom 2021-05-25 18:19:50 https://cdn.odishareporter.in/wp-content/uploads/2021/05/25181411/sushil-kumar-5.jpg
ଅଲିମ୍ପିକ୍ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ଆଜି ଲୁଚାଉଛନ୍ତି ମୁହଁ https://odishareporter.in/sports/others/how-two-time-olympic-medallist-sushil-kumar-arrested-in-sagar-dhankhar-murder-case-645575 Mon, 24 May 2021 10:02:47 +0000 https://odishareporter.in/?p=645575

ଅହମ୍ମଦାବାଦ: ଅଲିମ୍ପିକରେ ଦୁଇ ଦୁଇ ଥର ପଦକ ଜିତି ଦେଶ ପାଇଁ ଅନେକ ଗର୍ବ ଆଣିଥିଲେ। କିନ୍ତୁ ଆଜି ହାତରେ ପଡ଼ିଛି ହାତକଡ଼ି। ଯିଏ ଦିନେ ପୋଡ଼ିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ହେଲେ ଆଜି ସେ ମୁହଁ ଲୁଚାଉଛନ୍ତି। ଆମେ କହୁଛୁ ରେସଲର୍ ସୁଶୀଲ କୁମାରଙ୍କ କଥା, ଯିଏ ନଜଫଗଡ଼ରେ ଜନ୍ମ ହୋଇଥିଲେ। ସୁଶୀଲ କୁମାର ୧୪ ବର୍ଷର ଥିଲା ବେଳେ ମଡେଲ୍ ଟାଉନର ଛତ୍ରସାଲ୍ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ କରିଥିଲେ। ଦୁଇ ଦୁଇ […]

The post ଅଲିମ୍ପିକ୍ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ଆଜି ଲୁଚାଉଛନ୍ତି ମୁହଁ appeared first on Odisha Reporter.

]]>

ଅହମ୍ମଦାବାଦ: ଅଲିମ୍ପିକରେ ଦୁଇ ଦୁଇ ଥର ପଦକ ଜିତି ଦେଶ ପାଇଁ ଅନେକ ଗର୍ବ ଆଣିଥିଲେ। କିନ୍ତୁ ଆଜି ହାତରେ ପଡ଼ିଛି ହାତକଡ଼ି। ଯିଏ ଦିନେ ପୋଡ଼ିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ହେଲେ ଆଜି ସେ ମୁହଁ ଲୁଚାଉଛନ୍ତି। ଆମେ କହୁଛୁ ରେସଲର୍ ସୁଶୀଲ କୁମାରଙ୍କ କଥା, ଯିଏ ନଜଫଗଡ଼ରେ ଜନ୍ମ ହୋଇଥିଲେ। ସୁଶୀଲ କୁମାର ୧୪ ବର୍ଷର ଥିଲା ବେଳେ ମଡେଲ୍ ଟାଉନର ଛତ୍ରସାଲ୍ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ କରିଥିଲେ। ଦୁଇ ଦୁଇ ଜଣ ରେସଲରଙ୍କୁ ଟ୍ରେନିଂ କରାଇବା ତାଙ୍କ ପରିବାର ପକ୍ଷେ କଷ୍ଟକର ଥିଲା। ଏହି କାରଣରୁ ସର୍ମ୍ପକୀୟ ଭାଇ ସନ୍ଦୀପ ରେସଲିଂ ଛାଡ଼ି ଦେଇଥିଲେ ଏବଂ ସୁଶୀଲକୁ ଟ୍ରେନିଂ ପାଇଁ ପଠାଯାଇଥିଲା। ସୁଶୀଲ ମଧ୍ୟ ରେସଲିଂରେ ବହୁତ ତୀକ୍ଷ୍ଣ ଥିଲେ, ଯେଉଁକାରଣରୁ ଗୋଟିଏ ପରେ ଗୋଟିଏ ମେଡାଲ୍ ଜିତିବାରେ ଲାଗିଲେ। ଜୁନିୟର ଚାମ୍ପିୟନଶିପ୍‌, ଏସିଆନ୍ ଚାମ୍ପିୟନଶିପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଅଲିମ୍ପିକ୍ ଭଳି ଅନ୍ତର୍ଜାତୀୟ ପଦକ ଜିତି ସୁଶୀଲ ଅନେକ ଖ୍ୟାତି ଅର୍ଜନ କଲେ। ୨୦୧୨ରେ ସୁଶୀଲ ରେସଲିଂରେ ଶିଖର ଛୁଇଁଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ସୁଶୀଲଙ୍କ ଜୀବନର ଅସଲ କାହାଣୀ। ଆଜି ସୁଶୀଲ ହତ୍ୟା ମାମଲାରେ ଜେଲ୍ କୋଠରୀରେ କଏଦ ଅଛନ୍ତି କିନ୍ତୁ କେମିତି? ସୁଶୀଲଙ୍କ ଶୀର୍ଷରୁ ନିମ୍ନକୁ ଆସିବାର କାହାଣୀ ପୁଣି ସେହି ଛତ୍ରସାଲ ଷ୍ଟାଡିୟମରେ ପହଞ୍ଚିଛି। ପୂରା ଘଟଣା ସମ୍ବନ୍ଧରେ ଆସନ୍ତୁ ଜାଣିବା।

ଜୁନିୟରରୁ ସିନିୟର ସ୍ତରରେ ପହଞ୍ଚିବା ପାଇଁ ଅକ୍ଳାନ୍ତ ପରିଶ୍ରମ

୧୯୯୮ରେ ସୁଶୀଲ ସଫଳତା ଛୁଇଁବା ଆରମ୍ଭ କରିଥିଲେ। ୱାର୍ଲ୍ଡ କ୍ୟାଡେଟ୍ ଗେମ୍ସରେ ସୁଶୀଲ ଗୋଲ୍ଡ ମେଡାଲ୍ ଜିତିଥିଲେ। ଦୁଇ ବର୍ଷ ପରେ ଏସିଆ ସ୍ତରରେ ଆୟୋଜିତ ଜୁନିୟର ଚାମ୍ପିୟନଶିପରେ ମଧ୍ୟ ଚକମକ୍ କରୁଥିବା ହଳଦିଆ ପଦକ ଉପରେ କବଜା କରିଥିଲେ। ଏହା ପରେ ତାଙ୍କର ନଜର ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ଉପରେ ରହିଥିଲା। ୨୦୦୩ରେ ସେ ଏଠାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଲେ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସଫଳତାକୁ ଦୋହାରାଇଲେ। ୨୦୦୪ ଅଲିମ୍ପିକ୍ସରେ ସୁଶୀଲ କୁମାର ନିଶ୍ଚୟ ସଫଳ ହେବେ ବୋଲି ସମସ୍ତେ ଆଶାବାଦୀ ଥିଲେ, କିନ୍ତୁ ସେ ନିରାଶ କରିଥିଲେ। ଏହିଠାରୁ ସୁଶୀଲଙ୍କ ପରିଚୟ ବଦଳିବା ଆରମ୍ଭ ହେଲା।

୨୦୧୨ରେ ପୂରା ଦୁନିଆରେ ଛାଇଗଲେ ସୁଶୀଲ

ପରବର୍ତ୍ତୀ ଅଲିମ୍ପିକ୍ ବହୁ ଦୂର ଥିଲା, କିନ୍ତୁ ବାକି ଟୁର୍ଣ୍ଣାମେଣ୍ଟରେ ତାଙ୍କର ସ୍ୱର୍ଣ୍ଣ ପଦକ ଜିତିବା ଅଭିଯାନ ଜାରି ରହିଥିଲା। ୨୦୦୫ ଓ ୨୦୦୭ ରାଜ୍ୟଗୋଷ୍ଠୀରେ ମଧ୍ୟ ତାଙ୍କର ଦବଦବା କାଏମ୍ ରହିଥିଲା। ଏହି ସଫଳତା ସୁଶୀଲଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ଯଥେଷ୍ଟ ଥିଲା। ଏହା ପରେ ୨୦୦୮ ଅଲିମ୍ପିକରେ ସୁଶୀଲ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ସଫଳତା ପାଇଁ ତାଙ୍କୁ ୨୦୧୧ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଗଲା। ଭାରତରେ ସେତେବେଳେ ଏଭଳି ସ୍ଥିତି ଥିଲା ଯେ ଅଲିମ୍ପିକରେ ଗୋଟିଏ ପଦକ ଜିତିବା ବଡ଼ ଗର୍ବର କଥା। ସୁଶୀଲ କୁମାର ଦେଶକୁ ଦୁଇ ଥର ଏହି ସୁଯୋଗ ଦେଇଛନ୍ତି। ୨୦୧୨ ସମର୍ ଅଲିମ୍ପିକ୍ସରେ ସୁଶୀଲ ରୌପ୍ୟ ପଦକ ଜିତି ଇତିହାସ ରଚିଲେ। ସେ ଏକମାତ୍ର ଭାରତୀୟ ଭାବେ ଦୁଇଥର ଅଲିମ୍ପିକ୍ ପଦକ ଜିତିବାର ଗୌରବ ଅର୍ଜନ କଲେ।

ରେସଲରରୁ ରୋଲ୍ ମଡେଲ୍ ହୋଇସାରିଥିଲେ ସୁଶୀଲ

ସୁଶୀଲଙ୍କୁ ଭାରତୀୟ ରେଲୱେରେ ଚାକିରି ମିଳିଲା ଏବଂ ସେ ଛତ୍ରସାଲ୍ ଷ୍ଟାଡିୟମରେ ଓଏସଡି ମଧ୍ୟ ରହିଲେ। ସୁଶୀଲ କୁମାର ୨୦୧୨ ପରେ ଏକ ରୋଲ୍ ମଡେଲ୍ ଭାବେ ନିଜକୁ ଉପସ୍ଥାପନା କରିଥିଲେ। ରେସଲିଂରେ ପାଦ ଦେଉଥିବା ପ୍ରତିଟି ଯୁବବର୍ଗ ତାଙ୍କୁ ନିଜର ଆଦର୍ଶ ମାନୁଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସାଗର ଧାନକର୍। ସାଗର ୨୦୧୨-୧୩ ସିଜନରେ ଛତ୍ରସାଲ ଷ୍ଟାଡିୟମକୁ ଆସିଥିଲେ। ସେହିଠାରେ ତାଙ୍କର ଟେଷ୍ଟ ହୋଇଥିଲେ। ଆଉ ସୁଶୀଲ କୁମାର ହିଁ ତାଙ୍କର ଟେଷ୍ଟ ନେଇଥିଲେ। ସୁଶୀଲଙ୍କ ଶ୍ୱଶରୁ ଓ ଛତ୍ରସାଲ ଷ୍ଟାଡିୟମରେ ରେସଲିଂ ସ୍କୁଲ ଚଳାଉଥିବା ସତପାଲ୍ ସିଂହ ମଧ୍ୟ ସାଗରଙ୍କ ପ୍ରଦର୍ଶନରେ ଖୁବ୍ ପ୍ରଭାବିତ ହୋଇଥିଲେ। ହଷ୍ଟେଲରେ ସାଗରଙ୍କୁ ଏକ ରୁମ୍ ଦିଆଗଲା। ତାଙ୍କର ସେଠାରେ ଜୋରଦାର ଟ୍ରେନିଂ ଚାଲିଲା। ସାଗର ଜଣେ ଭଲ ରେସଲର୍ ଥିଲେ। ଦେଶ ଓ ବିଦେଶରେ ଅନେକ ପଦକ ଜିତିଲେ। ଗତ ବର୍ଷ ପର୍ଯ୍ୟନ୍ତ ସେ ଏହି ହଷ୍ଟେଲରେ ରହୁଥିଲେ। ଏହା ପରେ ମଡେଲ୍ ଟାଉନର ଏମ୍ ବ୍ଲକକୁ ସେ ସ୍ଥାନାନ୍ତର ହୋଇଥିଲେ। ଅଭିଯୋଗ ଆସିଛି ଯେ ସାଗର ଯେଉଁ ଫ୍ଲାଟରେ ରହୁଥିଲେ, ସେହିଠାରୁ ତାଙ୍କୁ ଅପହରଣ କରାଯାଇଥିଲା।

ମେ’ ୪ ତାରିଖରେ ଅଭିଯୁକ୍ତ ହେଲେ ସୁଶୀଲ

ଚଳିତ ମାସ ୪ ତାରିଖରେ ରାତି ପ୍ରାୟ ୧୧ଟା ବେଳେ ସାଗର ରହୁଥିବା ଏମ୍ ବ୍ଲକର ସେହି ଫ୍ଲାଟରେ କିଛି ଲୋକେ ପହଞ୍ଚିଥିଲେ। ମିଡିଆ ରିପୋର୍ଟ ମୁତାବକ, ସାଗର ଓ ତାଙ୍କ ସାଥୀଙ୍କୁ ଅପହରଣ କରାଯାଇଥିଲା। ସାଗରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କୁ ଅପହରଣ କରାଯାଇଥିଲା, ସେମାନେ ପୁଲିସକୁ କହିଥିଲେ ଯେ ତଳେ ଥିବା କାରରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଧୁକ ମୁନରେ ରଖି ଛତ୍ରସାଲ୍ ଷ୍ଟାଡିୟମକୁ ନିଆଗଲା। ଅଭିଯୋଗ ହୋଇଛି ଯେ ଛତ୍ରସାଲ୍ ଷ୍ଟାଡିୟମର ପାର୍କିଂରେ ସାଗର ଓ ତାଙ୍କର ବନ୍ଧୁ ସୋନୁ ଓ ଅମିତ୍ କୁମାରଙ୍କୁ ଖୁବ୍ ମାରପିଟ୍ କରାଯାଇଥିଲା। ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସାଗରଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସୁଶୀଲଙ୍କ ନାଁ ସାମ୍ନାକୁ ଆସିଥିଲା। ତେବେ କେଉଁ କାରଣରୁ ଏସବୁ ଘଟିଲା, ତାକୁ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।

ଫେରାର୍ ହେଲେ ସୁଶୀଲ, ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଲା ଦିଲ୍ଲୀ ପୁଲିସ୍

