ପୁରୀ: ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଘଟଣାରେ ୨ ଗିରଫ

ପୁରୀ: ଆଇନ ଓ ପଞ୍ଚାୟତିରାଜମନ୍ତ୍ରୀ ଅରୁଣ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସ୍ୱାଧୀନ ପଣ୍ଡା ଏବଂ ଯୋଗେନ୍ଦ୍ର ସାହୁ। ମନ୍ତ୍ରୀ ଅରୁଣ ସାହୁ ସୋମବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଭୋଲାନାଥ ବିଦ୍ୟାପୀଠ ସାମନାରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା । କିଛି କଂଗ୍ରେସ କର୍ମୀ ଏହି ଅଣ୍ଡା ମାଡ଼ କରିଥିବା ଜଣାପଡ଼ିଛି।

ପୂର୍ବରୁ ସ୍ୱାଧୀନ ପଣ୍ଡା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରି ଗିରଫ ହୋଇଥିଲେ।