ଅନୁଗୋଳ: ୩ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧୭ ଲକ୍ଷ ଟଙ୍କା ଲୁଟ୍

ଅନୁଗୋଳ: ଅନୁଗୋଳ ଥାନା ଅନ୍ତର୍ଗତ ମଝିଆସାହି ନିକଟରେ ଏକ ଘରୋଇ ବ୍ୟାଙ୍କରୁ ଏକ ଫାଇନାନ୍ସ କମ୍ପାନୀର ୩ କର୍ମଚାରୀ ଟଙ୍କା ଉଠାଇ ଡିଷ୍ଟ୍ରିବୁଟ ପାଇଁ ଯାଉଥିବା ବେଳେ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୨ଟି ବାଇକରେ ୪ଜଣ ଦୁର୍ବୃତ୍ତ ଗୁଳିମାଡ କରି ୧୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୋମବାର ଦିନ ୧୨ଟାରେ ବ୍ୟାଙ୍କରୁ ଘରୋଇ ଫାଇନାନ୍ସ କମ୍ପାନୀର ୩ କର୍ମଚାରୀ ରାଜେନ୍ଦ୍ର ସାହୁ, ଅମରେଶ ସାହୁ ଓ ମନୋରଞ୍ଜନ ସାହୁ ୩ଟି ବ୍ୟାଗରେ ଟଙ୍କା ଧରି ଆସୁଥିବା ବେଳେ ଦୃର୍ବୁତ୍ତମାନେ ଲୁଟ୍ କରିଥିବା ଜଣାପଡିଛି। ଅନୁଗୋଳ ଥାନା ପୋଲିସ ଏହାର ତଦନ୍ତ କରୁଛି।