ସାଗରଙ୍କ ହତ୍ୟାର ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ସୁଶୀଲ କୁମାର ଫେରାର ହୋଇଯାଇଥିଲେ। କେତେବେଳେ ସେ ଉତ୍ତରାଉଣ୍ଡରେ ଲୁଚିଥିଲେ ତ କେତେବେଳେ ହରିୟାଣାରେ ଥିବା ଖବର ମିଳିଥିଲା। ଦିଲ୍ଲୀ ପୁଲିସ୍ ଫେରାର୍ ସୁଶୀଲଙ୍କ ଉପରେ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶିର ଘୋଷଣା କରିଥିଲା। ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି ହୋଇଥିଲା। ମେ’ ୧୫ ତାରିଖରେ କୋର୍ଟ ତାଙ୍କ ବିରୋଧରେ ଜାମିନ୍ ବିହୀନ ପରୱାନା ଜାରି କରିଥିଲେ। ଏହା ପରେ ମେ’ ୧୮ ତାରିଖରେ ସୁଶୀଲଙ୍କ ଓକିଲ କୁମାର ବୈଭବଙ୍କ ଦ୍ୱାରା ଅନ୍ତରଣୀ ଜାମିନ୍ ଆବେଦନକୁ ରୋହିଣୀର ଜିଲ୍ଲା କୋର୍ଟ ଖାରଜ କରିଦେଇଥିଲେ। ସୁଶୀଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଭିତ୍ତିହୀନ ଅଭିଯୋଗ ଆଧାରରେ ସୁଶୀଲଙ୍କ ଛବି ଖରାପ କରାଯିବାକୁ ପ୍ରୟାସ କରାଯାଉଛି। ତେବେ ପୁଲିସ୍ କହିଛି ଯେ ସୁଶୀଲ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ, ଯିଏ ଏହି ଅପରାଧରେ ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଡେପୁଟୀ କମିଶନର ପିଏସ୍ କୁଶବାହଙ୍କ କହିବା ଅନୁଯାୟୀ, ସୁଶୀଲ କୁମାରଙ୍କୁ ତାଙ୍କ ସହଯୋଗୀ ଅଜୟ ଓରଫ ସୁନୀଲଙ୍କ ସହ ମୁଣ୍ଡକାରୁ ଗିରଫ କରାଯାଇଛି। ଅଜୟଙ୍କ ଗିରଫଦାରୀ ଉପରେ ମଧ୍ୟ ୫୦ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା।

ପ୍ରଥମଥର ବିବାଦରେ ଫସିନାହାନ୍ତି ସୁଶୀଲ

ସୁଶୀଲ କୁମାରଙ୍କ ବିରୋଧରେ ପ୍ରଥମଥର ହତ୍ୟା ଭଳି ଗୁରୁତର ଅଭିଯୋଗ ଲାଗିଛି। କିନ୍ତୁ ତାଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ। କିଛି ରିପୋର୍ଟ ମୁତାବକ, ସୁଶୀଲ କୁମାର ଏମସିଡିର ଟୋଲ୍ ଚୁକ୍ତି ମଧ୍ୟ ନେଇଥିଲେ, ଯାହାକୁ ଚଳାଇବା ପାଇଁ ସେ ଗ୍ୟାଙ୍ଗଷ୍ଟରଙ୍କ ସହାୟତା ନେଇଥିଲେ। ସୁଶୀଲଙ୍କୁ ନେଇ ମଧ୍ୟ ପୂର୍ବରୁ ମିଡିଆରେ ଅନେକ ବିବାଦୀୟ କଥା ସାମ୍ନାକୁ ଆସିଥିଲା, କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ୨୦୧୭ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାଏଲ୍ ବେଳେ ସୁଶୀଲ କୁମାର ଓ ରେସଲର୍ ପ୍ରବୀଣ ରାଣାଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ରାଣା କହିଥିଲେ ଯେ ସୁଶୀଲ ତାଙ୍କୁ ମାରପିଟ୍ କରିଥିଲେ।

ନରସିଂହ ଯାଦବ ଆଣିଥିଲେ ସାଙ୍ଘାତିକ ଅଭିଯୋଗ

ଏହି ମାମଲା ପୂର୍ବରୁ ସୁଶୀଲଙ୍କ ସହ ବଡ଼ ବିବାଦ ଯୋଡ଼ି ହୋଇଥିଲା ୨୦୧୬ ଅଲିମ୍ପିକ୍ସରେ। ୭୪ କେଜି ବର୍ଗରେ ସୁଶୀଲ କୁମାର ଓ ମୁମ୍ବାଇର ରେସଲର ନରସିଂହ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ସୁଶୀଲ ଅଲିମ୍ପିକ୍ କ୍ୱାଲିଫାୟର୍ସରେ ଭାଗ ନେଇପାରିନଥିଲେ। କିନ୍ତୁ ନରସିଂହ ଯାଦବ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତି କ୍ୱାଲିଫାଏ କରିସାରିଥିଲେ। ଏଭଳି ସ୍ଥିତିରେ ରେସଲିଂ ଫେଡେରେସନ୍ ପ୍ରଥମେ ଦୁଇ ରେସଲରଙ୍କ ମଧ୍ୟରେ ଟ୍ରାଏଲ୍ କରାଇବାକୁ କହିଥିଲା, କିନ୍ତୁ ପରେ ମନା କରିଦେଇଥିଲା। ଯାହା ପରେ ସୁଶୀଲ କୁମାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ରେସଲିଂ ଫେଡେରେସନ୍ ନରସିଂହଙ୍କୁ ଚୟନ କରିଥିଲା, କାରଣ ସେ ଅଲିମ୍ପିକକୁ କ୍ୱାଲିଫାଏ କରିସାରିଥିଲେ। ହେଲେ ନରସିଂହ ଅଲିମ୍ପିକର ୧୦ ଦିନ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରେ ପଜିଟିଭ୍ ଆସିଥିଲେ। ନ୍ୟାଶନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପରେ ନରସିଂହଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା, କିନ୍ତୁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ତାଙ୍କୁ ଅଲିମ୍ପିକରେ ଭାଗ ନେବାରୁ ରୋକିବା ସହ ଚାରିବର୍ଷ ପାଇଁ ସସପେଣ୍ଡ ମଧ୍ୟ କରିଥିଲା। ନରସିଂହ ଅଭିଯୋଗ ଆଣିଥିଲେ ଯେ ସୁଶୀଲ କୁମାର ତାଙ୍କ ଖାଦ୍ୟରେ କିଛି ମିଶ୍ରଣ କରିଛନ୍ତି।

The post ଅଲିମ୍ପିକ୍ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ଆଜି ଲୁଚାଉଛନ୍ତି ମୁହଁ appeared first on Odisha Reporter.

]]>
left bottom, Sagar Dhankhar Murder case, Sushil Kumar 2021-05-24 16:40:50 https://cdn.odishareporter.in/wp-content/uploads/2021/05/24153041/sushil-kumar-4.jpg
ରେସଲର ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି https://odishareporter.in/sports/others/sushil-kumar-should-be-hang-says-sagars-parents-645486 Mon, 24 May 2021 06:01:50 +0000 https://odishareporter.in/?p=645486

ନୂଆଦିଲ୍ଲୀ: ସହଯୋଗୀ ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ରିମାଣ୍ଡରେ ଯାଇଥିବା ଅଲିମ୍ପିକ୍ସରେ ମେଡାଲ ପାଇଥିବା ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି ହେଉଛି। ସାଗରଙ୍କ ବାପା ମା’ ଏହି ଦାବି କରିଛନ୍ତି। ଏଥିସହ ସୁଶୀଲଙ୍କ ବିରୋଧରେ ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି। ସାଗରଙ୍କ ବାପା ଅଶୋକ କହିଛନ୍ତି, ଘଟଣାର କୋର୍ଟଙ୍କ ନେତୃତ୍ୱରେ ତଦନ୍ତ ହେବା ଦରକାର। ପୁଲିସ୍‌ ଦ୍ୱାରା ତଦନ୍ତ ବାଟବଣା ହୋଇପାରେ। କାରଣ […]

The post ରେସଲର ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି appeared first on Odisha Reporter.

]]>

ନୂଆଦିଲ୍ଲୀ: ସହଯୋଗୀ ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ରିମାଣ୍ଡରେ ଯାଇଥିବା ଅଲିମ୍ପିକ୍ସରେ ମେଡାଲ ପାଇଥିବା ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି ହେଉଛି। ସାଗରଙ୍କ ବାପା ମା’ ଏହି ଦାବି କରିଛନ୍ତି। ଏଥିସହ ସୁଶୀଲଙ୍କ ବିରୋଧରେ ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି।

ସାଗରଙ୍କ ବାପା ଅଶୋକ କହିଛନ୍ତି, ଘଟଣାର କୋର୍ଟଙ୍କ ନେତୃତ୍ୱରେ ତଦନ୍ତ ହେବା ଦରକାର। ପୁଲିସ୍‌ ଦ୍ୱାରା ତଦନ୍ତ ବାଟବଣା ହୋଇପାରେ। କାରଣ ସୁଶୀଲ କୁମାର ନିଜର ରାଜନୀତିକ ଲିଙ୍କ ଜରିଆରେ ଏହାକୁ ପ୍ରଭାବିତ କରିପାରନ୍ତି। ତେଣୁ କୋର୍ଟ ଏହାର ତଦନ୍ତ କରନ୍ତୁ।

ଆମେ ନ୍ୟାୟ ପାଇବୁ ବୋଲି ଆଶା କରିଛୁ। ଘଟଣା ପରେ ସେ କୁଆଡ଼େ ଯାଇଥିଲେ? ତାଙ୍କୁ କେଉଁମାନେ ସହଯୋଗ କରିଥିଲେ? କେଉଁ ଗ୍ୟାଙ୍ଗଷ୍ଟରଙ୍କ ସହ ତାଙ୍କର ଲିଙ୍କ ରହିଛି, ସେ ସବୁର ତଦନ୍ତ ହେବା ଦରକାର। ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଗଲେ ଲୋକମାନଙ୍କ ମନରେ ନିଶ୍ଚିତ ହତ୍ୟା କରିବା ପୂର୍ବରୁ ଭୟ ସୃଷ୍ଟି ବୋଲି ସାଗରଙ୍କ ବାପା କହିଛନ୍ତି।

ସାଗରଙ୍କ ମା’ ମଧ୍ୟ ସୁଶୀଲଙ୍କ ଉପରେ ବର୍ଷିଛନ୍ତି। ସୁଶୀଲ ମେଣ୍ଟୋର ହେବାକୁ ଯୋଗ୍ୟ ନୁହନ୍ତି। ତାଙ୍କୁ ମିଳିଥିବା ସମସ୍ତ ପଦକ ସରକାର ପ୍ରତ୍ୟାହାର କରିନିଅନ୍ତୁ ବୋଲି ସେ କହିଛନ୍ତି। ସାଗର ସବୁବେଳେ ସୁଶୀଲଙ୍କୁ ନିଜର ଗୁରୁ ଭାବେ ବିବେଚନା କରୁଥିଲେ। ଏଥିସହ ତାଙ୍କ ଠାରୁ କୁସ୍ତିର ଟ୍ରେନିଂ ନେଉଥିଲେ।

ସାଗରଙ୍କ ମା’ କହିଛନ୍ତି, “ମୋ ପୁଅକୁ ହତ୍ୟା କରିଥିବା ବ୍ୟକ୍ତି କେବେ ହେଲେ ଗୁରୁର ମାନ୍ୟତା ପାଇବାକୁ ଯୋଗ୍ୟ ନୁହନ୍ତି। ସୁଶୀଲ କୁମାରଙ୍କ ସମସ୍ତ ପଦକ ତାଙ୍କ ଠାରୁ କାଢ଼ି ନିଆଯାଉ। ଆମର ବିଶ୍ୱାସ ପୁଲିସ୍‌ ଠିକ ଭାବେ ତଦନ୍ତ କରିବ। କିନ୍ତୁ ସୁଶୀଲ କୁମାର ତାଙ୍କର ରାଜନୀତିକ ଲିଙ୍କକୁ ବ୍ୟବହାର କରି ତଦନ୍ତକୁ ବାଟବଣା କରିପାରନ୍ତି।”

ସୂଚନାଯୋଗ୍ୟ ରବିବାର ସକାଳେ ସାଗରଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଅଜୟଙ୍କୁ ମୁଣ୍ତୁକାରୁ ଗିରଫ କରିଥିଲା। ଛତ୍ରସାଲ ଷ୍ଟାଡିୟମରେ ସାଗରଙ୍କୁ ମାଡ଼ ମାରିବା ପରେ ସେମାନେ ଫେରାର ହୋଇଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ଘଟିବାର ୧୯ ଦିନ ପରେ ଏପରି ଗରିଫଦାରୀ ହୋଇଛି।

The post ରେସଲର ସୁଶୀଲ କୁମାରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି appeared first on Odisha Reporter.

]]>
left bottom, Sagar Dhankhar Murder case, Sushil Kumar 2021-05-24 16:54:11 https://cdn.odishareporter.in/wp-content/uploads/2021/05/24113027/SushilKumar.jpg
୬ ଦିନିଆ ରିମାଣ୍ଡକୁ ଗଲେ ଅଲିମ୍ପିଆନ୍ ରେସଲର୍ ସୁଶୀଲ କୁମାର https://odishareporter.in/sports/others/olympic-medallist-wrestler-sushil-kumar-sent-to-6-day-police-remand-645377 Sun, 23 May 2021 14:47:07 +0000 https://odishareporter.in/?p=645377

ନୂଆଦିଲ୍ଲୀ: ଦେଶର ମହାନ୍ ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ରବିବାର ଗିରଫ କରାଯାଇଥିଲା। ଗିରଫଦାରୀ ପରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ କୋର୍ଟରେ ହାଜର କରାଇଥିଲା ଏବଂ ୧୨ ଦିନର ରିମାଣ୍ଡ ଦାବି କରିଥିଲା । କିନ୍ତୁ ଦିଲ୍ଲୀ କୋର୍ଟ ସୁଶୀଲଙ୍କୁ ୬ ଦିନ ପାଇଁ ରିମାଣ୍ଡକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁଶୀଲ କିଛି ଦିନ ପର୍ଯ୍ୟନ୍ତ ଫେରାର ରହିବା ପରେ ରବିବାର ଗିରଫ ହୋଇଥିଲେ। ସଂଯୋଗବଶତଃ […]

The post ୬ ଦିନିଆ ରିମାଣ୍ଡକୁ ଗଲେ ଅଲିମ୍ପିଆନ୍ ରେସଲର୍ ସୁଶୀଲ କୁମାର appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶର ମହାନ୍ ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ରବିବାର ଗିରଫ କରାଯାଇଥିଲା। ଗିରଫଦାରୀ ପରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ କୋର୍ଟରେ ହାଜର କରାଇଥିଲା ଏବଂ ୧୨ ଦିନର ରିମାଣ୍ଡ ଦାବି କରିଥିଲା । କିନ୍ତୁ ଦିଲ୍ଲୀ କୋର୍ଟ ସୁଶୀଲଙ୍କୁ ୬ ଦିନ ପାଇଁ ରିମାଣ୍ଡକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁଶୀଲ କିଛି ଦିନ ପର୍ଯ୍ୟନ୍ତ ଫେରାର ରହିବା ପରେ ରବିବାର ଗିରଫ ହୋଇଥିଲେ। ସଂଯୋଗବଶତଃ ଏସବୁ କିଛି ବିଶ୍ୱ ରେସଲିଂ ଦିବସ ଦିନ ଘଟିଛି । ଦିଲ୍ଲୀ କୋର୍ଟରେ ସୁଶୀଲ କୁମାରଙ୍କ ପକ୍ଷରୁ ଆଡଭୋକେଟ୍ ବିଏସ୍ ଜାଖର ଉପସ୍ଥିତ ଥିଲେ । ସେ ୧୨ ଦିନର ରିମାଣ୍ଡକୁ ବିରୋଧ କରିଥିଲେ ।

ପୁଲିସ୍ କୋର୍ଟରେ ରିମାଣ୍ଡ ଦାବି କରି ଆବେଦନ କରିଥିଲା ଯେ ସେମାନେ ସୁଶୀଲଙ୍କୁ ଛତ୍ରସାଲ ଷ୍ଟାଡିୟମ ନେବେ ଏବଂ ସିସିଟିଭି ଫୁଟେଜ୍ ଦେଖିବେ। ପୁଲିସ୍ କହିଛି, ଘଟଣା ସମୟରେ ସୁଶୀଲ ଯେଉଁ ଡ୍ରେସ ପିନ୍ଧିଥିଲେ, ତାକୁ ମଧ୍ୟ ଜବତ କରାଯିବା ବାକି ଅଛି । ଏହାସହ ହତ୍ୟା ପାଇଁ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯିବ। ଏପରିକି ଯେଉଁ କାରରେ ମୃତକଙ୍କୁ ଅଣାଯାଇଥିଲା, ତାକୁ ମଧ୍ୟ ଜବତ କରାଯିବ । ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ସମ୍ବନ୍ଧରେ ସୁଶୀଲଙ୍କୁ ପଚରାଉଚରା କରାଯିବ । ଏହାସହ ପୁଲିସ୍ କୋର୍ଟଙ୍କୁ କହିଛି ଯେ ଯେଉଁ ମୋବାଇଲ୍ କ୍ଲିପ୍ ମିଳିଛି, ସେଥିରେ କୌଣସି ଗଡ଼ବଡ଼ କରାଯାଇନାହିଁ ।

ସାଗରଙ୍କ ମୃତ୍ୟୁ ମାମଲାରେ ସୁଶୀଲ ଫେରାର ଥିବାରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ଏହା ପରେ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲା। ତେବେ ସୁଶୀଲ ସରେଣ୍ଡର ନକରିବାରୁ କୋର୍ଟ ସୁଶୀଲ କୁମାରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।

The post ୬ ଦିନିଆ ରିମାଣ୍ଡକୁ ଗଲେ ଅଲିମ୍ପିଆନ୍ ରେସଲର୍ ସୁଶୀଲ କୁମାର appeared first on Odisha Reporter.

]]>
centre bottom 2021-05-23 21:24:44 https://cdn.odishareporter.in/wp-content/uploads/2021/05/23201330/sushil-kumar-3.jpg
ସୁଶୀଲ କୁମାରଙ୍କୁ ବଡ଼ ଝଟକା, କୋର୍ଟରେ ଜାମିନ୍ ଆବେଦନ ଖାରଜ https://odishareporter.in/sports/others/wrestler-sushil-kumar-anticipatory-bail-plea-dismissed-644221 Tue, 18 May 2021 14:17:00 +0000 https://odishareporter.in/?p=644221

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ରେସଲର୍ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରୁ ବଡ଼ ଝଟକା ଲାଗିଛି । କୋର୍ଟ ସୁଶୀଲ କୁମାରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ସୁଶୀଲ କୁମାରଙ୍କ ଉପରେ ଦିଲ୍ଲୀସ୍ଥିତ ଛତ୍ରସାଲ୍ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣାଙ୍କ ହତ୍ୟା ଅଭିଯୋଗ ଲାଗିଛି । ସୁଶୀଲ କୁମାରଙ୍କ ମାମଲାର ଶୁଣାଶି ବେଳେ ପୁଲିସ୍ କୋର୍ଟଙ୍କୁ କହିଛି ଯେ ଘଟଣା ମେ’ ୫ ତାରିଖର । ଦୁଇ ଯୁବକ ଫାୟାରିଂ କରିଥିଲେ […]

The post ସୁଶୀଲ କୁମାରଙ୍କୁ ବଡ଼ ଝଟକା, କୋର୍ଟରେ ଜାମିନ୍ ଆବେଦନ ଖାରଜ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ରେସଲର୍ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରୁ ବଡ଼ ଝଟକା ଲାଗିଛି । କୋର୍ଟ ସୁଶୀଲ କୁମାରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ସୁଶୀଲ କୁମାରଙ୍କ ଉପରେ ଦିଲ୍ଲୀସ୍ଥିତ ଛତ୍ରସାଲ୍ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣାଙ୍କ ହତ୍ୟା ଅଭିଯୋଗ ଲାଗିଛି ।

ସୁଶୀଲ କୁମାରଙ୍କ ମାମଲାର ଶୁଣାଶି ବେଳେ ପୁଲିସ୍ କୋର୍ଟଙ୍କୁ କହିଛି ଯେ ଘଟଣା ମେ’ ୫ ତାରିଖର । ଦୁଇ ଯୁବକ ଫାୟାରିଂ କରିଥିଲେ । ତେବେ ଫାୟାରିଂ କିଏ କଲା, ପୁଲିସକୁ ତାହା ଜଣାନାହିଁ । ପୁଲିସ୍ କହିଛି ଯେ ଘଟଣାସ୍ଥଳରୁ ଏକ ସ୍କର୍ପିଓ ମିଳିଛି, କିନ୍ତୁ କେହି ସାକ୍ଷୀ ମିଳିନାହାନ୍ତି । କୋର୍ଟ କହିଛନ୍ତି, ଯଦି ମାମଲା ଏତେ ଗୁରୁତର ନୁହେଁ, ତାହେଲେ ସୁଶୀଲ କୁମାର କାହିଁକି ଲୁଚୁଛନ୍ତି । ସୁଶୀଲ ତୁରନ୍ତ ପୁଲିସକୁ ତଦନ୍ତରେ ସହଯୋଗ କରନ୍ତୁ ।

ଅନ୍ୟପକ୍ଷରେ ସୁଶୀଲଙ୍କ ଓକିଲ କହିଛନ୍ତି, ବନ୍ଧୁକରୁ କୌଣସି ଆଘାତ ଲାଗିନାହିଁ । ଫାୟାରିଂ ଏୟାରରେ କରାଯାଇଥିଲା । ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନଥିଲା, ଏଥିପାଇଁ ଆଇସିସି ଧାରା ୩୦୨ ଲଗାଯିବା ଆବଶ୍ୟକ ନାହିଁ । ସୁଶୀଲ ଜଣେ ଅର୍ଜୁନ ପୁରସ୍କାର ବିଜେତା, ଅଲିମ୍ପିକରେ ସେ ଅନେକ ମେଡାଲ୍ ଜିତିଛନ୍ତି । କାରରୁ ଯେଉଁ ଅସ୍ତ୍ର ଜବତ ହୋଇଛି, ତାହା ସୁଶୀଲଙ୍କର ନୁହେଁ ।

ସୁଶୀଲଙ୍କ ତରଫରୁ ମାମଲା ଲଢ଼ୁଥିବା ଆଉଜଣେ ଓକିଲ କୋର୍ଟଙ୍କୁ କହିଛନ୍ତି, ପୁଲିସ୍ ସୁଶୀଲଙ୍କ ବିରୋଧରେ ମାମଲାର ହେରଫେର୍ କରିଛି । ଯେଉଁମାନେ ଆହତ ହୋଇଛନ୍ତି, ସେମାନେ ମହତ୍ତ୍ୱପୂର୍ଣ୍ଣ ସାକ୍ଷୀ । ସେମାନେ ସୁଶୀଲଙ୍କ ବିରୋଧରେ କୌରସି ବୟାନ ଦେଇନାହାନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲା। ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ। କିନ୍ତୁ ସୁଶୀଲ ଫେରାର ଥିବାରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ସୁଶୀଲଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ପରୱାନା ଜାରି କରାଯାଇଛି।

ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା ।

The post ସୁଶୀଲ କୁମାରଙ୍କୁ ବଡ଼ ଝଟକା, କୋର୍ଟରେ ଜାମିନ୍ ଆବେଦନ ଖାରଜ appeared first on Odisha Reporter.

]]>
left bottom, Sagar Dhankhar Murder case, Sushil Kumar 2021-05-24 16:54:53 https://cdn.odishareporter.in/wp-content/uploads/2021/05/18194425/sushil-kumar-2.jpg
ରେସଲର ସୁଶୀଲ କୁମାରଙ୍କୁ ପାଉନି ପୁଲିସ୍‌, ଘୋଷଣା କଲା ଲକ୍ଷେ ଟଙ୍କାର ପୁରସ୍କାର https://odishareporter.in/sports/others/delhi-police-announces-%e2%82%b9-1-lakh-reward-for-info-on-sushil-kumar-644067 Tue, 18 May 2021 04:34:40 +0000 https://odishareporter.in/?p=644067

ନୂଆଦିଲ୍ଲୀ: ଭାରତ ପାଇଁ ଅଲିମ୍ପିକ୍ସରେ ଦୁଇଥର ପଦ ଜିତିଥିବା ରେସଲର ସୁଶୀଲ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣାଙ୍କ ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ୍‌ ସୁଶୀଲ କୁମାରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ତେବେ ଏଯାଏ ତାଙ୍କ କୌଣସି ସୂଚନା ମିଳିନାହିଁ। ଏବେ ପୁଲିସ୍‌ ତାଙ୍କ ବିଷୟରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସେହିପରି ସୁଶୀଲଙ୍କ ସହଯୋଗୀ ଅଜୟଙ୍କୁ ଧରାଇ ଦେଲେ ୫୦ […]

The post ରେସଲର ସୁଶୀଲ କୁମାରଙ୍କୁ ପାଉନି ପୁଲିସ୍‌, ଘୋଷଣା କଲା ଲକ୍ଷେ ଟଙ୍କାର ପୁରସ୍କାର appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତ ପାଇଁ ଅଲିମ୍ପିକ୍ସରେ ଦୁଇଥର ପଦ ଜିତିଥିବା ରେସଲର ସୁଶୀଲ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣାଙ୍କ ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ୍‌ ସୁଶୀଲ କୁମାରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ତେବେ ଏଯାଏ ତାଙ୍କ କୌଣସି ସୂଚନା ମିଳିନାହିଁ।

ଏବେ ପୁଲିସ୍‌ ତାଙ୍କ ବିଷୟରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସେହିପରି ସୁଶୀଲଙ୍କ ସହଯୋଗୀ ଅଜୟଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ହତ୍ୟା ମାମଲାରେ ଫସିଥିବା ସୁଶୀଲ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ଆଜି ହେବାର ଅଛି।

ଦୁଇ ଦିନ ପୂର୍ବରୁ ଛତ୍ରସାଲ ଷ୍ଟାଡିୟମ ବିବାଦ ମାମଲାରେ ସୁଶୀଲ କୁମାର ଓ ଅନ୍ୟ ୬ ଜଣଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ସେହିପରି କିଛି ଦିନ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ପୁଲିସ୍‌ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା।

ସୂଚନାଯୋଗ୍ୟ, ମେ’ ୪ ତାରିଖ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିଂ ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।

The post ରେସଲର ସୁଶୀଲ କୁମାରଙ୍କୁ ପାଉନି ପୁଲିସ୍‌, ଘୋଷଣା କଲା ଲକ୍ଷେ ଟଙ୍କାର ପୁରସ୍କାର appeared first on Odisha Reporter.

