କଟକ: ବିଦ୍ୟାଧରପୁର ପେଟ୍ରୋଲ୍ ପମ୍ପ୍ ବୋମାମାଡ଼ ଘଟଣାରେ ୨ ଗିରଫ, ୨ ଅଫୁଟା ବୋମା ଜବତ

କଟକ: ବିଦ୍ୟାଧରପୁର ପେଟ୍ରୋଲ ପମ୍ପ ବୋମାମାଡ ଘଟଣାରେ ବୁଧବାର ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଚାଉଳିଆଗଞ୍ଜର ଭାରତ ଭୋଇ ଓ ସଚିନ ଭୋଇ। ସେମାନଙ୍କଠାରୁ ୨ଟି ଅଫୁଟା ବୋମା ଜବତ କରାଯାଇଛି। ଅଭିଯୁକ୍ତମାନେ ବିଦ୍ୟାଧରପୁର ପେଟ୍ରୋଲ ପମ୍ପ ମାଲିକଙ୍କୁ ଦେଢ ଲକ୍ଷ ଟଙ୍କାର ଦାଦାବଟି ମାଗିଥିଲେ। ବଟି ନ ଦେବାରୁ ସେମାନେ ଗତ ୬ ତାରିଖ ଦିନ ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ କରିଥିଲେ। କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।