କଟକ: ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ: ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ନଈକବଳ ସାହିର ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସେ ୩ଦିନ ହେବ ନିଖୋଜ ଥିଲେ। ଗୁରୁବାର ସନ୍ଧ୍ୟାରେ ଗାଁ ପାଖ ଆଖୁ କିଆରିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନିଖୋଜ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା। ଖବର ପାଇ ଥାନା ଅଧିକାରୀ ଓ କଟକ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।