]]>
left bottom, Sagar Dhankhar Murder case, Sushil Kumar 2021-05-24 16:56:29 https://cdn.odishareporter.in/wp-content/uploads/2021/05/18100222/sushil-Kumar-1.jpg
କରୋନାରେ ଆଖିବୁଜିଲେ ପୂର୍ବତନ କ୍ରୀଡ଼ାବିତ୍ ମଧୁଲିତା ରାଉତ https://odishareporter.in/sports/others/former-weightlifter-madhulita-rout-passes-away-due-to-covid19-643922 Mon, 17 May 2021 13:55:25 +0000 https://odishareporter.in/?p=643922

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଜାତୀୟ ଭରୋତ୍ତୋଳକ ତଥା ରାଉରକେଲା ଇସ୍ପାତ କାରଖାନାରେ ଲୋକ ସମ୍ପର୍କ ବିଭାଗର କର୍ମଚାରୀ  ମଧୁଲିତା ରାଉତ(୪୪)ଙ୍କର କରୋନାରେ ଦେହାନ୍ତ ହୋଇଛି। ୧୯୯୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ମଧୁଲିତା ଜାତୀୟ ସ୍ତରରେ ଡିସକସ୍ ଓ ଭରୋତ୍ତୋଳନ କ୍ରୀଡ଼ାରେ ଭାଗ ନେବା ସହ ବିଭିନ୍ନ ବର୍ଗରେ ପଦକ ଜିତିଥିଲେ। ପରେ ରାଉରକେଲା ଇସ୍ପାତ କାରଖାନାର ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିଲେ। ଆଇଜିଏଚ୍ କୋଭିଡ ହସ୍ପିଟାଲରେ ପ୍ରାୟ ଏକ ସପ୍ତାହ ଧରି ଚିକିତ୍ସାଧୀନ […]

The post କରୋନାରେ ଆଖିବୁଜିଲେ ପୂର୍ବତନ କ୍ରୀଡ଼ାବିତ୍ ମଧୁଲିତା ରାଉତ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଜାତୀୟ ଭରୋତ୍ତୋଳକ ତଥା ରାଉରକେଲା ଇସ୍ପାତ କାରଖାନାରେ ଲୋକ ସମ୍ପର୍କ ବିଭାଗର କର୍ମଚାରୀ  ମଧୁଲିତା ରାଉତ(୪୪)ଙ୍କର କରୋନାରେ ଦେହାନ୍ତ ହୋଇଛି। ୧୯୯୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ମଧୁଲିତା ଜାତୀୟ ସ୍ତରରେ ଡିସକସ୍ ଓ ଭରୋତ୍ତୋଳନ କ୍ରୀଡ଼ାରେ ଭାଗ ନେବା ସହ ବିଭିନ୍ନ ବର୍ଗରେ ପଦକ ଜିତିଥିଲେ। ପରେ ରାଉରକେଲା ଇସ୍ପାତ କାରଖାନାର ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିଲେ।

ଆଇଜିଏଚ୍ କୋଭିଡ ହସ୍ପିଟାଲରେ ପ୍ରାୟ ଏକ ସପ୍ତାହ ଧରି ଚିକିତ୍ସାଧୀନ ରହିବା ପରେ ରବିବାର ବିଳମ୍ବିତ ରାତିରେ ତାଙ୍କର ବିୟୋଗ ହୋଇ ଯାଇଥିଲା। ସୋମବାର କୋଭିଡ ନିର୍ଦ୍ଧେଶାବଳୀ ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ଏକମାତ୍ର ପୁତ୍ର ଅମିତ କୁମାର ମୁଖାଗ୍ନି ଦେଇଥିଲେ।

ଅନ୍ତର୍ଜାତୀୟ ଭରୋତ୍ତୋଳନ ଖେଳାଳି ତଥା ପ୍ରଶିକ୍ଷକ ଅଶୋକ ପ୍ରସାଦ ହେଉଛନ୍ତି ତାଙ୍କର ସ୍ୱାମୀ ଏବଂ ସେ ସ୍ଥାନୀୟ ଭବିଷ୍ୟନିଧି କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଜଣେ ଖେଳାଳି ଓ ଖେଳ ପରିବାରରୁ ଆସିଥିବା ମଧୁଲିତା ଗତ କିଛିବର୍ଷ ଧରି ପାନପୋଷ କ୍ରୀଡା ସଂଗଠନର ଆଜୀବନ ସଦସ୍ୟ ରହି ସଂଗଠନର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଆସୁଥିଲେ।

ତାଙ୍କ ଦେହାନ୍ତରେ ସଂଗଠନର ସଭାପତି ରଶ୍ମିତ ସାହାଣୀ, କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ, ଉପସଭାପତି ମହେନ୍ଦ୍ର ମିଶ୍ର, ବିଜୟ ବଡାଇକ, ନିଖିଳ ପ୍ରଧାନ, ଟି ରାଜେଶ୍ୱରୀ, କୋଷାଧ୍ୟକ୍ଷ ସୁଚିତ୍ରା ଦାସ, ସଂଗଠନ ସମ୍ପାଦକ ସତ୍ୟରଞ୍ଜନ ପଣ୍ଡା, ଉପଦେଷ୍ଟା ଅରବିନ୍ଦ ଦାସ, ଦେବକାନ୍ତ ନାୟକ, ରାଜେଶ ମହାପାତ୍ର ସଦସ୍ୟ ମଧୁର ବାଣୀ, ସ୍ୱାଗତିକା ମହାନ୍ତି, କନ୍ୟା କୁମାରୀ ସାମଲ ଓ ଗୋପୀନାଥ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଶୋକ ସମସ୍ତ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି।

The post କରୋନାରେ ଆଖିବୁଜିଲେ ପୂର୍ବତନ କ୍ରୀଡ଼ାବିତ୍ ମଧୁଲିତା ରାଉତ appeared first on Odisha Reporter.

]]>
right bottom 2021-05-17 19:57:51 https://cdn.odishareporter.in/wp-content/uploads/2021/05/17192258/madhusmita-rout.jpg
ବିଶ୍ୱର ୧ନଂ ଖେଳାଳି ଜୋକଭିଚ୍‌ଙ୍କୁ ହରାଇ ନାଡାଲ ଚାମ୍ପିୟନ https://odishareporter.in/sports/others/rafael-nadal-beats-world-no-1-novak-djokovic-643736 Mon, 17 May 2021 03:01:52 +0000 https://odishareporter.in/?p=643736

ପ୍ୟାରିସ୍‌: ଇଟାଲିଆନ ଓପନ ଜିତିଛନ୍ତି ବିଶ୍ୱର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ। ସେ ରବିବାର ଆୟୋଜିତ ଫାଇନାଲରେ ବିଶ୍ୱର ୧ନଂ ଖେଳାଳି ନୋଭାକ ଜୋକଭିଚ୍‌ଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଦୁଇ ସପ୍ତାହ ତଳେ ନାଡାଲ ନିଜର ରୋନାଲ୍ଡ ଗ୍ରାସୋ କ୍ରାଉନ ହରାଇ ଥିଲେ। ତେବେ ଇଟାଲିଆନ ଫାଇନରେ ସେ କୌଣସି ଭୁଲ କରିନାହାନ୍ତି। ବର୍ତ୍ତମାନ ବିଶ୍ୱର ୨ନଂ ସ୍ଥାନରେ ଥିବା ନାଡାଲ ଫାଇନାଲ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୭-୫, ୧-୬ […]

The post ବିଶ୍ୱର ୧ନଂ ଖେଳାଳି ଜୋକଭିଚ୍‌ଙ୍କୁ ହରାଇ ନାଡାଲ ଚାମ୍ପିୟନ appeared first on Odisha Reporter.

]]>

ପ୍ୟାରିସ୍‌: ଇଟାଲିଆନ ଓପନ ଜିତିଛନ୍ତି ବିଶ୍ୱର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ। ସେ ରବିବାର ଆୟୋଜିତ ଫାଇନାଲରେ ବିଶ୍ୱର ୧ନଂ ଖେଳାଳି ନୋଭାକ ଜୋକଭିଚ୍‌ଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଦୁଇ ସପ୍ତାହ ତଳେ ନାଡାଲ ନିଜର ରୋନାଲ୍ଡ ଗ୍ରାସୋ କ୍ରାଉନ ହରାଇ ଥିଲେ।

ତେବେ ଇଟାଲିଆନ ଫାଇନରେ ସେ କୌଣସି ଭୁଲ କରିନାହାନ୍ତି। ବର୍ତ୍ତମାନ ବିଶ୍ୱର ୨ନଂ ସ୍ଥାନରେ ଥିବା ନାଡାଲ ଫାଇନାଲ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୭-୫, ୧-୬ ଓ ୬-୩ ସେଟ୍‌ରେ ଜୋକଭିଚ୍‌ଙ୍କୁ ହରାଇଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ୨ ଘଣ୍ଟା ୪୯ ମିନିଟ୍‌ ଧରି ଲଢ଼େଇ ଦେଖିବାକୁ ମିଳିଥିଲା।

ନାଡାଲ କହିଛନ୍ତି, “୧୦ମ ଥର ପାଇଁ ଏହି ଟାଇଟଲକୁ ମୁଁ ଜିତିଥିବାରୁ ଖୁବ ଉତ୍ସାହିତ। ମୋର ମନେ ଅଛି ରୋମରେ ମୁଁ ୨୦୦୫ରେ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଥିଲି। ଏହି ସମୟରେ ମ୍ୟାଚ୍‌ ୫ ଘଣ୍ଟା ଧରି ଚାଲିଥିଲା। ଏହି ଟାଇଟଲ ଜିତିବାକୁ ମୁଁ ଚାହୁଁଥିଲି। କାରଣ ଏହା ମୋ କ୍ୟାରିୟର ପାଇଁ ଜରୁରୀ ଥିଲା।”

ସୂଚନାଯୋଗ୍ୟ, ୫୭ଥର ପାଇଁ ନାଡାଲ ଓ ଜୋକଭିଚ୍‌ ରବିବାର ପରସ୍ପରକୁ ଭେଟିଥିଲେ। ଶେଷଥର ପାଇଁ ଉଭୟ ୨୦୨୦ ଫ୍ରେଞ୍ଚ ଫାଇନାଲରେ ଲଢ଼େଇ କରିଥିଲେ। ଏଥିରେ ନାଡାଲ ବାଜିମାତ କରିଥିଲେ। ୧୭ଟି ଇଟାଲିଆନ୍‌ ଚାମ୍ପିୟନଶିପ୍‌ ମଧ୍ୟରୁ ନାଡାଲ ଓ ଜୋକଭିଚ୍‌ ପ୍ରାୟ ୧୫ଥର ଜିତିଛନ୍ତି। ତେବେ ଉଭୟ ଏହି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ୬ଥର ଭେଟିଥିବା ବେଳେ ନାଡାଲ ୪:୨ରେ ଆଗରେ ଅଛନ୍ତି।

The post ବିଶ୍ୱର ୧ନଂ ଖେଳାଳି ଜୋକଭିଚ୍‌ଙ୍କୁ ହରାଇ ନାଡାଲ ଚାମ୍ପିୟନ appeared first on Odisha Reporter.

]]>
left bottom 2021-05-17 08:31:52 https://cdn.odishareporter.in/wp-content/uploads/2021/05/17082928/Nadal.jpg
ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା https://odishareporter.in/sports/others/non-bailable-warrants-issued-against-sushil-kumar1-643552 Sun, 16 May 2021 06:00:35 +0000 https://odishareporter.in/?p=643552

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଦିଲ୍ଲୀ ପୁଲିସ୍ ଏବେ ସୁଶୀଲ କୁମାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଜାମିନବିହୀନ ପରୱାନା ଜାରି କରିଛି । ରେସଲର୍ ସାଗରଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ୍ ରେସଲର୍ ଫେରାର ହୋଇଥିବା ସୁଶୀଲ କୁମାରଙ୍କୁ ଖୋଜଛି । ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ, କିନ୍ତୁ ସୁଶୀଲ କିଛି ଦିନ ହେବ ଫେରାର ଅଛନ୍ତି […]

The post ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା appeared first on Odisha Reporter.

]]>

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଦିଲ୍ଲୀ ପୁଲିସ୍ ଏବେ ସୁଶୀଲ କୁମାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଜାମିନବିହୀନ ପରୱାନା ଜାରି କରିଛି । ରେସଲର୍ ସାଗରଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ୍ ରେସଲର୍ ଫେରାର ହୋଇଥିବା ସୁଶୀଲ କୁମାରଙ୍କୁ ଖୋଜଛି ।

ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ, କିନ୍ତୁ ସୁଶୀଲ କିଛି ଦିନ ହେବ ଫେରାର ଅଛନ୍ତି । ଯେଉଁ କାରଣରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ସୁଶୀଲଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ପରୱାନା ଜାରି କରାଯାଇଛି ।

ଛତ୍ରସାଲ ଷ୍ଟାଡିୟମରେ ଜୁନିୟର ରେସଲର୍ ସାଗର ରାଣାଙ୍କ ସହ ହୋଇଥିବା ମାରପିଟ୍ ଏବଂ ପରେ ତାଙ୍କର ହତ୍ୟା ସମୟରେ ସୁଶୀଲ କୁମାର ଓ ତାଙ୍କର କିଛି ସାଥୀ ଉପସ୍ଥିତ ଥିଲେ । ଘଟଣାସ୍ଥାନରେ ଥିବା ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭି ଫୁଟେଜ୍ ଆଧାରରେ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କୁ ସନ୍ଧାନ କରୁଛି । ପୁଲିସ୍ କିଛି ଦିନ ତଳେ ଲୁକ୍ ଆଉଟ୍ ସର୍କ୍ୟୁଲାର୍ ଅର୍ଥାତ୍ ଏଲଓସିର ନୋନିଟ୍ କରିଥିଲା । ଯାହା ପରେ ସୁଶୀଲ କୁମାର ଦେଶ ବାହାରକୁ ଯାଇପାରିବେ ନାହିଁ ।

ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା ।

The post ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା appeared first on Odisha Reporter.

]]>
left bottom, Sagar Dhankhar Murder case, Sushil Kumar 2021-05-24 16:56:47 https://cdn.odishareporter.in/wp-content/uploads/2021/05/10161809/Sushil-Kumar.jpg
ପୀୟୂଷଙ୍କ ପରେ ଆରପି ସିଂହଙ୍କ ବାପା କରୋନାରେ ଆଖି ବୁଜିଲେ https://odishareporter.in/sports/others/rp-singhs-father-dies-of-covid-19-642683 Wed, 12 May 2021 11:21:20 +0000 https://odishareporter.in/?p=642683

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ପୁଣି ଆସିଛି ଦୁଃଖ ଖବର। ପୂର୍ବତନ କ୍ରିକେଟର ଆରପି ସିଂହଙ୍କ ବାପା କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଆଜି କରୋନାରେ ବାପାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ନିଜେ ଆରପି ସିଂହ ଟ୍ୱିଟ କରି ନିଜ ଫ୍ୟାନମାନଙ୍କୁ ଅବଗତ କରାଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ଆରପିଙ୍କ ବାପା ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଟ୍ୱିଟ କରି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହ […]

The post ପୀୟୂଷଙ୍କ ପରେ ଆରପି ସିଂହଙ୍କ ବାପା କରୋନାରେ ଆଖି ବୁଜିଲେ appeared first on Odisha Reporter.

