କଟକରେ ପିଲା ବିକ୍ରି ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ

କଟକ: କଟକ ଚାଉଳିଆଗଞ୍ଜରେ ପିଲା ବିକ୍ରି ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ ହୋଇଛି।  ଆଜି ଡିସିପି,ଚାଇଡଲାଇନ କର୍ମକର୍ତ୍ତା ଓ ଜିଲ୍ଲା ସୁରକ୍ଷା ଅଧିକାରୀ ନୀଳକଣ୍ଠେଶ୍ୱର ବସ୍ତିକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରୁଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ନୀଳକଣ୍ଠେଶ୍ୱର ବସ୍ତିରୁ ପିଲା ବିକ୍ରି ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଏ ଘଟଣା ପ୍ରଚାର  ହେବାରୁ ଗୁରୁବାର ସନ୍ଧ୍ୟାରେ ବସ୍ତିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ବର୍ଷ ଭିତରେ ବସ୍ତିରୁ ପ୍ରାୟ  ୧୦ ଜଣ ପିଲାଙ୍କୁ ଆନ୍ଧ୍ରରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।  ପିଲାଙ୍କ ବୟସ ୧୦ରୁ ୧୨ ବର୍ଷ ହେବ। ପିଲା ବିକ୍ରି କରିଥିବା କିଛି ଅଭିଭାବକ ମଧ୍ୟ ଏହ ବାବଦରେ କିଛି ଟଙ୍କା ପାଇଥିବା  ସ୍ୱୀକାର କରିଛନ୍ତି।