ଭଞ୍ଜନଗର: ହୋଟେଲରେ  ବୋମାମାଡ଼, ୨ ଆହତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା  ଜଗନ୍ନାଥ ପ୍ରସାଦ ରାସ୍ତାକଡ଼ରେ  ଥିବା ଏକ ହୋଟେଲରେ  ରବିବାର ରାତିରେ ଖାଇବା ବିଲକୁ ନେଇ ବୋମାମାଡ଼ ହୋଇଛି। ଏଥିରେ ହୋଟେଲର ମାଲିକ ଓ କର୍ମଚାରୀ ଆହତ ହୋଇଛନ୍ତି। ଗତ ରାତି ପ୍ରାୟ ୮ ଟା ସମୟରେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ, ୩ ଜଣ  ବ୍ୟକ୍ତି ହୋଟେଲକୁ ଆସି ଖାଇବା ପରେ ଅଧିକ  ବିଲ ହୋଇଥିବା  ଜାଣି ହୋଇଟେଲରେ  ମାଲିକଙ୍କ ସହ ଗଣ୍ଡଗୋଳ କରିଥିଲେ। ଭୟଭୀତ କରିବା ଉଦ୍ଦେଶ୍ୟରେ  ସେମାନେ ହୋଟେଲରେ ଏକ ବୋମା ଫିଙ୍ଗିବା ସହ ପିସ୍ତଲ ଦେଖାଇ ଫେରାର ହୋଇଯାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।