ଭଦ୍ରକ: ଇଟାଭାଟି ଶ୍ରମିକଙ୍କୁ ଗଳାକାଟି ହତ୍ୟା

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତ ଯଶଟିକିରି ଗ୍ରାମରେ ଆଜି ଜଣେ ଯୁବକଙ୍କ ମୃତଦେହ ସକାଳୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଷ୍ଣୁ ରାଉତ( ୨୦)। ଗାଁରେ ଥିବା ଏକ ଇଟାଭାଟିଠାରୁ ପ୍ରାୟ ତିନିଶହ ମିଟର ଦୂରରେ ନଦୀବନ୍ଧ ପାଖରେ ଏକ ବିଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ବିଷ୍ଣୁଙ୍କ ବେକ ଏବଂ ବାମ ପଟ ଗାଲକୁ ଧାରୁଆ ଅସ୍ତ୍ରରେ କଟାଯାଇଛି।

ଧର୍ମାନନ୍ଦ ପଞ୍ଚାୟତ ଆଶ୍ରମପଡ଼ା ଗାଁର ବିଷ୍ଣୁ ରାଉତ ନିଜ ଭାଇଭାଉଜଙ୍କ ସହିତ ଯଶଟିକିରି ଗାଁରେ ରହୁଥିଲେ ଓ ଉକ୍ତ ଇଟାଭାଟିରେ କାମ କରୁଥିଲେ। ରବିବାର  ରାତିରେ  ସେ ଖାଇ ସାରି ଶୋଇବାକୁ ଯାଇଥିଲେ ବୋଲି ପରିବାର ଲୋକ କହିଛନ୍ତି। ତେବେ ଆଜି ସକାଳେ ସ୍ଥାନୀୟ ଲୋକ ବିଷ୍ଣୁଙ୍କ ମୃତଦେହ ବନ୍ଧ ନିକଟରେ ଦେଖିଥିଲେ ଓ ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାର ଛାନଭିନ୍ କରୁଛି।