ବ୍ରହ୍ମପୁର: ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଠାବ

ବ୍ରହ୍ମପୁର: ବ୍ରହ୍ମପୁର ବିଏନପୁର ଥାନା ଗୋପାପଲ୍ଲୀ ସାହିରେ ଏକ ବନ୍ଦ ଘର ଭିତରୁ ଆଜି ଦମ୍ପତ୍ତିଙ୍କ ମୃତଦେହ ଠାବ କରାଯାଇଛି । ମୃତକ ହେଲେ ଦୀନବନ୍ଧୁ ବେହେରା ଓ ତାଙ୍କ ପତ୍ନୀ ସୁଷମା  ବେହେରା।  ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ କିଛି ସ୍ପଷ୍ଟ ହୋଇନି। ମୃତଦେହ ଦୁଇଟି ଅଲଗା ଅଲଗା ଘରୁ ମିଳିଥିବା ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ଗଞ୍ଜାମ ଏସପି ଓ ବ୍ରହ୍ମପୁର ଏସଡିପିଓ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି କୁହାଯାଇଛି।  ମୃତ ଦମ୍ପତ୍ତି ଲୁଗା ବ୍ୟବସାୟ କରନ୍ତି।