ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ:  ଦେବାଶିଷ ପଣ୍ଡାଙ୍କ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ  ମାମଲାରେ ଦେବାଶିଷ ପଣ୍ଡାଙ୍କ ଆଗୁଆ ଜାମିନ ଆଜି  ହାଇକୋର୍ଟରେ ଖାରଜ ହୋଇଯାଇଛି। ଦେବାଶିଷ  ପଣ୍ଡା ହେଉଛନ୍ତି ପୂର୍ବତନ ସରକାରୀ ଓକିଲ। ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ବିଭିନ୍ନ ସାହାଯ୍ୟ ନେଇଥିବା ଅଭିଯୋଗରେ ଜାମିନ ଆବେଦନ ଖାରଜ ହୋଇଛି। ଦେବାଶିଷଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଦୀର୍ଘ ଦିନ ହେବ ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା।

ମାମଲାର ତଦନ୍ତରେ ଯଥେଷ୍ଟ ଅଗ୍ରଗତି କରିଛି ଏବଂ ଆବଶ୍ୟକ ସ୍ଥଳେ ତଦନ୍ତରେ ସହଯୋଗ କରିଛନ୍ତି, ତେଣୁ ତାଙ୍କୁ ଆଗୁଆ ଜାମିନ ଦେବାରେ କିଛି ଅସୁବିଧା ନାହିଁ ବୋଲି ଦେବାଶିଷ ଦର୍ଶାଇଥିଲେ।

ଦେବାଶିଷ ସରକାରୀ ଓକିଲ ଥିବା ସମୟରେ ଅର୍ଥତତ୍ତ୍ୱ ଗ୍ରୁପ ଠାରୁ ଅନେକ ଫାଇଦା ନେଇଥିବା ଅଭିଯୋଗ ରହିଛି ବୋଲି ସିବିଆଇ ଦର୍ଶାଇଥିଲା। ତେଣୁ ତାଙ୍କୁ ଆଗୁଆ ଜାମିନ ଦିଆଗଲେ ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ସିବିଆଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିନମ୍ରତାର ସହ ଗ୍ରହଣ କରିଛନ୍ତି ବୋଲି ଦେବାଶିଷ ପଣ୍ଡା ଓଟିଭିକୁ ସୂଚନା ଦେଇଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।