ସଲମାନଙ୍କ ନାଁରେ ୨୫୦କୋଟି ଟଙ୍କାର ମାନହାନୀ ମକଦ୍ଦମାସଲମାନଙ୍କ ନାଁରେ ୨୫୦କୋଟି ଟଙ୍କାର ମାନହାନୀ ମକଦ୍ଦମାhttps://odishareporter.in/entertainment/salmannka-nare-250-koti-tankare-manohani-mokadoma-108272015-06-22T14:16:48+00:00en-us<![CDATA[ସଲମାନଙ୍କ ନାଁରେ ୨୫୦କୋଟି ଟଙ୍କାର ମାନହାନୀ ମକଦ୍ଦମା]]>ମୁମ୍ୱାଇ: ଦବଙ୍ଗ ଷ୍ଟାର ସଲମାନ୍ ଖାଁଙ୍କ ପିଛା ଛାଡୁନି ବିବାଦ। ଗତ କିଛି ମାସ ହେବ ସଲମାନ୍ ୨୦୦୨ ମସିହାର ‘ହିଟ୍ ଏଣ୍ଡ ରନ୍’ ମାମଲା ପାଇଁ ଚର୍ଚ୍ଚାରେ ରହିଥିଲେ । ଏହାସହିତ ୧୯୯୮ର ‘କୃଷ୍ଣସାର ମୃଗ ଶିକାର’ ମାମଲାରେ ଛନ୍ଦି ହୋଇ ରହିଛନ୍ତି। ହେଲେ ଏବେ ଆଉ ଏକ ବିବାଦରେ ଫସିଛନ୍ତି ସଲମାନ। ବଲିଉଡ୍ ଫିଲ୍ମ ‘ବୀର’ର ପ୍ରଯୋଜକ ବିଜୟ ଗିଲାନୀ ସଲମାନଙ୍କ ଉପରେ ୨୫୦ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି। କୋର୍ଟ ମଧ୍ୟ ବିଜୟଙ୍କ ସହ ଏକମତ ଅଛନ୍ତି। ସଲମାନ୍ କେଉଁ ଆଧାରରେ ଅଧିକ ଟଙ୍କା ମାଗୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
ବିଜୟଙ୍କ କହିବାନୁସାରେ ‘ବୀର’ ଫିଲ୍ମ କରିବା ପାଇଁ ସଲମାନ୍ ହିଁ ତାଙ୍କୁ କହିଥିଲେ। ଏଥିପାଇଁ ସେ ୧୦ କୋଟି ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ଯଦି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କଲେ ସଲମାନଙ୍କୁ ୧୫ କୋଟି ଟଙ୍କା ଦିଆଯିବ ବୋଲି ସେମାନଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା। ଫିଲ୍ମର ଶୁଟିଂ ଶେଷ ହେବା ପରେ ପ୍ରଯୋଜକ ବିଜୟ ଇରୋଜ ଏଣ୍ଟର ଟେନମେଣ୍ଟକୁ ଫିଲ୍ମଟିକୁ ବିକ୍ରି କରି ଦେଇଥିଲେ।
ହେଲେ ‘ବୀର’ ବକ୍ସ ଅଫିସରେ ଫ୍ଲପ୍ ହେବା ପରେ ୨୦୧୦ରେ ବିଜୟଙ୍କ ପାଖକୁ ସଲମାନଙ୍କ ଅଫିସରୁ ଏକ ଚିଠି ଆସିଥିଲା ଓ ଏଥିରେ ତାଙ୍କୁ ଏଗ୍ରୀମେଣ୍ଟ ପେପର୍ ଦେଖାଇବାକୁ କୁହାଯାଇଥିଲା। ସଲମାନ୍ ସବୁ ଏଗ୍ରୀମେଣ୍ଟ କାଗଜପତ୍ର ଧରି ସିନେ ଆଣ୍ଡ୍ ଟିଭି ଆଟିଷ୍ଟ୍ ଆସୋସିଏସନ୍ ନିକଟରେ ପହଞ୍ଚିଥିଲେ ଓ ଅଧିକ ଟଙ୍କା ଦାବି କରିଥିଲେ। ହେଲେ ଏଠାରେ ବିଜୟଙ୍କ ସପକ୍ଷରେ ଫଇସଲା ହୋଇଥିଲା।
ଏହାପରେ ସଲମାନ୍ ‘ଫେଡରେଶନ୍ ଅଫ୍ ୱେଷ୍ଟନ୍ ଇଣ୍ଡିଆର ସିନେ ଆସୋସିଏସନ୍’ ନିକଟକୁ ଯାଇଥିଲେ। ଏଠରେ ବିଜୟ କହିଥିଲେ, ଏହି ଫିଲ୍ମରେ ତାଙ୍କୁ ଅଧିକ ଲାଭ ମିଳିନଥିବାରୁ ସେ ଟଙ୍କା ଦେଇ ପାରିବେ ନାହିଁ।
ଏହି ଘଟଣାରେ ପ୍ରଯୋଜକ ବିଜୟ ଗିଲାନୀଙ୍କର ମୂଲ୍ୟବାନ ସମୟ ନଷ୍ଟ ହେବା ସହ ସେ ମାନସିକ ଚାପରେ ରହିଥିବାରୁ ସଲମାନଙ୍କ ଉପରେ ୨୫୦ କୋଟି ଟଙ୍କାର ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି।

]]>
https://odishareporter.in/Rakesh Mallick2015-06-22T14:16:48+00:00odisha newshttps://assets.odishareporter.in/uploads/2015/06/salman-khan.jpg