କଟକ: ଚୋରା ବାଇକ୍ ରାକେଟ୍ ଠାବ, ୩୧ ଟି ବାଇକ୍ ସହ ଜଣେ ଗିରଫ

କଟକ: କଟକରୁ କମିଶନରେଟ୍ ପୋଲିସ ଏକ ଆନ୍ତଃଜିଲ୍ଳା ଚୋରା ବାଇକ୍ ରାକେଟକୁ ଠାବ କରିଛି। ସେମାନଙ୍କଠାରୁ ୩୧ଟି ଚୋରା ବାଇକ ସହ ଜଣେ ଲୁଟେରା ଓ ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ଗରିଫ କରିଛି ପୋଲିସ୍। ଚୌଦ୍ୱାର ଓ.ଟି.ଏମ୍ କଲୋନୀରେ ରହୁଥିବା ଜଗା ଓରଫ ଜଗବନ୍ଧୁ ଗୋଛିଙ୍କୁ ଗରିଫ କରିବା ପରେ ଏହି ରାକେଟର ପର୍ଦ୍ଦାଫାସ୍ ହୋଇଥିଲା। ଅଭିଯୁକ୍ତମାନେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରୁଥିଲେ ବୋଲି କଟକ ଡିସିପି ଏକ ସମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।