ବଲାଙ୍ଗିର: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ତେଲିଗୋଠ ପଡା ଠାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ରବିବାର ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ହେଉଛି ସରୋଜ କର। ଗତକାଲି ସନ୍ଧ୍ୟାରେ ସରୋଜ ଆତ୍ମହତ୍ୟା କରିଥିବା ପୋଲିସ୍ ଖବର ପାଇଥିଲା। ଆଜି ସକାଳେ ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରିବା ପରେ  ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇଥିଲା ।

ସେ କିଛି ବର୍ଷ ତଳେ ଅନ୍ୟ ଜାତିର ଜଣେ ଯୁବତୀଙ୍କ ସହିତ ପ୍ରେମ ବିବାହ କରିଥିଲେ। ସେହି ଦିନ ଠାରୁ ସେ ପରିବାର ଠାରୁ ଅଲଗା ହୋଇ ଭଡ଼ା ଘରେ ରହୁଥିଲେ ।

ସରୋଜଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବଲାଙ୍ଗିର ଟାଉନ୍ ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।