]]>

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ପୁଣି ଆସିଛି ଦୁଃଖ ଖବର। ପୂର୍ବତନ କ୍ରିକେଟର ଆରପି ସିଂହଙ୍କ ବାପା କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଆଜି କରୋନାରେ ବାପାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ନିଜେ ଆରପି ସିଂହ ଟ୍ୱିଟ କରି ନିଜ ଫ୍ୟାନମାନଙ୍କୁ ଅବଗତ କରାଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ଆରପିଙ୍କ ବାପା ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେ ଟ୍ୱିଟ କରି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହ ଜଣାଇବାକୁ ଚାହୁଁଛୁ ଯେ ମୋ ବାପା ଶିବ ପ୍ରସାଦ ସିଂହ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଆମେ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ ଯେ ଆପଣମାନେ ମୋ ବାପାଙ୍କୁ ନିଜର ଭାବନା ଓ ପ୍ରାର୍ଥନାରେ ରଖନ୍ତୁ। ଆରଆଇପି ପାପା ବୋଲି ଆରପି ସିଂହ ଟ୍ୱିଟ କରିଛନ୍ତି।


ସୋମବାର ଲେଗ ସ୍ପିନର ପୀୟୂଷ ଚାୱଲାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ଏକଥା ଚାୱଲା ଟ୍ୱିଟ କରି ସୂଚନା ଦେଇଥିଲେ। ଆଜି ଆରପି ସିଂହ ଏହି ଦୁଃଖଦ ଖବର ଜଣାଇବା ପରେ ପ୍ରଜ୍ଞାନ ଓଝା, ରେମଶ ପାୱର, ଇରଫାନ ପଠାନ, ପାର୍ଥୀବ ପଟେଲ, ସୁରେଶ ରାଇନା ଓ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଠର ହର୍ଷଲ ଗିବ୍ସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେମାନେ ଆରପି ଓ ତାଙ୍କ ପରିବାର ଲୋକଙ୍କୁ ଈଶ୍ୱର ସହିବାର ଧୈର୍ଯ୍ୟ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।


ସୂଚନାଯୋଗ୍ୟ, ଭାରତ ପାଇଁ ଆରପି ଓରଫ ରୁଦ୍ର ପ୍ରତାପ ସିଂହ ୧୪ଟି ଟେଷ୍ଟ, ୫୮ଟି ଦିନିକିଆ ଓ ୧୦ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୦୭ରେ ଭାରତ ଜିତିଥିବା ପ୍ରଥମ ଟି-୨୦ ବିଶ୍ୱକପ ଦଳରେ ଆରପି ସିଂହ ରହିଥିଲେ। ଭାରତ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୩୫ ବର୍ଷୀୟ ଦ୍ରୁତ ବୋଲର ଆରପି ୨୦୧୮ ମସିହା ସେପ୍ଟେମ୍ବର ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

The post ପୀୟୂଷଙ୍କ ପରେ ଆରପି ସିଂହଙ୍କ ବାପା କରୋନାରେ ଆଖି ବୁଜିଲେ appeared first on Odisha Reporter.

]]>
left bottom 2021-05-12 17:31:41 https://cdn.odishareporter.in/wp-content/uploads/2021/05/12165026/RP-singh.jpg
ହତ୍ୟା ମାମଲାରେ ରେସଲର ସୁଶୀଲ କୁମାରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ୍‌ ଜାରି https://odishareporter.in/sports/others/lookout-notice-issued-against-wrestler-sushil-kumar-642219 Mon, 10 May 2021 10:48:52 +0000 https://odishareporter.in/?p=642219

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଖ୍ୟାତ ରେସଲର ସୁଶୀଲ କୁମାରଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଛତ୍ରସାଲ ଷ୍ଟାଡିୟମ ହତ୍ୟାକାଣ୍ଡ ଓ ଗଣ୍ଡଗୋଳ ଘଟଣାରେ ସୁଶୀଲ କୁମାର ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହି ଘଟଣାରେ ରୁଜୁ ଏଫଆଇଆର୍‌ରେ ସୁଶୀଲ କୁମାରଙ୍କ ନାଁ ଯୋଡ଼ି ହେବା ଦିନଠାରୁ ସେ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ୍‌ ଲୁକ ଆଉଟ ନୋଟିସ୍‌ […]

The post ହତ୍ୟା ମାମଲାରେ ରେସଲର ସୁଶୀଲ କୁମାରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ୍‌ ଜାରି appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଖ୍ୟାତ ରେସଲର ସୁଶୀଲ କୁମାରଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଲୁକ ଆଉଟ ନୋଟିସ ଜାରି କରିଛି। ଛତ୍ରସାଲ ଷ୍ଟାଡିୟମ ହତ୍ୟାକାଣ୍ଡ ଓ ଗଣ୍ଡଗୋଳ ଘଟଣାରେ ସୁଶୀଲ କୁମାର ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

ଏହି ଘଟଣାରେ ରୁଜୁ ଏଫଆଇଆର୍‌ରେ ସୁଶୀଲ କୁମାରଙ୍କ ନାଁ ଯୋଡ଼ି ହେବା ଦିନଠାରୁ ସେ ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ୍‌ ଲୁକ ଆଉଟ ନୋଟିସ୍‌ ଜାରି କରିଛି।

ମଙ୍ଗଳବାଳ ଛତ୍ରସାଲ ଷ୍ଟାଡିୟମ ନିକଟ ମଡେଲ ଟାଉନ ଅଞ୍ଚଳରେ ଥିବା ଗୋଟିଏ କୋଠା ଖାଲି କରିବାକୁ ନେଇ ନେଇ ସୁଶୀଲ ଓ ତାଙ୍କ ସହଯୋଗୀମାନେ ଆଉ ଜଣେ ରେସଲରଙ୍କ ସହ ଗଣ୍ଡଗୋଳ କରିଥିଲେ। ଏହି ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ସାଗର ନାମକ ଜଣେ ୨୪ ବର୍ଷୀୟ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା।

ସାଗରଙ୍କ ଆଉ କିଛି ସହଯୋଗୀ ମଧ୍ୟ ଆହତ ହୋଇଥିଲା। ପୀଡ଼ିତଙ୍କ ପରିବାର ଲୋକଙ୍କ ବୟାନକୁ ଆଧାର କରି ପୁଲିସ୍ ମାମଲା ରୁଜୁ କରିଛି। ମଙ୍ଗଳବାର ରାତିରେ ସାଗର ଓ ତାଙ୍କର ସହଯୋଗୀମାନଙ୍କୁ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଆଣ୍ଡ କୋ ପ୍ରବଳ ମାଡ଼ ମାରିଥିବା ଅଭତଯୋଗ ହୋଇଛି।

ଏହି ଗଣ୍ଡଗୋଳ ସୁଶୀଲ, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ ଓ ଅନ୍ୟମାନଙ୍କ ମଧ୍ୟରେ ହୋଇଥିଲା। ଘଟଣା ପରଠାରୁ ପୁଲିସ୍‌ ସୁଶୀଲଙ୍କୁ ଧରିବା ପାଇଁ ଦିଲ୍ଲୀ-ଏନସିଆର ଓ ପଡ଼ୋଶୀ ରାଜ୍ୟରେ ଚଢ଼ଉ କରିବାରେ ଲାଗିଛି। ତଥାପି ସେ ଫେରାର ରହିଛନ୍ତି।

The post ହତ୍ୟା ମାମଲାରେ ରେସଲର ସୁଶୀଲ କୁମାରଙ୍କ ନାଁରେ ଲୁକ ଆଉଟ୍‌ ନୋଟିସ୍‌ ଜାରି appeared first on Odisha Reporter.

]]>
left bottom, Sagar Dhankhar Murder case, Sushil Kumar 2021-05-24 16:57:05 https://cdn.odishareporter.in/wp-content/uploads/2021/05/10161809/Sushil-Kumar.jpg
ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ https://odishareporter.in/sports/others/suryakumar-yadavs-pic-goes-viral-639949 Sat, 01 May 2021 04:12:28 +0000 https://odishareporter.in/?p=639949

ନୂଆଦିଲ୍ଲୀ: ଗୁରୁବାର ଦିନ ଆଇପିଏଲର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଥିଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଏହି ଦିନ ମୁମ୍ୱାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ତାହା ପୁଣି ପଡ଼ିଆ ବାହାରେ ଘଟିଥିବା ଏକ ଘଟଣାକୁ ନେଇ। ମ୍ୟାଚ‌୍‍ ପରେ ସୂର୍ଯ୍ୟ କୁମାର ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀଙ୍କୁ ଚୁମା ଦେଇଥିଲେ। ଆଉ ଏହାର ଫଟୋ ସୋଶାଲ‌୍‍ ମିଡିଆରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା। ସୂର୍ଯ୍ୟକୁମାର ସାମାଜିକ […]

The post ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ appeared first on Odisha Reporter.

]]>

ନୂଆଦିଲ୍ଲୀ: ଗୁରୁବାର ଦିନ ଆଇପିଏଲର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଥିଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଏହି ଦିନ ମୁମ୍ୱାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ତାହା ପୁଣି ପଡ଼ିଆ ବାହାରେ ଘଟିଥିବା ଏକ ଘଟଣାକୁ ନେଇ।

ମ୍ୟାଚ‌୍‍ ପରେ ସୂର୍ଯ୍ୟ କୁମାର ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀଙ୍କୁ ଚୁମା ଦେଇଥିଲେ। ଆଉ ଏହାର ଫଟୋ ସୋଶାଲ‌୍‍ ମିଡିଆରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା।

ସୂର୍ଯ୍ୟକୁମାର ସାମାଜିକ ଦୂରତା ରକ୍ଷା କରି ତାଙ୍କ ପତ୍ନୀଙ୍କୁ ଚୁମା ଦେଇଥିଲେ। ନା, ଆପଣମାନେ ଯେମିତି ଭାବୁଛନ୍ତି ସେମିତି ନୁହେଁ। ସେ ତାଙ୍କ ପତ୍ନୀଙ୍କୁ ଆଦୌ ଫ୍ଲାଇଂ କିସ‌୍‍ ଦେଇ ନଥିଲେ।

ସୂର୍ଯ୍ୟକୁମାର ଓ ତାଙ୍କ ପତ୍ନୀ ମଧ୍ୟରେ ଥିଲା ଏକ କାଚର କାନ୍ଥ। ଗୋଟିଏ ପାର୍ଶ୍ୱରେ ସୂର୍ଯ୍ୟକୁମାର ଥିଲେ ଓ ଅନ୍ୟ ପାଖରେ ଥିଲେ ତାଙ୍କ ପତ୍ନୀ। ଦେବୀଶା କାଚର କାନ୍ଥରେ ନିଜ ଗାଲକୁ ଲଗାଇ ଦେଇଥିଲେ ଓ ଅନ୍ୟପଟରେ ଥିବା ସୂର୍ଯ୍ୟକୁମାର ସେହି ସ୍ଥାନରେ କାଚ ଉପରେ କିସ‌୍‍ କରିଥିଲେ।

ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା। ସେହିପରି ପୂର୍ବତନ କ୍ରିକେଟର ଜାହିର ଖାନଙ୍କ ପତ୍ନୀ ସାଗରିକା ମଧ୍ୟ ଏହି ଫଟୋକୁ ଶେଆର କରିଥିଲେ।

ଗୁରୁବାର ସୂର୍ଯ୍ୟକୁର ୧୦ଟି ବଲରୁ ୧୬ ରନ ସଂଗ୍ରହ କରିଥିଲେ। ଭଲ ଆରମ୍ଭ କରିଥିଲେ ମଧ୍ୟ ଆଉ ଅଧିକ ରନ‌୍‍ କରିପାରି ନଥିଲେ। କ୍ରିସ ମୋରିସଙ୍କ ବଲରେ ଜୋଶ ବଟଲରଙ୍କ ହାତରେ ସେ କ୍ୟାଚ‌୍‍ ଆଉଟ‌୍‍ ହୋଇଥିଲେ।

ସୂଚନାଯୋଗ୍ୟ, ଆଜି ମୁମ୍ୱାଇ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସକୁ ଭଟେିବ। ଦିଲ୍ଲୀରେ ଏହି ମ୍ୟାଚ ଖେଳାଯିବ।

The post ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ appeared first on Odisha Reporter.

]]>
left bottom 2021-05-01 09:43:55 https://cdn.odishareporter.in/wp-content/uploads/2021/05/01094108/surya-kumar.jpg
ବିଷ୍ଣୁ ବିଶାଲଙ୍କ ହାତ ଧରିଲେ ଜ୍ୱଲା ଗୁଟ୍ଟା https://odishareporter.in/sports/others/vishnu-vishal-marries-jwala-gutta-637840 Thu, 22 Apr 2021 15:48:44 +0000 https://odishareporter.in/?p=637840

ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲଙ୍କୁ ଆଜି ବିବାହ କରିଛନ୍ତି ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା। ହାଇଦ୍ରାବାଦର ଗୋଟିଏ ହୋଟେଲରେ ଉଭୟଙ୍କ ପରିବାର ସଦସ୍ୟ ଓ କିଛି ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ସି ଗ୍ରୀନ ଓ ନାଲି ଶାଢ଼ିରେ ଜ୍ୱାଲା ଝଟକୁ ଥିବା ବେଳେ ବିଷ୍ଣୁ ଧଳା ଶାର୍ଟ ସହ ଧୋତି ପିନ୍ଧିଥିଲେ। ଗତକାଲି ଠାରୁ ହିଁ ପ୍ରି ୱେଡିଂ କାର୍ଯ୍ୟକ୍ରମ ମେହେନ୍ଦିରୁ ଆରମ୍ଭ ହୋଇଥିଲା। ଉଭୟ ବିବାହ ବନ୍ଧନରେ […]

The post ବିଷ୍ଣୁ ବିଶାଲଙ୍କ ହାତ ଧରିଲେ ଜ୍ୱଲା ଗୁଟ୍ଟା appeared first on Odisha Reporter.

