ବଲାଙ୍ଗିର: ସାନ ସଢୁ ମାଡ଼ରେ ବଡ଼ ସଢୁ ମୃତ

ବଲାଙ୍ଗିର: ମଦ ନିଶାରେ ବଲାଙ୍ଗିର ସହର ରୁଗୁଡିପଡାରେ ସୋମବାର ବିଳମ୍ୱିତ ରାତିରେ ସାନ ସଢୁର ମାଡରେ ବଡ ସଢୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ସାନ ସଢୁ ଶଙ୍କର ରାଓକୁ ଅଟକ ରଖି ପଚରାଉଚରା କରୁଛି।

ପୋଙ୍ଗଲ୍ ପର୍ବ ଥିବାରୁ ରୁଗୁଡିପଡା ଶ୍ୱଶୁର ଘରକୁ ବଡଜ୍ୱାଇଁ କେ. ଗୌରୀଶଙ୍କର ଆଚାରୀ ଏବଂ ସାନଜ୍ୱାଇଁ ଶଙ୍କର ଆସିଥିଲେ। ଗତକାଲି ବିଳମ୍ୱିତ ରାତିରେ ଉଭୟ ମଦ ପିଇଥିଲେ। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ମାରପିଟ୍ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଶଙ୍କରର ମାଡରେ ଗୌରୀଶଙ୍କରଙ୍କ ମୃତ୍ୟୁ ଘଟିଥିଲା।