ଚମ୍ପୁଆରେ ମହିଳାଙ୍କୁ ହତ୍ୟା: ସ୍ୱାମୀଙ୍କ ସମେତ ୫ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଲ୍ଲୀନଗର ମୁସଲିମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ ତାଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ପୋଲିସ ସେମାନଙ୍କୁ ଜୁଭେଲାଇନ୍ କୋର୍ଟରେ ହାଜର କରିଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଅଲ୍ଲୀନଗର ମୁସଲିମ୍ ବସ୍ତିର ମହମ୍ମଦ ମୁସ୍ତାକ ଓ ତାଙ୍କ ପତ୍ନୀ ଆଲକମା ପରବିନଙ୍କ ମଧ୍ୟରେ ପରିବା କିଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ମହମ୍ମଦ ମୁସ୍ତାକ ରାଗି ଯାଇ ପରବିନଙ୍କ ତଣ୍ଟି ଚିପି ଦେଇଥିଲେ। ଏହି ହତ୍ୟାକାଣ୍ଡରେ ମହମ୍ମଦଙ୍କ ମା’ ନିଜାତୁନ ନିଶା ଓ ସମ୍ପର୍କୀୟ ଭାଇ ମହମ୍ମଦ ସୁବାକଙ୍କ ସମେତ ମୃତ ପରବିନଙ୍କ ନଣଦ ଓ ଦିଅର ସହଯୋଗ କରିଥିବା ପୋଲିସ କହିଛି।