ବ୍ରହ୍ମପୁର: ଛତ୍ରପୁର ଏସଡିଜେଏମ କୋର୍ଟରେ ସୁରବାବା ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ଜମି ଠକେଇ ମାମଲାରେ ଛତ୍ରପୁର ଏସଡିଜେଏମଙ୍କ କୋର୍ଟରେ ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବା ବିରୋଧରେ ଆଜି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ଅଭିଯୋଗ ଅନୁସାରେ ବ୍ରହ୍ମପୁରର ମୋତିରାମ ସାହୁ ନାମକ ବ୍ୟକ୍ତିଙ୍କ ଛତ୍ରପୁରରେ ଥିବା ପ୍ରାୟ ୧ ଏକର ଜମି ସୁରେନ୍ଦ୍ର ହଡ଼ପ କରି ନେଇଥିଲେ। ଏନେଇ ମୋତିରାମ ଛତ୍ରପୁର ଥାନାରେ ମାମଲା ରୁଜୁ କରିଥିଲେ। ପରେ ଘଟଣାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ।

ଗତ ସେପ୍ଟେମ୍ବରରେ ସୁରେନ୍ଦ୍ରକୁ ଛତ୍ରପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ସୁରେନ୍ଦ୍ରଙ୍କ ଓକିଲ ଏପରି ଅଭିଯୋଗରେ କିଛି ସତ୍ୟତା ନ ଥିବା କହିଛନ୍ତି।