୫୦୦ କୋଟିର ମାଲିକ ଧଳସାମନ୍ତ ଭ୍ରାତା !

ଭୁବନେଶ୍ୱର: କମିଶନରେଟ୍ ପୋଲିସ କବଜାରେ ଓଡ଼ିଶାର ଡି ବ୍ରଦର୍ସ ଅର୍ଥାତ୍ ଧଳସାମନ୍ତ ବ୍ରଦର୍ସ। ଧୀରେ ଧୀରେ ଖୋଲୁଛି ଅପରାଧର ସାମ୍ରାଜ୍ୟର ଗୁମର। ଅନୁମାନ କରାଯାଉଛି ପ୍ରାୟ ୫ ଶହ କୋଟି ଟଙ୍କାର ମାଲିକ ହେଉଛନ୍ତି ସୁଶାନ୍ତ ଧଳସାମନ୍ତ ଓ ସୁଶୀଳ ଧଳସାମନ୍ତ। କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ବି ରହିଛି ଏମାନଙ୍କ ନେଟୱାର୍କ। ପୂରା ଖୁଲାସା ପାଇଁ ପୋଲିସ କ୍ରାଇମବ୍ରାଞ୍ଚ ଓ ଇନକମ ଟାକ୍ସ ବିଭାଗର ସହଯୋଗ ଲୋଡିଛି। ଆବଶ୍ୟକ ପଡିଲେ ପୋଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବି ସହାୟତା ନେଇପାରେ।

ଏହି ଦୁଇ ଭାଇଙ୍କ ବାପା ଥିଲେ ପୋଲିସ ବିଭାଗର ୱାରଲେସ୍ ଏଏସଆଇ। କଲେଜରେ ପାଠ ପଢୁଥିଲା ବେଳେ ସୁଶାନ୍ତର କଟକର ଜଣେ ଭେଟେରାନ୍ କ୍ରିମିନାଲ ସହ ସମ୍ପର୍କ ହୁଏ। ୧୯୯୩ରେ ବୋମାମାଡ, ତା’ପରେ ଲଗାତାର ସିରିଜ ଅପରାଧ। ୧୯୯୮ରେ ଜାତୀୟ ନିରାପତ୍ତା ଆଇନ ଏନଏସଏରେ ବୁକ୍ ହେଲା ସୁଶାନ୍ତ। ଆଉ ସେବେଠାରୁ ପୋଲିସ ଫାଇଲରେ ସୁଶାନ୍ତ ଥିଲା ଅଣ୍ଡର ଗ୍ରାଉଣ୍ଡ। ମୋଷ୍ଟ ୱାଣ୍ଟେଡ୍ ତାଲିକରେ ନା ରହିଗଲା ସୁଶାନ୍ତର। ସେପଟେ ୧୯୯୪ ମସିହାରୁ ଭାଇ ସୁଶାନ୍ତ ସହ ହାତ ମିଳାଇଥିଲା ସୁଶୀଲ। ଲୁଟ, ଡକାୟତି, ଦାବାବଟି, ଟେଣ୍ଡର ଫିକ୍ସିଂରୁ ଲକ୍ଷ ଲକ୍ଷ ଟଙ୍କାର ଇନକମ୍ କରୁଥିଲେ ଏମାନେ। ଅର୍ଥବଳରେ କ୍ଷମତା ବି ହାସଲ କଲେ ଡି ବଦର୍ସ।

ତେବେ ବଡ଼ ପ୍ରଶ୍ନ ହେଉଛି ଡି ବଦର୍ସ ଏତେ କମ୍ ଦିନରେ ତାଙ୍କର ଏପରି ସାମ୍ରଜ୍ୟ ସମ୍ପର୍କରେ ପୋଲିସ କିଭଳି ଜାଣିପାରିଲାନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୋଲିସ ପ୍ରକୃତରେ ଏ ସମ୍ପର୍କରେ ଜାଣି ନ ଥିଲା କି ଜାଣି କି ଅଜଣା ଥିଲା ତାହା ତଦନ୍ତ ପରିସରକୁ ଆସିବା ଦରକାର ବୋଲି ବିଭିନ୍ନ ସମହଲରୁ ଦାବି ହେଉଛି। ଏମାନଙ୍କ ନେଟୱାର୍କ, ଏମାନଙ୍କ ନାଁରେ ଏତେ ମାମଲା ଥାଇ ବି ପୋଲିସ ଗିରଫ୍ କରୁ ନ ଥିଲା କାହିଁକି, ଖୁଲମଖୁଲା ବୁଲୁଥିଲେ ବି ପୋଲିସ ଧଳସାମନ୍ତ ବ୍ରଦର୍ସଙ୍କୁ ଧରିପାରୁ ନ ଥିଲା କିଭଳି ଆଦି ବହୁ ପ୍ରଶ୍ନର ଉତ୍ତର ମିଳିବା ଦରକାର ବୋଲି ଆଲୋଚନା ହେଉଛି।