ଭିନ୍ନକ୍ଷମ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ଅନୁଗୋଳ: ଅନୁଗୋଳ ସ୍ଥିତ ନକୁଳଚନ୍ଦ୍ର ଅନ୍ଧମୂକ ବଧିର ସ୍କୁଲରେ ଜଣେ ଭିନ୍ନକ୍ଷମ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍କୁଲର କିଛି ଛାତ୍ର ଏ ନେଇ ପୋଲିସକୁ ଖବର ଦେବା ପରେ ଘଟଣା ଜଣାପଡିଛି। ଏ ନେଇ ଅନୁଗୋଳ ନାଲକୋ ଥାନାରେ ଛାତ୍ରୀଙ୍କ ବାପା ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଅଭିଯୁକ୍ତ ଶିକ୍ଷକ ବିଜୟ କୁମାର ସାହୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଶିଶୁ ମଙ୍ଗଳ କମିଟି ସଦସ୍ୟ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି।

ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଅନିଲ କୁମାର ମିଶ୍ର କହିଛନ୍ତି, ଥାନାରେ ଏପରି ଏକ ଅଭିଯୋଗ ହୋଇଥିବା ଖବାର ପାଇବା ପରେ ଡିସିପିଓ ସହ ଆସିଛି। ଘଟଣାର ତଦନ୍ତ କରାଯାଉଛି। ଭିନ୍ନକ୍ଷମ ପିଲା ହୋଇଥିବାରୁ ଠିକରେ ସୂଚନା ମିଳି ପାରୁନାହିଁ। ତାଙ୍କ ଭାଷା ବୁଝି ପାରୁଥିବା ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଛି। ସେ ଆସିବା ପିଲାମାନଙ୍କ ସହ କଥା ହେବା ପରେ ଯାହା କିଛି ଜଣାପଡିବ ବୋଲି ସେ କହିଛନ୍ତି।