ବଲାଙ୍ଗିର: ମୋବାଇଲ୍ ଦୋକାନରୁ ଲୁଟ୍

ବଲାଙ୍ଗିର: ବଲାଙ୍ଗିର ଶନ୍ତିପଡ଼ାଠାରେ ଥିବା ଦୁର୍ଗା ମୋବାଇଲ୍ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୋକାନର ସଟର୍ ତାଲା ଭାଙ୍ଗି ୧୨ ଟି ଦାମୀ ସ୍କ୍ରିନ୍ ଟଚ୍ ମୋବାଇଲ୍ ଏବଂ ନଗଦ ୧୨ ଶହ ଟଙ୍କା ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଦୋକାନ ମାଲିକ ଆଶିଷ ଶତପଥୀ ରବିବାର ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି।

ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦିନକୁ ଦିନ ବଲାଙ୍ଗିର ସହରରେ ଚୋରି ଡ଼କାୟତି ବଢୁଥିବାରୁ ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି।