ବାଲେଶ୍ୱର: ହନୁମାନ ପଇସା କାରବାର ଘଟଣାରେ ୧୧ ଗିରଫ

ବାଲେଶ୍ୱର: ଖନ୍ତାପଡ଼ା ଥାନା ଅନ୍ତର୍ଗତ ଏକ ଢାବାରେ ହନୁମାନ ପଇସା ବାବଦରେ ଲକ୍ଷାଧିକ ଟଙ୍କା ମୂଲଚାଲ ହେଉଥିବା ଖବର ପାଇଁ ପୋଲିସ ଚଢ଼ାଉ କରି ୧୧ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତଙ୍କଠାରୁ କେତେକ ବିରଳ ମୁଦ୍ରା, ନୋଟ୍, ୧୪ଟି ମୋବାଇଲ ଓ ଗୋଟିଏ ଗାଡ଼ି ସହିତ କିଛି ନଗଦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି।