ବ୍ରହ୍ମଗିରି: ଚିଙ୍ଗୁଡ଼ି ଧରିବାକୁ ନେଇ ସଂଘର୍ଷ, ୭ଆହତ

ବ୍ରହ୍ମଗିରି: ଚିଲିକାରେ ଚିଙ୍ଗୁଡ଼ି ଧରିବାକୁ ନେଇ ପୁଣି ସଂଘର୍ଷ ଘଟିଛି। ସୋମବାର ବିଳମ୍ୱିତ ରାତିରେ କୃଷ୍ଣପ୍ରସାଦ ବ୍ଲକ୍ ତାଳତଳା ଗାଁ ନିକଟ ନାରାୟଣୀ ଫାର୍ମରେ ଗୁଳିକାଣ୍ଡ ଘଟି ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଚନ୍ଦ୍ରପୁଟ ଗାଁର ୩୦ରୁ ଅଧିକ ଲୋକ ମାରଣାସ୍ତ୍ର ଧରି ଡଙ୍ଗାରେ ନାରାୟଣୀ ଫାର୍ମରୁ ଜୋର ଜବରଦସ୍ତ ମାଛ ଧରିଥିଲେ। ତେବେ ଏହାକୁ ବିରୋଧ କରାଯିବାରୁ ଚନ୍ଦାପୁଟ ଗାଁ ଲୋକେ ଆଖିବୁଜା ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ତାଳତଳା ଗାଁର ୭ ଜଣ ଆହତ ହୋଇଥିଲେ।