ଭୁବନେଶ୍ୱର ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍ ଠକେଇ: ଓଏଏସ୍ ଅଧିକାରୀ ଭାରତ ଭୂଷଣଙ୍କ ସମେତ ୩ ଗିରଫ  

ଭୁବନେଶ୍ୱର: ଭୁବନେଶ୍ୱର ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ଠକେଇ ମାମଲାରେ ଓଏଏସ୍ ଅଧିକାରୀ ଭାରତ ଭୂଷଣ ଜଗଦ୍ଦେବ ଗିରଫ ହୋଇଛନ୍ତି। ସେ ବ୍ୟାଙ୍କର ତତ୍କାଳୀନ ସମ୍ପାଦକ ଥିଲେ। ଭାରତ ଭୂଷଣ ଜଗଦେବଙ୍କ ସମେତ ବ୍ୟାଙ୍କର ୨ ପୂର୍ବତନ ମ୍ୟାନେଜରକୁ ମଧ୍ୟ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି। ଏମାନେ ହେଲେ କପୋରେଟିଭ ବ୍ୟାଙ୍କର ପୂର୍ବତନ ସେକ୍ରେଟାରୀ ଶାନ୍ତନୁ ମହାନ୍ତି ଓ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଉଦୟନାଥ ସାହୁ। ଜାଲ୍ କାଗଜପତ୍ରରେ ବ୍ୟାଙ୍କରୁ ୩୦ କୋଟି ଟଙ୍କ। ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨ଟି ମାମଲା ରୁଜୁ କରାଯାଇଥିଲା।

୨୦୧୫ରେ ଭୁବନେଶ୍ୱର ଅର୍ବାନ କୋପୋରେଟିଭ ବ୍ୟାଙ୍କ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯିବାପରେ  ସରକାରଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି, ଗିରଫ ୩ ଅଧିକାରୀ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କ। ଲୋନ୍ ଦେଇଛନ୍ତି। ଗିରଫ ୩ ଅଧିକାରୀଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରିବ ବୋଲି ଜଣାପଡିଛି।