]]>

ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲଙ୍କୁ ଆଜି ବିବାହ କରିଛନ୍ତି ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା। ହାଇଦ୍ରାବାଦର ଗୋଟିଏ ହୋଟେଲରେ ଉଭୟଙ୍କ ପରିବାର ସଦସ୍ୟ ଓ କିଛି ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ସି ଗ୍ରୀନ ଓ ନାଲି ଶାଢ଼ିରେ ଜ୍ୱାଲା ଝଟକୁ ଥିବା ବେଳେ ବିଷ୍ଣୁ ଧଳା ଶାର୍ଟ ସହ ଧୋତି ପିନ୍ଧିଥିଲେ।

ଗତକାଲି ଠାରୁ ହିଁ ପ୍ରି ୱେଡିଂ କାର୍ଯ୍ୟକ୍ରମ ମେହେନ୍ଦିରୁ ଆରମ୍ଭ ହୋଇଥିଲା। ଉଭୟ ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଦୀର୍ଘ ଦିନ ହେଲାଣି ବିଷ୍ଣୁ ଓ ଜ୍ୱାଲାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରସ୍ପରକୁ ଡେଟିଂ ମଧ୍ୟ କରୁଥିଲେ।


ଗତକାଲି ଉଭୟଙ୍କ ମେହେନ୍ଦି ବେଳର ଏକାଧିକ ଫଟୋ ସାମ୍ନାକୁ ଆସିଥିଲା। ଆଜି ବାହାଘର ପରେ ଫଟୋ ସାମ୍ନାକୁ ଆସିଛି। ଗତବର୍ଷ ସେପ୍ଟେମ୍ବର ୯ରେ ବିଷ୍ଣୁ ଫିଲ୍ମ ଷ୍ଟାଇଲ୍‌ରେ ଜ୍ୱାଲାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ସମୟରେ ସେ ତାଙ୍କୁ ମୁଦି ମଧ୍ୟ ପିନ୍ଧାଇଥିଲେ। ଜ୍ୱାଲାଙ୍କ ବୟସ ୩୭ ହୋଇଥିବା ବେଳେ ବିଷ୍ଣୁଙ୍କ ବୟସ ୩୬। ସେହିପରି ଜ୍ୱାଲାଙ୍କର ଏହା ଦ୍ୱିତୀୟ ବିବାହ।


୨୦୦୫ରେ ତାଙ୍କର ବିବାହ ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କ ସହ ହୋଇଥିଲା। ତେବେ ୨୦୧୧ରେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଜ୍ୱାଲା ହାଇଦ୍ରାବାଦରେ ରହି ସେଠାରେ ଗୋଟିଏ ବ୍ୟାଡମିଣ୍ଟନ କୋଚିଂ ସେଣ୍ଟର ଖୋଲିଛନ୍ତି। ଅନ୍ୟପକ୍ଷରେ ବିଷ୍ଣୁ ଏକାଧିକ ତାମିଲ ଫିଲ୍ମରେ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

The post ବିଷ୍ଣୁ ବିଶାଲଙ୍କ ହାତ ଧରିଲେ ଜ୍ୱଲା ଗୁଟ୍ଟା appeared first on Odisha Reporter.

]]>
left bottom 2021-04-22 21:18:44 https://cdn.odishareporter.in/wp-content/uploads/2021/04/22211808/Vishnu-Vishal.jpg
ସ୍ୱସ୍ତିଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ https://odishareporter.in/sports/others/cm-naveen-patnaik-felicitates-ace-odisha-cyclist-national-record-holder-swasti-singh-633618 Wed, 07 Apr 2021 15:59:56 +0000 https://odishareporter.in/?p=633618

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ସାଇକ୍ଲିଷ୍ଟ ସ୍ୱସ୍ତି ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସ୍ୱସ୍ତିଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ୱସ୍ତିଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱସ୍ତିଙ୍କ ସଫଳତାର ଯୁବବର୍ଗ ଓ ଦେଶର ବହୁ ସାଇକ୍ଲିଷ୍ଟଙ୍କୁ ପ୍ରେରିତ କରିବ। ବିଶେଷ କରି ମହିଳାମାନଙ୍କୁ ସ୍ୱସ୍ତିଙ୍କ ସଫଳତା ଅଧିକ ପ୍ରେରଣା ଯୋଗାଇବ। ଆମେ ସମସ୍ତେ ସ୍ୱସ୍ତିଙ୍କ ସଫଳତା ପାଇଁ ଗର୍ବିତ। ଆଗାମୀ […]

The post ସ୍ୱସ୍ତିଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ସାଇକ୍ଲିଷ୍ଟ ସ୍ୱସ୍ତି ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସ୍ୱସ୍ତିଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ୱସ୍ତିଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱସ୍ତିଙ୍କ ସଫଳତାର ଯୁବବର୍ଗ ଓ ଦେଶର ବହୁ ସାଇକ୍ଲିଷ୍ଟଙ୍କୁ ପ୍ରେରିତ କରିବ। ବିଶେଷ କରି ମହିଳାମାନଙ୍କୁ ସ୍ୱସ୍ତିଙ୍କ ସଫଳତା ଅଧିକ ପ୍ରେରଣା ଯୋଗାଇବ। ଆମେ ସମସ୍ତେ ସ୍ୱସ୍ତିଙ୍କ ସଫଳତା ପାଇଁ ଗର୍ବିତ। ଆଗାମୀ ଦିନରେ ସେ ଦୁନିଆର ସାଇକ୍ଲିଂ ସୁପରଷ୍ଟାର୍ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଭଳି ପ୍ରୋତ୍ସାହନ ପାଇ ସ୍ୱସ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବର୍ତ୍ତମାନ ନୂଆଦିଲ୍ଲୀର ଜାତୀୟ ସାଇକ୍ଲିଂ ଏକାଡେମୀରେ ଟ୍ରେନିଂ ନେଉଥିବା ସ୍ୱସ୍ତି ରାଜ୍ୟ ତଥା ଦେଶର ଉଦୀୟମାନ ସାଇକ୍ଲିଷ୍ଟ। ଗତବର୍ଷ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ସେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଥିଲେ। ନିକଟରେ ନଭି ମୁମ୍ବାଇରେ ଆୟୋଜିତ ୨୫ତମ ଜାତୀୟ ରୋଡ୍ ସାଇକ୍ଲିଂ ଚାମ୍ପିୟନଶିପରେ ସ୍ୱସ୍ତି ଡବଲ୍ ଉପଲବ୍ଧି ଅର୍ଜନ କରିଥିଲେ।

ସ୍ୱସ୍ତି ଚାମ୍ପିୟନଶିପର ୩ହଜାର ମିଟର୍ ଇଣ୍ଡିଭିଜୁଆଲ ପର୍ସୁଟ୍ ବର୍ଗରେ ୪:୦୫.୫୪୭ ସେକେଣ୍ଡ ସମୟରେ ନୂଆ ଜାତୀୟ ରେକର୍ଡ ସ୍ଥାପନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାସହ ସେ ୬୦ କିମି ରୋଡ୍ ମାସ ଷ୍ଟାର୍ଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ହାଇଦ୍ରାବାଦର ଓସମାନିଆ ୟୁନିଭର୍ସିଟିରେ ଆୟୋଜିତ ୭୨ତମ ଜାତୀୟ ଟ୍ରାକ୍ ସାଇକ୍ଲିଂ ଚାମ୍ପିୟନଶିପରେ ସ୍ୱସ୍ତି ୧୦ କିମି ସ୍କ୍ରାଚ୍ ରେସ୍ ଓ ୨୦ କିମି ପଏଣ୍ଟ ରେସରେ ରୌପ୍ୟ ପଦକ ଜିତିଥିଲେ।

The post ସ୍ୱସ୍ତିଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.

]]>
right bottom 2021-04-08 15:19:58 https://cdn.odishareporter.in/wp-content/uploads/2021/04/07212600/swasti-singh-and-CM-Naveen-.jpg
କଥା ଦେଇ ରଖିଲେ ଆନନ୍ଦ ମହିନ୍ଦ୍ରା, ନଟରାଜନଙ୍କୁ ଦେଲେ ସ୍ପେଶାଲ ଗିଫ୍ଟ https://odishareporter.in/sports/others/t-natarajan-thanks-anand-mahindra-for-thar-suv-632037 Thu, 01 Apr 2021 16:27:07 +0000 https://odishareporter.in/?p=632037

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ଲଗାତର ଦ୍ୱିତୀୟଥର ଟିମ ଇଣ୍ଡିଆ ଟେଷ୍ଟ ସିରିଜରେ ହରାଇ ଇତିହାସ ରଚିଥିଲା। ଗାବାରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ ହୋଇଥିଲା। ଏହି ଐତିହାସିକ ସଫଳତା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଭାରତୀୟ ଟିମର ୬ ଖେଳାଳିଙ୍କୁ ୬ ମହିନ୍ଦ୍ରା ଥାର ଏସୟୁଭି ଉପହାର ସ୍ୱରୂପ ଦେବା ପାଇଁ ଘୋଷଣା କରିଥିଲେ। ଆନନ୍ଦ ମହିନ୍ଦ୍ରା ଏବେ ନିଜର ପ୍ରତିଶ୍ରୁତି ପୂରଣ କରି ଭାରତୀୟ ପେସ୍ […]

The post କଥା ଦେଇ ରଖିଲେ ଆନନ୍ଦ ମହିନ୍ଦ୍ରା, ନଟରାଜନଙ୍କୁ ଦେଲେ ସ୍ପେଶାଲ ଗିଫ୍ଟ appeared first on Odisha Reporter.

]]>

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ଲଗାତର ଦ୍ୱିତୀୟଥର ଟିମ ଇଣ୍ଡିଆ ଟେଷ୍ଟ ସିରିଜରେ ହରାଇ ଇତିହାସ ରଚିଥିଲା। ଗାବାରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ ହୋଇଥିଲା। ଏହି ଐତିହାସିକ ସଫଳତା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଭାରତୀୟ ଟିମର ୬ ଖେଳାଳିଙ୍କୁ ୬ ମହିନ୍ଦ୍ରା ଥାର ଏସୟୁଭି ଉପହାର ସ୍ୱରୂପ ଦେବା ପାଇଁ ଘୋଷଣା କରିଥିଲେ।

ଆନନ୍ଦ ମହିନ୍ଦ୍ରା ଏବେ ନିଜର ପ୍ରତିଶ୍ରୁତି ପୂରଣ କରି ଭାରତୀୟ ପେସ୍ ବୋଲର ଟି. ନଟରାଜନଙ୍କୁ ଗାଡ଼ି ଗିଫ୍ଟ କରିଛନ୍ତି। ଖୋଦ୍ ନଟରାଜନ୍ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି। ଏହି ଗାଡ଼ିର ରିଟର୍ଣ୍ଣ ଗିଫ୍ଟ ଆକାରରେ ନଟରାଜନ୍ ଆନନ୍ଦ ମହିନ୍ଦ୍ରାଙ୍କୁ ଗାବା ଟେଷ୍ଟରେ ପିନ୍ଧିଥିବା ନିଜର ଜର୍ସିକୁ ସ୍ୱାକ୍ଷର କରି ଦେଇଛନ୍ତି।

ନଟରାଜନ ଟ୍ୱିଟ୍ କରି କହିଛନ୍ତି, ଭାରତ ପାଇଁ ମୋ କ୍ୟାରିୟରର ସବୁଠାରୁ ବଡ଼ ମୁହୂର୍ତ୍ତ। ଏହି ଯାତ୍ରାରେ ଆଗକୁ ବଢ଼ିବା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହି ଅଭିଯାନରେ ମୋତେ ଯେଉଁ ଭଲପାଇବା ଓ ସ୍ନେହ ମିଳିଛି, ତାକୁ ପାଇଁ ମୁଁ ଅଭିଭୂତ। ଲୋକଙ୍କ ସମର୍ଥନ ଓ ପ୍ରୋତ୍ସାହନ ମୋତେ ଆଗକୁ ବଢ଼ିବାରେ ସହାୟକ ହେବ।

ଆଉ ଏକ ଟ୍ୱିଟରେ ନଟରାଜନ ଲେଖିଛନ୍ତି, ମୁଁ ଆଜି ସୁନ୍ଦର ମହିନ୍ଦ୍ରା ଥାର ଚଲାଇ ଘରକୁ ଆସିଛି। ମୁଁ ଶ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଉଛି, ଯିଏ ମୋ ଯାତ୍ରାକୁ ଭଲଭାବେ ଜାଣିବା ସହ ମୋର ଆତ୍ମବିଶ୍ୱାସ ବଢ଼ାଇଛନ୍ତି। କ୍ରିକେଟ୍‌ ପାଇଁ ଆପଣଙ୍କ ଭଲପାଇବା ବହୁତ ଉଚ୍ଚରେ। ଆପଣଙ୍କୁ ଗାବା ଟେଷ୍ଟରେ ମୁଁ ପିନ୍ଧିଥିବା ଶର୍ଟକୁ ସାଇନ୍ କରି ଦେଉଛି।

ସୂଚନାଯୋଗ୍ୟ, ଆନନ୍ଦ ମହିନ୍ଦ୍ରା ଯେଉଁ ୬ ଭାରତୀୟ ଖେଳାଳିଙ୍କୁ ମହିନ୍ଦ୍ରା ଥାର ଦେବାକୁ ନିଷ୍ପତ୍ତି ନେଇଥିଲେ, ସେଥି ମଧ୍ୟରେ ଅଷ୍ଟ୍ରେଲିଆରେ ଡେବ୍ୟୁ କରିଥିବା ମହମ୍ମଦ ସିରାଜ, ଟି. ନଟରାଜନ୍, ଶାର୍ଦ୍ଦୁଲ ଠାକୁର, ୱାଶିଂଟନ୍ ସୁନ୍ଦର, ଶୁବମନ୍ ଗିଲ୍ ଓ ନବଦୀପ ସାଇନି ସାମିଲ୍‌ ଅଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ ୪ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ଇତିହାସ ରଚିଥିଲା।

The post କଥା ଦେଇ ରଖିଲେ ଆନନ୍ଦ ମହିନ୍ଦ୍ରା, ନଟରାଜନଙ୍କୁ ଦେଲେ ସ୍ପେଶାଲ ଗିଫ୍ଟ appeared first on Odisha Reporter.

]]>
left bottom 2021-04-03 18:40:35 https://cdn.odishareporter.in/wp-content/uploads/2021/04/01215557/anand-mahindra-and-t-natarajan.jpg
କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କରୋନା https://odishareporter.in/sports/others/sachin-tendulkar-test-positive-630683 Sat, 27 Mar 2021 05:09:56 +0000 https://odishareporter.in/?p=630683

ମୁମ୍ବାଇ: ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ କରାଇଥିବା କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଆଜି ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ କହିଛନ୍ତି। ସଚିନ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ କହିଛନ୍ତି, […]

The post କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କରୋନା appeared first on Odisha Reporter.

]]>

ମୁମ୍ବାଇ: ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ କରାଇଥିବା କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଆଜି ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ଏବେ ହୋମ କ୍ୱାରେଣ୍ଟାଇନରେ ଥିବା ମଧ୍ୟ କହିଛନ୍ତି। ସଚିନ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

ସେ କହିଛନ୍ତି, “କରୋନାକୁ ଦୂରେଇ ରଖିବା ପାଇଁ ମୁଁ ସବୁ ପ୍ରକାରର ଟେଷ୍ଟିଂ ଓ ପଦକ୍ଷେପ ଆପଣାଇ ଚାଲିଛି। ତଥାପି ମୋ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋ ଶରୀରରେ ବହୁତ ସାମାନ୍ୟ‌ ଲକ୍ଷଣ ଦେଖାଯାଇଛି। ଆମ ଘରର ବାକି ସମସ୍ତ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

ମୁଁ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଘରେ କ୍ୱାରେଣ୍ଟାଇନରେ ରହିଛି। ଏଥିସହ ଡାକ୍ତର ଦେଇଥିବା ସମସ୍ତ ପରାମର୍ଶକୁ ମାନୁଛି। ମୋତେ ସହଯୋଗ କରୁଥିବା ଦେଶର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ।”


ସଚିନଙ୍କୁ ନିକଟରେ ରାୟପୁରରେ ଚାଲିଥିବା ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଦେଖାବାକୁ ମିଳିଥିଲା। କ୍ରିକେଟର ଭେଟରାନମାନଙ୍କୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଚାମ୍ପିୟନ ହୋଇଥିଲା। ଇଣ୍ଡିଆ ଲିଜେଣ୍ଡ୍ସର କମାଣ ସଚିନ ତେନ୍ଦୁଲକର ଧରିଥିଲେ। ଟୁର୍ଣ୍ଣାମେଣ୍ଟରେ ସଚିନଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବର୍ଷା ହୋଇଥିଲା।

ସୂଚନାଯୋଗ୍ୟ, ଦିନକୁ ଦିନ ଦେଶରେ କରୋନା ସ୍ଥିତି ପୁଣି ବେକାକୁ ହେବାକୁ ବସିଲାଣି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଯେଉଁଭଳି ଭାବେ କରୋନା ତା’ର ଫଁ ଦେଖାଉଥିଲା ଏବେ ମଧ୍ୟ ଅନରୂପ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ପ୍ରାୟ ୧୬୫ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୬୦ ହଜାର ପାର୍‌ କରିଛି। ସେହିପରି ଦିନକରେ କରୋନା ୨୯୧ ଜଣଙ୍କ ମୁଣ୍ଡ ନେଇଛି। ସେପଟେ କରୋନାର ଦ୍ୱିତୀୟ ଲହର ୧୦୦ ଦିନ ଧରି ଭାରତକୁ କଲବଲ କରିବ ବୋଲି ବିଶେଷଜ୍ଞମାନେ କହିବା ପରେ ଲୋକଙ୍କ ଛାତିରେ ଛନକା ପଶିଛି।

The post କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କରୋନା appeared first on Odisha Reporter.

]]>
centre bottom, sachin Tendulkar 2021-03-27 11:20:28 https://cdn.odishareporter.in/wp-content/uploads/2021/03/27103907/sachin-1.jpg
ବାହାଘର ପରେ ପ୍ରଥମଥର ଷ୍ଟୁଡିଓକୁ ଫେରିଲେ ବୁମ୍ରାଙ୍କ ପତ୍ନୀ, ଦେଖନ୍ତୁ ଦୃଶ୍ୟ https://odishareporter.in/sports/others/bumrahs-wife-sanjana-ganesan-back-to-work-630462 Fri, 26 Mar 2021 08:26:40 +0000 https://odishareporter.in/?p=630462

ପୁଣେ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପତ୍ନୀ ସଞ୍ଜନା ଗାନେସାନ ବିବାହ ପରେ ଆଜି ପ୍ରଥମ ଥର ଟିଭି ପରଦାକୁ ଆସିଛନ୍ତି। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଆୟୋଜିତ ପ୍ରି-ମ୍ୟାଚ୍‌ ଶୋ’ରେ ସେ ଆଙ୍କରିଂ କରୁଥିବା ଦେଖିବାକୁ ମିଳିଛି। ଏହି ଶୋ’ଟି ଷ୍ଟାରସ୍ପୋର୍ଟରେ ପ୍ରସାରିତ ହୋଇଛି। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ଦୁଇ ଭେଟରାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଓ ଇରଫାନ ପଠାନ ସାମିଲ ଥିଲେ। […]

The post ବାହାଘର ପରେ ପ୍ରଥମଥର ଷ୍ଟୁଡିଓକୁ ଫେରିଲେ ବୁମ୍ରାଙ୍କ ପତ୍ନୀ, ଦେଖନ୍ତୁ ଦୃଶ୍ୟ appeared first on Odisha Reporter.

]]>

ପୁଣେ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପତ୍ନୀ ସଞ୍ଜନା ଗାନେସାନ ବିବାହ ପରେ ଆଜି ପ୍ରଥମ ଥର ଟିଭି ପରଦାକୁ ଆସିଛନ୍ତି। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଆୟୋଜିତ ପ୍ରି-ମ୍ୟାଚ୍‌ ଶୋ’ରେ ସେ ଆଙ୍କରିଂ କରୁଥିବା ଦେଖିବାକୁ ମିଳିଛି।

ଏହି ଶୋ’ଟି ଷ୍ଟାରସ୍ପୋର୍ଟରେ ପ୍ରସାରିତ ହୋଇଛି। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ଦୁଇ ଭେଟରାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଓ ଇରଫାନ ପଠାନ ସାମିଲ ଥିଲେ। ପ୍ରଥମ ଇନିଂସ୍‌ ପରେ ସେ ପୁଣି ଶୋ’ରେ ଏକ୍ସପର୍ଟଙ୍କ ସହ ମ୍ୟାଚ୍‌ ସମ୍ପର୍କରେ ଆଲୋଚନା କରିବେ।

ମାର୍ଚ୍ଚ ୧୫ରେ ବୁମ୍ରା ଗୋଆରେ ସଞ୍ଜନାଙ୍କୁ ବିବାହ କରିଥିଲେ। ଏଥିରେ କରୋନା କଟକଣା କାରଣରୁ ବହୁତ କମ ଲୋକ ଯୋଗଦେଇଥିଲେ। ବାହାଘର ପାଇଁ ବୁମ୍ରା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ଛୁଟି ନେଇଥିଲେ। ତାଙ୍କୁ ଟି-୨୦ ଓ ଦିନିକିଆରେ ବିଶ୍ରାମ ଦିଆଯାଇଛି। ଏହି ସମୟରେ ସେ ସ୍ପୋର୍ଟସ ଆଙ୍କର ସଞ୍ଜନାଙ୍କୁ ବିବାହ କରିଥିଲେ।


ବୁମ୍ରା କ୍ରିକେଟରୁ ଛୁଟି ନେଇଥିଲେ ହେଁ ବାହାଘରର ୧୦ ଦିନ ପରେ ସଞ୍ଜନା ଟିଭିରେ ଆଙ୍କରିଂ କରିବା ଆରମ୍ଭ କରିଛନ୍ତି। ବାହାଘର ପୂର୍ବରୁ ମଧ୍ୟ ସେ ଷ୍ଟାରସ୍ପୋର୍ଟସରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ।

ସେ ଆଜି ଆଙ୍କରିଂ କରିବା ବେଳର ଫଟୋକୁ ଜଣେ ଟ୍ୱିଟର ବ୍ୟବହାରକାରୀ ପୋଷ୍ଟ କରିଛନ୍ତି। ଏହି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ବୁମ୍ରା ଓ ସଞ୍ଜନା ନିଜର ସମ୍ପର୍କକୁ ବେଶ ଗୁପ୍ତ ରଖିଥିଲେ। ବାହାଘର ପରେ ହିଁ ବୁମ୍ରା ନିଜ ସୋଶାଲ ମିଡିଆରେ ସେ ସଞ୍ଜନାଙ୍କୁ ବିବାହ କରିଥିବା କଥା କହିଥିଲେ।

ଏହି ସମୟରେ ସେ ବାହାଘର ବେଳର ଫଟୋ ମଧ୍ୟ ଶେୟାର କରିଥିଲେ। ବାହାଘରର କିଛି ଦିନ ପରେ ବୁମ୍ରା ଓ ସଞ୍ଜନା ରୋମାଣ୍ଟିକ ଅନ୍ଦାଜର ଫୋଟ ପୋଷ୍ଟ କରି ପରସ୍ପର ମଧ୍ୟରେ ଥିବା ଭଲ ପାଇବାକୁ ଫ୍ୟାନମାନଙ୍କ ଶେୟାର କରିଥିଲେ।

The post ବାହାଘର ପରେ ପ୍ରଥମଥର ଷ୍ଟୁଡିଓକୁ ଫେରିଲେ ବୁମ୍ରାଙ୍କ ପତ୍ନୀ, ଦେଖନ୍ତୁ ଦୃଶ୍ୟ appeared first on Odisha Reporter.

]]>
left bottom 2021-03-26 13:56:40 https://cdn.odishareporter.in/wp-content/uploads/2021/03/26135533/Bumrah.jpg
ଭାଇରାଲ ହେଉଛି ଯୁବରାଜଙ୍କ ନୂଆ ଲୁକ୍‌ https://odishareporter.in/sports/others/yuvraj-singhs-new-look-takes-social-media-by-storm-630403 Fri, 26 Mar 2021 05:12:11 +0000 https://odishareporter.in/?p=630403

ନୂଆଦିଲ୍ଲୀ: ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଥିବା କ୍ରିକେଟର ଯୁବରାଜ ସିଂହଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କ୍ରିକେଟକୁ ନୁହେଁ ବରଂ ତାଙ୍କ ନୂଆ ଲୁକ୍‌କୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନୂଆ ଲୁକ୍‌ରେ ଯୁବରାଜ ସିଂହ ସଂପୂର୍ଣ୍ଣ ଭିନ୍ନ ଲାଗୁଛନ୍ତି। ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର ଜଣଙ୍କ ଲକଡାଉନ ବେଳେ ନିଜ କେଶକୁ ବଢ଼ାଇଥିଲେ। ଏବେ ସେ ନୂଆ ହେୟାର ଷ୍ଟାଇଲ ସହ ସାମ୍ନାକୁ ଆସିଛନ୍ତି। ଯୁବରାଜଙ୍କୁ […]

The post ଭାଇରାଲ ହେଉଛି ଯୁବରାଜଙ୍କ ନୂଆ ଲୁକ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଥିବା କ୍ରିକେଟର ଯୁବରାଜ ସିଂହଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କ୍ରିକେଟକୁ ନୁହେଁ ବରଂ ତାଙ୍କ ନୂଆ ଲୁକ୍‌କୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନୂଆ ଲୁକ୍‌ରେ ଯୁବରାଜ ସିଂହ ସଂପୂର୍ଣ୍ଣ ଭିନ୍ନ ଲାଗୁଛନ୍ତି।

ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର ଜଣଙ୍କ ଲକଡାଉନ ବେଳେ ନିଜ କେଶକୁ ବଢ଼ାଇଥିଲେ। ଏବେ ସେ ନୂଆ ହେୟାର ଷ୍ଟାଇଲ ସହ ସାମ୍ନାକୁ ଆସିଛନ୍ତି। ଯୁବରାଜଙ୍କୁ ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଆଲିକ ହାକିମ ଏହି ନୂଆ ଲୁକ୍ ଦେଇଛନ୍ତି। ହଳଦିଆ ଚଷମା, ନୂଆ ହେୟାର ଷ୍ଟାଇଲ ଓ ରାପ୍‌ ଭଳି ପୋଜ୍‌ରେ ଯୁବରାଜ ପୂର୍ବତୁଳନାରେ ବେଶ ଅଲଗା ଲାଗୁଛନ୍ତି।

 

View this post on Instagram

 

A post shared by Yuvraj Singh (@yuvisofficial)


ଯୁବରାଜ ଏହି ଫଟୋ ପୋଷ୍ଟ କରିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଯୁବରାଜଙ୍କ ପୂର୍ବତନ ସାଥୀ ଖେଳାଳି ଶିଖର ଧୱନ, ଇରଫାନ ପଠାନ ଓ ବଲିଉଡ ଅଭିନେତ୍ରୀ କିମ ଶର୍ମା ପ୍ରମୁଖ କମେଣ୍ଟ ଦେଇଛନ୍ତି।

ଭାରତର ଷ୍ଟାର ପପ୍ ସିଙ୍ଗର ବାଦଶାହଙ୍କ ଭଳି ଯୁବରାଜ ପୂରା ଦେଖା ଯାଉଥିବା ଧୱନ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ପାଜି ପୂରା ବାଦଶାହଙ୍କ ପରି ଦେଖାଯାଉଛ।”

ଯୁବରାଜ ନିକଟରେ ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଖେଳୁଥିଲେ। ଏହି ଟୁର୍ଣ୍ଣାମେଣ୍ଟର ୬ଟି ଇନିଂସରେ ସେ ୧୯୪ ରନ୍ ସଂଗ୍ରହ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ୫୨ ରନ୍‌ର ଇନିଂସ୍‌ ଖେଳି ନିଜ ଜଲୱାରେ ପ୍ରଦର୍ଶନ କରିଥିଲେ।

ଏଥିସହ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଯୁବରାଜ ଅପରାଜିତ ୪୯ ଓ ଶ୍ରୀଲଙ୍କା ବିପକ୍ଷ ଲିଜେଣ୍ଡ୍ସ ବିପକ୍ଷ ଫାଇନାଲ୍‌ରେ ୬୦ ରନ୍‌ କରିଥିଲେ।

The post ଭାଇରାଲ ହେଉଛି ଯୁବରାଜଙ୍କ ନୂଆ ଲୁକ୍‌ appeared first on Odisha Reporter.

]]>
left bottom 2021-03-26 10:42:11 https://cdn.odishareporter.in/wp-content/uploads/2021/03/26104131/Yuvraj-Singh-1.jpg
ଆଇଏସଏସଏଫ ବିଶ୍ୱକପ୍‌: ୩ ଶୁଟର କରୋନାରେ ଆକ୍ରାନ୍ତ https://odishareporter.in/sports/others/3-shooter-test-positive-in-issf-world-cup-628736 Sat, 20 Mar 2021 07:21:11 +0000 https://odishareporter.in/?p=628736

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଆଇଏସଏସଏଫ ବିଶ୍ୱକପ ଶୁଟିଂରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ଭାଗ ନେଇଥିବା ଜଣଙ୍କ ପରେ ଜଣେ ଶୁଟର କରୋନାରେ ଆକ୍ରାନ୍ତ ହେଉଥିବାରୁ ଆୟୋଜକଙ୍କ ଚିନ୍ତା ବଢ଼ିଛି। ଏହିକ୍ରମରେ ଆଜି ଆଉ ୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନ୍ୟାଶନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଏହି ସୂଚନା ମିଳିଛି। ୩ ଶୁଟରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ହୋଟେଲ […]

The post ଆଇଏସଏସଏଫ ବିଶ୍ୱକପ୍‌: ୩ ଶୁଟର କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଆଇଏସଏସଏଫ ବିଶ୍ୱକପ ଶୁଟିଂରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ଭାଗ ନେଇଥିବା ଜଣଙ୍କ ପରେ ଜଣେ ଶୁଟର କରୋନାରେ ଆକ୍ରାନ୍ତ ହେଉଥିବାରୁ ଆୟୋଜକଙ୍କ ଚିନ୍ତା ବଢ଼ିଛି। ଏହିକ୍ରମରେ ଆଜି ଆଉ ୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନ୍ୟାଶନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଏହି ସୂଚନା ମିଳିଛି।

୩ ଶୁଟରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ହୋଟେଲ ରୁମ୍‌ରେ ହିଁ ଆସୋଲେସନରେ ରଖାଯାଇଛି। ସେହିପରି ଏହି ୩ ଶୁଟରଙ୍କ ସହ ରୁମ ଶେୟାର କରିଥିବା ପ୍ରତିଯୋଗୀଙ୍କର କରୋନା ଟେଷ୍ଟ କରାଯାଇଛି। ସେମାନେ ମଧ୍ୟ ଆଇସୋଲେସନରେ ରହିଛନ୍ତି। କିନ୍ତୁ ସେମାନଙ୍କର ଟେଷ୍ଟ ରିପୋର୍ଟ ଏଯାଏ ଆସିନାହିଁ।

ସୂତ୍ର ଅନୁସାରେ, ୩ ଜଣ କରୋନା ଆକ୍ରାନ୍ତ ଶୁଟରଙ୍କ ମଧ୍ୟରୁ ୨ ଜଣ ଭାରତୀୟ କଣ୍ଟିଜେଣ୍ଟର ସଦସ୍ୟ। ହେଲେ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ଯାଇନାହିଁ।

ଗୁରୁବାର ଆଇଏସଏସଏଫ ବିଶ୍ୱକପରେ ଭାଗ ନେଇଥିବା ଜଣେ ଅନ୍ତର୍ଜାତୀୟ ସ୍ତରର ଶୁଟର କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏବେ ହସ୍ପିଟାଲରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି।

The post ଆଇଏସଏସଏଫ ବିଶ୍ୱକପ୍‌: ୩ ଶୁଟର କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>
left bottom 2021-03-20 12:51:11 https://cdn.odishareporter.in/wp-content/uploads/2021/03/20124943/Shooting.jpg
ପତ୍ନୀଙ୍କ ସହ ଫଟୋ ଶେୟାର କଲେ ବୁମ୍ରା, କହିଲେ ଏମିତି କଥା https://odishareporter.in/sports/others/jasprit-bumrah-shares-photos-with-wife-sanjana-628466 Fri, 19 Mar 2021 07:49:17 +0000 https://odishareporter.in/?p=628466

ନୂଆଦିଲ୍ଲୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଜି ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ବୁମ୍ରାଙ୍କ ସହ ତାଙ୍କ ପତ୍ନୀ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ମଧ୍ୟ ରହିଛନ୍ତି। ଦୁହେଁ ବେଶ୍‌ ରୋମାଣ୍ଟିକ ଅନ୍ଦାଜରେ ହାତ ଧରାଧରି ହୋଇ ଚାଲିଚାଲି ଆସୁଥିବା ବେଳେ ବନ୍ଧୁ ଓ ପରିବାର ବର୍ଗ ସେମାନଙ୍କୁ ଝିରିଝିରି ବାଣରେ ସ୍ୱାଗତ କରିଛନ୍ତି। ସେ ଫଟୋ ଶେୟାର କରି ଅତ୍ୟନ୍ତ ଚମତ୍କାର […]

The post ପତ୍ନୀଙ୍କ ସହ ଫଟୋ ଶେୟାର କଲେ ବୁମ୍ରା, କହିଲେ ଏମିତି କଥା appeared first on Odisha Reporter.

]]>

ନୂଆଦିଲ୍ଲୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଜି ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ବୁମ୍ରାଙ୍କ ସହ ତାଙ୍କ ପତ୍ନୀ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ମଧ୍ୟ ରହିଛନ୍ତି। ଦୁହେଁ ବେଶ୍‌ ରୋମାଣ୍ଟିକ ଅନ୍ଦାଜରେ ହାତ ଧରାଧରି ହୋଇ ଚାଲିଚାଲି ଆସୁଥିବା ବେଳେ ବନ୍ଧୁ ଓ ପରିବାର ବର୍ଗ ସେମାନଙ୍କୁ ଝିରିଝିରି ବାଣରେ ସ୍ୱାଗତ କରିଛନ୍ତି।

ସେ ଫଟୋ ଶେୟାର କରି ଅତ୍ୟନ୍ତ ଚମତ୍କାର ବୋଲି କହିବା ସହ ଫ୍ୟାନ ମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ବୁମ୍ରା କହିଛନ୍ତି, “ବିଗତ କିଛି ଦିନ କୌଣସି ଚମତ୍କାରିତା ଠାରୁ କମ ନୁହେଁ। ଆମେ ଏତେ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସମସ୍ତଙ୍କ ପାଖରେ ଉପକୃତ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।”

ମାର୍ଚ୍ଚ ୧୫ରେ ବୁମ୍ରା ଓ ସଞ୍ଜନା ବାହାଘର ବେଳର ଫଟୋ ଶେୟାର କରି ସାରା ଦୁନିଆକୁ ନିଜ ବିବାହ ସମ୍ପର୍କ ବିଷୟରେ ଜଣାଇଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଥିଲେ।

 

View this post on Instagram

 

A post shared by jasprit bumrah (@jaspritb1)


ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ବୁମ୍ରା ଛୁଟି ଆଣିଥିଲେ। ଏହି ସମୟରେ ସେ ୧୯ ଜଣିଆ ଟି-୨୦ ସ୍କ୍ୱାଡରେ ନଥିଲେ। ସେ ଟେଷ୍ଟରୁ ଛୁଟି ନେବାକୁ ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଷରେ ସେ ମାର୍ଚ୍ଚ ୧୫ରେ ଫଟୋ ଶେୟାର କରି ନିଜ ବାହାଘର ସମ୍ପର୍କରେ ସୂଚନା ଦେଇଥିଲେ। ଆଜି ଘୋଷଣା ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ସ୍କ୍ୱାଡରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ।

ବୁମ୍ରା ଓ ସଞ୍ଜନା

ଭାରତ ପାଇଁ ୨୦୧୬ରେ ଡେବ୍ୟୁ କରିଥିବା ୨୭ ବର୍ଷୀୟ ବୁମ୍ରା ଏଯାଏ ଦେଶ ପାଇଁ ୧୯ଟି ଟେଷ୍ଟ, ୬୭ ଦିନିକିଆ ଓ ୫୦ଟି ଟି-୨୦ ଖେଳିଛନ୍ତି। ସଞ୍ଜନା ହେଉଛନ୍ତି ଜଣେ ସ୍ପୋର୍ଟସ ଆଙ୍କର। ସେ ଷ୍ଟାର ସ୍ପୋର୍ଟସରେ ଏକାଧିକ ଶୋ’ କରି ଚର୍ଚ୍ଚାରେ ରହିଛନ୍ତି।

The post ପତ୍ନୀଙ୍କ ସହ ଫଟୋ ଶେୟାର କଲେ ବୁମ୍ରା, କହିଲେ ଏମିତି କଥା appeared first on Odisha Reporter.

]]>
left bottom 2021-03-19 13:43:34 https://cdn.odishareporter.in/wp-content/uploads/2021/03/19131825/Jasprit-Bumrah-2.jpg
ରସେଲଙ୍କ ପରେ ଭିଡିଓ ଜାରି କରି ମୋଦିଙ୍କୁ ଧନ୍ୟବାଦ ଦେଲେ କ୍ରିସ ଗେଲ୍ https://odishareporter.in/sports/others/chris-gayle-says-thank-you-to-pm-modi-628461 Fri, 19 Mar 2021 07:31:18 +0000 https://odishareporter.in/?p=628461

ନୂଆଦିଲ୍ଲୀ: ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ ତଥା ୱେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରିସ୍‌ ଗେଲ୍‌ ଗୋଟିଏ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ପକ୍ଷରୁ ଜାମାଇକାକୁ କରୋନା ଟିକା ପଠା ଯାଇଥିବାରୁ ଗେଲ୍ ଭିଡିଓ ଜାରି କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗେଲ୍‌ ଜାମାଇକାର ଦ୍ୱିତୀୟ ବ୍ୟାଟସମ୍ୟାନ ଭାବେ ମୋଦିଙ୍କୁ ଟିକା ପାଇଁ ଏପରି ଧନ୍ୟବାଦ ଜଣାଇଛନ୍ତି। ଏହାପୂର୍ବରୁ ଭାରତ ସରକାର ଜାମାଇକାକୁ ୫୦ ହଜାର କରୋନା ଟିକାର ଡୋଜ୍‌ ପଠାଇଥିବାରୁ ଆନ୍ଦ୍ରେ ରସେଲ […]

The post ରସେଲଙ୍କ ପରେ ଭିଡିଓ ଜାରି କରି ମୋଦିଙ୍କୁ ଧନ୍ୟବାଦ ଦେଲେ କ୍ରିସ ଗେଲ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ ତଥା ୱେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରିସ୍‌ ଗେଲ୍‌ ଗୋଟିଏ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ପକ୍ଷରୁ ଜାମାଇକାକୁ କରୋନା ଟିକା ପଠା ଯାଇଥିବାରୁ ଗେଲ୍ ଭିଡିଓ ଜାରି କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗେଲ୍‌ ଜାମାଇକାର ଦ୍ୱିତୀୟ ବ୍ୟାଟସମ୍ୟାନ ଭାବେ ମୋଦିଙ୍କୁ ଟିକା ପାଇଁ ଏପରି ଧନ୍ୟବାଦ ଜଣାଇଛନ୍ତି। ଏହାପୂର୍ବରୁ ଭାରତ ସରକାର ଜାମାଇକାକୁ ୫୦ ହଜାର କରୋନା ଟିକାର ଡୋଜ୍‌ ପଠାଇଥିବାରୁ ଆନ୍ଦ୍ରେ ରସେଲ ମଧ୍ୟ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜାମାଇକାରେ ଥିବା ଭାରତୀୟ ହାଇକମିଶନ ଗେଲ୍‌ରଙ୍କର ୧୭ ସେକେଣ୍ଡର ଭିଡିଓକୁ ଟ୍ୱିଟ କରିଛି। ଏଥିରେ ଗେଲ କହିଛନ୍ତି ଯେ “ଜାମାଇକାକୁ ଟିକା ପଠାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି, ଭାରତ ସରକାର ଓ ଭାରତୀୟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମେ ଏହାକୁ ପ୍ରଶଂସା ଓ ସାଧୁବାଦ ମଧ୍ୟ ଜଣାଉଛୁ।”


ଗେଲ୍‌ ଗୁରୁବାର ଭାରତୀୟ ହାଇକମିଶନର ଆର ମାସାକୁଇଙ୍କୁ ମଧ୍ୟ ଭେଟିଥିଲେ। ହାଇକମିଶନରେ ଗେଲ୍‌ ଓ ମାସାକୁଇ କଥାବାର୍ତ୍ତା ହେଉଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

ଗେଲ୍‌ଙ୍କ ପୂର୍ବରୁ ରସେଲ ଭିଡିଓ ଜାରି କରି କହିଥିଲେ ଯେ “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ହାଇକମିଶନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଏବେ ଟିକା ଏଠାରେ ରହିଛି ଓ ଏହାକୁ ନେଇ ଆମେ ବେଶ୍‌ ଉତ୍ପାହିତ। ବିଶ୍ୱ କେବେ ସ୍ୱାଭାବିକ ଅବସ୍ଥାକୁ ଫେରିବ, ତା’କୁ ମୁଁ ଅପେକ୍ଷା କରି ରହିଛି। ଜାମାଇକାବାସୀ ଭାରତର ଏହି ବଦାନ୍ୟତାକୁ ପ୍ରଶଂସା କରିଛନ୍ତି। ଭାରତ ଓ ଜାମାଇକା ଏବେ ଭାଇଭାଇ।”


ଚଳିତ ମାସରେ ଭାରତ ପକ୍ଷରୁ ଏକାଧିକ ରାଷ୍ଟ୍ରକୁ ମେଡ-ଇନ୍‌ ଇଣ୍ଡିଆ କରୋନା ଟିକା ବିଭିନ୍ନ ରାଷ୍ଟ୍ରକୁ ପଠାଯାଇଥିଲା। ଏହିକ୍ରମରେ ୫୦ ହଜାର ଟିକାର ଡୋଜ୍‌ ଜାମାଇକାକୁ ମଧ୍ୟ ପଠାଯାଇଥିଲା।

The post ରସେଲଙ୍କ ପରେ ଭିଡିଓ ଜାରି କରି ମୋଦିଙ୍କୁ ଧନ୍ୟବାଦ ଦେଲେ କ୍ରିସ ଗେଲ୍ appeared first on Odisha Reporter.

]]>
left bottom 2021-03-19 13:51:39 https://cdn.odishareporter.in/wp-content/uploads/2021/03/19130024/Chris-Gayle.jpg